ଶବ୍ଦ ଏକ ଆଧ୍ୟାତ୍ମିକ ଶକ୍ତି -(୧)-1
ଶବ୍ଦ ଏକ ଆଧ୍ୟାତ୍ମିକ ଶକ୍ତି -(୧)
-----------------
୫୦ ବର୍ଷ ତଳେ ଆମର ବାବା ପଣ୍ଡିତ ଜଗନ୍ନାଥ ଶତପଥୀ ଆମକୁ କହିଥିଲେ ଯେ ଆମ ଓଡିଆ ଭାଷାର ପ୍ରତ୍ୟେକ ଶବ୍ଦ ସାମାଜିକ ବିଜ୍ଞାନ ସମ୍ମତ ଏବଂ ଆମ ଭାଷା ଏକ ରସାନନ୍ଦ ପୂର୍ଣ୍ଣ ଭାଷା । ଏତଦ୍ ଭିନ୍ନ ସିଏ କହିଥିଲେ ଯେ ଓଡିଆ ଶବ୍ଦ କେବଳ ଭାବ ବିନିମୟର ମାଧ୍ୟମ ନୁହେଁ, ଏହା ଏକ ଆଧ୍ୟାତ୍ମିକ ଶକ୍ତି ।ଶୁଦ୍ଧ ଓ ପବିତ୍ର ଶବ୍ଦ ଉଚ୍ଚାରଣ ଦ୍ବାରା ମଣିଷ ପରମାତ୍ମାଙ୍କ ସହିତ ଯୋଡି ହୋଇଯାଇ ଥାଏ । ସେତେବେଳେ ଆମେ ଜଣେ ବାମପନ୍ଥୀ ଛାତ୍ର ନେତା ତଥା ଗଣିତ ଶାସ୍ତ୍ରର ବିଦ୍ୟାର୍ଥୀ ଥିବାରୁ ଏହି ସତ୍ୟକୁ ବିଶ୍ବାସ କରି ନଥିଲୁ । ଆମ ଭିତରେ ଧାରଣା ଆସିଥିଲା ଯେ ବାବା ଅଭିରାମ ପରମହଂସଙ୍କ ଅନୁଗତ ହୋଇଥିବାରୁ ଏବଂ ପଡୋଶୀ ଗ୍ରାମ ଜାଗୁଳାଇପଦରରେ ପ୍ରତିବର୍ଷ ହୋଇ ଆସୁଥିବା ବାଦି ପାଲା ସହିତ ସଂଶ୍ଲିଷ୍ଟ ରହିଥିବାରୁ, ଅପରପକ୍ଷରେ ଅନେକ ଆଧ୍ୟାତ୍ମିକ ରଚନା, ବିଶେଷ କରି ଅନେକ ଭଜନ,ଜଣାଣ ଲେଖି ଆସିଥିବାରୁ , ଏତଦବ୍ୟତୀତ ଉଚ୍ଚ ସ୍ବରରେ ମନ୍ତ୍ରୋଚ୍ଚାରଣ କରି ଆସୁଥିବାରୁ ବୋଧେ ଏଭଳି ମତାମତ ଦେଉଛନ୍ତି । ପରାମର୍ଶ ଦେଇ କହିଥିଲେ ଶବ୍ଦ ବ୍ରହ୍ମ ଉପାସନାରେ ଅବହେଳା କରିବୁ ନାହିଁ । ଆମେ ମାଧ୍ୟମିକ ଶିକ୍ଷା ନବୀସ ଥିବା ସମୟରେ "ଚାଉଳ"ପ୍ରବନ୍ଧରେ ପଢିଥିବା ଗୋଟିଏ ବାକ୍ୟ ଆଜି ମନେ ପଡୁଛି । ସେହି ବାକ୍ୟଟି ଥିଲା " ଅଭାବ ସମୟରେ ପଦାର୍ଥର ପ୍ରକୃତ ପରିଚୟ ମିଳେ" ନ୍ୟାୟରେ ବାବାଙ୍କ ଅବର୍ତ୍ତମାନରେ ତାଙ୍କର ସେହି କଥା ମନେ ପଡ଼ିଥିଲା ଏବଂ ଆମକୁ ପ୍ରଭାବିତ କରିଥିଲା । ବାରପତ୍ର ଶ୍ରାଦ୍ଧ ଦେବା ସମୟରେ ଆମେ ପ୍ରତିଜ୍ଞା ବଦ୍ଧ ହୋଇଥିଲୁ ଯେ ପ୍ରତି ମୁହୂର୍ତ୍ତରେ ଆମେ ଶବ୍ଦ ବ୍ରହ୍ମ ପୂଜନ କରିବୁ, ଯାହା ଏଯାବତ୍ ପାଳନ କରି ଆସୁଛୁ ଏବଂ ବାବାଙ୍କ କଥା ଯେ ଅକ୍ଷରେ ଅକ୍ଷରେ ସତ୍ୟ, ତାହା ଅନୁଭବ କରି ସ୍ବୀକାର କରିବା ସମୟରେ ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛୁ । ବାସ୍ତବରେ ଓଁକାର ହେଉଛି ଶବ୍ଦ ବ୍ରହ୍ମର ପ୍ରତୀକ । ବ୍ରହ୍ମ ହେଉଛନ୍ତି ଜଗତର ନିରାକାର, ସର୍ବବ୍ୟାପୀ ଓ ସର୍ବଶକ୍ତିମାନ ସତ୍ତା। ଯେତେବେଳେ ସେହି ପରମାତ୍ମା ଧ୍ୱନି ବା ଶବ୍ଦ ରୂପରେ ପ୍ରକାଶିତ ହୁଅନ୍ତି, ତାହାକୁ 'ଶବ୍ଦ ବ୍ରହ୍ମ' ହିଁ କୁହାଯାଏ ବୋଲି ଆମର ନିଜସ୍ୱ ମତ ।ଭାରତୀୟ ବେଦ, ଉପନିଷଦ, ଓ ବ୍ୟାକରଣ ଦର୍ଶନ ,ବିଶେଷ କରି ଭର୍ତ୍ତୃହରିଙ୍କ ବାକ୍ୟପଦୀୟରେ ଏହାର ବିସ୍ତୃତ ଭାବରେ ବର୍ଣ୍ଣିତ । ଶାସ୍ତ୍ର ଅନୁସାରେ, ସୃଷ୍ଟିର ଆରମ୍ଭରେ କୌଣସି ରୂପ ନଥିଲା, କେବଳ ଏକ ଅନାହତ ଧ୍ୱନି କମ୍ପିତ ହେଉଥିଲା, ଯାହା 'ଓଁକାର'। ତେଣୁ ଏହି ଓଁକାର ହିଁ ଶବ୍ଦ ବ୍ରହ୍ମର ପ୍ରତ୍ୟକ୍ଷ ସ୍ୱରୂପ।
ଶବ୍ଦ ବ୍ରହ୍ମ ଆମ ମଧ୍ୟରେ ଚାରୋଟି ଚେତନା ସ୍ତରରେ ପ୍ରକାଶ ପାଇ ଥାଏ । ଯେପରିକି ପରା, ଅର୍ଥାତ୍ ଚେତନାର ସବୁଠାରୁ ଗଭୀର ସ୍ତର, ଯେଉଁଠି ଶବ୍ଦ ନିରାକାର ଭାବେ ରହିଥାନ୍ତି । ଦ୍ବିତୀୟ ଟି ପଶ୍ୟତି ବା ପଶ୍ୟନ୍ତି , ଅର୍ଥାତ୍ ମନ ଭିତରେ ଶବ୍ଦର ଭାବ ବା ଚିତ୍ର ସୃଷ୍ଟି ହୋଇଥାଏ । ତୃତୀୟ ଟି ମଧ୍ୟମା, ଅର୍ଥାତ୍ ମନ ଭିତରେ ଶବ୍ଦର ଭାବ ବା ଚିତ୍ର ହୋଇଥାଏ ପ୍ରତିଫଳିତ ଏବଂ ଚତୁର୍ଥଟି ବୈଖରୀ,, ଅର୍ଥାତ୍ ମୁଖ ଦ୍ୱାରା ଉଚ୍ଚାରିତ ଶବ୍ଦ, ଯାହା ଅନ୍ୟମାନେ ଶୁଣିପାରନ୍ତି। ମନ୍ତ୍ର ଜପ କରିବା ଦ୍ୱାରା ଯେଉଁ କମ୍ପନ ବା ଭାଇବ୍ରେସନ ସୃଷ୍ଟି ହୁଏ, ତାହା ମନକୁ ଶାନ୍ତ କରିବା ସହ ଅନ୍ତରର ଚେତନାକୁ ଜାଗ୍ରତ କରେ। ସେହିପରି ଓଡ଼ିଆ
ଶାସ୍ତ୍ରୀୟ ସଙ୍ଗୀତରେ ନାଦ ବା ଧ୍ଵନି କୁ ବ୍ରହ୍ମ ରୂପେ ପୂଜା କରାଯାଏ , ଯାହାକୁ କୁହାଯାଏ ନାଦ ବ୍ରହ୍ମ , ଯାହା ସପ୍ତସ୍ୱର ଦ୍ୱାରା ଈଶ୍ୱରଙ୍କୁ ଅନୁଭବ କରିବାର ଏକ ମାଧ୍ୟମ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ନାଦ ବ୍ରହ୍ମ ହେଉଛି କେବଳ ଓଡ଼ିଶା ନୁହେଁ , ଏହା ଭାରତୀୟ ଦର୍ଶନ, ଆଧ୍ୟାତ୍ମିକତା ଓ ସଙ୍ଗୀତ ଶାସ୍ତ୍ରର ଏକ ଗଭୀର ଏବଂ ପବିତ୍ର ଅବଧାରଣା। ଏହାର ସରଳ ଅର୍ଥ ହେଉଛି — " ଶବ୍ଦ ବା ଧ୍ବନି ହିଁ ବ୍ରହ୍ମ ବା ଈଶ୍ୱର ।ଭାରତୀୟ ସଂସ୍କୃତି ଓ ସନାତନ ଦର୍ଶନ ଅନୁସାରେ, ଏହି ସମଗ୍ର ବ୍ରହ୍ମାଣ୍ଡର ସୃଷ୍ଟି ଏକ ଆଦି ଧ୍ୱନିରୁ ହୋଇଛି, ଯାହାକୁ ଓଁ କୁହାଯାଏ ଏବଂ
ଏହି ଆଦି ଧ୍ୱନି ବା ତରଙ୍ଗ ହିଁ ଚରାଚର ଜଗତର ମୂଳ ଉତ୍ସ। ସେହିପରି ଦୁଇଟି ନାଦ , ଗୋଟିଏ ଅନାହାତ ଓ ଅନ୍ୟଟି ଆହତ । ଯେଉଁ ଧ୍ୱନି କୌଣସି ଦୁଇଟି ବସ୍ତୁର ଆଘାତ ବିନା ସ୍ୱତଃ ସୃଷ୍ଟି ହୋଇଥାଏ ଏବଂ ଅନ୍ତରର ଶାନ୍ତ ଅବସ୍ଥାରେ ବା ଧ୍ୟାନମଗ୍ନ ସାଧକଙ୍କ ଦ୍ୱାରା ଅନୁଭୂତ ହୁଏ , ତାହା ହିଁ ଅନାହାତ ନାଦ ।
ଗୋଟିଏ ଶବ୍ଦର ଭିନ୍ନ ଭିନ୍ନ ଅର୍ଥ ପ୍ରକାଶ ପାଇବାକୁ ଓଡ଼ିଆ ବ୍ୟାକରଣରେ ଅନେକାର୍ଥକ ଶବ୍ଦ ବା ଶ୍ଲେଷ ଶବ୍ଦ କୁହା ଯାଇଛି ।
ବ୍ୟକ୍ତିଗତ ଭାବେ ଆମର ସୀମିତ ଅଧ୍ୟବସାୟ ଆଧାରରେ ଆତ୍ମ ସଚେତନ ରହି ଦମ୍ଭର ସହ କହିପାରୁ ଯେ ବିଶ୍ବର ଅଧୁନା ଛଅ ହଜାର ସାତ ଶହ ଭାଷା ମଧ୍ୟରେ ଆମର ପ୍ରିୟ ଓଡ଼ିଆ ଭାଷାରେ ଯେପରି ଗୋଟିଏ ଗୋଟିଏ ଶବ୍ଦର ଭିନ୍ନ ଭିନ୍ନ ଅର୍ଥ
ରହିଛି, ତାହା ଅନ୍ୟ କୋଉ ଭାଷାରେ ନାହିଁ । ଆମେ ଯଦି ଭୁଲ୍ କହୁଛୁ, ତେବେ ପ୍ରମାଣିତ କଲେ ମତ ପ୍ରତ୍ୟାହାର କରିବୁ । ୨୦୦୫ ମସିହା, ମାର୍ଚ୍ଚ ୩ ତାରିଖରେ ପ୍ରଥମ ଥର ପାଇଁ " ଓଡ଼ିଶା ଦିବସ" ପାଳନ କରିବା ଅବସରରେ ଆମର ନେତୃତ୍ୱରେ ଜନ୍ମ ନେଇଥିଲା ଏକ ଗଣ ସଙ୍ଗଠନ , ଯାହାର ଶୀର୍ଷକ " ଓଡ଼ିଆ ଅସ୍ମିତା ଜାଗରଣ ଅଭିଯାନ" । ବିଗତ ଦୁଇ ଦଶନ୍ଧି ମଧ୍ୟରେ ଅନେକ ଆନ୍ଦୋଳନ ଓ ଏହାର ଫଳାଫଳ ପୂର୍ବରୁ ବିଭିନ୍ନ ଆଲେଖ୍ୟ ଆଲୋଚନା ରେ ପ୍ରକାଶ ପାଇଛି । ସବୁଠାରୁ ବଡ ଉପଲବ୍ଧି ହେଲା ଓଡ଼ିଆ ଭାଷା କୁ ବିଶ୍ବ ଅନୁବାଦ ତାଲିକାରେ ସ୍ଥାନିତ କରିବା । ଏହା ଫଳରେ ବିଶ୍ବର ସମସ୍ତ ଭାଷାରୁ ଓଡ଼ିଆ ଅନୁବାଦ ହୋଇ ପାରୁଛି ଏବଂ ଓଡ଼ିଆ ଭାଷାର ତଥ୍ୟ ଅନ୍ୟାନ୍ୟ ସମସ୍ତ ବିଶ୍ଵ ଭାଷାରେ ଅନୁବାଦିତ ସଠିକ୍ ଭାବେ ହୋଇ ନପାରିବା କାରଣ ଆମ ଭାଷାର ସ୍ୱତନ୍ତ୍ରତା , ଅର୍ଥାତ୍ ଗୋଟିଏ ଗୋଟିଏ ଶବ୍ଦର ଭିନ୍ନ ଭିନ୍ନ ଅର୍ଥ । ଉଦାହରଣ ସ୍ୱରୂପ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ପ୍ରସିଦ୍ଧ କାବ୍ୟ 'ଲାବଣ୍ୟବତୀ' କିମ୍ବା ତାଙ୍କ ସାହିତ୍ୟର ଏକ ପ୍ରସିଦ୍ଧ ଯମକ ଅଳଙ୍କାରଯୁକ୍ତ ପଦର ଅଂଶବିଶେଷ ଯଥା "ଦେଖରେ ନଳିନୀ ନଳିନୀ ନଳିନୀରେ ପୂରିତ ଭ୍ରମନ୍ତି ଭ୍ରମରେ ଭ୍ରମରେ ଭ୍ରମରେ ଏ ଶୋଭିତ" । ସମଗ୍ର ବିଶ୍ଵରେ ଯେତେ ଯେତେ କବି ଜନ୍ମଗ୍ରହଣ କରି ଆସିଛନ୍ତି, ସେମାନଙ୍କ ମଧ୍ୟରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଶ୍ରେଷ୍ଠ ବୋଲି ବିଶ୍ବ ମଣି ପଣ୍ଡିତ ଗୋପବନ୍ଧୁ କହି ଯାଇଛନ୍ତି " ଗାଏ ତୁମ୍ଭ ଗୀତ ସଭାରେ ପଣ୍ଡିତ ପଥେ ପାନ୍ଥ ହୃଷ୍ଟମନା, ବିଲେ ବୋଲେ ଚଷା ଅନ୍ତଃପୁରେ ଯୋଷା ନୃତ୍ୟ ରଙ୍ଗେ ବାରଙ୍ଗନା" ।
ଅର୍ଥାତ୍ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚିତ କାବ୍ୟ ଓ ଗୀତଗୁଡ଼ିକର ଲୋକପ୍ରିୟତା ଏତେ ଅଧିକ ଥିଲା ଯେ, ସଭାସମିତିରେ ପଣ୍ଡିତମାନେ ଏହା ଗାନ କରୁଥିଲେ ଉଦାହରଣ ଛଳରେ ,, ରାସ୍ତାରେ ଯାତ୍ରା କରୁଥିବା ପାନ୍ଥ ବା ପଥିକ ମଧ୍ୟ ଆନନ୍ଦରେ ଗାଉଥିଲେ। ଏପରିକି ବିଲରେ କାମ କରୁଥିବା ଚଷା ବା କୃଷକ ନିଜର ଶ୍ରମ ବିନୋଦନ ନିମନ୍ତେ ତାଙ୍କ ଗୀତ ଗାଉଥିବା ବେଳେ ଗୃହରେ ଗୃହିଣୀ ଗୁଣୁ ଗୁଣୁ ହୋଇ ଗାଉଥିବା ସଙ୍ଗୀତ ଏବଂ ନୃତ୍ୟ କରୁଥିବା ସମୟରେ ଦର୍ଶକଙ୍କ ଚିତ୍ତରଞ୍ଜନ ପାଇଁ ଯେଉଁ ସଙ୍ଗୀତର ଆଶ୍ରୟ ନେଇଥାନ୍ତି, ତାହା ମଧ୍ୟ କବି ସମ୍ରାଟ ଙ୍କ ଦ୍ଵାରା ରଚିତ । କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ନିଜର କ୍ଷୁଦ୍ର କାବ୍ୟ ‘ରସପଞ୍ଚକ’ର ପଞ୍ଚମ ପଞ୍ଚକରେ ଭାରତର ଭିନ୍ନ ଭିନ୍ନ ଅଞ୍ଚଳର ନାରୀମାନଙ୍କର ସ୍ବଭାବ, ଚରିତ, ଅଙ୍ଗଭଙ୍ଗୀ, ପ୍ରସାଧାନ ଶୈଳୀ, ଜୁଡ଼ାବନ୍ଧା, ପୁଷ୍ପସଜ୍ଜା, ପ୍ରେମ କରିବାର ରୀତିନୀତି, ଚୁମ୍ବନ ଆଦିର ଭିନ୍ନତା ଦର୍ଶାଇ ଅଛନ୍ତି। ଭାରତର ରାଷ୍ଟ୍ରୀୟ ନଦୀ ଗଙ୍ଗାନଦୀ ଏବଂ ଏହାର ସୁନ୍ଦର ବର୍ଣ୍ଣନାରେ ସେ ବୈଦେହୀଶ ବିଳାସ କାବ୍ୟରେ ସ୍ବର୍ଗ, ମର୍ତ୍ତ୍ୟ, ପାତାଳରେ ପ୍ରବାହିତ ଗଙ୍ଗାନଦୀର ବୈଶିଷ୍ଟ୍ୟ ଦର୍ଶାଇ କୁହନ୍ତି-”ବିତଳକୁ ଆଲିଙ୍ଗନ କରି ଜାହ୍ନବୀ ଶୋଭନହରେ ସୁର ବର ତାପ ଚାରୁ ଧାରା ସେ…“ସେହିଭଳି କମଳ ବା ପଦ୍ମ ଜାତୀୟ ପୁଷ୍ପ। ଭ୍ରମର ଜାତୀୟ ପୌରୁଷର ପ୍ରତୀକ। ଏମାନଙ୍କୁ ଅଳଙ୍କାରମୟ ପଦାବଳୀରେ ପ୍ରକାଶ କରି , ଯାହା ପୂର୍ବରୁ ଉଲ୍ଲେଖ କରିଛୁ ”ଦେଖରେ ନଳିନୀ ନଳିନୀ ନଳିନୀରେ ପୂରିତଭ୍ରମନ୍ତି ଭ୍ରମରେ ଭ୍ରମରେ ଭ୍ରମର ଏ ଶୋଭିତ।“ସେହିପରି କୋକିଳ ରାଷ୍ଟ୍ରୀୟ ପକ୍ଷୀ, ରାଷ୍ଟ୍ରୀୟ ସୌନ୍ଦର୍ଯ୍ୟ ଧାରଣ କରେ ବସନ୍ତଋତୁ। ଏ ସବୁର ମନୋଜ୍ଞ ବର୍ଣ୍ଣନା ଭଞ୍ଜ ନିଜ ସୃଷ୍ଟିର ଛତ୍ରେ ଛତ୍ରେ କରିଛନ୍ତି।”ଏହି ସମୟରେ ସୁନ୍ଦରୀ ଛାମୁଁରେ ପ୍ରଭାମଞ୍ଜୁଳା ଜଣାଇଲା ଅତି ମଧୁର ମଧୁ ଋତୁ ପ୍ରବେଶ କିଛିଦିନ ହେଲା ହୋଇଲା…“ଉପେନ୍ଦ୍ର ଭଞ୍ଜଙ୍କର ଭାରତୀୟ ସଂସ୍କୃତି ଓ ହିନ୍ଦୁ ସନାତନ ପରମ୍ପରା ପ୍ରତି ଥିବା ଅତୁଟ ସମ୍ମାନ ତାଙ୍କର ସୃଷ୍ଟିରେ ସୁସ୍ପଷ୍ଟ। କାଳିଦାସ, ମାଘ, ଶ୍ରୀହର୍ଷ ବା ଭାରବୀଙ୍କ ପରି ବା ସଂସ୍କୃତ ବ୍ୟତୀତ ଅନ୍ୟ ଭାଷାର କବି ତୁଳସୀ ଦାସ, କବିର, ସୁର ଦାସଙ୍କ ପରି ସେ ଜଣେ ସର୍ବଭାରତୀୟ କବି। ସମଗ୍ର ଭାରତକୁ ନିଜ ମାନସ ଚକ୍ଷୁକୁ ଆଣି ଉପେନ୍ଦ୍ର ଭଞ୍ଜ ଯେଉଁ ସାରସ୍ବତ ସୃଷ୍ଟି କରିଯାଇଛନ୍ତି ତାକୁ ଭାରତୀୟ ସାହିତ୍ୟ ଦରବାରରେ ଉପଯୁକ୍ତ ସ୍ଥାନ ମିଳି ନଥିଲା । ଅନୁବାଦ ସାହିତ୍ୟ କାରଣରୁ ଏବେ ପ୍ରାୟ ସମସ୍ତ ଭାଷାର ପଣ୍ଡିତ ବର୍ଗ ସ୍ବୀକାର କଲେଣି , ଯେପରି ସନ୍ଥ କବି ଭୀମଭୋଇଙ୍କୁ କରିଛନ୍ତି । ଭୀମ ଭୋଇଙ୍କ ରଚନାରେ ମାନବତା, ଦର୍ଶନ, ଜୀବନ ଓ କାର୍ଯ୍ୟ ଧାରାକୁ ଖୁବ ସରଳ ଓ ସାବଲୀଳ ଭାବରେ ବର୍ଣ୍ଣନା କରି ଯାଇଛନ୍ତି । ସେ ମହିମା ଧର୍ମକୁ ଜନାଦୃତ କରିବାରେ ନେତୃତ୍ୱ ନେଇଥିଲେ ଓ ତାଙ୍କ ରଚନାରେ ମହିମା ଦର୍ଶନ ପ୍ରତିଫଳିତ ହୋଇଥିବାରୁ ସେ "ସନ୍ଥ କବି" ଭାବରେ ପରିଚିତ । ତାଙ୍କର ଖ୍ୟାତନାମା ବିଶ୍ବ ମାନବ ସମାଜର ଦର୍ଶନ ଭାବେ ଜାତିସଂଘ ଦ୍ବାରା ସ୍ବୀକୃତ "ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ, ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ।” ଗର୍ବିତ ସୁବାର୍ତ୍ତା ବହନ କରେ । ତାଙ୍କର ସମସାମୟିକମାନେ କବିତାରେ ତରୁଣ ପ୍ରଣୟ, ପ୍ରକୃତି ବର୍ଣ୍ଣନା, ଯୁଦ୍ଧଚର୍ଚ୍ଚା ଆଦି ବର୍ଣ୍ଣା କରିଥିବା ବେଳେ ସେ ତତ୍କାଳୀନ ସମଜରେ ପ୍ରଚଳିତ ଜାତିପ୍ରଥା, ଉଚ୍ଚନୀଚ ଓ ଛୁଆଁଅଛୁଆଁ ଭେଦଭାବ ଏବଂ ଅନ୍ୟାନ୍ୟ ଧର୍ମାନ୍ଧ କୁସଂସ୍କାରର ବିରୋଧରେ ଏବଂ ସାମାଜିକ ସମତା ସ୍ଥାପନା ନିମନ୍ତେ ଛାନ୍ଦ, ଚଉପଦୀ ଓ ଚଉତିଶାମାନ ରଚନା କରିଥିଲେ । ତାଙ୍କଦ୍ୱାରା ରଚିତ ପୋଥିଗୁଡ଼ିକ ମଧ୍ୟରେ ସ୍ତୁତିଚିନ୍ତାମଣି, ହଳିଆ ଗୀତ, ଡାଲଖାଈ, ରସରକେଲି, ଯାଇଫୁଲ, ବ୍ରହ୍ମ ନିରୂପଣ ଗୀତା, ଆଦିଅନ୍ତ ଗୀତା, ଅଷ୍ଟକ ବିହାରୀ ଗୀତା, ନିର୍ବେଦ ସାଧନା, ଶ୍ରୁତିନିଷେଧ ଗୀତା, ମନୁସଭାମଣ୍ଡଳ, ଗୃହଧର୍ମ ଓ ମହିମାବିନୋଦ ଆଦି ଅନ୍ୟତମ । ତାଙ୍କର ରଚନାସମୂହ ଲୋକମୁଖରେ ଓ ପୋଥି ରୂପରେ ମଧ୍ୟ ଗାଦିରେ ରଖାଯାଇଛି । ତାଙ୍କ ରଚିତ ପାଣ୍ଡୁଲିପିସବୁ ବିଂଶ ଶତାବ୍ଦୀରେ ଛପାଯାଇଥିଲା । ସାମାଜିକ ପ୍ରତିଷ୍ଠା ହେତୁ ତାଙ୍କ ରଚିତ ଗୀତକୁ ସ୍ଥାନୀୟ ଲୋକେ ସାପକାମୁଡ଼ା, ଡାଆଣୀ ବା ଭୂତପ୍ରେତ ଗ୍ରାସରୁ ଆରୋଗ୍ୟ ଲାଗି ମନ୍ତ୍ର ଭାବରେ ମଧ୍ୟ ପ୍ରୟୋଗ କରିବା ମଧ୍ୟ ପ୍ରଚଳିତ ଥିଲା । ସେହିପରି ସନ୍ଥ ଅଚ୍ୟୁତ ଙ୍କ ସମେତ ପଞ୍ଚସଖା ସାହିତ୍ୟ ହିଁ ଓଡ଼ିଆ ଭାଷାର ଶ୍ରେଷ୍ଠତା ପ୍ରତିପାଦନ କରେ । କଥାରେ ଅଛି "ଅଗମ୍ୟ ଭାବ ଜାଣେ ଯଶୋବନ୍ତ , ଗାର କଟା ଯନ୍ତ୍ର ଜାଣେ ଅନନ୍ତ ,ଆଗତ ଅନାଗତ ଅଚ୍ୟୁତ ଭଣେ ,ବଳରାମ ଦାସ ତତ୍ତ୍ୱ ବଖାଣେ ,ଭକ୍ତିର ଭାବ ଜାଣେ ଜଗନ୍ନାଥ ,ପଞ୍ଚସଖା ଏ ଓଡ଼ିଶା ମହନ୍ତ " । ପଞ୍ଚସଖା ଯୁଗ ଓଡ଼ିଆ ସାରସ୍ୱତ ଇତିହାସରେ ଏଭଳି ଏକ ପୁଣ୍ୟମୟ କାଳଖଣ୍ଡ, ଯେତେବେଳେ ଆମ ସାହିତ୍ୟର ଧାରା କୂଳ ପ୍ଲାବନ କରିବାର ଆତ୍ମଗୌରବରେ ଗରୀୟାନ ହୋଇ ଉଠିଥିଲା, କେବଳ କାବ୍ୟ ସାହିତ୍ୟର ଇତିହାସରେ ନୁହେଁ, ଅଧିକନ୍ତୁ ଓଡ଼ିଶାର ରାଜନୈତିକ ଓ ସାମାଜିକ ଜୀବନରେ ସୁଦ୍ଧା ଏକ ବିରାଟ ପରିବର୍ତ୍ତନର ସୂତ୍ରପାତ କରି ଏ ଯୁଗର ଅଭ୍ୟୁଦୟ ଘଟିଥିଲା ।୧୪୬୭ ରୁ ୧୪୯୭, ଗଜପତି ପୁରୁଷୋତ୍ତମ ଦେବଙ୍କ ରାଜତ୍ଵ କାଳରେ ଓଡ଼ିଶାର ରାଜନୈତିକ ଓ ସାମାଜିକ ଇତିହାସରେ ବହୁ ଲୌକିକ ରୀତିନୀତି ଓ ଆଚାର ବିଚାରର ଉଦ୍ଭବ ଘଟି ଉତ୍କଳୀୟ ସଂସ୍କୃତିକୁ ବ୍ୟାପକ ଭିତ୍ତିରେ ପ୍ରତିଷ୍ଠା କରି ସାରିଥିଲେ । ତାଙ୍କ ଅନ୍ତେ ପୁତ୍ର ଗଜପତି ପ୍ରତାପରୁଦ୍ର ଦେବ ୧୪୯୭ରୁ୧୫୩୮ ଭିତରେ ଏହି ଧାରାର ସବାହନରେ ଆତ୍ମନିୟୋଗ କରିଥିଲା ବେଳେ ଉତ୍କଳୀୟ ପଞ୍ଚସଖା ସନ୍ଥ ବଳରାମ,ସନ୍ଥ ଜଗନ୍ନାଥ,ସନ୍ଥ ଅଚ୍ୟୁତ,ସନ୍ଥ ଅନନ୍ତ ଓ ସନ୍ଥ ଯଶୋବନ୍ତ ଙ୍କ ଆବିର୍ଭାବ ଓ ସେମାନଙ୍କ ସହିତ ପୁରୁଷୋତ୍ତମ କ୍ଷେତ୍ରରେ ଚୈତନ୍ୟ ଙ୍କ ଯୋଗଦାନ ଓଡ଼ିଶାର ସାହିତ୍ୟ ସଂସ୍କୃତି ଓ ଧର୍ମଧାରାରେ ଏକ ମହାନ୍ ତ୍ରିବେଣୀ ସଙ୍ଗମ ବୋଲି ଗ୍ରହଣ କରିବାକୁ ହେବ । ଗଜପତି ପ୍ରତାପରୁଦ୍ର ଙ୍କ ରାଜତ୍ୱ କାଳରେ ଉଭୟ ଧର୍ମ ଓ ସାହିତ୍ୟ କ୍ଷେତ୍ରରେ ଯେଉଁ ବୈପ୍ଳବିକ ପରିବେଶ ସୃଷ୍ଟି ହୋଇଥିଲା, ତାହାର ସୂତ୍ରଧର ଥିଲେ ପଞ୍ଚସଖା । ଏମାନେ ଥିଲେ ଶବ୍ଦ ବ୍ରହ୍ମ ଉପାସକ । ପଞ୍ଚସଖା ଯୁଗର ସାରସ୍ବତ ସୃଷ୍ଟି ସମୂହରେ ଯୋଗସାଧନା,ଆସନ,ପ୍ରାଣାୟମ,ଯମନିୟମ, ଇଡାପିଙ୍ଗଳା, ଷଡଚକ୍ରଭେଦନ, ଶୂନ୍ୟ ସାଧନା,ମନ୍ତ୍ର, ଯନ୍ତ୍ର ପ୍ରଭୃତିର ପ୍ରାଧାନ୍ୟ ଦେଖି ଏ ସବୁଥିରେ ଉତ୍କଳର ଧର୍ମମତବାଦ ଓ ଦାର୍ଶନିକ ଅଭିବ୍ୟକ୍ତି ପ୍ରତିଫଳିତ ହୋଇଥିଲା । ପଞ୍ଚସଖା ଙ୍କ ମୂଳ ଆଧାର ଥିଲେ ପ୍ରଭୁ ଜଗନ୍ନାଥ । ଉଲ୍ଲେଖଯୋଗ୍ୟ ଯେ ପ୍ରଭୁ ଜଗନ୍ନାଥ ମୂଳରୁ ବୈଷ୍ଣବ ଦେବତା ନଥିଲେ । ଜଗନ୍ନାଥ ତାଙ୍କର ଅରୂପବେଶରେ ସର୍ଵଵୁଦ୍ଧମୟ ରୂପରେ ସର୍ବଜୀନବରଙ୍କ ଦ୍ବାରା ପୂଜିତ ହେଉଥିବା ସମ୍ପର୍କରେ ଅଷ୍ଟମ ଶତାବ୍ଦୀର ଇନ୍ଦ୍ରଭୂତିଙ୍କ ""ଜ୍ଞାନସିଦ୍ଧି "ଗ୍ରନ୍ଥରୁ ଜଣାଯାଏ । ତେଣୁ ଜଗନ୍ନାଥ ଥିଲେ ମୂଳତଃ ବୌଦ୍ଧଧର୍ମର ଅନ୍ତର୍ଗତ ବଜ୍ରଯାନ ସମ୍ପ୍ରଦାୟର ଆରାଧ୍ୟ ଦେବତା । ଏହି ସତ୍ୟ ଆମେ ଯେତେବେଳେ ୨୦୦୬ରେ" ସୁବାର୍ତ୍ତା" ଅଗ୍ରଲେଖରେ "ଗୌତମ ବୁଦ୍ଧ ଥିଲେ ଜଣେ ଓଡ଼ିଆ " ଶୀର୍ଷକ ଆଲେଖ୍ୟରେ ଆଲୋଚନା କରିଥିଲୁ , ସେତେବେଳେ ଯେଉଁ ବିରୋଧ ହେଇଥିଲା , ତାହା ସମ୍ମାନନୀୟ ଡଃ ଅଜିତ ତ୍ରିପାଠୀ ଓ ଐତିହାସିକ ଡଃ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀଙ୍କ ଦୁଇଟି" ଦୈନିକ ସମାଜ "ରେ ପ୍ରକାଶିତ ଆଲେଖ୍ୟ ଆଲୋଚନା ସମାଲୋଚକ ଙ୍କ ପାଇଁ ଥିଲା ତଥ୍ୟଗତପ୍ରମାଣ ଆଧାରିତ ବୌଦ୍ଧିକ ଜବାବ୍ । ୧୯୭୨, ଜାନୁଆରୀ ୨୧ ତାରିଖରେ" ଓଡ଼ିଶାର ବୌଦ୍ଧିକ ସଂସ୍କୃତି " ଶୀର୍ଷକରେ "କୋଣାର୍କ "ରେ ଏବଂ ଡଃ ହୁସେନ ରବି ଗାନ୍ଧୀ ଙ୍କ ସଭାପତିତ୍ବ ସମୟରେ "କୋଣାର୍କ "ର ସୁବର୍ଣ୍ଣ ଜୟନ୍ତୀ ଅବସରରେ ନିର୍ବାଚିତ ନିବନ୍ଧ, ୨୦୦୮ ମସିହାରେ ବିଶିଷ୍ଟ ଐତିହାସିକ ଡଃ ନବୀନ କୁମାର ସାହୁ ଙ୍କ ଦ୍ଵାରା " ଓଡ଼ିଶାରେ ବୌଦ୍ଧ ସଂସ୍କୃତି " ଶୀର୍ଷକରେ ଆଲେଖ୍ୟ ଆଲୋଚନା ଏଠାରେ ପ୍ରଣିଧାନଯୋଗ୍ୟ । ଖ୍ରୀଷ୍ଟଜନ୍ମର ପ୍ରାୟ ଛଅ ଶହ ବର୍ଷ ପୂର୍ବେ ବୁଦ୍ଧ ଙ୍କ ବୋଧିସତ୍ୱ ଲାଭ ମାନବ ସଭ୍ୟତାର ଇତିହାସରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲା । ଆମର ଗବେଷଣା ଲବ୍ଧ ତଥ୍ୟ କୁହେ ଯେ ଭୁବନେଶ୍ବରର
କପିଳେଶ୍ୱରରେ ଜନ୍ମିତ ବୁଦ୍ଧ ଙ୍କ ଉରୁବେଳା ଜଙ୍ଗଲରେ , ଯାହା ଅଡଶପୁର ନିକଟସ୍ଥ ବର୍ତ୍ତମାନର ଉରାଡ , ସେଠାରେ ବୁଦ୍ଧ ଙ୍କ ସହିତ ପ୍ରଥମ ଦେଖା ହୋଇଥିଲା ତପସସୁ ଓ ଭଲ୍ଲିକଙ୍କ ସହିତ । ବୋଧିଲାଭ ପରେ ଆଠ ସପ୍ତାହ କାଳ ଉପବାସରେ ରାଜାୟତନ ବୃକ୍ଷ ମୂଳରେ ମୁମୂର୍ଷ ପ୍ରାୟ ଅବଲୁଣ୍ଠିତ ହୋଇଥିବା ବୁଦ୍ଧ ଙ୍କୁ ତପସସୁ ଓ ଭଲ୍ଲିକ ଦେଇଥିଲେ ପ୍ରଥମ ଖାଦ୍ୟ ଗୁଡ଼ ପିଠା ଓ ମହୁ ।ସେ ଦୁହେଁ ହୋଇଥିଲେ ପୃଥିବୀର ପ୍ରଥମ ବୌଦ୍ଧ । ତପସସୁ କ୍ରମେ ସ୍ରୋତାପନ୍ନ ହୋଇ ଦେବାରିକ ଉପାସକ ରୂପେ ବୌଦ୍ଧଜଗତରେ ଖ୍ୟାତି ଲାଭ କରିଥିଲେ ଏବଂ ଭଲ୍ଲିକ ବୌଦ୍ଧ ସଂଘରେ ସଦସ୍ୟତା ଲାଭ କରି ପରିଶେଷରେ ଅର୍ହତତ୍ତ୍ବ ପ୍ରାପ୍ତ ହୋଇଥିଲେ । ସେକାଳରେ ପୁରାଣ କାଶ୍ୟପ ଙ୍କ ଅକ୍ରିୟାବାଦ ଦର୍ଶନର ପୀଠ ଥିଲା ଉତ୍କଳ ଏବଂ ଭଞ୍ଜ ସାଙ୍ଗିଆଧାରୀ ମାନେ ଥିଲେ ଦୃଢ଼ ସମର୍ଥକ । ବୌଦ୍ଧ ଧର୍ମ ଉତ୍କଳରୁ ଦେଶ ଦେଶାନ୍ତର ହଠାତ୍ ବ୍ୟାପିଯିବା ମୂଳରେ କି ପ୍ରମାଣ ରହିଛି, ତାହା ଏଯାବତ୍ ଗବେଷଣା ଆଧାରିତ ଅନୁସନ୍ଧାନ କରା ଯାଇ ପାରିନାହିଁ । "ପାରମିତାବାଦ"ର ସୃଷ୍ଟି ଏବଂ ସେମାନଙ୍କ ପ୍ରଜ୍ଞା ପାରମିତା ସାହିତ୍ୟ ଅତ୍ୟନ୍ତ ପ୍ରଭାବଶାଳୀ ଜନଗ୍ରହଣୀୟତା ପାଇଥିଲା , ଯାହାକୁ ଶଙ୍କରାଚାର୍ଯ୍ୟ ଙ୍କ ଆଗମନ ପରେ ପୋଡି ଦିଆ ଯାଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ "ପ୍ରାଜ୍ଞପାରମିତା" ରଚନା ହେବା ସଙ୍ଗେ ସଙ୍ଗେ ବୌଦ୍ଧଧର୍ମ ଦର୍ଶନର କେନ୍ଦ୍ର ସ୍ଥଳରେ ହିଁ ଧର୍ମଶୂନ୍ୟତା ଆରୋପ କରାଯାଇଥିଲା । ବୌଦ୍ଧଙ୍କର ପ୍ରାଜ୍ଞପାରମିତା ସାହିତ୍ୟ ଭଳି ବିରାଟ ସାହିତ୍ୟ ସମଗ୍ର ବିଶ୍ଵରେ ବିରଳ କହିଲେ ଅତ୍ୟୁକ୍ତି ହେବ ନାହିଁ । ଅଷ୍ଟସାହାସ୍ରିକା, ପଞ୍ଚବିଂଶତି ସାହାସ୍ରିକା,ଶତସାହାସ୍ରିକା, ଆଦି ରାଶି ରାଶି ଗ୍ରନ୍ଥ ପାରମିତାବାଦ ଉପରେ ଲେଖା ଓ ସେ ଗୁଡିକ ସଂସ୍କୃତ ଏବଂ ପରବର୍ତ୍ତୀ ସମୟରେ ବିଶ୍ବର ଅନ୍ୟାନ୍ୟ ଭାଷା ଯଥା ଚାଇନା, ଜାପାନ, କୋରିଆ,ତୁର୍କୀସ୍ଥାନୀ ଭାଷାରେ ଅନୁବାଦ ହୋଇଛି । ଏବେ ଗବେଷଣାରୁ ଜଣାପଡ଼ିଛି ଯୂ"ଅଷ୍ଟସାହାସ୍ରିକା ପ୍ରଜ୍ଞା ପାରମିତା"ହେଉଛି ଏ ସାହିତ୍ୟର ଆଦି ଗ୍ରନ୍ଥ । ଏହି ଗ୍ରନ୍ଥ ଉପରେ ନାଗାର୍ଜୁନ ଟୀକା କରି ପ୍ରାଜ୍ଞପାରମିତା ଶାସ୍ତ୍ର ଲେଖିଥିଲେ । ଏଥିରେ ଉଲ୍ଲେଖ ରହିଛି ଅଷ୍ଟସାହାସ୍ରିକା ପ୍ରଜ୍ଞା ପାରମିତା ରଚିତ ହୋଇଥିଲା ଉଡ୍ର ଦେଶରେ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାଦ୍ଦୀରେ, ଅର୍ଥାତ୍ ଐର ଖାରବେଳଙ୍କ ରାଜତ୍ଵର ପରବର୍ତ୍ତୀ ସମୟରେ । ଆମେ ଆଶ୍ଚର୍ଯ୍ୟ ପ୍ରକଟ କରୁଛୁ ଯେ ଏତେ ସବୁ ପ୍ରମାଣ ଥିବା ସତ୍ତ୍ବେ ବିଗତ ଦୁଇ ହଜାର ବର୍ଷ ଭିତରେ , ଏପରିକି ୧୦୭୩ ମସିହାରୁ ଏଯାବତ୍ କାହିଁକି ଗବେଷଣା ହୋଇନାହିଁ ? ଓଡ଼ିଶାରେ ଅଷ୍ଟ ସାହାସ୍ରିକା ପ୍ରଜ୍ଞାପାରମିତା ରଚିତ ହୋଇଥିବା ତଥ୍ୟ କୌଣସି ଓଡ଼ିଆ ଗବେଷକ ନୁହେଁ , ଏହା ଖୋଦ ତାରା ନାଥ ଓ ସୁଂପା ମଖନପୋ ଙ୍କ ସମେତ ଅନେକ ବୌଦ୍ଧଲାମା ମାନେ ସେମାନଙ୍କ ସୃଷ୍ଟି ସମୂହରେ ବହୁବାର ଉଲ୍ଲେଖ କରିଥିଲେ ,ଏବେବି ସେହି ସୃଷ୍ଟି ବିଶ୍ବକୀକରଣ ହୋଇ ରହିଛି । ଅତଏବ ଏହା ଓଡ଼ିଶାରେ ରଚିତ ହୋଇଥିବା ଯୋଗୁଁ ଓ ଏହି ଗ୍ରନ୍ଥ ସହିତ ମହାଯାନର ଅଭ୍ୟୁଦୟ ଜଡ଼ିତ ହୋଇଥିବା ଦୃଷ୍ଟିରୁ ଓଡ଼ିଶାକୁ ହିଁ ମହାଯାନ ବୌଦ୍ଧଧର୍ମର ଜନ୍ମଭୂମି ବୋଲି ସେମାନେ ଉଲ୍ଲେଖ କରିଛନ୍ତି । "Odisha has been considered as store house of Buddhist remains scattered all over the State, including the hinterland and has contributed immensely for the growth and spread of Buddhism in the country and outside " । ମହାଯାନ ବୌଦ୍ଧଧର୍ମ ମୈତ୍ରୀ ଓ କରୁଣାର ବାଣୀ ପ୍ରଚାର କରି ଏକ ଦିଗରେ ଜନସାଧାରଣଙ୍କୁ ଯେପରି ଉଦ୍ବୁଦ୍ଧ କଲା, ଅନ୍ୟ ଦିଗରେ ସେହିପରି ତୁଙ୍ଗ ଦର୍ଶନ ଗଢ଼ି ବ୍ରାହ୍ମଣ୍ୟ ତଥା ଅନ୍ୟାନ୍ୟ ଧର୍ମର ଦର୍ଶନକୁ ପରାଭୂତ କରିବାର ଚେଷ୍ଟା କଲା । ମହାଯାନୀମାନେ ମାଧ୍ୟମିକ ଶୂନ୍ୟବାଦ ଓ ଯୋଗାଚାର ବିଜ୍ଞାନବାଦ ନାମରେ ଯେଉଁ ଦୁଇଟି ଦର୍ଶନ ଗଢ଼ିଲେ ତାହାର ସମକକ୍ଷ ହେବାଭଳି ଦାର୍ଶନିକ, ଉଦ୍ୟୋତ କର ଓ ଶଙ୍କରଙ୍କ ପର୍ଯ୍ୟନ୍ତ ଭାରତରେ ଜନ୍ମି ନଥିଲେ । ମାଧ୍ୟମିକ ଶୂନ୍ୟବାଦ ଦର୍ଶନର ସ୍ରଷ୍ଟା ହେଉଛନ୍ତି ନାଗାର୍ଜୁନ ଓ ସେ ବାସ କରୁଥିଲେ ପରିମଳ ଗିରିରେ ଆଧୁନିକ ସମ୍ବଲପୁର, ବଲାଙ୍ଗୀର ପାଟଣା ଓ କଳାହାଣ୍ଡି ଜିଲ୍ଲାର ସୀମାରେଖା ସମ୍ମିଳିତ ହେଉଥିବା ସ୍ଥାନ ନିକଟରେ । ଏହି ନାଗାର୍ଜୁନଙ୍କୁ ଘେନି ଆଜିପର୍ଯ୍ୟନ୍ତ ବହୁ ଗବେଷକଙ୍କ ମଧ୍ୟରେ ନାନା ଭ୍ରମ ପ୍ରମାଦ ରହିଛି ଓ ମଞ୍ଜୁଶ୍ରୀ ମୂଳକଳ୍ପ ଗ୍ରନ୍ଥର ଲେଖକଙ୍କୁ ଅନୁସରଣ କରି ଅନେକେ କୁହନ୍ତି ଯେ ନାଗାର୍ଜୁନ ଛଅ ଶହ ବର୍ଷ ବଞ୍ଚି ଥିଲେ ଓ ସେ ଥିଲେ ଆନ୍ଧ୍ର ଦେଶର ଶ୍ରୀ ପର୍ବତରେ । କିନ୍ତୁ ଆମ୍ଭର ମତରେ ମାଧ୍ୟମିକ ନାଗାର୍ଜୁନ ବାସ କରୁଥିଲେ ପରିମଳ ଗିରି (ହୁଏନ୍ସାଂଙ୍କ ପୋଲୋ ମାଲୋକିଲି)ଠାରେ ଖ୍ରୀଷ୍ଟୀୟ ୨ୟ ଶତକରେ ଓ ତାନ୍ତ୍ରିକ ସିଦ୍ଧ ନାଗାର୍ଜୁନ ବାସ କରୁଥିଲେ ଶ୍ରୀ ପର୍ବତ ବା ନାଗାର୍ଜୁନୀ କୋଣ୍ଡାରେ ଖ୍ରୀଷ୍ଟୀୟ ୮ମ ଶତକରେ । ଏ ଦୁହିଁଙ୍କୁ ଏକ ବୋଲି ପ୍ରତିପାଦନ କରିବା ଚେଷ୍ଟା ଯେ ଭ୍ରମାତ୍ମକ ଏଥିରେ ସନ୍ଦେହ ନାହିଁ । ବୋଧିସତ୍ତ୍ଵ ନାଗାର୍ଜୁନ ତାଙ୍କ ମାଧ୍ୟମିକ ଦର୍ଶନର ପରିପୁଷ୍ଟତା ନିମନ୍ତେ ଶେଷ ଜୀବନ ଯାଏ ଲେଖନୀ ଚାଳନ କରିଥିଲେ ଓ ତାଙ୍କର ଅସାଧାରଣ ଧୀଶକ୍ତିର ପରିଚୟ ଦେଇଥିଲେ । ତାଙ୍କ ରଚିତ ଶାସ୍ତ୍ର ମଧ୍ୟରେ ପ୍ରଜ୍ଞା ପାରମିତା ଶାସ୍ତ୍ର, ପ୍ରଜ୍ଞାମୂଳ ଶାସ୍ତ୍ର ଟୀକା, ପ୍ରଜ୍ଞା ପ୍ରଦୀପ ଶାସ୍ତ୍ରକାରିକା, ମୂଳ ମାଧ୍ୟମିକ ଶାସ୍ତ୍ର, ମଧ୍ୟନ୍ତାନୁଗମ ଶାସ୍ତ୍ର, ଦ୍ଵାଦଶ ଭୂମିବିଭାଷା ଶାସ୍ତ୍ର, ଦ୍ଵାଦଶନିକାୟ ଶାସ୍ତ୍ର, ଉପାୟ କୌଶଲ୍ୟ ହୃଦୟ ଶାସ୍ତ୍ର, ବିଗ୍ରହ ବ୍ୟାବର୍ତ୍ତନୀ କାରିକା ଆଦି ଗ୍ରନ୍ଥ ଉଲ୍ଲେଖଯୋଗ୍ୟ, ନାଗାର୍ଜୁନଙ୍କ ଶିଷ୍ୟ ‘ଆର୍ଯ୍ୟଦେବ’ ମାଧ୍ୟମିକ ଦର୍ଶନ ଉପରେ ଦୀର୍ଘକାଳ ଗବେଷଣା କରି ତାହାର ଶ୍ରେଷ୍ଠତ୍ଵ ପ୍ରତିପାଦନ କରିବା ନିମନ୍ତେ ଭାରତ ସାରା ବୁଲିଥିଲେ । ତାଙ୍କ ରଚିତ “ଚତୁଃଶତକ” ଓ “ଚିତ୍ତ ବିଶୁଦ୍ଧି ପ୍ରକରଣ” ମାଧ୍ୟମିକ ଦର୍ଶନର ଉପାଦେୟ ଗ୍ରନ୍ଥ । ଆର୍ଯ୍ୟଦେବଙ୍କ ଜନ୍ମସ୍ଥାନ ହେଉଛି କଳିଙ୍ଗର ରାଜଧାନୀ ସିଂହପୁର । ତେଣୁ ମଞ୍ଜୁଶ୍ରୀ ମୂଳ ତନ୍ତ୍ର ଗ୍ରନ୍ଥରେ ତାଙ୍କୁ ସୈନ୍ଧିକପୁର ବାସ୍ତବ୍ୟ ବୋଲି କୁହାଯାଇଛି । ଦୁଃଖର ବିଷୟ ଆଜିପର୍ଯ୍ୟନ୍ତ ସମସ୍ତ ପଣ୍ଡିତ ଏହି ସୈନ୍ଧିକପୁରକୁ ସିଂହଳ ବୋଲି ସ୍ଥିର କରିଅଛନ୍ତି । ହୁଏନ୍ସାଂ ଆର୍ଯ୍ୟ ଦେବଙ୍କ ବାସ ସ୍ଥାନକୁ କହିଛନ୍ତି ଚିସିଙ୍ଗ୍କୋ- ଏହାର ଭାରତୀୟ ପ୍ରତିଶବ୍ଦ ହେବ ସିଂହଧର ପୁତ୍ର ପୁର, ଅର୍ଥାତ୍ ସିଂହପୁର, ସିଂହଳ ଦ୍ଵୀପ ନୁହେଁ ।
cont....
ଶବ୍ଦ ଏକ ଆଧ୍ୟାତ୍ମିକ ଶକ୍ତି -(୧)-2
Cont
ଖ୍ରୀଷ୍ଟୀୟ ତୃତୀୟ ଶତାବ୍ଦୀବେଳେ ମହାଯାନ ବୌଦ୍ଧ ଧର୍ମରେ ଯୋଗାଚାର ବିଜ୍ଞାନ ବାଦ ଦର୍ଶନର ଅଭ୍ୟୁଦୟ ଘଟିଲା । ଏହି ଦର୍ଶନ ମହାକବି ଅଶ୍ଵଘୋଷ (ଖ୍ରୀ ୧ମ ଶତକ)ଙ୍କ ଲେଖାରୁ ସୃଷ୍ଟି ବୋଲି ଅନେକେ କହୁଥିଲେ ହେଁ ମୈତ୍ରେୟ ନାଥ (ଖ୍ରୀ ୩ୟ ଶତକ) ଏହାକୁ ପ୍ରକୃତ ରୂପରେଖ ପ୍ରଦାନ କରିଥିବା ଜଣାଯାଏ । ମୈତ୍ରେୟଙ୍କ ଶିଷ୍ୟ ଅସଙ୍ଗ ଓ ଅସଙ୍ଗଙ୍କ ଶିଷ୍ୟ ବସୁବନ୍ଧୁ ବିଜ୍ଞାନବାଦ ଦର୍ଶନର ବିପୁଳ ଶ୍ରୀ ବୃଦ୍ଧି କରିଥିଲେ । ବସୁବନ୍ଧୁଙ୍କ ଦୁଇଜଣ ଶିଷ୍ୟ ଦିଙ୍ଗନାଗ ଓ ତ୍ରିରତ୍ନ ଦାସ ଓଡ଼ିଶାରେ ବିହାର ସ୍ଥାପନ କରି ବିଜ୍ଞାନବାଦ ଦର୍ଶନର ଚର୍ଚ୍ଚା କରୁଥିବା ଜଣାଯାଏ । ଦିଗ୍ନାଥ ଥିଲେ ଓଡ଼ିଶାର ଭୋରଶୈଳଠାରେ ଯାହା ଏବକାର ଡେଲାଙ୍ଗ ନିକଟସ୍ଥ ବିଶ୍ଵନାଥ ମୁଣ୍ଡିଆ ପାହାଡ଼ ବୋଲି ଅନୁମାନ କରାଯାଏ ଓ ତ୍ରିରତ୍ନ ଦାସ ଥିଲେ ଉତ୍ତର ଓଡ଼ିଶାର ସମୁଦ୍ର କୂଳସ୍ଥ କୌଣସି ଏକ ସ୍ଥାନରେ । ଦିଂଙ୍ଗନାଗ କିଛି କାଳ ପାଇଁ ନାଳନ୍ଦା ବିଶ୍ଵବିଦ୍ୟାଳୟର କୁଳପତି ହୋଇଥିଲେ ଓ ସେଠାରୁ ଆସି ଓଡ଼ିଶାର ଭୋରଶୈଳ ବିହାରରେ ତାଙ୍କ ଯୁଗାନ୍ତକାରୀ ନ୍ୟାୟଗ୍ରନ୍ଥ ‘ପ୍ରମାଣ ସମୁଚ୍ଚୟ’ ରଚନା କରିଥିଲେ । ଏହି ଗ୍ରନ୍ଥରେ ବୌଦ୍ଧ ନ୍ୟାୟର ମୂଳ ଭିତ୍ତି ସ୍ଥାପିତ ହେଲା ଓ ଏହାର ଯଶଃ ଅତି ଶୀଘ୍ର ଭାରତ ସାରା ବ୍ୟାପି ଗଲା । ସେତେବେଳେ ସାଂଖ୍ୟ କାରିକାର ରଚୟିତା ଈଶ୍ଵର କୃଷ୍ଣ ଦିଂଙ୍ଗନାଗଙ୍କ ସହିତ ତର୍କ କରିବା ନିମନ୍ତେ ଭୋର-ଶୈଳ ଆଶ୍ରମକୁ ଆସି ତାଙ୍କଦ୍ଵାରା ଏକାଧିକ ବାର ପରାସ୍ତ ହୋଇଥିବା ଜଣାପଡ଼େ । ଦିଙ୍ଗନାଗ ବୌଦ୍ଧ ନ୍ୟାୟର ଯେଉଁ ମୂଳଦୁଆ ଦେଲେ ତାହାରି ଉପରେ ସୌଧ ନିର୍ମାଣ କଲେ ଆଚାର୍ଯ୍ୟ ଧର୍ମକୀର୍ତ୍ତି । ଧର୍ମକୀର୍ତ୍ତି ତିବ୍ଦତର ରାଜା ସ୍ରସାନ୍ ଗାଂପୋ (୬୨୭-୬୯୮ ଖ୍ରୀ)ଙ୍କ ସମସାମୟିକ । ସେ କଳିଙ୍ଗରେ ଏକ ବିରାଟ ଆଶ୍ରମ ଗଢ଼ି ରହୁଥିଲେ ଓ ସେଇଠାରେ ତାଙ୍କ ବିଖ୍ୟାତ ଗ୍ରନ୍ଥ “ନ୍ୟାୟ ବିନ୍ଦୁ” ରଚନା କରିଥିଲେ । ଏହି ନ୍ୟାୟ ବିନ୍ଦୁର ଯୁକ୍ତିମାନ ଖଣ୍ଡନ କରିବା ନିମନ୍ତେ ଉଦ୍ୟୋତକର ଲେଖିଥିଲେ “ନ୍ୟାୟ ବାର୍ତ୍ତିକ” ଗ୍ରନ୍ଥ । ଧର୍ମକୀର୍ତ୍ତି ତାଙ୍କ ସମସାମୟିକ ଦାର୍ଶନିକ କୁମାରିଲ ଭଟ୍ଟଙ୍କୁ ଯୁକ୍ତିରେ ପରାସ୍ତ କରି ବୌଦ୍ଧ ନ୍ୟାୟ ଓ ଦର୍ଶନର ପରାକାଷ୍ଠା ପ୍ରତିପାଦନ କରିଥିଲେ । ସେ ବଞ୍ଚିଥିବା ବେଳେ ସାରା ଭାରତରେ ଓ ଭାରତ ବାହାରେ ତିବ୍ଦତ, ଚୀନ ଆଦି ଦେଶରେ ନିଜର ସୁଖ୍ୟାତି ବିସ୍ତାର କରିପାରିଥିଲେ । ଆଜି ବୌଦ୍ଧ ଜଗତରେ ଯେଉଁ ଛଅ ଜଣ ଦାର୍ଶନିକଙ୍କୁ ସର୍ବଶ୍ରେଷ୍ଠ ବୋଲି ଗଣନା କରାଯାଏ, ସେମାନେ ହେଉଛନ୍ତି ନାଗାର୍ଜୁନ, ଆର୍ଯ୍ୟଦେବ, ଅସଙ୍ଗ, ବସୁବନ୍ଧୁ, ଦିଙ୍ଗନାଗ ଓ ଧର୍ମକୀର୍ତ୍ତି । ଏ ସମସ୍ତଙ୍କ ପ୍ରଭାବ ସମସାମୟିକ ଓଡ଼ିଶାର ଦର୍ଶନ ଓ ଚିନ୍ତାଧାରାରେ ବିଶେଷ ଭାବେ ପଡ଼ିଥିବା ସ୍ପଷ୍ଟ ଜଣାଯାଏ ।
ଓଡ଼ିଶାରେ ମହାଯାନ ବିହାର ,ମହାଯାନ ବୌଦ୍ଧଧର୍ମ ଓଡ଼ିଶାର ଜନ ଧର୍ମରୂପେ ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀରୁ ସପ୍ତମ ଶତାବ୍ଦୀ ଯାଏ ଅବ୍ୟାହତ ହୋଇ ରହିଥିଲା । ଏହି ଧର୍ମର ଅଭିବୃଦ୍ଧି ଘଟାଇ ତାହା ଅଧିକତର ଜନପ୍ରିୟ କରିବା ପାଇଁ ବହୁ ବୌଦ୍ଧ-ବିହାର ଓଡ଼ିଶାର ଏକ ପ୍ରାନ୍ତରୁ ଅପର ପ୍ରାନ୍ତ ପର୍ଯ୍ୟନ୍ତ କ୍ରମେ ଗଢ଼ି ଉଠିଥିଲା । ପରିମଳ-ଗିରି ଓ ଭୋର-ଶୈଳ ମହାବିହାର କଥା ଇତି ପୂର୍ବେ ସୂଚିତ ହୋଇଛି । ଏହା ଛଡ଼ା ତାମ୍ରଲିପ୍ତି, ତୋଷାଳୀ ଓ ରତ୍ନଗିରିଠାରେ ଅତି ଉନ୍ନତ ବୌଦ୍ଧବିହାର ନିର୍ମିତ ହୋଇଥିଲା । ତୋଷାଳୀ ନିକଟସ୍ଥ ସୁରଭ-ଗିରିରେ ଥିବା ବିହାରର ବର୍ଣ୍ଣନା ଗଣ୍ଡବ୍ୟୁହ ଗ୍ରନ୍ଥରେ ମିଳେ । ତାମ୍ରଲିପ୍ତିର “ବାରାହା” ବିହାରର ଅତି ଚମତ୍କାର ବର୍ଣ୍ଣନା ଚୀନ ପରିବ୍ରାଜକ ଇତ୍ସିଂ ଲିପିବଦ୍ଧ କରିଯାଇଅଛନ୍ତି । ଓଡ଼ିଶାର ବୌଦ୍ଧ ବିହାର ସବୁ କେବଳ ଧର୍ମଜୀବନର କେନ୍ଦ୍ର ନଥିଲା, ତାହା ଥିଲା ଓଡ଼ିଶାର ଶିକ୍ଷାକେନ୍ଦ୍ର । ସୁରଭ-ଗିରିର ବିହାରରେ ଉଚ୍ଚତର ସୋପାନର ଯୋଗଦର୍ଶନ ଶିକ୍ଷା ଦିଆ ଯାଉଥିଲା ଓ ତହିଁର ଅଧ୍ୟକ୍ଷ ଥିଲେ ଆଚାର୍ଯ୍ୟ ସର୍ବଗାମୀ । ସୁରଭଗିରି ପରେ ରତ୍ନଗିରି ହେଲା ଯୋଗାଚାର ଦର୍ଶନ ସମୀକ୍ଷାର ପ୍ରଧାନ କେନ୍ଦ୍ର ଓ ଖ୍ରୀଷ୍ଟୀୟ ଅଷ୍ଟମ ଶତାବ୍ଦୀବେଳେ ସେଠାରେ ଏକ ଉଚ୍ଚଧରଣର ବିଶ୍ଵବିଦ୍ୟାଳୟ ଗଢ଼ି ଉଠିଥିଲା । ସେତେବେଳେ ଏହି ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ଥିଲେ ପିତୋପାଦ । ବୋଧିଶ୍ରୀ, ନାରୋପା, ପ୍ରାଜ୍ଞ ଆଦି ଅନେକ ବିଶିଷ୍ଟ ପଣ୍ଡିତ ଯେଉଁମାନେ ଜୀବନରେ ଖ୍ୟାତି ଅର୍ଜନ କରିପାରିଥିଲେ ସେମାନେ ଏହି ବିଶ୍ଵବିଦ୍ୟାଳୟର ଛାତ୍ର ଥିଲେ । ବହୁ ଦୂର ଦେଶରୁ ଅନେକ ଛାତ୍ର ଏଠାକୁ ଉଚ୍ଚଶିକ୍ଷା ପାଇଁ ଆସୁଥିବା ଚୀନା ଓ ତିବ୍ଦତୀୟ ପୁସ୍ତକମାନଙ୍କରୁ ଜଣାଯାଏ । ଏଠାକୁ ନାରୋପା ଆସିଥିଲେ କାଶ୍ମୀରରୁ ଓ ପ୍ରାଜ୍ଞ ଆସିଥିଲେ ସୁଦୂର କାବୁଲ ଅଞ୍ଚଳରୁ ।
ରତ୍ନଗିରି ବିଶ୍ଵବିଦ୍ୟାଳୟକୁ ଆସିବା ଆଗରୁ ପ୍ରାଜ୍ଞ ନାଳନ୍ଦା ଓ ଅନ୍ୟାନ୍ୟ ଶିକ୍ଷା ଅନୁଷ୍ଠାନରେ ଦୀର୍ଘ ୧୮ ବର୍ଷକାଳ ପାଠପଢ଼ା ଶେଷ କରି ସାରିଥିଲେ, ଏଥିରୁ ଜଣାପଡ଼େ ଯେ ରତ୍ନଗିରିଠାରେ ଉନ୍ନତ ସୋପାନର ଗବେଷଣାମୂଳକ ଶିକ୍ଷା ପ୍ରଦାନ କରାଯାଉଥିଲା । ଓଡ଼ିଶାର ତତ୍କାଳୀନ ଭୌମରାଜା ଶୁଭକର ଦେବ ଏହି ପ୍ରାଜ୍ଞଙ୍କୁ ପଠାଇ ଥିଲେ ଚୀନ ସମ୍ରାଟ ତିସଂଙ୍କ ଦରବାରକୁ ଏକ ସାଂସ୍କୃତିକ ଦୂତ ରୂପେ । ମହାଯାନର ବିଜ୍ଞାନବାଦ ଦର୍ଶନ କ୍ରମେ ବଜ୍ରଯାନର ଦର୍ଶନରେ ପରିଣତ ହେଲା ଓ ଖ୍ରୀଷ୍ଟୀୟ ଅଷ୍ଟମ ଶତାବ୍ଦୀ ବେଳକୁ ବଜ୍ରଯାନ ବୌଦ୍ଧଧର୍ମର ଅଭ୍ୟୁଦୟ ଘଟିଲା । ଉଡ଼୍ଡୀୟାଣରେ ଥିବା ସମ୍ବଲ ରାଜ୍ୟର ରାଜା ଇନ୍ଦ୍ରଭୂତିଙ୍କୁ ବଜ୍ରଯାନର ସଙ୍ଗଠକ ରୂପେ ଗ୍ରହଣ କରା ଯାଇଥାଏ । ଏହି ଉଡ଼୍ଡୀୟାଣ ଯେ ଓଡ଼ିଶା ଓ ସମ୍ବଲ ଯେ ଆଧୁନିକ ସମ୍ବଲପୁର ଏଥିରେ ସନ୍ଦେହ ନାହିଁ । ଇନ୍ଦ୍ରଭୂତିଙ୍କ ପୁତ୍ର ପଦ୍ମସମ୍ଭବ ତାଙ୍କର ଶ୍ୟାଳକ ଶାନ୍ତରକ୍ଷିତଙ୍କ ସହିତ ତିବ୍ଦତକୁ ଯାଇ ସେଠାରେ ଲାମାଧର୍ମ ପ୍ରତିଷ୍ଠା କରିଥିଲେ ଓ ଶାନ୍ତରକ୍ଷିତ ହୋଇଥିଲେ ତିବ୍ଦତର ପ୍ରଥମଲାମା । ଆଜିସୁଦ୍ଧା ପଦ୍ମସମ୍ଭବ ଦ୍ଵିତୀୟ ବୁଦ୍ଧରୂପେ ତିବ୍ଦତ, ଲଦାକ୍, ଓ ମଙ୍ଗୋଲିଆ ଅଞ୍ଚଳରେ ପୂଜିତ ହେଉଅଛନ୍ତି । ଇନ୍ଦ୍ରଭୂତିଙ୍କ ଭଗିଣୀ ଲକ୍ଷ୍ମୀକରା ଇନ୍ଦ୍ରଭୂତି ପ୍ରଦର୍ଶିତ ଧର୍ମ ଓ ଦର୍ଶନ ବିରୁଦ୍ଧରେ ପ୍ରତିକ୍ରିୟା ସୃଷ୍ଟିକରି ଏକ ନୂତନ ଦୃଷ୍ଟିକୋଣ ଫିଟାଇଥିଲେ ଓ ବଜ୍ରଯାନକୁ ସହଜଯାନ ବୌଦ୍ଧଧର୍ମରେ ପରିଣତ କରିଥିଲେ । ବଜ୍ରଯାନରେ ଆଦି ବୁଦ୍ଧ, ଆଦି ବୋଧିଶକ୍ତି ବା ପ୍ରଜ୍ଞାପାରମିତା, ପଞ୍ଚଧ୍ୟାନୀ ବୁଦ୍ଧ- ଓ ବହୁଦେବ ଦେବୀଙ୍କ ଅର୍ଚ୍ଚନା ସ୍ଵୀକୃତ ହୋଇଛି । କିନ୍ତୁ ଲକ୍ଷ୍ମୀକରା ଏସବୁ ଦେବ ଦେବୀଙ୍କ ପୂଜା ସମର୍ଥନ ନକରି ତାହା ବଦଳରେ ଦେହ ପୂଜାର ଶ୍ରେଷ୍ଠତ୍ଵ ପ୍ରତିପାଦନ କଲେ । ତାଙ୍କ ମତରେ ପିଣ୍ଡ ଓ ବ୍ରହ୍ମାଣ୍ଡ ଏକ ଓ ଦେହ ମଧ୍ୟରେ ସମସ୍ତ ଦେବଦେବୀ ଓ ପୀଠ ତତ୍ତ୍ଵ ଅଧିଷ୍ଠିତ । ଲକ୍ଷ୍ମୀକରାଙ୍କ ଏ ଦେହପୂଜା ନୀତି କ୍ରମେ ଅମାର୍ଗଗାମୀ ହୋଇ ବୌଦ୍ଧଧର୍ମର ପତନର ଏକ ବିଶିଷ୍ଟ କାରଣ ହେଲା । ଏଠାରେ ପ୍ରଶ୍ନ ଉଠୁଛି ଯେ ବୌଦ୍ଧଧର୍ମ କୁଆଡ଼େ ଗଲା ?
ଭାରତରେ ବିଭିନ୍ନ ଧର୍ମ, ଦର୍ଶନ ଓ ସଂସ୍କୃତିର ସଂଘର୍ଷରେ ଆସି ବୌଦ୍ଧଧର୍ମ ବିଭିନ୍ନ ଯୁଗରେ ଭିନ୍ନ ଭିନ୍ନ ରୂପ ଗ୍ରହଣକରି ଆସିଛି । ଅର୍ହତ ଯାନ ବା ହୀନ ଯାନରୁ ମହାଯାନ, ମହାଯାନରୁ ବଜ୍ରଯାନ ଓ ସେଥିରୁ ପୁଣି ସହଜଯାନ ରୂପେ ଏହା ଅତି ବିଚିତ୍ର ଭାବରେ ଗତି କରିଛି । ଭାରତ ଭଳି ଭାରତ ବାହାରେ ଅନ୍ୟ କେଉଁଠି ଏହା ଏହିପରି ବିବର୍ତ୍ତନ ପ୍ରକ୍ରିୟାରେ ଗତି କରିଥିବା ଦେଖାଯାଇ ନାହିଁ । ସିଂହଳ ଓ ବ୍ରହ୍ମଦେଶକୁ ଅର୍ହତ ଯାନ ବୌଦ୍ଧଧର୍ମ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ପ୍ରବେଶ କରିଥିଲା ଓ ଆଜିଯାଏ ସେଇ ଦେଶ ଦୁଇଟିରେ ଏକା ଧର୍ମହିଁ ପ୍ରତିଷ୍ଠିତ ହୋଇ ରହିଛି । ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀବେଳେ ଚୀନକୁ ଓ ଷଷ୍ଠ ଶତାବ୍ଦୀରେ କୋରିଆ ଓ ଜାପାନକୁ ମହାଯାନ ବୌଦ୍ଧଧର୍ମ ଯାଇଥିଲା । ଆଜିଯାଏ ସୁଦ୍ଧା ସେଇସବୁ ଦେଶରେ ଏଇ ମହାଯାନ ଧର୍ମହିଁ ପ୍ରଚଳିତ ହୋଇ ଆସିଛି । ପୁଣି ଖ୍ରୀଷ୍ଟୀୟ ଅଷ୍ଟମ ଶତାବ୍ଦୀରେ ତିବ୍ଦତ, ଲଦାକ, ମଙ୍ଗୋଲିଆ ଆଦି ଅଞ୍ଚଳରେ ବଜ୍ରଯାନ ଓ ସହଜଯାନ ପ୍ରଚାରିତ ହୋଇ ଆଜି ପର୍ଯ୍ୟନ୍ତ ସେ ସବୁ ଅଞ୍ଚଳରେ ଅବିକଳ ସେହିପରି ଭାବରେ ଚଳି ଆସୁଛି । ଭାରତରେ କିନ୍ତୁ ବୌଦ୍ଧଧର୍ମ ଓ ସଂସ୍କୃତିର ଗତି କେବେହେଁ ଅଚଳ ଅବସ୍ଥାରେ ରହି ପାରିନାହିଁ । ଅଷ୍ଟମ ଶତାବ୍ଦୀବେଳେ ଯେଉଁ ବଜ୍ରଯାନ ଓ ସହଜଯାନର ଅଭ୍ୟୁଦୟ ଘଟିଲା, ତାହାର ମଧ୍ୟ କାଳକ୍ରମେ ଘଟ ପରିବର୍ତ୍ତନ ହେଲା । ସହଜଯାନ ପୂର୍ବଭାରତରେ ପରିଣତ ହେଲା ସହଜିଆ ବୈଷ୍ଣବଧର୍ମରେ ଓ ବଜ୍ରଯାନର ପରିଣତି ଘଟିଲା ଓଡ଼ିଶାରେ ଜଗନ୍ନାଥ ଧର୍ମରୂପେ । ଓଡ଼ିଶାର ପଞ୍ଚସଖା ସାହିତ୍ୟରେ ବଜ୍ରଯାନର ଦର୍ଶନ ଓ ଯୋଗର ପୂରାପୂରି ପ୍ରଭାବ ପରିଲକ୍ଷିତ ହୁଏ ଓ ଜଗନ୍ନାଥ ଯେ ବୁଦ୍ଧ ଏହି ଭାବଧାରା ବଜ୍ରଯାନର ରୂପ ପରିବର୍ତ୍ତନର ପରିଣତି ସ୍ଵରୂପ ଆସିଥିବା ଜଣାଯାଏ । ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାର ରାଜନୀତି, ସମାଜ ଓ ସାହିତ୍ୟରେ ପଞ୍ଚଦଶ ଶତାବ୍ଦୀ ଏକ ଉଲ୍ଲେଖଯୋଗ୍ୟ ସମୟ । ରାଜନୀତିକ ଇତିହାସରେ ଖାଣ୍ଟି ଓଡ଼ିଆ ସ୍ବାଧୀନ ସମ୍ରାଟ୍ କପିଳେନ୍ଦ୍ର ଦେବ ଆପଣାର ଅସାଧାରଣ ମନୀଷା ଓ ଦୂରଦୃଷ୍ଟି ବଳରେ ଓଡ଼ିଶାର ଜାତୀୟ ଜୀବନକୁ ସମ୍ପୂର୍ଣ୍ଣ ସ୍ବାଧୀନ ଓ ମୌଳିକ ଭାବ-ଚେତନାର ପୃଷ୍ଠଭୂମିରେ ନୂତନ ରୂପରେ ସଂଗଠିତ କରି ଏ ଜାତିକୁ ଏକ ବଳିଷ୍ଠ ଭିତ୍ତିଭୂମି ଉପରେ ଯେପରି ପ୍ରତିଷ୍ଠିତ କରିବାକୁ ଚେଷ୍ଟା କରିଥିଲେ, ତାହାର ପଟ୍ଟାନ୍ତର ଇତିହାସରେ ଦୁର୍ଲ୍ଲଭ ମନେହୁଏ । ଏ ଜାତିର ନିଜସ୍ବ ମୌଳିକତା, ପାରମ୍ପରିକ ଅଧ୍ୟାତ୍ମଭାବ, ସମର-ବିଳାସ, ସମାଜ ଓ ଜାତୀୟ ଐତିହ୍ୟର ସଙ୍କେତ କପିଳେନ୍ଦ୍ର ଦେବଙ୍କ ରାଜତ୍ବକାଳରେ ସୁସ୍ପଷ୍ଟ ହୋଇଉଠିଲା । ଓଡ଼ିଶାର ଜାତୀୟ ଜୀବନରେ ଯେପରି, ଓଡ଼ିଆ ସାହିତ୍ୟର ସୃଷ୍ଟି କ୍ରମରେ ସେହିପରି ନୂତନ ଅଭ୍ୟୁଦୟର ନବୀନ ଆଲେକରେଖା ଉଦ୍ଭାସିତ ହେଲା । କପିଳେନ୍ଦ୍ର ଦେବ ( ଖ୍ରୀ: ୧୪୩୫–୧୪୬୭ ) ବ୍ୟକ୍ତିଗତଭାବରେ ଥିଲେ ସାହିତ୍ୟ ଓ କଳାର ଜଣେ ପୃଷ୍ଠପୋଷକ । ସାହିତ୍ୟ ସ୍ରଷ୍ଟା ରୂପେ ତାଙ୍କର ପ୍ରତିଭା ମଧ୍ୟ ଥିଲା ସର୍ବଜନବିଦିତ । ‘ପର୍ଶୁରାମ ବିଜୟ’ ନାମକ ଏକ ନାଟ୍ୟକୃତି ମାଧ୍ୟମରେ ସେ ନିଜର ସାହିତ୍ୟ ରସିକତା ଓ ପାଣ୍ଡିତ୍ୟର ପରିଚୟ ଦେଇଛନ୍ତି । ବିଷ୍ଣୁ, ,ସକଳ ଶିବ ଓ ଜଗନ୍ନାଥଙ୍କର ବନ୍ଦନାମୂଳକ ମଙ୍ଗଳାଚରଣରୁ ଏହାର ଆରମ୍ଭ ଏବଂ ପର୍ଶୁରାମଙ୍କର କାର୍ତ୍ତବୀର୍ଯ୍ୟାର୍ଜୁନଙ୍କୁ ବଧ କରିବା ଘଟଣା ଏଥୁରେ ବର୍ଣ୍ଣିତ ହୋଇଅଛି । ଏଥରେ ସବୁଠାରୁ ଅଧିକ ଆକର୍ଷକ ହୋଇଅଛି ରାଣୀ ଚନ୍ଦ୍ର ବଦନାଙ୍କ ମୁଖରେ ଗୋଟିଏ ଓଡ଼ିଆ ସଙ୍ଗୀତ— “କେବଣ ମୁନିକୁମର ପରଶୁ ଦକ୍ଷିଣ କର
ବାମେଣ ଶୋହେ ଧନୁଶର-ନା ”—ଇତ୍ୟାଦି । ସମ୍ରାଟ୍ କପିଳେନ୍ଦ୍ର ଦେବଙ୍କ ପୃଷ୍ଠପୋଷକତା ଫଳରେ ସାହିତ୍ୟରେ ଯେଉଁ ନୂତନ ଅଭ୍ୟୁଦୟର ତୋରଣ ଉଦ୍ଘାଟିତ ହୋଇଥିଲା, ସେଥିରେ ମୁଖ୍ୟ ସ୍ଥାନ ଲାଭ କରିଥିଲା ଓଡ଼ିଆ ଭାଷା ଓ ସାହିତ୍ୟକୁ ସଂସ୍କୃତ ଭାଷା ଓ ସାହିତ୍ୟର ପ୍ରଭାବ ଏବଂ ପ୍ରାଧାନ୍ୟରୁ ମୁକ୍ତ କରି ତାହାକୁ ଏକ ସ୍ୱତନ୍ତ୍ର ଭୂମିରେ ପ୍ରତିଷ୍ଠିତ କରିବା । ମହାକବି ସାରଳାଦାସଙ୍କ ଆବିର୍ଭାବ ଫଳରେ କପିଳେନ୍ଦ୍ର ଦେବଙ୍କ ରାଜତ୍ୱକାଳରେ ଓଡ଼ିଆ ଭାଷା ଓ ସାହିତ୍ୟର ନବଜନ୍ମ ଓ ପୌରୁଷଦୃପ୍ତ ସାବଲୀଳ ରୂପ ଲାଭ କରିଥିଲା ।ଏହି ଜାତୀୟ ଅଭ୍ୟୁଦୟର ଧାରାକୁ ପ୍ରବହମାନତାର ସୌକୁମାର୍ଯ୍ୟ ପ୍ରଦାନ କରିପାରିଥିଲା । କପିଳେନ୍ଦ୍ର ଦେବ ଥିଲେ ଜନ୍ମତଃ ଜଣେ ଓଡ଼ିଆ କ୍ଷତ୍ରିୟ ପରିବାରର ଲୋକ । ଗଙ୍ଗବଂଶ ର ଶେଷ ରଜା ଚତୁର୍ଥ ଭାନୁଦେବ ଥିଲେ ନିଃସନ୍ତାନ, ଦୁର୍ବଳ ଓ ପ୍ରଜାପୀଡ଼ନକାରୀ । ସମ୍ଭବତଃ ସେ କାଳର ସାଧାରଣ ପ୍ରଜା ଓ ପାରିଷଦଗଣ ତାଙ୍କ ରାଜତ୍ୱ ପ୍ରତି ବିତୃଷ୍ଣ ହୋଇପଡ଼ିଥିଲେ ଏବଂ ସମୟକ୍ରମେ ଭାନୁଦେବଙ୍କ ଜନୈକ ମନ୍ତ୍ରୀ ଅଥବା ସେନାପତି କପିଳେଶ୍ୱର ରାଉତରାୟଙ୍କୁ ଓଡ଼ିଶାର ରାଜସିଂହାସନ ଲାଗି ପସନ୍ଦ କରିଥିଲେ । ସେହି କାଳରୁ ଓଡ଼ିଶାର ଶାସନ ଓ ସମାଜର ପାରମ୍ପରିକ ଚଳଣିରେ “ହାତୀ ସୁନା କଳସ ଢାଳିବା” କଥାଟି କପିଳେନ୍ଦ୍ର ଦେବଙ୍କ ସିଂହାସନ ଆରୋହଣ ଦୃଷ୍ଟାନ୍ତରୁ ଚଳି ଆସୁଅଛି । ଓଡ଼ିଶାର କିଂବଦନ୍ତୀ ଓ ଜନଶ୍ରୁତିରେ ସମ୍ରାଟ କପିଳେନ୍ଦ୍ର ଦେବ ଏକ ବୟସ୍କ ହେଲେ ହେଁ, ସାହିତ୍ୟ ଓ ସଂସ୍କୃତି ର ଶିଳାନ୍ୟାସରେ ତାଙ୍କର ଅବଦାନ ଅତୁଳନୀୟ । କବିସାରଳା ଦାସ ଥିଲେ କପିଳେନ୍ଦ୍ର ଦେବଙ୍କ ସମକାଳୀନ । କପିଳେନ୍ଦ୍ରଙ୍କ ରାଜତ୍ୱକାଳରେ ଓଡ଼ିଶାର ଶାସନ, ସମାଜ ଓ ସଂସ୍କୃତିର ଏକ ବହୁମୁଖୀ ଚିତ୍ର ପ୍ରତ୍ୟକ୍ଷ ବା ପରୋକ୍ଷଭାବରେ ସାରଳାଙ୍କ ସୃଷ୍ଟି କର୍ମରେ ଅଙ୍କିତ ହୋଇଥିବାର ଲକ୍ଷ୍ୟ କରାଯାଏ । କପିଳେନ୍ଦ୍ରଙ୍କ ଉତ୍ତରାଧିକାରୀ ପୁରୁଷୋତ୍ତମ ଦେବଙ୍କ ସମୟରେ ସୁଦ୍ଧା କବି ସାରଳା ଦାସ ଜୀବିତ ଥିଲେ ଓ ତାଙ୍କ ମହାଭାରତକୁ ସଂପୂର୍ଣ୍ଣ କରିଥିଲେ ବୋଲି ଅନୁମାନ ସୂତ୍ରରେ ପ୍ରମାଣିତ ହୋଇଅଛି ।
ସିଦ୍ଧେଶ୍ଵର ପରିଡ଼ାରୁ ସାରଳା ଦାସରେ ପରିଚିତ ଏହି ଯୋଗଜନ୍ମା କବି ଆବାଲ୍ୟରୁ ଥିଲେ ପିତୃମାତୃହୀନ—ଜନ୍ମତଃ କୃଷିକାୟ ବା ଶୂଦ୍ର । ତାଙ୍କର ପୈତୃକ ନାମ ଥିଲା ସିଦ୍ଧେଶ୍ୱର । କଟକ ଜିଲ୍ଲା ଝଙ୍କଡ଼ ପ୍ରଗଣା ଅନ୍ତର୍ଗତ କନକାବତୀପୁର ବା କନକପୁର ପାଟଣା ଥିଲା ତାଙ୍କର ଜନ୍ମସ୍ଥାନ । ସେ ବାଲ୍ୟକାଳ ରେ ପିତୃମାତୃହୀନ ହେବା ଫଳରେ ଅଗ୍ରଜ ପର୍ଶୁରାମଙ୍କ ଆଶ୍ରୟ ଓ ତତ୍ତ୍ୱାବଧାନରେ ଲାଳିତ ପାଳିତ ହୋଇଥିଲେ । କଣ୍ଠେଶ୍ୱରପୁର ପାଟଣା ବା ପରବର୍ତ୍ତୀ କାଳର ଝଙ୍କଡ଼ ପ୍ରଗଣା ଅନ୍ତର୍ଗତ କନକପୁର ଗ୍ରାମରେ ପ୍ରସିଦ୍ଧ ସାରଳାପୀଠ ଅବସ୍ଥିତ । କବି ବାଗ୍ଦେବୀ ସାରଳାଙ୍କ ପ୍ରସାଦରୁ କବିତ୍ୱ ଶକ୍ତି ଲାଭ କରିଥିଲେ ବୋଲି ଜଣାଯାଏ । ସେଥିଲାଗି ସେ ନିଜକୁ ସାରଳାଙ୍କର ପୁତ୍ର ରୂପେ ପରିଚିତ କରାଇ ଅଛନ୍ତି । ଇଷ୍ଟଦେବୀ ସାରଳାଙ୍କ ପ୍ରସାଦରୁ ସିଦ୍ଧିଲାଭ କରିବା ପରେ ତାଙ୍କ ନାମ ସାରଳା ଦାସ ହୋଇଥିବାର ଜଣାଯାଏ । ସାରଳାଦେବୀଙ୍କର ବରପ୍ରାପ୍ତି ଫଳରେ କୃଷିକାରୀ ସିଦ୍ଧେଶ୍ୱର ପରିଡ଼ା ମହାକବି ସାରଳାଦାସ ହେଲେ ବୋଲି ସେ ସମୟରୁ ବହୁ କିଂବଦନ୍ତୀ ଓ ଜନଶ୍ରୁତି ଓଡ଼ିଶାର ଜନସାଧାରଣଙ୍କ ଭିତରେ ଚଳିଆସୁଅଛି । ଭକ୍ତିଧର୍ମର ପ୍ରଭାବରେ ଏସବୁ ଅଦ୍ଭୁତ ଓ ବିଚିତ୍ର ଜନଶ୍ରୁତିମାନ ଗଢ଼ିଉଠିଥିଲେ ମଧ୍ୟ ଏଗୁଡ଼ିକର ଉପଲକ୍ଷ୍ୟ; କିନ୍ତୁ ଗୋଟିଏ କଥା ସାରଳା ଦାସଙ୍କୁ ସାରଳା ଚଣ୍ଡୀଙ୍କର ବରପୁତ୍ରରୂପେ ପ୍ରତିପାଦନ କରିବା । ସାରଳା ଦାସ ନିଜ ଗ୍ରନ୍ଥଗୁଡ଼ିକରେ ସର୍ବତ୍ର ପ୍ରାୟ ଏକା ପରି ନିଜକୁ ମୂର୍ଖ, ଅପଣ୍ଡିତ, ଶାସ୍ତ୍ରବୁଦ୍ଧିହୀନ ଓ କେବଳ ବାଗ୍ଦେବୀ ସାରଳାଙ୍କ ପ୍ରସାଦରୁ, ସାରଳାଙ୍କ ସ୍ୱପ୍ନାଦେଶରେ ନିଜର ବିପୁଳକାୟ କୃତିମାନ ରଚନା କରିଥିବା ବିଷୟ ନାନା ସ୍ଥାନରେ ଉଲ୍ଲେଖ କରିଛନ୍ତି; ମାତ୍ର ଏହା ଯଥାର୍ଥ ନୁହେଁ ଓ କବିଙ୍କର ଏସବୁ କେବଳ ‘ଦୈନ୍ୟ’ ବୋଲି ଜଣାଯାଏ । ତାଙ୍କର ବହୁଶାସ୍ତ୍ରଦର୍ଶିତା ଓ ପାଣ୍ଡିତ୍ୟର ପରିଚୟ ତାଙ୍କ ଗ୍ରନ୍ଥଗୁଡ଼ିକରେ ସର୍ବତ୍ର ବିଳସିତ । ସଂସ୍କୃତ ମହାଭାରତ ଓ ଅନ୍ୟ ପୁରାଣଗୁଡ଼ିକ ସଂପର୍କରେ ତାଙ୍କର ଗଭୀର ଅଧ୍ୟୟନ ଓ ଅନୁଶୀଳନ ନଥିଲେ କେବଳ ଦେବୀଙ୍କ ପ୍ରସାଦରୁ ମହାଭାରତ ପରି ଏକ ବିରାଟ ଗ୍ରନ୍ଥ ସେ କଦାପି ରଚନା କରିପାରି ନଥାନ୍ତେ । ମୂଳ ସଂସ୍କୃତ ମହାଭାରତର ଶ୍ଳୋକସଂଖ୍ୟା ମୋଟ ଏକଲକ୍ଷ ଥିଲେ ହେଁ ସାରଳା ମହାଭାରତର ପଦସଂଖ୍ୟା ଏକଲକ୍ଷ ଚାଳିଶି ହଜାର ବୋଲି ଜଣାଯାଏ । ସଂସ୍କୃତ ମହାଭାରତ ଠାରୁ ସାରଳା ମହାଭାରତର ସ୍ୱାତନ୍ତ୍ର୍ୟତା ଓ ମୌଳିକତାର ଏହା ଏକ ପ୍ରଧାନ ସଙ୍କେତ । କବିଙ୍କର ମୌଳିକ କଳ୍ପନାପ୍ରବଣ, ପ୍ରଚଣ୍ଡ କବିତ୍ୱ ମହାଭାରତ ଓ ଅନ୍ୟାନ୍ୟ କୃତି ଗୁଡ଼ିକରେ ଯେପରି ପ୍ରକଟିତ ହୋଇଅଛି, ସେହିପରି ପ୍ରକଟିତ ହୋଇଅଛି ସଂସ୍କୃତ-ପ୍ରଭାବିତ ବ୍ରାହ୍ମଣ୍ୟ ସଂସ୍କୃତି ଓ ସାହିତ୍ୟ ବିରୁଦ୍ଧରେ ଏକ ବ୍ୟାପକ ସାଂସ୍କୃତିକ ବିଦ୍ରୋହରେ । ଗୋଟିଏ ବ୍ରାହ୍ମଣଶାସିତ ଓ ସଂସ୍କୃତ-ସଂସ୍କୃତି-ପ୍ରଧାନ ସମାଜରେ ଶୂଦ୍ର ସିଦ୍ଧେଶ୍ୱର ପରିଡ଼ା ଆପଣାର ସାଂସ୍କୃତିକ, ଆଧ୍ୟାତ୍ମିକ ଓ ସାହିତ୍ୟିକ ପରିଚିତି ଲାଭ କରିବାକୁ ଗଲାବେଳେ ସେ ବହୁ ବାଧା ପ୍ରତିବନ୍ଧକର ସମ୍ମୁଖୀନ ହୋଇଥିବେ—ଏହା ନ କହିଲେ ମଧ୍ୟ ସ୍ପଷ୍ଟ ଜଣାପଡ଼ୁଛି । ଏଥିଲାଗି ବୋଧହୁଏ ସଂସ୍କୃତି-ସଚେତନ ଶୂଦ୍ରକବି ସୁପଣ୍ଡିତ ସାରଳା-ଦାସ ସାମନ୍ତଶାସିତ ସମାଜର ଦୃଷ୍ଟି ଆକର୍ଷଣ କରିବାଲାଗି କେବଳ ବହୁବାର ନିଜ ଗ୍ରନ୍ଥମାନଙ୍କରେ ଆପଣାକୁ ମୂର୍ଖ, ଅପଣ୍ଡିତ ବୋଲି ବାରମ୍ବାର ଉଲ୍ଲେଖ କରିଛନ୍ତି । ପୁଣି ବ୍ରାହ୍ମଣସମାଜର କୋପଦୃଷ୍ଟିରୁ ଆତ୍ମରକ୍ଷା କରିବାପାଇଁ କେବଳ ସାରଳା ଦେବୀଙ୍କ ପ୍ରସାଦରେ ମହାଭାରତ ଆଦି ଗ୍ରନ୍ଥ ରଚନା କରିଛନ୍ତି ବୋଲି ବହୁତ ‘ଦୈନ୍ୟ’ କରିଛନ୍ତି ।ଯଥା “ଶ୍ରୀତଶ୍ରୀ ସାରଳାଙ୍କର ପାଦତଳେ ଦାସ" ,"ଶୂଦ୍ରମୁନି ଅପଣ୍ଡିତ ଶ୍ରୀ ସାରଳା ଦାସ ", "ସେ ଯାହା କହନ୍ତି ମୋତେ ମୁଁ ତାହା ଲେଖେ","ସାଧୁ ସୁଜ୍ଜନେ ଏଥେ ମୋର ଦୋଷ ନାହିଁ ',“ଜନ୍ମରୁ ମୂରୁଖ ମୁହିଁ ନାହିଁ ଶାସ୍ତ୍ରଜ୍ଞାନ", "ତାହା ଯାହା କହୁ ମୁଁ ତାହା କରଇ ଲିଖନ ” ଇତ୍ୟାଦି । ( ଅବଶିଷ୍ଟାଂଶ ଦ୍ବିତୀୟ ଭାଗରେ)
ଅମରନାଥର ବାର୍ତ୍ତା
ଅମରନାଥର ବାର୍ତ୍ତା
---------
ବିଗତ ପାଞ୍ଚ ଦଶନ୍ଧି ଧରି, ବିଶେଷ କରି ୧୯୮୦ ମସିହା, ଓଡ଼ିଶାର ଅଷ୍ଟମ ବିଧାନ ସଭା, ଯାହା ଗଠିତ ହୋଇଥିଲା ୯ ଜୁନ୍ ରେ , ସେହି ସମୟ ଠାରୁ ମାନ୍ୟବର ବିଧାୟକମାନେ ବର୍ଷକରେ ବିଭିନ୍ନ ପରିଷଦ ବା କମିଟିର ସଦସ୍ୟ ଭାବରେ ବିଭିନ୍ନ ଦେଶ ଓ ଭାରତର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ରାଜକୋଷ ଅର୍ଥରେ ମଉଜ ମଜଲିସ ଭାବରେ ପରିଭ୍ରମଣ କରି ଆସୁଛନ୍ତି । କାରଣ ଏହି ୪୬ ବର୍ଷ ଭିତରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଭ୍ରମଣ କରି,ସେ ସବୁର ବିବରଣୀ, ଅଭିଜ୍ଞତା, ଶିକ୍ଷା ଏବଂ ତତ୍ ଆଧାରିତ ପଦକ୍ଷେପ ଫଳରେ ପ୍ରକୃତିର ଓଡ଼ିଶା ମାଟି ପ୍ରତି ଅନବଦ୍ୟ, ଅତୁଳନୀୟ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀର ବିକାଶ ଓ ବିଶ୍ୱ ପ୍ରଚାର ପ୍ରସାର ଫଳରେ କେବଳ ପର୍ଯ୍ୟଟନର ରାଜସ୍ବରେ ରାଜ୍ୟ ସମୃଦ୍ଧିଶାଳୀ ହୋଇ ପାରିଥାନ୍ଥା । ମାତ୍ର କେବେବି ଏହି ୪୬ ବର୍ଷ ଭିତରେ ଗଣତନ୍ତ୍ରର ପବିତ୍ର ମନ୍ଦିର ବିଧାନସଭାରେ ଆଲୋଚନା ହୋଇନାହିଁ କି ବିରୋଧୀ ଦଳ ପ୍ରତିବାଦ କରି ନାହାନ୍ତି କି ଗଣମାଧ୍ୟମରେ ଧାଡିଏ ବା ପଦିଏ ଆଲୋଚନା ହୋଇନାହିଁ । ବିରୋଧୀ ଦଳ ଆଲୋଚନା ନକରିବା ସ୍ବାଭାବିକ, କାରଣ ପରିଷଦ ବା ବିଧାନ ସଭା କମିଟି ରେ ବିଭିନ୍ନ ଦଳର ସଦସ୍ୟମାନେ ଭାଗବଣ୍ଟୁଆରା କରି ଯାଇଥାନ୍ତି । ଏହି ୪୬ ବର୍ଷର ଇତିହାସରେ ଅନେକ ଥର ଜାମ୍ମୁକାଶ୍ମୀର ଗସ୍ତ ହୋଇଛି , ଆଗାମୀ ସପ୍ତାହରେ ମଧ୍ୟ ହେବାକୁ ଯାଉଛି । ଅନେକ ଥର ଅମରନାଥ ଯାତ୍ରା ହୋଇଛି । ଏହାର କାରଣ ବୋଧେ ଆମ ରାଜ୍ୟର ମାନ୍ୟବର ମାନେ ଜାଣନ୍ତି । କଥାରେ ଅଛି " ମାଆ ଜାଣେ ବାପ, ମନ ଜାଣେ ପାପ"ନ୍ୟାୟରେ ସେମାନେ ଜାଣନ୍ତି କିଭଳି ସେମାନଙ୍କର ଭୋଟର ବା ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ପ୍ରତି ବିଶ୍ବାସଘାତକତା କରିଛନ୍ତି, କିଭଳି ସେବା ନାମରେ ନେବା ଧର୍ମରେ ଦୀକ୍ଷିତ ହୋଇ ଅମାପ କଳା ଧନ ସାଇତି ରଖିଛନ୍ତି , କେତେ ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭିଚାର କରିଛନ୍ତି । ପୁରାଣ ଶାସ୍ତ୍ର ଅନୁସାରେ, ଯେଉଁ ବ୍ୟକ୍ତି ଅମରନାଥଙ୍କ ଦର୍ଶନ ଓ ପୂଜା ଅର୍ଚ୍ଚନା କରେ, ତାହାର ସମସ୍ତ ପାପ କ୍ଷୟ ହୋଇ କୁଆଡେ ମୋକ୍ଷ ପ୍ରାପ୍ତି ହୋଇଥାଏ।ହିମାଳୟର ଏହି ପବିତ୍ର ତୀର୍ଥ ଯାତ୍ରା ସହସ୍ର ଯଜ୍ଞର ଫଳ ପ୍ରଦାନ କରେ ବୋଲି ବିଶ୍ୱାସ ରହିଛି। ଏହା କାଶ୍ମୀର ରାଜ୍ୟର ପ୍ରସିଦ୍ଧ ତୀର୍ଥସ୍ଥଳୀ , ପର୍ଯ୍ୟଟନ ସ୍ଥଳୀ ଏବଂ ବିପୁଳ ପରିମାଣରେ ରାଜସ୍ବ ଅସୁଲିର ସ୍ଥଳୀ । ବିଶେଷ କରି ଶ୍ରାବଣ ମାସର ପୂର୍ଣ୍ଣିମା ଦିନ ଭାରତବର୍ଷର ନାନା ସ୍ଥାନରୁ ବହୁ ତୀର୍ଥଯାତ୍ରୀ ଏଠାକୁ ଆସନ୍ତି । ଅନ୍ୟତ୍ର ଯେତେ ଯେତେ ମନ୍ଦିର ଅଛି, ସେ ସବୁ ମନ୍ଦିରରେ ମନୁଷ୍ୟ ନିଜ ହାତରେ ମୂର୍ତ୍ତି ତିଆରି କରି ସ୍ଥାପନା କରିଛି । କିନ୍ତୁ ଏହି ହେଉଛି ଏକମାତ୍ର ତୀର୍ଥ- ଯେଉଁଠାରେ ପ୍ରକୃତି ଦେବମୂର୍ତ୍ତି ତିଆରି କରିଛି । ଗୁହା ଭିତରେ ଜଳ ଝରି ସେହି ଜଳ ବରଫ ପାଲଟି ଶିବଲିଙ୍ଗ ତିଆରି ହୋଇଛି । ତିନିଫୁଟ୍ ଉଚ୍ଚର ଶିବଲିଙ୍ଗ ମୂର୍ତ୍ତିକୁ ପ୍ରକୃତିହିଁ ତିଆରି କରେ । କଥିତ ଅଛି, ଅମାବାସ୍ୟା ପରଠାରୁ ଅର୍ଥାତ୍ ଶୁକ୍ଳପକ୍ଷ ଆରମ୍ଭରୁ ଏହି ମୂର୍ତ୍ତି ତିଆରି ହେବା ଆରମ୍ଭ ହୁଏ । କ୍ରମେ ପ୍ରତିଦିନ ବଢ଼ି ବଢ଼ି ପୂର୍ଣ୍ଣିମାଦିନ ପୂର୍ଣ୍ଣତ୍ୱ ପ୍ରାପ୍ତ ହୁଏ । କୃଷ୍ଣପକ୍ଷର ଆରମ୍ଭ ଅର୍ଥାତ୍ ପ୍ରତିପଦାରୁ ମୂର୍ତ୍ତି କ୍ରମେ କ୍ଷୟ ହୁଏ ଓ ଅମାବାସ୍ୟା ଦିନକୁ ସମ୍ପୂର୍ଣ୍ଣ ଲୋପ ପାଇଯାଏ । ପ୍ରତିମାସରେ ଏହି ପ୍ରକ୍ରିୟାର ପୁନରାବୃତ୍ତି ହୋଇଥାଏ । ପ୍ରଭୁ ଶିବ ଶ୍ରାବଣ ପୂର୍ଣ୍ଣିମା ଦିନ ଏହିଠାକୁ ଆସିଥିଲେ; ତେଣୁ ସେହିଦିନ ସେଠାକୁ ଯିବାଦ୍ୱାରା ପୁଣ୍ୟ ହୁଏ ବୋଲି ଲୋକେ କହନ୍ତି । ଯେଉଁ ବିରାଟ ଗୁମ୍ଫାରେ ଏହି ତୁଷାର ଶିବଲିଙ୍ଗ ମୂର୍ତ୍ତି ଅଛନ୍ତି, ସେ ଗୁମ୍ଫାଟିକୁ ମଧ୍ୟ ପ୍ରକୃତି ସୃଷ୍ଟି କରିଛି । ଏହାର ବ୍ୟାସ ପନ୍ଦର ମିଟର (ପ୍ରାୟ ପଚାଶ ଫୁଟ), ଉଚ୍ଚତା ଆଠ ମିଟର (ପ୍ରାୟ ପଚିଶ ଫୁଟ) । ଗୁମ୍ଫାଟିର ପ୍ରବେଶଦ୍ୱାରଠାରୁ ପ୍ରାୟ କୋଡ଼ିଏ ଫୁଟ ଭିତରକୁ ଶେଷଆଡ଼କୁ ଲିଙ୍ଗମୂର୍ତ୍ତି ଅବସ୍ଥିତ । ଯୋନିପୀଠର ପରିଧି ପ୍ରାୟ ଦୁଇ ମିଟର (ସାତ ଆଠ ଫୁଟ), ଉଚ୍ଚତା ପ୍ରାୟ ଦୁଇଫୁଟ । ଯୋନିପୀଠର ମଧ୍ୟସ୍ଥଳରୁ ଉଠିଥିବା ସର୍ପାକୃତି ତୁଷାରପିଣ୍ଡଦ୍ଵାରା ଲିଙ୍ଗମୂର୍ତ୍ତି ବେଷ୍ଟିତ । ଏହାର ଦୁଇପାଖରେ ବରଫର ଦୁଇଟି ସ୍ତୂପ ଅଛି । ସେଥିରୁ ଗୋଟିଏ ପାର୍ବତୀ ଓ ଅନ୍ୟଟି ଗଣେଶଙ୍କ ପ୍ରତୀକ ବୋଲି କୁହାଯାଏ ।‘ଅମରଗଙ୍ଗା’ ନାମକ ସିନ୍ଧୁନଦୀର ଗୋଟିଏ କ୍ଷୁଦ୍ର ଉପନଦୀ ଗୁହାର ପଶ୍ଚିମ ଭାଗରେ ଶ୍ଵେତ ମୃତ୍ତିକା ଉପର ଦେଇ ପ୍ରବାହିତ ହୋଇଛି । ଏହି ମୃତ୍ତିକାକୁ ଦେହରେ ବୋଳିଲେ ପାପ ଧୋଇହୋଇଯାଏ ବୋଲି ଯାତ୍ରୀମାନଙ୍କର ବିଶ୍ଵାସ । ନଦୀ କଡ଼େ କଡ଼େ ଗୁହା ଭିତରକୁ ଯିବାକୁ ରାସ୍ତା ରହିଛି । ଗୁହା ଭିତରେ ଡ଼ଲୋମାଇଟ୍ ବା ଚୂନପଥରକୁ ଆଶ୍ରୟ କରି ସ୍ଵୟଂଭୂ ତୁଷାରଲିଙ୍ଗ ଶୋଭା ପାଉଅଛନ୍ତି । ଏହି ତୀର୍ଥର ନାମ କୈଳାସ । ଅମରନାଥ ମନ୍ଦିରକୁ ଗଲାବେଳେ ଯାତ୍ରୀମାନଙ୍କ ଦୃଷ୍ଟିରେ ଗୋଟିଏ କ୍ଷୀରସରୋବର ପଡ଼ିଥାଏ । କଲ୍ହଣ-କବି ତାଙ୍କ ରାଜତରଙ୍ଗିଣୀରେ ଲେଖିଛନ୍ତି ଯେ ଏହି ହ୍ରଦକୁ ନାଗ ସୃଷ୍ଟି କରିଥିଲେ ଓ ଆଜି ମଧ୍ୟ ଅମରେଶ୍ଵର ବା ଅମରନାଥଙ୍କୁ ଯାଉଥିବା ଯାତ୍ରୀମାନେ ତାହାକୁ ଦେଖୁଛନ୍ତି । ଏହି ସଂକ୍ରାନ୍ତରେ ‘ରାଜତରଙ୍ଗିଣୀ’ର ଶ୍ଳୋକଟି ହେଉଛି - “ଦୁଗ୍ଧାବ୍ଧେରଭବତ୍ ତେନ ସରୋ ଦୂରେଗିରୌ କୃତମ୍ । ଅମରେଶ୍ଵରଯାତ୍ରାୟାଂ ଜନୈରଦ୍ୟାପି ଦୃଶ୍ୟତେ ।” ଗୁହାଟି ସମୁଦ୍ର ପତ୍ତନଠାରୁ ୧୨୭୩୦ ଫୁଟ ଉଚ୍ଚରେ ଅବସ୍ଥିତ । ଏହାର ଚାରିପଟେ ହିମାଳୟର ଅଂଶବିଶେଷ ଯେଉଁ ସବୁ ପର୍ବତ ଘେରି ରହିଛନ୍ତି, ସେଗୁଡ଼ିକର ଉଚ୍ଚତା ପ୍ରାୟ ୧୮,୦୦୦ ଫୁଟ । ଏହି ମନୋରମ ପରିବେଶ ଅମରନାଥ ତୀର୍ଥର ମହତ୍ତ୍ଵ ତଥା ସୌନ୍ଦର୍ଯ୍ୟ ବୃଦ୍ଧି କରୁଛି । କାଶ୍ମୀରର ରାଜଧାନୀ ଶ୍ରୀନଗରଠାରୁ ଏହା ଉତ୍ତର-ପୂର୍ବକୁ ୮୭ ମାଇଲ । ଯାତ୍ରୀମାନେ ଶ୍ରୀନଗର ଠାରୁ ଶ୍ରାବଣ ଶୁକ୍ଳପକ୍ଷ ପଞ୍ଚମୀ ଦିନ ଏକ ବିରାଟ ଶୋଭାଯାତ୍ରାରେ ବାହାରନ୍ତି । କାଶ୍ମୀରରେ ଥିବା ଶାରଦାପୀଠର ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ଏହି ଶୋଭାଯାତ୍ରାର ନେତୃତ୍ଵ କେବେ କେବେ ନେଇଥାନ୍ତି (ଶ୍ରାବଣ ମାସ ପର୍ଯ୍ୟନ୍ତ ଅମରନାଥକୁ ଯିବା ରାସ୍ତା ତୁଷାରଚ୍ଛନ୍ନ ଥିବାରୁ ରାସ୍ତା ଭଲ ଦେଖାଯାଏ ନାହିଁ - ଶ୍ରାବଣ ପରେ ପରେ ସେଠାରେ ଶୀତ ଋତୁ ଆରମ୍ଭ ହୋଇଯିବାରୁ ଆଉ ଯାଇ ହୁଏ ନାହିଁ; ତେଣୁ ଶ୍ରାବଣ ମାସ ହିଁ ତୀର୍ଥଯାତ୍ରା ପାଇଁ ପ୍ରକୃଷ୍ଟ ସମୟ) । ଶୋଭାଯାତ୍ରା ସହିତ ଦଣ୍ଡ ବା ଛତ୍ରି ଧରା ହୋଇଥାଏ । ଭାରତର ସବୁ ଅଞ୍ଚଳରୁ ସାଧୁ, ନାଗା, ମହନ୍ତ, ବୈରାଗୀ, ସନ୍ନ୍ୟାସୀ, ଗୃହସ୍ଥ ଆସି ଶ୍ରୀନଗରଠାରେ ରୁଣ୍ଡ ହୁଅନ୍ତି । ଏମାନଙ୍କୁ କାଶ୍ମୀର ସରକାରଙ୍କ ଧର୍ମାର୍ଥ-ବିଭାଗ ସବୁ ପ୍ରକାର ସାହାଯ୍ୟ କରିଥାଏ । ପ୍ରଥମ ଦିନ ନଅ ମାଇଲ ଯିବାପରେ ଶ୍ରୀନଗରର ଦକ୍ଷିଣ-ପୂର୍ବ ପାମ୍ପୁରଠାରେ ଛଡ଼ି-ଶୋଭାଯାତ୍ରା ପହଞ୍ଚେ । ଦ୍ଵିତୀୟ ଦିନ ଆଉ ନଅ ମାଇଲ ଦକ୍ଷିଣ-ପୂର୍ବକୁ ଯାଇ ଅବନ୍ତୀପୁରଠାରେ ବିଶ୍ରାମ ନିଅନ୍ତି । ତୃତୀୟ ରହଣୀ ହେଉଛି ବ୍ରିଜବିହାର । ଏହିଠାରୁ ଯାତ୍ରୀମାନେ ‘ଅନନ୍ତନାଗ’ ଓ ‘ଗୌତମନାଗ’ ଝରଣା ଦେଇ ମାତ୍ତାନ ବା ମାର୍ତ୍ତଣ୍ଡଠାରେ ପହଞ୍ଚନ୍ତି । ଯାତ୍ରୀମାନେ ଏହିଠାରେ ସୂର୍ଯ୍ୟଦେବତାଙ୍କୁ ପୂଜା କରି ଶ୍ରାଦ୍ଧ ଦିଅନ୍ତି । ଏହି ସ୍ଥାନଟି ପ୍ରସିଦ୍ଧ ସୂର୍ଯ୍ୟକ୍ଷେତ୍ର । ମାର୍ତ୍ତଣ୍ଡ ମନ୍ଦିରର ଭଗ୍ନାବଶେଷ ଏହିଠାରେ ରହିଛି । ଏହି ସ୍ଥାନର ଦୃଶ୍ୟ ଅତି ମନୋହର । ଅଷ୍ଟମ ଶତାବ୍ଦୀର ମଧ୍ୟଭାଗରେ ରାଜା ଲଳିତାଦିତ୍ୟ ଚଉରାଅଶୀଟି ସ୍ତମ୍ଭବେଷ୍ଟିତ ଏହି ମନ୍ଦିର ଗଢ଼ିଥିଲେ । ଏହିଠାରୁ ଯାଇ ଯାତ୍ରୀମାନେ ‘ଐଶମୁକମ୍’ ଠାରେ ପହଞ୍ଚନ୍ତି । ସେଠାରେ ଗୋଟିଏ ମୁସଲମାନ ତୀର୍ଥସ୍ଥାନ ଅଛି । ତିନି ମାଇଲ ଦୂରରେ ‘ବଟକୋଟ୍’ ବୋଲି ଗୋଟିଏ ସ୍ଥାନ ଅଛି । ଅମରନାଥ ମନ୍ଦିରରେ ଯେଉଁ ସବୁ ଦର୍ଶନୀ ବା ଭେଟି ଦିଆଯାଏ, ସେଥିର ଏକ-ତୃତୀୟାଂଶ ଏହି ବଟକୋଟର ମୁସଲମାନମାନେ ପାଆନ୍ତି । ସେହିଠାରୁ ଯାତ୍ରୀମାନେ ଯାଇ ୭୨୦୦ ଫୁଟ ଉପରେ ଅବସ୍ଥିତ ‘ପାହାଲଗାଓଁ’ ଠାରେ ପହଞ୍ଚନ୍ତି । ଏହା ହେଉଛି ‘ଲିଦ୍ଦର’ ଓ ‘ଶେଷନାଗ’ ନଦୀଦ୍ଵୟର ସଂଗମସ୍ଥଳ । ଏଠାରେ ଯାତ୍ରୀମାନେ ସ୍ନାନ କରନ୍ତି । ଏଠାରୁ ଅମରନାଥ ଭିତରେ ଚାରୋଟି ରହଣୀ । ପ୍ରଥମ ରହଣୀ ପ୍ରାୟ ଆଠ ମାଇଲ ପରେ ଚନ୍ଦନବାଡ଼ି; ସମୁଦ୍ରପତ୍ତନଠାରୁ ୯୫୦୦ ଫୁଟ ଉଚ୍ଚ । ଏହିଠାରୁ ଅସ୍ଥାନ ମାର୍ଗ ଓ ଶେଷନାଗ ନଦୀର ସଂଗମସ୍ଥଳ ଦେଖାଯାଏ । ଏଠାରେ ଗୋଟିଏ ବରଫ ପୋଲ ଅଛି । ଯେଉଁମାନେ କେବଳ ପ୍ରାକୃତିକ ଶୋଭା ଦେଖିବାକୁ ଆସନ୍ତି, ସେମାନେ ଏହିଠାରୁ ଫେରିଯାନ୍ତି । ଧର୍ମପ୍ରାଣ ଯାତ୍ରୀମାନଙ୍କର ଏହିଠାରୁ ହିଁ ପ୍ରକୃତ ଅମରନାଥ ତୀର୍ଥଯାତ୍ରା ଆରମ୍ଭ ହୁଏ । ଅସଲ କଷ୍ଟ ଆଗକୁ ଥାଏ । ଏହା ନିକଟରେ ‘ପିସସୁ’ ଘାଟି । ପିସସୁ ଘାଟିଟି ହେଉଛି ‘ପେଷଣ-ପର୍ବତ’ । ଦେବତାମାନେ ଏହିଠାରେ ଦାନବମାନଙ୍କୁ ପେଷଣ କରିଥିଲେ ବୋଲି ଏହି ପର୍ବତର ଏଭଳି ନାମକରଣ କରାଯାଇଛି । ଏହି ପାହାଡ଼ ଦୈତ୍ୟମାନଙ୍କ ଅସ୍ଥିକୁଣ୍ଡ ବୋଲି କୁହାଯାଏ । ଏହି ରାସ୍ତାରେ ପାଇନ, ତୁଷାର ଘନ ଜଙ୍ଗଲ । ସ୍ଥାନେ ସ୍ଥାନେ ପାହାଡ଼ିଆ ନଦୀ କୁଳୁକୁଳୁ ନାଦ କରି ବହିଆସୁଛନ୍ତି । କେଉଁଠି ବରଫ ଚଟାଣ ନିଜର ସୌନ୍ଦର୍ଯ୍ୟରେ ଯାତ୍ରୀମାନଙ୍କର ଚିତ୍ତହରଣ କରୁଛି । ପିସସୁ ଘାଟି ପାର ହେଲାବେଳେ ଯାତ୍ରୀମାନଙ୍କୁ ଦେଢ଼ ହଜାର ଫୁଟ ଉଚ୍ଚ ପାରି ହେବାକୁ ହୁଏ । ଏହାପରେ ଲିଦ୍ଦର ନଦୀ କୂଳେ କୂଳେ ସେମାନେ ଚାଲନ୍ତି । ରାସ୍ତା ଖୁବ୍ ସଂକୀର୍ଣ୍ଣ । ଗୋଟିଏ ପଟେ ଉଚ୍ଚ ଉଚ୍ଚ ପାହାଡ଼; ଅନ୍ୟ ପଟେ ଖାଲ । ସେହି ଖାଲରେ ନଦୀ ବହି ଯାଉଛି । ସବୁବେଳେ ଆଶଙ୍କା ହେଉଥାଏ କାଳେ ଗୋଡ଼ ଖସିଯିବ କି ? ଏହି ବରଫ ରାସ୍ତାରେ ଉପରକୁ ଉଠିବା ପାଇଁ ଯାତ୍ରୀମାନେ ସ୍ଵତନ୍ତ୍ର ପ୍ରକାର ଘାସ ଚଟି ପିନ୍ଧନ୍ତି । ଯୋତା ଉପରେ ମଧ୍ୟ ତାକୁ ମଡ଼ା ଯାଇପାରେ । ପିସସୁ ଘାଟିରୁ ଶେଷନାଗ ପର୍ବତର ଦର୍ଶନ ମିଳେ । ଚନ୍ଦନବାଡ଼ିରୁ ଦ୍ଵିତୀୟ ଦିନ ଶେଷନାଗ ଝିଲ୍ ଆଡ଼କୁ ଚାଲନ୍ତି । ସନ୍ଧ୍ୟା ସୁଦ୍ଧା ସେଠାରେ ପହଞ୍ଚି ବିଶ୍ରାମ ନିଅନ୍ତି । ଶେଷନାଗ ସରୋବର ନିକଟସ୍ଥ ତୁଷାର ପର୍ବତରୁ ଝରୁଥିବା ଜଳଦ୍ଵାରା ପୂର୍ଣ୍ଣ ହୁଏ । ଏହି ହ୍ରଦରୁ ଶେଷନାଗ ନଦୀ ପ୍ରବାହିତ ହେଉଛି । ଏହା ପାତାଳ ଭଳି ଗଭୀର ଓ ଏହି ହ୍ରଦ ଶେଷନାଗଙ୍କ ବାସସ୍ଥଳୀ ବୋଲି କୁହାଯାଏ । ଏଠାରେ ସ୍ନାନ କଲେ ସମସ୍ତ ପାପ ଦୂର ହୋଇଯାଏ । ଯାତ୍ରୀମାନଙ୍କର ବିଶ୍ଵାସ, କାଳସର୍ପର ଫଣାଭଳି କାୟାବିସ୍ତାର କରି ରହିଥିବା ଏହି ଶେଷନାଗ ସରୋବରରେ ଭଗବାନ ବିଷ୍ଣୁ ଅନନ୍ତଶୟନ କରିଅଛନ୍ତି । ଏହାର ଜଳରାଶିରୁ ଚକ୍ଷୁ ଫେରାଇବାକୁ ମନ ହୁଏ ନାହିଁ । ଏହା ଭିତରେ ଧବଳ ହିମଖଣ୍ଡସବୁ ହଂସଭଳି ଶୋଭାପାଉଛନ୍ତି; ସତେ ଯେପରିକି ଶେଷନାଗ ସରୋବରର ଶୋଭା ବୃଦ୍ଧି ପାଇଁ ପ୍ରକୃତି ତୁଷାର ହଂସରାଜି ସନ୍ତରଣ କରାଉଛି । ପରଦିନ ସକାଳେ ଯାତ୍ରା ଆରମ୍ଭ ହୁଏ ପଞ୍ଚତରଣୀକୁ । ଶେଷନାଗ ସରୋବରରୁ ଏହା ଆଠ ମାଇଲ ଦୂର । ଏହି ଆଠ ମାଇଲଯାକ ବରଫ ଭିତରେ ହିଁ ଯିବାକୁ ହୁଏ,ଯାତ୍ରୀ ତୁଷାର-ସୌନ୍ଦର୍ଯ୍ୟ ଦେଖୁ ଦେଖୁ ଏଭଳି ମୁଗ୍ଧ ହୋଇଯାଇଥାଏ ଯେ, ସେ ଯେ, ଆଗକୁ ଚାଲିଛି ତା' ଜାଣିପାରୁ ନ ଥାଏ । ସେ ଦୁର୍ଗମ ପଥର କଷ୍ଟ ତା' ମନକୁ ଦବାଇଦେଇ ପାରେ ନାହିଁ । ଅମରନାଥ ମନ୍ଦିର ପୂର୍ବରୁ ହେଉଛି, ଶେଷରହଣୀ - କେବଳ ଚାରିମାଇଲ ଦୂର । ପଞ୍ଚତରଣୀରେ ପାଞ୍ଚଟି ନଦୀ ମିଳିତ ହୋଇଛନ୍ତି । ଏହିଠାରେ ଅତି ମୂଲ୍ୟବାନ୍ ଔଷଧ-ବୃକ୍ଷସବୁ ରହିଛି ।ଅମରନାଥ ଗୁମ୍ଫାରେ ପହଞ୍ଚିଲା ପୂର୍ବରୁ ଯାତ୍ରୀ ଦୂରରୁ ମନ୍ତ୍ର ଉଚ୍ଚାରଣ ଧ୍ୱନି ଶୁଣେ ।
ଗୁମ୍ଫାର ମୁହଁ ଦକ୍ଷିଣକୁ ଓ ସୂର୍ଯ୍ୟକିରଣ ଶିବଲିଙ୍ଗ ଉପରେ ପଡ଼େ ନାହିଁ । ଗୁମ୍ଫା ଭିତରେ ବାମପଟେ ଆଉ ଗୋଟିଏ ଛୋଟ ଗୁମ୍ଫା ଅଛି । ତା' ଭିତରୁ ଚକ୍ ଭଳି ଗୋଟାଏ ଜିନିଷ ଖୋଳି ଆଣନ୍ତି ଓ ତାକୁଇ ଅମରନାଥଙ୍କ ବିଭୂତି ବୋଲି ଯାତ୍ରୀଙ୍କୁ ଦିଅନ୍ତି । ସେଥିରେ କାଲ୍ସିୟମ କ୍ଲୋରାଇଡ୍ ଓ କାଲ୍ସିୟମ ସଲ୍ଫେଟ୍ ଅଛି । ପଶ୍ଚିମ ପଟେ ଅମର-ଗଙ୍ଗା ବୋଲି ଯେଉଁ ଜଳସ୍ରୋତ ଅଛି, ତା' ତଳେ ଧଳାମାଟି ରହିଛି । ଯାତ୍ରୀମାନେ ସ୍ନାନପରେ ସେଇ ମାଟିକୁ ଆଣି ଦେହରେ ବୋଳି ହୋଇପଡ଼ନ୍ତି ଓ ତା' ଫଳରେ ବରଫ ପାଣିରେ ସ୍ନାନପରେ ଦେହକୁ ଥଣ୍ଡା ଧରେ ନାହିଁ । ଯାତ୍ରୀମାନେ ଏହାର ନାମ ଦେଇଛନ୍ତି, ଅମର ବିଭୂତି । କଥା ଅଛି ଯେ ଶିବ ଏହିଠାରେ ଦେବତାମାନଙ୍କୁ ଅମୃତ ଖୁଆଇ ଅମର କରିଦେଇଥିଲେ । ଶିବଙ୍କ ମସ୍ତକରେ ଚନ୍ଦ୍ର (ଅର୍ଦ୍ଧେନ୍ଦୁ) ବିଦ୍ୟମାନ । ସେହି ଚନ୍ଦ୍ରକୁ ଚିପୁଡ଼ି ସେ ଅମୃତ ପାଇଥିଲେ । ଦେବତାମାନଙ୍କ ଅନୁରୋଧରେ ଶିବ ସେହିଠାରେ ତୁଷାର-ଲିଙ୍ଗ ରୂପରେ ରହିଲେ ଓ ଦେବତାମାନଙ୍କୁ ସେହିଠାରେ ଅମର କରିଥିଲେ ବୋଲି ତାଙ୍କ ନାମ ରହିଲା ଅମରନାଥ । ଯାତ୍ରୀମାନେ ଏହିଠାରେ ଦୁଇଟି ପାରା ଦେଖନ୍ତି ଓ ସେ ଦୁଇଟି ଶିବ ଓ ପାର୍ବତୀ ବୋଲି ସେମାନେ କହନ୍ତି । ଆହୁରି ପୁଣି କୁହାଯାଏ ଯେ, ଏହି ପାରା ଦୁଇଟି ଶିବଙ୍କର ଭକ୍ତ ଥିଲେ । ଥରେ ସେମାନେ ତାଙ୍କର ଧ୍ୟାନଭଙ୍ଗ କରିବାରୁ ସେ ସେମାନଙ୍କୁ ଅଭିଶାପ ଦେଇ ପାରା କରିଦେଲେ । ସେହି ଦିନଠାରୁ ସେ ପାରା ଦୁଇଟି ସେଇଠାରେ ଅଛନ୍ତି । ପାରାଙ୍କ ବିଷୟରେ ଏତେ କଳ୍ପନା ଜଳ୍ପନା କରିବାର କାରଣ ହେଉଛି ଯେ ଘୋର ଶୀତଦିନେ ଯେତେବେଳେ ସେଠାରେ କିଛି ଖାଇବାକୁ ନ ମିଳେ ବା ବରଫରେ ଘାସ ପତ୍ରଟିଏ ମଧ୍ୟ କଅଁଳେ ନାହିଁ, ସେତେବେଳେ ସେଠାରେ ସେମାନେ କେମିତି ବଞ୍ଚନ୍ତି ? ଏହି ପ୍ରଶ୍ନ ହଜାର ହଜାର ବର୍ଷ ଧରି ଅସମାହିତ । ଅତଏବ ଏହି ସବୁ ତଥ୍ୟ ସଂପୂର୍ଣ୍ଣ ରୂପେ ଅବଗତ ହୋଇ ଆମର ମାନ୍ୟବର ମାନେ ଓଡ଼ିଶାର ସାଢେ଼ ଛଅ କୋଟି ଓଡିଆଙ୍କ ଟିକସ ପଇସାରେ ପାପ ଧୌତ ଓ ଭ୍ରମଣ ମଉଜ ଉଠାଇ ଆସୁଛନ୍ତି । ବିଡ଼ମ୍ବନାର ବିଷୟ ଯେ ଏସମ୍ପର୍କରେ କେବେ ଥରେ ହେଲେ ଆଲୋଚନା ହୁଏ ନାହିଁ । ଆମର ତୁଳସୀ ଚଉରା ସଂସ୍କୃତି ହେଉଛି ଉଠା ଜଳସେଚନର ଦର୍ଶନ ପ୍ରଦାୟୀ ସଂସ୍କୃତି , ଅଥଚ ଆମର ମାନ୍ୟବର ମାନେ ଇଟାଲୀ ଯାଆନ୍ତି ଉଠା ଜଳସେଚନ ଉପରେ ଅନୁଶୀଳନ କରିବା ପାଇଁ । ସ୍ବର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ଵ ସମୟରେ ମାନ୍ୟବର ବିଧାୟକ ମାନେ ଇଟାଲୀ ଯାଇ କଣ ଶିକ୍ଷା ଲାଭ କଲେ , କ'ଣ କ'ଣ ସବୁ ଜ୍ଞାନ ଆହରଣ କରି ବିଧାନ ସଭାରେ ଆଲୋଚନା କରି ପ୍ରସ୍ତାବ ଦେଇଥିଲେ , ତାହାର ତଥ୍ୟ କାହା ପାଖରେ ଅଛି କି ? ବିଧାନସଭା ପରିଚାଳନା ସମ୍ପର୍କିତ ପୁସ୍ତକରେ ଉଲ୍ଲେଖ ରହିଛି ଯେ ବିଧାନସଭା କମିଟିଗୁଡ଼ିକର ବିଦେଶ/ବିଭିନ୍ନ ଦେଶ ଗସ୍ତ ( ଷ୍ଟଡି ଟୁରସ୍ / ଫରେନ୍ ଭିଜିଟ୍ସ)ଧାରଣତଃ ଅନ୍ୟ ଦେଶର ସଂସଦୀୟ ବ୍ୟବସ୍ଥା, ଗଣତାନ୍ତ୍ରିକ ପ୍ରକ୍ରିୟା, ନୀତି ନିର୍ଦ୍ଧାରଣ, ଏବଂ ବିଭିନ୍ନ ବିକାଶମୂଳକ ଯୋଜନା ବିଷୟରେ ଅଧ୍ୟୟନ କରିବା ପାଇଁ ଆୟୋଜିତ ହୋଇଥାଏ। ସେହିପରି କମନ୍ୱେଲ୍ଥ ପାର୍ଲାମେଣ୍ଟାରୀ ଆସୋସିଏସନ୍ (ସିପିଏ) କିମ୍ବା ଅନ୍ୟାନ୍ୟ ଆନ୍ତର୍ଜାତୀୟ ସଂସ୍ଥା ଦ୍ୱାରା ଆୟୋଜିତ ସମ୍ମିଳନୀରେ ବାଚସ୍ପତି, ଉପବାଚସ୍ପତି, ବିଧାୟକ, ସଚିବ ଭାଗ ନେବା ପାଇଁ ବ୍ୟବସ୍ଥା କରାଯାଇଛି । ଅନ୍ୟ ଦେଶର ନଗର ଉନ୍ନୟନ, ପରିବେଶ ସୁରକ୍ଷା, କୃଷି ପ୍ରଯୁକ୍ତି ଓ ବଜେଟ୍ ପ୍ରକ୍ରିୟାରେ ବ୍ୟବହୃତ ଭଲ ଅଭ୍ୟାସଗୁଡ଼ିକୁ ବୁଝିବା ଏବଂ ପ୍ରତିନିଧିମଣ୍ଡଳୀ ଓ ସାଂସଦମାନଙ୍କ ସହ ଆଲୋଚନା କରି ନୂତନ ଜ୍ଞାନ ଆହରଣ କରିବା। ସେହିପରି ପ୍ରତିବର୍ଷ ବିଭିନ୍ନ କମନ୍ ଓ୍ବେଲଥ ଦେଶରେ ଆୟୋଜିତ ବାର୍ଷିକ ସମ୍ମିଳନୀରେ ବାଚସ୍ପତି, ଉପବାଚସ୍ପତି, ମାନ୍ୟବର କମିଟି ସଦସ୍ୟ, ବିଧାନସଭାର ସଚିବ ଯୋଗ ଦେଇ ଅଂଶଗ୍ରହଣ କରିବା ସହିତ ଶିକ୍ଷା ଲାଭ କରିବେ । ଏବେ ନିକଟରେ ବାଚସ୍ପତି, ଉପବାଚସ୍ପତି, ସଚିବ ଓ ସଦସ୍ୟମାନେ ସପରିବାର ଯୋଗ ଦେଇ ଫେରିଛନ୍ତି । ଜଣେ ସାଧାରଣ ନାଗରିକ ଭାବେ ଆମ ମନ ଭିତରେ ପ୍ରଶ୍ନ ଉଠୁଛି ଯେ ବିଗତ ୪୬ ବର୍ଷ ଭିତରେ ଶହଶହ କୋଟି ଟଙ୍କା ଓଡ଼ିଶାର ରାଜକୋଷରୁ ବ୍ୟୟ ହୋଇ ରାଜ୍ୟ ପାଇଛି କ'ଣ ? ୪୬ ବର୍ଷର ଇତିହାସକୁ ସମୀକ୍ଷା କରି, ବ୍ୟୟ ହିସାବ କରି , ରାଜ୍ୟ ପାଇଥିବା ଲାଭର ବିବରଣୀ ବର୍ତମାନର ମାନ୍ୟବର ବାଚସ୍ପତି ମହୋଦୟା ରାଜ୍ୟବାସୀ ଙ୍କୁ ଜଣାଇ ଇତିହାସ ସୃଷ୍ଟି କରିବେ କି ?
ସ୍ବରାଜ ଦ୍ବୀପର ଚିତ୍କାର
ସ୍ବରାଜ ଦ୍ବୀପର ଚିତ୍କାର
--------------+
ବର୍ତ୍ତମାନର ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ , ଯାହା କଳିଙ୍ଗ ସାଗର ( ପରବର୍ତ୍ତୀ ସମୟରେ ବଙ୍ଗୀୟ କିରାଣୀଙ୍କ ଚକ୍ରାନ୍ତରେ ବ୍ରିଟିଶ ଶାସନ ସମୟରେ ବଙ୍ଗୋପସାଗରରେ ପରିଣତ) ଉପକୂଳରେ ଅବସ୍ଥିତ ଏକ କେନ୍ଦ୍ର ଶାସିତ ଅଞ୍ଚଳ , ଯାହାର ପ୍ରାକୃତିକ ସୌନ୍ଦର୍ଯ୍ୟ,ନୀଳ ସମୁଦ୍ର, ଧଳା ବାଲି ର ବେଳାଭୂମି ବିଶ୍ବ ପର୍ଯ୍ୟଟକଙ୍କୁ ଆକର୍ଷିତ କରି ଆସୁଛି । ଏହାର ବାସ୍ତବ ଇତିହାସ ଏପର୍ଯ୍ୟନ୍ତ ଲେଖା ଯାଇ ପାରି ନାହିଁ । ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଯେ ବ୍ରିଟିଶ ମାନଙ୍କ ଦ୍ଵାରା ନାମିତ ଆଣ୍ଡାମାନ ଓ ନିକୋବରର ପ୍ରଥମ ପ୍ରଧାନମନ୍ତ୍ରୀ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଆଣ୍ଡାମାନ ର ନାମକରଣ କରିଥିଲେ "ସ୍ବରାଜ ଦ୍ବୀପ ଏବଂ ନିକୋବରର ନାମକରଣ କରିଥିଲେ ଶହୀଦ ଦ୍ବୀପ । ଏକଦା ଏହି ଓଡ଼ିଆ ଅଧ୍ୟୁଷିତ ଅଞ୍ଚଳର ନାମ ଥିଲା ହନୁମାନ ସ୍ଥଳ । ଏହି ସତ୍ୟକୁ କେହି ବିଶ୍ବାସ କରିବେ ନାହିଁ । ଆମେ ଯେବେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ହିଁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ବୋଲି ଉଲ୍ଲେଖ କଲୁ ସେତେବେଳେ ଏବଂ ଯେତେବେଳେ "ନେତାଜୀ ବଞ୍ଚିଲେ,ଵହୁ ବଡ଼ବଡ଼ ନେତା ବଞ୍ଚିବେ ନାହିଁ " ଶୀର୍ଷକରେ ଆଲେଖ୍ୟ ଆଲୋଚନା କରିଥିଲୁ, ସେତେବେଳେ ବହୁ ସମାଲୋଚନାର ଶରବ୍ୟ ହୋଇଥିଲୁ । ବିଶ୍ବ ଇତିହାସରେ ସହସ୍ରାଧିକ ୍ଉଦାହରଣ ଅଛି ଏବଂ ଆମ ଜୀବନରେ ମଧ୍ୟ ଅନେକ ଉଦାହରଣୀୟ ତଥ୍ୟ ୍ର ଯେ କୌଣସି ସତ୍ୟ ତଥ୍ୟ ଉନ୍ମୋଚନ ସମୟରେ ବିରୋଧାଭାସ ଦେଖା ଦେଇଥାଏ । ଆମେ ଦେଇ ଆସୁଥିବା ତଥ୍ୟ ଆମର ମନଗଢା ନୁହେଁ, ଅଧ୍ୟବସାୟ ଆଧାରିତ ତଥ୍ୟ । ଯେପରି ଷାଠିଏ ଦଶକରେ ଓଡିଶାର ମହାନ ସ୍ବାଧୀନତା ସଂଗ୍ରାମୀ , ବିଶେଷ କରି ଆମ ଭାଷାରେ ଚଳନ୍ତି ପାଠାଗାର, 'ଜ୍ଞାନ ମଣ୍ଡଳ' ପ୍ରଣେତା, ଜ୍ଞାନ ତପସ୍ୱୀ ପଦ୍ମଶ୍ରୀ ବିନୋଦ କାନୁନଗୋ ଙ୍କ ପ୍ରଦତ୍ତ ତଥ୍ୟ, ବିଶିଷ୍ଟ ଐତିହାସିକ ଜଗନ୍ନାଥ ପଟ୍ଟନାୟକଙ୍କ ଏକ ଆଲେଖ୍ୟ ଆଲୋଚନା , ସଂଗ୍ରହାଳୟରୁ ପ୍ରାପ୍ତ ତଥ୍ୟ, ବିଭିନ୍ନ ସଙ୍କଳନରେ ଆଲୋଚନା ସମୂହକୁ ଉପଜିବ୍ୟ କରି ଆମେ ସ୍ବରାଜ ଦ୍ବୀପ ଓ ଶହୀଦ ଦ୍ବୀପର ଅନାଲୋଚିତ ଇତିହାସ "ମୁକ୍ତ ଚିନ୍ତନ"ସ୍ତମ୍ଭରେ ପାଠକ ମାନଙ୍କ ଅବଗତି ଏବଂ ପରବର୍ତ୍ତୀ ପିଢ଼ିଙ୍କ ଗବେଷଣା ପାଇଁ ହିଁ ପ୍ରକାଶ କରୁଛୁ । ଏଯାବତ୍ ପ୍ରକାଶିତ ତଥ୍ୟ କୁହେ ଯେ
ଏହି ଦ୍ଵୀପର ନାମକରଣ ଇତିହାସ ବେଶ୍ କୌତୂହଳଜନକ ତଥା ଶିକ୍ଷାପ୍ରଦ । ପାଶ୍ଚାତ୍ୟ ଜ୍ୟୋତିର୍ବିଦ୍ ଗଣିତଜ୍ଞ ଓ ଭୂଗୋଳବେତ୍ତା ଟୋଲେମୀ ଦ୍ଵିତୀୟ ଖ୍ରୀଷ୍ଟାବ୍ଦରେ ଏହାକୁ ‘ଆଗୁମାତି’ ବୋଲି ଉଲ୍ଲେଖ କରିଛନ୍ତି । ସପ୍ତମ ଶତାବ୍ଦୀର ଚୀନା ପରିବ୍ରାଜକ ଇତ୍ସିଙ୍ଗ୍, ମାରକୋପୋଲୋ ଏହି ଦ୍ଵୀପକୁ ନ ଯାଇଥିଲେ ମଧ୍ୟ ସେମାନଙ୍କ ଭ୍ରମଣ ବୃତ୍ତାନ୍ତରେ‘ଦୁଇଆଙ୍ଗାମାନ’ ର ଉଲ୍ଲେଖ କରିଛନ୍ତି । ଆରବର ବଣିକମାନେ କିନ୍ତୁ ସେଠାକୁ ଯାଇଥିଲେ ଓ ସେଠା ଲୋକେ ‘ମଣିଷ ଖାଇ ଯାଆନ୍ତି’ ବୋଲି କହିଦେଇ ସେଠାରେ କାହିଁକି ରହି ନ ପାରିଲେ ତାହାର କୈଫିୟତ ଦେଇ ବସିଲେ । ଏକାଦଶ ଶତାବ୍ଦୀରେ ଦ୍ଵିତୀୟ ରାଜେନ୍ଦ୍ର ଚୋଳ ଏହି ଦ୍ଵୀପପୁଞ୍ଜ ଜୟ କଲେ । କେତେକ ଐତିହାସିକଙ୍କ ମତରେ ‘ହନୁମାନ’ ଶବ୍ଦରୁ ଏହାର ନାମ ଆଙ୍ଗାମାନ ବା ଆଣ୍ଡାମାନ ହୋଇଛି । ଏ ସମ୍ପର୍କରେ ଉଲ୍ଲେଖଯୋଗ୍ୟ କଥା ହେଉଛି ଯେ ମାଳୟରେ ଆଣ୍ଡାମାନକୁ ‘ହଣ୍ଡୁମାନ’ ବୋଲି କୁହାଯାଉଥିଲା । ହନୁମାନରୁ ହଣ୍ଡୁମାନ ହେବା ଖୁବ୍ ସମ୍ଭବ । ଇଂରେଜମାନେ ଏସିଆର ବହୁସ୍ଥାନରେ ନାମକୁ ନିଜ ଇଚ୍ଛା ଅନୁସାରେ ଲେଖିଦେଲା ଭଳି ଏହାର ନାମ ମଧ୍ୟ ଆଣ୍ଡାମାନ ବୋଲି ରଖିଦେଲେ । କିନ୍ତୁ ଏବେ ସେଇ ଦୁଇ ଦ୍ଵୀପର ନାମକୁ ବଦଳାଇ ‘ସ୍ୱରାଜଦ୍ଵୀପ’ ଓ ‘ଶହୀଦ୍ ଦ୍ଵୀପ’ ବୋଲି ରଖିବା ପାଇଁ ଲୋକସଭା ତଥା ବାହାରେ ଦାବି ହେଉଛି । ଭାରତରୁ ସୁଭାଷ ବୋଷ ଯେତେବେଳେ ଗୋପନରେ ଖସି ପଳାଇଲେ ଓ ଜର୍ମାନୀ ବାଟେ ଯାଇ ଜାପାନରେ ପହଞ୍ଚି ଜାପାନ ସରକାରଙ୍କ ସହାୟତାରେ ‘ଭାରତୀୟ ଜାତୀୟ ସେନାବାହିନୀ’ ବା ଇଣ୍ଡିଆନ୍ ନେସ୍ନାଲ୍ ଆର୍ମି (ଆଇ.ଏନ୍.ଏ) ଗଢ଼ିଲେ ସେତେବେଳେ ସିଙ୍ଗାପୁରଠାରେ ଭାରତୀୟମାନଙ୍କ ଉଦ୍ଦେଶ୍ୟରେ ବେତାରଭାଷଣ ଦେଇ କହିଥିଲେ– ୧୯୪୩ ଶେଷ ପୂର୍ବରୁ ଭାରତୀୟ ଜାତୀୟବାହିନୀ ଯାଇ ଭାରତଭୂମିରେ ଠିଆ ହୋଇଯାଇଥିବ । ତାଙ୍କର ସେହି ଜବାବ ରକ୍ଷାହେଲା । ଯେତେବେଳେ ଜାପାନୀମାନେ ସେମାନେ ଅଧିକାର କରି ସାରିଥିବା ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜର ଶାସନଭାର ସୁଭାଷ ବୋଷଙ୍କୁ ଦେଇ ଦେଲେ ଓ ବୋଷ ଆସି ଆଣ୍ଡାମାନରେ ପହଞ୍ଚିଗଲେ । ସେଠାରେ ପହଞ୍ଚି ତାଙ୍କର ପ୍ରଥମ କାମ ହେଲା ସେହି ଦୁଇ ଦ୍ଵୀପପୁଞ୍ଜର ନୂତନ ନାମକରଣ କରିବା । ଆଣ୍ଡାମାନର ନାମ ରଖିଲେ ‘ସ୍ଵରାଜ ଦ୍ଵୀପ’ ଓ ନିକୋବରକୁ ନାମ ଦେଲେ, ‘ଶହୀଦ୍ ଦ୍ଵୀପ’ । ଯେଉଁ ଦ୍ଵୀପପୁଞ୍ଜର ପାଣି ମାଟି ଆକାଶ ବୀର ଭାରତୀୟମାନଙ୍କର ସେଠାରେ ପ୍ରଥମ ବସତି ଦେଖିଛି ଓ ସେମାନଙ୍କୁ ଇଂରେଜ ଶାସକମାନେ କିଭଳି ଦୁଃଖକଷ୍ଟ ଦେଇଛନ୍ତି ତାହାର ମୂକସାକ୍ଷୀ ହୋଇ ରହିଛନ୍ତି, ସେହି ଦ୍ଵୀପପୁଞ୍ଜର ଏଭଳି ଚମତ୍କାର ନାମକରଣ କରିବା ସୁଭାଷ ବୋଷଙ୍କ ଭଳି ଜଣେ ମୌଳିକ ଚିନ୍ତନଶୀଳ ଦେଶପ୍ରେମୀଙ୍କ ପକ୍ଷରେହିଁ ସହଜ ତଥା ସମ୍ଭବ । ଏହି ନୂତନ ନାମକରଣ ପଛରେ ଲୋକମତର ଯେଭଳି ସମର୍ଥନ ରହିଛି, ସେଥିରେ ଦିନେ ନା ଦିନେ ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜର ନାମ ‘ସ୍ଵରାଜ ଦ୍ଵୀପ’ ଓ ‘ଶହୀଦ ଦ୍ଵୀପ’ ହୋଇଯିବ ।
ଏହାର ନାମର ଇତିହାସ ସହିତ ଏହି ଦ୍ଵୀପପୁଞ୍ଜର ଇତିହାସର ସଂପର୍କ ରହିଛି ବୋଲି କହିଲେ କିଛି ଭୁଲ ହେବ ନାହିଁ । ଭାରତରୁ ବଣିକମାନେ ବ୍ରହ୍ମଦେଶ (ମିଆଁମାର), ଜାଭା, ବୋର୍ଣ୍ଣିଓ, ସୁମାତ୍ରା, ମାଳୟ, ସିଂହାପୁର (ସିଙ୍ଗାପୁର) ଯିବା ବାଟରେ ଏହି ଦ୍ଵୀପପୁଞ୍ଜ ରହିଥିବାରୁ ବହୁକାଳରୁ ଭାରତୀୟ ଓ ଭାରତ ସହିତ ବାଣିଜ୍ୟ ସୂତ୍ରରେ ଆବଦ୍ଧ ଥିବା ଆରବୀୟ ଓ ଗ୍ରୀକ୍ ଲୋକେ ଏହାର ଅବସ୍ଥିତି ବିଷୟରେ ଜାଣିସାରିଛନ୍ତି ।
ଚୀନା ବୌଦ୍ଧ ସନ୍ନ୍ୟାସୀ ଇତ୍ସିଙ୍ଗ୍ (୭୭୨ ଖ୍ରୀଷ୍ଟାବ୍ଦ), ନବମ ଶତାବ୍ଦୀର ଆରବ ପରିବ୍ରାଜକଗଣ, ମାରକୋପୋଲୋ (୧୨୮୬ ଖ୍ରୀଷ୍ଟାବ୍ଦ), ଫ୍ରାୟାର ଓଡୋରୀ (୧୩୨୨); ନିକୋଲା କେଣ୍ଟି (୧୪୩୦) ସେମାନଙ୍କ ଭ୍ରମଣ କାହାଣୀ ବା ପୁସ୍ତକରେ ଏହା ବିଷୟରେ ଉଲ୍ଲେଖ କରିବା ତାତ୍ପର୍ଯ୍ୟପୂର୍ଣ୍ଣ । ଭିନ୍ନ ଭିନ୍ନ ଭାଷାର ସ୍ଵାତନ୍ତ୍ର୍ୟ, ଉଚ୍ଚାରଣଭଙ୍ଗୀ ଓ ଧ୍ଵନି-ତତ୍ତ୍ଵର ପ୍ରଭାବ ଏହାର ନାମ ଉପରେ ପଡ଼ିଥିବାରୁ କେହି କେହି ଏହାକୁ ‘ଆଗ୍ ତାମାନ୍’ ବୋଲି କହୁଥିଲେ ଓ ଟୋଲେମୀ ସେଇଥୁରୁ ଧରିନେଲେ ଯେ, ତାହାର ପ୍ରକୃତ ନାମ ହୋଇଥିବ ‘ଆଗାଥୋ ଡାଇମୋନୋ ନେସୋ’ ଅର୍ଥାତ୍ ‘ସୁପ୍ରାଣବାନ ଦ୍ଵୀପ’ । ଆରବର ଲୋକ ‘ଦୁଇ ଆଣ୍ଡାମାନ ଦ୍ଵୀପ’ ଅର୍ଥରେ ଯେଉଁ ଶବ୍ଦ ବ୍ୟବହାର କରୁଥିଲେ ସେଇଥୁରୁ ମାରକୋପୋଲୋ ‘ଆଙ୍ଗାମାନ’ ନାମ ପାଇଗଲେ । ଇଟାଲୀୟ ପରିବ୍ରାଜକ ଓ ଲେଖକ କେଣ୍ଟିଙ୍କ ମତରେ ଏହି ଦ୍ଵୀପର ନାମ ଯେଉଁ ଅର୍ଥ ପ୍ରକାଶ କରୁଛି, ତାହା ହେଉଛି ‘ସୁବର୍ଣ୍ଣ ଦ୍ଵୀପ’ । ଏବେବି ଥାଇଲାଣ୍ଡର ବିମାନ ବନ୍ଦର ନାମ "ସୁବର୍ଣ୍ଣ ଭୂମି ବିମାନ ବନ୍ଦର" ରହିଛି । ୧୭୫୬ରେ ଡେନ୍ମାର୍କଦ୍ୱାରା ଏହି ଦ୍ଵୀପପୁଞ୍ଜ ଅଧିକୃତ ହୋଇଥିଲା । ପରେ ସେମାନେ ବ୍ରିଟିଶ ସରକାର ସହିତ ଚୁକ୍ତି କରି ସେମାନଙ୍କ ‘ଇଲାକା’ ଭୁକ୍ତ କରିଦେଲେ । ୧୭୮୯ ସେପ୍ଟେମ୍ବରରେ କ୍ୟାପ୍ଟେନ୍ ଆରଚୀବାଲଡ୍ ବ୍ଲେୟାର ବଙ୍ଗ ସରକାରଙ୍କ ନିର୍ଦ୍ଦେଶରେ ବୃହତ୍ ଆଣ୍ଡାମାନରେ ଯାଇ ଗୋଟିଏ ଅପରାଧୀ ଉପନିବେଶ ସ୍ଥାପନ କଲେ । ସେହିଠାରେ କ୍ୟାପ୍ଟେନ୍ ବ୍ଲେୟାର ଯେଉଁ ସ୍ଥାନ ବାଛିଲେ ତାକୁ ସେତେବେଳେ କୁହାଯାଉଥିଲା ‘କର୍ଣ୍ଣୱାଲିସ ବନ୍ଦର’ । ପରେ ତାହାର ନାମକରଣ ହେଲା ପୋର୍ଟବ୍ଲେୟାର ବା ‘ବ୍ଲେୟାର’ ବନ୍ଦର । ଦୁଇବର୍ଷ ପରେ ଆଡ୍ମିରାଲ ସାର୍ ଉଇଲିୟମ କର୍ଣ୍ଣୱାଲିସ୍ ଇଚ୍ଛା କଲେ ଯେ, ବୃହତ୍ ଆଣ୍ଡାମାନର ଉତ୍ତର ପୂର୍ବ ଅଂଶରେ ଗୋଟିଏ ଉପଯୁକ୍ତ ସ୍ଥାନରେ ବ୍ରିଟିଶ ଯୁଦ୍ଧ ଜାହାଜ ରହିବ । ତେଣୁ ପ୍ରଥମେ ଯେଉଁଠି ବସତିସ୍ଥାପନ କରାଯାଇଥିଲା ସେଠାରୁ ତାକୁ ଉଠାଇ ନିଆଗଲା । କିନ୍ତୁ ସ୍ଥାନୀୟ ଲୋକଙ୍କ ପ୍ରବଳ ବାଧା ଫଳରେ ସେ ପରିକଳ୍ପନାକୁ ଆଶାନୁରୂପ କାର୍ଯ୍ୟରେ ପରିଣତ କରାଯାଇପାରିଲା ନାହିଁ ଓ ୧୭୯୬ ଯୋଜନାଟିକୁ ବନ୍ଦ କରିଦିଆଗଲା । ସେହି ଅବସ୍ଥା
୪୦ ବର୍ଷରୁ ଅଧିକ ରହିଲା କହିଲେ ଚଳେ । କେବଳ କେତେକ ଇଉରୋପୀୟଙ୍କୁ ନାନା ଉଦ୍ଦେଶ୍ୟରେ ସେଠାରେ ରଖାଯାଉଥାଏ ଓ ବାଣିଜ୍ୟ ତଥା ଯୁଦ୍ଧଜାହାଜ ସାମୟିକ ଭାବରେ ସେଠାକୁ ଯାଉଥାନ୍ତି । ଭାରତ ସରକାର ହେଲ୍ଫର ନାମକ ଜଣେ ଜର୍ମାନ ଧର୍ମପ୍ରାଣ ଲୋକଙ୍କୁ ସେଠାକୁ ପଠାଇଥିଲେ । ଖୁବ୍ ସମ୍ଭବ ସେ ଜଣେ ଖ୍ରୀଷ୍ଟଧର୍ମ ପ୍ରଚାରକ ଥିଲେ ବା ସେଠାର ଅଧିବାସୀମାନଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିବାକୁ ଯାଇଥିଲେ । ୧୮୩୯ରେ ସ୍ଥାନୀୟ ଲୋକେ ତାଙ୍କ ଉପରେ ଆକ୍ରମଣ କରିବା ଫଳରେ ତାଙ୍କର ମୃତ୍ୟୁ ହୋଇଗଲା । ୧୮୪୦ରେ ଦୁଇଟି ବ୍ରିଟିଶ ସୈନ୍ୟବାହୀ ଜାହାଜ ‘ବ୍ରିଟେନ’ ଓ ‘ରନାମେଡ଼’ ସେହି ଦ୍ଵୀପପୁଞ୍ଜରେ ଯାଇ ଲାଗିଲା । ସ୍ଥାନୀୟ ଲୋକେ ସେମାନଙ୍କ ସହିତ ପ୍ରବଳ ସଂଗ୍ରାମ ଚଳାଇ ସମସ୍ତଙ୍କୁ ହତ୍ୟା କରିଦେଲେ । ତାହା ପରେ ଯେତେ ଜାହାଜ ଯାଇ ସେଠାରେ ଲାଗିଛି ବା ବାଟବଣା ହୋଇ ଆଶ୍ରୟ ନେଇଛି ସେ ସବୁ ଜାହାଜର ସେହି ଦଶା ହୋଇଛି । ନିଜର ମୁକ୍ତିକୁ ଅତି ପ୍ରିୟ ଓ ଜୀବନଠାରୁ ଅଧିକ ମୂଲ୍ୟବାନ୍ ମନେ କରୁଥିବା ସେହି ଦ୍ଵୀପପୁଞ୍ଜର ଅଧିବାସୀମାନେ ବିଦେଶୀମାନଙ୍କୁ ସେଠାରେ ଶାନ୍ତିରେ ରହିବାର ବା ବସତି ସ୍ଥାପନ କରିବାର ସୁଯୋଗ ଆଦୌ ଦେଉ ନ ଥାନ୍ତି । ତେଣୁ ଭାରତ ସରକାର ବ୍ରିଟିଶ ସରକାରଙ୍କ ନିର୍ଦ୍ଦେଶମତେ ସ୍ଥିର କଲେ ଯେ ଯାହା ପରିଣାମ ହେଉ ପଛକେ ସେହି ଦ୍ଵୀପପୁଞ୍ଜକୁ ଦଖଲ କରିବାକୁ ହିଁ ହେବ ଓ ସ୍ଥାନୀୟ ଲୋକଙ୍କ ଉପରେ କୌଣସି କଥାରେ ନିର୍ଭର ନ କରି ଭାରତରୁ ଅପରାଧୀ, ଅର୍ଥାତ୍ ଜେଲଦଣ୍ଡ ଭୋଗୁଥିବା ଲୋକଙ୍କୁ ନେଇ ସେଠାରେ ଜବରଦସ୍ତି ବସତି ସ୍ଥାପନ କରିବାକୁ ହେବ । ଏହି ପରିକଳ୍ପନା ୧୮୫୫ରେ କରାଗଲା । ପରିକଳ୍ପନା ଟିକୁ କାର୍ଯ୍ୟରେ ପରିଣତ କରିବାକୁ ଆରମ୍ଭ କରିବାପାଇଁ ବର୍ଷେ ଦି’ ବର୍ଷ ସମୟ ଲାଗିଲା । କିନ୍ତୁ ୧୮୫୭ରେ ଆରମ୍ଭ ହୋଇଗଲା ଭାରତରେ "ସିପାହୀ ବିଦ୍ରୋହ" । ହଜାର ହଜାର ସିପାହୀଙ୍କୁ ବନ୍ଦୀ କଲା ଫଳରେ ସେମାନଙ୍କୁ ଦୂରକୁ ନେଇଯିବା ଆବଶ୍ୟକ ବୋଲି ସେମାନେ ବିଚାରିଲେ । ୧୮୫୭ ନଭେମ୍ବର ରେ ତତ୍କାଳୀନ ଭାଇସରୟ ଲର୍ଡ କାନିଙ୍ଗ୍ ଗୋଟିଏ କମିସନ ନିଯୁକ୍ତ କଲେ, ସେହି ଦ୍ଵୀପପୁଞ୍ଜକୁ ଯାଇ ପ୍ରକୃତ ପରିସ୍ଥିତି କ’ଣ ଓ ସେଠାରେ କ’ଣ କରାଯାଇପାରେ ସେ ବିଷୟରେ ରିପୋର୍ଟ କରିବାପାଇଁ । ଏଫ୍, ମୋଆଟ୍ ହେଲେ ସେହି ତଥ୍ୟ କମିସନର ଚେୟାରମ୍ୟାନ୍ । ତାଙ୍କରି ରିପୋର୍ଟ ଅନୁସାରେ ‘ପୋର୍ଟ କର୍ଣ୍ଣୱାଲିସ’ ଠାରେ ବନ୍ଦୀମାନଙ୍କୁ ରଖାଯିବ ବୋଲି ସ୍ଥିର ହେଲା ଓ ତାହାର ନାମ ରଖାଗଲା ପୋର୍ଟ ବ୍ଲେୟାର । ସେହି କାଳରୁ ଆଜିପର୍ଯ୍ୟନ୍ତ ସେହି ପୋର୍ଟ ବ୍ଲେୟାର ଦ୍ଵୀପପୁଞ୍ଜର ଶାସନ କେନ୍ଦ୍ର ହୋଇ ରହିଛି । ଏହା ହେଉଛି ୧୮୫୮ର ଆରମ୍ଭର ଘଟଣା । ପ୍ରଥମେ ପ୍ରଥମେ ସେଠା ଜଳବାୟୁ ନୂଆ ହୋଇ ଯାଇଥିବା ଲୋକଙ୍କ ଦେହରେ ଗଲା ନାହିଁ ଓ ଯେଉଁ ବନ୍ଦୀ ସିପାହିମାନଙ୍କୁ ସେଠାକୁ ନିଆଯାଇଥିଲା ସେମାନଙ୍କ ଭିତରୁ ଅନେକ ନାନା ରୋଗରେ ମରିଗଲେ । ସେହି ବନ୍ଦୀମାନଙ୍କ ହାତରେ ଜଙ୍ଗଲ ସଫା କରାଇ, ସନ୍ତସନ୍ତିଆ ପାଟ ପୋତାଇ କ୍ରମେ ସେହି ସ୍ଥାନକୁ ବାସୋପଯୋଗୀ କରି ଦିଆଗଲା । ବନ୍ଦୀମାନଙ୍କ ପ୍ରତି ଏହି ଯେଉଁ ବ୍ୟବହାର କରାଯାଉଥିଲା ଓ ସେମାନଙ୍କୁ ପଶୁଭଳି କାମରେ ଲଗାଇ ଦିଆଯାଇଥିଲା ସେଥିରେ ସେମାନଙ୍କ ମନରେ କ୍ରୋଧର ନିଆଁ ଜଳୁଥିଲା । ତେଣୁ ସେଠାର ଶାସକମାନେ ଯେତେବେଳେ ଭାରତର ଭାଇସ୍ରୟ ଲର୍ଡ ମେୟୋଙ୍କୁ ସେଠାକୁ ଡାକିନେଲେ ସେମାନଙ୍କ ସଫଳତା ଦେଖାଇବା ପାଇଁ, ଜଣେ ମୁସଲମାନ ବନ୍ଦୀ ୧୮୭୨ ଫେବୃୟାରୀ ୮ ତାରିଖ ଦିନ ତାଙ୍କୁ ହତ୍ୟା କରିଦେଲେ । ତାହାପରେ ଦୀର୍ଘ ୭୦ ବର୍ଷକାଳ ସେଠାରେ ବ୍ରିଟିଶ ରାଜୁତି ଚାଲିଲା ପରେ ୧୯୪୨ ମାର୍ଚ୍ଚ ମାସରେ ଜାପାନୀମାନେ ତାଙ୍କୁ ଇଂରେଜ ସୈନ୍ୟଙ୍କ ହାତରୁ ଛଡ଼ାଇ ନେଲେ । ୧୯୪୩ରେ ତାହାର ଶାସନଭାର ରହିଲା ସୁଭାଷଙ୍କ ନେତୃତ୍ଵରେ ପରିଚାଳିତ ଭାରତ ଜାତୀୟବାହିନୀ ହାତରେ । ୧୯୪୫ ଅକ୍ଟୋବରରେ ଇଂରେଜ ସୈନ୍ୟ ତାକୁ ଦଖଲ କରିଗଲା ପରେ ୧୯୪୭ ପର୍ଯ୍ୟନ୍ତ ସେହିମାନଙ୍କ ହାତରେ ରହିଲା ଓ ୧୯୪୭ ଅଗଷ୍ଟ ୧୫ ତାରିଖ ଦିନ ଭାରତ ମୁକ୍ତ ହେଲା ପରେ ତାହା ସ୍ଵାଧୀନ ଭାରତର ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ହୋଇ ରହିଛି । ୧୯୬୭ରେ ସେଠାରେ ପ୍ରଥମେ ସାଧାରଣ ନିର୍ବାଚନ ହେଲା ଓ ସେ ଦ୍ଵୀପପୁଞ୍ଜର ପ୍ରତିନିଧ୍ ଲୋକସଭାକୁ ଆସିଲେ । ସେଠାର ଜନସାଧାରଣଙ୍କ ବିଷୟରେ ଗୋଟାଏ ମୋଟାମୋଟି ଚିତ୍ର ଦେବା ସହଜ ତ ନୁହେଁ – ବୋଧହୁଏ ସମ୍ଭବ ମଧ୍ୟ ନୁହେଁ; କାରଣ କେବଳ ଗୋଟିଏ ଜାତିର ଲୋକେ ସେଠାର ଅଧିବାସୀ ନୁହନ୍ତି। ବହୁ ଆଦିବାସୀ ଜାତିର ଲୋକେ ଭିନ୍ନ ଭିନ୍ନ ଦ୍ଵୀପରେ– ଏପରିକି ଗୋଟିଏ ଦ୍ଵୀପର ଭିନ୍ନ ଭିନ୍ନ ଅଂଶରେ ରହିଛନ୍ତି। ଗୋଟିଏ ଦ୍ଵୀପକୁ ଆଉ ଗୋଟିଏ ଦ୍ଵୀପଠାରୁ ସମୁଦ୍ର ଅଲଗା କରି ରଖିଦେଇଥିବାରୁ ସେମାନଙ୍କର ପରସ୍ପର ସହିତ ସଂପର୍କ ସ୍ଥାପିତ ହୋଇପାରି ନାହିଁ। ତେଣୁ ସେମାନଙ୍କର ସ୍ଵତନ୍ତ୍ର ଚାଲିଚଳନ ରୀତି-ନୀତି ଗଢ଼ି ଉଠିଛି। ପ୍ରକୃତ ତଥ୍ୟ ସଂଗ୍ରହର ସୁଯୋଗ ସୁବିଧା ନ ଥିବାରୁ ଓ ବିଦେଶୀମାନଙ୍କୁ ସେମାନେ ସ୍ଵଭାବତଃ ସନ୍ଦେହ ଚକ୍ଷୁରେ ଦେଖୁଥିବାରୁ ଊନବିଂଶ ଶତାବ୍ଦୀରେ ମଧ୍ୟ ଯେଉଁ ଇଉରୋପୀୟମାନେ ସେ ଅଞ୍ଚଳକୁ ଗଲେ ସେମାନେ ଫେରିଆସି କିମ୍ଭୂତକିମାକାର କାହାଣୀ ପ୍ରଚାର କଲେ। ପ୍ରଥମ ଅସତ୍ୟ କାହାଣୀ ହେଲା ସେମାନେ ମନୁଷ୍ୟ ମାଂସ ଖାଇ ଯାଆନ୍ତି। ଦ୍ଵୀପ ବାହାରେ ବହୁଲୋକ ଶହ ଶହ ବର୍ଷ ଧରି ଏହି କାହାଣୀକୁ ସଂପୂର୍ଣ୍ଣ ସତ୍ୟ ବୋଲି ବିଶ୍ଵାସ କରି ଆସିଥିଲେ। ସେ ଯୁଗରେ ଇଂରେଜମାନଙ୍କଦ୍ୱାରା ପରିଚାଳିତ ଓ ସମ୍ପାଦିତ ଭାରତର ଗୋଟିଏ ସମ୍ବାଦପତ୍ର ‘ଟାଇମ୍ସ ଅଫ୍ ଇଣ୍ଡିଆ’ ର ୧୮୬୧ ଏପ୍ରିଲ ୧୨ ତାରିଖ ସଂଖ୍ୟାରେ ଏହି ଖବରଟି ପ୍ରକାଶପାଇଥିଲା : “ନିକଟରେ ଅଣ୍ଡାମାନ ଦ୍ଵୀପପୁଞ୍ଜରୁ ଫେରି ଆସିଥିବା ଜଣେ ପରିଦର୍ଶକଙ୍କଠାରୁ ସେଠାର ଆଦିବାସୀମାନଙ୍କ ସଂପର୍କରେ ଆମେ ଯେଉଁ ମଜାର ଖବର ସଂଗ୍ରହ କରିଛୁ, ତାହା ଆପଣମାନଙ୍କୁ ଅତ୍ୟନ୍ତ ଆନନ୍ଦର ସହିତ ଜଣାଉଛୁ— ଆଣ୍ଡାମାନ ଲୋକେ ନୂଆ ବସତି ସ୍ଥାପନ କରିଥିବା ଲୋକଙ୍କ ପାଖକୁ ପ୍ରାୟ ଆସନ୍ତି ନାହିଁ କି ସେମାନଙ୍କ ସହିତ ମିଳାମିଶା କରନ୍ତି ନାହିଁ। ପଶୁଙ୍କୁ ଗୋଡ଼ାଇଲେ ସେମାନେ ଯେମିତି ନିଜର ନିରାପଦତା ପାଇଁ ଜଙ୍ଗଲ ଭିତରକୁ ପଳାନ୍ତି ଏମାନେ ମଧ୍ୟ ସେହିଭଳି ଜୀବନ ବଞ୍ଚାଇବାପାଇଁ ବଣକୁ ପଳାଇଯାଆନ୍ତି। ଫଳରେ ସେମାନଙ୍କ ସହିତ ମିଳାମିଶା କରିବା ବା ସଂପର୍କ ସ୍ଥାପନ କରିବାର କୌଣସି ସୁଯୋଗ ଆସୁ ନାହିଁ। ସେମାନଙ୍କୁ ଯେଉଁମାନେ ଅନେକ କାଳ ହେଲା ଦେଖିଆସିଛନ୍ତି ବା ସେମାନଙ୍କ ସହିତ ମିଳାମିଶା କରିବା ବା ସଂପର୍କ ସ୍ଥାପନ
କରିବାର କୌଣସି ସୁଯୋଗ ଆସୁ ନାହିଁ। ସେମାନଙ୍କୁ ଯେଉଁମାନେ ଅନେକ କାଳ ହେଲା ଦେଖିଆସିଛନ୍ତି ବା ସେମାନଙ୍କ ବିଷୟରେ କିଛି କିଛି ଜାଣିପାରିଛନ୍ତି ସେମାନଙ୍କ ରିପୋର୍ଟରୁ ଜଣାପଡୁଛି ସେହି ଆଦିବାସୀମାନେ ଭୀଷଣ ମଣିଷଖିଆ ଲୋକ। ଆଜି ମଧ୍ୟ ସେମାନଙ୍କ ପାଖକୁ ଯିବାକୁ ଉଦ୍ୟମ କଲେ ସେମାନେ ଯେଭଳି ଶତ୍ରୁତାର ଭାବ ଦେଖାଉଛନ୍ତି’ ସେଥିରେ ସେମାନେ ଯେ ପ୍ରକୃତରେ ମଣିଷଖିଆ ହୋଇଥିବେ ତାହା ଜଣାପଡୁଛି। କାରଣ ସେ ଧାରଣା ଦୂର କରିବାର ସୁଯୋଗ କାହାରିକୁ ମିଳୁ ନାହିଁ। ସେମାନେ ବିଦେଶୀମାନଙ୍କୁ, ଅର୍ଥାତ୍ ବାହାରର ଲୋକଙ୍କୁ କାହିଁକି ଏଭଳି ସନ୍ଦେହ କରୁଛନ୍ତି ବୋଲି ଯଦିବା କେବେ ସେମାନଙ୍କୁ ପ୍ରଶ୍ନ କରାଯାଉଛି ସେମାନେ ଉତ୍ତର ଦେଉଛନ୍ତି ଯେ, ମାଳୟର ଲୋକେ ମଝିରେ ମଝିରେ ଆସି ସେମାନଙ୍କ ଭିତରୁ କେତେକଙ୍କୁ ଧରି ନେଇଯାଆନ୍ତି ଓ ବାହାରେ ବିକ୍ରି କରିଦିଅନ୍ତି ବା କ୍ରୀତଦାସ ଭଳି ଖଟାନ୍ତି ।” ଏହି ଲୋକେ ଯେଭଳି ବର୍ଣ୍ଣନା ଦେଲେ ଅନ୍ୟ ବହୁଲୋକ ସେଭଳି ବର୍ଣ୍ଣନା ଦେଇଛନ୍ତି ଓ ଭାରତର ପତ୍ରପତ୍ରିକା ଓ ପୁସ୍ତକରେ ସେହି ଧରଣର ବର୍ଣ୍ଣନା ସେମାନଙ୍କ ବିଷୟରେ ରହିଛି। କିନ୍ତୁ ପ୍ରକୃତରେ ସେମାନେ ବହୁକାଳରୁ ସଭ୍ୟ ଜାତି। ସେମାନଙ୍କ ସମାଜରେ ଏଭଳି ଲୋକପ୍ରଥା ପ୍ରଚଳିତ ଅଛି ଯେ, ଯାହା କି ଅତି ସଭ୍ୟ ବୋଲାଉଥିବା ସମାଜର ଲୋକେ ମଧ୍ୟ ବହୁ ଚେଷ୍ଟା କରି ଚଳାଇପାରୁ ନାହାନ୍ତି। ସେମାନେ ଅସତ୍ୟ କ’ଣ ଗୋଟିଏ ଅଛି ବୋଲି ଜାଣନ୍ତି ନାହିଁ– ଅର୍ଥାତ୍ ମିଛ କହନ୍ତି ନାହିଁ କି ଚୋରି କରନ୍ତି ନାହିଁ। ଜଣେ ପ୍ରସିଦ୍ଧ ବ୍ୟକ୍ତି ଥରେ ଲେଖିଥିଲେ ଯେ ଉତ୍ତର ଆମେରିକାକୁ ଇଉରୋପୀୟମାନେ ଗଲା ପୂର୍ବରୁ ସେଠା ଲୋହିତ ଭାରତୀୟ ଅର୍ଥାତ୍ ମୂଳବାସିନ୍ଦାମାନେ ‘ଅସତ୍ୟ’ ବୋଲି ଗୋଟାଏ କିଛି ଜାଣି ମଧ୍ୟ ନ ଥିଲେ। ଆଣ୍ଡାମାନର କେତେକ ଜାତିଙ୍କ ପକ୍ଷରେ ଭୂମି ସମସ୍ୟା ତ ଆଦୌ ନାହିଁ କାରଣ ସବୁ ଭୂମି ସମସ୍ତଙ୍କର। ମିଳିତ ମାଲିକାନା ବ୍ୟତୀତ ଜମି ଉପରେ ଗୋଟାଏ ପୁଣି ବ୍ୟକ୍ତିଗତ ମାଲିକାନା ରହିପାରେ– ଏହି ଧାରଣା ସୁଦ୍ଧା ସେମାନଙ୍କର ନାହିଁ। ରୋଗ ସେମାନଙ୍କ ଭିତରେ ଦେଖା ନ ଥିଲା ବୋଲି କହିଲେ ଚଳେ। ଆଜି ଯେତେବେଳେ ସେମାନଙ୍କ ସହିତ ସଂପର୍କ ସ୍ଥାପନ କରାଯାଉଛି ସେମାନେ ସଡ଼କ, ସ୍କୁଲ, ଡାକ୍ତରଖାନା ନିଜେ ନିଜେ କରିଯାଉଛନ୍ତି । ସରକାରୀ ସାହାଯ୍ୟ ନେବାଟାକୁ ସେମାନେ ଆଦୌ ପସନ୍ଦ କରୁ ନାହାନ୍ତି କି ସେ ଦିଗରେ ଆଗ୍ରହ ମଧ୍ୟ ଦେଖାଉ ନାହାନ୍ତି । କେତେକ ଜାତିର ନାରୀ-ଜାତିପ୍ରତି ଯେଉଁ ସମ୍ମାନ, ପୃଥିବୀର ବହୁ ସଭ୍ୟଜାତିରେ ମଧ୍ୟ ତାହା ଦେଖିବାକୁ ମିଳେ ନାହିଁ ,ମୋଟ ଉପରେ ସେମାନେ ଡେଙ୍ଗା ନୁହନ୍ତି– ଗେଡ଼ା । ପୁରୁଷମାନଙ୍କର ହାରାହାରି ଉଚ୍ଚତା ୪ ଫୁଟ ୬ ଇଞ୍ଚ । ମୁଣ୍ଡ ଗୋଲ— ନାକ ଓସାରିଆ— ମୁଣ୍ଡବାଳ କଳା ବା କସରିଆ । କଳାରୁ ଗୋରା ଭିତରେ ରଙ୍ଗ ନାନାପ୍ରକାରର । ଅନେକ ଜାତିରେ କେହି ସର୍ଦ୍ଦାର ବା ମୁଖିଆ ନାହାନ୍ତି; ଜନମତଦ୍ୱାରା ସମସ୍ତେ ପରିଚାଳିତ ହୁଅନ୍ତି । ଯେଉଁ ସମାଜର କଳ୍ପନା ଆଜି ପୃଥିବୀର ବହୁ ଭାବୁକ କରୁଛନ୍ତି ଓ ସ୍ଵପ୍ନ ଦେଖୁଛନ୍ତି ଯେ ଦିନେ ସେହି କଳ୍ପନା କାର୍ଯ୍ୟରେ ପରିଣତ ହେବ, ବାସ୍ତବରେ ସେହି ସମାଜ ସେଠାରେ କେତେକ ଦ୍ଵୀପରେ ଆଦିବାସୀମାନେ ସ୍ଥାପନ କରିଛନ୍ତି । ଜନମତକୁ ଏଡ଼ିଦେଇ ଗୋଟାଏ କିଛି କରିଦେବା କାହାରି ପକ୍ଷରେ ସହଜ ବା ସମ୍ଭବ ହୁଏ ନାହିଁ । ଯେଉଁମାନେ ସମାଜଶାସ୍ତ୍ର ଓ ଗଣତନ୍ତ୍ର ଶାସନ ପଦ୍ଧତି ବିଷୟରେ ଗବେଷଣା କରୁଛନ୍ତି ସେମାନେ କହୁଛନ୍ତି ଯେ, ସେମାନେ ଗୋଟିଏ ଗୋଟିଏ ଛୋଟ ଗୋଷ୍ଠୀରେ ରହୁଛନ୍ତି, ସ୍ଥାୟୀ ଭାବରେ ଗୋଟିଏ ସ୍ଥାନରେ ନ ରହି ଦରକାର ହେଲେ ଅନ୍ୟ ସ୍ଥାନକୁ ଉଠିଯାଉଛନ୍ତି ଅର୍ଥାତ୍ ବୁଲାଜୀବନ କଟାଉଛନ୍ତି, ଖାଦ୍ୟସଂଗ୍ରହ କରି ଚଳିଯାଉଛନ୍ତି– ତେଣୁ ସେମାନଙ୍କ ପକ୍ଷରେ ଏଭଳି ସମାଜ ସୃଷ୍ଟି ସହଜ ହେଉଛି । ଶିଳ୍ପ ସଭ୍ୟତାର ଯୁଗରେ ତାହା କେତେଦୂର ସମ୍ଭବ ହେବ ସେକଥା ଦେଖିବାର କଥା ବୋଲି ସେମାନେ କହୁଛନ୍ତି । ସେମାନଙ୍କର ସେଭଳି କିଛି ଧର୍ମବିଶ୍ଵାସ ନାହିଁ । ପ୍ରକୃତି ଭିତରେ ସେମାନେ ସୌନ୍ଦର୍ଯ୍ୟ ଦେଖୁଛନ୍ତି ଓ ବର୍ଷଯାକରେ ଯେଉଁ ଋତୁ ପରିବର୍ତ୍ତନ ହେଉଛି ସେହି ପରିବର୍ତ୍ତନ ସେମାନଙ୍କ ଧର୍ମବିଶ୍ଵାସକୁ ପ୍ରଭାବିତ କରୁଛି । ବର୍ଷା ଉପରେ ସେମାନେ ସବୁଠାରୁ ଅଧିକ ଗୁରୁତ୍ଵ ଦିଅନ୍ତି । ବର୍ଷା ଯୋଗୁଁ ଫୁଲ ଫଳର ପ୍ରାଚୁର୍ଯ୍ୟ ଦେଖି ସେମାନେ ଏଭଳି ଗୁରୁତ୍ଵ ଦେବାରେ କିଛି ବିଚିତ୍ରତା ନାହିଁ । ଭିନ୍ନ ଭିନ୍ନ ଜାତି ଭିତରେ ଭିନ୍ନ ଭିନ୍ନ ପ୍ରକାରର ବିବାହ ପ୍ରଥା ଓ ଶବ ପୋତିବା ପ୍ରଥା ରହିଛି । ଏବେ କିନ୍ତୁ ଗୋଟିଏ ଦୁଃଖଦାୟକ ସୂଚନା ମିଳୁଛି । କେତେକ ଅତି ସଭ୍ୟ ଗୋଷ୍ଠୀଙ୍କ ସଂଖ୍ୟା ଦ୍ରୁତ ଗତିରେ କମିଯାଉଛି । କାହିଁକି ଏଭଳି ହେଉଛି ବୋଲି ଅନୁସନ୍ଧାନ କରାଯାଉଛି । ସେମାନଙ୍କ ଭିତରେ କେତେକ ଅଜଣା ରୋଗ ଦେଖାଦେଇଛି । ବହୁ ଗୋଷ୍ଠୀର ଲୋକ ହୋଇଥିବାରୁ ଓ ପରସ୍ପର ସହିତ ସଂପର୍କ ନ ଥିବାରୁ, ସମୁଦ୍ର ଓ ଜଙ୍ଗଲ ସଂପର୍କ ସ୍ଥାପନରେ ବାଧା ସୃଷ୍ଟି କରୁଥିବାରୁ ବହୁଭାଷାର ପ୍ରଚଳନ ରହିଛି । କେତେକ ଜାତିର ଆଦିବାସୀଙ୍କ ଭାଷାର ସବୁ ଶବ୍ଦ ମିଶାଇଦେଲେ ସାତ ଆଠଶହରୁ ଅଧିକ ନୁହେଁ । ସେହିତକ ଶବ୍ଦରେ କାମ ଚଳିଯାଉଥିବାରୁ ନୂଆ ଶବ୍ଦ ସୃଷ୍ଟିର ଆବଶ୍ୟକତା ପଡ଼ି ନାହିଁ । ବୃହତ୍ ଆଣ୍ଡାମାନରେ ଦଶ ଜାତିଙ୍କର ଦଶଟି ଭାଷା । ଧ୍ଵନିତତ୍ତ୍ଵବିଦ୍ମାନେ କହୁଛନ୍ତି, ଅନେକ ଭାଷାରେ ସ, ଜ, ଶ, ଝ- ର ଉଚ୍ଚାରଣ ନାହିଁ । ଶବ୍ଦଗୁଡ଼ିକ ଭିତରୁ ଅଧିକାଂଶ ବିଶେଷ୍ୟ ପଦ । ସେମାନଙ୍କ ଭାଷା ବିଷୟରେ ଇଉରୋପୀୟମାନେ ଯେତିକି ଗବେଷଣା କରିଛନ୍ତି ସେଥିରୁ ଆଜି ଗୋଟାଏ କିଛି ସନ୍ତୋଷଜନକ ଚିତ୍ର ପାଇବା ସହଜ ନୁହେଁ । ସେ ଦିଗରେ କାର୍ଯ୍ୟ ଚାଲିଛି ଓ ଆଉ ଦଶପନ୍ଦର ବର୍ଷ ଭିତରେ ଅନେକ କଥା ଜଣାପଡ଼ିଯିବ । ଦ୍ଵୀପପୁଞ୍ଜର ବହୁ ଅଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତି ଚମତ୍କାର । କେତେକ ଦ୍ଵୀପ ନିକଟରେ ସମୁଦ୍ରର ରଙ୍ଗ ସତେ ଯେପରି କି ଦୁଇ ତିନି ଥର ବଦଳିଗଲା ଭଳି ମନେହୁଏ । ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାପାଇଁ ଓ ଶିକାର କରିବାପାଇଁ ବହୁଲୋକ ସେହି ଦ୍ଵୀପପୁଞ୍ଜକୁ ଯିବା ଆରମ୍ଭ କଲେଣି । ଆଉ କୌଣସି କାରଣରୁ ନ ହେଉ ପଛକେ, ପ୍ରତିରକ୍ଷା ଦୃଷ୍ଟିରୁ ସେହିସବୁ ଦ୍ଵୀପର ଗୁରୁତ୍ଵ ଅତି ଅଧିକ ହୋଇଥିବାରୁ ଭାରତର ଜନସାଧାରଣ ତଥା ସରକାର ସେ ଦ୍ଵୀପଗୁଡ଼ିକର ଉନ୍ନତିପାଇଁ ନିଶ୍ଚୟ ଧ୍ୟାନ ଦେବେ ।ଓଡ଼ିଶାର ସେହି ଦ୍ଵୀପପୁଞ୍ଜର ଗୋଟିଏ ସଂପର୍କ ହେଉଛି ୧୮୧୭ ଖ୍ରୀଷ୍ଟାବ୍ଦରେ ଯେଉଁ ଭାରତ ମୁକ୍ତି ଆନ୍ଦୋଳନର ପ୍ରଥମ ସଂଗ୍ରାମ "ପାଇକ ସଂଗ୍ରାମ"ବ୍ରିଟିଶ ଶାସନ ଇତିହାସରେ ପାଇକ
ବିଦ୍ରୋହ ହୋଇଥିଲା ସେ ସମୟରେ କନିକାର ବିଦ୍ରୋହୀ ନେତା ନାରାୟଣ ପରମଗୁରୁ ଓ କୁଜଙ୍ଗର ବିଦ୍ରୋହୀ ନେତା ବାମଦେବ ପାଟଯୋଷୀଙ୍କୁ କଳା ପାଣି ପାର କରିଦିଆ ହୋଇଥିଲା, ଅର୍ଥାତ୍ ସେହିଠାକୁ ପଠାଇ ଦିଆହୋଇଥିଲା । ଓଡ଼ିଶାର ରାଜା ୨ୟ ଦିବ୍ୟସିଂହ ଦେବ (୧୮୭୨–୧୮୭୭) ମଧ୍ୟ ନରହତ୍ୟା ଅପରାଧରେ ଏହି ଠାକୁ ଯାଇଥିଲେ । ଓଡ଼ିଆ ବଣିକମାନେ ଯେତେବେଳେ ଜାହାଜରେ କଳିଙ୍ଗ ସାଗର ପାରହୋଇ ବାଲି, ଜାଭା, ସୁମାତ୍ରା ପ୍ରଭୃତିକୁ ଯାଉଥିଲେ, ବହୁବାର ସେମାନେ ଏହି ଦ୍ଵୀପପୁଞ୍ଜର କୌଣସି ନା କୌଣସି ଗୋଟିଏ ଦ୍ଵୀପରେ ହୁଏତ ଆଶ୍ରୟ ନେଇଥିବେ ବା ପ୍ରାଣ ହରାଇ ଥିବେ । ବିଭିନ୍ନ ଜାତୀୟ ଭାଷାରେ ଏହି ଦ୍ଵୀପପୁଞ୍ଜକୁ ଟିକିଏ ଭିନ୍ନ ଭାବରେ ଉଚ୍ଚାରଣ କରୁଛନ୍ତି । ଇଂରାଜୀରେ ‘ଆଣ୍ଡାମାନ’ କହୁଥିବାରୁ ଆମ ଓଡ଼ିଶାରେ ତାହାର ନାମ ସେହିଭଳି ରହିଯାଇଛି, କିନ୍ତୁ ବଙ୍ଗଳାରେ ‘ଆନ୍ଦାମାନ’ ଓ ହିନ୍ଦୀରେ ‘ଆଣ୍ଡମାନ’ ବୋଲି କହୁଛନ୍ତି ।
( ଅବଶିଷ୍ଟାଂଶ ପରବର୍ତ୍ତୀ ସଂଖ୍ୟାରେ)
ଅମର ଜୁମର ନିଠେଇ ଘୋଷ
ଅମର ଜୁମର ନିଠେଇ ଘୋଷ
--------------------------
ମାଧ୍ୟମିକ ଶିକ୍ଷା ନବୀସ ଥିବା ସମୟରେ ଅଷ୍ଟମ ଶ୍ରେଣୀରେ ପଣ୍ଡିତ ଆଜ୍ଞା ଙ୍କ ଅମରି ମାଡ଼ ଭୟରେ ଅମରକୋଷ ଶ୍ଲୋକ ଘୋଷିବାକୁ ଯେଭଳି ସଂଘର୍ଷ କରିବାକୁ ପଡ଼ିଥିଲା, ତାହା ଆଜି ଭାବିବା ସମୟରେ ଦେହ ଶୀତେଇ ଉଠୁଛି । ଗୋଟିଏ ଗୋଟିଏ ଶ୍ଲୋକ ଘୋଷି ବଡ଼ ପୋଖରୀ ପାଣି କୁ ଚାହିଁ ବାମ ହାତରେ ଲେଖା ଦେଖି, ନିଜର ପ୍ରତିବିମ୍ବରେ ଥୋଡ ଚାଳନା , ମୁଣ୍ଡ ହଲା, ଡାହାଣ ହସ୍ତ ଚାଳନାର ସ୍ମୃତି ଏବେ ଚଳମାନ ଦୃଶ୍ୟ ଭଳି ହେଉଛି ପ୍ରତୀୟମାନ । ଭଲ ଭାବରେ ଘୋଷି ଥିବାରୁ ଏକାଦଶ ଶ୍ରେଣୀ ବା ମାଟ୍ରିକ ପରୀକ୍ଷାରେ ସଂସ୍କୃତ ବିଷୟରେ ଆଶାନୁରୂପ ସଫଳତା ଲାଭ କରିଥିଲୁ । ଏବେ ବି ଅଶି ଭାଗରୁ ଅଧିକ ଶ୍ଲୋକ ମନେ ଅଛି । ଚିର ସ୍ମରଣୀୟ ଅମର ସିଂହ ଙ୍କ ଅଠର ବର୍ଗରେ ବିଭକ୍ତ ସୃଷ୍ଟି "ଅମର କୋଷ' ଯଥା ସ୍ବର୍ଗ,ଭୂମି,ପାତାଳ,ପୁରୁ,ଶୈଳ,ବନଷୋଧି, ସିଂହାଦି, ମନୁଷ୍ୟ, ବ୍ରହ୍ମ, କ୍ଷତ୍ରିୟ,ବୈଶ୍ୟ, ଶୁଦ୍ର, ପ୍ରାଣୀ,ବିଶେଷ୍ୟ,ନିଘ୍ନ, ସଂକୀର୍ଣ୍ଣ,ନାନାର୍ଥ, ଅବ୍ୟୟ,ଲିଙ୍ଗାଦି ସଂଗ୍ରହ । ଆମେ ତ ଅଷ୍ଟମ ଶ୍ରେଣୀରେ ପଢୁଥିବା ସମୟରେ ଅମରକୋଷ ପଢିଥିଲୁ, ମାତ୍ର ଆମର ବାବା ପଣ୍ଡିତ ଜଗନ୍ନାଥ ଶତପଥୀ ଯେତେବେଳେ ଚତୁର୍ଥ ଶ୍ରେଣୀର ଛାତ୍ର ଥିଲେ, ସେତେବେଳେ ପଢ଼ିଥିଲେ ବୋଲି ଆମକୁ କହିଥିଲେ ଏବଂ ପୁନଃ କହିଥିଲେ ଯେ ତାଙ୍କ ପୂର୍ବରୁ ବିଦ୍ୟାର୍ଥୀ ମାନେ ଅକ୍ଷର ଶିଖିବା ପରେ ଅମରକୋଷ ଶ୍ଲୋକ ଘୋଷୁଥିଲେ । ଅମରକୋଷ ଓ କୁମରନନ୍ଦିକୃତ"ସଂକ୍ଷିପ୍ତସାର ବ୍ୟାକରଣ " ପଢିବା ଫଳରେ ସେମାନଙ୍କ ଭାଷାଜ୍ଞାନ ଶୈଶବରୁ ହିଁ ଲାଭ କରୁଥିଲେ । ତେଣୁ ଆମ ମାଟିର ହଜାର ହଜାର ବର୍ଷର ଗୋଟିଏ ଲୋକ ପଂକ୍ତି ଥିଲା " ଅମର ଜୁମର ନିଠେଇ ଘୋଷ, ଆଉ ସବୁ ପାଠ ଚାଳରେ ଖୋସ " । ଅତଏବ ଶୈଶବରୁ ଆମେ ଅମର ସିଂହ ଙ୍କ ସମ୍ପର୍କରେ ଜାଣିବା ପାଇଁ ବ୍ୟାକୁଳ ଥିଲୁ । ମାଧ୍ୟମିକ ଶିକ୍ଷା ପରେ ଦୀର୍ଘ ଅବଧିର ବିଦ୍ୟାର୍ଥୀ ଜୀବନ , ପରବର୍ତ୍ତୀ ସମୟରେ ଜୀବିକାନ୍ବେଷଣ, ସାମ୍ବାଦିକତା, ବିଭିନ୍ନ ଗଣାନ୍ଦୋଳନରେ ସମ୍ପୃକ୍ତି ଆଦି ବହୁବିଧ ପ୍ରତିକୂଳ ପରିସ୍ଥିତିରେ ଅମର ସିଂହ ଙ୍କ ସମ୍ପର୍କରେ ଗବେଷଣା ବା ଅନୁସନ୍ଧାନ କରି ପାରି ନଥିଲୁ । ନିକଟରେ ଭିଏତନାମ ପରିଭ୍ରମଣ ସମୟରେ ଭିଏତନାମର ରାଜଧାନୀ ହାନୋଇ, ଯେଉଁଠାରେ ହଜାର ହଜାର ଓଡ଼ିଆ ଲୋକ ଓ ବଂଶଜ ରହିଛନ୍ତି , ଦାନାଙ୍ଗ , ହୋଇଆନ୍, ହ୍ୟୁ , ସାଇଗନ, ଯାହା ଭିଏତନାମ ଏକତ୍ରିକରଣ ପରେ ହୋଇଛି ହୋଚିମିନି ସହର ପ୍ରଭୃତି ବୁଲିବା ସମୟରେ ଆମେ ଯେଉଁ ତଥ୍ୟ ସବୁ ସଂଗ୍ରହ କଲୁ , ଯେପରି କି ଥାଇଲାଣ୍ଡ , ଯାହା ୧୯୩୯ ମସିହା ପୂର୍ବରୁ ଥିଲା ସିଆମ୍ ଏବଂ ବହୁ ପ୍ରାଚୀନ ନାମ ଥିଲା ଧବଳ ଦେଶ , ଯେଉଁଠି ଚକ୍ରୀ ରାଜବଂଶ ପୂର୍ବରୁ ଥିଲା ଖମାରୀ ରାଜବଂଶ , ( ସେଠାର ଏଥିରେ ଖମେର) , ୧୨୩୮ରେ ଖମାରୀ ରାଜବଂଶରେ ସିଂହାସନ ପାଇଁ ଭାତୃ ବିବାଦ, ବିଦ୍ରୋହର ସୁଯୋଗ ନେଲେ ଚାଇନାବାସୀଙ୍କ ସଙ୍ଗଠନ, ପ୍ରତିଷ୍ଠା ପାଇଲା ସୁଖୋଥାଇ ରାଜବଂଶ , ଯାହାର ଇତିହାସ ବ୍ୟାପକ ଓ ଅନାଲୋଚିତ , ସେହିପରି ଭିଏତନାମରେ ଚମ୍ପା ରାଜବଂଶ , ପଦ୍ମା ରାଜବଂଶର ପରିଚୟ ପାଇବା ସମୟରେ ଶୈବପୀଠରେ ଅମରକୋଷ ରେ ବର୍ଣିତ ଶିବଙ୍କ ଶ୍ଲୋକ ଆମକୁ ପ୍ରେରିତ କଲା ଶୈଶବର ସେହି ସ୍ବପ୍ନ କୁ ସାର୍ଥକ କରିବା ପାଇଁ । ଆମେ କାମ୍ବୋଡିଆର ଇତିହାସ ଅଧ୍ୟୟନ କରି ପ୍ରାକ୍ତନ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ସ୍ବର୍ଗତ ଦୁର୍ଗା ଚରଣ ସାହୁ, ଯିଏ ଅରୁଣାଚଳ ପ୍ରଦେଶ ସମେତ କେନ୍ଦ୍ର ଶାସିତ ଅଞ୍ଚଳ ସମୂହର ଅଧିକାରୀ ଭାବେ ଅବସ୍ଥାପିତ ହୋଇ କାମ୍ବୋଡିଆ, ଯାହା ପୂର୍ବେ ଥିଲା କମ୍ବୋଜ , ତା'ର ପ୍ରଥମ ଶାସକ , ପାରଳାଖେମୁଣ୍ଡି ମାଟିରେ ଜନ୍ମିତ କୌଣ୍ଡିନ୍ୟଙ୍କୁ ଏବଂ ଓଡ଼ିଆ ବିଦ୍ୱାନ, ବୌଦ୍ଧ ଗୁରୁ ମାନଙ୍କୁ ଉପଜିବ୍ୟ କରି ଏକ କାବ୍ୟିକ ପ୍ରତିବେଦନ ପଢିଥିବା ସ୍ମୃତି ଆଧାରରେ ଅଧ୍ୟୟନ କରି ଅମର ସିଂହ ଙ୍କ ସମ୍ପର୍କରେ କିଛି ଜ୍ଞାନ ବନ୍ତ ହୋଇଛୁ । ପୂର୍ବେ କ'ଣ ଷୋଡ଼ଶ ଶତାବ୍ଦୀ ପର୍ଯ୍ୟନ୍ତ ଓଡିଆ ପ୍ରଜ୍ଞାଦୀପ୍ତ ସାଧକମାନେ, କୀର୍ତ୍ତି ସ୍ରଷ୍ଟା ମାନେ ନିଜର ଆତ୍ମଶ୍ଲାଘା କରି ନାହାନ୍ତି କି ଶ୍ରେୟସ୍କର ହୋଇ ନଥିଲେ , ଅନେକ ତ ଗୌତମ ବୁଦ୍ଧ ଙ୍କ ଠାରୁ ଆରମ୍ଭ କରି ପ୍ରଭୁ ଜଗନ୍ନାଥଙ୍କୁ ଶ୍ରେୟ ଦେଇଥିଲେ, ଏପରିକି ପଞ୍ଚଦଶ ଶତାବ୍ଦୀରେ, ଷୋଡ଼ଶ ଶତାବ୍ଦୀରେ , ଯେପରିକି କୃଷିଜୀବୀ ସିଦ୍ଧେଶ୍ୱର ପରିଡ଼ା ନିଜର ଶ୍ରେୟ ସାରଳା ଠାକୁରାଣୀଙ୍କୁ ସମର୍ପଣ କରି ନିଜକୁ ସାରଳା ଦାସ ଭାବରେ ପରିଚିତ ହୋଇଥିଲେ । ଠିକ୍ ଯେପରି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ " ତାରକା ମନ୍ତ୍ର ପରସାଦେ, ମୋହର କବି ପଣ ଉଦେ" ବୋଲି ଉଲ୍ଲେଖ କରି ଯାଇଛନ୍ତି । ସେହି ଆଧାରରେ ଓଡ଼ିଆ ମାଟିରେ , କ୍ଷତ୍ରିୟ ବଂଶରେ ଜନ୍ମଲାଭ କରିଥିବା ଏହି କାଳଜୟୀ ପ୍ରଜ୍ଞା ପୁରୁଷ ଅମର ସିଂହ ଥିଲେ ବୌଦ୍ଧ ଧର୍ମାବଲମ୍ବୀ, ଏହାର ପ୍ରମାଣ ମିଳେ ଅମରକୋଷର ମଙ୍ଗଳାଚରଣରୁ, ଯଦିଓ ସିଏ ଉଡ୍ର ମାଟିରେ ପୂଜିତ ଦେବାଦେବୀ ମାନଙ୍କ ବହୁବିଧ ନାମ କୁ ଆଧାର କରି ଶ୍ଲୋକ ଲେଖି ଯାଇଛନ୍ତି , ଅନେକ ଶ୍ଲୋକ ଆମର ଏବେବି ମନେ ରହିଛି, ଯାହା ଆମେ ଆଲୋଚନାର ଶେଷ ପର୍ଯ୍ୟାୟରେ ଉଲ୍ଲେଖ କରିବୁ । ମାତ୍ର ମଙ୍ଗଳାଚରଣରେ ସିଏ କୌଣସି ହିନ୍ଦୁ ଦେବଦେବୀ ଙ୍କ ସ୍ତୁତି ନକରି ବୁଦ୍ଧ ଙ୍କ ସ୍ତୁତି କରିଛନ୍ତି । ପ୍ରମାଣ କୁହେ , ଏପରିକି କିମ୍ବଦନ୍ତୀ କହେ ଯେ ଶଙ୍କରାଚାର୍ଯ୍ୟଙ୍କ ସମୟରେ, ଅଷ୍ଟମ ଶତାବ୍ଦୀରେ ଅମର ସିଂହ ଙ୍କ ରଚିତ ଗ୍ରନ୍ଥ ଯେଉଁଠି ମିଳିଲା, ତାକୁ ପୋଡ଼ି ଦିଆଗଲା । ଅନେକ ତାଙ୍କର ଜନ୍ମ ସମୟକୁ ନିର୍ଣ୍ଣୟ ନକରି ପାରି ବିଭିନ୍ନ ଭ୍ରମାତ୍ମକ ତଥ୍ୟକୁ ଲୋକଲୋଚନକୁ ଆଣିଛନ୍ତି , ଯେପରିକି ପଞ୍ଚମ ଶତାବ୍ଦୀରେ , କିଏ କିଏ କହିଛନ୍ତି ବିକ୍ରମାଦିତ୍ୟଙ୍କ ନବରତ୍ନ ମଧ୍ୟରେ ଅନ୍ୟତମ । ଯଦି ନବରତ୍ନ ଙ୍କ ମଧ୍ୟରୁ ଅନ୍ୟତମ, ତେବେ ନିଶ୍ଚିତ ବରାହମିହିରଙ୍କ ସମସାମୟିକ, ଏହାର ୫୫୦ ଖ୍ରୀଷ୍ଟାବ୍ଦର । ବରାହମିହିରଙ୍କ ଜନ୍ମସ୍ଥାନ ପୁରୁଷୋତ୍ତମ ପୁରୀ , ବର୍ତ୍ତମାନର ପୁରୀ । ସେହିପରି କେତେକ ଉଲ୍ଲେଖ କରିଛନ୍ତି ଯେ ସିଏ ବୌଦ୍ଧ ଧର୍ମାବଲମ୍ବୀ ନଥିଲେ, ଥିଲେ ଜୈନଧର୍ମାବଲମ୍ବି । ତାଙ୍କର ଶ୍ଲୋକ ଗୁଡ଼ିକ ପଢ଼ିଲେ ଏକ ସ୍ପଷ୍ଟ ପରିଚୟ ମିଳେ । ଯେପରି କି ଏହି ପ୍ରାରମ୍ଭିକ ଶ୍ଳୋକଗୁଡ଼ିକରେ ଦେବତାମାନଙ୍କର ବିଭିନ୍ନ ପ୍ରତିଶବ୍ଦ ଯଥା ଅମର, ନିର୍ଜର, ଦେବ, ତ୍ରିଦଶ, ଏବଂ ବିବୁଧ ଆଦି ବର୍ଣ୍ଣନା କରାଯାଇଛି। ଏହି ଶ୍ଳୋକଗୁଡ଼ିକରେ ଦେବତାମାନଙ୍କର ସ୍ୱରୂପ, ଗୁଣ ଏବଂ ସେମାନଙ୍କ ନାମର ମହତ୍ତ୍ୱ ସମ୍ପର୍କରେ ସୂଚନା ଦିଆଯାଇଛି।"ଅମରା ନିର୍ଜରା ଦେବାସ୍ତ୍ରିଦଶା ବିବୁଧା ସୁରାଃ।ସୁପର୍ବାଣଃ ସୁମନସସ୍ତ୍ରିଦିବେଶା ଦିବୌକସଃ॥ ଆଦିତେୟା ଦିବିଷଦୋ ଲେଖା ଅଦିତିନନ୍ଦନାଃ। ଆଦିତ୍ୟା ଋଭବୋଽସ୍ୱପ୍ନା ଅମର୍ତ୍ୟା ଅମୃତାନ୍ଧସଃ॥ ବର୍ହିର୍ମୁଖାଃ କ୍ରତୁଭୁଜୋ ଗୀର୍ବାଣା ଦାନବାରୟଃ।ବୃନ୍ଦାରକା ଦୈବତାନି ପୁଂସି ବା ଦେବତାଃ ସ୍ତ୍ରିୟାମ୍॥ ଏହାହିଁ ଦେବତା ମାନଙ୍କ ନାମ । ସେହିପରି ଦେବ ଦେବ ମହାଦେବଙ୍କ ବିଭିନ୍ନ ନାମରେ ଥିବା ଶ୍ଲୋକ ହେଲା "ଶମ୍ଭୁରୀଶଃ ପଶୁପତିଃ ଶିବଃ ଶୂଳୀ ମହେଶ୍ୱରଃ।
ଈଶ୍ୱରଃ ଶର୍ବ ଈଶାନଃ ଶଙ୍କରଶ୍ଚନ୍ଦ୍ରଶେଖରଃ॥
ଭୂତେଶଃ ଖଣ୍ଡପରଶୁର୍ଗିରୀଶୋ ଗିରିଶୋ ମୃଡ଼ଃ।
ମୃତ୍ୟୁଞ୍ଜୟଃ କୃତ୍ତିବାସାଃ ପିନାକୀ ପ୍ରମଥାଧିପଃ॥ ସେହିପରି ମାଆ ଲକ୍ଷ୍ମୀଙ୍କ ନାମ ସମ୍ପର୍କରେ ଅମରକୋଷ ରେ ଉଲ୍ଲେଖ ରହିଛି "ଲକ୍ଷ୍ମୀଃ ପଦ୍ମାଳୟା ପଦ୍ମା କମଳା ଶ୍ରୀର୍ହରିପ୍ରିୟା।
ଇନ୍ଦିରା ଲୋକମାତା ମା କ୍ଷୀରୋଦତନୟା ରମା॥
ଭାର୍ଗବୀ ଲୋକଜନନୀ କ୍ଷୀରସାଗରକନ୍ୟକା।
ତ୍ରୈଲୋକ୍ୟସୁନ୍ଦରୀ ପୂଜ୍ୟା ବିଷ୍ଣୁବକ୍ଷଃସ୍ଥଳସ୍ଥିତା॥
ସେହିପରି ଦେବୀ ଦୁର୍ଗାଙ୍କ ସମ୍ପର୍କରେ ଉଲ୍ଲେଖ ରହିଛି "
ଉମା କାତ୍ୟାୟନୀ ଗୌରୀ କାଳୀ ହୈମବତୀ ସତୀ।
ଈଶ୍ୱରୀ ଶିବା ଭବାନୀ ରୁଦ୍ରାଣୀ ଶର୍ବାଣୀ ସର୍ବମଙ୍ଗଳା॥
ଅପର୍ଣ୍ଣା ପାର୍ବତୀ ଦୁର୍ଗା ମୃଡ଼ାନୀ ଚଣ୍ଡିକା ଅମ୍ବିକା।
ଆର୍ଯ୍ୟା ଦାକ୍ଷାୟଣୀ ଚୈବ ଗିରିଜା ମେନକାତ୍ମଜା॥"
ସେହିପରି ବଡ଼ ଠାକୁର ବଳଭଦ୍ର ଙ୍କ ସମ୍ପର୍କରେ ଉଲ୍ଲେଖ ରହିଛି "ବଳଭଦ୍ରଃ ପ୍ରଲମ୍ବଘ୍ନୋ ବଳଦେବୋଽଚ୍ୟୁତାଗ୍ରଜଃ।
ରେବତୀରମଣଃ କାମପାଳୋ ହଳାୟୁଧଃ॥
ନୀଳାମ୍ବରୋ ରୌହିଣେୟସ୍ତାଳାଙ୍କୋ ମୁଷଳୀ ହଳୀ।
ସଙ୍କର୍ଷଣଃ ସୀରପାଣିଃ କାଳିନ୍ଦୀଭେଦନୋ ବଳଃ॥
( ଅବଶିଷ୍ଟାଂଶ ପରବର୍ତ୍ତୀ ସମୟରେ)
ଖବରକାଗଜରେ ସାହିତ୍ୟ
ଖବରକାଗଜରେ ସାହିତ୍ୟ
----------
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସାହିତ୍ୟ ଏକାଡେମୀ ଓ କବିବର ସାହିତ୍ୟ ଓ ସେବା ପ୍ରତିଷ୍ଠାନର ମିଳିତ ଆନୁକୁଲ୍ୟରେ ଜୟଦେବ ଭବନସ୍ଥ ଗୀତଗୋବିନ୍ଦ ସଦନ ପ୍ରେକ୍ଷାଳୟରେ କବିବର ରାଧାନାଥ ରାୟଙ୍କ ୧୭୯ ତମ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ "କାଲି ଓ ଆଜି ଖବରକାଗଜରେ ସାହିତ୍ୟ" ଶୀର୍ଷକରେ ଆୟୋଜିତ ଆଲୋଚନା ଚକ୍ରରେ ସମ୍ମାନନୀୟ ଡଃ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସହିତ ଆଲୋଚକ ଭାବେ ଯୋଗଦେଇ ଆମର ଅଭିମତ ପ୍ରଦାନ କରିଥିଲୁ । କୌଣସି ଆଲୋଚ୍ୟ ଶୀର୍ଷକକୁ ଆଲୋକପାତ କରିବା ଅବସରରେ ଅନ୍ତତଃ ତିନୋଟି ଗୁଣର ସମନ୍ୱୟ ଯଥା ଚିନ୍ତନ, ଅଧ୍ୟୟନ ଏବଂ ସମ୍ବେଦନ ଜଣେ ଆଲୋଚକ ନିମନ୍ତେ ଏକାନ୍ତ ଆବଶ୍ୟକ । ଏହି ନିର୍ବିବାଦୀୟ ସତ୍ୟକୁ ଅବଗତ ଥାଇ ଅତ୍ୟନ୍ତ ନମ୍ରତାର ସହିତ ଅକୁଣ୍ଠିତ ଭାବରେ ଭାବ ପ୍ରକାଶ କରିବାରେ ସାମାନ୍ୟ ଲଜ୍ଜାବୋଧ କରୁନାହୁଁ ଯେ ଆମର ଅଧ୍ୟୟନ ବ୍ୟାପକ ନୁହେଁ କିମ୍ବା ଚିନ୍ତନ ନୁହେଁ ‘ସୁଗଭୀର’; ମାତ୍ର ପରିବେଶ ଓ ପରିସ୍ଥିତି ଆଧାରରେ ସମ୍ବେଦନ ଯେ ପ୍ରଗାଢ଼, ତାହା ଦୃଢ଼ ଭାବେ ପ୍ରକାଶ କରୁଛୁ । ସେହିପରି ଏହା ନିର୍ବିବାଦୀୟ ସତ୍ୟ ଯେ ୧୮୬୬ ମସିହା, ବିଶେଷ କରି ନଅଙ୍କ ଦୁର୍ଭିକ୍ଷ , ଯାହା ଓଡ଼ିଶା ଇତିହାସର ଏକ ଅତ୍ୟନ୍ତ କଳଙ୍କିତ, ଭୟାବହ ଓ ଦୁଃଖଦାୟକ ଅଧ୍ୟାୟ ଏବଂ ଯେଉଁଥିରେ ଓଡ଼ିଶାର ସରକାରୀ ହିସାବରେ ଏକ ତୃତୀୟାଂଶ ବା ୧୦ ଲକ୍ଷ ଲୋକ ପୋକ ମାଛି ପରି ଅନାହାରରେ ମୃତ୍ୟୁବରଣ କରିଥିଲେ ବୋଲି ଉଲ୍ଲେଖ ରହିଛି ମାତ୍ର, ବାସ୍ତବରେ ଅର୍ଦ୍ଧାଧିକ ଲୋକେ ଭୋକ ଉପାସରେ ମରିଥିଲେ ଏବଂ ଓଡ଼ିଶାର ଆର୍ଥିକ ମେରୁଦଣ୍ଡ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲା, ତା'ର ପରବର୍ତ୍ତୀ ସମୟରେ ଓଡ଼ିଶାର ଶିକ୍ଷା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଏକ ନୂଆ ଅଧ୍ୟାୟର ସୂତ୍ରପାତ ହୋଇଥିଲା । କବିବର ରାଧାନାଥ ରାୟ ଏହି ସମୟରେ ସାରସ୍ବତ ସାଧନାରେ ମଗ୍ନ ରହି ଓଡ଼ିଶାର ନବ ଜାଗରଣକୁ ଦୃଢ଼ୀଭୂତ ଓ ତ୍ବରାନ୍ବିତ କରିଥିଲେ । ସିଏ ଏହି କାଳଖଣ୍ଡର କେବଳ ଧାରକ ନୁହନ୍ତି, ନୁହନ୍ତି ବାହକ, ଅଧିକନ୍ତୁ ସିଏ ଏହି କାଳର ଅନ୍ୟତମ ନିର୍ମାତା ମଧ୍ୟ । ଏହି କାଳଖଣ୍ଡରେ କର୍ମବୀର ଗୌରୀଶଙ୍କର, ବିଚିତ୍ରାନନ୍ଦ ଦାସ, ବ୍ୟାସକବି ଫକୀରମୋହନ, ଭାରତ ଗୌରବ ମଧୁସୂଦନ, କବି ମଧୁସୂଦନ ରାଓ, ବୈକୁଣ୍ଠ ନାଥ ଦେ , ଜନ୍ ବିମସ୍, ନୀଳମଣି ବିଦ୍ୟାରତ୍ନ, ମୟୂରଭଞ୍ଜ ରାଜା ରାମଚନ୍ଦ୍ର ଭଞ୍ଜ, ବାମଣ୍ଡାର ରାଜା ବାସୁଦେବ ସୁଢ଼ଳଦେବ ପ୍ରଭୃତି ମହାପୁରୁଷଙ୍କ ଅବଦାନ ଅବିସ୍ମରଣୀୟ, ଉଲ୍ଲେଖଯୋଗ୍ୟ । ଏମାନଙ୍କ ସହିତ କବିବର ରାଧାନାଥ ଙ୍କର ସଦ୍ଭାବ ରହିଥିଲା ଏବଂ ଏହି ସଦ୍ଭାବ ଓଡ଼ିଆ ସାହିତ୍ୟ, ଓଡ଼ିଆ ଅସ୍ମିତା ପାଇଁ ସୌଭାଗ୍ୟଜନକ ଥିଲା । ଏହି ନବଜାଗରଣର ମୁଖପାତ୍ର ଭାବରେ ଅନେକ ସମ୍ବାଦପତ୍ର ଓ ସାହିତ୍ୟ ପତ୍ରିକା ପ୍ରକାଶ ପାଇଥିଲା । ଉତ୍କଳ ଦୀପିକା ଠାରୁ ଆରମ୍ଭ କରି ସମ୍ବଲପୁର ହି୍ତୈଷଣୀ ପର୍ଯ୍ୟନ୍ତ ତାଲିକା ପ୍ରଲମ୍ବିତ ।ଏହା ନିର୍ବିବାଦୀୟ ସତ୍ୟ ଯେ ଓଡ଼ିଆ ଭାଷା ଏକ ରସାନନ୍ଦପୂର୍ଣ୍ଣ, ମଧୁର, ସୁବୋଧ୍ୟ, ଗୁରୁଗମ୍ଭୀର ଓ ସର୍ବାଧିକ ପ୍ରାଚୀନ ଆର୍ଯ୍ୟ ଭାଷା । ‘ସର୍ବାଧିକ’ ବିଶେଷଣ ବ୍ୟବହାର କରିବାର କାରଣ, ସମ୍ପ୍ରତି ବିଶ୍ୱର ବୈଜ୍ଞାନିକମାନେ ସ୍ପଷ୍ଟ କରିଦେଇଛନ୍ତି ଯେ ଅମ୍ଳଜାନର ଅନ୍ତୁଡ଼ିଶାଳା ହିଁ ଓଡ଼ିଶା ଯା’ର ଅବଧି ତିନିଲକ୍ଷ ବର୍ଷ ପୂର୍ବେ । ଅତଏବ ପ୍ରଥମେ ଜୀବସତ୍ତାର ମାଟିର ଇତିହାସ କେତେ ଯେ ବ୍ୟାପକ, ତାହା ଓଡ଼ିଆ ଜାତି ଓ ଭାଷା ବିଦ୍ୱେଷୀମାନେ କଳ୍ପନା କରିବା ବେଳେ ଇର୍ଷା ଯେ ନିଶ୍ଚିତ ପ୍ରତିବନ୍ଧକ ସାଜିବ, ଏଥିରେ ତିଳେହେଲେ ସନ୍ଦେହ ନାହିଁ । କାରଣ ଭାଷା ହେଉଛି ବ୍ୟକ୍ତି ଓ ଜାତି, ଉଭୟଙ୍କର ପରିଚୟ । ପ୍ରତ୍ୟେକ ବ୍ୟକ୍ତିରଜାତୀୟତାର ସ୍ୱାଭିମାନ ହେଉଛି ତା’ର ଭାଷା ଏବଂ ଏହି ଭାଷା ଓ ବସୁଧୈବ କୁଟୁମ୍ବକମ୍ ମହାନ ମାନବୀୟ ଦର୍ଶନାଧାରିତ ସଂସ୍କୃତିକୁ ଭିତ୍ତିକରି କେଉଁ ଆବହମାନ କାଳରୁ ଓଡ଼ିଆ ଜାତୀୟତାର ଉନ୍ମେଷ ଘଟିଥିଲା । ମହର୍ଷି ନାରଦଙ୍କ ପଦାଙ୍କାନୁସରଣରେ ଭାଷା ସାହିତ୍ୟର ପ୍ରଚାର ପ୍ରସାର ନିମନ୍ତେ ମାଧ୍ୟମ (ମେଡ଼ିଆ)ର ପରିଚୟ ଥିଲା “ତୁଣ୍ଡବାଇଦ ସହସ୍ରକୋଷ”, ଯାହାର ସ୍ଥିତି ଆଜି ମଧ୍ୟ ସମଗ୍ର ଭାରତରେ ପାତାଳଭେଦୀ, ଉଦାହରଣ ହେଉଛି “ଗଣେଶଙ୍କ କ୍ଷୀରପାନ” ପ୍ରସଙ୍ଗ । ସେଥିପାଇଁ ତ ପ୍ରେସ କାଉନ୍ସିଲ ଅଧ୍ୟକ୍ଷ ନ୍ୟାୟମୂର୍ତ୍ତି କାଟ୍ଜୁ ଏହି ଦର୍ଶନର ଅବକ୍ଷୟୀ ଅବୟବକୁ ଅନୁଶୀଳନ କରି ପ୍ରକାଶ କରିଥିଲେ ଯେ ମାତ୍ର ଦୁଇହଜାର ଟଙ୍କା ଖର୍ଚ୍ଚ କଲେ, ଭାରତରେ ଏକ ଭୟଙ୍କର ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି କରା ଯାଇପାରିବ । ଶତାବ୍ଦୀ, ଶତାବ୍ଦୀରେ ଧରି ଓଡ଼ିଆ ମାଟିରେ ଯେଉଁ ଜାତୀୟ ଜାଗରଣ ଘଟିଥିଲା, ତାହା ଦ୍ୱାଦଶ ଶତାବ୍ଦୀରେ ହିଁ ହୋଇଥିଲା ବାଧାପ୍ରାପ୍ତ । ଲଙ୍ଗଳ ଓ କରବାଳ ଧରା ଓଡ଼ିଆଙ୍କ ଦୁଇହାତରେ ଖୋଳ, କରତାଳ ଧାରଣ ହିଁ ମାଟିକୁ କଲା ପରାଧୀନ ଏବଂ ଭାଷା ଜନନୀ ହେଲା ବିପନ୍ନ, ବିଜେତାମାନଙ୍କ ଭାଷାର ଆକ୍ରମଣରେ ହେଲା ଲହୁଲୁହାଣ । ଉତ୍ତରରେ ପୁଣ୍ୟତୋୟା ଗଙ୍ଗା, ଦକ୍ଷିଣରେ ପାପନାଶିନୀ ଗୋଦାବରୀ, ପୂର୍ବରେ ମହାତୀର୍ଥ ମହୋଦଧି ଓ ପଶ୍ଚିମରେ ମର କଣ୍ଟକର ଚଉଭେଦୀରେ ବିଶାଳ ଭୌଗୋଳିକ ଅବୟବକୁ ଚାରିଖଣ୍ଡ କରି କାଟି, ଚାରିଦିଗକୁ ନିକ୍ଷେପ କଲାପରେ, ଯେଉଁ ରକ୍ତାକ୍ତ ଗଣ୍ଡିଟି ଭୟଙ୍କର ଚିତ୍କାର କରୁଥିଲା, ତା’କୁ ଭୋଗିବାକୁ ପଡ଼ିଲା ନଅଙ୍କ ଦୁର୍ଭିକ୍ଷ, ଲକ୍ଷଲକ୍ଷ ଲୋକ ମଲେ ପୋକମାଛି ପରି ଅନାହାରରେ ମୃତ୍ୟୁବରଣ କରିଥିଲେ। ନଥିଲା ଛାପା ଗଣମାଧ୍ୟମ, ସ୍ଥିତି ଆଗୋଚର ଥିଲା ଶୋଷକ ଶାସକଙ୍କ ସମେତ ସମଗ୍ର ବିଶ୍ୱକୁ । ମଧ୍ୟ ଖଣ୍ଡ (ମଧ୍ୟପ୍ରଦେଶ) ରେ ସମ୍ପୃକ୍ତ ଓଡ଼ିଆ ଭାଷୀ ଅଞ୍ଚଳ, ମାନ୍ଦ୍ରାଜ ପ୍ରେସିଡେନ୍ସି ସହ ସଂଯୁକ୍ତ ଦକ୍ଷିଣାଞ୍ଚଳର ଓଡ଼ିଆମାନେ ମଧ୍ୟ ଜାଣିପାରିଲେ ନାହିଁ ସେମାନଙ୍କର ପୂର୍ବଜଙ୍କ ରକ୍ତ ଧମନୀଧାରୀମାନଙ୍କ ଦାରୁଣ ଯନ୍ତ୍ରଣା । ନଥିଲା ୧୮୧୭ରେ ମହାତ୍ମା ସାଧୁ ସୁନ୍ଦର ଦାସଙ୍କ “କୁଜୀବର ପତ୍ର” । ୧୮୬୬ ମସିହା, ଅଗଷ୍ଟ ୪ ତାରିଖରେ କର୍ମବୀର ଗୌରୀଶଙ୍କର ରାୟଙ୍କ ସମ୍ପାଦନାରେ ପ୍ରକାଶ ପାଇଲା ପ୍ରଥମ ଗଣମାଧ୍ୟମ ସାପ୍ତାହିକ “ଉତ୍କଳ ଦୀପିକା”, ତାହାହିଁ ହେଲା ସମଗ୍ର ଓଡ଼ିଶାର ମୁଖପତ୍ର । ଏହାର ଦ୍ୱିତୀୟ ସଂଖ୍ୟା ,ଜାନୁଆରୀ୧ତାରି୍ଖରେ ମୁଦ୍ରିତଭାବେ ପ୍ରକାଶିତହେଲା,ଯେଉଁଥିରେହିଁ ଉଚ୍ଚସ୍ଥାନ ପାଇଲା ଭାଷା, ସାହିତ୍ୟ । ତତ୍ପରେ ଉତ୍କଳ ନାମଧାରଣ କରି ପ୍ରକାଶ ପାଇଥିବା ସାପ୍ତାହିକ ଯଥା ଉତ୍କଳ ହିତୈଷିଣୀ, ଉତ୍କଳ ଶୁଭଙ୍କରୀ, ଉତ୍କଳ ଦର୍ପଣ, ଉତ୍କଳପୁତ୍ର, ଉତ୍କଳ ସଂସ୍କରଣ, ଉତ୍କଳ ମଧୁପ, ଉତ୍କଳ ପ୍ରଭା, ଉତ୍କଳ ସାହିତ୍ୟ ଇତ୍ୟାଦି ଅନେକ । କବିବର ରାଧାନାଥ, ଭାରତ ଗୌରବ ମଧୁସୁଦନ , ମଧୁସୁଦନ ରାଓ, ବ୍ୟାସକବି ଫକୀରମୋହନ, ସ୍ୱଭାବ କବି ଗଙ୍ଗାଧର , କୃଷ୍ଣମୋହନ ପଟ୍ଟନାୟକ, ବିଶ୍ବ ମଣି ପଣ୍ଡିତ ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗୋଦାବରୀଶ ମିଶ୍ର, ଗୋଦାବରୀଶ ମହାପାତ୍ର, ଚିନ୍ତାମଣି ମହାନ୍ତି ଏବଂ ସର୍ବୋପରି ହରେକୃ୍ଷ୍ଣ ମହତାବ ପ୍ରଭୃତିଙ୍କ ଲେଖାରେ ଜାତୀୟତାର ବାଣୀ ଝଂକୃତ ହେବାକୁ ଲାଗିଲା । ଯେତେବେଳେ ଇଂରେଜୀ, ହିନ୍ଦୀ, ବଙ୍ଗଳା ଭାଷାର ଆକ୍ରମଣରେ ଓଡ଼ିଆ ଭାଷା ଜନନୀ ଲହୁଲୁହାଣ, ଯେତେବେଳେ ନୂତନ ଇଂରେଜୀ ଭାଷା ସାହିତ୍ୟ ଶିକ୍ଷାପ୍ରାପ୍ତ ଓଡ଼ିଆ ଯୁବକମାନେ ମାତୃଭାଷାର ଅମର୍ଯ୍ୟାଦା କରିବାକୁ ଗୌରବବୋଧ ମନେକରୁଥିଲେ, ସେତେବେଳେ ବ୍ୟାସକବି ଫକୀରମୋହନ “ସମ୍ବାଦବାହିକା”ରେ ଦେଇଥିଲେ ଆହ୍ୱାନ-
“ଭାଷାହି ଜୀବନ୍ତ ଶକ୍ତି ଜାତି ମାନଙ୍କର
ଯେଉଁ ଜାତି ଭାଷାହୀନ, ସେ ଜାତି ବର୍ବର” ।
ପୁନଶ୍ଚରେ ଆହ୍ୱାନ ଦେଇଥିଲେ,“ପଢ଼ିଲି ନାନା ଦେଶ ଭାଷା /କାହିଁ ତ ନପୂରିଲା ଆଶା /ହେଉ ପଛକେ ସେ ନିକୃଷ୍ଟ / ମୋ ମାତୃଭାଷା ମୋତେ ଶ୍ରେଷ୍ଠ” ।
ସେ ଉପରୋକ୍ତ ଆହ୍ୱାନ ଦେଇଥିଲେ ସେତିକିବେଳେ, ଯେତେବେଳେ ଜଣେ ଓଡ଼ିଆ ବିଦ୍ୱେଷୀ ସଂକୀର୍ଣ୍ଣତାର ସମସ୍ତ ସୀମା ଲଙ୍ଘନ କରି ଓଡିଆ ମାଟି ଉପରେ ଠିଆ ହୋଇ ଦର୍ପିତ ସ୍ୱରରେ “ଓଡ଼ିଆ ଭାଷା ଗୋଟିଏ ସ୍ୱତନ୍ତ୍ର ଭାଷା ନୁହେଁ, ତେଣୁ କୋର୍ଟକଚେରୀ ଆଦିରେ ବଙ୍ଗଳା ଭାଷା ପ୍ରଚଳିତ ହେଉ” ବୋଲି ରଡି କରିଥିଲେ । କେବଳ ଏତିକି ନୁହେଁ, ‘କଟକ ଷ୍ଟାର’ ନାମଧେୟ ସାପ୍ତାହିକ ପତ୍ରିକାରେ ଉମାଚରଣ ହାଲଦାରଙ୍କ ଏକ ଦୀର୍ଘ ପତ୍ର ପ୍ରକାଶ ପାଇଲା, ଯେଉଁଥିରେ ପ୍ରଶାସନକୁ ପ୍ରସ୍ତାବ ଦିଆଯାଇଥିଲା ଯେ ଓଡ଼ିଆ ଭାଷାର ପୁସ୍ତକ ଓ ସମ୍ବାଦପତ୍ରାଦି ବଙ୍ଗାକ୍ଷରରେ ମୁଦ୍ରିତ ହେଉ । ହାଲଦାର ଦାଦାଙ୍କ ହାବିଲଦାର ପରି ଆଦେଶକୁ କାର୍ଯ୍ୟକାରୀ କରିବା ପାଇଁ ବହୁ ବଙ୍ଗୀୟ ପ୍ରଶାସକ ଓ ବୁଦ୍ଧିଜୀବୀ ମାନଙ୍କ ଚାପର ଗତି ଯେବେ ଥିଲା ଉର୍ଦ୍ଧ୍ୱଗାମୀ, ସେତେବେଳେ ଓଡ଼ିଆ ମାନେ ଥିଲେ ପ୍ରତିବାଦବିହୀନ, ମାତ୍ର କର୍ମବୀର ଗୌରୀଶଙ୍କର ‘ଉତ୍କଳଦୀପିକା’ରେ ‘ନବଗୁଞ୍ଜର’ ଛଦ୍ମନାମରେ ଲେଖିଥିଲେ -
“ସଙ୍ଗାତ, କି ଶୁଣିଲି ଆଚମ୍ବିତ । ନାହିଁ ଏଥୁ ବଳି ଆଚମ୍ବିତରେ ..." ।ଦୀପିକା’ ଏବଂ ‘ଉଲ୍ଲାସିନୀ’ ସଭାରେ ପ୍ରକାଶିତ ଲୋକମତକୁ ସାମାନ୍ୟ ଆସ୍ଥା ସ୍ଥାପନ ନକରି ଭାଷାବିଦ୍ୱେଷୀମାନେ “ଡିବେଟିଙ୍ଗ୍ ସୋସାଇଟି” ରେ ପ୍ରତିକୂଳ ଆନ୍ଦୋଳନ ଉଠାଇଥିଲେ, ଯାହାର ଇତିହାସ ବ୍ୟାପକ । ଯେଉଁମାନଙ୍କ ମଧ୍ୟରୁ ଓଡ଼ିଆ ଜାତି ପାଇଁ ଚିର ବନ୍ଦନୀୟ ଓ ସ୍ମରଣୀୟ, ଯଥା କର୍ମବୀରଙ୍କ ସହ ପୁଣ୍ୟାତ୍ମା ବିଛନ୍ଦ ଚରଣ, ବିଚିତ୍ରାନନ୍ଦ, ଜଗମୋହନ ଲାଲ , ବ୍ୟାସକବି ଫକୀର ମୋହନ, ନୀଳମଣି ବିଦ୍ୟାରତ୍ନ, ଗୋବିନ୍ଦଚନ୍ଦ୍ର ପଟନାୟକ , କପିଳେଶ୍ୱର ବିଦ୍ୟାଭୂଷଣ ସଦା ସ୍ମରଣୀୟ । ୧୮୯୭ ମସିହାରେ ପ୍ରକାଶ ପାଇଲା ବାଗ୍ମୀ ବିଶ୍ୱନାଥ କରଙ୍କ ସମ୍ପାଦନାରେ “ଉତ୍କଳ ସାହିତ୍ୟ” ।ବ୍ୟାସକବି ଙ୍କ ଭଗ୍ନ ଶିବ ମନ୍ଦିର (ରାଗିଣୀ ରସକୁଲ୍ୟା) ହେଉ ଅବା ଉପକ୍ରମଣିକା “ଅଧ୍ୟାତ୍ମ ତତ୍ତ୍ୱଚିନ୍ତା”ରେ ପ୍ରତିଫଳିତ ଆବେଗ ହିଁ ପ୍ରଣିଧାନଯୋଗ୍ୟ ା ଦ୍ୱିତୀୟ ସଂଖ୍ୟାର ଅଗ୍ରଲେଖ “ଓଡ଼ିଆ ଭାଷା” ଏବଂ ଆଲେଖ୍ୟ “ଦରବାର” ମଧ୍ୟ ଓଡ଼ିଆ ଜାତୀୟତାର ସ୍ଥିତିକୁ କରିଥିଲା ପ୍ରତିଧ୍ୱନିତ । ବୈଶାଖ, ୧୩୦୪ ସାଲ ସଂଖ୍ୟାରେ ଉତ୍କଳ ସାହିତ୍ୟର ଉନ୍ନତି ଆଲେଖ୍ୟରେ ବାଗ୍ମୀ ବିଶ୍ୱନାଥ କରଙ୍କ ଆହ୍ୱାନ ସ୍ୱାଧୀନୋତ୍ତର ୭୯ ବର୍ଷ, ଏପରିକି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୮୯ ବର୍ଷ ପରେ ମଧ୍ୟ ପ୍ରାସଙ୍ଗିକତା ବହନ କରେ । ଯେତେବେଳେ “ସମ୍ବଲପୁର ହିତୈଷଣୀ”ରେ ଓଡ଼ିଆଭାଷା ସମ୍ପର୍କିତ ଆଲେଖ୍ୟଟି ମିଥ୍ୟା ତଥ୍ୟାଧାରରେ ପ୍ରକାଶିତ ବୋଲି ବଙ୍ଗୀୟ ବୁଦ୍ଧିଜୀବୀମାନେ ଇଂରାଜୀଭାଷାରେ ପ୍ରକାଶିତ ଏକ ସାପ୍ତାହିକ ପତ୍ରିକାରେ ପ୍ରକାଶକଲେ, ତା’ର ଦୃଢ଼ ବିରୋଧ କରି ପୁଣ୍ୟାତ୍ମା ବିଦ୍ୟାରତ୍ନ ଲେଖିଥିଲେ ଯେ ସତ୍ୟହିଁ ସାମ୍ବାଦିକର ପରମ ଧର୍ମ । “ହୋଇବେ ଏକତ୍ର ସର୍ବ ଦେବଗଣ /କରିବେ ଯଦି ମୋ ଜୀବନ ହରଣ / ନ ତେଜିବି ସତ୍ୟପଥ ସଦାଶ୍ରୟ / ଦେବି ନାହିଁ କେବେ ମିଥ୍ୟାକୁ ଆଶ୍ରୟ ।” ଅତଏବ ଓଡ଼ିଆ ଭାଷାସୁରକ୍ଷା ଓ ପ୍ରତିଷ୍ଠା ନିମନ୍ତେ ସାପ୍ତାହିକ ପତ୍ରିକା ମାନଙ୍କର ଭୂମିକା ଥିଲା ସର୍ବାଧିକ ପ୍ରଭାବଶାଳୀ । କାରଣ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସୂତ୍ରରୁ ପ୍ରାପ୍ତ ତଥ୍ୟରେ ୧୮୨୨ରୁ ୧୯୦୦ ମସିହା ମଧ୍ୟରେ ୪୧ଟି ସମ୍ବାଦ ପତ୍ର ପ୍ରକାଶ ପାଇଥିଲା ବୋଲି ଉଲ୍ଲେଖଥିବା ବେଳେ ଉକ୍ତ ଅବଧିରେ ଓଡ଼ିଶାରୁ ପ୍ରକାଶିତ ୩୩ଟି ସମ୍ବାଦପତ୍ରର ନାମଗନ୍ଧ ମଧ୍ୟ ନାହିଁ । ୧୮୫୫ରୁ ୧୮୮୮ ମସିହା ମଧ୍ୟରେ ସାରା ଭାରତବର୍ଷରେ ୩୩ଟି ସମ୍ବାଦପତ୍ର ପ୍ରକାଶ ପାଇଥିବା ବେଳେ, କେବଳ ଓଡ଼ିଶାରୁ ସେତିକି ସଂଖ୍ୟାରେ ସମ୍ବାଦପତ୍ର ପ୍ରକାଶ ପାଇବା କମ୍ ଗୁରୁତ୍ୱ ପୂର୍ଣ୍ଣ ଉପଲବ୍ଧି ନୁହେଁ । ଅଥଚ ଭାରତ ସରକାରଙ୍କ ନିକଟରେ ଥିବା ତଥ୍ୟରେ ଏହା ଉଲ୍ଲେଖ ନହେବାହିଁ ଆମର ଓଡ଼ିଶାର ସଠିକ୍ ଇତିହାସ ନଲେଖାଯିବା ମତର ଏକ କ୍ଷୁଦ୍ର ସାହାଯ୍ୟକାରୀ ପଣ୍ୟ । ଦୁର୍ଭାଗ୍ୟ, ସ୍ୱାଧୀନୋତ୍ତର ୭୯ ବର୍ଷ ପରେ ମଧ୍ୟ କୌଣସି ଓଡ଼ିଆ ଐତିହାସିକ, ସାରସ୍ୱତସାଧକ, ସାମ୍ବାଦିକ, ସମ୍ପାଦକ, ବୈଦ୍ୟୁତିକ ଗଣମାଧ୍ୟମର କାର୍ଯ୍ୟନିର୍ବାହୀ ପଦାଧିକାରୀଙ୍କ ସମେତ ଓଡ଼ିଶା ସରକାର ମଧ୍ୟ କେନ୍ଦ୍ର ସରକାରଙ୍କ ତଥ୍ୟକୁ ସଂଶୋଧନ କରିବା ନିମନ୍ତେ ଦାବି କରିନାହାଁନ୍ତି । ଓଡ଼ିଶାର ପତ୍ର ପତ୍ରିକାର ବିକାଶକୁ ମୁଖ୍ୟତଃ ଚାରୋଟି ଭାଗରେ ବିଭକ୍ତ କରାଯାଇପାରେ ଯଥା (୧) ଉନବିଂଶ ଶତାବ୍ଦୀର ହାତଲେଖା ପତ୍ରିକା (୨) ଇଷ୍ଟଇଣ୍ଡିଆ କମ୍ପାନୀ ତଥା ବ୍ରିଟିଶ୍ ସରକାରଙ୍କ ପ୍ରତି ଭୟ ଓ ଆନୁଗତ୍ୟ ସୃଷ୍ଟିପାଇଁ ଖ୍ରୀଷ୍ଟିଆନ ମିଶ୍ନାରୀମାନଙ୍କ ଦ୍ୱାରା ମୁଦ୍ରିତ ପତ୍ରିକା (୩) ଓଡ଼ିଆ ଭାଷାର ସଂରକ୍ଷଣ ଏବଂ ଓଡ଼ିଆ ଭାଷୀ ଅଞ୍ଚଳ ମଧ୍ୟରେ ଭାଷା ତଥା ସାଂସ୍କୃତିକ ଐକ୍ୟ ରକ୍ଷା ଉଦ୍ଦେଶ୍ୟରେ ପ୍ରକାଶିତ ପତ୍ରିକା (୪) ସ୍ୱାଧୀନତା ପରେ ଦେଶରେ ସୁସ୍ଥ ଗଣତାନ୍ତ୍ରିକ ବିକାଶ ଏବଂ ନିର୍ମଳ ଶାସନ ଓ ଦୃଢ଼ ଅର୍ଥନୈତିକ ଉନ୍ନୟନ କାର୍ଯ୍ୟକ୍ରମର ରୂପାୟନ ପାଇଁ ଜନସାଧାରଣଙ୍କ ମଧ୍ୟରେ ନାଗରିକ ଦାୟିତ୍ୱବୋଧ ସୃଷ୍ଟି । ଏତଦ୍ ବ୍ୟତୀତ ବୈଦ୍ୟୁତିକ ଗଣମାଧ୍ୟମର ବିକାଶ, ରେଡ଼ିଓ ପରେ ଦୂରଦର୍ଶନ ଓ ଦୂରଦର୍ଶନର ବ୍ୟବସାୟୀକରଣ, ପ୍ରଯୁକ୍ତି ସାମାଜିକ ଗଣମାଧ୍ୟମ ଯାହାକୁ ସୋସିଆଲ୍ ମେଡିଆ ଅବା ୱେବ୍ ମେଡିଆ ବୋଲି ସଂପ୍ରତି ବିଶେଷଣ ରେ କରାଯାଇଛି ବିଭୂଷିତ, ସେଥିରେ ମଧ୍ୟ ଭାଷାସାହିତ୍ୟକୁ ଦିଆଯାଇଆସୁଛି ଗୁରୁତ୍ୱ । ମାତ୍ର ଇତିହାସର ପଚ୍ଛୁଆଣି ପାଣିକୁ ଗୋଳେଇଲେ ଯେଉଁ ସତ୍ୟଟି ଉକୁଟି ଉଠେ, ତାହା ପ୍ରତିଫଳିତ ହୋଇଥିଲା ୧୯୦୦ ମସିହା ଜୁନ୍ ୩ ତାରିଖ, ବୁଧବାର “ସମ୍ବଲପୁର ହିତୈଷଣୀ”ର ଉକ୍ତ ଦିବସର ସଂସ୍କରଣରେ ପ୍ରକାଶିତ ଅଗ୍ରଲେଖରେ,ଯାହାର ତଥ୍ୟ ଅତି ଗୁରୁତ୍ୱପୂର୍ଣ୍ଣ । “ଆମ୍ଭମାନଙ୍କ ମତରେ ଉତ୍କଳର ସମ୍ବାଦପତ୍ରମାନେ ଯେ ସ୍ୱାଧୀନ ଭାବରେ ପରିଚାଳିତ ହେଉନାହିଁ ଏକଥା ପ୍ରକୃତ ନୁହେଁ । ଉତ୍କଳର କୌଣସି ସମ୍ବାଦପତ୍ର ଅନ୍ୟ ଦେଶରେ ପ୍ରକାଶିତ ଅଧିକାଂଶ ସମ୍ବାଦପତ୍ର ଅପେକ୍ଷା କୌଣସି ଗୁଣରେ ନ୍ୟୂନ ନୁହେଁ” । ଉତ୍କଳରେ ସମସ୍ତ ପ୍ରକାଶିତ ସମ୍ବାଦପତ୍ର ମଧ୍ୟରେ ଥିଲା ଐକ୍ୟ । ଭାଷା, ସାହିତ୍ୟର ସମୃଦ୍ଧି ପାଇଁ ସମ୍ବଲପୁର ହିତୈଷିଣୀ ବା ବାଲେଶ୍ୱରରୁ ପ୍ରକାଶିତ “ସମ୍ବାଦ ବାହିକା” ଓ କଟକର“ଉତ୍କଳ ଦୀପିକା” ମଧ୍ୟରେ ପରସ୍ପରର ସମ୍ବାଦ ଓ ଆଲେଖ୍ୟକୁ ପରସ୍ପର ପ୍ରକାଶ କରୁଥିଲେ , ନଥିଲା ସେଠି ଘୃଣ୍ୟ ମସୀଲିପ୍ତ କରିବାର ବ୍ୟବସାୟିକ ପ୍ରତିଦ୍ୱନ୍ଦିତା, ଲକ୍ଷ୍ୟଥିଲା ଭାଷା, ସାହିତ୍ୟର ଉନ୍ନତ୍ତି, ଭାଷା ଭିତ୍ତିରେ ସମସ୍ତ ଓଡ଼ିଆ ଅଞ୍ଚଳର ଏକତ୍ରିକରଣ ଏବଂ ସାରସ୍ୱତ ସୃଷ୍ଟିର ପାଠକୀକରଣ । ଓଡ଼ିଶାର ପଶ୍ଚିମାଞ୍ଚଳରୁ ସ୍ୱଭାବ କବି ଗଙ୍ଗାଧରଙ୍କ “ମାତୃଭୂମି ମାତୃଭାଷାରେ ମମତା ଯା ହୃଦେ ଜନମି ନାହିଁ, ତାକୁ ଯେବେ ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ?”ସ୍ୱର ନିନାଦିତ ହେଉଥିବାବେଳେ ଉତ୍ତରରୁ କେବଳ ବ୍ୟାସକବି ନୁହଁନ୍ତି, ମଧୁସୁଦନ ରାଓଙ୍କ ‘ମାତୃଭୂମି ମାତୃଭାଷା ଉଭୟ ଜନନୀ, ସେବ ତାଙ୍କୁ ଭକ୍ତି ଭରେ ଦିବସ ରଜନୀ, ଏ ମାନବ ଜନ୍ମ ହେବ ସଫଳ ତୋହର, ଏ ଭିକ୍ଷା କରନ୍ତୁ ପୂର୍ଣ୍ଣ ପ୍ରଭୁ ମହେଶ୍ୱର” ନିନାଦିତ ହୋଇଥିଲାବେଳେ କଟକରୁ ଭାରତ ଗୌରବ ମଧୁବାବୁଙ୍କ ସ୍ୱକୀୟ “ଜାତି ପ୍ରେମ ବହ୍ନି ପ୍ରଜ୍ଜ୍ୱଳିତ କର ସ୍ୱାର୍ଥକୁ ଦିଅ ଆହୁତି /ସ୍ୱାର୍ଥ ମେଧ ଯଜେ୍ଞ ଚାରିଆଡେ ନାଚ ଛାତିକୁ ମିଶାଇ ଛାତି”ମଧ୍ୟ ହେଉଥିଲା ପ୍ରତିଧ୍ୱନିତ । ୧୯୦୭ ମସିହାରେ ସମ୍ବଲପୁର ଠାରେ ଉତ୍କଳ ସମ୍ମିଳନୀର ଅଧିବେଶନରେ କବି କୃଷ୍ଣ ମୋହନ ପଟ୍ଟନାୟକଙ୍କ ଆହ୍ୱାନ “ଆଜି ସାଗରେ ଭୂଧରେ ପ୍ରାନ୍ତରେ ଅମ୍ବରେ ଶୁଭୁ ଉତ୍କଳର ଜୟଗୀତି” ର ଆହ୍ୱାନର ପ୍ରଭାବରେ ପ୍ରଭାବିତ ହୋଇଥିଲେ ବିଶ୍ବ ମଣି ପଣ୍ଡିତ ଗୋପବନ୍ଧୁ । ବିଂଶ ଶତାବ୍ଦୀର ପ୍ରଥମ ଭାଗରେ ପ୍ରଥମେ ବ୍ରହ୍ମପୁରରୁ ପୁଣ୍ୟାତ୍ମା ଶଶିଭୂଷଣ ରଥଙ୍କ ସମ୍ପାଦନାରେ ପ୍ରକାଶ ପାଇଲା ସାପ୍ତାହିକ ‘ଆଶା’ ଓ ତତ୍ପରେ ଉତ୍କଳମଣି ଗୋପବନ୍ଧୁ ଦାସ ପ୍ରଥମେ ପୁରୀ ଓ ପରେ କଟକରୁ ଅକ୍ଟୋବର ୪ ତାରିଖ, ୧୯୧୯ରେ ସାପ୍ତାହିକ ‘ସମାଜ’ ଏବଂ ତତ୍ପରେ ଡଃ ହରେକୃଷ୍ଣ ମହତାବ ବାଲେଶ୍ୱରରୁ “ପ୍ରଜାତନ୍ତ୍ର” ସାପ୍ତାହିକ ପ୍ରକାଶ କରାଇଥିଲେ । ୧୯୩୦ ମସିହା ପର୍ଯ୍ୟନ୍ତ ଏହି ତିନୋଟି ସାପ୍ତାହିକ ଓଡ଼ିଆଭାଷା ସାହିତ୍ୟର ବିକାଶ ନିମନ୍ତେ କରିଥିବା ପ୍ରଶଂସନୀୟ ଉଦ୍ୟମର ଫଳଶୃତି ହେଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ । ବିଗତ ୯୦ ବର୍ଷର ଓଡିଆ ମୁଦ୍ରିତ ଗଣମାଧ୍ୟମର ଇତିହାସକୁ ପର୍ଯ୍ୟାଲୋଚନା କଲେ ଡଃ. ହରେକୃଷ୍ଣ ମହତାବଙ୍କ ଠାରୁ ଡଃ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପର୍ଯ୍ୟନ୍ତ ବହୁ ସାରସ୍ୱତ ଓଡ଼ିଆପ୍ରାଣ ସାମ୍ବାଦିକମାନଙ୍କ ଦ୍ୱାରା ଭାଷା ସାହିତ୍ୟର ଉନ୍ନତିର ଅନାଲୋଚିତ ବ୍ୟାପକ ଇତିହାସ ଜନାର୍ପିତ ନହେବାର ଏକ ପ୍ରମୁଖ କାରଣ ଈର୍ଷା ପ୍ରଣୋଦିତ ନକାରାତ୍ମକବାଦୀ ମାନସିକତା । ଆଦ୍ୟ ଯୌବନରେ ମାନବସେବା ହିଁ ମାଧବ ସେବା ଦର୍ଶନରେ ଅନୁପ୍ରାଣିତ ହୋଇ ମାଟିମନସ୍କ କବିପ୍ରାଣ ଡଃ ହରେକୃଷ୍ଣ ମହତାବ ସାଧାରଣ ଜୀବନକୁ ଆସି ୧୯୨୩ରେ “ପ୍ରଜାତନ୍ତ୍ର ସାପ୍ତାହିକୀ ପ୍ରକାଶନ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଓଡ଼ିଆ ଭାଷା, ସାହିତ୍ୟର ଉନ୍ନତି କଳ୍ପେ ଅନୁକରଣୀୟ ପ୍ରେରଣା ପ୍ରଦାନ କରିଯାଇଛନ୍ତି । ଠିକ୍ ସେହିପରି ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ମଧ୍ୟ ନିଜ ଜୀବଦ୍ଦଶାରେ କରି ଯାଇଛନ୍ତି। “ପ୍ରଜାତନ୍ତ୍ର”ରେ ପ୍ରକାଶିତ ଜାତୀୟକବି ବୀର କିଶୋରଙ୍କ ‘ଦେଶଲାଗି ଯା’ର ଦେହ କାନ୍ଦିଉଠେ ଜାତି ଲାଗି କାନ୍ଦେ ମନ, ଲୋଡ଼ା ନାହିଁ ତା’ର ଯୋଡ଼ି ଘୋଡ଼ା ଗାଡ଼ି କୁଆଁର ପୁନେଇଁ ଜହ୍ନ’ର ପ୍ରେରଣାରେ ମହତାବଙ୍କ “ଚଷାଭାଇ ଶୋକ”ରେ ଓଡ଼ିଆ ଭାଷାସାହିତ୍ୟର ମହାର୍ଘ ସମ୍ପଦ ଭରପୂର ଥିଲା । ଡଃ ମହତାବ ଦୈନିକ ‘ପ୍ରଜାତନ୍ତ୍ର’ ଓ ‘ଝଙ୍କାର’ ମାଧ୍ୟମରେ ଓଡ଼ିଶାରେ ଏକ ବଳିଷ୍ଠ ସାହିତ୍ୟସେବୀ ପରିବାର ଗଠନ କରିବା ପାଇଁ ତଥା ଏକ ସାରସ୍ୱତ ଆନ୍ଦୋଳନକୁ ବାସ୍ତବବାଦୀ, ସକାରାତ୍ମକ, ସର୍ଜନଶୀଳ ରୂପ ଦେବାପାଇଁ ଆରମ୍ଭ କରିଥିଲେ ବିଷୁବ ମିଳନ ଉତ୍ସବ । ବିଷୁବ ଆନ୍ଦୋଳନର ବିଶାଳ ସାମିଆନା ତଳେ ବହୁ କବି, ଲେଖକ, ଅନୁବାଦକ ଜନ୍ମଗ୍ରହଣ କରି ନିଜନିଜ କ୍ଷେତ୍ରରେ ଥିଲେ ଓ ଅଛନ୍ତି ସୁପ୍ରତିଷ୍ଠିତ ଏବଂ ଆମ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ ଓ ଗୌରବାନ୍ୱିତ କରିବାର ସେମାନଙ୍କର ଅବଦାନ ଅବିସ୍ମରଣୀୟ । ସଂକ୍ଷେପରେ କୁହାଯାଇପାରିବ ଯେ ବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧର ସାରସ୍ୱତ, ରାଜନୈତିକ ସାଂସ୍କୃତିକ ଇତିହାସ ହେଉଛି “ପ୍ରଜାତନ୍ତ୍ର” । ମାତ୍ର, ଦୁର୍ଭାଗ୍ୟ ଏହାର ସ୍ଥିତି ଆଜି ବିପନ୍ନ । ପରବର୍ତ୍ତୀ ସମୟରେ ୧୯୮୪ , ଅକ୍ଟୋବର ୪ ତାରିଖରେ ଡଃ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଦ୍ୱାରା ପ୍ରତିଷ୍ଠିତ "ସମ୍ବାଦ" ର ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ପ୍ରତି ଗୁରୁତ୍ୱାରୋପର ଇତିହାସ ବ୍ୟାପକ । " ସୁବାର୍ତ୍ତା"ର ଯଶସ୍ବୀ ପରିଚାଳନା ସମ୍ପାଦକ ଶ୍ରଦ୍ଧେୟ କ୍ରାନ୍ତି କୁମାର ସାକସେନାଙ୍କ ଭାଷା ପ୍ରୀତି କାରଣରୁ ପ୍ରତିଦିନ ରାଜ୍ୟର ପ୍ରତିଭାସମ୍ପନ୍ନ କବି ମାନଙ୍କର ସୃଷ୍ଟି ତିନି ପୃଷ୍ଠା ପ୍ରକାଶ ପାଇ ଆସୁଛି । କ୍ଷୁଦ୍ର ଗଳ୍ପ, କ୍ଷୁଦ୍ର ଉପନ୍ୟାସ, ମୁକ୍ତ ଚିନ୍ତନ ସ୍ତମ୍ଭରେ ପ୍ରବନ୍ଧ ଆଲୋଚନା ମଧ୍ୟ ପ୍ରକାଶ ପାଇ ଆସୁଛି ।କେତେକ ଛାପା ଓ ଦୃଶ୍ୟ-ଶ୍ରାବ୍ୟ ଗଣମାଧ୍ୟମ କିନ୍ତୁ ‘ଗୋଦରା କୋଡ଼େ ଯେତେ ମାଡ଼େ ସେତେ’ ନ୍ୟାୟରେ ଇଚ୍ଛାକୃତ ଭାବେ ହେଉ ଅବା ହନୁକରଣବାଦକୁ ଆପଣେଇ ହେଉ, ‘ଓଡ଼ିଆ’ ପରିବର୍ତ୍ତେ ‘ଓହିଙ୍ଗ’ (ଓଡ଼ିଆ + ହିନ୍ଦୀ + ଇଂରାଜୀ) ଭାଷାକୁ କରି ଆସୁଛନ୍ତି ପ୍ରଚାର ଓ ପ୍ରସାର , ପ୍ରତିନିୟତ ଲିପି ହତ୍ୟା କରିଚାଲିଛନ୍ତି । ଅନେକ ମୂଲ୍ୟବାନ ଶବ୍ଦ ଅବ୍ୟବହୃତ ହୋଇ ବିସ୍ମୃତିର ଗଭୀର ଗହ୍ୱରରେ ଯେଭଳି ନିକ୍ଷେପିତ ଠିକ୍ ସେହିଭଳି ‘ଶବ୍ଦ ଜାଲିଆତି’ର ପ୍ରାବଲ୍ୟ ସର୍ବତ୍ର ବିଦ୍ୟମାନ । ‘ଧର୍ଷଣ’ ଭଳି ଘୃଣିତ ଶବ୍ଦର ପ୍ରତିଶବ୍ଦ କେବେ ‘ଦୁଷ୍କର୍ମ’ ହୋଇପାରେନା । ଶ,ସ,ଷ କୁ ମିଶାଇ ଗୋଟିଏ ‘ଶ’ କରିଦେଲେ ଅକ୍ଷର ସଂଖ୍ୟା କମିଯାଇପାରେ ମାତ୍ର ଶବ୍ଦର ଅର୍ଥ ଅନର୍ଥ ହୋଇ ଭାଷାକୁ ହତ୍ୟା କରିଥାଏ । ସମ୍ପୃକ୍ତ ଭାଷାଦ୍ରୋହୀମାନେ ଭୁଲିଯାଆନ୍ତି ଯେ ଭାଷା ସହିତ ଜାତୀୟତା ଅଙ୍ଗାଙ୍ଗୀ ଭାବରେ ଜଡ଼ିତ । ପ୍ରତ୍ୟେକ ବ୍ୟକ୍ତିର ଜାତୀୟତାର ସ୍ୱାଭିମାନ ହେଉଛି ତା’ର ଭାଷା । ଯେଉଁ ଜାତିର ଭାଷା ଯେତେ ଉନ୍ନତ, ସେ ଜାତିର ଜାତୀୟ ବିକାଶ ସେତେ ଉନ୍ନତରୁ ଉନ୍ନତତର । ଭାଷାପ୍ରୀତି ସୃଷ୍ଟି ନହେଲେ ଜାତୀୟ ଚେତନା ଜାଗ୍ରତ ହେବା ସମ୍ପୂର୍ଣ୍ଣ ଅସମ୍ଭବ । ଏହା ମଧ୍ୟ ନିର୍ବିବାଦୀୟ ସତ୍ୟ ଯେ ବ୍ୟକ୍ତି ଯେତେ ପ୍ରଜ୍ଞାବାନ ହେଲେ ହେଁ ଆପଣା ଭାଷା ମାଧ୍ୟମରେ ଜାତୀୟତାର ସ୍ୱାକ୍ଷର ବହନ କରି ଆତ୍ମପ୍ରକାଶ ନ କଲେ ତା’ର ଯେଉଁ ସ୍ୱରୂପ ପ୍ରକାଶ ପାଇବ, ତାହା ହେଉଛି ଛଳନା, କପଟାଚରଣର ପ୍ରକାଶିତ ଭାବ ଓ ଭଙ୍ଗୀ । ଅନେକ ଗଣମାଧ୍ୟମ ଏଯାବତ ନିର୍ଦ୍ଦିଷ୍ଟ ଭାବେ ଜାଣିନାହାନ୍ତି ବୋଲି ଆମର ଦୃଢ଼ ମତ ଯେ ସମଗ୍ର ବିଶ୍ୱରେ ୬୩୩୪ଟି ଭାଷା ମଧ୍ୟରୁ ମାତ୍ର ୨୪ଟି ଭାଷାର ଲିପି ଅଛି । ୪ଟି ମହାଦେଶରେ ଗୋଟିଏ ଲିପି ଥିବାବେଳେ, ଏପରିକି ସର୍ବାଧିକ ବ୍ୟବହୃତ ଭାଷା ଇଂରାଜୀର ସ୍ୱତନ୍ତ୍ର ଲିପି ନଥିବା ବେଳେ,ଭାରତରେ କେବଳ ୧୨ଟି ଭାଷାରେ ଲିପି ଅଛି, ତନ୍ମଧ୍ୟରେ ଅଛି ଆମ ଶାସ୍ତ୍ରୀୟମାନ୍ୟତା ପ୍ରାପ୍ତ ଓଡିଆଭାଷା, ଏହି ତଥ୍ୟହିଁ ଭାଷାପ୍ରାଣମାନଙ୍କ ପାଇଁ ସୁବାର୍ତ୍ତା । ଅପରପକ୍ଷରେ ୨୮ ସେପ୍ଟେମ୍ବର,୧୮୪୮ ରୁ ୧୬ ଅପ୍ରେଲ,୧୯୦୮ , ମାତ୍ର ଷାଠିଏ ବର୍ଷର ସଦାସର୍ବଦା ରୋଗାକ୍ରାନ୍ତ ଜୀବନରେ କବିବର ତାଙ୍କର ଅମୃତ ସୃଷ୍ଟି " ଚିଲିକା"," କେଦାର ଗୌରୀ", "ଚନ୍ଦ୍ରଭାଗା", "ଉଷା", "ପାର୍ବତୀ", "ମହାଯାତ୍ରା"," ଉର୍ବଶୀ", ଯଯାତି କେଶରୀ ","ନନ୍ଦିକେଶ୍ବରୀ ","ଦରବାର ","ସାବିତ୍ରୀ ଚରିତ "ଭଳି କାବ୍ୟ ଏବଂ "ବିବେକୀ ଭଳି ପ୍ରବନ୍ଧ ସମେତ ଅନେକ ଅନୁବାଦ ସାହିତ୍ୟ,କବିତା ବଳୀ , ଲେଖା ବଳୀ ଭଳି ସାରସ୍ବତ ସୃଷ୍ଟି ସମ୍ଭାର ଓଡ଼ିଆ ବାଣୀ ଭଣ୍ଡାରକୁ ପ୍ରଦାନ କରି ସମୃଦ୍ଧ କରି ଯାଇଛନ୍ତି । ନିୟତିବାଦ, ପାରମ୍ପରିକ ଧର୍ମ ବିଶ୍ଵାସ ଓ ଦେବାଦେବୀଙ୍କ ଅଲୌକିକତା ପ୍ରତି ବିଶ୍ଵାସ ରଖି ସିଏ ଯେଉଁ ଉଦାହରଣ ସୃଷ୍ଟି କରି ଯାଇଛନ୍ତି, ତାହା ପିଢ଼ି ପରେ ପିଢ଼ି ପାଇଁ ଆଦର୍ଶ ମାର୍ଗଦର୍ଶନ ।ସୁମାର୍ଜିତ,ଗାଢବଦ୍ଧ ଭାଷା ପ୍ରୟୋଗ ଦକ୍ଷତା,ପ୍ରଶିକ୍ଷିତ ରସବୋଧ, ଅତୁଳନୀୟ ସ୍ବୀକରଣ ଶକ୍ତି , ବିହ୍ବତ ଜନସୁଲଭ ବୈଦଗ୍ଦ୍ୟ, ବାକ୍ ସଂହତି ତଥା ପ୍ରବଚନ ସୃଷ୍ଟି କ୍ଷମତା ତାଙ୍କର ଥିଲା ଅସାମାନ୍ୟ । ଅତିବଡ଼ି ଜଗନ୍ନାଥ ଦାସଙ୍କ ପରେ ବୋଧେ ସିଏ ପ୍ରଥମ , ଯାହାଙ୍କର ଉକ୍ତି ପ୍ରବଚନ ଲୋକବାଣୀରେ ପରିଣତ ଓ ପ୍ରବର୍ତ୍ତିତ , ଯଥା " ବଡ଼ କ୍ରୁର କାଳ ବଡ଼ ଅବିଶ୍ୱାସୀ ,ହାବୋଡି ଯିବ ସେ ଆଚମ୍ବିତ ଆସି" ଠାରୁ ଆରମ୍ଭ କରି " ଧର୍ମ ଏକ ସିନା ମହତ୍ ପଣିଆ, ଆଉ ବଡ଼ ପଣ ଅଢ଼େଇ ଦିନିଆ" ସହିତ " କେହି ରହିନାହିଁ ରହିବେ ନାହିଁ ଟି ଭବରଙ୍ଗ ଭୂମି ତଳେ, ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡିବେ କାଳ ବଳେ " ପ୍ରଭୃତି ଅନେକ । କବିବର ଯେଉଁ ପଥରେ ଯାଇଛନ୍ତି ତାହା ଅନେକ କୃତୀ ପଥିକ ଙ୍କ ପଦଚିହ୍ନରେ ଧନ୍ୟ ହୋଇଛି । ରାଧାନାଥ ଙ୍କ ଦେଶାତ୍ମବୋଧ, ପ୍ରକୃତିପ୍ରେମ , କାବ୍ୟ ଭାଷା, ଭାବପ୍ରକାଶର ନୂତନତା, ଉପଧାପ୍ରାଧାନ୍ୟ, ଯତିପାତ ସଚେତନତା, ଜଟିଳ ଅଳଙ୍କାର ପରିହାର ପ୍ରବଣତା ଏତେ ଆକର୍ଷଣୀୟ ହୋଇ ଉଠିଛି ଯେ ବହୁ କବି ବହୁକାଳ ପର୍ଯ୍ୟନ୍ତ ତାଙ୍କୁ ଆଦର୍ଶ ଭାବେ ଗ୍ରହଣ କରି ଆସୁଛନ୍ତି । ଆଧୁନିକ ଯୁଗ ସୃଷ୍ଟିରେ ରାଧାନାଥ ଙ୍କ ଭୂମିକା ଅନସ୍ବୀକାର୍ଯ୍ୟ ।
ମୁହୂର୍ତ୍ତ ଦର୍ଶନ -୮
ମୁହୂର୍ତ୍ତ ଦର୍ଶନ -୮
-----------++
(ପୂର୍ବ ପ୍ରକାଶନର ପରବର୍ତ୍ତୀ ଆଲେଖ୍ୟ ଆଲୋଚନା)
ମନୁଷ୍ୟ ଜାତିର ଚିନ୍ତାଧାରା ଯେତେବେଳେ ବିଜ୍ଞାନସମ୍ମତ ଛାଞ୍ଚରେ ପଡ଼ିଗଲା, ସେତେବେଳେ ସେ ନିରପେକ୍ଷ ମନ ନେଇ, ନିରପେକ୍ଷ ଚିନ୍ତାଧାରାର ବଶବର୍ତ୍ତୀ ହୋଇ ମାନବ ସଭ୍ୟତାର
ପ୍ରକୃତ ଇତିହାସର ଅନୁସନ୍ଧାନ କଲା। ସେତେବେଳେ ସେ ସଭ୍ୟତାକୁ ମାପିବା ପାଇଁ କେତେଗୁଡ଼ିଏ ମାପକାଠି ବାଛିନେଲା। ଯଦି ଏକଥା କୁହାଯାଏ ଯେ, ମିଥ୍ୟା କହିବା ସଭ୍ୟତାର ଚିହ୍ନ ନୁହେଁ, ମିଥ୍ୟା ଆଚରଣ କରିବା ଅସଭ୍ୟତାର ଚିହ୍ନ, ତେବେ ଆମେ କେଉଁ ପରିସ୍ଥିତିର ସମ୍ମୁଖୀନ ହେଉଛୁ ଦେଖାଯାଉ। ଉତ୍ତର ଆମେରିକାର ଯେଉଁ ମୂଳ ଅଧିବାସୀମାନଙ୍କୁ ଲୋହିତ ଭାରତୀୟ ବୋଲି କୁହାଯାଉଛି ସେହିମାନଙ୍କ ଇତିହାସ ଆମକୁ ଗୋଟିଏ ଚମତ୍କାର ଶିକ୍ଷା ଦେବ। ଅଳ୍ପ କେତେ ଶହ ବର୍ଷ ତଳେ ଇଉରୋପୀୟମାନେ ସେଠାରେ ଯାଇ ପହଞ୍ଚିଲା ପୂର୍ବରୁ ସେମାନେ ମିଥ୍ୟା ବା ଅସତ୍ୟ ବୋଲି ଗୋଟାଏ କ'ଣ ଅଛି ଏକଥା ଜାଣି ନ ଥିଲେ। ଇଉରୋପୀୟମାନେ ସେମାନଙ୍କୁ ମିଥ୍ୟା କଥା ଶିଖାଇଲେ। ମନୁଷ୍ୟ ତ ଖାଇବ, ପିଇବ, ରହିବ, ନିଜର ଆତ୍ମରକ୍ଷା କରିବ। ଯଦି ଶତ୍ରୁ ତାକୁ ଆକ୍ରମଣ ନ କଲା ସେ ନିଶ୍ଚିନ୍ତରେ ରହିବ। ସେଥିରେ ଆଉ ମିଥ୍ୟାର ପ୍ରଶ୍ନ ଉଠୁଛି କେଉଁଠୁ? ସଭ୍ୟତାର ଗୋଟିଏ ମାପକାଠିରେ ଦେଖିବାକୁ ଗଲେ ଯେଉଁମାନେ ମିଥ୍ୟା କହିବାକୁ ତିଳେମାତ୍ର କୁଣ୍ଠିତ ନୁହନ୍ତି, ମିଥ୍ୟା ଆଚରଣ ଯେଉଁମାନଙ୍କର ରକ୍ତରେ ସଂପୂର୍ଣ୍ଣଭାବରେ ମିଶି ଯାଇଛି, ସେମାନେ ଆଦିବାସୀ, ‘ଲୋହିତ ଭାରତୀୟ’ ବା ‘ରେଡ଼୍ ଇଣ୍ଡିଆନ୍’ମାନଙ୍କ ଠାରୁ ଅଧିକ ସଭ୍ୟ ବା କିପରି ହେବେ ?
ଆଉ ଜଣେ ଗବେଷକ କହିଛନ୍ତି – ପରିଷ୍କାର ପରିଚ୍ଛନ୍ନ ହୋଇ ରହିବାଟାକୁ ଯଦି ସଭ୍ୟତାର ଚିହ୍ନ ବୋଲି କୁହାଯାଏ, ତେବେ ଆମେ ତ ଦେଖୁଛୁ ଆଫ୍ରିକାରେ ଏଭଳି ଅନେକ ଜାତି ଅଛନ୍ତି ଯେଉଁମାନେ ପ୍ରତିଦିନ ଦୁଇଥର ଲେଖାଁ ସ୍ନାନ କରନ୍ତି ! କିନ୍ତୁ ଇଉରୋପରେ ଅଳ୍ପ କେତେ ବର୍ଷ ତଳେ ପର୍ଯ୍ୟନ୍ତ ଏଭଳି ହଜାର ହଜାର ଲୋକ, ଲକ୍ଷ ଲକ୍ଷ ଲୋକ ଥିଲେ ଯେଉଁମାନେ ଆଦିବାସୀ ସେମାନଙ୍କ ଜୀବନକାଳ ଭିତରେ ଦୁଇ ଚାରିଥର ମଧ୍ୟ ସମଗ୍ର ଦେହକୁ ପାଣିରେ ବୁଡ଼ାଇ ସ୍ନାନ କରି ନାହାନ୍ତି। ଖାଦ୍ୟପେୟ କ୍ଷେତ୍ରରେ ସଭ୍ୟତା ଅସଭ୍ୟତା ଭିତରେ ସୀମାରେଖା ଟାଣିବା ସହଜ ତ ଆଦୌ ନୁହେଁ, ସମ୍ଭବ ମଧ୍ୟ ନୁହେଁ। ଆମେ ଶୁଖୁଆ ଖାଇଲାବେଳେ ଗୁଜୁରାଟର ଅନେକ ଲୋକ ହୁଏତ ସେହି ଗନ୍ଧରେ ବାନ୍ତି କରିପକାଇବେ। ସେମାନଙ୍କ ଦୃଷ୍ଟିରେ ଯେଉଁମାନେ ଶୁଖୁଆ ଖାଉଛନ୍ତି ସେମାନେ ସଭ୍ୟ ବା କିଭଳି ହୋଇପାରନ୍ତି ? ଆଦିବାସୀମାନେ ଝରିପୋକ ଖାଆନ୍ତି ବୋଲି ଆମେ ସେମାନଙ୍କୁ ଅସଭ୍ୟ ବୋଲି କହୁଥିବା ସ୍ଥଳେ ହିମାଳୟର ପାଦଦେଶରେ ଥିବା କେତେକ ସଭ୍ୟ ଲୋକ ଓ ଚୀନ୍ ଦେଶର ବହୁ ଅଞ୍ଚଳରେ ଲୋକେ ତ ଝରିପୋକ, ପଙ୍ଗପାଳ ପ୍ରଭୃତି ଖୁବ୍ ଆନନ୍ଦରେ ଖାଉଛନ୍ତି। ପୃଥିବୀର ବହୁ ସଭ୍ୟ ଲୋକ କଞ୍ଚାମାଛ, କଞ୍ଚା ଅଣ୍ଡାର ଲାଳ ଖୁବ୍ ସୁଆଦ ଲାଗୁଛି ବୋଲି କହୁଛନ୍ତି। କୁକୁର, ସାପ, ପୃଥିବୀର ବହୁ ଦେଶ ଲୋକଙ୍କର ଖାଦ୍ୟ। ତେଣୁ ଖିଆପିଆଟାକୁ ମାପ କାଠି ବୋଲି ଧରି ଆଦିବାସୀମାନେ ଅସଭ୍ୟ ବୋଲି, ଅନାର୍ଯ୍ୟ ବୋଲି କୁହାଯାଇପାରିବ ନାହିଁ। ନାରୀର ସତୀତ୍ବ ପ୍ରତି ସମ୍ମାନକୁ ଯଦି ସଭ୍ୟତାର ମାପକାଠି ବୋଲି ଧରାଯାଏ ତେବେ ଆମେ ଦେଖିବା, ଆମରି ଭାରତର ନିକଟରେ ଥିବା ଆଣ୍ଡାମାନ ଦ୍ବୀପପୁଞ୍ଜର କୌଣସି କୌଣସି ଦ୍ବୀପରେ ଏଭଳି କେତେକ ଆଦିବାସୀ ଅଛନ୍ତି ଯେଉଁମାନଙ୍କ ଭିତରେ କି ନିଜ ସ୍ତ୍ରୀ ବ୍ୟତୀତ ଅନ୍ୟ କୌଣସି ସ୍ତ୍ରୀ ସହିତ ପାପ ସମ୍ପର୍କ ରଖିବାର କଳ୍ପନା ମଧ୍ୟ କେହି କରନ୍ତି ନାହିଁ। କିନ୍ତୁ ଆଜି ଯେଉଁମାନେ ପୃଥିବୀରେ ଖୁବ୍ ସଭ୍ୟ ବୋଲି ପରିଚିତ ସେମାନଙ୍କର ନାରୀର ସତୀତ୍ବ ପ୍ରତି ସତେ ଯେପରି କି ଖାତିର ମଧ୍ୟ ନାହିଁ। ଆଦିବାସୀମାନେ ଲୁଗାପଟା ପିନ୍ଧିବା ବିଷୟରେ ‘ସଭ୍ୟ ଆଚରଣ’ କରନ୍ତି ନାହିଁ ବୋଲି କୁହାଯାଉଥିଲା ଓ ସେମାନଙ୍କର ମହିଳାମାନେ ଅର୍ଦ୍ଧଉଲଗ୍ନ ଅବସ୍ଥାରେ ରହନ୍ତି ବୋଲି କହି ଆଦିବାସୀ ଓ ସଭ୍ୟ ଲୋକମାନଙ୍କ ବିଷୟର ଗୋଟାଏ ତୁଳନାତ୍ମକ ଚିତ୍ର ଦିଆଯାଉଥିଲା। କିନ୍ତୁ ପାଶ୍ଚାତ୍ୟ ଦେଶର ମହିଳାମାନେ ନିଜର ଦେହକୁ ଲୁଚାଇବା ବିଷୟରେ ଯେଭଳି ଅତ୍ୟାଧୁନିକ ମତିଗତି ଦେଖାଇଲେଣି ଓ ପୋଷାକର ଯେଉଁ ନୂତନ ସଂଜ୍ଞା ବାହାର କଲେଣି ସେଥିରେ ଆଦିବାସୀ ମହିଳାମାନଙ୍କ ତୁଳନାରେ ସେମାନେ ଯେକୌଣସି ଗୁଣରେ କମ୍ ଅର୍ଦ୍ଧଉଲଗ୍ନ ସେକଥା କୁହାଯାଇପାରିବ ନାହିଁ। ଏହି ସବୁକୁ ବାଦ୍ ଦେଲେ ଆଉ ଦୁଇଟି ମାପକାଠି ସାହାଯ୍ୟରେ ସେମାନଙ୍କୁ ଅନ୍ୟ ମାନଙ୍କଠାରୁ ସ୍ବତନ୍ତ୍ର ବୋଲି କୁହାଯାଉଛି। ସେଥିରୁ ଗୋଟିଏ ମାପକାଠିର ନାମ ଉଦ୍ୟୋଗ ବା ‘ଔଦ୍ୟୋଗିକୀ’। ସାଧାରଣ ଭାବରେ କହିବାକୁ ଗଲେ ଶିଳ୍ପଜ୍ଞାନ। ସେମାନେ ବଣ ଜଙ୍ଗଲ ଭିତରେ ରହିବାରୁ, ସହଜରେ ଖାଦ୍ୟ ସଂଗ୍ରହ କରିପାରିବାରୁ, ଖଣ୍ଡିଏ ବର୍ଚ୍ଛା ବା ଗୋଟିଏ ତୀର ସାହାଯ୍ୟରେ ଶିକାର କରିବା ବା ଆତ୍ମରକ୍ଷା କରିବା ସମ୍ଭବ ହୋଇ ପାରୁଥିବାରୁ ଶିଳ୍ପ-ବିଜ୍ଞାନର ପ୍ରଭାବ ସେମାନଙ୍କ ଉପରେ ପଡ଼ିଲା ନାହିଁ। ଅନ୍ୟମାନେ ସେ ଦିଗରେ ଆଗେଇ ଗଲେ। କିନ୍ତୁ ଆମେ ତ ପୁଣି ଦେଖୁଛେ ଯେ, ସମାନ ସୁଯୋଗ ପାଇଲେ ଆଦିବାସୀମାନେ ଶିଳ୍ପଜଗତରେ ନିଜର ଆସ୍ଥାନ ଜମାଇ ପାରୁଛନ୍ତି। ଏକଥା ଠିକ୍ ଯେ, ଅକ୍ଷର, ବର୍ଣ୍ଣମାଳା ଓ ଅଙ୍କ ବିଷୟରେ ଅନ୍ୟମାନେ ଜ୍ଞାନ ହାସଲ କରିବା ଫଳରେ ସେମାନଙ୍କର ବୁଦ୍ଧିର ବିକାଶ ହେଉଛି। ବହୁ ଯୁଗର ସଞ୍ଚିତ ଜ୍ଞାନ ପରବର୍ତ୍ତୀ ଯୁଗର ଲୋକମାନେ ପାଇଗଲେ। ସେହି ଜ୍ଞାନ ସେମାନଙ୍କୁ ଉନ୍ନତି ପଥରେ ଆହୁରି ଆଗେଇ ନେଲା। ସେହି ଜ୍ଞାନବଳରେ ସେମାନେ ଶିଳ୍ପ ବିଜ୍ଞାନକୁ ଶୀଘ୍ର ଶୀଘ୍ର ଆଗେଇ ନେଇଗଲେ। ସାମାଜିକ ଦୃଷ୍ଟିରୁ ଆଦିବାସୀମାନେ ନିଜକୁ ଜ୍ଞାନର ମୁଖ୍ୟ ସ୍ରୋତ ସହିତ ମିଶାଇ ଦେଇ ନ ପାରୁ ଥିବାରୁ ଟିକିଏ ପଛେଇ ଗଲେ। ଏବେ ସେମାନଙ୍କ ଭିତରେ ଶିକ୍ଷାର ପ୍ରସାର ହେବା ଫଳରେ ସେ ଅସୁବିଧାରୁ ସେମାନେ କ୍ରମେ କ୍ରମେ ମୁକ୍ତ ହୋଇ ପାରୁଛନ୍ତି। ବର୍ତ୍ତମାନର ଜ୍ୱଳନ୍ତ ଦୃଷ୍ଟାନ୍ତ 'କିସ୍' , ଯାହା ବିଗତ ତିନି ଦଶନ୍ଧି ଧରି ପ୍ରମାଣ କରି ଚାଲିଛି ।
ଆଦିବାସୀମାନଙ୍କ ବିଷୟରେ ପାଶ୍ଚାତ୍ୟ ଦେଶର ପଣ୍ଡିତମାନେ, ନୃତତ୍ତ୍ବବିଦ୍ମାନେ ବହୁସଂଖ୍ୟକ ଗବେଷଣାମୂଳକ ପୁସ୍ତକ ଲେଖିଛନ୍ତି, ବହୁସଂଖ୍ୟକ ପ୍ରବନ୍ଧ ପ୍ରକାଶ କରିଛନ୍ତି।
ଆଦିବାସୀ ସମାଜର କେତେକ ବିଶେଷତ୍ବ ବିଷୟରେ ସେମାନେ ଯେଉଁ ସବୁ ତଥ୍ୟ ପରିବେଷଣ କରିଛନ୍ତି, ଯେଉଁସବୁ ସିଦ୍ଧାନ୍ତରେ ପହଞ୍ଚିଛନ୍ତି ସେଗୁଡ଼ିକୁ ଭଲ ଭାବରେ ଅଧ୍ୟୟନ କଲେ ଜଣାପଡୁଛି ଯେ ସେମାନେ ନିଜ ସମାଜର ମାପକାଠିରେ ମାପି କେତେକ ସିଦ୍ଧାନ୍ତରେ ପହଞ୍ଚି ଯାଇଛନ୍ତି । ଉଦାହରଣ ସ୍ୱରୂପ, ସେମାନେ କହୁଛନ୍ତି, ଆଦିବାସୀମାନେ ବହୁକାଳ ଧରି ମୁଖ୍ୟସ୍ରୋତରୁ ବିଚ୍ଛିନ୍ନ ହୋଇ ରହିଥିବାରୁ ନିଜ ଚାଲିଚଳଣୀ, ରୀତିନୀତିରେ ଟାଣ ହୋଇ ରହୁଛନ୍ତି । ବାହାରର ନୂଆ କଥାକୁ ସେମାନଙ୍କର ସେହି ଇଲାକା ଭିତରକୁ ବାଟ ଛାଡୁ ନାହାନ୍ତି । କିନ୍ତୁ ଭାରତୀୟ ଗବେଷକମାନେ ଅନୁଭବ କରୁଛନ୍ତି ଯେ, ଭାରତୀୟ ହିନ୍ଦୁ ସମାଜରେ ମଧ୍ୟ ଜଣାଶୁଣା ସେହିଭଳି କଥା ରହିଛି । ଆମର ଜାତି ପ୍ରଥା, ଭିନ୍ନ ଭିନ୍ନ ଜାତିରେ ବିବାହ, ଶୁଦ୍ଧିକ୍ରିୟା ଇତ୍ୟାଦିର ଚଳଣି ହଜାର ହଜାର ବର୍ଷ ହେଲା ଠିକ୍ ପୂର୍ବଭଳି ରହିଆସିଛି । ସେଥିରେ ସାମାନ୍ୟତମ ପରିବର୍ତ୍ତନ ମଧ୍ୟ ହୋଇପାରୁ ନାହିଁ । ତେଣୁ ସାମାଜିକ ବ୍ୟବସ୍ଥାରେ ସେମାନେ ଯେ ଆମଠାରୁ ଖୁବ୍ ଅଧିକ ରକ୍ଷଣଶୀଳ ଏକଥା ବା କାହିଁକି କହିବା ? ସେମାନଙ୍କ ସଂସ୍କୃତି ଅନେକ ଦୃଷ୍ଟିରୁ ସ୍ବୟଂସଂପୂର୍ଣ୍ଣ ବୋଲି କୁହାଯାଉଛି ସେଥିରେ ନିଶ୍ଚୟ ସତ୍ୟତା ଅଛି, କିନ୍ତୁ ତାହା ଯେତେ ଦୂରକୁ ସତ୍ୟ ବୋଲି ଆମେ ଧରି ନେଉଛୁ ପ୍ରକୃତରେ ତାହା ସେତିକି ଦୂରକୁ ସତ୍ୟ ନୁହେଁ । ଆଦିବାସୀମାନଙ୍କ ବିଷୟରେ ଆଉ ଗୋଟିଏ କଥା କୁହାଯାଏ । ସେମାନଙ୍କ ସଂସ୍କୃତିରେ ‘ଐତିହାସିକ ଜିଜ୍ଞାସା’ର ଅଭାବ ରହିଛି । ଅଳ୍ପ କେତେ ପୁରୁଷ ପୂର୍ବର କଥା ବା ତାହାର ଇତିହାସ କ୍ରମେ ସେମାନଙ୍କ ଭିତରେ କିମ୍ବଦନ୍ତୀ ବା ପୌରାଣିକ କଥା ଭଳି ହୋଇଯାଏ । ତାହାର କାରଣ ହେଉଛି, ସେମାନଙ୍କର ଲିଖିତ ଇତିହାସ ନାହିଁ । ଅନେକ ଦିନର କଥା ଯାହାର ଯେମିତି ମନେ ରହିଯାଇଛି । ଅଳ୍ପ କେତେ ଲୋକଙ୍କର ଗୋଟିଏ ଗୋଟିଏ ଗୋଷ୍ଠୀ ସେମାନେ କରିଛନ୍ତି । ଅନ୍ୟମାନଙ୍କ ଆଚରଣ ବା ଚଳନ ରୀତି କାଳେ ସେମାନଙ୍କର ଗୋଷ୍ଠୀକୁ ଦୁର୍ବଳ କରିଦେବ, ସେହି ଆଶଙ୍କାରେ ସେମାନେ ନିଜକୁ ସବୁବେଳେ ସଙ୍କୁଚିତ କରି ରଖିବାକୁ ଚାହାନ୍ତି । ଫଳରେ ଗୋଟିଏ ଗୋଟିଏ ରାଜ୍ୟ ବା ପ୍ରଦେଶରେ ରହୁଥିବା ଆଦିବାସୀମାନେ ବହୁ ଶ୍ରେଣୀରେ, ବହୁ ଭାଷାରେ ବିଭକ୍ତ ହୋଇପଡ଼ିଛନ୍ତି । ସମଗ୍ର ଭାରତରେ ପ୍ରାୟ ୧୯୨ ଶ୍ରେଣୀର ଆଦିବାସୀ ରହିଛନ୍ତି ବୋଲି କୁହାଯାଉଛି । ଉତ୍ତର ଓ ଦକ୍ଷିଣ ଆମେରିକା, ଆଫ୍ରିକା, ଅଷ୍ଟ୍ରେଲିଆ, ଏସିଆ ତଥା ଅନେକ ଦ୍ବୀପରେ ରହୁଥିବା ହଜାର ହଜାର ଶ୍ରେଣୀର ଆଦିବାସୀ ଯେପରିକି ଗୋଟିଏ ଗୋଟିଏ ସଂସ୍କୃତିକୁ ଆଶ୍ରା କରି ରହି ଆସିଛନ୍ତି । ଆଦିବାସୀମାନଙ୍କ ଭିତରେ ଗୋଷ୍ଠୀ ସଚେତନତା ଖୁବ୍ ବେଶୀ ବୋଲି ଯେଉଁ କଥା କୁହାଯାଏ ସେଥିରେ କିଛି ସତ୍ୟତା ଅଛି । କିନ୍ତୁ ସେହି ସଚେତନତା କେବଳ ସେହିମାନଙ୍କ ଭିତରେ ସୀମାବଦ୍ଧ ଓ ଆମମାନଙ୍କ ଭିତରକୁ ପ୍ରବେଶ କରି ନାହିଁ ବୋଲି ଯେଉଁ ଅର୍ଥ ଅନ୍ୟମାନେ ବୁଝନ୍ତୁ ବୋଲି ଆଶା କରାଯାଉଛି ସେ ଅର୍ଥର ଗୁରୁତ୍ଵ ସେତେ କିଛି ନାହିଁ । ମନୁଷ୍ୟ ଯେଉଁ ଦିନୁ ସୃଷ୍ଟି ହେଲାଣି ସେହି କାଳୁ ତା’ର ନିଜର ଅସ୍ତିତ୍ବର ସୁରକ୍ଷାପାଇଁ ସେ ବିଭିନ୍ନ ପ୍ରତିକୂଳ
ପରିବେଶ ସହିତ ସଂଗ୍ରାମ ଚଳାଇ ଆସିଛି । ସେ ସଂଗ୍ରାମ ଯୁଗ ଯୁଗ ଧରି ଚାଲିଛି ଓ ଚାଲିଥିବ । ତା’ ଫଳରେ ମନୁଷ୍ୟର ଜୀବନ ଯାତ୍ରାର ବିବର୍ତ୍ତନ ଘଟିଛି । ମନୁଷ୍ୟ ଯେତେବେଳେ ତା’ର ବୁଦ୍ଧି ଖଟାଇ ଏ ସଂସାରରେ ଚଳିବା ଉଦ୍ଦେଶ୍ୟରେ ନିଆଁ ଠାରୁ ଆରମ୍ଭ କରି ନାନା ‘କୌଶଳ’ର ସନ୍ଧାନ ପାଇ ନ ଥିଲା ,ସେତେବେଳେ ଅସହାୟ ମନୁଷ୍ୟ ଜାତି ସ୍ବାଭାବିକ ଭାବରେ ପାରିପାର୍ଶ୍ବିକ ଅବସ୍ଥା ଉପରେ ନିର୍ଭର କରୁଥିଲା । ସେତେବେଳେ ତା’ର ପ୍ରଥମ ଓ ମୁଖ୍ୟ କାର୍ଯ୍ୟ ଥିଲା ଖାଦ୍ୟ ସଂଗ୍ରହ କରିବା ଓ ତାକୁ ଦରକାର ପଡ଼ିଲେ ସାଇତି କରି ରଖିବା । ସେହି କାର୍ଯ୍ୟରେ ସ୍ତ୍ରୀ ପୁରୁଷ ସମସ୍ତେ ନିଜର ସାମର୍ଥ୍ୟ ଅନୁସାରେ ଭୂମିକା ଗ୍ରହଣ କରୁଥିଲେ । ଯେଉଁ କଥା କୁହାଯାଏ ଯେ, “ଆଦିମାନବ ଓ ଆଦିମାତା ପରିଶ୍ରମ କରି ହିଁ ଚଳୁଥିଲେ, ତେଣୁ ପରିଶ୍ରମ ନ କରୁଥିବା ଲୋକଙ୍କୁ ‘ଭଦ୍ରଲୋକ’ ବୋଲି କହିବାର କ’ଣ କାରଣ ଅଛି”—ସେହି କଥାର ଗୁରୁତ୍ଵ ନିଶ୍ଚୟ ରହିଛି । ତା’ ପରେ ମନୁଷ୍ୟ ପଶୁପକ୍ଷୀଙ୍କୁ ଆଣି ପୋଷା ମନାଇଲା ଓ
କ୍ରମେ ସେହିମାନଙ୍କ ଉପରେ ବହୁ ପରିମାଣରେ ନିର୍ଭର କଲା, ଚଳିବା ପାଇଁ । କେବଳ ମାତ୍ର ପଶୁପାଳନ ଉପରେ ନିର୍ଭର କରି ନିଜର ଅଭାବ ପୂରଣ କରୁଥିବା ଗୋଷ୍ଠୀ ସବୁ ଗଢ଼ି ଉଠିଲେ । ପରେ ଯେତେବେଳେ କୃଷିର ଯୁଗ ଆସିଲା ସେତେବେଳେ ମଧ୍ୟ ସେମାନେ କେବଳ ପଶୁପାଳନ କରି ଜୀବିକା ଅର୍ଜନ କରିବାର ପନ୍ଥା ଛାଡ଼ି ନ ଥିଲେ । ଦକ୍ଷିଣ ଭାରତର କେତେକ ଉପଜାତି କୃଷିକାର୍ଯ୍ୟ ନ କରି କେବଳ ମଇଁଷି ପାଳିବା ବା ରୁଷର ସାଇବେରିଆର ଚୁକଚି ଉପଜାତି ବଲଗା ହରିଣ ପାଳିବା ଏହାର ଉଦାହରଣ । ଯେତେବେଳେ ମନୁଷ୍ୟ ଏହିଭଳି ଅବସ୍ଥାରେ ଥିଲା, ସେଥିରେ ତା' ଭିତରେ ଗୋଷ୍ଠୀ ସଚେତନତା ଜନ୍ମିବାରେ କୌଣସି ବିସ୍ମୟର କଥା ନାହିଁ । ଆଜି ଏକବିଂଶ ଶତାବ୍ଦୀରେ ମଧ୍ୟ ମନୁଷ୍ୟ ଜାତି ଭିତରେ ଗୋଷ୍ଠୀ-ସଚେତନତା ବା ଟ୍ରାଇବାଲିଜିମ୍ କିଛି କମ୍ ପ୍ରବଳ ନୁହେଁ । ଆମ ଦେଶରେ ଜାତିପ୍ରଥା ଯେ ଏତେ ମଜବୁତ ଚେର ମାଡ଼ି ରହିଛି ତା’ର କାରଣ ହେଲା ମନୁଷ୍ୟ ଭିତରେ ଗୋଷ୍ଠୀ ସଚେତନତାର ସ୍ବାଭାବିକ ପ୍ରଭାବ । ମହାରାଷ୍ଟ୍ରୀୟଙ୍କ ପାଇଁ ମହାରାଷ୍ଟ୍ର ବା ଦକ୍ଷିଣ ଭାରତୀୟଙ୍କ ପାଇଁ ଦକ୍ଷିଣ ଭାରତ—ଏହିସବୁ ଧ୍ବନି ତ ଗୋଷ୍ଠୀ ସଚେତନତାର ପ୍ରମାଣ । ମନୁଷ୍ୟ ଯେତେବେଳେ ଶିକ୍ଷିତ ହୋଇଯିବ, ଶିଳ୍ପର ପ୍ରସାର ଦ୍ରୁତଗତିରେ ହେବ, ଧର୍ମର ପ୍ରକୃତ ପ୍ରଭାବ ତା' ଉପରେ ପଡ଼ିବ, ସେତେବେଳେ ଗୋଷ୍ଠୀ ସଚେତନତାର ସଂକୀର୍ଣ୍ଣ ପ୍ରଭାବ ଦୂର ହୋଇଯିବ ବୋଲି ଯେଉଁ କଥା କୁହାଯାଉଥିଲା, ତାହା ପ୍ରମାଣିତ ହେଉ ନାହିଁ । ମନୁଷ୍ୟ ମହାକାଶଯାତ୍ରା କଲା ପରେ ମଧ୍ୟ ପୃଥିବୀର ସଭ୍ୟ ଦେଶମାନଙ୍କରେ ଏହି ଧରଣର ସଂକୀର୍ଣ୍ଣତା ଦେଖାଯିବା ଦ୍ବାରା ବହୁ ହଜାର ବର୍ଷ ତଳେ ଆଦିବାସୀମାନଙ୍କ ଭିତରେ ନିଜ ଗୋଷ୍ଠୀ ବା ସମାଜ ପ୍ରତି ଥିବା ଅଯଥା ମୋହ ଆଉ ବିସ୍ମୟର କଥା ହୋଇ ରହି ନାହିଁ । ଭୌଗୋଳିକ ପରିବେଶ, ଜଳବାୟୁ, ଖାଦ୍ୟଦ୍ରବ୍ୟର ପ୍ରାଚୁର୍ଯ୍ୟ ବା ଅଭାବ ଫଳରେ ଆଦିବାସୀମାନଙ୍କ ଭିତରେ ଆକୃତିଗତ ବୈଶିଷ୍ଟ୍ୟ ସୂଚିତ ହୁଏ । ଏହି ଆକୃତିଗତ ବୈଶିଷ୍ଟ୍ୟ ହେଉଛି ଜାତି ବା ‘ରେସ୍’ ବିଭାଗର ବିଭିନ୍ନ ଦିଗ । ବିଭାଗର ବିଭିନ୍ନ ଦିଗ ଦୈହିକ ବା ଆକୃତିଗତ ଲକ୍ଷଣ ଅନେକାଂଶରେ ବଂଶଗତ । ବ୍ୟାପକ ମିଶ୍ରଣ ବା ପୁନର୍ମିଶ୍ରଣ ଫଳରେ ମନୁଷ୍ୟର ଆକାର ପ୍ରକାରର ବିଭିନ୍ନତା ଦେଖାଦେଇଛି । ଭାରତବର୍ଷର ଆସାମ ଅଞ୍ଚଳରେ ଉପଜାତି ଗୋଷ୍ଠୀ ଭିତରେ ମଙ୍ଗୋଲୀୟ ପ୍ରଭାବ ସୁସ୍ପଷ୍ଟ । ନରବିଜ୍ଞାନୀମାନେ ଅନେକ ସମୟରେ ବିସ୍ମିତ ହୋଇ କହୁଛନ୍ତି ଯେ, ଯାତାୟାତର ସୁବିଧା ନ ଥିବା ଯୁଗରେ ମଧ୍ୟ ଗୋଟିଏ ଗୋଟିଏ ଜାତିର ଆକୃତି ଉପରେ ବହୁ ଦୂରରେ ରହୁଥିବା ଜାତିର ପ୍ରଭାବ କିଭଳି ପଡ଼ିଲା । ଦକ୍ଷିଣ ଭାରତର ଗୋଟିଏ ଉପଜାତି ଉପରେ କକେଶୀୟ ପ୍ରଭାବ କିଭଳି ପଡ଼ିପାରିଲା ସେକଥା ବର୍ତ୍ତମାନ ଅନୁସନ୍ଧାନର ବସ୍ତୁ ହୋଇ ରହିଛି । ଭାରତବର୍ଷରେ ମୋଟାମୋଟି ଭାବରେ ତିନୋଟି ପ୍ରଧାନ ଅଞ୍ଚଳରେ ଆଦିବାସୀମାନେ ରହୁଛନ୍ତି । ଯେଉଁ ପ୍ରାୟ ଦଶ କୋଟି ୪୦ ଲକ୍ଷ ଆଦିବାସୀ ଭାରତରେ ଅଛନ୍ତି, ସେମାନେ ସମସ୍ତେ ଭାରତୀୟ ଜନସଂଖ୍ୟାର ଶତକଡ଼ା ୮.୬ । ଆଉ କେହି କେହି କହୁଛନ୍ତି ଯେ, ସେମାନଙ୍କର ସଂଖ୍ୟା ପ୍ରାୟ ୧୨ କୋଟି । ସେମାନେ ରହୁଥିବା ଅଞ୍ଚଳକୁ ପ୍ରଧାନତଃ ତିନି ଭାଗରେ ବିଭକ୍ତ କରାଯାଇପାରେ । ଗୋଟିଏ ହେଲା ଉତ୍ତରପୂର୍ବ ପାର୍ବତ୍ୟ ଅଞ୍ଚଳ । ହିମାଳୟର ପାଦଦେଶରୁ ବିସ୍ତୃତ ଉତ୍ତର-ପୂର୍ବାଞ୍ଚଳର ପାର୍ବତ୍ୟ ଅଞ୍ଚଳହେଲା ଲେପଚା, ରାଭା, ମେଚ ବା କାଚାରି, ମିକିର, ଗାରୋ, ଖାସିୟା, ନାଗା, କୁକି, ଆବର, ମିସମି, ଦଫଲା, ଲୁସାଇ ପ୍ରଭୃତିଙ୍କ ବାସସ୍ଥାନ । ଦ୍ବିତୀୟରେ ମଧ୍ୟଭାରତୀୟ ପାର୍ବତ୍ୟ ଅଞ୍ଚଳ । ଉତ୍ତର-ପୂର୍ବ ପାର୍ବତ୍ୟ ଅଞ୍ଚଳଠାରୁ ଗାଙ୍ଗେୟ ଉପତ୍ୟକାଦ୍ୱାରା ଏହା ବିଚ୍ଛିନ୍ନ । ଦାକ୍ଷିଣାତ୍ୟର ପାର୍ବତ୍ୟ ଅଞ୍ଚଳଠାରୁ ମଧ୍ୟ ଏହା ପୃଥକ୍ । ବିନ୍ଧ୍ୟ ପର୍ବତ ସଙ୍କୁଳ ପ୍ରଦେଶ, ସାତପୁରା, ଆରାବଳି ଓ ଛୋଟ ନାଗପୁରର ଅରଣ୍ୟାବୃତ ଅଞ୍ଚଳକୁ ନେଇ ଏହା ଗଠିତ । ଭାରତର ସବୁଠାରୁ ଅଧିକ ସଂଖ୍ୟକ ଆଦିବାସୀ ଏହି ଅଞ୍ଚଳରେ ଥାନ୍ତି । ଏଠାରେ ବାସ କରୁଥିବା ନିଷାଦ ବା ଶବର ଜାତିର ଉଲ୍ଲେଖ ଅତି ପ୍ରାଚୀନ ସଂସ୍କୃତ ସାହିତ୍ୟରେ ଦେଖିବାକୁ ମିଳେ । ଶବର, ଗଦବା, ଜୁଆଙ୍ଗ, ପଡ଼ିଆ, କନ୍ଧ, ହୋ, ଭୂମିଜ, ସାନ୍ତାଳ, ଓରାଓଁ, ମୁଣ୍ଡା, ଗଣ୍ଡ, ଭିଲ, କୋୟା, ମୁଡ଼ିଆ ଓ ମାଡ଼େଆ ପ୍ରଭୃତିଙ୍କ ନାମ ଉଲ୍ଲେଖଯୋଗ୍ୟ । ଏମାନଙ୍କ ମଧ୍ୟରୁ କେବଳ ସାନ୍ତାଳ ଓ ଗଣ୍ଡଙ୍କ ସଂଖ୍ୟା ପ୍ରାୟ ଦୁଇ କୋଟି। ତୃତୀୟରେ ‘ଦକ୍ଷିଣର ଆଦିବାସୀ ଅଞ୍ଚଳ ପ୍ରଧାନତଃ କୃଷ୍ଣାନଦୀର ଦକ୍ଷିଣ ଅଞ୍ଚଳରୁ ଆରମ୍ଭ ହୋଇ ସମଗ୍ର ଦକ୍ଷିଣ ଭାରତର ପର୍ବତାକୀର୍ଣ୍ଣ ଅଞ୍ଚଳକୁ ବ୍ୟାପି ରହିଛି । ଏହି ଅଞ୍ଚଳରେ ଚେଞ୍ଚୁ, ତୋଡ଼ା, ବାଡ଼ଗା, କୋଟା, ପାନିଅନ୍, ୟୁରୁଲା, କୁରମ୍ବା କାଦାର, କାନିକାର ପ୍ରଭୃତି ରହନ୍ତି । ଭାରତର ଆଉ ଗୋଟିଏ ଅଞ୍ଚଳ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ ଆନ୍ଦାମାନୀ, ଜାରାୱା, ଓଙ୍ଗି ପ୍ରଭୃତି ବାସ କରନ୍ତି । ଭାରତରେ ଯେଉଁ ଆଦିବାସୀମାନେ ରହୁଛନ୍ତି ସେମାନଙ୍କୁ ଆଉ ଗୋଟିଏ ପ୍ରକାରରେ ଶ୍ରେଣୀବିଭାଗ କରାଯାଇଛି । କେତେକ ଅଛନ୍ତି ଯେଉଁମାନଙ୍କ ଉପରେ ଆମେମାନେ ସଂସ୍କୃତି ବୋଇଲେ ଯାହାକୁ ବୁଝାଉ ସେ ସଂସ୍କୃତିର ପ୍ରଭାବ କିଛି ହେଲେ ପଡ଼ି ନାହିଁ । ସେମାନେ ହୁଏତ ଆମ ସଂସ୍କୃତିଠାରୁ ଦୂରରେ ରହିବା ପାଇଁ ଚେଷ୍ଟା କରିଛନ୍ତି ଓ ସେ ଚେଷ୍ଟାର ସଫଳତା ଅର୍ଜନ କରିଛନ୍ତି । ଶହ ଶହ, ଏପରିକି ହଜାର ହଜାର ବର୍ଷ ଧରି ସେମାନେ ନିଜକୁ ସଂପୂର୍ଣ୍ଣ ଭାବରେ ବିଚ୍ଛିନ୍ନ କରି ରଖିବାଦ୍ବାରା ଆମମାନଙ୍କ ଦୃଷ୍ଟିରେ କିମ୍ଭୂତକିମାକାର ହୋଇ ରହିଛନ୍ତି ।
ଦ୍ବିତୀୟ ଶ୍ରେଣୀ ହେଲେ ‘ପରସଂସ୍କୃତି ପ୍ରଭାବ’ ଦ୍ବାରା ସାମାନ୍ୟ ପ୍ରଭାବିତ ହୋଇଥିବା ଗୋଷ୍ଠୀ । ସେମାନେ ନିଜର ସ୍ବାତନ୍ତ୍ର୍ୟ ରଖିବା ସଙ୍ଗେ ସଙ୍ଗେ ନିଜର ଚାଲିଚଳନ କେତେକାଂଶରେ ବଦଳାଇଛନ୍ତି ଓ ଅଣଆଦିବାସୀମାନଙ୍କ ଭିତରେ ଥିବା କେତେକ ରୀତିନୀତିକୁ ଆଦରି ଯାଉଛନ୍ତି ।
ତୃତୀୟ ଶ୍ରେଣୀ ‘ପରସଂସ୍କୃତି’ ଦ୍ବାରା ପ୍ରଭାବିତ ହୋଇଛନ୍ତି । ସେମାନେ ବୁଝୁଛନ୍ତି ଯେ ମନୁଷ୍ୟ ଜାତିର ଯେଉଁ ଅଗ୍ରଗତି ହେଉଛି ସେଥୁରୁ ନିଜକୁ ସ୍ବତନ୍ତ୍ର କରି ରଖିବାଦ୍ବାରା ସେମାନଙ୍କର କିଛି ଲାଭ ହେବ ନାହିଁ । ସେମାନଙ୍କର ଯାହାର ଭଲ ଅଛି ତାହାର ରହିବ ଓ ଅଣଆଦିବାସୀମାନଙ୍କ ଭିତରେ ଯାହା ଭଲ ଅଛି ତାହା ମଧ୍ୟ ସେମାନେ ଗ୍ରହଣ କରିବେ ।
ଚତୁର୍ଥ ଶ୍ରେଣୀ ‘ପରସଂସ୍କୃତି’କୁ ଏଭଳି ଭାବରେ ସ୍ବୀକରଣ କରି ନେଇଛନ୍ତି ଅର୍ଥାତ୍ ନିଜକୁ ଅଣଆଦିବାସୀମାନଙ୍କ ସହିତ ଏଭଳି ଭାବରେ ମିଶାଇ ଦେଇଛନ୍ତି ଯେ ସେମାନେ କେବଳ ନାମକୁ ମାତ୍ର ଆଦିବାସୀ ଶ୍ରେଣୀର ହୋଇ ରହିଛନ୍ତି । ଆଦିବାସୀମାନେ ଯେଉଁ ସ୍ବତନ୍ତ୍ର ସୁବିଧା ଭୋଗ କରୁଛନ୍ତି ସେ ସୁବିଧାର ବ୍ୟବସ୍ଥା ନ ଥିଲେ ସେମାନେ ନିଜକୁ ଆଦିବାସୀ ବୋଲି ପରିଚିତ କରାଇବାରେ ଆଦୌ ଆଗ୍ରହ ପ୍ରକାଶ କରନ୍ତେ ନାହିଁ ।
ଭାରତବର୍ଷର ବିଭିନ୍ନ ରାଜ୍ୟରେ ଆଦିବାସୀ କଥାଟିର ବିଭିନ୍ନ ଅର୍ଥ ରହିଛି ବୋଲି ଦେଖାଯାଉଛି । ସର୍ବତ୍ର ଏକ ପ୍ରକାର ସଂଜ୍ଞା ଅନୁସରଣ କରାହୋଇ ନାହିଁ । ଆସାମ ଅଞ୍ଚଳରେ ଭୋଟବର୍ମୀ ଓ ମଙ୍ଗୋଲ ଜାତି ଦ୍ବାରା ପ୍ରଭାବାନ୍ବିତ ଗୋଷ୍ଠୀଗୁଡ଼ିକୁ ଆଦିବାସୀ ବୋଲି କୁହନ୍ତି । ବୋମ୍ବାଇ ଅଞ୍ଚଳରେ ପର୍ବତ ବା ଅରଣ୍ୟବାସୀ, ଅନଗ୍ରସର ଅଧିବାସୀମାନେ ଆଦିବାସୀ ବୋଲି ଗଣ୍ୟ ହୁଅନ୍ତି ।
ବିଭିନ୍ନ ଆଦିବାସୀ ଗୋଷ୍ଠୀର ନିଜସ୍ବ ଭାଷା ରହିଛି । କିନ୍ତୁ ନାନା ଅବସ୍ଥାର ଚାପରେ ସେମାନଙ୍କର ଭାଷାର ସ୍ବକୀୟତା ନଷ୍ଟ ହୋଇଯାଇଛି । ଆଞ୍ଚଳିକ ଭାଷା ସେମାନଙ୍କ ଭାଷା ଉପରେ ବିଶେଷ ପ୍ରଭାବ ବିସ୍ତାର କରୁଛି । ଓଡ଼ିଶା ଭିତରେ ଓ ତା’ର ସୀମାନ୍ତ ଅଞ୍ଚଳରେ ଥିବା ଆଦିବାସୀମାନଙ୍କ ଭାଷା ଉପରେ ଓଡ଼ିଆ, ହିନ୍ଦୀ ଓ ତେଲୁଗୁ ଭାଷାର ଖୁବ୍ ପ୍ରଭାବ ପଡ଼ିଛି । ଯେଉଁମାନେ ଭାଷାର ଶ୍ରେଣୀବିଭାଗ କରନ୍ତି ସେମାନେ କହୁଛନ୍ତି ଯେ, ଭାରତବର୍ଷର ଆଦିବାସୀମାନଙ୍କ ମଧ୍ୟରେ ୭୪ଟି ଭାଷା ପ୍ରଚଳିତ । ସେଗୁଡ଼ିକ ପୁଣି କେତୋଟି ମୂଳଭାଷାର ଅନ୍ତର୍ଗତ; ଯଥା ମୁଣ୍ଡାରି ମୂଳଭାଷା ଭିତରେ ପ୍ରାୟ ସାତଗୋଟି ଉପଭାଷା ରହିଛି । ଛୋଟାନାଗପୁର, ମଧ୍ୟଭାରତ ଓ ଉତ୍ତର ଭାରତର ଉପଜାତିମାନଙ୍କ ମଧ୍ୟରେ ଏହି ଭାଷା ପ୍ରଚଳିତ । ଦ୍ରାବିଡ଼ ମୂଳଭାଷାର ପ୍ରାୟ ପନ୍ଦରଟି ଉପଭାଷା ରହିଛି । ଓଡ଼ିଶା, ବିହାର ଓ ଦକ୍ଷିଣ ଭାରତର ବିଭିନ୍ନ ଆଦିବାସୀମାନଙ୍କ ମଧ୍ୟରେ ଏହି ଭାଷା ପ୍ରଚଳିତ । ଭୀଲ, ଲୋଧା ପ୍ରଭୃତି ଗୋଷ୍ଠୀ ସ୍ଥାନୀୟ ବା ଆଞ୍ଚଳିକ ଭାଷାକୁ ଗ୍ରହଣ କରିଯାଇଛନ୍ତି । ପୁଣି ବହୁ ଆଦିବାସୀ ନିଜର ମାତୃଭାଷା ବ୍ୟତୀତ ସ୍ଥାନୀୟ ବା ଆଞ୍ଚଳିକ ଭାଷାରେ ଦକ୍ଷତା ଅର୍ଜନ କରିଛନ୍ତି । ସେହି କାରଣରୁ କେତେକ କ୍ଷେତ୍ରରେ ସେମାନେ କେଉଁ ଭାଷାଭାଷୀ ଲୋକ— ସେ ବିଷୟରେ ସନ୍ଦେହ ରହିଯାଉଛି । କେତେକ ଆଦିବାସୀ ନିଜ ମାତୃଭାଷା ବାହାରେ ଓଡ଼ିଆ ଓ ହିନ୍ଦୀକୁ ସମାନଭାବରେ ଆୟତ୍ତ କରିଥିବାରୁ ହିନ୍ଦୀ ଭାଷାଭାଷୀ ଲୋକେ କହୁଛନ୍ତି, ସେମାନେ ହିନ୍ଦୀଭାଷାଭାଷୀ ଅଞ୍ଚଳରେ ରହିବା ଉଚିତ୍ । ଅଥଚ ଓଡ଼ିଆମାନେ ଦାବି କରୁଛନ୍ତି ଯେ ସେମାନେ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଲୋକ । ଓଡ଼ିଆ–ତେଲୁଗୁ ଭାଷାର ପ୍ରଭାବ ବିଷୟରେ ମଧ୍ୟ ସେହିଭଳି କୁହାଯାଇପାରେ । ଏ ପର୍ଯ୍ୟନ୍ତ ବହୁ ଆଦିବାସୀ ଗୋଷ୍ଠୀ ରହିଛନ୍ତି ଯେଉଁମାନଙ୍କର ଭାଷା ବିଷୟରେ ବିଶେଷ କିଛି ଗବେଷଣା ହୋଇନାହିଁ । ସେହି ଗବେଷଣା ହେଲେ ଭାରତ ସଂସ୍କୃତି ବିଷୟରେ ଅନେକ ନୂତନ ତଥ୍ୟ ମିଳିପାରିବ । ମନୁଷ୍ୟ ଯେତେବେଳେ ଗୋଟିଏ କ୍ଷୁଦ୍ର ଗୋଷ୍ଠୀ ଭିତରେ ରହିଯାଏ ସେତେବେଳେ କେତେ କମ୍ ଶବ୍ଦ ସାହାଯ୍ୟରେ ନିଜର ଭାବ ପ୍ରକାଶ କରିପାରେ ତାହା ଜାଣିଲେ ଭାଷାବିତ୍ମାନଙ୍କୁ ଖୁବ୍ ସାହାଯ୍ୟ ମିଳିବ । କେହି କେହି କହୁଛନ୍ତି ଯେ ଏଭଳି କେତେକ ଗୋଷ୍ଠୀ ଅଛନ୍ତି ଯେଉଁମାନଙ୍କ ଭାଷାରେ କେବଳ ସାତଶହ ଆଠଶହ ଶବ୍ଦ ରହିଛି । ଆଦିବାସୀମାନଙ୍କର ବହୁ ଭାଷାର ଲିପି ନ ଥିବାରୁ ଖ୍ରୀଷ୍ଟିଆନ ମିସନାରୀମାନେ ରୋମାନ ଲିପି ସାହାଯ୍ୟରେ ସେମାନଙ୍କୁ ନିଜର ଭାଷା ବିଷୟରେ ଶିକ୍ଷା ଦେଉଛନ୍ତି । ଭାରତୀୟ ଭାଷା ଗୁଡ଼ିକର ଲିପି ଭିନ୍ନ ଭିନ୍ନ ହୋଇଥିବାରୁ କୌଣସି ଗୋଟିଏ ଲିପି ସାହାଯ୍ୟରେ ଆଦିବାସୀମାନଙ୍କ ଭାଷାକୁ ଲେଖିବାର ଉଦ୍ୟମ ସଫଳ ହୋଇପାରୁ ନାହିଁ । ରୋମାନ ଲିପିରେ ଥରେ ଲେଖି ଶିଖିଲା ପରେ ଇଂରାଜୀ ଭାଷାର ପ୍ରଭାବ ଭାରତୀୟ ଭାଷାମାନଙ୍କ ତୁଳନାରେ ଅଧିକ ପଡ଼ିବା ସ୍ବାଭାବିକ । ଏହି ସମସ୍ୟାର ସମାଧାନ ପାଇଁ ଭାରତର ଭାଷାବିତ୍ମାନେ ଗଭୀର ଭାବରେ ଚିନ୍ତା କରୁଛନ୍ତି ।
ସମଗ୍ର ପୃଥିବୀରେ ଆଦିବାସୀମାନଙ୍କ ଭିତରେ ନାନା ପ୍ରକାରର ବିବାହ ପ୍ରଥା ପ୍ରଚଳିତ । ବିବାହ ଯେତେବେଳେ ସଂପ୍ରଦାୟ, ଗୋଷ୍ଠୀ ବା ବର୍ଣ୍ଣ ମଧ୍ୟରେ ସୀମାବଦ୍ଧ ରହେ ସେତେବେଳେ ତାହାକୁ ‘ଅନ୍ତର୍ବିବାହ’ ବୋଲି କୁହାଯାଏ । ଇଂରାଜୀରେ ଯାହାକୁ ଏଣ୍ଡୋଗାମୀ ବୋଲି କହୁଛନ୍ତି, ‘ଅନ୍ତର୍ବିବାହ’ ବା ‘ସମଜାତୀୟ ବିବାହ’ ଏକା କଥା । ନିଜ ଗୋଷ୍ଠୀର ବାହାରେ ବୈବାହିକ ସମ୍ପର୍କ ସ୍ଥାପିତ ହେଲେ ତାହାକୁ ‘ବହିର୍ବିବାହ’ ବା ବିଜାତୀୟ ବିବାହ ବୋଲି କୁହାଯାଏ— ଇଂରାଜୀରେ ଯାହାକୁ ‘ଏକ୍ସୋଗାମୀ’ ବୋଲି କୁହାଯାଉଛି । ବିବାହ ଅନୁଷ୍ଠାନକୁ ଆଉ ଦୁଇ ଶ୍ରେଣୀରେ ମଧ୍ୟ ବିଭକ୍ତ କରାଯାଇପାରେ । ତାହା ହେଲା ‘ଏକବିବାହ’ ବା ‘ବହୁବିବାହ’ । ଜଣେ ପୁରୁଷ ସହିତ ଏକାଧିକ ନାରୀଙ୍କ ବିବାହକୁ ‘ବହୁପତ୍ନୀକ’ ବିବାହ ବୋଲି କୁହାଯାଏ ଓ ଜଣେ ସ୍ତ୍ରୀର ଏକାଧିକ ସ୍ବାମୀ ରହିଲେ ତାକୁ ‘ବହୁପତିକ’ ବା ପଲିଆଣ୍ଡ୍ରି ବିବାହ ବୋଲି କୁହାଯାଏ । ଏହିସବୁ ପଦ୍ଧତିର ପ୍ରଚଳନ ବିଭିନ୍ନ ଆଦିବାସୀ ଗୋଷ୍ଠୀ ଭିତରେ ରହିଛି । ବିବାହର ସ୍ବୀକୃତି ପାଇଁ ନାନା ଅନୁଷ୍ଠାନ ବା ପ୍ରଥା ରହିଛି । ସେହିସବୁ ପ୍ରଥା ସହିତ ଐନ୍ଦ୍ରଜାଲିକ ବିଶ୍ବାସ ଓ ଧର୍ମବିଶ୍ବାସ ମିଳିତ ହୋଇ ରହିଛି । ‘ବଳପୂର୍ବକ ବିବାହ’ ବା ‘ପୈଶାଚରାକ୍ଷସ ବିବାହ’ ଛୋଟନାଗପୁରର ହୋ, ଭୂମିଜ, ବା ମୁଣ୍ଡାମାନଙ୍କ ମଧ୍ୟରେ ଦେଖାଯାଏ । ‘ଶ୍ରମ ବିନିମୟରେ ବିବାହ’ ଆସାମ ଅଞ୍ଚଳର କୁକୀଗୋଷ୍ଠୀ ଓ ମଧ୍ୟଭାରତର କୁରକୁ ଉପଜାତି ମଧ୍ୟରେ ରହିଛି । ଏହି ବିବାହ ପ୍ରଥା ଅନୁସାରେ ପୁରୁଷକୁ ଭବିଷ୍ୟତ ସ୍ତ୍ରୀର ବାପଘରେ କେତେବର୍ଷ ମଜୁରି ଖଟିବାକୁ ପଡ଼େ । ଅନ୍ୟ ପ୍ରଥା ଅନୁସାରେ ମେଳା ବା ବଜାରରେ ଅବିବାହିତା ଯୁବତୀ କପାଳରେ ସିନ୍ଦୂର ଲଗାଇଦେଲେ ବିବାହ ହୋଇଗଲା । ସାନ୍ତାଳ, ହୋ ପ୍ରଭୃତି ସମାଜରେ ତାହାହିଁ ବିବାହ ବୋଲି ସ୍ବୀକୃତ । ସମାଜଗତ ଭାବରେ ବିବାହରେ ଆପତ୍ତି ଥିଲେ ଯୁବକଯୁବତୀ ଦେଶାନ୍ତରୀ ହୋଇଯାନ୍ତି । ତାହାକୁ ଗାନ୍ଧର୍ବ ବିବାହ ବୋଲି କୁହାଯାଏ । ଓରାଓଁ, ଲୋଧା, ମୁଣ୍ଡା ପ୍ରଭୃତି ସମାଜରେ ଏହି ରୀତି ପ୍ରଚଳିତ । ଆଉ କେତେକଙ୍କ ଭିତରେ ପ୍ରଥା ଅଛି ଯେ, ଝି, ତାର ଭାବୀ ଶାଶୁଠାରୁ ଅନେକ ଗଞ୍ଜଣା ଓ ଭର୍ତ୍ସନା ସହିବାର ପରେ ଯାଇ ପୁତ୍ରବଧୂ ବୋଲି ସ୍ବୀକୃତା ହେବ । ଏହିଭଳି ଭାବରେ ନାନା ପ୍ରକାର ବିବାହପନ୍ଥା ଆଦିବାସୀ ସମାଜରେ ପ୍ରଚଳିତ ।
‘ଜ୍ଞାନମଣ୍ଡଳ’ର ଅନ୍ୟତ୍ର ଓଡ଼ିଶାର ଆଦିବାସୀମାନଙ୍କ ବିଷୟରେ ବିସ୍ତୃତ ଭାବରେ କୁହାଯାଇଛି । ଏଠାରେ ଏତିକି
କୁହାଯାଇପାରେ ଯେ, ଆଦିବାସୀ–ସମସ୍ୟା ଦୃଷ୍ଟିରୁ ବିଚାର କଲେ ଓଡ଼ିଶାର, ଭାରତୀୟ ରାଜ୍ୟମାନଙ୍କ ମଧ୍ୟରେ ସ୍ବତନ୍ତ୍ର ସ୍ଥାନ ରହିଛି । ସମଗ୍ର ଲୋକସଂଖ୍ୟାର ଶତକଡ଼ା ପ୍ରାୟ ୨୪ ହେଉଛନ୍ତି ଆଦିବାସୀ ।
ଶିଳ୍ପ ସଭ୍ୟତାର ଯେଉଁ ନନ୍ଦିଘୋଷ ରଥ କୌଣସି ବାଧା ନ ମାନି ଆଗକୁ ଆଗକୁ ମାଡ଼ିଯିବାକୁ ଆରମ୍ଭ କଲାଣି ସେ ରଥ ଆଗରେ ପଡ଼ି ବହୁ ପୁରୁଣା ପ୍ରଥା ନିଜର ଅସ୍ତିତ୍ଵକୁ ଲୋପ କରିଦେଇଛି । କ୍ରମେ ଶିକ୍ଷାର ପ୍ରସାର ହେଲା ଫଳରେ ଆଦିବାସୀମାନେ ନିଜର ଅଧିକାର ବିଷୟରେ ସଚେତନ ହୋଇ ଉଠୁଛନ୍ତି । ସେମାନଙ୍କୁ ଚିଡ଼ିଆଖାନା ବା ମିଉଜିୟମରେ ରଖିଲା ଭଳି ରଖି ଅନ୍ୟମାନେ କେବଳ ଗବେଷଣା ଚଳାଇଥିବେ – ଏ ପରିସ୍ଥିତି ଆଉ ରହି ନ ପାରେ । ଭାରତରେ ହିନ୍ଦୁସମାଜ ସେମାନଙ୍କର ଆଶା ଆକାଂକ୍ଷାପ୍ରତି ଯଥେଷ୍ଟ ଦୃଷ୍ଟି ନ ଦେବାରୁ ବା ଦୃଷ୍ଟି ଦେବାର ଗୁରୁତ୍ଵ ଅନୁଭବ ନ କରିବାରୁ ଖ୍ରୀଷ୍ଟିଆନ ମିସନାରୀମାନେ ସେମାନଙ୍କ ମଧ୍ୟରେ ପ୍ରବେଶ କରି ନିଜର ପ୍ରଭାବ ବିସ୍ତାର କଲେ । ଆଦିବାସୀମାନଙ୍କ ଭିତରେ ଧର୍ମର ବନ୍ଧନ ଦୃଢ଼ ନ ଥିବାରୁ ବା ଧର୍ମର ପ୍ରଭାବ କ୍ଷୀଣ ଥିବାରୁ ସେମାନଙ୍କୁ ଖ୍ରୀଷ୍ଟ ଧର୍ମରେ ଦୀକ୍ଷିତ କରିଦେବା ସହଜ ହେଲା । ଆଜି ଭାରତର ଲକ୍ଷ ଲକ୍ଷ ଆଦିବାସୀ ଖ୍ରୀଷ୍ଟ ଧର୍ମରେ ଦୀକ୍ଷିତ । ଉତ୍ତରପୂର୍ବ ଭାରତର ପାହାଡ଼-ପର୍ବତ ଅଞ୍ଚଳରେ ଯେଉଁ ମିକୋ, ନାଗା ପ୍ରଭୃତି ଥିଲେ ସେମାନଙ୍କ ଭିତରୁ ଅଧିକାଂଶ ଖ୍ରୀଷ୍ଟଧର୍ମରେ ଦୀକ୍ଷିତ ହୋଇସାରିଲେଣି ଓ ବିଦେଶୀ ଖ୍ରୀଷ୍ଟିଆନ ପାଦ୍ରୀମାନଙ୍କର ପ୍ରଭାବ ସେମାନଙ୍କ ଉପରେ ଖୁବ୍ ପଡ଼ିଛି । ସେହି ପ୍ରଭାବ ଭାରତୀୟ ଏକତା ପ୍ରତି ଗୋଟାଏ ବିପଦ ବୋଲି କ୍ରମେ ଅନୁଭୂତ ହେଲାଣି । ଆରମ୍ଭରୁ କୁହାଯାଇଛି ଓ ପୁଣି ଥରେ ମଧ୍ୟ କୁହାଯାଉଛି ଯେ, ‘ଆଦିବାସୀ’ ବୋଇଲେ ଯେଉଁ ଅର୍ଥ ଆଜିପର୍ଯ୍ୟନ୍ତ ବୁଝାଇ ଆସୁଥିଲା ସେ ଅର୍ଥରେ ପରିବର୍ତ୍ତନ ହେବାକୁ ବାଧ୍ୟ । ଆଦିବାସୀ ଓ ଅଣଆଦିବାସୀଙ୍କ ଭିତରେ ଆଉ କୌଣସି କୃତ୍ରିମ ପ୍ରାଚୀର ରହିବା ହୁଏତ ସମ୍ଭବ ହେବ ନାହିଁ— ରହିବା ଉଚିତ ମଧ୍ୟ ନୁହେଁ । ଏହି କଥାଟି ଅଣଆଦିବାସୀମାନେ ଯେତେ ଶୀଘ୍ର ଅନୁଭବ କରନ୍ତି ସେତେ ଭଲ ଓ ଦେଶପକ୍ଷରେ, ଆଦିବାସୀଙ୍କ ପକ୍ଷରେ ଓ ଅଣଆଦିବାସୀଙ୍କ ପକ୍ଷରେ ମଙ୍ଗଳଜନକ । ସୁଯୋଗ–ସୁବିଧାରୁ ବଞ୍ଚିତ ହୋଇ ରହିଲେ ଓ ବହୁ କାଳ ଧରି ସେହିଭଳି ରହିଗଲେ ମନୁଷ୍ୟର ଅନ୍ତର୍ନିହିତ ଶକ୍ତି କିଭଳି ଖର୍ବ ହୋଇ ରହିଯାଏ ଓ ସୁବିଧା–ସୁଯୋଗ ମିଳିଲେ ତାହାର ସେହି ଅନ୍ତର୍ନିହିତ ଶକ୍ତି କିଭଳି ଜାଗ୍ରତ ହୋଇଉଠେ ତାହାର ପ୍ରମାଣ ମିଳିବ ଗଲା କେତେ ବର୍ଷର ଆଦିବାସୀମାନଙ୍କର ଉନ୍ନତି ବା ଅଗ୍ରଗତିର ଇତିହାସରୁ । ବହୁ ଉଚ୍ଚଶିକ୍ଷିତ ଆଦିବାସୀ ଭାରତର ଅଗ୍ରଗତିରେ ସହାୟକ ହୋଇଛନ୍ତି । ବର୍ତ୍ତମାନର ରାଷ୍ଟ୍ରପତି ଏହାର ଏକ ଜ୍ୱଳନ୍ତ ଉଦାହରଣ । ଅତଏବ ସେମାନେ ଯେ ଅନ୍ୟମାନଙ୍କ ଠାରୁ କୌଣସି ଗୁଣରେ ନ୍ୟୂନ ନୁହନ୍ତି ଏହାର ପ୍ରମାଣ ମିଳିସାରିଲାଣି । ମାନସିକ, ଶାରୀରିକ–ଉଭୟ କ୍ଷେତ୍ରରେ ସେମାନେ ଅଣଆଦିବାସୀମାନଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ପାଦର ଗତି ମିଳାଇ ଆଗକୁ ଚାଲିବାକୁ ଆରମ୍ଭ କଲେଣି । ସଭ୍ୟତା, ସଂସ୍କୃତି ତଥା, ବିଜ୍ଞାନର ଆଲୋକ ସମାଜର କୌଣସି ସ୍ତରରେ ଅନ୍ଧକାରକୁ ରଖାଇ ଦେବ ନାହିଁ । ଅଣଆଦିବାସୀମାନଙ୍କ ମତିଗତି ଉପରେ ନିର୍ଭର କରୁଛି, ଆଜି ଦେଖାଯାଇଥିବା ପ୍ରଭେଦ ର ପ୍ରାଚୀର କେତେ ଶୀଘ୍ର ଭୁଷୁଡ଼ି ପଡ଼ିବ । ସ୍ବଚ୍ଛନ୍ଦରେ ଉଦାର ମନୋଭାବ ସହିତ ସେ ପ୍ରାଚୀରକୁ ଭାଙ୍ଗିଦେଲେ ଭାରତର ମଙ୍ଗଳ । ଅବିଚାରିତ ଭାବରେ ଶିଳ୍ପ ପ୍ରସାର ଘଟାଇ ଆଦିବାସୀମାନେ ରହୁଥିବା ପ୍ରାକୃତିକ ପରିବେଶକୁ ନଷ୍ଟ କରାଯାଉଛି । ଏଭଳି କାର୍ଯ୍ୟର ପ୍ରତିରୋଧ କରିବାପାଇଁ ଓଡ଼ିଶାର ଆଦିବାସୀମାନେ ସଂଗଠିତ ଆନ୍ଦୋଳନ କରି ସଫଳ ହୋଇଛନ୍ତି ତ ପରାଜୟର ସମ୍ମୁଖୀନ ହୋଇଛନ୍ତି , ଏବେ ବି କାଶୀପୁର ଠାରୁ ନିୟମଗିରି ପର୍ଯ୍ୟନ୍ତ ଲଢେ଼ଇ କରୁଛନ୍ତି ।
( ଅବଶିଷ୍ଟାଂଶ ପରବର୍ତ୍ତୀ ସଂଖ୍ୟାରେ)
ମୁହୂର୍ତ୍ତ ଦର୍ଶନ -୭
ମୁହୂର୍ତ୍ତ ଦର୍ଶନ -୭
( ପୂର୍ବ ପ୍ରକାଶନର ପରବର୍ତ୍ତୀ ଆଲେଖ୍ୟ)
ପ୍ରାଣୀବିଦ୍ୟା, ପ୍ରାଗ୍ଐତିହାସିକ ଯୁଗର ତଥ୍ୟ ଜ୍ଞାନ, ଆଦ୍ୟମାନବ ବିଷୟରେ ଅଧିକ ଜ୍ଞାନ ହାସଲର ପଥକୁ ସୁଗମ କରିଦେଲାଣି। ୧୮୦୯ ରେ ଡାର୍ଉଇନ୍ ଜନ୍ମ ହେଲା ପୂର୍ବରୁ ଜିନ୍ ଲାମାର୍କ (୧୭୪୪-୧୮୨୯) ପ୍ରାଣୀ ତଥା ଉଭିଦ ଜାତିର କ୍ରମବିକାଶ ବିଷୟରେ ବହୁ ନୂତନ ତଥ୍ୟ ଯୋଗାଇ ଦେଇ ସାରିଥିଲେ। ଡାର୍ଉଇନ୍ ସେହି ସଂକ୍ରାନ୍ତରେ ମନୁଷ୍ୟଜ୍ଞାନକୁ ଜୋରରେ ଦଉଡ଼ାଇନେଲେ। ତାଙ୍କ ପରେ ଯେଉଁମାନେ ଆସିଲେ ସେମାନଙ୍କର ସୌଭାଗ୍ୟ ଯେ, ବିଜ୍ଞାନ ପ୍ରକୃତିର ବହୁ ରହସ୍ୟ ହଠାତ୍ ହଠାତ୍ ଭେଦ କରିଗଲା। ତେଣୁ ଆଦ୍ୟମାନବ ବିଷୟରେ ଆଜିର ‘ନର-ବିଦ୍ୟା’ର ଛାତ୍ର ବହୁକଥା ଜାଣିପାରିଛି।
ଆଜି ମନୁଷ୍ୟ ଜାତିକୁ ଦେଖି ଲକ୍ଷ ଲକ୍ଷ ବର୍ଷ ତଳେ ମନୁଷ୍ୟର ଚେହେରା କିଭଳି ଥିଲା, ତାହାର ଅଙ୍ଗପ୍ରତ୍ୟଙ୍ଗର ଗଠନ କେଉଁ ଧରଣର ଥିଲା ସେ ବିଷୟରେ ଅନୁମାନ କରିବା ଖୁବ୍ ସହଜ ନୁହେଁ। ଆମେ ଯଦି ପୃଥିବୀ ଚାରିଆଡ଼େ ବୁଲିଯିବା, ଦେଖିବା, ଭୂଗୋଳ ମନୁଷ୍ୟଜାତିକୁ କିଭଳି ଭିନ୍ନ ଭିନ୍ନ ଛାଞ୍ଚରେ ଢାଳିଛି। ଆଫ୍ରିକାର ଘୋର ଜଙ୍ଗଲ ଭିତରେ ଯେଉଁ ଲୋକଟି ରହିଛି ତାହାର ଦେହର ରଙ୍ଗ, ଓଠର ଗଠନ, କାନ୍ଧର ଗଠନ ବା ଉଚ୍ଚତା ସହିତ ଉତ୍ତରମେରୁ ଅଞ୍ଚଳରେ ରହୁଥିବା ଲୋକଙ୍କର କେତେ ମେଳ ଅଛି, କେତେ ପାର୍ଥକ୍ୟ ଅଛି ତାହା ଜାଣିପାରିବା। ଆମ ଭାରତବର୍ଷରେ କାଶ୍ମୀରର ଲୋକଙ୍କ ସହିତ ଦକ୍ଷିଣର ଲୋକଙ୍କର ଚେହେରାଗତ ପାର୍ଥକ୍ୟ ଆମକୁ କହିଦେବ ଜଳବାୟୁ, ଖାଦ୍ୟ ଓ ଭୌଗୋଳିକ ପରିସ୍ଥିତି ମନୁଷ୍ୟଠାରେ କି ପରିବର୍ତ୍ତନ ଆଣେ। ପୃଥିବୀର ଭିନ୍ନ ଭିନ୍ନ ଅଞ୍ଚଳର ଲୋକେ କିଭଳି ଦେଖାଯାନ୍ତି ସେ ବିଷୟରେ ଗୋଟାଏ ଗୋଟାଏ ମୋଟାମୋଟି ଧାରଣା ଦେବାପାଇଁ କେତୋଟି ଛବି ଦିଆଗଲା। ରୁଷର ପ୍ରଫେସର ନେସ୍ତୁରଖଙ୍କ ଭିନ୍ନ ଭିନ୍ନ ମନୁଷ୍ୟଜାତି ପୁସ୍ତକରୁ ଏହି ଛବିଗୁଡ଼ିକ ନିଆଯାଇଛି।
ଏକ ନମ୍ବର ଓ ଦୁଇ ନମ୍ବର ଛବି ଯଥାକ୍ରମେ— ନିଗ୍ରୋ ପୁରୁଷ ଓ ନାରୀ। ସେମାନେ ଆଫ୍ରିକାର ସୁଦାନର ସିଲକ୍ ନାମକ ନିଗ୍ରୋଜାତିର ଲୋକ। ତିନି ନମ୍ବର ଚିତ୍ରଟି ହେଉଛି ଆଣ୍ଡାମାନ
ଦ୍ଵୀପପୁଞ୍ଜର ଜଣେ ପୁରୁଷ ଅଧିବାସୀ। ଚାରିନମ୍ବର ଛବିଟି ସେହି ଜାତିର ଜଣେ ମହିଳା। ନ୍ୟୁଜିଲାଣ୍ଡରେ ଯେଉଁ ‘ଦକ୍ଷିଣମଙ୍ଗୋଲାୟେଡ଼’ ଜାତିର ଲୋକ ଅଛନ୍ତି ସେମାନଙ୍କ ଭିତରୁ ମାଓରି ପୁରୁଷର ଛବି ପାଞ୍ଚ ନମ୍ବର। ମାଓରି ଜାତିର ମହିଳା ବିଷୟରେ ଧାରଣା କରିପାରିବେ ଛ’ ଛବିରୁ। ଉତ୍ତର ଇଉରୋପୀୟ ଜାତିର ଜଣେ ପୁରୁଷ ଓ ମହିଳାଙ୍କର ଫଟୋ ତଳେ ସାତ ଓ ଆଠ ନମ୍ବର ଲେଖାଯାଇଛି। ସେହି ଜାତିର ଲୋକଙ୍କ ରକ୍ତରେ ଦକ୍ଷିଣ ସାଇବିରିଆ ଅଞ୍ଚଳର ଲୋକଙ୍କ ରକ୍ତର ସମ୍ମିଶ୍ରଣ ଫଳରେ ଯେଉଁ ଲୋକ ଜନ୍ମ ହୋଇଛନ୍ତି ବା ଯେଉଁ ଜାତିର ସୃଷ୍ଟି ହୋଇଛି ସେହି ଜାତିର ଜଣେ ପୁରୁଷଙ୍କୁ ନ’ ନମ୍ବର ଓ ଜଣେ ମହିଳାଙ୍କୁ ଦଶ ନମ୍ବର ଫଟୋରେ ଦେଖନ୍ତୁ। ଇଉରୋପର ଉତ୍ତର ଅଂଶରେ ଯେଉଁ ଆଟ୍ଲାଣ୍ଟୋ ବଲଟିକ ବଂଶ ନରଗଣୟେର ରହନ୍ତି ସେମାନଙ୍କ ଭିତର ଜଣେ ପୁରୁଷଙ୍କୁ ଏଗାର ନମ୍ବରରେ ଓ ଜଣେ ନାରୀଙ୍କୁ ବାର ନମ୍ବରରେ ଦେଖନ୍ତୁ। ରୁଷର ଅଧ୍ୟାପକ ଭାରତୀୟ ନାରୀ ଓ ପୁରୁଷଙ୍କ ଚିତ୍ର ତେର ଓ ଚଉଦ ନମ୍ବରରେ ଦେଇଛନ୍ତି। ସିଂହଳ ଦେଶର ଜଣେ ପୁରୁଷଙ୍କ ପରିଚୟ ପନ୍ଦର ନମ୍ବରରେ ଦିଆଯାଇଛି। ସେ ଦ୍ରାବିଡ଼ଗୋଷ୍ଠୀର ଲୋକ। ଇଣ୍ଡୋଚୀନରେ ବାସ କରାଉଥିବା ଜଣେ ବ୍ରହ୍ମଦେଶୀୟା ମହିଳାଙ୍କୁ ଷୋଳ ନମ୍ବର ଚିତ୍ରରେ ଦେଖନ୍ତୁ। ସେ ପ୍ରଶାନ୍ତ ମହାସାଗରୀୟ ବା ଦକ୍ଷିଣ ମଙ୍ଗୋଲାୟେଡ଼ ଜାତିର ଲୋକ। କିନ୍ତୁ ସେହି ମଙ୍ଗୋଲାୟେଡ଼ ଜାତିର ରକ୍ତରେ ଦକ୍ଷିଣ ଏସୀୟ ରକ୍ତ ମିଶି ଯେଉଁ ଜାପାନୀ ଜାତି ସୃଷ୍ଟି ହୋଇଛି ସେମାନଙ୍କର ଛବି ସତର ନମ୍ବର (ପୁରୁଷ) ଓ ୧୮ ନମ୍ବର (ମହିଳା)ରେ ଦେଖନ୍ତୁ। ଉତ୍ତରମେରୁ ନିକଟରେ ଆଲାସ୍କା ଅଞ୍ଚଳରେ ରହୁଥିବା ଏସ୍କିମୋ ପୁରୁଷ ଊଣେଇଶ ନମ୍ବର ଓ ମହିଳା କୋଡ଼ିଏ ନମ୍ବର। ଆମେରିକା ମହାଦେଶର କେନ୍ଦ୍ର ଅଞ୍ଚଳରେ ବାସ କରୁଥିବା ଲୋହିତ-ଭାରତୀୟମାନଙ୍କ ଚେହେରାର ପରିଚୟ ମିଳିବ ଏକୋଇଶ ନମ୍ବର (ପୁରୁଷ) ଓ ବାଇଶ ନମ୍ବର (ମହିଳା) ଛବିରୁ। ଦକ୍ଷିଣ ଆମେରିକାର ଆଉ ଗୋଟିଏ ଅଞ୍ଚଳର ପାଟାଗୋନିୟାନ୍ ପୁରୁଷଙ୍କୁ ତେଇଶ ନମ୍ବର ଛବିରେ ଓ ମହିଳାଙ୍କୁ ଚବିଶ ନମ୍ବର ଛବିରେ ଦେଖନ୍ତୁ। ‘ମନୁଷ୍ୟ ଜାତି’ ଅଧ୍ୟାୟରେ ଦେଖିବେ କେଉଁ ନିୟମରେ ମନୁଷ୍ୟକୁ ଭିନ୍ନ ଭିନ୍ନ ଜାତି, ଗୋଷ୍ଠୀ ଓ ବଂଶରେ ବିଭକ୍ତ କରାଯାଇଛି । ଏଠାରେ ସାମାନ୍ୟ ପରିଚୟ ମାତ୍ର ଦିଆଗଲା ।
ମନୁଷ୍ୟର ପ୍ରଥମ ଅବସ୍ଥାରେ ଚେହେରା କିଭଳି ଥିଲା ସେଇଟା ସେଭଳି ବଡ଼ କଥା ନୁହେଁ । ଅସଲ ଗୁରୁତ୍ଵପୂର୍ଣ୍ଣ ପ୍ରଶ୍ନ ହେଉଛି, ସେହି ଲୋକ ସବୁ ସେମାନଙ୍କର ଜୀବନ-ସଂଗ୍ରାମରେ କିଭଳି ବିଜୟ ହାସଲ କଲେ ଓ କ୍ରମବିକାଶ ପଥରେ ଧୀରେ ଧୀରେ ଆଗେଇ ଚାଲିଲେ । ନିଶ୍ଚୟ ଏଭଳି ଗୋଟାଏ ସମୟ ଥିବ ଯେତେବେଳେ କି ମନୁଷ୍ୟ ଭଲକରି କଥା କହି ଜାଣି ନ ଥିବ । ଅଳ୍ପ କେତୋଟି ଶବ୍ଦର ସୃଷ୍ଟି ହୋଇଥିବା ଗୋଟିଏ ଗୋଟିଏ ନୂଆ ଶବ୍ଦ ତିଆରି କରି ତାହାର ଅର୍ଥ ବିଷୟରେ ସମସ୍ତଙ୍କୁ ଏକମତ କରାଇ ତାହାରି ମାଧ୍ୟମରେ ନିଜର ମନର କଥାକୁ ଅପେକ୍ଷାକୃତ ଟିକିଏ ଭଲଭାବରେ ପ୍ରକାଶ କରିବାପାଇଁ ତା’ ମନ କେତେ କସରତ୍ ନ କରିଥିବ । ବହୁବାର କହିଲେ ମଧ୍ୟ ଯେଉଁ କଥାଟି ପୁରୁଣା ବୋଲି ମନେ ହୁଏ ନାହିଁ ସେହି କଥାଟି ହେଉଛି, ଆରମ୍ଭବେଳେ ମନୁଷ୍ୟ ସବୁବେଳେ ଭୟଭୀତ ହୋଇ ରହିଥିବ । କାରଣ ବଣ, ଜଙ୍ଗଲ, ପାହାଡ଼ରେ ସେ ନିଜକୁ ଖୁବ୍ ଅସହାୟ ମନେ କରୁଥିବ । ତାକୁ ଯେଉଁ ମସ୍ତିଷ୍କଟି ଦିଆଯାଇଥିଲା ତାହାରି ସାହାଯ୍ୟରେ ସେ କିଭଳି ଜୀବନ ସଂଗ୍ରାମରେ ବିଜୟୀ ହେଲା ତାହାର ଇତିହାସ ହେଉଛି ମନୁଷ୍ୟଜାତିର ପ୍ରଗତିର ଇତିହାସ ।
ମୁହୂର୍ତ୍ତ ଦର୍ଶନ -୬
ମୁହୂର୍ତ୍ତ ଦର୍ଶନ -୬
( ପୂର୍ବ ପ୍ରକାଶନର ପରବର୍ତ୍ତୀ)
ଜଣେ ବୈଜ୍ଞାନିକ ଭାରତକୁ ଆସିଥିଲେ ମନୁଷ୍ୟ କେବେ ପୃଥିବୀରେ ପ୍ରଥମେ ପାଦ ଦେଲା ତାହାରି ଅନୁସନ୍ଧାନ ପାଇଁ । ହିମାଳୟ ପର୍ବତର ବୟସ କମ୍ ହେଲେ ମଧ୍ୟ ତାହାର ଉତ୍ତର ଦକ୍ଷିଣ ପୂର୍ବ ପଶ୍ଚିମ ଅଞ୍ଚଳ ଯେ ହଜାର ହଜାର ବର୍ଷର ବହୁଧା ସଭ୍ୟତାର ଜନ୍ମସ୍ଥଳ, ଏଥିରେ ତ ଆଉ କାହାରି ସନ୍ଦେହ ବା ଦ୍ବିମତ ନାହିଁ । ହିମାଚଳ ପ୍ରଦେଶରେ ୧୯୩୦ ମସିହାରେ ଏଭଳି କେତେକ ଜୀବାଶ୍ମ ବା ଫସିଲ୍ର ସନ୍ଧାନ ମିଳିଲା – ଯାହା ଫଳରେ କି ମନୁଷ୍ୟ ପୃଥିବୀରେ ପ୍ରଥମେ କେବେ ପାଦ ଦେଇଥିଲା ସେ ବିଷୟରେ ନୂତନ ଭାବରେ ଚିନ୍ତା କରିବାର ଅବସର ଆସିଗଲା । ନିକଟରେ ଭାରତକୁ ଆସିଥିବା ୟେଲ୍ ବିଶ୍ୱବିଦ୍ୟାଳୟର ସେହି ବୈଜ୍ଞାନିକ ଡକ୍ଟର ସାଇମନ୍ସ୍ କହିପକାଇଲେ– “ଯେଉଁ ଗାଈକୁ ପବିତ୍ର ବୋଲି ମନେ କରାଯାଉଛି ତାହାର ଓ ଯେଉଁ ଘୁଷୁରିକୁ ସବୁଠାରୁ ନିମ୍ନ ସ୍ତରର ବୋଲି ମନେକରାଯାଉଛି ତାହାର ମଧ୍ୟ–କିଏ ପୂର୍ବପୁରୁଷ ଥିଲେ - ଅର୍ଥାତ୍ ପ୍ରଥମେ ସେଗୁଡିକ କେବେ ପୃଥିବୀପୃଷ୍ଠରେ ବୁଲିଲେ ସେ ବିଷୟରେ ବୈଜ୍ଞାନିକ ପଦ୍ଧତିରେ ଗବେଷଣା ହୋଇ ସାରିଲାଣି–ଅଥଚ ମନୁଷ୍ୟର ପୂର୍ବପୁରୁଷମାନଙ୍କ ବିଷୟରେ, ତାହାର ପ୍ରଥମ ଜୀବନ ବିଷୟରେ ଅର୍ଥାତ୍ ‘ଆଦ୍ୟମାନବ’ ବିଷୟରେ ଏ ପର୍ଯ୍ୟନ୍ତ ବୈଜ୍ଞାନିକ ପଦ୍ଧତିରେ ଯେତିକି ଗବେଷଣା ହେବା ନିତାନ୍ତ ଆବଶ୍ୟକ, ସେତିକି ଗବେଷଣା ହୋଇ ନାହିଁ ।”
ତାଙ୍କର ଦୁଃଖ ଯେ, ମନୁଷ୍ୟକୁ ମନୁଷ୍ୟ ଯେତିକି ସମ୍ମାନ ଦେଖାଇବାର କଥା ତାହା ଦେଖା ହୋଇ ନାହିଁ । ଯେଉଁ ଭାରତରେ ଗୋରୁକୁ ଅତି ପବିତ୍ର ବୋଲି ମନେକରାଯାଉଛି ସେଇ ଭାରତଭୂମିରେ ସେ ଗାଈ ଘୁଷୁରି ଉଭୟଙ୍କର କଥା ରହସ୍ୟଛଳରେ କହି ମନୁଷ୍ୟ ପ୍ରତି ମନୁଷ୍ୟ ଯେତିକି ଧ୍ୟାନ ଦେବାର କଥା ସେତିକି ଧ୍ୟାନ ଦିଆଯାଇ ନ ଥିବାରୁ ଟିକିଏ ଦୁଃଖ ପ୍ରକାଶ କରି ଭାରତଭୂମିରେ ହିଁ ଆଦ୍ୟ ମାନବ ପ୍ରଥମେ ପାଦ ଦେଇଥିଲା କି ନାହିଁ, ତାହାର ସନ୍ଧାନ ପାଇଁ ସେ ବିଷୟରେ ମାନବଜ୍ଞାନ ଉପରେ ନୂତନ ଆଲୋକପାତ କରିବାପାଇଁ ସେ କାର୍ଯ୍ୟ ଆରମ୍ଭ କରିଛନ୍ତି । ବାସ୍ତବିକ ଦେଖିବାକୁ ଗଲେ ମନୁଷ୍ୟର ଜନ୍ମ, ଅର୍ଥାତ୍ ପୃଥିବୀକୁ ଆଦ୍ୟମାନବର ଆଗମନ ବିଷୟରେ ଆମର ଜ୍ଞାନ ବଢ଼ିବା ସଙ୍ଗେ ସଙ୍ଗେ ମନୁଷ୍ୟ ସଂପର୍କରେ ମନ ଭିତରେ ଯେଉଁ ସବୁ ଅସଂଖ୍ୟ ପ୍ରଶ୍ନ ଆସୁଛି ସେଗୁଡ଼ିକର ଉତ୍ତର ଗୋଟିକ ପରେ ଗୋଟିଏ ମିଳିଯାଉଛି । ସେ ଯେତେବେଳେ ପ୍ରଥମେ ଏହି ପୃଥିବୀରେ ପାଦ ଦେଲା, ସେ ସମୟଟି କେତେ ବର୍ଷ ତଳର ତାହା ଜାଣିବା ଆମ ପକ୍ଷରେ ଅତି ଜରୁରୀ ହୋଇପଡ଼ିଛି । ପୂର୍ବେ ଆମକୁ କୁହାଯାଉଥିଲା– ପୂର୍ବେ କାହିଁକି, ଅଳ୍ପ କେତେ ବର୍ଷ ତଳେ ଆମର ଧାରଣା ଥିଲା ଯେ ମନୁଷ୍ୟ ଏହି ପୃଥିବୀକୁ ଆସିଲା ପ୍ରାୟ ପଚାଶ ହଜାର ବର୍ଷ ତଳେ । ଏବେ କୁହାଗଲାଣି, ସେ ହୁଏତ ସତର ଅଠର ଲକ୍ଷ ବର୍ଷ ତଳେ ଆସିଥିଲା । ସେ ଯୁଗରେ ପୃଥିବୀର ଜଳବାୟୁ କିପରି ଥିଲା, ସେହି ଜଳବାୟୁରେ ତିଷ୍ଠିବାନ୍ ପାଇଁ ମନୁଷ୍ୟକୁ କିଭଳି ସଂଗ୍ରାମ କରିବାକୁ ପଡ଼ୁଥିଲା, ଶୀତ ବର୍ଷା ଖରାରୁ ରକ୍ଷା କରିବାପାଇଁ ତା’ ଦେହରେ ଲମ୍ବ ଲମ୍ବ ଲୋମ ଥିଲା କି ନାହିଁ, ଆଜି ମନୁଷ୍ୟ ଶରୀରର ଆମେ ଯେଉଁ ଗଠନ ଦେଖୁଛୁ ସେହି ଗଠନ ସେତେବେଳେ ଥିଲା କି ନାହିଁ ଇତ୍ୟାଦି ହେଉଛି ପ୍ରଶ୍ନ ଓ ସେହିସବୁ ପ୍ରଶ୍ନର ଉତ୍ତର ଆମକୁ ସାହାଯ୍ୟ କରିବ ମନୁଷ୍ୟ ଦେହ ତଥା ମନ ବିଷୟରେ ପ୍ରକୃତ ତଥ୍ୟ ଜାଣିବାପାଇଁ । ଯଦି ତାହାର ଅବୟବର ଗଠନରେ, ଅଙ୍ଗପ୍ରତ୍ୟଙ୍ଗର ଗଠନରେ ଆଖିଦୃଶିଆ ପରିବର୍ତ୍ତନ ହୋଇଛି, ସେ ପରିବର୍ତ୍ତନର ଆବଶ୍ୟକତା କାହିଁକି ଦେଖାଦେଲା ଓ ପ୍ରକୃତି କେତେ ସ୍ତରରେ ସେ ପରିବର୍ତ୍ତନ ଆଣିଲା ତାହା ମଧ୍ୟ ଆମେ ଜାଣିବା ଉଚିତ୍ । ଯେଉଁ ଯୁଗରେ ସେ ଅତି ଅସହାୟ ଥିଲା, ନିଆଁର ବ୍ୟବହାର ତ ଦୂରର କଥା ପଥର ବା ଟେକାଟିଏ ଫୋପାଡ଼ିବାର କୌଶଳ ମଧ୍ୟ ଜାଣି ନ ଥିଲା, ସେ ଯୁଗରେ ସେ କିଭଳି ଆତ୍ମରକ୍ଷା କରିଥିବ, କିଭଳି ରହିପାରିଥିବ ସେ କଥା ଜାଣିଲେ ଆମର କେବଳ ଯେ କୌତୂହଳ ମେଣ୍ଟିବ ତା’ ନୁହେଁ– ପରିସ୍ଥିତିର ଚାପରେ ମନୁଷ୍ୟ ବୁଦ୍ଧିର କିଭଳି ବିକାଶ ହୁଏ ସେ ବିଷୟରେ ଆମେ ବଳେ ବଳେ ଧାରଣା କରି ପାରିବା । ପ୍ରକୃତିର ନିୟମ ଯେଉଁ ଯୁଗରେ ରହସ୍ୟ ଭିତରେ ସମ୍ପୂର୍ଣ୍ଣ ଭାବରେ ତାହାଠାରୁ ଲୁଚି ରହିଥିଲା ଓ ମନୁଷ୍ୟ ସେ ବିଷୟରେ ସଂପୂର୍ଣ୍ଣ ଅଜ୍ଞ ଥିଲା
ସେ ଯୁଗରେ ସେ ଏହି ପୃଥିବୀରେ ସେ ତିଷ୍ଠି ରହି ପାରିଲା ଏହା କିଛି କମ୍ ବିସ୍ମୟର କଥା ନୁହେଁ । ସେ ଯୁଗରେ ଯେତିକି ବୁଦ୍ଧିରେ ସେ ଲତାରେ ପଥର ବାନ୍ଧି ଛିଟିକିଣି ମାରି ଶିଖିଲା ଏ ଯୁଗର ସେତିକି ବୁଦ୍ଧିରେ କ୍ଷେପଣାସ୍ତ୍ର ବା ମିଜାଇଲ ପ୍ରୟୋଗ କରିବାଟା ତୁଳନାତ୍ମକ ଦୃଷ୍ଟିରୁ କାହିଁକି ଅଧିକ ବିସ୍ମୟକର ବୋଲି ବିବେଚିତ ହେବ ସେ ପ୍ରଶ୍ନର ଉତ୍ତର ଦେବ ଆଦ୍ୟମାନବର ଇତିହାସ । ସଂପୂର୍ଣ୍ଣ ଉଲଙ୍ଗ ହୋଇ ବିକାରଶୂନ୍ୟ ଭାବରେ ବୁଲିବାବେଳେ ସେ ଅଧିକ ‘ସଭ୍ୟ’ ଥିଲା କି ଆଜି ଆବୃତ ଅବସ୍ଥାରେ ରହି ମନରେ ବିକାର ଭରି ରହିଥିବା ବେଳେ ତାକୁ ଅଧିକ ସଭ୍ୟ ବୋଲି କୁହାଯିବ ସେ ପ୍ରଶ୍ନର ଗୋଟିଏ ସନ୍ତୋଷଜନକ ଉତ୍ତର ଦେଇପାରିବ ଆଦ୍ୟମାନବର ଇତିହାସ ବା ଆଦିକାହାଣୀ । ଭଗବାନ୍ ବୋଲି କ’ଣ ଅଛି ସେ ବିଷୟରେ ପ୍ରଥମ ମନୁଷ୍ୟର କଳ୍ପନା ମଧ୍ୟ ନ ଥିଲା । ହଜାର ହଜାର ବର୍ଷର ଅନୁଭୂତି ପରେ ମନୁଷ୍ୟ କହିଲା ଭଗବାନ୍ ଅଛନ୍ତି । ପୁଣି କାହିଁକି ହଜାର ହଜାର ବର୍ଷ ପରେ ସେ କହିଲାଣି ଯେ ଭଗବାନ୍ ବୋଲି ଗୋଟିଏ କିଛି ନାହିଁ । ତାହାର ଉତ୍ତର କ’ଣ ଆମେ ପ୍ରଥମ ମନୁଷ୍ୟର ଜନ୍ମ ଓ ତାହାର ପରବର୍ତ୍ତୀ କାହାଣୀରୁ ପାଇପାରିବା ? ଆମର ସମସ୍ତ ଉନ୍ନତି, ବୁଦ୍ଧିର ସମସ୍ତ ବିକାଶ ପରେ, ପ୍ରକୃତିର ବହୁ ରହସ୍ୟ ଭେଦ ପରେ ଏହି ସୁନ୍ଦର ସୃଷ୍ଟିକି ନିଜ ହାତରେ ଧ୍ୱଂସ କରିଦେଇ ଆମେ ସେହି ଆଦ୍ୟମାନବର ପ୍ରସ୍ତର-ଯୁଗକୁ ବା ତାହା ପଛକୁ ଯଦି ପୁଣି ଫେରିଯିବା, ତାହାହେଲେ ଆଜିର ଅବସ୍ଥାକୁ ଆଉଥରେ ଫେରି ଆସିବା ପାଇଁ ଆମକୁ କେଉଁ କେଉଁ ପାହାଚ– କ୍ରମବିକାଶର କେଉଁ କେଉଁ ସ୍ତର ପାରହେବାକୁ ହେବ ସେ ବିଷୟରେ କଳ୍ପନା କରିବାପାଇଁ ସୁଯୋଗ ଦେବ ମନୁଷ୍ୟର ପ୍ରକୃତ ଇତିହାସ । ଅତୀତ ମନୁଷ୍ୟ ବିଷୟରେ ସେ ବହୁ କଥା ଜାଣିଗଲେ ଭବିଷ୍ୟତ ମନୁଷ୍ୟ ଗଢ଼ିବା ଦିଗରେ ତାକୁ ସହାୟତା ମିଳିବ । ଯେଉଁ ଯୁଗରେ ବୈଜ୍ଞାନିକମାନେ କହିଲେଣି ଯେ, ଇଚ୍ଛା ମୁତାବକ ବୁଦ୍ଧିମାନ୍ ତଥା ସୁସ୍ଥ ସବଳ ସୁନ୍ଦର ମନୁଷ୍ୟ ଗଢ଼ିଦେବାର ସମ୍ଭାବନା ଦେଖାଦେଲାଣି ସେ ଯୁଗରେ ପ୍ରଥମ ମାନବର ପ୍ରକୃତି ସହିତ ସହଯୋଗ କରି ଜନ୍ମଯାତ୍ରାର ଇତିହାସ ନିଶ୍ଚୟ ଅମୂଲ୍ୟ ସମ୍ପଦ ହୋଇ ରହିବ ।
ମନୁଷ୍ୟ ବୋଲି କହିଲେ ଆଜି ଆମେ ଯାହାକୁ ଦେଖୁଛୁ, ସେ ମନୁଷ୍ୟକୁ ହଠାତ୍ କେହି ଦିନେ ଆଣି ପୃଥିବୀରେ ଛାଡ଼ି ଦେଇ ଗଲା ବୋଲି ବୈଜ୍ଞାନିକମାନେ ବିଶ୍ବାସ କରୁ ନାହାନ୍ତି । କୌଣସି କୌଣସି ପୁରାଣରେ ଅବଶ୍ୟ ସେହିଭଳି କଥା ରହିଛି । ମାଟିରେ ମନୁଷ୍ୟ ମୂର୍ତ୍ତି ଗଢ଼ି ତା’ ନାକରେ ପବନ ଫୁଙ୍କି ଦେବାରୁ ସେଇଟି ଜୀବନ୍ତ ମନୁଷ୍ୟ ହୋଇଗଲା ବା କୌଣସି ଦେବତାଙ୍କ କପାଳରୁ ସେ ବାହାରି ପଡ଼ିଲା ବୋଲି କହିଲେ ବୈଜ୍ଞାନିକମାନେ ସେଭଳି ହୋଇଥିବ ବୋଲି ବିଶ୍ବାସ ନ କରିବାର କାରଣ ସେମାନଙ୍କ ଦୃଷ୍ଟିରୁ ରହିଛି । ସେମାନେ ବିବର୍ତ୍ତନବାଦ (ଦେଖନ୍ତୁ)ରେ ବିଶ୍ବାସ କରନ୍ତି । ସେଭଳି ବିଶ୍ବାସ କରୁଥିବାରୁ ମନୁଷ୍ୟ ପୂର୍ବରୁ ତାହା ସହିତ ବହୁ ସାମଞ୍ଜସ୍ୟ ଥିବା କି ପ୍ରକାରର ଜୀବ ପୃଥିବୀରେ ଥିଲେ ତାହାହିଁ ଜାଣିବା ପାଇଁ ବ୍ୟଗ୍ର । ୧୯୩୦ରେ ଆମେରିକାର ୟେଲ୍ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଲୁଇସ୍ ହିମାଚଳ ପ୍ରଦେଶର ଗୋଟିଏ ପାହାଡ଼ରେ ଏଭଳି ଫସିଲ (ଜୀବାଶ୍ମ) ଦେଖିଲେ ଯାହାର ଗୁରୁତ୍ଵ ଖୁବ୍ ବେଶୀ । ସେ ତାହାର ନାମ ରଖିଲେ ‘ରାମପିଥ୍କସ୍ ପଞ୍ଜାବୀକ୍ସ’ । ଏହି ଫସିଲ୍ ଯେଉଁ ଜୀବଙ୍କର ସେମାନେ ମନୁଷ୍ୟ ଜାତିର ଅତି ନିକଟତମ ଆତ୍ମୀୟ ଅର୍ଥାତ ସେହିମାନେ ହିଁ ପ୍ରାକମାନବ ଯୁଗର ପ୍ରାଣୀ । ପ୍ରକୃତି ସେହିମାନଙ୍କୁ ତିଆରି କରିସାରିଲାପରେ ଯେଉଁ ଅଭିଜ୍ଞତା ଅର୍ଜନ କଲା ସେହି ଅଭିଜ୍ଞତା ଫଳରେ ମନୁଷ୍ୟ ସୃଷ୍ଟି କରିବା ପାଇଁ ସମର୍ଥ ହେଲା । ସେହି ସବୁ ଫସିଲ୍ର ବୟସ ୧୦୦ ଲକ୍ଷରୁ ୧୫୦ ଲକ୍ଷ ବର୍ଷ । ଏବେ ଯେଉଁମାନେ ଆସିଛନ୍ତି ସେମାନେ ‘ରାମପିଥ୍କସ୍’ର ଆଉ କେତେକ ଅଙ୍ଗର ସନ୍ଧାନରେ ବ୍ରତୀ ହେବେ । ତା’ର ମାଢ଼ି, ଦାନ୍ତ, ଗୋଡ଼ହାଡ଼ ଯଦି ମିଳିଯାଏ ତେବେ ଜଣାପଡ଼ିବ, ସେହି ଜୀବଗୁଡ଼ିକ ମନୁଷ୍ୟର କେତେ ଦୂରକୁ ନିକଟବର୍ତ୍ତୀ ଥିଲେ ଅର୍ଥାତ୍ ମନୁଷ୍ୟ ଶରୀର ସହିତ ସେମାନଙ୍କର ସାମଞ୍ଜସ୍ୟ କେତେ ଦୂରକୁ ଥିଲା । ଖପୁରି ଯଦି ମିଳିଗଲା ତେବେ ତ ବହୁ ସାକ୍ଷ୍ୟ ସହଜରେ ମିଳିଲା ବୋଲି କୁହାଯିବ ।
ହିନ୍ଦୁପୁରାଣ, ବାଇବଲ, କୋରାନ୍ ପ୍ରଭୃତିରେ ଓ ପୃଥିବୀରେ ବହୁ ଅଞ୍ଚଳରେ ବହୁ ଗୋଷ୍ଠୀ ଓ ଉପଗୋଷ୍ଠୀରେ
ମନୁଷ୍ୟଜାତି ପ୍ରଥମେ କିଭଳି ସଂସାରରେ ପାଦ ଦେଲା ସେ ବିଷୟରେ ଯେତେ ପ୍ରକାରର କଳ୍ପନା ବା ଗଳ୍ପ ଥାଉ ନା କାହିଁକି, ଗଲା ଦୁଇହଜାର ଅଢ଼େଇ ହଜାର ବର୍ଷ ହେଲା ବହୁ ପଣ୍ଡିତ, ଦାର୍ଶନିକ ଓ ସମାଜଶାସ୍ତ୍ରଜ୍ଞଙ୍କ ମନରେ ସେହିସବୁର ସତ୍ୟତା ବିଷୟରେ ସନ୍ଦେହ ଉପୁଜି ଆସିଛି । ସେମାନେ ଲକ୍ଷ୍ୟ କରି ଦେଖିଛନ୍ତି, ପଶୁ ଓ ମନୁଷ୍ୟର ଅଙ୍ଗ-ପ୍ରତ୍ୟଙ୍ଗ ଭିତରେ କିଭଳି କେତେକ କ୍ଷେତ୍ରରେ ମେଳ ବା ସାମଞ୍ଜସ୍ୟ ରହିଛି ଓ ସେହିଭଳି ଲକ୍ଷ୍ୟ କରିବା ଫଳରେ ଅନୁମାନ କରିଛନ୍ତି ଯେ, ଅନ୍ୟ ପଶୁମାନଙ୍କୁ ସୃଷ୍ଟି କଲାଭଳି ପ୍ରକୃତି ମନୁଷ୍ୟକୁ ମଧ୍ୟ ସୃଷ୍ଟି କରିଛି । ମନୁଷ୍ୟର ସୃଷ୍ଟି ଦୈବିକ କାରଣରୁ ନୁହେଁ– ପ୍ରାକୃତିକ କାରଣରୁ ହିଁ ହୋଇଛି ବୋଲି ସେମାନେ ସିଦ୍ଧାନ୍ତରେ ପହଞ୍ଚିବାକୁ ଆରମ୍ଭ କରିଛନ୍ତି । ଯେଉଁମାନେ ‘ମାନବୋଦ୍ଭବବିଜ୍ଞାନ’ ବା ଆଦ୍ୟମାନବ ଆସିବା ବିଦ୍ୟା ବିଷୟରେ ଆଲୋଚନା, ଅନୁସନ୍ଧାନ, ଗବେଷଣା ଚଳାଇଛନ୍ତି ସେମାନେ ଆମକୁ କହୁଛନ୍ତି, କେବଳ ଏବେ ଯେ ଡାରଉଇନ୍ କହିଲେ, ‘ଜୀବସୃଷ୍ଟି’ର କ୍ରମବିକାଶ ଫଳରେ ମନୁଷ୍ୟର ଜନ୍ମ ହେଲା ତାହା ନୁହେଁ, ଯୀଶୁଖ୍ରୀଷ୍ଟଙ୍କ ଯୁଗ ଆରମ୍ଭ ପୂର୍ବରୁ ସେହି ଧରଣର ଚିନ୍ତା ବହୁ ପଣ୍ଡିତ କରିଆସିଛନ୍ତି । ଡାରଉଇନ୍ଙ୍କ ଯୁଗରେ କେତେକ ବିଜ୍ଞାନସମ୍ମତ ତଥ୍ୟ ସାହାଯ୍ୟରେ ନିଜ ମତକୁ ପ୍ରତିପାଦନ କରିବାର ସୁଯୋଗ ଥିଲା– ପୂର୍ବରୁ ସେଭଳି ନ ଥିଲା । ଏଇତକ ପାର୍ଥକ୍ୟ ଛାଡ଼ିଦେଲେ ପୁରାଣ ବା କାହାଣୀରେ ଥିବା ଆଦ୍ୟମାନବ ସୃଷ୍ଟି-ରହସ୍ୟର ଯଥାର୍ଥତା ବିଷୟରେ ଏ ଯୁଗର ବୈଜ୍ଞାନିକମାନଙ୍କ ଭଳି ସେ ଯୁଗର ପଣ୍ଡିତ ଦାର୍ଶନିକମାନେ ମଧ୍ୟ ସନ୍ଦେହ ପ୍ରକାଶ କରିଆସିଥିଲେ ।
କେଉଁମାନେ କେଉଁ ସମୟରେ ମାନବୋଦ୍ଭବ ରହସ୍ୟ ସଂକ୍ରାନ୍ତରେ କିଭଳି ମତପୋଷଣ କରିଥିଲେ, ସେ ସଂକ୍ରାନ୍ତରେ ପୃଥିବୀରେ ବହୁ ପଣ୍ଡିତଙ୍କ ଭଳି ମାଇକେଲ୍ ନେସ୍ତୁରଖ ମଧ୍ୟ କେତେକ ତଥ୍ୟ ସଂଗ୍ରହ କରିଛନ୍ତି । ସେହିସବୁ ତଥ୍ୟ ଆମକୁ ଗୋଟିଏ ମୋଟାମୋଟି ଧାରଣା ଦେଉଛି ମନୁଷ୍ୟର ଚିନ୍ତାରେ ଏହି ଦିଗରେ କିଭଳି ପରିବର୍ତ୍ତନ ଆସିଛି ।
ରୋମୀୟ କବି ଓ ଦାର୍ଶନିକ ଟିଟସ୍ ଲୁକ୍ରିସସ୍ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରେ ‘ପଦାର୍ଥଗୁଡ଼ିକର ଆରମ୍ଭ ବା ମୂଳକଥା’ ବୋଲି ଯେଉଁ କବିତା ଲେଖିଥିଲେ ସେଥିରେ ସେ ଏହି ଧାରଣା ଦେବାକୁ ଚେଷ୍ଟା କରିଥିଲେ ଯେ, ମନୁଷ୍ୟ କେଉଁଠୁ ହଠାତ୍ ଗଳିପଡ଼ିଲା ଭଳି ପୃଥିବୀରେ ଆସି ପହଞ୍ଚି ଯାଇ ନାହିଁ । ତାଙ୍କର ଧାରଣା ଥିଲା– ଦିନେ ବସୁଧାର ଉତ୍ପାଦିକା ଶକ୍ତି ପ୍ରବଳ ଥିଲା । ସମସ୍ତ ପ୍ରକାର ଉଦ୍ଭିଦ ସୃଷ୍ଟି କଲା ପରେ ସେ ବହୁ ଜାତିର ଜୀବଜନ୍ତୁ ତିଆରି କଲା ଓ ଆଦ୍ୟ ମାନବମାନେ ଏଇ ପୃଥିବୀରେ ହିଁ ସୃଷ୍ଟି ହୋଇଛନ୍ତି । ‘ବସୁଧାମାତାର ଜଠରରୁ ମନୁଷ୍ୟ ଜନ୍ମହେଲା’ ବୋଲି ସେ ଯେଉଁ ଅର୍ଥରେ ବା ଭାବରେ ଲେଖିଛନ୍ତି ସେଥିରେ ଅବଶ୍ୟ ପ୍ରମାଦ ଅଛି । ଥିଲେ ମଧ୍ୟ ମନୁଷ୍ୟ ଯେ ପ୍ରକୃତିର ନିୟମରୁ ବାହାରିଛି ଏକଥା ସେ କହିଲେ ଓ ପୂର୍ବରୁ ଯେଉଁସବୁ ଦୈବୀ କାରଣ କଥା କୁହାହେଉଥିଲା, ତାହା ବିରୁଦ୍ଧରେ ସେ ସ୍ୱର ଉଠାଇଥିଲେ । ତାଙ୍କ ବିଖ୍ୟାତ କବିତାରେ ସେ ଲେଖିଥିଲେ, “କେଉଁଠି କିଛି ନ ଥିଲା, ଶୂନ୍ୟରୁ ସବୁ ଜନ୍ମ ହୋଇପଡ଼ିଲେ ବୋଲି କହି ବିଶ୍ୱାସ କରିବେ ନାହିଁ ।” ପ୍ରକୃତ ସିଦ୍ଧାନ୍ତରେ ପହଞ୍ଚିବା ପାଇଁ ତାଙ୍କ ନିକଟରେ କୌଣସି ସାଧନ ନ ଥିଲେ ମଧ୍ୟ ଆଦ୍ୟ ମାନବ କିଭଳି ଜୀବନ କଟାଉଥିବ, କି କି କାର୍ଯ୍ୟ କରୁଥିବ ଓ କିଭଳି ଭଲଭାବରେ କଥା କହି ଭାବପ୍ରକାଶ କରୁଥିବ ସେ ବିଷୟରେ ସେ ଚମତ୍କାର ଅନୁମାନ କରିଥିଲେ । ତାଙ୍କ ପୂର୍ବରୁ ଗ୍ରୀକ୍ ଦାର୍ଶନିକ ଏପିକିଉରସ୍ ଲେଖିଦେଇ ଯାଇଥିଲେ ଯେ, ପ୍ରାକୃତିକ ପ୍ରକ୍ରିୟାରେ ହିଁ ମନୁଷ୍ୟ ଜନ୍ମ ହୋଇଛି; କୌଣସି ଦେବତାଙ୍କ ବରଦାନ ଫଳରେ ହଠାତ୍ ନୁହେଁ । ଲୁକ୍ରିସସ୍ ତାଙ୍କରି ଲେଖାରୁ ସୂତ୍ର ପାଇଥିଲେ ନିଜ ମତ ସ୍ଥିର କରିବାରେ । ଏପିକିଉରସ୍ ଜନ୍ମ ହୋଇଥିଲେ ଖ୍ରୀଷ୍ଟପୂର୍ବ ୩୪୧ରେ ଓ ତାଙ୍କର ମୃତ୍ୟୁ ହୋଇଥିଲା ଖ୍ରୀଷ୍ଟପୂର୍ବ ୨୭୦ରେ । ଲୁକ୍ରିସସ୍ଙ୍କ ଜନ୍ମର କେତେ ଶତାବ୍ଦୀ ପୂର୍ବରୁ କେତେଜଣ ଦାର୍ଶନିକ ମନୁଷ୍ୟର ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକର ବିଶେଷତ୍ୱ ଲକ୍ଷ୍ୟ କରିଥିଲେ ଓ ପଶୁର ସେହି ସେହି ଅଙ୍ଗ ସହିତ ତୁଳନା କରିଥିଲେ । ଅନ୍ୟ ପଶୁଙ୍କ ଭଳି ମନୁଷ୍ୟର ଆଖି କାନ ମୁଣ୍ଡ ନାକ ଗୋଡ଼ ତ ଅଛି– ତାହାର ଅସଲ ବିଶେଷତ୍ୱ ହେଉଛି ‘ହାତ’ ବୋଲି ସେମାନେ ସ୍ପଷ୍ଟ
ଭାବରେ ଲକ୍ଷ୍ୟ କରି ମନୁଷ୍ୟର କ୍ରମବିକାଶ ସଙ୍ଗେ ସଙ୍ଗେ ଜୀବଜଗତର କ୍ରମବିକାଶ ବିଷୟରେ କିଛି କିଛି ଧାରଣା କରିଥିଲେ । ଖ୍ରୀଷ୍ଟପୂର୍ବ ୫୦୦ ରୁ ୪୨୮ ସମୟରେ ବଞ୍ଚିଥିବା ଦାର୍ଶନିକ ଆନକ୍ସାଗୋରା ଓ ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀର ସକ୍ରେଟିସ୍ଙ୍କ ଲେଖାରେ ମନୁଷ୍ୟ ସଂକ୍ରାନ୍ତରେ ଯାହାସବୁ ଅଛି, ସେଥିରୁ ଓ ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀ ଓ ପଞ୍ଚମ ଶତାବ୍ଦୀର ଦାର୍ଶନିକମାନଙ୍କ ବିବରଣୀରୁ ସ୍ପଷ୍ଟ ଜାଣି ହେଉଛି, ସେମାନେ ଆଦ୍ୟମାନବ ସୃଷ୍ଟି ଓ ତା’ର କ୍ରମବିକାଶ ବିଷୟରେ ଧାରଣା କରିସାରିଥିଲେ ଯେ, ପ୍ରକୃତି ତାହାର ସ୍ୱାଭାବିକ ପ୍ରକ୍ରିୟାରେ ମନୁଷ୍ୟ ଭଳି ଜୀବ ସୃଷ୍ଟି କରିଛି । ଆରିଷ୍ଟୋଟଲ୍ (୩୮୪-୩୨୨ ଖ୍ରୀଷ୍ଟପୂର୍ବ), ହିପୋକ୍ରେଟସ୍ (୩୭୭ ଖ୍ରୀଷ୍ଟପୂର୍ବ) ଓ ପୁରାତନ ଜଗତର ଅନ୍ୟ ପ୍ରକୃତିଶାସ୍ତ୍ରବିତ୍ ଓ ଚିକିତ୍ସକମାନେ ମନୁଷ୍ୟ ଓ ଅନ୍ୟ ସ୍ତନ୍ୟପାୟୀ ପ୍ରାଣୀ ଭିତରେ ଥିବା ପାର୍ଥକ୍ୟକୁ ଭଲଭାବରେ ଲକ୍ଷ୍ୟ କରିଥିଲେ । ଆରିଷ୍ଟୋଟଲ୍ ମନୁଷ୍ୟ ଅଙ୍ଗର ଅଧ୍ୟୟନ କରି ଜୀବଜଗତରେ ମନୁଷ୍ୟର ସ୍ଥାନ କେଉଁଠି ତାହା ଭଲଭାବରେ ଦେଖାଇଥିଲେ । ମନୁଷ୍ୟ କିଭଳି ସିଧା ହୋଇ ଛିଡ଼ାଛି; ତାହାର ଠିଆହେବାର ଢଙ୍ଗରେ କିଭଳି ବିଶେଷତ୍ବ ରହିଛି; ଦେହ ତୁଳନାରେ ତା’ର ମସ୍ତିଷ୍କ କିଭଳି ବଡ଼; କଥା କହିବାର ଶକ୍ତି, ବୁଦ୍ଧି ଇତ୍ୟାଦି ବିଷୟରେ ସେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି । ଖ୍ରୀଷ୍ଟପୂର୍ବ ଦ୍ଵିତୀୟ ଶତାବ୍ଦୀରେ ରୋମ୍ର ଚିକିତ୍ସକ ଓ ମନୁଷ୍ୟ ଅଙ୍ଗ-ପ୍ରତ୍ୟଙ୍ଗ-ବିଶାରଦ ଗାଲେନ୍ ମନୁଷ୍ୟ ଦେହ ଓ ବାନର ବା ମାଙ୍କଡ଼ ଦେହ ଭିତରେ କିଭଳି ସାମଞ୍ଜସ୍ୟ ରହିଛି ଦେଖାଇବାକୁ ଯାଇ ଉଭୟଙ୍କର ପ୍ରତ୍ୟେକ ଅଙ୍ଗରେ କେଉଁଠାରେ ମେଳ ଏବଂ କେଉଁଠାରେ ପାର୍ଥକ୍ୟ ଅଛି ତାହା ଦେଖାଇବାକୁ ଉଦ୍ୟମ କରିଥିଲେ । ଗାଲେନ୍ଙ୍କର ଲେଖା ତାଙ୍କୁ ସଭ୍ୟ ଜଗତରେ ଖୁବ୍ ପ୍ରସିଦ୍ଧ କରିଦେଇଥିଲା ଓ ହଜାରେ ବର୍ଷ ପର୍ଯ୍ୟନ୍ତ ଏହି ସଂକ୍ରାନ୍ତରେ ସେ ଜଣେ ବିଶେଷଜ୍ଞ ବୋଲି ସ୍ୱୀକାର କରାଯାଉଥିଲା । ତାହାପରେ ଅନ୍ୟମାନେ ଏହି କ୍ଷେତ୍ରକୁ ଆସିଲେ ।
କେତେକ ବିଷୟରେ ନିର୍ଦ୍ଦିଷ୍ଟ ଜ୍ଞାନ ସହିତ କେତେକ ଅସ୍ପଷ୍ଟ ଧାରଣାକୁ ମିଶାଇ ପରବର୍ତ୍ତୀ ଯୁଗରେ ଆଉ କେତେକ ସିଦ୍ଧାନ୍ତରେ ପହଞ୍ଚିବାକୁ ପଡ଼ିଲା । ଭିସାଲିୟସ୍ (୧୫୧୪-୧୫୬୪) ବେଲ୍ଜିୟମ୍ରେ ଜନ୍ମଗ୍ରହଣ କରି ମନୁଷ୍ୟ ଅଙ୍ଗ ଗଠନ ବିଷୟରେ ଥିବା ଜ୍ଞାନକୁ ବହୁଦୂର ଆଗେଇ ଦେଲେ । ବିଖ୍ୟାତ ଇଂରେଜ ଡାକ୍ତର ଉଇଲିୟମ୍ ହାରଭେ (୧୫୭୮-୧୬୫୭), ରକ୍ତଚାଳନା ବିଷୟରେ ମନୁଷ୍ୟକୁ ଅପୂର୍ବ ଜ୍ଞାନ ଦେଇଦେଲେ । ସେହି ଦୁଇଜଣଙ୍କ ସାଧନା ଫଳରେ ନିଜ ଶରୀର ବିଷୟରେ ମନୁଷ୍ୟ ବହୁକଥା ସହଜରେ ଜାଣିଗଲା । ପୂର୍ବରୁ ଶରୀର ଗଠନର ଅନେକ କଥା ବୁଝି ହେଉ ନଥିଲା । ଏହି ଦୁଇଜଣ ସେଥିରୁ ବହୁକଥା ବୁଝାଇଦେଲେ ।
ନିଜର ଜନ୍ମ ପୂର୍ବରୁ ଜୀବ-ଜଗତର କେଉଁ ପ୍ରାଣୀଟି କ୍ରମବିକାଶ ନିୟମରେ ଉପରକୁ ଉପରକୁ ଉଠି ମନୁଷ୍ୟର ନିକଟବର୍ତ୍ତୀ ହୋଇଯାଇଥିଲା, ସେ ବିଷୟରେ ମନୁଷ୍ୟର ଆଗ୍ରହ ଯେତିକି ବଢ଼ିଲା, ତା’ର ଦୃଷ୍ଟି ବାନର-ଜଗତ ଆଡ଼କୁ ସେତିକି ସେତିକି ଆକୃଷ୍ଟ ହେଲା । ବିଜ୍ଞାନର ଇତିହାସରେ ମାଙ୍କଡ଼ ବିଷୟରେ ଜ୍ଞାନ ଗୋଟିଏ ଗୁରୁତ୍ଵପୂର୍ଣ୍ଣ ଅଧ୍ୟାୟ ହୋଇ ରହିଛି । ସପ୍ତଦଶ ଶତାବ୍ଦୀର ଆରମ୍ଭରେ ଗୋଟିଏ ଶିମ୍ପାଞ୍ଜିକୁ ଇଉରୋପକୁ ନିଆହେଲା । ୧୬୯୯ ରେ ଏଡ୍ୱାର୍ଡ଼ ଟାଇସନ୍ ମନୁଷ୍ୟଭଳି ଦିଶୁଥିବା ଏହି ମାଙ୍କଡ଼ର ଶରୀର ଗଠନ ସଂକ୍ରାନ୍ତରେ ଗୋଟିଏ ପ୍ରବନ୍ଧ ପ୍ରକାଶ କଲେ । ଅଷ୍ଟାଦଶ ଶତାବ୍ଦୀରେ ସୁଇଡ଼େନ୍ର ଲିନିସ୍ (୧୭୦୭-୧୭୭୮) ଯେତେବେଳେ ଜୀବଗୁଡ଼ିକର ଶ୍ରେଣୀବିଭାଗ କଲେ ସେତେବେଳେ ‘ହୋମୋସାପିଏନ୍’ ଜାତି ଭିତରେ ‘ହୋମୋ’ ବା ମନୁଷ୍ୟବଂଶକୁ ସ୍ୱତନ୍ତ୍ର ସ୍ଥାନ ଦେଲେ । ସ୍ୱତନ୍ତ୍ର ସ୍ଥାନ ଅର୍ଥ ମନୁଷ୍ୟଭଳି ଦେଖାଯାଉଥିବା ବାନର ବା ମାଙ୍କଡ଼ ଉପରେ ମନୁଷ୍ୟକୁ ରଖିଦେଲେ ।
ଉନବିଂଶ ଶତାବ୍ଦୀର ଆରମ୍ଭ ବେଳକୁ ବହୁ ଦେଶର ଲୋକ, ପ୍ରାଣୀ ଓ ଉଦ୍ଭିଦ ବିଷୟରେ ବହୁକଥା ଜଣାପଡ଼ିଗଲାଣି । ସେତେବେଳକୁ ମନୁଷ୍ୟ ପଥର ଦେହରେ ଯେଉଁ ସବୁ ସାକ୍ଷ୍ୟ ରହିଛି ତାହାର ସନ୍ଧାନ ପାଇଲାଣି । ଜୀବାଶ୍ମ ବା ଫସିଲ୍ ତାକୁ ବହୁକଥା ଜଣାଇ ଦେଲାଣି । ପୃଥିବୀର ଇତିହାସ ବିଷୟରେ ତାହାର ଜ୍ଞାନ ବହୁତ ବଢ଼ିଗଲାଣି ।
ବିଶ୍ବ ସ୍ବପ୍ନ ଦିବସ
ବିଶ୍ବ ସ୍ବପ୍ନ ଦିବସ
---
ବଞ୍ଚିଥିଲେ ଆଜି ସ୍ବାଧୀନତା ସଂଗ୍ରାମୀ ତଥା ବ୍ୟକ୍ତିଗତ ଭାବେ ଆମର ପରମ ସମ୍ମାନନୀୟ, ଆଚରଣ ଓ ଉଚ୍ଚାରଣସିଦ୍ଧ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ପ୍ରାଣ , ଓଡ଼ିଶା ବିଧାନସଭାର ପ୍ରାକ୍ତନ ବାଚସ୍ପତି ଯୁଧିଷ୍ଠିର ଦାସ ଶହେ ତିନି ବର୍ଷ ଅତିକ୍ରମ କରି ଶହେ ଚାରି ବର୍ଷରେ ପଦାର୍ପଣ କରିଥାନ୍ତେ । ସେହିପରି ଆଜି ମହାନ୍ ସ୍ବାଧୀନତା ସଂଗ୍ରାମୀ ଜୟକୃଷ୍ଣ ମିଶ୍ରଙ୍କ ଶ୍ରାଦ୍ଧ ଦିବସ ଏବଂ ଅନ୍ୟତମ ସ୍ବାଧୀନତା ସଂଗ୍ରାମୀ ନରସିଂହ ପ୍ରସାଦ ନନ୍ଦଙ୍କର ଆଜି ଜୟନ୍ତୀ । ପ୍ରତିଭା ପ୍ରସବିନୀ ଉତ୍କଳ ଜନନୀଙ୍କ ଏହି ସୁଯୋଗ୍ୟ ସନ୍ତାନ ମାନଙ୍କ ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି । ବ୍ୟକ୍ତିଗତ ଭାବେ ଆମେ ବରେଣ୍ୟ ଯୁଧିଷ୍ଠିର ଦାସଙ୍କୁ ଯୁଝିଆନା ବୋଲି ସମ୍ବୋଧନ କରିଥାଉ । ୧୯୮୦ ରୁ ୨୦୧୪, ଦୀର୍ଘ ୩୪ ବର୍ଷର ଘନିଷ୍ଠ ସମ୍ପର୍କର ଇତିହାସ ବ୍ୟାପକ, ଅବିସ୍ମରଣୀୟ , ତାଙ୍କର ସ୍ମୃତି ଆମ ପାଇଁ ଅମ୍ଲାନ, ଅମୃତ । ୧୯୨୩ ମସିହା, ସେପ୍ଟେମ୍ବର ୨୫ ତାରିଖରେ ଅବିଭକ୍ତ କଟକ ଜିଲ୍ଲା, ଅଧୁନା ଜଗତସିଂହପୁର ଜିଲ୍ଲାର ରାହାଡିଙ୍ଗା ଗ୍ରାମରେ ବରେଣ୍ୟ ମଧୁସୂଦନ ଦାସ ଙ୍କ ପୁତ୍ର ଭାବରେ ଜନ୍ମ ଗ୍ରହଣ କରିଥିବା ଯୁଧିଷ୍ଠିର ଦାସ ଛାତ୍ର ଆନ୍ଦୋଳନର ନେତୃତ୍ଵ ନେଇଥିଲେ , ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ଏବଂ ସ୍ବାଧୀନତା ପରେ ସମାଜସେବାରେ ଯୋଗ ଦେଇ ସୋସିଆଲିଷ୍ଟିକ ପାର୍ଟିର ସଙ୍ଗଠକ ହୋଇଥିଲେ । ଆମେ ଜାଣିବାରେ ଜରୁରୀକାଳୀନ ପରିସ୍ଥିତି ସମୟରେ ୭ ମାସ କାରାବରଣ ବ୍ୟତୀତ ବିଭିନ୍ନ ଗଣ ଆନ୍ଦୋଳନରେ ସେ ଶତାଧିକ ଥର କାରାବରଣ କରିଥିଲେ । ରାଜନୈତିକ ଜୀବନରେ ସେ ରାଜ୍ୟର ଲୋକଦଳର ସଭାପତି , ପରବର୍ତ୍ତୀ ସମୟରେ ୧୯୮୯ ମସିହାରେ ନବ ଗଠିତ ( ଜନତା ପାର୍ଟି + ଲୋକଦଳ+ ଜନମୋର୍ଚ୍ଚା) ଜନତାଦଳର ରାଜ୍ୟ ଉପ ସଭାପତି ହୋଇଥିଲେ । ତାଙ୍କର ଅଗୋଚରରେ ସେ ହୋଇଥିଲେ ୧୯୯୦ ରେ କିଶନନଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଜନତାଦଳର ପ୍ରାର୍ଥୀ । ଏହି ପ୍ରାର୍ଥୀତ୍ବ ପୃଷ୍ଠଭୂମିରେ ରହିଛି ଏକ ଅନାଲୋଚିତ ଇତିହାସ । ଆମେ ଯେତେବେଳେ ପାନ ପାଇଁ ଓଡିଶା ନିବାସ ଛକ ଓଡ଼ିଆ ଦୋକାନରେ ଠିଆ ହୋଇଥିଲୁ , ସେତେବେଳେ ସେ ହଠାତ୍ ଆସି ପହଞ୍ଚିଲେ, ସେତେବେଳେ ଆମେ ତାଙ୍କୁ କହିଲୁ ଯେ ଆପଣ କିଶନନଗରରୁ ପ୍ରାର୍ଥୀ ହେଉଛନ୍ତି , ସେତେବେଳେ ସେ ଆମ ପିଠିକୁ ସ୍ନେହରେ ଗୋଟିଏ ବିଧା ମାରି କରିଥିଲେ , ତୁ କ'ଣ ସକାଳୁ ସକାଳୁ ଥଟ୍ଟା କରୁଛୁ ? ଏଇମିତିଆ କ'ଣ ଥଟ୍ଟା ମଜା କରାଯାଏ । ସେତେବେଳେ ସେ ଓଡ଼ିଶା ଜନତା ଦଳର ସଂସଦୀୟ କମିଟି ( ପାର୍ଲିଆମେଣ୍ଟାରୀ ବୋର୍ଡର) ର ସମସ୍ତ ନଥିପତ୍ର ଦାୟିତ୍ଵରେ ଥିଲେ । ଆମେ ତାଙ୍କୁ କହିଲୁ , ଚିତ୍ତ ଭାଇ ( ଚିତ୍ତରଞ୍ଜନ ମହାନ୍ତି) ଙ୍କ ଟିକେଟ କାଟିବାକୁ ଓ କେନ୍ଦ୍ରୀୟ ସଂସଦୀୟ କମିଟି ସଦସ୍ୟ ( ଦେବୀ ଲାଲ୍ ଙ୍କ ଅଧ୍ୟକ୍ଷତାରେ ଗଠିତ ସେଣ୍ଟ୍ରାଲ ପାର୍ଲିଆମେଣ୍ଟାରୀ ବୋର୍ଡ) ଅଜିତ ସିଂହଙ୍କ ସମର୍ଥନ ପାଇବା ପାଇଁ ବିଜୁ ବାବୁ ଯେଉଁ ଯୋଜନା କରିଛନ୍ତି , ସେହି ଆଧାରରେ ଆପଣ ପ୍ରାର୍ଥୀ ହେବେ । ସେ କହିଲେ ତୁ ତ ପାନୁଆ, ଗଞ୍ଜେଇ ଅଭ୍ୟାସ କେବେ ଠୁ କଲାଣୁ ? ସକାଳୁ ସକାଳୁ କୋଉ ଗଞ୍ଜେଇ ଖଟି ରୁ ଆସିଲୁ ? ହସିଦେଇ ବିଜୁ ବାବୁ ଙ୍କ ଡାକରା ପାଇ ଓଡ଼ିଶା ଭବନକୁ ପଳେଇଲେ । ଏହା ପରେ ଅଛି ଅନେକ ଅନାଲୋଚିତ ଇତିହାସ । ସେ ପ୍ରାର୍ଥୀ ହେଲେ ଓ ବିଜୟ ଲାଭ କଲେ, ପ୍ରଥମ ଥର ପାଇଁ ସେ ବିଧାନସଭା ଭିତରେ ପ୍ରବେଶ କଲେ , ସେ ଦିନ ଥିଲା ମାର୍ଚ୍ଚ ୯ ତାରିଖ, ୧୯୯୦, ଦଶମ ଓଡ଼ିଶା ବିଧାନ ସଭାର ମାନ୍ୟବର ବାଚସ୍ପତି ଭାବେ ଶପଥଗ୍ରହଣ କରିଥିଲେ , ୨୨ ମାର୍ଚ୍ଚ ,୧୯୯୫ ପର୍ଯ୍ୟନ୍ତ ସେ ଦୀର୍ଘ ପାଞ୍ଚ ବର୍ଷର କାର୍ଯ୍ୟକାଳରେ ଯେଭଳି ଭୂମିକା ନିର୍ବାହ କରିଥିଲେ, ତାହା ପୁଣି ବିଜୁ ବାବୁଙ୍କ ଭଳି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକାଳ ଭିତରେ, ତାହା ପରବର୍ତ୍ତୀ ସମୟରେ ବିଧାନ ସଭାର କାର୍ଯ୍ୟକ୍ରମର ଆହରଣୀୟ ଦର୍ଶନ । ୧୯୯୫ ରେ ସେ ପୁନଃ କିଶନ ନଗର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ତାଙ୍କର ସଚ୍ଚୋଟ ପଣିଆ ବା ନିର୍ମଳ ଭାବମୂର୍ତ୍ତି ଯେପରି ଅତୁଳନୀୟ, ଠିକ୍ ସେହିପରି ତାଙ୍କର ଓଡ଼ିଆ ଭାଷା ପ୍ରାଣ ବି ଅତୁଳନୀୟ । ଚିର କୁମାର ଯୁଝିଆନାଙ୍କ ସେହି କଲମ , ଯାହା ପ୍ରାକ୍ତନ ବିଧାୟକ ରାଧାକାନ୍ତ ସେଠୀଙ୍କ ଭିନ୍ନ ଏକ ବିବାହ ସମାବେଶରେ ଅଧ୍ୟକ୍ଷତା କରୁଥିବା ସମୟରେ ତାଙ୍କ ପକେଟ୍ ରୁ ଥଟ୍ଟା ମଜା ରେ ଟାଣି ଆଣିଥିଲୁ , ସେହି କଲମ ଟି ପ୍ରତି ମୁହୂର୍ତ୍ତରେ ତାଙ୍କର ଅମୃତ ଅମ୍ଲାନ ସ୍ମୃତି କୁ ଉଜ୍ଜୀବିତ କରୁଛି । ବିଶ୍ବ ଓଡ଼ିଆ ସମ୍ମିଳନୀ ଦର୍ଶନ ପ୍ରଦାତ୍ତା ଯୁଝିଆନା ଆମ ପାଇଁ ଚିର ସ୍ମରଣୀୟ, ବନ୍ଦନୀୟ । ସେହିପରି ଅନ୍ୟତମ ମହାନ୍ ଓଡିଆ ନରସିଂହ ପ୍ରସାଦ ନନ୍ଦ, ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଗ୍ରାମ ରେ ୧୯୨୭ ମସିହା, ସେପ୍ଟେମ୍ବର ୨୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଭାରତ ଛାଡ଼ ଆନ୍ଦୋଳନରେ ରେଭେନ୍ସା ମହାବିଦ୍ୟାଳୟର ଛାତ୍ର ନେତା ଭାବେ ଯୋଗଦେଇଥିଲେ ଏବଂ ଗଡ଼ଜାତ ଆନ୍ଦୋଳନରେ ନେତୃତ୍ବ ନେଇଥିଲେ । ରାଜ୍ୟର ଜଣେ ଜନାଦୃତ ଅଧିବକ୍ତା ଭାବେ ପରିଚିତ ବରେଣ୍ୟ ନନ୍ଦ ୧୯୭୭ ମସିହାରେ କଙ୍ଗ୍ରେସ ଦଳ ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଏବଂ ନିଜର ପ୍ରତିଭାର ପରିଚୟ ଦେଇଥିଲେ ।
ମୋତେ ଯେତେ ମାଠିଵୁ ମାଠ......
ମୋତେ ଯେତେ ମାଠିଵୁ ମାଠ......
------------------------------
" ମହାକାଳ ଫଳ, ଉପର ଦିଶଇ କେଡେ ସୁନ୍ଦର,ଭିତରଟା ତା'ର ପୋଡ଼ା ଅଙ୍ଗାର" ,ଏହି ବହୁ ପୁରାତନ ଓ ବହୁଳ ବ୍ୟବହୃତ ଢଗଟିକୁ ପିଲାଦିନେ ଆମେ ଅନେକ ପ୍ରସଙ୍ଗରେ ଅବତରଣ କରି ଆସିଥିଲୁ ସେତିକିବେଳେ ଯେତେବେଳେ କେତେକ ନିଜକୁ ଭିତରେ ଫମ୍ପା ଅର୍ଥାତ୍ ଅନ୍ତଃଶାରଶୂନ୍ୟ ଅନୁଭବ କରନ୍ତି , ଠିକ୍ "ମନ ଜାଣେ ପାପ,ମାଆ ଜଣେ ବାପ" ନ୍ୟାୟରେ ,ସେତେବେଳେ ସେହିମାନେ ହିଁ ବାହାରଟାକୁ ଚକଚକ୍ କରି ସଜାଇ ହୋଇ ଛଳନାର ଆଶ୍ରୟ ନେଉଥିବା ସମୟରେ । ଯେପରି ଷାଠିଏ/ ସତୁରୀ ଦଶକରେ ଦିଲ୍ଲୀପ କୁମାରଙ୍କ ଭଳି ଅଭିନେତାମାନେ ଅଙ୍ଗର ଭାଷାରେ ଜୀବନ୍ତ ଅଭିନୟ କରି ପ୍ରସିଦ୍ଧି ଲାଭ କରିଥିଲେ । ଆଖିରେ ଆଖିରେ ଯେଉଁ ଭାବ ସୃଷ୍ଟି ହେଉଥିଲା , ଏବେ ଶରୀରର ସ୍ପର୍ଶ କାତର ଅଙ୍ଗ ପ୍ରଦର୍ଶନରେ ସେହି ଭାବ ଆଉ ସୃଷ୍ଟି ହେଉନାହିଁ । ଯେଉଁମାନେ ନିଜର ଅନ୍ତଃସ୍ଥଶକ୍ତି ସମ୍ପର୍କରେ ସ୍ବାଭାବିକ ଭାବେ ସଚେତନ, ସେମାନେ ସେହି ଶକ୍ତିର ଅଭିବୃଦ୍ଧି ନିମନ୍ତେ ନିରନ୍ତର ପ୍ରୟାସରତ ଥାଆନ୍ତି ଏବଂ ସେଥିରେ ସେମାନେ ଶାଶ୍ବତ ଆନନ୍ଦ ମଧ୍ୟ ଉପଲବ୍ଧି କରନ୍ତି । ଏଭଳି ଉପସ୍ଥାପନଟି କାହିଁକି ବୋଲି ଅନେକ ପାଠକଙ୍କ ମନ
ଭିତରେ ପ୍ରଶ୍ନଟି ଉଙ୍କି ମାରୁଥିବ , ମାରିବା ମଧ୍ୟ ସ୍ବାଭାବିକ । ଆମେ ପ୍ରାୟ ଖୁବ ନିକଟସ୍ଥ ସ୍ଥାନକୁ ଯିବା ସମୟରେ ସାଇକେଲରେ ଯାଇଥାଉ , ଅନ୍ୟ ସ୍ଥାନକୁ ସ୍କୁଟିରେ ଯାଇ ଥାଉ ଏବଂ ଯେଉଁ ସମୟରେ ଇନ୍ଧନ ପାଇଁ ଅର୍ଥ ବାଧକ ସାଜେ,ସେତେବେଳେ ମଧ୍ୟ ସାଇକେଲରେ ଯାଇ ଥାଉ । ଆମେ ପଞ୍ଚମ ଶ୍ରେଣୀରେ ପଢ଼ିବା ସମୟରେ ସାଇକେଲ ଚଲାଇବା ଶିଖିଥିଲୁ , ଶଗଡଗୁଳାରେ ମାଙ୍କଡିଆ ( ମଙ୍କି) ଅଭ୍ୟାସ କରି , ଘରେ ଲୁଚିକରି । ନନା ( ପିତା) ୧୯୪୨ ମସିହାରେ ଗୋଟିଏ ବି. ଏସ. ଏ ( BSA, ଇଂରାଜୀ ମଡେଲ) ସାଇକେଲ (ସେତେବେଳେ ଶୂନ ଗାଡି କୁହାଯାଉଥିଲା) କିଣିଥିଲେ । ଜେଜେ ମାଆ ରେବତୀ ଦେବୀଙ୍କ ଠାରୁ ଶୁଣିଥିଲୁ ଯେ ସେତେବେଳେ ଖଣ୍ଡମଣ୍ଡଳରୁ ଲୋକେ କୁଆଡେ ଏହି ଶୂନୁଗାଡି ଦେଖିବାକୁ ଆସିଥିଲେ । ସେ ଯାହା ହେଉ ଉଦୁଉଦିଆ ଦ୍ୱିପ୍ରହରରେ ଲୁହା କଣ୍ଟାରେ ଚାବି ଖୋଲି ଶଗଡଗୁଳାରେ ମାଙ୍କଡିଆ ସାଇକେଲ ଚଲେଇ କେତେ ଯେ ଖଣ୍ଡିଆ ଖାବରା ହୋଇଛୁ ଓ ଅମରି ମାଡ ଖାଇ ପିଠିରେ କଳାଦାଗ ପଡ଼ିଥିଲା , ତା'ର ହିସାବ ନାହିଁ । ମହାବିଦ୍ୟାଳୟରେ ପାଦଦେବା ପରେ ବିଧିବଦ୍ଧ ଭାବେ ଆମେ ସେହି ସାଇକେଲର ମାଲିକାନା ସତ୍ତ୍ବ ପାଇ ଯାଇଥିଲୁ । ସାଇକେଲରେ ଓଡ଼ିଶା ବୁଲିଛୁ , ଏପରିକି ଅନେକ ଦିନ ସାଇକେଲରେ ଗାଁ ରୁ ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟକୁ ପଢିବାକୁ ଯାଇ ଅପରାହ୍ନ ୪ ଟାରେ ସେଠାରୁ ବାହାରି ରାତି ସାଢ଼େ ଆଠଟାରେ ଘରେ ପହଞ୍ଚି ପଖାଳ ଖାଇ ,ଜେଜେ ମାଆର ଗରମ ରସୁଣଫୁଟା ସୋରିଷ ତେଲ ଘଷାରେ ନିଘୋଡ଼ ନିଦରେ ଶୋଇ ଯାଇଛୁ । ଅତଏବ ସାଇକେଲ ଆମର ଅତ୍ୟନ୍ତ ପ୍ରିୟ ,ସେଥିପାଇଁ ତ ଆମେ ଯେତେବେଳେ ୧୯୮୪ ମସିହାରେ ପୁରୀ ସଂସଦୀୟ କ୍ଷେତ୍ର ( ପାର୍ଲିଆମେଣ୍ଟ କନସ୍ଟିଚ୍ୟୁଏନସି)ରେ ସ୍ବର୍ଗତ ବ୍ରଜ ମୋହନ ମହାନ୍ତି ଓ ସ୍ବର୍ଗତ ବାରିଷ୍ଟର ରଣଜୀତ ମହାନ୍ତି ଙ୍କ ସହିତ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିଲୁ ସେତେବେଳେ ଆମେ ନାମାଙ୍କନ ପତ୍ରରେ ତିନୋଟି ଚିହ୍ନ ଯଥା ସାଇକେଲ, ବହି ଓ ଧାନ କଳେଇ ମୁଣ୍ଡେଇ ଥିବା ଚାଷୀ ମଧ୍ୟରୁ ଗୋଟିଏ ସଙ୍କେତ ଦେବାପାଇଁ ଅନୁରୋଧ କରିଥିଲୁ , ଆମକୁ ମିଳିଥିଲା ସାଇକେଲ ଚିହ୍ନ । ଆମର ପିତୃବ୍ୟ, ଚିର ବନ୍ଦନୀୟ କକେଇ କୁସୁମ କବି ସ୍ବର୍ଗତ ଫକୀର ମୋହନ ଶତପଥୀ ଯେତେବେଳେ ବିଵାହ କଲେ ସେତେବେଳେ ତାଙ୍କ ଶ୍ବଶୁର ସ୍ବର୍ଗତ ଦିବାକର ରଥ ଗୋଟିଏ ହମ୍ବର ସାଇକେଲ, ଗୋଟିଏ ଆଙ୍ଗ୍ଲୋସୁଇଜ୍ ଘଣ୍ଟା ଓ ଗୋଟିଏ ମର୍ଫି ରେଡ଼ିଓ ଉପହାର ଅବା ଅନ୍ୟ ଅର୍ଥରେ ଯୌତୁକ ଦେଇ ଥିଲେ । କକେଇ ସେହି ସାଇକେଲରେ କଣାସ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ ସେବା ନିବୃତ ହେବା ପର୍ଯ୍ୟନ୍ତ ପ୍ରାୟ ପ୍ରତିଦିନ ,କିବା ଝଡି,କିବା ବର୍ଷାରେ ୨୪ କିଲୋମିଟର ଯିବା ଆସିବା କରୁଥିଲେ , ଏପରିକି ତାଙ୍କର ୮୨ ବର୍ଷରେ ମୃତ୍ୟୁ ପର୍ଯ୍ୟନ୍ତ ସେହି ୫୬ ବର୍ଷୀୟ ସାଇକେଲରେ ଯିବା ଆସିବା କରୁଥିଲେ । ଆମ ପୁଅ ସଂଘର୍ଷ ତ ଅନେକ ଥର ଭୁବନେଶ୍ୱରରୁ ପୁରୀ ସାଇକେଲରେ ଯାଇ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି ଅବଢା ଧରି ଆସିଛି, ଏପରିକି ଅନେକ ଥର ସାଇକେଲରେ ଆମ ଗାଁ କୁ ୬୦ କିମି ଯାଇଛି । ଏପରିକି ଭୁବନେଶ୍ବର ରୁ ବୁର୍ଲା ମଧ୍ୟ ଯାଇଥିଲା । ଏ ସବୁ ପ୍ରସଙ୍ଗ ଅବତାରଣାର କରିବାର କାରଣ କ'ଣ ବୋଲି ଆପଣମାନଙ୍କ ମନରେ ପ୍ରଶ୍ନ ଉଠିବଣି, ଉଠିବା ମଧ୍ୟ ସ୍ବାଭାବିକ । କଥା ହେଲା ଯେ ଆଜି ସକାଳେ ଆମ ଗାଁ ପାଖର ଜଣେ ଆମ ସହିତ ମାଧ୍ୟମିକ ବିଦ୍ୟାଳୟ ପଢୁଥିବା ସମୟର ସହପାଠୀ ସାଙ୍ଗର ପୁଅ ଚଞ୍ଛା ପଇଡ ୫ ଟି, କିଛି ବାଇଗଣ, ଜହ୍ନି ସହିତ ପରିବା ବ୍ୟାଗଟେ ଧରି ଘରେ ପହଞ୍ଚିଲା । ଆମେ ତାକୁ କହିଲୁ ଯେ ଏସବୁ କ'ଣ ପାଇଁ ଆଣିଲୁ ? ସେ କହିଲା ଆପଣଙ୍କ ପାଖକୁ ଆସିବାକୁ ବାପା କହିଲେ ତ ବୋଉ କହିଲା କ'ଣ ଖାଲି ହାତରେ ଯିବୁ,ଏତକ ତୋ ମଉସା ପାଇଁ ନେଇଯା। ବନ୍ଧୁଙ୍କ ହାତ ଲେଖା ଚିଠିଟି ସେ ଆମ ହାତକୁ ବଢାଇ ଦେଲା । ସେଥିରେ ଲେଖାଥିଲା " ନେହେରୁ ଜାଣିବୁ , ପୁଅ ଯାଉଛି , ତା ହାତରେ ଟଙ୍କା ପାଞ୍ଚ ହଜାର ପଠାଇବୁ , ତିନି ମାସ ପରେ ତୋତେ ଫେରାଇ ଦେବି । ପିଲା ଦିନର ଘନିଷ୍ଠ ସାଙ୍ଗ , ତା ଝିଅ ବାହାଘରକୁ ଆମେ ତିନି ଜଣ ସାଙ୍ଗ ଦଶ ହଜାର ଟଙ୍କା ଲେଖାଏଁ ସହାୟତା ଦେଇଥିଲୁ । ସେ ଯେ ଆଉ ଫେରାଇବ ନାହିଁ , ଏଥିରେ ଆମେ ଦୃଢ ନିଶ୍ଚିତ ଥିଲୁ । ଅପରପକ୍ଷରେ ଆମର ଏକ ଅଭ୍ୟାସଗତ ଦୋଷ ଅଛି , ଯେତେ ଚେଷ୍ଟା ଓ ବାରମ୍ବାର ଶପଥଗ୍ରହଣ କଲେ ମଧ୍ୟ ସେହି ଦୋଷରୁ ଆମେ ମୁକ୍ତ ହୋଇପାରିନାହୁଁ । ସେହି ଦୋଷଟି ହେଲା ଆମେ କାହାକୁ ନା କହିପାରିନାହୁଁ , ଯେଉଁଥିପାଇଁ ଆମେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛୁ, ପତ୍ନୀଙ୍କ ସମାଲୋଚନାର ଭାଷାରେ ଲଜ୍ଜିତ ବି ବହୁବାର ହୋଇଛୁ ସତ୍ୟ ମାତ୍ର , ଠିକ୍ ସମୟରେ ପୂର୍ବରୁ କରିଥିବା ଶପଥ ଭୁଲି ପୁନର୍ବାର ସେହି ଭୁଲ୍ କରିଆସିଛୁ । ପତ୍ନୀ ସାମାନ୍ୟ ଅସୁସ୍ଥ ଥିବାରୁ ସେ ଔଷଧ ଖାଇ ଶୋଇଥିବା ସମୟରେ ଆମେ ଧିରକିନା ତାଙ୍କର ଆଲମିରା ଖୋଲି ୧୦ ଟି ପାଞ୍ଚଶହ ଟଙ୍କିଆ ନୋଟ୍ ଆଣି ତାକୁ ଧରେଇ ଦେଲୁ । ଟଙ୍କା ପକେଟରେ ରଖି ସାରି ସେ କହିଲା " ମଉସା ଆପଣଙ୍କ ଗାଡ଼ି ଟିକେ ଦିଅନ୍ତୁ, ମୁଁ ବାପୁଜୀ ନଗରରୁ ଗୋଟିଏ ସାଇକେଲ ପାର୍ଟ କିଣି ଆସିବି, ଏଇଠୁ ବସରେ ବସି ଗାଁ କୁ ଫେରିଯିବି । ଆମେ ତାକୁ କହିଲୁ ଆରେ ବାପା ତୁ ସାଇକେଲ ଚାବି ନେଇ ଯାଆ, ଯେତେବେଳେ ଆସିଲେ ଚଳିବ , ମୋତେ ହଠାତ୍ କୁଆଡେ ଯିବାକୁ ପଡିଲେ ଯାଇ ପାରୁନଥିବି, ମାଉସୀ ଦେହ ଖରାପ , ତୁ ସାଇକେଲ ନେଇ ଯାଆ । ସେ କହିଲା ମଉସା , ମୁଁ ସାଙ୍ଗେ ସାଙ୍ଗେ ଯିବି,ସାଙ୍ଗେ ସାଙ୍ଗେ ଫେରି ଆସିବି , ଆପଣ ମଟର ସାଇକେଲ ଚାବି ଟିକେ ଦିଅନ୍ତୁ । ସେହି ରୋଗ ପୁଣି ଦେଖାଦେଲା, ତାକୁ ଆଉ ମନା କରିପାରିଲୁ ନାହିଁ , ଚାବି ଦେଇ ଆବାସିକା ସ୍ଥଳର ଯାନ ରହଣି ସ୍ଥଳରେ ( ଆପାର୍ଟମେଣ୍ଟର ପୋଟିକୋ) ଥିବା ଗାଡ଼ି ଦେଖାଇ ଦେଲୁ । ସେ ଯିବା ପରେ ଆମେ ଆମର କୁଅଭ୍ୟାସର ସାଥୀ ପାନ ଭାଙ୍ଗୁଥିବା ସମୟରେ ଅନେକ କଥା ମନକୁ ଆସିଲା ।ସାତ ଆଠ ବର୍ଷ ତଳେ ବୋଧେ ଟାଇମ୍ସ ଅଫ ଇଣ୍ଡିଆ ଦୈନିକ ଖବରକାଗଜରେ ପ୍ରକାଶିତ ଏକ ସମ୍ବାଦର ସମୀକ୍ଷା କରି ସୁବାର୍ତ୍ତାରେ ଏକ ଆଲେଖ୍ୟ ପ୍ରକାଶ କରିଥିଲୁ । କିଭଳି କାଲିଫର୍ଣ୍ଣିଆସ୍ଥିତ ସିଲିକନ ଭ୍ୟାଲି ଅଞ୍ଚଳରେ , ଯେଉଁଠି ବହୁ ଖ୍ୟାତିସମ୍ପନ୍ନ କମ୍ପ୍ୟୁଟର ଓ ଇଲୋକର୍ଟ୍ରୋନିକସ୍ ଶିଳ୍ପ ପ୍ରତିଷ୍ଠାନ ରହିଛି , ଯେଉଁଥିରେ ଅନେକ ଉଚ୍ଚ ବୈଷୟିକ ଜ୍ଞାନ ବିଜ୍ଞାନ ବିଶେଷଜ୍ଞ ଉଚ୍ଚ ବେତନରେ କାର୍ଯ୍ୟରତ , ସମସ୍ତେ କାର୍ଯ୍ୟାଳୟକୁ ସାଇକେଲରେ ଯିବା ଆସିବା କରିଥାନ୍ତି । ଭାରତରେ ଜନ୍ମିତ ଓ ଆମେରିକାର ନାଗରିକତ୍ବ ଗ୍ରହଣ କରିଥିବା କେମ୍ବ୍ରିଜ ବିଶ୍ବବିଦ୍ୟାଳୟ ପ୍ରଫେସର ସି ଭେଙ୍କଟ ରମଣ ରାମକୃଷ୍ଣନ ୨୦୦୯ ମସିହାରେ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ବିଜେତା ହେବା ସମୟରେ ଗଣମାଧ୍ୟମରେ ବ୍ୟାପକ ଭାବେ ହୋଇଥିବା ଚର୍ଚ୍ଚା ଏବେବି ମନେପଡେ । ତାଙ୍କର ଖଣ୍ଡିଏ କାର ନଥିଲା , ପ୍ରତିଦିନ ସେ ବାସଭବନରୁ ବିଶ୍ବବିଦ୍ୟାଳୟର ଶ୍ରେଣୀ ପ୍ରକୋଷ୍ଠକୁ ଯିବା ଆସିବା ପାଇଁ ସାଇକେଲ ବ୍ୟବହାର କରୁଥିଲେ । ଅର୍ଥଶାସ୍ତ୍ର ବିଶାରଦ ତଥା ନୋବେଲ ପୁରସ୍କାର ବିଜେତା ଅମର୍ତ୍ତ୍ୟ ସେନ୍ ଙ୍କୁ ଶାନ୍ତି ନିକେତନରେ ସାଇକେଲରେ ଯିବା ଆସିବା କରୁଥିବା ସମସ୍ତେ ଲକ୍ଷ୍ୟ କରିଥିବେ । ଏବେବି ଅନେକ ରାଷ୍ଟ୍ର ନେତା, ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ମାନେ ସାଇକେଲରେ କାର୍ଯ୍ୟାଳୟ କୁ ଯିବା ଆସିବା କରୁଥିବା ସ୍ଥିର ଚିତ୍ର (ଫଟୋଚିତ୍ର) ଆମେ ଗଣମାଧ୍ୟମ ସୌଜନ୍ୟରୁ ଦେଖି ଥାଏ । ଆମେ ପାଠପଢୁଥିବା ସମୟରେ ଆମକୁ ଗଣିତ ସମ୍ମାନ ( ଅନର୍ସ) ପଢ଼ାଉଥିବା ଗଣିତ ଶାସ୍ତ୍ର ବିଶେଷଜ୍ଞ ଡଃ ଶୁକଦେବ ରଥ, ବିଭାଗୀୟ ମୁଖ୍ୟ ଦେବକୀ ନନ୍ଦନ ମହାନ୍ତିଙ୍କ ସମେତ ରସାୟନ ବିଜ୍ଞାନ ବିଭାଗୀୟ ମୁଖ୍ୟ ଡଃ ଫଣିଭୂଷଣ ଦାସ ପ୍ରଭୃତି ଅନେକ ପ୍ରାଧ୍ୟାପକ ମାନେ ସାଇକେଲରେ ଯିବା ଆସିବା କରୁଥିଲେ । ଏକଦା ତୈଳଦର ବୃଦ୍ଧି ପ୍ରତିବାଦରେ ବିଜୁ ଆଜ୍ଞା ମୁଖ୍ୟମନ୍ତ୍ରୀ ଥିବା ସମୟରେ ସାଇକେଲରେ ସେତେବେଳେର ସଚିବାଳୟ ,ଆଜିର ଲୋକ ସେବା ଭବନକୁ ଆସୁଥିବା ସ୍ଥିର ଚିତ୍ର (ଫଟୋଚିତ୍ର) ବହୁ ଚର୍ଚ୍ଚିତ ଥିଲା । ସେହି ବିଜୁ ଆଜ୍ଞା ଯେତେବେଳେ ମହାବିଦ୍ୟାଳୟ ଛାତ୍ର ଥିଲେ, ମାତ୍ର ୧୬ ବର୍ଷ ବୟସରେ ଦୁଇ ଜଣ ସହପାଠୀ ସାଙ୍ଗଙ୍କ ସାଙ୍ଗରେ ସାଇକେଲରେ କଟକରୁ ପେଶଓ୍ବାର ( ପାକିସ୍ତାନ) ପର୍ଯ୍ୟନ୍ତ ସୁଦୀର୍ଘ ବିପଦ ସଙ୍କୁଳ ପଥକୁ ସାହାସ୍ ର ସହିତ ଅତିକ୍ରମ କରିଥିଲେ । ସୁତରାଂ ସାଇକେଲ ଚଢିଲେ କୌଣସି ବ୍ୟକ୍ତି ନୀଚ୍ଚ ହୋଇଯାଏ ନାହିଁ କି ପ୍ରେଷ୍ଟିଜ ଲିକ୍ ହୋଇଯାଏ ନାହିଁ । ଠିକ୍ ସେହିପରି ମୂଲ୍ୟବାନ ଯାନ ଚଢିଲେ କୌଣସି ବ୍ୟକ୍ତି ଉଚ୍ଚ ହୋଇଯାଇ ନଥାଏ । ବ୍ୟକ୍ତିର ପ୍ରତିଭା ତା'ର ବ୍ୟକ୍ତିତ୍ବର ପରିମାପକ , ବଡ କୋଠା, ଦାମିକା ଗାଡ଼ି ବାହାର ଆକର୍ଷଣୀୟ ଯାନ୍ ନୁହେଁ କି ସାଇକେଲ ବ୍ୟକ୍ତିତ୍ବର ନ୍ୟୁନ ପ୍ରଦର୍ଶନର ପଣ୍ୟ ନୁହେଁ । ଭେଷଜ ବିଶାରଦ, ଶରୀର ତତ୍ତ୍ଵ ବିଶେଷଜ୍ଞମାନଙ୍କ ଭାଷାରେ ସୁସ୍ଥ ଏବଂ ଦୀର୍ଘ ଜୀବନ ପାଇଁ ପ୍ରତିଦିନ ଅନ୍ତତଃ ୨୦ ରୁ ୩୦ ମିନିଟ୍ ସାଇକେଲ ଚଲାଇବା ଏକ ଉତ୍ତମ ଅଭ୍ୟାସ। ସାଇକେଲ ଚାଳନା ସ୍ୱାସ୍ଥ୍ୟ, ପରିବେଶ ଏବଂ ଆର୍ଥିକ ଦୃଷ୍ଟିରୁ ଏକ ଅତ୍ୟନ୍ତ ଲାଭଦାୟକ ଅଭ୍ୟାସ। ନିୟମିତ ସାଇକେଲ ଚଲାଇବା ଦ୍ୱାରା ଯେଭଳି ଉପକାର ମିଳେ ତାହା ମଧ୍ୟ ଆଲୋଚନାର ପ୍ରସଙ୍ଗ ।ସାଇକେଲ ଚଲାଇବା ଦ୍ୱାରା ରକ୍ତସଞ୍ଚାଳନ ପ୍ରକ୍ରିୟା ବୃଦ୍ଧି ପାଏ, ଯାହା ହୃଦଘାତ ( ହାର୍ଟ ଆଟାକ୍) ଏବଂ ଉଚ୍ଚ ରକ୍ତଚାପ ଭଳି ସମସ୍ୟାର ଆଶଙ୍କା କମାଇ ଥାଏ। ନିୟମିତ ସାଇକେଲ ଚଲାଇବା ଦ୍ୱାରା ଶରୀରର କ୍ୟାଲୋରୀ ଏବଂ ଚର୍ବି (ଫ୍ୟାଟ) ଦହନ ହୋଇଥାଏ, ଯାହା ଓଜନ କମାଇବାରେ ସାହାଯ୍ୟ କରେ ଏବଂ ଗୋଡ଼, ନିତମ୍ବ ଏବଂ ଜଙ୍ଘର ମାଂସପେଶୀକୁ ଶକ୍ତ କରେ ଏବଂ ଗଣ୍ଠି ଯନ୍ତ୍ରଣା (ଜଏଣ୍ଟ ପେନ୍) କମାଇବାରେ ସାହାଯ୍ୟ କରେ। ଅପରପକ୍ଷରେ
ସାଇକେଲ ଚଲାଇବା ଦ୍ୱାରା ଶରୀରରୁ 'ଏଣ୍ଡୋର୍ଫିନ୍' ନାମକ ହରମୋନ୍ ନିର୍ଗତ ହୋଇଥାଏ, ଯାହା ମାନସିକ ଚାପ, ଅବସାଦ ଏବଂ ଚିନ୍ତା ଦୂର କରି ମନକୁ ପ୍ରସନ୍ନ ରଖେ।ନିୟମିତ ଶାରୀରିକ ପରିଶ୍ରମ ଦ୍ୱାରା ରାତିରେ ଗାଢ଼ ଏବଂ ସୁସ୍ଥ ନିଦ ହୋଇଥାଏ। ସେହିପରି ସାଇକେଲରୁ କୌଣସି ପ୍ରକାର ଧୂଆଁ ବା କାର୍ବନ୍ ନିର୍ଗତ ହୁଏ ନାହିଁ, ଯାହା ବାୟୁ ଏବଂ ଶବ୍ଦ ପ୍ରଦୂଷଣ ରୋକିବାରେ ସାହାଯ୍ୟ କରେ। ବିଡ଼ମ୍ବନାର ବିଷୟ ଯେ ଏହି ସତ୍ୟ କୁ ଆଜିର ଯୁବ ସମାଜ କ'ଣ , ଅଧିକାଂଶ ବୟସ୍କ ନାଗରିକ ମାନେ ମଧ୍ୟ ହୃଦୟଙ୍ଗମ କରୁନାହାନ୍ତି । ବିଶେଷ କରି ଅନେକ ସମୟରେ ଭୟଙ୍କର ତୈଳ ସଙ୍କଟ, ତାହା ଯୁଦ୍ଧ ଜନିତ ହେଉ ଅବା ଅନ୍ୟ କୌଣସି କାରଣରୁ ହେଉ , ସେ ସମୟରେ ମଧ୍ୟ ଏହି ସତ୍ୟ କୁ ଏବଂ ବାସ୍ତବତା କୁ ଲୋକେ ଗୁରୁତ୍ଵ ଦିଅନ୍ତି ନାହିଁ । "ସୁବାର୍ତ୍ତା"ରେ ଆମେ ତୈଳ ସଙ୍କଟ ସମୟରେ ଆଲେଖ୍ୟ ଆଲୋଚନାରେ ତୈଳ ସଂରକ୍ଷଣ ଯେ ସାମ୍ପ୍ରତିକ ସମୟର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ବୋଲି ଉଲ୍ଲେଖ କରିଥିଲୁ । ଖଣିଜ ତୈଳ (ପେଟ୍ରୋଲ, ଡିଜେଲ, କିରୋସିନ ଆଦି) ଏକ ସୀମିତ ପ୍ରାକୃତିକ ସମ୍ପଦ। ଏହାକୁ ଅତ୍ୟଧିକ ଓ ଅଯଥା ବ୍ୟବହାର କରିବା ଦ୍ୱାରା ଏହା ଶୀଘ୍ର ଶେଷ ହୋଇଯିବାର ଭୟ ରହିଛି। ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଯେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ତୈଳ ଉପଭୋକ୍ତା ଦେଶ। ଦେଶର ଦ୍ରୁତ ଆର୍ଥିକ ବିକାଶ, ଗାଡ଼ିମୋଟରର ସଂଖ୍ୟା ବୃଦ୍ଧି ଏବଂ ଶିଳ୍ପାଞ୍ଚଳର ବିକାଶ ଯୋଗୁଁ ଅଶୋଧିତ ତୈଳ ର ଚାହିଦା ପ୍ରତିବର୍ଷ ବୃଦ୍ଧି ପାଉଛି। ସରକାରୀ ପରିସଂଖ୍ୟାନ କୁହେ ଯେ ଆମ ଦେଶରେ ବାର୍ଷିକ ତୈଳ ଆବଶ୍ୟକତା ହେଉଛି ୨୨୦ ରୁ ୨୩୦ ନିୟୁତ ମେଟ୍ରିକ୍ ଟନ୍ , ଅର୍ଥାତ୍ ଦିନକୁ ୫ ରୁ ୫.୨ ନିୟୁତ ବ୍ୟାରେଲ । ଏହି ସମୟରେ ଦେଶରେ ଉତ୍ପାଦନ କେତେ ? ଆମର ଘରୋଇ ଉତ୍ପାଦନ ମାତ୍ର ୨୯ରୁ ୩୦ ନିୟୁତ ମେଟ୍ରିକ୍ ଟନ୍ । ଏହି ପରିସଂଖ୍ୟାନ କୁହେ ଯେ ଆମ ଦେଶ ତାର ଆବଶ୍ୟକତାର ୮୫ରୁ ୮୭ ପ୍ରତିଶତ ବାହ୍ୟ ନିର୍ଭରଶୀଳ , ଅର୍ଥାତ୍ ଆମଦାନୀ ନିର୍ଭରଶୀଳ । ଆମେ ୧୯୯୦ ମସିହାରେ ପ୍ରଧାନମନ୍ତ୍ରୀ ବିଶ୍ବନାଥ ପ୍ରତାପ ସିଂହ ଙ୍କ ନିକଟରେ ପ୍ରସ୍ତାବ ରଖି କହିଥିଲୁ ଯେ ଓଡ଼ିଶାର ସମୁଦ୍ର ଉପକୂଳ , ବ୍ରାହ୍ମଣୀ, ବୈତରଣୀ ଓ ମହାନଦୀ ଅବବାହିକାରେ ଅନୁସନ୍ଧାନ କରାଗଲେ ଦେଶ ଉପକୃତ ହେବ । ସେ ସମୟରେ ଶ୍ରୀଯୁକ୍ତ ଭଜମନ ବେହେରା ତୈଳ ଓ ପ୍ରାକୃତିକ ଗ୍ୟାସ ବିଭାଗର ମନ୍ତ୍ରୀ ଥିଲେ ଏବଂ ସ୍ବର୍ଗତ ଏମ ଏସ ଗିଫ୍ଟ ଥିଲେ ସଚିବ । ଗିଲ ମହାଶୟ ଏଥିପାଇଁ ନଥି ପ୍ରସ୍ତୁତ କରିଥିଲେ , ମାତ୍ର ସେହି ସମୟରେ ମଣ୍ଡଳ -କମଣ୍ଡଳ ଲଢେଇରେ ଭିପି ସିଂ ସରକାରର ପତନ ହୋଇଥିଲା । ଆମର ଧାରାବାହିକ ଦାବି କେନ୍ଦ୍ର ସରକାରଙ୍କ ଶୀତଳଭଣ୍ଡାରର ପଣ୍ୟ ହୋଇଛି । ବିଗତ ୩୬ ବର୍ଷ ଭିତରେ ଆମେ ଜଣେ ହେଲେ ଓଡ଼ିଆ ସାଂସଦଙ୍କ ସମର୍ଥନ ପାଇ ନାହୁଁ । ୨୦୧୪ ମସିହାରେ ଆମେ ଓଡ଼ିଆ ପୁଅ, ବିହାରରୁ ରାଜ୍ୟସଭାରେ ପ୍ରତିନିଧିତ୍ଵ କରି କେନ୍ଦ୍ର ତୈଳ ବିଭାଗ ମନ୍ତ୍ରୀ ମହୋଦୟ ଙ୍କୁ ୧୯୯୦ ମସିହାର ଘଟଣାକ୍ରମ କହିବା ପରେ ସିଏ ତୁରନ୍ତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ । ଅପରପକ୍ଷରେ ତୈଳବୀଜ ଏବଂ ଖାଇବା ତେଲର ଉତ୍ପାଦନ ବୃଦ୍ଧି କରିବା ପାଇଁ କୃଷି, ପ୍ରଯୁକ୍ତିବିଦ୍ୟା, ନୀତିଗତ ସହାୟତା ଏବଂ ଭୂମି ପରିଚାଳନା କ୍ଷେତ୍ରରେ କେତେକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ବୋଲି ମଧ୍ୟ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ବାରମ୍ବାର ତଥ୍ୟାଧାରିତ ପ୍ରସ୍ତାବ ଦେଇ ଆସୁଛୁ ।ରୋଗ ପ୍ରତିରୋଧକ, କମ୍ ସମୟରେ ଅମଳ ହେଉଥିବା ଏବଂ ଅଧିକ ତେଲ ଅଂଶ ଥିବା ଉନ୍ନତ ମଞ୍ଜି ବା ବିହନ କୃଷକମାନଙ୍କୁ ଯୋଗାଇଦେବା ସହିତ ଆମ ଓଡ଼ିଆ ପୂର୍ବଜ ମାନଙ୍କ ତୁଳସୀ ଚଉରା ଦର୍ଶନ ଆଧାରିତ ବୁନ୍ଦା ଜଳସେଚନ, ଜଳ ନିଷ୍କାସନ, ସଠିକ୍ ଜୈବିକ ସାର ପ୍ରୟୋଗ ପାଇଁ ପ୍ରୋତ୍ସାହନ ଦେଲେ ହିଁ
ଦେଶର ଘରୋଇ ଉତ୍ପାଦନ ବୃଦ୍ଧି ପାଇବ ବୋଲି ମଧ୍ୟ ବାରମ୍ବାର ସୂଚାଇ ଦେଇ ଆସୁଛୁ । " କୃଷି ଓ କୃଷକର ବିକାଶ ହିଁ ଓଡ଼ିଶା ସମେତ ଭାରତର ବିକାଶର ଅସଲ କୁଞ୍ଚି କାଠି"ବୋଲି
କେବଳ ଦର୍ଶାଇ ନାହୁଁ , ବିଗତ ଦୁଇ ଦଶନ୍ଧି ରୁ ଉର୍ଦ୍ଧ୍ବ ଅବଧି ଧରି ଆମର ଏହି ଦର୍ଶନକୁ ଶୀର୍ଷକ କରି " ସୁବାର୍ତ୍ତା"ରେ ଅନେକ ଆଲେଖ୍ୟ ଆଲୋଚନା କରି ଆସୁଛୁ । ଆମର ଏହି ପ୍ରଚେଷ୍ଟା ସରକାର କିମ୍ବା ବୁଦ୍ଧିଜୀବୀମାନଙ୍କୁ ପ୍ରଭାବିତ ନକରିବା ହିଁ ବିଡ଼ମ୍ବନା ବୋଲି ବିଚାର କରୁ ।
କ୍ଷତାକ୍ତ, ସଂଘର୍ଷରତ ମାତ୍ର, ଲାଭାନ୍ବିତ
କ୍ଷତାକ୍ତ, ସଂଘର୍ଷରତ ମାତ୍ର, ଲାଭାନ୍ବିତ
---------------
ଆମେ ଅନେକ ସମୟରେ ଦମ୍ଭର ସହ କହି ଆସିଅଛୁ ଯେ "ଆମର କ୍ଷତି ହୋଇଯିବା ଫଳରେ ଯେତେବେଳେ ଆମେ ମୂଲ୍ୟବାନ ଅନୁଭୂତିର ଅଧିକାରୀ ହୋଇ ପାରିଛୁ, ତେଣୁ ସେଭଳି କ୍ଷତି ଆମର ସଦା ସର୍ବଦା କାମ୍ୟ" । ସ୍ଵକୀୟ ଅନୁଭୁତି ଏବଂ ଅଧ୍ୟବସାୟ ଆଧାରରେ ତାହା ହିଁ କହି ଆସିଛୁ । ଶାସନ ବ୍ୟବସ୍ଥାର ଭ୍ରଷ୍ଟାଚାର, ବ୍ୟଭିଚାର, ଦୁର୍ନୀତି, ରାଜ୍ୟର ଅମୂଲ୍ୟ ସମ୍ପଦ ଡକାୟତି, ଶାସନ, ପ୍ରଶାସନ, ଠିକାଦାର, ସ୍ବଘୋଷିତ ଗଣମାଧ୍ୟମ ମୁଣ୍ଡିଆଳମାନଙ୍କ ମଧୁ ଚନ୍ଦ୍ରିକା ରେ ଓଡ଼ିଶାର ରାଜକୋଷ ଲୁଣ୍ଠନ ଆଦି ଘଟଣାକ୍ରମରେ ବିରୋଧ କରି ଶାସକୀୟ, ପୁଞ୍ଜି ଐରାବତ, କ୍ଷମତା ମାଲ୍ୟର ମଧ୍ୟ ମଣି, ସେମାନଙ୍କ ବଚସ୍କର ମାନଙ୍କ ଦ୍ବାରା "ଛବି ରାଣୀ ଧର୍ଷଣ, ହତ୍ୟା" ବିରୋଧରେ ଗଣ ଆନ୍ଦୋଳନର ନେତୃତ୍ବ ନେବା ଅବଧି ଠାରୁ ଏଯାବତ୍ ବିଗତ ଛୟାଳିଶ ବର୍ଷ ଧରି ଆମେ ସପରିବାର ଭୟଙ୍କର ଭାବରେ କ୍ଷତାକ୍ତ, ଅପମାନିତ, ଲଜ୍ଜିତ, ଉପେକ୍ଷିତ, ନିର୍ଯ୍ୟାତିତ, ନିଷ୍ପେସିତ, ସ୍ଵକୀୟ ଅଧିକାରରୁ ବଞ୍ଚିତ, ମିଥ୍ୟା ଅପବାଦରେ ମର୍ମାହତ ଆଦି ବହୁବିଧ ଚକ୍ରାନ୍ତର ଶରବ୍ୟ ହୋଇ ଆସିଛୁ ସତ୍ୟ ମାତ୍ର, ଏହି ସଂଘର୍ଷପୂର୍ଣ ଜୀବନରେ , ଅନୁଭୂତି ଆଧାରରେ ଆମେ ଯେଉଁ ଶିକ୍ଷା ଲାଭ କରିଛୁ, ଯେଉଁ ସଫଳତା ପାଇଛୁ, ଯେଉଁ ମାନସିକ ଓ ପାରିବାରିକ ଶାନ୍ତି, ସଂହତି ଲାଭ କରିଛୁ ତାହାର ତାଲିକା ପ୍ରଲମ୍ବିତ ଏବଂ ତାହା ଆମର ଅବର୍ତ୍ତମାନରେ ନିଶ୍ଚିତ ସମାଜ କରିବ ସଠିକ୍ ମୂଲ୍ୟାଙ୍କନ, ବର୍ତ୍ତମାନ ସମୟରେ ମୋଟେ ନୁହେଁ । ଅଶି ଦଶକରୁ ଆମେ ସମାଜ ବିଶ୍ଵ ବିଦ୍ୟାଳୟର ଜଣେ ଶିକ୍ଷା ନବୀସ ହୋଇ ଆସିଛୁ । ଅନେକ ମହାପୁରୁଷଙ୍କୁ କେବଳ ପଢି ନାହୁଁ , ସେମାନଙ୍କ ଆହ୍ବାନ କୁ ଗ୍ରହଣ କରି ,ସ୍ଵକୀୟ କର୍ତ୍ତବ୍ୟ କର୍ମ ନିର୍ଦ୍ଧାରଣ ପୂର୍ବକ ପଦକ୍ଷେପ ନେଇ ସଫଳତା ମଧ୍ୟ ପାଇଛୁ । ବିଶ୍ବ ମଣି ପଣ୍ଡିତ ଗୋପବନ୍ଧୁଙ୍କ ଐକାନ୍ତିକ ଅନୁଗାମୀ, ସାଥୀ, ସହଯୋଗୀ, ଗବେଷଣା ଧର୍ମୀ ଐତିହାସିକ, ବ୍ୟବସ୍ଥାପକ, ସାରସ୍ବତ ସାଧକ, ପ୍ରବୀଣ ଅଧିବକ୍ତା , ମହାନ୍ ସ୍ବାଧୀନତା ସଂଗ୍ରାମୀ ଜଗବନ୍ଧୁ ସିଂହଙ୍କ "ପ୍ରାଚୀନ ଉତ୍କଳ" ପଢି ଯେପରି ୧୮୫୭ର ସିପାହୀ ବିଦ୍ରୋହ ନୁହେଁ , ଏହାର ଚାଳିଶି ବର୍ଷ ପୂର୍ବରୁ ଠିକ୍ ସେହି ମାର୍ଚ୍ଚ ୨୯ ତାରିଖ,୧୮୧୭ ରେ ଓଡ଼ିଶା ମାଟିରେ ହୋଇଥିବା "ପାଇକ ସଂଗ୍ରାମ"ହି ଭାରତ ମୁକ୍ତି ଆନ୍ଦୋଳନର ଆଦ୍ୟ ଆନ୍ଦୋଳନ, ଶହୀଦ ଜୟୀ ରାଜଗୁରୁ ହି ପ୍ରଥମ ଶହୀଦ, ପରି ବେଓ୍ବା ହିଁ ପ୍ରଥମ ମହିଳା ଶହୀଦ ଓ ବାଜି ରାଉତ ହିଁ ପ୍ରଥମ ଶିଶୁ ଶହୀଦ ବୋଲି ହୋଇଛି ପ୍ରମାଣିତ ଓ ସ୍ଵୀକୃତ । ଏହି ପୁସ୍ତକ ହିଁ ବଙ୍ଗୀୟ ମାନଙ୍କ ଦ୍ବାରା ଓଡିଆ ଜାତିର ଗର୍ବ ଗୌରବ, କବିରାଜ ଜୟଦେବ ଜନ୍ମସ୍ଥାନ ଅପହରଣକୁ ଦୀର୍ଘ ଲହୁ ଲୁହାଣ ସଂଘର୍ଷ ପରେ ସଫଳତା ଲାଭ କରାଯାଇଛି । ସାମାଜିକ ନ୍ୟାୟ ଆନ୍ଦୋଳନ, ଚିଲିକାରେ ଟାଟା ବିରୋଧୀ ଆନ୍ଦୋଳନ, ମଣ୍ଡଳ ଆନ୍ଦୋଳନ ଠାରୁ ୨୦୦୫ , ମାର୍ଚ୍ଚ ୩ ରେ ଓଡ଼ିଶା ଦିବସ ପାଳନ ଭିତରେ ଓଡ଼ିଆ ଅସ୍ମିତା ଜାଗରଣ ଅଭିଯାନର ଜନ୍ମ ଅବଧି ଠାରୁ ୮୭୮ ଦିନର ଭାଷା ଆନ୍ଦୋଳନ, କୋଟିଆ ସମେତ ଓଡ଼ିଶାର ସୀମା ସୁରକ୍ଷା ପାଇଁ ସୀମା ସୁରକ୍ଷା ଅଭିଯାନ , ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଭଳି ଅନେକ ଆନ୍ଦୋଳନର ପୃଷ୍ଠଭୂମିରେ ରହିଛି ସେହି ମହାପୁରୁଷ ମାନଙ୍କ ପ୍ରେରଣା । ବିଶିଷ୍ଟ ଐତିହାସିକ , ଗବେଷକ ଡଃ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀଙ୍କୁ ପଢିବା ଫଳରେ ଯେଭଳି ଜୟଦେବ ଜନ୍ମସ୍ଥାନ ଆନ୍ଦୋଳନ , ଠିକ୍ ସେହିପରି ଗୌତମ ବୁଦ୍ଧ ଙ୍କ ପବିତ୍ର ଜନ୍ମସ୍ଥାନ ଭୁବନେଶ୍ବରର କପିଳେଶ୍ୱର ବୋଲି ପ୍ରମାଣିତ କରାଯାଇଛି । କୁସୁମ କବି ଫକୀର ମୋହନ ଶତପଥୀଙ୍କ ଆଲେଖ୍ୟ ଆଲୋଚନା ହିଁ ଆମକୁ ସନ୍ଥ ତୁଳସୀ ଦାସ ଯେ ଜଣେ ଓଡ଼ିଆ , ଜଗବନ୍ଧୁ ସିଂହଙ୍କ ପ୍ରାଚୀନ ଉତ୍କଳ ଅନୁସାରେ ଚୈତନ୍ୟ ଯେ ଜଣେ ଯାଜପୁର ନିବାସୀ ପଣ୍ଡିତ ଉପେନ୍ଦ୍ର ମିଶ୍ରଙ୍କ ନାତି ବିଶ୍ବମ୍ବର ମିଶ୍ର ତାହା ପ୍ରମାଣିତ କରିବା ଭଳି ପ୍ରାକ୍ତନ ମୁଖ୍ୟ ଶାସନ ସଚିବ , ଐତିହାସିକ ଅଜିତ ତ୍ରିପାଠୀ ଓ ଡଃ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ଙ୍କ ସୃଷ୍ଟି ଆଧାରରେ କବି ଶ୍ରେଷ୍ଠ କାଳି ଦାସ ଯେ ଓଡିଆ , ତାହା ପ୍ରାମାଣିକ ତଥ୍ୟ ସହିତ ଉଲ୍ଲେଖ କରା ଯାଇଛି ଓ ଅଧିକ ଗବେଷଣା ମଧ୍ୟ ଚାଲିଛି । ଏଭଳି ଉଦାହରଣ ଅନେକ । ଯେପରିକି ଓଡ଼ିଆ ଭାଷା କୋଣାର୍କ "ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ" ପ୍ରଣେତା ବରେଣ୍ୟ ଗୋପାଳ ଚନ୍ଦ୍ର ପ୍ରହରାଜ ଙ୍କ ଠାରୁ ଭାଷା ପ୍ରାଣ ସ୍ବାଧୀନତା ସଂଗ୍ରାମୀ ଏବଂ " ଜ୍ଞାନ ମଣ୍ଡଳ" ପ୍ରଣେତା ବରେଣ୍ୟ ବିନୋଦ କାନୁନଗୋଙ୍କ ଭଳି ଅନେକ କାଳଜୟୀ ଓଡ଼ିଆ ମାନଙ୍କ ଆହ୍ବାନ ଆମକୁ ପ୍ରେରିତ କରି ଆସୁଅଛି । ବରେଣ୍ୟ ବିନୋଦ କାନୁନଗୋଙ୍କ ଦ୍ବାରା ସଂକ୍ଷିପ୍ତ ରେ ଅତୀସ ପ୍ରସଙ୍ଗ ଠାରୁ ଅଶ୍ବଘୋଷ ପ୍ରସଙ୍ଗ । ବାସ୍ତବରେ ଅଶ୍ବଘୋଷ କିଏ ? ତାଙ୍କର ସାମାଜିକ ଅବଦାନ କ'ଣ ? ତାଙ୍କର କୀର୍ତ୍ତି ଓ କୃତି ସବୁ କ'ଣ ? କ'ଣ କ'ଣ ସବୁ ତାଙ୍କ ସମ୍ପର୍କରେ କୁହାଯାଇଛି ? ଏଭଳି ଅନେକ ପ୍ରଶ୍ନ ସ୍ବାଭାବିକ ଭାବେ ଉଠି ଆସିଛି । ପ୍ରକାଶିତ ତଥ୍ୟାନୁସାରେ ଅଶ୍ୱଘୋଷ ସଂସ୍କୃତ ସାହିତ୍ୟ-ଆକାଶରେ ସେ ଜଣେ ଉଜ୍ଜ୍ୱଳ ଜ୍ୟୋତିଷ୍କରୂପେ ପ୍ରଥମ ଶତାବ୍ଦୀରୁ ରହିଆସିଛନ୍ତି । ଶ୍ରେଷ୍ଠ କବି ବାଲ୍ମୀକିଙ୍କର ସେ ଜଣେ ପ୍ରକୃତ ଉତ୍ତରାଧିକାରୀ ବୋଲି କୁହାଯାଇଥାଏ । ଅଶ୍ୱଘୋଷ ପ୍ରଥମେ ସେହି ବାଲ୍ମୀକି ମୁନିଙ୍କୁ ‘ଆଦିକବି’ ଆଖ୍ୟା ଦେଇଥିଲେ । ତାଙ୍କୁ ସେ ଆହୁରି ମଧ୍ୟ ‘ଧୀମାନ୍’ ଉପାଧି ଦେଇଥିଲେ । ଅଶ୍ୱଘୋଷଙ୍କ ପରେ ମହାକବି କାଳିଦାସ ସଂସ୍କୃତ ସାହିତ୍ୟ ଆକାଶରେ ଆଉ ଗୋଟିଏ ଉଜ୍ଜ୍ୱଳ ଜ୍ୟୋତିଷ୍କ ରୂପରେ ଦେଖାଦେଲେ । ତେଣୁ ଅଶ୍ୱଘୋଷ ହେଉଛନ୍ତି ବାଲ୍ମୀକି-ଯୁଗ ଓ କାଳିଦାସ-ଯୁଗ ଭିତରେ ଏକ ସଂଯୋଗ ସେତୁ । ଭାରତ ତଥା ବିଦେଶର ବହୁ ପଣ୍ଡିତଙ୍କର ବିଶ୍ୱାସ ଯେ କାଳିଦାସ ତାଙ୍କ କାବ୍ୟ ରଚନାରେ ଯେଉଁ ଚମତ୍କାରିତା ପ୍ରଦର୍ଶନ କରିଛନ୍ତି, ସେଥିପାଇଁ ଅଶ୍ୱଘୋଷଙ୍କ ରଚନାବଳୀ ବହୁ ପରିମାଣରେ ଦାୟୀ । ବୁଦ୍ଧଘୋଷଙ୍କ ସମୟକୁ ଭାରତରେ ବୌଦ୍ଧଧର୍ମ ବିଷୟରେ ଲେଖାଯାଇଥିବା ପାଲିଭାଷାରେ ସାହିତ୍ୟକୁ ଲୋକେ ଆଉ ପୂର୍ବ ଭଳି ବୁଝିପାରୁ ନ ଥିଲେ ବା ଅନ୍ୟ ଭାଷାରେ କହିବାକୁ ଗଲେ ବୌଦ୍ଧ ପାଲି-ସାହିତ୍ୟରେ ଲୋକପ୍ରିୟତା କମି ଆସିଥିଲା । ସଂସ୍କୃତଭାଷା ଭିତରେ ଯେଉଁ ଅନ୍ତର୍ନିହିତ ଶକ୍ତି ଅଛି, ତାହା ନିଜର ସ୍ୱରୂପ ପ୍ରକାଶ କରିଥିଲା । ତେଣୁ ବୌଦ୍ଧ ପଣ୍ଡିତମାନେ ମଧ୍ୟ ସଂସ୍କୃତ ଭାଷାକୁ ବୌଦ୍ଧଧର୍ମ ପ୍ରଚାରର ମାଧ୍ୟମ ବୋଲି ଗ୍ରହଣ କରି ଆସୁଥିଲେ । ପ୍ରଥମ ଶତାବ୍ଦୀରେ ଅଶ୍ୱଘୋଷ ତାଙ୍କର ସଂସ୍କୃତ କାବ୍ୟ ରଚନା ଆରମ୍ଭ କଲେ । ସେ ଯେଉଁସବୁ କାବ୍ୟ, ନାଟକ ଓ ଦର୍ଶନ-ଗ୍ରନ୍ଥ ଲେଖିଗଲେ, ସେଗୁଡ଼ିକ ବୌଦ୍ଧଭାବର ପ୍ରଚାର ସଙ୍ଗେ ସଙ୍ଗେ ଭାରତୀୟ ସାହିତ୍ୟ ଓ ଚିନ୍ତାଧାରାକୁ ସୁସମୃଦ୍ଧ କରିଥିଲା । ଅଶ୍ୱଘୋଷଙ୍କ ଜୀବନ-କାହାଣୀ ବିଷୟରେ ଖୁବ୍ କମ୍ ଲିଖିତ ପ୍ରମାଣ ଆମେମାନେ ପାଉଛୁ; ବରଂ ତିବ୍ଦତୀୟ ଓ ଚୀନା ଭାଷାରେ ଲିଖିତ ପୁସ୍ତକମାନଙ୍କରୁ ତାଙ୍କ ବିଷୟରେ କିଛି ଜଣାପଡୁଛି । ସେ ତାଙ୍କ ପ୍ରସିଦ୍ଧ ‘ବୁଦ୍ଧଚରିତ’, ‘ସୌନ୍ଦରାନନ୍ଦ’ ଓ ‘ଶାରିପୁତ୍ରପ୍ରକରଣ’ ଶେଷରେ ଯାହା ସୂଚନା ଦେଇଛନ୍ତି, ସେଥିରୁ ଜଣାପଡୁଛି ଯେ ସେ ଜଣେ ପଣ୍ଡିତ, ବାଗ୍ମୀ ତଥା ବୌଦ୍ଧ ସନ୍ନ୍ୟାସୀ ଥିଲେ । ତାଙ୍କ ଜନ୍ମକାଳ ପ୍ରଥମ ଶତାବ୍ଦୀ ମନେ କରାଯାଉଛି; କାରଣ ସେ ସମ୍ରାଟ୍ କନିଷ୍କଙ୍କର ସଭାପଣ୍ଡିତ ଥିଲେ । ପାର୍ଶ୍ୱ ବା ତାଙ୍କ ଶିଷ୍ୟ ପୁଣ୍ୟଯଶାଃ ଥିଲେ ଅଶ୍ୱଘୋଷଙ୍କର ଗୁରୁ । ଅଶ୍ୱଘୋଷଙ୍କ ରଚିତ ଗ୍ରନ୍ଥାବଳୀ ମଧ୍ୟରେ ‘ବୁଦ୍ଧଚରିତ’ ମହାକାବ୍ୟ ବିଶେଷ ପ୍ରସିଦ୍ଧ । ପଣ୍ଡିତମାନେ କୁହନ୍ତି, ସଂସ୍କୃତ ଅଳଙ୍କାରଶାସ୍ତ୍ରରେ ମହାକାବ୍ୟର ଯେଉଁସବୁ ଗୁଣ ନିର୍ଦ୍ଦିଷ୍ଟ ହୋଇଅଛି, ସେହି ସବୁ ଗୁଣ ବୁଦ୍ଧଚରିତରେ ଦେଖିବାକୁ ମିଳେ । ଏହି ମହାକାବ୍ୟରେ ଭଗବାନ୍ ବୁଦ୍ଧଙ୍କର ଜୀବନ ଚରିତର ବର୍ଣ୍ଣନା ରହିଛି । ଏହାର କାବ୍ୟରସ ହୃଦୟଗ୍ରାହୀ । ଏହାର ଭାଷା ସରସ, ଏହାର ଛନ୍ଦ ଚମତ୍କାର ଓ ବୈଚିତ୍ର୍ୟପୂର୍ଣ୍ଣ । ସଂସ୍କୃତଭାଷାରେ ବର୍ତ୍ତମାନ ଯେଉଁ ବୁଦ୍ଧ ଚରିତ ମିଳୁଛି, ତାହା ସତରଟି ସର୍ଗରେ ସମାପ୍ତ ହୋଇଛି । ସପ୍ତମ ଶତାବ୍ଦୀରେ ଚୀନା ପଣ୍ଡିତ ଇତ୍ସିଙ୍ଗ୍, ଏହି ବୁଦ୍ଧଚରିତର ଚୀନା ଭାଷାରେ ଅନୁବାଦ ଦେଖି ଲେଖିଛନ୍ତି ଯେ ଏଥିରେ ଅଠେଇଶିଟି ସର୍ଗ ରହିଛି । ତେଣୁ ସଂସ୍କୃତରେ ନିଶ୍ଚୟ ସେତିକିଟି ସର୍ଗ ଥିବ । କିନ୍ତୁ ବର୍ତ୍ତମାନ କେବଳ ୧୭ଟି ମିଳୁଛି ଓ ଏଥିରୁ ୧୪ଟି ପ୍ରମାଣିକ ବୋଲି ମନେ କରା ହେଉଛି । ଗୌତମଙ୍କର ଜୀବନ ଆରମ୍ଭରୁ ତାଙ୍କର ଧର୍ମ ପ୍ରଚାରର ଆରମ୍ଭ ପର୍ଯ୍ୟନ୍ତର କାହାଣୀ ହେଲା ବୁଦ୍ଧଚରିତର ବିଷୟବସ୍ତୁ । ତିବ୍ଦତୀ ଅନୁବାଦରେ ମଧ୍ୟ ଏହାର ୨୮ଟି ସର୍ଗ ରହିଛି । ଉନବିଂଶ ଶତାବ୍ଦୀରେ ଅମୃତାନନ୍ଦ ବୋଲି ଜଣେ କବି ବୁଦ୍ଧଚରିତକୁ ନକଲ କଲାବେଳେ ତାହାକୁ ଅସଂପୂର୍ଣ୍ଣ ଦେଖି ଶେଷରେ କେତୋଟି ସର୍ଗ ନିଜେ ରଚନା କରି ଯୋଡ଼ି ଦେଇଛନ୍ତି ବୋଲି କେହି କେହି କହୁଛନ୍ତି । ସପ୍ତମ ଶତାବ୍ଦୀରେ ଚୀନ ପରିବ୍ରାଜକ ଇତ୍ସିଙ୍ଗ୍ ଲେଖିଛନ୍ତି ଯେ ଭାରତର ପାଞ୍ଚଟି ପ୍ରଦେଶରେ ଓ ଦକ୍ଷିଣସାଗରର ଦେଶମାନଙ୍କରେ ଏହି ବୁଦ୍ଧଚରିତ ବ୍ୟାପକ ଭାବରେ ପଢ଼ାଯାଉଥିଲା ଓ ବୋଲା ଯାଉଥିଲା । ଏହି ମହାକାବ୍ୟରେ ବୁଦ୍ଧଙ୍କ ଜୀବନର ସର୍ବୋତ୍ତମ ବିବରଣୀ ତ ରହିଛି ,ଏହାକୁ ପଢ଼ିଲେ ଜଣାଯାଉଛି, ଭାରତର ଶାସ୍ତ୍ରପୁରାଣ ତଥା ପ୍ରାକ୍-ବୌଦ୍ଧଯୁଗର ଦାର୍ଶନିକ ତତ୍ତ୍ୱ ବିଷୟରେ ଅଶ୍ୱଘୋଷଙ୍କର କିଭଳି ଚମତ୍କାର ଧାରଣା ଓ ଅଗାଧ ପାଣ୍ଡିତ୍ୟ ଥିଲା ।'ସୌନ୍ଦରାନନ୍ଦ' କାବ୍ୟରେ ସଂସ୍କୃତ ସାହିତ୍ୟର ଏହି ରଥୀ ବୁଦ୍ଧଙ୍କ ଜୀବନର କେତୋଟି ଘଟଣାର ଉଲ୍ଲେଖ କରିଛନ୍ତି । ଏହି କାହାଣୀ ଗୁଡ଼ିକ ବୁଦ୍ଧଚରିତରେ ବିସ୍ତୃତଭାବରେ ବା ଆଦୌ ଉଲ୍ଲିଖିତ ହୋଇନାହିଁ । ଏହା ୧୮ଟି ସର୍ଗରେ ସମାପ୍ତ ହୋଇ ଯାଇଛି । ବୁଦ୍ଧ ତାଙ୍କର ଜଣେ ଭାଇ ନନ୍ଦଙ୍କୁ ସନ୍ନ୍ୟାସ ଧର୍ମରେ ଦୀକ୍ଷିତ କରିଥିଲେ; କିନ୍ତୁ ତାଙ୍କର ରୂପବତୀ ସୁନ୍ଦରୀ ସ୍ତ୍ରୀଙ୍କ ସହିତ ପୁନର୍ମିଳନ ପାଇଁ ନନ୍ଦଙ୍କ ଠାରେ ବ୍ୟାକୁଳତା ଦେଖାଗଲା । ବୁଦ୍ଧଙ୍କର ଶିକ୍ଷା ଓ ଉପଦେଶ ଫଳରେ ତାଙ୍କର ସେ ବ୍ୟାକୁଳତା କିଭଳି ଦୂର ହୋଇଗଲା ଏବଂ ନନ୍ଦ ଶେଷରେ ‘ଅର୍ହତ୍’ ଲାଭ କଲେ, ତାହା ହେଉଛି ଏହି କାବ୍ୟର ବର୍ଣ୍ଣିତ ବିଷୟ । ବୁଦ୍ଧଚରିତଭଳି ଏହା ହୋଇ ନ ଥିଲେ ମଧ୍ୟ ଏହାର ଭାବ, ଭାଷା, ଛନ୍ଦ - ସବୁଗୁଡ଼ିକ ବୁଦ୍ଧଚରିତର ଅନୁରୂପ ହୋଇପାରିଛି ବୋଲି କୁହାଯାଇପାରେ । “ସାରିପୁତ୍ର-ପ୍ରକରଣ” ଅଶ୍ୱଘୋଷଙ୍କ ଦ୍ୱାରା ରଚିତ ଗୋଟିଏ ନାଟକ । ଏହି ନାଟକ ଓ ଏହା ସାଙ୍ଗକୁ ଆଉ କେତୋଟି ନାଟକ ମଧ୍ୟ ମଧ୍ୟ-ଏସିଆର ତୁର୍ଫାନରୁ ଲୁଡର୍ସ ଖୋଜି ବାହାର କରିଥିଲେ । ବିଂଶ ଶତାବ୍ଦୀର ପ୍ରଥମ ଭାଗରେ ଏହାରି ସନ୍ଧାନ ମିଳିଲା । ‘ବିନୟ ପିଟକ’ରେ ମହାବଗ୍ଗୋରେ ବର୍ଣ୍ଣିତ ଶାରିପୁତ୍ର ଓ ମୌଦ୍ଗଲ୍ୟାୟନଙ୍କର ବୌଦ୍ଧଧର୍ମ ଓ ସନ୍ନ୍ୟାସ ଗ୍ରହଣର କାହାଣୀ ଏହି ନାଟକର ବିଷୟବସ୍ତୁ । ଅଶ୍ୱଘୋଷଙ୍କର ଅନ୍ୟ ସବୁ ରଚନା ଭିତରେ ‘ବଜ୍ରସୂଚୀ’ ଓ ‘ସୂତ୍ରାଳଙ୍କାର’ ଅନ୍ୟତମ । ‘ସୂତ୍ରାଳଙ୍କାର’ ୪୦୫ ଖ୍ରୀଷ୍ଟାବ୍ଦରେ କୁମାରଜୀବଙ୍କ ଦ୍ୱାରା ଚୀନ ଭାଷାରେ ଅନୁବାଦିତ ହୋଇଥିଲା । ‘ଗଣ୍ଡିସ୍ତୋତ୍ରଗାଥା’ ନାମକ ଗୋଟିଏ ଗୀତିକାବ୍ୟ ଅଶ୍ୱଘୋଷଙ୍କ ଦ୍ୱାରା ରଚିତ ହୋଇଥିଲା । ଏହାକୁ ଯେ ପ୍ରକୃତରେ ଅଶ୍ୱଘୋଷ ଲେଖିଥିଲେ ଏ ବିଷୟରେ କେତେକ ସନ୍ଦେହ କରନ୍ତି । କିନ୍ତୁ ଆଉ କେତେକ କୁହନ୍ତି - ସେହି ହିଁ ହେଉଛନ୍ତି ଏହାର ରଚୟିତା । ‘ମାତୃଚେଟ’ଙ୍କ ରଚିତ କେତେଗୁଡ଼ିଏ କବିତା ତିବ୍ଦତରେ ଅଶ୍ୱଘୋଷଙ୍କ ରଚନା ବୋଲି ପ୍ରସିଦ୍ଧି ଲାଭ କରିଛି । ତିବ୍ଦତୀୟ ଐତିହାସିକ ତାରନାଥଙ୍କ ମତରେ ଅଶ୍ୱଘୋଷଙ୍କର ତିବ୍ଦତରେ ଅନ୍ୟ ନାମ ହେଉଛି ମାତୃଚେଟ । ସଂସ୍କୃତଭାଷାରେ ଯେତେ ଯେତେ ବୌଦ୍ଧ ଗ୍ରନ୍ଥ ଲେଖାଯାଇଛି, ସେଗୁଡ଼ିକର ପୂର୍ଣ୍ଣ ତାଲିକା ଏପର୍ଯ୍ୟନ୍ତ କରାଯାଇ ପାରିନାହିଁ । ସେହିଭଳି ତାଲିକା ଯେତେବେଳେ ପ୍ରସ୍ତୁତ କରାହୋଇପାରିବ, ସେତେବେଳେ ଆମେ ହୁଏତ ଅଶ୍ୱଘୋଷଙ୍କ ରଚନା ବିଷୟରେ ଆଉ କେତେକ ନୂତନ ତଥ୍ୟ ପାଇବୁ ବୋଲି ଉଲ୍ଲେଖ ରହିଛି । ଏହା ବିଗତ ଶତାବ୍ଦୀର ପ୍ରଚାରିତ ତଥ୍ୟ । ଏଥି ସହିତ ଯଦି ଅତୀସ ଙ୍କ ଇତିହାସ ସମ୍ପର୍କରେ ଆଲୋଚନା କରାଯିବ , ତେବେ ହିଁ ଅସଲ ସତ୍ୟ ଲୋକଲୋଚନକୁ ଆସିବ । ପରବର୍ତ୍ତୀ ସଂଖ୍ୟାରେ ଏହା ଉପରେ ଐତିହାସିକ ଆଲୋଚନା କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ।
ମୋତେ ଯେତେ ମାଠିଵୁ ମାଠ......
ମୋତେ ଯେତେ ମାଠିଵୁ ମାଠ......
------------------------------
" ମହାକାଳ ଫଳ, ଉପର ଦିଶଇ କେଡେ ସୁନ୍ଦର,ଭିତରଟା ତା'ର ପୋଡ଼ା ଅଙ୍ଗାର" ,ଏହି ବହୁ ପୁରାତନ ଓ ବହୁଳ ବ୍ୟବହୃତ ଢଗଟିକୁ ପିଲାଦିନେ ଆମେ ଅନେକ ପ୍ରସଙ୍ଗରେ ଅବତରଣ କରି ଆସିଥିଲୁ ସେତିକିବେଳେ ଯେତେବେଳେ କେତେକ ନିଜକୁ ଭିତରେ ଫମ୍ପା ଅର୍ଥାତ୍ ଅନ୍ତଃଶାରଶୂନ୍ୟ ଅନୁଭବ କରନ୍ତି , ଠିକ୍ "ମନ ଜାଣେ ପାପ,ମାଆ ଜଣେ ବାପ" ନ୍ୟାୟରେ ,ସେତେବେଳେ ସେହିମାନେ ହିଁ ବାହାରଟାକୁ ଚକଚକ୍ କରି ସଜାଇ ହୋଇ ଛଳନାର ଆଶ୍ରୟ ନେଉଥିବା ସମୟରେ । ଯେପରି ଷାଠିଏ/ ସତୁରୀ ଦଶକରେ ଦିଲ୍ଲୀପ କୁମାରଙ୍କ ଭଳି ଅଭିନେତାମାନେ ଅଙ୍ଗର ଭାଷାରେ ଜୀବନ୍ତ ଅଭିନୟ କରି ପ୍ରସିଦ୍ଧି ଲାଭ କରିଥିଲେ । ଆଖିରେ ଆଖିରେ ଯେଉଁ ଭାବ ସୃଷ୍ଟି ହେଉଥିଲା , ଏବେ ଶରୀରର ସ୍ପର୍ଶ କାତର ଅଙ୍ଗ ପ୍ରଦର୍ଶନରେ ସେହି ଭାବ ଆଉ ସୃଷ୍ଟି ହେଉନାହିଁ । ଯେଉଁମାନେ ନିଜର ଅନ୍ତଃସ୍ଥଶକ୍ତି ସମ୍ପର୍କରେ ସ୍ବାଭାବିକ ଭାବେ ସଚେତନ, ସେମାନେ ସେହି ଶକ୍ତିର ଅଭିବୃଦ୍ଧି ନିମନ୍ତେ ନିରନ୍ତର ପ୍ରୟାସରତ ଥାଆନ୍ତି ଏବଂ ସେଥିରେ ସେମାନେ ଶାଶ୍ବତ ଆନନ୍ଦ ମଧ୍ୟ ଉପଲବ୍ଧି କରନ୍ତି । ଏଭଳି ଉପସ୍ଥାପନଟି କାହିଁକି ବୋଲି ଅନେକ ପାଠକଙ୍କ ମନ
ଭିତରେ ପ୍ରଶ୍ନଟି ଉଙ୍କି ମାରୁଥିବ , ମାରିବା ମଧ୍ୟ ସ୍ବାଭାବିକ । ଆମେ ପ୍ରାୟ ଖୁବ ନିକଟସ୍ଥ ସ୍ଥାନକୁ ଯିବା ସମୟରେ ସାଇକେଲରେ ଯାଇଥାଉ , ଅନ୍ୟ ସ୍ଥାନକୁ ସ୍କୁଟିରେ ଯାଇ ଥାଉ ଏବଂ ଯେଉଁ ସମୟରେ ଇନ୍ଧନ ପାଇଁ ଅର୍ଥ ବାଧକ ସାଜେ,ସେତେବେଳେ ମଧ୍ୟ ସାଇକେଲରେ ଯାଇ ଥାଉ । ଆମେ ପଞ୍ଚମ ଶ୍ରେଣୀରେ ପଢ଼ିବା ସମୟରେ ସାଇକେଲ ଚଲାଇବା ଶିଖିଥିଲୁ , ଶଗଡଗୁଳାରେ ମାଙ୍କଡିଆ ( ମଙ୍କି) ଅଭ୍ୟାସ କରି , ଘରେ ଲୁଚିକରି । ନନା ( ପିତା) ୧୯୪୨ ମସିହାରେ ଗୋଟିଏ ବି. ଏସ. ଏ ( BSA, ଇଂରାଜୀ ମଡେଲ) ସାଇକେଲ (ସେତେବେଳେ ଶୂନ ଗାଡି କୁହାଯାଉଥିଲା) କିଣିଥିଲେ । ଜେଜେ ମାଆ ରେବତୀ ଦେବୀଙ୍କ ଠାରୁ ଶୁଣିଥିଲୁ ଯେ ସେତେବେଳେ ଖଣ୍ଡମଣ୍ଡଳରୁ ଲୋକେ କୁଆଡେ ଏହି ଶୂନୁଗାଡି ଦେଖିବାକୁ ଆସିଥିଲେ । ସେ ଯାହା ହେଉ ଉଦୁଉଦିଆ ଦ୍ୱିପ୍ରହରରେ ଲୁହା କଣ୍ଟାରେ ଚାବି ଖୋଲି ଶଗଡଗୁଳାରେ ମାଙ୍କଡିଆ ସାଇକେଲ ଚଲେଇ କେତେ ଯେ ଖଣ୍ଡିଆ ଖାବରା ହୋଇଛୁ ଓ ଅମରି ମାଡ ଖାଇ ପିଠିରେ କଳାଦାଗ ପଡ଼ିଥିଲା , ତା'ର ହିସାବ ନାହିଁ । ମହାବିଦ୍ୟାଳୟରେ ପାଦଦେବା ପରେ ବିଧିବଦ୍ଧ ଭାବେ ଆମେ ସେହି ସାଇକେଲର ମାଲିକାନା ସତ୍ତ୍ବ ପାଇ ଯାଇଥିଲୁ । ସାଇକେଲରେ ଓଡ଼ିଶା ବୁଲିଛୁ , ଏପରିକି ଅନେକ ଦିନ ସାଇକେଲରେ ଗାଁ ରୁ ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟକୁ ପଢିବାକୁ ଯାଇ ଅପରାହ୍ନ ୪ ଟାରେ ସେଠାରୁ ବାହାରି ରାତି ସାଢ଼େ ଆଠଟାରେ ଘରେ ପହଞ୍ଚି ପଖାଳ ଖାଇ ,ଜେଜେ ମାଆର ଗରମ ରସୁଣଫୁଟା ସୋରିଷ ତେଲ ଘଷାରେ ନିଘୋଡ଼ ନିଦରେ ଶୋଇ ଯାଇଛୁ । ଅତଏବ ସାଇକେଲ ଆମର ଅତ୍ୟନ୍ତ ପ୍ରିୟ ,ସେଥିପାଇଁ ତ ଆମେ ଯେତେବେଳେ ୧୯୮୪ ମସିହାରେ ପୁରୀ ସଂସଦୀୟ କ୍ଷେତ୍ର ( ପାର୍ଲିଆମେଣ୍ଟ କନସ୍ଟିଚ୍ୟୁଏନସି)ରେ ସ୍ବର୍ଗତ ବ୍ରଜ ମୋହନ ମହାନ୍ତି ଓ ସ୍ବର୍ଗତ ବାରିଷ୍ଟର ରଣଜୀତ ମହାନ୍ତି ଙ୍କ ସହିତ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିଲୁ ସେତେବେଳେ ଆମେ ନାମାଙ୍କନ ପତ୍ରରେ ତିନୋଟି ଚିହ୍ନ ଯଥା ସାଇକେଲ, ବହି ଓ ଧାନ କଳେଇ ମୁଣ୍ଡେଇ ଥିବା ଚାଷୀ ମଧ୍ୟରୁ ଗୋଟିଏ ସଙ୍କେତ ଦେବାପାଇଁ ଅନୁରୋଧ କରିଥିଲୁ , ଆମକୁ ମିଳିଥିଲା ସାଇକେଲ ଚିହ୍ନ । ଆମର ପିତୃବ୍ୟ, ଚିର ବନ୍ଦନୀୟ କକେଇ କୁସୁମ କବି ସ୍ବର୍ଗତ ଫକୀର ମୋହନ ଶତପଥୀ ଯେତେବେଳେ ବିଵାହ କଲେ ସେତେବେଳେ ତାଙ୍କ ଶ୍ବଶୁର ସ୍ବର୍ଗତ ଦିବାକର ରଥ ଗୋଟିଏ ହମ୍ବର ସାଇକେଲ, ଗୋଟିଏ ଆଙ୍ଗ୍ଲୋସୁଇଜ୍ ଘଣ୍ଟା ଓ ଗୋଟିଏ ମର୍ଫି ରେଡ଼ିଓ ଉପହାର ଅବା ଅନ୍ୟ ଅର୍ଥରେ ଯୌତୁକ ଦେଇ ଥିଲେ । କକେଇ ସେହି ସାଇକେଲରେ କଣାସ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ ସେବା ନିବୃତ ହେବା ପର୍ଯ୍ୟନ୍ତ ପ୍ରାୟ ପ୍ରତିଦିନ ,କିବା ଝଡି,କିବା ବର୍ଷାରେ ୨୪ କିଲୋମିଟର ଯିବା ଆସିବା କରୁଥିଲେ , ଏପରିକି ତାଙ୍କର ୮୨ ବର୍ଷରେ ମୃତ୍ୟୁ ପର୍ଯ୍ୟନ୍ତ ସେହି ୫୬ ବର୍ଷୀୟ ସାଇକେଲରେ ଯିବା ଆସିବା କରୁଥିଲେ । ଆମ ପୁଅ ସଂଘର୍ଷ ତ ଅନେକ ଥର ଭୁବନେଶ୍ୱରରୁ ପୁରୀ ସାଇକେଲରେ ଯାଇ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି ଅବଢା ଧରି ଆସିଛି, ଏପରିକି ଅନେକ ଥର ସାଇକେଲରେ ଆମ ଗାଁ କୁ ୬୦ କିମି ଯାଇଛି । ଏପରିକି ଭୁବନେଶ୍ବର ରୁ ବୁର୍ଲା ମଧ୍ୟ ଯାଇଥିଲା । ଏ ସବୁ ପ୍ରସଙ୍ଗ ଅବତାରଣାର କରିବାର କାରଣ କ'ଣ ବୋଲି ଆପଣମାନଙ୍କ ମନରେ ପ୍ରଶ୍ନ ଉଠିବଣି, ଉଠିବା ମଧ୍ୟ ସ୍ବାଭାବିକ । କଥା ହେଲା ଯେ ଆଜି ସକାଳେ ଆମ ଗାଁ ପାଖର ଜଣେ ଆମ ସହିତ ମାଧ୍ୟମିକ ବିଦ୍ୟାଳୟ ପଢୁଥିବା ସମୟର ସହପାଠୀ ସାଙ୍ଗର ପୁଅ ଚଞ୍ଛା ପଇଡ ୫ ଟି, କିଛି ବାଇଗଣ, ଜହ୍ନି ସହିତ ପରିବା ବ୍ୟାଗଟେ ଧରି ଘରେ ପହଞ୍ଚିଲା । ଆମେ ତାକୁ କହିଲୁ ଯେ ଏସବୁ କ'ଣ ପାଇଁ ଆଣିଲୁ ? ସେ କହିଲା ଆପଣଙ୍କ ପାଖକୁ ଆସିବାକୁ ବାପା କହିଲେ ତ ବୋଉ କହିଲା କ'ଣ ଖାଲି ହାତରେ ଯିବୁ,ଏତକ ତୋ ମଉସା ପାଇଁ ନେଇଯା। ବନ୍ଧୁଙ୍କ ହାତ ଲେଖା ଚିଠିଟି ସେ ଆମ ହାତକୁ ବଢାଇ ଦେଲା । ସେଥିରେ ଲେଖାଥିଲା " ନେହେରୁ ଜାଣିବୁ , ପୁଅ ଯାଉଛି , ତା ହାତରେ ଟଙ୍କା ପାଞ୍ଚ ହଜାର ପଠାଇବୁ , ତିନି ମାସ ପରେ ତୋତେ ଫେରାଇ ଦେବି । ପିଲା ଦିନର ଘନିଷ୍ଠ ସାଙ୍ଗ , ତା ଝିଅ ବାହାଘରକୁ ଆମେ ତିନି ଜଣ ସାଙ୍ଗ ଦଶ ହଜାର ଟଙ୍କା ଲେଖାଏଁ ସହାୟତା ଦେଇଥିଲୁ । ସେ ଯେ ଆଉ ଫେରାଇବ ନାହିଁ , ଏଥିରେ ଆମେ ଦୃଢ ନିଶ୍ଚିତ ଥିଲୁ । ଅପରପକ୍ଷରେ ଆମର ଏକ ଅଭ୍ୟାସଗତ ଦୋଷ ଅଛି , ଯେତେ ଚେଷ୍ଟା ଓ ବାରମ୍ବାର ଶପଥଗ୍ରହଣ କଲେ ମଧ୍ୟ ସେହି ଦୋଷରୁ ଆମେ ମୁକ୍ତ ହୋଇପାରିନାହୁଁ । ସେହି ଦୋଷଟି ହେଲା ଆମେ କାହାକୁ ନା କହିପାରିନାହୁଁ , ଯେଉଁଥିପାଇଁ ଆମେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛୁ, ପତ୍ନୀଙ୍କ ସମାଲୋଚନାର ଭାଷାରେ ଲଜ୍ଜିତ ବି ବହୁବାର ହୋଇଛୁ ସତ୍ୟ ମାତ୍ର , ଠିକ୍ ସମୟରେ ପୂର୍ବରୁ କରିଥିବା ଶପଥ ଭୁଲି ପୁନର୍ବାର ସେହି ଭୁଲ୍ କରିଆସିଛୁ । ପତ୍ନୀ ସାମାନ୍ୟ ଅସୁସ୍ଥ ଥିବାରୁ ସେ ଔଷଧ ଖାଇ ଶୋଇଥିବା ସମୟରେ ଆମେ ଧିରକିନା ତାଙ୍କର ଆଲମିରା ଖୋଲି ୧୦ ଟି ପାଞ୍ଚଶହ ଟଙ୍କିଆ ନୋଟ୍ ଆଣି ତାକୁ ଧରେଇ ଦେଲୁ । ଟଙ୍କା ପକେଟରେ ରଖି ସାରି ସେ କହିଲା " ମଉସା ଆପଣଙ୍କ ଗାଡ଼ି ଟିକେ ଦିଅନ୍ତୁ, ମୁଁ ବାପୁଜୀ ନଗରରୁ ଗୋଟିଏ ସାଇକେଲ ପାର୍ଟ କିଣି ଆସିବି, ଏଇଠୁ ବସରେ ବସି ଗାଁ କୁ ଫେରିଯିବି । ଆମେ ତାକୁ କହିଲୁ ଆରେ ବାପା ତୁ ସାଇକେଲ ଚାବି ନେଇ ଯାଆ, ଯେତେବେଳେ ଆସିଲେ ଚଳିବ , ମୋତେ ହଠାତ୍ କୁଆଡେ ଯିବାକୁ ପଡିଲେ ଯାଇ ପାରୁନଥିବି, ମାଉସୀ ଦେହ ଖରାପ , ତୁ ସାଇକେଲ ନେଇ ଯାଆ । ସେ କହିଲା ମଉସା , ମୁଁ ସାଙ୍ଗେ ସାଙ୍ଗେ ଯିବି,ସାଙ୍ଗେ ସାଙ୍ଗେ ଫେରି ଆସିବି , ଆପଣ ମଟର ସାଇକେଲ ଚାବି ଟିକେ ଦିଅନ୍ତୁ । ସେହି ରୋଗ ପୁଣି ଦେଖାଦେଲା, ତାକୁ ଆଉ ମନା କରିପାରିଲୁ ନାହିଁ , ଚାବି ଦେଇ ଆବାସିକା ସ୍ଥଳର ଯାନ ରହଣି ସ୍ଥଳରେ ( ଆପାର୍ଟମେଣ୍ଟର ପୋଟିକୋ) ଥିବା ଗାଡ଼ି ଦେଖାଇ ଦେଲୁ । ସେ ଯିବା ପରେ ଆମେ ଆମର କୁଅଭ୍ୟାସର ସାଥୀ ପାନ ଭାଙ୍ଗୁଥିବା ସମୟରେ ଅନେକ କଥା ମନକୁ ଆସିଲା ।ସାତ ଆଠ ବର୍ଷ ତଳେ ବୋଧେ ଟାଇମ୍ସ ଅଫ ଇଣ୍ଡିଆ ଦୈନିକ ଖବରକାଗଜରେ ପ୍ରକାଶିତ ଏକ ସମ୍ବାଦର ସମୀକ୍ଷା କରି ସୁବାର୍ତ୍ତାରେ ଏକ ଆଲେଖ୍ୟ ପ୍ରକାଶ କରିଥିଲୁ । କିଭଳି କାଲିଫର୍ଣ୍ଣିଆସ୍ଥିତ ସିଲିକନ ଭ୍ୟାଲି ଅଞ୍ଚଳରେ , ଯେଉଁଠି ବହୁ ଖ୍ୟାତିସମ୍ପନ୍ନ କମ୍ପ୍ୟୁଟର ଓ ଇଲୋକର୍ଟ୍ରୋନିକସ୍ ଶିଳ୍ପ ପ୍ରତିଷ୍ଠାନ ରହିଛି , ଯେଉଁଥିରେ ଅନେକ ଉଚ୍ଚ ବୈଷୟିକ ଜ୍ଞାନ ବିଜ୍ଞାନ ବିଶେଷଜ୍ଞ ଉଚ୍ଚ ବେତନରେ କାର୍ଯ୍ୟରତ , ସମସ୍ତେ କାର୍ଯ୍ୟାଳୟକୁ ସାଇକେଲରେ ଯିବା ଆସିବା କରିଥାନ୍ତି । ଭାରତରେ ଜନ୍ମିତ ଓ ଆମେରିକାର ନାଗରିକତ୍ବ ଗ୍ରହଣ କରିଥିବା କେମ୍ବ୍ରିଜ ବିଶ୍ବବିଦ୍ୟାଳୟ ପ୍ରଫେସର ସି ଭେଙ୍କଟ ରମଣ ରାମକୃଷ୍ଣନ ୨୦୦୯ ମସିହାରେ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ବିଜେତା ହେବା ସମୟରେ ଗଣମାଧ୍ୟମରେ ବ୍ୟାପକ ଭାବେ ହୋଇଥିବା ଚର୍ଚ୍ଚା ଏବେବି ମନେପଡେ । ତାଙ୍କର ଖଣ୍ଡିଏ କାର ନଥିଲା , ପ୍ରତିଦିନ ସେ ବାସଭବନରୁ ବିଶ୍ବବିଦ୍ୟାଳୟର ଶ୍ରେଣୀ ପ୍ରକୋଷ୍ଠକୁ ଯିବା ଆସିବା ପାଇଁ ସାଇକେଲ ବ୍ୟବହାର କରୁଥିଲେ । ଅର୍ଥଶାସ୍ତ୍ର ବିଶାରଦ ତଥା ନୋବେଲ ପୁରସ୍କାର ବିଜେତା ଅମର୍ତ୍ତ୍ୟ ସେନ୍ ଙ୍କୁ ଶାନ୍ତି ନିକେତନରେ ସାଇକେଲରେ ଯିବା ଆସିବା କରୁଥିବା ସମସ୍ତେ ଲକ୍ଷ୍ୟ କରିଥିବେ । ଏବେବି ଅନେକ ରାଷ୍ଟ୍ର ନେତା, ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ମାନେ ସାଇକେଲରେ କାର୍ଯ୍ୟାଳୟ କୁ ଯିବା ଆସିବା କରୁଥିବା ସ୍ଥିର ଚିତ୍ର (ଫଟୋଚିତ୍ର) ଆମେ ଗଣମାଧ୍ୟମ ସୌଜନ୍ୟରୁ ଦେଖି ଥାଏ । ଆମେ ପାଠପଢୁଥିବା ସମୟରେ ଆମକୁ ଗଣିତ ସମ୍ମାନ ( ଅନର୍ସ) ପଢ଼ାଉଥିବା ଗଣିତ ଶାସ୍ତ୍ର ବିଶେଷଜ୍ଞ ଡଃ ଶୁକଦେବ ରଥ, ବିଭାଗୀୟ ମୁଖ୍ୟ ଦେବକୀ ନନ୍ଦନ ମହାନ୍ତିଙ୍କ ସମେତ ରସାୟନ ବିଜ୍ଞାନ ବିଭାଗୀୟ ମୁଖ୍ୟ ଡଃ ଫଣିଭୂଷଣ ଦାସ ପ୍ରଭୃତି ଅନେକ ପ୍ରାଧ୍ୟାପକ ମାନେ ସାଇକେଲରେ ଯିବା ଆସିବା କରୁଥିଲେ । ଏକଦା ତୈଳଦର ବୃଦ୍ଧି ପ୍ରତିବାଦରେ ବିଜୁ ଆଜ୍ଞା ମୁଖ୍ୟମନ୍ତ୍ରୀ ଥିବା ସମୟରେ ସାଇକେଲରେ ସେତେବେଳେର ସଚିବାଳୟ ,ଆଜିର ଲୋକ ସେବା ଭବନକୁ ଆସୁଥିବା ସ୍ଥିର ଚିତ୍ର (ଫଟୋଚିତ୍ର) ବହୁ ଚର୍ଚ୍ଚିତ ଥିଲା । ସେହି ବିଜୁ ଆଜ୍ଞା ଯେତେବେଳେ ମହାବିଦ୍ୟାଳୟ ଛାତ୍ର ଥିଲେ, ମାତ୍ର ୧୬ ବର୍ଷ ବୟସରେ ଦୁଇ ଜଣ ସହପାଠୀ ସାଙ୍ଗଙ୍କ ସାଙ୍ଗରେ ସାଇକେଲରେ କଟକରୁ ପେଶଓ୍ବାର ( ପାକିସ୍ତାନ) ପର୍ଯ୍ୟନ୍ତ ସୁଦୀର୍ଘ ବିପଦ ସଙ୍କୁଳ ପଥକୁ ସାହାସ୍ ର ସହିତ ଅତିକ୍ରମ କରିଥିଲେ । ସୁତରାଂ ସାଇକେଲ ଚଢିଲେ କୌଣସି ବ୍ୟକ୍ତି ନୀଚ୍ଚ ହୋଇଯାଏ ନାହିଁ କି ପ୍ରେଷ୍ଟିଜ ଲିକ୍ ହୋଇଯାଏ ନାହିଁ । ଠିକ୍ ସେହିପରି ମୂଲ୍ୟବାନ ଯାନ ଚଢିଲେ କୌଣସି ବ୍ୟକ୍ତି ଉଚ୍ଚ ହୋଇଯାଇ ନଥାଏ । ବ୍ୟକ୍ତିର ପ୍ରତିଭା ତା'ର ବ୍ୟକ୍ତିତ୍ବର ପରିମାପକ , ବଡ କୋଠା, ଦାମିକା ଗାଡ଼ି ବାହାର ଆକର୍ଷଣୀୟ ଯାନ୍ ନୁହେଁ କି ସାଇକେଲ ବ୍ୟକ୍ତିତ୍ବର ନ୍ୟୁନ ପ୍ରଦର୍ଶନର ପଣ୍ୟ ନୁହେଁ । ଭେଷଜ ବିଶାରଦ, ଶରୀର ତତ୍ତ୍ଵ ବିଶେଷଜ୍ଞମାନଙ୍କ ଭାଷାରେ ସୁସ୍ଥ ଏବଂ ଦୀର୍ଘ ଜୀବନ ପାଇଁ ପ୍ରତିଦିନ ଅନ୍ତତଃ ୨୦ ରୁ ୩୦ ମିନିଟ୍ ସାଇକେଲ ଚଲାଇବା ଏକ ଉତ୍ତମ ଅଭ୍ୟାସ। ସାଇକେଲ ଚାଳନା ସ୍ୱାସ୍ଥ୍ୟ, ପରିବେଶ ଏବଂ ଆର୍ଥିକ ଦୃଷ୍ଟିରୁ ଏକ ଅତ୍ୟନ୍ତ ଲାଭଦାୟକ ଅଭ୍ୟାସ। ନିୟମିତ ସାଇକେଲ ଚଲାଇବା ଦ୍ୱାରା ଯେଭଳି ଉପକାର ମିଳେ ତାହା ମଧ୍ୟ ଆଲୋଚନାର ପ୍ରସଙ୍ଗ ।ସାଇକେଲ ଚଲାଇବା ଦ୍ୱାରା ରକ୍ତସଞ୍ଚାଳନ ପ୍ରକ୍ରିୟା ବୃଦ୍ଧି ପାଏ, ଯାହା ହୃଦଘାତ ( ହାର୍ଟ ଆଟାକ୍) ଏବଂ ଉଚ୍ଚ ରକ୍ତଚାପ ଭଳି ସମସ୍ୟାର ଆଶଙ୍କା କମାଇ ଥାଏ। ନିୟମିତ ସାଇକେଲ ଚଲାଇବା ଦ୍ୱାରା ଶରୀରର କ୍ୟାଲୋରୀ ଏବଂ ଚର୍ବି (ଫ୍ୟାଟ) ଦହନ ହୋଇଥାଏ, ଯାହା ଓଜନ କମାଇବାରେ ସାହାଯ୍ୟ କରେ ଏବଂ ଗୋଡ଼, ନିତମ୍ବ ଏବଂ ଜଙ୍ଘର ମାଂସପେଶୀକୁ ଶକ୍ତ କରେ ଏବଂ ଗଣ୍ଠି ଯନ୍ତ୍ରଣା (ଜଏଣ୍ଟ ପେନ୍) କମାଇବାରେ ସାହାଯ୍ୟ କରେ। ଅପରପକ୍ଷରେ
ସାଇକେଲ ଚଲାଇବା ଦ୍ୱାରା ଶରୀରରୁ 'ଏଣ୍ଡୋର୍ଫିନ୍' ନାମକ ହରମୋନ୍ ନିର୍ଗତ ହୋଇଥାଏ, ଯାହା ମାନସିକ ଚାପ, ଅବସାଦ ଏବଂ ଚିନ୍ତା ଦୂର କରି ମନକୁ ପ୍ରସନ୍ନ ରଖେ।ନିୟମିତ ଶାରୀରିକ ପରିଶ୍ରମ ଦ୍ୱାରା ରାତିରେ ଗାଢ଼ ଏବଂ ସୁସ୍ଥ ନିଦ ହୋଇଥାଏ। ସେହିପରି ସାଇକେଲରୁ କୌଣସି ପ୍ରକାର ଧୂଆଁ ବା କାର୍ବନ୍ ନିର୍ଗତ ହୁଏ ନାହିଁ, ଯାହା ବାୟୁ ଏବଂ ଶବ୍ଦ ପ୍ରଦୂଷଣ ରୋକିବାରେ ସାହାଯ୍ୟ କରେ। ବିଡ଼ମ୍ବନାର ବିଷୟ ଯେ ଏହି ସତ୍ୟ କୁ ଆଜିର ଯୁବ ସମାଜ କ'ଣ , ଅଧିକାଂଶ ବୟସ୍କ ନାଗରିକ ମାନେ ମଧ୍ୟ ହୃଦୟଙ୍ଗମ କରୁନାହାନ୍ତି । ବିଶେଷ କରି ଅନେକ ସମୟରେ ଭୟଙ୍କର ତୈଳ ସଙ୍କଟ, ତାହା ଯୁଦ୍ଧ ଜନିତ ହେଉ ଅବା ଅନ୍ୟ କୌଣସି କାରଣରୁ ହେଉ , ସେ ସମୟରେ ମଧ୍ୟ ଏହି ସତ୍ୟ କୁ ଏବଂ ବାସ୍ତବତା କୁ ଲୋକେ ଗୁରୁତ୍ଵ ଦିଅନ୍ତି ନାହିଁ । "ସୁବାର୍ତ୍ତା"ରେ ଆମେ ତୈଳ ସଙ୍କଟ ସମୟରେ ଆଲେଖ୍ୟ ଆଲୋଚନାରେ ତୈଳ ସଂରକ୍ଷଣ ଯେ ସାମ୍ପ୍ରତିକ ସମୟର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ବୋଲି ଉଲ୍ଲେଖ କରିଥିଲୁ । ଖଣିଜ ତୈଳ (ପେଟ୍ରୋଲ, ଡିଜେଲ, କିରୋସିନ ଆଦି) ଏକ ସୀମିତ ପ୍ରାକୃତିକ ସମ୍ପଦ। ଏହାକୁ ଅତ୍ୟଧିକ ଓ ଅଯଥା ବ୍ୟବହାର କରିବା ଦ୍ୱାରା ଏହା ଶୀଘ୍ର ଶେଷ ହୋଇଯିବାର ଭୟ ରହିଛି। ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଯେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ତୈଳ ଉପଭୋକ୍ତା ଦେଶ। ଦେଶର ଦ୍ରୁତ ଆର୍ଥିକ ବିକାଶ, ଗାଡ଼ିମୋଟରର ସଂଖ୍ୟା ବୃଦ୍ଧି ଏବଂ ଶିଳ୍ପାଞ୍ଚଳର ବିକାଶ ଯୋଗୁଁ ଅଶୋଧିତ ତୈଳ ର ଚାହିଦା ପ୍ରତିବର୍ଷ ବୃଦ୍ଧି ପାଉଛି। ସରକାରୀ ପରିସଂଖ୍ୟାନ କୁହେ ଯେ ଆମ ଦେଶରେ ବାର୍ଷିକ ତୈଳ ଆବଶ୍ୟକତା ହେଉଛି ୨୨୦ ରୁ ୨୩୦ ନିୟୁତ ମେଟ୍ରିକ୍ ଟନ୍ , ଅର୍ଥାତ୍ ଦିନକୁ ୫ ରୁ ୫.୨ ନିୟୁତ ବ୍ୟାରେଲ । ଏହି ସମୟରେ ଦେଶରେ ଉତ୍ପାଦନ କେତେ ? ଆମର ଘରୋଇ ଉତ୍ପାଦନ ମାତ୍ର ୨୯ରୁ ୩୦ ନିୟୁତ ମେଟ୍ରିକ୍ ଟନ୍ । ଏହି ପରିସଂଖ୍ୟାନ କୁହେ ଯେ ଆମ ଦେଶ ତାର ଆବଶ୍ୟକତାର ୮୫ରୁ ୮୭ ପ୍ରତିଶତ ବାହ୍ୟ ନିର୍ଭରଶୀଳ , ଅର୍ଥାତ୍ ଆମଦାନୀ ନିର୍ଭରଶୀଳ । ଆମେ ୧୯୯୦ ମସିହାରେ ପ୍ରଧାନମନ୍ତ୍ରୀ ବିଶ୍ବନାଥ ପ୍ରତାପ ସିଂହ ଙ୍କ ନିକଟରେ ପ୍ରସ୍ତାବ ରଖି କହିଥିଲୁ ଯେ ଓଡ଼ିଶାର ସମୁଦ୍ର ଉପକୂଳ , ବ୍ରାହ୍ମଣୀ, ବୈତରଣୀ ଓ ମହାନଦୀ ଅବବାହିକାରେ ଅନୁସନ୍ଧାନ କରାଗଲେ ଦେଶ ଉପକୃତ ହେବ । ସେ ସମୟରେ ଶ୍ରୀଯୁକ୍ତ ଭଜମନ ବେହେରା ତୈଳ ଓ ପ୍ରାକୃତିକ ଗ୍ୟାସ ବିଭାଗର ମନ୍ତ୍ରୀ ଥିଲେ ଏବଂ ସ୍ବର୍ଗତ ଏମ ଏସ ଗିଫ୍ଟ ଥିଲେ ସଚିବ । ଗିଲ ମହାଶୟ ଏଥିପାଇଁ ନଥି ପ୍ରସ୍ତୁତ କରିଥିଲେ , ମାତ୍ର ସେହି ସମୟରେ ମଣ୍ଡଳ -କମଣ୍ଡଳ ଲଢେଇରେ ଭିପି ସିଂ ସରକାରର ପତନ ହୋଇଥିଲା । ଆମର ଧାରାବାହିକ ଦାବି କେନ୍ଦ୍ର ସରକାରଙ୍କ ଶୀତଳଭଣ୍ଡାରର ପଣ୍ୟ ହୋଇଛି । ବିଗତ ୩୬ ବର୍ଷ ଭିତରେ ଆମେ ଜଣେ ହେଲେ ଓଡ଼ିଆ ସାଂସଦଙ୍କ ସମର୍ଥନ ପାଇ ନାହୁଁ । ୨୦୧୪ ମସିହାରେ ଆମେ ଓଡ଼ିଆ ପୁଅ, ବିହାରରୁ ରାଜ୍ୟସଭାରେ ପ୍ରତିନିଧିତ୍ଵ କରି କେନ୍ଦ୍ର ତୈଳ ବିଭାଗ ମନ୍ତ୍ରୀ ମହୋଦୟ ଙ୍କୁ ୧୯୯୦ ମସିହାର ଘଟଣାକ୍ରମ କହିବା ପରେ ସିଏ ତୁରନ୍ତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ । ଅପରପକ୍ଷରେ ତୈଳବୀଜ ଏବଂ ଖାଇବା ତେଲର ଉତ୍ପାଦନ ବୃଦ୍ଧି କରିବା ପାଇଁ କୃଷି, ପ୍ରଯୁକ୍ତିବିଦ୍ୟା, ନୀତିଗତ ସହାୟତା ଏବଂ ଭୂମି ପରିଚାଳନା କ୍ଷେତ୍ରରେ କେତେକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ବୋଲି ମଧ୍ୟ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ବାରମ୍ବାର ତଥ୍ୟାଧାରିତ ପ୍ରସ୍ତାବ ଦେଇ ଆସୁଛୁ ।ରୋଗ ପ୍ରତିରୋଧକ, କମ୍ ସମୟରେ ଅମଳ ହେଉଥିବା ଏବଂ ଅଧିକ ତେଲ ଅଂଶ ଥିବା ଉନ୍ନତ ମଞ୍ଜି ବା ବିହନ କୃଷକମାନଙ୍କୁ ଯୋଗାଇଦେବା ସହିତ ଆମ ଓଡ଼ିଆ ପୂର୍ବଜ ମାନଙ୍କ ତୁଳସୀ ଚଉରା ଦର୍ଶନ ଆଧାରିତ ବୁନ୍ଦା ଜଳସେଚନ, ଜଳ ନିଷ୍କାସନ, ସଠିକ୍ ଜୈବିକ ସାର ପ୍ରୟୋଗ ପାଇଁ ପ୍ରୋତ୍ସାହନ ଦେଲେ ହିଁ
ଦେଶର ଘରୋଇ ଉତ୍ପାଦନ ବୃଦ୍ଧି ପାଇବ ବୋଲି ମଧ୍ୟ ବାରମ୍ବାର ସୂଚାଇ ଦେଇ ଆସୁଛୁ । " କୃଷି ଓ କୃଷକର ବିକାଶ ହିଁ ଓଡ଼ିଶା ସମେତ ଭାରତର ବିକାଶର ଅସଲ କୁଞ୍ଚି କାଠି"ବୋଲି
କେବଳ ଦର୍ଶାଇ ନାହୁଁ , ବିଗତ ଦୁଇ ଦଶନ୍ଧି ରୁ ଉର୍ଦ୍ଧ୍ବ ଅବଧି ଧରି ଆମର ଏହି ଦର୍ଶନକୁ ଶୀର୍ଷକ କରି " ସୁବାର୍ତ୍ତା"ରେ ଅନେକ ଆଲେଖ୍ୟ ଆଲୋଚନା କରି ଆସୁଛୁ । ଆମର ଏହି ପ୍ରଚେଷ୍ଟା ସରକାର କିମ୍ବା ବୁଦ୍ଧିଜୀବୀମାନଙ୍କୁ ପ୍ରଭାବିତ ନକରିବା ହିଁ ବିଡ଼ମ୍ବନା ବୋଲି ବିଚାର କରୁ ।
ବାମନ ଦ୍ବାଦଶୀ , ସୁନିଆଁ
ବାମନ ଦ୍ବାଦଶୀ , ସୁନିଆଁ
-------
ଆଜି ଭାଦ୍ରବ, ଶୁକ୍ଳ, ଦ୍ଵାଦଶୀ ତିଥି ବା ବାମନ ଦ୍ଵାଦଶୀ ,ବାମନ ଜନ୍ମ । ପ୍ରଭୁ ଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ବାମନ ବେଶ ବା ବଳିବାମନ ବେଶରେ ସଜ୍ଜିତ କରାଯାଏ।ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କର ବିଶେଷ ବାମନ ଜନ୍ମ ନୀତି ଅନୁଷ୍ଠିତ ହୋଇଥାଏ। ଶ୍ରୀଜଗନ୍ନାଥଙ୍କ ପ୍ରତିନିଧି ରୂପେ ଭଗବାନ ବାମନଙ୍କ ସ୍ୱରୂପକୁ ପୂଜାର୍ଚ୍ଚନା କରାଯାଇ ଜନ୍ମୋତ୍ସବ ପାଳନ କରାଯାଏ। ଏହି ବିଶେଷ ନୀତି ଚାଲିଥିବା ସମୟରେ କିଛି ଘଣ୍ଟା ପାଇଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବାର ପରମ୍ପରା ରହିଛି। ଭଗବାନ ବାମନ ଋଷି କଶ୍ୟପ ଓ ତାଙ୍କ ସ୍ତ୍ରୀ ଅଦିତିଙ୍କ ପୁତ୍ର ଥିଲେ । ସେ ଆଦିତ୍ୟମାନଙ୍କ ମଧ୍ୟରୁ ଦ୍ୱାଦଶତମ ଥିଲେ । ଏହିପରି ମଧ୍ୟ ମତ ରହିଛି ଯେ ସେ ଦେବରାଜ ଇନ୍ଦ୍ରଙ୍କ ଛୋଟ ଭାଇ ଥିଲେ । ପୁରାଣ ଶାସ୍ତ୍ରରେ ଉଲ୍ଲେଖ ରହିଛି ଯେ ଇନ୍ଦ୍ର (ଦେବମାନଙ୍କ ରାଜା, କଶ୍ୟପ ଓ ଅଦିତିଙ୍କ ପୁତ୍ର) ଦିତିଙ୍କ ପ୍ରପୌତ୍ର ଓ ଦାନବରାଜ ବଳିଙ୍କ (ଅସୁରମାନଙ୍କ ରାଜା) ନିକଟରେ ପରାଜିତ ହେଲାପରେ, ଦେବତାମାନେ ଶେଷରେ ଭଗବାନ ବିଷ୍ଣୁଙ୍କ ଶରଣାପନ୍ନ ହେଲେ । ବିଷ୍ଣୁ ଇନ୍ଦ୍ରଙ୍କୁ ପୁନର୍ବାର ଶକ୍ତି ଓ ସିଂହାସନ ଫେରାଇବାକୁ ସମ୍ମତ ହେଲେ । ଏହି କାର୍ଯ୍ୟ ସାଧନ ପାଇଁ ବିଷ୍ଣୁ ବାମନ (କଶ୍ୟପ ଓ ଅଦିତିଙ୍କ ପୁତ୍ର) ରୂପେ ଅବତାର ଗ୍ରହଣ କଲେ । ଭକ୍ତିଶୀଳ ବଳି ନିୟମିତ ଯଜ୍ଞ ଓ ଦାନ କରୁଥିଲେ (ଯେଉଁଥିରେ ତାଙ୍କ ଶାସନ ଅଧୀନ ଅସୁରମାନେ ଅଂଶଗ୍ରହଣ କରୁଥିଲେ, କିନ୍ତୁ ଦେବମାନେ ନୁହେଁ) । ଏକ ଯଜ୍ଞରେ ବାମନ ଉପସ୍ଥିତ ହେଲେ ଓ ସେ ବଳିଙ୍କୁ କେବଳ ତିନିପାଦ ଜମି ଦେବାକୁ ଅନୁରୋଧ କଲେ (ସାଧାରଣତଃ ଯଜ୍ଞବେଦି ନିର୍ମାଣ ପାଇଁ) । ଗୁରୁ ଶୁକ୍ରାଚାର୍ଯ୍ୟ ଚେତାବନୀ ଦେଲେ ଯେ ବାମନ ବାସ୍ତବରେ ବିଷ୍ଣୁ, ତେଣୁ ତାଙ୍କ ମାୟା ବୁଝିବା ସହଜ ନୁହେଁ । ଗୁରୁ ଭୃଗୁପୁତ୍ର ଶୁକ୍ରାଚାର୍ଯ୍ୟଙ୍କ ଚେତାବନୀ ସତ୍ତ୍ୱେ ବଳି ଦାନ ଦେବା ପାଇଁ ତଥାପି ସମ୍ମତି ଦେଲେ । ବାମନ ଅବତାର ଭଗବାନ ବିଷ୍ଣୁଙ୍କ ଦଶ ଅବତାର ମଧ୍ୟରେ ଅନ୍ୟତମ । ତ୍ରେତା ଯୁଗର ଆରମ୍ଭ ସମୟରେ ଭଗବାନ ବିଷ୍ଣୁ ମା ଗଙ୍ଗାଙ୍କ ତୀରେ ଥିବା ସିଦ୍ଧାଶ୍ରମ (ବକ୍ସର ନିକଟରେ) ନାମକ ସ୍ଥାନରେ ଦେବୀ ଅଦିତିଙ୍କ ଗର୍ଭରୁ ବାମନ ରୂପରେ ଜନ୍ମ ଗ୍ରହଣ କଲେ । ଏହି କାରଣରୁ ଏହି ସ୍ଥାନକୁ ବାମନ ଜନ୍ମସ୍ଥଳୀ ଓ ବାମନାଶ୍ରମ ମଧ୍ୟ ବୋଲି କୁହାଯାଏ । ଏହା ବିଷ୍ଣୁଙ୍କ ଏକ ଶିଶୁ ବ୍ରାହ୍ମଣ ରୂପରେ ପ୍ରଥମ ମାନବ ରୂପୀ ଅବତାର । ଦକ୍ଷିଣ ଭାରତରେ ସେମାନେ ତାଙ୍କୁ ଉପେନ୍ଦ୍ର ନାମରେ ଜାଣନ୍ତି । ବାମନଙ୍କ ପିତା ଥିଲେ ପ୍ରଜାପତି କଶ୍ୟପ ଓ ମାତା ଦେବୀ ଅଦିତି । ତାଙ୍କ ଭାଇମାନେ ଥିଲେ; ବିବସ୍ୱାନ, ଇନ୍ଦ୍ର, ଵରୁଣ, ପୂଷା, ଅର୍ଯ୍ୟମା, ଭଗ, ଧାତା, ପର୍ଜନ୍ୟ, ଅଂଶୁମାନ, ତ୍ୱଷ୍ଟା ଓ ମିତ୍ର । ଭଗବାନ ବାମନଙ୍କୁ ସାଧାରଣତଃ ତିନିଟି ପାଦ ସହିତ ଦେଖାଯାଏ । ତାଙ୍କ ତ୍ରିବିକ୍ରମ ରୂପରେ; ଗୋଟିଏ ପାଦ ପୃଥିବୀ ଉପରେ, ଦ୍ୱିତୀୟ ପାଦ ଆକାଶ (ଦେବଲୋକ) ଉପରେ ଓ ତୃତୀୟ ପାଦ ବଳି ରାଜାଙ୍କ ମୁଣ୍ଡ ଉପରେ ଥାଏ ।ଆଧ୍ୟାତ୍ମ ରାମାୟଣ ଅନୁସାରେ, ରାଜା ବଳି ଭଗବାନ ବାମନଙ୍କ ସୁତଳ ଲୋକରେ ଦ୍ୱାରପାଳ (ପହରାଦାର) ହୋଇ ରହିଥିଲେ ଏବଂ ସେ ସେଠାରେ ସଦା ସର୍ବଦା ରହିବେ ।ତୁଳସୀଦାସଙ୍କ ରଚିତ ରାମଚରିତମାନସରେ ମଧ୍ୟ ଏହି ଘଟଣାର ଏକେପରି ଉଲ୍ଲେଖ ମିଳେ । ଅନ୍ୟ ଶାସ୍ତ୍ରରେ ଉଲ୍ଲେଖ ରହିଛି ଯେ ଇନ୍ଦ୍ର (ଦେବମାନଙ୍କ ରାଜା, କଶ୍ୟପ ଓ ଅଦିତିଙ୍କ ପୁତ୍ର) ଦିତିଙ୍କ ପ୍ରପୌତ୍ର ଓ ଦାନବରାଜ ବଳିଙ୍କ (ଅସୁରମାନଙ୍କ ରାଜା) ନିକଟରେ ପରାଜିତ ହେଲାପରେ, ଦେବତାମାନେ ଶେଷରେ ଭଗବାନ ବିଷ୍ଣୁଙ୍କ ଶରଣ ନେଲେ । ବିଷ୍ଣୁ ଇନ୍ଦ୍ରଙ୍କୁ ପୁନର୍ବାର ଶକ୍ତି ଓ ସିଂହାସନ ଫେରାଇବାକୁ ସମ୍ମତ ହେଲେ । ଏହି କାର୍ଯ୍ୟ ସାଧନ ପାଇଁ ବିଷ୍ଣୁ ବାମନ (କଶ୍ୟପ ଓ ଅଦିତିଙ୍କ ପୁତ୍ର) ରୂପେ ଅବତାର ଗ୍ରହଣ କଲେ ।ଭକ୍ତିଶୀଳ ବଳି ନିୟମିତ ଯଜ୍ଞ ଓ ବଳିଦାନ କରୁଥିଲେ (ଯେଉଁଥିରେ ତାଙ୍କ ଶାସନ ଅଧୀନ ଅସୁରମାନେ ଅଂଶଗ୍ରହଣ କରୁଥିଲେ, କିନ୍ତୁ ଦେବମାନେ ନୁହେଁ) । ଏକ ଯଜ୍ଞରେ ବାମନ ଉପସ୍ଥିତ ହେଲେ ଓ ସେ ବଳିଙ୍କୁ କେବଳ ତିନୋଟି ପଦ ଜମି ଦେବାକୁ ଅନୁରୋଧ କଲେ (ସାଧାରଣତଃ ଯଜ୍ଞବେଦି ନିର୍ମାଣ ପାଇଁ) । ବଳି, ତାଙ୍କ ଗୁରୁ ଭୃଗୁପୁତ୍ର ଶୁକ୍ରାଚାର୍ଯ୍ୟଙ୍କ ଚେତାବନୀ ସତ୍ତ୍ୱେ ବାମନଙ୍କୁ ତିନିପାଦ ଭୂମି ଦାନ ଦେବା ନିମିତ୍ତ ସମ୍ମତି ଦେଲେ । ବାମନ ତାହାପରେ ବିଶାଳ ଆକାର ଧାରଣ କଲେ ଓ ତାଙ୍କ ତିନି ପଦରେ ସମଗ୍ର ସୃଷ୍ଟି ଓ ତାହାର ପରିଧିକୁ ଆବରଣ କଲେ । ଏହିପରି ଭାବେ, ତିନୋଟି ଲୋକ (ଭୂର୍, ଭୁବଃ, ସ୍ଵଃ) ଇନ୍ଦ୍ରଙ୍କୁ ପୁନର୍ବାର ଫେରାଇ ଦିଆଗଲା, ଓ ବଳି ସହିତ ଅସୁରମାନେ ପାତାଳ ଲୋକକୁ ନିଷ୍କାସିତ ହେଲେ ।ଅନ୍ୟ ଗୋଟିଏ କଥା ଅନୁସାରେ, ବାମନ ତାଙ୍କ ପାଦ ବଳିଙ୍କ ମୁଣ୍ଡ ଉପରେ ରଖି ତାଙ୍କୁ ଅମରତ୍ୱ ଦେଇଥିଲେ । ତା’ପରେ ବିଷ୍ଣୁ ନିଜ ବିରାଟ ରୂପ ପ୍ରଦର୍ଶନ କରି ବଳିଙ୍କୁ ମହାବଲି ଉପାଧି ଦେଲେ, କାରଣ ବଲି ନିଜ ଧର୍ମନିଷ୍ଠା ଓ ବଚନବାନୀ ପାଳନରେ ମହାତ୍ମା ସିଦ୍ଧ ହୋଇଥିଲେ । ଶେଷରେ, ବିଷ୍ଣୁ ମହାବଲିଙ୍କୁ ଦିବ୍ୟ ଲୋକ ଯିବାକୁ ଅନୁମତି ଦେଲେ, ଯେଉଁଠି ସେ ନିଜ ପରମ ଭକ୍ତ ଦାଦା ପ୍ରହ୍ଲାଦ ଓ ଅନ୍ୟ ଦିବ୍ୟ ଆତ୍ମାମାନଙ୍କ ସହ ସାକ୍ଷାତ କଲେ ।ବାମନ ଅବତାର ଭଗବାନ ବିଷ୍ଣୁଙ୍କ ପଞ୍ଚମ ଅବତାର। ବାମନ ଅବତାର ତ୍ରେତୟା ଯୁଗର ପ୍ରଥମ ଅବତାର ମଧ୍ୟ। ଭାଗବତ ପୁରାଣରେ ବର୍ଣ୍ଣିତ ଅନୁଯାୟୀ ଭଗବାନ ବିଷ୍ଣୁ ଆକାଶରେ ଭଗବାନ ଇନ୍ଦ୍ରଙ୍କ ଶକ୍ତିକୁ ପୂର୍ନସ୍ଥାପନ କରିବା ପାଇଁ ବାମନ ଅବତାର ଧାରଣ କରି ଅବତରିତ ହୋଇଥିଲେ, ଯେପରି ରାଜା ବଳୀଙ୍କ ଯଜ୍ଞରେ ବାମନ ଅବତାର ଧାରଣ କରି ଅବତରିତ ହୋଇଥିଲେ।ରାଜା ବଳୀ ମହାନ ଧାର୍ମିକ ଅଭ୍ୟାସ ଏବଂ ତପ ମାଧ୍ୟମରେ ଦେବତାମାନଙ୍କୁ ଜିତି ପାରିଥିଲେ। ରାଜାବଳୀ ଭଗବାନ ଇନ୍ଦ୍ର, ରାଜା ଏବଂ ଦେବତାମାନଙ୍କୁ ବାହାର କରିଦେଇଥିଲେ। କିନ୍ତୁ ଭଗବାନ ଇନ୍ଦ୍ର ରାଜା ବଳୀଙ୍କ ଠାରୁ ଜିତିବା ପାଇଁ ଏବଂ ସ୍ୱର୍ଗରେ ଦେବତାମାନଙ୍କ ସ୍ଥାନ ମଧ୍ୟରେ ନିଜର ସ୍ଥାନ ପୂନର୍ବାର ପାଇବା ପାଇଁ ଭଗବାନ ବିଷ୍ଣୁଙ୍କ ପାଖକୁ ଯାଇଥିଲେ। ଏହାପରେ ଭଗବାନ ବିଷ୍ଣୁ ତାଙ୍କୁ ବ୍ରାହ୍ମଣ ରୂପେ ଜନ୍ମ ଦେଇଥିଲେ। ଏହାପରେ ସେ ରାଜା ବଳୀଙ୍କ ବଳିଦାନ ସମାରୋହରେ ଯାଇଥିଲେ। ରାଜା ସେଠାରେ ବ୍ରାହ୍ମଣମାନଙ୍କୁ ସମ୍ମାନିତ କରିବା ସହ କିଛି ପ୍ରାପ୍ତ କରିବା ପାଇଁ ଆମନ୍ତ୍ରିତ କରିଥିଲେ। ରାଜା ବଳୀଙ୍କ ଗୁରୁ ଶୁକ୍ରାଚାର୍ଯ୍ୟ ବ୍ରାହ୍ମଣ ଜଣଙ୍କୁ ଭଗବାନ ବିଷ୍ଣୁଙ୍କ ରୂପରେ ମାନ୍ୟତା ଦେବା ସହ ରାଜାଙ୍କୁ ଚେତାବନୀ ମଧ୍ୟ ଦେଇଥିଲେ। କିନ୍ତୁ ଏହା ବ୍ୟର୍ଥ ହୋଇଥିଲା। ତାମିଲନାଡୁ ତାଞ୍ଜାଭୁରର ବୃହଦେଶ୍ଵର ମନ୍ଦିର l ବାମନ ବଳୀ ରାଜାଙ୍କ ଦ୍ୱାରରେ ଭିକ୍ଷା ମାଗିବାକୁ ଉପସ୍ଥିତ l ବଳୀରାଜା ହାତ ଯୋଡ଼ି ତାଙ୍କୁ ପ୍ରଣାମ କରି କୁଶଳ ବାଞ୍ଛା କରୁଛନ୍ତି lକର୍ଣ୍ଣାଟକ ଆରଲଗୁପେ ର ଚେନ୍ନକେଶବ ମନ୍ଦିର l ବଳୀରାଜା ସଂକଳ୍ପ କରି ତିନି ପାଦ ଦାନ ଦେବାକୁ ସତ୍ୟ କରୁଛନ୍ତି l ଦୈତ୍ୟ ଗୁରୁ ଶୁକ୍ରାଚାର୍ଯ୍ୟ ବାଧା ଦେଉଛନ୍ତି l କର୍ଣ୍ଣାଟକ ହଲେବିଦୁର ବାସଦି ମନ୍ଦିର ମାଳା l ବାମନ ଗୋଟିଏ ପାଦ ରେ ସମଗ୍ର ପୃଥିବୀ ନେଲାପରେ ଦ୍ଵିତୀୟ ପାଦ ରେ ସମଗ୍ର ଆକାଶ କୁ ଆଚ୍ଛାଦିତ କରିଛନ୍ତି l ବ୍ରହ୍ମା କମଣ୍ଡଳୁ ରୁ ସ୍ୱର୍ଗ ଗଙ୍ଗା ଜଳରେ ବିଷ୍ଣୁଙ୍କର ପାଦ ଧୋଇବାକୁ ଚେଷ୍ଟାକରି ବିଫଳ ହୋଇଛନ୍ତି l କର୍ଣ୍ଣାଟକ ବେଲୁର ଚେନ୍ନକେଶବ ମନ୍ଦିର ରୁ ସେହି ଏକା ପ୍ରସଙ୍ଗ l ହୋୟେସାଲା ମାନଙ୍କ ମୂର୍ତ୍ତି ଗଠନ ଚମତ୍କାରିତା ଦ୍ରଷ୍ଟବ୍ୟ l ତାଡିପତ୍ରି ର ଚିନ୍ତାଲା ଭେଙ୍କଟ ସ୍ୱାମୀ ମନ୍ଦିର l ଗୋଟିଏ ପାଦ ରେ ସମଗ୍ର ପୃଥିବୀ, ଦ୍ଵିତୀୟ ପାଦରେ ସମଗ୍ର ସ୍ୱର୍ଗ, ଓ ତୃତୀୟ ପାଦରେ ବଳୀ ରାଜା ଙ୍କ ମୁଣ୍ଡରେ ପାଦ ଦେଇ ପାତାଳ କୁ ଚାପିଦେବାର ସ୍ଥାପତ୍ୟ ଅତ୍ୟନ୍ତ ଚିତ୍ତାକର୍ଷକ l ସେହିପରି ଆଜି ସୁନିଆସୁନିଆଁଠାରୁ ସନ ଓ ସାଲ ଗଣନା ଆରମ୍ଭ ହୁଏ। । ଓଡ଼ିଶା
ରାଜକୀୟ ନବବର୍ଷ ଆରମ୍ଭ ହୁଏ ଭାଦ୍ରବ ମାସ ଶୁକ୍ଳ ଦ୍ୱାଦଶୀ ତିଥିରେ ସୁନିଆଁ ଠାରୁ। ଓଡ଼ିଆ ପାଞ୍ଜିର ଆରମ୍ଭ ହୁଏ ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତିରୁ ଏବଂ ଏହି ଦିନଟି ସାଧାରଣରେ ଓଡ଼ିଆ ନବବର୍ଷ ଭାବେ ଗୃହୀତ ହୋଇଛି। ମାତ୍ର ସୁନିଆଁ ହେଉଛି ଓଡ଼ିଆ ରାଜାଙ୍କର ରାଜତ୍ୱର ଅଙ୍କ ଗଣନା ବର୍ଷର ପ୍ରଥମ ଦିନ । ପୁଣି ରାଜାଙ୍କର ରାଜସ୍ୱ ଆଦାୟ ଓ ନୂଆ ଖାତା ଆରମ୍ଭ ହୁଏ ଏହି ସୁନିଆଁ ଦିନ। ସୁନିଆଁ ଦିନ ଗୋଟିଏ ସୁନା ମୋହର ଉପରେ ରାଜାଙ୍କ ରାଜତ୍ୱର ଅଙ୍କ ବା ବର୍ଷ ଚିହ୍ନିତ କରାଯାଏ। ଏହାକୁ ସାଧାରଣ ଭାଷାରେ କହନ୍ତି ଅଙ୍କକଟା। ଏହିଦିନଟି ରାଜକୀୟ ବର୍ଷ ଆରମ୍ଭର ପ୍ରଥମ ଦିନ ଏବଂ ସୁନା ଶବ୍ଦ ସହ ଜଡ଼ିତ ହୋଇଥିବାରୁ ସମ୍ଭବତଃ ସୁନିଆଁ ଭାବେ ପାଳିତ ହେଉଛି । ପୁଣି ଏହି ଦିନ ସର୍ବତ୍ର ବାମନ ଜନ୍ମ ପାଳିତ ହୋଇଥାଏ। ବିଷ୍ଣୁଙ୍କ ଦଶ ଅବତାର ମଧ୍ୟରୁ ବାମନ ହେଉଛନ୍ତି ଏଭଳି ରାଜନୀତି ପ୍ରବଣ ଯେ ନିଜ ବୁଦ୍ଧି ବିଚକ୍ଷଣତାଦ୍ୱାରା ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ତିନି ଭୁବନକୁ ନିଜ ପାଦତଳେ ରଖିବା ସହ ବଳୀ ପରି ଶାସକଙ୍କୁ ମଧ୍ୟ ପାତାଳକୁ ଚାପି ଦେଇଥିଲେ। ତେଣୁ ଫସଲ ଅମଳ ପରେ ରାଜକୋଷକୁ ସମୃଦ୍ଧ କରି ରାଜାମାନେ ତ୍ରିବିକ୍ରମ ବାମନଙ୍କ ପରାକ୍ରମକୁ ପାଥେୟ କରି ବାହାରୁଥିଲେ ଦେଶଜୟ କରିବାକୁ । ସୁନିଆଁଠାରୁ ସନ ଓ ସାଲ ଗଣନା ଆରମ୍ଭ ହୁଏ।
୮୪ ବର୍ଷ ତଳର ଅଛପା ଇତିହାସ
୮୪ ବର୍ଷ ତଳର ଅଛପା ଇତିହାସ
--------------
ବିଗତ ୪୬ ବର୍ଷ ଧରି ଆମେ ହଜାରରୁ ଉର୍ଦ୍ଧ୍ବ ଥର ଲେଖି ଓ କହି ଆସୁଅଛୁ ଯେ ଓଡ଼ିଶାର ବା ଓଡ଼ିଆଙ୍କର ସଠିକ୍ ଇତିହାସ ଏଯାବତ୍ ଲେଖା ଯାଇପାରିଲା ନାହିଁ । ଏହାର କାରଣ ମଧ୍ୟ ଉଲ୍ଲେଖ କରି ଓ କହି ଆସୁଅଛୁ ଯେ " ବିଜେତା ଯେବେ ପରାଜିତର ଇତିହାସ ଲେଖେ, ତେବେ ସେ ନିଜକୁ ମହାନ୍ ବା ମହିମା ମଣ୍ଡିତ କରିଥାଏ ଓ ପରାଜିତକୁ ନଗଣ୍ୟ ଅର୍ଥାତ୍ ମସିଲିପ୍ତ କରିଥାଏ, ଏହା ଏକ ସ୍ବାଭାବିକ ଅବକ୍ଷୟୀ ମାନବିକ
ପ୍ରକ୍ରିୟା,ଯାହା ଓଡ଼ିଶା ଇତିହାସ ରଚନା କ୍ଷେତ୍ରରେ ହୋଇଛି
ପ୍ରତିଫଳିତ " । ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରେ, ଏପରିକି ସ୍ଵାଧୀନୋତ୍ତର ଓଡ଼ିଶାରେ ଏଥିପ୍ରତି ଧ୍ୟାନ ଦିଆଗଲା ନାହିଁ କି ଧ୍ୟାନ ଦିଆ ଯିବାର ମାନସିକତା ନାହିଁ । ଅନେକ ଆମର ଇତିହାସ ଛାତ୍ର, ଅଧ୍ୟାପକ, ପ୍ରାଧ୍ୟାପକ, ଆଚାର୍ଯ୍ୟ, ପ୍ରାଚାର୍ଯ୍ୟବର୍ଗ ଓଡ଼ିଆ ବିଦ୍ଵେଷୀଙ୍କ ଦ୍ଵାରା ଲିଖିତ ଇତିହାସକୁ ପଢି, ତାକୁ " ଖଡା ବଡ଼ି,ଥୋଡ଼ି,ଶାଗ,ମୁଗ,ବଡ଼ି,ଥୋଡି,ଖଡା" ଲେଖି ଗବେଷକ ହୋଇ , ତଥାକଥିତ ପିଏଚଡ଼ି,ଡିଲିଟ୍ ପାଇ, ମହାବିଦ୍ୟାଳୟ, ବିଶ୍ଵବିଦ୍ୟାଳୟରେ ପ୍ରଫେସର ବିଶେଷଣରେ ବିଭୂଷିତ ହୋଇ ସମାଜରେ ସମ୍ମାନ, ଧନ, ଏନଜିଓ ଧର୍ମୀ ପ୍ରତିଷ୍ଠାନ,ନ୍ୟାସ, ଅନୁଷ୍ଠାନ, ଇନଷ୍ଟିଚ୍ୟୁଟ, ରିସର୍ଚ୍ଚ ସଂଜ୍ଞା ଦେଇ ପ୍ରଚୁର ଅର୍ଥ ରୋଜଗାର କରି ମଉଜ ମଜଲିସ କରି ଆସୁଛନ୍ତି । ଓଡ଼ିଶାର ସଠିକ୍ ଇତିହାସ ଉପରେ ଗବେଷଣା କରି ପ୍ରାମାଣିକ ତଥ୍ୟ ସନ୍ନିବେଶିତ ଇତିହାସ ସୃଷ୍ଟି କରାଗଲା ନାହିଁ ବୋଲି ଆମେ ବ୍ୟକ୍ତିଗତ ଭାବେ ଅନେକ ପ୍ରତିଷ୍ଠିତ ଐତିହାସିକ ମାନଙ୍କୁ ନମ୍ର ନିବେଦନ କରି କେତେକ ଉଦାହରଣୀୟ ତଥ୍ୟ ମଧ୍ୟ ଦେଇଛୁ । ଏହି ମିଥ୍ୟା ଇତିହାସ ପଢି ଜଣେ ଆମର ସମ୍ମାନାଷ୍ପଦ ବରିଷ୍ଠ ସାମ୍ବାଦିକ ଜୟଦେବ ଭବନ ସମ୍ମୁଖରେ ଏକ ଆଲୋଚନାରେ ଆମକୁ ଠିକ୍ ଶହେ ବର୍ଷ ତଳେ ଜଣେ ବଙ୍ଗୀୟ ଐତିହାସିକ କହୁଥିବା ଭାଷାରେ କହିଲେ ତମେ ଏତେ ଓଡ଼ିଆ, ଓଡ଼ିଆ ହେଉଛ, ଓଡ଼ିଆଙ୍କର ଭାରତ ସ୍ବାଧୀନତା ସଂଗ୍ରାମରେ ଅବଦାନ କ'ଣ ? ତାଙ୍କ ତାତ୍ସଲ୍ୟକୁ ତାଙ୍କ ସହିତ ସର୍ବଦା ବସା ଉଠା କରୁଥିବା ଅନ୍ୟ ଜଣେ ବରିଷ୍ଠ ସାମ୍ବାଦିକ ମଧ୍ୟ ପାଳି ଧରି ତାତ୍ସଲ୍ୟର ଭାଷା ବ୍ୟବହାର କରିବାରୁ ଆମେ ଅନେକ ପ୍ରାମାଣିକ ତଥ୍ୟ ଉଲ୍ଲେଖ କରିବା ପରେ ସେ ଦୁହେଁ କହିଲେ "ଦେଖାଓ, ଦେଖାଓ କୋଉ ଇତିହାସରେ ଲେଖା ଯାଇଛି ? " । ଆମେ ଉତ୍ତର ଦେଲୁ ଯେ ଇତିହାସ କେବେ ରାଜା, ମହାରାଜା, ରାଷ୍ଟ୍ର ମୁଖ୍ୟର ଜୟ, ପରାଜୟର ବିବରଣୀ ନୁହେଁ, ସାଧାରଣ ମଣିଷର ଜୀବନଚର୍ଯ୍ୟାର କ୍ରମାନ୍ୱୟରେ ସୂଚିତ ତଥ୍ୟ । ଇତି ଅର୍ଥ ଶେଷ ବା ଅତୀତ, ହାସ ଅର୍ଥ କଥା । ୧୯୨୫ ମସିହାରେ ବିଶ୍ବମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଐକାନ୍ତିକ ଅନୁଗାମୀ, ସାଥୀ, ସହଯୋଗୀ , ମହାନ୍ ଐତିହାସିକ, ଗବେଷକ, ଜନାଦୃତ ଅଧିବକ୍ତା, ବିହାର- ଓଡ଼ିଶା ବିଧାନ ସଭାର ସଦସ୍ୟ ,ପ୍ରାତଃ ସ୍ମରଣୀୟ ଜଗବନ୍ଧୁ ସିଂହ ତାଙ୍କର "ପ୍ରାଚୀନ ଉତ୍କଳ" ପୁସ୍ତକରେ ଶହଶହ ଉଦାହରଣୀୟ ତଥ୍ୟାର୍ପଣ କରି ଯାଇଛନ୍ତି । ୮୪ ବର୍ଷ ତଳର, ସେପ୍ଟେମ୍ବର ୨୨ ତାରିଖର ଅବା ସେପ୍ଟେମ୍ବର ୨୮ ତାରିଖର ଇତିହାସକୁ ଭାରତ ଇତିହାସ ଯଥୋଚିତ ଗୁରୁତ୍ୱ ଦେଇଛି କି ? ୧୯୪୨ ମସିହା ଭାରତଛାଡ ଆନ୍ଦୋଳନ , ମହାତ୍ମା ଗାନ୍ଧୀଙ୍କ " କର ବା ମର " ଆହ୍ବାନରେ ଓଡ଼ିଶାରେ ପ୍ରତିଧ୍ବନିତ ହୋଇଥିବା ଆନ୍ଦୋଳନର ଇତିହାସ ସଠିକ୍ ତଥ୍ୟ ସନ୍ନିବେଶିତ ହୋଇ ଭାରତ ଇତିହାସରେ ସ୍ଥାନିତ ହୋଇ ନାହିଁ । ୮୪ ବର୍ଷ ତଳେ
ସେପ୍ଟେମ୍ବର ୨୨ ତାରିଖ,୧୯୪୨ ରେ ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ଭଦ୍ରକ ଉପଖଣ୍ଡ ବା ସବ୍ ଡିଭିଜନର ଧାମନଗର ଥାନା ଅନ୍ତର୍ଗତ ଲୁଣିଆ ଗ୍ରାମର ଦୋଳପଡିଆର ଇତିହାସ ବା ଯୁବ ବିପ୍ଲବୀ ମୁରଲୀଧର ପଣ୍ଡା, ରାଜମୁକୁନ୍ଦପୁରର ସଂଗ୍ରାମୀ ରାଧା ଶ୍ୟାମ ରାୟ ମହାପାତ୍ରଙ୍କ ନେତୃତ୍ବରେ ହୋଇଥିବା ସଂଗ୍ରାମର ଇତିହାସ ଯଦି ପଢିଥାନ୍ତେ ତେବେ ବରିଷ୍ଠ ସାମ୍ବାଦିକ ଦୁଇ ଦାସ ଏଭଳି ତାତ୍ସଲ୍ୟ ଆମକୁ କରି ନଥାନ୍ତେ । ସେହି ଲୁଣିଆ ଗୁଳିକାଣ୍ଡରେ ହୋଇଥିବା ୯ ଜଣ ସହୀଦ ସଂଗ୍ରାମୀ ଯଥା ନିଧି ମହାଳିକ, ଗୌରୀ ଜେନା,ନବ କିଶୋର ନାୟକ, ଶ୍ୟାମ ସୁନ୍ଦର ମହାଳିକ, କୃଷ୍ଣ ମହାଳିକ, ଗୋପୀନାଥ ଜେନା, ଚିନ୍ତାମଣି ଦାସ, ଶଙ୍କର ବେହେରା,ଅଗଣି ସାହୁଙ୍କ ଶହୀଦ ଦିବସରେ ପ୍ରଥମେ
ସେମାନଙ୍କର ବଳିଦାନକୁ ସ୍ମରଣ କରି, ସେମାନଙ୍କ ଲୋହିତ ଅମ୍ଲାନ ବୈପ୍ଳବିକ ସ୍ମୃତି ପ୍ରତି ଜଣାଉଛୁ କୋଟି କୋଟି ଲୋହିତ ପ୍ରଣାମ । ଲୁଣିଆ ସନ୍ନିକଟ କଟସାହି ଗ୍ରାମର ଯୁବକ ମୁରଲୀଧର ପଣ୍ଡା କଲିକତାରେ ଚାକିରି କରୁଥିବାବେଳେ, ବିପ୍ଲବୀମାନଙ୍କ ସଂପର୍କରେ ଆସିଥିଲେ। ବିପ୍ଲବ ମାଧ୍ୟମରେ ଇଂରେଜମାନଙ୍କୁ ଦେଶରୁ ବିତାଡିତ କରିହେବ - ଏ କଥାରେ ଶ୍ରୀ ପଣ୍ଡାଙ୍କର ବିଶ୍ବାସ ଥିଲା। ୧୯୪୧ ମସିହାରେ ସେ ନିଜ ଗ୍ରାମକୁ ଫେରି ସଂଗଠନ ଆରମ୍ଭ କଲେ। ତାଙ୍କ ନେତୃତ୍ବରେ ଧାମନଗର ଥାନା ଅଞ୍ଚଳର ବହୁ ଯୁବକ ସରକାର ବିରୋଧୀ ଆନ୍ଦୋଳନରେ ଯୋଗଦେଲେ। ଧାମନଗର ଅଞ୍ଚଳକୁ ‘ସ୍ବାଧୀନ ମୁଲକ’ ବୋଲି ଘୋଷଣା ମଧ୍ଯ କରିଦେଲେ। ୧୯୪୨ ମସିହା ଅଗଷ୍ଟ ମାସରେ ସାରା ଭାରତରେ ବିପ୍ଲବ ଆରମ୍ଭ ହୋଇ ଯାଇଥାଏ, ସେପ୍ଟେମ୍ବର ମାସ ୫ ତାରିଖ ଦିନ ଘଟିଲା ଏକ ଦୁଃସାହସିକ ଘଟଣା। ସତ୍ୟାଗ୍ରହୀମାନେ ଧାମନଗର ଥାନାର କାର୍ଯ୍ୟରତ ଚୌକିଦାର (ଗ୍ରାମରକ୍ଷୀ) ଓ ଦଫାଦାରମାନଙ୍କ ପୋଷାକ ସବୁ ଆଣି ପୋଡି ଦେଇଥିଲେ। ପୂର୍ବରୁ ଧାମନଗର ଅଞ୍ଚଳକୁ ସ୍ଵାଧୀନ ଘୋଷଣା କରିଥିବାରୁ ଉତ୍ୟକ୍ତ ହୋଇ ରହିଥିଲେ ପୋଲିସ ସବ୍ଇନ୍ସପେକ୍ଟର। ସେ ତୁରନ୍ତ ସଂବାଦ ପଠାଇବାରୁ ବାଲେଶ୍ବର ଜିଲ୍ଲାର ପୋଲିସ ସୁପରିନଟେଣ୍ଡେଣ୍ଟ ଘଟଣାର ତଦନ୍ତ ପାଇଁ ସଦଳବଳେ ପହଞ୍ଚିଗଲେ।
କିନ୍ତୁ ଘଟଣା ସ୍ଥଳକୁ ଯିବା ବାଟରେ ସତ୍ୟାଗ୍ରହୀମାନେ ପୋଲିସ ସାହେବଙ୍କୁ ବାଧା ଦେଇଥିଲେ। ଶେଷରେ ବହୁ ଅନୁନୟ ବିନୟର ଛଳନା କରି ଧୂଷୁରୀ ହାଟରେ ପହଞ୍ଚିଥିଲେ ପୋଲିସ। ଧାମନଗର ଥାନା ଅଫିସର ବାଲେଶ୍ବରରୁ କିଛି ସଶସ୍ତ୍ର ପୋଲିସ ମଗାଇ ଆଣିଥାନ୍ତି। ସେ ଦିନ ଥିଲା ଜନ୍ମାଷ୍ଟମୀ। ହିନ୍ଦୁମାନଙ୍କର ପବିତ୍ର ତିଥ୍। କିନ୍ତୁ ଜଣେ ଇଂରେଜ ସମର୍ଥକ ଡାଲି ଚାଉଳ ଦୋକାନୀ ପୋଲିସମାନଙ୍କୁ ମାଂସ ରାନ୍ଧି ଖାଇବାକୁ ଦେଇଥିଲେ।
ଧାମନଗର ଥାନା ଅଫିସର ଥିଲେ ଜଣେ ଦୁର୍ଦ୍ଦାନ୍ତ ପ୍ରକୃତିର ଲୋକ। ପୋଲିସ ସାହେବ୍ଙ୍କୁ ଘେରାଉ କରିବା ଯୋଗୁଁ ସତ୍ୟାଗ୍ରହୀମାନଙ୍କୁ ଜବତ କରିବା ପାଇଁ ସେ ସୁଯୋଗ ଖୋଜୁଥାନ୍ତି। ଇତି ମଧ୍ୟରେ ମୁରଲୀଧର ପଣ୍ଡାଙ୍କ ଅନ୍ୟତମ ସହଯୋଗୀ ମୁରଲୀ ଧର ଜେନାଙ୍କ ନେତୃତ୍ବରେ ସେପ୍ଟେମ୍ବର ୨୦ ତାରିଖ ଦିନ ୬ ଜଣ ସତ୍ୟାଗ୍ରହୀ ଏସ୍.ଡି.ଓ.ଙ୍କ ଅଫିସ୍ରେ ପଶି ରେକର୍ଡ ପତ୍ର ଚିରି ଦେଇଥିଲେ। ସେହି ୨୦ ତାରିଖରେ ଶ୍ରୀ ଜେନାଙ୍କୁ ସନ୍ଦେହରେ ଭଦ୍ରକ ସହରସ୍ଥିତ କୁଆଁସଠାରେ ଗିରଫ କରାଗଲା। ତାଙ୍କ ଠାରୁ ଜବତ୍ ହେଲା କଟସାହିର ମୁରଲୀଧର ପଣ୍ଡା ଲେଖୁଥିବା ଏକ ଚିଠି। ଯେଉଁଥରେ ଲେଖାଥିଲା “ତୁମେ ପ୍ରସ୍ତୁତ ହୁଅ, ୨୫ ତାରିଖ ଦିନ ଆମେ ଭଦ୍ରକ କଚେରି ଦଖଲ କରିବା।’’ ମୁରଲୀଧର ପଣ୍ଡାଙ୍କ ସାଙ୍ଗଠନିକ ଦକ୍ଷତା ଯୋଗୁ, ଧାମନଗର ଅଞ୍ଚଳର ବହୁ ଶିକ୍ଷିତ ତଥା ନିରକ୍ଷର ଲୋକେ ସ୍ଵାଧୀନତା ସଂଗ୍ରାମରେ ଝାସ ଦେଇଥାନ୍ତି। କର୍ମୀମାନେ ତାଙ୍କୁ ସମ୍ବୋଧନ କରୁଥିଲେ ସର୍ଦ୍ଦାର ମୁରଲୀଧର ପଣ୍ଡା। ସେବେଳର ରାଜ୍ୟସ୍ତରୀୟ ନେତୃମଣ୍ଡଳୀ, ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀ, ଭାଗୀରଥ୍ ମହାପାତ୍ର ଓ ନାରୀନେତ୍ରୀ ରମାଦେବୀ ବାରମ୍ବାର ଧାମନଗର ଅଞ୍ଚଳକୁ ଆସି ସଭାସମିତି କରୁଥିଲେ। ସେମାନଙ୍କ ପ୍ରୋତ୍ସାହନରେ ସତ୍ୟାଗ୍ରହୀମାନଙ୍କର ଉତ୍ସାହ ବେଳକୁ ବେଳ ବୃଦ୍ଧି ପାଇବାକୁ ଲାଗିଲା। ସର୍ଦ୍ଦାର ମୁରଲୀଧର ପଣ୍ଡା ଯେ ବିପ୍ଲବର ସୂତ୍ରଧର, ଏକଥା ପୋଲିସ ଅଫିସର ବଳରାମ ବେହେରାଙ୍କ ହୃଦ୍ବୋଧ ହେଲା। ତାଙ୍କୁ ଗିରଫ କରି ପ୍ରତିଶୋଧ
ନେବାପାଇଁ ସେ କଟସାହି ଅଭିମୁଖେ ଯାତ୍ରା ଆରମ୍ଭ କଲେ। ସାଙ୍ଗରେ ଆସାନ୍ତି ୧୨ଜଣ ସଶସ୍ତ୍ର କନେଷ୍ଟବଲ, ଦୁଇଜଣ ହାବିଲଦାର, ୧୨ ଜଣ ଚୌକିଦାର ଓ ଜଣେ ଦଫାଦାର। ୨୧ ତାରିଖ ରାତି ୨ଟାରୁ ବାହାରି, କୋଠାର, ଅସୁରାଳୀ ଗ୍ରାମ ନିକଟସ୍ଥ କପାଳୀ ନଦୀ ପାର ହୋଇ ଶ୍ରୀ ଗଙ୍ଗା ଗ୍ରାମ ନିକଟସ୍ଥ କପାଳୀ ନଦୀ ପାର ହୋଇ ଶ୍ରୀ ଗଙ୍ଗା ଠାରେ ବିଶ୍ରାମ ନେଲେ। ତତ୍ପର ଦିନ ସକାଳ ସାଢ଼େ ଛଅଟାରେ କଟ ସାହିରେ ସଶସ୍ତ୍ର ପୋଲିସ ପହଞ୍ଚି ମୁରଲୀଧର ପଣ୍ଡାଙ୍କ ଘର ଘେରାଉ କଲେ।
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ କଟସାହି ଗ୍ରାମରେ ସର୍ବତ୍ର ଶଙ୍ଖ, ଘଣ୍ଟା ବାଜି ଉଠିଲା। କ୍ରମେ ସେହି ଧ୍ୱନି ଆଖପାଖ ଗ୍ରାମରେ ନିନାଦିତ ହେବାରୁ, ନଦେଇର, ଖପରପଦା, ଇଟାପୋଲ, ପତରଡିହ ଓ ଶ୍ରୀଗଙ୍ଗା ଗ୍ରାମମାନଙ୍କରୁ ବାହାରି ଚାରି ହଜାର ଲୋକ ଏକାଠି ହୋଇଗଲେ। ସମସ୍ତଙ୍କ ହାତରେ ଥାଏ ଖଣ୍ଡିଏ ଖଣ୍ଡିଏ ଠେଙ୍ଗା। ସର୍ଦ୍ଦାର ପଣ୍ଡାଙ୍କୁ ଗିରଫ କରିବେ କ’ଣ ନିଜେ ପୋଲିସ ଲୋକମାନଙ୍କ ଘେରରେ ରହିଗଲେ। ଉତ୍ତ୍ୟକ୍ତ ଲୋକେ ପୋଲିସଙ୍କ ଗୁଳି ବନ୍ଧୁକ ଛଡ଼ାଇନେବା ସହ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ନେଇଗଲେ ଚାନ୍ଦିଆପଶି ପଡ଼ିଆ ପର୍ଯ୍ୟନ୍ତ। କିଂ କର୍ତ୍ତବ୍ୟ ବିମୂଢ଼ ହୋଇଗଲେ ପୋଲିସ ବାହିନୀ। ଛଳନା କରି ସତ୍ୟାଗ୍ରହୀମାନଙ୍କୁ କହିଲେ, ‘‘ଭାଇ ଆମେ ତୁମ୍ଭମାନଙ୍କର ଭାଇ, ଆମରି ଦେଶର ସ୍ୱାଧୀନତା ପାଇଁ ତୁମେ ଲଢ଼ୁଛ, ସ୍ୱାଧୀନତା ଆସିଲେ ଆମେ ବି ତାହା ଉପଭୋଗ କରିବୁ। ଯେତେବେଳେ ସରକାରଙ୍କ ଦାନା ଖାଉଛୁ, ଆମେ କରିବୁ କ’ଣ? ବନ୍ଧୁକ ଫେରାଇ ନ ଦେଲେ ଆମ ଦାନାପାଣି ଋଲିଯିବ। ଆମେ ତୁମ ନେତାଙ୍କୁ ଗିରଫ କରିବୁ ନାହିଁ। ଦୟାକରି ଆମ ବନ୍ଧୁକ ଗୁଳି ଫେରାଇ ଦିଅ।’’ ପୋଲିସଙ୍କ କରୁଣା ଅବସ୍ଥା ଦେଖି ଦୟା ପରବଶ ହୋଇଗଲେ ସତ୍ୟାଗ୍ରହୀମାନେ। ସେମାନେ ପଡିଆ ମଝିରେ ଗୋଟିଏ ଗାରଟାଣି କହିଲେ ତୁମେ ଗୁଳି ବନ୍ଧୁକ ନିଅ, ମାତ୍ର ଏ ଗାର ଡେଇଁ ପଛକୁ ଫେରିବ ନାହିଁ, ଆମେ ବି ଆଗକୁ ଯିବୁ ନାହିଁ, ଏହା ହେଲା ଲକ୍ଷ୍ମଣ ରେଖା। ପଛରୁ ମୁରଲୀ ଧର ପଣ୍ଡା ବଡ଼ ପାଟିକରି କହୁଥାନ୍ତି “ବନ୍ଧୁକ ଫେରାଅ ନାହିଁ, ତାଙ୍କୁ ତୁମେ ଚିହ୍ନି ନାହିଁ, ସେମାନେ ବିଶ୍ୱାସ ଘାତକ”। ସେତେବେଳକୁ ସତ୍ୟାଗ୍ରହୀମାନେ ବନ୍ଧୁକ ଫେରାଇ ଦେଇଥିଲେ। ଏହି ସମୟରେ ପୋଲିସ ହୁଇସିଲ ବଜାଇ ଗୁଳିଚାଳନା କରିବାକୁ ଆଦେଶ ଦେଲେ। ପ୍ରାୟ ସକାଳ ୮.୩୦ ମିନିଟ୍। ସେମାନଙ୍କ ଗୁଳି ମାରିବା ଦେଖି ସଂଗ୍ରାମୀ ନିଧ୍ୱ ମଲିକ କହିଥିଲେ, “ବେଇମାନ ପୋଲିସ, ଆମକୁ ଗୁଳି ମାରିବାକୁ ଯାଉଛ”! ସେ ପ୍ରଥମ ଗୁଳିର ଶିକାର ହୋଇଥିଲେ। ଗୁଳି ଖାଇ ସେ କହିଥିଲେ “ମୁଁ ଚାଲିଲି, ମୋ ପିଲା ଛୁଆଙ୍କୁ ଦେଖିବ, ମୋତେ ପାଣିଦେବା ଦରକାର ନାହିଁ, ଆନ୍ଦୋଳନ ଚଳାଇ ରଖିଥିବ।” ସେଠାରେ ହିଁ ତାଙ୍କର ପ୍ରାଣବାୟୁ ଉଡିଗଲା। ପରେ ପରେ ଆଉ ୧୩ ଜଣଙ୍କ ଦେହରେ ଗୁଳିବାଜିଲା ଏବଂ ସାଙ୍ଗେ ସାଙ୍ଗେ ୬ ଜଣ ଶହୀଦ୍ ହୋଇଯାଇଥିଲେ। ମୁରଲୀଧର ପଣ୍ଡାଙ୍କ ନେତୃତ୍ୱରେ ପ୍ରାୟ ୫୦୦ ଲୋକ ମୃତ ଓ ଆହତ ବ୍ୟକ୍ତିଙ୍କୁ ନେଇ ଚାଲିଲେ ଭଦ୍ରକ ଡାକ୍ତରଖାନାକୁ। ରାସ୍ତାର ଦୁଇ ପାର୍ଶ୍ୱରେ ଶହଶହ ନରନାରୀ ସେମାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଥାନ୍ତି। ରାସ୍ତାରେ ଗୁଳିଚୋଟରେ ଆହତ ୩ ଜଣ ସତ୍ୟାଗ୍ରହୀଙ୍କର ମୃତ୍ୟୁ ହୋଇଗଲା। ପୁରୁଣା ବଜାରଠାରେ ମହମ୍ମଦ ହନିଫଙ୍କ ପୁତ୍ର କମରୁଲ ହୋଦା ସେମାନଙ୍କୁ ସସମ୍ମାନ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସନ୍ଧ୍ୟା ୫ ଘଟିକା ସମୟରେ ସତ୍ୟାଗ୍ରହୀମାନେ ମୃତାହତ ବ୍ୟକ୍ତିଙ୍କୁ ନେଇ ଗରଦପୁର ଠାରେ ପହଞ୍ଚିଲେ। ପୋଲିସ କିନ୍ତୁ ସେମାନଙ୍କୁ ନଈ ପାରହେବା ପାଇଁ ଅନୁମତି ଦେଇନଥିଲା। ଆହତ ଗୌରୀ ଜେନାଙ୍କର ସେଠାରେ ମୃତ୍ୟୁ ହୋଇ ଯାଇଥିଲା। ବର୍ଷା ମୁଖର ଅନ୍ଧକାର ରାତିରେ ଭୋକ ଉପାସରେ ସେଠାରେ ଏକ ଆମ୍ବତୋଟାରେ ରାତି ପୁହାଇଲେ ସର୍ଦ୍ଦାର ମୁରଲୀ ଧର ପଣ୍ଡା ଓ ତାଙ୍କ ସାଥୀମାନେ।
ସକାଳେ ସେମାନେ ଡାକ୍ତରଖାନାରେ ପହଞ୍ଚିଲେ। ସେଠାରେ ପ୍ରବୀଣ ସ୍ୱାଧୀନତା ସଂଗ୍ରାମୀ ନିତ୍ୟାନନ୍ଦ ମହାପାତ୍ର ଆହତ ମାନଙ୍କର ଆଶୁ ଚିକିତ୍ସା ବ୍ୟବସ୍ଥା କରିଥିଲେ। ନିକଟସ୍ଥ ସାଳନ୍ଦୀ ନଦୀ ବାଲିରେ ମୃତବ୍ୟକ୍ତିମାନଙ୍କ ଶବକୁ ସଂସ୍କାର କରାଗଲା। ପୋଲିସ ସୁପରିନ୍ଟେଣ୍ଡେଣ୍ଟ ମେଜର ଫୋକ୍ସ ଓ କଲେକ୍ଟର ଭି. ରାମନାଥନ୍ ସେଠାରେ ପହଞ୍ଚି ମୁରଲୀଧର ପଣ୍ଡା ଓ ଅନ୍ୟ ନେତାମାନଙ୍କୁ ଗିରଫ କରି ନେଲେ। ଶବ ଶୋଭାଯାତ୍ରାରେ ଯାଉଥିବା କେତେକ ସତ୍ୟାଗ୍ରହୀଙ୍କୁ ଗିରଫ କରି ଦୁଇ ଦିନ ଭୋକ ଉପାସରେ ରଖ୍ ଛାଡି ଦିଆଯାଇଥିଲା। ଏତିକିରେ ସରକାରୀ ହାକିମଙ୍କର କ୍ରୋଧ ଶାନ୍ତି ହୋଇ ନଥିଲା। ଲୁଣିଆ ଅଞ୍ଚଳର ଲୋକମାନଙ୍କ ଠାରୁ ମନଇଚ୍ଛା ପିଟୁଣୀ ଟିକସ ଆଦାୟ କଲେ। ସମୁଦାୟ ଦୁଇ ହଜାର ପଚିଶ ଟଙ୍କା ପିଟୁଣୀ ଟିକସ ଆଦାୟ ହୋଇଥିଲା। ତଥାପି ସଂଗ୍ରାମୀମାନେ ଆନ୍ଦୋଳନରୁ ଓହରି ଯାଇନଥିଲେ l ଭଦ୍ରକ ସ୍ପେଶାଲ କୋର୍ଟରେ ବିଚାର କରାଯାଇ ମୁରଲୀଧର ପଣ୍ଡାଙ୍କୁ ୧୫ ବର୍ଷ ୧୧ ମାସ ଜେଲଦଣ୍ଡ ରାୟ ହେଲା। ଅନ୍ୟମାନେ ୧ବର୍ଷରୁ ୭ ବର୍ଷ ପର୍ଯ୍ୟନ୍ତ ଦଣ୍ଡ ଭୋଗିଥିଲେ। ଦେଶର ସ୍ବାଧୀନତା ପରେ ରାଜର୍ଷୀ ନବକୃଷ୍ଣ ଚୌଧୁରୀ ଲୁଣିଆକୁ ଯାଇ ସେହି ସ୍ଥାନକୁ “ଶହୀଦ୍ ନଗର” ନାମରେ ନାମିତ କରିଥିଲେ। ସେହିଦିନ ଠାରୁ ଲୁଣିଆ ଚାନ୍ଦିଆ ପଶି ପଡିଆ ଶହୀଦନଗର ନାମରେ ଖ୍ୟାତ ହୋଇଛି । ସ୍ଵାଧୀନତା ସଂଗ୍ରାମର ଏହା ଏକ ତୀର୍ଥସ୍ଥାନ । ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ସହିତ ଆମେ ଏହି ଶହୀଦ ତୀର୍ଥ ସ୍ଥାନକୁ ଅନେକ ଥର ଯାଇ ଏହି ସଂଗ୍ରାମୀ ମାଟି କୁ ମଥାରେ ଲଗାଇ , ଶହୀଦ ମାନଙ୍କ ଅମ୍ଲାନ ଲୋହିତ ସ୍ମୃତି ପ୍ରତି ଶ୍ରଦ୍ଧାବଚନାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଦେଇଛୁ । ତାଙ୍କର ସୁଯୋଗ୍ୟ ପୁତ୍ର ଶ୍ରଦ୍ଧେୟ ସୂରଜ ସ୍ବର୍ଯ୍ୟବଂଶୀ , ଅଧୁନା ରାଜ୍ୟର ଉଚ୍ଚଶିକ୍ଷା, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ କ୍ରୀଡ଼ା ବିଭାଗର ମନ୍ତ୍ରୀ ଏବଂ ଗତବର୍ଷ ସେପ୍ଟେମ୍ବର ୨୨ ତାରିଖରେ ଆୟୋଜିତ କରାଇଥିବା ଅନେକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲୁ ।
ଉତ୍କଳ ରତ୍ନ
ଉତ୍କଳ ରତ୍ନ
------
ପ୍ରଥମ ଓଡ଼ିଆ ବାରିଷ୍ଟର, ପ୍ରଥମ କେନ୍ଦ୍ରୀୟ ସଂସଦୀୟ ବ୍ୟବସ୍ଥାର ସଦସ୍ୟ, ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ କାଣ୍ଡାରୀ, ଅତୁଳନୀୟ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ପରମ୍ପରା ପ୍ରାଣ ତଥା ଉତ୍କଳ ରତ୍ନ ବାରିଷ୍ଟର ବିଶ୍ବନାଥ ମିଶ୍ରଙ୍କ ଶ୍ରାଦ୍ଧ ଦିବସ ଅବସରରେ ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛୁ ।ଉତ୍କଳରତ୍ନ ବାରିଷ୍ଟର ବିଶ୍ୱନାଥ ମିଶ୍ର ଥିଲେ ଏକ କିମ୍ବଦନ୍ତୀ। ତେଣୁ ତାଙ୍କୁ ଯଥାର୍ଥରେ କୁହାଯାଉଛି ଓଡ଼ିଶା ଇତିହାସର ବହ୍ନିପୁରୁଷ। ତାଙ୍କ ଜୀବନର କିଛି ବିରଳ ଘଟଣାବଳୀକୁ ନେଇ ପ୍ରଫେସର ସୂର୍ଯ୍ୟ କୁମାର ମିଶ୍ରଙ୍କ ଦ୍ଵାରା ଲିଖିତ ଜୀବନୀ ପୁସ୍ତକ “ଓଡ଼ିଶା ଇତିହାସର ବହ୍ନିପୁରୁଷ ଉତ୍କଳରତ୍ନ ବାରିଷ୍ଟର ବିଶ୍ୱନାଥ ମିଶ୍ର”।ସାକ୍ଷୀଗୋପାଳ ନିକଟ ସୋମେଶ୍ୱରପୁରରେ ଜନ୍ମିତ ବିଶ୍ୱନାଥ ୧୯୦୪ରେ ଏଫଏ ପାସ କରି ସେହି ବର୍ଷ କୂଳବୃଦ୍ଧ ମଧୁସୂଦନ ଙ୍କ ଉପଦେଶରେ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଭାଷା ଶିକ୍ଷକ ଭାବରେ ରସୁଲକୋଣ୍ଡା (ଆଧୁନିକ ଭଞ୍ଜନଗର)ଯାଇଥିଲେ। ଏଥିରେ କିନ୍ତୁ ତାଙ୍କର ଅନିସନ୍ଧିତ୍ସୁ ମନ ସନ୍ତୁଷ୍ଟ ହୋଇ ରହି ପାରିନଥିଲା। ଏଣୁ ସେ ଓକିଲାତି ପଢ଼ିବା ପାଇଁ ମାଡ୍ରାସ ଗଲେ। ୧୯୦୬ରେ ଓକିଲାତି ସାରି ସେ ଆସ୍କାରେ ଜଣେ ଉଚ୍ଚକୋଟୀର ଆଇନଜୀବୀ ଭାବେ ନିଜ ଜୀବନ ଆରମ୍ଭ କରିଥିଲେ ଏବଂ ଓଡିଆ ଭାଷାରେ ଆଇନ୍ ଅଦାଲତି କାର୍ଯ୍ୟ କରିବା, ଜବାବ୍ ସୁଆଲ କରିଥିଲେ। ସେ ଚାହିଁଥିଲେ କଟକରେ ମଧ୍ୟ ଓକିଲାତି କରି ପରିଥାନ୍ତେ, କିନ୍ତୁ ଗଞ୍ଜାମ ଛାଡ଼ି ସେ ଅନ୍ୟତ୍ର ଯାଇନଥିଲେ କାରଣ ତାଙ୍କୁ ଏଠି ବହୁତ କିଛି କରିବା ପାଇଁ ଥିଲା। ବିଶ୍ୱନାଥ ମିଶ୍ରଙ୍କ ସମୟରେ ଓଡ଼ିଆ ବାରିଷ୍ଟର କେହି ନଥିଲେ। ଏଣୁ ୧୯୦୮ ମସିହାରେ ସେ କଲିକତା ବିଶ୍ୱବିଦ୍ୟାଳୟରେ ପବ୍ଲିକ ପରୀକ୍ଷା ଦେଇ ସଫଳ ହୋଇଥିଲେ। ଅଦମ୍ୟ ଚେଷ୍ଟା ଫଳରେ ସେ ଲଣ୍ଡନ ‘ଗ୍ରେଜ ଇନ’ରେ ବାରିଷ୍ଟରୀ ପଢିବା ପାଇଁ ବିବେଚିତ ହୋଇଥିଲେ। ତେବେ ବାପାଙ୍କ ଆକଟ ଯୋଗୁଁ ବିଶ୍ୱନାଥ ପ୍ରଥମ ଉଦ୍ୟମରେ ବିଲାତ ଯାଇପାରିନଥିଲେ। କିନ୍ତୁ ପରେ ସେ ‘ମିଡଲଟେମ୍ପଲ’ ରେ ନାମ ଲେଖାଇଲେ। ସବୁଠାରୁ ବଡ଼ କଥା ହେଲା ସେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସହପାଠୀ ଥିଲେ। ଏହା ୧୯୧୦-୧୨ର ଘଟଣା। ତା’ ପରବର୍ତ୍ତୀ ବର୍ଷ ପଟେଲଙ୍କ ସହ ବିଶ୍ୱନାଥ ମିଶ୍ର ବି ‘କଲ ଟୁ ଦି ବାର’ ପାଇଥିଲେ ଓ ‘ବାର-ଆଟ-ଲ’ ହୋଇଥିଲେ। ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର। ୧୯୩୩ ମସିହା ସେପ୍ଟେମ୍ବର ୧୯ ତାରିଖରେ ତାଙ୍କର ଦେହତ୍ୟାଗ ହୋଇଥିଲା। ଏଭଳି ଜଣେ ମହାନ ବ୍ୟକ୍ତିଙ୍କ ବିଧିବଦ୍ଧ ଜୀବନୀ ଲିଖନର ଆବଶ୍ୟକତା ଥିବା ବେଳେ ପ୍ରଫେସର ସୂର୍ଯ୍ୟ କୁମାର ମିଶ୍ର ତାହାକୁ ପୂରଣ କରିପାରିଛନ୍ତି। ବିଶ୍ୱନାଥ ମିଶ୍ରଙ୍କ ଜୀବନର ଅସଂଖ୍ୟ ଘଟଣାବଳୀକୁ ନେଇ ଲିଖିତ ଏହି ପୁସ୍ତକରେ କେବଳ ବିଶ୍ୱନାଥ ମିଶ୍ରଙ୍କ ଜୀବନର ବିରଳ ଘଟଣାବଳୀର ଅବତାରଣା ହୋଇଛି ତାହା ନୁହେଁ ସେ ସମୟର ଅନେକ ଦସ୍ତାବିଜ୍ ମଧ୍ୟ ସ୍ଥାନିତ ହୋଇଛି।ସମ୍ପ୍ରତି କାନାଡାରେ ରହୁଥିବା ଲେଖକ ପ୍ରଫେସର ସୂର୍ଯ୍ୟ ମିଶ୍ର ନିଜେ ଜଣେ ସୁନାମଧନ୍ୟ ବିଜନେସ ମ୍ୟାନେଜେମେଣ୍ଟ ପ୍ରଫେସର। ଆମେରିକାର ଫ୍ରାଙ୍କ ବର୍ଟନ ସ୍କୁଲରୁ ଉଚ୍ଚ ଶିକ୍ଷା ଲାଭ କରିଥିବା ଏବଂ ୧୯୮୩ ମସିହାରୁ ଅଧ୍ୟାପନା ଆରମ୍ଭ କରିଥିବା ସୂର୍ଯ୍ୟ ମିଶ୍ର ଓଡ଼ିଶାରେ ବିଭିନ୍ନ ମ୍ୟାନେଜମେଣ୍ଟ କଲେଜ ପ୍ରତିଷ୍ଠାରେ ମଧ୍ୟ ଅବଦାନ ରଖିଛନ୍ତି। ଆଲୋଚ୍ୟ ପୁସ୍ତକରେ ବିଶ୍ୱନାଥ ମିଶ୍ରଙ୍କ ସମଗ୍ର ଜୀବନର ଝଲକ ରହିଛି। ବିଶେଷ କରି ବିଛିନ୍ନାଞ୍ଚଳ ମିଶ୍ରଣ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ବାରିଷ୍ଟର ମିଶ୍ରଙ୍କ କଣ ଭୂମିକା ରହିଥିଲା ତାହାର ଏକ ପ୍ରାଞ୍ଜଳ ବର୍ଣ୍ଣନା ପୁସ୍ତକରେ ପଢ଼ିବାକୁ ମିଳେ।ମୋଟ ୨୫ଟି ଅଧ୍ୟାୟ ବିଶିଷ୍ଟ ଏହି ଜୀବନୀରେ ବିଶ୍ଵନାଥଙ୍କ ପିଲାଦିନ, ତାଙ୍କର ବିଦେଶ ଗସ୍ତ ଓ ଅଧ୍ୟୟନ, ଉତ୍କଳ ସମ୍ମିଳନୀରେ ତାଙ୍କ ଯୋଗଦାନ, ମହାତ୍ମା ଗାନ୍ଧୀଙ୍କ ସହ ଭେଟ, ସାଇମନ କମିସନରେ ତାଙ୍କର ଯୁକ୍ତି, ଫିଲିପ ଡଫ କମିଟି, ଓଡନେଲ କମିଟିରେ ତାଙ୍କର ପ୍ରସ୍ତାବନା, ‘ଆଶା’ ଖବରକାଗଜ ସହ ତାଙ୍କ ସମ୍ପର୍କ, କେନ୍ଦ୍ରୀୟ ବ୍ୟବସ୍ଥାପକ ସଭାରେ ଯୋଗଦାନ, ଭଗତ ସିଂହଙ୍କ ଫାଶୀ ବିରୁଦ୍ଧରେ ତାଙ୍କ ଯୁକ୍ତି ଉପସ୍ଥାପନ, ଶେଷ ସମୟ – ଏସବୁର ସମାହାର ଏହି ଜୀବନୀ। ବିଶ୍ୱନାଥ ମିଶ୍ର ବାରିଷ୍ଟର ହୋଇ ଫେରିବା ପରେ କଲିକତା ହାଇକୋର୍ଟରେ ଯୋଗଦାନ ଅବସରରେ ବ୍ୟାସକବି ଫକୀରମୋହନ ତାଙ୍କ ‘ଉତ୍କଳ ଭ୍ରମଣ’ ପୁସ୍ତକରେ ଲେଖିଥିଲେ:
“ୱେଲ ମିଷ୍ଟର ବିଏନ ମିଶ୍ର ଗୁଡବାଇ ଗୁଡବାଇ
ଭଲ ଆଦର୍ଶଟା ଏକା ଗଲ ତ ଦେଖାଇ
ଯାତ୍ରୀ-ତଣ୍ଟିଚିପା ପଣ୍ଡା ଯିବ ବିଲାତକୁ
ସ୍ୱପ୍ନରେ କେ ଆଣିଥିଲା ଏକଥା ମନକୁ।”
ଲେଖକ ପ୍ରଫେସର ମିଶ୍ରଙ୍କ ମତରେ ସ୍ୱାଭିମାନର ପ୍ରତୀକ ଥିଲେ ବିଶ୍ଵନାଥ। ଓଡ଼ିଆ ଅସ୍ମିତାର ଉଦାହରଣ ଥିଲେ ବିଶ୍ଵନାଥ। ଓଡ଼ିଶାର ଗୌରବ ଗାଥାର ପ୍ରଚାରକ ଥିଲେ ବିଶ୍ୱନାଥ। ଏକାଧାରରରେ ସେଥିଲେ ସଂସ୍କାରକ, ବିଚକ୍ଷଣ ଆଇନଜ୍ଞ, ମହାନ ବିଦ୍ୱାନ ଓ ଦୃଢ଼ ଏବଂ କର୍ମଠ ବ୍ୟବସ୍ଥାପକ। ଶୟନେ, ସପନେ, ଜାଗରଣେ ‘ଓଡ଼ିଶା ଓ ଓଡ଼ିଆ’ ହିଁ ଥିଲା ତାଙ୍କ ଜୀବନର ମୂଳ ଓ ଶେଷ ମନ୍ତ୍ର। ଉତ୍କଳ ରତ୍ନ ବିଶ୍ବନାଥ ମିଶ୍ର ଯେ ପ୍ରଥମ ଓଡ଼ିଆ ବାରିଷ୍ଟର ତାହା କେବଳ ଆମେ ଓଡ଼ିଆ ମାନେ କେବଳ ଏହି ତଥ୍ୟ କୁ ଭୁଲି ନଥିଲେ, ତାଙ୍କୁ ମଧ୍ୟ ଭୁଲି ଯାଇଥିଲେ । ଏକଦା ସ୍ବାଧୀନତା ସଂଗ୍ରାମୀ ତଥା ବିପ୍ଲବୀ କବି ମନମୋହନ ମିଶ୍ର ଓ ଆଜୀବନ ସଂଗ୍ରାମୀ , ଗରିବ ମେହନତୀ ମଣିଷର ନେତା ସ୍ବର୍ଗତ ରବି ଦାସଙ୍କ ସହିତ ଗୋଟିଏ ଚତୁର୍ପାଦୀଯାନ ରେ ନୟାଗଡ଼ ଯାଉଥିବା ସମୟରେ କଥାବାର୍ତ୍ତା ସମୟରେ ଚିରବନ୍ଦ୍ୟ ମନମୋହନ ମିଶ୍ର ଆମକୁ ପଚାରିଲେ " ନେହେରୁ କୁହ, ପ୍ରଥମ ଓଡ଼ିଆ ବାରିଷ୍ଟର କିଏ ?" । ସ୍ବାଭାବିକ ଭାବେ ଆମେ କହିଥିଲୁ ମଧୁସୂଦନ ଦାସ । ରବି ଭାଇ ଖୋର୍ଦ୍ଧା ଖୋର୍ଦ୍ଧା ହସିଲେ, ଯାହା ଆମକୁ ଲାଗିଲା ଯେ ସେ ଆମକୁ ଥଟ୍ଟା କରୁଛନ୍ତି ଓ ଆମର ଅଜ୍ଞତା କୁ କଟାକ୍ଷ କରୁଛନ୍ତି । ଆମେ ଗମ୍ଭୀର ସ୍ୱର ରେ କରିଥିଲୁ ଯେ ପିଲାଦିନରୁ ପଢି ଆସୁଛି " ଭଲ ପାଠ ପଢିବି,କାଳିଆ ଘୋଡା 🐎 ରେ ପଢିବି, ମଧୁ ବାରିଷ୍ଟର ସଙ୍ଗେ ପଢିବି " । ତା ପରେ ବାରିଷ୍ଟର ଉତ୍କଳ ରତ୍ନ ବିଶ୍ବନାଥ ମିଶ୍ର ଙ୍କ ସମ୍ପର୍କରେ ସେ ବେଗୁନିଆ ଠାରୁ ନୟାଗଡ଼ ପର୍ଯ୍ୟନ୍ତ ଅନେକ କଥା କହିଥିଲେ । ଆମେ ତାଙ୍କୁ ଅନୁରୋଧ କରିଥିଲୁ ଏହି ତଥ୍ୟ ସମୂହ କୁ ପୁସ୍ତକ ଆକାରରେ ପ୍ରକାଶ କରିବାକୁ । ରବି ଭାଇ ଓ ସେ ସମ୍ମତି ସୂଚକ ମୁଦ୍ରାରେ ଆମକୁ ଆଶ୍ଵାସନା ଦେଇଥିଲେ ଏବଂ ପରବର୍ତ୍ତୀ ସମୟରେ " ଜାତି ପ୍ରାଣ ସିନ୍ଧୁ ର ଆଦ୍ୟ ତରଙ୍ଗ" ଶୀର୍ଷକରେ ପୁସ୍ତକ ଲେଖିଥିଲେ ଏବଂ ରବି ଭାଇ ଏହାର ପ୍ରକାଶନ ଓ ବଣ୍ଟନ, ବିକ୍ରି କାର୍ଯ୍ୟ କରିଥିଲେ । ୨୦୦୫ ମସିହା, ସେପ୍ଟେମ୍ବର ୧୯ ତାରିଖରେ ରେଡକ୍ରସ ଭବନ ପ୍ରେକ୍ଷାଳୟରେ ତାଙ୍କର ସ୍ମୃତି ଚାରଣ ସଭା କରାଇବା ସହିତ ପ୍ରଥମ ଉତ୍କଳ ରତ୍ନ ବିଶ୍ବନାଥ ମିଶ୍ର ସମ୍ମାନ ରେ ଚିର ବନ୍ଦନୀୟ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଓଡ଼ିଆ ଭାଷା କୋଣାର୍କ "ପୂର୍ଣ୍ଣଚନ୍ଦ୍ର ଭାଷାକୋଷ" ର ପୁନଃ ପ୍ରକାଶନ ପାଇଁ ଅଦାଲତି ସଂଘର୍ଷରେ ବିଜୟୀ ବରେଣ୍ୟ ମହେନ୍ଦ୍ର ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ତାପରେ ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଯେଉଁ ସଂଘର୍ଷ କରିବାକୁ ପଡ଼ିଥିଲା, ତା'ର ଇତିହାସ ବ୍ୟାପକ । ଶେଷରେ ରାଜଭବନ ସମ୍ମୁଖରେ ପ୍ରତିମୂର୍ତ୍ତି ସ୍ଥାପନ ହେଲା ।
କୃତଜ୍ଞତା ଦିବସ
କୃତଜ୍ଞତା ଦିବସ
----------
ଆଜି ସେପ୍ଟେମ୍ବର ୨୧ ତାରିଖ । ଏହି ଦିବସରେ ସମଗ୍ର ବିଶ୍ବରେ ପାଳିତ ହୋଇଆସୁଛି କେବଳ ଆନ୍ତର୍ଜାତିକ ଶାନ୍ତି ଦିବସ ନୁହେଁ ବିଶ୍ବ କୃତଜ୍ଞତା ଜ୍ଞାପନ ଦିବସ । ଏହି ନ୍ୟାୟ ରେ ଆଜି ୬୧ତମ ବିଶ୍ବ କୃତଜ୍ଞତା ଜ୍ଞାପନ ଦିବସ । ବୋଧେ ୬୦ବର୍ଷ ତଳେ ବିଶ୍ବକଲ୍ୟାଣ ଚିନ୍ତକମାନେ କୃତଘ୍ନତାର ଭୟଙ୍କର ଲୋକଚରିତ୍ର ଅବଲୋକନ କରି ଜନସଚେତନତା ସୃଷ୍ଟି ପାଇଁ ଏହି ଦିବସ ପାଳନର ମହତ୍ଵ ଓ ମହାମାନବତାବାଦୀ ଦର୍ଶନକୁ ସାର୍ବଜନୀନ କରିବା ଉଦ୍ଦେଶ୍ୟରେ ନିଷ୍ପତ୍ତି ଗ୍ରହଣ କରିଥିଲେ । ଆଜିର ଦିବସରେ ଆମର ସ୍ମୃତିକୁ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷାନବୀସ ଥିବା ସମୟରେ ପାଠ୍ୟକ୍ରମ ରେ ଥିବା ସଂସ୍କୃତ ପ୍ରବେଶ ପୁସ୍ତକର "ସସେମିରା" ଗଳ୍ପଟି ଉଜ୍ଜୀବିତ ହୋଇଛି । ଭୋଜରାଜପୁତ୍ର, ବାଘ ଓ ଭାଲୁ ଙ୍କୁ ଚରିତ୍ର ଭାବରେ ନେଇ ସୃଷ୍ଟ ଏହି ଗଳ୍ପର ଶୀର୍ଷକ କୁ ଆଧାର କରି ଚାରୋଟି ପଂକ୍ତି , ଅର୍ଥାତ୍ "ମି" ଓ "ସେ" କୁ ପ୍ରତିନିଧିତ୍ଵ କରିଥିବା ଦୁଇଟି ଯଥା-
"ମିତ୍ରଦ୍ରୋହୀ କୃତଘ୍ନଶ୍ଚ ଯେ ଚ ବିଶ୍ଵାସଘାତକାଃ ,ତେ ସର୍ବେ ନରକଂ ଯାନ୍ତି ଯାବଚ୍ଛନ୍ଦ୍ର ଦିବାକରୌ ।।"
ମର୍ମାର୍ଥ - ସଂସାରରେ ଯିଏ ବା ଯେଉଁମାନେ ବନ୍ଧୁଦ୍ରୋହୀ, ଯିଏ ବିଶ୍ବାସଘାତକ, ଯିଏ କୃତଘ୍ନ ସେମାନେ ସୂର୍ଯ୍ୟଚନ୍ଦ୍ର ଥିଲା ଯାଏଁ ନର୍କଭୋଗୀ ହେବା ଅବଧାରିତ ।
ଠିକ୍ ସେହିପରି " ସେ " ରୁ -
"ସେତୁଂ ଗତ୍ଵା ସମୁଦ୍ରସ୍ୟ ଗଙ୍ଗାସାଗରସଙ୍ଗମଂ
ବ୍ରହ୍ମାତାମୁଚ୍ୟତେ ପାପାତ୍ ମିତ୍ରଦ୍ରୋହୀ ନ ମୁଚ୍ୟତେ ।।"
ଯାହାର ମର୍ମାର୍ଥ ହେଲା ସବୁଠାରୁ ପୂଣ୍ୟ ତୀର୍ଥ "ସେତୁବନ୍ଧ ରାମେଶ୍ଵର" ଅବା ପୂଣ୍ୟତୋୟା ଗଙ୍ଗା ସାଗରରେ ସ୍ନାନ କଲେ ବ୍ରହ୍ମହତ୍ୟା ମହାପାପ ରୁ ମୁକ୍ତିଲାଭ ହୋଇପାରେ ମାତ୍ର ବନ୍ଧୁ ଦ୍ରୋହୀ ବା ମିତ୍ରଦ୍ରୋହୀ ର ପାପ ରୁ ମୁକ୍ତିଲାଭ କରିବାର ମାର୍ଗ ନାହିଁ ।
ଯଦି ଆଜିର ଲୋକଚରିତ୍ର ର ସଠିକ୍ ଗର୍ଭାନୁଶୀଳନ କରାଯାଏ , ତେବେ ସାମାଜିକ ଜନ ଜୀବନରେ କୃତଘ୍ନତା ଅପସଂସ୍କୃତି ର ପ୍ରାବଲ୍ୟରେ କୃତଜ୍ଞତା ଦର୍ଶନ ଟି ଆତ୍ମରକ୍ଷା ପାଇଁ ଅପ୍ରକଟରେ , ନିଃଶବ୍ଦରେ ବୋଧେ ଆର୍ତ୍ତଚିତ୍କାର କରୁଛି । ଆମ ଭଳି ଜଣେ ଷାଠିଏ ବର୍ଷାତିକ୍ରାନ୍ତ ବ୍ୟକ୍ତି , ଯେଉଁ ପରିମାଣରେ ଅନ୍ତୁଡିଶାଳରୁ ଏଯାବତ୍ ଏହି ପରିବେଶକୁ ଅମ୍ଳଜାନ ନେଇ ବଞ୍ଚିଛୁ , ତାହାକୁ ଯଦି ଗୋଟିଏ ଅମ୍ଲଜାନ ସିଲିଣ୍ଡରର ଦର ଆଧାରରେ ହିସାବ କରାଯାଏ, ତେବେ କେତେ ହଜାର କୋଟି ଟଙ୍କା ଆମେ ପରିବେଶର କରଜଦାର ? ସେହିପରି ଏହି ଷାଠିଏ ବର୍ଷ ଭିତରେ ଯେତେ ପାଣି ବ୍ୟବହାର କରିଛୁ, ତାକୁ ଯଦି ଗ୍ୟାଲନ ଦର ହିସାବରେ ଅଙ୍କ କଷିବା, ଯେତେ ଆଲୋକ ବ୍ୟବହାର କରିଛେ, ତାକୁ ଯଦି ବିଦ୍ୟୁତ ର ୟୁନିଟ ପିଛା ହିସାବ କରିବା , ଯେତେ ଜାଳେଣି ବ୍ୟବହାର କରିଛେ, ତା'ର ହିସାବ ସହିତ ସମାଜରୁ ଯାହା ଯାହା ନେଇ ଆମେ ବଞ୍ଚିଛେ, ଆମ ପରିବାର କୁ ବଞ୍ଚାଇଛେ, ତା'ର ହିସାବ କଲେ , କେତେ ଲକ୍ଷ କୋଟି ଟଙ୍କାର ସାମାଜିକ କରଜ ଆମ ମୁଣ୍ତ ଉପରେ ଅଛି, ତାହା କେବେ ଭାବିଛେ କି ? ଏ ଯାବତ୍ ଆମେ କେତେ ପରିମାଣର ୠଣ ସୁଝିଛେ ? ସମାଜର ଋଣ ଠାରୁ ପିତୃ-ମାତୃ ଋଣ, ବୃକ୍ଷ ଋଣ, ଗୁରୁ ଋଣ ଆଦି ଅନେକ ୠଣ ସମ୍ପର୍କରେ ଆମେ କେତେଜଣ ମୁହୂର୍ତ୍ତେ ହେଲେ ମଧ୍ୟ ଚିନ୍ତା କରିଛେ ? ଋଣ ସୁଝିବା ତ ଦୂରର କଥା, ସମାଜ ପ୍ରତି , ଜନ୍ମମାଟି ପ୍ରତି , ମାଟିର ମଣିଷ ଙ୍କ ପ୍ରତି, ମା-ମାଟିର ଭାଷା ସାହିତ୍ୟ ସଂସ୍କୃତି ପ୍ରତି,ବୃକ୍ଷ ଦେବତା ଙ୍କ ପ୍ରତି କେବେ କୃତଜ୍ଞତା ଜ୍ଞାପନ କରୁଛେ କି ?
ମୁହୂର୍ତ୍ତ ଦର୍ଶନ -୫
ମୁହୂର୍ତ୍ତ ଦର୍ଶନ -୫
--------------
(ପୂର୍ବ ପ୍ରକାଶନର ପରବର୍ତ୍ତୀ)
କିଛି ସମୟ ଗମ୍ଭୀର ଚିନ୍ତାକରି ପୁନଃ ଦିବ୍ୟ ପୁରୁଷ କହିଥିଲେ ଯେ ଏହି ସୁନ୍ଦର ପୃଥିବୀ ବକ୍ଷରେ ନିଆଁର ବ୍ୟବହାର ଜାଣିଯିବା ପରେ ମଣିଷ ଯେତେବେଳେ ତା"ର ବୁଦ୍ଧିମତାର ସମ୍ୟକ ପରିଚୟ ପାଇଲା, ସେତେବେଳେ ସିଏ ପୂର୍ଵର ଯେଉଁ ଭାବନା ଥିଲା, ତାହା ଉପରେ ଅନୁଶୀଳନ କରିବାକୁ ଉଚିତ ମନେ କଲା । କାରଣ ତାହା ଭିତରେ ଯେଉଁ ଶକ୍ତି ଥିଲା, ତାହାର ପରିଚୟ ସିଏ ପାଇଁ ନଥିଲା । ଏପରିକି ନିଜ ଚତୁଃପାଶ୍ୱର୍ରେ ଘୂରି ବୁଲୁଥିବା ଜୀବ ଜନ୍ତୁମାନଙ୍କୁ ନିଜ ସହିତ ତୁଳନା ମଧ୍ୟ କରି ନଥିଲା, ସେମାନଙ୍କ ଶକ୍ତି ଆକଳନ କରିବା ତ ଦୂରର କଥା । ପ୍ରକୃତି ତାର ଚତୁଃପାର୍ଶ୍ଵରେ ଯାତାୟାତ କରୁଥିବା, ଡରୁଥିବା ଓ ଡରାଉଥିବା ଜୀବ ଜନ୍ତୁମାନଙ୍କ ନିକଟରେ ଯେଉଁ ଧରଣର ଚମତ୍କାର ପ୍ରତିରକ୍ଷା ବ୍ୟବସ୍ଥା ଖଞ୍ଜିଛି, ସେଭଳି ବ୍ୟବସ୍ଥା ତା ସହିତ କାହିଁକି ଖଞ୍ଜା ଯାଇ ନାହିଁ ବୋଲି ମନସ୍ତାପ କରିଛି । ସେତେବେଳେ ସିଏ ଯଦି ଭାବପ୍ରକାଶ କରିବାର କୌଶଳ ଜାଣିଥାନ୍ତା, ତେବେ ସିଏ କେତେ ପ୍ରକାରର ଅଭିଯୋଗ ପ୍ରକୃତି , ଏପରିକି ଅଦୃଶ୍ୟ ଶକ୍ତି ନିକଟରେ କରିଥାନ୍ତା । ଅନେକ ଜୀବଙ୍କର ପ୍ରତିରକ୍ଷା ପାଇଁ ଅଛି ସେମାନଙ୍କ ଶିଙ୍ଗ । ଏଭଳି ଜୀବ ଦେଖିଲା ଯେ ସେମାନଙ୍କ ମୁଣ୍ଡରେ ଏମିତିକା ମଜଭୁତ ଶିଙ୍ଗ ଖଞ୍ଜି ଦିଆଯାଇଛି ଯେ ତା ସହିତ ତାଳ ପକାଇବାକୁ ଯିବା ତ ଦୂରର କଥା, ତାକୁ ଦୂରରୁ ଦେଖି ମଧ୍ୟ ସିଏ ଭୟରେ ହୋଇଥିବ ଥରହର । ମାଛ ଠାରୁ ଆରମ୍ଭ କରି ଏଣ୍ଡୁଅ ଜାତୀୟ ଜୀବ ଙ୍କୁ ସତେ ଯେପରି କଣ୍ଟା ଜାଲି ଭିତରେ ରଖି ଦିଆ ଯାଇଛି । ଶତ୍ରୁ ତ ଆଉ ଏମାନଙ୍କୁ ହଠାତ୍ ଧରି ପକେଇବା ପାଇଁ ସାହାସ କରିବ ନାହିଁ । କଙ୍କଡ଼ା, ବିଛା ଭଳି କ୍ଷୁଦ୍ର ଜୀବଙ୍କ ଦେହରେ ଏଭଳି ବିଷ ରଖି ଦିଆ ଯାଇଛି ଯେ ସେଗୁଡ଼ିକ ସମସ୍ତଙ୍କ ଭୟର କାରଣ ହୋଇ ରହିଛି । ଅପରପକ୍ଷରେ ସ୍ରଷ୍ଟା ମନୁଷ୍ୟ ଶରୀରରେ ଏସବୁ ପ୍ରତିରକ୍ଷା ବ୍ୟବସ୍ଥା ଖଞ୍ଜି ନଥିଲେ ମଧ୍ୟ ଅନ୍ୟ ଜୀବ ଜନ୍ତୁ ମାନଙ୍କ ଠାରୁ ଏକ ଠାରୁ ଲକ୍ଷାଧିକ ପର୍ଯ୍ୟନ୍ତ ଅଧିକ ଶକ୍ତିଶାଳୀ ଓ ଫଳପ୍ରଦ ବ୍ୟବସ୍ଥା ସୃଷ୍ଟି କରିବାରେ ବୁଦ୍ଧି ପ୍ରକୃତ ଠାରୁ ପାଇଛି । ସେହି ବୁଦ୍ଧି ବଳରେ ସିଏ ବାଘ, ସିଂହ,ହାତୀ,ଗଣ୍ଡା ଙ୍କ ଭଳି ଜୀବ ଙ୍କ ଠାରୁ ନିଜକୁ ରକ୍ଷା ତ କରିଛି, ସେମାନଙ୍କୁ ଆଣି ନିଜର ଖେଳଣା ରୂପେ ବ୍ୟବହାର କରୁଛି । କିନ୍ତୁ ବର୍ତ୍ତମାନର ମଣିଷ ଆସି ଏଭଳି ପରିସ୍ଥିତିର ସମ୍ମୁଖୀନ ହେଲାଣି ଯେ ତା ବୁଦ୍ଧି , ଏବେ ଏବେ ତ ବୁଦ୍ଧିମତା ତା'ର କାଳ ହେଲାଣି, ଭୟଙ୍କର ବିପଦ ମଧ୍ୟ ହେଲାଣି । ଟେକା,ପଥର,ତୀର, ଠେଙ୍ଗା , ବନ୍ଧୁକ ଠାରୁ ପରମାଣୁ ବୋମା,ଅନ୍ତର୍ମହାଦେଶୀୟ କ୍ଷେପଣାସ୍ତ୍ର , ଏପରିକି ବିଶ୍ୱର ସବୁଠାରୁ ବିପଜ୍ଜନକ ଏବଂ ଭୟଙ୍କର ଅସ୍ତ୍ରଶସ୍ତ୍ରଗୁଡ଼ିକ କେବଳ ଗୋଟିଏ ନିର୍ଦ୍ଦିଷ୍ଟ ସହର ନୁହେଁ, ବରଂ ସମଗ୍ର ମାନବ ଜାତି ଏବଂ ପୃଥିବୀକୁ ଧ୍ୱଂସ କରିବାର କ୍ଷମତା ରଖନ୍ତି। ଏଗୁଡ଼ିକୁ ମୁଖ୍ୟତଃ ସାମୂହିକ ସଂହାରକାରୀ ଅସ୍ତ୍ର କୁହାଯାଉଛି। ଅଧୁନା ନାଭିକୀୟ ବା ପରମାଣୁ ଅସ୍ତ୍ର ବା ନ୍ୟୁକ୍ଲିଅର ଉଇପନ , ଯାହା
ପୃଥିବୀର ସବୁଠାରୁ ବିନାଶକାରୀ ଅସ୍ତ୍ର ବୋଲି ବିବେଚିତ। ଏହାର ଗୋଟିଏ ବିସ୍ଫୋରଣରେ ଲକ୍ଷ ଲକ୍ଷ ଲୋକ କ୍ରାକ୍ସନ୍ ମାତ୍ରକେ ମୃତ୍ୟୁବରଣ କରନ୍ତି ଏବଂ ବିକିରଣ ବା ରେଡିଏସନ୍
ଯୋଗୁଁ ଆଗାମୀ ପିଢ଼ି ମଧ୍ୟ ପ୍ରଭାବିତ ହେବା ଅବଧାରିତ , ଯାହା ଭୋଗି ଚାଲିଛି ଜାପାନ , ଜର୍ମାନ । ରାଷ୍ଟ୍ରସଂଘ (ରୁଷ) ଦ୍ୱାରା ପରୀକ୍ଷା କରାଯାଇଥିବା ହାଇଡ୍ରୋଜେନ୍ ବୋମା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ନାଭିକୀୟ ଅସ୍ତ୍ର। ଏହାର କ୍ଷମତା ହିରୋସିମାରେ ପକାଯାଇଥିବା ବୋମାଠାରୁ ୩,୩୦୦ ଗୁଣରୁ ଅଧିକ ଥିଲା। ସେହିପରି ବିଭିନ୍ନ ପ୍ରକାରର ମିସାଇଲ୍ଗୁଡ଼ିକ ମହାଦେଶରୁ ମହାଦେଶକୁ କେଇ ମିନିଟ୍ ମଧ୍ୟରେ ପରମାଣୁ ଆକ୍ରମଣ କରିପାରନ୍ତି। ଏଥି ସହିତ ଜୈବିକ ଅସ୍ତ୍ରରେ ମାରାତ୍ମକ ଭୂତାଣୁ (ଭାଇରସ ), ଜୀବାଣୁ (ବ୍ୟାକ୍ଟେରିଆ), କିମ୍ବା ଫଙ୍ଗସ୍ ବ୍ୟବହାର କରାଯାଉଛି । ରାସାୟନିକ ଅସ୍ତ୍ରଶସ୍ତ୍ର , ଯାହା ବିଷାକ୍ତ ଗ୍ୟାସ୍ କିମ୍ବା ରାସାୟନିକ ପଦାର୍ଥ ଦ୍ୱାରା ନିର୍ମିତ ଏବଂ ଯାହା ମଣିଷର ସ୍ନାୟୁ ପ୍ରଣାଳୀ ଏବଂ ଶ୍ୱାସକ୍ରିୟାକୁ ତୁରନ୍ତ ବନ୍ଦ କରିଦିଏ। ଏବେ ତ ସାଇବର ଅସ୍ତ୍ର ଅତ୍ୟନ୍ତ ଭୟଙ୍କର , ଯାହା ନିଜେ ଲକ୍ଷ୍ୟ ସ୍ଥିର କରି ଆକ୍ରମଣ କରୁଥିବା କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସାହାଯ୍ୟପ୍ରାପ୍ତ ଅସ୍ତ୍ର । ବିନା ଗୁଳିଗୋଳାରେ କୌଣସି ଦେଶର ପାୱାର ଗ୍ରୀଡ୍, ପରମାଣୁ କେନ୍ଦ୍ର, କିମ୍ବା ସୈନ୍ୟବାହିନୀର ଯୋଗାଯୋଗ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଅଚଳ କରିଦେଇପାରେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରଥମେ ପ୍ରଥମେ ଯେତେବେଳେ ଅସ୍ତ୍ରଶସ୍ତ୍ର ତିଆରି ହେଲା, ସେଗୁଡିକ ତ ପ୍ରକୃତି ଅବା ଅଦୃଶ୍ୟ ଶକ୍ତି କରି ନଥିଲେ, କରିଥିଲା ଏଇ ମଣିଷ । ସେହି ଅସ୍ତ୍ରଶସ୍ତ୍ର ଉପରେ ତାହାର ଥିଲା ସମ୍ପୂର୍ଣ୍ଣ କର୍ତ୍ତୁତ୍ବ । ମନୁଷ୍ୟ ନଥିଲା ଅସ୍ତ୍ରଶସ୍ତ୍ରର ଦାସ, ସେ ସବୁ ଥିଲେ ମଣିଷର ଦାସ, ମନୁଷ୍ୟର ଆଜ୍ଞାବହ । ଅସ୍ତ ଶବ୍ଦର ଆକ୍ଷରିକ ଅର୍ଥ ହେଉଛି ଯାହାକୁ କ୍ଷେପଣ କରାଯାଏ, ଅର୍ଥାତ୍ ଫୋପଡା ଯାଏ । ତେଣୁ ମଣିଷ ନିଜର ଆତ୍ମ ରକ୍ଷା ବା ଅନ୍ୟକୁ ଆକ୍ରମଣ କରିବା ଉଦ୍ଦେଶ୍ୟରେ ପ୍ରଥମେ ଅସ୍ତ୍ର ବ୍ୟବହାର କରି ନଥିଲା । କରି ନଥିଲା ବୋଲି ନକହି
ବରଂ କରିବାର କୌଶଳ ଜାଣି ନ ଥିଲା ବୋଲି କହିଲେ ଅଧିକ ଠିକ୍ ହେବ । ପ୍ରଥମେ ପ୍ରଥମେ ଯେତେବେଳେ ସିଏ ବଣ ଜଙ୍ଗଲରେ ବୁଲୁଥିଲା ସେତେବେଳେ ଅନ୍ୟ ଜୀବଜନ୍ତୁ ଙ୍କ ଭଳି ପ୍ରତିରକ୍ଷା ବା ଆକ୍ରମଣ ପାଇଁ ସେ ନିଜର ଅଙ୍ଗପ୍ରତ୍ୟଙ୍ଗକୁ ବ୍ୟବହାର କରୁଥିଲା । ଆମ୍ପୁଡା,କାମୁଡା, ଗୋଇଠା,ବିଧା ଇତ୍ୟାଦି ଦ୍ବାରା ନିଜର ପରାକ୍ରମ ଦେଖାଉଥିଲା । କିନ୍ତୁ ଏହି ଅବସ୍ଥା ବେଶି ଦିନ ରହି ନଥିବ । ମନୁଷ୍ୟର ଅଙ୍ଗପ୍ରତ୍ୟଙ୍ଗ ଅନ୍ୟ ଜୀବଜନ୍ତୁ ଙ୍କ ତୁଳନାରେ ଦୁର୍ବଳ । ତାହାର ନଖ, ଦାନ୍ତ,ଲୋମ, ଚମଡା , କେହି ତାକୁ ବିଶେଷ ସାହାଯ୍ୟ କରି ପାରୁ ନଥିବେ ଅନ୍ୟ ଜୀବ ମାନଙ୍କ ସହିତ ତାଳ ପକାଇବାକୁ ।ସେ ଶୀଘ୍ର ଶୀଘ୍ର ଗଛ ଚଢି ପାରେ ନାହିଁ କି ଅନ୍ୟ ଜନ୍ତୁଙ୍କ ସହିତ ତାଳ ପକାଇ ଦଉଡ଼ି ପାରେ ନାହିଁ । ଆକସ୍ମିକ ଭାବେ ହେଉ ଅବା ବୁଦ୍ଧି ଖେଳାଇ ହେଉ, ସେ ପ୍ରଥମେ ଠେଙ୍ଗାର ବ୍ୟବହାର କରିଥିବ । ହାତରେ ମାରିଲେ ଯେଉଁ ଫଳ ପାଆନ୍ତା,ଠେଙ୍ଗାରେ ପିଟିଲେ ସିଏ ଅଧିକ ସୁବିଧା ପାଇଥିବ । ସେହି ଠେଙ୍ଗାକୁ ମୁନିଆ କରି ସେ ଅନ୍ୟର ପେଟ ଫଠେଇ ଦେଇଥିବ ।ହାତୀଟାଏ,ବାଘଟାଏ, ସିଂହଟିଏ ବାସ ଗୟଳଟାଏ ମାଡି ବସିଲେ ସେ ଠେଙ୍ଗା ବ୍ୟବହାର କରିଥିବ ସିନା, ତା'ର କେତେକ ଅସୁବିଧା ହୋଇଥିବ । ତେଣୁ ତାକୁ ବୁଦ୍ଧି ଦେଖାଯାଇଥିବ ଠେଙ୍ଗା,ଛୋଟ ଛୋଟ କାଠ,ଟେକା ପଥରକୁ ଦୂରକୁ ଫିଙ୍ଗିବା ପାଇଁ । ଏହି ଯୋଉ ଦୂରକୁ ଫୋପାଡିବା କୌଶଳ ସେ ଶିଖି ଗଲା,ସେଇଥିରୁ ଅସ୍ତ୍ର ର ଜନ୍ମ ହେଲା । ଅତଏବ ଟେକା,ପଥର ଫୋପଡା ହେଉଛି ଆଦି ଅସ୍ତ୍ର । ଏହା ଦ୍ବାରା ତା'ର କେତେ ସୁବିଧା ହେଲା, ବର୍ତ୍ତମାନ ଆମେ ସହଜରେ ଅନୁମାନ କରିପାରିବା ନାହିଁ । ଏହି କୌଶଳଟି ଅନ୍ୟ କୌଣସି ଜୀବ ଜାଣି ନଥିଲେ । ତେଣୁ ଦୂରରୁ ସେମାନଙ୍କୁ ଅଟକାଇ ଦେଇ ପଶୁମାନଙ୍କ ଦେହବଳ ବିରୋଧରେ ମଣିଷର ପ୍ରଥମ ବିଜୟ ହେଲା । ମନୁଷ୍ୟର ସଂସ୍କୃତି ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ଓ ସ୍ଥାନରେ ଯେତିକି ଉନ୍ନତି ହୋଇଛି, ଅସ୍ତ୍ରର ପ୍ରକାର ସେତିକି ଅଧିକ ହୋଇଛି ।କାଠର ଠେଙ୍ଗା ବା ବର୍ଚ୍ଛା ବେଶି ଦିନ ରହୁ ନଥିଲା । ମନୁଷ୍ୟ ଯେତେବେଳେ ପଥର ସହିତ ପରିଚୟ ହେଲା, ପଥରର ଗୁଣ ବିଷୟରେ ତାର ଜ୍ଞାନ ହେଲା, ସେତେବେଳେ ସିଏ ଅଧିକ ସ୍ଥାୟୀ ଅସ୍ତ୍ରଶସ୍ତ୍ର ତିଆରି କଲା । ସେ ଯୁଗରେ ଲକ୍ଷ୍ୟ ଥିଲା କିଭଳି ଅସ୍ତ୍ର ବା ଶସ୍ତ୍ର ଟି ଶକ୍ତ,ଧାରୁଆ ଓ ମୁନିଆ ହେବ । ପଥରର ହାତୁଡି ବା କୁରାଢି ସବୁ ତିଆରି କରାଗଲା । ମଣିଷ ଯେତେବେଳେ ପତ୍ରରୁ ଧାତୁ କାଢିବା କୌଶଳ ଜାଣିଗଲା, ସେତେବେଳେ ଅସ୍ତ୍ର ତିଆରି କଳାରେ ବିପ୍ଲବାତ୍ମକ ପରିବର୍ତ୍ତନ ଦେଖାଦେଲା । ପୃଥିବୀର ଭିନ୍ନ ଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପ୍ରକାରର ଅସ୍ତ୍ରଶସ୍ତ୍ର ତିଆରି ହେବାର କାରଣ ହେଉଛି ସବୁ ଉପାଦାନ ସବୁ ଅଞ୍ଚଳରେ ମିଳିଲା ନାହିଁ । ଆଜି ମଧ୍ୟ ସେହି ପରିସ୍ଥିତି ରହିଛି ।ପରମାଣୁ ବୋମା ତିଆରି ପାଇଁ ଇଉରେନିୟମ ବା ଥୋରିୟମ୍ ଧାତୁ ଆବଶ୍ୟକ, ଯେଉଁ ଦେଶରେ ଏହି ଧାତୁ ଅଧିକ ପରିମାଣରେ ରହିଛି, ସେ ଦେଶର ଅଧିକ ସୁବିଧା ରହିଛି । ମନୁଷ୍ୟ ଯେତେବେଳେ ହତିଆର ତିଆରି ଶିଖିଲା, ସେତେବେଳେ ଦୈନନ୍ଦିନ ବ୍ୟବହାରରେ ଲାଗୁଥିବା ପଦାର୍ଥ ଗୁଡିକ ଓ ଅସ୍ତ୍ରଶସ୍ତ୍ର ଭିତରେ ସେଭଳି କିଛି ପାର୍ଥକ୍ୟ ନଥିଲା । ଶାନ୍ତିପୂର୍ଣ୍ଣ ବ୍ୟବହାର ପାଇଁ ଯେଉଁ କୁରାଢି ତିଆରି ହେଉଥିଲା, ଅର୍ଥାତ୍ ଯେଉଁଥିରେ କାଠ କଟା ଯାଉଥିଲା, ସେଇଟି ମଧ୍ୟ ଆତ୍ମରକ୍ଷାର ଶସ୍ତ୍ର ରୂପେ କାମରେ ଲାଗୁଥିଲା । ବର୍ତ୍ତମାନର ଆଦିବାସୀ ମାନେ ଯେତେବେଳେ ଜଙ୍ଗଲ କୁ କାଠ କାଟିବାକୁ ଯାଇଥାନ୍ତି, ସେତେବେଳେ ସେମାନଙ୍କ ହାତରେ ଥାଏ ଟାଙ୍ଗିଆ । ସେହି ଟାଙ୍ଗିଆରେ ବାଘ ଭଳି ହିଂସ୍ର ଜୀବଜନ୍ତୁକୁ ମାରନ୍ତି । ବାଘକୁ ମାରିବା ପାଇଁ ବନ୍ଧୁକ ଭଳି ସ୍ବତନ୍ତ୍ର ଅସ୍ତ୍ରର ବ୍ୟବହାର ଆବଶ୍ୟକତା ସେମାନେ ଅନୁଭବ କରୁନାହାନ୍ତି ।ତୀର-ଧନୁରେ ସେ ଶିକାର କରେ । ତାହାର ବ୍ୟବହାର ହୂଏ ରଣକ୍ଷେତ୍ରରେ ।
( ପରବର୍ତ୍ତୀ ସଂଖ୍ୟାରେ ଅବଶିଷ୍ଟାଂଶ)
ମୁହୂର୍ତ୍ତ ଦର୍ଶନ -୪
ମୁହୂର୍ତ୍ତ ଦର୍ଶନ -୪
( ପୂର୍ବ ପ୍ରକାଶନର ପରବର୍ତ୍ତୀ)
ସେ କେବେହେଲେ କଳ୍ପନା କରି ନଥିବ ଯେ ମଞ୍ଜି ଲଗାଇ ନୂଆ ନୂଆ ଗଛ ଉତାରି ହୁଏ । ଗଛକୁ ପୋଷା ମନାଇବା ତ ତାକୁ ଜଣା ନ ଥିଲା; ବଣର ଜୀବଙ୍କୁ ପୋଷା ମନାଇ ନିଜ କାମରେ ଲଗାଇବା ସ୍ୱପ୍ନ ବା ସେ କାହିଁକି ଦେଖିଥିବ ? ଗାଈଟାକୁ ଦେଖିଲେ ତାକୁ ମାରି କଞ୍ଚା ଖାଇଯିବା ବ୍ୟତୀତ ତା’ ମନକୁ ଅନ୍ୟ କୌଣସି ବ୍ୟବହାରର ପ୍ରଶ୍ନ କେବେହେଲେ ଆସି ନ ଥିବ । ଘର ବୋଇଲେ ସେ ବୁଝୁଥିବ ପାହାଡ଼ର ଗୁମ୍ଫା, ବଡ଼ ଗଛର ଡାଳ ବା କେଉଁଠି ଯଦି ଗୋଟାଏ ଖାଲ ହୋଇଯାଇଛି ସେହି ସ୍ଥାନଟା । ଆଜି ଆମେ ଯାହା ଖାଉଛୁ, ପିନ୍ଧୁଛୁ, ବ୍ୟବହାର କରୁଛୁ- ସେଗୁଡ଼ା ସେ କେବେ ହେଲେ ତା’ କଳ୍ପନା ଭିତରକୁ ଆଣି ନ ଥିବ । ଆଉ କିଛି ଦିନ ପରେ ଆମେ ଚନ୍ଦ୍ର ଓ ମଙ୍ଗଳ ଗ୍ରହ ବୁଲି ଆସିବା ବୋଲି ଆଜି ବିଚାରିଲେ ଆମ ମନରେ ଯେମିତିକା ଗୋଟାଏ ବିଚିତ୍ର ଧାରଣା ହେଉଛି, ସେତେବେଳେ ତାକୁ ଭାତ ଲୁଗା କଥା ସେମିତି ଧାରଣା ଅବା ଦେଉଥିବ ! –ତା’ଠାରୁ ଅଧିକ କିଛି ନୁହେଁ । ଆମେ କ’ଣ ତା’ହେଲେ କହିବା ଯେ ଅନ୍ୟ ଯେକୌଣସି ଜୀବ ଭଳି ‘ମନୁଷ୍ୟ’ ମଧ୍ୟ ଗୋଟିଏ ଜୀବ ଥିଲା ଓ ତା’ଠାରେ ବିଶେଷ କିଛି ବିଶେଷତ୍ବ ନ ଥିଲା ? ହଁ, ସେଇ କଥାଟା ପ୍ରାୟ ଠିକ୍ । ପ୍ରକୃତି ବା ଭଗବାନ ତାକୁ ଦେଇଥିଲେ କେବଳ ଗୋଟିଏ ବିଶେଷତ୍ୱ–ସେଇଟିର ନାଁ ‘ଭାଷା’ ବା କଥା କହିବାର ଶକ୍ତି । ଏଇତକ ଭଗବତ୍ଦତ୍ତ ବିଶେଷତ୍ୱ ବ୍ୟତୀତ ତା ପାଖରେ ଆଉ ବିଶେଷ ବା ଥିଲା କ’ଣ ? ସେହି ଯୁଗରେ ହିଁ ଆମ ପୂର୍ବପୁରୁଷ ମନୁଷ୍ୟର ସମ୍ପତ୍ତି ବୋଲି କିଛି ନଥିଲା । ଏହିଭଳି କଟିଯାଇଥିବ କେତେ ଲକ୍ଷ ବର୍ଷ ।
ସେ ଯୁଗର ସେହି ଲୋକଙ୍କ ମେଳରେ ଆମେ ବସିଥିଲାବେଳେ ସେମାନେ ମଧ୍ୟ ଆମରି ଭଳି କେତେ କାଳ୍ପନିକ ଗପ କହୁଥିବେ । ଜଣେ ହୁଏତ ଅନ୍ୟମାନଙ୍କୁ ସାନ୍ତ୍ୱନା ଦେବା ପାଇଁ ବୁଝାଉଥିବ– “ସବୁ ଜୀବଙ୍କୁ ଯିଏ ତିଆରି କରିଛି, ଆମକୁ ତ ସେହି ତିଆରି କରିଛି । ସେ ତ ଗୋଟାଏ ଜୀବ ତିଆରି କରି ତାକୁ ଗୋଟିଏ ବର ଦେଲା । ଚଢ଼େଇକୁ ‘ଡେଣା’ ବର, କଇଁଛକୁ ‘ଖୋଳପା’ ବର, ହାତୀକୁ ‘ଥୋଡ଼ପାହାଡ଼’ ବର ଓ ଠେକୁଆକୁ ‘ଦୌଡ଼’ ବର– ଏମିତିକା ଦେଇ ଦେଇକା ଚାଲିଲା । ସବାଶେଷରେ ତିଆରି କଲା ଆମ ଏଇ ମଣିଷକୁ । ଆମ ବେଳକୁ ତାର ସବୁ ‘ବର’ ଶେଷ ହୋଇ ଯାଇଥିଲା । ତେଣୁ ଏମିତି ଅସହାୟ ଅବସ୍ଥାରେ ପଠାଇ ଦେଇଛି ଏଇ ମାଟି ଉପରେ ବୁଲିବା ପାଇଁ । ତା କଥାରୁ ସାନ୍ତ୍ୱନା ପାଆନ୍ତୁ ବା ନ ପାଆନ୍ତୁ, ସେ ଯେ ସତ କହୁଛି ଏକଥା ସମସ୍ତଙ୍କର ହୃଦ୍ବୋଧ ହୋଇ ଯାଉଥିବ । ସେହି ମଣିଷ ସମାଜରେ ଆମେ ଥିଲାବେଳେ ଆଉ ଗୋଟିଏ ଘଟଣା ଘଟିଯାଇଥିବ ବୋଲି ଆମେ କଳ୍ପନା କରିନେବା । ଆମ ପାଇଁ ଯେ ସେଇଟି ଅତି ସାମାନ୍ୟ ଘଟଣା, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ; କିନ୍ତୁ ସେତେବେଳେ ମଣିଷଜାତି ବିଚାରିଲା ସବୁଠାରୁବଡ଼ କଥାଟାଏ ହୋଇଗଲାଣି । ଘଟଣାଟି ହେଉଛି-ଖବର ପହଞ୍ଚିଛି ଯେ ଏକ ମଣିଷ ନିଆଁ “ତିଆରି” କରିପାରୁଛି । ସେ କଳ୍ପନା କଲେ ନିଆଁ ସୃଷ୍ଟି କରି ଦେଉଛି ! ଆହୁରି ଶୁଣିଲା ଯେ ସେହି ନିଆଁ ମଣିଷର ବୋଲ ମାନୁଛି ! ତାକୁ ଡରିବାର କିଛି ନାହିଁ, ତାକୁ କାମରେ ଲଗାଇ ହେଉଛି ! ଏହି ଘଟଣାଟି ମନୁଷ୍ୟକୁ କେମିତି ନୂଆ ରୂପ ଦେଇଦେଲା, ସମ୍ପୂର୍ଣ୍ଣ ନୂଆ ଛାଞ୍ଚରେ ପକାଇଦେଲା–ସେହି ବିଷୟରେ ଟିକିଏ ଧୀରସ୍ଥିର ଭାବରେ ଚିନ୍ତା କଲେ ଆମେ ଏତେ କଥା ଜାଣିପାରିବା ଯେ ନିଆଁ କୁ ଦେବତା ବୋଲି ମାନିବା ବ୍ୟତୀତ ମନୁଷ୍ୟର ଅନ୍ୟ ଗତି ନ ଥିଲା । ଏ ସଂସାର ହେଲା ଦିନୁ ନିଆଁ ଅଛି ସତ-କିନ୍ତୁ ମନୁଷ୍ୟ ତାକୁ କେବଳ ଡରୁଥିଲା ସିନା, ତା ସହିତ ବନ୍ଧୁତା ବାନ୍ଧିପାରି ନ ଥିଲା । ସେ କ’ଣ ଦେଖି ନ ଥିଲା ଯେ ବଜ୍ର ପଡ଼ି ଜାଉଁଳା ଗଛଟା ହୁ-ହୁ ହୋଇ ଜଳିଯାଉଛି ? ଏ ଦୃଶ୍ୟ ଦେଖି ସେ ଜୀବନ- ବିକଳରେ ସେ ଅଞ୍ଚଳ ଛାଡ଼ି ବହୁ ଦୂରକୁ ପଳାଉଥିଲା ସିନା, ସେ ଗଛ ପାଖକୁ ତ ଆସି ପାରୁ ନ ଥିଲା । ଯିଏ ଥିଲା ସବୁଠାରୁ ସାହସୀ, ସେ ଖୁବ୍ ଭାରଭ୍ ଦେଖାଇ ସେ ଗଛ ପାଖକୁ ଅବା ଆସୁଥିଲା । କିନ୍ତୁ ତାର ଖୁବ୍ ନିକଟକୁ ନ ଯାଇ ଦୂରରୁ ତାକୁ ଚାହୁଁଥିଲା ଓ ବିସ୍ମୟରେ ବୁଡ଼ିଯାଉଥିଲା । ସେ ଆହୁରି ମଧ୍ୟ ଦେଖୁଥିଲା ଯେ ନିଆଁ ଥରେ ଥରେ ଆସି ଗୋଟାଏ ଗୋଟାଏ ବଣକୁ ତା’ ଜିଭରେ ଚାଟି ଦେଇ ଚାଲିଯାଉଛି । ସେ ଯେତେବେଳେ ବଣଗାକୁ ଚାଟି-ଚାଟିକା ଚାଲିଥାଏ, ତାର ହଜାର ହଜାର ଲାଲ ଲାଲ ଜିଭ କି ଭୀଷଣ ଦେଖାଯାଉଥାନ୍ତି ! ସେ ଅଞ୍ଚଳ ଛାଡ଼ି ନ ପଳାଇଲେ କ’ଣ ଆଉ ରକ୍ଷା ଅଛି ? ପୃଥିବୀର ଆଉ କୌଣସି ଅଞ୍ଚଳରେ ମନୁଷ୍ୟ ହୁଏତ ଦେଖିଛନ୍ତି, ମାଟିତଳୁ କି ଭୀଷଣ ଗର୍ଜନ କରି ନିଆଁ ବାହାରେ ଉପରକୁ । ଆଗ୍ନେୟଗିରିର ଭୀଷଣ ଦୃଶ୍ୟ ତାଙ୍କୁ ଭୟଭୀତ କରି ରଖିଥିଲା । ସେ ସେହି ଦୃଶ୍ୟ ଦେଖେ ସିନା; କିନ୍ତୁ ବୁଝିପାରେ ନାହିଁ କଣ ହେଉଛି ।
ସେଥିପାଇଁ ଯେତେବେଳେ ଶୁଣାଗଲା ଯେ ନିଆଁକୁ ଏହି ମଣିଷ ଆୟତ୍ତ କଲାଣି-ସେ କୋଟିନିଧ୍ ପାଇଲା ଭଳି ବିଚାରିଲା । ନିଆଁ-ଦେବତାଙ୍କର ଏକମାତ୍ର ‘ଖାଦ୍ୟ’, ଶୁଖିଲା କାଠ ଆଣି ତାଙ୍କୁ ଖୁଆଇଲେ ସେ ଆଉ ଦେହଛପା ଦେଇ ଚାଲିଯିବା ପାଇଁ ମନ କଲେ ନାହିଁ । ଥରେ ସେ ଚାଲିଗଲେ ଆଉ ଆସିବେ ନାହିଁ ବୋଲି ଜଣାପଡ଼ିବାରୁ ଯେପରି କି ତାଙ୍କୁ ନିଆଗଲା, ସେତି ସବୁଦିନ ପାଇଁ ରଖିବା ନିମନ୍ତେ କେତେ ଚେଷ୍ଟା ନ ହେଉଥିଲା !
ପ୍ରକୃତରେ ଦେଖିବାକୁ ଗଲେ ଅଗ୍ନି ହିଁ ମଣିଷକୁ ପ୍ରକୃତ ମଣିଷ କଲା । ଜଣେ ସେତେବେଳେ କହିଦେଲା– ‘ଆଜି ଖଣ୍ଡେ ଜଳନ୍ତା
କାଠ ଧରି ମୁଁ ସିଂହଟାକୁ ଗୋଡ଼ାଇଲି ଯେ ସେ ପ୍ରାଣବିକଳରେ ପଳାଇଲା’, ସେତେବେଳେ ତା ଦେହରେ ଓ ତା’ର ସଙ୍ଗୀମାନଙ୍କ ଦେହରେ ଶତସିଂହର ବଳ ଦେଖାଦେଲା । ସେ ଆଉ ବନ୍ୟଜନ୍ତୁଙ୍କ ଭୟରେ ଦିନ ଆଉ ଥାଉ ଗୁମ୍ଫା ଭିତରେ ନ ପଶି ନିର୍ଭୟରେ ଶୋଇଲା ଜଙ୍ଗଲ ମଝିରେ । ନିଆଁ ଦେଖି ବଣର ଜନ୍ତୁ ରହିଗଲେ ବହୁ ଦୂରରେ । “ଦେବତାମାନଙ୍କ ଗୁପ୍ତ-ବିଦ୍ୟାର ସନ୍ଧାନ ପାଇଲା ପୃଥିବୀର ମନୁଷ୍ୟ ।” ଯିଏ ଆଣି ପୃଥିବୀର ଗୋଟିଏ ଗୋଟିଏ ଅଂଶରେ ନିଆଁ ତିଆରିର ବିଦ୍ୟା ପହଞ୍ଚାଇ ଦେଉଥାଏ, ସେ ମଧ୍ୟ ଦେବତା ଭଳି ପୂଜା ପାଉଥାଏ । ପୃଥିବୀର ଯେଉଁ ଅଂଶକୁ ଯାଅ- ‘ନିଆଁ’ କିପରି ସୃଷ୍ଟି ହେଲା ବା କିଏ ଆଣିଲା ଦେବତାମାନଙ୍କଠାରୁ ଏହି ପୃଥିବୀକୁ; ସେ ବିଷୟରେ ବହୁ ଗଳ୍ପ ଶୁଣିବ । ପ୍ରତି ଗଳ୍ପରେ କିଛି ନା କିଛି ସ୍ୱତନ୍ତ୍ରତା ରହିଛି ।
ନିଆଁକୁ ପୋଷା ମନାଇଲା ପୂର୍ବରୁ ମଧ୍ୟ ମନୁଷ୍ୟ ଚେଷ୍ଟା କରିଛି ନିଜର ଅବସ୍ଥାକୁ ଭଲ କରିବା ପାଇଁ । ତା’ର ମସ୍ତିଷ୍କ ତା’ଦୁଇ ହାତକୁ କାମରେ ଲଗାଇ ରଖିଥିଲା । ସେ ଖଣ୍ଡିଏ କାଠ ଦେଖିଲେ ତାକୁ ଆଉ କାଠରେ ଘଷି ବା ପଥରରେ ଘଷି, ଯେତେଦୂର ସମ୍ଭବ ମୁନିଆ କରି ଦେଉଥିଲା । ପଥରରେ ପଥରକୁ ଘଷି ମୁନିଆ କରି ହତିଆର ତିଆରି କରିଥିଲା । ସେହି ହତିଆରରେ ସେ ଶିକାର କରୁଥିଲା, ମାଟି ଖୋଳୁଥିଲା, ଗଛର କୋରଡ଼କୁ ବଡ଼ କରିଦେଇ ତା’ର ଭିତରେ ସାଇତି ଦେଉଥିଲା
ବଳକା ଫଳମୂଳତକ । ବଣର କୁକୁରକୁ ସେ ନିଜର ସାଥୀ କରି ନେଇଥିଲା । ନିଆଁଟି ପୋଷା ମାନିଗଲାରୁ ତା’ର ବହୁତ ସୁବିଧା ହୋଇଗଲା । ଶୀତଦିନରେ ଶୀତ ତାକୁ ଆଉ ଡରାଇ ପାରିଲା ନାହିଁ । ସେ ନିଆଁ ‘ପୁହିଁଲା’ । ନିଆଁରୁ ପାଇଲା ଏକାବେଳକେ ଆଲୋକ ଓ ତାପ । ସୂର୍ଯ୍ୟ କାହିଁ କେତେ ଦୂରରେ ! ସେ ପୁଣି ଅଧେ ସମୟ ଆସିବେ ତ ଅଧେ ସମୟ ରହିବେ ମୁହଁଢଙ୍କା ଦେଇ । ଯେତେ ବିକଳ ହୋଇ ଡାକିଲେ ମଧ୍ୟ ଶୁଣିବେ ନାହିଁ । ଯେତେ ସମୟ ରହିବେ, ସବୁବେଳେ ପୁଣି ଟାଣ ଖରା ଦେବେ ନାହିଁ । ନିଆଁଟି ହେଲା ତାଙ୍କର ଚଳନ୍ତି ପ୍ରତିମା । ସେ ଦେଲା ସୂର୍ଯ୍ୟଙ୍କ ଭଳି ଆଲୁଅ ଓ ତାପ । କେବଳ ମନୁଷ୍ୟ ବ୍ୟତୀତ ଅନ୍ୟ କୌଣସି ପ୍ରାଣୀ ‘ନିଆଁ’ ସୃଷ୍ଟି କରି ପାରିଲେ ନାହିଁ । ନିଆଁ ଆସିଲାରୁ ମନୁଷ୍ୟ ପାଇଗଲା ବସୁଧା-ମାତାର ଗଣ୍ଡାଘରର ଚାବି । ସେହି ଚାବିରେ ସେ ତା’କୁ ଗୋଟାଏ ଗୋଟାଏ ଗଣ୍ଡାଘର ଖୋଲି ପକାଇଲା । ନିଆଁ ଜାଳି ସେ ପଥର ଦେହରୁ ଲୁହା ବାହାର କରି ପକାଇଲା । ଟାଣ ପଥରକୁ ସହଜରେ ଫଟାଇ ଦେଇ ପାରିଲା । ମାଟି ମେଞ୍ଚାଟାଏ ଆଣି ହାଣ୍ଡି, ମାଠିଆ, ପଲମ, ସରା ତିଆରି କରି ପୋଡ଼ି ପକାଇଲା । ଏବେ ସେ ଆଉ କଞ୍ଚାମାଂସ ଖାଉନାହିଁ ।
( ଅବଶିଷ୍ଟାଂଶ ପରବର୍ତ୍ତୀ ସଂଖ୍ୟାରେ)
ମୁହୂର୍ତ୍ତ ଦର୍ଶନ -୨-2
“ସୀତେ ବନ୍ଦାମହେ ଭ୍ଵାର୍ବତୀ ସୁଭଗେ ଭବ,
ଯଥାନଃ ସୁମନା ଆସୋ ଯଥାନଃ ସୁଫଳା ଭୁବଃ ।
(ହେ ସୁଭଗେ ଲଙ୍ଗଳରେଖା ! ତୁମେ ଅଧିଷ୍ଠାନ କର । ଆମେ ତୁମର ବନ୍ଦନା କରୁଛୁ । ତୁମେ ଯେମିତି ପ୍ରସନ୍ନ ହେବ ଓ ବସୁମତୀକୁ ସୁଫଳା କରିବ) । ତାହାପରେ ଅଛି– ଇନ୍ଦ୍ର ଲଙ୍ଗଳର ରେଖା ଗ୍ରହଣ କରନ୍ତୁ, ପୂଷ୍ୟା ତାକୁ ରକ୍ଷା କରନ୍ତୁ, ସେ ପୟସ୍ଵିନୀ ହୋଇ ବର୍ଷ ବର୍ଷ ଧରି ଆମକୁ ଶସ୍ୟ ଦାନ କରୁ ।
ପାରିବାରିକ ଜୀବନ ଉପରେ ଯଥେଷ୍ଟ ଗୁରୁତ୍ଵ ଆରୋପ କରାଯାଇଛି । ଗୋଟିଏ ପରିବାରରେ ଏକାଠି ଚଳିବା ପାଇଁ ଯେଉଁ ସାଧନା ଓ ସହନଶୀଳତା ଲୋଡ଼ା, ସେହି ସାଧନା ଓ ସେହି ସହନଶୀଳତା ଫଳରେ ମନୁଷ୍ୟର ଆଧ୍ୟାତ୍ମିକ ଉନ୍ନତି ମଧ୍ୟ ସାଧ୍ତ ହୁଏ । ପରିବାରରେ ଚଳି ଶିଖିଲେ ସମାଜରେ ଚଳିବାର ଯୋଗ୍ୟତା ହାସଲ କରାଯାଏ । କ୍ରମେ ‘ବସୁଧୈବ କୁଟୁମ୍ବକମ୍’ କଥାଟିର ମହତ୍ତ୍ଵ ବୁଝିବାକୁ ମନୁଷ୍ୟ ସମର୍ଥ ହୁଏ । ଅଥର୍ବ ବେଦର ଗୋଟିଏ ସ୍ଥାନରେ କୁହାଯାଇଛି- “ତୁମେମାନେ ଯେମିତି ଏକମନ ଏକ ହୃଦୟ ହୋଇ ଚଳିବ ଓ ଘୃଣାମୁକ୍ତ ହୋଇଯିବ, ମୁଁ ତା’ର ବ୍ୟବସ୍ଥା କରିବି । ଗାଈ ଯେଉଁ ବାଛୁରୀଟିକୁ ଜନ୍ମ ଦେଇଛି ତାକୁ ଯେମିତି ଭଲ ପାଏ, ପରିବାର ଭିତରେ ପରସ୍ପରକୁ ସେମିତି ସ୍ନେହ କର । ପୁତ୍ର ପିତାପ୍ରତି କୃତଜ୍ଞ ରହୁ ଓ ମା’ର ଅନ୍ତରର କଥା ବୁଝି ସେହି ଅନୁସାରେ ଚଳୁ । ସ୍ତ୍ରୀ ସ୍ଵାମୀକୁ ଧୀର ଓ ସୁମିଷ୍ଟ ବଚନ କହୁ । ଭାଇ ଭାଇକୁ ବା ଭଉଣୀ ଭଉଣୀକୁ ଘୃଣା ନ କରୁ । ପରିବାରରେ ସମସ୍ତେ ଏକମତ ହୋଇ ଚଳ, ଏକ ଲକ୍ଷ୍ୟ ଦିଗରେ ଆଗେଇଯାଅ ଓ ସମସ୍ତଙ୍କ ମନକୁ ଘେନିଲା ଭଳି କଥାବାର୍ତ୍ତା କର ।” ଏଭଳି ଉପଦେଶ ଦେବାକୁ ଉଦ୍ଦେଶ୍ୟ ହେଉଛି, ମନୁଷ୍ୟ ଯଦି ନିଜ ପରିବାରରେ ଏହିଭଳି ନ ଚଳେ ସେ କ୍ରମେ ବ୍ୟକ୍ତିକେନ୍ଦ୍ରିକ ହୋଇଯିବ, ପରିବାର ଭାଙ୍ଗିଯିବ ଓ ଏହି ପ୍ରକ୍ରିୟାର ପରିଣାମରେ ସମାଜ ମଧ୍ୟ ତିଷ୍ଠିପାରିବ ନାହିଁ ।
ଦୁର୍ବଳତାବଶତଃ ମନୁଷ୍ୟ ଏଭଳି କାର୍ଯ୍ୟ ବା ଚିନ୍ତା କରେ, ଯାହାକି ଅନ୍ୟମାନେ ହୁଏତ ଜାଣିପାରିବେ ନାହିଁ । କେବଳ ଆତ୍ମନିରୀକ୍ଷଣଦ୍ଵାରାହିଁ ତାହାର ଗତିରୋଧ ବା ସଂଶୋଧନ କରାଯାଇପାରେ । ମନରେ ଥିବା ପାପ-ସଂକଳ୍ପକୁ ଲକ୍ଷ୍ୟ କରି ଅଥର୍ବ ବେଦରେ କୁହାଯାଇଛି– “ହେ ମନସ୍ପାପ, ଦୂର ହୋଇଯାଅ । ମୋତେ କାହିଁକି ଅପ୍ରଶସ୍ତ ବା ଅଯୋଗ୍ୟ କଥା କହୁଛ ? ଦୂର ହୁଅ, ମୁଁ ତୁମକୁ ଲୋଡୁ ନାହିଁ । ତୁମେ ସେଇତିକି ଚାଲିଯାଅ । ମୋ ମନ ନିଜ ଘର ତଥା ନିଜ ଇନ୍ଦ୍ରିୟ ବିଷୟରେ ଚିନ୍ତନ କରୁଛି ଜାଗ୍ରତ ଅବସ୍ଥାରେ ହେଉ ବା ସ୍ଵପ୍ନରେ ହେଉ, ମନ୍ଦ ପ୍ରଭାବରେ ପଡ଼ି ଜାଣିଶୁଣି ଯାହାସବୁ କରିପକାଇଛି, ସେଗୁଡ଼ିକ ନିଶ୍ଚୟ ନିନ୍ଦନୀୟ । କରିବା ପାଇଁ ଆଉ ଯେପରି କାରଣ ନ ଘଟେ, ପରମେଶ୍ଵର ସେ ବ୍ୟବସ୍ଥା କରନ୍ତୁ । ହେ ପ୍ରଭୁ, ମୁଁ ଯେଉଁ ମିଥ୍ୟା ବ୍ୟବହାର ବା ମିଥ୍ୟାଚାର କରିଛି, ସେସବୁ ପାପରୁ ମତେ ଉଦ୍ଧାର କର ।” ଷଡ଼ରିପୁଙ୍କ ପ୍ରଭାବରୁ ମନୁଷ୍ୟ ଯେମିତି ଦୂରରେ ରହିବ ସେ ବିଷୟରେ ଋଗ୍ବେଦରେ ଯେଉଁ ଉପଦେଶ ଦିଆଯାଇଛି, ତାହାର ପୁନରାବୃତ୍ତି କରି ଅଥର୍ବ ବେଦରେ କୁହାଯାଇଛି - “ଉକୂକ -ଯାତୁଂ ଶୁଶୁଲୂକ -ଯାତୁଂ
କହି ସ୍ଵ-ଯାତୁମୁତ କୋକ-ଯାତୁମ୍ ,ସୁପର୍ଣ୍ଣ-ଯାତୁମୁତ ଗୃଧ୍ର-ମାତୁଂ
ହୃଷଦେବ ପ୍ରମୃଣ ରକ୍ଷ ଇନ୍ଦ୍ର ॥” ଅର୍ଥାତ୍ ଗରୁଡ଼ ସମାନ ଯାହାର ଚାଲିଚଳନ ଚର୍ବିତ; ଅର୍ଥାତ୍ ଯେଉଁ ଲୋକ ଗର୍ବୀ, ଅହଙ୍କାରୀ ବା ମଦମତ୍ତ, ସେଉଁମାନେ ଶାଗୁଣା ପରି ଲୋଭୀ (ଅର୍ଥାତ୍ ଅନ୍ୟର ମାଂସରେ ନିଜକୁ ପରିପୁଷ୍ଟ କରନ୍ତି), ପକ୍ଷୀ ପରି ଯେଉଁମାନଙ୍କର ବ୍ୟବହାର ଅର୍ଥାତ୍ ଅତ୍ୟନ୍ତ କାମଗ୍ରସ୍ତ, କୁକୁରଙ୍କ ପରି ଯେଉଁମାନେ ନିଜ ନିଜ ଭିତରେ ଲଢ଼ନ୍ତି, ପେଚା ପରି ଯେଉଁମାନେ ମୂର୍ଖ ଅର୍ଥାତ୍ ପେଚା ଆଲୋକ ବା ପ୍ରକାଶଠାରୁ ଦୂରରେ ରହିବା ଭଳି ଯେଉଁମାନେ ଜ୍ଞାନାଲୋକଠାରୁ ନିଜକୁ ଦୂରରେ ରଖିବା ପାଇଁ ଚେଷ୍ଟା କରନ୍ତି, ମେଣ୍ଢା ପରି ଯେଉଁମାନେ କ୍ରୋଧୀ-ଏହି ଛ’ ଶ୍ରେଣୀର ଲୋକ ରାକ୍ଷସ । ହେ ପରମେଶ୍ଵର, ଯେପରି ପଥରରେ ପକ୍ଷୀକୁ ମରାଯାଏ, ସେହିପରି ମନୁଷ୍ୟର ମନକୁ ପଥର ପରି ଦୃଢ଼ କରି ଏହି ଛ’ରିପୁଙ୍କୁ ତା’ ମନରୁ ଦୂରକର । ବେଦରେ ବହୁ ଜାତିର ପ୍ରାଣୀଙ୍କ ବିଷୟରେ ଉଲ୍ଲେଖ ରହିଛି । ବିଶେଷ କରି ଗାଈ ଓ ଘୋଡ଼ାଙ୍କ କଥା ବହୁ ସ୍ଥାନରେ ଲେଖାଯାଇଛି ଋଗ୍ବେଦରେ କୁହାଗଲାଣି, ଗାଈ ହେଉଛି ‘ଅର୍ଘ୍ୟ, ଅର୍ଥାତ୍ ହତ୍ୟାର ଅଯୋଗ୍ୟ । ତାକୁ ଦେବୀ ବୋଲି ସ୍ଵୀକାର କରାଗଲାଣି । ଈଳା, ଅଦିତ ଓ ପୃଥ୍ଵୀଙ୍କୁ ସ୍ଥାନେ ସ୍ଥାନେ ଗାଈ ରୂପରେ କଳ୍ପନା କରାଗଲାଣି । କିନ୍ତୁ ଅଥର୍ବ ବେଦରେ ହିଁ ଗୋ-ପୂଜା ଉପରେ ବିଶେଷ ଜୋର ଦିଆଗଲା । ଏହି ଅନ୍ତିମ ବେଦରେ ମନୁଷ୍ୟ ଦୃଷ୍ଟିକୁ ସ୍ଵର୍ଗରୁ ମର୍ତ୍ତ୍ୟକୁ ଫେରାଇ ଅଣାହୋଇଛି । ଶ୍ରେଷ୍ଠ ବ୍ରହ୍ମ ଏହି ସଂସାରରେ ରହନ୍ତି ବୋଲି କୁହାଯାଇଛି । ସେହି ପରମବ୍ରହ୍ମଙ୍କର ଉଦର ହେଉଛି ପବନ, ଆକାଶ ତାଙ୍କ ମସ୍ତକ, ପବନ-ସ୍ରୋତ ତାଙ୍କ ନିଶ୍ଵାସ, ସୂର୍ଯ୍ୟ ଓ ଚନ୍ଦ୍ର ତାଙ୍କ ଦୁଇ ଚକ୍ଷୁ ଓ ଅଗ୍ନି ତାଙ୍କ ମୁଖ ବୋଲି ଚିତ୍ର କରାଯାଇଛି । ଚିକିତ୍ସା -ବିଜ୍ଞାନ ବିଷୟରେ ପ୍ରଥମେ ଧାରଣା ଦେଲେ ଅଥର୍ବ ବେଦର ରଚୟିତା ଋଷିମାନେ । ଏ କଥା ସତ ଯେ, ସେ ଯୁଗରେ ଏହି ଶାସ୍ତ୍ରସଂକ୍ରାନ୍ତୀୟ ଗବେଷଣା ଖୁବ ଉଚ୍ଚ ସ୍ତରକୁ ଯାଇ ନଥିଲା । କିନ୍ତୁ ପ୍ରଥମେ ଏହି ଶାସ୍ତ୍ରରେ ହିଁ ହାଡ଼, ଶିରା, ଧମନୀ ପ୍ରଭୃତି ଉଲ୍ଲେଖ ରହିଲା । ଶରୀର ଓ ମନର ଯେଉଁ ରୋଗ ଗୁଡ଼ିକର କାରଣ ନିର୍ଣ୍ଣୟ କରିହେଲା ନାହିଁ, ସେଗୁଡ଼ିକ ଅସୁରମାନେ ଘଟାଉଛନ୍ତି ବୋଲି ଧରି ନିଆଯାଇଥିଲା । ରୋଗୀ ମନରେ ବିଶ୍ଵାସ ଓ ବଳର ସଞ୍ଚାର କରାଇବା ପାଇଁ ବୈଦ୍ୟ ତା’ ପାଖରେ ବସି ମନ୍ତ୍ରପାଠ କରୁଥିଲେ । ସେହି ମନ୍ତ୍ରଗୁଡ଼ିକ ଝଡ଼ା ଫୁଙ୍କା ମନ୍ତ୍ର ବୋଲି ପରେ କୁହାଗଲା । ଶରୀର ଓ ମନର ଚିକିତ୍ସା ଏକ ସଙ୍ଗେ କରିବାକୁ ଉଦ୍ୟମ ହୋଇଥିଲା । ରୋଗୀ ଯଦି ଆତ୍ମବିଶ୍ଵାସ ହରାଇ ବସେ, ତାକୁ ଚିକିତ୍ସା କରିବା ସହଜ ହେବ ନାହିଁ ବୋଲି ସେ ଯୁଗରେ ଅନୁମାନ କରିବାରେ କିଛି ଅସ୍ଵାଭାବିକତା ନାହିଁ । ଆଜି ମଧ୍ୟ ସାଇକୋସୋମାଟିକ୍ ବା ଶରୀର -ମନର ଚିକିତ୍ସା କରାଯାଉଛି-ଏପରିକି ହିପ୍ନଟିଜିମ୍ ବା ସମ୍ମୋହନ ବିଦ୍ୟାର ଆଶ୍ରୟ ନିଆଯାଉଛି । ଝଡ଼ା ଫୁଙ୍କା ମନ୍ତ୍ର ଅଥର୍ବ ବେଳରେ କିଭଳି ଅଛି ତାହାର ଗୋଟିଏ ମାତ୍ର ଉଦାହରଣ ଆମେ ଜାଣିପାରିବା ରୋଗୀର ମନରେ ବଳର ସଞ୍ଚାର କରିବା ପାଇଁ, ତା’ ଠାରେ ଆତ୍ମପ୍ରତ୍ୟୟ ଭରିଦେବା ପାଇଁ ଋଷିମାନେ ରୋଗୀ ପାଖରେ ବସି ଅତି ଶ୍ରଦ୍ଧାର ସହିତ ତାକୁ କଅଣ କହୁଥିଲେ । କେହି ଜଣେ ମୃତକଳ୍ପ ହେଲେ ତା’ ନିକଟରେ ବସି ଜଣେ ଋଷି କହୁଥିଲେ– “ତୁମେ ନିକଟରୁ, ତୁମଠାରୁ ଦୂରକୁ ତୁମକୁ ମୁଁ ଡାକୁଛି । ଏଇଠାରେ ରୁହ, ଯାଅ ନାହିଁ । ତୁମ ପୂର୍ବ-ପିତୃପୁରୁଷଙ୍କ ପାଶକୁ ଯାଅନାହିଁ । ମୁଁ ତୁମକୁ ଦୃଢ଼ହସ୍ତରେ ଧରିରଖୁଛି । ତୁମର ଆତ୍ମୀୟ ବ୍ୟକ୍ତି କିମ୍ବା ଅନ୍ୟ କେହି ଯଦି ଅଭିଚାର କରିଥିବେ, ମୁଁ ମନ୍ତ୍ର ପଢ଼ି ସେସବୁ କାଟି ଦେଉଛି । ଯଦି ତୁମ ଅଜ୍ଞାତସାରରେ ବା ବୁଝି ନ ପାରି କୌଣସି ସ୍ତ୍ରୀ ଲୋକ ବା ପୁରୁଷଙ୍କୁ କଷ୍ଟ ଅଥବା ଅଭିଶାପ ଦେଇଥାଅ, ତେବେ ମୁଁ ତାହା ମୋଚନ କରି ଦେଉଛି । ଯଦି ତୁମ ପିତାମାତାଙ୍କ ପାପରୁ ଏହି ପୀଡ଼ା ହୋଇଥାଏ, ତେବେ ମୁଁ ମନ୍ତ୍ର ପଢ଼ି ସେସବୁ ଝାଡ଼ିଦେଉଛି । ତୁମ ପିତାମାତା, ଭାଇ ଭଉଣୀ ଯେଉଁସବୁ ଔଷଧ ଦେଇଛନ୍ତି, ତାହା ସେବନ କର । ମୁଁ ତୁମକୁ ଦୀର୍ଘଜୀବୀ କରୁଛି । ହେ ପୁରୁଷ, ତୁମର ସମସ୍ତ ମନ ସହିତ ଏହିଠାରେ ରୁହ । ଜୀବିତମାନଙ୍କର ପଥର ଉଦୟନ, ଆରୋହଣ, ଅବତରଣ ପ୍ରଭୃତି ମନେ ପକାଇ ତୁମକୁ ଡାକିଲେ, ଫେରିଆସ । ତୁମେ ମରିବ ନାହିଁ । ଯକ୍ଷ୍ମା ରୋଗରେ ତୁମ ଶରୀର କ୍ଷୀଣ ହେଉଥିଲା । ମୁଁ ତାହା ଝଡ଼ାଇ ଦେଉଛି ।”
ଏହିପରି କହି କେବଳ ଯେ ରୋଗୀକୁ ସାନ୍ତ୍ଵନା ଦିଆଯାଉଛି ତା’ ନୁହେଁ– ମୃତ୍ୟୁକୁ ମଧ୍ୟ ବିକଳ ପ୍ରାର୍ଥନା କରି କହୁଛନ୍ତି– “ଅନ୍ତକ ମୃତ୍ୟୁକୁ ମୋର ନମସ୍କାର, ତୁମେ ପ୍ରାଣ ଓ ଅପାନ ବାୟୁ ଏହିଠାରେ ଥାଉ । ଏହି ସୂର୍ଯ୍ୟପୁରରେ ଏବଂ ଅମୃତଲୋକରେ ଆତ୍ମା ସଙ୍ଗେ ଏହି ପୁରୁଷ ରହୁ ।”
ଅନ୍ୟ ତିନି ବେଦଠାରୁ ଅଥର୍ବ ବେଦର ଆଉ ଗୋଟିଏ ବିଶେଷତ୍ଵ ହେଲା ଏହାର ଭାଷା । ଅନ୍ୟ ବେଦ ଗୁଡ଼ିକର ରଚୟିତାମାନେ ଯେଉଁ ବିଷୟବସ୍ତୁର ଅବତାରଣା କରିଛନ୍ତି, ସେଗୁଡ଼ିକ ସହିତ ଋଷିମୁନି, ପୁରୋହିତ, ପଣ୍ଡିତମାନଙ୍କର ସମ୍ପର୍କ ଥିଲା । ଅଥର୍ବ ବେଦ ସେତେବେଳେ ସାଧାରଣ ଲୋକଙ୍କ ଦୈନନ୍ଦିନ ସମସ୍ୟାଗୁଡ଼ିକ ସହିତ ସଂପୃକ୍ତ ହୋଇଗଲା ସେତେବେଳେ ଜନସାଧାରଣ ଯେଉଁ ଭାଷା କହୁଥିଲେ ସେଥିରୁ ଅନେକ ଶବ୍ଦ ଏହି ବେଦର ରଚୟିତା ଶ୍ଳୋକ, ମନ୍ତ୍ର, ସୂକ୍ତରେ ବ୍ୟବହାର କଲେ । ତେଣୁ ଏହା ଅପେକ୍ଷାକୃତ ସୁଖପାଠ୍ୟ ହୋଇଗଲା । ଏହା ସଙ୍ଗେ ସଙ୍ଗେ ଗଦ୍ୟ-ସାହିତ୍ୟ ଉପରେ ଅଧିକ ଜୋର ଦିଆଗଲା । ଏହା କେବେ ରଚିତ ହୋଇଥିଲା, ସେ ବିଷୟରେ ବୈଜ୍ଞାନିକ ପଦ୍ଧତିରେ ଗବେଷଣା ହୋଇ କେହି ସ୍ଥିର ସିଦ୍ଧାନ୍ତରେ ପହଞ୍ଚି ନାହାନ୍ତି । ତେବେ ଏହା ଯେ ମହାଭାରତ ପରେ ରଚିତ ହୋଇଛି, ଏ ବିଷୟରେ ଅନେକ ପଣ୍ଡିତ ଏକମତ ହେଉଛନ୍ତି । ମହାଭାରତ ଯୁଗର ପୁରୁଷ କୃଷ୍ଣ, ଜନ୍ମେଜୟ ତଥା ପରୀକ୍ଷିତ ପ୍ରଭୃତିଙ୍କ ନାମରେ ଉଲ୍ଲେଖ ଏଥିରେ ଥିବାରୁ ମହାଭାରତ ପରେ ଏହା ରଚନା କରାଯାଇଥିବା ତାହା ହେଲେ ମଧ୍ୟ ୩୦୦୦ (ତିନିହଜାର) ବର୍ଷ ପୂର୍ବେ ଏହା ରଚିତ ହୋଇଥିଲା ବୋଲି କୁହାଯାଇପାରେ । ବ୍ରହ୍ମବିଦ୍ୟା ପ୍ରତିପାଦକ ଉପନିଷଦ୍ ବିଶେଷ ।
ମୁହୂର୍ତ୍ତ ଦର୍ଶନ -୩
ମୁହୂର୍ତ୍ତ ଦର୍ଶନ -୩
(ପୂର୍ବ ପ୍ରକାଶନର ପରବର୍ତ୍ତୀ ଆଲୋଚନା)
ଦିବ୍ୟ ପୁରୁଷ ଏଇଠି ଅଟକି ଯାଇ ସେଦିନ ସନ୍ଧ୍ୟାବେଳେ
ଓଡ଼ିଶାର ବାଲେଶ୍ୱର ଜଙ୍ଗଲରୁ କିଛି ଦିନ ତଳେ ପାଞ୍ଚଟି ବିରଳ ଓରାଙ୍ଗଉଟାନ୍ ଛୁଆ ଉଦ୍ଧାର କରାଯାଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରଖାଯାଇଥିବାରୁ ତାହାକୁ ଆଧାର କରି ଏକ ଦୃଶ୍ୟ -ଶ୍ରାବ୍ୟ ଗଣମାଧ୍ୟମରେ ରଖିଥିବା ଅଭିମତକୁ ଭୁଲ୍ ବୋଲି ଆମକୁ ସୂଚେଇ ଦେଇ କହିଥିଲେ ଯେ "ଓରାଙ୍ଗଉଟାନ୍' ଶବ୍ଦଟି ମାଲେ ଭାଷାରୁ ଆସିଛି, ଯାହାର ଅର୍ଥ ହେଉଛି ଜଙ୍ଗଲି ମଣିଷ' ।
ଆମର ପ୍ରଶ୍ନ ଥିଲା ତେବେ କ'ଣ ଏମାନେ ମଣିଷର ପୂର୍ଵାବସ୍ଥା ?ନା, ବଣ ମଣିଷ ବା ଓରାଙ୍ଗୁଟାନ୍ ଆଜିର ମଣିଷ ମାନଙ୍କର ପ୍ରତ୍ୟକ୍ଷ ପୂର୍ବଜ ନୁହଁନ୍ତି । ବିଜ୍ଞାନ ଏବଂ ବିବର୍ତ୍ତନବାଦ (ଇଭୋଲ୍ୟୁସନ୍) ଅନୁସାରେ, ମଣିଷ ଓରାଙ୍ଗୁଟାନ୍ଙ୍କ ଠାରୁ ସୃଷ୍ଟି ହୋଇନାହାନ୍ତି ସତ୍ୟ ମାତ୍ର, ପ୍ରାୟ ୧୪ ରୁ ୧୯ ନିୟୁତ (୧.୪ ରୁ ୧.୯ କୋଟି) ବର୍ଷ ପୂର୍ବେ ମଣିଷ ଏବଂ ଓରାଙ୍ଗୁଟାନ୍ଙ୍କର ଜଣେ ସାଧାରଣ ପୂର୍ବଜ ଥିଲେ। କାଳକ୍ରମେ ବିବର୍ତ୍ତନ ସୂତ୍ରରେ ଗୋଟିଏ ଶାଖାରୁ ଓରାଙ୍ଗୁଟାନ୍ ଏବଂ ଅନ୍ୟ ଶାଖାରୁ ମଣିଷ, ଚିମ୍ପାଞ୍ଜି ଓ ଗୋରିଲାଙ୍କର ବିକାଶ ହୋଇଥିଲା। ଅପରପକ୍ଷରେ ମଣିଷ ଏବଂ ଓରାଙ୍ଗୁଟାନ୍ଙ୍କ ଡିଏନ୍ଏ ପ୍ରାୟତଃ ୯୭ ପ୍ରତିଶତ ସମାନ । ଏହା ଦର୍ଶାଏ ଯେ ଏମାନେ ଆମର "ପୂର୍ବଜ" ନୁହଁନ୍ତି, ବରଂ ଜୈବିକ ସମ୍ପର୍କ ଦୃଷ୍ଟିରୁ ଆମର "ଦୂରସମ୍ପର୍କୀୟ ଭାଇ-ଭଉଣୀ" ବା ଇଭୋଲ୍ୟୁସନାରୀ କଜିନ ସଦୃଶ । ମଣିଷର ସବୁଠାରୁ ନିକଟତମ ସମ୍ପର୍କୀୟ ହେଉଛନ୍ତି ଚିମ୍ପାଞ୍ଜି ଏବଂ ବୋନୋବୋ । ଯାହାଙ୍କ ସହ ମଣିଷର ଡିଏନ୍ଏ ପ୍ରାୟ ୯୮.୮% ମିଶିଥାଏ। ସଂକ୍ଷେପରେ କହିଲେ, ମଣିଷ ବଣ ମଣିଷଠାରୁ ଆସିନାହିଁ; ବରଂ ଉଭୟ ମଣିଷ ଏବଂ ବଣ ମଣିଷ ଅତୀତରେ ଜଣେ ସମାନ ପୂର୍ବଜଙ୍କ ଠାରୁ ଅଲଗା ଅଲଗା ଶାଖାରେ ବିକଶିତ ହୋଇଛନ୍ତି। ମହାଭାରତ ଯୁଦ୍ଧ ସମୟରେ ଅର୍ଜୁନ ଭଗବାନ ଶ୍ରୀକୃଷ୍ଣଙ୍କର ସେହି ବିରାଟ ଓ ଅଲୌକିକ ରୂପ ଦର୍ଶନ କରିଥିବା ଭଳି ଏହି ଦିବ୍ୟ ପୁରୁଷ ସମଗ୍ର ବ୍ରହ୍ମାଣ୍ଡ ଏବଂ ସମସ୍ତ ସୃଷ୍ଟି ସମାହିତ ତଥ୍ୟାର୍ପଣ କରିଥିଲେ । ସେ ସମୟରେ ଶ୍ରୀକୃଷ୍ଣଙ୍କର ସେହି ପ୍ରଚଣ୍ଡ ଓ ଅନନ୍ତ ରୂପ ଦେଖି ଅର୍ଜୁନ ବିସ୍ମିତ ଓ ଭୟଭୀତ ହେବା ଭଳି ଆମ ଶରୀର ଗୋଟା ସୁଦ୍ଧା ଥରି ଉଠିଥିଲା । ଦିବ୍ୟ ପୁରୁଷ କହିଥିଲେ ଯେ ପୃଥିବୀରେ ପ୍ରାଣୀ ଜଗତର ଇତିହାସ ପ୍ରାୟ ୩.୮ ବିଲିୟନ୍ (୩୮୦ କୋଟି) ବର୍ଷ ପୁରୁଣା, ଯାହା ଏକକୋଷୀ ଜୀବରୁ ଆରମ୍ଭ ହୋଇ ଆଜିର ଜଟିଳ ମାନବ ସମାଜ ପର୍ଯ୍ୟନ୍ତ ବିକଶିତ ହୋଇଛି। ୩.୮ - ୩.୫ ବିଲିୟନ ବର୍ଷ ପୂର୍ବେ ସମୁଦ୍ର ମଧ୍ୟରେ ଏକକୋଷୀ ବ୍ୟାକ୍ଟେରିଆ ଏବଂ ଆର୍କିଆ ଭଳି ସରଳ ଜୀବଙ୍କର ଆବିର୍ଭାବ ହୋଇଥିଲା। ଏହା ପରେ ସାୟାନୋବ୍ୟାକ୍ଟେରିଆ ଦ୍ୱାରା ଆଲୋକ ଶ୍ଲେଷଣ ଆରମ୍ଭ ହୋଇ ବାୟୁମଣ୍ଡଳରେ ଅମ୍ଳଜାନର ପରିମାଣ ବୃଦ୍ଧି ପାଇଲା। ୬୦୦ - ୫୪୦ ମିଲିୟନ ବର୍ଷ ପୂର୍ବେ ସମୁଦ୍ର ରେ ବହୁକୋଷୀ ଜୀବଙ୍କ ଆବିର୍ଭାବ ଘଟିଲା। କାମ୍ବ୍ରିଆନ୍ ଯୁଗରେ ପ୍ରାଣୀମାନଙ୍କ ମଧ୍ୟରେ ଦ୍ରୁତ ବିବର୍ତ୍ତନ ଘଟି ପ୍ରଥମ ମେରୁଦଣ୍ଡୀ ଜୀବ (ମାଛ) ଏବଂ ସମୁଦ୍ର ସ୍ପଞ୍ଜ, କାଙ୍କଡ଼ା ଭଳି କଠିନ ଆବରଣ ଥିବା ପ୍ରାଣୀ ସୃଷ୍ଟି ହେଲେ। ସେହିପରି ୪୦୦ - ୬୬ ମିଲିୟନ ବର୍ଷ ପୂର୍ବେ ଜଳଚର ପ୍ରାଣୀମାନେ ସ୍ଥଳଭାଗକୁ ଆସି ଉଭୟଚର (ଆମ୍ପିବିଆନସ୍) ଏବଂ ପରେ ସରୀସୃପରେ ପରିଣତ ହେଲେ। ମେସୋଜୋଇକ୍ ଯୁଗରେ (୨୫୨-୬୬ ମିଲିୟନ୍ ବର୍ଷ) ଡାଇନୋସରମାନେ ପୃଥିବୀରେ ରାଜୁତି କରିଥିଲେ। ୬୬ ମିଲିୟନ ବର୍ଷ ପୂର୍ବରୁ ଆଜି ପର୍ଯ୍ୟନ୍ତ
ଆଷ୍ଟେରଏଡ୍ ପାତ ଯୋଗୁଁ ଡାଇନୋସର ବିଲୁପ୍ତ ହେବା ପରେ ସ୍ତନ୍ୟପାୟୀ (ମାମାଲସ୍) ଏବଂ ପକ୍ଷୀମାନଙ୍କର ପ୍ରାଧାନ୍ୟ ବୃଦ୍ଧି ପାଇଲା। ପ୍ରାୟ ୩-୪ ଲକ୍ଷ ବର୍ଷ ପୂର୍ବେ ଆଧୁନିକ ମାନବର ବିକାଶ ଘଟିଥିଲା। ପ୍ରାୟ ୬କୋଟି ଷାଠିଏ ଲକ୍ଷ ବର୍ଷ ପୂର୍ବେ
ଡାଇନୋସରମାନେ ପୃଥିବୀରୁ ସମ୍ପୂର୍ଣ୍ଣ ବିଲୁପ୍ତ ହୋଇଯାଇଥିଲେ। ଏହା ଶୁଣି ଆମ ମୁଣ୍ତ ଭିତରେ ପଶିଲା ଯେ ଏତେ ଲକ୍ଷ ବର୍ଷ ପୂର୍ବେ ବିଲୁପ୍ତ ବିଶାଳ ପ୍ରାଣୀ ଡାଇନୋସର କୁ ଉପଜିବ୍ୟ କରି ଏବେ ଅନେକ ଆଲୋଚନା, ପର୍ଯ୍ୟାଲୋଚନା, ଏପରିକି ଏହାକୁ ଆଧାର କରି ଅନେକ ଚଳଚ୍ଚିତ୍ର ବିଭିନ୍ନ ଭାଷାରେ ନିର୍ମିତ ହେଉଥିବା ନିଶ୍ଚିତ ଭାବରେ ଏହି ଦିବ୍ୟ ପୁରୁଷ ଙ୍କ ଦ୍ଵାରା ଅନ୍ୟ କେହି ଆମ ଭଳି ମଣିଷଙ୍କୁ କହିଥିବେ । ବାସ୍ତବରେ ପ୍ରଜାତିର ଏହି ମହା-ବିଲୁପ୍ତି ଗୋଟିଏ କାରଣରୁ ନୁହେଁ, ବରଂ ଏକାଧିକ ପ୍ରାକୃତିକ ବିପର୍ଯ୍ୟୟର ଶୃଙ୍ଖଳା ଯୋଗୁଁ ଘଟିଥିଲା ବୋଲି ମଧ୍ୟ ସୂଚେଇ ଥିଲେ । ପ୍ରାୟ ୧୦ ରୁ ୧୫ କିଲୋମିଟର ଓସାରର ଏକ ବିଶାଳକାୟ ଗ୍ରହାଣୁ (ଆଷ୍ଟେରଏଡ୍ ) ବର୍ତ୍ତମାନର ମେକ୍ସିକୋରେ ଥିବା 'ୟୁକାଟାନ୍ ଉପଦ୍ୱୀପ' ନିକଟରେ ପୃଥିବୀ ସହ ଧକ୍କା ହୋଇଥିଲା। ଏହି ଧକ୍କା ଯୋଗୁଁ ୧୦୦ ମିଲିୟନ୍ ମେଗାଟନ୍ ଆଣବିକ ବୋମା ସଦୃଶ ଶକ୍ତି ନିର୍ଗତ ହୋଇଥିଲା, ଯାହାଦ୍ୱାରା ୧୮୦ କିଲୋମିଟର ଓସାରର 'ଚିକ୍ସୁଲୁବ୍ କ୍ରେଟର' ସୃଷ୍ଟି ହୋଇଥିଲା। ଗ୍ରହାଣୁ ଧକ୍କା ଯୋଗୁଁ ବିଶ୍ୱବ୍ୟାପୀ ଭୟଙ୍କର ସୁନାମି ତରଙ୍ଗ ସୃଷ୍ଟି ହୋଇଥିଲା। ଧକ୍କାରୁ ବାହାରିଥିବା ଉତ୍ତାପ ଯୋଗୁଁ ପୃଥିବୀର ବିଭିନ୍ନ ଅଞ୍ଛଳରେ ଥିବା ଜଙ୍ଗଲଗୁଡ଼ିକରେ ପ୍ରଚଣ୍ଡ ଦାବାନଳ ଲାଗିଯାଇଥିଲା ଏବଂ ପୃଥିବୀରେ ଆଲୋକହୀନତା ଓ ଶୀତଳତା ଦେଖା ଦେଇଥିଲା । ସେହିପରି ଏହି ଧକ୍କା ଏବଂ ଦାବାନଳ ଯୋଗୁଁ କୋଟି କୋଟି ଟନ୍ ଧୂଳି, ଧୂଆଁ, ଏବଂ ସଲଫର୍ ବାୟୁମଣ୍ଡଳକୁ ଚାଲିଯାଇଥିଲା। ଏହା ସୂର୍ଯ୍ୟଙ୍କ ଆଲୋକକୁ ବର୍ଷ ବର୍ଷ ଧରି ପୃଥିବୀକୁ ଆସିବାରେ ବାଧା ଦେଇଥିଲା। ଆଲୋକଶ୍ଲେଷଣ ବନ୍ଦ ହୋଇଯିବାରୁ ପ୍ରଥମେ ଗଛଲତା ମରିଗଲେ, ତା'ପରେ ଶାକାହାରୀ ଡାଇନୋସର ଏବଂ ଶେଷରେ ମାଂସାହାରୀ ଡାଇନୋସରମାନେ ଖାଦ୍ୟ ଅଭାବରୁ ମୃତ୍ୟୁବରଣ କଲେ। ଅପରପକ୍ଷରେ ଆଗ୍ନେୟଗିରି ଉଦ୍ଗୀରଣ
ଫଳରେ ଏଥିରୁ ନିର୍ଗତ ବିଷାକ୍ତ ଗ୍ୟାସ୍ ଏବଂ କାର୍ବନ୍ ଡାଇଅକ୍ସାଇଡ୍ ପୃଥିବୀର ପରିବେଶକୁ ପୂର୍ବରୁ ହିଁ ଅସ୍ଥିର କରିସାରିଥିଲା।ଏହି ମହା-ବିଲୁପ୍ତିରେ ପୃଥିବୀର ପ୍ରାୟ ୭୫ ପ୍ରତିଶତ ପ୍ରାଣୀ ପ୍ରଜାତିର ଚିହ୍ନବର୍ଣ୍ଣ ରହିଲା ନାହିଁ । କେବଳ ଛୋଟ ଆକାରର ସ୍ତନ୍ୟପାୟୀ ଜୀବ, ଜଳଚର ଜୀବ (ଯେପରିକି କୁମ୍ଭୀର, କାଛଡ଼) ଏବଂ ଉଡ଼ିପାରୁଥିବା କେତେକ ଡାଇନୋସର (ଯାହାଙ୍କଠାରୁ ଆଜିର ପକ୍ଷୀ ଜଗତର ସୃଷ୍ଟି) ବଞ୍ଚିଯାଇଥିଲେ। ଆମେ ପ୍ରଶ୍ନ କରିଥିଲୁ ଯେ ସେତେବେଳେ ତେବେ ମଣିଷ ନିଆଁର ବ୍ୟବହାର ଜାଣିଥିଲା ? ହସି ହସି ଦିବ୍ୟ ପୁରୁଷ କହିଥିଲେ " ପ୍ରକୃତରେ ତୋତେ ଯିବାକୁ କହୁନି, କେବଳ କଳ୍ପନାରେ ଆମେ ଚାଲିଯିବା କେତେ ଲକ୍ଷ ବର୍ଷ ତଳକୁ " । ଧରି ନିଜ ସେତେବେଳେ ଏଇଭଳି ପୃଥିବୀ ଥିଲା, ଥିଲା ମଧ୍ୟ ଏହି ଭଳି ପାଣି,ପବନ, ଜଳବାୟୁ, ନଦନଦୀ, ସମୁଦ୍ର , ଅରଣ୍ୟ , ବିଭିନ୍ନ ପ୍ରଜାତିର ପ୍ରାଣୀ , ଆଜି ଭଳି ସବୁ କିଛି , ମାତ୍ର ନଥିବ ନିଆଁର ବ୍ୟବହାର ଶିକ୍ଷା । ଆମ ପୂର୍ବପୁରୁଷ ମଣିଷ ସେତେବେଳେ କେମିତିକା ହୋଇଥିବେ ? କେମିତି ଚଳୁଥିବେ ଓ ସାଧନ କ'ଣ ସବୁ ଥିବା ଏବଂ କ'ଣ ଖାଉଥିବେ ? ଏହି ପ୍ରଶ୍ନ ଆମକୁ ଚିନ୍ତାଗ୍ରସ୍ତ କରିଦେଇଥିଲା । ମୁହୂର୍ତ୍ତେ ବିଳମ୍ବ ନକରି କହିଥିଲେ " ଜଣେ ହେଲେ କେହି ଆଜିକାର ମଣିଷ ଭଳି ଦେଖା ଯାଉ ନଥିଲେ । ତେବେ ନିଶ୍ଚିତ ମାଙ୍କଡ଼ ଭଳି ଦେଖା ଯାଉଥିବେ ବୋଲି ତତକ୍ଷଣାତ୍ ଆମେ କହିବା ପରେ ସେ କହିଥିଲେ କଳ୍ପନା କରେ । ତେବେ କାହାରି ଦେହରେ ଲଜ୍ଜା ନିବାରଣ ପାଇଁ ବା ନିଜକୁ ଶୀତ ବର୍ଷାରୁ ରକ୍ଷା ପାଇବା ପାଇଁ କୌଣସି ବସ୍ତ୍ର ବା ଅନ୍ୟ ସାଧନ ନଥିବ । ଅନ୍ୟ ଭୟଙ୍କର, ଶକ୍ତିଶାଳୀ ହିଂସ୍ର ଜୀବଜନ୍ତୁ ମାନଙ୍କୁ ଦେଖି ଡରି ଡରି ମଣିଷ କାକୁସ୍ଥ ହୋଇ ରହିଥିବ । ସେତେବେଳେ ସିଏ ନିଶ୍ଚିତ ଭାବୁଥିବ ଯେ ତାକୁ କାହିଁକି ଭାଲୁର ଲୋମ,ହରିଣର ଦୌଡ଼,ଗୟଳର ସିଙ୍ଗ,ଗୋଖରର ବିଷ,ବାଘର ନଖ, ସିଂହର ଦାନ୍ତ ସ୍ରଷ୍ଟା ଦେଲେ ନାହିଁ ବୋଲି ଭାବି ଭାବି ତା ମନଟା ମରି ଯାଇଥିବ । ଅନ୍ଧାର ହେଲେ ସିଏ ବାଟ ପାଇବ ନାହିଁ ବୋଲି ଦିନ ଘଡ଼ିଏ ଥାଉ ଥାଉ ତାର ପାହାଡ଼ ଗୁମ୍ଫାପାଖରେ ପହଞ୍ଚି ଯାଉଥିବ । ରାତିରେ ତାକୁ ବଣଯନ୍ତୁ ମାରି ପକେଇବେ ବୋଲି ଭାବି ଭୟ କରି ଦିନ ଥାଉ ଥାଉ ଗୁମ୍ଫା ଭିତରେ ପଶି ଯାଇ ଖଣ୍ଡେ ପଥର ଆଣି ଗୁମ୍ଫା ମୁହଁ ବନ୍ଦ କରି ଦେଇଥିବ । ତାର ଗୁମ୍ଫା ମୁହଁ ଅତିକ୍ରମ କରି ବାଘ, ସିଂହ ଭାଲୁ ନିର୍ଭୟରେ ଯାତାୟାତ କରୁଥିବା ଶବ୍ଦ ସିଏ ଶୁଣି ପାରୁଥିବ । ସେମାନଙ୍କ ଗର୍ଜନ ତର୍ଜନ ମର୍ଦ୍ଦନ ଶୁଣି ସେମାନଙ୍କ ତୁଳନାରେ ସିଏ ନିଜେ କେଡେ ନଗଣ୍ୟ,ସେଇ କଥା ଭାବି ତାକୁ ଲାଜ ମାଡୁଥିବ । 'ନରର ପ୍ରଭାବ' ଜାଣି ନଥିବାରୁ ବନ୍ୟଜନ୍ତୁ ଙ୍କ ମନୁଷ୍ୟ ପ୍ରତି କିଭଳି 'ଅନସ୍ଥା ଭାବ ' ।
( ଅବଶିଷ୍ଟାଂଶ ପରବର୍ତ୍ତୀ ସଂଖ୍ୟାରେ)
ନ୍ୟାୟିକ ସଂସ୍କାର ( ୨ )
ନ୍ୟାୟିକ ସଂସ୍କାର ( ୨ )
_--------------------
ବିଗତ ଦିନରେ ସର୍ବୋଚ୍ଚ ନ୍ୟାୟାଳୟର ସେବା ନିବୃତ ବିଚାରପତି ନ୍ୟାୟ ମୂର୍ତ୍ତି ମଦନ ବି ଲୋକୁର ଭୁବନେଶ୍ୱରରେ ଏକ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ
" ବିଚାରପତିମାନଙ୍କ ନିଯୁକ୍ତି ସମ୍ପର୍କିତ ତଥ୍ୟ ସାର୍ବଜନୀନ ହେବା ଉଚିତ " ବୋଲି ଦେଇଥିବା ମତ ସାମ୍ପ୍ରତିକ ସ୍ଥିତିରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କରୁ । ଓଡ଼ିଶାର ବିଭିନ୍ନ ଗଣ ଆନ୍ଦୋଳନର ଜଣେ ନେତା ଦୀର୍ଘ ଦିନ ଧରି ଏହି ଦାବି କରିଆସୁଥିଲେ ସତ୍ୟ ମାତ୍ର, ଯେହେତୁ ନ୍ୟାୟ ମୂର୍ତ୍ତି ଲୋକୁର ଏଭଳି ମତ ଦେଇଛନ୍ତି, ସେହେତୁ ଏହା ସମଗ୍ର ଦେଶର ଜନମତକୁ ପ୍ରଭାବିତ କରିବ ବୋଲି ଆମର ଦୃଢ ବିଶ୍ବାସ ରହିଥିଲା ଓ ରହିବା ମଧ୍ୟ ଅବଧାରିତ । କାରଣ ଆମେ ଅନେକ ସମୟରେ କହିଥାଉ , କ'ଣ କୁହାଗଲା ବଡ କଥା ନୁହେଁ, କିଏ କହିଲା ତାହା ଉପରେ କଥାର ଗୁରୁତ୍ଵ ରହିଥାଏ । ଏକ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । " ବିଳମ୍ବିତ ନ୍ୟାୟ ବିଡ଼ମ୍ବିତ" ଶୀର୍ଷକରେ "ସୁବାର୍ତ୍ତା"ରେ ଆମର ଏକାଧିକ ଆଲେଖ୍ୟରେ ପ୍ରାମାଣିକ ତଥ୍ୟ ସହିତ ଅନେକ ପ୍ରସ୍ତାବ ଦେଇଥିଲେ ମଧ୍ୟ ତାହା ବୋଧେ ନ୍ୟାୟ ଓ ଶାସନ ବ୍ୟବସ୍ଥା ନିୟନ୍ତ୍ରକମାନଙ୍କ ଦୃଷ୍ଟି ଆକର୍ଷଣ କରିପାରିନାହିଁ । ବିଗତ ସମୟରେ ଆମେ ସର୍ବୋଚ୍ଚ ନ୍ୟାୟାଳୟରେ ଅଦାଲତ ଅବମାନନା ମକଦ୍ଦମାର ସମ୍ମୁଖୀନ ହୋଇଥିଲୁ । ଉଚ୍ଚ ନ୍ୟାୟାଳୟ ସମୂହରେ ଓ ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରପତିଭାବେ ନିଯୁକ୍ତି ନିମନ୍ତେ ଯେଉଁ ଚୟନ ମଣ୍ଡଳୀ ବା କଲେଜିୟମ ଗଠିତ ହେଉଛି , ସେମାନେ କେଉଁ ଆଧାରରେ ଚୟନ ନିଷ୍ପତ୍ତି ନେଉଛନ୍ତି, ତାହା ସାର୍ବଜନୀନ ହେବା ଏକାନ୍ତ ଆବଶ୍ୟକ । ଗତକାଲି ବିଚାରପତି ନିଯୁକ୍ତିର ରାଜପତ୍ର ପ୍ରକାଶ ପାଇଛି । ଅତଏବ ଏହା ଗୋପନୀୟ ରହିବା ଉଚିତ୍ ନୁହେଁ ବୋଲି ନ୍ୟାୟ ମୂର୍ତ୍ତି ଲୋକୁରଙ୍କ ମତ ସହିତ ଆମେ ଏକମତ । ସେହିପରି ନ୍ୟାୟାଳୟମାନଙ୍କରେ ହେଉଥିବା ଶୁଣାଣି ଓ ବିଚାର ବିବରଣୀ ବୈଷୟିକ ସଂରକ୍ଷିତ ହେବା ଆବଶ୍ୟକ । ଏହା ଫଳରେ କେଉଁ ମାମଲାରେ କେଉଁ ବିଚାରପତି କେଉଁ ଭଳି ମତ ପୋଷଣ କରିଛନ୍ତି, ତାହା ଦେଶର ନାଗରିକ ମାନେ ଦେଖି- ଶୁଣି ପାରିବେ । ବିଗତ ୭୬ ବର୍ଷ ମଧ୍ୟରେ ଅନେକ ଉଦାହରଣୀୟ ତଥ୍ୟ ଥିଲେ ମଧ୍ୟ " ଭାତ ହାଣ୍ଡିରୁ ଗୋଟିଏ ଚିପିବା" ନ୍ୟାୟ ରେ କଲିକତା ଉଚ୍ଚ ନ୍ୟାୟାଳୟର ଜଣେ ବିଚାରପତି ଚିନ୍ନାସ୍ବାମୀ ସ୍ବାମୀନାଥ କର୍ଣ୍ଣନଙ୍କ ସମ୍ପର୍କରେ ସଂକ୍ଷିପ୍ତରେ ଉଲ୍ଲେଖ କଲେ ନ୍ୟାୟ ମୂର୍ତ୍ତି ଲୋକୁରଙ୍କ ମତ ଓ କ୍ଷୋଭ କେତେ ଗୁରୁତ୍ୱପୂର୍ଣ୍ଣ, ତାହା ଉପଲବ୍ଧି କରିହେବ । ନ୍ୟାୟ ମୂର୍ତ୍ତି (ଉଚ୍ଚାରଣ କରିବାକୁ କୁଣ୍ଠିତ) କର୍ଣ୍ଣନଙ୍କ କାର୍ଯ୍ୟକଳାପ ଏତେଦୂର ଅଯୌକ୍ତିକ , ଚରିତ୍ର ଏଭଳି ଆପତ୍ତିଜନକ ଓ ଆଚରଣ ଏଭଳି ଅସହ୍ୟ ହୋଇପଡ଼ିଲା ଯେ ଖୋଦ୍ ନ୍ୟାୟ ପାଳିକା ଜନାଦାଲତର କାଠଗଡ଼ାରେ ଠିଆ ହେବାକୁ ପଡ଼ିଥିଲା ଏବଂ ଶେଷରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିଥିଲା । ନ୍ୟାୟପାଳିକା ମଧ୍ୟରେ ବିଶୃଙ୍ଖଳିତ ବିଚାରପତିଙ୍କ ଉପସ୍ଥିତି ଓ ସମୟାନୁକ୍ରମେ ସଂଖ୍ୟା ବୃଦ୍ଧି କେବଳ ଦେଶ ପକ୍ଷରେ ଅହିତକର ନୁହେଁ , ଅଧିକନ୍ତୁ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାର ଭବିଷ୍ୟତ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରେ । କର୍ଣ୍ଣନ ଜଣେ ଉଦଭ୍ରାନ୍ତ ଯୁବକ ଭାବେ ଅନେକ ଅପରାଧରେ ସମ୍ପୃକ୍ତ ଥାଇ ଅଧିବକ୍ତା ଭାବେ ଓ ଗୋଟିଏ ଦଳର କର୍ମୀ ଭାବେ କାର୍ଯ୍ୟ କରୁଥିଲେ । ୨୦୦୮ ମସିହାରେ ସର୍ବୋଚ୍ଚ ନ୍ୟାୟାଳୟର ତତ୍କାଳୀନ ମୁଖ୍ୟ ବିଚାରପତି କେ .ଜି ବାଲକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଗଠିତ କଲେଜିୟମ କର୍ଣ୍ଣନଙ୍କୁ ମାଡ୍ରାସ ଉଚ୍ଚ ନ୍ୟାୟାଳୟର ବିଚାରପତି ପଦବୀରେ ନିଯୁକ୍ତି ପାଇଁ ସୁପାରିଶ କରିଥିଲେ । ୨୦୧୧ ମସିହାରେ ଜଷ୍ଟିସ କର୍ଣ୍ଣନ ଜାତୀୟ ଅନୁସୂଚିତ ଜାତି ଆୟୁକ୍ତ(କମିଶନ )ଙ୍କ ନିକଟରେ ଅଭିଯୋଗ କଲେ ଯେ ତାଙ୍କୁ ଅନ୍ୟ ବିଚାରପତି ମାନେ ବିଭିନ୍ନ କୁବିଶେଷଣରେ ସମ୍ବୋଧିତ କରୁଛନ୍ତି, ଯେହେତୁ ସେ ଜଣେ ଦଳିତ । ଅଭିଯୋଗ ଅମୂଳକ ବୋଲି ପ୍ରମାଣିତ ହୋଇଥିଲା ।୨୦୧୪ ମସିହାରେ ଗୋଟିଏ ଖଣ୍ଡପୀଠଙ୍କ ଅଦାଲତ ଚାଲିଥିଲା ବେଳେ ଅନଧିକୃତ ଭାବେ ପ୍ରବେଶ କରି ସେ ଯେଭଳି ଆଚରଣ କଲେ ତାହାକୁ ସର୍ବୋଚ୍ଚ ନ୍ୟାୟାଳୟ " ଅନୈତିକ ଓ ଶିଷ୍ଟାଚାରବିହୀନ ବ୍ୟବହାର" କହି ଭତ୍ସନା କରିଥିଲେ । ୨୦୧୫ ରେ ସେ ପୁଣି ଅଭିଯୋଗ କଲେ ଯେ ବିଚାରପତି ମାନେ କନିଷ୍ଠ ମହିଳାମାନଙ୍କୁ ଯୌନ ନିର୍ଯାତନା ଦେଉଛନ୍ତି , ତାହା ମଧ୍ୟ ଅମୂଳକ ବୋଲି ପ୍ରମାଣିତ ହୋଇଥିଲା । ଠିକ୍ ସେହିବର୍ଷ ଆହୁରି ଏକ ଆଶ୍ଚର୍ଯ୍ୟଜନକ ପଦକ୍ଷେପ ନେଲେ, ଯାହା ପ୍ରମାଣିତ କରିଦେଇଥିଲା ଯେ ଦେଶର ଆଇନ୍ କାନୁନ୍ ଓ ଉଚ୍ଚ ନ୍ୟାୟାଳୟ,ମୁଖ୍ୟ ବିଚାରପତିଙ୍କୁ , ଦେଶର ଶାସନ ବ୍ୟବସ୍ଥାକୁ ସେ ଆଦୌ ଭୃକ୍ଷେପ କରୁନଥିଲେ । ଏହା ପରେ ଅନେକ ଆପତ୍ତିଜନକ କାର୍ଯ୍ୟ କରିଥିଲେ । ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ଗ୍ରହଣ କରି ତାଙ୍କୁ କଲିକତା ଉଚ୍ଚ ନ୍ୟାୟାଳୟକୁ ବଦଳି କରାଇଥିଲେ ଏବଂ ତାଙ୍କର ଆଚରଣ ଓ ଉଚ୍ଚାରଣରେ କିଛି ପରିବର୍ତ୍ତନ ହୋଇନଥିଲା , ବରଂ ସେଭଳି ଘଟଣା ଘଟିବାରୁ ଶେଷରେ ଅଦାଲତି ଅବମାନନାରେ ଛ ମାସ ଜେଲ୍ ଦଣ୍ଡ ପ୍ରଦାନ କରିଥିଲେ । ସେତେବେଳେ ପ୍ରଶ୍ନ ଉଠିଥିଲା ଯେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଏତେ ଦୀର୍ଘ କାଳ ପର୍ଯ୍ୟନ୍ତ ଜଷ୍ଟିସ କର୍ଣ୍ଣରଙ୍କ ବିକୃତ ବ୍ୟବହାର ତଥା କାର୍ଯ୍ୟକଳାପକୁ ସହ୍ୟ କରି ଆସୁଥିଲେ କାହିଁକି ? ଇଏ ତ ଗୋଟିଏ ମାତ୍ର ଉଦାହରଣୀୟ ତଥ୍ୟ , ଏଭଳି ଅନେକ ଅଛି । ୧୯୭୭ର ଜନତା ପାର୍ଟିର ସରକାର ବା ମୋରାରଜୀ ରଣଛୋଡ୍ ଦେଶାଇଙ୍କ ସରକାରରେ ଆଇନ ବିଭାଗର ମନ୍ତ୍ରୀ ଥିବା ଶାନ୍ତି ଭୂଷଣଙ୍କ ମତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା ଓ ଏହାର ପ୍ରାସଙ୍ଗିକତା ଅଧୁନା ଅଧିକ । ଯେତେବେଳେ ସେ କହିଥିଲେ ଯେ ସେବା ନିବୃତ ୧୬ ଜଣ ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ ମଧ୍ୟରେ ୮ ଜଣ ଥିଲେ ଦୁର୍ନୀତିଗ୍ରସ୍ତ, ସେତେବେଳେ ଏହା ସମଗ୍ର ଭାରତ ବର୍ଷର ସଚେତନ ନାଗରିକବର୍ଗଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି କରିଥିଲା । ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଯେ ସ୍ୱାଧୀନତା ସହ ନ୍ୟାୟିକ ଅଧିକାର ଜଡିତ । ସାଧାରଣ ଲୋକଟିଏ ଯଦି ନ୍ୟାୟ ପାଇବାରୁ ବଞ୍ଚିତ ହୁଏ, ତେବେ ତାହାର ବ୍ୟକ୍ତିଗତ ସ୍ୱାଧୀନତା ଏବଂ ଧନ ଓ ଜୀବନ ଉପରେ ଥିବା ଅଧିକାର କିଭଳି ସଙ୍କୁଚିତ ହେବାକୁ ପଡିଥାଏ, ତାହାକୁ ଉପଜିବ୍ୟ କରି ସୁବାର୍ତ୍ତାରେ ସ୍ବର୍ଗତ ଡଃ ଗୋପାଳ କୃଷ୍ଣ ଶ୍ରୀଚନ୍ଦନ, କୁସୁମ କବି ଫକୀର ମୋହନ ଶତପଥୀଙ୍କ ଠାରୁ ଆରମ୍ଭ କରି ଗାନ୍ଧୀବାଦୀ ପ୍ରହଲ୍ଲାଦ ସିଂହ ଙ୍କ ଆଲେଖ୍ୟ ସମୂହରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । ବ୍ୟକ୍ତିଗତ ଭାବେ ଆମେ ଏଭଳି ନିର୍ଯ୍ୟାତନାର ଶିକାର ହୋଇ ଆସୁଛୁ , ଯାହାର ଭିତ୍ତି ଓ ସ୍ଥିତି ଅନାଲୋଚିତ, ଭୋଗି ଚାଲିଛୁ ଅକଥନୀୟ ନିର୍ଯାତନା, ଅପ୍ରକଟ ମାର୍ମିକ ବେଦନା । ଆମ ଗଣତନ୍ତ୍ରରେ ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ଭଳି ବିଚାର ବ୍ୟବସ୍ଥାକୁ ପ୍ରମୁଖ ସ୍ତମ୍ଭ ଭାବେ ଗ୍ରହଣ କରାଯାଇଛି । ତେବେ ବିଗୁଡୁଥିବା ବ୍ୟବସ୍ଥାରେ ନୀତି ଓ ନୈତିକତା ହ୍ରାସ ପାଉଥିବାରୁ ସାମାଜିକ, ରାଜନୈତିକ, ସାଂସ୍କୃତିକ, ଆର୍ଥିକ ଓ ଆଧ୍ୟାତ୍ମିକ କ୍ଷେତ୍ରରେ ଅଧୋପତନ ଘଟୁଛି । ଫଳରେ ସମ୍ବିଧାନ ପ୍ରଦତ୍ତ ସମାନତାର ଅଧିକାର ଓ ବଞ୍ଚିବାର ଅଧିକାର ସହିତ ମୌଳିକ ଅଧିକାରରୁ ବହୁ ଲୋକ ବଞ୍ଚିତ ହେଉଥିବା ବେଳେ ଧନୀକ ଶ୍ରେଣୀ ଓ ପ୍ରଭାବଶାଳୀ ଗୋଷ୍ଠୀ ଏଥିରୁ ବିଶେଷ ଫାଇଦା ନେଇଚାଲିଛନ୍ତି । ଗାନ୍ଧୀଜୀଙ୍କ ପ୍ରଦର୍ଶିତ ମାର୍ଗରୁ ହୁଡିବା ଯୋଗୁଁ ଏଭଳି ବ୍ୟତିକ୍ରମ ଘଟୁଛି ।
ମହାତ୍ମା ଗାନ୍ଧୀଙ୍କ ମୌଳିକ ବିଚାରର ସାଧ୍ୟ ଓ ସାଧନର ତତ୍ତ୍ୱ (ମିନ୍ସ ଆଣ୍ଡ୍ ଏଣ୍ଡ୍ ଥିଓରି) ବିଶେଷ ଗୁରୁତ୍ୱପୂର୍ଣ୍ଣ । ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଉପଯୁକ୍ତ ସାଧନ ଦରକାର । ଏଥିପାଇଁ ପ୍ରଥମେ ସକାରାତ୍ମକ ଲକ୍ଷ୍ୟଧାର୍ଯ୍ୟ କରି ତାହା ହାସଲ ପାଇଁ ସତ୍ର ମାର୍ଗରେ ଚାଲିବାକୁ ଗାନ୍ଧୀଜୀ ବାରମ୍ବାର ଚେତାଇ ଆସିଛନ୍ତି । ଯେଉଁ ମଞ୍ଜି ବୁଣିବ ସେଥିରୁ ସେହି ଗଛ ଉଠିବ । ତୁଳସୀ ମଞ୍ଜି ବୁଣିଲେ ତୁଳସୀ ଗଛ ଓ ବିଛୁଆତି ମଞ୍ଜି ବୁଣିଲେ ବିଛୁଆତି ଗଛ ହୋଇଥାଏ । ସ୍ୱାଧୀନୋତ୍ତର ବ୍ୟବସ୍ଥାରେ ବିଛୁଆତି ମଞ୍ଜି ବୁଣି ଆମେ ତୁଳସୀ ପାଇବାର ଲକ୍ଷ୍ୟ ରଖିବା ଫଳରେ ବିଭ୍ରାଟ ବଢ଼ୁଛି । ସମନ୍ୱିତ ବିକାଶ ପାଇଁ ଜ୍ଞାନ, ବୁଦ୍ଧି, ବିବେକ ଖଟାଇ ପ୍ରତି ସ୍ତରରେ ବିକାଶର ମୂଳଦୁଆକୁ ସୁଦୃଢ଼ କରାଗଲେ ସାମାଜିକ ବିଶୃଙ୍ଖଳା, ଆର୍ଥିକ ବିଭ୍ରାଟ, ରାଜନୈତିକ ହଟଚମଟ ରହିବ ନାହିଁ ଏବଂ ବ୍ୟକ୍ତି ଜୀବନ ସମୃଦ୍ଧ ହେବା ସହ ରାଷ୍ଟ୍ର ଜୀବନ ବି ବିକଶିତ ହେବ ବୋଲି ଗାନ୍ଧୀଜୀ ତାଙ୍କ ଗ୍ରାମ ସ୍ୱରାଜ ଓ ରାମରାଜ୍ୟରେ ଯେଉଁ ପରିକଳ୍ପନା ରଖିଥିଲେ ସ୍ୱାଧୀନତାର ୭୯ ବର୍ଷରେ ତାହା କେତେଦୂର ହାସଲ ହୋଇଛି ଏବଂ ଏ କ୍ଷେତ୍ରରେ କ’ଣ ତ୍ରୁଟି ବିଚ୍ୟୁତି ଅଛି ତାହାର ସମୀକ୍ଷା କରାଯିବା ଆବଶ୍ୟକ । ଗାନ୍ଧୀଜୀ କେବେହେଲେ ବିଫଳତାକୁ ଗୌଣ ମନେ କରୁ ନଥିଲେ । ସେ କହୁଥିଲେ, ‘ଅସଫଳତାର ଠିକଣା ବିଶ୍ଲେଷଣ କରିପାରିଲେ ତାହା ସଫଳତାର ପୂର୍ବବର୍ତ୍ତୀ ପାହାଚ ଭାବେ କାମ କରିବ ।’ ମଣିଷ ନିଜେ ନଜି ର ଭାଗ୍ୟ ବିଧାତା । ସେ ନଜି ର ବିପଦ ଓ ସମ୍ପଦର କାରଣ ବି । ଏଥିଲାଗି ଗାନ୍ଧୀଜୀ ପ୍ରତି ମଣିଷକୁ ଗଣତନ୍ତ୍ରର ଗୋଟିଏ ଗୋଟିଏ ସୁଦୃଢ଼ ୟୁନିଟ୍ ଭାବେ ବିଚାରୁଥିଲେ ଏବଂ କହୁଥିଲେ ଯେ ଭାରତର ୭ ଲକ୍ଷ ଗାଁରେ ଯଦି ୭ ଲକ୍ଷ ରିପବ୍ଲିକ୍ ପ୍ରତିଷ୍ଠିତ ହୋଇପାରିବ ଏବଂ ଦେଶାତ୍ମବୋଧର ମହାମନ୍ତ୍ରରେ ଦୀକ୍ଷିତ ହୋଇ ଯଦି ଲୋକେ ମନେ କରିବେ ଯେ ଗାଁରେ ସେମାନେ ସେମାନଙ୍କ ସରକାର ଓ ଦିଲ୍ଲୀରେ ଯେଉଁ ସରକାର ରହିଛି ତାହା କୌଣସି ଦଳ କି ବ୍ୟକ୍ତିର ନୁହଁ, ଲୋକଙ୍କର – ତା’ହେଲେ ଦେଶର ଭାଗ୍ୟ ବଦଳିଯିବ । ଏଥିପାଇଁ ଆମ ସମ୍ବିଧାନରେ ନାଗରିକଙ୍କ କର୍ତ୍ତବ୍ୟ କଥା ଉଲ୍ଲେଖ ଅଛି । ସୁନାକୁ ବାରମ୍ବାର ନିଆଁରେ ପୋଡିଲେ ତାହା ଶୁଦ୍ଧ ହୁଏ । କୁଶଳୀ ଶିଳ୍ପୀଙ୍କ ନିହଣ ମୁନର ପାହାରରେ ପଥର, କାଠ ଆଦିରେ ତିଆରି ମୂର୍ତ୍ତି ବି ଜୀବନ୍ତ ଭଳି ଦେଖାଯାଏ । ଏହି ପରିପ୍ରେକ୍ଷୀ ରେ ବିବେକର ସହିତ ବିଚାର ପାଇଁ ମଣିଷକୁ ଈଶ୍ୱର ଯେଉଁ ସ୍ୱତନ୍ତ୍ର ଶକ୍ତି ଦେଇଛନ୍ତି ତାହାର ଠିକଣା ଅନୁପାଳନ କରାଯାଇପାରିଲେ ବହୁ ସମସ୍ୟାର ସମାଧାନ ହୋଇପାରବ । ଗୁଗଲ ତଥ୍ୟରୁ ପ୍ରକାଶ ପାଇଛି ଯେ
ଏବେ ଆମ ଦେଶରେ ପ୍ରାୟ ସାଢ଼େ ୬ କୋଟି ମାମଲା ବିଭିନ୍ନ ବିଚାରାଳୟରେ ପଡିଛି । ଏଥିରୁ ପ୍ରାୟ ୩ କୋଟି ହେଉଛି ଅପରାଧିକ ମାମଲା । ଜାତୀୟ ଜୁଡିସିଆଲ ଡାଟା ଗ୍ରୀଡ୍ର ତଥ୍ୟ ଅନୁଯାୟୀ ଏଥିରୁ ଲକ୍ଷ ଲକ୍ଷ ମାମଲା ୩୦ବର୍ଷରୁ ଅଧିକ ସମୟ ଧରି ଗଡୁଛି । ଗୁଗଲ ତଥ୍ୟରୁ ଜଣାପଡିଛି ଯେ କେବଳ ସର୍ବୋଚ୍ଚ ନ୍ୟାୟାଳୟରେ ୯୩ ହଜାର ମାମଲା ବର୍ଷ ବର୍ଷ ଧରି ବିଚାରଧୀନ , ବିଭିନ୍ନ ଉଚ୍ଚ ନ୍ୟାୟାଳୟରେ ୬୦ ଲକ୍ଷରୁ ଉର୍ଦ୍ଧ୍ବ ମକଦ୍ଦମା ବିଚାରାଧୀନ । ବ୍ୟବସ୍ଥାର ବଡପଣ୍ଡାମାନେ କୁହନ୍ତି, ଆଇନ କୁଆଡେ ତା’ ବାଟରେ ଯାଏ । ତେବେ ବର୍ଷ ବର୍ଷ ଧରି ନ୍ୟାୟ ପ୍ରଦାନ କ୍ଷେତ୍ରରେ ଆଇନର ପଥରୋଧ ହୁଏ କାହିଁକି? ସ୍ୱାଧୀନତା ଆନ୍ଦୋଳନର ଅନେକ ଘୋଷିତ ପ୍ରତିଶ୍ରୁତି ମଧ୍ୟରେ ଗୋଟିଏ ଥିଲା ସ୍ୱାଧୀନ ଭାରତରେ ଆଇନ ଶୃଙ୍ଖଳା ପରିସ୍ଥିତି ଏତେ ସୁସଂହତ ଓ ମାର୍ଜିତ ହେବ ଯେ ରାତି ଅଧରେ ବି ଜଣେ ଯୁବତୀ କୌଣସି ସ୍ଥାନକୁ ଯାଇ ନିରାପଦରେ ଫେରି ଆସିପାରିବ । ଅଥଚ ସ୍ୱାଧୀନତାର ୮୦ ବର୍ଷରେ ସରକାରୀ ରିପୋର୍ଟରେ ଯେଉଁ ତଥ୍ୟ ପ୍ରଦାନ କରାଯାଉଛି ସେଥିରୁ ଦିନ ଦ୍ୱିପ୍ରହରରେ ରାସ୍ତାଘାଟ, କର୍ମକ୍ଷେତ୍ର ଏମିତିକି ଘରେ ବି ମହିଳାମାନେ ସୁରକ୍ଷିତ ନାହାନ୍ତି । ଏହା ଆମ ସମସ୍ତଙ୍କ ପାଇଁ ଲଜ୍ଜ୍ୟା ଓ ପରିତାପର ବିଷୟ । ଭାରତ ସରକାରଙ୍କ ‘କ୍ରାଇମ ଇନ୍ ଇଣ୍ଡିଆ’ର ସର୍ବଶେଷ ରିପୋର୍ଟ ଅନୁଯାୟୀ ୨୦୨୧ ଆରମ୍ଭ ବେଳକୁ ଆମ ଦେଶର ବିଭିନ୍ନ ନ୍ୟାୟାଳୟରେ ମହିଳାମାନଙ୍କ ପ୍ରତି ଘଟିଥିବା ଅପରାଧ ସଂକ୍ରାନ୍ତରେ ୧୭,୮୯,୬୦୧ଟି ମାମଲା ବିଚାର ପ୍ରତୀକ୍ଷାରେ ଥିଲା । ଏବେ ଏହି ସଂଖ୍ୟା ପ୍ରାୟ ୨୦ ଲକ୍ଷ ହେବ ବୋଲି ଆଶଙ୍କା କରାଯାଉଛି । ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ୨୦୨୦ ବର୍ଷ ଆରମ୍ଭ ବେଳକୁ ମହିଳାମାନଙ୍କ ପ୍ରତି ଘଟିଥିବା ଅପରାଧିକ ମାମଲା ସଂଖ୍ୟା ଆମ ଦେଶରେ ଥିଲା ୧୫,୮୨,୨୦୨ । ସେହିବର୍ଷ ଏଥିରେ ୨,୯୧,୩୦୩ଟି ନୂଆ ମାମଲା ଯୋଡି ହେବା ପରେ ନାରୀ ନିର୍ଯାତନା ମାମଲା ସଂଖ୍ୟା ୧୮,୭୩,୫୦୫କୁ ବୃଦ୍ଧି ପାଇଥିଲା । ଏଥିରୁ ବର୍ଷକ ଭିତରେ ଫଏସଲା ହୋଇଥିଲା ମାତ୍ର ୮୩,୯୦୪ଟି ମାମଲା । ସେଥିମଧ୍ୟରୁ ୨୧,୫୫୧ଟିରେ ଅଭିଯୁକ୍ତଙ୍କ ପ୍ରତି ଦଣ୍ଡବିଧାନ ହୋଇଥିବା ବେଳେ ୪୬,୬୭୩ଟିରେ ଆସାମୀମାନେ ଖସି ଯାଇଥିଲେ । ମୋଟାମୋଟି ଭାବେମହିଳାମାନଙ୍କ ପ୍ରତି ଘଟୁଥିବା ଅପରାଧ ସଂକ୍ରାନ୍ତୀୟ ମାମଲାଗୁଡିକ ମଧ୍ୟରୁ ବର୍ଷରେ ମାତ୍ର ୪.୫ ପ୍ରତିଶତ ଫଏସଲା ହୋଇଥିବା ବେଳେ ୯୫.୫ ପ୍ରତିଶତ ବକେୟା ଭାବେ ପରବର୍ଷକୁ ଯାଉଛି । ଯେତିକି ବି ଏ କିସମର ମାମଲା ଫଏସଲା ହେଉଛି ସେଥିରେ ଦଣ୍ଡବିଧାନ ହାର ୩୦ ପ୍ରତିଶତରୁ କମ୍ । ନିଶା କାରବାର, ଦୁର୍ନୀତି ଓ ଅନ୍ୟାନ୍ୟ ଫୌଜଦାରୀ ମାମଲାରେ ଫଏସଲା ଏବଂ ଦଣ୍ଡବିଧାନର ପରିସଂଖ୍ୟାନ ଦେଖିଲେ ସହଜରେ ବୁଝି ହେବ ଆମର ନ୍ୟାୟିକ ବ୍ୟବସ୍ଥା ର ସ୍ଥିତି,ଗତି ଓ ପ୍ରବୃତ୍ତି କୁ । ଏହା ସତ୍ୟ ଯେ ନ୍ୟାୟ ବିଚାର ପାଇଁ ନିମ୍ନ ଅଦାଲତରୁ ଆରମ୍ଭ କରି ଉଚ୍ଚ ନ୍ୟାୟାଳୟ (ହାଇକୋର୍ଟ) ଓ ସର୍ବୋଚ୍ଚ ନ୍ୟାୟାଳୟ ( ସୁପ୍ରିମକୋର୍ଟ) ଆଦି ରହିଛନ୍ତି । ଆଇନ ଶୃଙ୍ଖଳା ରକ୍ଷା ଲାଗି ଆରକ୍ଷୀ (ପୋଲିସ) ଓ କାରାଗାର (ଜେଲ୍ )ପ୍ରଶାସନ ମଧ୍ୟ ଅଛି । ବିଚାର ବ୍ୟବସ୍ଥା ଏବଂ ଆଇନ ଶୃଙ୍ଖଳା ବ୍ୟବସ୍ଥାର ପରିଚାଳନା ଲାଗି ଲକ୍ଷାଧିକ କୋଟି ଟଙ୍କା ଖର୍ଚ୍ଚ ହେଉଛି । ସରକାର ବି ଏଥିପାଇଁ ଉତ୍ତରଦାୟୀ । ଏହାସତ୍ତ୍ୱେ ମାମଲା ସଂଖ୍ୟା କମିବା ପରିବର୍ତ୍ତେ ବଢ଼ୁଛି । ମା’ ମଲା କଷ୍ଟ ଯେଭଳି ମାମଲା କଷ୍ଟ ତାହାଠାରୁ ବଳି ପଡୁଛି । ମାମଲା ସଂଖ୍ୟା ବଢ଼ୁଥିବା ଓ ଆଇନ ଶୃଙ୍ଖଳା ବିଗୁଡୁଥିବା କାରଣରୁ ସରକାର ଅଧିକ ସଂଖ୍ୟକ ବିଚାରାଳୟ ଓ ଥାନା, ଫାଣ୍ଡି ଖୋଲିବା ସହିତ ବିଚାରପତି, ପୋଲିସ ଓ ବିଚାରାଳୟ ଲାଗି ଅନ୍ୟାନ୍ୟ ପଦବୀ ମଧ୍ୟ ବଢ଼ାଇ ଚାଲିଛନ୍ତି । କିନ୍ତୁ ବାସ୍ତବରେ ଏହା ମାମଲା କମାଇବା ବଦଳରେ ବଢ଼ାଉଛି । କର୍କଟ ବା କ୍ୟାନସର ଘା’ ଉପରେ ଯାଦୁ ମଲମ ଲଗାଇବା ଭଳି ଏ ଅବସ୍ଥା । ହୀରାକୁଦ ନଦୀବନ୍ଧର ସମସ୍ତ ଫାଟକ ବନ୍ୟା ସମୟରେ ଖୋଲିଦେଇ ତଳମୁଣ୍ଡରେ ୫/୧୦ଟି ବାଲିବସ୍ତା ଧରି ବନ୍ୟା ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା କରିବା ଯାହା, ମାମଲା ବୃଦ୍ଧି ପାଇଁ ସୁଯୋଗ ସୃଷ୍ଟିକରିବା ପରେ ଅଧିକ କୋର୍ଟ, କଚେରୀ, ଥାନା, ଫାଣ୍ଡି ଖୋଲିବା ତାହା । ଗାନ୍ଧୀଜୀଙ୍କ କଳ୍ପିତ ଗ୍ରାମ ସ୍ୱରାଜ ବ୍ୟବସ୍ଥାରେ ଗାଁର ବିବାଦ ଗାଁ ଭିତରେ ତୁଟିବା କଥା । ଛୋଟ ଛୋଟ ବିବାଦ ଗାଁରେ ତୁଟୁ ନଥିବାରୁ ତାହା ପରବର୍ତ୍ତୀ ସମୟରେ ଶାଖା ପ୍ରଶାଖା ମେଲାଇ ସମସ୍ୟାକୁ ଗମ୍ଭୀର କରୁଛି । ସରକାରୀ କଳରେ ସାଧାରଣ ଲୋକଙ୍କ ଅଭିଯୋଗର ତୁରନ୍ତ ଶୁଣାଣିକରି ତାହାର ସକାରାତ୍ମକ ପ୍ରତିକାର ଲାଗି ଥିବା ବ୍ୟବସ୍ଥା ଅତ୍ୟନ୍ତ ଦୁର୍ବଳ ଓ ନକାରାତ୍ମକ ହୋଇଥିବାରୁ ମାମଲା କମିବା ପରିବର୍ତ୍ତେ ବଢ଼ୁଛି । ଏ ପରିପ୍ରେକ୍ଷୀରେ ସାଧାରଣ ଲୋକଙ୍କ ଟିକସ ଓ ପ୍ରାୟ ୧୨୫ଲକ୍ଷ କୋଟି ଟଙ୍କାର ଋଣରେ ସମୃଦ୍ଧ ରାଜକୋଷରୁ ବିପୁଳ ଅର୍ଥ ବରବାଦ ହେଉଛି ଏବଂ ମାମଲାରେ ଛନ୍ଦି ହେଉଥିବା ଲୋକେ ମଧ୍ୟ ବର୍ଷ ବର୍ଷ ଧରି ଅର୍ଥ ଖର୍ଚ୍ଚ କରି କରି ସର୍ବସ୍ୱାନ୍ତ ହେଉଛନ୍ତି । ବିଳମ୍ବିତ ବିଚାର ପ୍ରକ୍ରିୟା ଓ ତ୍ରୁଟିପୂର୍ଣ୍ଣ ତଦନ୍ତ ତଥା ଦୁର୍ବଳ ମାମଲା ପରିଚାଳନା ଯୋଗୁଁ ସଂଖ୍ୟାଧିକ ଅପରାଧିକ ମାମଲାରେ ଅଭିଯୁକ୍ତ ଖସି ଯାଉଛନ୍ତି । ଅପରାଧର ଦୁନିଆରେ ପାଦ ଥାପିଥିବା ଲୋକକୁ ସଂସ୍କାରିତ କରିବାପରିବର୍ତ୍ତେ ତାକୁ ସେହି ମାର୍ଗରେ ଆଗେଇବା ପାଇଁ ସେୁ ଯାଗ ସୃଷ୍ଟି କରାଯାଉଛି । ୧୮୧୭ ,ପାଇକ ସଂଗ୍ରାମ , ଯାହା ଭାରତର ପ୍ରଥମ ମୁକ୍ତି ସଂଗ୍ରାମ, ଯେଉଁ ସତ୍ୟକୁ ପ୍ରମାଣିତ ଓ କେନ୍ଦ୍ର ସରକାରଙ୍କ ଦ୍ବାରା ଗୃହୀତ, ଇତିହାସ ପୁସ୍ତକରେ ପରିବର୍ତ୍ତନ କରିବା ପାଇଁ ଦୀର୍ଘ ୩୮ ବର୍ଷ ସଂଘର୍ଷ ଓ ଅସୀମ ନିର୍ଯାତନା ଆଧାରିତ ଆନ୍ଦୋଳନ କରି ସଫଳତା ମିଳିଛି, ଯଦିଓ ଏପର୍ଯ୍ୟନ୍ତ କେନ୍ଦ୍ର ସରକାର ବିଧିବଦ୍ଧ ଭାବେ ରାଜପତ୍ର ପ୍ରକାଶ କରି ନାହାନ୍ତି , ସେହି ଧାରାବାହିକ ଆନ୍ଦୋଳନ ଏବଂ ତାହା ପରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଶାସନ କରିଥିବା ଓ ୧୮୫୭ର ସିପାହୀ ବିଦ୍ରୋହ ପରେ ଭାରତୀୟମାନଙ୍କୁ ଦମନ କରିବା ଲାଗି ବ୍ରିଟିଶ ସରକାର ପ୍ରଣୟନ କରିଥିବା ପୋଲିସ ଆଇନ ଓ ପିଙ୍ଗଳ କୋଡ୍ ସ୍ୱାଧୀନତାର ୮୦ ବର୍ଷରେ ବି ବଳବତ୍ତର ରହିଛି । ଏହାକୁ ବଦଳାଇବା ପାଇଁ ବାରମ୍ବାର ଆଇନ କମିଶନ ସୁପାରିସ୍ କରୁଥିବା ଓ ବିଭିନ୍ନ ମହଲରୁ ମତପ୍ରକାଶ ପାଉଥିବା ସତ୍ତ୍ୱେ ଭାରତରେ ଏବେ ବି ଏହି ଦମନମୂଳକ ଆଇନ ବ୍ୟବସ୍ଥା ରହିଛି । ସର୍ବୋଚ୍ଚ ନ୍ୟାୟାଳୟର ପ୍ରାକ୍ତନ ମୁଖ୍ୟ ବିଚାରପତି ଉଦ୍ବେଗର ସହ କହିଥିଲେ ଯେ ବ୍ରିଟିଶ ଅମଳର ଯେଉଁ ରାଜଦ୍ରୋହ ଆଇନ ଆଧାରରେ ତିଲକ ଓ ଗାନ୍ଧୀଙ୍କ ଭଳି ନେତାମାନଙ୍କୁ କାରାଗାର ବା ଜେଲ୍ରେ ରଖାଯାଉଥିଲା, ସ୍ୱାଧୀନତା ପରେ ତାହା ବଳବତ୍ତର ଥିବା ପରିପ୍ରେକ୍ଷୀରେ ଏହାର ସଂଶୋଧନ / ପ୍ରତ୍ୟାହାର ଲାଗି ସରକାର ଚିନ୍ତା କରିବା କଥା । ତିଲକ କହୁଥିଲେ, ‘ସ୍ୱରାଜ ମୋର ଜନ୍ମଗତ ଅଧିକାର ଓ ମୁଁ ତାହା ନିଶ୍ଚୟ ହାସଲ କରିବି ।’ ଗାନ୍ଧୀ କହିଲେ, ‘ସ୍ୱରାଜ ଏକ ପବିତ୍ର ବୈଦିକ ଶବ୍ଦ । ନିଜ ଉପରେ ନିଜେ ରାଜତ୍ୱ କରିବା ଅର୍ଥାତ୍ ଶୃଙ୍ଖଳାର ସହ ନିଜକୁ ନିଜେ ନିୟନ୍ତ୍ରଣ କରିବା ହିଁ ପ୍ରକୃତ ସ୍ୱରାଜ ।’ ବ୍ୟକ୍ତି ଜୀବନର ଉନ୍ନତି ପାଇଁ ଗାନ୍ଧୀଜୀ ଏକାଦଶ ବ୍ରତ ଅନୁପାଳନ ପାଇଁ କହୁଥିଲେ । ଏହି ଏକାଦଶ ବ୍ରତ ହେଲା – ଅହିଂସା, ସତ୍ୟ, ଅସ୍ତେୟ, ବ୍ରହ୍ମଚର୍ଯ୍ୟ, ଅସଂଗ୍ରହ ଶରୀରଶ୍ରମ, ଅସ୍ୱାଦ, ସର୍ବତ୍ର ଭୟ ବର୍ଜନ ସର୍ବଧର୍ମ ସମାନତ୍ୱ, ସ୍ୱଦେଶୀ, ସ୍ପର୍ଶ ଭାବନା , ବିନମ୍ର ବ୍ରତ ଓ ନିଷ୍ଠା । ସେହିପରି ରାଷ୍ଟ୍ର ନିଜକୁ ଓ ତାହାର ଲୋକମାନଙ୍କୁ ୭ଟି ସାଂଘାତିକ ପାପଠାରୁ ଦୂରେଇ ରଖିବା ପାଇଁ ଗାନ୍ଧୀଜୀ ଚେତାବନୀ ଦେଇ ଆସୁଥିଲେ । ଏ ୭ ଟି ପାପ ହେଲା – ନୀତି ବିହୀନ ରାଜନୀତି, ନୈତିକତା ବିହୀନ ବାଣିଜ୍ୟ ବ୍ୟବସାୟ, ଚରିତ୍ର ବିହୀନ ଶିକ୍ଷା, ଶ୍ରମ ବିହୀନ ସମ୍ପଦ, ବିବେକ ବିହୀନ ବିଳାସ, ମାନବିକତା ବିହୀନ ବିଜ୍ଞାନ ଓ ତ୍ୟାଗ ବିହୀନ ଉପାସନା । ଏହି ଦିଗଗୁଡିକ ପ୍ରତି ଦୃଷ୍ଟି ଦିଆଯାଇଥିଲେ ସମାଜରେ ବିଶେଷ ସଂଖ୍ୟାରେ ଅପରାଧ ଘଟନ୍ତା ନାହିଁ କି ତାହାର ନିରାକରଣ ଆଳରେ ଲକ୍ଷ ଲକ୍ଷ କୋଟି ଟଙ୍କା ବରବାଦ ହୁଅନ୍ତା ନାହିଁ ଅଥବା ଲୋକଙ୍କ ଧନ ଜୀବନ କି ମାନ ମର୍ଯ୍ୟାଦା ଲୁଣ୍ଠିତ ହୁଅନ୍ତା ନାହିଁ । ଗାନ୍ଧୀଜୀ ପୁଣି କହୁଥିଲେ ଯେ ଭଲମଣିଷଟିଏ ହେବା ପାଇଁ ସତ୍ର ସରଳ ରେଖା ଉପରେ ନିଜର ଚିନ୍ତା, କାମ ଓ କଥାକୁ ୩ଟି ବିନ୍ଦୁରେ ରଖିବା କଥା ।ସେଇଥିପାଇଁ ତ ସେ ସତ୍ୟକୁ ଭଗବାନ ଓ ଶ୍ରମକୁ ଶ୍ରେଷ୍ଠ ଉପାସନା ବୋଲି ମାନୁଥିଲେ । ଏବେ ବଜାରୀକରଣ ଅର୍ଥନୀତି ଓ ନୀତିହୀନ ବ୍ୟବସ୍ଥାରେ ହିଂସା, ଦ୍ୱେଷ, ପରଶ୍ରୀକାତରତା, ଅନୈତିକତା, ଦୁର୍ନୀତି, ମିଥ୍ୟାଚାର, ଭ୍ରଷ୍ଟାଚାର ଆଦି ବ୍ୟାଧିରେ ସମାଜ ସଂକ୍ରମିତ ଥିବାବେଳେ ଆମେ ସାଧାରଣ ଲୋକର ନ୍ୟାୟିକ ଅଧିକାର ପାଇଁ ଚିନ୍ତା କରିବା ବେଳେ ଏହି ସମସ୍ୟାର ଉପଚାର ଲାଗି କେବଳ ଗାନ୍ଧୀ ବିଚାର ହିଁ ଦିଗହରା ବ୍ୟବସ୍ଥା ଲାଗି ବତିଘର ଭଳି ପ୍ରତୀୟମାନ ହେଉଛି । ଆମେ ବ୍ୟକ୍ତିଗତ ଭାବେ ସରକାରଙ୍କୁ ଲିଖିତ ଆକାରରେ ଏବଂ 'ସୁବାର୍ତ୍ତା " ଆଲେଖ୍ୟ ଆଲୋଚନାରେ
ଭାରତୀୟ ନ୍ୟାୟିକ ବ୍ୟବସ୍ଥାରେ ସୁଧାର ଆଣିବା, ମାମଲାଗୁଡ଼ିକର ଶୀଘ୍ର ନିଷ୍ପତ୍ତି କରିବା ଏବଂ ସାଧାରଣ ନାଗରିକଙ୍କୁ ସହଜରେ ନ୍ୟାୟ ପ୍ରଦାନ କରିବା ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇ ଆସୁଥିଲେ ମଧ୍ୟ ଏହା ସରକାରଙ୍କୁ କି ଭାରତର ବୁଦ୍ଧିଜୀବୀ ମାନଙ୍କୁ କ'ଣ ଓଡ଼ିଶାର ବୁଦ୍ଧିଜୀବୀ ମାନଙ୍କୁ ସାମାନ୍ୟ ପ୍ରଭାବିତ କରି ନଥିବା ସମ୍ପର୍କରେ ଦୃଢ଼ ନିଶ୍ଚିତ । ବାସ୍ତବ କଥା ହେଉଛି ଜନସଂଖ୍ୟା ତୁଳନାରେ ବିଚାରପତିଙ୍କ ସଂଖ୍ୟା ଯଥେଷ୍ଟ କମ୍। ପ୍ରତ୍ୟେକ ସ୍ତରରେ ( ନିମ୍ନ ଅଦାଲତ, ଉଚ୍ଚ ନ୍ୟାୟାଳୟ ଓ ସର୍ବୋଚ୍ଚ ନ୍ୟାୟାଳୟ) ଖାଲି ପଡ଼ିଥିବା ପଦବୀଗୁଡ଼ିକୁ ଶୀଘ୍ର ପୂରଣ କରିବାକୁ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ । ସେହିପରି ବିଜ୍ଞାନ ଓ ବୈଷୟିକ ଜ୍ଞାନର ବିକଶିତ ପରିବେଶରେ କାହିଁକି ସମସ୍ତ ଅଦାଲତକୁ ଭୌତିକ ଓ ବୈଷୟିକ ବା ଡିଜିଟାଲ୍ ଦୃଷ୍ଟିରୁ ସଶକ୍ତ କରା ଯିବନି ? କାହିଁକି ଆଭାଷିକ ବା ଭିଡିଓ କନଫରେନ୍ସିଂ , ତଥ୍ୟ ଦୃଶ୍ୟ ସଂରକ୍ଷଣ ବା ଡିଜିଟାଲ୍ ରେକର୍ଡିଂ ବ୍ୟବସ୍ଥା ହୋଇ ପାରିବ ନାହିଁ ? କାହିଁକି ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ମାମଲା ବା ମକଦ୍ଦମାର ବିଚାର କରାଯିବା ବ୍ୟବସ୍ଥା ହେବ ନାହିଁ ? "ମୃତ୍ୟୁ ପରର ଜୀବନ ' ଶୀର୍ଷକରେ ପ୍ରକାଶ ପାଇଥିଲା
ସୁବାର୍ତ୍ତାର ଅଗ୍ରଲେଖରେ ଏକ ଦାର୍ଶନିକ ଆଲୋଚନା । ବିଳମ୍ବିତ ଓ ବିଡ଼ମ୍ବିତ ନ୍ୟାୟିକ ବ୍ୟବସ୍ଥା ଫଳରେ ଲକ୍ଷ ଲକ୍ଷ ଅତୃପ୍ତ ଆତ୍ମା ଅପ୍ରକଟ ଓ ଅପ୍ରକାଶ୍ୟ ଭାବେ ନ୍ୟାୟ ଭିକ୍ଷା କରୁଛନ୍ତି । କୋଟି କୋଟି ଉଦାହରଣ ମଧ୍ୟରୁ ଗୋଟିଏ ଉଦାହରଣର ନାମ, ଯଥା ହତ୍ୟାକାଣ୍ଡରେ ମୃତ, ଅଭିଯୁକ୍ତ ଓ ବିଚାରପତି ଙ୍କ ନାମ ଗୋପନ ରଖି କାଳ୍ପନିକ ନାମରେ ଉଲ୍ଲେଖ କରୁଛୁ । ଚିରଞ୍ଜିବୀ ଲେଙ୍କା ନାମଧେୟ ଜଣେ ନୀତିନୀଷ୍ଠ , ଦୁର୍ନୀତି ବିରୋଧରେ ସଦା ସର୍ବଦା ଲଢେଇ କରୁଥିବା , ମଦମୁକ୍ତ ସମାଜ ପାଇଁ ସଂଘର୍ଷ କରୁଥିବା ଚିରଞ୍ଜିବୀ ଙ୍କୁ ମଦମାଫିଆ ସୁରେନ୍ଦ୍ରର ଭଡାଟିଆ ଗୁଣ୍ଡା ମାନେ ହତ୍ୟା କରି ଶବକୁ ତେଜସ୍କ୍ରିୟ ରାସାୟନିକ ଦ୍ରବ୍ୟ ଦ୍ବାରା ଜାଳିଦେଲେ । ଆରକ୍ଷୀ ଅନୁସନ୍ଧାନରେ ଅଭିଯୁକ୍ତ ୧୨ ଜଣ ଗିରଫ ହେଲେ । ମକଦ୍ଦମା ଚାଲିଲା ୫ ବର୍ଷ । ସମସ୍ତ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ଖଲାସ କରି ଦିଆଗଲା । ଆରକ୍ଷୀ ଅନୁସନ୍ଧାନ ତଥ୍ୟ ଓ ନ୍ୟାୟାଳୟର ନିଷ୍ପତ୍ତି ଅନୁସାରେ ତେବେ କ'ଣ ଚିରଞ୍ଜିବୀର ହତ୍ୟା ହୋଇନାହିଁ ? ଯଦି ଅପରାଧ ଅଭିଯୁକ୍ତ ମାନେ ଦୋଷମୁକ୍ତ, ତେବେ ହତ୍ୟାକାରୀ କିଏ , ତାହା ଅନୁସନ୍ଧାନ ହୁଏ କି ? ସେହିପରି ଯେଉଁ ଆରକ୍ଷୀ ତଦନ୍ତକାରୀ ଙ୍କ ସଠିକ୍ ପ୍ରମାଣ ପ୍ରଦର୍ଶନ ଅଭାବରୁ ଅଭିଯୁକ୍ତ ମାନେ ନିର୍ଦ୍ଦୋଷରେ ଖଲାସ ହେଲେ , ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୁଏ କି ? ଅତଏବ ଚିରଞ୍ଜିବୀର ଅତୃପ୍ତ ଆତ୍ମା ନ୍ୟାୟ ପାଇଁ ଅଦୃଶ୍ୟ ଓ ଅପ୍ରକଟ ଭାବେ ନ୍ୟାୟ ମାଗୁଥିବ କି ନାହିଁ ? ସେହିପରି ଯଦି ଜଣେ ଶୋଷିତ ବା ପୀଡ଼ିତ ବ୍ୟକ୍ତିକୁ ଠିକ୍ ସମୟରେ ନ୍ୟାୟ ନମିଳେ, ତେବେ ପରବର୍ତ୍ତୀ ସମୟରେ ମିଳୁଥିବା ନ୍ୟାୟର କୌଣସି ମୂଲ୍ୟ ରୁହେ କି ? ବର୍ଷ ବର୍ଷ ଧରି , ଏପରିକି ୪୦/୫୦ ବର୍ଷ ଧରି ମାମଲା ଚାଲିବା ଦ୍ୱାରା ପୀଡ଼ିତ ବ୍ୟକ୍ତି ମାନସିକ, ଶାରୀରିକ ଓ ଆର୍ଥିକ ସ୍ତରରେ ଦୁର୍ବଳ ଓ ଦେବାଳିଆ ହୋଇ ଯେଭଳି ମାର୍ମିକ ଯନ୍ତ୍ରଣାରେ ହୁଏ ଜର୍ଜରିତ, ତାହା ବୁଝେ କି ନ୍ୟାୟିକ ବ୍ୟବସ୍ଥା ? ସେହିପରି ନ୍ୟାୟ ପ୍ରଦାନରେ ଅତ୍ୟଧିକ ବିଳମ୍ବ ହେଲେ ସାଧାରଣ ଜନତାଙ୍କର ଆଇନ ଓ ଗଣତାନ୍ତ୍ରିକ ବ୍ୟବସ୍ଥା ଉପରୁ ବିଶ୍ୱାସ ତୁଟି ଯାଉ ନାହିଁ କି ? ଏଭଳି ଅନେକ ପ୍ରଶ୍ନ ମାତ୍ର, ଏହାର ସମାଧାନର ସୂତ୍ର ବାହାର କରିବା ପାଇଁ ସରକାର ସମାଜର ବିଭିନ୍ନ ବର୍ଗର ବିଶେଷଜ୍ଞ ମାନଙ୍କୁ ନେଇ ଏକ ବିଚାର ବିମର୍ଶ ପରିଷଦ ଗଠନ କରିବା ହିଁ ସମୟର ଆହ୍ବାନ ।
ମୁହୂର୍ତ୍ତ ଦର୍ଶନ -୨-1
ମୁହୂର୍ତ୍ତ ଦର୍ଶନ -୨
----------------
ବହୁ ପଣ୍ଡିତ ବହୁସ୍ଥଳେ ବହୁଭାବରେ ବେଦ ଶବ୍ଦର ବ୍ୟୁତ୍ପତି ଅର୍ଥ ପ୍ରକାଶ କରିଛନ୍ତି । କେହି କେହି କୁହନ୍ତି ଯେ "ବିଦ୍ୟନ୍ତେ ଜ୍ଞାୟନ୍ତେ ଲଭନ୍ତେ ବା ଏଭି ଧର୍ମାଦି ପୁରୁଷାର୍ଥା ଇତି ବେଦାଃ ", ଅର୍ଥାତ ଏତଦ୍ବାରା ଧର୍ମାଦି ପୁରୁଷାର୍ଥସମୂହ ଜଣାଯାଏ ବା ଲାଭ କରାଯାଏ । ତେଣୁ ଏହା ବେଦ ନାମରେ ଅଭିହିତ । ପ୍ରତ୍ୟକ୍ଷ, ଅନୁମାନ ଓ ଆଗମ ବିଷୟ ସମୂହରେ ଯାହା ଅନ୍ତିମ ବା ଚରମ ସ୍ଥାନୀୟ , ସେହି ସର୍ବ ବିଷୟ ମୂଳ ହିଁ ବେଦ ଶାସ୍ତ୍ର । ଅନ୍ୟତ୍ର ଉଲ୍ଲେଖ ରହିଛି "ଇଷ୍ଟ ପ୍ରାପ୍ତ୍ୟାନିଷ୍ଟ ପରିହାରୟୋରଲୈାକିକ ମୂପାୟଂ ଯୋ ବେଦୟତି ସ ବେଦାଃ", ଅର୍ଥାତ ଇଷ୍ଟ ପ୍ରାପ୍ତି ଓ ଅନିଷ୍ଟ ପରିହାର ସମ୍ବନ୍ଧରେ ଅଲୈାକିକ ଉପାୟ ଯେଉଁଥିରୁ ଜଣାଯାଏ , ତାହା ହିଁ ବେଦ । ଏସମ୍ପର୍କରେ ସାୟଣ କହିଛନ୍ତି ଯେ "ପ୍ରତ୍ୟକ୍ଷେଣାନୁମିତ୍ବା ବା ଯସ୍ତୁ ପାୟୋ ନ ବୁଧ୍ୟତେ ।
ଏବଂ ବିଦନ୍ତି ବେଦେନ ତସ୍ମାଦ୍ ବେଦସ୍ୟ ବେଦତା ॥"
ଅର୍ଥାତ୍ ପ୍ରତ୍ୟକ୍ଷ ବା ଅନୁମାନଦ୍ଵାରା ଯେଉଁ ଉପାୟ ଜଣାପଡ଼େ ନାହିଁ, ବେଦଦ୍ଵାରା ସେହି ଉପାୟ ଲାଭ କରାଯାଏ । ଏହି ହେଉଛି ବେଦର ବେଦତ୍ଵ ।
ଶ୍ରୁତିଟି ‘ବେଦ’ ଶବ୍ଦର ନାମାନ୍ତର ବୋଲି କୁହାଯାଏ । ଶ୍ରବଣରୁ ଶ୍ରୁତି । ଯାହା ଶ୍ରୁତି ହୋଇଆସିଛି ତାହାହିଁ ଶ୍ରୁତି । ଗୁରୁଙ୍କଠାରୁ ବେଦ ଶିଷ୍ୟଙ୍କ ଦ୍ଵାରା ଶ୍ରୁତି ହୋଇ ଚଳି ଆସିଥିଲା । ଯୁଗ ଯୁଗ ଧରି ଏହା ଲେଖା ନ ହୋଇ ପାରି କେବଳ ଶୁଣିବା ଦ୍ଵାରା ତିଷ୍ଠି ରହିଥିବାରୁ ସେ ଯୁଗରେ ‘ପାରମ୍ପର୍ଯ୍ୟ’ ପ୍ରଥାର ସୃଷ୍ଟି ହେଲା । ଗୁରୁ ଶିଷ୍ୟକୁ ଯାହା ଶୁଣାଇଦେଲେ, ଶିଷ୍ୟ ତାହା ଗ୍ରହଣ କରି ନିଜ ଶିଷ୍ୟକୁ ପୁଣି ଶୁଣାଇଲେ । ଅବଶ୍ୟ ସଠିକ୍ ଭାବରେ ବେଦର ଶ୍ଳୋକଗୁଡ଼ିକ ମନେ ରଖି ଶିଷ୍ୟଙ୍କୁ ଶୁଣାଇ ଶିଷ୍ୟ ଠିକ୍ ଭାବରେ ମନେ ରଖିଲେ କି ନାହିଁ, ସେ ବିଷୟରେ ନିଶ୍ଚିତ ହେବା ଯେ କମ୍ ସାଧନାର କଥା ନ ଥିଲା । ‘ଅନୁଶ୍ରବ’ ବୋଲି ଯେଉଁ ଶବ୍ଦର ବ୍ୟବହାର ସଂସ୍କୃତ ଭାଷାରେ ହେଲା, ତାହାର ଅର୍ଥ ହେଉଛି , ଗୁରୁମୁଖରୁ ଅନୁଶ୍ରୁତ ହୁଏ, ଏଥିପାଇଁ ଏକ ବିଦ୍ୟାର ନାମ ଅନୁଶ୍ରବ ; ଅର୍ଥାତ୍ ବେଦ ।
ଏହା କେବେ ରଚିତ ହେଲା ସେ ବିଷୟରେ କେହି ସ୍ଥିର ମତ ଦେଇ ପାରୁ ନାହାନ୍ତି ; ଅର୍ଥାତ୍ ଏହାର କାଳନିର୍ଣ୍ଣୟରେ କେହି ସମର୍ଥ ହୋଇ ନାହାନ୍ତି । ତେଣୁ ବେଦକୁ “ଅନାଦି” ବୋଲି କୁହାଯାଏ । କିମ୍ବା କେଉଁମାନେ ବେଦ ଲେଖିଛନ୍ତି, ତାହାର କୌଣସି ପ୍ରମାଣ ନ ମିଳୁନଥିବାରୁ ଏହାକୁ ଅପୌରୁଷେୟ ବୋଲି କୁହାଯାଏ । ଏହା କୌଣସି ମନୁଷ୍ୟ ଦ୍ଵାରା ଲେଖାଯାଇନାହିଁ ; ସ୍ଵୟଂ ଭଗବାନଙ୍କ ମୁଖନିଃସୃତ ବାଣୀ ବୋଲି ମନେ କରାଯାଏ । ସେ ଯୁଗରେ ଭକ୍ତି ଓ ଜ୍ଞାନାର୍ଜନ ପାଇଁ ଶ୍ରବଣେନ୍ଦ୍ରିୟ ବା କାନକୁ ସାଧନ ବୋଲି ଧରି ନିଆଯାଇଥିଲା । ବେଦର ମର୍ମ ବୁଝିବା ପାଇଁ ମନୁଷ୍ୟକୁ ବହୁ ସାଧନା କରିବାକୁ ପଡୁଥିଲା । ଜ୍ଞାନର ଗୋଟିଏ ନିର୍ଦ୍ଦିଷ୍ଟ ସ୍ତରକୁ ନ ଆସିଲେ ବେଦର ମର୍ମ ବୁଝିବା ସହଜ ହେଉ ନ ଥିଲା । ଏହା ସାଙ୍ଗକୁ ବେଦର ଶ୍ଳୋକଗୁଡ଼ିକୁ ମନେ ରଖିବା ଓ ଶୁଦ୍ଧଭାବରେ ଉଚ୍ଚାରଣ କରିବା ସହଜସାଧ୍ୟ ନ ଥିଲା । ତେଣୁ ଏହାକୁ ଜାଣିଶୁଣି ଅଳ୍ପ କେତେ ଜଣଙ୍କ ମଧ୍ୟରେ ସୀମାବଦ୍ଧ କରି ରଖି ଦିଆ ଯାଇଥିଲା । ଅନ୍ୟମାନେ ଜ୍ଞାନରୁ ବଞ୍ଚିତ ନ ହୁଅନ୍ତୁ, ଏଇ ଉଦ୍ଦେଶ୍ୟରେ ପରବର୍ତ୍ତୀ ଯୁଗରେ ‘ପୁରାଣ’ ଓ ଇତିହାସର ସୃଷ୍ଟି ହେଲା । ବେଦବ୍ୟାସ ସ୍ପଷ୍ଟଭାବରେ ନିର୍ଦ୍ଦେଶ ଦେଲେ ଯେ ବେଦକୁ ପୁରାଣ ଓ ଇତିହାସ ସହିତ ମିଳାଇ ଆଲୋଚନା କଲେ ବେଦର ପ୍ରକୃତ ମର୍ମ ବୁଝି ହେବ । ବେଦକୁ ଚାରି ଭାଗରେ ବିଭକ୍ତ କରାଯାଇଛି । ସେହି ଚାରି ବେଦ ହେଲା ସାମ, ଯଜୁଃ, ଋକ୍ ଓ ଅଥର୍ବ । ଏହି ଚାରି ବେଦ ଭିତରୁ ସାମ, ଯଜୁଃ, ଋକ୍କୁ ଗୋଟିଏ ଶ୍ରେଣୀ ଓ ଅଥର୍ବକୁ ଗୋଟିଏ ସ୍ଵତନ୍ତ୍ର ଶ୍ରେଣୀରେ ରଖାଯାଇଛି । କେହି କେହି ଏହାକୁ “ଐହିକ” ବେଦ ବୋଲି ମଧ୍ୟ କହିଛନ୍ତି । ଏଭଳି କହିବାର କାରଣ ରହିଛି । ଅନ୍ୟ ତିନି ବେଦରେ ଏଭଳି ସବୁ ବିଷୟର ଆଲୋଚନା କରାଯାଇଛି ଯେ ସେ ସବୁର ମଙ୍ଗଳଦାୟକ ପ୍ରଭାବ ମନୁଷ୍ୟ ଉପରେ ନିଶ୍ଚୟ ପଡ଼ିବ ଓ ତା’ର ଆଧ୍ୟାତ୍ମିକ ଉନ୍ନତି ହେବ । ବେଦପାଠ ଓ ତଦନୁସାରେ କାର୍ଯ୍ୟକାରୀ ହେବା ଫଳରେ ମନୁଷ୍ୟ ଦେବତ୍ଵ ଆଡ଼କୁ ଆଗେଇଯିବ । କିନ୍ତୁ ଅଥର୍ବ ବେଦରେ ସାଧାରଣ ମନୁଷ୍ୟ ପାଇଁ ଯଥେଷ୍ଟ ଉପାସନା ରହିଛି । ଅନ୍ୟ ବେଦଗୁଡ଼ିକ ରଚନା କରାଯାଇଛି ସାଧାରଣ ସ୍ତରରୁ ଯେଉଁ ଲୋକ ଉଚ୍ଚରେ ଅଛି ତା’ର ଜ୍ଞାନ ବୃଦ୍ଧି ପାଇଁ ତାକୁ ସାହାଯ୍ୟ କରିବା ପାଇଁ । ଅଥର୍ବ ବେଦ ରଚନା କରାଯାଇଛି ମର୍ତ୍ତ୍ୟବାସୀ ମାନବର ଆଶା ଆକାଂକ୍ଷା ପୂରଣ କରିବା ପାଇଁ । ମନୁଷ୍ୟର ଆଧ୍ୟାତ୍ମିକ ଉନ୍ନତି ନିଶ୍ଚୟ ଆବଶ୍ୟକ ସତ୍ୟ ମାତ୍ର,; ସିଏ ତ ପୁଣି ସଂସାରରେ ଗୃହୀ ହୋଇ ରହିବ ନା । ସେ ଚାଷ କରିବ, ତାକୁ ରୋଗ ଗ୍ରାସିବ, ସେ ଔଷଧ ଖୋଜିବ, ତାର ମିତ୍ର ରହିବେ, ଶତ୍ରୁ ମଧ୍ୟ ରହିବେ, ସେମାନଙ୍କ ସହିତ ସେ କିପରି ଭାବରେ ଚଳିବ ,ସେ କୌଶଳ ଶିଖିବ, ନିଜ ଦେଶ , ସ୍ଥାନ,କାଳ,ପାତ୍ର ପ୍ରତି ତାର ମମତା ରହିବ; ଦେଶକୁ ଶତ୍ରୁ ଆକ୍ରମଣରୁ ରକ୍ଷା କରିବ, ଗୋ ପଶୁ ପାଳନ କରିବ, ଏହିଭଳି ଆଉ କେତେ କଥଣ କରିବ । ଏହିସବୁ ବିଷୟରେ ତାକୁ ବାଟ ଦେଖାଇବ କିଏ ? ତାକୁ ସାହାଯ୍ୟ କରିବା କିଏ? କେଉଁଠି ଉଲ୍ଲେଖ ରହିବ ସଂସାରୀ ମନୁଷ୍ୟର କର୍ତ୍ତବ୍ୟ କ'ଣ କ'ଣର କଥା ? କେଉଁଠି ଉଲ୍ଲେଖ ରହିବ ସଂସାରୀ ହୋଇ ମଧ୍ୟ ସେ ଉଚ୍ଚ ଚିନ୍ତା କରିପାରିବ ଓ ଧର୍ମମାର୍ଗରେ ଅଗ୍ରସର ହୋଇପାରିବ ?
ଅଥର୍ବ ବେଦରେ ସେହି ସବୁ ବିଷୟର ଉଲ୍ଲେଖ ରହିଲା । କି କି ନିୟମ ପାଳନ କରି ଲୋକ ସଂସାରରେ ବହୁତ ଭଲରେ ସାଂସାରିକ ଜୀବନ ନିର୍ବାହ କରି ପାରିବେ ,ତା'ର ସୂଚନା ରହିଲା ଅଥର୍ବ ବେଦରେ । ସେହିସବୁ ବିଷୟର ଉଲ୍ଲେଖ କରିବାକୁ ଯାଇ ଅଥର୍ବ ବେଦର ରଚୟିତାମାନେ ଏଭଳି କେତେକ କଥା କହିଛନ୍ତି, ଯେଉଁଗୁଡ଼ିକ ପୂର୍ବ ତିନି ବେଦର ବିଷୟବସ୍ତୁ ତୁଳନାରେ ପ୍ରକୃତରେ ‘ଐହିକ’ ବୋଲି ଜଣାପଡ଼ୁଛି । ଏଥିରେ “ବଶୀକରଣ, ମାରଣ, ଉଚ୍ଚାଟନ ପ୍ରଭୃତି ଅଭିଚାରିକ୍ରିୟା ଓ ରୋଗନାଶ, ସ୍ଵାସ୍ଥ୍ୟରକ୍ଷା ସମୃଦ୍ଧିଲାଭ ପ୍ରଭୃତି ଶାନ୍ତିକର୍ମରେ ଯେଉଁସବୁ ଆଥର୍ବଣ ମନ୍ତ୍ରପାଠର ବ୍ୟବସ୍ଥା ଅଛି, ତାହା ଭିତରେ ବୈର ଦ୍ଵେଷ, ହିଂସା ପ୍ରତିହିଂସା, ପ୍ରୀତି ମୈତ୍ରୀ, କରୁଣା ମମତା ପ୍ରଭୃତି ମନୁଷ୍ୟର ସହଜାତ ବୃତ୍ତିଗୁଡ଼ିକ ଫୁଟିଉଠିଛି । ଏହା ସଙ୍ଗେ ସଙ୍ଗେ ଅଥର୍ବ ବେଦର ବାଣୀରେ ଆଧ୍ୟାତ୍ମିକ ସାମ୍ୟବାଦ, ଅତି ଗହନ ଦାର୍ଶନିକତତ୍ତ୍ଵ ଓ ସୁଗଭୀର ଦେଶପ୍ରେମ ମଧ୍ୟ ପ୍ରଚାରିତ ହୋଇଛି । ପ୍ରାଚୀନ ଯୁଗର ସମାଜ କିପରି ଥିଲା, ଅଥର୍ବ ବେଦରେ ତାହାର ସ୍ପଷ୍ଟ ଚିତ୍ର ପ୍ରଦର୍ଶିତ କରିଛି । ମାନବ ଜାତିର ସାମାଜିକ ଇତିହାସରେ ଏହି ବେଦରେ ଗୁରୁତ୍ଵ ସର୍ବାପେକ୍ଷା ଅଧିକ । ସଂସ୍କୃତି, ଧର୍ମ, ବିଶ୍ଵାସ, ରୋଗ, ଔଷଧ, କୃଷି ଓ ସମାଜଶାସ୍ତ୍ରର ଅର୍ଥବ ବେଦ ହେଉଛି ଗୋଟିଏ ଏନ୍ସାଇକ୍ଲୋପିଡ଼ିଆ ବା ଜ୍ଞାନମଣ୍ଡଳ ବା ଜ୍ଞାନକୋଷ । ବୈଦିକ ଯୁଗରେ ହିନ୍ଦୁମାନଙ୍କର କିଭଳି ସମାଜବନ୍ଧନ ଥିଲା, କିଭଳି ଧର୍ମନୀତି ଚଳୁଥିଲା, ପରକାଳରେ କିଭଳି ବିଶ୍ଵାସ ଥିଲା, ଆଚାର ବ୍ୟବହାର ଲୌକିକତା କିପରି ଥିଲା, ଲୋକେ କିଭଳି ଲୁଗା ପିନ୍ଧୁଥିଲେ, ଅସ୍ତ୍ରଶସ୍ତ୍ର କେମିତିକା ଥିଲା, ଲଙ୍ଗଳର ସ୍ଥାନ କେଉଁଠି ଥିଲା, ଅର୍ଥାତ୍ କୃଷିବିଦ୍ୟା କେତେଦୂର ଆଗେଇଥିଲା, ଆମୋଦପ୍ରମୋଦ କେଉଁ ସ୍ତରରେ ଥିଲା, ଗୃହପାଳିତ ପଶୁ ଓ ବାଣିଜ୍ୟର ପ୍ରଭାବ ସମାଜ ଉପରେ କିପରି ଥିଲା , ସେହି ସବୁର ପରିଚୟ ମିଳିବ ଅଥର୍ବ ବେଦରୁ । ଅଥର୍ବ ବେଦରେ ହିଁ ସାମୂହିକ ଚିନ୍ତାର କଳ୍ପନା କରାଗଲା । ସେତେବେଳକୁ ସମାଜ କ୍ରମେ ଜଟିଳ ହୋଇ ଆସିଲାଣି ; ଅର୍ଥାତ୍ ନାନା ସମସ୍ୟା ସମୂହର ସୃଷ୍ଟି ହେଲାଣି । ‘ସଭା’ ‘ସମିତି’ ପ୍ରଭୃତିର ଉଲ୍ଲେଖ ଅଥର୍ବ ବେଦରେ ରହିଛି । ଏହାର ସପ୍ତମ କାଣ୍ଡରେ ୧୨ ସୂକ୍ତରେ ଅଛି – “ସଭା ଓ ସମିତି” ପ୍ରଜାପତିଙ୍କର ଦୁଇଟି କନ୍ୟା , ସେମାନେ ଆମକୁ ରକ୍ଷା କରନ୍ତୁ । ଯେଉଁମାନଙ୍କ ସଙ୍ଗେ ଆମର ମିଳନ ହେଲା, ସେମାନେ ଆମ ପାଖକୁ ଆସନ୍ତୁ । ହେ ପିତୃଗଣ, ସେଇ ଲୋକସମାଗମ ଭିତରେ ମୁଁ ଯେମିତି ସତ କଥା କୁହେ । ହେ ସଭେ, ଆମୋନେ ତୁମର ନାମ ଜାଣୁ । ତୁମ ନାମ ସଦାଳାପ । ସଭସଦ୍ମାନେ ମୋ ସହିତ କଥା କହୁଥାନ୍ତୁ । ଏଠାରେ ଯେଉଁମାନେ ବସିଛନ୍ତି, ସେମାନଙ୍କଠାରୁ ମୁଁ ତେଜ ଓ ଜ୍ଞାନ ଗ୍ରହଣ କରେ । ହେ ଇନ୍ଦ୍ର ! ଏଇ ସଭାର ସମସ୍ତଙ୍କ ନିକଟରେ ମୋତେ ପ୍ରସିଦ୍ଧ କର । ଏ ସଭାରେ ତୁମେ ମୋର ଚିତ୍ତବିନୋଦନ କର ।” ଯେଉଁଠି ପଞ୍ଚପରମେଶ୍ଵର ବସିବେ, ସେଠାରେ ସତ କହିବା ଓ କାହାରି ମନରେ କଷ୍ଟ ନ ଦେଇ ସଦାଳାପ କରିବା ଉପରେ କିଭଳି ଅଥର୍ବ ବେଦର ରଚୟିତା ମାନେ ଜୋର ଦେଇଛନ୍ତି, ତାହା ଅତ୍ୟନ୍ତ ପ୍ରଣିଧାନଯୋଗ୍ୟ ଏବଂ ତାହା ଲକ୍ଷ୍ୟ କରିବାର କଥା । ଆମେମାନେ ମନେ ରଖିବା ଉଚିତ ଯେ ସାମ୍ପ୍ରତିକ ସମୟର "ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା" କେବଳ ଏହି ଦୁଇଟି ନୀତି ଉପରେ ହିଁ ତିଷ୍ଠି ପାରିବ ; ଅନ୍ୟଥା ନୁହେଁ । ସର୍ବସାଧାରଣରେ, ଅର୍ଥାତ୍ ସଭାରେ ସତ କହିବାଟା ଉପରେ ଓ ସମସ୍ତଙ୍କ ମତପ୍ରତି ସମ୍ମାନ ଦେଖାଇ ‘ସଦାଳାପ’ କରିବା ଉପରେ କିଭଳି ଗୁରୁତ୍ଵ ଆରୋପ କରାଯାଇଛି ତାହା ଲକ୍ଷ୍ୟ କରିବାର କଥା ।ସାମୂହିକ ଚିନ୍ତା ସଙ୍ଗେ ସଙ୍ଗେ ମାତୃଭୂମି ପ୍ରତି ମମତ୍ବବୋଧ ସେତେବେଳକୁ ଦେଖାଦେଲାଣି । ଲୋକମାନଙ୍କ ମଧ୍ୟରେ ମାତୃଭୂମି ପ୍ରତି ଭକ୍ତି ଓ ଶ୍ରଦ୍ଧା ଜନ୍ମାଇବା ପାଇଁ ଅଥର୍ବ ବେଦର ରଚୟିତାମାନେ ଉଦ୍ୟମ କରିଛନ୍ତି । ସେମାନେ ଲେଖି ଯାଇଛନ୍ତି- “ ତ୍ଵଜ୍ଜାତାସ୍ତ୍ଵୟି ଚରନ୍ତି ମର୍ତ୍ତ୍ୟାସ୍ତ୍ରୁ” ବିଭର୍ଷି ଦ୍ଵିପଦସ୍ତ୍ବଂ ଚତୁଷ୍ପଦଃ , ତବେମେ ପୃଥିବୀ ପଞ୍ଚମାନବା ଯେଭ୍ୟୋ ଜ୍ୟୋତିରମୃତଂ ମର୍ତ୍ତ୍ୟଭ୍ୟ ଉଦ୍ୟନ୍ ସୂର୍ଯ୍ୟ ରଶ୍ମିଭିରାତ ନୋତି; ଅର୍ଥାତ୍ ହେ ପୃଥିବୀ (ମାତୃଭୂମି), ଆମେ ସମସ୍ତେ ତୁମ୍ଭଠାରୁ ଜାତ ହୋଇଅଛୁ । ତୁମ ଉପରେ ଚଲାବୁଲା ବା ବସବାସ କରୁ । ତୁମେହିଁ ଦ୍ଵିପାଦ ଏବଂ ଚତୁଷ୍ପାଦ ପ୍ରାଣୀମାନଙ୍କୁ ଭରଣପୋଷଣ କର ।'ପାଞ୍ଚ ପ୍ରକାରର ମନୁଷ୍ୟ ତୁମର ସୁପୁତ୍ର ଅଟନ୍ତି । ଉଦୟ ହେଉଥିବା ସୂର୍ଯ୍ୟଦେବ ନିଜର କିରଣଦ୍ଵାରା ଅମୃତରୂପକ ତେଜ ସେହିମାନଙ୍କ ପାଇଁ ବିସ୍ତାର କରନ୍ତି । ମାତୃଭୂମିକୁ ନିଜର ମା’ ବୋଲି ନିର୍ଦ୍ଦିଷ୍ଟ କଳ୍ପନା ଅଥର୍ବ ବେଦ- ରଚୟିତାମାନେ କଲେ ( ଯଜୁର୍ବେଦରେ ଏହାର ସାମାନ୍ୟ ସୂଚନା ମାତ୍ର ଥିଲା) । ମାତୃଭୂମି ଉଦ୍ଦେଶ୍ୟରେ ନିଜର ସମସ୍ତ ବଳିଦେବା ପାଇଁ ଲୋକଙ୍କୁ ଉଦ୍ବୋଧନ ଦିଆଯାଇଛି । ଯିଏ ଆମମାନଙ୍କୁ ଜନ୍ମ ଦେଇଛି, ତାହାପାଇଁ ସର୍ବସ୍ଵ ବଳିଦାନ କରିବାକୁ ଲୋକେ ଶପଥ ନିଅନ୍ତୁ ବୋଲି ସେମାନେ ନିର୍ଦ୍ଦେଶ ଦେଇ ଲେଖିଛନ୍ତି- “ଉପସ୍ଥା ସ୍ତେ ଅନମୀବା ଅଯକ୍ଷ୍ମା ,ଅସ୍ମଭ୍ୟ ସନ୍ତୁ ପୃଥିବୀ ପ୍ରସ୍ବତାଃ ,ଦୀର୍ଘ ନ ଆୟୁଃ ପ୍ରତିବୁଧ୍ୟମାନା ,ବୟଂ ତୁଭ୍ୟଂ ବଳିହୃତ ସ୍ୟାମ ॥” ଅର୍ଥାତ୍ ଭୂମି ମୋର ମାତା ଏବଂ ମୁଁ ସେହି ପୃଥିବୀ ବା ମାତୃଭୂମିର ପୁତ୍ର; ଅର୍ଥାତ୍ “ମାତା ଭୂମିଃ ପୁତ୍ରୋ ଅହଂ ପୃଥିବ୍ୟାଃ” ମନ୍ତ୍ର ଚାରିଆଡ଼େ ଉଚ୍ଚାରଣ ହେଲା। ସେମାନେ ପୁଣି ଉଦ୍ବୋଧନ ଦେଇ କହିଥିଲେ ଯେ “ବିଶ୍ଵସ୍ଵଂ ମାତରମୋଷଧୀନାଂ ଧ୍ରୁବାଂ ,ଭୂମିଂ ପୃଥିବୀଂ ଧର୍ମଣା ଧୃତାମ୍ ,
ଶିବାଂ ସ୍ୟୋନାମନୁଚରେମ ବିଶ୍ଵହା ॥” ଭୂମି ମୋର ମାତା ଏବଂ ମୁଁ ସେହି ପୃଥିବୀ ବା ମାତୃଭୂମିର ପୁତ୍ର; ଅର୍ଥାତ୍ “ମାତା ଭୂମିଃ ପୁତ୍ରୋ ଅହଂ ପୃଥିବ୍ୟାଃ” ମନ୍ତ୍ର ଚାରିଆଡ଼େ ଉଚ୍ଚାରଣ ହେଲା । ସେମାନେ ପୁଣି ଉଦ୍ବୋଧନ ଦେଇ କହିଥିଲେ “ବିଶ୍ଵସ୍ଵଂ ମାତରମୋଷଧୀନାଂ ଧ୍ରୁବାଂ,ଭୂମିଂ ପୃଥିବୀଂ ଧର୍ମଣା ଧୃତାମ୍ ,
ଶିବାଂ ସ୍ୟୋନାମନୁଚରେମ ବିଶ୍ଵହା ॥” ଅର୍ଥାତ୍ “ଯେଉଁ ମାତୃଭୂମି ଓଷଧୂମାନଙ୍କର ସର୍ବସ୍ଵ ଅଟେ, ଯେଉଁ ପୃଥିବୀ ଧର୍ମଦ୍ଵାରା ଧାରଣ କରାଯାଇଥିବା ହେତୁ ସ୍ଥିର ହୋଇଅଛି, ସେହି ଶୁଭ ଏବଂ କଲ୍ୟାଣକାରକ ଭୂମିର ସର୍ବଦା ସେବା କରିବା ।” ଲୋକମାନଙ୍କ ଉପରେ ଏହି ଉଦ୍ବୋଧନର ପ୍ରଭାବ ପଡ଼ିଥିଲା ଓ ସେମାନେ ମାତୃଭୂମିର ବନ୍ଦନ କରିବାକୁ ଯାଇ କହିଥିଲେ
“ତସ୍ୟୈ ହିରଣ୍ୟ -କକ୍ଷସେ,ପୃଥିବ୍ୟା ଅକରଂ ନମଃ ।”
ଅର୍ଥାତ୍ ‘ଉତ୍ତମ ବର୍ଣ୍ଣ ଧାରଣ କରିଥିବା ମାତୃଭୂମିକୁ ମୁଁ ନମସ୍କାର କରୁଅଛି” । ସେମାନେ ଆହୁରି ମଧ୍ୟ ବନ୍ଦନା କରୁଥିଲେ "ଯସ୍ୟାମନ୍ନଂ ବ୍ରୀହିଯବୌ ,ଯସ୍ୟା ଇମା ପଞ୍ଚକୃଷ୍ଟୟଃ , ଭୂମ୍ୟ ପର୍ଜନ୍ୟ ପତ୍ନୈ ନମୋସ୍ତୁ ,ବର୍ଷମେଦସେ ॥’’
ଅର୍ଥାତ୍ “ଯହିଁରେ ଅନ୍ନ, ବିରି, ଆଦି ବହୁପରିମାଣରେ ଅଛି ଏବଂ ଯାହା ଉପରେ ପାଞ୍ଚପ୍ରକାର ଲୋକ ବାସ କରନ୍ତି, ପର୍ଜନ୍ୟ ବା ବୃଷ୍ଟିଦ୍ଵାରା ପାଳନ କରୁଥିବା ସେହି ମାତୃଭୂମିକୁ ମୁଁ ନମସ୍କାର କରୁଅଛି ।” ସେତେବେଳକୁ ଲୋକେ ବୁଝିଲେଣି, ମାତୃଭୂମିର ଅନିଷ୍ଟ ହେବାଭଳି ଅର୍ଥାତ୍ ଦେଶର ଅମଙ୍ଗଳ ହେବାଭଳି କୌଣସି କାର୍ଯ୍ୟ କରିବା ଉଚିତ ନୁହେଁ । ମାତୃଭୂମିର ସେବା କରିବାଦ୍ଵାରା ନିଜର ଶକ୍ତି ବୃଦ୍ଧି ହେବ ବୋଲି ଋଷିମାନେ ସୂଚାଇ ଦେଇ କହିଥିଲେ “ଅହମସ୍ମି ସହମାନ୍ ଉତ୍ତରୋ ନାମ ଭୂମ୍ୟାମ୍ ,
ଅଭୀଷାଡ଼ସ୍ମି ବିଶ୍ଵାଷାଡ଼ାଶାମାଶାଂ ବିଷାସହିଃ ।”
ଅର୍ଥାତ୍ “ମୁଁ ଏହି ଭୂମିରେ ଉଚ୍ଚ ହେବି (ଉନ୍ନତି କରିବି),ସହନ କରିବାକୁ ସକ୍ଷମ ହେବି । ସବୁ ଅବସ୍ଥାରେ ଆମେ ସହନ ଶକ୍ତିସମ୍ପନ୍ନ ହେବୁ, ପ୍ରତ୍ୟେକ ଦିଗରେ ଆମ୍ଭେମାନେ ବିଜୟ ପ୍ରାପ୍ତ କରିବୁ ।” ସହନଶୀଳତା କିଭଳି ସମସ୍ତ ବିଜୟର ମୂଳ, ତାହାର ସୂଚନା ଏଇଠାରେ ଦିଆଯାଇଛି । ମାତୃଭୂମି ବିଷୟରେ ଶୁଭ ବିଚାରକୁ ପ୍ରକଟ କରିବା ଉପରେ ଗୁରୁତ୍ଵ ଆରୋପ କରି ଅଥର୍ବ ବେଦରେ ଲେଖାଅଛି–
“ଯେ ଗ୍ରାମା ଯଦରଣ୍ୟ ଯାଃ ସଭା ଅଧ୍ୟଭୂମ୍ୟାମ୍ ॥
ଯେ ସଂଗ୍ରାମାଃ ସମିତୟସ୍ତେଷୁ ଚାରୁ ବଦେମ ଯେ ।”
ଏହାର ଅର୍ଥ ହେଉଛି, ମୋ ମାତୃଭୂମି ଉପରେ ଯେଉଁସବୁ ଗ୍ରାମ, ନଗର, ଅରଣ୍ୟ ସଭା ଓ ସମିତିମାନ ଅଛି ଏବଂ ଯେଉଁ ଯେଉଁ ସଂଗ୍ରାମ ଆଦି ହେବ, ଏସବୁଥୁରେ ‘ଚାରୁ ବଦେମ’ ଅର୍ଥାତ୍ ମାତୃଭୂମି ବିଷୟରେ ମୁଁ ଶୁଭ ବିଚାରକୁ ପ୍ରକଟିତ କରିବି । କ୍ରମେ କ୍ରମେ ମନୁଷ୍ୟ ମନରେ ମାତୃଭୂମିର ବିଶେଷତ୍ଵ ବା ସ୍ଵତନ୍ତ୍ରତାର ପ୍ରଭାବ ପଡ଼ିଛି ଓ ଅଥର୍ବ ବେଦର ଋଷିମାନେ ଗାଇଛନ୍ତି–
“ଯସ୍ୟା ପୂର୍ବେ ଭୂତକୃତ ଋଷୟୋ ଗା ଉଦାନୃଚୁଃ ।
ସପ୍ତ ସତ୍ରେଣ ବୋଧସୋ ଯଜ୍ଞେନ ତପସା ସହ ।”
ଅର୍ଥାତ୍ –ଯେଉଁ ମାତୃଭୂମିରେ ପ୍ରାଚୀନ କାଳରୁ ପୁରୁଷାର୍ଥୀ ଜ୍ଞାନୀ ଋଷିମାନେ ଭୂମି ଆଦିର ପ୍ରଶଂସା କରିଆସିଛନ୍ତି ଏବଂ ଯହିଁରେ ବିଦ୍ଵାନ୍ ଲୋକମାନେ ଯଜ୍ଞ ଓ ତପସ୍ୟା କରି ଉନ୍ନତି କରିଆସିଛନ୍ତି, ତାହା ମୋର ମାତୃଭୂମି ଅଟେ । ଆଉ କେତେବେଳେ ବା ସେମାନେ ତନ୍ମୟ ହୋଇଯାଇ ପୁଣି ବୋଲିଛନ୍ତି–
“ଯସ୍ୟାଂ ଗାୟନ୍ତି ନୃତ୍ୟନ୍ତି ଭୂମ୍ୟାଂ ମର୍ତ୍ତ୍ୟାବ୍ୟୈଲବାଃ
ଯୁଧ୍ୟନ୍ତେ ଯସ୍ୟାମାତ୍ରନ୍ଦୋ ଯସ୍ୟାଂ ବନ୍ଦତି ଦୁନ୍ଦୁଭିଃ ।”
ଅର୍ଥାତ୍ – ଯେଉଁ ମାତୃଭୂମି ଉପରେ ଆନନ୍ଦମୃଗ୍ଧ ମନୁଷ୍ୟ ଗାଏ, ନାଚେ ଏବଂ ଯହିଁରେ ଯୁଦ୍ଧରେ ବିଜୟ-ଇଚ୍ଛା ଦ୍ଵାରା ପ୍ରଭାବିତ ମନୁଷ୍ୟ ଯୁଦ୍ଧ କରିଥାଏ ଓ ଦୁନ୍ଦୁଭି ବଜାଇଥାଏ, ସେହି ମୋର ମାତୃଭୂମି । ଏହି ଭୂମିରେ ଦେବତାଗଣ ଅସୁରଙ୍କୁ ପରାଭବ ଦେଇଥିଲେ ବୋଲି, ଅର୍ଥାତ୍ ଏହି ଭୂମିରେ ଧର୍ମର ଅଧର୍ମ ଉପରେ ବିଜୟ ହୋଇଛି ବୋଲି ଚେତାଇ ଦେଇ ସେମାନେ କହିଛନ୍ତି– “ଯସ୍ୟାଂ ପୂର୍ବେ ଦେବକୃତାଃ କ୍ଷେତ୍ରେ ଯସ୍ୟାଂ ବିକୁର୍ବତେ” (ଯେଉଁ ମାତୃଭୂମିରେ ଆମ୍ଭମାନଙ୍କର ପ୍ରାଚୀନ ପୂର୍ବଜନଗଣ ପରାକ୍ରମ କରିଥିଲେ ଏବଂ ଯହିଁରେ ଦେବତାଗଣ ଅସୁରଙ୍କୁ ପରାଭବ ଦେଇଥିଲେ, ସେହି ମୋର ମାତୃଭୂମି) । ଯେଉଁମାନେ ଜନତା ପ୍ରତି ଦ୍ଵେଷ ଆଚରଣ କରନ୍ତି, ଜନତା ଉପରେ ଆକ୍ରମଣ କରନ୍ତି, ଜନତାଙ୍କୁ ଦାସତ୍ଵ ବନ୍ଧନରେ ବାନ୍ଧିବାକୁ ଚାହାନ୍ତି ଏବଂ ଆବଶ୍ୟକ ହେଲେ ଲୋକସାଧାରଣଙ୍କୁ ବଧ କରିବାକୁ ଇଚ୍ଛା କରନ୍ତି, ସେମାନଙ୍କର ନାଶ ହେଉ ବୋଲି ପ୍ରାର୍ଥନା କରାଯାଇଛି ଏହିଭଳି “ ଯୋ ନୋ ଦ୍ଵେଷତ୍ ପୃଥିବି ଯଃ ପୃତନ୍ୟାଦ୍ ଯୋଽଭିଦାସାନ୍ମନସା ଯୋ ବଧେନ । ତଂ ନୋ ଭୂମେ ଭୂମେ ରଂଧୟ ପୂର୍ବକୃତ୍ଵରି ।।” ଯିଏ ଆମ୍ଭମାନଙ୍କ ପ୍ରତି ଦ୍ଵେଷ ଆଚରଣ କରେ, ଯିଏ ଆମ ଉପରେ ସୈନ୍ୟଦ୍ଵାରା ଆକ୍ରମଣ କରେ, ଆମ୍ଭମାନଙ୍କୁ ଦାସତ୍ଵ ସ୍ଵୀକାର କରାଇବା ପାଇଁ ଯିଏ ଅଭିଳାଷୀ, ଯିଏ ଆମ୍ଭମାନଙ୍କୁ ବଧ କରିବାକୁ ଇଚ୍ଛା କରେ, ତାକୁ ପେଷିଦିଅ ବା ଦଳିଦିଅ) ।
ଏହି ବେଦରଚୟିତା ଅଥର୍ବନମାନେ ‘ଅଭୟ’ ବା ଭୟଶୂନ୍ୟତା ଉପରେ ଖୁବ୍ ଗୁରୁତ୍ଵ ଆରୋପ କରିଛନ୍ତି । ସେମାନେ କହିଯାଇଛନ୍ତି– ମୋର ଯେଉଁମାନେ ଅମିତ୍ର ବା ଶତ୍ରୁ ସେମାନଙ୍କୁ ମୁଁ ଯେପରି ଭୟ କରିବି ନାହିଁ, ଯେଉଁମାନେ ମିତ୍ର ସେମାନଙ୍କ ନିକଟରେ ମଧ୍ୟ ମୁଁ ଯେପରି ଅଭୟ ଆଚରଣ କରେ । ଯେଉଁମାନଙ୍କୁ ମୁଁ ଜାଣେ ଓ ଯେଉଁମାନଙ୍କୁ ନ ଜାଣେ ସେହି ଉଭୟଙ୍କ ପ୍ରତି ମୋର ଭୟ ନ ରହେ । ସବୁଦିଗରେ ଯେଉଁମାନେ ଅଛନ୍ତି, ସେମାନେ ସମସ୍ତେ ମୋର ବନ୍ଧୁ ହୋଇ ରହିଥାଆନ୍ତୁ (ପ୍ରବନ୍ଧ ଆରମ୍ଭରେ ଦିଆଯାଇଥିବା ଶ୍ଳୋକ ଦେଖନ୍ତୁ । ଏହିଭଳି ଯେଉଁ ଅଥର୍ବ ବେଦ ଓ ଯାହାକି ପରବର୍ତ୍ତୀ ଯୁଗରେ ଭୂର୍ଜ୍ଜପତ୍ର ଓ ତାଳପତ୍ରରେ ଲିପିବଦ୍ଧ ହୋଇରହିଲା, ସେହି ଅଥର୍ବ ବେଦର ଶୁଦ୍ଧ ସଂସ୍କରଣ ଅଳ୍ପ କେତେ ବର୍ଷତଳ ପର୍ଯ୍ୟନ୍ତ ମିଳୁ ନ ଥିଲା । ପାଶ୍ଚାତ୍ୟ ପଣ୍ଡିତମାନେ ଯେଉଁ ଲେଖା ପାଇଲେ, ତାହାର କେତେକ ଅଂଶ ସମ୍ପୂର୍ଣ୍ଣ ଅବୋଧ୍ୟ ବୋଲି ଜଣାପଡ଼ିଲା । ସେମାନେ ବହୁ ଚେଷ୍ଟାକଲେ ସେସବୁ ଶ୍ଳୋକରୁ କିଛି ଅର୍ଥ ବାହାର କରିବା ପାଇଁ, କିନ୍ତୁ ସେମାନଙ୍କର ସମସ୍ତ ଉଦ୍ୟମ ବ୍ୟର୍ଥ ହେଲା । ଅତି ଆନନ୍ଦର କଥା ଅଥର୍ବ ବେଦର ଶୁଦ୍ଧ ପୋଥି ଓଡ଼ିଶାରେ ହିଁ ଥିଲା । ଓଡ଼ିଶାର ଅଥର୍ବବେଦୀ ବ୍ରାହ୍ମଣମାନେ ତାହାର ଶୁଦ୍ଧତାକୁ କେବଳ ଯେ ପୋଥରେ ବଜାୟ ରଖିଥିଲେ, ତା’ ନୁହେଁ- ଶୁଦ୍ଧ ଉଚ୍ଚାରଣଦ୍ଵାରା ତାହାର ମହତ୍ତ୍ଵ ବଢ଼ାଇଥିଲେ ।
ଅଧ୍ୟାପକ ଦୁର୍ଗାମୋହନ ଭଟ୍ଟାଚାର୍ଯ୍ୟ ଏହାର ଶୁଦ୍ଧ ସଂସ୍କରଣ କେଉଁଠୁ ପାଇବେ, ସେଦିଗରେ ଉଦ୍ୟମ ଚଳାଇ ତାଙ୍କ ଉଦ୍ୟମ କିଭଳି ସଫଳ ହେଲା ସେ ବିଷୟରେ ସେ ନିଜେ ଏହିପରି କହିଛନ୍ତି– ୧୮୫୭ ଖ୍ରୀଷ୍ଟାବ୍ଦରେ ଜର୍ମାନ ଅଧ୍ୟାପକ ରଡଲ୍ଫ ରୋଟ୍ ଏବଂ ମାର୍କିନ୍ ଅଧ୍ୟାପକ ଡବ୍ଲିଉ ଡି. ହୁଇଟ୍ନି ବର୍ନିଲ
ରୁ ଶୌନକ-ଶାଖାର ଅଥର୍ବବେଦ ସଂହିତ ପ୍ରକାଶ କରିଥିଲେ । ବେଦର ମୂଳ ଗ୍ରନ୍ଥଗୁଡ଼ିକ ଉତ୍ସାହୀ ପାଶ୍ଚାତ୍ୟ ପଣ୍ଡିତମାନଙ୍କର ପ୍ରଯତ୍ନରେ ୟୁରୋପରୁ ପ୍ରଥମେ ପ୍ରକାଶିତ ହୋଇଥିଲା ,ଏହା ଆମ୍ଭମାନଙ୍କର ନିଷ୍କ୍ରିୟତାର ଲକ୍ଷଣ । ଯାହା ହେଉ, ଏକଶତ ବର୍ଷ ପୂର୍ବେ ଶୌନକ-ଶାଖାର ସଂହିତା ଖଣ୍ଡିକ ଅଥର୍ବ ବେଦ ବୋଲି ସର୍ବତ୍ର ପରିଚିତ ହୋଇଥିଲା । ପରବର୍ତ୍ତୀକାଳରେ ଅଥର୍ବ ବେଦରେ ଯେଉଁସବୁ ସଂସ୍କରଣ, ଅନୁବାଦ ବା ଭାଷ୍ୟ ମୁଦ୍ରିତ ହୋଇଛି, ସେଗୁଡ଼ିକ ଶୌନକ ଶାଖାଭୁକ୍ତ ।
“ଶୌନକ-ସଂହିତା” ସମ୍ପାଦନ କରି ରୋଟ୍ ସାହେବ କିନ୍ତୁ ତୃପ୍ତ ହୋଇ ନ ଥିଲେ । ସେ ଉତ୍କୃଷ୍ଟ ପାଠଯୁକ୍ତ ଆଉ ଖଣ୍ଡିଏ ଅଥର୍ବ-ସଂହିତାର ଅନୁସନ୍ଧାନରେ ବ୍ୟଗ୍ର ହୋଇଉଠିଲେ । ଅଧ୍ୟାପକ ରୋଟ୍ ଥିଲେ ତତ୍କାଳୀନ ୟୁରୋପର ବିଶିଷ୍ଟ ପ୍ରାଚ୍ୟ ବିଦ୍ୟାବିତ୍ । ସେ ଭାରତବର୍ଷର ବ୍ରିଟିଶ ସରକାରଙ୍କ ନିକଟକୁ ନୂତନ ପୋଥ ଅନୁସନ୍ଧାନ ପାଇଁ ଅନୁରୋଧ କରି ଚିଠି ଲେଖିଥିଲେ । ଭାରତବର୍ଷ ଉତ୍ତରାଞ୍ଚଳରେ ଯେ ଏହି ପୋଥ ପ୍ରାପ୍ତିର ସମ୍ଭାବନା ଅଛି, ଏହା ମଧ୍ୟ ଅନୁମାନ କରି ରୋଟ୍ ସାହେବ ଲେଖିଥିଲେ । ଭାରତ ସରକାର ତାଙ୍କର ଅନୁରୋଧ ରକ୍ଷା କରି ଉତ୍ତର-ପଶ୍ଚିମ ସୀମାନ୍ତ ପ୍ରଦେଶର ତତ୍କାଳୀନ ଛୋଟଲାଟ୍ ସାର ଉଇଲିୟମ ମୁରେଙ୍କ ଉପରେ ଅନୁସନ୍ଧାନ ଭାର ଦେଲେ । ସତକୁ ସତ କାଶ୍ମୀର ରାଜ୍ୟର ଶ୍ରୀନଗରର ଗ୍ରନ୍ଥାଗାରରେ ଆକାଂକ୍ଷିତ ଗ୍ରନ୍ଥର ଖଣ୍ଡିଏ ଜୀର୍ଣ୍ଣ ପୋଥି ମିଳିଲା ।
ଏହି ପୋଥ ଖଣ୍ଡିକ ଅଥର୍ବ ବେଦର ପୈପଲାଦ ଶାଖାର ସଂହିତା । ଏହା ଭୂର୍ଜପତ୍ର ଉପରେ କାଶ୍ମୀରୀୟ ଶାରଦା ଲିପିରେ ଲେଖା । ଏହି ପୋଥ ଖଣ୍ଡିକର ପ୍ରଥମ ପତ୍ର ଓ ଆଉ ଗୋଟିଏ ପତ୍ର ନଷ୍ଟ ହୋଇଥିଲା । ଭୂର୍ଜପତ୍ରର ସୂକ୍ଷ୍ମ ତ୍ଵକ୍ ଉଠିଯିବାରୁ ଅନେକ ସ୍ଥଳରେ ଅକ୍ଷର ମଧ୍ୟ ତତ୍ସହିତ ଉଠିଯାଇଥିଲା । ଆଉ କେତୋଟି ପତ୍ରର ଲେଖା ମଧ୍ୟ ନିତାନ୍ତ ଅସ୍ପଷ୍ଟ ହୋଇଥିଲା । ଏତେ ବିକଳତା ସତ୍ତ୍ଵେ ବେଦବିଦ୍ୟାର ଏହି ଅପୂର୍ବ ଗ୍ରନ୍ଥଟି ଜର୍ମାନୀରେ ପରମ ସମାଦର ସହିତ ଗୃହୀତ ହୋଇଥିଲା । ସାଫଲ୍ୟ ପରିତୃପ୍ତ ଅଧ୍ୟାପକ ରୋଟ୍ ସାହେବ ୧୮୭୮ ଖ୍ରୀଷ୍ଟାବ୍ଦରେ ପୈପଲାଦ ଅଥର୍ବବେଦୀୟ ବିଷୟବସ୍ତୁର ପରିଚୟ ଓ ପୋଥ ଆବିଷ୍କାରର ବିଚିତ୍ର ଇତିବୃତ୍ତି ସହ ଖଣ୍ଡିଏ ବହି ପ୍ରକାଶ କରିଥିଲେ । ପୁଣି ସେ ୧୮୭୮ ଖ୍ରୀଷ୍ଟାବ୍ଦରେ ଫ୍ଲୋରେନ୍ସ୍ ନଗରରେ ଅନୁଷ୍ଠିତ ଆନ୍ତର୍ଜାତୀୟ ପ୍ରାଚ୍ୟ-ବିଦ୍ୟା ସମ୍ମିଳନରେ ପୈପଲାଦ-ସଂହିତା ସମ୍ପର୍କରେ ଏକ ପ୍ରବନ୍ଧ ମଧ୍ୟ ପାଠ କରିଥିଲେ । ଏହାଦ୍ଵାରା ୟୁରୋପ ଓ ଆମେରିକାର ପଣ୍ଡିତ ମହଲରେ ଚହଳ ପଡ଼ିଥିଲା । ଅଧ୍ୟାପକ ରୋଟ୍ ସାହେବଙ୍କ ମୃତ୍ୟୁପରେ ପୋଥ୍ ଆଧୁନିକ ପଶ୍ଚିମ- ଜର୍ମାନୀ ଅନ୍ତର୍ଭୁକ୍ତ ତୁବିଞ୍ଜେନ ବିଶ୍ଵବିଦ୍ୟାଳୟର ଗ୍ରନ୍ଥାଗାରରେ ଅମୂଲ୍ୟ ସମ୍ପଦରୂପେ ରଖାଗଲା । ୧୯୦୧ ଖ୍ରୀଷ୍ଟାବ୍ଦରେ ତୁବିଞ୍ଜେନର ଅଧ୍ୟାପକ ରିଚାର୍ଡ଼ ଗାର୍ବେ (Garbe) ଓ ବାଲ୍ଟିମୋରର ଅଧ୍ୟାପକ ରିଚାର୍ଡ଼ ମରିସ ବ୍ଲୁମ୍ଫିଲ୍ଡ (Bloomfield) ଙ୍କର ତତ୍ତ୍ଵାବଧାନରେ କ୍ରୋମୋଫଟୋଗ୍ରାଫି ସହାୟତାରେ ପୋଥ ଖଣ୍ଡିକ ଯଥାଦୃଷ୍ଟ ମୁଦ୍ରିତ ହେଲା; କିନ୍ତୁ ଦେଖାଗଲା ଯେ କେବଳ ଅସଂପୂର୍ଣ୍ଣ ନୁହେଁ, ପୋଥଟି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଭୁଲରେ ପରିପୂର୍ଣ୍ଣ ଓ ଅର୍ଥବୋଧର ଏକାବେଳକେ ଅଯୋଗ୍ୟ । ତଥାପି ଗ୍ରନ୍ଥର ଗୁରୁତ୍ଵ ବୁଝି ଅଧ୍ୟାପକ ଏଲ୍. ସି. ବାରେଟ୍ (Barret) ଙ୍କ ଦ୍ଵାରା ଆମେରିକାନ୍ ଓରିଏଣ୍ଟାଲ ସୋସାଇଟିର ବିଖ୍ୟାତ ତ୍ରୈମାସିକ ପତ୍ରିକାରେ ଖଣ୍ଡ ଖଣ୍ଡ କ୍ରମଶଃ ଖ୍ରୀ ୧୯୦୧ ଠାରୁ ୧୯୪୦ ମଧ୍ୟରେ ଦୀର୍ଘକାଳଧରି ଗ୍ରନ୍ଥଟି ରୋମାନ୍ ଅକ୍ଷରରେ ମୁଦ୍ରିତ ହେଲା ଓ କିଛି ଆନୁମାନିକ ସଂଶୋଧନ ମଧ୍ୟ ତହିଁରେ ଯୋଗକରାଗଲା । ଏହି ରୋମାନ ଅକ୍ଷରରେ ମୁଦ୍ରିତ ପୁସ୍ତକକୁ ଡକ୍ଟର ରଘୁବୀର ଲିପିରେ ପ୍ରକାଶ କରି ଅଛନ୍ତି; କିନ୍ତୁ ମୁଦ୍ରିତ ଗ୍ରନ୍ଥଟି ପ୍ରଶ୍ନବୋଧକ ଚିହ୍ନଦ୍ଵାରା ଓ ବିନ୍ଦୁଯୁକ୍ତ ଶୂନ୍ୟସ୍ଥାନଦ୍ଵାରା କଳଙ୍କିତ ହୋଇଅଛି । ମୂଳବସ୍ତୁର ତ୍ରୁଟିଲାଗି ପଣ୍ଡିତମାନଙ୍କର ସମସ୍ତ ଅଧ୍ୟବସାୟ ପ୍ରାୟ ନିଷ୍ଫଳ ବୋଲି ବିବେଚିତ ହୁଏ । ହାର୍ଭାଡ଼ ବିଶ୍ଵବିଦ୍ୟାଳୟ ପ୍ରାଚ୍ୟ-ବିଦ୍ୟା ଗ୍ରନ୍ଥମାଳାରେ ପ୍ରକାଶିତ ଶୌନକୀୟ ଅଥର୍ବ ବେଦର ଭୂମିକାରେ ଅଧ୍ୟାପକ ସି.ଆର. ଲୋନ୍ମେନ (Lonman) ପରିହାସ କରି କାଶ୍ମୀର-ପୋଥୁର ନାମ ଦେଇଅଛନ୍ତି – ‘ଅପପାଠ ସ୍ଥଳିତ-ରତ୍ନାକର’ ବା ଭୁଲ ତ୍ରୁଟିର ଖଣି । ସେ ଆହୁରି କହିଅଛନ୍ତି,ଏହି ପୋଥଟି ଏତେ ଅଶୁଦ୍ଧ କରିବାର କୌଣସି ସମ୍ଭାବନା ନାହିଁ । ଅଧ୍ୟାପକ ପଲ ତିମେ ମନ୍ତବ୍ୟ ଦେଇଛନ୍ତି ଯେ ବିଦ୍ୟାକ୍ଷେତ୍ରରେ ଏହି ପୋଥଟି ଏକାବେଳକେ ନିରର୍ଥକ । ପୈପ୍ପଲାଦ-ସଂହିତା କାଶ୍ମୀରରେ ଆବିଷ୍କୃତ ହୋଇଥିଲା ଓ ଭାରତର ଅନ୍ୟତ୍ର ପୈପ୍ପଲାଦ ଶାଖାର ନାମ ସୁଦ୍ଧା ଅଜ୍ଞାତ ଥିଲା । ସୁତରାଂ ପଣ୍ଡିତମାନେ ଏହି ଶାଖାର ନାମ ରଖିଲେ ‘କାଶ୍ମୀରୀୟ ଅଥର୍ବ ବେଦ’ ।
“ଏବେ ବେଶ୍ ବୁଝାଗଲା ଯେ ପୈପ୍ପଲାଦ ଶାଖା କେବଳ କାଶ୍ମୀରରେନୁହେଁ, ପୂର୍ବ-ଭାରତରେ ଏହି ଶାଖାର ବେଶ୍ ପ୍ରଚଳନ ଥିଲା । ମୁଁ ସନ୍ଧାନ ପାଇଲି ଯେ ବିହାରର ସିଂହଭୂମ ଜିଲ୍ଲାର ଧଳଭୂମି ପ୍ରଗନ୍ନାର ଗୁହିଆପାଳ ଗ୍ରାମରେ ଷାଠିଏ ଘର ପୈପ୍ପଲାଦଙ୍କର ନିବାସ ଅଛି । ଏହିଠାରେ ମୋର ପୈପ୍ପଲାଦ ତଥ୍ୟ ସଂଗ୍ରହର ସୂତ୍ରପାତ ହେଲା । ‘ପୈଠୀନସୀ ସୂତ୍ର’ ଯେ ପୈପ୍ପଲାଦ ଗ୍ରନ୍ଥ, ଏ ବିଷୟରେ ନିଶ୍ଚିତ ପ୍ରମାଣ ଏହି ଗ୍ରାମରୁ ସଂଗୃହୀତ ହେଲା । ତାଳପତ୍ରରେ ଓଡ଼ିଆ ଅକ୍ଷରରେ ଲିଖିତ ପୋଥ ଦେଖିଲି । ଅଥର୍ବ ବେଦର କ୍ରିୟାକାଣ୍ଡର ପରିଚୟ ମିଳିଲା । ତାହା ବ୍ୟତୀତ ଆଧୁନିକ ବଙ୍ଗ, ବିହାର ଓ ଓଡ଼ିଶାରେ ନାନାସ୍ଥାନରେ ଅଦ୍ୟାପି ଯେ ହଜାର ହଜାର ପୈପ୍ପଲାଦୀ ବ୍ରାହ୍ମଣ ବାସ କରୁଅଛନ୍ତି, ତାହାର ସନ୍ଧାନ ମଧ୍ୟ ପାଇଲି; କିନ୍ତୁ ମୂଳ ପୈପ୍ପଲାଦ-ସଂହିତାର କୌଣସି କିନାରା ହେଲା ନାହିଁ । ଫେରିବାପରେ ପଶ୍ଚିମବଙ୍ଗର ସୀମା ମଧ୍ୟରେ ମେଦିନୀପୁର ଜିଲ୍ଲାର କେତେ ଜଣ ପୈପ୍ପଲାଦୀ ପୁରୋହିତମାନଙ୍କ ସହିତ ପରିଚୟ ହେଲା । ଏମାନଙ୍କର ଘରେ କ୍ରିୟାକାଣ୍ଡର ପୋଥ ଦେଖିବାକୁ ପାଇଲି । “ଶେଷରେ ମୋର ଓଡ଼ିଶା ପରିକ୍ରମା ଆରମ୍ଭ ହେଲା । ଦୁଇବର୍ଷ ପୂର୍ବେ ଏହି ଅଭିଯାନ ଆରମ୍ଭ ହୋଇଥିଲା; ଆଜି ଯେ ଶେଷ ହୋଇଛି ଏହା କହିପାରିବି ନାହିଁ । ବିଭିନ୍ନ ଯାତ୍ରାରେ ପୁରୀ, ମୟୂରଭଞ୍ଜ, ବାଲେଶ୍ଵର ଓ କଟକ ଜିଲ୍ଲାର ଗ୍ରାମେ ଗ୍ରାମେ ଶତ ଶତ ପୈପ୍ପଲାଦୀଙ୍କର ଦର୍ଶନ ପାଇଛି । କୃଷିକର୍ମ ଏମାନଙ୍କର ପ୍ରଧାନ ଜୀବିକା; କିନ୍ତୁ ଏମାନଙ୍କ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ଏପରି ବ୍ୟକ୍ତି ଅଛନ୍ତି, ଯେଉଁମାନେ ଆଜି ମଧ୍ୟ ଅଥର୍ବ ବେଦର ମୁଖ୍ୟ ମୁଖ୍ୟ ସୂକ୍ତଗୁଡ଼ିକ ମୁହେଁ ମୁହେଁ ପାଠ କରିପାରନ୍ତି । ଏମାନଙ୍କର ପିତୃ-ପିତାମହମାନେ ସମଗ୍ର ବେଦ ମୁଖସ୍ତ କରିଥିଲେ । ଏମାନଙ୍କୁ ପୈପ୍ପଲାଦ-ସଂହିତାର ଅଲିଖିତ ପୋଥ ବା ଜୀବନ୍ତ ପୋଥ ବୋଲି ସ୍ଵୀକାର କରାଯିବା ଉଚିତ; କିନ୍ତୁ ମୁଁ ହସ୍ତଲିଖିତ ତାଳପତ୍ର ପୋଥ୍ ମଧ୍ୟ ସଂଗ୍ରହ କରିଅଛି । ୮୦ ବର୍ଷ ପୂର୍ବେ ଯେଉଁ ଚେଷ୍ଟାର ଆରମ୍ଭ ହୋଇଥିଲା, ଏବେ ତାହା ସମ୍ପୂର୍ଣ୍ଣ ହେଲା । ପୁରୀ ଜିଲ୍ଲାର ବାସୁଦେବପୁର ଓ ଜଗନ୍ନାଥପୁର ଗ୍ରାମରେ ଏବଂ ବାଲେଶ୍ଵର ଜିଲ୍ଲାର ମାକଲା ଓ ମାହାନ୍ତିଗଡ଼ା ଗ୍ରାମରେ ବ୍ରାହ୍ମଣମାନଙ୍କ ଘରେ ଏହି ପୋଥ ସଯତ୍ନେ ରକ୍ଷିତ ଥିଲା । ଏହିସବୁ ପୋଥ ସମ୍ପୂର୍ଣ୍ଣ ଓ ପ୍ରାୟ ଶୁଦ୍ଧ । ବର୍ତ୍ତମାନ କାଶ୍ମୀରୀ ଦ୍ଧୋଥିର ଅଶୁ ଗୁଡ଼ିକର ସଂଶୋଧନ ଓ ସମସ୍ତ ଶୂନ୍ୟସ୍ଥାନର ଯଥାଯଥ ପୂରଣ ଅକ୍ଳେଶ ସାଧ୍ୟ ହେବ ବୋଲି ମନେ ହୁଏ । କେବଳ ମୂଳ ପୈପ୍ପଲାଦ ସଂହିତା ନୁହେଁ ଯେ .... ଏଗୁଡ଼ିକ ମଧ୍ୟରେ ଅତି ଦୁର୍ଲ୍ଲଭ ‘ଅଙ୍ଗୀରସକଳ୍ପ’, ‘କର୍ମ-ପଞ୍ଜିକା’, ‘କର୍ମ-ସମୁଚ୍ଚୟ’ ଗନ୍ଥ ମଧ୍ୟ ଅଛି । ଏହି ଖଣ୍ଡିକ ମେଦିନୀପୁର ଜିଲ୍ଲାର ଅନ୍ତର୍ଗତ କାନ୍ଥି ମହକୁମାର ଦାନ । ଏହି ଗ୍ରନ୍ଥଗୁଡ଼ିକ ପ୍ରକାଶିତ ହେଲେ ଏକ ବିନଷ୍ଟ ବୈଦିକ ଶାଖାର ନାନାତଥ୍ୟ ପଣ୍ଡିତ ସମାଜର ଗୋଚରକୁ ଆସିବ । “ଭାରତବର୍ଷର ପୂର୍ବପ୍ରାନ୍ତ -ଅଙ୍ଗ, ବଙ୍ଗ ଓ କଳିଙ୍ଗ ବେଦବିଦ୍ୟାରେ ବିମୁଖତା ପାଇଁ ଚିରନିନ୍ଦିତ । ପ୍ରତ୍ନବିତ୍ ପଣ୍ଡିତମାନେ ସ୍ଥିର କରିଅଛନ୍ତି ଯେ ଏହି ପ୍ରାନ୍ତ ସୁଦୀର୍ଘ କାଳ ବୈଦିକ ସଭ୍ୟତାର ଗଣ୍ଡିରୁ ବହିର୍ଭୂତ ଥିଲା । ପରବର୍ତ୍ତୀ କାଳରେ ବୈଦିକ ସଂସ୍କୃତି ଭାରତବର୍ଷର ପୂର୍ବାଞ୍ଚଳରେ ଦୃଢ଼-ମୂଳ ହୋଇପାରି ନ ଥିଲା । ବର୍ତ୍ତମାନ କିନ୍ତୁ ଦେଖାଯାଉଛି ଯେ ଏସବୁ ସିଦ୍ଧାନ୍ତ ସମ୍ପୂର୍ଣ୍ଣ ପ୍ରମାଣମୂଳକ ନୁହେଁ । ଖ୍ରୀଷ୍ଟପୂର୍ବ ଦ୍ଵିତୀୟ ଶତକରେ ପାତଞ୍ଜଳି ଅଙ୍ଗଦେଶରେ ବୈଦିକ ସଂସ୍କୃତିର ଅସ୍ତିତ୍ଵ ଇଙ୍ଗିତ କରିଥିଲେ । ପାଳ ରାଜାମାନଙ୍କର ପ୍ରଥମ ଯୁଗରେ ଦର୍ଭପାଣି, କେଦାର ମିଶ୍ର ‘ଚତୁର୍ବେଦବିତ୍’ ପଣ୍ଡିତ ଥିଲେ । ପରବର୍ତ୍ତୀ ଯୁଗରେ ଗୁଣବିଷ୍ଣୁ, ହଳାୟୁଧ, ରାମନାଥ, ରାମକୃଷ୍ଣ ପ୍ରଭୃତି ପଣ୍ଡିତଗଣଙ୍କର ଗ୍ରନ୍ଥଗୁଡ଼ିକ ଅଦ୍ୟାପି ରହିଅଛି । ସାମ୍ପ୍ରତିକ ଆବିଷ୍କାର ଦ୍ଵାରା ଜଣାଯାଇଅଛି ଯେ ବୈଦିକ ସମାଜର ଗୋଟିଏ ବୃହତ୍ ସମ୍ପ୍ରଦାୟ ପୂର୍ବ-ଭାରତରେ ସମୃଦ୍ଧିଲାଭ କରିଥିଲା । ସେ ସମୃଦ୍ଧି ଆଜିପର୍ଯ୍ୟନ୍ତ ଲୋପ ପାଇନାହିଁ । ଓଡ଼ିଶାର ଦରିଦ୍ର ଓ ଅନାଡ଼ମ୍ବର ପୈପ୍ପଲାଦୀଗଣ ବେଦବିଦ୍ୟାର ଅମୂଲ୍ୟ ସମ୍ପଦ ପୈପ୍ପଲାଦ ଗ୍ରନ୍ଥଗୁଡ଼ିକ ପୁରୁଷାନୁକ୍ରମେ ରକ୍ଷା କରି ଆସିଅଛନ୍ତି ।ଏବେ ସୁଦ୍ଧା ଏମାନେ ଲେଖ-ପ୍ରମାଦଯୁକ୍ତ ମନ୍ତ୍ରାଂଶଗୁଡ଼ିକୁ ସମ୍ପ୍ରଦାୟପ୍ରାପ୍ତ ମୁଖସ୍ଥ ଶ୍ରୁତିର ସାହାଯ୍ୟରେ ଶୁଦ୍ଧ କରିଦେଇ ପାରନ୍ତି । କାଶ୍ମୀରର ପୋଥୁରେ ଗୋଟିଏ ମନ୍ତ୍ରର ପାଠ ଥିଲା – “ଯଶାମୀଶାନଃ” । ଏହାର କୌଣସି କିଛି ଅର୍ଥ କରିହେଉ ନ ଥିଲା । ବାରେଟ୍ ସାହେବ ଆନୁମାନିକ ପାଠ ଦେଇଥିଲେ– ‘ଯଶାମେମାନ’ । ଏଥରେ ମଧ୍ୟ ଅର୍ଥ ଆସୁ ନଥିଲା । ଡକ୍ଟର ରଘୁବୀର ଗୋଟିଏ ପ୍ରଶ୍ନ -ଚିହ୍ନ ବସାଇ ଛାପିଛନ୍ତି– “ଯଶମ? ଇଶ୍ବାନଃ” । ମୋର ଅନୁରୋଧରେ ମାକଲା ଗ୍ରାମର ବୈଦିକମାନେ ପାଠ କଲେ‘ବିଶାମୀଶାନଃ” ଏଥୁରୁ ସୁନ୍ଦର ଅର୍ଥ ଆସିଲା । ବିଶାମ୍ ମନୁଷ୍ୟାଣାମ୍, ଈଶାନଃ= ଅଧ୍ଵପତିଃ! ନବଲବ୍ଧ ପୋଥ ମିଳାଇ ଦେଖିଅଛି, ଏହାହିଁ ପୈପ୍ପାଦର ପ୍ରକୃତ ପାଠ ।
“ଓଡ଼ିଶାରେ ଓ ତତ୍ସଂଲଗ୍ନ ବିହାର ଓ ପଶ୍ଚିମ-ବଙ୍ଗର ଜିଲ୍ଲାଗୁଡ଼ିକରେ ପ୍ରାୟ ଚାଳିଶ ହଜାର ଅଥର୍ବବେଦୀ ବ୍ରାହ୍ମଣ ବାସ କରନ୍ତି ବୋଲି ଶୁଣିଅଛି । ଗୋଟିଏ ବିସ୍ମୟର କଥା ଏହି ଯେ ଏମାନେ ଅନ୍ୟ ବେଦୀୟ ବ୍ରାହ୍ମଣ-ସମାଜରେ ଟିକିଏ ଅଲଗାଭାବରେ ରହନ୍ତି । ଓଡ଼ିଶାର ପ୍ରବୀଣ ପଣ୍ଡିତଗଣ ଓ ପଦସ୍ଥ ବ୍ୟକ୍ତିଗଣ ଆଥର୍ବଣ ବ୍ରାହ୍ମଣମାନଙ୍କର ଗୌରବର କଥା କିଞ୍ଚିନ୍ମାତ୍ର ଜାଣନ୍ତି ନାହିଁ । ସେମାନେ କେବଳ ଜାଣନ୍ତି, “ଶୁଷ୍ମମୀନଂ ଅଥର୍ବାନ୍ନଂ ଇତ୍ୟାଦି’’ ଅଥଚ ଓଡ଼ିଶାର ଗଡ଼ଜାତର ରାଜାମାନେ ବହୁସଂଖ୍ୟକ ‘ଶାସନ’ ଦାନ କରି ଅଥର୍ବବେଦୀୟ ବ୍ରାହ୍ମଣମାନଙ୍କୁ ରାଜଧାନୀର ଅଦୂରବର୍ତ୍ତୀ ଗ୍ରାମମାନଙ୍କରେ ରଖାଇଥିଲେ । ସମ୍ଭବତଃ ଅଭିଚାରକ୍ରିୟାରେ ପୌରୋହିତ୍ୟ ପାଇଁ ଅଥର୍ବବେଦୀୟ ବ୍ରାହ୍ମଣମାନେ ନିୟୋଜନ ହୋଇଥିଲେ । ପୈପ୍ପଲାଦ-ସଂହିତା ବହୁମାନ୍ୟ ବେଦ । ପାଣିନି ଓ ପାତଞ୍ଜଳି, ବାଦରାୟଣ ଓ ଶଙ୍କରାଚାର୍ଯ୍ୟ ଅଥର୍ବ ବେଦ କହିଲେ ପୈପ୍ପଳାଦ ସଂହିତାକୁ ହିଁ ବୁଝୁଥିଲେ । ‘ବ୍ରହ୍ମସୂତ୍ରଭାଷ୍ୟ’ରେ ଶଙ୍କର ଏହି ସଂହିତାରୁ ଆଥର୍ବଣିକ ପ୍ରମାଣ ସଂଗ୍ରହ କରିଥିଲେ । ‘ଅଗ୍ନି ପୁରାଣ’ ଓ ‘ବିଷ୍ଣୁଧର୍ମୋତ୍ତର ପୁରାଣ’ରେ ଏହି ସଂହିତାର ମନ୍ତ୍ରଦ୍ଵାରା ‘ଅଥର୍ବ-ବିଧାନ’ ରଚିତ ହୋଇଅଛି । ‘ସ୍କନ୍ଦ ପୁରାଣ’ରେ ପୈପ୍ପଲାଦ ଅଥର୍ବ ବେଦର ଶ୍ରେଷ୍ଠ ଶାଖା ପ୍ରବର୍ତ୍ତକରୂପେ ଉଲ୍ଲେଖିତ ଅଛି । ସର୍ବଜନବିଦିତ ପୈପଲାଦ-ସାହିତ୍ୟ ଯଥାଯଥ ସମ୍ପାଦିତ ହେଲେ ବେଦବିଦ୍ୟାର କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସଂଯୋଜିତ ହେବ ।”
ଅଧ୍ୟାପକ ଭଟ୍ଟାଚାର୍ଯ୍ୟ ଓଡ଼ିଶା -ଭୂମିରୁ ଯେଉଁ ଶୁଦ୍ଧ ସଂସ୍କରଣ ପାଇଲେ, ତା’ ଫଳରେ ଅଥର୍ବ ବେଦରୁ ଅନେକ ନୂଆ ତଥ୍ୟ ନିଶ୍ଚୟ ମିଳିବ । ତେଣୁ ସମସ୍ତଙ୍କୁ ବୋଧହୁଏ ଅପେକ୍ଷା କରିବାକୁ ପଡ଼ିବ- କେବେ ସେ ବିଷୟରେ ଗବେଷଣା ଶେଷ ହେବ ।
ଅଥର୍ବ ବେଦକୁ ‘ଅଥର୍ବାଙ୍ଗିରସ’ ବୋଲି ମଧ୍ୟ କୁହାଯାଏ । ଏହି ଶବ୍ଦରୁ ଜଣାପଡ଼ୁଛି ଅଥର୍ବନ ଓ ଅଙ୍ଗିରସ ଏହି ଦୁଇ ଋଷିକୁଳର ପଣ୍ଡିତମାନେ ରଚନା କରିଥିଲେ । କେହି କେହି ମତ ପ୍ରକାଶ କରିଛନ୍ତି ଅଥର୍ବନମାନେ ଏହି ବେଦର ଦୈବୀ ବା ଆଧ୍ୟାତ୍ମିକତାପୂର୍ଣ୍ଣ ମନ୍ତ୍ରଗୁଡ଼ିକ ରଚନା କରିଛନ୍ତି ଓ ଅଙ୍ଗିରସମାନେ ଝଡ଼ାଫୁଙ୍କା, ରୋଗ ଔଷଧର ମନ୍ତ୍ରମାନ ରଚନା କରିଛନ୍ତି । ଅନେକକାଳ ପର୍ଯ୍ୟନ୍ତ ବେଦକୁ ‘ତ୍ରିୟି’ ବୋଲି କୁହାଯାଉଥିଲା । ସେମାନେ ସାମ, ଯଜୁଃ ଓ ଋକ୍ ଏଇ ତିନୋଟିକୁ ବେଦ ବୋଲି ସ୍ଵୀକାର କରୁଥିଲେ–ଅଥର୍ବକୁ ବେଦ ବୋଲି ସ୍ଵୀକାର କରୁ ନ ଥିଲେ । ବହୁଦିନ ପରେ ଅଥର୍ବକୁ ବେଦର ମାନ୍ୟତା ମିଳିଲା । ଦେଖାଯାଉଛି, ଋଗ୍ବେଦର ବହୁତ ମନ୍ତ୍ରର କୌଣସି ପରିବର୍ତ୍ତନ ନ କରି ଅଥର୍ବବେଦରେ ଲେଖାଯାଇଛି । ତାହା ହୋଇଥିଲେ ମଧ୍ୟ ଝଡ଼ାଫୁଙ୍କା, ମାରଣ, ଉଚ୍ଚାଟନ, ଭୂତ, ପିଶାଚ ରୋଗ ସମ୍ବନ୍ଧରେ ଅନେକ ମନ୍ତ୍ର ଏଥିରେ ରହିଥିବାରୁ ଏହାକୁ ପଣ୍ଡିତମାନେ ନିକୃଷ୍ଟ ବେଦ ବୋଲି କହୁଥିଲେ । ପଣ୍ଡିତମାନେ ଯାହା କୁହନ୍ତୁ ପଛକେ, ଅଥର୍ବ ବେଦ ଭାରତରେ ପ୍ରଥମେ ‘ବୈଜ୍ଞାନିକ’ ଚିନ୍ତାଧାରା ଖେଳାଇଲା । ଆଧୁନିକ ଭାଷାରେ ବିଜ୍ଞାନ ବା ସାଇନ୍ସ କହିଲେ ଯାହା ବୁଝାଯାଉଛି, ସେହି ଅର୍ଥରେ ଏଠାରେ ବୈଜ୍ଞାନିକ ଶବ୍ଦର ପ୍ରୟୋଗ ହୋଇଅଛି । ଜ୍ୟୋତିଷ, ଗଣିତ, ରୋଗନିଦାନ ଓ ଚିକିତ୍ସା, ସ୍ଵାସ୍ଥ୍ୟ ବିଜ୍ଞାନ, ଯାତ୍ରାନିଦାନ ତଥା ରାଜ୍ୟାଭିଷେକ ଆଦି ବିଷୟରେ କେବଳ ଭାରତରେ କାହିଁକି, ସମଗ୍ର ପୃଥିବୀରେ ଏହା ଗୋଟିଏ ପ୍ରମାଣିକ ଗ୍ରନ୍ଥ ବୋଲି ସ୍ଵୀକାର କରାଯାଇଛି ।
ଏହା କୋଡ଼ିଏ କାଣ୍ଡରେ ବିଭକ୍ତ । ଏଥିରେ ସୂକ୍ତସଂଖ୍ୟା ସାତଶହ ତିରିଶ ଓ ପ୍ରାୟ ଛ’ ହଜାର ମନ୍ତ୍ର ରହିଛି । ଏହି ଛ’ହଜାର ମନ୍ତ୍ରରୁ ବାର ଶହକୁ ଋଗ୍ବେଦରୁ ହୁଏତ ଠିକ୍ ସେମିତି ଅଣାଯାଇଛି ବା ସାମାନ୍ୟ ପରିବର୍ତ୍ତନ କରାଯାଇଛି ।
ଅଥର୍ବ ବେଦର ବହୁ ଶାଖା ଥିଲା ବୋଲି ଅନୁମାନ । ଶେଷକୁ ଏ ବିଷୟରେ ଗବେଷଣା ହେଲାବେଳକୁ ‘ଶୌନକ’ ଓ ‘ପୈପଲାଦ’ ଏହି ଦୁଇ ଶାଖାର ପ୍ରମାଣ ବା ବିବରଣୀ ମିଳିଲା । ଓଡ଼ିଶାରୁ ପୈପଲାଦ ଶାଖାର ଶୁଦ୍ଧ ପୋଥ ମିଳିବାପୂର୍ବରୁ ବହୁ ପଣ୍ଡିତ ଅଥର୍ବ ବେଦ କହିଲେ ଶୌନକ ଶାଖାକୁହିଁ ବୁଝୁଥିଲେ ।
ଉପନିଷଦର ପୂର୍ଣ୍ଣସଂଖ୍ୟା ବିଷୟରେ ଅର୍ଥାତ୍ କେତୋଟି ଉପନିଷଦ ରଚିତ ହୋଇଥିଲା, ସେ ବିଷୟରେ ମତଭେଦ ଅଛି । କିନ୍ତୁ ‘ମୁକ୍ତିକୋପନିଷଦ୍’ର ପ୍ରଥମ ଅଧ୍ୟାୟରେ ଯେଉଁ ବିବରଣୀ ଅଛି, ସେଥିରୁ ଜଣାପଡୁଛି, ମୋଟରେ ଶହେ ଆଠଟି ଉପନିଷଦ୍ ରଚିତ ହୋଇଥିଲା। ସେଥିରୁ ଦଶଟିର ଋଗ୍ ବେଦ ସହିତ, ଏକାବନଟିର ଯଜୁର୍ବେଦ ସହିତ, ଷୋଳଟିର ସାମ ବେଦ ସହିତ ଓ ଏକତିରିଶଟିର ଅଥର୍ବବେଦ ସହିତ ସମ୍ବନ୍ଧ ଅଛି ବୋଲି ଜଣାପଡ଼ିଛି । ଅନ୍ୟ କେତେକଙ୍କ ମତରେ ଅଥର୍ବ ବେଦ ସହିତ ୫୨ ଟି ଉପନିଷଦ୍ର ସମ୍ପର୍କ ରହିଛି ।
ମାନବସମାଜର ପ୍ରାୟ ପ୍ରତ୍ୟେକ ବିଭାଗ ବିଷୟରେ, ଅନ୍ୟଭାବରେ କହିବାକୁ ଗଲେ ମନୁଷ୍ୟ ଜୀବନର ପ୍ରତ୍ୟେକ ବିଷୟରେ ଅଥର୍ବ ବେଦରେ କିଛି ନା କିଛି ରହିଛି ।
କୃଷି ସେ ଯୁଗରେ ବେଶ୍ ଗୋଟାଏ ବିଜ୍ଞାନର ରୂପ ନେଲାଣି । ଲଙ୍ଗଳରେଖାର ସ୍ତୁତିଗାନ କରାଗଲାଣି । ଲଙ୍ଗଳକୁ ଲକ୍ଷ୍ୟ କରି କୁହାଯାଇଛି– ....Cont...
ମୁହୂର୍ତ୍ତ ଦର୍ଶନ ( ୧)
ମୁହୂର୍ତ୍ତ ଦର୍ଶନ ( ୧)
----------------
ଗତ ଭାଦ୍ରବ, କୃଷ୍ଣ ପକ୍ଷ, ଅଷ୍ଟମୀ ତିଥି , ଶୁକ୍ରବାର, ଇଂରାଜୀ ତାରିଖ ସେପ୍ଟେମ୍ବର ୪ ତାରିଖରେ ଜୟଦେବ ପ୍ରତିଷ୍ଠାନ ନ୍ୟାସର ପ୍ରତିଷ୍ଠାତା ତଥା ବିଶିଷ୍ଟ ଗବେଷକ, ଐତିହାସିକ, ସାରସ୍ବତ ସାଧକ ବରେଣ୍ୟ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀଙ୍କ ଆବାହକତ୍ୱରେ ଲୀଳାମୟ ଶ୍ରୀକୃଷ୍ଣଙ୍କର ୫୨୫୩ ତମ ଜୟନ୍ତୀ ନ୍ୟାସର ସଭାଗୃହରେ ପାଳିତ ହୋଇଥିଲା । ଗୋଟିଏ ବାକ୍ୟ ଆମେ ବିଭିନ୍ନ ସଭା ସମିତି, ଆଲୋଚନା, ଏପରିକି ଆଲେଖ୍ୟ ଆଲୋଚନା୍ରେ ବ୍ୟବହାର କରିଥାଉ, ତାହା ହେଉଛି "ପ୍ରତି ମୁହୂର୍ତ୍ତ ପୂର୍ବ ନିର୍ଦ୍ଧାରିତ" । ଉକ୍ତ ସଭାରେ ଅତିଥି ଆଲୋଚକ ଭାବେ ଯୋଗଦେଇ ଓଡ଼ିଶାର ସଂସ୍କୃତି ପୁରୁଷ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଗୋଟିଏ ଶବ୍ଦ ବ୍ୟବହାର କଲେ " ମୁହୂର୍ତ୍ତ ଦର୍ଶନ", ଯାହା ଆମକୁ ଗଭୀର ଭାବେ ପ୍ରଭାବିତ କରିଥିଲା । ସେ ମହାଶୟ ମଧ୍ୟ କହିଥିଲେ ଯେ ବର୍ତ୍ତମାନର ବିଶ୍ବ ହେଉଛି ମାନବ ସଭ୍ୟତାର ଷଷ୍ଠ ସଂସ୍କରଣ । ପରବର୍ତ୍ତୀ ସମୟର ଘଟଣାର ଇତିହାସ ଆମେ ଏଠାରେ ଉଲ୍ଲେଖ କରିବାକୁ ଯାଉଛୁ , ଯାହା ସାଧାରଣତଃ କେହି ବିଶ୍ବାସ କରିପାରିବେ ନାହିଁ, ଏଥିରେ ଆମେ ଦୃଢ଼ ନିଶ୍ଚିତ । ଏହା ସତ୍ତ୍ୱେ ଆଜି ଆମେ ତାହାକୁ ଆମର "ମୁକ୍ତ ଚିନ୍ତନ " ଶୀର୍ଷକରେ ପ୍ରକାଶ ପାଇ ଆସୁଥିବା ଅଗ୍ରଲେଖରେ ଉପସ୍ଥାପନ କରିବାକୁ ଯାଉଛୁ । ଉଲ୍ଲେଖଯୋଗ୍ୟ ଯେ ଆମର ଅଗ୍ରଲେଖର ନାମ କରଣ ନିଜସ୍ୱ ନୁହେଁ, ଏହା ସୁବାର୍ତ୍ତାର ଯଶସ୍ବୀ ପରିଚାଳନା ସମ୍ପାଦକ କ୍ରାନ୍ତି କୁମାର ସାକସେନାଙ୍କ ପ୍ରଦତ୍ତ । ପବିତ୍ର ଜନ୍ମାଷ୍ଟମୀର ରାତିରେ ଆମେ ଡଃ ଜ୍ଞାନେନ୍ଦ୍ର ଙ୍କ ବକ୍ତବ୍ୟର ଗଭୀରତା ସମ୍ପର୍କରେ ଚିନ୍ତା କରି କରି କେତେବେଳେ ନିଜ ଆସି ଯାଇଛି ଆମେ ଜାଣିନୁ । ଗୋଟିଏ ଶବ୍ଦରେ ସକାଳେ ଆମ ନିଦ ଭାଙ୍ଗିବା ପୂର୍ବରୁ ଆମେ ବୋଧେ ଦୀର୍ଘ ସମୟ ଧରି ଏକ ସ୍ବପ୍ନ ଦେଖୁଥିଲୁ । ଯାହା ଦେଖିଥିଲୁ, ତାହା ଅବିଶ୍ୱାସନୀୟ ଥିବା କାରଣରୁ ଯେତେ ଭୁଲିବା ପାଇଁ ଚାହିଁଲେ ମଧ୍ୟ ବିଗତ ଗୋଟିଏ ସପ୍ତାହ ଭିତରେ ସଫଳ ନହୋଇ ପାରି ପ୍ରକାଶ କରିବାକୁ ଯାଉଛୁ । ଆମେ "ସ୍ବପ୍ନ"କୁ ଶୀର୍ଷକ କରି ଅନେକ ଆଲେଖ୍ୟ ଆଲୋଚନା ସୁବାର୍ତ୍ତାରେ ଏବଂ ସାମାଜିକ ଗଣମାଧ୍ୟମ ମୁଖ ପୁସ୍ତକରେ କରି ଆସିଛୁ । ଏହା ମଧ୍ୟ ଜାଣୁ ଯେ ବିଶ୍ବ ଇତିହାସର ପ୍ରାୟତଃ ଅଧିକାଂଶ ସାଧକ, ସିଏ ସାରସ୍ବତ ସାଧକ ହୁଅନ୍ତୁ ଅବା ଉଦ୍ଭାବକ ହୁଅନ୍ତୁ ନତୁବା ଗବେଷକ ହୁଅନ୍ତୁ , ସେମାନେ ସ୍ବୀକାର କରିଛନ୍ତି ଯେ କୌଣସି ଏକ ଅଦ୍ଭୁତ ଅଦୃଶ୍ୟ ଶକ୍ତିର ସାହାଯ୍ୟ, ସହଯୋଗ ଫଳରେ ସଫଳତା ପାଇଛନ୍ତି । ଆମେ ଉକ୍ତ ରାତିରେ ଜଣେ ଦିବ୍ୟ ପୁରୁଷ ଆମକୁ ବିଶ୍ୱ ବ୍ରହ୍ମାଣ୍ତର ଉତ୍ପତ୍ତି ଠାରୁ ସାମ୍ପ୍ରତିକ ବିଶ୍ବର ଲୋକ ଚରିତ୍ର ଓ ଭବିଷ୍ୟତ ସମ୍ବନ୍ଧରେ ବେଦ ବାକ୍ୟ କହୁଥିଲେ ଏବଂ ଆମେ ଜଣେ ଆଜ୍ଞାବହ ବିଦ୍ୟାର୍ଥୀ ଭାବେ ଶୁଣୁଥିଲୁ । ଆମେ ଜାଣୁ ଓ ସୁବାର୍ତ୍ତାର ଅଗ୍ରଲେଖରେ ପ୍ରକାଶ କରିଛୁ ଯେ ୨୦୧୨ ମସିହା , ସେପ୍ଟେମ୍ବର ୨୫ ତାରିଖରେ ପ୍ରଥମ ବିଶ୍ବ ସ୍ବପ୍ନ ଦିବସ ପାଳନ ହୋଇଥିଲା କଲମ୍ବିଆ ବିଶ୍ୱବିଦ୍ୟାଳୟରେ । ଆମର ନିର୍ଦ୍ଧିଷ୍ଟ ମତ ଯେ ବିଶ୍ବର ଯେ କେହି ସ୍ବପ୍ନ ସମ୍ପର୍କରେ ଗବେଷଣା କରୁଥିବା ବିଶେଷଜ୍ଞ ଯେପର୍ଯ୍ୟନ୍ତ ଓଡ଼ିଶା ଆସି ,ଏଠାରେ ଗବେଷଣା କରିନାହାନ୍ତି, ସେ ପର୍ଯ୍ୟନ୍ତ ସେମାନଙ୍କ ଗବେଷଣା ସମ୍ପୂର୍ଣ୍ଣ ହୋଇପାରିବ ନାହିଁ । ଏହାର କାରଣ ହେଲା , ସ୍ବପ୍ନ ର ସଂଜ୍ଞା , ସ୍ବପ୍ନ ର ବର୍ଗୀକରଣ, ସ୍ବପ୍ନାଦେଶ ସମ୍ପର୍କିତ ଅନେକ ଉଦାହରଣୀୟ ତଥ୍ୟ ଆମର ଶାସ୍ତ୍ର,ପୁରାଣ , କିମ୍ବଦନ୍ତୀ ରେ ଯେପରି ଭରପୁର ରହିଛି , ସେହିପରି ସ୍ବପ୍ନର ଅନେକ ବର୍ଗୀକରଣ ମଧ୍ୟରୁ ଅଧୁରା ସ୍ବପ୍ନର ବିଶାଳତା, ପୂର୍ତ୍ତି ଅବଧିର ପ୍ରଲମ୍ବିତ ବାସ୍ତବ ତଥ୍ୟ ବିଶ୍ବର ଅନ୍ୟ କେଉଁଠାରେ ମିଳିବ ନାହିଁ, ଏଥିରେ ଆମେ ଦୃଢ ନିଶ୍ଚିତ । ଏ ସମ୍ପର୍କରେ ଆମେ ଆଜି ଏକ ଦୀର୍ଘ ଉପସ୍ଥାପନ କରିବାକୁ ଯାଉଛୁ , ଯଦିଓ ଭଲ ଭାବରେ ଅବଗତ ଯେ ଆମର ଅନେକ ବନ୍ଧୁ ତାହା ପଢ଼ିବେ ନାହିଁ , ସ୍ବଳ୍ପ ସଂଖ୍ୟକ ବନ୍ଧୁ ମାନେ ପଢ଼ିବେ ଏବଂ ତାହା ପରବର୍ତ୍ତୀ ପିଢ଼ିଙ୍କ ଉଦ୍ଦେଶ୍ୟରେ ହେବ ଶ୍ରଦ୍ଧାର୍ପିତ । ସୁବାର୍ତ୍ତାର ୨୦୧୭ ମସିହା, ମାର୍ଚ୍ଚ ୬ ତାରିଖ ସଂଖ୍ୟାର ଅଗ୍ରଲେଖର ଶୀର୍ଷକ ଥିଲା " ସ୍ବପ୍ନ" , ସେଥିରେ ଉଲ୍ଲେଖ କରିଥିଲୁ "ସ୍ବପ୍ନ" ହେଉଛି ଏକ ମଧୁର କଳ୍ପନା । ଚାରି ଯୁଗରେ ସ୍ବପ୍ନ କୁ ଉପଜିବ୍ୟ କରି ଅସଂଖ୍ୟ ଉଦାହରଣ ଆଧାରିତ ଘଟଣାବଳୀରେ ସମୃଦ୍ଧ ଆମର ପୁରାଣ ଶାସ୍ତ୍ର, କିମ୍ବଦନ୍ତୀ, ଇତିହାସ ଏବଂ ଗୌରବମୟ ପରମ୍ପରା । ପ୍ରଭୁ ଜଗନ୍ନାଥଙ୍କ ନବକଳେବର, କାକଟପୁର ମଙ୍ଗଳାଙ୍କ ସ୍ବପ୍ନାଦେଶ ଠାରୁ ସନ୍ଥ ଅରକ୍ଷିତଙ୍କ ଠାରୁ ପଞ୍ଚସଖା , ଯେଉଁମାନେ ଓଡ଼ିଶାର ମହନ୍ତ ଭାବେ ପିଢ଼ି ପରେ ପିଢ଼ି ଓଡ଼ିଆଙ୍କ ଚିରବନ୍ଦନୀୟ , ଯେଉଁଥିପାଇଁ କୁହାଯାଏ " ଅଗମ୍ୟ ଭାବ ଜାଣେ ଯଶୋବନ୍ତ ,ଗାର କଟା ଯନ୍ତ୍ର ଜାଣେ ଅନନ୍ତ ,ଆଗତ ଅନାଗତ ଅଚ୍ୟୁତ ଭଣେ, ବଳରାମ ଦାସ ତତ୍ତ୍ୱ ବଖାଣେ,ଭକ୍ତିର ଭାବ ଜାଣେ ଜଗନ୍ନାଥ ପଞ୍ଚସଖା ଏ ଓଡ଼ିଶା ମହନ୍ତ ।" । ସେହିପରି ସିଦ୍ଧେଶ୍ୱର ପରିଡ଼ା କିପରି ସାରଳା ଦାସ ହୋଇ ଆଦିକବି ଭାବେ କାଳଜୟୀ, ତାରକ ମନ୍ତ୍ର ପରସାଦରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ , ଯିଏ ନିଜେ ସ୍ବୀକାର କରିଛନ୍ତି " ଘୁମୁସର ଅଧିପ ପଣେ, ଲୋକେ ବିଖ୍ୟାତ କବିଗୁଣେ ତଦବତ ତାହାଙ୍କ ତନୁଜ, ନରେଶ ନୀଳକଣ୍ଠ ଭଞ୍ଜ ତାହାଙ୍କ ଜୈଷ୍ଠ ସୁତ ମୁହିଁ, ଉପେନ୍ଦ୍ର ଭଞ୍ଜ ନାମ ବହିତାରକ ମନ୍ତ୍ର ପରସାଦେ, ମୋହର କବିପଣ ଉଦେ” ଭଳି ଉଦାହରଣ ପ୍ରଚୁର । ଏଠାରେ ବର୍ତ୍ତମାନର ପିଢ଼ି ପାଠକ ମାନଙ୍କ ଭିତରେ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ ଏଇ ତାରକ ମନ୍ତ୍ର କ'ଣ ? ମହର୍ଷି ଯାଜ୍ଞ ବଲକ୍ୟ କହିିଛନ୍ତି ଯେ , ତାରକ ଅର୍ଥାତ ସଂସାର ସାଗରରୁ ଉଦ୍ଧାର କରୁଥିବା ସାକ୍ଷାତ୍ ଦେବାଧିଦେବ ଭଗବାନ ଶଙ୍କର ଏବଂ ଉଦ୍ଧାରପ୍ରାପ୍ତ ପ୍ରାଣୀକୁ ଭଗବାନ ଶିବ ମୋକ୍ଷ ପ୍ରାପ୍ତ କରାନ୍ତି।‘ତାରକ ମନ୍ତ୍ର’ ଅତ୍ୟନ୍ତ ଗୋପନୀୟ ଏବଂ ଅଶ୍ରଦ୍ଧାଳୁମାନଙ୍କ ଶ୍ରବଣଯୋଗ୍ୟ ନୁହେଁ। ଦୀର୍ଘ ଆକାର ସହିତ ଆନନ୍ଦ (ରେଫ୍,ରକାର) ହେଉ ଏବଂ ସେହି ରେଫ୍ ବିନ୍ଦୁ (ଅନୁସ୍ୱାର) ପୂର୍ବରୁ ସ୍ଥିତ ହେଉ। ଏହାପରେ ପୁଣି ଦୀର୍ଘ ସ୍ୱର ବିଶିଷ୍ଟ ରେଫ୍ ହେଉ ଓ ଅନେକ ଅଜନ୍ତର ମାୟନମଃ ଏହି ଦୁଇ ପଦ ହେଉ। ଏହିଭଳି ଭାବେ ଯେଉଁ ମନ୍ତ୍ର ଗଠିତ ହୁଏ ,ତାହା ହିଁ ତାରକମନ୍ତ୍ର ଅଟେ।ଏହିି ମନ୍ତ୍ର ହେଉଛି ‘ରାଂ ରାମାୟ ନମଃ’।ଏତଦ୍ବ୍ୟତୀତ ‘ରାମ’ ପଦ ସହିତ ଚନ୍ଦ୍ରାୟ ନମଃ ଏବଂ ଭଦ୍ରାୟ ନମଃ-ଏହି ଦୁଇ ମନ୍ତ୍ର ମଧ୍ୟ ତାରକ ମନ୍ତ୍ର ଅଟନ୍ତି।ଏହି ତିନି ମନ୍ତ୍ର (ରାଂ ରାମାୟ ନମଃ,ରାମଚନ୍ଦ୍ରାୟ ନମଃ,ରାମ ଭଦ୍ରାୟ ନମଃ) ,ଓଁକାର ସ୍ୱରୂପ,ତତ୍-ସ୍ୱରୂପ ଓ ବ୍ରହ୍ମାସ୍ୱରୂପ ଅଟେ। ଏହା ହିଁ କ୍ରମଶଃ ସତ୍,ଚିତ୍ ଓ ଆନନ୍ଦର ପର୍ଯ୍ୟାୟ ଅଟେ।ଓଁକାର ରେ ପ୍ରଥମ ଅକ୍ଷର ‘ଅ’କାର,ଦ୍ୱିତୀୟ ଅକ୍ଷର ‘ଉ’ କାର,ତୃତୀୟ ଅକ୍ଷର ‘ମ’ କାର,ଚତୁର୍ଥ ଅକ୍ଷର ‘ଅର୍ଦ୍ଧ ମାତ୍ରା’,ପଞ୍ଚମ ଅକ୍ଷର ଅନୁସ୍ୱାର ଓ ଷଷ୍ଠ ଅକ୍ଷର ‘ନାଦ’ଅଟେ। ଏହିପରି ଭାବେ (ଛଅ ଅକ୍ଷର ଯୁକ୍ତ)ତାରକ ମନ୍ତ୍ରର ଉପଦେଶ ମରଣାସନ୍ନ ପ୍ରାଣୀଙ୍କ ଡ଼ାହାଣ କନରେ ଦେଇ ଥାଆନ୍ତି,ଯାହାର ଫଳସ୍ୱରୂପ ସେହି ପ୍ରାଣୀ ସଦ୍ୟ ମୋକ୍ଷପ୍ରାପ୍ତ ହୁଏ ବୋଲି ବିଶ୍ବାସ ରହିଛି । ଅତଏବ ବିଶ୍ବମ୍ବରଙ୍କ ଭାଷାରେ ମନୁଷ୍ୟ ନିମନ୍ତେ ସ୍ବପ୍ନ ସର୍ବଦା ଏକ ପ୍ରେରଣା, ଏକ ଅସମାଧିତ ରହସ୍ୟ ହୋଇ ରହି ଆସିଛି । ଡଃ କାଲାମଙ୍କ ଭାଷାରେ ମନୁଷ୍ୟ ସୁପ୍ତ ଅବସ୍ଥାରେ କେବଳ ସ୍ବପ୍ନ ଦେଖେ ନାହିଁ , ଜାଗ୍ରତ ଅବସ୍ଥାରେ ମଧ୍ୟ ସ୍ବପ୍ନ ଦେଖିଥାଏ । ଅତଏବ ଆମର ସ୍ଵକୀୟ ମତାନୁସାରେ ଜାଗ୍ରତ ଅବସ୍ଥାରେ ସ୍ବପ୍ନ ଦେଖୁଥିବା ସମୟରେ ସମ୍ପୃକ୍ତ ବ୍ୟକ୍ତି ସୁପ୍ତ ଅବସ୍ଥା ସଦୃଶ ନିଜ ପରିପାର୍ଶର ଅନୁଭଵ ତଥା କର୍ତ୍ତବ୍ୟାକର୍ତ୍ତବ୍ୟ ଜ୍ଞାନ ହରାଇଥାଏ । ଯଦିଓ ପ୍ରାୟ ସମସ୍ତ ଙ୍କ ଜୀବନରେ ଏପରି ଦଶା ଆସିଥାଏ, ତଥାପି ଜାଗ୍ରତ ଅବସ୍ଥାରେ ସ୍ବପ୍ନ ଦର୍ଶନ ଅନ୍ୟ ମାନଙ୍କୁ ଚକିତ କରି ଦେଇଥାଏ । ସ୍ବପ୍ନ ଦର୍ଶକ ନିଜେ ମଧ୍ୟ ଜାଣି ନ ଥାଏ ଯେ ସେ ନିଦ୍ରାଗତ ହେଲେ କେଉଁ ସ୍ବପ୍ନ ଦେଖିବ । ଏହା ନିର୍ବିବାଦୀୟ ସତ୍ୟ ଯେ ମଣିଷ ଜାଗ୍ରତ ଅବସ୍ଥାରେ ଇନ୍ଦ୍ରିୟ ମାନଙ୍କ ସହାୟତାରେ ବ୍ରହ୍ମଙ୍କର ମାୟାମୟ ରୂପ ସଂସାରକୁ ପ୍ରାପ୍ତ ହୋଇଥାଏ , ମାତ୍ର ସ୍ବପ୍ନ ବା ସୁଷୁପ୍ତିରେ ନିଜ ସ୍ୱରୂପକୁ ପ୍ରାପ୍ତ ହୋଇଥାଏ । " ଉଦ୍ଦାଳକୋ ହାରୁଣିଃ ଶ୍ବେତକେତୁଂ ପୁତ୍ରମୁବାଚ ସ୍ବପ୍ନାନ୍ତଂ, ଯେ ସୋମ୍ୟ ବିଜାନୀହୀତି ଯତ୍ରୈତତପୁରୁଷଃ ସ୍ବପିତି ନାମ, ସଭା ସୋମ୍ୟ ତଥା ସମ୍ପୋନ୍ନୋ ଭବତି ସ୍ବମପୀତୋ ଭଵତି, ତସ୍ମାଦେନଁ ସ୍ବପିତୀତ୍ୟାଚକ୍ଷତେ ସ୍ଵଁ ହ୍ୟପୀତୋ ଭଵତି ।" ଅର୍ଥାତ୍ ଉଦ୍ଦାଳକ ନାମରେ ପ୍ରସିଦ୍ଧ ଅରୁଣଙ୍କ ପୁତ୍ର ଆରୁଣି ତାଙ୍କର ପୁତ୍ର ଶ୍ବେତକେତୁଙ୍କୁ କହିଲେ ପ୍ରିୟଦର୍ଶନ ! ତୁମେ ମୋ ଠାରୁ ସ୍ବପ୍ନାନ୍ତ ( ସ୍ବପ୍ନର ସ୍ବରୂପ) ତତ୍ତ୍ବ କୁ ଉତ୍ତମ ରୂପେ ବୁଝିନିଅ । ଏପରି କୁହାଯାଏ ଯେ , ଯେଉଁ ଅବସ୍ଥାରେ ବ୍ୟକ୍ତି ଶୟନ କରନ୍ତି , ସେତେବେଳେ ସିଏ ସତ୍ ସମ୍ପନ୍ନ ହୋଇଯାଇଥାନ୍ତି, ଅର୍ଥାତ୍ ନିଜ ସ୍ୱରୂପକୁ ପ୍ରାପ୍ତ ହୋଇଥାନ୍ତି, ଯାହାକୁ 'ସ୍ବପିତି' ବୋଲି କୁହାଯାଏ । ଜଗଦଗୁରୁ ଶ୍ରୀମଦ୍ ଶଙ୍କରାଚାର୍ଯ୍ୟ ଉପରୋକ୍ତ ମନ୍ତ୍ରକୁ ବ୍ୟାଖ୍ୟା କରି କହିଛନ୍ତି " ସ୍ବପ୍ନ ହେଉଛି ଦର୍ଶନ ବୃତ୍ତି, କାରଣ ଏଥିରେ ବାସନାରୂପ ଶିଷ୍ୟମାନଙ୍କର ଦର୍ଶନର ବୃତ୍ତି ରହିଥାଏ । ସ୍ବପ୍ନାନ୍ତ ହେଉଛି ସ୍ବପ୍ନର ଅନ୍ତର ବା ମଧ୍ୟ । ସେହିପରି ଛାନ୍ଦୋଗ୍ୟ ଉପନିଷଦରେ ଦେବରାଜ ଇନ୍ଦ୍ର ଓ ଦାନବରାଜ ବିରୋଚନ ଙ୍କ ଆତ୍ମଜ୍ଞାନ ପ୍ରାପ୍ତି ଉପାଖ୍ୟାନରେ ସ୍ବପ୍ନ ପ୍ରସଙ୍ଗ ବିସ୍ତୃତ ଭାବେ ଉଲ୍ଲେଖ ରହିଛି । ପ୍ରଜାପତି ଙ୍କ ଭାଷାରେ ଆତ୍ମା ଧର୍ମ ଓ ଅଧର୍ମ ଆଦି ରୂପରେ ପାପ ଗ୍ରସ୍ତ ହୁଏ ନାହିଁ । ଜରା, ମୃତ୍ୟୁ,ଶୋକ, କ୍ଷୁଧା, ପିପାସା ଆଦି ଆତ୍ମାକୁ ସ୍ପର୍ଶ କରେ ନାହିଁ । ଆତ୍ମା ସତ୍ୟକାମ ଓ ସତ୍ୟ ସଙ୍କଳ୍ପ, ଆତ୍ମା ହିଁ ସତ୍ୟ । ଏହାର ଅନ୍ୱେଷଣ କରିବା ତ ଜୀବର ଧର୍ମ । ଏହା ମଧ୍ୟ ନିର୍ବିବାଦୀୟ ସତ୍ୟ ଯେ ଯିଏ ଆତ୍ମା କୁ ଚିହ୍ନନ୍ତି,ପଢନ୍ତି,ଭଲ ଭାବରେ ଜାଣନ୍ତି, ସିଏ ଏ ଧରାପୃଷ୍ଠର ସମସ୍ତ ଲୋକ ଓ ସମସ୍ତ କାମନା ଉପରେ ବିଜୟ ପ୍ରାପ୍ତ ହୋଇଥାନ୍ତି । ଦେବତା ଓ ଅସୁରମାନେ ପ୍ରଜାପତିଙ୍କର ଏହି ଉପଦେଶକୁ ଜାଣିବା ସତ୍ତ୍ୱେ ବିଭିନ୍ନ ସମୟରେ ଏହାର ବ୍ୟତିକ୍ରମରେ ଦେବାସୁର ସଂଘର୍ଷ ହୋଇଥିଲା ଏବେ ମଧ୍ୟ ଭିନ୍ନ ଭିନ୍ନ ରୂପରେ ହୋଇ ଚାଲିଛି । ଉଭୟେ ଭୋଗ୍ୟ ପଦାର୍ଥ ପ୍ରତି ଲୋଭାନ୍ବିତ ହେବା ର ତଥ୍ଯ ତ ସମୁଦ୍ର ମନ୍ଥନ ଘଟଣାକ୍ରମରେ ବର୍ଣିତ। ଏହି ଦିବ୍ୟ ପୁରୁଷ ଆମକୁ ବେଦକୁ ଉପଜିବ୍ୟ କରି ତାଙ୍କର ଶିକ୍ଷା କାହିଁକି ଦେଲେ,ତା'ର କାରଣ ଆମକୁ ଅଜଣା । ହଁ , ଆମେ ଜାଣୁ ଯେ ଭାରତୀୟ ସଂସ୍କୃତିର ଜନ୍ମ ହେଉଛି ଆର୍ଯ୍ୟମାନଙ୍କର ବୈଦିକ ସଂସ୍କୃତିରୁ । କିନ୍ତୁ ବିଜ୍ଞାନ କୁହେ ଯେ ପୃଥିବୀରେ ପ୍ରାଣୀ ଜଗତର ଇତିହାସ ପ୍ରାୟ ୩.୮ ବିଲିୟନ୍ (୩୮୦ କୋଟି) ବର୍ଷ ପୁରୁଣା, ଯାହା ଏକକୋଷୀ ଜୀବରୁ ଆରମ୍ଭ ହୋଇ ଆଜିର ଜଟିଳ ମାନବ ସମାଜ ପର୍ଯ୍ୟନ୍ତ ବିକଶିତ ହୋଇଛି। ଅତଏବ ଆମ ସ୍ବପ୍ନର ସେହି ଦିବ୍ୟ ପୁରୁଷ ବେଦ ରୁ କାହିଁକି ଆରମ୍ଭ କଲେ ତାଙ୍କର ଅଭିଭାଷଣ ? ଆମେ ଏହା ମଧ୍ୟ ଜାଣନ୍ତି ଯେ ବୈଦିକ ସଂସ୍କୃତିରୁ ଭାରତୀୟ ସଂସ୍କୃତି ଯେଉଁ ପୁଷ୍ଟି ସଂଗ୍ରହ କଲା,ତା'ର ବଳରେ ତାହା ହଜାର ହଜାର ବର୍ଷ ପର୍ଯ୍ୟନ୍ତ ତିଷ୍ଠି ପାରିଛି । ବେଦ ବେଦାନ୍ତ ବିଷୟରେ ନ ଜାଣିଲେ ଭାରତର ଆତ୍ମା ବିଷୟରେ କିଛି ଜାଣି ହେବ ନାହିଁ ବୋଲି ମୁନି ଋଷି ମାନଙ୍କ ଠାରୁ ବର୍ତ୍ତମାନର ପଣ୍ଡିତ ବର୍ଗ ସମସ୍ତେ ସ୍ବୀକାର କରି ଆସୁଛନ୍ତି । ସନାତନଧର୍ମୀମାନେ ବିଶ୍ବାସ କରନ୍ତି ଯେ ବେଦ ହେଉଛି "ପ୍ରତ୍ୟକ୍ଷ ଶବ୍ଦ ବ୍ରହ୍ମ" । ସ୍ବୟଂ ପରମେଶ୍ବର ବେଦର ଶବ୍ଦ ରୂପରେ ନିଜକୁ ପ୍ରତ୍ୟକ୍ଷୀଭୂତ ହୋଇଛନ୍ତି । ଯଜୁର୍ବେଦର ମତରେ ପରମେଶ୍ବର ଯେତିକି ବଡ଼ ,,'ବାକ୍' ମଧ୍ୟ ସେତିକି ବଡ଼ ।ଶପଥ ରେ ମଧ୍ୟ ଉଲ୍ଲେଖ ରହିଛି "ବାକ୍ ବୈ ବ୍ରହ୍ମ" , ଅର୍ଥାତ୍ ବାକ୍ ହେଉଛି ଶ୍ରେଷ୍ଠ ବ୍ରହ୍ମ ।
ଦାତାର ଦର୍ପ, ଗ୍ରହୀତାର ଦୈନ୍ୟ (୧)
ଦାତାର ଦର୍ପ, ଗ୍ରହୀତାର ଦୈନ୍ୟ (୧)
--------------------
୧୦୩୭ରୁ୧୦୭୦ , ଦୀର୍ଘ ୩୩ ବର୍ଷ କଳିଙ୍ଗ ସାମ୍ରାଜ୍ୟର ରାଜା ଥିଲେ ଅନନ୍ତବର୍ମା ବଜ୍ରହସ୍ତ,ଯାହାଙ୍କୁ "ବଜ୍ରହସ୍ତ ତୃତୀୟ"ବୋଲି ଇତିହାସ କୁହେ । ତାଙ୍କର ସିଂହାସନ ଆରୋହଣ ପୂର୍ବରୁ କଳିଙ୍ଗ ରାଜ୍ୟ ସ୍ୱଳ୍ପ ସମୟ ପାଇଁ ଚୋଳ ସାମ୍ରାଜ୍ୟର ଅନ୍ତର୍ଭୁକ୍ତ ଥିଲା । ବଜ୍ରହସ୍ତ ନିଜର ପରାକ୍ରମ ବଳରେ କଳିଙ୍ଗକୁ ଚୋଳ ଶାସନ ମୁକ୍ତ କରିବା ସଙ୍ଗେ ସଙ୍ଗେ କଳିଙ୍ଗ ଠାରୁ ବିଛିନ୍ନ ହୋଇ ଯାଇଥିବା ଛୋଟ୍ ଛୋଟ୍ ରାଜ୍ୟକୁ ପୁନଃ କଳିଙ୍ଗ ଶାସନାଧୀନ କରିଥିଲେ, ପରବର୍ତ୍ତୀ ସମୟରେ ଅନନ୍ତବର୍ମା ବିଶାଳ କଳିଙ୍ଗ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ । ବଜ୍ରହସ୍ତ ଙ୍କ ପିତାଙ୍କ ନାମ ଥିଲା ମଧୁକାମାର୍ଣ୍ଣବ ଓ ମାତା ଙ୍କ ନାମ ଥିଲା ଵିଜୟା ମହାଦେବୀ । ବଜ୍ରହସ୍ତ ଙ୍କ ଉପାଧି ଥିଲା ମମହାରାଜାଧିରାଜ ପରମେଶ୍ବର ତ୍ରିକଳିଙ୍ଗାଧିପତି । ଏହି ରାଜାଙ୍କ ରାଜତ୍ୱ କାଳରେ ଅଙ୍କ ଗଣନା ପଦ୍ଧତିର ସୃଷ୍ଟି ହୋଇଥିଲା । ମୁଖଲଙ୍ଗମ, ଯାହା ପାରଳାଖେମୁଣ୍ଡି ଠାରୁ ୧୭ ମାଇଲ୍ ଦୂରରେ ଅବସ୍ଥିତ ଥିଲା । ୧୧୪୨ ରେ ଅନନ୍ତବର୍ମା ମଧୁକାମାର୍ଣ୍ଣବଙ୍କର ରାଜ୍ୟାଭିଷେକ ହୋଇ, ଯାହାଙ୍କ ପୂର୍ବର ନାମ ଥିଲା ରାଜରାଦ ଦେବ । ଅତ୍ୟନ୍ତ ପରାକ୍ରମଶାଳୀ,ଅଦ୍ୟମ ସାହସୀ, ପ୍ରଜାବତ୍ସଳ ଏବଂ ବିଶେଷ କରି ଦାନ ବୀର ବଳିୟାର ଭାବେ ହେଉଥିଲେ ସମ୍ବୋଧିତ । ପ୍ରତି ମାସର ପୂର୍ଣ୍ଣିମା ଦିନ ନିଜକୁ ସୁନାର ଓଜନ କରାଇ ଦାନ ଦେଉଥିଲେ । ଏହା ସତ୍ୟ ଯେ ଅନ୍ୟର ଉପକାର କରିବା ପାଇଁ ମନୁଷ୍ୟର ଇଛା ହୁଏ ଏବଂ ସେହି ଇଛାରୁ ହିଁ ସିଏ ସବୁ ପ୍ରକାରର ଦାନ କରିଥାଏ । ଯେଉଁ ବ୍ୟକ୍ତି ସେହି ଦାନ ଗ୍ରହଣ କରେ ସିଏ କୃତଜ୍ଞ ହୁଏ ଓ ଦାନୀର ଅନୁଗ୍ରହରୁ ସିଏ ପାଇଲା ବୋଲି ବିଚାର କରେ ଓ ପ୍ରକାଶ ମଧ୍ୟ କରିଥାଏ । ଶାସ୍ତ୍ର କୁହେ ଦାନ ତିନି ପ୍ରକାରର, ଯଥା ସତ୍ତ୍ବ,ରଜ ଓ ତମ ।ଦାନ ସହିତ ସତ୍ତ୍ବଗୁଣର ଯେତେବେଳେ ଖୁବ୍ ଅଳ୍ପ ସମ୍ପର୍କ ରହିଯାଏ, ସେତେବେଳେ ଦାନ ଗ୍ରହୀତା ପକ୍ଷରେ ଦାନ ଗ୍ରହଣ ଆନନ୍ଦପ୍ରଦ, ସୁବିଧାଜନକ, ଉପକାରରେ ଆସିଥାଏ ଏବଂ ଗ୍ରହୀତା ଟି ଅନୁଭବ କରେ ଯେ ସେ ଦାନୀର ଅନୁଗ୍ରହରୁ ଆଶାତୀତ ଭାବେ ଉପକୃତ ଓ ସଫଳତା ପାଇଛି ବୋଲି । ଯେତେବେଳେ ସିଏ ଅନୁଭବ କରେ ଯେ ଦାନୀ ର ଅନୁଗ୍ରହ ରୁ ବଞ୍ଚିଛି, ସଫଳତା ହାସଲ କରିଛି, ତା'ର ନିଜସ୍ୱ କିଛି ଭୂମିକା ନାହିଁ, ସେତେବେଳେ ତା'ର ଅନ୍ତରାତ୍ମା, ବିବେକର ତାଡ଼ନାରେ ହୋଇଥାଏ ବିକଳିତ, ଅନୁଭବ କରେ ଯେପରି ସିଏ ହୋଇଛି ଅପମାନିତ । ତାହାର ଅନ୍ଥରରେ ଦୈନ୍ୟର ରାଜୁତି ଚାଲେ , ଭାଗ୍ୟ ଓ ଭଗବାନ ଙ୍କ ଉପରେ ଦୋଷାରୋପ କରି କ୍ରମଶଃ ଅଳସୁଆ ହୋଇଯାଏ । ବରେଣ୍ୟ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଭାଷାରେ, ଯାହା ତାଙ୍କର ଭାଷାକୋଷରେ ଉଲ୍ଲେଖ ରହିଛି ଯେ ଦା ଧାତୁରେ ଦେବା ଯୁକ୍ତ ଭାବ, ଅର୍ପଣ, ତ୍ୟାଗ, ବିତରଣ ବା ଦେୟ ବସ୍ତୁ ପ୍ରଦାନ । ଅତଏବ ଯେତେବେଳେ ଦାତାର ଦର୍ପ ଓ ଗ୍ରହୀତାର ଦୈନ୍ୟ ପରିବେଶ ସୃଷ୍ଟି ହୁଏ , ସେତେବେଳେ ଅନେକ ବିଚିତ୍ର ସମସ୍ୟା ସୃଷ୍ଟି ହୋଇଥାଏ । ସେତେବେଳେ ଆଉ ସେହି ଦାନ ପ୍ରକୃତ ଅର୍ଥରେ ଦାତାର ଅନୁଗ୍ରହ ହୋଇ ରୁହେ ନାହିଁ । ଭାରତୀୟ ସଂସ୍କୃତି, ପୁରାଣ ଓ ଇତିହାସରେ 'ଦାନ'କୁ କେବଳ ଏକ ସାଧାରଣ ବସ୍ତୁ ବଣ୍ଟନ ଭାବେ ଦେଖାଯାଏ ନାହିଁ, ବରଂ ଏହାକୁ ପୁଣ୍ୟ, ଧର୍ମ, କର୍ତ୍ତବ୍ୟ ଓ ନିଷ୍କାମ ପ୍ରେମର ପ୍ରତୀକ ଭାବେ ଗ୍ରହଣ କରାଯାଇଥିଲା ଓ ଏବେବି କେତେକାଂଶରେ ପ୍ରତିଫଳିତ ।
ପୁରାଣ ଶାସ୍ତ୍ର, ବିଶେଷ କରି ମହାଭାରତରେ ଦାନୀମାନଙ୍କ ମଧ୍ୟରେ କର୍ଣ୍ଣଙ୍କ ସ୍ଥାନ ଶ୍ରେଷ୍ଠ ବୋଲି ଉଲ୍ଲେଖ ରହିଛି । ଦେବରାଜ ଇନ୍ଦ୍ର ବ୍ରାହ୍ମଣ ବେଶରେ ଆସି ତାଙ୍କର ଅମରତ୍ୱର କବଚ ଓ କୁଣ୍ଡଳ ମାଗିବାରୁ, ସେ ନିଜ ଜୀବନର ବିପଦକୁ ଖାତିର ନକରି ତାହା ଦାନ କରିଦେଇଥିଲେ। ସେହିପରି ବାମନ ଅବତାରରେ ଭଗବାନ ବିଷ୍ଣୁ ତିନି ପାଦ ଭୂମି ମାଗିବା ବେଳେ, ବଳି ନିଜର ଦୁଇ ପାଦରେ ସମଗ୍ର ସ୍ୱର୍ଗ ଓ ମର୍ତ୍ତ୍ୟ ସମର୍ପଣ କରି ଶେଷ ପାଦ ପାଇଁ ନିଜ ମୁଣ୍ଡ ଟେକି ଦେଇଥିଲେ। ଏହା ମଧ୍ୟ ଉଲ୍ଲେଖ ରହିଛି ଯେ ମହର୍ଷି ଦଧୀଚି ଅସୁର ସଂହାର ପାଇଁ ଓ ସୃଷ୍ଟିର ରକ୍ଷା ପାଇଁ ସେ ନିଜ ଜୀବନ୍ତ ଶରୀରର ହାଡ଼ (ଅସ୍ଥି) ଦାନ କରିଥିଲେ, ଯାହା ଦ୍ୱାରା 'ବଜ୍ର' ନିର୍ମିତ ହୋଇଥିଲା। ଶାସ୍ତ୍ର କୁହେ ଯେ ଏକ କପୋତ (ପାରା)ର ପ୍ରାଣ ରକ୍ଷା କରିବା ପାଇଁ ଶ୍ୟେନ (ଶାଗୁଣା)କୁ ନିଜ ଶରୀରରୁ ସମାନ ଓଜନର ମାଂସ କାଟି ଦାନ କରିଥିଲେ ରାଜା ଶିବି । ସେହିପରି ସତ୍ୟ ଓ ଦାନର ରକ୍ଷା ପାଇଁ ନିଜର ସମସ୍ତ ରାଜ୍ୟ, ଧନସମ୍ପତ୍ତି ସହ ନିଜ ପରିବାର ଓ ଶେଷରେ ନିଜକୁ ମଧ୍ୟ ବିକ୍ରି କରିଦେଇଥିଲେ ଦାନବୀର ହରିଶ୍ଚନ୍ଦ୍ର । ଇତିହାସ ପୃଷ୍ଠାରେ ମଧ୍ୟ ଏପରି ଅନେକ ଶାସକ ଓ ବ୍ୟକ୍ତିବିଶେଷ ଅଛନ୍ତି, ଯେଉଁମାନଙ୍କ ଦାନଶୀଳତା ପିଢ଼ି ପରେ ପିଢ଼ି ଙ୍କ ପାଇଁ ପ୍ରେରଣାର ଉତ୍ସ । ସମ୍ରାଟ ହର୍ଷବର୍ଦ୍ଧନ, ଯିଏ ପ୍ରତି ୫ ବର୍ଷରେ ପ୍ରୟାଗ ଠାରେ 'ମୋକ୍ଷ ପରିଷଦ' ଆୟୋଜନ କରି ନିଜର ରାଜକୋଷର ସମସ୍ତ ଧନ, ସୁନା, ରୂପା ଏବଂ ନିଜ ପିନ୍ଧା ବସ୍ତ୍ର ପର୍ଯ୍ୟନ୍ତ ସର୍ବସାଧାରଣଙ୍କୁ ଦାନ କରିଦେଉଥିଲେ। ସେହିପରି ଦାନବୀର ଭାଷା ଶାହାଙ୍କ ଉଦାହରଣ ରହିଛି, ଯିଏ ମୋଗଲମାନଙ୍କ ବିରୁଦ୍ଧରେ ଲଢ଼ୁଥିବା ମହାରାଣା ପ୍ରତାପଙ୍କ ପାଖରେ ଯେତେବେଳେ ସୈନ୍ୟ ପରିଚାଳନା ପାଇଁ ଅର୍ଥ ନଥିଲା, ଭାମାଶାହା ନିଜର ସମସ୍ତ ପୈତୃକ ସମ୍ପତ୍ତି ଦାନ କରିଦେଇଥିଲେ। ଏବେ ଦୁଇ ଦିନ ତଳେ ଓଡ଼ିଶାର ଆଇନ ବିଭାଗ ମନ୍ତ୍ରୀଙ୍କ ଜଗନ୍ନାଥ ମହାପ୍ରଭୁଙ୍କ ୫୮ ହଜାର ଏକର ଅମୃତ ମଣୋହି ସମ୍ପତ୍ତି ସମ୍ପର୍କରେ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ, ଯଦିଓ ପରିସଂଖ୍ୟାନ ଭୁଲ , ସୁବାର୍ତ୍ତା ଭାଷାରେ ୬୪ ହଜାର ଏକର ପ୍ରଭୁ ଜଗନ୍ନାଥଙ୍କ ଅମୃତ ମଣୋହି ସମ୍ପତ୍ତି ଜବରଦଖଲରେ ଅଛି । ଏହା ଏକ ଭିନ୍ନ ପ୍ରସଙ୍ଗ, ଯାହା ପରବର୍ତ୍ତୀ ସମୟରେ ଆଲୋଚନା କରିବା ମାତ୍ର, ଏହି ଯେଉଁ ସମ୍ପତ୍ତି ଏବଂ ପଚାଶରୁ ଉର୍ଦ୍ଧ୍ବ ଥର ଲୁଟ୍ ହୋଇଥିବା ରତ୍ନ ଭଣ୍ଡାରର ସମସ୍ତ ରତ୍ନ ତ କପିଳେନ୍ଦ୍ର ଦେବଙ୍କ ଭଳି ଦିଗ୍ ବଳୟୀ ରାଜା ମହାରାଜା ମାନେ ରାଜ୍ୟ ଜୟ କରି ଆଣି ନାହାନ୍ତି , ଅନେକ ଭକ୍ତ ଏହି ସମ୍ପତ୍ତି ସବୁ ଦାନ କରିଥିଲେ ଓ ଏବେବି ହୁଣ୍ଡିରେ ଦାନ କରୁଛନ୍ତି । ପୁର୍ବରୁ ଉଲ୍ଲେଖ କରାଯାଇଛି ଯେ ଶାସ୍ତ୍ର ଅନୁସାରେ, ଦାନ ତିନି ପ୍ରକାରର ଯଥା ସାତ୍ତ୍ୱିକ, ଯାହା
ନିଷ୍କାମ ଭାବେ ଉପଯୁକ୍ତ ବ୍ୟକ୍ତିଙ୍କୁ ଦିଆଯାଇଥାଏ , ରାଜସିକ , ଯାହାର ପ୍ରତିବଦଳରେ କିଛି ପାଇବା ଆଶାରେ ଦିଆଯାଇଥାଏ ଏବଂ ତାମସିକ , ବର୍ତ୍ତମାନ ଯାହାର ପ୍ରାବଲ୍ୟ ସମାଜରେ ପ୍ରତିପାଦିତ, ତାହା ହେଉଛି ଅନାଦର କିମ୍ବା ଅହଂକାରର ସହ ଦିଆଯାଉଥିବା ଦାନ ।ଭାରତୀୟ ପରମ୍ପରାରେ ସର୍ବଶ୍ରେଷ୍ଠ ଦାନ ହେଉଛି 'ଜୀବନଦାନ'। ଆଜିର ମାନବସମାଜରେ ରକ୍ତଦାନକୁ 'ମହାଦାନ' ଭାବେ ଗ୍ରହଣ କରାଯାଏ, କାରଣ ରକ୍ତ କୌଣସି କାରଖାନାରେ ତିଆରି ହୋଇପାରିବ ନାହିଁ—ଏହା କେବଳ ଜଣେ ମଣିଷ ଅନ୍ୟ ଜଣକୁ ଦେଇପାରିବ।ମୁମୂର୍ଷୁର ଜୀବନ ରକ୍ଷା, ଯେପରିକି ଦୁର୍ଘଟଣା, ଜଟିଳ ଅସ୍ତ୍ରୋପଚାର, ପ୍ରସବକାଳୀନ ଜଟିଳତା, ଥାଲାସେମିଆ ଓ କର୍କଟ (କ୍ୟାନ୍ସର) ଭଳି ରୋଗୀଙ୍କ ପାଇଁ ଦାନ କରାଯାଇଥିବା ରକ୍ତ ସଞ୍ଜୀବନୀ ସଦୃଶ କାମ କରେ। ସେହିପରି ପୁରାଣ ଓ ଇତିହାସରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ 'ବିଦ୍ୟାଦାନ' କୁ ସବୁଠାରୁ ପବିତ୍ର ଦାନ ଭାବେ ଗଣନା କରାଯାଏ। ଧନ କିମ୍ବା ବସ୍ତୁ ଦାନ କଲେ କମିଯାଏ, କିନ୍ତୁ ବିଦ୍ୟା ଦାନ କଲେ ତାହା ବୃଦ୍ଧି ପାଏ। ବିଶେଷ କରି ବ୍ୟାସ ପୂର୍ଣ୍ଣିମା ବା ଗୁରୁ ପୂଜନ ଦିବସରେ "ଅଜ୍ଞାନ ତିମିରାନ୍ଧସ୍ୟ ଜ୍ଞାନାଞ୍ଜନଂ ଶଳାକୟା, ଚକ୍ଷୁର୍ ମିଳିତମ୍ ଯେନ ତସ୍ମୈ ଶ୍ରୀ ଗୁରୁବେ ନମଃ" ଶ୍ଲୋକ ଉଚ୍ଚାରଣ କରିଥାଏ । ଅର୍ଥାତ୍
ଅଜ୍ଞାନତା ରୂପକ ଅନ୍ଧକାରକୁ ନିଜର ଜ୍ଞାନ ଆଲୋକରେ ଯିଏ କରନ୍ତି ଆଲୋକିତ, ସେହି ଗୁରୁଙ୍କୁ ପ୍ରଣାମ । ଶିକ୍ଷାଦାନ ଜଣେ ବ୍ୟକ୍ତିକୁ କେବଳ ପାଠ ପଢ଼ାଏ ନାହିଁ, ବରଂ ତାକୁ ସଠିକ୍-ଭୁଲ୍ର ପାର୍ଥକ୍ୟ ଶିଖାଇ ଜୀବନଜୀବିକାର ବାଟ ଦେଖାଏ। ଅଧୁନା ଏହି ଦର୍ଶନକୁ ଆପଣେଇ ଥିବା ସତ୍ୟ କ୍ରାନ୍ତି ମାନେ ଭୋକ ଉପାସରେ,ଅନ୍ୟାୟ, ଅନୀତିର ଶିକାର ହୋଇ ନାନା ପ୍ରକାର ନିର୍ଯାତନାର ଶରବ୍ୟ ହେଉଥିବା ବେଳେ ଜ୍ଞାନ କୁ ଜୀବିକା ରୂପକ ପଣ୍ୟ କରାଇ ଆସୁଥିବା ଶିକ୍ଷା, ସ୍ବାସ୍ଥ୍ୟ ବେପାରୀ ମାନେ ସମାଜର ବଡ଼ ପଣ୍ଡା, ସମସ୍ତ ଇନ୍ଦ୍ରୀ଼ୟ ଭୋଗୀ ଓ ସମ୍ମାନିତ, ସମ୍ବର୍ଦ୍ଧିତ, ଅନେକ ବିଶେଷଣରେ ବିଭୂଷିତ । ଏହା ନିର୍ବିବାଦୀୟ ସତ୍ୟ ଯେ ବସ୍ତୁ କିମ୍ବା ଧନ ଦାନ କରିବା ଦ୍ୱାରା ବାହ୍ୟ ଆବଶ୍ୟକତା ପୂରଣ ହୁଏ, କିନ୍ତୁ ରକ୍ତଦାନ ମଣିଷକୁ "ଶାରୀରିକ ଜୀବନ" ଦିଏ ଏବଂ ଶିକ୍ଷା ଦାନ ତାକୁ "ସାମାଜିକ ଓ ବୌଦ୍ଧିକ ଜୀବନ" ଦିଏ। ଅତଏବ ଯେତେବେଳେ ଦାତାର ଦର୍ପ ଓ ଗ୍ରହୀତାର ଦୈନ୍ୟ ପ୍ରଦର୍ଶନ ଭଳି ଅପସଂସ୍କୃତି ଆଧାରିତ ସ୍ଥିତି ସାମାଜିକ ଜୀବନରେ ପ୍ରତିଫଳିତ ହୁଏ, ସେତେବେଳେ ଦାନ ହୁଏ ସ୍ବାର୍ଥାଧାରିତ ପଣ୍ୟ । ଅହଙ୍କାରୀ ଦାତା ଯେଉଁ ଭାଷାରେ କହିଲେ ମଧ୍ୟ ଗ୍ରହୀତା ମନକୁ କିଣି ପାରେ ନାହିଁ କି ହୃଦୟକୁ
ଜୟ କରି ପାରେ ନାହିଁ , ହଁ ଭୋଅଟ ପାଇ ପାରେ । ବର୍ତ୍ତମାନର ପରିସ୍ଥିତିକୁ ଲକ୍ଷ୍ୟ କଲେ ଜଣାଯାଏ ଯେ ଅନେକ ଲୋକ ଅନ୍ୟର, ଶାସନ ବ୍ୟବସ୍ଥାର ଅନୁଗ୍ରହରେ ବଞ୍ଚୁଛନ୍ତି । ଅନ୍ତୁଡିଶାଳରେ ପ୍ରସୂତି ଭତ୍ତା ଠାରୁ ଅନ୍ତିମ କ୍ରିୟାରେ ହରିଶ୍ଚନ୍ଦ୍ର ଭତ୍ତା ମଝିରେ ଅନେକ ଛତର ଯୋଜନା, ଗୋଡ଼କୁ ଜୋତା, ମୁଣ୍ଡ କୁ ଛତା ଆଦି ଅନେକ ରୂପରେ ଛତର । ଯେଉଁ ଜାତି ଅନାହାରରେ ମୃତ୍ୟୁକୁ ଆଲିଙ୍ଗନ କରିବାକୁ ନିଜର ଅସ୍ତିତ୍ବ, ଅସ୍ମିତା ଓ ସ୍ବାଭିମାନ ମଣୁଥିଲା , ସେହି ଜାତିର ଅଧିକାଂଶ ଦାୟାଦ ମାନେ ଛତର କୁ ରିଲିଫ ନାଁ ଦେଇ ନିଜର ଅଧିକାର ବୋଲି ଗର୍ବର ସହିତ ଦାବି କରୁଛନ୍ତି । ଏଥିପାଇଁ ତ ଅନେକ ନଵ୍ୟଦାନୀ ମାନେ ଏନଜିଓ ( ସ୍ବେଛାସେବୀ ନୁହେଁ) ସଂଯୁକ୍ତିକରଣ ବା ୧୮୬୦ ରେଜିଷ୍ଟ୍ରେସନ ଆକ୍ଟରେ ତାଲିକା ଭୁକ୍ତ ହୋଇ ନକଲି ଗୋପବନ୍ଧୁ ଭାବେ ନିଜକୁ ପ୍ରଦର୍ଶିତ କରୁଛନ୍ତି । " କିଲେ ଆଳୁ,ଦଶ ଦୟାଳୁ , ସ୍ଥିର ଚିତ୍ର (ଫଟୋଚିତ୍ର) ମାଳମାଳ, ସାମାଜିକ ଗଣମାଧ୍ୟମରେ ପ୍ରଚାର,ପ୍ରସାର ପ୍ରବଳ"ଦୃଶ୍ୟ ସର୍ବତ୍ର ପ୍ରତିଫଳିତ ।
( ଅବଶିଷ୍ଟାଂଶ ଆସନ୍ତା ଅଗ୍ରଲେଖରେ)
ଷାଠିଏ ବର୍ଷରେ ନୂଆ ଜୀବନ
ଷାଠିଏ ବର୍ଷରେ ନୂଆ ଜୀବନ
---------+-----------
"ବୃଦ୍ଧ ନୁହେଁ ସେହି ନର ଶୁକ୍ଳ କେଶ ଅଟେ ଯା'ର ଶୀର , ଯୌବନେ ଯିଏ ଜ୍ଞାନ ରତ,ଦେବେ ତାଙ୍କୁ ବୋଲନ୍ତି ସ୍ଥିର ",
ଏହି ଓଡ଼ିଆ ନୀତିବାଣୀଟି ସମାଜକୁ ଶିକ୍ଷା ଦିଏ ଯେ ମଣିଷର ଶ୍ରେଷ୍ଠତା କେବଳ ବୟସ ବା ଶୁକ୍ଳ କେଶରେ ନୁହେଁ, ବରଂ ତାର ବିଦ୍ୟା, ବୁଦ୍ଧି ଏବଂ ଜ୍ଞାନ ଉପରେ ନିର୍ଭର କରେ। ଏହା ସଂସ୍କୃତର ଏକ ପ୍ରସିଦ୍ଧ ଶ୍ଳୋକର ଭାବାନୁବାଦ, ଯେଉଁଥିରେ ଜ୍ଞାନବାନ ବ୍ୟକ୍ତି ହିଁ ପ୍ରକୃତରେ ଆଦରଣୀୟ ବୋଲି କୁହାଯାଇଛି।
ଯେଉଁ ବ୍ୟକ୍ତିଙ୍କର ଚିତ୍ତ ପ୍ରଫୁଲ୍ଲ, ଓଠରେ ପ୍ରାଣନାଥିଆ ହସ ଉକୁଟି ଉଠେ , ସିଏ ସବୁବେଳେ ଚିର ସବୁଜ ଯୁବକ । ଅତଏବ ବୃଦ୍ଧ ନୁହେଁ ସେହି ନର, ଯାହାର ପାଚିଛି ଚୁଟି ,ମନ ଯା'ର ଯୁବକ, ତାଙ୍କର ହିଁ ଥାଏ ତରୁଣ ପରିପାଟୀ । ଗତ ଅଗଷ୍ଟ ୧୮ ତାରିଖରେ ଓଡିଆ ମୁଦ୍ରିତ ଗଣମାଧ୍ୟମକୁ ଭିନ୍ନ ମୋଡ ପ୍ରଦାୟକ , ଅନେକ କୀର୍ତ୍ତି ସ୍ରଷ୍ଟା ଡଃ ସୌମ୍ୟରଞ୍ଜନ ପଟ୍ଟନାୟକ ୭୫ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ତାଙ୍କର ୬୦ ତମ ଜନ୍ମଦିନରେ ଯେଉଁ କାର୍ଯ୍ୟକ୍ରମ ହୋଇଥିଲା, ତାହାର ଶୀର୍ଷକ ଥିଲା "ଷାଠିଏ ବର୍ଷରେ ନୂଆ ଜୀବନ" । ରକ୍ତଦାନ, ଭାଷା ଜ୍ଞାନ, ବୃକ୍ଷରୋପଣ ସହିତ ମିଶିଥିଲା ଏହା ଏକ ସମ୍ବୋଧନ ଭାବରେ । ବହୁମୁଖି ପ୍ରତିଭାସମ୍ପନ୍ନ ସଜ୍ଜନ ବରେଣ୍ୟ ସୌମ୍ୟରଞ୍ଜନ ଙ୍କ ନିକଟରେ ସତେ ଯେପରି ବୟସ ପରାଜିତ । ବାସ୍ତବରେ ଷାଠିଏ ବର୍ଷ ବୟସ ପରେ ଜୀବନର ଏକ ନୂତନ ଅଧ୍ୟାୟ ଆରମ୍ଭ ହୁଏ, ଯାହାକୁ ‘ବାନପ୍ରସ୍ଥ’ ବା ସେବା ଓ ଶାନ୍ତିର ସମୟ କୁହାଯାଏ। ଏହି ସମୟରେ ପାରିବାରିକ ଓ ବ୍ୟାବସାୟିକ ଦାୟିତ୍ୱରୁ କିଛିଟା ମୁକ୍ତି ମିଳୁଥିବାରୁ ନିଜ ସ୍ୱାସ୍ଥ୍ୟ, ଆଧ୍ୟାତ୍ମିକତା ଓ ସମାଜ ମଙ୍ଗଳ ପାଇଁ ସମୟ ଦେବାର ସୁଯୋଗ ସୃଷ୍ଟି ହୁଏ।ଷାଠିଏ ବର୍ଷ ପରର ଜୀବନ ବିଶ୍ରାମର ନୁହେଁ, ବରଂ ନିଜ ଆତ୍ମାର ସନ୍ତୋଷ ଓ ସମାଜ କଲ୍ୟାଣ ପାଇଁ ବଞ୍ଚିବାର ସୁବର୍ଣ୍ଣ ସୁଯୋଗ । ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଯେ ପ୍ରତି ବର୍ଷ ଭାରତ ସମେତ
ବିଶ୍ୱର ଅନେକ ଦେଶରେ ଲୋକଙ୍କର ହାରାହାରି ଆୟୁ ବୃଦ୍ଧି ପାଉଛି । ୧୯୧୮ ମସିହାରେ ସ୍ପାନିସ୍ ଫ୍ଲୁ ଯୋଗୁଁ ବିଶ୍ବରେ ହାରାହାରି ଆୟୁ ହ୍ରାସ ପାଇଥିଲା । ୧୯୨୦-୨୧ ମସିହାରେ ଭାରତରେ ହାରାହାରି ଆୟୁ ଥିଲା ୨୩ ବର୍ଷ । ଭାରତୀୟ ମାନଙ୍କ ହାରାହାରି ଆୟୁ ସମୟ ସହିତ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। ସ୍ୱାଧୀନତା ପୂର୍ବରୁ ସ୍ୱାସ୍ଥ୍ୟସେବାର ଅଭାବ, ମହାମାରୀ, ଏବଂ ଦୁର୍ଭିକ୍ଷ ଯୋଗୁଁ ଭାରତୀୟଙ୍କ ହାରାହାରି ଆୟୁ ବହୁତ କମ୍ ଥିଲା। ମାତ୍ର ସ୍ୱାଧୀନତା ପରବର୍ତ୍ତୀ ସମୟରେ ଟିକାକରଣ, ଆଧୁନିକ ଚିକିତ୍ସା, ଏବଂ ଜୀବନଧାରଣର ମାନରେ ସୁଧାର ଆସିବା ଯୋଗୁଁ ଏଥିରେ ପ୍ରଭୂତ ପରିବର୍ତ୍ତନ ଦେଖିବାକୁ ମିଳିଛି। ଭାରତ ସ୍ୱାଧୀନ ହେବା ସମୟରେ ୧୯୪୭ ମସିହାରେ ଜଣେ ଭାରତୀୟଙ୍କ ହାରାହାରି ଆୟୁ ଥିଲା ୩୨ ବର୍ଷ । ଷାଠିଏ ଦଶକରେ, ଅର୍ଥାତ୍ ୧୯୬୧ରେ ସ୍ୱାସ୍ଥ୍ୟସେବାର ପ୍ରାରମ୍ଭିକ ବିକାଶ ଏବଂ ଶିଶୁ ମୃତ୍ୟୁହାର କମିବା ଯୋଗୁଁ ଏହା ବୃଦ୍ଧି ପାଇ
୪୫ ବର୍ଷରେ ପହଞ୍ଚିଥିଲା।ଅଶି ଦଶକରେ, ଅର୍ଥାତ୍ ୧୯୮୧ରେ
ବ୍ୟାପକ ଟିକାକରଣ ଅଭିଯାନ, ସଂକ୍ରାମକ ରୋଗର ନିୟନ୍ତ୍ରଣ ଏବଂ ସବୁଜ ବିପ୍ଳବ ଯୋଗୁଁ ଖାଦ୍ୟ ସୁରକ୍ଷା ମିଳିବାରୁ ହାରାହାରି ଆୟୁ ୫୪ ବର୍ଷକୁ ବୃଦ୍ଧି ପାଇଥିଲା। ଏହାର ୨୦ ବର୍ଷ ପରେ ୨୦୦୦ ମସିହାରେ ଚିକିତ୍ସା ବିଜ୍ଞାନର ପ୍ରଗତି ଏବଂ ପାନୀୟ ଜଳ ଓ ପରିମଳ ବ୍ୟବସ୍ଥାରେ ସୁଧାର ଯୋଗୁଁ ଏହା ୬୫କୁ ବୃଦ୍ଧି ପାଇଥିଲା । କରୋନା ସତ୍ତ୍ୱେ ଅଧୁନା ଭାରତୀୟ ମାନଙ୍କ ହାରାହାରି ଆୟୁ ୭୧ କୁ ବୃଦ୍ଧି ପାଇଥିବା ସମ୍ପର୍କରେ ଗୁଗଲ ତଥ୍ୟରେ ଦର୍ଶା ଯାଇଛି । ବୃଦ୍ଧି ପାଇ ଚାଲିଥିବାର ପ୍ରଥମ କାରଣ ଶିଶୁ ଓ ମାତୃ ମୃତ୍ୟୁହାର ହ୍ରାସ, ବିଶେଷ କରି ନବଜାତ ଶିଶୁ ଏବଂ ଗର୍ଭବତୀ ମହିଳାଙ୍କ ଲାଗି ଉତ୍ତମ ଚିକିତ୍ସା ସୁବିଧା ଯୋଗୁଁ ମୃତ୍ୟୁହାର ଯଥେଷ୍ଟ କମିଛି। ସେହିପରି ସଂକ୍ରାମକ ରୋଗ ଉପରେ ନିୟନ୍ତ୍ରଣ, ଯେପରି କି ମିଳିମିଳା, ପୋଲିଓ, ଏବଂ ବସନ୍ତ ଭଳି ଘାତକ ରୋଗର ସମ୍ପୂର୍ଣ୍ଣ କିମ୍ବା ଆଂଶିକ ନିରାକରଣ। ଅପରପକ୍ଷରେ ଭେଷଜ ବିଜ୍ଞାନ , ଗବେଷଣା ଜନିତ ନୂତନ ଔଷଧୀୟ ଉପଲବ୍ଧି ,ଆଣ୍ଟିବାୟୋଟିକ୍ସ ଏବଂ ଜରୁରୀକାଳୀନ ଚିକିତ୍ସା ସେବା ସହଜରେ ମିଳିବା ଏବଂ ଜୀବନଧାରଣ ଓ ଆର୍ଥିକ ମାନରେ ସୁଧାର ,ଗରିବୀ ହ୍ରାସ ଏବଂ ପୋଷଣଯୁକ୍ତ ଖାଦ୍ୟର ଉପଲବ୍ଧତା ମଧ୍ୟ ଗୋଟିଏ ଗୋଟିଏ କାରଣ । ଅପରପକ୍ଷରେ ଆୟୁ ବୃଦ୍ଧି ପାଇଥିଲେ ମଧ୍ୟ ବର୍ତ୍ତମାନ ସମୟରେ ଅସଂକ୍ରାମକ ରୋଗ (ଯେପରିକି ହୃଦ୍ରୋଗ, ମଧୁମେହ, ଏବଂ କର୍କଟ ବା କ୍ୟାନ୍ସର) ଏବଂ ବାୟୁ ପ୍ରଦୂଷଣ ଭାରତୀୟଙ୍କ ହାରାହାରି ଆୟୁ ପ୍ରତି ନୂଆ ଆହ୍ୱାନ ସୃଷ୍ଟି କରିଛି ବୋଲି ସ୍ବୀକାର କରିବାକୁ ପଡ଼ିବ ।ଷାଠିଏ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସ୍କ ବ୍ୟକ୍ତିମାନେ ସମାଜର ମାର୍ଗଦର୍ଶକ ଏବଂ ଅଭିଜ୍ଞତାର ଭଣ୍ଡାର। ଯେଉଁମାନେ ସରକାରୀ ବା ଅନୁଦାନ ପ୍ରାପ୍ତ ବେସରକାରୀ କିମ୍ବା ଅନ୍ୟାନ୍ୟ କର୍ମଚାରୀ ନିଯୁକ୍ତି ସଂସ୍ଥାମାନଙ୍କରୁ ସେବାନିବୃତ୍ତ ହେବା ପରେ ବି ସେମାନଙ୍କର ଅଭିଜ୍ଞତା ଓ ଜ୍ଞାନ ସମାଜ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ନିଜର ଦୀର୍ଘ ଜୀବନର ଅଭିଜ୍ଞତା, ସଫଳତା ଓ ବିଫଳତାର କାହାଣୀ ମାଧ୍ୟମରେ ଯୁବପିଢ଼ିକୁ ସଠିକ୍ ଦିଗଦର୍ଶନ ଦେବା ହଁ ଏକ କର୍ତ୍ତବ୍ୟ କର୍ମ । ପରିବାର ଓ ସମାଜରେ ନୈତିକ ମୂଲ୍ୟବୋଧ, ସଂସ୍କୃତି, ପରମ୍ପରା ଏବଂ ସଂସ୍କାର ଜୀବନ୍ତ ରଖିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବା ଉଚିତ୍ । ଶିକ୍ଷା ଓ ଜ୍ଞାନର ପ୍ରସାର ପ୍ରଚାର କରିବା ମଧ୍ୟ ଅନ୍ୟତମ କର୍ତ୍ତବ୍ୟ କର୍ମ ।
ଆଖପାଖର ଆବଶ୍ୟକତା ଥିବା କିମ୍ବା ଆର୍ଥିକ ଅନାଟନରେ ଥିବା ପିଲାମାନଙ୍କୁ ସ୍ୱେଚ୍ଛାକୃତ ଭାବେ ପଢ଼ାଇବା। ନିଜ ଜୀବନର ବିଶେଷ ଦକ୍ଷତା (ଯେପରିକି ସାହିତ୍ୟ, ଗଣିତ, କଳା କିମ୍ବା କର୍ମଜୀବନର ଅଭିଜ୍ଞତା) ସମାଜକୁ ବାଣ୍ଟିବା।
ଗତକାଲିର ଅଗ୍ରଲେଖରେ ଆମେ ପ୍ରକାଶ କରିଥିଲୁ ଯେ ନ ଚୋରହାର୍ଯ୍ୟଂ ନ ଚ ରାଜହାର୍ଯ୍ୟଂ,ନ ଭ୍ରାତୃଭାଜ୍ୟଂ ନ ଚ ଭାରକାରି ,ବ୍ୟୟେ କୃତେ ବର୍ଦ୍ଧତ ଏବ ନିତ୍ୟଂ ,ବିଦ୍ୟାଧନଂ ସର୍ବଧନପ୍ରଧାନମ୍॥'" । ନ ଚୋରହାର୍ଯ୍ୟଂର ଅର୍ଥ ହେଉଛି
ଏହାକୁ ଚୋର ଚୋରି କରିପାରିବ ନାହିଁ। ସେହିପରି ନ ଚ ରାଜହାର୍ଯ୍ୟଂ ର ଅର୍ଥ ହେଉଛି ରାଜା ବା ଶାସକ ଏହାକୁ ଛଡ଼ାଇ ନେଇପାରିବେ ନାହିଁ।ନ ଭ୍ରାତୃଭାଜ୍ୟଂ ର ଅର୍ଥ ହେଉଛି ଭାଇମାନଙ୍କ ମଧ୍ୟରେ ଏହାର ଭାଗ ବଣ୍ଟରା ହୋଇପାରିବ ନାହିଁ। ସେହିପରି ନ ଚ ଭାରକାରି ର ଅର୍ଥ ହେଉଛି ଏହା କୌଣସି ବୋଝ ବା ଭାର ସଦୃଶ ନୁହେଁ।ନ ବ୍ୟୟେ କୃତେ ବର୍ଦ୍ଧତ ଏବ ନିତ୍ୟଂ ର ଅର୍ଥ ହେଉଛି ଏହାକୁ ଯେତେ ବ୍ୟୟ (ଖର୍ଚ୍ଚ/ବାଣ୍ଟିବା) କରିବ, ଏହା ସେତେ ବଢ଼ିଥାଏ।
ବିଦ୍ୟାଧନଂ ସର୍ବଧନପ୍ରଧାନମ୍ ଅର୍ଥ ହେଉଛି ବିଦ୍ୟାରୂପକ ଧନ ସମସ୍ତ ଧନ ମଧ୍ୟରେ ଶ୍ରେଷ୍ଠ। ଅତଏବ ବିଦ୍ୟାକୁ କେହି ଅପହରଣ କରି ପାରିବେ ନାହିଁ, ତେଣୁ ତାହାହିଁ ଶ୍ରେଷ୍ଠ ସମ୍ପଦ ।ବ୍ୟୟେ କୃତେ ବର୍ଦ୍ଧତ ଏବ ନିତ୍ୟଂ , ଜ୍ଞାନକୁ ଯେତେ ବାଣ୍ଟିବ ବା ବ୍ୟୟ କରିବ, ଏହା ପ୍ରତିଦିନ ସେତେ ବୃଦ୍ଧି ପାଇବ। ଅତଏବ ବିଦ୍ୟାଧନଂ ସର୍ବଧନପ୍ରଧାନମ୍ ,ସେଥିପାଇଁ ବିଦ୍ୟାରୂପକ ଧନ ସମସ୍ତ ଧନ ମଧ୍ୟରେ ଶ୍ରେଷ୍ଠ। ସଂକ୍ଷେପରେ କହିଲେ ସଂସାରର ଅନ୍ୟ ସମସ୍ତ ଧନ ବା ସମ୍ପତ୍ତି ବାଣ୍ଟିଲେ କମିଯାଏ, ଚୋରି ହୋଇପାରେ କିମ୍ବା ନଷ୍ଟ ହୋଇପାରେ। କିନ୍ତୁ ବିଦ୍ୟା ଏପରି ଏକ ଅମୂଲ୍ୟ ଧନ, ଯାହାକୁ ଯେତେ ଅନ୍ୟମାନଙ୍କ ସହ ବାଣ୍ଟିବ, ତାହା ସେତେ ବୃଦ୍ଧି ପାଏ। ଏଣୁ ବିଦ୍ୟା ହିଁ ସବୁଠାରୁ ମହାନ୍ ଧନ। ସେହିପରି ଷାଠିଏ ବର୍ଷାତିକ୍ରାନ୍ତ ବରିଷ୍ଠ ନାଗରିକ ମଧ୍ୟ ପାରିବାରିକ ଓ ସାମାଜିକ ସମସ୍ୟା ବା ଦ୍ଵନ୍ଦ ସମୟରେ ମଧ୍ୟସ୍ଥତା କରି, ବିଶେଷ କରି ପରିବାର କିମ୍ବା ପଡ଼ୋଶୀଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ଦ୍ୱନ୍ଦ୍ୱ ଓ ମନୋମାଳିନ୍ୟକୁ ନିଜର ପ୍ରୌଢ଼ ବୁଦ୍ଧି ଓ ଧୈର୍ଯ୍ୟ ବଳରେ ସମାଧାନ କରିବା ମଧ୍ୟ ଏକ କର୍ତ୍ତବ୍ୟ କର୍ମ । ସେହିପରି ସମାଜରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ବଜାୟ ରଖିବା ପାଇଁ ଜ୍ୟେଷ୍ଠ ନାଗରିକ ଭାବେ ଗୁରୁଦାୟିତ୍ୱ ତୁଲାଇବା ସଙ୍ଗେ ସଙ୍ଗେ ସାମାଜିକ ସ୍ବେଚ୍ଛାସେବୀ କାର୍ଯ୍ୟ , ଯେପରିକି ସ୍ଥାନୀୟ କ୍ଲବ୍, ଟ୍ରଷ୍ଟ, କିମ୍ବା ସାମାଜିକ ଅନୁଷ୍ଠାନ ସହ ଯୋଡ଼ି ହୋଇ ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣ, ସ୍ୱଚ୍ଛତା ଅଭିଯାନ, ଏବଂ ରକ୍ତଦାନ ଶିବିର ପରି କାର୍ଯ୍ୟକ୍ରମରେ ସହଯୋଗ କରିବା ବା ଆୟୋଜନ କରାଯାଇ ପାରିବ ।ପରିବେଶ ସୁରକ୍ଷା ଓ ଜଳ ସଂରକ୍ଷଣ ଭଳି ଜନହିତକର କାର୍ଯ୍ୟରେ ସକ୍ରିୟ ଭାବେ ଭାଗ ନେଉଛନ୍ତି କେତେକ ବରିଷ୍ଠ ନାଗରିକ, ଯାହା ସାର୍ବଜନୀନ ହେବା ଉଚିତ । ସେହିପରି
ଅନ୍ୟ ବରିଷ୍ଠ ନାଗରିକମାନଙ୍କ ସମସ୍ୟା ବୁଝିବା, ସେମାନଙ୍କୁ ସାଙ୍ଗଠନିକ ଭାବେ ସାହାଯ୍ୟ କରିବା ଏବଂ ସେମାନଙ୍କ ନିସଙ୍ଗତା ଦୂର କରିବାରେ ସାହାଯ୍ୟ କରିବା ସହିତ ସାଧାରଣ ନିର୍ବାଚନ ଓ ନାଗରିକ କର୍ତ୍ତବ୍ୟରେ ଭାଗ ନେଇ ଅନ୍ୟମାନଙ୍କୁ ମଧ୍ୟ ନିଜର ଗଣତାନ୍ତ୍ରିକ ଅଧିକାର ଓ କର୍ତ୍ତବ୍ୟ ପ୍ରତି ସଚେତନ କରାଇବା ସଙ୍ଗେ ସଙ୍ଗେ ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ସହିତ ସକ୍ରିୟ ସାମାଜିକ ଭାଗୀଦାରୀ ବୃଦ୍ଧାବସ୍ଥାରେ ମାନସିକ ଶାନ୍ତି ଓ ସନ୍ତୋଷ ପ୍ରଦାନ କରିଥାଏ , ଏହି ସତ୍ୟ କୁ ବୁଝିବା ଆବଶ୍ୟକ । ଆମର ଓଡ଼ିଶାର ସଂସ୍କୃତି ପୁରୁଷ ଭାବେ ପରିଚିତ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଯେପରି ନିଜ ଜନ୍ମଦିନକୁ "ଗୁରୁ ପୂଜନ ଦିବସ"ଭାବେ , ଯେପରି ୮୦ ବର୍ଷୀୟ ବହୁମୁଖି ପ୍ରତିଭାସମ୍ପନ୍ନ ସଜ୍ଜନ ବରେଣ୍ୟ ନରେନ୍ଦ୍ର ମିଶ୍ର ନିଜ ଜନ୍ମଦିନକୁ "ସନ୍ଥ ପୂଜନ ଦିବସ", ଶ୍ରଦ୍ଧେୟ ସଂଗ୍ରାମ ପାଇକରାୟ ( ଡାଲା) ନିଜ ଜନ୍ମଦିନକୁ "ରକ୍ତଦାନ ମହାପୂଣ୍ୟ ସମାବେଶ ଦିବସ" ଭାବେ ପାଳନ କରୁଛନ୍ତି , ଠିକ୍ ସେହିପରି ଷାଠିଏ ବର୍ଷାତିକ୍ରାନ୍ତ ନାଗରିକ ମାନେ ନିଜ ଜନ୍ମଦିନ କୁ ଏକ ସ୍ବତନ୍ତ୍ର ପରିଚୟ ଦେବାକୁ ପ୍ରସ୍ତାବ ଦେଉଛୁ ।
ବିଦ୍ୟାଧନଂ ସର୍ବଧନପ୍ରଧାନମ୍
ବିଦ୍ୟାଧନଂ ସର୍ବଧନପ୍ରଧାନମ୍
-------------
"ନ ଚୋରହାର୍ଯ୍ୟଂ ନ ଚ ରାଜହାର୍ଯ୍ୟଂ,ନ ଭ୍ରାତୃଭାଜ୍ୟଂ ନ ଚ ଭାରକାରି ,ବ୍ୟୟେ କୃତେ ବର୍ଦ୍ଧତ ଏବ ନିତ୍ୟଂ ,ବିଦ୍ୟାଧନଂ ସର୍ବଧନପ୍ରଧାନମ୍॥'" । ନ ଚୋରହାର୍ଯ୍ୟଂର ଅର୍ଥ ହେଉଛି
ଏହାକୁ ଚୋର ଚୋରି କରିପାରିବ ନାହିଁ। ସେହିପରି ନ ଚ ରାଜହାର୍ଯ୍ୟଂ ର ଅର୍ଥ ହେଉଛି ରାଜା ବା ଶାସକ ଏହାକୁ ଛଡ଼ାଇ ନେଇପାରିବେ ନାହିଁ।ନ ଭ୍ରାତୃଭାଜ୍ୟଂ ର ଅର୍ଥ ହେଉଛି ଭାଇମାନଙ୍କ ମଧ୍ୟରେ ଏହାର ଭାଗ ବଣ୍ଟରା ହୋଇପାରିବ ନାହିଁ। ସେହିପରି ନ ଚ ଭାରକାରି ର ଅର୍ଥ ହେଉଛି ଏହା କୌଣସି ବୋଝ ବା ଭାର ସଦୃଶ ନୁହେଁ।ନ ବ୍ୟୟେ କୃତେ ବର୍ଦ୍ଧତ ଏବ ନିତ୍ୟଂ ର ଅର୍ଥ ହେଉଛି ଏହାକୁ ଯେତେ ବ୍ୟୟ (ଖର୍ଚ୍ଚ/ବାଣ୍ଟିବା) କରିବ, ଏହା ସେତେ ବଢ଼ିଥାଏ।
ବିଦ୍ୟାଧନଂ ସର୍ବଧନପ୍ରଧାନମ୍ ଅର୍ଥ ହେଉଛି ବିଦ୍ୟାରୂପକ ଧନ ସମସ୍ତ ଧନ ମଧ୍ୟରେ ଶ୍ରେଷ୍ଠ। ଅତଏବ ବିଦ୍ୟାକୁ କେହି ଅପହରଣ କରି ପାରିବେ ନାହିଁ, ତେଣୁ ତାହାହିଁ ଶ୍ରେଷ୍ଠ ସମ୍ପଦ ।ବ୍ୟୟେ କୃତେ ବର୍ଦ୍ଧତ ଏବ ନିତ୍ୟଂ , ଜ୍ଞାନକୁ ଯେତେ ବାଣ୍ଟିବ ବା ବ୍ୟୟ କରିବ, ଏହା ପ୍ରତିଦିନ ସେତେ ବୃଦ୍ଧି ପାଇବ। ଅତଏବ ବିଦ୍ୟାଧନଂ ସର୍ବଧନପ୍ରଧାନମ୍ ,ସେଥିପାଇଁ ବିଦ୍ୟାରୂପକ ଧନ ସମସ୍ତ ଧନ ମଧ୍ୟରେ ଶ୍ରେଷ୍ଠ। ସଂକ୍ଷେପରେ କହିଲେ ସଂସାରର ଅନ୍ୟ ସମସ୍ତ ଧନ ବା ସମ୍ପତ୍ତି ବାଣ୍ଟିଲେ କମିଯାଏ, ଚୋରି ହୋଇପାରେ କିମ୍ବା ନଷ୍ଟ ହୋଇପାରେ। କିନ୍ତୁ ବିଦ୍ୟା ଏପରି ଏକ ଅମୂଲ୍ୟ ଧନ, ଯାହାକୁ ଯେତେ ଅନ୍ୟମାନଙ୍କ ସହ ବାଣ୍ଟିବ, ତାହା ସେତେ ବୃଦ୍ଧି ପାଏ। ଏଣୁ ବିଦ୍ୟା ହିଁ ସବୁଠାରୁ ମହାନ୍ ଧନ। ଆମେ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଥିବା ସମୟରେ ଭକ୍ତକବି ମଧୁସୂଦନ ରାଓଙ୍କର " ବିଦ୍ୟା ଅଟଇ ମହାଧନ" କବିତା ପଢିଥିଲୁ । ଯେଉ ବନ୍ଧୁମାନେ ଭୁଲି ଯାଇଥିବେ, ସେମାନଙ୍କ ଅବଗତି ନିମନ୍ତେ ଉକ୍ତ କବିତାଟି ଅବିକଳ ଭାବେ ଉପସ୍ଥାପନ କରୁଛୁ ।
"ବିଦ୍ୟା ଅଟଇ ମହାଧନ,ବାଳକେ କର ଉପାର୍ଜନ॥
ବିଦ୍ୟା ସମାନ ବନ୍ଧୁ ନାହିଁ, ବିଦ୍ୟା ସଦା ସମ୍ପଦ ଦେଇ॥
ଯେତେବେଳେ ଯେ ଦେଶେ ଥିବ,ବିଦ୍ୟା ତୁମ୍ଭଙ୍କୁ ପୂଜାଇବ॥
ବିଦ୍ୟା ବିନା ମନୁଷ୍ୟ ପଶୁ, ସବୁ ଗୁଣ ବିଦ୍ୟାରୁ ଆସୁ॥
ଧନ, ଜନ, ଯୌବନ, ମାନ,ବିଦ୍ୟା ଅଟଇ ଶ୍ରେଷ୍ଠ ଧନ॥"
ଏଭଳି ପ୍ରସଙ୍ଗ ଉତଥାପନ ସେତିକିବେଳେ କରୁଛୁ , ଯେତେବେଳେ କେତେକ ବ୍ୟର୍ଥଜନ୍ମା, ବିଶେଷ କରି ପ୍ରତିଭା ନାସ୍ତି,ଅଥଚ ଯଶଃ କାଙ୍ଗାଳିଆ ମାନେ ଆମର ଉପସ୍ଥାପନ , ବିଶେଷ କରି ସୁବାର୍ତ୍ତାର ମୁକ୍ତ ଚିନ୍ତନ ଅଗ୍ରଲେଖ ଆଲେଖ୍ୟ ଆଲୋଚନାକୁ ନକଲ କରି ନିଜ ନାମରେ ଉପସ୍ଥାପନ କରି ଆସୁଛନ୍ତି ତ କେତେକ ପୁସ୍ତକ ମଧ୍ୟ ଛପେଇ ସାରିଲେଣି । ଯଦିଓ ଆମର ସେଥି ପ୍ରତି ଖାତିର ନାହିଁ କି ଚିନ୍ତା ମଧ୍ୟ ନାହିଁ ଅବା ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାର ନାହିଁ , କାରଣ ଆମର ଶ୍ରେୟ ନେବାର ନାହିଁ । ବିଗତ ଚାରି ଦଶନ୍ଧିରୁ ଉର୍ଦ୍ଧ୍ୱ ଅବଧି ମଧ୍ୟରେ ଏଭଳି ହଜାର ହଜାର ଆଲେଖ୍ୟ ଆଲୋଚନା ତଥ୍ୟ ହୋଇଛି ଅପହରଣ । ଏପରିକି ବିଭିନ୍ନ ବୈଷୟିକ ମାଧ୍ୟମ ଏସବୁକୁ ନେଇ ପ୍ରକାଶ କରି ଆସୁଛନ୍ତି , ସୌଜନ୍ୟ ଦୃଷ୍ଟିରୁ ଆମ ନାମ ଅବା ସୁବାର୍ତ୍ତା ତଥ୍ୟ ବୋଲି ଉଲ୍ଲେଖ କରନ୍ତି ନାହିଁ । ବିଗତ ସମୟରେ ଆମେ ଅନେକ ସଫଳ ଗଣ ଆନ୍ଦୋଳନ ସମୟରେ ଯଶକାଙ୍ଗାଳ ମାନଙ୍କ ଅପକୌଶଳର ଶରବ୍ୟ ହୋଇ ଆସିଛୁ । ଅପରପକ୍ଷରେ ନକଲ କରିବା ପାଇଁ ଯେଉଁ ଅକଲର ଆବଶ୍ୟକ, ତାହା ସେମାନଙ୍କର ନାହିଁ ବୋଲି ବାରମ୍ବାର ହୋଇ ଆସିଛି ପ୍ରମାଣିତ । କାରଣ କେତେକ ନିର୍ଦ୍ଦିଷ୍ଟ ଶବ୍ଦ ଆମେ ବ୍ୟବହାର କରୁଥିବା ବେଳେ ଶବ୍ଦ ଶୈଳୀ ଚୟନରେ,ବାକ୍ୟ ଗଠନରେ ରହିଛି ସ୍ୱାତନ୍ତ୍ର୍ୟ । ଅଧୁନା ସାହିତ୍ୟ ଚୋରିର ମାତ୍ରା ହୁ ହୁ ହୋଇ ବଢି ଚାଲିଛି କେବଳ ନୁହେଁ , ଅନେକ ସାହିତ୍ୟ ଚୋର ପ୍ରାନ୍ତୀୟ, ଜାତୀୟ ସମ୍ମାନ ପାଇବା ସହିତ ଶାସନ ପ୍ରଶାସନ ଦ୍ବାରା ଆଦୃତ, ନିମନ୍ତ୍ରିତ ଏବଂ ବୁଦ୍ଧିଜୀବୀ ଭାବେ ସମାଜରେ ପ୍ରତିଷ୍ଠିତ । ଏଭଳି କେତେକ ସାହିତ୍ୟ ଚୋରଙ୍କ ଚୋରି ତଥ୍ୟଗତପ୍ରମାଣ ସଂଗ୍ରହ କରିଥିବା ସତ୍ତ୍ୱେ ତାହା ସାର୍ବଜନୀନ କରି ନାହୁଁ, କାରଣ ଜାତୀୟସ୍ତରରେ ଆମ ଭାଷା ସାହିତ୍ୟ ନିନ୍ଦିତ ହେବାର ଯଥେଷ୍ଟ ସମ୍ଭାବନା ଥିବାରୁ । ଅନ୍ୟର ଲେଖା ଚୋରି କରିବା , ଯାହାକୁ ପ୍ଲାଗିଆରିଜିମ୍ ବୋଲି ଇଂରାଜୀରେ କୁହାଯାଏ, ତାହା ନିଶ୍ଚିତ ଭାବରେ ଏକ ଗୁରୁତର ଅପରାଧ ଏବଂ ଅନୈତିକ କାର୍ଯ୍ୟ ତଥା ଅକ୍ଷମଣୀୟ । ଜଣେ ଲେଖକଙ୍କର କଳ୍ପନା, ପରିଶ୍ରମ ଓ ଗବେଷଣାରୁ ଏକ ନୂଆ ଲେଖା ବା ସୃଷ୍ଟିର ଜନ୍ମ ହୋଇଥାଏ। ବିନା ସ୍ବୀକୃତିରେ କାହାର ଲେଖା, ଭାବନା, କବିତା, କାହାଣୀ କିମ୍ବା ଗବେଷଣାତ୍ମକ ତଥ୍ୟକୁ ନିଜର ବୋଲି ପ୍ରକାଶ କରିବା ଆଇନଗତ ଓ ନୈତିକ ଦୃଷ୍ଟିକୋଣରୁ ଗ୍ରହଣଯୋଗ୍ୟ ନୁହେଁ। କପିରାଇଟ୍ ଆଇନ' ଅନୁଯାୟୀ, କାହାର ବୌଦ୍ଧିକ ସମ୍ପତ୍ତି ଚୋରି କଲେ ଜୋରିମାନା ସହ ଜେଲ ଦଣ୍ଡର ପ୍ରାବଧାନ ରହିଛି। ସେହିପରି ଯେଉଁ ସମ୍ମାନ ଓ ବିଶ୍ୱସନୀୟତା ହାନି ହୁଏ, ଅର୍ଥାତ୍ ଜଣେ ଲେଖକ, ଗବେଷକ କିମ୍ବା ଛାତ୍ରଙ୍କର ସମାଜ ଓ ବୃତ୍ତିଗତ କ୍ଷେତ୍ରରେ ଥିବା ସୁନାମ ସମ୍ପୂର୍ଣ୍ଣ ନଷ୍ଟ କରିବା ଏକ ଜଘନ୍ୟ ଅପରାଧ । ଆଇନଗତ ବ୍ୟବସ୍ଥା ମଧ୍ୟ ଅଛି ଯେ ସମ୍ପୃକ୍ତ ଅପରାଧୀ ଯଦି
ବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ କିମ୍ବା ଅନ୍ୟ ଚାକିରି କରୁଥାଏ , ତେବେ ସେ ସବୁ କ୍ଷେତ୍ରରେ ଚୋରି ଲେଖା ଧରାପଡ଼ିଲେ କଠୋର ଦଣ୍ଡାଦେଶ ଦିଆଯିବା , ଏପରିକି ବହିଷ୍କାର ମଧ୍ୟ କରାଯିବାର ପ୍ରାବଧାନ ରହିଛି । ଏହି ସତ୍ୟକୁ ଜାଣି ସତ୍ୟ ଆଜ୍ଞା ସୁବାର୍ତ୍ତାର ପୃଷ୍ଠଭୂମିରେ ଅସ୍ପଷ୍ଟ ଅଙ୍କନ ସନ୍ନିବେଶିତ କରିଥିବା ସତ୍ତ୍ୱେ ,ତଥ୍ୟ ଚୋରି କରି ପୁନଃ ତାହାକୁ ବୈଷୟିକ ପଦ୍ଧତିର ନକଲ କରି ନିଜ ସୂତ୍ରରୁ ଆଗତ ବୋଲି ଉଲ୍ଲେଖ କରିବାରେ ଲଜ୍ଜାବୋଧ କରୁ ନାହାନ୍ତି । ବିଗତ ସମୟର ଘଟଣାକ୍ରମର ଗର୍ଭାନୁଶୀଳନ କଲେ ଇତିହାସରେ ଏପରି କେତେକ ଚର୍ଚ୍ଚିତ ଘଟଣା ଘଟିଛି ଯେଉଁଥିରେ ତଥାକଥିତ
ପ୍ରସିଦ୍ଧ ବ୍ୟକ୍ତିମାନେ ଅନ୍ୟର ଲେଖା, ଚିନ୍ତାଧାରା ବା ଗବେଷଣାକୁ ନିଜର ବୋଲି ଦାବି କରି ବିବାଦୀୟ ହୋଇଛନ୍ତି।
୧୯୮୭ ମସିହାରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ସମୟରେ, ଜୋ ବାଇଡେନ୍ ବ୍ରିଟିଶ୍ ରାଜନେତା ନିଲ୍ କିନୋକ୍ଙ୍କ ଏକ ଭାଷଣକୁ ବିନା ଶ୍ରେୟ (credit) ଦେଇ ବ୍ୟବହାର କରିଥିଲେ। ଏହି ବିବାଦ ଯୋଗୁଁ ତାଙ୍କୁ ନିର୍ବାଚନ ଦୌଡ଼ରୁ ଓହରିବାକୁ ପଡ଼ିଥିଲା। ସେହିପରି ଜୋନ୍ ହାରି , ଯିଏ ବ୍ରିଟେନର ଜଣେ ତଥାକଥିତ ପ୍ରସିଦ୍ଧ ସମ୍ବାଦିକ ତଥା ଲେଖକ, ଅନ୍ୟ ସମ୍ବାଦିକଙ୍କ ସାକ୍ଷାତକାରର ଅଂଶବିଶେଷକୁ ନିଜ ନାମରେ ପ୍ରକାଶ କରିବା ଏବଂ ୱିକିପିଡ଼ିଆରେ ନିଜ ପ୍ରତିଯୋଗୀଙ୍କ ପୃଷ୍ଠାକୁ ବଦଳାଇବା ଅଭିଯୋଗରେ ଧରାପଡ଼ିଥିଲେ। ପରେ ତାଙ୍କୁ ନିଜର ପୁରସ୍କାର ଫେରାଇବାକୁ ପଡ଼ିଥିଲା। ଫ୍ରାନ୍ସର ପୂର୍ବତନ ଶିକ୍ଷାମନ୍ତ୍ରୀ ଜାଭିୟର ଦାର୍କୋସ୍ ୨୦୧୦ ମସିହାରେ ଆଗାଥା କ୍ରିଷ୍ଟିଙ୍କ ଉପରେ ଲେଖିଥିବା ଏକ ପୁସ୍ତକରେ ଅନ୍ୟ ଜଣେ ଫ୍ରେଞ୍ଚ ଲେଖକଙ୍କ ଗବେଷଣାତ୍ମକ ତଥ୍ୟକୁ ସମାନ ଭାବେ ନକଲ କରିଥିବା ପ୍ରମାଣିତ ହୋଇଥିଲା।
ବିଜ୍ଞାନ ଓ ମନୋବିଜ୍ଞାନ ଉପରେ ଲେଖୁଥିବା ଜୋନ୍ ଲହରାର
ଜଣେ ଆମେରିକୀୟ ଲେଖକ ସେଲ୍ଫ-ପ୍ଲାଗିଆରିଜିମ୍ (ଆଗରୁ ପ୍ରକାଶିତ ନିଜ ଲେଖାକୁ ପୁଣି ନୂଆ ନାମରେ ବ୍ୟବହାର କରିବା) ଏବଂ ବବ୍ ଡିଲାନ୍ଙ୍କ କିଛି ମିଥ୍ୟା ଉଦ୍ଧୃତି (କୋଟସ) ଗଢ଼ିବା ଅଭିଯୋଗରେ ଛନ୍ଦି ହୋଇ ଚାକିରି ହରାଇଥିଲେ।
ଭାରତୀୟ ବିଶ୍ୱବିଦ୍ୟାଳୟ ଏବଂ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକରେ ଗବେଷଣାର ଗୁଣବତ୍ତା ବଜାୟ ରଖିବା ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ୨୦୧୮ ମସିହାରେ ଏକ ସ୍ୱତନ୍ତ୍ର ନିୟମାବଳୀ ଜାରି କରିଥିଲେ ।ଯଦି କୌଣସି ଅଧ୍ୟାପକ ବା ଶିକ୍ଷକଙ୍କ ପ୍ରକାଶିତ ଲେଖାରେ ଲେଖା ଚୋରି ଧରାପଡ଼େ, ତେବେ ତାଙ୍କର ବାର୍ଷିକ ଦରମା ବୃଦ୍ଧି ( ଇନକ୍ରିମେଣ୍ଟ)
ରୋକାଯାଏ, ନୂଆ ଗବେଷକଙ୍କୁ ଗାଇଡ୍ କରିବାରୁ ବଞ୍ଚିତ କରାଯାଏ, ଏବଂ ଚରମ ପରିସ୍ଥିତିରେ ଚାକିରିରୁ ନିଲମ୍ବିତ ମଧ୍ୟ କରାଯାଇ ପାରିବାର ବ୍ୟବସ୍ଥା ରହିଛି। ଅପରପକ୍ଷରେ ଆମ ଭାଷା ସାହିତ୍ୟର ଇତିହାସ କୁହେ ଭିନ୍ନ ଏକ ସାରସ୍ବତ ବୈଭବ ଅନୁକରଣ ଓ ଅନୁସରଣର ଗାଥା । ପ୍ରାଚୀନ ଯୁଗରେ ସଂସ୍କୃତ ମହାକାବ୍ୟ (ଯେପରିକି ରାମାୟଣ, ମହାଭାରତ) କୁ ଆଧାର କରି ଓଡ଼ିଆ କବିମାନେ କାବ୍ୟ ରଚନା କରୁଥିଲେ। ତେବେ ଏହାକୁ "ଚୋରି" ନ କହି "ସ୍ବତନ୍ତ୍ର ରୂପାନ୍ତର" କିମ୍ବା "ଅନୁସୃଜନ" କୁହାଯାଏ, କାରଣ ସାରଳା ଦାସ କିମ୍ବା ଉପେନ୍ଦ୍ର ଭଞ୍ଜଙ୍କ ପରି କବିମାନେ ମୂଳ କାହାଣୀ ନେଇଥିଲେ ବି ସେଥିରେ ନିଜସ୍ବ ମୌଳିକତା, ଓଡ଼ିଶାର ସଂସ୍କୃତି ଓ ନୂତନ କଳ୍ପନା ଯୋଡ଼ିଥିଲେ।
୧୮୦୩ ପରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଶାସନ ସମୟରେ କମ୍ପାନୀର ପ୍ରଶାସନିକ କାର୍ଯ୍ୟ ନିର୍ବାହ କରିବା ପାଇଁ ୧୭୫୭ ରେ ଲର୍ଡ କ୍ଲାଇବ ନିକଟରେ ଆତ୍ମସମର୍ପଣ କରିଥିବା ବଙ୍ଗଳାର ବ୍ୟକ୍ତି ମାନଙ୍କୁ ଓଡ଼ିଶା କୁ ଅଣା ଯାଇଥିଲା । ଏହି ସମୟରେ
ଇଂରାଜୀ, ବଙ୍ଗଳା ଓ ହିନ୍ଦୀ ସାହିତ୍ୟର ଜବରଦସ୍ତ ପ୍ରଭାବ ଓଡ଼ିଆ ସାହିତ୍ୟ ଉପରେ ପକେଇ ଦିଆ ଯାଇଥିଲା ।କେତେକ କବି ଓ ଗାଳ୍ପିକ ଅନ୍ୟ ଭାଷାର ଗଳ୍ପ, କବିତା କିମ୍ବା ଉପନ୍ୟାସର ଭାବବସ୍ତୁକୁ ବିନା କୌଣସି ସ୍ବୀକୃତିରେ ଓଡ଼ିଆରେ ନିଜ ନାମରେ ପ୍ରକାଶ କରିଥିବା ଉଦାହରଣ ଅନେକ ରହିଛି । ସେ ସବୁର ପ୍ରଭାବ ଏବେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ନବେବର୍ଷାତିକ୍ରାନ୍ତ ଅବଧିର ଗାଣିତିକ ପ୍ରକ୍ରିୟାରେ ବୃଦ୍ଧି ପାଇବା ହିଁ ସାମାଜିକ, ସାରସ୍ବତ ବିଡ଼ମ୍ବନା । ଅଧୁନା ସାମାଜିକ ଗଣମାଧ୍ୟମ ମୁଖ ପୁସ୍ତକ ବା ଫେସବୁକ୍, ବିଭିନ୍ନ ଲେଖକଙ୍କ ସ୍ବତନ୍ତ୍ର ସ୍ତମ୍ଭ, ବିଶେଷ କରି ବୈଷୟିକ ଉପଲବ୍ଧରୁ ଲେଖା ଚୋରି ସବୁ ଠାରୁ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଜଣେ ଲେଖକଙ୍କ କବିତା, ଗଳ୍ପ କିମ୍ବା ପ୍ରବନ୍ଧକୁ ଅନ୍ୟ ଜଣେ ନିଜ ନାମରେ ନକଲ ଓ ଉପସ୍ଥାପନ ବା କପି-ପେଷ୍ଟ୍ କରି ପ୍ରକାଶ କରିବା ଏକ ସାଧାରଣ ଘଟଣା ହୋଇଗଲାଣି।
ତୃଣମୂଳର ଭାଷା
ତୃଣମୂଳର ଭାଷା
-------------------
ଦୁଇ ଦିନ ଧରି ଶାସକ ଭାରତୀୟ ଜନତା ପାର୍ଟିର ଦଳୀୟ ସାଙ୍ଗଠନିକ ବୈଠକ , ଅର୍ଥାତ୍ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମାନଙ୍କ ବୈଠକ ଅନୁଷ୍ଠିତ ହୋଇ ଯାଇଛି , ଯାହାର ବରାଦିଆ ବିବରଣୀ ବିଭିନ୍ନ ମୁଦ୍ରିତ ଗଣମାଧ୍ୟମ, ଦୃଶ୍ୟ -ଶ୍ରାବ୍ୟ ଗଣମାଧ୍ୟମରେ କେବଳ ନୁହେଁ, ସାମାଜିକ ଗଣମାଧ୍ୟମରେ ବ୍ୟାପକ ଭାବେ ପ୍ରଚାରିତ ଓ ପ୍ରସାରିତ ହୋଇ ଚାଲିଛି । ଏହି ସମୟରେ ଜଣେ ସମର୍ପିତ ତୃଣମୂଳର କାର୍ଯ୍ୟକର୍ତ୍ତା ସାମାଜିକ ଗଣମାଧ୍ୟମ ମୁଖ ପୁସ୍ତକରେ ନିଜର କ୍ଷୋଭ, ଯାହା କେବଳ ତାଙ୍କର ନୁହେଁ , ହଜାର ହଜାର ତୃଣମୂଳ କର୍ମୀ, ନେତା ମାନଙ୍କ ଭାଷା ପ୍ରତିଫଳିତ ହୋଇଛି । ଅତି ନିର୍ଭୀକ ଭାବରେ , ଅତି ସ୍ପଷ୍ଟ ଭାବରେ ତାଙ୍କର ଅନ୍ତରାତ୍ମାର ଭାଷା ପ୍ରକାଶ କରିଥିବା କାର୍ଯ୍ୟକର୍ତ୍ତା ଶ୍ରୀଯୁକ୍ତ ଦୀନବନ୍ଧୁ ପତି ଙ୍କ ଭାଷା ହିଁ ଦଳର ପଞ୍ଚାନବେ ପ୍ରତିଶତ କର୍ମକର୍ତ୍ତାଙ୍କ ଭାଷା , ତାହା ଆମେ ସ୍ଵକୀୟ ଅନୁଭୁତି ଆଧାରରେ କହିପାରୁ । ଜୁନ୍ ୧୨ , ୨୦୨୪ ରେ କ୍ଷମତାସୀନ ବିଜେପି ସରକାରଙ୍କ ସମ୍ପର୍କରେ ଆମେ ଗୋଟିଏ ବର୍ଷ ନିରବ ଥିଲୁ, ଯାହାର କାରଣ ୨୪ ବର୍ଷ ଧରି ଗୋଟିଏ ଭ୍ରଷ୍ଟ ଶାସନ, ବିଶେଷ କରି ଏକ ଅମଲା କର୍ତ୍ତୁତ୍ବାଧୀନ ଶାସନ, ଏକ ସମ୍ପଦ ଲୁଟେରା ଶାସନ, ଅଣ ଓଡ଼ିଆ ପ୍ରାଧାନ୍ୟ ଶାସନ, ଏକଛତ୍ରବାଦୀ ଶାସନ ବ୍ୟବସ୍ଥାର ପରିବର୍ତ୍ତନ ଏବଂ ଅନଭିଜ୍ଞ ବ୍ୟକ୍ତିଙ୍କ ଶାସନକୁ ଉପଜିବ୍ୟ କରି । ଅତଏବ ପ୍ରଥମେ ଶ୍ରୀଯୁକ୍ତ ପତିଙ୍କ ଉପସ୍ଥାପନର ଅବିକଳ ନକଲ ଏଠାରେ ଉଲ୍ଲେଖଯୋଗ୍ୟ ।
"କଟକର ଇନଡୋର ଷ୍ଟାଡିଅମ ରେ ଅନୁଷ୍ଠିତ ଆମ ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ କୁ ଦେଖିଲେ ଆଉ ସହ୍ୟ କରିହେଉନି ପାର୍ଟିର ଶୀର୍ଷ ନେତୃତ୍ୱ ଙ୍କ ଏକଛତ୍ରବାଦ ଓ ଅହଂକାରକୁ। ଭାଗ୍ୟବଳରେ ହେଉ କି କୌଶଳକ୍ରମେ ସାଙ୍ଗଠନିକ ଉଚ୍ଚ ପଦପଦବୀ ତଥା କ୍ଷମତାରେ ରହି ପାର୍ଟିର ଲକ୍ଷ ଲକ୍ଷ ଦେବଦୁର୍ଲ୍ଲଭ କାର୍ଯ୍ୟକର୍ତ୍ତାଙ୍କୁ ଦୁଃଖ ର ସାଗର ମଧ୍ୟକୁ ଠେଲିଦେଇଛନ୍ତି। ଏ ଅହଂକାରକୁ ଆଉ ବରଦାସ୍ତ କରିହେଉନାହିଁ। ଦୀର୍ଘ ଦିନର ସମର୍ପିତ କାର୍ଯ୍ୟକର୍ତ୍ତାଟି ଆଉ ସହି ପାରୁନି। ତା ହୃଦୟର ଦାରୁଣ ଦୁଃଖ ଆଉ ଆତ୍ମାର ଅସହ୍ୟ ପୀଡା ରୁ ଯେଉଁ ନିଃଶ୍ୱାସ ବାହାରୁଛି ତାହା ଅଭିଶାପ ରେ ପରିଣତ ନହେଉ। ପାର୍ଟି କ୍ଷମତାସୀନ ହେବାପରେ ଥରେ ସିଂହାବୋଲକନ କରି ଦେଖୁ ଯେଉଁମାନଙ୍କ ଅତ୍ୟାଚାର, ଅସତ୍ୟ, ଅନ୍ୟାୟ ଅହଂକାର ବିରୁଦ୍ଧରେ ସାଧାରଣ ଜନତା ଆମକୁ ଭୋଟ ଦେଇ ସରକାର ଗଢ଼େଇଲେ, ଯେଉଁମାନଙ୍କ ବିନା ଆମେ ସରକାର ଗଢିବାକୁ ସକ୍ଷମ ଓ ସମର୍ଥ ହେଲେ ସେହି ଛଦ୍ମବେଶି ମାନଙ୍କୁ ଆଜି କୋଳରେ ବସେଇ ନିଜର ଉତ୍ସର୍ଗୀକୃତ କାର୍ଯ୍ୟକର୍ତ୍ତା ମାନଙ୍କୁ ହତାଦର କରିବାର ପରିଣତି ଯେ ଦିନେ ଭୟଙ୍କର ରୂପ ନେଇପାରେ ଏହା ଅସମ୍ଭବ ନୁହେଁ। ଭାରତମାତାକି ଜୟ, ବନ୍ଦେ ମାତରଂ, ବନ୍ଦେ ଉତ୍କଳ ଜନନୀ।"
ଶ୍ରୀଯୁକ୍ତ ପତିଙ୍କ ମାର୍ମିକ ବେଦନାର ଗର୍ଭାନୁଶୀଳନ ପୂର୍ବକ ଯେଉଁ ନିର୍ଯ୍ୟାସ ସମାଜାର୍ପିତ କରିବାକୁ ଉଚିତ ମନେ କରୁଛୁ , ତାହା "ମୁଦମୁକ୍ତ ଓଡ଼ିଶା ଗଠନ ଅଭିଯାନ "ର ଆହ୍ବାନ କୁ ଉପଜିବ୍ୟ କରି ସେହି ସାମାଜିକ ଗଣମାଧ୍ୟମ ମୁଖ ପୁସ୍ତକରେ ଉପସ୍ଥାପିତ ହୋଇଥିବା ଆମର ଏକ କବିତା ଏଠାରେ ଅବିକଳ ଭାବେ ଉପସ୍ଥାପନ କରିବା ପାଇଁ ପ୍ରାସଙ୍ଗିକ ମନେ କରୁଛୁ । ସେହି କବିତା ଟି ଥିଲା ଏହିପରି -,
"ଅହଙ୍କାରୀ କ୍ଷମତାନ୍ଧ, ତୁମରି ବୁକୁରେ ପଡୁ ବଜ୍ରପାତ
ଜନବିଶ୍ବାସଦ୍ରୋହୀ, କ୍ଷମତାବେପାରୀ , ତୁମକୁ ପଦାଘାତ
ତୁମ ମହାପାପ ଦେଖି ଜଗନ୍ନାଥ, ଲିଙ୍ଗରାଜ କ୍ରୋଧାନ୍ୱିତ
ଡ଼କାୟତ ପରେ ତସ୍କର ହୁକୁମାତି ,ଏବେ ଜାଗ୍ରତ ଜନମତ
ଦୁର୍ନୀତି, ଡକାୟତି, ଜାଲିଆତି ଛଳନାର ସୀମାତିରୀକ୍ତ
ସତ୍ୟ ମଣିଷ ମଡାର ଛାତିରେ ଲେଖ ଛଳନାର ଭାଷା
ରାଜନୀତିର ମହତାବୀ ଛୁଙ୍କ ! ତୁମକୁ ପଡ଼ିଲାପୂଜ୍ୟଣି ଶନିଦଶା
ଦେଶୀ ବିଦେଶୀ ସମ୍ପଦ ଲୁଟେରା ଏବେ ଶାସନରେ ଭାଇ ଭାଇ
ଏଣେ ଚିନ୍ତା ଜଗତେ ହୁତୁ ହୁତୁ ଜଳେ ଅସ୍ମିତା ପତାକା ବାହୀ
ବହୁତ ଜଳିଲୁ, ନାଚିଲୁ ,ବହୁତ ଗାଇଲୁ ମଦମୁକ୍ତର ସଙ୍ଗୀତ
ଦର୍ପିତମନ୍ତ୍ରୀ ବାସଭବନେ ଅଧିଆସ୍ଥ ଜ୍ଞାନେନ୍ଦ୍ର , ସନ୍ଥ
ସୁନୀଲ, ନାରାୟଣ ଅରବିନ୍ଦ ହୃଦତନ୍ତ୍ରରେ ଜଳେ ବିପ୍ଲବର ବହ୍ନି
ସାମାଜିକ ଗଣମାଧ୍ୟମ ବକ୍ଷେ ପ୍ରତିଧ୍ଵନିତ ,ଚର୍ଚ୍ଚିତ ତୁମ ସଇତାନୀ
ଆଇନ୍ ମାନିଯେ ଧାଡି ଠିଆ,ଖାଏ ଗୋଇଠା ସମଗ୍ର ରାଜ୍ୟସାରା
ରାଜକୀୟ ସ୍ବାଗତ ସମ୍ବର୍ଦ୍ଧନା ପାନ୍ତି ଯେତେ ସମ୍ପଦ ଲୁଟେରା
ଅଭାବ ଅନ୍ନକ୍ଲିଷ୍ଟ ଜନତା ପିଠିରେ ବଢ଼େ ଟିକସର ଭାରା
ଋଣଯନ୍ତାରେ ଛଟପଟ ରାଜ୍ୟ , ତେଣେ ବଢେ ତୁମ ପତିଆରା
ଭିକାରି ଯୋଜନା କାୟା ବୃଦ୍ଧି ବେଳେ ମରେ ସାଧାରଣ ବର୍ଗ
ସେତେବେଳେ ତୁମେ ମଦ ମଦୀରା ଆସକ୍ତ,ଭୋଗକ୍ଷମତା ସ୍ବର୍ଗ
ତୁମେ ଯେଉଁମାନେ ଜନସାଧାରଣ , ଅଳ୍ପକେ ହେଉଛ ତୁଷ୍ଟ
ତୁମେ ଯେଉଁମାନେ ସ୍ବୈରାଚାରର ରଥ ଚକ ତଳେ ହୁଅ ପିଷ୍ଟ
ତୁମେ ଯେଉଁମାନେ ଜୀବନ କ୍ଲାନ୍ତ , ଯିଏ ପ୍ରାନ୍ତର ସୁଖବାସୀ
ତୁମେ ଯେଉଁମାନେ ଭୋଅଟ ବଜାରର ଯୁପକାଷ୍ଠର ଖାସି
ଏକ ହୁଅ,ଏକ ହୁଅ ତୁ ଓଡ଼ିଆ ଭାଇ,ସଠିକ୍ ସମୟ ଉପଗତ
ଯୁବ ଛାତ୍ର,ମାଆ ଭଉଣୀ ହୁଅ ସଙ୍ଗଠିତ,ରାଜ୍ୟ ହେଉ ମଦମୁକ୍ତ "
କେବଳ ଉପରୋକ୍ତ କବିତା ନୁହେଁ ଦୈନିକ ସୁବାର୍ତ୍ତାରେ "ମୁକ୍ତ ଚିନ୍ତନ " ଅଗ୍ରଲେଖ ଆଲେଖ୍ୟ ଆଲୋଚନା ରେ ଅନେକ ଥର କ୍ଷମତାନ୍ଧ ମାନଙ୍କ ଅହଙ୍କାର ସମ୍ପର୍କରେ ପ୍ରାମାଣିକ ତଥ୍ୟ, ଇତିହାସ ଆଧାରିତ ଉଦାହରଣ, ଏପରିକି ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ଥିବା ଅହଙ୍କାର ସମ୍ପର୍କିତ କାହାଣୀ ସବୁକୁ ଉପଜିବ୍ୟ କରି ଶାସକ ଶ୍ରେଣୀଙ୍କୁ କଟୁ ସମାଲୋଚନା ସହିତ ଜନ ସଚେତନତା ଜାଗ୍ରତ ପାଇଁ ଆମର ସାମ୍ବାଦିକୀୟ କର୍ତ୍ତବ୍ୟ କର୍ମ ସମ୍ପାଦନ କରି ଆସିଛୁ । ଏହା ନିର୍ବିବାଦୀୟ ସତ୍ୟ ଯେ
ଯୁଗେ ଯୁଗେ କ୍ଷମତା ଅହଙ୍କାରୀମାନଙ୍କ ପତନ ଏବଂ ତତ୍ପରେ ସେମାନେ ଦୟନୀୟ ସ୍ଥିତି , ଘୃଣିତ ମୃତ୍ୟୁର ଇତିହାସ ବ୍ୟାପକ । କେବଳ ପୁରାଣ ବା ଭାରତ ଇତିହାସରେ ନୁହେଁ , ବିଶ୍ବ ଇତିହାସରେ ଏମିତି ଅନେକ ଶକ୍ତିଶାଳୀ ଶାସକ, ସମ୍ରାଟ ଓ ନେତା ରହିଛନ୍ତି, ଯେଉଁମାନେ ଦିନେ ଅମାପ କ୍ଷମତାର ଅଧିକାରୀ ଥିଲେ। କିନ୍ତୁ ସମୟର ଚକ୍ର ବଦଳିବା ସହ ସେମାନେ କେବଳ କ୍ଷମତାଚ୍ୟୁତ ହୋଇନାହାନ୍ତି, ବରଂ ସେମାନଙ୍କ ଜୀବନର ଶେଷ ସମୟ ଅତ୍ୟନ୍ତ ଦୟନୀୟ, ଅସହାୟ ଓ ଅପମାନଜନକ ପରିସ୍ଥିତିରେ କଟିଛି। ଫ୍ରାନ୍ସର ଅତ୍ୟନ୍ତ ଅହଙ୍କାରୀ ,ଅମାପ ଶକ୍ତିଶାଳୀ ସମ୍ରାଟ ନେପୋଲିୟନ ବୋନାପାର୍ଟ ଦିନେ ପ୍ରାୟ ସମଗ୍ର ୟୁରୋପକୁ ନିଜ ନିୟନ୍ତ୍ରଣକୁ ନେଇଆସିଥିଲେ। କିନ୍ତୁ ୧୮୧୫ ମସିହାରେ 'ୱାଟରଲୁ ଯୁଦ୍ଧ'
ବ୍ୟାଟେଲ ଅଫ ଓ୍ବାଟରଲୁ)ରେ ପରାଜୟ ପରେ ବ୍ରିଟିଶମାନେ ତାଙ୍କୁ ଆଟଲାଣ୍ଟିକ ମହାସାଗରର ଏକ ଦୂର ଦ୍ବୀପ ସେଣ୍ଟ ହେଲେନା କୁ ନିର୍ବାସିତ କରିଦେଇଥିଲେ। ସେଠାରେ ସେ ଏକ ସନ୍ତସନ୍ତିଆ ପୁରୁଣା ଘରେ ରହୁଥିଲେ। ତାଙ୍କ ଉପରେ କଡ଼ା ନଜର ରଖାଯାଉଥିଲା ଏବଂ କାହା ସହ ମିଶିବାକୁ ଦିଆଯାଉନଥିଲା। ଶେଷରେ ଅନ୍ତ କର୍କଟ ବା ପେଟ କ୍ୟାନ୍ସର (କେତେକଙ୍କ ମତରେ ଧୀର ବିଷକ୍ରିୟା) ଯୋଗୁଁ ଅତ୍ୟନ୍ତ ଅସହାୟ ଭାବେ ୫୧ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଲିବିଆ ଉପରେ ପ୍ରାୟ ୪୨ ବର୍ଷ ଧରି ଏକଛତ୍ରବାଦୀ ଶାସନ କରିଥିବା ଗଦାଫି ଦୁନିଆର ସବୁଠାରୁ ଧନୀ ଓ ଶକ୍ତିଶାଳୀ ନେତାଙ୍କ ମଧ୍ୟରୁ ଜଣେ ଥିଲେ। ତାଙ୍କ ପାଖରେ ଅମାପ ସମ୍ପତ୍ତି ଓ ବ୍ୟକ୍ତିଗତ ସେନା ଥିଲା।
୨୦୧୧ ମସିହାରେ ଆରବ ସ୍ପ୍ରିଙ୍ଗ ବିଦ୍ରୋହ ସମୟରେ ତାଙ୍କୁ କ୍ଷମତାରୁ ହଟାଇ ଦିଆଗଲା। ସେ ନିଜ ଜନ୍ମମାଟି ସିର୍ଟେ ର ଏକ ମଇଳା ଡ୍ରେନେଜ୍ ପାଇପ୍ ଭିତରେ ଲୁଚିଥିବା ଅବସ୍ଥାରେ ବିଦ୍ରୋହୀମାନଙ୍କ ଦ୍ବାରା ଧରାପଡ଼ିଲେ। ବିଦ୍ରୋହୀମାନେ ତାଙ୍କୁ ଉଲଗ୍ନ କରି, ପ୍ରବଳ ମାଡ଼ ମାରି, ରାସ୍ତାରେ ଘୋଷାରି ଘୋଷାରି ଅତି ନିର୍ମମ ଭାବେ ଗୁଳି କରି ହତ୍ୟା କରିଥିଲେ। ସେହିପରି ଇରାକର ରାଷ୍ଟ୍ରପତି ସଦ୍ଦାମ ହୁସେନଙ୍କ ନାଁରେ ଦିନେ ସମଗ୍ର ମଧ୍ୟ-ପ୍ରାଚ୍ୟ ( ମିଡଲ ଇଷ୍ଟ) ଥରୁଥିଲା। ସେ ସୁନା ତିଆରି ପ୍ରାସାଦରେ ରହୁଥିଲେ ଏବଂ ଅତ୍ୟନ୍ତ ବିଳାସପୂର୍ଣ୍ଣ ଜୀବନ ବିତାଉଥିଲେ। ୨୦୦୩ ମସିହାରେ ଆମେରିକା ଆକ୍ରମଣ ପରେ ସେ କ୍ଷମତାଚ୍ୟୁତ ହୋଇ ଫେରାର ହୋଇଗଲେ। ଶେଷରେ ଆମେରିକୀୟ ସେନା ତାଙ୍କୁ ତାଙ୍କ ନିଜ ଗାଁ ପାଖରେ ଏକ ଛୋଟ, ଅନ୍ଧାରୁଆ ଭୂତଳ ଗାତ ( ସ୍ପାଇଡର ହୋଲଲ୍ ) ଭିତରୁ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଗିରଫ କଲା। ସେତେବେଳକୁ ତାଙ୍କ ଦାଢ଼ି ବଢ଼ିଯାଇଥିଲା ଏବଂ ସେ ଜଣେ ଭିକାରୀ ଭଳି ଦେଖାଯାଉଥିଲେ। ପରେ ଇରାକର ଏକ ଅଦାଲତରେ ମାମଲା ଚଲାଇ ୨୦୦୬ ମସିହାରେ ତାଙ୍କୁ ଫାଶୀ ଦିଆଯାଇଥିଲା।
ଏହାଙ୍କ ବ୍ୟତୀତ ଇରାନର ଶେଷ ସମ୍ରାଟ (ଶାହ) ନିଜର ଅମାପ ସମ୍ପତ୍ତି ଏବଂ ପାଶ୍ଚାତ୍ୟ ଶୈଳୀର ବିଳାସପୂର୍ଣ୍ଣ ଜୀବନ ପାଇଁ ଜଣାଶୁଣା ଥିଲେ। ତାଙ୍କ ସେନା ଓ ଗୁପ୍ତଚର ସଂସ୍ଥା ( ସେଣ୍ଟର)ଅତ୍ୟନ୍ତ ଶକ୍ତିଶାଳୀ ଥିଲା।୧୯୭୯ ମସିହାରେ ଇରାନୀ ବିପ୍ଳବ ଯୋଗୁଁ ତାଙ୍କୁ ଦେଶ ଛାଡ଼ି ପଳାଇବାକୁ ପଡ଼ିଲା। ସବୁଠାରୁ ଆଶ୍ଚର୍ଯ୍ୟର କଥା, ତାଙ୍କର ପୁରୁଣା ବନ୍ଧୁ ଆମେରିକା ଓ ବ୍ରିଟେନ ସମେତ ଅନେକ ଦେଶ ତାଙ୍କୁ ଆଶ୍ରୟ ଦେବାକୁ ମନା କରିଦେଲେ। ସେ କ୍ୟାନ୍ସର ରୋଗରେ ପୀଡ଼ିତ ଥାଇ ଆଶ୍ରୟ ପାଇଁ ଦେଶରୁ ଦେଶକୁ ଭଟକିଲେ। ଶେଷରେ ଇଜିପ୍ଟ (ମିଶର) ତାଙ୍କୁ ଆଶ୍ରୟ ଦେଲା, ଯେଉଁଠାରେ ଅତି ନିଃସଙ୍ଗ ଏବଂ ମାନସିକ ଯନ୍ତ୍ରଣା ମଧ୍ୟରେ ୧୯୮୦ ମସିହାରେ ତାଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଦୁନିଆର ସବୁଠାରୁ ବଡ଼ ମହାଶକ୍ତି ସୋଭିଏତ ସଂଘର ସେ ଶେଷ ସର୍ବୋଚ୍ଚ ନେତା ଥିଲେ ମିଖାଇଲ ଗୋର୍ବାଚେଭ ।ତାଙ୍କର ଗୋଟିଏ ନିଷ୍ପତ୍ତିରେ ସାରା ବିଶ୍ବର ରାଜନୀତି ବଦଳି ଯାଉଥିଲା।୧୯୯୧ ମସିହାରେ ସୋଭିଏତ ସଂଘର ବିଭାଜନ ପରେ ସେ କେବଳ ପଦବୀ ହରାଇ ନଥିଲେ , ବରଂ ନିଜ ଦେଶର ଲୋକଙ୍କ ନଜରରେ ଜଣେ ଖଳନାୟକ ପାଲଟି ଯାଇଥିଲେ। ତାଙ୍କର ପେନସନ ରାଶି ଏତେ କମ୍ ଥିଲା ଯେ ମୁଦ୍ରାସ୍ଫୀତି ଯୋଗୁଁ ତାହା ନଗଣ୍ୟ ହୋଇଗଲା। ନିଜର ଗୁଜୁରାଣ ମେଣ୍ଟାଇବା ଏବଂ ନିଜ ଫାଉଣ୍ଡେସନ ପାଇଁ ଅର୍ଥ ଯୋଗାଡ଼ କରିବାକୁ ସେ ପରବର୍ତ୍ତୀ ସମୟରେ 'ପିଜା ହଟ୍' ଓ 'ଲୁଇ ଭ୍ୟୁଟନ' ଭଳି ବିଦେଶୀ ବ୍ରାଣ୍ଡର ବିଜ୍ଞାପନରେ ଅଭିନୟ କରିବାକୁ ବାଧ୍ୟ ହୋଇଥିଲେ। ଏଭଳି ଉଦାହରଣ ବିଶ୍ବ ଇତିହାସରେ ପ୍ରଚୁର । ଭାରତ ଉପରେ ଶତାବ୍ଦୀ ଶତାବ୍ଦୀ ଧରି ଶାସନ କରିଥିବା ମୋଗଲ ବଂଶର ଶେଷ ପ୍ରତିନିଧି ଥିଲେ ବାହାଦୁର ଶାହା ଜାଫର। ଯଦିଓ ତାଙ୍କ ଶକ୍ତି କମିଯାଇଥିଲା, ତଥାପି ସେ ହିନ୍ଦୁସ୍ତାନର ସମ୍ରାଟ ଭାବେ ସମ୍ମାନିତ ହେଉଥିଲେ।
୧୮୫୭ ମସିହାର ସିପାହୀ ବିଦ୍ରୋହ ପରେ ବ୍ରିଟିଶମାନେ ତାଙ୍କର ତିନି ପୁଅଙ୍କ ମୁଣ୍ଡ କାଟି ତାଙ୍କୁ ଉପହାର ସ୍ବରୂପ ଦେଇଥିଲେ। ତାଙ୍କୁ ବର୍ମା (ମିଆଁମାର)ର ୟାଙ୍ଗୁନ୍ (ରେଙ୍ଗୁନ୍) କୁ ନିର୍ବାସିତ କରାଯାଇଥିଲା। ସେଠାରେ ଏକ ଛୋଟ କାଠ କେବିନରେ ଜଣେ କଏଦୀ ଭାବେ, ଅତ୍ୟନ୍ତ ଗରିବ ଓ ରୋଗାକ୍ରାନ୍ତ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କୁ ନିଜ ମାଟିରେ ଦୁଇ ଗଜ ଜାଗା ମଧ୍ୟ ମିଳିନଥିଲା।
ଏହି ନେତାମାନଙ୍କ ଜୀବନ ପ୍ରମାଣ କରେ ଯେ, ସମୟ ଏବଂ କ୍ଷମତା କାହାରି ଚିରସ୍ଥାୟୀ ବନ୍ଧୁ ନୁହଁନ୍ତି। ଯେଉଁମାନେ ଦିନେ ଅହଂକାର ଓ ଶକ୍ତିର ଶୀର୍ଷରେ ଥିଲେ, ସମୟ ବଦଳିବା ପରେ ସେମାନଙ୍କୁ ସାଧାରଣ ମଣିଷଠାରୁ ବି ହୀନ ଜୀବନ ବିତାଇବାକୁ ପଡ଼ିଛି। ପୁରାଣ ଶାସ୍ତ୍ରରେ ହିରଣ୍ୟକଶ୍ୟପ (ବା ହିରଣ୍ୟ କଶ୍ୟପ) ହେଉଛନ୍ତି ସନାତନ ଧର୍ମ ଏବଂ ପୁରାଣ ବର୍ଣ୍ଣିତ ଏକ ପ୍ରମୁଖ ଚରିତ୍ର, ଯିଏ ଜଣେ ଶକ୍ତିଶାଳୀ ଅସୁର ରାଜା ଥିଲେ। ତାଙ୍କ କାହାଣୀ ମୁଖ୍ୟତଃ ଭଗବାନ ବିଷ୍ଣୁଙ୍କ ନୃସିଂହ ଅବତାର ଏବଂ ଭକ୍ତ ପ୍ରହ୍ଲାଦଙ୍କ ସହ ଜଡ଼ିତ।ପୌରାଣିକ କଥା ଅନୁସାରେ, ହିରଣ୍ୟକଶ୍ୟପ ଓ ହିରଣ୍ୟାକ୍ଷ ପ୍ରକୃତରେ ବୈକୁଣ୍ଠର ଦ୍ୱାରପାଳ ଜୟ ଏବଂ ବିଜୟ ଥିଲେ, ଯିଏ ଚାରି ଋଷି କୁମାରଙ୍କ (ସନକ, ସନାତନ, ସନନ୍ଦନ, ସନତକୁମାର) ଅଭିଶାପ ଯୋଗୁଁ ମର୍ତ୍ତ୍ୟ ମଣ୍ଡଳରେ ଅସୁର ରୂପେ ଜନ୍ମଗ୍ରହଣ କରିଥିଲେ। ଭାଇ ହିରଣ୍ୟାକ୍ଷଙ୍କୁ ଭଗବାନ ବିଷ୍ଣୁ (ବରାହ ଅବତାରରେ) ବଧ କରିବା ପରେ, ହିରଣ୍ୟକଶ୍ୟପ ପ୍ରତିଶୋଧ ପରାୟଣ ହୋଇପଡ଼ିଥିଲେ। ସେ ବ୍ରହ୍ମାଙ୍କୁ ପ୍ରସନ୍ନ କରିବା ପାଇଁ କଠୋର ତପସ୍ୟା କରିଥିଲେ ଏବଂ ଏକ ଚତୁରତାପୂର୍ଣ୍ଣ ବର ମାଗିଥିଲେ, ଯାହା ପ୍ରାୟ ଅମରତ୍ୱ ସଦୃଶ ଥିଲା। ତାଙ୍କ ବର ଅନୁସାରେ ତାଙ୍କୁ କୌଣସି ମନୁଷ୍ୟ, ପଶୁ, ଦେବତା ବା ଅସୁର , କେହି ମାରିପାରିବେ ନାହିଁ। ସେହିପରି ଦିନରେ କିମ୍ବା ରାତିରେ ତାଙ୍କର ମୃତ୍ୟୁ ହେବନାହିଁ। ଘର ଭିତରେ କିମ୍ବା ଘର ବାହାରେ ସେ ମରିବେ ନାହିଁ। ଏହି ବର ପାଇବା ପରେ ସେ ଅହଙ୍କାରୀ
ହୋଇଗଲେ ଏବଂ ନିଜକୁ ଭଗବାନ ବୋଲି ଘୋଷଣା କଲେ। ମାତ୍ର ତାଙ୍କର ନିଜ ପୁତ୍ର ପ୍ରହ୍ଲାଦ ଭଗବାନ ବିଷ୍ଣୁଙ୍କର ପରମ ଭକ୍ତ ଥିଲେ। ହିରଣ୍ୟକଶ୍ୟପ ପ୍ରହ୍ଲାଦଙ୍କୁ ବିଷ୍ଣୁ ଭକ୍ତିରୁ ନିବୃତ୍ତ କରିବା ପାଇଁ ଅନେକ ଚେଷ୍ଟା କଲେ ଏବଂ ଶେଷରେ ତାଙ୍କୁ ମାରିବାକୁ ଉଦ୍ୟମ କଲେ (ଯେଉଁଥିରେ ହୋଲିକା ଦହନର ପ୍ରସଙ୍ଗ ମଧ୍ୟ ଆସେ)। କିନ୍ତୁ ପ୍ରତିଥର ବିଷ୍ଣୁଙ୍କ କୃପାରୁ ପ୍ରହ୍ଲାଦ ରକ୍ଷା ପାଇ ଯାଉଥିଲେ।ଦିନେ କ୍ରୋଧିତ ହୋଇ ହିରଣ୍ୟକଶ୍ୟପ ପ୍ରହ୍ଲାଦଙ୍କୁ ପଚାରିଲେ, "ତୋ'ର ହରି କାହାନ୍ତି? ଏହି ସ୍ତମ୍ଭ ଭିତରେ ଅଛନ୍ତି କି ?" ପ୍ରହ୍ଲାଦ 'ହଁ' କହିବା ମାତ୍ରେ ହିରଣ୍ୟକଶ୍ୟପ ସ୍ତମ୍ଭକୁ ଆଘାତ କଲେ। ସେହି ସ୍ତମ୍ଭ ମଧ୍ୟରୁ ଭଗବାନ ବିଷ୍ଣୁ ନୃସିଂହ ଅବତାର (ଅଧା ସିଂହ, ଅଧା ମନୁଷ୍ୟ) ଧାରଣ କରି ପ୍ରକଟ ହେଲେ। ବ୍ରହ୍ମାଙ୍କ ବରକୁ ସମ୍ମାନ ଜଣାଇ ଭଗବାନ ନୃସିଂହ ହିରଣ୍ୟକଶ୍ୟପଙ୍କୁ ଘର ଭିତରେ ନୁହେଁ କି ବାହାରେ ନୁହେଁ, ବରଂ ଘରର ଚଉକାଠ (ଦୁଆରବନ୍ଧ) ଉପରେ,ଦିନ ନୁହେଁ କି ରାତି ନୁହେଁ, ବରଂ ସନ୍ଧ୍ୟା ସମୟରେ,ଆକାଶରେ ନୁହେଁ କି ଭୂମିରେ ନୁହେଁ, ବରଂ ନିଜ ଜଙ୍ଘ ଉପରେ ଶୁଆଇ , କୌଣସି ଅସ୍ତ୍ର-ଶସ୍ତ୍ର ନୁହେଁ, ବରଂ ନିଜର ତୀକ୍ଷ୍ଣ ନଖ ଦ୍ୱାରା ତାଙ୍କ ପେଟ ଚିରି ବଧ କରିଥିଲେ। ସେହିପରି ତ୍ରେତୟା ଯୁଗରେ ରାମାୟଣରେ ରାବଣର ଅହଙ୍କାର ହେଉଛି ତା’ର ପତନର ମୁଖ୍ୟ କାରଣ। ରାବଣ କେବଳ ଜଣେ ପରାକ୍ରମୀ ଯୋଦ୍ଧା ନଥିଲା, ବରଂ ସେ ଥିଲା ଜଣେ ମହାନ ଶିବଭକ୍ତ, ଚାରି ବେଦର ଜ୍ଞାତା ଏବଂ ପ୍ରକାଣ୍ଡ ପଣ୍ଡିତ। କିନ୍ତୁ ଏହି ସମସ୍ତ ସୁଗୁଣ ତା’ର ଅତ୍ୟାଧିକ ଅହଙ୍କାର (ଦର୍ପ) ଯୋଗୁଁ ନଷ୍ଟ ହୋଇଯାଇଥିଲା।ବ୍ରହ୍ମାଙ୍କ ଠାରୁ କଠୋର ତପସ୍ୟା କରି ରାବଣ ବରପାଇଥିଲା ଯେ କୌଣସି ଦେବତା, ଗନ୍ଧର୍ବ, କିନ୍ନର କିମ୍ବା ଅସୁର ତାକୁ ବଦ୍ଧ କରିପାରିବେ ନାହିଁ। ଅହଙ୍କାରର ବଶବର୍ତ୍ତୀ ହୋଇ ସେ ମଣିଷ ଓ ବାନରମାନଙ୍କୁ ଅତି ତୁଚ୍ଛ ମନେକରି ସେମାନଙ୍କଠାରୁ ସୁରକ୍ଷା ମାଗିବା ଆବଶ୍ୟକ ମଣି ନଥିଲା। ଶେଷରେ ଭଗବାନ ବିଷ୍ଣୁ ମାନବ ରୂପରେ (ଶ୍ରୀରାମ) ଏବଂ ସୁଗ୍ରୀବ, ହନୁମାନଙ୍କ ଭଳି ବାନର ସେନାଙ୍କ ସହାୟତାରେ ତା’ର ସେହି ଅହଙ୍କାରକୁ ଚୂର୍ଣ୍ଣ କରିଥିଲେ। ରାବଣ ନିଜ ଶକ୍ତି ବଳରେ ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳ—ତ୍ରିଲୋକ ଜୟ କରିଥିଲା। ସେ ଭାବିଥିଲା ଯେ ଜଗତରେ ତା’ଠାରୁ ବଳବାନ ଆଉ କେହି ନାହିଁ। ଯେତେବେଳେ ସେ ନିଜ ବାହୁବଳରେ ସାକ୍ଷାତ କୈଳାସ ପର୍ବତକୁ ଉଠାଇବାକୁ ଚେଷ୍ଟା କଲା, ସେତେବେଳେ ଭଗବାନ ଶିବ ନିଜ ପାଦର ଆଙ୍ଗୁଠିରେ ପର୍ବତକୁ ସାମାନ୍ୟ ଚାପି ଦେଇ ରାବଣର ଗର୍ବ ଭାଙ୍ଗିଥିଲେ।
ରାବଣ ମହାଜ୍ଞାନୀ ଥିଲା, କିନ୍ତୁ ଅହଙ୍କାରୀ ମଣିଷର ବିବେକ ହୋଇଥାଏ ଅପହରଣ । ମାତା ସୀତାଙ୍କୁ ହରଣ କରିବା ପରେ ତା’ର ଭାଇ ବିଭୀଷଣ, ଜେଜେବାପା ମାଲ୍ୟବନ୍ତ ଏବଂ ସ୍ତ୍ରୀ ମନ୍ଦୋଦରୀ ତାକୁ ଅନେକ ବୁଝାଇଥିଲେ। ଶ୍ରୀରାମଙ୍କ ସହ ଶତ୍ରୁତା ନକରି ସୀତାଙ୍କୁ ଫେରାଇ ଦେବାକୁ କହିଥିଲେ। ମାତ୍ର ଅହଂକାର ଯୋଗୁଁ ସେ କାହାରି ହିତବାଣୀ ଶୁଣିଲାନାହିଁ, ଓଲଟା ବିଭୀଷଣଙ୍କୁ ଲଙ୍କାରୁ ବିତାଡ଼ିତ କଲା।ରାବଣ ମନରେ ଏହି ଭାବନା ଦୃଢ଼ ହୋଇଯାଇଥିଲା ଯେ, ସେ ଯାହା ଚାହିଁବ ତାହା କରିପାରିବ। ଶେଷ ସମୟ ପର୍ଯ୍ୟନ୍ତ ମଧ୍ୟ ସେ ନିଜର ଭୁଲ୍ ସ୍ୱୀକାର କରିନଥିଲା। ଏହି ଅହଂକାର ଯୋଗୁଁ କେବଳ ତାର ନୁହେଁ, ବରଂ ସମଗ୍ର ସୁବର୍ଣ୍ଣ ଲଙ୍କା ଏବଂ ତା’ର ରାକ୍ଷସ ବଂଶର ବିନାଶ ଘଟିଥିଲା।ମହାଭାରତର ସେହି ଚରିତ୍ର, ଯାହାର ନାମ ଶୁଣିଲେ ହିଁ ମନକୁ ଆସେ ଅତ୍ୟଧିକ ଅଭିମାନ, କ୍ରୋଧ, ଈର୍ଷା ଏବଂ ଅହଙ୍କାର। ସେ କୌରବ ବଂଶର ଜ୍ୟେଷ୍ଠ ଭ୍ରାତା ଓ ହସ୍ତିନାପୁରର ରାଜକୁମାର ଥିଲେ ମଧ୍ୟ ନିଜର ଏହି ଦୁର୍ଗୁଣଗୁଡ଼ିକ ପାଇଁ ସମଗ୍ର କୁରୁବଂଶର ବିନାଶର କାରଣ ସାଜିଥିଲେ। ବାଲ୍ୟକାଳରୁ ହିଁ ଦୁର୍ଯୋଧନଙ୍କ ମନରେ ପାଣ୍ଡବମାନଙ୍କ ପ୍ରତି, ବିଶେଷ କରି ଭୀମ ଏବଂ ଯୁଧିଷ୍ଠିରଙ୍କ ପ୍ରତି ଈର୍ଷାଭାବ ଥିଲା। ପାଣ୍ଡବମାନଙ୍କର ବୀରତ୍ୱ, ଲୋକପ୍ରିୟତା ଏବଂ ଧାର୍ମିକତାକୁ ସେ ସହ୍ୟ କରିପାରୁନଥିଲେ। ସେ ନିଜକୁ ହସ୍ତିନାପୁରର ଏକମାତ୍ର ଉତ୍ତରାଧିକାରୀ ବୋଲି ଭାବୁଥିଲେ ଏବଂ ଏହି ଅହଙ୍କାର ଯୋଗୁଁ ସେ ପାଣ୍ଡବମାନଙ୍କୁ ବିଷ ଦେବା ଠାରୁ ଆରମ୍ଭ କରି ଜତୁଗୃହରେ ପୋଡ଼ି ମାରିବା ପର୍ଯ୍ୟନ୍ତ ଅନେକ ଷଡ଼ଯନ୍ତ୍ର କରିଥିଲେ। ଦୁର୍ଯୋଧନଙ୍କ ଅହଙ୍କାରର ସବୁଠାରୁ କଳଙ୍କିତ ଅଧ୍ୟାୟ ଥିଲା ଦ୍ୟୁତ କ୍ରୀଡ଼ା (ପାଶା ଖେଳ) ପରେ କୁରୁ ସଭାରେ ଦ୍ରୌପଦୀଙ୍କ ବସ୍ତ୍ରହରଣ କରିବାକୁ ଚେଷ୍ଟା କରିବା। ପାଣ୍ଡବମାନଙ୍କୁ ଅପମାନିତ କରିବା ଏବଂ ନିଜର ଶକ୍ତି ପ୍ରଦର୍ଶନ କରିବା ପାଇଁ ସେ ନିଜର ଭାଇ ଦୁଃଶାସନ ଦ୍ୱାରା ଦ୍ରୌପଦୀଙ୍କୁ ସଭାଗୃହକୁ ଘୋଷାରି ଆଣିଥିଲେ। ଭୀଷ୍ମ, ଦ୍ରୋଣ ଓ ବିଦୁରଙ୍କ ଭଳି ଗୁରୁଜନମାନଙ୍କ ଉପସ୍ଥିତିରେ ଏଭଳି ଜଘନ୍ୟ କାର୍ଯ୍ୟ ତାଙ୍କର ଅନ୍ଧ ଅହଙ୍କାରକୁ ଦର୍ଶାଏ।ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ନିଜେ ଶାନ୍ତିଦୂତ ସାଜି ହସ୍ତିନାପୁର ଆସିଥିଲେ ଏବଂ ପାଣ୍ଡବମାନଙ୍କ ପାଇଁ ମାତ୍ର ପାଞ୍ଚଟି ଗ୍ରାମ ମାଗିଥିଲେ, ସେତେବେଳେ ଦୁର୍ଯୋଧନ ଅହଙ୍କାରରେ ଅନ୍ଧ ହୋଇ କହିଥିଲେ:"ସୂଚ୍ୟଗ୍ରେ ମେଦିନୀ ଦେବି ବିନା ଯୁଦ୍ଧେନ କେଶବ।"ସେ ଶ୍ରୀକୃଷ୍ଣଙ୍କୁ ଜଣେ ସାଧାରଣ ଗୋପାଳ ଭାବି ତାଙ୍କୁ ବନ୍ଦୀ କରିବାକୁ ମଧ୍ୟ ସାହସ କରିଥିଲେ, ଯାହା ତାଙ୍କର ମୂର୍ଖତାପୂର୍ଣ୍ଣ ଅହଙ୍କାରର ପରିଚୟ ଥିଲା।ମହାରାଜା ଧୃତରାଷ୍ଟ୍ର, ଗାନ୍ଧାରୀ, ପିତାମହ ଭୀଷ୍ମ, ଗୁରୁ ଦ୍ରୋଣାଚାର୍ଯ୍ୟ ଏବଂ ମହାତ୍ମା ବିଦୁର ସମସ୍ତେ ଦୁର୍ଯୋଧନକୁ ଅଧର୍ମର ମାର୍ଗ ଛାଡ଼ିବାକୁ ଅନେକ ବୁଝାଇଥିଲେ। କିନ୍ତୁ ମାତୁଳ ଶକୁନିଙ୍କ କୁମନ୍ତ୍ରଣା ଏବଂ ନିଜର ଶକ୍ତିର ଗର୍ବ ଯୋଗୁଁ ସେ କାହାରି ଉପଦେଶ ଶୁଣିନଥିଲେ। ସେ ନିଜର ମିତ୍ର କର୍ଣ୍ଣ ଏବଂ ଭଗିନୀପତି ଜୟଦ୍ରଥଙ୍କ ବଳରେ ବଳୀୟାନ ବୋଲି ଭାବୁଥିଲେ।ଦୁର୍ଯୋଧନଙ୍କ ଏହି ଚରମ ଅହଙ୍କାରର ପରିଣାମ ସ୍ୱରୂପ ମହାଭାରତର ମହାଯୁଦ୍ଧ ସଂଘଠିତ ହେଲା। କୁରୁକ୍ଷେତ୍ରର ରଣାଙ୍ଗନରେ ତାଙ୍କର ୯୯ ଭାଇ, ପିତାମହ ଭୀଷ୍ମ, ଗୁରୁ ଦ୍ରୋଣ, କର୍ଣ୍ଣ ଏବଂ ଅଗଣିତ ବୀର ସୈନ୍ୟ ପ୍ରାଣ ହରାଇଲେ। ଶେଷରେ, ଭୀମଙ୍କ ଗଦା ପ୍ରହାରରେ ଊରୁଭଙ୍ଗ ହୋଇ ଦୁର୍ଯୋଧନଙ୍କର ଅତି ଦୟନୀୟ ଭାବେ ମୃତ୍ୟୁ ହେଲା।ଦୁର୍ଯୋଧନଙ୍କ ଜୀବନ ଆମକୁ ଏହି ଶିକ୍ଷା ଦିଏ ଯେ, ମଣିଷ ପାଖରେ ଯେତେ ବଡ଼ ସାମ୍ରାଜ୍ୟ, ଧନ ବା ବଳ ଥାଉ ନା କାହିଁକି, ଯଦି ତା’ ମନରେ ଅହଙ୍କାର ଏବଂ ଅଧର୍ମ ଥାଏ, ତେବେ ତାର ପତନ ସୁନିଶ୍ଚିତ। ସେହିପରି ଶାସ୍ତ୍ରରେ ଉଲ୍ଲେଖ ରହିଛି "ଯୌବନଂ ଧନସମ୍ପତ୍ତିଃ ପ୍ରଭୁତ୍ୱମବିବେକତା।
ଏକୈକମପ୍ୟନର୍ଥାୟ କିମୁ ୟତ୍ର ଚତୁଷ୍ଟୟମ୍॥"
ଅର୍ଥାତ୍ ଯୌବନ , ଯାହା ଉଦ୍ଦାମ ଶକ୍ତି ଓ ଚଞ୍ଚଳତାର ସମୟ,
ଧନ ସମ୍ପତ୍ତି ବା ପ୍ରଚୁର ଅର୍ଥ ଓ ବୈଭବ,ପ୍ରଭୁତ୍ୱ ବା କ୍ଷମତା, ଶାସନ ବା ଅନ୍ୟମାନଙ୍କ ଉପରେ ପ୍ରଭାବ ବିସ୍ତାର କରିବାର ଅଧିକାର, ଅବିବେକତା ଅର୍ଥାତ୍ ଭଲ-ମନ୍ଦ ବିଚାର କରିବାର ଜ୍ଞାନ ନଥିବା ,ଏହି ଚାରୋଟି ମଧ୍ୟରୁ ଯେକୌଣସି ଗୋଟିଏ ହେଲେ ମଧ୍ୟ ମଣିଷର ଅନର୍ଥ ବା ବିନାଶ ଘଟାଇବା ପାଇଁ ଯଥେଷ୍ଟ। ଉଦାହରଣସ୍ୱରୂପ, କେବଳ କ୍ଷମତା କିମ୍ବା କେବଳ ପ୍ରଚୁର ଧନ ଥିଲେ ମଧ୍ୟ ମଣିଷ ଅହଂକାରୀ ହୋଇ ଭୁଲ୍ ବାଟରେ ଯାଇପାରେ।କିନ୍ତୁ ଯେଉଁଠାରେ ଏହି ଚାରୋଟିଯାକ ଉପାଦାନ (ଯୌବନ, ଧନ, କ୍ଷମତା ଏବଂ ଅବିବେକତା) ଏକାଠି ମିଳିଯାଏ, ସେଠାରେ କିପରି ଅନର୍ଥ ନହେବ? ଅର୍ଥାତ୍, ସେଭଳି ପରିସ୍ଥିତିରେ ମଣିଷର ପତନ ନିଶ୍ଚିତ ହୋଇଯାଏ। ଅତଏବ ଅହଙ୍କାର ମଣିଷର ଏକ ମାନସିକ ବିକାର, ଯାହା ବ୍ୟକ୍ତିକୁ ନିଜ ସୀମା ବାହାରକୁ ନେଇଯାଏ ଏବଂ ଅନ୍ୟମାନଙ୍କୁ ନିଜହଠାରୁ ଛୋଟ ବୋଲି ଭାବିବାକୁ ବାଧ୍ୟ କରେ। ଓଡ଼ିଆ ଭାଗବତରେ ଅହଙ୍କାରର ପରିଣତି ବିଷୟରେ ବହୁ ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଛି:"ଅତି ଗରବେ ଗଲା ଲଙ୍କା,ଅତି ଦାନରେ ବଳି ରଙ୍କା।" ଅର୍ଥାତ୍, ଅତିଶୟ ଗର୍ବ ବା ଅହଙ୍କାର ଯୋଗୁଁ ସୁନାର ଲଙ୍କା ଛାରଖାର ହୋଇଗଲା ଏବଂ ଅତିଶୟ ଦାତା ହେବାର ଅହଙ୍କାର ଯୋଗୁଁ ମହାପ୍ରତାପୀ ବଳି ରାଜାଙ୍କୁ ପାତାଳକୁ ଯିବାକୁ ପଡ଼ିଲା। ସର୍ବମତ୍ୟନ୍ତ ଗର୍ହିତମ୍" — ଅର୍ଥାତ୍ ଯେକୌଣସି ଜିନିଷର "ଅତି" ବା ସୀମା ପାର୍ କରିବା ସର୍ବଦା ନିନ୍ଦନୀୟ ଏବଂ ବିପଜ୍ଜନକ। ଯେତେବେଳେ ମଣିଷ ପାଖରେ ଯୌବନ, ଧନ ଓ ପ୍ରଭୁତ୍ୱ ଏକାଠି ହୋଇଯାଏ, ସେତେବେଳେ ମନରେ 'ଦର୍ପ' ବା ଅହଙ୍କାର ଆସିବା ସ୍ୱାଭାବିକ। କିନ୍ତୁ ଏହି ପଦଟି ଆମକୁ ସତର୍କ କରାଏ ଯେ, ଇତିହାସର ସବୁଠାରୁ ଶକ୍ତିଶାଳୀ ଓ ସମୃଦ୍ଧଶାଳୀ ସାମ୍ରାଜ୍ୟ (ଲଙ୍କା) ମଧ୍ୟ କେବଳ ଅହଙ୍କାର ଯୋଗୁଁ ମାଟିରେ ମିଶିଯାଇଛି। ଅତଏବ ସତ୍ୟ , ତ୍ରେତୟା ଠାରୁ ଦ୍ଵାପର ଯୁଗରେ ହିରଣ୍ୟ କଶ୍ୟପ,ରାବଣ,ଦୁର୍ଯୋଧନ ମାନଙ୍କ ଠାରୁ ସ୍ଵାଧୀନୋତ୍ତର ଭାରତରେ ଇନ୍ଦିରା ଗାନ୍ଧୀ, ମାୟାବତୀ, ଜୟଲଳିତା, ଏବେ ଏବେ ଷ୍ଟାଲିନ ଠାରୁ ମମତା ବାନାର୍ଜୀ ମାନଙ୍କ ଇତିହାସ ବୋଧେ ପଢି ନାହାନ୍ତି ଆଜିର କ୍ଷମତା ସିଂହାସନାଧୀରୁଢ ଅହଙ୍କାରୀମାନେ ।
ଜାତୀୟ ଶିକ୍ଷକ ଦିବସର ଅନୁଚିନ୍ତା
ଜାତୀୟ ଶିକ୍ଷକ ଦିବସର ଅନୁଚିନ୍ତା
----------------
ଜାତୀୟ ଶିକ୍ଷକ ଦିବସ କେବଳ ଗୋଟିଏ ଦିନର ଉତ୍ସବ ନୁହେଁ; ଏହା ଶୈକ୍ଷିକ ସତ୍ତା ପ୍ରତି ଶ୍ରଦ୍ଧା, ସମ୍ମାନ ଓ କୃତଜ୍ଞତା ଜଣାଇବାର ଏକ ନିରନ୍ତର ସଂକଳ୍ପ। ଶିକ୍ଷା ଓ ଶିକ୍ଷକ ହେଉଛନ୍ତି ଯେକୌଣସି ସଭ୍ୟ ସମାଜର ମେରୁଦଣ୍ଡ। ବିଗତ ପାଞ୍ଚ ଦଶନ୍ଧି ଧରି ଆମେ ଦେଖି ଆସିଛୁ ରାଜ୍ୟର ବିଭିନ୍ନ ବର୍ଗର ଶିକ୍ଷକ ମାନେ ରାଜରାସ୍ତାରେ, ମହାତ୍ମାଗାନ୍ଧୀ ମାର୍ଗରେ ସେମାନଙ୍କ ଦାବି, ଅଧିକାର ତଥା ଶୈକ୍ଷିକ ସେବା ଅନୁଦାନ ନିମନ୍ତେ ଖରା,ବର୍ଷା,ଶୀତରେ ଧାରଣା,ଧର୍ମଘଟ, ଅନଶନ କରି ଆସୁଛନ୍ତି । କାହିଁକି ଏଭଳି ହେଉଛି ? କିଏ କରିଛି ଶିକ୍ଷକ ସମାଜରେ ବର୍ଗୀକରଣ ? କ'ଣ ପାଇଁ ଜାତି ଭେଦ ସୃଷ୍ଟି କରି ଶୈକ୍ଷିକ ପରିବେଶକୁ ପ୍ରଦୁଷିତ କରାଯାଉଛି ? ଅପରପକ୍ଷରେ ନିଜର ଦରମା, ଭତ୍ତା,ଅବସର କାଳୀନ ଭତ୍ତା ପାଇଁ ଆନ୍ଦୋଳନ କରି ଆସୁଥିବା ବେଳେ, କେବେ ଶିକ୍ଷା ସଂସ୍କୃତି ସୁରକ୍ଷା, ଏକକ ଶିକ୍ଷା , ବର୍ଗୀକରଣ ବିରୋଧରେ ସ୍ବର ଉତ୍ତୋଳନ କରୁ ନାହାନ୍ତି ? ଆଜି ଶିକ୍ଷାନୁଷ୍ଠାନ ହୋଇଛି ଚାକିରି ନାମକ ନିରାପଦ ଆଶ୍ରୟସ୍ଥଳ ନିମନ୍ତେ ଚୟନ ପରୀକ୍ଷାରେ ପ୍ରବେଶ ପ୍ରମାଣ ପତ୍ର ପ୍ରାପ୍ତି କେନ୍ଦ୍ର । ଅଷ୍ଟମ ଶ୍ରେଣୀର ବିଦ୍ୟାର୍ଥୀ ୧୩ ×୫ = କେତେ ପ୍ରଶ୍ନର ଉତ୍ତର ଦେଇ ପାରେ ନାହିଁ । ସ୍ନାତକୋତ୍ତର ଶିକ୍ଷାଲାଭ କରିଥିବା ଯୁବକଟି ସଠିକ୍ ଭାବେ ଦରଖାସ୍ତ ଲେଖି ପାରୁନାହିଁ । ଭାରତ ଗୌରବ ମଧୁସୂଦନ ଅବା ବିଶ୍ବ ମଣି ପଣ୍ଡିତ ଗୋପବନ୍ଧୁଙ୍କୁ ଜାଣି ନାହିଁ । ଏଭଳି ଅଭାବନୀୟ ପରିସ୍ଥିତିର ଫାଇଦା ନେଇଛନ୍ତି ଶିକ୍ଷା ବେପାରୀ । ହଁ , ଆମେ ପ୍ରତି ବର୍ଷ ସେପ୍ଟେମ୍ବର ୫ ତାରିଖରେ ଶିକ୍ଷକ ଦିବସ ପାଳନ କରୁଛେ , ଯାହାକୁ ଅନେକ ଗୁରୁ ଦିବସ ଭାବେ ପାଳନ କରିଥାନ୍ତି । ରାଜନୀତି ଓ ପଲିଟିକସ ଭିତରେ ଯେତିକି ପାର୍ଥକ୍ୟ, ସେତିକି ପାର୍ଥକ୍ୟ ଶିକ୍ଷକ ଓ ଗୁରୁ ଙ୍କ ମଧ୍ୟରେ। ଏହି ଦିନଟି ମହାନ ଦାର୍ଶନିକ, ଶିକ୍ଷାବିତ୍ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକୃଷ୍ଣନ୍ଙ୍କ ଜୟନ୍ତୀକୁ ସ୍ମରଣୀୟ କରିବା ପାଇଁ ଯଦିଓ ଏହା ସମର୍ପିତ ସତ୍ୟ ମାତ୍ର, ଶୈକ୍ଷିକ ପରିବେଶ ସମ୍ବନ୍ଧୀୟ ସମସ୍ୟାକୁ ଆଲୋଚନା କରି ଜନ ଚାପ ସୃଷ୍ଟି ମାଧ୍ୟମରେ ଶାସନ ବ୍ୟବସ୍ଥାକୁ ପ୍ରଭାବିତ କରିବାର ଦିବସ । ଏହା ନିର୍ବିବାଦୀୟ ସତ୍ୟ ଯେ ଭାରତୀୟ ସଂସ୍କୃତିରେ ଗୁରୁଙ୍କୁ ଈଶ୍ୱରଙ୍କ ଦରଜା ଦିଆଯାଇଛି। ଗୁରୁ କେବଳ ପାଠ୍ୟପୁସ୍ତକର ଜ୍ଞାନ ଦିଅନ୍ତି ନାହିଁ, ବରଂ ଜୀବନ ଜିଇଁବାର ସଠିକ୍ ମାର୍ଗ ଦେଖାନ୍ତି।ଶିକ୍ଷା କେବଳ ଚାକିରି ପାଇବାର ମାଧ୍ୟମ ନୁହେଁ। ଜଣେ ବିଦ୍ୟାର୍ଥୀକୁ ଜଣେ ଦାୟିତ୍ୱବାନ, ନୈତିକ ଓ ମାନବୀୟ ମୂଲ୍ୟବୋଧସମ୍ପନ୍ନ ନାଗରିକ ଭାବେ ଗଢ଼ିତୋଳିବାରେ ଶିକ୍ଷକଙ୍କ ଭୂମିକା ଅତୁଳନୀୟ। ଆଜିର ବିଦ୍ୟାର୍ଥୀ ଆସନ୍ତାକାଲିର ଭବିଷ୍ୟତ। ଶିକ୍ଷକମାନେ ହିଁ ଦେଶର ଭବିଷ୍ୟତ କର୍ଣ୍ଣଧାର ମାନଙ୍କୁ ଗଢ଼ିଥାନ୍ତି, ଯାହା ଦ୍ୱାରା ଏକ ସମୃଦ୍ଧ ଓ ସଶକ୍ତ ରାଷ୍ଟ୍ର ଗଠିତ ହୋଇଥାଏ। ବର୍ତ୍ତମାନର ବୈଷୟିକ, ପ୍ରଯୁକ୍ତି ବିଦ୍ୟା ଆଧାରିତ, ବିଶେଷ କରି କୃତ୍ରିମ ବୁଦ୍ଧିମତା ବା ଏ ଆଇ ପ୍ରାଧାନ୍ୟ ସମାଜରେ ଶିକ୍ଷାଦାନର ଶୈଳୀ ବଦଳିଛି। ତଥାପି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କିମ୍ବା ପ୍ରଯୁକ୍ତିବିଦ୍ୟା କେବେହେଲେ ଜଣେ ଶିକ୍ଷକଙ୍କ ସ୍ନେହ, ମାର୍ଗଦର୍ଶନ ଓ ସମ୍ବେଦନଶୀଳତାର ବିକଳ୍ପ ହୋଇପାରିବ ନାହିଁ। ଅତଏବ ଆମର ସ୍ପଷ୍ଟ ଅଭିମତ ଯେ ଆଜିର ବଦଳୁଥିବା ଯୁଗରେ ଶିକ୍ଷା ପ୍ରଣାଳୀରେ ସଂସ୍କାର ଆଣିବା ନିହାତି ଆବଶ୍ୟକ। କେବଳ ପୁସ୍ତକଗତ ଜ୍ଞାନ ନୁହେଁ, ବରଂ ଜୀବନ ଜିଇଁବାର କଳା, ବ୍ୟାବହାରିକ ଦକ୍ଷତା ଓ ଚରିତ୍ର ଗଠନ ଉପରେ ଶିକ୍ଷା ଆଧାରିତ ହେବା ଉଚିତ।କେବଳ ତତ୍ତ୍ୱଗତ (ଥିଓରିଟିକାଲ) ଜ୍ଞାନ ପରିବର୍ତ୍ତେ ବ୍ୟାବହାରିକ (ପ୍ରାକ୍ଟିକାଲ l) ଓ କର୍ମନିଯୁକ୍ତି ଭିତ୍ତିକ ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯିବା ଏକାନ୍ତ ଅପରିହାର୍ଯ୍ୟ । ବିଦ୍ୟାର୍ଥୀ ମାନଙ୍କ ମୌଳିକ ସର୍ଜନଶୀଳତା ଓ ବୁଝିବାର ଶକ୍ତି ମାତୃଭାଷାରେ ଶୀଘ୍ର ବିକଶିତ ହୋଇଥାଏ, ତେଣୁ ପ୍ରାଥମିକ ଶିକ୍ଷା ମାତୃଭାଷାରେ ହେବା ବାଞ୍ଛନୀୟ ବୋଲି ଦୀର୍ଘ ଚାରି ଦଶନ୍ଧିରୁ ଉର୍ଦ୍ଧ୍ୱ ଅବଧି ଭିତରେ ସହସ୍ରାଧିକ ଥର ଦାବି କରି ଆସିଛୁ, ଲଢେଇ କରିଛୁ । ଶିକ୍ଷାରେ ନୈତିକତା, ସମାଜସେବା, ଏବଂ ନାଗରିକ ଦାୟିତ୍ୱବୋଧର ଶିକ୍ଷା , ପୂଜ୍ୟପୂଜା ସଂସ୍କୃତି ଅନ୍ତର୍ଭୁକ୍ତ ହେବା ଆବଶ୍ୟକ, ଯାହା ଦ୍ୱାରା ଜଣେ ଭଲ ମଣିଷ ତିଆରି ହୋଇପାରିବ। ଠିକ୍ ସେହିପରି କେବଳ ଘୋଷା ପାଠ ଓ ପରୀକ୍ଷା ଖାତାର ନମ୍ବର ଭିତ୍ତିରେ ପିଲାର ଯୋଗ୍ୟତା ମାପିବା ବନ୍ଦ କରି, ତା'ର ଚିନ୍ତନ ଶକ୍ତି ଓ ସର୍ଜନଶୀଳତାକୁ ମୂଲ୍ୟାଙ୍କନ କରାଯିବା ମଧ୍ୟ ଉଚିତ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆମର ପ୍ରାଚୀନ ଶିକ୍ଷା ପଦ୍ଧତି କେବଳ ପୁସ୍ତକଗତ ଜ୍ଞାନ ମଧ୍ୟରେ ସୀମିତ ନଥିଲା; ଏହା ଥିଲା ଜୀବନ ଗଠନ, ଚରିତ୍ର ନିର୍ମାଣ ଏବଂ ଆଧ୍ୟାତ୍ମିକ ବିକାଶର ଏକ ସମଗ୍ର ସାଧନା।
ଶିଷ୍ୟମାନେ ନିଜ ଘର ଛାଡ଼ି ଗୁରୁଙ୍କ ଆଶ୍ରମରେ ରହି ଶିକ୍ଷା ଗ୍ରହଣ କରୁଥିଲେ। ଏହା ଦ୍ୱାରା ଅହଂକାର ଦୂର ହେଉଥିଲା ଏବଂ ସମାନତା, ଶୃଙ୍ଖଳା ଓ ଆତ୍ମନିର୍ଭରଶୀଳତାର ଭାବନା ଜାଗ୍ରତ ହେଉଥିଲା। ଶିକ୍ଷା ମୁଖ୍ୟତଃ ମୌଖିକ ଥିଲା। ଶିଷ୍ୟମାନେ ଗୁରୁଙ୍କ ମୁଖରୁ ଶୁଣି (ଶ୍ରୁତି) ତାହାକୁ ସ୍ମରଣ ରଖୁଥିଲେ (ସ୍ମୃତି)। ଏହା ଦ୍ୱାରା ଏକାଗ୍ରତା, ସ୍ମରଣଶକ୍ତି ଏବଂ ସଠିକ୍ ଉଚ୍ଚାରଣର ବିକାଶ ହେଉଥିଲା। କେବଳ ବେଦ ଓ ଭାଗବତ ନୁହେଁ, ଏଥିରେ ଧନୁର୍ବିଦ୍ୟା, ଗଣିତ, ଜ୍ୟୋତିଷ, ଆୟୁର୍ବେଦ, ନୀତିଶାସ୍ତ୍ର, ରାଜନୀତି ଓ ଦର୍ଶନ ଶାସ୍ତ୍ର ପରି ବିବିଧ ବିଷୟ ଶିକ୍ଷା ଦିଆଯାଉଥିଲା। ଶିକ୍ଷାର୍ଥୀମାନେ ପ୍ରକୃତି ସହ ଯୋଡ଼ିହୋଇ ରହୁଥିଲେ। କାଠ ସଂଗ୍ରହ କରିବା, ଆଶ୍ରମ କାର୍ଯ୍ୟ କରିବା, ପ୍ରାଣୀ ଓ ଉଦ୍ଭିଦ ଜଗତକୁ ନିରୀକ୍ଷଣ କରି ପ୍ରାକ୍ଟିକାଲ୍ ଜ୍ଞାନ ଅର୍ଜନ କରୁଥିଲେ। ଆମର ପୁଷ୍ପଗିରି,ତକ୍ଷଶିଳା, ନାଳନ୍ଦା, ବଲ୍ଲଭୀ ଏବଂ ବିକ୍ରମଶିଳା ପରି ପ୍ରାଚୀନ ବିଶ୍ୱବିଦ୍ୟାଳୟଗୁଡ଼ିକ ବିଶ୍ୱସାରାର ଛାତ୍ରମାନଙ୍କୁ ଆକର୍ଷିତ କରୁଥିଲା, ଯାହା ଭାରତକୁ ବିଶ୍ୱଗୁରୁର ଆସନରେ ବସାଇଥିଲା। ଯଦି ଆମେ ସଠିକ୍ ଭାବେ ଗର୍ଭାନୁଶୀଳନ ପୂର୍ବକ ଏକ ତୁଳନାତ୍ମକ ବିଶ୍ଲେଷଣ କରିବା,ତେବେ ପ୍ରାଚୀନ ଗୁରୁକୁଳ ଶିକ୍ଷା ପଦ୍ଧତି ଏବଂ ଆଧୁନିକ ଶିକ୍ଷା ପଦ୍ଧତି ମଧ୍ୟରେ ଉଦ୍ଦେଶ୍ୟ, ବାତାବରଣ ଏବଂ ଶିକ୍ଷାଦାନ ପ୍ରଣାଳୀରେ ଅନେକ ମୌଳିକ ପାର୍ଥକ୍ୟ ହେବ ପରିଲକ୍ଷିତ । ଯେତେବେଳେ ପ୍ରାଚୀନ ଶିକ୍ଷା ପଦ୍ଧତି ଚରିତ୍ର ନିର୍ମାଣ, ଆତ୍ମନିର୍ଭରଶୀଳତା ଓ ସର୍ବାଙ୍ଗୀନ ଜୀବନ ବିକାଶ ପାଇଁ ଥିଲା ଉଦ୍ଧିଷ୍ଟ, ସେତେବେଳେ ବର୍ତ୍ତମାନର ଶିକ୍ଷା ତଥାକଥିତ କ୍ୟାରିୟର, ବ୍ୟବସାୟିକ ସଫଳତା ଓ ଡିଗ୍ରୀ ଉପାଧି ଉପାର୍ଜନ,ସେ ଯେଭଳି ପନ୍ଥାରେ ହେଉନା କାହିଁକି ।ଗୁରୁକୁଳ ପଦ୍ଧତି ଜଣେ ଛାତ୍ରକୁ "ସତ୍ୟ ଓ ନୈତିକ ଜୀବନ" ଜିଇଁବା ଶିଖାଉଥିବା ବେଳେ, ଆଧୁନିକ ପଦ୍ଧତି ପ୍ରଯୁକ୍ତିବିଦ୍ୟା ଓ ବୈଶ୍ୱିକ ପ୍ରତିଯୋଗିତାରେ "ବୃତ୍ତିଗତ ସଫଳତା" ଅର୍ଜନ କରିବାରେ ସାହାଯ୍ୟ କରୁଛି । ବ୍ୟକ୍ତିଗତ ଭାବେ ଆମେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ବହୁବାର ପ୍ରସ୍ତାବ ଦେଇ ଆସିଛୁ ଯେ ଆଧୁନିକ ଶିକ୍ଷା ପ୍ରଣାଳୀରେ ପ୍ରାଚୀନ ଗୁରୁକୁଳ ପଦ୍ଧତିର ଶ୍ରେଷ୍ଠ ନୀତିଗୁଡ଼ିକୁ ସାମିଲ କଲେ ଏହା କେବଳ ପରୀକ୍ଷାକେନ୍ଦ୍ରିକ ନ ହୋଇ ବିଦ୍ୟାର୍ଥୀଙ୍କର ସର୍ବାଙ୍ଗୀନ ବିକାଶରେ ସହାୟକ ହୋଇପାରିବ। ପାଠ୍ୟକ୍ରମରେ କେବଳ ବୈଷୟିକ ଜ୍ଞାନ ନୁହେଁ, ବରଂ ସତ୍ୟ, ଅହିଂସା, ଦୟା, ଅନୁଶାସନ ଓ ନୈତିକତାର ବିଚାର ସାମିଲ କରାଯିବା ଆବଶ୍ୟକ, ଯାହା ଦ୍ୱାରା ଛାତ୍ରଛାତ୍ରୀ ଜଣେ ଉତ୍ତମ ନାଗରିକ ହୋଇପାରିବେ। ସେହିପରି ଶ୍ରେଣୀଗୃହର ଚାରିକାନ୍ଥ ମଧ୍ୟରୁ ବାହାରି ପ୍ରକୃତି ସହ ଯୋଡ଼ିହୋଇ ଶିକ୍ଷାଦାନ କରିବା ଉଚିତ କାରଣ, ଏହା ଦ୍ୱାରା ପରିବେଶ ସୁରକ୍ଷା ପ୍ରତି ସଚେତନତା ବୃଦ୍ଧି ପାଇବ। ଗୁରୁକୁଳ ପରି କେବଳ ତତ୍ତ୍ୱଗତ ନୁହେଁ, ବାସ୍ତବ ଜୀବନରେ କାମରେ ଆସୁଥିବା କୌଶଳ ଯଥା କୃଷି, ଗୃହ ପରିଚାଳନା, ଶ୍ରମର ମହତ୍ତ୍ୱ , ଯାହା ଯୋଗେଶ୍ୱର ଭଗବାନ ଶ୍ରୀକୃଷ୍ଣ ଙ୍କ ଜନ୍ମାଷ୍ଟମୀର ସୁବାର୍ତ୍ତା ହିଁ ପ୍ରଦାନ କରିଥାଏ । ଠିକ୍ ସେହିପରି ଦୈନନ୍ଦିନ ପାଠପଢ଼ାରେ ଯୋଗ, ପ୍ରାଣାୟାମ ଓ ଧ୍ୟାନକୁ ସାମିଲ କରିବା ଦ୍ୱାରା ଛାତ୍ରଛାତ୍ରୀଙ୍କ ଏକାଗ୍ରତା ବୃଦ୍ଧି ପାଇବ ଏବଂ ପରୀକ୍ଷା ଜନିତ ଚାପ ଦୂର ହେବ। ବିଦ୍ୟାର୍ଥୀ ଆତ୍ମହତ୍ୟା ଭଳି ଅଭାବନୀୟ ଘଟଣା ସମାଜରେ ଦେଖା ଦେବ ନାହିଁ ।
ବିଦ୍ୟାର୍ଥୀ ଓ ବିଦ୍ୟା ପ୍ରଦାତ୍ତା ଙ୍କ ମଧ୍ୟରେ ଏକ ବ୍ୟାବସାୟିକ ସମ୍ପର୍କ ବଦଳରେ ଗୁରୁ-ଶିଷ୍ୟ ପରମ୍ପରା ପରି ଶ୍ରଦ୍ଧା, ସମ୍ମାନ ଓ ବ୍ୟକ୍ତିଗତ ମାର୍ଗଦର୍ଶନର ବାତାବରଣ ସୃଷ୍ଟି କରି ହେବ । ଆମେ କହି ପାରିବୁ ନାହିଁ ଯେ ଆମର ଅତ୍ୟନ୍ତ ଘନିଷ୍ଠ ଶ୍ରଦ୍ଧେୟ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଭାବେ ଆମର ପ୍ରସ୍ତାବକୁ ଆଂଶିକ ଭାବେ ଗ୍ରହଣ କରିଛନ୍ତି ବୋଲି ସତ୍ୟ ମାତ୍ର , ଭାରତର ନୂତନ ଶିକ୍ଷା ନୀତି ( ଏନ ଇ ଟି)ରେ ପ୍ରାଚୀନ ଗୁରୁକୁଳ ଶିକ୍ଷା ପଦ୍ଧତିର ଅନେକ ମୌଳିକ ନୀତି ଓ ଗୁଣକୁ ଆଧୁନିକ ରୂପରେ ସାମିଲ କରାଯାଇଛି , ଯାହା ଏକ ସାମାଜିକ ସୁବାର୍ତ୍ତା ବହନ କରେ । ଗୁରୁକୁଳରେ ଜଣେ ବିଦ୍ୟାର୍ଥୀ ଏକାସାଙ୍ଗରେ ବେଦ, ବିଜ୍ଞାନ, କଳା, ଧନୁର୍ବିଦ୍ୟା ଓ ଗଣିତ ଶିଖୁଥିଲା। ଜାତୀୟ ଶିକ୍ଷା ନୀତି -୨୦୨୦ ରେ ମଧ୍ୟ ବିଜ୍ଞାନ, ବାଣିଜ୍ୟ ଓ କଳା (ଆର୍ଟସ ) ମଧ୍ୟରେ ଥିବା କଠୋର ପାର୍ଥକ୍ୟକୁ ହଟାଇ ଦିଆଯାଇଛି। ବିଜ୍ଞାନର ଛାତ୍ରଟିଏ ଚାହିଁଲେ ସଂଗୀତ, ଚିତ୍ରକଳା କିମ୍ବା ଇତିହାସ ପଢ଼ିପାରିବାର ପ୍ରାବଧାନ ରହିଛି । ଗୁରୁକୁଳ ପରି କେବଳ ପୁସ୍ତକଗତ ପାଠ ନୁହେଁ, ବରଂ ଅଭ୍ୟାସ, କାର୍ଯ୍ୟଶାଳା, ପ୍ରକଳ୍ପ (ପ୍ରୋଜେକ୍ଟ) ଏବଂ ବ୍ୟାବହାରିକ (ପ୍ରାକ୍ଟିକାଲ୍ )ଅଭିଜ୍ଞତା ମାଧ୍ୟମରେ ଶିଖିବା ଉପରେ ଗୁରୁତ୍ୱ ଦିଆଯାଇଛି। ଷଷ୍ଠ ଶ୍ରେଣୀରୁ ପାଠ୍ୟକ୍ରମରେ ବୃତ୍ତିଗତ ଶିକ୍ଷା ଯଥା ବଢ଼େଇ ବା କାଠକାମ, କୁମ୍ଭାର କାମ ବା ମାଟି ପାତ୍ର ତିଆରି, ମାଳି କାମ ଏବଂ ଦଶ ଦିନର ବସ୍ତାନି ମୁକ୍ତ ବା ବ୍ୟାଗ ଲେସ ପ୍ରାବଧାନ କରାଯାଇଛି, ଯାହା ଗୁରୁକୁଳର ଆତ୍ମନିର୍ଭରଶୀଳତା ଓ ଶ୍ରମର ମହତ୍ତ୍ୱକୁ ଦର୍ଶାଏ। ପାଠ୍ୟକ୍ରମରେ ପ୍ରାଚୀନ ଭାରତୀୟ ଗଣିତ, ଦର୍ଶନ, ଆୟୁର୍ବେଦ, ଜ୍ୟୋତିଷ ଓ ସାହିତ୍ୟକୁ ସାମିଲ କରାଯାଇଛି, ଯାହା ଦ୍ୱାରା ଶିକ୍ଷାର୍ଥୀମାନେ ନିଜ ସଂସ୍କୃତି ଓ ସାଂସ୍କୃତିକ ଐତିହ୍ୟ ସହ ଯୋଡ଼ିହୋଇ ରହିବେ। ସେହିପରି ଆମେ ଯେତେବେଳେ ଭାଷା ଆନ୍ଦୋଳନର ସଭାପତି ଭାବେ ଓଡ଼ିଆ ଭାଷାରେ ଓଡ଼ିଶାର ଶାସନ ପାଇଁ ବିଧେୟକ ଗୃହୀତ ଓ ମାତୃଭାଷାରେ ଶିକ୍ଷା ଦାନ , ମାତୃଭାଷା ଓଡ଼ିଆ ହେଉ ନିଯୁକ୍ତିର ଭାଷା ପାଇଁ ଦୀର୍ଘ ତିନି ବର୍ଷ ଧରି ଆନ୍ଦୋଳନ କରୁଥିଲୁ, ସେତେବେଳେ ଶ୍ରଦ୍ଧେୟ ଧର୍ମେନ୍ଦ୍ର ପ୍ରଧାନ ଥିଲେ କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ବିଭାଗର ମନ୍ତ୍ରୀ ଏବଂ ସିଏ ଇଛା ପ୍ରକାଶ କରିଥିଲେ ପ୍ରତ୍ୟକ୍ଷ ଭାବେ ଏହି ଆନ୍ଦୋଳନରେ ସାମିଲ ହେବାକୁ । ଜଣେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି, ବିଶେଷ କରି ସାମରିକ ପରମ୍ପରା ପ୍ରାଣ ଧର୍ମେନ୍ଦ୍ର ଆଜ୍ଞା ମାତୃଭାଷାରେ ଶିକ୍ଷା ଦାନ ସମ୍ପର୍କରେ ଜାତୀୟ ଶିକ୍ଷା ନୀତିରେ ଗ୍ରହଣ କରାଇ ଧନ୍ୟବାଦର ପାତ୍ର ।
ଓଁ ଶ୍ରୀ ଗୁରବେ ନମଃ -
ଓଁ ଶ୍ରୀ ଗୁରବେ ନମଃ -
ସେପ୍ଟେମ୍ବର ୫ ତାରିଖ,ପବିତ୍ର ଶିକ୍ଷକ ଦିବସ ଅଵସରରେ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ବର୍ଗର ପ୍ରତିଭାଧରମାନଙ୍କ ଉପସ୍ଥାପନର ସଂଖ୍ୟା, ବୈଷୟିକ ବାର୍ତ୍ତା ପେଟିକା ରେ ଅଭିନନ୍ଦନର ସଂଖ୍ୟା ସହିତ ଭ୍ରାମ୍ୟମାଣ ଦୂରଭାଷରେ ଭିନ୍ନ ଭିନ୍ନ ଶବ୍ଦ ସମ୍ଭାରରେ ସମ୍ବୋଧନର ସଂଖ୍ୟା କୁ ଉପଜିଵ୍ୟ କରି ଏକ ନିର୍ଦ୍ଧିଷ୍ଟ ମତରେ ଉପନୀତ ହେଉଛୁ ଯେ ଏକ ସକରାତ୍ମକ ପରିବର୍ତ୍ତନର ଦୃଶ୍ୟ ହେଉଛି ପରିଦୃଶ୍ୟ, ଯାହା ଏକ ସାମାଜିକ ସୁଵାର୍ତ୍ତା । ଭାରତୀୟ ଦର୍ଶନ ସଂସ୍କୃତିର ହଜାର ହଜାର ବର୍ଷର ଇତିହାସରେ ଲକ୍ଷ ଲକ୍ଷ ପଣ୍ଡିତ ବର୍ଗଙ୍କ ଦ୍ବାରା ଏହାର ମହନୀୟତା ପ୍ରତିପାଦିତ ହୋଇଆସିଛି । ଯେପରି ବର୍ଣ୍ଣିତ ଅଛି ଓଁକାର ହିଁ ବ୍ରହ୍ମ, ବ୍ରହ୍ମ ହିଁ ଓଁକାର । ଏଠାରେ ଉଲ୍ଲେଖଯୋଗ୍ୟ ଯେ " ବୃହ" ଧାତୁରୁ ମନ୍ ପ୍ରତ୍ୟୟ ହୋଇ ବ୍ରହ୍ମ ଶବ୍ଦ ନିଷ୍ପନ୍ନ । ବୃହ ର ଅର୍ଥ ବୃଦ୍ଧି ମହତ୍ । ମନ୍ ର ଅର୍ଥ ଉତ୍କୃଷ୍ଟ । ଭାବାର୍ଥ ହେଲା ସମଗ୍ର ବ୍ରହ୍ମାଣ୍ଡ ରେ ଯାହା ଶ୍ରେଷ୍ଠତମ, ତାକୁ ବ୍ରହ୍ମ କୁହାଯାଏ ବୋଲି " ବ୍ରହ୍ମସୂତ୍ର" ଗ୍ରନ୍ଥ ରେ ଉଲ୍ଲିଖିତ -
"ବୃହତେ ଧାତୋରର୍ଥାନୁଗମାତ୍
ସର୍ବସ୍ୟାତ୍ମତ୍ବାଚ୍ଚ ବ୍ରହ୍ମାସ୍ତିତ୍ବ ପ୍ରସିଦ୍ଧି " ।
ବ୍ରହ୍ମ ଦ୍ବିବିଧ, ଅର୍ଥାତ୍ ପରଂବ୍ରହ୍ମ ଓ ଅପରଂବ୍ରହ୍ମ ।
ଓଁକାର ରୂପୀ ଵ୍ରହ୍ମ ହିଁ ଜୀବାତ୍ମା ।
ଆମେ ଯେତେବେଳେ ଏହି ସାମାଜିକ ଗଣମାଧ୍ୟମରେ ପ୍ରାଚାର୍ଯ୍ୟ ଡ଼ଃ ବ୍ରଜବନ୍ଧୁ ପଣ୍ଡା ଅବା ବରେଣ୍ୟ କୁଳମଣୀ ଷଡ଼ଙ୍ଗୀ, ସମ୍ମାନାଷ୍ପଦ ପ୍ରଶାନ୍ତ ଦାଶ ( ବିଶ୍ବମ୍ବର) ମାନଙ୍କ ଉପସ୍ଥାପନ ପଢି ସେମାନଙ୍କ ଓଡ଼ିଆ ଭାଷା ସାହିତ୍ୟ , ବିଶେଷ କରି ଉଚ୍ଚାଙ୍ଗ ଶବ୍ଦ ଶୈଳୀ ସମୂହ ର ଉପଭୋକ୍ତା ଭାବେ ସେମାନଙ୍କୁ " ଶବ୍ଦ ବ୍ରହ୍ମ ସେବକ" ବିଶେଷଣ ରେ ସମ୍ବୋଧିତ କରୁ ,ସେତେବେଳେ ଜୀବାତ୍ମା ଓ ପରମାତ୍ମାଙ୍କର ବିଭିନ୍ନ ତାତ୍ତ୍ବିକ ନାମ ଠିକ୍ ଅମରକୋଷ ପଢ଼ିବା ସମୟରେ ବିଭିନ୍ନ ଦେବଦେବୀ ଙ୍କ ଅନେକ ନାମ ଭଳି ସ୍ଵକୀୟ ଅଧ୍ୟୟନ ଆଧାର ରେ ପ୍ରତିଫଳିତ ହୋଇଥାଏ , ଯେପରି ଅକ୍ଷର ବ୍ରହ୍ମ -କ୍ଷରବ୍ରହ୍ମ, କାରଣ ବ୍ରହ୍ମ-କାର୍ଯ୍ୟବ୍ରହ୍ମ,ମୂର୍ତ୍ତ ବ୍ରହ୍ମ- ଅମୂର୍ତ୍ତ ବ୍ରହ୍ମ, ଶବ୍ଦ ବ୍ରହ୍ମ- ଅଶବ୍ଦ ବ୍ରହ୍ମ, ଭୋଗ୍ୟ ବ୍ରହ୍ମ- ଭୋକ୍ତା ବ୍ରହ୍ମ ଇତ୍ୟାଦି ପରି ବିଭିନ୍ନ ତାତ୍ତ୍ବିକ ତଥ୍ୟ ହୋଇଥାଏ ଉଜ୍ଜୀବିତ । ମୈତ୍ରେୟୀ ଉପନିଷଦ ରେ ଉଲ୍ଲେଖ ଅଛି - "
" ଦ୍ବେବାବ ଵ୍ରହ୍ମଣି ଅଭିଧ୍ୟେୟେ, ଶବ୍ଦାଶ୍ଚାଶବ୍ଦଶ୍ଚ ଶବ୍ଦ ବ୍ରହ୍ମ ପର " ।। ସେଥିପାଇଁ ଆମେ ଉଲ୍ଲେଖ କରିଥାଉ ବ୍ରହ୍ମ ଦୁଇ ଭାଗରେ ବିଭକ୍ତ ଯଥା ଶବ୍ଦ ବ୍ରହ୍ମ ଓ ଅଶବ୍ଦ ବ୍ରହ୍ମ ।
ଅକ୍ଷର ମହାମନ୍ତ୍ର ଓଁକାର ରୁ ଉତ୍ପତ୍ତି ହୋଇଥିବା ସମ୍ପର୍କରେ ସନ୍ଥ ଅଚ୍ୟୁତାନନ୍ଦ ଦାସ " ଶୂନ୍ୟରାସ" ଗ୍ରନ୍ଥ ରେ ଉଲ୍ଲେଖ କରିଛନ୍ତି-:
" ଠୁଳରୁ ଶୂନ୍ୟ ଶୂନ୍ୟ ରୁ ଓଁକାର
ଓଁକାର ଘରୁ ବତିଶ ଅକ୍ଷର " ।।
ଆମେ ପବିତ୍ର ଗୁରୁପୂର୍ଣ୍ଣିମା ଅବସରରେ ଗୁରୁ ଶବ୍ଦର ତତ୍ତ୍ଵାର୍ଥ ସମ୍ପର୍କରେ ଉକ୍ତ ମୁଖପୁସ୍ତକ ରେ ଆଲୋଚନା ଉପସ୍ଥାପନ କରିଥିଲୁ । ଯଥା-ହଜାର ହଜାର ବର୍ଷ ଧରି ବିଷ୍ଣୁଙ୍କ ଅବତାର ବ୍ୟାସଦେବଙ୍କ ଜନ୍ମଦିବସକୁ ବ୍ୟାସ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା ରୂପେ ପାଳନ କରାଯାଇଆସୁଅଛି ।ଋଷି ପରାଶର ଓ ମତ୍ସ୍ୟଗନ୍ଧା (ସତ୍ୟବତୀ)ଙ୍କ ଗର୍ଭରୁ ଆଷାଢ଼ ପୂର୍ଣ୍ଣିମା ଦିନ ମହର୍ଷି ବ୍ୟାସଦେବ ଯମୁନା ନଦୀ ଗର୍ଭସ୍ଥ ବଦରିକା ଦ୍ୱୀପରେ ଜନ୍ମ ଗ୍ରହଣ କରିଥିବାରୁ ତାଙ୍କୁ ଦ୍ବେପ-ବାଦରାୟଣ ଭାବେ ସମ୍ବୋଧିତ କରାଯାଏ । ବ୍ୟାସଦେବଙ୍କ ଔରସରେ ଶୁକଦେବ ଜନ୍ମ ହୋଇଥିଲେ ।ଏହାଙ୍କ ମାତା ସତ୍ୟବତୀଙ୍କ ସଙ୍ଗେ ଶାନ୍ତନୁଙ୍କର ବିବାହ ହୋଇଥିଲା । ଶାନ୍ତନୁ ଓ ସତ୍ୟବତୀଙ୍କ ପୁତ୍ର ବିଚିତ୍ରବିର୍ଯ୍ୟ ନିଃସନ୍ତାନ ମୃତ ହେବାରୁ ସତ୍ୟବତୀଙ୍କ ଆଦେଶ ଅନୁସାରେ ଏ ବିଚିତ୍ରବିର୍ଯ୍ୟଙ୍କ ଦୁଇ ବିଧବାପତ୍ନୀ ଅମ୍ବିକା ଓ ଅମ୍ବାଳିକାଙ୍କ ସଙ୍ଗେ ନିୟୋଗ ବିଧି ଅନୁସାରେ ସହବାସ କଲେ ଓ ସେମାନଙ୍କ ଗର୍ଭରୁ ଧୃତରାଷ୍ଟ୍ର ଓ ପାଣ୍ଡୁଙ୍କ ଜନ୍ମ ହେଲା । ଏହାଙ୍କ ଔରସରେ ବିଚିତ୍ରବିର୍ଯ୍ୟଙ୍କ ଦାସୀଗର୍ଭରେ ବିଦୁର ଜନ୍ମଗ୍ରହଣ କରିଥିଲେ ।
ବ୍ୟାସଦେବଙ୍କର ଅନେକ ନାମ ପୁରାଣ ଶାସ୍ତ୍ର ରେ ଉଲ୍ଲେଖିତ । ଯଥା ବେଦବ୍ୟାସ,: ବେଦମାନଙ୍କ ସଂଗ୍ରହ ଓ ବିଭାଗ କରିଥିବାରୁ । ପୁରାଣାନୁସାରେ ଭିନ୍ନ ଭିନ୍ନ କଳ୍ପରେ ପ୍ରତ୍ୟେକ ଦ୍ୱାପର ଯୁଗରେ ଜନ୍ମଗ୍ରହଣ କରି ବେଦମାନଙ୍କ ସଂଗ୍ରହ ଓ ବିଭାଗକାରୀ ୨୮ ଜଣ ଋଷି ବେଦବ୍ୟାସ ଭାବେ ପରିଚିତ । ଏମାନେ ବ୍ରହ୍ମା ବା ବିଷ୍ଣୁଙ୍କର ଅବତାର ବୋଲି କଥିତ ।
ପ୍ରଥମେ ଦ୍ୱାପର ଯୁଗରେ ସ୍ୱୟଂ ବ୍ରହ୍ମା ବେଦବ୍ୟାସ ରୂପେ, ଦ୍ୱିତୀୟ ଦ୍ୱାପରରେ ପ୍ରଜାପତି ବା ମନୁ, ତୃତୀୟ ଦ୍ୱାପରରେ ଶୁକ୍ରାଚାର୍ଯ୍ୟ, ଚତୁର୍ଥ ଦ୍ୱାପରରେ ବୃହଷ୍ପତି ବେଦଭାଷ୍ୟ ରୂପେ ପରିଚିତ ହୁଅନ୍ତି । ସ୍ୱୟଂଭୁବ, ଉଶନା, ସବିତା, ମୃତ୍ୟୁ ବା ଯମ, ଇନ୍ଦ୍ର, ବସିଷ୍ଠ, ସାରସ୍ୱତ, ତ୍ରିଧାମ, ଋଷଭ ବା ତ୍ରିବୃଷ, ସୁତେଜା ବା ଭାରଦ୍ୱାଜ, ଅନ୍ତରିକ୍ଷ ବା ଧର୍ମ, ବ୍ପୁବନ୍ ବା ସୁଚକ୍ଷୁ, ତ୍ରଯ୍ୟାରୁଣି, ଧନଞ୍ଜୟ, କୃତଞ୍ଜୟ, ଋତଞ୍ଜୟ, ଭରଦ୍ୱାଜ, ଗୌତମ, ଉତ୍ତମ ବା ହର୍ଯ୍ୟତ୍ମା, ବାଚଶ୍ରବା ବା ନାରାୟଣ ବା ବେଣ, ସୋମମୁଖ୍ୟାୟନ ବା ତୃଣବିନ୍ଦୁ, ଋକ୍ଷ ବା ବାଲ୍ମୀକି, ଶକ୍ତି, ପରାଶର, ଜାତୁକର୍ଣ୍ଣ ଓ କୃଷ୍ଣ ଦ୍ୱୈପାୟନ ବେଦବ୍ୟାସ ଭୂମିକାରେ ଅବତିର୍ଣ୍ଣ ହୋଇଥାଆନ୍ତି । ସେହିପରି ଅନ୍ୟତମ ନାମ ଦ୍ୱୈପାୟନ ବା କୃଷ୍ଣ ଦ୍ୱୈପାୟନ,: ଏହାଙ୍କ ଦେହର ବର୍ଣ୍ଣ କଳା ହୋଇଥିବାରୁ ଓ କୃଷ୍ଣଦ୍ୱୀପରେ ଜନ୍ମଗ୍ରହଣ କରିଥିବାରୁ, ସେହିପରି କାନୀନ: ଅବିବାହିତା ସତ୍ୟବତୀଙ୍କ ଗର୍ଭରୁ ଜନ୍ମ ଗ୍ରହଣ କରିଥିବାରୁ,ସତ୍ୟଭାରତ: ମହାଭାରତର ପ୍ରଣେତା ହୋଇଥିବାରୁ,ପାରାଶର୍ଯ୍ୟ: ପରାଶରଙ୍କ ପୁତ୍ର ହୋଇଥିବାରୁ
ବାଦରାୟଣ,ସତ୍ୟବ୍ରତ,ସତ୍ୟରତ । ବ୍ୟାସଦେବଙ୍କ ନିମନ୍ତେ ଏହି କଥାକୁ ଭିନ୍ନ ଭାଷାରେ କୁହାଯାଇଛି :-
"ବ୍ୟାସାୟ ବିଷ୍ଣୁ ରୂପାୟ, ବ୍ୟାସ ରୂପାୟ ବିଷ୍ଣବେ।
ନମୋ ବୈ ବ୍ରହ୍ମ ବିଧୟେ ବଶିଷ୍ଠାୟ ନମୋନମଃ।
ଅଚ୍ୟୁତର୍ବଦ ବ୍ରହ୍ମା ଦ୍ୱିର୍ବାହାରୁ ପରେ ହରିଃ।
ଆଭାଲ ଲୋଚନଃ ଶମ୍ଭୁ ଭଗବାନ ବାଦରାୟାଣଃ"।।
ଯୁଗ ଯୁଗ ଧରି ଆମେ ବନ୍ଦନା କରିଆସୁଛନ୍ତି,
"ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱର।
ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ"।।
ମାତା, ଜନ୍ମଦାତ୍ରୀ ଏହି କ୍ରମରେ ପ୍ରଥମ ଗୁରୁ, ପିତା ଦ୍ୱିତୀୟ ଗୁରୁ ଏବଂ ଶିକ୍ଷାଦାତା ତୃତୀୟ ଗୁରୁ। ଗୁରୁମାନେ ହିଁ ଆମ ଜୀବନର ମାର୍ଗଦର୍ଶକ, ସୁନିୟନ୍ତ୍ରକ।ଗୁରୁମାନଙ୍କ ଠାରୁ ଶିକ୍ଷା, ଦୀକ୍ଷା ତଥା ତାଙ୍କ ଆଦର୍ଶ ସବୁକିଛି ଶିଷ୍ୟମାନଙ୍କର ଜୀବନରେ ପ୍ରତିଫଳିତ ହୋଇଥାଏ।ବ୍ୟାସଦେବ ତାଙ୍କ ସୃଷ୍ଟି ମାଧ୍ୟମରେ ଯୁଗଯୁଗ ପାଇଁ ଏ ମଣିଷ ଜାତିକୁ ମହାନ ଶିକ୍ଷା ଦେଇ ଯାଇଛନ୍ତି।"ଯାହା ନାହିଁ ଭାରତେ, ତାହା ନାହିଁ ଭାରତେ" ଅର୍ଥାତ୍ ବିଶ୍ୱ ବ୍ରହ୍ମାଣ୍ଡରେ ନାହିଁ ବୋଲି ବୁଝାଯାଏ।ଏଥିପାଇଁ ଭାରତରେ ସମସ୍ତ ପୌରାଣିକ କିମ୍ପଦନ୍ତୀ ଅଥବା ପ୍ରାମାଣିକ ତଥ୍ୟମାନ ବର୍ତ୍ତମାନ ସମଗ୍ର ବିଶ୍ୱପାଇଁ ଗବେଷଣାର ସାମଗ୍ରୀ ପାଲଟିଛି।ଆମ ଜୀବନର ପ୍ରତିଟି ବିଭାଗ ପାଇଁ ଏହା ବର୍ତ୍ତମାନ ମହାନ ବିଭବ ରୂପେ ସମୃଦ୍ଧି କରୁଛି । ଗୁରୁପୂର୍ଣ୍ଣିମା ପାଳନ ହିନ୍ଦୁ ଏବଂ ବୌଦ୍ଧ ଧର୍ମରେ ରହିଛି। ସେହିପରି ଶାସ୍ତ୍ର ଉଲ୍ଲେଖିତ ଯେ "प्रेरकः सूचकश्वैव वाचको दर्शकस्तथा । शिक्षको बोधकश्चैव षडेते गुरवः स्मृताः ॥ "
ସେହିପରି ସ୍କନ୍ଧ ପୁରାଣ ରେ ଅତି ସ୍ପଷ୍ଟ ଭାବରେ ଗୁରୁ ଶବ୍ଦର ପାଞ୍ଚ ଗୋଟି ଅର୍ଥ ଉଲ୍ଲେଖ ଅଛି ।
୧- "ଗୁ" କାରଶ୍ଚାନ୍ଧକାରେ " ରୁ" କାରସ୍ତେଜ ଉଚ୍ୟତେ, ଅଜ୍ଞାନ ଗ୍ରାସକଂ ବ୍ରହ୍ମ ଗୁରୁରେବ ନ ସଂଶୟଃ ।।
ଅର୍ଥାତ୍ " ଗୁ" କାରର ଅର୍ଥ, ଅଜ୍ଞାନ ରୂପକ ଅନ୍ଧକାର ଏବଂ " ରୁ" କାରର ଅର୍ଥ ଜ୍ଞାନ ରୂପକ ତେଜର ପ୍ରକାଶ । ଅଜ୍ଞାନ ( ମାୟା) ରୂପକ ଅନ୍ଧକାର କୁ ନଷ୍ଟ କରୁଥିବା ବ୍ରହ୍ମଜ୍ଞାନ ରୂପୀ ଆଲୋକ ହିଁ ଗୁରୁ ଅଟନ୍ତି ।
୨-"ଗୁ"କାରଃ ପ୍ରଥମୋ ବର୍ଣ୍ଣୋ ମାୟାଦିଗୁଣଭାସକଃ
"ରୁ"କାରୋ,{ସ୍ଥି ପରଂବ୍ରହ୍ମ ମାୟାଭ୍ରାନ୍ତିବିମୋଚକମ୍ ।।
ମର୍ମାର୍ଥ - "ଗୁ"କାର ମାୟା ପ୍ରଭୃତି ( ୧୦୮ ପ୍ରକାର ମାୟା,ଆଠ ପ୍ରକାର ପ୍ରକୃତି ଏମାନଙ୍କ ଠାରୁ ସୃଷ୍ଟି) । ସେହିପରି ଖରାପ ଗୁଣ ସମୂହର ଜନ୍ମଦାତା ର ନାମ" ଗୁ"କାର ଅଟେ । ସେହି ମାୟାଭ୍ରମରୁ ମୁକ୍ତ କରୁଥିବା ପରଂବ୍ରହ୍ମ " ରୁ"କାର ଅଟନ୍ତି ।
୩-"ଗୁ"କାରଶ୍ଚ ଗୁଣାତୀତ ରୂପାତୀତୋ " ରୁ"କାରକଃ
ଗୁଣ ରୂପ ବିହୀନତ୍ବତ ଗୁରୁରିତ୍ୟଭିଧୀୟେତ ।।
ମର୍ମାର୍ଥ ହେଲା- "ଗୁ"କାର- ସତ୍ତ୍ବ ରଜ ଓ ତମ ଗୁଣର ଉର୍ଦ୍ଧ୍ବ ରେ , " ରୁ"କାର- ସମସ୍ତ ରୂପ ବା ଅବୟବ ଅବା ଆକୃତି ରୁ ଉର୍ଦ୍ଧ୍ବ ରେ ଅର୍ଥାତ୍ " ଗୁରୁଃ ସାକ୍ଷାତ୍ ଆଦି ନାରାୟଣ ପୁରୁଷ "
ସେଥିପାଇଁ ଆମେ କହିଆସିଥାଏଁ - ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେଵ ମହେଶ୍ୱର, ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମୈ ଶ୍ରୀଗୁରବେ ନମଃ ।
୪-"ଗୁ"କାରଂ ଚ ଗୁଣାତୀତଂ " ରୁ"କାର ରୂପବର୍ଜିତଂ
ଗୁଣାତୀତମରୂପଂ ଚ ମୋ ଦଦ୍ୟାତ୍ ସ ଗୁରୁଃ ସ୍ମୃତଃ ।
୫- " ଗୁ"କାରଶ୍ଚାନ୍ଧକାରସ୍ତୁ 'ରୁ' କାରସ୍ତନ୍ନିରୋଧକୃତ
ଅନ୍ଧକାର ବିନାଶିତ୍ବାତ୍ ଗୁରୁରିତ୍ୟଭିଧିୟତେ ।।
ଗଣିତ ବିଦ୍ୟା ର ଛାତ୍ର ଭାବରେ ହିସାବ କଲେ
"ଗୁରୁ"= ଗ+ଉ+ର+ଉ
ଗ" ପ୍ରତିନିଧିତ୍ଵ କରେ ସିଦ୍ଧି ପ୍ରଦାୟକ
ଉ" ପ୍ରତିନିଧିତ୍ଵ କରେ ଶିବ, ଅର୍ଥାତ୍ ସତ୍ ଆନନ୍ଦ ପ୍ରଦାତା
ର" ପ୍ରତିନିଧିତ୍ଵ କରେ ପାପ ର ଦହନ କରିବା
ଉ " ଏଠାରେ ପ୍ରତିନିଧିତ୍ଵ କରେ-ଦେହ ମଧ୍ୟ ରେ ଥିବା ଆତ୍ମା- ଶିବ, ଯିଏକି ସତ୍ ଆନନ୍ଦ ପ୍ରଦାତା
ଅତଏବ ଉପରୋକ୍ତ ପ୍ରଦାନରେ ସକ୍ଷମ ଗୁରୁ ହିଁ ପରମ ଗୁରୁ ।
ପୁନଶ୍ଚ " ତତ୍ତ୍ବୋପଦେଶ ଗ୍ରନ୍ଥ ରେ" ଜଗତଗୁରୁ ଆଦି ଶଙ୍କରାଚାର୍ଯ୍ୟ କହିଛନ୍ତି -
"ଆଚାର୍ଯ୍ୟବାନ ପୁରୁଷୋ ହି ବେଦେତ୍ୟେବଂ ଶ୍ରୁତର୍ଜ୍ଜଗୋ
ଅନାଦାଵିହ ସଂସାରେ ବୋଧକ ଗୁରୁରେବ ହି " ।
ପ୍ରଥମତଃ ପାଞ୍ଚ ପ୍ରକାର ଗୁରୁ ଯଥା ମାତା ଗୁରୁ, ପିତା ଗୁରୁ,ବିଦ୍ୟାଗୁରୁ,କର୍ଣ୍ଣଗୁରୁ,ତତ୍ତ୍ବଗୁରୁ ।
ଦ୍ବିତୀୟତଃ ଆଦ୍ୟ ଗୁରୁ, ଶିକ୍ଷା ଗୁରୁ, ଜ୍ଞାନ ଗୁରୁ, ତୀର୍ଥ ଗୁରୁ ଓ ଜଗତଗୁରୁ ।।
ଏଠାରେ ମୁଖ ପୁସ୍ତକ ରେ ଉପସ୍ଥାପିତ ଏକ ଆଲେଖ୍ୟ ଉଲ୍ଲେଖଯୋଗ୍ୟ । ଶ୍ରୀମଦ ଭାଗବତ ମହାପୁରାଣରେ କୁହାଯାଇଅଛି ‘‘ଗୁରୁଙ୍କୁ ନମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ୱର’’ ଅର୍ଥାତ୍ ପରମେଶ୍ୱର ପରମାତ୍ମା ହେଉଛନ୍ତି ଶୂନ୍ୟବାସୀ ନିରାକାର। ସ୍ଥୂଳ ସୂକ୍ଷ୍ମ କାରଣର ବହୁ ଊର୍ଦ୍ଧ୍ୱରେ ତାଙ୍କର ସ୍ଥିତି। ଜ୍ୟୋତି ସ୍ୱରୂପରେ ବିରାଜିଥାନ୍ତି ମହାଶୂନ୍ୟରେ। ତାଙ୍କର ସାକାର ସ୍ୱରୂପ ହେଉଛନ୍ତି ଗୁରୁ। ଏକଥାକୁ ମଧ୍ୟ ପରମଶାସ୍ତ୍ର ଓଡ଼ିଆ ଭାଗବତରେ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଅଛି ‘ମୁହିଁ ବସଇ ଗୁରୁଦେହେ ମୋ ବିନୁ ଗୁରୁ ଭିନ୍ନ ନୁହେଁ’। ନର ସ୍ୱରୂପ ଧାରଣ କରିଥିଲେ ମଧ୍ୟ ଭଗବାନଙ୍କର ଦିବ୍ୟ ଶକ୍ତି ପୂରି ରହିଥାଏ। ଗୁରୁ ଓ ଈଶ୍ୱର ମଧ୍ୟରେ ଭିନ୍ନ ଭିନ୍ନ ଭାବ ନ ଆଣି ଗୁରୁଙ୍କୁ ଯଥାର୍ଥରେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କ ସମନ୍ଵୟ ବୋଲି ଜ୍ଞାନ କରାଯାଏ। କାରଣ ବ୍ରହ୍ମା ସୃଷ୍ଟି କର୍ତ୍ତା, ବିଷ୍ଣୁ ପାଳନ କର୍ତ୍ତା ଏବଂ ମହେଶ୍ୱର ସଂହାର କର୍ତ୍ତା ବୋଲି ବିଶ୍ୱାସ କରାଯାଏ। ଠିକ୍ ସେହିପରି ଗୁରୁଶକ୍ତି ଜୀବମାନଙ୍କ ମଧ୍ୟରେ ଥିବା କୁସଂସ୍କାରକୁ ଦୂର କରି ପାପ, ତାପ, ଶାପକୁ ନିଜର ଅଲୌକିକ ଦିବ୍ୟ ଶକ୍ତି ଦ୍ୱାରା ଶିଷ୍ୟଠାରୁ ହରଣ କରାଇ ସତ୍ ଚେତନା ଓ ଦିବ୍ୟ ଗୁଣାବଳୀରେ ଗଢ଼ି ତୋଳିଥାନ୍ତି।
ଆମ ଦେଶ ଭାରତ ବର୍ଷ ଗୁରୁ ପରମ୍ପରାର ଦେଶ। ଯୁଗେ ଯୁଗେ ଏହି ପବିତ୍ର ମାଟିରେ ଗୁରୁଙ୍କର ଗୁରୁତ୍ୱକୁ ସମ୍ମାନ ଜଣାଇ ଆସିଛି ମାନବ ସମାଜ। ‘ଗୁ’ ଅର୍ଥ ଗୁଣାତୀତ ‘ରୁ’ ବୋଇଲେ ରୂପାତୀତ। ଯିଏ ଲୋଭ, ମୋହ ଭରା ଛନ୍ଦ କପଟର ସଂସାରରେ ଆସକ୍ତ ନ ହୋଇ ବିଶ୍ୱକଲ୍ୟାଣ ଭାବନାରେ ସଦା ନିମଗ୍ନ ରହି ଜୀବ ଜଗତର ମଂଗଳ ନିମିତ୍ତ ତ୍ୟାଗ, ତପସ୍ୟା, ସଦାଚାର, ସଚ୍ଚୋଟତା, ନିଷ୍କପଟତା, ଧୈର୍ଯ୍ୟ ଓ ସହନଶୀଳତା ଏବଂ ଦୟା କ୍ଷମା ଆଦି ଦିବ୍ୟ ଅଳଙ୍କାର ନିଜ ଅଙ୍ଗର ମୁଖ୍ୟ ଭୂଷଣ ସଜାଇ ସାରା ବିଶ୍ୱକୁ ସଦ୍ବାର୍ତ୍ତା ଦେଇଥାନ୍ତି। ଦୈନନ୍ଦିନ ଜୀବନଚର୍ଯ୍ୟାରେ ଶୃଙ୍ଖଳତା ଓ ସଂଯମତା ରକ୍ଷା କରି ଆଦର୍ଶ ତଥା ମହତ କର୍ମ ସଂପାଦନ କରି ଜୀବ ଜଗତର ଆଦର୍ଶ ବନିଥାନ୍ତି। ଦିନଥିଲା ଏଠାକାର ମୁନିଋଷିମାନଙ୍କର ନୈତିକ ବୋଧଜ୍ଞାନ, ଆତ୍ମ ଶକ୍ତିର ପ୍ରକାଶ ଶୈଳୀ ତଥା ମହାଜାଗତିକ ଭାବ ଧାରାରେ ଆକୃଷ୍ଟ ହୋଇ ବିଶ୍ୱର କୋଣ ଅନୁକୋଣରୁ ଲୋକମାନେ ଧାଇଁ ଆସୁଥିଲେ ଗୁରୁଙ୍କର ସେବା ପୂଜା କରି ଆଧ୍ୟାତ୍ମିକ ଶିକ୍ଷା ଲାଭ କରିବା ପାଇଁ। ତେଣୁ ଏ ଭାରତ ବର୍ଷକୁ ସେତେବେଳେ ବିଶ୍ୱର ଗୁରୁ ଭାବେ ବିବେଚନା କରାଯାଉଥିଲା। ଏହି ଗୁରୁ ପରମ୍ପରାକୁ ରକ୍ଷା କରି ତ୍ରେତୟା ଯୁଗର ମର୍ଯ୍ୟାଦା ପୁରୁଷୋତ୍ତମ ଦଶରଥ ନନ୍ଦନ ଶ୍ରୀରାମ ଚନ୍ଦ୍ର ଓ ଦ୍ୱାପର ଯୁଗର ଅବତାରୀ ପୁରୁଷ ଲୀଳାମୟ ଶ୍ରୀକୃଷ୍ଣ ମଧ୍ୟ ନିଜ ଜୀବନକୁ ଗୁରୁଙ୍କ ଚରଣାରବିନ୍ଦରେ ସଂପୂର୍ଣ୍ଣ ସମର୍ପି ଦେଇଥିଲେ। ଗୁରୁକୁଳାଶ୍ରମରେ ବିଦ୍ୟାଲାଭ କରି ଗୁରୁଙ୍କୁ ଦକ୍ଷିଣା ଦେବାକୁ ଯାଇ ତାଙ୍କ ମୃତ ପୁତ୍ରକୁ ଫେରାଇ ଦେବା ନିମନ୍ତେ ଯମପୁର ଯାଇଥିଲେ ମହାପ୍ରଭୁ ଶ୍ରୀକୃଷ୍ଣ। ଗୁରୁଙ୍କର ଆଦେଶ ମତେ ଶ୍ରୀରାମ ତାଡ଼କାସୁରକୁ ବଧ କରି ଯଜ୍ଞରକ୍ଷା କରାଇଥିଲେ। ଗୁରୁଙ୍କର ଆଜ୍ଞା ଅନୁସାରେ ଆରୁଣି କ୍ଷେତକୁ ଯାଇ ବଢ଼ିଲା ପାଣିରେ ଘାଇ ବାନ୍ଧି ନ ପାରି ବିଲର ହୁଡ଼ା ହୋଇ କ୍ଷେତ ପାଣି ଅଟକାଇବାକୁ ଚେଷ୍ଟା କରିଥିଲେ। ଗୁରୁବାକ୍ୟ ରକ୍ଷା କରି ଉପମନ୍ୟୁ କୌଣସି ଖାଦ୍ୟ ନଖାଇ ଭୋକ ବିକଳରେ ଅରଖପତ୍ର ଚୋବାଇବା ସମୟରେ ଅରଖ କ୍ଷୀର ଆଖିରେ ପଡ଼ି ଦୃଷ୍ଟି ଶକ୍ତି ହରାଇ ବସିଥିଲେ। ଗୁରୁଙ୍କୁ ସମ୍ମାନ ଜଣାଇ ଏକଲବ୍ୟ ବୃଦ୍ଧଙ୍ଗୁଳି ପ୍ରଦାନ କରିଥିଲେ। ଗୁରୁଙ୍କ ଆଦେଶ ପାଳନ କରି ମରାଠା ଛତ୍ରପତି ଶିବାଜୀ ଭିକ୍ଷାଥାଳ ଧରି ଦ୍ୱାର ଦ୍ୱାର ବୁଲି ଭିକ୍ଷା ମାଗିଥିଲେ। ଗୁରୁବାକ୍ୟରେ ବିଶ୍ୱାସ ରଖି ଶ୍ରମଣା ଶବରୀ ନିଘଞ୍ଚ ଅରଣ୍ୟରେ ଆଶ୍ରମର ସେବା କରି ଚାଲିଥିଲେ। ଯେଉଁଥି ପାଇଁ ଦିନେ ଶ୍ରୀରାମ ଚନ୍ଦ୍ର ତାଙ୍କୁ ଦର୍ଶନ ଦେବା ସହ ତାଙ୍କ ହସ୍ତରୁ କୋଳି ଖାଇଥିବା ପ୍ରବାଦ ରହିଛି। ଗୁରୁଙ୍କୁ ଦେଇଥିବା ବାକ୍ୟ ଅନୁସାରେ ଯାଜନିକା ଚତୁର୍ଥୀ ରାତିରେ ସ୍ୱାମୀ ସୁଖ ମୋହରେ ନପଡ଼ି ଘୋର କାନନରେ ଥିବା ଗୁରୁଙ୍କ ଆଶ୍ରମକୁ ଯାଇ ଗୁରୁଙ୍କୁ ଦକ୍ଷିଣା ଦେଇ ଜୀବନକୁ ଧନ୍ୟ କରିଥିଲେ। ଗୁରୁଙ୍କର ସେବା ପୂଜା କଲେ ଗୁରୁ ଆମର ମଙ୍ଗଳ ବିଧାନ କରନ୍ତି। ଗୁରୁଙ୍କର ବାକ୍ୟ ଅକ୍ଷରେ ଅକ୍ଷରେ ପାଳନ କଲେ ଜୀବନର ଚଲାପଥରେ କୌଣସି ବିପତ୍ତି ପଡ଼ି ନଥାଏ। ଗୁରୁ ସର୍ବଜ୍ଞାତା ତ୍ରିକାଳଦର୍ଶୀ ପୁରୁଷ ତେଣୁ ଜୀବ ପାଇଁ କେଉଁଟା ଭଲ ବା କେଉଁଟା ମନ୍ଦ ତାହା ନିର୍ଣ୍ଣୟ କରି ପ୍ରତିଟି ସମୟରେ ଦିଗ୍ଦର୍ଶନ ଦେଇଥାନ୍ତି। ମାତ୍ର ଭୌତିକ ଶିକ୍ଷାକୁ ପ୍ରାଧାନ୍ୟ ଦେଇ ଅହଂକାରର ବଶବର୍ତ୍ତୀ ହୋଇ ଯେ ଗୁରୁଙ୍କୁ ଅବମାନନା କରେ ତା’ର ଜୀବନ ଅଜ୍ଞାନ ଅନ୍ଧକାର ମଧ୍ୟକୁ ଚାଲିଯାଏ। ପଞ୍ଚଭୂତର ସର୍ବଶ୍ରେଷ୍ଠ ଶରୀର ଧାରଣ କରି ମଧ୍ୟ ବିଶ୍ୱ ରଂଗ ମଞ୍ଚରେ ଗୁରୁକୃପା ଅଭାବରୁ ସଫଳ ଅଭିନେତା ଅଭିନେତ୍ରୀ ହେବାରେ ସକ୍ଷମ ହୋଇଥା’ନ୍ତି। ଏଇ ଯେମିତି ମହାପରାକ୍ରମୀ ବୀର କର୍ଣ୍ଣ ଗୁରୁଙ୍କୁ ମିଥ୍ୟା କହି ବିଦ୍ୟାଲାଭ କରିଥିଲେ ମଧ୍ୟ ଗୁରୁଙ୍କ ଅଭିଶାପରୁ ସବୁ ବିଦ୍ୟାରେ ପାରଙ୍ଗମ ଥାଇ ସୁଦ୍ଧା ଗୁରୁଙ୍କ ଅଭିଶାପରୁ ମହାଭାରତ ଯୁଦ୍ଧରେ ପ୍ରାଣରକ୍ଷା କରିପାରି ନଥିଲେ। ବଳୀ ରାଜା ବାମନଙ୍କୁ ତ୍ରିପାଦ ଭୂମି ଦେବାକୁ ଜଳ ତୁଳସୀ ଛୁଇଁ ତ୍ରିବାର ସତ୍ୟ କରିବା ସମୟରେ ଗୁରୁ ଶୁକ୍ରାଚାର୍ଯ୍ୟ ତାଙ୍କୁ ବାରଣ କରିଥିଲେ ମାତ୍ର ଗୁରୁଙ୍କ କଥା ଅବମାନନା କରିଥିବାରୁ ବଳି ପାତାଳକୁ ଚାଲିଗଲେ।
ଶାସ୍ତ୍ରର ମନ୍ତ୍ର କହେ:-, ଧ୍ୟାନ ମୂଳଂ ଗୁର୍ରୁମୂର୍ତ୍ତି, ମନ୍ତ୍ର ମୂଳଂ ଗୁରୁର୍ବାକ୍ୟ, ପୂଜା ମୂଳଂ ଗୁରୁ ପାଦ, ମୋକ୍ଷ ମୂଳଂ ଗୁରୁ କୃପା ! ତେଣୁ ସାଧାରଣ ଜୀବ ଏ ଦୁନିଆରେ ଧନ, ଐଶ୍ୱର୍ଯ୍ୟ ତଥା ଉଚ୍ଚପଦ ପଦବିର ଅଧିକାରୀ ହୋଇଥିଲେ ମଧ୍ୟ ଗୁରୁବିନା ପ୍ରକୃତ ଶାନ୍ତି ଓ ଦିବ୍ୟ ଆନନ୍ଦ ପାଇ ପାରେ ନାହିଁ। ଏହି ସମ୍ପର୍କରେ ଗୁରୁସ୍ୱାମୀ କହନ୍ତି – ‘‘ଗୁରୁବିନା ଆନ କେହିତ ନାହିଁ ଭବ ସଂସାରେ, ଜୀବକୁ ଯାତନା କୂପରୁ ଉଦ୍ଧାର କରିପାରେ।’’ ଅର୍ଥାତ୍ ସଦ୍ଗୁରୁ ଶିଷ୍ୟଶିଷ୍ୟାଙ୍କର ତ୍ରିପାପ ହରଣ କରି ଭବ ରୋଗରୁ ଉଦ୍ଧାର ପାଇବାର ସହଜ ସରଳ ମାର୍ଗ ଦେଇଥାନ୍ତି ।ଯେଉଁଥିରେ ଜୀବ ଅଜ୍ଞାନରୁ ଜ୍ଞାନ ଲାଭ କରି ସଂସାରରେ ଅଳିକ ସୁଖରେ ମଜ୍ଜି ନରହି ନିଜ ମଧ୍ୟରେ ଥିବା କାମ କ୍ରୋଧ ପରି ଷଡ଼ରିପୁ ତଥା କାମିନୀ କାଞ୍ଚନର ମୋହକୁ ସଂପୂର୍ଣ୍ଣ ପରିତ୍ୟାଗ କରି କୁସଂସ୍କାର ମଳିକୁ ଆଧ୍ୟାତ୍ମିକ ଦିବ୍ୟ ଚେତନାରୂପି ଜଳରେ ଧୋଇ ଜଗତ କଲ୍ୟାଣ କାର୍ଯ୍ୟରେ ଲାଗିଥାନ୍ତି। ଯେଉଁଥିରେ କି ସାଂସାରିକ ଜ୍ୱାଳା ଯନ୍ତ୍ରଣାରୁ ରକ୍ଷା ପାଇ ଜୀବ ଲାଭ କରେ ଅନିର୍ବଚନୀୟ ସୁଖ, ଶାନ୍ତି, ଆନନ୍ଦ ଏତତ୍ ବ୍ୟତୀତ ପରମାତ୍ମାଙ୍କ ସହ ତଲ୍ଲୀନ ହୋଇ ନିଜ ଜୀବନକୁ ଓ ଜନ୍ମକୁ ଧନ୍ୟ କରେ ।
ଜନ୍ମାଷ୍ଟମୀ
ଜନ୍ମାଷ୍ଟମୀ
----
"କସ୍ତୁରୀ ତିଳକଂ ଲଲାଟପଟଳେ ବକ୍ଷଃସ୍ଥଳେ କୌସ୍ତୁଭଂ
ନାସାଗ୍ରେ ବରମୌକ୍ତିକଂ କରତଳେ ବେଣୁଂ କରେ କଙ୍କଣମ୍ ।
ସର୍ବାଙ୍ଗେ ହରିଚନ୍ଦନଂ ସୁଲଳିତଂ କଣ୍ଠେ ଚ ମୁକ୍ତାବଳୀ
ଗୋପସ୍ତ୍ରୀ ପରିବେଷ୍ଟିତୋ ବିଜୟତେ ଗୋପାଳ ଚୂଡ଼ାମଣିଃ ॥"
ଆଜି ଭଗବାନ ଶ୍ରୀକୃଷ୍ଣ ଙ୍କର ୫୨୫୩ତମ ପବିତ୍ର ଜୟନ୍ତୀ ତିଥି । ଭାଦ୍ରବ ମାସ, କୃଷ୍ଣ ପକ୍ଷ ଅଷ୍ଟମୀ ତିଥିକୁ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିବସ ବା ଜନ୍ମାଷ୍ଟମୀ ରୂପେ ପାଳନ କରାଯାଏ । ଆମ ସନାତନୀ ହିନ୍ଦୁମାନଙ୍କର ଏହା ଏକ ମୂଖ୍ୟ ପର୍ବ । ବେଦବାଣୀ ଓ ଜ୍ୟୋତିଷ ଗଣନାନୁସାରେ ଭଗବାନ ଶ୍ରୀକୃଷ୍ଣ ଦ୍ୱାପର ଯୁଗର ଶେଷ ଭାଗରେ ଧରାଧାମରେ ଅବତୀର୍ଣ୍ଣ ହୋଇଥିଲେ । ତାଙ୍କର ଲୀଳା ଅବଧି ଥିଲା ୧୨୫ ବର୍ଷ ୭ ମାସ । ଯେଉଁ ଦିନ କୃଷ୍ଣଙ୍କର ପରଲୋକ ହେଲା ସେଦିନଠାରୁ କଳି ଯୁଗ ଆରମ୍ଭ ହୋଇଛି ଏବଂ ବର୍ତ୍ତମାନ କଳିଭୋଗବ୍ଦ ୫୨୫୨ ବର୍ଷ ଶେଷ ହୋଇ ୫୨୫୩ ବର୍ଷ ଚାଲିଲା। ତେଣୁ ଆଜକୁ ୫୨୫୨ବର୍ଷ ପୂର୍ବେ ଲୀଳା ପୁରୁଷୋତ୍ତମ ଏହି ଧରାଧାମରେ ଅବତରଣ କରିଥିଲେ ।ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ବା କୃଷ୍ଣ ଜନ୍ମାଷ୍ଟମୀ ବା କୃଷ୍ଣାଷ୍ଟମୀ, ସାତମ୍ ଆଠମ୍, ଗୋକୁଳାଷ୍ଟମୀ, ଅଷ୍ଟମୀ ରୋହିଣୀ, ଶ୍ରୀକୃଷ୍ଣ ଜୟନ୍ତୀ, ଶ୍ରୀ ଜୟନ୍ତୀ ବା କେବଳ ଜନ୍ମାଷ୍ଟମୀ ନାମରେ ମଧ୍ୟ ଜଣାଶୁଣା । ବିଷ୍ଣୁଙ୍କର ଅବତାରୀ ପୁରୁଷ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଦିନକୁ ହିନ୍ଦୁମାନେ ଜନ୍ମାଷ୍ଟମୀ ରୂପେ ପାଳନ କରିଥାନ୍ତି । ଏହା ହିନ୍ଦୁ ପଞ୍ଜିକା ଅନୁସାରେ ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପାଳନ କରାଯାଏ । ଏଇ ଦିନ ଲଗ୍ନରେ ରୋହିଣୀ ନକ୍ଷତ୍ର ରହିଥାନ୍ତି । ଏହା ଗ୍ରେଗୋରିଆନ (ଇଂରାଜୀ) କ୍ୟାଲେଣ୍ଡରରେ ସର୍ବଦା ଅଗଷ୍ଟ ୧୫ରୁ ସେପ୍ଟେମ୍ବର ୧୫ ଭିତରେ ହିଁ ଆସିଥାଏ । ଉତ୍ତର ଭାରତ ଓ ଦକ୍ଷିଣ ଭାରତରେ ଗଣନା ପଦ୍ଧତିର ବୈଷମ୍ୟ ଯୋଗୁଁ ଏହାର ପାଳନ ଗୋଟିଏ ଦିନ ଆଗପଛ ହୋଇଥାଏ । ଯେପରିକି ଚଳିତ ବର୍ଷ ଗତକାଲି ଉତ୍ତର ଭାରତରେ , ଏପରିକି ଆମ ଓଡ଼ିଶାରେ କେତେକ ପାଳନ କରିଛନ୍ତି । ଆଜି କିନ୍ତୁ ଜନ୍ମାଷ୍ଟମୀ ।ଭାଦ୍ର କୃଷ୍ଣାଷ୍ଟମୀ ଅର୍ଦ୍ଧରାତ୍ର ସମୟରେ ଜନ୍ମାଷ୍ଟମୀ ହିନ୍ଦୁ ଜଗତରେ ପାଳିତ ହୋଇଥାଏ । କିନ୍ତୁ ବିଷ୍ଣୁ ପୁରାଣରେ କୃଷ୍ଣଙ୍କର ଜନ୍ମ ଶ୍ରାବଣମାସ କୃଷ୍ଣ ଅଷ୍ଟମୀରେ ହୋଇଥିବାର ଉଲ୍ଲେଖ ରହିଛି । ମୁଖ୍ୟଚାନ୍ଦ୍ରମାସ ଓ ଗୌଣ ଚାନ୍ଦ୍ରମାସ ଗଣନା ଏ ପ୍ରଭେଦର କାରଣ ବୋଲି ଅନୁମେୟ । ଶ୍ରୀକୃଷ୍ଣ ମାନବ ସମାଜକୁ କର୍ମଯୋଗର ଶିକ୍ଷା ଦେଇଛନ୍ତି । ଶ୍ରୀମଦ୍ଭଗବଦଗୀତାରେ କର୍ମ ଅନୁସାରେ ଫଳ ମିଳିବ ବୋଲି ସେ ଉଲ୍ଲେଖ କରିଛନ୍ତି। ତେଣୁ ଜନ୍ମାଷ୍ଟମୀର ପାଳନ ଅବସରରେ ଜଣେ ପ୍ରକୃତ କର୍ମଯୋଗୀ ହେବାପାଇଁ ଶପଥ ନିଆଯାଏ। ଫଳର ଆଶା ନ ରଖି ବିଶ୍ୱର ସେବା କରିବା ହେଉଛି ପ୍ରକୃତ କର୍ମଯୋଗ । ଗୀତାରେ ଶ୍ରୀକୃଷ୍ଣଙ୍କ ପ୍ରଦର୍ଶିତ ପଥ ଅନୁସରଣ କରି ଯେ କେହି ସ୍ଥିତପ୍ରଜ୍ଞ ହୋଇପାରେ । ମହାପୁରୁଷମାନେ ଦେଖାଇଦେଇଥିବା ପଥରେ ଯାଇ ଇତରଲୋକେ ସୁଖ, ଶାନ୍ତି ଓ ସମୃଦ୍ଧିକୁ ସହଜରେ ହାସଲ କରିପାରିବେ । ଅନେକ ଗବେଷକଙ୍କ ମତରେ ଖ୍ରୀଷ୍ଟପୂର୍ବ ୩୨୨୭ ପୂର୍ଣ୍ଣମାନ୍ତ ଭାଦ୍ର କୃଷ୍ଣ ଅଷ୍ଟମୀ ତିଥିରେ ତାଙ୍କର ଜନ୍ମ ହେଇଥିଲା ।ଅବତାର ଅର୍ଥ ଅବତୀର୍ଣ୍ଣ ହେବା, ଭକ୍ତମାନଙ୍କୁ ଦିବ୍ୟାନନ୍ଦ ପ୍ରଦାନ ନିମିତ୍ତ ଓ ଭଗବତ ଧର୍ମ ଠିକ ସ୍ଥାନରେ ଲାଗି ଦେବକୀଙ୍କ ଗର୍ଭରୁ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ । ଶଙ୍ଖ, ଚକ୍ର, ଗଦା, ପଦ୍ମଧାରୀ ସ୍ୱରୂପରେ ମାତାପିତାଙ୍କୁ ଦର୍ଶନ ଦେଇଥିଲେ । ବାଳକ ରୂପରେ ଲୀଳା ଛଳରେ ଦୈତ୍ୟମାନଙ୍କୁ ସ୍ୱଧାମକୁ ପଠେଇ ପୃଥିବୀର ପାପ ଭାର ଲାଘବ କରିଥିଲେ । ବ୍ରହ୍ମା, ଶଙ୍କର ସନକାଦି ମୂନିଋଷିଙ୍କର ପୂଜ୍ୟ ହୋଇମଧ୍ୟ ସାଧାରଣ ବାଳକ ପରି ଲୀଳା କରୁଥିଲେ ।ମାନବ ଜାତିର ଉନ୍ନତିକଳ୍ପେ ଭଗବାନ ଶ୍ରୀକୃଷ୍ଣ ଭିନ୍ନ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହେଇ ଲୀଳା କରିଥିଲେ । ମହାଭାରତ ଯୁଦ୍ଧକୁ ଏଡେଇବା ପାଇଁ ଶାନ୍ତିର ବାର୍ତ୍ତାନେଇ ଦୁର୍ଯ୍ୟୋଧନଙ୍କ ନିକଟକୁ ଗମନ କରିଥିଲେ।ଏଠାରେ ପଂରବ୍ରହ୍ମ ଶ୍ରୀକୃଷ୍ଣ ଶାନ୍ତିଦୂତର ଭୂମିକା ନିଭାଇ ଥିଲେ । ମହାଭାରତ ଯୁଦ୍ଧକ୍ଷେତ୍ରରେ ଅର୍ଜୁନଙ୍କ ରଥର ସାରଥୀହେଇ ରଥକୁ ସୁଚାରୁ ରୂପେ ଚାଳନା କରିଥିଲେ । ଯୁଦ୍ଧର ପ୍ରାରମ୍ଭରେ ନିଜର ଜ୍ଞାତି କୁଟୁମ୍ବମାନଙ୍କୁ ଅବଲୋକନ କରି ଅର୍ଜୁନଙ୍କ ମନରେ ବିଷାଦ ଆସିଥିଲା ଓ ଯୁଦ୍ଧ ନକରିବା ପାଇଁ ଶ୍ରୀକୃଷ୍ଣଙ୍କୁ ମନାକରିଦେଇଥିଲେ । ଏଠାରେ ଭଗବାନ ଗୁରୁ ରୂପରେ ଅବତୀର୍ଣ୍ଣ ହେଇ ଅର୍ଜୁନଙ୍କୁ ଗୀତାଜ୍ଞାନ ପ୍ରଦାନ କରି ଧର୍ମସ୍ଥାପନ ପାଇଁ ଯୁଦ୍ଧ କରିବାଲାଗି ତାଙ୍କୁ ମନେଇବାରେ ସକ୍ଷମ ହେଇଥିଲେ।କୂଟନୀତି ପ୍ରୟୋଗ କରି ପାଣ୍ଡବମାନଙ୍କୁ ଯୁଦ୍ଧରେ ଜିତାଇଥିଲେ । ଏଠାରେ ତାଙ୍କୁ ବିଚକ୍ଷଣ କୂଟନୀତିଜ୍ଞ ରୂପରେ ମାନ୍ୟତା ଦିଆଯାଏ ।ମହାଭାରତ ଯୁଦ୍ଧରେ ଅର୍ଜୁନଙ୍କୁ ନିମିତ୍ତମାତ୍ର କରି ମାନବ ସମାଜକୁ ଯେଉଁ ସାଂଖ୍ୟଯୋଗ, କର୍ମଯୋଗ, ଜ୍ଞାନଯୋଗ ଓ ଭକ୍ତିଯୋଗ ଶିକ୍ଷାପ୍ରଦାନ କରିଛନ୍ତି,ତାହାକୁ ପାଥେୟ କରି ବିଷୟାସକ୍ତ ଅଜ୍ଞାନ ଜୀବ ନିଜର ସାଧାରଣ ଜୀବନରେ ବାସ୍ତବ ସମସ୍ୟାକୁ ଉପଲବ୍ଧି କରି ନିଜକୁ ଉଦ୍ଧାର କରୁଛନ୍ତି । ଏହା ଭଗବତ ଗୀତା ନାମରେ ବିଶ୍ୱ ବିଖ୍ୟାତ । ଭଗବତ ଗୀତା ବିଶ୍ୱ ସାହିତ୍ୟ ଭଣ୍ଡାରରେ ଏକ ଅନନ୍ୟ ସ୍ଥାନ ଅଧିକାର କରିଛି । ଏଥିରେ ରଚିତ ହେଇଥିବା ଭଗବାନ ଶ୍ରୀକୃଷ୍ଣଙ୍କର ମୁଖନିଃସୃତ ବାଣୀ ଦିବ୍ୟ ଓ ସନାତନ । ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ଦ୍ୱାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବା ନିମନ୍ତେ ମାନବ ରୂପରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଧରାବତରଣ କରିଥିଲେ ଭଗବାନ ବିଷ୍ଣୁ । ଏହା ଥିଲା ତାଙ୍କର ଶ୍ରୀକୃଷ୍ଣ ଅବତାର । କଂସଦ୍ୱାରା ବନ୍ଦୀ ଭଗ୍ନୀ ଦେବକୀଙ୍କ ଗର୍ଭରୁ ବନ୍ଦିଶାଳାରେ ଅର୍ଧ ରାତ୍ରୀରେ ରୋହିଣୀ ନକ୍ଷତ୍ର- ବୃଷରାଶିର ସଂଯୋଗ ସମୟରେ କୃଷ୍ଣ ଜନ୍ମ ଲାଭ କରିଥିଲେ । ବନ୍ଦିଶାଳାରେ ମାତା-ପିତାଙ୍କୁ ଶ୍ରୀକୃଷ୍ଣ ଜଣାଇଥିଲେ ତାଙ୍କର ଧରାବତରଣ ଉଦ୍ଦେଶ୍ୟ । ସେ ଦୁଷ୍ଟ ଶକ୍ତିର ବିନାଶ ଓ ଧର୍ମ ପ୍ରତିଷ୍ଠା ନିମନ୍ତେ ମାନବ ରୂପ ଧାରଣ କରିଛନ୍ତି ଏବଂ ତାଙ୍କର ମାନବ ଲୀଳା ହିଁ ପୃଥିବୀରୁ ସମସ୍ତ ପ୍ରକାର କଳୁଷ ନାଶ କରିପାରିବ । ପୃଥିବୀକୁ କଂସର ଅତ୍ୟାଚାରରୁ ମୁକ୍ତ କରିବା ନିମନ୍ତେ ବ୍ରହ୍ମାଙ୍କ ସହ ଦେବଗଣଙ୍କ ଅନୁରୋଧ ରକ୍ଷାକରି ସେ ଜନ୍ମ ନେଇଛନ୍ତି । ଗୋପରେ ନନ୍ଦରାଜାଙ୍କ ଘରେ ବାଲ୍ୟ ଲୀଳା କରିବେ । ରାକ୍ଷସ ନିପାତ ପାଇଁ ତାଙ୍କୁ ନନ୍ଦରାଜାଙ୍କ ଘରେ ରହିବାକୁ ପଡ଼ିବ, ତେଣୁ ସେଠାରେ ଜନ୍ମ ନେଇଥିବା ବିଜୁଳୀ କନ୍ୟାକୁ ବନ୍ଦୀଶାଳାକୁ ଆଣି ତାଙ୍କୁ ନେଇ ଗୋପପୁରରେ ନନ୍ଦରାଜାଙ୍କ ଘରେ ସମସ୍ତଙ୍କ ଅଗୋଚରରେ ଥୋଇଦେଇ ଆସିବାକୁ ପିତାଙ୍କୁ କହିଲେ । ପରଂବ୍ରହ୍ମଙ୍କ ଆଜ୍ଞାକୁ ମାନି ପିତା ବସୁଦେବ ନବଜାତ ପୁତ୍ରକୁ କୋଳରେ ଧରି ଅନ୍ଧାର ରତିରେ ବାହାରିଲେ । ଜଗନ୍ନାଥ ଦାସଙ୍କ ଭାଗବତରେ ବର୍ଣ୍ଣିତ କଥାମୃତ ଅନୁଯାୟୀ ବନ୍ଦିଶାଳା ଦିବ୍ୟ ଆଲୋକରେ ଆଲୋକିତ ହେଇଗଲା, ବସୁଦେବଙ୍କ ଗୋଡ଼ରୁ ବେଡ଼ି ଖୋଲିଗଲା ଏବଂ ବନ୍ଦିଶାଳାର ଦ୍ୱାର ମଧ୍ୟ ଆପେଆପେ ଖୋଲିଗଲା।ପ୍ରବଳ ବର୍ଷା ସାଙ୍ଗକୁ ଅନ୍ଧାର ରାତିରେ ବସୁଦେବ ପୁତ୍ରକୁ ନେଇ ଉଛୁଳି ଉଠୁଥିବା ଯମୁନା ନଦୀ ପାର ହେଇ ଗୋପପୁର ଗଲେ । ପ୍ରଭୁ ବର୍ଷାରେ ତିନ୍ତି ଯାଉଥିବାରୁ ବାଟରେ ନାଗରାଜା ଅନନ୍ତ ବାସୁକି ନିଜର ବିଶାଳ ଫଣା ଢାଙ୍କି ଚାଲିଲେ।ସବୁ ବାଧାବିଘ୍ନ ଅତିକ୍ରମ କରି ଶ୍ରୀକୃଷ୍ଣଙ୍କୁ ନେଇ ନନ୍ଦଘରେ ଛାଡିଥିଲେ ବସୁଦେବ । ପ୍ରଭୁ ଶ୍ରୀକୃଷ୍ଣଙ୍କ ଏହି ପବିତ୍ର ଜନ୍ମ ଦିନକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ । ହଜାର ହଜାର ବର୍ଷ ଧରି ଆମ ଓଡିଆମାନେ ଏହି ପବିତ୍ର ତିଥି ରେ ସମର୍ପିତ, ଆଧ୍ୟାତ୍ମିକ ଭାବନାରେ ଏହି ପର୍ବ ପାଳନ କରି ଆସୁଛନ୍ତି । ସମଗ୍ର ଓଡ଼ିଶାର ପୁରପଲ୍ଲୀରେ ଏହି ଉତ୍ସବ ମହା ସମାରୋହରେ ପାଳନ କରାଯାଏ । ଏହିଦିନ ଲୋକେ ଉପବାସ ରଖିଥାନ୍ତି ଓ ରାତ୍ରି ୧୨ ଘଟିକାକୁ କୃଷ୍ଣଜନ୍ମ ଉତ୍ସବ ପାଳନ କରିସାରି ଉପବାସ ଭାଙ୍ଗିଥାନ୍ତି। ଏହିଦିନ ଗାଁର ଭାଗବତ ଟୁଙ୍ଗୀମାନଙ୍କରେ ଅଥବା କାହାରି ଘର ବା ମଠ ମନ୍ଦିରରେ ହରିବଂଶ ପୁରାଣ ପାଠ କରାଯାଏ । ହରିବଂଶ ପୁରାଣ ଅତି ଦୀର୍ଘ ହୋଇଥିବାରୁ କେଉଁଠି କେଉଁଠି ଖଣ୍ଡିକିଆ ହରିବଂଶ ପଢ଼ିଥାନ୍ତି । ଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିମାନଙ୍କ ଭିତରେ ଜନ୍ମାଷ୍ଟମୀ ଅନ୍ୟତମ। ଓଡ଼ିଶାରେ ବୈଷ୍ଣବ ମତବାଦର ବହୁଳ ପ୍ରଭାବ ରହିଥିବାରୁ ଏହି ପର୍ବ ଓଡ଼ିଆ ଜନମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛି । ଲୋକମାନେ ମଧ୍ୟ ଜନ୍ମାଷ୍ଟମୀ ବ୍ରତ ବହି ପାଠ କରିଥାନ୍ତି ।ଜନ୍ମାଷ୍ଟମୀର ପରବର୍ତ୍ତୀ ଦିନ ନନ୍ଦୋତ୍ସବ ପାଳନ କରାଯାଏ। ନନ୍ଦରାଜ ଓ ଯଶୋଦାରାଣୀଙ୍କ ଆନନ୍ଦକୁ ମନେ ପକାଇବାପାଇଁ ଏହି ଦିନ ଲୋକେ ଗାୟନ କୀର୍ତ୍ତନ କରିଥାନ୍ତି ଓ ନିଜର ଉପବାସ ଭାଙ୍ଗି ବଡ଼ି ସକାଳୁ ମିଷ୍ଟାନ୍ନ ଆଦାନ ପ୍ରଦାନ କରିଥାନ୍ତି ଓ ସେବନ କରିଥାନ୍ତି । କେବଳ ଓଡ଼ିଶାରେ ନୁହେଁ , ସମଗ୍ର ଭାରତବର୍ଷରେ , ବିଶେଷ କରି ଉତ୍ତର ପ୍ରଦେଶର ମଥୁରା ରେ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରି ଥିବାରୁ ଏଠାରେ ଏହି ଉତ୍ସବ ବିଶେଷ ଭକ୍ତି ଉଲ୍ଲାସର ସହିତ ପାଳିତ ହୋଇଥାଏ । କୃଷ୍ଣଙ୍କର କ୍ରୀଡ଼ାଭୂମୀ ଗୋକୁଳ ଓ ବୃନ୍ଦାବନରେ ଅସଂଖ୍ୟ ଜନଗହଳି ହୋଇଥାଏ ଓ ଏଠାରେ ଏହି ଉତ୍ସବ ପ୍ରାୟ ସାତଦିନବ୍ୟାପି ପାଳିତ ହୋଇଥାଏ। ଗୁଜରାଟର ଦ୍ୱାରକାରେ ଥିବା ଦ୍ୱାରିକାଧିଶ ମନ୍ଦିରରେ ମଧ୍ୟ ଏହି ଉତ୍ସବ ବହୁତ ଆଡ଼ମ୍ବରରେ ପାଳିତ ହୋଇଥାଏ । ଏହାଛଡ଼ା ପଶ୍ଚିମ ବଙ୍ଗରେ ଶ୍ରୀଚୈତନ୍ୟ ଓ ନିତ୍ୟାନନ୍ଦ ମହାପ୍ରଭୁଙ୍କ ଜନ୍ମସ୍ଥାନ ନବଦ୍ୱୀପରେ ମଧ୍ୟ ଜନ୍ମାଷ୍ଟମୀ ହର୍ଷୋଲ୍ଲାସର ସହିତ ପାଳିତ ହୋଇଥାଏ । ଲୋକେ ଉପବାସ ରଖି ଶ୍ରୀକୃଷ୍ଣଙ୍କ ଜନ୍ମ ଓ ଲୀଳା ବର୍ଣ୍ଣନାରେ ସମୃଦ୍ଧ ଶ୍ରୀମଦ୍ଭାଗବତର ଦଶମ ସ୍କନ୍ଧ ପଢ଼ିଥାନ୍ତି । ଜାମ୍ମୁଠାରେ ଏହିଦିନ ଗୁଡ଼ି ଉଡ଼ାଇବାର ପ୍ରଥା ରହିଛି । ସେହିପରି ଜନ୍ମାଷ୍ଟମୀକୁ ମୁମ୍ବାଇ ଏବଂ ପୁନାରେ ଲୋକେ ଦହି ହାଣ୍ଡି ନାମରେ ବେଶୀ ଜାଣିଥାନ୍ତି । ଗୋଟିଏ ମାଟିହାଣ୍ଡିରେ ଘୋଳଦହି ପୁରାଇ ଏକ ନିର୍ଦିଷ୍ଟ ଉଚ୍ଚତାରେ ଏହାକୁ ଓହଳାଇ ଦିଆଯାଇଥାଏ । ଏହାପରେ ଲୋକମାନେ ସମୂହ ତିଆରି କରି ଜଣକ ଉପରେ ଜଣେ ଠିଆହୋଇ ଏକ ମିନାର ଗଠନ କରନ୍ତି ଓ ଉପରେ ଥିବା ଲୋକଟି ଏକ ଶକ୍ତ ଜିନିଷରେ ବାଡ଼େଇ ସେହି ହାଣ୍ଡିକୁ ଭାଙ୍ଗିଥାଏ । ଏଥିପାଇଁ ଅନେକ ନଡ଼ିଆ ବ୍ୟବହାର କରିବାକୁ ପସନ୍ଦ କରିଥାନ୍ତି, କାରଣ ନଡ଼ିଆକୁ ହିନ୍ଦୁ ଧର୍ମରେ ଶୁଭ ବୋଲି ଧରାଯାଏ । ହାଣ୍ଡି ଭାଙ୍ଗି ଗଲା ପରେ ସେଥିରେ ଥିବା ଦହି ସମସ୍ତଙ୍କ ଉପରେ ବହିଯାଏ । ଏହାକୁ ସାମୂହିକ ପ୍ରଚେଷ୍ଚା ବା ଏକତାର ସଫଳତା ବୋଲି ପ୍ରତୀକାତ୍ମକ ରୂପେ ବିବେଚନା କରାଯାଏ । ସହରର ବିଭିନ୍ନ ସ୍ଥାନରେ ହାଣ୍ଡିର ଆୟୋଜନ ବିଭିନ୍ନ ଗୋଷ୍ଠୀର ଲୋକମାନେ କରିଥାନ୍ତି ଓ ନବଯୁବକମାନେ ଏଥିରେ ଭାଗନେଇଥାନ୍ତି । ଏମାନଙ୍କୁ ଗୋବିନ୍ଦ ପାଠକ କୁହାଯାଏ । ଏହି ଗୋବିନ୍ଦପାଠକମାନେ ସହର ସାରା ବୁଲି ବୁଲି ଅଧିକରୁ ଅଧିକ ହାଣ୍ଡିଭାଙ୍ଗିବାକୁ ଚେଷ୍ଟା କରିଥାନ୍ତି ।ଏମାନେ ପରସ୍ପରସହିତ ପ୍ରତିଦ୍ୱନ୍ଦିତା କରିଥାନ୍ତି । କାରଣ ହାଣ୍ଡି ଭାଙ୍ଗିଲେ ସେମାନଙ୍କୁ ଲକ୍ଷ ଲକ୍ଷ ଟଙ୍କାର ପୁରସ୍କାର ମିଳିଥାଏ । କେତେକ ସ୍ଥାନରେ ଏହା ରାଜନୈତିକ ଅଭିସନ୍ଧି ଯୁକ୍ତ ହୋଇଥାଏ । ମୁମ୍ବାଇର ଦରବାର, ଲୋୟର ପାରେଲ, ଓର୍ଲି, ମଜଗାଓଁ, ଲାଲବାଗ୍, ଥାଣେ ଓ ପୁଣେରେ ବାବୁ ଗେନୁ, ମଣ୍ଡାଇରେ ଆୟୋଜିତ ହାଣ୍ଡି ପ୍ରସିଦ୍ଧ । ଟଙ୍କା ଓ ଉପହାର ମିଳୁଥିବାରୁ ମୁମ୍ବାଇରେ ଆୟୋଜିତ ପାଖାପାଖି ୪୦୦୦ ହାଣ୍ଡିପାଇଁ ପ୍ରାୟ ୨୦୦୦ ଗୋବିନ୍ଦ ଦଳ ପ୍ରତିଯୋଗିତା କରିଥାନ୍ତି । ସେହିପରି ମଣିପୁରରେ ଜନ୍ମାଷ୍ଟମୀ କୃଷ୍ଣଜନ୍ମ ନାମରେ ଲୋକପ୍ରିୟ । ଏହା ରାଜ୍ୟର ରାଜଧାନୀ ଇମ୍ଫାଲର ଦୁଇଟି ମୁଖ୍ୟ ମନ୍ଦିର ଯଥାକ୍ରମେ ଗୋବିନ୍ଦଜୀ ମନ୍ଦିର ଓ ଇସ୍କନ (ଆନ୍ତର୍ଜାତୀୟ କୃଷ୍ଣଚେତନା ସମାଜ) ମନ୍ଦିରରେ ପାଳିତ ଏକ ପ୍ରଧାନ ଉତ୍ସବ । କୃଷ୍ଣ ଭକ୍ତମାନେ ମୁଖ୍ୟତଃ ଇସ୍କନ ମନ୍ଦିରରେ ଏକାଠି ହୋଇଥାନ୍ତି । ଦୁଇ ବର୍ଷ ତଳେ ଆମେ ବାଙ୍ଗାଲୋରରେ ଥିବା ସମୟରେ ଦେଖିବାକୁ ପାଇଥିଲୁ ମାଧବା, ଆୟେଙ୍ଗାର, ଶ୍ରୀବୈଷ୍ଣବ ଓ ସ୍ମାର୍ତମାନେ ଏଇ ଉତ୍ସବକୁ ବହୁତ ଆଡ଼ମ୍ବର ସହକାରେ ପାଳନ କରିଥାନ୍ତି । ଶ୍ରକୃଷ୍ଣଙ୍କ ପ୍ରତିମାକୁ ଏକ ସୁସଜ୍ଜିତ ମଣ୍ଡପରେ ସ୍ଥାପନା କରି ତାଙ୍କ ଭକ୍ଷଣମ୍ ନାମକ ସ୍ୱତନ୍ତ୍ରରୂପେ ପ୍ରସ୍ତୁତ ପ୍ରସାଦ ଅନ୍ୟାନ୍ୟ ଫଳମୂଳ ସହିତ ଅର୍ପଣ କରାଯାଏ । କର୍ଣ୍ଣାଟକର ଅନ୍ୟ କେତେକ ସ୍ଥାନରେ ଚକଲି, ଅବଲକ୍କି, ବେଲ୍ଲାଡା ପାନକ ଆଦି ପ୍ରସାଦ ଖାସ ଏଇ ପର୍ବପାଇଁ ପ୍ରସ୍ତୁତ କରାଯାଏ । କିମ୍ବଦନ୍ତୀ ଅନୁସାରେ ସୁଦାମା ଶ୍ରୀକୃଷ୍ଣଙ୍କୁ ଅବଲକି ଦେଇଥିବାରୁ ଏଇଦିନ ହାତରନ୍ଧା ଅବଲକି କୃଷ୍ଣଙ୍କର ସଖା ସୁଦାମାଙ୍କ ପାଇଁ ପାଳନ କରାଯାଏ । ଗମକ ବାଚନ ନାମରେ ଆଉ କେତେକ ଧାର୍ମିକ କାର୍ଯ୍ୟକ୍ରମ ଏଇଦିନ ସନ୍ଧ୍ୟା ସମୟକୁ ଅନୁଷ୍ଠିତ ହୋଇଥାଏ ।
ତାପଙ୍ଗ ଗଡର ଦଳବେହେରା ମୁଁ ନିଅ ମୋର ମଣ୍ଡ ବଳୀ
ତାପଙ୍ଗ ଗଡର ଦଳବେହେରା ମୁଁ ନିଅ ମୋର ମଣ୍ଡ ବଳୀ
------
ଓଡ଼ିଶାର ଅଛପା ଇତିହାସର ଗର୍ଭାନୁଶୀଳନ ପୂର୍ବକ ସାମ୍ପ୍ରତିକ ଓଡିଶାର ସ୍ଥିତି, ବିଶେଷ କରି ଲୋକ ଚରିତ୍ର ଅବଲୋକନ କଲେ, ଜଣେ ମାଟି ମନସ୍କ ଓଡ଼ିଆ ଯୁବକଙ୍କ ଧମନୀର ଭାଷା ବୁଝିବା ପାଇଁ କୃତ୍ରିମ ବୁଦ୍ଧିମତାର ଭାଷା ନୁହେଁ , ହୃଦୟର ଭାଷାରେ ହିଁ ବୁଝି ହେବ । ଓଡ଼ିଆ ଜାତିର, ଓଡ଼ିଶାର ସ୍ବାଭିମାନ, ସ୍ବାଧୀନତା ରକ୍ଷା କରିବାକୁ ଯାଇ ଦରିଆ ସେପାରିର ଆଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ , କୂଟ କପଟ କୌଶଳ ନିପୂଣ ଇଂରାଜ ବଣିକର ସୈନ୍ୟସାମନ୍ତ ଙ୍କ ସହିତ ପ୍ରତ୍ୟକ୍ଷ ରକ୍ତାକ୍ତ ସଂଘର୍ଷ କରି ଯେଉଁମାନେ ପିଢ଼ି ପରେ ପିଢ଼ି ଓଡ଼ିଆ ମାନଙ୍କ ପାଇଁ ଆଦର୍ଶ ହୋଇ ଯାଇଛନ୍ତି, ସେମାନଙ୍କ ମଧ୍ୟରୁ ତାପଙ୍ଗ ଗଡର ଦଳବେହେରା ମାଧବ ଚନ୍ଦ୍ର ରାଉତରାୟ ଏକ ଉଜ୍ଜ୍ୱଳ ବ୍ୟକ୍ତିତ୍ବ , ଯାହାଙ୍କର ଆଜି ପବିତ୍ର ଜୟନ୍ତୀ ଏବଂ ଏହି ଅବସରରେ ତାଙ୍କର ଲୋହିତ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି । ମାଧବ ଚନ୍ଦ୍ରଙ୍କ ପିତା ଥିଲେ ନୀଳାମ୍ବର ରାଉତରାୟ ଓ ମାତା ଅନ୍ନପୂର୍ଣ୍ଣା ଦେବୀ ଏବଂ ମାଧବଙ୍କ ସହଧର୍ମିଣୀ ବୀରାଙ୍ଗନା ଙ୍କ ନାମ ଥିଲା ଇନ୍ଦୁ ରେଖା । ଭୋଇ ବଂଶୀୟ ରାଜାମାନେ ରାଜ୍ୟ ରକ୍ଷା ପାଇଁ ପାଇକ ( ଓଡ଼ିଶାର ପଦାତିକ ସୈନ୍ୟ) ମାନଙ୍କୁ ଦଳେଇ , ବଳିୟାର ସିଂହ, ଦଳ ସିଂହ ରାୟ ଆଦି ଅନେକ ବିଶେଷଣରେ ବିଭୂଷିତ କରିଥିଲେ ଏବଂ ସେମାନଙ୍କ ଦଳପତି ଙ୍କୁ ଦଳବେହେରା ଉପାଧି ପ୍ରଦାନ କରିଥିଲେ । ତାପଙ୍ଗ ଗଡର ଦଳବେହେରା ଥିଲେ ମାଧବ ଚନ୍ଦ୍ର ରାଉତରାୟ । ଚିର ବନ୍ଦନୀୟ ଦଳବେହେରାଙ୍କ ସମ୍ପର୍କରେ ଏକ ସୁନ୍ଦର ତଥ୍ୟାଭିଜ୍ଞ ଆଲେଖ୍ୟ ଆଲୋଚନା କରିଥିଲେ ଖୋରଧାର ସାରସ୍ବତ ସାଧକ ପ୍ରଶାନ୍ତ କୁମାର ମଙ୍ଗରାଜ । ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ " ପାଇକ ସଂଗ୍ରାମର ଠିକ୍ ଦଶ ବର୍ଷ ପରେ ଫିରିଙ୍ଗମାନଙ୍କ ସହ ଅନ୍ୟ ଏକ ଯୁଦ୍ଧ ସଂଗଠିତ ହୋଇଥିଲା, ଯାହା ଇତିହାସରେ ତାପଙ୍ଗ ଯୁଦ୍ଧ ଭାବେ ବେଶ୍ ଜଣାଶୁଣା। ଏହାର ନେତୃତ୍ୱ ନେଇଥିଲେ ତାପଙ୍ଗଗଡ଼ର ଦଳବେହେରା ମାଧବ ଚନ୍ଦ୍ର ରାଉତରାୟ। ମୁକ୍ତି ସଂଗ୍ରାମର ପ୍ରାକ୍ କାଳରେ ଜୟୀ ରାଜଗୁରୁଙ୍କୁ ବାଲେଶ୍ୱରର ମେଦିନପୁରର ବାଘତୋଟାର ନାଳ କୂଳରେ ବରଗଛରେ ଫାଶୀ ଦିଆଗଲା। ସଂଗ୍ରାମ କାଳରେ ବକ୍ସି ଜଗବନ୍ଧୁଙ୍କୁ ଆତ୍ମ ସମର୍ପଣ କରିବାକୁ ବାଧ୍ୟ କରାଗଲା। ତଥାପି ସ୍ୱାଧୀନତା ସଂଗ୍ରାମ ଅଗ୍ରସର ହେଉଥିଲା ପାଇକର ପ୍ରାଣେ ପ୍ରାଣେ। ଫିରିଙ୍ଗମାନେ ଖୋର୍ଦ୍ଧାଗଡ଼ର ପୂର୍ବ-ପଶ୍ଚିମ-ଉତ୍ତର ଦ୍ୱାରକୁ କରାୟତ କରିଥିଲେ ମଧ୍ୟ ଦକ୍ଷିଣ ଦ୍ୱାରକୁ ସହଜରେ କରାୟତ କରି ପାରିନଥିଲେ। କାରଣ ସେଠି ଥିଲେ ତାପଙ୍ଗଗଡ଼ର ଦଳବେହେରା ମାଧବ ଚନ୍ଦ୍ର ରାଉତରାୟ। ତାଙ୍କର ସାହସ ଓ ବୀରତ୍ୱ ଭୟରେ ଫିରିଙ୍ଗମାନେ ତାପଙ୍ଗଗଡ଼କୁ ପ୍ରବେଶ କରିପାରୁନଥିଲେ କି କର ଆଦାୟ କରିପାରୁନଥିଲେ। ଅତଏବ ଖୋର୍ଦ୍ଧା ଦଖଲ ପରେ ବି ଲୋକମାନେ ମାଧବ ଚନ୍ଦ୍ରଙ୍କୁ କର ଦେଉଥିଲେ ଓ ଦେବତା ପରି ମାନୁଥିଲେ।
ମାଧବ ଚନ୍ଦ୍ର କେବଳ ଯେ ତାପଙ୍ଗଗଡ଼ର ଦଳବେହେରା ଥିଲେ ତାହା ନୁହେଁ; ସେ ଥିଲେ ସେଠାକାର ଦଶ ହଜାର ସୈନ୍ୟଙ୍କ ଉପରେ ନାୟକ। ଗଜପତି ଦିବ୍ୟସିଂହ ଦେବଙ୍କ ସମୟରେ ତାଙ୍କର ପୂର୍ବ ବଂଶଜ ଭ୍ରାତୃଦ୍ୱୟ ନାରାୟଣ ରାଉତରାୟ ଓ ନରସିଂହ ରାଉତରାୟ ଗଜପତିଙ୍କର ସେନାଧ୍ୟକ୍ଷ ଥିଲେ। କଟକ ସୁବାଦାର ଯେତେବେଳେ ପୁରୀ ଆକ୍ରମଣ ପାଇଁ ମରହଟ୍ଟା ସୈନ୍ୟ ପଠାଇଥିଲେ, ସେତେବେଳେ ଏହି ଭାତୃଦ୍ୱୟ ପିପିଲିଠାରେ ଯୁଦ୍ଧ କରି ତାହାଙ୍କୁ ପରାଜିତ କରିଥିଲେ। ଏଣୁ ନାରାୟଣ ରାଉତରାୟଙ୍କ ନାମ ଅନୁସାରେ ନରଶଗଡ଼ ପ୍ରତିଷ୍ଠା କରାଇଥିଲେ। ମାଧବ ଚନ୍ଦ୍ର ରାଉତରାୟ ହେଉଛନ୍ତି- ନାରାୟଣ ରାଉତରାୟଙ୍କ ନାତି। ତାଙ୍କ ପିତାଙ୍କ ନାମ ନୀଳାମ୍ବର ରାଉତରାୟ ଓ ମାତାଙ୍କ ନାମ ଅନ୍ନପୂର୍ଣ୍ଣା ଦେବୀ ଏବଂ ପତ୍ନୀଙ୍କ ନାମ ଥିଲା ଇନ୍ଦୁମତୀ। ଗଜପତି ମୁକୁନ୍ଦଦେବଙ୍କ ସମୟରେ ମାଧବ ଚନ୍ଦ୍ର ରାଉତରାୟଙ୍କର ଜନ୍ମ। ଗଜପତିଙ୍କ ଗୁପ୍ତ ଅସ୍ତ୍ରାଗାର ଥିଲା- ତାପଙ୍ଗଗଡ଼ର ହାତିଆ ପାହାଡ଼ରେ। ଅସ୍ତ୍ରାଗାର ଦାୟିତ୍ୱରେ ଥିଲେ ନିଜେ ମାଧବ ଚନ୍ଦ୍ର।ଖୋରଧା ଦୁର୍ଗ ପତନ ପରେ ଫିରିଙ୍ଗମାନେ ସବୁଆଡୁ କର ଆଦାୟ କଲେ ସତ; ହେଲେ ମାଧବ ଚନ୍ଦ୍ରଙ୍କ ଭୟରେ ତାପଙ୍ଗଗଡ଼ରେ ପ୍ରବେଶ କରିପାରିଲେ ନାହିଁ। ଠିକ୍ ଦଶବର୍ଷ ପରେ ଜୋର ଜବରଦସ୍ତ କର ଆଦାୟ ପାଇଁ ନିଷ୍ପତ୍ତି ନେଲେ। କର ନଦେଲେ ଅତ୍ୟାଚାର କଲେ। ୧୮୨୭ ମଇ ମାସ ୨୩ ତାରିଖ। ଫିରିଙ୍ଗମାନେ ୫୦ ଜଣ ସୈନ୍ୟ ସହ କର ଆଦାୟ ପାଇଁ ତାପଙ୍ଗଗଡ଼ରେ ପ୍ରବେଶ କଲେ। ଗଡ଼ର ପଶ୍ଚିମ ପଟ ଘରଟି ଥିଲା- ଚିନ୍ତାମଣି ରଣସିଂହଙ୍କର। ସେ ଘରେ ନଥିଲେ। ତାଙ୍କ ସ୍ତ୍ରୀ ହାରାମଣିକୁ ଫିରିଙ୍ଗମାନେ ଭୂ-ରାଜସ୍ୱ କର ଦେବା ପାଇଁ ବାଧ୍ୟ କଲେ। ଧମକାଇ ଘରେ ପଶିବାକୁ ଉଦ୍ୟମ କଲେ। ହାରାମଣି ପାଇକର ପତ୍ନୀ, ବୀରାନାରୀ। ସେ ପୁଣି ଡରିଯିବ କେଇଜଣ ଫିରିଙ୍ଗଙ୍କ ଆଗରେ। ରୋକ୍ ଠୋକ୍ ଜବାବ ଦେଲା- “ଆମେ ଆମର କର ମାଧବ ଚନ୍ଦ୍ର ରାଉତରାୟଙ୍କୁ ଦେଉଛୁ। ସେ ଆମର ଦେବତା। ଘରେ ପଶିବାକୁ ଚେଷ୍ଟା କରିବ ତ ପନିକିରେ ହାଣି ଦୁଇ ଗଡ଼ କରିଦେବି। ହୋ-ହାଲ୍ଲା ଶୁଣି ଦଳବେହେରା ମାଧବ ଚନ୍ଦ୍ର ରାଉତରାୟ ଓ ଦଳେଇ ଗୋବର୍ଦ୍ଧନ ବୈରୀଗଞ୍ଜନ ଘଟଣାସ୍ଥଳରେ ପହଞ୍ଚିଲେ। ଧନୁଶର, ପାଟଖଣ୍ଡ, ବନ୍ଧୁକ, କମାଣ, ଗୁପ୍ତି ଧରି ପାଇକମାନେ ଆକ୍ରମଣ କରିବାରୁ ଫିରିଙ୍ଗର ଦାରୋଗାମାନେ ଗଡ଼ ଛାଡ଼ି ପଳାଇଲେ। ଦଳେଇ ଗୋବର୍ଦ୍ଧନ ବୈରୀଗଞ୍ଜନ ବନ୍ଧୁକ ଚଳାଇ ଦୁଇ ଜଣ ଗୋରା ସୈନ୍ୟକୁ ହତ୍ୟା କଲେ। ଦାରୋଗାମାନେ ଫେରିଯାଇ ଖୋର୍ଦ୍ଧାରେ ଅବସ୍ଥାପିତ ଫିରିଙ୍ଗ ସାହେବକୁ ଜଣାଇଲେ। ସାହେବ କଟକରେ ଥିବା କର୍ଣ୍ଣଲେ ହାରକୋଟଙ୍କ ନିକଟକୁ ଖବର ପଠାଇଲେ। କର୍ଣ୍ଣେଲ ହାରକୋଟ ପ୍ରଥମେ ମାଧବ ଚନ୍ଦ୍ରଙ୍କ ନିକଟକୁ ପତ୍ର ପଠାଇ କ୍ଷମା ମାଗିବା ଓ ସମସ୍ତ କର ପୈଠ କରିବା ପାଇଁ ଧମକେଇଲେ। ହେଲେ ସେ ଡରିଯିବା କି ତରିଯିବା ଲୋକ ନୁହଁନ୍ତି। ପାଇକ ପୁଅ, ପରାକ୍ରମ ହିଁ ତାର ଏକମାତ୍ର ସମ୍ବଳ। ପତ୍ରକୁ ଚିରିଦେଲେ। ପାଲଟା ଯବାବ ଦେଇ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିଲେ।
ମାଧବ ଚନ୍ଦ୍ର ଯୁଦ୍ଧ ପାଇଁ ଗଜପତିଙ୍କଠାରୁ ଗୁପ୍ତରେ ଅନୁମତି ଆଣିଲେ। ୧୯୨୭ ଜୁନ୍ ମାସ ୧୬ ତାରିଖରେ ୭ ଦଳବେହେରା, ୪୦ ଦଳାଇ ଓ ପାଞ୍ଚ କରଣଙ୍କୁ ଦୂତ ମାଧ୍ୟମରେ ଖବର ପଠାଇଲେ। ଜୁନ୍ ମାସ ୨୪ ତାରିଖରେ ମଳିପଡ଼ା, ନରଣ ଗଡ଼, ରାମଚଣ୍ଡୀ, ସଢ଼ାଇଗଡ଼, ରଥୀପୁରଗଡ଼, ଛତ୍ରମାଗଡ଼ ଓ କାଞ୍ଚିଆଗଡରୁ ଦଳାଇ ଓ ପାଇକମାନେ ଆସି ତାପଙ୍ଗଗଡ଼ର ହସ୍ତେଶ୍ୱରୀ ଠାକୁରାଣୀଙ୍କ ମନ୍ଦିରଠାରେ ଠୁଳ ହେଲେ। ତାଙ୍କ ସହ ଦଧିମାଛଗାଡ଼ିଆ, ବଙ୍ଗିଦା, କାଞ୍ଚିଲ, ଝିଙ୍କିଝରିର କରଣ ଓ ଅଣ୍ଡାରୁ କୋଠକରଣ ଆସି ଯୋଗ ଦେଲେ। ଯୁଦ୍ଧ ପୂର୍ବରୁ ଦାୟିତ୍ୱ ବଣ୍ଟନ କରାଗଲା। ଅଣ୍ଡାର କୋଠକରଣଙ୍କୁ ସୈନ୍ୟମାନଙ୍କର ଚର୍ଚ୍ଚା, କାଞ୍ଚିଲ କରଣ ଭଣ୍ଡାର ଅଧିକାର ଓ ଝିଙ୍କିଝାରି କରଣକୁ ସୈନ୍ୟସଜ୍ଜାର ଦାୟିତ୍ୱ ମାଧବ ଚନ୍ଦ୍ର ପ୍ରଦାନ କଲେ। ସମସ୍ତଙ୍କ ନିଷ୍ପତ୍ତି କ୍ରମେ ତାପଙ୍ଗଗଡ଼ର ପୂର୍ବରେ ଥିବା କାଣ୍ଡଗୋଦା ପଦାକୁ ଯୁଦ୍ଧଭୂମି ଭାବେ ସ୍ଥିର କରାଗଲା।
ତାପଙ୍ଗ ଯୁଦ୍ଧର ପ୍ରଥମ ଦିବସ ଥିଲା ୧୮୨୭ ଖ୍ରୀ ଜୁନ୍ ୨୬ ତାରିଖ ।
ମାଧବ ଚନ୍ଦ୍ର ପ୍ରଥମ ଦିନ ଯୁଦ୍ଧରେ ଝିଙ୍କିଝାରି କରଣ ଧନୁର୍ଜୟ ଶ୍ରୀଚନ୍ଦନଙ୍କୁ ସେନାପତି ପଦରେ ବରଣ କଲେ। ଆଗରେ ବୀରବାଜା, ପଛରେ ତିନି ଶହ ପାଇକ, ସେମାନଙ୍କ ପଛରେ ଖଣ୍ଡାଧାରୀ ଖଣ୍ଡାୟତ ଓ ଦୁଇ ଶହ ବନ୍ଧୁକଧାରୀ ପାଇକମାନେ ଯୁଦ୍ଧ କ୍ଷେତ୍ରକୁ ଅବତୀର୍ଣ୍ଣ ହେଲେ। ଫିରିଙ୍ଗ ଦଳ କର୍ଣ୍ଣେଲ ହାରକୋଟଙ୍କ ନେତୃତ୍ୱରେ ଦୁଇ ଶହ ଅଶ୍ବାରୋହୀ ଓ ସାତ ଶହ ବନ୍ଧୁକଧାରୀ କାଞ୍ଚିଆଗଡ଼ଠାରେ ଶିବିର ପକାଇ ଥିଲେ। ସକାଳ ୭ଟା ବେଳେ ଯୁଦ୍ଧ ଆରମ୍ଭ ହୋଇଥିଲା।
ଫଳାଫଳ ଥିଲା ଫିରିଙ୍ଗ ସୈନ୍ୟ ୧୧୫ ଜଣ ମଲେ। ମାଧବ ଚନ୍ଦ୍ରଙ୍କ ପକ୍ଷରୁ ୩ ଜଣ ପାଇକ ବୀରଗତି ପ୍ରାପ୍ତ ହେଲେ ଓ ୧୭ ଜଣ ଆହତ ହେଲେ। ଦ୍ୱିତୀୟ ଦିବସ- ୧୮୨୭ ଖ୍ରୀ. ଜୁନ୍ ୨୭ ତାରିଖର ଫଳାଫଳ ଥିଲା ଉଭୟ ପକ୍ଷରୁ ୮୦ ଜଣ ମରିଥିଲେ। ତୃତୀୟ ଦିବସ, ଜୁନ୍ ୨୮ ତାରିଖର ଫଳାଫଳ ଥିଲା ସେନାପତି ପଦରେ ଥାଇ ଧନୁର୍ଜୟ ଶ୍ରୀଚନ୍ଦନ ବହୁ ଫିରିଙ୍ଗ ସୈନ୍ୟକୁ ହତ୍ୟା କଲେ। କର୍ଣ୍ଣେଲ ହାରକୋଟ କୋପରେ ଜର୍ଜରିତ ହୋଇ ତାଙ୍କୁ ଗୁଳି କଲେ। ଫଳରେ ସେନାପତି ଧନୁର୍ଜୟ ଶ୍ରୀଚନ୍ଦନଙ୍କର ଯୁଦ୍ଧରେ ପ୍ରାଣ ଗଲା। ନିଜେ ମାଧବ ଚନ୍ଦ୍ର ସେନାପତି ଭାବେ କାର୍ଯ୍ୟ ତୁଲାଇଲେ। ଚତୁର୍ଥ ଦିବସ , ଜୁନ୍ ୨୯ ତାରିଖରେ ଦଳବେହେରା ମାଧବ ଚନ୍ଦ୍ର ଓ କର୍ଣ୍ଣେଲ ହାରକୋଟ ମଧ୍ୟରେ ପ୍ରବଳ ଯୁଦ୍ଧ ହେଲା। ପଚାଶ ଜଣ ପାଇକ ଆହାତ ହେଲେ ଓ ୮୫ ଜଣ ଗୋରା ସୈନ୍ୟ ନିହତ ହେଲେ। ପଞ୍ଚମ ଦିବସରେ
ଫିରିଙ୍ଗମାନେ ପାଇକମାନଙ୍କ ବୀରତ୍ୱ ପାଖରେ ମୁଣ୍ଡ ନତ କରି ଅନ୍ୟାନ୍ୟ ଉପାୟ ଖୋଜି ବୁଲିଲେ। ଦଧିମାଛଗାଡ଼ିଆର କରଣ ମୌସମ ଓରଫ ମଧୁସୂଦନ ପଟ୍ଟନାୟକଙ୍କୁ ହାତ କରିନେଲେ। ଚାକିରି ଓ ନିଷ୍କର ଭୂମିବୃତ୍ତି ଲୋଭରେ ସେ ମାଧବ ଚନ୍ଦ୍ରଙ୍କୁ ବିଶ୍ୱାସ ଘାତକତା କରିବାକୁ ପ୍ରବର୍ତ୍ତାଇଲେ। କରଣ ମୌସମ ଜଣାଇଲା- ମଙ୍ଗଳବାର ଦିନ ମାଧବ ଚନ୍ଦ୍ର ଯୁଦ୍ଧ କରନ୍ତି ନାହିଁ। ସେ ଦିନ ସେ ଦେବୀ ହସ୍ତେଶ୍ୱରୀଙ୍କୁ ଆରାଧନା କରନ୍ତି। ଏହା ଜାଣି କର୍ଣ୍ଣେଲ ହାରକୋଟ ଖୁସି ହୋଇଗଲେ। ପଞ୍ଚମ ଦିନ ଯୁଦ୍ଧ ଚାଲିଲା। ଘାମାଘୋଟ ଲଢ଼େଇରେ ଫିରିଙ୍ଗମାନେ ଯୁଦ୍ଧରୁ ନିବୃତ୍ତ ହେଲେ ନାହିଁ। ଏପରିକି ଯୁଦ୍ଧର ନିୟମ ଭଙ୍ଗ କରି ରାତିରେ ଯୁଦ୍ଧ ଚାଲିଲା। ଦେବୀ ହସ୍ତେଶ୍ୱରୀ ମାଧବ ଚନ୍ଦ୍ରଙ୍କ ବେଶରେ ଯୁଦ୍ଧ କ୍ଷେତ୍ରରେ ଅବତୀର୍ଣ୍ଣ ହେଲେ। ୧୦୦ ଫିରିଙ୍ଗ ସୈନ୍ୟ ନିହତ ହେଲେ। କର୍ଣ୍ଣେଲ ହାରକୋଟ ରାଗରେ ତମତମ ହୋଇ ମାଧବ ଚନ୍ଦ୍ରଙ୍କ ଉପରକୁ ଗୁଳି ଚଳାଇଲେ। ତାଙ୍କ ବାମ ପାର୍ଶ୍ୱରେ ଗୁଳି ବାଜିଲା। ମାଧବ ଚନ୍ଦ୍ର ମରିଗଲେ ବୋଲି ଫିରିଙ୍ଗମାନେ ଖୁସି ମନାଇଲେ। କରଣ ମୌସମ କଥାଟିକୁ ସ୍ପଷ୍ଟ କରିଦେଲେ। ମାଧବ ଚନ୍ଦ୍ର ଯୁଦ୍ଧକୁ ଯାଇନାହାନ୍ତି। ମରିବେ କିପରି! ଏହା ଦେବୀ ହସ୍ତେଶ୍ୱରୀଙ୍କର ମାୟା। ଦେବୀଙ୍କୁ ଅପବିତ୍ର କଲେ ସେ ଆଉ ମାଧବ ଚନ୍ଦ୍ରଙ୍କୁ ସାହାଯ୍ୟ କରିପାରିବେ ନାହିଁ। ଫିରିଙ୍ଗମାନେ କରଣ ମୌସମ କଥାରେ ଗୋରୁମାରି ହସ୍ତେଶ୍ୱରୀ ପୀଠରେ ପକାଇ ଦେଲେ, ଯାହାଫଳରେ ଦେବୀ ଅପବିତ୍ର ହୋଇଗଲେ। ଆଉ ସାହାଯ୍ୟ କରିପାରିବେ ନାହିଁ।
ଏଣେ କରଣ ମୌସମ ଗଡ଼ ତଳେ ହାତିଆ ପାହାଡ଼ରେ ଗୁପ୍ତ ଅସ୍ତ୍ରାଗାର ସମ୍ପର୍କରେ କର୍ଣ୍ଣେଲ ହାରକୋଟକୁ ଜଣାଇ ସାରିଥିଲେ। ଫିରିଙ୍ଗମାନେ ଅସ୍ତ୍ରାଗାର ଦାୟିତ୍ୱରେ ଥିବା ସାମନ୍ତରା ଓ ଗୁମାନସିଂହ ଆଦିଙ୍କୁ ପରାସ୍ତକରି ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ବୋହି ନେଲେ ଓ ଅଗ୍ନିସଂଯୋଗ କରିଦେଲେ। ଫଳରେ ମାଧବ ଚନ୍ଦ୍ର ସବୁଆଡୁ ହତାଶ ହୋଇପଡ଼ିଲେ।
ହସ୍ତେଶ୍ୱରୀ ଦେବୀ ସ୍ୱପ୍ନାଦେଶ କରି କହିଲେ, “ଫିରିଙ୍ଗମାନେ ଗୋରକ୍ତ ପକାଇ ପୀଠ ଅପବିତ୍ର କରି ସାରିଛନ୍ତି। ତୁମେ ଯୁଦ୍ଧ କର ନାହିଁ। ମୁଁ ତୁମକୁ ସାହାଯ୍ୟ କରିପାରିବି ନାହିଁ।”
ମାଧବ ଚନ୍ଦ୍ର ସ୍ୱପ୍ନ କଥା ସମସ୍ତଙ୍କ ଆଗରେ ପ୍ରକାଶ କଲେ। ଯୁଦ୍ଧ ବନ୍ଦ କରିବା ପାଇଁ ପରାମର୍ଶ ଦେଲେ। ନିଜେ ବୀରବେଶ ତ୍ୟାଗକରି ବଣକୁ ପଳାୟନ କଲେ। ଫିରିଙ୍ଗମାନେ ତାଙ୍କ ଘର ଖାନ୍ତଲାସ କରି ଧନ ସମ୍ପତ୍ତି ଲୁଟି କରି ନେଲେ। କରଣ ମୌସମକୁ ନିମକ ହାରାମ ଜାଗିର ଦେଲେ। ଏହା ପରଠାରୁ ତାପଙ୍ଗଗଡ଼ ଫିରିଙ୍ଗର ଆୟତକୁ ଚାଲିଗଲା।
ତାପଙ୍ଗଗଡ଼ ପରିତ୍ୟାଗ କରି ମାଧବ ଚନ୍ଦ୍ର ବଣଜଙ୍ଗଲରେ ଘୂରି ବୁଲିଲେ। ଏହି ସମୟରେ ଖବର ପାଇଲେ ଯେ, ଫିରିଙ୍ଗ କର୍ମଚାରୀ ଜୋରଜବରଦସ୍ତ ସାଧାରଣ ଲୋକଙ୍କଠାରୁ ଲୁଣ ମରା କର ଆଦାୟ କରୁଛନ୍ତି। ଏ କଥା ମାଧବ ଚନ୍ଦ୍ର ସହି ନ ପାରି ଚିଲିକା କୂଳକୁ ଗଲେ। ଗରିବଙ୍କ ଦୁଃଖରେ ଅସ୍ଥିର ହୋଇପଡ଼ିଲେ। ଗୁଳି କରି ଜଣେ ସୁବାଦାର ଓ ଜଣେ ଜମାଦାରଙ୍କୁ ମାରିଲେ।
ଏ କଥା ଖୋର୍ଦ୍ଧା ଶାସକଙ୍କ ପାଖକୁ ଗଲା। ପାଞ୍ଚଦିନ ଅନୁସନ୍ଧାନ ପରେ ଫିରିଙ୍ଗମାନେ ଜାଣିପାରିଲେ ଯେ ଏ କାମ ହେଉଛି ମାଧବ ଚନ୍ଦ୍ରଙ୍କର। କରଣ ମୌସମ କହିଲେ, “ଯାହା ଭାବୁଥିଲି ମୁହିଁ ତାହା ହିଁ ହେଲା। ମାଧବ ଚନ୍ଦ୍ର ରାଉତରାୟ ତାଙ୍କ ଶଶୁର ଘର ବଡ଼ପାରି ଭ୍ରମରବର ରାୟଙ୍କ ଘରେ ଗୁପ୍ତରେ ଅଛନ୍ତି। ସେହିଠାରେ ରହି ରଣପୁର ଓ ବାଣପୁର ଲୋକଙ୍କୁ ମେଳି କରୁଛନ୍ତି।”
କରଣ ମୌସମଠାରୁ ତଥ୍ୟ ପାଇବା ପରେ ଦୁଇ ଶହ ଫିରିଙ୍ଗ ସୈନ୍ୟ ପନ୍ଦର ଦିନ ଯାଏଁ ବଡ଼ପାରିରେ ଶିବିର କରି ରହିଲେ! ହେଲେ ତାଙ୍କୁ ଧରିପାରିଲେ ନାହିଁ। ଫିରିଙ୍ଗ ସୈନ୍ୟ ନିରାଶ ହୋଇ ଫେରିଗଲେ। ଶେଷରେ ଶାସକ ଘୋଷଣା କଲେ ଯେ ଯିଏ ମାଧବ ଚନ୍ଦ୍ର ରାଉତରାୟଙ୍କୁ ଧରାଇ ଦେବ ସେ ସୁନାଥାଳି ପୁରସ୍କାର ପାଇବ। ସେ ସୁନାଥାଳି ପୁରସ୍କାର ଶୁଣି ଅନେକ ଗୁପ୍ତରେ ମାଧବ ଚନ୍ଦ୍ରଙ୍କୁ ଖୋଜିବାକୁ ଲାଗିଲେ; ହେଲେ ପାଇଲେ ନାହିଁ।
ଦିନେ ବଣଜଙ୍ଗଲ ମଧ୍ୟରେ ଏକାକୀ ବସିଥିବା ସମୟରେ ଚିଲିକା କୂଳରେ ସୋରଣଗଡ଼ର ଲୋକା ତରାଇ ନାମକ କୈବର୍ତ୍ତ ସହ ଭେଟ ହେଲା। ସେ ମାଧବ ଚନ୍ଦ୍ରଙ୍କୁ ପଚାରିଲା, “ତାପଙ୍ଗଗଡ଼କୁ ରାସ୍ତା କେଉଁଠି?” କାରଣ ପଚାରିବାରୁ ସେ କହିଲା, “ମୋର ଡଙ୍ଗାଖଣ୍ଡିକ ଚିଲିକାରେ ବୁଡ଼ିଗଲା। ୮ ଘର ମଧ୍ୟ ପୋଡ଼ି ଯାଇଛି। ଦଳବେହେରାଙ୍କୁ ଦେଖା ହେବି। ଭାରି ଦୟାଳୁ ମଣିଷ ସେ। ଦୁଃଖ କହିବି, ସେ ଯାହା ସାହାଯ୍ୟ କରିବେ।”
ଲୋକା ତରାଇଠାରୁ ଏତକ ଶୁଣି ମାଧବ ଚନ୍ଦ୍ର କହିଲେ, “ଆସ ମୋ ସହିତ! ମୁଁ ତୁମକୁ ଦଳବେହେରାଙ୍କ ପାଖକୁ ନେଇଯିବି।” ଏହା କହି ମାଧବ ଚନ୍ଦ୍ର ସିଧାସିଧା ଚାଲିଲେ ଖୋର୍ଦ୍ଧା କଚେରୀ ଆଡକୁ। କଚେରୀରେ ପ୍ରବେଶ କରି ସାହେବଙ୍କ ଆଗରେ କହିଲେ, “ମୁଁ ହେଉଛି ତାପଙ୍ଗଗଡ଼ର ଦଳବେହେରା ମାଧବ ଚନ୍ଦ୍ର ରାଉତରାୟ। ଏହି ଲୋକଟି ମୋତେ ଧରି ଆଣିଛି। ଯେଉଁ ପୁରସ୍କାର ଘୋଷଣା କରିଥିଲ; ତାକୁ ଦିଅ।”
ସାହେବ ଦୁହିଁଙ୍କୁ ନଜର ବନ୍ଦୀରେ ରଖିଲେ। ଲୋକା ତରାଇଠାରୁ ସମସ୍ତ ଘଟଣା ବୁଝିବା ପରେ ମାଧବ ଚନ୍ଦ୍ରଙ୍କୁ କଟକ ଥିବା ଉପର ହାକିମଙ୍କ ନିକଟକୁ ପଠାଇଲେ। ଉପର ହାକିମ ମାଧବ ଚନ୍ଦ୍ରଙ୍କ ଦୟାଳୁ ମନୋଭାବ ପରିଚୟ ପାଇ ଧନ୍ୟବାଦ ଜଣାଇଲେ। ତାଙ୍କର ଦେଶପ୍ରେମ, ମହାନ୍ ତ୍ୟାଗ ମର୍ମେ ମର୍ମେ ଅନୁଭବ କରି ତାଙ୍କୁ ମୁକ୍ତି ପ୍ରଦାନ କଲେ। ମୁକ୍ତ ହେବା ପରେ ମାଧବ ଚନ୍ଦ୍ର ତାପଙ୍ଗଗଡ଼ ଫେରିଆସି ଅବସର ଜୀବନ କାଟିଲେ ସତ ହେଲେ ତାଙ୍କର ମହାନତା ଏବେ ବି ମଣିଷ ମନରେ କାହାଣୀଟିଏ ହୋଇ ବସା ବାନ୍ଧିଛି।
ଗୁଜବର ଭୟଙ୍କର ପ୍ରଭାବ
ଗୁଜବର ଭୟଙ୍କର ପ୍ରଭାବ
-------------
ବିଗତ ସମୟର ଇତିହାସକୁ ଗର୍ଭାନୁଶୀଳନ କଲେ ଏହା କିଭଳି ସାମାଜିକ ଶାନ୍ତି,ସଂହତି ପାଇଁ ଅତ୍ୟନ୍ତ ଭୟଙ୍କର ,ବିନାଶକାରୀ ତଥା ପ୍ରଭାବଶାଳୀ ବିପର୍ଯ୍ୟୟ ଏବଂ ଏହାର ପ୍ରଭାବରେ କିଭଳି ବିଶ୍ବ, ବିଶେଷ କରି ଭାରତବର୍ଷ ହୋଇଆସୁଛି ପ୍ରଭାବିତ, ତାହାର ଅନେକ ଅନେକ ଉଦାହରଣୀୟ ତଥ୍ୟ ରହିଛି ।
ଏହା କୌଣସି ପ୍ରମାଣ କିମ୍ବା ସତ୍ୟତା ବିନା ଦ୍ରୁତ ଗତିରେ ସମାଜରେ ବ୍ୟାପ୍ତ ହୋଇଥାଏ, ଯାହା ବ୍ୟକ୍ତିଗତ, ଗୋଷ୍ଠୀଗତ ଏବଂ ଜାତୀୟ ସ୍ତରରେ ଗୁରୁତର ପରିଣତି ସୃଷ୍ଟି କରେ , ଏ ସମାଜ ତାହା ହାଡେ ହାଡେ ଅନୁଭବ କରିଆସିଛି । ଏହାକୁ ଉପଜିବ୍ୟ କରି " ସୁବାର୍ତ୍ତା"ଅନେକ ଆଲେଖ୍ୟ ଆଲୋଚନା କରି ଆସିଛି । ୧୯୯୫ ମସିହା ସେପ୍ଟେମ୍ବର ୨୧ ତାରିଖରେ ଭାରତ ସମେତ ବିଶ୍ୱର ବିଭିନ୍ନ ସ୍ଥାନରେ ଗଣେଶ ପ୍ରତିମା କ୍ଷୀର ପିଉଥିବାର ଏକ ବିଶାଳ ଗୁଜବ ବ୍ୟାପିଥିଲା। ଏହି ଘଟଣା "ଗଣେଶ କ୍ଷୀର ପିଇବା ଅଲୌକିକ ଘଟଣା" ନାମରେ ବିଗତ ଇତିହାସରେ ସୂଚିତ । ନୂଆଦିଲ୍ଲୀର ବିର୍ଲା ମନ୍ଦିର ଏବଂ ଦକ୍ଷିଣ ଦିଲ୍ଲୀର କିଛି ମନ୍ଦିରରୁ ଏହି ଖବର ପ୍ରଥମେ ଆରମ୍ଭ ହୋଇଥିଲା। ଜଣେ ଭକ୍ତ ଗଣେଶଙ୍କ ପ୍ରତିମା ମୁହଁରେ ଚାମଚରେ କ୍ଷୀର ଦେବା ପରେ କ୍ଷୀର ଗାଏବ ହୋଇଯାଇଥିଲା। ଏହି ଘଟଣା କୁ କୌଣସି ଗଣମାଧ୍ୟମ, ତାହା ମୁଦ୍ରିତ ହେଉ ଅବା ଦୃଶ୍ୟ -ଶ୍ରାବ୍ୟ ହେଉ, କେହି ପ୍ରଚାର କରି ନଥିଲେ । ସେ ସମୟରେ ମଧ୍ୟ ବର୍ତ୍ତମାନ ଭଳି ସଂଗୋଷ୍ଠୀ ବା ହ୍ବାଟସ୍ ଆପ୍, ମୁଖ ପୁସ୍ତକ ବା ଫେସବୁକ କି ଇନଷ୍ଟାଗ୍ରାମ,ଟ୍ୟୁଟର ଭଳି ସାମାଜିକ ଗଣମାଧ୍ୟମ ନଥିଲା । ତୁଣ୍ଡ ବାଇଦ ସହସ୍ର କୋଶ ନ୍ୟାୟରେ ପ୍ରଭାତରୁ ହିଁ ଏହି ଖବର ଫୋନ୍ ଏବଂ ମୁଖପତ୍ର ମାଧ୍ୟମରେ ଦେଶସାରା ଓ ବିଦେଶରେ (ଯେପରିକି ୟୁକେ, ୟୁଏସ୍ଏ, କାନାଡ଼ା) ବ୍ୟାପିଯାଇଥିଲା। ହଜାର ହଜାର ଭକ୍ତ ମନ୍ଦିରଗୁଡ଼ିକରେ କ୍ଷୀର ନେଇ ଲମ୍ବା ଧାଡ଼ି ବାନ୍ଧିଥିଲେ।କ୍ଷୀରର ଚାହିଦା ଏତେ ବୃଦ୍ଧି ପାଇଥିଲା ଯେ ଦେଶର ବହୁ ସହରରେ କ୍ଷୀର ସଂପୂର୍ଣ୍ଣ ଶେଷ ହୋଇଯାଇଥିଲା ଏବଂ କ୍ଷୀର ଦର ବହୁ ପରିମାଣରେ ବଢ଼ିଯାଇଥିଲା। ଯଦିଓ ବିଜ୍ଞାନୀ ଏବଂ ଗବେଷକମାନେ ତୁରନ୍ତ ଏହାର ଯାଞ୍ଚ କରି ସ୍ପଷ୍ଟ କରିଥିଲେ ଯେ ଏହା କୌଣସି ଚମତ୍କାର ନୁହେଁ, ବରଂ କୌଶିକ ଆକର୍ଷଣ ବା କ୍ୟାପିଲାରିଆକ୍ସନ ଏବଂ ପୃଷ୍ଠତାନ ବା ପ୍ରଫେସର ଟେନସନ କାରଣରୁ ହୋଇଛି ମାତ୍ର କେହି ବୈଜ୍ଞାନିକ ଓ ଗବେଷକ ଙ୍କ ଅଭିମତକୁ ଗ୍ରହଣ କରି ନଥିଲେ ।ଦିନ ଶେଷ ସୁଦ୍ଧା ମନ୍ଦିରଗୁଡ଼ିକର ଚଟାଣରେ ପ୍ରଚୁର କ୍ଷୀର ଜମିବା ପରେ ଏବଂ ବୈଜ୍ଞାନିକ ସ୍ପଷ୍ଟୀକରଣ ଆସିବା ପରେ ଏହି ସ୍ଥିତି ଶାନ୍ତ ପଡ଼ିଥିଲା। ଅତଏବ ଗୁଜବ ପ୍ରାୟତଃ ସମ୍ପ୍ରଦାୟ ମଧ୍ୟରେ ଭୟ, ଘୃଣା ଏବଂ ଅବିଶ୍ୱାସ ସୃଷ୍ଟି କରେ। ଏହା ଧର୍ମୀୟ କିମ୍ବା ଜାତୀୟ ଦ୍ୱନ୍ଦ୍ୱ, ଗୋଷ୍ଠୀ ସଂଘର୍ଷ (ମବ ଲିଞ୍ଚିଂ) ଏବଂ ସାମାଜିକ ଦଙ୍ଗାକୁ ପ୍ରଶ୍ରୟ ଦିଏ, ଯାହା ଫଳରେ ଅନେକ ନିରୀହ ଜୀବନ ଓ ସମ୍ପତ୍ତି ନଷ୍ଟ ହୋଇଥାଏ। ଗୁଜବ ଫଳରେ ସାଧାରଣ ଲୋକଙ୍କ ମନରେ ଭୟ ଓ ସନ୍ଦେହ ସୃଷ୍ଟି କରେ। ବିଶେଷକରି ପ୍ରାକୃତିକ ବିପର୍ଯ୍ୟୟ, ସ୍ୱାସ୍ଥ୍ୟ ଜନିତ ସଙ୍କଟ କିମ୍ବା ଆର୍ଥିକ ଅସ୍ଥିରତା ସମୟରେ ମିଥ୍ୟା ସୂଚନା ଲୋକଙ୍କୁ ଆତଙ୍କିତ କରିଥାଏ, ଯାହା ଦ୍ୱାରା ସମାଜରେ ଅଯଥା ଭୟର ବାତାବରଣ ସୃଷ୍ଟି ହୁଏ।
ସେହିପରି ଜଣେ ନିର୍ଦ୍ଦୋଷ ବ୍ୟକ୍ତି, ନେତା କିମ୍ବା ଅନୁଷ୍ଠାନ ବିରୁଦ୍ଧରେ ପ୍ରଚାରିତ ମିଥ୍ୟା ଗୁଜବ ସେମାନଙ୍କର ବର୍ଷ ବର୍ଷର ପରିଶ୍ରମ ଓ ସମ୍ମାନକୁ କ୍ଷଣିକରେ ଧ୍ୱଂସ କରିଦିଏ। ଏହା ବ୍ୟକ୍ତିଗତ ଜୀବନକୁ ମାନସିକ ଅବସାଦ ଆଡ଼କୁ ଠେଲି ଦିଏ , ଯାହାର ହଜାର ହଜାର ଉଦାହରଣ ରହିଛି । ବିଶେଷ କରି ବର୍ତ୍ତମାନର ସୂଚନା ପ୍ରଯୁକ୍ତିବିଦ୍ୟା ଯୁଗରେ ସଂଗୋଷ୍ଠୀ ବା
ହ୍ଵାଟ୍ସଆପ୍, ମୁଖ ପୁସ୍ତକ ବା ଫେସବୁକ୍ ଏବଂ ଏକ୍ସ (ଟ୍ୱିଟର) ପରି ସାମାଜିକ ଗଣମାଧ୍ୟମ ବା ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ ଗୁଜବକୁ ଦ୍ରୁତତମ ଗତିରେ ବ୍ୟାପିବାରେ ସହାୟକ ହେଉଛି। ବିନା ଯାଞ୍ଚରେ ତଥ୍ୟର ଅଂଶିଦାର ବା ସେୟାର କରିବା ଏହାର ସବୁଠାରୁ ବଡ଼ କାରଣ ପାଲଟିଛି।ଗୁଜବ ରୂପକ ଏହି ସାମାଜିକ ବିପର୍ଯ୍ୟୟର ମୁକାବିଲା ପାଇଁ ସଚେତନତା, ତଥ୍ୟର ସତ୍ୟାସତ୍ୟ ଯାଞ୍ଚ ଏବଂ ମିଥ୍ୟା ଖବର ପ୍ରସାରକାରୀଙ୍କ ବିରୁଦ୍ଧରେ କଠିନ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମ୍ପ୍ରତି ଅତ୍ୟନ୍ତ ଜରୁରୀ ହୋଇ ପଡ଼ିଲାଣି । ଏ ସମ୍ପର୍କରେ ଆଇନ୍ ମନ୍ତ୍ରୀ ଶ୍ରଦ୍ଧେୟ ପୃଥ୍ୱୀରାଜ ହରିଚନ୍ଦନଙ୍କ ସ୍ପଷ୍ଟ ମତକୁ ସମର୍ଥନ କରିବା ପାଇଁ ଆମେ ବାଧ୍ୟ ହେଉଛୁ । ଆମେ ଛୋଟ ପିଲା ଥିବା ସମୟରେ "ଉଡନ୍ତା ଥାଳିଆ", "ମହାକାଶରେ ଖଟିଆ ବୁଲୁଥିବା", ଏବଂ "କୋକୁଆ ଭୟ" ଭଳି କଥା ଶୁଣୁଥିଲୁ । ପରେ କୁହାଯାଇଥିଲା ଯେ ଉଡନ୍ତା ତାରିଖ ହେଉଛି
ଆକାଶରେ ଦେଖାଯାଉଥିବା ଏପରି କିଛି ଅଜଣା ବସ୍ତୁ, ଯାହାର ଆକୃତି ପ୍ରାୟତଃ ଏକ ଥାଳିଆ (ସକର) ଭଳି ହୋଇଥାଏ। ଉଲ୍ଲେଖଯୋଗ୍ୟ ଯେ ୧୯୪୭ ମସିହାରେ ଆମେରିକାର ବିମାନ ଚାଳକ କେନେଥ୍ ଆର୍ନୋଲ୍ଡ ପ୍ରଥମ ଥର ପାଇଁ ଏପରି ଏକ ଆକାଶୀୟ ବସ୍ତୁ ଦେଖିଥିବା ଦାବି କରିଥିଲେ। ସେ ଏହାର ଗତିକୁ "ପାଣି ଉପରେ ଥାଳିଆ ଡେଇଁଲା ଭଳି" ବୋଲି ବର୍ଣ୍ଣନା କରିବା ପରେ "ଉଡନ୍ତା ଥାଳିଆ" ଶବ୍ଦଟି ଗୁଜବର ରୂପ ନେଇ ସମଗ୍ର ବିଶ୍ଵରେ ପ୍ରଚାରିତ, ପ୍ରସାରିତ, ଚର୍ଚ୍ଚିତ ହୋଇଥିଲା କେବଳ ନୁହେଁ, ଏହାକୁ ଉପଜିବ୍ୟ କରି ଅନେକ ଗଳ୍ପ, ନାଟକ, ଏପରିକି ଚଳଚ୍ଚିତ୍ର ନିର୍ମାଣ ହୋଇଥିଲା । ଏବେ ବି ଲୋକବିଶ୍ୱାସ ରହିଛି ଯେ ଉଡନ୍ତା ଥାଳିଆ ହେଉଛି ଅନ୍ୟ ଗ୍ରହରୁ ଆସୁଥିବା ଜୀବ ବା ଏଲିୟନ୍ ମାନଙ୍କର ଆକାଶଯାନ। ଅପରପକ୍ଷରେ ବିଜ୍ଞାନ ଏପର୍ଯ୍ୟନ୍ତ ଏଲିୟନ୍ କିମ୍ବା ଉଡନ୍ତା ଥାଳିଆର କୌଣସି ନିଶ୍ଚିତ ପ୍ରମାଣ ପାଇନାହିଁ। ଆକାଶରେ ଦେଖାଯାଉଥିବା ଅନେକ ଅଜଣା ବସ୍ତୁ ପ୍ରକୃତରେ ପାଣିପାଗ ବେଲୁନ୍, କୃତ୍ରିମ ଉପଗ୍ରହ, ଉଲ୍କାପିଣ୍ଡ, ସୈନ୍ୟବାହିନୀର ଗୁପ୍ତ ବିମାନ କିମ୍ବା ବାୟୁମଣ୍ଡଳୀୟ ଆଲୋକର ଭ୍ରମ ହୋଇଥାଏ। ସେହିପରି ଶୂନ୍ୟରେ ଖଟିଆ ବୁଲିବା ପ୍ରସଙ୍ଗ । ଏପରିକି ଆମ ଓଡ଼ିଆ ପୁରାଣ ଓ ଲୋକକଥାରେ ଶୂନ୍ୟରେ ଖଟିଆ, କାଠ ପାଲିଙ୍କି,ସବାରୀ ଚାଲିବା ସମ୍ପର୍କରେ ଏକ ଚମତ୍କାର ଓ ରୋଚକ ଗପ ସବୁ ରହିଛି। ଏହା ମୁଖ୍ୟତଃ "ମାଣବସା ଗୁରୁବାର"(ଲକ୍ଷ୍ମୀ ପୁରାଣ) କିମ୍ବା ସାଧୁ-ସନ୍ଥ ଓ ତାନ୍ତ୍ରିକମାନଙ୍କର ଅଲୌକିକ ଶକ୍ତି ପ୍ରଦର୍ଶନ ସହିତ ଜଡ଼ିତ।ଏଠାରେ ଏହି ବିଷୟରେ ଏକ ପ୍ରସିଦ୍ଧ ପୁରାଣ ଆଧାରିତ ଲୋକକଥା ଉଲ୍ଲେଖ ରହିଛି । ପ୍ରାଚୀନ କାଳରେ ଜଣେ ସାଧୁ ଥିଲେ। ସେ ନିଜର ଆଧ୍ୟାତ୍ମିକ ସାଧନା, ଜପ ଓ ତପସ୍ୟା ବଳରେ ଅନେକ ସିଦ୍ଧି ପ୍ରାପ୍ତ କରିଥିଲେ। ତାଙ୍କର ଗୋଟିଏ କାଠର ଖଟିଆ (ପଲଙ୍କ) ଥିଲା, ଯାହା ସାଧାରଣ ଖଟିଆ ନଥିଲା। ସେହି ଖଟିଆଟି ମନ୍ତ୍ର ବଳରେ ଚାଲୁଥିଲା।
ଜଣେ ନିଷ୍ଠାପର ଭକ୍ତ କିମ୍ବା ତାନ୍ତ୍ରିକ ଯେତେବେଳେ ପ୍ରଭୁଙ୍କ ଧ୍ୟାନରେ ବସୁଥିଲେ, ସେତେବେଳେ ତାଙ୍କର ଅଲୌକିକ ଶକ୍ତି ଦ୍ୱାରା ଖଟିଆଟି ମାଟି ଛାଡ଼ି ଶୂନ୍ୟରେ (ଆକାଶରେ) ଭାସି ଭାସି ଚାଲିବାକୁ ଲାଗୁଥିଲା। ଏକଦା ଜଣେ ରାଜା ( ନାଁ ମନେ ପଡୁନି) ସାଧୁଙ୍କର ଏହି ସିଦ୍ଧି ବିଷୟରେ ଶୁଣି ତାଙ୍କୁ ପରୀକ୍ଷା କରିବାକୁ ଚାହିଁଲେ। ରାଜା ସାଧୁଙ୍କୁ ନିଜ ରାଜସଭାକୁ ନିମନ୍ତ୍ରଣ କଲେ। ସାଧୁ କୌଣସି ରଥ କିମ୍ବା ଘୋଡ଼ାରେ ନଆସି, ନିଜର ସିଦ୍ଧ ଖଟିଆ ଉପରେ ବସି ମନ୍ତ୍ର ଜପ କଲେ। ଦେଖୁ ଦେଖୁ ଖଟିଆଟି ଭୂମିରୁ ଉପରକୁ ଉଠି ଆକାଶ ମାର୍ଗରେ ଚାଲିବାକୁ ଲାଗିଲା। ସମଗ୍ର ନଗରବାସୀ ଏବଂ ରାଜା ଆଶ୍ଚର୍ଯ୍ୟ ହୋଇ ଏହି ଦୃଶ୍ୟ ଦେଖିଲେ। ଖଟିଆଟି କୌଣସି ଆଧାର ନଥାଇ ଶୂନ୍ୟରେ ଉଡ଼ି ଉଡ଼ି ଆସି ସିଧା ରାଜସଭା ମଧ୍ୟରେ ଅବତରଣ କଲା।ତେବେ ପୁରାଣ କଥା ଅନୁସାରେ, ଯେତେବେଳେ ସାଧୁଙ୍କ ମନରେ ନିଜର ଏହି ଶକ୍ତିକୁ ନେଇ ସାମାନ୍ୟ ଅହଙ୍କାର ଆସିଗଲା, ସେତେବେଳେ ତାଙ୍କର ସିଦ୍ଧି ହ୍ରାସ ପାଇବାକୁ ଲାଗିଲା। ଲକ୍ଷ୍ମୀ ପୁରାଣ ଓ ଅନ୍ୟାନ୍ୟ ନୀତି କଥାରେ କୁହାଯାଇଛି ଯେ, "ଅହଙ୍କାର ହିଁ ପତନର କାରଣ"। ପରବର୍ତ୍ତୀ ସମୟରେ ଭଗବାନଙ୍କ ନାମ ସ୍ମରଣ କରିବା ପରେ ହିଁ ସେ ନିଜର ଶାନ୍ତି ଓ ସଦ୍ବୁଦ୍ଧି ଫେରି ପାଇଥିଲେ ବୋଲି ଉଲ୍ଲେଖ ରହିଛି । ଅତଏବ କୌଣସି ଖବରକୁ ବିଶ୍ୱାସ କରିବା ପୂର୍ବରୁ ତାହା କେଉଁ ସୂତ୍ରରୁ ଆସିଛି (ସରକାରୀ ବିଜ୍ଞପ୍ତି, ବିଶ୍ୱସ୍ତ ସମ୍ବାଦ ସଂସ୍ଥା) ତାହା ପ୍ରଥମେ ନିଶ୍ଚିତ କରିବାକୁ ପଡ଼ିବ । ସେହିପରି କୃତ୍ରିମ ବୁଦ୍ଧିମତାର ଅସଦ ବ୍ୟବହାର କରି ବିଭିନ୍ନ ସାମାଜିକ ଗଣମାଧ୍ୟମ, ବିଶେଷ କରି ସଂଗୋଷ୍ଠୀ ବା ହ୍ବାଟସ୍ ଆପ୍,ମୁଖ ପୁସ୍ତକରେ ଆସୁଥିବା ବା ଉପସ୍ଥାପିତ ହୋଇଥିବା ଯେ
କୌଣସି ଖବରକୁ ବିଶ୍ୱାସ କରିବା ପୂର୍ବରୁ ତାହା କେଉଁ ସୂତ୍ରରୁ ଆସିଛି , ତାହା ମଧ୍ୟ ଯାଞ୍ଚ କରିବା ଆବଶ୍ୟକ । ଯାଞ୍ଚ ନକରି ଅଂଶିଦାର ବା ସେୟାର କରିବା ଉଚିତ ନୁହେଁ । ଏବେ ତ ସବୁ ଠାକୁର ଠାକୁରାଣୀଙ୍କ ନାମରେ ରାଣ ନିୟମ ପକେଇବା ସଙ୍ଗେ ସଙ୍ଗେ "ସେୟାର କରନ୍ତୁ" କିମ୍ବା "ସାବଧାନ ରୁହନ୍ତୁ" ଲେଖାଥିବା ଆବେଗପୂର୍ଣ୍ଣ ସନ୍ଦେଶଗୁଡ଼ିକୁ ସତ୍ୟତା ଜାଣିବା ପୂର୍ବରୁ ଅନ୍ୟ ସହଯୋଗୀ ଗୋଷ୍ଠୀ ବା ଗ୍ରୁପ୍କୁ ପଠାଇବା ମଧ୍ୟ ଉଚିତ ନୁହେଁ ।ଜରୁରୀକାଳୀନ କିମ୍ବା ସମ୍ବେଦନଶୀଳ ପରିସ୍ଥିତିରେ କେବଳ ପ୍ରଶାସନିକ ସୂଚନା କିମ୍ବା ଆଧିକାରିକ ବାର୍ତ୍ତାକୁ ଅପେକ୍ଷା କରିବା ହିଁ ବୁଦ୍ଧିମାନର କାର୍ଯ୍ୟ ଏବଂ ଏହାକୁ ପ୍ରଚାରିତ କରି ଜନ ସଚେତନତା ସୃଷ୍ଟି କରିବା ସଚେତନଶୀଳ ନାଗରିକ ଓ ପ୍ରତ୍ୟେକ ଗଣମାଧ୍ୟମର କର୍ତ୍ତବ୍ୟ କର୍ମ ଓ ଧର୍ମ । ଅତଏବ ବନ୍ଧୁ ବର୍ଗ ! କୌଣସି ବିବାଦୀୟ ଖବର ଶୁଣିବା ପରେ ତୁରନ୍ତ ଆବେଗପୂର୍ଣ୍ଣ ପ୍ରତିକ୍ରିୟା ନ ଦେଇ ଧୈର୍ଯ୍ୟର ସହ ଅପେକ୍ଷା କରିବା ଓ ସତ୍ୟତା ଯାଞ୍ଚ କରିବା ହୁଅନ୍ତୁ ।
ସ୍ବାୟତ୍ତ ଶାସନ ଦିବସର ଅନୁଚିନ୍ତା
ସ୍ବାୟତ୍ତ ଶାସନ ଦିବସର ଅନୁଚିନ୍ତା
-------------------------------------
ସ୍ବାୟତ ଶାସନ ଦିବସ ଅବସରରେ ଇତିହାସର ଗର୍ଭାନୁଶୀଳନ କରିବା ସମୟରେ ହଜାର ହଜାର ବର୍ଷ ଧରି ଲୋକ କଥନୀଟି ସ୍ବତଃ ସ୍ମୃତି ଗହ୍ଵରରୁ ଉଜ୍ଜୀବିତ ହୁଏ "ଯାହା ନାହିଁ ଭାରତେ, ତାହା ନାହିଁ ମରତେ" । ଏହାର ମର୍ମାର୍ଥ ହେଲା 'ମହାଭାରତ' ଗ୍ରନ୍ଥରେ ଯେଉଁ ବିଷୟ, କାହାଣୀ, ଧର୍ମ, ନୀତି, ଚରିତ୍ର କିମ୍ବା ଜ୍ଞାନର ବର୍ଣ୍ଣନା ନାହିଁ, ତାହା ସମଗ୍ର ମର୍ତ୍ତ୍ୟମଣ୍ଡଳ (ପୃଥିବୀ)ରେ ମଧ୍ୟ ବିରଳ ବା ଅନୁପସ୍ଥିତ। ଏହା ମହାଭାରତର ବ୍ୟାପକତା, ମହତ୍ତ୍ୱ ଓ ଜ୍ଞାନର ଗାମ୍ଭୀର୍ଯ୍ୟକୁ ଦର୍ଶାଇବା ପାଇଁ ବ୍ୟବହୃତ ହୋଇଆସୁଛି । ମହାଭାରତରେ ମାନବ ସମାଜର ପ୍ରତ୍ୟେକ ଆବେଗ (ପ୍ରେମ, କ୍ରୋଧ, ଛଳନା, ତ୍ୟାଗ, କର୍ତ୍ତବ୍ୟ) ଓ ଜୀବନର ସମସ୍ତ ଜଟିଳ ପରିସ୍ଥିତିର ସମାଧାନ ରହିଛି।ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଆ ତଥା ସଂସ୍କୃତ ସାହିତ୍ୟ ପରମ୍ପରାରେ ମହାଭାରତକୁ ଏକ ବିଶ୍ୱକୋଷ (ଏନସାଇକ୍ଲୋ ପେଡିଆ ) ଭାବେ ସ୍ବୀକାର କରାଯାଇ ଆସୁଛି । ଅତଏବ ପବିତ୍ର ଭାରତ ମାଟିରେ ପ୍ରତିଫଳିତ ଦର୍ଶନକୁ ଅନୁକରଣ କରି ପାଶ୍ଚାତ୍ୟ ପଣ୍ଡିତମାନେ ଭିନ୍ନ ଭିନ୍ନ ରଙ୍ଗରେ ରଙ୍ଗାୟିତ କରି ଆମର ପାଶ୍ଚାତ୍ୟ ଅନୁରକ୍ତି ଆଧାରିତ ମାନସିକତାକୁ କରି ଆସୁଛନ୍ତି ପଣ୍ୟ ଏବଂ ତାହାକୁ ଲଦି ଦେଇଛନ୍ତି ଭାରତ ଉପରେ । ଏଠାରେ ଆମେ ଉଦାହରଣ ସ୍ୱରୂପ ଆଜିର ସ୍ବାୟତ ଶାସନ ଦିବସର ଇତିହାସକୁ ଅନୁଧ୍ୟାନ କଲେ ମାନ୍ୟବର ଗୁଗୁଲ ମହାଶୟ ଉଲ୍ଲେଖ କରିବେ ଯେ ଏହା ୧୯୫୦ ମସିହାରେ 'ଓଡ଼ିଶା ପୌର ଆଇନ'-୧୯୫୦ ଗୃହୀତ ହେବା ପରେ, ସହରାଞ୍ଚଳଗୁଡ଼ିକରେ ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ନାଗରିକ ସେବାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅଗଷ୍ଟ ୩୧ ତାରିଖକୁ ଏହି ଦିବସ ଭାବେ ପାଳନ କରାଯାଉଛି। ଆଉ ଟିକିଏ ଖୋଳତାଡ଼ କଲେ ଜଣାପଡ଼ିବ ଯେ ୧୯୩୫ ମସିହାର ଭାରତ ଶାସନ ଆଇନ୍ ଅନୁଯାୟୀ ଭାରତରେ ସ୍ୱାୟତ୍ତ ଶାସନ ଓ ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ କ୍ଷେତ୍ରରେ ଏକ ଐତିହାସିକ ଓ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଥିଲା। ଏହି ଆଇନ ବ୍ରିଟିଶ ସରକାର ଦ୍ୱାରା ପ୍ରଣୀତ ସବୁଠାରୁ ବଡ଼ ସାମ୍ବିଧାନିକ ଦଲିଲ ଥିଲା, ଯାହା ଆଜିର ଭାରତୀୟ ସମ୍ବିଧାନର ମୁଖ୍ୟ ଭିତ୍ତିଭୂମି ସାଜିଛି।୧୯୩୫ର ଆଇନ ଭାରତୀୟମାନଙ୍କୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦେଇନଥିଲେ ହେଁ, ପ୍ରାଦେଶିକ ସ୍ୱାୟତ୍ତ ଶାସନ ମାଧ୍ୟମରେ ଭାରତୀୟ ନେତାମାନଙ୍କୁ ସରକାର ଚଳାଇବାର ଏବଂ ସ୍ଥାନୀୟ ସ୍ୱାୟତ୍ତ ଶାସନ ପ୍ରଣାଳୀକୁ ସୁଦୃଢ଼ କରିବାର ବ୍ୟାବହାରିକ ଅଭିଜ୍ଞତା ପ୍ରଦାନ କରିଥିଲା।୧୯୩୫ ଆଇନ ଅଧୀନରେ ଥିବା ସ୍ୱାୟତ୍ତ ଶାସନ ବ୍ୟବସ୍ଥାର ମୁଖ୍ୟ ଦିଗଗୁଡ଼ିକ ମଧ୍ୟରେ ଥିଲା ପ୍ରାଦେଶିକ ସ୍ୱାୟତ୍ତ ଶାସନ ଆଇନ୍ ଯାହାର ପ୍ରମୁଖ ବୈଶିଷ୍ଟ୍ୟ ଥିଲା ପ୍ରଦେଶ ସବୁକୁ ସ୍ୱାୟତ୍ତ ଶାସନର ଅଧିକାର ପ୍ରଦାନ କରିବା ଏବଂ ଦ୍ବୈତ ଶାସନର ପରିସମାପ୍ତି କରିବା । ୧୯୧୯ ଆଇନ ଦ୍ୱାରା ପ୍ରଦେଶଗୁଡ଼ିକରେ ଲାଗୁ ହୋଇଥିବା ଅପ୍ରିୟ 'ଦ୍ୱୈତ ଶାସନ' କୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଗଲା। ପ୍ରଦେଶର ସମସ୍ତ ବିଭାଗ (ଗୃହ, ଅର୍ଥ, ଆଇନ ଇତ୍ୟାଦି) ଭାରତୀୟ ନିର୍ବାଚିତ ମନ୍ତ୍ରୀମାନଙ୍କୁ ହସ୍ତାନ୍ତର କରାଗଲା। ମନ୍ତ୍ରୀମାନେ ପ୍ରାଦେଶିକ ବିଧାନସଭା ନିକଟରେ ଉତ୍ତରଦାୟୀ ରହିଲେ। ସେହିପରି ରାଜ୍ୟପାଳଙ୍କ ସ୍ବତନ୍ତ୍ର କ୍ଷମତା , ଯେପରିକି ପ୍ରଦେଶକୁ ସ୍ୱାୟତ୍ତତା ମିଳିଥିଲା, ତଥାପି ରାଜ୍ୟପାଳଙ୍କ ପାଖରେ 'ଭେଟୋ' କ୍ଷମତା ଓ ସ୍ୱତନ୍ତ୍ର ଜରୁରୀକାଳୀନ କ୍ଷମତା ରହିଥିଲା, ଯାହା ଦ୍ୱାରା ସେ ମନ୍ତ୍ରିମଣ୍ଡଳର ନିଷ୍ପତ୍ତିକୁ ବାତିଲ କରିପାରୁଥିଲେ।ପ୍ରଦେଶଗୁଡ଼ିକୁ ସ୍ୱାୟତ୍ତତା ମିଳିବା ପରେ ସ୍ଥାନୀୟ ଶାସନ ଅଧିକ ମଜବୁତ ହେଲା , ଯେପରିକି ସହରଗୁଡ଼ିକରେ ପୌରପାଳିକା ବା
ମ୍ୟୁନିସିପାଲିଟି ଏବଂ ଗ୍ରାମାଞ୍ଚଳରେ ଜିଲ୍ଲା ବୋର୍ଡଗୁଡ଼ିକୁ ଅଧିକ ଅର୍ଥ ଓ ସ୍ୱାଧୀନତା ପ୍ରଦାନ କରାଗଲା।ସ୍ଥାନୀୟ ବୋର୍ଡଗୁଡ଼ିକର ସଭାପତି ଭାବେ ସରକାରୀ ଅଫିସରଙ୍କ ସ୍ଥାନରେ ନିର୍ବାଚିତ ଭାରତୀୟ ନେତାମାନେ ଦାୟିତ୍ୱ ଗ୍ରହଣ କରିବାକୁ ବ୍ୟବସ୍ଥା ରହିଥିଲା । ସେହିପରି ଭୋଟ ଦେବାର ଅଧିକାର ବୃଦ୍ଧି ପାଇଲା। ସମ୍ପତ୍ତି , ଶିକ୍ଷା ଓ କର ଆଧାରରେ ଭାରତର ପ୍ରାୟ ୧୪ ପ୍ରତିଶତ ଲୋକଙ୍କୁ ଭୋଟ ଦେବାର ଅଧିକାର ମିଳିଲା (ଯାହା ପୂର୍ବରୁ ମାତ୍ର ତିନି ପ୍ରତିଶତ) । ଅପରପକ୍ଷରେ
୧୧ଟି ପ୍ରଦେଶ ମଧ୍ୟରୁ ୬ଟି ପ୍ରଦେଶରେ (ବଙ୍ଗଳା, ମାନ୍ଦ୍ରାଜ, ବମ୍ବେ, ବିହାର, ଆସାମ, ଏବଂ ସଂଯୁକ୍ତ ପ୍ରଦେଶ ଦ୍ବି ସଦନୀୟ ବିଧାନ ମଣ୍ଡଳ ପ୍ରତିଷ୍ଠା ବ୍ୟବସ୍ଥା ରହିଥିଲା ।୧୯୩୭ ମସିହାରେ ଏହି ଆଇନ ଅଧୀନରେ ପ୍ରଥମ ପ୍ରାଦେଶିକ ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ କଂଗ୍ରେସ ଅନେକ ପ୍ରଦେଶରେ ସରକାର ଗଠନ କରିଥିଲା । ଏହା ବଳରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରଥମ ନିର୍ବାଚନ ଜାନୁଆରୀ ୧୮ ରୁ୨୩ ,୧୯୩୭ ମସିହାରେ ହୋଇଥିଲା । ଏଭଳି ବ୍ୟବସ୍ଥା କୁ ଘୋର ବିରୋଧ କରିଥିଲେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ।
ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ସ୍ୱାୟତ୍ତ ଶାସନ ଓ ରାଷ୍ଟ୍ର ପୁନର୍ଗଠନ ସମ୍ପର୍କିତ ଚିନ୍ତାଧାରା ଅନ୍ୟ ଭାରତୀୟ ନେତାମାନଙ୍କଠାରୁ ବେଶ୍ ଭିନ୍ନ, ସୁଦୂରପ୍ରସାରୀ ଓ ସମାଜବାଦୀ ଥିଲା। ସେ କେବଳ ବ୍ରିଟିଶ ଶାସନରୁ ସ୍ୱାଧୀନତା ଚାହୁଁନଥିଲେ, ବରଂ ସ୍ୱାଧୀନତା ପରବର୍ତ୍ତୀ ଭାରତରେ ଏକ ଶକ୍ତିଶାଳୀ, ନାଗରିକ-କେନ୍ଦ୍ରିକ ଓ ସାମାଜିକ-ଅର୍ଥନୈତିକ ସମାନତା ଉପରେ ଆଧାରିତ ଶାସନ ବ୍ୟବସ୍ଥା ଗଢ଼ିବାକୁ ଚାହୁଁଥିଲେ।
ନେତାଜୀଙ୍କ ଦ୍ୱାରା ପ୍ରସ୍ତାବିତ ଓ ସମର୍ଥିତ ସ୍ୱାୟତ୍ତ ଶାସନ ବ୍ୟବସ୍ଥାର ମୁଖ୍ୟ ଦିଗଗୁଡ଼ିକ ଥିଲା ଗ୍ରାମୀଣ ପ୍ରଶାସନ ଓ ସାମାଜିକ ସ୍ୱାୟତ୍ତତା ।ନେତାଜୀ ଭାରତର ପାରମ୍ପରିକ ଗ୍ରାମୀଣ ସ୍ୱାୟତ୍ତ ଶାସନକୁ ପୁନର୍ଜୀବିତ କରିବାକୁ ଚାହୁଁଥିଲେ , ସେ ଚାହୁଁଥିଲେ ମଜଭୁତ ଗ୍ରାମ ପଞ୍ଚାୟତ, କାରଣ ସେ ବିଶ୍ୱାସ କରୁଥିଲେ ଯେ ଭାରତର ଆତ୍ମା ଗାଁରେ ବସବାସ କରେ। ତେଣୁ ସ୍ୱାଧୀନ ଭାରତରେ ଗ୍ରାମ ପଞ୍ଚାୟତଗୁଡ଼ିକୁ ସ୍ୱାୟତ୍ତ ଶାସନର ମୂଳ ଏକକ ଭାବେ ଗଢ଼ିତୋଳିବାକୁ ସେ ପ୍ରସ୍ତାବ ଦେଇଥିଲେ। ସେହିପରି ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ଗ୍ରାମୀଣ ଉନ୍ନୟନ ଭଳି ବିଷୟଗୁଡ଼ିକରେ ଗ୍ରାମବାସୀଙ୍କୁ ନିଜ ନିଷ୍ପତ୍ତି ନିଜେ ନେବାର ସ୍ୱାଧୀନତା ଓ କ୍ଷମତା ଦେବା ସେ ଆବଶ୍ୟକ ମନେକରୁଥିଲେ।
୧୯୩୮ ମସିହାରେ ଅଖିଳ ଭାରତ କଙ୍ଗ୍ରେସର ହରିପୁରା ଅଧିବେଶନରେ ସଭାପତି ଭାବେ ନେତାଜୀ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ ।ସ୍ୱାଧୀନତା ପରେ ଦେଶର ଶାସନ ଓ ଆର୍ଥନୈତିକ ସ୍ୱାୟତ୍ତତା ପରିଚାଳନା ପାଇଁ ସେ କଂଗ୍ରେସ ଅଧିବେଶନରେ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଅଧ୍ୟକ୍ଷତାରେ ପ୍ରଥମ ଥର ପାଇଁ 'ରାଷ୍ଟ୍ରୀୟ ଯୋଜନା କମିଶନ' ଗଠନ କରିଥିଲେ।ସ୍ୱାୟତ୍ତ ଶାସନ କେବଳ ରାଜନୈତିକ ନହୋଇ ଅର୍ଥନୈତିକ ହେବା ଦରକାର, ଯେଉଁଥିରେ ଜମିଦାରୀ ପ୍ରଥାର ଉଚ୍ଛେଦ ଏବଂ କୃଷକ ଓ ଶ୍ରମିକମାନଙ୍କୁ ଶାସନରେ ଭାଗିଦାରୀ ମିଳିବ। ଏପରିକି ତାଙ୍କର ପ୍ରଧାନମନ୍ତ୍ରୀତ୍ବରେ ଗଠିତ
ଆଜାଦ୍ ହିନ୍ଦ୍ ସରକାରର ଯାହା ୨୧ ଅକ୍ଟୋବର ୧୯୪୩ରେ ହୋଇଥିଲା ଗଠିତ ସେଥିରେ ପ୍ରଶାସନିକ ଖସଡ଼ା ବା ଢାଞ୍ଚା ଯାହା ଘୋଷିତ ହେଇଥିଲା ସେଥିରେ ସ୍ୱାୟତ୍ତ ଶାସନ, ସାମ୍ପ୍ରଦାୟିକ ସଦ୍ଭାବ ଓ ସମାନତା କୁ ଦେଇଥିଲେ ପ୍ରାଥମିକତା।
ସ୍ୱାୟତ୍ତ ଶାସନରେ ଜାତି, ଧର୍ମ, ବର୍ଣ୍ଣ କିମ୍ବା ଲିଙ୍ଗ ନିର୍ବିଶେଷରେ ସମସ୍ତଙ୍କୁ ସମାନ ଅଧିକାର ଦିଆଯାଇଥିଲା। 'ଝାନ୍ସୀ ରାଣୀ ରେଜିମେଣ୍ଟ' ମାଧ୍ୟମରେ ନାରୀସଶକ୍ତୀକରଣ ଓ ପ୍ରଶାସନରେ ମହିଳାଙ୍କ ଭାଗିଦାରୀ ସେ ପ୍ରମାଣିତ କରିଥିଲେ ।ଆଜାଦ ହିନ୍ଦ ସରକାର ନିଜସ୍ୱ ବ୍ୟାଙ୍କ , ମୁଦ୍ରା, ଡାକ ଟିକେଟ ଓ ଆଇନ ପ୍ରଣୟନ କରି ସ୍ୱାୟତ୍ତ ଶାସନର ଏକ ସମ୍ପୂର୍ଣ୍ଣ ପ୍ରାକ୍ଟିକାଲ ମୋଡେଲ ପ୍ରଦର୍ଶନ କରିଥିଲେ।ଗାନ୍ଧୀଜୀ ଓ କଂଗ୍ରେସର କିଛି ନେତା ପ୍ରାରମ୍ଭିକ ପର୍ଯ୍ୟାୟରେ ବ୍ରିଟିଶ ଅଧୀନରେ 'ଡ଼ୋମିନିଅନ୍ ଷ୍ଟାଟସ୍' ବା ବ୍ରିଟିଶ ଛାତ୍ରଛାୟା ତଳେ ସ୍ୱାୟତ୍ତ ଶାସନ ପାଇଁ ରାଜି ଥିବାବେଳେ, ନେତାଜୀ ଏହାର ଦୃଢ଼ ବିରୋଧ କରିଥିଲେ। ସେ କହିଥିଲେ ଯେ "ସମ୍ପୂର୍ଣ୍ଣ ସ୍ୱାଧୀନତା " ବିନା ପ୍ରକୃତ ସ୍ୱାୟତ୍ତ ଶାସନ ଅସମ୍ଭବ।ବ୍ରିଟିଶମାନଙ୍କ ଦ୍ୱାରା ଦିଆଯାଉଥିବା ଆଂଶିକ ସ୍ୱାୟତ୍ତତା (ଯେପରି ୧୯୩୫ର ଆଇନ) କେବଳ ଭାରତୀୟମାନଙ୍କୁ ଭୁଲାବା ପାଇଁ ଏକ ଚାଲ୍।ସଂକ୍ଷେପରେ କହିବାକୁ ଗଲେ, ନେତାଜୀଙ୍କ ପ୍ରସ୍ତାବିତ ସ୍ୱାୟତ୍ତ ଶାସନ ବ୍ୟବସ୍ଥା କେବଳ କାଗଜପତ୍ରରେ ନଥିଲା; ତାହା ଥିଲା ଶକ୍ତିଶାଳୀ କେନ୍ଦ୍ରୀୟ ନେତୃତ୍ୱ, କୃଷକ-ଶ୍ରମିକଙ୍କ ଶାସନ ଭାଗିଦାରୀ, ପଞ୍ଚାୟତୀ ସ୍ୱାୟତ୍ତତା ଏବଂଧର୍ମ ନିରପେକ୍ଷତା ର ଏକ ନିପୁଣ ମିଶ୍ରଣ।
ଇଏତ ବିଂଶ ଶତାବ୍ଦୀର ଇତିହାସ । ଏହା ପୂର୍ବକୁ ଗଲେ ବିଶ୍ବର ସର୍ବକାଳୀନ ବହୁମୁଖି ପ୍ରତିଭାସମ୍ପନ୍ନ ମହାପୁରୁଷ , ରାଷ୍ଟ୍ରନୀତିଜ୍ଞ, ଅର୍ଥଶାସ୍ତ୍ର ବିଶେଷଜ୍ଞ ପଣ୍ଡିତ କୌଟିଲ୍ୟଙ୍କ ସମୟରେ ସେ ତାଙ୍କର ଅର୍ଥଶାସ୍ତ୍ରରେ ଏକ ସୁସଂଗଠିତ, କେନ୍ଦ୍ରୀଭୂତ ତଥା ନିପୁଣ ସ୍ୱାୟତ୍ତ ଶାସନ ଓ ସ୍ଥାନୀୟ ପ୍ରଶାସନ ବ୍ୟବସ୍ଥାର ବିସ୍ତୃତ ବର୍ଣ୍ଣନା କରି ଯାଇଛନ୍ତି। ମୌର୍ଯ୍ୟ ଶାସନ କାଳରେ ରାଜ୍ୟର ସୁରକ୍ଷା, କର ଆଦାୟ, ଆଇନ-ଶୃଙ୍ଖଳା ଏବଂ ନାଗରିକଙ୍କ କଲ୍ୟାଣ ପାଇଁ ସ୍ଥାନୀୟ ପ୍ରଶାସନକୁ ବିଭିନ୍ନ ସ୍ତରରେ ବିଭାଜିତ କରାଯାଇଥିଲା। ସେତେବେଳେ ଗାଁ ଥିଲା ଏକକ, ଏହାର ମୁଖ୍ୟଙ୍କୁ କୁହାଯାଉଥିଲା ମୁଖିଆ ,୧୦ ଟି ଗାଁ କୁ ନେଇ ହୋଇଥିଲା ସଂଗ୍ରହଣ,୨୦୦ ଗାଁ କୁ ନେଇ ଖାର୍ବଟିକ,୪୦୦ ଗାଁ କୁ ନେଇ ଦ୍ରୋଣମୁଖ ଏବଂ ୮୦୦ ଗାଁ କୁ ନେଇ ସ୍ଥାନୀୟ । ଗ୍ରାମୀଣ ସ୍ୱାୟତ୍ତ ଶାସନ ବା ଗ୍ରାମ ପ୍ରଶାସନ ଯାହା ଅର୍ଥଶାସ୍ତ୍ର ଅନୁସାରେ ପ୍ରଶାସନର ସବୁଠାରୁ ସାନ ତଥା ମୂଳ ଏକକ ଥିଲା ଗ୍ରାମ । ଗ୍ରାମ ମୁଖିଆ ବା ଗ୍ରାମର ପ୍ରଶାସନିକ ପ୍ରଧାନଙ୍କୁ 'ଗ୍ରାମିକ' କୁହାଯାଉଥିଲା। ସେ ଗ୍ରାମବାସୀଙ୍କ ଦ୍ୱାରା ନିର୍ବାଚିତ କିମ୍ବା ମନୋନୀତ ହେଉଥିଲେ ଏବଂ ଗ୍ରାମର ବିକାଶ ଓ ଆଇନ ଶୃଙ୍ଖଳା ପାଇଁ ଉତ୍ତରଦାୟୀ ଥିଲେ। ସେହିପରି ଗ୍ରାମର ବରିଷ୍ଠ ଓ ଅଭିଜ୍ଞ ବ୍ୟକ୍ତିମାନଙ୍କୁ ନେଇ ଏକ ସଭା ବା କମିଟି ଗଠିତ ହେଉଥିଲା। ଏହି ସଭା ଜମି ଜମା ବିବାଦର ସମାଧାନ, ଗ୍ରାମୀଣ ଉନ୍ନୟନ, ଗୋଚର ଜମିର ରକ୍ଷଣାବେକ୍ଷଣ ଏବଂ ପର୍ବପର୍ବାଣିର ପରିଚାଳନା କରୁଥିଲା। ୫ ରୁ ୧୦ଟି ଗ୍ରାମକୁ ନେଇ ଗୋଟିଏ କ୍ଲଷ୍ଟର ଗଠନ କରାଯାଉଥିଲା, ଯାହାର ପ୍ରଭାରୀଙ୍କୁ 'ଗୋପ' କୁହାଯାଉଥିଲା। ସେ ଜନ୍ମ-ମୃତ୍ୟୁ ପଞ୍ଜୀକରଣ, କର ନିର୍ଦ୍ଧାରଣ ଓ ଗ୍ରାମୀଣ ଜନସଂଖ୍ୟା ହିସାବ ରଖୁଥିଲେ। କୌଟିଲ୍ୟ ଗ୍ରାମ ଓ କେନ୍ଦ୍ରୀୟ ଶାସନ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ଭୌଗୋଳିକ ଆଧାରରେ ପ୍ରଶାସନକୁ ଚାରୋଟି ସ୍ତରରେ ବାଣ୍ଟିଥିଲ, ଯଥା ସହର ବା ନଗରଗୁଡ଼ିକର ପରିଚାଳନା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଥିଲା ।ନଗର ପ୍ରଶାସନର ମୁଖ୍ୟଙ୍କୁ 'ନାଗରକ' (ସହରର ମେୟର) କୁହାଯାଉଥିଲା। ନଗରକଙ୍କ ଅଧୀନରେ ବିଭିନ୍ନ ସମିତି କାର୍ଯ୍ୟ କରୁଥିଲେ। ଏହି ସମିତିଗୁଡ଼ିକ ନିମ୍ନଲିଖିତ ଦାୟିତ୍ୱ ତୁଲାଉଥିଲେ: ସହରର ସ୍ୱଚ୍ଛତା, ସ୍ୱାସ୍ଥ୍ୟ ଓ ଅଗ୍ନିଶମ ବ୍ୟବସ୍ଥା ଓଜନ ଓ ମାପର ଯାଞ୍ଚ ଏବଂ କଳାବଜାରୀ ରୋକିବା ବିଦେଶୀ ଓ ପର୍ଯ୍ୟଟକଙ୍କ ସୁରକ୍ଷା ଏବଂ ରହିବା ବ୍ୟବସ୍ଥା ରାସ୍ତାଘାଟ, ବଗିଚା, ଧର୍ମଶାଳା ଓ ଜଳାଶୟର ରକ୍ଷଣାବକ୍ଷଣ ।ଏକ ସୁସଂଗଠିତ, କେନ୍ଦ୍ରୀଭୂତ ତଥା ନିପୁଣ ସ୍ୱାୟତ୍ତ ଶାସନ ଓ ସ୍ଥାନୀୟ ପ୍ରଶାସନ ବ୍ୟବସ୍ଥାର ବିସ୍ତୃତ ବର୍ଣ୍ଣନା ମିଳେ।
ଛୋଟଛୋଟ ଦେୱାନୀ ଓ ଫୌଜଦାରୀ ମାମଲାର ବିଚାର ଗ୍ରାମ ସ୍ତରରେ 'ଗ୍ରାମ ବୃଦ୍ଧ' ଓ ସ୍ଥାନୀୟ ବିଚାରକମାନଙ୍କ ଦ୍ୱାରା ହେଉଥିଲା, ଯାହାଫଳରେ ଲୋକଙ୍କୁ ଶୀଘ୍ର ନ୍ୟାୟ ମିଳୁଥିଲା।ଗ୍ରାମଗୁଡ଼ିକ ନିଜସ୍ୱ କର ସଂଗ୍ରହ କରି ଗ୍ରାମର ନଳକୂପ, ପୋଖରୀ, ସଡ଼କ ଓ ମନ୍ଦିର ନିର୍ମାଣରେ ବିନିଯୋଗ କରୁଥିଲେ।
କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରରେ ବର୍ଣ୍ଣିତ ଏହି ସ୍ୱାୟତ୍ତ ଶାସନ ବ୍ୟବସ୍ଥା କେବଳ ପ୍ରଶାସନିକ ଦକ୍ଷତା ନୁହେଁ, ବରଂ ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ (Decentralization) ର ଏକ ଉତ୍କୃଷ୍ଟ ଉଦାହରଣ ଥିଲା, ଯାହା ଆଜିର ପଞ୍ଚାୟତୀରାଜ ଓ ପୌରପାଳିକା ବ୍ୟବସ୍ଥାର ଭିତ୍ତିଭୂମି ସଦୃଶ। ଦେୱାନୀ ଓ ଫୌଜଦାରୀ ମାମଲାର ବିଚାର ଗ୍ରାମ ସ୍ତରରେ 'ଗ୍ରାମ ବୃଦ୍ଧ' ଓ ସ୍ଥାନୀୟ ବିଚାରକମାନଙ୍କ ଦ୍ୱାରା ହେଉଥିଲା, ଯାହାଫଳରେ ଲୋକଙ୍କୁ ଶୀଘ୍ର ନ୍ୟାୟ ମିଳୁଥିଲା । ଏପରିକି ପ୍ରାଚୀନ ଭାରତରେ ଗଣତାନ୍ତ୍ରିକ ଏବଂ ସଂଘୀୟ ଶାସନ ବ୍ୟବସ୍ଥାର ଏକ ସମୃଦ୍ଧ ଓ ଗୌରବମୟ ଇତିହାସ ରହିଛି। ବେଦ, ମହାଭାରତ, ବୌଦ୍ଧ ଏବଂ ଜୈନ ଗ୍ରନ୍ଥଗୁଡ଼ିକରୁ ଜଣାପଡ଼େ ଯେ ଗ୍ରୀକ୍ ଗଣତନ୍ତ୍ରର ବହୁ ପୂର୍ବରୁ ଭାରତରେ ଗଣତାନ୍ତ୍ରିକ ପ୍ରକ୍ରିୟା କାର୍ଯ୍ୟକାରୀ ହେଉଥିଲା।ଋଗ୍ବେଦ ଏବଂ ଅଥର୍ବବେଦରେ 'ସଭା' ଓ 'ସମିତି' નાମକ ଦୁଇଟି ସଂସ୍ଥାର ଉଲ୍ଲେଖ ରହିଛି। ସମିତିରେ ସାଧାରଣ ନାଗରିକମାନେ ଭାଗ ନେଉଥିବା ବେଳେ ସଭାରେ ବୟୋବୃଦ୍ଧ ଓ ଜ୍ଞାନୀ ଲୋକମାନେ ଆଲୋଚନା କରି ରାଜାଙ୍କ ନିଷ୍ପତ୍ତିକୁ ନିୟନ୍ତ୍ରଣ କରୁଥିଲେ।ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ଭାରତର ୧୬ଟି ମହାଜନପଦ ମଧ୍ୟରୁ 'ବଜ୍ଜି' (ଭୈଶାଳୀ) ଏବଂ 'ମଲ୍ଲ' ପ୍ରଭୃତି ବଂଶାନୁକ୍ରମିକ ରାଜତନ୍ତ୍ର ବଦଳରେ ଗଣତାନ୍ତ୍ରିକ ପ୍ରଣାଳୀରେ ଶାସିତ ହେଉଥିଲେ। ଲିଚ୍ଛବି ଏବଂ ଶାକ୍ୟ ଗଣରାଜ୍ୟଗୁଡ଼ିକରେ 'ସନ୍ଥାଗାର' ବା ଶାସନ ସଭାରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉପରେ ଆଲୋଚନା ଓ ଭୋଟ୍ (ସଲାକା) ଗ୍ରହଣ କରାଯାଉଥିଲା। ପ୍ରାଚୀନ ଭାରତର ଗ୍ରାମଗୁଡ଼ିକ ସ୍ୱାୟତ୍ତଶାସିତ ଥିଲେ। ଗ୍ରାମସଭାଗୁଡ଼ିକ ସ୍ଥାନୀୟ ବିବାଦ ସମାଧାନ, କର ଆଦାୟ ଏବଂ ଉନ୍ନୟନମୂଳକ କାର୍ଯ୍ୟ ନିଜେ ପରିଚାଳନା କରୁଥିଲେ। ଏହାହିଁ ଆମର ପବିତ୍ର ଭାରତ ଭୂମିର ଗୌରବାମୟ ଐତିହ୍ୟ । ୧୧୯୨ ର ଦ୍ବିତୀୟ ତିରୋରୀ ଯୁଦ୍ଧରେ ପୃଥ୍ୱୀରାଜ ଚୌହାନ ଙ୍କ ପରାଜୟରେ ମହମ୍ମଦ ଘୋରୀର ବିଜୟ ଫଳରେ ଭାରତର ସ୍ବାଧୀନତାର ରବି ହୋଇଥିଲା ଅସ୍ତମିତ । ଦୀର୍ଘ ୭୫୩ ବର୍ଷର ପରାଧୀନ ଶାସନରେ ଭାରତର ଅଙ୍ଗ ଛେଦନ କେବଳ ନୁହେଁ , ଇତିହାସ ଓ ଭାଷା ସାହିତ୍ୟ ସଂସ୍କୃତି ଓ ପରମ୍ପରା ଉପରେ ହୋଇଥିଲା ବିଜାତୀୟ ମାନଙ୍କ ଦ୍ଵାରା ପ୍ରଚଣ୍ଡ ଆକ୍ରମଣ । ଅତଏବ ସ୍ୱାୟତ୍ତ ଶାସନ ଦିବସରେ ପୌରପାଳିକା, ମହାନଗର ନିଗମ, ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ( ଏନ ଏ ସି) ଗୁଡ଼ିକରେ ନାଗରିକ ସେବା, ସହରୀ ଉନ୍ନୟନ, ଓ ସ୍ଥାନୀୟ ଶାସନରେ ସାଧାରଣ ଜନତାଙ୍କ ଭାଗୀଦାରୀକୁ ପ୍ରୋତ୍ସାହିତ କରିବା ହୋଇଛି ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ।ସହରାଞ୍ଚଳରେ ପାନୀୟ ଜଳ, ସଫେଇ, ରାସ୍ତାଘାଟ, ବିଜୁଳି, ଓ ବର୍ଜ୍ୟବସ୍ତୁ ପରିଚାଳନା ପରି ମୌଳିକ ସୁବିଧା ଯୋଗାଇବାରେ ପୌର ପ୍ରଶାସନର ଭୂମିକା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇ ଆସୁଛି।ସେହିପରି "ସହଭାଗିତା ମାଧ୍ୟମରେ ପ୍ରଗତି" , ବିଶେଷ କରି ସହରର ବିକାଶ ଓ ସ୍ୱଚ୍ଛତା ପାଇଁ କେବଳ ସରକାର ନୁହଁନ୍ତି, ବରଂ ନାଗରିକମାନଙ୍କର ସକ୍ରିୟ ଯୋଗଦାନକୁ ଆହ୍ୱାନ ଦିଆଯାଉଛି ।
ଖୁଦୁରୁକୁଣୀ ଓଷା
ଖୁଦୁରୁକୁଣୀ ଓଷା
---------------
ଆଜି ଭାଦ୍ରବ କୃଷ୍ଣ ପକ୍ଷ, ଦ୍ବିତୀୟା , ସିଂହ ଦି୧୪ନ, ଅଗଷ୍ଟ ୩୦ ତାରିଖ, ରବିବାର, ଖୁଦୁରୁକୁଣୀ ଓଷାରମ୍ଭ । ଅନେକ ଦୃଷ୍ଟିକୋଣରୁ ଏହା କେବଳ ଏକ ଓଷା ନୁହେଁ, ଓଡ଼ିଶାର ଗର୍ବିତ ଐତିହ୍ୟର ସ୍ମୃତି ଚାରଣ ତିଥି , ହଜାର ହଜାର ବର୍ଷର ଓଡ଼ିଆ ସଂସ୍କୃତିର ସୁବାର୍ତ୍ତାବାହୀ ପାରମ୍ପରିକ ଓଷା । ଏହା ମଧ୍ୟ ଭାଲୁକୁଣି ଓଷା ବା ଢ଼ିଙ୍କି ଓଷା ଭାବେ ମଧ୍ୟ ସୁପରିଚିତ । ଆମର ପିଲାଦିନେ ଆମେ ସକାଳୁ ସକାଳୁ ଗାଁ ହଟ୍ଟକେଶ୍ବର ବିରାଟ ପୁଷ୍କରିଣୀରେ ଫୁଟିଥିବା କଇଁ ଫୁଲ ପହଁରି ପହଁରି ତୋଳୁଥିଲୁ ଏବଂ ଭଉଣୀ ମାନଙ୍କୁ ଦେଉଥିଲୁ,ଏହାକୁ କୁଆଁରୀ ଓଡ଼ିଆ ଝିଅମାନେ ପାଳନ କରିଥାନ୍ତି । ଏହି ଓଷା ହିଁ ପ୍ରମାଣିତ କରେ ଯେ ଓଡ଼ିଆମାନେ ହିଁ ପୃଥିବୀର ପ୍ରଥମ ନୌବାଣିଜ୍ୟ ପରମ୍ପରାର ଜାତି ଏବଂ ଉପନିବେଶବାଦୀ ଜାତି । ବ୍ୟକ୍ତିଗତ ଭାବେ ଆମେ କେତେକ ଦେଶ ବୁଲି ଓ ଅନେକ ଦେଶର ଇତିହାସ ପଢି ଏହାର ଐତିହାସିକ ପ୍ରମାଣ ପାଇଛୁ ଏବଂ ଆମର ଗବେଷଣା ମଧ୍ୟ ଚାଲିଛି । ଆର୍ଥିକ ଅନାଟନ କାରଣରୁ ଆମେ ଯେପରି ଅଧିକ ଦେଶକୁ ଯାଇ ଅଧିକ ତଥ୍ୟଗତ ପ୍ରମାଣ ସଂଗ୍ରହ କରିବାକୁ ଆବଶ୍ୟକ ମନେ କରୁଛୁ, ତାହା କରି ପାରୁନାହୁଁ । ପ୍ରାୟ ପାଞ୍ଚ ,ଛଅ ହଜାର ବର୍ଷ ପୂର୍ବରୁ ଓଡ଼ିଶାର ସାଧବ ପୁଅ କଳିଙ୍ଗ ସାଗର ବକ୍ଷରେ ସମସ୍ତ ପ୍ରତିକୂଳ ପରିସ୍ଥିତିରେ, ସକଳ ପ୍ରକାରର ପ୍ରତିବନ୍ଧକକୁ ଅତିକ୍ରମ କରି ଜାଭା, ସୁମାତ୍ରା, ବାଲି, ବୋର୍ଣ୍ଣିଓ, ବର୍ମା, ବ୍ରହ୍ମଦେଶ, ଗଙ୍ଗାସାଗର, ସିଂହଳ ଓ ଚାଇନା ଆଦି ଅନେକ ଦେଶରେ ବ୍ୟବସାୟ କରୁଥିଲେ। ପୂର୍ବ ଭାରତୀୟ ଦ୍ୱୀପପୁଞ୍ଜର ବାଣିଜ୍ୟରେ କଳିଙ୍ଗ ରାଜବଂଶମାନେ ମଧ୍ୟ ସଂଶ୍ଳିଷ୍ଟ ଥିଲେ। ଏବେ ଆମେ ଦକ୍ଷିଣ କୋରିଆର ବିଭିନ୍ନ ସ୍ଥାନ ପରିଭ୍ରମଣ କରି ଶୈଳଦ୍ଭ ବଂଶର ଶାସନ ବା ସେମାନଙ୍କ ଭାଷାରେ ଶୈଲଜା ଡେନସିଟ ର ଇତିହାସ ସମ୍ୟକ ଅଧ୍ୟୟନ କରିଥିଲୁ । ସେହିପରି ନିକଟରେ ଭିଏତନାମ ପରିଭ୍ରମଣ ସମୟରେ ସପ୍ତମ ଶତାବ୍ଦୀ ପର୍ଯ୍ୟନ୍ତ ଥିବା ଚମ୍ପା ରାଜବଂଶର ପରିଚୟ ପାଇ ଥିଲୁ । ଏବେ ବି ସେଠାରେ ଓଡ଼ିଆ ସଂସ୍କୃତି ବଞ୍ଚିଛି , ଏବେବି କଂସା ବାସନ ହେଉଛି ବ୍ୟବହୃତ, ହେଉଛି ମଧ୍ୟ ଧାନ ଚାଷ, ଆଦାୟ ହେଉଛି କଳେଇ, ନଡା ଛପର ଘର ଠାରୁ ମଠ ମନ୍ଦିର ଦୃଶ୍ୟମାନ, ଏବେ ବି ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ପାଇଁ ଶୁଦ୍ଧି କ୍ରିୟା ହେଉଛି, ଯାହା ଆମେ ମାର୍ବଲ ପାହାଡ଼ ଗୁମ୍ଫାରେ ଦେଖି ଆସିଛୁ । ଅନେକ ଦେଶର ଇତିହାସ ଅଧ୍ୟୟନ କରି ଅନୁଭବ କରିଛୁ ଯେ ଆମର ସାଧବ ପୁଅ ମାନେ ବେପାର ବଣିଜ କରିବାକୁ ଯାଇ ସେଠାରେ ସ୍ଥାୟୀ ବାସିନ୍ଦା ହୋଇ ପ୍ରଭାବ ବିସ୍ତାର କରିଥିଲେ । ନିକଟରେ ଆମେ ଆୟୋଓ୍ବା ର ଇତିହାସ ପଢିଥିଲୁ । ଏହା ଅଧୁନା ଯୁକ୍ତରାଷ୍ଟ୍ର ଆମେରିକାର ଗୋଟିଏ ଉତ୍ତର -କେନ୍ଦ୍ରୀୟ ପ୍ରଦେଶ । ଏହାର ଉତ୍ତରରେ ମିନେସୋଟା, ପୂର୍ବରେ ମିସିସିପି ନଦୀ, ଦକ୍ଷିଣରେ ମିଶୋରୀ, ପଶ୍ଚିମରେ ମଧ୍ୟ ମିଶୋରୀ ଓ ବିରାସିଓ ନଦୀ । ଏହାର କ୍ଷେତ୍ରଫଳ ବର୍ତ୍ତମାନର ଓଡ଼ିଶା ଠାରୁ ଅଳ୍ପ କମ୍ ଅର୍ଥାତ୍ ୫୬ ହଜାର ୨୭୩ ବର୍ଗ ମାଇଲ୍ । ସମଗ୍ର ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ପ୍ରଦେଶର ମାଟି ଖୁବ୍ ଉର୍ବର । ସମସ୍ତ ଜମିର ଶତକଡା ୯୦ ଭାଗ ଚାଷ ହୁଏ , ଅଧିକାଂଶ ଧାନ,ମୁଗ,ବିରି ,ଗହମ ଭଳି ଫସଲ । ୧୬୮୨ ପର୍ଯ୍ୟନ୍ତ ଏହି ଅଞ୍ଚଳ ଥିଲା ଓଡ଼ିଆ ବଂଶୋଦ୍ଭବ ମାନଙ୍କ ଦ୍ଵାରା ଶାସିତ । ଫରାସୀ ମାନେ ଏହି ଅଞ୍ଚଳକୁ କେମିତି ଦଖଲ କଲେ ,ତାର ଏକ ଭୟଙ୍କର ଇତିହାସ ରହିଛି । କିଭଳି ଭାବେ ସାତ ଜଣ ଫରାସୀ ନାବିକ ବାଟ ଭୁଲି ଏହି ଅଞ୍ଚଳରେ ପ୍ରବେଶ କରି ସମସ୍ତ ଅଞ୍ଚଳ ବୁଲାବୁଲି କରି ସ୍ବଦେଶ କୁ ପରିବା ପରେ କେତେକ ଫରାସୀ ପାଦ୍ରୀ ସେଠାରେ ପହଞ୍ଚି ଥିଲେ । ମୂଲ୍ୟବାନ ସୀସାଖଣିର ପାହାଡ଼, ସମ୍ପର୍କରେ ତଥ୍ୟ ସଂଗ୍ରହ କରି ସ୍ବଦେଶ ଫେରିବା ପରେ ଯୋଜନାବଦ୍ଧ ଭାବେ ସୈନ୍ୟ ସାମନ୍ତ ନେଇ ଆକ୍ରମଣ କରିଥିଲେ । ୧୭୭୫ ରେ ଡୁବୁକେ ନାମଧେୟ ଜଣେ ଫରାସୀ -କାନଡୀୟ ବେପାରୀ ମିସିସିପି ନଦୀ ପାର ହୋଇ ସୀସା ଖଣି ଅଞ୍ଚଳ ବୁଲି ଅସଂଖ୍ୟ ଖଣିର ସନ୍ଧାନ ପାଇ ୧୭୮୮ ରେ ଓଡ଼ିଆ ଶାସକ ଜଗନ୍ନାଥ ବରିସଲ ଠାରୁ ୨୧ ବର୍ଗ ମାଇଲ୍ ଅଞ୍ଚଳ ନେଇ ଶ୍ୱେତାଙ୍ଗ ଲୋକମାନଙ୍କ ବସତି ସ୍ଥାପନ କରିଥିଲେ । ପାଦ୍ରୀ ମାନେ ପ୍ରଲୋଭିତ କରି ଧର୍ମ ପରିବର୍ତ୍ତନ କରାଇଥିଲେ । ଏହା ପରର ଇତିହାସ ମଧ୍ୟ ରୋମାଞ୍ଚିତ । ଯେଉଁ ବର୍ଷ ଓଡ଼ିଶା ବ୍ରିଟିଶ ଶାସନ ବା ଇଷ୍ଟ ଇଣ୍ଡିଆ କମ୍ପାନୀ ଶାସନକୁ ଗଲା ଏବଂ ଯେଭଳି ଭାବେ ଗଲା , ଠିକ୍ ସେହିପରି ଭାବେ, ଠିକ୍ ସେହି ବର୍ଷ, ଅର୍ଥାତ୍ ୧୮୦୩ ରେ ଏହି ଅଞ୍ଚଳ ହୋଇଥିଲା ଯୁକ୍ତରାଷ୍ଟ୍ର ଆମେରିକାର ଅଂଶବିଶେଷ । ଏହି ଇତିହାସ କୁ ଜଣେ କେହି ମଧ୍ୟ ଲେଖି ନାହାନ୍ତି । ଏଭଳି ଅନେକ ଇତିହାସ ଆମେ ଏହା ଭିତରେ ସଂଗ୍ରହ କରିଛୁ, ହେଲେ ଜଣେ ହେଲେ ଓଡ଼ିଆ ଭାଇ ଭଉଣୀ ମାନଙ୍କ ଠାରୁ ପ୍ରୋତ୍ସାହିତ ହୋଇ ନାହୁଁ, ସରକାର ଙ୍କ କଥା ପଚାରେ କିଏ ? ଆଜି ଖୁଦୁରୁକୁଣୀ ଓଷା ଉପରେ ଆଲେଖ୍ୟ ଆଲୋଚନା କରୁଥିବା ବେଳେ ଏସବୁ ପ୍ରସଙ୍ଗ ମନକୁ ଆସିବାରୁ ସୁବାର୍ତ୍ତାର ଅଗ୍ରଲେଖରେ ପ୍ରକାଶ କରୁଛୁ । ଆମେ ବି ସଚେତନ ଅଛୁ ଯେ ସୁବାର୍ତ୍ତାର ପାଠକ ସଂଖ୍ୟା ଖୁବ୍ ନଗଣ୍ୟ,ଏହାର ସାମାଜିକ ପ୍ରଭାବ ଏକ ବିରାଟ ଶୂନ । ଅତଏବ ଆମର ନୌବାଣିଜ୍ୟର ଇତିହାସ କୁହେ ଯେ ଓଡ଼ିଆ ବଣିକମାନେ ବର୍ଷସାରା ସଂଗୃହୀତ ପଣ୍ୟ ସମ୍ଭାରକୁ ନେଇ କାର୍ତ୍ତିକ ଅମାବାସ୍ୟା ଦୀପାବଳି ଦିନ , ଯେଉଁ ଦିନ ଲକ୍ଷ୍ମୀପୂଜା ହେଉଥିଲା , ତା‘ପରଦିନଠାରୁ କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ବୋଇତରେ ପଣ୍ୟର ସଞ୍ଚୟନ କରୁଥିଲେ ଏବଂ ସାଧବମାନେ କାର୍ତ୍ତିକ ପୂର୍ଣ୍ଣିମା ଦିନ ବୋଇତଯାତ୍ରା କରୁଥିଲେ ,ଯାହାର ସ୍ମାରକୀ ଏବର ବୋଇତ ବନ୍ଦାଣ ପରମ୍ପରା । ଆମ ରାଜ୍ୟରେ ଆଷାଢ଼ ମାସଠାରୁ ଆଶ୍ୱିନ ମାସ ପର୍ଯ୍ୟନ୍ତ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବାହିତ ହୋଇଥାଏ ଏବଂ କାର୍ତ୍ତିକ ମାସଠାରୁ ଫାଲ୍ଗୁନ ମାସ ପର୍ଯ୍ୟନ୍ତ ଉତ୍ତର-ପୂର୍ବ ମୌସୁମୀ ବାୟୁ ପ୍ରବାହିତ ହେଉଥିବାରୁ ଓଡ଼ିଆ ସାଧବ ପୁଅ କାର୍ତ୍ତିକ ମାସରେ ବାଣିଜ୍ୟ ଯାତ୍ରା ଆରମ୍ଭ କରି ଆଷାଢ଼ ମାସରେ ବିଦେଶରୁ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରିବା ଏକ ଭୌଗୋଳିକ ତଥା ବୌଜ୍ଞାନିକ ସିଦ୍ଧାନ୍ତ ବୋଲି ବିଚାର କରାଯାଏ। ନୌବାଣିଜ୍ୟ ସମ୍ବଳିତ ଦୁଇଟି କାବ୍ୟରୁ କେନ୍ଦ୍ରାପଡ଼ା ଅଞ୍ଚଳର ନୌବାଣିଜ୍ୟ ତଥା ବହିର୍ବାଣିଜ୍ୟ ବିଷୟରେ ଜଣାପଡେ। ‘ଖୁଲଣାସୁନ୍ଦରୀ’ ବା ନିଶା ମଙ୍ଗଳବାର ଓଷାର ରଚୟିତା ଭିକାରି ଧୀବର ଯିଏକି ଆଳି ରାଜପୁତ୍ରଙ୍କର ଗୃହ ଶିକ୍ଷକ ଥିଲେ। ଅଷ୍ଟାଦଶ ଶତାବ୍ଦୀରେ ଏହି କାବ୍ୟ ରଚନା କରିଥିଲେ। କାବ୍ୟର ବିଷୟବସ୍ତୁ ଘାଗରା – ଇନ୍ଦୁପୁର ଅଞ୍ଚଳର ସୌଦାଗର ଧନେଶ୍ୱର ବୋଇତ ନେଇ ଯାଇ ସିଂହଳରେ ବନ୍ଦୀ ହୋଇଥିଲେ। ତାଙ୍କ ପୁତ୍ର ଶ୍ରୀଧର କୁମର ତାଙ୍କୁ ଯୁଦ୍ଧ କରି ମୁକ୍ତ କରିବା ସହିତ ସେଠା ରାଜକୁମାରୀଙ୍କୁ ବିବାହ କରିଥିଲେ। ବାଣିଜ୍ୟ ସହିତ ଗୋଟିଏ ଜାତିର ଐଶ୍ୱର୍ଯ୍ୟ ଓ ବୀରତ୍ୱକୁ ପ୍ରତିପାଦନ କରାଯାଇଛି। ଆଳି ରାଜା ବ୍ରଜସୁନ୍ଦର ଦେବ ଓ ବଡକୋଠା ଜମିଦାର ରାଧାଶ୍ୟାମ ନରେନ୍ଦ୍ରଙ୍କର ମଧ୍ୟ ବୋଇତ ବାହାର ଦେଶକୁ ଯାଇ ଧନରତ୍ନ ଭରି ଆଣୁଥିଲେ। ତାହା କାବ୍ୟାନ୍ତରାଳରେ ଲକ୍ଷ୍ୟ କରାଯାଏ। ଅନୁରୂପ କାବ୍ୟ ‘ତଅପୋଈ’ ବା ‘ଖୁଦୁରୁକୁଣୀ ଓଷା’ରେ ମିଳେ। ସପ୍ତଦଶ ଶତାବ୍ଦୀର କବି ପୁରୁଷୋତ୍ତମ ଦାସ ଉପକୂଳ ଅଞ୍ଚଳର ସାଧବପୁଅଙ୍କ ବୋଇତ ଯାତ୍ରାର କରୁଣ କାହାଣୀ ବର୍ଣ୍ଣନା କରିଛନ୍ତି। ତଅପୋଈ ଚରିତ୍ରର ବର୍ଣ୍ଣନା ସହିତ ସପ୍ତ ସାଧବଙ୍କର ବାଣିଜ୍ୟ କାହାଣୀ କାବ୍ୟକୁ ରସାଳ ଓ ମନମୋହିତ କରିଛନ୍ତି। ସାତଭାଇଙ୍କ ନାମରେ ‘ସାତଭାୟା’ ଅଦ୍ୟାପି ଭୌଗଳିକ ସାକ୍ଷ୍ୟ ପ୍ରଦାନ କରେ। ସେମାନଙ୍କ ନାମାନୁସାରେ ମୋହନପୁର, ବେଣୁପୁର ଆଦି ସାତଟି ବସତି ଅଧୁନା ଅବସ୍ଥିତ। ମଙ୍ଗଳ ଚାନ୍ଦଙ୍କ ନାମରେ ଚାନ୍ଦବାଲି ହୋଇଛି। ବ୍ରିଟିଶ ରାଜତ୍ୱକାଳରେ ବାହାର ଦେଶକୁ ଲୁଣ ରପ୍ତାନି କରାଯାଉଥିଲା। ବତିଘର, ହୁକିଟୋଲା, ଜମ୍ବୁ ବାଟ ଦେଇ ନଦୀପଥରେ – ବନ୍ଦର ବାଟେ ଜାହାଜ ଯାଉଥିଲା। କେନ୍ଦ୍ରାପଡ଼ାରେ ଲୁଣ ବଙ୍ଗଳା ବା ସଲ୍ଟ ବଙ୍ଗଳା ଶତାଧିକ ବର୍ଷରୁ ମସ୍ତକ ଟେକି ଦଣ୍ଡାୟମାନ। ଉପ ଜିଲ୍ଲାପାଳ ବାସଭବନର ଅନତି ଦୂରରେ ଲଞ୍ଚଘାଟ ଥିଲା, ଅଦ୍ୟାପି ଲଞ୍ଚଘାଟ ନାମରେ ବିଦିତ। ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ବିଶେଷ କରି କିମ୍ବଦନ୍ତୀ ଅନୁସାରେ ପୁରାତନ ଯୁଗରେ ବର୍ତ୍ତମାନର କେନ୍ଦ୍ରାପଡ଼ା ଜିଲ୍ଲାର ସାତଭାୟା ସାତଜଣ ସାଧବ ଭାଇ ବୋଇତରେ ଦୂରଦେଶକୁ ବଣିଜ କରିବା ନିମନ୍ତେ ଯାଉଥିଲେ । ବର୍ଷରେ ଗୋଟିଏ ଦିନରେ ସେମାନେ ଘରକୁ ଲେଉଟି ଆସୁଥିଲେ । ଏହି ଦିନ ତାଙ୍କର ଗୋଟିଏ ମାତ୍ର ଭଉଣୀ ତଅପୋଇ ଏହି ଓଷା ଭାଇମାନଙ୍କର ଶୁଭ ମନାସିବା ପାଇଁ ପାଳୁଥିଲେ । ସେହି ଦିନଠାରୁ କୁଆଁରୀମାନେ ଏହା କରିବାର ବିଧି ରହିଛି ।ଏହା ଏକ ଭାଦ୍ରବ ମାସର ରବିବାରରେ ପଡ଼ିଥାଏ । ଏହି ଦିନ ସକାଳୁ କୁଆଁରୀ ଝିଅମାନେ ଖୁଦୁରୁକୁଣୀ ଠାକୁରାଣୀଙ୍କୁ ଖୁଦ ଭଜା, ଲିଆ, ଉଖୁଡ଼ା, କଣ୍ଟିଆଳି କାକୁଡ଼ି ଆଦି ଭୋଗ ଭାବରେ ଅର୍ପଣ କରିଥାନ୍ତି । ତେବେ ଖୁଦଭଜା ଠାକୁରାଣିଙ୍କର ସବୁଠୁ ପ୍ରିୟ ବୋଲି ମନେ କରାଯାଇଥାଏ ଓ ତାହାଙ୍କୁ "ଖୁଦରଙ୍କୁଣି" ବା ଖୁଦ ପାଇଁ ବାଇ ବୋଲି ଶ୍ରଦ୍ଧାରେ କୁହାଯାଇଥାଏ ଯାହା ପାଇଁ ତାହାଙ୍କର ନାମ ଖୁଦୁରୁକୁଣୀ ହୋଇଛି । ଝିଅମାନେ ଗାଧୋଇ ପାଧୋଇ କନିଅର, ଚମ୍ପା, ଗୋଡ଼ିବବାଣ, ମାଳତୀ, ମନ୍ଦାର ଓ କଇଁ ଆଦି ଫୁଲ ତୋଳି ମାଟିରେ ବା ବାଲିରେ ଛୋଟ ଛୋଟ ଦେଉଳ ତୋଳି ତାହାକୁ ଫୁଲରେ ସଜାଇଥାନ୍ତି ଓ ସେଥିରେ ଠାକୁରାଣିଙ୍କୁ ଅଧିଷ୍ଠିତ କରାଇ ପୂଜା କରିଥାନ୍ତି ଓ ଯେଝା ଘରକୁ ଲେଉଟିଆସିଥାନ୍ତି । ତାହା ପରେ ସେମାନେ ଅଢ଼େଇ ମୁଠା ଉଷୁନା ଚାଉଳରେ ବିନା ଲୁଣରେ ଭାତ ରାନ୍ଧିଥାନ୍ତି । ଭାତ ରନ୍ଧା ହେଲା ପରେ ସେଥିରେ ଲୁଣ ମିଶାଇଥାନ୍ତି । ଏହା ପରେ ସେମାନେ ଫୁଲ ମାଳ କରି ଠାକୁରାଣୀଙ୍କୁ ସଜାଇଥାନ୍ତି । ଗାଁମାନଙ୍କରେ ଖୁଦୁରୁକୁଣୀଙ୍କୁ ଢିଙ୍କିଶାଳରେ ପୂଜା କରାଯାଇଥାଏ । ଏହି ଜାଗାଟିକୁ ଗୋବରରେ ଲିପା ପୋଛା କରି ସେଠାରେ ଦେବୀଙ୍କୁ ଅଧିଷ୍ଠିତ କରାଯାଇଥାଏ । ଏଥିରେ ରଙ୍ଗବେରଙ୍ଗର ମୁରୁଜରେ ଝୋଟି ଚିତା ପକାଯାଇଥାଏ । ଫୁଲରେ ତୋରଣ ସବୁ ତିଆରି କରାଯାଇଥାଏ । ଦିନ ସାରା ଏହି ସଜାଣିରେ ସମୟ ବିତିବା ପରେ ସଞ୍ଜବେଳରେ ପୂଜା ଆରମ୍ଭ ହୋଇଥାଏ । ପାଳନ ବେଳେ ଝିଅମାନେ ଗୀତ ବୋଲିଥାନ୍ତି:ଆମ ଭାଲକୁଣ୍ଡି ଖାଏ ଲିଆ, ତୁମ ଭାଲକୁଣ୍ଡି ମୁହଁରେ ନିଆଁ । ସଂକ୍ଷେପରେ କହିଲେ ଏଥିରେ ଖୁଦୁରୁକୁଣୀଙ୍କର ପୂଜାର୍ଚ୍ଚନା କରାଯାଇଥାଏ ଏବଂ ଦର୍ଶାଯାଇଥାଏ ଯେ ଓଡ଼ିଶାରେ ସାଧବ ପୁଅମାନେ ସୁଦୂର ଅତୀତରେ ଦେଶବିଦେଶକୁ ବଣିଜ କରିବା ନିମନ୍ତେ ଯାଉଥିଲେ । ସେହିପରି ଏକ ସାତ ସାଧବ ଭାଇ ଓ ସେମାନଙ୍କ ଅଲିଅଳି ଭଉଣୀ ତଅପୋଇକୁ ଭାଉଜମାନେ ଯାତନା ଦେବା ଓ ଖୁଦୁରୁକୁଣୀଙ୍କୁ ପୂଜି ସେଥିରୁ ମୁକ୍ତି ମିଳିବାକୁ ନେଇ ଏହି ଓଷାର ଆରମ୍ଭ । ଝିଅମାନେ ଦୂରରେ ଥିବା ଆତ୍ମୀୟ ଓ ମୁଖ୍ୟତଃ ଭାଇମାନଙ୍କର ମଙ୍ଗଳ ମନାସି ଏହି ଓଷା ପାଳିଥାନ୍ତି ।ଏଥିରେ ଝିଅମାନେ ତଅପୋଇ ଗୀତ ଗାଇଥାନ୍ତି । ପିଢ଼ି ପରେ ପିଢ଼ି ଏହି ଗୀତ ଲୋକ ସାହିତ୍ୟ ଭାବରେ ଲୋକମୁଖରେ ଆଜି ଯାଏଁ ଚଳିଆସୁଅଛି । ଏବେ ଏହା ଛପା ହୋଇ ମିଳୁଅଛି । ପ୍ରଥମ ପାଳିରେ ଦୁର୍ଗାଙ୍କର ମହିଷାସୁର ବଧ ବାବଦରେ ବଖଣାଯାଇଅଛି । ୨ୟ ପାଳିଟି ହେଉଛି "ତଅପୋଇ", ଏଥିରେ ଏହି ସାଧବ ଝିଅର ଦୟନୀୟ କାହାଣୀ, ଭାଉଜମାନଙ୍କର ଦୂରାଚାର, ସାନ ଭାଉଜଙ୍କ ଦୟା ଓ ତଅପୋଇର ଉଦ୍ଧାର ଆଦି ବଖଣାଯାଇଅଛି । ଏହି ଦୁଇଟି ପାଳି ଏହି ଓଷାରେ ପଢ଼ାଯାଇଥାଏ । ପ୍ରଥମଟିରେ ଦୁର୍ଗାଙ୍କର ଅସୁର ଶକ୍ତିର ବିନାଶ ଓ ଦ୍ୱିତୀୟଟିରେ ତଅପୋଇର ଦୁଃଖ, କଷଣକୁ ସହିବା ଓ ତାହାପରର ଆନନ୍ଦ ଏହି ଓଷାର ମୁଖ୍ୟ ବିଷୟ ହୋଇଥାଏ । ପୂଜା ଓ ବନ୍ଦାପନା ଶେଷରେ ଖୁଦୁରୁକୁଣୀଙ୍କ ମୂର୍ତ୍ତୀକୁ ଜଳ-ବିସର୍ଜନ କରାଯାଇଥାଏ ।
ଗହ୍ମା ପୂର୍ଣ୍ଣିମାର ସାମାଜିକ ସୁବାର୍ତ୍ତା
ଗହ୍ମା ପୂର୍ଣ୍ଣିମାର ସାମାଜିକ ସୁବାର୍ତ୍ତା
----------------
ଗହ୍ମା ପୂର୍ଣ୍ଣିମା, ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏକ ମହାର୍ଘ୍ୟ ଦିବସ । ଆଜି ପବିତ୍ର ଗହ୍ମା ପୂର୍ଣ୍ଣିମା ବା ଶ୍ରାବଣ ପୂର୍ଣ୍ଣିମା, ବଡ଼ ଠାକୁର ବଳଭଦ୍ରଙ୍କ ଜନ୍ମ ଦିନ, ରକ୍ଷା ବନ୍ଧନ ,ଝୁଲଣ ଆରମ୍ଭ,ଶ୍ରାବଣୀ ବେଦ ଉପାକର୍ମ ଏବଂ ଓଡ଼ିଆଙ୍କ ସର୍ବକାଳୀନ ଆଦର୍ଶ ମହାପୁରୁଷ , ବହୁମୁଖି ପ୍ରତିଭାଦୀପ୍ତ ବ୍ୟକ୍ତିତ୍ଵ , ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ । ଏଠାରେ ଉଲ୍ଲେଖଯୋଗ୍ୟଯେ ଜ୍ୟୈଷ୍ଠ ପୂର୍ଣ୍ଣିମା ଯେପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜନ୍ମଦିନ, ଠିକ୍ ସେହିପରି ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମାପୂର୍ଣ୍ଣିମା ବଡ଼ ଠାକୁର ଶ୍ରୀ ବଳଭଦ୍ରଙ୍କ ଜନ୍ମଦିନ । କୃଷି ପ୍ରଧାନ ରାଜ୍ୟ ଆମ ଓଡ଼ିଶାର ପ୍ରତ୍ୟେକ ପର୍ବପର୍ବାଣୀ କୃଷି ଆଧାରିତ । ଆମେ ସମସ୍ତେ ଜାଣନ୍ତି ଯେ ଆଜି ମାର୍କଣ୍ଡେଶ୍ୱର ପୁଷ୍କରିଣୀର ଜନ୍ମବେଦୀରେ ବଡ଼ ଠାକୁରଙ୍କ ଶିଶୁ ମୂର୍ତ୍ତି ନିର୍ମାଣ କରାଯାଇ ସ୍ବତନ୍ତ୍ର ବିଧି ବା ନୀତିକାନ୍ତିରେ ଜନ୍ମୋତ୍ସବ ପାଳନ କରାଯାଏ । ଭାଗବତରେ ସଦ୍ୟଜାତ ଶିଶୁ ବଡ଼ଠାକୁରଙ୍କ ରୂପ ବର୍ଣ୍ଣନା କରାଯାଇ କୁହାଯାଇଛି ଯେ " ସିଂହ ପୌର୍ଣ୍ଣମୀ ଦିନ ସାର ,ରୋହିଣୀ ପ୍ରସଵେ କୁମର ,ଧବଳ ଜ୍ୟୋତି ରୂପ ପୁଣି ,ଶିରେ ଶୋହଇ ସପ୍ତ ଫଣୀ , ଅପୁଆ ଘରେ ପୁଅ ଜାତ,ଆନନ୍ଦ ହୁଏ ନନ୍ଦ ଚିତ୍ତ ।"
ଶ୍ରୀବଳଭଦ୍ର କୃଷିର ଦେବତା । ତାଙ୍କର ଗୋଟିଏ ଆୟୁଧ ହଳ ବା ଲଙ୍ଗଳ । ଆମେ ପିଲାଦିନେ ଆମ ଗାଁ ଗଡିଶାଗୋଦାରେ ଦେଖିଥିଲୁ , ଆଜିର ଦିନ ରେ ଲଙ୍ଗଳ ପୂଜା , ବଳଦ, ଗାଇ ବାଛୁରୀଙ୍କୁ ଗାଧୋଇ ନୂଆ ତୁଣ୍ଡି,ଘାଘୁଡି, ଫୁଲ ମାଳ ପିନ୍ଧାଇ, ମୁଣ୍ଡରେ ସିନ୍ଦୂର ଚନ୍ଦନ ଟୋପା ଲଗାଇ ପୂଜା କରାଯାଏ ଏବଂ ପିଠା ଖିରି ଭୋଗ ଲଗାଯାଏ ଓ ସେମାନଙ୍କୁ ଖାଇବାକୁ ଦେବା ପରେ ପରିବାର ଲୋକେ ଖାଇଥାନ୍ତି । ଆଜି ପଶ୍ଚିମା ଅପସଂସ୍କୃତିର ଅନୁପ୍ରବେଶ ଓ ଲୋକଙ୍କ ହନୁକୀକରଣ ମାନସିକତା ଆଧାରରେ ଏହା ଅଧୁନା ଆଉ ଦେଖିବାକୁ ମିଳୁନାହିଁ । ଠିକ୍ ସେହିପରି ଓଡ଼ିଶାର ସାମରିକ ପରମ୍ପରା ଏହି ଦିବସରେ ହୁଏ ଉଜ୍ଜୀବିତ । ଓଡ଼ିଶାର ପାଇକ ପରମ୍ପରାରେ କୃଷକମାନେ ହିଁ ମାତୃଭୂମିର ସୁରକ୍ଷା ପାଇଁ ସୈନିକ ଭାବେ ଯୁଦ୍ଧ କ୍ଷେତ୍ରକୁ ଲମ୍ଫ ପ୍ରଦାନ କରୁଥିଲେ । ଠାକୁର ବଳଭଦ୍ର ସ୍ବୟଂ ବଳର ପ୍ରତୀକ । ଏଥିପାଇଁ ନୂତନ ଭାବରେ ପାଇକ ବାହିନୀ ରେ ଯୋଗଦେବାକୁ ଯାଉଥିବା ଯୁବକମାନେ ଏହି ଦିନ ଯୁଦ୍ଧ ବିଦ୍ୟା ଶିକ୍ଷା ଆରମ୍ଭ କରୁଥିଲେ । ଏହାର ପ୍ରତୀକ ଥିଲା " ଗହ୍ମା ଡିଆଁ" । ଗାଁ ମୁଣ୍ଡରେ ଗୋଟିଏ ବିଶାଳ ଆକୃତିର ବଳଦ ମୂର୍ତ୍ତି ( ଗହ୍ମା) ମାଟିରେ ତିଆରି ସ୍ଥାପନ କରାଯାଏ । ଏହି ମୂର୍ତ୍ତିକୁ ଏପରି ସ୍ଥାପିତ କରାଯାଇଥାଏ ଯେ ତା'ର ସମ୍ମୁଖ ଭାଗ ଢାଲୁ ଓ ଅନ୍ୟ ପାଖ ଉଚ୍ଚ ହୋଇଥାଏ । ଗାଁ ର ଯୁବ ଯୋଦ୍ଧା ମାନେ ଢାଲୁ ପଟରୁ ଡେଇଁ ଡେଇଁ ଆସି ଉଚ୍ଚ ପଟେ ଅଭ୍ୟାସ କରିଥାନ୍ତି , ବୀର ବାଦ୍ୟ ବାଦନର ତାଳେ ତାଳେ । ଗହ୍ମା ଡିଆଁ ଆଉ କେଉଁଠି ଦେଖିବାକୁ ମିଳୁନାହିଁ । ସେହିପରି ଆଜି ରାଖି ପୂର୍ଣ୍ଣିମା । ପ୍ରଚଳିତ ପରମ୍ପରା ଅନୁଯାୟୀ ଏହି ଦିନ ଭଉଣୀ,ଭାଇ ହାତରେ ରାଖି ବାନ୍ଧି ଅତୁଟ ସ୍ନେହ ଓ ସୁରକ୍ଷା କାମନା କରିଥାଏ । କିନ୍ତୁ ଏହି ପରମ୍ପରା ବେଶି ଦିନର ନୁହେଁ । ରକ୍ଷାବନ୍ଧନ ର ପୌରାଣିକ କିମ୍ବଦନ୍ତୀ ଭିନ୍ନ, ତାହା ଦେବତା- ଅସୁର ଯୁଦ୍ଧ ସମୟର କଥା । ଉପସ୍ଥାପନର ଦୀର୍ଘ କଳେବର ହେବାର ଆଶଙ୍କା କରି ତାହା ଉଲ୍ଲେଖ କରୁନାହୁଁ । ଧରାପୃଷ୍ଠକୁ ଆଜିର ତିଥି ଶ୍ରାବଣ ପୂର୍ଣ୍ଣିମା ରେ ଆସି ମାତ୍ର ୬୧ ବର୍ଷ ସାରସ୍ଵତ ସାଧନା କରି ଚୈତ୍ର ଅମାବାସ୍ୟାରେ ଉତ୍କଳଜନନୀଙ୍କୁ ଶୋକ ସାଗରରେ ଭସାଇ ଇହଲୀଳା ସମ୍ବରଣ କରିଥିଲେ ଏମାଟିର ମୂର୍ତ୍ତି କାର ତଥା ଅତୁଳନୀୟ ,ଯୁଗଜୟୀ, କାଳଜୟୀ ସ୍ରଷ୍ଟା, ବହୁମୁଖି ପ୍ରତିଭାଦୀପ୍ତ ଚିର ବନ୍ଦନୀୟ, ପ୍ରାତଃ ସ୍ମରଣୀୟ ରଙ୍ଗାଧର ଗଙ୍ଗାଧର ମେହେର । ସ୍ଵକୀୟ ଅଧ୍ୟବସାୟ ଆଧାର ରେ ଅସୀମ ଗର୍ଵ ଓ ଦୃଢ଼ତା ର ସହ ପ୍ରାମାଣିକ ତଥ୍ୟ ସଂରକ୍ଷିତ କରି କହିପାରୁ ଯେ ସେ ହିଁ ବିଶ୍ବଶ୍ରେଷ୍ଠ କବି, ସେ ହିଁ ବିଶ୍ବର ଏକମାତ୍ର ସର୍ବଵିଭାଗର କବି । ୧୯୨୪ ପରବର୍ତ୍ତୀ ସାରସ୍ଵତ ଜଗତ ତାଙ୍କର ସଠିକ୍ ମୂଲ୍ୟାଙ୍କନ କରିବାରେ କାହିଁକି ଯେ ବିଫଳ ହୋଇଥିଲେ ଏବଂ ସ୍ଵାଧୀନୋତ୍ତର ପିଢ଼ି ପ୍ରତିଭା ପୂଜନ, ମୂଲ୍ୟାଙ୍କନ, ଗର୍ଭାନୁଶୀଳନ କରିବାରେ କାହିଁକି ଯେ ବିଫଳ ତା'ର ବହୁବିଧ କାରଣ ମଧ୍ୟରୁ ଉପଭୋକ୍ତାବାଦୀ ମାନସିକତା ଯେ ପ୍ରମୁଖ କାରଣ, ଏହା ଆମର ସ୍ଵକୀୟ ମତ । ସାରସ୍ବତ ଇତିହାସରେ ଅନେକ କବି ମାତୃଭାଷା ପ୍ରୀତିରେ ଅନୁପ୍ରାଣିତ ହୋଇ ଅନେକ ସୃଷ୍ଟି କରିଛନ୍ତି ସତ୍ୟ ମାତ୍ର, ସର୍ବାଧିକ ମାତୃଭାଷା ପ୍ରୀତିଉଛଳ କବିତା ଲେଖି ଅମର ହୋଇ ରହିଛନ୍ତି ଓ ରହିଥିବେ ସର୍ବଧର୍ମର କବି ରଙ୍ଗାଧର ଗଙ୍ଗାଧର । ଦୁଇ ଧାଡ଼ି -"ଉଚ୍ଚ ହେବା ପାଇଁ କର ଯେବେ ଆଶା ,ଉଚ୍ଚ କର ଆଗେ ନିଜ ମାତୃଭାଷା "।।
ଏହି ଦୁଇ ଧାଡ଼ି ହିଁ ଇତିହାସର ମୋଡ଼ ବଦଳାଇ ଦେଇଥିଲା ।
୧୮୯୫ ମସିହା, ଜାନୁଆରୀ ୨୫ ତାରିଖ, ଇଂରେଜ ସରକାର ସମ୍ବଲପୁର ଅଞ୍ଚଳରେ ଓଡ଼ିଆ ଭାଷା ପରିବର୍ତ୍ତେ ହିନ୍ଦି ଭାଷା ପ୍ରଚଳନ ପାଇଁ ଆଦେଶ ଜାରି କଲେ । ମାତୃଭାଷା ପ୍ରାଣ ଯୁବକ ଧରଣୀଧର ମିଶ୍ର, ବ୍ରଜମୋହନ ପଟ୍ଟନାୟକ,ଦେଶପ୍ରାଣ ବଳଭଦ୍ର ସୂପକାର, ମହନ୍ତ ବିହାରୀ ଦାସ, ଶ୍ରୀପତି ମିଶ୍ର, କର୍ମବୀର ବୈକୁଣ୍ଠ ନାଥ ପୂଜାରୀ,ଦାନଵୀର ମଦନ ମୋହନ ମିଶ୍ର ପ୍ରଭୃତି ଙ୍କ ନେତୃତ୍ବରେ ଯେଉଁ ଐତିହାସିକ ଭାଷା ଆନ୍ଦୋଳନ ହୋଇଥିଲା, ତା'ର ନିର୍ଦ୍ଦେଶକ ଥିଲେ ସ୍ବଭାବ କବି ଗଙ୍ଗାଧର । ସେ ହିଁ ବିଧିବଦ୍ଧ ସରକାରୀ ଘୋଷଣା ପୂର୍ବରୁ ଏହା ଜାଣି ୧୮୯୪ , ଅକ୍ଟୋବର ୩୦ ତାରିଖ ରେ " ଭାରତୀ ରୋଦନ" ଶୀର୍ଷକରେ ସମ୍ବଲପୁର ହିତୈଷଣୀ ପତ୍ରିକାରେ ଲେଖିଲେ -: "
" ଉତ୍କଳ ଭାରତୀ ରୋଦନ କରୁଛି
କାତରେ ସମ୍ବଲପୁରରେ
ସେ ବିକଳ ଧ୍ବନି କର୍ଣ୍ଣ ରେ ପଡିଲେ
ନୟନେ ଲୋତକ ପୂରେ
**********************
ହିନ୍ଦୀ ସରସ୍ଵତୀ, ମୋ ଛାତିରେ ବସି
କରିଵ ପରା ରାଜତ୍ବ
ମୋ ଆଶା କାନନ ଭସ୍ମ ରାଶି ହେବ
ତା ବନ ଉଦ୍ୟାନେ ଖତ
ଉପମାତା ଆସି ଗର୍ଭ ଧାରିଣୀର
ମସ୍ତକେ ଚରଣ ଦେବ
ଏ ବେଶ ଦେଖିଲେ କେଉଁ ସନ୍ତାନର
ମନରେ ଦୁଃଖ ନହେବ ?
ଏହି କବିତା ହିଁ ଓଡ଼ିଆ ମାନଙ୍କ ପ୍ରାଣରେ ଉଦଵେଳନ ସୃଷ୍ଟି କରିଥିଲା । ଏହା ପ୍ରକାଶ ପାଇବା ପରେ ୧୮୯୫, ଜାନୁଆରୀ ୧୫ ତାରିଖ, ଆଦେଶ ସଂଖ୍ୟା ୨୩୭ରେ ସମ୍ବଲପୁର ଅଞ୍ଚଳରେ ହିନ୍ଦୀକୁ ସରକାରୀ ଭାଷା କରିବା ପାଇଁ ଆଦେଶନାମା ପ୍ରକାଶ ପାଇଥିଲା ଏବଂ ମଧ୍ୟପ୍ରଦେଶର ମୁଖ୍ୟ ଆୟୁକ୍ତ ( ଚିଫ୍ କମିଶନର) ଉଡବର୍ଣ୍ଣ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଦେଇଥିଲେ ଓ ଜାନୁଆରୀ ୨୫ ତାରିଖରୁ କାର୍ଯ୍ୟକାରୀ କରାଯିବା ପରେ ଆନ୍ଦୋଳନ ଜୋରଦାର ହୋଇଥିଲା । ଏହି ସମୟରେ ଶିକ୍ଷିତ ବର୍ଗଙ୍କୁ ଏହି ଆନ୍ଦୋଳନରେ ସାମିଲ ହେବାପାଇଁ କବି ଗଙ୍ଗାଧର ଲେଖିଥିଲେ-;
" ନିର୍ବାସନ ହେବା ପାଇଁକି ଅଛି ଜନନୀ ଭାଗ୍ୟେ
ମାତୃହୀନା ଦଶା ଘଟିବା ଅଛି ଲେଖା କପାଳେ
ଭଵିତଵ୍ୟ ଯାହା, ତା ଙ୍କୁ ବିଧି ଆୟତ ସିନା
ବୋଲି କାପୁରୁଷ ନ ହୁଅ, ମୂଳକୁ ଉଦଯୋଗ ବିନା ।"
*****************
ବାରମ୍ବାର ଭାଷା ମୁକ୍ତିଯୋଦ୍ଧା ମାନଙ୍କୁ ନୈତିକ ସମର୍ଥନ ଓ ପ୍ରୋତ୍ସାହନ ଦେଇ ଅନେକ କବିତା ସେ ଲେଖିଥିଲେ ।
ଉଦାହରଣ ସ୍ୱରୂପ
"କରି ପ୍ରାଣ ପଣ ଅଳରେ ଯତନ
ନଘଟେ ଯେସନ ମାତୃ ନିର୍ବାସନ
ରହିବ ଓଡ଼ିଆ ପୁଅର ସମ୍ମାନ
ଶତ୍ରୁ ଙ୍କର ଦର୍ପ ହୋଇଯିବ ଚୁର୍ଣ୍ଣ
ଉଦ୍ୟୋଗୀର ପ୍ରତି ଭାଗ୍ୟ ଅନୁକୂଳ
ଯତ୍ନ କଲେ ନିଶ୍ଚେ ଫଳିଵ ସୁଫଳ
ଏ ଆଶାକୁ ହୃଦେ କର ଵଦ୍ଧମୂଳ
କର ନବୋତ୍ସାହେ କାର୍ଯ୍ୟ ସୂଚନା
ତେଜରେ ଵିରସ ହୁଅ ହୃଷ୍ଟମନା"
ଭାଷା ଆନ୍ଦୋଳନକୁ ରାଜ୍ୟ ବ୍ୟାପୀ କରାଇଥିଲେ ଏବଂ ପୁନଃ ଲେଖିଲେ-;
" ନିଜ ଘରେ ବସି ନିର୍ବାସନ ଦୁଃଖ
ଆମ୍ଭ କି ଲଲାଟ ଲିଖନ
ମାତୃଭାଷା ବିନା ଭାଇ ସଙ୍ଗ ବିନା
ବିକଳ ହେଉଛି ଜୀବନ ।"
ଆମ ମତରେ ଜଣେ ବିଶିଷ୍ଟ କବି ଶ୍ରୀଯୁକ୍ତ ହରିହର ପଣ୍ଡା " ମୋର ପ୍ରିୟ ଲେଖକ" ପ୍ରବନ୍ଧରେ ପ୍ରକାଶ କରିଥିଲେ-;
" ତପସ୍ଵିନୀ ମେହେର ସୃଷ୍ଟି ର ମୁକୁଟ ମଣି" ।
୧୯୧୪ ରେ ପ୍ରକାଶିତ ହୋଇଥିଲା ଏହି ମହାକାବ୍ୟ " ତପସ୍ଵିନୀ" , ଯାହା ୧୧ ସର୍ଗ, ବିଭିନ୍ନ ଛାନ୍ଦ ରେ ଲିଖିତ ଏକ କାବ୍ୟ ରସର ସଂଗୁମ୍ପନ ପ୍ରାୟ ସଙ୍ଗୀତମୟ । ପ୍ରତି ସ୍ଵର୍ଗରେ ଅଭିନବ ପଟ୍ଟଭୂମିକାକୁ ଆଶ୍ରା କରି କାବ୍ୟକୃତିକୁ ସଫଳ ତଥା ଗୈାରବ ମଣ୍ଡିତ କରିଵାରେ ସ୍ଵଭାବ କବିଙ୍କ ଉପମା , ଅଳଙ୍କାର,ସାଙ୍ଗୀତିକତା , ଛନ୍ଦ ସଂଯୋଜନା ଅତି ମନୋରମ ତଥା ସର୍ବଗୁଣସମ୍ପର୍ଣ୍ଣ , ଅନନ୍ତ ସୁଖଦାୟୀ । କାଳିଦାସଙ୍କ ରଘୁବଂଶ ଏବଂ ଉତ୍ତର ରାମଚରିତରୁ ପ୍ରସଙ୍ଗ ନିର୍ବାଚିତ କରିଥିଲେ ସୁଦ୍ଧା ଉତ୍କଳୀୟ ନାରୀର ସର୍ବ ଗୁଣ ବର୍ଣ୍ଣନା ଅତ୍ୟନ୍ତ ଉଚ୍ଚକୋଟୀର । ଭାରତୀୟ ସଂସ୍କୃତି ସଂସ୍କାର, ଉତ୍କଳୀୟ ଆଚାରଵିଚାର, ସ୍ଵକୀୟ ଆଚରଣ ତଥା ଉଚ୍ଚାଙ୍ଗତାକୁ ଉପଜିଵ୍ୟ କରି ନିଜସ୍ଵ ଅନୁଭୂତିକୁ ପରିମାର୍ଜିତ ତଥା ପରିବର୍ଦ୍ଧିତ କରି ସ୍ଵଭାବ କବି ଗଙ୍ଗାଧର ଯେଉଁ ଅମର କାବ୍ୟ" ତପସ୍ଵିନୀ" ସୃଷ୍ଟି କରିଛନ୍ତି, ଯଦି ଅନ୍ୟ କିଛି ସୃଷ୍ଟି କରିନଥିଲେ ମଧ୍ୟ ଆମ ବିଚାରରେ ସେ ବିଶ୍ଵର ସର୍ବଶ୍ରେଷ୍ଠ କବି । ଏହି ମହାକବିଙ୍କ ପବିତ୍ର ଜୟନ୍ତୀ ତିଥି ଅବସରରେ ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛୁ । ସେହିପରି ଆଜି ପବିତ୍ର ଗହ୍ମା ପୂର୍ଣ୍ଣିମା , ଯାହା ପୁରାଣ ଶାସ୍ତ୍ରରୁ ଆରମ୍ଭ କରି ବିଗତ ଶତାବ୍ଦୀର ଇତିହାସ ମଧ୍ୟରେ କେବଳ ଭାଇ - ଭଉଣୀ ଙ୍କ ସମ୍ପର୍କକୁ ସୁଦୃଢ କରିବାର ଉଦାହରଣ ନୁହେଁ , ଅଧିକନ୍ତୁ ପ୍ରତିପାଦିତ କରି ପ୍ରଦାନ କରେ ଅନେକ ସାମାଜିକ ସୁବାର୍ତ୍ତା । ଅର୍ଥାତ୍ ପୁରାଣରେ ଅସୁର ରାଜା ବଳି ଠାରୁ ମୋଗଲ ସମ୍ରାଟ ହୁମାୟୁନଙ୍କ ଯାଏଁ ରକ୍ଷାବନ୍ଧନ ତିଥିରେ ପ୍ରତିଫଳିତ ହୋଇଛି ଭଉଣୀର ସମ୍ମାନ ରକ୍ଷା କରିବା ଭଳି ଆଦର୍ଶ ଦର୍ଶନ । ଅସୁର ସମ୍ରାଟ ବଳି ଭଗବାନ ବିଷ୍ଣୁଙ୍କର ଜଣେ ବଡ଼ ଭକ୍ତ ଥିଲେ, ତାଙ୍କ ଉପରେ କୌଣସି ବିପଦ ଆସୁ ଏହା ବିଷ୍ଣୁ ଚାହୁଁ ନ ଥିଲେ । ତେଣୁ ବଳି ଉପରେ ବିପଦ ଥିବା ଜାଣି ବିଷ୍ଣୁ ବୈକୁଣ୍ଠ ତ୍ୟାଗ କରି ବଳିର ରାଜପ୍ରାସାଦରେ ଅବସ୍ଥାନ କଲେ । ତେଣେ ମହାଲକ୍ଷ୍ମୀ ଏହା ଚାହୁଁ ନଥିଲେ । ସେ ଚାହୁଁ ଥିଲେ ବିଷ୍ଣୁ ତାଙ୍କ ସହ ବୈକୁଣ୍ଠପୁରରେ ଅବସ୍ଥାନ କରନ୍ତୁ । ଏହାର ଏକ ଉପାୟ ଚିନ୍ତା କରି ଲକ୍ଷ୍ମୀ ବ୍ରାହ୍ମଣୀ ବେଶରେ ବଳିକୁ ଭେଟିଲେ । ଶ୍ରାବଣ ପୂର୍ଣ୍ଣମୀରେ ସେ ବଳି ହାତରେ ରାକ୍ଷୀ ବାନ୍ଧି ଦେଇଥିଲେ । ଏହାପରେ ଜଣେ ଭାଇ ହିସାବରେ ଲକ୍ଷ୍ମୀଙ୍କ କଥା ବୁଝିବା ବଳିଙ୍କର କର୍ତ୍ତ୍ୟବ୍ୟ ଥିଲା । ଲକ୍ଷ୍ମୀ କ'ଣ ଚାହୁଁଛନ୍ତି ଜାଣିବାପରେ ସେ ବିଷ୍ଣୁଙ୍କୁ ବୈକୁଣ୍ଠରେ ରହିବାକୁ ଅନୁରୋଧ କରିଥିଲେ । ସେହିପରି ମହାଭାରତରେ ମଧ୍ୟ ଏପରି ଏକ ପୌରାଣିକ କାହାଣୀ ରହିଛି। କାହାଣୀଟି କୃଷ୍ଣ ଓ ଦ୍ରୌପଦୀଙ୍କୁ ଉପଜିବ୍ୟ କରି । ଶ୍ରୀକୃଷ୍ଣ ଅତ୍ୟାଚାରୀ ଶିଶୁପାଳକୁ ବଧ କରିବା ବେଳେ ତାଙ୍କର ଅଙ୍ଗୁଳି କଟିଯାଇଥିଲା । ସେଥିରୁ ରକ୍ତ ବାହାରିବା ଦେଖି ଦ୍ରୌପଦୀ ନିଜ ପିନ୍ଧା ଶାଢ଼ୀ ଚିରି ସେଥିରେ ଗୁଡ଼ାଇ ଦେଇଥିଲେ, ଫଳରେ ରକ୍ତ ବନ୍ଦ ହେଇଯାଇଥିଲା । ଦ୍ରୌପଦୀଙ୍କ ମଧ୍ୟରେ ଶ୍ରୀକୃଷ୍ଣ ଭଉଣୀର ସ୍ନେହ ପାଇଥିଲେ । ଯେତେବେଳେ କୁରୁସଭାରେ ଦ୍ରୌପଦୀଙ୍କୁ କୌରବମାନେ ବିବସନା କରିବାକୁ ଉଦ୍ୟତ ହେଲେ ସେତେବେଳେ ଶ୍ରୀକୃଷ୍ଣ ବସ୍ତ୍ର ଦାନକରି ଦ୍ରୌପଦୀଙ୍କ ସମ୍ମାନ ରକ୍ଷା କରିଥିଲେ । ସେହିପରି ଇତିହାସରେ ମଧ୍ୟ ରହିଛି ରକ୍ଷାବନ୍ଧନ । ଯଦିଓ ଏହା ପଛରେ ରହିଛି ରାଜନୈତିକ ଅଭିସନ୍ଧି, ତେବେ ବି ରାକ୍ଷୀ ବାନ୍ଧିଥିବା ଭଉଣୀର ସମ୍ମାନ ରକ୍ଷା ପାଇଁ ଭାଇ ପଛଘୁଞ୍ଚା ଦେଇନାହିଁ । ପ୍ରଥମ ଘଟଣାଟି ହେଲା ଖ୍ରୀଷ୍ଟପୂର୍ବ ୩୦୦ ବର୍ଷ ତଳର । ମାସିଡୋନିଆର ସମ୍ରାଟ ଆଲେକଜାଣ୍ଡାର ଭାରତ ଉପରେ ବିଜୟ ଲାଭ ପାଇଁ ଅଗ୍ରସର ହେଉଥିବା ବେଳେ ରାଜା ପୁରୁଙ୍କ ସମ୍ମୁଖୀନ ହେଇଥିଲେ । ପ୍ରଥମ ଥର ପୁରୁଙ୍କ ଠାରୁ ଆଲେକଜାଣ୍ଡାର ପରାସ୍ତ ହେଲେ, ସେତେବେଳେ ଆଲେକଜାଣ୍ଡାରଙ୍କ ପତ୍ନୀ ପୁରୁଙ୍କ ନିକଟକୁ ଏକ ରାକ୍ଷୀ ପ୍ରେରଣ କରିଥିଲେ। ପୁରୁ ତାଙ୍କୁ ନିଜର ଭଉଣୀ ଭାବେ ଗ୍ରହଣ କରିଥିଲେ । ଅନ୍ୟ ଘଟଣାଟି ହେଲା ରାଣୀ କର୍ଣ୍ଣାବତୀ ଓ ସମ୍ରାଟ ହୁମାୟୁନଙ୍କୁ ନେଇ । ମଧ୍ୟ ଯୁଗର ରାଜପୁତ ଯୋଦ୍ଧମାନେ ପରାକ୍ରମୀ ଥିଲେ । ସେମାନେ କୈଣସି ଆକ୍ରମଣକାରୀ ସତ ପ୍ରାଣ ଦେଇ ଲଢୁଥିଲେ । ଏମିତି ଏକ ଯୁଦ୍ଧରେ ଚିତୋରର ରାଣୀ କର୍ଣ୍ଣାବତୀ ସ୍ୱାମୀଙ୍କୁ ହରାଇବାପରେ ଯେତେବେଳେ ଅନୁଭବ କଲେ ଯେ,ସୁଲତାନ ବାହାଦୁର ଶାହାଙ୍କୁ ପ୍ରତିହତ କରାଯାଇପାରିବ ନାହିଁ, ସେତେବେଳେ ସେ ଉପାୟଟିଏ ଚିନ୍ତାକଲେ । ମୋଗଲ ସମ୍ରାଟ ହୁମାୟୁନଙ୍କ ନିକଟକୁ ଏକ ରାକ୍ଷୀ ପଠେଇ ଦେଲେ । ହୁମାୟୁନ ମଧ୍ୟ ଏହାକୁ ଭଉଣୀର ସ୍ନେହ ମନେ କରି ଚିତୋରର ସୁରକ୍ଷାପାଇଁ ତୁରନ୍ତ ତାଙ୍କର ସୈନ୍ୟବାହିନୀ ପଠାଇ ଦେଇଥିଲେ । ଅପରପକ୍ଷରେ
ଶ୍ରାବଣ ମାସରେ ଶୁକ୍ଳ ପକ୍ଷ ଦଶମୀ ଠାରୁ ଭାଦ୍ରବ ପ୍ରତିପଦ ପର୍ଯ୍ୟନ୍ତ ସାତଦିନ ଏହି ଝୁଲଣ ଯାତ୍ରା ପର୍ବ ପାଳନ କରାଯାଏ । ଭଗବାନ କୃଷ୍ଣ ଏବଂ ରାଧା ଏହି ବର୍ଷା ଋତୁରେ ଦୋଳି ଖେଳି ଆନନ୍ଦ ନେଇଥାନ୍ତି । ରାଧା କୃଷ୍ଣଙ୍କୁ ଝୁଲଣରେ ସଜାଯାଇ ଦୋଳି ଖେଳା ଯାଇଥାଏ । ତେବେ ଅନ୍ୟ ରାଜ୍ୟମାନଙ୍କରେ ଏହି ଶ୍ରାବଣ ପୂର୍ଣ୍ଣିମାର ପର୍ବ ଭିନ୍ନ ରୀତିରେ ପାଳିତ ହେଇଆସୁଛି । ଗୁଜରାଟ, ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ ଆଦି ସ୍ଥାନରେ ଶ୍ରାବଣ ପୂର୍ଣ୍ଣିମା ନାରିକେଳ ପୂର୍ଣ୍ଣିମା ଭାବେ ପାଳିତ ହେଇଥାଏ । ଏହି ଦିନ ସମୂଦ୍ର ଦେବତା ବରୁଣଙ୍କୁ ନାରିକେଳ ବା ନଡ଼ିଆ ପ୍ରଦାନ କରାଯାଏ । ଉପକୂଳବର୍ତ୍ତୀ ଅଞ୍ଚଳ, ବିଶେଷ କରି ଯେଉଁମାନେ ନିଜର ଗୁଜରାଣ ମେଣ୍ଟାଇବା ପାଇଁ ସମୁଦ୍ର ଉପରେ ନିର୍ଭର କରିଥାନ୍ତି ସେମାଙ୍କ ପାଇଁ ଏହି ପର୍ବ ଯଥେଷ୍ଟ ମହତ୍ତ୍ୱ ରଖେ । ଗୁଜରାଟରେ ଏହି ଦିନ ପବିତ୍ରୋପନ ମଧ୍ୟ ପାଳିତ ହୋଇଥାଏ । ଶ୍ରାବଣର ପ୍ରତି ସୋମବାର ଶିବ ମନ୍ଦିରରେ ଜଳଲାଗି ସହ ପୂର୍ଣ୍ଣମୀରେ ଏହି ପର୍ବ ବହୁତ ଆଡ଼ମ୍ବର ସହିତ ପାଳିତ ହେଇଥାଏ । ଉତ୍ତର ଭାରତରେ ଏହି ପର୍ବ କାଜରି ପୂର୍ଣ୍ଣିମା ଭାବେ ଜଣାଶୁଣା । ଭଲ ଫସଲ ଉତ୍ପାଦନ ପାଇଁ ଏହି ଦିନ ଦେବୀଙ୍କୁ ପୂଜା କରାଯାଇଥାଏ । ତେବେ ଏହା ସବୁ ସ୍ଥାନରେ ନୁହେଁ, ସ୍ଥାନୀୟ ଭାବେ ପାଳିତ ହୋଇଥାଏ । ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ର କେତେକ ସ୍ଥାନରେ ଏହା ପାଳିତ ହେଇଥାଏ । ତେବେ ଦକ୍ଷିଣ ଭାରତରେ ଏହି ତିଥିକୁ ଅବନୀ ଅୱିଟ୍ଟମ୍ ପାଳନ କରାଯାଇଥାଏ । ଏହାକୁ ଓଡ଼ିଶାର ବ୍ରାହ୍ମଣଶାସନରେ ଶ୍ରାବଣୀ ବେଦଉପାକର୍ମ ମଧ୍ୟ କୁହାଯାଏ । ବ୍ରାହ୍ମଣମାନେ ଏହିଦିନ ପବିତ୍ର ବୁଡ଼ ପକାଇ ଶ୍ଲୋକ ଉଚ୍ଚାରଣ ସହ ଯଜ୍ଞୋପବୀତ ଧାରଣ କରିଥାନ୍ତି ।
ଅନେକ ଅନାଲୋଚିତ ଇତିହାସର କୁଞ୍ଚି କାଠି, ବିଲାତ ଚିଠି
ଅନେକ ଅନାଲୋଚିତ ଇତିହାସର କୁଞ୍ଚି କାଠି, ବିଲାତ ଚିଠି
-----------------------
୧୯୩୩ ସେପ୍ଟେମ୍ବର ୨୯ ତାରିଖରେ "ଉତ୍କଳ ଦୀପିକା"ରେ "ବିଲାତ ଚିଠି" ଶୀର୍ଷକରେ ସମ୍ପାଦକ ଙ୍କୁ ପତ୍ର ପୃଷ୍ଠାରେ ବରେଣ୍ୟ ଭୂବନାନନ୍ଦ ଦାସ ପଠାଇଥିବା ପତ୍ରଟି ଅବିକଳ ଭାବେ ପ୍ରକାଶ ପାଇଥିଲା । ଏହି ପତ୍ରର କଥାବସ୍ତୁ ଭିତରେ ରହିଛି ଅଛପା ଓଡ଼ିଶା ଇତିହାସର ଅନେକ ଗୁରୁତ୍ତ୍ୱପୂର୍ଣ ଅନାଲୋଚିତ ତଥ୍ୟ । ଏହି ସମ୍ପାଦକଙ୍କୁ ପତ୍ରକୁ ଅବିକଳ ଭାବେ ଉଲ୍ଲେଖ କରିବା ପୂର୍ବରୁ "ସୁବାର୍ତ୍ତା"ର ଯୁବ ପାଠକ ମାନଙ୍କ ନିକଟରେ ତାଙ୍କର ପରିଚୟ, ବିଶେଷ କରି ବହୁମୁଖି ପ୍ରତିଭାସମ୍ପନ୍ନ ଦୁଇ ଯାଆଁଳା ଭାଇଙ୍କ ଜୀବନ ସଂଘର୍ଷ , ସେ ଦୁହିଁଙ୍କ କୀର୍ତ୍ତି ଓ କୃତି ଆଧାରିତ ଉପସ୍ଥାପନ କରି ପରବର୍ତ୍ତୀ ପିଢ଼ିଙ୍କ ପୂଜ୍ୟପୂଜା ସଂସ୍କୃତି ପ୍ରତି ବିମୁଖତାର ଗଭୀରତା କେତେ, ତାହା ନିର୍ଣ୍ଣୟ କରି ହେବ । ଆମର ସୀମିତ ଅଧ୍ୟବସାୟ ଆଧାର ରେ ଗର୍ଵର ସହ ଉଲ୍ଲେଖ କରିପାରୁ ଯେ ବିଶ୍ବ ଇତିହାସରେ ଦୁଇ ଯାଆଁଳା ଭାଇ, ଦେଶ ମାତୃକାର ସେବାରେ ସମର୍ପିତ ହୋଇ, ଦେଶର ମୁକ୍ତି ଆନ୍ଦୋଳନରେ ଝାସ ଦେଇ ସ୍ଵକୀୟ ପ୍ରଜ୍ଞା ଆଧାରରେ ଇତିହାସ ପୁରୁଷ ହେବା ବୋଧେ ଓଡ଼ିଶାରେ ସମ୍ଭବ ହୋଇ ଏକ ସର୍ବକାଳୀନ କୀର୍ତ୍ତିମାନ ସୃଷ୍ଟି କରିଛି, ସେହି ତଥ୍ୟର ଗର୍ଭାନୁଶୀଳନ କଲେ ପ୍ରତ୍ୟେକ ଓଡ଼ିଆ ଅସୀମ ଗର୍ବ ଅନୁଭବ କରିବେ । ଏହି ଦୁଇ ଭାଇ ହେଲେ ସ୍ବାମୀ ବିଚିତ୍ରାନନ୍ଦ ଦାସ ଓ ଭୁବନାନନ୍ଦ ଦାସ । ପୁରୀ ଜିଲ୍ଲାର କୁରଞ୍ଜିପୁର ଗ୍ରାମ ରେ ୧୮୮୫ ମସିହା,ମେ ମାସ ୧୪ ତାରିଖ ଦିନ ପିତା ରାମଚନ୍ଦ୍ର ଦାସଙ୍କ ଏହି ଦୁଇ ଜାଆଁଳା ପୁତ୍ର ବୋଧେ ଥିଲେ ଦୁଃଖିନୀ ଉତ୍କଳଜନନୀଙ୍କ ପ୍ରତି ଅଦୃଶ୍ୟ ମହାଶକ୍ତିଙ୍କ ଅମୂଲ୍ୟ ଉପହାର । ପ୍ରଥମେ ଭୁବନାନନ୍ଦ ଦାସଙ୍କ ଜୀବନାଲେଖ୍ୟ ଆଲୋଚନା କରିବା । ଏହାଙ୍କୁ ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ " ଭାରତୀୟ ସଂସଦର ପିତା" Father of the Indian parliament ବୋଲି ସମ୍ବୋଧନ କରିଥିଲେ ଓ ତାହା ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଦ୍ଵାରା ସମର୍ଥନ ସୂଚକ ଘୋଷଣା ହୋଇଥିଲା । ଆମେ ଓଡ଼ିଆ ଆହୁରି ଅଧିକ ମାତ୍ରାରେ ଗର୍ବ ଅନୁଭବ କରିବା ଯେ ସେ ସମ୍ବିଧାନ ପ୍ରଣୟନ ପରେ ହୋଇଥିବା ପ୍ରଥମ ଲୋକସଭାର ପ୍ରଥମ କାମଚଳା ବାଚସ୍ପତି ହୋଇଥିଲେ । ଏହି ସତ୍ୟକୁ ଆମେ ଅନେକ ଜାଣିନଥିବା, ଜାଣିଥିଲେ ଶହଶହ ଵାର ମୁଦ୍ରିତ ଓ ଦୃଶ୍ୟ- ଶ୍ରାବ୍ୟ ଗଣମାଧ୍ୟମରେ ପ୍ରଚାରିତ , ପ୍ରସାରିତ ହୋଇଥାନ୍ତା । ସେ ଯଦି ପଶ୍ଚିମବଙ୍ଗ ଅବା ଉତ୍ତରପ୍ରଦେଶରେ ଜନ୍ମ ହୋଇଥାନ୍ତେ ତେବେ ସଂସଦରେ ପ୍ରଥମ ତୈଳ ଚିତ୍ର ଟଙ୍ଗା ହେବା ସହ କେତେ କ'ଣ ହୋଇଥାନ୍ତା । ଦୀର୍ଘ ଵର୍ଷ କାଳ ସେ ଥିଲେ ସାଂସଦ, ଏକଥା କେବେ କୈାଣସି ଗଣମାଧ୍ୟମରେ ପ୍ରକାଶ ପାଇଛି ? ୧୯୫୮ ମସିହା, ଫେବୃଆରୀ ୨୩ ରେ ଉତ୍କଳ ଜନନୀଙ୍କ ଏହି ମହାନ ସନ୍ତାନ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଅତ୍ୟନ୍ତ ଗରିବ ପରିବାରର ଏହି ମେଧାବୀ ସନ୍ତାନ ଶିବପୁର ବୈଷୟିକ ମହାବିଦ୍ୟାଳୟରୁ ବୈଦ୍ୟୁତିକ ଯାନ୍ତ୍ରିକ ବିଭାଗରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରି ବିହାର- ଓଡ଼ିଶା ସରକାରଙ୍କ ବୃତ୍ତି ପାଇ ଉଚ୍ଚ ଶିକ୍ଷା ପାଇଁ ବିଲାତ ଯାଇ ସେଠାରେ ଗ୍ଲାସଗୋ ବିଶ୍ବବିଦ୍ୟାଳୟରୁ ଦୁଇ ଦୁଇ ଟା ବିଷୟରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇଥିଲେ । ଗୋଟିଏ ଇଲେକ୍ଟ୍ରିକାଲ ଓ ଅନ୍ୟ ଟି ମେକାନିକାଲ । ପରୀକ୍ଷା ଫଳ ପ୍ରକାଶ ପାଇବା ସମୟରେ ଲଣ୍ଡନ ଟ୍ରାମ ଓ୍ବେଜ କମ୍ପାନୀ କର୍ତ୍ତୁପକ୍ଷଙ୍କ ଅନୁରୋଧରେ ୧୯୧୬ ରେ ବର୍ଷେ କାମ କରି ଭାରତ ଫେରିଆସିଲେ । ସେତେବେଳେ ସମଗ୍ର ଭାରତବର୍ଷରେ ଯେଉଁ ପାଞ୍ଚ ଜଣ ପ୍ରସିଦ୍ଧ ଇଂଜିନିୟର ଥିଲେ, ସେ ଥିଲେ ପ୍ରଥମ ସମ୍ବୋଧିତ । ସେ ଆସି ବମ୍ବେ,ରାଜକୋଟ,ଶିକାରପୁରରେ ବୈଦ୍ୟୁତିକ ସଂସ୍ଥା ସ୍ଥାପନ କରିଥିଲେ । ଟାଟା,ବିରଳା ପ୍ରଭୃତି ଅନେକ ଶିଳ୍ପାନୁଷ୍ଠାନର ବୈଷୟିକ ପରାମର୍ଶ ଦାତା ଥିଲେ । ସେ ହିଁ ପ୍ରଥମ ବ୍ୟକ୍ତି ଯିଏ ବ୍ରିଟିଶ ଭାରତ ସରକାରଙ୍କୁ ସମଗ୍ର ଦେଶରେ କିଭଳି ବୈଦ୍ୟୁତିକ ସଂଯୋଗ ହୋଇପାରିବ ତା'ର ନକ୍ସା ଓ ଯୋଜନା , ଆନୁମାନିକ ଖର୍ଚ୍ଚର ବିବରଣୀ ଦେଇଥିଲେ, ଯାହାକୁ ସରକାର ଗ୍ରହଣ କରିଥିଲେ । ଏଇଠି ତାଙ୍କର ଓଡ଼ିଆ ପ୍ରୀତିର ପରିଚୟ ମିଳିଥିଲା । ପ୍ରଦତ୍ତ ସୂଚୀ ରେ ସେ ପ୍ରଥମେ ଜଗନ୍ନାଥ ଧାମ ପୁରୀ ଓ ଦ୍ବିତୀୟ ରେ ମା ସମଲେଶ୍ବରୀଙ୍କ ଧାମ ସମ୍ବଲପୁର ଉଲ୍ଲେଖିତ କରିଥିଲେ ଓ ତଦନୁଯାୟୀ କାର୍ଯ୍ୟ କରି ନିଜେ ହିଁ ପୁରୀ ଓ ସମ୍ବଲପୁରରେ ବୈଦ୍ୟୁତିକ ସଂସ୍ଥା ସ୍ଥାପନ ମାଧ୍ୟମରେ ପ୍ରଥମ ବିଦ୍ୟୁତ ଯୋଗାଣର ଶୁଭାରମ୍ଭ କରିଥିଲେ । ଉତ୍କଳ ସମ୍ମିଳନୀରେ ସକ୍ରିୟ ରହିବା ସହ ପଣ୍ଡିତ ନୀଳକଣ୍ଠ ଦାସଙ୍କ ସହିତ ଘନିଷ୍ଠ ସମ୍ପର୍କ ରେ ଥିଲେ । ୧୯୨୫ ମସିହାରେ କଟକ ଠାରେ ଅନୁଷ୍ଠିତ ସମ୍ମିଳନୀର ୧୯ ତମ ଅଧିବେଶନରେ ସେ ଅଧ୍ୟକ୍ଷତା କରିଥିଲେ । ୧୯୨୮ ମସିହାରେ " ୟଙ୍ଗ ଉତ୍କଳ" ଶୀର୍ଷକରେ ଏକ ଇଂରାଜୀ ସାପ୍ତାହିକ ପ୍ରକାଶ କରାଇଥିଲେ, ଯାହାଙ୍କ ସମ୍ପାଦକୀୟ ସମଗ୍ର ଭାରତରେ ବହୁଳ ଚର୍ଚ୍ଚିତ ହେଉଥିଲା । ଦୀର୍ଘ ୩୫ ବର୍ଷ ସେ ଓଡ଼ିଶା ପ୍ରଦେଶରୁ କେନ୍ଦ୍ରୀୟ ବ୍ୟବସ୍ଥାପକ ସଭାରେ ପ୍ରତିନିଧିତ୍ଵ କରିବା ସମୟରେ ଏଭଳି ପ୍ରଜ୍ଞା ପ୍ରତିଫଳିତ କରାଇଥିଲେ ଯେ ବ୍ରିଟିଶ ଖବର କାଗଜମାନେ ଏହାଙ୍କର ପ୍ରଶଂସା ଶତ ମୁଖରେ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ୩୫ ବର୍ଷ ଧରି ତାଙ୍କର ସରକାରୀ ବାସଭବନକୁ " ଓଡ଼ିଆ ଅତିଥି ଶାଳା" ଭାବେ ଉଲ୍ଲେଖ କରି ଫଳକ ଲଗାଇଥିଲେ । ଏଠାରେ ପୁନଃ ଗର୍ବର ସହିତ ଉଲ୍ଲେଖ କରୁଛୁ ଯେ କେନ୍ଦ୍ରୀୟ ବ୍ୟବସ୍ଥାପକ ସଭାରେ ସେ ହିଁ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ବେସରକାରୀ ବିଧେୟକ କେଵଳ ଆଣି ନଥିଲେ, ତାକୁ ଗୃହୀତ କରାଇଥିଲେ ଏବଂ ସେ ନିଜେ ପ୍ରାଚୀନ ଉତ୍କଳର ନକ୍ସା ପ୍ରସ୍ତୁତ କରି ଓଡିଶାର ସୀମା ନିର୍ଦ୍ଧାରଣ ପ୍ରସଙ୍ଗରେ ପାଞ୍ଚ ଥର ବିଲାତ ଯାଇଥିଲେ । ଦୁର୍ଭାଗ୍ୟର କଥା ପରବର୍ତ୍ତୀ ସମୟର ଇତିହାସ ଏତେବଡ ସତ୍ୟକୁ କାହିଁକି ଲୁଚେଇଲା, ତାହାର ଅନୁସନ୍ଧାନ ଆମେ ନିଶ୍ଚିତ ଭାବରେ କରିବୁ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥାଟି ହେଲା ସେ ଅନେକ ବଡ଼ ବଡ଼ ଶିଳ୍ପାନୁଷ୍ଠାନ ମାନଙ୍କର ବୈଷୟିକ ପରାମର୍ଶ ଦାତା ଭାବେ ପ୍ରଚୁର ପରିମାଣରେ ଅର୍ଥ ରୋଜଗାର କରିଥିଲେ ସତ୍ୟ ମାତ୍ର ଏଭଳି ଦାନଵୀର ଥିଲେ ଯେ ମୃତ୍ୟୁ ସମୟରେ କପର୍ଦ୍ଦକ ଟିଏ ତାଙ୍କ ପାଖରେ ନଥିଲା କି କୈାଣସି ସମ୍ପତ୍ତି ସେ ଛାଡ଼ି ଯାଇନାହାନ୍ତି । ଠିକ୍ ଚୋୖଧୁରୀ ପରିବାର ପରି ସମଗ୍ର ପରିବାର ଯଥା ଭାଇ,ଭଉଣୀ,ଭାଇଵୋହୂ, ପତ୍ନୀ, ପୁତ୍ର ସମସ୍ତେ ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ।ଭୁଵନାନନ୍ଦଙ୍କ ପତ୍ନୀ ଥିଲେ ମହାନ୍ ସ୍ଵାଧୀନତା ସଂଗ୍ରାମୀ ତଥା ମହାତ୍ମାଗାନ୍ଧୀଙ୍କ ଅତ୍ୟନ୍ତ ଘନିଷ୍ଠ ସହଯୋଗୀ ନିରଞ୍ଜନ ପଟ୍ଟନାୟକଙ୍କ ଭଉଣୀ ରୁକ୍ମିଣୀ ଦେଵୀ । ମା ରମାଦେବୀ, ସରଳା ଦେବୀ, ଭକ୍ତ କବି ମଧୁସୂଦନ ରାଓ ଙ୍କ ପୁତ୍ର ବଧୂ ସୁଖଲତା ରାଓ, ସରୋଜିନୀ ଚୌଧୁରୀ ଓ ଶୈଳବାଳା ଦାସଙ୍କ ସହିତ ମିଶି କଙ୍ଗ୍ରେସ ସଙ୍ଗଠନର କାର୍ଯ୍ୟକୁ ତ୍ବରାନ୍ବିତ କରିଥିଲେ । ଏଠାରେ ଗୋଟିଏ ଉଦାହରଣ ଦେଲେ ରୁକ୍ମିଣୀ ଦେବୀଙ୍କ ସଠିକ୍ ପରିଚୟ ମିଳିବ । ମଧୁବାବୁଙ୍କ ପାଳିତା କନ୍ୟା ଶୈଳବାଳାଙ୍କ ଉଦ୍ୟମରେ ଓଡ଼ିଶା ରେ ପ୍ରଥମ ଥର ପାଇଁ ନିଖିଳ ଭାରତ ମହିଳା ସମ୍ମିଳନୀ ହୋଇଥିଲା ଓ ଏହାର ଓଡ଼ିଶା ଶାଖା ଗଠିତ ହୋଇଥିଲା । ଏହି ସମ୍ମିଳନୀରେ ମିସେସ୍ ମ୍ୟାକ୍ ଫରେଶନ୍ ଓଡ଼ିଶା ଶାଖାର ଅଧ୍ୟକ୍ଷ ହେବାକୁ ଶୈଳବାଳା ପ୍ରସ୍ତାବ ଦେଇଥିଲେ । ମାତ୍ର ସଙ୍ଗେ ସଙ୍ଗେ ରୁକ୍ମିଣୀ ଦେବୀ ପ୍ରତିବାଦ କରିଥିଲେ ଏବଂ କହିଥିଲେ " ଏଥିପାଇଁ କ'ଣ କୈାଣସି ଓଡ଼ିଆ ମହିଳା ଯୋଗ୍ୟା ନୁହନ୍ତି ?" । ମଧୁବାବୁଙ୍କ ଝିଅଙ୍କୁ ଏଭଳି ପ୍ରଶ୍ନ ଯୋଗୁଁ ସଭାସ୍ଥଳ ସ୍ତବ୍ଧ ହୋଇଯାଇଥିଲା । ଯା ଫଳରେ ଭକ୍ତ କବି ମଧୁସୂଦନ ରାଓ ଙ୍କ ପୁତ୍ର ବଧୂ ସୁଖଲତା ରାଓ ପ୍ରଥମ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ । ରୁକ୍ମଣୀ ଦେବୀଙ୍କ ସାହାସିକ ପ୍ରଶ୍ନ ଥିଲା, ଜାତୀୟତା ତଥା ସ୍ଵାଭିମାନର ପ୍ରଶ୍ନ । ଅତଏବ ଆଜିର ପିଢ଼ି ତାଙ୍କୁ ନିଶ୍ଚିତ ଭାବରେ ପଢିବା ଆବଶ୍ୟକ । କରୋନା ଭୂତାଣୁ ସଂକ୍ରମଣ ଆଶଂକାରେ ଯେତେବେଳେ ସାମାଜିକ ଦୂରତା ପାଇଁ ବନ୍ଦ ବା ଲକ୍ ଡାଉନ୍ ସେତେବେଳେ କେତେକ ସ୍ବଘୋଷିତ ଦାନଵୀର ମାନେ ଡ୍ରଜନେ କଦଳୀ, ଗୋଟିଏ ପାଉଁରୁଟି ବାଣ୍ଟି ତା'ର ଫଟୋଚିତ୍ର କୁ ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ପ୍ରସାର କରାଇ ଵାଃ ବାଃ ସାଉଁଟୁ ଥିବା ବେଳେ ହେଉ ଅବା ଗୋଟିଏ ଆନ୍ଦୋଳନରେ କିଛି ସଫଳତାର ଶ୍ରେୟ ନେବା ପାଇଁ ମାଈକୁତିବତ୍ ଲାଳାୟିତ ପ୍ରତିଭା ନାସ୍ତି ଯଶକାଙ୍ଗାଳ ପାରାନୋଇଆପନ୍ଥୀମାନେ ଏମାନଙ୍କ ତ୍ୟାଗ, ତପସ୍ୟା, ଅଧ୍ୟବସାୟ, ବିଶ୍ବପ୍ରଚାରିତ ବ୍ୟକ୍ତିତ୍ଵ ସହ କୃତଘ୍ନ ପିଢ଼ି ର ଅନାଲୋଚିତ ଇତିହାସ ଜାଣିଲେ ନିଜର ବାମନତ୍ବର ପ୍ରତିଛବିକୁ ଦେଖି ପାରିବେ । ସେହିପରି ତାଙ୍କର ଜାଆଁଳା ଭାଇ ସ୍ଵାମୀ ବିଚିତ୍ରାନନ୍ଦ ଦାସଙ୍କ ଆଦର୍ଶ ଜୀବନାଲେଖ୍ୟ । ରାମଚନ୍ଦ୍ର ଦାସଙ୍କ ଏହି ପୁତ୍ର ଠିକ୍ ନିଜ ଜାଆଁଳା ଭାଇଙ୍କ ଭଳି ମେଧାବୀ ଛାତ୍ର ଥିଲେ । ବିନା କୁର୍ତ୍ତା, ଜୋତାରେ ଗୋଟିଏ ଟ୍ରଙ୍କ ମୁଣ୍ଡରେ ବୋହି କଲିକତା ପାଠ ପଢ଼ିବା ପାଇଁ ଗଲେ । ସେଠାରେ ସେହିପରି ବଗିଚା ମାଳି, ରୋଷେଇଆ , ପରବର୍ତ୍ତୀ ସମୟରେ ଟ୍ୟୁସନ କରି ପାଠ ପଢି ଓକିଲାତି ପାଠ ସାରି ସେହି ଭଳି ବିନା ଜୋତା, କୁର୍ତ୍ତାରେ କଟକରେ ପହଞ୍ଚି ଦେଖିଲେ ଯେ ମଧୁବାବୁଙ୍କ ବ୍ୟତୀତ ସେଭଳି କେହି ସୁଦକ୍ଷ ଓଡ଼ିଆ ଓକିଲ ନାହାନ୍ତି । ସେ ମଧୁବାବୁଙ୍କୁ ଦେଖାକଲେ , ସ୍ବଳ୍ପ ଆଲୋଚନା ପରେ " ମଣି- କାଞ୍ଚନ" ସଂଯୋଗ ହେଲା ଏବଂ ତାଙ୍କର ସହଯୋଗୀ (ଜୁନିଅର) ଭାବେ କେବଳ ଯୋଗଦେଇ ନଥିଲେ , ଅଧିକନ୍ତୁ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ମଧୁବାବୁଙ୍କ ଆଦର୍ଶକୁ କାର୍ଯ୍ୟକାରୀ କରିବାରେ ବ୍ରତୀ ଥିଲେ । ଦେଶ ବିଦେଶରେ ସୁବିଖ୍ୟାତ ମଧୁବାବୁଙ୍କ " ଉତ୍କଳ ଟ୍ୟାନେରୀ"(ଜୋତା କାରଖାନା) କୁ ବଞ୍ଚାଇ ରଖିବା ପାଇଁ ସେ ଯେପରି ଅବିଶ୍ରାନ୍ତ ଉଦ୍ୟମ କରିଥିଲେ ତାହା ପଢିଲେ ବା ଶୁଣିଲେ କାଳ୍ପନିକ କାହାଣୀ ବା ଜେଜେମା,ଆଈ ମାଆ ଗପ ଭଳି ଯେକେହି ଅନୁଭବ କରିବେ । ସ୍ବାମୀଜୀ ୧୯୨୩ ମସିହାରେ ଅସହାୟ ଓ ବିପନ୍ନ ଅବସ୍ଥାରେ ଥିବା ମହିଳା ଓ ଅନାଥ ଶିଶୁମାନଙ୍କ ଆଶ୍ରୟ ପାଇଁ କଟକର ଡଗରପଡା ଠାରେ ଏକ ଅନାଥାଶ୍ରମ ପ୍ରତିଷ୍ଠା କରିଥିଲେ । ସ୍ବତନ୍ତ୍ର ପ୍ରଦେଶ ଗଠନରେ ତାଙ୍କର ଅବଦାନ ଅବିସ୍ମରଣୀୟ । ୧୯୩୭ ର ପ୍ରଥମ ନିର୍ବାଚନରେ କଟକରୁ ପ୍ରାର୍ଥୀ ହୋଇ ବିପୁଳ ବିଜୟ ଲାଭ କରିଥିଲେ । ପ୍ରଥମ ମନ୍ତ୍ରିମଣ୍ଡଳର ପ୍ରଧାନମନ୍ତ୍ରୀ ଥିଲେ ପାରଳା ମହାରାଜା ଏବଂ କଙ୍ଗ୍ରେସ ବିଧାୟକ ଦଳର ନେତା ଥିଲେ ସ୍ବାମିଜୀ । ଏହି ସ୍ବାମିଜୀ ସମ୍ବୋଧନ କରିଥିଲେ ଠକ୍କର ବାପା । ସେ ବିଚିତ୍ରାନନ୍ଦ ଙ୍କ ସାମାଜିକ ସେବାରେ ସମର୍ପିତ ମାନସିକତା ଦେଖି ତାଙ୍କୁ ଏହି ସମ୍ବୋଧନ କରିଥିଲେ । ପ୍ରଥମ ଓ ଶେଷ ଥିଲା ତାଙ୍କ ବିଧାୟକ ଜୀବନ । କ୍ଷମତା ରାଜନୀତିକୁ ପରିତ୍ୟାଗ କରି ସମାଜସେବାରେ ସମର୍ପିତ ହୋଇ ଥିଲେ । ସ୍ଵାଧୀନତା ପରେ ୧୯୪୮ ମସିହାରେ ସେ ହେଲେ ଆଡଭୋକେଟ ଜେନେରାଲ । ତିନି ଥର ଆଡଭୋକେଟ ଜେନେରାଲ ହୋଇଥିବା ବିଶିଷ୍ଟ ଅଧିବକ୍ତା ଗଙ୍ଗାଧର ରଥଙ୍କ ଭାଷାରେ " ଆଡଭୋକେଟ ହେଲା ପରେ ମୁଁ ଯେତେବେଳେ ହାଇକୋର୍ଟ ଵାର୍ ର ସଦସ୍ୟ ହେଲି( ୧୯୫୫), ସେହି ସମୟରେ ବିଚିତ୍ରାନନ୍ଦ ଥିଲେ ହାଇକୋର୍ଟ ବାର୍ ଆସୋସିଏସନ୍ ର ସଭାପତି ।ସ୍ବାମିଜୀ ଥିଲେ ବୟସ୍କ, ଉଦାର ପନ୍ଥୀ ଓ ପରମ୍ପରା ପ୍ରିୟ । ଓକିଲାତି ସହ ସମସ୍ତ ପ୍ରକାର ସାଧାରଣ କାର୍ଯ୍ୟରେ ସମ୍ପୃକ୍ତ ହେବା ବା ସହଯୋଗ କରିବା ଥିଲା ପୁରାତନ ଯୁଗର ଆଇନଜୀବୀ ମାନଙ୍କ ର ପରମ୍ପରା । ସ୍ଵାମିଜୀ ଏହାର ବ୍ୟତିକ୍ରମ ନ ଥିଲେ । ସେ ଓ ତାଙ୍କ ଜାଆଁଳା ଭାଇ ଭୁବନାନନ୍ଦ , ଉଭୟ ଥିଲେ ମହାନ୍ ...."।
ମଣିଷ ହିସାବରେ ସେ ଥିଲେ ଅତି ସଦୟ,ସ୍ନେହୀ,ଅମାୟିକ ଓ ପରୋପକାରୀ । ଅକ୍ଟୋବର ୧୦ ତାରିଖ ୧୯୭୫ ମସିହାରେ ସ୍ବାମିଜୀଙ୍କ ମହାପ୍ରୟାଣ ଘଟିଥିଲା । ଏବେ ଆସିବା ବରେଣ୍ୟ ଭୂବନାନନ୍ଦ ଦାସଙ୍କ ଦ୍ବାରା ବିଲାତରୁ ଉତ୍କଳ ଦୀପିକା ସମ୍ପାଦକଙ୍କୁ ପଠାଇଥିବା ପତ୍ର , ଯାହା ଆମେ ଏଠାରେ ଉତ୍କଳ ଦୀପିକାରେ ପ୍ରକାଶିତ (୧୯୩୩ , ପୃଷ୍ଠା ୫୩) ର ଅବିକଳ ନକଲ ଉପସ୍ଥାପନ କରୁଛୁ ।
" ସମ୍ପାଦକ, ଉତ୍କଳ ଦୀପିକା ମହାଶୟ,
ଭାରତରେ ଶେଷ କେଇଦିନ ଭାରତୀୟ ରାଜନୈତିକ ସମସ୍ୟା ନେଇ କଟାଇଥିଲି । ଶୁକ୍ରବାର,୨ ତାରିଖ, ଡିସେମ୍ବର ଖଲିକୋଟ ରାଜା ସାହେବ ଓ ତାଙ୍କ ସେକ୍ରେଟାରୀ ଏରୋପ୍ଲେନ ରେ ଲଣ୍ଡନ ଛାଡ଼ି ପାରିସ ପ୍ରସ୍ଥାନ କଲେ । ସେମାନେ ୟୁରୋପର ବିଭିନ୍ନ ସ୍ଥାନ ଦେଖି ତା୯ରିଖ ଫେବୃଆରୀରେ ମାରସେଲିସ ବନ୍ଦରରୁ ଜାହାଜରେ ବସି ତା୨୩ରିଖ ଫେବୃଆରୀରେ ବମ୍ବେ ପହଞ୍ଚିବେ । ଖଲିକୋଟ ରାଜା ସାହେବ ଯିବା ପୂର୍ବରୁ ଇଣ୍ଡିଆ ଅଫିସରେ ଉତ୍କଳ ବନ୍ଧୁ ମାନଙ୍କୁ ସାକ୍ଷାତ କରି ଉତ୍କଳ ସମସ୍ୟା ବୁଝାଇ ବିଦାୟ ନେଇ ଯାଇଅଛନ୍ତି। ଗୁରୁବାର ଡିସେମ୍ବର ୮ ତାରିଖ ରାତ୍ର ଉତ୍କଳବାସୀ ଯୁବକବୃନ୍ଦ ଓଡ଼ିଆ ଅତିଥିମାନଙ୍କୁ ଗୋଟିଏ ଭୋଜି ଦେଇଥିଲେ । କନିକା ରାଜାଙ୍କ ମ୍ୟାନେଜର ଇନ୍ଦ୍ରମଣି ବାବୁଙ୍କ ପୁଅ ଶ୍ରୀମାନ ମୁରଲୀ ମହାନ୍ତି, ଖୋରଧା ସବ୍ ଡିଭିଜନ ଅଫିସର ରାୟବାହାଦୁର ରାଧା ଚରଣ ଦାସଙ୍କ ପୁତ୍ର ବୀରେନ୍ଦ୍ର ଚନ୍ଦ୍ର ଦାସ,ଆସିକାର ଶ୍ରୀଯୁକ୍ତ ବଟକୃଷ୍ଣ ମହାପାତ୍ରଙ୍କ ପୁତ୍ର ଶ୍ରୀମାନ ମଦନ ମୋହନ ମହାପାତ୍ର, ଡାକ୍ତର କ୍ଷେତ୍ରମୋହନ ରାୟଙ୍କ ପୁତ୍ର ଶ୍ରୀମାନ ସଂଗ୍ରାମ କେଶରୀ ରାୟ, ସ୍ୱର୍ଗୀୟ ଗଗନ ବିହାରୀ ଚୌଧୁରୀଙ୍କ ପୁତ୍ର ବିପିନ ବିହାରୀ ଚୌଧୁରୀ (ବ୍ୟାସକବି ଫକୀରମୋହନଙ୍କ ନାତି)
ଏହି ଭୋଜିର କର୍ତ୍ତା । ଓଡ଼ିଆ ଖାଦ୍ୟ, ଓଡ଼ିଶାର ସମସ୍ୟା ଆଲୋଚନା ହୋଇଥିଲା ।ମିଃ ମହାନ୍ତି,ମିଃ ମହାପାତ୍ର,ମିଃ ଦାସ ବାରିଷ୍ଟର ପଢୁଛନ୍ତି ,ଏବର୍ଷକୁ ଫେରିବେ ।ମିଷ୍ଟର ରାୟ ଯୁଦ୍ଧ ବିଦ୍ୟା ଶିଖୁଛନ୍ତି, ଅଢେ଼ଇ ବର୍ଷରେ ଇଣ୍ଡିଆ ଆର୍ମିରେ ଲେଫେନେଣ୍ଟ ହୋଇ ଫେରିବେ । ତାଙ୍କର ଦେଢ଼ ବର୍ଷର ଶିକ୍ଷା ୟୁରୋପରେ ହୋଇଯାଇଛି ।ବିପିନ ଚୌଧୁରୀ ପ୍ରଥମ ଓଡ଼ିଆ ଶିଳ୍ପୀ । ତାଙ୍କର ମାଆ ସରୋଜିନୀ ଚୌଧୁରୀ ସର୍ଵତ୍ର ପରିଚିତା ।ମୁକ ଓ ବଧିର ହୋଇ ବିପିନର ଜନ୍ମ । କଲିକତା ମୁକ ବିଦ୍ୟାଳୟରେ ବଙ୍ଗଳାରେ କଥା କହିବାକୁ ଶିଖି ବିପିନ ଚୌଧୁରୀ କଲିକତା ଆର୍ଟ ସ୍କୁଲରୁ ଖ୍ୟାତି ନେଇ ପାଶ କରିଅଛନ୍ତି । ବମ୍ବେଇ ଯାଇ ଚିତ୍ର ଦ୍ଵାରା କିଛି ସାମାନ୍ୟ ଟଙ୍କା ଉପାର୍ଜନ କରି ସେ ବିଲାତ ଚାଲି ଆସି ରଏଲ ଆର୍ଟ କଲେଜରେ ଛାତ୍ର ହୋଇ ଅଛନ୍ତି ।ଧନ୍ୟ ବିପିନର ସାହସ । ନିଜ ଉଦ୍ୟମରେ ବିଲାତରେ ଇଣ୍ଡିଆ ହାଇକମିଶନର ଓ ଅନ୍ୟ ଭାରତୀୟ ବନ୍ଧୁମାନଙ୍କ ଠାରୁ ବର୍ଷିକ ଖରଚ ଯୋଗାଡ଼ କରି କଳା ଜ୍ଞାନ ଅରଜୁ ଅଛନ୍ତି । ତାଙ୍କର ଆଉ ଦୁଇ ବର୍ଷ ରହି ଭଲ କରି ଶିଖିବାର ଇଛା ।ଗତ ପରୀକ୍ଷାରେ ୨ୟ ସ୍ଥାନ ପାଇଥିଲେ ।ପ୍ରିନ୍ସିପାଲ ରାଜରସାଇନ ତାଙ୍କୁ ବଡ଼ ପ୍ରଶଂସା କରି ସୁପାରିଶ ପତ୍ର ଦେଇଅଛନ୍ତି । ଖଲିକୋଟ ରାଜା ସାହେବ ତାଙ୍କର ୨ୟ ବର୍ଷର ଖରଚଟା ଦେବାକୁ ସ୍ବୀକୃତି ଦେଇଛନ୍ତି । ଭରସା ଉତ୍କଳର ଅନ୍ୟ ରାଜା ମହାରାଜାମାନେ ବିପିନର ତୃତୀୟ ବରଷର ଖରଚ ଟା ଚଳାଇ ଦେଇ ଉତ୍କଳର ଏହି କୃତି ସନ୍ତାନ କୁ ଉତ୍କଳ ଶିଳ୍ପକଳାରେ ଜୀବନ ବ୍ୟୟୀତ କରିବାକୁ ଉତ୍ସାହିତ କରିବେ ।ବିପିନ ଚୌଧୁରୀ ଅଦ୍ୟାପି ବଧିର , ଇଂରାଜୀ କିଛି ବୁଝନ୍ତି। ତାଙ୍କର ନିଷ୍ଠା, ତାଙ୍କର ସାହାସ ପ୍ରତ୍ୟେକ ଉତ୍କଳ ଯୁବକର ଅନୁକରଣୀୟ । ଏହାଛଡା ପ୍ରବାସୀ ଓଡିଆ ଡାକ୍ତର ପ୍ରଫୁଲ୍ଲ ରାୟ ଓ ଶିକ୍ଷକ ରାମଚନ୍ଦ୍ର ମହାପାତ୍ରଙ୍କ ସହିତ ମଧ୍ୟ ଦେଖା ମିଳିଥିଲା । ଶ୍ରୀରାମ ବାବୁ ଜୁନ ମାସରେ କଟକ ଫେରିବେ ଓ ଡାକ୍ତର ରାୟ ମାର୍ଚ୍ଚ ମାସରେ ଫେରିବେ । ଏହି ଶତପଥୀଙ୍କ ଅନ୍ଓତଡ଼ିଆ ଯୁବକ ମାନଙ୍କୁ ଦେଖି ମୋର ମନେ ପଡ଼ିଥିଲା ୧୯୧୫-୧୬ ସାଲ କଥା ।ବନ୍ଧୁଵର ସ୍ୱର୍ଗୀହେମଚନ୍ଦ୍ର ଶତପଥୀ ବାରିଷ୍ଟରୀ ପାଶ କରି ଦେଶକ ଜାହଜରେ ଡୋଭରଠାରେ ଶତ୍ରୁ ଦ୍ବାରା ମୃତ୍ୟୁବରଣ କରିଥିବା ବେଳେ ଏହି ଲଣ୍ଡନରେ ସେ ସମୟର ପ୍ରବାସୀ ଓଡ଼ିଆ ତାରି ଜଣ ଆମେମାନେ ଏକାଠି ହୋଇଥିଲୁ । ପ୍ରଫେସର ପ୍ରାଣକୃଷ୍ଣ ପରିଜା, ପ୍ରଫେସର ଶ୍ୟାମ ଚନ୍ଦ୍ର ତ୍ରିପାଠୀ ,ଏସ ରାୟ ଓ ମୁଁ । ଆମେ ଚାରି ଜଣ ଏକାଠି ହୋଇ ଶତପଥୀ ଙ୍କ ଅନ୍ତିମ କ୍ରିୟା ସମାଧାନ କରିଥିଲୁ । ଓଡ଼ିଆ ପୁତ୍ର ସୁବିଧା ପାଇଲେ ସମସ୍ତଙ୍କ ସହ ଟକର ଦେଇ ଜାତିର ଗାରିମା ବଢାଇ ପାରିବେ , ଏଇଟା ମୋର ଆଜନ୍ମ ବିଶ୍ବାସ। ବିଶାଳ ଉତ୍କଳକୁ ଭାରତୀୟ ପ୍ରଦେଶ ମାନଙ୍କର ସମକକ୍ଷ କରିବା ଦରକାର । ଉତ୍କଳ ଯୁବକ ଏହି ଶୁଭ ମୁହୂର୍ତ୍ତରେ ଦେଶ ବିଦେଶ ଯାଇ ଜାତୀୟ ଉନ୍ନତିର ସୋପାନ , ବୈଜ୍ଞାନିକ ଶିକ୍ଷା ଓ ବ୍ୟବସାୟ ଶିଖିଆସିଲେ ଅଚିରେ ଦରିଦ୍ର ଉତ୍କଳ ବିଶେଷ ସମୃଦ୍ଧିଶାଳୀ ହେବ । ଉତ୍କଳର ଧନୀ ପିତାମାନେ, ଗଡଜାତର ରାଜା ମହାରାଜାମାନେ ଓ ଓଡ଼ିଶାର ବଡ଼ବଡ଼ ରାଜା ଜମିଦାରମାନେ ଜାତିର ଆର୍ଥିକ ଉନ୍ନତି ବଢାଇବାର ସୋପାନ ବୈଦେଶିକ ଶିକ୍ଷା ଅର୍ଜନ ପାଇଁ ଓଡିଆ ଯୁବକମାନଙ୍କୁ ଶୀଘ୍ର ବିଦେଶ ପଠାନ୍ତୁ।୧୦/୧୫ ବର୍ଷରେ ଉତ୍କଳର ଦାରିଦ୍ର୍ୟ ସମସ୍ୟା ମେଣ୍ଟିଯିବ । ଡିସେମ୍ବର ୨୪,୧୯୩୨ ସାଲ ଉତ୍କଳର ସ୍ବତନ୍ତ୍ର ଦିବସ । ମୁଁ ଇଚ୍ଛା କରିଥିଲି ୭/୮ ଦିନରେ ଦେଶକୁ ଫେରି ପାରିଥାନ୍ତି । ମାତ୍ର ଉତ୍କଳ ପ୍ରଦେଶ ନେଇ କିଛି ଅଧିକ କାମ କରିବା ଇଛାରେ ମୁଁ ଅଧିକ ଏକମାସ ବିଲାତରେ ରହିଥିଲି । ସେକ୍ରେଟାରୀ ଅଫ ଷ୍ଟେଟସ୍ ତାଙ୍କ ବକୃତାରେ କହିଅଛନ୍ତି ଯେ ଇଣ୍ଡିଆ ଫେଡେରେସନ୍ ସାଙ୍ଗେ ସାଙ୍ଗେ ଉତ୍କଳ ପ୍ରଦେଶ ହେବ । ଯେପରି ଦେଖା ଯାଉଛି ୧୯୩୫ ସାଲ ଜାନୁଆରୀ ଠାରୁ ନୂଆ ଶାସନ ସଂସ୍କାର ଚଳିବ । ତାହା ଆଗରୁ ଯେ ନୂଆ ଉତ୍କଳ ପ୍ରଦେଶ ନେଇ ଅନେକ କାର୍ଯ୍ୟ କରିବାକୁ ହେବ ।ସମୟ ଧାର୍ଯ୍ୟ ହେବା ଚାହି । ବିହାର ଓଡ଼ିଶାର କାଗଜ ପତ୍ର ଅଲଗା କରିବା ଚାହି ।ଅଫିସର ଅମଲାମାନଙ୍କ ବିଭାଗ ହେବା ଚାହି । ଓଡ଼ିଶା କାଉନସିଲରେ କେତେ ମେମ୍ବର ହେବେ ଓ ଏହି ସଭ୍ୟ ମାନେ କିପରି ବିଭକ୍ତ ହେବେ ଏହି ସବୁ ହୁଏତ ଇଣ୍ଡିଆ ଅଫିସ୍ ବା ଭାରତ ସରକାର ଠିକ୍ କରିବା ଦରକାର ।ମୋହର ପାରୁ ପର୍ଯ୍ୟନ୍ତ ଏହି ବିଷୟ ସଵୁ ଶୀଘ୍ର କିପରି ମୀମାଂସା ହେବ ଏଥିପାଇଁ ମୁଁ କିଞ୍ଚିତ ଜୟ କରି ଦେଶକୁ ଫେରୁଛି । ବୋଧହୁଏ ଫେବୃଆରୀ ଶେଷକୁ ଓଡ଼ିଶା ସୀମା ନିଧାର୍ଯ୍ୟ ହୋଇଯିବ । ତାପରେ କନଷ୍ଟିଚ୍ୟୁଏନ୍ସିମାନ ଭାଗ କରାଯିବ ।ଅବନତ ଜାତି ଓଡିଶା ପ୍ରଦେଶର ବିଶେଷ ସମସ୍ୟା । ସେମାନେ କିପରି ଭୋଟ ଦ୍ବାରା କାଉନସିଲ ସଭ୍ୟ ହେବେ , ଏହା ଗୋଟିଏ ଗୁରୁତର ସମସ୍ୟା । ଅନୁଗୁଳ ବାସିଙ୍କର ମେମେରାଣ୍ଡା ବିଲାତର ଶ୍ରମିକ ଦଳରେଓ ଭାରତ ବନ୍ଧୁ ଦଳରେ ଗୋଟାଏ ତରଙ୍ଗ ଆଣିଅଛି । ବ୍ରିଟିଶ ରାଜ୍ୟରେ ଯେ ବେଠି ବେଗାର ପୂରା ଦମେ ଚାଲୁଅଛି । ଏହି ମେମେରାଣ୍ଡା ତାହାର ଏକ ନିଦର୍ଶନ । ପୁଣି ବିନା ଧାମରେ ଯୋଗାଇ ଯୋଗାଇ ଅନୁଗୁଳ ପ୍ରଜାମାନେ କିପରି ଦୁଃଖ ଭୋଗ କରୁଅଛନ୍ତି ଓ କିପରି ତହିଁର ପ୍ରତିକାର ହେବ ଏବିଷୟ ନେଇ ଆଣ୍ଭାଡ୍ରର ତ ବନ୍ଧୁ ଅନେକ ବିଶେଷ ଚିନ୍ତିତ । ଇଣ୍ଡିଆ ଲିଗ୍ ଡେପୁଟେସନରେ ସଭ୍ୟ ପାର୍ଲିଆମେଣ୍ଟର ଭୂତପୂର୍ବ ସଦସ୍ୟ ଦୁହେଁ ମିସ୍ ଉଇଲବିନସନ୍ଓ ମିସ୍ ମ୍ୟାଟରସ୍ ଓ ମିସ୍ ମନିକା ହେଟଲି ଓ ଇଣ୍ଡିଆ କନସିଲେସନ ସେକ୍ରେଟାରୀ ମିସ୍ ଆଗାଆ ହାରିସନ କିପରି ଅନୁଗୁଳରୁ ବେଠି ବେଗାର ଉଠିବ, ଏ ଦିଗରେ ବିଶେଷ ଉଦ୍ୟମ କରୁଅଛନ୍ତି । ଏମାନଙ୍କୁ ସେମାନଙ୍କ ଓଡ଼ିଆ, ବିଶେଷ କରି କେତେକ କଟକିଆ ବନ୍ଧୁମାନଙ୍କୁ ଦିନେ ଖାଇବାକୁ ନିମନ୍ତ୍ରଣ କରିଥିଲି ଓ ଓଡ଼ିଶା ବିଷୟ ନେଇ ଅନେକ ଆଲୋଚନା କରାଯାଇଥିଲା । ଦୀନବନ୍ଧୁ ଆଣ୍ଡ୍ରୁଜ ସାହେବ ଏମାନଙ୍କ ସହିତ ମିଶି ଭାରତ ମଙ୍ଗଳ ନେଇ ଅନେକ କାର୍ଯ୍ୟ କରୁଛନ୍ତି। ଆଣ୍ଡ୍ରୁଜ ସାହେବ ଓଡ଼ିଶା ପ୍ରଦେଶ ହେବା ପାଇଁ ଖୁବ ଲାଗିଛନ୍ତି । ସେ ଓଡ଼ିଶାରେ ବର୍ଷେ ଦି ବର୍ଷ ରହି ଅବନତ ଜାତିମାନଙ୍କର ଉନ୍ନତି ପାଇଁ କାମ କରିବାକୁ ଆସିବେ ବୋଲି ପ୍ରତିଶ୍ରୁତି ଦେଇ ଅଛନ୍ତି । ମୋହର ତାଙ୍କ ସହିତ ୩/୪ ଥର ଦେଖା ହୋଇଥିଲା । ଓଡନେଲ କମିଟି ସିଂହଭୂମି ଓଡ଼ିଶାକୁ ଦେଇନାହିଁ ଶୁଣି ଆଣ୍ଡ୍ରୁଜ ସାହେବ ଚିନ୍ତିତ ।ତାଙ୍କ ମତରେ ଓଡ଼ିଶାର ସୀମା ସମ୍ବଲପୁର ଠାରୁ ଟେକାଲି ପର୍ଯ୍ୟନ୍ତ ଏପରି ହେବା ଉଚିତ । ସବୁ ରେଳ ଲାଇନ୍ ଓଡ଼ିଶାରେ ରହିବ ଓ ଓଡ଼ିଶାର ଆର୍ଥିକ ଉନ୍ନତି ରେ ବି ସେ ସାହାଯ୍ୟ କରିବେ ।ଆଣ୍ଡ୍ରୁଜ ସାହେବ ଇଣ୍ଡିଆ ଅଫିସରେ କହିଥିଲେ ଯେ " ଓଡ଼ିଶା ହେଉଛି ମହାନଦୀ, ମହାନଦୀ ଅଟେ ଓଡ଼ିଶା" । ତାଙ୍କ ମତରେ ମହାନଦୀର ଜଳ ସଞ୍ଚୟନ ଉପାୟ ଓ ମହାନଦୀ ଜଳ ନିଷ୍କାସନ ପନ୍ଥା ଉପରେ ଓଡିଶା ପ୍ରଦେଶର ସ୍ବଛଳତା ନିର୍ଭର କରେ । ମହାନଦୀର ଉତ୍ପତ୍ତି ମଧ୍ୟପ୍ରଦେଶରେ । ମଧ୍ୟପ୍ରଦେଶର ସ୍ଥାୟୀ ଜଙ୍ଗଲ ରକ୍ଷଣ ଉପରେ ମହାନଦୀର ଜୀବନ ନିର୍ଭର କରେ । ଭବିଷ୍ୟତର ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ମହାନଦୀ ସଂରକ୍ଷଣରେ ବି ଶେଷଚେଷ୍ଟିତ ହେବ ଓ କିପରି ମହାନଦୀ ଶୁସ୍କ ନ ହୋଇଯାଏ ଏଥିପାଇଁ ଦୁଇ ପ୍ରଦେଶ ନେଇ ଗୋଟିଏ ନଦୀ ବୋର୍ଡ ରହିବା ଚାହି । ମୁଁ ମଧ୍ୟ ଏ ସମସ୍ୟା ନେଇ କିଞ୍ଚିତ ଆଲୋଚନା କରିଥିଲି । ଦେଶକୁ ଫେରି ଭାରତ ସରକାରଙ୍କ ସହିତ ପରାମର୍ଶ କରି ନୂଆ ଶାସନ ଖସଡାରେ ଏଥିପାଇଁ କିଛି ବିଶେଷ ନିୟମ ( ସେଫଗାର୍ଡସ) ଦରକାର କରେ କି ନାହିଁ ,ଦେଶ ଭାଇମାନଙ୍କ ଠାରୁ ବୁଝି ଜଣାଇବି ବୋଲି କହି ଆସିଛି ।
ତୃତୀୟ ଗୋଲଟେବୁଲର ହ୍ବାଇଟ ପେପର ବାହାରୁ ବାହାରୁ ମାର୍ଚ୍ଚ ମାସ ଗଡିଯିବ । କେହି କେହି କହନ୍ତି ଏପ୍ରିଲ ମାସ ହୋଇଯିବ । ରାଜନୈତିକ ବନ୍ଦୀ ମାନେ ମୁକ୍ତ ନ ହେଲେ ଦେଶରେ ଶାନ୍ତି ଆସିବ ନାହିଁ କି ନେତାମାନେ ଧୀର ସ୍ଥିର ଭାବରେ ଶାସନ ଖସଡ଼ା ଉପରେ ମତ ଦେଇ ପାରିବେ ନାହିଁ ।ଏକଥାଟା ଭାରତବନ୍ଧୁମାନେ ଉପଲବ୍ଧ କରୁଅଛନ୍ତି ।ଆଣ୍ଡ୍ରୁଜ ସାହେବ ସେମାନଙ୍କ ସହିତ ମିଳି ପ୍ରତ୍ୟେକ ବିଶ୍ବବିଦ୍ୟାଳୟ, ପ୍ରତି ବଡ ସହରରେ ଥିବା ଶିକ୍ଷିତ ସମାଜରେ ବକୃତା ପ୍ରଦାନ କରି ଲୋକମତ ଭାରତ ସପକ୍ଷରେ ସୃଷ୍ଟି କରୁଛନ୍ତି ।ଆଣ୍ଡ୍ରୁଜ ସାହେବ ଙ୍କୁ ମୁଁ ପଚାରିଥିଲି ତୃତୀୟ ଗୋଲ ଟେବୁଲ ବୈଠକ ଉପରେ କିଛି ମତ ଦେବେ କି ? ହ୍ବାଇଟ ପେପର ଛପା ନ ହେବା ପର୍ଯ୍ୟନ୍ତ ସେ କିଛି ମତ ଦେବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ଆଶା ରଖନ୍ତି ଯେ ମହାତ୍ମାଗାନ୍ଧୀ ଓ ଅନ୍ୟାନ୍ୟ ରାଜନୈତିକ ବନ୍ଦୀମାନେ ସେତେବେଳକୁ ଖଲାସ ହୋଇଥିବେ । ମୁଁ ଅନେକ ଚେଷ୍ଟା କରି ପ୍ରାଇମମିନିଷ୍ଟର ରାମସେ ମାକଡୋନାଲ ,ଲର୍ଡ ଲରଉରିଇନ, ଭାରତ ସେକ୍ରେଟାରୀ ସାର୍ ସାମୁଏଲ ସୋର ଓ ଭାରତ ଅଣ୍ଡର ସେକ୍ରେଟାରୀ ମିଷ୍ଟର ବଟଲର, ଏମାନଙ୍କ ସହିତ ସାକ୍ଷାତ କରିଥିଲି ଓ ଭାରତ ସମସ୍ୟା କିଞ୍ଚିତ ଆଲୋଚନା କରିଥିଲି । ରାଜନୈତିକ ବନ୍ଦୀମାନଙ୍କୁ ଖଲାସ ଦେଇ ଶାନ୍ତି ଆଣିବାକୁ ବ୍ରିଟିଶରାଜ ଚେଷ୍ଟା କରୁ । ରାଜନୈତିକ ବନ୍ଦୀ ମାନଙ୍କୁ ଛାଡି ଦିଆଗଲେ ଶାସନ ସଂସ୍କାର ଖସଡ଼ା ଯଥାର୍ଥ ବିଚାର ପାଇପାରିବ, ଏକଥା ଅନେକ ଉପଲବ୍ଧ କରୁଅଛନ୍ତି । ନିଃସନ୍ଦେହ ଯେ କଙ୍ଗ୍ରେସ ନେତାମାନେ ଖଲାସ ହୋଇ ପୁଣି ସତ୍ୟାଗ୍ରହ ଭାଷଣ ବେଗରେ ଆରମ୍ଭ କରି ପାରନ୍ତି । ବ୍ରିଟିଶ ସରକାର ମଧ୍ୟ ଜାଣନ୍ତି ଯେ ଅର୍ଡିନାନ୍ସ ଆଇନ ଦ୍ୱାରା ଏକ ଦିନକେ ପୁଣି ସତ୍ୟାଗ୍ରହୀମାନେ ଜେଲ୍ ଭିତରେ ରହିପାରିବେ । ତେବେ କିମ୍ପାଇ ଏ ସନ୍ଦେହ ? ଗୁଣ୍ଡୁଚି ମୂଷା ସେତୁ ବନ୍ଧ ବାନ୍ଧିଲା ପରି ମୁଁ ଯାହା କହିବାର ଓ ଯାହା କରିବାର ତାହା କହି ଓ କରି ତେଇଶି ତାରିଖ, ଜାନୁଆରୀ ମଙ୍ଗଳବାର ଦିନ ୧୧ଟାରେ ଭିକ୍ଟୋରିଆ ଷ୍ଟେସନରୁ ଗାଡିରେ ବସି ବିଲାତ ଛାଡ଼ିଲି ।ଆଶା ନିରାଶା ଦ୍ବୟ ମଧ୍ୟେ ଆଶାନ୍ମୁଖ ହୋଇ ଦେଶକୁ ଫେରୁଛି ।ମୋର ବିକଳାଙ୍ଗ ମାତୃଭୂମି ଉତ୍କଳ ପ୍ରଦେଶ ବିଭିନ୍ନ କରିବା ଚେଷ୍ଟାରେ ଆସି ବିଲାତର ପ୍ରଧାନ ପ୍ରଧାନ ରାଜନୈତିକ ମାନଙ୍କୁ ଭେଟି ଭାରତର ଜଟିଳ ସମସ୍ୟା ନେଇ ଆଲୋଚନା କରି ପାରିଅଛି,ଏହିଟା ମୋର ବିଶେଷ ଶ୍ଲାଘାର କଥା । ପୁଣି ଭାରତଵନ୍ଧୁମାନଙ୍କ ସହିତ ମତାମତ ଜଣାଇ ଭାରତରେ ଶାନ୍ତି ଆସିବା ବିଷୟରେ କିଞ୍ଚିତ ଆଶାପ୍ରଦ ବୋଲି ଭାବୁଛି । କେତେଦିନ ଏହି ଅବିରାମ ଶାନ୍ତି ଯୁଦ୍ଧ ଚାଲିବ ? ଅହିଂସା ପୂର୍ଣ୍ଣ ଯୁଦ୍ଧ ଯୁଦ୍ଧ ହୋଇପାରେ କିନ୍ତୁ ଯୁଦ୍ଧ ମାନେ ଇ ହଳାହଳ ଭେଦାଭେଦ । ସତ୍ୟାଗ୍ରହୀ ମାନେ ଅହିଂସା ପ୍ରାଣ ହୋଇପାରନ୍ତି
କିନ୍ତୁ ଦୁଇଟା ଛାତି, ଦୁଇଟା ଦେଶ ଭିତରେ ବରାବର ସନ୍ଦେହୟ ଈ ଅବିଶ୍ୱାସ ଚାଲିଅଛି ।ଭାରତର ବ୍ୟବସାୟ ବାଣିଜ୍ୟ ଆଜି ନଷ୍ଟ ପ୍ରାୟ । ପୃଥିବୀ ବ୍ୟାପି ଆର୍ଥିକ ଦୁରାଵସ୍ଥା ଭିତରେ ଭାରତର ଦରିଦ୍ର ପ୍ରଜା କୋଟି କୋଟି ଟଙ୍କାର ସୁନା ବିଦେଶକୁ ପଠାଇଛନ୍ତି । ଆଜି ଦରିଦ୍ର ପ୍ରଜା ର ସ୍ତ୍ରୀ ଓ କନ୍ୟା ଶରୀରରେ ସୁନା ରୂପା ର ଗହଣା କିଛି ଦେଖିବାକୁ ମିଳୁନାହିଁ ।ଭୀଷଣ କର-ଭାର ପୀଡ଼ିତ ପ୍ରଜା ଚିରକାଳ ବିଶ୍ୱାସୀ କରଦାତା ।
ସେ ତା ଜମିଦାରର ଓ ସରକାରର ବଡ଼ାକ୍ରାନ୍ତୀ ବୁଝିଦିଏ । କିନ୍ତୁ ତାର ଜମିଜମାର ଫସଲ ଆୟ ଆଦି ବିକ୍ରି କରି ସୁଦ୍ଧା ସେ ଖଜଣା ଗଣ୍ଡାକ ଦେଇ ପାରିବ ନାହିଁ । ଏହି ଆର୍ଥିକ ସମସ୍ୟାର ଉପାୟ ଦେଶବ୍ୟାପୀ କୁଟୀର ଶିଳ୍ପ । କୁଟୀର ଶିଳ୍ପ ପ୍ରଚାର କରିବ କିଏ ? ଦେଶର ନିଃସ୍ୱାର୍ଥପର କର୍ମୀମାନେ ସତ୍ୟାଗ୍ରହ ଯୁଦ୍ଧରେ ସଜ୍ଜିତ । ଅନେକ ମଧ୍ୟ ରାଜବନ୍ଦୀ । ଏ ଯୁଦ୍ଧ ଏଗାର ବର୍ଷ ହେଲା ଚାଲିଛି । ସାଲିସ ହେବା ସମୟ ନିକଟ ହେଲାଣି । ସାଲିସ ହେବ କି ? କଙ୍ଗ୍ରେସର ଅନ୍ୟତମ ନେତା ଡ଼ାକ୍ତର ଅନସାରୀ ଙ୍କ ସହିତ ମୋର ଲଣ୍ଡନରେ ତିନି ଥର ଭେଟ ହୋଇଥିଲା ।ଦେଶର ଭବିଷ୍ୟତ ନେଇ କେତେ ଚର୍ଚ୍ଚା ହୋଇଥିଲା । ଡାକ୍ତର ଅନସାରୀ ଓ ମୁଁ ଭିକ୍ଟୋରିଆ ଜାହାଜରେ ଫେରୁଛୁ । ପତ୍ରାନ୍ତରେ ସବିଶେଷ ପାଠକମାନଙ୍କୁ ଜଣାଇବି ।ଏ ଚିଠିରେ କେବଳ ବିଲାତ କଥା ଲେଖୁଛି ।
ଆଇନ୍ ବନର ପାଇନ ବୃକ୍ଷ ରେ ସଦା ତୁଷାରର ଝଡ଼
ଆଇନ୍ ବନର ପାଇନ ବୃକ୍ଷ ରେ ସଦା ତୁଷାରର ଝଡ଼
------------------+
ବ୍ରିଟିଶ ଶାସନ ସମୟର ଜମିଜମା ନଥିପତ୍ର, ଯେପରି କି ବିକ୍ରି କବଲା, ପଟ୍ଟା ଦେଖିବା ସମୟରେ ସେଥିରେ ଉଲ୍ଲେଖ ଥିବା ସାଙ୍କେତିକ ଚିହ୍ନଯଥା-ପି.=ପିତା, ଜା.-ଜାତି,ବା-ବାସସ୍ଥାନ, ସ୍ବା.-ସ୍ବାମୀ,ବି.-ବିଜେ,ମା.-ମାରଫତ୍ ,ସେ.-ସେବାୟତ,ଖା.-ଖାରଜଖାତା,ଦା.-ଦାଖଲ,ତ.-ତରଫ,ସ୍ମ.-ସମ୍ବନ୍ଧୀୟ,ମୌ.-ମୌଜା,ଓ.-ଓଗେର,ଜ.ଦ.-ଜବରଦଖଲ,ଖା.ପୁ.-ଖାନାପୁରୀ,ଜ.ସ.- ଜରସମନ,ଵ.ସୁ.ଦ.-ବନ୍ଧକ ସୂତ୍ରେ ଦଖଲ,ଖ.ସୁ.ଦ.-ଖରିଦ ସୂତ୍ରେ ଦଖଲ,ଦା.ସୁ.ଦ.- ଦାନ ସୂତ୍ରେ ଦଖଲ ଇତ୍ୟାଦି ଇତ୍ୟାଦି ସାଙ୍କେତିକ ଚିହ୍ନ ସମ୍ପ୍ରତି ବୈଷୟିକ ଜମିଜମା ସଂପର୍କିତ ନଥିପତ୍ରରେ ଆଉ ଦେଖିବାକୁ ମିଳୁନାହିଁ । ସେହିପରି ପଞ୍ଚମ ଶ୍ରେଣୀରେ ଆମେ ମାପର ସାରଣୀ ପଢି ମନେ ରଖୁଥିଲୁ ବୃତ୍ତି ପରୀକ୍ଷାରେ ପ୍ରଶ୍ନ ଆସିଲେ ଉତ୍ତର ରଖିବାକୁ । ଆମେ ପଞ୍ଚମ ଶ୍ରେଣୀ ପଢୁଥିବା ସମୟରେ ତା'ର ଗୋଟିଏ ଯୁଗ ପୂର୍ବରୁ ୧୯୫୬ ମସିହାରେ ଭାରତୀୟ ମାପ ଓ ଓଜନ ଆଇନ୍ ପ୍ରଭାବରେ ଯଦିଓ ମେଟ୍ରିକ୍ ପଦ୍ଧତିର ପରିମାପ ସମଗ୍ର ଦେଶରେ ସ୍ବୀକୃତି ଲାଭ କରି ପାଠ୍ୟକ୍ରମରେ ସାମିଲ୍ ହୋଇଥିଲା, ତଥାପି ଆମର ଚିର ବନ୍ଦନୀୟ ଗୁରୁ ଅଚ୍ୟୁତ ଆଜ୍ଞା ଆମମାନଙ୍କୁ ନୂଆ ପଦ୍ଧତି ସହିତ ପୁରୁଣା ପଦ୍ଧତିର ଶିକ୍ଷା ଦେଉଥିଲେ, ଯାହା ଏବେବି ଅର୍ଦ୍ଧ ଶତାବ୍ଦୀ ପରେ ମଧ୍ୟ ମନେ ଅଛି । ୧୯୫୬ ମସିହାର ମାପ ଓଜନ ଆଇନ୍ ରେ ବ୍ରିଟିଶ ପଦ୍ଧତି ଯଥା ଏକର, ଡେସିମିଲି ଆଦି ଇଂରାଜୀ ଶବ୍ଦ ରହିଲା, ଯେପରି ୧୮୬୦ ମସିହାର ଅନେକ ବ୍ରିଟିଶ ଆଇନ କାନୁନ୍ ଏବେବି ବଳବତ୍ତର ରହିଛି । ଆମର ମାଣ, ଗୁଣ୍ଠ, ଚେନ,ଭରଣ,କଡି ,ଜରିବ,ରାଜସ୍ବଗାଁ ,ଚୌହଦୀ,ସରହଦ,ଅଲାମତ,ଚାନ୍ଦ ,ସାବକ ,ସରଜମିନ,ତ୍ରିସିମାଲି,ଚୌମେଢା,ଦୋସିମାନା,କ୍ଷେତ୍ର ଭଳି ଶବ୍ଦ ଉଭେଇ ଗଲା । ୨.୪୭୧ ଏକର ହୋଇଗଲା ୧ହେକ୍ଟର । ମାନଚିତ୍ର ଦୂରତା ଏବଂ ଭୂପୃଷ୍ଠ ଦୂରତାର ଅନୁପାତକୁ କୁହାଗଲା ମାନ ପରିବର୍ତ୍ତେ ସ୍କେଲ ।ସାଂଖିକ ମାନ ହୋଇଗଲା ନ୍ୟୁମୋରିକାଲ ସ୍କେଲ ( Numerical Scale ) , ସେହିପରି ଲୈଖିକ ମାନ ହୋଇଗଲା Graphical Scale । ଆମେ ଆଗରୁ ଉଲ୍ଲେଖ କରିଅଛୁ ଯେ ୧୦୭୪ ମସିହାରେ ଚୋଳଗଙ୍ଗ ଦେବଙ୍କ ଶାସନ ସମୟରେ ଜମିଜମା ମାପର ସ୍ରଷ୍ଟା ଥିଲେ ବଡ଼ପଣ୍ଡା ଆଜ୍ଞା ଓ ସହାୟକ ଥିଲେ ପ୍ରଧାନ ଆଜ୍ଞା । ୧୦୭୪ ରୁ ଦୀର୍ଘ ଦଶ ବର୍ଷ ଲାଗିଥିଲା ଜମି ଜମା ମାପ । ତା ପରେ ଆଉ ହେଲା ନାହିଁ । ୧୪୪୨ ମହାରାଜା କପିଳେନ୍ଦ୍ର ଦେବ ନିଷ୍ପତ୍ତି ନେଇଥିଲେ ପୁନଃ ମାପ କରିବା ପାଇଁ । ମାତ୍ର ରାଜ୍ୟର ସୀମା ଅଭିବୃଦ୍ଧି ନିମନ୍ତେ ଓ ଶାସନ ଶୃଙ୍ଗଳା ତଥା ରାଜକୋଷ ଅଭିବୃଦ୍ଧି ପ୍ରତି ଅଧିକ ମନୋନିବେଶ କରିବା ଫଳରେ ଏହି କାର୍ଯ୍ୟ ହୋଇପାରି ନଥିଲା । ବଡ଼ପଣ୍ଡା ଆଜ୍ଞାଙ୍କ ଜମିଜମା ମାପ ପଦ୍ଧତିକୁ ଶେର୍ ସାହା ଗ୍ରହଣ କରିଥିଲେ ଏବଂ ତତ୍ ପରେ ଆକବରଙ୍କ ମନ୍ତ୍ରୀ ତୋଡର ମଲ୍ଲ ୧୩୫୮ ରେ ଶ୍ରୀମନ୍ଦିର ଉପରେ ଆକ୍ରମଣ କରି ରତ୍ନ ଭଣ୍ଡାର ଲୁଟ୍ କରିବା ସମୟରେ ଅନେକ ଗୁରୁତ୍ଵପୂର୍ଣ୍ଣ ତାଳପତ୍ର ପୋଥୀ ସମ୍ପଦ ଲୁଟ୍ କରି ନେଇଥିଲେ ଫିରୋଜ ଖାଁ ତୋଗଲକ । ସେହି ନଥିରେ ବଡ଼ପଣ୍ଡା ଙ୍କ ଜମିଜମା ମାପ ସମ୍ପର୍କିତ ତଥ୍ୟ ଥିଲା । ତାହାକୁ ଆଧାର କରି ତୋଡରମଲ୍ଲ ଜମିକୁ ତା'ର ଉତ୍ପାଦିକା ଶକ୍ତି ଆଧାରରେ ଶ୍ରେଣୀ ବିଭକ୍ତ ବା କିସମରେ ବିଭକ୍ତ କରି କର ଧାର୍ଯ୍ୟ କରିଥିଲେ । ଆକବରଙ୍କ ରାଜତ୍ଵ ସମୟ କେବେ ? ଆକବରଙ୍କ ଜନ୍ମ ତାରିଖ ୧୫-୧୦-୧୫୪୨ , ମୃତ୍ୟୁ ୨୭-୧୦-୧୬୦୫ , ସେ ସିଂହାସନ ଆରୋହଣ କରିଥିଲେ ୧୧-୨-୧୫୫୬ର ମାତ୍ର ୧୪ ବର୍ଷ ବୟସରେ । ଅତଏବ ୧୦୭୪ ପ୍ରଥମ ନା ୧୫୮୮ ପ୍ରଥମ ? ଓଡ଼ିଆ ବିଦ୍ବେଷୀ ଐତିହାସିକ ମାନେ ଏହି ସତ୍ୟକୁ ଜାଣି ନ ଜାଣିବାର କପଟ କରି ବା ଅଭିନୟ କରି ଅଛପା ସତ୍ୟକୁ ସ୍ବୀକାର କରି ନାହାନ୍ତି । ଜାଣି,ନ ଜାଣିବାର ଅଭିନୟ କରିଥିବାର ଅଭିଯୋଗ ଆମେ ଏଥିପାଇଁ କରୁଛୁ ଯେ ସେମାନେ ମାଦଳାପାଞ୍ଜି ପଢି ସେତେବେଳେ କେତେକ ସୁହାଇଲା ଭଳି ତଥ୍ୟକୁ ଇତିହାସରେ ସ୍ଥାନିତ କଲେ , ଏହି ସତ୍ୟକୁ ଲୁଚାଇ ବାର ଉଦ୍ଦେଶ୍ୟ କ'ଣ ହୋଇପାରେ ?
ବ୍ରିଟିଶ ଶାସନ କାଳରେ ଭାରତ (ବିଶେଷକରି ଓଡ଼ିଶା)ରେ ରାଜସ୍ୱ ଆଦାୟ ଏବଂ ଜମିଜମା ନିୟନ୍ତ୍ରଣ ପାଇଁ କେତେକ ମୁଖ୍ୟ ଆଇନ ଓ ବ୍ୟବସ୍ଥା ଲାଗୁ କରାଯାଇଥିଲା । ଯେପରି କି
ଲର୍ଡ଼ କୋର୍ଣ୍ଣୱାଲିସ୍ଙ୍କ ଦ୍ୱାରା ବେଙ୍ଗଲ, ବିହାର ଓ ଓଡ଼ିଶାର କେତେକ ଅଞ୍ଚଳରେ ଚିରସ୍ଥାୟୀ ବନ୍ଦୋବସ୍ତ ଲାଗୁ କରାଯାଇଥିଲା । ଏଥିରେ ଜମିଦାରମାନଙ୍କୁ ଜମିର ସ୍ଥାୟୀ ମାଲିକାନା ଦିଆଯାଇଥିଲା ଏବଂ ସରକାରଙ୍କୁ ଦେବାକୁ ଥିବା ରାଜସ୍ୱର ପରିମାଣ ଚିରଦିନ ପାଇଁ ସ୍ଥିର କରାଯାଇଥିଲା। ୧୮୨୦ରେ ଥୋମାସ୍ ମୁନରୋଙ୍କ ଦ୍ୱାରା ପ୍ରବର୍ତ୍ତିତ ହୋଇ ଥିଲା ରାୟତ ଓ୍ବାରୀ ବ୍ୟବସ୍ଥା, ଯେଉଁଥିରେ ଜମିଦାରଙ୍କ ବିନା ସିଧାସଳଖ ଚାଷୀ (ରାୟତ)ଙ୍କ ସହ ସରକାରୀ ରାଜସ୍ୱ ଚୁକ୍ତି କରାଯାଉଥିଲା। ସେହିପରି ୧୮୨୨ ରେ ମହଲବାରୀ ବ୍ୟବସ୍ଥା ଅନୁଯାୟୀ ଗୋଟିଏ ସମଗ୍ର ଗ୍ରାମ କିମ୍ବା "ମହଲ"କୁ ଏକକ ଧରି ରାଜସ୍ୱ ଧାର୍ଯ୍ୟ କରାଯାଉଥିଲା ଏବଂ ଗ୍ରାମବାସୀ ଯୌଥଭାବେ ରାଜସ୍ୱ ଦେବାକୁ ବାଧ୍ୟ ଥିଲେ। ବ୍ରିଟିଶ ଶାସନ ସମୟରେ ଏଭଳି ଏକ ଭୟଙ୍କର ଆଇନ ଆସିଥିଲା, ଯେଉଁ ଆଇନ୍ ଫଳରେ ଓଡ଼ିଶା ହୋଇଥିଲା ସର୍ବାଧିକ କ୍ଷତିଗ୍ରସ୍ତ । ଏହି ଆଇନର ନାମ ଥିଲା ସୂର୍ଯ୍ୟାସ୍ତ ଆଇନ୍ । ଚିରସ୍ଥାୟୀ ବନ୍ଦୋବସ୍ତର ଏକ କଠୋର ନିୟମ। ନିର୍ଦ୍ଧାରିତ ତାରିଖର ସୂର୍ଯ୍ୟାସ୍ତ ପୂର୍ବରୁ ଜମିଦାର ରାଜସ୍ୱ ନ ଦେଇପାରିଲେ, ତାଙ୍କ ଜମିଦାରୀ ନିଲାମ କରିଦିଆଯାଉଥିଲା। ୧୮୮୫ରେ ଆସିଥିଲା ବେଙ୍ଗଲ ପ୍ରଜାସ୍ବତ୍ବ ଆଇନ୍ । ଚାଷୀମାନଙ୍କୁ ଜମିଦାରଙ୍କ ଶୋଷଣରୁ ରକ୍ଷା କରିବା, ଜମିରୁ ଅବୈଧ ବେଦଖଲ ରୋକିବା ଏବଂ ପ୍ରଜାସ୍ୱତ୍ୱ ଅଧିକାର ସୁରକ୍ଷିତ କରିବା ପାଇଁ ଏହି ଆଇନ ଅଣାଯାଇଥିଲା। ୧୯୧୩ ର ଓଡ଼ିଶା ପ୍ରଜାସ୍ବତ୍ବ ଆଇନ୍ ଥିଲା ଏକ ପ୍ରତାରଣା ପୂର୍ଣ୍ଣ ଆଇନ୍ ।ଓଡ଼ିଶା କ୍ଷେତ୍ରରେ ଚାଷୀ ଓ ଜମିଦାରଙ୍କ ସମ୍ପର୍କ, ଖଜଣା ନିର୍ଦ୍ଧାରଣ ଏବଂ ପ୍ରଜାଙ୍କ ଅଧିକାରକୁ ସୁସଂଗଠିତ କରିବା ପାଇଁ ଏହା ବିଶେଷଭାବେ ପ୍ରଣୟନ କରାଯାଇଥିଲା। ଏହି ଆଇନଗୁଡ଼ିକ ମୁଖ୍ୟତଃ ବ୍ରିଟିଶ ସରକାରଙ୍କର ରାଜସ୍ୱ ବୃଦ୍ଧି କରିବା ଲକ୍ଷ୍ୟରେ ତିଆରି ହୋଇଥିବାରୁ ଏହା ଶେଷରେ ସାଧାରଣ ଚାଷୀଙ୍କ ଉପରେ ଶୋଷଣ ଓ ଆର୍ଥିକ ବୋଝ ବଢ଼ାଇଥିଲା। ସ୍ୱାଧୀନତା ପରେ ପରେ ସମସ୍ତ ରାଜ୍ୟରେ ଜମିଦାରୀ ଓ ମଧ୍ୟସ୍ଥତା ପ୍ରଥା ସମ୍ପୂର୍ଣ୍ଣ ସମାପ୍ତ କରାଗଲା। ଏହାଦ୍ୱାରା ପ୍ରତ୍ୟକ୍ଷ ଭାବେ ଚାଷୀ ଓ ସରକାରଙ୍କ ମଧ୍ୟରେ ସମ୍ପର୍କ ସ୍ଥାପିତ ହେଲା। ସୀମା ନିର୍ଦ୍ଧାରଣ ଆଇନ ଅନୁଯାୟୀ ଜଣେ ବ୍ୟକ୍ତି କିମ୍ବା ପରିବାର ଅଧିକରୁ ଅଧିକ କେତେ ପରିମାଣର ଜମି ରଖିପାରିବେ, ତାହାର ସୀମା ଧାର୍ଯ୍ୟ କରାଗଲା। ସୀମାରୁ ଅଧିକ ଥିବା ଜମି ସରକାର ନିଜ ଅଧୀନକୁ ନେଇ ଭୂମିହୀନମାନଙ୍କୁ ବାଣ୍ଟିବା ପ୍ରାବଧାନ ରହିଲା । ସେହିପରି ଭାଗଚାଷୀ ସୁରକ୍ଷା ଆଇନ୍ ରେ ପ୍ରାବଧାନ ରହିଲା ଯେ ଭାଗଚାଷୀମାନଙ୍କୁ ଜମିରୁ ବେଆଇନ୍ ଭାବେ ବାହାର କରିଦେବା ବନ୍ଦ ଏବଂ ସେମାନଙ୍କର ଫସଲ ଭାଗ କିମ୍ବା ଖଜଣା ନିର୍ଦ୍ଧାରିତ କରାଯିବ । ସ୍ବାଧୀନତା ପରେ ମହାତ୍ମା ଗାନ୍ଧୀଙ୍କ ଐକାନ୍ତିକ ଅନୁଗାମୀ, ସ୍ବାଧୀନତା ସଂଗ୍ରାମୀ ବିନୋବା ଭାବେ ଙ୍କ ଦ୍ଵାରା ୧୮ ଏପ୍ରିଲ ,୧୯୫୧ ମସିହାରେ ଆନ୍ଧ୍ରପ୍ରଦେଶ (ବର୍ତ୍ତମାନର ତେଲେଙ୍ଗାନା) ର 'ପୋଚମପଲ୍ଲୀ' ଗ୍ରାମରୁ ଭୂଦାନ ଆନ୍ଦୋଳନର ଶୁଭାରମ୍ଭ ହୋଇଥିଲା। ଏହାର ମୂଳ ଉଦ୍ଦେଶ୍ୟ ଥିଲା ଭୂମିହୀନ ଗରିବ କୃଷକମାନଙ୍କୁ ବିନା ମୂଲ୍ୟରେ ଜମି ଯୋଗାଇଦେବା ଏବଂ ଧନୀ ଜମିଦାରମାନଙ୍କ ମନରେ ଆତ୍ମସମୀକ୍ଷା ଆଣି ସ୍ୱେଚ୍ଛାକୃତ ଭାବେ ଜମି ଦାନ କରିବାକୁ ପ୍ରୋତ୍ସାହିତ କରିବା। ଆଚାର୍ଯ୍ୟ ବିନୋବା ଭାବେ ସାରା ଭାରତରେ ପଦଯାତ୍ରା କରି ଜମିଦାର ଓ ଧନୀ ବ୍ୟକ୍ତିମାନଙ୍କୁ ସେମାନଙ୍କ ଜମିର ଅନ୍ତତଃ ଏକ ଷଷ୍ଠାଂଶ ଭୂମିହୀନଙ୍କ ପାଇଁ ଦାନ କରିବାକୁ ନିବେଦନ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନ ବିଶେଷ ଭାବରେ ସଫଳ ହୋଇଥିଲା। ମହାନ୍ ସ୍ବାଧୀନତା ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀ, ରମାଦେବୀ, ମାଳତୀ ଚୌଧୁରୀ ଏବଂ ନବକୃଷ୍ଣ ଚୌଧୁରୀଙ୍କ ଭଳି ମହାନ ଗାନ୍ଧୀବାଦୀ ନେତାମାନେ ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ। କୋରାପୁଟ ଜିଲ୍ଲାରେ ଏହା 'ଗ୍ରାମଦାନ' ଆନ୍ଦୋଳନରେ ରୂପାନ୍ତରିତ ହୋଇଥିଲା, ଯେଉଁଠାରେ ସମ୍ପୂର୍ଣ୍ଣ ଗାଁର ଜମିକୁ ସମୁଦାୟର ସମ୍ପତ୍ତି ଭାବେ ଘୋଷଣା କରା ଯାଇଥିଲା। ଏହି ଆନ୍ଦୋଳନ ବିନା କୌଣସି ରକ୍ତପାତ କିମ୍ବା ଆଇନଗତ ବାଧ୍ୟବାଧକତାରେ ଆଧ୍ୟାତ୍ମିକ ଓ ନୈତିକ ଭାବନା ମାଧ୍ୟମରେ ସମାଜରେ ପରିବର୍ତ୍ତନ ଆଣିବାର ଏକ ଅନନ୍ୟ ଉଦାହରଣ ଥିଲା। ୧୯୬୦ରେ ଓଡ଼ିଶା ଭୂମି ସଂସ୍କାର ଆଇନ୍ ଗୃହୀତ ହୋଇଥିଲା । ଓଡ଼ିଶାରେ ଜମିଜମା ସମ୍ପର୍କିତ ସୀମା ନିର୍ଦ୍ଧାରଣ, ସଂରକ୍ଷଣ, ଏବଂ ଜମି ହସ୍ତାନ୍ତର ନିୟମକୁ ନିୟନ୍ତ୍ରିତ କରିବା ପାଇଁ ଏହି ଆଇନ୍ ଲାଗୁ କରାଯାଇଥିଲା। ସେହିପରି ଅନୁସୂଚିତ ଜାତି ଓ ଜନଜାତି ଜମି ସୁରକ୍ଷା ଆଇନ ର ଉଦ୍ଦେଶ୍ୟ ଥିଲା ଆଦିବାସୀ ଓ ହରିଜନ ମାନଙ୍କ ଜମି ଯେପରି ଅଣ-ଆଦିବାସୀମାନେ ବେଆଇନ୍ ଭାବେ ହଡ଼ପ ନ କରିପାରିବେ, ସେଥିପାଇଁ କଠୋର ଆଇନ୍ଗତ କଟକଣା , ଯେପରିକି ଓଡ଼ିଶାରେ ଆଗରୁ ଥିବା ୧୯୫୬ ରେ ନିୟମାବର୍ତିକ ଆଇନ ର ସଂଶୋଧନ । ଜମି ଅଧିଗ୍ରହଣ, ପୁନର୍ବାସ ଓ ପୁନରୁଦ୍ଧାର ଆଇନ୍ ୨୦୧୩ ମସିହାରେ ଗୃହୀତ ହୋଇଥିଲା, ଯେଉଁଥିରେ ବ୍ୟବସ୍ଥା ରହିଛି ଯେ ବିକାଶମୂଳକ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ବେଳେ ଜମିମାଲିକଙ୍କୁ ଉଚିତ୍ କ୍ଷତିପୂରଣ, ସମ୍ମତି ଏବଂ ପୁନର୍ବାସ ଯୋଗାଇଦେବା । ବର୍ତମାନ ତ ଜମିଜମା ନଥିପତ୍ର ବା ରେକର୍ଡର ବୈଷୟିକୀକରଣ ବା ଡିଜିଟାଇଜେସନ୍ କରାଯାଉଛି, ଯାହାଦ୍ୱାରା ପ୍ରତ୍ୟେକ ଜମିର ମାଲିକାନା ଅନ୍ଲାଇନ୍ରେ ସ୍ପଷ୍ଟ ଭାବେ ଉପଲବ୍ଧ ହେବା ନିମନ୍ତେ । ଅତଏବ ଏତେ ସବୁ ବ୍ୟବସ୍ଥା କେବଳ କାଗଜ ପତ୍ରରେ, ଆଇନ୍ ପୁସ୍ତକରେ ସୀମାବଦ୍ଧ । ବାସ୍ତବ ଅର୍ଥରେ ଏହି ସମସ୍ତ ଆଇନ ବିଗତ ୭୬ ବର୍ଷ ଭିତରେ କାହିଁକି ସଫଳତା ପାଇ ପାରିଲା ନାହିଁ ? କାହିଁକି ବାରମ୍ବାର ସମ୍ବିଧାନ ସଂଶୋଧନ ହୋଇ ଚାଲିଛି ? କାହିଁକି ଭାରତବର୍ଷର ବିଭିନ୍ନ ଅଦାଲତରେ ପାଞ୍ଚ କୋଟିରୁ ଉର୍ଦ୍ଧ୍ବ ମକଦ୍ଦମା ବର୍ଷ ବର୍ଷ ଧରି ବିଚାରାଧୀନ ? ବିଳମ୍ବିତ ନ୍ୟାୟ କ'ଣ ବିଡ଼ମ୍ବିତ ନୁହେଁ ? ବ୍ୟୟ ବହୁଳ ଆଇନଗତ ପ୍ରକ୍ରିୟାରେ , ବିଶେଷ କରି ଅଧିବକ୍ତା ଙ୍କ ମାର୍କଣ୍ଡେଶ୍ବର ଭଣ୍ଡାରୀ ଆଭିମୁଖ୍ୟ ସହିତ ସେମାନଙ୍କ କ୍ରମ ବର୍ଦ୍ଧିତ ମାମଲା ଖର୍ଚ୍ଚ, ଅଦାଲତି ବା କୋର୍ଟ ଫି ଏବଂ ଦୀର୍ଘଦିନ ଧରି ମାମଲା ଚାଲିବା ଯୋଗୁଁ ସାଧାରଣ ଓ ଗରିବ ଲୋକଙ୍କ ପାଇଁ ନ୍ୟାୟ ପାଇବା ଆର୍ଥିକ ଦୃଷ୍ଟିରୁ କଷ୍ଟକର ହୋଇପଡ଼ୁ ନାହିଁ କି ? ଅଧୁନା କେବଳ ରାଜଧାନୀ ଭୁବନେଶ୍ବରରେ ଜମିଜମା ସମ୍ପର୍କିତ ମାଲି ମକଦ୍ଦମା ସଂଖ୍ୟାର ସଦା ବର୍ଦ୍ଧିତ ପରିସଂଖ୍ୟାନ , ଗୋଟିଏ ଗୋଟିଏ ଜମି ଏକାଧିକ ବ୍ୟକ୍ତିଙ୍କ ନାମରେ ଏବଂ ଏକାଧିକ ଥର ହୋଇ ଆସୁଛି ବିକ୍ରି କବଲା , ଏହା କିପରି ସମ୍ଭବ ହେଉଛି ? ଅତଏବ ଏଇ ଜମିଜମା ଆଇନ ସବୁ କାହା ପାଇଁ ? କାହିଁକି ଜମିଦାର ଓ ଜମି ହୀନ ମାନଙ୍କ ମଧ୍ୟରେ ଛିଡା ହୋଇଛି ବର୍ଲିନ ପ୍ରାଚୀର ? କାହିଁକି ଦେଶ ଓ ରାଜ୍ୟର ଆଇନ ବନ ଋତୁ ନିର୍ବିଶେଷରେ ସର୍ବଦା ବରଫାବୃତ ? କାହିଁକି ଆଇନ୍ ବନର ପାଇନ ବୃକ୍ଷରେ ସଦା ତୁଷାରର ଝଡ଼ ?
ବର୍ଲିନ ପାଚେରୀର ଶିକ୍ଷା
ବର୍ଲିନ ପାଚେରୀର ଶିକ୍ଷା
--------
ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଜର୍ମାନୀ ଏବଂ ଏହାର ରାଜଧାନୀ ବର୍ଲିନ୍ ଦୁଇ ଭାଗରେ ବିଭକ୍ତ ହୋଇଥିଲା। ପୂର୍ବ ଜର୍ମାନୀରୁ ଲୋକମାନେ (ବିଶେଷ କରି ଶିକ୍ଷିତ ଓ ଦକ୍ଷ ନାଗରିକ) ସ୍ୱାଧୀନତା ଏବଂ ଭଲ ଜୀବନଜୀବିକା ଆଶାରେ ପଶ୍ଚିମ ବର୍ଲିନ୍କୁ ପଳାୟନ କରୁଥିଲେ। ଏହି ଗମନାଗମନକୁ ରୋକିବା ପାଇଁ ପୂର୍ବ ଜର୍ମାନୀ ସରକାର ରାତାରାତି ଏହି ପାଚେରୀ ନିର୍ମାଣ କରିଥିଲେ ଆଜିର ତାରିଖରେ,୧୯୬୧ ମସିହାରେ । ଏହି ପାଚେରୀର ସମୁଦାୟ ଲମ୍ବ ଥିଲା ୧୫୫ କିଲୋମିଟର ଏବଂ ଏହା ଭଙ୍ଗା ଯାଇଥିଲା ନଭେମ୍ବର ୯ ତାରିଖରେ । ଅତଏବ ଏହାର ଆୟୁଷ ଥିଲା ୨୮ ବର୍ଷ । ଏହି ପାଚେରୀ ପୁଞ୍ଜିବାଦ ଏବଂ ସାମ୍ୟବାଦ ମଧ୍ୟରେ ଥିବା ପ୍ରତ୍ୟକ୍ଷ ବିଭାଜନର ପ୍ରତୀକ ପାଲଟିଥିଲା। ୧୯୮୯ ମସିହାରେ ଜନସାଧାରଣଙ୍କ ପ୍ରବଳ ବିରୋଧ ଏବଂ ରାଜନୈତିକ ପରିବର୍ତ୍ତନ ଯୋଗୁଁ ଏହି ପାଚେରୀକୁ ଭାଙ୍ଗି ଦିଆଗଲା। ଏହା ପରେ ୩ ଅକ୍ଟୋବର ୧୯୯୦ ରେ ପୂର୍ବ ଓ ପଶ୍ଚିମ ଜର୍ମାନୀ ପୁନର୍ବାର ଏକତ୍ରିତ ହୋଇଥିଲେ। ବର୍ଲିନ୍ ପ୍ରାଚୀରର ପତନ ପୂର୍ବ ୟୁରୋପରେ ସାମ୍ୟବାଦର ସମାପ୍ତି ଏବଂ ପରବର୍ତ୍ତୀ ସମୟରେ ସୋଭିଏତ୍ ସଂଘର ବିଘଟନର ପଥ ପ୍ରଶସ୍ତ କରିଥିଲା। ଶୀତଳ ଯୁଦ୍ଧ
ହେଉଛି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ୧୯୯୧ର ସୋଭିଏତ୍ ସଂଘର ବିଘଟନ ପର୍ଯ୍ୟନ୍ତ ମାର୍କିନ ସାମ୍ରାଜ୍ୟବାଦୀ ଆମେରିକା ଏବଂ ସୋଭିଏତ ସଂଘ ମଧ୍ୟରେ ଚାଲିଥିବା ରାଜନୈତିକ, ସାମରିକ ଓ ନୈତିକ ଉତ୍ତେଜନାର ସମୟ। ଏହାକୁ "ଶୀତଳ" ଯୁଦ୍ଧ କୁହାଯାଏ, କାରଣ ଏହି ଦୁଇ ମହାଶକ୍ତି କେବେହେଲେ ପ୍ରତ୍ୟକ୍ଷ ଭାବରେ ମୁହାଁମୁହିଁ ବୃହତ୍ ଯୁଦ୍ଧରେ ଅବତୀର୍ଣ୍ଣ ହୋଇନଥିଲେ, ବରଂ ଛାୟା ଯୁଦ୍ଧ ବାପ୍ରୋକ୍ସି ଯୁଦ୍ଧ , ମହାକାଶ
ପ୍ରତିଯୋଗିତା ଏବଂ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତା ମାଧ୍ୟମରେ ଲଢ଼ିଥିଲେ। ଶୀତଳ ଯୁଦ୍ଧର ମୁଖ୍ୟ ଉଦ୍ଦେଶ୍ୟ ବା କାରଣ ଥିଲା ବିଚାରଧାରାର ସଂଘର୍ଷ , ଗଣତନ୍ତ୍ର, ବ୍ୟକ୍ତି ସ୍ବାଧୀନତା ଏବଂ ପୁଞ୍ଜିବାଦର ସଂଘର୍ଷ।ଏକଚାଟିଆ ଶାସନ ଏବଂ ସାମ୍ୟବାଦ/କମ୍ୟୁନିଜମ୍ର ସମର୍ଥକ ଥିଲା, ଯେଉଁଥିରେ ସମ୍ପତ୍ତି ସରକାରଙ୍କ ନିୟନ୍ତ୍ରଣରେ ଥାଏ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବ୍ରିଟେନ୍ ଓ ଫ୍ରାନ୍ସ ଭଳି ପାରମ୍ପରିକ ବିଶ୍ୱଶକ୍ତି ଦୁର୍ବଳ ହୋଇପଡ଼ିଥିଲେ। ବିଶ୍ୱରେ କେବଳ ଦୁଇଟି ନୂତନ ମହାଶକ୍ତି ( ସୁପର ପାଓ୍ବାର) ଆମେରିକା ଓ ସୋଭିଏତ୍ ସଂଘ ଉଭା ହୋଇଥିଲେ, ଯାହାଙ୍କ ମଧ୍ୟରେ ପ୍ରାଧାନ୍ୟ ବିସ୍ତାର ପାଇଁ ପ୍ରତିଯୋଗିତା ଆରମ୍ଭ ହୋଇଥିଲା।
୧୯୪୫ ମସିହାରେ ଆମେରିକା ଜାପାନ ଉପରେ ପରମାଣୁ ବୋମା ପକାଇବା ପରେ ସୋଭିଏତ୍ ସଂଘ ନିଜକୁ ଅସୁରକ୍ଷିତ ମଣିଥିଲା। ୧୯୪୯ ରେ ସୋଭିଏତ୍ ସଂଘ ମଧ୍ୟ ନିଜର ପ୍ରଥମ ପରମାଣୁ ପରୀକ୍ଷଣ କଲା, ଯାହା ଦୁଇ ଦେଶ ମଧ୍ୟରେ ବିପୁଳ ଆଣବିକ ଅସ୍ତ୍ରଶସ୍ତ୍ର ସଂଗ୍ରହର ପ୍ରତିଯୋଗିତା ସୃଷ୍ଟି କଲା।
ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପୂର୍ବ ୟୁରୋପୀୟ ଦେଶଗୁଡ଼ିକରେ ସୋଭିଏତ୍ ସଂଘ କମ୍ୟୁନିଷ୍ଟ ସରକାର ଗଠନ କରାଇଲା। ଏହାକୁ ରୋକିବା ପାଇଁ ଆମେରିକା "ଟ୍ରୁମ୍ୟାନ୍ ସିଦ୍ଧାନ୍ତ"ଏବଂ "ମାର୍ଶଲ୍ ଯୋଜନା" ଜରିଆରେ ପଶ୍ଚିମ ୟୁରୋପକୁ ଆର୍ଥିକ ଓ ସାମରିକ ସହାୟତା ଦେଲା। ଆମେରିକାର ନେତୃତ୍ୱରେ ନାଟୋ ୧୯୪୯ରେ ଗଠିତ ହୋଇଥିଲା ।ଏହାର ଜବାବରେ ସୋଭିଏତ୍ ସଂଘ ୧୯୫୫ ରେ ଓ୍ବାରସ ପାକ୍ଟ ଗଠନ କରିଥିଲା ।
ଉତ୍ତର କୋରିଆ (ସୋଭିଏତ୍-ଚୀନ୍ ସମର୍ଥିତ) ଏବଂ ଦକ୍ଷିଣ କୋରିଆ (ଆମେରିକା ସମର୍ଥିତ) ମଧ୍ୟରେ ଯୁଦ୍ଧ ଫଳରେ କୋରିଆ ଦୁଇ ଭାଗରେ ବିଭକ୍ତ ହୋଇରହିଗଲା। ସେହିପରି ଭିଏତନାମର ୧୯୫୫ ରୁ ୧୯୭୫ ଇତିହାସ ବ୍ୟାପକ । ନିକଟରେ ଆମେ ଭିଏତନାମ ଯାଇ ଏହାର ଇତିହାସ ଅଧ୍ୟୟନ କରିଥିଲୁ ।ଉତ୍ତର ଭିଏତନାମ୍ର କମ୍ୟୁନିଷ୍ଟ ଶାସନକୁ ରୋକିବା ପାଇଁ ଆମେରିକା ପ୍ରତ୍ୟକ୍ଷ ଭାବେ ଯୁଦ୍ଧରେ ଯୋଗ ଦେଇଥିଲା, ଯେଉଁଥିରେ ଆମେରିକାକୁ ବହୁତ କ୍ଷତି ସହିବାକୁ ପଡ଼ିଥିଲା। ସେହିପରି ୧୯୬୨ର କ୍ୟୁବା ଆଣବିକ ସଙ୍କଟ , ଯେତେବେଳେ ସୋଭିଏତ୍ ସଂଘ କ୍ୟୁବାରେ ଆଣବିକ କ୍ଷେପଣାସ୍ତ୍ର ସ୍ଥାପନ କରିବାରୁ ବିଶ୍ୱ ତୃତୀୟ ବିଶ୍ୱଯୁଦ୍ଧର ଅତି ନିକଟତର ହୋଇଯାଇଥିଲା। ପରେ ଆପୋଷ ଆଲୋଚନା ମାଧ୍ୟମରେ ଏହା ଶାନ୍ତ ହୋଇଥିଲା। ଅତଏବ ବର୍ଲିନ ପାଚେରୀ ଇତିହାସର ପ୍ରଭାବରେ ପ୍ରଭାବିତ ହୋଇଥିଲା ସମଗ୍ର ବିଶ୍ବ, ବ୍ୟକ୍ତିଗତ ଭାବେ ଆମେ ପ୍ରଭାବିତ । ପ୍ରତିଦିନ ଭଳି ଆମେ ଆମ ରାଜ୍ୟର, ଦେଶର , ଏପରିକି ବିଶ୍ବର ବିଭିନ୍ନ ଘଟଣା ସମ୍ପର୍କରେ, ମହାପୁରୁଷ ମାନଙ୍କ ସ୍ମୃତି ଚାରଣ ଦିବସରେ ଶ୍ରଦ୍ଧାବଚନାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସମୟରେ ମୁଖ ପୁସ୍ତକରେ ଉପସ୍ଥାପନ ବିଗତ ତେର ବର୍ଷ ଧରି କରିଆସୁଛୁ । ଆଜି ଉପସ୍ଥାପିତ ତଥ୍ୟକୁ ସୁବାର୍ତ୍ତାର ପାଠକ ମାନଙ୍କ ଅବଗତି ନିମନ୍ତେ ଅବିକଳ ନକଲ ଉଲ୍ଲେଖ କରୁଛୁ । "
ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଜର୍ମାନୀ ଏବଂ ଏହାର ରାଜଧାନୀ ବର୍ଲିନ୍ ଦୁଇ ଭାଗରେ ବିଭକ୍ତ ହୋଇଥିଲା। ପୂର୍ବ ଜର୍ମାନୀରୁ ଲୋକମାନେ (ବିଶେଷ କରି ଶିକ୍ଷିତ ଓ ଦକ୍ଷ ନାଗରିକ) ସ୍ୱାଧୀନତା ଏବଂ ଭଲ ଜୀବନଜୀବିକା ଆଶାରେ ପଶ୍ଚିମ ବର୍ଲିନ୍କୁ ପଳାୟନ କରୁଥିଲେ। ଏହି ଗମନାଗମନକୁ ରୋକିବା ପାଇଁ ପୂର୍ବ ଜର୍ମାନୀ ସରକାର ରାତାରାତି ଏହି ପାଚେରୀ ନିର୍ମାଣ କରିଥିଲେ ଆଜିର ତାରିଖରେ,୧୯୬୧ ମସିହାରେ । ଏହି ପାଚେରୀର ସମୁଦାୟ ଲମ୍ବ ଥିଲା ୧୫୫ କିଲୋମିଟର ଏବଂ ଏହା ଭଙ୍ଗା ଯାଇଥିଲା ନଭେମ୍ବର ୯ ତାରିଖରେ । ଅତଏବ ଏହାର ଆୟୁଷ ଥିଲା ୨୮ ବର୍ଷ । ଆପଣ ମାନଙ୍କ ମନରେ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ ଏଭଳି ଉପସ୍ଥାପନର ପ୍ରାସଙ୍ଗିକତା କ'ଣ ? ଏହି ଇତିହାସ ଆମକୁ ପ୍ରେରଣା ଦିଏ । ସଂକ୍ଷେପରେ କହିଲେ ଯଦି ବର୍ଲିନ ପାଚେରୀ ଭାଙ୍ଗିଲା , ତେବେ ଇଷ୍ଟ ଇଣ୍ଡିଆ କମ୍ପାନୀ ଶାସନ ସମୟରେ ବ୍ରିଟିଶ ମାନଙ୍କ ଦ୍ଵାରା ପ୍ରାଚୀନ ଉତ୍କଳର ଅଙ୍ଗ ଛେଦନ ହୋଇଥିଲା , ଚାରୋଟି ଅଦୃଶ୍ୟ ପାଚେରୀ ଠିଆ କରାଇ ଦିଆଯାଇ ଥିଲା । ୨୨୨ ବର୍ଷ ଧରି ଆମର ଓଡ଼ିଆ ଭାଇ ଭଉଣୀ ମାନେ ବିଭିନ୍ନ ବିଜାତୀୟ ମାନଙ୍କ ଦ୍ଵାରା ନିର୍ଯ୍ୟାତନାର ଶିକାର ହୋଇ ଆସୁଛନ୍ତି । ବିଚ୍ଛିନ୍ନାଞ୍ଚଳର ଆର୍ତ୍ତ ଚିତ୍କାର ଆମ ମାନଙ୍କ କର୍ଣ୍ଣ ଗହ୍ୱରରେ ସାମାନ୍ୟ ପ୍ରତିଧ୍ଵନି ସୃଷ୍ଟି କରି ପାରି ନାହିଁ । ମାର୍ଚ୍ଚ ୩ ତାରିଖ,୧୯୩୬ ମସିହାରେ ଉତ୍କଳର ଏକ ଖଣ୍ଡିତ ଭୌଗୋଳିକ ଅଂଶ କୁ ରେଖାଙ୍କିତ କରି ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ରାଜପତ୍ର ବ୍ରିଟିଶ ସଂସଦରୁ ପ୍ରକାଶ ପାଇଲା । ଯେଉଁ ତାରିଖରେ ସମଗ୍ର ବିଶ୍ୱବାସୀ "ବୋକା ଦିବସ ବା ଅପ୍ରେଲ ଫୁଲ" ପାଳନ କରି ଆସୁଛନ୍ତି, ସେହି ଦିନ ଠାରୁ ୧୯୩୬ ମସିହାରେ କାର୍ଯ୍ୟକାରୀ ହେବ ବୋଲି ଦର୍ଶାଇ ଦିଆ ଯାଇଥିଲା । ତଦାନୁସାରେ ଅପ୍ରେଲ ୧ ତାରିଖରେ ପ୍ରଥମ ରାଜ୍ୟପାଳ ସାର୍ ଜନ୍ ଅଷ୍ଟିନ୍ ହବାକ୍ ଦାୟିତ୍ଵ ଗ୍ରହଣ କରିଥିଲେ । ଏହା ଭିତରେ ୯୦ ବର୍ଷ ଅତିକ୍ରାନ୍ତ , ଚାରୋଟି ପାଚେରୀ ଭାଙ୍ଗି ପୂର୍ଣ୍ଣାଙ୍ଗ ଉତ୍କଳ ଗଠନ ହୋଇ ପାରିଲା ନାହିଁ । କେତେକ ବ୍ୟକ୍ତି ବିଶେଷଙ୍କ ଦ୍ଵାରା ଉଦ୍ୟମ ହୋଇ ଆସିଛି ସତ୍ୟ ମାତ୍ର ତାହା ସରକାର କିମ୍ବା ଓଡ଼ିଶାବାସୀ, ବିଚ୍ଛିନ୍ନାଞ୍ଚଳ ବାସୀଙ୍କୁ ପ୍ରଭାବିତ କରି ପାରି ନାହିଁ । ଜଣେ ୯୦ ବର୍ଷାତିକ୍ରାନ୍ତ ମାଟି ମନସ୍କ, ଅତୁଳନୀୟ ଓଡିଆ ଭାଷା ସାହିତ୍ୟ ସଂସ୍କୃତି ପ୍ରାଣ ବରେଣ୍ୟ ପର୍ଶୁରାମ ଦ୍ବିବେଦୀ ଙ୍କ ଦ୍ଵାରା ପ୍ରତିଷ୍ଠିତ " ପୂର୍ଣ୍ଣାଙ୍ଗ ଉତ୍କଳ ନ୍ୟାସ ମଣ୍ଡଳୀ" , ଯାହାର ଅଧୁନା ସଭାପତି ଅଛନ୍ତି ଅଗ୍ରଜ ସୀତା ବଲ୍ଲଭ ମହାପାତ୍ର , ଯେଉଁଥିରେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, କବି ରମାକାନ୍ତ ମିଶ୍ର, ବିରଜା ଶତପଥୀ,ରାମ ନାରାୟଣ ମିଶ୍ର, ମୁରଲୀଧର ଭାଷ୍ୟମ ଙ୍କ ଭଳି ମାଟି ଓ ସଂସ୍କୃତି ପ୍ରାଣ ମାନେ ସଦସ୍ୟ ଅଛନ୍ତି ଓ ବିଭିନ୍ନ କାର୍ଯ୍ୟକ୍ରମ ରାଜ୍ୟରେ ଏବଂ ବିଚ୍ଛିନ୍ନାଞ୍ଚଳରେ କରୁଛନ୍ତି । ସ୍ବର୍ଗତ କାଳୀ ପ୍ରସାଦ ସାମନ୍ତରାୟ ନିଜ ଜୀବଦ୍ଦଶାରେ ଏଥିପାଇଁ ଅନେକ କାର୍ଯ୍ୟକ୍ରମ କରି ଯାଇଛନ୍ତି, ଯାହାର ତାଲିକା ଖୁବ୍ ପ୍ରଲମ୍ବିତ । ବିସ୍ତୃତ ବିବରଣୀ ଆସନ୍ତା କାଲିର " ସୁବାର୍ତ୍ତା"ର ଅଗ୍ରଲେଖ ରେ ପ୍ରକାଶ ପାଇବାକୁ ଯାଉଛି ।" । ପ୍ରତିଶ୍ରୁତି ଅନୁଯାୟୀ ଏଠାରେ ଉଲ୍ଲେଖ କରୁଛୁ ବିଭାଜନର ବିଭୀଷିକା । ବିଭାଜନ ବିଭୀଷିକା ସ୍ମୃତିର ଇତିହାସକୁ ଯୁବପିଢିଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୧ ମସିହାରେ ଅଗଷ୍ଟ ୧୪କୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଭାବେ ପାଳନ କରିବା ପାଇଁ ଘୋଷଣା କରିଥିଲେ । ଭାରତର ପ୍ରତିଟି ନାଗରିକମାନେ ଏହି ବିଭାଜନ କଥାକୁ ଭୁଲିବା ଉଚିତ୍ ନୁହେଁ । ଏହା ଉପରେ ଶିକ୍ଷା ଆହରଣ କରିବା ସହ ଭାରତ ଉପରେ ତା’ର ପ୍ରଭାବ କ’ଣ ପଡିଥିଲା, ସେହି ବିଷୟକୁ ପାଥେୟ କରି ଇତିହାସକୁ ବୁଝି ଆଗକୁ ବଢିଲେ ହିଁ ଆମ ଦେଶର ସ୍ୱତନ୍ତ୍ରତା ସ୍ଥାୟୀ ହୋଇ ରହିବ । ବିକଶିତ ଭାରତର ମାର୍ଗ ମଧ୍ୟ ପ୍ରଶସ୍ତ କରିପାରିବା ବୋଲି ସେ କହିଥିଲେ । ମାତ୍ର ବାସ୍ତବ ତଥ୍ୟକୁ ଉପଜିବ୍ୟ କରି ଏଯାବତ ବିଭାଜନର ପୃଷ୍ଠଭୂମି ସମ୍ପର୍କରେ ଆଲୋଚନା ନହେବା ଏକ ଭୟଙ୍କର ଐତିହାସିକ ବିଡମ୍ବନା । ଯଦିଓ ବିଭାଜନ ସମ୍ପର୍କରେ "ଫ୍ରିଡମ ଆଟ ମିଡ ନାଇଟି"
ନିଶାର୍ଦ୍ଧରେ ସ୍ବାଧୀନତା ପୁସ୍ତକରେ ସମ୍ୟକ ସୂଚନା ଦେଇଥିଲେ ଡୋମିନିକି ଲାପିଅର ଓ ଲେରି କୋଲିନ୍ସ। କଥା ହେଉଛି କୌଣସି ଘଟଣା ରାତାରାତି ହୋଇନଥାଏ ବା ହଠାତ ହୋଇ ନଥାଏ । ଏକ ଯୋଜନାବଦ୍ଧ ଧାରାବାହିକ କ୍ରିୟାର ପ୍ରତିକ୍ରିୟା ପରିଣତି, ରାଜନୈତିକ, ଆଧ୍ୟାତ୍ମିକ, ସାମାଜିକ , ସିଦ୍ଧାନ୍ତ ଗତ ,ଅବକ୍ଷକ୍ଷୀ ଲୋକ ଓ କ୍ଷମତା ଲିପ୍ସୁ ନେତୃ ଚରିତ୍ର କୁ ଉପଜିବ୍ୟ କରି ଘଟିଥାଏ ଏକ ବିଡମ୍ବନା, ଯାହାର ପ୍ରତିଫଳନରେ ସମାଜ ହୋଇଚାଲିଥାଏ କ୍ଷତାକ୍ତ ।ଏଠାରେ ପ୍ରସଙ୍ଗ କ୍ରମେ ଉଲ୍ଲେଖଯୋଗ୍ୟ ଯେ ୧୯୪୭ ମସିହା , ଜୁନ୍ ୩ ତାରିଖ, ଅବିସ୍ମରଣୀୟ ଇତିହାସରେ ଏହି ଦିନ ଯେବେ ଭାରତର ୪୦ କୋଟି ଲୋକଙ୍କ ସ୍ୱାଧୀନତାର ଦିନ ଭାବେ ୧୫ ଅଗଷ୍ଟକୁ ନିର୍ଣ୍ଣୟ କରାଯାଇଥିଲା । ତାସହିତ ମହମ୍ମଦ ଅଲ୍ଲୀ ଜିହ୍ନାଙ୍କ ପାକିସ୍ତାନ ଗଠନ କରିବାର ସ୍ୱପ୍ନ ମଧ୍ୟ ପୂରଣ ହୋଇଯାଇଥିଲା ।ଭାରତ-ପାକିସ୍ତାନର ବିଭାଜନ ପାଇଁ ପାଖାପାଖି ୭୩ ଦିନର ସମୟ ଦିଆଯାଇଥିଲା । କିନ୍ତୁ ଏହି ବିଭାଜନ ଏତେବି ସହଜ ନଥିଲା । ଦେଶର ବିଭାଜନ, ମାଟିର ବିଭାଜନ, ନଈର ବିଭାଜନ, ଭାରତରେ ଥିବା ନଗଦ ଟଙ୍କାର ବିଭାଜନ । ଏହାଛଡା ରିଜର୍ଭ ବ୍ୟାଙ୍କରେ ଥିବା ସୁନା ଇଟା, କଳା କୋତରା ନୋଟ ସହ ଭାରତରେ ଥିବା ଗୋଟିଏ ଗୋଟିଏ ଡାକ ଟିକେଟର ବିଭାଜନ ହେବାକୁ ଥିଲା ।ଏହି ବିଭାଜନ ପାଇଁ ଦୁଇ ଅନୁଭବିଙ୍କୁ ଚୟନ କରାଗଲା । ଯାହାଙ୍କ ଭିତରୁ ଜଣେ ଥିଲେ ଏଚ. ଏମ୍. ପଟେଲ ଓ ଅନ୍ୟ ଜଣଙ୍କ ଥିଲେ ଚୌଧୁରୀ ମହମ୍ମଦ ଅଲ୍ଲୀ ।ଏହି ଦୁଇ ଅଧିକାରୀଙ୍କ ତଳେ ଅନେକ ଛୋଟ ବଡ଼ ଅଧିକାରୀ ଥିଲେ, ଯେଉଁମାନେ ଅଲଗା ଅଲଗାସ୍ଥାନରୁ ରିପୋର୍ଟ ତିଆରି କରି ଏହି ଦୁଇ ଅଧିକାରୀଙ୍କ ନିକଟକୁ ପଠାଉ ଥିଲେ । ସେହି ରିପୋର୍ଟ ଆଧାରରେ ଦୁଇ ଅଧିକାରୀ ବିଭାଜନର ସିଫରିସ ପ୍ରସ୍ତୁତ କରୁଥିଲେ ।ଯାହାକୁ ପରେ ବିଭାଜନ ପରିଷଦ ପାଖକୁ ପଠା ଯାଉଥିଲା । ଏହି ବିଭାଜନ ପରିଷଦର ଅଧକ୍ଷ ଥିଲେ ଲର୍ଡ଼ ମାଉଣ୍ଟ ବେଟନ।
ବିଭାଜନ ଆରମ୍ଭ ହେଲା ପ୍ରଥମେ ଦେଶର ନାମରୁ । ‘ଭାରତ’ ନାମ ପାଇଁ ଉଭୟ ପାକିସ୍ତାନ ଓ ଭରତ ଭିତରେ ପ୍ରଥମେ ଟଣା ଓଟରା ହୋଇଥିଲା । ସେସମୟରେ କଂଗ୍ରେସ ଏହି ବହୁମୂଲ୍ୟ ସମ୍ପତ୍ତି ର ଦାବି ରଖି ଥିଲା । ଅସଲରେ ଭାରତର ନାମ ବଦଳାଇ ହିନ୍ଦୁସ୍ତାନ ରଖିବାକୁ ପ୍ରସ୍ତାବ ଆସିଥିବା ବେଳେ କଂଗ୍ରେସ ଏହି ପ୍ରସ୍ତାବକୁ ଖାରଚ କରିଦେଇଥିଲା । କଂଗ୍ରେସ କହିଥିଲା “ପାକିସ୍ତାନ ଭାରତକୁ ଛାଡିକି ଯାଉଛି, ତେଣୁ ଭାରତ ନାମର ଅସଲ ହକଦାର ଆମେ ହିଁ ଅଟୁ” । ଏ କ୍ଷେତ୍ରରେ ପାକିସ୍ତାନକୁ ନିରାଶ ହେବାକୁ ପଡିଥିଲା । ଏହି ବିଭାଜନ ବେଳେ ସବୁଠୁ ବେଶି ତୁତୁ- ମେମେ ହୋଇଥିଲା ପଇସାକୁ ନେଇକି । ଝଗଡା ଏତେ ବଢିଗଲା ଯେ, ଏଚ. ଏମ୍ ପଟେଲ ଓ ଚୌଧୁରୀ ମହମ୍ମଦ ଅଲ୍ଲି ଗୋଟିଏ ନିଷ୍ପତ୍ତିରେ ନପହଂଚିବା ଯାଏଁ ସର୍ଦ୍ଦାର ପଟେଲଙ୍କ ଘରର ଗୋଟିଏ ବଖରାରେ ଦୁହିଁଙ୍କୁ ବନ୍ଦ କରିଦିଆଗଲା। ସେ ଯାହାବି ହେଉ ଅନେକ ଦିନ ସୌଦାବାଜୀ ପରେ, ଏ ଦୁଇ ଜଣ ଏହି ନିଷ୍ପତ୍ତି ନେଲେ ଯେ ଭାରତର ବ୍ୟାଙ୍କରେ ଥିବା ଟଙ୍କା ଓ ଇଂରେଜ ମାନଙ୍କଠାରୁ ମିଳିଥିବା ଟଙ୍କାର ୧୭.୫% ଭାଗ ପାକିସ୍ତାନ କୁ ମିଳିବ । ଏହା ବଦଳରେ ପାକିସ୍ଥାନ ଭାରତ ଉପରେ ଥିବା ଋଣର ୧୭.୫% ସୁଝିବ ବୋଲି ନିଷ୍ପତ୍ତି ନିଆଗଲା ।ଏହାଛଡା ଭାରତ ସରକାରଙ୍କ ସରକାରୀ କାର୍ଯ୍ୟାଳୟରେ ଥିବା ସମ୍ପତ୍ତି ଭିତରୁ ୮୦ ପ୍ରତିଶତ ଭାଗ ଭାରତକୁ ଓ ୨୦ ପ୍ରତିଶତ ଭାଗ ପାକିସ୍ତାନକୁ ଦିଆ ଯିବାର ନିଷ୍ପତ୍ତି କରାଗଲା । ଚେୟାର ଟେବୁଲ ଠାରୁ ଆରମ୍ଭ କରି ଟାଇପ ରାଇଟର ଯାଏଁ ସମସ୍ତ ଜିନିଷର ଭାଗ ହେବା ଆରମ୍ଭ ହୋଇଗଲା । ଏହି ବିଭାଜନରେ ୧୮,୦୭୭ ମାଇଲ ଲମ୍ବ ସଡ଼କରୁ ୪୯୧୩ ମାଇଲ ସଡ଼କ ଓ ୨୬,୪୨୧ ମାଇଲ ରେଳ ଲାଇନରୁ ୭,୧୧୨ ମାଇଲ ରେଲ ଲାଇନ ପାକିସ୍ତାନ ଭାଗରେ ପଡ଼ିଥିଲା ।ଖାଲି ଏତିକି ନୁହେଁ, ଭରତର ଲାଇବ୍ରେରୀରେ ଥିବା ବହି ଗୁଡିକୁ ମଧ୍ୟ ଦୁଇ ଦେଶ ମଧ୍ୟରେ ବଣ୍ଟା ଯାଇଥିଲା ।ଭାରତରେ ନୋଟ ଛାପିବା ପାଇଁ ଗୋଟିଏ ହି ପ୍ରେସ ଥିଲା । ଭାରତ ଏଥିରୁ ଭାଗ ଦେବାକୁ ସଫା ସଫା ମନ କରି ଦେଇଥିଲା । ଯାହାଫଳରେ ଭାରତୀୟ ନୋଟରେ ପାକିସ୍ତାନୀ ମୋହର ମାରି କିଛିଦିନ ପାଇଁ କାମ ଚଳାଇଥିଲା ପାକିସ୍ତାନ । ବିଭାଜନର ପରିବେଶ
ଏତେ ଚରମ ପରିସ୍ଥିତିରେ ଥିଲା ଯେ କିଛି ପାକିସ୍ତାନୀ ମୁସଲମାନ ଚାହୁଁଥିଲେ କି ତାଜମହଲକୁ ଭାଙ୍ଗୀ ପାକିସ୍ତାନ ନେଇଯିବା ପାଇଁ, ସେହିଭଳି କିଛି ହିନ୍ଦୁ ସାଧୁଙ୍କ ମତ ଆନୁସାରେ ସିନ୍ଧୁ ନଦୀ ଯାହା କୂଳରେ ବସି ଅନେକ ବେଦ ପୁରାଣ ଲେଖା ଯାଇଛି କୌଣସି ବି ପରିସ୍ଥିତିରେ ତାହା ଭାରତରେ ରହିବା ଉଚିତ ।ସବୁ ବିଭାଜନ ସହ ଭାରତୀୟ ସେନାର ମଧ୍ୟ ବିଭାଜନ କରା ଯାଇଥିଲା । ସମୁଦାୟ ସେନାର ୨/୩ ଯବାନ ଭାରତ ଭାଗରେ ରହିବା ବେଳେ ପାକିସ୍ତାନ ଭାଗରେ ପଡିଥିଲା ୧/୩ ଭାଗ ।ବିଭାଜନର ଏହି ପ୍ରକ୍ରିୟାରୁ ଗୋଟିଏ ଜିନିଷକୁ ଦୂରରେ ରଖାଯାଇଥିଲା । ଏବଂ ତାହା ହେଉଛି ଭାରତର ଗୁପ୍ତଚର ବିଭାଗ । ଏହି ବିଭାଗର ଏକ ଫାଇଲ ତ ଦୂରର କଥା କାଳି ଟିକେ ମଧ୍ୟ ଦେବାକୁ ଏହାର ଅଧିକାରୀମାନେ ମନା କରି ଦେଇଥିଲେ । ସେହିପରି ବର୍ଲିନ ପାଚେରୀ ଇତିହାସରୁ ସମଗ୍ର ବିଶ୍ଵରେ ଯଦି କେଉଁ ଅଞ୍ଚଳ ଶିକ୍ଷା ଲାଭ କରିବାର ଅଧିକ ପ୍ରାସଙ୍ଗିକ ରହିଛି, ତାହା ହେଉଛି ଆମର ପ୍ରାଚୀନ ଉତ୍କଳର ଖଣ୍ଡିତ ରାଜନୈତିକ ଉତ୍କଳ, ଅର୍ଥାତ୍ ଓଡ଼ିଶାର ଜନସାଧାରଣ ।
ପ୍ରାୟ ପ୍ରତ୍ୟେକ ପୁରାଣ ଶାସ୍ତ୍ରରେ ପ୍ରାଚୀନ ଉତ୍କଳ, ଯାହା କେତେବେଳେ କଳିଙ୍ଗ ତ କେତେବେଳେ ଉଡ୍ର ହୋଇଥିଲା, ତାହା ସମ୍ପର୍କରେ ଉଲ୍ଲେଖ ରହିଛି । ସତ୍ୟ ,ତ୍ରେତୟା, ଦ୍ଵାପର ଯୁଗରେ ସମୃଦ୍ଧ କଳିଙ୍ଗର ପ୍ରଶଂସାରେ ଶତମୁଖର ଆମର ପୁରାଣ ଶାସ୍ତ୍ର । ଅତଏବ ପ୍ରାଚୀନ କାଳରେ ଉତ୍କଳ ବା କଳିଙ୍ଗ ଏକ ବିଶାଳ ଓ ସମୃଦ୍ଧ ସାମ୍ରାଜ୍ୟ ଥିଲା। ଏହାର ସୀମା ଉତ୍ତରରେ ଗଙ୍ଗା ନଦୀ ଠାରୁ ଦକ୍ଷିଣରେ ଗୋଦାବରୀ ନଦୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା। କିନ୍ତୁ ସମୟକ୍ରମେ ରାଜନୈତିକ ଅସ୍ଥିରତା, ବୈଦେଶିକ ଆକ୍ରମଣ ଏବଂ ପରବର୍ତ୍ତୀ ସମୟରେ ଇଂରେଜମାନଙ୍କ ବିଭାଜନ ନୀତି ଯୋଗୁଁ ଏହି ବିଶାଳ ପ୍ରଦେଶ ନିଜର ଅନେକ ସୀମାନ୍ତ ଅଞ୍ଚଳ ହରାଇ ବିଖଣ୍ଡିତ ହୋଇପଡ଼ିଥିଲା , ପଡି ରହିଛି । ଫେବୃଆରୀ ୧୨,
୧୫୬୮ ମସିହାରେ ଓଡ଼ିଶାର ଶେଷ ସ୍ଵାଧୀନ ହିନ୍ଦୁ ସମ୍ରାଟ ମୁକୁନ୍ଦଦେବଙ୍କ ଗୋହିରୀଟିକିରୀ ଯୁଦ୍ଧରେ ପରାଜୟ ପରେ ଓଡ଼ିଶାର ସ୍ଵାଧୀନତା ରବି ହୋଇଥିଲା ଅସ୍ତମିତ ।ଆଫଗାନ, ମୋଗଲ ଓ ପରେ ମରାଠାମାନଙ୍କ ଶାସନ କାଳରେ ଉତ୍କଳର ବିଭିନ୍ନ ଅଞ୍ଚଳ ସେମାନଙ୍କ ଶାସନଗତ ସୁବିଧା ଦୃଷ୍ଟିରୁ ପୃଥକ ପୃଥକ କରି ଦେଇଥିଲେ । ୧୮୦୩ ରେ ଦେଶର ଶେଷ ଦୁର୍ଗ ଦାଖଲ କରିଥିଲା ଇଷ୍ଟ ଇଣ୍ଡିଆ କମ୍ପାନୀ , ତାହା ଥିଲା ଖୋରଧାର ବରୁଣେଇ ଦୁର୍ଗ, ଯାହାର ଇତିହାସ ବ୍ୟାପକ । ସେମାନେ ଶ୍ରୀକର ଭଞ୍ଜ , ଜୟୀ ରାଜଗୁରୁ , ଚକରା ବିଷୋଇ,ଦୋହରା ବିଶୋଇ, ୧୮୧୭ ରେ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ରଙ୍କ ନେତୃତ୍ବରେ ହୋଇଥିବା ଭାରତର ପ୍ରଥମ ମୁକ୍ତି ଆନ୍ଦୋଳନ "ପାଇକ ସଂଗ୍ରାମ, ପିଣ୍ଡିକି ବାହୁ ବଳେନ୍ଦ୍ର, ବୀର ସୁରେନ୍ଦ୍ର ସାଏ,କୃତ୍ତିବାସ ପାଟଶାଣୀ, ଚାଖି ଖୁଣ୍ଟିଆ , ତାପଙ୍ଗ ଗଡର ଦଳବେହେରା ମାଧବ ଚନ୍ଦ୍ର ରାଉତରାୟ ମାନଙ୍କ ଭଳି ବଳବଳୀଆର ମାନଙ୍କ ବୀରତ୍ୱର ପରିଚୟ ପାଇ, ଐର ଖାରବେଳ, ସମ୍ରାଟ ଗଜପତି କପିଳେନ୍ଦ୍ର ଦେବଙ୍କର ଦିଗ୍ ବଳୟ ଇତିହାସ ଜାଣି ସିଦ୍ଧାନ୍ତରେ ଉପନୀତ ହେଲେ ଯେ ଯଦି ଉତ୍କଳର ସଂହତି ଅକ୍ଷୁର୍ଣ୍ଣ ଥାଆନ୍ତା , ତେବେ ବିଶ୍ବର କୌଣସି ଶକ୍ତି ଉତ୍କଳ ବିରୋଧରେ ଯୁଦ୍ଧ କରିବାକୁ ସାହସ କରିନଥାନ୍ତେ । ବିଭାଜନ ହିଁ ଓଡ଼ିଶାର ବିପର୍ଯ୍ୟୟର ପ୍ରମୁଖ କାରଣ । ଅତଏବ ସେମାନେ ଉତ୍କଳର ଅଙ୍ଗ ଛେଦନ କଲେ । ମେଦିନୀପୁର, ବାଲେଶ୍ଵର, କଟକ, ଯାଜପୁର ଓ ପୁରୀ ଆଦି ଅଞ୍ଚଳ ବଙ୍ଗ ପ୍ରେସିଡେନ୍ସିର ଅଧୀନରେ ରଖିଲେ। ଗଞ୍ଜାମ, କୋରାପୁଟ, ଗଜପତି ଓ ବିଶାଖାପାଟଣା ପ୍ରଭୃତି ଅଞ୍ଚଳକୁ ମାନ୍ଦ୍ରାଜ ପ୍ରେସିଡେନ୍ସି ସହ ମିଶାଇ ଦେଲେ । ସମ୍ବଲପୁର, ସୋନପୁର, ବଲାଙ୍ଗୀର, କଳାହାଣ୍ଡି ପ୍ରଭୃତି ଅଞ୍ଚଳକୁ କେନ୍ଦ୍ରୀୟ ପ୍ରଦେଶର ଅନ୍ତର୍ଭୁକ୍ତ କରାଇ ଦେଲେ । ୧୯୧୨ ମସିହାରେ ବଙ୍ଗରୁ ଆଲଗା ହୋଇ 'ବିହାର-ଓଡ଼ିଶା' ନାମରେ ଏକ ନୂତନ ପ୍ରଦେଶ ଗଠନ କରାଗଲା, ଯେଉଁଥିରେ ଓଡ଼ିଶା ଏକ ଗୌଣ ଅଞ୍ଚଳ ଭାବେ ରହିଲା। ଏହି ବିଭାଜନ ଯୋଗୁଁ ଓଡ଼ିଆ ଭାଷାଭାଷୀ ଲୋକମାନେ ନିଜ ନିଜ ପ୍ରଦେଶରେ ଅଳ୍ପସଂଖ୍ୟକ ହୋଇପଡ଼ିଲେ । ଉତ୍ତରରେ ବଙ୍ଗଳା ଭାଷା, ଦକ୍ଷିଣରେ ତେଲୁଗୁ ଭାଷା ଏବଂ ପଶ୍ଚିମରେ ହିନ୍ଦୀ ଭାଷାକୁ ସରକାରୀ ଓ ବିଦ୍ୟାଳୟ ସ୍ତରରେ ଲଦିଦେବାକୁ ଚେଷ୍ଟା କରାଗଲା।ଓଡ଼ିଆ ଭାଷାର ଅସ୍ତିତ୍ଵ ପ୍ରତି ବିପଦ ସୃଷ୍ଟି ହେଲା, ଯାହା ଓଡ଼ିଆ ଜାତିର ସାଂସ୍କୃତିକ ଓ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିଦେଇଥିଲା। ଏହା ପରବର୍ତ୍ତୀ ଇତିହାସ ଅତ୍ୟନ୍ତ ଭୟଙ୍କର । ବାରାନ୍ତରରେ ବିଷଦ ଭାବେ ଆଲୋଚନା କରିବା ।
ଅନ୍ତର୍ଜାତୀୟ ଯୁବ ଦିବସର ଅନୁଚିନ୍ତା
ଅନ୍ତର୍ଜାତୀୟ ଯୁବ ଦିବସର ଅନୁଚିନ୍ତା
--------------------
୧୯୯୯ ମସିହାରେ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା ଦ୍ୱାରା 'ଯୁବ ମନ୍ତ୍ରୀଙ୍କ ବିଶ୍ୱ ସମ୍ମିଳନୀ'ର ସୁପାରିଶ କ୍ରମେ ଅଗଷ୍ଟ ୧୨ କୁ ଆନ୍ତର୍ଜାତିକ ଯୁବ ଦିବସ ଭାବେ ଘୋଷଣା କରାଯାଇଥିଲା। ଏହା ପରଠାରୁ ୨୦୦୦ ମସିହା, ଅଗଷ୍ଟ ୧୨ ରେ ପ୍ରଥମ କରି ଏହି ଦିବସ ପାଳିତ ହୋଇଥିଲା। ପ୍ରତିବର୍ଷ ସଂଯୁକ୍ତ ରାଷ୍ଟ୍ର ପକ୍ଷରୁ ଯୁବସମାଜ ସହ ଜଡ଼ିତ ଏକ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ଆଧାରରେ ଏହି ଦିବସ ପାଳନ କରାଯାଇ ବିଭିନ୍ନ କାର୍ଯ୍ୟକ୍ରମ, ଆଲୋଚନାଚକ୍ର ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଏ। ସମାଜ, ଦେଶ ଓ ବିଶ୍ୱର ବିକାଶରେ ଯୁବସମାଜର ଗୁରୁତ୍ୱପୂର୍ଣ୍ଣ ଯୋଗଦାନକୁ ସମ୍ମାନ ଜଣାଇବା ଏବଂ ସେମାନଙ୍କ ପ୍ରଗତିରେ ଆସୁଥିବା ଆହ୍ୱାନଗୁଡ଼ିକ ପ୍ରତି ଧ୍ୟାନ ଆକର୍ଷଣ କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଯୁବ ସଶକ୍ତିକରଣ, ଅର୍ଥାତ୍ ଯୁବପିଢ଼ିଙ୍କୁ ଶିକ୍ଷା, କୌଶଳ ବିକାଶ, ନବସୃଜନ (ଇନୋଭେସନ )ଏବଂ ନେତୃତ୍ୱ ନେବାରେ ପ୍ରୋତ୍ସାହିତ କରିବା। ସାମାଜିକ ସମସ୍ୟା , ବିଶେଷ କରି ବେକାରୀ, ମାନସିକ ସ୍ୱାସ୍ଥ୍ୟ, ଶିକ୍ଷାର ଅଭାବ, ଏବଂ ସାମାଜିକ ଅସମାନତା ଭଳି ପ୍ରମୁଖ ଯୁବ ସମସ୍ୟାଗୁଡ଼ିକ ଉପରେ ବିଶ୍ୱସ୍ତରରେ ଆଲୋଚନା କରିବା। ସେହିପରି ସାମାଜିକ ପରିବର୍ତ୍ତନ ଯଥା ଜଳବାୟୁ ପରିବର୍ତ୍ତନ, ପରିବେଶ ସୁରକ୍ଷା, ଏବଂ ନୀତି ନିର୍ଦ୍ଧାରଣରେ ଯୁବକମାନଙ୍କ ସକ୍ରିୟ ଭାଗିଦାରୀକୁ ସୁନିଶ୍ଚିତ କରିବା। ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଯେ ଭାରତରେ ପ୍ରତିବର୍ଷ ଜାନୁଆରୀ ୧୨ ତାରିଖକୁ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଏ। ଏହି ଦିନଟି ମହାନ ଦାର୍ଶନିକ, ବିଶ୍ବ ଆଧ୍ୟାତ୍ମିକ ଜଗତର ପ୍ରବାଦ ପୁରୁଷ, ଅକଳ୍ପନୀୟ ଚିନ୍ତକ, ଭାରତର ଗର୍ବଗୌରବ, ବିଶେଷ କରି ଯୁବପିଢ଼ିଙ୍କ ସର୍ବକାଳୀନ ଆଦର୍ଶ,ପ୍ରେରଣାର ଉତ୍ସ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ । ୧୯୮୪ ମସିହାରେ ଭାରତ ସରକାର ଜାନୁଆରୀ ୧୨ କୁ ଜାତୀୟ ଯୁବ ଦିବସ ଭାବେ ଘୋଷଣା କରିଥିଲେ। ୧୯୮୫ ମସିହାରୁ ଏହା ପ୍ରଥମ କରି ସାରା ଦେଶରେ ପାଳିତ ହୋଇଆସୁଛି। ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶ, ଚିନ୍ତାଧାରା ଓ କର୍ମପନ୍ଥା ଦ୍ୱାରା ଯୁବସମାଜକୁ ଅନୁପ୍ରାଣିତ କରିବା ଏବଂ ଦେଶ ଗଠନରେ ସେମାନଙ୍କ ଯୋଗଦାନକୁ ସକ୍ରିୟ କରିବା ହିଁ ଉଦ୍ଦେଶ୍ୟ। ତାଙ୍କର ସେହି କାଳଜୟୀ ଅମୃତ ବାଣୀ , ବୈପ୍ଳବିକ ଆହ୍ବାନ "ଉଠ, ଜାଗ ଏବଂ ଲକ୍ଷ୍ୟପ୍ରାପ୍ତ ନ ହେବା ପର୍ଯ୍ୟନ୍ତ ଅଟକ ନାହିଁ" ଭାରତର ପିଢ଼ି ପରେ ପିଢ଼ି ପାଇଁ ମହାମନ୍ତ୍ର । ସେହି ମହାମନ୍ତ୍ରରେ ଅଭିମନ୍ତ୍ରିତ ହେବା ପାଇଁ ଯୁବ ସମାଜକୁ ଦିଆ ଯାଇ ଆସୁଛି ଆହ୍ବାନ ।କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ପ୍ରତିବର୍ଷ ଏକ ସପ୍ତାହବ୍ୟାପୀ ,ଜାନୁଆରୀ ୧୨ ରୁ ୧୬) ପର୍ଯ୍ୟନ୍ତ ଜାତୀୟ ଯୁବ ମହୋତ୍ସବ ଆୟୋଜନ କରାଯାଇ ଆସୁଛି ।
ଏହି ଦିବସରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ବକ୍ତୃତା, ପ୍ରବନ୍ଧ ଲେଖା, ଆଲୋଚନାଚକ୍ର, ଚିତ୍ରାଙ୍କନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ ।ସ୍ୱାମୀଜୀ ଶାରୀରିକ ଓ ମାନସିକ ଶକ୍ତି ଉପରେ ଗୁରୁତ୍ୱ ଦେଉଥିବାରୁ ଏହି ଦିନ ଯୋଗ ଶିବିର ଏବଂ ଦଉଡକୁଦ ପ୍ରତିଯୋଗିତାର ମଧ୍ୟ ଆୟୋଜନ କରାଯାଇଥାଏ ।୧୮୯୩ ମସିହା ସେପ୍ଟେମ୍ବର ୧୧ ତାରିଖରେ ଆମେରିକାର ଶିକାଗୋ ସହରରେ ଆୟୋଜିତ ବିଶ୍ୱ ଧର୍ମସଭାରେ ସ୍ୱାମୀ ବିବେକାନନ୍ଦ ଭାରତ ଏବଂ ହିନ୍ଦୁ ଧର୍ମର ପ୍ରତିନିଧିତ୍ୱ କରି ଯେଉଁ ଐତିହାସିକ ସମ୍ବୋଧନ କରିଥିଲେ ଏବଂ
ଯେତେବେଳେ ସେ ନିଜର ଭାଷଣ " ଆମେରିକାର ଭାଇ ଓ ଭଉଣୀମାନେ ଶବ୍ଦରୁ ଆରମ୍ଭ କରିଥିଲେ, ସମଗ୍ର ସଭାଗୃହ ପ୍ରାୟ ଦୁଇ ମିନିଟ୍ ଧରି କରତାଳିରେ ମୁଖରିତ ହୋଇଉଠିଥିଲା। ଏହି ସମ୍ବୋଧନରେ ସାରା ବିଶ୍ୱକୁ ଏକ ପରିବାର ବା ବସୁଧୈବ କୁଟୁମ୍ବକମ୍ ଭାବେ ଗ୍ରହଣ କରିବାର ଆନ୍ତରିକତାପୂର୍ଣ୍ଣ ଆହ୍ବାନ ରେ ସେ କହିଥିଲେ ଯେ ହିନ୍ଦୁ ଧର୍ମ କେବଳ ସହିଷ୍ଣୁତା ଶିଖାଏ ନାହିଁ, ବରଂ ସବୁ ଧର୍ମକୁ ସତ୍ୟ ଭାବେ ସ୍ୱୀକାର କରେ। ଯେତେ ନଦନଦୀ ସବୁ
ଯେପରି ଭିନ୍ନ ଭିନ୍ନ ସ୍ଥାନରୁ ବାହାରିଥିବା ନଦୀଗୁଡ଼ିକ ଶେଷରେ ଗୋଟିଏ ସମୁଦ୍ରରେ ମିଶିଯାନ୍ତି, ସେହିପରି ମାନବଜାତିର ସମସ୍ତ ଧର୍ମ ମାର୍ଗ ଶେଷରେ ଗୋଟିଏ ଭଗବାନଙ୍କ ନିକଟକୁ ନେଇଯାଏ। ସେ ଧର୍ମାନ୍ଧତା, ସାମ୍ପ୍ରଦାୟିକତା ଏବଂ ହିଂସାର ସମାପ୍ତି ପାଇଁ ଆହ୍ୱାନ ଦେଇଥିଲେ।ସ୍ୱାମୀ ବିବେକାନନ୍ଦ ଯୁବସମାଜକୁ ଦେଶର ସବୁଠାରୁ ବଡ଼ ଶକ୍ତି ବୋଲି ମାନୁଥିଲେ।
"ଯଦି ଆପଣଙ୍କର ନିଜ ଉପରେ ବିଶ୍ବାସ ନାହିଁ, ତେବେ ଆପଣ ଭଗବାନ ଙ୍କ ଉପରେ ମଧ୍ୟ ବିଶ୍ଵାସ କରି ପାରିବେ ନାହିଁ" , ଏହାହିଁ ଥିଲା ସ୍ବାମୀଜୀଙ୍କ ଯୁବ ସମାଜକୁ ଏକ ଆହ୍ୱାନ । "ଗୋଟିଏ ବିଚାର ଗ୍ରହଣ କରି ନିଅ, ସେହି ବିଚାର କୁ ଉପଜିବ୍ୟ କରି ଜୀବନ ନିର୍ବାହ କର, ସେହି ଦିଗ ପ୍ରତି ସଚେତନ ହୁଅ ,ଭାବ, ତାକୁ ହିଁ ନେଇ ସଜାଗ ଅବସ୍ଥାରେ ସ୍ବପ୍ନ ଦେଖ ଏବଂ ତଦନୁସାରେ ଜୀବନ ନିର୍ବାହ କର" , ଏହାହିଁ ଥିଲା ସ୍ବାମୀଜୀଙ୍କ ଉଦ୍ଦାତ ଆହ୍ବାନ ।ସ୍ୱାମୀଜୀଙ୍କ ମତରେ ଯୁବପିଢ଼ିଙ୍କ ପାଖରେ "ଲୁହା ଭଳି ମାଂସପେଶୀ ଏବଂ ଇସ୍ପାତ ଭଳି ସ୍ନାୟୁ "
ରହିବା ଉଚିତ୍, ଯାହା ଦ୍ୱାରା ସେମାନେ ଯେକୌଣସି ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଦେଶ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ। ଆନ୍ତର୍ଜାତିକ ଯୁବ ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୁବସମାଜର ବିଭିନ୍ନ ସମସ୍ୟା ପ୍ରତି ଦୃଷ୍ଟି ଆକର୍ଷଣ କରିବା ,ସମାଜ ଗଠନରେ ଯୁବଶକ୍ତିର ଅବଦାନକୁ ସମ୍ମାନ ଜଣାଇବା ଏବଂ ନୀତି ନିର୍ଦ୍ଧାରଣରେ ଯୁବକମାନଙ୍କ ଅଂଶଗ୍ରହଣ ବୃଦ୍ଧି କରିବା । ଏହି ଦିବସ ସରକାର ଓ ଅନ୍ୟମାନଙ୍କୁ ଯୁବକମାନଙ୍କର ସମସ୍ୟା ଓ ସଂଘର୍ଷ ବାବଦରେ ଏକ ସାମାଜିକ ଜାଗରଣ ସୃଷ୍ଟିକରିବାର ସୁଯୋଗ ପ୍ରଦାନ କରିଥାଏ । ଏହି ଦିବସରେ ବିଶ୍ୱବ୍ୟାପୀ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଉତ୍ସବ, କର୍ମଶାଳା ଓ ସମ୍ପାନ ଆଦିର ଆୟୋଜନ କରାଯାଇଥାଏ । ୨୦୧୪ ମସିହାରେ ଆନ୍ତର୍ଜାତୀୟ ଯୁବ ଦିବସର ବାର୍ତ୍ତା ଥିଲା ଯୁବଗୋଷ୍ଠୀ ଓ ମାନସିକ ସ୍ୱାସ୍ଥ୍ୟ । ୨୦୧୫ର ବାର୍ତ୍ତା ରହିଥିଲା ଯୁବଗୋଷ୍ଠୀ ଓ ସାମାଜିକ ସହଭାଗିତା । ୨୦୧୬ର ବାର୍ତ୍ତା ରହିଥିଲା ୨୦୩୦ ପଥରେ ଗରିବୀ ଦୂରୀକରଣ ଏବଂ ସ୍ଥାୟୀ ବ୍ୟବହାର ଓ ଉତ୍ପାଦନ ହାସଲ । ୨୦୧୭ମସିହାର ବାର୍ତ୍ତ ଥିଲା ଶାନ୍ତି ପ୍ରତିଷ୍ଠା ଦିଗରେ ଯୁବଗୋଷ୍ଠୀ ଙ୍କ ଭୂମିକା । ୨୦୧୮ର ବାର୍ତ୍ତା ଥିଲା ଯୁବଗୋଷ୍ଠୀଙ୍କ ନିମନ୍ତେ ସୁରକ୍ଷିତ ପୃଥିବୀ । ୨୦୧୯ର ବାର୍ତ୍ତା ଥିଲା ଶିକ୍ଷାରେ ପରିବର୍ତ୍ତନ । ସମସ୍ତଙ୍କ ପାଇଁ ଶିକ୍ଷା ଦିଗରେ କାର୍ଯ୍ୟକରିବା ଏହି ବାର୍ତ୍ତାର ଉଦ୍ୟେଶ୍ୟ ଥିଲା । ୨୦୨୦ ମସିହାରେ ବାର୍ତ୍ତା ଥିଲା ବିଶ୍ୱବ୍ୟାପୀ କାର୍ଯ୍ୟରେ ଯୁବଗୋଷ୍ଠୀର ଯୋଗଦାନ । ୨୦୨୧ ମସିହାର ବାର୍ତ୍ତା ଥିଲା ଖାଦ୍ୟପ୍ରଣାଳୀରେ ପରିବର୍ତ୍ତନ : ଯୁବଗୋଷ୍ଠୀଙ୍କ ପ୍ରୟାସ । ୨୦୨୨ରେ ଥିଲା ଯୁବକଙ୍କ ପାଇଁ ସୁରକ୍ଷିତ ସ୍ଥାନ’ । ଚଳିତ ବର୍ଷର ବାର୍ତ୍ତା " ଯୁବଶକ୍ତିର ବିକାଶ ଦ୍ୱାରା ଦେଶ ଓ ବିଶ୍ୱର ବିକାଶ ସମ୍ଭବ"।
ଯୁବଶକ୍ତିର ବିକାଶ ଦ୍ୱାରା ଦେଶ ଓ ବିଶ୍ୱର ବିକାଶ ସମ୍ଭବ। ଯୁବଶକ୍ତି ବିଶ୍ୱରେ ଶାନ୍ତି ତଥା ସମାଜିକ ସମନ୍ବୟ ଆଣି ପାରିବେ।ଭାରତ ଯୁବକଙ୍କ ଦେଶ। ଭାରତରେ ବିଶ୍ୱର ସବୁଠୁ ବଡ ଯୁବଶକ୍ତି ଅର୍ଥାତ ୩୫ ବର୍ଷ ବୟସରୁ କମ୍ ୬୫ କୋଟି ଯୁବକ ରହିଛନ୍ତି। ଫଳରେ ଆମ ଦେଶରେ ବିପୁଳ ଶ୍ରମଶକ୍ତି ଉପଲବ୍ଧ। ଦେଶର ଯୁବଶକ୍ତିକୁ ଉଚିତ ମାର୍ଗଦର୍ଶନ କରି ବିକାଶରେ ଭାଗୀଦାରି କରାଯାଇପାରିଲେ ବିକଶିତ ରାଷ୍ଟ୍ର ହେବାକୁ ଆମକୁ ବେଶି ସମୟ ଲାଗିବନି। ଯୁବକଙ୍କ ଲାଗି ଉତ୍ତମ ସଂସ୍କାର,ଶିକ୍ଷା, ସଶକ୍ତିକରଣ ଲୋଡା। ସେମାନେ ବିଭିନ୍ନ କ୍ଷେତ୍ରରେ ସ୍ବାବଲମ୍ବୀ ହୋଇପାରିଲେ ଦେଶ ସ୍ବାବଲମ୍ବୀ ହେବ । ସେମାନଙ୍କଠାରେ ଥିବା ଅସୀମ ସମ୍ଭାବନାକୁ କାର୍ଯ୍ୟରେ ପରିଣତ କରିବା ପାଇଁ ଏହି ଦିବସ ସ୍ମରଣ କରିଦିଏ।
ଚିତାଲାଗିର ଚିନ୍ତନ
ଚିତାଲାଗିର ଚିନ୍ତନ
--------------
ଆମର ପବିତ୍ର ଜନ୍ମମାଟି ଓଡ଼ିଶା କେଉଁ ଅନାଦି ଅନନ୍ତ କାଳରୁ ଏକ କୃଷି ପ୍ରଧାନ ରାଜ୍ୟ । ୧୫୬୮ , ଫେବୃଆରୀ ୧୨ ତାରିଖରେ ଗୋହିରାଟିକିରି ମାଟିରେ ସ୍ବାଧୀନତା ରବି ଅସ୍ତମିତ ହେବା ପରେ ବିଜାତୀୟ ଶାସନରେ ଆମ ଭାଷା ସାହିତ୍ୟ,ସଂସ୍କୃତି, ବିଶେଷ କରି ଆମର କୃଷି ସଂସ୍କୃତି, ଆମର ଧର୍ମୀୟ ଭାବନା, ଆରାଧନା ସ୍ଥଳ, ପ୍ରତ୍ନତାତ୍ତ୍ୱିକ ବିଭବ, ଭୌଗୋଳିକ ଅଙ୍ଗ ଛେଦନର ଭୟଙ୍କର ଅଛପା ଇତିହାସ ବ୍ୟାପକ, ଅନାଲୋଚିତ । ସ୍ବାଧୀନୋତ୍ତର ଆଠ ଦଶନ୍ଧି, ସ୍ବତନ୍ତ୍ର ପ୍ରଦେଶ ଗଠନର ନଅ ଦଶନ୍ଧିରୁ ଉର୍ଦ୍ଧ୍ୱ ଅବଧି ମଧ୍ୟରେ ଆମର ନେତୃମଣ୍ଡଳୀ ସେହି ବିଦେଶୀ ସମ୍ପଦ ଲୁଟେରା ଙ୍କ ଦ୍ଵାରା ଅପହୃତ ଅମୂଲ୍ୟ ସମ୍ପଦ ତ ଉଦ୍ଧାର କରି ପାରି ନାହାଁନ୍ତି କି କ୍ଷୟ ପ୍ରାପ୍ତ ସଂସ୍କୃତି, ପରମ୍ପରାକୁ ପୁନର୍ଜୀବିତ କରିବା ପାଇଁ ଚେଷ୍ଟା ବି କରିନାହାନ୍ତି । ଆମେ ବିଗତ ଚାରି ଦଶନ୍ଧିରୁ ଉର୍ଦ୍ଧ୍ୱ ଅବଧି ଧରି କହି ଓ ଲେଖି ଆସୁଅଛୁ ଯେ " କୃଷି ଓ କୃଷକର ବିକାଶ ହିଁ ଓଡ଼ିଶାର ସାମଗ୍ରିକ ବିକାଶର ଅସଲ କୁଞ୍ଚି କାଠି" । ଆମର ଆଲେଖ୍ୟ ଆଲୋଚନା ବା ଗଳାଫଟା ଚିତ୍କାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହି ଆସୁଥିବା ଶାସନ ବ୍ୟବସ୍ଥାକୁ ସଚେତନ କରି ପାରିନି କି ଛତରପଟୁ ଲୋକଙ୍କ ହୃଦ ସ୍ପନ୍ଦନ ଉପରେ ସାମାନ୍ୟ ପ୍ରଭାବ ପକାଇ ପାରି ନାହିଁ, ଯାହା ଆମେ ଅତ୍ୟନ୍ତ ଭାରି ହୃଦୟରେ ସ୍ବୀକାର କରୁଛୁ । ଗତକାଲି ଆମେ ମହାନ୍ କୃଷି ବିଜ୍ଞାନୀ , ପ୍ରାବନ୍ଧିକ, ଆଲେଖ୍ୟ ଆଲୋଚକ ସମ୍ମାନନୀୟ ବିଦ୍ୟାଧର ମହାରଣାଙ୍କ ସୃଷ୍ଟି " ସବୁଜ ଅର୍ଥନୀତି ଓ ଗ୍ରାମ ବିକାଶ" ଏବଂ " କୃଷି, ପରିବେଶ ଓ ଗ୍ରାମ ବିକାଶ" ଅଧ୍ୟୟନ କରି ଅନେକ ଜ୍ଞାନ ପ୍ରାପ୍ତ ହୋଇଛୁ । ଆଜି ଶ୍ରାବଣ ଦି୨୧ନ, ଚିତାଲାଗି ଅମାବାସ୍ୟା, ଶ୍ରୀମନ୍ଦିର ଓ ଗୃହୀଣାଂ ଚିତ୍ରକ ପର୍ବ ତିଥି । ଆମେ ସହସ୍ରାଧିକ ଥର କହି ଓ ଲେଖି ଆସୁଅଛୁ ଯେ
ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ଏବଂ ଏଠାକାର ଆରାଧ୍ୟ ଦେବତା ହେଉଛନ୍ତି ଜଗନ୍ନାଥ । ଧର୍ମନୈତିକ, ରାଜନୈତିକ କଥା ଅନୁରୂପ ପର୍ବପର୍ବାଣିକୁ ଭିନ୍ନ ଅନେକ କୃଷିଭିତ୍ତିକ ପର୍ବପର୍ବାଣି ଯଥା: ନବାନ୍ନ ଭକ୍ଷଣ, ଅକ୍ଷୟ ତୃତୀୟା, ରଜ, ଚିତାଲାଗି ଅମାବାସ୍ୟା, ଶାମ୍ବ ଦଶମୀ ଏବଂ ମାଣବସା ଗୁରୁବାର ଆଦି ଜଗନ୍ନାଥଙ୍କୁ ଆଧାର କରି ପାଳନ କରାଯାଇଥାଏ । ଓଡ଼ିଶାର ଧାନ ମୁଖ୍ୟ ଫସଲ । ଏଣୁ ଧାନବୁଣାଠାରୁ କାଟିବା ପର୍ଯ୍ୟନ୍ତ ଧାନକୁ କେନ୍ଦ୍ରକରି ବିଭିନ୍ନ ପ୍ରକାର ପର୍ବ ପାଳିତ ହୁଏ । ଧାନ ବୁଣାବେଳେ ଅକ୍ଷୟ ତୃତୀୟା, ବର୍ଷା ପୂର୍ବରୁ ରଜପର୍ବ ଏବଂ ଏହିକ୍ରମରେ ଧାନକଟା ବେଳକୁ ମାଣବସା ତୃତୀୟ କୃଷିଭିତ୍ତିକ ପର୍ବ ଭାବେ ପାଳିତ ହୁଏ । ସେହିପରି ଅନ୍ୟ ଏକ କୃଷିଭିତ୍ତିକ ପର୍ବ ଚିତାଲାଗି ଅମାବାସ୍ୟା ବା ଚିତଉ ଉଁଆସ ଓଡ଼ିଶାରେ ପାଳିତ ଏକ ଗଣପର୍ବ । ଏହା ଶ୍ରାବଣ ମାସର ଅମାବାସ୍ୟା ତିଥିରେ ପାଳିତ ହୋଇଥାଏ । ଏହି ଦିନ ଶ୍ରୀମନ୍ଦିରରେ ଜଗନ୍ନାଥ, ବଳଭଦ୍ର, ଓ ସୁଭଦ୍ରାଙ୍କର (ତିନିଠାକୁର) ଚିତାଲାଗି ହୋଇଥାଏ । ଜଗନ୍ନାଥଙ୍କ ନିତିଦିନିଆ ପୂଜା ଓ ଧୂପ ଶେଷ ହେବା ପରେ ଦଇତାପତିମାନେ ତିନି ଠାକୁରଙ୍କ ଲଲାଟରେ ଚିତାଲାଗି କରନ୍ତି । ଆମେ ଯେତେବେଳେ ଛୋଟ ପିଲା ଥିଲୁ, ସେତେବେଳେ ଆମ ଘରେ ଚିତଉ ପିଠା ହେଉଥିଲା ଏବଂ ଆମର ବାବା ପଣ୍ଡିତ ଜଗନ୍ନାଥ ଶତପଥୀ ବିଭିନ୍ନ ପୂଜା ସାମଗ୍ରୀ କଂସା ଥାଳିରେ ନେଇ ଧାନ ବିଲ କୁ ଯାଇ ପୂଜାର୍ଚ୍ଚନା କରିବା ପରେ ଧାନ ଗଛ ମୂଳରେ ଗୋଟିଏ ପିଠା ପୋତି ଦେଉଥିଲେ ଏବଂ ଅନ୍ୟ ପିଠା ଗୁଡ଼ିକୁ ବିଲରେ ପକାଇ ଦେଉଥିଲେ । ଏବେ ଏଭଳି ଦୃଶ୍ୟ ଆଉ ଦେଖିବାକୁ ମିଳୁନାହିଁ । ଶୈଶବର ଜୀଗିଷା ମାନସିକତାରେ ଆମେ ଏହାର କାରଣ ଓ ଆବଶ୍ୟକତା ସମ୍ପର୍କରେ ବାବାଙ୍କୁ ପଚାରି ବୁଝିଥିଲୁ ଯେ ଆଜିର ତିଥିରେ
ଗେଣ୍ଡା ଆଦି ଜଳଚର ପ୍ରାଣୀଙ୍କ ଉଦ୍ଦେଶ୍ୟରେ ଚିତଉ ଓ ଗଇଁଠା ଆଦି ପିଠା ଅର୍ପଣ କରାଯାଇଥାଏ । ଏହି ପ୍ରଥା ଶବର ପରମ୍ପରାରୁ ଆନୀତ ବୋଲି ସେ କହିଥିଲେ। ଏଥିରେ ଚିତଉ ପିଠା କରି ଜୀବଜନ୍ତୁମାନଙ୍କୁ ଖୁଆଇ ସନ୍ତୁଷ୍ଟ କରିବାର ପ୍ରଥା ରହିଛି । ସେଥି ପାଇଁ "ଗେଣ୍ଡେଇକଟା ଓଷା" ନାମରେ ମଧ୍ୟ ଜଣା । ବାଲେଶ୍ୱର, ମୟୁରଭଞ୍ଜ ଓ କେଉଁଝର ଆଦି ଅଞ୍ଚଳରେ ଏହି ପର୍ବକୁ "ଗେଣ୍ଡାକଟା ଅମାବାସ୍ୟା" କୁହାଯାଏ । ଏହା ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଆଦିବାସୀମାନଙ୍କ ମଧ୍ୟରେ ଜନ୍ତୁଆଦିଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ପାଳିତ ପର୍ବମାନଙ୍କ ମଧ୍ୟରେ ଗୋଟିଏ । ସାଧାରଣତଃ ଚାଷୀମାନେ ବର୍ଷା ଋତୁ ସମୟରେ ଧାନ ଫସଲ କରିବା ସମୟରେ, ବିଲରେ ଗେଣ୍ଡା ଯୋଗୁଁ ଗୋଡ଼ କାଟି ହୋଇ କ୍ଷତି ହୋଇଥାଏ ,ଏଣୁ ଏହି ସମ୍ବାବନାକୁ ଏଡ଼େଇବା ନିମନ୍ତେ ଚିତଉ ପିଠାକୁ ସାରୁ ପତ୍ରରେ ରଖି ଗେଣ୍ଡାମାନଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଜଳାଶ୍ରୟରେ ଭସା ଯାଏ। ଏହି ଓଷାରେ ଗୃହିଣୀମାନେ ଘରେ ଚିତଉ ପ୍ରସ୍ତୁତ କରି ଏହି ପିଠାକୁ ଧାନ କ୍ଷେତରେ, ବାଡ଼ିବଗିଚାରେ, ଫସଲ କିଆରିରେ ମାଟିକୁ ଜନନୀ ଜ୍ଞାନ କରି ତାହାଙ୍କ ପାଇଁ ସମର୍ପଣ କରି ପୋଡ଼ନ୍ତି । ତା’ସହିତ ଠାକୁର ବା ଇଷ୍ଟଦେବତାଙ୍କୁ ମଧ୍ୟ ଭୋଗ କରନ୍ତି । ଏହି ସମୟରେ ବିଲରେ ପ୍ରଚୁର ଗେଣ୍ଡା ଦେଖାଯାଆନ୍ତି ଏମାନେ ଚାରାସବୁ କାଟି ପକାନ୍ତି । ପୁଣି ବଛା ଖେଳାବେଳେ ଚାଷୀର ଗୋଡ଼, ଆଣ୍ଠୁ ବା ହାତକୁ କାଟି ଦିଅନ୍ତି । କାରଣ ଆଣ୍ଠୁ ପକାଇ ବିଲ ବାଛିବା ବେଳେ ହାତ ଓ ଗୋଡ଼ ଭୂମି ସହିତ ଲାଗି ରହିଥାନ୍ତି । ଏଣୁ ସାମାନ୍ୟ ଅସାବଧାନତାରୁ ଗେଣ୍ଡା ଗୋଡ଼ ଆଣ୍ଠୁ କାଟିଦିଏ । ଏହି ଦୁଇଟିରୁ ରକ୍ଷା ପାଇବା ପାଇଁ ଗେଣ୍ଡାଙ୍କ ଉଦ୍ଦେଶ୍ୟରେ ଚିତଉପିଠା କରି ପୋଖରୀ ବା ଚାଷଜମିକୁ ଫିଙ୍ଗନ୍ତି । ଗେଣ୍ଡାମାନେ ପିଠା ପ୍ରତି ଆକୃଷ୍ଟ ହୋଇ ଚାରାଗଛ ଓ ମଣିଷଠାରୁ ନିବୃତ ରହନ୍ତି । ପରମ୍ପରା ଅନୁଯାୟୀ ଏହିଦିନରେ ପୋଖରୀକୁ ଗେଣ୍ଡା ଉଦ୍ଦେଶ୍ୟରେ ଝିଅପିଲାମାନେ ପିଠା ନିକ୍ଷେପ କରି ବାପା ଭାଇ ଓ ବନ୍ଧୁବାନ୍ଧବମାନଙ୍କ ଗୋଡ଼ ନ କାଟିବାକୁ ଗେଣ୍ଡାମାନଙ୍କ ଉଦ୍ଦେଶ୍ୟରେ କୁହନ୍ତି, "ଗେଣ୍ଡେଇଶୁଣି ଲୋ ଗେଣ୍ଡେଇଶୁଣି ମୋ ଗୋଡ଼ କାଟିବୁ ନାହିଁ, ମୋ ବାପା ଗୋଡ଼ କାଟିବୁ ନାହିଁ,ମୋ ବୋଉ ଗୋଡ଼ କାଟିବୁ ନାହିଁ, ଭାଇ ଗୋଡ଼ କାଟିବୁ ନାହିଁ ,ଆମ ଫସଲ କାଟିବୁ ନାହିଁ ।
ସ୍କନ୍ଧ ପୁରାଣ ଓ ପଦ୍ମ ପୁରାଣରେ ଚିତାଲାଗି ଅମାବାସ୍ୟାର ଉଲ୍ଲେଖ ରହିଛି " ଶ୍ରାବଣମାସି ସଂପ୍ରାପ୍ତେ ଯୋଦ୍ଧର୍ଜୟେତ୍ କମଳାପତିମ୍ ,ନ ସ ଗର୍ଭଗୃହଂ ଯାତି ଯାବଦାଭୂତି ସଂପ୍ଲବମ୍ "।।
ଅର୍ଥାତ୍ ଶ୍ରାବଣ ମାସରେ ଯେଉଁ ଲୋକ କମଳାପତିଙ୍କୁ ଅର୍ଚ୍ଚନା କରେ ଅନନ୍ତକାଳ ପର୍ଯ୍ୟନ୍ତ ତା'ର ପୁନର୍ଜନ୍ମ ହେବନାହିଁ । ଠିକ୍ ସେହିପରି ସ୍କନ୍ଧ ପୁରାଣରେ ଉଲ୍ଲେଖ ରହିଛି "ଯୋଦ୍ଧର୍ଚ୍ଚୟେତ୍ ଶ୍ରୀଧରଂ ଦେବଂ ଶ୍ରାବଣେ ଭକ୍ତିପୂର୍ବତଃ । ନ ଗଚ୍ଛେନ୍ନି ରାୟଂ ରାଜ୍ୟଂ କୃତ୍ୱା ପାପ ଶତାନ୍ୟପି ॥ ଶ୍ରାବଣେ ମାସି ଯୋ ଦଦ୍ୟାତ୍ ଲଜାନ୍ଘତ ସମନ୍ୱିତାନ୍ । ହରୟେ ତସ୍ୟ ବିପ୍ରର୍ଷେ ନ ବିପତ୍ତି ଗୃହେ ଭବେତ୍ ॥ ଶ୍ରାବଣ ମାସରେ ଚିତାଲାଗି ଅମାବାସ୍ୟାରେ ଭଗବାନ ଶ୍ରୀଧରଙ୍କ ପୂଜାର୍ଚ୍ଚନା କଲେ ସେହି ବ୍ୟକ୍ତିର ପାପ କ୍ଷୟ ହେବା ସହ ତା' ଗୃହରେ ବିପତ୍ତି ପଡ଼ିନଥାଏ । ପଦ୍ମ ପୁରାଣରେ ମଧ୍ୟ ଉଲ୍ଲେଖ ରହିଛି "ଶ୍ରାବଣେ ପିଷ୍ଟକଂ ଯସ୍ତୁ ହରୟେ ମୁଦ୍ଗପୂରିତଂ । ଦଦାତି ତସ୍ୟ ବିପ୍ରର୍ଷେ ଗୃହେ ଶ୍ରୀନିଶ୍ଚଳା ଭବେତ୍ ॥" ଅଷ୍ଟାଦଶ ଶତାବ୍ଦୀର ଆଧ୍ୟାତ୍ମିକ ଲେଖକ ବାଲୁଙ୍କୀ ପାଠୀଙ୍କ "ଯାତ୍ରା ଭାଗବତ" ସ୍ମୃତି ଗ୍ରନ୍ଥରେ ଉଲ୍ଲେଖ ରହିଛି । ଶ୍ରୀମନ୍ଦିରରେ ପ୍ରଚଳିତ ଯାତ୍ରା ଭିତରେ ଚିତାଲାଗି ଅମାବାସ୍ୟାର ସ୍ୱତନ୍ତ୍ର ସ୍ଥାନ ରହିଛି । ଏହି ଶ୍ରାବଣ ଅମାବାସ୍ୟା ତିଥିରେ ମହାପ୍ରଭୁ ଜଗନ୍ନାଥଙ୍କ ଲଲାଟରେ ଭୂଷଣ ଅର୍ପଣ କରାଯାଏ । ସେ ଲେଖିଛନ୍ତି "ଶ୍ରାବଣେ କୃଷ୍ଣପକ୍ଷେ ତୁ ଦର୍ଶପ୍ରାପ୍ତେ ଶୁଭଦିନେ । ଲଲାଟ-ଭୂଷଣଂ ଯାତ୍ରାଂ ଜଗନ୍ନାଥସ୍ୟ କରାୟେତ୍ ॥ଲଲାଟଭୂଷ-ମୁତ୍ତାର୍ଯ୍ୟ ସ୍ମାନାନ୍ତଂ ଶୟୀଜଗତ୍ପ୍ରଭୋଃ । ଅମାୟାଂ ଶ୍ରାବଣେ ଚୈବ ପୁନର୍ଗଚ୍ଛତି ବୈଷ୍ଣବେ ॥ନାନାରତ୍ନ ସମାଯୁକ୍ତଂ କାତରୂପେଣ ନିର୍ମିତଂ । ଦଦ୍ୟାତ୍ ବିଷ୍ଣୋର୍ଲଲାଟେ ଚ ସର୍ବମଙ୍ଗଳ ହେତବେ ॥ଲଲାଟ ଭୂଷଣଂ ଯାତ୍ରାଂ ଶ୍ରାବଣେ ଯୋ ନକୁର୍ବତି । ତାବତ୍ ବର୍ଷ ପୁଣ୍ୟଫଳଂ ନଶ୍ୟତ୍ୟାଶୁ ନ ସଂଶୟଃ ॥" । ବାସ୍ତବରେ ଚିତାଲାଗି ପର୍ବ ଅମାବାସ୍ୟା ଦିନରେ ପଡ଼ିଥିବାରୁ କାଳ ଯୋଗନେଇ ଜିଉମାନଙ୍କୁ ଅଘଟଣ ଯୋଗ ଥାଇପାରେ । କେବେବି ରାହୁ ବା କେତୁ ଗ୍ରସ୍ତ ସୂର୍ଯ୍ୟପରାଗ ଘଟେ, ବେଳେବେଳେ ଚତୁର୍ଦ୍ଦଶୀ ଏବଂ ଅମାବାସ୍ୟାକୁ ଧରି ଏପଟ ସେପଟ ହୁଏ । ଏହି ଦିନ ଯେଉଁ ଶ୍ରାଦ୍ଧ ପଡ଼େ ତାକୁ ପାର୍ବଣ ଶ୍ରାଦ୍ଧ କହନ୍ତି । ମନ୍ଦିର ବ୍ୟତୀତ ଘରେ ଯେଉଁ ଚିତାଲାଗି ପର୍ବ ପାଳିତ ହୁଏ ତାକୁ ଗୃହିଣୀ ଚିତାଲାଗି ପର୍ବ କହନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ସ୍ନାନ ପୂର୍ଣ୍ଣିମା ପୂର୍ବଦିନ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଲଲାଟରୁ ଯେଉଁ ଚିତାଉଲାଗି କରାଯାଇଥାଏ ତାହା ପୁଣି ଶ୍ରାବଣ ମାସ ଅମାବାସ୍ୟା ତିଥିରେ ଲାଗି କରାଯାଏ । ଶ୍ରୀଜଗନ୍ନାଥଙ୍କ ମସ୍ତକରେ ହୀରାଖଚିତ ଧଳା ଚିତା, ଶ୍ରୀ ବଳଭଦ୍ରଙ୍କ ମସ୍ତକରେ ନୀଳାଖଚିତ ନିଳ ଚିତା ଏବଂ ଦେବୀ ସୁଭଦ୍ରାଙ୍କ ମସ୍ତକରେ ମାଣିକ୍ୟ ଖଚିତ ନାଲି ଚିତା ଲାଗି କରାଯାଏ ।ପରମ୍ପରା ଏବଂ ବିଧିମୁତାବକ ପତିମହାପାତ୍ର ସେବାୟତ ଏହି ଚିତାକୁ ସଂସ୍କାର କରିବା ପରେ ଦଇତାପତି ସେବାୟତ। ଶ୍ରୀବିଗ୍ରହଙ୍କ ମସ୍ତକରେ ପରିଧାନ କରାଇଥାନ୍ତି । ଏହି ଚିତା ଶ୍ରୀବିଗ୍ରହମାନଙ୍କ ମସ୍ତକରେ ପରବର୍ତ୍ତୀ ସ୍ନାନପୂର୍ଣ୍ଣିମା ପର୍ଯ୍ୟନ୍ତ ଲାଗି ରହିଥାଏ । ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା ତ୍ରୟୋଦଶ ଶତାବ୍ଦୀରୁ ପାଳିତ ହୋଇଆସୁଛି ବୋଲି ଜଣାଯାଏ ।
ଚିର ବିପ୍ଲବିଣୀ , ଅଗ୍ନି ତେଜସ୍ବିନୀ ସାରଳା
ଚିର ବିପ୍ଲବିଣୀ , ଅଗ୍ନି ତେଜସ୍ବିନୀ ସାରଳା
--------------------------------------
ଆଜି ମହାନ୍ ସ୍ଵାଧୀନତା ସଂଗ୍ରାମୀ,ବିପ୍ଲବିଣୀ, ସ୍ପର୍ଦ୍ଧିତ ବହ୍ନିଶିଖା, ପ୍ରଚଣ୍ଡ ଆଗ୍ନେୟ ବହୁମୁଖି ପ୍ରତିଭାଦୀପ୍ତା, ଦେଶର ପ୍ରଥମ ବିଧାୟିକା ଚିର ବନ୍ଦନୀୟା ସରଳା ଦେବୀ ମହାପାତ୍ରଙ୍କ ୧୨୩ ତମ ଜୟନ୍ତୀ । ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଦୀର୍ଘ ଦିନର ଦାବିକୁ ଗ୍ରହଣ କରି ଓଡ଼ିଶା ବିଧାନ ସଭାର ସମ୍ମୁଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର ବାଚସ୍ପତି ଙ୍କ ସମେତ ଅନେକ ମନ୍ତ୍ରୀ, ବିଧାୟକ ତଥା ଅନେକ ପୂଜ୍ୟପୂଜା ସଂସ୍କୃତି ପ୍ରାଣ ମାନଙ୍କ ଉପସ୍ଥିତିରେ ତାଙ୍କର ଏକ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି ଏବଂ ଏଥିପାଇଁ ଅଭିଯାନ ସରକାରଙ୍କୁ ଧନ୍ୟବାଦ, ଅଭିନନ୍ଦନ ଓ କୃତଜ୍ଞତା ଜ୍ଞାପନ କରିଛି । ଏଠାରେ ପୁନଃ ଉଲ୍ଲେଖଯୋଗ୍ୟ ଯେ ଐତିହାସିକ ଵୀରାଙ୍ଗନା ପୂଜ୍ୟା ସରଳା ଦେବୀ ୧୯୦୪ ମସିହାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଶ୍ରୀ ବାସୁଦେବ କାନୁନଗୋ ଓ ମାଙ୍କ ନାମ ପଦ୍ମାବତୀ ଦେବୀ । ତାଙ୍କ ଘର ହେଉଛି ଜଗତସିଂହପୁର ଜିଲ୍ଲାର ବାଲିକୁଦା ଥାନା ଅନ୍ତର୍ଗତ ନରିଲୋ ଗ୍ରାମରେ । ସେହି ସମୟରେ ତାଙ୍କ ମାଆ ଅନେକ ଗୁଡ଼ିଏ ସନ୍ତାନ ହରାଇଥିଲେ । ତେଣୁ ସରଳା ଦେବୀ ଗର୍ଭରେ ଥିବା ବେଳେ ତାଙ୍କ ମା ପୁରୁଖା ଲୋକମାନଙ୍କର ଉପଦେଶ ମାନି ପର ଘରେ ଆସି ରହିଲେ। ସେଇଟା ଥିଲା ତାଙ୍କ ସାନ ଯାଆଙ୍କର ବାପ ଘର । ସ୍ଥାନ ବଦଳାଇଲେ କାଳେ ଗର୍ଭସ୍ଥ ଶିଶୁଟି ବଞ୍ଚିଯିବ , ସେତିକି ତାଙ୍କର ଆଶା ଥିଲା। ସେଇଟି ଥିଲା କଟକ ସହରର ରାଜକିଶୋର ଦାସଙ୍କ ଘର । ଏହି୧୯୦୪ ମସିହା ଅଗଷ୍ଟ ମାସ ୧୯ ତାରିଖରେ ଝିଅଟିଏ ଭୂମିଷ୍ଠ ହେଲା । ସେଇ ମୁହୂର୍ତ୍ତରେ ପଦ୍ମାବତୀ ଦେଇ ସାନଯାଆ ହେମନ୍ତ କୁମାରୀଙ୍କ ହାତକୁ ଟେକିଦେଇଥିଲେ। ଫଳରେ ସେହି ଦିନ ଠାରୁ ସରଳା ହେଲେ ହେମନ୍ତ କୁମାରୀ ଓ ବାଳମୁକୁନ୍ଦ କାନୁନଗୋଙ୍କ ଝିଅ ।ଜନ୍ମ ହେବା ପରେ ସେ ନିଜର ବାଲ୍ୟ ଜୀବନ ସେ ହେମନ୍ତ କୁମାରୀ ଓ ବାଳମୁକୁନ୍ଦଙ୍କ ତତ୍ୱାବଧାନରେ କାଟିଥିଲେ। ସେତେବେଳେ ସେ ଥିଲେ ଗଡଜାତ ମାନଙ୍କର ସୁପରିଣ୍ଟେଣ୍ଡେଣ୍ଟ ସ୍ୱନାମଧାନ୍ୟ ନନ୍ଦକିଶୋର ଦାସଙ୍କ ନାତୁଣୀ । ସେ ସମୟରେ ସେ ମାଟ୍ରିକ ପରୀକ୍ଷାରେ ଭଲ ନମ୍ବର ରଖି ପାସ୍ କରିଥିଲେ। ତାଙ୍କ ସମୟରେ ଓଡ଼ିଶା , ବଙ୍ଗଳା ଓ ବିହାର ଗୋଟିଏ ପ୍ରଦେଶ ଥିଲା। ପିତା ବାଳମୁକୁନ୍ଦ ଡେପୁଟି ମାଜିଷ୍ଟ୍ରେଟ ଚାକିରୀ କରିଥିବାରୁ ଏହି ତିନୋଟି ଯାକ ପ୍ରଦେଶ ତାଙ୍କର କର୍ମସ୍ଥଳ ଥିଲା।ଫଳରେ ମାତା ହେମନ୍ତ କୁମାରୀ ଏହି ତିନୋଟି ପ୍ରଦେଶରେ ରହିବାର ସୁଯୋଗ ପାଇଥିଲେ ଓ ତାଙ୍କର ଦୃଷ୍ଟିଭଙ୍ଗୀ ଉନ୍ନତ ହୋଇପାରିଥିଲା । ସେଥିପାଇଁ ସେ ସରଳାଙ୍କୁ ମାର୍ଜିତ ଓ ଶିକ୍ଷିତ କରିବା ପାଇଁ ସବୁ ଚେଷ୍ଟା କରୁଥିଲେ । ଘରର ମୁରବୀମାନେ ତାଙ୍କର ହାଇସ୍କୁଲ ପଢା ବନ୍ଦ କରିଦେଇଥିଲେ । ମାତ୍ର ହେମନ୍ତ କୁମାରୀ ଜଣେ ଖ୍ରୀଷ୍ଟିଆନ୍ ଶିକ୍ଷୟିତ୍ରୀ ନିଯୁକ୍ତ କରି ତାଙ୍କର ଇଂରାଜୀ ଓ ବଙ୍ଗଳା ପଢ଼ିବାର ବ୍ୟବସ୍ଥା କରିଦେଲେ । ତୀକ୍ଷ୍ଣ ସ୍ମୃତିଶକ୍ତିର ଅଧିକାରୀ ହୋଇଥିବାରୁ "ଧ କହିଲେ କାମୁଡି ପକାଇବା" ନୀତିରେ ସ୍ୱଚେଷ୍ଟାରେ ପାଠରେ ବହୁତ୍ ଆଗକୁ ମାଡିଚାଲିଲେ । ସରଳା ପିଲାବେଳୁ ସମାଜରେ ପ୍ରଚଳିତ କୁପ୍ରଥା ବିରୁଦ୍ଧରେ ସଂଗ୍ରାମ କରିଥିଲେ ।ସରଳା ଦେବୀ ପିଲାଟି ବେଳୁଶାନ୍ତ,ସରଳ,ଦୃଢମନା ଓ ସ୍ପଷ୍ଟବାଦିନୀ ଥିଲେ । ନିଜର ସାମାଜିକ ଚଳଣି, ଶିକ୍ଷା ଓ ସଂସ୍କାର ସହ କୌଣସି ପ୍ରକାର ଅବହେଳା କରୁନଥିଲେ । ଆଗରୁ ଚଳି ଆସୁଥିବା ପାରମ୍ପରିକ ଜୀବନ ଶୈଳୀ ଅପେକ୍ଷା ସେ ନିଜ ସହଜତାକୁ ନେଇ ଚଳିବା ବେଶି ପସନ୍ଦ କରୁଥିଲେ । ସେ ସମୟର ରୀତି ନୀତି ତାଙ୍କୁ ଭଲ ଲାଗୁନଥିଲା । ନାରୀ ମାନଙ୍କର ଅସହାୟ ଅବସ୍ଥାକୁ ସେ ଖୁବ୍ କମ୍ ବୟସରୁ ବୁଝିପାରିଥିଲେ । ପୁରୁଷ ମାନେ ସବୁ ପ୍ରକାର ସୁବିଧା ସୁଯୋଗ ଭୋଗ କରୁଥିବା ବେଳେ,ନାରୀ ମାନଙ୍କୁ କରାଯାଉଥିବା ଉପେକ୍ଷା ଓ ଅବହେଳା ତାଙ୍କୁ ଖୁବ୍ ବାଧୁଥିଲା । ସେସବୁର ପ୍ରତିକାର ପାଇଁ ସେ ପିଲାବେଳୁ ଚିନ୍ତିତ ଥିଲେ । ସେ ସମୟରେ ସେ ଦିଅଁ ଦେବତା,ପୂଜାପାଠ, ଧର୍ମଶାସ୍ତ୍ର ଓ ଉପବାସ ଆଦିରେ ବିଶ୍ୱାସ କରୁଥିଲେ । କିନ୍ତୁ ଥରେ କେଉଁ ଏକ ପୁରାଣରେ "ନାରୀ ନର୍କର ଦ୍ୱାର" ବୋଲି ଲେଖାଥିବା ଜାଣିବା ପରେ ସେହି ସମୟରୁ ସେ ଏହାକୁ ଘୃଣା କରୁଥିଲେ । ଘରୋଇ ଶିକ୍ଷକଙ୍କଦ୍ୱାରା ସେ ଷଷ୍ଠ ଶ୍ରେଣୀ ଯାଏଁ ପାଠ ପଢିଥିଲେ । ତଥାପି ଅନ୍ୟାନ୍ୟ ଭାଷା ଜାଣିବା ପାଇଁ ତାଙ୍କର ପ୍ରବଳ ଇଚ୍ଛା ଥିଲା । ବଙ୍ଗଳା ସାହିତ୍ୟକୁ ସେ ବହୁତ୍ ଭଲ ପାଉଥିଲେ ।ଖୁବ୍ କମ୍ ଦିନ ମଧ୍ୟରେ ସେ ବହୁତ୍ ବହି ଓ ପତ୍ର ପତ୍ରିକା ପଢି ଶେଷ କରିଥିଲେ । ନାରୀ କବି କୁନ୍ତଳା କୁମାରୀ ସାବତଙ୍କ ଲିଖିତ ଉପନ୍ୟାସ, କବିତା ଓ ବତ୍କୃତା ତାଙ୍କୁ ବେଶି ପ୍ରଭାବିତ କରିଥିଲା । ସେବେଠାରୁ ସେ ନାରୀ ମାନଙ୍କ ଭିତରେ ଥିବା ଅଜ୍ଞାନତା ଓ କୁସଂସ୍କାର ଦୂର କରିବା ପାଇଁ ମନେ ମନେ ସଂକଳ୍ପ ନେଇଥିଲେ । ସମାଜରୁ କୁସଂସ୍କାର ଦୂର ନକଲେ ଦେଶର ଉନ୍ନତି ସମ୍ଭବ ନୁହେଁ ,ସେ ଏହା ବୁଝିପାରିଥିଲେ । ରବୀନ୍ଦ୍ରନାଥଙ୍କ ଅମୀୟ ବାଣୀ "ନ ଜାଗିଲେ ସବୁ ଭାରତ ଲଳନା, ଏ ଭାରତ ଆମର ଜାଗେନା" ତାଙ୍କ ପାଇଁ ଚରମ ବାଣୀ ହୋଇସାରିଥିଲା ।ବୟସ ପ୍ରାପ୍ତ ହେଲାରୁ, ଜଗତସିଂହପୁର ଅନ୍ତର୍ଗତ ଚାଟରା ଗ୍ରାମର ସଂଗ୍ରାମୀ ଯୁବକ ଭାଗୀରଥି ମହାପାତ୍ରଙ୍କ ସହିତ ସରଳା ଦେବୀଙ୍କର ବିବାହ ସମ୍ପାଦିତ ହୋଇଥିଲା । ଅଭିଜାତ ପରିବାରରେ ଜନ୍ମ ହୋଇଥିବା ସରଳା , ଜମିଦାର ପରିବାରକୁ ବୋହୁ ହୋଇ ଯାଇଥିଲେ ମଧ୍ୟ ତାଙ୍କ ମନରେ ଗର୍ବ ନଥିଲା । ସ୍ୱାମୀ ଭାଗିରଥି ମହାପାତ୍ର ଜଣେ ସ୍ୱାଧୀନଚେତା ବ୍ୟକ୍ତି ଥିଲେ । ମଣିକାଞ୍ଚନ ପରି ଏ ଦୁହିଁଙ୍କର ସଂଯୋଗ ଘଟିଥିଲା । ସେ ସମୟରେ ସେ ପତ୍ନୀ ସରଳାଙ୍କ ପାଇଁ ବାଧକ ନହୋଇ ସାଧକ ହୋଇଥିଲେ । ଏକ ପକ୍ଷରେ ନିଜର ଦୃଢ଼ ଆତ୍ମବିଶ୍ୱାସ ଓ ସ୍ୱାମୀଙ୍କର ମହାନତା ପୂର୍ଣ୍ଣ ସହଯୋଗ ତାଙ୍କୁ ନୂତନ ପ୍ରେରଣା ଯୋଗାଇଥିଲା । ସେ ଇଚ୍ଛା କରିଥିଲେ ଅନ୍ୟମାନଙ୍କ ପରି ସାଂସାରିକ ଭୋଗ ବିଳାସରେ ନିଜ ଜୀବନ କଟାଇପାରିଥାନ୍ତେ , କିନ୍ତୁ ପରଦା ପ୍ରଥା ମାନି ଘର ଭିତରେ ନିଜକୁ ଆବଦ୍ଧ ରଖିବାରେ ତାଙ୍କ ମନ ମାନି ନଥିଲା । ପ୍ରତିଦିନ ଘର କାମ ସାଙ୍ଗକୁ ଖବରକାଗଜ ପଢ଼ିବା ତାଙ୍କର ନିୟମିତ ଅଭ୍ୟାସ ଥିଲା । ସେ ଉଚ୍ଚଶିକ୍ଷିତା ହୋଇନଥିଲେ ମଧ୍ୟ ଶିକ୍ଷା ପ୍ରତି ତାଙ୍କର ଆଗ୍ରହ ତାଙ୍କୁ ଦେଶର ସାମାଜିକ ଓ ରାଜନୈତିକ ଅବସ୍ଥା ସମ୍ପର୍କରେ ସଚେତନ କରିଦେଇଥିଲା । ନିଷ୍ଠୁର ଇଂରେଜ ଶାସନରୁ ନିଜ ମାତୃଭୂମିକୁ ସ୍ୱାଧୀନ କରିବା ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିବାଲାଗି ସଂକଳ୍ପବଦ୍ଧ ହୋଇଥିଲେ । ମାତ୍ର ୧୫ ବର୍ଷ ବୟସରେ ସେ କୁଳବଧୂର ପରଦା ଆଡେଇ ଦେଇ ପଦାକୁ ବାହାରି ଆସିଥିଲେ । ଜଳିଆନାୱାଲାବାଗ୍ ହତ୍ୟାକାଣ୍ଡ ପ୍ରତିବାଦରେ ଏକ ବିରାଟ ଶୋଭାଯାତ୍ରା ବାହାରିଥିଲା । ସେଥିରେ ସେ ଯୋଗଦେଇଥିଲେ । ଏତେ ବଡ଼ ଶୋଭାଯାତ୍ରା ସହର ପରିକ୍ରମା କଲାବେଳେ ସେଥିରେ ଏକମାତ୍ର ମହିଳାଙ୍କୁ ଦେଖି ରକ୍ଷଣଶୀଳ ଲୋକଙ୍କର ଆଖି ଖୋସି ହୋଇଯାଇଥିଲା । ଏଥିରେ ମଧ୍ୟ ତାଙ୍କ ସ୍ୱାମୀ ଓ ପରିବାର ତାଙ୍କୁ ପୂର୍ଣ୍ଣ ସମର୍ଥନ ଦେଇଥିଲେ ।୧୯୨୦ ମସିହା ଅଗଷ୍ଟ ପହିଲାରେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଭାରତରେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହେଲା । ସରକାରୀ କୋର୍ଟ କଚେରୀ ବର୍ଜନ ଏହି ଆନ୍ଦୋଳନରେ ଗୋଟିଏ କାର୍ଯ୍ୟକ୍ରମ ଥିଲା । ଭାଗିରଥି ମହାପାତ୍ର ଅସହଯୋଗ ଆନ୍ଦୋଳନରେ ଯୋଗ ଦେବା ହେତୁ ଓକିଲାତି ଛାଡି ଦେଲେ । ସରଳା ଦେବୀଙ୍କ ଉପରେ ଏହାର ପ୍ରଭାବ ପଡ଼ିଲା ।୧୯୨୧ ମସିହା ମାର୍ଚ୍ଚ ମାସରେ ଗାନ୍ଧୀ କଟକ ଆସିଲେ । କଟକ ବାଲୁବଜାର ପାଖରେ ସେ ଗୋଟିଏ ମହିଳା ସଭାରେ ନାରୀ ମାନଙ୍କୁ ସୂତା କାଟି ଖଦି ପିନ୍ଧିବାକୁ, ପରଦା ଛାଡିବାକୁ, ଛୁଆଁ ଅଛୁଆଁ ନମାନିବାକୁ ଉଦ୍ୱୋଧନ ଦେଲେ। ସେହି ସଭାରେ ସରଳା ଦେବୀ ମଧ୍ୟ ଉପସ୍ଥିତ ଥିଲେ।ସେହିଠାରୁ ସେ ପରଦା ପ୍ରଥାକୁ ବର୍ଜନ କଲେ ଓ ଗାନ୍ଧୀଙ୍କର ଅନ୍ୟ ସମସ୍ତ ନୀତିକୁ ମଧ୍ୟ ଅନୁସରଣ କଲେ । ତା ପରେ ସେ କଂଗ୍ରେସର ସଭ୍ୟା ହେଲେ । ସେତେବେଳେ ସଭ୍ୟପଦ ପାଇଁ ନିୟମ ଥିଲା ଯେ, କଂଗ୍ରେସକୁ ଚାରିଅଣା ପଇସା ଦେଇ ରସିଦ୍ ଖାତାରେ ଦସ୍ତଖତ କରିବାକୁ ପଡିବ । ଏହି ଦସ୍ତଖତ ବା ଟିପ ଚିହ୍ନ କଂଗ୍ରେସର ସଭ୍ୟ ଭାବରେ ଦେଶର ସ୍ୱାଧୀନତା ଆନ୍ଦୋଳନକୁ ସମର୍ଥନ କରୁଥିବାର ପ୍ରମାଣ ରୂପେ ଗ୍ରହଣ କରାଯାଉଥିଲା । କାରଣ କଂଗ୍ରେସ ରସିଦ୍ ବହିରେ ଲେଖା ଥିଲା - "ମୁଁ ଶାନ୍ତି ପୂର୍ଣ୍ଣ ଓ ନ୍ୟାୟ ସଂଗତ ଉପାୟରେ ଭାରତର ସ୍ୱାଧୀନତା ପ୍ରାପ୍ତିରେ ବିଶ୍ୱାସ କରେ । " ଓଡ଼ିଶାରେ ଅସହଯୋଗ ଆନ୍ଦୋଳନକୁ ଠିକ୍ ଭାବରେ ପରିଚାଳନା କରିବା ପାଇଁ ଗୋପବନ୍ଧୁ ଦାସ ଚାହୁଁଥିଲେ । ସେଥିପାଇଁ ସେ ଗାନ୍ଧୀଜୀଙ୍କୁ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରିଥିଲେ ଏବଂ ସେହି ନିମନ୍ତ୍ରଣ ରକ୍ଷା କରି ଗାନ୍ଧିଜୀ ୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ ଓଡ଼ିଶା ଆସିଥିଲେ । ତାଙ୍କ ସହିତ ପତ୍ନୀ କସ୍ତୁରବା ମଧ୍ୟ ଆସିଥିଲେ । ସେମାନଙ୍କ ଆଗମନ ହେତୁ କଟକ କାଠଯୋଡ଼ି ନଦୀ ପଠାରେ ଏକ ବିଶାଳ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ଓଡ଼ିଶାର ମହିଳା ମାନେ ବହୁ ସଂଖ୍ୟାରେ ଯୋଗ ଦିଅନ୍ତୁ ବୋଲି ଗାନ୍ଧିଜୀ ଚାହୁଁଥିଲେ । ହେଲେ ସେତେବେଳେ ଏଭଳି ହେବା ସମ୍ଭବ ନଥିଲା । ସରଳା ଦେବୀ କଟକ ସହରର ଗଳିକନ୍ଦି ବୁଲି ମହିଳାମାନଙ୍କୁ ଗାନ୍ଧିଜୀଙ୍କ ସଭାରେ ଯୋଗ ଦେବାପାଇଁ ବୁଝାଇଥିଲେ । ତାଙ୍କର ନିଷ୍ଠା ଓ ଉଦ୍ୟମ ସଫଳ ହୋଇଥିଲା ଓ ସେହି ସଭାରେ ବହୁ ସଂଖ୍ୟାରେ ମହିଳା ଯୋଗ ଦେଇଥିଲେ । ଏହି ସଭାରେ ଗାନ୍ଧିଜୀ ହିନ୍ଦୀରେ ଯେଉଁ ଭାଷଣ ଦେଇଥିଲେ , ସରଳା ଦେବୀ ତାକୁ ଓଡ଼ିଆରେ ଅନୁବାଦ କରି ଅନ୍ୟମାନଙ୍କୁ ବୁଝାଉଥିଲେ । ଗାନ୍ଧିଜୀଙ୍କ ଆହ୍ୱାନରେ ବହୁ ମହିଳା ନିଜର ଅଳଙ୍କାର ମାନ ଅଳଙ୍କାର ମାନ ଖୋଲି ସ୍ୱରାଜ ପାଣ୍ଠିକୁ ଦାନ କରିଥିଲେ । ପାଖରେ ଥିବା ସବୁ ଟଙ୍କା ପଇସା ମଧ୍ୟ ଦେଇଦେଇଥିଲେ । ସେମାନଙ୍କ ସହ ସରଳାଦେବୀ ମଧ୍ୟ ନିଜର ସ୍ୱର୍ଣ୍ଣ ଅଳଙ୍କାର ଦାନ କରିବା ସହ ଭବିଷ୍ୟତରେ ଆଉ ଅଳଙ୍କାର ପିନ୍ଧିବେ ନାହିଁ ବୋଲି ଘୋଷଣା କରିଥିଲେ । ସେହିଦିନଠାରୁ ସେ ସ୍ୱରାଜର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବେ ବୋଲି ପଣ କରିଥିଲେ ।୧୯୩୬ରେ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ ଘୋଷଣା ହେବାପରେ ପ୍ରାଦେଶିକ ସ୍ୱାୟତ୍ତ ଶାସନର ଚଳଣିରେ ଓଡ଼ିଶାରେ କଂଗ୍ରେସ ପକ୍ଷରୁ ବିଧାନ ସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଠିଆ କରାଯାଇଥିଲା ।ଏବଂ ସେସମୟରେ ସରଳା ଓଡ଼ିଶା ବିଧାନ ସଭା ନିର୍ବାଚନରେ ଭାଗ ନେଇ ବିଧାନ ସଭାକୁ ନିର୍ବାଚିତ ହେଇଥିଲେ । ସେ ଥିଲେ ଓଡ଼ିଶା ବିଧାନ ସଭାରେ ପ୍ରଥମ ମହିଳା ବିଧାୟିକା । ବିଧାନ ସଭାରେ ବାଲ୍ୟ ବିବାହ ଆଇନ୍ର ସଂଶୋଧନ ଓ ପୋଇଲି ପ୍ରଥାକୁ ଉଠାଇ ଦେବା ପାଇଁ ବିଭିନ୍ନ ଆଇନ୍ ପ୍ରଣୟନ କରିବାକୁ ବିଲ୍ ଆଗତ କରିଥିଲେ । ସେ ସମାଜରେ ପ୍ରଚଳିତ କୁପ୍ରଥା ବିରୋଧରେ ବିଧାନ ସଭାରେ ମଧ୍ୟ ସ୍ୱର ଉଠାଇଥିଲେ । ବିଧାୟିକା ହେବା ଫଳରେ ଆଇନ୍ ବଳରେ ଏହି ପ୍ରଥାରକୁ ଉଠାଇ ଦେବା ପାଇଁ ସେ ଦୃଢ଼ ପରିକର ହୋଇଥିଲେ । ତାଙ୍କ ଉଦ୍ୟମ ଫଳରେ ଏହି ବିଲ୍ ବିଧାନ ସଭାରେ ଗୃହୀତ ହୋଇଥିଲା । ସେ ବିଧାନ ସଭାରେ ଗୋଟିଏ ଦିନ ବାଚସ୍ପତି ଦାୟିତ୍ୱ ତୁଲାଇଥିଲେ ।ବ୍ରିଟିଶ୍ ଆମଳରେ ବିଧାନ ସଭାରେ ସମସ୍ତ କାର୍ଯ୍ୟ ଇଂରାଜୀ ଭାଷାରେ ହେଉଥିବା ବେଳେ , ସରଳା ବାଚସ୍ପତି ଆସନରେ ବସି ସେଦିନର ସମସ୍ତ କାର୍ଯ୍ୟ ଓଡ଼ିଆ ଭାଷାରେ ନିର୍ଧାରଣ କରିବାର ନିର୍ଦ୍ଦେଶ ଦେଇଥିଲେ ।ଓଡ଼ିଆ ଭାଷାକୁ ସରକାରୀ ଭାଷା ରୂପେ ଗ୍ରହଣ କରିବାର ପ୍ରୟାସରେ ସେ ଥିଲେ ପ୍ରଥମ ଓ ଅଗ୍ରଗଣ୍ୟ ମହିଳା । ୧୯୪୨-୧୯୫୨ ପର୍ଯ୍ୟନ୍ତ ଦୀର୍ଘ ଦଶବର୍ଷ ଧରି ସେ ଓଡ଼ିଶାର ସର୍ବପ୍ରାଚୀନ ସାହିତ୍ୟ ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜର ସମ୍ପାଦକ ଓ ଉପସଭାପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ସେ ସମବାୟ ବ୍ୟାଙ୍କର ପ୍ରଥମ ମହିଳା ନିର୍ଦେଶକ ଥିଲେ । ଓଡ଼ିଆର ଏବଂ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି କରିବା ତାଙ୍କର ପ୍ରଧାନ ଲକ୍ଷ୍ୟ ଥିଲା ।ଗାନ୍ଧିଜୀଙ୍କ ପ୍ରଭାବ ସରଳା ଦେବୀ , ରମା ଦେବୀ , ଶୈଳବାଳା ଦାସ , ରେବା ରାୟ ଓ କୁନ୍ତଳା କୁମାରୀ ଆଦି ପ୍ରମୁଖ ନାରୀନେତ୍ରୀଙ୍କ ଉପରେ ପଡ଼ିଥିଲା ।ସେମାନେ ନାରୀମାନଙ୍କର ସାମୂହିକ ଉନ୍ନତି ପାଇଁ ଚେଷ୍ଟା କରୁଥିଲେ । ଲେଖା,ଶିକ୍ଷା ଓ ସଭାସମିତିଦ୍ୱାରା ନାରୀମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ସେମାନେ ଆଲୋକପାତ କରୁଥିଲେ ।ଓଡ଼ିଶାର ନାରୀମାନଙ୍କୁ ଏକାଠି କରିବାପାଇଁ ସରଳା ଦେବୀ "ଉତ୍କଳ ମହିଳା ସମ୍ମିଳନୀ" ନାମକ ସଂଗଠନ ଗଠନ କରିଥିଲେ । ଏହା ତାଙ୍କର ନାରୀଜାତିକୁ ଉନ୍ନତ କରିବାର ଆପ୍ରାଣ ଉଦ୍ୟମର ଏକ ଝଲକ ଥିଲା ।ସେହି ଅଧିବେଶନରେ ହିଁ ଉତ୍କଳ ମହିଳା ସମ୍ମିଳନୀ ," ନିଖିଳ ଭାରତୀୟ ମହିଳା ସଂଘ"ର ଶାଖା ରୂପେ କାର୍ଯ୍ୟ କରିବ ବୋଲି ସ୍ଥିର ହୋଇଥିଲା ।ଏହାର ସଫଳତା ତାଙ୍କୁ ଅଧିକ ଗଠନମୂଳକ କାମ କରିବା ପାଇଁ ବିଶେଷ ଉତ୍ସାହିତ କରିଥିଲା ।ସେ ଓଡ଼ିଶାର ନାରୀ ଓ ସେମାନଙ୍କ ସମସ୍ୟା ବିଷୟରେ ବିଭିନ୍ନ ପତ୍ର-ପତ୍ରିକାରେ ପ୍ରବନ୍ଧମାନ ଲେଖି ପ୍ରକାଶ କରିଥିଲେ । ଯେହେତୁ ଏସବୁ ଅନ୍ୟ ରାଜ୍ୟଗୁଡିକରେ ମଧ୍ୟ ଆଲୋଚନା ହେଉଥିଲା, ତେଣୁ ତାଙ୍କର ଜାଗରଣର ବାର୍ତ୍ତା ଭାରତର ବିଭିନ୍ନ ସ୍ଥାନରେ ପହଞ୍ଚି ପାରିଥିଲା । ୧୯୨୪ ମସିହାର କଟକ ନାରୀ ସମ୍ମିଳନୀରେ ଯୋଗଦେବା ପରେ ସେ କଟକ ସ୍ୱରାଜ୍ୟ ଆଶ୍ରମର ମହିଳା ସଭା ଓ ସଂଗଠନ କାମରେ ଲାଗିପଡିଥିଲେ ।ସେ ବୁଝିପାରିଥିଲେ ଯେ ନାରୀର ଉନ୍ନତିରେ ହିଁ ଦେଶର ଉନ୍ନତି ନିହିତ । କିନ୍ତୁ ଏହି ସମୟରେ ଭାରତର ରାଜନୈତିକ ଆନ୍ଦୋଳନ ଭିନ୍ନ ମୋଡ ନେଲା । ୧୯୩୦ ମସିହାରେ ମହାତ୍ମା ଗାନ୍ଧୀ ଲବଣ ଆଇନ୍ ବିରୁଦ୍ଧରେ ସତ୍ୟାଗ୍ରହ କରିବା ପାଇଁ ଡାକାର ଦେଲେ ।
ସରଳା ଦେବୀ ସେତେବେଳେ ଗଞ୍ଜାମ ଜିଲ୍ଲାରେ "ଉଦ୍ଯୋଗ ମନ୍ଦିର" ନାମକ ସଂସ୍ଥା ସ୍ଥାପନ କରି ଗ୍ରାମାଞ୍ଚଳରେ ବୁଲି ସତ୍ୟାଗ୍ରହୀ ସଂଗ୍ରହ କରିବାରେ ଲାଗିପଡିଥିଲେ । ତାଙ୍କ ପ୍ରଚେଷ୍ଟାରେ ଶ୍ରୀମତୀ ହେମଲତା ଦେବୀ, ଶୋଭାବତୀ ପଣ୍ଡା ପ୍ରମୁଖ ସତ୍ୟାଗ୍ରହ ଆନ୍ଦୋଳନରେ ଯୋଗ ଦେଇଥିଲେ । ବହୁ ପୁରୁଷ ସତ୍ୟାଗ୍ରହୀ ମଧ୍ୟ ଏଥିରେ ରହି ଦଳବଦ୍ଧ ହୋଇ ଲୁଣ ମାରି ଲବଣ ଆଇନ୍ ଭଙ୍ଗ କରିଥିଲେ ଓ ଗିରଫ ହୋଇ ଦଣ୍ଡ ଭୋଗୁଥିଲେ । ଯେତେବେଳେ ସରଳା ଦେବୀ ନିଜେ ଲବଣ ଆଇନ୍ ଭାଙ୍ଗିବାର ଘୋଷଣା କଲେ, ସେତେବେଳେ ସରକାରଙ୍କ ଚେତନା ପଶିଲା । ଦିନେ ସେ "ମାନ୍ଦ୍ରାଜ୍ ମେଲ୍"ରେ ଯାଉଥିଲେ । ହଠାତ୍ ଏହା ଗୋଟିଏ ନିର୍ଜନ ସ୍ଥାନରେ ଠିଆ ହୋଇଗଲା । କିନ୍ତୁ ଏହି ରେଳଟି ବଡ ବଡ଼ ଷ୍ଟେସନ୍ ଛଡା ଆଉ କୋଉଠି ଅଟକେନାହିଁ।ସେଦିନ ଗାଡି କାହିଁକି ଅଟକିଲା ବୋଲି ଯାତ୍ରୀମାନେ କାରଣ ଖୋଜିବାବେଳକୁ ଦଳେ ପୋଲିସ୍ ଜଣେ ଯୁବତୀଙ୍କୁ ରେଳରୁ ଓହ୍ଲାଇ , ପୋଲିସ୍ ଗାଡ଼ିରେ ବସାଇ ନେଇଗଲେ ।ସେମାନେ ଜାଣିପାରିଲେ ଯେ ସେ ଯୁବତୀ ଜଣକ ସରଳା ଦେବୀ । ବ୍ରିଟିଶ୍ ସରକାରଙ୍କ ଭୟ ଥିଲା କାଳେ ତାଙ୍କୁ ସର୍ବସାଧାରଣରେ ଗିରଫ କଲେ, ସାଧାରଣ ଜନତା ଉତ୍ତେଜିତ ହୋଇଯିବେ ତେଣୁ ସେ ରେଳରେ ଯାତ୍ରା କରୁଥିବା ସମୟରେ ନିଛାଟିଆ ଜାଗାରେ ରେଳ ଅଟକାଇ ତାଙ୍କୁ ଗିରଫ କରିନେଇଥିଲେ ,ପରେ ତାଙ୍କୁ ସୁଦୂର ଭେଲୋର୍ ଜେଲ୍ ପଠାଯାଇଥିଲା । ସେ ଥିଲେ କାରାବରଣ କରିଥିବା ଓଡ଼ିଶାର ପ୍ରଥମ ନାରୀ ।୬ ମାସ ପରେ ସେହି ବର୍ଷ ଡିସେମ୍ବର ୮ ତାରିଖ ଦିନ ତାଙ୍କୁ ସେଠାରୁ ଖଲାସ କରାଯାଇଥିଲା । ୧୯୩୦ ମସିହା ଲବଣ ସତ୍ୟାଗ୍ରହ ,ନିଶା ନିବାରଣ ଓ ବିଦେଶୀ ପଦାର୍ଥ ବର୍ଜନ ଆନ୍ଦୋଳନ ଖୁବ୍ ପ୍ରବଳ ହେଲା । ଶେଷରେ ବ୍ରିଟିଶ୍ ସରକାର ଉପାୟହୀନ ହୋଇ ୧୯୩୧ ମସିହାରେ ମହାତ୍ମା ଗାନ୍ଧୀଙ୍କ ସହ ସନ୍ଧି କରିଥିଲେ । ଓଡ଼ିଶାରେ ସରଳା ଦେବୀ ଏହିସବୁ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।ଦେଶର ସ୍ୱାଧୀନତା ଆନ୍ଦୋଳନ ବେଳେ ଗଡଜାତ ରାଜା ଓ ଜମିଦାରମାନେ ଇରେଜମାନଙ୍କର ଦୃଢ଼ ସମର୍ଥକ ଥିଲେ । ଜମିଦାରମାନେ ଚାଷୀମାନଙ୍କ ଉପରେ ଶୋଷଣ ଓ ଅତ୍ୟାଚାର ଚଳାଉଥିଲେ । ଚାଷୀମାନଙ୍କୁ ସ୍ୱାଧୀନତା ଆନ୍ଦୋଳନରେ ସାମିଲ କରିବା ପାଇଁ,ସେମାନଙ୍କ ଦୁଃଖ ସୁଖରେ ଭାଗୀଦାର ହେବା ସ୍ୱାଧୀନତା ସଂଗ୍ରାମୀ ମାନଙ୍କର କର୍ତ୍ତବ୍ୟ ହୋଇଉଠିଥିଲା । ସେଥିପାଇଁ କଂଗ୍ରେସ ଦଳ ଭିତରେ ଗୋଟିଏ ପ୍ରଗତିଶୀଳ ଗୋଷ୍ଠୀ ଲୋକେ "ଉତ୍କଳ କଂଗ୍ରେସ ସାମ୍ୟବାଦୀ ସଂଘ" ନାମରେ ଏକ ନୂଆ ସଂଗଠନ ଗଢିଥିଲେ । ନବକୃଷ୍ଣ ଚୌଧୁରୀ, ସୁରେନ୍ଦ୍ର ନାଥ ଦ୍ୱିବେଦୀ, ଭଗବତୀ ଚରଣ ପାଣିଗ୍ରାହୀ ଓ ମାଳତୀ ଚୌଧୁରୀ ପ୍ରମୁଖ ଥିଲେ ଏହି ସଂଘର ପ୍ରତିଷ୍ଠାତା । ଏମାନେ ସମସ୍ତେ କାର୍ଲମାର୍କସ୍ଙ୍କ ସାମ୍ୟବାଦୀ ଚିନ୍ତାଧାରାଦ୍ୱାରା ପ୍ରଭାବିତ ହୋଇଥିଲେ । ଦେଶର ରାଜନୈତିକ ସ୍ୱାଧୀନତା ସହିତ ଲୋକଙ୍କ ଆର୍ଥିକ ସ୍ୱାଧୀନତା କିପରି ଆସିପାରିବ, ସେଥିପାଇଁ ସେମାନେ ଲାଗିପଡିଥିଲେ । ଜମିଦାର ଓ ସାହୁକାରମାନଙ୍କ ଶୋଷଣରୁ ଚାଷୀମାନଙ୍କୁ ରକ୍ଷା କରିବାପାଇଁ ସେମାନେ ଚାଷୀମାନଙ୍କୁ ଏକାଠି କରୁଥିଲେ । ସରଳା ଦେବୀ କଂଗ୍ରେସ ସାମ୍ୟବାଦୀ କର୍ମୀ ମାନଙ୍କ ସହ ମିଶି ଚାଷୀମାନଙ୍କୁ ସଂଗଠିତ କରୁଥିଲେ । ୧୯୩୭ ମସିହା ମେ ମାସରେ ଡେଲାଙ୍ଗଠାରେ ଏକ ଚାଷୀସଭା ହୋଇଥିଲା । ଏହି ସଭାରେ ସେ ତତ୍କାଳୀନ ଜମିଦାରଙ୍କ ଅତ୍ୟାଚାର ବିରୁଦ୍ଧରେ ଲଢେଇ କରିବାକୁ ଲୋକଙ୍କୁ ଆହ୍ୱାନ କରିଥିଲେ । ବିଧାନ ସଭା ମଧ୍ୟରେ ବନ୍ୟା କ୍ଷତିଗ୍ରସ୍ତ ଚାଷୀମାନଙ୍କଠାରୁ ଖଜଣା ଆଦାୟ ବନ୍ଦ କରିବାକୁ ସେ ସରକାରଙ୍କୁ ପରାମର୍ଶ ଦେଇଥିଲେ । ଲୋକେ ଯେପରି ବନ୍ୟା ଦାଉରୁ ରକ୍ଷା ପାଇବେ ସେଥିପାଇଁ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ସରକାରଙ୍କ ପାଖରେ ଦାବି କରିଥିଲେ । ମୋଗଲବନ୍ଦୀର ଜମିଦାରଙ୍କ ଭଳି ଗଡଜାତର ରାଜାମାନେ ମଧ୍ୟ ପ୍ରଜାମାନଙ୍କୁ ବେଠି ଖଟାଇ ନାନା ପ୍ରକାର ଟିକସ ଆଦାୟ କରି ହନ୍ତସନ୍ତ କରୁଥିଲେ । ସରଳା ଦେବୀ ବିଧାନ ସଭା ଭିତରେ ଓ ବାହାରେ ଏହି ଗଡଜାତ ରାଜମାନଙ୍କର ଶୋଷଣ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ ।ସରଳା ଦେବ କମ ବୟସରୁ ସାହିତ୍ୟ ଚର୍ଚ୍ଚା ଆରମ୍ଭ କରିଥିଲେ । ସେ ଯୁଗରେ "ପରିଚାରିକା" ନାମକ ଗୋଟିଏ ମାସିକ ପତ୍ରିକା କିଛି ବର୍ଷ ପ୍ରକାଶିତ ହୋଇଥିଲା । ଶ୍ରୀମତୀ ବସନ୍ତ କୁମାରୀ ଦେବୀ ଏହି ପତ୍ରିକାର ସମ୍ପାଦିକା ଥିଲେ । ସରୋଜିନୀ ଦେବୀ , କୋକିଳ ଦେବୀ , ପ୍ରମିଳା ସୁନ୍ଦରୀ ଦେଇ , ରମା ସୁନ୍ଦରୀ ଦେଇ, କାଞ୍ଚନ ମଣି ଦେଇ ପ୍ରମୁଖ ବହୁ ମହିଳାଙ୍କ ରଚନା ସେହି ପତ୍ରିକାରେ ପ୍ରକାଶିତ ହୋଇଥିଲା । ପକ୍ଷ ୧୩୨୫ରୁ ୧୩୨୭ ମଧ୍ୟରେ ଛପା ହୋଇଥିବା "ପରିଚାରିକା"ରେ ସରଳା ଦେବୀଙ୍କର ମଧ୍ୟ ବହୁ ରଚନା ଦେଖିବାକୁ ମିଳେ । ସେଗୁଡିକ ଭିତରୁ "ଧୌର୍ଯ୍ୟଶାଳୀ ସାମ୍ରାଜ୍ଞି - ଶୈବ୍ୟା" , "କଳ୍ପିତ ମୃତ୍ୟୁ" ଓ "ପ୍ରତୀକ୍ଷା" ଅନ୍ୟତମ । ୧୫ ବର୍ଷ ବୟସରୁ ତାଙ୍କର ଏଭଳି ରଚନାରୁ ତାଙ୍କର ସାହିତ୍ୟିକ ପ୍ରତିଭାର ପରିଚୟ ମିଳିଥିଲା ।ତାଙ୍କ ଭିତରେ ସର୍ଜନଶୀଳ ସାହିତ୍ୟ ପ୍ରତିଭା ପୂରି ରହିଥିଲା । ଅଳକା ଆଶ୍ରମରୁ ପ୍ରକାଶିତ ହାତଲେଖା "ଅଳକା" ଠାରୁ ଆରମ୍ଭ କରି "ସରକାର","ନବ ଭାରତ" ଇତ୍ୟାଦି ଓଡ଼ିଶାର ବିଶିଷ୍ଟ ପତ୍ର ପତ୍ରିକାରେ ତାଙ୍କର ଲେଖାମାନ ପ୍ରକାଶ ପାଉଥିଲା । ଲୋକଙ୍କୁ ସଚେତନ କରିବାର ଆବଶ୍ୟକତା ଉପଲବ୍ଧି କରି ଲୋକ ଶିକ୍ଷା ଉଦ୍ଦେଶ୍ୟରେ ଗାଁ ଲୋକଙ୍କ କଥା, ନାରୀର ଆଇନଗତ ଅଧିକାର ଆଦି ବିଷୟରେ ଛୋଟଛୋଟ ପୁସ୍ତକ ରଚନା କରି ତାହାର ପ୍ରଚାର ପ୍ରସାର କରିଥିଲେ । "ହିନ୍ଦୁସ୍ତାନ ଗ୍ରନ୍ଥମାଳା" ନାମକ ସଂସ୍ଥା ସ୍ଥାପନ କରି ସେ ତା'ର ସମ୍ପାଦିକା ହୋଇଥିଲେ । ନାରୀର ଆର୍ଥିକ ଅବସ୍ଥା ବିଷୟରେ ତାଙ୍କର ଗବେଷଣା, ଭାଷଣ ଓ ରଚନା ସେତେବେଳେ ସମାଜ ମଧ୍ୟରେ ଏକ ଆଲୋଡନ ସୃଷ୍ଟି କରିଥିଲା । ସେ "ସବିତା" ନାମକ ଗୋଟିଏ ପତ୍ରିକାର ସମ୍ପାଦନା ସହ ସେଥିରେ ନିଜର ମତାମତ ମଧ୍ୟ ପ୍ରକାଶ କରୁଥିଲେ । ୧୯୩୫ ମସିହାରେ "ଭାରତୀୟ ମହିଳା ପ୍ରସଙ୍ଗ" ନାମରେ। ତାଙ୍କର ଏକ ପ୍ରବନ୍ଧ ପୁସ୍ତକ ଓ ନାରୀ ଜଗତ ନାମକ ଏକ ପ୍ରବନ୍ଧ ଗ୍ରନ୍ଥ ହିନ୍ଦୁସ୍ତାନ ସାହିତ୍ୟ ମନ୍ଦିର ପ୍ରକାଶ କରିଥିଲା ।ଏଥିରେ ବିଭିନ୍ନ ଦେଶରେ ଦେଖା ଦେଇଥିବା ନାରୀ ଜାଗରଣ ବିଷୟରେ ଆଲୋଚନା କରାଯାଇଥିଲା ।୧୯୫୮ ମସିହାରେ ବିଶ୍ୱ ବିପ୍ଲବୀଣି ନାମକ ତାଙ୍କର ଏକ ପୁସ୍ତକକଟକ ପବ୍ଲିସିଂ ହାଉସ୍ ପ୍ରକାଶ କରିଥିଲା ।ଏଥିରେ ବିଶ୍ୱ ତଥା ଭାରତ ର୍ ବିପ୍ଲବିଣୀ ନାରୀମାନଙ୍କର ଜୀବନ କାହାଣୀ ସଂକ୍ଷେପରେ ପ୍ରକାଶ କରାଯାଇଥିଲା । ଏହାବ୍ୟତୀତ "ରାୟ ରାମନନ୍ଦ" ,"ସରଳା ମହାଭାରତରେ ନାରୀ ଚରିତ୍ର" , ବାସନ୍ତୀ ପ୍ରଭୃତି ଗ୍ରନ୍ଥ ଓ ଉପନ୍ୟାସରେ ବିଶେଷଭାବେ ଅବଦାନ କରିଥିଲେ । ତାଙ୍କର ସାରସ୍ଵତ ସୃଷ୍ଟି ମଧ୍ୟରେ "ଉତ୍କଳର ନାରୀ ସମସ୍ୟା", "ନାରୀର ଦାବି ", "ଭାରତୀୟ ମହିଳା ପ୍ରସଙ୍ଗ","ରବିନ୍ଦ୍ର ପୂଜା",'ବୀର ରମଣୀ",",ବିଶ୍ୱ ବିପ୍ଳବିଣୀ","ବାସନ୍ତୀ","ରାୟ ରାମାନନ୍ଦ","ଗାଁ କଥା " ଓଡ଼ିଆ ବାଣୀ ଭଣ୍ଡାର କୁ ସମୃଦ୍ଧ କରିଛି ।
ସରଳା ଦେବୀ ପ୍ରାୟ ୯ ବର୍ଷ କାଳ ବିଧାନ ସଭାରେ ରହି ବିଭିନ୍ନ ପ୍ରଗତିଶୀଳ ଆଇନ୍ ପାସ୍ କରିବାରେ ସହାୟତା କରିଥିଲେ । କିଛିଦିନ ସେ ବିଧାନ ସଭାରେ କଂଗ୍ରେସ ଦଳର ମୁଖ୍ୟ ସଚେତକ ମଧ୍ୟ ଥିଲେ । ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଦ୍ୱାରା ଗଠିତ ନ୍ୟାସନାଲ ପ୍ଲାନିଙ୍ଗ କମିଟିର ସଦସ୍ୟା ରହି ଓଡ଼ିଶାର ମଙ୍ଗଳ ପାଇଁ ଅନେକ ଗୁଡ଼ିଏ ପ୍ରସ୍ତାବ କାର୍ଯ୍ୟକାରୀ କରିଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ୧୯୪୧ ମସିହାରେ କଂଗ୍ରେସ ତରଫରୁ ବ୍ୟକ୍ତିଗତ ସତ୍ୟାଗ୍ରହ ଆରମ୍ଭ ହୋଇଥିଲା । ଓଡ଼ିଶାରୁ ଗାନ୍ଧିଜୀ , ସରଳା ଦେବୀଙ୍କୁ ତାହାର ପ୍ରଥମ ସତ୍ୟାଗ୍ରହୀ ରୂପେ ବାଛିଥିଲେ । ସେ ଯୁଦ୍ଧ ବିରୋଧୀ ଧ୍ୱନି ଦେଇ ୬ ମାସ କାଳ କାରାବରଣ କରିଥିଲେ । ୧୯୫୫ ମସିହା ସୀମା ଆନ୍ଦୋଳନ ଓ ୧୯୫୮ ମସିହା ଛାତ୍ର ଆନ୍ଦୋଳନରେ ସେ ପ୍ରତ୍ୟକ୍ଷ ଅଂଶ ଗ୍ରହଣ କରିଥିଲେ । ୧୯୮୬ ମସିହା ଆକ୍ଟୋବର ୪ ତାରିଖ ଦିନ ୮୨ ବର୍ଷ ବୟସରେ ସରଳା ଦେବୀଙ୍କର ପରଲୋକ ହୋଇଥିଲା । ଓଡ଼ିଶାର ନାରୀ ଆନ୍ଦୋଳନର କର୍ଣ୍ଣଧାର , ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ , ବରେଣ୍ୟ ଲେଖିକା ସରଳା ଦେବୀଙ୍କ ମୃତ୍ୟୁ ଓଡ଼ିଶା ଇତିହାସରେ ବିରାଟ ଦୁର୍ବିପାକ ସଦୃଶ ଲିପିବଦ୍ଧ ହୋଇ ରହିଛି ଓ ରହିଥିବ । ବନ୍ଦେ ଉତ୍କଳଜନନୀ ।
ଜୀବନ ଦର୍ଶନ
ଜୀବନ ଦର୍ଶନ
-----------------
ଧର୍ମୀୟ ଓ ଦାର୍ଶନିକ ଉକ୍ତି "କେହି ରହି ନାହିଁ ରହିବେ ନାହିଁଟି ଭବରଙ୍ଗ ଭୂମି ତଳେ, ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡ଼ିବେ କାଳ ବଳେ " ହିଁ ନିର୍ବିବାଦୀୟ ସତ୍ୟ , ଯାହା ମଣିଷ ଜୀବନର ନଶ୍ୱରତା ଏବଂ ସଂସାରର ଅସ୍ଥାୟୀ ରୂପକୁ ସୂଚେଇ ଦେଇଥାଏ । ଏହି ଅସୀମ ନାଟକର ମଞ୍ଚ ହେଉଛି ଆମର ଏହି ପୃଥିବୀ, ଆଉ ଆମେ ସମସ୍ତେ ନିଜ ନିଜର ଭୂମିକା ତୁଲାଉଥିବା ଜଣେ ଜଣେ କଳାକାର ବା ଅଭିନେତା ବା ଅଭିନେତ୍ରୀ । ବିଶ୍ବର ସର୍ବାଧିକ ଜନପ୍ରିୟ କବି, ନାଟ୍ୟକାର ସେକ୍ସ୍ ପିଅର ମଧ୍ୟ ଅତ୍ୟନ୍ତ ସ୍ପଷ୍ଟ ଭାବରେ କରିଯାଇଛନ୍ତି ଯେ "ସାରା ସଂସାରଟା ଗୋଟିଏ ରଙ୍ଗମଞ୍ଚ, ଆଉ ସବୁ ନର-ନାରୀ କେବଳ ଅଭିନେତା ଓ ଅଭିନେତ୍ରୀ।" ଆମର ବିଦ୍ୟାର୍ଥୀ ଜୀବନରେ ୧୯୭୬ ମସିହାରେ ବୋଧେ ଉପନ୍ୟାସିକ ଚିନ୍ତାମଣି ଜେନାଙ୍କ "ସରପଞ୍ଚ ପୁଅ"ଉପନ୍ୟାସ କୁ କାହାଣୀ କରି ପ୍ରଦର୍ଶିତ ଚଳଚ୍ଚିତ୍ର "ସିନ୍ଦୂର ବିନ୍ଦୁ " ରେ ଗୀତିକାର ଶୀର୍ଷାନନ୍ଦ ଦାସ କାନୁନଗୋ ଙ୍କ ଗୀତ କୁ ସଙ୍ଗୀତ ସମ୍ରାଟ ଅକ୍ଷୟ ମହାନ୍ତି ଙ୍କ ନିର୍ଦ୍ଦେଶନାରେ ବରେଣ୍ୟ ପ୍ରଣବ ପଟ୍ଟନାୟକ ଙ୍କ କଣ୍ଠରେ " ଏ ଜୀବନ ଟା ଏକ ନାଟକ, ମୁଁ ନାୟକ ,ଏ ଜୀବନଟା ଏକ ନାଟକ, ମୁଁ ନାୟକ
ଏଠି ରଙ୍ଗମଞ୍ଚେ ଅଭିନୟ କରେ ,ଜଣେ ଜଣେ ଜଣେ ସାଧାରଣ ଲୋକ ,ଏ ଜୀବନଟା ଏକ ନାଟକ, ମୁଁ ନାୟକ...କେତେ ରୂପ ଏଠି, କେତେ ଯେ ବେଶ ,ଦୁଃଖ ସୁଖ ସାଥେ ଖେଳ ଶେଷ, ଯେତିକି ଦେଲେ ସେ ନିର୍ଦ୍ଦେଶ ,ସେତିକି କରିବା ମୋର ତ ପାଟ
ମୋ ପଛେ ଲାଗିଛି ଦୁନିଆଁ ଗୋଟା ,ମୋ ପଛେ ଲାଗିଛି ଦୁନିଆଁ ଗୋଟା...,କିଏ ବୋଲେ ମୋତେ ପାଗଳ ଟାଏ ,କିଏ ବୋଲେ ମୋତେ କେତେ କଥା,କିଏ ବୁଝିବ ଏ ନିରୀହ ମନର
ଅକୁହା କେତେ ଯେ ବ୍ୟଥା, ଲୁହ ଢାଳିବାକୁ ବେଳ ମୋର ନାହିଁ
ହସି ହସି ଦିନ ବିତିଯାଏ... ।" ସେହିପରି ଜୀବନ ଦର୍ଶନ
ହେଉଛି ପ୍ରତ୍ୟେକ ବ୍ୟକ୍ତିର ଜୀବନ ଜିଇଁବାର ଶୈଳୀ, ଆଦର୍ଶ, ଚିନ୍ତାନାୟକ ଭାବନା, ଏବଂ ସତ୍ୟର ସନ୍ଧାନ। ଏହା ବ୍ୟକ୍ତିର ମୂଲ୍ୟବୋଧ, ବିଶ୍ୱାସ, ଏବଂ କର୍ମକୁ ନିର୍ଦ୍ଧାରଣ କରିଥାଏ।
ଭାରତୀୟ ଦର୍ଶନ ଅନୁସାରେ "କର୍ମ ହିଁ ଭଗବାନ୍"। ମଣିଷ ନିଜର କର୍ମ ଦ୍ୱାରା ହିଁ ନିଜର ଭାଗ୍ୟ ନିର୍ମାଣ କରେ। ଆମେ ଯେଉଁ ପ୍ରକାରର କାର୍ଯ୍ୟ କରିବା, ତାର ଫଳ ମଧ୍ୟ ସେହିପରି ମିଳିବ। ଫଳର ଆଶା ନରଖି ନିଜର କର୍ତ୍ତବ୍ୟ କରିଚାଲିବା ହିଁ ଜୀବନର ପ୍ରକୃତ ଆନନ୍ଦ। ଯଥାର୍ଥରେ ବିଶ୍ବ ମଣି ପଣ୍ଡିତ ଗୋପବନ୍ଧୁ କହି ଯାଇଛନ୍ତି" ମାନବ ଜୀବନ ନୁହଁଇ କେବଳ ବର୍ଷ ମାସ ଦିନ ଦଣ୍ଡ,କର୍ମେ ଯିଏଁ ନର କର୍ମ ଏକା ତାର ଜୀବନର ମାନଦଣ୍ଡ " । ମନୁଷ୍ୟ ଜୀବନର ସଫଳତା କେବେ ହେଲେ କେବଳ ବର୍ଷ, ମାସ, ଦିନ କିମ୍ବା ବୟସର ଦୀର୍ଘତା ଦ୍ୱାରା ମପାଯାଏ ନାହିଁ। ଜଣେ ମଣିଷ କେତେ ବର୍ଷ ବଞ୍ଚିଲା ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ନିଜ ଜୀବନକାଳ ମଧ୍ୟରେ ସେ କିପରି ସତ୍କର୍ମ, ତ୍ୟାଗ ଓ ସମାଜ ସେବା କରିଛି, ତାହାହିଁ ତା' ଜୀବନର ସଚ୍ଚା ପରିଚୟ ଓ ମାନଦଣ୍ଡ ଅଟେ। ସେଥିପାଇଁ ସେ ପୁଣି କହି ଯାଇଛନ୍ତି " ମୁହୂର୍ତ୍ତେ ମାତର ଉଜ୍ଜ୍ୱଳି ପ୍ରଖର ଶିଖା ଟେକି ହୁତାଶନ,ଜଳି ଯେବେ କରେ ଆଲୋକ ଉତ୍ତାପ ଚଉଦିଗେ ବିତରଣ,ଲିଭୁ ସେ କ୍ଷଣକେ, ତଥାପି ଏ ଲୋକେ ରହିବ ତାହାର ଯଶ, କି ଲାଭ ମହିରେ ବଞ୍ଚି ଏ ସଂସାରେ କୁହୁଳି ସହସ୍ର ବର୍ଷ ?" । ଅତଏବ ଦୀର୍ଘତା ନୁହେଁ, ମହତ୍ ବଡ ।
ନିଷ୍କର୍ମା ହୋଇ ଦୀର୍ଘଦିନ ବଞ୍ଚିବା ଅପେକ୍ଷା କର୍ମମୟ ଓ ଅର୍ଥପୂର୍ଣ୍ଣ ସଂକ୍ଷିପ୍ତ ଜୀବନ ଅନେକ ଶ୍ରେଷ୍ଠ। ମାନବ ସେବା ହିଁ ମାଧବ ସେବା , ଭୋଗ ନୁହେଁ ତ୍ୟାଗ ହିଁ ଜୀବନର ମୂଲ୍ୟବୋଧ କୁ ପ୍ରତିପାଦିତ କରିଥାଏ । ସମାଜ ମଙ୍ଗଳ, ଦୀନଦୁଃଖୀଙ୍କ ସେବା ଏବଂ କର୍ତ୍ତବ୍ୟ ପରାୟଣତା ମାଧ୍ୟମରେ ମଣିଷ ଚିରସ୍ମରଣୀୟ ହୋଇରହେ। ଆମର କର୍ମହିଁ ମୃତ୍ୟୁ ପରେ ବି ଆମକୁ ଅମର କରି ରଖେ। ଅତଏବ ଜୀବନରେ ସତ୍ୟର ମାର୍ଗ ଆପଣାଇବା ଏବଂ କାହାରିକୁ ନିଜର ମନ, ବାକ୍ୟ, କିମ୍ବା କର୍ମ ଦ୍ୱାରା ଆଘାତ ନପହଞ୍ଚାଇବା ଦର୍ଶନର ଏକ ବଡ଼ ଭାଗ। ଶାନ୍ତିପୂର୍ଣ୍ଣ ସହାବସ୍ଥାନ ହିଁ ସମାଜକୁ ଆଗକୁ ନେଇଥାଏ। ଶାନ୍ତିପୂର୍ଣ୍ଣ ସହାବସ୍ଥାନ
ର ଅର୍ଥ ହେଉଛି ଭିନ୍ନ ଭିନ୍ନ ମତ, ଧର୍ମ, ଜାତି, ଭାଷା, ସଂସ୍କୃତି କିମ୍ବା ବିଚାରଧାରାର ଲୋକମାନେ କୌଣସି ହିଂସା କିମ୍ବା ମନୋମାଳିନ୍ୟ ନ ରଖି ଏକାଠି ଶାନ୍ତିପୂର୍ଣ୍ଣ ଭାବେ ବସବାସ କରିବା। ଏହା କେବଳ ବ୍ୟକ୍ତିଗତ କିମ୍ବା ସାମାଜିକ ସ୍ତରରେ ନୁହେଁ, ବରଂ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ବିଭିନ୍ନ ଦେଶମାନଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ରଖିବା ପାଇଁ ଏକ ମୁଖ୍ୟ ନୀତି। ବିଶେଷ କରି ପାରସ୍ପରିକ ସ୍ନେହ, ସମ୍ମାନ, ସଦିଚ୍ଛା ପ୍ରଦର୍ଶନ ସାମାଜିକ ସଂହତି ନିମନ୍ତେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପ୍ରତ୍ୟେକ ବ୍ୟକ୍ତି ଓ ସମୁଦାୟର ନିଜସ୍ୱ ବିଶ୍ୱାସ, ସଂସ୍କୃତି ଓ ସ୍ୱାଧୀନତାକୁ ସମ୍ମାନ ଦେବା। ଅନ୍ୟର ଭିନ୍ନ ମତ କିମ୍ବା ଜୀବନଶୈଳୀକୁ ଗ୍ରହଣ କରିବାର କ୍ଷମତା ରଖିବା। କୌଣସି ବାଦବିବାଦ କିମ୍ବା ମତଭେଦ ସୃଷ୍ଟି ହେଲେ ହିଂସା ବଦଳରେ କଥାବାର୍ତ୍ତା ଓ ଆଲୋଚନା ମାଧ୍ୟମରେ ସମାଧାନ କରିବା। ସମସ୍ତଙ୍କୁ ସମାନ ଅଧିକାର ଓ ସୁଯୋଗ ପ୍ରଦାନ କରିବା ହେଉଛି କେବଳ ବ୍ୟକ୍ତି ନୁହେଁ, ରାଷ୍ଟ୍ରୀୟ ନେତା ଓ ପ୍ରଶାସନିକ ଅଧିକାରୀ ମାନଙ୍କ ମାନବୀୟ କର୍ତ୍ତବ୍ୟ କର୍ମ । ଏହା ଫଳରେ ହିଁ ହିଂସା, ସାମ୍ପ୍ରଦାୟିକ ଦଙ୍ଗା, ଧର୍ମୀୟ ବିଦ୍ୱେଷ, ଭାଇଚାରା ଆଦି ସକରାତ୍ମକ ପରିବେଶ ସୃଷ୍ଟି ହୋଇଥାଏ । ବିଗତ ଚାରି ଦଶନ୍ଧିରୁ ଉର୍ଦ୍ଧ୍ୱ ଅବଧି ମଧ୍ୟରେ ସହସ୍ରାଧିକ ଆଲେଖ୍ୟ ଆଲୋଚନା, ଦୃଶ୍ୟ -ଶ୍ରାବ୍ୟ ଗଣମାଧ୍ୟମ ଆଲୋଚନା, ବିଭିନ୍ନ ସଭାସମିତିରେ ଉଲ୍ଲେଖ କରି ଆସୁଛୁ ଯେ " ପରିବର୍ତ୍ତନଶୀଳ ଦୁନିଆରେ ପରିବର୍ତ୍ତନ ହିଁ ଅପରିବର୍ତ୍ତିତ ନିୟମ"। ସୁଖ -ଦୁଃଖ, ହାନି-ଲାଭ, ସଫଳତା-ବିଫଳତା ଜୀବନର ଦୁଇଟି ପାଖ। ପ୍ରତ୍ୟେକ ପରିସ୍ଥିତିକୁ ସମାନ ଭାବରେ ସ୍ୱୀକାର କରିବା ଏବଂ ସନ୍ତୁଳନ ରକ୍ଷା କରିବା ଦ୍ୱାରା ମାନସିକ ଶାନ୍ତି ମିଳିଥାଏ।
ବାହ୍ୟ ଜଗତର ଜିନିଷରେ ଆନନ୍ଦ ଖୋଜିବା ପରିବର୍ତ୍ତେ ନିଜ ଭିତରର ଶାନ୍ତି ଓ ସନ୍ତୋଷକୁ ଚିହ୍ନିବା ଜରୁରୀ। "ମୁଁ କିଏ?" ଏବଂ "ମୋର ଜୀବନର ଲକ୍ଷ୍ୟ କ’ଣ?" - ଏହାର ସନ୍ଧାନ ହିଁ ପ୍ରକୃତ ଜୀବନ ଦର୍ଶନ।
ଭାଷା ଜନନୀଙ୍କ ବିଳାପ
---+--------
ଏହା ନିର୍ବିଵାଦୀୟ ସତ୍ୟଯେ ସଂସ୍କୃତ ଭାଷା ବିଶ୍ଵର ସକଳ ଭାଷାର ଜନନୀ । ଅବକ୍ଷୟୀ ସତ୍ତ୍ୱେ ଏହି ଭାଷା ହିଁ ଆନ୍ତର୍ଜାତିକ ସ୍ଵୀକୃତିପ୍ରାପ୍ତ ଶାସ୍ତ୍ରୀୟ ଭାଷା । ସକଳ ମାତୃଭାଷା ପ୍ରସବିନୀ ସଂସ୍କୃତ ଭାଷା ହଜାର ହଜାର ଵର୍ଷ ତଳେ ଓଡିଶାରେ ଏବଂ ସାମଗ୍ରିକ ଭାବେ ଭାରତରେ ଅତ୍ୟନ୍ତ ଉତ୍କର୍ଷ ଲାଭ କରିଥିଲା । ଦେଵଭାଷା ଭାବେ ସର୍ବଜନ ବ୍ୟବହୃତ ଭାଷାଟି ଆଜି ମୁଖପୁସ୍ତକରେ ବରେଣ୍ୟ ପ୍ରଶାନ୍ତ ଦାଶ, ପ୍ରାଚାର୍ଯ୍ୟ ବ୍ରଜବନ୍ଧୁ ପଣ୍ଡା, ବରେଣ୍ୟ କୁଳମଣି ଷଡ଼ଙ୍ଗୀ, ସମ୍ମାନନୀୟ ପଣ୍ଡିତ ପଣ୍ଡା ପ୍ରଭୃତି ସ୍ବଳ୍ପ ସଂଖ୍ୟକଙ୍କ ଉପସ୍ଥାପନରେ ସୀମିତ ବୋଲି ମୋଟାମୋଟି ଭାବରେ କହିହେବ । ପ୍ରାଚୀନ ଉତ୍କଳର ସାରସ୍ଵତ ସମ୍ଭାର ଉପରେ ଦୃଷ୍ଟି ଦେବା ଅବସରରେ ନିଜର ଅଜ୍ଞତାର ବାମନ ଅବୟବ ପରିଦୃଶ୍ୟ କରିବା ସହ ପୂର୍ବଜ ମହାନ୍ ପଣ୍ଡିତ, ଅକଳ୍ପନୀୟ ପ୍ରଜ୍ଞାଧିକାରୀମାନଙ୍କ ଅମୃତ ଅମ୍ଲାନ ସୃଷ୍ଟିର ସମ୍ୟକ୍ ପରିଚୟ ପାଇବା ସଙ୍ଗେ ସଙ୍ଗେ ଆମର ବିରାଦରୀ ପୂର୍ବଜ ବ୍ରାହ୍ମଣ ସମାଜ ପ୍ରତି କ୍ରୋଧ ଆସିଯାଉଛି ।
ଭାରତର ଯାବତୀୟ ସାହିତ୍ୟ ରତ୍ନ ସମୂହ ଓଡ଼ିଆ ପଣ୍ଡିତ ମାନେ ସଂସ୍କୃତ ଭାଷାରେ ଲେଖି ଯାଇଛନ୍ତି । ଵେଦଵେଦାନ୍ତ,କାବ୍ୟ,ନାଟକ,ପୁରାଣ, ଶ୍ରୁତି, ସ୍ମୃତି, ବ୍ୟାକରଣ, ଜ୍ୟୋତିଷ ଶାସ୍ତ୍ର, ଚିକିତ୍ସା ଶାସ୍ତ୍ର, ନୀତି ଶାସ୍ତ୍ର ପ୍ରଭୃତି ଲେଖିଯାଇଛନ୍ତି । ଏଥିରୁ ଜଣାପଡ଼ୁଛି ଯେ କବିକୁଞ୍ଜ ଉତ୍କଳର ପବିତ୍ର ମାଟି ବୀଣାପାଣିଙ୍କ ବରପୁତ୍ର ମାନଙ୍କ କ୍ରୀଡା କ୍ଷେତ୍ର ଥିଲା । ବିଶେଷ କରି ସେତେବେଳେ ସଂସ୍କୃତ ବିଦ୍ୟାଳୟ,ମହାବିଦ୍ୟାଳୟ ନଥିଲା କି ସଂସ୍କୃତ ଉପାଧି ପରୀକ୍ଷା ନ ଥିଲା, ଵଡଵଡ କୋଠାଘର ନ ଥିଲା । ଉତ୍କଳୀୟ ବ୍ରାହ୍ମଣ ଶାସନ ସମୂହ ସଂସ୍କୃତ ଶିକ୍ଷାର କେନ୍ଦ୍ର ଥିଲା । ଅଷ୍ଟମ ଶତାବ୍ଦୀରେ ଶଙ୍କରାଚାର୍ଯ୍ୟ ଏହା ସ୍ଵୀକାର କରିଯାଇଛନ୍ତି । କେବଳ ବ୍ରାହ୍ମଣ ନୁହନ୍ତି, ପ୍ରତି ବର୍ଗର ବ୍ୟକ୍ତି ସଂସ୍କୃତ ଶିକ୍ଷାରେ ଭାରତରେ ସ୍ବନାମଧନ୍ୟ ହୋଇଥିଲେ । ଗଞ୍ଜାମ ଜିଲ୍ଲା ଖଲିକୋଟ ନିବାସୀ ଚକ୍ରପାଣି ପଟ୍ଟନାୟକଙ୍କ ପାଣ୍ଡିତ୍ୟ ସମଗ୍ର ଭାରତରେ ଚର୍ଚ୍ଚିତ ଥିଲା । ସେ ସମୟରେ ଯିଏ ମୁକ୍ତିମଣ୍ଡପ ପଣ୍ଡିତ ମାନଙ୍କ ସହ ଜ୍ଞାନ ଚର୍ଚ୍ଚା କରି ପ୍ରଶଂସିତ ହେଉଥିଲେ , ସେ ହିଁ ପଣ୍ଡିତ ଭାବେ ସମ୍ମାନିତ ହେଉଥିଲେ । ଏକଦା ଚକ୍ରପାଣି ବଟ ମୂଳେ ଠିଆ ହୋଇଥିବା ଦେଖି ଜଣେ ପଣ୍ଡିତ ସେତେବେଳର ମହାପଣ୍ଡିତ ଚାନ୍ଦୁ ରାୟଗୁରୁ ଙ୍କୁ କହିଲେ ଯେ ବଟମୂଳେ ଚକ୍ରପାଣି ପଟ୍ଟନାୟକେ ଅଛନ୍ତି । ରାୟଗୁରୁ ଵେଖାତିର ଭାବେ କହିଲେ -"ନପାଦପୋନ୍ମୂଳନଶକ୍ତି ରଂହଃ, ଶିଳୋଚ୍ଚୟେ ମୂର୍ଛତି ମାରୁତସ୍ୟ " ।
ଚକ୍ରପାଣି ଏହା ଶୁଣି ତତ୍ କ୍ଷଣାତ କହିଲେ -
"ଏତନ୍ମୃଷା ଯେନ ବିପାଟିତେନ
ସୁମେରୁ ଶୃଙ୍ଗେଣ ବିଭୂଵ ଲଙ୍କା " ।
ରାୟଗୁରୁ ଚକ୍ରପାଣି ଙ୍କ ପ୍ରତ୍ୟୁତ୍ପନ୍ନମତି ଦେଖି ବିସ୍ମିତ ହୋଇଥିଲେ । ସେଭଳି ଜଣେ ବଡ଼ ପଣ୍ଡିତ ଥିଲେ କାହ୍ନୁ ପଧାନୀ । ପୁରୀ ନିକଟବର୍ତ୍ତୀ ବୀର ନରସିଂହପୁର ଶାସନ ନିବାସୀ ଚାନ୍ଦୁ ରାୟଗୁରୁ ଙ୍କ ଭାଇ ଵିଶି ପଟ୍ଟଯୋଷୀ " ଉଷା ପରିଣୟ" ନାଟକ ସଂସ୍କୃତ ଭାଷାରେ ରଚନା କରିଥିଲେ, ଯାହା ସମଗ୍ର ଭାରତରେ ବିଶେଷ ଗ୍ରହଣୀୟ ହୋଇ ଅଭିନିତ ହୋଇଥିଲା । ଏଭଳି ଉଦାହରଣ ଅନେକ । ୧୩୦୦ ବର୍ଷ ତଳେ କବିଚନ୍ଦ୍ର ନାରାୟଣ ଶର୍ମାଙ୍କ " ଏକାମ୍ର ଚନ୍ଦ୍ରିକା" ର ମୂଲ୍ୟାଙ୍କନ ମଧ୍ୟ ଏଯାବତ୍ କରାଯାଇ ପାରିଲା ନାହିଁ । ଏସବୁ କଥା ଛାଡ଼ନ୍ତୁ ,ଆଜିର ଏକ ନିତି ଦିନିଆ ଉଚ୍ଚାରଣ କଥା ଚିନ୍ତା କଲେ ଆମର ସ୍ଥିତି ସମ୍ପର୍କରେ ଅବଗତ ହୋଇପାରିଵା। ଆମେ ପ୍ରତ୍ୟେକ ବିବାହ, ଗୃହ ପ୍ରତିଷ୍ଠା, ଅନୁକୂଳ ପ୍ରଭୃତି ପ୍ରତ୍ୟେକ କାର୍ଯ୍ୟରେ ପ୍ରଥମେ ଏକ ଶପଥ ନେଇଥାଏ, ଯାହାକୁ ସଙ୍କଳ୍ପ କୁହାଯାଏ । ଏହି ସଙ୍କଳ୍ପ ମନ୍ତ୍ରର ଅର୍ଥ ଆମେ କେତେଜଣ ବୁଝିଥାଏ ବା ଆମକୁ ବରେଣ୍ୟ ପ୍ରଶାନ୍ତ ଦାଶଙ୍କ ଭଳି କିଏ ବୁଝାଇଥାଏ ? ଏହାର ଅର୍ଥ ବୁଝିଲେ ଆମେ ସମଗ୍ର ବିଶ୍ଵରେ ଓଡ଼ିଆ ମାନେ କେତେ ବିଶାଳ ହୃଦୟାଧିକାରୀ ଥିଲେ, ତାହା ଵୁଝାପଡିବା ସହ ସଂକୀର୍ଣ୍ଣତାରୁ କେତେ ଉର୍ଦ୍ଧ୍ବରେ ପ୍ରମାଣିତ ହୋଇ ଗର୍ବବୋଧ ଅନୁଭବ କରିବା । ଉଦାହରଣ ସ୍ୱରୂପ ମୋ ଗାଁ ଗଡିଶାଗୋଦା । ମୁଁ ଯେତେବେଳେ ମୋ ନନା ( ପିତା) ବୈଦ୍ୟନାଥ ଶତପଥୀଙ୍କର ଶ୍ରାଦ୍ଧ ଦେଉଛି, ସେତେବେଳେ ସଙ୍କଳ୍ପ କରିବା ସମୟରେ କହିନଥାଏ ଯେ ପାତ୍ରୀ ରେ ଥିବା ଏହି ଜଳ ମୋ ଗାଁ ପୋଖରୀର ଜଳ ବୋଲି , କହିଥାଏ ,ଏହା ସମଗ୍ର ଭାରତର ଭୌଗଳିକ ଜଳରାଶି ର ପ୍ରତିନିଧିତ୍ଵ କରେ । " ଓଁ ବିଷ୍ଣୁ ବିଷ୍ଣୁ ବିଷ୍ଣୁ ଗଙ୍ଗେଇତ୍ରୀ ଯମୁନେଶ୍ଚୈବ, ଗୋଦାବରୀ ସରସ୍ୱତୀ ନର୍ମଦେ ସିନ୍ଧୁ କାବେରୀ ଜଳସ୍ମିନେ ସନ୍ମଧ କୁରୁ ,କୁରୁକ୍ଷେତ୍ରେ ଗୟା ଗଙ୍ଗା,ପ୍ରଭାସା ପୁଷ୍କାରଣୀଶ୍ଚ ଏତାନି ପୂଣ୍ୟ ତୀର୍ଥାନି ମମ୍ ପିତୃଶ୍ରାଦ୍ଧ ସଙ୍କଳ୍ପ ମହ୍ୟଂକୁର୍ବନ୍ତେ...। ସେହିପରି ପ୍ରତ୍ୟେକଙ୍କୁ ଗାୟତ୍ରୀ ମନ୍ତ୍ର ଜପ କରିବାକୁ କୁହାଯାଇଥାଏ । ଏହି ମନ୍ତ୍ର ର ଅର୍ଥ ଆମେ କେତେଜଣ ବୁଝିଥାଏ ?" ଓଁ ଭୂର୍ଭୂଵଃ ସ୍ଵଃ ତତ୍ସଵିତୁର୍ଵରେଣ୍ୟଂ ଭର୍ଗୋଦେଵସ୍ୟଧୀମହି ,ଧିୟୋ ଯୋନଃ ପ୍ରଚୋଦୟାତ୍ ।।
ଭୂଃ ଶଦ୍ଦ ର ଅର୍ଥ ଶରୀର କିମ୍ବା ପୃଥିବୀ ଓ ବାସ୍ତବସତ୍ତା, ଭୂବଃ ଶଦ୍ଦ ର ଅର୍ଥ ଜୀବନୀଶକ୍ତି , ସ୍ବତଃ ଶବ୍ଦ ର ଅର୍ଥ ଆତ୍ମା,ଆତ୍ମାର ସତ୍ତା ,ତତ୍ଶ ଶଦ୍ଦ ର ଅର୍ଥ ହେଲା ସେହି ପରମାତ୍ମା ବା ଈଶ୍ୱର , ସବିତୁଃଶଦ୍ଦ ର ଅର୍ଥ ହେଲା ସୂର୍ଯ୍ୟ ଦେବତା ,ସକଳ ଶକ୍ତି ର ଉତ୍ସ , ବରେଣ୍ୟମ୍ ର ଅର୍ଥ ହେଲା ମହାମହିମ, ଶ୍ରେଷ୍ଠ , ସେହିପରି ଭର୍ଗୋ ଶଦ୍ଦ ର ଅର୍ଥ ହେଲା ସ୍ୱର୍ଗୀୟ ଜ୍ୟୋତିଃପୁଞ୍ , ଦେବସ୍ୟ ଶବ୍ଦ ର ଅର୍ଥ ହେଲା ପରମ ଦେବତାଙ୍କୁ , ଧୀମହି ଶଦ୍ଦ ର ଅର୍ଥ ହେଲା ପ୍ରାର୍ଥନା କରୁଛି , ଧିୟୋ ଶଦ୍ଦ ର ଅର୍ଥ ହେଲା ସୃଷ୍ଟିର ସକଳ ଜ୍ଞାନ ଓ ବୁଦ୍ଧି , ଯୋ ଶଦ୍ଦ ର ଅର୍ଥ ହେଲା ସେହି ଆଲୋକ , ନଃ ଶଦ୍ଦ ର ଅର୍ଥ ହେଲା ଆମ୍ଭର ଏବଂ ପ୍ରଚୋଦୟାତ୍ ଶଦ୍ଦ ର ଅର୍ଥ ହେଲା ଆମ୍ଭକୁ ଉଦଭାସିତ କରୁ, ଉଦବୁଦ୍ଧ କରୁ । କେତେ ମହନୀୟ ଅର୍ଥ ବୋଧକ ଏହି ମହାମନ୍ତ୍ର , ଅଥଚ ଆମକୁ ଅର୍ଥ ନ ବୁଝାଇ ପାଳନ କରିବାକୁ କୁହାଯିବା ଫଳରେ ଆମେ ଏହାର ମହତ୍ତ୍ଵ ବୁଝି ନପାରି ଅଭ୍ୟାସ କଲେ ନାହିଁ କି ଏବେ ବି କରୁ ନାହାନ୍ତି । ଅତଏବ ଦାୟି କିଏ ? ଏହା ନିର୍ବିବାଦୀୟ ସତ୍ୟ ଯେ ସଂସ୍କୃତ ଭାରତର ଅତ୍ୟନ୍ତ ପ୍ରାଚୀନ, ସମୃଦ୍ଧ ଓ ବୈଜ୍ଞାନିକ ଭାଷା ହୋଇଥିଲେ ହେଁ ଆଜି ଏହାର ସ୍ଥିତି ସଙ୍କଟାପନ୍ନ । ଏହାର ବିପନ୍ନତା ପଛରେ କେତେକ ମୁଖ୍ୟ ସାମାଜିକ, ଶିକ୍ଷାଗତ ଓ ସାଂସ୍କୃତିକ କାରଣ ରହିଛି ନିହିତ । ଅଧୁନା ସଂସ୍କୃତ ମୁଖ୍ୟତଃ ପୂଜାର୍ଚ୍ଚନା, ଶାସ୍ତ୍ର ଚର୍ଚ୍ଚା ଓ ଧାର୍ମିକ କାର୍ଯ୍ୟକଳାପରେ ସୀମିତ ରହିଯାଇଛି । ସାଧାରଣ ଜନଜୀବନରେ ଏହା କଥୋପକଥନର ମାଧ୍ୟମ ହୋଇପାରି ନାହିଁ, ଯାହା ଫଳରେ ଏହା ଏକ "ଜୀବନ୍ତ ଭାଷା" ଭାବେ ବ୍ୟବହାର ହୋଇପାରୁନାହିଁ । ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ ସଂସ୍କୃତକୁ ଏକ ବାଧ୍ୟତାମୂଳକ କିମ୍ବା ବ୍ୟାବହାରିକ ଭାଷା ଭାବେ ନ ପଢ଼ାଇ କେବଳ ପରୀକ୍ଷାରେ ନମ୍ବର ରଖିବା ପାଇଁ ଏକ ଅତିରିକ୍ତ ବିଷୟ ବା ଇଛାଧିନ ଭାଷା ଭାବେ ଗ୍ରହଣ କରାଯାଉଛି । ସେହିପରି ଆଜିର ଆଧୁନିକ ଯୁଗରେ ସଂସ୍କୃତ ଶିକ୍ଷା କଲେ ବୃତ୍ତିଗତ କ୍ଷେତ୍ରରେ ଆଶାଜନକ ସୁଯୋଗ ମିଳୁନାହିଁ । ଇଂରାଜୀ ଓ ଅନ୍ୟାନ୍ୟ ଆଞ୍ଚଳିକ ଭାଷା ଅର୍ଥନୀତି ଓ ଚାକିରି ସହ ସିଧାସଳଖ ଯୋଡ଼ିହୋଇଥିବାରୁ ଯୁବପିଢ଼ି ସଂସ୍କୃତ ପ୍ରତି ଆଗ୍ରହ ହରାଉଛନ୍ତି ।କମ୍ପ୍ୟୁଟର, ଇଣ୍ଟରନେଟ୍, ସୋସିଆଲ ମିଡିଆ ଓ ସ୍ମାର୍ଟଫୋନ୍ ଆଦିରେ ସଂସ୍କୃତର ବ୍ୟବହାର ଅତି ସୀମିତ । ଯଦିଓ ବ୍ୟାକରଣ ଦୃଷ୍ଟିରୁ ସଂସ୍କୃତ କମ୍ପ୍ୟୁଟର ପ୍ରୋଗ୍ରାମିଂ ପାଇଁ ଉପଯୁକ୍ତ, ଆଧୁନିକ ଡିଜିଟାଲ କ୍ଷେତ୍ରରେ ଏହାର ପ୍ରସାର ଯଥେଷ୍ଟ ହୋଇନାହିଁ ।ଅନେକ ଲୋକ ସଂସ୍କୃତର କଠିନ ବ୍ୟାକରଣ ଓ ଶବ୍ଦରୂପକୁ ଦେଖି ଏହାକୁ ଏକ ଜଟିଳ ଭାଷା ଭାବନ୍ତି । ଏହା ସହିତ କେବଳ ଗୋଟିଏ ବିଶେଷ ବର୍ଗ କିମ୍ବା ଧର୍ମର ଭାଷା ବୋଲି ରହିଥିବା ମାନସିକତା ମଧ୍ୟ ଏହାର ବ୍ୟାପକତାକୁ ବାଧାପ୍ରାପ୍ତ କରିଛି ।ସଂସ୍କୃତକୁ ପୁନରୁଜ୍ଜୀବିତ କରିବା ପାଇଁ ଏହାକୁ କେବଳ ଧାର୍ମିକ ଗ୍ରନ୍ଥରେ ସୀମିତ ନରଖି ଦୈନନ୍ଦିନ ଜୀବନ, ବିଜ୍ଞାନ, ବ୍ୟାବହାରିକ ଶିକ୍ଷା ଓ ଡିଜିଟାଲ ମାଧ୍ୟମ ସହ ଯୋଡ଼ିବା ଆବଶ୍ୟକ । ସଂସ୍କୃତ ଭାଷାର ସୁରକ୍ଷା, ପ୍ରସାର ଓ ପୁନରୁଜ୍ଜୀବନ ପାଇଁ ସରକାରୀ, ସାମାଜିକ ଓ ବ୍ୟକ୍ତିଗତ ସ୍ତରରେ ଅନେକ କିଛି
ପଦକ୍ଷେପ ନେବାକୁ ପଡିବ । ସଂସ୍କୃତକୁ କେବଳ ବ୍ୟାକରଣ ଓ ପରୀକ୍ଷା ପାଇଁ ନ ପଢ଼ାଇ, ପ୍ରାରମ୍ଭିକ ସ୍ତରରୁ ଏହାକୁ ସହଜ କଥୋପକଥନ ମାଧ୍ୟମରେ ପଢ଼ାଯିବା ଉଚିତ। ସେହିପରି ଶାସ୍ତ୍ର ଓ ପୁରାଣ ସହିତ ଆଧୁନିକ ବିଜ୍ଞାନ, ଗଣିତ, ସାହିତ୍ୟ ଓ କମ୍ପ୍ୟୁଟର ବିଜ୍ଞାନ ଆଦି ସଂସ୍କୃତ ମାଧ୍ୟମରେ ପଢ଼ାଇବା ପାଇଁ ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯିବା ଦରକାର। ସଂସ୍କୃତ ବିଶାରଦ ଓ ଗବେଷକମାନଙ୍କ ପାଇଁ ଶିକ୍ଷା, ଅନୁବାଦ, ପ୍ରାଚୀନ ପୋଥି ସଂରକ୍ଷଣ, ଆୟୁର୍ବେଦ, ଓ ଯୋଗ କ୍ଷେତ୍ରରେ ଅଧିକ ଚାକିରି ସୁଯୋଗ ସୃଷ୍ଟି କରାଯିବା ଆବଶ୍ୟକ। କୃତ୍ରିମ ବୁଦ୍ଧିମତ୍ତା ( ଏ ଆଇ) ଓ ନାଚୁରାଲ ଲାଙ୍ଗୁଏଜ୍ ପ୍ରୋସେସିଂ (ଜନ ଏଲ ପି) କ୍ଷେତ୍ରରେ ସଂସ୍କୃତର ବ୍ୟବହାର ପାଇଁ ସୂଚନା ପ୍ରଯୁକ୍ତି (ଆଇଟି ) ସଂସ୍ଥାଗୁଡ଼ିକରେ ଗବେଷଣା ବୃଦ୍ଧି କରାଯିବା ଉଚିତ। ତାଳପତ୍ର ଓ ପ୍ରାଚୀନ କାଗଜରେ ଥିବା ସଂସ୍କୃତ ପୋଥିଗୁଡ଼ିକୁ ନଷ୍ଟ ହେବାରୁ ରକ୍ଷା କରିବା ପାଇଁ ସେଗୁଡ଼ିକର ଡିଜିଟାଇଜେସନ୍ କରାଯିବା ଦରକାର। ଏହି ପ୍ରାଚୀନ ଜ୍ଞାନକୁ ଆଞ୍ଚଳିକ ଓ ଆନ୍ତର୍ଜାତୀୟ ଭାଷାରେ ଅନୁବାଦ କରି ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ଆବଶ୍ୟକ। ସଂସ୍କୃତକୁ କେବଳ ଅତୀତର ଭାଷା ନଭାବି ଭବିଷ୍ୟତର ଜ୍ଞାନ ଆହରଣର ମାଧ୍ୟମ ଭାବେ ଗ୍ରହଣ କଲେ ଏହାର ପୁନରୁଜ୍ଜୀବନ ସମ୍ଭବ ହୋଇପାରିବ।
ଜିହ୍ୱା ର ଧାର
ଜିହ୍ୱା ର ଧାର
----+---------
"ତିକ୍ତ ବଚନର ଧାର ଯେତେ ତୀକ୍ଷ୍ଣ, ଧାରୁଆ ତରବାରୀର ଧାର ମଧ୍ୟ ସେତେ ତୀକ୍ଷ୍ଣ ନୁହେଁ " ଆଜିକୁ ୪୫୦ ବର୍ଷ ତଳେ କହିଥିଲେ ସାର୍ ଫିଲିପ ସିଡନୀ (୧୫୫୪-୧୫୮୬) , ଯିଏ ଥିଲେ ଇଂଲଣ୍ଡର ଏଲିଜାବେଥୀୟ ଯୁଗର ଜଣେ ଅତ୍ୟନ୍ତ ପ୍ରସିଦ୍ଧ କବି, ଦାର୍ଶନିକ, ସୈନିକ ଓ ରାଜନୀତିଜ୍ଞ। ସେ ତାଙ୍କ ସମୟର ଜଣେ ଆଦର୍ଶ ରୀତିସମ୍ପନ୍ନ ବ୍ୟକ୍ତି ବା "ଆଦର୍ଶ ଭଦ୍ରଲୋକ" ଭାବରେ ଜନ ଗ୍ରହଣୀୟତା ଲାଭ କରିଥିଲେ। ଆଚରଣ ଓ ଉଚ୍ଚାରଣ ସିଦ୍ଧ ଥିଲେ ସିଡନୀ । ଏହାର ପ୍ରମାଣ ସିଏ ଜୀବନର ଅନ୍ତିମ ସମୟରେ ଦେଇ ସମଗ୍ର ବିଶ୍ଵରେ ଜଣେ କାଳଜୟୀ ସଜ୍ଜନ ଭାବେ ଇତିହାସ ପୃଷ୍ଠାରେ ବିମଣ୍ଡିତ । ତାଙ୍କର ସୃଷ୍ଟି "ଏଷ୍ଟ୍ରୋଫେଲ୍ ଆଣ୍ଡ ଷ୍ଟେଲା" ହେଉଛି ଇଂରାଜୀ ସାହିତ୍ୟର ପ୍ରଥମ ପ୍ରସିଦ୍ଧ ସୋନେଟ୍ ଗୁଚ୍ଛ , ଯେଉଁଥିରେ ସିଏ ନିଜର ଆବେଗ ଓ ପ୍ରେମକୁ ନିପୁଣ ଭାବରେ ପ୍ରକାଶ କରିଛନ୍ତି। ତାଙ୍କର ଅନ୍ୟତମ ସୃଷ୍ଟି "ଆନ୍ ଆପୋଲୋଜି ଫର ପୋଏଟ୍ରି" ଯାହା ଇଂରାଜୀ ଭାଷା ସାହିତ୍ୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାହିତ୍ୟ ସମାଲୋଚନା ସମ୍ବନ୍ଧୀୟ ଗ୍ରନ୍ଥ। କବିତା ଓ ସାହିତ୍ୟର ସମାଜରେ କ'ଣ କ’ଣ ସବୁ ମୂଲ୍ୟ ରହିଛି ଏବଂ ଏହା କିପରି ଅନ୍ୟ ଶାସ୍ତ୍ରଠାରୁ ଶ୍ରେଷ୍ଠ, ସେ ବିଷୟରେ ସେ ଯୁକ୍ତି ଦର୍ଶାଇଥିଲେ।
ସିଡନୀ କେବଳ କବି ନଥିଲେ, ସେ ଜଣେ ବୀର ଯୋଦ୍ଧା ମଧ୍ୟ ଥିଲେ। ୧୫୮୬ ମସିହାରେ 'ଜୁଟଫେନ୍ ଯୁଦ୍ଧ' ରେ ସ୍ପେନ୍ ସେନା ବିରୋଧରେ ଲଢ଼ୁଥିବା ସମୟରେ ସେ ଗୁରୁତର ଭାବେ ଆହାତ ହୋଇଥିଲେ। ଯୁଦ୍ଧକ୍ଷେତ୍ରରେ ମୃତ୍ୟୁବରଣ କରିବା ପୂର୍ବରୁ ଆହତ ଅବସ୍ଥାରେ ସେ ନିଜର ଶେଷ ପାଣି ମୁନ୍ଦାକ ଅନ୍ୟ ଜଣେ ମୁମୂର୍ଷୁ ସୈନିକଙ୍କୁ ଦେଇ କହିଥିଲେ "ତୁମର ଆବଶ୍ୟକତା ମୋ’ଠାରୁ ଅଧିକ "। ଏହି ଘଟଣା ହିଁ ତାଙ୍କର ଉଦାରତା ଓ ମହାନତାର ଶ୍ରେଷ୍ଠ ପରିଚୟ ତଥା ଆଚରଣ ଓ ଉଚ୍ଚାରଣ ସିଦ୍ଧ ବ୍ୟକ୍ତିତ୍ବର ସମ୍ମୁଜ୍ଜ୍ବଳ ଦୃଷ୍ଟାନ୍ତ । ଜିଭ ମଣିଷର ଅତ୍ୟନ୍ତ କୋମଳ
ମାଂସପେଶୀର ଏକ ଛୋଟ ଅଙ୍ଗ, କିନ୍ତୁ ଏହାର ବ୍ୟବହାର ଦ୍ୱାରା ଆମେ ଚାହିଁଲେ ପ୍ରେମର ଅମୃତ ବାଣ୍ଟିପାରିବା କିମ୍ବା ଆଘାତର ବିଷ ଢାଳିପାରିବା। ବାଣୀ ଓ ଜିଭର ସଂଯମତା ଉପରେ ଓଡ଼ିଆ ସାହିତ୍ୟ, ସଂସ୍କୃତି ଓ ସଂସ୍କୃତ ନୀତିଶାସ୍ତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ କବିତା, ଶ୍ଲୋକ ଓ ନୀତିବାଣୀ ରହିଛି। " ମଧୁର ବଚନେ ସବୁରି ମନ ଜିଣି ,ପାରିବୁ ସଂସାରେ ସର୍ବ ପ୍ରିୟ ହୋଇ " , ଅର୍ଥାତ୍ ସୁନ୍ଦର ଓ ମିଠା କଥା ଦ୍ୱାରା ଜଣେ ସମସ୍ତଙ୍କର ହୃଦୟ ଜିଣିପାରେ। କୌଣସି ବଳ କିମ୍ବା ଧନ ଦ୍ୱାରା ଯାହା ସମ୍ଭବ ହୋଇ ନଥାଏ, ତାହା ନମ୍ର ଓ ମଧୁର ବାଣୀ ଦ୍ୱାରା ସହଜରେ ହୋଇପାରେ। ସେହିପରି ମଧ୍ୟ ଉଲ୍ଲେଖ ରହିଛି" ଅସ୍ତ୍ରର କ୍ଷତ ତ ପୂରିଯାଏ କାଳେ , ବାଣୀର କ୍ଷତ ନ ପୂରେ କେଉଁ କାଳେ " , ଅର୍ଥାତ୍ ଅସ୍ତ୍ରଶସ୍ତ୍ର ଦ୍ୱାରା ଶରୀରରେ ହୋଇଥିବା କ୍ଷତ ସମୟ ସହିତ ଶୁଖିଯାଏ, କିନ୍ତୁ କଟୁ ବାଣୀ ଦ୍ୱାରା ମନରେ ଯେଉଁ ଆଘାତ ଲାଗେ, ତାହା ମଣିଷ ସାରା ଜୀବନ ଭୁଲିପାରେ ନାହିଁ। ସେହିପରି ସଂସ୍କୃତ ନୀତି ଶ୍ଲୋକରେ ଉଲ୍ଲେଖ ରହିଛି "ପ୍ରିୟବାକ୍ୟ ପ୍ରଦାନେନ ସର୍ବେ ତୁଷ୍ୟନ୍ତି ଜନ୍ତବଃ ,ତସ୍ମାତ୍ ତଦେବ ବକ୍ତବ୍ୟଂ ବଚନେ କା ଦରିଦ୍ରତା " , ଅର୍ଥାତ୍ ପ୍ରିୟ ଓ ମଧୁର କଥା କହିବା ଦ୍ୱାରା ସମସ୍ତ ପ୍ରାଣୀ ସନ୍ତୁଷ୍ଟ ହୁଅନ୍ତି। ତେଣୁ ସଦାସର୍ବଦା ମିଠା କଥା ହିଁ କହିବା ଉଚିତ; ମିଠା କଥା କହିବାରେ କାର୍ପଣ୍ୟ ବା ଦାରିଦ୍ର୍ୟ କାହିଁକି ଦେଖାଇବା ?
ସୁଭାଷିତରେ ଉଲ୍ଲେଖ ରହିଛି " ସୂତ୍ରଂ ବୃୟାତ୍ ପ୍ରିୟଂ ବୃୟାତ୍ ନ ବୃୟାତ୍ ସତ୍ୟମପ୍ରିୟମ୍ ,ପ୍ରିୟଂଚ ନାନୃତଂବ୍ରୂୟାତ ଏଷ ଧର୍ମଃ ସନାତନଃ " , ଅର୍ଥାତ୍ ସତ୍ୟ କୁହ, କିନ୍ତୁ ପ୍ରିୟ ହୋଇଥିବା ସତ୍ୟ କୁହ। କାହାକୁ କଷ୍ଟ ଦେଉଥିବା ଅପ୍ରିୟ ସତ୍ୟ କୁହନାହିଁ। ସେହିପରି ଅନ୍ୟକୁ ଖୁସି କରିବା ପାଇଁ ମିଛ କୁହନାହିଁ। ଏହାହିଁ ଶାଶ୍ୱତ ନୀତି।ବାଣୀ ହିଁ ମଣିଷର ଅଳଙ୍କାର। ଶରୀରର ସୌନ୍ଦର୍ଯ୍ୟ ବୟସ ସହିତ କମିଯାଏ, କିନ୍ତୁ ମଧୁର ବାଣୀର ସୌନ୍ଦର୍ଯ୍ୟ ଚିରଦିନ ପାଇଁ ଅମର ହୋଇ ରହେ। ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଯେ ସନ୍ଥକବି, ଭକ୍ତକବି ଅତିବଡ଼ି ଜଗନ୍ନାଥ ଦାସଙ୍କ ରଚିତ 'ଓଡ଼ିଆ ଭାଗବତ' କେବଳ ଏକ ଧର୍ମଗ୍ରନ୍ଥ ନୁହେଁ, ଏହା ଓଡ଼ିଆ ଜାତିର ସଦାଚାର, ନୀତି, ଓ ଜୀବନ ଜିଇଁବାର ଶ୍ରେଷ୍ଠ ମାର୍ଗଦର୍ଶକ। ଏଥିରେ ଦର୍ଶାଯାଇଛି "ଅତି ପରିଚୟରେ ଦୋଷ ଫୁଟି , ଅତି ଆଦରରେ କାର୍ଯ୍ୟ ନଷ୍ଟଇ " , ଅର୍ଥାତ୍ କାହା ସହିତ ଅତ୍ୟଧିକ ନିବିଡ଼ତା ବା ଅତି ନିକଟତର ହେଲେ ଧୀରେ ଧୀରେ ଦୋଷ ଓ ମନୋମାଳିନ୍ୟ ଦେଖାଦିଏ। ସେହିପରି କୌଣସି କାମରେ ଅତ୍ୟଧିକ ଆବେଗ ବା ଅତି ଆଦର ଦେଖାଇଲେ ସେହି କାର୍ଯ୍ୟ ବିଗିଡ଼ିଯିବାର ସମ୍ଭାବନା ଥାଏ। ସବୁଠାରେ ସୀମା ଓ ସଂଯମ ରଖିବା ଉଚିତ। ସେହିପରି ମଧ୍ୟ ଉଲ୍ଲେଖ ରହିଛି " ଜୀବେ ଦୟାକର ନିରତେ,ନୋହିବୁ ଭଵ ଜଳପାତେ ", ଅର୍ଥାତ୍ ସଂସାରର ପ୍ରତ୍ୟେକ ପ୍ରାଣୀ ବା ଜୀବଙ୍କ ପ୍ରତି ସଦାସର୍ବଦା ଦୟା ଓ ସାନୁଭୂତି ଦେଖାଇବା ଉଚିତ। ଯିଏ ସମସ୍ତ ଜୀବଙ୍କୁ ଆପଣାର ଭାବି ଦୟା କରେ, ସେ ଜୀବନର ଦୁଃଖ-କଷ୍ଟରୁ ମୁକ୍ତି ପାଏ। ଏତଦ୍ ଭିନ୍ନ ଉଲ୍ଲେଖ ରହିଛି "ଉତ୍ତମ ସଙ୍ଗେ ସଙ୍ଗ ହୋଇ ,ଉତ୍ତମ ଗୁଣ ଶିଖିଥାଇ" , ଅର୍ଥାତ୍ ସଂସାରରେ ସଙ୍ଗତର ପ୍ରଭାବ ସବୁଠାରୁ ବଡ଼। ଭଲ ଓ ଜ୍ଞାନୀ ଲୋକଙ୍କ ସାନ୍ନିଧ୍ୟରେ ରହିଲେ ମଣିଷ ଭିତରେ ସଦ୍ଗୁଣ ଓ ନମ୍ରତା ବିକଶିତ ହୁଏ। ତେଣୁ ସଦାସର୍ବଦା ଉତ୍ତମ ଚରିତ୍ରର ବ୍ୟକ୍ତିଙ୍କ ସହ ମିଶିବା ଉଚିତ। ଏଥିରେ ଅତି ଗୁରୁତ୍ୱପୂର୍ଣ୍ଣ ପଂକ୍ତି " ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହେଲେ ବି ମରଇ ", ଅର୍ଥାତ୍
ଏହି ମର୍ତ୍ତ୍ୟପୁର (ପୃଥିବୀ)ରେ ଯିଏ ଜନ୍ମଗ୍ରହଣ କରିଛି, ତାହାର ମୃତ୍ୟୁ ସୁନିଶ୍ଚିତ। ସ୍ୱୟଂ ଦେବତାମାନେ ମଧ୍ୟ ନରରୂପ ଧାରଣ କଲେ ଶରୀର ତ୍ୟାଗ କରିବାକୁ ପଡ଼ିଥାଏ। ତେଣୁ ଅହଂକାର ନକରି ନିଜର ସଂକ୍ଷିପ୍ତ ଜୀବନକାଳ ମଧ୍ୟରେ ଭଲ କର୍ମ କରିବା ଉଚିତ। "ପରର ଦୁଃଖେ ଯେ ଦୁଃଖୀ,ସେହି ତ ସଂସାରେ ସୁଖି " ।ଯିଏ ଅନ୍ୟର ଦୁଃଖକୁ ନିଜର ଦୁଃଖ ଭାବି ସାହାଯ୍ୟ କରିବାକୁ ଆଗେଇ ଆସେ, ସେହି ବ୍ୟକ୍ତି ହିଁ ପ୍ରକୃତ ସୁଖ ଓ ଶାନ୍ତି ଲାଭ କରେ। ଅନ୍ୟକୁ ଖୁସି ଦେବା ଦ୍ୱାରା ନିଜ ହୃଦୟରେ ଅପୂର୍ବ ଆନନ୍ଦ ମିଳେ।ଓଡ଼ିଆ ଭାଗବତର ପ୍ରତ୍ୟେକ ପଦ ମଣିଷକୁ ସନ୍ମାର୍ଗ, ନମ୍ରତା, ଆତ୍ମସଂଯମ ଓ ମାନବସେବାର ଶିକ୍ଷା ଦିଏ। ଯଥାର୍ଥରେ ଓଡ଼ିଆ ସଂସ୍କୃତି, ଗ୍ରାମୀଣ ଜୀବନ ଓ ସାମାଜିକ ବ୍ୟବସ୍ଥାରେ ‘ଭାଗବତ ଟୁଙ୍ଗି’ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଷୋଡ଼ଶ ଶତାବ୍ଦୀରେ ଭକ୍ତକବି ଅତିବଡ଼ୀ ଜଗନ୍ନାଥ ଦାସ ଓଡ଼ିଆ ଭାଗବତ ରଚନା କରିବା ପରେ ଗାଁ ଗାଁରେ ଏହି ଭାଗବତ ଟୁଙ୍ଗି ସଂସ୍କୃତିର ଆରମ୍ଭ ହୋଇଥିଲା। ଏହା କେବଳ ଏକ ଧାର୍ମିକ ପୀଠ ନଥିଲା, ବରଂ ଓଡ଼ିଆ ସମାଜର ପ୍ରାଣକେନ୍ଦ୍ର ଥିଲା।
ଭାଗବତ ଟୁଙ୍ଗିରେ ସନ୍ଧ୍ୟା ସମୟରେ ଗାଁର ଲୋକମାନେ ଏକାଠି ହୋଇ କଂସା ଓ ଗିନି ବଜାଇ ଭାଗବତ ପାରାୟଣ କରୁଥିଲେ। ଏହା ଗ୍ରାମବାସୀଙ୍କ ମଧ୍ୟରେ ଭକ୍ତିଭାବ, ସଦାଚାର ଓ ସଂସ୍କାର ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲା।ଯେଉଁ ସମୟରେ ଆନୁଷ୍ଠାନିକ ବିଦ୍ୟାଳୟ ସୁବିଧା ନଥିଲା, ସେତେବେଳେ ଭାଗବତ ଟୁଙ୍ଗି ଗାଁର 'ଅପ୍ରାତିଷ୍ଠାନିକ ବିଦ୍ୟାଳୟ' ଭାବେ କାର୍ଯ୍ୟ କରୁଥିଲା। ସରଳ ନବାକ୍ଷରୀ ବୃତ୍ତରେ ଲେଖାଯାଇଥିବା ଓଡ଼ିଆ ଭାଗବତ ଶୁଣି ଶୁଣି ନିରକ୍ଷର ଗ୍ରାମବାସୀମାନେ ମଧ୍ୟ ଅକ୍ଷର ଜ୍ଞାନ ଓ ନୀତିଶାସ୍ତ୍ର ଶିଖିପାରୁଥିଲେ।ଟୁଙ୍ଗିରେ ଜାତି, ଧର୍ମ, ବର୍ଣ୍ଣ, ଧନୀ-ଗରିବ ନିର୍ବିଶେଷରେ ସମସ୍ତେ ଗୋଟିଏ ସ୍ଥାନରେ ତଳେ ବସୁଥିଲେ। ଏହା ସମାଜରୁ ଭେଦଭାବ ଦୂର କରି ସାମାଜିକ ଏକତା, ଭ୍ରାତୃଭାବ ଓ ସାମ୍ପ୍ରଦାୟିକ ସଦ୍ଭାବ ବୃଦ୍ଧି କରୁଥିଲା।ଗାଁର କୌଣସି ବିବାଦ, କଳି-ଝଗଡ଼ା କିମ୍ବା ସାମାଜିକ ସମସ୍ୟା ଉପୁଜିଲେ ଗ୍ରାମବୃଦ୍ଧ ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଭାଗବତ ଟୁଙ୍ଗିରେ ବସି ଏହାର ସମାଧାନ କରୁଥିଲେ। ଭାଗବତ ଗାଦିକୁ ସାକ୍ଷୀ ରଖି ସତ୍ୟ ବାଟରେ ନିଷ୍ପତ୍ତି ନିଆଯାଉଥିବାରୁ ଲୋକମାନେ ଅଦାଲତ ପରିବର୍ତ୍ତେ ଟୁଙ୍ଗିର ବିଚାରକୁ ଶିରୋଧାର୍ଯ୍ୟ କରୁଥିଲେ।ଗାଁର ଭଲ-ମନ୍ଦ, ଉନ୍ନୟନମୂଳକ କାର୍ଯ୍ୟ, ପରବପର୍ବାଣି କିମ୍ବା ବିପତ୍ତି ସମୟରେ ମିଳିମିଶି କାର୍ଯ୍ୟ କରିବାର ଯୋଜନା ଏହି ଟୁଙ୍ଗିରୁ ହିଁ ପ୍ରସ୍ତୁତ ହେଉଥିଲା। ଏହା ଗାଁର ସାଂସ୍କୃତିକ ଓ ଆର୍ଥିକ କାର୍ଯ୍ୟକଳାପର କେନ୍ଦ୍ରବିନ୍ଦୁ ଥିଲା।
ତଥାକଥିତ ଆଧୁନିକତା ଓ ପ୍ରଯୁକ୍ତି ବିଦ୍ୟାର ପ୍ରଭାବରେ ପ୍ରଭାବିତ ହୋଇ ଭାଗବତ ଟୁଙ୍ଗିଗୁଡିକ ଯେତେବେଳେ ତା'ର ଅସ୍ତିତ୍ବ ହରେଇ ଥିଲା, ସେତେବେଳେ ଓଡ଼ିଆ ଅସ୍ମିତା ଜାଗରଣ ଅଭିଯାନ ଏହାର ପୁନରୁଦ୍ଧାର ପାଇଁ ସଂଗ୍ରାମ କରି ସଫଳ ହୋଇଛି, ସରକାର ଏବେ ଭାଗବତ ଟୁଙ୍ଗୀର ପୁନରୁଦ୍ଧାର ଦିଗରେ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଅତଏବ ବାକ୍ ସଂଯମତା କେବଳ ବ୍ୟକ୍ତି ଜୀବନରେ ନୁହେଁ, ରାଷ୍ଟ୍ର ଓ ବିଶ୍ବର ଶାନ୍ତି ସଂହତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମାର୍କିନ ରାଷ୍ଟ୍ରପତି ହୁଅନ୍ତୁ ଅବା ଚୀନ୍,ଭାରତ,ରୁଷ,ଜର୍ମାନ ଆଦି ରାଷ୍ଟ୍ରର ଅଧିନାୟକ ମାନଙ୍କ ଜିଭ ଖସିଗଲେ ବିଶ୍ବ ଯୁଦ୍ଧ ଅବସମ୍ଭାବି । ଅତଏବ ବାକ୍ ସଂଯମତା ମାନବ ଜୀବନର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗୁଣ। ଆମର କଥାବାର୍ତ୍ତା, ଶବ୍ଦ ଚୟନ ଏବଂ କହିବାର ଶୈଳୀ ଆମର ବ୍ୟକ୍ତିତ୍ୱ, ଚିନ୍ତାଧାରା ଓ ସଂସ୍କାରକୁ ଦର୍ଶାଇଥାଏ।କଥା କହିବା ପୂର୍ବରୁ ଚିନ୍ତା କରିବା ଆବଶ୍ୟକ। ଆମର ଗୋଟିଏ କଠୋର ଶବ୍ଦ କାହାରି ମନକୁ ଗଭୀର ଆଘାତ ଦେଇପାରେ, ଯାହାକୁ ପରବର୍ତ୍ତୀ ସମୟରେ ବଦଳାଯାଇପାରିବ ନାହିଁ।କୋମଳ ଓ ସଂଯମୀ ବାଣୀ ଦ୍ୱାରା ପରିବାର, ସମାଜ ଓ କାର୍ଯ୍ୟକ୍ଷେତ୍ରରେ ସମ୍ପର୍କ ଭଲ ରହେ।କ୍ରୋଧ କିମ୍ବା ଉତ୍ତେଜନାରେ କୌଣସି କଥା ନ କହି ଶାନ୍ତ ରହିଲେ ପରବର୍ତ୍ତୀ ଅନୁଶୋଚନାରୁ ରକ୍ଷା ମିଳେ।ଯେଉଁ ବ୍ୟକ୍ତି ଭାବିଚିନ୍ତି ଓ ସଂଯମତାର ସହ କଥା ହୁଅନ୍ତି, ସମାଜରେ ତାଙ୍କର ସମ୍ମାନ ବୃଦ୍ଧି ପାଏ। କଥାରେ ଅଛି " ମୁଖରୁ ବାହାରିଥିବା ଶବ୍ଦ ଓ ଧନୁଷରରୁ ଛୁଟିଥିବା ତୀର କେବେ ହେଲେ ଫେରି ଆସେ ନାହିଁ । ରାମାୟଣରେ
ରାମ - ପର୍ଶୁରାମ ପ୍ରସଙ୍ଗ ଠାରୁ ସମୁଦ୍ରରେ ସେତୁ ବନ୍ଧ ପ୍ରତିଷ୍ଠା ସମୟରେ ଏହା ହୋଇଛି ପ୍ରମାଣିତ । ଅତଏବ ବାକ୍ ସଂଯମତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅଧୁନା ଗଣତନ୍ତ୍ରର ପବିତ୍ର ମନ୍ଦିର ସଂସଦରେ ଯେଭଳି ମାନ୍ୟବର ମାନେ ବାକ୍ ସ୍ବାଧୀନତା ଆଳରେ ବାକ୍ ସଂଯମତା ହରେଇ ଚାଲିଛନ୍ତି, ତାହା କେବଳ ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ନୁହେଁ , ଦେଶର ଶାନ୍ତି, ସଂହତି ପ୍ରତି ଘୋର ବିପଦର ପୂର୍ବାନୁମାନ କରି ହେଉଛି ।
ସ୍ମୃତିରେ ଜୁଲାଇ ୨୫ ତାରିଖ
ସ୍ମୃତିରେ ଜୁଲାଇ ୨୫ ତାରିଖ
--------
ଆଜି ୧୪୩୩ ସାଲ,୧୯୪୮ଶକାଦ୍ଦ , ଆଷାଢ଼ ଶୁକ୍ଳ ଏକାଦଶୀ/ ଦ୍ଵାଦଶୀ, ଜୁଲାଇ ୨୫ ତାରିଖ, ଶନିବାର । ଆଜିର ସ୍ମରଣୀୟ ଘଟଣା ହେଲା , ଠିକ୍ ୨୪ ବର୍ଷ ତଳେ ଆଜିର ତାରିଖରେ ଦେଶର ଏକାଦଶତମ ରାଷ୍ଟ୍ରପତି ଭାବେ ବହୁମୁଖି ପ୍ରତିଭାସମ୍ପନ୍ନ , ଇତିହାସ ସିଦ୍ଧ ପୁରୁଷ ଡଃ ଅବୁଲ ପାକିର ଜୈନୁଲାବୁଦ୍ଦୀନ ଅବଦୁଲ କଲାମ ଶପଥଗ୍ରହଣ କରିଥିଲେ । ସେହିପରି ଆଜିର ତାରିଖରେ,୨୦୧୨ ମସିହାରେ ବରେଣ୍ୟ ପ୍ରଣବ ମୁଖାର୍ଜୀ ଦେଶର ତ୍ରୟୋଦଶତମ ରାଷ୍ଟ୍ରପତି ଭାବେ ଶପଥଗ୍ରହଣ କରିଥିବା ବେଳେ , ଠିକ୍ ଆଜିର ତାରିଖରେ,୨୦୨୨ ମସିହାରେ ପଞ୍ଚଦଶତମ ରାଷ୍ଟ୍ରପତି ଭାବେ ଓଡ଼ିଶା ମାଟିର ସୁକନ୍ୟା ଦ୍ରୌପଦୀ ମୁର୍ମୁ ଶପଥଗ୍ରହଣ କରିଥିଲେ । ଆଜି ଓଡିଶାର ମହାନ ନାଟ୍ୟକାର ମନୋରଞ୍ଜନ ଦାସ , ବୈଷ୍ଣବ କବି ଚନ୍ଦ୍ର ରାୟଗୁରୁ ଙ୍କ ଜୟନ୍ତୀ ଏବଂ ସାରସ୍ବତ ସାଧକ ଗଣେଶ୍ୱର ଶତପଥୀ ( ଢେଙ୍କାନାଳ,୨୦୦୨) ଓ ପୂର୍ଣ୍ଣଚନ୍ଦ୍ର ଆଚାର୍ଯ୍ୟ ଙ୍କ ଶ୍ରାଦ୍ଧ ଦିବସ ।୧୯୩୧, ଅକ୍ଟୋବର ୧୫ରେ ତାମିଲନାଡୁର ରାମେଶ୍ୱରମ୍ ଠାରେ ଏକ ସାଧାରଣ ନାବିକ ପରିବାରରେ ଜନ୍ମଗ୍ରହଣ କରିଥିବା କଲାମଙ୍କ ପ୍ରାରମ୍ଭିକ ଜୀବନ ବେଶ୍ ସଂଘର୍ଷମୟ ଥିଲା। କୁହାଯାଏ, ସଙ୍କଟ ନୁହେଁ, ବରଂ ସଙ୍କଟକୁ ସାମ୍ନା କରିବାର ଧୈର୍ଯ୍ୟ ହିଁ ମଣିଷକୁ ଗଢ଼ିଥାଏ। ପାଠପଢ଼ା ଖର୍ଚ୍ଚ ଉଠାଇବା ପାଇଁ ପିଲାଦିନେ ସମ୍ବାଦ ପତ୍ର ବିକ୍ରି କରୁଥିବା ଏହି ବାଳକ ଦିନେ ନିଜର ଦୃଢ଼ ଇଚ୍ଛାଶକ୍ତି ଓ ପରିଶ୍ରମ ବଳରେ ସାଧାରଣରୁ ଅସାଧାରଣ ହୋଇପାରିଥିଲେ। ମାଡ୍ରାସ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଏରୋନୋଟିକାଲ୍ ଇଞ୍ଜିନିୟରିଂ ଶେଷ କରିବା ପରେ ସେ ଦେଶର ସେବାରେ ନିଜକୁ ସମ୍ପୂର୍ଣ୍ଣ ସମର୍ପିତ କରିଦେଇଥିଲେ। ବୈଜ୍ଞାନିକ ଭାବେ I ଇସ୍ରୋ ଏବଂ ଡିଆର ଡିଓ ରେ ତାଙ୍କର ଯୋଗଦାନ ଭାରତର ପ୍ରତିରକ୍ଷା ଓ ମହାକାଶ ବିଜ୍ଞାନକୁ ଏକ ନୂଆ ଉଚ୍ଚତାକୁ ନେଇଯାଇଥିଲା। ଭାରତର ପ୍ରଥମ ସ୍ୱଦେଶୀ ଉପଗ୍ରହ ପ୍ରକ୍ଷେପଣ ଯାନ ( ଏସ ଏଲ ଭି-୩)ର ନିର୍ମାଣ ହେଉ କିମ୍ବା 'ଅଗ୍ନି' ଓ 'ପୃଥ୍ୱୀ' ଭଳି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ—ଏହି ସବୁଥିରେ ତାଙ୍କର ଭୂମିକା ଥିଲା ମୁଖ୍ୟ। ୧୯୯୮ ମସିହାର ପୋଖରାନ-୨ ଆଣବିକ ପରୀକ୍ଷଣ ଭାରତକୁ ବିଶ୍ୱ ଦରବାରରେ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଛିଡ଼ା କରିଥିଲା।
୨୦୦୨ ରୁ ୨୦୦୭ ପର୍ଯ୍ୟନ୍ତ ସେ ଭାରତର ୧୧ଶ ରାଷ୍ଟ୍ରପତି ଭାବେ ଦାୟିତ୍ୱ ତୁଲାଇଥିଲେ। ସେ ଥିଲେ ପ୍ରକୃତ ଅର୍ଥରେ "ଜନତାଙ୍କ ରାଷ୍ଟ୍ରପତି"। ରାଇସିନା ହିଲ୍ସର ସୀମା ଭିତରେ ବାନ୍ଧି ନରହି ସେ ସଦାସର୍ବଦା ଜନସାଧାରଣ, ବିଶେଷ କରି ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ସହ ଯୋଡ଼ିହୋଇ ରହିବାକୁ ଭଲ ପାଉଥିଲେ।କଲାମ ବିଶ୍ୱାସ କରୁଥିଲେ ଯେ ଦେଶର ଯୁବପିଢ଼ି ହିଁ ରାଷ୍ଟ୍ରର ପ୍ରକୃତ ଶକ୍ତି। ସେ ସାରା ଦେଶ ବୁଲି ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ ଏବଂ ସେମାନଙ୍କ ମନରେ ସ୍ୱପ୍ନ ଦେଖିବାର ଓ ତାକୁ ପୂରଣ କରିବାର ସାହସ ଭରିଥିଲେ। ତାଙ୍କର ପ୍ରସିଦ୍ଧ ପୁସ୍ତକ( "ଭାରତ -୨୦୨୦ ) ଇଣ୍ଡିଆ କୁ ଥାଉଜେଣ୍ଡ ଟୋଣ୍ଟିଟୁ ରେ ସେ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ସ୍ୱପ୍ନ ଦେଖାଇଥିଲେ। ତାଙ୍କ ଜୀବନର କେତେକ ମହାନ ସୂତ୍ର ଆଜି ବି କୋଟି କୋଟି ଲୋକଙ୍କୁ ପ୍ରେରଣା ଦିଏ , ଯଥା "ସ୍କ୍ରିନ୍ରେ ଦେଖାଯାଉଥିବା ସ୍ୱପ୍ନ ସ୍ୱପ୍ନ ନୁହେଁ, ସ୍ୱପ୍ନ ତାହା ଯାହା ଆପଣଙ୍କୁ ଶୋଇବାକୁ ଦିଏନାହିଁ " ଠାରୁ "ଯଦି ଆପଣ ସୂର୍ଯ୍ୟ ପରି ଉଜ୍ଜ୍ୱଳ ହେବାକୁ ଚାହୁଁଛନ୍ତି, ତେବେ ପ୍ରଥମେ ସୂର୍ଯ୍ୟ ପରି ଜଳିବାକୁ ଶିଖନ୍ତୁ।" , ଏହିପରି ଅନେକ ଦିବ୍ୟ ଦର୍ଶନ ସେ ଦେଇ ଯାଇଛନ୍ତି । ଜଣେ ଅକଳ୍ପନୀୟ, ଅତୁଳନୀୟ ଆଦର୍ଶ ଶିକ୍ଷକ ଭାବେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେ କାର୍ଯ୍ୟରତ ଥିଲେ। ୨୭ ଜୁଲାଇ ୨୦୧୫ ରେ ଶିଲଙ୍ଗ ଠାରେ ଛାତ୍ରଛାତ୍ରୀଙ୍କୁ ଭାଷଣ ଦେଉଥିବା ସମୟରେ ହିଁ ତାଙ୍କର ପରଲୋକ ହୋଇଥିଲା। ୧୯୯୭ ରେ 'ଭାରତ ରତ୍ନ'ରେ ଭୂଷିତ ଡଃ କଲାମ ଆଜି ଆମ ଭିତରେ ନାହାନ୍ତି ସତ, କିନ୍ତୁ ତାଙ୍କର ଆଦର୍ଶ, ସରଳତା ଓ ଦେଶପ୍ରେମ ପ୍ରତିଟି ଭାରତୀୟଙ୍କ ହୃଦୟରେ ଅମର ହୋଇରହିଛି।
ସେହିପରି ପ୍ରଣବ ମୁଖାର୍ଜୀ (୧୧ ଦିସେମ୍ବର ୧୯୩୫ – ୩୧ ଅଗଷ୍ଟ ୨୦୨୦) ଭାରତର ତ୍ରୟୋଦଶତମ ରାଷ୍ଟ୍ରପତି ଏବଂ ଦେଶର ଜଣେ ବରିଷ୍ଠ ତଥା ଅଭିଜ୍ଞ ରାଜନେତା ଥିଲେ। ସେ ୨୦୧୨ ରୁ ୨୦୧୭ ପର୍ଯ୍ୟନ୍ତ ଭାରତର ରାଷ୍ଟ୍ରପତି ଭାବରେ ସେବା କରିଥିଲେ। ତାଙ୍କର ଦୀର୍ଘ ପାଞ୍ଚ ଦଶନ୍ଧିର ରାଜନୈତିକ ଜୀବନରେ ସେ ଭାରତୀୟ ଜାତୀୟ କଂଗ୍ରେସର ଜଣେ ପ୍ରମୁଖ ନେତା ଏବଂ ସରକାରଙ୍କ ସଙ୍କଟମୋଚକ ଭାବେ ପରିଚିତ ଥିଲେ। ୧୯୩୫ ମସିହା ଦିସେମ୍ବର ୧୧ ତାରିଖରେ ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାସ୍ଥିତ ମିରଟି ଗ୍ରାମରେ ପ୍ରଣବ ମୁଖାର୍ଜୀ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା କାମଦା କିଙ୍କର ମୁଖାର୍ଜୀ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ। ପ୍ରଣବ ମୁଖାର୍ଜୀ କୋଲକାତା ବିଶ୍ୱବିଦ୍ୟାଳୟରୁ ଇତିହାସ ଏବଂ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ସହ ଆଇନ ଉପାଧି ବା ଡିଗ୍ରୀ ହାସଲ କରିଥିଲେ। ରାଜନୀତିରେ ଯୋଗଦେବା ପୂର୍ବରୁ ସେ ଜଣେ ମହାବିଦ୍ୟାଳୟ ଅଧ୍ୟାପକ ଏବଂ ପରେ ସାମ୍ବାଦିକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ୧୯୬୯ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନଜରକୁ ଆସିବା ପରେ ସେ ଭାରତୀୟ ଜାତୀୟ କଂଗ୍ରେସ ମାଧ୍ୟମରେ ରାଜନୀତିରେ ପ୍ରବେଶ କରିଥିଲେ ଏବଂ ପ୍ରଥମ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।କଂଗ୍ରେସ ଦଳ ଏବଂ ସରକାରୀ ଶାସନ ବ୍ୟବସ୍ଥାରେ ଯେତେବେଳେ ବି କୌଣସି ଜଟିଳ ସମସ୍ୟା ଦେଖାଦେଉଥିଲା, ପ୍ରଣବ ମୁଖାର୍ଜୀ ତାହାର ସମାଧାନ ବାହାର କରୁଥିଲେ। ସଂସଦୀୟ ନୀତି ଓ ଆଇନ ଉପରେ ତାଙ୍କର ଗଭୀର ଜ୍ଞାନ ଥିଲା। ସେ ନିଜର ଦୀର୍ଘ କାର୍ଯ୍ୟକାଳ ମଧ୍ୟରେ ଦେଶର ଚାରୋଟି ପ୍ରମୁଖ ମନ୍ତ୍ରଣାଳୟ — ଅର୍ଥ, ବୈଦେଶିକ, ପ୍ରତିରକ୍ଷା, ଏବଂ ବାଣିଜ୍ୟ ବିଭାଗର ମନ୍ତ୍ରୀ ଭାବେ ସଫଳତା ଲାଭ କରିଥିଲେ । ୧୯୮୨ ମସିହାରେ ସେ ପ୍ରଥମ ଥର ପାଇଁ ଦେଶର କନିଷ୍ଠତମ ଅର୍ଥମନ୍ତ୍ରୀ ହୋଇଥିଲେ। ସେହିପରି
୧୯୯୧ ରୁ ୧୯୯୬ ପର୍ଯ୍ୟନ୍ତ ସେ ଯୋଜନା ଆୟୋଗର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରି ଭାରତୀୟ ଅର୍ଥନୀତିର ଉଦାରୀକରଣ ପ୍ରକ୍ରିୟାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଦେଶର ତ୍ରୟୋଦଶ ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବା ପରେ ରାଷ୍ଟ୍ରପତି ଭବନକୁ ସାଧାରଣ ଜନତାଙ୍କ ପାଇଁ ଅଧିକ ସୁଲଭ କରିବା ପାଇଁ ଅନେକ ଗୁରୁତ୍ତ୍ୱପୂର୍ଣ କାର୍ଯ୍ୟ କରିଥିଲେ । ସରକାରୀ କାର୍ଯ୍ୟକ୍ରମଗୁଡ଼ିକରେ ରାଷ୍ଟ୍ରପତି ଙ୍କ ପାଇଁ ବା ଉଦ୍ଦେଶ୍ୟରେ ବ୍ୟବହୃତ ହୋଇ ଆସିଥିବା ହିଜ୍ ଏକ୍ସେଲେନ୍ସି ପରି ଔପନିବେଶିକ ସମ୍ବୋଧନ ପ୍ରଥାକୁ ସେ ବନ୍ଦ କରି ଦେଇଥିଲେ । ନିଜ କାର୍ଯ୍ୟକାଳ ମଧ୍ୟରେ ସେ ଅନେକ ସମ୍ବେଦନଶୀଳ ଦୟା ଆବେଦନର ନିଷ୍ପତ୍ତି ନେଇ ଦୃଢ଼ ନେତୃତ୍ୱର ପରିଚୟ ଦେଇଥିଲେ । ୨୦୦୮ ମସିହାରେ ଦେଶର ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ବିଭୂଷଣ ଏବଂ ୨୦୧୯ରେ ସର୍ବୋଚ୍ଚ ବେସାମରିକ ସମ୍ମାନ " ଭାରତ ରତ୍ନ" ସମ୍ମାନରେ ସମ୍ମାନିତ ହୋଇଥିଲେ ।ପ୍ରଣବ ମୁଖାର୍ଜୀ ନିଜର ଦଳଗତ ରାଜନୀତିରୁ ଊର୍ଦ୍ଧ୍ୱରେ ରହି ସବୁ ଦଳର ନେତାଙ୍କ ସହ ସୁସମ୍ପର୍କ ରଖିପାରୁଥିଲେ। ୨୦୨୦ ମସିହା ଅଗଷ୍ଟ ୩୧ ତାରିଖରେ ୮୪ ବର୍ଷ ବୟସରେ ନୂଆଦିଲ୍ଲୀଠାରେ ତାଙ୍କର ତିରୋଧାନ ହୋଇଥିଲା। ତାଙ୍କର ଅଗାଧ ଜ୍ଞାନ, ବ୍ୟକ୍ତିତ୍ୱ ଏବଂ ଦେଶସେବା ପାଇଁ ସେ ସଦାସର୍ବଦା ଭାରତୀୟ ରାଜନୀତିର "ସିଦ୍ଧପୁରୁଷ" ବା ଡୟନ ଭାବେ ସ୍ମରଣୀୟ ହୋଇରହିବେ। ସେହିପରି ପ୍ରତିଭା ପ୍ରସବିନୀ ଉତ୍କଳ ଜନନୀ ଙ୍କ ସୁଯୋଗ୍ୟା ସନ୍ତାନ ହେଉଛନ୍ତି ସ୍ଵାଧୀନ ଭାରତର ପଞ୍ଚଦଶ ତମ ରାଷ୍ଟ୍ରପତି ଭାବେ ଆଜିର ତାରିଖରେ ୨୦୨୨ ମସିହାରେ ଶପଥଗ୍ରହଣ କରିଥିଲେ । ସେ କେବଳ ଭାରତର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ନୁହଁନ୍ତି, ବରଂ ଓଡ଼ିଶାରୁ ଏହି ସର୍ବୋଚ୍ଚ ସମ୍ବିଧାନିକ ପଦବୀ ମଣ୍ଡନ କରିବାରେ ପ୍ରଥମ ବ୍ୟକ୍ତି। ତାଙ୍କର ଏହି ଗୌରବମୟ ଯାତ୍ରା ସାଧାରଣ ଜୀବନ, କଠୋର ସଂଗ୍ରାମ ଏବଂ ସମର୍ପିତ ସେବାର ଏକ ଜ୍ୱଳନ୍ତ ଉଦାହରଣ। ବରେଣ୍ୟା ଦ୍ରୌପଦୀ ମୁର୍ମୁ ୧୯୫୮ ମସିହା ଜୁନ୍ ୨୦ ତାରିଖରେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାସ୍ଥିତ ରାଇରଙ୍ଗପୁର ନିକଟବର୍ତ୍ତୀ ଉପରବେଡା ଗ୍ରାମର ଏକ ସାନ୍ତାଳୀ ଆଦିବାସୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ବିରଞ୍ଚି ନାରାୟଣ ଟୁଡୁ। ଅଭାବ ଓ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସେ ଭୁବନେଶ୍ୱରର ରମାଦେବୀ ମହିଳା ମହାବିଦ୍ୟାଳୟରୁ ସ୍ନାତକ ଶିକ୍ଷା ସମାପ୍ତ କରିଥିଲେ । କ୍ଷମତା ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ସେ ଜଣେ ସାଧାରଣ କର୍ମଚାରୀ ଓ ଶିକ୍ଷୟିତ୍ରୀ ଭାବେ ନିଜ ଜୀବନ ଆରମ୍ଭ କରିଥିଲେ । ୧୯୭୯ ରୁ ୧୯୮୩ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ଜଳସମ୍ପଦ ବିଭାଗରେ ସହକାରୀ କର କିଙ୍ଭାକଣୀ ବା ଜୁନିଅର କ୍ଲର୍କ ଭାବେ କାର୍ଯ୍ୟ କରିଥିଲେ।ରାଇରଙ୍ଗପୁରର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ସେ ଅବୈତନିକ ଶିକ୍ଷୟିତ୍ରୀ ଭାବେ ନିଷ୍ଠାର ସହ ସେବା ପ୍ରଦାନ କରିଥିଲେ ।୧୯୯୭ ମସିହାରେ ସେ ରାଇରଙ୍ଗପୁର ବିଜ୍ଞାପିତ ପରିଷଦ ( ଏନ୍.ଏ.ସି. ) ର ସଦସ୍ୟ ବା କାଉନସିଲର ଭାବେ ନିର୍ବାଚିତ ହୋଇ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ଏବଂ ପରେ ଏହାର ଉପାଧ୍ୟକ୍ଷା ମଧ୍ୟ ହୋଇଥିଲେ। ୨୦୦୦ ଓ ୨୦୦୪ ମସିହାରେ ସେ ରାଇରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ବିଜେଡି-ବିଜେପି ମେଣ୍ଟ ସରକାରରେ ସେ ବାଣିଜ୍ୟ, ପରିବହନ, ମାଛ ଓ ପ୍ରାଣୀସମ୍ପଦ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟତୁଲାଇଥିଲେ।
୨୦୦୭ ମସିହାରେ ସୁପରିଚାଳନା ଓ ଜନସେବା ପାଇଁ ଓଡ଼ିଶା ବିଧାନସଭା ପକ୍ଷରୁ ତାଙ୍କୁ ଶ୍ରେଷ୍ଠ ବିଧାୟିକା ଭାବେ "ପଣ୍ଡିତ ନୀଳକଣ୍ଠ ସ୍ମୃତି ପୁରସ୍କାରରେ ସମ୍ମାନିତା କରାଯାଇଥିଲା।
୨୦୧୫ ମସିହାରେ ସେ ଝାଡ଼ଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଥିଲେ। ସେଠାରେ ସେ ୫ ବର୍ଷର କାର୍ଯ୍ୟକାଳ ସଫଳତାର ସହ ପୂରଣ କରିଥିବା ପ୍ରଥମ ରାଜ୍ୟପାଳ ଥିଲେ। ୨୫ ଜୁଲାଇ ୨୦୨୨ରେ ସେ ଭାରତର ୧୫ଶ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କଲେ। ସେ ହେଉଛନ୍ତି ସ୍ୱାଧୀନତା ପରବର୍ତ୍ତୀ ଭାରତରେ ଜନ୍ମଗ୍ରହଣ କରିଥିବା ପ୍ରଥମ ରାଷ୍ଟ୍ରପତି।
ଦ୍ରୌପଦୀ ମୁର୍ମୁଙ୍କ ବ୍ୟକ୍ତିଗତ ଜୀବନ ଅତ୍ୟନ୍ତ ଦୁଃଖଦାୟକ ସଂଗ୍ରାମ ଦେଇ ଗତି କରିଛି। ସ୍ୱାମୀ ଶ୍ୟାମଚରଣ ମୁର୍ମୁ ଏବଂ ଦୁଇ ପୁଅଙ୍କୁ ଅକାଳରେ ହରାଇବା ପରେ ସେ ଗଭୀର ମାନସିକ ଆଘାତ ପାଇଥିଲେ। ମାତ୍ର ସେ ଆଧ୍ୟାତ୍ମିକତା (ବ୍ରହ୍ମାକୁମାରୀ ସଂସ୍ଥା) ଏବଂ ଜନସେବାକୁ ଆପଣାଇ ନିଜକୁ ପୁନର୍ବାର ସଶକ୍ତ କରିପାରିଥିଲେ। ଦ୍ରୌପଦୀ ମୁର୍ମୁଙ୍କ ସଫଳତା ପ୍ରତ୍ୟେକ ଭାରତୀୟ, ବିଶେଷକରି ମହିଳା ଏବଂ ଅବହେଳିତ ବର୍ଗଙ୍କ ପାଇଁ ଏକ ବଡ଼ ପ୍ରେରଣାର ଉତ୍ସ। ଏହା ଭାରତୀୟ ଗଣତନ୍ତ୍ରର ମହାନତା ଏବଂ ସମାବେଶୀ ବିକାଶର ଏକ ଜ୍ୱଳନ୍ତ ଉଦାହରଣ।
ବିଭାଜନର ବିଭିଷିକା
ବିଭାଜନର ବିଭିଷିକା
---------------
ଯେତେବେଳେ ସ୍ଵାଧୀନୋତ୍ତର ଭାରତରେ କେହି ତଥ୍ୟ ଆଧାରରେ ଭାରତର ବିଭାଜନର ଇତିହାସ ସଠିକ୍ ଭାବେ ଲେଖିଲେ ନାହିଁ କି ଶାସନ ବ୍ୟବସ୍ଥା ଏଥି ପ୍ରତି ସାମାନ୍ୟ ଗୁରୁତ୍ବ ଦେଲା ନାହିଁ , ସେତେବେଳେ ଓଡିଶା ବିଭାଜନର କଳଙ୍କିତ ଇତିହାସ ଲେଖା ଯିବା କଥା କେମିତି ଚିନ୍ତା କରିବା ? ବ୍ରିଟିଶ ମାଟିର ବୀଜ କୁହେ ବିଭେଦ ସୂତ୍ର ଶାସନ ବା ଡିଭାଇଡ ଆଣ୍ଡ ରୁଲ , ଯାହାକୁ ଇଷ୍ଟ ଇଣ୍ଡିଆ କମ୍ପାନୀ ଶାସନ ଓ ପରେ ବ୍ରିଟିଶ ଶାସନ ଅକ୍ଷରେ ଅକ୍ଷରେ ପାଳନ କରି ସଫଳତା ଲାଭ କରିଥିଲା । ଓଡ଼ିଶା ପ୍ରେକ୍ଷାପଟ୍ଟରେ ଏଭଳି ଭୟଙ୍କର ଚକ୍ରାନ୍ତ ହୋଇଥିଲଖ , ଯାହାର ବୀଜ ମୋଗଲ, ଆଫଗାନ ଏବଂ ମରହଟ୍ଟା ମାନେ ବପନ କରିଥିଲେ । ବିଭାଜନ ନହୋଇ ଥିଲେ ଆଜି ଅଖଣ୍ଡ ଭାରତ ବିଶ୍ଵକୁ ଶାସନ କରୁଥାନ୍ତା , ଯାହାର ଲୋକ ସଂଖ୍ୟା ହୋଇଥାନ୍ତା ୨୦୭ କୋଟି ୩୨ ଲକ୍ଷ । ଏଠି ଯଦି ପ୍ରଶ୍ନ ଉଠେ, ଉଠିବା ବି ସ୍ବାଭାବିକ ଯେ ଏ ପରିସଂଖ୍ୟାନ ଆମେ କେଉଁଠୁ ଆଣିଲୁ । ଏହାର ସରଳ ଉତ୍ତର ହେଲା ଅଧୁନା ଭାରତର ଲୋକସଂଖ୍ୟା ୧୪୩ କୋଟି ୮୧ଲକ୍ଷ ସହିତ ୧୯୪୭ ରେ ବିଭାଜିତ ପାକିସ୍ତାନର ଲୋକ ସଂଖ୍ୟା ୨୫କୋଟି ୫୨ଲକ୍ଷ ଓ ବଙ୍ଗଳାଦେଶର ଲୋକ ସଂଖ୍ୟା ୧୭କୋଟି ୫୭ ଲକ୍ଷ ସହିତ ୧୯୦୪ ରେ ବିଭାଜିତ ନେପାଳ,୧୮୭୬ ରେ ବିଭାଜିତ ଆଫଗାନିସ୍ତାନ,୧୯୦୬ ରେ ବିଭାଜିତ ଭୁଟାନ , ୧୯୩୭ରେ ବିଭାଜିତ ବର୍ମା, ବର୍ତ୍ତମାନର ମିଆଁମାର, ଜାନୁଆରୀ ୨୬,୧୯୬୫ ରେ ବିଭାଜିତ ମାଳଦୀପ, ୧୯୩୫ରେ ମାନ୍ଦ୍ରାଜ ରୁ କାଗଜପତ୍ରରେ, କିନ୍ତୁ ୧୮୭୬ରୁ ଶାସନଗତ ଭାବେ ବିଭାଜିତ ଶ୍ରୀଲଙ୍କା, ତିବ୍ବତ ଆଦି ଦେଶମାନଙ୍କର ଲୋକସଂଖ୍ୟାର ସମ୍ମିଶ୍ରଣ ହିସାବରେ ହିଁ ଆମେ ଏହି ସଂଖ୍ୟା ୨୦୭କୋଟି ୩୨ ଲକ୍ଷ ବୋଲି ଉଲ୍ଲେଖ କରିଛୁ । ୧୯୪୭ ରେ ଭାରତ ବିଭାଜନ ସମ୍ପର୍କରେ ଅନେକ ତଥ୍ୟ ଗୁପ୍ତ ରଖାଯାଇ କେତେକ ଐତିହାସିକ, ସରକାରୀ ଅନୁଦାନ ପ୍ରାପକ ଗବେଷକ ଏବଂ କେତେକ ସାମ୍ବାଦିକ ଲେଖା ଲେଖିଛନ୍ତି । ମାତ୍ର ଆଫଗାନିସ୍ତାନ, ନେପାଳ, ଭୁଟାନ,ବର୍ମାଇ, ମାଳଦୀପ, ତିବ୍ବତ ଆଦିର ବିଭାଜନ ସମ୍ପର୍କରେ ସଠିକ୍ ଭାବେ ଇତିହାସ ଲେଖା ହୋଇନାହିଁ । ଅଖଣ୍ଡ ଭାରତର ବିଭାଜନ କେବଳ ଭୂଗୋଳର ସୀମା ପରିବର୍ତ୍ତନ ନୁହେଁ , ଏହା କୋଟି କୋଟି ଭାରତୀୟଙ୍କ ସାଂସ୍କୃତିକ ଓ ସାମାଜିକ ସମ୍ପର୍କର ବିଭାଜନ, ଯାହା ଅତ୍ୟନ୍ତ ଭୟଙ୍କର ଵିଭିଷିକା । ଯୁଗେ ଯୁଗେ , ତାହା ସତ୍ୟ, ତ୍ରେତୟା ଓ ଏହି କଳିଯୁଗର ୧୮୭୬ ମସିହା ପର୍ଯ୍ୟନ୍ତ ଭାରତର ଅବିଚ୍ଛେଦ୍ୟ ଅଙ୍ଗ , ବିଶେଷ କରି ଅନେକ ସାଂସ୍କୃତିକ ବିଭବରେ ଗରିୟାନ ମୌର୍ଯ୍ୟ ସାମ୍ରାଜ୍ୟ, ଗାନ୍ଧାର ସଂସ୍କୃତି ଏବଂ ପରବର୍ତ୍ତୀ ସମୟରେ ମୋଗଲ ଶାସନ କାଳରେ କାବୁଲ ଓ କୋନ୍ଧାର ପରି ଅଞ୍ଚଳ ଭାରତୀୟ ସାମ୍ରାଜ୍ୟର ପ୍ରମୁଖ ଅଂଶବିଶେଷ ଥିଲେ।
ତେବେ ୧୯ ଶତାବ୍ଦୀରେ ବ୍ରିଟିଶ ଶାସନ କାଳରେ କିଛି ଗୁରୁତ୍ୱପୂର୍ଣ୍ଣ ଐତିହାସିକ ଓ ଭୂ-ରାଜନୈତିକ ଘଟଣା ଯୋଗୁଁ ଆଫଗାନିସ୍ତାନ ବ୍ରିଟିଶ ଭାରତଠାରୁ ସମ୍ପୂର୍ଣ୍ଣ ଭାବେ ଅଲଗା ହୋଇଗଲା। ଉନବିଂଶ ଶତାବ୍ଦୀରେ ଦକ୍ଷିଣ ଏସିଆରେ ବ୍ରିଟିଶ ସାମ୍ରାଜ୍ୟ ଏବଂ ମଧ୍ୟ ଏସିଆ ଆଡ଼କୁ ବିସ୍ତାର କରୁଥିବା ରୁଷ ସାମ୍ରାଜ୍ୟ ମଧ୍ୟରେ ପ୍ରତିଯୋଗିତା ଚାଲିଥିଲା, ଯାହାକୁ "ଦି ଗ୍ରେଟ ଗେମ୍" କୁହାଯାଏ। ବ୍ରିଟିଶମାନେ କୁଆଡ଼େ ଭାରତକୁ ସୁରକ୍ଷିତ ରଖିବା ପାଇଁ ଆଫଗାନିସ୍ତାନକୁ ଏକ "ବଫର ଷ୍ଟେଟ୍" (ମଧ୍ୟବର୍ତ୍ତୀ ସୁରକ୍ଷା ପରିସର) ଭାବରେ ବ୍ୟବହାର କରିବାକୁ ଯୋଜନା କରି ଏକ ସ୍ବତନ୍ତ୍ର ଶାସନ ବ୍ୟବସ୍ଥାରେ ରଖାଇଲେ ।
ସେହି ସ୍ବତନ୍ତ୍ର ଶାସନ ପାଇବା ପରେ ପଡୋଶୀ ଦେଶ ସମର୍ଥିତ କେତେକ ଲୋକଙ୍କ ନେତୃତ୍ୱରେ ସେମାନେ ଏକ ସ୍ବାଧୀନ ଦେଶର ମାନ୍ୟତା ପାଇବା ପାଇଁ ଆନ୍ଦୋଳନ କରିଥିଲେ । ଏଭଳି ସ୍ଥିତିରେ ଆଫଗାନିସ୍ତାନ ଉପରେ ନିଜର ପ୍ରଭାବ ବିସ୍ତାର ଜାରି ରଖିବା ପାଇଁ ବ୍ରିଟିଶ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ତିନୋଟି ମୁଖ୍ୟ ଯୁଦ୍ଧ ହୋଇଥିଲା , ଯାହାକୁ ଆଙ୍ଗ୍ଲୋ -ଆଫଗାନ ଯୁଦ୍ଧର ମାନ୍ୟତା ଦେଇଥିଲା ସେ ସମୟର ଇତିହାସ । ପ୍ରଥମ ଆଙ୍ଗ୍ଲୋ -ଆଫଗାନ ଯୁଦ୍ଧ ହେଇଥିଲା ୧୮୩୯ ରୁ ତିନି ବର୍ଷ ଧରି ୧୮୪୨ ପର୍ଯ୍ୟନ୍ତ । ଦ୍ବିତୀୟ ଯୁଦ୍ଧ ହୋଇଥିଲା ୧୮୭୮ରୁ ୧୮୮୦ ପର୍ଯ୍ୟନ୍ତ ।ଏହି ଯୁଦ୍ଧ ପରେ ଗଣ୍ଡାମାକ୍ ଚୁକ୍ତି ( ଟ୍ରିଟି ଅଫ ଆଣ୍ଡାମାନ) ଅନୁସାରେ ଆଫଗାନିସ୍ତାନର ବୈଦେଶିକ ନୀତି ବ୍ରିଟିଶ ନିୟନ୍ତ୍ରଣକୁ ଆସିଥିଲା, କିନ୍ତୁ ଆଭ୍ୟନ୍ତରୀଣ ଶାସନ ଆଫଗାନ ଶାସକଙ୍କ ହାତରେ ରହିଥିଲା।ଆଫଗାନିସ୍ତାନକୁ ଭାରତରୁ ପୃଥକ୍ କରିବାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଥିଲା ଡୁରାଣ୍ଡ ରେଖା । ୧୮୯୩ ମସିହାରେ ବ୍ରିଟିଶ ଭାରତର ବୈଦେଶିକ ସଚିବ ସାର୍ ମୋର୍ଟିମର୍ ଡୁରାଣ୍ଡ ଏବଂ ଆଫଗାନିସ୍ତାନର ଅମୀର ଅବଦୁର ରହମାନ ଖାନଙ୍କ ମଧ୍ୟରେ ଏକ ସୀମା ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।ଏହି ଡୁରାଣ୍ଡ ରେଖା ଦ୍ୱାରା ବ୍ରିଟିଶ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ନିର୍ଦ୍ଦିଷ୍ଟ ଭୌଗୋଳିକ ସୀମା ନିର୍ଦ୍ଧାରିତ ହେଲା। (ପରବର୍ତ୍ତୀ ସମୟରେ ୧୯୪୭ ମସିହାରେ ଭାରତ ବିଭାଜନ ପରେ ଏହି ସୀମାରେଖା ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଆନ୍ତର୍ଜାତୀୟ ସୀମା ଭାବେ ରହିଗଲା) । ୧୯୧୯ ମସିହାରେ ତୃତୀୟ ଆଙ୍ଗ୍ଲୋ-ଆଫଗାନ ଯୁଦ୍ଧ ପରେ ରାଓ୍ବଲପିଣ୍ଡି ଚୁକ୍ତି ବା ଟ୍ରିଟି ଅଫ ରାଓ୍ବଲପିଣ୍ଡି ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତି ଅନୁସାରେ ବ୍ରିଟେନ୍ ଆଫଗାନିସ୍ତାନକୁ ଏକ ସମ୍ପୂର୍ଣ୍ଣ ସାର୍ବଭୌମ ଓ ସ୍ୱାଧୀନ ରାଷ୍ଟ୍ର ଭାବରେ ମାନ୍ୟତା ଦେଲା। ଏହା ସହିତ ଆଫଗାନିସ୍ତାନ ଉପରୁ ବ୍ରିଟିଶ ପ୍ରଭାବ ସମ୍ପୂର୍ଣ୍ଣ ଶେଷ ହେଲା। ୧୯୪୭ ମସିହାରେ ଭାରତ-ପାକିସ୍ତାନ ବିଭାଜନ ପରି ଆଫଗାନିସ୍ତାନର ପୃଥକୀକରଣ କୌଣସି ଗୋଟିଏ ଦିନର ଘଟଣା ନଥିଲା। ବ୍ରିଟିଶ ସାମ୍ରାଜ୍ୟର ନୀତି, ୧୮୯୩ର ଡୁରାଣ୍ଡ ରେଖା ଏବଂ ୧୯୧୯ର ରାଓ୍ବଲପିଣ୍ଡି ଚୁକ୍ତି ମାଧ୍ୟମରେ ଆଫଗାନିସ୍ତାନ ବ୍ରିଟିଶ ଭାରତର ପ୍ରଶାସନିକ ସୀମାରୁ ସମ୍ପୂର୍ଣ୍ଣ ପୃଥକ୍ ହୋଇ ଏକ ଅଲଗା ସ୍ୱାଧୀନ ଦେଶ ଭାବେ ଗଢ଼ିଉଠିଥିଲା। ସେହିପରି ୧୭୬୮ ମସିହାରେ ଗୋର୍ଖା ରାଜା ପୃଥ୍ବୀ ନାରାୟଣ ଶାହା
ହିମାଳୟ ପାଦଦେଶରେ ଥିବା ବିଭିନ୍ନ ଛୋଟ ଛୋଟ ରାଜ୍ୟକୁ ଏକାଠି କରି ଆଧୁନିକ ନେପାଳ ରାଜ୍ୟ ପ୍ରତିଷ୍ଠା କରିଥିଲେ।
ପୁରାଣ ଶାସ୍ତ୍ର ଅନୁସାରେ, ନେପାଳ ଉପତ୍ୟକା ପୂର୍ବରୁ ଏକ ବିଶାଳ ହ୍ରଦ ଥିଲା। ମଞ୍ଜୁଶ୍ରୀ ନାମକ ଜଣେ ବୌଦ୍ଧ ସାଧୁ ପାହାଡ଼ କାଟି ଜଳ ନିଷ୍କାସନ କରିବା ପରେ ଏଠାରେ ମାନବ ସଭ୍ୟତା ଗଢିଉଠିଥିଲା ।ପ୍ରଥମେ ଗୋପାଳ (ଗୋପାଳକ) ଏବଂ ପରେ ମହିଷପାଳ (ମହିଷୀ ପାଳକ) ବଂଶର ଶାସକମାନେ ଏଠାରେ ଶାସନ କରିଥିଲେ। ଖ୍ରୀଷ୍ଟପୂର୍ବ ୮ମ ଶତାବ୍ଦୀ ଆଡ଼କୁ କିରାତମାନେ ଶାସନ ଭାର ଗ୍ରହଣ କରିଥିଲେ । ଓଡ଼ିଶାରୁ ବୌଦ୍ଧ ଧର୍ମ ସଂସ୍କୃତିକୁ ଅପହରଣ କରିବା ପାଇଁ ଅଶୋକ ଅନେକ କାଳ୍ପନିକ ତଥ୍ୟ ଆଧାରରେ କାହାଣୀ ସୃଷ୍ଟି କରିଥିଲେ ।
ଭୁବନେଶ୍ଵରର କପିଳ ପ୍ରସାଦ ମାଟିରେ ଜନ୍ମିତ ଗୌତମ ବୁଦ୍ଧ ନେପାଳର ଲୁମ୍ବିନିରେ ଜନ୍ମଗ୍ରହଣ କରିଥିଲେ ବୋଲି ଉଲ୍ଲେଖ କରି ଏଠାରେ ଏକ ଶିଳାଲେଖ ପୋତି ଦେଇ ଏହାକୁ ବ୍ୟାପକ ଭାବରେ ପ୍ରଚାରିତ ଓ ପ୍ରସାରିତ କରିଥିଲେ । ଖ୍ରୀଷ୍ଟାବ୍ଦ ୪ର୍ଥ ରୁ ୮ମ ଶତାବ୍ଦୀ ମଧ୍ୟରେ ଲିଚ୍ଛବି ବଂଶ ନେପାଳରେ ଶାସନ କରିଥିଲା। ଏହି କାଳଖଣ୍ଡକୁ ନେପାଳ ଇତିହାସର 'ସ୍ଵର୍ଣ୍ଣ ଯୁଗ' ବୋଲି କୁହାଯାଏ। ଏହି ସମୟରେ କଳା, ସଂସ୍କୃତି, ବାସ୍ତୁକଳା ଏବଂ ବାଣିଜ୍ୟର ବିଶେଷ ବିକାଶ ଘଟିଥିଲା, ପ୍ରସିଦ୍ଧ ଶାସକ ଅଂଶୁ ବର୍ମାଙ୍କ ଶାସନ ସମୟରେ । ଦ୍ବାଦଶ ଶତାବ୍ଦୀରୁ ମଲ୍ଲ ରାଜାମାନଙ୍କ ଶାସନ ଆରମ୍ଭ ହୋଇଥିଲା। ଏହି ସମୟରେ କାଠମାଣ୍ଡୁ ଉପତ୍ୟକା ତିନୋଟି ମୁଖ୍ୟ ରାଜ୍ୟରେ ବିଭକ୍ତ ହୋଇଥିଲା ଯଥା କାଠମାଣ୍ଡୁ, ଲଳିତପୁର ଓ ଭକ୍ତପୁର । ଅଧୁନା କାଠମାଣ୍ଡୁ ଉପତ୍ୟକାରେ ଦେଖାଯାଉଥିବା ଅଧିକାଂଶ ପାଗୋଡା, ମନ୍ଦିର, ଏବଂ ରାଜପ୍ରାସାଦ (ଯେପରିକି ଦରବାର ସ୍କୋୟାର୍) ଏହି ମଲ୍ଲ ରାଜାମାନଙ୍କ ଦ୍ୱାରା ନିର୍ମିତ। ପୂର୍ବରୁ ସୂଚିତ କରାଯାଇଛି ଯେ
୧୭୬୮ ମସିହାରେ ଗୋରଖା ରାଜ୍ୟର ରାଜା ପୃଥ୍ବୀ ନାରାୟଣ ଶାହ ଛୋଟ ଛୋଟ ରାଜ୍ୟଗୁଡ଼ିକୁ ଜୟ କରି ଏକତ୍ରିତ ନେପାଳ ରାଜ୍ୟର ସ୍ଥାପନା କରିଥିଲେ। ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ସହ ଯୁଦ୍ଧ ପରେ 'ସୁଗୌଲି ସନ୍ଧି' ସ୍ୱାକ୍ଷରିତ ହୋଇଥିଲା, ଯାହା ଦ୍ୱାରା ନେପାଳର ବର୍ତ୍ତମାନର ସୀମା ନିର୍ଦ୍ଧାରିତ ହୋଇଥିଲା। ୧୮୪୬ ରେ ଜଙ୍ଗ ବାହାଦୁର ରାଣା ଶାସନ କ୍ଷମତା ହାତେଇ ନେଇଥିଲେ। ଏହି ୧୦୪ ବର୍ଷ ଧରି ରାଣାମାନେ ବଂଶାନୁକ୍ରମିକ ପ୍ରଧାନମନ୍ତ୍ରୀ ଭାବେ ନିରଙ୍କୁଶ ଶାସନ କରିଥିଲେ ଏବଂ ରାଜାମାନେ କେବଳ ନାମମାତ୍ର ଶାସକ ଥିଲେ। ୧୯୫୧ ମସିହାରେ ରାଜା ତ୍ରିଭୁବନ ଏବଂ ଜନତାଙ୍କ ମିଳିତ ଉଦ୍ୟମରେ ରାଣା ଶାସନର ଅନ୍ତ ଘଟିଥିଲା। ୨୦୦୧ରେ ରାଜା ବିରେନ୍ଦ୍ର ଓ ତାଙ୍କ ପରିବାରର ଅଧିକାଂଶ ସଦସ୍ୟଙ୍କ ହତ୍ୟା ପରେ ନେପାଳର ରାଜନୀତିରେ ବଡ଼଼଼ ଅସ୍ଥିରତା ଆସିଥିଲା। ଏହାପରେ ୨୦୦୮ରେ ଦୀର୍ଘ ଦିନର ମାଓବାଦୀ ଆନ୍ଦୋଳନ ଏବଂ ଜନଆନ୍ଦୋଳନ ପରେ ୨୪୦ ବର୍ଷର ପୁରୁଣା ରାଜତନ୍ତ୍ରର ସମାପ୍ତି ଘଟିଥିଲା। ୨୦୧୫ ସେପ୍ଟେମ୍ବର ୨୦ରେ ନେପାଳ ନିଜର ନୂତନ ଧର୍ମନିରପେକ୍ଷ, ସଂଘୀୟ ଲୋକତାନ୍ତ୍ରିକ ଗଣରାଜ୍ୟ ସମ୍ବିଧାନ କାର୍ଯ୍ୟକାରୀ କଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶା ଏବଂ ନେପାଳ ମଧ୍ୟରେ ସମ୍ପର୍କ କେବଳ ଭୌଗୋଳିକ କିମ୍ବା ରାଜନୈତିକ ନୁହେଁ, ଏହା ଅତ୍ୟନ୍ତ ପ୍ରାଚୀନ, ସାଂସ୍କୃତିକ, ଆଧ୍ୟାତ୍ମିକ ଏବଂ ଐତିହାସିକ ସୂତ୍ରରେ ବନ୍ଧା। ଉଭୟ ଅଞ୍ଚଳ ମଧ୍ୟରେ ଗୋଟିଏ ଗଭୀର ଆଧ୍ୟାତ୍ମିକ ସେତୁ ରହିଛି।ନେପାଳର ରାଜାଙ୍କୁ ପୁରୀ ଶ୍ରୀମନ୍ଦିରରେ ଏକ ବିଶେଷ ଅଧିକାର ଦିଆଯାଇଛି। ପୁରୀ ଗଜପତି ମହାରାଜାଙ୍କ ଭଳି ନେପାଳର ରାଜା ମଧ୍ୟ ଶ୍ରୀମନ୍ଦିରର ରତ୍ନସିଂହାସନ ଉପରକୁ ଯାଇ ଶ୍ରୀଜଗନ୍ନାଥଙ୍କ ପୂଜାର୍ଚ୍ଚନା ଓ ଆରତି କରିବାର ବିଶେଷ ଆଧ୍ୟାତ୍ମିକ ଅଧିକାର ରଖିଥାନ୍ତି।ନେପାଳର କାଠମାଣ୍ଡୁ, ଭକ୍ତପୁର ଏବଂ ଲଳିତପୁର ଭଳି ବିଭିନ୍ନ ସହରରେ ଶ୍ରୀଜଗନ୍ନାଥଙ୍କ ମନ୍ଦିର ରହିଛି, ଯାହା ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରସାରକୁ ଦର୍ଶାଏ।ନେପାଳର ପ୍ରସିଦ୍ଧ ପଶୁପତିନାଥ ମନ୍ଦିର ଏବଂ ଓଡ଼ିଶାର ଲିଙ୍ଗରାଜ ମନ୍ଦିର ମଧ୍ୟରେ ଶୈବ ପରମ୍ପରାର ଗଭୀର ସାମଞ୍ଜସ୍ୟ ରହିଛି। ଓଡ଼ିଶାର ବହୁ ପୁରୋହିତ ଓ ସାଧୁସନ୍ଥ କାଠମାଣ୍ଡୁ ଯାତ୍ରା କରୁଥିବା ବେଳେ ନେପାଳର ଶ୍ରଦ୍ଧାଳୁମାନେ ପୁରୀ ଓ ଭୁବନେଶ୍ୱର ପରିଦର୍ଶନରେ ଆସିଥାନ୍ତି। ପ୍ରଥମ ଅଧିବାସୀ ପଶୁ ପାଳକ , ମଲ୍ଲ ବଂଶର ଶାସନ ଠାରୁ ଶ୍ରୀମନ୍ଦିର ସଂସ୍କୃତି ସହିତ ଓତଃପ୍ରୋତଭାବେ ଜଡ଼ିତ ଆଦି ଇତିହାସର ଗର୍ଭାନୁଶୀଳନ କରିବା ସମୟରେ କ'ଣ ଅନୁମାନ କରାଯାଇପାରେ । ଭାରତ ଗୌରବ ମଧୁସୂଦନ ଥିଲେ ଜଟଣୀ ନିକଟସ୍ଥ ଖୁଦୁପୁରର ମଲ୍ଲ ବଂଶର ଦାୟାଦ, ବିଶେଷ କରି ମଣି ମଲ୍ଲଙ୍କ ବଂଶଧର । ବହୁ ପୂର୍ବରୁ ପ୍ରମାଣିକ ତଥ୍ୟ ଆଧାରରେ ଆମର ଆଲେଖ୍ୟ ଆଲୋଚନାରେ ନେପାଳ ଆଦି ମଣିଷ ମାନେ ଯେ ବିଶ୍ବର ପ୍ରଥମ ଉପନିବେଶବାଦୀ ଓଡ଼ିଆ ବଂଶଜ , ଏଥିରେ ସାମାନ୍ୟତମ ସନ୍ଦେହର ଅବକାଶ ନାହିଁ । ସେହିପରି ୧୯୪୭ ଅଗଷ୍ଟ ମାସରେ ଭାରତ ସ୍ବାଧୀନତା ପାଇବା ସହ ଦେଶର ବିଭାଜନ ହୋଇ ପାକିସ୍ତାନ ଗଠିତ ହୋଇଥିଲା। ଏହି ବିଭାଜନ କେବଳ ମାନଚିତ୍ରରେ ସୀମାରେଖା ଆଙ୍କିବାର ପ୍ରକ୍ରିୟା ନଥିଲା, ବରଂ ଏହା ଥିଲା ମାନବ ଇତିହାସର ସବୁଠାରୁ ଦୁଃଖଦ, ଭୟଙ୍କର ଓ ରକ୍ତାକ୍ତ ଅଧ୍ୟାୟଗୁଡ଼ିକ ମଧ୍ୟରୁ ଗୋଟିଏ। ରାତିାରାତି କୋଟି କୋଟି ଲୋକ ନିଜର ଭିଟାମାଟି, ସମ୍ପର୍କ ଓ ପରିଚୟ ହରାଇ ଶରଣାର୍ଥୀ ପାଲଟିଯାଇଥିଲେ। ସରକାରୀ ହିସାବରେ ଦେଢ଼ କୋଟି ଲୋକ ବିସ୍ଥାପିତ ହୋଇଥିଲେ , ଯଦିଓ ବାସ୍ତବରେ ଏହାର ସଂଖ୍ୟା ବହୁ ଗୁଣିତ । ବିଶେଷ କରି ହିନ୍ଦୁ ଓ ଶିଖ୍ମାନେ ପାକିସ୍ତାନ ଛାଡ଼ି ଭାରତ ଆସିବାକୁ ଏବଂ ମୁସଲମାନମାନେ ଭାରତ ଛାଡ଼ି ପାକିସ୍ତାନ ଯିବାକୁ ବାଧ୍ୟ ହୋଇଥିଲେ। ପିଢ଼ି ପିଢ଼ି ଧରି ରହିଆସୁଥିବା ଘରଦ୍ୱାର, ଜମିଜମା ଓ ସମ୍ପତ୍ତିକୁ ଗୋଟିଏ ମୁହୂର୍ତ୍ତରେ ଛାଡ଼ି ଲୋକଙ୍କୁ କେବଳ ପିନ୍ଧା ବସ୍ତ୍ରରେ ବାହାରି ଯିବାକୁ ପଡ଼ିଥିଲା। ଭୟଙ୍କର ସାମ୍ପ୍ରଦାୟିକ ଦଙ୍ଗା, ନର ସଂହାରର ଲେଲିହାନ ଶିଖା, ରକ୍ତାକ୍ତ ପରିବେଶ ଭଳି ଅନେକ ଅଭାବନୀୟ ପରିସ୍ଥିତିରେ ହୋଇଥିଲା ଭାରତ ପାକିସ୍ତାନର ବିଭାଜନ । ସରକାରୀ ହିସାବରେ ବ୍ରିଟିଶ ଶାସନ ପ୍ରାୟୋଜିତ, ପ୍ରୋତ୍ସାହିତ ହିଂସାର ତାଣ୍ଡବଲୀଳ ରେ ୨୦ ଲକ୍ଷ ନିରିହ ଲୋକ
ପ୍ରାଣ ହରାଇଥିଲେ। ସୀମା ପାର୍ ହେଉଥିବା ରେଳଗାଡ଼ି ଗୁଡ଼ିକ
ଉପରେ ଆକ୍ରମଣ କରାଯାଉଥିଲା। ଅନେକ ସମୟରେ ଟ୍ରେନ୍ଗୁଡ଼ିକ କେବଳ ମୃତଦେହରେ ଭରି ଗନ୍ତବ୍ୟ ସ୍ଥଳରେ ପହଞ୍ଚୁଥିଲା, ଯାହାକୁ "ରକ୍ତର ଟ୍ରେନ୍" (ବ୍ଲଡ଼ ଟ୍ରେନସ) ବୋଲି କୁହାଯାଇଥିଲା। ମହିଳା ନିର୍ଯ୍ୟାତନାର ଭୟଙ୍କର ଇତିହାସ ଅପ୍ରକାଶିତ । ବିଭାଜନ ସମୟରେ ପ୍ରାୟ ୭୫ ହଜାର ରୁ ଲକ୍ଷେ ମହିଳା ଅପହୃତ, ନିର୍ଯାତିତ ଓ ହିଂସାର ଶିକାର ହୋଇଥିଲେ। "ପରିବାରର ସମ୍ମାନ" ରକ୍ଷା କରିବା ନାଁରେ ଅନେକ ପରିବାର ନିଜ ଘରର ଝିଅ ଓ ବୋହୂମାନଙ୍କୁ ବିଷ ଦେଇ କିମ୍ବା କୂଅକୁ ଡେଇଁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲେ। ଦିଲ୍ଲୀ, ପଞ୍ଜାବ ଓ ବେଙ୍ଗଲ ଭଳି ସ୍ଥାନଗୁଡ଼ିକରେ ବିରାଟ ଶରଣାର୍ଥୀ ଶିବିର ବା ରିଫ୍ୟୁଜ କ୍ୟାମ୍ପ ପ୍ରତିଷ୍ଠା କରାଯାଇଥିଲା ,ଯେଉଁଠାରେ ଖାଦ୍ୟ, ପାଣି ଓ ଚିକିତ୍ସାର ଘୋର ଅଭାବ ଥିଲା। ପରିବାର ଗୁଡ଼ିକ ପରସ୍ପର ଠାରୁ ଅଲଗା
ହୋଇଯାଇଥିଲେ। ଏହି ବିଚ୍ଛେଦର ମାନସିକ କ୍ଷତ ଏବେ ବି ପିଢ଼ି ପରେ ପିଢ଼ି ଙ୍କୁ ଦେଇ ଚାଲିଛି ନିର୍ଯାତନା ।
ଏହି ଅମାନୁଷିକ ଘଟଣା ଓ ବଳିଦାନକୁ ସ୍ମରଣ କରି ଭାରତ ସରକାର ପ୍ରତିବର୍ଷ ଅଗଷ୍ଟ ୧୪ ତାରିଖ କୁ "ବିଭାଜନ ବିଭିଷିକା ସ୍ମୃତି ଦିବସ " ଭାବେ ପାଳନ କରୁଛନ୍ତି ନରେନ୍ଦ୍ର ଦାମୋଦର ଦାସ ମୋଦି ଙ୍କ ସରକାର କ୍ଷମତାସୀନ ହେବା ଅବଧି ଠାରୁ ।
୧୯୪୭ ମସିହାରେ ଭାରତ ଓ ପାକିସ୍ତାନର ବିଭାଜନ ସମୟରେ ଦୁଇ ଦେଶ ମଧ୍ୟରେ ସୀମା ନିର୍ଦ୍ଧାରଣ କରିବା ପାଇଁ ଯେଉଁ ସୀମାରେଖା ଆଙ୍କାଯାଇଥିଲା, ତାହାକୁ " ରେଡ୍ କ୍ଲିଫ ରେଖା କୁହାଯାଏ। ଏହି ରେଖା ନିର୍ଦ୍ଧାରଣର ପ୍ରକ୍ରିୟା ଏବଂ ଏଥିରେ ଥିବା ଗମ୍ଭୀର ତ୍ରୁଟିଗୁଡ଼ିକ ହିଁ ବିଭାଜନର ବିଭିଷିକାକୁ ଆହୁରି ଭୟଙ୍କର କରିଦେଇଥିଲା।ବ୍ରିଟିଶ ସରକାର ସୀମା ନିର୍ଦ୍ଧାରଣ ପାଇଁ ଦୁଇଟି 'ସୀମା ଆୟୋଗ' (ଗୋଟିଏ ପଞ୍ଜାବ ପାଇଁ ଓ ଅନ୍ୟଟି ବେଙ୍ଗଲ ପାଇଁ) ଗଠନ କରିଥିଲେ। ବ୍ରିଟିଶ ଆଇନଜୀବୀ ସର ସିରିଏଲ୍ ରେଡକ୍ଲିଫଙ୍କୁ ଏହି ଦୁଇଟିଯାକ ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା ରେଡକ୍ଲିଫ୍ଙ୍କୁ ସୀମା ନିର୍ଦ୍ଧାରଣ କରିବା ପାଇଁ ମାତ୍ର ପାଞ୍ଚ ସପ୍ତାହ, ପ୍ରାୟତଃ ୩୬ ଦିନର ସମୟ ଦିଆଯାଇଥିଲା। ରେଡକ୍ଲିଫ୍ ପୂର୍ବରୁ କେବେହେଲେ ଭାରତ ଆସିନଥିଲେ, କିମ୍ବା ଏଠାକାର ଭୂଗୋଳ, ସଂସ୍କୃତି, ଭାଷା ଓ ଜନସଂଖ୍ୟା ବିଷୟରେ ତାଙ୍କର କୌଣସି ଜ୍ଞାନ ନଥିଲା। ସେ କେବଳ ପୁରୁଣା ମାନଚିତ୍ର ଓ ଜନଗଣନା ତଥ୍ୟକୁ ଆଧାର କରି କାଗଜପତ୍ରରେ ରେଖା ଆଙ୍କିଥିଲେ। ଏତେ ବଡ଼ ଦେଶର ଲକ୍ଷ ଲକ୍ଷ କିଲୋମିଟର ଦୀର୍ଘ ସୀମା ନିର୍ଦ୍ଧାରଣ କରିବା ପାଇଁ ୫ ସପ୍ତାହର ସମୟ ଅତ୍ୟନ୍ତ କମ୍ ଥିଲା। ରେଡକ୍ଲିଫ୍ କୌଣସି ଗାଁ କିମ୍ବା ଅଞ୍ଚଳକୁ ସ୍ୱଚକ୍ଷୁରେ ଦେଖିବାକୁ ଯାଇନଥିଲେ। ଅତଏବ ମାନଚିତ୍ରରେ କାଗଜପତ୍ର ଆଧାରରେ ରେଖା ଆଙ୍କିବା ଯୋଗୁଁ ଅନେକ ଅପ୍ରତ୍ୟାଶିତ ସମସ୍ୟା ଦେଖାଦେଇଥିଲା , ଯଥା ଅନେକ ଗାଁ ଦୁଇ ଭାଗରେ ବିଭାଜିତ ହୋଇଗଲା ,କେତେକ ସ୍ଥାନରେ ଘରର ରୋଷେଇ ଘର ଭାରତରେ ଓ ଶୋଇବା ଘର ପାକିସ୍ତାନରେ ରହିଗଲା ,ଚାଷୀଙ୍କ ଜମି ଗୋଟିଏ ଦେଶରେ ଓ ତାଙ୍କ ଘର ଅନ୍ୟ ଦେଶରେ ରହିଗଲା।ନଦୀ, ପାହାଡ଼, ରେଳ ଲାଇନ୍ ଓ କେନାଲ୍ ସିଷ୍ଟମ୍କୁ ନଜରରେ ନରଖି ସୀମା ନିର୍ଦ୍ଧାରଣ କରାଯାଇଥିଲା। ଏହାଦ୍ୱାରା ଜଳସେଚନ କେନାଲଗୁଡ଼ିକର ଉତ୍ସ ଗୋଟିଏ ଦେଶରେ ଓ ସେଥିରୁ ପାଣି ପାଉଥିବା ଜମି ଅନ୍ୟ ଦେଶରେ ରହିଗଲା। ସୀମାରେଖା ଅଗଷ୍ଟ ୧୨-୧୩ ସୁଦ୍ଧା ପ୍ରସ୍ତୁତ ହୋଇସାରିଥିଲା, ମାତ୍ର ବ୍ରିଟିଶ ସରକାର , ଲର୍ଡ ମାଉଣ୍ଟ ବ୍ୟାଟନ ଏହାକୁ ଅଗଷ୍ଟ ୧୬ , ଅର୍ଥାତ୍ ସ୍ବାଧୀନତାର ଦୁଇ ଦିନ ପର ପର୍ଯ୍ୟନ୍ତ ଗୋପନ ରଖିଥିଲେ। ଅଗଷ୍ଟ ୧୫ , ୧୯୪୭ ତାରିଖରେ ଲୋକମାନେ ଜାଣିନଥିଲେ ଯେ ସେମାନେ ଭାରତରେ ଅଛନ୍ତି ନା ପାକିସ୍ତାନରେ । ଏହି ଅନିଶ୍ଚିତତା ଯୋଗୁଁ ଅଚାନକ ଗୋଟିଏ ରାତିରେ ସାମ୍ପ୍ରଦାୟିକ ଦଙ୍ଗା ଭୟଙ୍କର ରୂପ ନେଇଥିଲା।ଭାରତ-ପାକିସ୍ତାନର ବିଭାଜନ ପାଇଁ ପାଖାପାଖି ୭୩ ଦିନର ସମୟ ଦିଆଯାଇଥିଲା । କିନ୍ତୁ ଏହି ବିଭାଜନ ଏତେବି ସହଜ ନଥିଲା । ଦେଶର ବିଭାଜନ, ମାଟିର ବିଭାଜନ, ନଈର ବିଭାଜନ, ଭାରତରେ ଥିବା ନଗଦ ଟଙ୍କାର ବିଭାଜନ । ଏହାଛଡା ରିଜର୍ଭ ବ୍ୟାଙ୍କରେ ଥିବା ସୁନା ଇଟା, କଳା କୋତରା ନୋଟ ସହ ଭାରତରେ ଥିବା ଗୋଟିଏ ଗୋଟିଏ ଡାକ ଟିକେଟର ବିଭାଜନ ହେବାକୁ ଥିଲା ।ଏହି ବିଭାଜନ ପାଇଁ ଦୁଇ ଅନୁଭବିଙ୍କୁ ଚୟନ କରାଗଲା । ଯାହାଙ୍କ ଭିତରୁ ଜଣେ ଥିଲେ ଏଚ. ଏମ୍. ପଟେଲ ଓ ଅନ୍ୟ ଜଣଙ୍କ ଥିଲେ ଚୌଧୁରୀ ମହମ୍ମଦ ଅଲ୍ଲୀ ।ଏହି ଦୁଇ ଅଧିକାରୀଙ୍କ ତଳେ ଅନେକ ଛୋଟ ବଡ଼ ଅଧିକାରୀ ଥିଲେ, ଯେଉଁମାନେ ଅଲଗା ଅଲଗାସ୍ଥାନରୁ ରିପୋର୍ଟ ତିଆରି କରି ଏହି ଦୁଇ ଅଧିକାରୀଙ୍କ ନିକଟକୁ ପଠାଉ ଥିଲେ । ସେହି ରିପୋର୍ଟ ଆଧାରରେ ଦୁଇ ଅଧିକାରୀ ବିଭାଜନର ସିଫରିସ ପ୍ରସ୍ତୁତ କରୁଥିଲେ ।ବିଭାଜନ ଆରମ୍ଭ ହେଲା ପ୍ରଥମେ ଦେଶର ନାମରୁ । ‘ଭାରତ’ ନାମ ପାଇଁ ଉଭୟ ପାକିସ୍ତାନ ଓ ଭରତ ଭିତରେ ପ୍ରଥମେ ଟଣା ଓଟରା ହୋଇଥିଲା । ସେସମୟରେ କଂଗ୍ରେସ ଏହି ବହୁମୂଲ୍ୟ ସମ୍ପତ୍ତି ର ଦାବି ରଖି ଥିଲା । ଅସଲରେ ଭାରତର ନାମ ବଦଳାଇ ହିନ୍ଦୁସ୍ତାନ ରଖିବାକୁ ପ୍ରସ୍ତାବ ଆସିଥିବା ବେଳେ କଂଗ୍ରେସ ଏହି ପ୍ରସ୍ତାବକୁ ଖାରଚ କରିଦେଇଥିଲା । କଂଗ୍ରେସ କହିଥିଲା “ପାକିସ୍ତାନ ଭାରତକୁ ଛାଡିକି ଯାଉଛି, ତେଣୁ ଭାରତ ନାମର ଅସଲ ହକଦାର ଆମେ ହିଁ ଅଟୁ” । ଏ କ୍ଷେତ୍ରରେ ପାକିସ୍ତାନକୁ ନିରାଶ ହେବାକୁ ପଡିଥିଲା ।ଏହି ବିଭାଜନ ବେଳେ ସବୁଠୁ ବେଶି ତୁତୁ- ମେମେ ହୋଇଥିଲା ପଇସାକୁ ନେଇକି । ଝଗଡା ଏତେ ବଢିଗଲା ଯେ, ଏଚ. ଏମ୍ ପଟେଲ ଓ ଚୌଧୁରୀ ମହମ୍ମଦ ଅଲ୍ଲି ଗୋଟିଏ ନିଷ୍ପତ୍ତିରେ ନପହଞ୍ଚିବା ଯାଏଁ ସର୍ଦ୍ଦାର ପଟେଲଙ୍କ ଘରର ଗୋଟିଏ ବଖରାରେ ଦୁହିଁଙ୍କୁ ବନ୍ଦ କରିଦିଆଗଲା।
ସେ ଯାହାବି ହେଉ ଅନେକ ଦିନ ସୌଦାବାଜୀ ପରେ, ଏ ଦୁଇ ଜଣ ଏହି ନିଷ୍ପତ୍ତି ନେଲେ ଯେ ଭାରତର ବ୍ୟାଙ୍କରେ ଥିବା ଟଙ୍କା ଓ ଇଂରେଜ ମାନଙ୍କଠାରୁ ମିଳିଥିବା ଟଙ୍କାର ୧୭.୫% ଭାଗ ପାକିସ୍ତାନ କୁ ମିଳିବ । ଏହା ବଦଳରେ ପାକିସ୍ଥାନ ଭାରତ ଉପରେ ଥିବା ଋଣର ୧୭.୫% ସୁଝିବ ବୋଲି ନିଷ୍ପତ୍ତି ନିଆଗଲା ।ଏହାଛଡା ଭାରତ ସରକାରଙ୍କ ସରକାରୀ କାର୍ଯ୍ୟାଳୟରେ ଥିବା ସମ୍ପତ୍ତି ଭିତରୁ ୮୦ ପ୍ରତିଶତ ଭାଗ ଭାରତକୁ ଓ ୨୦ ପ୍ରତିଶତ ଭାଗ ପାକିସ୍ତାନକୁ ଦିଆ ଯିବାର ନିଷ୍ପତ୍ତି କରାଗଲା । ଚେୟାର ଟେବୁଲ ଠାରୁ ଆରମ୍ଭ କରି ଟାଇପ ରାଇଟର ଯାଏଁ ସମସ୍ତ ଜିନିଷର ଭାଗ ହେବା ଆରମ୍ଭ ହୋଇଗଲା ।ଏହି ବିଭାଜନରେ ୧୮,୦୭୭ ମାଇଲ ଲମ୍ବ ସଡ଼କରୁ ୪୯୧୩ ମାଇଲ ସଡ଼କ ଓ ୨୬,୪୨୧ ମାଇଲ ରେଳ ଲାଇନରୁ ୭,୧୧୨ ମାଇଲ ରେଲ ଲାଇନ ପାକିସ୍ତାନ ଭାଗରେ ପଡ଼ିଥିଲା । ଖାଲି ଏତିକି ନୁହେଁ, ଭରତର ପାଠାଗାର ବା ଲାଇବ୍ରେରୀରେ ଥିବା ବହି ଗୁଡିକୁ ମଧ୍ୟ ଦୁଇ ଦେଶ ମଧ୍ୟରେ ଭାଗ ବଣ୍ଟା ଯାଇଥିଲା ।
ଭାରତରେ ନୋଟ ଛାପିବା ପାଇଁ ଗୋଟିଏ ହି ପ୍ରେସ ଥିଲା । ଭାରତ ଏଥିରୁ ଭାଗ ଦେବାକୁ ସଫା ସଫା ମନ କରି ଦେଇଥିଲା । ଯାହାଫଳରେ ଭାରତୀୟ ନୋଟରେ ପାକିସ୍ତାନୀ ମୋହର ମାରି କିଛିଦିନ ପାଇଁ କାମ ଚଳାଇଥିଲା ପାକିସ୍ତାନ ।
ବିଭାଜନର ପରିବେଶ ଏତେ ଚରମ ପରିସ୍ଥିତିରେ ଥିଲା ଯେ କିଛି ପାକିସ୍ତାନୀ ମୁସଲମାନ ଚାହୁଁଥିଲେ କି ତାଜମହଲକୁ ଭାଙ୍ଗୀ ପାକିସ୍ତାନ ନେଇଯିବା ପାଇଁ, ସେହିଭଳି କିଛି ହିନ୍ଦୁ ସାଧୁଙ୍କ ମତ ଆନୁସାରେ ସିନ୍ଧୁ ନଦୀ ଯାହା କୂଳରେ ବସି ଅନେକ ବେଦ ପୁରାଣ ଲେଖା ଯାଇଛି କୌଣସି ବି ପରିସ୍ଥିତିରେ ତାହା ଭାରତରେ ରହିବା ଉଚିତ ।
ସବୁ ବିଭାଜନ ସହ ଭାରତୀୟ ସେନାର ମଧ୍ୟ ବିଭାଜନ କରା ଯାଇଥିଲା । ସମୁଦାୟ ସେନାର ୨/୩ ଯବାନ ଭାରତ ଭାଗରେ ରହିବା ବେଳେ ପାକିସ୍ତାନ ଭାଗରେ ପଡିଥିଲା ୧/୩ ଭାଗ ।
ବିଭାଜନର ଏହି ପ୍ରକ୍ରିୟାରୁ ଗୋଟିଏ ଜିନିଷକୁ ଦୂରରେ ରଖାଯାଇଥିଲା ଏବଂ ତାହା ହେଉଛି ଭାରତର ଗୁପ୍ତଚର ବିଭାଗ । ଏହି ବିଭାଗର ଏକ ଫାଇଲ ତ ଦୂରର କଥା କାଳି ଟିକେ ମଧ୍ୟ ଦେବାକୁ ଏହାର ଅଧିକାରୀମାନେ ମନା କରି ଦେଇଥିଲେ ।
ସେହିପରି ୧୯୩୭ ମସିହାରେ ବର୍ମା (ବର୍ତ୍ତମାନର ମ୍ୟାନ୍ମାର) ଆନୁଷ୍ଠାନିକ ଭାବେ ବ୍ରିଟିଶ ଭାରତଠାରୁ ପୃଥକ ହୋଇଥିଲା। ଏହି ବିଛେଦ ପଛରେ ଭୌଗୋଳିକ, ସାଂସ୍କୃତିକ, ପ୍ରଶାସନିକ ଓ ରାଜନୈତିକ କାରଣ ରହିଥିଲା। ମୌଳିକ କଥା ହେଉଛି ବର୍ମାର ଭାଷା, ସଂସ୍କୃତି ଓ ପରମ୍ପରା ଭାରତୀୟ ଉପମହାଦ୍ୱୀପଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଏହା ଭୌଗୋଳିକ ଭାବେ ମଧ୍ୟ ଭାରତ ଠାରୁ ଅଲଗା ଥିଲା।ବର୍ମୀୟ ନେତାମାନେ ଅନୁଭବ କଲେ ଯେ ଭାରତୀୟ କେନ୍ଦ୍ରୀୟ ଶାସନ (ଦିଲ୍ଲୀ/କଲିକତା) ଅଧୀନରେ ରହିବା ଦ୍ୱାରା ସେମାନଙ୍କର ସ୍ୱାର୍ଥ ଓ ବିକାଶ ଅବହେଳିତ ହେଉଛି। ସେହିପରି ଅର୍ଥନୈତିକ ଅସନ୍ତୋଷ ଚରମ ସୋପାନରେ ପହଞ୍ଚି ଥିଲା । ବ୍ରିଟିଶ ଶାସନ କାଳରେ ବହୁ ସଂଖ୍ୟକ ଭାରତୀୟ ବ୍ୟବସାୟୀ, ଶ୍ରମିକ ଓ ମହାଜନ ବର୍ମାକୁ ଯାଇ ସେଠାକାର ଅର୍ଥନୀତିରେ ପ୍ରଭାବ ବିସ୍ତାର କରିଥିଲେ, ଯାହା ସ୍ଥାନୀୟ ବର୍ମୀୟ ନାଗରିକଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିଥିଲା।
ବୋଉ ଏକ ଆସ୍ଥା,ଏକ ଆସ୍ଥାନ
ବୋଉ ଏକ ଆସ୍ଥା,ଏକ ଆସ୍ଥାନ
-----------------------
"मातः सोऽहमुपस्तितोऽस्मि पुरतः पूर्वप्रतिज्ञां स्मरन्, प्रत्यश्रावि पुराहि तेऽन्त्य समये प्राप्तुं समीपं तव । ग्राहग्रासमिषाद्यया ह्यनुमतस्तुर्याश्रमं प्राप्तुवान्, यत्प्रीत्यै च समागतोऽहमधुना तस्यै जनन्यै नमः " "नास्ति मातृसमा छाया, नास्ति मातृसमा गतिः। नास्ति मातृसमं त्राण, नास्ति मातृसमा प्रिय । ପ୍ରତ୍ୟେକ ସନ୍ତାନ ର ଆଦ୍ୟ ଗୁରୁ, ତା'ର ଜନ୍ମଦାତ୍ରୀ । ଏପରିକି ପୃଥିବୀର ଆଲୋକ ସ୍ପର୍ଶ କରିବା ପୂର୍ବରୁ, ଅର୍ଥାତ୍ ଭୂମିଷ୍ଠ ହେବା ପୂର୍ବରୁ ,ମାତୃଗର୍ଭ ରେ ସନ୍ତାନ ଶିକ୍ଷା ଗ୍ରହଣ କରିଥାଏ , ଯାହାର ପ୍ରମାଣ ଆମର ଶାସ୍ତ୍ରରେ ଅନେକ ଉଦାହରଣ ସହିତ ରହିଛି । ସେଥିପାଇଁ ଭୃଣ ଅବସ୍ଥାରେ ଜନନୀଙ୍କ ନିମନ୍ତେ ବହୁବିଧ ଶିକ୍ଷଣୀୟ ଜୀବନଚର୍ଯ୍ୟା ସମ୍ପର୍କରେ ଉଲ୍ଲେଖ କରାଯାଇଛି । ମହାଭାରତ ଯୁଦ୍ଧରେ ସଂଶପ୍ତକଙ୍କ ସହିତ ଯୁଦ୍ଧ କରିବା ଉଦ୍ଦେଶ୍ୟରେ ଅର୍ଜୁନ ବହୁ ଦୂରକୁ ଚାଲିଯାଇଥିଲେ, ଯାହା ମଧ୍ୟ ଥିଲା ଯୋଜନାବଦ୍ଧ । କାରଣ ଅର୍ଜୁନଙ୍କ ଅନୁପସ୍ଥିତିରେ ଗୁରୁ ଦ୍ରୋଣାଚାର୍ଯ୍ୟ ରଚନା କରିଥିବା ଚକ୍ରବ୍ୟୁହ ଚକ୍ରାନ୍ତ ହିଁ ସଫଳତା ହାସଲ କରିହେବ , ଏହାହିଁ ଥିଲା ଦୃଢ଼ ବିଶ୍ୱାସ। ଏହି ଚକ୍ରାନ୍ତ ରେ ସ୍ବୟଂ ଶ୍ରୀକୃଷ୍ଣ ଓ ଦେବଦେବ ମହାଦେବଙ୍କ ବରଦାନ ଥିଲା ଅଂଶବିଶେଷ । ଏହାର କାରଣ ଅର୍ଜୁନଙ୍କ ବ୍ୟତୀତ ଅନ୍ୟ କେହି ଚକ୍ରବ୍ୟୁହ ଭେଦ କରିପାରିବେ ନାହିଁ , ଏହା ଜାଣିଥିଲେ ଗୁରୁ ଦ୍ରୋଣାଚାର୍ଯ୍ୟ । ମହାଦେବଙ୍କ ବରଦାନରେ ଅର୍ଜୁନଙ୍କ ବ୍ୟତୀତ ଅନ୍ୟମାନଙ୍କୁ ପରାସ୍ତ କରିପାରିବାର ବରଦାନ ପାଇଥିଲା ଦୁର୍ଯୋଧନଙ୍କ ଭିଣୋଇ ଜୟଦ୍ରଥ । ସେ ହିଁ ସମସ୍ତ ଙ୍କୁ ଚକ୍ରବ୍ୟୁହ ରେ ପ୍ରବେଶକୁ ରୋକିଦେଇଥିଲେ । ମାତ୍ର ଅର୍ଜୁନଙ୍କ ପୁତ୍ର ଅଭିମନ୍ୟୁ ମାତୃଗର୍ଭରେ ଥିବା ସମୟରେ ପିତାଙ୍କ ଠାରୁ ମାଆଙ୍କ ମାଧ୍ୟମରେ ଚକ୍ରବ୍ୟୁହ ପ୍ରବେଶର ଶିକ୍ଷା ଲାଭ କରିଥିବାରୁ ପ୍ରବେଶରେ ସମର୍ଥ ହୋଇଥିଲେ ସତ୍ୟ ମାତ୍ର ଫେରିବା ସୂତ୍ର ଅର୍ଜୁନ ସୁଭଦ୍ରାଙ୍କୁ କହିବା ସମୟରେ ଶୋଇ ଯାଇଥିବାରୁ ଅଭିମନ୍ୟୁ ଶିକ୍ଷା ପାଇ ପାରି ନଥିଲେ । ଏଭଳି ଅନେକ ଉଦାହରଣରେ ସମୃଦ୍ଧ ଆମର ପୁରାଣ ଶାସ୍ତ୍ର ।ରାମାୟଣରେ ମହର୍ଷି ବାଲ୍ମୀକି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ତୁଣ୍ଡରେ ଲକ୍ଷ୍ମଣଙ୍କୁ କୁହାଇଛନ୍ତି " ଅପି ସ୍ଵର୍ଣ୍ଣମୟୀ ଲଙ୍କା ନ ମେ ଲକ୍ଷ୍ମଣ ରୋଚତେ, ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ " । Laxman, even this golden Lanka does not appeal to me, Mother and Motherland is greater than heaven. । ଯାହା ପରବର୍ତ୍ତୀ ସମୟରେ ମହର୍ଷି ଭରଦ୍ୱାଜ କହିଯାଇଛନ୍ତି " ମିତ୍ରାଣି ଧନ ଧନ୍ୟାନି ପ୍ରଜାନାଂ ସମ୍ମତାନିବ, ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ" ।ଅର୍ଥାତ୍ ବନ୍ଧୁ ବର୍ଗ,ଧନ ସମ୍ପତ୍ତି, କ୍ଷମତା ପ୍ରତିପତ୍ତି ପ୍ରିୟ ହୋଇପାରେ ମାତ୍ର ଜନନୀ ଓ ଜନ୍ମଭୂମି ସର୍ବାନ୍ତକରଣରେ ସର୍ବୋଚ୍ଚ ପୂଜ୍ୟ ।ଅତଏବ ମା' ଓ ମାତୃଭୂମି ପ୍ରତ୍ୟେକ ମଣିଷର ପ୍ରତି ମୁହୂର୍ତ୍ତର ବନ୍ଦନୀୟା,ପୂଜ୍ୟନୀୟା,ସ୍ମରଣୀୟା । କୋୖଣସି ନିର୍ଦ୍ଦିଷ୍ଟ ସମୟର ଅବା ମୁହୂର୍ତ୍ତର ଗଣ୍ଡି ମଧ୍ୟରେ ସୀମିତ ରଖି ପୂଜା କରାଯାଏ ନାହିଁ । ଠିକ୍ ଗୋଟିଏ ମାସ ବିତିଗଲା ବୋଉର ଅବର୍ତ୍ତମାନରେ , କିଭଳି ମାନସିକ ଯନ୍ତ୍ରଣାର ଆମେ ଜର୍ଜରିତ, ତାହା କେବଳ ଜଣେ ଅନୁଭବୀ ହିଁ ଉପଲବ୍ଧି କରିପାରିବେ, ଯାହା ପ୍ରକାଶ କରିବା ପାଇଁ ଶବ୍ଦ ଅକୁଳାଣ । ଶାସ୍ତ୍ର ରେ ଉଲ୍ଲେଖ ରହିଛି-;"आस्तां तावदियं प्रसूतिसमये दुर्वारशूलव्यथा,नैरुच्यं तनुशोषणं मलमयी शय्या च सांवत्सरी ।एकस्यापि न गर्भ-भार-भरण-क्लेशस्य यस्याः क्षमो ,दातुं निष्कृतिमुन्नतोऽपि तनयः तस्यैः जनन्यै नमः ।।"ଏହାର ଇଂରାଜୀ ଅନୁବାଦ ହେଲା-;"The acute irrepressible pain endured by the mother at the time of delivery, the distaste towards food and the resulting emaciation of the body during pregnancy, the year-long period after delivery, during which the bed was dirtied by the baby – let all these be. But the suffering that the mother endures in carrying the weight of the foetus throughout pregnancy, can never be compensated the least by a son, even if he is great and famous. Salutations to that mother." ।"नास्ति मातृसमा छाया नास्ति मातृसमा गतिः। नास्ति मातृसमं त्राणं नास्ति मातृसमा प्रपा।।"
ମାଆ ହିଁ ତ ସାମାଜିକ ରୌଦ୍ରତାପରେ ସୁଶିତଳ ଛାୟା, ବିକଳ୍ପ ବିହୀନ ସହାୟତା, ସୁରକ୍ଷା ପ୍ରଦାୟିନୀ ।ଅଗ୍ରପୂଜ୍ୟ ଗଣେଶ ଓ କାର୍ତ୍ତିକେୟ ଙ୍କ ମଧ୍ୟରେ ପ୍ରତିଯୋଗିତା ର କାହାଣୀ ମଧ୍ୟ ସର୍ବକାଳୀନ ଆଦର୍ଶ ଦର୍ଶନ ।"मातरं पितरं चैव यस्तु कुर्यात् प्रदक्षिणम्" ।प्रदक्षिणीकृता तेन सप्तद्वीपा वसुन्धरा।।"ଅର୍ଥାତ୍ ମାଆ ବାପା ଙ୍କ ଚର୍ତୁପାଶ୍ୱ ପରିଭ୍ରମଣ ହିଁ ବିଶ୍ବ ପରିଭ୍ରମଣ ।ଆମେ ଅନେକ ସମୟରେ ଆମ ଭାଷାର ସାମାଜିକ ବିଜ୍ଞାନ ସମ୍ମତ ମହନୀୟତା ପ୍ରତିପାଦିତ କରିବା ସମୟରେ କହିଥାଉ ଯେ ବାପା ମାଆ ହିଁ ଭଗବାନ । ବାପା + ମାଆ =ଭଗବାନ ।ବା - ବାୟୁ + ପା- ପାଣି +ମା- ମାଟି+ଆ- ଆକାଶ =ଭ- ଭୂ ଧାତୁରେ ପୃଥିବୀ + ଗ- ଗଗନ- ଆକାଶ+ ବା- ବାୟୂ + ନ- ନୀର - ଜଳ- ପାଣି । ବନ୍ଧୁବର୍ଗ ! ବୋଉର ଅବର୍ତ୍ତମାନର ଗୋଟିଏ ମାସର ପ୍ରତି ମୁହୂର୍ତ୍ତ ଅନୁତାପର ଜ୍ୱାଳାରେ ଜର୍ଜରିତ । ଅନେକ ଥର ବୋଉ ଚାହିଁଛି,ତା ସହିତ ଗପସପ କରିବାକୁ , ବିଭିନ୍ନ ଆଧ୍ୟାତ୍ମିକ ସ୍ଥଳ ବୁଲି ଯିବାକୁ , ଅଥଚ ଅନ୍ୟାନ୍ୟ କାର୍ଯ୍ୟ ବ୍ୟସ୍ତତା ଭିତରେ ସେ ଚାହୁଁଥିବା ଅନେକ ସ୍ଥାନ କୁ ନେଇ ପାରି ନାହୁଁ । ଜୀବନରେ ଭୁଲରେ ଥରେ ହେଲେ ବୋଉ ଗାଳି ଦେଇ ନାହିଁ କି କୌଣସି କଥାରେ ଆକଟ କରିନାହିଁ । ଅଭାବ ସମୟରେ ପଦାର୍ଥର ପ୍ରକୃତ ପରିଚୟ ମିଳେ " ନ୍ୟାୟରେ ବୋଉର ଅବର୍ତ୍ତମାନରେ ଆମ ଜୀବନ ଯାତ୍ରାରେ ବୋଉର ଅସୀମ ଆଶୀର୍ବାଦ ଏବଂ ମହନୀୟ ଅବଦାନ ଅବର୍ଣ୍ଣନୀୟ । ବାସ୍ତବରେ ବିଶ୍ବର ୬୭୦୧ ଭାଷା ମଧ୍ୟରେ ଜନ୍ମଦାତ୍ରୀଙ୍କୁ ବୋଉ ଡାକିବା କେବଳ ଆମ ଓଡିଆ ଭାଷାରେ ହୃଦୟୋତଫୁଲିତ ସମ୍ବୋଧନ, ଏହା ଏକ ଶବ୍ଦ ନୁହେଁ, ସାମାଜିକ ସମ୍ପର୍କର ସର୍ବନାମ । ବୋଉ ଏକ ଆସ୍ଥା,ଏକ ଆସ୍ଥାନ , ଜୀବନର ଜପା ମନ୍ତ୍ର ,ବୋଉ ଏକ ଶବ୍ଦ, ଯେଉଁଥିରେ ରହିଛି ଅସୀମ ମାଦକତା ।ବୋଉ ଶବ୍ଦ ର କୌଣସି ତୁଳନା ନାହିଁ କି ବିକଳ୍ପ ନାହିଁ କି ସଠିକ୍ ସଂଜ୍ଞା ମଧ୍ୟ ହୋଇନାହିଁ ନିରୂପିତ । ମମତାର ଅସରନ୍ତି ଭଣ୍ଡାର ବୋଉ। ଅନାବିଳ ସ୍ନେହ, ସ୍ବାଭାବିକ ଶ୍ରଦ୍ଧା ଓ ସମର୍ପିତ ସେବାର ମୂର୍ତ୍ତିମନ୍ତ ପ୍ରତୀକ ବି ସେଇ ବୋଉ ।" ବୋଉ ଡାକ ସୁମଧୁର ଅମୃତ ସମାନ , ଯାହା ଉଚ୍ଚାରିଲେ ତୃପ୍ତ ହୁଏ ଆମରି ପରାଣ" । ମମତାର ଅସୀମ ଭଣ୍ଡାର , ଅନାବିଳ ସ୍ନେହ, ସ୍ବାଭାବିକ ଶ୍ରଦ୍ଧା ଓ ସମର୍ପିତ ସେବାର ମୂର୍ତ୍ତିମନ୍ତ ପ୍ରତୀକ ବି ସେଇ ବୋଉ । କେବଳ ମଣିଷ ନୁହେଁ,ଇତର ପ୍ରାଣୀମାନଙ୍କ କ୍ଷେତ୍ରରେ ବି ଏହା ପ୍ରତିଫଳିତ । ଯେତେବେଳେ ସନ୍ତାନ ବୋଉର ପଣତକୁ ଆଶ୍ରାକରେ, ଶତସିଂହ ବଳରେ ବଳୀୟାନ୍ ହୋଇ ବୋଉ ତାକୁ ସୁରକ୍ଷାଦିଏ। ଆଉ ସନ୍ତାନକୁ ଯଦି ସାହାରା ଦେବାର ଅବସର ଆସେ, ତେବେ ବୋଉ ଭିତରେ ଭରିଯାଏ ଅଫୁରନ୍ତ ସାମର୍ଥ୍ୟ। ଅତଏବ ବୋଉକୁଶବ୍ଦରେ ବାଖ୍ୟା କରିବା ଅସମ୍ଭବ । ଯେଉଁ ସଂଜ୍ଞା ନିରୂପିତ ହୋଇ ପାରି ନଥିବା ଶବ୍ଦରେ ରହିଛି ସଂସାରର ସବୁ ସୁଖ ଆଉ ଶାନ୍ତି । ସଂସାରର ଯେତେ ବୋଉଠୁ ଆରମ୍ଭ, ବୋଉରେ ଶେଷ ।ଜୀବନରେ ଯେତେ ଦୁଃଖ କଷ୍ଟ ଆସିଲେ ବି ବୋଉ ଆଗରେ ସବୁ ତୁଚ୍ଛ ହେଇଯାଏ। ବୋଉର ପ୍ରାର୍ଥନାରେ ଏତେ ଶକ୍ତି ଯେ ତାର ସନ୍ତାନ ନିକଟରେ ମୃତ୍ୟୁ ବି ଆସିବାକୁ ଭୟ କରେ । ଏହି ଦୁଇ ଅକ୍ଷରରୁ ହିଁ ଜୀବନର ଆରମ୍ଭ । ବୋଉ ଥିଲେ ସଂସାରରେ ସବୁକିଛି ଥିଲା ପରି ଲାଗେ । କୁହାଯାଏ ଦୁନିଆରେ ସଭିଙ୍କ ଋଣ ସୁଝି ହେବ , କିନ୍ତୁ ଜନନୀର ଋଣ ମରିବା ଯାଏ କେବେ କେହି ଶୁଝି ପାରିବେ ନାହିଁ। ସେ ସ୍ନେହମୟୀ, କରୁଣାମୟୀ ଓ ଦୟାମୟୀ ଜନ୍ମ ପ୍ରଦାୟିନୀକୁ ପୃଥିବୀ ସହିତ ବି ତୁଳନା କରାଯାଇଥାଏ ।ମାଟି, ମଞ୍ଜି ଓ ଗୋବର ଖତରେ ଟାଙ୍ଗରା ଜମିକୁ ଯେଉଁଭଳି ସବୁଜିମା କରିବାର ଶକ୍ତି ରଖିଥାଏ ସେହିପରି ବୋଉର ପଣତକାନି ସନ୍ତାନ ପାଇଁ ସୁରକ୍ଷିତ ଏବଂ ନିରାପଦ ରଖିଥାଏ । ଯାହାର ସ୍ନେହ ଆଉ ପ୍ରେମରେ ନଥାଏ କିଛି ସ୍ୱାର୍ଥ ଆଉ କାମନା । ଯିଏ ନିଃସ୍ୱାର୍ଥପରଭାବେ ସନ୍ତାନମାନଙ୍କ ପ୍ରତି ଅଜାଡ଼ି ଦେଇପାରେ ଅଜସ୍ର ଭଲ ପାଇବା ସେ ହେଉଛି ବୋଉ।
ସ୍ମୃତିରେ ଜୁଲାଇ ୨୫ ତାରିଖ
ସ୍ମୃତିରେ ଜୁଲାଇ ୨୫ ତାରିଖ
--------
ଆଜି ୧୪୩୩ ସାଲ,୧୯୪୮ଶକାଦ୍ଦ , ଆଷାଢ଼ ଶୁକ୍ଳ ଏକାଦଶୀ/ ଦ୍ଵାଦଶୀ, ଜୁଲାଇ ୨୫ ତାରିଖ, ଶନିବାର । ଆଜିର ସ୍ମରଣୀୟ ଘଟଣା ହେଲା , ଠିକ୍ ୨୪ ବର୍ଷ ତଳେ ଆଜିର ତାରିଖରେ ଦେଶର ଏକାଦଶତମ ରାଷ୍ଟ୍ରପତି ଭାବେ ବହୁମୁଖି ପ୍ରତିଭାସମ୍ପନ୍ନ , ଇତିହାସ ସିଦ୍ଧ ପୁରୁଷ ଡଃ ଅବୁଲ ପାକିର ଜୈନୁଲାବୁଦ୍ଦୀନ ଅବଦୁଲ କଲାମ ଶପଥଗ୍ରହଣ କରିଥିଲେ । ସେହିପରି ଆଜିର ତାରିଖରେ,୨୦୧୨ ମସିହାରେ ବରେଣ୍ୟ ପ୍ରଣବ ମୁଖାର୍ଜୀ ଦେଶର ତ୍ରୟୋଦଶତମ ରାଷ୍ଟ୍ରପତି ଭାବେ ଶପଥଗ୍ରହଣ କରିଥିବା ବେଳେ , ଠିକ୍ ଆଜିର ତାରିଖରେ,୨୦୨୨ ମସିହାରେ ପଞ୍ଚଦଶତମ ରାଷ୍ଟ୍ରପତି ଭାବେ ଓଡ଼ିଶା ମାଟିର ସୁକନ୍ୟା ଦ୍ରୌପଦୀ ମୁର୍ମୁ ଶପଥଗ୍ରହଣ କରିଥିଲେ । ଆଜି ଓଡିଶାର ମହାନ ନାଟ୍ୟକାର ମନୋରଞ୍ଜନ ଦାସ , ବୈଷ୍ଣବ କବି ଚନ୍ଦ୍ର ରାୟଗୁରୁ ଙ୍କ ଜୟନ୍ତୀ ଏବଂ ସାରସ୍ବତ ସାଧକ ଗଣେଶ୍ୱର ଶତପଥୀ ( ଢେଙ୍କାନାଳ,୨୦୦୨) ଓ ପୂର୍ଣ୍ଣଚନ୍ଦ୍ର ଆଚାର୍ଯ୍ୟ ଙ୍କ ଶ୍ରାଦ୍ଧ ଦିବସ ।୧୯୩୧, ଅକ୍ଟୋବର ୧୫ରେ ତାମିଲନାଡୁର ରାମେଶ୍ୱରମ୍ ଠାରେ ଏକ ସାଧାରଣ ନାବିକ ପରିବାରରେ ଜନ୍ମଗ୍ରହଣ କରିଥିବା କଲାମଙ୍କ ପ୍ରାରମ୍ଭିକ ଜୀବନ ବେଶ୍ ସଂଘର୍ଷମୟ ଥିଲା। କୁହାଯାଏ, ସଙ୍କଟ ନୁହେଁ, ବରଂ ସଙ୍କଟକୁ ସାମ୍ନା କରିବାର ଧୈର୍ଯ୍ୟ ହିଁ ମଣିଷକୁ ଗଢ଼ିଥାଏ। ପାଠପଢ଼ା ଖର୍ଚ୍ଚ ଉଠାଇବା ପାଇଁ ପିଲାଦିନେ ସମ୍ବାଦ ପତ୍ର ବିକ୍ରି କରୁଥିବା ଏହି ବାଳକ ଦିନେ ନିଜର ଦୃଢ଼ ଇଚ୍ଛାଶକ୍ତି ଓ ପରିଶ୍ରମ ବଳରେ ସାଧାରଣରୁ ଅସାଧାରଣ ହୋଇପାରିଥିଲେ। ମାଡ୍ରାସ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଏରୋନୋଟିକାଲ୍ ଇଞ୍ଜିନିୟରିଂ ଶେଷ କରିବା ପରେ ସେ ଦେଶର ସେବାରେ ନିଜକୁ ସମ୍ପୂର୍ଣ୍ଣ ସମର୍ପିତ କରିଦେଇଥିଲେ। ବୈଜ୍ଞାନିକ ଭାବେ I ଇସ୍ରୋ ଏବଂ ଡିଆର ଡିଓ ରେ ତାଙ୍କର ଯୋଗଦାନ ଭାରତର ପ୍ରତିରକ୍ଷା ଓ ମହାକାଶ ବିଜ୍ଞାନକୁ ଏକ ନୂଆ ଉଚ୍ଚତାକୁ ନେଇଯାଇଥିଲା। ଭାରତର ପ୍ରଥମ ସ୍ୱଦେଶୀ ଉପଗ୍ରହ ପ୍ରକ୍ଷେପଣ ଯାନ ( ଏସ ଏଲ ଭି-୩)ର ନିର୍ମାଣ ହେଉ କିମ୍ବା 'ଅଗ୍ନି' ଓ 'ପୃଥ୍ୱୀ' ଭଳି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ—ଏହି ସବୁଥିରେ ତାଙ୍କର ଭୂମିକା ଥିଲା ମୁଖ୍ୟ। ୧୯୯୮ ମସିହାର ପୋଖରାନ-୨ ଆଣବିକ ପରୀକ୍ଷଣ ଭାରତକୁ ବିଶ୍ୱ ଦରବାରରେ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଛିଡ଼ା କରିଥିଲା।
୨୦୦୨ ରୁ ୨୦୦୭ ପର୍ଯ୍ୟନ୍ତ ସେ ଭାରତର ୧୧ଶ ରାଷ୍ଟ୍ରପତି ଭାବେ ଦାୟିତ୍ୱ ତୁଲାଇଥିଲେ। ସେ ଥିଲେ ପ୍ରକୃତ ଅର୍ଥରେ "ଜନତାଙ୍କ ରାଷ୍ଟ୍ରପତି"। ରାଇସିନା ହିଲ୍ସର ସୀମା ଭିତରେ ବାନ୍ଧି ନରହି ସେ ସଦାସର୍ବଦା ଜନସାଧାରଣ, ବିଶେଷ କରି ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ସହ ଯୋଡ଼ିହୋଇ ରହିବାକୁ ଭଲ ପାଉଥିଲେ।କଲାମ ବିଶ୍ୱାସ କରୁଥିଲେ ଯେ ଦେଶର ଯୁବପିଢ଼ି ହିଁ ରାଷ୍ଟ୍ରର ପ୍ରକୃତ ଶକ୍ତି। ସେ ସାରା ଦେଶ ବୁଲି ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ ଏବଂ ସେମାନଙ୍କ ମନରେ ସ୍ୱପ୍ନ ଦେଖିବାର ଓ ତାକୁ ପୂରଣ କରିବାର ସାହସ ଭରିଥିଲେ। ତାଙ୍କର ପ୍ରସିଦ୍ଧ ପୁସ୍ତକ( "ଭାରତ -୨୦୨୦ ) ଇଣ୍ଡିଆ କୁ ଥାଉଜେଣ୍ଡ ଟୋଣ୍ଟିଟୁ ରେ ସେ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ସ୍ୱପ୍ନ ଦେଖାଇଥିଲେ। ତାଙ୍କ ଜୀବନର କେତେକ ମହାନ ସୂତ୍ର ଆଜି ବି କୋଟି କୋଟି ଲୋକଙ୍କୁ ପ୍ରେରଣା ଦିଏ , ଯଥା "ସ୍କ୍ରିନ୍ରେ ଦେଖାଯାଉଥିବା ସ୍ୱପ୍ନ ସ୍ୱପ୍ନ ନୁହେଁ, ସ୍ୱପ୍ନ ତାହା ଯାହା ଆପଣଙ୍କୁ ଶୋଇବାକୁ ଦିଏନାହିଁ " ଠାରୁ "ଯଦି ଆପଣ ସୂର୍ଯ୍ୟ ପରି ଉଜ୍ଜ୍ୱଳ ହେବାକୁ ଚାହୁଁଛନ୍ତି, ତେବେ ପ୍ରଥମେ ସୂର୍ଯ୍ୟ ପରି ଜଳିବାକୁ ଶିଖନ୍ତୁ।" , ଏହିପରି ଅନେକ ଦିବ୍ୟ ଦର୍ଶନ ସେ ଦେଇ ଯାଇଛନ୍ତି । ଜଣେ ଅକଳ୍ପନୀୟ, ଅତୁଳନୀୟ ଆଦର୍ଶ ଶିକ୍ଷକ ଭାବେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେ କାର୍ଯ୍ୟରତ ଥିଲେ। ୨୭ ଜୁଲାଇ ୨୦୧୫ ରେ ଶିଲଙ୍ଗ ଠାରେ ଛାତ୍ରଛାତ୍ରୀଙ୍କୁ ଭାଷଣ ଦେଉଥିବା ସମୟରେ ହିଁ ତାଙ୍କର ପରଲୋକ ହୋଇଥିଲା। ୧୯୯୭ ରେ 'ଭାରତ ରତ୍ନ'ରେ ଭୂଷିତ ଡଃ କଲାମ ଆଜି ଆମ ଭିତରେ ନାହାନ୍ତି ସତ, କିନ୍ତୁ ତାଙ୍କର ଆଦର୍ଶ, ସରଳତା ଓ ଦେଶପ୍ରେମ ପ୍ରତିଟି ଭାରତୀୟଙ୍କ ହୃଦୟରେ ଅମର ହୋଇରହିଛି।
ସେହିପରି ପ୍ରଣବ ମୁଖାର୍ଜୀ (୧୧ ଦିସେମ୍ବର ୧୯୩୫ – ୩୧ ଅଗଷ୍ଟ ୨୦୨୦) ଭାରତର ତ୍ରୟୋଦଶତମ ରାଷ୍ଟ୍ରପତି ଏବଂ ଦେଶର ଜଣେ ବରିଷ୍ଠ ତଥା ଅଭିଜ୍ଞ ରାଜନେତା ଥିଲେ। ସେ ୨୦୧୨ ରୁ ୨୦୧୭ ପର୍ଯ୍ୟନ୍ତ ଭାରତର ରାଷ୍ଟ୍ରପତି ଭାବରେ ସେବା କରିଥିଲେ। ତାଙ୍କର ଦୀର୍ଘ ପାଞ୍ଚ ଦଶନ୍ଧିର ରାଜନୈତିକ ଜୀବନରେ ସେ ଭାରତୀୟ ଜାତୀୟ କଂଗ୍ରେସର ଜଣେ ପ୍ରମୁଖ ନେତା ଏବଂ ସରକାରଙ୍କ ସଙ୍କଟମୋଚକ ଭାବେ ପରିଚିତ ଥିଲେ। ୧୯୩୫ ମସିହା ଦିସେମ୍ବର ୧୧ ତାରିଖରେ ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାସ୍ଥିତ ମିରଟି ଗ୍ରାମରେ ପ୍ରଣବ ମୁଖାର୍ଜୀ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା କାମଦା କିଙ୍କର ମୁଖାର୍ଜୀ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ। ପ୍ରଣବ ମୁଖାର୍ଜୀ କୋଲକାତା ବିଶ୍ୱବିଦ୍ୟାଳୟରୁ ଇତିହାସ ଏବଂ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ସହ ଆଇନ ଉପାଧି ବା ଡିଗ୍ରୀ ହାସଲ କରିଥିଲେ। ରାଜନୀତିରେ ଯୋଗଦେବା ପୂର୍ବରୁ ସେ ଜଣେ ମହାବିଦ୍ୟାଳୟ ଅଧ୍ୟାପକ ଏବଂ ପରେ ସାମ୍ବାଦିକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ୧୯୬୯ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନଜରକୁ ଆସିବା ପରେ ସେ ଭାରତୀୟ ଜାତୀୟ କଂଗ୍ରେସ ମାଧ୍ୟମରେ ରାଜନୀତିରେ ପ୍ରବେଶ କରିଥିଲେ ଏବଂ ପ୍ରଥମ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।କଂଗ୍ରେସ ଦଳ ଏବଂ ସରକାରୀ ଶାସନ ବ୍ୟବସ୍ଥାରେ ଯେତେବେଳେ ବି କୌଣସି ଜଟିଳ ସମସ୍ୟା ଦେଖାଦେଉଥିଲା, ପ୍ରଣବ ମୁଖାର୍ଜୀ ତାହାର ସମାଧାନ ବାହାର କରୁଥିଲେ। ସଂସଦୀୟ ନୀତି ଓ ଆଇନ ଉପରେ ତାଙ୍କର ଗଭୀର ଜ୍ଞାନ ଥିଲା। ସେ ନିଜର ଦୀର୍ଘ କାର୍ଯ୍ୟକାଳ ମଧ୍ୟରେ ଦେଶର ଚାରୋଟି ପ୍ରମୁଖ ମନ୍ତ୍ରଣାଳୟ — ଅର୍ଥ, ବୈଦେଶିକ, ପ୍ରତିରକ୍ଷା, ଏବଂ ବାଣିଜ୍ୟ ବିଭାଗର ମନ୍ତ୍ରୀ ଭାବେ ସଫଳତା ଲାଭ କରିଥିଲେ । ୧୯୮୨ ମସିହାରେ ସେ ପ୍ରଥମ ଥର ପାଇଁ ଦେଶର କନିଷ୍ଠତମ ଅର୍ଥମନ୍ତ୍ରୀ ହୋଇଥିଲେ। ସେହିପରି
୧୯୯୧ ରୁ ୧୯୯୬ ପର୍ଯ୍ୟନ୍ତ ସେ ଯୋଜନା ଆୟୋଗର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରି ଭାରତୀୟ ଅର୍ଥନୀତିର ଉଦାରୀକରଣ ପ୍ରକ୍ରିୟାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଦେଶର ତ୍ରୟୋଦଶ ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବା ପରେ ରାଷ୍ଟ୍ରପତି ଭବନକୁ ସାଧାରଣ ଜନତାଙ୍କ ପାଇଁ ଅଧିକ ସୁଲଭ କରିବା ପାଇଁ ଅନେକ ଗୁରୁତ୍ତ୍ୱପୂର୍ଣ କାର୍ଯ୍ୟ କରିଥିଲେ । ସରକାରୀ କାର୍ଯ୍ୟକ୍ରମଗୁଡ଼ିକରେ ରାଷ୍ଟ୍ରପତି ଙ୍କ ପାଇଁ ବା ଉଦ୍ଦେଶ୍ୟରେ ବ୍ୟବହୃତ ହୋଇ ଆସିଥିବା ହିଜ୍ ଏକ୍ସେଲେନ୍ସି ପରି ଔପନିବେଶିକ ସମ୍ବୋଧନ ପ୍ରଥାକୁ ସେ ବନ୍ଦ କରି ଦେଇଥିଲେ । ନିଜ କାର୍ଯ୍ୟକାଳ ମଧ୍ୟରେ ସେ ଅନେକ ସମ୍ବେଦନଶୀଳ ଦୟା ଆବେଦନର ନିଷ୍ପତ୍ତି ନେଇ ଦୃଢ଼ ନେତୃତ୍ୱର ପରିଚୟ ଦେଇଥିଲେ । ୨୦୦୮ ମସିହାରେ ଦେଶର ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ବିଭୂଷଣ ଏବଂ ୨୦୧୯ରେ ସର୍ବୋଚ୍ଚ ବେସାମରିକ ସମ୍ମାନ " ଭାରତ ରତ୍ନ" ସମ୍ମାନରେ ସମ୍ମାନିତ ହୋଇଥିଲେ ।ପ୍ରଣବ ମୁଖାର୍ଜୀ ନିଜର ଦଳଗତ ରାଜନୀତିରୁ ଊର୍ଦ୍ଧ୍ୱରେ ରହି ସବୁ ଦଳର ନେତାଙ୍କ ସହ ସୁସମ୍ପର୍କ ରଖିପାରୁଥିଲେ। ୨୦୨୦ ମସିହା ଅଗଷ୍ଟ ୩୧ ତାରିଖରେ ୮୪ ବର୍ଷ ବୟସରେ ନୂଆଦିଲ୍ଲୀଠାରେ ତାଙ୍କର ତିରୋଧାନ ହୋଇଥିଲା। ତାଙ୍କର ଅଗାଧ ଜ୍ଞାନ, ବ୍ୟକ୍ତିତ୍ୱ ଏବଂ ଦେଶସେବା ପାଇଁ ସେ ସଦାସର୍ବଦା ଭାରତୀୟ ରାଜନୀତିର "ସିଦ୍ଧପୁରୁଷ" ବା ଡୟନ ଭାବେ ସ୍ମରଣୀୟ ହୋଇରହିବେ। ସେହିପରି ପ୍ରତିଭା ପ୍ରସବିନୀ ଉତ୍କଳ ଜନନୀ ଙ୍କ ସୁଯୋଗ୍ୟା ସନ୍ତାନ ହେଉଛନ୍ତି ସ୍ଵାଧୀନ ଭାରତର ପଞ୍ଚଦଶ ତମ ରାଷ୍ଟ୍ରପତି ଭାବେ ଆଜିର ତାରିଖରେ ୨୦୨୨ ମସିହାରେ ଶପଥଗ୍ରହଣ କରିଥିଲେ । ସେ କେବଳ ଭାରତର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ନୁହଁନ୍ତି, ବରଂ ଓଡ଼ିଶାରୁ ଏହି ସର୍ବୋଚ୍ଚ ସମ୍ବିଧାନିକ ପଦବୀ ମଣ୍ଡନ କରିବାରେ ପ୍ରଥମ ବ୍ୟକ୍ତି। ତାଙ୍କର ଏହି ଗୌରବମୟ ଯାତ୍ରା ସାଧାରଣ ଜୀବନ, କଠୋର ସଂଗ୍ରାମ ଏବଂ ସମର୍ପିତ ସେବାର ଏକ ଜ୍ୱଳନ୍ତ ଉଦାହରଣ। ବରେଣ୍ୟା ଦ୍ରୌପଦୀ ମୁର୍ମୁ ୧୯୫୮ ମସିହା ଜୁନ୍ ୨୦ ତାରିଖରେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାସ୍ଥିତ ରାଇରଙ୍ଗପୁର ନିକଟବର୍ତ୍ତୀ ଉପରବେଡା ଗ୍ରାମର ଏକ ସାନ୍ତାଳୀ ଆଦିବାସୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ବିରଞ୍ଚି ନାରାୟଣ ଟୁଡୁ। ଅଭାବ ଓ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସେ ଭୁବନେଶ୍ୱରର ରମାଦେବୀ ମହିଳା ମହାବିଦ୍ୟାଳୟରୁ ସ୍ନାତକ ଶିକ୍ଷା ସମାପ୍ତ କରିଥିଲେ । କ୍ଷମତା ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ସେ ଜଣେ ସାଧାରଣ କର୍ମଚାରୀ ଓ ଶିକ୍ଷୟିତ୍ରୀ ଭାବେ ନିଜ ଜୀବନ ଆରମ୍ଭ କରିଥିଲେ । ୧୯୭୯ ରୁ ୧୯୮୩ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ଜଳସମ୍ପଦ ବିଭାଗରେ ସହକାରୀ କର କିଙ୍ଭାକଣୀ ବା ଜୁନିଅର କ୍ଲର୍କ ଭାବେ କାର୍ଯ୍ୟ କରିଥିଲେ।ରାଇରଙ୍ଗପୁରର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ସେ ଅବୈତନିକ ଶିକ୍ଷୟିତ୍ରୀ ଭାବେ ନିଷ୍ଠାର ସହ ସେବା ପ୍ରଦାନ କରିଥିଲେ ।୧୯୯୭ ମସିହାରେ ସେ ରାଇରଙ୍ଗପୁର ବିଜ୍ଞାପିତ ପରିଷଦ ( ଏନ୍.ଏ.ସି. ) ର ସଦସ୍ୟ ବା କାଉନସିଲର ଭାବେ ନିର୍ବାଚିତ ହୋଇ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ଏବଂ ପରେ ଏହାର ଉପାଧ୍ୟକ୍ଷା ମଧ୍ୟ ହୋଇଥିଲେ। ୨୦୦୦ ଓ ୨୦୦୪ ମସିହାରେ ସେ ରାଇରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ବିଜେଡି-ବିଜେପି ମେଣ୍ଟ ସରକାରରେ ସେ ବାଣିଜ୍ୟ, ପରିବହନ, ମାଛ ଓ ପ୍ରାଣୀସମ୍ପଦ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟତୁଲାଇଥିଲେ।
୨୦୦୭ ମସିହାରେ ସୁପରିଚାଳନା ଓ ଜନସେବା ପାଇଁ ଓଡ଼ିଶା ବିଧାନସଭା ପକ୍ଷରୁ ତାଙ୍କୁ ଶ୍ରେଷ୍ଠ ବିଧାୟିକା ଭାବେ "ପଣ୍ଡିତ ନୀଳକଣ୍ଠ ସ୍ମୃତି ପୁରସ୍କାରରେ ସମ୍ମାନିତା କରାଯାଇଥିଲା।
୨୦୧୫ ମସିହାରେ ସେ ଝାଡ଼ଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଥିଲେ। ସେଠାରେ ସେ ୫ ବର୍ଷର କାର୍ଯ୍ୟକାଳ ସଫଳତାର ସହ ପୂରଣ କରିଥିବା ପ୍ରଥମ ରାଜ୍ୟପାଳ ଥିଲେ। ୨୫ ଜୁଲାଇ ୨୦୨୨ରେ ସେ ଭାରତର ୧୫ଶ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କଲେ। ସେ ହେଉଛନ୍ତି ସ୍ୱାଧୀନତା ପରବର୍ତ୍ତୀ ଭାରତରେ ଜନ୍ମଗ୍ରହଣ କରିଥିବା ପ୍ରଥମ ରାଷ୍ଟ୍ରପତି।
ଦ୍ରୌପଦୀ ମୁର୍ମୁଙ୍କ ବ୍ୟକ୍ତିଗତ ଜୀବନ ଅତ୍ୟନ୍ତ ଦୁଃଖଦାୟକ ସଂଗ୍ରାମ ଦେଇ ଗତି କରିଛି। ସ୍ୱାମୀ ଶ୍ୟାମଚରଣ ମୁର୍ମୁ ଏବଂ ଦୁଇ ପୁଅଙ୍କୁ ଅକାଳରେ ହରାଇବା ପରେ ସେ ଗଭୀର ମାନସିକ ଆଘାତ ପାଇଥିଲେ। ମାତ୍ର ସେ ଆଧ୍ୟାତ୍ମିକତା (ବ୍ରହ୍ମାକୁମାରୀ ସଂସ୍ଥା) ଏବଂ ଜନସେବାକୁ ଆପଣାଇ ନିଜକୁ ପୁନର୍ବାର ସଶକ୍ତ କରିପାରିଥିଲେ। ଦ୍ରୌପଦୀ ମୁର୍ମୁଙ୍କ ସଫଳତା ପ୍ରତ୍ୟେକ ଭାରତୀୟ, ବିଶେଷକରି ମହିଳା ଏବଂ ଅବହେଳିତ ବର୍ଗଙ୍କ ପାଇଁ ଏକ ବଡ଼ ପ୍ରେରଣାର ଉତ୍ସ। ଏହା ଭାରତୀୟ ଗଣତନ୍ତ୍ରର ମହାନତା ଏବଂ ସମାବେଶୀ ବିକାଶର ଏକ ଜ୍ୱଳନ୍ତ ଉଦାହରଣ।
ଫେବୃଆରୀ ପହିଲା , ଅଇଘରା ପୂର୍ଣ୍ଣିମା
ଫେବୃଆରୀ ପହିଲା , ଅଇଘରା ପୂର୍ଣ୍ଣିମା
--------------
ଆଜି ଫେବୃଆରୀ ୧ ତାରିଖ, ଅନେକ ଦୃଷ୍ଟିକୋଣରୁ ଆମ ଓଡ଼ିଆମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିବସ , ତାହା ଆଧ୍ୟାତ୍ମିକ ହେଉ ଅବା ପୂଜ୍ୟପୂଜା ସଂସ୍କୃତି ଆଧାରିତ ହେଉ, ନତୁବା ଐତିହାସିକ ଦୃଷ୍ଟିକୋଣରୁ ହେଉ । ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଆଜି ମାଘ ପୂର୍ଣ୍ଣିମା, ଯାହାକୁ କେଉଁ ଅନାଦି ଅନନ୍ତ କାଳରୁ ଅଇଘରା ପୂର୍ଣ୍ଣିମା, ଅଗ୍ନ୍ୟୁତ୍ସବ ପୂର୍ଣ୍ଣିମା ଅଇଘରା ପୁନେଇଁ ବା ଅଗିଜଳା ପୂର୍ଣ୍ଣିମା ଅଗିରା ପୂର୍ଣ୍ଣମୀ ଭାବେ ଅବିହିତ କରା ଯାଇ ଆସୁଛି ଏବଂ ଆଜି ମାଘ ବ୍ରତ ସମାପନ, ଚନ୍ଦ୍ର ଉପବାସ ଓ ଅର୍ଘ୍ୟଦାନ, ଶ୍ରୀମନ୍ଦିରରେ ଗଜ ଉଦ୍ଧାରଣ ବେଶ । ସେହିପରି ପୂଜ୍ୟପୂଜା ସଂସ୍କୃତି ଆଧାରରେ ଆଜି ଚିର ବନ୍ଦନୀୟ, ପ୍ରାତଃ ସ୍ମରଣୀୟ ବିପ୍ଲବୀ ଭଗବତୀ ଚରଣ ପାଣିଗ୍ରାହୀ (୧୯୦୮)ଙ୍କ ସମେତ ଆଦର୍ଶ ପ୍ରଧାନ ଶିକ୍ଷକ , ସାରସ୍ଵତ ସାଧକ , ବୈୟାକରଣିକ ବୈକୁଣ୍ଠ ନାଥ ଆଚାର୍ଯ୍ୟ (୧୯୦୪) , ଆଚରଣ ଓ ଉଚ୍ଚାରଣ ସିଦ୍ଧ ମହାପୁରୁଷ ପ୍ରାଚାର୍ଯ୍ୟ ଶତ୍ରୁଘ୍ନ ନାଥ (୧୯୩୩), ଡ଼ଃ ବଂଶିଧର ସେଠୀ(୧୯୨୨), ମହାନ୍ ନୃତ୍ୟ ଗୁରୁ ଧୀରେନ୍ଦ୍ର ପଟ୍ଟନାୟକ (୧୯୩୩) ଓ ପଣ୍ଡିତ ମୃତ୍ୟୁଞ୍ଜୟ ରଥଙ୍କ ଜୟନ୍ତୀ ତଥା ପଣ୍ଡିତ ବାସୁଦେବ ମହାପାତ୍ର (୧୮୮୮-୧୯୭୬) , ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଶ୍ରାଦ୍ଧ ଦିବସ । ଅଇଘରା ପୁନେଇଁ ଏକ ପାରମ୍ପାରିକ ଆମ ଓଡ଼ିଆ ଗଣପର୍ବ । ଏହି ଦିନ ଅଗ୍ନିଦେବଙ୍କର ପୂଜା ଉତ୍ସବ ପାଳିତ ହୋଇଥାଏ । ଓଡ଼ିଶା ସମେତ ଭାରତର ଅନେକ ରାଜ୍ୟରେ ଏହି ଉତ୍ସବ ଅଲଗା ଅଲଗା ଢଙ୍ଗରେ ପାଳନ କରାଯାଇଥାଏ । ଏଥିରେ ଗାଁ ମୁଣ୍ଡରେ ଏକ ଉନ୍ମୁକ୍ତ ପ୍ରାଙ୍ଗଣରେ ବାଉଁଶ ଅଗି ସ୍ଥାପନ କରାଯାଇ ସେଥିରେ ନଡ଼ା କୁଟାରେ ଛପର କରାଯାଇ ଅଗ୍ନି ଦେବଙ୍କୁ ସ୍ଥାପନ କରାଯାଏ । କମାରଶାଳର ଶାଣ ଦେହରୁ ଉଦ୍ଭବ ଅଗ୍ନିଶିଖାକୁ ଶୋଲରେ ସଂଗ୍ରହ କରି ନଡ଼ା କୁଟାରେ ପ୍ରସ୍ତୁତ ଅଟାରେ ସାଇତି ରଖାଯାଇଥାଏ । ଏଥି ନିମନ୍ତେ ଗ୍ରାମର କମାର ତାଙ୍କ ଶାଳକୁ ଲିପା ପୋଛା କରି ଏବଂ ଶାଣ ଯନ୍ତ୍ରକୁ ଭୋଗ ଦେଇ ପୂଜା କରିବା ପରେ ଅଗ୍ନି ସଂଗ୍ରହ କରାଯାଏ । ସନ୍ଧ୍ୟା ସମୟରେ ଅଗ୍ନି ଉତ୍ସବ କାଳରେ ବ୍ରାହ୍ମଣ ପୁରୋହିତ ଅଗ୍ନିଦେବଙ୍କୁ ପୂଜା କରି କମାର ଯୋଗାଇଥିବା ଶାଣ ଅଗ୍ନିଦ୍ୱାରା ପ୍ରସ୍ତୁତ ଅଗିରାରେ ଅଗ୍ନି ସଂଯୋଗ କରିଥାଆନ୍ତି । ଅଗି ଜଳି ଉଠିବା ସହିତ ନାନାଦି ଭୋଗ ଅଗ୍ନିରେ ସମର୍ପଣ କରାଯାଏ । ଭକ୍ତମାନେ ଖୋଳ କୀର୍ତ୍ତନ କରି ଅଗ୍ନିର ଚତୁଃପାଶ୍ୱର୍ ପ୍ରଦକ୍ଷିଣ କରିବା ସହିତ ଅଗ୍ନିରେ ଆଳୁ, ବାଇଗଣ ଆଦି ଫଳ ନିକ୍ଷେପ କରିଥାଆନ୍ତି । ଲୋକମାନଙ୍କର ବିଶ୍ୱାସ ରହିଛି ଯେ; ଏଥିରେ ପୋଡ଼ା ଯାଇଥିବା ଫଳ ଖାଇଲେ ମନୁଷ୍ୟ ଦେହରେ ଚର୍ମରୋଗ ହୁଏନାହିଁ । ଆଉ ମଧ୍ୟ ବିଶ୍ୱାସ ରହିଛି ଅଗ୍ନି ନିଆଁ ଯେଉଁ ଦିଗକୁ ଢଳିଥାଏ ସେହି ଦିଗରେ ଧାନ ଫସଲ ଭଲ ଉତ୍ପାଦନ ହୋଇଥାଏ ।ମାଘ ପୂର୍ଣ୍ଣମୀର ଏହି ଅଗ୍ନ୍ୟୁତ୍ସବ ଏକ କୃଷିଭିତ୍ତିକ ପର୍ବ । କାରଣ କୃଷି କାର୍ଯ୍ୟ ନିମନ୍ତେ ପ୍ରସ୍ତୁତ କରାଯାଉଥିବା ଲଙ୍ଗଳ ଲୁହା, ଶାବଳ, କୋଡ଼ି, କୋଦାଳ ଓ ଦାଆ ଆଦି କମାର ଶାଳରେ ଅଗ୍ନିଦାହ ମଧ୍ୟରେ ପ୍ରସ୍ତୁତ ହୁଏ । ତେଣୁ କମାର ଶାଳର ଅଗ୍ନି କମାରର ଇଷ୍ଟ ଦେବତା । ମାଘ ପୂର୍ଣ୍ଣମୀ ପରେ ଅଗ୍ନ୍ୟୁତ୍ସବ ପାଳି ଅଗ୍ନି ଦେବଙ୍କର ପୂଜା ଅର୍ଚ୍ଚନା ପରେ ଗ୍ରାମର ଲୋକମାନେ ସେମାନଙ୍କର ଘରରର ଚାଳ ଛପର କାର୍ଯ୍ୟ କରିଥାଆନ୍ତି । କଥାରେ ଅଛି-'ଘର ପୋଡ଼ିଠାରୁ ବିପତ୍ତି ନାହିଁ ।’ ତେଣୁ ଗୃହକୁ ଅଗ୍ନିଦାହରୁ ସୁରକ୍ଷା ଦେବା ନିମନ୍ତେ ଅଗ୍ନି ଦେବତାଙ୍କର ସନ୍ତୋଷ ବିଧାନ ନିମନ୍ତେ ମାଘ ପୂର୍ଣ୍ଣମୀ ଦିନ ଅଗ୍ନି ଉତ୍ସବ ପାଳିତ ହୋଇଥାଏ । ପୁରୀ ଜିଲାରେ ବ୍ରାହ୍ମଣ ଶାସନମାନଙ୍କରେ ଠାକୁର ଝୁଲଣରେ ପଟୁଆର କରି ଯିବାବେଳେ ପ୍ରତି ଘରସାମନାରେ ରହି ଦୁଆରି ଭୋଗ ଖାଇଥାନ୍ତି । ଗୃହସ୍ଥ ତାଙ୍କ ଦୁଆର ଆଗ ଦାଣ୍ଡରେ ନଡ଼ିଆ ବାହୁଙ୍ଗା ଓ ବାଉଁଶ ଲଗିରେ କୁଟା ଆଦି ଗୁଡ଼ାଇ ଆଗରୁ ପୋତିଥାନ୍ତି । ଦିଅଁ ବିଜେ କଲାବେଳେ ସେହି ହୁଳାରେ ନିଆଁ ଲଗାଇ ଦିଆଯାଏ । ଦିଅଁ ଗାଁମୁଣ୍ଡରେ ପହଞ୍ଚିଲା ବେଳକୁ ଗ୍ରାମବାସୀଙ୍କ ଦେଇ ସଂଗୃହିତ ଏକ ବଡ଼ କୁଟାଗଦାରେ ନିଆଁ ଲଗାଯାଇଥାଏ । ଏହି ନିଆଁକୁ ଅଗି ବା ଅଇଘରା କୁହାଯାଏ । ଦିଅଁ ଏହି ଅଗି ଚାରିପଟେ ବୁଲି ସେଠାରେ ଭୋଗ ଖାଇ ନିଜ ମନ୍ଦିରକୁ ବାହାରନ୍ତି । ସେହିପରି କଟକ ଜିଲ୍ଲାରେ ଏହି ଉତ୍ସବକୁ 'ମେଣ୍ଢାକୁଡ଼ିଆ ପୋଡ଼ି' କୁହାଯାଇଥାଏ । ବାଲେଶ୍ୱର ଜିଲ୍ଲାରେ ଅଗିଜଳା ଉତ୍ସବକୁ 'ମେଣ୍ଢାଘର ପୋଡ଼ି' କୁହାଯାଇଥାଏ । ଆଜି ହେଉଛି ଭାରତୀୟ ତଟରକ୍ଷୀ ଦିବସ । ସେହିପରି ଆମେରିକା ଓ କାନାଡ଼ାରେ ଏହା କଳା ଇତିହାସମାସର ଆଦ୍ୟ ଦିବସ, ଯାହାର ଅନେକ କାରଣ ରହିଛି । ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ଭାବେ ଆଜି ଦିନରେ ଆମେ ଆମର ଦିବଙ୍ଗତ ମହାପୁରୁଷ ମାନଙ୍କ ସ୍ମୃତି ଚାରଣ କରିଥାଉ । ସେମାନଙ୍କ ମଧ୍ୟରେ ପଣ୍ଡିତ ରଘୁନାଥ ମୁର୍ମୁ (୧୮ ମଇ ୧୯୦୫ – ୧ ଫେବୃଆରୀ ୧୯୮୨) ଆମର ଚିର ବନ୍ଦନୀୟ ଭାଷା ଓ ଲିପି ଗବେଷକ । ସେ ପ୍ରଥମ କରି ଅଲଚିକି ଲିପି ତିଆରି କରିଥିବାରୁ ଏହି ଲିପିର ଜନକ ନାମରେ ମଧ୍ୟ ଜଣାଶୁଣା । ଏଥି ନିମନ୍ତେ ତାଙ୍କୁ ସାନ୍ତାଳୀ ଭାଷାଭାଷୀ ଲୋକେ ଆଦରରେ "ଗୁରୁ ଗୋମକେ' ବୋଲି ମଧ୍ୟ ସମ୍ବୋଧନ କରିଥାନ୍ତି । ଅଲଚିକି ବହୁବିଧ ନାମ ଯଥା ଅଲ ସେମେଟ ("ପ୍ରଣାଳୀ"), ଅଲ ସିକି, ଅଲ ଓ ବେଳେବେଳେ ସାନ୍ତାଳୀ ଅକ୍ଷର ବୋଲି ଜଣାଶୁଣା । ୧୯୨୫ରେ ଏହି ଲିପି ସାନ୍ତାଳୀ ଭାଷା ଲେଖିବା ନିମନ୍ତେ ଭାରତ ଓ ଅନ୍ୟାନ୍ୟ ଦେଶରେ ବ୍ୟବହାର କରାଗଲା । ସେ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ସାନ୍ତାଳୀ ଜନଜୀବନରେ ଉନ୍ନତି ଆଣିବା ନିମନ୍ତେ ଅନେକ କାମ କରିଯାଇଛନ୍ତି । ମହାପୁରୁଷ ରଘୁନାଥ ମୁର୍ମୁଙ୍କ ଅବଦାନକୁ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗର ସରକାର ମଧ୍ୟ ସ୍ୱୀକାର କରିଛନ୍ତି ଏବଂ ତାଙ୍କ ସ୍ମୃତିରେ ୧୯୮୬ ମସିହାରେ ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲାର ଜାମବାଣୀଠାରେ ପଣ୍ଡିତ ରଘୁନାଥ ମୁର୍ମୁ ସ୍ମୃତି ମହାବିଦ୍ୟାଳୟ ଓ ୨୦୦୭ ମସିହାରେ ମୁର୍ସିଦାବାଦଠାରେ କଲ୍ୟାଣୀ ବିଶ୍ୱବିଦ୍ୟାଳୟ ଅଧିନରେ ଏକ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି । ଓଡ଼ିଶା ସରକାର ମଧ୍ୟ ରାଜ୍ୟର ପଞ୍ଚମ ଭେଷଜ ମହାବିଦ୍ୟାଳୟ (ମେଡିକାଲ କଲେଜ)କୁ ତାଙ୍କ ନାମରେ ନାମିତ କରିଛନ୍ତି । ଠିକ୍ ସେହିପରି ଆଚରଣ ଓ ଉଚ୍ଚାରଣ ସିଦ୍ଧ ମ଼ହାପୁରୁଷ ଶତ୍ରୁଘ୍ନ ନାଥ, (୧ ଫେବୃଆରୀ ୧୯୧୫ - ମୃତ୍ୟୁ ୧୦ ମାର୍ଚ୍ଚ ୨୦୦୬) ଓଡ଼ିଆ ବୌଦ୍ଧିକ ଜଗତର ପ୍ରତିବଦ୍ଧତା ଧର୍ମ୍ମୀ ବିଶେଷଜ୍ଞ କେବଳ ନଥିଲେ, କେବଳ ଶିକ୍ଷାବିତ ଓ ସାହିତ୍ୟିକ ମଧ୍ୟ ନଥିଲେ , ଥିଲେ ସାମାଜିକ ଜନ ଜୀବନର ପ୍ରତି କ୍ଷେତ୍ରର ଆଦର୍ଶ ପୁରୁଷ । ଜଣେ ଗାନ୍ଧିବାଦୀ ପରୋପକାରୀ, ଦିଗଦର୍ଶକ, ସଂଗଠକ ଓ ସମାଜସେବୀ ଭାବରେ ତାଙ୍କର ପରିଚୟ ଓଡ଼ିଶାର ଇତିହାସରେ ସ୍ବର୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଅଛି । ସେ ମହିମା ଧର୍ମ ସହିତ ଜଡ଼ିତ ରହିଥିଲେ । ସନ୍ଥ କବି ଭୀମ ଭୋଇଙ୍କ ଉକ୍ତି, ଯାହା ଆଜି ବିଶ୍ୱ ଦର୍ଶନରେ ପରିଗଣିତ ଓ ସ୍ବୀକୃତ "ମୋ ଜୀବନ ପଛେ ନର୍କେ ପଡିଥାଉ, ଜଗତ ଉଦ୍ଧାର ହେଉ"କୁ ସେ ନିଜର ଜୀବନ ଆଦର୍ଶ ଭାବରେ ଗ୍ରହଣ କରି ନେଇଥିଲେ ।୧୯୧୫ ମସିହା ଫେବୃଆରୀ ୧ରେ ଭଦ୍ରକର ପୁରୁଣା ବଜାରସ୍ଥିତ ଉତ୍ତରବାହିନୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଭିକାରୀ ଚରଣ ନାଥ ଓ ମାତାଙ୍କ ନାମ ଗଣ୍ଡେଇ ଦେଈ ଥିଲା । ଭଦ୍ରକରୁ ସ୍କୁଲ ଶିକ୍ଷା ସମାପ୍ତ କରି, ସେ କଟକର ରେଭେନ୍ସା ମହାବିଦ୍ୟାଳୟରୁ ଆଇ.ଏସ.ସି ଓ ବି.ଏ ପାସ କରିଥିଲେ । କଟକ ଟ୍ରେନିଂ କଲେଜରୁ ବି.ଇଡି ଲାଭ କରିଥିଲେ ।୧୯୪୦ ମସିହାରେ, କଟକ ଟ୍ରେନିଂ କଲେଜରୁ ବି.ଇଡି ପାସ କରି, ଶିକ୍ଷକତା ଆରମ୍ଭ କରିଥିଲେ । ୧୯୪୬ ମସିହାରେ ବିହାର-ଓଡ଼ିଶା ଲୋକ ସଭା ଆୟୋଗଦ୍ୱାରା ଶ୍ରେଷ୍ଠ ବିବେଚିତ ହୋଇ, ବିଲାତ ଯାତ୍ରା କରିଥିଲେ । ସେଠାରେ ଲଣ୍ଡନ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ଶାସ୍ତ୍ରରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ । ୧୯୪୮ ମସିହାରେ ସେ ବିଲାତରୁ ଫେରି, କଟକ ଟ୍ରେନିଂ କଲେଜ ଓ ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟାପକ ଭାବରେ ଚାକିରି କରିଥିଲେ । ପରବର୍ତ୍ତୀ ସମୟରେ, ସେ ରାଧାନାଥ ଟ୍ରେନିଂ କଲେଜ, ଭଦ୍ରକ ମହାବିଦ୍ୟାଳୟ, ଅନୁଗୁଳ ମହାବିଦ୍ୟାଳୟ ଆଦିରେ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ । ଏହା ବ୍ୟତିତ, ସେ ରାଜ୍ୟ ଶିକ୍ଷା ପ୍ରତିଷ୍ଠାନର ପ୍ରତିଷ୍ଠାତା ଅଧ୍ୟକ୍ଷ, ଉତ୍କଳ ବିଶ୍ୱବିଦ୍ୟାଳୟର ଉନ୍ନୟନ ଅଧିକାରୀ, ରାଜ୍ୟ ସାକ୍ଷରତା ସାଧନ କେନ୍ଦ୍ରର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ । ତାଙ୍କର ସାରସ୍ଵତ କୃତି ସମ୍ପର୍କରେ କୁହାଯାଇପାରେ ଯେ ସେ ତାଙ୍କ ଜୀବନକାଳ ମଧ୍ୟରେ ୪୦ରୁ ଉର୍ଦ୍ଧ ପୁସ୍ତକ ରଚନା କରିଯାଇଛନ୍ତି । ତନ୍ମଧ୍ୟର ଶିକ୍ଷାର ଧାରା, ବିଶ୍ୱବନ୍ଧୁ,ଜଗତର ଭାରତ,ମୌଳିକ ଶିକ୍ଷାନୀତି, ଆମ ଭାଷା ବିଭବ,ସଦାଚାର ଶିକ୍ଷା,ମହିମା ଧର୍ମ ପ୍ରକାଶ ବିକାଶ,ନବ ଅଭିଧାନ,ବିଶ୍ୱ ଓ ବ୍ୟକ୍ତି,ଜୀବନ ଶିକ୍ଷା,ଅନେକରେ ଏକ ପ୍ରଣିଧାନ ଯୋଗ୍ୟ । ସେହିପରି ଓଡ଼ିଶାରେ କମ୍ୟୁନିଷ୍ଟ ଆନ୍ଦୋଳନର ଭଗିରଥ ବିପ୍ଲବୀ ଭଗବତୀ ଚରଣ ୧୯୦୮ ମସିହା ଫେବୃଆରୀ ୧ ତାରିଖରେ ଅବିଭକ୍ତ ପୁରୀ ଜିଲ୍ଲା , ଅଧୁନା ଖୋରଧା ଜିଲ୍ଲାର ବାଲିପାଟଣା ଥାନା ଅନ୍ତର୍ଗତ ବିଶ୍ୱନାଥପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିତା ସ୍ୱପ୍ନେଶ୍ୱର ପାଣିଗ୍ରାହୀଙ୍କ ତିନି ପୁତ୍ର ଓ ଦୁଇ କନ୍ୟାଙ୍କ ମଧ୍ୟରୁ ସେ ଥିଲେ କନିଷ୍ଠ ପୁତ୍ର । ଅଧିବକ୍ତା ଦିବ୍ୟସିଂହ ପାଣିଗ୍ରାହୀ ଓ କାଳିନ୍ଦୀ ଚରଣ ପାଣିଗ୍ରାହୀ(ଔପନ୍ୟାସିକ) ତାଙ୍କର ଅନ୍ୟ ଦୁଇ ଭାଇ ଥିଲେ । ଭଗବତୀ ଚରଣ ନିଜର ପ୍ରାଥମିକ ଶିକ୍ଷା ପୁରୀ ଜିଲ୍ଲା ସ୍କୁଲ ଓ ସତ୍ୟବାଦୀ ବନ ବିଦ୍ୟାଳୟରୁ ସମାପ୍ତ କରି, ରେଭେନ୍ସା ମହାବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକ ଓ ପାଟଣା ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିଲେ । ପରବର୍ତ୍ତୀ ସମୟରେ ରେଭେନ୍ସା ମହାବିଦ୍ୟାଳୟରୁ ଆଇନ ଶିକ୍ଷା ମଧ୍ୟ ଲାଭକରିଥିଲେ । ପାଟଣା ବିଶ୍ୱବିଦ୍ୟାଳୟ ରେ ପାଠ ପଢ଼ିବା ସମୟରେ, ସେ ଅଧ୍ୟାପକ ଜ୍ଞାନଚାନ୍ଦଙ୍କଦ୍ୱାରା ବହୁଳ ଭାବରେ ପ୍ରଭାବିତ ହୋଇଥିଲେ । ଏହି ସମୟରେ ସେ ହରବର୍ଟ ଜର୍ଜ ୱଲ୍ସ(୧୮୬୬-୧୯୪୬), ହ୍ୟାରି ସିନକ୍ଳେୟାର (୧୮୮୫-୧୯୫୧), ବର୍ନାଡ଼ଶ(୧୮୫୬-୧୯୫୦) ଆଦିଙ୍କ ଲେଖାଗୁଡିକ ପଢ଼ି ଗଭୀର ଭାବରେ ଅନୁପ୍ରାଣିତ ହୋଇଥିଲେ ।
ସାଥୀ ବିପ୍ଲବୀ ପ୍ରାଣନାଥ ପଟ୍ଟନାୟକ, ଗୁରୁଚରଣ ପଟ୍ଟନାୟକ ଙ୍କ ସହିତ ୧୯୩୬ ରେ ଵିଧିବଦ୍ଧ ଭାବେ ଓଡ଼ିଶା ରେ ଗଠନ କରିଥିଲେ କମ୍ୟୁନିଷ୍ଟ ପାର୍ଟି । କେବଳ ଗଠନ କରିନଥିଲେ, ଅଧିକନ୍ତୁ ଏହି କାଳଜୟୀ ତ୍ରୟବିପ୍ଲବୀ ବନ୍ଧୁତା ସାମ୍ୟବାଦର ଆଦର୍ଶ, ମାନବତାବାଦୀ ମହାଦର୍ଶନ,ବୈଚାରିକ ଚେତନା ତଥା ସ୍ଵକୀୟ ଆଚରଣ ଓ ଉଚ୍ଚାରଣ ସିଦ୍ଧ କର୍ମ କୁ ଉପଜିଵ୍ୟ କରି ଅନେକ ଜନାନ୍ଦୋଳନର ଥିଲେ ମହାନାୟକ ।ସେ ଥିଲେ ଏହି କମ୍ୟୁନିଷ୍ଟ ଦଳର ପ୍ରଥମ ସମ୍ପାଦକ । ଏହି ଦଳ ପ୍ରତି ଛାତ୍ର, ଯୁବକ ଓ ବୁଦ୍ଧିଜୀବିମାନେ ଆକୃଷ୍ଟ ହେବା ଦେଖି ଇଂରେଜ ସରକାର ଏହା ବିରୁଦ୍ଧରେ ମକଦ୍ଦମା ଆରମ୍ଭ କରିଥିଲେ । ଏହି ମକଦ୍ଦମାରେ ନିଜେ ଭଗବତୀ ଚରଣ, ବିପ୍ଳବୀ ପ୍ରାଣନାଥ, ଗୁରୁଚରଣ ପଟ୍ଟନାୟକ, ଅନନ୍ତ ପଟ୍ଟନାୟକ, ଦୁର୍ଗାଚରଣ ମହାନ୍ତି, ରାମଚନ୍ଦ୍ର ମିଶ୍ର, ବୈଦ୍ୟନାଥ ରଥ, ବନମାଳୀ ଦାସ, ବିଜୟ ଚନ୍ଦ୍ର ଦାସ ଓ ଶରତ ପଟ୍ଟନାୟକ ଅଭିଯୁକ୍ତ ହୋଇଥିଲେ । ତାଙ୍କର ବୈପ୍ଲବିକ ଜୀବନ ସଂଘର୍ଷର ଇତିହାସ ବ୍ୟାପକ ଯାହା, ସଠିକ୍ ଭାବେ ତାଙ୍କର ଅବର୍ତ୍ତମାନର ବିଗତ ୮୩ ବର୍ଷ ଭିତରେ ଆଲୋଚନା ହୋଇ ପାରି ନାହିଁ ବୋଲି ଆମର ନିଜସ୍ୱ ଅଭିମତ । କେବଳ ଜଣେ ବୈପ୍ଲବିକ ଚେତନାର ପ୍ରତିଭୂ ନଥିଲେ ଅଧିକନ୍ତୁ ଓଡ଼ିଆ ସାହିତ୍ୟରେ ସାମ୍ୟବାଦୀ ଚେତନାର ଅୟଆରମ୍ଭର ଶ୍ରେୟାଧିକାରୀ ଭଗବତୀ ଚରଣ। ଅତଏବ ମାତ୍ର ୩୫ ବର୍ଷ ଜୀବନ ରେ ବୈପ୍ଳବିକ କାର୍ଯ୍ୟକଳାପ ସହ ସାରସ୍ଵତ ସାଧନାର ଇତିହାସ ସମ୍ମୁଜ୍ଜଳ ତଥା ଓଡ଼ିଶା ଇତିହାସର ଅପୂଞ୍ଛନୀୟ ସ୍ବର୍ଣ୍ଣାଭ ପୃଷ୍ଠା ମଣ୍ଡିତ ର ମହାନାୟକ ଙ୍କ କାଳଜୟୀ ସୃଷ୍ଟି " ଶିକାର","ହାତୁଡି ଓ ଦାଆ", " ଝଡ',"ସମୟାତୀତ", " ମିଶ୍ର ଙ୍କ କୋପ" ଓଡ଼ିଆ ସାରସ୍ଵତ ଭଣ୍ଡାର ର ଅମ୍ଲାନ ପଣ୍ୟ । ଓଡ଼ିଆ ଭାଷା ସାହିତ୍ୟ ପ୍ରାଣ ଭଗବତୀ ଚରଣ ୧୯୩୫ ମସିହାରେ ଅକାଳ ମୃତ୍ୟୁ ପୂର୍ବରୁ ଓଡ଼ିଆ ସାରସ୍ବତ ଜଗତରେ ଶୋଷିତ, ନିର୍ଯ୍ୟାତିତ ର ସ୍ବର ପ୍ରତିଫଳିତ ଭାବଧାରା ଓ ଚେତନା ପ୍ରତିଧ୍ବନିତ ଉଦ୍ଦେଶ୍ୟରେ ଗଠନ କରିଥିଲେ " ନବ ଯୁଗ ସାହିତ୍ୟ ସଂସଦ" , ଯାହାର ମୁଖପତ୍ର ଭାବେ ପ୍ରକାଶ ପାଇଥିଲା " ଆଧୁନିକ" । ଏତଦ୍ ବ୍ୟତୀତ ତାଙ୍କର ଅଗାଧ ପାଣ୍ଡିତ୍ୟ , ବାଗ୍ମୀତା ର ପରିଚୟ ମିଳେ ତାଙ୍କର କାର୍ଲ ମାର୍କସ ଓ ଏଞ୍ଜେଲସ୍ ଙ୍କ " କମ୍ୟୁନିଷ୍ଟ ମାନି ଫେଷ୍ଟୋ"ର ଓଡ଼ିଆ ଅନୁବାଦ, ଯାହାର ଶୀର୍ଷକ ଥିଲା " ବୈଜ୍ଞାନିକ ସମାଜବାଦ" ।ସ୍ବଳ୍ପ ଅବଧିର ଜୀବନରେ ଏଭଳି ବହୁମୁଖି କୀର୍ତ୍ତି ସ୍ରଷ୍ଟା ଯେ ଅନ୍ୟ କେହି ଓଡ଼ିଶାରେ ଜନ୍ମିତ, ତାହା ଆମ ଅଗୋଚର । ବୋଧେ ଏହି ସତ୍ୟକୁ ଜାଣି ଦୂରଦ୍ରଷ୍ଟା ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଲେଖିଥିଲେ " ମୁହୂର୍ତ୍ତୈ ମାତର ଉଜ୍ଜ୍ବଳୀ ପ୍ରଖର ଶିଖା ଟେକି ହୂତାଶନ, ଜଳି ଯେବେ କରେ ଆଲୋକ ଉତ୍ତାପ ଚଉଦିଗେ ବିତରଣ,ଲିଭୁ ସେ କ୍ଷଣକେ ତଥାପି ଏ ଲୋକେ ରହିବ ତାହାର ଯଶଃ ,କି ଲାଭ ମହୀରେ ବଞ୍ଚି ଏ ସଂସାରେ କୁହୁଳି ସହସ୍ର ବର୍ଷ " । ପୁନଃ ସେହି ଚିର ସ୍ମରଣୀୟ ପୂଜ୍ୟ ଭଗବତୀଙ୍କ ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ଲୋହିତ ଲାଲ୍ ସଲାମ୍ । ନୃତ୍ୟ ଗୁରୁ ଧୀରେନ୍ଦ୍ରନାଥ ପଟ୍ଟନାୟକ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ୧୯୩୩ ମସିହା ଫେବୃଆରୀ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ।
ସେ ଜଣେ ନୃତ୍ୟଶିଳ୍ପୀ ଭାବେ ନିଜର ପେଷାଗତ ଜୀବନ ଆରମ୍ଭ କରିଥିଲେ । ଓଡ଼ିଶୀ ନୃତ୍ୟର ବାକି ସଂସ୍ଥାପକମାନଙ୍କ ସହ ମିଶି ସେ "ଜୟନ୍ତିକା" ଅନୁଷ୍ଠାନ ଆରମ୍ଭ କରିଥିଲେ ଯାହା ଭିନ୍ନ ଭିନ୍ନ ନୃତ୍ୟଗୁରୁଙ୍କ ମତକୁ ଏକ କରିବାରେ ସହାୟକ ହୋଇଥିଲା । ସେ ଏସିଆର ପ୍ରଥମ ଅଭିନୟ କଳା ମହାବିଦ୍ୟାଳୟ "ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ"ର ସଂସ୍ଥାପକ-ଅଧ୍ୟକ୍ଷ ଥିଲେ । ସେ ଅନ୍ୟାନ୍ୟ ଅନୁଷ୍ଠାନର ବିଭିନ୍ନ ପଦପଦବୀ ସହିତ ଅମେରିକାରେ ଅନୁଷ୍ଠିତ ଇଣ୍ଟରନ୍ୟାସନାଲ ଓଡ଼ିଶୀ ଡ୍ୟାନ୍ସ ଫେଷ୍ଟିଭାଲର ସଭାପତି ପଦରେ ଆସୀନ ହୋଇଥିଲେ ।ଓଡ଼ିଶୀ ନୃତ୍ୟର ଏକ ଶାସ୍ତ୍ରୀୟ ନୃତ୍ୟ ଆନ୍ଦୋଳନ କୁ ଅଧିକ ବଳବତ୍ତର କରିବା ପାଇଁ ସେ ୫୦ ଦଶକରେ ଉଦ୍ୟମ କରିଥିଲେ । ତାଙ୍କ ଚେଷ୍ଟା ଫଳରେ ୬୦ ବର୍ଷ ପରେ ଓଡ଼ିଶୀକୁ ଶାସ୍ତ୍ରୀୟ ମାନ୍ୟତା ମିଳିଥିଲା । ଓଡ଼ିଶୀ ସମ୍ବନ୍ଧରେ ସେ ପ୍ରଥମ ଓଡ଼ିଆ ବହି "ଓଡ଼ିଶୀ ନୃତ୍ୟ" ରଚନା କରିଥିଲେ । ଏଥି ସହିତ ସେ ଓଡ଼ିଶୀ ସମ୍ବନ୍ଧରେ ମୋଟ ୧୮ଟି ବହି ଓଡ଼ିଆ ଓ ଇଂରାଜୀ ରେ ରଚନା କରିଥିଲେ । ୧୯୫୪ରେ ସେ ପ୍ରଥମ ଓଡ଼ିଆ ପୁରୁଷ ନୃତ୍ୟଶିଳ୍ପୀ ଭାବେ ଓଡ଼ିଶା ବାହାରେ, ନୂଆ ଦିଲ୍ଲୀଠାରେ ନିଜ ସଂଯୋଜିତ ନୃତ୍ୟକଳା ପରିବେଷଣ କରିଥିଲେ । ସେ, ପ୍ରହ୍ଲାଦ ନାଟକ, ସଖୀ କଣ୍ଡେଇ, ଛଉ ଆଦି ଓଡ଼ିଶାର ପାରମ୍ପାରିକ ନୃତ୍ୟକଳା ସମ୍ବନ୍ଧରେ ଗବେଷଣା କରିବା ସହିତ ଏସବୁର ପୁନରୁଦ୍ଧାର ପାଇଁ ଉଦ୍ୟମ କରିଥିଲେ । ସେ ଓଡ଼ିଶା ସଙ୍ଗୀତ ପ୍ରତିଷ୍ଠାନ ବା ଡ୍ୟାନ୍ସ ଏକାଡେମୀର ଜଣେ ସହ-ପ୍ରତିଷ୍ଠାତା ଥିଲେ ।
ବିଶ୍ବ ବିସ୍ମୟ ପ୍ରତିଭା ସ୍ବାମୀ ବିବେକାନନ୍ଦ
ବିଶ୍ବ ବିସ୍ମୟ ପ୍ରତିଭା ସ୍ବାମୀ ବିବେକାନନ୍ଦ
------------
ଆଜି ଜାନୁଆରୀ ୧୨ ତାରିଖ, ଭାରତୀୟ ମେଧା ପତାକା ବିଶ୍ଵାକାଶରେ ଉଡ୍ଡୟନ କର୍ତ୍ତା ,କ୍ଷଣ ଜନ୍ମା ତଥା ବିଶ୍ବର ସର୍ବକାଳୀନ ପ୍ରଜ୍ଞା ପୁରୁଷ ସ୍ବାମୀ ବିବେକାନନ୍ଦଙ୍କ ପବିତ୍ର ଜୟନ୍ତୀ ଅବସରରେ ତାଙ୍କର ଅମୃତ ଅମ୍ଲାନ, ଆଧ୍ୟାତ୍ମିକ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ । ମାତ୍ର ୩୯ ବର୍ଷର ଜୀବନ, ଅଥଚ ଯୁଗଜୟୀ ଅଜ୍ରାମରକନ୍ଦ କୀର୍ତ୍ତି ସ୍ରଷ୍ଟାଙ୍କୁ ପଢି ବୋଧେ ବିଶ୍ବ ମଣି ପଣ୍ଡିତ ଗୋପବନ୍ଧୁ କହିଯାଇଛନ୍ତି -" ମୁହୂର୍ତ୍ତେ ମାତର ଉଜ୍ଜ୍ବଳି ପ୍ରଖର ଶିଖା ଟେକି ହୂତାଶନ, ଜଳି ଯେବେ କରେ ଆଲୋକ ଉତ୍ତାପ ଚଉଦିଗେ ବିତରଣ,ଲିଭୁ ସେ କ୍ଷଣକେ ତଥାପି ଏ ଲୋକେ ରହିବ ତାହାର ଯଶ , କି ଲାଭ ତହିଁରେ ବଞ୍ଚି ଏ ସଂସାରେ କୁହୁଳି ସହସ୍ର ବର୍ଷ" ? ଆଜି ମନେପଡେ ୧୮୯୩, ୧୧ ସେପ୍ଟେମ୍ବରରେ ଆମେରିକାର ଚିକାଗୋ ସହରସ୍ଥିତ କଲମ୍ବସ୍ ହଲରେ ଅନୁଷ୍ଠିତ ହୋଇଥିବା ପ୍ରଥମ ବିଶ୍ବ ଧର୍ମ ମହାସଭାର ଗର୍ବିତ ବିବରଣୀ । ସେହି ସମୟରୁ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ଏହି ଧର୍ମ ମହାସଭାରେ ବିଶ୍ବର ବିଭିନ୍ନ ଧର୍ମ ସଂପ୍ରଦାୟର ଧର୍ମଗୁରୁମାନେ ତଥା ବିଦ୍ବାନମାନେ ଯୋଗ ଦେଇଥାନ୍ତି ।ହେଲେ ସେଦିନ ମହାସଭାର ପ୍ରଥମ ଦିନରେ ଗୈରିକ ପୋଷାକ ଧାରୀ ଜଣେ ଯୁବକ ମାତ୍ର ସ୍ବଳ୍ପ ସମୟ ପାଇଁ ବକ୍ତୃତା ଦେଇ ଆମେରିକାବାସୀଙ୍କ ମନ କିଣିନେଇଥିଲେ । ଘନଘନ କରତାଳିରେ କଲମ୍ବସ ହଲ୍ ଗୁଞ୍ଜରିତ ହୋଇଥିଲା । ମାତ୍ର ଦୁଇ ମିନିଟ ପାଇଁ ଉଦବୋଧନ ଦେଇ ତାରକା ବକ୍ତା ପାଲଟିଥିବା ଯୁବକ ଜଣକ ଥିଲେ ସ୍ବାମୀ ବିବେକାନନ୍ଦ । ଆମେରିକାବାସୀ, ଭାଇ ଓ ଭଉଣୀ । ବାସ୍ ଏଇ କଥା ପଦକ ଶ୍ରୋତାଙ୍କ ମଧ୍ୟରେ ବିଦ୍ୟୁତ ସଞ୍ଚାରଣ ପରି ଏକ ଆଲୋଡ଼ନ ସୃଷ୍ଟି କରିଥିଲା । ଘନ ଘନ କରତାଳିରେ ପ୍ରକମ୍ପିତ ହୋଇଥିଲା କଲମ୍ବସ୍ । ଯେଉଁଠି ଅନୁଷ୍ଠିତ ହୋଇଥିଲା ପ୍ରଥମ ବିଶ୍ବ ଧର୍ମ ମହାସଭା । ଏହି ଧର୍ମ ମହାସଭାରେ ଯୋଗ ଦେବାକୁ ଆସିଥିଲେ ବିଶ୍ବର ବିଭିନ୍ନ ଧର୍ମ ସଂପ୍ରଦାୟର ଧର୍ମଗୁରୁମାନେ ତଥା ବିଦ୍ବାନମାନେ । ହେଲେ ମହାସଭାର ପ୍ରଥମ ଦିନରେ ଗୈରିକ ପୋଷାକ ଧାରୀ ଜଣେ ଯୁବକ ମାତ୍ର ସ୍ବଳ୍ପ ସମୟ ପାଇଁ ଏଭଳି ବକ୍ତୃତା ଦେଇ ଆମେରିକାବାସୀଙ୍କ ମନ କିଣିନେଇଥିଲେ । ମାତ୍ର ଦୁଇ ମିନିଟ ପାଇଁ ଉଦବୋଧନ ଦେଇ ତାରକା ବକ୍ତା ପାଲଟିଥିବା ଯୁବକ ଜଣକ ଥିଲେ ସ୍ବାମୀ ବିବେକାନନ୍ଦ । ନିଜ ଭାଷଣରେ ବିବେକାନନ୍ଦ କେବଳ ହିନ୍ଦୁତ୍ବ ଏବଂ ହିନ୍ଦୁ ଧର୍ମର କଲ୍ୟାଣାକାରୀ ବାର୍ତ୍ତା ସମସ୍ତଙ୍କ ସାମ୍ନାରେ ରଖିଥିଲେ ତାନୁହେଁ, ମାନବ ଧର୍ମ ଏବଂ ମାନବ କଲ୍ୟାଣ ସଂପର୍କରେ ସନ୍ଦେଶ ବି ଦେଇଥିଲେ । ନିଜ ଭାଷଣରେ ସେ କହିଥିଲେ ଯେ, “ଆମେରିକାର ଭାଇ ଓ ଭଉଣୀମାନେ । ଆପଣଙ୍କର ଏହି ସ୍ନେହଭରା ଏବଂ ଜୋରଦାର ସ୍ବାଗତ ସମ୍ବର୍ଦ୍ଧନା ପାଇଁ ମୁଁ ଅତ୍ୟନ୍ତ ଖୁସି । ମୁଁ ଆପଣଙ୍କୁ ବିଶ୍ବର ସର୍ବପ୍ରାଚୀନ ସନ୍ଥ ପରମ୍ପରା ପକ୍ଷରୁ ଧନ୍ୟବାଦ ଦେଉଛି । ସମସ୍ତ ଧର୍ମର ଜନନୀଙ୍କ ତରଫରୁ ଧନ୍ୟବାଦ ଦେଉଛି । ଏବଂ ସମସ୍ତ ଜାତି, ଧର୍ମ, ସଂପ୍ରଦାୟର କୋଟି କୋଟି ହିନ୍ଦୁବାସୀଙ୍କ ପକ୍ଷରୁ ଆପଣଙ୍କ ନିକଟରେ କୃତଜ୍ଞତା ବ୍ୟକ୍ତ କରୁଛି । ଯେଉଁ ବକ୍ତା ମାନେ ଏହି ମଞ୍ଚରେ କହିଛନ୍ତି ଯେ, ବିଶ୍ବରେ ସହନଶୀଳତାର ବିଚାର ସୁଦୂର ଦେଶ ଗୁଡିକ ପାଇଁ ପ୍ରଚାର ପ୍ରସାର ହୋଇଛି ସେହି ବକ୍ତାମାନଙ୍କୁ ମଧ୍ୟ ମୋ ତରଫରୁ ଧନ୍ୟବାଦ ।ମୁଁ ନିଜକୁ ଗର୍ବିତ ଅନୁଭବ କରୁଛି । କାରଣ ମୁଁ ଏଭଳି ଏକ ଧର୍ମ ସହ ଜଡ଼ିତ ଯିଏ, ବିଶ୍ବରେ ସହନଶୀଳତା ଏବଂ ସାର୍ବଭୌମିକ ସ୍ବୀକୃତି ରପାଠ ପଢାଇଛି । ତେବେ ଆମେ କେବଳ ଏହି ସାର୍ବଭୌମିକତାରେ ବିଶ୍ବାସ ରଖୁ ତାନୁହେଁ, ବରଂ ବିଶ୍ବର ସବୁ ଧର୍ମକୁ ସ୍ବୀକାର କରୁଛୁ । ଧର୍ମ ନାଁରେ ଲୋକଙ୍କୁ ଯାତନା ସହିବାକୁ ପଡୁଥିବା ବେଳେ ଯେଉଁ ଦେଶ ସେମାନଙ୍କୁ ଶରଣ ଦେଇଛି, ସେଇ ଦେଶରେ ଜନ୍ମ ହୋଇ ମୁଁ ଗର୍ବିତ ।ମୋର ଆଶା ଯେ, ଏହି ସମ୍ମିଳନୀର ଶଂଖନାଦ ପ୍ରତ୍ୟେକ ମଣିଷଙ୍କ ଭିତରେ ଏକତା ଓ ସଦଭାବନା ସୃଷ୍ଟି କରିବ । ତେବେ ସେ ଅସ୍ତ୍ର ହେଉ ଅବା କଲମରେ ।” ମାତ୍ର ଦୁଇ ମିନିଟ ପାଇଁ ଏଭଳି ଉଦବୋଧନ ଦେଇ ତାରକା ବକ୍ତା ପାଲଟିଥିଲେ ବିବେକାନନ୍ଦ ।ସବୁଠୁ ବଡ଼ କଥା ହେଲା, ଧର୍ମ ମହାସଭାରେ ଯୋଗ ଦେବାକୁ ଆସିଥିବା ପ୍ରତିନିଧିଙ୍କୁ ବାଦ୍ ଦେଇ ପ୍ରାୟ ସାତ ହଜାରରୁ ଅଧିକ ଦର୍ଶକ କଲମ୍ବସ୍ ହଲରେ ଆୟୋଜିତ ଧର୍ମ ମହାସଭାରେ ଉପସ୍ଥିତ ଥିଲେ ।ଆଉ ସମସ୍ତ ଶ୍ରୋତାଙ୍କ ମନ କିଣି ନେଇଥିଲେ ତେଜସ୍ବୀ ବିବେକାନନ୍ଦ ।
ଅମିତ ତେଜସ୍ବୀ ଯୁବ ସନ୍ୟାସୀ ଆମେରିକାର ଏହି ବିଶ୍ବ ଧର୍ମ ମହାସଭା ସମ୍ମିଳନୀରେ ଅଂଶ ଗ୍ରହଣ କରିବାର ଆକାଂକ୍ଷା ନେଇ ବମ୍ବେ ବନ୍ଦରରୁ ଜାହାଜ ଯୋଗେ ଆମେରିକା ଯାତ୍ରା କରିଥିଲେ । ସ୍ବାମୀଜୀଙ୍କର ଏହି ଐତିହାସିକ ଚିକାଗୋ ବକ୍ତବ୍ୟ ତାଙ୍କୁ ସମଗ୍ର ବିଶ୍ବରେ ଜ୍ଞାନର ଏକ ପ୍ରଦୀପ୍ତ ସୂର୍ଯ୍ୟଭାବେ ପରିଚୟ ପ୍ରଦାନ କରିଥିଲା । ଚିକାଗୋ ଧର୍ମ ମହାସଭାରେ ବିବେକାନନ୍ଦ ବିଶ୍ବ ଭାତୃତ୍ବର ବାର୍ତ୍ତା ଦେଇଥିବାରୁ ସେହି ଦିବସକୁ ବିଶ୍ବ ଭାତୃତ୍ବ ଦିବସ ଭାବେ ପାଳନ କରାଯାଉଛି । ୧୮୯୩ରେ ବିଶ୍ବ ଧର୍ମ ସଂସଦରେ ସ୍ବାମୀ ବିବେକାନନ୍ଦ ନିଜ ଭାଷଣ ମାଧ୍ୟମରେ ବିଶ୍ବକୁ ଯେଉଁ ସନ୍ଦେଶ ଦେଇଥିଲେ ତାହା ଆଜି ବି ସେତିକ ପ୍ରାସଙ୍ଗିକ ହୋଇଛି ରହିଛି । ସ୍ବାମୀ ବିବେକାନନ୍ଦ ଙ୍କ ମହତ୍ ଆହ୍ବାନ ପିଢ଼ି ପରେ ପିଢ଼ି ଙ୍କ ପାଇଁ ସର୍ବକାଳୀନ ଆଦର୍ଶ ପଣ୍ୟ ।" ବିଶ୍ୱାସ କର, ବିଶ୍ୱାସ କର, ପ୍ରଭୁଙ୍କର ଆଜ୍ଞା-ଭାରତର ଉନ୍ନତି ହେବ ହିଁ ହେବ । ଜନସାଧାରଣଙ୍କୁ ଏବଂ ଦରିଦ୍ରମାନଙ୍କୁ ସୁଖୀ କରିବାକୁ ହେବ । ଆଉ ଆନନ୍ଦିତ ହୁଅ ଯେ ତୁମେମାନେ ହିଁ ତାଙ୍କ କାର୍ଯ୍ୟ କରିବାର ନିର୍ବାଚିତ ଯନ୍ତ୍ର । ଧର୍ମର ବନ୍ୟା ଆସିଛି । ମୁଁ ଦେଖିଛି, ତାହା ସମଗ୍ର ପୃଥିବୀକୁ ଭସେଇ ନେଇଯାଉଛି-ଅଦମ୍ୟ, ଅନନ୍ତ, ସର୍ବଗ୍ରାସୀ । ସମସ୍ତେ ହିଁ ଆଗେଇଯାଅ, ସମସ୍ତଙ୍କର ଶୁଭେଚ୍ଛା ତାଙ୍କ ସଙ୍ଗେ ଯୋଗ କରିଦିଅ । ସକଳ ହସ୍ତ ଏହି ପଥର ବାଧା ଘୁଞ୍ଚାଇ ଦେଉ । ଜୟ ପ୍ରଭୁଙ୍କର ଜୟ । ଉଠ, ଜାଗ, ଦୀର୍ଘ ରଜନୀର ଅବସାନ ହେଉଛି, ଅରୁଣୋଦୟ ସମାସନ୍ନ ! ପ୍ରାଣେ ପ୍ରାଣେ ବିଶ୍ୱାସ କର, ଶ୍ରୀ ଭଗବାନଙ୍କର ଅଲଂଘ୍ୟ ବିଧାନରେ ଏଥର ଭାରତର ଅଭ୍ୟୁଦୟ ଅବଶ୍ୟମ୍ଭାବୀ ।
ଦେଶର ଦୁର୍ଗତ ଜନଗଣଙ୍କର ସୁଖସମୃଦ୍ଧିର ଦିନ ସମାଗତ
ମାନବଜାତିକୁ ଆଧ୍ୟାତ୍ମିକ ଭାବରେ ପ୍ରବୁଦ୍ଧ କରାଇବା ଭାରତର ମୂଳ ଜୀବନବ୍ରତ, ତାହାର ଅସ୍ତିତ୍ୱର ପରମ ପ୍ରତିଷ୍ଠା, ଚରମ ସାର୍ଥକତା । ତାତାର, ତୁର୍କୀ, ମୋଗଲ ଓ ଇଂରେଜର ଶାସନ ସତ୍ତ୍ୱେ ଏହି ଜାତିର ଜୀବନଧାରା ଅବ୍ୟାହତ ରହିଛି ।
ଆମର ପବିତ୍ର ମାତୃଭୂମି ଧର୍ମ ଓ ଦର୍ଶନର ଦେଶ-ଧର୍ମବୀରଗଣଙ୍କର ଜନ୍ମସ୍ଥାନ, ତ୍ୟାଗର ଦେଶ । କେବଳ ଏହି ଦେଶରେ ହିଁ ସୁଦୂର ଅତୀତରୁ ବର୍ତ୍ତମାନ କାଳ ପର୍ଯ୍ୟନ୍ତ ମାନବଜୀବନର ମହତ୍ତର ଆଦର୍ଶଗୁଡ଼ିକ ବିଦ୍ୟମାନ ଅଛି । ତତ୍ତ୍ୱଦୃଷ୍ଟି, ଭଗବତ୍ପରାୟଣତା ଏବଂ ନୀତିବିଜ୍ଞାନର ପ୍ରଗତିସ୍ଥଳ ଏହି ଭାରତ ମାଧୁର୍ଯ୍ୟ, କୋମଳତା ଓ ମାନବପ୍ରୀତିର ଆକର । ଏସବୁ ହିଁ ଏବେ ମଧ୍ୟ ବିଦ୍ୟମାନ ଏବଂ ସମଗ୍ର ଜଗତର ଅଭିଜ୍ଞତା ବଳରେ ମୁଁ ଜୋର କରି କହିପାରେ ଯେ ଏସବୁ ବିଷୟରେ ଭାରତ ଏବେ ବି ଜଗତର ଜାତିପୁଞ୍ଜ ମଧ୍ୟରେ ଅଗ୍ରଣୀ "। ବାସ୍ତବିକ ଆମର ମାତୃଭୂମି ନିକଟରେ ଜଗତର ଋଣ ଅପରିସୀମ । ପ୍ରଭାତର କୋମଳ ଶିଶିରକଣା ଯେପରି ଲୋକଚକ୍ଷୁର ଅନ୍ତରାଳରେ ମନୋରମ ଗୋଲାପର କଢ଼ଗୁଡ଼ିକୁ ଫୁଟାଇ ତୋଳେ, ବିଶ୍ୱର ଚିନ୍ତାଧାରାରେ ଭାରତର ଅବଦାନ ମଧ୍ୟ ଠିକ୍ ସେହିପରି । ଅବ୍ୟର୍ଥ ଫଳପ୍ରସୁ ଭାରତୀୟ ଭାବପୁଞ୍ଜର ନୀରବ ଅଲକ୍ଷ୍ୟ ପ୍ରଭାବରେ ବୈଦେଶିକ ଚିନ୍ତାଜଗତରେ କେତେଥର ବୈପ୍ଳବିକ ପରିବର୍ତ୍ତନ ଆସିଛି, କେହି କେବେ ବି ତାହା ଜାଣିପାରି ନାହିଁ । ଯଦି ପୃଥିବୀ ମଧ୍ୟରେ ଏପରି କୌଣସି ଦେଶ ଥାଏ, ଯାହାକୁ ପୁଣ୍ୟଭୂମି ନାମରେ ବିଶେଷିତ କରାଯାଇପାରେ; ଯଦି ଏପରି କୌଣସି ସ୍ଥାନ ଥାଏ, ଯେଉଁଠାକୁ ପୃଥିବୀର ସକଳ ଜୀବଙ୍କୁ ତାଙ୍କର କର୍ମଫଳ ଭୋଗ ପାଇଁ ଆସିବାକୁ ପଡ଼ବ, ଯଦି ଏପରି କୌଣସି ସ୍ଥାନ ଥାଏ, ଯେଉଁଠାକୁ ଭଗବତ୍ଲାଭ ଆକାଂକ୍ଷୀ ଜୀବମାତ୍ରକୁ ହିଁ ଆସିବାକୁ ପଡ଼ିବ; ଯଦି ଏପରି କୌଣସି ସ୍ଥାନ ଥାଏ, ଯେଉଁଠାରେ ମଣିଷ ଜାତି ମଧ୍ୟରେ ସର୍ବାପେକ୍ଷା ଅଧିକ କ୍ଷାନ୍ତି, ଧୃତି, ଦୟା, ଶୌଚ ପ୍ରଭୃତି ସଦ୍ଗୁଣର ବିକାଶ ହୋଇଛି; ଯଦି ଏପରି କୌଣସି ଦେଶ ଥାଏ, ଯେଉଁଠାରେ ଆଧ୍ୟାତ୍ମିକତା ଓ ଅନ୍ତର୍ଦୃଷ୍ଟିର ବିକାଶ ସର୍ବାପେକ୍ଷା ଅଧିକ ହୋଇଛି-ତେବେ ନିଶ୍ଚୟ କହିପାରେ, ତାହା ଆମର ମାତୃଭୂମି ଏହି ଭାରତବର୍ଷ । ନାରୀ ଜାତିର ଅଭ୍ୟୁଦୟ ନ ହେଲେ ଭାରତର କଲ୍ୟାଣର ଆଶା ନାହିଁ । ଏକ ପକ୍ଷରେ ପକ୍ଷୀର ଉଡ଼୍ଡ଼ୟନ ସମ୍ଭବ ନୁହେଁ । ସେଥିପାଇଁ ରାମକୃଷ୍ଣ ଅବତାରରେ ସ୍ତ୍ରୀ-ଗୁରୁ ଗ୍ରହଣ । ସେଥିପାଇଁ କେବଳ ମାତୃଭାବର ପ୍ରଚାର । ପ୍ରାଚୀ ବଂଶନ ସ୍ମୃତିକାର ମନୁ କହିଛନ୍ତି, ‘ନାରୀର ସମ୍ମାନରେ ଦେବତାମାନେ ତୃପ୍ତ ହୁଅନ୍ତି ।’ ଅଥଚ ଆମ ଚିନ୍ତାଧାରା ଏତେ କଳୁଷିତ ଯେ ଆମେ ସ୍ତ୍ରୀ-ଜାତିକୁ କହୁ ‘ଘୃଣ୍ୟ କୀଟ’, ‘ନରକର ଦ୍ୱାର’ ଇତ୍ୟାଦି।
ହେ ମୋର ଯୁବକ ବନ୍ଧୁଗଣ ! ତୁମେ ସବଳ ହୁଅ, ଏହା ହିଁ ତୁମ ପ୍ରତି ମୋର ଉପଦେଶ । ଗୀତା ପାଠ ଅପେକ୍ଷା ଫୁଟବଲ ଖେଳିଲେ ତୁମେ ସ୍ୱର୍ଗର ଅଧିକତର ସମୀପବର୍ତ୍ତୀ ହେବ । ତୁମ ଶରୀର ଟିକେ ଶକ୍ତ ହେଲେ ତୁମେ ଗୀତା ଅପେକ୍ଷାକୃତ ଭଲ ବୁଝିବ । ଉତ୍ତିଷ୍ଠତ ଜାଗ୍ରତ ପ୍ରାପ୍ୟ ବରାନ୍ ନିବୋଧତ’-ଉଠ, ଜାଗ୍ରତ ହୁଅ, ଆଚାର୍ଯ୍ୟଗଣଙ୍କର ସମୀପସ୍ଥ ହୋଇ (ତତ୍ତ୍ୱଜ୍ଞାନ) ଲାଭ କର । ଭାବ ନାହିଁ ତୁମେ ଦରିଦ୍ର, ଭାବ ନାହିଁ ତୁମେ ବନ୍ଧୁହୀନ । ଉଠ, ଜାଗ ! ଶିକ୍ଷା କ’ଣ ପୋଥିର ବିଦ୍ୟା ?-ନା ,ନାନା ବିଷୟର ଜ୍ଞାନ ? ନା, ତା’ ବି ନୁହେଁ । ଯଥାର୍ଥ ଶିକ୍ଷା କହିଲେ କେତେଗୁଡ଼ିଏ ଶବ୍ଦ ସଂଗ୍ରହକୁ ବୁଝାଏ ନାହିଁ । ବୁଝାଏ ମେଧା ପ୍ରଭୃତି ମାନସିକ ବୃତ୍ତିଗୁଡ଼ିକର ପରିସ୍ପୁରଣ । ମଣିଷର ବ୍ୟକ୍ତିଗତ ସଂକଳ୍ପଗୁଡ଼ିକ ସତ୍ ଏବଂ କାର୍ଯ୍ୟକାରୀ କରି ଗଢ଼ି ତୋଳିବାର ପଦ୍ଧତି ହେଉଛି ପ୍ରକୃତ ଶିକ୍ଷା ।
ମାନବ ମଧ୍ୟରେ ସେହି ପୂର୍ଣ୍ଣତା ସ୍ୱତଃ ହିଁ ବିଦ୍ୟମାନ । ତା’ର ବିକାଶର ନାମ ଶିକ୍ଷା । ଶିକ୍ଷାପ୍ରଣାଳୀର ଲକ୍ଷ୍ୟ ହେବା ଉଚିତ ମଣିଷ ତିଆରି, ଯେଉଁ ଶିକ୍ଷାରେ ଜୀବନରେ ନିଜ ଗୋଡ଼ ଉପରେ ଠିଆ ହୋଇପାରେ, ତାହା ହିଁ ହେଉଛି ଶିକ୍ଷା । କେତେଟା ପାସ୍ କଲେ ବା ଭଲ ବକ୍ତୃତା କରି ପାରିଲେ କଅଣ ଶିକ୍ଷିତ ହୁଅନ୍ତି ! ଶିକ୍ଷା କହିଲେ ମୁଁ ବୁଝେ ଯଥାର୍ଥ ଜ୍ଞାନ ଅର୍ଜନ । ଖାଲି ପୋଥିଗତ ବିଦ୍ୟାରେ ଚଳିବ ନାହିଁ । ଦରକାର ପାଶ୍ଚାତ୍ୟ ବିଜ୍ଞାନ ସଙ୍ଗେ ବେଦାନ୍ତର ସମନ୍ୱୟ-ଯାହାର ମୂଳମନ୍ତ୍ର ବ୍ରହ୍ମଚର୍ଯ୍ୟ, ଶ୍ରଦ୍ଧା ଓ ଆତ୍ମବିଶ୍ୱାସ ।ବିଦ୍ୟାର୍ଥୀର ଏକାନ୍ତ ପ୍ରୟୋଜନ ଶୁଚିତା, ପ୍ରକୃତ ଜ୍ଞାନସ୍ପୃହା ଏବଂ ଅଧ୍ୟବସାୟ । ଛାତ୍ରଜୀବନରେ ଅଧ୍ୟବସାୟର ପ୍ରୟୋଜନ ସର୍ବଜନବିଦିତ । ଅଧ୍ୟବସାୟୀ ବିଦ୍ୟାର୍ଥୀର ସାଧନାରେ ସିଦ୍ଧିଲାଭ ସୁନିଶ୍ଚିତ ।
ଦେହଟାକୁ ଖୁବ୍ ମଜଭୁତ କରିବାକୁ ଶିଖିବାକୁ ହେବ ଏବଂ ସମସ୍ତଙ୍କୁ ଶିଖାଇବାକୁ ହେବ । ଦେଖୁନ ଏବେ ବି ମୁଁ ରୋଜ୍ ଡାମବେଲ ଉଠାଏ । ଶାରୀରିକ ପରିଶ୍ରମ କରିବ । ଦେହ ଓ ମନ ସମାନ ଭାବରେ ଉନ୍ନତ ହେବା ଦରକାର । ଜଗତରେ ଯଦି କିଛି ପାପ ଥାଏ, ତାହା ଏହି ଭୟ । ଯେକୌଣସି କାର୍ଯ୍ୟ ତୁମ ଭିତରେ ଶକ୍ତିର ଉଦ୍ରେକ କରାଏ ତାହା ହିଁ ପୁଣ୍ୟ, ଆଉ ଯାହା ତୁମ ଶରୀର ମନକୁ ଦୁର୍ବଳ କରେ ତାହା ପାପ । ଏହି ଦୁର୍ବଳତା ପରିତ୍ୟାଗ କର ।ଚାଲାକିଦ୍ୱାରା କୌଣସି ମହତ୍ କାମ ହୁଏ ନାହିଁ । ପ୍ରେମ, ସତ୍ୟାନୁରାଗ ଓ ମହାବୀର୍ଯ୍ୟର ସହାୟତାରେ ସକଳ କାର୍ଯ୍ୟ ସମ୍ପନ୍ନ ହୁଏ । ମୁଁ ଦିବ୍ୟ ଚକ୍ଷୁରେ ଦେଖୁଛି ଯେ ତୁମମାନଙ୍କ ହୃଦୟରେ ଅନନ୍ତ ଶକ୍ତି ଅଛି । ସେହି ଶକ୍ତିକୁ ଜାଗ୍ରତ କର; ଉଠ, ଲାଗି ପଡ଼, ଅଣ୍ଟା ଭିଡ଼ । ମୁଁ ମୁକ୍ତି ଫୁକ୍ତି ଚାହେଁ ନାହିଁ ।ସମସ୍ତଙ୍କୁ ଯାଇ କହ-ଉଠ, ଜାଗ, ଆଉ ଶୁଅ ନାହିଁ । ସକଳ ଅଭାବ, ସକଳ ଦୁଃଖ ଘୁଞ୍ଚାଇବାର ଶକ୍ତି ତୁମ ଭିତରେ ହିଁ ରହିଛି । ଏ କଥା ବିଶ୍ୱାସ କର, ତାହା ହେଲେ ଏହି ଶକ୍ତି ଜାଗି ଉଠିବ ।ଏବେ ଆମର ପ୍ରୟୋଜନ ଚରିତ୍ର ଗଠନ ଏବଂ ଇଚ୍ଛାଶକ୍ତି ପ୍ରବଳ କରିବା । ବାସ୍ତବିକ ଇଚ୍ଛାଶକ୍ତିର ପ୍ରଭାବ ଅପରିସୀମ । ବୈଦେଶିକ ନିୟନ୍ତ୍ରଣରୁ ମୁକ୍ତ ହୋଇ ଭାରତର ନିଜସ୍ୱ ଜ୍ଞାନ ଭଣ୍ଡାରରୁ ବିଭିନ୍ନ ବିଷୟ ସଙ୍ଗେ ପାଶ୍ଚାତ୍ୟ ବିଜ୍ଞାନ ଆୟତ୍ତ କରିବା ଆମର ପ୍ରୟୋଜନ । ଆଉ ଦରକାର କାରିଗରୀ ଶିକ୍ଷା ଏବଂ ଶ୍ରମଶିଳ୍ପ ପ୍ରସାରର ଅନୁକୂଳ ବିବିଧ ଶିକ୍ଷାର ବିସ୍ତାର, ଯାହା ଫଳରେ ଚାକିରୀ ଧନ୍ଦାରେ ନ ରହି ମଣିଷ ଜୀବିକା ଚଳାଇପାରେ ।
ମନେରଖ ! ଦରିଦ୍ରର କୁଟୀରରେ ହିଁ ଜାତିର ବସତି । କିନ୍ତୁ ହାୟ, ସେମାନଙ୍କ ପାଇଁ କେହି କିଛି ରଖି ନାହିଁ ।
ଶିକ୍ଷାୟତନ ମାଧ୍ୟମରେ ଗଣୋନ୍ନତିର ଭାବ ପ୍ରଚାର କରିବାକୁ ହେବ । ସେଠାରେ ଶିକ୍ଷାପ୍ରାପ୍ତ ପ୍ରଚାରକଗଣ ଗରୀବମାନଙ୍କୁ ଘରେ ଘରେ ଲୌକିକ ଓ ଆଧ୍ୟାତ୍ମିକ ଶିକ୍ଷା ବିତରଣ କରିବେ । ଆମ ଦେଶରେ ଦରିଦ୍ର ସଂପ୍ରଦାୟ ଏତେ ନିଃସ୍ୱ ଯେ ସେମାନେ ସ୍କୁଲ ଓ ପାଠଶାଳାକୁ ଆସିବାକୁ ଅବସର ବି ପାଆନ୍ତି ନାହିଁ ।
ଦେଶର ସର୍ବତ୍ର ଗ୍ରାମେ ଗ୍ରାମେ ଘୂରି ଗଣସମ୍ବିତ୍ ଜାଗ୍ରତ କରିବା ତୁମମାନଙ୍କର ବର୍ତ୍ତମାନର କର୍ତ୍ତବ୍ୟ, ଜନସାଧାରଣଙ୍କୁ ବୁଝାଇବାକୁ ହେବ ଯେ ଖାଲି ଅଳସ ଭାବରେ ବସି ରହିଲେ ଚଳିବ ନାହିଁ । ତା’ପରେ ତାଙ୍କର ନିଜ ନିଜର ଐହିକ ଅବସ୍ଥାର ଉନ୍ନତିର ଉପାୟ କହିଦେବାକୁ ହେବ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ୧୮୬୩ ଖ୍ରୀଷ୍ଟାବ୍ଦ ଜାନୁଆରୀ ୧୨ ତାରିଖ, ପୌଷ ସଂକ୍ରାନ୍ତି ଦିନ ପ୍ରତ୍ୟୁଷରେ କଲିକତାର ସିମଳାପଲ୍ଲୀରେ ବିଶ୍ୱନାଥ ଦତ୍ତ ଓ ଭୁବନେଶ୍ୱରୀ ଦେବୀଙ୍କର ପ୍ରଥମ ପୁତ୍ରରୂପେ ଯେଉଁ ଶିଶୁଟି ଜନ୍ମଗ୍ରହଣ କରିଥିଲା, ସେହି ନବଜାତକ ପ୍ରତି ଆମମାନଙ୍କର ପ୍ରଣତି । ସେଦିନ ହୁଏତ ଶତ ଶତ ଶିଶୁଙ୍କର ଜନ୍ମ ହୋଇଛି, କିନ୍ତୁ ଏହି ଶିଶୁଟିକୁ ହିଁ ବିଶେଷ କରି ଜଗତ ସ୍ମରଣ କରି ରଖିଛି । ଏହି ନବଜାତକ ନରେନ୍ଦ୍ରନାଥ ଦତ୍ତ, ଯିଏ ପରବର୍ତ୍ତୀ କାଳରେ ବିଶ୍ୱବରେଣ୍ୟ ଯୁଗାଚାର୍ଯ୍ୟ ସ୍ୱାମୀ ବିବେକାନନ୍ଦ ହୋଇଥିଲେ । ବିଶ୍ୱନାଥ ଦତ୍ତ ଥିଲେ ଜଣେ ଲବ୍ଧପ୍ରତିଷ୍ଠିତ ଆଟର୍ଣ୍ଣି । ତାଙ୍କର ଉଦାରତା, ଚରିତ୍ରର ତେଜସ୍ୱିତା ଓ ପରଦୁଃଖକାତରତା ସମସ୍ତଙ୍କର ଶ୍ରଦ୍ଧା ଆକର୍ଷଣ କରୁଥିଲା । ଭୁବନେଶ୍ୱରୀ ଦେବୀ ଥିଲେ ସୁରୂପା, ତେଜସ୍ୱିନୀ, ଧର୍ମପ୍ରାଣା, ଆଦର୍ଶ ହିନ୍ଦୁ ରମଣୀ । କାଶୀର ବୀରେଶ୍ୱର ଶିବଙ୍କର ପ୍ରସନ୍ନତାରୁ ଏହି ପୁତ୍ର ଲାଭ ହୋଇଥିଲା, ତେଣୁ ନାମ ରଖାହେଲା ବୀରେଶ୍ୱର-ଡାକନାମ ‘ବିଲେ’ । ଅନ୍ନପ୍ରାଶନ ସମୟରେ ନାମ ଦିଆଗଲା ନରେନ୍ଦ୍ରନାଥ ।ଶୈଶବରେ ବିଲେ ବଡ଼ ଅଶାନ୍ତ ଥିଲେ । ଭୁବନେଶ୍ୱରୀ ଦେବୀ ଦୁଃଖ କରି କହୁଥିଲେ, ‘ଶିବଙ୍କୁ ଗୋଟିଏ ପୁଅ ମାଗିଥିଲି, ସେ ଗୋଟିଏ ଭୂତ ପଠାଇ ଦେଲେ ।’ ମା’ ଙ୍କଠାରୁ ରାମାୟଣ ମହାଭାରତ ଗଳ୍ପ ଶୁଣିବା ମାଧ୍ୟମରେ ବାଳକର ପ୍ରାଥମିକ ଶିକ୍ଷା ଆରମ୍ଭ ହେଲା । ରାମସୀତାଙ୍କର ମୂର୍ତ୍ତିକୁ ପୁଷ୍ପମାଲ୍ୟରେ ସଜ୍ଜିତ କରିବାକୁ ବିଲେ ଖୁବ୍ ଭଲ ପାଉଥିଲେ । ସଙ୍ଗୀମାନଙ୍କୁ ନେଇ ଶିବମୂର୍ତ୍ତି ସମ୍ମୁଖରେ ବସି ଧ୍ୟାନ କରିବା ଥିଲା ବିଲେର ଅନ୍ୟତମ ପ୍ରିୟ ଖେଳ । ଦିନେ ଛାତଘରେ ଏହି ଧ୍ୟାନର ଖେଳ ଚାଲିଛି, ଏପରି ସମୟରେ ଗୋଟିଏ ଗୋଖର ସାପ ସେଠାରେ ଦେଖାଗଲା; ସଙ୍ଗୀମାନେ ସମସ୍ତେ ଦୌଡ଼ି ପଳାଇଲେ; କିନ୍ତୁ ବିଲେ ଗଭୀର ଧ୍ୟାନମଗ୍ନ । ଚାରିଆଡ଼େ ଚହଳ ପଡ଼ିଗଲା । ସାପଟି ଚାଲିଯିବା ପରେ ଧ୍ୟାନସ୍ଥ ବିଲେକୁ କୋଳ କରି ବାହାରକୁ ଅଣାଗଲା । ପରେ ପଚାରିବାରୁ ବିଲେ କହିଲା, ‘ମୁଁ ତ କିଛି ଜାଣିନି ।’ ଶ୍ରୀରାମକୃଷ୍ଣଦେବ କହୁଥିଲେ, ‘ନରେନ୍ ଧ୍ୟାନସିଦ୍ଧ ମହାପୁରୁଷ ।’ଗରିବ ଦୁଃଖୀ ଓ ସାଧୁ ଫକିରଙ୍କ ଉପରେ ବାଳକ ନରେନ୍ଦ୍ରର ଖୁବ୍ ଦରଦ ଥିଲା । ଭିକ୍ଷା ପାଇଁ କେହି ଆସିଲେ ସେ ଚାଉଳ ଡାଲି, ପଇସା, କଉଡ଼ି ଯାହା ପାଏ, ତାହା ଆଣିଦିଏ, ଆଉ କିଛି ନ ପାଇଲେ ଖୋଲି ଦିଏ ନିଜର ପିନ୍ଧାଲୁଗା ଖଣ୍ଡିକ । ସର୍ବହରାମାନଙ୍କ ମୁହଁରେ ହସ ଦେଖି ତା’ର ପ୍ରାଣ ଅପରିସୀମ ତୃପ୍ତିରେ ଭରି ଉଠେ । ଜାତିଭେଦ ସମ୍ବନ୍ଧରେ ବାଳକ ନରେନ୍ର ବିଶେଷ କୌତୁହଳ । ବାପାଙ୍କ ବୈଠକଖାନାରେ ବିଭିନ୍ନ ଜାତିର ମହକିଲମାନଙ୍କର ଅଲଗା ଅଲଗା ହୁକ୍କାରେ ମୁହଁ ଲଗାଇ ଟାଣି ଟାଣି ଦେଖେ-ଜାତି କିପରି ଯାଏ । ଜଣେ ମୁସଲମାନ ମହକିଲ ଥରେ ଆଦର କରି ନରେନ୍କୁ ଭଲ ଭଲ ସନ୍ଦେଶ ଖୁଆଇ ଦେଲେ । ମା’ ତାହା ଦେଖି କହିଲେ, ‘ଅନ୍ୟ ଜାତିର ଛୁଆଁ ଖାଇଲେ ଜାତି ଯାଏ ।’ କିନ୍ତୁ ଜାତି କିପରି ଯାଏ, ତାହା ହିଁ ହେଲା ନରେନ୍ର ଚିନ୍ତାର ବିଷୟ ।
ଛ’ ବର୍ଷ ବୟସରେ ସ୍କୁଲରେ ନରେନ୍ଦ୍ରଙ୍କର ନାମ ଲେଖା ହେଲା, କିନ୍ତୁ ସେ ଇଂରାଜୀ ପଢ଼ିବାକୁ ରାଜି ହେଲା ନାହିଁ । ‘ସେ ତ ବିଦେଶୀ ଭାଷା, କାହିଁକି ପଢ଼ିବି ? ତା’ଠାରୁ ମାତୃଭାଷା ତ ଶିଖିବା ଭଲ ।’-ଏହା ଥିଲା ତାଙ୍କର କଥା । ଅନେକ ବୁଝାଇବା ପରେ କିଛି ମାସ ପରେ ନରେନ୍ଦ୍ର ଇଂରାଜୀ ପଢ଼ିବାକୁ ଆରମ୍ଭ କଲେ । ପ୍ରଖର ମେଧା, ଅଦ୍ଭୁତ ଧୀଶକ୍ତି ନେଇ ସେ ଜନ୍ମଗ୍ରହଣ କରିଥିଲେ । ଥରେ ଯାହା ପଢ଼ୁଥିଲେ କେବେ ତାହା ଭୁଲୁ ନ ଥିଲେ । ସ୍କୁଲର ପାଠ୍ୟ-ପ୍ରସ୍ତୁତି ପାଇଁ ତାଙ୍କୁ ଅତି ଅଳ୍ପ ସମୟ ଲାଗୁଥିଲା । ବାକି ସମୟତକ ଖେଳାଖେଳି, କୁସ୍ତି, ଆଖଡ଼ା, ପହଁରିବା ବା ଅଭିନୟ କରିବାରେ କିମ୍ବା କଳକବ୍ଜା ତିଆରି ଇତ୍ୟାଦିରେ କଟି ଯାଉଥିଲା । ନରେନ୍ଦ୍ର ଖୁବ୍ ଏକଜିଦିଆ ଓ ଦୁଷ୍ଟ ଥିଲେ । ଭୂତଭୟ, ବ୍ରହ୍ମଦୈତ୍ୟଭୟ, କୋକବାୟାଭୟ ଏସବୁ ହସି ଉଡ଼େଇ ଦେଉଥିଲେ । ଆମେରିକାରୁ ଫେରିବାପରେ ବିବେକାନନ୍ଦ ଦିନେ ଶିଷ୍ୟମାନଙ୍କୁ ହସି ହସି କହିଥିଲେ, ‘ପିଲାଦିନେ ମୁଁ ଖୁବ୍ ଦୁଷ୍ଟ ଥିଲି । ତା ନ ହେଲେ ଏହି ଭାବରେ ଦୁନିଆସାରା ମୁଁ କଅଣ ଘୂରିଆସି ପାରିଥାନ୍ତି କିରେ ?’ ବାଲ୍ୟକାଳରୁ ନରେନ୍ଦ୍ରଙ୍କର ସ୍ୱଭାବ ଥିଲା ଅତିଶୟ ନିର୍ମଳ । ପଢ଼ାପଢ଼ିରେ ତାଙ୍କର ବିଶେଷ ଅନୁରାଗ ଥିଲା । ସ୍କୁଲ ପାଠ୍ୟ ଛଡ଼ା ନାନା ବିଷୟ ପଢ଼ିବାକୁ ସେ ଭଲ ପାଉଥିଲେ । ତାଙ୍କର ଜ୍ଞାନାର୍ଜନ ସ୍ପୃହା ଓ ଧାରଣାଶକ୍ତି ଅତି ଅଦ୍ଭୁତ ଥିଲା । ଏଣ୍ଟ୍ରାନ୍ସ ପାଶ୍ କରିବା ପୂର୍ବରୁ ସମୁଦାୟ ଭାରତର ଇତିହାସ ସେ ଆୟତ୍ତ କରିଥିଲେ । ସାହିତ୍ୟରେ ମଧ୍ୟ ତାଙ୍କର ବିଶେଷ ପ୍ରୀତି ଥିଲା ।
୧୭ ବର୍ଷ ବୟସରେ ସେ ପ୍ରଥମ ଶ୍ରେଣୀରେ ଏଣ୍ଟ୍ରାନ୍ସ ପାଶ୍ କଲେ । ପରେ ବର୍ଷେ ମାତ୍ର ପ୍ରେସିଡ଼େନ୍ସି କଲେଜ୍ରେ ପଢ଼ି ନିକଟବର୍ତ୍ତୀ ଜେନେରାଲ୍ ଆସେମ୍ବ୍ଲିଜ୍ ଇନ୍ଷ୍ଟିଚିଉସନ୍ରେ ସ୍ନାତକ ଜୀବନର ବାକି ତିନିବର୍ଷ ଅଧ୍ୟୟନ କରିଥିଲେ ।[୪]
କଲେଜ୍ରେ ପ୍ରବେଶ କରି ନରେନ୍ଦ୍ରଙ୍କର ଜ୍ଞାନସ୍ପୃହା ବଢ଼ିଗଲା । ସେ ପାଶ୍ଚାତ୍ୟ ଦର୍ଶନ, ନ୍ୟାୟଶାସ୍ତ୍ର, ବୈଜ୍ଞାନିକ ଆବିଷ୍କାର ଓ ଦେଶବିଦେଶର ଇତିହାସ ପ୍ରଭୃତି ବିଶେଷ ଆଗ୍ରହ ସହକାରେ ପଢ଼ିବାକୁ ଲାଗିଲେ । ଶରୀରଚର୍ଚ୍ଚା ଏବଂ ସଙ୍ଗୀତରେ ମଧ୍ୟ ତାଙ୍କର ବିଶେଷ ଉତ୍ସାହ ଥିଲା । ଗଳିରେ ନବଗୋପାଳ ମିତ୍ରଙ୍କ ଆଖଡ଼ାରେ ନିୟମିତ କୁସ୍ତି, ଲାଠିଖେଳ ପ୍ରଭୃତି ଅଭ୍ୟାସ କରୁଥିଲେ । ତାଙ୍କର ପିତା ଓସ୍ତାଦ୍ ରଖି ତାଙ୍କୁ ଗୀତବାଦ୍ୟ ଶିଖାଇବାର ବ୍ୟବସ୍ଥା କରିଥିଲେ । ମୋଟ ଉପରେ ପଢ଼ାପଢ଼ି, ଗାଇବା ବଜାଇବା, କହିବା, ଦେଖିବା, ଶୁଣିବା ସବୁଥିରେ ନରେନ୍ଦ୍ର ଅଦ୍ୱିତୀୟ ଥିଲେ । ଏହି ସୁଦର୍ଶନ ବଳିଷ୍ଠ ଓ ନାନା ଗୁଣାନ୍ୱିତ କିଶୋର କ୍ରମେ ସର୍ବଜନ ପ୍ରିୟ ହୋଇ ଉଠିଲେ ।
କଲେଜ୍ରେ ପ୍ରବେଶ କରିବା ସଂଗେ ସଂଗେ ନରେନ୍ଦ୍ରଙ୍କ ଅନ୍ତରରେ ଧର୍ମଭାବ ପରିଲକ୍ଷିତ ହେଲା । ତାଙ୍କର ତରୁଣ ମନରେ ଶତ ଶତ ଆଲୋଡ଼ନ ସୃଷ୍ଟି ହେଲା । ଈଶ୍ୱର ଅଛନ୍ତି କି ? ଥିଲେ, କେଉଁଠି ସେ ? ତାଙ୍କୁ କଅଣ ଦେଖି ହୁଏ ? ଜଗତରେ ଏତେ ଦୁଃଖ, ଏତେ ଅନ୍ୟାୟ, ଅବିଚାର କାହିଁକି ? ଜଗତ୍ପତି ଭଗବାନ କଣ ଦୟାମୟ, ନା ନିଷ୍ଠୁର ? କଲିକତାର ବ୍ରାହ୍ମସମାଜ ସେତେବେଳେ ଧର୍ମପିପାସୁ ଶିକ୍ଷିତ ସମାଜ ଉପରେ ବିଶେଷ ପ୍ରଭାବ ବିସ୍ତାର କରିଥାଆନ୍ତି । ଯୁବକ ନରେନ୍ଦ୍ର ଏଫ୍. ଏ. ପଢ଼ିବା ସମୟରେ ବ୍ରାହ୍ମସମାଜଭୁକ୍ତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ତାଙ୍କ ମଧୁର କଣ୍ଠରେ ପ୍ରାର୍ଥନାସଙ୍ଗୀତ ଶୁଣି ସମସ୍ତେ ମୁଗ୍ଧ ହେଉଥିଲେ । କିନ୍ତୁ ବ୍ରାହ୍ମସମାଜ ତାଙ୍କ ଅନ୍ତରର ଧର୍ମପିପାସା ମେଣ୍ଟାଇ ପାରିଲା ନାହିଁ । କ୍ରମେ ସେ ଦେଖିଲେ ଯେ ବ୍ରାହ୍ମସମାଜ ଗୋଟିଏ ସମାଜ-ସଂସ୍କାରକ ପ୍ରତିଷ୍ଠାନ ମାତ୍ର । ତାଙ୍କର ଏକମାତ୍ର ଆକାଙ୍କ୍ଷା ଭଗବତ୍-ଦର୍ଶନ । ସେ ସବୁ ଧର୍ମଯାଜକଙ୍କୁ ପଚାରନ୍ତି-ଆପଣ ଈଶ୍ୱରଙ୍କୁ ଦର୍ଶନ କରିଛନ୍ତି କି ? କେହି ଏ ପ୍ରଶ୍ନର ଉତ୍ତର ଦେଇପାରନ୍ତି ନାହିଁ । ନରେନ୍ଦ୍ରନାଥ ଏଥିରେ ଅଧିକ କୌତୁହଳୀ ହୋଇ ଗଭୀରତର ସାଧନାରେ ମଗ୍ନ ହେଲେ । ରାତି ପରେ ରାତି ଧ୍ୟାନରେ ବିତିବାକୁ ଲାଗିଲା ।ନେଇ ନରେନ୍ଦ୍ର ଗୁରୁସେବାରେ ଆତ୍ମନିୟୋଗ କଲେ । ସଂଗେ ସଂଗେ ଚାଲିଲା ଧ୍ୟାନଜପ ଓ ତୀବ୍ର ସାଧନା । ସେ ନିଜେ ଧୁନି ଜଲାଇ ସାରା ରାତି ଧ୍ୟାନ କରୁଥାନ୍ତି । ଆହାରନିଦ୍ରାରେ ଉଦାସୀନ ହୋଇ କଠୋର ସାଧନାରେ ସେ ବୁଡ଼ି ରହିଲେ । କହିଲେ, ‘ଏହି ମହାପୁରୁଷ ଥାଉଁ ଥାଉଁ ଧର୍ମ ଜୀବନରେ ପ୍ରତିଷ୍ଠିତ ହେବାକୁ ହେବ । ଶ୍ରୀରାମକୃଷ୍ଣ ମଧ୍ୟ ବିଭିନ୍ନ ସାଧନାରେ ନରେନ୍ଦ୍ରଙ୍କୁ ସିଦ୍ଧ କଲେ । ତାଙ୍କ ଜୀବନରେ ଅନେକ ଉଚ୍ଚ ଆଧ୍ୟାତ୍ମିକ ଅନୁଭୂତିର ବିକାଶ ହେବାକୁ ଲାଗିଲା । ଦିନେ ସେ ଶ୍ରୀରାମକୃଷ୍ଣଦେବଙ୍କୁ ଧରି ବସିଲେ, କହିଲେ, ‘ମୁଁ ଶୁକଦେବଙ୍କ ପରି ନିର୍ବିକଳ୍ପ ସମାଧିଦ୍ୱାରା ସଚ୍ଚିଦାନନ୍ଦ ସାଗରରେ ବୁଡ଼ି ଯିବାକୁ ଚାହେଁ ।’ ନରେନ୍ଦ୍ରଙ୍କର ପ୍ରାର୍ଥନା ଶୁଣି ପରମହଂସଦେବ କହି ଉଠିଲେ, ‘ଛି ! ଛି ! ତୁ ଏତେବଡ଼ ଆଧାର ! ତୋ ମୁହଁରେ ଏଇ କଥା ! ତୁ ଖାଲି ନିଜର ମୁକ୍ତି ଚାହୁଁ !‘ ପରେ ଶ୍ରୀରାମକୃଷ୍ଣ କହିଥିଲେ, ଆଚ୍ଛା ଯା’, ମା’ର ଇଚ୍ଛା ହେଲେ ତାହା ହିଁ ହେବ ।’ ଏହାର କିଛିଦିନ ପରେ ଏକ ସନ୍ଧ୍ୟାରେ କାଶୀପୁରଠାରେ ନରେନ୍ଦ୍ର ଧ୍ୟାନରେ ବସିଛନ୍ତି; କ୍ରମେ ତାଙ୍କର ବାହ୍ୟଜ୍ଞାନ ଲୁପ୍ତ ହେଲା । ଦେହରେ ପ୍ରାଣର ଚିହ୍ନମାତ୍ର ରହିଲା ନାହିଁ । ନିର୍ବିକଳ୍ପ ସମାଧିରେ ସେ ସ୍ଥିର ହୋଇଗଲେ । ଅନେକ କ୍ଷଣ ପରେ ଜୀବକଲ୍ୟାଣରୂପକ ଏକମାତ୍ର ଭାବନା ଅବଲମ୍ବନ କରି ନରେନ୍ଦ୍ରଙ୍କର ମନ ନିର୍ବିକଳ୍ପ-ଭୂମିରୂ ଜୀବ-ଭୂମିକୁ ଖସି ଆସିଲା । ‘ବହୁଜନହିତାୟ’ କର୍ମର ବାସନା ତାଙ୍କ ମନରେ ଜାଗି ଉଠିଲା । ନରେନ୍ଦ୍ର ପରମହଂସଦେବଙ୍କ ନିକଟକୁ ଯିବାମାତ୍ରେ ସେ ଆନନ୍ଦରେ ଉଛୁଳି ପଡ଼ିଲେ । କହିଲେ, '‘ଏଥର ତ ମା’ ତୋତେ ସବୁ ଦେଖାଇଦେଲେ, କିନ୍ତୁ ବର୍ତ୍ତମାନ ସେସବୁ ଚାବି ପଡ଼ି ରହିଲା । ତୋତେ ମା’ଙ୍କର ଅନେକ କାମ କରିବାକୁ ହେବ । କାମ ଶେଷ ହେଲେ ପୁଣି ଏହି ଅବସ୍ଥା ଫେରି ପାଇବୁ ।'’ ଶ୍ରୀରାମକୃଷ୍ଣ ହିଁ ତାଙ୍କୁ ନିୟୋଜିତ କରିଥିଲେ ଜଗତର ହିତ ସାଧନରେ ।
ନରେନ୍ଦ୍ରନାଥ ପ୍ରାୟ ଛଅବର୍ଷକାଳ ଶ୍ରୀରାମକୃଷ୍ଣଙ୍କର ସଙ୍ଗଲାଭ କରିଥିଲେ । ଏହି ସମୟ ମଧ୍ୟରେ ତାଙ୍କ କୃପାରୁ ନରେନ୍ଦ୍ରଙ୍କର ଆଧ୍ୟାତ୍ମିକ ଜୀବନର ପୂର୍ଣ୍ଣ ବିକାଶ ହୋଇଥିଲା । ସେ ନିଃସନ୍ଦେହରେ ବୁଝିପାରିଥିଲେ ରାମଚନ୍ଦ୍ର, ଶ୍ରୀକୃଷ୍ଣ, ବୁଦ୍ଧ, ଯୀଶୁଖ୍ରୀଷ୍ଟ ଓ ଶ୍ରୀଚୈତନ୍ୟଙ୍କ ପରି ଶ୍ରୀରାମକୃଷ୍ଣ ମଧ୍ୟ ଭଗବାନଙ୍କର ଅବତାର । ଧର୍ମର ଗ୍ଳାନି ଦୂର କରି ସମଗ୍ର ବିଶ୍ୱରେ ସାର୍ବଜନୀନ ଉଦାର ଆଧ୍ୟାତ୍ମିକ ସତ୍ୟର ଆଲୋକ ଦେଖାଇବାକୁ ହିଁ ତାଙ୍କର ଜନ୍ମ । ଶ୍ରୀରାମକୃଷ୍ଣ ତାଙ୍କର ଅସମାପ୍ତ କାର୍ଯ୍ୟଭାର ନରେନ୍ଦ୍ରଙ୍କ ଉପରେ ଅର୍ପଣ କରି ୧୮୮୬ ଖ୍ରୀଷ୍ଟାବ୍ଦ ଅଗଷ୍ଟ ୧୬ ତାରିଖ ସୋମବାର ମହାନିଶାରେ ସମାଧିଯୋଗେ ଶରୀର ତ୍ୟାଗ କରି ସ୍ୱଧାମକୁ ଚାଲିଗଲେ ।ଦେହତ୍ୟାଗର କିଛିଦିନ ପୂର୍ବରୁ ଶ୍ରୀରାମକୃଷ୍ଣ ନରେନ୍ଦ୍ରାଦି କେତେଜଣ ଯୁବକ ଭକ୍ତଙ୍କୁ ତ୍ୟାଗ-ମନ୍ତ୍ରରେ ଦୀକ୍ଷିତ କରିଥିଲେ । ତାଙ୍କର ତିରୋଧାନ ପରେ ନରେନ୍ଦ୍ର ଯୁବକ ଗୁରୁଭାଇମାନଙ୍କୁ ଏକତ୍ରିତ କରି ବରାହନଗରରେ ଗୋଟିଏ ପରିତ୍ୟକ୍ତ ଭଙ୍ଗା ଘର ଭଡ଼ା ନେଇ ମଠ ସ୍ଥାପନ କଲେ । ଶ୍ରୀରାମକୃଷ୍ଣଦେବଙ୍କର ପୂଜାଦି ପ୍ରବର୍ତ୍ତିତ ହେଲା । ଗୁରୁଦେବଙ୍କର ସାଧନାକୁ ନିଜ ଜୀବନରେ ଫୁଟାଇ ତୋଳିବା ପାଇଁ ସେମାନେ ତୀବ୍ର ତପସ୍ୟା, ଶାସ୍ତ୍ରାନୁଶୀଳନ, ଭଜନ, କୀର୍ତ୍ତନ ଓ ବିଦ୍ୟାଚର୍ଚ୍ଚାରେ ବ୍ରତୀ ହେଲେ । ଶ୍ରୀରାମକୃଷ୍ଣ-ତ୍ୟାଗୀସଂଘର ଭିତ୍ତିସ୍ଥାପନ ହେଲା ସେହି ବରାହନଗର ମଠରେ । ୧୮୮୭ ଖ୍ରୀଷ୍ଟାବ୍ଦର ପ୍ରଥମ ଭାଗରେ ନରେନ୍ଦ୍ର ଗୁରୁଭାଇମାନଙ୍କ ମଧ୍ୟରୁ କେତେଜଣଙ୍କ ସହିତ ବିରଜା ହୋମ କରି ସନ୍ନ୍ୟାସ ନେଲେ ଓ ନୂତନ ନାମ ଓ ବେଶରେ ଭୂଷିତ ହେଲେ । ଜୀବନର ନୂତନ ବ୍ରତ ହେଲା ତାଙ୍କ ଜୀବନର ନୂତନ ବ୍ରତ ହେଲା 'ଆତ୍ମନୋ ମୋକ୍ଷାର୍ଥ ଜଗଦ୍ଦିତାୟ ଚ' ।'ପ୍ରାୟ ଦୁଇ ବର୍ଷ କାଳ ବରାହନଗର ମଠରେ ସାଧନ ଭଜନରେ ଅତିବାହିତ କରିବା ପରେ ମଠକୁ କିଞ୍ଚିତ୍ ସୁପ୍ରତିଷ୍ଠିତ ଦେଖି ସ୍ୱାମୀଜୀ ଦଣ୍ଡ-କମଣ୍ଡଳୁଧାରୀ କପର୍ଦକ ଶୂନ୍ୟ ଅବସ୍ଥାରେ ପ୍ରବ୍ରଜ୍ୟାରେ ବାହାରିଲେ । ବାରାଣସୀ, ଅଯୋଧ୍ୟା, ଲକ୍ଷ୍ନୌ, ଆଗ୍ରା, ବୃନ୍ଦାବନ ଓ ହରିଦ୍ୱାର ପ୍ରଭୃତି ଦର୍ଶନ କଲେ । ଏହି ଭ୍ରମଣ ମାଧ୍ୟମରେ ସେ ଅନେକ କିଛି ଶିଖିଥିଲେ ଏବଂ ତାଙ୍କ ଅନ୍ତର ମଧ୍ୟରେ ଶ୍ରୀରାମକୃଷ୍ଣ-ଅର୍ପିତ ଭବିଷ୍ୟତ କର୍ମପଦ୍ଧତି ଗୋଟିଏ ସକ୍ରିୟ ରୂପ ନେଇଥିଲା । ଭାରତର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ସୁସ୍ପଷ୍ଟ ଛବି ଭାସି ଉଠୁଥିଲା ତାଙ୍କର ଯୋଗଜ ଦୃଷ୍ଟି ସମ୍ମୁଖରେ । ଅଶିକ୍ଷା, ଅନାହାର ଓ ନଗ୍ନତାକ୍ଳିଷ୍ଟ କୋଟି କୋଟି ଭାରତବାସୀଙ୍କର ଦୁଃଖଦୁର୍ଦ୍ଦଶା ଦେଖି ତାଙ୍କର ବିଶାଳ ହୃଦୟ ମଥିତ ହେଉଥିଲା ଏବଂ ତାହାର ପ୍ରତିକାର ଚିନ୍ତାରେ ସେ ଅସ୍ଥିର ହେଉଥିଲେ ।
କିଛିଦିନ ପରେ ଶାରୀରିକ ଅସୁସ୍ଥତା ପାଇଁ ସେ ବରାହନଗର ମଠକୁ ଫେରି ଆସିଲେ । ପୁନରାୟ ୧୮୯୦ ଖ୍ରୀଷ୍ଟାବ୍ଦ ଜୁଲାଇ ମାସରେ ସେ ନିଷ୍କ୍ରାନ୍ତ ହେଲେ ପରିବ୍ରଜ୍ୟାରେ । ବୈଦ୍ୟନାଥ, ବାରାଣସୀ, ଅଯୋଧ୍ୟା ହୋଇ ହିମାଳୟସ୍ଥ ଆଲମୋଡ଼ାରେ କିଛି ଦିନ ତପସ୍ୟା କରି କଟାଇଲେ । ପରେ ଅଳକାନନ୍ଦା, ମନ୍ଦାକିନୀ ଓ ଭାଗିରଥି ତୀରରେ ତପସ୍ୟାରେ କିଛିମାସ ଅତିବାହିତ କରି ଆସିଲେ ହୃଷୀକେଶକୁ । ସେଠାରେ କିଛିଦିନ ତୀବ୍ର ତପସ୍ୟା କରି କଟାଇବା ପରେ ସ୍ୱାମୀଜୀ ମରଣାପନ୍ନ ରୋଗରେ ଆକ୍ରାନ୍ତ ହେଲେ ।
ପ୍ରବାସୀ ଭାରତୀୟ ଦିବସ
ପ୍ରବାସୀ ଭାରତୀୟ ଦିବସ
-------------------
ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ବ ସମୟରେ ପ୍ରଥମ ଥର ପାଇଁ ଜାନୁଆରୀ ୯ ତାରିଖ , ୨୦୦୩ ମସିହାରେ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯାଇଥିଲା ନୂଆଦିଲ୍ଲୀରେ । ଜାତୀୟ ମୁକ୍ତି ଆନ୍ଦୋଳନର ମହାନାୟକ ମହାତ୍ମାଗାନ୍ଧୀଙ୍କ ଅମୃତ ଅମ୍ଲାନ ସ୍ମୃତି ପ୍ରତି ତାହା ଥିଲା ଏକ କୃତଜ୍ଞ ରାଷ୍ଟ୍ରର ସ୍ମରଣୀୟ କାର୍ଯ୍ୟକ୍ରମ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜାନୁଆରୀ ,୯ ତାରିଖ,୧୯୧୫ ମସିହାରେ ମୋହନଦାସ କରମ ଚାନ୍ଦ ଗାନ୍ଧୀ ଦକ୍ଷିଣ ଆଫ୍ରିକାରୁ ଆସି ଭାରତରେ ପହଞ୍ଚିଥିଲେ। ଏହି ଦିବସକୁ ସ୍ମରଣୀୟ କରିବା ପାଇଁ ତାହା ଥିଲା ବରେଣ୍ୟ ବାଜପେୟୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନିଷ୍ପତ୍ତି । ଏହି ଦିବସ ପାଳନର ଉଦ୍ଦେଶ୍ୟ ଥିଲା ଭାରତ ପ୍ରତି ପ୍ରବାସୀ ଭାରତୀୟଙ୍କ ଚିନ୍ତାଧାରା, ସେମାନଙ୍କର ଭାବନାକୁ ପ୍ରକାଶ କରିବା ସହିତ ସେମାନଙ୍କ ଦେଶବାସୀଙ୍କ ସହିତ ସକରାତ୍ମକ କଥାବାର୍ତ୍ତା ପାଇଁ ଏକ ମଞ୍ଚ ଯୋଗାଇବା । ଏତଦ୍ ବ୍ୟତୀତ ପ୍ରବାସୀ ଭାଇମାନଙ୍କ ସଫଳତା ବିଷୟରେ ଭାରତର ଲୋକଙ୍କୁ ଅବଗତ କରାଇବା ଏବଂ ସେମାନଙ୍କଠାରୁ ଦେଶବାସୀଙ୍କ ଆଶା ବିଷୟରେ ପ୍ରବାସୀମାନଙ୍କୁ ଅବଗତ କରାଇବା । ସେହିପରି ବିଶ୍ୱର ୧୧୦ଟି ଦେଶରେ ରହୁଥିବା ପ୍ରବାସୀ ଭାରତୀୟଙ୍କର ଏକ ଭାବ ବିନିମୟ, ପରସ୍ପର ମଧ୍ୟରେ ସମ୍ପର୍କ ସ୍ଥାପନ ବା ଏକ ନେଟୱର୍କ ସୃଷ୍ଟି କରିବା । ଏଥି ସହିତ ଭାରତର ଅନ୍ୟ ଦେଶମାନଙ୍କ ସହିତ ଥିବା ଆନ୍ତରିକ ସମ୍ପର୍କରେ ପ୍ରବାସୀମାନଙ୍କ ଭୂମିକା ବିଷୟରେ ସାଧାରଣ ଲୋକଙ୍କୁ ଅବଗତ କରାଇବା ଏବଂ ଭାରତର ଯୁବ ପିଢିକୁ ପ୍ରବାସୀ ଭାଇ ଭଉଣୀ ମାନଙ୍କ ସହିତ ସଂଯୋଗ କରିବା ସହିତ ବିଦେଶରେ ଭାରତୀୟ ଶ୍ରମିକମାନେ ସମ୍ମୁଖୀନ ହେଉଥିବା ଅସୁବିଧା ବିଷୟରେ ଆଲୋଚନା କରିବା । ଅତଏବ ୨୦୦୩ ଓ ୨୦୦୪ ମସିହାରେ ନୂଆଦିଲ୍ଲୀରେ,୨୦୦୫ ମସିହାରେ ମୁମ୍ବାଇ ଠାରେ,୨୦୦୬ ମସିହାରେ ହାଇଦ୍ରାବାଦ ,୨୦୦୭ ଓ ୨୦୦୮ରେ ପୁନଃ ନୂଆ ଦିଲ୍ଲୀ ଠାରେ,୨୦୦୯ରେ ଚେନ୍ନାଇ ,୨୦୧୦ ଓ ୨୦୧୧ରେ ପୁନଃ ନୂଆଦିଲ୍ଲୀ,
୨୦୧୨ରେ ଜୟପୁର ଠାରେ,୨୦୧୩ ମସିହାରେ
କୋଚି ଠାରେ ,୨୦୧୪ ମସିହାରେ ନୂଆ ଦିଲ୍ଲୀ ,୨୦୧୫ ମସିହାରେ ଗାନ୍ଧୀନଗର ଠାରେ,୨୦୧୭ ମସିହାରେ
ବେଙ୍ଗାଲୁରୁ ଠାରେ,୨୦୧୯ ମସିହାରେ ବାରାଣସୀ ଠାରେ , ୨୦୨୧ ମସିହାରେ ଆଭାସୀ ମାଧ୍ୟମରେ ଏବଂ
୨୦୨୩ ମସିହାରେ ଇନ୍ଦୋର ଠାରେ ଆୟୋଜିତ ହୋଇଥିଲା । ଗତ ବର୍ଷ ଆମ ରାଜ୍ୟରେ ବିଜେପି ସରକାର ଗଠନ କରିବା ପରେ, ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିଲା ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ। ଗତବର୍ଷ ଆଜିର ଦିନରେ ପ୍ରବାସୀ ଭାରତୀୟ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମ ମୁଖ ପୁସ୍ତକରେ ଉପସ୍ଥାପନ କରିଥିବା ଅଭିବ୍ୟକ୍ତି ଅବିକଳ ଭାବେ ଉଲ୍ଲେଖ କରୁଛୁ , ବିଗତ ଗୋଟିଏ ବର୍ଷ ମଧ୍ୟରେ ହୋଇଥିବା ଉପଲବ୍ଧ ସମ୍ପର୍କରେ ଅନୁଶୀଳନ କରିବା ପାଇଁ ।
"ଏଥର ଓଡ଼ିଶାରେ ଅନୁଷ୍ଠିତ ହେଉଛି ପ୍ରବାସୀ ଭାରତୀୟ ଦିବସ। ଭାରତ ସରକାରଙ୍କ ବିଦେଶ ମନ୍ତ୍ରଣାଳୟର ଏହି ମହତ୍ତ୍ୱାକାଂକ୍ଷୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଭିନ୍ନ ଦେଶରେ ରହୁଥିବା ଭାରତୀୟମାନଙ୍କୁ ଏକସୂତ୍ରରେ ବାନ୍ଧି ସମ୍ପର୍କ ସ୍ଥାପନ କରିବା। ପରସ୍ପର ସହ ଆଲୋଚନା ଓ ଭାବବିନିମୟ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ। ବିଦେଶ ମାଟିରେ ରହୁଥିବା ଭାରତୀୟ ଓ ଭାରତୀୟ ବଂଶୋଦ୍ଭବଙ୍କୁ ନିଜ ସଂସ୍କୃତି, ପରମ୍ପରା, ଐତିହ୍ୟ ତଥା ନିଜ ପୂର୍ବପୁରୁଷମାନଙ୍କର ସ୍ମୃତି ସହ ଯୋଡିବା ପାଇଁ ଏହା ଏକ ଅନନ୍ୟ କାର୍ଯ୍ୟକ୍ରମ। ଏହାଦ୍ବାରା ସେମାନେ ସାରା ଦେଶ ଓ ସେମାନଙ୍କ ମୂଳ ରାଜ୍ୟର ସ୍ଥିତି ଜାଣିବା ସହ ସେମାନଙ୍କ ଅନୁଭବ ଓ ପ୍ରତିଷ୍ଠାର ଲାଭ ଦେଶକୁ ପହଞ୍ଚାଇବାର ମଧ୍ୟ ଅନେକ ସମ୍ଭାବନା ଅତୀତରେ ସୃଷ୍ଟି ହୋଇଛି। ଓଡିଶାକୁ ଏହାର ଆୟୋଜନର ସୁଯୋଗ ଦେଇଥିବାରୁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବରେ ସାଢେ ୪ କୋଟି ଓଡ଼ିଆଙ୍କ ତରଫରୁ ମୁଁ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ତଥା ବିଶ୍ୱର ଅଦ୍ୱିତୀୟ ଜନନାୟକ ନରେନ୍ଦ୍ର ମୋଦୀଙ୍କୁ ଅଶେଷ କୃତଜ୍ଞତା ଜ୍ଞାପନ କରୁଛି। ତାଙ୍କ ପରି ଦୂରଦ୍ରଷ୍ଟା ଓ ସର୍ବଜନବିଦିତ ରାଷ୍ଟ୍ରନେତାଙ୍କ ଦିଗ୍ଦର୍ଶନ ଓ ଆନ୍ତରିକ ସମ୍ପୃକ୍ତି ଆମ ରାଜ୍ୟ ପାଇଁ ଏକ ଅଭୁଲା ଅଧ୍ୟାୟ ସୃଷ୍ଟି କରିବ। ଓଡ଼ିଶାରେ ତଥା ପୂର୍ବଭାରତରେ ଭାରତ ସରକାରଙ୍କର ଏଭଳି ବିଶାଳ ଓ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମ ଆୟୋଜନ ଦ୍ବାରା କେବଳ ଓଡ଼ିଶା ଲାଭାନ୍ବିତ ହେବ ବୋଲି କହିବାକୁ ଚାହୁନି। ଏହି ଆୟୋଜନ ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିରେ ଯେଉଁ ବିଶାଳ ଲକ୍ଷ୍ୟ ରହିଛି, ଯଦି ଆମେ ତାହା ହୃଦୟଙ୍ଗମ କରିବା ଓ ନିଜକୁ ବିକାଶର ମଞ୍ଚରେ ସାମିଲ କରିବା ତେବେ ନିଶ୍ଚିତଭାବେ ଆମ ରାଜ୍ୟକୁ ପ୍ରଗତିର ଶୀର୍ଷକୁ ନେଇପାରିବା ଏଥିରେ ମୋର ତିଳେମାତ୍ର ସନ୍ଦେହ ନାହିଁ।
ଦିଲ୍ଲୀରେ ମୋଦିଜୀଙ୍କର ହେଉ ବା ଓଡ଼ିଶାରେ ତାଙ୍କ ମାର୍ଗଦର୍ଶନରେ ଚାଲିଥିବା ଆମ ସରକାର ହେଉ, ଉଭୟ ସବୁବେଳେ ଲୋକଙ୍କ ସରକାର। ସାଧାରଣ ଲୋକଙ୍କ ସୁଖଦୁଃଖ ଓ ଅଭାବ-ଅସୁବିଧାକୁ ଆମେ ଦେଖିଶୁଣି ଚୁପ ରହିନୁ ବରଂ ତ୍ୱରିତ ସମାଧାନ ଓ ଲୋକାଭିମୁଖୀ ଉତ୍ତରଦାୟିତ୍ୱ ମାଧ୍ୟମରେ ବୈପ୍ଳବିକ ପରିବର୍ତ୍ତନର ପ୍ରୟାସ କରିଆସିଛୁ। ମୋଦିଜୀ ଯେତେବେଳେ ଓଡିଶାକୁ ପ୍ରବାସୀ ଭାରତୀୟ ଦିବସର ଭବ୍ୟ ଆୟୋଜନର ଦାୟିତ୍ୱ ଦେଇଛନ୍ତି, ତାଙ୍କ ନେତୃତ୍ୱରେ ସାଢେ ୪ କୋଟି ଓଡିଆ ଯଦି ପାଦେପାଦେ ଆଗକୁ ଚାଲିବେ, ତା’ହେଲେ ଓଡ଼ିଶା ଆଗକୁ ବଢ଼ିବ। କହିବାର ଉଦ୍ଦେଶ୍ୟ, ଆମେ ଓଡ଼ିଶାବାସୀ ଓଡ଼ିଶାର ଭାଗ୍ୟନିର୍ଦ୍ଧାରକ। ଯଦି ଏ ଜାତି ଆଗକୁ ବଢିବା ପାଇଁ ଦୃଢ ସଂକଳ୍ପ ନିଏ ତେବେ ଏହାର ପ୍ରଗତିକୁ କେହି ରୋକିପାରିବେ ନାହିଁ।
ମୋ ମତରେ ପ୍ରବାସୀ ଭାରତୀୟ ଦିବସ ଏକ ପ୍ରତୀକାତ୍ମକ କାର୍ଯ୍ୟକ୍ରମ ହୋଇଥାଇପାରେ, ମାତ୍ର ଏହାର ଦର୍ଶନ ଆମ ସଭିଙ୍କୁ ହୃଦୟଙ୍ଗମ କରିବାକୁ ପଡ଼ିବ ଓ ଓଡ଼ିଶାକୁ ପ୍ରଗତିର ଶୀର୍ଷରେ ପହଞ୍ଚାଇବା ପାଇଁ ଦୃଢ ସଂକଳ୍ପ ନେବାକୁ ପଡିବ। ନୂଆ ଊର୍ଜା ଓ ନୂଆ ପ୍ରତିବଦ୍ଧତା ନେଇ ଆମକୁ ଓଡ଼ିଶା ପାଇଁ ସ୍ବପ୍ନ ଦେଖିବାକୁ ହେବ। ଲୋକଙ୍କ ଆସ୍ଥା ଓ ଭଲପାଇବା ହିଁ ହେବ ଆମ ସମ୍ପତ୍ତି। ୬ ମାସ ପୂର୍ବରୁ ମୁଖ୍ୟମନ୍ତ୍ରୀର ଦାୟିତ୍ୱ ନେବାପରେ ମୁଁ ଯେବେ ଯେବେ ଆଜିର ଓଡ଼ିଶାର ନୂଆ ପିଢ଼ି ସହ ମିଶିଛି, ସେମାନଙ୍କ ଆଖିରେ ନିଜେ ବଡ଼ ହେବାର ଓ ଆମ ମାତୃଭୂମିକୁ ପ୍ରଗତିର ଶୀର୍ଷରେ ପହଞ୍ଚାଇବାର ସଂକଳ୍ପର ଝଲକ ମର୍ମେ ମର୍ମେ ଅନୁଭବ କରିଛି। ମୋର ପ୍ରିୟ ରାଜ୍ୟବାସୀ! ‘ଓଡ଼ିଶା ଧନୀ ଓ ଓଡ଼ିଆ ଗରିବ’- ଏହା କହି ଆମେ କେତେଦିନ ଶାନ୍ତିରେ ଶୋଇପାରିବା? ବୋଧହୁଏ, ମୋଦିଜୀ ଓଡିଶାକୁ ପ୍ରବାସୀ କାର୍ଯ୍ୟକ୍ରମ ଆୟୋଜନର ଦାୟିତ୍ବ ଦେବା ଆମର ସାଢେ ୪ କୋଟି ଓଡ଼ିଆଙ୍କୁ ଆତ୍ମସମୀକ୍ଷା ପାଇଁ ସୁଯୋଗ ସୃଷ୍ଟି କରିଛି। ଓଡ଼ିଶାର ମାଟିତଳେ ମହାପ୍ରଭୁ ଶ୍ରୀଜଗନ୍ନାଥ ଅମାପ ଖଣିଜସମ୍ପଦ ରଖିଛନ୍ତି। ଉଚ୍ଚମାନର ଲୁହାପଥର, ବକ୍ସାଇଟ, କ୍ରୋମାଇଟ୍, ମାଙ୍ଗାନିଜ, କୋଇଲା, ଚୂନପଥର, ଡୋଲମାଇଟ୍, ନିକେଲ୍, ଗ୍ରାଫାଇଟ୍ ଆଦିର ଅମାପ ଭଣ୍ଡାର ଦେଇଛନ୍ତି। ଆମର ନଦନଦୀ, ଜଳଶକ୍ତି ଓଡ଼ିଶାକୁ ବେଶ୍ ସମୃଦ୍ଧ କରିଛି। ୪୮୦ କିଲୋମିଟର ବ୍ୟାପୀ ସୁଦୀର୍ଘ ବେଳାଭୂମି ଆମର ଅନନ୍ୟ ସମ୍ପଦ। ନୀଳ ଅର୍ଥନୀତିର ବଡ଼ ସମ୍ଭାବନାର ସୁଯୋଗ ଆମକୁ ଦେଇଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ଓଡ଼ିଶା ପାଖରେ ଅଛି ଅମାପ ଜଙ୍ଗଲ ସମ୍ପଦ। ଜଙ୍ଗଲ ସହ ଜଡ଼ିତ ବନଜାତ ଦ୍ରବ୍ୟ ଆଦି ବିକାଶର ବାଟରେ ଆମ ରାଜ୍ୟକୁ ଆଗେଇ ନେବାପାଇଁ ଅନେକ ସୁଯୋଗ ସୃଷ୍ଟି କରିଛି।ଓଡ଼ିଶା ଆଜି ଭୌତିକ ଦୃଷ୍ଟିରୁ ଦେଶର ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ହୁଏତ ପଛରେ ଥାଇପାରେ। ମାତ୍ର ଆମ ଯୁବପିଢ଼ିର ବୌଦ୍ଧିକ ଶକ୍ତି ଦେଶର କୌଣସି ବି ରାଜ୍ୟଠାରୁ ପଛରେ ନାହିଁ, ଏକଥା ମୁଁ ଦୃଢ଼ତାର ସହ କହିପାରିବି। ବୁଦ୍ଧି ଆଧାରିତ ସୂଚନା-ପ୍ରଯୁକ୍ତି ବା ଆଇଟି ଶିଳ୍ପରେ ନୂଆ ଓଡ଼ିଆ ପିଢ଼ିଙ୍କ ଯୋଗଦାନକୁ ଯେ କେହି ସ୍ୱୀକାର କରିବ। ଓଡ଼ିଆ ଜାତି ପରିଶ୍ରମୀ। ଅଥଚ ଆମେ ଆମର ସବୁ ଲୋକଙ୍କୁ ଆମ ମାଟିରେ ରୋଜଗାରର ସୁଯୋଗ ଯୋଗାଇ ଦେଇ ପାରିନାହୁଁ। ମାତ୍ର ଆମ ଲୋକମାନଙ୍କର ମୁଣ୍ଡର ଝାଳ ଓ ଅକଲରେ ଦେଶର ପଶ୍ଚିମ ଓ ଦକ୍ଷିଣ ପ୍ରଦେଶମାନେ ଯେ, ଆର୍ଥିକ ପ୍ରଗତିର ଶୀର୍ଷକୁ ଯିବାରେ ସଫଳ ହୋଇଛନ୍ତି ଏଥିରେ କେହି ଦ୍ୱିମତ ହେବେ ନାହିଁ। ଏସବୁ ପ୍ରସଙ୍ଗ ଉଠାଇବା ପଛରେ ମୋ ମନରେ ଏକ ଆବେଗ ଅଛି। ଆମେ ଆମର ଅପାର ସମ୍ଭାବନାକୁ ଠିକ୍ଭାବେ ଉପଯୋଗ ନ କରିବା କାରଣରୁ ଆମେ ସାରା ଦେଶରେ ଅନ୍ୟ ରାଜ୍ୟଗୁଡିକ ତୁଳନାରେ ପ୍ରଗତିର ମାପଦଣ୍ଡରେ ପଛରେ ପଡ଼ିଛୁ। କାହାକୁ ଦୋଷ ଦେଇ ନିଜ ମୁଣ୍ଡରୁ ଦାୟିତ୍ୱ ଖସାଇବା ମୋ ଭଳି ଗରିବ ପୁଷ୍ଠଭୂମିରୁ ସଂଘର୍ଷର ରାସ୍ତା ଆପଣାଇ ଏହି ସ୍ଥାନରେ ପହଞ୍ଚିଥିବା ମେହନତୀ ମଣିଷ ପକ୍ଷରେ ସମ୍ଭବ ନୁହେଁ। ମୁଁ ଜାଣେ ଯେ, ଆମେ ଯାବତୀୟ ତାଡ଼ନାର ଅନ୍ଧାର ଭିତରୁ ନିଜର ଦୃଢ଼ସଂକଳ୍ପ ଓ କର୍ମଯୋଗ ବଳରେ ସମଗ୍ର ବିଶ୍ୱକୁ ଆଲୋକିତ କରିପାରିବା।
ମୋଦିଜୀ ଦେଇଥିବା ପ୍ରବାସୀ ଭାରତୀୟ ଦିବସ ଆୟୋଜନର ସୁଯୋଗ ଭିତରେ ମୁଁ ଓଡ଼ିଶାର ଭାଗ୍ୟ ପରିବର୍ତ୍ତନର ସମ୍ଭାବନା ଦେଖୁଛି। ବର୍ତ୍ତମାନ ଓଡ଼ିଶାର ସ୍ଥିତିର ବର୍ଣ୍ଣନା କରିବାର ଇଚ୍ଛା ଥିଲେ ମଧ୍ୟ ପ୍ରତୀକାତ୍ମକ ଭାବରେ ଗୋଟିଏ ଆବେଗପୂର୍ଣ୍ଣ ବିଷୟକୁ ମୋର ପ୍ରିୟ ଓଡ଼ିଶାବାସୀଙ୍କ ସାମ୍ନାରେ ରଖିବାକୁ ଚାହୁଛି। ତଥ୍ୟ କହୁଛି, ରାଜ୍ୟର ଗର୍ଭବତୀ ମହିଳାଙ୍କ ମଧ୍ୟରେ ୬୨ ପ୍ରତିଶତ ରକ୍ତହୀନତାର ଶିକାର। ଏହି ହାର ରାଷ୍ଟ୍ରୀୟ ହାରଠାରୁ ୧୦ ପ୍ରତିଶତ ଅଧିକ। ତଥ୍ୟ କହୁଛି, ଗତ ୫ ବର୍ଷରେ ରକ୍ତହୀନତାର ଶିକାର ମହିଳା ସଂଖ୍ୟା ଆମ ରାଜ୍ୟରେ ୧୪ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ୫ ବର୍ଷରୁ କମ୍ ଶିଶୁଙ୍କ ମଧ୍ୟରୁ ୩୦ ପ୍ରତିଶତଙ୍କ ଓଜନ ଅପେକ୍ଷିତ ଓଜନଠାରୁ କମ୍। ବୟସ ଅନୁସାରେ ଉଚ୍ଚତା ଓ ଉଚ୍ଚତା ଅନୁସାରେ ଓଜନର ମାପଦଣ୍ଡରେ ରାଷ୍ଟ୍ରୀୟ ହାରଠାରୁ ଓଡ଼ିଶା ବହୁ ପଛରେ। ଯଦି ନୂଆପିଢ଼ି ନିର୍ବଳୁଆ ହୁଅନ୍ତି, ତେବେ ସଶକ୍ତ ଓଡ଼ିଶାର ଭାର କିଏ ବୋହିବ? ଓଡ଼ିଶା ପ୍ରଗତି କରିନି ବୋଲି କହୁନି, କିନ୍ତୁ ମାତୃ-ମୃତ୍ୟୁହାର ଓ ଶିଶୁ-ମୃତ୍ୟୁହାରରେ ରାଷ୍ଟ୍ରୀୟ ପରିସଂଖ୍ୟାନଠାରୁ ଓଡିଶା କାହିଁକି ପଛରେ ରହିବ ଏ ଚିନ୍ତା ମୋତେ ବ୍ୟଥିତ କରୁଛି। ଭଗବାନ ଆମକୁ ଖଣି ଦେଇଛନ୍ତି। ଗତ କିଛି ବର୍ଷରେ ମୋଦୀ ସରକାର ଖଣି ଓ ଖଣି-ଆଧାରିତ ନୀତିରେ ପରିବର୍ତ୍ତନ କରିଛନ୍ତି, ଯାହା ଓଡ଼ିଶା ସମେତ ଖଣିଥିବା ରାଜ୍ୟକୁ ଫାଇଦା ଦେଇଛି। ଫଳରେ ଓଡ଼ିଶାର ରୋଜଗାରର ଆକାର ବୃଦ୍ଧି ପାଇଛି। ସରକାରଙ୍କର ବଜେଟ୍ ଆକାର ବଢ଼ିଛି ସତ କିନ୍ତୁ ଓଡ଼ିଆ ଲୋକଙ୍କର ରୋଜଗାର ଯେତିକି ବଢ଼ିବା କଥା ସେତିକି ବଢ଼ିପାରି ନାହିଁ।ଆମକୁ ଲୋକଙ୍କ ପାଖରେ ରୋଜଗାର ପହଞ୍ଚାଇବାକୁ ପଡ଼ିବ। ଖଣି-ରାଜସ୍ୱ ତ ମିଳିବ କିନ୍ତୁ ଆମକୁ ଖଣି ବାହାରେ ଅନ୍ୟାନ୍ୟ ଦିଗରେ ସକାରାତ୍ମକ ବିକାଶ ଆଣି ନିଜକୁ ପ୍ରମାଣିତ କରିବାକୁ ପଡ଼ିବ। କୃଷି, କୃଷି-ଆଧାରିତ ଆନୁଷଙ୍ଗିକ କ୍ଷେତ୍ର ଓ କୃଷି ଉତ୍ପାଦର ପ୍ରକ୍ରିୟାକରଣର ସମ୍ଭାବନା ଖୋଜିବାକୁ ପଡ଼ିବ। ଓଡ଼ିଆ ଲୋକଙ୍କୁ ଚାକିରିଆ ନୁହେଁ, ବରଂ ରୋଜଗାର ସୃଷ୍ଟି କରିବା ପାଇଁ ଉଦ୍ୟୋଗୀ ହେବା ଲାଗି ମାନସିକ ସ୍ତରରେ ପ୍ରସ୍ତୁତ କରିବାକୁ ପଡ଼ିବ। କ୍ଷୁଦ୍ର ଓ ବୃହତ୍ ଶିଳ୍ପ ଏବଂ ଓଡ଼ିଶାର ପାରମ୍ପରିକ ବୟନଶିଳ୍ପ, ହସ୍ତକଳା ଆଦିକୁ ବିଶ୍ୱ ଦରବାରରେ ପହଞ୍ଚାଇବାର ବଡ଼ ଯୋଜନାକୁ କ୍ରିୟାନ୍ୱିତ କରିବାକୁ ପଡ଼ିବ। ଦେଶ ଏବେ ଅମୃତକାଳରେ। ୨୦୪୭ ମସିହାରେ ଆମେ ସ୍ୱାଧୀନତାର ୧୦୦ ବର୍ଷ ପାଳନ କରିବୁ। ମାତ୍ର ଏହା ପୂର୍ବରୁ ୨୦୩୬ ମସିହାରେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟଭାବେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ। ଆମର ସଂକଳ୍ପ, ଦେଶ ଯେତେବେଳେ ସ୍ବାଧୀନତାର ୧୦୦ ବର୍ଷ ପୂରଣ କରିବ, ଦେଶକୁ ବିଶ୍ୱର ତିନି ନମ୍ବର ଅର୍ଥନୀତି କରିବାରେ ଓଡ଼ିଶା ଏକ ନିର୍ଣ୍ଣାୟକ ଭୂମିକା ନେବ। ସେଥିପାଇଁ ୨୦୩୬ ସୁଦ୍ଧା ଓଡ଼ିଶାକୁ ଆର୍ଥିକ ଦୃଷ୍ଟିରୁ ଖାଲି ଭାରତର ନୁହେଁ ବିଶ୍ୱର ଅଗ୍ରଣୀ ଭୂଖଣ୍ଡ ଭାବେ ଗଢ଼ି ତୋଳିବା ପାଇଁ ଆମ ଯୋଜନାରେ ସଫଳ ହେବାକୁ ପଡ଼ିବ। ଆମ ଆତ୍ମବିଶ୍ୱାସ ଆମର ଶକ୍ତି। ଆମ ରାଜାଙ୍କ ବିଜୟ ପାଇଁ କଳାଧଳା ଘୋଡ଼ାରେ ଚଢ଼ି ଆମ ବଡ଼ଠାକୁର ଯୁଦ୍ଧକ୍ଷେତ୍ରକୁ ଓହ୍ଲାଇବା ଓଡିଆଙ୍କ ଲୋକବିଶ୍ୱାସ। ଓଡ଼ିଆ ସାଧବପୁଅ ସାତ ଦରିଆ ତେର ନଈ ଡେଇଁ ସମୁଦ୍ର ପଥରେ ବେପାରବଣିଜ କରି ଆମ ରାଜ୍ୟକୁ ଧନଧାନ୍ୟରେ ପୂର୍ଣ୍ଣ କରିଥିଲା। ମୋର ବିଶ୍ୱାସ ଓଡ଼ିଆଙ୍କ ଆତ୍ମବିଶ୍ୱାସକୁ ଆହୁରି ଦୃଢ କରି ଓଡ଼ିଶାକୁ ପ୍ରଗତିର ଶୀର୍ଷରେ ପହଞ୍ଚାଇବା ପାଇଁ ପ୍ରବାସୀ ଭାରତୀୟ ଦିବସ ଏକ ଉତ୍ପ୍ରେରକର ଭୂମିକା ନେବ।ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟ ଅଟଳ ବିହାରୀ ବାଜପେୟୀଙ୍କଠାରୁ ଆଜିର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପର୍ଯ୍ୟନ୍ତ ଦେଶ ବିକାଶର ନୂଆ ଧାରାର ସୂତ୍ରପାତ କରିଛନ୍ତି। ବାଜପେୟୀଜୀ ମହାତ୍ମା ଗାନ୍ଧୀଙ୍କ ଦକ୍ଷିଣ ଆଫ୍ରିକାରୁ ଭାରତ ଫେରିବାର ଦିବସ ଜାନୁଆରି ୯, ୧୯୧୫ ଆଧାରରେ ଜାନୁଆରି ୯କୁ ପ୍ରବାସୀ ଭାରତୀୟ ଦିବସ ଭାବେ ପାଳନ କରିବାର ଶୁଭାରମ୍ଭ କରିଥିଲେ। ବାଜପେୟୀଙ୍କ ଧାରାକୁ ନରେନ୍ଦ୍ର ମୋଦୀ ନୂଆ ଦିଶା ଦେଇ ପ୍ରବାସୀ ଭାରତୀୟ ଓ ଭାରତୀୟ ବଂଶୋଦ୍ଭବମାନଙ୍କୁ ନିଜ ଦେଶ ସହିତ ଯୋଡ଼ି ବିକାଶ ଧାରାରେ ସାମିଲ କରିବା ପାଇଁ ନୂଆ ରାସ୍ତା କାଢ଼ିଛନ୍ତି। ସମସ୍ତ ଓଡ଼ିଆଙ୍କୁ ମୋର ନିବେଦନ ଓଡ଼ିଶାରେ ଅନୁଷ୍ଠିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତୁ। ଦେଶ ଓ ରାଜ୍ୟକୁ ବିକାଶର ଶୀର୍ଷକୁ ନେବା ପାଇଁ ଦୃଢ ସଂକଳ୍ପ ନିଅନ୍ତୁ। ଏ ଜାତିର ଇତିହାସ, କଳା, ସଂସ୍କୃତି ଓ ସାମାଜିକ ବିକାଶର ଭଗୀରଥ ହୋଇ ରାଜ୍ୟକୁ ଉନ୍ନତିର ପଥରେ ଆଗେଇ ନିଅନ୍ତୁ। " ଆମେ ଏଠାରେ ଆଜି ଦିବସର ମହତ୍ତ୍ବ ସମ୍ପର୍କରେ ଏବଂ କେତେକ ଓଡ଼ିଶା ପ୍ରେକ୍ଷାପଟ୍ଟରେ ଅନାଲୋଚିତ ତଥ୍ୟ ପରବର୍ତ୍ତୀ ପିଢ଼ି ମାନଙ୍କ ପାଇଁ ଉଲ୍ଲେଖ କରୁଛୁ । ଏଠାରେ ପ୍ରସଙ୍ଗ କ୍ରମେ ଉଲ୍ଲେଖଯୋଗ୍ୟ ଯେ ସ୍ବଦେଶକୁ ବାହୁଡ଼ି ଆସିବା ପାଇଁ ତାଙ୍କୁ ୧୯୧୨ରେ ଅନୁରୋଧ କରିଥିଲେ ଦକ୍ଷିଣ ଆଫ୍ରିକା ଭ୍ରମଣରେ ଯାଇଥିବା ଗୋପାଳକୃଷ୍ଣ ଗୋଖ୍ଲେ। ମୁମ୍ବାଇର ପ୍ରଭାବଶାଳୀ ନାଗରିକ ସାର୍ ଫିରୋଜଶାହା ମେହତା, ଜେବି ପେଟିଟ୍, ବିଜି ହର୍ନିମାନ୍ ଓ ଗୋଖ୍ଲେ ପ୍ରମୁଖ ବ୍ରିଟିଶ୍ ସରକାରଙ୍କୁ ପ୍ରଭାବିତ କରି ଆପୋଲୋ ବନ୍ଦରରେ ମହାତ୍ମାଙ୍କ ଅବତରଣର ବ୍ୟବସ୍ଥା କରିଥିଲେ। ବାରିଷ୍ଟର ହୋଇଥିଲେ ହେଁ ମହାତ୍ମା କାଠିୟାୱାଡ଼ ବେଶଭୂଷାରେ ଧୋତି, କୁରୁତା ଓ ପଗଡ଼ି ପିନ୍ଧି ଓହ୍ଲାଇଥିଲେ। ବ୍ରିଟିଶ୍ ସରକାର ସହ ସମ୍ପୃକ୍ତ କିଛି ପଦାଧିକାରୀ ମହାତ୍ମାଙ୍କ ସମ୍ପର୍କରେ ଶୁଣିଥିଲେ ହେଁ ତାଙ୍କର ଭାରତ ଆଗମନକୁ ବିଶେଷ ଗୁରୁତ୍ୱ ଦେଇ ନ ଥିଲେ। କିନ୍ତୁ ଗାନ୍ଧିଜୀଙ୍କ ନେତୃତ୍ୱରେ ଭାରତରେ ବ୍ରିଟିଶ୍ରାଜର ଅନ୍ତ ଘଟିଥିଲା ବତିଶ ବର୍ଷ ପରେ। ଦେଶବାସୀଙ୍କ ପାଇଁ ସେ ଥିଲେ ନୂଆ ମୁହଁ। ତେଣୁ ସମୟ ନଷ୍ଟ ନ କରି ପ୍ରଥମେ ଭାରତ ଭ୍ରମଣ କରିବା ପାଇଁ ତାଙ୍କୁ ଉପଦେଶ ଦେଇଥିଲେ ଗୋଖ୍ଲେ। ସେ ଗୋଖ୍ଲେଙ୍କ ସର୍ଭାଣ୍ଟ୍ସ ଅଫ୍ ଇଣ୍ଡିଆ ସୋସାଇଟିର ସଦସ୍ୟ ହେବା ପରେ ଉକ୍ତ ସମାଜ ରେଳରେ ତାଙ୍କର ପ୍ରଥମ ଭାରତ ଭ୍ରମଣର ବ୍ୟବସ୍ଥା କରିଥିଲା। ୧୯୧୫ ଜାନୁଆରୀ ଶେଷଭାଗରେ ମହାତ୍ମାଙ୍କ ଯାତ୍ରା ରାଜକୋଟ୍ରୁ ଆରମ୍ଭ ହୋଇଥିଲା। ରାଜକୋଟ୍ରେ ଏକ ରେଳର ତୃତୀୟ ଶ୍ରେଣୀ ଡବାରେ ଚଢ଼ି ମହାତ୍ମା ଭାରତ ଭ୍ରମଣ ଆରମ୍ଭ କରିଥିଲେ। ପ୍ରଥମେ ଯାଇଥିଲେ କାଠିୟାୱାଡ଼ା। ସେଠାରେ ସେ ସତ୍ୟାଗ୍ରହ ଓ ଅହିଂସାର ବାଣୀ ପ୍ରଚାର କରିଥିଲେ। ତା’ପରେ ବାହାରିଥିଲେ ଅହମ୍ମଦାବାଦ। ଏହି ନଗରୀ ଉପକଣ୍ଠସ୍ଥ କୋଚରାବ ନାମକ ଗ୍ରାମରେ ପ୍ରଥମ ଆଶ୍ରମ ପ୍ରତିଷ୍ଠା କରି ସତ୍ୟାଗ୍ରହ ଆଶ୍ରମ ଭାବରେ ନାମିତ କରିଥିଲେ। ଅହମ୍ମଦାବାଦରୁ ବାହାରି ଯାଇ କୋଲକାତାର ଶାନ୍ତିନିକେତନରେ ପହଞ୍ଚତ୍ଥିଲେ । ରବୀନ୍ଦ୍ରନାଥ ଠାକୁର ଅନ୍ୟତ୍ର ଯାଇଥିବାରୁ ସଙ୍ଗେ ସଙ୍ଗେ ଭେଟ ହୋଇପାରି ନ ଥିଲା। ୧୯ ଫେବୃଆରୀ ୧୯୧୫ରେ ଗୋଖ୍ଲେଙ୍କ ଦେହାନ୍ତ ଖବର ପାଇ ପୁଣେ ଫେରିଥିଲେ। ଶୋକପାଳନ ପାଇଁ ଏକ ବର୍ଷ ଚପଲ ନ ପିନ୍ଧିବା ପାଇଁ ନିଷ୍ପତ୍ତି ନେଇଥିଲେ। ଗୋଖ୍ଲେଙ୍କ ସ୍ମୃତିରେ ଆୟୋଜିତ ଶୋକସଭାରେ ଯୋଗଦେଇ କୋଲକାତା ଫେରିଥିଲେ। ୬ ମାର୍ଚ୍ଚ ୧୯୧୫ରେ ଠାକୁରଙ୍କ ସହ ସାକ୍ଷାତ୍ ହୋଇଥିଲା ଏବଂ ସେ ହିଁ ତାଙ୍କୁ ପ୍ରଥମେ ମହାତ୍ମା ଭାବେ ସମ୍ବୋଧିତ କରିଥିଲେ। ୧୯୧୯-୨୦ରେ ପୁରୀ ଜିଲାରେ ଦୁର୍ଭିକ୍ଷ ପଡ଼ିଲା। ନ’ ଅଙ୍କ ଦୁର୍ଭିକ୍ଷ ପରେ ଏହା ଥିଲା ଓଡ଼ିଶା ପାଇଁ ଦ୍ୱିତୀୟ ବଡ଼ ପ୍ରାକୃତିକ ବିପର୍ଯ୍ୟୟ। ବ୍ରିଟିଶ୍ ସରକାର ସବୁ ଦେଖୁଥା’ନ୍ତି ସତ, ଲୋକଙ୍କୁ ଉଦ୍ଧାର କରିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରୁ ନଥା’ନ୍ତି। ଏହା ଉତ୍କଳମଣି ଗୋପବନ୍ଧୁଙ୍କୁ ଖୁବ୍ ବାଧିଲା। ମହାତ୍ମା ଜାଣିଲେ ହୁଏତ କିଛି ପ୍ରତିକାର ହୋଇପାରିବ ଭାବି ସେ ଚିଠି ଲେଖିଲେ। ଚିଠିଟି ପଢ଼ି ମହାତ୍ମା ବ୍ୟଥିତ ହେଲେ ଏବଂ ଗୁଜରାଟୀ ଭାଷାରେ ପ୍ରକାଶ ପାଉଥିବା ‘ନବ ଜୀବନ’ରେ ଓଡ଼ିଶାରେ ଦୁର୍ଭିକ୍ଷ ଶୀର୍ଷକ ଲେଖାଟିଏ ଲେଖିଥିଲେ। ଗୋପବନ୍ଧୁଙ୍କ ନିମନ୍ତ୍ରଣରେ ପ୍ରଥମ ଥର ପାଇଁ ମହାତ୍ମାଙ୍କ ପାଦ ଓଡ଼ିଶାରେ ପଡ଼ିଥିଲା। ୧୯୨୧ରେ ଆରମ୍ଭ ହୋଇଥିଲା ଅସହଯୋଗ ଆନ୍ଦୋଳନ। ଏହି ଆନ୍ଦୋଳନକୁ ସୁଦୂରପ୍ରସାରୀ କରିବା ପାଇଁ ମହାତ୍ମା ଦେଶର ବିଭିନ୍ନ ଅଞ୍ଚଳ ଗସ୍ତ କରୁଥିଲେ। ଏହି କ୍ରମରେ ୨୩ ମାର୍ଚ୍ଚ ୧୯୨୧ରେ ସେ କଟକରେ ପହଞ୍ଚିଥିଲେ। ସେ ଦିନ ଥିଲା ଦୋଳପୂର୍ଣ୍ଣିମା। ପୂର୍ବ ସାଙ୍ଗକୁ ମହାତ୍ମାଙ୍କ ଆଗମନରେ ସମଗ୍ର ରାଜ୍ୟ ଉତ୍ସବମୁଖରିତ ହୋଇ ଉଠିଥିଲା। ମହାତ୍ମାଙ୍କ ଦର୍ଶନ ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳର ଲୋକେ କଟକରେ ପହଞ୍ଚତ୍ଥିଲେ। ଉକ୍ତ ଦିନ ଅପରାହ୍ଣରେ କାଠଯୋଡ଼ି କୂଳ ଗଣେଶ ଘାଟ ନିକଟରେ ଶୁଖିଲା ନଦୀର ବିସ୍ତୃତ ବାଲୁକା ଉପରେ ସଭା ଅନୁଷ୍ଠିତ ହୋଇଥିଲା। ମହାତ୍ମାଙ୍କୁ ଭେଟି ଥିଲେ ଦଶପଲ୍ଲାର ମୁକ୍ତି ସଂଗ୍ରାମୀ ଗୋବିନ୍ଦ ଚନ୍ଦ୍ର ମିଶ୍ର। ଦଶପଲ୍ଲାର କନ୍ଧମେଳି ଓ ଶାସକମାନଙ୍କର ନିର୍ମମ ଅତ୍ୟାଚାର ତଥା ନରହତ୍ୟା ଦେଖି ବ୍ୟଥିତ ହୋଇଥିଲେ ଗୋବିନ୍ଦ। ଇଂରେଜମାନଙ୍କୁ ନ ତଡ଼ିବାଯାଏ ଦେଶବାସୀ ସୁରକ୍ଷିତ ନୁହନ୍ତି, ଏହାକୁ ମନରେ ଗ୍ରହଣ କରି ସେ ଓଡ଼ିଶା ଛାଡ଼ିଥିଲେ। କୋଲକାତାରେ ସୁରେନ୍ଦ୍ର ନାଥ ବାନାର୍ଜୀ ଓ ଶାନ୍ତିନିକେତନରେ ରବୀନ୍ଦ୍ର ନାଥ ଠାକୁରଙ୍କୁ ଭେଟି ଓଡ଼ିଶାର ଦୁଃଖ ଜଣାଇଥିଲେ। ତାହା ପରେ ଦୀନବନ୍ଧୁ ଆଣ୍ଡ୍ରୁଜ୍ଙ୍କ ସହ ତାଙ୍କର ଦେଖା ହୋଇଥିଲା। ତାଙ୍କ ପରାମର୍ଶ ମାନି ସେ ଯାଇଥିଲେ ମହାତ୍ମାଙ୍କ ସାବରମତୀ ଆଶ୍ରମ। ୧୯୨୫ ବେଳକୁ କଂଗ୍ରେସ କାର୍ଯ୍ୟକ୍ରମଗୁଡ଼ିକରୁ ଟିକିଏ ଦୂରେଇ ସଙ୍ଗଠନ କାମ ଓ କୁଟୀରଶିଳ୍ପର ପ୍ରସାର ଦିଗରେ ଅଧିକ ସମୟ ଦେବା ପାଇଁ ମହାତ୍ମା ନିଷ୍ପତ୍ତି ନେଇସାରିଥିଲେ। ସେହି ସମୟରେ ଓଡ଼ିଶାରେ ଏଭଳି କାର୍ଯ୍ୟକୁ ଗୁରୁତ୍ୱ ଦେଉଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ। ମଧୁସୂଦନଙ୍କ ଅନୁରୋଧ କ୍ରମେ ଗାନ୍ଧିଜୀ ଓଡ଼ିଶା ଆସି ୧୯ ଅଗଷ୍ଟ ୧୯୨୫ରେ କଟକରେ ପହଞ୍ଚତ୍ଥିଲେ। ସାଙ୍ଗରେ ଥିଲେ ବ୍ୟକ୍ତିଗତ ସଚିବ ମହାଦେବ ଦେଶାଇ, କୋଲକାତାର ବିଶାଳୀ ମାରୱାଡ଼ୀ ବ୍ୟବସାୟୀ ରଙ୍ଗଲାଲ। ଷ୍ଟେଶନରୁ ପାଛୋଟି ଆଣିଥିଲେ ମଧୁସୂଦନ ଦାସ ଓ ଉତ୍କଳମଣି ଗୋପବନ୍ଧୁ। ମହାତ୍ମା କଟକ ଚାଉଳିଆଗଞ୍ଜସ୍ଥିତ ଉତ୍କଳ ଟ୍ୟାନେରୀ ପରିଦର୍ଶନ କରିବା ସହ ସେଠାରେ କାର୍ଯ୍ୟ କରୁଥିବା ଅଛୁଆଁ ଶ୍ରମିକଙ୍କ ସହ କିଛି ସମୟ ବିତାଇଥିଲେ। ପୁଣି ସାବରମତୀରେ ଗୋଟିଏ ଟ୍ୟାନେରୀ ପ୍ରତିଷ୍ଠା କରିବା ପାଇଁ ମଧୁବାବୁଙ୍କ ପରାମର୍ଶ ନେଇଥିଲେ। ୨୦ ଅଗଷ୍ଟରେ କଟକସ୍ଥିତ କୁଷ୍ଠାଶ୍ରମ ପରିଦର୍ଶନ କରିଥିଲେ। ଗାନ୍ଧିଜୀ ଓଡ଼ିଶା ଗସ୍ତରେ ଆସିଥିଲେ ହେଁ ସମ୍ବଲପୁରରେ ତାଙ୍କର ପାଦ ପଡ଼ି ନ ଥିଲା। ତେଣୁ ସମ୍ବଲପୁରବାସୀଙ୍କ ଦାବିକୁ ସମ୍ମାନ ଦେଇ ମୁମ୍ବାଇରୁ କୋଲକାତା ଯିବା ବାଟରେ ୨୨ ଡିସେମ୍ବର ୧୯୨୮ରେ ଝାରସୁଗୁଡ଼ା ଷ୍ଟେଶନରେ ଓହ୍ଲାଇ ସମ୍ବଲପୁର ଆସିଥିଲେ। ମହାନଦୀ ବାଲିରେ ସାଧାରଣ ସଭା ହୋଇଥିଲା। ନଭେମ୍ବର ୧୯୩୩ରେ ମହାତ୍ମା ଅସ୍ପୃଶ୍ୟତା ବିରୋଧରେ ହରିଜନ ଯାତ୍ରା ଆରମ୍ଭ କରିଥିଲେ। ୧୯୩୪ ଅଗଷ୍ଟରେ ଏହି ଯାତ୍ରା ଶେଷ ହୋଇଥିଲା। ହରିଜନ ଯାତ୍ରା କାଳରେ ଓଡ଼ିଶାର ମୋଟ ଛପନଟି ସ୍ଥାନରେ ସେ ସଭା କରିଥିଲେ। ପୁରୀରେ ପଦଯାତ୍ରା କରିଥିଲେ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଭାରତ ପ୍ରତ୍ୟାବର୍ତ୍ତନ ସ୍ବରୂପ ତାଙ୍କୁ ସମ୍ମାନ ଜଣାଇବା ସହ ଏହାକୁ ସ୍ମାରକୀ ଓ ତାତ୍ପର୍ଯ୍ୟପୂର୍ଣ୍ଣ କରିବା ପାଇଁ ପ୍ରବାସୀ ଭାରତୀୟ ଦିବସ ପାଳନ ହେଉଛି। ଚଳିତ ବର୍ଷ ୧୮ ତମ ପ୍ରବାସୀ ଭାରତୀୟ ଦିବସ ଭୁବନେଶ୍ୱରରେ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି। ପ୍ରବାସରେ ଥିବା ଭାରତୀୟମାନେ ନିଜ ଅନୁଭୂତି ଓ ଅନୁଭବ ରଖିବା ସହ ବିକଶିତ ଭାରତ ଗଢ଼ିବା ପାଇଁ ନୂଆ ନକ୍ସା ତିଆରି କରିବେ।
ସୌର ଉପାସନା
ସୌର ଉପାସନା
-------
ପୌଷ ଶୁକ୍ଳ ଦଶମୀ ବା ପବିତ୍ର ଶାମ୍ବ ଦଶମୀ ତିଥି , ଯେଉଁ ଅବଧିରେ ସ୍ମୃତି ଗହ୍ବରରୁ ଆତ୍ମପ୍ରକାଶ କରେ ଅନେକ ଗର୍ବିତ ଇତିହାସ । ଶାମ୍ବପୁରାଣ ହେଉଛି ସୂର୍ଯ୍ୟପୁରାଣର ଅନ୍ତର୍ଗତ ଏବଂ ଏହି ଉପପୁରାଣ ଶାମ୍ବପୁରାଣରେ ଶାମ୍ବଦଶମୀର ତାତ୍ପର୍ଯ୍ୟ ବର୍ଣ୍ଣିତ ହୋଇଛି। କିମ୍ବଦନ୍ତୀ କୁହେ ଯେ ଶାମ୍ବପୁରାଣ ଦେବର୍ଷି ନାରଦ ଶ୍ରୀକୃଷ୍ଣ ଜାମ୍ବବତୀ ପୁତ୍ର ଶାମ୍ବଙ୍କୁ ଶୁଣାଇଛନ୍ତି । ଶାମ୍ବନାମାନୁସାରେ ଏହି ଦଶମୀକୁ ଶାମ୍ବ ଦଶମୀ, ଆମ ଗାଁ ଗହଳରେ ସମ୍ବର ଦଶମୀ କୁହାଯାଇଥାଏ । ଶାସ୍ତ୍ର ପୁରାଣ ଠାରୁ ଆରମ୍ଭ କରି ଲୋକ କଥାନୁସାରେ ଶ୍ରୀକୃଷ୍ଣଙ୍କ ସବୁ ପୁତ୍ର ମଧ୍ୟରେ ଜାମ୍ବବତୀ ଗର୍ଭଜାତ ଶାମ୍ବ ଅତ୍ୟନ୍ତ ସୁନ୍ଦର ଥିଲେ । ଦୁର୍ଯ୍ୟୋଧନଙ୍କ କନ୍ୟା ଲକ୍ଷଣାଙ୍କୁ ଶାମ୍ବ ଅପହରଣ କରି ଆଣିଲେ । ବଳରାମଙ୍କ ସହାୟତାରେ ଶାମ୍ବ ବିବାହ କଲେ ମହାମାନୀ
ଦୁର୍ଯ୍ୟୋଧନ ଙ୍କ କନ୍ୟା ଲକ୍ଷଣାଙ୍କୁ । ଅନ୍ତଃପୁର ମଧ୍ୟରେ ଶ୍ରୀକୃଷ୍ଣ ସତ୍ୟଭାମାଙ୍କ ସହ ପ୍ରେମାଳାପରେ ମଗ୍ନଥିବା ବେଳେ ଦ୍ୱାର ଦେଶରେ ଶାମ୍ବଙ୍କୁ ଜଗାଇ ଆଦେଶ ଦେଇଥିଲେ- କାହାକୁ ଅନ୍ତଃପୁରକୁ ନ ଛାଡ଼ିବା ପାଇଁ । ଏ ସମୟରେ ମହର୍ଷି ଦୁର୍ବାସା ଦ୍ୱାରଦେଶରେ ଉପନୀତ ହେଇ ଶ୍ରୀକୃଷ୍ଣ ଙ୍କର ଦର୍ଶନ ଅଭିଳାଷ ପ୍ରକଟ କଲେ । ମହର୍ଷି ଦୁର୍ବାସାଙ୍କ କ୍ରୋଧ ଓ ତତ୍ ଜାତ ଅଭିଶାପ ଭୟରେ ଶାମ୍ବ ବାରଣ ନମାନି ଶ୍ରୀକୃଷ୍ଣଙ୍କୁ ଡାକି ଦେଲେ । କ୍ରୋଧିତ ହୋଇ ଶ୍ରୀକୃଷ୍ଣ ଶାମ୍ବଙ୍କୁ କୁଷ୍ଠ ରୋଗ ହେବା ନିମନ୍ତେ ଅଭିଶାପ ଦେଲେ । ଶ୍ରୀକୃଷ୍ଣ ପୁତ୍ରକୁ ଅଭିଶାପ ଦେଇ ଅନୁତପ୍ତ ହୋଇ ଦୁର୍ବାସାଙ୍କୁ ପୁତ୍ର ଶାମ୍ବର କୁଷ୍ଠ ମୁକ୍ତି ଉପାୟ ପଚାରିବାରୁ ଦୁର୍ବାସା ଅର୍କକ୍ଷେତ୍ର କୋଣାର୍କ କଥା କହି ଶାମ୍ବଙ୍କୁ ସେ କ୍ଷେତ୍ରରେ ସୂର୍ଯ୍ୟପୂଜା କରିବା ପାଇଁ ନିର୍ଦ୍ଦେଶ ଦେଲେ । ସଂସ୍କୃତ ଶାମ୍ବପୁରାଣରେ ଚନ୍ଦ୍ରଭାଗା ତୀର୍ଥ ମାହାତ୍ମ୍ୟ ବିଶଦ ଭାବେ ବର୍ଣ୍ଣିତ ହୋଇଛି । ଉଲ୍ଲେଖ ରହିଛି ଯେ ଦେବର୍ଷି ନାରଦଙ୍କ ସହ ଶାମ୍ବ ପୁଣ୍ୟଧାମ ଚନ୍ଦ୍ରଭାଗା ତୀରରେ ପ୍ରବେଶ କଲେ । ସେହି ଦିନ ଥିଲା ପୌଷମାସ ଶୁକ୍ଳ ପକ୍ଷ ଦଶମୀ ତିଥି ।ସେଠାରେ ସୂର୍ଯ୍ୟଙ୍କ ପୂଜାରାଧନା କଲେ । ସୂର୍ଯ୍ୟଙ୍କୁ ଚାହିଁ ଚାହିଁ ତପସ୍ୟା କଲେ । ଶାମ୍ବ ଚନ୍ଦ୍ରଭାଗା ନଦୀକୂଳରେ ତପସ୍ୟା କରି ସୂର୍ଯ୍ୟନାରାୟଣ ବା ପ୍ରଭୁ ଆଦିତ୍ୟ ନାରାୟଣଙ୍କର ଏକ ମଣି ବିଗ୍ରହ ପାଇଥିଲେ । ସୂର୍ଯ୍ୟ ହିଁ ଭଗବାନ ନାରାୟଣଙ୍କ ସ୍ୱରୂପ । ଇଷ୍ଟ ମନ୍ତ୍ର ହେଉଛି- ""ନମଃ ସବିତ୍ରେ ଜଗଦେକ ଚକ୍ଷୁଷେ ଜଗତ୍-ପ୍ରସୂତି-ସ୍ଥିତିନାଶ ହେତବେ/ ତ୍ରୈମୟାୟ ତ୍ରିଗୁଣାତ୍ମଧାରିଣେ ବିରଞ୍ଚି ନାରାୟଣ ଶଙ୍କରାତ୍ମନେ ନମଃ । ତାଙ୍କରି ଆର୍ଶିବାଦ ବଳରେ ଶାମ୍ବ ଦୁରାରୋଗ୍ୟ ବ୍ୟାଧି ଦୂର ହୋଇ ସୁନ୍ଦର ଶରୀର ଲାଭ କରିଥିଲେ । ଏଇ ଦିନଟି ଥିଲା ମାଘ ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥି I ଶାମ୍ବ କୁଷ୍ଠ ରୋଗରୁ ମୁକ୍ତିଲାଭ ପାଇ ସମଗ୍ର କଳିଙ୍ଗରେ ସୂର୍ଯ୍ୟପୂଜା ବିଧିର ପ୍ରଚାର କରାଇଲେ । ଭାରତର ସାତଟି ସ୍ଥାନ – ଉଳ୍ଳାର୍କ, ପୁଣ୍ଡାର୍କ, ମାର୍କେତୋୟାର୍କ, ବାଲୋର୍କ, କୋଣାର୍କ, ଚାପାର୍କ ଏବଂ କଳିଙ୍ଗର କୋଣାର୍କ ସ୍ଥାପନ କଲେ । ପ୍ରଥମେ ସେ ଚନ୍ଦ୍ରଭାଗା ନଦୀକୂଳରେ ଏକ ମନ୍ଦିର ତିଆରି କରାଇ ପୌଷ ଶୁକ୍ଳ ଦଶମୀ (ଶାମ୍ବଦଶମୀ) ତିଥିରେ ମର୍ତ୍ତ୍ୟଲୋକରେ ସୂର୍ଯ୍ୟ ମୂର୍ତ୍ତି ପୂଜାର ପ୍ରଥା ପ୍ରଚଳିତ କରାଇଥିଲେ । ପ୍ରଭୁ ଆଦିତ୍ୟ ନାରାୟଣଙ୍କୁ ଏହି ପୂଜା ସମ୍ପର୍କରେ ଶାମ୍ବ ଜଣାନ୍ତେ ପ୍ରଭୁ ସୂର୍ଯ୍ୟଦେବ କହିଲେ, “ମୋର ପୂଜା ପାଇଁ ଉପଯୁକ୍ତ ପୁରୋହିତ ଭାରତ ବର୍ଷରେ ନାହାନ୍ତି । ଏଣୁ ଶାକ ଦ୍ୱୀପରୁ ମଗ ବ୍ରାହ୍ମଣଙ୍କୁ ଅଣାଇ ଏହି ପୂଜା କଲେ ମୁଁ ସନ୍ତୋଷ ଲାଭ କରିବି I ଭବିଷ୍ୟ ପୁରାଣରେ ଉଲ୍ଲେଖ ରହିଛି "ନଯୋଗ୍ୟ ପରିଚର୍ଯ୍ୟାୟ ଜମ୍ବୁଦ୍ୱୀପେ ମମାନଘ । ମମ ପୂଜା ପରାନ୍ କୃତ୍ୱା ଶାକଦ୍ୱୀପୀଦମାୟ " ,ତାହା ହିଁ ହେଲା । ଶାମ୍ବ ଶାକ ଦ୍ୱୀପରୁ ବ୍ରାହ୍ମଣ /ଗ୍ରହ ବ୍ରାହ୍ମଣମାନଙ୍କୁ ଅଣାଇ ଭାରତ ବର୍ଷରେ ସୂର୍ଯ୍ୟପୂଜାର ବ୍ୟବସ୍ଥା କରାଇଥିଲେ । ସେହିକାଳରୁ ଆମଦେଶରେ ଶାମ୍ବ ଦଶମୀରେ ସୂର୍ଯ୍ୟରେ ସୂର୍ଯ୍ୟଙ୍କର ବ୍ରତପାଳନ ଓ ପୂଜାର ପ୍ରଚଳନ ରହିଛି ।
ନିଜେ ଦେବର୍ଷି ନାରଦ ଭୁବନ ଭାସ୍କର ସୂର୍ଯ୍ୟଦେବଙ୍କ ଅଭିଶାପରେ ଧବଳ କୁଷ୍ଠ ବ୍ୟାଧିରେ ଗ୍ରସ୍ତ ହୋଇଥିବା କଥା ରହିଛି । ନାରଦ ମଧ୍ୟ ଏ କ୍ଷେତ୍ରରେ ସୂର୍ଯ୍ୟଙ୍କର ଦ୍ୱାଦଶ ନାମ ଯଥା- ଆଦିତ୍ୟ, ଭାସ୍କର, ପ୍ରଭାକର, ଦିବାକର, ସହସ୍ରାଂଶୁ, ତ୍ରିଲୋକ-ଲୋଚନ, ଦେବେଦେବେଶ, ଛାୟାରମଣ, ଦିନକର, ଦ୍ୱାଦଶାତ୍ମକ ତ୍ରିବିକ୍ରମ, ସୂର୍ଯ୍ୟଦେବ ଜପ କରି ସୂର୍ଯ୍ୟ ପୂଜାରାଧନା କରି ଧବଳ କୁଷ୍ଠ ମୁକ୍ତ ହୋଇଥିଲେ । ସେଥିପାଇଁ ଏ ଦଶମୀକୁ ଶାମ୍ବଦଶମୀ କୁହାଯାଏ । ଶାମ୍ବ ବାଲୁକାରେ ସୂର୍ଯ୍ୟ ମୂର୍ତ୍ତି ଗଠନ କଲେ । ବିବିଧ ପୁଷ୍ପ, ଧୂପ, ଦୀପ, ଚନ୍ଦନ ଇତ୍ୟାଦିରେ ଷୋଡ଼ଶୋପଚାର ପୂଜା କରିଥିଲୋ ସେହି ସ୍ଥାନ ହିଁ ଆଜିର କୋଣାର୍କ । ସୂର୍ଯ୍ୟପୂଜା ସୌର ଉପାସନାର ଇତିହାସ ଅତ୍ୟନ୍ତ ପ୍ରାଚୀନ । ଇତିହାସରେ ଉଲ୍ଲେଖ ଅଛି ଦିଗ୍ବିଜୟୀ ସମ୍ରାଟ ହର୍ଷବର୍ଦ୍ଧନଙ୍କ ରାଜଦରବାରରେ ମୟୂରଭଟ୍ଟ ନାମକ ଜଣେ ଅଗାଧ ସଂସ୍କୃତ ଜ୍ଞାନସଂପନ୍ନ କବି ଥିଲେ । ସେ କୁଷ୍ଠରୋଗାକ୍ରାନ୍ତ ହୋଇ ଶହେ ଶ୍ଲୋକ ବିଶିଷ୍ଟ ସୂର୍ଯ୍ୟସ୍ତୁତି ରଚନା କରି ନିତ୍ୟ ପାରାୟଣ କରି ବ୍ୟାଧିମୁକ୍ତ ହୋଇଥିଲେ । ଭାଗବତ ଏକାଦଶ ସ୍କନ୍ଧରେ ଶାମ୍ବଙ୍କର ଲୌହମୂଷଳ ଧାରଣ ଓ ଯଦୁବଂଶ କଥା ରହିଛି । ତେଣୁ ତାଙ୍କ ନାମରେ ନାମିତ ଶାମ୍ବଦଶମୀ, ସୂର୍ଯ୍ୟପୂଜା । ସୂର୍ଯ୍ୟଙ୍କର ଏ କ୍ଷେତ୍ରରେ କୁମ୍ଭୀର ରୂପୀ ମହାଦୈତ୍ୟ ଅର୍କବଧ କରି କୋଣାର୍କ ସ୍ଥାପନ କରିଥିବା କଥା ମଧ୍ୟ ରହିଛି ।ଯେଉଁ ସ୍ଥାନରେ କୃଷ୍ଣ ପୁତ୍ର ଶାମ୍ବ ସୂର୍ଯ୍ୟଙ୍କ କୃପା ପ୍ରାପ୍ତି ନିମନ୍ତେ ତପଶ୍ଚରଣ କରିଥିଲେ ତାହା ମୈତ୍ରେୟବନ ନାମରେ ଖ୍ୟାତ । ସୂର୍ଯ୍ୟଙ୍କର ଅନ୍ୟ ନାମ ମିତ୍ର । ତାଙ୍କ ନାମାନୁସାରେ ଚନ୍ଦ୍ରଭାଗା ତୀରରୁ ଏକ ବ୍ୟାପକ ଅଞ୍ଚଳ ମୈତ୍ରେୟବନ ନାମରେ ଖ୍ୟାତ । ଗ୍ରହଜାଗ ସଂସ୍କାର ଗ୍ରନ୍ଥରେ ଉଲ୍ଲେଖ ଅଛି – “ ଜାତଂ ସୂର୍ଯ୍ୟ କଳିଯେଂଷୁ ” । ଅର୍ଥାତ ସୂର୍ଯ୍ୟଙ୍କର ଜନ୍ମସ୍ଥାନ କଳିଙ୍ଗ ଦେଶ । କୋଣାର୍କ ସମେତ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବହୁ ସୂର୍ଯ୍ୟ ମନ୍ଦିର ଏବଂ ପୀଠ ତଥା ତୀର୍ଥକ୍ଷେତ୍ର ରହିଛି I ଏପରିକି ଖଣ୍ଡଗିରିରେ ଦ୍ୱିତୀୟ ଶତାବ୍ଦୀରେ ଅନନ୍ତ ଗୁମ୍ଫାରେ ଖୋଦିତ ସୂର୍ଯ୍ୟ ମୂର୍ତ୍ତି ସୂର୍ଯ୍ୟପୂଜାର ପ୍ରାଚୀନ ପ୍ରତୀକ । ଷଷ୍ଠ ଶତାବ୍ଦୀରେ ଖିଚିଙ୍ଗର ସୂର୍ଯ୍ୟ ମନ୍ଦିର , ନବମ ଶତାବ୍ଦୀର ଗଞ୍ଜାମ ଜିଲ୍ଲାର ବୁଗୁଡ଼ା, ଭଦ୍ରକର ପାଳିଆ ଏବଂ ଖୋର୍ଦ୍ଧାର ବିରଞ୍ଚିନାରାୟଣ ମନ୍ଦିର ପ୍ରାଚୀନ ସୂର୍ଯ୍ୟପୂଜାର ପ୍ରତୀକ ଭାବେ ଦଣ୍ଡାୟମାନ I ସେହିପରି ଶାମ୍ବ ଦଶମୀକୁ ଚାନ୍ଦ୍ରମାନ ବର୍ଷର ଶେଷ ପର୍ବ କହିବାର ତାତ୍ପର୍ଯ୍ୟ ହେଉଛି ଏହାପରେ ଚିତାଲାଗି ଅମାବାସ୍ୟା ପର୍ଯ୍ୟନ୍ତ ପ୍ରାୟ ଛଅମାସ ପର୍ଯ୍ୟନ୍ତ ଆଉ ଏତେ ପିଠାପଣାର ପର୍ବ ପଡ଼େ ନାହିଁ । ଓଡ଼ିଆଙ୍କ ସୁସ୍ୱାଦୁ, ସୁମିଷ୍ଟ, ତୃପ୍ତିକର ଖାଦ୍ୟ ପ୍ରସ୍ତୁତି ଦକ୍ଷତାର ଅସଲ ନିଦର୍ଶନା କଥା ଅଛି-""ଶମ୍ବର ଦଶମୀରେ ମଣିଷ ଗୋଟିଏକୁ ପିଠା ଗୋଟିଏ ।" କୃଷିପ୍ରଧାନ ଓଡ଼ିଶା ରାଜ୍ୟରେ ଏ ସମୟ ପନିପରିବାର ପ୍ରାଚୁର୍ଯ୍ୟର ସମୟ । ବିଭିନ୍ନ ପନିପରିବାରେ ଏ ପର୍ବରେ ଯେଉଁ ତରକାରୀ ପ୍ରସ୍ତୁତ ହୁଏ, ତାକୁ "ଘଡ଼ଘଡ଼ା ତିଅଣ" କୁହାଯାଏ । ଏହି ପର୍ବର ମୁଖ୍ୟ ହେଉଛି ଏହି ଘାଣ୍ଟ ତରକାରୀ ଘଡ଼ାଘଡ଼ା ତିଅଣ ।ନାରୀମାନେ ନିଜ ସନ୍ତାନସନ୍ତତିଙ୍କ ମଙ୍ଗଳ କାମନା କରି ଶାମ୍ବଦଶମୀ ପର୍ବ ନିଷ୍ଠାର ସହ ପାଳନ କରନ୍ତି । ଏହି ପର୍ବର ବିଶେଷତ୍ୱ ହେଉଛି ସୂର୍ଯ୍ୟଙ୍କର ଆକାଶରେ ତିନି ସ୍ଥିତିକୁ ଲକ୍ଷ୍ୟ କରି ଘରେ ତିନି ପ୍ରକାର ଧୂପ ବା ପୂଜା ଅନୁଷ୍ଠିତ ହୋଇଥାଏ । ଅରୁଣୋଦୟ ସମୟରେ ପ୍ରଥମ ଧୂପ ହୁଏ । ହିନ୍ଦୁ ନାରୀ ଶୁଦ୍ଧପୂତ ଶୁଚିମନ୍ତ ହୋଇ ଏହି ମୂହୁର୍ତ୍ତରେ ଫଳମୂଳ ଓ ମିଷ୍ଟାନ୍ନ ଇତ୍ୟାଦି ନୈବେଦ୍ୟ ବାଢ଼ନ୍ତି । ଏହି ବ୍ରାହ୍ମମୁହୂର୍ତ୍ତରେ ପୂଜାନୈବେଦ୍ୟ ବା ପ୍ରଥମ ଧୂପ ଅନୁଷ୍ଠାନ କରି ସୂର୍ଯ୍ୟପୁରାଣ ପାରାୟଣ କରିଥାନ୍ତି । ମଧ୍ୟାହ୍ନରେ ମଧ୍ୟାହ୍ନ ସୂର୍ଯ୍ୟ ତେଜୋଦୀପ୍ତ ଭାସ୍କରଙ୍କୁ ଦ୍ୱିତୀୟ ଧୂପ ଦିଆଯାଏ । ଏହା ଶାମ୍ବ ଦଶମୀର ମୁଖ୍ୟ ଧୂପ । ଏଥିରେ ଗଇଁଠା, ଅଟକାଳି, ବିଭିନ୍ନ ପ୍ରକାରର ପିଠା, ଖେଚୁଡ଼ି, ଘଡ଼ଘଡ଼ା ତିଅଣ ଆଦି ଭୋଗ ହୁଏ । ଶେଷଧୂପ ବା ତୃତୀୟ ଧୂପ ହେଉଛି ସନ୍ଧ୍ୟା ସମୟର ଅସ୍ତାଚଳଗାମୀ ସୂର୍ଯ୍ୟଦେବଙ୍କ ନିମିତ୍ତ । ଏହି ଧୂପରେ ମଧ୍ୟ ଏଣ୍ଡୁୁରି, କାକରା, ମାଲପୁଆ, ଗଜା ଆଦି ନୈବେଦ୍ୟ ଅର୍ପଣ କରାଯାଇଥାଏ । ବିଶେଷ କରି ସୌର ଉପାସନାର ଏକ ଜ୍ୱଳନ୍ତ ନିଦର୍ଶନ ହେଉଛି ଅରୁଣସ୍ତମ୍ଭ । ଏହା ମରହଟ୍ଟାମାନଙ୍କ ଶାସନ କାଳରେ କୋଣାର୍କରୁ ଆସିଥିଲା । ଅରୁଣ ସୂର୍ଯ୍ୟଙ୍କର ସପ୍ତାଶ୍ୱବାହିତ ରଥର ସାରଥି ଅରୁଣ, ଗରୁଡ ଦୁଇଭାଇ ମନ୍ଦିର ଭିତରେ ଗରୁଡ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ବିଦ୍ୟମାନ । ପ୍ରବାଦ ଅଛି- ଦକ୍ଷିଣାୟନ ସମୟରେ ସୂର୍ଯ୍ୟଙ୍କର ଏକ ଚକ, ଉଦୟମାନ ସମୟରେ ଚାରିଚକ, ଉତ୍ତରାୟଣ ଗତି ସମୟରେ ଷୋହଳଚକ ବିଶିଷ୍ଟ ଅଟେ । ସୂର୍ଯ୍ୟଙ୍କର ରଥରେ ସାତୋଟି ଧବଳ ଅଶ୍ୱ ରିହଛି । ସାତ ଅଶ୍ୱ ଅର୍ଥାତ୍ ସାତଟି ରଙ୍ଗର ସମାହାର ସେଥିପାଇଁ ସୃଷ୍ଟିର ଅଣୁକୋଣେ ଭରି ରହିଛି ସାତରଙ୍ଗ ତେଣୁ ତାଙ୍କୁ ସପ୍ତାଶ୍ୱବାହନ କୁହାଯାଏ । କପିଳେନ୍ଦ୍ରଦେବ, ପୁରୁଷୋତ୍ତମଦେବ ଓ ଗଜପତି ପ୍ରତାପରୁଦ୍ର ପ୍ରମୁଖ ସୂର୍ଯ୍ୟବଂଶୀୟ ରାଜା ଅଟନ୍ତି । ପ୍ରତିବର୍ଷ ଚୈତ୍ରମାସ ଶୁକ୍ଳମାସ ଷଷ୍ଠୀରେ ଶ୍ରୀମନ୍ଦିରସ୍ଥ ପା୍ରଙ୍ଗଣରେ ସୂର୍ଯ୍ୟଦେବଙ୍କ ରଥୋତ୍ସବ ଅନୁଷ୍ଠିତ ହୁଏ । ବାରଚକ୍ର ବିଶିଷ୍ଟ ଏକ ଅନୁଜ ରଥରେ ଉତ୍ତରାୟଣ ଓ ଦକ୍ଷିଣାୟନ ସୂର୍ଯ୍ୟ ଅନୁଷ୍ଠିତ ହୁଅନ୍ତି । ବାରଚକ୍ର ହେଉଛି ଦ୍ୱାଦଶ ଆଦିତ୍ୟର ପ୍ରତୀକ । ଅଧିରଥ ଅରୁଣ ଓ ସପ୍ତାଶ୍ୱ ବିଦ୍ୟମାନ । ରଥର ଆବରଣ ବସ୍ତ୍ର ଉଦିତ ସୂର୍ଯ୍ୟ ବା ଅରୁଣ କର୍ଣ୍ଣ । ମୂର୍ତ୍ତି ଦ୍ୱୟ ପଞ୍ଚୋପଚାର ଭୋଗ ପରେ ଦକ୍ଷିଣ ଦ୍ୱାର ଦେଇ ରଥରେ ବିଜେ ହୁଅନ୍ତି । ରଥଟଣା ବେଳେ ଘଣ୍ଟ ବେଜେ । ପୂର୍ବରୁ କାହାଳୀ ଓ ତେଲେଙ୍ଗୀ ବଜା ବାଜୁଥିଲା । ଭକ୍ତ ଓ ଶ୍ରଦ୍ଧାଳୁମାନେ ଏହି ଛୋଟ ରଥଟିକୁ ସୂର୍ଯ୍ୟ ମନ୍ଦିର ସମ୍ମୁଖ ସାତପାହଚ ଓ ସେଠାରୁ ପେରି ସରସ୍ୱତୀଙ୍କ ମନ୍ଦିର ଯଏ ଏକ ଅର୍ଦ୍ଧ ଚନ୍ଦ୍ରାକୃତି ପରିସର ମଧ୍ୟରେ ଆକର୍ଷଣ କରି ଭଗବାନ ସୂର୍ଯ୍ୟଦେବଙ୍କ ପ୍ରତି ଭକ୍ତି ପ୍ରଦର୍ଶନ କରିଥାଆନ୍ତି । ରଥ ଆସି ସୂର୍ଯ୍ୟମନ୍ଦିର ପାଖରେ ପହଁଞ୍ଚôଲେ ଭକ୍ତମାନେ ଧୂପ, ଦୀପ ପ୍ରଦାନ କରିଥାନ୍ତି । ମନୁଷ୍ୟ ଏହି ଦେବ ଦୁର୍ଲଭ ରଥସ୍ଥିତ ଭୁବନ ଭାସ୍କରଙ୍କୁ ଦର୍ଶନ କଲେ ତାର ପୁନର୍ଜନ୍ମ ହୁଏ ନାହିଁ । ତେଣୁ ବର୍ଣ୍ଣିତ ଅଛି-“ରଥସ୍ଥଂ ଭାସ୍କରଂ ଦୃଷ୍ଟ୍ୱା ପୁନଜନ୍ମ ନବିଦ୍ୟତେ ।” ପୂଜକ କିଛି ସମୟ ପରେ ପୂର୍ବଦ୍ୱାର ଦେଇ ଦୁଇମୂର୍ତ୍ତିଙ୍କୁ ସିଂହାସନରେ ବିଜେ କରାନ୍ତି । ପ୍ରଥମେ ମହାସ୍ନାନ ହେବାପରେ ନୂଆବସ୍ତ୍ର ପରିଧାନ, ଚନ୍ଦ୍ରଲାଗି, ବଡସିଂହାର ବେଶ ଓ କର୍ପୁର ଲାଗି ହୁଏ । ବରୁଣ ପୂଜା ସରିବା ପରେ ପାଣି ପକାଇ ମୁରୁଜ ପକାଯାଏ । ଟେରା ବାନ୍ଧି ବଲ୍ଲଭ ବଡସିଂହାର ଉଠେ । ସୂର୍ଯ୍ୟଙ୍କ ରୋଷରେ ତିଆରି ହୋଇଥିବା ବିଭିନ୍ନ ଭୋଗ ଯଥା- ଲଡୁ, କାକରା, ଖିରି, ଶୀତଳ ଭୋଗ, ପଣା ଭୋଗ ପରେ ବନ୍ଦାପନା ଆଳତି ହୋଇଥାଏ । ଉତ୍ତରାୟଣ ଓ ଦକ୍ଷିଣାୟନ ଠାକୁର ଆଜ୍ଞାମାଳ ପାଇ ପୂର୍ବଦ୍ୱାର ଦେଇ ରଥକୁ ବାହୁଡା ବିଜେ କରନ୍ତି । ଭକ୍ତମାନେ ପୁଣି ସାତପାହାଚ ପାଖରୁ ଫେରି ସରସ୍ୱତୀଙ୍କ ମନ୍ଦିର ପର୍ଯ୍ୟନ୍ତ ରଥାକର୍ଷଣ କରି ସୂର୍ଯ୍ୟଙ୍କ ନାଟମନ୍ଦିର ଦକ୍ଷିଣ ଦ୍ୱାର ସମ୍ମୁଖରେ ରଥ ସ୍ଥାପନ କରନ୍ତି । ଏହାପରେ ସୂର୍ଯ୍ୟଦେବଙ୍କର ନିଜସ୍ଥାନକୁ ବାହୁଡା ବିଜେ କରାନ୍ତି । ବନ୍ଦାପନା ଓ ପହୁଡ ଆଳତି ଶେଷ ହେବାପରେ ଠାକୁରଙ୍କ ପହୁଡ ହୁଏ । ଏ ସମସ୍ତ କାର୍ଯ୍ୟରେ ଶ୍ରୀମନ୍ଦିରର ଚାଙ୍ଗଡା ମେକାପୁ ଭଣ୍ଡାର ମେକାପ, ମୁଦୁଲି, ପତ୍ର, ପାଳିଆ, ଖୁଣ୍ଟିଆ, ଘଟୁଆରୀ, ଯୋଗାଣିଆ, ପ୍ରଧାନୀ ଓ ରାଜଗୁରୁ ପ୍ରଭୃତି ସହଯୋଗ କରିଥାନ୍ତି । କେଣାର୍କ ମନ୍ଦିର ଭଗ୍ନ ହୋଇଯିବା ପରେ ଗଜପତି କୋଣାର୍କର ସୂର୍ଯ୍ୟମୂର୍ତ୍ତି ଓ ଦୁଇଟି ବିଜେ ପ୍ରତିମା ଶ୍ରୀମନ୍ଦିରସ୍ଥ ସୂର୍ଯ୍ୟ ମନ୍ଦିରରେ ସ୍ଥାପନ କରିଥିଲେ ଓ ତତ୍ ପରଠାରୁ କୋଣାର୍କରେ ପୂର୍ବ ପ୍ରାଚଳିତ ସୌର ଗୁଣ୍ଡିଚା ବଡ ଦେଉଳରେ ପ୍ରତିବର୍ଷ ପାଳନ କରାଯାଉଛି । ମଧ୍ୟକାଳୀନ ପୂଜା ସମୟରେ ଶ୍ରୀଜଗନ୍ନାଥଙ୍କୁ ସୂର୍ଯ୍ୟ ରୂପେ ଧ୍ୟାନ କରିବା ବା‚ନୀୟ । ଏଥିରୁ ସମ୍ବନ୍ଧ ସହଜରେ ଅନୁମେୟ । ତେଣୁ ନୀଳାଦ୍ରି ମହୋଦୟରେ ବର୍ଣ୍ଣିତ ଅଛି-“ମଧ୍ୟାହ୍ନେ ପୂଜନେ ଭୁପ ସୂର୍ଯ୍ୟମେବଚ ଚିନ୍ତୟେତ୍ଚିନ୍ତୟିତ୍ୱାଚ୍ଚୟେଦ୍ ବିଷ୍ଣୁଂ ନୀଳାଦ୍ରୋ ଦାରୁ ରୂପୀଣିସ୍ମଧ୍ୟାହ୍ନ ଧ୍ୟାନମାଚକ୍ଷେ ସୌରଂ ପାପହରଂ ନୃପବାଡିମୀ କୁସୁମା କରଂ ଶ୍ୱେତପଦ୍ମ ଇସତ୍ କରମ୍ ।ା”ପଞ୍ଚଦେବତା ଉପାସନା ମଧ୍ୟରେ ସୂର୍ଯେ୍ୟାପସନା ସର୍ବ ପ୍ରଥମ ଓ ସମସ୍ତ ଦେବାଦେବୀଙ୍କ ରଥୋତ୍ସବ ମଧ୍ୟରେ ସୌର ଗୁଣ୍ଡିଚା ବଡ ଅଦ୍ୱିତୀୟ ମନେହୁଏ । ସାରା ଭାରତବର୍ଷରେ ସର୍ବତ୍ର ସୂର୍ଯ୍ୟ ଉପାସନା କରାଯାଉଥିଲେ ମଧ୍ୟ ଶ୍ରୀମନ୍ଦିର ଭଳି ଅନ୍ୟତ୍ର ସୂର୍ଯ୍ୟଦେବଙ୍କ ରଥୋତ୍ସବ ବା ସୌର ଗୁଣ୍ଡିଚା କେଉଁଠି ଦୃଷ୍ଟିଗୋଚର ହୁଏନାହିଁ । ଏହି ପରମ୍ପରା ଅନୁଯାୟୀ ଦ୍ୱାଦଶ ମାସେ ଦ୍ୱାଦଶ ନାମେ ସୂର୍ଯ୍ୟ ଉପାସନା କରାଯାଏ । ଏହାକୁ ଦ୍ୱାଦଶତ୍ମା କୁହାଯାଏ । ସେ ଗୁଡିକ ହେଲା-ବୈଶାଖରେ ଆର୍ଯ୍ୟମା, ଜ୍ୟେଷ୍ଠରେ ମିତ୍ର, ଆଷାଢରେ ବରୁଣ, ଶ୍ରାବଣରେ ଇନ୍ଦ୍ର, ଭାଦ୍ରବରେ ବିବସ୍ୱାନ, ଅଶ୍ୱିନରେ ପୁଷା, କାର୍ତ୍ତିକରେ କ୍ରଚୁ, ମାର୍ଗଶୀରରେ ଅଂଶୁ, ପୌଷରେ ଭଗ, ମାଘରେ ତୃଷ୍ଟା, ଫାଲଗୁନ୍ରେ ବିଷ୍ଣୁ ଓ ଚୈତ୍ର ମାସରେ ଧାଣଦି ଦ୍ୱାଦଶ ଆଦିତ୍ୟ ରୂପେ ଆରାଧିତ ।ଶ୍ରୀଜଗନ୍ନାଥଙ୍କ ବିଗ୍ରହରେ ସାଙ୍କେତିକ ମୁଦ୍ରାଙ୍କ ପରିଲକ୍ଷିତ ହୋଇଥାଏ । ତାଙ୍କର ନୟନ ଯୁଗଳ ସୂର୍ଯ୍ୟ ଓ ଚନ୍ଦ୍ର, ତ୍ରିକୋଣାକୃତି ନାସିକା ମଙ୍ଗଳ, ଧନୁରା କୃତି ଅଧର ରେଖା ବୁଧ, ପଦ୍ମାକୃତି ହୀକ ଖଚିତ ଚିତା ବୃହସ୍ପତି,ବର୍ଗକାର ମୁଖମଣ୍ଡଳ ଶୁକ୍ର, ପୁରୁଷାକାର କେତୁପରି ପ୍ରତୀୟମାନ ହୋଇଥାଏ । ରଥଯାତ୍ରା ସମୟରେ ବ୍ୟବହୃତ ପତାକା, ଆଲଟ ଓ ପଙ୍ଖାରେ ସୁମେରୀୟଙ୍କ ସଂଙ୍କେତ ଚନ୍ଦ୍ରସୂର୍ଯ୍ୟ ଦୃଷ୍ଟିଗୋଚର ହୁଏ । ମହାପ୍ରଭୁଙ୍କ ରନô ଭଣ୍ଡାରରେ କେତେକ ସ୍ୱର୍ଣ୍ଣାଳଙ୍କାର ଚନ୍ଦ୍ରସୂର୍ଯ୍ୟ ନାମରେ ରହିଛି । ସେହିପରି ସୁମେରୀୟଙ୍କ ଚନ୍ଦ୍ର ଦେବତାଙ୍କ ପ୍ରତୀକ ବର୍ତ୍ତମାନ ଶ୍ରୀମନ୍ଦିର ଚୂଡାରେ ଫରଫର ହୋଇ ଉଡୁଥିବା ଏବଂ ହାତବାନାରେ ଚନ୍ଦ୍ରଙ୍କ ସଂଙ୍କେତ ସ୍ପଷ୍ଟ ପ୍ରତିଭାତ ।ଭଗବାନ ଶ୍ରୀରାମଚନ୍ଦ୍ରଙ୍କୁ ମହର୍ଷି ଅଗସ୍ତୀ ଆଦିତ୍ୟ ହୃଦୟ ପାଠ କରିବାକୁ ଉପଦେଶ ଦେଇଥିଲେ । ମହର୍ଷିଙ୍କ ଆଦେଶ ପାଳନ ପୂର୍ବକ୍ତ ପବିତ୍ର ଚିତ୍ତରେ ଆଗମନ କରି ପୂର୍ବାଭିମୁଖୀ ହୋଇ ଏହା ପାଠ କରିବାରୁ ପ୍ରଭୁ ଦୁର୍ବଧ୍ୟ ରାବଣର ବିନାଶ ସାଧନ କରିଥିଲେ । ପୁଣ୍ୟ ଶ୍ଲୋକ ଧୌମ୍ୟ ପୁରୋହିତଙ୍କ ଉପଦେଶ କ୍ରମେ ବନବାସୀ ଯୁଧିଷ୍ଠିର ଭଗବାନ ସୂର୍ଯ୍ୟଙ୍କର ଆରାଧନା ଓ ଅଷ୍ଟୋତ୍ତର ଶତନାମ ପାଠ କରିବାରେ ସନ୍ତୁଷ୍ଟ ହୋଇ ସୂର୍ଯ୍ୟ ସମ୍ମୁଖରେ ଆତ୍ମ ପ୍ରକାଶ କରିବା ସଙ୍ଗେ ଅକ୍ଷୟ ପାତ୍ର ପ୍ରଦାନ କରି ଦ୍ୱାଦଶ ବର୍ଷ ଅନ୍ନ ପ୍ରଦାନ କରିବାକୁ ବର ପ୍ରଦାନ କରିଥିଲେ । ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଅଭିଶାପ ଗ୍ରସ୍ତ ହୋଇ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇଥିଲେ ଓ ଦେବର୍ଷି ନାରଦଙ୍କ ଉପଦେଶ କ୍ରମେ ଚନ୍ଦ୍ରଭାଗା କୂଳରେ ଭଗବାନ ଭୁବନ ଭାସ୍କରଙ୍କୁ ଧ୍ୟାନ କରି ରୋଗମୁକ୍ତ ହୋଇଥିଲେ । ପୁରାଣ ପୃଷ୍ଠାରୁ ଜନକ, ବ୍ୟାସ, ବିଶିଷ୍ଟ, ବିଶ୍ୱାମିତ୍ର, ଗୌରମ, ନାରଦ, କପିଳ ଓ ମହତ୍ମା ଭୀଷ୍ମ ସୂର୍ଯେ୍ୟାପାସନା କରି ଅଶେଷ କୀର୍ତ୍ତିର ଅଧିକାରୀ ହୋଇଥିଲେ । ଓଡ଼ିଶାରେ ସୂର୍ଯ୍ୟଦେବ ଧର୍ମଦେବତା ନାମରେ ସୁବିଦିତ । ସୂର୍ଯ୍ୟ ଦେବଙ୍କ ପ୍ରତ୍ୟାର୍ଥେ ବହୁ ଓଷା ବ୍ରତ ଯଥାକ୍ରମେ ରବି ନାରାୟଣ ବ୍ରତ, ସମ୍ବର ଦଶମୀ ଇତ୍ୟାଦି ପ୍ରଚଳିତ ମାଘ ସପ୍ତମୀ ଦିନ ଚନ୍ଦ୍ରଭାଗାରେ ସ୍ନାନ କରି ସୂର୍ଯ୍ୟଙ୍କୁ ଦର୍ଶନ କଲେ ମହାପାତକ ନାଶ ହେବାସଙ୍ଗେ ମଣିଷ ନିରୋଗ ହୋଇଥାଏ । ବ୍ୟାପକ ଭାବେ ଅନୁଷ୍ଠିତ ହେଉଥିବା ଦୁତିବାହନ ଓଷା ବା ଦୁତିଆ ଓଷା ଗୋଟିଏ ସୂର୍ଯ୍ୟବ୍ରତ । ସେ ଦିନ ଓଷାକାରିଣୀ ମାନେ ସ୍ନାନ ପରେ ସୂର୍ଯ୍ୟଙ୍କୁ ଭକ୍ତିପୂତି ନମସ୍କାର ଓ ଦର୍ଶନ କରିବା ବିଧାନ ଅଛି । ଯଥା- ସ୍ନାନକାରିଣୀ ସୂର୍ଯ୍ୟଙ୍କୁ ଦେଖିବ, ପୁଣି ପୂଜା କ୍ଷେତ୍ରରେ ପୂର୍ବକୋଣରେ ମୁରୁଜରେ ସୂର୍ଯ୍ୟଙ୍କ ଚିତ୍ର ଅଙ୍କିତ ହୁଏ । ଓଷାର ମାହାତ୍ମ୍ୟ ସ୍ୱରୂପ ଯେଉଁ କଥାଟି ପାଠ କରାଯାଏ ତହିଁରେ ସୂର୍ଯ୍ୟ ହିଁ ବିଶିଷ୍ଟ ଚରିତ୍ର । ଏତଦ୍ବ୍ୟତୀତ ଶ୍ରୀମନ୍ଦିରରେ ଶାମ୍ବ ଦଶମୀ, ମାଘ ସପ୍ତମୀ, ସୂର୍ଯ୍ୟଙ୍କର ଉତ୍ତରାୟଣ ଏବଂ ଦକ୍ଷିଣାୟନ ଯାତ୍ରା ତଥା ମହାବିଷୁବ ସଂକ୍ରାନ୍ତି ପାଳିତ ହୋଇଥାଏ । ଏହା ଛଡା ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ସମୟରେ ମଧ୍ୟ ଶ୍ରୀଜୀଉଙ୍କର ବିଶେଷ ପୂଜାବିଧି ଅନୁଷ୍ଠିତ ହୋଇଥାଏ । ପରିଶେଷରେ ବନ୍ଧୁଲାଭ, ଆୟୁଃବୃଦ୍ଧି, ଅଖଣ୍ଡ ଯଶ ପ୍ରାପ୍ତି ଓ ନୀରୋଗ ଜୀବନ ଲାଭ ପାଇଁ ସୂର୍ଯେ୍ୟାପାସନା ଅପରିହାର୍ଯ୍ୟ । ସେହିପରି ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶରୀର ବିଜ୍ଞାନୀ ମାନଙ୍କ ଭାଷାରେ ସୂର୍ଯ୍ୟକିରଣ ହେଉଛି ଭିଟାମିନ୍ ଡି ର ସବୁଠାରୁ ପ୍ରାକୃତିକ ଉତ୍ସ | ଯେତେବେଳେ ଆମ ଚର୍ମ ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସେ, ଏହା ଭିଟାମିନ୍ ଡି ତିଆରି କରେ, ଯାହା 🦴ହାଡର ସ୍ୱାସ୍ଥ୍ୟ ଏବଂ ରୋଗ ପ୍ରତିରୋଧକ ଶକ୍ତି ପାଇଁ ଅତ୍ୟନ୍ତ ଆବଶ୍ୟକ | ସେହିପରି ସୂର୍ଯ୍ୟକିରଣ ମସ୍ତିଷ୍କରେ 'ସେରୋଟୋନିନ୍' ନାମକ ଏକ ହରମୋନ୍ ନିର୍ଗତ କରିବାରେ ସାହାଯ୍ୟ କରେ | ଏହା ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଶାନ୍ତ, ଏକାଗ୍ରତା ଏବଂ ଖୁସି ରଖିବାରେ ସାହାଯ୍ୟ କରିଥାଏ | ତଦନୁରୂପେ ଦିନରେ ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସିବା ଦ୍ୱାରା ଶରୀରର ଆଭ୍ୟନ୍ତରୀଣ ଘଣ୍ଟା ( ଶରୀରର ସମୟ ନିର୍ଘଣ୍ଟ) ଠିକ୍ ରହେ | ଏହା ରାତିରେ ଶରୀରରେ ମେଲାଟୋନିନ୍ ନାମକ ହରମୋନ୍ ତିଆରି କରିବାରେ ସାହାଯ୍ୟ କରେ, ଯାହା ଦ୍ୱାରା ଭଲ ନିଦ ହୁଏ |ଗବେଷଣାରୁ ଜଣାପଡିଛି ଯେ ସୂର୍ଯ୍ୟକିରଣ ଚର୍ମରୁ ନାଇଟ୍ରୋଜେନ୍ ଅକ୍ସାଇଡ୍ ନିର୍ଗତ କରିବାରେ ସାହାଯ୍ୟ କରେ, ଯାହା ରକ୍ତନଳୀକୁ ପ୍ରସାରିତ କରି ରକ୍ତଚାପ ହ୍ରାସ କରିଥାଏ |ସୀମିତ ପରିମାଣର ସୂର୍ଯ୍ୟକିରଣ ସୋରିୟାସିସ୍, ଏକଜିମା ଏବଂ ବ୍ରଣ ଭଳି କେତେକ ଚର୍ମ ରୋଗର ଚିକିତ୍ସାରେ ସାହାଯ୍ୟ କରିଥାଏ ବୋଲି ଭେଷଜ ବିଜ୍ଞାନୀମାନେ ପୁରାଣ ଶାସ୍ତ୍ର ମତକୁ ବିଶ୍ଲେଷଣାତ୍ମକ ଜ୍ଞାନାଧାରରେ ସ୍ବୀକାର କରିଛନ୍ତି ।
ସେହିପରି ଯୁଦ୍ଧରେ ଜୟଲାଭ ଓ ଜନ୍ମ ଜନ୍ମାନ୍ତର ପାପା ମୋଚନ ପାଇଁ ସବିତାଙ୍କ ତ୍ରିକାଳ ଉପାସନା ପ୍ରକୃଷ୍ଟ ମାଧ୍ୟମ-“ବିବସ୍ୱତସ୍ତୁ ଜାତାନାଂ ଶୃଣୁୟାଦ ବା ପାଠେତ୍ ତଥା ,ଆପଦଂ ପ୍ରାପ୍ୟ ମୁଚ୍ୟେତ ପ୍ରାପ୍ଲୟାଚ୍ଚ ମହଦୀଶଃ ,ଅହୋରାତ୍ର କୃତଂ ପାପମେତଚ୍ଛ ମୟତି ଶୃତମ୍ ,ମହାତ୍ମ୍ୟ ମାଦି ଦେବସ୍ୟ ମାର୍ତ୍ତଣ୍ଡସ୍ୟ ମହାତ୍ମନଃ "ବୋଲି ଉଲ୍ଲେଖ ରହିଛି ।
ଜନଜୀବନର ଆତ୍ମା
ଜନଜୀବନର ଆତ୍ମା
-------------------
ଉତ୍କୃଷ୍ଟ କଳାର ରାଜ୍ୟ ଆମ ଉତ୍କଳର ହଜାର ହଜାର ବର୍ଷର ଗୈାରବମୟ ଇତିହାସ ସହ ଆଜିର ଏହି କ୍ଷେତ୍ର ସମୂହର ସ୍ଥିତି ଦେଖି ଏକ ତୁଳନାତ୍ମକ ଚିତ୍ର ଦେଖିଲେ ଜଣେ ଖାଣ୍ଟି ଭାବପ୍ରବଣ ଓଡ଼ିଆର ହୃଦାଘାତ ହେବା ସମ୍ଭାବନା ଅଧିକ ରହିଛି । ଓଡ଼ିଶାର ଲୋକନୃତ୍ୟ, ଓଡ଼ିଶାର କଳା ଓ ସଂସ୍କୃତିର ପରିଚାୟକ କେବଳ ନୁହେଁ ଅଧିକନ୍ତୁ ଓଡ଼ିଆ ଜନଜୀବନର ଆତ୍ମା । ଓଡ଼ିଆ ଜୀବନ ଶୈଳୀ ଏବଂ ପ୍ରଥା ସହିତ ଶହଶହ ପ୍ରକାର ର ନୃତ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଏସବୁ ମୁଖ୍ୟତଃ ଧର୍ମଚାର, ମନୋରଞ୍ଜନ, ଶ୍ରମ ଅପନୋଦନ, ସାମାଜିକ ସଂସ୍କାର ଆଦି ବହୁବିଧ ଉଦ୍ଦେଶ୍ୟକୁ ଉପଜିଵ୍ୟ କରି ଲୋକନୃତ୍ୟର ସୃଷ୍ଟି ହୋଇଥିଲା । ଗ୍ରାମବହୁଳ ଓଡ଼ିଶାରେ ଦୈନନ୍ଦିନ ଜୀବନରେ ଟିକେ ଆନନ୍ଦ ଉପଭୋଗ କରିବାକୁ ଅନୁଷ୍ଠିତ କରାଯାଏ ଯାତ୍ରା ଓ ମହୋତ୍ସବମାନ । ଓଡ଼ିଶାର ପ୍ରତ୍ୟେକ ପର୍ବପର୍ବାଣୀ ସହ ବିଭିନ୍ନ ଲୋକନୃତ୍ୟର ପ୍ରଚଳନ ରହିଥିଲା। ଏହିସବୁ ନୃତ୍ୟ ମୁଖ୍ୟତଃ ଖୋଲା ଆକାଶତଳେ ପରିବେଷଣ କରାଯାଉଥିଲା । ପ୍ରତ୍ୟେକ ଲୋକନୃତ୍ୟରେ ଓଡ଼ିଶାର ପାରମ୍ପରିକ ସଂଗୀତ ଓ ବହୁଲୋକପ୍ରିୟ ଢଗଢମାଳି ଆଦିର ବ୍ୟବହାର ହେଉଥିଲା । ଏହାସହିତ ପାରମ୍ପରିକ ବାଦ୍ୟର ବ୍ୟବହାର ମଧ୍ୟ କରାଯାଉଥିଲା । ବିଗତ ୫୦ ବର୍ଷ ତଳେ ଆମେ ବହୁ ମେଳା,ମେଳଣ ରେ ଦେଖିବାକୁ ପାଇଥିବା ଓ ଉପଭୋଗ କରିଥିବା, ଶୁଣିଥିବା ଲୋକନୃତ୍ୟ, ଲୋକ କଳା ପ୍ରଭୃତି ଏବେ ଆଉ ଦେଖିବାକୁ ମିଳୁନାହିଁ । ନାଗାନାଚ,ସଖି କଣ୍ଢେଇ ନାଚ,ଛଉ ନୃତ୍ୟ, ତାହା ପୁଣି ମୟୂରଭଞ୍ଜ ଛଉ ନୃତ୍ୟ, ଷଢେ଼ଇକଳା ଓ ପୁରୁଲିଆ ଛଉ ନୃତ୍ୟ,କରମାନାଚ, ଦଣ୍ଡ ନାଚ,ଚଇତି ଘୋଡ଼ା ନାଚ, ଘୁମୁରା ନାଚ, ଚଢ଼େଇ ନାଚ,ଶବର - ଶବରୁଣୀ ନାଚ,କେଳା-କେଳୁଣି ନାଚ, ଡାଲଖାଇ ନାଚ , ଗୋଟି ପୁଅ ନାଚ, ଏପରିକି ଆଦିବାସୀ ଅଧ୍ୟୁଷିତ ଆମ ରାଜ୍ୟର ଆଦିବାସୀ ନୃତ୍ୟ ଯଥା ଦେଶିଆ ନାଚ,ଗଦବା ନାଚ,କନ୍ଧ ନାଚ,କୋୟା ନାଚ,ଓଁରା ନାଚ,ସଉରା ନାଚ,ପରଜା ନାଚ,କାଠି କଣ୍ଢେଇ ନାଚ ଠାରୁ କେନ୍ଦେରା ଗୀତ,ଖଞ୍ଜଣି ଭଜନ, ଚୁଟ୍କୁଚୁଟା, ପାଟୁଆ ନାଚ ଠାରୁ ଅନେକ ଲୀଳା ଯଥାଲୀଳାଭାରତ ଲୀଳା ବା ଦୁଆରୀ ଲୀଳା ବା ସୁଭଦ୍ରା ହରଣ ନାଟ , ରାମଲୀଳା, କୃଷ୍ଣଲୀଳା,ରାସଲୀଳା,ରାଧା ପ୍ରେମ ଲୀଳା,ରାଧାମାନ ଲୀଳା ସମେତ ଅନେକ ଲୀଳା ଯଥା ଭାରତ ଲୀଳା ବା ଦୁଆରୀ ଲୀଳା ବା ସୁଭଦ୍ରା ହରଣ ନାଟ ସ଼ହିତ ଅନେକ ସୁଆଙ୍ଗ ଯଥା ଲକ୍ଷ୍ମୀ ପୁରାଣ ସୁଆଙ୍ଗ,ବିଲଙ୍କା ରାମାୟଣ ସୁଆଙ୍ଗ,ଗଣ୍ଡାବଧ ସୁଆଙ୍ଗ,ଚନ୍ଦ୍ରାବତୀ ସୁଆଙ୍ଗ ,ଉଷାବତୀ ହରଣ ସୁଆଙ୍ଗ,ଦକ୍ଷ ଯଜ୍ଞ ସୁଆଙ୍ଗ ଭଳି ଅନେକ ସୁଆଙ୍ଗ ,ଚକୁଳିଆ ପଣ୍ଡା , ଦାସକାଠିଆ, ରସରକେଲି, ପ୍ରହଲ୍ଲାଦ ନାଟକ ଠାରୁ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ପରମ୍ପରା ପ୍ରଚାର ପ୍ରସାର ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପାଲା ର ସ୍ଥିତି ବିପନ୍ନ । ନାଗାନାଚ ର କେବେ ଅୟମାରମ୍ଭ ହୋଇଥିଲା ଏଯାବତ୍ ଗବେଷଣା ହୋଇନାହିଁ, ପ୍ରଭୁ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ର ବିଶେଷତ୍ଵ ଓ ଭିତ୍ତିଭୂମି ପ୍ରସଙ୍ଗ ମଧ୍ୟ ଗବେଷଣା ସାପେକ୍ଷ ସତ୍ୟ ମାତ୍ର, ଏହା ହଜାର ହଜାର ବର୍ଷ ଧରି ଓଡ଼ିଆ ମାନଙ୍କ ସାମରିକ କଳା ପରମ୍ପରା ତଥା ପାଇକ ପରମ୍ପରା ବିଜଡ଼ିତ ।ନାଗା ନାଚ ରେ କେବଳ ବିଭିନ୍ନ ବାଦ୍ୟ ଓ ପ୍ରଚ୍ଛଦ ଯନ୍ତ୍ରସଙ୍ଗୀତ ଥାଏ । ଏହାର ସଙ୍ଗୀତରେ ବ୍ୟବହୃତ ବାଦ୍ୟ ଯନ୍ତ୍ରସବୁ ହେଲା ମାଦଳ, ଧୁମସା ଓ ପଖଉଜ । ଅଧୁନା କର୍ପୁର ଉଠିଯାଇ କନା ପଡ଼ିବା ଭଳି ସାମୟିକ ବିଭିନ୍ନ ପର୍ବ ପାଳନ ବେଳେ ପୁରୀରେ ଦେଖିବାକୁ ମିଳିଥାଏ । ସାଧାରଣତଃ ଯୁବବର୍ଗର ନର୍ତ୍ତକମାନେ ଏଥିରେ ବିଭିନ୍ନ ଭାରୀ ଓ ଚିତ୍ରିତ ପୋଷାକ ପିନ୍ଧି ନାଚିଥାନ୍ତି ।ନର୍ତ୍ତକମାନେ ମଥାରେ ବିଶାଳ ଅଳଙ୍କାର ଖଚିତ ମୁକୁଟ ପିନ୍ଧିଥାନ୍ତି । ସେମାନଙ୍କ ପୋଷାକରେ ବାଉଁଶ-ତିଆରି ଡେଣା ଲାଗିଥାଏ । ସେମାନେ ନାଚିଲା ବେଳେ ଡେଣାଯୋଡ଼ିକ ଦୁଇପଟକୁ ଦୋହଲି ପଡ଼େ ବାଜାବାଦକମାନଙ୍କ ବାଜା ତାଳରେ ତାଳଦେଇ ନର୍ତ୍ତକମାନେ ଆଗକୁ ବଢ଼ିଥାନ୍ତି ।ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ସରକାରୀ ଓ ବେସରକାରୀ ଉତ୍ସବ ପାଳନ ବେଳେ ଓଡ଼ିଶାର ଅନ୍ୟାନ୍ୟ ନାଚ ସହିତ ନାଗା ନାଚ ମଧ୍ୟ ଦେଖିବାକୁ ମିଳିଥାଏ ।ନାଗା ନାଟରେ ବିଭିନ୍ନ ବୀର ବାଦ୍ୟ ବାଦନ ସହିତ ବୀର ବେଶରେ ସଜ୍ଜିତ ନର୍ତ୍ତକଗଣ ନୃତ୍ୟରେ ବିଭିନ୍ନ ସମର-ସମ୍ବନ୍ଧିତ ବିଷୟବସ୍ତୁ ଦେଖାଇଥାନ୍ତି । ଚାରିରୁ ଆଠ ଜଣ ଲୋକଙ୍କୁ ନେଇ ଗଠିତ ଏକ ଦଳ ଏହି ନାଚ ପରିବେଷଣ କରିଥାନ୍ତି ।ନାଗା ନାଚର ନାମକରଣ ଯାଯାବର ନାଗା ଜାତିରୁ ହୋଇଥିବା ଜଣାଯାଏ । କଳିଙ୍ଗ ଭୁଖଣ୍ଡ ଦକ୍ଷିଣପୂର୍ବ ଏସିଆ ଛଡ଼ା ଆଧୁନିକ ଭାରତର ଉତ୍ତରରୁ ପୂର୍ବଦେଇ ଦକ୍ଷିଣ ଯାଏ ବ୍ୟାପିଥିବା ବେଳେ ଏଠାରେ ବାସ କରୁଥିବା ନାଗା ଜନଜାତିଙ୍କ ଏହି ନାଚ ଓଡ଼ିଆ ସଂସ୍କୃତି ସହିତ ବିଜଡ଼ିତ ହୋଇ ବୀରତ୍ବର ପରିଚୟ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ମାନବୀୟ ଲୀଳା କରିଆସୁଥିବା ଜଗନ୍ନାଥ ଶ୍ରୀମନ୍ଦିର ସଂସ୍କୃତି ରେ ସଂଯୁକ୍ତ ହୋଇରହିଛି । ଏବେ ନିକଟରେ " ନାଗାର୍ଜୁନ ବେଶ" ହୋଇଥିଲା ।ନାଗାର୍ଜୁନ ବେଶ ବା ପର୍ଶୁରାମ ବେଶ ଶ୍ରୀଜଗନ୍ନାଥ ସେବା ସଂସ୍କୃତି ରେ ଅନେକ ଅନାଲୋଚିତ ଗୁରୁତ୍ୱପୂର୍ଣ୍ଣ ଦର୍ଶନ ଆଧାରିତ , ବିଶେଷ କରି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର କରାଯାଇଆସୁଥିବା ଅନେକ ବେଶଗୁଡ଼ିକ ମଧ୍ୟରେ ଏକ ଅନନ୍ୟ ଅତୁଳନୀୟ ବେଶ, ଯାହା ପୂର୍ବଜ ଓଡ଼ିଆ ମାନଙ୍କ ମହନୀୟ ସ୍ବାଭିମାନୀ ଜୀବନଚର୍ଯ୍ୟାର ଏକ ପ୍ରତିଫଳିତ ଦର୍ପିତ ଵେଶ । ଯେଉଁ ବର୍ଷ କାର୍ତ୍ତିକ ମାସରେ ପଞ୍ଚକ ଛଅ ଦିନ ପଡ଼େ ସେହି ବର୍ଷ ମଳ ତିଥିରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କ ନାଗାର୍ଜୁନ ବେଶ ହୁଏ । ବିଶେଷ ତାତ୍ପର୍ଯ୍ୟ ପୂର୍ଣ୍ଣ ଯେ ଏହା ଯେଉଁ ବର୍ଷ ପଡ଼ିଥାଏ, ତତ୍ ପରବର୍ତ୍ତୀ ବର୍ଷ ମଧ୍ୟ ପଡ଼ିଥାଏ । ବ୍ୟକ୍ତିଗତ ଭାବେ ଆମ ପାଇଁ ସାଂସାରିକ ଦୃଷ୍ଟିକୋଣ ରୁ ଏହା ସର୍ବାଧିକ ସ୍ମରଣୀୟ ଯେ ୧୯୯୩, ନଭେମ୍ବର ୨୬ ତାରିଖ ରେ ଆମ ଜେଜେ ମା ୯୭ ବର୍ଷରେ ଇହଲୀଳା ସମ୍ବରଣ କରିଥିଲେ । ପୂର୍ବର ଇତିହାସ ଗର୍ଭାନୁଶୀଳ କଲେ ଜଣାଯାଏ ଯେ ଅତୀତରେ ଏହି ବେଶ ୧୯୯୪ ମସିହା ନଭେମ୍ବର ୧୬ ତାରିଖରେଓ ତା ପୂର୍ବରୁ ୧୯୯୩ ନଭେମ୍ବର ୨୬, ୧୯୬୮ ନଭେମ୍ବର ୩, ୧୯୬୭ ନଭେମ୍ବର ୧୬ ଓ ୧୯୬୬ ନଭେମ୍ବର ୨୬ରେ ପାଳିତ ହୋଇଥିଲା । ପରବର୍ତ୍ତୀ ନାଗାର୍ଜୁନ ବେଶ ୨୭ ନଭେମ୍ବର ୨୦୨୦, ଶୁକ୍ରବାର କାର୍ତ୍ତିକ ଶୁକ୍ଳ ମଳ ଦ୍ୱାଦଶୀ ତିଥିରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ବର୍ଷ ମଧ୍ୟ ନାଗାର୍ଜୁନ ବେଶ ହେବାକୁ ଯାଉଛି । ଅତଏବ ଆଲୋଚନା କରିବା ଏହି ବେଶ ର ବିଶେଷତ୍ଵ କ'ଣ ? ଯେହେତୁ ବିଗତ ଦେଢ ମାସ ମଧ୍ୟରେ ଏ ସମ୍ପର୍କରେ କୈାଣସି ଗଣମାଧ୍ୟମରେ ସବିଶେଷ ଭାବରେ ଆଲୋଚନା ହୋଇନାହିଁ, ତେଣୁ ଏହାର ଗର୍ଭାନୁଶୀଳନ କରିବାକୁ ଚେଷ୍ଟା କରି ଯେଉଁ ସବୁ ତଥ୍ୟାଧାରରେ ଏହା ଉପସ୍ଥାପନ କରିବାକୁ ଯାଉଛୁ, ତା'ର ସମୀକ୍ଷା ଓ ମତାମତ ମଧ୍ୟ ଆହ୍ବାନ କରୁଛୁ ।ପୁରାଣ ମତେ ପର୍ଶୁରାମଙ୍କ ସହସ୍ରାର୍ଜ୍ଜୁନ ବଧ କିମ୍ବା ଅର୍ଜୁନ ଓ ତାଙ୍କ ପୁତ୍ର ନାଗାର୍ଜୁନ ମଧ୍ଯରେ ହୋଇଥିବା ଯୁଦ୍ଧର ସ୍ମୃତି ସ୍ୱରୂପ ଏହି ବେଶ ଅନୁଷ୍ଠିତ ହୁଏ ।ଏହି ବେଶ ଯୋଦ୍ଧା ଓ ସନ୍ଯାସୀର ସମ୍ମିଶ୍ରଣ ବେଶ ଥିଲା । ଅର୍ଜୁନ ନିଜ ପୁତ୍ର ସହସ୍ରାର୍ଜୁନ ଦ୍ୱାରା ପରାସ୍ତ ହେଇଥିଲେ । ସହସ୍ରାର୍ଜ୍ଜୁନ ଶ୍ରୀକୃଷ୍ଣଙ୍କ ଅନ୍ୟ ଏକ ରୂପେ । ମହାଭାରତ ଅନୁସାରେ ବନବାସ ସମୟରେ କିରାତ ବେଶଧାରୀ ଶିବ ସହ ଅର୍ଜୁନଙ୍କ ମଧ୍ୟରେ ଯୁଦ୍ଧ ହେଲା । ଅର୍ଜୁନ ପରାସ୍ତ ହେଲେ ମଧ୍ଯ ଶିବ ଅନେକ ଦିବ୍ଯ ଅସ୍ତ୍ର ପ୍ରଦାନ କଲେ । କିରାତାର୍ଜୁନ କହିଲେ ଯେପରି ଶିବଙ୍କୁ ବୁଝାଏ ସେପରି ନାଗାର୍ଜୁନ ବିଷ୍ଣୁଙ୍କର ଏକ ରୂପ । ଶିବ ଓ ବିଷ୍ଣୁଙ୍କର ସମନ୍ୱୟ ସାଧିତର ପ୍ରତୀକ ହେଲା ନାଗାର୍ଜୁନ ବେଶ ।ନାଗା ସନ୍ଯାସୀମାନେ ଉଲଙ୍ଗତା, ଉଦଣ୍ଡତା ତଥା ବୀରତା ପାଇଁ ପ୍ରସିଦ୍ଧ । ଅତୀତରେ ଏମାନେ ମନ୍ଦିରର ସୁରକ୍ଷା ଦାୟିତ୍ୱରେ ଥିଲେ । ଅତୀତରେ ନାଗା ସନ୍ଯାସୀ ଜଗନ୍ନାଥଙ୍କୁ ନାଗା ବେଶରେ ଦେଖିବା ପାଇଁ ଇଚ୍ଛା କରିଥିବାରୁ ଶ୍ରୀଜଗନ୍ନାଥ ଇଛା ପୂରଣ କରି ନାଗାର୍ଜୁନ ବେଶରେ ଉଭା ହୋଇଥିବାର କିମ୍ବଦନ୍ତୀ ରହିଛି । ପଦ୍ମ ପୁରାଣର ଉତ୍ତରଖଣ୍ଡ ବର୍ଣ୍ଣନା ଅନୁସାରେ କାର୍ତ୍ତିକ ମାସ ଭଗବତ ଆରାଧନା, ଉପାସନା ଆଦି ଦୃଷ୍ଟିରୁ ଶ୍ରେଷ୍ଠ ହୋଇଥିବାରୁ ଏହି ମାସରେ ନାଗାର୍ଜୁନ ବେଶ ହୋଇଥାଏ । ଆମେ ଛୋଟ ପିଲା ଥିବା ସମୟରେ ଯେଉଁ ହିନ୍ଦୀ+ ଓଡ଼ିଆ+ ଓଡ଼ିଆ ର କଥିତ ଭାଷା ମିଶା ଗୀତ ର ଅବଧି ବୋଧେ ଆଠଶହ ବର୍ଷ ତଳର ଏବଂ ଏହାକୁ ପଢ଼ିବା ପରେ ସନ୍ଥ ତୁଳସୀ ଦାସ ଏହି ଭାଷା ରେ ତାଙ୍କର ଗୁରୁ ଶିଶୁ ଅନନ୍ତ ଦାସ ଓ ଯାଜପୁର ନରହରି ଦାସ ଙ୍କ ଠାରୁ ଶିକ୍ଷା ଲାଭ କରି " ରାମ ଚରିତ ମାନସ" ଲେଖିଥିଲେ । ସେହି ନାଗା ନାଚ ଗୀତ ଏଠାରେ ଉପସ୍ଥାପନ କଲେ ପାଠକେ ଏହାର ସତ୍ୟତା ଅନୁଭବ କରିପାରିବେ ।
" ଜାଗୋ ମାଈ କାରିକା ଜଗାଓ ମାୟୀ କାରିକା
ହସ୍ତେ ଶୋହେ ଖଣ୍ଡା ଖପର ଗଳା ମୁଣ୍ଡ ମାଳିକା
କଲିକତା ରେ ଗଙ୍ଗାତୀରେ ନାମ ବୋଲାଓ କାଲୀ
ବଳିଭୋଜା ସବ୍ ରୋଜ୍ ପାଓ ପୂଜା କରେ ବଙ୍ଗାଲୀ
ବାଣପୁରେ ଭଗବତୀ ବିରାଜେ ବାଙ୍କିରେ ଚର୍ଚ୍ଚିକା
ସମ୍ବଳପୁରେ ସମଳାଇ ଆଦିମ ପୁରେ ଭୋକା
ଝଙ୍କଡେ ସାରଳା ନାମ ଯଜ୍ଞପୁରେ ବିରଜାଇ
ପ୍ରାଚୀକିନାରେ କାକଟପୁରରେ ମଙ୍ଗଳା ମହାମାୟୀ
ଜଗନ୍ନାଥଜୀ କୋ ଧାମ ପରେ ବିଖ୍ୟାତ ଵିମଲା
ନାମ ଭଜୋ ଜନକ ପୂଜୋ କବ ନାହିଁ କର ହେଲା .।"
ସେହିପରି ମେଳଣରେ ନାଗାନାଚ ଆଗରୁ ପାଲା ବାଲା,କେଳାକେଳୁଣୀ, ଶବର ଶବରୁଣୀ,ବାରିକ ବାରିକିଆଣୀ,ବିଭାଘରିଆ, ଚକୁଳିଆ ପଣ୍ଡା, ବୁଢ଼ାବୁଢ଼ୀ, ଗଣେଶ,ବୃଷଭ,କଳାଘୋଡା,ସୁଆଙ୍ଗ ନାଚ ଓ ଅନ୍ୟାନ୍ୟ ନୃତ୍ୟ ର ଏକ ବାତାବରଣ ସୃଷ୍ଟି ହେଉଥିଲା । ଏତଦ୍ ଭିନ୍ନ
ଏବେ ଦଣ୍ଡ ନାଚର ସ୍ଥିତି କିପରି ଭାବରେ ହଜିଯାଇଛି, ତାହା ଆମେ ଦେଖୁଛେ ।ଦଣ୍ଡନାଚ ଓଡ଼ିଶାର ଏକ ପ୍ରାଚୀନ ଓ ପାରମ୍ପରିକ ନାଚ । ଏହା ଗଞ୍ଜାମ ଜିଲ୍ଲାର ଏକ ଲୋକ ପର୍ବ। ଏହା ଗ୍ରାମାଞ୍ଚଳରେ ଏହା କାମନା ଦଣ୍ଡ ଭାବେ ପରିଚିତ। ଏହି ନୃତ୍ୟ ଧର୍ମିୟ ଧାରଣା ଏବଂ ଈଶ୍ୱର ବିଶ୍ୱାସ ଉପରେ ପ୍ରତିଷ୍ଠିତ । ନାଟକର ସୃଷ୍ଟି କେବେ ଓ କିଭଳି ହେଲା ତାହା ରହସ୍ୟମୟ । ତେବେ ଆଧୁନିକ ନାଟକ ସୃଷ୍ଟିର ବହୁ ପୂର୍ବରୁ ଲୋକନାଟକ ଗୁଡିକ ସୃଷ୍ଟି ହୋଇଥିବା ବିଷୟକୁ ଅସ୍ୱୀକାର କରାଯାଇ ନପାରେ । କାରଣ ବେଦ, ଭରତମୁନିଙ୍କ ନାଟ୍ୟଶାସ୍ତ୍ର,ବୌଦ୍ଧ ନିକାୟ,ପାଣିନି,କୃଶାଶ୍ୱ ଓ ବିଭିନ୍ନ ପୌରାଣିକ ଗ୍ରନ୍ଥରୁ ଲୋକନାଚକ ସମ୍ପର୍କରେ ସଂକେତ ମିଳିଥାଏ । ଲୋକନାଟକ ଗୁଡିକର ବର୍ହିଲକ୍ଷ ଓ ଅନ୍ତର୍ଲକ୍ଷ ହେଉଛି ଶିକ୍ଷା ପ୍ରଦାନ । ଜନଜୀବନର କାହାଣୀକୁ ବା ଲୋକବୃତ୍ତକୁ ବିଶ୍ୱସ୍ତ ଭାବେ ଉପସ୍ଥାପନ କରିବା ଲୋକନାଟକର ଅନ୍ୟ ଏକ ଲକ୍ଷ । ନାଟକ ହେଉଛି ଦୃଶ୍ୟକାବ୍ୟ ଓ କାବ୍ୟମାନଙ୍କ ମଧ୍ୟରେ ଶ୍ରେଷ୍ଠ । ନାଟକର ସ୍ରଷ୍ଟା ନାଟ୍ୟ ଶିଳ୍ପିର ମାୟାଜାଲ ବିସ୍ତାର କରି ଦର୍ଶକର ଚିତ୍ତ ବିନୋଦନ ସହିତ ସତ୍ୟ, ଶିବ ଓ ମଙ୍ଗଳର ଜୟଗାନପାଇଁ ଆହ୍ୱାନ ଦେଇଥାନ୍ତି । ଲୋକ ନାଟକର ସୃଷ୍ଟି ଉତ୍ସ ସମ୍ପର୍କରେ କେତେଗୁଡିଏ ତଥ୍ୟ ଅଛି । ସେଗୁଡିକ ହେଲା :୧-ପ୍ରକୃତି ପ୍ରଭାବ, ୨-ଧର୍ମ ଟିନ୍ତନ, ୩-କୃଷି ସଭ୍ୟତା, ୪-ସାମରିକ ପରମ୍ପରା, ୫- କାରୁକଳା, ୬-ଆଦିବାସୀ ଓ ଓଡ଼ିଶୀ ନୃତ୍ୟ ।
ବୈଦିକ ଯୁଗରେ ଲୋକ ନାଟକର ଉବ୍ଦଭ ହୋଇଥିଲେ ମଧ୍ୟ ଏବେ ଏଗୁଡିକ ଲୋକ ସମାଜରେ ମୁମୂର୍ଷ ଅବସ୍ଥାରେ କେବଳ ବଞ୍ଚିରହିଛନ୍ତି । ଏଗୁଡିକର ପୁନରୁଦ୍ଧାର ପାଇଁ ଏବେ ଅବଶ୍ୟ ସମଗ୍ର ବିଶ୍ୱ ଚଳଚଞ୍ଚଳ ହୋଇପଡ଼ିଛି । ସମଗ୍ର ବିଶ୍ୱରେ ବିଭିନ୍ନ ପ୍ରକାର ଲୋକନାଟକ ପ୍ରଚଳିତ । ଚୀନ୍, ଆମେରିକା, ଲୋହିତ ଭାରତୀୟ,ଆଫ୍ରିକାର ଆଦିବାସୀ, ୟୁରୋପର ଅନୁନ୍ନତ ଅଞ୍ଚଳ ତଥା ଭାରତର ବିଭିନ୍ନ ପ୍ରଦେଶରେ ଭଳି ଭଳି ଲୋକନାଟ୍ୟର ପ୍ରଚଳନ ଦେଖିବାକୁ ମିଳେ । ସେହିଭଳି ଓଡ଼ିଶାରେ ମଧ୍ୟ ବିଭିନ୍ନ ଲୋକନାଟକ ମଧ୍ୟରୁ ଦଣ୍ଡନାଟ ଏକ ପ୍ରଭାବଶାଳୀ ଶାଖା ।
ସେହିପରି ଆମ ଲୋକକଳା ବା ଲୋକନୃତ୍ୟ ସଂସ୍କୃତି ରେ ସଖୀକଣ୍ଢେଇ ନାଚ ଓଡ଼ିଶାର ଏକ ପାରମ୍ପାରିକ ନାଚ ଥିଲା । ଏହା କେନ୍ଦ୍ରାପଡ଼ା ଜିଲ୍ଲାରୁ ଆରମ୍ଭ ହୋଇଥିଲା । କ୍ରମଶଃ ଏହି ନାଚ ଆଗ ଭଳି ଗ୍ରାମାଞ୍ଚଳ କିମ୍ବା ସହରରେ ଆଉ ଦେଖିବାକୁ ମିଳୁନାହିଁ । ବର୍ତ୍ତମାନ କେବଳ କେନ୍ଦ୍ରାପଡ଼ା ଜିଲ୍ଲାରେ ମନ୍ତ୍ରୀପଡ଼ା ସଖୀ କଣ୍ଢେଇ ନାଚ ଦଳ ଦେଖିବାକୁ ମିଳନ୍ତି । ଏକ ସୁସଜ୍ଜିତ ମଞ୍ଚ ଉପରେ କଣ୍ଢେଇ ନାଚ ପ୍ରଦର୍ଶିତ କରାଯାଏ । ସାଧାରଣ ମଣିଷଙ୍କ ଭଳି କଣ୍ଢେଇମାନଙ୍କୁ ନାନାଦି ବେଶଭୂଷା କରି ତାରଦ୍ୱାରା ସଂଯୋଗ କରାଯାଇଥାଏ । ଗୀତର ତାଳେ ତାଳେ କଣ୍ଢେଇମାନଙ୍କର ନୃତ୍ୟ ଓ ବିଭିନ୍ନ ଅଙ୍ଗଭଙ୍ଗୀ ପ୍ରଦର୍ଶିତ କରିବା ପାଇଁ, ନାଚ ଦଳର ଜଣେ ସଦସ୍ୟଦ୍ୱାରା କଣ୍ଢେଇଗୁଡ଼ିକୁ ସଂଯୋଗ କରାଯାଇଥିବା ତାରକୁ ଧରି ପରଦାର ନେପଥ୍ୟରେ ନିୟନ୍ତ୍ରିତ କରିଥାନ୍ତି । ସଖୀ କଣ୍ଢେଇ ନାଚ ଦଳରେ ଅତି କମ୍ରେ ୭ଜଣ କଳାକାର ଆବଶ୍ୟକ । ତିନିଜଣ କଣ୍ଢେଇ ନଚାଉଥିବା ବେଳେ ଜଣେ ହାରମୋନିୟମ ବଜାନ୍ତି । ଏହାଛଡ଼ା ଜଣେ ଢୋଲକି ଓ ଜଣେ ଗିନି ବଜାନ୍ତି । ବିଭିନ୍ନ ପ୍ରସଙ୍ଗ ଉପରେ ବାଦ୍ୟଯନ୍ତ୍ର ଓ ସଂଗୀତ ସହ ତାଳ ଦେଇ ସଖୀକଣ୍ଢେଇ ନାଚ ହୁଏ । ନାଚ ମଧ୍ୟରୁ ବଂଶୀଚୋରି, ବାଟଛାଡ଼ ନାଗର, ଦ୍ରୌପଦୀ ବସ୍ତ୍ରହରଣ, ନାବକେଳି, ରାଧୀକା ଓ ଦୂତୀ, ଲଳିତା ଓ ଦୂତୀ, ଶବର ଶବରୁଣୀ ନାଚ ଅଧିକ ହୁଏ । ନାଚର ପ୍ରସଙ୍ଗ ଉପରେ ଜଣେ ମଧୁର କଣ୍ଠରେ ଗୀତ ବୋଲି ଦର୍ଶକଙ୍କୁ ଆମୋଦିତ କରନ୍ତି । ଏକ ଘଣ୍ଟା ମଧ୍ୟରେ ୮ରୁ ୧୦ ପ୍ରକାରର ନାଚ ପ୍ରଦର୍ଶିତ କରାଯାଏ । ପ୍ରଚାର ଓ ପ୍ରସାର ଅଭାବରୁ ତାର ଦ୍ୱାରା ସଖୀ କଣ୍ଢେଇ ନାଚ ସମ୍ପୂର୍ଣ୍ଣ ଲୋପ ପାଇ ଯାଇଛି । କିନ୍ତୁ ଜିଲ୍ଲାର ସଦର ମହକୁମାଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଥିବା ଡେରାବିଶି ବ୍ଳକ ଅନ୍ତର୍ଗତ କୁରୁଜଙ୍ଗା ପଞ୍ଚାୟତର ମନ୍ତ୍ରୀପଡ଼ା ଗ୍ରାମର କେଳା ବସ୍ତିରେ ଏହି ନାଚର ଅସ୍ତିତ୍ୱ ରହିଛି । ପୂର୍ବରୁ ତାର ସାହାଯ୍ୟରେ ସଖୀ କଣ୍ଢେଇ ନଚା ଯାଉଥିଲା । ସେ ପ୍ରଥା ବନ୍ଦ ହୋଇଯିବାରୁ ଏବେ କାଠ କଣ୍ଢେଇକୁ ବେଶ ପୋଷାକରେ ସଜାଇ ହାତରେ ନଚାଉଛନ୍ତି । ବିଭିନ୍ନ ସମୟରେ ଘରୋଇ ସାଂସ୍କୃତିକ ସଙ୍ଗଠନ ଉଦ୍ୟମରେ ଏମାନେ ଭୁବନେଶ୍ୱର, ଦିଲ୍ଲୀ, ମୁମ୍ବାଇ, କଲିକତା ଯାଇଆନ୍ତି । ସେହିପରି ଚଇତି ଘୋଡା ନାଚ ଆମ ଓଡ଼ିଶାର ଏକ ପାରମ୍ପରିକ ଲୋକନୃତ୍ୟ ଥିଲା। ଏହା ମୁଖ୍ୟତଃ ଓଡ଼ିଶାର ଉପକୂଳ ଅଞ୍ଚଳରେ କେଉଟମାନଙ୍କଦ୍ୱାରା ଆରମ୍ଭ ହୋଇ ସେହି ଅଞ୍ଚଳମାନଙ୍କରେ ଚୈତ୍ର ମାସ ପୂର୍ଣ୍ଣିମା ତିଥିରେ ପରିବେଷିତ ହୋଇଥାଏ । କେଉଟମାନେ ବାଉଁଶ ବତାରେ ଘୋଡ଼ାର ପାଦହୀନ ଦେହ ଓ ବେକ ଆକାରର ଗୋଟିଏ ଥାଟ ତିଆରି କରି ତା ଉପରେ ଲୁଗା ଆଦି ଘୋଡ଼ାନ୍ତି ଓ ବେକ ଉପରେ ଘୋଡ଼ାମୁହଁ ପରି ଚିତ୍ରିତ ମୁଖାଟିଏ ଲଗାନ୍ତି ଉକ୍ତ ଚଇତିଘୋଡ଼ାର ପିଠିରେ ଗୋଟିଏ କଣା ଥାଏ ସେହି କଣାବାଟେ ମନୁଷ୍ୟ ଅଣ୍ଟା ପର୍ଯ୍ୟନ୍ତ ପଶି କରି ଭୂମିରେ ଠିଆହୁଏ ଓ ଘୋଡ଼ାରୂପର ଆଗରୁ ଓ ପଛରୁ ଡ଼ୋରି ଲଟକା ଯାଏ ମନୁଷ୍ୟର ଅଣ୍ଟାଠାରୁ ନିମ୍ନ ଅଂଶ ଘୋଡ଼ା ଭିତରେ ଲୁଚି ଥାଏ ଓ ଅଣ୍ଟା ଠାରୁ ଉପର ଅଂଶ ଘୋଡ଼ା ଭିତରେ ବସିବା ପରି ଅନୁମିତ ହୁଏ । ଏ ବ୍ୟକ୍ତି ନାଚିବା ସଙ୍ଗେ ସଙ୍ଗେ ଘୋଡ଼ା ମଧ୍ୟ ନାଚେ ଘୋଡ଼ାର ମୁହଁଆଡ଼େ ଲଗାମପରି କନାଡ଼ୋରି ବନ୍ଧା ହୋଇଥାଏ ଉକ୍ତ ଡ଼ୋରିକୁ ନାଚିବାବାଲା ଧରି ଘୋଡ଼ାର ଲଗାମ ଧରିବାର ଅଭିନୟ କରେ କେଉଟମାନେ ଏହି ପର୍ବ ଉପଲକ୍ଷରେ ଚଢ଼େଇବା ଓ ଚଢ଼ଉଣୀ ବେଶ ହୋଇ ନାଚନ୍ତି ଓ ଗୀତ ବୋଲନ୍ତି । ଘୋଡ଼ାନାଚରେ ଜଣେ ଲେଖାଏଁ ଗାୟକ, ପାଳିଆ, ଢୋଲକିଆ, ମହୁରିଆ, ରାଉତ, ରାଉତାଣୀ ଥାଆନ୍ତି । ଗାୟକ ବିଷୟବସ୍ତୁ ଗାଉଥିବା ବେଳେ ପାଳିଆ ପାଳିଧରେ, ଢୋଲକିଆ ବାଜା ବଜାଏ ଓ ରାଉତ ସଜ୍ଜିତ କାଠଘୋଡ଼ା ଚଢ଼ି ରାଉତାଣୀ ସହ ନୃତ୍ୟ କରୁଥାଏ । ମା’ ବାସେଳୀଙ୍କ ବନ୍ଦନାରୁ ଆରମ୍ଭ ହୁଏ ଘୋଡ଼ାନାଚ, ପରେ ରାଧାକୃଷ୍ଣଙ୍କ ଲୀଳା, ଶିବପାର୍ବତୀଙ୍କ କାହାଣୀକୁ ଗୀତ ଓ ନୃତ୍ୟ ମାଧ୍ୟମରେ ପରିବେଷଣ କରାଯାଏ । ଏଥିପାଇଁ କୌଣସି ନିର୍ଦ୍ଧିଷ୍ଟ ବହି ନଥାଏ । କୈବର୍ତ୍ତ ଗୀତା, କୈବର୍ତ୍ତ ପୁରାଣ ଓ କୈବର୍ତ୍ତ ସଂହିତାରୁ ବିଷୟବସ୍ତୁ ଉଦ୍ଧାର କରି ଗାୟକ ସେଗୁଡ଼ିକୁ ପାରମ୍ପରିକ ସ୍ୱରରେ ପଡ଼ିବା ଭଳି ଶବ୍ଦ ସଂଯୋଜନା କରି ସ୍ୱର ଦେଇଥାନ୍ତି । ସେହିପରି ଆମର ମୟୂରଭଞ୍ଜ ଛଉ ନୃତ୍ୟ , ଷଢେ଼ଇକଳା ଛଉ ନୃତ୍ୟ ର ଭିତ୍ତି ସମ୍ପର୍କିତ ଗବେଷଣା ତଥ୍ୟାନୁସାରୃ ଛଉ" ଶବ୍ଦ ଓଡ଼ିଆ ଶବ୍ଦ "ଛାଉଣି"ରୁ ଆସିଅଛି ଯାହାର ଅର୍ଥ ସେନାଛାଉଣି ଓ ଏହା ରାଜାରାଜୁଡ଼ା ସମୟର ସେନାମାନଙ୍କ ଯୁଦ୍ଧ କଳାରୁ ଜନ୍ମ ନେଇଛି । ଛଉନାଚ ଚୈତ୍ର ମାସର ଶେଷ ଭାଗରେ ଅନୁଷ୍ଠିତ ହୁଏ । କୃଷିଭିତ୍ତିକ ସଭ୍ୟତାର ଏହା ପ୍ରଥମ ପର୍ବ । ପ୍ରାୟ ସବୁ ଲୋକନୃତ୍ୟ ପରି ଛଉରେ ମଧ୍ୟ ପ୍ରଥମେ ଆରାଧ୍ୟ ଦେବାଦେବୀଙ୍କୁ ପୂଜା କରାଯାଏ । ପରେ ରଙ୍ଗ ବାଜା ବାଜେ । ମଞ୍ଚ ଉପରକୁ ଆସନ୍ତି ନଟ-ନଟୀ, ନାଟକ ବିଷୟରେ ସୂଚନା ଦିଅନ୍ତି । ହସ୍ତ ପଦ ଚାଳନାର ବିଭିନ୍ନ କୌଶଳ ହିଁ ଏହାଦ୍ୱାରା ଶିକ୍ଷା କରାଯାଏ । ଛଉନାଚ ମୁଖ୍ୟତଃ ମୂକାଭିନୟ । ବଚିକ ଅଭିନୟ ନାହିଁ କହିଲେ ଚଳେ। କଳାକାର ମାନେ ଗୀତ ଗାଇବା ପରିବର୍ତ୍ତେ ନେପଥ୍ୟରୁ ଅନ୍ୟ କଳାକାର ଗୀତ ଗାଇଥାନ୍ତି ଓ ତାହାକୁ ଅନୁସରଣ କରି ଅଭିନେତା ଅଭିନୟ କଳା ଚାଲୁରଖିଥାଏ । ବର୍ତମାନ 'ଛଉନାଚ' ଶାସ୍ତ୍ରୀୟ ନୃତ୍ୟର ମର୍ଯ୍ୟାଦା ଲାଭ କରିଛି। ସେହିପରି କରମା ନାଚ ର ସ୍ଥିତି ଅନୁଧ୍ୟାନ କରିବାକୁ ଗଲେ ଆମେ ନିରାଶା ହେବା ।ଏହା କରମ ଦେବତୀ (କରମଶୁଣି)ଙ୍କ ପୂଜା ପାଇଁ କରା ଯାଇ ଥାଏ । ଭାଦ୍ରବ ଶୁକ୍ଲ ଏକାଦଶୀରେ ଏହା ଆରମ୍ଭ ହୋଇ କିଛି ଦିନ ପର୍ଯ୍ୟନ୍ତ ଚାଲି ଥାଏ । ଏହି ନୃତ୍ୟ ଓଡ଼ିଶାର ସମ୍ବଲପୁର, ମୟୂରଭଞ୍ଜ, ଢେଙ୍କାନାଳ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଦେଖା ଯାଏ । ପୂଜା ଦିନ ଦୁଇ ଜଣ ଯୁବତୀ କନ୍ୟା “କରମା” ଗଛର ଡାଳକୁ ଆଣି ଦେବତାଙ୍କ ଆସ୍ଥାନରେ ରଖି ଥାନ୍ତି । ଏହି କରମା ଡାଳକୁ “କରମଶୁଣି “ ଦେବୀ ହିସାବରେ ପୂଜା କରା ଯାଏ । ଏହା ସହିତ ଅଙ୍କୁରିତ ଗଜା, ଘାସ ଫୁଲ ଏବଂ ଦେଶୀ ମଦ୍ୟ ମଧ୍ୟ ଦେବତୀଙ୍କୁ ଅର୍ପଣ କରାଯାଏ । ପୂଜା ପରେ ଯୁବକ ଯୁବତୀମାନେ ମାଦଳର ତାଳେ ତାଳେ ନୃତ୍ୟ କରି ଥାନ୍ତି । ପ୍ରାୟତଃ ଏହି ନାଚରେ ଗୋଡ଼ ଏବଂ ପାଦର ବ୍ୟବହାର ଅଧିକ ହୁଏ । ଅଣ୍ଟାରେ ହାତ ଛନ୍ଦା ଛନ୍ଦି ହୋଇ ଆଦିବାସୀ ଯୁବକ ଯୁବତୀମାନେ ନାଚ ଆରମ୍ଭ କରି ଥାନ୍ତି । ନୃତ୍ୟ ଆରମ୍ଭ ଯଦିଓ ମନ୍ଥର ଗତିରେ ଆରମ୍ଭ ହୁଏ, ଧୀରେ ଧୀରେ ନାଚର ଗତି ମାଦଳର ଶବ୍ଦ ଠାରୁ ମଧ୍ୟ ଦ୍ରୁତତର ହୁଏ । ଏହି ନୃତ୍ୟ ଗ୍ରାମ ଦେବତୀଙ୍କ ଆସ୍ଥାନ ନିକଟରେ ହୋଇ ଥାଏ ଏବଂ ସାରା ରାତି ଏହି ନାଚ ଚାଲି ଥାଏ । ଅନ୍ୟ ଏକ ଜନପ୍ରିୟ ନୃତ୍ୟ ଘୁମୁରା ନାଚ ପ୍ରାୟତଃ ଆଉ ଦେଖିବାକୁ ମିଳୁନାହିଁ । ଘୁମୁରା ନାଚ, ଓଡ଼ିଶାର କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲାର ଏକ ଲୋକପ୍ରିୟ ନାଟ । ଘୁମୁରା ହେଉଛି ମତିନିର୍ମିତ ହାଣ୍ଡି ଆକୃତି ପଦାର୍ଥ ଉପରେ ଗୋଧିଚର୍ମଦ୍ୱାରା ଆବୃତ କରାଯାଇଥିବା ବାଦ୍ୟଯନ୍ତ୍ର ବିଶେଷ । ଏହାକୁ ବ୍ୟବହାର କରାଯାଇ ଯେଉଁ ନୃତ୍ୟ କରାଯାଏ ତାହାକୁ "ଘୁମୁରା ନାଚ" କୁହାଯାଏ । ପୁରୁଷ ମାନେ ମୁଖ୍ୟତଃ ଏହାର ନୃତ୍ୟ କରି କରମା ଗୋଟିଏ ଗୋଟିଏ ଦଳରେ ସାତ ଆଠ ଜଣ କଳାକାର ରହିଥାନ୍ତି । ପାଇକଚ୍ଚା ଉପରେ ପାଟଲୁଗା ପିନ୍ଧି ତା ଉପରେ ଚିତ୍ରବିଚିତ୍ର ଛିଟର ଏକ କପଡ଼ା ଗୁଡ଼ାଇ ଦିଆଯାଏ । ମୟୁର ପୁଛର ମୁକୁଟ ପିନ୍ଧି ନୃତ୍ୟକାରୀ ନୃତ୍ୟ କରିଥାନ୍ତି । ପ୍ରଥମେ ବାଦ୍ୟ ବଜାଇ ନୃତ୍ୟ କରି ବୃତ୍ତାକାରରେ ବୁଲନ୍ତି । ଦେବଦେବୀଙ୍କ ବନ୍ଦନା ପରେ ବାଦ୍ୟର ତାଳରେ ବେଳ ଅନୁସାରେ ପାଦପକାଇ ନୃତ୍ୟ କରନ୍ତି। ଅପରପକ୍ଷରେ ଅନ୍ୟ ଏକ ଜନପ୍ରିୟ ନୃତ୍ୟ " ଡାଲଖାଇ" । ଡାଲଖାଇ ଓଡ଼ିଶାର ପଶ୍ଚିମାଞ୍ଚଳରେ ଥିଲା ଏକ ଲୋକ ପ୍ରିୟ ନୃତ୍ୟ । ଡାଲଖାଇ ବ୍ରତ ଧାରିଣୀ ମାନେ ବଣ ଭିତରେ ଗଛର ଡାଳରେ ରହୁଥିବା ମଙ୍ଗଳା ବା ଦୁର୍ଗାଙ୍କୁ ସନ୍ତୁଷ୍ଟ କରିବା ପାଇଁ 'ଡାଲଖାଇ' ନୃତ୍ୟ କରିଥାନ୍ତି । ଆଶ୍ୱିନ ମାସର ମହାଷ୍ଟମୀଠାରୁ ଆରମ୍ଭ ହୋଇ ଦଶହରା ଦିନ ପର୍ଯ୍ୟନ୍ତ ତିନିଦିନ ଧରି ଏହାର ଆୟୋଜନ ହୋଇଥାଏ । ଅଷ୍ଟମୀ ଦିନ ସନ୍ଧ୍ୟାରେ ଦୁର୍ଗାଙ୍କର ପୂଜାର୍ଚ୍ଚନା କରାଯାଏ। ଅଷ୍ଟମୀ, ନବମୀ ଓ ଦଶମୀ ତିନିଦିନ ଧରି ଆଦିବାସୀ ତରୁଣୀ ଦଳବଦ୍ଧ ଭାବେ ନୃତ୍ୟ ପରିବେଷଣ କରନ୍ତି । ଯୁବକମାନେ ମାଦଳ, ଢୋଲ, ମହୁରୀ, ତମକି ଆଦି ବଜାନ୍ତି । ହାତ ଛନ୍ଦାଛନ୍ଦି ହୋଇ ଆଗକୁ ଓ ପଛକୁ ଢଳି ତରୁଣୀମାନେ ନିଜର କଳା କୁଶଳତା ପ୍ରଦର୍ଶନ କରନ୍ତି । ପୋଷାକ ମଧ୍ୟ ନୃତ୍ୟ ଅନୁକୂଳ ମନେହୁଏ । ସମ୍ବଲପୁରୀ ଶାଢ଼ୀ ଉପରେ ଏକ ରଙ୍ଗୀନ ଫୁଲପକା ଗାମୁଛା ପଡିଥାଏ । ମୁଣ୍ଡରେ ଖୋଷା ଓ ସେଥିରେ ବିଭିନ୍ନ ପ୍ରକାର ଫୁଲ ଓ ପତ୍ର ଖଞ୍ଜା ହୋଇଥାଏ । ବର୍ତ୍ତମାନ ଏହି ଡାଲଖାଇ ନାଚ ଅରଣ୍ୟର ଦେହଳୀ ଅତିକ୍ରମ କରି ନଗର ସଭ୍ୟତାକୁ ଧୀରେ ଧୀରେ ପ୍ରଭାବିତ କରିବାକୁ ଆରମ୍ଭ କରିବା ମଧ୍ୟ ଏକ ସାମାଜିକ ସୁବାର୍ତ୍ତା । ସେହିପରି ଚଢ଼େଇଆ ନାଟ ବା ଚଢ଼େଇଆ ନାଚ ଏକ ପାରମ୍ପାରିକ ଓଡ଼ିଆ ଗୀତ-ନାଟ/ନୃତ୍ୟ କଳା । ଏହି ନୃତ୍ୟକଳାଟି ଦଣ୍ଡ ନାଚର ଏକ ପ୍ରକାରଭେଦ ଓ ମୟୂରଭଞ୍ଜ ଛଉ ନାଚ ସହିତ ଏହାର ବହୁ ସମାନତା ପରିଲେକ୍ଷିତ କରାଯାଏ । ଏହା ବିଶେଷକରି ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜର ଗ୍ରାମାଞ୍ଚଳରେ ପରିବେଷଣ କରାଯାଏ । ଏଥିରେ ଜଣେ ପୁରୁଷ ଓ ଜଣେ ମହିଳା ଯୋଡ଼ି ହୋଇ ନାଚିଥାନ୍ତି । ନର୍ତ୍ତକଙ୍କୁ ଚଢ଼େଇଆ ଓ ନର୍ତ୍ତକୀଙ୍କୁ ଚଢ଼େଇଆଣୀ କୁହାଯାଇଥାଏ । ଏକ ବାଦନ ଦଳ ଗୀତ ବୋଲିଥାନ୍ତି ଯାହାର ତାଳେ ତାଳେ ଚଢ଼େଇଆ ଓ ଚଢ଼େଇଆଣୀ ଅଭିନୟ କରି ନାଚିଥାନ୍ତି । ନାଚ ମାଧ୍ୟମରେ ମଉସା ଓ ଚୌକିଆ ହାସ୍ୟ ଅଭିନୟକରି ଲୋକଙ୍କର ମନୋରଞ୍ଜନ କରିଥାନ୍ତି । ନାଚରେ ହାରମୋନିୟମ, ଢୋ଼ଲ ଓ କୁବୁଜି ଆଦି ବାଦ୍ୟଯନ୍ତ୍ରର ବ୍ୟବହାର କରାଯାଇଥାଏ । ପ୍ରୋତ୍ସାହନର ଅଭାବ ତଥା ନୂତନ ପିଢ଼ିଙ୍କର ଅନାଗ୍ରହ ଏହି ଲୋକନୃତ୍ୟକୁ ବିଲୁପ୍ତପ୍ରାୟ ଅବସ୍ଥାକୁ ଆଣିସାରିଲାଣି । ସେହିପରି
ପାଲା ଓଡ଼ିଶାର ଏକ ପାରମ୍ପାରିକ, ପୁରାତନ ଓ ବିଦଗ୍ଧ ଓଡ଼ିଆ ଗୀତି-ଲୋକନାଟ୍ୟ । ପାଲା ସାଧାରଣତଃ ଛଅ ଜଣ ବ୍ୟକ୍ତିଙ୍କୁ ନେଇ ଅନୁଷ୍ଠିତ ହୋଇଥାଏ । ଜଣେ ଗାୟକ, ଜଣେ ବାୟକ/ବାଦକ, ଜଣେ ଶ୍ରୀପାଳିଆ ଓ ୩ ଜଣ ପାଳିଆଙ୍କୁ ନେଇ ପାଲା ଅନୁଷ୍ଠିତ ହୋଇଥାଏ । ଏହା ନିର୍ବିବାଦୀୟ ସତ୍ୟ ଯେ ଏହି
ସ୍ୱତନ୍ତ୍ର କଳା ଦିନେ ଘରେ ଘରେ ପରିଚିତ ଥିଲା । ବିଶେଷ କରି ବାଦୀପାଲା ଦେଖିବାକୁ ଲୋକେ ବହୁତ ପସନ୍ଦ କରୁଥିଲେ । ଯେଉଁ ସମୟରେ ମନୋରଞ୍ଜନ କରିବା ପାଇଁ ବିଶେଷ ସୁବିଧା ନଥିଲା ସେହି ସମୟରେ ପାଲା ଲୋକଙ୍କୁ ମନୋରଞ୍ଜନ କରିବା ସହ ସାହିତ୍ୟ, ସଂସ୍କୃତି ଓ କଳା ପ୍ରତି ପରିଚିତ କରାଉଥିଲା । ଏହି ପାଲା ମାଧ୍ୟମରେ ଓଡ଼ିଶାରେ ଭାଷା ଆନ୍ଦୋଳନ ଘରେ ଘରେ ପହଞ୍ଚି ପାରିଥିଲା । ସେହିପରି ସ୍ୱାଧୀନତା ଆନ୍ଦୋଳନ ସମୟରେ ମଧ୍ୟ ପାଲାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ପାଲା ସଂସ୍କୃତି ସହିତ ଆମର ରକ୍ତଗତ ସମ୍ପର୍କ । ଆମର ଜେଜେ ବାପା ସ୍ବର୍ଗତ ଦିବ୍ୟସିଂହ ଶତପଥୀ ଥିଲେ ପାଲା ସାହିତ୍ୟ ସ୍ରଷ୍ଟା । ଆମର ବଡ଼ ନନା ବା ଆମର ପୋଷ୍ୟପିତା ପଣ୍ଡିତ ଜଗନ୍ନାଥ ଶତପଥୀ ମଧ୍ୟ ଥିଲେ ପାଲା ସାହିତ୍ୟ ସ୍ରଷ୍ଟା ଏବଂ ଆମ ଗ୍ରାମର ପଡୋଶୀ ଗ୍ରାମ ଜାଗୁଳାଇ ପଥର ରେ ହୋଇଆସୁଥିବା ବାଦୀ ପାଲା ର ଜଣେ ପୃଷ୍ଠପୋଷକ ଏବଂ ଏବେ ଆମର ସାନଭାଇ ଜଣେ ଶିକ୍ଷକ ଥିବା ସହିତ ଜଣେ ପାଲା ଗାୟକ । ଆମ ପିଲାଦିନେ ଗାୟକ ସୁଧାକର ପରମାନନ୍ଦ ଶରଣ, ଗାୟକ ବିନୋଦ ଜନାର୍ଦ୍ଦନ ତ୍ରିପାଠୀ, ମାର୍କଣ୍ଡେୟ ବାହିନୀପତି, ହରି ନାଥ, ବିଶ୍ବନାଥ ପାଟ୍ଟଯୋଶୀ, ନିରଞ୍ଜନ କର, ଧ୍ରୁବ ଚରଣ ଷଡ଼ଙ୍ଗୀ ପ୍ରଭୃତି ଅନେକ ପ୍ରସିଦ୍ଧ ଜନାଦୃତ ଗାୟକ ମାନଙ୍କ ପାଲା ପରିବେଷଣ ଦେଖିବା ର ସୈ।ଭାଗ୍ୟ ପାଇଛୁ । ସେତେବେଳେ ଆମେ କହିଥିଲୁ, ଯାହା ଏବେବି ମନେଅଛି " ହରି ନାଥ ବଦନ,ଅଧରେ ନିରଞ୍ଜନ, ଭୂଷଣ ଧ୍ରୁବ ମନ ମୋହିଲା ରେ..." । ପାଲା ହିନ୍ଦୁ ଓ ମୁସଲମାନ ଧର୍ମ ମଧ୍ୟରେ ସମନ୍ୱୟ ରଖିଥାଏ । ଏଥିରେ ଉଭୟ ସତ୍ୟ ନାରାୟଣ ଏବଂ ପୀର ବାବାଙ୍କୁ ପୂଜା କରାଯାଇଥାଏ, ତେଣୁ ପାଲାକୁ ସତ୍ୟପୀର ପୂଜା ବୋଲି ମଧ୍ୟ କୁହାଯାଏ । ସେହିପରି ଆମର ଷୋଳ ପାଲା ପରମ୍ପରା ଥିଲା । ଆମେ ଜନ୍ମ ପୂର୍ବରୁ ଭଉଣୀ ମରିଥିବାରୁ ଆମକୁ ଆମ ଜେଜେ ମା ରେବତୀ ଦେବୀ ଆମକୁ ଅପର୍ତ୍ତିଆ ବୋଲି ବେକରେ ଶଙ୍ଖ ମାଳି ପକେଇ ଷୋଳପାଲା ପୂଜା ଯାଚଙ୍ଗା କରିଥିଲେ । ଏହି ଷୋଳ ପାଲା ଗୁଡିକ ମଧ୍ୟରୁ ଜନ୍ମ ପାଲା, ପଦ୍ମଲୋଚନ ପାଲା,ମର୍ଦ୍ଦଗାଜୀ ଜନ୍ମ ପାଲା,ମର୍ଦ୍ଦଗାଜୀ ବିଭା ପାଲା, ବିଦ୍ୟାଧର ପାଲା,ମଦନସୁନ୍ଦର ପାଲା,ସଦାନନ୍ଦ ସୈ।ଦାଗର ପାଲା ,ଶ୍ବେତ ବସନ୍ତ ପାଲା ଏହି ପରି ଷୋଳ ପାଲା ।ସତ୍ୟନାରାୟଣଙ୍କ ମାହାତ୍ମ୍ୟ ବର୍ଣ୍ଣନାପୂର୍ବକ ୧୬ ଗୋଟି ପାଲା ବା ଗଳ୍ପକୁ ଗୀତଦ୍ୱାରା ବର୍ଣ୍ଣିତ । ଓଡ଼ିଶାରେ ବୋଲାଯାଉଥିବା 'ପାଲା' ମାନ 'କବିକର୍ଣ୍ଣ' ବିରଚିତ ବଙ୍ଗଳା ପାଞ୍ଚାଳ ଛନ୍ଦରେ ରଚିତ । ବଙ୍ଗଳା ଗୀତର ବିକୃତି ମାତ୍ର ସଂ. ପାଳି, ଓ ପାଳି ବଂ. ପାଲା ଶବ୍ଦର ଅର୍ଥ ପର୍ଯ୍ୟାୟ ବା କ୍ରମ ପାଲା ଶବ୍ଦ ବଙ୍ଗଳା ଭାଷାରୁ ଆନୀତ ଜଣେ 'ଗାୟକ' ଗୀତ ବୋଲନ୍ତି ଓ ତାଙ୍କ ସଙ୍ଗେ ଆଉ ଜଣେ ବାଜା ବଜାନ୍ତି ଓ କେତେ ଗୁଡ଼ିଏ ଲୋକ ପାଳି ଧରନ୍ତି ବୋଲି, ଏହାର ନାମ ପାଲା ହୋଇଅଛି । 'ଗାୟକ' ଗୀତ ବୋଲନ୍ତି, 'ବାୟକ' ମୃଦଙ୍ଗ ବଜାନ୍ତି । ଗାୟକ ଏକୁଟିଆ ଗୀତର ପ୍ରସଙ୍ଗରେ ଗଲେ ତାଙ୍କୁ ସାହାର୍ଯ୍ୟ କରିବାକୁ କିମ୍ବା ଗୀତର ପ୍ରସଙ୍ଗରେ କଥୋପକଥନ ଛଳରେ ଗାୟକଙ୍କୁ ଉତ୍ତର ଦେବାକୁ ଗାୟକଙ୍କ ସଙ୍ଗେ 'ଶିରୀ ପାଳିଆ' ବା 'ଡାହାଣ ପାଳିଆ' ବା 'ଶ୍ରୀ ପାଳିଆ' ଥାଆନ୍ତି ଗାୟକଙ୍କ ଡାହାଣ ହାତରେ 'ମନ୍ଦିରା' ବା ଗିନି ବନ୍ଧା ହୋଇଥାଏ ଓ କାଖରେ ଚଅଁର ମୁଠାଥାଏ । ଅନ୍ୟ ଶ୍ରୀପାଳିଆ ଝାଞ୍ଜ ଧରିଥାଆନ୍ତି କିନ୍ତୁ ଗାୟକ ଗୀତ ବୋଲିବା ବେଳେ ଶ୍ରୀପାଳିଆ ଝାଞ୍ଜ ବଜାନ୍ତି ନାହିଁ । ପାଳିଆମାନେ ପାଳି ଧରିବା ବେଳେ ଶ୍ରୀପାଳିଆ ଅନ୍ୟ ପାଳିଆମାନଙ୍କ ସହିତ ଝାଞ୍ଜ ବଜାନ୍ତି ଓ ବାୟକ ଗାୟକଙ୍କ ସଙ୍ଗେ ଓ ପାଳିଆଙ୍କ ସଙ୍ଗେ ମୃଦଙ୍ଗ ବଜାନ୍ତି ।
ଗୋଟିଏ ପାଲାଦଳ ଦୁଇଟି ପଞ୍ଝାରେ ବିଭକ୍ତ ଗାୟକଙ୍କ ବୋଲିବା ଗୀତର ପାଳି ଧରିବାକୁ ୨ ଜଣ 'ପାଳିଆ' ଆଥାନ୍ତି । ଗାୟକଙ୍କ ଗୀତର ଶେଷାଂଶ ବା ଢୁଆ ବା ଘୋଷାକୁ ଏମାନେ ବୋଲନ୍ତି ଓ ଝାଞ୍ଜ ବଜାଇଥାନ୍ତି । ପାଲାବାଲାମାନେ ନାନାପ୍ରକାର ବେଶରେ (ଅର୍ଥାତ୍ ମୁଣ୍ଡରେ ପଗଡ଼ି, ଦେହରେ ଚପ୍କନ୍ ପରି ବଡ଼ କୁର୍ତ୍ତା ଅଣ୍ଟାରେ ଘାଗରା ଓ ଗୋଡ଼ରେ ବଳା ବା ଘାଙ୍ଗୁର ପିନ୍ଧି ନାଚିଥାନ୍ତି ।
ପୁସ୍ତକ ସାହାର୍ଯ୍ୟରେ ଯେଉଁ ପାଲା ବୋଲାଯାଏ ଓ ପୂଜା କରାଯାଏ, ତାକୁ ପୋଥିପାଲା ବା ପୋଥିପୂଜା ବୋଲାଯାଏ ।
ପୁସ୍ତକର ବିନା ସାହାର୍ଯ୍ୟରେ ଗାୟକ ଓ ନର୍ତ୍ତକମାନେ ବାଜା ବଜାଇ ଯାହାକୁ ବୋଲି ଅଭିନୟ କରନ୍ତି, ତାକୁ ଠିଆପୂଜା ବା ଠିଆପାଲା ବୋଲାଯାଏ ।
ଏକ ଦଳ ପାଲାବାଲା ପାଲା ଅଭିନୟ କଲେ ତାକୁ 'ଗୋଟିକିଆ ପାଲା' କହନ୍ତି ।
ଦୁଇଦଳ ପ୍ରତିଦ୍ୱନ୍ଦୀ ହୋଇ ପାଲା ଅଭିନୟ କଲେ ତାକୁ 'ଜାଉଁଳି ପାଲା' ବା ' ଜାଉଳି ପୂଜା' କହନ୍ତି ।
ଏକାଧିକ ଦଳ ପ୍ରତିଦ୍ୱନ୍ଦୀ ହୋଇ ପାଲା କଲେ ତାକୁ 'ବାଦୀ ପାଲା' ବା 'ଲଢ଼େଇ ପାଲା' ବୋଲାଯାଏ ।
ପାଲା ଅଭିନୟକାରୀମାନଙ୍କ ମଧ୍ୟରେ ଜଣେ 'ଗାୟକ', ଜଣେ 'ଗାୟକ', ଜଣେ 'ଶିରପାଳିଆ' ଓ ଦୁଇ ବା ୩ ଜଣ 'ପାଳିଆ' ଥାଆନ୍ତି । କବିକର୍ଣ୍ଣଙ୍କ ରଚିତ 'ପାଲା'ମାନଙ୍କ ଭାଷା ବଙ୍ଗଳା ଓ ଉକ୍ତ ଭାଷାରେ ଫାରସୀ ଶବ୍ଦର ବହୁଳତା (ୟଥା: ବାଦସା, ଉବୀର, କାଲାମ, ମୋଲାକାତ, ସଲାମ, ହକିକତ, ଦିଲଖୋସ ଓ ହାସିଲ ଇତ୍ୟାଦି ଶବ୍ଦ) ଦେଖାଯାଏ ଓ ବେଳେ ବେଳେ ଫାରସୀ ଭାଷାରେ ବାକ୍ୟ ମଧ୍ୟ ଦେଖାଯାଏ । କବିକର୍ଣ୍ଣଙ୍କ ବିରଚିତ ପାଲା ବଙ୍ଗାଳା ଓ ଉର୍ଦ୍ଦୁ ଭାଷାର 'ଖେଚାଡ଼ି'; ତାହା ପୁଣି ବଙ୍ଗଳା ଅନଭିଜ୍ଞ ଓଡ଼ିଆଙ୍କ ମୁହଁରେ ବଙ୍ଗଳା, ଉର୍ଦ୍ଦୁ ଓ ଓଡ଼ିଆ ମିଶା 'ପଲାଉ' ହୁଏ ତହିଁରୁ କେତେକଗୁଡ଼ିଏ ଧାଡ଼ିର ଉଦାହରଣ ନିମ୍ନରେ ଲିଖିତ: ଶୁନ ସର୍ବେ ବିରାଦରେ ପୀରେର କାଲାମ୍ ନିଯତ ହାସଲ୍ ହୁଏ,ଫତେ ହୁଏ କାମ୍ ଇଯାର୍ ପିଯାର୍ ଭାଇ ସକଲେ ଶୁନତ ୟେଉଁ ରୂପେ ଶ୍ୱେତ ବସନ୍ତ ପାଲା ହକିକତ ହରି ହରି ବୋଲ ଦିଅ ସବୁ ସଭଜନ ବିପତ୍ତି ପଡ଼ିଲେ ରଖେ ସତ୍ୟ ନାରାୟନଯାର ଘରେ ହୁଏ ପୂଜା ସାହେବେର ନାମ୍ ବଢ଼ାଏ ଦୌଲତ ତାର ଫତେ କରେ କାମ ଶ୍ରୀ କବି ବର୍ଣ୍ଣେତେ ଗାଏ ନାରାୟଣରେ ପାୟ ହରି ହରି ବୋଲ ସର୍ବେ ପାଲା ହଇଲ ସାୟ
ସାଧାରଣତଃ 'ପାଲା ଗୀତ' ପ୍ରତ୍ୟେକ ୧୪ ଅକ୍ଷର ଯୁକ୍ତ ଦୁଇଟି ଧାଡ଼ିରେ ରଚିତ, କିନ୍ତୁ ମଝିରେ ମଝିରେ ଏକାଦାଣ୍ଡିଆ (monotony) ଭାଙ୍ଗିବା ପାଇଁ:
"ରଜନୀର ଅବଶେଷେ ଗ୍ରାମର
ଭିତରେ ପଶେ ଚନ୍ଦ୍ର ହାସ ରାଜାର କୁମାର"
୮ ଅକ୍ଷରିଆ ୨ ପାଦ ଓ ୧ ଅକ୍ଷରିଆ ଏକପାଦ ଯୁକ୍ତ 'ତ୍ରିପଦୀ' ଦ୍ୱୟ ସମ୍ବଳିତ ଗୀତ ମଧ୍ୟ ବୋଲାଯାଏ । ଗଳ୍ପର ପ୍ରସଙ୍ଗ ଓ ଅବସର କ୍ରମେ ପାଇଲାମାନେ ଏଥିରେ ଯମକ, ଅନୁପ୍ରାସ, ବ୍ୟାଘ୍ରଗତି, ମେଷ ଯୁଦ୍ଧ ଅବନା ଆଦି ଶବ୍ଦ ଅବରସ୍ ପୂର୍ଣ୍ଣ ପ୍ରାଚୀନ ସଙ୍ଗୀତ, ଚଉପଦୀ, ଡାହିକା, ଭଜନ, ବନ୍ଦନା ଆଦି ଲଗାଇ 'ପାଲାକୁ' ଜମକ୍ କରନ୍ତି ଓ କେତେକ ଗାୟକଙ୍କର ଅଭିଧାନ, ଅଳଙ୍କାର କାବ୍ୟନାଟକ, ଚମ୍ପୁ ଆଦିରେ ଅସାଧାରଣ ପାଣ୍ଡିତ୍ୟ ଦେଖାଯାଏ ଓ କେତେକଙ୍କଠାରେ ଆଶୁକବିତ୍ୱ ମଧ୍ୟ ଲକ୍ଷିତ ହୁଏ । ଓଡ଼ିଶାରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ଭାଇମାନଙ୍କଦ୍ୱାରା ମଧ୍ୟ ପାଲା ପରିବେଷଣ କରାଯାଉଅଛି, ଏହା ମଧ୍ୟ ଓଡ଼ିଶାର ପୁରପଲ୍ଲୀରେ ଆଦ୍ରୁତ, ଓଡ଼ିଶାର କଟକ, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡା ଆଦି ଜିଲ୍ଲାରେ ବହୁ ନାମକାରୀ ଗାୟକମାନେ ଲୋକ ଅନାଗ୍ରହ କାରଣ ରୁ ଏବେ କେବଳ ରେଡିଓ ଓ ଦୁରଦର୍ଶନରେ ପାଲା ପରିବେଷଣ କରି ଓଡ଼ିଶାର ସାହିତ୍ୟ, ସଂସ୍କୃତି ଓ କଳାକୁ ଘରେ ଘରେ ପରିଚିତ କରାଇବାକୁ ଚେଷ୍ଟାକରୁଛନ୍ତି ସତ, ମାତ୍ର ଏବେ ଦୂରଦର୍ଶନ ର ଉପଭୋକ୍ତା ଙ୍କ ସଂଖ୍ୟା ଖୁବ୍ ନଗଣ୍ୟ । ସେହିପରି ଏକଦା ଜନାଦୃତ ଥିବା
ଚଢ଼େଇଆ ନାଟ ବା ଚଢ଼େଇଆ ନାଚ ଏକ ପାରମ୍ପାରିକ ଓଡ଼ିଆ ଗୀତ-ନାଟ/ନୃତ୍ୟ କଳା । ଏହି ନୃତ୍ୟକଳାଟି ଦଣ୍ଡ ନାଚର ଏକ ପ୍ରକାରଭେଦ ଓ ମୟୂରଭଞ୍ଜ ଛଉ ନାଚ ସହିତ ଏହାର ବହୁ ସମାନତା ପରିଲେକ୍ଷିତ କରାଯାଏ ।ଏହା ବିଶେଷକରି ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜର ଗ୍ରାମାଞ୍ଚଳରେ ପରିବେଷଣ କରାଯାଏ । ଏଥିରେ ଜଣେ ପୁରୁଷ ଓ ଜଣେ ମହିଳା ଯୋଡ଼ି ହୋଇ ନାଚିଥାନ୍ତି । ନର୍ତ୍ତକଙ୍କୁ ଚଢ଼େଇଆ ଓ ନର୍ତ୍ତକୀଙ୍କୁ ଚଢ଼େଇଆଣୀ କୁହାଯାଇଥାଏ । ଏକ ବାଦନ ଦଳ ଗୀତ ବୋଲିଥାନ୍ତି ଯାହାର ତାଳେ ତାଳେ ଚଢ଼େଇଆ ଓ ଚଢ଼େଇଆଣୀ ଅଭିନୟ କରି ନାଚିଥାନ୍ତି । ନାଚ ମାଧ୍ୟମରେ ମଉସା ଓ ଚୌକିଆ ହାସ୍ୟ ଅଭିନୟକରି ଲୋକଙ୍କର ମନୋରଞ୍ଜନ କରିଥାନ୍ତି । ନାଚରେ ହାରମୋନିୟମ, ଢୋ଼ଲ ଓ କୁବୁଜି ଆଦି ବାଦ୍ୟଯନ୍ତ୍ରର ବ୍ୟବହାର କରାଯାଇଥାଏ । ପ୍ରୋତ୍ସାହନର ଅଭାବ ତଥା ନୂତନ ପିଢ଼ିଙ୍କର ଅନାଗ୍ରହ ଏହି ଲୋକନୃତ୍ୟକୁ ବିଲୁପ୍ତପ୍ରାୟ ଅବସ୍ଥାକୁ ଆଣିସାରିଲାଣି । ଅପରପକ୍ଷରେ
ଗୋଟିପୁଅ ଭାରତର ଓଡ଼ିଶାର ଶାସ୍ତ୍ରୀୟ ନାଟ ଭିତରୁ ଗୋଟିଏ । ଏହା ଓଡ଼ିଶାର ପୁରୀ ଜିଲ୍ଲାରୁ ଜନ୍ମ ଲାଭ କରିଥିଲା । ଆମେ ଯେତେବେଳେ ପିଲା ଥିଲୁ , ସେତେବେଳେ ପରବର୍ତ୍ତୀ ସମୟରେ ବିଶ୍ବ ପ୍ରସିଦ୍ଧ ହୋଇଥିବା ଆମ ଗାଁ ପାଖ ର ଗୁରୁ ଗଙ୍ଗାଧର ପ୍ରଧାନ ଗୋଟି ପୁଅ ନୃତ୍ୟ କରୁଥିଲେ । ଓଡ଼ିଆରେ "ଗୋଟି"ର ଅର୍ଥ ଜଣେ ଓ ଏହି ନାଟ ଜଣେ ପୁଅ ଦେଇ କରାଯାଉଥିବାରୁ ଏହାର ଏପରି ନାମକରଣ ହୋଇଥିବାର ବିଶ୍ୱାସ କରାଯାଇଥାଏ । ଯେତେବେଳେ ଧିରେ ଧିରେ ମାହାରୀ ନାଟର ପ୍ରଭାବ ଧୀରେ ଧୀରେ କମି କମି ଆସିଲା ସେତେବେଳେ ପୁଅମାନେ ଝିଅମାନଙ୍କ ଲୁଗାରେ ସଜ୍ଜିତ ହୋଇ ଅଳଙ୍କାର ଆଦି ପିନ୍ଧି ନାଚିବାର ଏହି ଚଳଣି ଜନ୍ମ ନେଲା । ଆଧୁନିକ ଓଡ଼ିଶୀ ନାଟର ଏହା ମୂଳରୂପ । ଅନେକ ମହାନ ଓଡ଼ିଶୀ ନାଟଗୁରୁମାନେ ଆରମ୍ଭରେ ଏହି ନାଟକଳାରେ ଶିକ୍ଷାଲାଭ କରିଥିଲେ । ବାରାନ୍ତରେ ଏସମ୍ପର୍କରେ ଅଧିକ ଆଲୋଚନା କରାଯିବ ।
ଓଳାଶୁଣୀ ସାଧକ ସନ୍ଥ ଅରକ୍ଷିତ
ଓଳାଶୁଣୀ ସାଧକ ସନ୍ଥ ଅରକ୍ଷିତ
-----
ଆମେ ବିଗତ ଚାରି ଦଶନ୍ଧିରୁ ଉର୍ଦ୍ଧ୍ୱ ଅବଧି ଧରି କ୍ରମାଗତ ଭାବେ କହି ଓ ଲେଖି ଆସିଛୁ ଯେ ଉତ୍କଳ ଜନନୀ ପ୍ରତିଭା ପ୍ରସବିନୀ । ଏହା ଉଲ୍ଲେଖ କରିବା ପୃଷ୍ଠଭୂମିରେ କୌଣସି ସମୟରେ ଜଣେ ଭାବପ୍ରବଣ ଓଡ଼ିଆ ଭାବେ ନୁହେଁ , ଏହା ଆମର ସୀମିତ ଅଧ୍ୟବସାୟ ତଥା ତତ୍ ଆଧାରିତ ଗବେଷଣା ଲବ୍ଧ ତଥ୍ୟ ସମୂହକୁ ଉପଜିବ୍ୟ କରି । ଆମର ଜନ୍ମମାଟି ଯେ ଦେବ ଭୂମି
ତଥା ସିଦ୍ଧସାଧକମାନଙ୍କର ପୁଣ୍ୟକ୍ଷେତ୍ର ଓ ସାଧନକ୍ଷେତ୍ର , ଏହା ନିର୍ବିବାଦୀୟ ସତ୍ୟ । ଅନେକ ଜ୍ଞାନୀ, ଗୁଣୀ, ସାଧୁସନ୍ଥ, ମହାତ୍ମା ଓ ମହାପୁରୁଷ ଏହି ଉତ୍କଳ ଭୂଖଣ୍ଡରେ ଜନ୍ମଗ୍ରହଣ କରି ନିଜର ସାଧନା, ସିଦ୍ଧି ଓ ମହିମାର ପ୍ରଚାର କରିଯାଇଛନ୍ତି। ବିଗତ ସମୟରେ ଉଲ୍ଲେଖ କରି ଆସିଛୁ ଯେ ଯେକୌଣସି ବିଷୟର ଅଭିନବ ଅନୁଶୀଳନ , ସାରସ୍ବତ ତଥା ସାମାଜିକ ବିଜ୍ଞାନ ଆଧାରିତ ଅନୁସନ୍ଧାନ,ଅନୁସନ୍ଧିତ୍ସା , ଅନ୍ବେଷଣ , ପରିଶୀଳନ , ବିଶେଷ କରି ଗର୍ଭାନୁଶୀଳନ ପୂର୍ବକ ସମ୍ପୃକ୍ତ ବିଷୟ ସଂପର୍କିତ ନୂତନ ତଥ୍ୟ ଜାଣି ସମାଜକୁ ଜଣାଇବା ଭଳି ମହନୀୟ କାର୍ଯ୍ୟ ସମ୍ପାଦିତ କରିଥିବା ଓ କରି ଆସୁଥିବା ବ୍ୟକ୍ତିତ୍ବ ମାନେ ସର୍ବଦା ଯଶୋଦେହେ ଚିର ଆୟୁଷ୍ମାନ । ଏହା ମଧ୍ୟ ନିର୍ବିବାଦୀୟ ସତ୍ୟ ଯେ ଆମ ପବିତ୍ର ଜନ୍ମମାଟିର ସାଧାରଣ ମଣିଷଟିଏ କିପରି ସ୍ଵକୀୟ ସାଧନାଧାରରେ ଜଣେ ଅସାଧାରଣ ବ୍ୟକ୍ତିତ୍ଵର ଅଧିକାରୀ ହୋଇପାରନ୍ତି, କିପରି ସାଧାରଣ ମଣିଷଟି ଭିତରେ ଅସାଧାରଣ ବ୍ୟକ୍ତିସତ୍ତା ଆତ୍ମଗୋପନ କରିଥାଇପାରେ ଆଉ ଦୁର୍ଦ୍ଦମନୀୟ ସଙ୍କଳ୍ପର ଆଗ୍ନେୟ ସ୍ପର୍ଶରେ ହିଁ ସମ୍ପୃକ୍ତଙ୍କର ଆତ୍ମଜାଗରଣ ଓ ପରିପ୍ରକାଶ ସମ୍ଭବ ହୋଇପାରେ , ଏହି ସତ୍ୟର ପ୍ରକୃଷ୍ଟ ହଜାର ହଜାର ଜ୍ୱଳନ୍ତ ଉଦାହରଣର ମାଟି ଆମର ପ୍ରତିଭା ପ୍ରସବିନୀ ଉତ୍କଳ ଜନନୀ । ଏଭଳି ମହିମା ବିମଣ୍ଡିତ ବ୍ୟକ୍ତିସତ୍ତାଙ୍କ ପରିଚୟ ମିଳେ, ଯେଉଁମାନଙ୍କର ବ୍ୟକ୍ତିତ୍ଵର ସମ୍ପୂର୍ଣ୍ଣ ଓ ଯଥାର୍ଥ ଅବବୋଧକୁ ଚିହ୍ନିବା ଓ ଚିହ୍ନେଇବା ସହଜ କଥା ନୁହେଁ,, ସହଜ କଥା ନୁହେଁ ମଧ୍ୟ ସେହି ବହୁବିଧ ଉଜ୍ଜ୍ୱଳଦିଗ ସମ୍ପନ୍ନ ମହିମାମୟ ବ୍ୟକ୍ତିସତ୍ତାଙ୍କ ଯଥାର୍ଥ ଓ ସମ୍ପୂର୍ଣ୍ଣ ପରିଚୟ ଦେବା ବା ସେମାନଙ୍କ କୀର୍ତ୍ତି ଓ କୃତି କୁ ଗର୍ଭାନୁଶୀଳନ ପୂର୍ବକ ଅଭିମତ ରଖିବା । ଗତକାଲି ଆମେ ଶ୍ରଦ୍ଧେୟ ସୁଧାଂଶୁ ( ବାପି) ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଓଡ଼ିଶା ସମ୍ବାଦଦାତା ସଂଘର ତୃତୀୟ ଶତାବ୍ଦୀ ଉତ୍ସବରେ ଯୋଗ ଦେବା ପାଇଁ ମାଆ ଓଳାଶୁଣି ମନ୍ଦିର ପରିସରରେ ପହଞ୍ଚିବା ମାତ୍ରେ ଅନେକ ଅବିସ୍ମରଣୀୟ ତଥ୍ୟ ଆମର ସ୍ମୃତି ଗହ୍ବରରୁ ଆତ୍ମପ୍ରକାଶ କରିବା ସମୟରେ ଯେଉଁ ଓଡ଼ିଆ ଜାତିର ସର୍ବକାଳୀନ ବନ୍ଦନୀୟ ମହାତ୍ମାଙ୍କ ଅମ୍ଲାନ ସ୍ମୃତି ପ୍ରତିଫଳିତ ହୋଇଛି , ସେ ମହାତ୍ମା ହେଉଛନ୍ତି ସନ୍ଥ ଅରକ୍ଷିତ ଦାସ , ଯାହାର ପବିତ୍ର ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛୁ । ଆଜକୁ ୨୪୭ ବର୍ଷ ତଳେ ୧୭୭୮ ମସିହାରେ ଗଞ୍ଜାମ ଜିଲ୍ଲାର ବଡ଼ଖେମୁଣ୍ଡିର ବିଜୟନଗର ଗଡ଼ରେ ଏହି ଦେବ ଓ ଦିବ୍ୟ ଶିଶୁ ଜନ୍ମ ଗ୍ରହଣ କରିଥିଲେ , ଯାହାଙ୍କର ଶୈଶବର ନାମ ଥିଲା ବଳଭଦ୍ର ।। ତୁଳସୀ ଦୁଇ ପତ୍ରରୁ ବାସିବା ନ୍ୟାୟରେ ଶୈଶବରୁ ହିଁ ତାଙ୍କର ଧର୍ମଭାବ ଜାଗ୍ରତ ହୋଇଥିଲା । ତାଙ୍କୁ ବାରବର୍ଷ ହୋଇଥିବାବେଳେ ତାଙ୍କର ପିତା ପଦ୍ମନାଭ ଦେବ ପାଠ ପରୀକ୍ଷା କରିବା ସମୟରେ ସେ ପିତାଙ୍କୁ କହିଲେ, "ହେ ପିତା ! ମୁଁ ତ ପରମ ପାଠ ପଡୁଛି, ଅନ୍ୟପାଠ ପଢିବାର ପ୍ରୟୋଜନ କ'ଣ ?" ସେ କହିଥିଲେ "ବିଦ୍ୟାଟି ବେଦ ଯେ ବୋଲଇ ,ତହିଁଁରେ ମୋର କାର୍ଯ୍ୟ ନାହିଁ ,ଭାବେ ଅବିଦ୍ୟା ପରମକୁ , ଭାବେ ଭରସା ମୋର ତାଙ୍କୁ " ।ଏହି ପରି ଚିନ୍ତାରୁ ନିବୃତ କରିବା ପାଇଁ ତାଙ୍କ ପିତା ରାଜକନ୍ୟାକୁ ବିବାହ ଦେବା କଥା କହିବାରୁ ମହାମୁନି କପିଳ ଶୁଭଦେବଙ୍କ ଭଳି ପିତାଙ୍କୁ ପରମ ତତ୍ତ୍ୱ ବୁଝାଇ କହିଲେ, "ହେ ପିତା ! ଯେ ମାତା ରୂପେ ଜନ୍ମ କରି ପୁତ୍ର ହୋଇଲି ମୁଁ ତାଙ୍କରି ପ୍ରତିମାକୁ ବିଭା ହେଲେ ଧର୍ମଟି ସହିବକି ଭଲେ, କି କଥା କହିଲ ହେତାତ ସେଇଟି ମୋର ନିଜ ମାତା ତା' ପରେ ଘର ତ୍ୟାଗ କରି କଚେରୀ ଘରକୁ ଚାଲିଆସିଥିଲେ । ସେଠାରେ ରହୁଥିବା ସାଧୁସନ୍ଥମାନଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ । ସାଧୁସନ୍ନ୍ୟାସୀମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରିଥିଲେ। ରାତିରେ ପ୍ରସାଦ ସେବନ କାଳରେ କଦଳୀ ପତ୍ର ଆଣିବା ପାଇଁ ସେ ପଡ଼ିଶାରେ ଥିବା ଜନୈକା ବ୍ରାହ୍ମଣୀଙ୍କ କଦଳୀ ବଗିଚାରେ ପଶି ପତ୍ର କାଟୁଥିଲେ। ପତ୍ର କାଟିବାର ଶବ୍ଦ ଶୁଣି ବ୍ରାହ୍ମଣୀ ପାଟି କଲେ-କେଉଁ ଅରକ୍ଷିତଟା କଦଳୀ ବଗିଚାରେ ପଶି ପତ୍ର କାଟୁଛି। ଏହି ଅରକ୍ଷିତ ଶବ୍ଦ ଶୁଣିବା ପରେ ବଳଭଦ୍ରଙ୍କର ଚେତନା ଜାଗ୍ରତ ହେଲା। ତାଙ୍କର ମନେହେଲା ଏହା ହିଁ ମୋର ଏକମାତ୍ର ପ୍ରଯୁଜ୍ୟ ନାମ। ସେହିଦିନରୁ ବଳଭଦ୍ର ପରିବର୍ତ୍ତେ ସେ ବହନ କଲେ ଅରକ୍ଷିତ ନାମକୁ ଏବଂ ସନ୍ନ୍ୟାସୀ ଅରକ୍ଷିତ ଦାସ ଭାବେ ପରିଚିତ ହେଲେ। ରାଜପ୍ରାସାଦର ମୋହକୁ ତୁଚ୍ଛ କରି ବୈଶାଖ ଶୁକ୍ଳ ଅଷ୍ଟମୀ ତିଥିର ଗଭୀର ଅନ୍ଧାର ରାତିରେ ପରମ ସତ୍ୟର ସନ୍ଧାନ ପାଇଁ ଯୁବରାଜ ସନ୍ନ୍ୟାସୀ ଅରକ୍ଷିତ ନାମଧରି ବାହାରିଗଲେ।କେରାଣ୍ଡିମାଳ ପାହାଡ଼ଗୁମ୍ଫାରୁ ଚିତ୍ରକୂଟ, ଯୋଗୀ ଗୁମ୍ଫା, ଶ୍ରୀକ୍ଷେତ୍ର, ଅନ୍ଧାରୁଆ ଓ ଧଉଳି ଦେଇ ଖଣ୍ଡଗିରି ପାହାଡକୁ ଆସି କିଛିଦିନ ସାଧନାରତ ହେଲେ। ତା’ପରେ ତାଙ୍କୁ ଶୂନ୍ୟବାଣୀ ହେଲା ”ଓଁକାର ପୀଠ ଓଳାସୁଣୀ ଗୁମ୍ଫାରେ ସାଧନା ପାଇଁ। ମହିମାମଣ୍ଡିତ କ୍ଷେତ୍ର ‘ଓଳାସୁଣୀ ପାହାଡ଼’ କେନ୍ଦ୍ରାପଡ଼ାର ଜମିଦାର ରାଧାଶ୍ୟାମ ନରେନ୍ଦ୍ର ଦେବଙ୍କର ଜମିଦାରି ଅନ୍ତର୍ଗତ ଥିଲା। ଜମିଦାର ଓଳାସୁଣୀ ପାହାଡ଼କୁ ଦାନ ସୂତ୍ରରେ ସନ୍ନ୍ୟାସୀଙ୍କୁ ପ୍ରଦାନ କଲେ। ଓଳାସୁଣୀରୁ ସନ୍ନ୍ୟାସୀ ଅରକ୍ଷିତ ଦାସଙ୍କର ଆରମ୍ଭ ହେଲା ସାଧନାମୟ ଜୀବନ। ଦୀର୍ଘ ୧୮ ବର୍ଷ କାଳ ଦୁଃଖ, ଯାତନାମୟ ଜୀବନକୁ ଆଦରି ସିଦ୍ଧିଲାଭ କଲେ। ସନାତନ ହିନ୍ଦୁଧର୍ମର ବହୁ ଆଚାର, ବିଚାର ଓ ଚଳଣିକୁ ସନ୍ଥ ଅରକ୍ଷିତ ସ୍ବୀକାର କରିନାହାନ୍ତି। ସେ ନିର୍ଗୁଣ ବ୍ରହ୍ମର ଉପାସକ ଥିଲେ।
ଉତ୍କଳର ସନ୍ଥ ପରମ୍ପରାରେ ଅରକ୍ଷିତ ଦାସଙ୍କ ନିଗୂଢ଼ ଚିନ୍ତନର ସାରସ୍ବତ ସୃଷ୍ଟି ସମ୍ଭାର ବହୁ ଭାବରେ ଯଶଶ୍ରୀ ମଣ୍ଡିତ ହୋଇଛି। ସେ ବିଶେଷ କୌଣସି ଶିକ୍ଷା ଲାଭ କରି ନ ଥିଲେ ମଧ୍ୟ ଉତ୍କଳର ବିଭିନ୍ନ ପୁଣ୍ୟକ୍ଷେତ୍ର ପରିଭ୍ରମଣ କାଳରେ ଲେଖିଯାଇଛନ୍ତି ଅନେକ ମାନବବାଦୀ ତତ୍ତ୍ବବାଣୀ। ‘ମହୀମଣ୍ଡଳ ଗୀତା’ ତାଙ୍କର ଏକ ଆତ୍ମଜୀବନୀମୂଳକ ଅମୂଲ୍ୟ ଗ୍ରନ୍ଥ। ସେ ଥିଲେ ନିରାକାର ବ୍ରହ୍ମଙ୍କର ଉପାସକ। ସେ ଅବତାରମାନଙ୍କୁ ଈଶ୍ବର ରୂପେ ଗ୍ରହଣ କରୁ ନ ଥିଲେ ମଧ୍ୟ ଶ୍ରୀକ୍ଷେତ୍ରର ଶ୍ରୀଜଗନ୍ନାଥ, ଝଙ୍କଡ଼ପୀଠର ଦେବୀ ଶାରଳା, କଟକର କଟକଚଣ୍ଡୀ ଓ ଓଳାଶୁଣୀ ପୀଠର ଅଧିଷ୍ଠାତ୍ରୀ ଦେବୀ ଓଳାଶୁଣୀଙ୍କୁ ସାଧନା ଓ ସିଦ୍ଧିଲାଭ ପାଇଁ ପ୍ରାର୍ଥନା କରିଛନ୍ତି। ସେ ଥିଲେ ନାମବ୍ରହ୍ମର ଉପାସକ, ନିର୍ଗୁଣ ସାଧକ ତଥା ଅବଧୂତପନ୍ଥୀ।ସସାଗରା ଧରାରେ କ୍ଷୁଦ୍ରାତିକ୍ଷୁଦ୍ର ଅଣୁ ପରମାଣୁଠାରୁ ଆରମ୍ଭ କରି ସଜୀବ, ନିର୍ଜୀବ, ଜଡ଼, ସ୍ଥାବର ଓ ଜଙ୍ଗମାଦି ସର୍ବତ୍ର ନାମବ୍ରହ୍ମର ସ୍ଥିତି ଓ ସତ୍ତା ସେ ଅନୁଭବ କରିଥିଲେ। ତାଙ୍କ ଯୋଗସାଧନାରେ ଚେତନ ଓ ଅଚେତନ ଥିଲା ଏକ ଓ ଅଭିନ୍ନ। ସର୍ବଦେହରେ ବ୍ରହ୍ମଦର୍ଶନ କରିବା, ଆଚଣ୍ଡାଳ ବ୍ରାହ୍ମଣ, ଜୀବ ଓ ନିର୍ଜୀବ, ଦୃଶ୍ୟ ଓ ଅଦୃଶ୍ୟ, ସମସ୍ତଙ୍କଠାରେ ପରଂବ୍ରହ୍ମଙ୍କ ସ୍ଥିତି ଉପଲବ୍ଧି କରିବା ଥିଲା ତାଙ୍କ ଦର୍ଶନର ଭିତ୍ତି। ସନ୍ଥ ଅରକ୍ଷିତ ଏହି ପରମତତ୍ତ୍ବ ଦର୍ଶନ, ଚିନ୍ତନ ଏବଂ ସମଦର୍ଶୀ ଭାବକୁ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ପ୍ରଚାର କରିଯାଇଛନ୍ତି। ଓଳାଶୁଣୀ ଗୁମ୍ଫାଠାରେ ୧୮୩୭ ମସିହା ମାଘ କୃଷ୍ଣ ଏକାଦଶୀ ତିଥିରେ ଏହି ମହାପୁରୁଷ ଆତ୍ମସମାଧି ଗ୍ରହଣ କରିଥିଲେ ।ଶତାଧିକ ବର୍ଷ ଧରି ସେହି ତିଥିରେ ସେଠାରେ ପାଳିତ ହେଉଛି ସପ୍ତାହ ବ୍ୟାପୀ ଓଳାଶୁଣୀ ଗୁମ୍ଫା ଯାତ୍ରା। ଭକ୍ତମାନେ ମାନସିକ କରି ଏହି ପୀଠରେ ପୋଡ଼ପିଠା ଓ କାଞ୍ଜି ଅର୍ପଣ କରିଥାନ୍ତି। ସନ୍ଥ ଅରକ୍ଷିତ ଦାସ ଲଳିତଗିରିର କଳ୍ପତରୁ ମହାରଣାଙ୍କ ପୂର୍ବପୁରୁଷଙ୍କ ଘରକୁ ଯାଉଥିଲେ । ଦିନେ ଅମ୍ବି ମହାରଣା ନାମ୍ନି ଜଣେ ବୃଦ୍ଧା ତାଙ୍କ କେଶ ପ୍ରସାଧନ କଲାବେଳେ ଗୋଟିଏ ଛିଡି ତଳେ ପଡ଼ିଗଲା । ବହୁ ପୂର୍ବରୁ ଅମ୍ବିଙ୍କ ମନସ୍କାମନା ଜାଣିପାରିଥିବା ଅରକ୍ଷିତ ତାଙ୍କୁ ସେହି କେଶଟିକୁ ନେଇ ସୁରକ୍ଷିତ କରି ରଖିବା ପାଇଁ ପରାମର୍ଶ ଦେଇଥିଲେ । ଏବେ ସେହି କେଶଟି ବଢ଼ି ବଢ଼ି ଗୁଚ୍ଛରେ ପରିଣତ ହୋଇଗଲାଣି । ମହାପୁରୁଷଙ୍କ ଶ୍ରାଦ୍ଧୋତ୍ସବ ବା ସମାଧି ପୂର୍ବଦିନ ସେହି କେଶଗୁଚ୍ଛକୁ ଏକ ଶୋଭାଯାତ୍ରାରେ ସମାଧିପୀଠ ଓଳାଶୁଣୀକୁ ଅଣାଯାଇଥାଏ । ଏହାକୁ କେଶଯାତ୍ରା ନାମରେ ନାମିତ କରାଯାଇଛି ।ମହାପୁରୁଷଙ୍କର ତିରୋଧାନ ପରେ ଏହି ସ୍ଥାନର ସର୍ବୋଚ୍ଚ ମୁଖ୍ୟ ମନ୍ଦିରଟି ହେଉଛି ମହାପୁରୁଷଙ୍କର ସମାଧି ମନ୍ଦିର । ଏହିଠାରେ ଶ୍ରୀ ଶ୍ରୀ ଅରକ୍ଷିତ ଦାସ ସମାଧି ପ୍ରତିଷ୍ଠିତ ଓ ଆରାଧିତ । ଏହି ଓଳାଶୁଣି ପାହାଡ଼ ଯାଜପୁର ଜିଲ୍ଲାର ପ୍ରସିଦ୍ଧ ବୌଦ୍ଧପୀଠ ଲଳିତଗିରିର ଅନତି ଦୂରରେ ପଲେଇ ମୌଜାସ୍ଥ ଶୁଖୁଆପଡ଼ା ଗ୍ରାମ ନିକଟରେ ଅବସ୍ଥିତ । ଏହାର ପୂର୍ବ ଦିଗରେ ଗାଙ୍ଗୀ ପାହାଡ଼, ଯହିଁରେ ପୁରାଣପ୍ରସିଦ୍ଧ ଗୋକର୍ଣ୍ଣ ବଟ । ଯେଉଁ ବୃକ୍ଷର ପତ୍ରଗୁଡିକର ଏକ ପାର୍ଶ୍ୱ ଅଶ୍ୱତ୍ଥ ଓ ଅନ୍ୟ ପାର୍ଶ୍ୱଟି ବରପତ୍ର । ଦକ୍ଷିଣ ଦିଗରେ ଠିକ୍ ଏହାର ତଳଦେଶରେ କଳନିନାଦିନୀ ଗୋବରୀ ନଦୀ ପଦଧୌତ କରିଚାଲିଛି । ପଶ୍ଚିମ ପାର୍ଶ୍ୱରେ ଶୁଖୁଆପୋଡ଼ା ଗ୍ରାମ । ଉତ୍ତର ଦିଗରେ ଲଳିତଗିରି ପାହାଡ଼ । ପୂର୍ବଦିଗରେ ଅବସ୍ଥିତ ଗାଙ୍ଗୀ ପାହାଡ଼ରୁ ଓଳାଶୁଣିର ଯୋଗାଯୋଗକୁ ବିଚ୍ଛିନ୍ନ କରୁଛି ରାଜପଥ । ଏହାର ପୂର୍ବ – ଦକ୍ଷିଣ କୋଣର ଅନତି ଦୂରରେ ଅବସ୍ଥିତ ପୁରାଣପ୍ରସିଦ୍ଧ ପଞ୍ଚୁପାଣ୍ଡବଙ୍କର ମନ୍ଦିର । ଏହି ଓଳାଶୁଣୀର ଆଖପାଖରେ ରତ୍ନଗିରି, କୋଲଣଗିରି, ବ୍ରଜଗିରି ଇତ୍ୟାଦି ବୌଦ୍ଧପୀଠ ଅବସ୍ଥିତ । ଏହି ପୀଠରେ ଜଗନ୍ନାଥଙ୍କ ମୂର୍ତ୍ତିର ପୂଜାରାଧନା ହୁଏ । ରାଧାକୃଷ୍ଣଙ୍କର ବିଗ୍ରହ ତଥା ସାଧନାସିଦ୍ଧ ସାତଟି ମହାପୁରୁଷଙ୍କର ସମାଧି ମନ୍ଦିର ଏବେ ବି ପୂଜାପାଇ ଆସୁଛି । ଆହୁରି ମଧ୍ୟ ମହାବୀର, ଗଣେଶ ଓ କେତୋଟି ଶାଳଗ୍ରାମ ବିଗ୍ରହ ଯଥାବିଧି ପୂଜିତ ହେଉଛନ୍ତି । ଏହି ପାହାଡ଼ର ପ୍ରାଚୀନ ବଡ଼ ଗୁମ୍ଫାଟି କେବେ କାହାଦ୍ୱାରା ନିର୍ମାଣ କରାଯାଇଥିଲା ତାହାର କୌଣସି କିମ୍ବଦନ୍ତୀ କିମ୍ବା ଇତିହାସ ଏ ପର୍ଯ୍ୟନ୍ତ ମିଳିନାହିଁ । ତେବେ ଏଥିରେ କୌଣସି ବୌଦ୍ଧଶ୍ରମଣ ନିତେଇ ଧୋବଣୀ କିମ୍ବା ପତ୍ର ସଉରୁଣୀ ଆଦି ତନ୍ତ୍ରାଚାରୀଙ୍କର ସଙ୍କେତ ପରିଦୃଷ୍ଟ ହୁଏ । ଏଠାରେ ଶ୍ରଦ୍ଧାଳୁମାନେ ପୋଡ଼ ପିଠା ସହ ମଦ, ମାଛ ଓ ଶୁଖୁଆ ମହାପୁରୁଷଙ୍କ ଭୋଗ ଭାବେ ଅର୍ପଣ କରିଥାନ୍ତି । ଏଠାରେ ମହାପୁରୁଷଙ୍କ ସମୟରୁ କୃପାମହୌଷଧି ସ୍ୱରୂପ କାଞ୍ଜିପାଣି ଏପର୍ଯ୍ୟନ୍ତ ରହି ଆସିଅଛି । ବିଶ୍ବାସ କରା ଯାଇ ଆସୁଛି ଯେ ପେଟ ଓ ଅନ୍ୟାନ୍ୟ ରୋଗ ପାଇଁ ଲୋକମାନେ ଏହାକୁ ବ୍ୟବହାରକରି ରୋଗମୁକ୍ତ ହେଉଛନ୍ତି । ଏହା ମଧ୍ୟ ଗୋମହିଷାଦିଙ୍କୁ ଆରୋଗ୍ୟ କରିବାରେ ସୁଖ୍ୟାତି ଅର୍ଜନ କରିଛି ।
ବାସ୍ତବରେ ସନ୍ଥ ଅରକ୍ଷିତ ଙ୍କ କାଳଜୟୀ ସୃଷ୍ଟି ମୋକ୍ଷ ଉପାଧି,ମହୀମଣ୍ଡଳ ଗୀତା , ଭକ୍ତିଟୀକା ହେଉଛି ଆମର ସର୍ବକାଳୀନ ଜାତୀୟ ଅମୂଲ୍ୟ ସାରସ୍ବତ ସମ୍ପଦ , ଏହା ନିର୍ବିବାଦୀୟ ସତ୍ୟ ।
ବୈଶ୍ୱିକ ପରିକଳ୍ପନା
ବୈଶ୍ୱିକ ପରିକଳ୍ପନା
-----------
ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଯେ ସମ୍ପ୍ରତି ବିଭିନ୍ନ ଗଣମାଧ୍ୟମରେ , ତାହା ମୁଦ୍ରିତ ହେଉ ଅବା ଦୃଶ୍ୟ ଶ୍ରାବ୍ୟ ଗଣମାଧ୍ୟମ ହେଉ, ନତୁବା ସାମାଜିକ ଗଣମାଧ୍ୟମ ହେଉ , ଯାହା ସମାଜର ମଙ୍ଗଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକ , ତାହା ଉପରେ ଆଲୋଚନା, ପର୍ଯ୍ୟାଲୋଚନା ହେଉନାହିଁ କି ସେ ସମ୍ପର୍କରେ ମଧ୍ୟ ଗବେଷଣା ହେଉନାହିଁ । ବିଶେଷ କରି ବୈଦିକ ମନ୍ତ୍ର , ବୈଦିକ ସ୍ତୋତ୍ର ଏବଂ ବୈଦିକ ରୀତିନୀତି ମୋଟେ ଆଲୋଚନା ହେଉନାହିଁ କି ଲୋକେ ମଧ୍ୟ ସେଭଳି ଆଲୋଚନା ହେଉ ବୋଲି କହୁ ନାହାନ୍ତି । ଏବେ ଏବେ ଆମେ ୧୯୯୫ ମସିହାରେ ଓଡିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା ଦ୍ବାରା ଅଧ୍ୟାପକ ନକୁଳ ରଥଙ୍କ ସଂଗୃହିତ ଆଲୋଚନା "ଶଙ୍କରାଚାର୍ଯ୍ୟ " ଶୀର୍ଷକରେ ପ୍ରକାଶିତ ପୁସ୍ତକ ପଢିବା ପରେ ସ୍ଵକୀୟ ମତାମତ ଦେବା ସମୟରେ ଅତ୍ୟନ୍ତ ଭାରି ହୃଦୟରେ ଏହା ହିଁ କହୁଛୁ । ଅଧ୍ୟାପକ ରଥ ମହାଶୟ ଶଙ୍କରଙ୍କ ପ୍ରତିଷ୍ଠିତ ଅଦ୍ଵୈତଧାରଣାରେ ବ୍ରହ୍ମ ନିଜକୁ ନିଜେ ସୃଷ୍ଟି କରୁଛି ଏବଂ ନିଜେ ନିଜ ସହିତ ଲୀଳା କରୁଛି ଏବଂ ଏହି ସୃଷ୍ଟିର ଅର୍ଥ ଈଶ୍ୱରଙ୍କ ଦ୍ବାରା ଜଗତର ନିର୍ମାଣ ନୁହେଁ, ଏହା ବ୍ରହ୍ମର ପରିପ୍ରକାଶ ମାତ୍ର ବୋଲି ଉଲ୍ଲେଖ କରିଛନ୍ତି । ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଯେ ଶଙ୍କରଙ୍କ ବହୁ ପୂର୍ବରୁ , ବିଶେଷ କରି ମାନବ ସଭ୍ୟତାର ପ୍ରାକ୍ କାଳରୁ ଏହି ଦର୍ଶନର ସୃଷ୍ଟି । ସେହିପରି ଅନେକ ବେଦକୁ ଉପଜିବ୍ୟ କରି ଆଲୋଚନା କରିଥାନ୍ତି । ବେଦ ବିଷୟରେ କହିବା ବେଳେ ଆମକୁ ଏହାର ପଦ୍ୟାତ୍ମକ ସ୍ତୋତ୍ର, ଗଦ୍ୟାତ୍ମକ ମନ୍ତ୍ର ଏବଂ ଦର୍ଶନ ମଧ୍ୟରେ ପାର୍ଥକ୍ୟ ଜାଣିିବାକୁ ପଡ଼ିବ। ବୈଦିକ ସ୍ତୋତ୍ର ହେଉଛି ବେଦର ପୁରାତନ ଭାଗ, ଯାହା ୩୦୦୦ ବର୍ଷରୁ ଅଧିକ ପୁରୁଣା ବୋଲି ପଣ୍ଡିତ ମାନେ କୁହନ୍ତି । ସେମାନେ ମଧ୍ୟ କୁହନ୍ତି ଯେ ବେଦ ପରେ ବୈଦିକ ମନ୍ତ୍ର ଏବଂ ପରେ ବୈଦିକ ଦର୍ଶନ ଆସିଥିଲା ଏବଂ ଏଗୁଡ଼ିକ ବ୍ରାହ୍ମଣ ପରିବାର ଦ୍ୱାରା ମୌଖିକ ଭାବରେ ପ୍ରସାରିତ ହୋଇଥିଲା ଓ ୨,୦୦୦ ବର୍ଷରୁ କମ୍ ବର୍ଷ ପୂର୍ବେ ଲେଖା ଯାଇଥିଲା। ବୈଦିକ ସ୍ତୋତ୍ର କିମ୍ବା ମନ୍ତ୍ର ସଂହିତା ଭାବେ ରହିଛି। ତେବେ ଋଗ୍ ସଂହିତାରେ ପୁରାତନ ବୈଦିକ ସ୍ତୋତ୍ର ଅଛି। ପ୍ରାୟ ୧୦୦୦ ସ୍ତୋତ୍ରକୁ ୧୦ଟି ପୁସ୍ତକ କିମ୍ବା ମଣ୍ଡଳରେ ବିଭକ୍ତ କରାଯାଇଛି। ଏଥିରୁ ନବେ ପ୍ରତିଶତ ହେଉଛି ସ୍ବର୍ଗରେ ରହୁଥିବା ଦେବତାମାନଙ୍କୁ ଆମନ୍ତ୍ରଣ ବା ସ୍ତୁତି କରିବା ମନ୍ତ୍ର। ଯାହାଙ୍କୁ ନୈବେଦ୍ୟ ଗ୍ରହଣ କରିବା ଲାଗି ଆବାହନ କରି ତା’ ବଦଳରେ କର୍ତ୍ତା ସାଂସାରିକ ଜୀବନରେ ସଫଳତା ମାଗି ଥାନ୍ତି , ଯେପରିକି ସନ୍ତାନ, ସ୍ବାସ୍ଥ୍ୟ, ରାଜ୍ୟ ଜୟ,ଯୁଦ୍ଧରେ ବିଜୟ ଠାରୁ ବର୍ତ୍ତମାନ ର ଗଣତାନ୍ତ୍ରିକ ବ୍ୟବସ୍ଥାରେ କ୍ଷମତାର୍ଜନ, ଚାକିରୀ ବାକିରି ଇତ୍ୟାଦି ଇତ୍ୟାଦି। ଏହି ସଂହିତାର ୧୦ ପ୍ରତିଶତ ବିଭିନ୍ନ ପ୍ରକାର ଦର୍ଶନ ଏବଂ ବୈଶ୍ୱିକ କଳ୍ପନା ସହ ଜଡ଼ିତ। ଋଗ୍ ବେଦ ସ୍ତୋତ୍ରର କିଛି ଅଂଶ ସାମ ବେଦର ଅଂଶ ହୋଇଛି। ଏଥିରେ ଋଗ ବେଦର ଲେଖା ସଙ୍ଗୀତମୟ ମନ୍ତ୍ର ଆକାରରେ ରହିଛି। ଏହି ମନ୍ତ୍ରଗୁଡ଼ିକ ପ୍ରାୟତଃ ଦୁଇ ପ୍ରକାରର । ପ୍ରଥମଟି ହେଉଛି ଗ୍ରାମ ଗାନ , ଯାହା ଜନବସତିରେ ଗାନ କରାଯାଏ ଏବଂ ଦ୍ୱିତୀୟଟି ଅରଣ୍ୟ ଗାନ ନାମରେ ଜଣାଶୁଣା ଓ ତାହା ଜଙ୍ଗଲରେ ଗାନ କରାଯାଏ। ଯଜୁର୍ବେଦରେ ଋଗ୍ ବେଦର ଅନେକ ସ୍ତୋତ୍ର ରହିଛି। ଏହା ସହ ଏହାର କିଛି ମୂଳ ଗଦ୍ୟାତ୍ମକ ମନ୍ତ୍ର ମଧ୍ୟ ରହିଛି। କିନ୍ତୁ ଏହି ମନ୍ତ୍ରଗୁଡ଼ିକ ରୀତିନୀତି ପାଳନ ସହିତ ବିଶେଷ ଭାବରେ ଜଡ଼ିତ । ସେଥିରେ ଥିବା ସ୍ବତନ୍ତ୍ର ସ୍ତୋତ୍ର କିମ୍ବା ମନ୍ତ୍ରକୁ ଯଜୁସ୍ କୁହାଯାଏ। ଏହାକୁ ନିର୍ଦ୍ଦିଷ୍ଟ କର୍ମକାଣ୍ଡରେ ଆବୃତ୍ତି କରାଯାଇଥାଏ। ଅନେକ ଶାସ୍ତ୍ରରେ, ଏହି ତିନୋଟିକୁ ବେଦ ଭାବରେ ବିବେଚନା କରାଯାଏ। ସେଗୁଡ଼ିକ ଲୋକେ ପାଳନ କରୁଥିବା ରୀତିନୀତିର ଏକ ଅଂଶ ଥିଲା । ଅଥର୍ବ ବେଦ ମଧ୍ୟ ସ୍ତୋତ୍ରଗୁଡ଼ିକର ଏକ ସମାହାର, କିନ୍ତୁ ଏଗୁଡ଼ିକ ମୁଖ୍ୟତଃ ଜୀବନର ସ୍ବାସ୍ଥ୍ୟ, ସୌଭାଗ୍ୟ ପାଇଁ ବ୍ୟବହୃତ ହୋଇଥାଏ ଏବଂ ଅନିଷ୍ଟକାରୀ ଆତ୍ମା , ଲୋକଙ୍କ ଈର୍ଷା ଏବଂ କ୍ରୋଧ ଦୂରକରିବା ପାଇଁ ଗାନ କରାଯାଇଥାଏ। ସେଥିରେ ମଧ୍ୟ କିଛି କାଳ୍ପନିକ ସିଦ୍ଧାନ୍ତ ସମ୍ମତ ସ୍ତୋତ୍ର ଅଛି, କିନ୍ତୁ ସାଧାରଣତଃ ଅଥର୍ବ ବେଦକୁ ମୂଳ ବୈଦିକ ସିଦ୍ଧାନ୍ତର ଅଂଶ ଭାବରେ ଦେଖାଯାଇ ନ ଥିଲା। ସେ ସବୁ ସାର୍ବଜନୀନ ରୀତିନୀତିର ଅଂଶ ବି ନ ଥିଲା। ଅନେକ ଦୃଷ୍ଟିକୋଣରୁ ବିଶ୍ବାସ ଯୋଗ୍ୟ ଯେ ଆମର ଆଜିର ଓଡ଼ିଶାର କୌଣସି ଅଞ୍ଚଳରେ ଋଗ୍ବେଦ ସଂକଳିତ ହୋଇଥିଲା। ଅନ୍ୟ ବେଦ ଗଣ୍ଡକ ନଦୀର ପୂର୍ବରେ ଥିବା ଗଙ୍ଗା-ଯମୁନା ଅବବାହିକାରେ ରଚନା କରା ଯାଇଥିଲା। ଋଗ୍ବେଦର ଏକ ତୃଣଭୂମି ଅଞ୍ଚଳର ଯାଯାବର ଲୋକଙ୍କ ସହ ସମ୍ପର୍କ ଥିବାବେଳେ ଯଜୁର୍ବେଦ ଚାଷକରି ବସତି ସ୍ଥାପନପୂବକ ଜୀବନ ନିର୍ବାହ କରୁଥିବା ତଥା ପୂର୍ବ ଦିଗକୁ ଯାଇଥିବା ଲୋକଙ୍କ ସହ ଜଡ଼ିତ ଥିଲା। ସମୟକ୍ରମେ, ଗଦ୍ୟାତ୍ମକ ମନ୍ତ୍ର ଲେଖିବା ଆରମ୍ଭ ହେଲା। ଏଗୁଡ଼ିକ ବ୍ରାହ୍ମଣ ଏବଂ ଅରଣ୍ୟକ ନାମରେ ଜଣାଶୁଣା, ଯାହାକି ରାଜତ୍ୱ ସମ୍ବନ୍ଧୀୟ ବୃହତ୍ ସାମୂହିକ ସମାରୋହ ରୀତିନୀତି ପାଳନ ପାଇଁ ଏବଂ ଅରଣ୍ୟକଗୁଡ଼ିକ ଗାଁ ବାହାରେ କରାଯାଉଥିବା କର୍ମକାଣ୍ଡ ଲାଗି ଉଦ୍ଦିଷ୍ଟ ଥିଲା। ବ୍ରାହ୍ମଣ ଗ୍ରନ୍ଥଗୁଡ଼ିକ ହେଉଛି ରୀତିନୀତିର ଗଦ୍ୟ ସଙ୍କଳନ । ପନ୍ଦର ଦିନରେ ପୂର୍ଣ୍ଣିମା ଏବଂ ଅମାବାସ୍ୟା ଦିନ ରୀତିନୀତି ପାଳନ କରାଯାଉଥିଲା କିମ୍ବା ପ୍ରାକ୍ ମୌସୁମୀ ଅବଧି, ମୌସୁମୀ ଅବଧି ଏବଂ ମୌସୁମୀ ପରବର୍ତ୍ତୀ ଅବଧିର ଶେଷକୁ ସୂଚିତ କରିବା ସକାଶେ ପ୍ରତି ଚାରି ମାସରେ , ଯାହାକୁ ଚତୁରମାସିଆ ବୋଲି ଲୋକେ କୁହନ୍ତି, ତାହା ସବୁ ପାଳନ କରାଯାଉଥିଲା । ରାଜାଙ୍କ ଶକ୍ତି ବୃଦ୍ଧି କରିବା ଲାଗି ରାଜ ଅଭିଷେକ ଏବଂ ବାର୍ଷିକ ରୀତିନୀତି ସହିତ ମଧ୍ୟ ଏଗୁଡ଼ିକର ସମ୍ପର୍କ ଥିଲା। ଧୀରେ ଧୀରେ ସୁଲ୍ବା ସୂତ୍ରରେ ଏଗୁଡ଼ିକ ଉଲ୍ଲେଖ କରାଗଲା। ଅବଶ୍ୟ, ଖ୍ରୀଷ୍ଟପୂର୍ବ ୫୦୦ ପରେ ଯେତେବେଳେ ଓଡ଼ିଶାର ଭୁବନେଶ୍ଵରସ୍ଥ କପିଳେଶ୍ୱରରେ ଜନ୍ମିତ ଗୌତମ ବୁଦ୍ଧଙ୍କ ବୌଦ୍ଧ ଧର୍ମର ପ୍ରଭାବରେ ପ୍ରଭାବିତ ହେଲା ଭାରତର ଆଧ୍ୟାତ୍ମିକ ଜଗତ , ସେତେବେଳେ ହିଁ ସେ ସବୁ ଗୁରୁତ୍ୱ ହରାଇବାକୁ ଲାଗିଲେ। ଏହି ସମୟ ପରେ, ପ୍ରାୟତଃ ଗୃହରେ ପାଳିତ ବୈଦିକ ରୀତିନୀତି ଗୁରୁତ୍ୱପୂର୍ଣ୍ଣ ହୋଇଥିବାର ଆମେ ଦେଖିବାକୁ ପାଉ ଏବଂ ଏଗୁଡ଼ିକ ଗୃହ ସୂତ୍ରରେ ଲେଖା ହୋଇଗଲା। ପାଖାପାଖି ଏହି ସମୟରେ ଶାସ୍ତ୍ର ସାହିତ୍ୟ ଯଥା ଧର୍ମଶାସ୍ତ୍ରଗୁଡ଼ିକ ଗଦ୍ୟ ଆକାରରେ ରଚନା କରାଯାଇଥିଲା। ଖ୍ରୀଷ୍ଟାବ୍ଦ ୫୦୦ ପରେ, ଉଭୟ ବୈଦିକ ସ୍ତୋତ୍ର ଏବଂ ବୈଦିକ ମନ୍ତ୍ର ସେମାନଙ୍କର ଗୁରୁତ୍ୱ ହରାଇବା ସହ ବୈଦିକ ଦର୍ଶନର ଉତ୍ଥାନ ହୋଇଥିବା ଆମେ ଦେଖିବାକୁ ପାଉଥାଏ । ଏହି ଦର୍ଶନ ଉପନିଷଦରେ ମଧ୍ୟ ବର୍ଣ୍ଣନା କରାଯାଇଛି। ଦେଖିବାକୁ ଗଲେ ସମଗ୍ର ଭାରତରେ ବିଭିନ୍ନ ବୈଦିକ ଶିକ୍ଷାଧାରା ବା ବିଚାରଧାରା ଦେଖିବାକୁ ମିଳେ । ପ୍ରତ୍ୟେକେ ସ୍ତୋତ୍ର ବା ମନ୍ତ୍ର ସଙ୍କଳିତ ଗ୍ରନ୍ଥ ଯଥା ଋଗ୍ବେଦ, ସାମବେଦ କିମ୍ବା ଯଜୁର୍ବେଦ ଉପରେ ଧ୍ୟାନ ଦେଇଥିଲେ। ଏଗୁଡ଼ିକ ମଧ୍ୟରୁ ପ୍ରତ୍ୟେକଟିର ଏକ ଗଦ୍ୟାମତ୍କ ଗ୍ରନ୍ଥ ଏବଂ ଏକ ଦର୍ଶନ ବା ଉପନିଷଦ ଅଛି। କିନ୍ତୁ ଏବେ ଯେତେବେଳେ ଲୋକମାନେ ବେଦ ବିଷୟରେ ଚର୍ଚ୍ଚା କରନ୍ତି, ସେତେବେଳେ ସେମାନେ ବୈଦିକ ଦର୍ଶନ ବା ବେଦାନ୍ତ ବିଷୟରେ ହିଁ କହିଥାନ୍ତି। ଖ୍ରୀଷ୍ଟାବ୍ଦ ୫୦୦ ପରେ ଏସବୁ ଲୋକପ୍ରିୟ ହୋଇଥିଲା। ବିଶେଷକରି ଖ୍ରୀଷ୍ଟାବ୍ଦ ୮୦୦ ପରେ ଆଦି ଶଙ୍କରାଚାର୍ଯ୍ୟ ଏବଂ ତାଙ୍କୁ ଅନୁସରଣ କରୁଥିବା ବ୍ୟକ୍ତିମାନଙ୍କ ଦ୍ୱାରା ଏହାକୁ ଅଧିକ ପ୍ରଚାର ପ୍ରସାର କରାଯାଇଥିଲା। ବୈଦିକ ଦର୍ଶନରେ ରୀତିନୀତି ବା କର୍ମକାଣ୍ଡବାଦକୁ କମ୍ ଗୁରୁତ୍ୱ ଦିଆଯାଇ ଆତ୍ମା ଓ ମନୁଷ୍ୟ ଶରୀର ତଥା ଆମ ଚାରିପାଖରେ ଥିବା ବିଶ୍ୱ ସହିତ ଏହାର ସମ୍ପର୍କ ଭଳି ଦାର୍ଶନିକ ଚିନ୍ତାଧାରାକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି।ଏଗୁଡ଼ିକ ହେଉଛି ମୋକ୍ଷ ବା ମୁକ୍ତିର ଧାରଣା। ରୀତିନୀତି ସିଦ୍ଧାନ୍ତ କିମ୍ବା ମୀମାଂସା ବା ବୈଦିକ ବିଚାରଧାରା ଶେଷରେ ମନ୍ଦିର ପରମ୍ପରା ସହ ଲୀନ ହୋଇଗଲେ। ଏପରିକି ଏବେ ମଧ୍ୟ ଯେତେବେଳେ ଲୋକେ ବେଦ କଥା କୁହନ୍ତି, ସେମାନେ ପ୍ରକୃତରେ ବୈଦିକ ଦର୍ଶନକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି। ଏହା ନିର୍ବିବାଦୀୟ ସତ୍ୟ ଯେ ଆଚାର୍ଯ୍ୟ ଶଙ୍କର ଆର୍ଯ୍ୟ ସଂସ୍କୃତିର ମହାନ୍ ଚିନ୍ତାଧାରାକୁ ଯୁକ୍ତି ସମ୍ମତ ଓ ବୈଜ୍ଞାନିକ ସତ୍ୟତା ଉପରେ ପ୍ରତିଷ୍ଠିତ କରି ବିଶ୍ବ ଶାନ୍ତିର ଦୃଢ ଭିତ୍ତି ସ୍ଥାପନ କରି ଯାଇଛନ୍ତି । ଶ୍ରୀମଦ୍ ଭଗବତରେ କୁହାଯାଇଛି " ଯୋଗଯୁକ୍ତ ବିଶୁଦ୍ଧାତ୍ମା ବିଜିତାତ୍ମା ଜିତେନ୍ଦ୍ରୟଃ,ସର୍ଵଭୂତାତ୍ମା ଭୂତାତ୍ମା କୁର୍ଵନାପି ନ ଲିପ୍ୟତେ ।"। ଆମେ ବିଗତ ଚାରି ଦଶନ୍ଧି ରୁ ଉର୍ଦ୍ଧ୍ୱ ଅବଧିରେ ସହସ୍ରାଧିକ ଆଲେଖ୍ୟ ଆଲୋଚନା, ସଭାସମିତି ଆଲୋଚନାରେ ଦୃଢ଼ତାର ସହିତ କହି ଓ ଲେଖି ଆସିଛୁ ଯେ ଏବର ଓଡ଼ିଶା ବା ଏବର ଭାରତକୁ ଦେଖି ଓଡ଼ିଶାକୁ ବା ଭାରତକୁ ମୂଲ୍ୟାଙ୍କନ କରା ନଯାଉ । ପୁରାଣ ଶାସ୍ତ୍ର ସହିତ ବିଶ୍ବ ସାହିତ୍ୟର ଗଭୀର ଗର୍ଭାନୁଶୀଳନ କଲେ ହିଁ ଜଣାଯାଏ ଯେ ହଜାର ହଜାର ବର୍ଷ ତଳୁ ଭାରତର , ବିଶେଷ କରି ଓଡ଼ିଶାର ଦର୍ଶନ, ସ୍ଥାପତ୍ୟ, କଳା ଓ ସଂସ୍କୃତି ସମଗ୍ର ବିଶ୍ଵକୁ ପ୍ରଭାବିତ କରିଥିଲା । ଭାରତୀୟ ଦର୍ଶନର ପ୍ରସିଦ୍ଧି ମୂଳରେ ଅନେକ ପରିଚିତ ବିହୀନ ମୁନି ଋଷି ମାନଙ୍କ ଅମୂଲ୍ୟ ଅବଦାନକୁ ବିଶ୍ବ ଇତିହାସ କ'ଣ ,ଭାରତ ଇତିହାସ ନିଜ ବକ୍ଷରେ ଧାରଣ କରି ନାହିଁ । ସହଜେ ତ ଏଯାବତ ଓଡ଼ିଶାର ସଠିକ୍ ଇତିହାସ ଲେଖା ଯାଇ ପାରିଲା ନାହିଁ , ଯାହା ଆମେ ଦୀର୍ଘ ସାଢେ ଚାରି ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ରଡି ପକେଇ ପୁନଃ ଗବେଷଣା ତଥ୍ୟ ଆଧାରିତ ସଠିକ୍ ଇତିହାସ ଲେଖା ଯାଉ ବୋଲି ଆହ୍ବାନ ଦେଇ ଆସୁଛୁ । ଆମର ଆହ୍ବାନ କୁ ଯଥୋଚିତ ଗୁରୁତ୍ୱ ଦେଇ ଐତିହାସିକ , ଗବେଷକ ଡଃ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀଙ୍କ ଠାରୁ ପ୍ରାକ୍ତନ ମୁଖ୍ୟ ଶାସନସଚିବ ଡଃ ଅଜିତ୍ କୁମାର ତ୍ରିପାଠୀ ପ୍ରଭୃତି ଗବେଷକ ମାନେ ଏବେ କେତେକ ଅନାଲୋଚିତ ଇତିହାସକୁ ଜନାର୍ପିତ କରିଛନ୍ତି । ଦୁର୍ଭାଗ୍ୟଜନକ ଘଟଣା ହେଲା ଆମର ଐତିହାସିକ ,ଆଲୋଚକ ମାନେ ଶାସ୍ତ୍ରକୁ ନୁହେଁ , ଶୋଷକ ବ୍ରିଟିଶ ଜାତିର ଦାୟାଦ ମାନେ କ'ଣ କହିଛନ୍ତି, ଲେଖିଛନ୍ତି , ତାହାକୁ ଗୁରୁତ୍ବ ଦେଇ , ସେମାନଙ୍କ ତଥ୍ୟ ଆଧାରରେ ଆଲୋଚନା ଆଲେଖ୍ୟ ପ୍ରକାଶ କରାଇଥାନ୍ତି । ଆମର ବେଦ ବେଦାନ୍ତ, ଶାସ୍ତ୍ର ପୁରାଣ ଠାରୁ ମ୍ୟାକ୍ ଡୋନାଲ୍ଡ,ମ୍ୟାକସମୁଲର ମାନେ ଏମାନଙ୍କ ଭାଷାରେ କୁଆଡେ ଅଧିକ ଜ୍ଞାନବନ୍ତ,ତଥ୍ୟବନ୍ତ । ଆଚାର୍ଯ୍ୟ ଶଙ୍କରଙ୍କୁ ବି ଯଦି ସଠିକ୍ ଭାବେ ପଢିଥାନ୍ତେ ତେବେ କହି ନଥାନ୍ତେ ଯେ ତାଙ୍କର ଜନ୍ମକାଳ ୭୮୮ ରୁ ୮୨୦ ଖ୍ରୀଷ୍ଟାବ୍ଦ ବୋଲି । ଯେତେବେଳେ ଭଣ୍ଡାରକର ଲେଖିଛନ୍ତି ଯେ ତାଙ୍କର ଜନ୍ମ କାଳ ୬୮୦ ଖ୍ରୀଷ୍ଟାବ୍ଦରେ , ସେତେବେଳେ ମ୍ୟାକସମୁଲରଙ୍କ ତଥ୍ୟକୁ ଇତିହାସ ଗୁରୁତ୍ବ ଦେଇଛି । ଆଚାର୍ଯ୍ୟ ଶଙ୍କର ବଞ୍ଚିଥିଲେ ମାତ୍ର ୩୨ ବର୍ଷ । ଶଙ୍କରାଚାର୍ଯ୍ୟଙ୍କ ବିଚରିତ ବେଦାନ୍ତଭାଷ୍ୟ, ଭଗବତ୍ ଗୀତା ଭାଷ୍ୟ ଓ ମୋହମୁଦ୍ଗର ଆଦି ଗ୍ରନ୍ଥ ଭାରତରେ ସର୍ବତ୍ର ଆଦୃତ ଜ୍ୟୋତିଷ ଶାସ୍ତ୍ରରେ ଏହାଙ୍କର ଅସାଧାରଣ ବ୍ୟୁତ୍ପତ୍ତି ଥିଲା; କିନ୍ତୁ ଘଟନାକ୍ରମେ ତହିଁରୁ ତାଙ୍କର ଆଶକ୍ତି ହ୍ରାସ ପାଇ ଥିଲା ତାଙ୍କ ଧର୍ମମତ ବେଦାନ୍ତର ଏକେଶ୍ୱରବାଦ ଉପରେ ପ୍ରତିଷ୍ଠିତ; କିନ୍ତୁ ସର୍ବସାଧାରଣଙ୍କ ପାଇଁ ସେ ଶୈବଧର୍ମ ପ୍ରଚାର କରିଥିଲେ ଏହାଙ୍କ ସମ୍ବନ୍ଧରେ କେତେ ଗୁଡ଼ିଏ କିମ୍ବଦନ୍ତୀ ପ୍ରଚଳିତ ଅଛି ଏ ସଂସାରୀ ନ ଥିଲେ; ଅଥଚ ସଂସାରର ଭୋଗ ସମ୍ବନ୍ଧରେ ଅଭିଜ୍ଞତା ଲାଭ କରିବା ପାଇଁ ପରକାୟ ପ୍ରବେଶ ବିଦ୍ୟାବଳରେ ଜଣେ ରାଜାଙ୍କ ଶରୀରରେ କିଛି କାଳ ପାଇଁ ପ୍ରବେଶ କରିଥିଲେ, ଥରେ ଶିଷ୍ୟମାନଙ୍କୁ ପରୀକ୍ଷା କରିବା ପାଇଁ ସେ ଗୋଟିଏ ଧୋବା ଘରେ ପହଞ୍ଚି ସେଠାରେ ଧୋବାର ପାକରେ ପ୍ରସ୍ତୁତ ମଣ୍ଡା ପିଠା ଖାଇଲେ ଓ ତାଙ୍କ ଶିଷ୍ୟମାନେ ମଧ୍ୟ ଗୁରୁଙ୍କ ଦେଖା ଦେଖି (ଜିହା ଲାଳସାରେ ବଶବର୍ତ୍ତୀ ହୋଇ) ମଣ୍ଡାପିଠା ଖାଇ ଦେଲେ । ପରେ କିଛି ଦୂର ଯାଇ ଶଙ୍କର କହିଲେ ଯେ, ଧୋବା ଘରେ ପିଠା ଖାଇଥିବାରୁ ଶରୀର ଅପବିତ୍ର ହେଲା ,ତଦାନ୍ତରେ ସେ ଶରୀରକୁ ଶୁଦ୍ଧ କରିବା ବ୍ୟାଜରେ ଗୋଟିଏ ଥାଟାରିଶାଳରେ ଆଉଟା ହୋଉଥିବା ଗଳିତ ରଙ୍ଗଗୁଡ଼ିଏ ପିଇ ଦେଲେ । ଶିଷ୍ୟମାନେ ଏହା ଦେଖି କାଳେ ପାଟି ପୋଡ଼ିଯିବ ଏହି ଭୟରେ ଗୁରୁଙ୍କ ଅନୁକରଣ କଲେ ନାହିଁ । ଏହା ଦର୍ଶନ କରି ଶଙ୍କର ସେହି ଶିଷ୍ୟମାନଙ୍କୁ ତ୍ୟାଗ କଲେ ଏବଂ ସେହି ଦିନଠାରୁ ଉକ୍ତ ଶିଷ୍ୟ ଓ ସେମାନଙ୍କ ଶିଷ୍ୟାନୁଶିଷ୍ୟମାନେ 'ଦଶନାମୀ' (ଗିରି, ପୁରୀ, ଭାରତୀ ଆଦି) ନାମରେ ପରିଚିତ ଶଙ୍କରାଚାର୍ଯ୍ୟ ପରିବ୍ରାଜକ ସନ୍ୟାସୀ ଥିଲେ ଓ ତାଙ୍କର ଶିଷ୍ୟମାନେ ତାଙ୍କୁ ସାକ୍ଷାତ୍ ଶିବ ବୋଲି ବିଶ୍ୱାସ କରୁଥିଲେ ଏବଂ କହୁଥିଲେ 'ଶଙ୍କରଃ ଶଙ୍କରଃ ସାକ୍ଷାତ୍' । ଭାରତର ସର୍ବତ୍ର ଓ ତିବ୍ୱତ ଦେଶରେ ସେ ଧର୍ମପ୍ରଚାରାର୍ଥେ ଭ୍ରମଣ କରିଥିଲେ ତାଙ୍କର ଏହି ଧର୍ମପ୍ରଚାର ଫଳରେ ଭାରତରୁ ବୌଦ୍ଧ ଧର୍ମର ପ୍ରଭାବ ହ୍ରାସ ପାଇଥିଲା ଏବଂ ଶୈବ ଧର୍ମ କ୍ରମେ ପ୍ରବଳ ହୋଇ ଉଠିଥିଲା । ଏହା ସତ୍ୟ ଯେ ତାଙ୍କର ୩୨ ବର୍ଷ ବୟସରେ କେଦାରନାଥରେ ଦେହାନ୍ତ ହୋଇଥିଲା।ମହାତ୍ମାମାନଙ୍କର ଗୋଟିଏ ମୂହୂର୍ତ୍ତ ସୁଦ୍ଧା ମୂଲ୍ୟବାନ କର୍ତ୍ତବ୍ୟ ସାଙ୍ଗ ହେଲେ ସେମାନଙ୍କର ଅନ୍ତର୍ଦ୍ଧାନ ପ୍ରାକୃତିକ ପୁଣି ଇତର ସାଧାରଣଙ୍କ ପକ୍ଷରେ ଯାହା ଅସମ୍ଭବ ବା ଅସାଧ୍ୟ, ସେମାନଙ୍କ ପକ୍ଷରେ ତାହା ଅବିଞ୍ଚତ୍କର ଓ ଅଳ୍ପସମୟ ସାଧ୍ୟ ଶଙ୍କର ୩୨ ବର୍ଷ ବୟଃକ୍ରମ ମଧ୍ୟରେ ମତବିଭ୍ରାଟର ସମ୍ପୂର୍ଣ୍ଣ ଶାନ୍ତି ଆନୟନ କରିପାରିଥିଲେ ତେଣୁ ସେହି ନିରୁପିତ କାଳରେ ପରିସମାପ୍ତ ହୋଇ ଆସିବାରୁ ସହସ୍ର ସହସ୍ର ଶିଷ୍ୟ, ମଧ୍ୟରେ ପ୍ରିୟତମ ସନନ୍ଦନଙ୍କୁ ପଦ୍ମପାଦାଚାର୍ଯ୍ୟ ନାମରେ ଶ୍ରୀଜଗନ୍ନାଥ କ୍ଷେତ୍ର ପ୍ରତିଷ୍ଠିତ ଗୋବର୍ଦ୍ଧନ ପୀଠରେ, ସରସ୍ୱତୀପତି ମଣ୍ଡନମିଶ୍ରଙ୍କୁ ସୁରେଶ୍ୱଚାର୍ଯ୍ୟ ନାମରେ ଋଷ୍ୟଶୃଙ୍ଗାଶ୍ରମପ୍ରତିଷ୍ଠିତ ଶୃଙ୍ଗେରୀ ପୀଠରେ, ଶ୍ରୀବେଲୀ ନିବାସୀ ପ୍ରଭାକର ମୂକପୁତ୍ରଙ୍କୁ ବାଦଦୁକତା ପଦାନ କରି ହସ୍ତାମଳକାଚାର୍ଯ୍ୟ ନାମରେ ଦ୍ୱାରକାପ୍ରତିଷ୍ଠିତ ଶାରଦା ପୀଠରେ ଏବଂ ଅନ୍ୟତମ ଶିଷ୍ୟ ଗିରି ,ଯିଏ ମହାମୁର୍ଖ ଭାବେ ଥଟ୍ଟା ପରିହାସ ର ପାତ୍ର ଥିଲେ,ତାଙ୍କୁ ଦିବ୍ୟଜ୍ଞାନ ଦାନ କରି ତ୍ରୋଟକାର୍ଯ୍ୟ ନାମରେ ବଦ୍ରିକାକ୍ଷେତ୍ର ପ୍ରତିଷ୍ଠିତ ଜ୍ୟୋତିଃ ପୀଠରେ ଅଧ୍ୟକ୍ଷତା ପଦାନ କରି ସ୍ୱୟଂ କୈଳାସ ଯାତ୍ରାକରି ସେଠାରେ ସ୍ୱଦେହରେ ଶଙ୍କର ମୂର୍ତ୍ତିରେ ଲୀନ ହେଲେ । ଏହା ମଧ୍ୟ ନିର୍ବିବାଦୀୟ ସତ୍ୟ ଯେ ଶଙ୍କର ମୂଖ୍ୟତଃ ଜଣେ ଯୁଗାନ୍ତକାରୀ ଦାର୍ଶନିକ ଥିଲେ ଓ ନିଜର ଦାର୍ଶନିକ ମତ ପ୍ରଚାର ନିମନ୍ତେ ବିଭିନ୍ନ ଭାଷ୍ୟ ରଚନା କରିବା, ବିଭିନ୍ନ ସ୍ଥାନକୁ ଯିବା, ବିଭିନ୍ନ ସ୍ଥାନରେ ସ୍ଥାନୀୟ ଦାର୍ଶନିକ ପଣ୍ଡିତ ମାନଙ୍କ ସହିତ ଶାସ୍ତ୍ରାଲୋଚନା କରିବା, ସଭା ଆୟୋଜନ କରି ନିଜର ଦର୍ଶନର ପ୍ରଚାର ପ୍ରସାର କରିଥିଲେ । ଏହା ମଧ୍ୟ ସତ୍ୟ ଯେ ତାଙ୍କର ରଚନାବଳୀ ଯେପରି ଉଚ୍ଚକୋଟୀର, ଠିକ୍ ସେହିପରି ତାଙ୍କର ତଦନ୍ତର୍ଗତ ଭାଷା ଶୈଳୀ ରମଣୀୟ, ସରଳ, ରୋଚକ ଏବଂ ଗମ୍ଭୀର ମଧ୍ୟ । ତାଙ୍କର କାବ୍ୟ କବିତା ସମୂହରେଏକ ଅନ୍ତଃସଲିଳା ଫଲଗୁଧାରା ପ୍ରବାହିତ, ଯାହା ହେଉଛି ଆନନ୍ଦମୟ ରସର ଏକ ଅକ୍ଷୟ ଓ ଅବ୍ୟୟ ସ୍ରୋତ ।ରଚନାର ଚାତୁରୀ,ଭାବର ମାଧୁରୀ ଓ ବିଷୟର ଚମତ୍କାରିତାରେ ପାଠକ ସ୍ବତଃ ଆକର୍ଷିତ ହେବା ଅବଧାରିତ । କିଏ ଜାଣି ଅବା ନଜାଣି ତାଙ୍କର ଅମୃତ ଅମ୍ଲାନ ସୃଷ୍ଟି " ଭଜ ଗୋବିନ୍ଦମ୍,ଜପ ଗୋବିନ୍ଦମ୍ ମୂଢମତେ" ହେଉ କିମ୍ବା " ମୋହ ମୁଦଗର" ହେଉ , ତାହା ଦୀର୍ଘ ୧୨ ଶହ ବର୍ଷ ପରେ ମଧ୍ୟ ଲୋକ ମୁଖରେ ଉଚ୍ଚାରିତ । ତାଙ୍କର ଅମରବାଣୀ " ଉତ୍ତିଷ୍ଠିତ ଜାଗ୍ରତ ପ୍ରାପ୍ୟ ବରାନ୍ ନିବୋଧତ, କ୍ଷୁରସ୍ୟଧାରା ନିଶ୍ଚିତା ଦୂରତ୍ୟୟା ଦୁର୍ଗଂ ପଥସ୍ତତ" କୁ ଏଗାର ଶହ ବର୍ଷ ପରେ ସ୍ବାମୀ ବିବେକାନନ୍ଦ ଅତ୍ୟନ୍ତ ଚମତ୍କାର ଭାବେ ବିଶ୍ବ ଧାର୍ମିକ ସମ୍ମିଳନୀରେ ଉଦଘୋଷଣା କରିଥିଲେ । ମନେପଡେ ୧୮୯୩, ୧୧ ସେପ୍ଟେମ୍ବରରେ ଆମେରିକାର ଚିକାଗୋ ସହରସ୍ଥିତ କଲମ୍ବସ୍ ହଲରେ ଅନୁଷ୍ଠିତ ହୋଇଥିବା ପ୍ରଥମ ବିଶ୍ବ ଧର୍ମ ମହାସଭାର ଗର୍ବିତ ବିବରଣୀ । ସେହି ସମୟରୁ ପ୍ରତି ବର୍ଷ ଅନୁଷ୍ଠିତ ହେଉଥିବା ଏହି ଧର୍ମ ମହାସଭାରେ ବିଶ୍ବର ବିଭିନ୍ନ ଧର୍ମ ସଂପ୍ରଦାୟର ଧର୍ମଗୁରୁମାନେ ତଥା ବିଦ୍ବାନମାନେ ଯୋଗ ଦେଇଥାନ୍ତି ।ହେଲେ ସେଦିନ ମହାସଭାର ପ୍ରଥମ ଦିନରେ ଗୈରିକ ପୋଷାକ ଧାରୀ ଜଣେ ଯୁବକ ମାତ୍ର ସ୍ବଳ୍ପ ସମୟ ପାଇଁ ବକ୍ତୃତା ଦେଇ ଆମେରିକାବାସୀଙ୍କ ମନ କିଣି ନେଇଥିଲେ । ଘନଘନ କରତାଳିରେ କଲମ୍ବସ ହଲ୍ ଗୁଞ୍ଜରିତ ହୋଇଥିଲା । ମାତ୍ର ଦୁଇ ମିନିଟ ପାଇଁ ଉଦବୋଧନ ଦେଇ ତାରକା ବକ୍ତା ପାଲଟିଥିବା ଯୁବକ ଜଣକ ଥିଲେ ସ୍ବାମୀ ବିବେକାନନ୍ଦ । ଆମେରିକାବାସୀ, ଭାଇ ଓ ଭଉଣୀ । ବାସ୍ ଏଇ କଥା ପଦକ ଶ୍ରୋତାଙ୍କ ମଧ୍ୟରେ ବିଦ୍ୟୁତ ସଞ୍ଚାରଣ ପରି ଏକ ଆଲୋଡ଼ନ ସୃଷ୍ଟି କରିଥିଲା । ଘନ ଘନ କରତାଳିରେ ପ୍ରକମ୍ପିତ ହୋଇଥିଲା କଲମ୍ବସ୍ ,ଯେଉଁଠି ଅନୁଷ୍ଠିତ ହୋଇଥିଲା ପ୍ରଥମ ବିଶ୍ବ ଧର୍ମ ମହାସଭା । ଏହି ଧର୍ମ ମହାସଭାରେ ଯୋଗ ଦେବାକୁ ଆସିଥିଲେ ବିଶ୍ବର ବିଭିନ୍ନ ଧର୍ମ ସଂପ୍ରଦାୟର ଧର୍ମଗୁରୁମାନେ ତଥା ବିଦ୍ବାନମାନେ । ହେଲେ ମହାସଭାର ପ୍ରଥମ ଦିନରେ ଗୈରିକ ପୋଷାକ ଧାରୀ ଜଣେ ଯୁବକ ମାତ୍ର ସ୍ବଳ୍ପ ସମୟ ପାଇଁ ଏଭଳି ବକ୍ତୃତା ଦେଇ ଆମେରିକାବାସୀଙ୍କ ମନ କିଣିନେଇଥିଲେ । ମାତ୍ର ଦୁଇ ମିନିଟ ପାଇଁ ଉଦବୋଧନ ଦେଇ ତାରକା ବକ୍ତା ପାଲଟିଥିବା ଯୁବକ ଜଣକ ଥିଲେ ସ୍ବାମୀ ବିବେକାନନ୍ଦ । ନିଜ ଭାଷଣରେ ବିବେକାନନ୍ଦ କେବଳ ହିନ୍ଦୁତ୍ବ ଏବଂ ହିନ୍ଦୁ ଧର୍ମର କଲ୍ୟାଣାକାରୀ ବାର୍ତ୍ତା ସମସ୍ତଙ୍କ ସାମ୍ନାରେ ରଖିଥିଲେ ତାନୁହେଁ, ମାନବ ଧର୍ମ ଏବଂ ମାନବ କଲ୍ୟାଣ ସଂପର୍କରେ ସନ୍ଦେଶ ବି ଦେଇଥିଲେ । ନିଜ ଭାଷଣରେ ସେ କହିଥିଲେ ଯେ, “ଆମେରିକାର ଭାଇ ଓ ଭଉଣୀମାନେ । ଆପଣଙ୍କର ଏହି ସ୍ନେହଭରା ଏବଂ ଜୋରଦାର ସ୍ବାଗତ ସମ୍ବର୍ଦ୍ଧନା ପାଇଁ ମୁଁ ଅତ୍ୟନ୍ତ ଖୁସି । ମୁଁ ଆପଣଙ୍କୁ ବିଶ୍ବର ସର୍ବପ୍ରାଚୀନ ସନ୍ଥ ପରମ୍ପରା ପକ୍ଷରୁ ଧନ୍ୟବାଦ ଦେଉଛି । ସମସ୍ତ ଧର୍ମର ଜନନୀଙ୍କ ତରଫରୁ ଧନ୍ୟବାଦ ଦେଉଛି । ଏବଂ ସମସ୍ତ ଜାତି, ଧର୍ମ, ସଂପ୍ରଦାୟର କୋଟି କୋଟି ହିନ୍ଦୁବାସୀଙ୍କ ପକ୍ଷରୁ ଆପଣଙ୍କ ନିକଟରେ କୃତଜ୍ଞତା ବ୍ୟକ୍ତ କରୁଛି । ଯେଉଁ ବକ୍ତା ମାନେ ଏହି ମଞ୍ଚରେ କହିଛନ୍ତି ଯେ, ବିଶ୍ବରେ ସହନଶୀଳତାର ବିଚାର ସୁଦୂର ଦେଶ ଗୁଡିକ ପାଇଁ ପ୍ରଚାର ପ୍ରସାର ହୋଇଛି ସେହି ବକ୍ତାମାନଙ୍କୁ ମଧ୍ୟ ମୋ ତରଫରୁ ଧନ୍ୟବାଦ ।ମୁଁ ନିଜକୁ ଗର୍ବିତ ଅନୁଭବ କରୁଛି । କାରଣ ମୁଁ ଏଭଳି ଏକ ଧର୍ମ ସହ ଜଡ଼ିତ ଯିଏ, ବିଶ୍ବରେ ସହନଶୀଳତା ଏବଂ ସାର୍ବଭୌମିକ ସ୍ବୀକୃତୀର ପାଠ ପଢାଇଛି । ତେବେ ଆମେ କେବଳ ଏହି ସାର୍ବଭୌମିକତାରେ ବିଶ୍ବାସ ରଖୁ ତାନୁହେଁ, ବରଂ ବିଶ୍ବର ସବୁ ଧର୍ମକୁ ସ୍ବୀକାର କରୁଛୁ । ଧର୍ମ ନାଁରେ ଲୋକଙ୍କୁ ଯାତନା ସହିବାକୁ ପଡୁଥିବା ବେଳେ ଯେଉଁ ଦେଶ ସେମାନଙ୍କୁ ଶରଣ ଦେଇଛି, ସେଇ ଦେଶରେ ଜନ୍ମ ହୋଇ ମୁଁ ଗର୍ବିତ ।ମୋର ଆଶା ଯେ, ଏହି ସମ୍ମିଳନୀର ଶଂଖନାଦ ପ୍ରତ୍ୟେକ ମଣିଷଙ୍କ ଭିତରେ ଏକତା ଓ ସଦଭାବନା ସୃଷ୍ଟି କରିବ । ତେବେ ସେ ଅସ୍ତ୍ର ହେଉ ଅବା କଲମରେ ।” ମାତ୍ର ଦୁଇ ମିନିଟ ପାଇଁ ଏଭଳି ଉଦବୋଧନ ଦେଇ ତାରକା ବକ୍ତା ପାଲଟିଥିଲେ ବିବେକାନନ୍ଦ ।ସବୁଠୁ ବଡ଼ କଥା ହେଲା, ଧର୍ମ ମହାସଭାରେ ଯୋଗ ଦେବାକୁ ଆସିଥିବା ପ୍ରତିନିଧିଙ୍କୁ ବାଦ୍ ଦେଇ ପ୍ରାୟ ସାତ ହଜାରରୁ ଅଧିକ ଦର୍ଶକ କଲମ୍ବସ୍ ହଲରେ ଆୟୋଜିତ ଧର୍ମ ମହାସଭାରେ ଉପସ୍ଥିତ ଥିଲେ ।ଆଉ ସମସ୍ତ ଶ୍ରୋତାଙ୍କ ମନ କିଣି ନେଇଥିଲେ ତେଜସ୍ବୀ ବିବେକାନନ୍ଦ ।
ଅମିତ ତେଜସ୍ବୀ ଯୁବ ସନ୍ୟାସୀ ଆମେରିକାର ଏହି ବିଶ୍ବ ଧର୍ମ ମହାସଭା ସମ୍ମିଳନୀରେ ଅଂଶ ଗ୍ରହଣ କରିବାର ଆକାଂକ୍ଷା ନେଇ ବମ୍ବେ ବନ୍ଦରରୁ ଜାହାଜ ଯୋଗେ ଆମେରିକା ଯାତ୍ରା କରିଥିଲେ । ସ୍ବାମୀଜୀଙ୍କର ଏହି ଐତିହାସିକ ଶିକାଗୋ ବକ୍ତବ୍ୟ ତାଙ୍କୁ ସମଗ୍ର ବିଶ୍ବରେ ଜ୍ଞାନର ଏକ ପ୍ରଦୀପ୍ତ ସୂର୍ଯ୍ୟଭାବେ ପରିଚୟ ପ୍ରଦାନ କରିଥିଲା । ଶିକାଗୋ ଧର୍ମ ମହାସଭାରେ ବିବେକାନନ୍ଦ ବିଶ୍ବ ଭାତୃତ୍ବର ବାର୍ତ୍ତା ଦେଇଥିବାରୁ ସେହି ଦିବସକୁ ବିଶ୍ବ ଭାତୃତ୍ବ ଦିବସ ଭାବେ ପାଳନ କରାଯାଉଛି । ୧୮୯୩ରେ ବିଶ୍ବ ଧର୍ମ ସଂସଦରେ ସ୍ବାମୀ ବିବେକାନନ୍ଦ ନିଜ ଭାଷଣ ମାଧ୍ୟମରେ ବିଶ୍ବକୁ ଯେଉଁ ସନ୍ଦେଶ ଦେଇଥିଲେ ତାହା ଆଜି ବି ସେତିକ ପ୍ରାସଙ୍ଗିକ ହୋଇଛି ରହିଛି । ସ୍ବାମୀ ବିବେକାନନ୍ଦ ଙ୍କ ମହତ୍ ଆହ୍ବାନ ପିଢ଼ି ପରେ ପିଢ଼ି ଙ୍କ ପାଇଁ ସର୍ବକାଳୀନ ଆଦର୍ଶ ପଣ୍ୟ ।
ବିଶ୍ୱାସ କର, ବିଶ୍ୱାସ କର, ପ୍ରଭୁଙ୍କର ଆଜ୍ଞା-ଭାରତର ଉନ୍ନତି ହେବ ହିଁ ହେବ । ଜନସାଧାରଣଙ୍କୁ ଏବଂ ଦରିଦ୍ରମାନଙ୍କୁ ସୁଖୀ କରିବାକୁ ହେବ । ଆଉ ଆନନ୍ଦିତ ହୁଅ ଯେ ତୁମେମାନେ ହିଁ ତାଙ୍କ କାର୍ଯ୍ୟ କରିବାର ନିର୍ବାଚିତ ଯନ୍ତ୍ର । ଧର୍ମର ବନ୍ୟା ଆସିଛି । ମୁଁ ଦେଖିଛି, ତାହା ସମଗ୍ର ପୃଥିବୀକୁ ଭସେଇ ନେଇଯାଉଛି-ଅଦମ୍ୟ, ଅନନ୍ତ, ସର୍ବଗ୍ରାସୀ । ସମସ୍ତେ ହିଁ ଆଗେଇଯାଅ, ସମସ୍ତଙ୍କର ଶୁଭେଚ୍ଛା ତାଙ୍କ ସଙ୍ଗେ ଯୋଗ କରିଦିଅ । ସକଳ ହସ୍ତ ଏହି ପଥର ବାଧା ଘୁଞ୍ଚାଇ ଦେଉ । ଜୟ ପ୍ରଭୁଙ୍କର ଜୟ ।
ଉଠ, ଜାଗ, ଦୀର୍ଘ ରଜନୀର ଅବସାନ ହେଉଛି, ଅରୁଣୋଦୟ ସମାସନ୍ନ ! ପ୍ରାଣେ ପ୍ରାଣେ ବିଶ୍ୱାସ କର, ଶ୍ରୀ ଭଗବାନଙ୍କର ଅଲଂଘ୍ୟ ବିଧାନରେ ଏଥର ଭାରତର ଅଭ୍ୟୁଦୟ ଅବଶ୍ୟମ୍ଭାବୀ ।
ଦେଶର ଦୁର୍ଗତ ଜନଗଣଙ୍କର ସୁଖସମୃଦ୍ଧିର ଦିନ ସମାଗତ
ମାନବଜାତିକୁ ଆଧ୍ୟାତ୍ମିକ ଭାବରେ ପ୍ରବୁଦ୍ଧ କରାଇବା ଭାରତର ମୂଳ ଜୀବନବ୍ରତ, ତାହାର ଅସ୍ତିତ୍ୱର ପରମ ପ୍ରତିଷ୍ଠା, ଚରମ ସାର୍ଥକତା । ତାତାର, ତୁର୍କୀ, ମୋଗଲ ଓ ଇଂରେଜର ଶାସନ ସତ୍ତ୍ୱେ ଏହି ଜାତିର ଜୀବନଧାରା ଅବ୍ୟାହତ ରହିଛି ।
ଆମର ପବିତ୍ର ମାତୃଭୂମି ଧର୍ମ ଓ ଦର୍ଶନର ଦେଶ-ଧର୍ମବୀରଗଣଙ୍କର ଜନ୍ମସ୍ଥାନ, ତ୍ୟାଗର ଦେଶ । କେବଳ ଏହି ଦେଶରେ ହିଁ ସୁଦୂର ଅତୀତରୁ ବର୍ତ୍ତମାନ କାଳ ପର୍ଯ୍ୟନ୍ତ ମାନବଜୀବନର ମହତ୍ତର ଆଦର୍ଶଗୁଡ଼ିକ ବିଦ୍ୟମାନ ଅଛି । ତତ୍ତ୍ୱଦୃଷ୍ଟି, ଭଗବତ୍ପରାୟଣତା ଏବଂ ନୀତିବିଜ୍ଞାନର ପ୍ରଗତିସ୍ଥଳ ଏହି ଭାରତ ମାଧୁର୍ଯ୍ୟ, କୋମଳତା ଓ ମାନବପ୍ରୀତିର ଆକର । ଏସବୁ ହିଁ ଏବେ ମଧ୍ୟ ବିଦ୍ୟମାନ ଏବଂ ସମଗ୍ର ଜଗତର ଅଭିଜ୍ଞତା ବଳରେ ମୁଁ ଜୋର କରି କହିପାରେ ଯେ ଏସବୁ ବିଷୟରେ ଭାରତ ଏବେ ବି ଜଗତର ଜାତିପୁଞ୍ଜ ମଧ୍ୟରେ ଅଗ୍ରଣୀ ।
ବାସ୍ତବିକ ଆମର ମାତୃଭୂମି ନିକଟରେ ଜଗତର ଋଣ ଅପରିସୀମ । ପ୍ରଭାତର କୋମଳ ଶିଶିରକଣା ଯେପରି ଲୋକଚକ୍ଷୁର ଅନ୍ତରାଳରେ ମନୋରମ ଗୋଲାପର କଢ଼ଗୁଡ଼ିକୁ ଫୁଟାଇ ତୋଳେ, ବିଶ୍ୱର ଚିନ୍ତାଧାରାରେ ଭାରତର ଅବଦାନ ମଧ୍ୟ ଠିକ୍ ସେହିପରି । ଅବ୍ୟର୍ଥ ଫଳପ୍ରସୁ ଭାରତୀୟ ଭାବପୁଞ୍ଜର ନୀରବ ଅଲକ୍ଷ୍ୟ ପ୍ରଭାବରେ ବୈଦେଶିକ ଚିନ୍ତାଜଗତରେ କେତେଥର ବୈପ୍ଳବିକ ପରିବର୍ତ୍ତନ ଆସିଛି, କେହି କେବେ ବି ତାହା ଜାଣିପାରି ନାହିଁ ।
ଯଦି ପୃଥିବୀ ମଧ୍ୟରେ ଏପରି କୌଣସି ଦେଶ ଥାଏ, ଯାହାକୁ ପୁଣ୍ୟଭୂମି ନାମରେ ବିଶେଷିତ କରାଯାଇପାରେ; ଯଦି ଏପରି କୌଣସି ସ୍ଥାନ ଥାଏ, ଯେଉଁଠାକୁ ପୃଥିବୀର ସକଳ ଜୀବଙ୍କୁ ତାଙ୍କର କର୍ମଫଳ ଭୋଗ ପାଇଁ ଆସିବାକୁ ପଡ଼ବ, ଯଦି ଏପରି କୌଣସି ସ୍ଥାନ ଥାଏ, ଯେଉଁଠାକୁ ଭଗବତ୍ଲାଭ ଆକାଂକ୍ଷୀ ଜୀବମାତ୍ରକୁ ହିଁ ଆସିବାକୁ ପଡ଼ିବ; ଯଦି ଏପରି କୌଣସି ସ୍ଥାନ ଥାଏ, ଯେଉଁଠାରେ ମଣିଷ ଜାତି ମଧ୍ୟରେ ସର୍ବାପେକ୍ଷା ଅଧିକ କ୍ଷାନ୍ତି, ଧୃତି, ଦୟା, ଶୌଚ ପ୍ରଭୃତି ସଦ୍ଗୁଣର ବିକାଶ ହୋଇଛି; ଯଦି ଏପରି କୌଣସି ଦେଶ ଥାଏ, ଯେଉଁଠାରେ ଆଧ୍ୟାତ୍ମିକତା ଓ ଅନ୍ତର୍ଦୃଷ୍ଟିର ବିକାଶ ସର୍ବାପେକ୍ଷା ଅଧିକ ହୋଇଛି-ତେବେ ନିଶ୍ଚୟ କହିପାରେ, ତାହା ଆମର ମାତୃଭୂମି ଏହି ଭାରତବର୍ଷ ।
ନାରୀ ଜାତିର ଅଭ୍ୟୁଦୟ ନ ହେଲେ ଭାରତର କଲ୍ୟାଣର ଆଶା ନାହିଁ । ଏକ ପକ୍ଷରେ ପକ୍ଷୀର ଉଡ଼୍ଡ଼ୟନ ସମ୍ଭବ ନୁହେଁ । ସେଥିପାଇଁ ରାମକୃଷ୍ଣ ଅବତାରରେ ସ୍ତ୍ରୀ-ଗୁରୁ ଗ୍ରହଣ । ସେଥିପାଇଁ କେବଳ ମାତୃଭାବର ପ୍ରଚାର । ପ୍ରାଚୀ ବଂଶନ ସ୍ମୃତିକାର ମନୁ କହିଛନ୍ତି, ‘ନାରୀର ସମ୍ମାନରେ ଦେବତାମାନେ ତୃପ୍ତ ହୁଅନ୍ତି ।’ ଅଥଚ ଆମ ଚିନ୍ତାଧାରା ଏତେ କଳୁଷିତ ଯେ ଆମେ ସ୍ତ୍ରୀ-ଜାତିକୁ କହୁ ‘ଘୃଣ୍ୟ କୀଟ’, ‘ନରକର ଦ୍ୱାର’ ଇତ୍ୟାଦି। ହେ ମୋର ଯୁବକ ବନ୍ଧୁଗଣ ! ତୁମେ ସବଳ ହୁଅ, ଏହା ହିଁ ତୁମ ପ୍ରତି ମୋର ଉପଦେଶ । ଗୀତା ପାଠ ଅପେକ୍ଷା ଫୁଟବଲ ଖେଳିଲେ ତୁମେ ସ୍ୱର୍ଗର ଅଧିକତର ସମୀପବର୍ତ୍ତୀ ହେବ । ତୁମ ଶରୀର ଟିକେ ଶକ୍ତ ହେଲେ ତୁମେ ଗୀତା ଅପେକ୍ଷାକୃତ ଭଲ ବୁଝିବ । ଉତ୍ତିଷ୍ଠତ ଜାଗ୍ରତ ପ୍ରାପ୍ୟ ବରାନ୍ ନିବୋଧତ’-ଉଠ, ଜାଗ୍ରତ ହୁଅ, ଆଚାର୍ଯ୍ୟଗଣଙ୍କର ସମୀପସ୍ଥ ହୋଇ (ତତ୍ତ୍ୱଜ୍ଞାନ) ଲାଭ କର । ଭାବ ନାହିଁ ତୁମେ ଦରିଦ୍ର, ଭାବ ନାହିଁ ତୁମେ ବନ୍ଧୁହୀନ । ଉଠ, ଜାଗ ,ଶିକ୍ଷା କ’ଣ ପୋଥିର ବିଦ୍ୟା ?-ନା । ନାନା ବିଷୟର ଜ୍ଞାନ ? ନା, ତା’ ବି ନୁହେଁ । ଯଥାର୍ଥ ଶିକ୍ଷା କହିଲେ କେତେଗୁଡ଼ିଏ ଶବ୍ଦ ସଂଗ୍ରହକୁ ବୁଝାଏ ନାହିଁ । ବୁଝାଏ ମେଧା ପ୍ରଭୃତି ମାନସିକ ବୃତ୍ତିଗୁଡ଼ିକର ପରିସ୍ପୁରଣ । ମଣିଷର ବ୍ୟକ୍ତିଗତ ସଂକଳ୍ପଗୁଡ଼ିକ ସତ୍ ଏବଂ କାର୍ଯ୍ୟକାରୀ କରି ଗଢ଼ି ତୋଳିବାର ପଦ୍ଧତି ହେଉଛି ପ୍ରକୃତ ଶିକ୍ଷା ।
ମାନବ ମଧ୍ୟରେ ସେହି ପୂର୍ଣ୍ଣତା ସ୍ୱତଃ ହିଁ ବିଦ୍ୟମାନ । ତା’ର ବିକାଶର ନାମ ଶିକ୍ଷା । ଶିକ୍ଷାପ୍ରଣାଳୀର ଲକ୍ଷ୍ୟ ହେବା ଉଚିତ ମଣିଷ ତିଆରି, ଯେଉଁ ଶିକ୍ଷାରେ ଜୀବନରେ ନିଜ ଗୋଡ଼ ଉପରେ ଠିଆ ହୋଇପାରେ, ତାହା ହିଁ ହେଉଛି ଶିକ୍ଷା । କେତେଟା ପାସ୍ କଲେ ବା ଭଲ ବକ୍ତୃତା କରି ପାରିଲେ କଅଣ ଶିକ୍ଷିତ ହୁଅନ୍ତି ! ଶିକ୍ଷା କହିଲେ ମୁଁ ବୁଝେ ଯଥାର୍ଥ ଜ୍ଞାନ ଅର୍ଜନ । ଖାଲି ପୋଥିଗତ ବିଦ୍ୟାରେ ଚଳିବ ନାହିଁ । ଦରକାର ପାଶ୍ଚାତ୍ୟ ବିଜ୍ଞାନ ସଙ୍ଗେ ବେଦାନ୍ତର ସମନ୍ୱୟ-ଯାହାର ମୂଳମନ୍ତ୍ର ବ୍ରହ୍ମଚର୍ଯ୍ୟ, ଶ୍ରଦ୍ଧା ଓ ଆତ୍ମବିଶ୍ୱାସ । ବିଦ୍ୟାର୍ଥୀର ଏକାନ୍ତ ପ୍ରୟୋଜନ ଶୁଚିତା, ପ୍ରକୃତ ଜ୍ଞାନସ୍ପୃହା ଏବଂ ଅଧ୍ୟବସାୟ । ଛାତ୍ରଜୀବନରେ ଅଧ୍ୟବସାୟର ପ୍ରୟୋଜନ ସର୍ବଜନବିଦିତ । ଅଧ୍ୟବସାୟୀ ବିଦ୍ୟାର୍ଥୀର ସାଧନାରେ ସିଦ୍ଧିଲାଭ ସୁନିଶ୍ଚିତ ।
ଦେହଟାକୁ ଖୁବ୍ ମଜଭୁତ କରିବାକୁ ଶିଖିବାକୁ ହେବ ଏବଂ ସମସ୍ତଙ୍କୁ ଶିଖାଇବାକୁ ହେବ । ଦେଖୁନ ଏବେ ବି ମୁଁ ରୋଜ୍ ଡାମବେଲ ଉଠାଏ । ଶାରୀରିକ ପରିଶ୍ରମ କରିବ । ଦେହ ଓ ମନ ସମାନ ଭାବରେ ଉନ୍ନତ ହେବା ଦରକାର ।
ଜଗତରେ ଯଦି କିଛି ପାପ ଥାଏ, ତାହା ଏହି ଭୟ । ଯେକୌଣସି କାର୍ଯ୍ୟ ତୁମ ଭିତରେ ଶକ୍ତିର ଉଦ୍ରେକ କରାଏ ତାହା ହିଁ ପୁଣ୍ୟ, ଆଉ ଯାହା ତୁମ ଶରୀର ମନକୁ ଦୁର୍ବଳ କରେ ତାହା ପାପ । ଏହି ଦୁର୍ବଳତା ପରିତ୍ୟାଗ କର ।
ଚାଲାକିଦ୍ୱାରା କୌଣସି ମହତ୍ କାମ ହୁଏ ନାହିଁ । ପ୍ରେମ, ସତ୍ୟାନୁରାଗ ଓ ମହାବୀର୍ଯ୍ୟର ସହାୟତାରେ ସକଳ କାର୍ଯ୍ୟ ସମ୍ପନ୍ନ ହୁଏ । ମୁଁ ଦିବ୍ୟ ଚକ୍ଷୁରେ ଦେଖୁଛି ଯେ ତୁମମାନଙ୍କ ହୃଦୟରେ ଅନନ୍ତ ଶକ୍ତି ଅଛି । ସେହି ଶକ୍ତିକୁ ଜାଗ୍ରତ କର; ଉଠ, ଲାଗି ପଡ଼, ଅଣ୍ଟା ଭିଡ଼ । ମୁଁ ମୁକ୍ତି ଫୁକ୍ତି ଚାହେଁ ନାହିଁ ।
ସମସ୍ତଙ୍କୁ ଯାଇ କୁହ-"ଉଠ, ଜାଗ, ଆଉ ଶୁଅ ନାହିଁ ,ସକଳ ଅଭାବ, ସକଳ ଦୁଃଖ ଘୁଞ୍ଚାଇବାର ଶକ୍ତି ତୁମ ଭିତରେ ହିଁ ରହିଛି । ଏ କଥା ବିଶ୍ୱାସ କର, ତାହା ହେଲେ ଏହି ଶକ୍ତି ଜାଗି ଉଠିବ" ।ଏବେ ଆମର ପ୍ରୟୋଜନ ଚରିତ୍ର ଗଠନ ଏବଂ ଇଚ୍ଛାଶକ୍ତି ପ୍ରବଳ କରିବା । ବାସ୍ତବିକ ଇଚ୍ଛାଶକ୍ତିର ପ୍ରଭାବ ଅପରିସୀମ ।
ବୈଦେଶିକ ନିୟନ୍ତ୍ରଣରୁ ମୁକ୍ତ ହୋଇ ଭାରତର ନିଜସ୍ୱ ଜ୍ଞାନ ଭଣ୍ଡାରରୁ ବିଭିନ୍ନ ବିଷୟ ସଙ୍ଗେ ପାଶ୍ଚାତ୍ୟ ବିଜ୍ଞାନ ଆୟତ୍ତ କରିବା ଆମର ପ୍ରୟୋଜନ । ଆଉ ଦରକାର କାରିଗରୀ ଶିକ୍ଷା ଏବଂ ଶ୍ରମଶିଳ୍ପ ପ୍ରସାରର ଅନୁକୂଳ ବିବିଧ ଶିକ୍ଷାର ବିସ୍ତାର, ଯାହା ଫଳରେ ଚାକିରୀ ଧନ୍ଦାରେ ନ ରହି ମଣିଷ ଜୀବିକା ଚଳାଇପାରେ । ମନେରଖ, ଦରିଦ୍ରର କୁଟୀରରେ ହିଁ ଜାତିର ବସତି । କିନ୍ତୁ ହାୟ, ସେମାନଙ୍କ ପାଇଁ କେହି କିଛି ରଖି ନାହିଁ ।
ଶିକ୍ଷାୟତନ ମାଧ୍ୟମରେ ଗଣୋନ୍ନତିର ଭାବ ପ୍ରଚାର କରିବାକୁ ହେବ । ସେଠାରେ ଶିକ୍ଷାପ୍ରାପ୍ତ ପ୍ରଚାରକଗଣ ଗରୀବମାନଙ୍କୁ ଘରେ ଘରେ ଲୌକିକ ଓ ଆଧ୍ୟାତ୍ମିକ ଶିକ୍ଷା ବିତରଣ କରିବେ । ଆମ ଦେଶରେ ଦରିଦ୍ର ସଂପ୍ରଦାୟ ଏତେ ନିଃସ୍ୱ ଯେ ସେମାନେ ସ୍କୁଲ ଓ ପାଠଶାଳାକୁ ଆସିବାକୁ ଅବସର ବି ପାଆନ୍ତି ନାହିଁ ।
ଦେଶର ସର୍ବତ୍ର ଗ୍ରାମେ ଗ୍ରାମେ ଘୂରି ଗଣସମ୍ବିତ୍ ଜାଗ୍ରତ କରିବା ତୁମମାନଙ୍କର ବର୍ତ୍ତମାନର କର୍ତ୍ତବ୍ୟ, ଜନସାଧାରଣଙ୍କୁ ବୁଝାଇବାକୁ ହେବ ଯେ ଖାଲି ଅଳସ ଭାବରେ ବସି ରହିଲେ ଚଳିବ ନାହିଁ । ତା’ପରେ ତାଙ୍କର ନିଜ ନିଜର ଐହିକ ଅବସ୍ଥାର ଉନ୍ନତିର ଉପାୟ କହିଦେବାକୁ ହେବ । ଏହି ନିର୍ବିବାଦୀୟ ସତ୍ୟକୁ ଜନମାନସରେ ପ୍ରଚାର ପ୍ରସାର କରିବା ପାଇଁ ସମ୍ପ୍ରତି ଉପଭୋକ୍ତାବାଦୀ ସମାଜରରେ ପ୍ରଜ୍ଞାଦୀପ୍ତ ବ୍ୟକ୍ତିତ୍ବ ବିରଳ କହିଲେ ଅତ୍ୟୁକ୍ତି ହେବ ନାହିଁ । ଅପରପକ୍ଷରେ ଏଭଳି ମାଟି ମନସ୍କ, ସଂସ୍କୃତି ମନସ୍କ, ଗବେଷଣା ଧର୍ମୀ ବିଶେଷଜ୍ଞ ଙ୍କୁ ସମାଜ ଅବା ଗଣମାଧ୍ୟମ ଦେଉ ନାହାନ୍ତି ପ୍ରୋତ୍ସାହନ ,ଲୋକେ ମଧ୍ୟ ଦେଖାଉ ନାହାନ୍ତି ଆଗ୍ରହ , ଶୁଣିବାକୁ ନୁହନ୍ତି ଆଗ୍ରହୀ । ନକରାତ୍ମକ ସମ୍ବାଦ , ଯୌନ ଉତ୍ତେଜିତ ଦୃଶ୍ୟ -ଶ୍ରାବ୍ୟ, ପରଚର୍ଚ୍ଚା ପ୍ରବଣ ,ସ୍ବାର୍ଥାନ୍ଧ ମାନଙ୍କ ପ୍ରାବଲ୍ୟରେ ଥିବା ସମାଜରେ ଟୁଙ୍ଗୁରୁ ଭୋଳ,ସାହୁ ଭାଉଜ ,ପପୁ ପମ ପମ ମାନଙ୍କ ଠାରୁ ଅଶ୍ଲିଳ ଭାଷା ବିଶେଷଜ୍ଞ କପିଳ ଶର୍ମା ମାନଙ୍କ ଠାରୁ ଚରିତ୍ର ବିବର୍ଜିତ ଚିତ୍ରାଭିନେତା, ଅଭିନେତ୍ରୀ, ଡାହୁପୁଆ ଖେଳାଳି, ଭ୍ରଷ୍ଟ ପୁଞ୍ଜି ଐରାବତ ମାନେ ସର୍ବାଧିକ ଚର୍ଚ୍ଚିତ, ଆଦରଣୀୟ,ଆହରଣୀୟ ଆଦର୍ଶ ମଣିଷ ।ଲୋକ ଚରିତ୍ରର ଆକ୍ଷରିକ ଅର୍ଥ ହେଉଛି ମାନବୀୟ ପ୍ରକୃତି ବା ସାଧାରଣ ଚରିତ୍ର। ଏଇ ଲୋକ ଚରିତ୍ର ହୁଏତ ହୋଇପାରେ ଭଲ ଅଥବା ମନ୍ଦ, ସର୍ଜନାତ୍ମକ ଅଥବା ବିଧ୍ୱଂସକାରୀ, କିନ୍ତୁ ତାହା ମଣିଷର ମୂଲ୍ୟାଙ୍କନ କରିବାରେ ଖୁବ୍ ସହାୟକ ହୋଇଥାଏ। ମଣିଷ ଚିହ୍ନିବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ। ଆମେ ଜାଣୁ ଯେ ଲୋକ ଚରିତ୍ରକୁ ସଦାସର୍ବଦା ନିୟନ୍ତ୍ରିତ କରିଥାଏ ତା’ର ମାନବୀୟ ପ୍ରକୃତି ଆଉ ପ୍ରବୃତ୍ତି, ବୁଦ୍ଧି ବୃତ୍ତି, ମନ ଆଉ ମନୀଷା। ତେଣୁ ଏହାକୁ ଉପଯୁକ୍ତ ମାର୍ଗରେ ସୁପରିଚାଳିତ କରି ପାରିଲେ, ମାନବ ସମାଜର ଅଶେଷ କଲ୍ୟାଣ ହେବା ନିଶ୍ଚିତ। ମାନବ ଜୀବନ ମଧ୍ୟ ହୋଇପାରିବ ସୁବ୍ୟବସ୍ଥିତ ତଥା ସମୁନ୍ନତ। ଜୈବିକ ଦୃଷ୍ଟିକୋଣରୁ ପ୍ରତିଟି ମଣିଷ ସମାନ ଦେଖା ଯାଉଥିଲେ ହେଁ, ତାଙ୍କ ଭିତରେ ରହିଥାଏ ଖୁବ୍ ପ୍ରଭେଦ। ସେମାନଙ୍କ ଭିତରେ ରହିଥାଏ ମଧ୍ୟ ଜଣା ଅଜଣା ଅସଂଖ୍ୟ ଜାତି ପ୍ରକୃତି ବା ଜେନେଟିକ୍ କରେକ୍ଟର୍, ଯାହା ଯୁଗ ଯୁଗ ଧରି ଗୋଟିଏ ପିଢ଼ିରୁ ଆଉ ଗୋଟିଏ ପିଢ଼ିକୁ ପରିବାହିତ ହୋଇ ଆସୁଛି ଗୁଣସୂତ୍ର ମାଧ୍ୟମରେ। ତା ସହିତ ମଣିଷ ଭିତରେ ରହିଥାଏ ଅଜସ୍ର ଧାର୍ମିକ ଆସ୍ଥା ଆଉ ବିଶ୍ୱାସ। ସେସବୁ ବହୁ ପରିମାଣରେ ଲୋକ ଚରିତ୍ରକୁ ପ୍ରଭାବିତ କରିଥାଏ ଅନେକ ସମୟରେ।
ଧନୀ ଗରିବ, ମୂର୍ଖ ପଣ୍ଡିତ, ଧାର୍ମିକ ଅଧାର୍ମିକ, ଗୃହସ୍ଥ ସନ୍ନ୍ୟାସୀ, ଏହିଭଳି ଅଗଣିତ ଲୋକଙ୍କ ସମାହାର ହେଉଛି ଏଇ ଦୁନିଅା। ସ୍ଥଳ ବିଶେଷରେ ଏହିସବୁ ପରିବେଶ ଏବଂ ପରିସ୍ଥିତି ଲୋକ ଚରିତ୍ରକୁ ନିୟନ୍ତ୍ରିତ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥାଏ। ନିୟନ୍ତ୍ରିତ କରିଥାଏ ମଧ୍ୟ ତାର ଭାବ ଏବଂ ମନୋଭାବକୁ। ସ୍ୱଭାବତଃ ଧନୀ ମଣିଷଟିଏ ଅଧିକ ମାତ୍ରାରେ ସ୍ୱେଚ୍ଛାଚାରୀ ତଥା ଅହଂକାରୀ ହୋଇଥିବା ସ୍ଥଳେ ଗରିବ ଲୋକଟିଏ ହୋଇଥାଏ ଆବଶ୍ୟକତା ଠାରୁ ଅତ୍ୟନ୍ତ ସହିଷ୍ଣୁ। ଇଚ୍ଛା ଥିଲେ ବି ଦରିଦ୍ର ମଣିଷଟିଏ କୌଣସି ପ୍ରକାରେ ବାଦ କି ପ୍ରତିବାଦ କରି ପାରେନାହିଁ। କାହିଁକି ନା ସବୁରି ମୂଳରେ ରହିଥାଏ ‘ଅନ୍ନ ଚିନ୍ତା ଚମତ୍କାର’। ଆପଣାର ନିୟତି ମନେକରି ସବୁତକ ଅନ୍ୟାୟ ଅତ୍ୟାଚାରକୁ ମଥାପାତି ସହିଯାଆନ୍ତି ଏମାନେ। ହେଲେ ବାରୁଦ ତଳର ନିଆଁ ପରି କୁହୁଳୁଥାଏ ସେଇ ଅସନ୍ତୋଷ। ଆଉ ଯେତେବେଳେ ସେଥିରେ ବିସ୍ଫୋରଣ ଘଟେ, ସେତେବେଳେ ତଥାକଥିତ ସଭ୍ୟ ସମାଜରେ ଧ୍ୱଂସ ଅନିବାର୍ଯ୍ୟ।
ଧନୁ ସଂକ୍ରାନ୍ତି
ଧନୁ ସଂକ୍ରାନ୍ତି
-----
ପବିତ୍ର ଧନୁ ସଂକ୍ରାନ୍ତିର ଶୁଭାବସରରେ ସୁବାର୍ତ୍ତାର ସହୃଦୟ ପାଠକ ମାନଙ୍କ ସକଳ ସୁମନାସ ପ୍ରାର୍ଥନାନ୍ତେ ଜଣାଉଛୁ ଅନେକ ଅନେକ ଶୁଭାଭିନନ୍ଦନ । ଏଠାରେ ଉଲ୍ଲେଖଯୋଗ୍ୟ ଯେ
ପୌଷ ମାସର ପ୍ରଥମ ଦିନ ଧନୁ ସଂକ୍ରାନ୍ତି ଭାବେ ପାଳନ କରାଯାଇ ଆସୁଛି କେଉଁ ଅନାଦି ଅନନ୍ତ କାଳରୁ । ଏହା ପ୍ରାୟତଃ ଡିସେମ୍ବର ୧୪ , ୧୫ କିମ୍ବା ୧୬ ତାରିଖରେ ପଡ଼ିଥାଏ । ଏହି ଦିବସଠାରୁ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ପହିଲି ଭୋଗ ଆରମ୍ଭ ହୋଇ ଉତ୍ତରାୟଣ ସଂକ୍ରାନ୍ତି ବା ମକର ସଂକ୍ରାନ୍ତି (ପ୍ରାୟତଃ ଜାନୁଆରୀ ୧୩ କିମ୍ବା ୧୪ତାରିଖ) ପର୍ଯ୍ୟନ୍ତ ଚାଲିଥାଏ । ପ୍ରଭାତୀ କୀର୍ତ୍ତନ ବନ୍ଦ ରହେ I ପୌଷ ମାସର ପବିତ୍ରତା ଯୋଗୁଁ ପୁଷ୍ୟାଭିଷେକ ଅନୁଷ୍ଠିତ ହୁଏ । ଏହି ସଂକ୍ରାନ୍ତିର ସ୍ୱରୂପ ବର୍ଣ୍ଣନା କରି ପଞ୍ଜିକାକାର କହନ୍ତି ଏ ସଂକ୍ରାନ୍ତିର ନାମ ମହୋଦରୀ । ଏ ମାସର ସଂକ୍ରାନ୍ତି ପୁରୁଷ ପଶୁ ଜାତି, ପୌଢା ବୟସ, ରକ୍ତବସ୍ତ୍ର ପରିଧାନ କରି ଗୋରଚନା ଲେପନ ଓ ବେଲପତ୍ର ଭୂଷିତ ହୋଇ ଦୁର୍ମୁଖାବସ୍ଥାରେ ସିଧା ଆସି, ପୂର୍ବ ଦିଗକୁ ଦୃଷ୍ଟି ଦେଇ ଦକ୍ଷିଣ ଦିଗକୁ ଗମନ କରିବେ । ପୁଷ ମାସରେ ଧାନ ଅମଳ ପରେ 'ଉଖୁଡା'ବା 'ମୁଆଁ'ର ପ୍ରସ୍ତୁତି ଓଡ଼ିଆ ଚଳଣିର ଏକ ବିଶେଷତ୍ୱ । ଧନୁ ସଂକ୍ରାନ୍ତିର ପ୍ରସିଦ୍ଧି ମୁଆଁ ଭୋଗ ପାଇଁ । ଧନୁ ସଂକ୍ରାନ୍ତି ଦିନ ମୁଆଁକୁ ଠାକୁରଙ୍କ ପାଖରେ ଭୋଗ ଲଗାଯାଏ । ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଯେ ପୁଷ୍ୟା ନକ୍ଷତ୍ର ଅନୁସାରେ ପୁଷ ମାସ । ପୁଷା ହେଉଛି ଦିବାକର ବା ଆଦିତ୍ୟ ଅବା ସକଳ ଶକ୍ତିର ଆଧାର ସୂର୍ଯ୍ୟ ଙ୍କର ଵୈଦିକ ନାମ । ଏହି ମାସର ରବିବାର ଗୁଡିକରେ ସ୍ବତନ୍ତ୍ର ଭାବେ ସୂର୍ଯ୍ୟ ଉପାସନା କରାଯାଏ । କେଉଁ ଆବହମାନ କାଳରୁ ସୂର୍ଯ୍ୟ ଉପାସନାର ମାଟି ଆମ ଓଡ଼ିଶା । ସୌର ପୂଜନ ସଂସ୍କୃତି ଆମ ଓଡ଼ିଆମାନଙ୍କର ପାତାଳଭେଦୀ ସଂସ୍କୃତି । ଓଡ଼ିଶାର ସୌର ଉପାସନା ସମ୍ପର୍କରେ ଗଭୀର ଅନୁଶୀଳନ ବା ଗବେଷଣା କରି ଏବେ ଅନେକ ଗବେଷକ ବହୁବିଧ ସନ୍ଦର୍ଭ ଦଲିଲକୁ ବିଶ୍ବକୀକରଣ କରିସାରିଛନ୍ତି । ଏଠାରେ ପୁନଃ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଯେ ଯେପରି ଭଗବାନ ବିଷ୍ଣୁ ଙ୍କର ବାରମାସରେ ବାରଟି ନାମ , ଠିକ୍ ସେହିପରି ସୂର୍ଯ୍ୟ ଙ୍କର ମଧ୍ୟ ବାରମାସରେ ବାରଟି ନାମ, ଯାହା ଦ୍ବାଦଶ ଆଦିତ୍ୟ ଭାବେ ପୁରାଣ ସିଦ୍ଧ । ଶ୍ରୀମଦ୍ ଭଗବତ ଗୀତାର ଦ୍ବାଦଶ ସ୍କନ୍ଧ ରେ ବିଶଦ ଭାବେ ବର୍ଣ୍ଣନା କରାଯାଇଛି । ଏହି ପୌଷ ମାସରେ ତାଙ୍କର ନାମ " ଭଗ" , ମାତ୍ର ଭାଗରେ " ପୁଷ୍ପା" । କେତେକ ପୁରାଣ ରେ ପୌଷମାସ ରେ ସୂର୍ଯ୍ୟ ଙ୍କ ନାମ " ବିଷ୍ଣୁ" । ଏଠାରେ ପ୍ରସଙ୍ଗ କ୍ରମେ ଉଲ୍ଲେଖଯୋଗ୍ୟ ଯେ ସୂର୍ଯ୍ୟ ଉପାସନାର ଏକ ଜ୍ୱଳନ୍ତ ନିଦର୍ଶନ ହେଉଛି ଅରୁଣସ୍ତମ୍ଭ , ଏହା ମରହଟ୍ଟାମାନଙ୍କ ଶାସନ କାଳରେ କୋଣାର୍କରୁ ଆସିଥିଲା ବୋଲି କୁହନ୍ତି ଗବେଷକ କୃଷ୍ଣଚନ୍ଦ୍ର । ଅରୁଣ ସୂର୍ଯ୍ୟଙ୍କର ସପ୍ତାଶ୍ୱବାହିତ ରଥର ସାରଥି ଅରୁଣ, ଗରୁଡ ଦୁଇଭାଇ ମନ୍ଦିର ଭିତରେ ଗରୁଡ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ବିଦ୍ୟମାନ । ପ୍ରବାଦ ଅଛି- ଦକ୍ଷିଣାୟନ ସମୟରେ ସୂର୍ଯ୍ୟଙ୍କର ଏକ ଚକ, ଉଦୟମାନ ସମୟରେ ଚାରିଚକ, ଉତ୍ତରାୟଣ ଗତି ସମୟରେ ଷୋହଳଚକ ବିଶିଷ୍ଟ ଅଟେ । ସୂର୍ଯ୍ୟଙ୍କର ରଥରେ ସାତୋଟି ଧବଳ ଅଶ୍ୱ ରିହଛି । ସାତ ଅଶ୍ୱ ଅର୍ଥାତ୍ ସାତଟି ରଙ୍ଗର ସମାହାର ସେଥିପାଇଁ ସୃଷ୍ଟିର ଅଣୁକୋଣେ ଭରି ରହିଛି ସାତରଙ୍ଗ ତେଣୁ ତାଙ୍କୁ ସପ୍ତାଶ୍ୱବାହନ କୁହାଯାଏ । କପିଳେନ୍ଦ୍ରଦେବ, ପୁରୁଷୋତ୍ତମଦେବ ଓ ଗଜପତି ପ୍ରତାପରୁଦ୍ର ପ୍ରମୁଖ ସୂର୍ଯ୍ୟବଂଶୀୟ ରାଜା ଅଟନ୍ତି । ପ୍ରତିବର୍ଷ ଚୈତ୍ରମାସ ଶୁକ୍ଳମାସ ଷଷ୍ଠୀରେ ଶ୍ରୀମନ୍ଦିରସ୍ଥ ପା୍ରଙ୍ଗଣରେ ସୂର୍ଯ୍ୟଦେବଙ୍କ ରଥୋତ୍ସବ ଅନୁଷ୍ଠିତ ହୁଏ । ବାରଚକ୍ର ବିଶିଷ୍ଟ ଏକ ଅନୁଜ ରଥରେ ଉତ୍ତରାୟଣ ଓ ଦକ୍ଷିଣାୟନ ସୂର୍ଯ୍ୟ ଅନୁଷ୍ଠିତ ହୁଅନ୍ତି । ବାରଚକ୍ର ହେଉଛି ଦ୍ୱାଦଶ ଆଦିତ୍ୟର ପ୍ରତୀକ । ଅଧିରଥ ଅରୁଣ ଓ ସପ୍ତାଶ୍ୱ ବିଦ୍ୟମାନ । ରଥର ଆବରଣ ବସ୍ତ୍ର ଉଦିତ ସୂର୍ଯ୍ୟ ବା ଅରୁଣ କର୍ଣ୍ଣ । ମୂର୍ତ୍ତି ଦ୍ୱୟ ପଞ୍ଚୋପଚାର ଭୋଗ ପରେ ଦକ୍ଷିଣ ଦ୍ୱାର ଦେଇ ରଥରେ ବିଜେ ହୁଅନ୍ତି । ରଥଟଣା ବେଳେ ଘଣ୍ଟ ବେଜେ । ପୂର୍ବରୁ କାହାଳୀ ଓ ତେଲେଙ୍ଗୀ ବଜା ବାଜୁଥିଲା । ଭକ୍ତ ଓ ଶ୍ରଦ୍ଧାଳୁମାନେ ଏହି ଛୋଟ ରଥଟିକୁ ସୂର୍ଯ୍ୟ ମନ୍ଦିର ସମ୍ମୁଖ ସାତପାହଚ ଓ ସେଠାରୁ ପେରି ସରସ୍ୱତୀଙ୍କ ମନ୍ଦିର ଯଏ ଏକ ଅର୍ଦ୍ଧ ଚନ୍ଦ୍ରାକୃତି ପରିସର ମଧ୍ୟରେ ଆକର୍ଷଣ କରି ଭଗବାନ ସୂର୍ଯ୍ୟଦେବଙ୍କ ପ୍ରତି ଭକ୍ତି ପ୍ରଦର୍ଶନ କରିଥାଆନ୍ତି । ରଥ ଆସି ସୂର୍ଯ୍ୟମନ୍ଦିର ପାଖରେ ପହଁଞ୍ଚôଲେ ଭକ୍ତମାନେ ଧୂପ, ଦୀପ ପ୍ରଦାନ କରିଥାନ୍ତି । ମନୁଷ୍ୟ ଏହି ଦେବ ଦୁର୍ଲଭ ରଥସ୍ଥିତ ଭୁବନ ଭାସ୍କରଙ୍କୁ ଦର୍ଶନ କଲେ ତାର ପୁନର୍ଜନ୍ମ ହୁଏ ନାହିଁ । ତେଣୁ ବର୍ଣ୍ଣିତ ଅଛି- “ରଥସ୍ଥଂ ଭାସ୍କରଂ ଦୃଷ୍ଟ୍ୱା ପୁନଜନ୍ମ ନବିଦ୍ୟତେ ।” ପୂଜକ କିଛି ସମୟ ପରେ ପୂର୍ବଦ୍ୱାର ଦେଇ ଦୁଇମୂର୍ତ୍ତିଙ୍କୁ ସିଂହାସନରେ ବିଜେ କରାନ୍ତି । ପ୍ରଥମେ ମହାସ୍ନାନ ହେବାପରେ ନୂଆବସ୍ତ୍ର ପରିଧାନ, ଚନ୍ଦ୍ରଲାଗି, ବଡସିଂହାର ବେଶ ଓ କର୍ପୁର ଲାଗି ହୁଏ । ବରୁଣ ପୂଜା ସରିବା ପରେ ପାଣି ପକାଇ ମୁରୁଜ ପକାଯାଏ । ଟେରା ବାନ୍ଧି ବଲ୍ଲଭ ବଡସିଂହାର ଉଠେ । ସୂର୍ଯ୍ୟଙ୍କ ରୋଷରେ ତିଆରି ହୋଇଥିବା ବିଭିନ୍ନ ଭୋଗ ଯଥା- ଲଡୁ, କାକରା, ଖିରି, ଶୀତଳ ଭୋଗ, ପଣା ଭୋଗ ପରେ ବନ୍ଦାପନା ଆଳତି ହୋଇଥାଏ । ଉତ୍ତରାୟଣ ଓ ଦକ୍ଷିଣାୟନ ଠାକୁର ଆଜ୍ଞାମାଳ ପାଇ ପୂର୍ବଦ୍ୱାର ଦେଇ ରଥକୁ ବାହୁଡା ବିଜେ କରନ୍ତି । ଭକ୍ତମାନେ ପୁଣି ସାତପାହାଚ ପାଖରୁ ଫେରି ସରସ୍ୱତୀଙ୍କ ମନ୍ଦିର ପର୍ଯ୍ୟନ୍ତ ରଥାକର୍ଷଣ କରି ସୂର୍ଯ୍ୟଙ୍କ ନାଟମନ୍ଦିର ଦକ୍ଷିଣ ଦ୍ୱାର ସମ୍ମୁଖରେ ରଥ ସ୍ଥାପନ କରନ୍ତି । ଏହାପରେ ସୂର୍ଯ୍ୟଦେବଙ୍କର ନିଜସ୍ଥାନକୁ ବାହୁଡା ବିଜେ କରାନ୍ତି । ବନ୍ଦାପନା ଓ ପହୁଡ ଆଳତି ଶେଷ ହେବାପରେ ଠାକୁରଙ୍କ ପହୁଡ ହୁଏ । ଏ ସମସ୍ତ କାର୍ଯ୍ୟରେ ଶ୍ରୀମନ୍ଦିରର ଚାଙ୍ଗଡା ମେକାପୁ ଭଣ୍ଡାର ମେକାପ, ମୁଦୁଲି, ପତ୍ର, ପାଳିଆ, ଖୁଣ୍ଟିଆ, ଘଟୁଆରୀ, ଯୋଗାଣିଆ, ପ୍ରଧାନୀ ଓ ରାଜଗୁରୁ ପ୍ରଭୃତି ସହଯୋଗ କରିଥାନ୍ତି । କେଣାର୍କ ମନ୍ଦିର ଭଗ୍ନ ହୋଇଯିବା ପରେ ଗଜପତି କୋଣାର୍କର ସୂର୍ଯ୍ୟମୂର୍ତ୍ତି ଓ ଦୁଇଟି ବିଜେ ପ୍ରତିମା ଶ୍ରୀମନ୍ଦିରସ୍ଥ ସୂର୍ଯ୍ୟ ମନ୍ଦିରରେ ସ୍ଥାପନ କରିଥିଲେ ଓ ତତ୍ ପରଠାରୁ କୋଣାର୍କରେ ପୂର୍ବ ପ୍ରାଚଳିତ ସୌର ଗୁଣ୍ଡିଚା ବଡ ଦେଉଳରେ ପ୍ରତିବର୍ଷ ପାଳନ କରାଯାଉଛି । ମଧ୍ୟକାଳୀନ ପୂଜା ସମୟରେ ଶ୍ରୀଜଗନ୍ନାଥଙ୍କୁ ସୂର୍ଯ୍ୟ ରୂପେ ଧ୍ୟାନ କରିବା ବା‚ନୀୟ । ଏଥିରୁ ସମ୍ବନ୍ଧ ସହଜରେ ଅନୁମେୟ । ତେଣୁ ନୀଳାଦ୍ରି ମହୋଦୟରେ ବର୍ଣ୍ଣିତ ଅଛି- “ମଧ୍ୟାହ୍ନେ ପୂଜନେ ଭୁପ ସୂର୍ଯ୍ୟମେବଚ ଚିନ୍ତୟେତ୍ ଚିନ୍ତୟିତ୍ୱାଚ୍ଚୟେଦ୍ ବିଷ୍ଣୁଂ ନୀଳାଦ୍ରୋ ଦାରୁ ରୂପୀଣିସ୍ ମଧ୍ୟାହ୍ନ ଧ୍ୟାନମାଚକ୍ଷେ ସୌରଂ ପାପହରଂ ନୃପ ବାଡିମୀ କୁସୁମା କରଂ ଶ୍ୱେତପଦ୍ମ ଇସତ୍ କରମ୍ ।ା” ପଞ୍ଚଦେବତା ଉପାସନା ମଧ୍ୟରେ ସୂର୍ଯେ୍ୟାପସନା ସର୍ବ ପ୍ରଥମ ଓ ସମସ୍ତ ଦେବାଦେବୀଙ୍କ ରଥୋତ୍ସବ ମଧ୍ୟରେ ସୌର ଗୁଣ୍ଡିଚା ବଡ ଅଦ୍ୱିତୀୟ ମନେହୁଏ । ସାରା ଭାରତବର୍ଷରେ ସର୍ବତ୍ର ସୂର୍ଯ୍ୟ ଉପାସନା କରାଯାଉଥିଲେ ମଧ୍ୟ ଶ୍ରୀମନ୍ଦିର ଭଳି ଅନ୍ୟତ୍ର ସୂର୍ଯ୍ୟଦେବଙ୍କ ରଥୋତ୍ସବ ବା ସୌର ଗୁଣ୍ଡିଚା କେଉଁଠି ଦୃଷ୍ଟିଗୋଚର ହୁଏନାହିଁ । ଏହି ପରମ୍ପରା ଅନୁଯାୟୀ ଦ୍ୱାଦଶ ମାସେ ଦ୍ୱାଦଶ ନାମେ ସୂର୍ଯ୍ୟ ଉପାସନା କରାଯାଏ । ଏହାକୁ ଦ୍ୱାଦଶତ୍ମା କୁହାଯାଏ । ସେ ଗୁଡିକ ହେଲା- ବୈଶାଖରେ ଆର୍ଯ୍ୟମା, ଜ୍ୟେଷ୍ଠରେ ମିତ୍ର, ଆଷାଢରେ ବରୁଣ, ଶ୍ରାବଣରେ ଇନ୍ଦ୍ର, ଭାଦ୍ରବରେ ବିବସ୍ୱାନ, ଅଶ୍ୱିନରେ ପୁଷା, କାର୍ତ୍ତିକରେ କ୍ରଚୁ, ମାର୍ଗଶୀରରେ ଅଂଶୁ, ପୌଷରେ ଭଗ, ମାଘରେ ତୃଷ୍ଟା, ଫାଲଗୁନ୍ରେ ବିଷ୍ଣୁ ଓ ଚୈତ୍ର ମାସରେ ଧାଣଦି ଦ୍ୱାଦଶ ଆଦିତ୍ୟ ରୂପେ ଆରାଧିତ । ଶ୍ରୀଜଗନ୍ନାଥଙ୍କ ବିଗ୍ରହରେ ସାଙ୍କେତିକ ମୁଦ୍ରାଙ୍କ ପରିଲକ୍ଷିତ ହୋଇଥାଏ । ତାଙ୍କର ନୟନ ଯୁଗଳ ସୂର୍ଯ୍ୟ ଓ ଚନ୍ଦ୍ର, ତ୍ରିକୋଣାକୃତି ନାସିକା ମଙ୍ଗଳ, ଧନୁରା କୃତି ଅଧର ରେଖା ବୁଧ, ପଦ୍ମାକୃତି ହୀକ ଖଚିତ ଚିତା ବୃହସ୍ପତି,ବର୍ଗକାର ମୁଖମଣ୍ଡଳ ଶୁକ୍ର, ପୁରୁଷାକାର କେତୁପରି ପ୍ରତୀୟମାନ ହୋଇଥାଏ । ରଥଯାତ୍ରା ସମୟରେ ବ୍ୟବହୃତ ପତାକା, ଆଲଟ ଓ ପଙ୍ଖାରେ ସୁମେରୀୟଙ୍କ ସଂଙ୍କେତ ଚନ୍ଦ୍ରସୂର୍ଯ୍ୟ ଦୃଷ୍ଟିଗୋଚର ହୁଏ । ମହାପ୍ରଭୁଙ୍କ ରନô ଭଣ୍ଡାରରେ କେତେକ ସ୍ୱର୍ଣ୍ଣାଳଙ୍କାର ଚନ୍ଦ୍ରସୂର୍ଯ୍ୟ ନାମରେ ରହିଛି । ସେହିପରି ସୁମେରୀୟଙ୍କ ଚନ୍ଦ୍ର ଦେବତାଙ୍କ ପ୍ରତୀକ ବର୍ତ୍ତମାନ ଶ୍ରୀମନ୍ଦିର ଚୂଡାରେ ଫରଫର ହୋଇ ଉଡୁଥିବା ଏବଂ ହାତବାନାରେ ଚନ୍ଦ୍ରଙ୍କ ସଂଙ୍କେତ ସ୍ପଷ୍ଟ ପ୍ରତିଭାତ । ଭଗବାନ ଶ୍ରୀରାମଚନ୍ଦ୍ରଙ୍କୁ ମହର୍ଷି ଅଗସ୍ତୀ ଆଦିତ୍ୟ ହୃଦୟ ପାଠ କରିବାକୁ ଉପଦେଶ ଦେଇଥିଲେ । ମହର୍ଷିଙ୍କ ଆଦେଶ ପାଳନ ପୂର୍ବକ୍ତ ପବିତ୍ର ଚିତ୍ତରେ ଆଗମନ କରି ପୂର୍ବାଭିମୁଖୀ ହୋଇ ଏହା ପାଠ କରିବାରୁ ପ୍ରଭୁ ଦୁର୍ବଧ୍ୟ ରାବଣର ବିନାଶ ସାଧନ କରିଥିଲେ । ପୁଣ୍ୟ ଶ୍ଲୋକ ଧୌମ୍ୟ ପୁରୋହିତଙ୍କ ଉପଦେଶ କ୍ରମେ ବନବାସୀ ଯୁଧିଷ୍ଠିର ଭଗବାନ ସୂର୍ଯ୍ୟଙ୍କର ଆରାଧନା ଓ ଅଷ୍ଟୋତ୍ତର ଶତନାମ ପାଠ କରିବାରେ ସନ୍ତୁଷ୍ଟ ହୋଇ ସୂର୍ଯ୍ୟ ସମ୍ମୁଖରେ ଆତ୍ମ ପ୍ରକାଶ କରିବା ସଙ୍ଗେ ଅକ୍ଷୟ ପାତ୍ର ପ୍ରଦାନ କରି ଦ୍ୱାଦଶ ବର୍ଷ ଅନ୍ନ ପ୍ରଦାନ କରିବାକୁ ବର ପ୍ରଦାନ କରିଥିଲେ । ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଅଭିଶାପ ଗ୍ରସ୍ତ ହୋଇ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇଥିଲେ ଓ ଦେବର୍ଷି ନାରଦଙ୍କ ଉପଦେଶ କ୍ରମେ ଚନ୍ଦ୍ରଭାଗା କୂଳରେ ଭଗବାନ ଭୁବନ ଭାସ୍କରଙ୍କୁ ଧ୍ୟାନ କରି ରୋଗମୁକ୍ତ ହୋଇଥିଲେ । ପୁରାଣ ପୃଷ୍ଠାରୁ ଜନକ, ବ୍ୟାସ, ବିଶିଷ୍ଟ, ବିଶ୍ୱାମିତ୍ର, ଗୌରମ, ନାରଦ, କପିଳ ଓ ମହତ୍ମା ଭୀଷ୍ମ ସୂର୍ଯେ୍ୟାପାସନା କରି ଅଶେଷ କୀର୍ତ୍ତିର ଅଧିକାରୀ ହୋଇଥିଲେ । ଓଡ଼ିଶାରେ ସୂର୍ଯ୍ୟଦେବ ଧର୍ମଦେବତା ନାମରେ ସୁବିଦିତ । ସୂର୍ଯ୍ୟ ଦେବଙ୍କ ପ୍ରତ୍ୟାର୍ଥେ ବହୁ ଓଷା ବ୍ରତ ଯଥାକ୍ରମେ ରବି ନାରାୟଣ ବ୍ରତ, ସମ୍ବର ଦଶମୀ ଇତ୍ୟାଦି ପ୍ରଚଳିତ ମାଘ ସପ୍ତମୀ ଦିନ ଚନ୍ଦ୍ରଭାଗାରେ ସ୍ନାନ କରି ସୂର୍ଯ୍ୟଙ୍କୁ ଦର୍ଶନ କଲେ ମହାପାତକ ନାଶ ହେବାସଙ୍ଗେ ମଣିଷ ନିରୋଗ ହୋଇଥାଏ । ବ୍ୟାପକ ଭାବେ ଅନୁଷ୍ଠିତ ହେଉଥିବା ଦୁତିବାହନ ଓଷା ବା ଦୁତିଆ ଓଷା ଗୋଟିଏ ସୂର୍ଯ୍ୟବ୍ରତ । ଧନୁ ସଂକ୍ରାନ୍ତି
-----
ପବିତ୍ର ଧନୁ ସଂକ୍ରାନ୍ତିର ଶୁଭାବସରରେ ସୁବାର୍ତ୍ତାର ସହୃଦୟ ପାଠକ ମାନଙ୍କ ସକଳ ସୁମନାସ ପ୍ରାର୍ଥନାନ୍ତେ ଜଣାଉଛୁ ଅନେକ ଅନେକ ଶୁଭାଭିନନ୍ଦନ । ଏଠାରେ ଉଲ୍ଲେଖଯୋଗ୍ୟ ଯେ
ପୌଷ ମାସର ପ୍ରଥମ ଦିନ ଧନୁ ସଂକ୍ରାନ୍ତି ଭାବେ ପାଳନ କରାଯାଇ ଆସୁଛି କେଉଁ ଅନାଦି ଅନନ୍ତ କାଳରୁ । ଏହା ପ୍ରାୟତଃ ଡିସେମ୍ବର ୧୪ , ୧୫ କିମ୍ବା ୧୬ ତାରିଖରେ ପଡ଼ିଥାଏ । ଏହି ଦିବସଠାରୁ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ପହିଲି ଭୋଗ ଆରମ୍ଭ ହୋଇ ଉତ୍ତରାୟଣ ସଂକ୍ରାନ୍ତି ବା ମକର ସଂକ୍ରାନ୍ତି (ପ୍ରାୟତଃ ଜାନୁଆରୀ ୧୩ କିମ୍ବା ୧୪ତାରିଖ) ପର୍ଯ୍ୟନ୍ତ ଚାଲିଥାଏ । ପ୍ରଭାତୀ କୀର୍ତ୍ତନ ବନ୍ଦ ରହେ I ପୌଷ ମାସର ପବିତ୍ରତା ଯୋଗୁଁ ପୁଷ୍ୟାଭିଷେକ ଅନୁଷ୍ଠିତ ହୁଏ । ଏହି ସଂକ୍ରାନ୍ତିର ସ୍ୱରୂପ ବର୍ଣ୍ଣନା କରି ପଞ୍ଜିକାକାର କହନ୍ତି ଏ ସଂକ୍ରାନ୍ତିର ନାମ ମହୋଦରୀ । ଏ ମାସର ସଂକ୍ରାନ୍ତି ପୁରୁଷ ପଶୁ ଜାତି, ପୌଢା ବୟସ, ରକ୍ତବସ୍ତ୍ର ପରିଧାନ କରି ଗୋରଚନା ଲେପନ ଓ ବେଲପତ୍ର ଭୂଷିତ ହୋଇ ଦୁର୍ମୁଖାବସ୍ଥାରେ ସିଧା ଆସି, ପୂର୍ବ ଦିଗକୁ ଦୃଷ୍ଟି ଦେଇ ଦକ୍ଷିଣ ଦିଗକୁ ଗମନ କରିବେ । ପୁଷ ମାସରେ ଧାନ ଅମଳ ପରେ 'ଉଖୁଡା'ବା 'ମୁଆଁ'ର ପ୍ରସ୍ତୁତି ଓଡ଼ିଆ ଚଳଣିର ଏକ ବିଶେଷତ୍ୱ । ଧନୁ ସଂକ୍ରାନ୍ତିର ପ୍ରସିଦ୍ଧି ମୁଆଁ ଭୋଗ ପାଇଁ । ଧନୁ ସଂକ୍ରାନ୍ତି ଦିନ ମୁଆଁକୁ ଠାକୁରଙ୍କ ପାଖରେ ଭୋଗ ଲଗାଯାଏ । ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଯେ ପୁଷ୍ୟା ନକ୍ଷତ୍ର ଅନୁସାରେ ପୁଷ ମାସ । ପୁଷା ହେଉଛି ଦିବାକର ବା ଆଦିତ୍ୟ ଅବା ସକଳ ଶକ୍ତିର ଆଧାର ସୂର୍ଯ୍ୟ ଙ୍କର ଵୈଦିକ ନାମ । ଏହି ମାସର ରବିବାର ଗୁଡିକରେ ସ୍ବତନ୍ତ୍ର ଭାବେ ସୂର୍ଯ୍ୟ ଉପାସନା କରାଯାଏ । କେଉଁ ଆବହମାନ କାଳରୁ ସୂର୍ଯ୍ୟ ଉପାସନାର ମାଟି ଆମ ଓଡ଼ିଶା । ସୌର ପୂଜନ ସଂସ୍କୃତି ଆମ ଓଡ଼ିଆମାନଙ୍କର ପାତାଳଭେଦୀ ସଂସ୍କୃତି । ଓଡ଼ିଶାର ସୌର ଉପାସନା ସମ୍ପର୍କରେ ଗଭୀର ଅନୁଶୀଳନ ବା ଗବେଷଣା କରି ଏବେ ଅନେକ ଗବେଷକ ବହୁବିଧ ସନ୍ଦର୍ଭ ଦଲିଲକୁ ବିଶ୍ବକୀକରଣ କରିସାରିଛନ୍ତି । ଏଠାରେ ପୁନଃ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଯେ ଯେପରି ଭଗବାନ ବିଷ୍ଣୁ ଙ୍କର ବାରମାସରେ ବାରଟି ନାମ , ଠିକ୍ ସେହିପରି ସୂର୍ଯ୍ୟ ଙ୍କର ମଧ୍ୟ ବାରମାସରେ ବାରଟି ନାମ, ଯାହା ଦ୍ବାଦଶ ଆଦିତ୍ୟ ଭାବେ ପୁରାଣ ସିଦ୍ଧ । ଶ୍ରୀମଦ୍ ଭଗବତ ଗୀତାର ଦ୍ବାଦଶ ସ୍କନ୍ଧ ରେ ବିଶଦ ଭାବେ ବର୍ଣ୍ଣନା କରାଯାଇଛି । ଏହି ପୌଷ ମାସରେ ତାଙ୍କର ନାମ " ଭଗ" , ମାତ୍ର ଭାଗରେ " ପୁଷ୍ପା" । କେତେକ ପୁରାଣ ରେ ପୌଷମାସ ରେ ସୂର୍ଯ୍ୟ ଙ୍କ ନାମ " ବିଷ୍ଣୁ" । ଏଠାରେ ପ୍ରସଙ୍ଗ କ୍ରମେ ଉଲ୍ଲେଖଯୋଗ୍ୟ ଯେ ସୂର୍ଯ୍ୟ ଉପାସନାର ଏକ ଜ୍ୱଳନ୍ତ ନିଦର୍ଶନ ହେଉଛି ଅରୁଣସ୍ତମ୍ଭ , ଏହା ମରହଟ୍ଟାମାନଙ୍କ ଶାସନ କାଳରେ କୋଣାର୍କରୁ ଆସିଥିଲା ବୋଲି କୁହନ୍ତି ଗବେଷକ କୃଷ୍ଣଚନ୍ଦ୍ର । ଅରୁଣ ସୂର୍ଯ୍ୟଙ୍କର ସପ୍ତାଶ୍ୱବାହିତ ରଥର ସାରଥି ଅରୁଣ, ଗରୁଡ ଦୁଇଭାଇ ମନ୍ଦିର ଭିତରେ ଗରୁଡ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ବିଦ୍ୟମାନ । ପ୍ରବାଦ ଅଛି- ଦକ୍ଷିଣାୟନ ସମୟରେ ସୂର୍ଯ୍ୟଙ୍କର ଏକ ଚକ, ଉଦୟମାନ ସମୟରେ ଚାରିଚକ, ଉତ୍ତରାୟଣ ଗତି ସମୟରେ ଷୋହଳଚକ ବିଶିଷ୍ଟ ଅଟେ । ସୂର୍ଯ୍ୟଙ୍କର ରଥରେ ସାତୋଟି ଧବଳ ଅଶ୍ୱ ରିହଛି । ସାତ ଅଶ୍ୱ ଅର୍ଥାତ୍ ସାତଟି ରଙ୍ଗର ସମାହାର ସେଥିପାଇଁ ସୃଷ୍ଟିର ଅଣୁକୋଣେ ଭରି ରହିଛି ସାତରଙ୍ଗ ତେଣୁ ତାଙ୍କୁ ସପ୍ତାଶ୍ୱବାହନ କୁହାଯାଏ । କପିଳେନ୍ଦ୍ରଦେବ, ପୁରୁଷୋତ୍ତମଦେବ ଓ ଗଜପତି ପ୍ରତାପରୁଦ୍ର ପ୍ରମୁଖ ସୂର୍ଯ୍ୟବଂଶୀୟ ରାଜା ଅଟନ୍ତି । ପ୍ରତିବର୍ଷ ଚୈତ୍ରମାସ ଶୁକ୍ଳମାସ ଷଷ୍ଠୀରେ ଶ୍ରୀମନ୍ଦିରସ୍ଥ ପା୍ରଙ୍ଗଣରେ ସୂର୍ଯ୍ୟଦେବଙ୍କ ରଥୋତ୍ସବ ଅନୁଷ୍ଠିତ ହୁଏ । ବାରଚକ୍ର ବିଶିଷ୍ଟ ଏକ ଅନୁଜ ରଥରେ ଉତ୍ତରାୟଣ ଓ ଦକ୍ଷିଣାୟନ ସୂର୍ଯ୍ୟ ଅନୁଷ୍ଠିତ ହୁଅନ୍ତି । ବାରଚକ୍ର ହେଉଛି ଦ୍ୱାଦଶ ଆଦିତ୍ୟର ପ୍ରତୀକ । ଅଧିରଥ ଅରୁଣ ଓ ସପ୍ତାଶ୍ୱ ବିଦ୍ୟମାନ । ରଥର ଆବରଣ ବସ୍ତ୍ର ଉଦିତ ସୂର୍ଯ୍ୟ ବା ଅରୁଣ କର୍ଣ୍ଣ । ମୂର୍ତ୍ତି ଦ୍ୱୟ ପଞ୍ଚୋପଚାର ଭୋଗ ପରେ ଦକ୍ଷିଣ ଦ୍ୱାର ଦେଇ ରଥରେ ବିଜେ ହୁଅନ୍ତି । ରଥଟଣା ବେଳେ ଘଣ୍ଟ ବେଜେ । ପୂର୍ବରୁ କାହାଳୀ ଓ ତେଲେଙ୍ଗୀ ବଜା ବାଜୁଥିଲା । ଭକ୍ତ ଓ ଶ୍ରଦ୍ଧାଳୁମାନେ ଏହି ଛୋଟ ରଥଟିକୁ ସୂର୍ଯ୍ୟ ମନ୍ଦିର ସମ୍ମୁଖ ସାତପାହଚ ଓ ସେଠାରୁ ପେରି ସରସ୍ୱତୀଙ୍କ ମନ୍ଦିର ଯଏ ଏକ ଅର୍ଦ୍ଧ ଚନ୍ଦ୍ରାକୃତି ପରିସର ମଧ୍ୟରେ ଆକର୍ଷଣ କରି ଭଗବାନ ସୂର୍ଯ୍ୟଦେବଙ୍କ ପ୍ରତି ଭକ୍ତି ପ୍ରଦର୍ଶନ କରିଥାଆନ୍ତି । ରଥ ଆସି ସୂର୍ଯ୍ୟମନ୍ଦିର ପାଖରେ ପହଁଞ୍ଚôଲେ ଭକ୍ତମାନେ ଧୂପ, ଦୀପ ପ୍ରଦାନ କରିଥାନ୍ତି । ମନୁଷ୍ୟ ଏହି ଦେବ ଦୁର୍ଲଭ ରଥସ୍ଥିତ ଭୁବନ ଭାସ୍କରଙ୍କୁ ଦର୍ଶନ କଲେ ତାର ପୁନର୍ଜନ୍ମ ହୁଏ ନାହିଁ । ତେଣୁ ବର୍ଣ୍ଣିତ ଅଛି- “ରଥସ୍ଥଂ ଭାସ୍କରଂ ଦୃଷ୍ଟ୍ୱା ପୁନଜନ୍ମ ନବିଦ୍ୟତେ ।” ପୂଜକ କିଛି ସମୟ ପରେ ପୂର୍ବଦ୍ୱାର ଦେଇ ଦୁଇମୂର୍ତ୍ତିଙ୍କୁ ସିଂହାସନରେ ବିଜେ କରାନ୍ତି । ପ୍ରଥମେ ମହାସ୍ନାନ ହେବାପରେ ନୂଆବସ୍ତ୍ର ପରିଧାନ, ଚନ୍ଦ୍ରଲାଗି, ବଡସିଂହାର ବେଶ ଓ କର୍ପୁର ଲାଗି ହୁଏ । ବରୁଣ ପୂଜା ସରିବା ପରେ ପାଣି ପକାଇ ମୁରୁଜ ପକାଯାଏ । ଟେରା ବାନ୍ଧି ବଲ୍ଲଭ ବଡସିଂହାର ଉଠେ । ସୂର୍ଯ୍ୟଙ୍କ ରୋଷରେ ତିଆରି ହୋଇଥିବା ବିଭିନ୍ନ ଭୋଗ ଯଥା- ଲଡୁ, କାକରା, ଖିରି, ଶୀତଳ ଭୋଗ, ପଣା ଭୋଗ ପରେ ବନ୍ଦାପନା ଆଳତି ହୋଇଥାଏ । ଉତ୍ତରାୟଣ ଓ ଦକ୍ଷିଣାୟନ ଠାକୁର ଆଜ୍ଞାମାଳ ପାଇ ପୂର୍ବଦ୍ୱାର ଦେଇ ରଥକୁ ବାହୁଡା ବିଜେ କରନ୍ତି । ଭକ୍ତମାନେ ପୁଣି ସାତପାହାଚ ପାଖରୁ ଫେରି ସରସ୍ୱତୀଙ୍କ ମନ୍ଦିର ପର୍ଯ୍ୟନ୍ତ ରଥାକର୍ଷଣ କରି ସୂର୍ଯ୍ୟଙ୍କ ନାଟମନ୍ଦିର ଦକ୍ଷିଣ ଦ୍ୱାର ସମ୍ମୁଖରେ ରଥ ସ୍ଥାପନ କରନ୍ତି । ଏହାପରେ ସୂର୍ଯ୍ୟଦେବଙ୍କର ନିଜସ୍ଥାନକୁ ବାହୁଡା ବିଜେ କରାନ୍ତି । ବନ୍ଦାପନା ଓ ପହୁଡ ଆଳତି ଶେଷ ହେବାପରେ ଠାକୁରଙ୍କ ପହୁଡ ହୁଏ । ଏ ସମସ୍ତ କାର୍ଯ୍ୟରେ ଶ୍ରୀମନ୍ଦିରର ଚାଙ୍ଗଡା ମେକାପୁ ଭଣ୍ଡାର ମେକାପ, ମୁଦୁଲି, ପତ୍ର, ପାଳିଆ, ଖୁଣ୍ଟିଆ, ଘଟୁଆରୀ, ଯୋଗାଣିଆ, ପ୍ରଧାନୀ ଓ ରାଜଗୁରୁ ପ୍ରଭୃତି ସହଯୋଗ କରିଥାନ୍ତି । କେଣାର୍କ ମନ୍ଦିର ଭଗ୍ନ ହୋଇଯିବା ପରେ ଗଜପତି କୋଣାର୍କର ସୂର୍ଯ୍ୟମୂର୍ତ୍ତି ଓ ଦୁଇଟି ବିଜେ ପ୍ରତିମା ଶ୍ରୀମନ୍ଦିରସ୍ଥ ସୂର୍ଯ୍ୟ ମନ୍ଦିରରେ ସ୍ଥାପନ କରିଥିଲେ ଓ ତତ୍ ପରଠାରୁ କୋଣାର୍କରେ ପୂର୍ବ ପ୍ରାଚଳିତ ସୌର ଗୁଣ୍ଡିଚା ବଡ ଦେଉଳରେ ପ୍ରତିବର୍ଷ ପାଳନ କରାଯାଉଛି । ମଧ୍ୟକାଳୀନ ପୂଜା ସମୟରେ ଶ୍ରୀଜଗନ୍ନାଥଙ୍କୁ ସୂର୍ଯ୍ୟ ରୂପେ ଧ୍ୟାନ କରିବା ବା‚ନୀୟ । ଏଥିରୁ ସମ୍ବନ୍ଧ ସହଜରେ ଅନୁମେୟ । ତେଣୁ ନୀଳାଦ୍ରି ମହୋଦୟରେ ବର୍ଣ୍ଣିତ ଅଛି- “ମଧ୍ୟାହ୍ନେ ପୂଜନେ ଭୁପ ସୂର୍ଯ୍ୟମେବଚ ଚିନ୍ତୟେତ୍ ଚିନ୍ତୟିତ୍ୱାଚ୍ଚୟେଦ୍ ବିଷ୍ଣୁଂ ନୀଳାଦ୍ରୋ ଦାରୁ ରୂପୀଣିସ୍ ମଧ୍ୟାହ୍ନ ଧ୍ୟାନମାଚକ୍ଷେ ସୌରଂ ପାପହରଂ ନୃପ ବାଡିମୀ କୁସୁମା କରଂ ଶ୍ୱେତପଦ୍ମ ଇସତ୍ କରମ୍ ।ା” ପଞ୍ଚଦେବତା ଉପାସନା ମଧ୍ୟରେ ସୂର୍ଯେ୍ୟାପସନା ସର୍ବ ପ୍ରଥମ ଓ ସମସ୍ତ ଦେବାଦେବୀଙ୍କ ରଥୋତ୍ସବ ମଧ୍ୟରେ ସୌର ଗୁଣ୍ଡିଚା ବଡ ଅଦ୍ୱିତୀୟ ମନେହୁଏ । ସାରା ଭାରତବର୍ଷରେ ସର୍ବତ୍ର ସୂର୍ଯ୍ୟ ଉପାସନା କରାଯାଉଥିଲେ ମଧ୍ୟ ଶ୍ରୀମନ୍ଦିର ଭଳି ଅନ୍ୟତ୍ର ସୂର୍ଯ୍ୟଦେବଙ୍କ ରଥୋତ୍ସବ ବା ସୌର ଗୁଣ୍ଡିଚା କେଉଁଠି ଦୃଷ୍ଟିଗୋଚର ହୁଏନାହିଁ । ଏହି ପରମ୍ପରା ଅନୁଯାୟୀ ଦ୍ୱାଦଶ ମାସେ ଦ୍ୱାଦଶ ନାମେ ସୂର୍ଯ୍ୟ ଉପାସନା କରାଯାଏ । ଏହାକୁ ଦ୍ୱାଦଶତ୍ମା କୁହାଯାଏ । ସେ ଗୁଡିକ ହେଲା- ବୈଶାଖରେ ଆର୍ଯ୍ୟମା, ଜ୍ୟେଷ୍ଠରେ ମିତ୍ର, ଆଷାଢରେ ବରୁଣ, ଶ୍ରାବଣରେ ଇନ୍ଦ୍ର, ଭାଦ୍ରବରେ ବିବସ୍ୱାନ, ଅଶ୍ୱିନରେ ପୁଷା, କାର୍ତ୍ତିକରେ କ୍ରଚୁ, ମାର୍ଗଶୀରରେ ଅଂଶୁ, ପୌଷରେ ଭଗ, ମାଘରେ ତୃଷ୍ଟା, ଫାଲଗୁନ୍ରେ ବିଷ୍ଣୁ ଓ ଚୈତ୍ର ମାସରେ ଧାଣଦି ଦ୍ୱାଦଶ ଆଦିତ୍ୟ ରୂପେ ଆରାଧିତ । ଶ୍ରୀଜଗନ୍ନାଥଙ୍କ ବିଗ୍ରହରେ ସାଙ୍କେତିକ ମୁଦ୍ରାଙ୍କ ପରିଲକ୍ଷିତ ହୋଇଥାଏ । ତାଙ୍କର ନୟନ ଯୁଗଳ ସୂର୍ଯ୍ୟ ଓ ଚନ୍ଦ୍ର, ତ୍ରିକୋଣାକୃତି ନାସିକା ମଙ୍ଗଳ, ଧନୁରା କୃତି ଅଧର ରେଖା ବୁଧ, ପଦ୍ମାକୃତି ହୀକ ଖଚିତ ଚିତା ବୃହସ୍ପତି,ବର୍ଗକାର ମୁଖମଣ୍ଡଳ ଶୁକ୍ର, ପୁରୁଷାକାର କେତୁପରି ପ୍ରତୀୟମାନ ହୋଇଥାଏ । ରଥଯାତ୍ରା ସମୟରେ ବ୍ୟବହୃତ ପତାକା, ଆଲଟ ଓ ପଙ୍ଖାରେ ସୁମେରୀୟଙ୍କ ସଂଙ୍କେତ ଚନ୍ଦ୍ରସୂର୍ଯ୍ୟ ଦୃଷ୍ଟିଗୋଚର ହୁଏ । ମହାପ୍ରଭୁଙ୍କ ରନô ଭଣ୍ଡାରରେ କେତେକ ସ୍ୱର୍ଣ୍ଣାଳଙ୍କାର ଚନ୍ଦ୍ରସୂର୍ଯ୍ୟ ନାମରେ ରହିଛି । ସେହିପରି ସୁମେରୀୟଙ୍କ ଚନ୍ଦ୍ର ଦେବତାଙ୍କ ପ୍ରତୀକ ବର୍ତ୍ତମାନ ଶ୍ରୀମନ୍ଦିର ଚୂଡାରେ ଫରଫର ହୋଇ ଉଡୁଥିବା ଏବଂ ହାତବାନାରେ ଚନ୍ଦ୍ରଙ୍କ ସଂଙ୍କେତ ସ୍ପଷ୍ଟ ପ୍ରତିଭାତ । ଭଗବାନ ଶ୍ରୀରାମଚନ୍ଦ୍ରଙ୍କୁ ମହର୍ଷି ଅଗସ୍ତୀ ଆଦିତ୍ୟ ହୃଦୟ ପାଠ କରିବାକୁ ଉପଦେଶ ଦେଇଥିଲେ । ମହର୍ଷିଙ୍କ ଆଦେଶ ପାଳନ ପୂର୍ବକ୍ତ ପବିତ୍ର ଚିତ୍ତରେ ଆଗମନ କରି ପୂର୍ବାଭିମୁଖୀ ହୋଇ ଏହା ପାଠ କରିବାରୁ ପ୍ରଭୁ ଦୁର୍ବଧ୍ୟ ରାବଣର ବିନାଶ ସାଧନ କରିଥିଲେ । ପୁଣ୍ୟ ଶ୍ଲୋକ ଧୌମ୍ୟ ପୁରୋହିତଙ୍କ ଉପଦେଶ କ୍ରମେ ବନବାସୀ ଯୁଧିଷ୍ଠିର ଭଗବାନ ସୂର୍ଯ୍ୟଙ୍କର ଆରାଧନା ଓ ଅଷ୍ଟୋତ୍ତର ଶତନାମ ପାଠ କରିବାରେ ସନ୍ତୁଷ୍ଟ ହୋଇ ସୂର୍ଯ୍ୟ ସମ୍ମୁଖରେ ଆତ୍ମ ପ୍ରକାଶ କରିବା ସଙ୍ଗେ ଅକ୍ଷୟ ପାତ୍ର ପ୍ରଦାନ କରି ଦ୍ୱାଦଶ ବର୍ଷ ଅନ୍ନ ପ୍ରଦାନ କରିବାକୁ ବର ପ୍ରଦାନ କରିଥିଲେ । ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଅଭିଶାପ ଗ୍ରସ୍ତ ହୋଇ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇଥିଲେ ଓ ଦେବର୍ଷି ନାରଦଙ୍କ ଉପଦେଶ କ୍ରମେ ଚନ୍ଦ୍ରଭାଗା କୂଳରେ ଭଗବାନ ଭୁବନ ଭାସ୍କରଙ୍କୁ ଧ୍ୟାନ କରି ରୋଗମୁକ୍ତ ହୋଇଥିଲେ । ପୁରାଣ ପୃଷ୍ଠାରୁ ଜନକ, ବ୍ୟାସ, ବିଶିଷ୍ଟ, ବିଶ୍ୱାମିତ୍ର, ଗୌରମ, ନାରଦ, କପିଳ ଓ ମହତ୍ମା ଭୀଷ୍ମ ସୂର୍ଯେ୍ୟାପାସନା କରି ଅଶେଷ କୀର୍ତ୍ତିର ଅଧିକାରୀ ହୋଇଥିଲେ । ଓଡ଼ିଶାରେ ସୂର୍ଯ୍ୟଦେବ ଧର୍ମଦେବତା ନାମରେ ସୁବିଦିତ । ସୂର୍ଯ୍ୟ ଦେବଙ୍କ ପ୍ରତ୍ୟାର୍ଥେ ବହୁ ଓଷା ବ୍ରତ ଯଥାକ୍ରମେ ରବି ନାରାୟଣ ବ୍ରତ, ସମ୍ବର ଦଶମୀ ଇତ୍ୟାଦି ପ୍ରଚଳିତ ମାଘ ସପ୍ତମୀ ଦିନ ଚନ୍ଦ୍ରଭାଗାରେ ସ୍ନାନ କରି ସୂର୍ଯ୍ୟଙ୍କୁ ଦର୍ଶନ କଲେ ମହାପାତକ ନାଶ ହେବାସଙ୍ଗେ ମଣିଷ ନିରୋଗ ହୋଇଥାଏ । ବ୍ୟାପକ ଭାବେ ଅନୁଷ୍ଠିତ ହେଉଥିବା ଦୁତିବାହନ ଓଷା ବା ଦୁତିଆ ଓଷା ଗୋଟିଏ ସୂର୍ଯ୍ୟବ୍ରତ ।ଧନୁ ସଂକ୍ରାନ୍ତି
-----
ପବିତ୍ର ଧନୁ ସଂକ୍ରାନ୍ତିର ଶୁଭାବସରରେ ସୁବାର୍ତ୍ତାର ସହୃଦୟ ପାଠକ ମାନଙ୍କ ସକଳ ସୁମନାସ ପ୍ରାର୍ଥନାନ୍ତେ ଜଣାଉଛୁ ଅନେକ ଅନେକ ଶୁଭାଭିନନ୍ଦନ । ଏଠାରେ ଉଲ୍ଲେଖଯୋଗ୍ୟ ଯେ
ପୌଷ ମାସର ପ୍ରଥମ ଦିନ ଧନୁ ସଂକ୍ରାନ୍ତି ଭାବେ ପାଳନ କରାଯାଇ ଆସୁଛି କେଉଁ ଅନାଦି ଅନନ୍ତ କାଳରୁ । ଏହା ପ୍ରାୟତଃ ଡିସେମ୍ବର ୧୪ , ୧୫ କିମ୍ବା ୧୬ ତାରିଖରେ ପଡ଼ିଥାଏ । ଏହି ଦିବସଠାରୁ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ପହିଲି ଭୋଗ ଆରମ୍ଭ ହୋଇ ଉତ୍ତରାୟଣ ସଂକ୍ରାନ୍ତି ବା ମକର ସଂକ୍ରାନ୍ତି (ପ୍ରାୟତଃ ଜାନୁଆରୀ ୧୩ କିମ୍ବା ୧୪ତାରିଖ) ପର୍ଯ୍ୟନ୍ତ ଚାଲିଥାଏ । ପ୍ରଭାତୀ କୀର୍ତ୍ତନ ବନ୍ଦ ରହେ I ପୌଷ ମାସର ପବିତ୍ରତା ଯୋଗୁଁ ପୁଷ୍ୟାଭିଷେକ ଅନୁଷ୍ଠିତ ହୁଏ । ଏହି ସଂକ୍ରାନ୍ତିର ସ୍ୱରୂପ ବର୍ଣ୍ଣନା କରି ପଞ୍ଜିକାକାର କହନ୍ତି ଏ ସଂକ୍ରାନ୍ତିର ନାମ ମହୋଦରୀ । ଏ ମାସର ସଂକ୍ରାନ୍ତି ପୁରୁଷ ପଶୁ ଜାତି, ପୌଢା ବୟସ, ରକ୍ତବସ୍ତ୍ର ପରିଧାନ କରି ଗୋରଚନା ଲେପନ ଓ ବେଲପତ୍ର ଭୂଷିତ ହୋଇ ଦୁର୍ମୁଖାବସ୍ଥାରେ ସିଧା ଆସି, ପୂର୍ବ ଦିଗକୁ ଦୃଷ୍ଟି ଦେଇ ଦକ୍ଷିଣ ଦିଗକୁ ଗମନ କରିବେ । ପୁଷ ମାସରେ ଧାନ ଅମଳ ପରେ 'ଉଖୁଡା'ବା 'ମୁଆଁ'ର ପ୍ରସ୍ତୁତି ଓଡ଼ିଆ ଚଳଣିର ଏକ ବିଶେଷତ୍ୱ । ଧନୁ ସଂକ୍ରାନ୍ତିର ପ୍ରସିଦ୍ଧି ମୁଆଁ ଭୋଗ ପାଇଁ । ଧନୁ ସଂକ୍ରାନ୍ତି ଦିନ ମୁଆଁକୁ ଠାକୁରଙ୍କ ପାଖରେ ଭୋଗ ଲଗାଯାଏ । ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଯେ ପୁଷ୍ୟା ନକ୍ଷତ୍ର ଅନୁସାରେ ପୁଷ ମାସ । ପୁଷା ହେଉଛି ଦିବାକର ବା ଆଦିତ୍ୟ ଅବା ସକଳ ଶକ୍ତିର ଆଧାର ସୂର୍ଯ୍ୟ ଙ୍କର ଵୈଦିକ ନାମ । ଏହି ମାସର ରବିବାର ଗୁଡିକରେ ସ୍ବତନ୍ତ୍ର ଭାବେ ସୂର୍ଯ୍ୟ ଉପାସନା କରାଯାଏ । କେଉଁ ଆବହମାନ କାଳରୁ ସୂର୍ଯ୍ୟ ଉପାସନାର ମାଟି ଆମ ଓଡ଼ିଶା । ସୌର ପୂଜନ ସଂସ୍କୃତି ଆମ ଓଡ଼ିଆମାନଙ୍କର ପାତାଳଭେଦୀ ସଂସ୍କୃତି । ଓଡ଼ିଶାର ସୌର ଉପାସନା ସମ୍ପର୍କରେ ଗଭୀର ଅନୁଶୀଳନ ବା ଗବେଷଣା କରି ଏବେ ଅନେକ ଗବେଷକ ବହୁବିଧ ସନ୍ଦର୍ଭ ଦଲିଲକୁ ବିଶ୍ବକୀକରଣ କରିସାରିଛନ୍ତି । ଏଠାରେ ପୁନଃ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଯେ ଯେପରି ଭଗବାନ ବିଷ୍ଣୁ ଙ୍କର ବାରମାସରେ ବାରଟି ନାମ , ଠିକ୍ ସେହିପରି ସୂର୍ଯ୍ୟ ଙ୍କର ମଧ୍ୟ ବାରମାସରେ ବାରଟି ନାମ, ଯାହା ଦ୍ବାଦଶ ଆଦିତ୍ୟ ଭାବେ ପୁରାଣ ସିଦ୍ଧ । ଶ୍ରୀମଦ୍ ଭଗବତ ଗୀତାର ଦ୍ବାଦଶ ସ୍କନ୍ଧ ରେ ବିଶଦ ଭାବେ ବର୍ଣ୍ଣନା କରାଯାଇଛି । ଏହି ପୌଷ ମାସରେ ତାଙ୍କର ନାମ " ଭଗ" , ମାତ୍ର ଭାଗରେ " ପୁଷ୍ପା" । କେତେକ ପୁରାଣ ରେ ପୌଷମାସ ରେ ସୂର୍ଯ୍ୟ ଙ୍କ ନାମ " ବିଷ୍ଣୁ" । ଏଠାରେ ପ୍ରସଙ୍ଗ କ୍ରମେ ଉଲ୍ଲେଖଯୋଗ୍ୟ ଯେ ସୂର୍ଯ୍ୟ ଉପାସନାର ଏକ ଜ୍ୱଳନ୍ତ ନିଦର୍ଶନ ହେଉଛି ଅରୁଣସ୍ତମ୍ଭ , ଏହା ମରହଟ୍ଟାମାନଙ୍କ ଶାସନ କାଳରେ କୋଣାର୍କରୁ ଆସିଥିଲା ବୋଲି କୁହନ୍ତି ଗବେଷକ କୃଷ୍ଣଚନ୍ଦ୍ର । ଅରୁଣ ସୂର୍ଯ୍ୟଙ୍କର ସପ୍ତାଶ୍ୱବାହିତ ରଥର ସାରଥି ଅରୁଣ, ଗରୁଡ ଦୁଇଭାଇ ମନ୍ଦିର ଭିତରେ ଗରୁଡ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ବିଦ୍ୟମାନ । ପ୍ରବାଦ ଅଛି- ଦକ୍ଷିଣାୟନ ସମୟରେ ସୂର୍ଯ୍ୟଙ୍କର ଏକ ଚକ, ଉଦୟମାନ ସମୟରେ ଚାରିଚକ, ଉତ୍ତରାୟଣ ଗତି ସମୟରେ ଷୋହଳଚକ ବିଶିଷ୍ଟ ଅଟେ । ସୂର୍ଯ୍ୟଙ୍କର ରଥରେ ସାତୋଟି ଧବଳ ଅଶ୍ୱ ରିହଛି । ସାତ ଅଶ୍ୱ ଅର୍ଥାତ୍ ସାତଟି ରଙ୍ଗର ସମାହାର ସେଥିପାଇଁ ସୃଷ୍ଟିର ଅଣୁକୋଣେ ଭରି ରହିଛି ସାତରଙ୍ଗ ତେଣୁ ତାଙ୍କୁ ସପ୍ତାଶ୍ୱବାହନ କୁହାଯାଏ । କପିଳେନ୍ଦ୍ରଦେବ, ପୁରୁଷୋତ୍ତମଦେବ ଓ ଗଜପତି ପ୍ରତାପରୁଦ୍ର ପ୍ରମୁଖ ସୂର୍ଯ୍ୟବଂଶୀୟ ରାଜା ଅଟନ୍ତି । ପ୍ରତିବର୍ଷ ଚୈତ୍ରମାସ ଶୁକ୍ଳମାସ ଷଷ୍ଠୀରେ ଶ୍ରୀମନ୍ଦିରସ୍ଥ ପା୍ରଙ୍ଗଣରେ ସୂର୍ଯ୍ୟଦେବଙ୍କ ରଥୋତ୍ସବ ଅନୁଷ୍ଠିତ ହୁଏ । ବାରଚକ୍ର ବିଶିଷ୍ଟ ଏକ ଅନୁଜ ରଥରେ ଉତ୍ତରାୟଣ ଓ ଦକ୍ଷିଣାୟନ ସୂର୍ଯ୍ୟ ଅନୁଷ୍ଠିତ ହୁଅନ୍ତି । ବାରଚକ୍ର ହେଉଛି ଦ୍ୱାଦଶ ଆଦିତ୍ୟର ପ୍ରତୀକ । ଅଧିରଥ ଅରୁଣ ଓ ସପ୍ତାଶ୍ୱ ବିଦ୍ୟମାନ । ରଥର ଆବରଣ ବସ୍ତ୍ର ଉଦିତ ସୂର୍ଯ୍ୟ ବା ଅରୁଣ କର୍ଣ୍ଣ । ମୂର୍ତ୍ତି ଦ୍ୱୟ ପଞ୍ଚୋପଚାର ଭୋଗ ପରେ ଦକ୍ଷିଣ ଦ୍ୱାର ଦେଇ ରଥରେ ବିଜେ ହୁଅନ୍ତି । ରଥଟଣା ବେଳେ ଘଣ୍ଟ ବେଜେ । ପୂର୍ବରୁ କାହାଳୀ ଓ ତେଲେଙ୍ଗୀ ବଜା ବାଜୁଥିଲା । ଭକ୍ତ ଓ ଶ୍ରଦ୍ଧାଳୁମାନେ ଏହି ଛୋଟ ରଥଟିକୁ ସୂର୍ଯ୍ୟ ମନ୍ଦିର ସମ୍ମୁଖ ସାତପାହଚ ଓ ସେଠାରୁ ପେରି ସରସ୍ୱତୀଙ୍କ ମନ୍ଦିର ଯଏ ଏକ ଅର୍ଦ୍ଧ ଚନ୍ଦ୍ରାକୃତି ପରିସର ମଧ୍ୟରେ ଆକର୍ଷଣ କରି ଭଗବାନ ସୂର୍ଯ୍ୟଦେବଙ୍କ ପ୍ରତି ଭକ୍ତି ପ୍ରଦର୍ଶନ କରିଥାଆନ୍ତି । ରଥ ଆସି ସୂର୍ଯ୍ୟମନ୍ଦିର ପାଖରେ ପହଁଞ୍ଚôଲେ ଭକ୍ତମାନେ ଧୂପ, ଦୀପ ପ୍ରଦାନ କରିଥାନ୍ତି । ମନୁଷ୍ୟ ଏହି ଦେବ ଦୁର୍ଲଭ ରଥସ୍ଥିତ ଭୁବନ ଭାସ୍କରଙ୍କୁ ଦର୍ଶନ କଲେ ତାର ପୁନର୍ଜନ୍ମ ହୁଏ ନାହିଁ । ତେଣୁ ବର୍ଣ୍ଣିତ ଅଛି- “ରଥସ୍ଥଂ ଭାସ୍କରଂ ଦୃଷ୍ଟ୍ୱା ପୁନଜନ୍ମ ନବିଦ୍ୟତେ ।” ପୂଜକ କିଛି ସମୟ ପରେ ପୂର୍ବଦ୍ୱାର ଦେଇ ଦୁଇମୂର୍ତ୍ତିଙ୍କୁ ସିଂହାସନରେ ବିଜେ କରାନ୍ତି । ପ୍ରଥମେ ମହାସ୍ନାନ ହେବାପରେ ନୂଆବସ୍ତ୍ର ପରିଧାନ, ଚନ୍ଦ୍ରଲାଗି, ବଡସିଂହାର ବେଶ ଓ କର୍ପୁର ଲାଗି ହୁଏ । ବରୁଣ ପୂଜା ସରିବା ପରେ ପାଣି ପକାଇ ମୁରୁଜ ପକାଯାଏ । ଟେରା ବାନ୍ଧି ବଲ୍ଲଭ ବଡସିଂହାର ଉଠେ । ସୂର୍ଯ୍ୟଙ୍କ ରୋଷରେ ତିଆରି ହୋଇଥିବା ବିଭିନ୍ନ ଭୋଗ ଯଥା- ଲଡୁ, କାକରା, ଖିରି, ଶୀତଳ ଭୋଗ, ପଣା ଭୋଗ ପରେ ବନ୍ଦାପନା ଆଳତି ହୋଇଥାଏ । ଉତ୍ତରାୟଣ ଓ ଦକ୍ଷିଣାୟନ ଠାକୁର ଆଜ୍ଞାମାଳ ପାଇ ପୂର୍ବଦ୍ୱାର ଦେଇ ରଥକୁ ବାହୁଡା ବିଜେ କରନ୍ତି । ଭକ୍ତମାନେ ପୁଣି ସାତପାହାଚ ପାଖରୁ ଫେରି ସରସ୍ୱତୀଙ୍କ ମନ୍ଦିର ପର୍ଯ୍ୟନ୍ତ ରଥାକର୍ଷଣ କରି ସୂର୍ଯ୍ୟଙ୍କ ନାଟମନ୍ଦିର ଦକ୍ଷିଣ ଦ୍ୱାର ସମ୍ମୁଖରେ ରଥ ସ୍ଥାପନ କରନ୍ତି । ଏହାପରେ ସୂର୍ଯ୍ୟଦେବଙ୍କର ନିଜସ୍ଥାନକୁ ବାହୁଡା ବିଜେ କରାନ୍ତି । ବନ୍ଦାପନା ଓ ପହୁଡ ଆଳତି ଶେଷ ହେବାପରେ ଠାକୁରଙ୍କ ପହୁଡ ହୁଏ । ଏ ସମସ୍ତ କାର୍ଯ୍ୟରେ ଶ୍ରୀମନ୍ଦିରର ଚାଙ୍ଗଡା ମେକାପୁ ଭଣ୍ଡାର ମେକାପ, ମୁଦୁଲି, ପତ୍ର, ପାଳିଆ, ଖୁଣ୍ଟିଆ, ଘଟୁଆରୀ, ଯୋଗାଣିଆ, ପ୍ରଧାନୀ ଓ ରାଜଗୁରୁ ପ୍ରଭୃତି ସହଯୋଗ କରିଥାନ୍ତି । କେଣାର୍କ ମନ୍ଦିର ଭଗ୍ନ ହୋଇଯିବା ପରେ ଗଜପତି କୋଣାର୍କର ସୂର୍ଯ୍ୟମୂର୍ତ୍ତି ଓ ଦୁଇଟି ବିଜେ ପ୍ରତିମା ଶ୍ରୀମନ୍ଦିରସ୍ଥ ସୂର୍ଯ୍ୟ ମନ୍ଦିରରେ ସ୍ଥାପନ କରିଥିଲେ ଓ ତତ୍ ପରଠାରୁ କୋଣାର୍କରେ ପୂର୍ବ ପ୍ରାଚଳିତ ସୌର ଗୁଣ୍ଡିଚା ବଡ ଦେଉଳରେ ପ୍ରତିବର୍ଷ ପାଳନ କରାଯାଉଛି । ମଧ୍ୟକାଳୀନ ପୂଜା ସମୟରେ ଶ୍ରୀଜଗନ୍ନାଥଙ୍କୁ ସୂର୍ଯ୍ୟ ରୂପେ ଧ୍ୟାନ କରିବା ବା‚ନୀୟ । ଏଥିରୁ ସମ୍ବନ୍ଧ ସହଜରେ ଅନୁମେୟ । ତେଣୁ ନୀଳାଦ୍ରି ମହୋଦୟରେ ବର୍ଣ୍ଣିତ ଅଛି- “ମଧ୍ୟାହ୍ନେ ପୂଜନେ ଭୁପ ସୂର୍ଯ୍ୟମେବଚ ଚିନ୍ତୟେତ୍ ଚିନ୍ତୟିତ୍ୱାଚ୍ଚୟେଦ୍ ବିଷ୍ଣୁଂ ନୀଳାଦ୍ରୋ ଦାରୁ ରୂପୀଣିସ୍ ମଧ୍ୟାହ୍ନ ଧ୍ୟାନମାଚକ୍ଷେ ସୌରଂ ପାପହରଂ ନୃପ ବାଡିମୀ କୁସୁମା କରଂ ଶ୍ୱେତପଦ୍ମ ଇସତ୍ କରମ୍ ।ା” ପଞ୍ଚଦେବତା ଉପାସନା ମଧ୍ୟରେ ସୂର୍ଯେ୍ୟାପସନା ସର୍ବ ପ୍ରଥମ ଓ ସମସ୍ତ ଦେବାଦେବୀଙ୍କ ରଥୋତ୍ସବ ମଧ୍ୟରେ ସୌର ଗୁଣ୍ଡିଚା ବଡ ଅଦ୍ୱିତୀୟ ମନେହୁଏ । ସାରା ଭାରତବର୍ଷରେ ସର୍ବତ୍ର ସୂର୍ଯ୍ୟ ଉପାସନା କରାଯାଉଥିଲେ ମଧ୍ୟ ଶ୍ରୀମନ୍ଦିର ଭଳି ଅନ୍ୟତ୍ର ସୂର୍ଯ୍ୟଦେବଙ୍କ ରଥୋତ୍ସବ ବା ସୌର ଗୁଣ୍ଡିଚା କେଉଁଠି ଦୃଷ୍ଟିଗୋଚର ହୁଏନାହିଁ । ଏହି ପରମ୍ପରା ଅନୁଯାୟୀ ଦ୍ୱାଦଶ ମାସେ ଦ୍ୱାଦଶ ନାମେ ସୂର୍ଯ୍ୟ ଉପାସନା କରାଯାଏ । ଏହାକୁ ଦ୍ୱାଦଶତ୍ମା କୁହାଯାଏ । ସେ ଗୁଡିକ ହେଲା- ବୈଶାଖରେ ଆର୍ଯ୍ୟମା, ଜ୍ୟେଷ୍ଠରେ ମିତ୍ର, ଆଷାଢରେ ବରୁଣ, ଶ୍ରାବଣରେ ଇନ୍ଦ୍ର, ଭାଦ୍ରବରେ ବିବସ୍ୱାନ, ଅଶ୍ୱିନରେ ପୁଷା, କାର୍ତ୍ତିକରେ କ୍ରଚୁ, ମାର୍ଗଶୀରରେ ଅଂଶୁ, ପୌଷରେ ଭଗ, ମାଘରେ ତୃଷ୍ଟା, ଫାଲଗୁନ୍ରେ ବିଷ୍ଣୁ ଓ ଚୈତ୍ର ମାସରେ ଧାଣଦି ଦ୍ୱାଦଶ ଆଦିତ୍ୟ ରୂପେ ଆରାଧିତ । ଶ୍ରୀଜଗନ୍ନାଥଙ୍କ ବିଗ୍ରହରେ ସାଙ୍କେତିକ ମୁଦ୍ରାଙ୍କ ପରିଲକ୍ଷିତ ହୋଇଥାଏ । ତାଙ୍କର ନୟନ ଯୁଗଳ ସୂର୍ଯ୍ୟ ଓ ଚନ୍ଦ୍ର, ତ୍ରିକୋଣାକୃତି ନାସିକା ମଙ୍ଗଳ, ଧନୁରା କୃତି ଅଧର ରେଖା ବୁଧ, ପଦ୍ମାକୃତି ହୀକ ଖଚିତ ଚିତା ବୃହସ୍ପତି,ବର୍ଗକାର ମୁଖମଣ୍ଡଳ ଶୁକ୍ର, ପୁରୁଷାକାର କେତୁପରି ପ୍ରତୀୟମାନ ହୋଇଥାଏ । ରଥଯାତ୍ରା ସମୟରେ ବ୍ୟବହୃତ ପତାକା, ଆଲଟ ଓ ପଙ୍ଖାରେ ସୁମେରୀୟଙ୍କ ସଂଙ୍କେତ ଚନ୍ଦ୍ରସୂର୍ଯ୍ୟ ଦୃଷ୍ଟିଗୋଚର ହୁଏ । ମହାପ୍ରଭୁଙ୍କ ରନô ଭଣ୍ଡାରରେ କେତେକ ସ୍ୱର୍ଣ୍ଣାଳଙ୍କାର ଚନ୍ଦ୍ରସୂର୍ଯ୍ୟ ନାମରେ ରହିଛି । ସେହିପରି ସୁମେରୀୟଙ୍କ ଚନ୍ଦ୍ର ଦେବତାଙ୍କ ପ୍ରତୀକ ବର୍ତ୍ତମାନ ଶ୍ରୀମନ୍ଦିର ଚୂଡାରେ ଫରଫର ହୋଇ ଉଡୁଥିବା ଏବଂ ହାତବାନାରେ ଚନ୍ଦ୍ରଙ୍କ ସଂଙ୍କେତ ସ୍ପଷ୍ଟ ପ୍ରତିଭାତ । ଭଗବାନ ଶ୍ରୀରାମଚନ୍ଦ୍ରଙ୍କୁ ମହର୍ଷି ଅଗସ୍ତୀ ଆଦିତ୍ୟ ହୃଦୟ ପାଠ କରିବାକୁ ଉପଦେଶ ଦେଇଥିଲେ । ମହର୍ଷିଙ୍କ ଆଦେଶ ପାଳନ ପୂର୍ବକ୍ତ ପବିତ୍ର ଚିତ୍ତରେ ଆଗମନ କରି ପୂର୍ବାଭିମୁଖୀ ହୋଇ ଏହା ପାଠ କରିବାରୁ ପ୍ରଭୁ ଦୁର୍ବଧ୍ୟ ରାବଣର ବିନାଶ ସାଧନ କରିଥିଲେ । ପୁଣ୍ୟ ଶ୍ଲୋକ ଧୌମ୍ୟ ପୁରୋହିତଙ୍କ ଉପଦେଶ କ୍ରମେ ବନବାସୀ ଯୁଧିଷ୍ଠିର ଭଗବାନ ସୂର୍ଯ୍ୟଙ୍କର ଆରାଧନା ଓ ଅଷ୍ଟୋତ୍ତର ଶତନାମ ପାଠ କରିବାରେ ସନ୍ତୁଷ୍ଟ ହୋଇ ସୂର୍ଯ୍ୟ ସମ୍ମୁଖରେ ଆତ୍ମ ପ୍ରକାଶ କରିବା ସଙ୍ଗେ ଅକ୍ଷୟ ପାତ୍ର ପ୍ରଦାନ କରି ଦ୍ୱାଦଶ ବର୍ଷ ଅନ୍ନ ପ୍ରଦାନ କରିବାକୁ ବର ପ୍ରଦାନ କରିଥିଲେ । ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଅଭିଶାପ ଗ୍ରସ୍ତ ହୋଇ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇଥିଲେ ଓ ଦେବର୍ଷି ନାରଦଙ୍କ ଉପଦେଶ କ୍ରମେ ଚନ୍ଦ୍ରଭାଗା କୂଳରେ ଭଗବାନ ଭୁବନ ଭାସ୍କରଙ୍କୁ ଧ୍ୟାନ କରି ରୋଗମୁକ୍ତ ହୋଇଥିଲେ । ପୁରାଣ ପୃଷ୍ଠାରୁ ଜନକ, ବ୍ୟାସ, ବିଶିଷ୍ଟ, ବିଶ୍ୱାମିତ୍ର, ଗୌରମ, ନାରଦ, କପିଳ ଓ ମହତ୍ମା ଭୀଷ୍ମ ସୂର୍ଯେ୍ୟାପାସନା କରି ଅଶେଷ କୀର୍ତ୍ତିର ଅଧିକାରୀ ହୋଇଥିଲେ । ଓଡ଼ିଶାରେ ସୂର୍ଯ୍ୟଦେବ ଧର୍ମଦେବତା ନାମରେ ସୁବିଦିତ । ସୂର୍ଯ୍ୟ ଦେବଙ୍କ ପ୍ରତ୍ୟାର୍ଥେ ବହୁ ଓଷା ବ୍ରତ ଯଥାକ୍ରମେ ରବି ନାରାୟଣ ବ୍ରତ, ସମ୍ବର ଦଶମୀ ଇତ୍ୟାଦି ପ୍ରଚଳିତ ମାଘ ସପ୍ତମୀ ଦିନ ଚନ୍ଦ୍ରଭାଗାରେ ସ୍ନାନ କରି ସୂର୍ଯ୍ୟଙ୍କୁ ଦର୍ଶନ କଲେ ମହାପାତକ ନାଶ ହେବାସଙ୍ଗେ ମଣିଷ ନିରୋଗ ହୋଇଥାଏ । ବ୍ୟାପକ ଭାବେ ଅନୁଷ୍ଠିତ ହେଉଥିବା ଦୁତିବାହନ ଓଷା ବା ଦୁତିଆ ଓଷା ଗୋଟିଏ ସୂର୍ଯ୍ୟବ୍ରତ ।
ଡିସେମ୍ବର ସାତ
ଡିସେମ୍ବର ସାତ
------------------
ଆଜି ଡିସେମ୍ବର ୭ ତାରିଖ , ବିଶ୍ବ ଇତିହାସର ଏକ ଭୟଙ୍କର ଘଟିଥିବା ଘଟଣାର ସ୍ମରଣୀୟ ତଥା ସତର୍କ ପ୍ରଦାୟକ ଦିବସ । ୮୪ ବର୍ଷ ତଳେ ୧୯୪୧ ମସିହା, ଡିସେମ୍ବର ୭ ତାରିଖରେ ଜାପାନ , ପର୍ଲହାର୍ବର ଉପରେ ଆକ୍ରମଣ କରିଥିଲା , ଯାହା ଆମେରିକାକୁ ଦ୍ବିତୀୟ ବିଶ୍ବଯୁଦ୍ଧରେ ସାମିଲ ହେବାକୁ ପ୍ରେରିତ କରିଥିଲା । ସେହିପରି ଆଜି ଭାରତ ପାଳନ କରିଆସୁଛି ସଶସ୍ତ୍ର ବାହିନୀର ପତାକା ଦିବସ । ଏଠାରେ ପ୍ରସଙ୍ଗ କ୍ରମେ ଉଲ୍ଲେଖଯୋଗ୍ୟ ଯେ ଦ୍ବିତୀୟ ବିଶ୍ବଯୁଦ୍ଧର ବିଭୀଷିକା ପରେ ଯୁଦ୍ଧକୁ ନେଇ ସାରା ବିଶ୍ବରେ ସୃଷ୍ଟି ହୋଇଥିଲା ଏକ ଅନାସ୍ଥା ଭାବ। ଦେଶ ଦେଶ ଭିତରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ ଏକାଠି ହୋଇଥିଲେ ଅନେକ ରାଷ୍ଟ୍ରମୁଖ୍ୟ , କରିଥିଲେ ବିଚାର ବିମର୍ଶ । ବିଶ୍ବଯୁଦ୍ଧର ଧ୍ବଂସ ସ୍ତୂପ ମଧ୍ୟରୁ ଜନ୍ମ ନେଇଥିଲା (୧୯୪୫ ଅକ୍ଟୋବର ୨୪) ମିଳିତ ଜାତିସଂଘ। ପୃଥିବୀ ମାନଚିତ୍ର ସହିତ ଦୁଇଟି ଅଲିଭ ବୃକ୍ଷର ଚିତ୍ରଥିବା ଜାତିସଂଘର ନୀଳ ରଙ୍ଗର ପତାକା ହେଉଛି ଶାନ୍ତି, ମୈତ୍ରୀ ଓ ଐକ୍ୟର ପ୍ରତୀକ। ବିଶ୍ବରେ ଶାନ୍ତି ପ୍ରତିଷ୍ଠା ହିଁ ଜାତିସଂଘର ପ୍ରଧାନ ଲକ୍ଷ୍ୟ। ଜାତିସଂଘ ତା’ର ଜନ୍ମଲଗ୍ନରୁ ଏକଥା ସନନ୍ଦ ମାଧ୍ୟମରେ ଘୋଷଣା କରିଛି ଏବଂ ଦେଶ ଦେଶ ଭିତରେ ଶାନ୍ତି ପ୍ରତିଷ୍ଠା ପାଇଁ ଗଠନ କରିଛି ନିରାପତ୍ତା ପରିଷଦ। ପରିଚାଳନାଗତ ସୁବିଧା ପାଇଁ ସାଧାରଣ ପରିଷଦ, ନିରାପତ୍ତା ପରିଷଦ, ଅର୍ଥନୀତିକ ଓ ସାମାଜିକ ପରିଷଦ, ଆନ୍ତର୍ଜାତିକ ବିଚାର ଅଦାଲତ ଆଦି ଜାତିସଂଘର ଯେତେ ପରିଷଦ ରହିଛି, ସେସବୁ ମଧ୍ୟରେ ବେଶି ଶକ୍ତିଶାଳୀ ହେଉଛି ନିରାପତ୍ତା ପରିଷଦ।ଆମେରିକା, ବ୍ରିଟେନ, ଫ୍ରାନ୍ସ, ରୁଷିଆ ଓ ଚାଇନା ଭଳି ବୃହତ୍ ଶକ୍ତିମାନଙ୍କୁ ମିଳିଛି ଏହି ପରିଷଦର ସ୍ଥାୟୀ ସଦସ୍ୟ ପଦ ( ଭିଟୋ)। ଏକକ ଭାବରେ ଏହି ପାଞ୍ଚଟି ରାଷ୍ଟ୍ର ପାଖରେ ହିଁ ରହିଛି ନିରାପତ୍ତା ପରିଷଦର ସିଦ୍ଧାନ୍ତକୁ ଅଚଳ କରିଦେବାର ଭିଟୋ କ୍ଷମତା। ଜାତିସଂଘ ଗଠନ ପରେ ଆଶ୍ବସ୍ତ ହୋଇଥିଲା ଯୁଦ୍ଧୋତ୍ତର ପୃଥିବୀ।ଚିନ୍ତାଶୀଳ ଲୋକେ ଭାବିଥିଲେ ଜାତିସଂଘର ହସ୍ତକ୍ଷେପ ଫଳରେ ପୃଥିବୀରେ ଆଉ ପରମାଣୁ ବୋମା ତିଆରି ହେବନି କି ରହିବନି ଯୁଦ୍ଧର ଭୟ। ଦେଶ ଦେଶ ଭିତରେ ଉତ୍ତେଜନା ହ୍ରାସ ପାଇବା ସହିତ ତିଆରି ହେବ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ। ମାତ୍ର ବୃହତ୍ ଶକ୍ତିମାନଙ୍କର ଆସୁରିକ ଓ ଉପନିବେଶବାଦୀ ମାନସିକତା , ଶୋଷଣ ଲୁଣ୍ଠନ ଆଭିମୁଖ୍ୟ ଆଗରେ ବ୍ୟର୍ଥ ହେଲା ଶାନ୍ତିକାମୀ ବିଶ୍ୱବାସୀଙ୍କ ଆଶା ଓ ବିଶ୍ବାସ।ପରମାଣୁ ଅସ୍ତ୍ର ଉପରେ ଆମେରିକାର ଏକଚାଟିଆ ଅଧିକାରକୁ ନେଇ ବାଧାପ୍ରାପ୍ତ ହେଲା ନିରସ୍ତ୍ରୀକରଣ ପ୍ରକ୍ରିୟା। ଆମେରିକାର ଆଧିପତ୍ୟକୁ ଅସ୍ବୀକାର କରି ଦ୍ବିତୀୟ ଅଣୁଶକ୍ତି ଭାବରେ ଉଭା ହେଲା (୧୯୪୯) ସୋଭିଏଟ୍ ରୁଷ। ଠିକ୍ ତା’ର ତିନି ବର୍ଷ ପରେ(୧୯୫୨)ସଫଳତାର ସହ ଆଣବିକ ପରୀକ୍ଷା କଲା ବ୍ରିଟେନ। ପରବର୍ତ୍ତୀ ସମୟରେ ଆତ୍ମରକ୍ଷାର ଦ୍ବାହିଦେଇ ଅଣୁଅସ୍ତ୍ରର ଅଧିକାରୀ ହେଲେ ଚାଇନା, ଭାରତ, ପାକିସ୍ତାନ, ଉତ୍ତର କୋରିଆ ଓ ଇସ୍ରାଏଲ ଆଦି ଅନେକ ରାଷ୍ଟ୍ର।ଗୋଟିଏ ପଟେ ଶାନ୍ତି ପ୍ରତିଷ୍ଠା ପାଇଁ ଆହ୍ବାନ, ଅନ୍ୟ ପଟରେ ପରସ୍ପର ରକ୍ତରେ ସ୍ନାନ କରିବା ପାଇଁ ବୃହତ୍ ଶକ୍ତିମାନଙ୍କର ପରୋକ୍ଷ ରଣ ହୁଙ୍କାର। ଛୋଟ ଛୋଟ ଦେଶକୁ ତୋପ ବା ମୋହରା ବନେଇ ସେମାନେ ବିଶ୍ବ ପାଇଁ ତିଆରି କରୁଛନ୍ତି ନୂଆ ନୂଆ ବିବାଦ। ଫଳରେ ଦେଶ ଦେଶ ଭିତରେ ବଢୁଛି ଉତ୍ତେଜନା। ପୃଥିବୀରେ ବୃଦ୍ଧିପାଉଛି ଯୁଦ୍ଧାସ୍ତ୍ରର ପରିମାଣ ।କୁହାଯାଉଛି ୧୯୪୫ ପରେ ବିଶ୍ବର ଜନସଂଖ୍ୟା ଯେତେ ଗୁଣ ବଢ଼ିଛି, ପ୍ରାୟତଃ ତା’ର ଲକ୍ଷେ ଗୁଣ ବଢ଼ିଛି ପରମାଣୁ ଶକ୍ତି। ଅର୍ଥାତ୍ ଏବେ ଏକ ଅଣୁଗଦା ଉପରେ ଠିଆ ହୋଇଛି ଆଧୁନିକ ବିଶ୍ବ। ଏଭଳି ସ୍ଥିତିରେ ଜାତିସଂଘ ଖୋଜି ପାଉନି ଶାନ୍ତି ପ୍ରତିଷ୍ଠାର ବାଟ। ଗୋଟିଏ ପଟରେ ଦେଶ ଦେଶ ଭିତରେ ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ସହାବସ୍ଥାନର ଆହ୍ବାନ ଦେଇ ସେପ୍ଟେମ୍ବର-୨୧ ରେ ପାଳନ କରୁଛି ଆନ୍ତର୍ଜାତିକ ଶାନ୍ତି ଦିବସ। ଅଥଚ ଆଫଗାନିସ୍ତାନରେ ତାଲିବାନ ଚଳେଇ ଥିବା ବର୍ବରତାକୁ ବିିରୋଧ କରିପାରୁନି ଅନ୍ଧ ଧୃତରାଷ୍ଟ୍ରଙ୍କ ପରି। କାରଣ ସାମ୍ରାଜ୍ୟବାଦର ଔଦ୍ଧତ୍ୟ ଆଗରେ ଜାତିସଂଘ ପାଲଟି ଯାଇଛି ତର୍କ ଓ ପ୍ରସ୍ତାବର କେବଳ ଏକ ଅସହାୟ ମଞ୍ଚ। ବିଶ୍ବ ରାଜନୀତିରେ ଦଖଲ ରଖିଥିବା ବିଶେଷଜ୍ଞଙ୍କ ମତରେ ଜାତିସଂଘ ଯଦି ଆରମ୍ଭରୁ ନିରପେକ୍ଷ ରହି ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ ନିଷ୍ଠାପର ଉଦ୍ୟମ କରିଥାନ୍ତା, ତେବେ ନିଶ୍ଚୟ ରୋକାଯାଇ ପାରିଥାନ୍ତା ଭାରତ-ଚାଇନା, ଭାରତ-ପାକିସ୍ତାନ, ଆମେରିକା-ଭିଏତ୍ନାମ ଓ ଇରାକ-ଇରାନ ତଥା ଆହୁରି ଅନେକ ଯୁଦ୍ଧ। ଆତଙ୍କବାଦୀ ବର୍ବରତାରେ ବିଶ୍ବ ଆଜି ଜର୍ଜରିତ ହେଉ ନ ଥାନ୍ତା କି ଆଫଗାନିସ୍ତାନକୁ ବନ୍ଧୁକ ମୁନରେ ଶାସନ କରିବାକୁ ସାହସ କରି ନ ଥାନ୍ତା ତାଲିବାନ। ଭାରତ ଗୌରବ ମଧୁସୂଦନ ଲେଖିଥିଲେ- ‘ଜାତିର ଉନ୍ନତି ସେ କାହୁଁ କରିବ ସ୍ବାର୍ଥେ ଯା'ର ବ୍ୟସ୍ତ ମନ, ଶାଗୁଣା ବିଲୁଆ ଚିକିତ୍ସକ ହେଲେ ଶବ କି ପାଇବ ପ୍ରାଣ !’ ଏକଥା ଉଲ୍ଲେଖ କରିବାର ଉଦ୍ଦେଶ୍ୟ ମାରଣାସ୍ତ୍ର ନିର୍ମାଣରେ ଯେଉଁମାନଙ୍କର ବିଳାସ, ଜାତିସଂଘ ଯଦି ସେହିମାନଙ୍କ ହାତର କ୍ରୀଡ଼ନକ ହୋଇଯାଏ ତେବେ କେମିତି ଆଗକୁ ବଢ଼ିବ ନିରସ୍ତ୍ରୀକରଣ ପ୍ରକ୍ରିୟା ?କଥାରେ ଅଛି ଲୁହାରେ ଯଦି କେବଳ ଖଣ୍ଡା ବର୍ଚ୍ଛା ତିଆରି ହୁଏ, ତେବେ ବୃଦ୍ଧିପାଏ ରକ୍ତପାତ। ମାତ୍ର ସେହି ଲୁହାରେ ଯଦି ଲଙ୍ଗଳର ଫାଳ ତିଆରି ହୁଏ, ତେବେ ବୃଦ୍ଧି ପାଏ କୃଷି ଉତ୍ପାଦନ। ଅର୍ଥାତ୍ ଯେଉଁ ଦେଶ ସମୃଦ୍ଧିଠାରୁ ସଂହାରକୁ ଅଧିକ ଗୁରୁତ୍ୱ ଦିଏ, ସେ ଦେଶରେ ବେସାମରିକ ଖର୍ଚ୍ଚକୁ ଟପିଯାଏ ସାମରିକ ଖର୍ଚ୍ଚ।ବୃହତ୍ ଶକ୍ତିମାନଙ୍କ ସ୍ବାର୍ଥ ଆଗରେ ଉପରୋକ୍ତ ବିଚାର ଆଜି ଅର୍ଥହୀନ। ତେଣୁ ସାମରିକ ଖର୍ଚ୍ଚର ଶିଖର ଆରୋହଣ କରିବା ପାଇଁ ସେମାନଙ୍କ ଭିତରେ ଅହରହ ପ୍ରତିଯୋଗିତା ଚାଲିଛି ଏବଂ ସେହି କାରଣରୁ ପୃଥିବୀରେ ଏବେ ଆଶାତୀତ ଭାବେ ବଢ଼ି ଚାଲିଛି ଅସ୍ତ୍ରଶସ୍ତ୍ର କାରବାର। ପ୍ରତିବର୍ଷ ଏଥିପାଇଁ ବିନିଯୋଗ ହେଉଛି ହଜାର ହଜାର ନୁହେଁ ଅସୀମ ଲକ୍ଷ ଲକ୍ଷ କୋଟି ଟଙ୍କା ଠାରୁ ସମ ପରିମାଣର ଡଲାର। ଅପରପକ୍ଷରେ
ପୃଥିବୀରେ ଏବେ ପ୍ରତିଦିନ ଭୋକ ବିକଳରେ ପ୍ରାଣ ହରାଉଛନ୍ତି କୋଟି କୋଟି ନିଷ୍ଫାପ ନବାଗନ୍ତୁକ ବା ଶିଶୁ ଭୋଳାନାଥ । ଦୁଇ ତୃତୀୟାଂଶ ଲୋକ ଶଢୁଛନ୍ତି ଦାରିଦ୍ର୍ୟର କଷାଘାତରେ। ସେମାନଙ୍କ ପାଇଁ ନାହିଁ ପାନୀୟ ଜଳ ,ନାହିଁ ପେଟକୁ ଦାନା ,ନାହିଁ ଦେହକୁ ବସ୍ତ୍ର ,ନାହିଁ ମୁଣ୍ଡ ଉପରେ ଛାତ ,ଅଥଚ ବିପୁଳ ଅସୀମ ଅର୍ଥ ବ୍ୟୟରେ ଯୁଦ୍ଧାସ୍ତ୍ର ମହଜୁଦ କରିବା ନିମନ୍ତେ ବିକାଶଶୀଳ ଦେଶ ମାନଙ୍କ ମଧ୍ୟରେ ଚାଲିଛି ପ୍ରତିଯୋଗିତା । ତଥ୍ୟ କହେ ପୃଥିବୀର ୫୨ ପ୍ରତିଶତ ବୈଜ୍ଞାନିକ ଏବେ ନିୟୋଜିତ ଅଛନ୍ତି ମାରଣାସ୍ତ୍ର ନିର୍ମାଣ କାର୍ଯ୍ୟରେ। ଅର୍ଥାତ୍ ଆଧୁନିକ ମଣିଷ ତା’ର ଶ୍ରେଷ୍ଠତମ ମେଧା ଉପଯୋଗ କରୁଛି ଅଧିକରୁ ଅଧିକ ଧ୍ବଂସକାରୀ ମାରଣାସ୍ତ୍ର ନିର୍ମାଣ କରିବାରେ। ସେଥିପାଇଁ ବିଖ୍ୟାତ ଦାର୍ଶନିକ ବରଣ୍ଟାଣ୍ଡ ରସେଲ କହିଥିଲେ-ଆଧୁନିକ ବିଶ୍ବରେ ଶାନ୍ତି ଏକ ବ୍ୟୋମଯାନ ପରି ଆକାଶରେ ଘୂରି ବୁଲୁଛି, ଯିଏ ଧରାବତରଣ ପାଇଁ ଖୋଜି ପାଉନି ପ୍ରକୃଷ୍ଟ ସ୍ଥାନ।ସମଗ୍ର ବିଶ୍ବ ଗୋଟିଏ ଗୃହ , ସାରା ମଣିଷ ଜାତି ଗୋଟିଏ ପରିବାର, ସମସ୍ତ ସୃଷ୍ଟି ଗୋଟିଏ ସମଷ୍ଟି ,ସେହି ସମଗ୍ରତା ମଧ୍ୟରୁ ମୁକ୍ତ ନୁହନ୍ତି କେହି। ମଣିଷର ଏହି ଉପଲବ୍ଧି ହିଁ ଶାନ୍ତି ପ୍ରକ୍ରିୟାର ମୂଳ କଥା। ମାତ୍ର ସେହି ମୂଳ ଉପରେ ବାରମ୍ବାର ଭାରି ପଡୁଛି ରାଜନୈତିକ ବିବାଦ, ଭୌଗୋଳିକ ସୀମା, କ୍ଷମତାଲିପ୍ସୁ ଅଭିଳାଷ, ମୌଳବାଦୀ ଆତଙ୍କ ଆଦି ନାନା ନକାରାତ୍ମକ ଶକ୍ତି।ମାତ୍ର ଏ ସବୁରି ଊର୍ଦ୍ଧ୍ୱରେ ମଣିଷପଣିଆ, ଯାହା ଅନେକ ସମୟରେ ବଦଳାଇ ଦିଏ ଇତିହାସର ମୋଡ଼। ବୋମା ପକାଇଥିବା ସାମରିକ ବିମାନର ପାଇଲଟ ଚାଲ୍ସ ଡୋନାଲ୍ଡ କହିଥିଲେ-‘ପୃଥିବୀ ଶାନ୍ତି ଚାହେଁ, ମାନବ ସଭ୍ୟତା ବଞ୍ଚି ରହିବା ପାଇଁ ବୋମା ନୁହେଁ, ବିଶ୍ବ ଭ୍ରାତୃତ୍ୱ ଲୋଡ଼ା।’ବିକାଶ ଓ ଶାନ୍ତି ପରସ୍ପର ପରିପୂରକ। ତେଣୁ ବିକାଶର ଧାରା ବଜାୟ ରଖିବାକୁ ହେଲେ ଯୁଦ୍ଧ ନୁହେଁ, ଶାନ୍ତିର ଧାରା ବଜାୟ ରଖିବା ଜରୁରୀ। ଶାନ୍ତିର ଅସଲ ମାର୍ଗ ହେଉଛି ବିଶ୍ବ ଭ୍ରାତୃତ୍ୱ ଭାବନା, ଯାହା ଭାରତୀୟ ସଂସ୍କୃତିର ଆତ୍ମିକ ସନନ୍ଦ। ସେଥିପାଇଁ ମହାଯୋଗୀ ଶ୍ରୀଅରବିନ୍ଦ କହିଥିଲେ, ଭାରତ ହେଉଛି ପୃଥିବୀର ଆତ୍ମା। ଭାରତ ଦ୍ବାରା ସମ୍ଭବ ହେବ ପୃଥିବୀରେ ଶାନ୍ତି ପ୍ରତିଷ୍ଠା। ଭାରତ ହେଉଛି ସତ୍ୟ ଓ ଅହିଂସାର ପୂଜାରୀ ଗାନ୍ଧିଜୀଙ୍କ ଦେଶ। ଏ ଦେଶ ଦିନେ ବିଶ୍ବରେ ପ୍ରଚାର କରିଥିଲା ଗୌତମ ବୁଦ୍ଧଙ୍କ ଶାନ୍ତି ଓ ପ୍ରେମର ବାଣୀ। ଗୌତମ ବୁଦ୍ଧଙ୍କ ପରି ଗାନ୍ଧୀ ଦର୍ଶନର ମୂଳମନ୍ତ୍ର ଥିଲା ସତ୍ୟ, ଶାନ୍ତି ଓ ଅହିଂସା। ଶାନ୍ତି ଓ ସଦ୍ଭାବନା ବଜାୟ ରଖିବା ଦିଗରେ ଭାରତୀୟଙ୍କ ଉପରେ ଗାନ୍ଧିଜୀଙ୍କର ଥିଲା ଅଖଣ୍ଡ ପ୍ରଭାବ।ବିକାଶ ଓ ଶାନ୍ତି ପରସ୍ପର ପରିପୂରକ। ତେଣୁ ବିକାଶର ଧାରା ବଜାୟ ରଖିବାକୁ ହେଲେ ଯୁଦ୍ଧ ନୁହେଁ, ଶାନ୍ତିର ଧାରା ବଜାୟ ରଖିବା ଜରୁରୀ। ଶାନ୍ତିର ଅସଲ ମାର୍ଗ ହେଉଛି ବିଶ୍ବ ଭ୍ରାତୃତ୍ୱ ଭାବନା, ଯାହା ଭାରତୀୟ ସଂସ୍କୃତିର ଆତ୍ମିକ ସନନ୍ଦ। ସେଥିପାଇଁ ମହାଯୋଗୀ ଶ୍ରୀଅରବିନ୍ଦ କହିଥିଲେ, ଭାରତ ହେଉଛି ପୃଥିବୀର ଆତ୍ମା। ଭାରତ ଦ୍ବାରା ସମ୍ଭବ ହେବ ପୃଥିବୀରେ ଶାନ୍ତି ପ୍ରତିଷ୍ଠା। ଭାରତ ହେଉଛି ସତ୍ୟ ଓ ଅହିଂସାର ପୂଜାରୀ ଗାନ୍ଧିଜୀଙ୍କ ଦେଶ। ଏ ଦେଶ ଦିନେ ବିଶ୍ବରେ ପ୍ରଚାର କରିଥିଲା ଗୌତମ ବୁଦ୍ଧଙ୍କ ଶାନ୍ତି ଓ ପ୍ରେମର ବାଣୀ। ଗୌତମ ବୁଦ୍ଧଙ୍କ ପରି ଗାନ୍ଧୀ ଦର୍ଶନର ମୂଳମନ୍ତ୍ର ଥିଲା ସତ୍ୟ, ଶାନ୍ତି ଓ ଅହିଂସା। ଶାନ୍ତି ଓ ସଦ୍ଭାବନା ବଜାୟ ରଖିବା ଦିଗରେ ଭାରତୀୟଙ୍କ ଉପରେ ଗାନ୍ଧିଜୀଙ୍କର ଥିଲା ଅଖଣ୍ଡ ପ୍ରଭାବ। ଦେଶରେ ଶାନ୍ତିଭଙ୍ଗ ହେଲେ ସେ ଅନଶନ କରୁଥିଲେ, ଯା’କୁ ନେଇ ପ୍ରମାଦ ଗଣୁଥିଲେ ଉଭୟ ପକ୍ଷ।ଦୃଷ୍ଟାନ୍ତ ସ୍ବରୂପ ସ୍ବାଧୀନତାର ପ୍ରଥମ ସକାଳରେ ଦେଶରେ ଉତ୍କଟ ରୂପ ନେଇଥିବା ସାଂପ୍ରଦାୟିକ ଦଙ୍ଗାକୁ ରୋକିବା ପାଇଁ ଗାନ୍ଧିଜୀ କଲିକତାରେ ଆରମ୍ଭ କଲେ ଅନଶନ। ଯେଉଁମାନେ ପରସ୍ପର ରକ୍ତରେ ସ୍ନାନ କରିବାକୁ ବାହାରି ଥିଲେ,ସେମାନେ ଗାନ୍ଧିଜୀଙ୍କ ନିକଟରେ ତରବାରି ସମର୍ପଣ କରି ବାଣ୍ଟିଲେ ସଦ୍ଭାବନା ବାର୍ତ୍ତା। ହିନ୍ଦୁ ମୁସଲମାନ କାନ୍ଧରେ କାନ୍ଧ ମିଳାଇ ବାହାର କଲେ ଶାନ୍ତି ଶୋଭାଯାତ୍ରା। କେଉଁଠି ‘ବନ୍ଦେ ମାତରମ୍’ ତ କେଉଁଠି " ବନ୍ଦେ ଉତ୍କଳ ଜନନୀ ତ କେଉଁଠି ‘ସା ରେ ଜହାଁସେ ଅଛା’ ସଂଗୀତ ଧ୍ବନିରେ ମୁଖରିତ ହୋଇଥିଲା କୋଲକତା ଠାରୁ କୋରାପୁଟ , ଆମକୋ ସିମକୋ ଠାରୁ ଇଞ୍ଚୁଡି, କନ୍ଧମାଳ ରୁ କଳାହାଣ୍ଡି ପର୍ଯ୍ୟନ୍ତ ଗଗନ ପବନ। ମୋହନ ଦାସଙ୍କ ମୋହିନୀ ଶକ୍ତି ବଳରେ ସେଠାରେ ଶାନ୍ତି ପୁନଃ ପ୍ରତିଷ୍ଠା ପରେ ସେ ଦିଲ୍ଲୀ ଫେରି ଆସିଲେ ଏବଂ ସମଗ୍ର ଦେଶରେ ଶାନ୍ତି ଫେରାଇ ଆଣିବା ପାଇଁ ଜୀବନକୁ ଲଗାଇ ଦେଲେ ବାଜି। ଗାନ୍ଧିଜୀଙ୍କ ପାଇଁ ଅହିଂସା କେବେ ଏକ ଉପଦେଶ ନ ଥିଲା, ତାହା ଥିଲା ତାଙ୍କ ଜୀବନର କ୍ରିୟାତ୍ମକ ସିଦ୍ଧାନ୍ତ। ବିଶ୍ବ ଶାନ୍ତି ପାଇଁ ଏକ ବ୍ରହ୍ମାସ୍ତ୍ର। ତେଣୁ ଅହିଂସାର ମନ୍ତ୍ର ପଢ଼ି ସେ କେବଳ ଭାରତକୁ ସ୍ବାଧୀନ କରି ନ ଥିଲେ, ଏଥିସହିତ ଦୁନିଆକୁ ଦେଖାଇ ଦେଇଥିଲେ ବିନା ଅସ୍ତ୍ରରେ କେମିତି ଜିଣିହୁଏ କୋଟି କୋଟି ମଣିଷଙ୍କ ହୃଦୟ। ଗାନ୍ଧିଜୀଙ୍କରଏହି ଆଦର୍ଶରେ ଉଦ୍ବୋଧିତ ହୋଇଛି ସମଗ୍ର ବିଶ୍ବ। ସେଥିପାଇଁ ତାଙ୍କ ଜନ୍ମ ଦିବସକୁ ଅହିଂସା ଦିବସ ଭାବେ ପାଳନ କରୁଛି ମିଳିତ ଜାତିସଂଘ। ମାତ୍ର କାର୍ଯ୍ୟରେ ଗାନ୍ଧିବାଦକୁ ଅଣଦେଖା କରିବା ଫଳରେ ସମଗ୍ର ବିଶ୍ବ ଆଜି ଅଶାନ୍ତ। ପୃଥିବୀର ବିଭିନ୍ନ କୋଣରୁ ଶୁଭୁଛି ଯୁଦ୍ଧର ହୁଙ୍କାର। ମୌଳବାଦୀ ଚିନ୍ତାଧାରାକୁ ନେଇ ଭୟଙ୍କର ରୂପ ନେଉଛି ସନ୍ତ୍ରାସବାଦ। ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଭାଷାରେ ‘-ଆଜିର ବିଶ୍ବଶାନ୍ତି ଓ ଯୁଦ୍ଧ- ଦୁଇଟି ଦ୍ବନ୍ଦ୍ୱାତ୍ମକ ମେରୁ ମଧ୍ୟରେ ଝୁଲୁଛି। ଗୋଟିଏ ପଟରେ ଶାନ୍ତି ପାଇଁ ବ୍ୟାକୁଳତା, ଅନ୍ୟ ପଟରେ ଯୁଦ୍ଧର କଳା ବାଦଲ।’ ଅତଏବ ସାମଗ୍ରିକ ଘଟଣା, ଅଘଟଣ ପୃଷ୍ଠଭୂମିରେ ରହିଛି ଏକ ଆସୁରିକ ମାନସିକତା । ଏହା ନିଃସନ୍ଦେହ ଯେ ତୃତୀୟ ବିଶ୍ବଯୁଦ୍ଧ ପରମାଣୁ ଅସ୍ତ୍ରର ଯୁଦ୍ଧ ହେବ- ଏ ଆଶଙ୍କା ଅମୂଳକ ନୁହେଁ। ଦ୍ବିତୀୟ ବିଶ୍ବଯୁଦ୍ଧର ପରମାଣୁ ବୋମାର ବିଭୀଷିକାକୁ ଇତିହାସ କେବେ ବି ଭୁଲିପାରିବ ନାହିଁ; ତଥାପି ସଭ୍ୟ ବୋଲାଉଥିବା ମାନବ ସମାଜ ଏବେ ପରମାଣୁ ତଥା ଅନ୍ୟାନ୍ୟ ଘାତକ ଅସ୍ତ୍ରର ବାରୁଦ ଗଦା ପରେ ଦଣ୍ଡାୟମାନ। ଗୁଳି, ବୋମା, କ୍ଷେପଣାସ୍ତ୍ର ଥରେ ‘ବେରେଲ’ରୁ ବାହାରି ଯିବା ପରେ ଚିହ୍ନି ପାରିନଥାଏ କିଏ ଶିଶୁ, ବୃଦ୍ଧ, ନିରୀହ, ଦୋଷୀ ଅଥବା ନିର୍ଦୋଷ। କେବଳ ଲକ୍ଷ୍ୟ ଥାଏ ମାରିବା ଏବଂ ଧ୍ବଂସ କରିବା। ମଣିଷର ଶତ୍ରୁ ମଣିଷ ହିଁ ପାଲଟିଛି ଓ ପାଲଟିଯାଇଛି ନିର୍ମମ, ନିଷ୍ଠୁର ତଥା ହୃଦୟହୀନ। ସୁନ୍ଦର ଧରାବକ୍ଷକୁ ଆମନ୍ତ୍ରଣ କରିଛି ତାଣ୍ଡବ ଲୀଳା; ଫଳରେ ରକ୍ତ ରଞ୍ଜିତ ଆଜି ଏହି ସୁନ୍ଦର ପୃଥିବୀ। ସମସ୍ତେ ଜାଣନ୍ତି ରକ୍ତକ୍ଷୟୀ ଯୁଦ୍ଧର ପରିଣତି କେତେ ବିଭୀଷିକାପୂର୍ଣ୍ଣ ତଥାପି ଯୁଦ୍ଧର ବିଗୁଲ ବଜାଇ ବ୍ୟବହାର କରୁଛି ସାଇତି ଥିବା ମାରଣାସ୍ତ୍ର, ବାୟୋନେଟ୍ର ରକ୍ତାକ୍ତ ପ୍ରଲେପ ଦେଖି ହେଉଛି ଉତ୍ଫୁଲ୍ଲିତ। ନିଜକୁ ସର୍ବଶକ୍ତିମାନ ବୋଲି ପ୍ରତିପାଦିତ କରିବାପାଇଁ ସମଗ୍ର ବିଶ୍ବରେ ଚାଲିଛି ଯୁଦ୍ଧାସ୍ତ୍ର ଠୁଳ କରିବାର ପ୍ରତିଯୋଗିତା। ପ୍ରଭୁତ୍ବ ବିସ୍ତାର କରିବାକୁ ଆଣବିକ, ଜୈବିକ, ରାସାୟନିକ ଅସ୍ତ୍ର ପ୍ରୟୋଗର ଭୟ ଦେଖାଇ ଆଧିପତ୍ୟ ବିସ୍ତାର କରିବାକୁ ଚାହୁଁଛି। ବ୍ୟୟ ହେଉଛି ଅମାପ ଅର୍ଥ। ଆତଙ୍କବାଦର ବିଲୋପନ ବା ଯୁଦ୍ଧ ପରିସମାପ୍ତି ଅଥବା ଚିରନ୍ତନ ଶାନ୍ତି ପ୍ରତିଷ୍ଠା କଥା କହୁଥିବା ଅସ୍ତ୍ର ଉତ୍ପାଦନକାରୀ ରାଷ୍ଟ୍ରର ଏହା ଆଦୌ କାମ୍ୟ ନୁହେଁ। ଯଦି ସେଇଆ ହୋଇଥାନ୍ତା, ତେବେ ତା’ର ବୃହତ୍ ଅସ୍ତ୍ରଶସ୍ତ୍ର ନିର୍ମାଣ ଶିଳ୍ପର ବ୍ୟବସାୟ ଚାଲିବ କେମିତି? ତା’ର ଯୁଦ୍ଧାସ୍ତ୍ର ବେପାରୀମାନେ ଟ୍ରିଲିୟନ ଡଲାରର ମାଲିକ ହୁଅନ୍ତେ କିପରି? ସମସ୍ତେ ଭଲ ଭାବେ ଜାଣନ୍ତି ରକ୍ତକ୍ଷୟୀ ଯୁଦ୍ଧ ଶେଷ ହେବା ପରେ ନେତାମାନେ କରମର୍ଦନ କରନ୍ତି, କୁଣ୍ଢାକୁଣ୍ଢି ହୁଅନ୍ତି, ମାତ୍ର ସନ୍ତାନକୁ ହରାଇ ଥିବା ପିତାମାତା, ସ୍ବାମୀଙ୍କୁ ହରାଇଥିବା ପତ୍ନୀ, ପିତାଙ୍କୁ ହରାଇଥିବା ପୁତ୍ର, ଅଙ୍ଗହରାଇ ପଙ୍ଗୁ ହୋଇଯାଇଥିବା ସୈନିକ ଆଜୀବନ ଯମଯନ୍ତ୍ରଣାରେ ଜୀବନ ବିତାଇବାକୁ ବାଧ୍ୟ ହୋଇଥାନ୍ତିି। ପ୍ରତ୍ୟେକ ଯୁଦ୍ଧରେ ଯେତିକି ସଂଖ୍ୟକ ସୈନିକ ମୃତ୍ୟୁବରଣ କରନ୍ତି, ତା’ଠାରୁ ଅଧିକ ଯୁଦ୍ଧ ସହ ସଂପୃକ୍ତ ନଥିବା ସାଧାରଣ ନିରୀହଙ୍କର ମୃତ୍ୟୁ ହୋଇଥାଏ। ତଥାପି ଅସ୍ତ୍ର ନିର୍ମାଣକାରୀ ଶିଳ୍ପାନୁଷ୍ଠାନଗୁଡ଼ିକ ପୁଣି ଯୁଦ୍ଧାସ୍ତ୍ର ନିର୍ମାଣରେ ତତ୍ପର ହୁଅନ୍ତି, ଯୁଦ୍ଧାସ୍ତ୍ର ବଜାର ପୁଣି ସରଗରମ ହୋଇଉଠେ। ବର୍ତ୍ତମାନ ସାରା ବିଶ୍ବରେ ଆଧୁନିକ ଅସ୍ତ୍ର ଆହରଣ ପାଇଁ ଚାଲିଛି ପ୍ରତିଯୋଗିତା। ଶକ୍ତିଶାଳୀ ରାଷ୍ଟ୍ରଗୁଡ଼ିକ ‘ଯୁଦ୍ଧ’, ‘ଜାତୀୟ ନିରାପତ୍ତା’ ଆଦି ଉପରେ ଅନର୍ଗଳ ଭାଷଣ ଦେଉଥିବାବେଳେ ମାନବ ସମାଜର ସମୂହ ଉନ୍ନତି, ଅଗ୍ରଗତି, ସାମାଜିକ ପ୍ରତିଷ୍ଠା, ବନ୍ଧୁତା ଉପରେ ଗୁରୁତ୍ବାରୋପ କମ୍ ହେଉଛି। ହିଂସା, ଘୃଣା, ପ୍ରତିଶୋଧ ପରାୟଣତାର ମାନସିକ ସ୍ଥିତିରେ ଥାଇ ସମଗ୍ର ମାନବ ସମାଜ ଶାନ୍ତି ପ୍ରଗତି ଉପରେ ଧ୍ୟାନ ନଦେଇ କେବଳ ନିଜର ସ୍ବାର୍ଥ ସାଧନରେ ବ୍ରତୀ।ଦ୍ବିତୀୟ ବିଶ୍ବଯୁଦ୍ଧ ପରେ କୋରିଆ, ଭିଏତ୍ନାମ, ଲିବ୍ୟା, ସିରିଆ, ଇରାକ୍ ଆଫଗାନିସ୍ତାନ, ୟେମେନ୍, ଚେକୋସ୍ଲୋଭାକିଆ ତଥା ଅନ୍ୟାନ୍ୟ ଛୋଟବଡ଼ ସଂଘର୍ଷ କାରଣରୁ ବିଶ୍ବ-ଅସ୍ତ୍ରବଜାରରେ ଅସ୍ତ୍ରନିର୍ମାଣକାରୀ ଶିଳ୍ପପତି ଓ ଅସ୍ତ୍ର ବିକ୍ରୟକାରୀ ସୌଦାଗରମାନେ ଅଧିକ ସକ୍ରିୟ ହୋଇ ଉଠିବା ସହ ଅଧିକ ଲାଭବାନ ହୋଇଛନ୍ତି। ଯେ କୌଣସି ଯୁଦ୍ଧରେ ବିପୁଳ ପରିମାଣର ଅସ୍ତ୍ର ବ୍ୟବହାର ହେବା କାରଣରୁ ଯୁଦ୍ଧାସ୍ତ୍ରଗୁଡ଼ିକର ନିର୍ମାଣ, ଆହରଣ ଓ ବିକ୍ରୟ ବଢ଼ିଯାଏ ଏବଂ ଅଧିକ ଅର୍ଥଲାଭର ରାସ୍ତା ମଧ୍ୟ ଖୋଲିଯାଏ। ଫଳରେ ଲାଭଖୋର ଅସ୍ତ୍ର ବ୍ୟବସାୟୀମାନେ ଅଧିକରୁ ଅଧିକ ଅର୍ଥ ଲାଭ ଲାଳସାରେ ଯୁଦ୍ଧର ପରିସମାପ୍ତି କିପରି ନଘଟିବ ଏବଂ ଏହା କିପରି ଦୀର୍ଘକାଳ ଜାରି ରହିବ, ସେଥିପାଇଁ ସେମାନେ ସମସ୍ତ ପ୍ରକାର କଳବଳ କୌଶଳ ପ୍ରୟୋଗ କରିଥାନ୍ତି।ରୁଷିଆ- ୟୁକ୍ରେନ୍ ଯୁଦ୍ଧ ଭୂମିରେ ବିଜୟର ଟିକା ହାସଲ ପାଇଁ ରୁଷ ସମସ୍ତ ପ୍ରଚେଷ୍ଟା ଜାରି ରଖିଥିଲାବେଳେ ଆମେରିକା ଯୁଦ୍ଧାସ୍ତ୍ର ନିର୍ମାଣକାରୀ ଉଦ୍ୟୋଗଗୁଡ଼ିକ କିପରି ଅସ୍ତ୍ର ଯୋଗାଇ ଅଧିକ ଲାଭବାନ ହେବେ ସେହି ଚିନ୍ତା ତାଙ୍କୁ ଘାରିଛି। ୟୁକ୍ରେନକୁ ସହାୟତା ପ୍ରଦାନ ଆଳରେ ଏବେ ନିକଟରେ ଆମେରିକା ଦ୍ବାରା ଘୋଷିତ ‘ଇମ୍ରଜେନ୍ସୀ-ଏଡ୍-ପ୍ୟାକେଜ୍’ଦ୍ବାରା ଆମେରିକୀୟ ଯୁଦ୍ଧ ନିର୍ମାଣକାରୀ ଶିଳ୍ପାନୁଷ୍ଠାନଗୁଡ଼ିକ ୧୩ ବିଲିୟନ ଡଲାରରେ ସମୃଦ୍ଧ। ରୁଷର ୟୁକ୍ରେନ ଆକ୍ରମଣର ଠିକ୍ ପୂର୍ବରୁ ଆମେରିକା ୧ ବିଲିୟନ ଡଲାର ମୂଲ୍ୟର ଅସ୍ତ୍ର ୟୁକ୍ରେନ୍କୁ ଯୋଗାଇ ଦେଇଥିଲା। ଯୁଦ୍ଧ ଘନଘଟା ଭିତରେ ୩୫୦ ନିୟୁତ ଡଲାର ମୂଲ୍ୟର ଯୁଦ୍ଧାସ୍ତ୍ର ୟୁକ୍ରେନ୍କୁ ଯୋଗାଇ ଦେବାସହ ତା’ର ସୁରକ୍ଷା ପାଇଁ ଆଉ ୮୦୦ ନିୟୁତ ଡଲାର ମୂଲ୍ୟର ଯୁଦ୍ଧାସ୍ତ୍ର ଯୋଗାଇ ଦେବାକୁ ବାଇଡେନ୍ ପ୍ରଶାସନ ଘୋଷଣା କରିଛି। ଏଥିରେ ଷ୍ଟିନ୍ଜର କ୍ଷେପଣାସ୍ତ୍ର, ଜାଭେଲିନ୍ କ୍ଷେପଣାସ୍ତ୍ର, ଏଣ୍ଟି ଟ୍ୟାଙ୍କ ଉଇପନ, ମୋଟାର ବୋମା, ରାଇଫଲ, ମେସିନ୍ଗନ, ହାତରେ ଚଳାଯାଉଥିବା ଅସ୍ତ୍ରଶସ୍ତ୍ର ଏବଂ ବହୁ ପରିମାଣର ଗୁଳିଗୋଳା ସାମିଲ ଥିବାର ସୂଚନା ମିଳେ। ୟୁରୋପୀୟ ସଂଘ ମଧ୍ୟ ୫୨୦ ନିୟୁତ ଡଲାର ମୂଲ୍ୟର ଯୁଦ୍ଧାସ୍ତ୍ର ଓ କାନାଡ଼ା ୩୯୪ ନିୟୁତ ଡଲାର ମୂଲ୍ୟର ସହାୟତା ୟୁକ୍ରେନ୍ର ଶକ୍ତି ପ୍ରଦର୍ଶନରେ ସହାୟକ ହୋଇଥିବାର ଅନୁଭୂତ ହୁଏ। ବହୁ ବିଲିୟନ ଡଲାରରୁ ଊର୍ଦ୍ଧ୍ବ ମୂଲ୍ୟର ଏହି ସବୁ ଯୁଦ୍ଧାସ୍ତ୍ରଗୁଡ଼ିକ ଏହାର ନିର୍ମାଣକାରୀ ଶିଳ୍ପପତି ଓ ଏହାର ବିକ୍ରୟ ପାଇଁ ତତ୍ପର ଥିବା ବେପାରୀଙ୍କୁ ବେଶ୍ ସୁହାଉଛି- ଏଥିରେ ସନ୍ଦେହ ନାହିଁ। ବିଶ୍ବବ୍ୟାଙ୍କ୍ର ଅର୍ଥନୀତିଜ୍ଞ ଓ ହାଭାର୍ଡ ବିଶ୍ବବିଦ୍ୟାଳୟର ଆକଳନ ଅନୁସାରେ ଇରାକର ସଦ୍ଦାମ ହୁସେନ ଆଣବିକ ଓ ରାସାୟନିକ ଯୁଦ୍ଧାସ୍ତ୍ର ରଖିଥିବାର ଡିଣ୍ଡିମ ପିଟି ଆମେରିକା ତାଙ୍କୁ ଗାଦିଚ୍ୟୁତ କରିବାକୁ ଯେଉଁ ଯୁଦ୍ଧ ରଚନା କରିଥିଲା ତା’ର ପରିମାଣ ଥିଲା ୩ ଟ୍ରିଲିୟନ ଡଲାର। ଆମେରିକା ଗଠିତ ସଙ୍ଗଠନରେ ସାମିଲ ଥିବା ସାଉଦି ଆରବକୁ ୬୦ ବିଲିଅନ ଡଲାର ଓ କୁଏତ୍କୁ ୩୨ ବିଲିଅନ ଡଲାର ଦେବାକୁ ପଡ଼ିଥିଲା। ୟୁକ୍ରେନ୍ ଯୁଦ୍ଧରେ ମଧ୍ୟ ଆମେରିକା ତା’ ସପକ୍ଷରେ ଥିବା ରାଷ୍ଟ୍ରଗୁଡ଼ିକ ଠାରୁ ଅର୍ଥ ପାଇବ ବୋଲି ଆଶା କରାଯାଏ। ନିଷିଦ୍ଧ ଅସ୍ତ୍ର ପ୍ରସ୍ତୁତିରେ କେତେକ ଦେଶ ଏବେ ମଧ୍ୟ ବ୍ୟସ୍ତ। ପୃଥିବୀର ବିଭିନ୍ନ ଦେଶରେ ଆମେରିକା ପ୍ରାୟ ୩୦୦ରୁ ଅଧିକ ଜୈବ ଓ ରାସାୟନିକ ପରୀକ୍ଷାଗାର ପାଇଁ ଅର୍ଥ ଯୋଗାଇ ଦେବା ସହ ୟୁକ୍ରେନରେ ୨୦ରୁ ୨୫ ସଂଖ୍ୟକ ଏହି ପ୍ରକାର ପରୀକ୍ଷାଗାର ଥିବା ରୁଷ ଅଭିଯୋଗ କରିଥିଲା। ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ ‘ରୋଜାମଣ୍ଡ ସେନେକା’ କମ୍ପାନୀ ଜରିଆରେ ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ପୁତ୍ର ହଣ୍ଟର ବାଇଡେନ୍ ୟୁକ୍ରେନ୍ରେ ଜୈବ-ଅସ୍ତ୍ର ନିର୍ମାଣ କାର୍ଯ୍ୟକ୍ରମକୁ ଅର୍ଥ ଯୋଗାଇଛନ୍ତି। ଯେଉଁ ଅସ୍ତ୍ର ସମଗ୍ର ମାନବ ଜାତି ପାଇଁ କ୍ଷତିକାରକ ସେ ସବୁର ନିର୍ମାଣ ବନ୍ଦ କରିବାକୁ ଚିତ୍କାର କରୁଥିବା ଆମେରିକା ଏଭଳି ହୀନ, ଜଘନ୍ୟ କାର୍ଯ୍ୟରେ ଲିପ୍ତ ଯୁଦ୍ଧକ୍ଷେତ୍ର ହିଁ ଅସ୍ତ୍ର ପରୀକ୍ଷଣର ପ୍ରକୃଷ୍ଟ କ୍ଷେତ୍ର। ରୁଷ ୟୁକ୍ରେନ ବିପକ୍ଷରେ ଏବେ ନିକଟରେ ଅଧିକ ବିଧ୍ବଂସକ ‘ଭାକ୍ୟୁମ୍-ବୋମା’ ବ୍ୟବହାର କରିଥିବାର ସ୍ବୀକାର କରିଛି। ଭାକ୍ୟୁମ୍ ବୋମା ବିସ୍ଫୋରଣ କ୍ଷେତ୍ରରେ ଥିବା ବ୍ୟକ୍ତି ଏହାର ଧ୍ବଂସକାରୀ ପ୍ରଭାବରୁ ରକ୍ଷା ପାଇବା କଷ୍ଟ। ମନୁଷ୍ୟ ଶରୀରରେ ଥିବା ଚାପ ବାହାର ଠାରୁ ଅଧିକ ଥିବାରୁ ଶରୀର ମଧ୍ୟରୁ ବାୟୁ ବାହାରକୁ ଆସିଲାବେଳେ ଶରୀରର ଆଭ୍ୟନ୍ତରୀଣ ଅଙ୍ଗଗୁଡ଼ିକୁ ଫଟାଇଦେଇଥାଏ। ଏହି ‘ଭାକ୍ୟୁମ୍ ବୋମା’ର ମନୁଷ୍ୟ ଶରୀରକୁ ବାଷ୍ପୀଭୂତ କରିଦେବାର କ୍ଷମତା ମଧ୍ୟ ରହିଛି।କରୋନା ମହାମାରୀରେ ଆକ୍ରାନ୍ତ ହୋଇଥିବା ଦେଶଗୁଡ଼ିକୁ ଅସ୍ତ୍ର ଯୋଗାଣର ଶିଥିଳତା ପରେ ଏବେ ପୃଥବୀର ଅସ୍ତ୍ର ନିର୍ମାଣକାରୀ ସଂସ୍ଥା ଓ ଏହାର ସୌଦାଗରମାନେ ବେଶ୍ ଚଳଚଞ୍ଚଳ। ଯୁଦ୍ଧାସ୍ତ୍ରର ନିର୍ମାଣକାର୍ଯ୍ୟ ବଢ଼ାଇବା ସହ ସେଗୁଡ଼ିକୁ ବିଭିନ୍ନ ଦେଶକୁ ବିକ୍ରୟ କରି ଅଧିକ ଲାଭ ଉଠାଇପାରିବେ ସେଥିପାଇଁ ହୋଇଉଠିଛନ୍ତି ତତ୍ପର। ଆମେରିକା, ରୁଷିଆ, ଚୀନ, ଇଂଲଣ୍ଡ, ଫ୍ରାନ୍ସ ଭଳି ଦେଶଗୁଡ଼ିକ ମଧ୍ୟରେ ଅସ୍ତ୍ର ବିକ୍ରୟ କରିବାକୁ ଚାଲିଛି ପ୍ରତିଯୋଗିତା। ସାଉଦି ଆରବ, ଭାରତ, ପାକିସ୍ତାନ, ଇରାକ୍, ବାଂଲାଦେଶ, ତାଇୱାନ, ଆଫ୍ଗାନିସ୍ତାନ ଭଳି ଦେଶଗୁଡ଼ିକ ଅସ୍ତ୍ର କିଣିବାରେ ଅଧିକ ସକ୍ରିୟ। ପାକିସ୍ତାନ ଉପରେ କରଜର ଭାର ୧୧.୮ଟ୍ରିଲିଅନ୍ ଡଲାରରେ ପହଞ୍ଚିଥିଲେ ମଧ୍ୟ ଚୀନ୍ ଓ ରୁଷ୍ଠାରୁ ଅସ୍ତ୍ର ଆହରଣରେ ଅଧିକ ଆଗ୍ରହୀ। ପାକିସ୍ତାନକୁ ଅସ୍ତ୍ର ଯୋଗାଇ ସମଗ୍ର ଦକ୍ଷିଣ ଏସିଆରେ ଏବଂ ବିଶେଷ ଭାବେ ଭାରତ ବିପକ୍ଷରେ ଏହାର ବ୍ୟବହାର ହେଉଥିଲେ ମଧ୍ୟ ବିଭିନ୍ନ ଆଳ ଦେଖାଇ ଆମେରିକା ପାକିସ୍ତାନକୁ ଅସ୍ତ୍ର ଯୋଗାଇବାରେ ବିରତ ହୋଇନାହିଁ। ପାକିସ୍ତାନ ରୁଷ ସହ ବନ୍ଧୁତା ବଢ଼ାଇ ୨୦୨୦ ମସିହାରେ ‘ଏମ୍ଆଇ-୩୫’ ଏସଲ୍ଟ ହେଲିକପ୍ଟର ଏବଂ ଏଣ୍ଟି ଟ୍ୟାଙ୍କ୍ ସିଷ୍ଟମ ଆହରଣ କରିଛି। ଚୀନ୍ ପ୍ରାୟ ସମସ୍ତ ପ୍ରକାର ଯୁଦ୍ଧାସ୍ତ୍ର ପାକିସ୍ତାନକୁ ଯୋଗାଇବାରେ ଲାଗିଛି। ତାଇୱାନ୍ ଭଳି ଦେଶ ଆମେରିକାଠାରୁ ୧୨ ବିଲିଅନ୍ ଡଲାର ମୂଲ୍ୟର ଯୁଦ୍ଧାସ୍ତ୍ର ଖରିଦ କରିବାରେ ସମର୍ଥ ହୋଇଛି। ଯଦିଓ ଭାରତ ରୁଷଠାରୁ ପ୍ରାୟ ୭୦ ପ୍ରତିଶତ ଯୁଦ୍ଧାସ୍ତ୍ର ଆହରଣ କରିଛି, ମାତ୍ର ଏହା ଏବେ ୪୯ ପ୍ରତିଶତରେ ସୀମିତ।ଶାନ୍ତି ସ୍ଥାପନକୁ ମୂଳ ଲକ୍ଷ୍ୟ ରଖି ବହୁ ଚୁକ୍ତି ସ୍ବାକ୍ଷରିତ ହେଉଛି ମାତ୍ର ତାହା ରହିଯାଉଛି କାଗଜକଲମରେ- ସ୍ବାର୍ଥାନ୍ଧ ରାଷ୍ଟ୍ର ନାୟକଙ୍କ ଚକ୍ରାନ୍ତ କାରଣରୁ ଯୁଦ୍ଧ ଅଶାନ୍ତିର କଳା ବାଦଲରେ ସମଗ୍ର ବିଶ୍ବ ଆଜି ଆଚ୍ଛନ୍ନ। ଏହି ପ୍ରସଙ୍ଗରେ ଆଇଜେନ୍ ହାୱାର କହିଥିଲେ- ‘ପ୍ରତ୍ୟେକ ବନ୍ଧୁକ, ଯୁଦ୍ଧଜାହାଜ, କ୍ଷେପଣାସ୍ତ୍ର, ବୋମା ସୂଚନା ଦିଅନ୍ତି ଯେ ଦେଶ କିଛି ଚୋରି କରିଛି। କାହାଠାରୁ? ଦୁଇ ବେଳା ଖାଇବାକୁ ପାଉନଥିବା ଗରିବଠାରୁ, ଦେହ ଘୋଡ଼ାଇବାକୁ ଲୁଗା ଖଣ୍ଡେ ନଥିବା ଲୋକଠାରୁ, ପିଲାଙ୍କ ପଢ଼ିବାକୁ ବହି ଦେଇ ପାରୁନଥିବା ପିତାମାତାଙ୍କଠାରୁ ଚୋରି କରି ଅସ୍ତ୍ର-ଶସ୍ତ୍ର ନିର୍ମାଣ କରାଯାଉଛି।ଅସ୍ତ୍ର ବଳରେ ବଳୀୟାନ ହେବାପାଇଁ ଦେଶ କେବଳ ଟଙ୍କା ଖର୍ଚ୍ଚ କରୁନାହିଁ। ଏହା ଶ୍ରମିକର ଝାଳ, ବୈଜ୍ଞାନିକମାନଙ୍କ ଜ୍ଞାନ ଓ ପିଲାଙ୍କର ଭବିଷ୍ୟତର ଆଶା ଭରସାକୁ ବି ଖର୍ଚ୍ଚ କରି ଦେଉଛି। ପ୍ରକୃତ ଅର୍ଥରେ ଏହା ପ୍ରଗତି ନୁହେଁ; ଭୟଙ୍କର ଯୁଦ୍ଧ ବାଦଲ ତଳେ ମାନବଜାତି ଆଜି ଗୋଟିଏ ଲୌହ କ୍ରୁଶରେ ଝୁଲୁଛି।’
•
ନମସ୍କାର
ନମସ୍କାର
----------
ଅଧୁନା ଅବକ୍ଷୟୀ ଲୋକ ଚରିତ୍ର ପ୍ରଭାବରେ ପରସ୍ପର ଙ୍କୁ ସମ୍ମାନ ପ୍ରଦର୍ଶନ ଆଧାରିତ ଅଙ୍ଗର ଭାଷା ,ମୁଦ୍ରାରେ ଯେଭଳି ନକରାତ୍ମକ ଭାବେ ପ୍ରଭାବିତ , ତାହା କେବଳ ଉପଚାରିକତା ପ୍ରତିପାଦନ କରୁଛି । ଏବେବି କେତେକ ସଂସ୍କୃତି ସମ୍ପର୍ଣ୍ଣ ବ୍ୟକ୍ତି ପଦ, ପଦବୀ, ପ୍ରଭୁତ୍ବ, ଐଶ୍ୱର୍ଯ୍ୟ, ଏପରିକି ବୟସ ନିର୍ବିଶେଷରେ ଯେଭଳି ମୁଦ୍ରାରେ ତଥା ଅଙ୍ଗର ଭାଷାରେ ସମ୍ମାନ ପ୍ରଦର୍ଶନ କରନ୍ତି , ସେତେବେଳେ ସେମାନଙ୍କ ନିକଟରେ ସ୍ବତଃ ମଥା ନଇଁ ପଡେ । ଆମ ଜୀବନରେ ଏଭଳି ମହାନୁଭବ ମାନଙ୍କ ସାନ୍ନିଧ୍ୟରେ ଆସିଛୁ । ଅନେକ ଙ୍କ ଭିତରେ ପ୍ରାଚାର୍ଯ୍ୟ କଳା ଭୂଷଣ ବ୍ରଜବନ୍ଧୁ ପଣ୍ଡା, ସମ୍ମାନନୀୟ କୁଳମଣି ଷଡ଼ଙ୍ଗୀ, ବିରଞ୍ଚି ଶତପଥୀ, ସଂସ୍କୃତି ପୁରୁଷ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, କବି କମଳ ଜଗନ୍ନାଥ ବାରିକ, ଗାୟକ ଆହ୍ଲାଦ ସୁରେନ୍ଦ୍ର ଛୋଟରାୟ , ବରେଣ୍ୟ ଦାଶ ବେନହୁର ଓ ଜାନକୀଶ ବଡ଼ପଣ୍ଡାମାନଙ୍କ ଭଳି ମହାନୁଭବ ମାନେ ଆମକୁ ପ୍ରଭାବିତ କରି ଆସୁଛନ୍ତି । ୮୩ ବର୍ଷୀୟ ସାରସ୍ବତ ସାଧକ,ପାଲା ସଂସ୍କୃତି ଉପାସକ ଗାୟକ ଆହ୍ଲାଦ ଛୋଟରାୟ କୁହନ୍ତି 'ଆମ ବୈଦିକ ସଂସ୍କୃତିରେ ଏକ ଅଭିବାଦନ " ନମସ୍ତେ "। ନମ+ତେ=ନମସ୍ତେ। ନମସ୍ତେର ଅର୍ଥ ମୁଁ ଆପଣଙ୍କୁ ସମ୍ମାନ, ଆଦର, ସତକାର ଆଦି କରୁଛି,ନମ୍ରତା ପୂର୍ବକ ଅଭିବାଦନ ଜଣାଉଛି।ନମସ୍ତେ ଶବ୍ଦ ଗୁରୁଜନଙ୍କ ପାଇଁ ସମ୍ମାନ, ସମବୟସ୍କଙ୍କ ପାଇଁ ଶୁଭେଚ୍ଛା ଓ ପ୍ରୀତି ତଥା ଲଘୁଜନଙ୍କ ନିମନ୍ତେ ସ୍ନେହ - ଆଦର - ଆଶୀର୍ବାଦର ସୂଚକ।ଏଣୁ ବଡ - ସାନ ନିର୍ବିଶେଷରେ ପ୍ରତ୍ୟେକେ ପ୍ରତ୍ୟେକଙ୍କୁ ନମସ୍ତେ କରି ଅଭିବାଦନ କରିପାରିବେ।ଏହି ନମସ୍ତେ ହାତ ଯୋଡ଼ି,ମୁଣ୍ଡ ନୁଆଁଇ ଅଭିବାଦନ କରିବା ଉଚିତ୍।ମସ୍ତକ ଜ୍ଞାନର ପ୍ରତୀକ,ହାତ କର୍ମ ଓ ଶକ୍ତିର ପ୍ରତୀକ ଏବଂ ହୃଦୟ ଭକ୍ତିର ପ୍ରତୀକ।ଏ ତିନୋଟି ଏକତ୍ର କରି ଅଭିବାଦନ କରିବାର ଅର୍ଥ - ମୁଁ ଜ୍ଞାନ ପୂର୍ବକ ଭକ୍ତି ସହକାରେ ପୂର୍ଣ୍ଣ ସାମର୍ଥ୍ୟ ପୂର୍ବକ ଆପଣଙ୍କୁ ସମ୍ମାନ ଜଣାଉଛି। " । ବିଶ୍ବର ସର୍ବକାଳୀନ ପଣ୍ଡିତ, ବହୁମୁଖି ପ୍ରତିଭାସମ୍ପନ୍ନ, ବିଶେଷ କରି ସମାଜ ସଚେତକ, ଅର୍ଥଶାସ୍ତ୍ରୀ
ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ପଦୋନ୍ନତି, ବୈବାହିକ ଜୀବନ, ବନ୍ଧୁତା, ଶତ୍ରୁତା ଏବଂ ସମ୍ମାନ ସହିତ ଜଡିତ ସମସ୍ତ ବିଷୟ ଉପରେ ପରାମର୍ଶ ଦେଇଛନ୍ତି। ଚାଣକ୍ୟଙ୍କ ଦ୍ୱାରା ବର୍ଣ୍ଣିତ ନୀତିକୁ ଗ୍ରହଣ କରି ଜଣେ ବ୍ୟକ୍ତି ଜୀବନରେ ସମ୍ମାନ ପାଇ ପାରିବେ। ସେ କହି ଯାଇଛନ୍ତି ଯେ, ଅନେକ ଥର ସବୁକିଚ୍ଛି କଲାପରେ ମଧ୍ୟ ଇଚ୍ଛାକୃତ ସଫଳତା ସମ୍ମାନ ମିଳି ନ ଥାଏ। ତେବେ ଚାଣକ୍ୟଙ୍କ ନୀତି ଶାସ୍ତ୍ରରେ ଏପରି କିଛି ଗୁରୁତ୍ଵପୂର୍ଣ୍ଣ ବିଷୟରେ କୁହାଯାଇଛି ଯାହାକୁ ଗ୍ରହଣ କରି ଜଣେ ସଫଳ ଜୀବନଯାପନ କରିପାରିବେ ଏବଂ ସମ୍ମାନ ମଧ୍ୟ ପାଇ ପାରିବେ । ପ୍ରତିଭା ନାସ୍ତି ଯଶଃ କାଙ୍ଗାଳି ମାନେ ଏହାକୁ ପଢ଼ିବା ଉଚିତ ।ସେ କହି ଯାଇଛନ୍ତି ଯେ, ପ୍ରତ୍ୟେକ ବ୍ୟକ୍ତି ସମ୍ମାନ ଚାହାନ୍ତି। ସମାଜରେ ସମ୍ମାନ ପାଇବା ପାଇଁ, ଜଣେ ବ୍ୟକ୍ତି ଅନେକ ପ୍ରକାରର ପ୍ରୟାସ କରେ। ତେବେ ସମ୍ମାନ ପାଇବା ପୂର୍ବରୁ ଜଣେ ଅନ୍ୟକୁ ସମ୍ମାନ ଦେବା ଅଭ୍ୟାସ କରିବା ଉଚିତ। କାରଣ ସମ୍ମାନ ମାଗିବା ଦ୍ୱାରା ନୁହେଁ ଦେବା ଦ୍ୱାରା ମିଳିଥାଏ। ପରୀକ୍ଷିତ ସାମ୍ବାଦିକ ଶ୍ରଦ୍ଧେୟ ଦେବେନ୍ଦ୍ର ପୃଷ୍ଟି କୁହନ୍ତି ଯେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ସ୍ୱାଭିମାନ ବୋଲି ଗୋଟେ ଶବ୍ଦ ନାହିଁ। କିନ୍ତୁ ଅଭିମାନ ବୋଲି ଗୋଟେ ଶବ୍ଦ ଅଛି ଓ ତାହାର ଅର୍ଥ ଉଲ୍ଲେଖ ରହିଛି। ଅଭିମାନକୁ ଯଦି ଏକ ସଂସ୍କୃତ ବିଶେଷ୍ୟ ପଦ ଭାବେ ଗ୍ରହଣ କରାଯିବ ତେବେ ତାହାର ଅର୍ଥ ପରର ଅନିଷ୍ଟ କାମନା ବା ହିଂସା ଇଚ୍ଛା। ଏହାର ଅନ୍ୟ ଅର୍ଥଗୁଡ଼ିକ ହେଲା ଆପଣାର ବଡ଼େଇ, ଆତ୍ମଗରିମା, ଅହଂକାର, ଗର୍ବ, ଅହଂ ଭାବ, ପ୍ରଣୟ, ସ୍ନେହ, ଇଚ୍ଛା। ଷଷ୍ଠ ମନ୍ୱନ୍ତରରେ ଏହି ନାମରେ ଜଣେ ଋଷି ଥିଲେ ବୋଲି ବି ପୂର୍ଣ୍ଣଚନ୍ଦ୍ର ଭାଷାକୋଷ କହେ। ସେହିପରି ଜ୍ଞାନ, ଅସନ୍ତୋଷ ଓ ସାମାନ୍ୟ କଥାରେ ମନଦୁଃଖ କରିବାକୁ ମଧ୍ୟ ଅଭିମାନ କୁହାଯାଏ। ଏହିସବୁ ଅର୍ଥ ବହନ କରି ଯଦି ଅଭିମାନ ଆଗରେ ସ୍ୱ-ଟିଏ ଯୋଡ଼ାଯାଏ ତେବେ ତାହା ନିଶ୍ଚୟ ମଣିଷର ଏକ ସକାରାତ୍ମକ ଗୁଣ ହେବ ନାହିଁ।ତେବେ ସେହି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଅଭିମାନର ଅନ୍ୟ ଏକ ଅର୍ଥ ବିଷୟରେ ମଧ୍ୟ ଉଲ୍ଲେଖ ରହିଛି। ଏହାକୁ ଯଦି ଏକ ଦେଶଜ ବିଶେଷ୍ୟ ଶବ୍ଦ ଆକାରରେ ଗ୍ରହଣ କରିବା ତେବେ ଏହାର ଅର୍ଥ ହେବ ସ୍ୱାମୀ ସ୍ତ୍ରୀ ମଧ୍ୟରେ ପ୍ରଣୟ ସଂପର୍କରେ ନୀରବ ମନୋମାଳିନ୍ୟ ଓ ଗୁପ୍ତ ବିରକ୍ତି। ଦେଶଜ ବିଶେଷ୍ୟ ଭାବେ ଏହାର ଅନ୍ୟ ଏକ ଅର୍ଥ ହେଉଛି ସମ୍ମାନ, ମର୍ଯ୍ୟାଦା ଓ ସମ୍ଭ୍ରମ। ଏଇ ଶେଷ ଅର୍ଥକୁ ନେଇ ହିଁ ସ୍ୱାଭିମାନ ଶବ୍ଦର ସୃଷ୍ଟି। ସ୍ୱାଭିମାନ ହେଉଛି ସ୍ୱ ଅଭିମାନ, ସ୍ୱ ସମ୍ମାନ, ସ୍ୱ ସମ୍ଭ୍ରମ।ସେହି ପୂର୍ଣ୍ଣଚନ୍ଦ୍ର ଭାଷକୋଷରେ ଯଦି ମମତା ବା ମମତ୍ୱ ଶବ୍ଦର ଅର୍ଥ ଖୋଜିବା ତେବେ ଦେଖିବା ଯେ ତାହା ସ୍ୱାଭିମାନ ସହିତ ସମାର୍ଥବୋଧକ। ପ୍ରହରାଜେଙ୍କ ଅନୁସାରେ ମମତା ଓ ମମତ୍ୱର ଅର୍ଥ ହେଲା ସ୍ୱାଭିମାନ, ମମକାର; ଏ ପଦାର୍ଥ ମୋର, ଏ ଧନ ମୋର, ଏ ପୁଅ ଭାର୍ଯ୍ୟା ମୋର, ଏବଂଭୂତ ଭାବ। ଅହଂକାର ଓ ଅହଂ ଭାବ ଓ ଦର୍ପ ବି ମମତାର ଅର୍ଥ ହୋଇପାରେ ବୋଲି ସେ ଦର୍ଶାଇଛନ୍ତି। ମାତ୍ର, ଆମେ କେବେ ମମତା କହିଲେ ଦର୍ପ ବା ଅହଂକାରକୁ ବୁଝନ୍ତି କି? ବୁଝନ୍ତି ନାହିଁ। ଏସବୁ ଅଭିଧାନ ଓ ଭାଷାକୋଷର କଥା।ବ୍ୟକ୍ତିର ସ୍ୱାଭିମାନ ଓ ଦେଶ ବା ଜାତିର ସ୍ୱାଭିମାନ ଭିତରେ ଫରକ ଅଛି। ବ୍ୟକ୍ତିର ସ୍ୱାଭିମାନ ତା’ ନିଜର ପ୍ରତିଷ୍ଠା, ସମ୍ମାନ ଓ ମର୍ଯ୍ୟାଦା ଆଦିକୁ ବୁଝାଏ। ଜାତି ବା ଦେଶର ସ୍ୱାଭିମାନ ଦେଶ ବା ଜାତିର ସାମୂହିକ ହାସଲ, ଭାଷା, ସାହିତ୍ୟ, ସଂସ୍କୃତି, ସଂପଦ ଆଦିକୁ ବୁଝାଏ।କୋଣାର୍କର ସୂର୍ଯ୍ୟ ମନ୍ଦିର, ପୁରୀର ଶ୍ରୀମନ୍ଦିର, କୋରାପୁଟର ଦେଓମାଳି, ଖୋର୍ଦ୍ଧା ଓ ଗଞ୍ଜାମର ଚିଲିକା, କେନ୍ଦ୍ରାପଡ଼ାର ଭିତରକନିକା, ରାଉରକେଲାର ଇସ୍ପାତ କାରଖାନା, ସମ୍ବଲପୁରର ହୀରାକୁଦ ଜଳ ଭଣ୍ଡାର ଆଦି ଆମର ସ୍ୱାଭିମାନ। ଆମର ସଂସ୍କୃତି ଓ ଐତିହ୍ୟ, ଆମର ଭାଷା ଓ ସାହିତ୍ୟ, ଆମର ଜ୍ଞାନ, ବିଜ୍ଞାନ ଓ ପ୍ରଯୁକ୍ତି ଆମର ସ୍ୱାଭିମାନ। ଇଂରାଜୀରେ ଯାହାକୁ ସେଲ୍ଫ ଏଷ୍ଟିମ, ସେଲ୍ଫ ପ୍ରାଇଡ୍ କୁହାଯାଏ ତାହା ହିଁ ସ୍ୱାଭିମାନ। ଅକ୍ସଫୋର୍ଡ଼ ଅଭିଧାନ ଅନୁସାରେ ନିଜର କୌଣସି ହାସଲକୁ ନେଇ ଗଭୀର ସନ୍ତୋଷ ପ୍ରକାଶ କରିବା ବା ଖୁସି ହେବା ହିଁ ପ୍ରାଇଡ଼୍। ମେରିଆମ ୱେବଷ୍ଟର ଅଭିଧାନ ଅନୁସାରେ ପ୍ରାଇଡ଼୍ ହେଉଛି ରିଜନେବ୍ଲ ସେଲ୍ଫ ଏଷ୍ଟିମ ବା ଗୌରବ ହେଉଛି ଯଥାର୍ଥ ଆତ୍ମସମ୍ମାନ। ବିଶ୍ୱ ବିଖ୍ୟାତ ଅଭିନେତ୍ରୀ ମେରିଲିନ ମୁନରୋ କହିଲେ, ଅନ୍ୟ ଲୋକ ପରି ହେବା ନିଜତ୍ୱର ଅପଚୟ। ଆଇନ୍ ରିଆଣ୍ଡ କହିଲେ ଯିଏ ନିଜର ମୂଲ୍ୟ ବୁଝି ନାହିଁ ସେ ଅନ୍ୟ କାହାର ମୂଲ୍ୟାୟନ କରିପାରିବନି। ଏଇ ନିଜକୁ ବୁଝିବା, ନିଜର ଗୁରୁତ୍ୱକୁ ଉପଲବ୍ଧି କରିବା ହିଁ ସ୍ୱାଭିମାନ। ଏହା ସଂପୂର୍ଣ୍ଣ ଏକ ବ୍ୟକ୍ତିଗତ ବ୍ୟାପାର। ଦେଶ ବା ଜାତି କ୍ଷେତ୍ରରେ ସ୍ୱାଭିମାନ ଏକ ରାଜନୀତିକ ପ୍ରସଙ୍ଗ। ଏଇ ଯେମିତି ଭାରତକୁ ବ୍ରିଟିଶ ଲୋକମାନେ ଶାସନ କରୁଥିଲେ। ସେମାନଙ୍କ ପୂର୍ବରୁ ମୋଗଲ, ପଠାଣ, ହୁନ୍ମାନେ ଶାସନ କରୁଥିଲେ। ସେମାନଙ୍କର ଅନ୍ୟାୟ, ଅତ୍ୟାଚାର ସମେତ ଆମର ସାମୂହିକ ସଂପଦର ଲୁଣ୍ଠନ ଆମର ସ୍ୱାଭିମାନକୁ ଆଘାତ ଦେଉଥିଲା ବୋଲି ଆମେ ନିଜ ଶାସନର ଡୋରି ନିଜେ ରଖିବାକୁ ଚାହିଁଲେ ଓ ସ୍ୱାଧୀନତା ପାଇଁ ଆନ୍ଦୋଳନ କଲେ। ବିଶ୍ୱର ବିବିଧ ପ୍ରାନ୍ତରେ ଉପନିବେଶ ଶାସନ ସେହି ଅଞ୍ଚଳର ଲୋକମାନଙ୍କର ସ୍ୱାଭିମାନ ଓ ସାର୍ବଭୌମତ୍ୱ ଉପରେ ଆଘାତ ଆଣିବାରୁ ସେମାନେ ସ୍ୱାଧୀନ ହେବାକୁ ଆନ୍ଦୋଳନ କଲେ ଓ ହେଲେ। ଊନ୍ନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ସମଗ୍ର ବିଶ୍ୱରେ ଔପନିବେଶିକ ପରାଧୀନତା ବିରୋଧରେ ଆନ୍ଦୋଳନ ଚାଲିଥିବା ସମୟରେ ଭାଷା ଆଧାରିତ ଜାତୀୟତା ବା ଜାତୀୟ ସ୍ୱାଭିମାନ ପରିକଳ୍ପନା ଦାନା ବାନ୍ଧିଥିଲା। ସେହି ସମୟରେ ପୃଥିବୀର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ମାନ୍ୟତା ପାଇଲେ ବ୍ରିଟିଶ ଭାରତର ସିନ୍ଧୁ ପ୍ରଦେଶ ଓ ଓଡ଼ିଶା। ଏହା ପରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ଅବସ୍ଥାରେ ୟୁରୋପରେ ଅନେକ ପୁରୁଣା ରାଷ୍ଟ୍ର ବିଭାଜିତ ହୋଇ ଭାଷାଭିତ୍ତିକ ରାଷ୍ଟ୍ର ଗଠିତ ହେଲା। ତାହାକୁ ଭାଷା ଆଧାରିତ ବା ଭାଷା କୈନ୍ଦ୍ରିକ ଜାତୀୟତା କୁହାଗଲା। ସେସବୁ ଦେଶରେ ଭାଷା ହେଉଛି ସେମାନଙ୍କର ସ୍ୱାଭିମାନ। ସେହି ସମୟରେ ଧର୍ମ ଭିତ୍ତିରେ ମଧ୍ୟ ଗୋଟିଏ ରାଷ୍ଟ୍ର ସୃଷ୍ଟି ହେଲା। ତାହା ହେଉଛି ଇସ୍ରାଏଲ। ସେଠାରେ ଇହୁଦୀ ଧର୍ମ ହିଁ ହେଲା ସେମାନଙ୍କର ସ୍ୱାଭିମାନ ବା ଆତ୍ମ ପ୍ରତିଷ୍ଠା। ଭାରତରୁ ପାକିସ୍ତାନ ସୃଷ୍ଟି ହେବା ପଛରେ ଥିଲା ମଧ୍ୟ ଏହି ଧର୍ମର ଆଧାର। ସେ କ୍ଷେତ୍ରରେ ମଧ୍ୟ ଧର୍ମ ଥିଲା ପାକିସ୍ତାନ ଦାବି କରିଥିବା ଲୋକମାନଙ୍କର ସ୍ୱାଭିମାନର ପରିଚୟ। ଏବେ ଅବଶ୍ୟ ଏସବୁ ଧାରଣା ବଦଳିଲାଣି। ଭାରତରେ ତେଲୁଗୁ ଭାଷାଭାଷୀ ଆନ୍ଧ୍ର ପ୍ରଦେଶରୁ ଅଲଗା ହେଲା ତେଲେଙ୍ଗାନା। ସେଠି ଭାଷା ନୁହେଁ, ବିକାଶ ହେଲା ବିଭାଜନର ଭିତ୍ତି। ଓଡ଼ିଶାରେ ଏବେ କୋଶଳ କଥା କୁହାଯାଉଛି। ଭିତ୍ତି ହେଉଛି ସେହି ବିକାଶ ଓ କୋଶଳୀ ଭାଷା, ଯଦିଓ ଏହା ଏକ ସ୍ୱୟଂସପୂର୍ଣ୍ଣ ଭାଷା ନୁହେଁ, କେବଳ ଓଡ଼ିଆର ଏକ ଉପଭାଷା। ସ୍ୱାଭିମାନକୁ ରାଜନେତାମାନେ ଅନେକ ସମୟରେ ଅସ୍ତ୍ର କରି ରାଷ୍ଟ୍ର ବା ସମାଜରେ ରାଜନୀତିକ ବିଭାଜନ କରିବାକୁ ଚେଷ୍ଟା କରିଥାନ୍ତି। ଆଞ୍ଚଳିକ ସ୍ୱାଭିମାନ, ଭୌଗୋଳିକ ସ୍ୱାଭିମାନ, ଧାର୍ମିକ ସ୍ୱାଭିମାନ, ଭାଷାଭିତ୍ତିକ ସ୍ୱାଭିମାନ, ସାଂସ୍କୃତିକ ସ୍ୱାଭିମାନ ଏପରି ବହୁ କଥା ଉଠେ।ସ୍ୱାଭିମାନକୁ ଆଧାର କରି ଗୋଟିଏ ଜାତି ବା ଜନସମୂହକୁ ଏକଜୁଟ କରିହୁଏ। ଜନଶକ୍ତି ଏକଜୁଟ୍ ହେଲେ ଜନସମାଜ ସୁଦୃଢ଼ ହୁଏ। ମାତ୍ର, ଏହା ଯଦି ସଂସ୍କୃତି ଓ ପ୍ରଗତିକୁ ଦୁର୍ବଳ କରେ, ଯଦି ଏହା କିଛି ରାଜନେତା ଙ୍କ ଏକଛତ୍ରବାଦର ଅସ୍ତ୍ର ହୁଏ, ଯଦି ଏହା ଭିନ୍ନ ଏକ ସ୍ୱାଭିମାନୀ ଜନତାଙ୍କ ଉପରେ ଆକ୍ରୋଶର ଆକ୍ରମଣ ପାଇଁ ପଥ ପ୍ରସ୍ତୁତ କରେ ତେବେ ତାହା ଆଦୌ ଗ୍ରହଣୀୟ ହୁଏନାହିଁ। ମୋ ସ୍ୱାଭିମାନର ଟେକ ରହିବା ଦରକାର। କିନ୍ତୁ ଏହାର ଅର୍ଥ ନୁହେଁ ଯେ ତାଙ୍କ ସ୍ୱାଭିମାନକୁ ଭୁଲୁଣ୍ଠିତ କରିବା। ଗଣତନ୍ତ୍ର ବିବିଧତାକୁ ସମ୍ମାନ ଦେବା ଦରକାର। ଆମେ କେତେ ଖର୍ଚ୍ଚ କରି ଜାଗାଟିଏ କିଣି ଘରଟିଏ କଲେ। ସେ ଘରେ ରହିଲେ। କିନ୍ତୁ କେହି ବାହାର ଲୋକ ଆସି ଯଦି କଳକୌଶଳରେ, କୂଟକପଟରେ ଆମ ଘରର ଗେଟ୍ ସାମ୍ନାରେ ତାଙ୍କ ନାଁ ଲେଖି କହିଲା ଏଇଟା ମୋ ଘର, ଏଠି ଲାଗିଥିବା କବାଟ ମୁଁ କରିଛି, ବାଇଗଣ ମୁଁ ଫଳାଇଛି, ଏଠି ରହୁଥିବା ଲୋକମାନେ ମୋର ଭଡ଼ାଟିଆ, ସେତେବେଳେ ଆମକୁ କେମିତି ଲାଗିବ? ଆମ ସଂପତ୍ତି ହଡ଼ପ ହେଲା ବୋଲି ଭାବିବା ନାହିଁ? ତା’ର ପ୍ରତିବାଦ କରିବା ନାହିଁ? ଠିକ ସେମିତି ଜାତୀୟ ସ୍ୱାଭିମାନର କଥା। ଆମକୁ ବ୍ରିଟିଶ ଶାସନ କଲେ ବୋଲି ଆମେ ଆନ୍ଦୋଳନ କରି ସେମାନଙ୍କୁ ହଟେଇ ନିଜେ ନିଜ ଡଙ୍ଗାର ନାଉରୀ ହେଲେ। ଏବେ ଯଦି ସେହି ବ୍ରିଟିଶ ବା ଅନ୍ୟ କୌଣସି ଦେଶର ଲୋକ ଆସି ଆମ ଶାସନ ମୁଖ୍ୟଙ୍କୁ ପରାମର୍ଶ ଦେଉ ଦେଉ ଶାସନ କ୍ଷମତାକୁ ନିଜ ହାତକୁ ନେଇଯିବେ ତେବେ ତାହାକୁ ସମର୍ଥନ କରିବା କେତେ ଦୂର ସ୍ୱାଭିମାନ ଓ ସାର୍ବଭୌମତାର କଥା ହେବ? " ଏପରିକି ଯୋଗଶିକ୍ଷାରେ ନମସ୍କାର ମୁଦ୍ରା ସମ୍ପର୍କରେ ଅନେକ ହିତୋପଦେଶ ଉଲ୍ଲେଖ ରହିଛି । ଯେପରିକି ପଶ୍ଚିମ ନମସ୍କାର ମୁଦ୍ରା ।ପଶ୍ଚିମ ନମସ୍କାରକୁ ଆପଣ ଛିଡ଼ାହୋଇ କିମ୍ବା ବସିକରି କରିପାରିବେ। ଏହି ଆସନରେ ଦୁଇ ହାତକୁ ପଛପଟକୁ ନେଇ ନମସ୍କାର ମୁଦ୍ରା କରିବାକୁ ପଡ଼େ। ଏଥିପାଇଁ ପ୍ରଥମେ କାନ୍ଧକୁ ଢିଲା ରଖି ହାତକୁ ଟିକେ ବୁଲାନ୍ତୁ। ଏହାପରେ ଦୁଇ ହାତକୁ ପଛପଟକୁ ନେଇଯାଆନ୍ତୁ।ଏହାପରେ ପଛପଟରେ ହାତ ରଖି ଦୁଇ ପାପୁଲିକୁ ଏକାଠି କରି ନମସ୍କାର ମୁଦ୍ରା କରନ୍ତୁ। ଏହାପରେ ହାତକୁ ନମସ୍କାର ମୁଦ୍ରାରେ ଉପରକୁ ଉଠାନ୍ତୁ। ଏହି ଆସନ ମୁଦ୍ରାରେ ରହି କିଛି ସମୟ ନିଃଶ୍ୱାସ ନିଅନ୍ତୁ। ନିଃଶ୍ୱାସ ଛାଡ଼ିବା ଅବସ୍ଥାରେ ଧୀରେ ଧୀରେ ହାତକୁ ତଳକୁ ଆଣନ୍ତୁ। ଏହାପରେ ହାତକୁ ସାମାନ୍ୟ ଅବସ୍ଥାରେ ରଖନ୍ତୁ। ଏହି ଆସନ ନିୟମିତ କଲେ ପେଟ ସମସ୍ୟାରୁ ମୁକ୍ତି ମିଳେ। ପିଠି ଦରଜ କମିବା ସହିତ କାନ୍ଧ ଏବଂ ଛାତି ମାଂସପେଶୀକୁ ବି ଆରାମ ଲାଗିଥାଏ।
ନମସ୍କାରର ଅର୍ଥ କେତେକ କୁହନ୍ତି ପ୍ରଶମନ । ନିଜର ଉଦଗମ ମୂଲ ରେ ବିଲୀନ ହେବା ଅର୍ଥାତ୍ ଯେପରି ଗଙ୍ଗା , ଯମୁନା ଆଦି ନାମ କୁ ବହନ କରୁଥିବା ନଦୀମାନେ ନାମ ରୂପ ଉପାଧିକୁ ନଷ୍ଟ କରି ସମୁଦ୍ରରେ ବିଲୀନ ହୁଅନ୍ତି ।ପରମାତ୍ମା ଙ୍କୁ ଉପରେ ଉପରେ ଜାନୁ ଭାଙ୍ଗି ଉପାସନା କରି , ପ୍ରଣାମ ତଥା ସାଷ୍ଟାଂଗ ଦଣ୍ଡ ପ୍ରଣାମ କରିଥାନ୍ତି । ଭ୍ରମ ଧାରଣା କରନ୍ତି ଯେ ଈଶ୍ଵର ଏହା ଦେଖିଥାନ୍ତି ଯେ ତାଙ୍କୁ ଉପାସନା କରୁଥିବା ବ୍ୟକ୍ତିର ବ୍ୟକ୍ତିତ୍ବ , ଅହଂକାର , ଦେହଭିମାନ ଅଛି ନା ନାହିଁ । ଈଶ୍ଵର ନମସ୍କାର ସ୍ବୀକାର କରି ନେଇଛନ୍ତି , ପୁରୁଣା ପାପ କ୍ଷମା ହେଇଗଲା ବୋଲି ଏମିତି ଭାବି ଅନେକ ପାପ ମୟ ଜୀବନ ବିତେଇଥାନ୍ତି ,ତେବେ ଏହି ପରି ବ୍ୟକ୍ତି ମାନେ ଈଶ୍ୱରଙ୍କୁ ନମସ୍କାର କରିବା ଉଚିତ୍ ।ଆଉ ନମସ୍କାର ର ଅନ୍ୟ ଅର୍ଥ ଇଶ୍ଵର ସମର୍ପଣ ଆଉ ନମସ୍କାର ଭାବରେ କରିଲେ ଆଂଶିକ ସମର୍ପଣ ମଧ୍ଯ ହୋଇଥାଏ । ଆଉ ରୋଗୀ ଆରୋଗ୍ୟ ହେବାପାଇଁ ଡାକ୍ତର ଙ୍କ ପାଖରେ ପୂର୍ଣ୍ଣ ସମର୍ପଣ ଭାବରେ ଚିକିତ୍ସିତ ହୋଇଥାଏ । ଓଡିଆ ଶ୍ରୀମଦ୍ଭାଗବତ ଶାସ୍ତ୍ରର ରଚୟିତା ଅତିବଡ଼ି ଜଗନ୍ନାଥ୍ ଦାସ ଙ୍କ ର ପ୍ରଥମ ପଦ୍ୟାବଳୀ ରେ ଭଗଵାନ ନୃସିଂହ ଙ୍କୁ ନମସ୍କାର ପରିପାଦନ କରୁଛି ଯେ ଏ ସନାତନ ସଂସ୍କୃତି କେତେ ଉଦାର ଓ ମହାନ ।"ନମଇଁ ନୃସିଂହ ଚରଣ । ଅନାଦି ପରମ କାରଣ ।।"
ଆଉ ଏହି ନମସ୍କାର ମୁଦ୍ରା ରେ ଆମ ଆଙ୍ଗୁଳିରେ ପଞ୍ଚତତ୍ତ୍ଵର ଉର୍ଜା ମାନେ ଯେତେବେଳେ ଏକତ୍ର ହୋଇଯାଆନ୍ତି ସେତେବେଳେ ମାନବ ଶରୀର ରେ ସକାରାତ୍ମକ ଊର୍ଜା ସୃଷ୍ଟି ହୋଇଥାଏ । ଏଠାରେ ପ୍ରସଙ୍ଗ କ୍ରମେ ଉଲ୍ଲେଖଯୋଗ୍ୟ ଯେ ଦଣ୍ଡ ପ୍ରଣାମ ଆମ ଓଡ଼ିଆ ସଂସ୍କୃତିର ଏକ ପ୍ରମୁଖ ଅଙ୍ଗ । ଆମର ଦଣ୍ଡନାଚ ଅତି ପ୍ରାଚୀନ ଓ ପାରମ୍ପରିକ ନାଚ । ବିଶେଷ କରି ଏହା ଗଞ୍ଜାମ ଜିଲ୍ଲାର ଏକ ଲୋକ ପର୍ବ। ଏହା ଗ୍ରାମାଞ୍ଚଳ ରେ ଏହା କାମନା ଦଣ୍ଡ ଭାବେ ପରିଚିତ। ଏହି ନୃତ୍ୟ ଧର୍ମୀୟ ଧାରଣା ଏବଂ ଈଶ୍ୱର ବିଶ୍ୱାସ ଉପରେ ପ୍ରତିଷ୍ଠିତ । ନାଟକର ସୃଷ୍ଟି କେବେ ଓ କିଭଳି ହେଲା ତାହା ରହସ୍ୟମୟ । ତେବେ ଆଧୁନିକ ନାଟକ ସୃଷ୍ଟିର ବହୁ ପୂର୍ବରୁ ଲୋକନାଟକଗୁଡ଼ିକ ସୃଷ୍ଟି ହୋଇଥିବା ବିଷୟକୁ ଅସ୍ୱୀକାର କରାଯାଇ ନପାରେ । କାରଣ ବେଦ, ଭରତମୁନିଙ୍କ ନାଟ୍ୟଶାସ୍ତ୍ର,ବୌଦ୍ଧ ନିକାୟ,ପାଣିନି,କୃଶାଶ୍ୱ ଓ ବିଭିନ୍ନ ପୌରାଣିକ ଗ୍ରନ୍ଥରୁ ଲୋକନାଟକ ସମ୍ପର୍କରେ ସଂକେତ ମିଳିଥାଏ । ଲୋକନାଟକ ଗୁଡିକର ବର୍ହିଲକ୍ଷ୍ୟ ଓ ଅନ୍ତର୍ଲକ୍ଷ୍ୟ ହେଉଛି ଶିକ୍ଷା ପ୍ରଦାନ । ଜନଜୀବନର କାହାଣୀକୁ ବା ଲୋକବୃତ୍ତକୁ ବିଶ୍ୱସ୍ତ ଭାବେ ଉପସ୍ଥାପିତ କରିବା ଲୋକନାଟକର ଅନ୍ୟ ଏକ ଲକ୍ଷ୍ୟ । ନାଟକ ହେଉଛି ଦୃଶ୍ୟକାବ୍ୟ ଓ କାବ୍ୟମାନଙ୍କ ମଧ୍ୟରେ ଶ୍ରେଷ୍ଠ । ନାଟକର ସ୍ରଷ୍ଟା ନାଟ୍ୟ ଶିଳ୍ପୀର ମାୟାଜାଲ ବିସ୍ତାର କରି ଦର୍ଶକର ଚିତ୍ତ ବିନୋଦନ ସହିତ ସତ୍ୟ ଶିବ ଓ ମଙ୍ଗଳର ଜୟଗାନପାଇଁ ଆହ୍ୱାନ ଦେଇଥାନ୍ତି । ଲୋକ ନାଟକର ସୃଷ୍ଟି ଉତ୍ସ ସମ୍ପର୍କରେ କେତେଗୁଡିଏ ତଥ୍ୟ ହେଲା । ସେଗୁଡିକ ହେଲା ଯଥାକ୍ରମେ
ପ୍ରକୃତି ପ୍ରଭାବ, ଧର୍ମ ଚିନ୍ତନ,କୃଷି ସଭ୍ୟତା,ସାମରିକ ପରମ୍ପରା, କାରୁକଳା,ଆଦିବାସୀ ଓ ଓଡିଶୀ ନୃତ୍ୟ ।ବୈଦିକ ଯୁଗରେ ଲୋକ ନାଟକର ଉତ୍ପତ୍ତି ହୋଇଥିଲେ ମଧ୍ୟ ଏବେ ଏଗୁଡିକ ଲୋକ ସମାଜରେ ମୁମୂର୍ଷ ଅବସ୍ଥାରେ କେବଳ ବଞ୍ଚିରହିଛନ୍ତି । ଏଗୁଡିକର ପୁନରୁଦ୍ଧାର ପାଇଁ ଏବେ ଅବଶ୍ୟ ସମଗ୍ର ବିଶ୍ୱ ଚଳଚଞ୍ଚଳ ହୋଇପଡ଼ିଛି । ସମଗ୍ର ବିଶ୍ୱରେ ବିଭିନ୍ନ ପ୍ରକାର ଲୋକନାଟକ ପ୍ରଚଳିତ । ଚୀନ,ଆମେରିକା,ଲୋହିତ ଭାରତୀୟ ,ଆଫ୍ରିକାର ଆଦିବାସୀ,ୟୁରୋପର ଅନୁନ୍ନତ ଅଞ୍ଚଳ ତଥା ଭାରତର ବିଭିନ୍ନ ପ୍ରଦେଶରେ ଭଳି ଭଳି ଲୋକନାଟ୍ୟର ପ୍ରଚଳନ ଦେଖିବାକୁ ମିଳେ । ସେହିଭଳି ଓଡ଼ିଶାରେ ମଧ୍ୟ ବିଭିନ୍ନ ଲୋକନାଟକ ମଧ୍ୟରୁ ଦଣ୍ଡନାଟ ଏକ ପ୍ରଭାବଶାଳୀ ଶାଖା । ପୌରାଣିକ ଉପାଖ୍ୟାନ କୁହେ ଯେ ଥରେ ଦକ୍ଷ ପ୍ରଜାପତି ଯଜ୍ଞର ଆୟୋଜନ କରି ନିଜ କନ୍ୟା ସତୀ ଓ ଜାମାତା ଶିବଙ୍କ ବ୍ୟତୀତ ସବୁ ଦେବତାମାନଙ୍କୁ ଆମନ୍ତ୍ରିତ କରିଥିଲେ। ଅନିମନ୍ତ୍ରିତ ଭାବରେ ସତୀ ଯଜ୍ଞସ୍ଥଳକୁ ଯିବାରୁ ଦକ୍ଷ ତାଙ୍କୁ ଭର୍ତ୍ସନା କରିବା ସହିତ ଶିବଙ୍କୁ ଅପମାନ ଦେଇ ଅନେକ କଥା କହିଲେ। ଏହା ସହି ନ ପାରି ସତୀ ଯଜ୍ଞକୁଣ୍ଡରେ ଝାସଦେଇ ପ୍ରାଣତ୍ୟାଗ କଲେ। ଏହି ସମ୍ବାଦ ପାଇ ଶିବ କ୍ରୋଧାନ୍ୱିତ ହୋଇ ଦକ୍ଷଙ୍କର ଶିରଚ୍ଛେଦର କରିଥିଲେ। ତାଙ୍କର ଉଗ୍ରରୂପକୁ ଶାନ୍ତ କରିବାପାଇଁ ଦକ୍ଷ ପତ୍ନୀ ପ୍ରସୂତୀ ଅର୍ଘ୍ୟ ଦେଇ ବନ୍ଦା କରିବାକୁ ଆସନ୍ଦେ ଶିବଙ୍କର ଦିଗମ୍ବର ରୂପକୁ ଦେଖି ତାଙ୍କୁ ଲିଙ୍ଗରୂପରେ ପୂଜା ପାଇବାକୁ ଅଭିଶାପ ପ୍ରଦାନ କଲେ। ଅଭିଶାପ ହେତୁ ଶିବଲିଙ୍ଗ ଭୂପତିତ ହେଲା ଏବଂ ଆଦିଶକ୍ତି ଉଭା ହୋଇ ଏହି ଲିଙ୍ଗକୁ ଧାରଣ କଲେ। ସେହିଦିନଠାରୁ ଶିବଶକ୍ତି ଦଣ୍ଡ ଓ ଘଡ଼ି ରୂପରେ ପୂଜା ପାଇଥାନ୍ତି। ବ୍ରହ୍ମା ଏହି ଦଣ୍ଡ-ଘଡ଼ି ପୂଜା କରିବାକୁ ଚଢ଼େଇଆକୁ ଦେଲେ। ସେହି ଦିନଠାରୁ ଦଣ୍ଡଯାତ୍ରାର ଆରମ୍ଭ ହେଲା। ଅନ୍ୟ ଏକ ପୌରାଣିକ ଉପାଖ୍ୟାନ କୁହେ ଯେ
ବ୍ରହ୍ମାଙ୍କ ପାଞ୍ଚ କୁମାର ମରୀଚି, ପୁଲହ, ପୁଲସ୍ତ୍ୟ, କ୍ରତୁ ଓ ଅଙ୍ଗିରା ଇନ୍ଦ୍ରଙ୍କ ପାଞ୍ଚ ପୁଅ ଜୟନ୍ତ, ପାକଶାସ୍ତ୍ରୀ, ସୁବତ୍ସ, ସୁରସେନ, ଗନ୍ଧର୍ବସେନ ଓ କୁବେରଙ୍କ ତିନିପୁତ୍ର ନଳ, ମଣିଭଦ୍ର, ସୁକୁବେର ସତ୍ୟ ଯୁଗରେ ଦେବଗୁରୁ ବୃହସ୍ପତିଙ୍କଠାରୁ ବିଦ୍ୟାଶିକ୍ଷା କରି ଫେରୁଥିବା ସମୟରେ ପିତୃଲୋକଙ୍କୁ ଜଳଦାନ କରୁଥିବା ଋଷି କର୍ତୃଙ୍କୁ ଦେଖି ହସିବାରୁ ଶାପିତ ହୋଇ କୁଷ୍ଠରୋଗାକ୍ରାନ୍ତ ହେଲେ। ଏଥକୁ ମୁକ୍ତି ପାଇବାକୁ ସେମାନେ ମହାଦେବ ଶିବଙ୍କ କୃପାପ୍ରାର୍ଥୀ ହେଲେ। ତେବେ ମହାଦେବ ସ୍ୱୟଂ ଆଦିଶକ୍ତିଙ୍କୁ ସ୍ମରଣ କରୁଥିଲେ। ଏ ସମୟରେ ମା କାଳୀ ଆବିର୍ଭୁତା ହୋଇ ତେରଦିନ ରୁଦ୍ରକାଳୀ ଦଣ୍ଡବ୍ରତ ପାଳନ କରିବାକୁ କହିବାରୁ ଦଣ୍ଡଯାତ୍ରାର ଆରମ୍ଭ ହେଲା। ଏତଦ୍ ଭିନ୍ନ ଅନ୍ୟ ଏକ କିମ୍ବଦନ୍ତୀ କୁହେ ଯେ ତରଣୀ ଋଷିଙ୍କର ୧୪ ଜଣ ଉଦ୍ଧତ ପୁଅ ଅନେକ ଅନ୍ୟାୟ ଅତ୍ୟାଚାର କରୁଥିଲେ। ସେମାନଙ୍କ ଭିତରୁ ଜଣେ ଅଭକ୍ଷ୍ୟ ଭକ୍ଷଣ କରି ମୃତ୍ୟୁବରଣ କଲା ଓ ଅନ୍ୟମାନଙ୍କୁ ବ୍ରହ୍ମା ଉଇହୁଙ୍କା ପାଲଟି ଯିବାକୁ ଅଭିଶାପ ଦେଲେ। ସେହି ତେରଜଣଙ୍କ ଭିତରୁ ଜଣେ ଶିବଙ୍କ ଶରଣାପନ୍ନ ହୋଇ ଦଣ୍ଡ ପାଳନ କରି ବ୍ରହ୍ମାଙ୍କୁ ତୁଷ୍ଟ କଲା ଓ ତେରଭାଇ ଶାପମୁକ୍ତ ହେଲେ। ଏହି ତେର ଋଷିପୁତ୍ରଙ୍କୁ ନେଇ ତେର ଦଣ୍ଡନାଟର ଆରମ୍ଭ ବୋଲି କଥିତ ଅଛି। କେବଳ ଏତିକି ନୁହେଁ , ଅଧିକନ୍ତୁ ପୁନଃ ଏକ ପୌରାଣିକ ଉପାଖ୍ୟାନ କୁହେ ଯେ ଅଷ୍ଟାବକ୍ର ଋଷିଙ୍କର କୁରୂପ ଶରୀରକୁ ଦେଖି ବୃହସ୍ପତି, ଇନ୍ଦ୍ର ଓ କୁବେରଙ୍କର ୧୩ ପୁତ୍ର ପରିହାସ କରିବାରୁ ଋଷିଙ୍କ ଅଭିଶାପରେ ସେମାନେ ଚଢ଼େୟା ଶବର ଭାବେ ପୃଥିବୀ ପୃଷ୍ଠରେ ଜନ୍ମଗ୍ରହଣ କଲେ। ଥରେ ନିଷିଦ୍ଧ ଅଞ୍ଚଳରେ ପକ୍ଷୀ ଶିକାର କରିବାରୁ ପକ୍ଷୀମାନେ ଗରୁଡ଼ଙ୍କୁ ନିଜର ଦୁଃଖ ଜଣାଇଲେ। ଫଳତଃ ଗରୁଡ଼ଙ୍କ ଆଦେଶରେ ଶିବଙ୍କର ସର୍ପ ଦଂଶନ କରି ମାରିଦେଲେ। ସେମାନଙ୍କ ପତ୍ନୀ ମା କାଳୀଙ୍କୁ ପ୍ରାର୍ଥନା କରିବାରୁ ସେ ୧୩ ଜଣ ଚଢ଼େୟାଙ୍କୁ ଜୀବଦାନ ଦେଲେ। ଏହି ମହିମାକୁ ପ୍ରଚାର କରିବାପାଇଁ ୧୩ ଜଣ ଦଣ୍ଡୁଆ ଦଣ୍ଡକାଳୀ ବ୍ରତ ଧାରଣ କରିବାର କିମ୍ବଦନ୍ତୀ ରହିଛି। କ୍ରମଶଃ
ଶ୍ରୀପୁରୁଷୋତ୍ତମ କ୍ଷେତ୍ର
ଶ୍ରୀପୁରୁଷୋତ୍ତମ କ୍ଷେତ୍ର
-------
ଯୁଗେ ଯୁଗେ ଶ୍ରୀପୁରୁଷୋତ୍ତମ କ୍ଷେତ୍ରର ଭକ୍ତ ପ୍ରାଣ ମଣିଷ ଅତ୍ୟନ୍ତ ସରଳ, ଭାବୋଦ୍ଦୀପକ, ଜଗନ୍ନାଥପ୍ରାଣା,ବିଭୁ ପଦାଶ୍ରିତ, ସମର୍ପିତ ମାନସିକତା ବିଜଡ଼ିତ, ଧର୍ମ୍ମଭୀରୁ, ପରୋପକାରୀ, ବନ୍ଧୁ ବତ୍ସଳ, ସର୍ବାନ୍ତକରଣ ରେ ମହାମାନବତାବାଦୀ, ବିଶ୍ବ ଦର୍ଶନାନୁରାଗୀ । ୧୯୧୪ ମସିହାରେ ମହାନ୍ ସ୍ଵାଧୀନତା ସଂଗ୍ରାମୀ, କାଳଜୟୀ ସାରସ୍ଵତ ସ୍ରଷ୍ଟା, ଅତୁଳନୀୟ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ପ୍ରାଣ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର "ଶ୍ରୀକ୍ଷେତ୍ର ଶୀର୍ଷକ ରେ' ପୁରୀର ମହନୀୟତା ପ୍ରତିପାଦିତ କରି ସୃଷ୍ଟି କରିଯାଇଛନ୍ତି ଏକ କାଳଜୟୀ କବିତା, ଯାହା ଯେଭଳି ଆଲୋଚିତ ହେବା କଥା ତାହା ହୋଇନାହିଁ ବୋଲି ଆମର ନିଜସ୍ୱ ମତ । ଉକ୍ତ କବିତାଟି କୁ ଆମେ କାନ୍ତକବିଙ୍କ ଜୟନ୍ତୀ ଅବସରରେ ସାମାଜିକ ଗଣମାଧ୍ୟମ ମୁଖ ପୁସ୍ତକରେ ଉପସ୍ଥାପନ କରିଥିଲୁ ,ଯଦିଓ ସେଥିରେ ବୋତାମ ଚିପା ପସନ୍ଦ ସଂଖ୍ୟା ଥିଲା ଅତ୍ୟନ୍ତ ଚିନ୍ତାଜନକ ।"ହାପି ଵାର୍ଥ ଡେ ଟୁ ମାଇଁ ବେଟର ହାପ " ରେ ପ୍ରକାଶିତ ସଂଖ୍ୟା ତୁଳନାରେ ତ ଏହା ଥିଲା ଏକ ପ୍ରତିଶତରୁ କମ୍ । ଏପରିକି ବିଟର୍ ହାପ ଦ୍ବାରା ସମଗ୍ର ଜୀବନ ଭୟଙ୍କର ଭାବେ ମାନସିକ ନିର୍ଯ୍ୟାତନା ଭୋଗିଆସୁଥିବା ବୃଦ୍ଧ ଙ୍କ ଛଳନା ସଂଯୁକ୍ତ " ବେଟର ହାଫ୍", ମାଇଁ ଲାଇଫ, ମାଇଁ ଆସ୍ପିରେସନ, ମାଇଁ ଏଭ୍ରିଥିଙ୍ଗ ପ୍ରଭୃତି ଉପସ୍ଥାପନରେ ମୂଷାନୁକୁଳିତ ପସନ୍ଦ ସଂଖ୍ୟା ହେଉ ଅବା ପଚାଶ ବର୍ଷାତିକ୍ରାନ୍ତ ସୌନ୍ଦର୍ଯ୍ୟ ସାମଗ୍ରୀ ଆଶୀର୍ବାଦ ପ୍ରାପ୍ତା ଅର୍ଥାତ୍ ବିଉଟି ପାର୍ଲର ପ୍ରାୟୋଜିତା ସୁନ୍ଦରୀଙ୍କ ଦନ୍ତପଂକ୍ତି ପ୍ରଦର୍ଶିତ ସ୍ଥିର ଚିତ୍ରରେ ପ୍ରତିଫଳିତ ସଂଖ୍ୟାର ଏହି ଉପସ୍ଥାପନଟି ବୋଧେ ଥିଲା ଶୂନ ଦଶମିକ ଶୂନ ଶୂନ ଏକ । ଏହି ସରଳତାର ସୁଯୋଗ ନେଇ ବହୁ ବିଧର୍ମୀ, ସମ୍ପଦ ଲୁଟେରା ବିଦେଶୀ ମାନଙ୍କ ଠାରୁ ଆରମ୍ଭ କରି ସ୍ଵାଧୀନୋତ୍ତର ଭାରତର ଅଣ ଓଡ଼ିଆ ପ୍ରଶାସନିକ ଅଧିକାରୀ, ସେମାନଙ୍କ ଦ୍ବାରା ଅନୁଗୃହୀତ ଚରଣବାଦୀ ଓଡ଼ିଆଙ୍କ ସହଯୋଗରେ ପୁରୀ ହୋଇଛି ଲୁଣ୍ଠିତା । ସମଗ୍ର ବିଶ୍ବକୁ ଯେଉଁ ପୁରୀ ଶତାଧିକ କ୍ଷେତ୍ରରେ ଆଦ୍ୟ ଓଁକାର ଧ୍ଵନି ଦେଇଛି, ଯେଉଁ ପୁରୀ ସମଗ୍ର ଜଗତକୁ ମାନବତାବାଦୀ ଦର୍ଶନ ଦେଇ ଜଗତ କଲ୍ୟାଣ ପାଇଁ ମନ୍ତ୍ର ପଢେଇଛି, ସେହି ମାଟିରେ ଜଗତ ପରିବର୍ତ୍ତେ ବିଶ୍ବ ପାଠ ପଢ଼ାଉଛନ୍ତି କେତେକ ଅର୍ବାଚୀନ । ଯେଉଁ ମାଟିରେ ଠିଆ ହୋଇ ଓଡ଼ିଆ ପୁଅ ବିଶ୍ବ ମଣି " ଜଗତ ସରସେ ଭାରତ କମଳ, ତା ମଧ୍ୟେ କେଶର ପୁଣ୍ୟ ନୀଳାଚଳ" ଉଚ୍ଚାରଣ କରି କହିଥିଲେ, "ଉତ୍କଳେ ନେତା ର ନାହିଁ ପ୍ରୟୋଜନ, ଉତ୍କଳର ନେତା ସ୍ଵୟଂ ନାରାୟଣ", ଯେଉଁ ମାଟିରେ ସର୍ବଶକ୍ତିମାନ ଶାସକ ନିଜକୁ ସେବକ କହି ଝାଡୁ ଧରି ସ୍ବଛତାର ବାର୍ତ୍ତା ଜଗତ କୁ ଦେଇଛି, ସେହି ମାଟିରେ ଛଳନାର ସ୍ବାର୍ଥାଧାରିତ ପର୍ଯ୍ୟଟନ ରଥ ଗାଇବାକୁ ଚକ୍ରାନ୍ତିଆ ଯୋଜନାକୁ ସରଳିଆ ପୁରିଆମାନେ ବିଶ୍ବାସ କରି ମରହଟ୍ଟାଙ୍କୁ ହଟେଇବା ପାଇଁ ବ୍ରିଟିଶ ସେନା କୁ ଝାଞ୍ଜ କୀର୍ତ୍ତନ , ଢୋଲ ,ମାଦଳ ବଜେଇ ସ୍ବାଗତ କରିବା ଭଳି ଦୃଶ୍ୟ ଦୁଇ ଶହ ଏକୋଇଶି ବର୍ଷ ପରେ ଦେଖିବାକୁ ମିଳିବା ସମୟର ବିଡମ୍ବନା । ଶହେ ଏଗାର ବର୍ଷ ତଳେ କାନ୍ତକବି ଲକ୍ଷ୍ମୀକାନ୍ତ ଦେଖିଥିବା ପୁରୀ, ଆଜି ର ପୁରୀ ଭିତରେ ଥିବା ପାର୍ଥକ୍ୟ ତାଙ୍କର କାଳଜୟୀ ସୃଷ୍ଟି" ଶ୍ରୀକ୍ଷେତ୍ର" ଶୀର୍ଷକ ନିମ୍ନ ଉପସ୍ଥାପିତ କବିତାରୁ ସ୍ପଷ୍ଟ ଭାବରେ ଜଣା ପଡ଼ିବ । ଯେଉଁ ସ୍ବଳ୍ପ ସଂଖ୍ୟକ ପାଠକମାନେ ଧୈର୍ଯ୍ୟର ସହ ପଢିବେ , ସେମାନଙ୍କ ବୌଦ୍ଧିକ ମାଟି ମନସ୍କ ମାନସିକତାକୁ ପ୍ରଣାମାନ୍ତେ ବନ୍ଦେ ଉତ୍କଳ ଜନନୀ ।
ଶ୍ରୀକ୍ଷେତ୍ର
--------------------
ଜଗତ ଜୀବନ ଦିନମଣି ରବି
ପ୍ରକାଶି ଜଗତେ ଅଭିନବ ଛବି
ମଣ୍ଡିଣ ଜଗତ ସୂଵର୍ଣ୍ଣ କିରଣେ
ସଜାଇ ଧରଣୀ ନବ ଆଭରଣେ
ମୃତ ଜଗତ କୁ ନିଦ୍ରା ରୁ ଉଠାଇ
ନବ ଉନ୍ମାଦନା ଉତ୍ସାହେ ମତାଇ
ଜଗତର ଯେତେ ନାଶି ଦୁଃଖ ରାଶି
ପ୍ରଭାତେ ନମନ୍ତି ତୋହ ପଦେ ଆଶି
ଯୋଗ ନିଦ୍ରା ଯହିଁ ଅନାଦି ପୁରୁଷ
ନାଶ ଯାଏ ଯାହା ପରଶେ କଳୁଷ
ଯା'ର ଗର୍ଭୁ ଯାତ ହେଲେ ସୁଧାକର
ସୁଧା ପ୍ରସୂ ସେହି ରତ୍ନ ର ଆକାର
ନାହିଁ ଯା'ର ଅନ୍ତ , ନାହିଁ ଯା'ର ଆଦି
ହ୍ରାସ-ଵୃଦ୍ଧି- ହୀନ ସେହି ବାରାନିଧି
ବଢାଇ ନିଜର ତରଙ୍ଗ ଅଧର
ଦାସ ପ୍ରାୟେ ଚୁମ୍ବେ ତୋହର ପୟର
ଉତ୍ତାଳ ତରଙ୍ଗ ଉଠାଇ ସାଗର
ବଜ୍ର ସମ କରି ଶବ୍ଦ ଭୟଙ୍କର
ଉଦ୍ ଗାରିଣ ଫେନ ଗ୍ରାସିବାକୁ ଧରା
ମହା ଆଡମ୍ବରେ ଆସୁଥାଇ ପରା
ଶୁଭ୍ର ବକମାଳା ମୁକ୍ତା- ହାର ସମ
ଦିଶୁଥାନ୍ତି ଆହା କେଡେ ମନୋରମ
ଇନ୍ଦ୍ରଧନୁ-ବର୍ଣ୍ଣ ନିଜ ଅଙ୍ଗେ ବହି
ଶୋଭୁଥାନ୍ତି ନାନା ଶକ୍ତି ପୁଞ୍ଜ ତହିଁ
ଆର୍ଯ୍ୟ ଗୌରବ ର ବିଜୟ କେତନ
ଉତ୍କଳ-ଶିଳ୍ପ ର ନିଜ ନିକେତନ
ସମୟ- ସାଗର- ତରଙ୍ଗ ଆଘାତେ
କାଳର କରାଳ ମହା ଝଞ୍ଜାବାତେ
ହୋଇ ବିପର୍ଯ୍ୟସ୍ତ ଅବଶିଷ୍ଟ ଯାହା
ଅଛି, ତୋର ତହିଁ ଅଛି ସିନା ତାହା
କେନ୍ଦ୍ର ସ୍ଥଳୀ ସାମୁଦ୍ରିକ ବାଣିଜ୍ୟର
ରାଜନୈତିକ ର ସୁଦୃଢ ଶିଖର
ଅର୍ଦ୍ଧ ଚନ୍ଦ୍ରାଙ୍କିତ ବିଜୟ ନିଶାଣ
ଉଡାଇ ଭାରତେ ଧରିଣ କୃପାଣ
ହିମାଚଳ ଠାରୁ କୁମାରିକା ଯାଏ
କମ୍ପାଇଲେ ଯେବେ ଯବନ ରଜାଏ
ସେ କାଳେ ଉତ୍କଳ- ଗୌରବ ଭାସ୍କର
ଗଜପତି ଗୌଡେଶ୍ବର - ବଂଶଧର
ତୋର ତହିଁ ସ୍ବାଧୀନତା- ବୈଜୟନ୍ତୀ
ଉଡାଇ ରଖିଲେ ଅପୂର୍ବ କୀରତି
ସହସ୍ର ସହସ୍ର ତୀର୍ଥ ଯାତ୍ରୀଗଣ
ଜୟ ଜଗନ୍ନାଥ କରି ଉଚ୍ଚାରଣ
ଶତ ବାଧାବିଘ୍ନ କରି ଅବହେଳା
ଜଗନ୍ନାଥ ସ୍ବାମୀ ନାମେ ବାନ୍ଧି ଭେଳା
ଭୁଲି କ୍ଷୁଧା ଜ୍ଜାଳା ଭୁଲିଣ ପିପାସା
ଭୁଲି ପଥଶ୍ରମ, ଧରି ଏକ ଆଶା
ଜୟ ଜଗନ୍ନାଥ ଗୀତ ଗାଇ ଗାଇ
ତୋହରି ଆଡ଼କୁ ଯାଉଛନ୍ତି ଧାଇଁ
ସାମ୍ୟବାଦିତାର ଉଡୁଛି ନିଶାଣ
ପଣ୍ଡିତ ପାଷାଣ୍ଡ ସକଳେ ସମାନ
ବ୍ରାହ୍ମଣ ଚଣ୍ଡାଳ ବସି ଏକାସନେ
କରନ୍ତି ଆହାର ଆନନ୍ଦିତ ମନେ
ଜାତି ଧର୍ମ ନିର୍ବିଶେଷେ ସର୍ବ ଜନ
ଏକାଧାରେ ବସି କରନ୍ତି ଭୋଜନ
ପତିତ ପାବନ ବାନା ଫରଫର୍
ଉଡି ପତିତ କୁ ତାରେ ନିରନ୍ତର
ଶ୍ରୀହସ୍ତ ବଢାଇ ଜଗତ ଗୋସାଇଁ
ପାପୀଙ୍କୁ ଡାକନ୍ତି ନିସ୍ତାରିବା ପାଇଁ
ଧନ୍ୟ ରେ ଶ୍ରୀକ୍ଷେତ୍ର ତୋ'ର ବଡ଼ ପଣ
ଉତ୍କଳ ମାତାର ତୁହି ସାର୍ ଧନ
ତୋ ଲାଗି ଉତ୍କଳ ବିଖ୍ୟାତ ଜଗତେ
ନୋହିଲେ ରହିଣ ଥାଆନ୍ତା ଗୁପତେ
ଜାଗୁ ଏ ଉତ୍କଳ ତୋ ଧର୍ମ କୁହାଟେ
ଚାଲନ୍ତୁ ସରବେ ଏବେ ସତ ବାଟେ
ତୋର ସାର ଶିକ୍ଷା ଶିଖା ଉତ୍କଳ ରେ
ତରନ୍ତୁ ଓଡ଼ିଆ ତୋ ଧର୍ମ ବଳରେ ।।
ଜାତୀୟ ଗଣମାଧ୍ୟମ ଦିବସ
ଜାତୀୟ ଗଣମାଧ୍ୟମ ଦିବସ
---------------
ଗଣସ୍ବାର୍ଥ କୁ ଗୌଣ କରି ଜଣ ସ୍ୱାର୍ଥର, ପୁଞ୍ଜି ଐରାବତର , ବିଜ୍ଞାପନ ପ୍ରଦାୟକର ଏବଂ କ୍ଷମତା ରାଜନୀତିର ଭ୍ରଷ୍ଟାଚାରୀ
ସ୍ୱାର୍ଥର ସଦା ଜାଗ୍ରତ ପ୍ରହରୀ ଭୂମିକା ନିର୍ବାହକ ତଥା ମାଲିକ ମାନସିକତାକୁ ଉପଜିବ୍ୟ କରି ପ୍ରଚାର ପ୍ରସାର କରିଆସୁଥିବା ସଂସ୍ଥା କୌଣସି ସମୟରେ ଗଣମାଧ୍ୟମର ସଂଜ୍ଞାରେ ପରିଚିତ ହୋଇପାରିବ ନାହିଁ , ଅଧିକନ୍ତୁ କର୍ପୋରେଟ ମେଡିଆ ଭାବେ ବିବେଚିତ , ଯାହା ସେମାନେ ଲଜ୍ଜିତ ଭାବେ ନୁହେଁ , ଗର୍ବର ସହିତ ସ୍ବୀକାର କରି ତଦନୁସାରେ ପ୍ରଚାରିତ ମଧ୍ୟ । ସେମାନେ ସାମ୍ବତ୍ସରିକ ଶ୍ରାଦ୍ଧ ଦେବା ଭଳି ନଭେମ୍ବର ୧୬ ତାରିଖରେ ନ୍ୟାସନାଲ ପ୍ରେସ୍ ଡେ କୁ ଅତି ଧୁମଧାମରେ ପାଳନ କରି ଆସୁଛନ୍ତି ବିଗତ ଚାରି ଦଶନ୍ଧିରୁ ଉର୍ଦ୍ଧ୍ୱ ଅବଧି ଧରି । ୧୯୭୫ ମସିହା , ଜୁନ ୨୫ ତାରିଖରେ ଗଣମାଧ୍ୟମର ଗଳାକାଟି ଦିଆ ଯିବା ପରେ ବିଗତ ପଚାଶ ବର୍ଷ ଧରି ଅଚେତ ଅବସ୍ଥାରେ ବା କୋମାରେ ଅଛି ଭାରତର ଗଣମାଧ୍ୟମ , ଯାହା ଆମର ନିଜସ୍ୱ ମତ , ଏହାକୁ କିଏ ସ୍ବୀକାର କରୁ ଅବା ନକରୁ । ଏଠାରେ ପ୍ରସଙ୍ଗ କ୍ରମେ ଉଲ୍ଲେଖଯୋଗ୍ୟ ଯେ ମୁକ୍ତ ଗଣମାଧ୍ୟମ ସୁସ୍ଥ ଗଣତନ୍ତ୍ରର ଏକ ଅବିଚ୍ଛେଦ୍ୟ ଅଙ୍ଗ। ୧୯୬୬ ମସିହା ନଭେମ୍ବର ୧୬ରେ କେନ୍ଦ୍ର ସରକାର ‘ପ୍ରେସ୍ କାଉନ୍ସିଲ ଅଫ୍ ଇଣ୍ଡିଆ ପ୍ରତିଷ୍ଠା କରିଥିଲେ । ଏଥିପାଇଁ ପ୍ରତିବର୍ଷ ନଭେମ୍ବର ୧୬କୁ ‘ଜାତୀୟ ପ୍ରେସ୍ ଦିବସ’ ଭାବେ ପାଳନ କରାଯାଉଛି ।
‘ପ୍ରେସ୍ କାଉନ୍ସିଲ୍ ‘ ହେବ ସମ୍ବାଦପତ୍ରର ନୈତିକ ପ୍ରହରୀ ବୋଲି ମାର୍ଗଦର୍ଶିକା ପ୍ରକାଶ ପାଇଥିଲା ଏବଂ ଏହା ମଧ୍ୟ ଉଲ୍ଲେଖ ଥିଲା ଯେ ଯଦି କୌଣସି ବ୍ୟକ୍ତିଙ୍କୁ ଖବରକୁ ନେଇ ଆପତ୍ତି ଥାଏ ତେବେ ସେ ପ୍ରେସ୍ କାଉନ୍ସିଲ୍ ନିକଟରେ ଅଭିଯୋଗ କରି ପାରିବେ । ଅପରପକ୍ଷରେ ଯେକୌଣସି ସମ୍ବାଦପତ୍ର ମଧ୍ୟ ସରକାର ବା ଅନ୍ୟ କାହାର ଅବାଞ୍ଛିତ ହସ୍ତକ୍ଷେପ ବଳପ୍ରୟୋଗ ଓ କଟକଣା ଆଦି ବିରୋଧରେ ଅଭିଯୋଗ କରିପାରିବେ ବୋଲି ସ୍ପଷ୍ଟ ସୂଚିତ ଥିଲା । ୧୯୫୬ ମସିହାରେ ସରକାର ପ୍ରଥମ ଥର ପାଇଁ ପ୍ରେସ୍ କମିସନ୍ ବସାଇଥିଲେ ଓ ପ୍ରେସ୍ କାଉନ୍ସିଲ୍ କରିବା ପାଇଁ ସୁପାରିଶ୍ କରିଥିଲେ, ଯାହା ଗଠନ ହେବା ପାଇଁ ମଧ୍ୟ ଏକ ଦଶନ୍ଧି ଲାଗିଥିଲା । ଗଣମାଧ୍ୟମ ଓ ସାମ୍ବାଦିକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ସହ ଦୂରୁପଯୋଗକୁ ନିୟନ୍ତ୍ରଣ କରିବା ଦିଗରେ ଗୁରୁଦାୟିତ୍ବ ବହନ କରିବ ଏହି କାଉନସିଲ ବୋଲି ମଧ୍ୟ ଉଲ୍ଲେଖ ଥିଲା । କାଉନସିଲ ଗଠନର ମୁଖ୍ୟ ଉଦ୍ଦେଶ୍ୟ ହେଲା, ଗଣମାଧ୍ୟମକୁ ସୁରକ୍ଷା ଦେବା ଓ ଖବରର ମାନକୁ କ୍ଷୁର୍ଣ୍ଣ ନ ହେବାକୁ ଦେବା ।ଏହି ଶକ୍ତିଶାଳୀ ମାଧ୍ୟମର ମାନ ବଜାଇ ରଖିବା ଏବଂ କୌଣସି ବାହ୍ୟ ପ୍ରଭାବ ଓ ଧମକରେ ମୁଣ୍ଡନୁଆଁଇିବା ପରିବର୍ତ୍ତେ ଜନହିତରେ କାର୍ଯ୍ୟକରିବାର ସ୍ୱାଧୀନତା ପ୍ରେସକୁ ମିଳିଛି । ପ୍ରେସ ଏହି ଦାୟିତ୍ୱକୁ ସୁଚାର ରୂପେ ପାଳନ କରୁଛି କି ନାହିଁ , ତାର ତଦାରଖ ଦାୟିତ୍ୱ ଭାରତୀୟ ପ୍ରେସ ପରିଷଦର । ବିଶ୍ୱରେ ଅନେକ ପ୍ରେସ ବା ମିଡିଆ କାର୍ଯ୍ୟକରୁଥିଲେ ହେଁ ଭାତତୀୟ ପ୍ରେସ ପରିଷଦ ଅନନ୍ୟ ଏବଂ ଏକମାତ୍ର ସଂସ୍ଥା, ଯାହା ପ୍ରେସର ସ୍ୱାଧୀନତା ବଜାୟ ରଖିବା ଦିଗରେ ବଦ୍ଧପରିକର ଥିଲା ୧୯୭୫ ପର୍ଯ୍ୟନ୍ତ । ବାସ୍ତବରେ ପ୍ରେସ ବା ଗଣମାଧ୍ୟମର ସ୍ବାଧୀନତା, ନିରପେକ୍ଷତା ଆଦିର ଇତିହାସ କ'ଣ କୁହେ ଏବଂ ବର୍ତ୍ତମାନ ବା ସାମ୍ପ୍ରତିକ ସ୍ଥିତି କ'ଣ ? କେନ୍ଦ୍ରୀୟ, ଉତ୍ତର ଏବଂ ପଶ୍ଚିମ ୟୁରୋପରେ ପ୍ରେସର ସ୍ୱାଧୀନତା ସମେତ ବାକ୍ ସ୍ୱାଧୀନତାର ଏକ ଦୀର୍ଘ ପରମ୍ପରା ରହିଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଯୁକ୍ତରାଷ୍ଟ୍ର ଆମେରିକାରେ ଥିବା ୟୁନାଇଟେଡ୍ ପ୍ରେସ୍ ତାର ସେବାର ସଭାପତି ହ୍ୟୁ ବେଲି ଖବର ପ୍ରସାରଣର ସ୍ୱାଧୀନତାକୁ ପ୍ରୋତ୍ସାହିତ କରିଥିଲେ। ୧୯୪୪ ମସିହାରେ ସେ ସମ୍ବାଦ ଉତ୍ସ ଏବଂ ପ୍ରସାରଣର ଏକ ଖୋଲା ବ୍ୟବସ୍ଥା ଏବଂ ସମ୍ବାଦର ସର୍ବନିମ୍ନ ସରକାରୀ ନିୟନ୍ତ୍ରଣ ପାଇଁ ଆହ୍ୱାନ ଦେଇଥିଲେ । ୧୯୪୮ରେ ସୂଚନା ସ୍ୱାଧୀନତା ଉପରେ ଜେନେଭା ସମ୍ମିଳନୀରେ ତାଙ୍କ ପ୍ରସ୍ତାବ ପ୍ରସାରିତ ହୋଇଥିଲା କିନ୍ତୁ ସୋଭିଏତ ଏବଂ ଫ୍ରାନ୍ସଦ୍ୱାରା ଏହାକୁ ଅବରୋଧ କରାଯାଇଥିଲା । ଗଣମାଧ୍ୟମ ସ୍ୱାଧୀନତା ହେଉଛି ଏକ ମୌଳିକ ଅଧିକାର ଯାହା ୟୁରୋପୀୟ ସଂଘର ସମସ୍ତ ସଦସ୍ୟ ରାଷ୍ଟ୍ର ଏବଂ ଏହାର ନାଗରିକମାନଙ୍କ ପାଇଁ ପ୍ରଯୁଜ୍ୟ, ଯାହା ୟୁରୋପୀୟ ସଂଘର ମୌଳିକ ଅଧିକାର ଚାର୍ଟର ଏବଂ ମାନବାଧିକାର ଉପରେ ୟୁରୋପୀୟ ଚୁକ୍ତିରେ ବ୍ୟାଖ୍ୟା କରାଯାଇଛି । ୟୁରୋପୀୟ ସଂଘର ସମ୍ପ୍ରସାରଣ ପ୍ରକ୍ରିୟାରେ ଗଣମାଧ୍ୟମର ସ୍ୱାଧୀନତାର ଗ୍ୟାରେଣ୍ଟିକୁ "ୟୁରୋପୀୟ ସଂଘର ଅଂଶ ହେବା ପାଇଁ ଏକ ଦେଶର ପ୍ରସ୍ତୁତିର ଏକ ପ୍ରମୁଖ ସୂଚକ" ବୋଲି କୁହାଯାଏ ।
ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ, "ବ୍ରିଟେନରେ ଏକ ମୁକ୍ତ, ଜିଜ୍ଞାସୀ ଗଣମାଧ୍ୟମର ଦୀର୍ଘ ପରମ୍ପରା ଅଛି", କିନ୍ତୁ " ଯୁକ୍ତରାଷ୍ଟ୍ର ଆମେରିକା ପରି ବ୍ରିଟେନର ମଧ୍ୟ ପ୍ରେସ୍ ସ୍ୱାଧୀନତାର କୌଣସି ସାମ୍ବିଧାନିକ ପ୍ରତିବଦ୍ଧତା ବା ଗ୍ୟାରେଣ୍ଟି ନାହିଁ। ୧୬୯୫ ମସିହାରେ ଗ୍ରେଟ୍ ବ୍ରିଟେନରେ ପ୍ରେସର ସ୍ୱାଧୀନତା ପ୍ରତିଷ୍ଠା ହୋଇଥିଲା, ଯେଉଁଥିରେ ଦି ଗାର୍ଡିଆନ୍ର ପୂର୍ବତନ ସମ୍ପାଦକ ଆଲାନ୍ ରୁସ୍ବ୍ରିଜର୍ କହିଥିଲେ: "ଯେତେବେଳେ ଲୋକମାନେ ସାମ୍ବାଦିକ କିମ୍ବା ଖବରକାଗଜକୁ ଲାଇସେନ୍ସ ଦେବା ବିଷୟରେ କଥା ହୁଅନ୍ତି, ସେତେବେଳେ ସେମାନଙ୍କୁ ଇତିହାସକୁ ପଠାଇବା ପ୍ରବୃତ୍ତି ହେବା ଉଚିତ୍ । ୧୬୯୫ରେ ବ୍ରିଟେନରେ ପ୍ରେସର ସଂଯୁକ୍ତିକରଣ ବା ଲାଇସେନ୍ସ କିପରି ଉଚ୍ଛେଦ କରାଗଲା ସେ ବିଷୟରେ ଆଲୋଚନା ହୁଏ ନାହିଁ କି ସାମ୍ବାଦିକତା ଓ ଗଣ ଯୋଗାଯୋଗ ବା MJMC ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରା ଯାଇ ନାହିଁ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଲବ୍ଧ ସ୍ୱାଧୀନତା କିପରି ବାକି ବିଶ୍ୱ ପାଇଁ ଏକ ଆଦର୍ଶ ପାଲଟିଗଲା ଏବଂ ଆମେ ସେହି ସ୍ୱାଧୀନତାଗୁଡ଼ିକୁ କିପରି ସୁରକ୍ଷା ଦେଉଛୁ ତାହା ଦେଖିବା ପାଇଁ ବିଶ୍ୱ ଏବେ ବି ଆମକୁ କିପରି ଦେଖୁଛି ସେ ବିଷୟରେ ସଚେତନ ଯେ କେହି ଅଛନ୍ତି , ତାହା ବ୍ୟକ୍ତିଗତ ଭାବେ ଆମେ ଅନୁଭବ କରି ପାରୁନାହୁଁ ।୧୬୯୪ ମସିହା ପର୍ଯ୍ୟନ୍ତ ଗ୍ରେଟ୍ ବ୍ରିଟେନରେ ଲାଇସେନ୍ସର ଏକ ବିସ୍ତୃତ ବ୍ୟବସ୍ଥା ଥିଲା; ସବୁଠାରୁ ସଦ୍ୟତମ ଘଟଣା ପ୍ରେସ୍ ଲାଇସେନ୍ସିଂ ଆକ୍ଟ, ୧୬୬୨ରେ ଦେଖିବାକୁ ମିଳିଥିଲା। ସରକାରଙ୍କଦ୍ୱାରା ଦିଆଯାଇଥିବା ଲାଇସେନ୍ସ ବିନା କୌଣସି ପ୍ରକାଶନକୁ ଅନୁମତି ଦିଆଯାଇନଥିଲା । ୫୦ ବର୍ଷ ପୂର୍ବେ ଗୃହଯୁଦ୍ଧ ସମୟରେ ଜନ୍ ମିଲ୍ଟନ୍ ତାଙ୍କର ପୁସ୍ତକ ଆରିଓପାଜିଟିକା (୧୬୪୪) ଲେଖିଥିଲେ । ଏହି କାର୍ଯ୍ୟରେ ମିଲ୍ଟନ୍ ଏହି ପ୍ରକାର ସରକାରୀ ସେନ୍ସରସିପ୍ ବିରୋଧରେ ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲେ ଏବଂ ଏହି ଧାରଣାକୁ ସମାଲୋଚନା କରି ଲେଖିଥିଲେ, "ଯେତେବେଳେ ଋଣଦାତା ଏବଂ ଅପରାଧୀମାନେ ବିନା ରକ୍ଷକରେ ବିଦେଶ ଚାଲିପାରନ୍ତି, କିନ୍ତୁ ସେମାନଙ୍କ ଶୀର୍ଷକରେ ଦୃଶ୍ୟମାନ ଜେଲର୍ ବିନା ଅଶ୍ଳୀଳ ପୁସ୍ତକ ଗୁଡ଼ିକ ଉତ୍ତେଜିତ ହେବା ଉଚିତ ୍ ନୁହେଁ। ଯଦିଓ ସେହି ସମୟରେ ଲାଇସେନ୍ସ ପ୍ରଥାକୁ ରୋକିବା ପାଇଁ ଏହା କିଛି କରିନଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ ପ୍ରେସ୍ ସ୍ୱାଧୀନତାର ସବୁଠାରୁ ବଳିଷ୍ଠ ପ୍ରତିରକ୍ଷା ଭାବରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଭାବରେ ବିବେଚନା ଆଗାମୀ ସମୟ ନିଶ୍ଚିତ କରିବ, ଏହା ଆମର ଦୃଢ ବିଶ୍ବାସ ।ମିଲଟନଙ୍କ କେନ୍ଦ୍ରୀୟ ଯୁକ୍ତି ଥିଲା ଯେ ବ୍ୟକ୍ତି ଯୁକ୍ତି ବ୍ୟବହାର କରିବାରେ ସକ୍ଷମ ଏବଂ ଠିକ୍କୁ ଭୁଲ ଏବଂ ଭଲକୁ ଖରାପଠାରୁ ପୃଥକ କରିବାରେ ସକ୍ଷମ । ଏହି ରାସନ ଅଧିକାର ବ୍ୟବହାର କରିବାକୁ ସକ୍ଷମ ହେବା ପାଇଁ, ବ୍ୟକ୍ତିଜଣକ "ଏକ ମୁକ୍ତ ଏବଂ ଖୋଲା ମୁକାବିଲା"ରେ ତାଙ୍କ ସାଥୀ ପୁରୁଷଙ୍କ ଧାରଣାରେ ଅସୀମିତ ଆକସେସ୍ ପାଇବା ଆବଶ୍ୟକ। ମିଲଟନଙ୍କ ଲେଖାରେ ଧାରଣାର ଖୋଲା ବଜାରର ଧାରଣା ବିକଶିତ ହୋଇଥିଲା, ଏହି ଧାରଣା ଥିଲା ଯେ ଯେତେବେଳେ ଲୋକମାନେ ପରସ୍ପର ବିରୋଧରେ ଯୁକ୍ତି କରନ୍ତି, ସେତେବେଳେ ଭଲ ଯୁକ୍ତି ପ୍ରଚଳିତ ହେବ । ଗ୍ରେଟ୍ ବ୍ରିଟେନରେ ବ୍ୟାପକ ଭାବରେ ନିଷିଦ୍ଧ ହୋଇଥିବା ଭାଷଣର ଏକ ରୂପ ଥିଲା ଦେଶଦ୍ରୋହୀ ଅପମାନ, ଏବଂ ଆଇନ ପ୍ରଣୟନ କରାଯାଇଥିଲା ଯାହା ସରକାରଙ୍କୁ ସମାଲୋଚନା କରିବାକୁ ଏକ ଅପରାଧରେ ପରିଣତ କରିଥିଲା । ଷ୍ଟାର ଚେମ୍ବରର ଇଂରାଜୀ ଦରବାର ଅନୁଯାୟୀ ରାଜା ସର୍ବସାଧାରଣରେ ସମାଲୋଚନାରୁ ଊର୍ଦ୍ଧ୍ୱରେ ଥିଲେ ଏବଂ ସରକାରଙ୍କୁ ସମାଲୋଚନା କରୁଥିବା ବୟାନକୁ ବାରଣ କରାଯାଇଥିଲା। ସତ ଦେଶଦ୍ରୋହୀ ଅପମାନର ପ୍ରତିରକ୍ଷା ନଥିଲା କାରଣ ସରକାରଙ୍କ ସମସ୍ତ ନିନ୍ଦାକୁ ରୋକିବା ଏବଂ ଦଣ୍ଡିତ କରିବା ଏହାର ଲକ୍ଷ୍ୟ ଥିଲା ।
ଲକ୍ ୧୬୯୫ମସିହାରେ ଲାଇସେନ୍ସ ଆଇନ ରଦ୍ଦ କରିବାରେ ଯୋଗଦାନ କରିଥିଲେ, ଯେଉଁଥିରେ ପ୍ରେସକୁ କୌଣସି ଲାଇସେନ୍ସର ଆବଶ୍ୟକତା ନଥିଲା । ତଥାପି ଅଷ୍ଟାଦଶ ଶତାବ୍ଦୀରେ ଜନ୍ ହର୍ନେ ଟେକେ ଏବଂ ଜନ୍ ୱିଲ୍କେସ୍ଙ୍କ ନେତୃତ୍ୱରେ 'ସୋସାଇଟି ଅଫ୍ ଦି ବିଲ୍ ଅଫ୍ ରାଇଟ୍ସ' ସଂସଦୀୟ ବିତର୍କ ପ୍ରକାଶ ପାଇଁ ଏକ ଅଭିଯାନ ଆୟୋଜନ କରିବା ପର୍ଯ୍ୟନ୍ତ କିଛି ଅପମାନର ପ୍ରୟୋଗ କରାଯାଇଥିଲା। ଏହା ୧୭୭୦ ମସିହାରେ ଆଲମନ, ମିଲର ଏବଂ ଉଡଫଲଙ୍କ ମାମଲାରେ କ୍ରାଉନର ତିନୋଟି ପରାଜୟରେ ପରିଣତ ହୋଇଥିଲା, ଯେଉଁମାନେ ସମସ୍ତେ ଜୁନିୟସ୍ଙ୍କ ଏକ ଚିଠି ପ୍ରକାଶ କରିଥିଲେ ଏବଂ ୧୭୭୧ରେ ଜନ୍ ହ୍ୱେବଲଙ୍କୁ ଅସଫଳ ଗିରଫ କରିଥିଲେ । ତା'ପରେ ମୁକୁଟ ଅପମାନ ପ୍ରୟୋଗରେ ଅଧିକ ଯତ୍ନବାନ ହୋଇଥିଲେ; ଉଦାହରଣ ସ୍ୱରୂପ, ପିଟରଲୁ ଗଣହତ୍ୟା ପରେ, ବର୍ଡେଟଦୋଷୀ ସାବ୍ୟସ୍ତ ହୋଇଥିଲେ, ଅପରପକ୍ଷେ, ଜୁନିୟସ୍ ମାମଲା ସରକାରଙ୍କ ଅଣ-ମାରାତ୍ମକ ଆଚରଣ ଏବଂ ନୀତି ବିଷୟରେ ଏକ ବ୍ୟଙ୍ଗ ଏବଂ କଟାକ୍ଷ ଉପରେ ଥିଲା ।ବ୍ରିଟେନର ଆମେରିକୀୟ ଉପନିବେଶରେ, ପ୍ରଥମ ସମ୍ପାଦକମାନେ ସ୍ଥାନୀୟ ଗଭର୍ଣ୍ଣରଙ୍କୁ ସମାଲୋଚନା କରିବା ବେଳେ ସେମାନଙ୍କ ପାଠକମାନେ ଏହାକୁ ଉପଭୋଗ କରିଥିଲେ; ରାଜ୍ୟପାଳମାନେ ଜାଣିବାକୁ ପାଇଲେ ଯେ ସେମାନେ ଖବରକାଗଜ ବନ୍ଦ କରିପାରିବେ। ସବୁଠାରୁ ନାଟକୀୟ ସଂଘର୍ଷ ୧୭୩୪ ମସିହାରେ ନ୍ୟୁୟର୍କରେ ହୋଇଥିଲା, ଯେଉଁଠାରେ ଗଭର୍ଣ୍ଣର ଜନ୍ ପିଟର ଜେଙ୍ଗରଙ୍କୁ ବ୍ୟଙ୍ଗାତ୍ମକ ଆକ୍ରମଣ ପ୍ରକାଶ ିତ ହେବା ପରେ ଅପରାଧିକ ଅପମାନ ପାଇଁ ବିଚାର ପାଇଁ ଆଣିଥିଲେ । ପ୍ରତିପକ୍ଷ ଓକିଲମାନେ ଯୁକ୍ତି ବାଢ଼ିଥିଲେ ଯେ ଇଂରାଜୀ ସାଧାରଣ ଆଇନ ଅନୁଯାୟୀ, ସତ୍ୟ ହେଉଛି ଅପମାନ ବିରୋଧରେ ଏକ ବୈଧ ପ୍ରତିରକ୍ଷା। ପ୍ରେସର ସ୍ୱାଧୀନତା ପାଇଁ ପ୍ରସିଦ୍ଧ ଆମେରିକୀୟ ହିରୋ ପାଲଟିଥିବା ଜେଙ୍ଗରଙ୍କୁ ଜୁରି ଦୋଷମୁକ୍ତ କରିଛନ୍ତି। ଫଳରେ ଗଣମାଧ୍ୟମ ଓ ସରକାରଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ୧୭୬୦ ଦଶକର ମଧ୍ୟଭାଗ ବେଳକୁ ୧୩ଟି ଉପନିବେଶରେ ୨୪ଟି ସାପ୍ତାହିକ ଖବରକାଗଜ ଥିଲା ଏବଂ ଆମେରିକୀୟ ଖବରକାଗଜଗୁଡ଼ିକରେ ସରକାରଙ୍କ ଉପରେ ବ୍ୟଙ୍ଗାତ୍ମକ ଆକ୍ରମଣ ସାଧାରଣ ବୈଶିଷ୍ଟ୍ୟ ପାଲଟିଥିଲା ।ଭିକ୍ଟୋରିଆ ଯୁଗରେ ଗଣମାଧ୍ୟମ ପୂର୍ବ ଅପେକ୍ଷା ଅଧିକ ପ୍ରଭାବଶାଳୀ ହୋଇଥିଲା, ଯାହା କିଛି ପାଠକଙ୍କୁ ନିରାଶ କରିଥିଲା । ଥୋମାସ କାର୍ଲାଇଲ ତାଙ୍କ ପ୍ରବନ୍ଧ "ଟାଇମ୍ସର ସଙ୍କେତ" (୧୮୨୯)ରେ କହିଥିଲେ ଯେ ଇଂଲଣ୍ଡର ପ୍ରକୃତ ଚର୍ଚ୍ଚ, ଏହି ମୁହୂର୍ତ୍ତରେ ଏହାର ଖବରକାଗଜର ସମ୍ପାଦକମାନଙ୍କ ମଧ୍ୟରେ ରହିଛି । ଏମାନେ ପ୍ରତିଦିନ, ସାପ୍ତାହିକ ଭାବେ ଲୋକଙ୍କୁ ଉପଦେଶ ଦିଅନ୍ତି; ନିଜେ ରାଜାମାନଙ୍କୁ ଚେତାବନୀ ଦେଉଛନ୍ତି; ଶାନ୍ତି କିମ୍ବା ଯୁଦ୍ଧ ପାଇଁ ପରାମର୍ଶ ଦେବା, ଏପରି ଏକ ଅଧିକାର ସହିତ ଯାହା କେବଳ ପ୍ରଥମ ସଂସ୍କାରକ ଏବଂ ପୋପମାନଙ୍କର ଏକ ଦୀର୍ଘ-ଅତୀତର ଶ୍ରେଣୀର ଅଧିକାରୀ ଥିଲେ "। ସେହିଭଳି ଚାର୍ଲସ ଡିକେନ୍ସ ତାଙ୍କ ପିକ୍ୱିକ୍ ପେପର୍ସ (୧୮୩୭)ରେ ଖବରକାଗଜଗୁଡ଼ିକୁ କେବଳ ୱିଗ୍ସ କିମ୍ବା ଟୋରିମାନଙ୍କର "ମନୋନୀତ ଅଙ୍ଗ ଏବଂ ପ୍ରତିନିଧି" ଭାବରେ ବର୍ଣ୍ଣନା କରିଥିଲେ ଏବଂ ସେମାନେ ପକ୍ଷଗୁଡ଼ିକର କାର୍ଯ୍ୟକଳାପ ପାଇଁ "ମୂଳତଃ ଏବଂ ଅନିର୍ଦ୍ଦିଷ୍ଟ ଭାବରେ ଆବଶ୍ୟକ" ଥିଲେ । ଯଦି ସମଗ୍ର ମାନବ ଜାତି ଗୋଟିଏ ମତର ହୋଇଥାଆନ୍ତା, ଏବଂ କେବଳ ଜଣେ ବ୍ୟକ୍ତି ବିପରୀତ ମତର ହୁଅନ୍ତି, ତେବେ ମାନବଜାତି ସେହି ବ୍ୟକ୍ତିଙ୍କୁ ଚୁପ୍ କରାଇବାରେ ଅଧିକ ଯୁକ୍ତିଯୁକ୍ତ ହୋଇନଥାନ୍ତା, ଯଦି ତାଙ୍କ ପାଖରେ କ୍ଷମତା ଥାଆନ୍ତା, ତେବେ ସେ ମାନବ ଜାତିକୁ ଚୁପ୍ କରାଇବାରେ ଯଥାର୍ଥ ହୋଇଥାନ୍ତେ।
ସେପ୍ଟେମ୍ବର ୪, ୧୭୭୦ରୁ ଅକ୍ଟୋବର ୭, ୧୭୭୧ ମଧ୍ୟରେ ଡେନମାର୍କ-ନରୱେ ରାଜ୍ୟ ୟୁରୋପର ଯେକୌଣସି ଦେଶର ସବୁଠାରୁ ଅବାଧ ପ୍ରେସ ସ୍ୱାଧୀନତା ପାଇଥିଲା । ଏହା ଜୋହାନ ଫ୍ରେଡ୍ରିକ୍ ଷ୍ଟ୍ରୁଏନସିଙ୍କ ଶାସନ କାଳରେ ଘଟିଥିଲା, ଯାହାର ଦ୍ୱିତୀୟ କାର୍ଯ୍ୟ ଥିଲା ପୁରୁଣା ସେନ୍ସରସିପ୍ ଆଇନକୁ ଉଚ୍ଛେଦ କରିବା । ତେବେ ସ୍ଟ୍ରୁନ୍ସିଙ୍କ ନିଜ ଶାସନ ପ୍ରତି ସମାଲୋଚନା ମୂଳକ ଏବଂ ଅଧିକାଂଶ ସମୟରେ ଅପମାନଜନକ ବହୁ ସଂଖ୍ୟାରେ ବେନାମୀ ପମ୍ଫଲେଟ୍ ପ୍ରକାଶିତ ହୋଇଥିବାରୁ ସେ ବର୍ଷକ ପରେ, ଅକ୍ଟୋବର ୭, ୧୭୭୧ରେ ପ୍ରେସ୍ ସ୍ୱାଧୀନତା ସମ୍ପର୍କରେ କିଛି ପ୍ରତିବନ୍ଧକ ପୁନଃସ୍ଥାପନ କରିଥିଲେ। ଏଠାରେ ପୁନଃ ଉଲ୍ଲେଖଯୋଗ୍ୟ ଯେ ସ୍ୱାଧୀନତା ହେଉଛି ମୌଳିକ ନୀତି ଯେ ମୁଦ୍ରିତ ଏବଂ ବୈଦ୍ୟୁତିକ ଗଣମାଧ୍ୟମ ବା ଦୃଶ୍ୟ -ଶ୍ରାବ୍ୟ ଗଣମାଧ୍ୟମ ଅର୍ଥାତ୍ ଇଲେକ୍ଟ୍ରୋନିକ୍ ମିଡିଆ, ବିଶେଷକରି ପ୍ରକାଶିତ ସାମଗ୍ରୀ ସମେତ ବିଭିନ୍ନ ଗଣମାଧ୍ୟମ ମାଧ୍ୟମରେ ଯୋଗାଯୋଗ ଏବଂ ଅଭିବ୍ୟକ୍ତିକୁ ମୁକ୍ତ ଭାବରେ ବ୍ୟବହାର କରିବାର ଅଧିକାର ଭାବରେ ବିବେଚନା କରାଯିବା ଉଚିତ୍ । ଏଭଳି ସ୍ୱାଧୀନତାର ଅର୍ଥ ହେଉଛି ଅତ୍ୟଧିକ ପଛୁଆ ରାଜ୍ୟରୁ ହସ୍ତକ୍ଷେପ ନ ହେବା; ସମ୍ବିଧାନ କିମ୍ବା ଅନ୍ୟାନ୍ୟ ଆଇନଗତ ସୁରକ୍ଷା ଏବଂ ନିରାପତ୍ତା ମାଧ୍ୟମରେ ଏହାର ସଂରକ୍ଷଣ ଦାବି କରାଯାଇପାରେ । ଏହା ବିକୁଆ ବା ପେଡ୍ ପ୍ରେସର ବିରୋଧୀ, ଯେଉଁଠାରେ ସମ୍ପ୍ରଦାୟ, ପୋଲିସ ସଂଗଠନ ଏବଂ ସରକାରଙ୍କୁ ସେମାନଙ୍କର କପିରାଇଟ୍ ପାଇଁ ଦେୟ ପ୍ରଦାନ କରାଯାଏ ।
ସରକାରୀ ସୂଚନାକୁ ସମ୍ମାନ ନଦେଇ, କୌଣସି ସରକାର କେଉଁ ସାମଗ୍ରୀ ସାର୍ବଜନୀନ କିମ୍ବା ଜନସାଧାରଣଙ୍କ ନିକଟରେ ପ୍ରକାଶ କରିବାରୁ ସୁରକ୍ଷିତ ତାହା ପୃଥକ କରିପାରିବେ । ଦୁଇଟି କାରଣ ମଧ୍ୟରୁ ଗୋଟିଏ କାରଣରୁ ରାଜ୍ୟ ସାମଗ୍ରୀ ସୁରକ୍ଷିତ: ସୂଚନାକୁ ସମ୍ବେଦନଶୀଳ, ଶ୍ରେଣୀଭୁକ୍ତ କିମ୍ବା ଗୁପ୍ତ ଭାବରେ ବର୍ଗୀକରଣ କରିବା କିମ୍ବା ଜାତୀୟ ସ୍ୱାର୍ଥରକ୍ଷା ପାଇଁ ସୂଚନାର ପ୍ରାସଙ୍ଗିକତା। ଅନେକ ସରକାର "ସୂର୍ଯ୍ୟକିରଣ ଆଇନ" କିମ୍ବା ସୂଚନା ସ୍ୱାଧୀନତା ଆଇନ ଅଧୀନରେ ଅଛନ୍ତି ଯାହା ଜାତୀୟ ସ୍ୱାର୍ଥର ପରିସରକୁ ନିର୍ଦ୍ଧାରଣ କରେ ଏବଂ ନାଗରିକମାନଙ୍କୁ ସରକାରଙ୍କଦ୍ୱାରା ପରିଚାଳିତ ସୂଚନା ପାଇବାକୁ ଅନୁରୋଧ କରିବାକୁ ସକ୍ଷମ କରେ । ଜାତିସଂଘର ୧୯୪୮ର ସାର୍ବଜନୀନ ମାନବାଧିକାର ଘୋଷଣାନାମାରେ କୁହାଯାଇଛି: "ସମସ୍ତଙ୍କର ମତ ଓ ଅଭିବ୍ୟକ୍ତିର ସ୍ୱାଧୀନତା ଅଧିକାର ଅଛି; ଏହି ଅଧିକାରରେ ବିନା ହସ୍ତକ୍ଷେପରେ ମତାମତ ରଖିବାର ସ୍ୱାଧୀନତା ଅନ୍ତର୍ଭୁକ୍ତ, ଏବଂ ସୀମା ନିର୍ବିଶେଷରେ ଯେକୌଣସି ଗଣମାଧ୍ୟମ ମାଧ୍ୟମରେ ସୂଚନା ଏବଂ ଧାରଣା ଖୋଜିବା, ଗ୍ରହଣ କରିବା ଏବଂ ପ୍ରଦାନ କରିବାର ସ୍ୱାଧୀନତା ଅନ୍ତର୍ଭୁକ୍ତ । ଗଣମାଧ୍ୟମର ସ୍ବାଧୀନତା ବା ପ୍ରେସର ସ୍ୱାଧୀନତାକୁ ସରକାର କିମ୍ବା ଧାର୍ମିକ ଅନୁଷ୍ଠାନ ପରି ବାହ୍ୟ ସଂସ୍ଥାର ହସ୍ତକ୍ଷେପ ଅଭାବ ଭାବରେ ବିବେଚନା କରାଯାଏ ନାହିଁ, ବରଂ ଲେଖକମାନଙ୍କ ପାଇଁ ସେମାନଙ୍କ ରଚନାକୁ ଅନ୍ୟ ଲୋକଙ୍କଦ୍ୱାରା ପ୍ରକାଶିତ କରିବାର ଅଧିକାର ଭାବରେ ବିବେଚନା କରାଯାଏ । ବିଂଶ ଶତାବ୍ଦୀର ଆମେରିକୀୟ ସାମ୍ବାଦିକ ଏ.ଜେ.ଲିବ୍ଲିଙ୍ଗ୍ ଏହି ଧାରଣାକୁ ପ୍ରସିଦ୍ଧ ଭାବରେ ସଂକ୍ଷିପ୍ତ ଭାବରେ ବର୍ଣ୍ଣନା କରି ଲେଖିଥିଲେ, "ପ୍ରେସର ସ୍ୱାଧୀନତା କେବଳ ସେମାନଙ୍କୁ ହିଁ ସୁନିଶ୍ଚିତ କରାଯାଏ"। ପ୍ରେସର ସ୍ୱାଧୀନତା ମୁଦ୍ରକ କିମ୍ବା ପ୍ରକାଶକଙ୍କୁ ପ୍ରକାଶକ ଯାହା ପ୍ରକାଶ କରିବାକୁ ପସନ୍ଦ କରନ୍ତି ତାହା ଉପରେ ସ୍ୱତନ୍ତ୍ର ନିୟନ୍ତ୍ରଣ ଦେଇଥାଏ, ଯେଉଁଥିରେ କୌଣସି କାରଣରୁ କୌଣସି ଜିନିଷ ଛାପିବାକୁ ମନା କରିବାର ଅଧିକାର ଅନ୍ତର୍ଭୁକ୍ତ । ଯଦି ଲେଖକ କୌଣସି ପ୍ରକାଶକଙ୍କ ସହ ସ୍ୱେଚ୍ଛାକୃତ ରାଜିନାମା କରି ଲେଖକଙ୍କ କୃତି ରଚନା କରିପାରିବେ ନାହିଁ, ତେବେ ଲେଖକଙ୍କୁ ଆତ୍ମ ପ୍ରକାଶନ ଆଡକୁ ମୁହାଁଇବାକୁ ପଡିବ । ଆଧୁନିକ ବୈଷୟିକ ଅଗ୍ରଗତିର ବଢୁଥିବା ଗତି ଦ୍ୱାରା ସୂଚନା ପ୍ରଦାନର ଅନେକ ପାରମ୍ପରିକ ମାଧ୍ୟମ ଧୀରେ ଧୀରେ ଉଚ୍ଛେଦ ହେଉଛି । ଗଣମାଧ୍ୟମ ଏବଂ ସୂଚନା ପ୍ରସାରଣର ପ୍ରାୟ ପ୍ରତ୍ୟେକ ପାରମ୍ପରିକ ପଦ୍ଧତିରେ ଏକ ଆଧୁନିକ ସମକକ୍ଷ ଅଛି ଯାହା ସେମାନଙ୍କ ବାକ୍ ସ୍ୱାଧୀନତା ବଜାୟ ରଖିବା ଏବଂ ବୃଦ୍ଧି କରିବାକୁ ଚାହୁଁଥିବା ସାମ୍ବାଦିକ ମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ସମ୍ଭାବ୍ୟ ଲାଭ ପ୍ରଦାନ କରେ ଏହା ସତ୍ୟ ମାତ୍ର ମାତ୍ର ବିଡ଼ମ୍ବନାର ବିଷୟ ହେଉଛି ଭାରତ ଭଳି ସର୍ବବୃହତ୍ ଗଣତନ୍ତ୍ରରେ ଦିନକୁ ଦିନ ବିପନ୍ନ ହେବାରେ ଲାଗିଛି ଗଣମାଧ୍ୟମର ସ୍ୱାଧୀନତା। ଆମେ ଏଠାରେ ଗତ ୨୦୨୩ , ମେ ମାସ ୩ ତାରିଖରେ ପ୍ରକାଶିତ ସୂଚାକାଙ୍କ କୁହେ ଯେ ୧୮୦ଟି ଦେଶ ମଧ୍ୟରେ ଭାରତ ରହିଛି ୧୬୧ ତମ ସ୍ଥାନରେ। ୨୦୨୧ରେ ୧୪୨ ତମ ସ୍ଥାନରେ ଥିବା ଭାରତ ୨୦୨୨ରେ ୮ଟି ସ୍ଥାନ ତଳକୁ ଖସି ପହଞ୍ଚିଥିଲା ୧୫୦ ତମ ସ୍ଥାନରେ। ଏଥର ଆଉ ୧୧ଟି ସ୍ଥାନ ତଳକୁ ଖସି ପ୍ରମାଣକଲା ଯେ ସ୍ବାଧୀନ ଭାବରେ କାମ କରିବାକୁ ଚାହୁଁଥିବା ସାମ୍ବାଦିକଙ୍କ ପାଇଁ ଭାରତ ଏବେ ପୃଥିବୀର ସବୁଠାରୁ ବିପଜ୍ଜନକ ରାଷ୍ଟ୍ର ମଧ୍ୟରେ ଅନ୍ୟତମ।ଆଧୁନିକ ମଣିଷ ଯେ ଖବରଭୋକୀ , ଏଥିରେ ସାମାନ୍ୟତମ ସନ୍ଦେହ ନାହିଁ , ଅତଏବ ଖବର ତା’ର ଏକ ଜରୁରୀ ଆବଶ୍ୟକତା। ସକାଳେ ବିଛଣା ଛାଡ଼ିବା ମାତ୍ରେ ସେ ଖୋଜେ ଖବର। ଖାଦ୍ୟ,ବସ୍ତ୍ର ଓ ବାସ ପରି ଖବର ପାଲଟିଯାଇଛି ତା’ ଜୀବନର ଏକ ଅବିଚ୍ଛିନ୍ନ ଅଙ୍ଗ। ଆବଶ୍ୟକତାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଗଣମାଧ୍ୟମ ଜାରି ରଖୁଛି ୨୪ ଘଣ୍ଟିଆ ଖବର ପ୍ରସାରଣ। ଆଗେ ଗଣମାଧ୍ୟମ କହିଲେ ଲୋକେ ବୁଝୁଥିଲେ ସମ୍ବାଦପତ୍ର। ଏବେ ତା’ର ସ୍ଥାନ ନେଇଛି ବୈଦ୍ୟୁତିକ ଗଣମାଧ୍ୟମ , ସାମାଜିକ ଗଣମାଧ୍ୟମ,ଐନ୍ଦ୍ରଜାଲିକ ଗଣମାଧ୍ୟମ । ବିଜୁଳି ବେଗରେଆଜି ଖବର ଗତି କରୁଛି ଏବଂ ମୁହୂର୍ତ୍ତକେ ପରିକ୍ରମା କରୁଛି ସାରା ବିଶ୍ବ। ଗଣମାଧ୍ୟମକୁ ଆଶ୍ରାକରି ଦେଶ ବିଦେଶରେ ବେପାର ବଣିଜ ଚାଲୁଛି ଏବଂ ଆଗପଛ ହେଉଛି ବିଶ୍ବ ଅର୍ଥନୀତି। କେବଳ ଅର୍ଥନୀତି ନୁହେଁ, ଖବର ସାହାଯ୍ୟରେ ଶାସନ ଚାଲୁଛି ଓ ସୃଷ୍ଟି ହେଉଛି ଜନମତ। ଗଣମାଧ୍ୟମ କାହାକୁ କେତେବେଳେ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚାଇଦେଉଛି ତ କାହା ଧଳା ପୋଷାକରେ ଲଗାଇ ଦେଉଛି ଅପବାଦର କଳାଛିଟା। ସତରେ ବଡ଼ ବଳବାନ୍ ଏ ଗଣମାଧ୍ୟମ। କିନ୍ତୁ ଗଣମାଧ୍ୟମ ଆହୁରି ବଳବାନ୍ ଗଣମାଧ୍ୟମକୁ ଅକ୍ତିଆରକରି ରଖିଥିବା ରାଜନେତା ବା କର୍ପୋରେଟ ସଂସ୍ଥାଗୁଡ଼ିକ ।ଏମାନେ ମିଶାଣ ଫେଡ଼ାଣ କରି ଗଣତନ୍ତ୍ରର ଗଣିତ କଷନ୍ତି ଏବଂ ସରକାରଙ୍କୁ ଖୁସି କରିବା ପାଇଁ ବିନା ମେଘରେ ସୃଷ୍ଟି କରିପାରନ୍ତି ବଜ୍ରପାତ। ବିଗତ ସମୟରେ ସତ୍ୟ ଓ ନିରପେକ୍ଷତା ଥିଲା ସାମ୍ବାଦିକତାର ଧର୍ମ । ବିଶ୍ବସନୀୟତା ଥିଲା ତା’ର ଅସଲ ପୁଞ୍ଜି। ଏକ ବୈଚାରିକ ସିଦ୍ଧାନ୍ତ ଉପରେ ପ୍ରତିଷ୍ଠିତ ଗଣମାଧ୍ୟମକୁ କୌଣସି ପରିସ୍ଥିତିରେ କକ୍ଷ୍ୟଚ୍ୟୁତ କରିପାରୁ ନ ଥିଲା ନେତୃତ୍ୱର ପ୍ରଭାବ ଓ ପ୍ରଲୋଭନ। ସେଥିପାଇଁ ଆମେ ଶତାଧିକ ଥର କହି ଓ ଲେଖି ଆସିଛୁ ଯେ ସାମ୍ବାଦିକତା କୌଣସି ସମୟରେ ଏକ ବୃତ୍ତି ନୁହେଁ, ଏକ ବ୍ରତ, ସାମ୍ବାଦିକତା ଏକ ଧନ୍ଦା ନୁହେଁ , ଏକ ଧର୍ମ । କୌଣସି ବିଜ୍ଞାପନର ସଂଗ୍ରାହକ ନୁହେଁ , ଏକ ବିଚାରଧାରା । ଅତଏବ ବିଗତ ସମୟରେ ଏଭଳି ସତ୍ୟନିଷ୍ଠ ସାମ୍ବାଦିକତାର କଣ୍ଠରୋଧ ପାଇଁ କ୍ଷମତାତନ୍ତ୍ର ପକ୍ଷରୁ ପ୍ରୟାସ ଯେ ହୋଇନାହିଁ ତା’ ନୁହେଁ, ମାତ୍ର ଏଥିରେ ଦବିଯିବା ପରିବର୍ତ୍ତେ ନେତୃତ୍ୱର ଗଣବିରୋଧୀ ଆଭିମୁଖ୍ୟ ବିରୋଧରେ ଅଧିକ ଶାଣିତ ହୋଇଉଠିଥିଲା ଗଣମାଧ୍ୟମର ସ୍ବର। ଏହି ନିର୍ଭୀକତା ଓ ସତ୍ୟଶୀଳତା ପାଇଁ ଜାତୀୟତା ଓ ସାମ୍ବାଦିକତା ଏକାର୍ଥବାଚକ ଶବ୍ଦ ପରି ଲାଗୁଥିଲା ଏବଂ ସାମ୍ବାଦିକତା ମଧ୍ୟ ଥିଲା କେତେକ ସମଧର୍ମା ବନ୍ଧୁଙ୍କ ପାଇଁ ଏକ ସମ୍ମାନଜନକ ବୃତ୍ତି।ସର୍ବୋଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ତଥା ପ୍ରେସ୍ କାଉନସିଲର ଅଧ୍ୟକ୍ଷ ଜଷ୍ଟିସ୍ ଚନ୍ଦ୍ରମୋଳିଙ୍କ ମତରେ ତାକୁ ହିଁ ଗଣମାଧ୍ୟମ କୁହାଯାଏ, ଯିଏ ଖବର ସଂଗ୍ରହକରେ, ପରଖେ, ପରିବେଷଣ କରେ ଏବଂ ନିଜେ ଉତ୍ତରଦାୟୀ ରହେ ତା’ର ସତ୍ୟତା ପାଖରେ। ବିଶିଷ୍ଟ ସାମ୍ବାଦିକ ପ୍ରଭୁ ଚାୱାଲଙ୍କ ମତରେ ‘ଖବର ସେତେବେଳେ ପ୍ରଭାବଶାଳୀ ହୁଏ, ଯେତେବେଳେ ସେ ସତ୍ୟ ଓ ନିରପେକ୍ଷତାକୁ ଜାବୁଡ଼ିଧରେ ଶିଶୁଟିଏ ତା’ ମା’ର ବକ୍ଷକୁ ଜାବୁଡ଼ି ଧରିଲା ପରି। ମାତ୍ର ଗଣମାଧ୍ୟମ ଯେଉଁଠି କ୍ଷମତା ପାଖରେ ମୁଣ୍ଡ ବିକିଦିଏ ବା ଅପରାଧୀ ହାତର ଖେଳଣା ହୋଇଯାଏ, ସେଠାରେ ସେ ଆଉ ଗଣଚେତନାର ନିୟାମକ ହୋଇ ରହେନି କି ତା’ ପାଇଁ କୌଣସି ମୂଲ୍ୟ ବହନ କରେନି ସାମ୍ବାଦିକତାର ନୀତି ଓ ଆଦର୍ଶ , ଜନମତର ଅଂଶ ହେବା ପରିବର୍ତ୍ତେ ସେ ହୋଇଯାଏ କ୍ଷମତାତନ୍ତ୍ରର ଅଙ୍ଗ।ଏହି କାରଣରୁ ଦେଶର ଅଳ୍ପ କେତୋଟି ଗଣମାଧ୍ୟମକୁ ଛାଡ଼ିଦେଲେ ବାକିସବୁ ଏବେ ଆଜ୍ଞାଧୀନ। ଲାଭକ୍ଷତିର ହିସାବ ନିକାଶ ଭିତରେ ପ୍ରତି ମୁହୂର୍ତ୍ତରେ ବଳିପଡୁଛି ସତ୍ୟ ଓ ନିରପେକ୍ଷତା। ନକଲି ଖବରର ନିର୍ଲଜ ବେପାର ପାଇଁ ଆବଶ୍ୟକ ହେଉଛି ପ୍ରାୟୋଜିତ ଘଟଣା ଅର୍ଥାତ୍ ଲୋକେ କ’ଣ ଜାଣିବେ ସେକଥା ସ୍ଥିର କରାଯାଉଛି ନିର୍ଦ୍ଦିଷ୍ଟ ବିଚାରଧାରା ଆଧାରରେ। ଗଣମାଧ୍ୟମର ଏହି ଗଣବିରୋଧୀ ଆଭିମୁଖ୍ୟକୁ ଲକ୍ଷ୍ୟକରି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ କ୍ଷୋଭର ସହ କହିଥିଲେ,"ସାମ୍ବାଦିକତା ଜଗତ ପାଇଁ ଏବେ ଏକ ଆତଙ୍କ ହୋଇ ଉଭା ହୋଇଛି ନକଲି ଖବର। ବାସ୍ତବରେ ଲୋକଙ୍କୁ ଏଠି ଭୁଆଁ ବୁଲେଇବା ପାଇଁ ତିଆରି ହେଉଛି ଗୋଟେ ପରେ ଗୋଟେ ମନଗଢ଼ା କାହାଣୀ ଓ ପରିସଂଖ୍ୟାନ ଭେଳିକି"। ଏହି କାରଣରୁ ବେଳେବେଳେ ଭିନ୍ନ ଭିନ୍ନ ଗଣମାଧ୍ୟମ ସଂସ୍ଥା ଦ୍ବାରା ପ୍ରକାଶିତ ଘଟଣାର ବିବରଣୀ ଓ ପରିସଂଖ୍ୟାନରେ ରହୁନି ତାଳମେଳ। ବିଚରା ସାଧାରଣ ଲୋକଟି ବୁଝି ପାରୁନାହିଁ କିଏ ସତ ଓ କିଏ ମିଛ। କେଉଁଟା ତା’ ପାଇଁ ଖବର ଓ କେଉଁଟା ଅଖବର। ଆଗେ କ୍ଷମତାକୁ ବିରୋଧ କରିବା ଥିଲା ସାମ୍ବାଦିକତାର ମୌଳିକ ଧର୍ମ। ଏବେ କର୍ପୋରେଟ ପରିଚାଳିତ ଗଣମାଧ୍ୟମ ସଂସ୍ଥାରେ ସ୍ତାବକତାକୁ ମାନଦଣ୍ଡ କରି ମପାଯାଉଛି ସାମ୍ବାଦିକର ଦକ୍ଷତା। ଗଣମାଧ୍ୟମର କର୍ତ୍ତବ୍ୟ ହେଲା ସମସ୍ତଙ୍କୁ ଖବର ଦେବା ଓ ସମସ୍ତଙ୍କଠାରୁ ଖବର ନେବା। ମାତ୍ର ନିଜସ୍ବ ବିଚାରଧାରା ସହିତ ଖବରକୁ ମିଶ୍ରଣକରି ପରିବେଷଣ କରିବା ଗଣତନ୍ତ୍ର ପାଇଁ ଖୁବ୍ ବିପଜ୍ଜନକ। ସେହି ନିନ୍ଦନୀୟ ଅଭ୍ୟାସ ପାଇଁ ଆହତ ହେଉଛି ଖବରର ସତ୍ୟତା। ବିଚରା ସାମ୍ବାଦିକ ଏଠି ନିମିତ୍ତ ମାତ୍ର।ସେ ସତ୍ୟର ପକ୍ଷ ନେଇ ଠିଆହୋଇପାରୁନି କି ଚାହିଁଲେ ଉଠେଇପାରୁନି ଆର୍ଥିକ ଅସମତା, ବେକାରି, ଆକାଶଛୁଆଁ ଦରଦାମ, ଧାର୍ମିକ ଓ ଜାତିଆଣ ହିଂସା, କୃଷି ସଙ୍କଟ, ପରିବେଶ ଦୋହନ ଓ କର୍ପୋରେଟ ଶୋଷଣ ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ସର୍ବୋଚ୍ଚ ନ୍ୟାଯାଳୟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ରମନାଙ୍କ ମନ୍ତବ୍ୟ ଅନୁସାରେ ‘ସାମ୍ବାଦିକମାନଙ୍କ ଆତ୍ମସମ୍ମାନର ଅଖଣ୍ଡତା ଆଜି ଅଗ୍ନିପରୀକ୍ଷାର ସମ୍ମୁଖୀନ’।ସତ୍ୟନିଷ୍ଠ ସାମ୍ବାଦିକତା ସହିତ ସ୍ବାଧୀନତାର ପ୍ରଶ୍ନ ଓତପ୍ରୋତ ଭାବେ ଜଡ଼ିତ। ମାତ୍ର ସତ୍ୟନିଷ୍ଠ ସାମ୍ବାଦିକତା ବିରୋଧରେ ଦିନକୁ ଦିନ ବଢୁଛି ରାଜନୈତିକ ଆକ୍ରୋଶ। ଅନ୍ୟାୟ ଅନୀତି ବିରୋଧରେ ସ୍ବର ଉତ୍ତୋଳନକରି ଅତୀତରେ ଜୀବନ ଦେଇଛନ୍ତି ଅନେକ ସାମ୍ବାଦିକ। ଆଜି ବି ସେମିତି ଉତ୍ସର୍ଗୀକୃତ ସାମ୍ବାଦିକ ଅଛନ୍ତି, ମାତ୍ର ସେମାନଙ୍କ ହାତରୁ କଲମ ଛଡ଼େଇନେବା ପାଇଁ ଅହରହ ତିଆରି ଚାଲିଛି କୌଶଳପୂର୍ଣ୍ଣ ଚକ୍ରାନ୍ତ। ନିଜ ଭିତରେ ଉଦାହରଣ ଦେଖୁଥିବା ସମୟରେ ଗଣମାଧ୍ୟମ ସ୍ବାଧୀନତା ଦିବସ ଅବସରରେ ସମଧର୍ମା ନିର୍ଯାତିତ ବନ୍ଧୁ ବର୍ଗଙ୍କୁ ଅଭିନନ୍ଦନ ଜଣାଇବା ସଙ୍ଗେ ସଙ୍ଗେ ସକଳ ସୁମନାସ କାମନା କରୁଛୁ ।
ଦଧିଭଦ୍ରା
ଦଧିଭଦ୍ରା
----------
ପୁରାଣ ପ୍ରସିଦ୍ଧ ପବିତ୍ର "ଦୟାନଦୀ" ମୃତ ଘୋଷିତ । "ଦଧିଚି"ମୁନିଙ୍କ ନାମାନୁସାରେ "ଦଧିଭଦ୍ରା"ଏବଂ ଏହା ଅପଭ୍ରଂଶ ହୋଇ ଲୋକମୁଖରେ ଦୟା । କବିବର ରାଧାନାଥ ରାୟଙ୍କ ଭାଷାରେ - "ଦୟାବର ଧୀର ମୁନୀନ୍ଦ୍ର ଦଧୀଚି ଅଭିଷେକ ଫଳେ ପୂତ ଯା'ର ବୀଚି " ।ପ୍ରଥମ ଶତାବ୍ଦୀରେ "ପେରିପ୍ଲସ"ରେ ଏହାର ବିଶାଳ ଅବୟବ ବର୍ଣ୍ଣନା କରାଯାଇଛି । ଯଦି କଳିଙ୍ଗ ଯୁଦ୍ଧ ସତ୍ୟ, ତେବେ ଏହାର କୂଳରେ ୨୨୮୪ ବର୍ଷ ତଳେ କଳିଙ୍ଗ ଯୁଦ୍ଧ ହୋଇଥିଲା । ଅଢେଇ ହଜାର ବର୍ଷ ତଳେ ଏକ ବଡ଼ ପାଣି ଜାହାଜ କାରଖାନା ଏହା କୂଳରେ ଥିଲା ସେଠାରେ "ନନ୍ଦିତା","ରାଜପୁରା", "ଲାଜୁଆ","ଚତୁରା" ଜଳ ଜାହାଜ ତିଆରି ହେଉଥିଲା । ସମଗ୍ର ବିଶ୍ଵରେ ଓଡ଼ିଆ ମାନେ ହିଁ ଥିଲେ ପ୍ରଥମ ନୌ- ବାଣିଜ୍ୟ ସଂସ୍କୃତିର ଜାତି । ଆଜି ଦୟା ମୃତ ଏବଂ ପ୍ରଥମ ବଣିକ ଜାତିର ଦାୟାଦ ନଅ କୋଟି ( ୬ କୋଟି ଓଡ଼ିଶାରେ +ତିନି କୋଟି ବିଚ୍ଛିନ୍ନାଞ୍ଚଳ, ଯଥା ଷଢେ଼ଇକଳା, ଖରସୁଆଁ ଆଦି ଝାଡ଼ଖଣ୍ଡରେ + ଛତିଶଗଡ଼ର ରାୟପୁର ଆଦି ଅଞ୍ଚଳ+ ବିଜୟ ନଗର, ଆଜିର ବିଶାଖାପାଟଣା ପର୍ଯ୍ୟନ୍ତ) ଉପଭୋକ୍ତା ଓଡ଼ିଆ ମାନଙ୍କର ନିଜସ୍ଵ ଉତ୍ପାଦନ କ'ଣ ଅଛି ? ଏହି ପ୍ରଶ୍ନ ବାରମ୍ବାର ଦଂଶନ କରିଚାଲିଛି । ବୀର ପାଇକ ମାନଙ୍କ ଧୀର ଦାୟାଦ ମାନେ"କଣ୍ଟିଆ", କ୍ଷୁର", ଅର୍ଦ୍ଧଦଗ୍ଧ", କଟାରୀ",ଭାଲିମୁଖା","କାଉତୁଣ୍ଡି","ପଞ୍ଚମୁନା","ଫରକଟା","ହାବୁଡା","ଗୋପୁଛ" ଆଦି କ'ଣ ବୋଲି ପଚାରିଲେ ୯୯.୯୯ ପ୍ରତିଶତ କହିପାରିବେ ନାହିଁ । ବରଂ ଏହି ଶବ୍ଦ ବ୍ୟବହାର କଲେ ମତାମତ ଦେବେ ଏହା କ'ଣ ଓଡ଼ିଆ ଶବ୍ଦ ? କଥାରେ ଅଛି ଲୁହା ଯେପରି ବ୍ୟବହୃତ ନ ହେଲେ କଳଙ୍କି ଲାଗିଯାଏ, ଠିକ୍ ସେହିପରି ଶବ୍ଦ ବ୍ୟବହାର ନ ହେଲେ ମରିଯାଏ । ଲକ୍ଷଲକ୍ଷ ଓଡ଼ିଆ ଶବ୍ଦ ମରି ଏବେ ଏକ ଲକ୍ଷ ୮୭ ହଜାର ଶବ୍ଦ ଥିବା ଭାଷାକୋଷରେ, ୬୦/୭୦ ହଜାର ଶବ୍ଦ ସାରସ୍ଵତ ସାଧକଙ୍କ ସୃଷ୍ଟି ସମୂହରେ ରହୁଅଛି । କେତେ ଲିପି ମରିଗଲାଣି, ଏପରିକି ଏଠାରେ ଉଲ୍ଲେଖ କରିହେଉନାହିଁ । ଏବେ ନିକଟରେ ଆମେ ଏକ "କାଣ୍ଡାରୀ" ଶବ୍ଦ ବ୍ୟବହାର କରିଥିଲୁ । ଜଣେ ପ୍ରଶ୍ନ କଲେ ଏହା କ'ଣ ଓଡ଼ିଆ ଶବ୍ଦ ? ତାଙ୍କର ଉପସ୍ଥାପିତ ପ୍ରଶ୍ନ ତଳେ ଅନେକ ଆମ ଉପରେ ନକାରାତ୍ମକ ଟିପ୍ପଣୀ ଦେଲେ, ଏପରିକି ଜଣେ କହିଲେ ଯେ ସେ ଗଣିତ ଛାତ୍ର ଓଡିଆ ଭାଷା କେମିତି ଜାଣିବେ ତ ଜଣେ କହିଲେ ଅଜ୍ଞତା । ଆମେ ବାଧ୍ୟ ହୋଇ ଭାଷାକୋଷ ର ପ୍ରାମାଣିକ ଚିତ୍ର ଉପସ୍ଥାପନ କରିଥିଲୁ । ପ୍ରଶ୍ନ ଉଠୁଛି, ଏହାର ସମାଧାନ କ'ଣ ? ଲୋକ ଚରିତ୍ରର ପରିବର୍ତ୍ତନ ନକରାଇଲେ କୈାଣସି ସମସ୍ୟାର ସମାଧାନ ହୋଇ ନପାରେ । କାରଣ ଆଜି ଯେଉଁ ସ୍ବଳ୍ପ କେତେ ଜଣ ସମାଜ ପାଇଁ, ଓଡ଼ିଶା ଓ ଓଡ଼ିଆଙ୍କ ସ୍ବାର୍ଥ ପାଇଁ କିଛି କିଛି କରୁଛନ୍ତି , ସେମାନଙ୍କୁ ପ୍ରୋତ୍ସାହନ ଦେବା ପରିବର୍ତ୍ତେ , ଅପମାନିତ, ଲଜ୍ଜିତ, ମିଥ୍ୟାରୋପ, ଦୁର୍ନୀତି ଅଭିଯୋଗ କରାଯାଉଛି ଏବଂ ଅଭ୍ୟାସଗତ କୁତ୍ସା ପ୍ରଚାରକମାନଙ୍କ ଉପସ୍ଥାପନଟିକୁ ଅନେକ ଲାଇକ୍ ଅର୍ଥାତ୍ ସମର୍ଥନ କରିବା ଫଳରେ ଚରଣବାଦୀମାନେ ବକ୍ସିବାଦୀମାନଙ୍କୁ ମସୀଲିପ୍ତ କରାଇ ଆସୁଛନ୍ତି । ଆମେ ଏଠାରେ ଉଲ୍ଲେଖ କରିଥିବା ଦୁଇଟି ପ୍ରମାଣ ମଧ୍ୟ ସଂଲଗ୍ନ କରୁଛୁ । ଶ୍ରଦ୍ଧେୟ ଆଦିକନ୍ଦ କଣାସ ଅଞ୍ଚଳକୁ ଉପଜିବ୍ୟ କରି ଭଲ କଥାଟିଏ ଲେଖିଛନ୍ତି । ତାଙ୍କ ଭାଷା ରେ"କଣାସ'କହିଲେ, ଓଡ଼ିଶାରେ ପ୍ରାୟ ସମସ୍ତେ ଜାଣନ୍ତି। ଅନେକ ସମୟରେ ଦେଖିବାକୁ ମିଳେ,କଣାସ ନାଁ ଶୁଣିବା ପରେ ପ୍ରଶ୍ନକର୍ତ୍ତାଙ୍କ ହାବଭାବ ଟିକେ ବଦଳିଯାଏ।ବାବୁ,ତୁମ କଣାସ, ଡେଲାଙ୍ଗ ଟିକେ ଗଣ୍ଡଗୋଳିଆ ଜାଗା ନା ? କଥାକଥାକେ ବୋମା ବନ୍ଧୁକ! ମନର ଭାବକୁ ଚାପି ନପାରି କେହିକେହି ଏକଥା କହି ବି ଦିଅନ୍ତି।ପଶ୍ନଟା ଶୁଣିବାପରେ,ଟିକେ ଥଙ୍ଗମଙ୍ଗ୍ ହେବାକୁ ପଡ଼େ। ଉତ୍ତରଟା ଟିକେ ଗୁଁପୁଁ କରିବାକୁ ପଡେ।ଅନେକ ସମୟରେ ଆମେ ଅଞ୍ଚଳର ପୁଅ ଭାବେ ପ୍ରାୟତଃ ଏ ସମସ୍ୟାର ସମ୍ମୁଖୀନ ନିଶ୍ଚୟ ହୋଇଥିବା । ନିଜକୁ ବି ଏ ପ୍ରଶ୍ନ ପଚାରିଥିବା। ମୁଁ ବି ନିଜକୁ ଅନେକ ଥର ପଚାରିଛି। ପ୍ରତି ଥର ନୂଆନୂଆ ପ୍ରଶ୍ନ ମୋ ମନକୁ ଆନ୍ଦୋଳିତ କରେ? ମୁଁ ଛନ୍ଦି ହୋଇଯାଏ। ଏବେ ବି ଅସମାଧୀତ। ଖୋରଧାଗଡର ବରୁଣେଇ ପାହାଡ଼ ପାଦଦେଶରେ ତଥା ଶାନ୍ତିସ୍ତୁପ ଧଉଳିର ଅନତୀ ଦୂରରେ ଅବସ୍ଥିତ,ଏହି ପାଇକ ଅଧ୍ୟୁଷିତ କଣାସ ଅଞ୍ଚଳ।ମହାନଦୀ ଅବବାହିକାର ଚିରସ୍ରୋତା ଜଳଧାରା ଭାବେ, ଐତିହାସିକ "ଦୟାନଦୀ" ସର୍ଫିଳ ଗତିରେ ପ୍ରଭାହିତ ହୋଇ ଏହି ସମୃଦ୍ଧ ଶସ୍ୟଶ୍ୟାମଳା ଅଞ୍ଚଳର ପ୍ରଶସ୍ଥ ତଥା ସଶକ୍ତ ଭୌଗଳିକ ସ୍ଥିତି କୁ ସମାନ ଭାଗରେ ଦ୍ଵିଖଣ୍ଡିତ କରିଛି।ମନ୍ଦିରମାଳିନୀ ଏକାମ୍ରକ୍ଷେତ୍ରକୁ ପ୍ରକୃତିରାଣୀ ନୀଳାମ୍ବୁ ଚିଲିକା ମଧ୍ୟରେ ଦୟାନଦୀ ହିଁ,ସବୁଠାରୁ ସଂକ୍ଷିପ୍ତ ଦୂରତ୍ବ(୭୦କି.ମି.)ରେ ଜଳପଥର ନିବିଡ଼ ସଂପର୍କ ସେତୁ ସ୍ଥାପନ କରିଛି।ତିରିମଲ୍ଲ ପରେ 'ଏହି ଐତିହାସିକ ଜଳଧାରା ବହୁଧା ବିଭକ୍ତ ହୋଇ ରାଜୁତି,ମକରା,କାଦୁଆ ନାଁ ରେ ସ୍ଥାନୀୟଭାବେ ପରିଚିତ ହୋଇଥିବା ବେଳେ,ମଲାଗୁଣୀ, ଲୁଣା, ଭାର୍ଗବୀ ନଦୀଗୁଡିକ ଦୟା'ର ଗୈ।ରବମୟ ମହକରେ ଆକର୍ଷିତ ତା'ର ଉଦାର ବକ୍ଷରେ ନିଜକୁ ସମାଧିସ୍ଥ କରିବା ସହ କଣାସ ଅଞ୍ଚଳର ସମୃଦ୍ଧିକୁ ଶତଗୁଣିତ କରିଛନ୍ତି। ଜଳ ପ୍ରାଚୁର୍ଯ୍ୟରେ ପରିପୂର୍ଣ୍ଣ କଣାସ,ଖାଦ୍ୟଶସ୍ୟ ଉତ୍ପାଦନରେ ଏକ ବଳକା ଅଞ୍ଚଳ ଭାବେ ରାଜ୍ୟରେ ଶ୍ରେୟ ଅର୍ଜନ କରିଛି।ଏଠାରୁ ହଜାରହଜାର ଟନ୍ ଧାନ ରପ୍ତାନୀ ହେବାସହ,ଏହି ଅଞ୍ଚଳର ପନିପରିବା ଓଡ଼ିଶାର ପନିପରିବା ବଜାରକୁ ମଧ୍ୟ ନିୟନ୍ତ୍ରଣ କରିଆସୁଛି। ଏହି ଅଞ୍ଚଳର ବରପୁତ୍ରମାନେ,ଖୋରଧା ଗଡ଼ରେ ପ୍ରାଣନାଥ ମହାବିଦ୍ୟାଳୟ ଏବଂ ନିରାକାରପୁରରେ କ୍ଷେତ୍ରବାସୀ ମହାବିଦ୍ୟାଳୟ ପ୍ରତିଷ୍ଠା କରି ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ନବଦିଗନ୍ତ ସୃଷ୍ଟି କରିଛନ୍ତି। ପରବର୍ତ୍ତୀ ସମୟରେ ଦୟାବିହାର କଲେଜ,କଣାସ କଲେଜ,ଚଉଦମୈ।ଜା ବିଦ୍ୟୁତ୍ ମହାବିଦ୍ୟାଳୟ ପ୍ରଭୃତି ଶିକ୍ଷାନୁଷ୍ଠାନ ଗୁଡିକ ସମଗ୍ର ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କ ପାଇଁ ଶିକ୍ଷା ସୁଯୋଗ ପ୍ରଦାନ କରି ଅଞ୍ଚଳକୁ ସୁନାମଧନ୍ୟ କରିଛନ୍ତି। ଶ୍ରୀକ୍ଷେତ୍ର ଧାମର ନିକଟତମ ଅଙ୍ଗଭାବେ, ପ୍ରଭୁ ଜଗନ୍ନାଥଙ୍କ ଆଧ୍ୟାତ୍ମ ବାତାବରଣର ପ୍ରତିଧ୍ଵନି,ଏହି ଅଞ୍ଚଳକୁ ବେଶ୍ ନିନାଦିତ କରିଆସିଛି।କଣାସ ବଡମଠ,ସାନମଠ ଠାରୁ ଅଭିରାମ ପରମହଂସଙ୍କ ଜନ୍ମକ୍ଷେତ୍ର କରମଳାଧାମ କେବଳ ଓଡ଼ିଶା ନୁହେଁ,ସମଗ୍ର ବିଶ୍ଵରେ ସନାତନ ଧର୍ମାବଲମ୍ବୀଙ୍କ ପାଇଁ ବିଶେଷ ମହତ୍ୱ ରଖେ।ରାଜନୀତି କ୍ଷେତ୍ରରେ ଏହି ଅଞ୍ଚଳ କେବଳ ସଚେତନ ନୁହେଁ, ଅପରନ୍ତୁ ଏହି ଅଞ୍ଚଳର ନିଡର ସମାଜସେବୀମାନେ ବିଭିନ୍ନ ରାଜନୈତିକ ଦଳର ରାଜ୍ୟସ୍ତରୀୟ ନେତୃତ୍ବ ନେଇ, ଓଡ଼ିଶାର ସମୃଦ୍ଧି, ଅଭିବୃଦ୍ଧିରେ ବିଶେଷ ସହଯୋଗ କରିଆସୁଛନ୍ତି। ଓଡ଼ିଶାର ରାଜନିତୀକୁ ନିୟନ୍ତ୍ରଣ କରିବାର ପରାକାଷ୍ଠା ପ୍ରଦର୍ଶନ କରି ଏହି ଅଞ୍ଚଳକୁ ବିଭିନ୍ନ ସମୟରେ ଚର୍ଚ୍ଚିତ କରିଆସୁଛନ୍ତି। ଗମନାଗମନ କ୍ଷେତ୍ରରେ ଏହି ଅଞ୍ଚଳ ମଧ୍ୟ ବେଶ୍ ସମୃଦ୍ଧ। ମାଡ୍ରାସ ଟ୍ରଙ୍କରୋଡ ଏବଂ ପୁରୀ ଭୁବନେଶ୍ୱର ଜାତୀୟ ରାଜପଥ ମଧ୍ୟରେ 'ନୂଆ ଜଗନ୍ନାଥ ସଡକ'ର ସଂଯୋଗସେତୁ ଏ ଅଞ୍ଚଳର ଜୀବନରେଖା ଭୂମିକାରେ ଅବତୀର୍ଣ୍ଣ ହୋଇଛି।ବିଳମ୍ବରେ ହେଲେ ବି, ତତ୍କାଳୀନ "ନୀଳକଣ୍ଠ ରୋଡ"ର ପୁନରୁଦ୍ଧାର କରି ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀବଲ୍ଲଭ ପଟ୍ଟନାୟକ ଅକ୍ଷୟ କୀର୍ତ୍ତିମାନ ସ୍ଥାପନ କରିଯାଇଛନ୍ତି। ତତ୍କାଳୀନ ପ୍ରଧାନମନ୍ତ୍ରୀ ମାନନୀୟ ଅଟଳବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ବ ସମୟରେ ଏ ଅଞ୍ଚଳର ପ୍ରାୟ ପ୍ରତି ଗାଁକୁ ସବୁଦିନିଆ ରାସ୍ତା ଭାବେ ରାଜ୍ୟର ସର୍ବାଧିକ ଦୈର୍ଘ୍ୟର ପକ୍କା ସଡକରେ ସଂଯୋଗ କରାଯାଇପାରିଛି। ବିଶେଷ ଭାବେ ଏକଦା ଯୋଗାଯୋଗର ସାମାନ୍ୟ ସୁଯୋଗ ନଥିବା କରମଳା ଓ ଅଡାଲବଡାଲ ଓ ଗୋପିନାଥପୁର ଦୀପାଞ୍ଚଳ ସହ ସଂଯୋଗ ସେତୁ ସବୁଦିନିଆ ରାସ୍ତାର ସୁଯୋଗ ସୃଷ୍ଟି କରିଛି। ବାଜପେୟୀଙ୍କ ସ୍ବପ୍ନ ସାକାର ହୋଇଛି।ସଦର ମହକୁମା ହେଉ କି ରାଜ୍ୟ ରାଜଧାନୀ ହେଉ, ଅଞ୍ଚଳର ଯେକୋୖଣସି ସ୍ଥାନରୁ ଯେ କୌଣସି ଋତୁରେ ମାତ୍ର ଘଣ୍ଟାଏ ସମୟ ଅବଧି ମଧ୍ୟରେ ପହଞ୍ଚିବାରେ କୈାଣସି ଅସୁବିଧା ନାହିଁ । ଏ ସମସ୍ତ ସୁବିଧା ସୁଯୋଗ ସତ୍ବେ,ଏ ଅଞ୍ଚଳର ଶହଶହ ଯୁବକ ବାହାର ରାଜ୍ୟର କୁଶଳୀ, ଅଣକୁଶଳୀ ଶ୍ରମିକ ଭାବେ ପରିଚିତ।କୃଷି ବ୍ୟତୀତ ବଳକା ମାନବସମ୍ବଳ ବିନିଯୋଗର କୈାଣସି ସର୍ବନିମ୍ନ ସୁଯୋଗ ଏଠାରେ ନାହିଁ। ଅଧିକନ୍ତୁ,ତଥାକଥିତ ରାଜନିତିଆ ମାନେ, ତମାମ ଦୁଷ୍ଟ ବୁଦ୍ଧି ପ୍ରୟୋଗ କରି ଯୁବଶକ୍ତି କୁ ଅପବ୍ୟବହାର କରି ନିଜକୁ ପ୍ରତିଷ୍ଠିତ କରିବାର କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି।ଏଣୁ ଅଭାବ ତଥା କର୍ମସଂସ୍ଥାନ ଆଳରେ ଭେଣ୍ଡାପିଲାଙ୍କୁ ପରଦେଶକୁ ଛାଡି ଏମାନଙ୍କ କବଳରୁ ଅପେକ୍ଷାକୃତ ସୁରକ୍ଷିତ ରଖିବାକୁ ବାପା ମା ଅଧିକ ଶ୍ରେୟସ୍କର ମଣୁଛନ୍ତି । ସଂପ୍ରତି ମଦ, ହିରୋଇନ୍,ଚରସ ଇତ୍ୟାଦି ମାଦକ ଦ୍ରବ୍ୟ କବଳରେ କଣାସ ଅଞ୍ଚଳର ଯୁବସମାଜ ସଂପୂର୍ଣ୍ଣ ଭାବେ କବଳିତ।କଣାସ ଅଞ୍ଚଳର କେନ୍ଦ୍ରସ୍ଥଳ ଜଙ୍କିଆଗଡସାହି ଠାରୁ ଚୁପୁରିଙ୍ଗି ପର୍ଯ୍ୟନ୍ତ ଆଖିରେ ଆଙ୍ଗୁଠି ଗେଞ୍ଜି, ସବୁଠାରେ ଚାଲିଛି ବେଆଇନ୍ ମଦ ଗୋଦାମ୍। ଏଗୁଡିକ ସପ୍ଲାଏ କେନ୍ଦ୍ର।ପ୍ରତି ଗାଁ ରେ ଖୋଲାଯାଇଛି ଚୋରା ନିଶାଦ୍ରବ୍ୟ ର ଆଡ୍ଡା।ଅପରାହ୍ନରୁ ଡେରି ରାତି ପର୍ଯ୍ୟନ୍ତ ପ୍ରତି ଗାଁ ମୁଣ୍ଡରେ,ବିଭିନ୍ନ ସଡକର କଲଭଟ୍ ଗୁଡିକରେ,ନିଶା ମାଫିଆମାନଙ୍କ ପସରା ଖୋଲୁଛି।ଏହା ହଁ ହୋହଲ୍ଲା,ମାରପିଟ୍, ପାରିବାରିକ ହିଂସାର ମୂଳଉତ୍ସ।ଥାନା, ଡାକ୍ତରଖାନା ଏଇ ନିଶାଖୋରଙ୍କ ଯୋଗୁଁ ହିଁ ସବୁବେଳେ ଭିଡ଼।ଅଧିକାଂଶ ସ୍ଥାନୀୟ ଲୋକ ପ୍ରତିନିଧି ଏମାନଙ୍କ ଗଡ଼ ଫାଦର। ସରକାରୀ ଯୋଜନା ଅଛି ମାନେ,ନିଶା ପାଇଁ, ଗଣ୍ଡଗୋଳ କେଶ୍ ପାଇଁ, ଡାକ୍ତରଖାନା ଖର୍ଚ୍ଚ ପାଇଁ ପଇସାର କୈାଣସି ଅଭାବ ନାହିଁ।ଖାଅ ପିଅ,ପଛରେ ରହ,ଗୁଣ୍ଡାମୀ କର,ବେଲ୍ ରେ ଆସ। କଣାସ ଅଞ୍ଚଳରେ ଏ ପ୍ରକ୍ରିୟା ବିଶେଷ ଭାବେ, ତତ୍କାଳୀନ ବିଡ଼ିଓ ଜଗଦୀଶ ମହାପାତ୍ରଙ୍କ ବାଧ୍ୟବାଧକତା ଆତ୍ମହତ୍ୟା ପର ସମୟରୁ ଆରମ୍ଭ ହୋଇ ଏବେ ଚରମ ସୀମାରେ ପହଞ୍ଚିଛି। ଦିନଥିଲା, ଯେତେବେଳେ ଏହି ଅଞ୍ଚଳରେ ବାମପନ୍ଥୀମାନଙ୍କର ଦବଦବା ଥି୍ଲା,ସେ ସମୟରେ,ଏହି ଅଞ୍ଚଳକୁ ଆଦର୍ଶଗତ ବୈଷମତାକୁ ନେଇ ଏକପ୍ରକାର ଖଣ୍ଡଯୁଦ୍ଧର ସାମ୍ନା କରିବାକୁ ପଡ଼ୁଥିଲା।ଏତତ୍ ବ୍ୟତୀତ କଣାସ ମଠ ମହନ୍ତଙ୍କ ହତ୍ୟା, କେଶରପୁରରେ ଦୁଇ ପଟ୍ଟନାୟକଙ୍କ ଅଯଥା ଅହଂକାର,ଦଳିମେଳି ଗଣ୍ଡଗୋଳ, ବୋମା ବନ୍ଧୁକର ଢୋ,ଢା ବି,କେତେକାଂଶରେ କଣାସ ନାଁ କୁ ଡାକହାକ କରିଥିଲା।ଏବେ ସେ ସମସ୍ୟା ନାହିଁ।ଏବେ ଏସବୁ ବଦନାମ ନାଟକ ସଂପୂର୍ଣ୍ଣ ପେଟପାଟଣା ସଂପର୍କିତ। ହାତଗଣତି ମୁଷ୍ଟିମେୟ ଅସାମାଜିକ ତତ୍ବ ଏହି ବାତାବରଣକୁ ଏକ ପ୍ରକାର ଧନ୍ଦା ଭାବେ ଆଦରି ନେଇଛନ୍ତି।ବେରୋଜଗାର ଯୁବକଙ୍କୁ ନିଶାସକ୍ତ କରି ସେମାନଙ୍କୁ କୈ।ଶଳ କରି ମାମଲାରେ ପୁରାଇ,ଗୁଣ୍ଡା ସଜାଇ ସେମାନଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି।ଏମାନଙ୍କର ଲଢେ଼ଇ,କୈ।ଣସି ଆଦର୍ଶ ପାଇଁ ନୁହେଁ, କୈାଣସି ପ୍ରକାର ରାଜନୈତିକ କାରଣରୁ ବି ନୁହେଁ,ବ୍ୟକ୍ତିଗତ ଅହଙ୍କାର ସାବ୍ୟସ୍ତ ପାଇଁ।କିଏ ସ୍ଥାନୀୟ ବିକାଶ ଦୁବେ (ଉତ୍ତରପ୍ରଦେଶର ସ୍ବର୍ଗତ ମାଫିଆ)ହେବ,ଏହା ହିଁ ଏମାନଙ୍କ ପେଟପାଟଣା ଧନ୍ଦା ପାଇଁ ମୂଳପୁଞ୍ଜି।କୋୖଣସି ନିର୍ଦ୍ଦିଷ୍ଟ ଯୋଗ୍ୟତା ନଥାଇ, କୈାଣସି ଆଭିଜାତ୍ୟ ନଥାଇ, କୈାଣସି କର୍ମସଂସ୍ଥାନ ନଥାଇ ଏମାନଙ୍କର ଗାଡିଘୋଡା, ବ୍ୟୟବହୁଳ ଚଳେଣିରେ କୈାଣସି ଅସୁବିଧା ନାହିଁ।ଏମାନେ ସେଇ ଗୋଟାଏ ଭାଡିର ପାରା। ଜଗଦୀଶ ମହାପାତ୍ରଙ୍କ ଆତ୍ମହତ୍ୟା ଠାରୁ ଏପର୍ଯ୍ୟନ୍ତ କଣାସ ଅଞ୍ଚଳର ସେଇ ନିର୍ଦ୍ଧିଷ୍ଟ ଗୋଷ୍ଠୀ,ସେଇ ଧର୍ମୀମାନଙ୍କ କଳାକୃତି ପାଇଁ ହିଁ ଏ ଅଞ୍ଚଳର ଏଇ ପ୍ରକାରର ସିଦ୍ଧି, ପ୍ରସିଦ୍ଧି ଲଭୁଛି!ଏଥିରେ ପରିମାଣ୍ଡିପୁର ଠାରୁ ବାଜପଦର,ମାଆଙ୍କ ଗାଁ ପର୍ଯ୍ୟନ୍ତ,ଏକରୁଖା ଠାରୁ ଡେଲାଙ୍ଗଚାରିପଡା ପର୍ଯ୍ୟନ୍ତ କଣାସବାସୀଙ୍କର କୈାଣସି ମତଲବ ନାହିଁ।ପାଠକବନ୍ଧୁ ଯଦି କଣାସ ଅଞ୍ଚଳବାସୀ,ତାହେଲେ ନିଶ୍ଚୟ ମର୍ମେ ମର୍ମେ ଅନୁଭବ କରୁଥିବେ।ଲେଖାଟିକୁ ପାଠ କରିବା ସମୟରେ ହିଁ ସହଜ ଭାବେ ସେଇ ମୁଷ୍ଟିମେୟ ମୁହଁସବୁ ଏବଂ ସେମାନଙ୍କ କାର୍ଯ୍ୟକଳାପ ଆଖି ଆଗରେ ନାଚି ଯାଉଥିବ।ଏହି ଗୋଳିଆ ପାଣିର ଲାଭ ସରକାରୀ ବାବୁମାନଙ୍କୁ ବେଶ୍ ସୁରକ୍ଷା ପ୍ରଦାନ କରୁଛି।କଣାସ ନାଁ ରେ କେହି କୁଆଡେ,ଏଠାକୁ ଆସିବାକୁ ଚାହାଁନ୍ତି ନାହିଁ ବୋଲି ବଦନାମ୍ କରାଯାଇଥାଏ। ମଝିରେ ମଝିରେ ଏମାନଙ୍କ ଲିଳାଖେଳା ହିଁ ଏ ବଦନାମକୁ ଖୋରାକ ଯୋଗାଇଥାଏ।କିନ୍ତୁ ବାସ୍ତବରେ ଏଠାକୁ ଯିଏ ଆସନ୍ତି,ଯିବାକୁ ଚାହାନ୍ତି ନାହିଁ। ରାଜଧାନୀ ବାରିତଳେ,କଣାସର ତଥାକଥିତ ବଦନାମ୍ ଉହାଡରେ ରହି ନିପଟ ବନବାସୀ ଅଞ୍ଚଳଠାରୁ ଏଠାରେ ଯଥେଷ୍ଟ ଚିକ୍କଣ ହେବାର ସମସ୍ତ ସୁଯୋଗ ନେବାପରେ କିଏ ବା କାହିଁକି ଏଠାରୁ ଯିବାକୁ ଚାହିଁବ!ଅନେକ ଏଠାରେ ରହିବାକୁ ବି, ଅନେକ ଫନ୍ଦ,ଫିକର,ଲବି,ତବିର ସକଳ ପ୍ରୟାସ କରିଥାନ୍ତି। ହାତଗଣତି ଏମାନଙ୍କ ବ୍ୟତୀତ କଣାସ ଅଞ୍ଚଳ ର ୯୯.୯୯ ପ୍ରତିଶତରୁ ଅଧିକ ସାଧାରଣ ଲୋକ ନିଜ ଜୀବନ ଜୀବିକା ନେଇ ବ୍ୟସ୍ତ ଥାଆନ୍ତି। କେଉଁ ଯୋଜନା ଆସିଲା,କିଏ ନେଲା,କିଏ ଖାଇଲା! କେଉଁଥିରେ କିଛି ବି ମତଲବ ନଥାଏ କିନ୍ତୁ ନିରବତା,ସରଳ ନିରୀହତାର ସୁଯୋଗ ଏଇ ମୁଷ୍ଟିମେୟ ଗୋଷ୍ଠୀ କଣାସ ନାଁ କୁ ତଳିତଳାନ୍ତ କରି ଚାଲିଛନ୍ତି।ନିରପରାଧ କଣାସ ଅଞ୍ଚଳର ଏଭଳି ଅପରାଧୀକ ଛବି ନିଶ୍ଚିତ ଭାବେ,ସମସ୍ତଙ୍କୁ ଅଯଥା ବଦନାମ କରୁଛି।
ସାଧାରଣ ଭାବେ ଶୃଙ୍ଖଳିତ ସରଳ ଜୀବନଯାପନ ପାଇଁ ନିଶ୍ଚୟ କାମ ଧନ୍ଦାର ଅଭାବ ଆଦୌ ନାଇଁ। କିନ୍ତୁ ଆମର ଚିନ୍ତନ ବଦଳିବା ଦରକାର।ସୁଅ ମୁହଁର ପତ୍ର ନହୋଇ, ଏଥିରେ ସମାଜ ତା'ର ଉତ୍ତର ଦାୟିତ୍ଵ ନିର୍ବାହ କରିବା ଉଚିତ। ନିର୍ବିଶେଷରେ ଭଲକୁ ଉତ୍ସାହିତ ସହ ଖରାପକୁ ଦୃଢ଼ ଭାବେ ପ୍ରତ୍ୟାଖ୍ୟାନ, ପ୍ରତିବାଦ କରିବା ନିଶ୍ଚୟ ଉଚିତ ଏବଂ ଏଥିରେ ଦୃଢ଼ତା ରଖିବା ଦରକାର।ଆଉ କିଛି ବିଶେଷ ନହେଲେ ବି ଏତିକିରେ କଣାସ ଅଞ୍ଚଳ ଅନ୍ତତଃ ଏପ୍ରକାର ବଦନାମରୁ ମୁକ୍ତି ପାଇପାରେ।ହେଲେ, ଆମେ ସବୁ ଭାରି ଭଲଲୋକ,ଆମ ପାଟିଚୁପ୍। କାଇଁ ପଙ୍କରେ ପସିବା କାଇଁ ଗୋଡଧୋଇବା। ଏମିତି ସୁବିଧାବାଦୀ ହେଲେ ଚଳିବନି। ଜଳନିଷ୍କାସନ, ଜଳସେଚନ ସମସ୍ୟାର ସମାଧାନ ପାଇଁ ଅନେକ ଯୋଜନା ଚାଲୁରହିଛି।ଲାଭ ବି କେତେକାଂଶରେ ମିଳିଛି। କ୍ରମେ ପୋତି ହୋଇଯାଉଥିବା ନଦୀ ଶଯ୍ୟା ଖନନ ନିଶ୍ଚିତ ଭାବେ ବିକଳ୍ପ ବିହୀନ ଯୋଜନା।ଯାହା ବି ଅଧାପନ୍ତରିଆ କାମ ହୋଇଛି, ଚଳିତ ବନ୍ୟାରେ କଣାସ ଅଞ୍ଚଳକୁ ତା'ର ଲାଭ ମିଳିଛି।ଏ ଅଧମ "ନିର୍ମଳା ଦୟା ଅଭିଯାନ"ର ଆବାହକ ଭାବେ, ଅଞ୍ଚଳବାସୀଙ୍କ ସହଯୋଗ କ୍ରମେ ନଦୀରେ ପଡୁଥିବା 'ବସା'ସମସ୍ୟାକୁ କେତେକାଂଶ ରେ ସମାଧାନ ମଧ୍ୟ କରାଯାଇ ପାରିଛି। ଯଦି "ଶାନ୍ତିସ୍ତୁପ ଧଉଳି ଠାରୁ ଚିଲିକା "ପର୍ଯ୍ୟନ୍ତ ନଦୀଶଯ୍ୟାକୁ ସଠିକ୍ ଯୋଜନାରେ ଖନନ କରାଯାଇ ପାରିବ, ତାହେଲେ କେବଳ କଣାସ ଅଞ୍ଚଳ ନୁହେଁ, ଓଡ଼ିଶାର ଏକ ବୃହତ ଭାଗର ଜଳନିଷ୍କାସନ, ଜଳସେଚନ ତଥା ପାନୀୟ ଜଳ ସମସ୍ୟାର ସମାଧାନ ସହ ଅଞ୍ଚଳ ବିଶେଷ ଶସ୍ୟଶ୍ୟାମଳାପୂର୍ଣ୍ଣ ହୋଇପାରିବ। ନୀଳାମ୍ବୁ ଚିଲିକାକୁ ଉପଭୋଗ କରିବାକୁ ସଡକପଥରେ ବାଲୁଗାଁ,ସାତପଡ଼ା ଯିବାର କୈ।ଣସି ଆବଶ୍ୟକତା ମଧ୍ୟ ପଡ଼ିବନି। ରାଜଧାନୀରୁ ଏକ୍ସପ୍ରେସ ବୋଟ ଯୋଗେ ଆଶାତୀତ ସଂକ୍ଷିପ୍ତ ସମୟ ମଧ୍ୟରେ ପର୍ଯ୍ୟଟକ ଚିଲିକା ଭ୍ରମଣ କରିପାରିବ। ଚିଲିକା ମୁହାଣ ରୁ ଭୁବନେଶ୍ୱର ରାଜଧାନୀ କୁ ଜଳପଥରେ ସହଜ ଗମନାଗମନର ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରିବ। ସ୍ଥାନୀୟ ନଦୀ ଘାଟଗୁଡ଼ିକରେ ଠାରେ ଠାଏ ସ୍ଥାନୀୟ କୃଷିଜାତ ଦ୍ରବ୍ୟ,ସହ ସ୍ଥାନୀୟ ପାରମ୍ପରିକ ଖାଦ୍ୟର ସଂଭାର ପର୍ଯ୍ୟଟକ ଙ୍କୁ ଆକର୍ଷିତ କରିପାରିବ। ଏହାଦ୍ବାରା ସ୍ଥାନୀୟ ଯୁବକ,କୃଷକ ରୋଜଗାରକ୍ଷମ ହୋଇପାରିବେ । ଏ ବାବଦରେ ମାନନୀୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବ୍ୟକ୍ତିଗତ ଭାବେ, ଆନୁଷ୍ଠାନିକ ଭାବେ,ଅବଗତ କରାଯାଇଥିବା ଆପଣମାନେ ଜାଣନ୍ତି।ତାଙ୍କର ଆଗ୍ରହ ବି ଅଛି। କେନ୍ଦ୍ର ସରକାରଙ୍କ ଯୋଜନା ବି ଅଛି। କିନ୍ତୁ,ଏଥିପାଇଁ ଐକାନ୍ତରିକତାର ନିହାତି ଆବଶ୍ୟକ ରହିଛି । ଆସନ୍ତୁ, ଜନ୍ମମାଟିକୁ ଋଦ୍ଧିମନ୍ତ କରିବାକୁ ସଂକୀର୍ଣ୍ଣ ପଙ୍କିଳ ତଥାକଥିତ ରାଜନୀତିର ଉପରକୁ ଉଠି ଆମେ ଏକ ହେବା।।ଏକ ପରିପୂର୍ଣ୍ଣ କଣାସ,ଏକ ବିକଶିତ କଣାସ ସହ ଏହାର ଗୈାରବମୟ ସଂସ୍କୃତି ତଥା ପରମ୍ପରାକୁ ଅମ୍ଳାନ ରଖି ନିଜ ଜନ୍ମକୁ ସାର୍ଥକ କରିବା।
ଉଡିଛି କର୍ପୁର, ପଡ଼ିଛି ଛିଣ୍ଡା କନା
ଉଡିଛି କର୍ପୁର, ପଡ଼ିଛି ଛିଣ୍ଡା କନା
---------
ବିଗତ ଚାରି ଦଶନ୍ଧିରୁ ଉର୍ଦ୍ଧ୍ୱ ଅବଧି ଧରି କହି ଓ ଲେଖି ଆସିଛୁ ଯେ ଉତ୍କଳୀୟ ପର୍ବପର୍ବାଣି ସାଧାରଣତଃ ଧର୍ମ ଓ ପୌରାଣିକ ଉପାଖ୍ୟାନର ଭିତ୍ତି ଉପରେ ପ୍ରତିଷ୍ଠିତ । ଓଡ଼ିଶା ମାଟିରେ ଅଗଣିତ ଦେବୀ ଦେବତାଙ୍କର ଉପାସନା ହୋଇଥାଏ । ପ୍ରତ୍ୟେକ ପଲ୍ଲୀଗ୍ରାମରେ ନିଜର ଗ୍ରାମଦେବତା ବା ଗ୍ରାମଦେବତୀ ରହିଥାନ୍ତି। ଆଉ ଏଇ ଗ୍ରାମଦେବତା ବା ଦେବତୀ ମାଟିର ମଣିଷ ପରି ସାଧାସିଧା, ସରଗର ପରୀ କି ଯକ୍ଷ କିନ୍ନରଙ୍କ ପରି ଅଦ୍ଭୁତ ଆକାର ବା ବେଶଭୂଷାଧାରୀ ହୋଇ ନଥାନ୍ତି । ଆଉ ସମସ୍ତଙ୍କର ଥାଏ ଏକ ନିଆରା କିମ୍ବଦନ୍ତୀ, ଏକ ଅଲଗା ଇତିହାସ, ଭିନ୍ନ ଏକ ପରମ୍ପରା, ଏକ ପରବ, ଏକ ମଉଛବ । ପର୍ବପର୍ବାଣି ଗୁଡ଼ିକରେ ଜନଜୀବନର ସଂସ୍କୃତି, ଜାତୀୟତା ବୋଧ ଓ ଧର୍ମଧାରଣା ଆଦି ସଂଶ୍ଳିଷ୍ଠ । ଉତ୍କଳୀୟ ପର୍ବପର୍ବାଣି ମହାଭାରତୀୟ ସ୍ରୋତରୁ ଭିନ୍ନ ନୁହେଁ । ବିଶେଷତଃ ପର୍ବପର୍ବାଣି, ଓଷାବ୍ରତ ଓ ଯାନିଯାତ୍ରା ଗୁଡ଼ିକ ତିଥି, ବାର, ନକ୍ଷତ୍ର, କୃଷିକର୍ମ, ଦେବଦେବୀ, ଶାସ୍ତ୍ରୀୟ କାହାଣୀ, ଲୋକକଥା, ଆନନ୍ଦମହୋତ୍ସବ ପାଇଁ ପାଳିତ ହୋଇଥାଏ । ଉତ୍କଳୀୟ ପର୍ବପର୍ବାଣି ଗୁଡ଼ିକୁ ଚାରୋଟି ମୁଖ୍ୟ ଭାଗରେ ବିଭକ୍ତ କରାଯାଇପରେ ଯଥା । ଶାସ୍ତ୍ରୀୟ, ଲୌକିକ, ଆଞ୍ଚଳିକ ଓ କୃଷି ଭିତ୍ତିକ । ତତ୍ ଆଧାରିତ ନ୍ୟାୟରେ ଆଜି ପ୍ରଥମାଷ୍ଟମୀ ବା ପଢୁଆଁଷ୍ଟମୀ ଅବା ପୋଢୁଆଁଷ୍ଟମୀ , ଯାହା ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ରେ କେଉଁ ଆବହମାନ କାଳରୁ ଆମ ଓଡ଼ିଆ ସଂସ୍କୃତିରେ ବହୁବିଧ କାରଣରୁ ଓ ବହୁବିଧ ଭାବରେ ପାଳନ କରାଯାଇ ଆସୁଛି। ଅତଏବ ଏହା ଓଡ଼ିଶାର ଏକ ପାରମ୍ପରିକ ପର୍ବ । ଏହା ସୌଭାଗିନୀ ଅଷ୍ଟମୀ, କାଳ ଭୈରବାଷ୍ଟମୀ ବା ପାପ-ନାଶିନୀ ଅଷ୍ଟମୀ ଭାବେ ମଧ୍ୟେ ନାମିତ । ଅତୀତରେ, ମାର୍ଗଶିର ମାସକୁ ବର୍ଷର ଆଦ୍ୟ ମାସ ବା ପ୍ରଥମ ମାସ ବୋଲି ଗଣନା କରାଯାଇ, ଏହି ମାସରୁ ବର୍ଷାରମ୍ଭ ହେଉଥିଲା । ତେଣୁ ବର୍ଷର ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ ବୋଲି କୁହାଯାଇଅଛି । ଏ ଦିନ ବଂଶର ପ୍ରଥମ ଜାତ ସନ୍ତାନ (ପୁଅ ବା ଝିଅ)ଙ୍କୁ ନୂଆ ପୋଷାକ ପିନ୍ଧାଇ, ବନ୍ଦାପନା କରାଯାଏ I ଏହା ଭୁବନେଶ୍ୱର ଲିଙ୍ଗରାଜ ମହାପ୍ରଭୁଙ୍କର ଗୋଟିଏ ଯାତ୍ରା ଦିବସ । ଅର୍ଥାତ୍ ଓଡ଼ିଶାରେ ପ୍ରଥମାଷ୍ଟମୀ ଦିନ ଭୁବନେଶ୍ୱର ଲିଙ୍ଗରାଜ ମହାପ୍ରଭୁଙ୍କର ମାମୁଁଘର ଯାତ୍ରା ହୋଇଥାଏ । ଲିଙ୍ଗରାଜ ମହାପ୍ରଭୁ ଏହିଦିନ ତାଙ୍କ ମାମୁଁଘର ରୂପେ ପରିଚିତ କପାଳିମଠ (ଲିଙ୍ଗରାଜ ମନ୍ଦିର ସଂଲଗ୍ନ)କୁ ଯାଆନ୍ତି ପଢୁଆଁ ହେବା ପାଇଁ । ଏହିମଠର ଆରାଧ୍ୟ ଦେବତା ‘ବରୁଣେଶ୍ୱର’ ଓ ‘ବନଦେବ’ । ଏ ଦୁହେଁ ଲିଙ୍ଗରାଜଙ୍କର ମାମୁଁ- ମାଇଁ ରୂପେ ପ୍ରଖ୍ୟାତ । ଏହି ମଠ ହତାରେ ଗୋଟିଏ ପୁଷ୍କରିଣୀ ରହିଛି । ତାହା ପାପନାଶିନୀ ରୂପେ ପରିଚିତ । ‘ପ୍ରଥମାଷ୍ଟମୀ ଦିନ ଏହି ପୁଷ୍କରିଣୀର ଜଳ ପାନକଲେ ପାପକ୍ଷୟ ହୁଏ ଓ ବନ୍ଧ୍ୟାନାରୀ ସନ୍ତାନବତୀ ହୁଅନ୍ତି ’ ବୋଲି ପ୍ରବାଦ ଅଛି ।ପ୍ରଥମାଷ୍ଟମୀର ଅନ୍ୟ ନାମ ‘ସୌଭାଗିନୀ ଅଷ୍ଟମୀ’ । ପୂର୍ବେ ଏହିଦିନ ସୌଭାଗିନୀ ଦେବୀଙ୍କର ପୂଜା ସମ୍ଭବତଃ ପ୍ରଚଳିତ ଥିଲା । କୃଷକ ସନ୍ତାନ ଲାଭ କରିଛି ଏବଂ ଶସ୍ୟ ମଧ୍ୟ ପାଇଛି କିମ୍ବା ଶସ୍ୟ ରୂପକ ସନ୍ତାନ ମଧ୍ୟ ସେ ଲାଭ କରିଛି- ଏହା ଅତ୍ୟନ୍ତ ସୌଭାଗ୍ୟର କଥା । କୃଷକର ମନ ଏଥିଲାଗି ଆନନ୍ଦିତ ଓ ଉଲ୍ଲସିତ । ସେ ଅତି ଆନନ୍ଦରେ ଏହି ତିଥିକୁ ସୌଭାଗିନୀ ଅଷ୍ଟମୀ ରୂପେ ପାଳି ଆସିଛି । ଏହି ପ୍ରଥମାଷ୍ଟମୀକୁ ‘କାଳ ଭୈରବାଷ୍ଟମୀ’ ମଧ୍ୟ କୁହାଯାଏ । ଏହିଦିନ କାଳ ଭୈରବଙ୍କର ବ୍ରତ ଓ ପୂଜାର ପ୍ରଚଳନ ଥିଲା । ଏବେ ଏହି ପୂଜା ଲୁପ୍ତ । ସ୍କନ୍ଧ ପୁରାଣର କୋଶୀଖଣ୍ଡରେ ଉଲ୍ଲେଖ ଅଛି, ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ କାଳଭୈରବୀଙ୍କ ନିକଟରେ ବ୍ରତ, ଉପବାସ ଓ ଜାଗରଣ ଆଦି ସମ୍ପାଦନ କଲେ ପ୍ରାଣୀମାନେ ସର୍ବପାପରୁ ମୁକ୍ତ ହୁଅନ୍ତି ।ତନ୍ତ୍ରସାଧକମାନଙ୍କ ସାଧନା ସମୟରେ ଯେଉଁ ଉଲ୍ଲେଖ ତନ୍ତ୍ର ପରମ୍ପରାରେ ରହିଛି, ସେଥି ମଧ୍ୟରେ ଏହି ପ୍ରଥମାଷ୍ଟମୀର ରାତ୍ରି ବିଶେଷ ଉଲ୍ଲେଖନୀୟ । ତାନ୍ତ୍ରିକ ଭାଷାରେ ଏହାର ନାମ ‘ଘୋରରାତ୍ର’ I ନବଦୁର୍ଗାଙ୍କ ମଧ୍ୟରୁ କାଳରାତ୍ରି ଅନ୍ୟତମା । ଆଦ୍ୟାଶକ୍ତି କାଳରାତ୍ରି ରୂପେ ଏହିଦିନ ଅବତୀର୍ଣ୍ଣା ହୋଇଥିଲେ । ତନ୍ତ୍ର ସମ୍ବନ୍ଧୀୟ ବିଭିନ୍ନ ଶାସ୍ତ୍ରରେ ଏହି ବିଷୟରେ ଉଲ୍ଲେଖ ଅଛି । ଅତୀତରେ ବହୁ ସ୍ଥାନରେ ଭୈରବ ଓ ଭୈରବୀଙ୍କୁ ପୂଜା କରାଯାଉଥିଲା ।
ପ୍ରଥମାଷ୍ଟମୀର ଅନ୍ୟନାମ ପଢୁଆଁଅଷ୍ଟମୀ ବା ପୋଢ଼ୁଁଆ ଅଷ୍ଟମୀ । ଗ୍ରାମୀଣ ଭାଷାରେ କେହି କେହି ଅଷ୍ଟମୀକୁ ଅଷ୍ଟେଇଁ ମଧ୍ୟ କହି ଥାନ୍ତି l ଏହା ପୂର୍ବରୁ ଘରେ କୌଣସି ପର୍ବ ଅନୁଷ୍ଠିତ ହୁଏ ନାହିଁ । ଏପରିକି ପ୍ରଥମା- ଷ୍ଟମୀ ପୂର୍ବରୁ ପଡୁଥିବା ଗୁରୁବାର ମାଣ ବସା ଲକ୍ଷ୍ମୀ ପୂଜାକୁ ନିଷିଦ୍ଧ କରା ଯାଇଛି l ଲକ୍ଷ୍ମୀ ପୁରାଣରେ କୁହାଯାଇଛି :-"ଅଷ୍ଟମୀ ନୋହୁଁଣୁ ଯେବେ ଗୁରୁବାର ହୋଇ ,
ପୂଜିଲେ ହେଁ ମହାଲକ୍ଷ୍ମୀ ପୂଜା ନ ଘେନଇ " । ଅପରପକ୍ଷରେ ଏହିଦିନ ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଓ ଦୀର୍ଘଜୀବନ ପାଇଁ ପୂଜାବିଧି ଅନୁଷ୍ଠିତ ହୋଇଥାଏ । ଏହି ପବିତ୍ର ତିଥିରେ ସେମାନଙ୍କର ଦୀର୍ଘଜୀବନ କାମନା କରି ମାଆମାନେ ଷଠୀ ଦେବୀଙ୍କର ପୂଜା ଅର୍ଚ୍ଚନା କରିଥାନ୍ତି ।ପଞ୍ଚପଲ୍ଲବ ଓ ପଞ୍ଚଶସ୍ୟରେ କଳସପୂଜା ଓ ବରୁଣ ପୂଜା ହୋଇଥାଏ । ଓଡ଼ିଆ ପରମ୍ପରା ଅନୁଯାୟୀ ପ୍ରଥମାଷ୍ଟମୀ ଦିନ ଘରର ଜ୍ୟେଷ୍ଠ ସନ୍ତାନ ସେ କନ୍ୟା ହେଉ କି ପୁତ୍ର ତାକୁ ସ୍ନାନାନ୍ତେ ନୂତନ ବସ୍ତ୍ର ପିନ୍ଧାଇ ଦିଅଁଙ୍କ ଆଗରେ ପିଢ଼ା ଉପରେ ବସାଇ ଦୁଇ କାନରେ ଫୁଲ ଓ ମୁଣ୍ଡରେ ଚନ୍ଦନ ଲଗାଇ ଦୁବ, ବରକୋଳି ପତ୍ର ଓ ହଳଦୀମିଶା ଚାଉଳ ମିଶାଇ ସେଥିରେ ମା’ମାନେ ତାଙ୍କୁ ବନ୍ଦାପନା କରନ୍ତି । ବନ୍ଦାପନା ପରେ ଜ୍ୟେଷ୍ଠ ସନ୍ତାନ ଷଠୀ ଦେବୀଙ୍କୁ ମୁଣ୍ଡିଆ ମାରିବା ସହିତ ପିତାମାତାଙ୍କୁ ଓ ଗୁରୁଜନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଭିକ୍ଷା କରନ୍ତି । ପରିବାରର ଜ୍ୟେଷ୍ଠ ପୁତ୍ର ବା ଜ୍ୟେଷ୍ଠା କନ୍ୟାର ନବ ବସ୍ତ୍ର ପରିଧାନ ଓ ବନ୍ଦାପନା ହେବାର ଏହି ବିଶେଷ ବିଧିକୁ ‘ପଢୁଆଁ ହେବା’ କହିଥାନ୍ତି I ‘ପଢୁଆଁ’ ଶବ୍ଦଟି ‘ପ୍ରଥମା’ର ଅପଭ୍ରଂଶ ।
ପରମ୍ପରା ଅନୁଯାୟୀ ଏହି ଦିନ ଜ୍ୟେଷ୍ଠ ସନ୍ତାନ ପିନ୍ଧୁଥିବା ନୂତନ ବସ୍ତ୍ର ମାମୁ ଘରୁ ଆସିଥାଏ । ଏହିଦିନ ମାମୁଁମାନେ ନୂଆଲୁଗା, ମିଷ୍ଟାନ୍ନ ଓ ଅନ୍ୟାନ୍ୟ ସାମଗ୍ରୀ ସହ ଭଣଜା ଭାଣିଜୀ ଘରକୁ ଯାଇ ପଢୁଆଁ କରନ୍ତି । ସେଥିପାଇଁ ମାମୁଁଙ୍କୁ ଶ୍ରଦ୍ଧା ଓ ପରିହାସରେ ଅଷ୍ଟମୀ ବନ୍ଧୁ ବୋଲି କୁହାଯାଏ I ଅବଶ୍ୟ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଘରର ଜ୍ୟେଷ୍ଠପୁତ୍ର ବା ଜ୍ୟେଷ୍ଠକନ୍ୟାକୁ ନୂଆ ଲୁଗାପଟା ବାପ ମାଆମାନେ ପିନ୍ଧେଇଥାନ୍ତି ।ଏହି ବିଧିରେ ସାମାଜିକ ଓ ପାରିବାରିକ ବନ୍ଧନ, ଶୃଙ୍ଖଳା ଓ ଆଦର୍ଶବୋଧ ଅତିମାତ୍ରାରେ ନିହିତ ରହିଛି । ଜ୍ୟେଷ୍ଠପୁତ୍ର, ପରିବାରରେ ପିତା ସମାନ । ପିତାଙ୍କ ଅନ୍ତେ କିମ୍ବା ପିତାଙ୍କ ଅକର୍ତ୍ତବ୍ୟରେ ଘର ଚଳାଇବା ଓ ଅନ୍ୟ ସନ୍ତାନ (ଭାଇ ଭଉଣୀ)ମାନଙ୍କୁ ପ୍ରତିପୋଷଣ କରିବା ଦାୟିତ୍ୱ ଜ୍ୟେଷ୍ଠ ପୁତ୍ର ଉପରେ ପଡ଼ିଥାଏ । ତେଣୁ ତାକୁ ସମସ୍ତେ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରଥମାଷ୍ଟମୀ ଓ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ପ୍ରଥମ ସନ୍ତାନ ବା ଜ୍ୟେଷ୍ଠ ସନ୍ତାନକୁ ପୂଜା ବନ୍ଦାପନା କରିବାର ବିଧି ଆମ ସମାଜରେ ପ୍ରଚଳିତ ।ଏଣ୍ଡୁରି ପିଠା ପ୍ରଥମାଷ୍ଟମୀର ବିଶେଷତ୍ୱ । ଏହି ପିଠା ପାଇଁ ହଳଦୀପତ୍ରର ବ୍ୟବହାର ମଧ୍ୟ ଅନ୍ୟ ଏକ ବିଶେଷତ୍ୱ । ଅନ୍ୟ କୌଣସି ପିଠାରେ ହଳଦୀ ପତ୍ର ବ୍ୟବହୃତ ହୁଏନାହିଁ I କେବଳ ପ୍ରଥମାଷ୍ଟମୀ ଉପଲକ୍ଷେ ଏଣ୍ଡୁରି ପିଠାରେ ହଳଦୀପତ୍ରର ବ୍ୟବହାର ପ୍ରସିଦ୍ଧ । ସେହିପରି ଆମର ଜନଜୀବନ ସହିତ ମହାପ୍ରଭୁ ଜଗନ୍ନାଥଙ୍କ ନୀତି କାନ୍ତି , ପର୍ବ ପର୍ବାଣୀ ଓତଃପ୍ରୋତଭାବେ ବିଜଡ଼ିତ । ତଦାନୁସାରେ
ଶ୍ରୀଜଗନ୍ନାଥ ହେଉଛନ୍ତି ଅଖିଳ ବ୍ରହ୍ମାଣ୍ଡ ନାଥ। ସେ ହେଉଛନ୍ତି ବଡ଼ ଠାକୁର। ବଡ଼ ଠାକୁର ହିସାବରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଶ୍ରୀମନ୍ଦିରରେ ପଢ଼ୁଆଁ କରାଯାଇଥାଏ। ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିଭିନ୍ନ ନୀତିକାନ୍ତି ବଢ଼ି ସକାଳ ଧୂପ ଓ ପ୍ରଥମ ଭୋଗ ମଣ୍ଡପ ବଢିବା ପରେ ମହାପ୍ରଭୁଙ୍କ ବେଶ ଅନୁଷ୍ଠିତ ହେବ। ଏହି ବେଶରେ ମହାପ୍ରଭୁଙ୍କୁ ନୂଆ ଲୁଗା ଲାଗି ସହ ବିଭିନ୍ନ ଅଳଙ୍କାର ଲାଗି ହେବେ। ଏହାପରେ ସ୍ୱତନ୍ତ୍ର ବନ୍ଦାପନା ପରେ ମଧ୍ୟାହ୍ନ ଧୂପ ବଢ଼ି ମହାପ୍ରଭୁଙ୍କୁ ପୋଢ଼ୁଆଁ କରାଯିବ। କ୍ରମଶଃ
ଦାୟୀ କିଏ ? ୧
ଦାୟୀ କିଏ ?
---------------
ଓଡ଼ିଶାର ବାସ୍ତବ ସ୍ଥିତି କୁ ଉପଜିବ୍ୟ କରି ଯଦି ଗଣତନ୍ତ୍ରର ପବିତ୍ର ମନ୍ଦିର ବିଧାନ ସଭା , ବିଭିନ୍ନ ଦୃଶ୍ୟ -ଶ୍ରାବ୍ୟ ଗଣମାଧ୍ୟମ, ବିଭିନ୍ନ ସମ୍ଫାନ, ସଭା ସମିତିରେ ଆଲୋଚନା ହେଉଥାନ୍ତା, ତେବେ ଅନେକ ଅନାଲୋଚିତ ତଥ୍ୟ ଜନାର୍ପିତ ହୋଇପାରନ୍ତା । ଆମର ହଜାର ହଜାର ବର୍ଷର ଛପା, ଅଛପା ଇତିହାସକୁ ଗର୍ଭାନୁଶୀଳନ କଲେ ଜଣାଯାଏ ନାହିଁ କି ଯେ ଆମର ଏଇ ପ୍ରିୟ ଜନ୍ମଭୂମି ଓଡ଼ିଶା ମାନବ ସଭ୍ୟତାର ଅନ୍ତୁଡିଶାଳ ବୋଲି ? ଆମର ଏଇ ମତ୍ସ୍ୟ ଦେଶର ପୂର୍ବଜ ମାନଙ୍କ ଜୀବନ ଜୀବିକା ନିର୍ବାହର ଭିତ୍ତି କ'ଣ ନଥିଲା ପଶୁ ପାଳନ ? ପରବର୍ତ୍ତୀ ସମୟରେ କୃଷି କର୍ମକୁ ଆଦରି ନେଇଥିଲେ ସେମାନେ । ଏହାହିଁ ନିର୍ବିବାଦୀୟ ସତ୍ୟ ଯେ ଆମ ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ । ସେଥିପାଇଁ ଆମେ ଶତ ସହସ୍ର ବାର କହି ଓ ଲେଖି ଆସିଛୁ ଯେ " କୃଷି ଓ କୃଷକର ବିକାଶ ହିଁ ଓଡ଼ିଶା ବିକାଶର ଅସଲ କୁଞ୍ଚି କାଠି । ଆମର ଅର୍ଥନୀତି ସମ୍ପୂର୍ଣ୍ଣ ଭାବେ କୃଷି ଓ ପଶୁ ପାଳନ ତଥା ମତ୍ସ୍ୟ ଉତ୍ପାଦନ ଉପରେ ଥିଲା ନିର୍ଭରଶୀଳ । ଅତଏବ କୃଷି ଭିତ୍ତିକ ଅର୍ଥନୀତି କଥା ଆଲୋଚନା କଲାବେଳେ ଗୋ ସମ୍ପଦର ଅବଦାନକୁ ସ୍ୱୀକାର କରିବାକୁ ହେବ। କିଛି ବର୍ଷ ପଛକୁ ଫେରିଗଲେ ଗୋ ସମ୍ପଦ ଉପରେ ଭାରତୀୟ କୃଷି ସମ୍ପୂର୍ଣ୍ଣ ନିର୍ଭରଶୀଳ ଥିଲା। ବିଲରେ ହଳ କରିବା, ଟେଳା ଭାଙ୍ଗିବା ବା ସମତଳ ପାଇଁ ମଇ ଭିଡ଼ିବା, ଧାନରୁଆ ପରେ ବିହୁଡ଼ିବା, ବିଲରୁ ଖଳାକୁ ଶଗଡ଼ରେ ବୁହାଇବା, ଧାନ ବିରି ପ୍ରଭୃତି ବେଙ୍ଗଳା କରିବା, ଅମଳ ଫସଲକୁ ବଜାରକୁ ନେବା, ବଳକା ଶସ୍ୟକୁ ଘରକୁ ଆଣି ସଂରକ୍ଷଣ କରିବା ଇତ୍ୟାଦି ପ୍ରତ୍ୟେକ କାର୍ଯ୍ୟରେ ଶଗଡ ବଳଦର ଆବଶ୍ୟକତା ହିଁ ରହୁଥିଲା। ଏପରିକି ବିବାହ ଆଦି ଶୁଭ କାର୍ଯ୍ୟରେ ଝିଅ ବିଦା ହେବା ପାଇଁ ଶଗଡ଼ବଳଦ ଉପରେ ମଣିଷ ନିର୍ଭରଶୀଳ ଥିଲା। ଧାର୍ମିକ ଦୃଷ୍ଟିକୋଣରୁ ଆମ ଦେଶରେ ଗୋ ସମ୍ପଦର ଗୁରୁତ୍ୱ କେଉଁ ଅନାଦି କାଳରୁ ରହିଆସିଛି। ଗୋମାତା ଆମ ହିନ୍ଦୁ ସଂସ୍କୃତିର ମୂଳ ଆଧାର। ତା’ର ସେବା ଦ୍ୱାରା ସିଦ୍ଧିପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏପରିକି ଗୋମାତାର ଚାରିଖୁରାରେ ଧର୍ମ, ଅର୍ଥ, କାମ, ମୋକ୍ଷ ରହିଥାଏ ବୋଲି ହିନ୍ଦୁମାନଙ୍କର ଦୃଢ଼ ବିଶ୍ୱାସ। ଗୋମାତା ଯଦି ଘର ଭିତରେ ଥରେ ବୁଲି ଆସେ ତେବେ ସମସ୍ତ ଅଶୁଭ ତଥା ନକାରାତ୍ମକ ଶକ୍ତିର ବିନାଶ ଘଟିଥାଏ। କେବଳ କୃଷି କ୍ଷେତ୍ର ବା ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ନୁହେଁ ମଣିଷ ସମାଜ ପାଇଁ ବିଭିନ୍ନ କାରଣରୁ ଗୋ ସମ୍ପଦର ଆବଶ୍ୟକତା ରହିଛି।ଅଧିକାଂଶ ସରକାରୀ ଚିକିତ୍ସାଳୟରେ ପାଉଁରୁଟି ସହିତ ଦିଆଯାଉଥିବା ତରଳ ପାନୀୟ ହେଉଛି ଗୋରସ ବା କ୍ଷୀର, ଯାହା ଶିଶୁ ଓ ରୋଗୀମାନଙ୍କ ପାଇଁ ଅମୃତ ତୁଲ୍ୟ। ପ୍ରସବ ସମୟରେ ମା’କୁ ହରେଇଥିବା ଅବୋଧ ଶିଶୁର ବଞ୍ଚିବାର ଏକମାତ୍ର ବିକଳ୍ପ ଗାଈ କ୍ଷୀର କହିଲେ ଅତ୍ୟୁକ୍ତି ହେବନାହିଁ। ସେଥିପାଇଁ ବୋଧ ହୁଏ ପ୍ରତିଟି ହିନ୍ଦୁ ପରିବାର ସହିତ ଗୋମାତା ଜଡିତ। କୃଷି ଉପରେ ନିର୍ଭରଶୀଳ ଅଧିକାଂଶ ପରିବାର ଚାଷ ଉେଦ୍ଦଶ୍ୟରେ ବଳଦ ଓ କ୍ଷୀର ଉେଦ୍ଦଶ୍ୟରେ ଗାଈ ପାଳନ କରୁଥିଲେ। ଗୋମାତାର ଦର୍ଶନରେ ସକଳ ଶୁଭ ହୁଏ ବୋଲି ଗୃହର ପ୍ରବେଶ ପଥରେ ପ୍ରଥମେ ଗୁହାଳ ରଖାଯାଉଥିଲା। ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ସ୍ୱୟଂ ଗୋପାଳ ଅବତାର ନେଇ ଗୋ ମହିମାର ପ୍ରଚାର କରିଥିଲେ। ବୈଦିକ କାଳରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏ ମାନବ ସମାଜ ମୁଖ୍ୟତଃ କୃଷି ଓ ଗୋପାଳନ ଉପରେ ନିର୍ଭରଶୀଳ ହୋଇ ନିଜର ଜୀବନ ଓ ଜୀବିକା ନିର୍ବାହ କରିଆସୁଛି। ସେଥିପାଇଁ ହିନ୍ଦୁ ଧର୍ମରେ ଶ୍ରାବଣ ପୂର୍ଣ୍ଣିମା ଦିନ ପ୍ରଭୁ ବଳରାମଙ୍କ ପୂଜା ସହିତ ଗୋମାତାର ପୂଜା ବିଧି ମଧ୍ୟ ରହିଛି। ସେଦିନ ଗାଈଗୋରୁମାନଙ୍କୁ ଜଳରେ ଗାଧୋଇ ଦିଆଯାଇ ଫୁଲ ଚନ୍ଦନ ଦେଇ ପିଠାପଣା ସହିତ ପୂଜାର୍ଚ୍ଚନା କରାଯାଇଥାଏ। ଆମେ ନିକଟରେ ସୀମା ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ଭାବେ ଚାରି ଜଣ ସଦସ୍ୟଙ୍କ ସହିତ ଓଡ଼ିଶାର ସୀମାନ୍ତବର୍ତ୍ତୀ ଅଞ୍ଚଳ ବୁଲିବା ସମୟରେ ଗଜପତି ଜିଲ୍ଲାର ମାଣିକ ପାଟଣା ଓ ଗଙ୍ଗା ବାଡ଼ ଅଞ୍ଚଳରେ ଗୋ ସମ୍ପଦର ବାସ୍ତବ ଚିତ୍ର ଦେଖି ହୋଇଥିଲୁ ଆନନ୍ଦିତ । ଆମେ ବିଭିନ୍ନ ସମୟରେ ବିଭିନ୍ନ ଆଲେଖ୍ୟ ଆଲୋଚନାରେ ଦୃଢ଼ତାର ସହ କହି ଆସିଛୁ ଯେ ବିଶ୍ବର ପ୍ରଥମ ଧାନ ଚାଷର ମାଟି ଆମର କୋରାପୁଟ । ସେହି ଆଦିମ ସଭ୍ୟତା ଆରମ୍ଭରୁ ଆମର ପୂର୍ବପୁରୁଷମାନେ ପଶୁପାଳନ ନିମନ୍ତେ ସୃଷ୍ଟି କରିଥିଲେ ଚାରଣ ଭୂମି । ଏହି କ୍ରିୟା ମଧ୍ୟ ଚଳିଆସିଥିଲା ପରାଧୀନ ଓଡ଼ିଶାରେ । ଚାରଣ ଭୂମିର ଉନ୍ନତି ଓ ସଂରକ୍ଷଣ ଏକ ମହତ୍ କାର୍ଯ୍ୟ ଭାବେ ବିବେଚିତ ହେଉଥିବା ସମ୍ପର୍କରେ ପୌରାଣିକ ଯୁଗରେ ରାଜା ମହାରାଜାଙ୍କ ଦ୍ଵାରା ମାନ୍ୟତା ଲାଭ କରିଥିଲା । ରାଜା ଦିଲ୍ଲୀପଙ୍କ ଠାରୁ ବିରାଟ ରାଜାଙ୍କ ଗୋ ସମ୍ପଦ , ଦୁର୍ଯ୍ୟୋଧନଙ୍କ ନେତୃତ୍ବରେ ଗୋ ସମ୍ପଦ ହରଣ, ଅଜ୍ଞାତବାସରେ ଥିବା ବୃହନଳା ଅର୍ଜୁନ ଓ ରାଜ କୁମାର ଉତ୍ତରଙ୍କ ପ୍ରସଙ୍ଗ ଭଳି ରହିଛି ହଜାର ହଜାର ଉଦାହରଣୀୟ ତଥ୍ୟ । ଚାରଣ ଦ୍ବାରା ପାଳିତ ପ୍ରାଣୀ ଯଥା ଗାଈ, ମଇଁଷି ,ବଳଦ, ଛେଳି, ମେଣ୍ଢା ଙ୍କ ଦ୍ଵାରା ମଣିଷ ଉପକୃତହୋଇଥାନ୍ତି । କ୍ଷୀର, ଦହି ଓ ଘିଅର ଔଷଧୀୟ ଗୁଣ ସର୍ବଜନ ବିଦିତ । ଗାଈ ଗୋରୁ ମାନେ ଚାରଣ ଭୂମିରେ ଚରିବା ସମୟରେ ପ୍ରାୟତଃ ୨୩ ପ୍ରକାର ଘାସ ଖାଇଥାନ୍ତି ବୋଲି ପଶୁ ପାଳନ, କୃଷି ବିଶେଷଜ୍ଞ ମାନେ ମତ ଦେଇଥାନ୍ତି । ଆମ ଓଡ଼ିଶା ମାଟି ହେଉଛି ବିଶ୍ଵର ଏକମାତ୍ର ସ୍ଥାନ, ଯେଉଁଠି ସବୁ ପ୍ରକାର ରସ ଯୁକ୍ତ ଘାସ ଉପଲବ୍ଧ ଥିଲା । ବିଶେଷ କରି ଦୁବ,ମୁଥା, ଭୂଇଁକାମୁରା,କନରା,
ସମଣା, ପୋକଶୁଙ୍ଘା,ଚାଣ୍ଟି,ପାନିଆ ପତରି, ରାମ ଶିଆଳି, ଭୂଇଁ ଅଁଳା, କାନସୁରୀ,କଣ୍ଟା ବାଉଁଶ,ବେଣା, ସବାଇଘାସ, ଟାଉଁଶିଆ, କଙ୍କିକ୍ଷୀର, ବାଉଁଶପତରି,ଚରେଇଗୁଡି, ବିଶଲ୍ୟ କରଣୀ, ଲାଜକୁଳୀ ଆଦି ଘାସ ଆମେ ପିଲାଦିନେ ଦେଖିଥିଲୁ । ଆଜି ଏଥିରୁ ଅନେକ ଲୁପ୍ତ । କାରଣ ବିଗତ ପଚାଶ ବର୍ଷ ଧରି କ୍ରମାଗତ ଭାବେ ଅନାବାଦୀ ଚାରଣ ଭୂମି ଜବର ଦଖଲ ହୋଇ ଚାଲିଛି ସମଗ୍ର ରାଜ୍ୟରେ, ବର୍ତ୍ତମାନ ଏହାର ସ୍ଥିତି ଅତ୍ୟନ୍ତ ଦୟନୀୟ । ଆଜି ଓଡ଼ିଆ ଖାଉଟି ବଜାର ଓମଫେଡ ଭଳି ସଂସ୍ଥା ଉପରେ ନିର୍ଭରଶୀଳ । ଆନ୍ଧ୍ର ରୁ ଆସୁଥିବା ଚୁନି ଚୋକଡ ଖାଇ , ଅଧିକ କ୍ଷୀର ଆଦାୟ ପାଇଁ ଇଞ୍ଜେକସନ ଫୋଡା ଖାଉଥିବା ଗାଈ , ମଇଁଷିର କ୍ଷୀରରେ କ'ଣ ଅଛି ? ଉଦାହରଣ ସ୍ୱରୂପ ଦୂବ ଘାସରେ ରକ୍ତହୀନତାକୁ ଚିକିତ୍ସା କରିବାର ତତ୍ତ୍ଵ ରହିଛି । ଆମେ ଶହଶହ ଥର ଦେଖିଛୁ ଯେ ହଳ କରିବା ସମୟରେ ହଳୁଆଙ୍କ ଗୋଡ଼ ଲଙ୍ଗଳ ଲୁହାରେ କ୍ଷତାକ୍ତ ହେଲେ ସେ ମହାଶୟ ଦୁବ ଘାସ ଚୋବେଇ କ୍ଷତ ସ୍ଥାନରେ ବାନ୍ଧି ଦେଉଥିଲେ । ଆମେ ମଧ୍ୟ ପିଲାଦିନେ ଖେଳିବା ସମୟରେ , ଶଗଡ଼ ଗୁଳାରେ ସାଇକେଲ ଶିଖିବା ସମୟରେ ଅନେକ ଥର ହାତ ଗୋଡରେ କ୍ଷତ ହେଲେ ,ଏହି ଉପାୟରେ ଭଲ ହୋଇଥିଲୁ । ସେହିପରି ପୋକଶୁଙ୍ଘା ଘାସରେ ଘା ଶୁଖିବା ପାଇଁ ଭରପୂର ଗୁଣ ରହିଛି, ଯାହାକୁ ଏଲୋପାଥି ଚିକିତ୍ସା ବିଜ୍ଞାନରେ ଆଣ୍ଟିବାୟୋଟିକ୍ସ କୁହାଯାଏ । ଅତଏବ ଘାସ ଖାଇ କ୍ଷୀର ଦେଉଥିବା ଗାଈ କ୍ଷୀରରେ ଯାହା , ତାହା ଚୋକଡ ଖାଉଥିବା ଗାଈ କ୍ଷୀରରେ ନଥାଏ । ଯେପରି ନିଜର ଜନ୍ମଦାତ୍ରୀକୁ ବୋଉ ବୋଲି ଡାକିଦେଲେ ଯେଉଁ ଭାଵ ଅନ୍ତର ଭିତରୁ ବାହାରି ଆସେ, ସେହି ଭାବ କ'ଣ ଚଳଚ୍ଚିତ୍ର, ନାଟକ, ଧାରାବାହିକ ଆଦିରେ ମା ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀଙ୍କୁ ସମ୍ବୋଧନ କଲେ ଆସିଥାଏ କି ? ଆମେ କ'ଣ " ମଦର ଇଣ୍ଡିଆ" ଚଳଚିତ୍ରରେ ମାଆ -ପୁଅ ଭୂମିକାରେ ଅଭିନୟ କରି , ପରବର୍ତ୍ତୀ ସମୟରେ ସ୍ବର୍ଗତ ସୁନୀଲ ଦତ୍ତ ଓ ନର୍ଗିସ ଉପାଖ୍ୟାନ ଭୁଲି ଗଲେ ? ଅତୀତର କଥା ଛାଡ଼ନ୍ତୁ, ଏବେ ଦୂରଦର୍ଶନରେ ବର୍ଷ ବର୍ଷ ଧରି , ଏପରିକି ସର୍ବାଧିକ ଅଙ୍କ ( ଏପିସୋଡ) କରି ଆସୁଥିବା" ତାରକ ମେହେଟା କା ଓଲଟା ଚଷମା" ରେ ଜେଠାଲାଲର ପ୍ରେମିକ ବବିତା ,ଜେଠାଲାଲ ପୁଅ ଟପୁ, ବାସ୍ତବ ଜୀବନରେ ବବିତା ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ମୁନମୁନ ଦତ୍ତ ଓ ଟପୁ ଭୂମିକାରେ ଅଭିନୟ କରୁଥିବା ଭବ୍ୟ ବିନୋଦ ଗାନ୍ଧୀଙ୍କ ସହିତ ପ୍ରେମ ଆଦି ଅନେକ ଉଦାହରଣ ରହିଛି । ସେହିପରି ଆମର ନନା ( ବାପା) ନିଜେ ଗାଈ,ବଳଦଙ୍କୁ ଖୁଆଇ ,ପାଳ ପକେଇ ସାରି ଗାଧୋଇବାକୁ ପୋଖରୀକୁ ଯାଇଥାନ୍ତି । ସେ ଯେଉଁ ତୋରାଣି ତିଆରି କରିଥାନ୍ତି , ତାହା ଥିଲା ଉତ୍କୃଷ୍ଟ ଗୋଖାଦ୍ୟ । ପାରମ୍ପରିକ ଭାବେ ଘରର ବଳକା ପେଜ ତୋରାଣି, ବଳକା ଭାତ,ପରିବା ଚୋପା ସବୁ ଗୋରୁକୁଣ୍ଡରେ ଥାଏ । ଏହି ମିଶ୍ରଣଟି କିଣ୍ବିତ ଆହାର କୁହାଯାଏ, ଯାହା ଆଜିର ଆଧୁନିକ ଚିକିତ୍ସା ଶାସ୍ତ୍ରରେ ଫର୍ ମେଣ୍ଟେଡ୍ ଫୁଡ୍ ବୋଲି କୁହାଯାଏ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ବାସି ଭାତ ତୋରାଣିରେ ପ୍ରଚୁର ପରିମାଣରେ ପୃଷ୍ଟିସାର, ସ୍ନେହସାର ବା ଭିଟାମିନ ବି କମ୍ପ୍ଲେକ୍ସ ଓ ଭିଟାମିନ - କେ ରହିଥାଏ । ଏଥିରେ ଅନେକ ଉପକାରୀ ଜୀବାଣୁ ଜନ୍ମନ୍ତି , ଯାହା ଗାଈଗୋରୁଙ୍କ ଭଳି ପଶୁଙ୍କ ପାକସ୍ଥଳୀରେ ପାଚନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଥାଏ । ସେହିପରି ଵାସି ଭାତ ତୋରାଣିରେ ଲାକ୍ଟିକ ଏସିଡ୍ ରହିଥାଏ, ଯାହା ଅନ୍ୟାନ୍ୟ ଅଣୁ ଖାଦ୍ୟ ( ମାଇକ୍ରୋ ନ୍ୟୁଟ୍ରିଏଣ୍ଟ) କୁ ଶରୀର ପାଇଁ ଉପଲଵ୍ଧି କରାଏ ,କ୍ଲାସିକ ଏସିଡ ଦ୍ବାରା ଖାଦ୍ୟ ର ଗୁଣ ବଢ଼ିଥାଏ, ଯାହା ଗାଈର ପ୍ରଜନନ କ୍ଷମତାକୁ ବୃଦ୍ଧି କରିଥାଏ । ସେହିପରି ଏଭଳି ଖାଦ୍ୟରେ ମଦ୍ୟସାର ମଧ୍ୟ ଉତ୍ପନ୍ନ ହୋଇଥାଏ, ଯାହା ଗାଈଗୋରୁଙ୍କୁ ହୃଷ୍ଟପୃଷ୍ଟ କରାଏ, ଗର୍ଭିଣୀ ଗାଈ ଓ ହଳ , ଶଗଡ଼ ବୁହା ବଳଦଙ୍କ କ୍ଲାନ୍ତି ଦୂର କରେ । ଆମ ପିଲାଦିନେ ଆମର ଚାରି ହଳ ବଳଦ ,ଛଅଟି ଗାଈ ଥିଲେ । ସେତେବେଳେ ଯେତିକି ପରିମାଣରେ ଚାଷ ଜମି ଥିଲା , ଏବେ ସେହି ଜମି ଅଛି , ମାତ୍ର ବଳଦ ନାହାନ୍ତି କି ଗାଈ ନାହାନ୍ତି । ଖମାର ପୂରଣ ହୋଇ ,୨୦/୨୨ ଟି ଖଣି ପଡୁଥିଲା , ଏବେ ଖଣି ପଡୁନି । ପୂର୍ବଜ ଓଡ଼ିଆ ମାନଙ୍କ ଜ୍ଞାନ କୌଶଳ ଏବେ ଜର୍ମାନୀରେ ଫଳପ୍ରଦ , ଯେପରି ସଂସ୍କୃତ ଭାଷା । ଓଡ଼ିଶାର ଜ୍ଞାନ ଓ ଜ୍ଞାନବନ୍ତ ବ୍ୟକ୍ତି ( ଡ଼ଃ ରାଜେନ୍ଦ୍ର ନାରାୟଣ ଦାସ ଙ୍କ ଭଳି ଅନେକ) ମାନଙ୍କୁ ନେଇ ଜର୍ମାନ ଆଗେଇ ଚାଲିଛି , ଆମେ ଆମକୁ ଯିଏ ୧୪୪ ବର୍ଷ ଧରି ଶୋଷଣ କଷଣ ଅତ୍ୟାଚାର କରୁଥିଲେ , ଆମକୁ ଗୋଲାମ କରି ରଖିଥିଲେ , ସେମାନଙ୍କ ଜ୍ଞାନ କୌଶଳ ଏବେ ଆମର ହୋଇଛି ଵେଦ ,ଆହରଣୀୟ ଦର୍ଶନ । ସେଥିପାଇଁ କୁହାଯାଏ "ସନ୍ତରା ବଣ ରେ ଧଣ୍ଡେ ଜୀଅନ୍ତି , ଓଡ଼ିଶାରେ ଭଣ୍ଡେ ଜୀଅନ୍ତି" । ବିଗତ ୪୦ ବର୍ଷର ଇତିହାସ ଦେଖିଲେ ଏହାର ପ୍ରତିପାଦିତ ସଠିକତା ହେବ ପରିଦୃଶ୍ୟ । ଅଣ ଓଡ଼ିଆ, ମିଶାମିଶି ଓଡ଼ିଆ , ମାଇଚିଆ ବା ମୁଣ୍ଡ ପାଗଳ ମାନେ ସେମାନଙ୍କ କ୍ଷେତ୍ରରେ ସଫଳତା ହାସଲ କରୁଛନ୍ତି । ଖାଣ୍ଟି ଓଡିଆମାନେ ହୋଇଆସୁଛନ୍ତି ସକଳ ପ୍ରକାର ହନ୍ତସନ୍ତ । ଓଡ଼ିଶାର ଶତ୍ରୁ ଓଡ଼ିଶା ବାହାରେ ନୁହେଁ, ଓଡ଼ିଶାରେ ଚରଣିଆ ମାନସିକତା ବିଜଡ଼ିତ ଗନ୍ଧିଆ ପାତ୍ରନାହକମାନଙ୍କ ମାଧ୍ୟମରେ ଅଣ ଓଡ଼ିଆ ଲୋକେ ଆମକୁ କେବଳ ଶାସନ କରୁନାହାନ୍ତି, ଅଧିକନ୍ତୁ ଆମର ସାମାଜିକ ଜନ ଜୀବନର ପ୍ରତ୍ୟେକ ଅଙ୍ଗର ହୋଇଛନ୍ତି ନିୟନ୍ତ୍ରକ । ଓଡ଼ିଶା ଓ ଓଡ଼ିଆ ମାନଙ୍କ ପାଇଁ ଯିଏ ସଂଘର୍ଷ କରିଥାନ୍ତି, ସେମାନଙ୍କ ବିରୋଧରେ ଏମାନେ କରିଥାନ୍ତି ଚକ୍ରାନ୍ତ, ମିଥ୍ୟାରୋପ, କ୍ଷତି ସାଧନ । ସବୁଠାରୁ ବିଡ଼ମ୍ବନାର କଥା ଯେ ଏମାନଙ୍କ ଭ୍ରଷ୍ଟ ଆଚରଣ କୌଣସି ସମୟରେ ନିନ୍ଦା ପାଇନଥାଏ, ବରଂ ମୌନେ ସମ୍ମତି ଲକ୍ଷଣ ପ୍ରତିପାଦିତ କରିଥାଏ , କେତେକ ତ ଉତ୍ସାହିତ କରିଥାନ୍ତି । ଆମ ପୂର୍ଵଜ ମାନଙ୍କ ଜ୍ଞାନ କୌଶଳ ଅଧ୍ୟୟନ କରି ଜର୍ମାନ ର ବିଖ୍ୟାତ ପ୍ରାଣୀ ବିଜ୍ଞାନୀ ଡ଼ଃ ରଲଜେ କୋହ୍ଲର ରୋଲେଫସନ୍ ଏକ ଦୀର୍ଘ ଆଲେଖ୍ୟ ରେ କହିଛନ୍ତି ଯେ ସୂର୍ଯ୍ୟ କିରଣ ଆହରଣ କରୁଥିବା ପଶୁ ମାନଙ୍କର କ୍ଷୀର ବା ଦୁଗ୍ଧ ରେ ଏହି ଶକ୍ତି ବା ଉର୍ଜାରୁ ଆସିଥାଏ । ଚାରଣ ଭୂମିରେ ଚରୁଥିବା ପଶୁ ଯଥା ଗାଈ ଗୋରୁ, ଛେଳି, ମେଣ୍ଢା ଆଦି ପଶୁ ମାନେ ଖୋଲା ଆକାଶ ତଳେ ଅଧିକାଂଶ ସମୟ ବିତେଇଥାନ୍ତି , ତେଣୁ ସେମାନେ ଶକ୍ତିଶାଳୀ ବୋଲି ମତପୋଷଣ କରିଛନ୍ତି । ବୈଦିକ ମତରେ ସୂର୍ଯ୍ୟ କିରଣ ସହିତ ପ୍ରତ୍ୟେକ ଜୀବନର ସିଧାସଳଖ ସମ୍ପର୍କ ରହିଛି । ଯେଉଁ ସବୁ ପ୍ରାଣୀ, ବିଶେଷ କରି ଯେଉଁ ମାନଙ୍କର ଭୁର୍ଚୁଟି ବା କୁଵୁଜ , ଯାହାକୁ ଇଂରାଜୀ ରେ ହମ୍ପ କୁହନ୍ତି , ତାହା ଥାଏ, ଯଥା ଆମେ ଯାହାକୁ ଏବେ ଦେଶୀ କୁହେ , ଅର୍ଥାତ୍ ଦେଶୀ ଗାଈଗୋରୁ , ଷଣ୍ଢ ଆଦି ପ୍ରାଣୀମାନଙ୍କର ସେହି ଭୁର୍ଚୁଟିରେ ଶୁକ୍ର ଧାଡ଼ି ସ୍ନାୟୁ ସମୂହ ଥିବାରୁ ଅଂଶୁ ଶକ୍ତି ଆହରଣର କ୍ଷମତା ଅଧିକ । ସୂର୍ଯ୍ୟ କିରଣ ଆହରଣ କରୁଥିବା ପଶୁମାନଙ୍କର କ୍ଷୀର ବା ଦୁଗ୍ଧ ରେ ଏହି ଶକ୍ତି ବା ଉର୍ଜା ରହେ , ଯାହା ଚରୁନଥିବା ପଶୁ ମାନଙ୍କ ଠାରେ ନ ଥାଏ । ଏବେ ଆମେ ଗୁହାଳରେ ବନ୍ଧା , ଚୁନି ଚୋକଡ ଖିଆ ଗାଈ କ୍ଷୀର , ତାହା ପୁଣି ରସାୟନିକ ପ୍ରକ୍ରିୟାରେ ଓମଫେଡ ଭଳି ସଂସ୍ଥାର କ୍ଷୀର ଖାଉଛେ । ଆମେ ଜାଣେନା ଯେ ସେ କ୍ଷୀର କୋଉ ଗାଈର କ୍ଷୀର , ସେ ଗାଈ ସୁସ୍ଥ କି ଅସୁସ୍ଥ । ଜୀବନ ଅଛି ଅର୍ଥ ରୋଗ ଅଛି । ଆମର ପିଲାଦିନର ସହପାଠୀ ସାଙ୍ଗ ଥିଲା ଭରତ , ଯାହାଙ୍କୁ ଆମେ ଭାଲୁ ବୋଲି ଡାକୁଥିଲୁ , ନିକଟରେ ସିଏ ଇହଲୀଳା ସମ୍ବରଣ କରିଛି । ତା'ର ବାପା ସ୍ବର୍ଗତ ଲୋଚନ ବେହେରା ଥିଲେ ଜଣେ ଭଲ ଗୋ- ରକ୍ଷକ ଓ ଚିକିତ୍ସକ , ତାଙ୍କର ଏକ ଗୋଠ ଥିଲା । ତା'ର ଦାଦା ଶ୍ରୀଯୁକ୍ତ ବିହାରୀ ବେହେରା , ଯାହାଙ୍କ ଏକମାତ୍ର ପୁତ୍ର , ଅଧୁନା ରସାୟନ ବିଜ୍ଞାନ ଶାସ୍ତ୍ର ବିଶାରଦ ଓ ଅନେକ ପାଠ୍ୟପୁସ୍ତକର ସ୍ରଷ୍ଟା , ସିଏ ଥିଲେ ଜଣେ ପଶୁ ଡାକ୍ତର । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ବିହାରୀ ବେହେରାଙ୍କୁ ଉପଜିଵ୍ୟ କରି ୧୯୭୪ ମସିହାରେ ଓଡ଼ିଶାର ପ୍ରଥମ ସଙ୍ଗଠିତ ସଫଳ ସାମାଜିକ ନ୍ୟାୟ ଆନ୍ଦୋଳନ ଗଢ଼ି ଉଠିଥିଲା । ଆମେ ଜାଣିଛେ ଯେ ଗାଈ ମାନଙ୍କର ଥନହରା ରୋଗ ଏକ ବଡ ସମସ୍ୟା । ଆମେ ପିଲାଦିନେ କଞ୍ଚା କ୍ଷୀର ପିଇବା ପାଇଁ ଗୋଠକୁ ଯାଇଥାଉ । ଆମେ ଗାଈ ରୋଗ ଓ ତା'ର ଘାସ ଚିକିତ୍ସା , ଦେଶୀ ଚିକିତ୍ସା ତାଙ୍କ ଠାରୁ ଶିକ୍ଷା ଲାଭ କରିଥିଲୁ । ଏହି ଥନହରା ରୋଗାକ୍ରାନ୍ତ ଗାଈର ଥନା ଫୁଲି ଯାଇଥାଏ , କ୍ଷୀର ରେ ରକ୍ତ ପୁଜ ବାହାରିଥାଏ । ଲୋଚନ ଭାଇ ( ଆମେ ତାଙ୍କୁ ସମ୍ବୋଧନ କରିଥାଉ) ଟୋକେଇଏ ସୁଆଁ ପତ୍ର ଶୁଖେଇ ମାଟି ହାଣ୍ଡିରେ ଖରଡ଼ି , ସେଥିରେ ଜଡ଼ା ତେଲ ମିଶାଇ ମିଶ୍ରିତ ଲେପ କୁ ଗାଈର ଥନ ଉପରେ ଲଗେଇ ,ଏକ କଦଳୀ ପତର ଗୁଡେ଼ଇ କନା ବାନ୍ଧି ଦେଉଥିଲେ , ଦୁଇ ତିନି ଥର ରେ ଦୁଇ ଦିନ ରେ ଥନହରା ରୋଗ ଭଲ କରିଦେଉଥିଲେ । ଏବେ ପଶୁ ଡାକ୍ତର ମାନେ ଏହାକୁ ଅସାଧ୍ୟ ରୋଗ ବୋଲି କହୁଛନ୍ତି । ନିକଟରେ ଆମର ପୁରୁଣା ପଦ୍ଧତି ଆଧାରରେ ଗୁଜରାଟର ଜଣେ ପଶୁ ଡାକ୍ତର ଚିକିତ୍ସା ସଫଳତା ଆଧାରରେ ରାଷ୍ଟ୍ର ଦ୍ବାରା ସମ୍ମାନିତ ହେଲେ , ଅଥଚ ଆମେ ? ଏପରିକି ଜଣେ ଗୋପାଳକ ଭାଲଭାଇ ପାରମାର କଞ୍ଚା କଦଳୀ+ଲେମ୍ବୁ ରସ+ ଫିଟିକିରି ର ମିଳିତ ଲେପ ରେ ଆଧୁନିକ ଚିକିତ୍ସକ ମାନଙ୍କ ଘୋଷିତ ଏହି ଅସାଧ୍ୟ ରୋଗ କୁ ଦୁଇ/ତିନି ଦିନ ରେ ଭଲ କରିଦେଉଛନ୍ତି । ଏଠି ପ୍ରଶ୍ନ ଉଠୁଛି ଯେ ଆମର ପୂର୍ବପୁରୁଷଙ୍କ ଜ୍ଞାନ କୁ ନେଇ ଓଡ଼ିଶା ବାହାରେ, ଏପରିକି ଭାରତ ବାହାରେ ବିଭିନ୍ନ ଦେଶରେ ଅମୂଲ୍ୟ ଵରଦାନ ହେଉଥିବା ବେଳେ , ଆମେ ହତଭାଗ୍ୟ ପରବର୍ତ୍ତୀ ପିଢ଼ି ଏହାକୁ ଅଣଦେଖା କରି ଅନ୍ୟ ଉପରେ ନିର୍ଭରଶୀଳ । ଆମର ପୂର୍ବଜ ମହାପୁରୁଷ ମାନଙ୍କ କୀର୍ତ୍ତି ଓ କୃତିକୁ, ଏପରିକି ସେମାନଙ୍କୁ ମଧ୍ୟ ବିସ୍ମରି ଯାଉଛୁ ।ଅଛପା ଇତିହାସର ଛିଣ୍ଡା ଫର୍ଦ୍ଦରେ ଆମେ ଉଲ୍ଲେଖ କରିଥିଲୁ ଯେ ଉତ୍କଳ ଜନନୀ ଚିର କାଳ ପ୍ରତିଭା ପ୍ରସବିନୀ ସତ୍ୟ ମାତ୍ର , ତା'ର ଯେଉଁ ଅଯୋଗ୍ୟ ଉପଭୋକ୍ତାଵାଦୀ, ସ୍ଵାର୍ଥାନ୍ଧ, ସ୍ବାଭିମାନ ବିବର୍ଜୀତ, ଭିକାରୀ ସଂସ୍କୃତି ଆହରିତ ସନ୍ତାନ ମାନେ କଳ ବଳ କୈାଶଳ, ଚଞ୍ଚକତା ସହ ଭ୍ରଷ୍ଟପନ୍ଥାକୁ ଉପଜିବ୍ୟ କରି କ୍ଷମତା ସିଂହାସନ ରେ ବସିଚାଲିଛନ୍ତି, ସେମାନଙ୍କ ସ୍ବାର୍ଥାଧାରିତ କାର୍ଯ୍ୟର କୁପ୍ରଭାବରେ ଅଧୁନା ଓଡ଼ିଶାର ମାଟି ହୋଇଛି ପ୍ରତିଭାର ମଶାଣି । କୀର୍ତ୍ତିମାଳିନୀ ବୀରପ୍ରସବିନୀ ଓଡ଼ିଶା କାଳେ କାଳେ ବହୁ ଯୋଗୀ, ଜ୍ଞାନୀ, ବିଦ୍ୱାନ, ପଣ୍ଡିତ, ଯୁଗ ପୁରୁଷଙ୍କୁ ଜାତ କରି ଏ ଓଡ଼ିଆ ଜାତି ତଥା ଦେଶର ମହିମା ଯୁଗେ ଯୁଗେ ବୃଦ୍ଧି କରି ଆସିଛି। ସଂସ୍କୃତ ସାହିତ୍ୟ ଅମର। ଏହାର ଅଭିବୃଦ୍ଧିରେ ଓଡ଼ିଶାର ମହାକବି ଜୟଦେବ, ବିଶ୍ୱନାଥ, କବିରାଜ, ଗଦାଧର ରାଜଗୁରୁ, ଗଜପତି କପିଳେନ୍ଦ୍ର, ପୁରୁଷାତ୍ତମ ତଥା ପ୍ରତାପରୁଦ୍ର, କବି ଡିଣ୍ଡିମ ଜୟଦେବ, କବିଚନ୍ଦ୍ର ଦିବାକର, କୋଶଳାନନ୍ଦକାର ଗଙ୍ଗାଧର, ଚିନ୍ତାମଣି, କୃଷ୍ଣ ଦାସ, ଗଜପତି ରାମଚନ୍ଦ୍ର, କବିଚନ୍ଦ୍ର ବିଶ୍ୱନାଥ ସାମନ୍ତରାଜ, ହଳଧର, ଗୋପୀନାଥ, ନରସିଂହ, କବିରତ୍ନ ପୁରୁଷାତ୍ତମ, ବସୁ ପ୍ରହରାଜ, ରଘୁନାଥ ରଥ, ବକ୍ରବାକ୍ ଚକ୍ରପାଣି, ବ୍ରଜସୁନ୍ଦର, ଗଙ୍ଗ ବଂଶାନୁ ଚରିତ ଚମ୍ପୁ ଲେଖକ ବାସୁଦେବ, କବିସୂର୍ଯ୍ୟ ବଳଦେବ, ଭଗବାନ ବ୍ରହ୍ମା, ମହାମହୋପାଧ୍ୟାୟ ନରହରି ପଣ୍ଡା, କୃଷ୍ଣଚନ୍ଦ୍ର ମିଶ୍ର, ଗୋପୀନାଥ ତୁଙ୍ଗଦେବ (ବୀର ସର୍ବସ୍ୱ), ଗୋଦାବରୀ ମିଶ୍ର (ହରିହର ଚତୁରଙ୍ଗ), ମହମେହୋପାଧ୍ୟାୟ ଚନ୍ଦ୍ରଶେଖର ସିଂହସାମନ୍ତ (ସିଦ୍ଧାନ୍ତ ଦର୍ପଣ) ବିଶ୍ୱନାଥ ମହାପାତ୍ର, ମଧୁସୂଦନ ତର୍କ ବାଚସ୍ପତି, ମହା ମହୋପଧ୍ୟାୟ ଜଗନ୍ନାଥ ମିଶ୍ର ପ୍ରଭୃତି ପ୍ରାଚୀନ କବିମାନେ ସଂସ୍କୃତ ସାହିତ୍ୟ ଭଣ୍ଡାରରେ ଯେଉଁ ସବୁ ଅମୂଲ୍ୟ ରତ୍ନ ସାଇତି ଯାଇଛନ୍ତି, ସେଥିରୁ ଅନେକ ଲୋକ ଲୋଚନକୁ ଆସିପାରି ନାହିଁ। କାବ୍ୟ, ନାଟକ, ଅଳଙ୍କାର, ଜ୍ୟୋତିଷ, ବୈଦିକ, ସଙ୍ଗୀତ ତଥା ଶିଳ୍ପଶାସ୍ତ୍ରାଦି ବହୁ ଗ୍ରନ୍ଥ ସଂସ୍କୃତ ଭାଷାରେ ଉତ୍କଳୀୟମାନେ ଲେଖିଯାଇଛନ୍ତି। ତେବେ ଆଜିବି ମଧ୍ୟ ସୁର ଭାରତୀର ଶ୍ରୀ ଅଙ୍ଗ ମଣ୍ଡିବାରେ ତା'ର ସନ୍ତାନମାନେ ପଛେଇ ଯାଇନାହାନ୍ତି, ତେବେ ପୂର୍ବର ସେ ଆଦର ଆଉ ନାହିଁ, ସେ ଭଳି ପାଣ୍ଡିତ୍ୟ ନାହିଁ। ପୃଷ୍ଠପୋଷକ ବି ନାହାନ୍ତି, ତେଣୁ ଆମର ଭାଷା ଆଜି ବନାନ୍ତରେ ଭଳି ବଞ୍ଚି ରହିଛି। ଆଜି ଯେଉଁ ସଂସ୍କୃତ ସାହିତ୍ୟକୁ ଓଡ଼ିଶାର ଦାନ ସଂପର୍କରେ ଲେଖିବାକୁ ଯାଉଛି, ଏ ସଂପର୍କରେ ଆମର ପ୍ରାତଃ ସ୍ମରଣୀୟ,ଚିର ବନ୍ଦନୀୟ, ଆମର ଆଦର୍ଶ ମହାନ୍ ସ୍ଵାଧୀନତା ସଂଗ୍ରାମୀ, ଐତିହାସିକ, ଗବେଷକ ଏବଂ ସର୍ବୋପରି ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଙ୍କ ସାଥି ଜଗବନ୍ଧୁ ସିଂହଙ୍କ ବ୍ୟତୀତ ଅନ୍ୟ କୌଣସି ସାହିତ୍ୟିକ, ପଣ୍ଡିତ ସେମାନଙ୍କ ସମ୍ପର୍କ ରେ ପୂର୍ଣ୍ଣାଙ୍ଗ ଭାବେ ଲେଖିବାର ଦୃଷ୍ଟି ଗୋଚର ହୋଇ ନାହିଁ। ସତୁରୀ ଦଶକରେ ଗଞ୍ଜାମର କୁଲାଡ଼ଠାରେ ବାଗ୍ ଦେବୀଙ୍କ ପୀଠରେ ସଂସ୍କୃତ ସାହିତ୍ୟକୁ ଉତ୍କଳର ଦାନ ସଂପର୍କରେ ହୋଇଥିବା ଆଲୋଚନା ଚକ୍ରରେ ସର୍ବଶ୍ରୀ ପଣ୍ଡିତ ବାଇକୋଳି ଜ୍ୟୋତିଷ ବିଶାରଦ, ଅଧ୍ୟାପକ ଗୌରୀକୁମାର ବ୍ରହ୍ମା, ଐତିହାସିକ କେଦାର ନାଥ ମହାପାତ୍ର, ରାଧାନାଥ ରଥ ପ୍ରମୁଖ ଯେଉଁ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ ତାହା ସମାଜ ଖବରକାଗଜ ରେ ବରିଷ୍ଠ ସାମ୍ବାଦିକ ଦେବ ପ୍ରସାଦ ମିଶ୍ର ଯେଉଁ ଆଲେଖ୍ୟ ପ୍ରକାଶ କରିଥିଲେ ତାହା ପ୍ରଣିଧାନ ଯୋଗ୍ୟ । ସେଥିରେ ଉଲ୍ଲେଖ ଥିଲା ଯେ ଗଡ଼ଜାତ ନାମରେ ପରିଚିତ ପୂର୍ବତନ ଦେଶୀୟ ରାଜ୍ୟ ମଧ୍ୟରୁ କେତୋଟି ବାସ୍ତବରେ ବିଦ୍ୟାନଗରୀ ଥିଲା। କଟକ ଜିଲ୍ଲାର ଆଠଗଡ଼ ସେଥିରୁ ଏକତମ। ‘ରୁକ୍ମିଣୀ ପରିଣୟମ୍ ’ ଏହି କାବ୍ୟ ଅଷ୍ଟ ଦୁର୍ଗ ରାଜା ବିଶ୍ୱନାଥ ଦେବ ବର୍ମାଙ୍କ ଦ୍ୱାରା ରଚିତ ହୋଇ ୧୯୧୫ ଖ୍ରୀଷ୍ଟାବ୍ଦରେ ନାଗରୀକ୍ଷରରେ କଲିକତାସ୍ଥ ଉତ୍କଳ ଯନ୍ତ୍ରାଳୟ ଦ୍ୱାରା ମୁଦ୍ରିତ ହୋଇଅଛି। ଗ୍ରନ୍ଥ ରଚନା କାଳ ୧୯୦୫ ଖ୍ରୀଷ୍ଟାବ୍ଦ ଆଠଗଡ଼ (କଟକ ଜିଳ୍ଲାର ଗଡ଼ଜାତ) ସେତେବେଳେ ଖ୍ୟାତନାମା ପଣ୍ଡିତ ମଣ୍ଡଳୀ ଅଧୁ୍ୟଷିତ ଥିଲା। ରାଜକବି ଭୁବନେଶ୍ୱର ରଥ, କବିଚନ୍ଦ୍ର ଭୁବନେଶ୍ୱର ବଡ଼ପଣ୍ଡା, ଭୁବନେଶ୍ୱର ମିଶ୍ର, ପୁରୁଷୋତ୍ତମ ମହାପାତ୍ର, ମୃତ୍ୟୁଞ୍ଜୟ ବିଦ୍ୟାଭୂଷଣ, ଭଗବାନ ମିଶ୍ର, ବିଦ୍ୟାରତନ, ଗୋପୀନାଥ କାବ୍ୟତୀର୍ଥ, କାଶୀନାଥ ମହାପାତ୍ର, କବିସୂର୍ଯ୍ୟ ଆଦିଙ୍କୁ ରାଜସଭାରେ ରତ୍ନ ସଦୃଶ ପାଇଥିବା ସେ ଲେଖିଛନ୍ତି। ଜଣାଯାଏ ମୁଖ୍ୟତଃ ଭୁବନେଶ୍ୱର ରଥ କବିଚନ୍ଦ୍ର ଏହାର ରଚୟିତା ଅନ୍ୟମାନେ ସହାୟକ ରଚନା କାଳ ୧୮୦୫ ଶକାବ୍ଦ ବା ୧୮୭୩ ଖ୍ରୀଷ୍ଟାବ୍ଦ। ଗ୍ରନ୍ଥର ମୁଖ୍ୟ ବିଷୟ ଶ୍ରୀକୃଷ୍ଣଙ୍କ ସହିତ ରୁକ୍ମିଣୀଙ୍କ ପରିଣୟ। ମୂଳ ଚରିତ ଭାଗବତରୁ ନିଆଯାଉଛି। କବି ଚୈତନ୍ୟ ଭକ୍ତ ହେତୁ ପ୍ରଥମେ ଶ୍ରୀ ଚୈତନ୍ୟଙ୍କ ପ୍ରାର୍ଥନା ପାଞ୍ଚୋଟି ଶ୍ଳୋକରେ କରିଛନ୍ତି। ଲେଖିଛନ୍ତି – “ପ୍ରେମ ଭକ୍ତି ବଦାନ୍ୟାୟ ନବଦ୍ୱୀପ ଭବାୟଃ ଭକ୍ତବତାର ଦେବାୟ ଚୈତନ୍ୟାୟ ନମୋ ନମଃ”। ତାପରେ ସେ ଶ୍ରୀଗୋବିନ୍ଦ ପଞ୍ଚକ, ଶ୍ରୀ ରାଧିକା ପଞ୍ଚକ ଲେଖିଛନ୍ତି। ସ୍ୱଦେଶ ଭକ୍ତ କବି ‘ଉତ୍କଳ ପରିଚୟ, ପ୍ରକରଣରେ ଓଡ଼ିଶାର ମାହାତ୍ମ୍ୟ ଯେପରି ବଖାଣିଛନ୍ତି ତାହା ଉଲ୍ଲେଖନୀୟ। ଉତ୍କଳୀୟ କବିମାନଙ୍କର ଅନ୍ୟାନ୍ୟ ବାକ୍ୟରେ ଏଭଳି ଦେଶଭକ୍ତି ମିଳେ ନାହିଁ ସେ ଲେଖିଛନ୍ତି, “ଯତ୍ରନାଥୋ ଜଗନ୍ନାଥଃ ପ୍ରିୟାତସ୍ୟ ହରିପ୍ରିୟା, ବଳୋ ବଳବତା’ ଶ୍ରେଷ୍ଠଃ ସୁଭଦ୍ରାଭଦ୍ର ମୟିକା।” କାବ୍ୟ ଲକ୍ଷଣରେ ସେ ବୁଝାଇ ଦେଲେ ଯେ, ଏ ଉତ୍କଳ ଦେଶର ନାଥ ହେଉଛନ୍ତି ସକଳ ଜଗତର ନାଥ ‘ଜଗନ୍ନାଥ’। ତାଙ୍କର ପ୍ରିୟା ହେଉଛନ୍ତି ଲକ୍ଷ୍ମୀ-ସର୍ବସମ୍ପତ୍ ଦାୟିନୀ, ବଳବାନମାନଙ୍କ ମଧ୍ୟରେ ଶ୍ରେଷ୍ଠ ବଳରାମ ତାଙ୍କର ଭ୍ରାତା ଭଉଣୀ ସୁଭଦ୍ରା ସଦା ମଙ୍ଗଳଦାୟିନୀ ଅଟନ୍ତି। “ମାଧବୋ ମାଧବୋ ଯତ୍ର ସୁଦର୍ଶନଃ ସୁଦର୍ଶନଃ, ବିମଳା ବିମଳାଯତ୍ର ମଙ୍ଗଳା ମଙ୍ଗଳାଳୟା’। ନୀଳମାଧବରୂପୀ ନାରାୟଣ ଏଠି ମାଧବ, ଅଜ୍ଞାନଧଂସୀ ସୁଦର୍ଶନ ଏଠି ସୁଦର୍ଶନ ଚକ୍ର, ଅଜ୍ଞାନହାରିଣୀ ବିମଳା ଏଠାରେବିମଳା, ସଦା ମଙ୍ଗଳମୟୀ ମଙ୍ଗଳା ଏଠାରେ ମଙ୍ଗଳାପ୍ରଦା ରୂପେ ବିରାଜିତା। କଳ୍ପବଟୋ ବଟୋୟତ୍ର ମାର୍କଣ୍ଡେୟା ବଟୋଃବଟଃ, କୁଡାଂ ବୈ ରୋହଣାଂ କୁଣ୍ଡଂ ମୁଧଦିଶୁ ମହୋଦଧିଃ। ପୁଣ୍ୟଭୂମି ଉତ୍କଳରେ ବଟୃକ୍ଷ ସବୁ କଳ୍ପନାକୁ ପୂରଣ କରିବାରେ ସମର୍ଥ। ମାର୍କଣ୍ଡେୟ ଅବଟ ଅର୍ଥାତ୍ ଗର୍ତ୍ତ (ପୁଷ୍କରିଣୀ ଊର୍ଦ୍ଧ୍ୱ ମାର୍ଗ ଅର୍ଥାତ୍ ସ୍ୱର୍ଗଦାୟକ ଏତିକି ଟିକେ ପାଣି କୁଣ୍ଡରେ ଥିବା ପାଣି ରୋହିଣୀ କୁଣ୍ଡ, ଯାହା ମୁଣ୍ଡରେ ଲଗାଇଲେ ସର୍ବତୀର୍ଥର ଫଳ ମିଳେ। ଏଠି ସମୁଦ୍ରକୁ ଉଦଥି ନ କରି ମହୋଦଧି କୁହାଯାଏ। କାରଣ ଏ କ୍ଷେତ୍ରରେ ସମୁଦ୍ର ସ୍ନାନ ସର୍ବ ପାପନାଶକ।ନୀଳାଚଳୋଃ ଚଳେଃ ଯତ୍ର ଇନ୍ଦ୍ରଦ୍ୟୁମ୍ନ ସରଃସରଃ, ଶ୍ରୀକ୍ଷେତ୍ରଂ ଯତ୍ର ବୈକ୍ଷେତ୍ରଂ କାଣାକୋଃହ୍ୟର୍କ ଏବ ଚ।’ ଯେଉଠି ନୀଳାଚଳ ଅଚଳ ରୂପେ ପ୍ରତିଷ୍ଠିତ, ଇନ୍ଦ୍ରଦ୍ୟୁମ୍ନ ସର ଯାହାକି ସ୍ନାନ ମାତ୍ରେ ମୋକ୍ଷପ୍ରଦ ହୋଇଥାଏ। ଶ୍ରୀକ୍ଷେତ୍ର ରୂପେ ଯେଉଁ ତୀର୍ଥ ପ୍ରସିଦ୍ଧ, କାରଣ ଶରୀର ହେଉଛି କ୍ଷେତ୍ର ଏ କ୍ଷେତ୍ର ଶରୀର ମୁକ୍ତି ବିଧାୟକ ଏଠି ସୂର୍ଯ୍ୟକ୍ଷେତ୍ର କୋଣାର୍କ ନାମରେ ପ୍ରସିଦ୍ଧ, ସୂର୍ଯ୍ୟ ଜ୍ଞାନ ପ୍ରଦୀପକ। "ଗୋପାଳଃ ସାକ୍ଷିଗୋପାଳଃ ଈଶ୍ୱରୋ ଭୁବନେଶ୍ୱରଃ ଏକାମ୍ର କାନନଂ ଯତ୍ର କାନନ ତ୍ୱେନ ରାଜତେ ଗୋପାଳିନୀ ଚ ଗୋପାଳିନୀ ଯତ୍ର ବିନ୍ଦୁ ହ୍ରଦୋହ୍ରଦଃ, ବିରଜା ବିରଜା ଦେବୀ ବିନାୟକୋ ବିନାୟକଃ।’ ଏ ଉତ୍କଳରେ ଗୋପାଳ ଶ୍ରୀକୃଷ୍ଣ ସାକ୍ଷୀଗୋପାଳ ରୂପେ ସତ୍ୟବାଦୀଠାରେ ପ୍ରତିଷ୍ଠିତ ହେଇଛନ୍ତି। ଏଠାରେ ଈଶ୍ୱର ଭୁବନେଶ୍ୱର (ଲିଙ୍ଗରାଜ) ନାମରେ ପ୍ରସିଦ୍ଧ। ଏକାମ୍ର କାନନ ଯାହାକି ଭୁବନେଶ୍ୱର କ୍ଷେତ୍ର ନାମରେ ପରିଚିତ। ତାହା ବ୍ରହ୍ମାଙ୍କର ମଧ୍ୟ ପ୍ରୀତିଦାୟକ ଅଟେ। ଏଠାରେ ଗୋପାଳିନୀ ପାର୍ବତୀ ଗୋପାଳିନୀ ରୂପେ ବୃନ୍ଦାବନସ୍ଥ ଗୋପଗୋପୀଙ୍କର ପୂଜ୍ୟ ହୋଇପାରିଛନ୍ତି। ଶିବ-ବିଷ୍ଣୁତ୍ୱ ଭେଦ ଏଠି ନାହିଁ। ଏହି ଉତ୍କଳରେ ସକଳ ତୀର୍ଥରୁ ବିନ୍ଦୁ ବିନ୍ଦୁ ଜଳ ଅଣାଯାଇ “ବିନ୍ଦୁ ହ୍ରଦ’ ନିର୍ମିତ ହୋଇଅଛି। “ବିରଜା’ ବିରଜା କ୍ଷେତ୍ର (ଜ୍ଞାନକ୍ଷେତ୍ର)ରେ ବିରାଜମାନ, ବିନାୟକ ଏ ଦେଶରେ ମହାବିନାୟକ ରୂପେ ପ୍ରସିଦ୍ଧ କ୍ଷେତ୍ରସ୍ଥ, ସର୍ବସିଦ୍ଧି ପ୍ରଦ। ଏ ଦେଶରେ ଗଣେଶ; ନାରାୟଣ-ଶିବ-ଦୁର୍ଗା-ସୂର୍ଯ୍ୟ ଏକାପରି ପୂଜିତ। ଏଠି ଗାଣପତ୍ୟ, ବୈଷ୍ଣବ, ଶୈବ, ଶାକ୍ତ, ତଥା ସୌରମାନଙ୍କ ମଧ୍ୟରେ ଭେଦାଭେଦ କିଛି ନାହିଁ। ଏଠି ଚିରନ୍ତନ ଜଗନ୍ନାଥ ସଂସ୍କୃତି ମଧ୍ୟରେ ସମସ୍ତେ ପୂଜିତ। ସମସ୍ତେ ସମାନ। ସାମ୍ୟଭାବ ଓ ମୈତ୍ରୀ ଏ ଦେଶର ମୂଳ ଅଟେ। “ମହାନଦୀ ନଦୀ ଯତ୍ର ସୁଦ୍ୟୁମ୍ନ ନନ୍ଦନୋକ୍ତଳଃ ଗାସ୍ଥାବଭୂମ ଯତୈଃ ବଦତ୍ରୋକ୍ ଚଳସ୍ଥିତାବୟମ୍ ‘ ଏ ଦେଶର ପ୍ରଧାନ ନଦୀର ନାମ ମହାନଦୀ (ଚିତ୍ରୋତ୍ପଳା)। କଳି ଯୁଗରେ ଚିତ୍ରୋତ୍ପଳା ଗଙ୍ଗାତୁଲ୍ୟ ପବିତ୍ର। ସୁଦ୍ୟୁମ୍ନଙ୍କ ପୁତ୍ର ଉତ୍କଳଙ୍କ ନାମରେ ଏ ଦେଶ ନାମିତ ହେଲା। ଆମେ ସେହି ପବିତ୍ର ଦେଶର ଅଧିବାସୀ। ରୁକ୍ମିଣୀ ପରିଣୟ କାବ୍ୟ ଏଗାର ସର୍ଗରେ ବିଭକ୍ତ। କାବ୍ୟ ଆରମ୍ଭରେ ଶ୍ରୀକୃଷ୍ଣଙ୍କ ସ୍ମୃତି କରାଯାଇଛି। କବି କହିଛନ୍ତି, ମୋର କାବ୍ୟ ଅତି ସାଧାରଣ, ତଥାପି ତାରକାପୂର୍ଣ୍ଣ ଆକାଶରେ ଖଦ୍ୟୋତତାର ତେଜ ତ ଦେଖାଏ। ମଧୁକୁ କେହି ଊଚ୍ଛିଷ୍ଟ ମନେ କରନ୍ତି ନାହିଁ। ତାହା ଦେବ ଭୋଗ୍ୟ ସେହିଭଳି ଏ ଗ୍ରନ୍ଥ ପୂର୍ବସୂରୀମାନଙ୍କ କୃତ କୃଷ୍ଣ ଚରିତରୁ ଗ୍ରହଣ କରାଯାଇଛି। ଏହାକୁ ହେୟ ମନେ ନ କରି ଆସ୍ୱାଦନ କରିବା ହେବେ ।
ବିଦର୍ଭ ରାଜା ଭୀଷ୍ମକଙ୍କ ଦୁହିତା ରୁକ୍ମିଣୀଙ୍କ ଜନ୍ମରୁ ରୂପ, ଗୁଣ, ଶିକ୍ଷା ବର୍ଣ୍ଣନା ପ୍ରଥମ ସର୍ଗରେ କରାଯାଇଛି। ଦ୍ୱିତୀୟ ସର୍ଗରେ ସ୍ୱୟଂମ୍ବର ଆଲୋଚନା ବେଳେ ଚେଦୀରାଜ ଶିଶୁପାଳଙ୍କ ଗୁଣ ବର୍ଣ୍ଣନା ଓ ତାଙ୍କୁ କନ୍ୟା ପ୍ରଦାନ କରିବା ପାଇଁ ନିଶ୍ଚୟତା ବର୍ଣ୍ଣିତ ହୋଇଛି। ରୁକ୍ମିଣୀ ଏ ସମ୍ବାଦ ପାଇ ଦୁଃଖିତ ହେଲେ ଓ ଶ୍ରୀକୃଷ୍ଣଙ୍କ ଗୁଣାବଳୀ କୀର୍ତ୍ତନ କରିବାରେ ଲାଗିଲେ। ଏହା ତୃତୀୟ ସର୍ଗରେ ଅଛି। ଚତୁର୍ଥ ସର୍ଗରେ ଶ୍ରୀକୃଷ୍ଣଙ୍କ ନିକଟକୁ ଦୂତ ପ୍ରେରଣ, ପଞ୍ଚମ ସର୍ଗରେ ଶ୍ରୀକୃଷ୍ଣଙ୍କୁ ବରରୂପେ ପାଇବା ପାଇଁ ନାରଦଙ୍କ ଆଶୀର୍ବାଦ ଲାଭ, ଦ୍ୱାରକା ବର୍ଣ୍ଣନା, ଶ୍ରୀକୃଷ୍ଣଙ୍କୁ ଦୂତର ରୁକ୍ମିଣୀଙ୍କୁ ପତ୍ରଦାନ ଓ ଉଦ୍ଧବଙ୍କୁ ପଠନାଦେଶ ବିଷୟସ୍ଥାନ ପାଇଛି। ଜୟତି ଯାଦବାପାଦ ସରୋରୁହଂ, ବ୍ରଜ ବଧୁ ହୃଦୟାଳିନୀ କୀଷେବିତମ୍, ସଫଳତାଂ କନୁଷଃ ପ୍ରତିପାଦାୟତ୍ ଶିରସି ଭୁଷଣମସ୍ତୁ ମମାନିଶମ୍। ଶେଷରେ ଆପଣ ଯଦି ମେତେ ନ ନେବେ, ତେବେ ମୁଁ ପ୍ରାଣତ୍ୟାଗ କରିବି। ମୋର ପଞ୍ଚଭୂତାତ୍ମକ ଶରୀର ଆପଣଙ୍କ ସେବାରେ ଲାଗିବା ପାଇଁ ପ୍ରାର୍ଥନା କରିବି। ଜଳଭୂମି, ଆକାଶ, ବାୟୁ, ତେଜ ଏହି ଶରୀରସ୍ଥ ମହାଭୂତମାନେ ଆପଣଙ୍କ ସ୍ଥାନରେ ଗମନ ମାର୍ଗରେ, ଶୂନ୍ୟ ସ୍ଥାନରେ, ବ୍ୟଜନ (ପଙ୍ଖା) ତଥା ଦର୍ପଣରେ ପ୍ରକାଶ ପାଇବେ। ଶତ ଜନ୍ମ ଯାଏ ବ୍ରତକୃପା ହୋଇ ଆପଣଙ୍କ ନାମ ଗାଉଥିବି। ତାପରେ ଶ୍ରୀକୃଷ୍ଣ ଦୂତଙ୍କୁ ଅଭୟ ଦେଇ ରୁକ୍ମିଣୀଙ୍କୁ ଆଣିବା ନିମନ୍ତେ ବିଦର୍ଭ ରାଜଧାନୀ କୁଣ୍ଡିନ ନଗରକୁ ରଥରେ ବସି ଗଲେ। ଏଣେ, ଚେଦୀ ରାଜ ଶିଶୁପାଳ ଶ୍ରୀକୃଷ୍ଣ ଆସୁଥିବା ସମ୍ବାଦ ନାରଦଙ୍କଠାୁର ଶୁଣି ନିଜ ମିତ୍ରରାଜା ତଥା ସୈନ୍ୟସାମନ୍ତଙ୍କ ସହ କୁଣ୍ଡୀନ ଯାତ୍ରା କଲେ। ଅଶ୍ଟମ ସର୍ଗରେ ବିବାହ ପୂର୍ବରୁ ରୁକ୍ମିଣୀଙ୍କ ଦେବୀ ଦର୍ଶନ ଓ ଶ୍ରୀକୃଷ୍ଣଙ୍କୁ ବର ରୂପେ ପାଇବା ପାଇଁ ପ୍ରାର୍ଥନା, ତାପରେ ଶ୍ରୀକୃଷ୍ଣଙ୍କୁ ନେଇଯିବା, ବରବେଶୀ ଶିଶୁପାଳ ତଥା ରାଜାମାନେ ଯୁଦ୍ଧରେ ହାରିଯିବା ବୃତାନ୍ତ ରହିଛି। ନବମ ସର୍ଗରେ ଦ୍ୱାରକା ପ୍ରବେଶ, ଦଶମ ସର୍ଗରେ ଜରାସନ୍ଧାଦିଙ୍କ ସହ ଯୁଦ୍ଧ ବର୍ଣ୍ଣନା ବିଶେଷ ହୃଦ୍ୟ ହୋଇପାରିଛି। ଏକାଦଶ ସର୍ଗରେ ବିବାହ ବିଧି ଓ ଭୋଜିର ବର୍ଣ୍ଣନା ଅଛି। ଏଥିରେ ଦଶାବତାର ସ୍ତୁତି, ରାଧାଙ୍କ ଅପୂର୍ବ ପ୍ରେମ କଥା ଓ ସେ ଶ୍ରୀକୃଷ୍ଣଙ୍କ ପ୍ରତି ଅନାବିଳ ପ୍ରେମାସକ୍ତି ବର୍ଣ୍ଣିତ ହେବାରୁ କବିଙ୍କ ରାଧାଭକ୍ତିର ପ୍ରମାଣ ମିଳେ। କବି ଶେଷରେ ଶ୍ରୀକୃଷ୍ଣ, ଶ୍ରୀକୃଷ୍ଣୋଷ୍ଟୋତ୍ତର ନାମ ସ୍ତୋତ୍ର ଶ୍ରୀ ଶ୍ରୀ ରାଧାଗୋବିନ୍ଦ ଉପାସନା ବିଧି, ମାନସୀ ପୂଜା, ପରେ ଅଷ୍ଟଦୁର୍ଗ ପରିଚୟ ଦେଇ ଲେଖିଛନ୍ତି ଯେ, ଏଥିରେ ଦେବଦୁର୍ଗ, ଭୂମିଦୁର୍ଗ, ଜଳଦୁର୍ଗ ଆଦି ଆଠଟି ଦୁର୍ଗ ଥିବାରୁ ଅଷ୍ଟଦୁର୍ଗ ନାମରେ ଏହା ପ୍ରସିଦ୍ଧ ହୋଇଅଛି। କବି ବଂଶାବଳୀରେ ନୀଳାଦି୍ର ଦେବଙ୍କଠାରୁ ବିଶ୍ୱନାଥ ଦେବ ପର୍ଯ୍ୟନ୍ତ ଊନତି୍ରଂଶ ପୁରୁଷଙ୍କ ରାଜତ୍ୱ କାଳ ଓ କର୍ମ ଦେଇଛନ୍ତି। ବସୁଦୁର୍ଗ ରାଜଦମ୍ପତିଙ୍କ କୀର୍ତ୍ତି କୁସୁମ ନାମରେ କାର୍ଯ୍ୟକଳାପ ଶ୍ରୀ କାଶୀନାଥ କବି ଭୁଷଣଙ୍କ ଦ୍ୱାରା ସୁଲଳିତ ସଂସ୍କୃତ ଭାଷାରେ ବର୍ଣ୍ଣିତ ହୋଇଛି।କାବ୍ୟଟିର ଭାଷା ଯେପରି, ଭାବ ମଧ୍ୟ ସେହିପରି। ଯେଉଁ ଭାରତୀୟ ତଥା ଅନ୍ୟ ଦେଶୀୟ ବିଶିଷ୍ଟ ପଣ୍ଡିତ ମାନେ ଏ ଗ୍ରନ୍ଥର ଭୂୟସୀ ପ୍ରଶଂସା କରିଛନ୍ତି ସେମାନଙ୍କ ମଧ୍ୟରେ ଭାଷାତତ୍ତ୍ୱ ପାରଙ୍ଗମ ଶ୍ରୀଏରସନ, ସଂସ୍କୃତଜ୍ଞ ୱିଟେରନିକ୍, ହାରମନ ଜାକୋବି, ବାର୍ ନେଟ୍, ନନିଲାଲ ମୁଖାର୍ଜି, ଆମାଜ ବି.ଏସ୍ . ଗୁପ୍ତ, ମହାରାଜ ଅଜୟଗଡ଼, ତଥା ସିଲିଭନ ଲେଭିଙ୍କ ସଂସ୍କୃତ ଅଭିମତଟି ବିଶେଷ ଉଲ୍ଲେଖଯୋଗ୍ୟ। ସାହିତ୍ୟ ଦର୍ପଣ ତଥା ସିଦ୍ଧାନ୍ତ ଦର୍ପଣକୁ ଛାଡ଼ିଦେଲେ ଅନ୍ୟ କୌଣସି ଗ୍ରନ୍ଥ ଏପରି ପ୍ରଶଂସିତ ହୋଇନାହିଁ। ଏବେ ରାଜ୍ୟ ସରକାର ଓଡ଼ିଆ ଭାଷା ସଂକ୍ରାନ୍ତୀୟ ଯେଉଁ ନିଷ୍ପତି ନେଇଛନ୍ତି ସେହି ଅନୁଯାୟୀ ଏହି ଉତ୍କଳୀୟ କବିମାନଙ୍କର ପୂର୍ଣ୍ଣାଙ୍ଗ ଜୀବନୀ ସହିତ ତାଙ୍କ କୀର୍ତ୍ତିରାଜିର ପ୍ରକାଶନ, ତାଙ୍କ ଉପରେ ଗବେଷଣା ଆରମ୍ଭ କରାଯାଉ ନାହିଁ କାହିଁକି ? ଅତୀତର ବହୁ କବି, ବିଦ୍ୱାନ୍, ପଣ୍ଡିତମାନଙ୍କ ଉପରେ ସର୍ବଶ୍ରୀଙ୍କ କେଦାରନାଥ ମହାପାତ୍ର, ବାରକୋଳି ଜ୍ୟୋତିଷ ବିଶାରଦ, ଗୌରୀ କୁମାର ବ୍ରହ୍ମା, କୁଞ୍ଜବିହାରୀ ଦାସ, କୁଞ୍ଜବିହାରୀ ତ୍ରିପାଠୀ, ବେଣୀ ମାଧବ ପାଢ଼ୀ, ଦେବି ପ୍ରସନ୍ନ ପଟ୍ଟନାୟକ, ଦୋଳଗୋବିନ୍ଦ ଶାସ୍ତ୍ରୀ, ଶ୍ରଦ୍ଧାକର ସୁପକାର, ନୀଳମଣି ମିଶ୍ର, କାହ୍ନୁଚରଣ ମିଶ୍ର, ଗଙ୍ଗାଧର ବଳ ପ୍ରମୁଖ ବହୁ ଓଡ଼ିଆ ସାହିତ୍ୟିକ, ଗବେଷକ ଅନେକ କଥା ଲେଖିଛନ୍ତି ସେଗୁଡ଼ିକର ସଂକଳନ ହେଉ ପାଶ୍ଚାତ୍ ଦେଶର ବହୁ ପଣ୍ଡିତ, ଗବେଷକ, ଉଭୟ ସଂସ୍କୃତ, ଓଡ଼ିଆ କବିଙ୍କର ଲେଖା ଓ ଗ୍ରନ୍ଥର ଯେଉଁ ଭୂୟସୀ ବର୍ଣ୍ଣନା କରିଛନ୍ତି ତାର ମତାମତଗୁଡ଼ିକ ସଂଗ୍ରହ କରାଯାଉ। ସଂସ୍କୃତ ସାହିତ୍ୟକୁ ଓଡ଼ିଶାର ଦାନ କିଛି କମ୍ ନୁହେଁ। ପ୍ରାଚୀନ ଗ୍ରନ୍ଥଗୁଡ଼ିକୁ ମଧ୍ୟ ସଂଗ୍ରହ କରାଯାଉ, ବୈଦିକ ସାହିତ୍ୟ ଉପରେ ପରମାନନ୍ଦ ଆଚାର୍ଯ୍ୟଙ୍କ ଲେଖା ଓ ବିବରଣୀ, ରିପୋର୍ଟଗୁଡ଼ିକୁ ସଂଗ୍ରହ କରାଯାଉ। ବିଦ୍ୟାଳୟଠାରୁ ବିଶ୍ୱବିଦ୍ୟାଳୟର ଓଡ଼ିଆ ପାଠ୍ୟକ୍ରମରେ ଏହାକୁ ସ୍ଥାନ ଦିଆଯାଉ।ଆଉ ଗୋଟିଏ ବିଶେଷ ଉଲ୍ଲେଖନୀୟ ଘଟଣା ଏଠାରେ ଉଲ୍ଲେଖ କରାଯାଇ ପାରେ ତାହା ହେଲା ଅଷ୍ଟାଦଶ ଶତାବ୍ଦୀର ଶେଷ ଦଶକ ଓ ଊନବିଂଶ ଶତାବ୍ଦୀର ପ୍ରଥମ ପାଦ ଓଡ଼ିଶାର ବହୁ ପଣ୍ଡିତଙ୍କୁ ନେଇ ମୃତ୍ୟୁଞ୍ଜୟ ବିଦ୍ୟାଳଙ୍କାର ଫୋର୍ଟ ଉଇଲିୟମ୍ କଲେଜ, ହିନ୍ଦୁ କଲେଜ ପ୍ରଭୃତିରେ ରଖାଇଥିଲେ। ଏହି ଓଡ଼ିଆ ପଣ୍ଡିତ ମଣ୍ଡଳୀ କେବଳ ବଙ୍ଗଳା ଭାଷାକୁ ସମୃଦ୍ଧ କରିନଥିଲେ। ବଙ୍ଗଳାର ସମାଜ ଜୀବନକୁ ନିଜର ଆଦର୍ଶ ଓ ପ୍ରଜ୍ଞା ଦ୍ୱାରା ସମୁଜ୍ଜ୍ୱଳ କରିଥିଲେ। ସେ ପଣ୍ଡିତ ଓ ସାହିତ୍ୟ ଭାଷା ବିଶାରଦମାନେ କିଏ ! ତାଙ୍କର ପରିଚୟ କାର୍ଯ୍ୟାବଳୀ ସଂପର୍କରେ କିଛି ବିବରଣୀ ଅଛି କି ? ମୃତ୍ୟୁଞ୍ଜୟଙ୍କ ଯେଉଁ ଗ୍ରନ୍ଥ ଗୁଡିକ ରଚନା କରିଥିଲେ ସେ ଗୁଡିକ ହେଲା ବତ୍ରିଶ ସିଂହାସନ ପ୍ରକାଶ ସମୟ ୧୮୦୨ ହିତୋପଦେଶ, ରାଜାବଲି, ଏବଂ ତାଙ୍କର ସର୍ବଶେଷ ଓ ସର୍ବୋକୃଷ୍ଟ ରଚନା ପ୍ରବୋଧ ଚନ୍ଦ୍ରିକା। ପ୍ରବୋଧ ଚନ୍ଦ୍ରିକା ମୃତ୍ୟୁଞ୍ଜୟଙ୍କ ମୃତ୍ୟୁର ଅନେକ ବର୍ଷ ପରେ ୧୮୩୩ ଖ୍ରୀଷ୍ଟାବ୍ଦରେ ପ୍ରକାଶିତ ହୋଇଥିଲା। ଏହି ଗ୍ରନ୍ଥଗୁଡ଼ିକ ବଙ୍ଗଳା ଭାଷାର ଆଦର୍ଶ ଓ ପ୍ରାମାଣିକ ଗଦ୍ୟଗ୍ରନ୍ଥ। ବଙ୍ଗଳା ଭାଷାକୁ ଊନବିଂଶ ଶତାବ୍ଦୀରେ ମୃତ୍ୟୁଞ୍ଜୟ ହିଁ ବାଂଗଲାଭାଷା ବୋଲି ନାମକରଣ କରିଥିଲେ। ଏହି ନାମରେ ପରିଚିତ ହେଲା ବୋଲି ପ୍ରଫେସର ସୁନୀତି କୁମାର ଚାଟର୍ଜି ସ୍ୱୀକାର କରିଛନ୍ତି। ଅତଏବ ପୂର୍ବଜ ଚିର ବନ୍ଦନୀୟ ଅଥଚ ଅନାଲୋଚିତ ସେହି ବିଗତ ଦିନର ପଣ୍ଡିତ, ବିଦ୍ୱାନ୍, ଭାଷାବିତ୍, ସଂସ୍କୃତ ସାହିତ୍ୟ, ଓଡ଼ିଆ ଭାଷାବିତ୍ ମାନଙ୍କୁ ଲୋକମାନସରେ କେବେ ଆଉ ପରିଚିତ କରାଇ ପାରିବା ? ଆଜି ମାର୍ଚ୍ଚ ୧୬ ତାରିଖ, ଶନିବାର ଦିନ ଦୈନିକ ଖବରକାଗଜ " ସମ୍ବାଦ"ର ୧୭ ପୃଷ୍ଠାରେ "ନଷ୍ଟ ହେଉଛି ବିରଳ ପୋଥି" ଶୀର୍ଷକରେ ଏକ ସମ୍ବାଦ ପ୍ରକାଶ ପାଇଛି । ଏଥିରେ ଯାହା ଦର୍ଶାଯାଇଛି ତାହାର ନକଲ ଏଠାରେ ଉପସ୍ଥାପନ କରୁଛୁ । ଆମେ ବିଗତ ୧୦ ବର୍ଷ ଧରି ଧାରାବାହିକ ଭାବେ ଉକ୍ତ ମୁଖପୁସ୍ତକରେ ଯାହା ଉଲ୍ଲେଖ କରି ଆସିଛୁ , ତାହା ଏବେ ସମ୍ବାଦ ପ୍ରକାଶ କରିଛି ।
ଦାୟୀ କିଏ ? ୨
ଓଡିଶା ପ୍ରାଚୀନଗ୍ରନ୍ଥ ମାନଙ୍କର ଏକ ଗନ୍ତାଘର, ଅଣ ଓଡିଆ ପଣ୍ଡିତମାନଙ୍କ ପ୍ରଦତ୍ତ ଆପ୍ତ ବାକ୍ୟ ପ୍ରତି ନିୟତ ହୋଇ ଚାଲିଛି ପ୍ରମାଣିତ ।
୧୯୫୬ ମସିହାରେଗବେଷକ ବେଦାଧ୍ୟାପକ ପଣ୍ଡିତ ଦୁର୍ଗା
ମୋହନ ଭଟ୍ଟାଚାର୍ଯ୍ୟ ମହାଶୟ କୋଲକାତାରୁ ଆସି ମୟୂରଭଞ୍ଜର ସୀମାନ୍ତ ଅଞ୍ଚଳରୁ ଅଥର୍ବ ବେଦର ପ୍ରଧାନତମ ଶାଖାର ମୂଳ ଗ୍ରନ୍ଥ "ପୈପଳାଦ ସଂହିତା" ପାଇ ୧୯୬୪ ରେ ବଙ୍ଗଳା ଭାଷାରେ ପ୍ରକାଶିତ କରାଇ ଥିଲେ । ସେତେବେଳେ କବି ସଚ୍ଚିଦାନନ୍ଦ ରାଉତରାୟ ଓ ବିପ୍ଲବୀ କବି ରବି ସିଂହ ଏହି ତଥ୍ୟ ଦେଇ ଓଡିଶା ସରକାର ଓ ଓଡ଼ିଆ ଗବେଷକ ମାନଙ୍କୁ ଆହ୍ୱାନ କରିଥିଲେ । ମାତ୍ର କେହି ଶୁଣିଲେ ନାହି । ନିଜେ ପଣ୍ଡିତ ଭଟ୍ଟାଚାର୍ଯ୍ୟ "ପୈପଳାଦ ସଂହିତା "ଗ୍ରନ୍ଥ ର ଭୂମିକା ରେ ସ୍ବୀକାର କରିଛନ୍ତି । ଏପରିକି ଓଡ଼ିଆ ଅଥର୍ବ ବେଦୀ ବ୍ରାହ୍ମଣମାନଙ୍କ ଠାରୁ ଏହାର କ୍ରିୟାକର୍ମାଣୀ ଓ ଆଚାର ପଦ୍ଧତି ଆଦିର ଶୁଦ୍ଧ ରୂପ ମଧ୍ୟ ପାଇଛନ୍ତି ବୋଲି ମୁକ୍ତ କଣ୍ଠରେ ସ୍ବୀକାର କରିଛନ୍ତି , ଯାହା Archeology Survey Of Mayurbhanja by N.N.BASU ରେ ଉଲ୍ଲେଖ ଅଛି । ତାହାକୁ ନେଇ ବିଦେଶୀ ମାନେ ଲକ୍ଷ ଲକ୍ଷ କୋଟି ଟଙ୍କା ଅର୍ଜନ କରିଚାଲିଛନ୍ତି; ଯାହା PAIPALAD &RIGVEDA by L. C. Barret ପାଠ କଲେ ଯେ କୌଣସି ଓଡ଼ିଆ ଜାଣିପାରିବେ ।ଅଥର୍ବ ବେଦର ନ ଟି (୯) ପ୍ରଧାନ ଶାଖା ମଧ୍ୟ ପୈପଳାଦିକ ଓ ଶୌନକ ଶାଖା ଦ୍ବୟ ହିଁ ମୁଖ୍ୟସ୍ଥାନ ଅଧିକାର କରିଛି । ଅନ୍ୟ ଶାଖା ଗୁଡିକ ହେଲା ତୋଡ, ମୌଡ, ଜାଜଳ, ଜଳଦ, ବ୍ରହ୍ମବାଦ ଓ ଚରଣବାଦ । ସେହି ୧୯୫୬ ରୁ ଓଡ଼ିଶାର ଗାଁଗହଳରୁ ମୂଲ୍ୟବାନ ତାଳପତ୍ର ପୋଥି ସଂଗୃହୀତ କରିଚାଲିଛନ୍ତି ଅଣ ଓଡିଆ ବେପାରୀମାନେ ଆମର ସଂଗୃହିତ ପୋଥି ପରିଜାପାଠାଗାର ଓସଂଗ୍ରହାଳୟରେ ଉଇମାନଙ୍କ ଖାଦ୍ୟ ହୋଇଚାଲିଛି । ଆମେ ସମସ୍ତେ ପ୍ରତିକ୍ରିୟାହୀନ । ଭୋଟ ସଂକୀର୍ତ୍ତନର ଜଣେ ଜଣେ ଅଂଶଗ୍ରହଣକାରୀ । ଆଉ କେତେ ଦିନ ? ବର୍ତ୍ତମାନ ର ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ , ଯାହାଙ୍କ ଓଡ଼ିଆ ମନସ୍କ ଚରିତ୍ର ପ୍ରତିଫଳନ କାରଣରୁ ସେ ସାଂଘାତିକ ଭାବେ ଅପମାନିତ , ସିଏ ଏକଦା ଆମର ରାଜ୍ୟ ସଂଗ୍ରହାଳୟରେ ପୋଥି ସଂରକ୍ଷିତ ସ୍ଥାନ ଦେଖି କର୍ମଚାରୀ ମାନଙ୍କୁ ହାତ ଯୋଡ଼ି ନିବେଦନ କରିଥିଲେ ଯେ ଏହିସବୁ ଅମୂଲ୍ୟ ସମ୍ପଦର ସୁରକ୍ଷା ରେ ସାମାନ୍ୟ ଅବହେଳା କରନ୍ତୁ ନାହିଁ । ଗୋଟିଏ ଗୋଟିଏ ପୋଥି ଆନ୍ତର୍ଜାତିକ ବଜାରରେ ଶହଶହ କୋଟି ଟଙ୍କା ହେବ । ଆମେ ବର୍ତ୍ତମାନ ସୁଦ୍ଧା ଏହାକୁ ଯଥୋଚିତ ଭାବେ ମୂଲ୍ୟାଙ୍କନ କରିନାହେଁ । ୧୫୬୮ ଠାରୁ ଏଯାବତ୍ ଆମର ଅକଳ୍ପନୀୟ ଅମୂଲ୍ୟ ପୋଥି ସମ୍ପଦ ଲୁଟ୍ ହୋଇଚାଲିଛି । ଯତ୍ନ ଅଭାବରୁ ଅନେକ ଉଇ ମାନଙ୍କର ଖାଦ୍ୟ ହୋଇଛି । ପ୍ରାକୃତିକ ବିପର୍ଯ୍ୟୟ ଯଥା ବନ୍ୟା, ବାତ୍ୟା ଓ ଘରପୋଡି ରେ ଅନେକ ନଷ୍ଟ ହୋଇଛି । ଏଠାରେ ଏକ ସମ୍ବେଦନଶୀଳ ଇତିହାସ ଉଲ୍ଲେଖଯୋଗ୍ୟ । ମହାନ୍ ସ୍ଵାଧୀନତା ସଂଗ୍ରାମୀ , ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ଐକାନ୍ତିକ ସମର୍ପିତ ବିଶ୍ବସନୀୟ ସାଥୀ, ଐତିହାସିକ, ଗବେଷକ, ବିହାର- ଓଡ଼ିଶା ବିଧାନସଭାର ସଦସ୍ୟ, ପ୍ରବୀଣ ଅଧିବକ୍ତା ଚିର ବନ୍ଦନୀୟ ଜଗବନ୍ଧୁ ସିଂହଙ୍କ " ପ୍ରାଚୀନ ଉତ୍କଳ" ପୁସ୍ତକ ର ପୃଷ୍ଠା ସଂଖ୍ୟା ୧୭୫ ରେ ୧୯୨୫ ମସିହା, ନଭେମ୍ବର ୫ ତାରିଖ ରେ ପରଓ୍ବାଡ ଖବର କାଗଜରେ ପ୍ରକାଶିତ ତଥ୍ୟ କୁ ଉପଜିଵ୍ୟ କରି ଉଲ୍ଲେଖ ରହିଛି ଯେ ଓଡ଼ିଶା ରୁ ଦୁଇଟି ଜାହାଜ ରେ ଓଡ଼ିଶା ରୁ ଚୋରି ହୋଇ ଯାଉଥିବା ପୋଥି ଜବତ ହୋଇ ତାହା ସବୁ ହାଇଦ୍ରାବାଦ ନିଜାମ୍ ଙ୍କ ରାଜ୍ୟ ରେ ପଥରଘାଟିରେ ଜଣେ ଜାଗିରଦାର ସୟଦ ମହମ୍ମଦ ହୁସେନ ଙ୍କ ଘରେ ଥିବା ପାଠାଗାର ରେ ଜଉମୁଦ ଦେଇ ରଖାଯାଇଛି । ୧୯୩୬ ମସିହା, ମାର୍ଚ୍ଚ ୩ ତାରିଖ ରେ ଓଡ଼ିଶା ସ୍ଵତନ୍ତ୍ର ପ୍ରଦେଶ ଭାବେ ଘୋଷିତ ହେଲା , ୧୯୩୭ , ଅପ୍ରେଲ ୧ ତାରିଖ ରେ ପ୍ରଥମ ନିର୍ବାଚିତ ସରକାର ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରଧାନମନ୍ତ୍ରୀତ୍ବରେ ଗଠିତ ହୋଇଥିଲା । ବିଗତ ୮୮ ବର୍ଷ ମଧ୍ୟରେ ଆମ ସରକାର ଏହାକୁ ଉଦ୍ଧାର କରିପାରିନାହାନ୍ତି କି ଏଥିପାଇଁ ଦାବି ମଧ୍ୟ କେହି କରିନାହାନ୍ତି । ଏବେବି ସକଳ ପ୍ରକାର ଦଣ୍ଡ କୁ ଗ୍ରହଣ କରିବାକୁ ପ୍ରସ୍ତୁତ ଥାଇ ଏଠାରେ ଉଲ୍ଲେଖ କରୁଛୁ ଯେ ଏମାର ମଠ ଠାରୁ ଆରମ୍ଭ କରି ପୁରୀରେ ଯେଉଁ ମଠ ସବୁ ଭଙ୍ଗାରୁଜା କରାଗଲା , ସେଠାରେ ଥିବା ଅମୂଲ୍ୟ ପୋଥି ସମସ୍ତଙ୍କ ଅଗୋଚରରେ , ଯୋଜନାବଦ୍ଧ ଭାବେ ଚୋରି କରିନିଆଯାଇଛି ବୋଲି ଦୃଢେ଼ାକ୍ତି ପ୍ରକାଶ କରୁଛୁ । ହଜାର ହଜାର କୋଟି ଟଙ୍କାରେ ତାହା ବିକ୍ରୀ ହୋଇସାରିବଣି । ଏଠାରେ ନଭେମ୍ବର ୨୩ ତାରିଖ, ୧୯୮୨ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ଵାରା ପ୍ରକାଶିତ " ପ୍ରାଚୀନ ଉତ୍କଳ" ର ତୃତୀୟ ସଂସ୍କରଣରେ ମୁଖବନ୍ଧ ବା ଭୂମିକା ଲେଖକ ବରେଣ୍ୟ ନୀଳମଣି ମିଶ୍ର ଯେଉଁ ସବୁ ତଥ୍ୟାର୍ପଣ କରିଛନ୍ତି ତାହା ଯଦି ଓଡ଼ିଆ ମାନଙ୍କ ପାଇଁ ଆହ୍ବାନ ସୃଷ୍ଟି ନ କରୁଛି , ତେବେ ଏହା ସମୟର ବିଡମ୍ବନା ବୋଲି ବିଚାର କରୁ । ଯେହେତୁ ଆମେ ୧୯୮୦ ମସିହା ରୁ କହି ଓ ଲେଖି ଆସିଛୁ ଯେ ଓଡ଼ିଶାର ସଠିକ୍ ଇତିହାସ ଲେଖା ଯାଇନଥିବାରୁ ଏହା ଲେଖା ଯାଉ , ଏପର୍ଯ୍ୟନ୍ତ ମଧ୍ୟ ଲେଖାଗଲା ନାହିଁ । କାହିଁକି ସଠିକ୍ ଇତିହାସ ଲେଖା ଯାଇନାହିଁ ର କାରଣ ଦର୍ଶାଇ ପ୍ରକାଶ କରିଥିଲୁ ଯେ " ବିଜେତା ଯେବେ ପରାଜିତ ର ଇତିହାସ ଲେଖେ , ସେତେବେଳେ ସେ ନିଜକୁ ମହିମା ମଣ୍ଡିତ କରିଥାଏ ଏବଂ ପରାଜିତକୁ ମସିଲିପ୍ତ କରିଥାଏ " । ଏହାହିଁ ପ୍ରତିଫଳିତ ହୋଇଛି ଓଡିଶା ଇତିହାସ ରଚନା କ୍ଷେତ୍ରରେ । ଓଡ଼ିଶାର ଇତିହାସ ଲେଖିଲେ ବ୍ରିଟିଶ ଶାସକ, ଐତିହାସିକ , ତାକୁ ଉପଜିଵ୍ୟ କରି ଲେଖିଲେ ଓଡ଼ିଆ ବିଦ୍ବେଷୀ ବଙ୍ଗୀୟ ଐତିହାସିକ ମାନେ । ସଠିକ୍ ଇତିହାସ ଲେଖା ପୂର୍ଣ୍ଣାଙ୍ଗ କରିପାରିନଥିଲେ ଜଗବନ୍ଧୁ ସିଂହ , ତାଙ୍କର ବାର୍ଦ୍ଧକ୍ୟ ଓ ବିୟୋଗ ଜନିତ ପ୍ରତିବନ୍ଧକ କାରଣରୁ। କିନ୍ତୁ ଯେତିକି ଲେଖିଛନ୍ତି , ତାହାହିଁ ସଠିକ୍ ଇତିହାସ । ଗତକାଲି ( ୧୫ ମାର୍ଚ୍ଚ,୨୦୨୪) ଥିଲା ଐତିହାସିକ ଜଗନ୍ନାଥ ପଟ୍ଟନାୟକଙ୍କ ୯୨ ତମ ଜୟନ୍ତୀ ଏବଂ ଏହି ଅବସରରେ ପ୍ରଥମ ଥରପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ, ବିଶେଷ କରି ସମ୍ପାଦକ ଶ୍ରଦ୍ଧେୟ ସୁବୋଧ ଆଚାର୍ଯ୍ୟଙ୍କ ନିଷ୍ଠାପର ଉଦ୍ୟମରେ ତାଙ୍କର ସଭାପତିତ୍ବରେ ରେଡକ୍ରସ ପ୍ରେକ୍ଷାଳୟରେ ଆୟୋଜିତ ସ୍ମୃତି ଚାରଣ ସମାବେଶରେ ଆମେ କହିଥିଲୁ ଯେ ମହାତ୍ମା ଜଗବନ୍ଧୁ ସିଂହ ଙ୍କ ଭଳି ପ୍ରାଚାର୍ଯ୍ୟ ଜଗନ୍ନାଥ ପଟ୍ଟନାୟକ ମଧ୍ୟ ପୂର୍ଣ୍ଣାଙ୍ଗ କରି ପାରିଲେ ନାହିଁ । ସ୍ଵାଧୀନୋତ୍ତର ଓଡ଼ିଶାର ଐତିହାସିକ ମାନେ ଅଧୁନା ମିଳିସାରିଥିବା ପ୍ରାମାଣିକ ତଥ୍ୟକୁ ଉପଜିବ୍ୟ କରି ଆଉ ଗବେଷଣା ପୂର୍ବକ ଲେଖିଲେ ନାହିଁ , ବରଂ ଇଂରେଜ ଓ ବଙ୍ଗୀୟ ଐତିହାସିକ ମାନଙ୍କ ଦ୍ଵାରା ଲିଖିତ ଇତିହାସର ଶାଗ, ବଡ଼ି,ଖଡା,ଥୋଡି କୁ ଥୋଡି,ଶାଗ,ବଡ଼ି ଲେଖି ପାଇଲେ ପିଏଚଡ଼ି , କ'ଣ କ'ଣ ସବୁ ହେଲେ, ନେଲେ , ତାହା ଲଜ୍ଜା ଲାଗୁଛି ଲେଖିବାକୁ । ଏପରିକି ପ୍ରାଚୀନ ଉତ୍କଳ ପୁସ୍ତକ ପ୍ରକାଶ କରି , ତାହାକୁ ବିକ୍ରି ଓ ବଣ୍ଟନ କରାଗଲା ନାହିଁ । ସଂସ୍କରଣ ଛପା ଗଲା , ଟଙ୍କା ଖାଇଲେ , ଉଇ ମାନଙ୍କୁ ଦିଆଗଲା । ଏହି ସତ୍ୟ ଜାଣି ଆମେ ପ୍ରାଚୀନ ଉତ୍କଳର ପୁନଃ ସଂସ୍କରଣ ପାଇଁ ଦାବି କଲୁ , ଆମକୁ ଜୟଦେବ ଭବନ (ସୂଚନା ଭବନ) ସଭାରେ ମନ୍ତ୍ରୀ, ଶାସନ ସଚିବ , ଏକାଡେମୀ ସଭାପତି, ସମ୍ପାଦକ ପ୍ରତିଶ୍ରୁତି ଦେଇଥିଲେ , ମାତ୍ର ପ୍ରକାଶ କରିଲେ ନାହିଁ । ଏକଦା ରବୀନ୍ଦ୍ର ମଣ୍ଡପରେ ଏକାଡେମୀର ଏକ ଉତ୍ସବରେ ସେତେବେଳେର ସର୍ବଶକ୍ତିମାନ ବ୍ୟକ୍ତିତ୍ଵ ପ୍ୟାରୀମୋହନ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଆସିବାର ଥାଏ । ଆମେ ଯେତେବେଳେ ପ୍ରବେଶ କରୁ ,ଦେଖିଲୁ ଯେ ସଭାପତି ବରେଣ୍ୟ ସାରସ୍ଵତ ସାଧକ ରାମଚନ୍ଦ୍ର ବେହେରା , ସମ୍ପାଦକ ସମ୍ମାନାଷ୍ପଦ ବିଜୟ କୁମାର ନାୟକ , ଶାସନ ସଚିବ ଅଶୋକ କୁମାର ତ୍ରିପାଠୀ, ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ପ୍ରମୁଖ ସ୍ବାଗତ କରିବା ପାଇଁ ଅପେକ୍ଷା କରିଛନ୍ତି । ଆମେ ଯାଇ ପଚାରିଲୁ ଆଜ୍ଞା ମାନେ , ଆପଣ ମାନଙ୍କ ପ୍ରତିଶ୍ରୁତି କୁଆଡେ ଗଲା ? ପ୍ରାଚୀନ ଉତ୍କଳ ଏଯାବତ୍ କାହିଁକି ଛପା ଗଲା ନାହିଁ ? ଆଜି ଆପଣ ଓ ମୁଖ୍ୟ ଅତିଥି ନିର୍ଦ୍ଧିଷ୍ଟ ଭାବେ ଲିଖିତ ପ୍ରତିଶ୍ରୁତି ନଦେଲେ ଆମେ ଆପଣ ମାନଙ୍କ ସମେତ ଅତିଥିଙ୍କୁ ମଧ୍ୟ ପ୍ରେକ୍ଷାଳୟକୁ ଛାଡିବୁ ନାହିଁ । ଆମର ଶବ ଉପରେ ଆପଣ ମାନେ ସଭାକୁ ଯାଇ ପାରିବେ । ମନ୍ତ୍ରୀ ଶାସନ ସଚିବଙ୍କ ଆଡେ ଚାହିଁବା ମାତ୍ରେ ସଚିବ ମହାଶୟ ଆମକୁ ବୁଝେଇବାକୁ ଚେଷ୍ଟା କରିବାରୁ , ଆମେ ତାଙ୍କୁ ଛାତ୍ର ଜୀବନରୁ ଜାଣିଥିବାରୁ ଏବଂ ସେ ଆମର ପୂଜ୍ୟ ଅଧ୍ୟାପକଙ୍କ ସାନ ଭାଇ ହୋଇଥିବାରୁ ପରିଚିତ ଆଧାରରେ ଆମେ କହିଲୁ ଅବକାରୀ ଭକ୍ତଙ୍କ ପ୍ରତିଶ୍ରୁତି ମୂଲ୍ୟହୀନ , ଅତିଥିଙ୍କ ଲିଖିତ ପ୍ରତିଶ୍ରୁତି ଆମେ ଚାହୁଁ । ବରେଣ୍ୟ ରାମଚନ୍ଦ୍ର ବେହେରା , ଯାହାଙ୍କୁ ଆମେ ବହୁ ସମ୍ମାନ କରୁ , ସେ ମହାଶୟ କହିଲେ , ମୋତେ ବିଶ୍ବାସ କରିବେ ? ଆମେ ସମ୍ମତି ସୂଚକ ମୁଣ୍ଡ ହଲେଇ ହଁ କରିବା ପରେ କହିଲେ ମୁଁ ଓ ବିଜୟ ବାବୁ , ଆପଣଙ୍କୁ ପ୍ରତିଶ୍ରୁତି ଦେଉଛୁ , ଗୋଟିଏ ମାସ ଭିତରେ ଏହା ପ୍ରକାଶିତ ହେବ । ଧନ୍ୟବାଦ ଦେଇଥିଲୁ ସେ ଦୁହିଁଙ୍କୁ , ଠିକ୍ ଗୋଟିଏ ମାସ ମଧ୍ୟରେ ଦୁଇ ଖଣ୍ଡ ରେ ପ୍ରକାଶିତ କରାଇ , ନିଜେ ସମ୍ପାଦକ ବିଜୟ ବାବୁ ଆମର ସୁବାର୍ତ୍ତା କାର୍ଯ୍ୟାଳୟକୁ ଯାଇ ଆମକୁ ଦେଇ ଆସିଥିଲେ ।
ଏହା ନିର୍ବିଵାଦୀୟ ସତ୍ୟ ଯେ ସଂସ୍କୃତ ଭାଷା ବିଶ୍ଵର ସକଳ ଭାଷା ର ଜନନୀ । ଅବକ୍ଷୟୀ ସତ୍ତ୍ୱେ ଏହି ଭାଷା ହିଁ ଆନ୍ତର୍ଜାତିକ ସ୍ଵୀକୃତିପ୍ରାପ୍ତ ଶାସ୍ତ୍ରୀୟ ଭାଷା । ସକଳ ମାତୃଭାଷା ପ୍ରସବିନୀ ସଂସ୍କୃତ ଭାଷା ହଜାର ହଜାର ଵର୍ଷ ତଳେ ଓଡିଶାରେ ଏବଂ ସାମଗ୍ରିକ ଭାବେ ଭାରତରେ ଅତ୍ୟନ୍ତ ଉତ୍କର୍ଷ ଲାଭ କରିଥିଲା । ଦେଵଭାଷା ଭାବେ ସର୍ବଜନ ବ୍ୟବହୃତ ଭାଷା ଟି ଆଜି ମୁଖପୁସ୍ତକରେ ବରେଣ୍ୟ ପ୍ରଶାନ୍ତ ଦାଶଙ୍କ ଉପସ୍ଥାପନ ରେ ସୀମିତ । ଆମେ ଯେବେ ଯେବେ ପ୍ରାଚୀନ ଉତ୍କଳର ସାରସ୍ଵତ ସମ୍ଭାର ଉପରେ ଦୃଷ୍ଟି ପକାଇଛୁ ,ସେବେ ସେବେ ନିଜର ଅଜ୍ଞତାର ବାମନ ଅବୟବ ପରିଦୃଶ୍ୟ କରିବା ସହ ପୂର୍ବଜ ମହାନ୍ ପଣ୍ଡିତ, ଅକଳ୍ପନୀୟ ପ୍ରଜ୍ଞାଧିକାରୀମାନଙ୍କ ଅମୃତ ଅମ୍ଲାନ ସୃଷ୍ଟିର ସମ୍ୟକ୍ ପରିଚୟ ପାଇବା ସଙ୍ଗେ ସଙ୍ଗେ ଆମର ବିରାଦରୀ ପୂର୍ବଜ ବ୍ରାହ୍ମଣ ସମାଜ ପ୍ରତି କ୍ରୋଧ ଆସିଯାଇଛି ।ଭାରତର ଯାବତୀୟ ସାହିତ୍ୟ ରତ୍ନ ସମୂହ ଓଡ଼ିଆ ପଣ୍ଡିତ ମାନେ ସଂସ୍କୃତ ଭାଷା ରେ ଲେଖି ଯାଇଛନ୍ତି । ଵେଦଵେଦାନ୍ତ, କାବ୍ୟ,ନାଟକ, ପୁରାଣ, ଶ୍ରୁତି, ସ୍ମୃତି, ବ୍ୟାକରଣ, ଜ୍ୟୋତିଷ ଶାସ୍ତ୍ର, ଚିକିତ୍ସା ଶାସ୍ତ୍ର, ନୀତି ଶାସ୍ତ୍ର ପ୍ରଭୃତି ଲେଖିଯାଇଛନ୍ତି । ଏଥିରୁ ଜଣାପଡ଼ୁଛି ଯେ କବିକୁଞ୍ଜ ଉତ୍କଳ ର ପବିତ୍ର ମାଟି ବୀଣାପାଣି ଙ୍କ ବରପୁତ୍ର ମାନଙ୍କ କ୍ରୀଡା କ୍ଷେତ୍ର ଥିଲା । ବିଶେଷ କରି ସେତେବେଳେ ସଂସ୍କୃତ ବିଦ୍ୟାଳୟ,ମହାବିଦ୍ୟାଳୟ ନଥିଲା କି ସଂସ୍କୃତ ଉପାଧି ପରୀକ୍ଷା ନ ଥିଲା, ଵଡଵଡ କୋଠାଘର ନ ଥିଲା । ଉତ୍କଳୀୟ ବ୍ରାହ୍ମଣ ଶାସନମାନ ସଂସ୍କୃତ ଶିକ୍ଷା ର କେନ୍ଦ୍ର ଥିଲା । ଅଷ୍ଟମ ଶତାବ୍ଦୀରେ ଶଙ୍କରାଚାର୍ଯ୍ୟ ଏହା ସ୍ଵୀକାର କରିଯାଇଛନ୍ତି । କେବଳ ବ୍ରାହ୍ମଣ ନୁହନ୍ତି, ପ୍ରତି ବର୍ଗ ର ବ୍ୟକ୍ତି ସଂସ୍କୃତ ଶିକ୍ଷା ରେ ଭାରତରେ ସୁନାମଧନ୍ୟ ହୋଇଥିଲେ । ଗଞ୍ଜାମ ଜିଲ୍ଲା ଖଲିକୋଟ ନିବାସୀ ଚକ୍ରପାଣି ପଟ୍ଟନାୟକ ଙ୍କ ପାଣ୍ଡିତ୍ୟ ସମଗ୍ର ଭାରତରେ ଚର୍ଚ୍ଚିତ ଥିଲା । ସେ ସମୟରେ ଯିଏ ମୁକ୍ତିମଣ୍ଡପ ପଣ୍ଡିତ ମାନଙ୍କ ସହ ଜ୍ଞାନ ଚର୍ଚ୍ଚା କରି ପ୍ରଶଂସିତ ହେଉଥିଲେ , ସେ ହିଁ ପଣ୍ଡିତ ଭାବେ ସମ୍ମାନିତ ହେଉଥିଲେ । ଏକଦା ଚକ୍ରପାଣି ବଟ ମୂଳେ ଠିଆ ହୋଇଥିବା ଦେଖି ଜଣେ ପଣ୍ଡିତ ସେତେବେଳର ମହାପଣ୍ଡିତ ଚାନ୍ଦୁ ରାୟଗୁରୁଙ୍କୁ କହିଲେ ଯେ ବଟମୂଳେ ଚକ୍ରପାଣି ପଟ୍ଟନାୟକେ ଅଛନ୍ତି ।
ରାୟଗୁରୁ ଵେଖାତିର ଭାବେ କହିଲେ -"ନପାଦପୋନ୍ମୂଳନଶକ୍ତି ରଂହଃ, ଶିଳୋଚ୍ଚୟେ ମୂର୍ଛତି ମାରୁତସ୍ୟ " ।
ଚକ୍ରପାଣି ଏହା ଶୁଣି ତତ୍ କ୍ଷଣାତ କହିଲେ -
"ଏତନ୍ମୃଷା ଯେନ ବିପାଟିତେନ
ସୁମେରୁ ଶୃଙ୍ଗେଣ ବିଭୂଵ ଲଙ୍କା " ।
ରାୟଗୁରୁ ଚକ୍ରପାଣି ଙ୍କ ପ୍ରତ୍ୟୁତ୍ପନ୍ନମତି ଦେଖି ବିସ୍ମିତ ହୋଇଥିଲେ । ସେଭଳି ଜଣେ ବଡ଼ ପଣ୍ଡିତ ଥିଲେ କାହ୍ନୁ ପଧାନୀ । ପୁରୀ ନିକଟବର୍ତ୍ତୀ ବୀର ନରସିଂହପୁର ଶାସନ ନିବାସୀ ଚାନ୍ଦୁ ରାୟଗୁରୁ ଙ୍କ ଭାଇ ଵିଶି ପଟ୍ଟଯୋଷୀ " ଉଷା ପରିଣୟ" ନାଟକ ସଂସ୍କୃତ ଭାଷାରେ ରଚନା କରିଥିଲେ, ଯାହା ସମଗ୍ର ଭାରତରେ ବିଶେଷ ଗ୍ରହଣୀୟ ହୋଇ ଅଭିନିତ ହୋଇଥିଲା । ଏଭଳି ଉଦାହରଣ ଅନେକ । ୧୩୦୦ ବର୍ଷ ତଳେ କବିଚନ୍ଦ୍ର ନାରାୟଣ ଶର୍ମାଙ୍କ " ଏକାମ୍ର ଚନ୍ଦ୍ରିକା" ର ମୂଲ୍ୟାଙ୍କନ ମଧ୍ୟ ଏଯାବତ୍ କରାଯାଇ ପାରିଲା ନାହିଁ । ଏସବୁ କଥା ଛାଡ଼ି ,ଆଜିର ଏକ ନୀତି ଦିନିଆ ଉଚ୍ଚାରଣ କଥା ଚିନ୍ତା କଲେ ଆମର ସ୍ଥିତି ସମ୍ପର୍କରେ ଅବଗତ ହୋଇପାରିଵା।
ଆମେ ପ୍ରତ୍ୟେକ ବିବାହ, ଗୃହ ପ୍ରତିଷ୍ଠା, ଅନୁକୂଳ ପ୍ରଭୃତି ପ୍ରତ୍ୟେକ କାର୍ଯ୍ୟରେ ପ୍ରଥମେ ଏକ ଶପଥ ନେଇଥାଏ, ଯାହାକୁ ସଙ୍କଳ୍ପ କୁହାଯାଏ । ଏହି ସଙ୍କଳ୍ପ ମନ୍ତ୍ର ର ଅର୍ଥ ଆମେ କେତେଜଣ ବୁଝିଥାଏ ବା ଆମକୁ ବରେଣ୍ୟ ପ୍ରଶାନ୍ତ ଦାଶଙ୍କ ଭଳି କିଏ ବୁଝାଇଥାଏ ? ଏହାର ଅର୍ଥ ବୁଝିଲେ ଆମେ ସମଗ୍ର ବିଶ୍ଵରେ କେତେ ବିଶାଳ ହୃଦୟାଧିକାରୀ ଵୁଝାପଡିବା ସହ ସଂକୀର୍ଣ୍ଣତାରୁ କେତେ ଉର୍ଦ୍ଧ୍ବ ରେ ପ୍ରମାଣିତ । ଉଦାହରଣ ସ୍ୱରୂପ ମୋ ଗାଁ ଗଡିଶାଗୋଦା । ମୁଁ ଯେତେବେଳେ ମୋ ନନା ( ପିତା) ଙ୍କ ଶ୍ରାଦ୍ଧ ଦିଏ , ସେତେବେଳେ ସଙ୍କଳ୍ପ କରିବା ସମୟରେ କହିନଥାଏ ଯେ ପାତ୍ରୀ ରେ ଥିବା ଏହି ଜଳ ମୋ ଗାଁ ପୋଖରୀ ର ବୋଲି , କହିଥାଏ ,ଏହା ସମଗ୍ର ଭାରତ ର ଭୈ।ଗଳିକ ଜଳରାଶି ର ପ୍ରତିନିଧିତ୍ଵ କରେ । " ଓଁ ବିଷ୍ଣୁ ବିଷ୍ଣୁ ବିଷ୍ଣୁ ଗଙ୍ଗେଇତ୍ରୀ ଯମୁନେଶ୍ଚୈବ, ଗୋଦାବରୀ ସରସ୍ୱତୀ ନର୍ମଦେ ସିନ୍ଧୁ କାବେରୀ ଜଳସ୍ମିନେ ସନ୍ମଧ କୁରୁ ,କୁରୁକ୍ଷେତ୍ରେ ଗୟା ଗଙ୍ଗା, ଏତାନି ପୂଣ୍ୟ ତୀର୍ଥାନି ମମ୍ ପିତୃଶ୍ରାଦ୍ଧ ସଙ୍କଳ୍ପ ମହ୍ୟଂ...।
ସେହିପରି ପ୍ରତ୍ୟେକ ଙ୍କୁ ଗାୟତ୍ରୀ ମନ୍ତ୍ର ଜପ କରିବାକୁ କୁହାଯାଇଛି । ଏହି ମନ୍ତ୍ର ର ଅର୍ଥ ଆମେ କେତେଜଣ ବୁଝିଥାଏ ?" ଓଁ ଭୂର୍ଭୂଵଃ ସ୍ଵଃ ତତ୍ସଵିତୁର୍ଵରେଣ୍ୟଂ ଭର୍ଗୋଦେଵସ୍ୟଧୀମହି
ଧିୟୋ ଯୋନଃ ପ୍ରଚୋଦୟାତ୍ ।।ଭୂଃ ଶଦ୍ଦ ର ଅର୍ଥ ଶରୀର କିମ୍ବା ପୃଥିବୀ ଓ ବାସ୍ତବସତ୍ତା , ସେହିପରି ଭୂଵଃ ଶଦ୍ଦ ର ଅର୍ଥ ଜୀବନୀଶକ୍ତି ,ସ୍ବଃ ଶଦ୍ଦ ର ଅର୍ଥ ଆତ୍ମା,ଆତ୍ମାର ସତ୍ତା ଏବଂ
ତତ୍ ଶଦ୍ଦ ର ଅର୍ଥ ହେଲା ସେହି ପରମାତ୍ମା ବା ଈଶ୍ୱର ,
ସଵିତୁଃ ଶଦ୍ଦ ର ଅର୍ଥ ହେଲା ସୂର୍ଯ୍ୟ ଦେବତା ,ସକଳ ଶକ୍ତି
ର ଉତ୍ସ ,ଵରେଣ୍ୟମ୍ ର ଅର୍ଥ ହେଲା ମହାମହିମ, ଶ୍ରେଷ୍ଠ ,
ଭର୍ଗୋ ଶଦ୍ଦ ର ଅର୍ଥ ହେଲା ସ୍ୱର୍ଗୀୟ ଜ୍ୟୋତିଃପୁଞ୍ ,
ଦେବସ୍ୟ ଶଦ୍ଦ ର ଅର୍ଥ ହେଲା ପରମ ଦେବତା ଙ୍କୁ । ସେହିପରି
ଧୀମହି ଶଦ୍ଦ ର ଅର୍ଥ ହେଲା ପ୍ରାର୍ଥନା କରୁଛି ,ଧିୟୋ ଶଦ୍ଦ ର ଅର୍ଥ ହେଲା ସୃଷ୍ଟିର ସକଳ ଜ୍ଞାନ ଓ ବୁଦ୍ଧି ,ଯୋ ଶଦ୍ଦ ର ଅର୍ଥ ହେଲା ସେହି ଆଲୋକ ନଃ ଶଦ୍ଦ ର ଅର୍ଥ ହେଲା ଆମ୍ଭର ,
ପ୍ରଚୋଦୟାତ୍ ଶଦ୍ଦ ର ଅର୍ଥ ହେଲା ଆମ୍ଭକୁ ଉଦଭାସିତ କରୁ, ଉଦବୁଦ୍ଧ କରୁ । କେତେ ମହନୀୟ ଅର୍ଥ ବୋଧକ ଏହି ମହାମନ୍ତ୍ର , ଅଥଚ ଆମକୁ ଅର୍ଥ ନ ବୁଝାଇ ପାଳନ କରିବାକୁ କୁହାଯିବା ଫଳରେ ଆମେ ଏହାର ମହତ୍ତ୍ଵ ବୁଝି ନପାରି ଅଭ୍ୟାସ କଲୁନାହିଁ । ଅତଏବ ଦାୟି କିଏ ?
ବୋଇତ ବନ୍ଦାଣ
ବୋଇତ ବନ୍ଦାଣ
----------------
ପବିତ୍ର ବଡ଼ଓଷା ସନ୍ଧ୍ୟାରେ ବାଲୁଗାଁ ସ୍ଥିତ ଚିଲିକା କୂଳରେ ଆୟୋଜିତ ପଞ୍ଚତ୍ରିଶତମ ବୋଇତ ବନ୍ଦାଣ ଉତ୍ସବରେ ଜଣେ ଅତିଥି ବକ୍ତା ଭାବେ ଯୋଗ ଦେବାକୁ ଯାଇଥିଲୁ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ୧୯୯୧ ମସିହାରେ ତତ୍କାଳୀନ ମନ୍ତ୍ରୀ ତଥା ସ୍ଥାନୀୟ ଜନ ପ୍ରତିନିଧି ବରେଣ୍ୟ ବିଶ୍ବଭୂଷଣ ହରିଚନ୍ଦନଙ୍କ ଦ୍ବାରା ଆରମ୍ଭ ହୋଇଥିବା ଏହି ବୋଇତ ବନ୍ଦାଣ ଉତ୍ସବ ଅନେକ ଦୃଷ୍ଟିକୋଣରୁ ଏକ ଗୁରୁତ୍ବପୂର୍ଣ୍ଣ ଏବଂ ତିନି ଦଶନ୍ଧି ରୁ ଉର୍ଦ୍ଧ୍ବ ଅବଧି ଧରି କ୍ରମାଗତ ଭାବେ ଏହାର ଗାରିମା ବୃଦ୍ଧି ପାଉଛି । ବିଗତ ସମୟରେ ଆମେ ଏହି ଉତ୍ସବରେ ଦୁଇ ଥର ଅତିଥି ଭାବେ ଯୋଗ ଦେବାର ସୁଯୋଗ ପାଇଥିଲୁ । ଆଜି ବଡ଼ ଓଷା ତିଥିରେ ପ୍ରତିଫଳିତ ଦୃଶ୍ୟ ଆମକୁ ମର୍ମାହତ କରିବାର କାରଣ ସାଂସ୍କୃତିକ ଅବକ୍ଷୟର ଦ୍ରୁତ ଅଧୋଗତି ସର୍ବତ୍ର ପ୍ରତିଧୋନିତ । ବଡ଼ ଓଷା କ'ଣ ? ଅନେକ ଶାସ୍ତ୍ର , ପୁରାଣ ଓ କିମ୍ବଦନ୍ତୀର ଗନ୍ତାଘର ଆମ ଓଡ଼ିଶାର ଧର୍ମ ଦର୍ଶନ, ସାଂସ୍କୃତିକ ଆଧ୍ୟାତ୍ମିକ ବିଭବ, ଲୋକକଥା,ମହାମାନବୀୟ ଦର୍ଶନ, ବିଶେଷ କରି ପୂଜା ପାର୍ବଣ ଆଦିର ସୁବାର୍ତ୍ତ କେଉଁ ଅନାଦି ଅନନ୍ତ କାଳରୁ ବିଶ୍ବକୁ ପ୍ରଭାବିତ କରି ଆସିଛି । ପବିତ୍ର କାର୍ତ୍ତିକ ମାସର ଶୁକ୍ଲ ପକ୍ଷ ତ୍ରୟୋଦଶୀ ତିଥିରେ ହଜାର ହଜାର ବର୍ଷ ଧରି ଆମେ ଓଡ଼ିଆ ମାନେ ବଡ ଓଷା ପାଳନ କରି ଆସୁଥିଲେ , ଏବେ ବି ସଂସ୍କୃତି ପୁରୁଷ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଙ୍କ ଭଳି ମୃଷ୍ଟିମେୟ ଓଡ଼ିଆ ସଂସ୍କୃତି ପ୍ରାଣ ମାମଲାରେ କରୁଛନ୍ତି । ଏହି ଓଷା ଅବସରରେ ପ୍ରଭୁ ଧବଳେଶ୍ୱରଙ୍କ ପୀଠରେ ବିଶେଷ ପୂଜା ଅନୁଷ୍ଠାନ କରାଯାଏ ଓ ଧବଳେଶ୍ୱର ବଡ଼ସିଂହାର ରୂପରେ ଦର୍ଶନ ଦିଅନ୍ତି ।
ପଦ୍ମପୁରାଣରେ ଉଲ୍ଲେଖିତ ତଥ୍ୟାନୁସାରେ ବ୍ରହ୍ମାଙ୍କ ଅଭିଶାପରୁ ମୁକ୍ତି ପାଇବା ପାଇଁ ଇନ୍ଦ୍ର ଧବଳେଶ୍ୱରଙ୍କ ନିକଟରେ ବଡ଼ଓଷା ବ୍ରତ ପାଳନ କରି କାର୍ତ୍ତିକ ପୂର୍ଣ୍ଣିମାରେ ବୁଡ଼ ପକେଇ ଶାପମୁକ୍ତ ହୋଇଥିଲେ । ଅନ୍ୟ ଏକ କାହାଣୀ ଅନୁସାରେ ଉତ୍କଳରେ କ୍ରତୁ ନାମକ ଧାର୍ମିକ ରାଜା ଥିଲେ । ସେ ଥରେ ଶିକାର ଉଦ୍ଦେଶ୍ୟରେ ବନକୁ ଯାଇଥିଲେ । ବନରେ ଲକ୍ଷ୍ୟହୀନ ଭାବେ ଯାଉଥିବା ବେଳେ ଏକ ଭଙ୍ଗା ଶିବମନ୍ଦିର ପାଖରେ ପହଞ୍ଚିଲେ । ସେଠାରେ ନାଗପୁରର ରାଜକୁମାରୀ ହରପ୍ରିୟା କ୍ରତୁଙ୍କୁ ବିବାହ କାମନା କରି ପୂଜା କରିଥିଲେ । ମନ୍ଦିର ନିକଟରେ ଉଭୟଙ୍କର ଭେଟ ହେଲା ଓ ସେମାନେ ବିବାହ କଲେ । ବିବାହ ପରେ ରାଜା ଭୋଗ ବିଳାସରେ ରହି ରାଜ୍ୟ ଶାସନ କଥା ଭୁଲି ଗଲେ । ରାଜ୍ୟ ରେ ଦେଖାଦେଲା ଅରାଜକତା । ଫଳରେ ବାହ୍ୟଶତ୍ରୁଙ୍କ ଦ୍ବାରା ସେନାପତି ପରାଜିତ ହୋଇ ରାଜ୍ୟ ହରାଇବାକୁ ପଡିଲା । ରାଜ୍ୟହରା ହୋଇ ରାଜା ବଣରେ ରାଣୀଙ୍କ ସହିତ ଦୁଃଖରେ କାଳାତିପାତ କରିଥିଲେ । ସେହି ବନରେ ଜଣେ ଶିବପୂଜକ ସନ୍ୟାସୀ ବାସ କରୁଥିଲେ । ସେ ଥରେ ଶିବଙ୍କ ପୂଜା ଉଦ୍ଦେଶ୍ୟରେ କେତକୀ ଫୁଲ ନେଇ ଯାଉଥିଲେ । ରାଜା ସେହି ଫୁଲଗୁଡ଼ିକୁ ସନ୍ୟାସୀଙ୍କଠାରୁ ବଳପୂର୍ବକ ଛଡ଼ାଇନେଇ ରାଣୀଙ୍କୁ ଅର୍ପଣ କଲେ । ଶିବ ରୁଷ୍ଟ ହେଲେ ଓ ତାଙ୍କ ଅଭିଶାପରେ ରାଜାଙ୍କୁ କୁଷ୍ଠରୋଗ ହେଲା । ତାଙ୍କର ଦୁଃଖ ବଢ଼ି ଚାଲିଲା । ରାଣୀ ରାଜାଙ୍କ ସେବା ଓ ଈଶ୍ବର ଭକ୍ତିରେ ସମୟ ଅତିବାହିତ କରୁଥିଲେ । ସେ ଜଣେ ସନ୍ୟାସୀଙ୍କୁ ଭେଟି ରାଜାଙ୍କର ଆରୋଗ୍ୟ ଉପାୟ ପଚାରିଲେ । ଶିବଭକ୍ତଙ୍କ ଅଭିଶାପରୁ ରାଜାଙ୍କୁ କୁଷ୍ଠରୋଗ ହୋଇଛି ବୋଲି ସନ୍ୟାସୀ ଜଣାଇଲେ । ରାଣୀ ସନ୍ୟାସୀଙ୍କ ପରାମର୍ଶରେ ମହାନଦୀ ଗର୍ଭରେ ଥିବା ଧବଳେଶ୍ବରଙ୍କ ନିକଟରେ ନିଷ୍ଠାର ସହିତ ବଡ଼ଓଷା ବ୍ରତ ପାଳନ କଲେ । ଶିବ ସନ୍ତୁଷ୍ଟ ହୋଇ ବର ପ୍ରଦାନ କଲେ । କ୍ରତୁ ରୋଗମୁକ୍ତ ହୋଇ ସପତ୍ନୀକ ଓ ପୁତ୍ର ସନ୍ତାନ ସହ ପୁନଃ ରାଜା ରାଜତ୍ବ କଲେ । ଅତଏବ ଆଜିର ପବିତ୍ର ତିଥିରେ ଏହି ଅବସରରେ ମହାଦେବଙ୍କୁ ସ୍ୱତନ୍ତ୍ର ପୂଜା କରାଯାଏ । ପୂଜା ଦିନ ଭୋରରୁ ଧବଳେଶ୍ୱର ଙ୍କୁ ୧୦୮ ଗରା ପାଣିରେ ସ୍ନାନ କରାଯାଇ, ମଙ୍ଗଳ ଆରତୀ ଓ ମଇଲମ ଆଦି ରୀତିନୀତି କରାଯାଏ । ତରଣ ଓ ଗଜା ପିଠା ବା ଗଜା ମଣ୍ଡା ଭୋଗ ଲଗାଯାଏ । ଅରୁଆ ଚାଉଳ ଚୂନାରେ ଏହି ପିଠା ତିଆରି କରାଯାଏ । ପିଠା ରେ ନଡ଼ିଆ, ଗୁଡ଼, ଗୁଜୁରାତି ଆଦି ପୁର ଦିଆଯାଏ । ମହାଦେବଙ୍କୁ ପୂଜା କରାଯିବା ପରେ ଭକ୍ତମାନେ ଏହି ପିଠା ସେବନ କରନ୍ତି । ଗତ ୨୦୨୦ ମସିହାରେ ୨୫ ବର୍ଷ ପରେ ଧବଳେଶ୍ୱରଙ୍କର କିରାତଅର୍ଜୁନ ବେଶ ହୋଇଥିଲା । ଆମେ ବାଲୁଗାଁରେ ପ୍ରବେଶ କରିବା ସମୟରେ ବୋଇତ ବନ୍ଦାଣ ଉତ୍ସବ ସ୍ଥଳରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ସମ୍ପୃକ୍ତି ଏବଂ ଭଵ୍ୟ ଆୟୋଜନ ଆମକୁ ଆଶ୍ଚର୍ଯ୍ୟାନ୍ବିତ କରିଥିଲା । ପୂର୍ବଥର ଆମେ ଏହି ଉତ୍ସବରେ ଯୋଗଦେବା ସମୟରେ ସର୍ବତ୍ର ମଦଗନ୍ଧ, ମଦ୍ୟପ ମାନଙ୍କ ଉଦଣ୍ଡ ନୃତ୍ୟ , ଅପସଂସ୍କୃତି ପ୍ରାବଲ୍ୟରେ ପ୍ରଦୂଷିତ ପରିବେଶ ଦେଖି ନିଜର ବକ୍ତବ୍ୟରେ ଏହାର ଦୃଢ ନିନ୍ଦା କରି ଜଣେ ମଦ ବେପାରୀ ଯେତେବେଳେ ଲୋକଙ୍କ ଦ୍ୱାରା ଲୋକ ପ୍ରତିନିଧି ହୋଇ ପବିତ୍ର ଗୃହର ସମ୍ମାନାଷ୍ପଦ ଆସନରେ ଉପବେସନ କରେ , ସେତେବେଳେ " ଯଥା ଚରତି ଶ୍ରେଷ୍ଠ ନ୍ୟାୟ ପ୍ରତିପାଦିତ ହେବା ସ୍ବାଭାବିକ । ଏହାହିଁ କ୍ରୋଧାନ୍ୱିତ ଭାବେ କ୍ଷୋଭର ସହ କ୍ଷଦୋକ୍ତି ପ୍ରକାଶ କରିଥିଲୁ । କିନ୍ତୁ ଚଳିତ ଉତ୍ସବର ପରିବେଶ ଆମକୁ ସାନ୍ତ୍ଵନା ଦେଇଥିଲା । ପ୍ରକାଶ ଥାଉ କି ଏହି ମାଟିର ବର୍ତ୍ତମାନର ଜନ ପ୍ରତିନିଧି , ଅଧୁନା ରାଜ୍ୟର ଜଣେ ପ୍ରଭାବଶାଳୀ ମନ୍ତ୍ରୀ , ବିଶେଷ କରି ବିଗତ ୫୧୦ ଦିନ ମଧ୍ୟରେ ସ୍ଵକୀୟ କର୍ତ୍ତବ୍ୟ କର୍ମ ପ୍ରବଣତା ଆଧାରରେ ନିଜ ନିର୍ବାଚନ ମଣ୍ଡଳୀ କେବଳ ନୁହେଁ , ସମଗ୍ର ରାଜ୍ୟରେ ଅଧୁନା ପ୍ରଶଂସିତ ଏବଂ ଜନାଦୃତ ଶ୍ରଦ୍ଧେୟ ପୃଥ୍ୱୀରାଜ ହରିଚନ୍ଦନ ଉତ୍ସବର ଉଦଘାଟକ ତଥା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ , କ୍ଷମତା ରାଜନୀତିର ସମ୍ପ୍ରତି ଉଦୟମାନ ସୂର୍ଯ୍ୟ ତଥା ରାଜ୍ୟର ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ କ୍ରୀଡ଼ା ତଥା ଉଚ୍ଚ ଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ଵ ନିର୍ବାହ କରି ପ୍ରଶଂସିତ ହୋଇଥିବା ଯୁବନେତା ଶ୍ରଦ୍ଧେୟ ସୂରଜ ସୂର୍ଯ୍ୟବଂଶୀ ମୁଖ୍ୟବକ୍ତା, ଜାତୀୟ କ୍ଷମତା ରାଜନୀତିରେ ସ୍ଵକୀୟ ପ୍ରତିଭାରେ ପ୍ରତିଭାତ ,ଶାସକ ଦଳର ଜାତୀୟ ପ୍ରବକ୍ତା , ସାଂସଦ ଡାକ୍ତର ସମ୍ବିତ ପାତ୍ର , ଓଡ଼ିଶାର ବିସ୍ମୟ ପ୍ରତିଭା , ସମ୍ବାଦ ଖବରକାଗଜର ପ୍ରତିଷ୍ଠାତା ଡଃ ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରାକ୍ତନ ଅଧ୍ୟକ୍ଷ ତଥା ସାରସ୍ବତ ସଙ୍ଗଠକ ଡଃ ଶଶାଙ୍କ ଶେଖର ଚୁଡ଼ାମଣି, ଯୁବ ପ୍ରଶାସନିକ ଅଧିକାରୀ , ଯଶସ୍ବୀ କବି ତଥା ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ଙ୍କ ସମେତ ଅନେକ ଅତିଥି ବକ୍ତା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ । ଚିଲିକା ଵୋଇତ ବନ୍ଦାଣ ମହୋତ୍ସବର କାର୍ଯ୍ୟକାରୀ ସଭାପତି ଶ୍ରଦ୍ଧେୟ ଶ୍ରଦ୍ଧେୟ ଦୁଷ୍ମନ୍ତ ହରିଚନ୍ଦନଙ୍କ ସ୍ବାଗତ ଅଭିଭାଷଣରେ ତାଙ୍କ ଦ୍ବାରା ଉପସ୍ଥାପିତ କ୍ଷୋଭ ଆଧାରିତ ପ୍ରଶ୍ନ " ଚିଲିକାର ଚିତ୍କାର, ଚିଲିକାର ପ୍ରଶ୍ନ ଆମକୁ ଭାବବିହ୍ୱଳିତ କରିଥିଲା । " ସୁବାର୍ତ୍ତା" ଦୈନିକରେ ଚିଲିକାର ଚିତ୍କାର ଶୀର୍ଷକରେ ଏକ ଅଗ୍ରଲେଖ ଆଲୋଚନା ପ୍ରକାଶ ପାଇଥିଲା । ତାଙ୍କର ବକ୍ତବ୍ୟ ଶୁଣିବା ଭିତରେ ଆମେ ଭାବନା ରାଜ୍ୟରେ ଘୁରି ବୁଲୁଥିବା ବେଳେ ଆମ ଭିତରେ ସୃଷ୍ଟି ହୋଇଥିଲା ଏକ ପ୍ରଶ୍ନବାଚୀ " କ'ଣ ଥିଲା ଚିଲିକା , କ'ଣ ଥିଲା ଆମ ରାଜ୍ୟ , ଏବେ କ'ଣ ? ସେହିପରି ବୋଇତ ବନ୍ଦାଣ ଉତ୍ସବ ଆୟୋଜନରେ ବରେଣ୍ୟ ଜନନେତା ବିଶ୍ବଭୂଷଣ ହରିଚନ୍ଦନଙ୍କ କ'ଣ ରହିଥିଲା ଆଭିମୁଖ୍ୟ ? ସମ୍ପୂର୍ଣ ଭାବେ ଗବେଷଣା ନ ହୋଇଥିଲେ ମଧ୍ୟ ଏଯାବତ୍ ମିଳିଥିବା ତଥ୍ୟ କୁହେ ବା ଭୌଗୋଳିକ ପ୍ରମାଣ ସୂଚିତ କରେ ଯେ ପ୍ଲେଷ୍ଟୋସିନ୍ ସମୟର ପରବର୍ତ୍ତୀ ପର୍ଯ୍ୟାୟରେ ଚିଲିକା ହ୍ରଦ କଳିଙ୍ଗ ସାଗର ତଥା ୧୮୮୫ ପରବର୍ତ୍ତୀ ବଙ୍ଗୋପସାଗରର ଏକ ଅଂଶ ଥିଲା ଖ୍ରୀଷ୍ଟ ପୂର୍ବ ୧୮ ହଜାର ବର୍ଷ ତଳେ । ପ୍ରତି ମୁହୂର୍ତ୍ତ ପୂର୍ବ ନିର୍ଦ୍ଧାରିତ ନ୍ୟାୟରେ , ଠିକ୍ ତିନି ବର୍ଷ ତଳେ , ଅର୍ଥାତ୍ ନଭେମ୍ବର ୪ ତାରିଖ,୨୦୨୨ ମସିହାରେ ଦୈନିକ ଖବରକାଗଜ 'ସମ୍ବାଦ'ରେ "ଗୁମ୍ଫାରୁ ମିଳିଲା ପ୍ରସ୍ତର ଯୁଗର କୀର୍ତ୍ତିରାଜି" ଶୀର୍ଷକରେ ପ୍ରକାଶିତ ଖବର ଅନୁଯାୟୀ ରାୟଗଡ଼ା ନିକଟସ୍ଥ ଗୁମ୍ଫାରୁ ୪୦ ହଜାର ବର୍ଷ ତଳର କୀର୍ତ୍ତିରାଜି ସହିତ ଯେଉଁ ହାତ ହତିଆର ଠାରୁ ଆରମ୍ଭ କରି ବିଭିନ୍ନ ଦ୍ରବ୍ଯ ମିଳିଛି , ତନ୍ମଧ୍ୟରେ ଥିବା ଅନେକ ଦ୍ରବ୍ୟ ସହିତ ଚିଲିକାର ସମ୍ପର୍କ ରହିଥିବାର ଅନୁମାନ କରାଯାଏ । ଆମେ ଆଗରୁ ଉଲ୍ଲେଖ କରିଥିଲୁ ଯେ ଚିଲିକା" ଯାହା ଥିଲା ଓଡ଼ିଶାର ଗୌରବମୟ ଐତିହ୍ୟର ଧରୋବର, ମତ୍ସ୍ୟ ସମ୍ପଦର ବିଶ୍ବଶ୍ରେଷ୍ଠ ଗନ୍ତାଘର, ପ୍ରାକୃତିକ ଶୋଭାର ଅପୂର୍ବ ଭଣ୍ଡାର, କବିବର ରାଧାନାଥ ଙ୍କ ଭାଷାରେ " ଉତ୍କଳ କମଳା ବିଳାସ ଦୀର୍ଘିକା, ମରାଳ ମାଳିନୀ ନିଳାମ୍ବୁ ଚିଲିକା" ଅଧୁନା " ଗରଳ ଗାଳିନୀ ଗୋଳାମ୍ବ ଚିଲିକା" । " ଚିଲିକା ର ଆର୍ତ୍ତ ଚିତ୍କାର" ଶୀର୍ଷକ ରେ ୨୦୦୫ ମସିହାରେ ଏକ ଆଲେଖ୍ୟ " ସୁବାର୍ତ୍ତ" ରେ ପ୍ରକାଶ କରାଇ ତା'ର ନକଲ ସରକାରଙ୍କୁ ଦେଇଥିଲୁ, କିଛି ପ୍ରତିକାର ଆଶା କରି, ୨୦ ବର୍ଷ ପରେ ଏହାର ସ୍ଥିତି ଆଜି ଦୟନୀୟ । ପ୍ରଥମ ଶତାବ୍ଦୀରେ ପେରିପ୍ଲସରେ ଚିଲିକା ହ୍ରଦର ମହନୀୟତା କୁ ପ୍ଲେନିଂ ପ୍ରକାଶ କରାଇ ବିଶ୍ବ ଦୃଷ୍ଟି ଆକର୍ଷଣ କରିଥିଲେ । ହଜାର ହଜାର ବର୍ଷ ତଳେ ବ୍ରହ୍ମାଣ୍ଡ ପୁରାଣରେ ବର୍ଣିତ ଅଛି -;
" ଚିଲିକାହ୍ରଦେ ସହସ୍ରଂ ତୁ ଜଳଗାମୀ ସୁବୋଇତାଃ
ବହୁଚକ୍ରାନ୍ବିତାଃ ଶୀଘ୍ରୋଃ ଯନ୍ତ୍ରଗାଃ ଚାଳକାଶ୍ରିତଃ ।
ବାଣିଜ୍ୟକରଣେ ଶକ୍ତାଃ ତ୍ରିପଞ୍ଚଶିଖରାକୃତାଃ
ଦ୍ବୀପାନ୍ତର ଗତାୟାତା଼ଃ ଜାବା ମଳୟ ସିଂହଳେ ।
ଗଙ୍ଗାସାଗର ପେଚିନା ତଦାଗତି ଯଦେଛୟା
ଦେଶଦେଶାନ୍ତ ଦ୍ରବ୍ୟାଣି ଗମନାଗମନେପି ବା
ଜଳନିମ୍ନେ ତୁ ବା କେଚିତ୍ ମଜ୍ଜନେ ଗୁପ୍ତ କୌଶଳେ
ଲୁକ୍କାୟିତୋ ଭୂତ ରୂପଂ ମହାଶ୍ଚର୍ଯ୍ୟପରଂ ଗତଃ
କୁର୍ମଯନ୍ତ୍ରଂ ଲାବଯନ୍ତ୍ରଂ ମତ୍ସ୍ୟରୂପଂ ତୁ ପକ୍ଷୀକଂ
ତମ୍ରାଛାଦିତ ବୈଦ୍ରୁତାଃ ସହସ୍ରଜନଧାରକାଃ
ହ୍ରସ୍ବକାଷ୍ଠମୟଂ ଦେହଂ ତାମ୍ରପଟେ ସୁରକ୍ଷିତଂ
ଲୌହଚକ୍ରଗତଂ ନିମ୍ନରେ ଚକ୍ରବ୍ୟୁହ ସମନ୍ବିତଂ ।"
ଉପରୋକ୍ତ ସଂସ୍କୃତ ଶ୍ଲୋକ ର ଭାବାର୍ଥ ବୁଝି ହୃଦୟଙ୍ଗମ କଲେ ରୋମାଞ୍ଚିତ ଯେକେହି ହେବ । କେତେ ମ଼ହାନ ଥିଲା ଆମର ଏଇ ପବିତ୍ର ଜନ୍ମ ମାଟି ଓଡ଼ିଶା, ଆଜି ତା'ର ଏଭଳି ଦୀନହୀନ ଅବସ୍ଥା କ'ଣ ପାଇଁ ? ବ୍ରହ୍ମାଣ୍ଡ ପୁରାଣ ହେଉ ଅବା ଖ୍ରୀଷ୍ଟିଅ ପ୍ରଥମ ଶତାବ୍ଦୀରେ ଲିଖିତ ପେରିପ୍ଲସ୍ ଶୀର୍ଷକ ଗ୍ରନ୍ଥ ହେଉ, ସେଥିରେ ଚିଲିକାର ବିଶାଳତା, ଗଭୀରତା, ସୌନ୍ଦର୍ଯ୍ୟ, ମତ୍ସ୍ୟ ସମ୍ପଦ ଏବଂ ଚିଲିକା ହ୍ରଦରେ ନୌବାଣିଜ୍ୟ ପରମ୍ପରାର ହଜାର ହଜାର ବର୍ଷ ର ଇତିହାସ ସୁଵିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି । କ୍ରମଶଃ ଚିଲିକା ର ବିଶାଳ କଳେବର କ୍ଷୟ ହୋଇ ଗତ ୧୯୬୧ ମସିହା ରେ ଥିଲା ୧୧୬୫ ବର୍ଗ କିଲୋମିଟର, ସେହି ସମୟରେ ସରକାରୀ ନଥିରେ ଉଲ୍ଲେଖ ରହିଛି ଯେ ଚିଲିକାରେ ୨୨୫ ପ୍ରଜାତି ର ମାଛ,୬୧ ପ୍ରକାରର ପ୍ରଟୋଜୋଆ ( ଆଦିପ୍ରାଣୀ),୩୭ ପ୍ରଜାତିର ସରୀସୃପ,୨୦୫ ପ୍ରଜାତିର ପକ୍ଷୀ ବର୍ଗ ଥିଲେ , ହେଲେ ଆଜି ର ସ୍ଥିତି କ'ଣ ? ମାତ୍ର ୬୦/୬୧ ବର୍ଷ ପରେ ବୋଧେ ଏହା ଏବେ ୬୦୦/୭୦୦ ବର୍ଗ କିଲୋମିଟର ଅବୟବ ଏବଂ ବିଷାକ୍ତ ମିଥେନ ଗ୍ୟାସ୍ ର ଗନ୍ତାଘର । ଏହା ଆମର ତଥ୍ୟ ନୁହେଁ, ଖୋଦ୍ ବୈଜ୍ଞାନିକ ମାନେ କହିଛନ୍ତି ଯେ ଚିଲିକାର ପ୍ରତି ବର୍ଗ କିଲୋମିଟର ପାଣିରେ ୩୬୦ ଗ୍ରାମ ମିଥେନ ରହୁଛି । ଚିଲିକା ହ୍ରଦ ରେ ବିଲିନ ହେଉଥିବା ୫୨ ଟି ନଦୀ ପୋତି ହୋଇଗଲାଣି । ଯାହାର ଜଳରେ ଆମର ଜନ୍ମ, ଆମର ଜୀବନ, ସେହି ପୁରାଣ ପ୍ରସିଦ୍ଧ ଚିରସ୍ରୋତା ଦଧିଭଦ୍ରା ବା ଦୟାନଦୀ ଆଜି ମୃତା ଘୋଷିତା । ପ୍ରତି ବର୍ଷ ଦେଶ ବିଦେଶ ରୁ ବିଭିନ୍ନ ପ୍ରଜାତି ର ଦଶଲକ୍ଷ ରୁ ଉର୍ଦ୍ଧ୍ବ ପକ୍ଷୀ ଚିଲିକାକୁ ଆସିଥିବାବେଳେ , ଆଜି ତାହା ସେମାନଙ୍କ ପାଇଁ ମରଣଯନ୍ତା ପାଲଟିଛି । ଏଥିପ୍ରତି କାହାରି ଦୃଷ୍ଟି ନାହିଁ, ଏପରିକି ବଂଶାନୁକ୍ରମେ ଏହି ଚିଲିକା ଉପରେ ନିର୍ଭର କରିଆସୁଥିବା ତିନୋଟି ଜିଲ୍ଲାର ଲକ୍ଷ ଲକ୍ଷ ମତ୍ସ୍ୟଜୀବୀଙ୍କର ମଧ୍ୟ ନାହିଁ । ଅତଏବ ଚିଲିକାର ଜୈବବିଭିନ୍ନତା, ବିଶେଷ କରି ସାମଗ୍ରିକ ଭାବେ ଏହାର ପୁନରୁଦ୍ଧାର ଏକାନ୍ତ ଆବଶ୍ୟକ ହୋଇପଡିଛି । ଅତଏବ ଏକଦା ସୁଜଳା, ସୁଫଳା,ଶସ୍ୟଶ୍ୟାମଳା ,ରତ୍ନଗର୍ଭା, ବୀର ପ୍ରତିଭା ପ୍ରସବିନୀ, ପ୍ରାକୃତିକ ସମ୍ପଦ ର ବିଶ୍ବଶ୍ରେଷ୍ଠ ଗନ୍ତାଘର, ପ୍ରାୟ ଶତାଧିକ କ୍ଷେତ୍ରରେ ବିଶ୍ବଗୁରୁ, କୁଶଳୀ ମାନବ ସମ୍ବଳ , ଗଙ୍ଗା ଠାରୁ ଗୋଦାବରୀ ଯେଉଁ ଉତ୍କଳ ର ଥିଲା ବିଶାଳ କଳେବର, ସେହି ଜାତିର ଦାୟାଦ ଆଜି କାହିଁକି ଉଭୟ ଖାଦ୍ୟ ଓ ବସ୍ତ୍ର ପାଇଁ ଭଗାରି ରାଜ୍ୟ ଠାରୁ ଆରମ୍ଭ କରି ଅନ୍ୟ ରାଜ୍ୟ ନିକଟରେ ହାତ ପତାଉଛି ? ଏହି ପ୍ରଶ୍ନ ଯେତେବେଳେ ଗଣମାଧ୍ୟମ ପିଚାରେ ନାହିଁ, କାରଣ ଅଧିକାଂଶ ଖର୍ଦ୍ଦି , ସେହି ପ୍ରଶ୍ନ ଯଦି ବିରୋଧୀ ଦଳ ପଚାରେନା, କାରଣ " ଛତାବର, ସଵୁପତ୍ନୀଭ୍ରାତା ଏକାଦର" ନ୍ୟାୟ ରେ " ଆଙ୍ଗୁଳି ସନ୍ଧିରେ ମଳି, ଭିତରେ ଭିତରେ ସଲାସୁତୁରା ଉପରେ ଉପରେ କଳି" ନାଟକ ଅତି ସୁନ୍ଦର ଭାବରେ ଅଭିନୀତ ହୋଇ ଚାଲିଛି, ସେତେବେଳେ ଲୋକେ ପଚାରିବା କଥା କାହିଁକି ଆଳୁ, ପିଆଜ ରସୁଣ, ଜିରା, ଫୁଟଣ ଠାରୁ ମାଛ, ଟମାଟୋ ଆଦି ବିଭିନ୍ନ କିସମର ଅତ୍ୟାବଶ୍ୟକ ସାମଗ୍ରୀ ଆନ୍ଧ୍ର, ବଙ୍ଗଳା, ମହାରାଷ୍ଟ୍ର, ଝାଡ଼ଖଣ୍ ପ୍ରଭୃତି ରାଜ୍ୟରୁ ଆଣିବାକୁ ପଡୁଛି ? ଲୋକେ ବି ଛତର ଖାଇ ଚୁପଚାପ୍ ବସି ରହିଛନ୍ତି । ଗତ ବର୍ଷ ଠିକ୍ ଏହି ସମୟରେ ଜଣେ ଓଡ଼ିଆ , ଯିଏ ସୁରଟକୁ ଶ୍ରମିକ ଭାବେ କାମ କରିବା ପାଇଁ ଯାଇ ନିଜ ଶ୍ରମ ରେ ଆଜି ବିରାଟ ମିଲ୍ ମାଲିକ୍, ସିଏ ଆହ୍ବାନ ଦେଇଥିଲେ ଯେ ତାଙ୍କୁ ଯଦି ସରକାର ସହଯୋଗ ଦେବେ, ତେବେ ସିଏ ଏଭଳି ଏକ ମିଲ କରିବେ , ଯାହା ଫଳରେ ଯେଉଁ ୭/୮ ଲକ୍ଷ ଓଡ଼ିଆ ସୁରଟ ରେ ଅଛନ୍ତି, ସେମାନେ ସମସ୍ତେ ଏଠାରେ କାମ ପାଇବେ । କେହି ଶୁଣିଲେ ତାଙ୍କ କଥା ? ଆଜି ଓଡ଼ିଆ ଦାଦନ ଶ୍ରମିକ ହୋଇ ବାହାର ରାଜ୍ୟରେ ଯେଉଁ ଅକଥନୀୟ ନିର୍ଯାତନା ଭିତରେ , ରାଜ୍ୟ ଭିତରେ ଛତର ଯୋଜନା ସମୂହ ଫଳରେ ଉର୍ବର ଚାଷ ଜମି ପଡିଆ, ସେଥିପାଇଁ ଜଣେ ଓଡ଼ିଆ ର ମୁଣ୍ଡ ପିଛା ଆୟ ଦୈନିକ ମାତ୍ର ୧୮ ଟଙ୍କା ୫୪ ପଇସା, ୪୩ ଭାଗ ଲୋକ ଜମିହୀନ, ସରକାରୀ ହିସାବ ରେ ମାତ୍ର ୩୪ ଭାଗ ଜମି ରେ ଜଳସେଚନ ବ୍ୟବସ୍ଥା ଅଛି । ବାସ୍ତବରେ ବର୍ତ୍ତମାନର ଓଡ଼ିଶାର ସାମଗ୍ରିକ ସ୍ଥିତି , ବିଶେଷ କରି ଅବକ୍ଷୟୀ ଲୋକ ଚରିତ୍ର ତଥା ଭିକାରୀ ସଂସ୍କୃତିର ଉପାସନାକୁ ଉପଜିବ୍ୟ କରି ଅନୁଧ୍ୟାନ କଲେ , ଚିଲିକାର ସ୍ଥିତି ଓ ଏହାର ଉପକୂଳବର୍ତ୍ତୀ ଲୋକ ଚରିତ୍ରକୁ ଦେଖିବା ପରେ କିଏ କାହିଁକି ଆମ କଥା କୁ ବିଶ୍ବାସ କରିବ ଯେ ଏ ଜାତି ଦିନେ ବୀର ଜାତି ଥିଲା ? ଏ ଜାତିର ପଦନିକ୍ଷେଫ ଦ୍ବାରା ମାଆ ବସୁନ୍ଧରା ଦିନେ କମ୍ପିତ ହେଉଥିଲା ? ଏ ଜାତି ସମର ପ୍ରାଙ୍ଗଣରେ ଦିନେ ଅବଲୀଳାକ୍ରମେ ଅସ୍ତ୍ରଶସ୍ତ୍ର ପରିଚାଳନା କରୁଥିଲା ? ଏ ଜାତି ଆପଣାର ସ୍ବାଧୀନତା ରକ୍ଷା କରିବା ଲାଗି ମସ୍ତକୋତ୍ତୋଳନ କରିଥିଲା ? ଏ ଜାତି ର ବିଜୟ ପତାକା ଦିନେ ଆକାଶମାର୍ଗରେ ଉଡ୍ଡୀୟାନ ହୋଇଥିଲା ? ଆଜି ଓଡିଆ ଜାତି ଦୀନ,ହୀନ,ନିର୍ବୀର୍ଯ୍ୟ,ଭୀରୁ ଓ ଦମ୍ଭ ସାହାସ ବିବର୍ଜିତ । ଦିନେ ଯେଉଁ ଓଡ଼ିଆ ଜାତି ଅନ୍ୟ ଦ୍ବାରା ପ୍ରପୀଡ଼ିତ ଜାତିକୁ ଆପଣା କ୍ରୋଡରେ ନିଃଶଙ୍କ ଚିତ୍ତରେ ଆଶ୍ରୟ ପ୍ରଦାନ କରିଥିଲା , ଆଜି ସେହି ଜାତି ଭଗାରି ସାଜି ଯାହା ଯାହା ଓଡ଼ିଆ ଜାତିର ଭଲ , ତାହା ନିଜର ବୋଲି ଦାବି ସାବ୍ୟସ୍ତ କରିଚାଲିଛି , ଏପରିକି ଓଡ଼ିଆ ଏକ ଭାଷା ନୁହେଁ ବୋଲି କହିବା ସହିତ ଯୁଗ ଯୁଗ ଧରି ଥିବା କଳିଙ୍ଗ ସାଗର ନାମକୁ ବିସ୍ମିତିର ଗଭୀର ଗହ୍ଵରକୁ ଫିଙ୍ଗି ଦେଇ ଓଡ଼ିଆ ଜାତିର ଆରାଧ୍ୟ ଦେବତା ଓ ତାଙ୍କର ପବିତ୍ର ଧାମକୁ ବି ଅପହରଣ କରିସାରିଛି । ଆଜି ଓଡିଆ ଜାତି , ସେହି ଜାତି ମାନେ , ଯେଉଁ ମାନେ ଓଡ଼ିଆ ଜାତି ନିକଟରେ ହାତପାତି ବଞ୍ଚିବା ପାଇଁ କୃଷିଜାତ ସାମଗ୍ରୀ ଠାରୁ ପ୍ରତ୍ୟେକ ଅତ୍ୟାବଶ୍ୟକ ଦ୍ରବ୍ୟ ଭିକ୍ଷା ଭାବରେ ନେଉଥିଲେ , ସେମାନଙ୍କ ଉପରେ ନିର୍ଭରଶୀଳ କାହିଁକି ? ଚୁନି ଚୋକଡ, ଅଣ୍ଡା କଦଳୀ ଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ , ଏପରିକି ଆମ ନେତା ମାନଙ୍କ ଗଳାମଣ୍ଡନ କରୁଥିବା ଫୁଲମାଳ ମଧ୍ୟ ସେମାନଙ୍କ ଦୟା ଉପରେ ନିର୍ଭର କରୁଛି । ମମତା ଙ୍କ ମମତା ଉଣା ହେଲେ ରାଇଗଣିଆ ଆଳୁ ପେଣ୍ଠରେ କାହିଁକି ଲାଗୁଛି ସଙ୍କଟର ନିଆଁ ? ଆମେ ବୋଇତ ବନ୍ଦାଣ କରୁଛେ , କେବେ ଭାବିଛେ ଯେ ଓଡ଼ିଆ ଜାତି ପୃଥିବୀର ପ୍ରଥମ ନୌବାଣିଜ୍ୟ ପରମ୍ପରାର ଜାତି ବୋଲି ? ଦିନେ ପୃଥିବୀର ପ୍ରଥମ ନୌକା ତିଆରି କାରଖାନା ଚିଲିକା ଉପକୂଳର ଗୋଳବାଇରେ ଥିଲା ବୋଲି ? ଆଜି ଗୋଳବାଇର ସ୍ଥିତି କ'ଣ ? ଗୋଳବାଇ ଠାରୁ ବର୍ତ୍ତମାନର ଚିଲିକା ଉପକୂଳ ବରୁଣପଡା ବା କାଳୁପଡା ଘାଟ କେତେ ଦୂର ? କବିବର ରାଧାନାଥ ରାୟଙ୍କ "ଉତ୍କଳ-କମଳା-ବିଳାସ-ଦୀର୍ଘିକା ,ମରାଳମାଳିନୀ ନିଳାମ୍ବୁ ଚିଲିକା,ଉତ୍କଳର ତୁହି ଚାରୁ ଅଳଙ୍କାର,ଉତ୍କଳଭୁବନେ ଶୋଭାର ଭଣ୍ଡାର ।ସ୍ୱଭାବେ ଭାବୁକ-ମାନସ-ଉଲ୍ଲାସୀ,ଦିଗନ୍ତ-ବିସ୍ତାରୀ ତୋର ବାରିରାଶି, ପ୍ରସନ୍ନବଦନା ଉଜ୍ଜ୍ୱଳବରଣା,ମୁଖଶ୍ରୀ ଦେଖନ୍ତି ଯହିଁ ଦିଗଙ୍ଗନା ,ନୀଳ ଅଙ୍ଗ ତୋର ଚିତ୍ର ଅନ୍ତରାଳେ,ନାସି, ନଳବନ, ଶୈଳ,ଦ୍ୱୀପମାଳେ ,ଦକ୍ଷିଣେ ମିଶିଛି ତୋର ଗର୍ଭେ ଆସି,ସୌରକରୋଭାସୀ ନୀଳ ରମ୍ଭାନାସି ,ବିମାନ ଆକାରେ ଭାସେ ଶତ ଶତ,ନୀଳୋରସେ ତୋର ଶୈଳ ମାରକତ ,... ବର୍ତ୍ତମାନର ଚିଲିକା ପାଇଁ ପ୍ରାସଙ୍ଗିକତା ବହନ କରେ କି ? ବରଂ ମରାଳ ମାଳିନୀ ନୀଳାମ୍ବୁ ଚିଲିକା , ଅଧୁନା ଗରଳ ଗାଳିନୀ ଗୋଳାମ୍ବୁ ଚିଲିକା ହୋଇ ଯାଇଛି । ହଜାର ହଜାର ବର୍ଷ ପୂର୍ବେ ଓଡ଼ିଶାର ସାଧବ ପୁଅ କଳିଙ୍ଗ ସାଗର ଅତିକ୍ରମ କରି ଜାଭା, ସୁମାତ୍ରା, ବାଲି, ବୋର୍ଣ୍ଣିଓ, ବର୍ମା, ବ୍ରହ୍ମଦେଶ, ଗଙ୍ଗାସାଗର, ସିଂହଳ ଓ ଚାଇନା ଆଦି ଦେଶରେ ବ୍ୟବସାୟ କରୁଥିଲେ। ପୂର୍ବ ଭାରତୀୟ ଦ୍ୱୀପପୁଞ୍ଜର ବାଣିଜ୍ୟରେ କଳିଙ୍ଗ ରାଜବଂଶମାନେ ମଧ୍ୟ ସଂଶ୍ଳିଷ୍ଟ ଥିଲେ। ବର୍ଷସାରା ସଂଗୃହୀତ ପଣ୍ୟ ସମ୍ଭାରକୁ ନେଇ କାର୍ତ୍ତିକ ଅମାବାସ୍ୟା ଦୀପାବଳି ଦିନ ଲକ୍ଷ୍ମୀପୂଜା ହେଉଥିଲା। ତା‘ପରଦିନଠାରୁ କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ବୋଇତରେ ପଣ୍ୟର ସଞ୍ଚୟନ ହେଉଥିଲା। ସାଧବମାନେ କାର୍ତ୍ତିକ ପୂର୍ଣ୍ଣିମା ଦିନ ବୋଇତଯାତ୍ରା କରୁଥିଲେ । କାର୍ତ୍ତିକଠାରୁ ଚୈତ୍ର ପର୍ଯ୍ୟନ୍ତ ସେଠାରେ ବାଣିଜ୍ୟ କାରବାର ଚାଲୁଥିଲା। ଫାଲ୍ଗୁନ ଓ ଚୈତ୍ର ମାସରେ ଦକ୍ଷିଣା ପବନ ଆରମ୍ଭ ହେବା ସଙ୍ଗେ ସଙ୍ଗେ ସାଧବମାନେ ଘରକୁ ଫେରୁଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆମ ଓଡ଼ିଶାରେ ଆଷାଢ଼ ମାସଠାରୁ ଆଶ୍ୱିନ ମାସ ପର୍ଯ୍ୟନ୍ତ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବାହିତ ହୋଇଥାଏ ଏବଂ କାର୍ତ୍ତିକ ମାସଠାରୁ ଫାଲ୍ଗୁନ ମାସ ପର୍ଯ୍ୟନ୍ତ ଉତ୍ତର-ପୂର୍ବ ମୌସୁମୀ ବାୟୁ ପ୍ରବାହିତ ହେଉଥିବାରୁ ଓଡ଼ିଆ ସାଧବ ପୁଅ ମାନେ କାର୍ତ୍ତିକ ମାସରେ ବାଣିଜ୍ୟ ଯାତ୍ରା ଆରମ୍ଭ କରି ଆଷାଢ଼ ମାସରେ ବିଦେଶରୁ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରିବା ଏକ ଭୌଗୋଳିକ ତଥା ବୌଜ୍ଞାନିକ ସିଦ୍ଧାନ୍ତ ଥିଲା । ଏଥିରୁ ଆମ ପୂର୍ବଜ ମାନେ କେତେ ଜ୍ଞାନବନ୍ତ,କୌଶଳବନ୍ତ, ଦୂର ଦ୍ରଷ୍ଟା ଥିଲେ , ତାହା ନୌବାଣିଜ୍ୟ ଇତିହାସ ତଥା ଚିଲିକାର ଇତିହାସ କୁହେ । ବୋଇତକୁଦ, ବୋଇତଡ଼ିଅ, ବୋଇତପଦା, ବୋଇତାଳଗଣ୍ଡ, ବୋଇତାଳପାଟଣା, ବୋଇତେଇ, ବୋଇତିକୂଳୀଧାନଇ, ପୋତନଈ, ପୋତଗଣ୍ଡ, ପୋତମଙ୍ଗ, ପୋତମଙ୍ଗଭଙ୍ଗାମଣ୍ଡ, ପୋତନଈପାଟଣା, ପୋତେଇ, ପୋତପୋଖରୀ, ପୋତାପୋଖରୀ(କଳବକ), ନାଇଆଢିଅ, ନାହାକାଣୀଢିଅ, ନାହାକାଣୀ, ନାହାଙ୍ଗ, ନଅଙ୍ଗ, ନାଆଖଣ୍ଡ, ବଡମଙ୍ଗ, ସାନମଙ୍ଗ, ବହିତ୍ର, ବହିପତ୍ର ପ୍ରଭୃତି ସ୍ଥାନ ମାନଙ୍କର ନାମକରଣ ପୃଷ୍ଠଭୂମିରେ ଥିବା ଇତିହାସ ଉପରେ ଆମେ ଗବେଷଣା କଲେଣି କି ? ଏଠାରେ ଆମେ ତଥ୍ୟବନ୍ତ ହୋଇ ଉଲ୍ଲେଖ କରୁଛୁ ଯେ ଆମ ଓଡ଼ିଶାର ନୌବାଣିଜ୍ୟ ପରମ୍ପରା ଷୋଡ଼ଶ ଶତାବ୍ଦୀ ଅର୍ଥାତ୍ ମୋଗଲ ରାଜତ୍ୱର ଶେଷ ପର୍ଯ୍ୟନ୍ତ ଚାଲିଥିଲା । କିନ୍ତୁ, ଓଡ଼ିଶାର ନୌବାଣିଜ୍ୟର ପ୍ରତିଷ୍ଠାକୁ ପ୍ରତିହତ କରିବା ପାଇଁ ନବାବମାନେ ବିଦେଶୀ ବଣିକକୁ ଓଡ଼ିଶା ଉପକୂଳରେ ନୌବାଣିଜ୍ୟ କରିବା ପାଇଁ ଅନୁମତି ଦେଲେ । ଏହା ଫଳରେ ସେମାନେ ନାନାଭାବରେ ସାଧବମାନଙ୍କୁ ହତୋତ୍ସାହିତ କରିଥିଲେ। ମୁସଲମାନ ନବାବମାନେ ବନ୍ଦରଗୁଡ଼ିକର ରକ୍ଷଣାବେକ୍ଷଣ ପ୍ରତି ଦୃଷ୍ଟି ନଦେଇ କର ଆଦାୟରେ ବ୍ୟସ୍ତ ରହିଲେ। ଉପକୂଳ ଅଞ୍ଚଳରେ ଜଙ୍ଗଲ କ୍ଷୟ ଯୋଗୁଁ ବାରମ୍ବାର ବାତ୍ୟା ସଂଗଠିତ ହୋଇ ବନ୍ଦରଗୁଡ଼ିକୁ ଧ୍ୱଂସ କରିଦେଲା । ପ୍ରଳୟଙ୍କାରୀ ଘୂର୍ଣ୍ଣିବାତ୍ୟା ସମୁଦ୍ର ବକ୍ଷରେ ଚାଳିତ ବାଣିଜ୍ୟ ପୋତ(ବୋଇତ)ଗୁଡ଼ିକ ଅତଳ ଜଳରେ ଡୁବିଯାଇ ନିଶ୍ଚିହ୍ନ ହୋଇଗଲା। ବୈଦେଶିକ ବୋମ୍ବାଟିଆ(ଜଳଦସ୍ୟୁ) ଯଥା- ପର୍ତ୍ତୁଗୀଜମାନେ ଜଳଦସ୍ୟୁଭାବେ ସାଧବମାନଙ୍କର ବୋଇତଗୁଡ଼ିକୁ ବାରମ୍ବାର ଲୁଣ୍ଠନ କଲେ। ମୁସଲମାନ ରାଜତ୍ୱ ପରେ ମରହଟ୍ଟାମାନଙ୍କ ଶାସନ କାଳରେ ରାଜକର୍ମଚାରୀମାନେ ନାନା ଭାବରେ ସାଧବମାନଙ୍କୁ ଶୋଷଣ କଲେ। ଏହିପରି ଚାରିଆଡୁ ହତୋତ୍ସାହିତ ହୋଇ ଶେଷରେ ସାଧବମାନେ ନୌବାଣିଜ୍ୟରୁ ଅପସରି ଗଲେ। ଯଦିଓ ଷୋଡ଼ଶ ଶତାବ୍ଦୀ ପରେ ନୌବାଣିଜ୍ୟ ପାଇଁ ଅନେକ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହେଲା, ତଥାପି ଉନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ଏହା ବଳବତ୍ତର ଥିଲା ବୋଲି ଐତିହାସିକମାନେ ମତ ଦେଇଥାନ୍ତି।ବୋଇତରେ ସାଧାରଣତଃ ମଙ୍ଗରାଜ, ସାଧବ ଓ ବାହକ ତିନିଶ୍ରେଣୀର କର୍ମଚାରୀ ତହିଁରେ ଯାତ୍ରା କରୁଥିଲେ। ବୋଇତ ବାହିନୀର ସାଧବ, କୈବର୍ତ୍ତ, ବୋତାଇ, ତରାଇ, ପୋଥାଳ(ପୋତ ଚାଳକ), ସାଥୁଆ, ଷାଠିଆ, ସାସମଲ୍ଲ, ସାହୁ, ମଙ୍ଗରାଜ ପ୍ରଭୃତି ସଂଜ୍ଞାଧାରୀ ଚିଲିକା ଉପକୂଳ ଅଞ୍ଚଳରେ ବାସ କରନ୍ତି। ସାଧବ ବୋଇତାଳମାନେ ନୌବାଣିଜ୍ୟକୁ ଜଳାଞ୍ଜଳି ଦେବା ପରେ ଜୀବିକା ନିର୍ବାହ ପାଇଁ ବିଭିନ୍ନ ବୃତ୍ତିକୁ ଆପଣେଇ ନେଲେ। ଯେଉଁମାନେ ମିଷ୍ଟାନ୍ନ ଓ ତୈଳ ବ୍ୟବସାୟ କଲେ ସେମାନଙ୍କୁ ସାହୁ(ଗୁଡ଼ିଆ) ଓ ତେଲି, ଯେଉଁମାନେ ମାଛମାରି ଜୀବିକା ନିର୍ବାହ କଲେ ସେମାନଙ୍କୁ କୈବର୍ତ୍ତ, ଯେଉଁ ସାଧବ ଗୋଷ୍ଠୀ ଚୁଡା କୁଟି ଜୀବନ ଧାରଣ କଲେ ସେମାନେ କେଉଟ(ନିଆରି), ଯେଉଁମାନେ ସ୍ୱର୍ଣ୍ଣ ଓ ମସଲାଦି ଔଷଧ ବୃତ୍ତିକୁ ଆଦରି ନେଲେ ସେମାନଙ୍କୁ ସୁନାରି ଓ ପୋଟଳୀ ବୈଶ୍ୟ/ବଣିକ ଏବଂ ଯେଉଁମାନେ ଡଙ୍ଗାରେ ନଦୀ ପାର କରାଇ ପେଟ ପୋଷିଲେ ସେମାନଙ୍କୁ ‘ତରାଇ’ ନାମରେ ଅଭିହିତ କରାଗଲା। ଏହି ଠାରୁ ବିଭିନ୍ନ ଜାତିଆଣ ବା କାଷ୍ଟ ସୃଷ୍ଟି ହେଲା , ଅଥଚ କୁହାଗଲା ମନୁ ସୃଷ୍ଟି କରିଥିଲେ । କ୍ରମଶଃ
କାଳଜୟୀ ସ୍ରଷ୍ଟା ଭକ୍ତଚରଣ
କାଳଜୟୀ ସ୍ରଷ୍ଟା ଭକ୍ତଚରଣ
------------------------
ଯାହାଙ୍କର କବିତାର ସାରଲ୍ୟସୁଶୋଭିତ ସୁଷମାରେ ବିମଣ୍ଡିତ, ସେହି ମହାନ ସାରସ୍ବତ ସାଧକ ଭକ୍ତ ଚରଣ ଦାସ (୧୭୨୯-୧୮୧୩) , ଯିଏ ଅଷ୍ଟାଦଶ ଶତକର ଅନ୍ୟତମ ଶ୍ରେଷ୍ଠ କବି , ତାଙ୍କର ଆଜି ସ୍ମୃତି ଚାରଣ ଦିବସ ଅବସରରେ ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛୁ । ଏହି କାଳଜୟୀ କବି ଙ୍କର ପ୍ରକୃତ ନାମ ବୈରାଗୀ ଚରଣ ପଟ୍ଟନାୟକ । ବୈଷ୍ଣବ ଧର୍ମରେ ଦୀକ୍ଷା ଗ୍ରହଣ କରି ସେ ନିଜକୁ ଭକ୍ତଚରଣ ଦାସ ନାମରେ ନାମିତ କରିଥିଲେ ।ଗୋପ ମଙ୍ଗଳ, ମଥୁରା ମଙ୍ଗଳ, କଳାକଳେବର ଚଉତିଶା ଓ ମନବୋଧ ଚଉତିଶା ତାଙ୍କର ଶ୍ରେଷ୍ଠ ରଚନାମାନଙ୍କ ମଧ୍ୟରୁ ଅନ୍ୟତମ ।ସେ ଜଣେ ଭକ୍ତଭାବାପନ୍ନ କବି ଥିଲେ ଓ ସେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ରାଜସୁନାଖଳା ନିକଟବର୍ତ୍ତୀ ସାନପଦର ଗ୍ରାମରେ ଗୋଟିଏ ସମ୍ଭ୍ରାନ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଭକ୍ତଚରଣ ଦାସ ମଧ୍ୟଯୁଗୀୟ ଓଡ଼ିଆ କାବ୍ୟ ସାହିତ୍ୟର ଜଣେ ବିଶିଷ୍ଟ କାବ୍ୟକାର । ବାଲ୍ୟକାଳରୁ ଈଶ୍ୱରାନୁରକ୍ତ ଏହି କବି ଗାର୍ହ୍ୟସ୍ଥ ଜୀବନ ପରେ ସନ୍ନ୍ୟାସ ଗ୍ରହଣ କରି ପରିଚିତ ହେଲେ ଭକ୍ତ ଚରଣ ଦାସ ନାମରେ । ସେ ଥିଲେ ମାଧ୍ଵାଚାର୍ଯ୍ୟ ସମ୍ପ୍ରଦାୟପନ୍ଥୀ ବୈଷ୍ଣବ ଓ ତାଙ୍କର ଆରାଧ୍ୟ ଦେବତା ଥିଲେ ବୃନ୍ଦାବନ ଚନ୍ଦ୍ର । ଶ୍ରୀକୃଷ୍ଣଙ୍କ ପାଦତଳେ ନିଜକୁ ସମର୍ପିତ କରି ଗୋଟିଏ ପରେ ଗୋଟିଏ ଛାନ୍ଦ, ଚଉତିଶା ଏବଂ କାବ୍ୟ ରଚନା ଆରମ୍ଭ କରିଥିଲେ । ତାଙ୍କ ଲେଖନୀରୁ ନିଃସୃତ ହୋଇଥିବା ଅନେକ ଲୋକପ୍ରିୟ କାବ୍ୟକୃତି ମଧ୍ୟରେ ‘ମଥୁରା ମଙ୍ଗଳ’, ‘ଗୋପ ମଙ୍ଗଳ’, ‘ମନଶିକ୍ଷା’, ‘ବୈଦ୍ୟଶାସ୍ତ୍ର’, ‘କଳାକଳେବର ଚଉତିଶା’, ‘ମନବୋଧ ଚଉତିଶା’ ଇତ୍ୟାଦି ଅନ୍ୟତମ।
ମଥୁରା ମଙ୍ଗଳ କବିଙ୍କର ସର୍ବଶ୍ରେଷ୍ଠ ରଚନା । ମଥୁରା ବା ପକ୍ଷାନ୍ତରରେ ପୃଥିବୀର ମଙ୍ଗଳ କାମନା କବିଙ୍କର ଲକ୍ଷ୍ୟ ଥିବାରୁ, ଏହାର ନାମକରଣ ଏପରି ହୋଇଥିବା ମନେହୁଏ । ଦୀର୍ଘ ୩୦ଟି ଛାନ୍ଦ ସନ୍ନିବିଷ୍ଟ ଏହି କାବ୍ୟ ଭାବବିଦଗଧତା ଓ ଭକ୍ତିପ୍ରାଣତା ବହନ କରୁଥିବା ସ୍ପଷ୍ଟ ପ୍ରତୀୟମାନ ହୁଏ ।
‘ଗୋପ ମଙ୍ଗଳ’ କାବ୍ୟ ଗୋପଲୀଳା, ଗୋପକେଳି ଓ ବୃନ୍ଦାବନ ଲୀଳା ବର୍ଣ୍ଣନାରେ ପୁଷ୍ଟ । ଶ୍ରୀକୃଷ୍ଣଙ୍କର ଗୋପପୁରରେ ହିତକର କାର୍ଯ୍ୟର ସମସ୍ତ ଟିପ୍ପଣୀ ଏହି କାବ୍ୟର ଶ୍ରୀବୃଦ୍ଧି ସାଧନ କରେ । ‘କଳାକଳେବର ଚଉତିଶା’ ଏକଦା ଆମ ଉତ୍କଳଖଣ୍ଡରେ ଅଧିକ ଲୋକପ୍ରିୟ ଥିବା ଅନୁମାନ କରାଯାଏ ।ମନଃଶିକ୍ଷା ଗ୍ରନ୍ଥରେ ଶ୍ରୀକୃଷ୍ଣ – ଚୈତନ୍ୟଙ୍କୁ ବୈଦ୍ୟରୂପେ ଚିତ୍ରଣ କରାଯାଇ ଉପମା ଛଳରେ ବହୁ ରୋଗ, ଚିକିତ୍ସା ପ୍ରଣାଳୀ, ଔଷଧ ବ୍ୟବସ୍ଥା ଇତ୍ୟାଦିର ବର୍ଣ୍ଣନା ଓଡ଼ିଆ କାବ୍ୟ ଜଗତରେ କ୍ଵଚିତ ଦେଖିବାକୁ ମିଳେ ।ଭକ୍ତ ଚରଣ ଦାସଙ୍କ କବିତ୍ଵ, ପଦ ସଂଯୋଜନା, କଳ୍ପନା ବିଳାସ ସହ ସ୍ଵାଭାବିକ ବର୍ଣ୍ଣନା ଚାତୁରୀ ବାସ୍ତବରେଅତୁଳନୀୟ, ସଂଗୀତ ଧର୍ମୀ ମଧ୍ୟ ଚଉତିଶା ଓ କାବ୍ୟ ସମୂହ। ଭକ୍ତିରସ ବା ସମର୍ପଣ ଭାବର ଏକ ମହାନ କାବ୍ୟକାର ସହିତ ଜଣେ ସାଧକ ଭାବେ ପରିଚିତ ଏହି ଜନପ୍ରିୟ କବିଙ୍କର ଦାର୍ଶନିକ ଦୃଷ୍ଟିଭଙ୍ଗୀ ଦିଗଟି ଅତି ଉଜ୍ଜ୍ୱଳ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏବେବି ରାଜସୁନାଖେଳା ଠାରେ ତାଙ୍କ ଦ୍ବାରା ପ୍ରତିଷ୍ଠିତ ମଠ ବିଦ୍ୟମାନ । ଏହି ମହାନ୍ କବିଙ୍କ ସୃଷ୍ଟି ମନବୋଧ ଚଉତିଶା ସଂସାର ପ୍ରତି ଅନାସକ୍ତ ବୈରାଗ୍ୟ ଭାବନାର ଏକ ମନୋହର ଦୃଷ୍ଟାନ୍ତ ।ମନ କୁ ସମ୍ବୋଧନ କରି ଏହି ଚଉତିଶାରେ ସାମାଜିକ ମଣିଷକୁ ବୈରାଗ୍ୟ ଭାବନା ପ୍ରତି କୋମଳ ,ସରସ ଓ ମଧୁର ପଦାବଳୀ ସାହାଯ୍ୟରେ ଆକୃଷ୍ଟ କରିବା ସଙ୍ଗେ ସଙ୍ଗେ ଜନସାଧାରଣଙ୍କ ମଧ୍ୟରେ ଭଗବତ୍ ବିଶ୍ୱାସ ସୃଷ୍ଟି କରିବାର ପ୍ରଯତ୍ନ କରି ଯାଇଛନ୍ତି ।ଜୀବନର ନଶ୍ବରତା ଓ ସଂସାରର ଅଳୀକତା ଏହି ଚଉତିଶାରେ ଏକାନ୍ତ ପ୍ରଭାବଶାଳୀ ଢଙ୍ଗରେ ବର୍ଣ୍ଣିତ ହୋଇଛି , ଯାହା ଆମେ ଶୈଶବରେ ପଢୁଥିବା ସମୟରେ ଚାଟଶାଳୀ ମାନଙ୍କରେ ଶିଶୁ ଶିକ୍ଷାର ଥିଲା ପ୍ରଧାନ ମାଧ୍ୟମ । ସମ୍ପ୍ରତି ଆମେ ଅଧିକାଂଶ ଓଡ଼ିଆ ଏହି କାଳଜୟୀ ସୃଷ୍ଟି କୁ ଭୁଲି ଯାଇଛେ । ଏଠାରେ ତାହା ଉପସ୍ଥାପନ କରି ବର୍ତ୍ତମାନର ଓଡ଼ିଆ ଅସ୍ମିତାବୋଧ, ଭାଷା ପ୍ରାଣ ମାନଙ୍କ ଅବଗତି ତଥା
ପରବର୍ତ୍ତୀ ପିଢ଼ିଙ୍କ ଜ୍ଞାତଵ୍ୟ ନିମନ୍ତେ ଅବିକଳ ଭାବେ ଉଲ୍ଲେଖଯୋଗ୍ୟ ।"କହଇ ମନ ଆରେ ମୋ ବୋଲ କର, କଳା ଶ୍ରୀମୁଖ ବାରେ ଦେଖିବା ଚାଲ। କେତେ ଦିନକୁ ମନ ବାନ୍ଧିଛୁ ଆଣ୍ଟ, କି ଘେନି ଯିବୁ ତୋର ଛୁଟିଲେ ଘଟ। ଖଣ୍ଡି ଯେ ଖଣ୍ଡି ତୋର ପିଞ୍ଜରା କାଠି, ଖାଉଣ ଥିବେ ଶ୍ୱାନ ଶୃଗାଳ ବାଣ୍ଟି । ଖଟ ପଲଙ୍କେ ମନ ଶେଯାଇ ଶୋଉ, ଖଳ ଦୁର୍ଗନ୍ଧ ହେବ ଏ ତୋର ଦେହୁ ।ଗଲେଣି ତୋ ସଙ୍ଗରୁ ଯେତେକ ଜନ, ଗଣ୍ଠିରେ ବାନ୍ଧିନେଲେ କେ କେତେ ଧନ। ଗୁରୁ ଗୋବିନ୍ଦ ନାମ ତୁଣ୍ଡେ ନନେଲୁ, ଗାଢ଼େ ମଜ୍ଜିଣ ନିତ୍ୟ ଧନ ଅର୍ଜିଲୁ।ଘର ବୋଲି ଅର୍ଜିଛୁ ଯେତେ ପଦାର୍ଥ, ଘଟ ଛୁଟିଲେ ତୋତେ ବୋଲିବେ ଭୂତ। ଘର ଘରଣି ଦେହ କୀଳାଉଥିବେ, ଘେନି ବନ୍ଧୁ କୁଟୁମ୍ବ ଶୁଦ୍ଧ ହୋଇବେ। ଉଦ୍ଧାର ହେବୁ ଯେବେ ଭବ ସାଗରୁ, ଉପାୟ କରି ଭଜ ଏବେ ଶ୍ରୀଗୁରୁ। ଊଣା ହେଉଛି ଦିନୁ ଦିନ ଆୟୁଷ, ଆଉ ଏଣିକି ଅଛି କେତେ ବୟସ। ଚିତ୍ର ପ୍ରତିମା ପ୍ରାୟେ ଦିଶୁ ସୁନ୍ଦର, ଚିରି ଭିତରେ ଦେଖ କି ନାରଖାର। ଚର୍ମ ବେଢ଼ିଛି ସିନା ଚଉରାଶିକି, ଚିତ୍ତ ତୁ ଦିଅ ନୀଳଗିରିବାସୀଙ୍କି। ଛାର ଦେହକୁ ମନ କରୁଛୁ ସଜ, ଛନ୍ଦ କପଟ ତେଜି ଗୋବିନ୍ଦ ଭଜ। ଛୁଇଁବେ ନାହିଁ ତୋତେ ବୋଲିବେ ମଡ଼ା, ଛ’ଖଣ୍ଡି କାଠ ହେବ ତୋପାଇଁ ଲୋଡ଼ା। ଯମ ଯେ ନ ଜାଣଇ ବାଳୁତ ଯୁବା, ଜୀଇଁବୁ ବୋଲି ମନେ କରିଛୁ ଅବା। ଜଣେହିଁ ଏଥୁ କେହି ନାହିଁ ଅମର, ଜଗନ୍ନାଥଙ୍କୁ ଭଜ ହେବୁ ଉଦ୍ଧାର। ଝୋଲା ଗନ୍ଥା ପାଛୋଡ଼ା ପିନ୍ଧାକୁ ରସୁ, ଝଡ଼ ସଂସାରେ ମନ ନବୁଝି ପଶୁ। ଝୁଣ୍ଟି ପଡ଼ିଲେ ଉଠି ପାରିବୁ ନାହିଁ, ଝଡ଼ିଲା ପତ୍ର ବୃକ୍ଷେ ଲାଗିଛି କାହିଁ। ନିଶି ଦିବସ ଥୟ ନୋହୁଛି ମନ, ନିଦ୍ରାରେ ଦେଖୁଅଛୁ ଯଥା ସ୍ୱପନ। ନଯିବେ ସଙ୍ଗେ କେହି ଯିବୁ ତୁ ଏକା, ନାମ ମାତ୍ର ଅଟଇ ପଥକୁ ସଖା। ଟାଣ କରୁଛୁ ମନ ସବୁ ମୋହରି, ଟଳି ପଡ଼ିଲେ କେହି ନୁହେଁ କାହାରି। ଟେରା ଭିତରେ ଯେହ୍ନେ ଅପୂର୍ବ ନାରୀ, ଟୋପ ଚଉଁରା ଅଛି ତୋ ଦେହେ ପୁରି। ଠିକେ ମୁଁ କହୁଅଛି କର ମୋ କଥା, ଠିକ ଦେହରେ ଅଛି ଶୂନ୍ୟ ଦେବତା। ଠକି ଯିବୁଟି ମନ ମୁଣ୍ଡ ପଡ଼ିଲେ, ଠିକେ ଗୁରୁଙ୍କ ସେବା କର ତୁ ଭଲେ। ଡାକି କହୁଛି ମନ ଡାକ ଗୋବିନ୍ଦ, ଡର ଜଞ୍ଜାଳ ଯାଉ ମୋହର ହୃଦ। ଡେରିଥାନ୍ତି ଶ୍ରବଣ ଭକ୍ତ ଡାକକୁ, ଡଙ୍ଗା ଯେହ୍ନେ ଜଳରେ ଚାହେଁ ପଛକୁ। ଢୋଲ ଯେସନେ ଢାଉଁ ଢାଉଁ ବାଜଇ, ଢଳେ ତହିଁ ଭିତରେ କିଛି ହିଁ ନାହିଁ। ଢାଙ୍କି ରହିଛି ଦେହ ସବୁଟି ତୁଚ୍ଛ, ଢଳି ପଡ଼ିଲେ ସବୁ ହେବଟି ମିଛ। ଏଣେ ତୁ ଦେଇଥିଲେ ତେଣେ ପାଇବୁ, ଅଣଆୟତ୍ତ ବେଳେ କି ଘେନି ଯିବୁ। ଅଣବିଶ୍ୱାସୀ ହୋଇ ରହିବୁ ଦିନେ, ଅନେକ ଦୁଃଖଦେବେ ଯମ ଭୁବନେ।
ତୁ ଯେ ବୋଲୁଛୁ ମୋର ଅର୍ଜିଲା ଧନ, ତୋ ଦେହ ନୁହେଁ ତୋର ଦେଖ ଏ ମନ। ତିହରି ସଙ୍ଗୁ ମନ ଗଲେଣି କେତେ, ତୁ ମିଥ୍ୟା କଥାକୁ ତ ଯାଉ ପରତେ। ଥିଲେ ଏ ସଂସାରରେ ଯେତେ ନୃପତି, ଥୟ କରି କେ ଭୋଗ କଲା ଏ ପୃଥିବୀ। ଥୋଇଲା ଧନ ତୋର ଖୁଣ୍ଟି ଖାଇବେ, ଥାନେ ତୋହର ଘର କରି ରହିବେ। ଦେହେ ପୂରିଛି ତୋର ଅଶେଷ ରୋଗ, ଦିନ ଚାରିକ ସିନା ଏ ସୁଖ ଭୋଗ। ଦଣ୍ଡେ ହେ ବେଳ ତୋତେ ରଖିବେ ନାହିଁ, ଦଣ୍ଡୁ ଯେ ଥିବେ ଯମ ଡଗର ନେଇ। ଧର୍ମ ଅଧର୍ମ କଥା ନଜାଣୁ ତୁହି, ଧନ୍ଦି ହେଉଛୁ ଧନ ଅର୍ଜିବା ପାଇଁ। ଧୋକା ରଖିଲେ ଧନ୍ଦା ଫିଟିବ ନାହିଁ, ଧର୍ମ ରେ ଆତଯାତ ହେଉଛି ମହୀ। ନିନ୍ଦି ଅକର୍ମ କଲେ ନିନ୍ଦା ପାଇବୁ, ନରକେ ପଡ଼ି କେତେ ଦୁଃଖ ସହିବୁ। ନିମିଷେ ମାତ୍ର ତୁଣ୍ଡେ ନନେଲୁ ହରି, ନାଶ ହେତୁକୁ କିମ୍ପା ଅଛୁ ଆବୋରି। ପାହିଲା ନିଶି ଯେହ୍ନେ ରବି ଉଦୟ, ପଦ୍ମଲୋଚନ ସବୁ ଦେହେ ଉଦୟ। ପ୍ରଭୁଙ୍କୁ ଆଶ୍ରେ କର ତରିବୁ ଯେବେ, ତା ପାଦପଦ୍ମେ ଚିତ୍ତ ଦିଅତୁ ଏବେ। ଫୁଲ ଯେସନେ ଫୁଲେ ଫୁଲେ ବିହରେ, ଫୁଲ ସମୀରେ ଆଉ ନଦିଶେ ତାରେ। ଫୁଲ ସଂସାରେ ଲାଭ ହରି ଭଜନ, ଫାଶଗଳା କୁ କିମ୍ପା କରିଛୁ ମନ। ବେଳକୁ ବେଳ ତୋତେ କହୁଛି ମୁହିଁ, ବାନ୍ଧିଣ ନେବ ଯମ କି ଦୁଃଖ ଦେଇ। ବିକଳେ କାନ୍ଦୁଥିବୁ ଆକୁଳ ହୋଇ, ବେଳହୁଁ ଆଶ୍ରେକରି ଭଜ ଗୋସାଇଁ। ଭେଳା ବୁଡ଼ିବ ହେଳା କଲେ କହୁଛି, ଭଙ୍ଗା ନାବରେ କିଏ ସିନ୍ଧୁ ତରିଛି। ଭାବକୁ ନିକଟ ସେ ଅଭାବେ ଦୂର, ଭକତ ଦାସ କହେ ଜୀବନ ଛାର। ମିଥ୍ୟା ମାୟା ସଂସାର ନୋହେ କାହାରି, ମଲା ବୋଲିଣ ଦିନେ ପଡ଼ିବ ହୁରି। ମହୀ ଭିତରେ କେହି ଦେଖିବ ନାହିଁ, ମଲା ବୋଲି କାନ୍ଦୁଛୁ ମରିବୁ ତୁହି। ଜନମ ହେଲେ ପ୍ରାଣୀ ଅବଶ୍ୟ ମରି, ଯଶ ରଖିବୁ ଯେବେ ଭଜ ଶ୍ରୀହରି। ଯମ ବାନ୍ଧିନେବେଟି ହେବୁ ମେଲାଣି, ଜଗନ୍ନାଥ ମହିମା ଲଣିକି ଆଣି। ରଙ୍ଗ ପସରା ସିନା ଭବ ସାଗର, ରଙ୍ଗ ଭିତରେ ଅଛି କି ନାରଖାର। ରୂପ ପ୍ରତିମାକୁ ତୁ ପରତେ ନଯା, ରହିବେ ନାହିଁ କେହି ରଜା ପରଜା। ଲୋଚନେ ଦେଖି କର୍ଣ୍ଣେ ଶୁଣୁଛୁ ନିତି, ଲୋଭକରି ଅର୍ଜିଲୁ ଧନ ସମ୍ପତ୍ତି। ଲୋଭଟି ସବୁ ନାଶ କରଇ ମନ, ଲୋଡ଼ିଲେ ନପାଇବୁ ଆଉ ଜୀବନ। ବିଅର୍ଥ ରହିଅଛି ଦୁର୍ଲଭ ଦେହ, ବିଷୟା ବିଷେ ଆଉ ନବଳା ସ୍ନେହ। ବୁଡ଼ିଯିବଟି ମୂଳ ଲାଭ ସରିବ, ବେଳହୁଁ ଆଶ୍ରେକରି ଭଜ ମାଧବ। ଶ୍ରୀକୃଷ୍ଣ ପାଦପଦ୍ମେ ଦିଅତୁ ମନ, ସରମେ ନପାଇବୁ ଆଉ ଜୀବନ। ଶ୍ରୀକୃଷ୍ଣ ନାମାଗରଟି କର ଭଜନ, ଶ୍ରୀକୃଷ୍ଣ ପାଦପଦ୍ମେ କରତୁ ଧ୍ୟାନ। ସନ୍ତୋଷ ଚିତ୍ତେ ତୁହି ହରିଙ୍କି ଭଜ, ସଂସାରେ ପଡ଼ି ଆଉ ନପାଅ ଲାଜ। ସବୁଟି ମିଛ ହରି ନାମଟି ସତ, ଶ୍ରୀକୃଷ୍ଣ ପାଦପଦ୍ମେ ଦିଅତୁ ଚିତ୍ତ। ସତ୍ୟ ମଣୁଛୁ ତୁହି ଭବସାଗର, ସରି ଯାଉଛି ପରମାୟୁ ତୋହର। ସନ୍ତୋଷ ହୋଇ ଦୃଢ଼େ ଭଜ ଶ୍ରୀହରି, ଶୋକ ସାଗରୁ ଯେବେ ହୋଇବୁ ପାରି। ହୁଡ଼ିଲେ ଯେତେ ଜନ ହରି ନାମକୁ, ହୀନ ଗତିକୁ ଗଲେ ବୁଡ଼ି ତଳକୁ। ହାରିଲେ ଦେହ ଆଉ ପାଇବୁ କାହିଁ, ହାଟ ବସାଇଥିବେ ତିଦେହ ପାଇଁ। କ୍ଷୟେ ଦୁର୍ଲ୍ଲଭ ଦେହ ହୁଏ ଆୟୁଷ, କ୍ଷୟ ନଯିବ ନାମ ହୃଦରେ ଘୋଷ। ଛାର ଦେହକୁ ମନ ନଯା ବିଶ୍ୱାସ, ଛାର ଦୁର୍ବୁଦ୍ଧି କହେ ଭକତ ଦାସ। " ସେହିପରି ଏହି ମହାନ୍ ସ୍ରଷ୍ଟାଙ୍କର ଅନ୍ୟତମ ସୃଷ୍ଟି "କଳା କଳେବର ଚଉତିଶା" ଏକଦା ସମଗ୍ର ଉତ୍କଳ ବାସୀଙ୍କୁ ଗଭୀର ଭାବେ ପ୍ରଭାବିତ କରିଥିଲା ।
ଏହି ଚଉତିଶାରେ କୃଷ୍ଣ ଓ ବଳରାମଙ୍କ ମଥୁରା ଗମନ କାଳୀନ ଦୃଶ୍ୟ ଏବଂ ଗୋପୀମାନଙ୍କର ବିରହ ବେଦନା ଅତ୍ୟନ୍ତ ଉଚ୍ଚକୋଟୀର ତଥା ହୃଦୟସ୍ପର୍ଶୀ ଭାବେ ବର୍ଣ୍ଣନା କରାଯାଇ ଅଛି | ଆମ ଭାଷାରେ ପୁରାତନ ରଚନା ମାନଙ୍କ ମଧ୍ୟରେ ଏହା ଖୁବ ଲୋକପ୍ରିୟ ଥିଲା ଏବେବି ଅନେକ କଣ୍ଠଶିଳ୍ପୀ ମାନଙ୍କ ଦ୍ଵାରା ପରିବେଷଣ କରାଯାଇ ଆସୁଛି । ଏଠାରେ ପାଠକ ମାନଙ୍କ ଅବଗତି ତଥା ପରବର୍ତ୍ତୀ ପିଢ଼ି ଙ୍କ ଉଦ୍ଦେଶ୍ୟରେ ଉପସ୍ଥାପନ କରୁଛୁ । "କଳା କଳେବର କହ୍ନାଇ ସଙ୍ଗେ ରୋହିଣୀ ସୁତ,କରନ୍ତି ମଥୁରା ବିଜୟେ ଦାଣ୍ଡେ ଦେଖ ସଙ୍ଗାତ |ଖସି ପଡୁଛି କି ଆକାଶୁ କି ଏ ଗଙ୍ଗା ଯମୁନା,କ୍ଷୀର ସଙ୍ଗେ ପ୍ରାଣ ଶୋଷିଲେ ନାଶ ଗଲା ପୂତନା । ଗହନ କାନନ ବନରେ ଘୋର ବରଷା କାଳ,ଗିରି ବାମ କରେ ଧଇଲେ ନନ୍ଦ ଯଶୋଦାବାଳ । ଘରେ ନ ରହନ୍ତି ଗଉଡେ ବଡ଼ ଅଧମ ଜାତି,ଘେନି ବତ୍ସାବୃନ୍ଦ ବାଳକେ ବନେ ବୁଲନ୍ତି ନିତି । ଉଇଁ ଆସୁଛିକି ପୂର୍ଣ୍ଣିମା ଶଶି ମଧୁ ସାଗରୁ,ଉଠ ମଧୁପୁର ଯୁବତୀ ଓଗାଳିବା ଆଗରୁ । ଚନ୍ଦନ ବେଶ ମୁଁ କରନ୍ତି ମୋର ହେଉଛି ମନ,ଚିତ୍ତ କେ ଧରିବ ଯୁବତୀ ଚାହିଁ ଚନ୍ଦ୍ର ବଦନ । ଛନକା ପଶିଲା ଛାତିରେ ଜାତି କୁଳ ଉପେକ୍ଷି,ଛାଡିବେ ଜୀବନ ଯଶୋଦା ଗୋପେ କୃଷ୍ଣ ନ ଦେଖି ।ଜହର ସଙ୍ଗତେ ମହୁରା ଆସି ହେଲା ନିୟତ,ଯୁବତୀ କୁଳକୁ ଦଇବ କଲା ଏ ହନ୍ତସନ୍ତ । ଝଡ଼ି ପଡୁଛି କି ଝୁଣ୍ଟିଆ ଝସକେତନ ଘାତେ,ଝାଳ ବିନ୍ଦୁ ବିନ୍ଦୁ ଶ୍ରୀମୁଖୁ ବହୁଅଛି ନିରତେ । ନୟନ ଉପରେ ଭ୍ରୂଲତା କିଏ କାମ କମାଣ,ନୁହଁନ୍ତି ଏ ପୋଏ କାହାରି ସବୁ ଗୋପୀଙ୍କ ପ୍ରାଣ । ଟୋପି ଟୋପି ଗୋପୀ ଚନ୍ଦନ ମଣ୍ଡିଛନ୍ତି କି ସଜେ,ଟେକିବାରେ ଚାହାଁ ମଥୁରା ଦାଣ୍ଡେ ଗୋବିନ୍ଦ ବିଜେ |ଠାବେ ଠାବେ ଗୋଳ ଚହଳ ଶିଙ୍ଘା ବେଣୁ ବଇଁଶୀ,ଠିଆ ହୋଇ ଭକ୍ତ ଦାସ ତା ଦାଣ୍ଡେ ଦେଖନ୍ତି ଆସି । ଡାକନ୍ତି ଏକକୁ ଆରେକ ଆସ ଜୀବ ଜୀବନ,ଡୋଳାରେ ଏ ରୂପ ଦେଖିବା ବିଜେ ମଧୁସୂଦନ । ଢଳି ଢଳି କୃଷ୍ଣ ନାଚନ୍ତି ଭଙ୍ଗୀ ଦେଖ ମିତଣୀ, ଢାଳନ୍ତି କିରୂପେ ଡୋଳାକୁ କେଉଁ ଛଟକେ ଆଣି ।ଅଳକାରେ ସରୁ କାଇଁଚ ମଣ୍ଡିଛନ୍ତି କିକରେ,ଅଣହେଳା ପାଉଥିବେ ଗୋ ନନ୍ଦ ଗଉଡ ଘରେ । ତିଳକ ଉପରେ କସ୍ତୁରୀ ଗୋରଚନା ରଞ୍ଜିଛି,ତେରଛାଇ ଚାହିଁ ଦେବାରୁ ତରଳାଇ ଦେଉଛି |ଥକା ହୋଇ ଥୋକେ ରହିଲେ ଥୋକେ ଗଲେ ଗୋଡାଇ,ଥିର ମଦନ ସଂଘାତରେ କାମ ଦେଲା ଭୁଲାଇ । ଦୁଃଖୀ ଲୋକଙ୍କର ସଂଖାଳି ସେ ତ ଦରିଦ୍ର ଧନ,ଦହି ଦୁଧ ସର ଖିଆ ଗୋ ତେଣୁ ବଡ଼ ଲାବଣ୍ୟ |ଧରଣୀ ମଣ୍ଡିଲା ପରାଏ ହୋଇଛନ୍ତି କି ଉଭା,ଧଳା କଳା ବେନି ଭାଇ ଗୋ ଦୁହେଁ ଦୁହିଁଙ୍କି ଶୋଭା ।ନାସାବିନ୍ଧା ଅପ୍ରତିଆଣୀ ସେ ଗୋ ଯଶୋଦାସୁତ, ନକଲା ଦଇବ ନରେନ୍ଦ୍ର ଘରେ ଏ ପୁଅ ଜାତ । ପୁଅ ହୋଇ ଏଡେ ସୁନ୍ଦର ନାହିଁ କାହାର ଘରେ,ପାହିଲା କି ଯୋଗେ ରଜନୀ ଆଜି ମଧୁନଗରେ । ଫୁଲରେ ଏହାଙ୍କ ଶରଧା ଫୁଲେ ଦିଶନ୍ତି ତୋରା,ସ୍ଫୁରୁଛି ତ ବାମ ନୟନ ମୋତେ ଚାହିଁବେ ପରା । ବୁଦ୍ଧି ବଣା ହେଲା ଶୁଣିଣ ଅମୃତ ଜିଣା ବାଣୀ,ବସି କେତେ କାଳ ଗଢ଼ୀଲା ତାକୁ କେଉଁ ବିନ୍ଧାଣି |ଭଜିବାକୁ ହେଲା ଭଜନ ମାଳା କଲା ଏ ରୂପ,ଭଜିବକି ଭକ୍ତ ଦାସ ତା କ୍ଷୟ କରିବ ପାପ । ମନ୍ଦ ବୁଦ୍ଧିକଲେ ନନ୍ଦ ଗୋ ସେ ତ ଆମ୍ଭ କରମ,ମିଛେ ନନ୍ଦ ପୁଅ ବୋଲନ୍ତି ମଥୁରାରେ ଜନମ । ଯଦୁକୁଳ ଚନ୍ଦ୍ର ବୋଲିଣ ସେଗୋ ଯଦୁବିହାରୀ,ଜାତି ଯଉବନ ଜୀବନ ସବୁ ନେଲା ଆମ୍ଭରି ।ରାମକୃଷ୍ଣ ବେନି ଭାଇ ଗୋ ଦୁହେଁ ଦୁହିଁଙ୍କି ତୋରା,ରଙ୍ଗେ ନାଚି ଆସୁଥାନ୍ତି ଗୋ ଯେହ୍ନେ ଗଗନ ତାରା । ଲାଜ ଭୟ ତେଜି କରିବା କୃଷ୍ଣ ସଙ୍ଗେ ପୀରତି,ଲାଭ ହେଉଥିବ ଆମ୍ଭର ହସୁଥିବା ଗୋ ନିତି |ବଳିଣ ଦିଶେ କି ମଳିନ ବାହୁ ଶ୍ରୀଭୁଜ ସ୍ଥଳ,ବିନ୍ଧୁଛି କି ଝସ କେତନ ମିଶି ହେଲା ତରଳ |ଶ୍ରୀମନ୍ତ ବଢ଼ାଇ ଏ ପୁଅ ଲକ୍ଷ୍ମୀ ଏହାଙ୍କ ଦାସୀ,ଶ୍ରୀମୁଖ ଏ ପରା ଦିଶୁଛି କିବା ପୂର୍ଣ୍ଣିମା ଶଶୀ ।ସରଲବଣୀ ଗୋଟିକା ଯେ ଖାଇ ନନ୍ଦର ବତ୍ସି,ସବୁ ଗୋପୀଙ୍କର ମନକୁ ବଂଶୀସ୍ୱନେ ମୋହିଛି ।ସଧୀରେ ପବନ ବହଇ ସରୁ କଟି ମେଖଳା,ଶିବ ଡମ୍ବରୁ କି କୈଳାସୁ ଶ୍ୟାମ ବଦନ କଳା ।ହେଲେ ହେବୁ ପଛେ କୁଳଟା ହାର କରିବୁ ଗଳେ,ହସୁଥିବୁ ତାଙ୍କ ସଙ୍ଗତେ ବସିଥିବୁ ଗୋ କୋଳେ । ଛାଡି ଲଜ୍ଜାଭୟ ତା ରୂପ ଦରପଣେ ମାଜିବା,ଛାର କହେ ଭକ୍ତ ଦାସ ତା ଧ୍ୟାୟୀ ରଜନୀ ଦିବା ।"
ଏଠାରେ ଜଣେ ଭାବ ପ୍ରବଣ ଓଡ଼ିଆ ଭାବେ ଗର୍ବର ସହିତ ଉଲ୍ଲେଖ କରୁଛୁ ଯେ ଏହି ମହାନ୍ କବିଙ୍କ ଅମୃତ ସୃଷ୍ଟି" ମଥୁରା ମଙ୍ଗଳ " କାବ୍ୟରେ କବି ପ୍ରତିଭାର ସମ୍ପୂର୍ଣ୍ଣ ଦକ୍ଷତା ପ୍ରକଟିତ ହୋଇ ଏହାକୁ ଏକ ସୁଶ୍ରାବ୍ୟ, ମଧୁର ଓ ଏକଦା ଜନପ୍ରିୟ କାବ୍ୟର ଗୌରବ ପ୍ରଦାନ କରିଥିଲା । କରିଥିଲା ଉଲ୍ଲେଖ କରିବାର କାରଣ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରେ ମଧ୍ୟ ପୂର୍ବରୁ ବିଜାତୀୟ ଶାସନ ବ୍ୟବସ୍ଥାରେ ଆମ ଭାଷା ସାହିତ୍ୟ ଓ ସଂସ୍କୃତି ପ୍ରତି ଯେଭଳି ଆକ୍ରମଣ ହୋଇଥିଲା , ତାହା କମିବା ପରିବର୍ତ୍ତେ ଧଳା ପରିବର୍ତ୍ତିତ କଳା ଅବୟବଧାରୀ ଇଂରାଜୀ ଭାଷା ସାହିତ୍ୟ ଅନୁଗତ ମାନଙ୍କ ସାମାଜିକ ନିର୍ଣ୍ଣୟାତ୍ମକ ଆସନରେ ଉପବେସନ କାରଣରୁ ଏବଂ ସେମାନଙ୍କ ପ୍ରଣୟନ ଶିକ୍ଷା ନୀତି କାରଣରୁ ଏଭଳି ଏକ ସାମାଜିକ ଅବକ୍ଷୟୀ ଲୋକ ଚରିତ୍ରର ଧାରାବାହିକତା, ଏପରିକି ବରିଷ୍ଠତା ହିଁ ପ୍ରମୁଖ କାରଣ । ଇଂରାଜ ଗଲେ ସତ ମାତ୍ର ଇଂରାଜୀ ଭାଷା କଲା ରାଜୁତି । ମଥୁରା ମଙ୍ଗଳର ପରିବେଷଣଗତ ଚାତୁରୀ ଅତୁଳନୀୟ । ଗୋପପୁରର ଶ୍ରୀକୃଷ୍ଣଙ୍କୁ ମଥୁରାର ପ୍ରତାପୀ, ଅତ୍ୟାଚାରୀ ରାଜା କଂସ ନିଜର ପ୍ରାଣ ବିନାଶକାରୀ ବୋଲି ଦୈବ ବାଣୀ ଆଧାରରେ ଜାଣିଥିଲା । ଶୈଶବରୁ ଶ୍ରୀକୃଷ୍ଣ ଙ୍କୁ ହତ୍ୟା କରିବା ପାଇଁ ଭିନ୍ନ ଭିନ୍ନ ସମୟରେ ବହୁ ଅନୁଗତ ଅସୁରଙ୍କୁ ଗୋପପୁରକୁ ପଠାଇଥିଲା , କିନ୍ତୁ ସମସ୍ତ ଚକ୍ରାନ୍ତ ବ୍ୟର୍ଥ ଯାଇଥିଲା । ତେଣୁ ଧନୁ ଉତ୍ସବ ଆୟୋଜନ କରି ଏକ ଭୟଙ୍କର ଯୋଜନା ପ୍ରସ୍ତୁତ କରିଥିଲା । ମନ୍ତ୍ରୀ ଅକ୍ରୁରକୁ ପଠାଇ କୃଷ୍ଣ ଓ ବଳରାମଙ୍କୁ ମଥୁରାକୁ ଡକାଇ ଆଣି ହତ୍ୟା କରିବାକୁ ଯୋଜନା କରିଥିଲା । କୃଷ୍ଣ ଗୋପପୁର ଛାଡ଼ି ମଥୁରା କୁ ଗଲେ ଓ ଶେଷରେ କଂସ ବଧ କରି ମଥୁରାରେ ଶାନ୍ତି ପ୍ରତିଷ୍ଠା କରିଥିଲେ । ଶ୍ରୀକୃଷ୍ଣ ତା ପରେ ଗୋପପୁର କୁ ଫେରି ଆସିବେ ବୋଲି ଉଦ୍ଧବ ଦ୍ବାରା ଗୋପପୁରକୁ ସମ୍ବାଦ ପ୍ରେରଣ କରିଥିଲେ । ଏହି ଠାରେ କଥାବସ୍ତୁର ପରିସମାପ୍ତି ଘଟିଛି ସତ୍ୟ ମାତ୍ର, ମହାକବି ଙ୍କ ପ୍ରତିଭା ଏହି କଥାବସ୍ତୁ ରେ କାବ୍ୟ-ବୈଚିତ୍ର୍ୟ ସୃଷ୍ଟି କରିବାକୁ ଯାଇ ନାନା ସରସ ବିଷୟର ଅବତାରଣାରେ ମୁଖର ହୋଇ ଉଠିଛି । କଂସର ଚିଟାଉ ଲେଖା, ଯଶୋଦା ଙ୍କ ବିଳାପ, ମଥୁରା ଦାଣ୍ଡରେ ଶ୍ରୀକୃଷ୍ଣ ଙ୍କର ବିଜୟ, ମଥୁରାପୁର ନରନାରୀ ଙ୍କର କୃଷ୍ଣ ରୂପ ଶୋଭା ଦର୍ଶନରେ ବିଭ୍ରମ ବର୍ଣ୍ଣନା, ସୁଦମା ମାଳିନୀ ଵେଶ ବିରଚନା,କୁବୁଜାର ନବଯୌବନ ଲାଭ,ଚାଣୁର ସହିତ କୃଷ୍ଣଙ୍କର ଘୋରତର ସମର,ଓ କଂସ ହତ୍ୟା ଆଦି ର ବର୍ଣ୍ଣନା ଚାତୁରୀ ଅକଳ୍ପନୀୟ , ଅତୁଳନୀୟ , ଅବିସ୍ମରଣୀୟ । ବିଦ୍ୟାର୍ଥୀ ଜୀବନରେ ଏହା ପାଠ୍ୟପୁସ୍ତକରେ ସ୍ଥାନିତ ଥିବାରୁ ଏବେବି ଆମର ସ୍ମୃତି ଅମୂଲ୍ୟ ପଣ୍ୟ ଭାବେ ବିବେଚିତ । ଏହାର ମନୋହର ମାଦକତାରେ ଯେ କେହି ପାଠକ ଆକର୍ଷିତ ହେବା ସ୍ବାଭାବିକ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ୩୦ ଗୋଟି ଛାନ୍ଦରେ ରଚିତ ଏହି କାବ୍ୟ ଶ୍ରୀକୃଷ୍ଣଙ୍କ ମଥୁରା ଗମନ ଏବଂ କଂସବଧ ଓ ଗୋପୀଙ୍କ ବିଳାପ ଉପରେ ଆଧାରିତ ଅଟେ । ଏଥିରେ ଚକ୍ରକେଳି, କାଳୀ, କାଫି, ପଞ୍ଚମ ବରାଡ଼ି, କଲ୍ୟାଣ ଆହାରୀ, ଆହାରୀ, କେଦାରଗୌଡ଼ା ଇତ୍ଯାଦି ବୃତ୍ତ ବ୍ୟବହୃତ ହୋଇଛି ।ମଥୁରା ମଙ୍ଗଳର ପ୍ରଥମ ଛାନ୍ଦ "ଜୟ ଗୋବିନ୍ଦ ଗୋକୁଳ ସୁନ୍ଦର" ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନ ଆକାଶବାଣୀ କଟକରେ ଗାଇଥିଲେ । ଏହାଛଡ଼ା ବାଣୀକଣ୍ଠଙ୍କଦ୍ୱାରା ହିଁ ଏହାର ଅନ୍ୟ କେତୋଟି ଛାନ୍ଦ- "ଗୋପିକା ବଚନ ଶୁଣି" ଇତ୍ଯାଦିର ରେକଡ଼ିଂ ରହିଛି । ଏହି ତିରିଶି ଟି ଛାନ୍ଦ ହେଲା ଯଥାକ୍ରମେ "ଜୟ ଗୋବିନ୍ଦ ଗୋକୁଳ ସୁନ୍ଦର",କୃଷ୍ଣ ଦର୍ଶନ ଆଶେ ଉଚ୍ଛନ୍ନ ହୋଇ ସଫଳାସୁତ , ଲେଖିଅଛି କଂସ ହୋଇ ମହାରୋଷ ,ଦାଣ୍ଡରେ ଶୁଭିଲା ରାମ କୃଷ୍ଣ ବେନି ଭାଇ, କହୁଛନ୍ତି ଗୋପୀ ଗୋବିନ୍ଦଙ୍କୁ ,ଆରେ ବାବୁ ଶ୍ୟାମଘନ ,କୃଷ୍ଣର ଗମନ ଦେଖି ଛନଛନ ,କୃଷ୍ଣ କହନ୍ତି, ଶୁଣ ବରଜବଧୂ ,ଗୋବିନ୍ଦ ବିଚ୍ଛେଦେ ବରଜନାରୀ ,ଏଥୁ ଅନନ୍ତରେ ଶୁଣ ବିଚିତ୍ର ଚରିତ ,ଅକ୍ରୂର ସ୍ତବ ଶୁଣି ମାଧବ ,ମନ୍ତ୍ରୀ ମେଳାଣି ଅନ୍ତେ କଂସାସୁର, ଏଥୁ ଅନନ୍ତରେ ବରଜ ବରଜ ସଙ୍ଗେ ,କି ମତ୍ତ-କରୀ ଗମନ କରି,ଶ୍ରୀକୃଷ୍ଣ ବିଜୟେ ଅବନୀ ଶୋଭା, କୃଷ୍ଣଙ୍କୁ ବେଶ କରି ସୁଦାମା ମାଳୀ ,ଏଥୁ ଅନନ୍ତରେ ଶୁଣ ସୁଜନ ,କୃଷ୍ଣ ଶୟନ ଅନ୍ତେ ନନ୍ଦ ଯଶୋଦା ,ଏଥୁ ଅନନ୍ତରେ ରଜନୀ ଶେଷରେ ,ଏଥୁ ଅନନ୍ତରେ ମୋହନ ରାୟେ ,କୃଷ୍ଣବଚନ ଶୁଣି ମୂଢ଼ ଯନ୍ତା ,କୃଷ୍ଣ ଚାଣୁର ସମର ଗୁରୁତର ,କଂସ ନିଧନ ଯହୁଁ ଦେଖିଲେ ,ଏଥୁ ଅନନ୍ତରେ କେତେ କାଳ ବହି ,ବୋଲନ୍ତି ନନ୍ଦନେ ଶୁଣ ,ଏଥୁ ଅନନ୍ତରେ ଗୋପୀ ଦେଖିଲେ ଉଦ୍ଧବ , ଗୋପିକା ବଚନ ଶୁଣି ,ଲେଖି ଅଛନ୍ତି ବ୍ରଜପୁର ମଣ୍ଡନ ,କେତେ ଦିନ ନନ୍ଦମନ୍ଦିରେ ଆନନ୍ଦେ , ଗୋପୀଙ୍କ ଉଦନ୍ତ ଘେନି " । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ମହା କବି ଭକ୍ତଚରଣ ଥିଲେ ସୁଦ୍ଧ ପ୍ରେମ -ଭକ୍ତିର ଉପାସକ । ତେଣୁ ଶୁଷ୍କ ତତ୍ତ୍ବ ଜ୍ଞାନ ଅପେକ୍ଷା କୋମଳ ମଧୁର ଭକ୍ତି ଭାବର ତନ୍ମୟତାରେ ନିମଜ୍ଜିତ ରଖି " 'ମଥୁରା ମଙ୍ଗଳ ' କାବ୍ୟରେ ଓ ଅନ୍ୟ କ୍ଷୁଦ୍ର ରଚନାବଳୀ ମଧ୍ୟରେ ସ୍ଵକୀୟ କବିଯଶକୁ ସୁପ୍ରତିଷ୍ଠିତ କରାଇ ଯାଇଛନ୍ତି । ଦୁର୍ଭାଗ୍ୟଜନକ କଥା ଯେ ଆମେ ଓଡ଼ିଆମାନେ ତାଙ୍କର ଅମୃତ ଅମ୍ଲାନ ସୃଷ୍ଟି ସମୂହର ହୋଇ ପାରି ନାହିଁ ହିତାଧିକାରୀ ତ ଅଣ ଓଡ଼ିଆ ଵା ଅଣ ଭାରତୀୟ ମାନଙ୍କ ଠାରୁ କେମିତି ଆଶା କରିବା ? ଯଦି ଯଥୋଚିତ ଭାବେ ମହାନ୍ ସ୍ରଷ୍ଟା ଭକ୍ତ ଚରଣ ଙ୍କୁ ମୂଲ୍ୟାଙ୍କନ କରାଯିବ , ତେବେ ସେ ଯେ ବିଶ୍ବର ମହାନ୍ କବି ମାନଙ୍କ ଭିତରେ ସ୍ଥାନିତ ହେବେ , ଏଥିରେ ତିଳେ ମାତ୍ର ସନ୍ଦେହର ଅବକାଶ ନାହିଁ ।
ରହସ୍ୟମୟ ମୃତ୍ୟୁ
ରହସ୍ୟମୟ ମୃତ୍ୟୁ
------
ବିଶ୍ବ ଇତିହାସରେ ଖ୍ରୀଷ୍ଟ ପୂର୍ବ ୩୨୩ରେ ଆଲେକଜାଣ୍ଡାର ଦି ଗ୍ରେଟ ଙ୍କର ମାତ୍ର ୩୨ ବର୍ଷ ବୟସରେ ମୃତ୍ୟୁ ଠାରୁ ଆରମ୍ଭ କରି ଜିମି ସୋଫା( ୧୯୭୫) ଙ୍କ ପର୍ଯ୍ୟନ୍ତ ହେଉ ଅବା ଭାରତରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଠାରୁ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶ୍ରୀବାସ୍ଥଵ ( ଶାସ୍ତ୍ରୀ) , ୩୭୦ ଧାରା ବିରୋଧରେ ଆନ୍ଦୋଳନ କରୁଥିବା ସମୟରେ ୧୯୫୩ ମସିହାରେ ଶ୍ୟାମା ପ୍ରସାଦ ମୁଖାର୍ଜୀ, ୧୯୭୫ ମସିହାରେ କେନ୍ଦ୍ର ରେଳମନ୍ତ୍ରୀ ଲଳିତ ନାରାୟଣ ମିଶ୍ର ,୨୦୦୩ ରେ ଗୁଜରାଟର ଗୃହ ବିଭାଗ ମନ୍ତ୍ରୀ ହିରେନ ପାଣ୍ଡ୍ୟା, ପୂର୍ବ କେନ୍ଦ୍ର ମନ୍ତ୍ରୀ ଶଶି ଥରୁରଙ୍କ ପତ୍ନୀ ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ହେଉ ଅବା ବିଶ୍ବ ବିଖ୍ୟାତ ବୈଜ୍ଞାନିକ ଡଃ ଜାହାଙ୍ଗୀର ହୋମି ଭାବାଙ୍କ ସମେତ ଭାରତର ଅନେକ ବୈଜ୍ଞାନିକ, ବିଶେଷ କରି ପରମାଣୁ ବୈଜ୍ଞାନିକ ମାନଙ୍କ ମୃତ୍ୟୁ ରହସ୍ୟର ପରଦା ଉପରୁ ସତ୍ୟର ଚଦର ଏଯାବତ୍
ଉଠି ପାରିଲା ନାହିଁ । ନ ଉଠି ପାରିବାର କାରଣ ତ ଅନେକ କ୍ଷେତ୍ରରେ ଘୃଣ୍ୟ କ୍ଷମତା ରାଜନୀତିର ଯେ ବାଧ୍ୟବାଧକତା , ଏଥିରେ ସନ୍ଦେହର ଅବକାଶ ନାହିଁ । ଏପରିକି ଆମ ଦେଶର ଖୋଦ ପ୍ରଧାନମନ୍ତ୍ରୀ , ପ୍ରଧାନମନ୍ତ୍ରୀଙ୍କ ପ୍ରଭାବଶାଳୀ ପୁତ୍ର ଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ନ ହଟିବାର ଆଉ କାରଣ କ'ଣ ହୋଇପାରେ ? କେବଳ ଯେ ରାଜନୈତିକ , ବୈଜ୍ଞାନିକ ଜଗତରେ ଏଭଳି ଘଟିଛି , ତାହା ନୁହେଁ , କଳା, ସଂସ୍କୃତି, ଚଳଚ୍ଚିତ୍ର ଜଗତରେ ଏହାର ଉଦାହରଣ ତାଲିକା ଖୁବ ପ୍ରଲମ୍ବିତ । ସୁଶାନ୍ତ ସିଂ ରାଜପୁତ (୨୦୨୦), ଶ୍ରୀଦେବୀ (୨୦୧୮),ଦିବ୍ୟା ଭାରତୀ (୧୯୯୩),ଜିହା ଖାଁ (୨୦୧୩) ଙ୍କ ଠାରୁ ପରବିନ୍ ବାବି (୨୦୦୫) ଙ୍କ ସମେତ ଅନେକ ଙ୍କ ରହସ୍ୟମୟ ମୃତ୍ୟୁ ଉପରୁ ମଧ୍ୟ ପରଦା ଉଠି ନାହିଁ । ଆଜି ଅକ୍ଟୋବର ୩୦ ତାରିଖ ,୨୦୨୫ , ବିଶ୍ବ ବିଖ୍ୟାତ ବୈଜ୍ଞାନିକ ଡଃ ହୋମି ଜାହାଙ୍ଗୀର ଭାବା ଙ୍କ ର ୧୧୭ ତମ ଜୟନ୍ତୀ ଅବସରରେ ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି ପ୍ରଥମେ କୋଟି କୋଟି ପ୍ରଣାମ ଜଣାଉଛୁ । ଏହି ମହାପୁରୁଷ ବମ୍ବେ ମହାନଗରୀର ଏକ ସମ୍ଭ୍ରାନ୍ତ ବିତ୍ତଶାଳୀ ପାରସୀ ପରିବାରରେ ହୋଇଥିଲା । ଜାତୀୟ ଶିଳ୍ପ ଜଗତର ପ୍ରତିବଦ୍ଧତା ଧର୍ମୀ ପୁଞ୍ଜି ଐରାବତ ଟାଟା ପରିବାରର ସମ୍ପର୍କିତ , ଅର୍ଥାତ୍ ଦୋରାବ ଟାଟା ଙ୍କ ଭଣଜା । ଆର୍ଥିକ ସ୍ବଛଳତା ହେତୁ ସେତେବେଳେ ସେ ସମୁଚିତ ଆଧୁନିକ ଶିକ୍ଷା ଲାଭ କରିଥିଲେ । ଶୈଶବରୁ ଅତ୍ୟନ୍ତ ମେଧାବୀ ବିଦ୍ୟାର୍ଥୀ ଭାବା ବିଭିନ୍ନ ପ୍ରସିଦ୍ଧ ଶିକ୍ଷାୟତନରେ କୃତିତ୍ୱର ସହ ସଫଳତା ପାଇଁ କେମ୍ବ୍ରିଜ ବିଶ୍ବ ବିଦ୍ୟାଳୟରେ ଯାନ୍ତ୍ରିକ ବିଜ୍ଞାନ ବା ମେକାନିକାଲ ସାଇନ୍ସ ବିଷୟରେ ଅଧ୍ୟୟନ କରି ଏଭଳି ସଫଳତା ପାଇଥିଲେ ଯେ ପରାଧୀନ ଭାରତକୁ ନିଚ ଭାବେ ଦେଖୁଥିବା ପ୍ରାଧ୍ୟାପକ ଓ ଅଣ ଭାରତୀୟ ବିଦ୍ୟାର୍ଥୀ ଙ୍କ ଚାପରେ ତାଙ୍କ ଉତ୍ତର ଖାତା ଦେଖା ହୋଇଥିଲା ଏବଂ ପୂର୍ବାପେକ୍ଷା ଅଧିକ ସଫଳତା ବା ନମ୍ବର ପାଇଥିଲେ । ଯାହା ଫଳରେ ୧୯୩୨ ମସିହାରେ ସ୍ବତନ୍ତ୍ର ରାଷ୍ଟ୍ରୀୟ ବୃତ୍ତି ଵା ସ୍ପଶାଲ ସ୍କଲାରସିପ ପାଇଥିଲେ ଏବଂ ଗଣିତ ଶାସ୍ତ୍ର ସମ୍ବନ୍ଧୀୟ ଭାରତର ବେଦ ବେଦାନ୍ତରେ ଥିବା ତତ୍ତ୍ବ ଉପରେ ଗବେଷଣା କରି , ସେଥିରୁ ନିଷ୍କର୍ଷ ତଥ୍ୟ ପ୍ରଦାନ କରି ବିଶ୍ୱବାସୀଙ୍କୁ ଚମତ୍କୃତ କରିଥିଲେ । ଏହା ପରେ ସେ ରୋମ ଯାଇ ନୋବେଲ ପୁରସ୍କାର ବିଜେତା ଦୁଇ ଜଣ ଶ୍ରେଷ୍ଠ ବୈଜ୍ଞାନିକ ଓଲଫ୍ ଗ୍ୟାଙ୍ଗପାଉଲି ଓ ଏନରିକୋ ଫର୍ମିଙ୍କ ସାନିଧ୍ୟ ଲାଭ କରି ତାତ୍ତ୍ବିକ ପଦାର୍ଥ ବିଜ୍ଞାନରେ ପ୍ରଜ୍ଞାର୍ଜନ କରି ଆମେରିକା ଓ ବ୍ରିଟେନ ର ବିଭିନ୍ନ ବିଶ୍ବ ବିଦ୍ୟାଳୟ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରି ୧୯୪୦ ମସିହାରେ ନିଜ ଜନ୍ମମାଟିକୁ ଫେରି ଆସିଲେ । ତାଙ୍କ ଭଳି ବିଶ୍ବ ଚର୍ଚ୍ଚିତ ପ୍ରତିଭାଙ୍କ ପାଇଁ ଅଧିକ ଗବେଷଣା ନିମନ୍ତେ ବାଙ୍ଗାଲୋରସ୍ଥିତ ଭାରତୀୟ ବିଜ୍ଞାନ ସଂସ୍ଥାନ ବା ପ୍ରତିଷ୍ଠାନ (ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ) ର ପଦାର୍ଥ ବିଜ୍ଞାନ ବିଭାଗ ଏକ ପ୍ରାଧ୍ୟାପକ ବା ରିଡର ପଦ ସୃଷ୍ଟି କରାଯାଇଥିଲା । ଦୁଇ ବର୍ଷ ଏହି ଦାୟିତ୍ବ ସୂଚାରୁରୂପେ ନିର୍ବାହ କରି ୧୯୪୨ ମସିହାରେ ସେ ହୋଇଥିଲେ ବିଭାଗୀୟ ମୁଖ୍ୟ । ଟାଟା ତାଙ୍କର ପ୍ରତିଭା ଦେଖି ଏକ ନୂତନ ପରୀକ୍ଷାଗାର ପ୍ରତିଷ୍ଠା କଲେ । ଅତଏବ ୧୯୪୫ ମସିହାରେ ବମ୍ବେ ଚାଲିଆସି 'ସାର ଦୋରାବ ଟାଟା ଟ୍ରଷ୍ଟ "ପୃଷ୍ଟପୋଷକତାରେ ନୂତନ ଭାବେ ପ୍ରତିଷ୍ଠିତ "ଟାଟା ଇନଷ୍ଟିଚ୍ୟୁଟସ ଅଫ୍ ଫଣ୍ଡାମେଣ୍ଟାଲ ରିସର୍ଚ୍ଚ " ର ନିର୍ଦ୍ଦେଶକ ଦାୟିତ୍ବ ଗ୍ରହଣ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ତାଙ୍କର ଅନୁରୋଧ ବା ଭଣଜା ଙ୍କ ଅନୁରୋଧ ରକ୍ଷା କରି ଶିଳ୍ପପତି ଟାଟା ଏପରି ଏକ ଗବେଷଣାଗାର ନିର୍ମାଣ ପାଇଁ ଆର୍ଥିକ ସାହାଯ୍ୟ ଯୋଗାଇ ଦେଇଥିଲେ । ଏହି ଅନୁଷ୍ଠାନକୁ ସମଗ୍ର ବିଶ୍ଵରେ ଏକ ସମ୍ମୁନ୍ନତ ଗବେଷଣା ଭାବେ ଗଢିବା ପାଇଁ ଭାବା କରିଥିଲେ ପ୍ରାଣ ମୁର୍ଚ୍ଛା ଉଦ୍ୟମ । ବିଜ୍ଞାନର ବିଭିନ୍ନ ବିଭାଗରେ ଉଚ୍ଚକୋଟୀର ଗବେଷଣା ପରିଚାଳନା କରିବା ପାଇଁ ଯେପରି ସେଠାରେ ସମସ୍ତ ସୁବିଧା ମିଳିପାରିବ, ସେଥିପାଇଁ ସେ ଏକ ନିଷ୍ଠ ଉଦ୍ୟମ ଚଳାଇଥିଲେ । କର୍ତ୍ତବ୍ୟ କର୍ମ ପ୍ରବଣ ଭାବାଙ୍କର ଦୂରଦୃଷ୍ଟି ଓ ଶାସନ ଦକ୍ଷତା ହେତୁ ଖୁବ୍ କମ୍ ଦିନରେ ବିଶ୍ବର ଉଚ୍ଚତର ଗବେଷଣା କେନ୍ଦ୍ର ଭାବେ ପ୍ରତିଷ୍ଠା ପାଇ ବିଭିନ୍ନ ବିଷୟରେ ଭାରତୀୟ ବିଦ୍ୟାର୍ଥୀ ମାନେ ବିନା ଦେୟରେ ଗବେଷଣା କରୁଥିଲେ । ମହା ଜାଗତିକ ରଶ୍ମି ସମ୍ବନ୍ଧୀୟ ଗବେଷଣା, ତାତ୍ତ୍ବିକ ପଦାର୍ଥ ବିଜ୍ଞାନ, ପରମାଣୁ ବା ନିଉକ୍ଲିୟର ପଦାର୍ଥ ବିଜ୍ଞାନ, କଣିକା ପଦାର୍ଥ ବିଜ୍ଞାନ ଏବଂ ବ୍ୟାବହାରିକ କ୍ଷେତ୍ରରେ ବିଜ୍ଞାନର ପ୍ରୟୋଗ ପ୍ରଭୃତି ବିଭିନ୍ନ ବିଷୟରେ ଗବେଷଣା କରି ଆମ ଦେଶର କୃତି ବୈଜ୍ଞାନିକ ମାନେ ଦେଶ ବିଦେଶରେ ସୁନାମ ଅର୍ଜନ କରିଥିଲେ । ୧୯୩୮ ମସିହାରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ତାଙ୍କୁ କହିଥିଲେ ଯେ ଆଗାମୀ ସମୟର ବିଜ୍ଞାନ ଶିକ୍ଷାକାଶର ତୁମେ ହେବ ଉଜ୍ଜ୍ୱଳତମ ଜ୍ୟୋତିଷ୍କ , ତାହା ହିଁ ପ୍ରମାଣିତ ହୋଇଥିଲା । ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁ ତାଙ୍କୁ ଡାକି ଗବେଷଣା ଅଗ୍ରଗତି ସମ୍ପର୍କରେ ଆଲୋଚନା କରି ପ୍ରୋତ୍ସାହିତ କରିଥିଲେ । ଯାହା ଫଳରେ ପରମାଣୁ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଭାରତ ଆନ୍ତର୍ଜାତିକ କ୍ଷେତ୍ରରେ ସୁନାମାର୍ଜନ କରିଥିଲା । ପ୍ରକ୍ରିୟକ ବା ରିଆକ୍ଟର ଯନ୍ତ୍ର ଗୁଡିକୁ ନିର୍ମାଣ କରି ଜନ କଲ୍ୟାଣ କାର୍ଯ୍ୟରେ ପରମାଣୁ ଶକ୍ତିର ବିନିଯୋଗ କରିବା ପାଇଁ ଡଃ ଭାବା ଯେଉଁ ସୁପରିକଳ୍ପିତ ଯୋଜନା ଗୁଡିକୁ ପ୍ରଣୟନ କରିଥିଲେ, ତାହା ଆଜି ଫଳବତୀ ହୋଇଛି ।ଆମ ଦେଶରେ କୃଷି ଓ ଶିଳ୍ପର ଅଭିବୃଦ୍ଧି ନିମନ୍ତେ ପରମାଣୁ ଶକ୍ତି କୁ ବୈଦ୍ୟୁତିକ ଶକ୍ତିରେ ରୂପାନ୍ତରିତ କରାଯାଇ ଶକ୍ତି ଯୋଗାଣ ସମସ୍ୟାର ଯେପରି ସନ୍ତୋଷଜନକ ସମାଧାନ କରାଯାଇଛି , ତାହା କେବଳ ଦୂର ଦ୍ରଷ୍ଟା ବୈଜ୍ଞାନିକ ଡଃ ବାବାଙ୍କର ଅସାମାନ୍ୟ କୃତିତ୍ୱ ଯୋଗୁଁ ହିଁ ସମ୍ଭବ ହୋଇଛି ।ବ୍ରିଟିଶ ବୈଜ୍ଞାନିକ ବ୍ଲାକେଟ ଓ ତାଙ୍କର ସହଯୋଗୀ ଓଖିଆଲିନ ଅଭିକ୍ରିୟାମୂଳକ ଗବେଷଣା କରି ମହାଜାଗତିକ ରଶ୍ମି ସମ୍ବନ୍ଧରେ ଏକ ଚମକପ୍ରଦ ଘଟଣା ଆବିଷ୍କାର କରିଥିଲେ । ସେମାନେ ଜଣାଇଥିଲେ ଯେ , ମହାଜାଗତିକ ରଶ୍ମି ରେ ଥିବା ଗୋଟିଏ ଗୋଟିଏ ଉଚ୍ଚ ଶକ୍ତି ଯୁକ୍ତ କଣିକା ବାୟୁ ମାଧ୍ୟମରେ ପ୍ରବେଶ କରିବା ଦ୍ୱାରା ନିଜ ନିଜର ରୂପାନ୍ତର ଘଟାଇ ଅନେକ ଗୁଡ଼ିଏ ବସ୍ତୁ କଣିକା ସୃଷ୍ଟି କରିପାରୁଛନ୍ତି । ଏହା ଦ୍ବାରା ବାୟୁ ମାଧ୍ୟମ ପଥରେ ଭୁପୃଷ୍ଟ ଆଡ଼କୁ ଗତି କରୁଥିବା ମହାଜାଗତିକ ରଶ୍ମିଧାରିତ କଣିକା ଗୁଡ଼ିକର ବଂଶବୃଦ୍ଧି ଘଟୁଛି । ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସମ୍ବନ୍ଧରେ ତାତ୍ତ୍ବିକ ସ୍ପଷ୍ଟିକରଣ ପ୍ରଦାନ କରିବା ନିମନ୍ତେ ବିଶ୍ବର ବିଭିନ୍ନ ଦେଶର ତାତ୍ତ୍ବିକ ପଦାର୍ଥବିଜ୍ଞାନୀମାନେ ମସ୍ତିଷ୍କ ଚାଳନା କରିଥିଲେ । ୧୯୩୭ ମସିହାରେ ଡଃ ଭାବା ତାଙ୍କର ସହକର୍ମୀ ବ୍ରିଟିଶ ବୈଜ୍ଞାନିକ ସାଇଟ୍ ଲର ବିଚକ୍ଷଣ ଵୁଦ୍ଧି ପ୍ରୟୋଗ କରି କ୍ବାଣ୍ଟମ ତତ୍ତ୍ବାବଲମ୍ବନରେ ଉଲ୍ଲେଖିତ ଘଟଣା ସମ୍ପର୍କରେ ସ୍ପଷ୍ଟିକରଣ ଯୋଗାଇ ଦେଇଥିଲେ । ଡଃ ଭାବାଙ୍କ ଦ୍ବାରା ଉଦ୍ଭାବିତ ତତ୍ତ୍ବ " ଭାବା - ହାଇଟଲର ସାଓ୍ବାର ତତ୍ତ୍ବ" ନାମରେ ପରିଚିତ ।ସାଓ୍ବାର ଶବ୍ଦ ର ଅର୍ଥ ହେଉଛି ବର୍ଷା । ବର୍ଷା ଜଳ ସଦୃଶ ମହାଜାଗତିକ ରଶ୍ମି ଭୁପୃଷ୍ଟଗାମୀ ହେବା ସମୟରେ ତନ୍ମଧ୍ୟସ୍ଥ ଗୋଟିଏ ଗୋଟିଏ କଣିକା ଅନେକ ଗୁଡ଼ିଏ ବସ୍ତୁ କଣିକା ସୃଷ୍ଟି କରିବା ପାଇଁ ସମର୍ଥ ହୁଅନ୍ତି । ଡଃ ଭାବାଙ୍କ ଗବେଷଣାରୁ ଜଣାପଡ଼ିଲା ଯେ ଗୋଟିଏ ଉଚ୍ଚ ଶକ୍ତିଧାରିତ ଇଲେକ୍ଟ୍ରୋନ ବସ୍ତୁ ମାଧ୍ୟମରେ ବା ବାୟୁ ମାଧ୍ୟମରେ ଗତି କଲାବେଳେ ତା ଠାରୁ କେତେ ଗୁଡିଏ ଗାମାକ୍ବାଣ୍ଟା ବିକରିତ ହୁଏ । ଗାମା ରଶ୍ମିର ସମାହାର ହେଉଛି ଦୃଶ୍ୟମାନ ଆଲୋକ ରଶ୍ମି । ଆଇନଷ୍ଟାଇନ ଙ୍କ ଆପେକ୍ଷିକ ତତ୍ତ୍ୱ ସମ୍ବନ୍ଧୀୟ ଉଦ୍ଭାବନରୁ ଜଣାପଡିଥିଲା ଯେ ଶକ୍ତି ବସ୍ତୁକୁ ରୂପାନ୍ତରିତ ହୋଇଯାଏ । ତେଣୁ ପ୍ରତ୍ୟେକ ଗାମା କ୍ବାଣ୍ଟମ ବସ୍ତୁକୁ ରୂପାନ୍ତରିତ ହୋଇ "କଣିକା ଯୁଗଳ"ସୃଷ୍ଟି କରିବା ଅସ୍ବାଭାବିକ ନୁହେଁ । ଏହି ଅପ୍ରତ୍ୟାଶିତ ଭାବରେ ସୃଷ୍ଟି ହେଉଥିବା ପ୍ରତ୍ୟେକ ବସ୍ତୁ କଣିକା ପୁନଶ୍ଚ ଶକ୍ତିକୁ ରୂପାନ୍ତରିତ ହୋଇ କେତେକ ଗାମା କ୍ବାଣ୍ଟା ଉତ୍ପନ୍ନ କରେ । ସେହି ଗାମା କ୍ବାଣ୍ଟା ପୂର୍ବବତ୍ ପ୍ରତ୍ୟେକ ଦୁଇଟି ଲେଖାଏଁ ବସ୍ତୁ କଣିକା ବିକରିତ କରିଥାନ୍ତି । ଏହିପରି ଭାବରେ ଗୋଟିକ ଉଚ୍ଚ ଶକ୍ତି ଯୁକ୍ତ ଇଲୋକ୍ଟ୍ରୋନ ଠାରୁ ଅନେକ ଗୁଡ଼ିଏ ବସ୍ତୁ କଣିକା ଜାତ ହୁଅନ୍ତି । ସମୟାନୁକ୍ରମେ ଶକ୍ତିରେ ହ୍ରାସ ଘଟୁଥିବା ହେତୁ ଏହି ପ୍ରକ୍ରିୟାଟି ବନ୍ଦ ହୋଇଯାଏ । ଡଃ ଭାବା ଓ ହାଇଟଲର ଏହି ପ୍ରକ୍ରିୟା କୁ ଯଥାର୍ଥରେ ସାଓ୍ବାର ବା ବର୍ଷା ନାମରେ ଅଭିହିତ କରିଥିଲେ । ଏହି ଐତିହାସିକ ଉଦ୍ଭାବନ , କାହିଁକି ଓ କିପରି ବାୟୁମଣ୍ଡଳ ଭିତରକୁ ମହାଜାଗତିକ ରଶ୍ମି ସଂଶ୍ଲିଷ୍ଟ ଉଚ୍ଚ ଶକ୍ତି ଯୁକ୍ତ କଣିକା ଗୁଡିକ ଏତେ ବାଟ ପର୍ଯ୍ୟନ୍ତ ପ୍ରବେଶ କରି ପାରୁଛନ୍ତି, ତାହା ଯେତେବେଳେ ଜଣାଇ ଦେଲେ , ସେତେବେଳେ ସମଗ୍ର ବିଶ୍ବ ବିଜ୍ଞାନ ଜଗତ ଡଃ ଭାବାଙ୍କୁ ପ୍ରଶଂସା ରେ ପୋତି ପକାଇଥିଲେ ।ତାଙ୍କର ବୈଜ୍ଞାନିକ ଜଗତରେ ସଫଳତାର ଇତିହାସ ବ୍ୟାପକ । ଆଜି ଆମେ ତାଙ୍କର ପବିତ୍ର ଜୟନ୍ତୀ ଅବସରରେ ୬୫ ବର୍ଷ ତଳକୁ ଫେରିଯିବା । ଅର୍ଥାତ୍
୧୯୬୦ ମସିହାକୁ , ଯେତେବେଳେ ସୋଭିଏତ୍ ୟୁନିଅନ୍ ଏବଂ ଆମେରିକା ମଧ୍ୟରେ ଶୀତଳ ଯୁଦ୍ଧ ଚରମ ସୀମାରେ ଥିଲା । ସୋଭିଏତ୍ ୟୁନିଅନ୍ ସହିତ ବନ୍ଧୁତା ବଜାୟ ରଖିବା ସହିତ ଭାରତ ନାମ୍ (ଗୋଷ୍ଠୀ ନିରପେକ୍ଷ) ନାମକ ସଂଗଠନର ନେତୃତ୍ୱ ନେଉଥିଲା । ଏହି ସଂଗଠନର ସଦସ୍ୟ ରାଷ୍ଟ୍ର ଦୁଇ ମହାଶକ୍ତିଙ୍କ ମେଣ୍ଟରେ ସାମିଲ ନଥିଲେ । ୧୯୬୧ ମସିହାରେ ଦେଶର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ଆମେରିକାର ସେନା ଜେନେରାଲ ତଥା ୱେଷ୍ଟଇଙ୍ଗହାଉସ ପରାମର୍ଶଦାତା କେନେଥ ନିକୋଲ୍ସଙ୍କ ସହ ଏକ ସାକ୍ଷାତକାରରେ ଡକ୍ଟର ହୋମି ଜାହାଙ୍ଗୀର ଭାବା ଭାରତ ଗୋଟିଏ ବର୍ଷରେ ପରମାଣୁ ବୋମା ତିଆରି କରିପାରିବ ବୋଲି କହିଥିଲେ । ସେହିକଥାକୁ ୧୯୬୫ ରେ ଆକାଶବାଣୀ ବା ଅଲ ଇଣ୍ଡିଆ ରେଡିଓକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ମଧ୍ଯ ଦୋହରାଇଥିଲେ । ସେ କହିଥିଲେ ଯେ ଯଦି ତାଙ୍କୁ ଅନୁମତି ମିଳେ ତେବେ ସେ ୧୮ ମାସ ମଧ୍ୟରେ ପରମାଣୁ ବୋମା ତିଆରି କରିପାରିବେ । ୧୯୬୫ ମସିହାର ଅଲଇଣ୍ଡିଆ ରେଡିଓରେ ସାକ୍ଷାତକାରର ବର୍ଷକ ପରେ ୧୯୬୬ , ଜାନୁଆରୀ ୨୪ ତାରିଖରେ ଏହି ବିଶ୍ୱବିଖ୍ୟାତ ବୈଜ୍ଞାନିକ ଭିଏନା ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଏକ ବିଶ୍ବ ବୈଜ୍ଞାନିକ ସମ୍ମିଳନୀରେ ଅତିଥି ଭାବେ ଯୋଗ ଦେବାକୁ ଯାଉଥିବା ବିମାନ, ଯେତେବେଳେ ମାଉଣ୍ଟ ବ୍ଲାଙ୍କ ଆକାଶରେ ସେତେବେଳେ ବିସ୍ଫୋରଣ ହୋଇଥିଲା ।ତେବେ ଏହା ଦୁର୍ଘଟଣା ନଥିଲା ବଂର ଆମେରିକୀୟ ଗୁଇନ୍ଦା ଏଜେନ୍ସି ସିଆଇଏ ଦ୍ୱାରା ରଚାଯାଇଥିବା ଷଡ଼ଯନ୍ତ୍ର ଥିଲା ବୋଲି ଏବେ ମଧ୍ଯ ଅନେକ ଦାବି କରନ୍ତି । ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ ସିଂ ଏଫ ପାଓ୍ବେଲ କହିଥିଲେ " ଏହା ବିଜ୍ଞାନ ଜଗତ ପାଇଁ ଏକ ଦାରୁଣ ଦୁଃସମ୍ବାଦ । ସହଜରେ ତାଙ୍କର ମୃତ୍ୟୁକୁ ବିଶ୍ବାସ କରି ହେଉନାହିଁ । ଏହି ବିମାନ ବିସ୍ଫୋରଣର କୌଣସି ତଦନ୍ତ ହୋଇ ନଥିଲା । ମହାମନୀଷୀ ଡଃ ଭାବା ଆଉ ଇହଧାମରେ ନାହାନ୍ତି ସତ୍ୟ ମାତ୍ର, ତାଙ୍କର ଅକ୍ଷୟ କୀର୍ତ୍ତି ପରବର୍ତ୍ତୀ ସମୟରେ ପ୍ରଭାବିତ ହୋଇଛି ଏବଂ ଚିର ଦିନ ପାଇଁ ପ୍ରଭାବିତ ହେଉଥିବ । ପରମାଣୁ ଶକ୍ତି ଉତ୍ପାଦନ ଓ ଗବେଷଣାର କ୍ରମୋନ୍ନତି ପାଇଁ ସେ ଯେଉଁ ଖସଡ଼ା ପ୍ରସ୍ତୁତ କରି ଯାଇଥିଲେ , ତାହା ସେହି ଆମେରିକାର ସକଳ ଚକ୍ରାନ୍ତ ସତ୍ତ୍ବେ ସଫଳତା ଲାଭ କରି ଚାଲିଛି । ତାଙ୍କର ଆକସ୍ମିକ ମୃତ୍ୟୁ ପରେ ସେହି ଅନୁଷ୍ଠାନ କୁ " ଭାବା ଆଟମିକ ରିସର୍ଚ୍ଚ ସେଣ୍ଟର " ନାମରେ ନାମିତ କରାଯାଇଛି ଏବଂ ବିଗତ ୫୯ ବର୍ଷ ଧରି ଗବେଷଣା କାର୍ଯ୍ୟ ଚାଲିଛି । ପ୍ରସଙ୍ଗ କ୍ରମେ ଡଃ ଭାବା , ଟାଟା ଏବଂ ସ୍ବାମୀ ବିବେକାନନ୍ଦଙ୍କ ସମ୍ପର୍କର ଏକ ଅନାଲୋଚିତ ଇତିହାସ ଉପସ୍ଥାପନ କରିବାକୁ ଯାଉଛୁ । ମେ’ ୩୧, ୧୮୯୩ ମସିହାର କଥା। ଜାପାନର ୟୋକୋହାମାରୁ କାନାଡାର ଭାଙ୍କୋଭର ଅଭିମୁଖେ ଚଳମାନ ଏକ ଷ୍ଟିମର। ଅନ୍ୟ ସହଯାତ୍ରୀଙ୍କ ସହ ଯାତ୍ରା କରୁଥାନ୍ତି ଭାରତର ଦୁଇଜଣ ଯୁଗପୁରୁଷ- ସ୍ବାମୀ ବିବେକାନନ୍ଦ ଓ ଜାମସେଦ୍ଜୀ ଟାଟା। ଟାଟା ସ୍ବାମିଜୀଙ୍କୁ ନିଜ ମନ କଥା ଜଣାଇଲେ-‘ଭାରତକୁ ଆର୍ଥିକ ଦୃଷ୍ଟିରୁ ସ୍ବାବଲମ୍ବୀ କରିବା ପାଇଁ ସେ ବିଦେଶୀ ଜ୍ଞାନକୌଶଳ ଓ ଯନ୍ତ୍ରାଂଶ ସାହାଯ୍ୟରେ ସ୍ବଦେଶୀ ଇସ୍ପାତ କାରଖାନା ନିର୍ମାଣ କରିବାକୁ ଚାହୁଁଛନ୍ତି।’ ସ୍ବାମିଜୀ କହିଲେ ‘ବିଦେଶରୁ କାହିଁକି? ଯନ୍ତ୍ରାଂଶ ଭାରତରେ କ’ଣ ତିଆରି କରିହେବ ନାହିଁ?’ ଟାଟା କହିଲେ, ‘ଏଥିପାଇଁ ସ୍ବଦେଶୀ ଜ୍ଞାନ କୌଶଳ ଆମ ଦେଶରେ ନାହିଁ। ଯଦି ଭାରତରେ ଗୋଟିଏ ବିଶ୍ୱସ୍ତରୀୟ ଗବେଷଣା ପ୍ରତିଷ୍ଠାନଟିଏ ଖୋଲାଯାଇପାରନ୍ତା ଏହା ସମ୍ଭବ ହୋଇପାରନ୍ତା।’ ବିବେକାନନ୍ଦ କହିଲେ, ‘ଯଦି ପାଶ୍ଚାତ୍ୟଜଗତର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ସାଂପ୍ରତିକ ଉତ୍କର୍ଷ ସହିତ ମହାଭାରତୀୟ ମାନବବାଦ ଓ ତପସ୍ୟାର ସଙ୍ଗମରେ ଆପଣଙ୍କ ସ୍ବପ୍ନର ଅନୁଷ୍ଠାନ ଗଢ଼ାହୋଇପାରନ୍ତା, ତେବେ ଭଲ ହୁଅନ୍ତା।’ ଟାଟା କହିଲେ, ”ଆପଣ ମୋର ମାର୍ଗଦର୍ଶନ କରନ୍ତୁ, ଏପରି ମଠ(ମୋନାଷ୍ଟରୀ)ଟିଏ ଗଢ଼ାହେବ; ଯେଉଁଠି ମଣିଷମାନେ ତ୍ୟାଗ ତିତିକ୍ଷାର ମୁକ୍ତିମନ୍ତ୍ର ପ୍ରତୀକ ହେବେ, ତପସ୍ବୀସମ ଜୀବନଯାପନ କରିବେ ଓ ସେମାନଙ୍କ ଜୀବନକୁ ପ୍ରାକୃତିକ ଓ ମାନବବାଦୀ ବୈଜ୍ଞାନିକ ଗବେଷଣାରେ ଉତ୍ସର୍ଗ କରିବେ।“ ସ୍ବାମିଜୀ ଟାଟାଙ୍କୁ ଆଶୀର୍ବାଦ ପ୍ରଦାନ କଲେ। ୨୩ ନଭେମ୍ବର ୧୮୯୮ରେ ସେ ସ୍ବାମିଜୀଙ୍କୁ ଚିଠିଲେଖି ଜଣାଇଲେ ଯେ ସେ ଭାରତରେ ଗୋଟିଏ ଗବେଷଣା ପ୍ରତିଷ୍ଠାନ ସ୍ଥାପନ ପାଇଁ କାମ ଆରମ୍ଭ କରିବାକୁ ଚାହୁଁଛନ୍ତି। ଏ ଉଦ୍ୟମର ନେତୃତ୍ୱ ନେବାପାଇଁ ଏହି ଚିଠିରେ ସେ ସ୍ବାମିଜୀଙ୍କୁ ଅନୁରୋଧ କରିଥିଲେ। ସ୍ବାମିଜୀ ସେତେବେଳେ ରାମକୃଷ୍ଣ ମିଶନ ପ୍ରତିଷ୍ଠାରେ ବ୍ୟସ୍ତ ଥିବାରୁ ଭଗିନୀ ନିବେଦିତାଙ୍କୁ ଟାଟାଙ୍କୁ ସହଯୋଗ କରିବା ପାଇଁ ପଠାଇଥିଲେ ।
୧୯୦୪ରେ ଜାମସେଦ୍ଜୀଙ୍କ ସ୍ବର୍ଗବାସ ହୋଇଯିବା ପରେ ତାଙ୍କ ପୁତ୍ର ଦୋରାବଜୀ ଟାଟା ଓ ଭଗିନୀ ନିବେଦିତା ସେମାନଙ୍କ ପ୍ରୟାସ ଜାରିରଖିଲେ। ୧୯୦୯ରେ ତତ୍କାଳୀନ ଭାଇସ୍ରାଏ ଲର୍ଡ ମିଣ୍ଟୋ ପ୍ରସ୍ତାବିତ ପ୍ରକଳ୍ପକୁ ମଞ୍ଜୁରୀ ଦେଲେ। ସ୍ବାମୀ ବିବେକାନନ୍ଦଙ୍କ ଶିଷ୍ୟ ମହୀଶୁର ରାଜା ଚାମରାଜା ୱାଡିଅର୍ଙ୍କ ସୁପୁତ୍ର ମହାରାଜା କୃଷ୍ଣରାଜ ୱାଡିଅର୍ ଅନୁଷ୍ଠାନ ପ୍ରତିଷ୍ଠା ପାଇଁ ବାଙ୍ଗାଲୋରର ଯଶୱନ୍ତପୁର ଅଞ୍ଚଳରେ ୩୭୧ ଏକର ଜମି ଦାନ କଲେ। ପ୍ରତିଷ୍ଠାନର ଭବନ, ଗବେଷଣାଗାର ଓ ଅନ୍ୟାନ୍ୟ ଭିତ୍ତିଭୂମି ପାଇଁ ଦୋରାବଜୀ ଟାଟା ଅର୍ଥ ଯୋଗାଇଲେ। ୧୯୧୧ରେ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ (ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ ଅଫ୍ ସାଇନ୍ସ)ର ଭିତ୍ତିପ୍ରସ୍ତର ସ୍ଥାପନ ହେଲା ଓ ସେହିବର୍ଷ ଜୁଲାଇ ୨୪ରେ ପ୍ରଥମ ବ୍ୟାଚ୍ ଆଡ୍ମିଶନ୍ ହେଲା। ବିଶିଷ୍ଟ ବୈଜ୍ଞାନିକ ଟ୍ରାଭର୍ସ ହେଲେ ଏହାର ପ୍ରଥମ ନିର୍ଦ୍ଦେଶକ। ଅଳ୍ପ ଦିନରେ ଏହା ଏକ ବିଶ୍ୱପ୍ରସିଦ୍ଧ ଅନୁଷ୍ଠାନ ଭାବେ ଗଣା ହେଲା ।୧୯୩୯ରେ ହୋମି ଜାହାଙ୍ଗୀର ଭାଭା ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନରେ ରିଡରଭାବେ ଯୋଗଦେଲେ। ଭାଭା ୧୯୪୪ରେ ଟାଟାଙ୍କୁ ଚିଠି ଲେଖି ମୌଳିକ ଗବେଷଣା ପାଇଁ ଏକ ଗବେଷଣା ପ୍ରତିଷ୍ଠାନ ପ୍ରତିଷ୍ଠା କରିବା ସକାଶେ ଅନୁରୋଧ କଲେ। ଟାଟାଙ୍କ ଆର୍ଥିକ ଓ ବ୍ୟକ୍ତିଗତ ସହଯୋଗରେ ୧୯୪୫ରେ ଟାଟା ମୌଳିକ ଗବେଷଣା ଅନୁଷ୍ଠାନ (ଟାଟା ଇନ୍ଷ୍ଟିଚ୍ୟୁଟ ଅଫ୍ ଫଣ୍ଡାମେଣ୍ଟାଲ ରିସର୍ଚ୍ଚ) ଗଠିତ ହେଲା।
ଆମେରିକାର ମାନହାଟନ୍ ପ୍ରକଳ୍ପର ସଫଳତା ପରେ ଭାଭା ଭାରତକୁ ଏକ ପରମାଣୁ ଶକ୍ତିସମ୍ପନ୍ନ ଦେଶ ଭାବେ ଗଢ଼ିବାକୁ ଚାହିଁଲେ।ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କୁ ବୁଝାଇ ସେ ୧୯୫୪ରେ ପରମାଣୁ ଶକ୍ତି ପ୍ରତିଷ୍ଠାନ (ଆଟମିକ୍ ଏନର୍ଜି ଏଷ୍ଟାବ୍ଲିଶ୍ମେଣ୍ଟ) ଟ୍ରମ୍ବେଠାରେ ଗଢ଼ିଲେ। ୧୯୬୭ରେ ଏହାର ନାମ ‘ଭାବା ଆଣବିକ ଗବେଷଣା କେନ୍ଦ୍ର’କୁ ରୂପାନ୍ତରିତ ହୋଇଛି। ଟାଟା ପ୍ରତିଷ୍ଠାନର ବୈଜ୍ଞାନିକମାନଙ୍କ ନେତୃତ୍ୱରେ ଏହି ଅନୁଷ୍ଠାନ ଗଢ଼ିଉଠିଲା।ଅଗଷ୍ଟ ୦୨, ୧୯୬୩ରେ ଭାଭା ନେହେରୁଙ୍କୁ ଚିଠି ଲେଖି ଜଣାଇଲେ ”ଚାଇନା ଗଣରାଜ୍ୟର ମାନସିକ ଓ ରାଜନୈତିକ ଚାପରୁ ରକ୍ଷାପାଇବା ପାଇଁ ଭାରତକୁ ପରମାଣୁ ପରୀକ୍ଷଣ କରିବାକୁ ପଡ଼ିବ। ତେଣୁ ଆପଣ ଅନୁମତି ଦିଅନ୍ତୁ। ନେହେରୁ ପରମାଣୁ ବୋମାକୁ ‘ସଇତାନର ପ୍ରତୀକ’ କହି ଭାବାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ନେହେରୁଙ୍କ ମୃତ୍ୟୁପରେ ଶାସ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀ ହେଲେ ଓ ସେ ମଧ୍ୟ ଭାବାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ।୨୪ ଜାନୁୟାରୀ ୧୯୬୬ରେ ଏୟାର ଇଣ୍ଡିଆ ବିମାନ-୧୦୧ରେ ଯାତ୍ରା କରୁଥିବା ବେଳେ ସନ୍ଦିଗ୍ଧ ଅବସ୍ଥାରେ ମଣ୍ଟବ୍ଲାଙ୍କ ପାଖରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଭାଭା ଇହଲୀଳା ସମ୍ବରଣ କଲେ।ତାଙ୍କ ପରେ ଭାଭା ଅନୁଷ୍ଠାନର ମଙ୍ଗ ସମ୍ଭାଳିଲେ ପଦାର୍ଥ ବିଜ୍ଞାନୀ ରାଜା ରମନ୍ନା। ଭାଭାଙ୍କ ସେହି ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ରୂପ ଦେବାପାଇଁ ରମନ୍ନାଙ୍କୁ ନିର୍ଦ୍ଦେଶ ଦେଲେ। ବୈଜ୍ଞାନିକ ଦଳ ୧୮ ମେ ୧୯୭୪ରେ ପୋଖରାନ୍ଠାରେ ପରମାଣୁ ପରୀକ୍ଷଣ କଲେ। ଏହାପରେ ପାଶ୍ଚାତ୍ୟ ଦେଶମାନେ ନ୍ୟୁକ୍ଲୀୟ ପଦାର୍ଥ ଯୋଗାଣ ବନ୍ଦ କରିଦେଲେ। ଭାରତର ପରମାଣୁ ପରୀକ୍ଷଣ ଶୀତସୁପ୍ତିକୁ ଚାଲିଗଲା। ଅଟଳ ବିହାରୀ ବାଜପେୟୀ ଭାରତର ପ୍ରଧାନମନ୍ତ୍ରୀ ହେବା ପରେ ଭାବା ଆଣବିକ ଗବେଷଣା କେନ୍ଦ୍ରର ତତ୍କାଳୀନ ନିର୍ଦ୍ଦେଶକ ରାଜଗୋପାଳ ଚିଦାମ୍ବରମଙ୍କୁ ପରମାଣୁ ବୋମା ପରୀକ୍ଷଣ ପାଇଁ ନିର୍ଦ୍ଦେଶ ଦେଲେ।୧୧ ମେ ୧୯୯୮ରେ ଭାରତ ପାଞ୍ଚଟି ପରମାଣୁ ବୋମା ସଫଳତାର ସହ ପରୀକ୍ଷା କଲା ପୋଖରାନ୍ଠାରେ।ଏହି ପରୀକ୍ଷଣର ପ୍ରମୁଖ ବିନ୍ଧାଣୀ ଥିଲେ ରାଜଗୋପାଳ ଓ ପ୍ରଧାନମନ୍ତ୍ରୀଙ୍କ ବୈଜ୍ଞାନିକ ପରାମର୍ଶଦାତା ଅବଦୁଲ୍ କଲାମ୍।
ଅକ୍ଟୋବର ୨୯ - ୧
ଅକ୍ଟୋବର ୨୯
----------------
ବିଗତ ପାଞ୍ଚ ଦଶନ୍ଧି ଧରି ଅକ୍ଟୋବର ମାସ ଆସିଲେ କେମିତି କେଜାଣି ଦେହ ଶୀତେଇ ଉଠେ । ବିଶେଷ କରି ଅକ୍ଟୋବର ୨୯ ଦିନ ସ୍ବତଃ ମନ ରେ ଭୟ ସଞ୍ଚାରିତ ହୁଏ ।୧୯୯୯ ର ସେହି ଭୟାନକ ପ୍ରଳୟଙ୍କରୀ ଦୃଶ୍ୟ ବାରମ୍ବାର ହୁଏ ପ୍ରତିଫଳିତ । ପ୍ରକୃତିର କ୍ରୋଧ, ତା'ର ତାଣ୍ଡବଲୀଳା ଯେ କେତେ ଭୟଙ୍କର ହୋଇପାରେ ତାହା ର ଦୃଶ୍ୟ ହୁଏ ପରିଦୃଶ୍ୟ । ଅହଙ୍କାରୀ ମଣିଷ ଯେ କେତେ ନଗନ୍ୟ ପ୍ରକୃତି ନିକଟରେ , ତାହା ବାରମ୍ବାର ପ୍ରମାଣିତ ହୋଇ ଆସୁଥିଲେ ମଧ୍ୟ କୃତଘ୍ନ ମଣିଷ ପ୍ରକୃତି ବିରୋଧରେ ଅହରହ ସଂଗ୍ରାମ ରଖି ଚାଲିଛି ଅବ୍ୟାହତ । ବିଗତ କୋଡ଼ିଏ ବର୍ଷ ଧରି ପ୍ରତି ବର୍ଷ ଆଜିର ତାରିଖରେ " ସୁଶାନ୍ତ" ରେ ବାତ୍ୟା କୁ ଉପଜିବ୍ୟ କରି ଆଲେଖ୍ୟ ଆଲୋଚନା କରି ଆସିଛୁ , ଅନେକ ପ୍ରସ୍ତାବ ମଧ୍ୟ ଦେଇ ଆସିଛୁ । ଠିକ୍ ସେହିପରି ଗତ ୨୦୧୩ ମସିହାରୁ ମୁଖ ପୁସ୍ତକରେ ମଧ୍ୟ ଉପସ୍ଥାପିତ କରି ଆସିଛୁ , ଯଦିଓ ପ୍ରାୟତଃ ସମସ୍ତ ବୌଦ୍ଧିକ ଶ୍ରମ ବ୍ୟର୍ଥ ହୋଇଛି ବୋଲି ଅନୁଭଵ କରୁଛୁ । ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଗଣ ସଚେତନତା,ଗଣ ସ୍ବାର୍ଥ ସୁରକ୍ଷା, ଗଣ ପ୍ରତିବାଦ, ଆନ୍ଦୋଳନ ଏକାନ୍ତ ଆବଶ୍ୟକ , ସେଥିପାଇଁ ସାମ୍ବିଧାନିକ ସ୍ବୀକୃତି ନଥିଲେ ମଧ୍ୟ ଗଣମାଧ୍ୟମକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲି ଗଣବିଶ୍ବାସ ରହିଛି । ଏହା ନିର୍ଵିବାଦୀୟ ସତ୍ୟ ଯେ ସମ୍ପ୍ରତି ସମଗ୍ର ଭାରତ ବର୍ଷରେ ବହୁବିଧ ଆତଙ୍କ ସୃଷ୍ଟି ହୋଇ ସାଧାରଣ ମଣିଷ ମାନଙ୍କ ଭିତରେ ଏକ କୋକୁଆ ଭୟ ସୃଷ୍ଟି ହୋଇଛି, ଯାହାର ଫଳଶ୍ରୁତିରେ ଜନଜୀବନ ଦୁର୍ବିସହ । କଳିଙ୍ଗ ସାଗର ( ବିଗତସରକାରୀ ଭାଷା ରେ ବଙ୍ଗୋପସାଗର) ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ମୋନ୍ଥା’ର ସ୍ଥଳଭାଗ ସ୍ପର୍ଶ ବା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆଜି ସନ୍ଧ୍ୟା ପ୍ରାୟ ୭ଟାରେ ଆରମ୍ଭ ହୋଇଯାଇଛି। ଦିନ ଭଳି ମୁଦ୍ରିତ ଗଣମାଧ୍ୟମ, ବିଶେଷ କରି ଦୃଶ୍ୟ -ଶ୍ରାବ୍ୟ ଗଣମାଧ୍ୟମରେ ଜନାତଙ୍କ ସୃଷ୍ଟି ପ୍ରତିଯୋଗିତା ଚାଲିଛି , ଅର୍ଥାତ୍ " ମୋନ୍ଥା" କୁ ଉପଜିଵ୍ୟ କରି ଜନଜୀବନ ଅସ୍ତବ୍ୟସ୍ତ , ଆତଙ୍କିତ । ସମ୍ପ୍ରତି କେତେବେଳେ ବର୍ଷାର ପରିମାଣ ବଢୁଛି ତ ଆଉ କେତେବେଳେ ସାମାନ୍ୟ କମି ଯାଉଛି।ବାତ୍ୟା ‘ମୋନ୍ଥା’ର ସ୍ଥଳ ପଥ ସ୍ପର୍ଶ ବା ଲ୍ୟାଣ୍ଡଫଲ୍ ନେଇ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଅନେକ ସମୟରେ ବାତ୍ୟାର ଆଖି ଦୃଶ୍ୟମାନ ହୋଇଥାଏ। କିନ୍ତୁ ଏହ ବାତ୍ୟା ‘ମୋନ୍ଥା’ର ଆଖି ଦୃଶ୍ୟମାନ ହେବ ନାହିଁ। କାରଣ ଏହି ବାତ୍ୟା ସେହିଭଳି ବର୍ଗରେ ଆସୁନାହିଁ। ତେଣୁ ଆଖି ଦୃଶ୍ୟ ହେବାର ସମ୍ଭାବନା ନାହିଁ। " ସୁବାର୍ତ୍ତା" ଠିକ୍ ଏହି ସମୟରେ ବିଗତ ବର୍ଷ ମାନଙ୍କରେ ବାତ୍ୟା କୁ ଉପଜିବ୍ୟ କରି ଅଗ୍ରଲେଖ, ଆଲେଖ୍ୟ ଆଲୋଚନା କରିବା ସହିତ ସରକାରଙ୍କୁ ଅନେକ ପ୍ରସ୍ତାବ ଦେଇଆସିଛି । ବିଗତ ସରକାର ଙ୍କ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା ସମୟରେ "ସୁବାର୍ତ୍ତା ' ପ୍ରସ୍ତାବ ହିଁ ବାତ୍ୟା ନିରୋଧ ପାଇଁ ବିକଳ୍ପ ବିହୀନ ପ୍ରସ୍ତାବ ବୋଲି ସ୍ବୀକାର କରିବା ସହିତ ତଦନୁସାରେ ପଦକ୍ଷେପ ନେବା ପାଇଁ ସମ୍ମତି ଦେଇଥିଲେ ଏବଂ ପ୍ରାରମ୍ଭିକ ପଦକ୍ଷେପ ମଧ୍ୟ ନେଇଥିଲେ । ସରକାର ପରିବର୍ତ୍ତନ ହେଲା ଏବଂ ମୁଖ୍ୟ ଶାସନ ସଚିବ ଶ୍ରଦ୍ଧେୟ ପ୍ରଦୀପ ଜେନା ମଧ୍ୟ ସେବା ନିବୃତ ହେବା ପରେ ଆମର ପ୍ରସ୍ତାବର ଭାଗ୍ୟ ବୋଧେ ଶୀତଳ ଭଣ୍ଡାରର ପଣ୍ୟ ହୋଇଥିବ । କଥା ହେଉଛି ୧୯୬୭ , ୧୯୭୧,୭୪ ଠାରୁ ୧୯୯୯ ର ମହାବାତ୍ୟା ହେଉ ଅବା ୨୦୧୨ ର ନିଲମ,୨୦୧୪ ର ହୁଡୁ ହୁଡୁ,୨୦୧୬ ର ଭରଦାହ,୨୦୧୭ର ଓକି, ୨୦୧୮ ର ତିତିଲି,୨୦୧୯ର ବୁଲ୍ ବୁଲ୍ ଏବଂ ତା'ର ପରବର୍ତ୍ତୀ ଫନି ହେଉ କିମ୍ବା "ଅମ୍ପାନ" ନାମଧେୟ ବାତ୍ୟା ର ପ୍ରକୋପ ଆଧାରରେ " ୟସ୍" ହେଉ, ନତୁବା ମୋନ୍ଥା ଆଗମନ ରେ ସାମ୍ଭାବ୍ୟ କ୍ଷୟକ୍ଷତି ର ଭିନ୍ନ ଭିନ୍ନ ଆକଳନ , ବିଶେଷ କରି ନକରାତ୍ମକ ପ୍ରଚାର ଧର୍ମୀୟ ଭାବନାକୁ ପୁଞ୍ଜି କରିଆସିଥିବା ତଥାକଥିତ ଗଣମାଧ୍ୟମର ପ୍ରଚାରିତ ଆଶଙ୍କା ପ୍ରଭାବରେ ଜନଜୀବନ ଆତଙ୍କିତ । ବିଗତ ବର୍ଷ , ଠିକ୍ ଅକ୍ଟୋବର ୨୬ ତାରିଖରେ ଦୈନିକ ସମାଜ ରେ ଜଣେ ଯୁବ ଅଧ୍ୟାପକ ଶିବଶଙ୍କର ସାହୁଙ୍କ " କ୍ରାନ୍ତୀୟ ବାତ୍ୟା ବୃଦ୍ଧି ର କାରଣ " ଶୀର୍ଷକ ରେ ଏକ ଆଲେଖ୍ୟ ପ୍ରକାଶ ପାଇଥିଲା, ଯାହା ଏକ ଶୈକ୍ଷିକ ପ୍ରୟୋଗ ଶାଳା ପ୍ରସ୍ତୁତ ଆଲେଖ୍ୟ , ବାତ୍ୟାର କାରଣ ଓ ଇତିହାସ ସମ୍ବନ୍ଧିତ ଆଲେଖ୍ୟ । ବିଭିନ୍ନ ବାତ୍ୟା ଆଗମନ ପୂର୍ବରୁ ଆମର କେତେକ ବୁଦ୍ଧିଜୀବୀ ମାନେ ସ୍ଵକୀୟ ପ୍ରଜ୍ଞା ଆଧାରରେ ଆଲେଖ୍ୟ ପ୍ରକାଶିତ କରାଇଥାନ୍ତି । ଆମେ ନିଜେ ମଧ୍ୟ ବିଗତ ସମୟରେ ଅନେକ ଆଲେଖ୍ୟ " ସୁବାର୍ତ୍ତା" ରେ ପ୍ରକାଶିତ କରାଇଛୁ । ଏଯାବତ୍ ପଢି ଆସିଥିବା ବାତ୍ୟା ସମ୍ପର୍କିତ ଆଲେଖ୍ୟ ସମୂହ ଭିତରୁ ଆମକୁ ଓଡ଼ିଶାର ପ୍ରବୀଣ ବୁଦ୍ଧିବାଦୀ , ଜନାଦୃତ ଶ୍ରମିକ ନେତା ତଥା ପ୍ରାଜ୍ଞ ଅଜେୟ ରାଉତଙ୍କ ଆଲେଖ୍ୟ ଶୈକ୍ଷିକ ପ୍ରୟୋଗଶାଳା ନୁହେଁ, ସାମାଜିକ ପ୍ରୟୋଗାତ୍ମକ ପରୀକ୍ଷାଗାର ପ୍ରସ୍ତୁତ ଆଲେଖ୍ୟ ବୋଲି ସ୍ଵକୀୟ ବିଚାର ବ୍ୟକ୍ତ କରୁଛୁ । ଅତଏବ ଯୁବ ଅଧ୍ୟାପକ ସାହୁଙ୍କ ଆଲେଖ୍ୟ ଓ ପରମ ସମ୍ମାନନୀୟ ଅଜେୟ ରାଉତଙ୍କ ଆଲେଖ୍ୟ କୁ ଉପଜିଵ୍ୟ କରି ଯେଉଁ ଆଲୋଚନା ଏଠି କରିବାକୁ ଯାଉଛୁ , ତାହା ଆମ ବିଚାରରେ ସମଗ୍ର ଓଡ଼ିଶା ପାଇଁ , ବିଶେଷ କରି ପରବର୍ତ୍ତୀ ପିଢ଼ିଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କରୁ । ଏହା ମଧ୍ୟ ଜାଣିଛୁ ଯେ "ସୁବାର୍ତ୍ତା" ଦୈନିକର ହଜାର ହଜାର ପାଠକ ମାନଙ୍କ ମଧ୍ୟରୁ ବରିଷ୍ଠ ସାମ୍ବାଦିକ ତଥା ଉକ୍ତ ଦୈନିକ ର ସମ୍ପୂର୍ଣ୍ଣ ଦାୟିତ୍ଵ ନିର୍ବାହୀ କ୍ରାନ୍ତି କୁମାର ସାକ୍ସେନାଙ୍କ ବ୍ୟତୀତ ଅନ୍ୟ ପ୍ରାୟତଃ ୫୦ ଜଣ ମଧ୍ୟ ଏହାକୁ ସମ୍ପୁର୍ଣ୍ଣ ଭାବେ ପଢିବେ ନାହିଁ , ମୁଖ ପୁସ୍ତକରେ ଉପସ୍ଥାପନ ହେଉଥିବାରୁ ବୋଧେ ଶହେ ରୁ ଦୁଇ ଶହ ଜଣ ନପଢି ପସନ୍ଦ ବୋତାମ ( ଲାଇକ୍) ରେ ହାତ ମାରିଵେ । ଏହା ଜାଣିବା ସତ୍ତ୍ବେ ଆମେ ଏହି ଆଲେଖ୍ୟ ଟି ଆମର ପରବର୍ତ୍ତୀ ପିଢ଼ିଙ୍କ ଅବଗତି ପାଇଁ ଉପସ୍ଥାପନ କରୁଛୁ । ପରବର୍ତ୍ତୀ ପିଢ଼ି ବୋଲି ଉଲ୍ଲେଖ କରିବାର ବହୁବିଧ କାରଣ ମଧ୍ୟରୁ ଗୋଟିଏ କାରଣ, ଯାହା ଆମର ନିଜସ୍ୱ ମତ, ତାହା ହେଲା ୧୫୬୮ ରୁ ୧୯୪୭, ଦୀର୍ଘ ୩୭୯ ବର୍ଷ ର ପରାଧୀନ, ତାହା ପୁଣି ବିଭିନ୍ନ ଜାତି,ଧର୍ମ, ଦର୍ଶନ ଓ ଆଚରଣ ରେ ଭିନ୍ନ ଭିନ୍ନ, ଯଥା ଆଫଗାନ,ମୋଗଲ, ମରହଟ୍ଟା, ଇଷ୍ଟ ଇଣ୍ଡିଆ କମ୍ପାନୀ ଏବଂ ଅଵଶେଷରେ ଇଙ୍ଗ୍ରେଜ ମାନଙ୍କ ଦ୍ଵାରା ଶାସିତ ହେବା ଫଳରେ ସ୍ବାଭିମାନ ଵିଵର୍ଜିତ , ସ୍ବାର୍ଥ ସର୍ବସ୍ବ, ପରଚର୍ଚ୍ଚାପ୍ରବଣ, ପରସ୍ପର କୁ କଟୁସମାଲୋଚନା ପୂର୍ବକ କଙ୍କଡ଼ା ଧର୍ମୀ ଆଚରଣ ସ଼ହିତ ଭିକାରୀ ସଂସ୍କୃତି ଆହରଣ ଆଧାର ରେ ଅବକ୍ଷୟୀ ଲୋକ ଚରିତ୍ର ର ନିମ୍ନ ଗତି ସର୍ବୋଚ୍ଚ ସ୍ତରରେ ( ପିକ୍ ପଏଣ୍ଟ) ଉପନୀତ । ଏହା ପରେ ଯେଉଁ ପିଢ଼ି ଆସୁଛନ୍ତି, ସେମାନେ ପୂର୍ବଜମାନଙ୍କ ଅପେକ୍ଷା ଅଧିକ ସ୍ଵାଭିମାନୀ, ଅଧିକାର ସଚେତନ, ମାଟି ମନସ୍କ, ମାନବତାବାଦୀ ଦର୍ଶନକୁ ଆପଣେଇବା ପାଇଁ ରହିଛି ମାନସିକତା ବୋଲି ନିଜସ୍ଵ ଅଭିଜ୍ଞତା ଆଧାରରେ ଆଶା ବ୍ୟକ୍ତ କରୁଛୁ । ଏହା ନିର୍ଵିବାଦୀୟ ସତ୍ୟ ଯେ ପ୍ରାକୃତିକ ବିପର୍ଯ୍ୟୟର ଚିର ସାଥୀ ଆମର ପ୍ରିୟ ଜନ୍ମଭୂମି ଓଡ଼ିଶା କେଉଁ ଆବହମାନ କାଳରୁ ଲହୁ ଲୁହାଣ ହୋଇ ସଂଘର୍ଷ କରିଆସିଛି, ଯାହା ହରାଇଛି , ତାହା ଅବର୍ଣ୍ଣନୀୟ , ଗୋଟିଏ ଉଦାହରଣ ନ ଅଙ୍କ ଦୁର୍ଭିକ୍ଷ ରେ ଏମାଟିର ଅର୍ଦ୍ଧାଧିକ ଲୋକେ ପୋକ ମାଛି ପରି ମରିଥିଲେ । ଇତିହାସର ଗର୍ଭାନୁଶୀଳନ ପୂର୍ବକ ଓଡ଼ିଶାରେ ପ୍ରତିଧ୍ବନିତ ପ୍ରାକୃତିକ ବିପର୍ଯ୍ୟୟ କହିଲେ " ବଢ଼ି, ମରୁଡି, ଘଡଘଡି, ଘରପୋଡି ଏବଂ ଏଥି ସହ ବାଡି " ହିଁ ବୁଝା ଯାଉଥିଲା । ଇତିହାସ ମଧ୍ୟ କୁହେ ଯେ କଳିଙ୍ଗ ମହାସାଗର ରେ ସୃଷ୍ଟି ହୋଇଆସିଥିବା ଶହଶହ ବାତ୍ୟା ୧୯୬୭ ମସିହା ପୂର୍ବରୁ କେବେ କୈାଣସି ପ୍ରକାର କ୍ଷୟକ୍ଷତି କରିନାହିଁ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ସମଗ୍ର ବିଶ୍ଵରେ ଓଡ଼ିଆ ମାନେ ହିଁ ନୌ- ବାଣିଜ୍ୟ ସଂସ୍କୃତିର ଆଦ୍ୟ ଦର୍ଶନ ପ୍ରଦାତା । ଅତଏବ ସାମୁଦ୍ରିକ ଝଡ ସହିତ କେଉଁ ଆବହମାନ କାଳରୁ ଓଡ଼ିଆ ମାନେ ବୁଝାମଣା କରିଥିଲେ । ଏଠାରେ ସ୍ପଷ୍ଟ ଭାବରେ ସୂଚାଇ ଦେବାକୁ ଉଚିତ ମନେ କରୁ ଯେ ସରକାରୀ ହିସାବ ରେ ଓଡ଼ିଶା ର କ୍ଷୟକ୍ଷତି କରିଥିବା ପ୍ରଥମ ବାତ୍ୟା ୧୯୭୧, କିନ୍ତୁ ନିଜ ଅଭିଜ୍ଞତା ଆଧାରରେ ସମ୍ମାନାଷ୍ପଦ ଅଜେୟ ରାଉତ ଙ୍କ ଭାଷାରେ ଏହା ୧୯୬୭ ମସିହାରେ ତାଙ୍କର ଜନ୍ମ ମାଟି ପଟ୍ଟାମୁଣ୍ଡାଇ - ରାଜନଗର ଅଞ୍ଚଳରେ ହୋଇଥିଲା ବୋଲି ଉଲ୍ଲେଖ କରିଛନ୍ତି । ଅତଏବ ସ୍ବତଃ ପ୍ରଶ୍ନ ଉଠିବା ସ୍ବଭାବିକ ଯେ କଳିଙ୍ଗ ମହାସାଗରରେ ସୃଷ୍ଟ ବାତ୍ୟା ସମୂହ ଓଡ଼ିଶାରେ କୌଣସି କ୍ଷୟକ୍ଷତି କରିନଥିବା ବେଳେ , କଳିଙ୍ଗ ମହାସାଗରକୁ ପରାଧୀନ ଓଡ଼ିଶାରେ କେତେକ ବଙ୍ଗୀୟ ପଦାଧିକାରୀ ବଙ୍ଗୋପସାଗରରେ ପରିବର୍ତ୍ତନ କରିଦେବା ପରେ କ'ଣ ଏମିତି ହେଲା ଯେ ପ୍ରାୟତଃ ପ୍ରତିବର୍ଷ ଓଡ଼ିଶାବାସୀ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ସକଳ ସମ୍ପଦର ଅଧିକାରୀ ହୋଇ ମଧ୍ୟ ଗରିବୀ ଜୀବନ ନିର୍ବାହ କରୁଛନ୍ତି ? ଏହାର କାରଣ ଏଯାବତ୍ ସଠିକ୍ ଭାବେ ଆଲୋଚିତ ହୋଇନାହିଁ, ଯଦିଓ କେବଳ ଜଣେ ମାତ୍ର ବୁଦ୍ଧିବାଦୀ ଅଜେୟ ବାବୁ କେତୋଟି ନିର୍ଦ୍ଧିଷ୍ଟ ଦିଗ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି , କିଛି ମଧ୍ୟ ସେ ଜାଣିଥିବା ସତ୍ତ୍ବେ କେଉଁ ଏକ ଅନାଲୋଚିତ କାରଣରୁ ତାହାକୁ ଆଲୋଚିତ କରି ନାହାନ୍ତି । ଏଠାରେ ଅଧ୍ୟବସାୟ ଆଧାରରେ ଉଲ୍ଲେଖ କରୁଛୁ ଯେ ସ୍ଵାଧୀନୋତ୍ତର ଓଡ଼ିଶା ସରକାର ସର୍ବଦା ପ୍ରତିକାର ପାଇଁ ବ୍ୟବସ୍ଥା କରିଛନ୍ତି, କେବେ ପ୍ରତିଷେଧ ପାଇଁ ଚିନ୍ତା ମଧ୍ୟ କରିନାହାନ୍ତି କି କୌଣସି ବୁଦ୍ଧିଜୀବୀ ବିଧିବଦ୍ଧ ଭାବେ କୌଣସି ପ୍ରତିଷେଧ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିନାହାନ୍ତି । ବରଂ ପ୍ରାକୃତିକ ବିପର୍ଯ୍ୟୟକୁ ନିମନ୍ତ୍ରଣ କରିଛନ୍ତି , ଅନେକ କ୍ଷମତା ରାଜନୀତିର ବ୍ୟକ୍ତି, ଭ୍ରଷ୍ଟ ପଦାଧିକାରୀ, ଅନେକ ବିନା ମୂଳ ଧନରେ ପ୍ରଚୁର ଉତ୍ପାଦନ କାରୀ ବୃତ୍ତି ଏନ ଜିଓ ର ସତ୍ତ୍ବାଧିକାରୀ, ଠିକାଦାରମାନେ, ଯେଉଁ ମାନେ ଏଭଳି ସମ୍ଭାବନା ସମୟରେ ଦିଅଁ ଦେବତାଙ୍କ ନିକଟରେ ପୂଜା କରନ୍ତି କିଭଳି ପ୍ରାକୃତିକ ବିପର୍ଯ୍ୟୟ ମାଡିଆସୁ । ଲୋକଙ୍କ ସର୍ବନାଶ ସମୟ ରେ ଏମାନଙ୍କର ହୁଏ ପୁଷ ମାସ । ଯଥାର୍ଥରେ ଜନପ୍ରିୟ ସାମ୍ବାଦିକ ପି .ସାଇନାଥ ତାଙ୍କର "ମରୁଡି ପଡ଼ିଲେ ସଭିଙ୍କ ମଉଜ " ଶୀର୍ଷକ ପୁସ୍ତକରେ ବିସ୍ତୃତ ଭାବରେ ଉଲ୍ଲେଖ କରିଛନ୍ତି , ଯାହାକୁ ଟିକେ ସଂଶୋଧିତ କରି ଅଜେୟ ବାବୁ " ବନ୍ୟା, ବାତ୍ୟା ମରୁଡି ପଡ଼ିଲେ ସଭିଙ୍କ ମଉଜ" ବୋଲି ଉଲ୍ଲେଖ କରିଛନ୍ତି । ବିଗତ ୪୫ ବର୍ଷର ଅଭିଜ୍ଞତା ଆଧାରରେ ଆମେ ଅଜେୟ ବାବୁଙ୍କ ଏହି ମତର ଜଣେ ଦୃଢ ସମର୍ଥକ । କାରଣ ଏଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଯେଉଁ ବିପୁଳ ପରିମାଣର ଅର୍ଥ ରାଜକୋଷରୁ ଖର୍ଚ୍ଚ ହୁଏ, ତା'ର ହିସାବ ରହେ ନାହିଁ, ଏବଂ କେହି ଉତ୍ତରଦାୟୀ ହେବାର ବ୍ୟବସ୍ଥା ନ ଥିବାରୁ ପଦାଧିକାରୀମାନଙ୍କ ଠାରୁ ଆରମ୍ଭ କରି ଠିକାଦାରମାନେ ଧର୍ମଶାଳା ଦର୍ଶନ ଆଧାରରେ ରାଜକୋଷକୁ ଲୁଣ୍ଠନ କରିଥାନ୍ତି ।ଆମେ ପ୍ରାୟ ସମସ୍ତେ ଅବଗତ ଅଛେ ଯେ ଲଘୁଚାପ କାହିଁକି ସୃଷ୍ଟି ହୁଏ ଏବଂ ତାହା କେତେବେଳେ ବାତ୍ୟା ଅବା ମହାବାତ୍ୟା ର ରୂପ ନିଏ । ସମୁଦ୍ର ଜଳରାଶିର କୌଣସି ଏକ ବୃହତ୍ତର ଅଞ୍ଚଳ , ସାଧାରଣ ଉତ୍ତାପ ଠାରୁ ଅଧିକ ଉତ୍ତପ୍ତ ହେଲେ ବା ୨୭° ସେଣ୍ଟିଗ୍ରେଡରୁ ଅଧିକ ହେଲେ , ତା'ର ଉପରିସ୍ଥ ବାୟୁମଣ୍ଡଳ ଉତ୍ତପ୍ତ ତଥା ହଲକା ହୋଇ ଏକ ସ୍ତମ୍ଭାକାରରେ ଉପରକୁ ଉଠେ ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳର ଥଣ୍ଡା ବାୟୁମଣ୍ଡଳ ଉତ୍ତପ୍ତ ଅଞ୍ଚଳକୁ ଅତି କ୍ଷିପ୍ର ଗତିରେ ମାଡି ଆସେ ଏବଂ ବାୟୁମଣ୍ଡଳରେ ଏକ ଘୂର୍ଣ୍ଣୟମାନ ବାୟୁମଣ୍ଡଳ ସୃଷ୍ଟି କରେ । ଚକ୍ରୀବାଣ ଭଳି ଏହା ଗୋଲାକାର ରୂପ ନେଇ ଶୂନ୍ୟକୁ ଉଠେ । ଘୁରି ଘରି ବୁଲୁଥିବା କାରଣରୁ ଏହାକୁ ଅନେକ ଚକ୍ରଵାତ୍ କହିଥାନ୍ତି । ଏହା ଯେତିକି ଉପରକୁ ଯିବ ତାହା ତଦନୁପାତରେ ଶକ୍ତି ସମ୍ପର୍ଣ୍ଣ ପବନ ହୋଇ ସ୍ଥଳଭାଗ ଆଡ଼କୁ ମାଡିଚାଲେ ଏବଂ ଘନିଭୂତ ହୋଇ ଉଗ୍ର ରୂପ ନେଇଥାଏ । ସରକାରୀ ହିସାବ ରେ ଗତ ଶତାବ୍ଦୀରେ , ଅର୍ଥାତ୍ ୧୯୦୧ ରୁ ଏଯାବତ୍ ୧୨୫୮ ଥର ବାତ୍ୟା ଉତ୍ପନ୍ନ କାରୀ ଲଘୁଚାପ ହୋଇଛି , ଅଥଚ ୧୯୬୭ ରେ ପ୍ରଥମେ ଆଂଶିକ ଏବଂ ୧୯୭୧ ରେ ଭୟଙ୍କର ଭାବେ ଓଡ଼ିଶାର କ୍ଷୟ କ୍ଷତି କରିଥିଲା । ଅଜେୟ ବାବୁ ଠିକ୍ କହିଛନ୍ତି ଓ ସଠିକ୍ କାରଣର ଗର୍ଭାନୁଶୀଳନ ( ପୋଷ୍ଟମର୍ଟମ) କରିଛନ୍ତି । ବିଗତ ୪୫ ବର୍ଷ ଧରି ଆମର ଶତାଧିକ ଆଲେଖ୍ୟରେ ସତ୍ୟ ଉନ୍ମୋଚନ କରିବା ସମୟରେ ଆମରି ଓଡ଼ିଆ ଭାଇମାନେ ଆମକୁ ବିଭିନ୍ନ ବିଶେଷଣ ଯଥା ବଙ୍ଗୀୟ ବିଦ୍ବେଷୀ, ଭାବ ପ୍ରବଣ ଓଡ଼ିଆ, ଜନମ ବାହାଦୁରିଆ, ମତଲଵୀ, ଚୋର ଆଦି ବିଶେଷଣ ରେ ବିଭୂଷିତ କରିଛନ୍ତି , ବିଗତ ସାତ ବର୍ଷ ଧରି ଜଣେ ଚରଣ ପଟ୍ଟନାୟକ ଧର୍ମ୍ମୀ ପାରାନୋଇଆ ରୋଗାକ୍ରାନ୍ତ ବ୍ୟକ୍ତି ସାମାଜିକ ଗଣମାଧ୍ୟମରେ ଧାରାବାହିକ ଭାବେ କରିଆସୁଛି ଏବଂ ଏହା କରିବାକୁ ପୂର୍ବତନ କ୍ଷମତା ଅଳିନ୍ଦଜୀବୀ ମାନଙ୍କ ଆର୍ଥିକ ସହାୟତା ମଧ୍ୟ ପାଇଥିଲା । ଏଠାରେ ଯେଉଁ ତଥ୍ୟାର୍ପଣ କରିବାକୁ ଯାଉଛୁ ତାହା ଆମ ନିଜସ୍ୱ ନୁହେଁ, ତାହା ଆମ ଭାଷାରେ ବହୁମୁଖି ପ୍ରତିଭାଦୀପ୍ତ ବ୍ୟକ୍ତିତ୍ଵ , ବିଶେଷ କରି ଏକଦା ଭାରତୀୟ ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟିର ରାଜ୍ୟ ସମ୍ପାଦକ ଭାବରେ କାର୍ଯ୍ୟ କରିଥିବା ବିଶିଷ୍ଟ ଶ୍ରମିକ ନେତା ସମ୍ମାନନୀୟ ଅଜେୟ ରାଉତ ତାଙ୍କର ସେହି ଆଲେଖ୍ୟରେ ଅତି ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛନ୍ତି । ଏହା ସତ୍ୟ ଯେ ୧୮୦୩ ରେ ବ୍ରିଟିଶ ଶାସକମାନେ ସେମାନଙ୍କୁ ଶାସନ କାର୍ଯ୍ୟରେ ସହାୟକ ହେଵା ପାଇଁ ଅନେକ ବଙ୍ଗୀୟ କର୍ମଚାରୀଙ୍କୁ ଆଣି ଆସିଥିଲେ , ଯେଉଁମାନେ ଓଡ଼ିଶାର ଭାଷା ସାହିତ୍ୟ ସଂସ୍କୃତି ଓ ପରମ୍ପରା ତଥା ଅମାପ ସମ୍ପତ୍ତି ସମୂହକୁ ବ୍ୟାଜାପ୍ତ କରିବା ସହିତ ଓଡ଼ିଆ ଙ୍କ ସକଳ ସଫଳ କୃତି ଓ କୀର୍ତ୍ତି କୁ ବଙ୍ଗାଳୀ ମାନଙ୍କର ବୋଲି ସାବ୍ୟସ୍ତ କରିବାକୁ ସକଳ ପ୍ରକାର ଚକ୍ରାନ୍ତ କରିଥିଲେ ଏବଂ ଅନେକାଂଶରେ ସଫଳ ମଧ୍ୟ ହୋଇଥିଲେ । କଳିଙ୍ଗ ସାଗରକୁ ବଙ୍ଗୋପସାଗର ରେ ପରିବର୍ତନ କରିବା ଠାରୁ ଆରମ୍ଭ କରି କବିରାଜ ଜୟଦେବଙ୍କୁ ଅପହରଣ କରିବା ପର୍ଯ୍ୟନ୍ତ, ଓଡ଼ିଆ ଗୋଟିଏ ଭାଷା ନୁହେଁ ଠାରୁ ଆରମ୍ଭ କରି ଆମର ପୀଠ ପୂଜା କୁ ମଣ୍ମୟ ମୂର୍ତ୍ତି ପୂଜାରେ ରୂପାନ୍ତରିତ କରିବା ପର୍ଯ୍ୟନ୍ତ , ବକ୍ସି ଜଗବନ୍ଧୁଙ୍କ ସମ୍ପତ୍ତି ଅପହରଣ ଠାରୁ ସୂର୍ଯ୍ୟାସ୍ତ ଆଇନ୍ ଆଧାର ରେ ଓଡ଼ିଶାର ଜମିଦାରୀ ହାତେଇବା ପର୍ଯ୍ୟନ୍ତ ସମୂହର ତାଲିକା ପ୍ରଲମ୍ବିତ । ଅତଏବ ଚକ୍ରାନ୍ତ ଆଧାରରେ ଠିକ୍ ସମୟରେ କୁଆଡେ ଜମିଦାରୀ ଖଜଣା ଦାଖଲ ନ କରିଥିବା ଦେଖେଇ ନିଲାମ ଜରିଆରେ ଓଡ଼ିଶାର ଜମିଦାରୀ ହାସଲ କରିଥିବା ବହୁ ବଙ୍ଗାଳୀ ଜମିଦାର ମାନେ ରାଜର୍ଷୀ ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ଜମିଦାରୀ ଉଚ୍ଛେଦ ଘୋଷଣା ପରେ ଏବଂ ପରବର୍ତ୍ତୀ ସମୟରେ ବରେଣ୍ୟ ସଦାଶିବ ତ୍ରିପାଠୀ ଯେତେବେଳେ ରାଜସ୍ବ ବିଭାଗ ମନ୍ତ୍ରୀ ଥିଲେ, ସେତେବେଳେ ତାଙ୍କର ଜଣେ ସହଯୋଗୀଙ୍କୁ ଧରି ବଙ୍ଗୀୟ ଜମିଦାର ମାନେ ପ୍ରଭାବିତ କରିବାରେ ବିଫଳ ହେବା ପରେ ସେମାନେ ତାଙ୍କର ଶହଶହ ଏକର ଜମିକୁ ନିଜର ଵିରାଦରୀ ବଙ୍ଗାଳୀମାନଙ୍କୁ ହାତ ପଟ୍ଟା ଦେଇ ସମୁଦ୍ର କୂଳିଆ ଜମି ସବୁ କୁ ପିଛିଲା ତାରିଖ ପକାଇ ସେମାନଙ୍କ ନାମରେ ଅଧିକାରଭୁକ୍ତ କରାଇଦେଲେ । ପରବର୍ତ୍ତୀ ସମୟରେ ଏହି ବଙ୍ଗୀୟମାନେ ନିଜ ନାମରେ ଥିବା ଜମି ସ଼ହିତ ସରକାରୀ ଜମି ଜବରଦଖଲ କରିଦେଲେ । ଯେଉଁ ଉପକୂଳିଆ ଜମି ସବୁ ପ୍ରାକୃତିକ ଲୁଣାଜଙ୍ଗଲ ପୂର୍ଣ ଥିଲା । ସେମାନେ ଅଧିକାଂଶ କମ୍ୟୁନିଷ୍ଟ ପାର୍ଟିର ସଦସ୍ୟତା ଗ୍ରହଣ କରିଥିଲେ । ପଶ୍ଚିମବଙ୍ଗର କମ୍ୟୁନିଷ୍ଟ ନେତା ମାନଙ୍କୁ ଧରି ଓଡ଼ିଶାର କମ୍ୟୁନିଷ୍ଟ ପାର୍ଟିର ନେତା ମାନଙ୍କ ସହଯୋଗ ପାଇଲେ । ଏମାନଙ୍କ ସହିତ ପ୍ରଜା ସୋସିଆଲିଷ୍ଟ ମାନେ ସହଯୋଗ କରିଥିଲେ । ଭୂମିହୀନକୁ ଭୂମିଦାନ ଆହ୍ବାନରେ ବିଜୁବାବୁଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ଚାନ୍ଦବାଲି ଠାରୁ ଜମ୍ବୁ ପାରାଦୀପ ଓ ଏରସମା ଯାଏଁ ଜଙ୍ଗଲ ଜମି,ପଠା,କନ୍ଦା ଜମି ଦଖଲ ଅଭିଯାନ ସମୟରେ ସରକାରଙ୍କ ନିରବ ସମର୍ଥନ ରହିଥିଲା, ଜଣେ ସମାଲୋଚକ ବିଜୁ ବାବୁଙ୍କ ମାମୁଁ ଘର, ବୀରେନ୍ ମିତ୍ରଙ୍କ ବିରାଦରୀ ଅଭିଯୋଗ ଉଠିଥିଲା, ସେଥିପ୍ରତି କୌଣସି ଓଡ଼ିଆ ଦୃଷ୍ଟି ଦେଇ ନଥିଲେ । ସେମାନେ ସମୁଦ୍ର କୂଳିଆ ଜଙ୍ଗଲ କାଟି ସଫା କରୁଥିବା ସମୟରେ , ଏପଟେ ପାରାଦୀପ ବନ୍ଦର ନିର୍ମାଣ ପାଇଁ ଅବାରିତ ଭାବେ କୋଟି କୋଟି ସଂଖ୍ୟାରେ ହେନ୍ତାଳ ଓ ଅନ୍ୟାନ୍ୟ ବାତ୍ୟା ନିରୋଧକ ବୃକ୍ଷ ଛେଦନ କରାଗଲା । ହାତ ପଟ୍ଟାଧାରୀ ବଙ୍ଗୀୟମାନେ ସେମାନଙ୍କ ଭାଇ ଵିରାଦରୀ , ବିଶେଷ କରି ଆଜିର ବଙ୍ଗଳା ଦେଶରୁ ଆସିଥିବା ଲୋକଙ୍କୁ ଏହି ଜମି ବିକ୍ରି କରିଦେଲେ । ଭୋଟଜୀବୀ ନେତାମାନେ ସେମାନଙ୍କୁ ଭୋଟର କରାଇଦେବା ସହିତ ଜମିପଟ୍ଟା ମଧ୍ୟ କରାଇଦେଲେ । ଏହି ବଙ୍ଗଦେଶୀବର୍ଗ ସ୍ଥାନୀୟ କୁଜି ନେତାଙ୍କ ଠାରୁ କ୍ଷମତାଧାରୀ ନେତା, ଗ୍ରାମ ପଞ୍ଚାୟତ ସମ୍ପାଦକ ଠାରୁ ପଞ୍ଚାୟତ ସମିତିର ମଣ୍ଡଳ ଉନ୍ନୟନ ଅଧିକାରୀ, ଜିଲ୍ଲା ନେତା ଙ୍କୁ ବଶିଭୂତ କରି , ସେମାନଙ୍କ ପୂର୍ଣ୍ଣ ସହଯୋଗରେ ହଜାର ହଜାର ସଂଖ୍ୟାରେ ଭାଇ ବିରାଦରୀ ମାନଙ୍କୁ ଅଣେଇ ବସତି ସ୍ଥାପନ କଲେ ,ଅତି ସହଜ ଲାଭଦାୟକ ଧାନ ଚାଷ କରିବା ପାଇଁ ଜଙ୍ଗଲ ସଫା କରିବାକୁ ଲାଗିଲେ ଏବଂ ଅଧିକ ରୁ ଅଧିକ ଜଙ୍ଗଲ ଜମି ଜବରଦଖଲ କରିଚାଲିଲେ । ଅନେକ ମାଛ ଧରି ବେପାର କରିବାକୁ ଲାଗିଲେ । କରଦ ରାଜ୍ୟ ଏବଂ ଜମିଦାରୀ ଉଚ୍ଛେଦ ପରେ ଜଙ୍ଗଲ ରୁ କାଠ କାଟିବା ଲାଗି ଆଉ ଅନୁମତିର ଆବଶ୍ୟକତା ପଡ଼ିଲା ନାହିଁ । ଅତଏବ ଅବାଧରେ ଜଙ୍ଗଲ ପଦା କରି ପକା ଇଲେ,ପ୍ରଶାସନ ଏଦିଗ ପ୍ରତି ନଜର ମଧ୍ୟ ଦେଲା ନାହିଁ । ଏସବୁ ବଙ୍ଗୀୟ ମାନଙ୍କ ବିତ୍ପାତ ଫଳରେ ଲଘୁଚାପ ଜନିତ ସାମୁଦ୍ରିକ ଭୟଙ୍କର ଝଡ଼ ତୋଫାନ ସମ୍ପୂର୍ଣ୍ଣ ରୂପେ ପ୍ରତିରୋଧ ଶୂନ୍ୟ ହୋଇ ଉପକୂଳ ରେ ତା'ର ତାଣ୍ଡବଲୀଳା ଦେଖାଇ ଚାଲିଛି ୧୯୬୭ ମସିହା ପର ଠାରୁ । ସେହି ସମୟରୁ ଯେତେବେଳେ ବାତ୍ୟା ଆସିବାର ସମ୍ଭାବନା ପାଣିପାଗ ବିଭାଗ ସୂଚନା ଦିଏ , ସେତେବେଳେ ବହୁ ଲୁକ୍କାୟିତ ଚରିତ୍ର ସମୂହ ଫୁଟି ପ୍ରକାଶ ପାଏ । ଗଣମାଧ୍ୟମରେ ଏହାର ଆଗମନ ର ଭୟ ଉଦ୍ରେକକାରୀ ବ୍ୟାପକ ପ୍ରଚାର କରାଇବାକୁ ବ୍ୟବସାୟୀ ମାନେ ଧରାଧରି କରିଥାନ୍ତି । ଉଭୟ ବ୍ୟବସାୟୀ ଓ ଖାଉଟି ମାନେ ଅତ୍ୟାବଶ୍ୟକ ସାମଗ୍ରୀ କୁ ଅଯଥା ଜମା ( ହୋର୍ଡିଂ) କରିବାରେ , ଅର୍ଥାତ୍ ଲୁଚାଇ ରଖିବା ଫଳରେ ସୃଷ୍ଟ କୃତ୍ରିମ ଅଭାବରେ ବ୍ୟବସାୟୀମାନେ ମାଲେମାଲ ହୋଇ ଆସୁଛନ୍ତି । ବିଭିନ୍ନ ମିଥ୍ୟା ହିସାବ ପାରଙ୍ଗମ ପଦାଧିକାରୀ ମାନେ ଭିତରେ ଭିତରେ କୁରୁଳି ଉଠନ୍ତି । ଅନେକ ଯନ୍ତ୍ରୀ ତନ୍ତ୍ରୀ ମାନଙ୍କ ପତ୍ନୀ ମାନେ ଭୋଗଡାଲା ଧରି ବିଭିନ୍ନ ମନ୍ଦିରରେ ବିପର୍ଯ୍ୟୟ ଭୟଙ୍କର ହେଉ ବୋଲି ପୂଜା କରିଥାନ୍ତି । ବାତ୍ୟା,ବନ୍ୟା ସମୟରେ କେତେ ଅଇଲା,ଗଲା , ତା'ର ହିସାବ ରହେ ନାହିଁ । ଆମର ନିଜସ୍ୱ ଅଭିଜ୍ଞତା ଆଧାରରେ ଏହା ଆମେ ଦୃଢ଼ତାର ସହ କହୁଛୁ । ଏବେ ଯେଉଁ ବାତ୍ୟା ସମ୍ଭାବନା କୁ ନେଇ ସର୍ବତ୍ର ଚର୍ଚ୍ଚା, ଦୃଶ୍ୟ ଶ୍ରାଵ୍ୟ ଗଣମାଧ୍ୟମ ରେ ସ୍ଵକୀୟ ଜନାନୁଧ୍ୟାନ ପରିସଂଖ୍ୟାନ ଅଭିବୃଦ୍ଧି ଲକ୍ଷ୍ୟରେ (ଟିଆରପି) ପ୍ରତିଯୋଗିତା , ଯାହା କେବଳ ଭୟ ଉଦ୍ରେକକାରୀ ନୁହେଁ, ପରୋକ୍ଷରେ କୃତ୍ରିମ ଅଭାବ ସୃଷ୍ଟି କାରୀ ମହଜୁଦକାରୀଙ୍କ କଚେପୁଅ ବାର ପାଇଁ ଉଦ୍ଦିଷ୍ଟ । ବିଗତ ୪୭ ବର୍ଷ ର ଅଭିଜ୍ଞତା କୁ ଉପଜିଵ୍ୟ କରି ଆମର ଏକ ମୌଳିକ ପ୍ରଶ୍ନ " କାହିଁକି ସରକାର, ବିରୋଧୀ ଦଳ, ଆମର ତଥାକଥିତ ବୁଦ୍ଧିଜୀବୀ ସର୍ବଦା ସାମ୍ଭାବ୍ୟ ବିପର୍ଯ୍ୟୟ ସମୟରେ ହେଉ , ହେଉ ଅବା ବିଭିନ୍ନ ଘଟଣା ସମୟ ରେ, ତା'ର ସମ୍ମୁଖୀନ ହେବାପାଇଁ ଯେପରି ପଦକ୍ଷେପ ଗ୍ରହଣ କରିବାକୁ ପ୍ରଚାର କରିଥାନ୍ତି, ପ୍ରତିକାର କରିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଉଛନ୍ନ ହୋଇଥାନ୍ତି, ସେମିତି କେବେ ଥରେ ହେଲେ ପ୍ରାକୃତିକ ବିପର୍ଯ୍ୟୟ ହେଉ, ହେଉ ଅବା ଖଣି ଡକାୟତି, ଚିଟଫଣ୍ଡ ଦୁର୍ନୀତି, ମହାନଦୀ ଜଳ ଅବରୋଧ, ସୀମା ଦଖଲ, ଅମୂଲ୍ୟ ସମ୍ପଦ ଅପହରଣ ଆଦି ଘଟଣା ସମୂହ ର ପ୍ରତିଷେଧକ ପାଇଁ ଯୋଜନା କରିବା ଛାଡ, ଏଥିପାଇଁ ଚିନ୍ତା କରିଛନ୍ତି କି ? ଅତଏବ କେବଳ ବଢ଼ି, ମରୁଡି,ଝଡି , କରୋନା ଭଳି ବାଡି ବା ମହାମାରୀ ସମ୍ପର୍କରେ ନୁହେଁ, ପ୍ରତ୍ୟକ ଟି ଘଟଣା ଓ ଅଘଟଣ ସମୟରେ ପ୍ରତିଷେଧ ବ୍ୟବସ୍ଥା ସମ୍ଭବ ଓ ତୁଳନାତ୍ମକ ଭାବେ ସାର୍ବଜନୀନ ଲାଭଦାୟକ ହୋଇଥିଲେ ହେଁ, ପ୍ରତିଷେଧକ ବ୍ୟବସ୍ଥା ପ୍ରତି ଅଣଦେଖା କରି ପ୍ରତିକାର ଲାଗି ଅତି ମାତ୍ରାରେ ଉତ୍ସୁକତାର କାରଣ କ'ଣ ଜାଣନ୍ତି ? ଏହା ମୂଳ ରେ କେବଳ ବ୍ୟକ୍ତିଗତ ଲାଭ, ଆତ୍ମ ପ୍ରଚାର ବା ବାଃ ବାଃ ନେବାର ଲାଳସା, ପରବର୍ତ୍ତୀ ନିର୍ବାଚନରେ ବିଜୟୀ ହୋଇ ସିଂହାସନ କୁ ଜାବତ୍ ଚନ୍ଦ୍ରାକେ ଭୋଗ ଦଖଲ । ତେଣୁ ତ ବ୍ୟାପକ କ୍ଷୟକ୍ଷତି ର ପ୍ରଚାର କରାଇ ମହଜୁଦକାରୀଙ୍କ ସମ୍ପତ୍ତି ବଢାଇ ମୁଦ୍ରିତ ଓ ଦୃଶ୍ୟ ଶ୍ରାବ୍ୟ ଗଣମାଧ୍ୟମ ରେ କିଣା ସମ୍ବାଦ ( ପେଡ ନ୍ୟୁଜ) ପରିବେଷଣ କରାଯାଏ । ଏକଦା ଏକ ହିନ୍ଦୀ ଚଳଚ୍ଚିତ୍ର " ନାୟକ" ର କାହାଣୀ କୁ ଉପଜିଵ୍ୟ କରି ଆମେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଗୋଟିଏ ପତ୍ର ଲେଖିଥିଲୁ । ତାଙ୍କର ୨୪ ଶାସନ ସମୟ ଭିତରେ ଜଣେ ଯେ କିଏ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଦେଇ ପ୍ରାପ୍ତି ସ୍ବୀକାର ପତ୍ର ପାଇଛି, ତାହା ଆମକୁ ଜଣା ନାହିଁ , ତଦାନୁସାରେ ଆମେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କୌଣସି ଉତ୍ତର ସିନା ପାଇଲୁ ନାହିଁ , ଜୀବନର ପ୍ରଥମ ଥରପାଇଁ ଭ୍ରାମ୍ୟମାଣ ଦୂରଭାଷରେ ସେତେବେଳେର ଅସଲି କ୍ଷମତା କେନ୍ଦ୍ରଙ୍କ ମଧୁର କଟାକ୍ଷ, ଖଟାଙ୍ଗ ,ଧମକ ପାଇଥିଲୁ ଓ ପରବର୍ତ୍ତୀ ସମୟରେ ସରକାରୀ କଳର ଅତ୍ୟାଚାରର ମାତ୍ରା ବୃଦ୍ଧି ପାଇଥିଲା । ଆମେ ସେହି ପତ୍ରରେ କେବଳ କହିଥିଲୁ ଯେ ଆପଣ ଦୀର୍ଘ ଦିନ ଧରି ଶାସନ କାର୍ଯ୍ୟ ଠାରୁ ନିର୍ବାଚନ ପରିଚାଳନାରେ ବ୍ୟସ୍ତ ରହି ନିଜ ଶରୀର ପ୍ରତି ଅବହେଳା ପ୍ରଦର୍ଶନ କରିଆସୁଛନ୍ତି, ଶୁଣାଯାଏ ଆପଣଙ୍କ ପୂର୍ବ ଅସ୍ତ୍ରୋପଚାର ର ନବୀକରଣ ସମୟ ଅତିବାହିତ ହୋଇଗଲାଣି , ଆପଣ ଅନ୍ତତଃ ପାଞ୍ଚ ମାସ ଛୁଟି ନେଇ ରୁଷ ଯାଇ ଚିକିତ୍ସା କରାନ୍ତୁ ଏବଂ ସେହି ପାଞ୍ଚ ମାସ ଆମକୁ ଶାସନ କରିବାର ସୁଯୋଗ ଦିଅନ୍ତୁ, ଯାହା ସମ୍ବିଧାନରେ ମଧ୍ୟ ଅଛି, ସଭ୍ୟ ନଥାଇ ମଧ୍ୟ ଜଣେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିପାରିବେ, ଯେପରି ମମତା ବାନାର୍ଜୀ ନିର୍ବାଚନରେ ପରାଜୟ ବରଣ କରିବା ସତ୍ତ୍ୱେ
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ରହିଥିଲେ ଏବଂ ପରେ ନିର୍ବାଚିତ ହୋଇଥିଲେ । ଓଡ଼ିଶାରେ ବିଗତ ଦିନରେ ୧୯୮୦ ଓ ୧୯୯୫ ରେ ଜାନକୀ ବଲ୍ଲଭ ପଟ୍ଟନାୟକ, ୧୯୯୮ ରେ ଗିରିଧାରୀ ଗମାଙ୍ଗ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଶାସକ ଦଳର ମୁଣ୍ଡ ଆମକୁ ପଚାରିଲେ , ଏଭଳି ପିଲାଳିଆମି କରିବା କ'ଣ ଶସ୍ତା ଲୋକପ୍ରିୟତା ପାଇଁ ଉଦ୍ଧିଷ୍ଟ ? ଆମେ କହିଲୁ ନା, ଏହା ପିଲାଳିଆମି ନୁହେଁ,ଏକ ଆହ୍ବାନ । ଆପଣଙ୍କ ଦଳର ବିଧାୟକ ମାନଙ୍କୁ ନେଇ ମନ୍ତ୍ରିମଣ୍ଡଳ ଗଠିତ ହେବ, ସେବା ସଂଯୁକ୍ତ ପ୍ରଶାସନିକ ଅଧିକାରୀମାନଙ୍କୁ ନେଇ ଏଭଳି ଶାସନ ହେବ, ପାଞ୍ଚ ମାସ ପରେ ଆପଣ ଦେଖିବେ ଓଡ଼ିଶାର ପରିବର୍ତ୍ତନ , ଯଦି ନିଜେ ଆପଣ ନାହିଁ ବୋଲି ମତପୋଷଣ କରନ୍ତି , ତେବେ ଆମେ ଆପଣଙ୍କ ନେତାଙ୍କ ବାସଭବନ ସମ୍ମୁଖ ବତୀ ଖୁଣ୍ଟରେ ନିଜକୁ ନିଜେ ଫାଶୀ ଦଣ୍ଡାଦେଶ ଦିଆଇବୁ । ସେ ଇଂରାଜୀ ଭାଷାରେ କ଼ହିଲେ ରିଲ କାହାଣୀ ରିଅଲ ଭିତରେ ବହୁ ପାର୍ଥକ । ଆପଣ କ'ଣ ଅନୀଲ କାପୁର ? ହଁ ପରିବର୍ତ୍ତନ ନିର୍ଭର କରେ ନେତୃତ୍ବର ମାନସିକତା ଉପରେ । କ'ଣ ଆପଣ ଯାଦୁ କରିବେ ? ନା, ଆମେ ଯାଦୁକର ନୋହୁଁ, କର୍ମକାର । କେମିତି କରିବେ ? ଆମେ ଉତ୍ତର ଦେଇଥିଲୁ ତାହା ଆପଣଙ୍କୁ କାହିଁକି କହିବୁ ? ସେ ବିରକ୍ତି ପ୍ରକାଶ କରି କହିଲେ " ଦୟାକରି ପବନ କରନ୍ତୁ ନାହିଁ । ଆମେ ତାଙ୍କ ଆହ୍ବାନ କୁ ଗ୍ରହଣ କରି କହିଥିଲୁ ଯେ ଶହେଟି ପଦକ୍ଷେପ ରୁ ଆଜି ଆପଣ ଙ୍କୁ ଗୋଟିଏ ଉଦାହରଣ ଦେଉଛୁ । ସେହି ଗୋଟିଏ ଯୋଜନା କଥା କହିବା ପରେ ସେ ଚୁପ୍ ହୋଇଯାଇଥିଲେ । ଏହି ଆଲୋଚନାଟି ଆମ ପାଇଁ ଟିକେ ମଙ୍ଗଳ ସାବ୍ୟସ୍ତ ହୋଇଥିଲା । ସେହି ଦିନ ଠାରୁ ଦୂରଭାଷ ରେ ପ୍ରତି ଦିନ ଅଜଣା ଲୋକ ଙ୍କ ଗାଳି, ଧମକପୂର୍ଣ୍ଣ କଥାବାର୍ତ୍ତା ବନ୍ଦ ହୋଇଗଲା । ପରବର୍ତ୍ତୀ କିଛି ଦିନ ପରେ କ'ଣ ପାଇଁ ଦେଖାଦେଲା ଯେ ବାର ବର୍ଷର ଫେବିକଲ ଯୋଡ଼ି ମେଲା ହୋଇଗଲା ଏବଂ ମେ,୨୯ ର ଐତିହାସିକ ନାଟକ, ବେଇନାମ ( ବେଇମାନ ଶବ୍ଦ ଟି ବୋଧେ ପାଟି ର ବେଇନାମ ହୋଇଗଲା ଅବା ତାହାହିଁ ଭାବିଚିନ୍ତି କହିଥିଲେ) ବିଶେଷଣ, ବହିସ୍କାର, ନୂତନ ଦଳ ଗଠନ, ବ୍ରହ୍ମାସ୍ତ୍ର ପ୍ରାୟ ର ଧମକ, ଶେଷରେ କର୍କଟାକ୍ରାନ୍ତ ହୋଇ ଜୀବନ ପାଖରୁ ବିଦାୟ ନେବା ଘଟଣା ଇତିହାସ ର କଥାବସ୍ତୁ । ଏହା ନିର୍ବିବାଦୀୟ ସତ୍ୟ ଯେ ୧୨ ଶହ ବର୍ଷ ତଳେ ( ଅଷ୍ଟମ ଶତାବ୍ଦୀ) ପଦ୍ମ ପୁରାଣରେ ଯାହା ଉଲ୍ଲେଖ ଥିଲା " ବର୍ଷାଣାଂ ଭାରତ ଶ୍ରେଷ୍ଠ, ଦେଶାନାମ୍ ଉତ୍କଳ ସ୍ମୃତ, ଉତ୍କଳସ୍ୟ ସମୋଦେଶ , ଦେଶ ନାସ୍ତି ମହୀତଳେ" ଏବେବି ପ୍ରାସଙ୍ଗିକ । ସମଗ୍ର ବିଶ୍ବରେ ପ୍ରତିଟି ସାମାଜିକ ଦୃଷ୍ଟିକୋଣରୁ ଓଡ଼ିଶା ଏକ ଉର୍ବର ମାଟି । ଯଦି ସଠିକ୍ ନେତୃତ୍ବ ମିଳେ, ତେବେ ପୂର୍ବଜଙ୍କ ଅବଦାନ ଭଳି ଏହା ବିଭିନ୍ନ କ୍ଷେତ୍ରରେ ବିଶ୍ବଗୁରୁ ହୋଇପାରିବ । ନବୀନ ବାବୁଙ୍କୁ ଓଡ଼ିଶାବାସୀ ଯେଭଳି ଅକୁଣ୍ଠିତ ସମର୍ଥନ ଦେଇଆସୁଛନ୍ତି, ତାହା ତାଙ୍କର ପିତା ବିଜୁ ପଟ୍ଟନାୟକ ଙ୍କୁ ଅବା ଅନ୍ୟ କାହାକୁ ଦେଇ ନଥିଲେ ।
ଅକ୍ଟୋବର ୨୯ - ୨
ଏପରିକି ଯେଉଁ ବିଜୁ ବାବୁ ଙ୍କ ପୁତ୍ରର ଏକମାତ୍ର ପରିଚୟ ଆଧାରରେ , କାରଣ ୧୯୯୭ ରେ ଓଡ଼ିଶାରେ ତାଙ୍କର ରାଜନୈତିକ ଜନ୍ମ୍ ସମୟରେ ସେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି, ପରମ୍ପରା, ଇତିହାସ, ଭୂଗୋଳ, ରାଜନୀତି, କିଛି ବି ଜାଣି ନ ଥିଲେ, ସେ କ'ଣ ଥିଲେ ତାହା ଆମେ ନିଜେ ଦିଲ୍ଲୀରେ ଦେଖିଛୁ, ଯେତେବେଳେ ସମ୍ମାନାଷ୍ପଦ ରଣଜିତ୍ ମହାନ୍ତି ତାଙ୍କ ସହିତ ଆମକୁ ପରିଚିତ କରାଇଥିଲେ , ସେହି ବିଜୁ ବାବୁ ମାତ୍ର ଅଢେଇ ବର୍ଷ ମୁଖ୍ୟମନ୍ତ୍ରୀ ରହି ପାରିନଥିଲେ, ପୁଣି ୨୭ ବର୍ଷ ପରେ ଭିପି ସିଂ ଙ୍କ ସପକ୍ଷବାଦୀ ହାଓ୍ବା ରେ ମୁଖ୍ୟମନ୍ତ୍ରୀ ହେବା ମଝିରେ ଏକଦା ୪ ଟି ବିଧାନସଭା ଓ ଗୋଟିଏ ଲୋକସଭାରେ , ଏହି ପରି ପାଞ୍ଚଟି ନିର୍ବାଚନ ମଣ୍ଡଳୀ ରେ ପ୍ରାର୍ଥୀ ହୋଇ ପାଞ୍ଚ ଟି ଯାକ ସ୍ଥାନରେ ହାରିଥିଲେ । ଅତଏବ ନବୀନ ବାବୁଙ୍କ ଭଳି ଭାଗ୍ୟବାନ ବ୍ୟକ୍ତି ବିଶ୍ବ ଇତିହାସରେ ବିରଳ । ଏତେ ସବୁ ଜନସମର୍ଥନ ଠାରୁ ଆରମ୍ଭ କରି ସକଳ ପ୍ରକାର ସୁବିଧା ସୁଯୋଗ ଥିଲେ ମଧ୍ୟ ରାଜ୍ୟ ର ବିକାଶ ପରିବର୍ତ୍ତେ ବିନାଶ ଦିଗକୁ ନେବା, ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା କୁ ଅମଲାତାନ୍ତ୍ରିକ ଶାସନ ବ୍ୟବସ୍ଥା ରେ ରୂପାନ୍ତରିତ କରାଇବା, ରାଜ୍ୟ ରେ ଭିକାରୀ ସଂସ୍କୃତି କୁ ସାର୍ବଜନୀନ କରାଇବା ( ଅନ୍ତୁଡିଶାଳରେ ପ୍ରସୂତି ଭତ୍ତା ଠାରୁ ଅନ୍ତିମ ସମୟରେ ହରିଶ୍ଚନ୍ଦ୍ର ଭତ୍ତା ମଝିରେ ଅନେକ ଛତର ଯୋଜନା ) , ରାଜକୋଷ କୁ ୠଣ ଭାରରେ ଭାରାକ୍ରାନ୍ତ କରାଇଦେବା, ଦଶଲକ୍ଷ କୋଟି ଟଙ୍କାର ଖଣି ଡକାୟତି , ସୀମା ଅସୁରକ୍ଷିତ, କର୍ମବୀର ଓଡ଼ିଆ ଙ୍କୁ କର୍ମକୋଢି କରାଇଦେବା ଆଦି ଶତାଧିକ ଅପକୀର୍ତ୍ତିମାନ ସୃଷ୍ଟି କରାଇଛନ୍ତି ବୋଲି ଆମେ ପ୍ୟାରୀ ଆଜ୍ଞାଙ୍କୁ ରୋକଠୋକ ଶୁଣାଇଥିଲୁ ।
ସରଳ ବିଶ୍ୱାସୀ, ଶାନ୍ତି ପ୍ରିୟ ଓଡ଼ିଆ ଙ୍କୁ ଠକି , ଚଞ୍ଚକତା କରି, ଏପରିକି ନିଜର ଭାବମୂର୍ତ୍ତି ଗଠନ କରିବାକୁ କୋଟି କୋଟି ଟଙ୍କା ବିଜ୍ଞାପନରେ ଖର୍ଚ୍ଚ କରିବା, ନିଜକୁ ଓଡ଼ିଶାର ପରିଚୟ ବୋଲି ପ୍ରଚାରିତ କରାଇବା , ନିର୍ବାଚନ ରାଜନୀତି କୁ ବ୍ୟୟବହୁଳ କରାଇବା, କ୍ଷମତା ରାଜନୀତି ରେ ପରିବାରବାଦ ( ବିଧାୟକ କିମ୍ବା ସାଂସଦ ଙ୍କ ମୃତ୍ୟୁ ପରେ ଉପ ନିର୍ବାଚନରେ ତାଙ୍କର ପୁତ୍ର, ପତ୍ନୀ ଙ୍କୁ ପ୍ରାର୍ଥିତ୍ଵ ଦେବା ହେଉ ଅବା ଦୁର୍ନୀତି ଅଭିଯୋଗ ରେ ଗିରଫ ନେତାଙ୍କ ନିର୍ବାଚନ ମଣ୍ଡଳୀ ରେ ତାଙ୍କର ନାଁ ବାଳକ ପୁତ୍ର କୁ ପ୍ରାର୍ଥିତ୍ଵ ପ୍ରଦାନ) କୁ ଉପଜିଵ୍ୟ କରି କଳେବଳେ କୌଶଳେ ବିଜୟୀ ହେବା, ବିରୋଧୀ ଦଳ କୁ ଭାଙ୍ଗି ଛିନ୍ନବିଛିନ୍ନ କରାଇଦେବା, ଏପରିକି ବିରୋଧୀ ଦଳ ନେତା ଙ୍କୁ ପ୍ରଲୋଭିତ କରାଇବା ଭଳି ଅନେକ ଅଭାବନୀୟ କାର୍ଯ୍ୟ କରିବା, ମୁଖ୍ୟମନ୍ତ୍ରୀ ଆସନ ସୁରକ୍ଷିତ ରଖିବା ପାଇଁ ସକଳ ପ୍ରକାର କୂଟକପଟ ପ୍ରୟୋଗ କରିବା, ଓଡ଼ିଶା ର ଅମୂଲ୍ୟ ଖଣିଜ ସମ୍ପଦକୁ ଅଣ ଓଡ଼ିଆ ଦେଶି ବିଦେଶୀ ଙ୍କ ହାତକୁ ଟେକି ଦେବା ଭଳି ଅନେକ ଘଟଣା , ଆଚରଣ ଓ ଉଚ୍ଚାରଣ କୁ ଉପଜିଵ୍ୟ କରି ଆଗାମୀ ଇତିହାସ ତାଙ୍କୁ ଅନେକ କୁବିଶେଷଣରେ ଯେ ବିଭୂଷିତ କରିବ , ଏଥିରେ ସାମାନ୍ୟ ସନ୍ଦେହର ଅବକାଶ ନାହିଁ ବୋଲି ମଧ୍ୟ ଶୁଣାଇଥିଲୁ। ଏବେ ବି ସମୟ ଅଛି, ପ୍ରଥମ ବିଜେପି ସରକାରର ଅଧିନାୟକ ମୋହନ ଆଜ୍ଞା ଚାହିଁଲେ, ଓଡ଼ିଶା ବିକାଶର ନନ୍ଦିଘୋଷ ରଥ ଆଗକୁ ଆଗକୁ ଦ୍ରୁତ ଗତିରେ ଆଗେଇ ଚାଲିବ । ଯୋଗ୍ୟ ଲୋକ ଙ୍କ ଠାରୁ ପରାମର୍ଶ ନିଅନ୍ତୁ, ଓଡ଼ିଶାରେ ଯୋଗ୍ୟ ଲୋକଙ୍କ ଅଭାବ ନାହିଁ କି ଯୋଗ୍ୟ ଭାରତୀୟ ପ୍ରଶାସନିକ ଅଧିକାରୀ ମାନଙ୍କ ଅଭାବ ନାହିଁ । ଅନେକ ଓଡ଼ିଆ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ବିଭିନ୍ନ ରାଜ୍ୟରେ ସ୍ଵକୀୟ ପ୍ରତିଭା ଓ କର୍ମ ଆଧାର ରେ କେବଳ ଜନପ୍ରିୟ ନୁହନ୍ତି, ଇତିହାସ ସୃଷ୍ଟି କରିଛନ୍ତି । ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଅନେକ ସୁଯୋଗ୍ୟ ଓଡ଼ିଆ ପଦାଧିକାରୀ ମାନଙ୍କୁ ଯେଭଳି ମାନସିକ ନିର୍ଯ୍ୟାତନା ଦେଇ ,ଅଣ ଓଡ଼ିଆ ପ୍ରଶାସନିକ ଅଧିକାରୀଙ୍କ ପ୍ରରୋଚନାରେ, ତାହାର ତାଲିକା ଚବିଶ ବର୍ଷ ଭିତରେ ଡକ୍ଟର ହୃଷୀକେଶ ପଣ୍ଡାଙ୍କ ଠାରୁ ଡକ୍ଟର ଅରୁଣ ପଣ୍ଡା ମାନଙ୍କ ଉଦାହରଣ ପ୍ରଚୁର । ଆମର କ'ଣ ନାହିଁ ? ପ୍ରକୃତି ଓ ପ୍ରଭୁ ଜଗନ୍ନାଥ ଓଡ଼ିଶା କୁ କ'ଣ ନ ଦେଇଛନ୍ତି ? ଅମାପ ଖଣିଜ ସମ୍ପଦ,ବନ୍ୟ ସମ୍ପଦ, ସୁଦୀର୍ଘ ବେଳାଭୂମି, ବିଶ୍ବ ଚକିତ ନୈସର୍ଗିକ ପ୍ରାକୃତିକ ଶୋଭା ର ଭଣ୍ଡାର , ସୁଦୀର୍ଘ ବେଳାଭୂମି , କୁଶଳୀ ମାନବ ସମ୍ବଳ ଏବଂ ଶେଷରେ ସାମାଜିକ ସଂହତି ପାଇଁ ଜଗନ୍ନାଥ ଙ୍କ ନୀତି କ୍ରାନ୍ତି ଆଧାରିତ ମହାମାନବୀୟ ଦର୍ଶନ । ପୃଥିବୀର ଅନ୍ୟ କୌଣସି ଜାତି, କୌଣସି ଧର୍ମ, କୌଣସି ଦେଶ ଏକାବେଳେକେ ଏସବୁ ପାଇଛି କି ? ସେମାନଙ୍କ କୃତ୍ରିମ ପର୍ଯ୍ୟଟନ ସ୍ଥଳ ଆଜି ଲକ୍ଷ ଲକ୍ଷ କୋଟି ଟଙ୍କାର ରାଜସ୍ବ ପାଉଥିବା ସମୟରେ ଆମର ପ୍ରକୃତି ପ୍ରଦତ୍ତ ନୈସର୍ଗିକ ଶୋଭାର ଭଣ୍ଡାର ଅବହେଳିତ, ଅନାଲୋଚିତ, ଅଧିକନ୍ତୁ ଆମରି ଲୋକଙ୍କ ଦ୍ଵାରା ପ୍ରଦୂଷିତ ହୋଇଚାଲିଛି । ସମସ୍ୟା ଲେଖି ବସିଲେ ସାତଖଣ୍ଡ ରାମାୟଣ ଠାରୁ ଅଧିକ ହେବ । ଅତଏବ ସମାଧାନ ର ସୂତ୍ର ଉପରେ ଆଧାରିତ ଆଲୋଚନା କୁ ଆଗେଇ ନେବା । ଯେହେତୁ ଆଲୋଚନା ଟି ବାତ୍ୟା କୁ ଉପଜିଵ୍ୟ କରି ଆରମ୍ଭ ହୋଇଛି, ସେହେତୁ ବାତ୍ୟା ସମସ୍ୟାର କିପରି ସ୍ଥାୟୀ ସମାଧାନ ହୋଇପାରିବ , ତାହା ଉପରେ ଆଲୋଚନା କରିବାକୁ ଯାଉଛୁ । ଧରାଯାଉ କୌଣସି ଏକ ସ୍ଥିତି ରେ ଆମେ ରାଜ୍ୟର ନେତୃତ୍ବ ନେଲୁ, ଯଦିଓ ଏହା ସମ୍ପୂର୍ଣ୍ଣ ଅସମ୍ଭବ, ଆଜିର ପରିବେଶରେ ଓ୍ବାର୍ଡ ସଭ୍ୟ ପାଇଁ ପ୍ରତିଦ୍ୱନ୍ଦିତା କଲେ ଆମର ଅମାନତ ରହିବ କି ନାହିଁ ତାହା ସନ୍ଦେହ , ଆମେ କିଭଳି ବାତ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରଥମେ କି ପଦକ୍ଷେପ ନେବୁ । ସମୁଦ୍ର ଉପକୂଳର ସମସ୍ତ ହଡ଼ପ ଜବର ଦଖଲ ଜମି ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସରକାରଙ୍କ ଖାତା କୁ ଆଣିବା ପାଇଁ ପ୍ରଶାସନକୁ କଡା ନିର୍ଦ୍ଦେଶ ଦେବୁ । ଏହି କାର୍ଯ୍ୟକ୍ରମରେ ହିଁ ଶୂନ୍ୟ ସହନଶୀଳ ହେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବୁ । ଏହା ପରେ ହାତପଟ୍ଟା କିଭଳି ସରକାରୀ ପଟ୍ଟା ରେ ପରିବର୍ତନ ହେଲା, ତାହାର ତଦନ୍ତ ମଧ୍ୟ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ କରି ବେଳାଭୂମିର ଜଙ୍ଗଲ କିସମ ଜମିକୁ ଗୋଟିଏ ମାସ ମଧ୍ୟରେ ସରକାରୀ ଖାତାକୁ ଫେରାଇ ଆଣିବୁ । ଏଥିସହିତ ଚନ୍ଦନେଶ୍ଵର ( ଦୀଘା) ଠାରୁ ଇଚ୍ଛାପୁର ପର୍ଯ୍ୟନ୍ତ ଏକ ସାମୁଦ୍ରିକ ବାତ୍ୟା ପ୍ରତିରୋଧକ ପ୍ରାକୃତିକ ପ୍ରାଚୀର ( ଘଞ୍ଚ ଜଙ୍ଗଲ) ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇ ନିଜ ତଦାରଖରେ ଯୁଦ୍ଧ କାଳୀନ ଭିତ୍ତିରେ କାର୍ଯ୍ୟ ଆରମ୍ଭ କରିବୁ । ବିଧାନସଭାରେ କଳିଙ୍ଗ ସାଗର ନାମରେ ମହୋଦଧି କୁ ପୁନଃ ନାମିତ କରାଇବୁ । କଳିଙ୍ଗ ସାଗର ବେଳାଭୂମିର ସର୍ବାଧିକ ପାଞ୍ଚ କିଲୋମିଟର ଏବଂ ସ୍ଥଳ ବିଶେଷରେ ତିନି କିଲୋମିଟର ଓସାରର ଏକ ସାମୁଦ୍ରିକ ଲୁଣା ଅଭୟାରଣ୍ୟ ସୃଷ୍ଟି କରାଇବୁ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରସ୍ତାବିତ ଲୁଣା ଜଙ୍ଗଲରେ ଅତି କମ୍ ସ୍ଥାନ କୁ ଛାଡି ଦେଲେ ବୃକ୍ଷରୋପଣର କୌଣସି ଆବଶ୍ୟକତା ପଡ଼ିବ ନାହିଁ, ସେ ଆପେ ଆପେ ସୃଷ୍ଟି ହୋଇଯିବ, କେବଳ ସୁରକ୍ଷା ପାଇଁ ଜଙ୍ଗଲ ବିଭାଗରେ କୈାଣସି କାମ ନକରି ମାସକୁ ମାସ ଦରମା ଭତ୍ତା ନେଉଥିବା କର୍ମଚାରୀଙ୍କୁ ଉତ୍ତର ଦାୟିତ୍ଵ ସହିତ ନିଯୁକ୍ତି ଦିଆଯିବ । ଏକ ମୋଟା ତାର ବାଡ଼ ଦିଆଯାଇ ଗାଈଗୋରୁ ଙ୍କ ଠାରୁ କୌଣସି ପ୍ରକାରର ଯାନବାହାନ ନିଷେଧ କରାଯିବା ସହିତ ଯେ କୌଣସି ଅନୁପ୍ରବେଶକାରୀଙ୍କୁ ଚୋରି ଅପରାଧରେ ଗିରଫ କରି ଦଣ୍ଡିତ କରାଯିବ । ୧୯୬୭ ଠାରୁ ଏଯାବତ୍ ପାଖାପାଖି ୫୦ ଲକ୍ଷ କୋଟି ଟଙ୍କାର ୦.୦୦୧ ପ୍ରତିଶତ ଅର୍ଥ ଖର୍ଚ୍ଚ କରି ପାଞ୍ଚ ବର୍ଷ ପରେ ଯେ କୌଣସି ବାତ୍ୟା ଆସୁନା କାହିଁକି ସାମାନ୍ୟ ଖାତିରି କରିବାର ନାହିଁ ।ଏହି ଉପସ୍ଥାପନ କୁ କ୍ରମାଗତ ଭାବରେ ଲେଖା ଚାଲିଛି । ଆଜି କେତେକ ଉତ୍ସାହୀ ବନ୍ଧୁ, କେତେକ ହିତୈଷୀ ଆମକୁ ଭ୍ରାମ୍ୟମାଣ ଦୂରଭାଷରେ ପ୍ରଶ୍ନ କଲେ, ଆପଣ କାହିଁକି କ୍ଷମତା ରାଜନୀତି ତ୍ୟାଗ କଲେ । ଯେତେବେଳେ ଖୁବ୍ କମ୍ ବୟସରେ ଜାତୀୟ ରାଜନୀତିରେ ଆପଣ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ, ପ୍ରଧାନମନ୍ତ୍ରୀ ଭିପି ଙ୍କ ଖୁବ୍ ନିକଟତର ଥିଲେ, ସେତେବେଳେ ଛାଡ଼ିବାର କାରଣ କ'ଣ ହୋଇପାରେ ? ଆମେ ସେମାନଙ୍କୁ କହିଲୁ ଯେ " ମନ ଜାଣେ ପାପ ,ମାଆ ଜାଣେ ବାପ " ନ୍ୟାୟ ରେ ଆମେ କ'ଣ ଆମେ ଜାଣିଛୁ । ୧୯୮୯ ରେ ଆମେ ନିଜର ସରଳପଣ ରେ ବିଶ୍ବାସ କରୁଥିବା ଏବଂ ତାଙ୍କୁ ନିଜର ନେତା, ଏପରିକି ଆଦର୍ଶ ବୋଲି ବିବେଚିତ କରୁଥିବା ଜଣେ ଛଳନା ସଂଯୁକ୍ତ ନେତାଙ୍କ ଚକ୍ରାନ୍ତିଆ କୁଵୁଦ୍ଧିରେ ପ୍ରଭାବିତ ହୋଇ ଭିପିଜୀ ଙ୍କ ବାରମ୍ବାର ସତ୍ତର୍କ ସତ୍ତ୍ଵେ ପୁରୀ ରୁ ସଂସଦୀୟ ନିର୍ବାଚନରେ ପ୍ରାର୍ଥୀ ହେବାକୁ ମନା କରିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନିଳମଣୀ ରାଉତରାୟ, ଯାହାଙ୍କର ବାଲେଶ୍ଵର ପ୍ରାର୍ଥିତ୍ଵ ଜନତା ଦଳର ସଂସଦୀୟ ବୋର୍ଡ଼ କାଟି ସମରେନ୍ଦ୍ର କୁଣ୍ଡୁ ଙ୍କୁ ପ୍ରାର୍ଥୀ ଭାବେ ଚୟନ କରାଯାଇଥିଲା, ସେହି ନୀଳମଣି ବାବୁ ଙ୍କୁ ପୁରୀ ରୁ ପ୍ରାର୍ଥୀ କରାଯାଇଥିଲା । ୧୯୯୦ ମସିହା ବିଧାନ ସଭା ନିର୍ବାଚନ ସମୟରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ରୁ ପ୍ରାର୍ଥୀ ଭାବେ ଚୟନ କରାଯାଇଥିଲା, ମାତ୍ର ଅଭିମନ୍ୟୁ ଙ୍କୁ ସପ୍ତରଥି ଘେରି ବଧ କଲା ଭଳି ଆମକୁ ବିଜୁ ବାବୁ ଙ୍କ ନେତୃତ୍ବରେ ସତର ରଥି ଚକ୍ରାନ୍ତ କରି ଶେଷ ମୁହୂର୍ତ୍ତରେ ପ୍ରାର୍ଥୀତ୍ବ ରୁ ବଞ୍ଚିତ କରି ଅଜୟ ଜେନା ଙ୍କୁ ନାମାଙ୍କନ ପତ୍ର ଦାଖଲ ସମୟ ଶେଷ ଦିନ ପ୍ରାର୍ଥୀତ୍ବ ପ୍ରଦାନ କରାଯାଇଥିଲା । ଅତଏବ ଆମେ ଦେଖିଲୁ ,ଆମ ଦ୍ବାରା କ୍ଷମତା ରାଜନୀତି ହେବନାହିଁ । ଆଜି ର କ୍ଷମତା ରାଜନୀତିର ଅର୍ଥ ହେଉଛି, ସାଲିସ୍, ମାଲିସ୍ ଅର୍ଥାତ୍ ତୈଳମର୍ଦ୍ଦନ, ପ୍ରଭାବଶାଳୀ ନେତା ଓ ନେତାଙ୍କ ପରାମର୍ଶଦାତା ପ୍ରଶାସନିକ ଅଧିକାରୀଙ୍କ ପଦଲେହନ, ଚାମଚାଗିରି, ସେମାନଙ୍କ ଭ୍ରଷ୍ଟାଚାରରେ ନିଜ ସେବା ଦାନ ହିଁ ସଫଳତା ଦିଆଇବ । ଅର୍ଥାତ୍ ଯିଏ ଯେତେ ପରିମାଣରେ ନିଜର ବିବେକ, ନିଜର ବିଚାର, ନିଜର ସ୍ଵାଭିମାନ ସହିତ ଯେତେ ବେଶି ସାଲିସ୍ କରିପାରିବ, ସିଏ ସେତେ ସଫଳତା ହାସଲ କରିବ । ଏହା କ'ଣ ଆମ ଦ୍ବାରା ସମ୍ଭବ ହୋଇପାରେ ? ଆମେ ଯେତେବେଳେ ୧୯୮୦ ରେ ଦେଶର ଏକ ବଡ଼ ଔଷଧ ନିର୍ମାଣ କମ୍ପାନୀରେ ଉଚ୍ଚ ବେତନର ଚାକିରି ଛାଡ଼ି ସାଧାରଣ ଜୀବନକୁ ଆସିଥିଲୁ, ସେତେବେଳେ ରାଜନୀତି କହିଲେ ଆମେ ବୁଝୁଥିଲୁ ଶ୍ରେଷ୍ଠ ନୀତି, ରାଜ ଶବ୍ଦ ର ଅର୍ଥ ଶ୍ରେଷ୍ଠ, ଯେପରି ରାଜଭୋଗ, ରାଜଭାଗ,ରାଜଦାଣ୍ଡ, ରାଜଦଣ୍ଡ । ଅତଏବ ଆମେ ବୁଝିଥିଲୁ ରାଜନୀତି ଗୋଟିଏ ସ୍ବପ୍ନ, ଗୋଟିଏ ଆଦର୍ଶ ପ୍ରତିଷ୍ଠା କରିବା ପାଇଁ ନିରବଚ୍ଛିନ୍ନ,ବେସାଲିସ୍ ସଂଗ୍ରାମ । ଅତଏବ
କେବଳ ବାତ୍ୟା ନୁହେଁ, ଯେ କୌଣସି ସମସ୍ୟାର ସମାଧାନ ପାଇଁ ସକଳ ଫଳପ୍ରସୂ କ୍ଷେତ୍ର ତଥା ପରିବେଶ ଓଡ଼ିଶାରେ ଉପଲବ୍ଧ ଏବଂ ଶୀଘ୍ରାତିଶୀଘ୍ର ଅବକ୍ଷୟୀ ଲୋକ ଚରିତ୍ର ର ପରିବର୍ତ୍ତନ ସ଼ହିତ ଦ୍ରୁତ ବିକାଶ ପାଇଁ ଓଡ଼ିଶା ରେ ଅଛି ଅକଳ୍ପନୀୟ ଉପାଦାନ , କେବଳ ଏକ ଦୃଢ଼ ଇଚ୍ଛାଶକ୍ତି ସମ୍ପନ୍ନ , ଦୂରଦୃଷ୍ଟି ସମ୍ପନ୍ନ, ନୀତିବାନ ନେତୃତ୍ବର ଆବଶ୍ୟକ । ବିଗତ ଚାରି ଦଶନ୍ଧି ଧରି ଆମେ ନିଃସଙ୍ଗ ପଦାତିକ ଭାବେ ପାଟି କରି ଆସୁଛୁ, ଶହଶହ ଆଲେଖ୍ୟ, ବିଭିନ୍ନ ଦୃଶ୍ୟ ଶ୍ରାଵ୍ୟ ଗଣମାଧ୍ୟମ ଆଲୋଚନା, ସଭା ସମିତିରେ କହି ଆସୁଛୁଯେ " ଓଡ଼ିଶା ବିକାଶ ର ଅସଲ କୁଞ୍ଚିକାଠି କୃଷି ଓ କୃଷକର ବିକାଶ " । ମାତ୍ର ସରକାର ଓଲଟ ବୃକ୍ଷେ ଖେଳୁଛି ଲୋଟଣି ପାରା ନ୍ୟାୟ କୁ ପ୍ରତିପାଦିତ କରି କୃଷି କ୍ଷେତ୍ର କୁ କେବଳ ଅଣଦେଖା ନୁହେଁ, ଅଧିକନ୍ତୁ ବିପର୍ଯ୍ୟୟ ଭିତରକୁ ଠେଲି ଦେଇଛନ୍ତି । ଆଜି ଜମି ପଡିଆ । ଯେଉଁ ରାଜ୍ୟ ଦିନେ ହାତଟେକି ଅନ୍ୟ ରାଜ୍ୟ କୁ ବଳକା ଖାଦ୍ୟ ପଦାର୍ଥ ଦେଉଥିଲା, ବିଦେଶ କୁ ରତ୍ପାନୀ କରୁଥିଲା, ସେହି ଜାତିର ଦାୟାଦ ଆଜି ତା'ର ଦୈନନ୍ଦିନର ଆବଶ୍ୟକତା ମେଣ୍ଟାଇବା ପାଇଁ ଅନ୍ୟ ପ୍ରଦେଶ ଉପରେ ନିର୍ଭର ଶୀଳ । ଚୁନି,ଚୋକଡ, ଅଣ୍ଡା କଦଳୀ,ମାଛ ଆଦି ଅନେକ ଖାଉଟି ଦ୍ରବ୍ୟ ଆନ୍ଧ୍ର ପ୍ରଦେଶରୁ ଆସୁଥିବା ବେଳେ ,ଆଳୁ ପିଆଜ,ରସୁଣ, ଡାଲି ଠାରୁ ଆରମ୍ଭ କରି ଅନେକ ଦ୍ରବ୍ୟ ପଶ୍ଚିମବଙ୍ଗ, ମହାରାଷ୍ଟ୍ର ପ୍ରଭୃତି ରାଜ୍ୟ ଉପରେ ନିର୍ଭରଶୀଳ, ଏପରିକି ଆମ ନେତା, ନେତା ମାନଙ୍କ ଠାରୁ ଶକ୍ତିଶାଳୀ ପ୍ରଶାସନିକ ଅଧିକାରୀ ମାନଙ୍କ ଗଳା ମଣ୍ଡନ କରୁଥିବା ଫୁଲ ମାଳ ପାଇଁ ଫୁଲ ଆସିଥାଏ କଲିକତା ରୁ । ସବୁଠାରୁ ଲଜ୍ଜା ଜନକ କଥା ଆମ ଭଳି ଚିଲିକା ଉପକୂଳିଆ ଲୋକେ ଆନ୍ଧ୍ର ପ୍ରଦେଶରୁ ଆସୁଥିବା ମାଛ ଉପରେ ନିର୍ଭରଶୀଳ । " ଚିଲିକା" ଯାହା ଥିଲା ଓଡ଼ିଶାର ଗୌରବମୟ ଐତିହ୍ୟର ଧରୋବର, ମତ୍ସ୍ୟ ସମ୍ପଦର ବିଶ୍ବଶ୍ରେଷ୍ଠ ଗନ୍ତାଘର, ପ୍ରାକୃତିକ ଶୋଭାର ଅପୂର୍ବ ଭଣ୍ଡାର, କବିବର ରାଧାନାଥ ଙ୍କ ଭାଷାରେ " ଉତ୍କଳ କମଳା ବିଳାସ ଦୀର୍ଘିକା, ମରାଳ ମାଳିନୀ ନିଳାମ୍ବୁ ଚିଲିକା" ଅଧୁନା " ଗରଳ ଗାଳିନୀ ଗୋଳାମ୍ବ ଚିଲିକା" । " ଚିଲିକା ର ଆର୍ତ୍ତ ଚିତ୍କାର" ଶୀର୍ଷକ ରେ ୨୦୦୫ ମସିହାରେ ଏକ ଆଲେଖ୍ୟ " ସୁବାର୍ତ୍ତ" ରେ ପ୍ରକାଶ କରାଇ ତା'ର ନକଲ ସରକାର ଙ୍କୁ ଦେଇଥିଲୁ, କିଛି ପ୍ରତିକାର ଆଶା କରି, ୨୦ ବର୍ଷ ପରେ ଏହାର ସ୍ଥିତି ଆଜି ଦୟନୀୟ । ପ୍ରଥମ ଶତାବ୍ଦୀରେ ପେରିପ୍ଲସରେ ଚିଲିକା ହ୍ରଦର ମହନୀୟତା କୁ ପ୍ଲେନିଂ ପ୍ରକାଶ କରାଇ ବିଶ୍ବ ଦୃଷ୍ଟି ଆକର୍ଷଣ କରିଥିଲେ । ହଜାର ହଜାର ବର୍ଷ ତଳେ ବ୍ରହ୍ମାଣ୍ଡ ପୁରାଣରେ ବର୍ଣିତ ଅଛି -;
" ଚିଲିକାହ୍ରଦେ ସହସ୍ରଂ ତୁ ଜଳଗାମୀ ସୁବୋଇତାଃ
ବହୁଚକ୍ରାନ୍ବିତାଃ ଶୀଘ୍ରୋଃ ଯନ୍ତ୍ରଗାଃ ଚାଳକାଶ୍ରିତଃ ।
ବାଣିଜ୍ୟକରଣେ ଶକ୍ତାଃ ତ୍ରିପଞ୍ଚଶିଖରାକୃତାଃ
ଦ୍ବୀପାନ୍ତର ଗତାୟାତା଼ଃ ଜାବା ମଳୟ ସିଂହଳେ ।
ଗଙ୍ଗାସାଗର ପେଚିନା ତଦାଗତି ଯଦେଛୟା
ଦେଶଦେଶାନ୍ତ ଦ୍ରବ୍ୟାଣି ଗମନାଗମନେପି ବା
ଜଳନିମ୍ନେ ତୁ ବା କେଚିତ୍ ମଜ୍ଜନେ ଗୁପ୍ତ କୌଶଳେ
ଲୁକ୍କାୟିତୋ ଭୂତ ରୂପଂ ମହାଶ୍ଚର୍ଯ୍ୟପରଂ ଗତଃ
କୁର୍ମଯନ୍ତ୍ରଂ ଲାବଯନ୍ତ୍ରଂ ମତ୍ସ୍ୟରୂପଂ ତୁ ପକ୍ଷୀକଂ
ତମ୍ରାଛାଦିତ ବୈଦ୍ରୁତାଃ ସହସ୍ରଜନଧାରକାଃ
ହ୍ରସ୍ବକାଷ୍ଠମୟଂ ଦେହଂ ତାମ୍ରପଟେ ସୁରକ୍ଷିତଂ
ଲୌହଚକ୍ରଗତଂ ନିମ୍ନରେ ଚକ୍ରବ୍ୟୁହ ସମନ୍ବିତଂ ।"
ଉପରୋକ୍ତ ସଂସ୍କୃତ ଶ୍ଲୋକ ର ଭାବାର୍ଥ ବୁଝି ହୃଦୟଙ୍ଗମ କଲେ ରୋମାଞ୍ଚିତ ଯେକେହି ହେବ । କେତେ ମ଼ହାନ ଥିଲା ଆମର ଏଇ ପବିତ୍ର ଜନ୍ମ ମାଟି ଓଡ଼ିଶା, ଆଜି ତା'ର ଏଭଳି ଦୀନହୀନ ଅବସ୍ଥା କ'ଣ ପାଇଁ ? ବ୍ରହ୍ମାଣ୍ଡ ପୁରାଣ ହେଉ ଅବା ଖ୍ରୀଷ୍ଟିଅ ପ୍ରଥମ ଶତାବ୍ଦୀରେ ଲିଖିତ ପେରିପ୍ଲସ୍ ଶୀର୍ଷକ ଗ୍ରନ୍ଥ ହେଉ, ସେଥିରେ ଚିଲିକାର ବିଶାଳତା, ଗଭୀରତା, ସୌନ୍ଦର୍ଯ୍ୟ, ମତ୍ସ୍ୟ ସମ୍ପଦ ଏବଂ ଚିଲିକା ହ୍ରଦରେ ନୌବାଣିଜ୍ୟ ପରମ୍ପରାର ହଜାର ହଜାର ବର୍ଷ ର ଇତିହାସ ସୁଵିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି । କ୍ରମଶଃ ଚିଲିକା ର ବିଶାଳ କଳେବର କ୍ଷୟ ହୋଇ ଗତ ୧୯୬୧ ମସିହା ରେ ଥିଲା ୧୧୬୫ ବର୍ଗ କିଲୋମିଟର, ସେହି ସମୟରେ ସରକାରୀ ନଥିରେ ଉଲ୍ଲେଖ ରହିଛି ଯେ ଚିଲିକାରେ ୨୨୫ ପ୍ରଜାତି ର ମାଛ,୬୧ ପ୍ରକାରର ପ୍ରଟୋଜୋଆ ( ଆଦିପ୍ରାଣୀ),୩୭ ପ୍ରଜାତିର ସରୀସୃପ,୨୦୫ ପ୍ରଜାତିର ପକ୍ଷୀ ବର୍ଗ ଥିଲେ , ହେଲେ ଆଜି ର ସ୍ଥିତି କ'ଣ ? ମାତ୍ର ୬୦/୬୧ ବର୍ଷ ପରେ ବୋଧେ ଏହା ଏବେ ୬୦୦/୭୦୦ ବର୍ଗ କିଲୋମିଟର ଅବୟବ ଏବଂ ବିଷାକ୍ତ ମିଥେନ ଗ୍ୟାସ୍ ର ଗନ୍ତାଘର । ଏହା ଆମର ତଥ୍ୟ ନୁହେଁ, ଖୋଦ୍ ବୈଜ୍ଞାନିକ ମାନେ କହିଛନ୍ତି ଯେ ଚିଲିକାର ପ୍ରତି ବର୍ଗ କିଲୋମିଟର ପାଣିରେ ୩୬୦ ଗ୍ରାମ ମିଥେନ ରହୁଛି । ଚିଲିକା ହ୍ରଦ ରେ ବିଲିନ ହେଉଥିବା ୫୨ ଟି ନଦୀ ପୋତି ହୋଇଗଲାଣି । ଯାହାର ଜଳରେ ଆମର ଜନ୍ମ, ଆମର ଜୀବନ, ସେହି ପୁରାଣ ପ୍ରସିଦ୍ଧ ଚିରସ୍ରୋତା ଦଧିଭଦ୍ରା ବା ଦୟାନଦୀ ଆଜି ମୃତା ଘୋଷିତା । ପ୍ରତି ବର୍ଷ ଦେଶ ବିଦେଶ ରୁ ବିଭିନ୍ନ ପ୍ରଜାତି ର ଦଶଲକ୍ଷ ରୁ ଉର୍ଦ୍ଧ୍ବ ପକ୍ଷୀ ଚିଲିକାକୁ ଆସିଥିବାବେଳେ , ଆଜି ତାହା ସେମାନଙ୍କ ପାଇଁ ମରଣଯନ୍ତା ପାଲଟିଛି । ଏଥିପ୍ରତି କାହାରି ଦୃଷ୍ଟି ନାହିଁ, ଏପରିକି ବଂଶାନୁକ୍ରମେ ଏହି ଚିଲିକା ଉପରେ ନିର୍ଭର କରିଆସୁଥିବା ତିନୋଟି ଜିଲ୍ଲାର ଲକ୍ଷ ଲକ୍ଷ ମତ୍ସ୍ୟଜୀବୀଙ୍କର ମଧ୍ୟ ନାହିଁ । ଅତଏବ ଚିଲିକାର ଜୈବବିଭିନ୍ନତା, ବିଶେଷ କରି ସାମଗ୍ରିକ ଭାବେ ଏହାର ପୁନରୁଦ୍ଧାର ଏକାନ୍ତ ଆବଶ୍ୟକ ହୋଇପଡିଛି । ଅତଏବ ଏକଦା ସୁଜଳା, ସୁଫଳା,ଶସ୍ୟଶ୍ୟାମଳା ,ରତ୍ନଗର୍ଭା, ବୀର ପ୍ରତିଭା ପ୍ରସବିନୀ, ପ୍ରାକୃତିକ ସମ୍ପଦ ର ବିଶ୍ବଶ୍ରେଷ୍ଠ ଗନ୍ତାଘର, ପ୍ରାୟ ଶତାଧିକ କ୍ଷେତ୍ରରେ ବିଶ୍ବଗୁରୁ, କୁଶଳୀ ମାନବ ସମ୍ବଳ , ଗଙ୍ଗା ଠାରୁ ଗୋଦାବରୀ ଯେଉଁ ଉତ୍କଳ ର ଥିଲା ବିଶାଳ କଳେବର, ସେହି ଜାତିର ଦାୟାଦ ଆଜି କାହିଁକି ଉଭୟ ଖାଦ୍ୟ ଓ ବସ୍ତ୍ର ପାଇଁ ଭଗାରି ରାଜ୍ୟ ଠାରୁ ଆରମ୍ଭ କରି ଅନ୍ୟ ରାଜ୍ୟ ନିକଟରେ ହାତ ପତାଉଛି ? ଏହି ପ୍ରଶ୍ନ ଯେତେବେଳେ ଗଣମାଧ୍ୟମ ପିଚାରେ ନାହିଁ, କାରଣ ଅଧିକାଂଶ ଖର୍ଦ୍ଦି , ସେହି ପ୍ରଶ୍ନ ଯଦି ବିରୋଧୀ ଦଳ ପଚାରେନା, କାରଣ " ଛତାବର, ସଵୁପତ୍ନୀଭ୍ରାତା ଏକାଦର" ନ୍ୟାୟ ରେ " ଆଙ୍ଗୁଳି ସନ୍ଧିରେ ମଳି, ଭିତରେ ଭିତରେ ସଲାସୁତୁରା ଉପରେ ଉପରେ କଳି" ନାଟକ ଅତି ସୁନ୍ଦର ଭାବରେ ଅଭିନୀତ ହୋଇ ଚାଲିଛି, ସେତେବେଳେ ଲୋକେ ପଚାରିବା କଥା କାହିଁକି ଆଳୁ, ପିଆଜ ରସୁଣ, ଜିରା, ଫୁଟଣ ଠାରୁ ମାଛ, ଟମାଟୋ ଆଦି ବିଭିନ୍ନ କିସମର ଅତ୍ୟାବଶ୍ୟକ ସାମଗ୍ରୀ ଆନ୍ଧ୍ର, ବଙ୍ଗଳା, ମହାରାଷ୍ଟ୍ର, ଝାଡ଼ଖଣ୍ ପ୍ରଭୃତି ରାଜ୍ୟରୁ ଆଣିବାକୁ ପଡୁଛି ? ଲୋକେ ବି ଛତର ଖାଇ ଚୁପଚାପ୍ ବସି ରହିଛନ୍ତି । ଗତ ବର୍ଷ ଠିକ୍ ଏହି ସମୟରେ ଜଣେ ଓଡ଼ିଆ , ଯିଏ ସୁରଟକୁ ଶ୍ରମିକ ଭାବେ କାମ କରିବା ପାଇଁ ଯାଇ ନିଜ ଶ୍ରମ ରେ ଆଜି ବିରାଟ ମିଲ୍ ମାଲିକ୍, ସିଏ ଆହ୍ବାନ ଦେଇଥିଲେ ଯେ ତାଙ୍କୁ ଯଦି ସରକାର ସହଯୋଗ ଦେବେ, ତେବେ ସିଏ ଏଭଳି ଏକ ମିଲ କରିବେ , ଯାହା ଫଳରେ ଯେଉଁ ୭/୮ ଲକ୍ଷ ଓଡ଼ିଆ ସୁରଟ ରେ ଅଛନ୍ତି, ସେମାନେ ସମସ୍ତେ ଏଠାରେ କାମ ପାଇବେ । କେହି ଶୁଣିଲେ ତାଙ୍କ କଥା ? ଆଜି ଓଡ଼ିଆ ଦାଦନ ଶ୍ରମିକ ହୋଇ ବାହାର ରାଜ୍ୟରେ ଯେଉଁ ଅକଥନୀୟ ନିର୍ଯାତନା ଭିତରେ , ରାଜ୍ୟ ଭିତରେ ଛତର ଯୋଜନା ସମୂହ ଫଳରେ ଉର୍ବର ଚାଷ ଜମି ପଡିଆ, ସେଥିପାଇଁ ଜଣେ ଓଡ଼ିଆ ର ମୁଣ୍ଡ ପିଛା ଆୟ ଦୈନିକ ମାତ୍ର ୧୮ ଟଙ୍କା ୫୪ ପଇସା, ୪୩ ଭାଗ ଲୋକ ଜମିହୀନ, ସରକାରୀ ହିସାବ ରେ ମାତ୍ର ୩୪ ଭାଗ ଜମି ରେ ଜଳସେଚନ ବ୍ୟବସ୍ଥା ଅଛି, ଯାହା କରୋନା ମୃତ୍ୟୁ ପରିସଂଖ୍ୟାନ ର ଓଲଟା ହିସାବ, ବାସ୍ତବରେ ୨୦ ଭାଗ ବି ନାହିଁ, ସେହିପରି ଲକ୍ଷ ଲକ୍ଷ ସଂଖ୍ୟକ କର୍ମକ୍ଷମ ଓ କର୍ମ ଅକ୍ଷମ ବେକାର ଯୁବକ,ଯୁବତୀ ( କର୍ମ ଅକ୍ଷମ ର କାରଣ ଆମର ଶିକ୍ଷା ବ୍ୟବସ୍ଥା) ।
କ୍ରମଶଃ
ସିଦ୍ଧିକ୍ଷେତ୍ର ଢେଙ୍କାନାଳ
ସିଦ୍ଧିକ୍ଷେତ୍ର ଢେଙ୍କାନାଳ
--------------------------
ଜୀବନ ସୀମିତ, ସ୍ଵକୀୟ ବ୍ୟକ୍ତି-ବୃତ୍ତ ମଧ୍ୟରେ ଆବଦ୍ଧ ହୋଇ ନିଜର ତଥା ନିଜ ପରିବାରର ସୁଖ ସ୍ବାଛନ୍ଦ ସମୃଦ୍ଧି ପାଇଁ ବ୍ୟସ୍ତ ରୁହେ,କର୍ମକରିଥାଏ ସତ୍ୟ ମାତ୍ର, ଯିଏ ବ୍ୟକ୍ତି-ବୃତ୍ତରେ ଆବଦ୍ଧ ନହୋଇ ସମଗ୍ର ଵୃତ୍ତକୁ ଆପଣେଇ ନିଏ,ପରାର୍ଥ ପରାୟଣ ହୋଇଯାଏ, ରାଷ୍ଟ୍ର ଓ ଜାତିର ସମସ୍ୟାକୁ ନିଜର ସମସ୍ୟା ରୂପେ ଗ୍ରହଣ କରିନିଏ, ରାଷ୍ଟ୍ର ଓ ଜାତିର ଅନ୍ତର୍ଗତ ମଣିଷମାନଙ୍କ କଲ୍ୟାଣ ପାଇଁ ପ୍ରେରଣାପ୍ରଦ ଭୂମିକା ନିଏ,ସେ ଆଉ ସାଧାରଣ ବ୍ୟକ୍ତି ସର୍ବସ୍ବ ମଣିଷ ଟିଏ ହୋଇ ରହେନା,ସିଏ ଜାତିର ଆତ୍ମା ଓ ହୃଦୟ ସ୍ବରୂପ । ଏହି ବର୍ଗର ବ୍ୟକ୍ତିବିଶେଷ ବ୍ୟକ୍ତି-ସ୍ଵାର୍ଥରୁ ମୁକ୍ତ ହୋଇ ଜାତିର, ମଣିଷ ସମାଜର ସ୍ଵାର୍ଥ ପାଇଁ କାର୍ଯ୍ୟ କରିଥାନ୍ତି , ପ୍ରତି ପଦେ ପଦେ ପ୍ରତିବନ୍ଧକ, ଈର୍ଷାର ଈଶ୍ୱରଧର୍ମ୍ମୀ ଚରଣିଆ, ପାରାନୋଇଆ ରୋଗାକ୍ରାନ୍ତ ପାଗଳର ମିଥ୍ୟାରୋପ,କୁତ୍ସା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ସଙ୍କଟ ର ସମ୍ମୁଖୀନ ହୋଇଥାନ୍ତି , ମାତ୍ର ଭାଙ୍ଗି ପଡିନଥାନ୍ତି , ବରଂ ସାଧନାର ପଥରେ ଅତି ଦ୍ରୁତ ଗତିରେ ଆଗକୁ ଆଗକୁ ମାଡି ଚାଲନ୍ତି । ଏହି ପ୍ରତିବନ୍ଧକ ଭିତରେ ସଙ୍କଟଵୋଧ ଶାଣିତ ହୋଇ ଜିଜ୍ଞାସାରେ ରୂପାନ୍ତରିତ ହୋଇଯାଏ ।ଜିଜ୍ଞାସାରୁ ସୃଷ୍ଟି ହୁଏ ଆତ୍ମ ପରିଚୟ । ସେହି ଆତ୍ମ ପରିଚୟଟି ଆସିଗଲେ ସେ ସକଳଙ୍କ ଭିତରେ ନିଜକୁ ଉପଲଵଧି କରେ ,ସକଳଙ୍କ ଭିତରେ ବଞ୍ଚେ,ସକଳଙ୍କ ମଙ୍ଗଳ ହୋଇଥାଏ ତା'ର କାମନା । ଯୁଗେ ଯୁଗେ ଏହାର ଉଦାହରଣ ପ୍ରଚୁର । ଗୈାତମ ବୁଦ୍ଧ,ଯିଶୁଙ୍କ ଠାରୁ ଆରମ୍ଭ କରି ନେତାଜୀ ସୁଭାଷ, ମହାତ୍ମା ଗାନ୍ଧୀ, ଭାରତ ଗୌରବ ମଧୁସୂଦନ, ବିଶ୍ବ ମଣି ପଣ୍ଡିତ ଗୋପବନ୍ଧୁ, ପ୍ରଥମ ଓଡ଼ିଆ ଶଙ୍କରାଚାର୍ଯ୍ୟ ଟିକ୍କାକାର ଶ୍ରୀଧର ସ୍ବାମୀ, ମହାନ୍ ସାରସ୍ବତ ସାଧକ ବ୍ରଜନାଥ ବଡ଼ଜେନା,ଗଡଜାତ ଗାନ୍ଧୀ ସାରଙ୍ଗଧର ଦାସ, ଭାରତ ମୁକ୍ତି ସଂଗ୍ରାମର ପ୍ରଥମ ଶହୀଦ ଜୟୀ ରାଜଗୁରୁ, ସେହି ମୁକ୍ତି ସଂଗ୍ରାମର ପ୍ରଥମ ମହିଳା ଶହୀଦ ପରି ବେଓ୍ବା, ପ୍ରଥମ ଶିଶୁ ଶହୀଦ ବାଜି ରାଉତ, ଭାଷା କୋଣାର୍କର ସ୍ରଷ୍ଟା ଗୋପାଳ ଚନ୍ଦ୍ର ପ୍ରହରାଜମାନଙ୍କ ପର୍ଯ୍ୟନ୍ତ ପ୍ରଲମ୍ବିତ ଉଦାହରଣୀୟ ତଥ୍ୟାର୍ପଣକୁ ନିଜ ବକ୍ଷରେ ଧାରଣ କରି ପୁରାଣ, ଇତିହାସ ହୋଇଛି ଧନ୍ୟା । ଏହା ନିର୍ବିବାଦୀୟ ସତ୍ୟ ଯେ କୌଣସି ବିଷୟର ଅଭିନବ ଅନୁଶୀଳନ , ସାରସ୍ବତ ତଥା ସାମାଜିକ ବିଜ୍ଞାନ ଆଧାରିତ ଅନୁସନ୍ଧାନ,ଅନୁସନ୍ଧିତ୍ସା , ଅନ୍ବେଷଣ , ପରିଶୀଳନ , ବିଶେଷ କରି ଗର୍ଭାନୁଶୀଳନ ପୂର୍ବକ ସମ୍ପୃକ୍ତ ବିଷୟ ସଂପର୍କିତ ନୂତନ ତଥ୍ୟ ଜାଣି ସମାଜକୁ ଜଣାଇବା ଭଳି ମହନୀୟ କାର୍ଯ୍ୟ ସମ୍ପାଦିତ କରିଥିବା ଓ କରି ଆସୁଥିବା ବ୍ୟକ୍ତିତ୍ବ ମାନେ ସର୍ବଦା ଯଶୋଦେହେ ଚିର ଆୟୁଷ୍ମାନ ବୋଲି ଆମର ନିଜସ୍ୱ ଅଭିମତ । ଏହା ମଧ୍ୟ ନିର୍ବିବାଦୀୟ ସତ୍ୟ ଯେ ଆମ ପବିତ୍ର ଜନ୍ମମାଟିର ସାଧାରଣ ମଣିଷଟିଏ କିପରି ସ୍ଵକୀୟ ସାଧନାଧାରରେ ଜଣେ ଅସାଧାରଣ ବ୍ୟକ୍ତିତ୍ଵର ଅଧିକାରୀ ହୋଇପାରନ୍ତି, କିପରି ସାଧାରଣ ମଣିଷଟି ଭିତରେ ଅସାଧାରଣ ବ୍ୟକ୍ତିସତ୍ତା ଆତ୍ମଗୋପନ କରିଥାଇପାରେ ଆଉ ଦୁର୍ଦ୍ଦମନୀୟ ସଙ୍କଳ୍ପର ଆଗ୍ନେୟ ସ୍ପର୍ଶରେ ହିଁ ସମ୍ପୃକ୍ତଙ୍କର ଆତ୍ମଜାଗରଣ ଓ ପରିପ୍ରକାଶ ସମ୍ଭବ ହୋଇପାରେ , ଏହି ସତ୍ୟର ପ୍ରକୃଷ୍ଟ ହଜାର ହଜାର ଜ୍ୱଳନ୍ତ ଉଦାହରଣର ମାଟି ଆମର ପ୍ରତିଭା ପ୍ରସବିନୀ ଉତ୍କଳ ଜନନୀ । ଏଭଳି ମହିମା ବିମଣ୍ଡିତ ବ୍ୟକ୍ତିସତ୍ତାଙ୍କ ପରିଚୟ ମିଳେ, ଯେଉଁମାନଙ୍କର ବ୍ୟକ୍ତିତ୍ଵର ସମ୍ପୂର୍ଣ୍ଣ ଓ ଯଥାର୍ଥ ଅବବୋଧକୁ ଚିହ୍ନିବା ଓ ଚିହ୍ନେଇବା ସହଜ କଥା ନୁହେଁ,, ସହଜ କଥା ନୁହେଁ ମଧ୍ୟ ସେହି ବହୁବିଧ ଉଜ୍ଜ୍ୱଳଦିଗ ସମ୍ପନ୍ନ ମହିମାମୟ ବ୍ୟକ୍ତିସତ୍ତାଙ୍କ ଯଥାର୍ଥ ଓ ସମ୍ପୂର୍ଣ୍ଣ ପରିଚୟ ଦେବା ବା ସେମାନଙ୍କ କୀର୍ତ୍ତି ଓ କୃତିକୁଗର୍ଭାନୁଶୀଳନ ପୂର୍ବକ ଅଭିମତ ରଖିବା । ଗତ ଅକ୍ଟୋବର ଅକ୍ଟୋବର ୧୭ ତାରିଖରେ ଆମେ ଯେତେବେଳେ ଗଡଜାତ ଗାନ୍ଧୀ ସାରଙ୍ଗଧରଙ୍କ ୧୪୦ ତମ ଜୟନ୍ତୀ ଅବସରରେ ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପଖାଳୁ ଥିଲୁ , ଯେତେବେଳେ ତାଙ୍କର ଅକଳ୍ପନୀୟ ସାମାଜିକ ଅବଦାନ , କୀର୍ତ୍ତି ଓ କୃତି ସମୂହର ଗର୍ଭାନୁଶୀଳନ କରୁଥିଲୁ,ସେତେବେଳେ ସ୍ବତଃ ଢେଙ୍କାନାଳ ମାଟି କୁ ଜଣାଇଥିଲୁ କୋଟି କୋଟି ପ୍ରଣାମ । ୧୯୮୯ ମସିହାରେ, ଢେଙ୍କାନାଳ ସଂସଦୀୟ ନିର୍ବାଚନ ମଣ୍ଡଳୀରେ କ୍ଷମତା ରାଜନୀତିର ଆବଶ୍ୟକତା ଦୃଷ୍ଟିରୁ ପ୍ରାୟତଃ ଗୋଟିଏ ମାସ ଆମେ ଢେଙ୍କାନାଳରେ ଅତିବାହିତ କରିବା ସମୟରେ ଏହି ମାଟିର ଅନେକ ଇତିହାସ ସିଦ୍ଧ ମହାପୁରୁଷଙ୍କ ସମ୍ପର୍କରେ ଆସି , ସେମାନଙ୍କ ଠାରୁ ଢେଙ୍କାନାଳର ଇତିହାସ ସମ୍ପର୍କରେ ଅବଗତ ହୋଇଥିଲୁ । ବିଶେଷ କରି ବ୍ୟକ୍ତିଗତ ଭାବେ ଆମ ପାଇଁ ପ୍ରେରଣାର ଉତ୍ସ, ଆଦର୍ଶ ବ୍ୟକ୍ତିତ୍ବ , ମହାନ୍ ସ୍ବାଧୀନତା ସଂଗ୍ରାମୀ , ପ୍ରଜା ଆନ୍ଦୋଳନର ପ୍ରମୁଖ କାଣ୍ଡାରୀ, ଚିର ବନ୍ଦନୀୟ ବିପ୍ଳବୀ ବୀର ବୈଷ୍ଣବ ଚରଣ ପଟ୍ଟନାୟକ ଓ ବରେଣ୍ୟ ସ୍ବର୍ଗତ ଶରତ ଶତପଥୀ ଙ୍କ ସହିତ ଘନିଷ୍ଠ ସମ୍ପର୍କ ହିଁ ଆମକୁ ଦେଇଥିଲା ମାଟି ମନସ୍କ ଭାବେ ଏହି ସବୁଜ ବନାନୀ ବିମଣ୍ଡିତା , ଶସ୍ୟଶ୍ୟାମଳା ସୁଶୋଭିତା , ନୈସର୍ଗିକ ପ୍ରାକୃତିକ ଶୋଭାର ଭଣ୍ଡାର , ଆଧ୍ୟାତ୍ମିକ ଶକ୍ତି ସମ୍ପନ୍ନ ମାଟିର ଗର୍ଭାନୁଶୀଳନ ପୂର୍ବକ ଅନାଲୋଚିତ ତଥ୍ୟ ସଂଗ୍ରହ କରିବା ପାଇଁ ପ୍ରେରଣା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାର ଏହି ପ୍ରାଚୀନ ଭୂଭାଗର ଆଦ୍ୟ ପରିଚିତି ଢେଙ୍କାନାଳ ଭାବେ ନୁହେଁ , ଏହା ମାଲ୍ୟଗିରି ଭାବେ ଐର ଖାରବେଳଙ୍କ ଶାସନ ସମୟରେ ପ୍ରସିଦ୍ଧ ଥିଲା । "ଡମରାଜାକଟକ" ଥିଲା ଶାସନ କେନ୍ଦ୍ର , ଯାହାର ଭଗ୍ନାବଶେଷ ବର୍ତ୍ତମାନର ଗଁଦିଆ ନିକଟବର୍ତ୍ତୀ ଜଙ୍ଗଲରେ ରହିଛି । ଆମେ ବିଗତ ଚାରି ଦଶନ୍ଧିରୁ ଉର୍ଦ୍ଧ୍ୱ ଅବଧି ଧରି କଳଗାଉଣା ଯନ୍ତ୍ର ସଂରକ୍ଷିତ ସ୍ବର ( ଗ୍ରାମ ଫୋନ୍ ରେକର୍ଡେଡ ଭଏସ ) ଧରି ହଜାର ହଜାର ଥର ମୁଦ୍ରିତ ଗଣମାଧ୍ୟମ ଆଲେଖ୍ୟ ଆଲୋଚନା ଠାରୁ ଦୃଶ୍ୟ -ଶ୍ରାବ୍ୟ ଗଣମାଧ୍ୟମ ଆଲୋଚନା ଏବଂ ବିଭିନ୍ନ ସଭା ସମିତିରେ ଅଭିଯୋଗ ସହିତ ଆହ୍ବାନ ଦେଇ ଆସିଛୁ ଯେ " ଓଡ଼ିଶାର ସଠିକ୍ ଇତିହାସ ଏଯାବତ ଲେଖା ଗଲା ନାହିଁ" ଓ ଏହାର କାରଣ ଦର୍ଶାଇ ଆସିଛୁ ଯେ " ବିଜେତା ଯେବେ ପରାଜିତର ଇତିହାସ ଲେଖେ, ସେତେବେଳେ ସିଏ ନିଜକୁ ମହିମା ମଣ୍ଡିତ କରିଥାଏ ଏବଂ ପରାଜିତ କୁ ମସିଲୀପ୍ତ କରିଥାଏ, ଯାହା ସମ୍ପୂର୍ଣ୍ଣ ଭାବେ ପ୍ରତିଫଳିତ ହୋଇଛି ଓଡିଶା ଇତିହାସ ରଚନା କ୍ଷେତ୍ରରେ " । ଶାସକ ବ୍ରିଟିଶ ଦାୟାଦ ଓ ଓଡ଼ିଆ ବିଦ୍ବେଷୀ ଭଗାରି ଜାତିର ଦାୟାଦ ମାନେ ଲେଖିଥିବା ଉଦ୍ଦେଶ୍ୟମୂଳକ ଇତିହାସ କୁ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରବର୍ତ୍ତୀ ଓଡ଼ିଆ ଐତିହାସିକ ମାନେ ସେହି ଇତିହାସ କୁ ଶାଗ ବଡି ଥୋଡି ଖଡା,ଖଡା,ବଡ଼ି ,ଶାଗ,ଥୋଡି ଲେଖି କଳା ଭୂଷଣ ଉପାଧି ଅର୍ଜି ଅଧ୍ୟାପକ, ପ୍ରଧ୍ୟାପକ ହେଲେ ସତ୍ୟ ମାତ୍ର, ଓଡ଼ିଶାର ସଠିକ୍ ଇତିହାସ ଲେଖା ଯାଇ ପାରିଲା ନାହିଁ । ବିଗତ ୧୯୮୦ ମସିହାରୁ ଆମେ ସଂଘର୍ଷ କରି ୧୮୫୭ , ମାର୍ଚ୍ଚ ୨୯ ର ସିପାହୀ ବିଦ୍ରୋହ ନୁହେଁ ଭାରତର ପ୍ରଥମ ସଂଗ୍ରାମ ନୁହେଁ , ଏହାର ୪୦ ବର୍ଷ ପୂର୍ବରୁ ସେହି ମାର୍ଚ୍ଚ,୨୯ ତାରିଖ,୧୮୧୭ ର ପାଇକ ସଂଗ୍ରାମ ହିଁ ଭାରତବର୍ଷର ପ୍ରଥମ ମୁକ୍ତି ଆନ୍ଦୋଳନ , ଜୟୀ ରାଜଗୁରୁ ହିଁ ପ୍ରଥମ ଶହୀଦ,ପରି ବେଓ୍ବା ହିଁ ପ୍ରଥମ ମହିଳା ଶହୀଦ , ୧୩ବର୍ଷ ( ୧୯୨୫-୧୯୩୮) ବୟସ୍କ ବାଜି ରାଉତ ହିଁ ପ୍ରଥମ ଶିଶୁ ଶହୀଦ ବୋଲି ଇତିହାସରେ ସ୍ଥାନିତ କରିବାକୁ ଏବଂ ସତ୍ୟ, ତ୍ରେତୟା, ଦ୍ଵାପର ଠାରୁ ୧୮୮୫ ପର୍ଯ୍ୟନ୍ତ ପ୍ରସିଦ୍ଧ ତଥା ଓଡ଼ିଆ ଜାତି ଯେ ବିଶ୍ବର ପ୍ରଥମ ନୌବାଣିଜ୍ୟ ପରମ୍ପରାର ଜାତି ତଥ୍ୟ ର ମୁକ ସାକ୍ଷୀ "କଳିଙ୍ଗ ସାଗର"ବା ମହୋଦଧି କୁ ବଙ୍ଗୋପସାଗରରେ ନାମାଙ୍କିତ ବିରୋଧରେ , ଗୌତମ ବୁଦ୍ଧ ଙ୍କ ଜନ୍ମ ସ୍ଥାନ ଭୁବନେଶ୍ୱରର କପିଳେଶ୍ୱରରେ , କବିରାଜ ଜୟଦେବ ଜଣେ ଓଡ଼ିଆ କବି ଏବଂ ତାଙ୍କର ଜନ୍ମସ୍ଥାନ ଅବିଭକ୍ତ ପୁରୀ ଜିଲାର ୨୪ ସଂଖ୍ୟା ବା ନମ୍ବର ପ୍ରଗଣା କେନ୍ଦୁଲି ବୋଲି ପ୍ରାମାଣିକ ତଥ୍ୟ ପ୍ରଦାନ କରି ଆନ୍ଦୋଳନ କରିଛୁ, ଆରକ୍ଷୀ ଅତ୍ୟାଚାର ଠାରୁ କାରାବରଣ କରି ଅନେକ କ୍ଷେତ୍ରରେ ସଫଳତା ପାଇଛୁ ସତ୍ୟ ମାତ୍ର , ଜନ ସମର୍ଥନ ଅଭାବରୁ ଏଯାବତ ମଧ୍ୟ ଅନେକ ଅସମାହିତ ହୋଇ ରହିଛି । ଯଦି ସଠିକ୍ ଇତିହାସ ଲେଖା ଯଇଥାନ୍ତା , ତେବେ କୌଣସି ଅର୍ଵାଚିନ ଢେଙ୍କାନାଳକୁ ନେଇ ଆକ୍ଷେପ କରିବାକୁ ସାହସ କରନ୍ତା ନାହିଁ । ଯେ କୌଣସି ଅଲିଖିତ ଇତିହାସକୁ ତୀକ୍ଷ୍ନାନୁଶୀଳନ କରିବା ସମୟରେ ସେହି କାଳଖଣ୍ଡର ଭୌଗୋଳିକ ଅବସ୍ଥିତି ଏବଂ ଲୋକକଥା ଉପରେ ନିର୍ଭର କରିବାକୁ ପଡିଥାଏ ।ଗବେଷଣା ଏକ ଧାରାବାହିକ ପ୍ରକ୍ରିୟା । ଏପରିକି ଗବେଷଣା ଲବ୍ଧ ତଥ୍ୟ ଯେ ସ୍ଥାୟିତ୍ବ ଅବଧି ଅଧିକାର କରେ, ତାହା ମଧ୍ୟ ନୁହେଁ । ପୁରାଣ, ଇତିହାସ, ଦର୍ଶନ ଆଦି ଶାସ୍ତ୍ର ରେ ଯାହା ଉଲ୍ଲେଖ ଅଛି ଅବା ଯାହା ଜନବିଶ୍ବସନୀୟତା ଆଧାରରେ ପ୍ରତିଷ୍ଠିତ, ତାହା ମଧ୍ୟ ନୁହେଁ ଅନ୍ତିମ । ସେଥିପାଇଁ ଆମେ ଏକାଧିକ ବାର ଉଲ୍ଲେଖ କରି ଆସିଅଛୁ ଯେ " ପରିବର୍ତ୍ତନଶୀଳ ସମାଜରେ ପରିବର୍ତ୍ତନ ହିଁ ଅପରିବର୍ତ୍ତିତ ନିୟମ" । ପ୍ରତି ମୁହୂର୍ତ୍ତରେ ଆମେ ଏହାର ଉଦାହରଣୀୟ ତଥ୍ୟ ପାଇଥାଏ । ହଜାର ହଜାର ବର୍ଷ ଧରି ସୂର୍ଯ୍ୟଙ୍କ ପରିଭ୍ରମଣ , ରଥାରୂଢ଼ ସୂର୍ଯ୍ୟ ଉପାସନା, ତାଙ୍କର ଗତି, ପ୍ରକୃତି, ପ୍ରବୃତ୍ତିକୁ ଉପଜିଵ୍ୟ କରି ଅନେକ କଥା ପୁରାଣ ଶାସ୍ତ୍ରରେ ଉଲ୍ଲେଖ ରହିଛି । ଅର୍ଥାତ୍ ପୃଥିବୀ ସ୍ଥିର, ସୂର୍ଯ୍ୟ ଭ୍ରାମ୍ୟମାଣ ତଥ୍ୟ କୁ ମିଥ୍ୟା ପ୍ରମାଣ ର ଶହଶହ ବର୍ଷ ପରେ ମଧ୍ୟ ଏହି ବିଶ୍ବାସ ସାର୍ବଜନୀନ ହୋଇ ପାରିନାହିଁ । ଅତଏବ କୌଣସି ଏକ ନିର୍ଦ୍ଦିଷ୍ଟ ସୀମା ରେ ଉପନୀତ ହେବା ପରିବର୍ତ୍ତନଶୀଳ ସାମାଜିକ ବ୍ୟବସ୍ଥାରେ ଅସମ୍ଭବ । ଏହି ଗବେଷଣା କାର୍ଯ୍ୟ ରେ ଅଳ୍ପକେ ହେଉ ଅବା ବହୁତ ହେଉ ଯେଉଁମାନେ ସାଧନାରତ ପ୍ରତିଭାଧର ସେମାନେ ନିଶ୍ଚିତ ଭାବରେ ସାମାଜିକ ସମ୍ମାନ, ପ୍ରୋତ୍ସାହନ ପାଇବାର ହକ୍ ରଖନ୍ତି । ଏହା ନିର୍ବିବାଦୀୟ ସତ୍ୟ ଯେ ପୂଣ୍ୟ ମହିଳା ,ପୂତ ପବିତ୍ର, ପୁରାଣ ପ୍ରସିଦ୍ଧ ବ୍ରାହ୍ମଣୀ, ଯାହା ବ୍ରାହ୍ମୀ, ଦଶାର୍ଣ୍ଣ, ଶଙ୍ଖ ଜ୍ୟୋତି ଭଳି ଅନେକ ନାମରେ ନାମିତ , ତାହାର ପରିଚୟ କେଉଁ ଅନାଦି ଅନନ୍ତ କାଳରୁ ଖ୍ୟାତ । ଓଡ଼ିଶାର ଧର୍ମ, ଦର୍ଶନ, ସାଂସ୍କୃତିକ, ଆଧ୍ୟାତ୍ମିକ ବିଭବ,ମହାମାନଵୀୟ ସଂସ୍କୃତି, ସଭ୍ୟତା ଓ ପରମ୍ପରାକୁ ଓଡ଼ିଶାର ଦ୍ବିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀର ଅବଦାନ ଅସୀମ । ବିନ୍ଧ୍ୟ ପର୍ବତମାଳାର ପୂର୍ବ -ଦକ୍ଷିଣ କୋଣସ୍ଥ ଛୋଟନାଗପୁର ମାଳ ଭୂମି ଅନ୍ତର୍ଗତ ହଜାରିବାଗ ପର୍ବତ ଶ୍ରେଣୀରୁ ଶଙ୍ଖ ଓ ଜ୍ୟୋତି ନାମକ ଦୁଇ ଗୋଟି ଜଳଧାରା ପ୍ରବାହିତ ହୋଇ ପାନପୋଷ ଠାରେ ମିଳିତ ହେବା ପରେ ବ୍ରାହ୍ମଣୀ ନାମରେ ପୂର୍ବ କଳିଙ୍ଗ ସାଗର ବା ମହୋଦଧିରେ ନିଜକୁ ବିଲୀନ କରିଛି । ଏହାରି ଅବବାହିକାରେ ଅବସ୍ଥିତ ପ୍ରାଚୀନ ଭୂଭାଗ , ଯାହା ଅଧୁନା ଢେଙ୍କାନାଳ ଭାବେ ପରିଚିତ , ତାହା ସମ୍ପର୍କରେ ଏହି ପୂଣ୍ୟତୋୟା ,ପୂଣ୍ୟ ସଲିଳା, ପାପନାଶିନୀ, ନବଧାଗଙ୍ଗା, ବ୍ରହ୍ମା ତନୟା ବ୍ରାହ୍ମଣୀ ର ଅବବାହିକାରେ ବିକ୍ରମଖୋଲ ଶିଳାଲିପି ରୁ ଖ୍ରୀଷ୍ଟପୂର୍ବ ଦୁଇ ହଜାର ବର୍ଷ ପୂର୍ବରୁ ଏହି ନଦୀ ବ୍ରାହ୍ମଣୀ କୂଳରେ ଏକ ଉନ୍ନତ ସଭ୍ୟତାର ବିକାଶ ଘଟିଥିଲା ବୋଲି ପ୍ରମାଣିତ ହୋଇଛି । ବ୍ରାହ୍ମଣୀ ଉପତ୍ୟକାରୁ ଆବିଷ୍କୃତ ପ୍ରଚୁର ପରିମାଣର ପ୍ରସ୍ତର ଉପକରଣ ଏହି ଭୂଭାଗରେ ଆଦି ମାନବର ସୃଷ୍ଟି ଓ ବସତି ସ୍ଥାପନ ସମ୍ପର୍କରେ ସୂଚନା ମିଳିଥିଲେ ମଧ୍ୟ ଗବେଷକ ମାନେ କାହିଁକି ଯେ ଅଣଦେଖା କରି ଆସୁଛନ୍ତି , ତାହା ଭାବିବା ବେଳକୁ ମୁଣ୍ଡ ଟିଣ ହୋଇଯାଉଛି । ଅବବାହିକାରେ ଅବସ୍ଥିତ ମାଲ୍ୟଗିରି, ବାହାଡପାଳ ପର୍ବତ ଉପରେ ଗବେଷଣା କରା ଯାଇଥିଲେ , ଏହି ଅଞ୍ଚଳର ନାମକରଣ କେବେ ହୋଇଥିଲା ମାଲ୍ୟଗିରି ଏବଂ କେବେ ହେଲା ଢେଙ୍କାନାଳ , ତାହା ସ୍ପଷ୍ଟ ହୋଇ ପାରନ୍ତା । ସେହିପରି ରଞ୍ଜାଗଡ ,ସୁନ୍ଦରାଖୋଲ, କପିଳାସ, ସପ୍ତଶଯ୍ୟା, ଅନନ୍ତପୁର, ଉଦୟଗିରି, ନିଶ୍ଚିନ୍ତା,ଦଲାର,ଅଶ୍ବଖୋଲା, ଏପରିକି ବାରିଫୁଲଝରୀ ପ୍ରଭୃତି ଗିରି ଶୃଙ୍ଗ ତଥା ବ୍ରାହ୍ମଣୀ, ରାମିଆଳ,ଡମଶାଳ, ସୁଆଗୀ, ଡଉଁରୀ,ସମାକୋଇ,ମାଙ୍କଡା ପ୍ରଭୃତି ନଦୀ ସମୂହ ଏହି ଭୂଭାଗର ଗୌରବମୟ ଇତିହାସକୁ ଗର୍ଭରେ ଧାରଣ କରିଛି ସତ୍ୟ ମାତ୍ର, ଏହି ସବୁର ଗଭୀର ଗହ୍ଵରରୁ ତଥ୍ୟ ସଂଗ୍ରହ କରିବା ଭଳି କଷ୍ଟସାଧ୍ୟ କାର୍ଯ୍ୟ ପ୍ରତି ଯେ ବିମୁଖ ହୋଇଛନ୍ତି ଗବେଷକ ବର୍ଗ, ଏଥିରେ ସାମାନ୍ୟ ସନ୍ଦେହର ଅବକାଶ ନାହିଁ । ପରବର୍ତ୍ତୀ ସମୟରେ ଶବର ବୀର ଢେଙ୍କା ନାମରେ ନାମିତ ଏହି ଭୂଭାଗ ଯେ କେଉଁ ଅନାଦି ଅନନ୍ତ କାଳରେ ଥିଲା ଏକ ବୀର ମାଟି ଏବଂ ପରବର୍ତ୍ତୀ ସମୟରେ ମଧ୍ୟ ତାହା ରହିଥିଲା ଅବ୍ୟାହତ ତଥା ଯେଉଁ ମାଟିରେ ଏକଦା ଅନାର୍ଯ୍ୟ,ଆର୍ଯ୍ୟ, ଶୈବ, ବୈଷ୍ଣବ, ଶାକ୍ତ, ମହିମା,, ଏପରିକି ବୌଦ୍ଧ ସଂସ୍କୃତିର ଅପୂର୍ବ ମହାମିଳନରେ ବିମଣ୍ଡିତା , ତାହାର ମଧ୍ୟ ଗବେଷଣା ହେଲା ନାହିଁ । ଅସୁବିଧା କେଉଁଠି ରହିଲା ? ସବୁ ତଥ୍ୟ ତ ପ୍ରାଚୀନ ଶାସ୍ତ୍ର, ସାହିତ୍ୟ,ଶିଳାଲେଖ, ତାମ୍ର ପତ୍ର ଓ ଲୋକକଥାରେ ଉପଲବ୍ଧ । ମଧ୍ୟଯୁଗୀୟ ପ୍ରଶାସନିକ ଅଭିଲେଖରେ ଏହି ଭୂଭାଗ ଯେ ସଭ୍ୟ ଓ ସମୃଦ୍ଧ ବୋଲି ଉଲ୍ଲେଖ ରହିଛି । ବେଶି ଦୂରକୁ ଯିବା ଆବଶ୍ୟକ ନାହିଁ , ଯଦି କେବଳ ଚିର ବନ୍ଦନୀୟ ବ୍ରଜନାଥ ବଡ଼ଜେନା, ଗଡଜାତ ଗାନ୍ଧୀ ସାରଙ୍ଗଧର ଦାସ, ସନ୍ଥକବି ଭୀମଭୋଇ ପ୍ରଭୃତିଙ୍କୁ ପଢ଼ିଲେ ସହଜେ ବୂଝି ହେବ । ଏଠାରେ ପ୍ରସଙ୍ଗ କ୍ରମେ ଉଲ୍ଲେଖଯୋଗ୍ୟ ଯେ ବରେଣ୍ୟ ବ୍ରଜନାଥ ବଡ଼ଜେନା (୧୭୩୦-୧୭୯୯)ଙ୍କର ପୂର୍ବ ପୁରୁଷ ରଘୁ ପଟ୍ଟନାୟକ (ରଘୁ ଅରକ୍ଷିତ) ମୂଳତଃ ପୁରୀର ବାସିନ୍ଦା ଥିଲେ । ସେ ଗଜପତି ମହାରାଜା ପ୍ରତାପରୁଦ୍ର ଦେବଙ୍କ ସମୟର (୧୪୯୭-୧୫୪୦) ଲୋକ । ବ୍ରଜନାଥ, ରଘୁ ଅରକ୍ଷିତଙ୍କର ଷଷ୍ଠ ପିଢିର ଦାୟାଦ । ୧୫୬୮ ମସିହା ପରେ ଓଡ଼ିଶାରେ ଆରମ୍ଭ ହୋଇଗଲା ଆଫଗାନ ଓ ମରହଟ୍ଟା ଆକ୍ରମଣ ଓ ଶାସନ । ରଘୁ ଅରକ୍ଷିତଙ୍କର ଦାୟାଦମାନେ ଏହି ସମୟରେ ପୁରୀ ସହର ଛାଡ଼ି ଖୋର୍ଦ୍ଧା ଏବଂ ପରେ ଢେଙ୍କାନାଳଗଡ଼କୁ ପଳାଇ ଆସି ବସବାସ କରି ରହିଲେ । ବ୍ରଜନାଥ ପଟ୍ଟନାୟକ ଢେଙ୍କାନାଳର ରାଜା ତ୍ରିଲୋଚନ ମହୀନ୍ଦ୍ର ବାହାଦୁରଙ୍କ (୧୭୬୪-୧୭୯୭) ରାଜ ଦରବାରର ରାଜକବି ହେଲେ । ରାଜାଙ୍କଦ୍ୱାରା ‘ବଡ଼ଜେନା’ ଉପାଧିରେ ଭୂଷିତ ହୋଇ ବ୍ରଜନାଥ ବଡ଼ଜେନା ଭାବେ ହୋଇଥିଲେ ସମ୍ବୋଧିତ ।
କବି ବଡଜେନା ରୀତିଯୁଗୀୟ (କବି ସମ୍ରାଟ) ଉପେନ୍ଦ୍ର ଭଞ୍ଜଙ୍କ ଅନୁଗାମୀ ହେଲେ ମଧ୍ୟ ସେ ନିଜର ମୌଳିକତା ପ୍ରଦର୍ଶନ କରିଛନ୍ତି ବିଭିନ୍ନ ଭାବରେ , ଯେପରି ଏବେ ଏବେ ପ୍ରାଚାର୍ଯ୍ୟ କଳା ଭୂଷଣ ବ୍ରଜବନ୍ଧୁ ପଣ୍ଡା , ସମ୍ମାନନୀୟ କୂଳମଣି ଷଡ଼ଙ୍ଗୀ , ଶ୍ରଦ୍ଧେୟ ବିରଞ୍ଚି ଶତପଥୀ ଙ୍କ ଭଳି କବି ମାନେ ସ୍ୱତନ୍ତ୍ରତା ରକ୍ଷା କରୁଛନ୍ତି । । ରାଜ ଦରବାରର ଦରବାରୀ କବି ହେଲେ ମଧ୍ୟ ବରେଣ୍ୟ ବଡ଼ଜେନା ରାଜତନ୍ତ୍ରକୁ ବିରୋଧ କରି ନିର୍ଭୟରେ ଲେଖିଛନ୍ତି ‘ରାଜନଙ୍କୁ ଛଳୋକ୍ତି’ । ସେଥିପାଇଁ କବିଙ୍କୁ ଢେଙ୍କାନାଳ ଛାଡ଼ି କେନ୍ଦୁଝର, ନୟାଗଡ଼ ଏବଂ ସୁଦୂର ଆନ୍ଧ୍ର ଅଞ୍ଚଳରେ ଘୂରି ବୁଲିବାକୁ ପଡ଼ିଛି । ପୁନଃ ପ୍ରସଙ୍ଗ କ୍ରମେ ଉଲ୍ଲେଖଯୋଗ୍ୟ ଯେ ଭାଗବତ ପୁରାଣର ଅଷ୍ଟମ ଓ ନବମ ସ୍କନ୍ଧକୁ କବି ବ୍ରଜନାଥ ତାଙ୍କ ପୁତ୍ର ଘନଶ୍ୟାମ ସହିତ ଭାଗବତ ପୁରାଣ କଥାକୁ ତାଳପତ୍ର ପୋଥିରେ ଭାଗବତର କଥାବସ୍ତୁ ସହିତ ସେ କଥାବସ୍ତୁକୁ ଚିତ୍ରରେ ବ୍ୟକ୍ତ କରିଛନ୍ତି । କାଗଜ, କାଳି ଓ କଲମରେ ଲେଖିବା ପୂର୍ବରୁ ମଣିଷ ଆଗ ପ୍ରସ୍ତରଗାତ୍ରରେ, ତାମ୍ରପତ୍ରରେ ଏବଂ ଶିଳାଲିପିରେ ମନୋଭାବ ବ୍ୟକ୍ତ କରୁଥିଲା । ଆମ ଓଡ଼ିଶାର କଳାହାଣ୍ଡି ଜିଲାର ଯୋଗୀମଠ ଏବଂ ଗୁଡ଼ହାଣ୍ଡି, ସମ୍ବଲପୁର ଜିଲାର ବିକ୍ରମଖୋଲ, ସୁନ୍ଦରଗଡ଼ ଜିଲାର ଉଷାକୋଠି ଏବଂ ମାଣିକମୋଡ଼ା ଇତ୍ୟାଦି ଅଞ୍ଚଳରେ ପର୍ବତ ଗାତ୍ରରେ ଭିତ୍ତିଚିତ୍ର ଥିବାର ଦେଖାଯାଏ । ପଞ୍ଚଦଶ-ଷୋଡ଼ଶ ଶତାବ୍ଦୀବେଳକୁ ତାଳପତ୍ର ଓ ଲେଖନୀର ବ୍ୟବହାର ହେଲା ଓ ସେଥିରେ ଚିତ୍ରକଳା ସମନ୍ୱିତ ହେଲା । ତାଳପତ୍ରରେ ଲେଖାହୋଇ ତାହା ହେଲା ଚିତ୍ରପୋଥି । ଏହି ଚିତ୍ରପୋଥି କବି ବ୍ରଜନାଥ ବଡ଼ଜେନାଙ୍କ ଚିତ୍ରପୋଥି 'ଭାଗବତ ପୁରାଣ' ମାଧ୍ୟମରେ ଭାରତୀୟ ଚିତ୍ରକଳାରେ ଓଡ଼ିଶୀ ଚିତ୍ରକଳାର ଉଚ୍ଚସ୍ଥାନ ରହିଛି ।ତାଳପତ୍ରରେ ଏକ ଶହ ପୃଷ୍ଠାରେ ବରେଣ୍ୟ ବଡ଼ଜେନା ଓ ତାଙ୍କ ଜ୍ୟେଷ୍ଠପୁତ୍ର ଘନଶ୍ୟାମ ଏହି ଚିତ୍ରପୋଥି ଭାଗବତ ପୁରାଣ ରଚନା କରିଥିଲେ । ବ୍ରଜନାଥ ଓ ତାଙ୍କ ପୁତ୍ର ଘନଶ୍ୟାମ ତାଳପତ୍ର ପୋଥିରେ ଲେଖିବା ସହିତ ଚିତ୍ର ଅଙ୍କନ କରି ପାରୁଥିଲେ । ସମୟ ନିର୍ଣ୍ଣିତ ଏହି ଚିତ୍ରପୋଥି ଓଡ଼ିଆ ସାହିତ୍ୟର ଭାଷା ଏବଂ ଲିପିର ଅଭୁ୍ୟଦୟ ଦିଗରେ ବିଶେଷ ସହାୟକ ବୋଲି କୁହାଯାଏ । ଚିତ୍ରପୋଥି-ଭାଗବତ ପୁରାଣ ବ୍ରଜନାଥଙ୍କ କବି ପ୍ରତିଭାର ଏକ ନୂତନ ଦିଗ ଉନ୍ମୋଚନ କରେ । ଏଠାରେ ପୁନଃ ଉଲ୍ଲେଖଯୋଗ୍ୟ ଯେ ଇତିହାସ ରାଜ୍ୟ ଜୟ, ପରାଜୟ , ବିଭିନ୍ନ ଯୁଦ୍ଧ ଆଦି ଘଟଣାକ୍ରମରେ ସମୃଦ୍ଧ । କୁହନ୍ତୁ ତ ପ୍ରାଚୀନ ଯୁଗରେ କୌଣସି ଶକ୍ତିଧର କବି କେବେ ହେଲେ ଦେଶ ଓ ଜାତିର ସମସାମୟିକ ଯୁଦ୍ଧ -ବିଗ୍ରହମୂଳକ କଥା ବସ୍ତୁକୁ ଉପଜିବ୍ୟ କରି କାବ୍ୟ ରଚନା କବି ବ୍ରଜନାଥ ବଡ଼ଜେନାଙ୍କ ପୂର୍ବରୁ କରିଥିଲେ କି ?" ସମର ତରଙ୍ଗ "କୁ ଅବଲୋକନ କଲେ ଅନେକ ତଥ୍ୟ ସ୍ବତଃ ଉକୁଟି ଉଠେ । ଏହି କାବ୍ୟ ଢେଙ୍କାନାଳ ରାଜା ତ୍ରିଲୋଚନ ମହାନ୍ତି ବାହାଦୂର ଙ୍କ ସହିତ ମରହଟ୍ଟା ମାନଙ୍କ ଯୁଦ୍ଧ ପ୍ରସଙ୍ଗକୁ ଆଧାର କରି ସୃଷ୍ଟି । ୧୭୭୦ ରୁ ୧୭୯୦ ଯାଏଁ ତ୍ରିଲୋଚନ ମହାନ୍ତି ବାହାଦୂର ଢେଙ୍କାନାଳ ରାଜା ଥିଲେ । ଏହାଙ୍କ ରାଜତ୍ଵ କାଳରେ ମରହଟ୍ଟା ମାନେ ପ୍ରଥମେ ରାଜାରାମଙ୍କ ନେତୃତ୍ବରେ ଢେଙ୍କାନାଳ ଆକ୍ରମଣ କରି ପରାସ୍ତ ହୋଇଥିଲେ । ପରବର୍ତ୍ତୀ ସମୟରେ ପୁଣି ଚେମଣଙ୍କ ନେତୃତ୍ବରେ ଯୁଦ୍ଧ କରି ଢେଙ୍କାନାଳ ରାଜା ଙ୍କ ଦ୍ଵାରା ପରାସ୍ତ ହୋଇଥିଲେ । ମରହଟ୍ଟା ମାନଙ୍କ ସହିତ ଢେଙ୍କାନାଳବାସୀଙ୍କ ଯୁଦ୍ଧ ଓ ସେମାନଙ୍କ ବୀରତ୍ୱରେ ମରହଟ୍ଟାମାନଙ୍କ ଦୁର୍ଦ୍ଦଶା "ସମର ତରଙ୍ଗ"କାବ୍ୟରେ ପ୍ରତିଫଳିତ । ଏହି ବୀରତା କ'ଣ ରାତାରାତ ଆସିଥିଲା ? ସ୍ମରଣକୁ ଆଣିବା ଉଚିତ ଯେ ଖ୍ରୀଷ୍ଟ ପୂର୍ବ କାଳରୁ ଉନ୍ନତ ସଭ୍ୟତାର ପରିପ୍ରକାଶ ଏହି ଭୂଭାଗରେ ଘଟି ପରବର୍ତ୍ତୀ ସମୟରେ ଏକ ସ୍ବତନ୍ତ୍ର ଉଡ୍ର ସଭ୍ୟତା ଭାବରେ ଆତ୍ମ ପ୍ରକାଶ କରିଥିଲା । ଖ୍ରୀଷ୍ଟ ପରବର୍ତ୍ତୀ ସମୟରେ ଢେଙ୍କାନାଳ ଅଞ୍ଚଳଟି ସାତବାହାନ ବଂଶୀୟ ରାଜା ଗୌତମୀ ପୁତ୍ର ସାତକର୍ଣ୍ଣୀଙ୍କ ସାମ୍ରାଜ୍ୟ ଅନ୍ତର୍ଭୁକ୍ତ ଥିଲା । ବଶିଷ୍ଠ ପୁତ୍ର ପୁଲୁମାଭି ଙ୍କ ନାସିକ ଗୁମ୍ଫା ଅଭିଲେଖରୁ ଜଣାଯାଏ ଯେ ମହେନ୍ଦ୍ର ଓ ମଳୟ ପର୍ବତ ଏହି ସାମ୍ରାଜ୍ୟରେ ଅନ୍ତର୍ଭୁକ୍ତ ଥିଲା । ଏହି ମଳୟ ପର୍ବତ ହିଁ ବ୍ରାହ୍ମଣୀ ଅବବାହିକା ମାଲ୍ୟଗିରି , ଯାହାର ନାମରେ ଏହି ଭୂଭାଗର ନାମ ଢେଙ୍କାନାଳ ପୂର୍ବରୁ ମାଲ୍ୟଗିରି ଥିଲା । ଏହି ସମୟରେ ମାଲ୍ୟଗିରି ବା ଏବର ଢେଙ୍କାନାଳ ର ଗଣ୍ଡ,ଡମ (ଗୋଦରା), ଓ ଶବର ଦଳପତି ମାନେ ଧନୁ, ବର୍ଚ୍ଛା ଓ ମଲ୍ଲଯୁଦ୍ଧରେ ପାରଙ୍ଗମ ଥାଇ ମାତୃଭୂମି ର ସୁରକ୍ଷା କରୁଥିଲେ । ପ୍ରତ୍ୟେକ ଦଳପତି ଙ୍କ ସୁଶିକ୍ଷିତ ଦୁର୍ଦ୍ଦଶ ସେନାବାହିନୀର ସମ୍ମୁଖୀନ ହେବାକୁ ଆକ୍ରମଣକାରୀ ମାନେ ଭୟ କରୁଥିଲେ । ଏବେବି ଢେଙ୍କାନାଳର ଵୀରାଶାଳ, ଢୋଲପଶି, କଙ୍କଡା ସୋହଡା, ଶିବୁଳା,ରଞ୍ଜାଗଡ ,ତେନ୍ତୁଳିଆ, ସିଂହାରୀ ଖୋଲା ପ୍ରଭୃତି ସ୍ଥାନରେ ଭଗ୍ନାବଶେଷ ମିଳେ । ପ୍ରାଚୀନ କାଳରୁ ଅଷ୍ଟମ ଶତାବ୍ଦୀ ପର୍ଯ୍ୟନ୍ତ ଶବରମାନେ ମାଲ୍ୟଗିରି ର ଦକ୍ଷିଣ ଅଞ୍ଚଳରେ ନିରବଚ୍ଛିନ୍ନ ଆଧିପତ୍ୟ ବିସ୍ତାର କରିଥିଲେ ହେଁ ଦଳପତି ଢେଙ୍କା ଙ୍କ ସମୟରେ ଇତିହାସର ମୋଡ ବଦଳି ଥିଲା ଓ ନିଜର ନାମ ଅନୁସାରେ ଏହି ଅଞ୍ଚଳର ନାମ ଢେଙ୍କାନାଳୀ କରିଥିଲା । ଢେଙ୍କାର ଅତ୍ୟନ୍ତ ବଳଶାଳୀ ଭାଇ, ଯାହାର ନାମ ଥିଲା ବିଲଙ୍କା, ସିଏ କପିଳାସ ପର୍ବତରେ ରାଜଧାନୀ ସ୍ଥାପନ କରି ଶାସନ କରୁଥିଲା । ଏବେବି କପିଳାସ ପର୍ବତରେ ପ୍ରଭୁ ଚନ୍ଦ୍ରଶେଖର ଙ୍କ ମନ୍ଦିର ପୂର୍ବ ଦିଗରେ ବିଲଙ୍କା ଗଡର ଭଗ୍ନାବଶେଷ ଓ ନିର୍ଜଳ ଗଡଖାଇ, ଯାହା ଆମକୁ ବରେଣ୍ୟ ଶରତ ଭାଇନା ( ଶରତ ଶତପଥୀ)ଦେଖାଇଥିଲେ । ବିଲଙ୍କାର ବଡ଼ଭାଇ ଢେଙ୍କା କୁ ପାର୍ଶ୍ଵବର୍ତ୍ତୀ କୌଣସି ରାଜ୍ୟର ରାଜା ବା ଦଳପତି ପରାସ୍ତ କରି ପାରୁ ନଥିଲେ ।
ଏହା ପୁରାଣ ଶାସ୍ତ୍ର, ଇତିହାସ ସିଦ୍ଧ ସାମାଜିକ ବିଜ୍ଞାନ ସମ୍ମତ ସତ୍ୟ ଯେ କାହାର ଅହଙ୍କାର ସବୁ ସମୟରେ ରହି ନଥାଏ । କେଉଁ ଅନାଦି ଅନନ୍ତ କାଳରୁ ସେଥିପାଇଁ କୁହାଯାଇ ଆସିଛି ଯେ "ଅତି ଦର୍ପେ ହତା ଲଙ୍କା,ଅତି ମାନେ ଚ କୌରବାଃ,ଅତି ଦାନେ ବଳିର୍ବଦ୍ଧଃ , ଅତି ସର୍ବତ୍ର ଗର୍ହିତମ୍ " । ଏହି ନ୍ୟାୟରେ ଦୁର୍ଦ୍ଦଶ, ଅତ୍ୟନ୍ତ ଅହଙ୍କାରୀ ଢେଙ୍କାର ନିରଙ୍କୁଶ ଶାସନର ଅବସାନ ହୋଇଥିଲା ଅଷ୍ଟମ ଶତାବ୍ଦୀରେ , ଶୁକ୍ଲୀ ବଂଶ ରାଜା କାଞ୍ଚନ ଥମ୍ବ ଙ୍କ ପୁତ୍ର କୁଳ ଥମ୍ବ ଙ୍କ ଦ୍ଵାରା । ଢେଙ୍କାକୁ ପରାସ୍ତ କରି ନିଜକୁ ବିକ୍ରମାଦିତ୍ୟ ପଦବୀରେ ଭୂଷିତ କରିଥିଲେ , ଯାହା ଢେଙ୍କାନାଳ ଜିଲ୍ଲା ଅଭିଲେଖରେ ଉଲ୍ଲେଖ ରହିଛି । ଢେଙ୍କାନାଳ ରାଜବଂଶର ପ୍ରତିଷ୍ଠାତା ଉଦୀୟମାନ ହରି ବିଦ୍ୟାଧର ଢେଙ୍କା ଶବର ରାଜା ଙ୍କ ରାଜଧାନୀ "ଢେଙ୍କା"ପୀଢ ସନ୍ନିକଟରେ ରାଜଧାନୀ ସ୍ଥାପନ କରି ନିଜର ରାଜ୍ୟର ନାମ ମାଲ୍ୟଗିରି ପରିବର୍ତ୍ତେ " ଢେଙ୍କାନାଳ" ହେଲା ବୋଲି ଘୋଷଣା କରିଥିଲେ । ଏବେ ବି ଢେଙ୍କା ମୁଣ୍ଡ ପଥର ରହିଛି ବର୍ତ୍ତମାନ ଢେଙ୍କାନାଳର ବିଜ୍ଞାନ ଉପବନ ଦକ୍ଷିଣ ପାଶ୍ୱରେ । ଏବେ ନିକଟରେ
ସମ୍ବଲପୁର ଜିଲାରେ ଗୁପ୍ତଯୁଗୀୟ ସଭ୍ୟତାର ସନ୍ଧାନ ମିଳିଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟ , ସ୍ନାତକୋତ୍ତର ଇତିହାସ ବିଭାଗ ଗବେଷଣାରୁ ଏହା ଜଣାପଡ଼ିଛି। ଜିଲାର ଯୁଯୁମୁରା ନିକଟ ବଡ଼ମାଳ ଓ ମହାନଗର ନିଗମର ଦୁର୍ଗାପାଲିଠାରୁ ବଡ଼ବଜାର ପର୍ଯ୍ୟନ୍ତ ୨କି.ମି. ଅଞ୍ଚଳରେ ଭଗ୍ନାବଶେଷ ଠାବ ହୋଇଛି। ଏଥିରୁ ଗୁପ୍ତବଂଶର ଶାସନକାଳରେ ବ୍ୟବହାର ହେଉଥିବା ପୋଡ଼ା ମାଟିଇଟା ପ୍ରଭୃତିରେ ନିର୍ମିତ ବସତି ଥିବା ଅନୁମାନ କରାଯାଇଛି। ଇଟାର ଆକାର ଗୁପ୍ତବଂଶ ଶାସନକାଳରେ ବ୍ୟବହାର ହେଉଥିବା ଇଟା ସହିତ ସମାନ ରହିଛି। ଏହା ସହ ଜିଲାର ହରିହର ଯୋର କୂଳ ଅସୁରଗଡ଼ଠାରେ ଖନନ ସମୟରେ ମୂଲ୍ୟବାନ ପଥର ଯଥା ଗାର୍ନେଟ, ବେରୀ, ଆକ୍ୱାମେରିନ, ଏମେଥିଷ୍ଟ, କୋରଣ୍ଡମ, କାର୍ନେଲିଆନ, ଆଗେଟ, ଚାଲସିଡୋନୀ ପ୍ରଭୃତି ଦ୍ରବ୍ୟ ସହିତ କାଚର ମାଳି ଓ ଅଂଶ, ମାଳା ଓ ପଥର ତିଆରି ପାଇଁ ଲୌହ ଉପକରଣ, ମୁକ୍ତାକାଶ ଓ ଆରକ୍ଷିତ ଉତ୍ପାଦନ ସ୍ଥଳୀ ଠାବ କରାଯାଇଛି।ଉକ୍ତ ସ୍ଥାନରେ ଅନୁସନ୍ଧାନରୁ ଜଣାପଡ଼ିଛି ଚତୁର୍ଭୁଜ ଆକାରର ଏହି ଜନବସତି ମୌର୍ଯ୍ୟ ଶାସନ ସମୟରେ ବିକଶିତ ହୋଇଥିଲା। ସେହିପରି ସମ୍ବଲପୁର ସହରର ଦକ୍ଷିଣକୁ ୪୫ କି.ମି. ଦୂର ସିଣ୍ଢୋଲର ପାହାଡ଼ ଉପରେ ଆଗରୁ ବିଶାଳ ନିର୍ମାଣର ଅବଶେଷ ଥିବା ଜଣାପଡ଼ିଛି। ଏହା ସମ୍ବଲପୁର ସହରର ହୁମା ବକ୍ର ମନ୍ଦିର ଓ ଦୁର୍ଗାପାଲି ଭଗ୍ନାବଶେଷ ସହିତ ସମାନ ବୋଲି କୁହାଯାଉଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗୁପ୍ତ ଯୁଗ ଓ ଏହାର ପରବର୍ତ୍ତୀ ସମୟରେ ଢେଙ୍କାନାଳ ଭୂଖଣ୍ଡରେ ନାଗ ସଂସ୍କୃତିର ଉତ୍ତରୋତ୍ତର ବିକାଶ ଘଟିଥିବା ସମ୍ପର୍କରେ ତଥ୍ୟ ସୂଚନା ମିଳିଛି । ତୃତୀୟ ଶତାବ୍ଦୀ ଠାରୁ ଷଷ୍ଠ ଶତାବ୍ଦୀ ପର୍ଯ୍ୟନ୍ତ ଦୀର୍ଘ ୪୦୦ ବର୍ଷ ପର୍ଯ୍ୟନ୍ତ ମାଲ୍ୟଗିରି ବା ବର୍ତ୍ତମାନର ଢେଙ୍କାନାଳର ସଂସ୍କୃତି ଭାରତୀୟ ଭୂଭାଗ ର ଅନେକ ଅଞ୍ଚଳକୁ ପ୍ରଭାବିତ କରିଥିଲା । ତୃତୀୟ ଶତାବ୍ଦୀର ପ୍ରାରମ୍ଭରେ ଏହି ଭୂଭାଗରୁ ସାତକର୍ଣ୍ଣୀମାନଙ୍କର ଆଧିପତ୍ୟର ଇତିହାସ ବ୍ୟାପକ । ଛାପା ଇତିହାସରୁ ଜଣାଯାଏ ଯେ ବିନ୍ଧ୍ୟାଟବୀର ନାଗ ସମ୍ରାଟ ମାନଙ୍କ ଶାସନ ସମୟରେ ଏହା ସମୃଦ୍ଧ ଅଞ୍ଚଳ ଥିଲା ।ଅସନପାଟ ଶିଳାଲେଖ ଓ ସୀତା ବିଞ୍ଚି ଅଭିଲେଖର ଗର୍ଭାନୁଶୀଳନ କଲେ ଜଣାଯାଏ ଯେ ତୃତୀୟ ରୁ ଷଷ୍ଠ ଶତାବ୍ଦୀ ମଧ୍ୟରେ ଏହି ଭୂଭାଗ ନାଗ ସଭ୍ୟତା ଓ ସଂସ୍କୃତିର ଥିଲା କେନ୍ଦ୍ର ସ୍ଥଳ । ଅତଏବ ଏହା ଉପରେ ଏଯାବତ ଗବେଷଣା ହୋଇ ପାରିନାହିଁ ।
କ୍ରମଶଃ
ଦୀପାବଳିର ମହତ୍ତ୍ୱ
ଦୀପାବଳିର ମହତ୍ତ୍ୱ
----------------
"ପିତୃ ଲୋକଂ ପରିତାଜ୍ୟଆଗତା ଯେ ମହାଳୟେ
ଉଜ୍ଜ୍ୱଳଂ ଜ୍ୟୋତିଷାଂ ମାର୍ଗେ ପ୍ରପଦ୍ୟନ୍ତୋ ବ୍ରଜନ୍ତୁତେ ।
ସହସ୍ର ସହସ୍ର ଭୂତାନାଂଯମ୍ ଭୁତୟେ ଭୁତ ଦର୍ଷୟେ ,
ଉଜ୍ଜ୍ୱଳଂ ଜ୍ୟୋତିଷାବଟ୍ଟ ସୁଖେ ଯାନ୍ତୁ ପିତାମହ ।"
ବଡ ବଡ଼ିଆ ହୋ , ବଡ଼ବଡ଼ିଆ ହୋ !
ଅନ୍ଧାରେ ଆସି ଆଲୁଏ ଯାଅ ,
ବାଇଶି ପାହାଚରେ ଶ୍ରୀ ମହାପ୍ରସାଦ ଖାଇ,
ଆମକୁ ଅମୃତ ଦୃଷ୍ଟି ରେ ଚାହିଁ ଥାଅ ।"
କେଉଁ ଅନାଦି ଅନନ୍ତ କାଳରୁ ଓଡ଼ିଆ ଜାତି ପବିତ୍ର ଦୀପାବଳି ଅବସରରେ ସ୍ବର୍ଗତ ପୂର୍ବଜ ମାନଙ୍କ ଆଗମନରେ ଯଥୋଚିତ ସମ୍ମାନ ପ୍ରଦର୍ଶନ ପୂର୍ବକ ଶ୍ରଦ୍ଧାବଚନାର୍ପଣ ସହିତ ଘିଅ ଦୀପ, କାଉଁରିଆ କାଠିରେ ଅଗ୍ନି ସଂଯୋଗ କରି ଉର୍ଦ୍ଧ୍ବ କୁ ଟେକି ଉଚ୍ଚାରଣ ପୂର୍ବକ ନିଜର ପୂର୍ବଜମାନଙ୍କୁ ପଥ ପ୍ରଦର୍ଶିତ କରି ଆସୁଛନ୍ତି । ଅଧୁନା ସ୍ଥିତି ଅତ୍ୟନ୍ତ ହୃଦ ବିଦାରକ । ପବିତ୍ର ଦୀପାବଳି ଟି ଆଜି ହାପି ଦିବାଲି,ହାପି ଦିଓ୍ବାଲି , ଚାଇନାଗତ ବାଣ ଫୁଟା, ପ୍ରଦୂଷିତ ପରିବେଶ , ତୈଳ ମର୍ଦ୍ଦନ ସ୍ବାର୍ଥାନ୍ଧ ମାନଙ୍କ ଉପହାର ନାମଧେୟ ଦ୍ରବ୍ୟ ଆଦାନ ପ୍ରଦାନ ର ଦିବସ ହୋଇଯାଇଛି । ଏଠାରେ ପ୍ରସଙ୍ଗ କ୍ରମେ ଉଲ୍ଲେଖଯୋଗ୍ୟ ଯେ
ନାନା ପୌରାଣିକ ମତବାଦ, ସଂଯୋଗ ଓ ଧର୍ମୀୟ ବିଶ୍ୱାସ ମଧ୍ୟରେ ବାନ୍ଧି ହୋଇ ରହିଥିବା ଏହି ପର୍ବକୁ ବୈଜ୍ଞାନିକ ଅନୁଶୀଳନ କଲେ ଜଣାପଡ଼େ ଏହା ଏକ କୃଷିଭିତ୍ତିକ ବିଧି । ଯାହା ପ୍ରାଚୀନ କଳିଙ୍ଗର ତାର କୃଷିକ୍ଷେତ୍ର ଓ ତତସହିତ ପୁରପଲ୍ଲୀରେ ପୋକ ନିୟନ୍ତ୍ରଣ ପାଇଁ ଆୟୋଜନ ହେଉଥିଲା । ଧାନର ଅନ୍ତୁଡ଼ିଶାଳ ଓଡ଼ିଶା ଚାଷବାସରେ ସମୃଦ୍ଧ ଥିଲା । ଏହାର ପାରମ୍ପରିକ ଚାଷ ପ୍ରଣାଳୀ ମଧ୍ୟ ବିଜ୍ଞାନ ସମ୍ମତ । ପୂର୍ବକାଳର ରୋଗପୋକ ନିୟନ୍ତ୍ରଣ ପଦ୍ଧତି ଅତି ଉତ୍କୃଷ୍ଟ ଥିଲା ବୋଲି ଆମେରିକାର ଗବେଷକ ଉପନୀତ ହୋଇଛନ୍ତି । ରୋଗପୋକ ଦମନ ପାଇଁ ଓଡ଼ିଆମାନେ ନିମ୍ବ ପତ୍ର ଓ ଆଲୋକ ଦିହୁରୀର ବହୁଳ ଉପଯୋଗ କରୁଥିବାର ଗବେଷକମାନେ ମତ ଦିଅନ୍ତି । ଏ ଦୁଇଟି ଉପାୟ ଏବେ ସୁଦ୍ଧା ବୈଜ୍ଞାନିକଙ୍କଦ୍ୱାରା ସର୍ବୋତ୍କୃଷ୍ଟ ବିବେଚିତ ହୋଇଛି ।"ଅନଳ ଦେଖିଣ ପତଙ୍ଗ ଧାବନ୍ତି ହୋଇ ଉଦବେଗ "।'ଅମଳ ଋତୁ ଉପନୀତ ହୁଅନ୍ତେ ଶସ୍ୟକ୍ଷେତ୍ର ସମେତ ଜନବସତିରେ କୀଟ ପତଙ୍ଗଙ୍କ ସଂଖ୍ୟା ବୃଦ୍ଧି ପାଏ । କାର୍ତ୍ତିକ ମାସର ଅମାବାସ୍ୟା ଆଡକୁ ଏମାନଙ୍କ ସଂଖ୍ୟା ଏତେ ବୃଦ୍ଧି ପାଏ ଯେ ବିଶେଷ କରି ରାତ୍ରୀ ସମୟରେ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼େ । ଅମାବାସ୍ୟା ପୂର୍ବ ପରକୁ ମିଶାଇ ପାଞ୍ଚ ଦିନ ମଶାଲ, ଦିହୁରୀ, ଦୀପ, ଲଣ୍ଠନ ଆଦି ଜଳାଇ ପୋକଙ୍କୁ ଆକୃଷ୍ଟ କରି ଦମନ କରାଯାଏ । ଅପରପକ୍ଷରେ ପୁରାଣ ଶାସ୍ତ୍ର କିମ୍ବଦନ୍ତୀ ଅନୁସାରେ ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର ରାବଣକୁ ମାରି ସୀତାଙ୍କୁ ଉଦ୍ଧାର କରି ଅଯୋଧ୍ୟା ଫେରିଥିଲେ । ଅଯୋଧ୍ୟାର ସମସ୍ତ ନରନାରୀ ଶ୍ରୀରାମଙ୍କ ଅସତ୍ୟ ଉପରେ ସତ୍ୟର ବିଜୟ ନିମନ୍ତେ ଆନନ୍ଦରେ ବିଭିନ୍ନ ପ୍ରକାର ଆଲୋକ ଜଳେଇଥିଲେ । ସେହି ଦିନରୁ ଏହି ଉତ୍ସବ ପାଳନ କରାଯାଉଛି । ଉତ୍ତର ଭାରତରେ ପୁରୁଷୋତ୍ତମ ରାମଚନ୍ଦ୍ରଙ୍କର ଭକ୍ତମାନେ ଏହି ଦିନ ଟିକୁ ବହୁ ଯାକଜମକରେ ପାଳନ କରନ୍ତି । ଅନ୍ୟ ଏକ କିମ୍ବଦନ୍ତୀ କୁହେ ଅର୍ଥାତ୍
ଉତ୍ସବ ତତ୍ତ୍ୱାଭିଧାନ' ଅନୁଯାୟୀ ଏକଦା କାର୍ତ୍ତିକ(ତୁଳା)ମାସ- ଘନଅନ୍ଧକାର କୃଷ୍ଣପକ୍ଷରେ ଜଣେ ଭବିଷ୍ୟଦ୍ରଷ୍ଟା ଜ୍ୟୋତିଷ ପ୍ରଭୁ ଶ୍ରୀରାମଙ୍କୁ ବିପର୍ଯ୍ୟସ୍ଥ ଦୁର୍ଭାଗ୍ୟ କାଳସର୍ପ ରୂପେ ଅମାରାତିରେ ଦଂଶନ କରିବା ପାଇଁ ଲୁଚିଛପି ଆସିବାର ଭବିଷ୍ୟବାଣୀ କରିଥିଲେ । ସତର୍କତା ପୂର୍ବକ ଅଯୋଧ୍ୟା ରାଜନଗରୀର କୃଷ୍ଣପକ୍ଷ ସାରା ଉଜ୍ଜଳଆଲୋକ ପ୍ରଜ୍ଜଳନ କରାଯାଇଥିଲା ଏବଂ କାଳସର୍ପ ଦଂଶନର ଚକ୍ରାନ୍ତ ପଣ୍ଡହୋଇଥିଲା । ସେହିପରି ଅନ୍ୟ ଏକ ପୁରାଣ କିମ୍ବଦନ୍ତୀ ଅନୁସାରେ ଦୈତ୍ୟରାଜ ବଳି ମହାଦାନୀ ଥିଲେ । ସେ ଏପରି ଦାନ କଲେ ଯେ ସ୍ୱର୍ଗର ଦେବତାମାନଙ୍କ ମଧ୍ୟରେ ଭାଳେଣି ପଡ଼ିଗଲା , କାରଣ ତାଙ୍କର ପୂଣ୍ୟ ଫଳରେ ସେ ସ୍ୱର୍ଗପୁରର ଅଧିକାରୀ ହେଇପାରନ୍ତି । ଏଣୁ ଦେବତାମାନଙ୍କ କଥା ରକ୍ଷାକରି ବିଷ୍ଣୁ ବାମନ ଅବତାର ଗ୍ରହଣ କରି ବଳିରାଜଙ୍କ ପାଖରେ ପହଞ୍ଚି ତାଙ୍କୁ ତିନିପାଦ ଭୂମି ମାଗିଥିଲେ । ଗୋଟିଏ ପାଦରେ ପୃଥିବୀ, ଗୋଟିଏ ପାଦରେ ସ୍ୱର୍ଗ ଏବଂ ତୃତୀୟ ପାଦରେ ବଳିଙ୍କୁ ପାତାଳକୁ ଚାପିଦେଲେ । ତେଣୁ ସେ ପାତାଳ ପୁରକୁ ଚାଲିଗଲେ । ତା' ପରେ ବଳିଙ୍କ ପ୍ରାର୍ଥନା ଶୁଣି ପାତାଳରେ ବଳିକୁ ରାଜା କରିଦେଲେ । ବର୍ଷକରେ ଥରେ ମର୍ତ୍ତ୍ୟପୁରକୁ ଆସି ପ୍ରଜାମାନଙ୍କୁ ଦେଖିବାକୁ ବଳି ବର ମାଗନ୍ତେ ବିଷ୍ଣୁ ଏଥିରେ ସମ୍ମତି ଜଣାଇ କାର୍ତ୍ତିକ ଶୁକ୍ଲ୍ଲ ପ୍ରତିପଦା ଦିନ ବଳି ମର୍ତ୍ତ୍ୟକୁ ଆସିବାକୁ ତଥାସ୍ତୁ କହିଲେ । ତେଣୁ ସେଦିନକୁ ମର୍ତ୍ତ୍ୟବାସୀ ଆନନ୍ଦର ଦୀପ ଜାଳି ଆଲୋକିତ କରନ୍ତି । ଏତଦ୍ ବ୍ୟତୀତ ଅନ୍ୟ ଏକ କିମ୍ବଦନ୍ତୀ କୁହେ ଯେ ଭଗବାନ ବିଷ୍ଣୁ ଭକ୍ତ ପ୍ରହ୍ଲାଦଙ୍କୁ ଇନ୍ଦ୍ରପଦ ଯାଚିବାରୁ ସେ ବିନୀତ ଭାବେ ପ୍ରତ୍ୟାଖାନ କରିବାରୁ, ତାଙ୍କର ନାତି ବଳୀରାଜାଙ୍କୁ ଏହି ଦିନ 'ଇନ୍ଦ୍ରପଦ' ପ୍ରଦାନ କରିଥିଲେ । ତେଣୁ ଦାନବଗଣ ଦୀପଜଳାଇ, ବାଣ, ଆତସବାଜି ଫୁଟାଇ ଉତ୍ସବ ପାଳିଥିଲେ । ଏତଦ୍ ଭିନ୍ନ ଅନ୍ୟ ଏକ କିମ୍ବଦନ୍ତୀ କୁହେ ଯେ ବିରୋଚନ ପୁତ୍ର ବଳି ଇନ୍ଦ୍ର ଓ ମରୁତଗଣଙ୍କୁ ପରାସ୍ତ କରି ତ୍ରିଭୁବନ ଜୟକରି ପ୍ରଜାପାଳନ କରୁଥିଲେ । ଦାନପାଇଁ ସେ ପ୍ରସିଦ୍ଧ ଥିଲେ ଏବଂ ଯେ ଯାହା ମାଗୁଥିଲେ, ତାହା ଦାନ କରୁଥିଲେ । ତାଙ୍କର ବିକ୍ରମ ଓ ଦାନର ପ୍ରଭାବରେ ସେ ଇନ୍ଦ୍ର ଓ ଦେବତାମାନଙ୍କୁ ନିଷ୍ପ୍ରଭ କରିବାକୁ ବସିଲେ । ଏଥିରେ ଇନ୍ଦ୍ର ଓ ଦେବଗଣ ଭୟଭୀତ ହେଲେ । ବଳି ଏକ ପ୍ରସିଦ୍ଧ ଯଜ୍ଞ କଲେ । ଏହି ଯଜ୍ଞ ଶେଷହେଲେ ଇନ୍ଦ୍ର ଓ ଦେବଗଣଙ୍କର ସମସ୍ତ ଶକ୍ତି ଓ ତେଜ ଚାଲିଯିବ । ଏହାର ଆଶୁ ନିରାକରଣ ପାଇଁ ଭଗବାନ ବିଷ୍ଣୁଙ୍କର ଶରଣାପନ୍ନ ହେଲେ । ବିଷ୍ଣୁ ବାମନ ରୂପରେ ବଳିଙ୍କଠାରୁ ତିନିଲୋକ ପ୍ରାପ୍ତହେଲେ । ଦାନପ୍ରଦାନ ଛଳରେ ମାୟାବୀବିଷ୍ଣୁ ଗର୍ବୀବଳିଙ୍କୁ ତୃତୀୟପାଦରେ ପାତାଳ ଚାପି ଦେଲେ । କଥା ଦେଲେ ଯେ ବଳି ବର୍ଷରେ ଥରେ କାର୍ତ୍ତିକ ଶୁକ୍ଲ୍ଲ ପ୍ରତିପଦା ଦିନ ପୃଥ୍ୱୀଲୋକକୁ ଆସିପାରିବ । ତାଙ୍କ ଆଗମନରେ ଭୂଲୋକବାସୀ ଆନନ୍ଦ ଉଲ୍ଲାସରେ ପ୍ରଦୀପ ଜାଳି ତାଙ୍କୁ ସମ୍ବର୍ଦ୍ଧିତ କରିବେ । ସେହି ଆଲୋକ ସମ୍ବର୍ଦ୍ଧନା କାଳକ୍ରମେ ଦୀପାବଳି ଉତ୍ସବରେ ରୂପାନ୍ତରିତ ହେଲା । କିମ୍ବଦନ୍ତୀ ରେ ସମୃଦ୍ଧ ଆମର ପୁରାଣ ଶାସ୍ତ୍ର ଅନୁସାରେ ଶ୍ରୀକୃଷ୍ଣ ଅତ୍ୟାଚାରୀ ନରକାସୁରକୁ କୃଷ୍ଣ ଚତୁର୍ଦଶୀ ଦିନ ବଧ କରିଥିଲେ ତେଣୁ ଖୁସିରେ ଆଲୋକର ଉତ୍ସବ ପାଳିତ ହେଇଥିଲା । ଏହି ଦିନକୁ ନରକ ଚତୁର୍ଦ୍ଦଶୀ କୁହଯାଏ । ଏ ଦିନ ସୂର୍ୟୋଦୟ କାଳରେ ସମସ୍ତ ଶରୀରରେ ସୁଗନ୍ଧ ତୈଳ ଲଗାଇ ଗାଧୋଇବାର ପ୍ରଥା ଅଛି । ଅନ୍ୟ ଏକ କିମ୍ବଦନ୍ତୀ କୁହେ ଯେ ଦ୍ୱାପରଯୁଗରେ ଶ୍ରୀକୃଷ୍ଣ ରାକ୍ଷସ ନରକାସୁରକୁ ମାରି ଚଉଷଠିସହସ୍ର ରାଜକନ୍ୟାଙ୍କୁ ଉଦ୍ଧାରକଲା ପରେ ଇନ୍ଦ୍ରମାତାଙ୍କୁ ନରକାଦ୍ୱାରା ଅପହୃତ ମଣିକୁଣ୍ଡଳକୁ ଫେରାଇବାକୁ ସତ୍ୟଭାମାଙ୍କୁ ନେଇ ସ୍ୱର୍ଗକୁ ଯାଇଥିଲେ । ସତ୍ୟଭାମାଙ୍କ ଅନୁରୋଧରେ ପାରିଜାତ ବୃକ୍ଷର ଚାରାଟିଏ ଆଣିବାକୁ ଗଲାବେଳେ ଇନ୍ଦ୍ରଙ୍କ ସହିତ ସମସ୍ତଦେବତା ବାଧାଦେବାରୁ ଏକାକି ସବୁଦେବତାଙ୍କୁ ପରାସ୍ତ କରି ପାରିଜାତ ବୃକ୍ଷ ସହ ଅନେକ ଧନରତ୍ନ ନେଇ ଏହିଦିବସରେ ଦ୍ୱାରକା ଫେରିଥିଲେ । ତେଣୁ ଦ୍ୱାରକାବାସୀ ପ୍ରଭୁଙ୍କୁ ସ୍ୱାଗତ ଜଣାଇ ସମଗ୍ରନଗରୀକୁ ଦୀପମାଳାରେ ସଜାଇ, ବାଣ ଫୁଟାଇ ବିଜୟ ଉତ୍ସବ ପାଳନ କରିଥିଲେ । ଋକ୍ ବେଦରୁ ସୂଚନା ମିଳେ ଯେ, ପୃଥିବୀ ଏକଦା ଘୋର ଅନ୍ଧକାର ଭିତରେ ବୁଡି ରହିଥିଲା । କାଳ କ୍ରମେ ସୂର୍ଯ୍ୟଙ୍କର କିରଣ ପାଇ ପୃଥିବୀ ଦିନେ ଆଲୋକିତ ହେଲା । ଏହାକୁ ମନେ ରଖିବା ପାଇଁ ଦୀପାବଳି ଉତ୍ସବ ପାଳନ କରାଯାଏ । ଇତିହାସ କିନ୍ତୁ ଦୀପାବଳୀ ଉତ୍ସବ ପାଳନର ଭିତ୍ତିଭୂମି ଉପରେ ଆଧାରିତ ଅନେକ ଆଲୋଚନା କରିଛି ।
ମୋଗଲ ଯୁଗର ପ୍ରସିଦ୍ଧଐତିହାସିକ ଆବୁଲ ଫଜୀଲ ତାଙ୍କର ଆଇନ ଆକବରୀରେ ମୋଗଲ ଶାସନକାଳୀନ ବଣିକ, ଆଲୋକ ଜ୍ଜଳନ୍ତ ଓ ଅକ୍ଷକ୍ରୀଡା ନାମକ ଦୀପାବଳି ଆଧାରିତ ମନୋଜ୍ଞ ଉପକଥାର ଉଲ୍ଲେଖ କରିଛନ୍ତି । ଆଲବରୁଣୀରେ ମୋଗଲ ସମ୍ରାଟଙ୍କ ଲମ୍ବା ବାଉଁଶ ପୋତି ତା'ର ଅଗରେ ଶିକାରେ ଆକାଶପ୍ରଦୀପ ଜାଳିବାକଥା ବରୋଦା ସଂଗ୍ରହାଳୟରେ ରଖାଯାଇଥିବା ପ୍ରାଚୀନ ଆକାଶପ୍ରଦୀପ ଅତୀତରେ ଦୀପାବଳି ପାଳନ କରାଯାଉଥିବାର ପ୍ରମାଣ ଦିଏ ।ସେହିପରି ଦର୍ଶାଯାଇଛି ଯେ ଚାଣକ୍ୟ ଓ ଚୋଳବଂଶକାଳୀନ ଉତ୍ସବ ପରମ୍ପରାରେ ଦୀପାବଳିପାଳନ ହେଉଥିବାର କନୌଜବଂଶୀୟ ରାଜା ହର୍ଷବର୍ଦ୍ଧନଙ୍କ କାଳଜୟୀ ଅମରକୃତି ନାଟକ ନାଗାନନ୍ଦରୁ ଜଣାପଡେ ।ଗୁପ୍ତବଂଶୀୟ ସମ୍ରାଟ ଦ୍ୱିତୀୟଚନ୍ଦ୍ରଗୁପ୍ତ ବିକ୍ରମାଦିତ୍ୟ, ପବିତ୍ର ଦୀପାବଳି ତିଥିରେ ସିଂହାସନ ଆରୋହଣ କରିଥିବାରୁ ତା'ର ସ୍ମାରକୀ ରୂପେ ଦୀପାବଳି ଦିନଠାରୁ ଗୁପ୍ତାଦ୍ଧର ପ୍ରଚଳନ ହୋଇଥିଲା ବୋଲି ଉଲ୍ଲେଖ ରହିଛି । ଏଠାରେ ଗର୍ବର ସହିତ ଉଲ୍ଲେଖ କରା ଯାଇପାରେ ଯେ ପୃଥିବୀର ପ୍ରଥମ ନୌବାଣିଜ୍ୟର ଜାତି ଓଡ଼ିଆ ମାନେ ଯେଉଁ ଯେଉଁ ଦେଶକୁ ଯାଇ ପ୍ରଭାବ ବିସ୍ତାର କରିଥିଲେ, ସେହି ସବୁ ଦେଶରେ ଯଥା ନେପାଳ, ଶ୍ରୀଲଙ୍କା, ମିଆଁମାର, ମରିସସ, ଗୁଏନା, ତ୍ରିନିଦାଦ ଓ ଟବାଗୋ, ସୁରିନେମ, ମାଲେସିଆ, ସିଙ୍ଗାପୁର ,ଫିଜି ଆଦି ଅନେକ ଦେଶରେ ଦୀପାବଳି କେବଳ ପାଳନ ହେଉନାହିଁ , ସେଠାରେ ଏହି ଦିବସରେ ସରକାରୀ ଛୁଟିଦିନ ଭାବରେ ଘୋଷିତ ହୋଇଛି । ଓଡ଼ିଶା କୁ ଯେଉଁ ବିଜାତୀୟ ମାନେ ଶାସନ କରିଛନ୍ତି , ଏପରିକି ଧର୍ମ ପ୍ରଚାର କରିବା ପାଇଁ ଆସିଛନ୍ତି , ସେମାନେ ମଧ୍ୟ ଦୀପାବଳି ପର୍ବକୁ ଆପଣେଇ ବିଭିନ୍ନ ପ୍ରସଙ୍ଗ ଅବତରଣ କରିଛନ୍ତି । ଯଥା
ଜୈନଧର୍ମରେ ଦୀକ୍ଷିତ ବ୍ୟକ୍ତିମାନେ ୨୪ତୀର୍ଥଙ୍କର ମହାବୀରଙ୍କର ନିର୍ବାଣ ଦିବସ ରୂପେ ଏହିଦିବସକୁ ପାଳନ କରିଥା'ନ୍ତି । ଏ ସମ୍ପର୍କରେ ଗୋଟିଏ କାହାଣୀ ରହିଛି । ମହାବୀରଙ୍କର ଯେତେବେଳେ ମହାପ୍ରୟାଣ ଘଟିଲା, ସେତେବେଳେ ତାଙ୍କପାଖରେ ବହୁ ଜୈନ ଧର୍ମାବଲମ୍ବୀ ସନ୍ନ୍ୟାସୀ ଭକ୍ତ ଉପସ୍ଥିତ ହୋଇଥିଲେ । ମହାପ୍ରୟାଣ ପରେ ଏ ପୃଥିବୀ ପାଇଁ କିଏ ଆଉ ଜ୍ଞାନାଲୋକ ଦେବ, ଏହା ହିଁ ସେମାନେ ଚିନ୍ତାକଲେ । ସେମାନେ ସମସ୍ତେ ଏକତ୍ରିତ ହୋଇ ଦୀପାବଳି ଦିନ ମଶାଲ ଜଳାଇ ଦିବ୍ୟଜ୍ଞାନ ସନ୍ଧାନରେ ଯାଇଥିଲେ । ସେହିଦିନରୁ ଦୀପାବଳି ଦିନ ଆଲୋକ ଜଳେବାର ଚାଳି ଆସୁଛି ।ଖ୍ରୀଷ୍ଟପୂର୍ବ ୫୨୭ରେ ମହାବୀରଙ୍କୁ ଏହିଦିନରେ ନିର୍ବାଣ ପ୍ରାପ୍ତି ହୋଇଥିଲା । ସେହିଦିନକୁ ସ୍ମରଣକରିବା ପାଇଁ ଜୈନମାନେ ଦୀପାବଳି ପାଳନ କରନ୍ତି । ଏହି ଅବସରରେ ଦୀପ ଜଳାଯାଏ ଏବଂ ମିଷ୍ଟାନ୍ନ ବଣ୍ଟାଯାଏ । ଜୈନ ବ୍ୟବସାୟୀମାନେ ହିସାବଖାତା ଏବଂ ମୁଦ୍ରା ପୂଜାକରନ୍ତି । ସେହିବର୍ଷ ପାଇଁ ହିସାବଖାତା ବନ୍ଦ କରାଯାଏ । ପରବର୍ତ୍ତୀ ଆଠଦିନ କୌଣସି ବ୍ୟବସାୟ କରନ୍ତି ନାହିଁ । ସେମାନେ ଉପବାସ କରନ୍ତି; ଜପତପ କରନ୍ତି । ନବମଦିନରେ ଜୈନ ନବବର୍ଷ ପାଳିତ ହୁଏ ।
ସେହିପରି ଏକଦଶଦର୍ଶି ମୋଗଲ ସମ୍ରାଟ ଔରଙ୍ଗଦେବଙ୍କଦ୍ୱାରା ଶିଖଧର୍ମର ଷଷ୍ଠଗୁରୁ ହରଗୋବିନ୍ଦ ସିଂହ ବନ୍ଦୀହୋଇ କାରାକୋଠରୀରେ ଆବଦ୍ଧ ହୋଇଥିଲେ । ଅଗଣିତ ଶିଖ ଧର୍ମାବଲମ୍ବୀଙ୍କ ଦୃଢବିରୋଧ ଯୋଗୁଁ ପରିଶେଷରେ ତାଙ୍କୁ କାରାମୁକ୍ତ କରାଗଲା । ତାଙ୍କୁ ସ୍ୱାଗତକରିବା ପାଇଁ ସେତେବେଳେ ସ୍ୱର୍ଣ୍ଣମନ୍ଦିରକୁ ଦୀପରେ ସଜାଯାଇଥିଲା । ସେ ଏହି ଦୀପାବଳିଦିନ କାରାମୁକ୍ତ ହୋଇ ଥିବାରୁ, ଏହିଦିନଟିକୁ ଅନ୍ଧାରରୁ ଆଲୋକସନ୍ଧାନ ପ୍ରାପ୍ତିର ଦିବସ ରୂପେ ଶିଖ ସମ୍ପ୍ରଦାୟ ପାଳିଆସୁଛନ୍ତି । ପାରମ୍ପରିକ ଭାବେ ଏହିଦିନରେ ଶିଖମାନେ ଗୋଇନ୍ଦୱ।ଲ୍ ସାହିବ ଗୁରୁଦ୍ୱାରକୁ ତୀର୍ଥକରି ଯାଆନ୍ତି ।
ଜାତୀୟତା
ଜାତୀୟତା
-----------
ବିଶେଷ ଜ୍ଞାନ ନୁହେଁ , ବିଶ୍ଲେଷଣାତ୍ମକ ଜ୍ଞାନ ହିଁ ବିଜ୍ଞାନ , ଯାହାର ଉତ୍ତୁଙ୍ଗ ଅଭିଯାନ ସମ୍ପ୍ରତି ମାନବ ସମାଜ ପାଇଁ ଭବିତବ୍ୟ ଅପରୀସୀମ ବିକାଶର ନବ ନବ ଉନ୍ମେଷଶାଳିନୀ,ନବ ନବ ପ୍ରତିଜ୍ଞା ସହିତ ବହୁବିଧ ବିକାଶର ଓ ବହୁବିଧ ବିନାଶର ବାର୍ତ୍ତା ବହନ କରି ଆସି ଏକ ଦ୍ବନ୍ଦ୍ବାତ୍ମକ ଚିନ୍ତନ ସମାଜ ସଚେତନଶୀଳ ମଣିଷ ଭିତରେ ଯେଉଁ ବିଚିତ୍ର ଭାବନା ସୃଷ୍ଟି କରୁଛି , ତାହା ଗବେଷଣା ସାପେକ୍ଷ ।ଅଚିନ୍ତନୀୟ ପ୍ରଳୟ ସୃଷ୍ଟିକାରୀ ମାରଣାସ୍ତ୍ରର ଉଦ୍ଭାବନ ଫଳରେ ମଣିଷ ସମାଜ କୁ ନିମିଷ ମାତ୍ରକେ ଧ୍ବଂସ କରି ଦିଆଯାଇପାରିବ । ପରମାଣୁ ଶକ୍ତି ସମ୍ପନ୍ନ ଦେଶ ମାନଙ୍କ ମଧ୍ୟରେ ଅଧୁନା ଏହାର ପ୍ରୟୋଗ ଧମକ ଏକ ଅଦୃଶ୍ୟ ଆତଙ୍କରେ ଆତଙ୍କିତ ମାନବ ସମାଜ । ଏଭଳି ସ୍ଥିତି ହେଉଛି ପରିଦୃଶ୍ୟ , ଯେପରି ଆଉ ଯୁଦ୍ଧ କ୍ଷେତ୍ରରେ ସୈନିକ ମାନଙ୍କ ପରିବର୍ତ୍ତେ ବୈଜ୍ଞାନିକ ମାନେ ସେମାନଙ୍କ ପରୀକ୍ଷାଗାରରୁ ହିଁ ବହୁଳାଂଶରେ ଯୁଦ୍ଧର। ପରିଚାଳନା କରିବେ । ଫଳରେ ବିଜ୍ଞାନ ଓ କାରିଗରୀ କ୍ଷେତ୍ରରେ ଦୁର୍ବଳ ଦେଶଗୁଡିକ ପକ୍ଷରେ ଆତ୍ମରକ୍ଷା ଏକ ଗୁରୁତର ସମସ୍ୟା ଭାବେ ଦେଖାଯିବା ଅବଧାରିତ । ଯାହା ଫଳରେ ଜାତିସଂଘ ଉପରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହେବ , ଏପରିକି ଜାତିସଂଘ ପରିବର୍ତ୍ତେ ଭିନ୍ନ ଭିନ୍ନ ସଂସ୍ଥା ଗଠନ ହେବ , ଯାହାର ସୂଚନା ମିଳିସାରିଛି । ଏହି ପ୍ରେକ୍ଷାପଟ୍ଟରେ ଜାତୀୟତା ପ୍ରଶ୍ନ ଚରମ ପର୍ଯ୍ୟାୟକୁ ଯେ ନିଶ୍ଚିତ ଯିବ , ଏଥିରେ ଆମେ ଦୃଢ଼ ନିଶ୍ଚିତ । ସନ୍ଥ ଅଚ୍ୟୁତ, ଯଶୋବନ୍ତ ମାନଙ୍କ ଭଳି ମହାପୁରୁଷଙ୍କ ଭଳି ଆମେ ଭବିଷ୍ୟତ ବାଣୀ କରୁନାହୁଁ , ବିଶ୍ଲେଷଣାତ୍ମକ ସ୍ଵକୀୟ ମତ ଉପସ୍ଥାପନ କରୁଛୁ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାଷା, ସଂସ୍କୃତି, ଚଳଣି, ସଭ୍ୟତା,ଧର୍ମ, ଆଚାର ବିଚାର ଓ ସାମାଜିକ ଭାଇଚାରାର ଲୋକେ ନିର୍ଦ୍ଧିଷ୍ଟ ଏକ ଭୌଗୋଳିକ ସୀମାରେଖା ମଧ୍ୟରେ ଶତାବ୍ଦୀ ଶତାବ୍ଦୀ ଧରି ବସବାସ କରିବା ଭିତର ଦେଇ ଜାତୀୟତା ସୃଷ୍ଟି ହୋଇଛି । ଇତିହାସର କରାଳ କାଳ ବକ୍ଷରେ ବହୁ ଜାତୀୟତା ସୃଷ୍ଟି ହୋଇଛି, କାଳକ୍ରମେ ପ୍ରତିକୂଳ ପରିସ୍ଥିତିରେ ଅନେକ ଜାତୀୟତା ଧ୍ବଂସ ହୋଇଛି , ଯାହା ଭାରତୀୟମାନେ ହାଡେ ହାଡେ ଅନୁଭୂତି ଆଧାରିତ ଅନୁଭବକୁ ବିଭିନ୍ନ ଉପାୟରେ ବ୍ୟକ୍ତ କରିଛନ୍ତି । ଅବଶ୍ୟ ଏହା ନିର୍ବିବାଦୀୟ ସତ୍ୟ ଯେ ବହୁ ଜାତୀୟତାର ଦୃଢ଼ ଭିତ୍ତିଭୂମି ସୃଷ୍ଟି ସହ ଜାତୀୟତାର ସୃଷ୍ଟି ଓ ବିକାଶ କ୍ଷେତ୍ରରେ ପରିପକ୍ବତା ଘଟିଛି । ଦେଶ -ବିଦେଶର ସ୍ଥିତି ଅବଲୋକନ କରି ପ୍ରତିଫଳିତ ଲୋକ ଚରିତ୍ର ପ୍ରଭାବରେ ଭିନ୍ନ ଭିନ୍ନ ଆହ୍ବାନ , ଯଥା ସ୍ବାଭିମାନ, ଅସ୍ମିତା, ଆଞ୍ଚଳିକ ବିକାଶ , ଈର୍ଷା, ବିଦ୍ୱେଷ, ଛଳନା, ପ୍ରବଞ୍ଚନା ଆଦି ଶଦ୍ଦାସ୍ତ୍ରରେ ଜାତୀୟତା ଭିତରେ ହିଁ ବହୁ ନୂତନ ସ୍ବାଧୀନ ରାଜ୍ୟ,ଦେଶ ସୃଷ୍ଟି ହେବା ମଧ୍ୟ ବିଗତ ସମୟର ଅଭିଜ୍ଞତା ଆଧାରରେ ଅନୁମାନ କରି ହେଉଛି । ଅତ୍ୟାଧୁନିକ ବା ହାଇଟେକ୍ ବିପ୍ଲବର ଆଘାତରେ ଅନେକ ଜାତୀୟତା ଧ୍ବଂସ ପାଇଯିବାର ସମ୍ଭାବନା ଦେଖାଯାଉଛି । ସାରା ବିଶ୍ବ ତମାମ ପୁଞ୍ଜି ଐରାବତ ଦେଶ ବା ଧନୀକ ଶ୍ରେଣୀର ଦେଶ ଗୁଡ଼ିକର ବିକାଶଶୀଳ ଦେଶ ମାନଙ୍କ ଉପରେ ଚରମ ଆର୍ଥିକ ଆଘାତ ସାଙ୍ଗକୁ ତଥାକଥିତ ବଳିଷ୍ଠ ଭାଷା, ବଳିଷ୍ଠ ସଭ୍ୟତା ଏବଂ ଅଚିନ୍ତନୀୟ ଶକ୍ତି ସମ୍ପନ୍ନ ପ୍ରଚାର ପ୍ରସାର ଓ ଯୋଗାଯୋଗ ଯନ୍ତ୍ରର ଆଘାତ ଫଳରେ ସଭ୍ୟତା ତଥା ଉଦ୍ୟୋଗହୀନ ଭାଷା ସାହିତ୍ୟ ସଂସ୍କୃତି,ସଭ୍ୟତା ଜାତି ଗୁଡ଼ିକ ସନ୍ତୁଳିତ ହେବାରେ ଲାଗିଛନ୍ତି । ହଁ , ଏହା ମଧ୍ୟ ନିର୍ବିବାଦୀୟ ସତ୍ୟ ଯେ ସମ୍ପ୍ରତି ସମସ୍ତେ ଭାରତୀୟ ଜାତୀୟତା ନିମନ୍ତେ ବ୍ୟାକୁଳ । ସମ୍ବାଦପତ୍ରରେ ଆଲୋଚନା ହେଉଛି, ସଭାସମିତିରେ ବକ୍ତୃତା ହେଉଛି, କାବ୍ୟ ନାଟକ, ଉପନ୍ୟାସାଦିରେ ରୂପକ ଛଳରେ ସୂଚନା ଦିଆଯାଉଅଛି କିପରି ଭାବରେ ଭାରତ ଜାତୀୟତା ପ୍ରତିଷ୍ଠିତ ହେବ । ଅନେକ ଭାରତ ଜାତୀୟତା ଏକାବେଳକେ ଅସମ୍ଭବ ବୋଲି ହତାଶ । କେହିକେହି କେବଳ ଅତୀତ ଆଡ଼କୁ ଚାହିଁଛନ୍ତି ପ୍ରେରଣା ପାଇବା ଲାଗି । ଅନ୍ୟ କେତେକଙ୍କର କେବଳ ଭବିଷ୍ୟତ ଉପରେ ଆଶା । କେହି ନିଜ ଭିତରକୁ ଚାହିଁ ପ୍ରାଚୀନ ସଭ୍ୟତାକୁ ମନ୍ଥୁଛନ୍ତି । କେହି ପୁଣି ପର ମୁହଁକୁ ଚାହିଁଅଛନ୍ତି ଏବଂ କେବଳ ପଶ୍ଚିମ ଉପରେ ଭରସା ରଖିଛନ୍ତି । ପ୍ରକୃତରେ ଏ ଜାତୀୟ ସମସ୍ୟା ଭାରତ ପକ୍ଷେ ବଡ଼ ଗୁରୁତର । କେତେ ପ୍ରଦେଶ - ପ୍ରତି ପ୍ରଦେଶରେ ପୁଣି କେତେ ବ୍ୟବହାରଗତ ପାର୍ଥକ୍ୟ, ତହିଁରେ ପୁଣି ଅସଂଖ୍ୟ ପ୍ରକାର ଶ୍ରେୟସ୍ୱାର୍ଥର ବିବାଦ । ଏପରି ସ୍ଥଳେ କୁମାରିକା ସହ ହିମାଳୟର କିଛି ସମ୍ପର୍କ ଅଛି ଭାବିବାକୁ ବେଳେବେଳେ ସାହସ ପାଏନାହିଁ । ପୂର୍ବେ ଭାରତର ପ୍ରତ୍ୟେକ ପ୍ରଦେଶର ଅନେକ ବିଷୟରେ ସ୍ୱାତନ୍ତ୍ର୍ୟ ଥିଲା, ଯାତାୟାତର ତେତେ ସୁବିଧା ନଥିଲା; ଗୋଟିଏ ଗୋଟିଏ ପ୍ରଦେଶ ବଣ ଜଙ୍ଗଲ, ନଦୀ ଆଦି ସ୍ୱାଭାବିକ ସୀମାଦ୍ୱାରା ଆବଦ୍ଧ ଥିଲା; ତେଣୁ କାଳକ୍ରମେ ସେ ପ୍ରତ୍ୟେକ ପ୍ରଦେଶର ଇତିହାସ, ସାହିତ୍ୟ, ଭାଷା, ଲୋକ-ବ୍ୟବହାର ଆଦି ସ୍ୱତନ୍ତ୍ର ହେବା ସ୍ୱାଭାବିକ । କିନ୍ତୁ ବିଶେଷତ୍ୱ ଏହି ଯେ, ମୂଳ ଆର୍ଯ୍ୟ ସଭ୍ୟତା ମେରୁଦଣ୍ଡ ରୂପେ ରହିଥିଲା । ଆର୍ଯ୍ୟ ଋଷିମାନେ ବୁଝିଥିଲେ - ଭାବ ଏବଂ ଭାଷା । ତେଣୁ ଭାଷାର ଏକତା ମାନବ ପ୍ରାଣର ମିଳନ ପକ୍ଷେ ଏକମାତ୍ର ପନ୍ଥା । ମାନବ ଆକୃତି ପ୍ରକୃତିରେ ଭିନ୍ନ ହୋଇପାରେ; ଭିନ୍ନ ଜଳବାୟୁରେ ବଢ଼ିପାରେ । ତେବେ ତାର ଅନ୍ୟ ମାନବ ସହିତ ମିଳନ କେଉଁଠାରେ? ଭାବରେ, ଚିନ୍ତାରେ ସ୍ଥୂଳତଃ ସଭ୍ୟତାରେ ଭାରତରେ ଆର୍ଯ୍ୟ ଉପନିବେଶ ବଢ଼ିଲା । କ୍ରମେ ଶୂରସେନ ବା ମହାରାଷ୍ଟ୍ରର ଆର୍ଯ୍ୟ ସହିତ ମଗଧ ଆର୍ଯ୍ୟର ପାର୍ଥକ୍ୟ ଜନ୍ମିଲା । ପ୍ରାଦେଶିକ ସ୍ୱାତନ୍ତ୍ର୍ୟ ବଢ଼ିଲା ମାତ୍ର ସଂସ୍କୃତ ଭାଷା ଓ ବୈଦିକ ଭାବ ଏ ବହୁଳ ସ୍ୱାତନ୍ତ୍ର୍ୟ ମଧ୍ୟରେ ସୁନ୍ଦର ସୁଦୃଢ଼ ଏକତା ରଖିଥିଲା ଏବଂ ଆଜିଯାଏ ରହିଅଛି । ଦ୍ରାବିଡ଼ ସଙ୍ଗେ ଆର୍ଯ୍ୟର ସଂଘର୍ଷ ହେଲା । ସେ କ୍ରମେ ଆର୍ଯ୍ୟ ଭାଷା, ଆର୍ଯ୍ୟ ଭାବ ଏବଂ ଆର୍ଯ୍ୟ ସଭ୍ୟତା ଗ୍ରହଣ କଲେ । ପରିଣାମରେ ଦ୍ରାବିଡ଼ ଆର୍ଯ୍ୟ ସଙ୍ଗେ ଏକାବେଳକେ ମିଶିଗଲେ ।ଆଜି ଭାରତର ପ୍ରାଦେଶିକ ସ୍ୱାତନ୍ତ୍ର୍ୟକ୍ରମେ ନଷ୍ଟ ହୋଇଯାଉଅଛି । ନଷ୍ଟ ହୋଇ ବି ଭାରତ ମହାଜାତୀୟ ଏକତା ଆଡ଼କୁ ଯାଉଛି ନା? ବରଂ ପ୍ରତ୍ୟେକ ପ୍ରଦେଶରେ ଶତ ନୂତନ ସ୍ୱାର୍ଥ ଓ ସ୍ୱାତନ୍ତ୍ର୍ୟ ସୃଷ୍ଟି ହେଉଛି । ଯାତାୟତର ସୁବିଧା ହୋଇଅଛି । ପ୍ରଦେଶମାନଙ୍କ ପରସ୍ପର ସହିତ ସମ୍ପର୍କ ବଢୁଅଛି । ଏକ ପ୍ରଦେଶରେ କେବଳ ଜାତୀୟ ଲୋକ ଆଉ ଏବେ ନାହାନ୍ତି । ନନା ବର୍ଣ୍ଣ, ଧର୍ମ, ସମାଜର ଲୋକେ ଏକ ସ୍ଥାନରେ ଅଧିବାସ କରୁଅଛନ୍ତି । ସେମାନେ ନିଜନିଜର ଭାଷା, ଭାବ, ବ୍ୟବହାର, ରୀତି, ନୀତି, ସମାଜ, ସାହିତ୍ୟ ଓ ଇତିହାସ ସବୁକୁ ସଙ୍ଗେ ଘେନି ଆସୁଅଛନ୍ତି । ତାହା ସବୁ ଛାଡ଼ିବାକୁ ଆଦୌ ପ୍ରସ୍ତୁତ ନୁହନ୍ତି । କାର୍ଯ୍ୟ ଉପଲକ୍ଷେ ବା ଘଟନାସୂତ୍ରରେ ଯେଉଁ ସ୍ଥାନ ବା ପ୍ରଦେଶରେ ଆସି ବାସକଲେ ସେଠାର ସଭ୍ୟତା, ସାହିତ୍ୟ ଓ ଭାଷା ଆଦିକୁ ନିଜର ବୋଲି ଗ୍ରହଣ କରିବାକୁ କୁଣ୍ଠିତ । ତେବେ ଆଉ ପ୍ରାଦେଶିକ ଏକତା ସମ୍ଭବ କିପରି? ଭାରତ ଜାତୀୟତା ତ ଦୂରର କଥା । ଯେଉଁ ଭାଷା, ଭାବ ଓ ସଭ୍ୟତାର ଏକତାରେ ପ୍ରାଦେଶିକ ସ୍ୱାତନ୍ତ୍ର୍ୟ ମଧ୍ୟରେ ଭାରତୀୟ ସଭ୍ୟତା ଆଜିଯାଏଁ ଜୀବିତ ରହିଅଛି, ଉପସ୍ଥିତ କ୍ଷେତ୍ରରେ ପ୍ରାଦେଶିକ ସଭ୍ୟତାର ବ୍ୟକ୍ତିତ୍ୱ ରକ୍ଷା ନିମନ୍ତେ ସେହି ପନ୍ଥା ଅବଲମ୍ବନ କରିବାକୁ ହେବ । ଟିକିଏ ତଳେଇ ଦେଖିଲେ ଦେଖିଲେ ଦେଖାଯିବ , ଭାବ ଓ ସଭ୍ୟତାର ମୂଳରେ ଭାଷା । ଭାଷାର ଏକତା ଥିଲେ ଭାବର ଏକତା ସୁନିଶ୍ଚିତ । ସୁତରାଂ ସଭ୍ୟତା ଏକ ନହୋଇ ଅନ୍ୟଥା ହୋଇନପାରେ । ପୃଥିବୀର ସମସ୍ତ ସଭ୍ୟଦେଶ ଏହି ନୀତି ଗ୍ରହଣ କରିଅଛନ୍ତି । ଆମେରିକାର ଯୁକ୍ତ ପ୍ରଦେଶରେ ନାନା ଜାତିର ଲୋକେ ବାସ କରନ୍ତି - ଇଂରେଜ, ଜର୍ମାନ୍, ପର୍ଟୁଗୀଜ୍ - ସବୁ ଜାତିର ଲୋକେ ଅଛନ୍ତି । ପ୍ରତ୍ୟେକ ପ୍ରଦେଶର ଆଇନ୍ କାନୁନ ବିଧି ବ୍ୟବସ୍ଥା ପୃଥକ୍ । କିନ୍ତୁ ସେ ସମସ୍ତେ ଇଂରେଜୀ ଭାଷାକୁ ରାଜ୍ୟର ଭାଷା ରୂପେ ଗ୍ରହଣ କରିଅଛନ୍ତି । ଇଂରେଜୀ ଭାଷା ଗ୍ରହଣ ନକରିବା ଯାଏଁ କାହାରିକୁ ଯୁକ୍ତରାଜ୍ୟ ପ୍ରଜା ଅଧିକାର ଦିଆଯାଏ ନାହିଁ । ସମସ୍ତ ରାଜ୍ୟରେ ଏକଭାଷା ପ୍ରଚଳିତ ହେବାରୁ ପ୍ରାଦେଶିକ ନାନା ପାର୍ଥକ୍ୟ ଥିଲେ ସୁଦ୍ଧା ସମସ୍ତ ରାଜ୍ୟରେ ଏକ ଭାଷା ପ୍ରଚଳିତ ହେବାରୁ ପ୍ରାଦେଶିକ ନାନା ପାର୍ଥକ୍ୟ ଥିଲେ ସୁଦ୍ଧା ସମଗ୍ର ରାଜ୍ୟରେ ଗୋଟାଏ ଜାତୀୟ ଭାବ ନିରନ୍ତର ଜାଗ୍ରତ ରହିଅଛି । ଆଜିକାଲି ଭାରତର ଏକ ଏକ ପ୍ରଦେଶରେ ନାନାବିଧ ଲୋକେ ଅଛନ୍ତି । କ୍ରମେ ଆଉ ନୂତନ ସମ୍ପ୍ରଦାୟ ଓ ସମାଜର ଲୋକେ ମିଶୁଛନ୍ତି । କୌଣସି ସ୍ଥାନରେ ପୂର୍ବର ଅବିମିଶ୍ରତା ନାହିଁ । ଏହି ନାନାବିଧ ଲୋକଙ୍କ ମଧ୍ୟରେ ଏକତା ରକ୍ଷା କରିବାକୁ ହେଲେ ସେ ସମସ୍ତଙ୍କର ସେହି ଦେଶଭାଷା ଗ୍ରହଣ କରିନେବା ଉଚିତ । ତାହାହେଲେ ସେମାନଙ୍କର ଭାବ ଓ ଚିନ୍ତାରେ ସାମଞ୍ଜସ୍ୟ ଆସିବ । ସେ ପ୍ରଦେଶର ସ୍ମୃତି, ସାହିତ୍ୟ, ଇତିହାସ ଆଡ଼କୁ ସେମାନେ ନିଜର କରିନେବେ ଏବଂ ସେ ପ୍ରଦେଶ ଓ ତାହାର ଅତୀତ ଓ ଭବିଷ୍ୟତରେ ସେ ସମସ୍ତଙ୍କର ଆସ୍ଥା ଓ ମମତା ଜନ୍ମିବ । ଯେତେଦୂର ସମ୍ଭବ ଏକ ଭାଷା ପ୍ରଚଳିତ ସ୍ଥାନମାନ ଏକ ଶାସନାଧୀନରେ ନଆସିଲେ ଏ ଉଦ୍ଦେଶ୍ୟ ସିଦ୍ଧ ହୋଇପାରିବ ନାହିଁ । କ୍ରମଶଃ
ଆଲୋ ସଖି
ଆଲୋ ସଖି
-++
ବାକ୍ ସଂଯମତା, ବିଶେଷ କରି ଶାସନ, ପ୍ରଶାସନ ତଥା ସମାଜର ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ଦାୟିତ୍ଵ ନିର୍ବାହ କରୁଥିବା ବ୍ୟକ୍ତିମାନଙ୍କ ବ୍ୟବହାରରେ ରହିଵା ଏକାନ୍ତ ଆବଶ୍ୟକ । ସେଥିପାଇଁ କୁଳବୃଦ୍ଧ ଭାରତ ଗୌରବ ମଧୁସୂଦନ କହିଯାଇଛନ୍ତି " ଆଲୋ ସଖି ! ଆପଣା ମହତ ଆପେ ରଖି " । ବିଶେଷ କରି କ୍ଷମତା ରାଜନୀତିରେ ଦଳୀୟ ସ୍ବାର୍ଥ ଏବଂ ସ୍ଵକୀୟ ସ୍ବାର୍ଥ ପାଇଁ ତଥାକଥିତ ନେତାମାନଙ୍କ ଅନିୟନ୍ତ୍ରିତ ଜିଭରୁ ନିର୍ଗତ ଭୟଙ୍କର ବିଷ ର ପ୍ରଭାବରେ ସ୍ଵାଧୀନୋତ୍ତର ଭାରତର ଆଦ୍ୟ ଅବଧିର ସମ୍ପ୍ରଦାୟିକ ଦଙ୍ଗାର ଲୋମହର୍ଷଣକାରୀ ରକ୍ତାକ୍ତ ଇତିହାସ ଠାରୁ ବିଗତ ୭୮ ବର୍ଷଧରି ଭାରତ ଜନନୀ ଯେଭଳି ଜିଭ ପ୍ରତିଫଳିତ ବିଷଜ୍ୱାଳାରେ ଜର୍ଜରିତା, ତାହାର ଇତିହାସ ଏତେ ବ୍ୟାପକ, ଏତେ ଘୃଣିତ ଯେ ତାହା ପ୍ରକାଶ କରିବା ପାଇଁ ଭାଷା ଅକୁଳାଣ । ସର୍ବୋଚ୍ଚ ନ୍ୟାୟାଳୟ ବିଭିନ୍ନ ପ୍ରସଙ୍ଗ କୁ ନେଇ ଭ୍ରଷ୍ଟ ନେତା ଓ ଦଳୀୟ କର୍ମୀଙ୍କ ଜିଭ ନିଷ୍କୃତ ବିଷ ଜ୍ଜ୍ବାଳାରେ ଦେଶର ବାତାବରଣ କିଭଳି ଭୟଙ୍କର ଭାବରେ ପ୍ରଦୂଷିତ, ଶାସନ କଳର ଉଦାସୀନତା ସମ୍ପର୍କରେ କ୍ଷୋଭ ପ୍ରକାଶ କରି ତତ୍ କାଳୀନ ମୁଖ୍ୟ ବିଚାରପତି ନ୍ୟାୟ ମୂର୍ତ୍ତି ୟୁୟୁ ଲଳିତ ଯେଉଁ ଭାଷାରେ ନିନ୍ଦା କରିଥିଲେ , ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଗତ ତିନି ବର୍ଷ ତଳେ , ଆଜିର ତାରିଖରେ ସାମାଜିକ ଗଣମାଧ୍ୟମ
ମୁଖ ପୁସ୍ତକରେ ଆମେ ଉଲ୍ଲେଖ କରିଥିଲୁ ଯେ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଟୁଡୁଙ୍କ ବ୍ୟବହାର ନିଶ୍ଚିତ ଭାବରେ ନିନ୍ଦନୀୟ । ଓଡ଼ିଶା ପ୍ରଶାସନିକ ସେବା ସଂଘ ( ଓ ଏ ଏସ୍)ର ପ୍ରତିବାଦ ମଧ୍ୟ ଯଥାର୍ଥ । ବ୍ୟକ୍ତିଗତ ଭାବେ ଆମେ ଏହି ପ୍ରତିବାଦକୁ ସମର୍ଥନ କରିଥିଲୁ । ଅପରପକ୍ଷରେ ଓଡିଶା ପ୍ରଶାସନିକ ସେବା ସଂଘର ସଭାପତି ଙ୍କୁ ମଧ୍ୟ ପ୍ରଶ୍ନ କରିଥିଲୁ । ଯେତେବେଳେ ଓଡ଼ିଶାର ସୀମା ଦଖଲ କରି ଚାଲିଥିବା ପଡୋଶୀ ଆନ୍ଧ୍ର ପ୍ରଦେଶର ଜଣେ ମନ୍ତ୍ରୀ , ଅନଧିକାର ଭାବେ ଓଡ଼ିଶା ମାଟିରେ ଅନୁପ୍ରବେଶ କରି ଓଡ଼ିଶାର ମାଟି ଉପରେ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ପଣ୍ଡାଙ୍କୁ ଅସଭ୍ୟ ଭାଷାରେ କେବଳ ଗାଳିଗୁଲଜ ନୁହେଁ, ବନ୍ଧୁକରେ ଉଡେଇ ଦେବାକୁ ଧମକ ଦେଲେ, ସେତେବେଳ ଠାରୁ ଆଜି ପର୍ଯ୍ୟନ୍ତ ଓଡ଼ିଶା ପ୍ରଶାସନିକ ସେବା ସଂଘ କ'ଣ ପଦକ୍ଷେପ ଗ୍ରହଣ କରିଛି ? ଆନ୍ଧ୍ର ମନ୍ତ୍ରୀ ଓଡ଼ିଶାର ପ୍ରଶାସନିକ ଅଧିକାରୀ, ଆରକ୍ଷୀ ବାହିନୀଙ୍କ ଉପସ୍ଥିତିରେ, ସେମାନଙ୍କୁ ମାଧ୍ୟମ କରି ସମଗ୍ର ଓଡ଼ିଶାବାସୀଙ୍କୁ ତାତ୍ସଲ୍ୟ କରିବା ସହିତ ଆହ୍ବାନ ଦେବାର ଦୁଃସାହାସିକ ଆଚରଣ ପ୍ରଦର୍ଶନ କରୁଥିଲେ , ସେତେବେଳେ ଏମାନେ ମଥାପାତି ସହ୍ୟ କରିଥିଲେ । ଏଭଳି ଭୟଙ୍କର ଅପମାନ ସତ୍ତ୍ୱେ ସମ୍ପୃକ୍ତ ପ୍ରଶାସନିକ ଅଧିକାରୀ କିମ୍ବା ଓଡ଼ିଶା ସରକାର ଅବା ଓଡ଼ିଶା ପ୍ରଶାସନିକ ସେବା ସଂଘ ତରଫରୁ ଆନ୍ଧ୍ର ମନ୍ତ୍ରୀ ବିରୋଧରେ ପ୍ରଥମ ଅଭିଯୋଗ ଫର୍ଦ୍ଦ ଦାଖଲ କରାନଯିବାରୁ ଓଡ଼ିଶା ନାଗରିକ ମହାମଞ୍ଚ ତରଫରୁ ଗଜପତି ଜିଲ୍ଲାର ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ ଫର୍ଦ୍ଦ ଦାଖଲ ହେବା ସତ୍ତ୍ୱେ ଏଯାବତ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାର କାରଣ କ'ଣ ? ଓଡ଼ିଶାର କୌଣସି ମନ୍ତ୍ରୀ ଯଦି ପଡୋଶୀ ରାଜ୍ୟରେ ଏଭଳି ଅପରାଧ କରିଥାନ୍ତେ , ତେବେ ସେ ରାଜ୍ୟର ସରକାର ନିରବ ରହିଥାନ୍ତେ କି ? ସଂଘ ସଭାପତି ଶ୍ରୀଯୁକ୍ତ ସାମଲ ଏହି ପ୍ରଶ୍ନ ର ଉତ୍ତର ଦେବେ କି ? ବିଗତ ତିନି ବର୍ଷ ମଧ୍ୟରେ ସଂଘ ସଭାପତି ଉତ୍ତର ଦେବାକୁ ବୋଧେ ଉଚିତ ମଣି ନାହାନ୍ତି । ସେହିପରି ଓଡ଼ିଶାର ନବୀନ ପଟ୍ଟନାୟକ ସରକାରର ରାଜସ୍ବ ମନ୍ତ୍ରୀଙ୍କ ସହିତ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ନିଜ ନିଜର ଜିଭ ଉପରେ ସଂଯମତା ରକ୍ଷା ନକରି , ପବିତ୍ର ବିଧାନସଭାରେ ଯେଭଳି ବିଷ ଉଦଗାରିଥିଲେ, ତା'ର ପ୍ରଭାବରେ ପଡୋଶୀ ଭଗାରି ଓଡ଼ିଶାର ମାଟି ଓ ଅମୂଲ୍ୟ ଖଣିଜ ସଂପଦ ଲୁଟିବାକୁ ଉତ୍ସାହିତ ହୋଇ ଏଭଳି ଚକ୍ରାନ୍ତିଆ ଯୋଜନା କରିଚାଲିଛି ,ଯାହାକୁ ସମ୍ମୁଖୀନ ହେବାକୁ ଲହୁ ଲୁହାଣ ହେବାକୁ ପଡ଼ିଥିଲା, ୨୦୨୩ ଅକ୍ଟୋବର ୧୬ ତାରିଖ ଦିନ " ଚାଲ ଦେଓମାଳି, ଚାଲ କୋଟିଆ" ଅଭିଯାନର ସଫଳତା ଆମେ ପାଇଲେ ।କେବଳ କୋଟିଆ ନୁହେଁ, ଓଡ଼ିଶାର ସମସ୍ତ ସୀମାବର୍ତ୍ତୀ ଅଞ୍ଚଳ ଏବେ ପଡୋଶୀ ଭଗାରି ରାଜ୍ୟ ମାନଙ୍କ ଦ୍ବାରା ଅପହୃତ । ସେଥିପାଇଁ ବର୍ତ୍ତମାନର ଆହ୍ବାନ ହୋଇଛି , "ପୂର୍ଣ୍ଣାଙ୍ଗ ଓଡିଶା ଗଠନ" ପାଇଁ ବ୍ୟାପକ ଗଣ ଆନ୍ଦୋଳନ ଗଢ଼ି ତୋଳିବା । ବିଜୟ ବାହୁଡ଼ା ଠାରୁ ମେଦିନୀପୁର ସମେତ ଷଢେ଼ଇକଳା, ଖରସୁଆଁ, ସିଂହଭୂମ, ଚକ୍ରଧରପୁର,ଚାଇଁବସା , ଜଗଦଲପୁର, ବସ୍ତର ଆଦି ଓଡ଼ିଆ ମାନଙ୍କ ଅଞ୍ଚଳକୁ ନେଇ ପୂର୍ଣ୍ଣାଙ୍ଗ ଓଡିଶା ଗଠନ ହିଁ ସମୟର ଆହ୍ବାନ । ଦୀର୍ଘବର୍ଷ ହେଲା ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିବାଦ ଲାଗି ରହିଛି। ପଶ୍ଚିମବଙ୍ଗ ବାଲି ମାଫିଆମାନେ ଓଡ଼ିଶା ସୀମାରୁ କୋଟି କୋଟି ଟଙ୍କାର ବାଲି ଚୋରାଚାଲାଣ କରି ମାଲେମାଲ ହେଉଛନ୍ତି। ବେଆଇନ ବାଲି ଉତ୍ତୋଳନ ଯୋଗୁ ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକର ନଦୀକୂଳ ଗ୍ରାମ ବିଳାସପୁର, ଗୋପାଳପୁର, କୁଆଁରପୁର, ମାକିଡ଼ିଆ, ତୋଟାପଡ଼ା, ବେହେରାସାହି, ପ୍ରହରାଜପୁର, ଦକ୍ଷିଣ ପ୍ରହରାଜପୁର ଓ ମକରମପୁର ଗାଁ ପ୍ରତି ବିପଦ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଏନ୍ଜିଟିରେ ମାମଲା ଚାଲୁ ରହିଥିଲା ବେଳେ ଉଭୟ ରାଜ୍ୟକୁ କୋର୍ଟ ତାଗିଦ୍ କରିବା ସହ ଏହାର ସୀମା ନିର୍ଦ୍ଧାରଣ ଲାଗି ପରାମର୍ଶ ଦେଇଥିଲେ। ବର୍ତ୍ତମାନର ସରକାର ପବିତ୍ର ବିଧାନସଭାରେ ସ୍ବୀକାର କରିଛନ୍ତି ଯେ ଭୟଙ୍କର ସୀମା ବିବାଦରେ ଛନ୍ଦି ହେଉଛି ଓଡ଼ିଶା । ପଡୋଶୀ ୪ ରାଜ୍ୟ ସହିତ ରାଜ୍ୟ ୧୪ଟି ଜିଲ୍ଲାର ଆନ୍ତଃ-ରାଜ୍ୟ ସୀମା ବିବାଦ ଲାଗି ରହିଛି । ଯାହାକୁ ନେଇ ଗୃହରେ ଉତ୍ତର ରଖିଥିଲେ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ବିଧାୟକ ରମେଶ ବେହେରାଙ୍କ ପ୍ରଶ୍ନରେ ଉତ୍ତର ଦେଇ ମନ୍ତ୍ରୀ କହିଥିଲେ ଯେ, ଆନ୍ଧ୍ର ପ୍ରଦେଶ, ଛତିଶଗଡ, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟ ସହ ଓଡ଼ିଶାର ୧୪ଟି ଜିଲ୍ଲାର ଆନ୍ତଃ ରାଜ୍ୟ ସୀମା ସଂଲଗ୍ନ ଅଛି । ଯାହାକୁ ନେଇ ବିବାଦ ଲାଗି ରହିଛି । ତେବେ କୋଟିଆ ଗ୍ରାମପୁଞ୍ଜକୁ ଛାଡିଦେଲେ ଅନ୍ୟ କେଉଁ ସ୍ଥାନରେ ବିବାଦ ସେତେ ବଡ ଧରଣର ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟୋକ୍ତି ରଖିବା ଜଣାଇ ଦେଉଛି ଯେ ସରକାରଙ୍କ ନିକଟରେ
ବାସ୍ତବ ତଥ୍ୟ ନାହିଁ ଅବା ସୀମା ସମ୍ପର୍କରେ ସରକାର ସଚେତନ ନୁହନ୍ତି । ଗତ ଅଧିବେଶନରେ ବିଜେଡି ବିଧାୟକ ରମେଶ ବେହେରା ଏନେଇ ଗୃହରେ ପ୍ରଶ୍ନ କରିଥିଲେ । ସେ ପଚାରିଥିଲେ ଯେ, ଆନ୍ତଃ ରାଜ୍ୟ ସୀମା ବିବାଦର ସମାଧାନ ଓ ଅନୁପ୍ରବେଶ ରୋକିବାକୁ ସରକାର କି କି ପଦକ୍ଷେପ ନେଉଛନ୍ତି ? ଆଉ କେଉଁ କେଉଁ ସୀମାନ୍ତ ରାଜ୍ୟ ସହ କେତୋଟି ବିବାଦ ରହିଛି? ଏହାର ଉତ୍ତର ଦେଇ ମନ୍ତ୍ରୀ ଏହି ସମ୍ପର୍କରେ ସୂଚନା ଦେଇଥିଲେ । ମନ୍ତ୍ରୀଙ୍କ ସୂଚନା ମୁତାବକ, କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପୁଞ୍ଜକୁ ନେଇ ଆନ୍ଧ୍ରପ୍ରଦେଶ ସହିତ ୧୯୬୮ ମସିହାରୁ ସୀମା ବିବାଦ ରହିଛି । ଏନେଇ ଓଡ଼ିଶା ସରକାର ଆନ୍ଧ୍ର ସରାକରଙ୍କ ବିରୋଧରେ ସୁପ୍ରିମକୋର୍ଟରେ ମାମଲା ଦାୟର କରିଛନ୍ତି । ତେବେ ଏହି କେଶକୁ ଖାରଜ କରିବା ସହ ଆଲୋଚନା ମାଧ୍ୟମରେ ଏହାର ଫଇସଲା କରିବାକୁ ସୁପ୍ରିମକୋର୍ଟ କହିଛନ୍ତି ବୋଲି ଗୃହରେ ଉତ୍ତର ରଖିଥିଲେ ମନ୍ତ୍ରୀ ।ଅନ୍ୟପଟେ ବିବାଦୀୟ କୋଟିଆ ଅଞ୍ଚଳର ବିକାଶ ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ୧୦୮ କୋଟି ୫୩ ଲକ୍ଷ ୧୨ ହଜାର ୩୩୯ ଟଙ୍କା ଖର୍ଚ୍ଚ କରାଯାଇଛି । ପ୍ରତି ଗ୍ରାମକୁ ରାସ୍ତା, ବିଦ୍ୟାଳୟ ଗୃହ, ଆବାସିକ ଶ୍ରେଣୀ ଗୃହ, ଅଙ୍ଗନୱାଡି ଗୃହ, ମିଶନ ଶକ୍ତି ଗୃହ, ୧୦ ଶଯ୍ୟା ବିଶିଷ୍ଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ବଜାର ପିଣ୍ଡି, ପୋଲିସ ଥାନା ନିର୍ମାଣ କରିବା ସଙ୍ଗେ ସଙ୍ଗେ ବିଦ୍ୟୁତ ସଂଯୋଗ ଓ ମୋବାଇଲ ଟାୱାର ସ୍ଥାପନ ସହ ଲୋକମାନଙ୍କ ପାଇଁ ଜୀବିକାର ମଧ୍ୟ ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ କହିଥିଲେ । ସୀମା ସୁରକ୍ଷା ଅଭିଯାନର ଧାରାବାହିକ ଆନ୍ଦୋଳନ ଫଳରେ ଅନ୍ତତଃ ଏତିକି ମାତ୍ର ପଦକ୍ଷେପ ସରକାର ନେଇଛନ୍ତି । ବିଗତ ଦୁଇ ଦଶନ୍ଧି ଧରି ସୁବାର୍ତ୍ତାରେ ବିଭିନ୍ନ ଆଲେଖ୍ୟ ଆଲୋଚନା ଏବଂ ଅଗ୍ରଲେଖରେ ପ୍ରକାଶ ପାଇ ଆସୁଛି ଯେ ଓଡ଼ିଶାର ସୀମା,ଜଳ, ଜମି ଓ ଜଙ୍ଗଲକୁ ଉପଜିବ୍ୟ କରି ପଡୋଶୀ ଆନ୍ଧ୍ର, ପଶ୍ଚିମବଙ୍ଗ, ଛତିଶଗଡ଼ ଓ ଝାଡ଼ଖଣ୍ଡ ସହିତ ବିବାଦ ଲାଗି ରହିବା , ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏଥି ପ୍ରତି ଗୁରୁତ୍ବ ନଦେବା ଫଳରେ
ଯେଉଁ ସ୍ଥିତି ସୃଷ୍ଟି ହୋଇ ଚାଲିଛି , ତାହା ଆଗାମୀ ଦିନରେ ଭୟଙ୍କର ନକରାତ୍ମକ ପ୍ରଭାବ ଏହି ପାଞ୍ଚ ରାଜ୍ୟ ଉପରେ ପଡିବା ଅବଧାରିତ । ଏଠାରେ ପ୍ରସଙ୍ଗ କ୍ରମେ ଉଲ୍ଲେଖଯୋଗ୍ୟ ଯେ ରାଜେନ୍ଦ୍ର ନାରାୟଣ ସିଂହଦେଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବାବେଳେ ୧୯୬୮ ମସିହାରେ ଆନ୍ଧ୍ର ସହିତ ଓଡ଼ିଶାର ସୀମା ବିବାଦ ଘେନି ଓଡ଼ିଶା ପକ୍ଷରୁ ସୁପ୍ରିମକୋର୍ଟରେ ଦୁଇଟି ମାମଲା ରୁଜୁ କରାଯାଇଥିଲା । ପଟ୍ଟାଙ୍ଗୀ ତହସିଲର କୋଟିଆ ସମେତ ୨୧ଟି ଗ୍ରାମପୁଞ୍ଜକୁ ନେଇ ଗୋଟିଏ ମାମଲା ରୁଜୁ ହୋଇଥିବା ବେଳେ ଅନ୍ୟଟି ଥିଲା ବୋରାମୁଥା ସମେତ ୧୩ଟି ଗ୍ରାମ ପ୍ରସଙ୍ଗ ଆଧାରିତ। ଏହି ମାମଲା ଦୁଇଟିରୁ ବୋରାମୁଥା ମାମଲାରେ ୨୦୧୦ ମସିହାରେ ଓଡ଼ିଶା ସରକାର ହାରିଥିବା ବେଳେ ଅନ୍ୟ ମାମଲାଟିକୁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ବା
ସୁପ୍ରିମକୋର୍ଟ ଖାରଜ କରିଦେଇ ଆପୋଷ ଆଲୋଚନା ମାଧ୍ୟମରେ ଫଇସଲା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାର ପ୍ରମୁଖ କାରଣ ଓଡ଼ିଶା ସରକାର ମକଦ୍ଦମା କରି ଚୁପ ବସିଗଲେ । ଯାହା ଫଳରେ ଆନ୍ଧ୍ର ଯାହା ଚାହୁଁ ଥିଲା , ତାହା ହେଲା ଏବଂ ସେ ପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରଖିବାକୁ ସୁପ୍ରିମକୋର୍ଟ ତାଙ୍କ ଆଦେଶରେ ଉଲ୍ଳେଖ କରିଥିଲେ ମଧ୍ୟ ବାରମ୍ବାର ଆନ୍ଧ୍ର ପକ୍ଷରୁ ତାହାର ଉଲ୍ଲଂଘନ କରାଯାଉଥିବାରୁ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ଏକ ଅଦାଲତ ଅବମାନନା ମାମଲା ରୁଜୁ କରିବାର ଇତିମଧ୍ୟରେ ୪ବର୍ଷ ବର୍ଷ ବିତିଗଲାଣି । ଏହାଛଡ଼ା ୨୦୨୩ରେ ବି ଓଡ଼ିଶା ସରକାର ଅନ୍ୟ ଏକ ମୂଳ ମାମଲା ସୁପ୍ରିମକୋର୍ଟରେ ଦାଏର କରିଥିଲେ ,ଯାହା ଏଯାବତ୍ ବିଚାରାଧୀନ ରହିଛି । ସେହିପରି ଆନ୍ଧ୍ର ପ୍ରଦେଶ ସହିତ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଅଞ୍ଚଳର ମାଣିକ ପାଟଣା, ଗଙ୍ଗା ବାଡ଼ ଆଦି ବିସ୍ତୃତ ଅଞ୍ଚଳ ଓ କାଶୀନଗର ତହସିଲ ଅନ୍ତର୍ଗତ କେତେକ ଗ୍ରାମକୁ ନେଇ ଆନ୍ଧ୍ର ପ୍ରାୟୋଜିତ ବିବାଦ ଦୀର୍ଘ ଦିନରୁ ଚାଲିଛି ।ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼ ସରକାର ଆଖିବୁଜା ବନ୍ଧ ନିର୍ମାଣ କରି ଓଡ଼ିଶାରେ ମହାନଦୀର ଜଳପ୍ରବାହକୁ ଏକ ପ୍ରକାର ସଂକୁଚିତ କରିଦେଇଥିବା ଘେନି ପ୍ରାୟ ୧୦ବର୍ଷ ହେବ ଟ୍ରିବ୍ୟୁନାଲ୍ରେ ମାମଲା ଗଡୁଛି । ଏହି ମାମଲା ପାଇଁ ଓଡ଼ିଶା ସରକାର ମଧ୍ୟ କୋଟିକୋଟି ଟଙ୍କା ଗରିବ ଲୋକଙ୍କ ରାଜକୋଷରୁ ଖର୍ଚ୍ଚ କଲେଣି । କିନ୍ତୁ ସମୟ ଗଡ଼ି ଚାଲୁଥିବା ସହିତ ମହାନଦୀର ତଳମୁଣ୍ଡ ଶୁଖିଲା ପଡୁଛି । ଏହି ସମସ୍ୟାର କେବେ ସମାଧାନ ହେବ ଏବଂ ପୁଣି ମହାନଦୀ ବକ୍ଷରେ ଜଳଧାରା ପ୍ରବାହିତ ହେବ ସେ ସଂକ୍ରାନ୍ତରେ କେହି ନିର୍ଦ୍ଦିଷ୍ଟ ଭାବେ କିଛି କହିପାରୁ ନାହାନ୍ତି । ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ତହସିଲ ଅନ୍ତର୍ଗତ ଝାରଗାଁ ଅଞ୍ଚଳରେ ଓଡ଼ିଶାର କେତେକ ଜମିକୁ ନେଇ ବି ଛତିଶଗଡ଼ ସହ ସୀମା ବିବାଦ ଲାଗି ରହିଛି । ସେହିପରି ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ଓ ସାରସକଣା ତହସିଲ ଅନ୍ତର୍ଗତ ୮ଟି ରାଜସ୍ୱ ଗ୍ରାମକୁ ନେଇ ପଶ୍ଚିମବଙ୍ଗ ସହିତ ସୀମା ବିବାଦ ଚାଲିଛି । ସେହିପରି ବାଲେଶ୍ୱର ଜିଲ୍ଲାର ଭୋଗରାଇ ତହସିଲ ଅନ୍ତର୍ଗତ ସାହବାଜପୁର ଗାଁ ଏବଂ ସୁବର୍ଣ୍ଣରେଖା ନଦୀ ଶଯ୍ୟା ପ୍ରସଂଗରେ ବି ପଶ୍ଚିମବଙ୍ଗ ସହ ଓଡ଼ିଶାର ସୀମା ବିବାଦ ଲାଗି ରହିଛି । କେନ୍ଦୁଝର ଜିଲ୍ଲାର ଚମ୍ପୁଆ ତହସିଲ ଅନ୍ତର୍ଗତ ସୀମାନ୍ତବର୍ତ୍ତୀ ଗ୍ରାମ ପୁରୁଷୋତ୍ତମପୁର ଓ ମୟୂରଭଞ୍ଜର ସାରସକଣା ତହସିଲ ଅନ୍ତର୍ଗତ ନୂଆଗାଁ ଓ ନେଡ଼ା ଗ୍ରାମକୁ ନେଇ ପଡ଼ୋଶୀ ଝାଡ଼ଖଣ୍ଡ ସହିତ ଓଡ଼ିଶାର ଆନ୍ତଃରାଜ୍ୟ ସୀମା ବିବାଦ ଗଡ଼ି ଆସୁଛି ।ତେବେ ସୀମାନ୍ତବର୍ତ୍ତୀ ଜିଲ୍ଲା ସୁନ୍ଦରଗଡ଼, ନବରଙ୍ଗପୁର, ଗଞ୍ଜାମ, ବରଗଡ଼, କଳାହାଣ୍ଡି, ନୂଆପଡ଼ା, ମାଲକାନଗିରି ଓ ରାୟଗଡ଼ା ସହିତ ପଡ଼ୋଶୀ ରାଜ୍ୟମାନଙ୍କର ସୀମା ବିବାଦ ଥିବା ସତ୍ତ୍ବେ ସରକାରଙ୍କ ନିକଟରେ ଖବର ନାହିଁ । ଆମେ ସୀମା ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ଭାବରେ ବାରମ୍ବାର ଓଡ଼ିଶାର ସୀମାନ୍ତ ଅଞ୍ଚଳ ବୁଲି , ସେଠାକାର ବାସିନ୍ଦାଙ୍କ ସହିତ ଆଲୋଚନା କରି , ବାସ୍ତବ ତଥ୍ୟ ସଂଗ୍ରହ କରି ଗତ ନବୀନ ପଟ୍ଟନାୟକଙ୍କ ସରକାରଙ୍କୁ ଶହଶହ ପତ୍ର ମାଧ୍ୟମରେ ଜଣାଇଥିଲେ ମଧ୍ୟ ତାହା ଅଳିଆଗଦାର ପଣ୍ୟ ଅବା ଠୁଙ୍ଗା ଶିଳ୍ପର କଞ୍ଚା ମାଲ ଯେ ହୋଇଛି , ସେଥିରେ ଆମେ ଦୃଢ଼ ନିଶ୍ଚିତ । ହଁ , ଏହା ଅତ୍ୟନ୍ତ ଭାରି ହୃଦୟରେ ସ୍ବୀକାର କରୁଛୁ ଯେ ଯେଭଳି ବ୍ୟାପକ ଗଣ ଆନ୍ଦୋଳନ ସୃଷ୍ଟି କରିବା କଥା , ତାହା କରି ପାରିନାହୁଁ । ଏହାର ବହୁବିଧ କାରଣ ମଧ୍ୟରୁ ଆର୍ଥିକ ଅନଟନ ଏକ ପ୍ରମୁଖ କାରଣ । ଏହା ଆମର ଅନୁଭବର କଥା ଯେ ଏଭଳି ଜନସ୍ବାର୍ଥ, ଓଡ଼ିଶାର ସ୍ବାର୍ଥ ଆଧାରିତ ଆନ୍ଦୋଳନକୁ ସ୍ବତଃ କେହି କେବେ ଆର୍ଥିକ ସାହାଯ୍ୟ ସହଯୋଗ କରି ନଥାନ୍ତି । ନବୀନ ପଟ୍ଟନାୟକ ଏହି ସତ୍ୟ ଜାଣିଥିବାରୁ , ଆମେ କିଭଳି ସର୍ବଦା ଆର୍ଥିକ ଅନଟନରେ ରହିବୁ , ତା'ର ସମସ୍ତ ବ୍ୟବସ୍ଥା କରିଥିଲେ , ଯାହାର ଉଦାହରଣ ପ୍ରଚୁର । ସକଳ ପ୍ରତିକୂଳ ପରିସ୍ଥିତିରେ ଓ ସକଳପ୍ରକାର ପ୍ରତିବନ୍ଧକ ସତ୍ତ୍ୱେ ନିଃସଙ୍ଗ ପଦାତିକ ଭାବେ ଅଭିଯାନ ଅବ୍ୟାହତ ରହିଛି ।
ଦୁର୍ଗମଛେଦିନୀ, ଦୁର୍ଗତିନାଶିନୀ, ଶକ୍ତି ସ୍ୱରୂପିଣୀ ମାଆ
ଦୁର୍ଗମଛେଦିନୀ, ଦୁର୍ଗତିନାଶିନୀ, ଶକ୍ତି ସ୍ୱରୂପିଣୀ ମାଆ
-------------
କେଉଁ ଅନାଦି ଅନନ୍ତ କାଳରୁ ବିଶ୍ବାସ ରହି ଆସିଛି ଯେ
ଦୁର୍ଗମଛେଦିନୀ, ଦୁର୍ଗତିନାଶିନୀ, ଶକ୍ତି ସ୍ୱରୂପିଣୀ, ତ୍ରିଶୂଳଧାରିଣୀ, ବଳଦାୟିନୀ, ମହିଷମର୍ଦ୍ଦିନୀ, ଚଣ୍ଡମୁଣ୍ଡ ବିନାଶିନୀ ମା’ ଦୁର୍ଗା ହେଉଛନ୍ତି ସମସ୍ତ ଶକ୍ତିର ଅଧିଷ୍ଠାତ୍ରୀ ଦେବୀ । ଏହା ମଧ୍ୟ ବିଶ୍ଵାସ କରାଯାଏ ଯେ ମା’ ଦୁର୍ଗା ହେଉଛନ୍ତି ମୋକ୍ଷଦାତ୍ରୀ, ମଙ୍ଗଳମୟୀ । ମା’ ଦୁର୍ଗାଙ୍କୁ ଉପାସନା କଲେ ମଣିଷ ଧର୍ମ – ଅର୍ଥ – କାମ – ମୋକ୍ଷ ଚତୁର୍ବର୍ଗର ଫଳପ୍ରାପ୍ତି କରିଥାଏ । ଦୁର୍ଗାସାଧନାର ପ୍ରାପ୍ତିଫଳ ଅସୀମ ଏବଂ ଅନନ୍ତ । ଏକଦା ଦେବତାମାନେ ମାତାଦୁର୍ଗାଙ୍କୁ ଷୋଡଶ ଉପଚାରରେ ପୂଜା କଲେ । ଦେବତାମାନଙ୍କ ପୂଜାରେ ସନ୍ତୁଷ୍ଟ ହୋଇ ଦୁର୍ଗତିନାଶିନୀ ଦୁର୍ଗା କହିଲେ – “ ହେ ଦେବଗଣ, ମୁଁ ତୁମ୍ଭମାନଙ୍କ ପୂଜାରେ ସନ୍ତୁଷ୍ଟ । ମୁଁ ତୁମ୍ଭମାନଙ୍କୁ ଏକ ଦୁର୍ଲଭବସ୍ତୁ ପ୍ରଦାନ କରିବି “ । ଦୁର୍ଗାଙ୍କ କଥା ଶୁଣି ଦେବତାମାନେ କହିଲେ – “ ହେ ମା’ ଦୁର୍ଗା ଆପଣ ଆମ୍ଭମାନଙ୍କର ଶତ୍ରୁ ମହିଷାସୁର, ଚଣ୍ଡମଣ୍ଡ ଓ ଶୁମ୍ଭନିଶୁମ୍ଭ ଆଦି ଦାନବମାନଙ୍କୁ ସଂହାର କରିଛନ୍ତି । ଆପଣ ଭକ୍ତମାନଙ୍କ ପାଇଁ କଳ୍ପବୃକ୍ଷ ଅଟନ୍ତି । ଆମ୍ଭେମାନେ ଆପଣଙ୍କର ଶରଣାପନ୍ନ । ଆପଣ ସଂକଟରେ ପଡ଼ିଥିବା ଭକ୍ତମାନଙ୍କୁ କିପରି ରକ୍ଷା କରନ୍ତି ସେହି କଥା ଆମ୍ଭ ନିକଟରେ ପ୍ରକାଶ କରନ୍ତୁ । ଦେବତାମାନଙ୍କର ପ୍ରାର୍ଥନା ଶୁଣି ଦୁର୍ଗାଦେବୀ କହିଲେ – ହେ ଦେବଗଣ, ମୁଁ ଯେଉଁ କଥା ତୁମ୍ଭମାନଙ୍କ ନିକଟରେ ପ୍ରକାଶ କରିବାକୁ ଯାଉଛି ତହ ଅତ୍ୟନ୍ତ ଦୁର୍ଲଭ ଅଟେ । ମୋର ବତିଶିଟି ନାମମାଳା ସମସ୍ତ ବିପଦକୁ ବିନାଶ କରି ଭକ୍ତର ସଂକଟମୋଚନ କରିଥାଏ । ତ୍ରିଭୁବନରେ ଏପରି ଦୁର୍ଲଭ ସ୍ତୁତି କିଛି ନାହିଁ ,ଏହା ଖୁବ୍ ଗୋପନୀୟ । ଏହି ସ୍ତୁତି ହେଲା
"ଦୁର୍ଗା ଦୁର୍ଗାର୍ତ୍ତିଶମନୀ, ଦୁର୍ଗାପଦ୍ ବିନିବାରିଣୀ, ଦୁର୍ଗମଚ୍ଛେଦିନୀ, ଦୁର୍ଗସାଧିନୀ ଦୁର୍ଗନାଶିନୀ ,ଦୁର୍ଗତୋଦ୍ଧାରିଣୀ, ଦୁର୍ଗମଜ୍ଞାନନ୍ଦା ଦୁର୍ଗଦୈତ୍ୟ ଲୋକଦବାନଳା ,ଦୁର୍ଗମାଲୋକା ଦୁର୍ଗାମାତ୍ମ ସ୍ୱରୂପିଣୀ, ଦୁର୍ଗମାର୍ଗପ୍ରଦା ଦୁର୍ଗମବିଦ୍ୟା ଦୁର୍ଗମାଶ୍ରିତା ,ଦୁର୍ଗମଜ୍ଞାନ ସଂସ୍ଥାନା ଦୁର୍ଗମ ଧ୍ୟାନଭାସିନୀ, ଦୁର୍ଗମୋହା, ଦୁର୍ଗମଣା ଦୁର୍ଗମାର୍ଥସ୍ୱରୂପିଣୀ ,ଦୁର୍ଗମାସୁରସଂହନ୍ତୀ ଦୁର୍ଗମାୟୁଧ ଧାରିଣୀ, ଦୁର୍ଗମାଙ୍ଗୀ ଦୁର୍ଗମତା ଦୁର୍ଗମ୍ୟା ଦୁର୍ଗମେଶ୍ୱରୀ ,ଦୁର୍ଗଭୀମା, ଦୁର୍ଗଭାମା ଦୁର୍ଗଭା ଦୁର୍ଗଦାରିଣୀ, ନାମାବଳିମିମାଂଯସ୍ତୁ ଦୁର୍ଗାୟ ମମମାନବଃ ।" ସେହିପରି ମଧ୍ୟ ପ୍ରାର୍ଥନା କରାଯାଇ ଆସୁଛି"
ଅୟିଗିରି ନନ୍ଦିନୀ ନଂଦିତ ମେଦିନି ବିଶ୍ଵବିନୋଦିନି ନନ୍ଦିନୁତେ ।
ଗିରିବର ବିଂଧ୍ୟ ଶିରୋଧିନି ବାସିନି ବିଷ୍ଣୁବିଲାସିନି ବିଷ୍ଣୁନୁତେ ।।
ଭଗବତୀ ହେ ଶିତିକଣ୍ଠ କୁଟୁଂବିନି ଭୂରିକୁଟୁଂବିନି ଭୂରିକୃତେ
ଜୟ ଜୟ ହେ ମହିଷାସୁରମର୍ଦ୍ଦିନୀ ରମ୍ୟକପର୍ଦ୍ଦିନୀ ଶୈଳସୁତେ
ସୁରବର ବର୍ଷିଣି ଦୁର୍ଦ୍ଧର ଧର୍ଷିଣି ଦୁର୍ମୁଖ ମର୍ଷିଣି ହର୍ଷରତେ ।
ତ୍ରିଭୁବନ ପୋଷିଣି ଶଂକର ତୋଷିଣି କିଳ୍ବିଷ ଶୋଷିଣି ଘୋଷରତେ ।ଦନୁଜ ନିରୋଷିଣି ଦିତିସୁତ ରୋଷିଣି ଦୁର୍ମଦ ଶୋଷିଣି ସିନ୍ଧୁସୁତେ। ଜୟ ଜୟ ହେ ମହିଷାସୁରମର୍ଦ୍ଦିନୀ ରମ୍ୟକପର୍ଦ୍ଦିନୀ ଶୈଳସୁତେ ।ଅୟି ଜଗଦଂବ ମଦଂବ କଦଂବ ବନପ୍ରିୟ ବାସିନି ହାସରତେ।ଶିଖରିଶିରୋମଣି ତୁଙ୍ଗ ହିମାଲୟଶୃଂଗ ନିଜାଲୟ ମଧ୍ୟଗତେ ।ମଧୁମଧୁରେ ମଧୁକୈଟଭ ଗଂଜିନି କୈଟଭଭଂଜିନି ରାସରତେ।ଜୟ ଜୟ ହେ ମହିଷାସୁରମର୍ଦ୍ଦିନୀ ରମ୍ୟକପର୍ଦ୍ଦିନୀ ଶୈଳସୁତେ ॥ ୩॥
ଅୟି ଶତଖଣ୍ଡ ବିଖଣ୍ଡିତ ରୁଣ୍ଡ ବିତୁଣ୍ଡିତ ଶୁଣ୍ଡ ଗଜାଧିପତେ।
ରିପୁଗଜ ଗଣ୍ଡ ବିଦାରଣ ଚଣ୍ଡ ପରାକ୍ରମ ଶୁଣ୍ଡ ମୃଗାଧିପତେ ।।
ନିଜ ଭୁଜଦଣ୍ଡ ନିପାତିତ ଖଣ୍ଡ ନିପାତିତ ମୁଣ୍ଡଭଟାଧିପତେ।
ଜୟ ଜୟ ହେ ମହିଷାସୁରମର୍ଦ୍ଦିନୀ ରମ୍ୟକପର୍ଦ୍ଦିନୀ ଶୈଳସୁତେ
ଅୟି ରଣଦୁର୍ମଦ ଶତ୍ରୁ ବଧୋଦିତ ଦୁର୍ଧର ନିର୍ଜର ଶକ୍ତିଭୃତେ।
ଚତୁର ବିଚାର ଧୁରୀଣ ମହାଶିବ ଦୂତକୃତ ପ୍ରମଥାଧିପତେ ।।
ଦୁରିତ ଦୁରୀହ ଦୁରାଶୟ ଦୁର୍ମତି ଦାନବ ଦୂତ କୃତାଂତମତେ।
ଜୟ ଜୟ ହେ ମହିଷାସୁରମର୍ଦ୍ଦିନୀ ରମ୍ୟକପର୍ଦ୍ଦିନୀ ଶୈଳସୁତେ
ଅୟି ଶରଣାଗତ ବୈରିବଧୂବର ବୀରବରାଭୟ ଦାୟକରେ।
ତ୍ରିଭୁବନ ମସ୍ତକ ଶୂଲବିରୋଧିଶିରୋ ଧିକୃତା ମଳ ଶୂଳକରେ ।।
ଦୁମି ଦୁମି ତାମର ଦୁଂଦୁଭି ନାଦମହୋ ମୁଖରୀକୃତ ତିଗ୍ମକରେ।
ଜୟ ଜୟ ହେ ମହିଷାସୁରମର୍ଦ୍ଦିନୀ ରମ୍ୟକପର୍ଦ୍ଦିନୀ ଶୈଳସୁତେ
ଅୟିନିଜ ହୁଁକୃତି ମାତ୍ର ନିରାକୃତ ଧୂମ୍ର ବିଲୋଚନ ଧୂମ୍ରଶତେ।
ସମର ବିଶୋଷିତ ଶୋଣିତ ବୀଜସମୁଦ୍ଭବ ଶୋଣିତ ବୀଜରତେ
ଶିବଶିବ ଶୁଂଭନିଶୁଂଭ ମହାହବ ତର୍ପିତ ଭୂତ ପିଶାଚରତେ।
ଜୟ ଜୟ ହେ ମହିଷାସୁରମର୍ଦ୍ଦିନୀ ରମ୍ୟକପର୍ଦ୍ଦିନୀ ଶୈଳସୁତେ
ଧନୁରନୁସଂଗ ରଣକ୍ଷଣସଂଗ ପରିସ୍ଫୁର ଦଂଗ ନଟତ୍କବକେ।
କନକ ପିଶଂଗ ପୃଷତ୍କନିଷଂଗ ରସଦ୍ଭଟଶୃଂଗ ହତାବଟୁକେ ।।
କୃତଚତୁରଙ୍ଗ ବଲକ୍ଷିତିରଙ୍ଗ ଘଟଦ୍ ବହୁରଙ୍ଗ ରଟଦ୍ ବଟୁକେ।
ଜୟ ଜୟ ହେ ମହିଷାସୁରମର୍ଦ୍ଦିନୀ ରମ୍ୟକପର୍ଦ୍ଦିନୀ ଶୈଳସୁତେ
ସୁରଲଲନା ତତଥେୟିତ ଥେୟିତ ଥାଭିନୟୋତ୍ତର ନୃତ୍ୟରତେ। ହାସବିଲାସ ହୁଳା ସମୟି ପ୍ରଣତାର୍ତଜନେଽମିତ ପ୍ରେମଭରେ ।ଧିମିକିଟ ଧିକ୍କଟ ଧିକ୍କଟ ଧିମିଧ୍ଵନି ଘୋର ମୃଦଂଗ ନିନାଦରତେ।ଜୟ ଜୟ ହେ ମହିଷାସୁରମର୍ଦ୍ଦିନୀ ରମ୍ୟକପର୍ଦ୍ଦିନୀ ଶୈଳସୁତେ ।ଜୟ ଜୟ ଜପ୍ୟ ଜୟେ ଜୟ ଶବ୍ଦ ପରସ୍ତୁତି ତତ୍ପର ବିଶ୍ଵନୁତେ।ଝଣଝଣ ଝିଂଝିଂ ମିଝିଂକୃତ ନୂପୁର ସିଂଜିତ ମୋହିତ ଭୂତପତେ ।ନଟିତନ ଟାର୍ଧ ନଟୀନଟ ନାୟକ ନାଟିତ ନାଟ୍ୟ ସୁଗାନରତେ।ଜୟଜୟ ହେ ମହିଷାସୁରମର୍ଦ୍ଦିନୀ ରମ୍ୟକପର୍ଦ୍ଦିନୀ ଶୈଳସୁତେ
ଅୟି ସୁମନଃ ସୁମନଃ ସୁମନଃ ସୁମନଃ ସୁମନୋହର କାଂତିଯୁତେ।ଶ୍ରିତ ରଜନୀ ରଜନୀ ରଜନୀ ରଜନୀ ରଜନୀକର ବକ୍ତ୍ରବୃତେ ।ସୁନୟନ ବିଭ୍ରମ ରଭ୍ରମ ରଭ୍ରମ ରଭ୍ରମ ରଭ୍ରମ ରାଧିପତେ।ଜୟ ଜୟ ହେ ମହିଷାସୁରମର୍ଦ୍ଦିନୀ ରମ୍ୟକପର୍ଦ୍ଦିନୀ ଶୈଳସୁତେ ।ସହିତ ମହାହବ ମଲ୍ଲ ମତଲ୍ଲିକ ମଲ୍ଲିତ ରଲ୍ଲକ ମଲ୍ଲରତେ।ବିରଚିତ ବଲ୍ଲିକ ପଲ୍ଲିକ ମଲ୍ଲିକ ଝିଲ୍ଲିକ ଭିଲ୍ଲିକ ବର୍ଗବୃତେ ।ସିତକୃତ ଫୁଲ୍ଲ ସମୁଲ୍ଲ ସିତାରୁଣ ତଲ୍ଲଜ ପଲ୍ଲବ ସଲ୍ଲଲିତେ।ଜୟ ଜୟ ହେ ମହିଷାସୁରମର୍ଦ୍ଦିନୀ ରମ୍ୟକପର୍ଦ୍ଦିନୀ ଶୈଳସୁତେ ।ଅବିରଲଗଣ୍ଡ ଗଲନ୍ମଦ ମେଦୁର ମତ୍ତ ମତଙ୍ଗଜ ରାଜପତେ।ତ୍ରିଭୁବନ ଭୂଷଣ ଭୂତ କଲାନିଧି ରୂପ ପୟୋନିଧି ରାଜସୁତେ ।ଅୟି ସୁଦତୀ ଜନ ଲାଲସ ମାନସ ମୋହନ ମନ୍ମଥ ରାଜସୁତେ।ଜୟ ଜୟ ହେ ମହିଷାସୁରମର୍ଦ୍ଦିନୀ ରମ୍ୟକପର୍ଦ୍ଦିନୀ ଶୈଳସୁତେ ।କମଳ ଦଳାମଳ କୋମଳ କାଂତିକଳା କଲିତାମଳ ଭାଳଲତେ।ସକଳ ବିଳାସ କଳାନିଳ ଯକ୍ରମ କେଳି ଚଳତ୍କଳ ହଂସକୁଲେ ।ଅଲିକୁଲ ସଙ୍କୁଲ କୁବଲୟ ମଣ୍ଡଲ ମୌଲି ମିଲଦ୍ ବକୁଲାଲିକୁଲେ।ଜୟ ଜୟ ହେ ମହିଷାସୁରମର୍ଦ୍ଦିନୀ ରମ୍ୟକପର୍ଦ୍ଦିନୀ ଶୈଳସୁତେ ।
କରମୁରଲୀ ରବ ବୀଜିତ କୂଜିତ ଲଜ୍ଜିତ କୋକିଳ ମଞ୍ଜୁମତେ।
ମିଲିତ ପୁଳିନ୍ଦ ମନୋହର ଗୁଞ୍ଜିତ ରଞ୍ଜିତ ଶୈଲ ନିକୁଞ୍ଜଗତେ।।
ଜୟ ଜୟ ହେ ମହିଷାସୁରମର୍ଦ୍ଦିନୀ ରମ୍ୟକପର୍ଦ୍ଦିନୀ ଶୈଳସୁତେ ।
ଜୟ ଜୟ ହେ ମହିଷାସୁରମର୍ଦ୍ଦିନୀ ରମ୍ୟକପର୍ଦ୍ଦିନୀ ଶୈଳସୁତେ ।" ଅତଏବ ବିଶ୍ବାସ କରାଯାଇ ଆସୁଛି ଯେ ମା’ ଦୁର୍ଗାଙ୍କ ଏହି ଦୁର୍ଲଭ ସ୍ତୁତିକୁ ଯିଏ ଗାନ କରେ ତା‘ର ସମସ୍ତ ପ୍ରକାର ଭୟ ଓ ଦୁଃଖକଷ୍ଟ ବିନାଶ ହୁଏ । ମଣିଷ କୌଣସି ବିପଦରେ ପଡ଼ିଲେ ଏହି ସ୍ତୋତ୍ର ଜପ କଲାମାତ୍ରେ ତା‘ର ବିପଦ କଟିଯାଏ । ମଣିଷର ବିପଦ ସମୟରେ ଏହା ହେଉଛି ଭୟନାଶକ ସ୍ତୁତି । ଯେଉଁ ମଣିଷ ବିପଦରେ ପଡ଼ି ଦୁର୍ଗାଙ୍କର ଏହି ବତିଶିଟି ନାମକୁ ହଜାର ଥର, ଦଶହଜାର ଥର କିମ୍ବା ଏକଲକ୍ଷ ଥର ପାଠ କରେ ସେହି ମନୁଷ୍ୟର ନିଶ୍ଚିତ ଭାବରେ ସମସ୍ତ ବିପଦ ଲାଘବ ହୋଇଥାଏ । ମାତା ଦୁର୍ଗା ପୁନର୍ବାର ଦେବତାମାନଙ୍କୁ କହିଲେ – ହେ ଦେବଗଣ, ମଣିଷ ମାଟିରେ ମୋର ଅଷ୍ଟଭୁଜା ମୂର୍ତ୍ତି ନିର୍ମାଣ କରି ଆଠଗୋଟି ବାହୁରେ ଗଦା, ଖଡ୍ଗ, ତ୍ରିଶୂଳ, ବାଣ, ଧନୁ, ପଦ୍ମ, ଢାଲ ଏବଂ ମୁଦ୍ଗର ଧାରଣ କରାଇ ମୋତେ ପୂଜା କରିବ । ସେହି ମାଟିର ମୂର୍ତ୍ତିରେ ମୋର ତ୍ରିନେତ୍ର ଥିବ ଏବଂ ମସ୍ତକରେ ଚନ୍ଦ୍ରମା ଥିବ । ମୋତେ ରକ୍ତବର୍ଣ୍ଣର ବସ୍ତ୍ର ପରିଧାନ କରାଇବ । ମୋର ବାହନ ସିଂହ ଥିବ । ମୋର ଏହି ସ୍ୱରୂପ ମହିଷାସୁରକୁ ନିଧନ କରୁଥିବ । ଏହିପରି ମୂର୍ତ୍ତି ନିର୍ମାଣ କରି ମଣିଷ ମୋତେ ଉପାସନା କଲେ ତା‘ର ସମସ୍ତ ଭୟ ଦୂରହେବ । କିମ୍ବଦନ୍ତୀ ଅନୁସାରେ ଭାରତରେ ପ୍ରତିବର୍ଷ ଦୁଇଥର ଦେବୀ ଦୁର୍ଗାଙ୍କର ପୂଜା ଅନୁଷ୍ଠିତ ହୁଏ । ଶରତ ଋତୁରେ ଆଶ୍ୱିନ ମାସ ଶୁକ୍ଳ ପକ୍ଷର ପୂଜାକୁ ‘ଦେବୀ ପୂଜା’ ଏବଂ ବସନ୍ତ ଋତୁରେ ଚୈତ୍ରମାସ ଶୁକ୍ଳ ପକ୍ଷର ପୂଜାକୁ ‘ବାସନ୍ତୀ ପୂଜା’ କୁହାଯାଏ । ଯେଉଁ ମା’ର ଶସ୍ୟ ଆହାର କରି ମାନବ ଜୀବିକା ନିର୍ବାହ କରେ, ସେହି ଧରିତ୍ରୀ ରାଣୀର ବୟଃପ୍ରାପ୍ତିରେ ଉତ୍ଫୁଲ୍ଲ ହୋଇ ଜନ-ମାନସ ବାସନ୍ତୀ ଦୁର୍ଗାଙ୍କ ପୂଜାର ଆୟୋଜନ କରେ, ମାତ୍ର ଏକ ସାର୍ବଜନୀନ ପୂଜା ରୂପେ ଶାରଦୀୟ ଦେବୀପୂଜା ହିଁ ଅଧିକ ଲୋକପ୍ରିୟତା ଅର୍ଜନ କରିଅଛି । ଏହି ଶାରଦୀୟ ପର୍ବ ଭାରତର ପୁରପଲ୍ଲୀରେ ଦଶହରା ପର୍ବରୂପେ ପାଳନ କରାଯାଏ । ଏହି ପର୍ବର ମୂଳ ଲକ୍ଷ୍ୟ ହେଉଛି ଦେବୀ ଉପାସନା । ଦୁର୍ଗାପୂଜା ପରି ଦଶହରା ପର୍ବ ମଧ୍ୟ ବର୍ଷକରେ ଦୁଇଥର ପାଳନ କରାଯାଏ । ଜ୍ୟେଷ୍ଠମାସ ଶୁକ୍ଳଦଶମୀ ହେଉଛି ଗଙ୍ଗାମାତାଙ୍କର ଜନ୍ମଦିବସ I ଏହିଦିନ ଗଙ୍ଗାପୂଜା କରି ଗଙ୍ଗାନଦୀରେ ସ୍ନାନ କଲେ ତ୍ରିବିଧ ପାପ ଖଣ୍ଡନ ହୁଏ ବୋଲି ଏହି ତିଥିକୁ ‘ଦଶହରା’ ବା ‘ଦଶବିଧ’ ପାପହରଣ ଦିବସ କୁହାଯାଏ । ଏହି ତିଥିଟି ଲୋକମୁଖରେ ‘ଗଙ୍ଗା ଦଶହରା’ ନାମରେ ପରିଚିତ I ଅନ୍ୟ ଦଶହରା ପର୍ବଟି ଆଶ୍ୱିନ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ପାଳିତ ହୁଏ I ଏହି ଦୁର୍ଗାପୂଜାର ଶେଷ ଦିବସ । ଏହି ଦଶହରା ପର୍ବ ଭାରତରେ ସର୍ବଜନବିଦିତ ପର୍ବ । ତେଣୁ ‘ଦଶହରା’ କହିଲେ ସମସ୍ତେ ଆଶ୍ୱିନ ଶୁକ୍ଳ ଦଶମୀକୁ ହିଁ ବୁଝନ୍ତି । ଏହି ଦଶହରା ଦିବସରେ ରାମଚନ୍ଦ୍ର ମାତୃଶକ୍ତି ବନଦୁର୍ଗାଙ୍କୁ ସ୍ତୁତି କରି ରାବଣର ନିଧନ ଉଦ୍ଦେଶ୍ୟରେ ଲଙ୍କା ଅଭିମୁଖେ ବିଜୟଯାତ୍ରା କରିଥିବାରୁ ଏହି ତିଥିକୁ ‘ବିଜୟା ଦଶମୀ’ କୁହାଯାଏ । ପୁଣି ଏହି ଦିବସର ଅବ୍ୟବହିତ ପୂର୍ବରୁ ସିଂହବାହିନୀ ଆଦ୍ୟା ଶକ୍ତି ଦୁର୍ଗା ଦୁର୍ଦ୍ଦମନୀୟ ମହିଷାସୁରକୁ ବଧ କରି ଦେବତାମାନଙ୍କର ମଙ୍ଗଳ ବିଧାନ କରିଥିଲେ । ଦେବୀଙ୍କ ସହ ଦାନବମାନଙ୍କର ଯୁଦ୍ଧ କନ୍ୟାମାସ ବା ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀଠାରୁ ଶୁକ୍ଳପକ୍ଷ ନବମୀ ପର୍ଯ୍ୟନ୍ତ ଷୋଳଦିନ ଧରି ଚାଲିଥିଲା । ଶୁକ୍ଳ ଅଷ୍ଟମୀ ଓ ନବମୀ ତିଥିରେ ମହାମାରୁ ହୋଇଥିଲା । ମହିଷାସୁର ସମେତ ସମସ୍ତ ଅସୁର ବଂଶ ନିପାତ ହେଲେ । ମହାମାରୁ ନବମୀ ରାତିର ଅନ୍ଧକାର ସହ ତ୍ରୈଲୋକ୍ୟରୁ ଅମଙ୍ଗଳର ଛାୟା ଅପସରି ଗଲା, ଶୁକ୍ଳ ଦଶମୀରେ ସବୁପ୍ରକାର ଶୁଭକାର୍ଯ୍ୟର ଆରମ୍ଭ ହେଲା । ଏହିଦିନ ଜଗତର ଦୁଃଖ ହରଣ ହୋଇଥିବାରୁ ଏହା ‘ଦୁଃଖହା ଦଶମୀ’ ନାମରେ ଖ୍ୟାତି ଲାଭ କରିଅଛି ବୋଲି ଆଦିକବି ଶୂଦ୍ରମୁନି ସାରଳା ଦାସ ‘ଚଣ୍ଡୀପୁରାଣ’ରେ ଲେଖିଛନ୍ତି । ‘ଦୁଃଖହା ଦଶମୀ’ ଦିନ ମହାଦଶାରୁ ଉଦ୍ଧାର ପାଇ ଦେବତାମାନେ ମହାଶକ୍ତି ବ୍ରହ୍ମମୟୀ ଦୁର୍ଗତିନାଶିନୀ ଦୁର୍ଗାଙ୍କୁ ସ୍ତୁତି କରିଥିବାରୁ ଏହି ତିଥିରେ ଦୁର୍ଗାଙ୍କର ଆରାଧନା କରାଯାଏ ।ଦେବୀ ମାହାତ୍ମ୍ୟ’ ମତେ: ‘ଚଣ୍ଡୀ’ ଶୁଣି ରାଜ୍ୟଭ୍ରଷ୍ଟ ରାଜା ସୁରଥଙ୍କର ମୋହ ତୁଟିଯିବା ପରେ ସେ ଦୁର୍ଗାପୂଜାର ପରମ୍ପରା ସୃଷ୍ଟି କରିଥିଲେ । ଦେବୀପୀଠଗୁଡ଼ିକରେ ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀଠାରୁ ଶୁକ୍ଳପକ୍ଷ ନବମୀ ପର୍ଯ୍ୟନ୍ତ ଷୋଳଦିନ ବ୍ୟାପୀ ପୂଜା ଅନୁଷ୍ଠିତ ହୁଏ । ଏହାକୁ ଷୋଳପୂଜା କୁହାଯାଏ । ଶୁକ୍ଳପକ୍ଷ ସପ୍ତମୀ ଦିନ ମୃଣ୍ମୟୀ ପ୍ରତିମା ଓ ଘଟ ସ୍ଥାପିତ ହୁଏ । ଅଷ୍ଟମୀଦିନ ମହାଷ୍ଟମୀ ପୂଜା ଓ ବଳିଦାନ କରାଯାଏ । ‘ବଳି’ ଶବ୍ଦର ଅର୍ଥ ହେଉଛି ଉପହାର । ଜଗତଜନନୀଙ୍କୁ ସନ୍ତୁଷ୍ଟ କରିବା ପାଇଁ କିଛି ଉପହାର ଦେବାକୁ ପଡେ । ତେଣୁ ଦେବୀପୂଜାରେ ବଳିଦାନର ବ୍ୟବସ୍ଥା ରହିଛି I ନବମୀ ଦିନ ରକ୍ତମୁଖା ଦେବୀଙ୍କୁ ଶାନ୍ତ କରିବା ପାଇଁ ଶାନ୍ତି ବୋଦା ପଡେ । ଦଶମୀ ଦିନ ମହା ସମାରୋହରେ ମୃଣ୍ମୟୀ ଦେବୀ ପ୍ରତିମା ଓ ଘଟ ବିସର୍ଜନ କରାଯାଏ I ପୁରୀଠାରେ ଦଶହରା ପରଦିନ ଦୁର୍ଗାଙ୍କର କ୍ରୋଧାନ୍ୱିତା ଶକ୍ତି ‘ଗୋସାଣୀ ଯାତ’ ଏବଂ ଏହି ତିଥିକୁ ଗୋସାଣୀ ଏକାଦଶୀ କୁହାଯାଏ I ଶାରଦୀୟ ଦୁର୍ଗାପୂଜାରେ ମହାସ୍ନାନ ବଳି ଏବଂ ହୋମର ବ୍ୟବସ୍ଥା ଥିବାରୁ ଏହାକୁ ‘ମହାପୂଜା’ ମଧ୍ୟ କୁହାଯାଏ । ବିବିଧ କାରଣରୁ ଦଶହରା ପର୍ବ ପାଳନ କରାଯାଉଥିବାରୁ ଏହା ଏକ ମହାନ ପାର୍ବଣରେ ପରିଣତ ହୋଇଛି । ଏହି ପର୍ବର ମହତ୍ତ୍ୱ ବିଷୟରେ ଦେବୀ ପୁରାଣରେ କୁହାଯାଇଛି ଯେ ଏହା ଏକ ମହାନ, ପବିତ୍ର ବ୍ରତ ଏବଂ ଏହି ବ୍ରତ ପାଳନ କଲେ ସିଦ୍ଧି ଲାଭ ହୁଏ ଓ ଶତ୍ରୁମାନେ ପରାଜିତ ହୁଅନ୍ତି I କୁରୁକ୍ଷେତ୍ର ଯୁଦ୍ଧ ଆରମ୍ଭର ପୂର୍ବରୁ ଶ୍ରୀକୃଷ୍ଣ ପାଣ୍ଡବମାନଙ୍କୁ ବନଦୁର୍ଗାଙ୍କର ଆରାଧନା କରିବା ପାଇଁ ଉପଦେଶ ଦେଇଥିଲେ । ଇତିହାସ ପ୍ରସିଦ୍ଧ ଛତ୍ରପତି ଶିବାଜୀ ମଧ୍ୟ ମୋଗଲମାନଙ୍କ ସହ ଯୁଦ୍ଧ କରିବା ସମୟରେ ଦୁର୍ଗାଙ୍କର ଉପାସନା କରିଥିଲେ I ଦଶହରା ପର୍ବରେ ଦେବୀଙ୍କ ଶକ୍ତିର ପ୍ରତିଷ୍ଠା ପାଇଁ ଖଡ୍ ଗ ପୂଜା କରାଯାଏ I ଦଶହରା ଦିନ ଗୁରୁବାର ପଡ଼ିଲେ ଗୃହିଣୀମାନେ ପରିବାରର ମଙ୍ଗଳ ଲାଗି ସୁଦଶାବ୍ରତ ପାଳନ କରି ଗୃହଲକ୍ଷ୍ମୀଙ୍କ ପୂଜା କରନ୍ତି I ଭାଦ୍ରବ ମାସ ଶୁକ୍ଳ ଷଷ୍ଠୀଠାରୁ ଆରମ୍ଭ ହୋଇଥିବା ସୋମନାଥ ବ୍ରତର ଉଦ୍ ଯାପନ ପର୍ବ ମଧ୍ୟ ଦଶହରା ତିଥିରେ ପାଳିତ ହୁଏ I ପରମ- ଈଶ୍ୱରୀ ଦେବୀ ଦୁର୍ଗା ବିଶ୍ୱର ସକଳ ବସ୍ତୁରେ ପରିବ୍ୟାପ୍ତ I ସେ ମହାବିଦ୍ୟା, ମହାମାୟା ମହାଯୋଗେଶ୍ୱରୀ । ତାଙ୍କର ‘କ୍ଷର’ ବା ଶେଷ ନଥିବାରୁ ସେ ‘ଅକ୍ଷରା’ I
ଦେବୀ ଭାଗବତର ମତେ, ରାବଣର ନିଧନ ପାଇଁ ବ୍ରହ୍ମାଙ୍କ ପରାମର୍ଶ ମତେ ଶ୍ରୀରାମ ବସନ୍ତ କାଳରେ ଦେବୀପୂଜା କରିବାକୁ ଚାହିଁଲେ। କାରଣ, ଶରତକାଳ ଅକାଳ, ଆଷାଢ଼ ଶୁକ୍ଳ ଏକାଦଶୀ (ହରିଶୟନ ଏକାଦଶୀ)ଠାରୁ ହେମନ୍ତ ଶୁକ୍ଳ ଏକାଦଶୀ ପର୍ଯ୍ୟନ୍ତ ଦେବତାମାନେ ନିଦ୍ରା ଯାଆନ୍ତି । ବ୍ରହ୍ମାଙ୍କ ନିର୍ଦ୍ଦେଶ ମତେ ଶ୍ରୀରାମଚନ୍ଦ୍ର କନ୍ୟାରାଶିର ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ଦେବୀଙ୍କ ଅକାଳ ବୋଧନ ନିମନ୍ତେ ପୂଜାର ଆୟୋଜନ କରିଥିଲେ । ଶ୍ରୀରାମ ଧ୍ୟାନ ବଳରେ, ଦେବୀ କୁମାରୀ ରୂପରେ ବିଲ୍ୱବୃକ୍ଷ ଶାଖାରେ ଶାୟିତ ଥିବା ଜାଣିପାରି, ସକାଳେ କଳ୍ପାରମ୍ଭ ଓ ସନ୍ଧ୍ୟାବେଳେ ବିଲ୍ୱବୃକ୍ଷମୂଳେ ଆରମ୍ଭ କଲେ ଦେବୀଙ୍କ୍ ବୋଧନ । ଏହାପରେ ସପ୍ତମୀ ତିଥିରେ ଦେବୀଙ୍କୁ ଷୋଡ଼ଶ ଉପଚାରରେ ପୂଜା କଲେ । ସେତେବେଳେ ମଧ୍ୟ ଦେବୀ ସୁପ୍ତ ଅବସ୍ଥାରେ ଥିବାରୁ ଅଷ୍ଟମୀ ତିଥିରେ ଯୋଗିନୀଗଣଙ୍କୁ ଆହ୍ୱାନ କରି ଦେବୀଙ୍କୁ ପୁଣି ପୂଜା କଲେ । ଆଗତ ଯୋଗିନୀଗଣଙ୍କ କୋଳାହଳରେ ଦେବୀ କେବଳ କଡ଼ ଲେଉଟାଇ ପୁଣି ଶୋଇଲେ । ଏହା ପରେ ଅଷ୍ଟମୀର ଶେଷ ଓ ନବମୀର ଆରମ୍ଭ ବା ସନ୍ଧିକ୍ଷଣ ସମୟରେ ଶ୍ରୀରାମଚନ୍ଦ୍ର କଲେ ସନ୍ଧିପୂଜା । ଅଷ୍ଟମୀର ଚବିଶ ମିନଟ ଓ ନବମୀର ଚବିଶ ମିନଟ, ଏହିପରି ମୋଟ ଅଠଚାଳିଶ ମିନଟ ଧରି ଦେବୀ ଚାମୁଣ୍ଡାଙ୍କର ଏହି ବିଶେଷ ସନ୍ଧିପୂଜା କରିଥିଲେ । ଶ୍ରୀରାମ ଚାମୁଣ୍ଡାଙ୍କୁ ଆବାହନ କରି ଦେବୀ ଦୁର୍ଗାଙ୍କୁ ଉଠାଇବା ପାଇଁ ନିବେଦନ କଲେ । ଚାମୁଣ୍ଡାଙ୍କ ସହଯୋଗ ଫଳରେ ନବମୀ ତିଥିରେ ଦେବୀ ଦୁର୍ଗା ଜାଗ୍ରତ ହେଲେ । ଏତିକିବେଳେ ସେ ଦେବୀଙ୍କୁ କୁମାରୀ ରୂପରେ ଦର୍ଶନ କରି ଯୋଗିନୀମାନଙ୍କ ସହିତ ବିଶେଷ ପୂଜା କରି ଏକାସାଙ୍ଗେ ଶହେଆଠ ନୀଳପଦ୍ମ ଅର୍ପଣ କରିଥିଲେ । ସେହି ଦିନଠାରୁ କୁମାରୀ ରୂପୀ ଦେବୀଙ୍କର ପୂଜାର ଆରମ୍ଭ ।ଶରତକାଳୀନ ଦୁର୍ଗା ହେଉ ଅଥବା ବାସନ୍ତି ଦୁର୍ଗାପୂଜା, ଏଥିରେ ମୂର୍ତ୍ତି ସ୍ଥାପନ କରାଯାଇ ଜୀବନ୍ୟାସ କର୍ମ ସହ ପୂଜା ନିୟମ ପ୍ରଣୟନ ହେଉଥିଲେ ମଧ୍ୟ ଘଟସ୍ଥାପନ ଜନିତ ପୂଜା ଆବହମାନ କାଳରୁ ପ୍ରଚଳିତ । ବିଭିନ୍ନ ଭାବରେ ମୂର୍ତ୍ତିପୂଜାର ଆଦର ବଢିଥିଲେ ମଧ୍ୟ ମୂଳ ତତ୍ତ୍ୱକୁ ବାଦ ଦେବା ସମ୍ଭବ ହୋଇନାହିଁ । ବାସନ୍ତୀ ଦୁର୍ଗାପୂଜା ବିଶେଷ ଭାବେ ପାଳିତ ହୋଇ ନ ଥାଏ । ଅନ୍ୟପକ୍ଷରେ ଶରତକାଳୀନ ଦୁର୍ଗାପୂଜା ଏବେ ସାର୍ବଜନୀନ ପୂଜାର ସ୍ୱୀକୃତି ପାଇଛି, କିନ୍ତୁ ଉଭୟ ପୂଜା ଏବଂ ତା’ର ବିଧାନ ପ୍ରାୟତଃ ସମାନ ।
ଶରତକାଳୀନ ପୂଜା ଏବଂ ବାସନ୍ତୀପୂଜା ବ୍ୟତୀତ ଦକ୍ଷିଣ ଓଡ଼ିଶାରେ ଅନ୍ୟ ଦିନରେ ମା’ଙ୍କର ସ୍ୱପ୍ନାଦେଶ ଅଥବା ଆଜ୍ଞାମାଳ ପରିପ୍ରେକ୍ଷୀରେ ବିଧିବ୍ୟବସ୍ଥା ଅନୁଯାୟୀ ମଧ୍ୟ ମା’ଙ୍କର ପୂଜା ଅର୍ଚ୍ଚନା କରାଯାଏ । ଏଠାରେ ମଧ୍ୟ ଘଟ ସ୍ଥାପନ ଏବଂ ଘଟପୂଜା ଦେଖିବାକୁ ମିଳେ I ଏପରିକି ଘଟକୁ ମୁଣ୍ଡରେ ଧରି ପରିକ୍ରମା କରାଯାଇଥାଏ ।ମୂର୍ତ୍ତିପୂଜା ମାତ୍ର ଦୁଇଶହ ବର୍ଷ ଭିତରେ ଦେଖିବାକୁ ମିଳିଲା । ତେବେ ପ୍ରଥମେ ଧାତୁ ନିର୍ମିତ ମୂର୍ତ୍ତି ଦେଖିବାକୁ ମିଳୁଥିଲା ବେଳେ ମାତ୍ର ୧୦୦ରୁ ୧୫୦ ବର୍ଷ ମଧ୍ୟରେ ମାଟି ନିର୍ମିତ ମୂର୍ତ୍ତିର ବ୍ୟାପକ ପ୍ରସାର ଘଟିଛି । କିନ୍ତୁ ପ୍ରାରମ୍ଭରୁ ପ୍ରଚଳିତ ଘଟପୂଜା ଏବେ ବି ଅନୁଷ୍ଠିତ ହେଉଛି । ଆମର ସଂସ୍କୃତି ଅନୁଯାୟୀ ବିଭିନ୍ନ ପୂଜା ପଞ୍ଚଭୂତ ଉପରେ ଆଧାରିତ । ତାହା ହେଉଛି କ୍ଷିତ୍, ଅପ୍, ମରୁତ୍ ଏବଂ ବ୍ୟୋମ୍ । ମନୁଷ୍ୟ ପ୍ରଥମେ ମାଟିକୁ ପୂଜାକଲା । କାରଣ ଏହି ମାଟି ତାକୁ ରହିବା ପାଇଁ ଆଶ୍ରୟ ଦେଲା ଏବଂ ସେହିମାଟିରୁ ଉତ୍ପାଦିତ ଫଳ ଖାଇ ସେ ବଞ୍ଚିଲା । ସେହିପରି ଜଳ (ଅପ୍)କୁ ଜୀବନ ବୋଲି କହିଲା । ସେ ଜାଣିଥିଲା ଜଳ ବିନା ଜୀବନ ଅସମ୍ଭବ । ତେଣୁ ଭିନ୍ନ ଭିନ୍ନ ଜଳାଶୟ ବା ନଦୀକୂଳରେ ଗଢିଉଠିଲା ଜନବସତି । ପରବର୍ତ୍ତୀ ସମୟରେ କେତେକ ନଦୀ ତୀର୍ଥକ୍ଷେତ୍ର ରୂପେ ପରିଗଣିତ ହେଲେ । ତେଜର ମୂର୍ତ୍ତିମନ୍ତ ରୂପ ସୂର୍ଯ୍ୟଙ୍କୁ ଈଶ୍ୱର ଭାବେ ଗ୍ରହଣ କରାଗଲା । ଅବଶ୍ୟ ଅଗ୍ନିକୁ ଗ୍ରହଣ କଲା ଏହାପରେ । ପବନ (ମରୁତ) ଏବଂ ଆକାଶ (ବ୍ୟୋମ)କୁ ମଧ୍ୟ ନିଜର ପୂଜ୍ୟ ଭାବେ ସ୍ୱୀକୃତି ଦିଆଗଲା । ସମୟର ଧାରାରେ ଏହି ପଞ୍ଚଭୂତ ଯାହା ସହ ସମ୍ପର୍କିତ ସେମାନଙ୍କୁ ମଧ୍ୟ ଈଶ୍ୱରୀୟ ସତ୍ତାର ଅଂଶ ବା ଈଶ୍ୱର ଭାବେ ଗ୍ରହଣ କରାଯାଇଛି । ଯେପରି ବୃକ୍ଷକୁ ବୃକ୍ଷଦେବତା ଏବଂ ଶିଳା, ଧାତୁ ପ୍ରଭୃତି ପୂଜନୀୟ ହେଲେ । ଏହି ମହାପଞ୍ଚଭୂତମନଙ୍କ ଧର୍ମଗତ ସ୍ୱଭାବ ହେଲା- ଶବ୍ଦ, ସ୍ପର୍ଶ, ରୂପ, ରସ ଏବଂ ଗନ୍ଧ । ପୁନଃ ଏଗୁଡ଼ିକ ଆମର ପଞ୍ଚଇନ୍ଦ୍ରୀୟ ଅର୍ଥାତ୍ କର୍ଣ୍ଣ, ଚର୍ମ, ଚକ୍ଷୁ, ଜିହ୍ୱା ଓ ନାସାଦ୍ୱାରା ଗୃହିତ ହୋଇଥାନ୍ତି ।ବର୍ତ୍ତମାନ ଦେଖିବା ଏହି ଘଟରେ ଆମେ କେଉଁ କେଉଁ ଦେବତାଙ୍କୁ ଆବାହନ କରିଥାଉ । ଅବଶ୍ୟ ଜଳରେ ଗଙ୍ଗା, ଯମୁନା, ଗୋଦାବରୀ, ସରସ୍ୱତୀ, ନର୍ମଦା, ସିନ୍ଧୁ ଏବଂ କାବେରୀର ପବିତ୍ର ଭାବଧାରାକୁ ସମ୍ମିଶ୍ରଣ କରାଯାଏ । ଗୋଟିଏ ଘଟ ମଧ୍ୟରେ ଅର୍ଥାତ ବିନ୍ଦୁ ମଧ୍ୟରେ ସିନ୍ଧୁର ପରିକଳ୍ପନା ହୋଇଥାଏ । ସେହିପରି ବିଘ୍ନ ବିନାଶକ ଗଣନାୟକ, ଜଳର ଦେବତା ବରୁଣ, ଇନ୍ଦ୍ର ଏବଂ ଦଶଦିଗପାଳ, ସୂର୍ଯ୍ୟଙ୍କ ସହ ନବଗ୍ରହ ଏବଂ ଗ୍ରାମଦେବତୀଙ୍କୁ ଆବାହନ କରି ଘଟରେ ସ୍ଥାପନା କରାଯାଇ ପୂଜା କରାଯାଏ । ଅନ୍ୟ ପକ୍ଷରେ ଘଟ ମୁଖରେ ଶିବ, କଣ୍ଠରେ ବିଷ୍ଣୁ, ତଳ ଭାଗରେ ବ୍ରହ୍ମା, ମଧ୍ୟଭାଗରେ ଅଷ୍ଟାଦଶ ମାତୃଗଣ, କୁକ୍ଷୀରେ ସପ୍ତସାଗର, ସପ୍ତଦ୍ୱୀପ ପୃଥିବୀ ଏବଂ ଉଦରରେ ସମସ୍ତ ତୀର୍ଥକୁ ସ୍ମରଣ କରି ପୂଜା କରାଯାଏ ।
ଶ୍ରୀରାମଚନ୍ଦ୍ର ରାବଣଙ୍କୁ ବଧ କରିବା ପାଇଁ ଶରତ କାଳରେ ଶ୍ରୀ ଶ୍ରୀ ଦୁର୍ଗାପୂଜା କରିଥିଲେ । ଏହାକୁ ‘ଅକାଳବୋଧନ’ କୁହାଯାଏ । କାରଣ ଶରତକାଳ ସୂର୍ଯ୍ୟ ଦକ୍ଷିଣାୟନ କରନ୍ତି । ଶ୍ରାବଣ ମାସରୁ ପୌଷମାସ ସୂର୍ଯ୍ୟଙ୍କ ଦକ୍ଷିଣାୟନ; ମାଘରୁ ଆଷାଢ଼ ସୂର୍ଯ୍ୟଙ୍କର ଉତ୍ତରାୟନ । ଦକ୍ଷିଣାୟନ ଦେବତାଙ୍କର ରାତ୍ରି । ତେଣୁ ଉତ୍ତରାୟନ ଦେବତାଙ୍କ ଆରାଧନାର ପ୍ରକୃଷ୍ଟ ସମୟ । ରାବଣ, ବ୍ରହ୍ମାଙ୍କ ବରରେ ଅପାରଶକ୍ତିର ଆଧିକାରୀ ହୋଇଥିବାରୁ ତାଙ୍କୁ ବଧ କରିବା ନିମନ୍ତେ ଦେବୀଙ୍କ କୃପା ଆବଶ୍ୟକ । ତେଣୁ ବ୍ରହ୍ମା ଶ୍ରୀରାମଚନ୍ଦ୍ରଙ୍କୁ ଶରତ କାଳରେ ଦେବୀଙ୍କ କଳ୍ପାରମ୍ଭ କରିବାକୁ ନିର୍ଦ୍ଦେଶ ଦେଲେ । ଶ୍ରୀରାମଚନ୍ଦ୍ର ଦ୍ୱନ୍ଦ୍ୱରେ ପଡ଼ିଲେ । ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କର ନିର୍ଦ୍ଦେଶ ଓ ଦେବଦେବୀଙ୍କର ଦକ୍ଷିଣାୟନ । ଦେବୀ ଜାଗ୍ରତ ନା ନିଦ୍ରିତ ? ଦେବୀ ଏବେ ଆବିର୍ଭୂତ ହେବେ ତ ? ତେଣୁ ସେ ଧ୍ୟାନମଗ୍ନ ହୋଇ ଜାଣିପାରିଲେ ଦେବୀ ତ୍ରିଶାଖା ବିଲ୍ୱଦଳରେ ‘କୁମାରୀ’ କନ୍ୟା ରୂପେ ଶାୟିତ । ଏହି ଦୃଶ୍ୟ ଅବଲୋକନ କରି ବିଭୋର ହେଲେ ଶ୍ରୀରାମଚନ୍ଦ୍ର । ଦେବୀଙ୍କୁ ଜାଗ୍ରତ କରାଇବେ ।ବ୍ରହ୍ମାଙ୍କ ନିର୍ଦ୍ଦେଶରେ ଷଷ୍ଠୀଦିନ ‘ବିଲ୍ୱାଧିବାସ’ କଲେ ଶ୍ରୀରାମଚନ୍ଦ୍ର । ଷଷ୍ଠୀପରେ ସପ୍ତମୀରେ ଦେବୀଙ୍କୁ ଷୋଡ଼ଶ ଉପଚାରରେ ପୂଜା କଲେ ମଧ୍ୟ ଦେବୀଙ୍କର ନିଦ୍ରାଭଙ୍ଗ ହେଲାନି । ଅଷ୍ଟମୀରେ ଯୋଗିନୀମାନଙ୍କୁ ଡାକି ବିଶେଷ ପୂଜାକରିଲେ ଶ୍ରୀରାମ । ତେଣୁ ଅଷ୍ଟମୀର ଶେଷ ଦଣ୍ଡ ଓ ନବମୀର ପ୍ରଥମ ଦଣ୍ଡ(୨୪+୨୪=୪୮ମିନିଟ) ସନ୍ଧିକ୍ଷଣରେ ପୂଜା କଲେ । ଏହାକୁ ‘ସନ୍ଧିପୂଜା’ କୁହାଯାଏ । ଚାମୁଣ୍ଡା ଦେବୀଙ୍କ ସହାୟତାରେ ଶ୍ରୀରାମଚନ୍ଦ୍ର ଏହି ‘ସନ୍ଧିପୂଜା’ କରିଥିଲେ । ଏହି ପୂଜା ପରେ ଅର୍ଥାତ୍ ନବମୀ ଦିନ ଦେବୀ ଜାଗ୍ରତ ହେଲେ ଏବଂ ପୁନର୍ବାର ‘କୁମାରୀ’ ରୂପରେ ଶ୍ରୀରାମଚନ୍ଦ୍ରଙ୍କୁ ଦର୍ଶନ ଦେଲେ । ତେଣୁ ନବମୀ ଦିନ କୁମାରୀ ପୂଜାର ପ୍ରଚଳନ ଅଛି । କୁମାରୀ ସାକ୍ଷାତ ଯୋଗିନୀ, ପରମାଦେବୀ ପୁଣି ପରମପ୍ରକୃତି । ଶ୍ରୀ ଶ୍ରୀ ଚଣ୍ଡୀରେ ଉଲ୍ଲେଖ ଅଛି ‘ସ୍ତ୍ରୀୟା ସମସ୍ତା ସକଳ ଜଗତ ସୁ’ ଅର୍ଥାତ୍ ସମସ୍ତ ସ୍ତ୍ରୀ ଜାତି ବ୍ରହ୍ମମୟୀ, ମହାମାୟା ଜଗଜ୍ଜନନୀଙ୍କର ଏକ ଅଂଶ ବିଶେଷ । ପ୍ରତି ନାରୀ ଭଗବତୀଙ୍କ ଅଂଶ ହେଲେ ମଧ୍ୟ କୁମାରୀଙ୍କ ମଧ୍ୟରେ ଭଗବତ୍ ସତ୍ତା ବିଶେଷ ଭାବରେ ପ୍ରକାଶିତ । ତନ୍ତ୍ରମତେ ଷୋହଳ ବର୍ଷ ପର୍ଯ୍ୟନ୍ତ ଅବିବାହିତା କନ୍ୟାଙ୍କୁ କୁମାରୀ କୁହାଯାଏ । ଯେତେଦିନ ପର୍ଯ୍ୟନ୍ତ କନ୍ୟା ଋତୁମତୀ ନ ହୁଅନ୍ତି ସେତେଦିନ ପର୍ଯ୍ୟନ୍ତ ‘କୁମାରୀ’ ତାହା କୁସୁମପରି ପବିତ୍ର । ତେଣୁ ସେତେଦିନ ପର୍ଯ୍ୟନ୍ତ କନ୍ୟା ଦେବସେବାରେ ନିବେଦିତ ହୋଇପାରିବେ । ତ୍ରେତୟା ଯୁଗରେ ଶ୍ରୀରାମଚନ୍ଦ୍ର ଦେବୀ ଦୁର୍ଗାଙ୍କୁ କୁମାରୀ ରୂପରେ ଦର୍ଶନ କରିଥିଲେ ଏବଂ ପୂଜା କରିଥିଲେ ମଧ୍ୟ ପରବର୍ତ୍ତୀକାଳରେ ଶ୍ରୀଶ୍ରୀ ରାମକୃଷ୍ଣ ଓ ତାଙ୍କର ଶିଷ୍ୟ ବିବେକାନନ୍ଦ ଏହାର ବହୁଳ ପ୍ରଚାର କରିଥିଲେ ଏବଂ ରାଣୀ ରାସମଣୀ ଦେବୀଙ୍କଦ୍ୱାରା କୁମାରୀ ପୂଜାକରାଇ ଏହାର ପ୍ରସାର ମଧ୍ୟ କରିଥିଲେ। କାରଣ କୁମାରୀଙ୍କ ମଧ୍ୟରେ ଭଗବତ୍ ସତ୍ତା ଅନୁଭବ କରିଥିଲେ । ଏଣୁ ଦୁର୍ଗାପୂଜାର ନବମୀ ରାତ୍ରିରେ କେତେକ ବ୍ରାହ୍ମଣ ବଂଶୀୟ ସାତରୁ ଆଠ ବର୍ଷର କନ୍ୟାକୁ ପାଦରେ ଅଳତା, ଆଖିରେ କଜ୍ଜଳ ଓ କପାଳରେ ଚନ୍ଦନ ଟିପା ଦେଇ ସୁନ୍ଦର ଭାବରେ ସଜାଇ ନୂତନ ଶାଢ଼ି ପରିଧାନ କରାଇ ବିଭିନ୍ନ ଉପଢ଼ୌକନ ଦେଇ ପୂଜା କରାଯାଏ । ଏହାକୁ ‘କୁଆଁରୀ ଲକ୍ଷ୍ମୀ’ ପୂଜା କୁହାଯାଏ । ଓଡ଼ିଶାର ସବୁ ପୂଜାମଣ୍ଡପରେ ନବମୀ ଦିନ କୁମାରୀ ପୂଜା କରା ନ ଗଲେ ମଧ୍ୟ କଟକ ଜିଲ୍ଲାର ପୁନଙ୍ଗ ଗ୍ରାମର ଘୋଷଘର ପୂଜାମଣ୍ଡପରେ ଆବାହମାନକାଳରୁ କୁମାରୀ ପୂଜା ହୋଇଆସୁଛି । କଥିତ ଅଛି, ଯେଉଁମାନେ ଏହି ପୂଜା ଦର୍ଶନ କରନ୍ତି, ସେମାନେ ଚତୁବର୍ଗ ଫଳ ପାଆନ୍ତି । କୁମାରୀ ପୂଜା ହେଉଛି ନାରୀଜାତି ପ୍ରତି ସମ୍ମାନ ପ୍ରଦର୍ଶନର ଏକ ପ୍ରକ୍ରିୟା ମାତ୍ର । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜନ୍ମାଷ୍ଟମୀ ଅବସରରେ ନଦୀରୁ ମାଟି ଉଦ୍ଧାର କରାଯାଏ,ଯାହା ଦଶହରାର ପ୍ରଥମ ବିଧି।ଏହା ପରେ କାରିଗରମାନେ ମୂର୍ତ୍ତି ଗଠନରେ ବ୍ୟସ୍ତ ରହନ୍ତି । ପବିତ୍ର ମହାଳୟା ଅବସରରେ ମା’ଙ୍କ ମୃଣ୍ମୟ ମୂର୍ତ୍ତିରେ ଖଡ଼ି ଚଢାଯାଏ । ମହାଳୟାଠାରୁ ପ୍ରକୃତ ଦୁର୍ଗାପୂଜା ଆରମ୍ଭ ହୁଏ । କାରଣ ଏହି ଦିନଠାରୁ ଦୁର୍ଗାପୂଜା ମଧ୍ୟରେ ୧୦ ଦିନ ସମୟ ରହିଥାଏ, ଯାହା ପୁରାଣ ଶାସ୍ତ୍ରରେ ଦଶହରା ବୋଲି କୁହାଯାଇଛି । ପ୍ରକୃତ ପୂଜାବିଧି ଷଷ୍ଠୀଠାରୁ ଦଶମୀ ପର୍ଯ୍ୟନ୍ତ ଦେଖିବାକୁ ମିଳେ ।ଷଷ୍ଠୀ ତିଥିରେ ଅଧିବାସ, ବିଲ୍ୱବରଣ, ମା’ଙ୍କୁ ସ୍ୱାଗତ କରିବାକୁ ଯାଇ ଷଷ୍ଠୀ ପୂଜାରେ ବେଲବରଣୀ କରାଯାଏ । ବେଲଗଛ ପାଖରେ ଏହି ପୂଜା ସମ୍ପନ୍ନ କରାଯାଏ । ଶେଷରେ ରାତ୍ରୀ କାଳରେ ଦେବୀ ପ୍ରତିମାର ଚକ୍ଷୁରେ ରଙ୍ଗ ଦେଇ ଚକ୍ଷୁଦାନ ସମ୍ପନ୍ନ ହୁଏ ଓ ମନ୍ତ୍ରଦ୍ୱାରା ପ୍ରାଣ ପ୍ରତିଷ୍ଠା କରାଯାଏ ।
ସପ୍ତମୀ ତିଥିରେ ନବପତ୍ରିକା ପୂଜା କରାଯାଏ, ଯେଉଁ ଥିରେ କଦଳୀ, ସାରୁ, ମାଣସାରୁ, ହଳଦୀ, ଅଶୋକ, ଡାଳିମ୍ବ, ବେଲ, ଜୟନ୍ତି ଓ ଧାନ ଏହି ନଅ ଜାତି ପତ୍ରଦ୍ୱାରା ଦୁର୍ଗାଙ୍କର ଗୋଟିଏ ମୁର୍ତ୍ତି ଗଠନ କରି ପୂଜା କରିବାର ବିଧି । ଏହା ପରେ ମହାସ୍ନାନ ବିଧି ସମ୍ପନ୍ନ ହୁଏ । ଚଣ୍ଡିପାଠହୋମ: ଦେବୀମାହାତ୍ମ୍ୟ (ମାର୍କଣ୍ଡେୟ ପୂରାଣାନ୍ତର୍ଗତ ଦୁର୍ଗାଙ୍କ ବିଷୟ ବର୍ଣ୍ଣନାତ୍ମକ ଗ୍ରନ୍ଥ) ଗ୍ରନ୍ଥର ଆବୃତ୍ତି ସହ ହୋମ ଓ ପୁଷ୍ପାଞ୍ଜଳୀ ପ୍ରଦାନ କରାଯାଏ । ଅଷ୍ଟମୀ , ଯାହା ମହାଷ୍ଟମୀ ଭାବେ ପରିଚିତ, ସେହି ତିଥିର ହୁଏ ମା’ଙ୍କ ମୂଖ୍ୟ ସନ୍ଧିପୂଜା । ମହାଷ୍ଟମୀର ଶେଷ ଦଣ୍ଡ ଓ ମହାନବମୀର ଆଦ୍ୟ ଦଣ୍ଡର ମଧ୍ୟକାଳୀନ ସମୟକୁ ସନ୍ଧି ସମୟ କୁହାଯାଏ । ଶାସ୍ତ୍ର ବିଧି ଅନୁସାରେ ଶାରଦୀୟ ଓ ବାସନ୍ତୀ ଦୁର୍ଗାପୂଜାରେ ଏହି ସନ୍ଧି କାଳହିଁ ଦେବୀଙ୍କୁ ବଳି ଦେବର ପ୍ରଶସ୍ତ ସମୟ । ଏହି ସମୟରେ ମା’ଙ୍କ ପାଖରେ ବଳି ଦିଆଯାଏ । ପୂର୍ବରୁ ଜୀବମାନଙ୍କୁ ବଳି ଦିଆଯାଉଥିଲା, ଆଜିକାଲି ଲାଉ, ପାଣିକଖାରୁ ଓ ବୋଇତିକଖାରୁ ବଳି ଦିଆଯାଉଛି । ଓଡ଼ିଶାରେ ଏହିଦିନ ମହିଳାମାନେ ଶାଢ଼ୀ, ଫେଣୀ ଇତ୍ୟାଦି ଆଣି ମା’ଙ୍କ ପାଖରେ ଭୋଗ କରିସାରିବା ପରେ ନୂଆ ବସ୍ତ୍ର ପରିଧାନ କରିଥାନ୍ତି । ନବମୀ ପୂଜାରେ ମା’ଙ୍କ ପୀଠରେ ମାଛ ଭୋଗ ହେଇଥାଏ।କଟକର ଅଲିଶାବଜାର, ଚାନ୍ଦିନୀ ଚୌକ ପ୍ରଭୃତି କେତେକ ପୂଜା କମିଟି ନବମୀ ପୂଜାରେ ବଡ଼ ଧରଣର ମାଛଭୋଗ କରିଥାନ୍ତି ।ଦଶମୀ ତିଥିରେ ବା ପବିତ୍ର ଦଶହରାରେ ଘଟ ବିସର୍ଜନ ଓ ଭସାଣି । ଦଶମୀ ପୂଜା ମା’ଙ୍କ ଅନ୍ତିମ ପୂଜାର୍ଚ୍ଚନା ଅପରାଜିତା ପୂଜା ଏହି ଦିବସର ସ୍ୱାତନ୍ତ୍ର । ଓଡ଼ିଶାର କେତେକ ଅଞ୍ଚଳରେ ଅପରାଜିତା ଫୁଲରେ ମା’ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେବାକୁ ଯାଇ ସାହିର ମହିଳାମାନେ ଝିଅ ବିଦା କଲା ଭଳି କାନ୍ଦବୋବାଳି କରୁଥିଲେ , ଯାହା ଏବେ ଆଉ ଦେଖିବାକୁ ମିଳେ ନାହିଁ । ବରଂ ଏହି ଅବସରରେ ମହିଳାମାନେ ସିନ୍ଦୁର ଖେଳ କରିଥାନ୍ତି । ଅନେକ ସ୍ଥାନରେ ସିନ୍ଦୁର ଖେଳ ପ୍ରତିଯୋଗିତା ହୁଏ । ଏହି ଦିବସର ପ୍ରମୁଖ ଭୋଗ ଦହି ପଖାଳ ।
ପତଳା କାନିଆ
ପତଳା କାନିଆ
-----
ନିଜେ ଭୋଗ ନାମରେ ଭଲ ଭଲ ଖାଦ୍ୟ ଖାଇବା ପାଇଁ ନିର୍ଜୀବ ଦେବାଦେବୀଙ୍କୁ ବିଭିନ୍ନ ସ୍ବାଦିଷ୍ଟ ଖାଦ୍ୟ ପରିବେଷଣ କରୁଥିବାବେଳେ ସଜୀବ ଦେବାଦେବୀ ପିତା ମାତାଙ୍କୁ ଅବହେଳା, ଅଣଦେଖା କରିବା ଅବା ଜରା ନିବାସୀ କରାଇଦେବା ଅବା ଜରା ନିବାସକୁ ଠେଲି ଦେବା , ଏପରିକି ଦେବା ଦେବୀଙ୍କ ନିର୍ଜୀବ ବାହନ ଯଥା ମୂଷାକୁ ଲଡୁ , ସାପକୁ ଖିର, ଷଣ୍ଢ ,ବଳଦ,ଗାଈ ଆଦି ଙ୍କୁ ପୂଜା କରି ସଜୀବ ଗାଇ ଗୋରୁ ପ୍ରଭୃତି ପଶୁ ମାନଙ୍କ ଉପରେ ଅତ୍ୟାଚାର, ଏପରିକି ବିଷ ଦେଇ ହତ୍ୟା, ଵାଡିଆବାଡି କରାଯାଇ ଆସୁଥିବା ସମୟରେ ବିଗତ ଦୁଇ ଦଶନ୍ଧି ତଳେ କହିଥିଲୁ " ପ୍ରତିମାରେ ନୁହେଁ ପ୍ରତି ମାଆରେ ଦୁର୍ଗତିନାଶିନୀଙ୍କୁ ଦେଖି ପୂଜା କରାଯିବା ଉଚିତ ।
। ଠିକ୍ ସେହିଭଳି ଜୀବନ୍ତ ପ୍ରତିଭା ମାନଙ୍କୁ ସକଳ ପ୍ରକାର ନିନ୍ଦା, ଅପମାନ ଲାଞ୍ଛନା,କୁତ୍ସା, ମିଥ୍ୟା ଅଭିଯୋଗ, ଭିତ୍ତିହୀନ ସମାଲୋଚନା, ଏପରିକି ଚକ୍ରାନ୍ତ ଆଧାରିତ ମସୀଲିପ୍ତ କରି ସେମାନଙ୍କୁ ପ୍ରତି ନିୟତ ମାନସିକ ନିର୍ଯ୍ୟାତନା ଦିଆ ଯାଉଥିବା ବେଳେ ସେମାନଙ୍କ ମୃତ୍ୟୁ ପରେ ଗତାନୁଗତିକ ଶ୍ରଦ୍ଧାବିବର୍ଜିତ ଶ୍ରାଦ୍ଧ ଅବା ସ୍ଵକୀୟ ପତିଆରା ସୃଷ୍ଟି ନିମନ୍ତେ ଜୟନ୍ତୀ ପାଳନ କରାଯାଏ । ଗୈାତମ ବୁଦ୍ଧ,ଯିଶୁ ଖ୍ରୀଷ୍ଟଙ୍କ ଠାରୁ ମହାତ୍ମା ଗାନ୍ଧୀ, ଭାରତ ଗୌରବଙ୍କ ଠାରୁ ବିଶ୍ବ ମଣି ପଣ୍ଡିତ ଗୋପବନ୍ଧୁଙ୍କ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଉଦାହରଣ ସମୂହର ଜ୍ୱଳନ୍ତ ଦୃଷ୍ଟାନ୍ତ ଅଛି । ଏବେ ତ ଜଣେ ଅପରାଧୀର ଅଧିବକ୍ତା ତଥାକଥିତ ଜନ ପ୍ରତିନିଧି ସର୍ବୋଚ୍ଚ ପଞ୍ଚାୟତ କକ୍ଷରେ ଏହାକୁ ଜାତୀୟ କରଣ କରାଇ କହିଥିଲେ ଯେ ଓଡ଼ିଶା ରେ କଙ୍କଡା ଚରିତ୍ରର ପ୍ରାବଲ୍ୟ ସର୍ବତ୍ର ପ୍ରତିଫଳିତ । ବାସ୍ତବ କଥା ହେଉଛି , କରୋନା ଭଳି ଅନ୍ୟ ଏକ ଅଦୃଶ୍ୟ ରୋଗରେ ରୋଗାକ୍ରାନ୍ତ ଅନେକ ଲୋକ । ଅନ୍ୟର ଭଲ କାମର ପ୍ରଶଂସା କଲାବେଳେ କୈାଣସି ଅଦୃଶ୍ୟ ଶକ୍ତି ସେମାନଙ୍କ ଗଳାକୁ ଚିପିଦିଏ, ଅଥଚ କାହାର ନିନ୍ଦା କରିବା ସମୟରେ ସେହି ଅଦୃଶ୍ୟ ଶକ୍ତି କୁଆଡେ଼ ଗଳାକୁ ମେଲେଇ ଦିଏ । "ପ୍ରଶଂସା କାତର, ନିନ୍ଦା ପ୍ରବର" ରୋଗ ପାରାନୋଇଆ ରୋଗ ଠାରୁ ଭୟଙ୍କର । ଆମ ସମୟର ଜଣେ ପ୍ରାଜ୍ଞ ପ୍ରାଧ୍ୟାପକ, ପ୍ରବଚକ, ଆଲେଖ୍ୟ ସ୍ରଷ୍ଟା ଏକଦା ଜଣେ ବନ୍ଧୁଙ୍କ ପରିଚୟ ଦେବାକୁ ଯାଇ ଏକ ବାକ୍ୟ ବ୍ୟବହାର କରିଥିଲେ " ନିଃସଙ୍କୋଚ ପ୍ରଶଂସା ଓ ଯଥୋଚିତ ନିନ୍ଦା" ହିଁ ସମାଜର ଗ୍ରହଣୀୟ ଆଚାର ପଣ୍ୟ ହେବାକଥା, ମାତ୍ର ହୁଏନା କାହିଁକି ? ରୋଗୀକୁ ନୁହେଁ ରୋଗ କୁ ଘୃଣା କର ବୋଲି ପ୍ରବଚନ ଦେଉଥିବା, ଗବେଷଣା ଧର୍ମୀ ପ୍ରବନ୍ଧ, ଆଲେଖ୍ୟ ସ୍ରଷ୍ଟା ପରମୁହୂର୍ତ୍ତରେ ସେହି ରୋଗାକ୍ରାନ୍ତର ପ୍ରଳାପକୁ ,ଅପର ପ୍ରତି ମିଥ୍ୟାରୋପକୁ ପରୀକ୍ଷା ନ କରି ଅନ୍ୟର ସାମାଜିକ ସମ୍ମାନକୁ କ୍ଷୁର୍ଣ୍ଣ କରିବାରେ ଅଯଥା ସମୟ ଅପଚୟ କରି ଆତ୍ମସନ୍ତୋଷ ପାଇବା ଏକ ସାମାଜିକ ବିଡ଼ମ୍ବନା ନୁହେଁ କି ? ଆଚରଣ ଓ ଉଚ୍ଚାରଣ ମଧ୍ୟରେ ସମନ୍ବୟ ରକ୍ଷାକରି ଯେଉଁ କାର୍ଯ୍ୟ କରାଯାଏ ବା ଯେଉଁ କଥା କୁହାଯାଏ , ତାହା ଜନ ବିଶ୍ୱସନୀୟତା ଆହରଣ କରିଥାଏ । କଥା ରେ ଅଛି କହି ଦେଉଥାଏ ଅନ୍ୟକୁ, ବୁଦ୍ଧି ନ ଦିଶଇ ନିଜକୁ" ନ୍ୟାୟରେ କେତେକ ଆଜି ଅଭିଯୁକ୍ତ । ଏପରିକି " ଡହରା ଡାକୁ ଡାକ ଛାଡୁଛି ,ଦେଖ ଦେଖ ଅଗ୍ରତେ ଧାଏଁ ଡକାୟତ । ବିପ୍ଲବୀ କବି ରବି ସିଂହ ଙ୍କ ଭାଷାରେ " ଯାଦୁଆ ବିକୁଛି ଯାଦୁର ମଲମ,ମଦୁଆ ଧରିଛି ନିଶା ନିବାରଣ ବାନା " । ଏଭଳି ରୋଗର ସଂକ୍ରମଣ କେବଳ ସମ୍ଭବପର ହେଉଛି ଅନ୍ୟ ମାନଙ୍କର ପ୍ରତିବାଦ ବିହୀନ ତଥା ପର ନିନ୍ଦା ଶ୍ରବଣ ବ୍ୟାକୁଳତା , ସ୍ବାର୍ଥ ସର୍ବସ୍ବ ମାନସିକତା କାରଣ ରୁ । ଯିଏ ଅନ୍ୟ ର ଅନୁପସ୍ଥିତିରେ , କୌଣସି ପ୍ରାମାଣିକ ତଥ୍ୟ ବା ଭିତ୍ତି ନଥାଇ ତା ବିରୋଧ ରେ ନିନ୍ଦା, ଚୁଗୁଲୀ କରୁଛି , ସେହି ଲୋକ ପରବର୍ତ୍ତୀ ସମୟରେ ଅନ୍ୟ ନିକଟରେ ଯେ ପୂର୍ବୋକ୍ତ ବ୍ୟକ୍ତି ବିରୋଧରେ କହୁନଥିବ ବୋଲି ଭାବନାଟି ଯଦି ଆସୁଥାନ୍ତା ତେବେ ସମ୍ପୃକ୍ତଟି ଚୁଗୁଲୀ ପ୍ରବଣତାକୁ ବିରୋଧ କଲେ ଚୁଗୁଲୀ ଚରିତ୍ରଧାରୀ ଟି ନିରୁତ୍ସାହିତ ହୁଅନ୍ତା । ସ୍ବାଧୀନତା ସଂଗ୍ରାମୀ,ପ୍ରାତଃ ସ୍ମରଣୀୟ ସାରସ୍ଵତ ସାଧକ ତଥା ଜନନେତା ସୁରେନ୍ଦ୍ର ମହାନ୍ତି ଏହି ଚରିତ୍ରର ବ୍ୟକ୍ତି ମାନଙ୍କ ପାଇଁ ସଂଜ୍ଞା ଦେଇ ଯାଇଛନ୍ତି - "ପତଳା କାନିଆ" । ସମ୍ପ୍ରତି ଅବକ୍ଷୟୀ ଲୋକ ଚରିତ୍ର ପ୍ରଭାବରେ ପ୍ରଭାବିତ ସମାଜ ଏବେ ମାନବୀୟ ଅବୟବ ତ୍ୟାଗ କରି ଜାନ୍ତବ୍ୟ ଖୁଆଡମୟ ଅବୟବକୁ ଆପଣାଇ ଚାଲିଛି । ଯେପରି ଚିଡ଼ିଆଖାନାରେ ରହିଥାନ୍ତି ଭିନ୍ନ ଭିନ୍ନ ପ୍ରଜାତିର ଅସଂଖ୍ୟ ବଣୁଆ ଜୀବଜନ୍ତୁ ଆଉ ଏଇ ସମାଜରେ ଅଧୁନା ପରିଦୃଶ୍ୟ ହେଉଛନ୍ତି ଭିନ୍ନ ଭିନ୍ନ ଜାତି ଜାତିକା ମଣିଷ। ବାଘ ,ଭାଲୁ, ସିଂହ ଚିତା ପରି ଅତ୍ୟନ୍ତ ହିଂସ୍ର ମଣିଷ, ବିଲୁଆ ଶିଆଳ ପରି ଆବଶ୍ୟକତାଠୁ ଅଧିକ ଚତୁର ମଣିଷ ତ ଦେଖା ଯାଉଛନ୍ତି ହରିଣ ଠେକୁଆ ଭଳି ଅତ୍ୟନ୍ତ ନିରୀହ ମଣିଷ , ଅର୍ଥାତ୍ ଜାତି ଜାତିକା ମଣିଷ। କେତେ ରଙ୍ଗ, କେତେ ରୂପର ମଣିଷ , କେତେ ଚିତ୍ର, କେତେ ଚରିତ୍ରର ମଣିଷ, ସେଥିରେ ପୁଣି ପ୍ରତିଟି ମଣିଷର ଶକ୍ତି ସାମର୍ଥ୍ୟ, ଆଚାର ବ୍ୟବହାର ସଦାବେଳେ ରହିଥାଏ ଭିନ୍ନ ଭିନ୍ନ। ସେମାନଙ୍କ ଜୀବନ ଯାପନର କଳା କୌଶଳ ମଧ୍ୟ ଭିନ୍ନ ଏବଂ ଭିନ୍ନ ପୁଣି ସେମାନଙ୍କ ଭାଷା ଆଉ ଭାବ , ଆଚରଣ ଓ ଉଚ୍ଚାରଣ। ଆଠ ଶହ କୋଟିର ମଣିଷ ସଂଜ୍ଞାଧାରୀ ଦୁନିଆରେ ଏତେ ଲୋକ ରହୁଛନ୍ତି ଯେତେବେଳେ, ସେମାନଙ୍କ ଖାଦ୍ୟ ପାନୀୟରେ ଭିନ୍ନତା ପରିଲକ୍ଷିତ ହେବା ଏକ ସ୍ୱାଭାବିକ ଓ ସାଧାରଣ କଥା। ସବୁଠୁ ବଡ଼ କଥା ହେଉଛି, ଅସୁମାରି ମଣିଷଙ୍କୁ ନେଇ ଗଢ଼ା ଏଇ ସମାଜର ଜନଜୀବନର ଚିତ୍ର, ଲୋକ ଚରିତ୍ର, ଲୋକମାନଙ୍କ ଚରିତ୍ର। ଆମେ ଜାଣୁ ଯେ ପ୍ରତିଟି ମଣିଷର ଚରିତ୍ର ଭିନ୍ନ ଭିନ୍ନ। ଜଣକ ଚରିତ୍ର ଆଉ ଜଣକ ସହ କେବେହେଲେ ସଂପୂର୍ଣ୍ଣ ରୂପେ ସମାନ ହୋଇ ନଥାଏ। ହୁଏତ ଏହା କେବେ କେବେ କାହା କାହା ସହିତ କିଛି ମାତ୍ରାରେ ମେଳ ଖାଉଥିଲେ ହେଁ ଭିନ୍ନତା ଥାଏ କିନ୍ତୁ ସର୍ବାଧିକ। କାରଣ ଏଇ ଲୋକ ଚରିତ୍ର ହିଁ ଏମିତି, ଯାହା ସଦାବେଳେ ରହିଥାଏ ଅବୋଧ୍ୟ, ଅଗମ୍ୟ ତଥା ରହସ୍ୟାବୃତ। ତେଣୁ ଲୋକ ଚରିତ୍ରକୁ ଅନୁଧ୍ୟାନ ଏବଂ ଅନୁଶୀଳନ କରିବାର ସର୍ବାଧିକ ଆବଶ୍ୟକତା ରହିଥାଏ ସଦାବେଳେ, ସବୁଠାରେ। ଏପରିକି ଲୋକ ଚରିତ୍ରକୁ ଗୁରୁତ୍ୱ ନଦେଇ କୌଣସି ବି କାର୍ଯ୍ୟ କରାଯିବା ଅର୍ଥ ହେଉଛି ସାମାଜିକ ବିଭ୍ରାଟକୁ ଦୁବ,ଅରୁଆ ଚାଉଳ, ଗୋଟି ଗୁଆ ଦେଇ ଆମନ୍ତ୍ରଣ କରିବା। ମାନବ ସମାଜରେ ତଥା ସାମାଜିକ ଜୀବନରେ ଏଇ ଲୋକ ଚରିତ୍ର କେତେ ଗୁରୁତ୍ୱପୂର୍ଣ୍ଣ, ତାହା ଏଇଠୁ ଅନୁମେୟ। ଲୋକ ଚରିତ୍ରର ଆକ୍ଷରିକ ଅର୍ଥ ହେଉଛି ମାନବୀୟ ପ୍ରକୃତି ବା ସାଧାରଣ ଚରିତ୍ର। ଏଇ ଲୋକ ଚରିତ୍ର ହୁଏତ ହୋଇପାରେ ଭଲ ଅଥବା ମନ୍ଦ, ସର୍ଜନାତ୍ମକ ଅଥବା ବିଧ୍ୱଂସକାରୀ, କିନ୍ତୁ ତାହା ମଣିଷର ମୂଲ୍ୟାଙ୍କନ କରିବାରେ ଖୁବ୍ ସହାୟକ ହୋଇଥାଏ। ମଣିଷ ଚିହ୍ନିବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ। ଆମେ ଜାଣୁ ଯେ ଲୋକ ଚରିତ୍ରକୁ ସଦାସର୍ବଦା ନିୟନ୍ତ୍ରିତ କରିଥାଏ ତା’ର ମାନବୀୟ ପ୍ରକୃତି ଆଉ ପ୍ରବୃତ୍ତି, ବୁଦ୍ଧି ବୃତ୍ତି, ମନ ଆଉ ମନୀଷା। ତେଣୁ ଏହାକୁ ଉପଯୁକ୍ତ ମାର୍ଗରେ ସୁପରିଚାଳିତ କରି ପାରିଲେ, ମାନବ ସମାଜର ଅଶେଷ କଲ୍ୟାଣ ହେବା ନିଶ୍ଚିତ। ମାନବ ଜୀବନ ମଧ୍ୟ ହୋଇପାରିବ ସୁବ୍ୟବସ୍ଥିତ ତଥା ସମୁନ୍ନତ। ଜୈବିକ ଦୃଷ୍ଟିକୋଣରୁ ପ୍ରତିଟି ମଣିଷ ସମାନ ଦେଖା ଯାଉଥିଲେ ହେଁ, ତାଙ୍କ ଭିତରେ ରହିଥାଏ ଖୁବ୍ ପ୍ରଭେଦ। ସେମାନଙ୍କ ଭିତରେ ରହିଥାଏ ମଧ୍ୟ ଜଣା ଅଜଣା ଅସଂଖ୍ୟ ଜାତି ପ୍ରକୃତି ବା ଜେନେଟିକ୍ କରେକ୍ଟର୍, ଯାହା ଯୁଗ ଯୁଗ ଧରି ଗୋଟିଏ ପିଢ଼ିରୁ ଆଉ ଗୋଟିଏ ପିଢ଼ିକୁ ପରିବାହିତ ହୋଇ ଆସୁଛି ଗୁଣସୂତ୍ର ମାଧ୍ୟମରେ। ତା ସହିତ ମଣିଷ ଭିତରେ ରହିଥାଏ ଅଜସ୍ର ଧାର୍ମିକ ଆସ୍ଥା ଆଉ ବିଶ୍ୱାସ। ସେସବୁ ବହୁ ପରିମାଣରେ ଲୋକ ଚରିତ୍ରକୁ ପ୍ରଭାବିତ କରିଥାଏ ଅନେକ ସମୟରେ।
ଧନୀ ଗରିବ, ମୂର୍ଖ ପଣ୍ଡିତ, ଧାର୍ମିକ ଅଧାର୍ମିକ, ଗୃହସ୍ଥ ସନ୍ନ୍ୟାସୀ, ଏହିଭଳି ଅଗଣିତ ଲୋକଙ୍କ ସମାହାର ହେଉଛି ଏଇ ଦୁନିଅା। ସ୍ଥଳ ବିଶେଷରେ ଏହିସବୁ ପରିବେଶ ଏବଂ ପରିସ୍ଥିତି ଲୋକ ଚରିତ୍ରକୁ ନିୟନ୍ତ୍ରିତ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥାଏ। ନିୟନ୍ତ୍ରିତ କରିଥାଏ ମଧ୍ୟ ତାର ଭାବ ଏବଂ ମନୋଭାବକୁ। ସ୍ୱଭାବତଃ ଧନୀ ମଣିଷଟିଏ ଅଧିକ ମାତ୍ରାରେ ସ୍ୱେଚ୍ଛାଚାରୀ ତଥା ଅହଂକାରୀ ହୋଇଥିବା ସ୍ଥଳେ ଗରିବ ଲୋକଟିଏ ହୋଇଥାଏ ଆବଶ୍ୟକତା ଠାରୁ ଅତ୍ୟନ୍ତ ସହିଷ୍ଣୁ। ଇଚ୍ଛା ଥିଲେ ବି ଦରିଦ୍ର ମଣିଷଟିଏ କୌଣସି ପ୍ରକାରେ ବାଦ କି ପ୍ରତିବାଦ କରି ପାରେନାହିଁ। କାହିଁକି ନା ସବୁରି ମୂଳରେ ରହିଥାଏ ‘ଅନ୍ନ ଚିନ୍ତା ଚମତ୍କାର’। ଆପଣାର ନିୟତି ମନେକରି ସବୁତକ ଅନ୍ୟାୟ ଅତ୍ୟାଚାରକୁ ମଥାପାତି ସହିଯାଆନ୍ତି ଏମାନେ। ହେଲେ ବାରୁଦ ତଳର ନିଆଁ ପରି କୁହୁଳୁଥାଏ ସେଇ ଅସନ୍ତୋଷ। ଆଉ ଯେତେବେଳେ ସେଥିରେ ବିସ୍ଫୋରଣ ଘଟେ, ସେତେବେଳେ ତଥାକଥିତ ସଭ୍ୟ ସମାଜରେ ଧ୍ୱଂସ ଅନିବାର୍ଯ୍ୟ। ପଣ୍ଡିତ କି ଶିକ୍ଷିତ ମଣିଷଟିଏ ନିଜସ୍ୱ ବୁଦ୍ଧି ବିଚାରରେ କୌଣସି ବିଷୟକୁ ଅଧିକରୁ ଅଧିକ ପରିମାଣରେ ତର୍ଜମା କରି ପାରୁଥିବା ଅଥବା ତଉଲି ଦେଖୁଥିବା ବେଳେ ମୂର୍ଖ ଲୋକଟିଏ ହୁଣ୍ଡା ପରି ଆଖିବୁଜି ସବୁକଥାକୁ ଗ୍ରହଣ କରି ନେଇଥାଏ। ଆଗପଛ କିଛି ବି ବିଚାର ନକରି ପରକଥାରେ ପଡ଼ି ଆଗକୁ ଆଗକୁ ମାଡ଼ି ଚାଲିଥାଏ ମଧ୍ୟ। ଏହା ଅବଶ୍ୟ ସତ ଯେ ଆମ ସମାଜରେ କିଛି ଓଲା ମଣିଷ ରହିଥିବା ବେଳେ ସଂଖ୍ୟାଧିକ ମଣିଷ ରହିଥାନ୍ତି ଅତିଶୟ ଶିକ୍ଷିତ ମୂର୍ଖ। ଏଇ ଓଲା କି ମୂର୍ଖ ଲୋକଟିଏକୁ ହୁଏତ ବୁଝେଇ ଦେଇହୁଏ କୌଣସି ନା କୌଣସି ପ୍ରକାରେ। ହେଲେ ଶିକ୍ଷିତ ମୂର୍ଖଙ୍କୁ?? ସେମାନଙ୍କୁ ବୁଝେଇବା ବାସ୍ତବରେ ଖୁବ୍ କଷ୍ଟକର। ଏଇଠି ଆପଣମାନେ ହୁଏତ ମୋତେ ପ୍ରଶ୍ନ କରିପାରନ୍ତି “ଶିକ୍ଷିତ ତ ଶିକ୍ଷିତ, ମୂର୍ଖ ତ ମୂର୍ଖ, ଏଇ ଶିକ୍ଷିତ ମୂର୍ଖ ପୁଣି କ’ଣ ? କାହିଁକି ଏମିତି ବିଶେଷଣଟିଏ ଲଗେଇଲେ ଆପଣ ?” ଗତ ୨୦୦୫ ମସିହାରେ " ସୁବାର୍ତ୍ତା" ର ଜୁନ ୧୪ ସଂଖ୍ୟାରେ " ଶିକ୍ଷିତ ମୂର୍ଖ ଓ ମୂର୍ଖ ପଣ୍ଡିତ" ଶୀର୍ଷକରେ ପ୍ରକାଶ ପାଇବା ପରେ ଅନେକ ପାଠକ ଆମକୁ ଏଭଳି ପ୍ରଶ୍ନ କରିଥିଲେ ।
ଆଜ୍ଞା ଆପଣ ପ୍ରଜ୍ଞାଦୀପ୍ତ ପାଠକ ବର୍ଗ ! ମହାବିଦ୍ୟାଳୟ ବା ବିଶ୍ୱବିଦ୍ୟାଳୟରୁ ଯେନତେନ ପ୍ରକାରେଣ ଖଣ୍ଡେ ଉଚ୍ଚତର ଶିକ୍ଷା ପ୍ରମାଣପତ୍ର ଯୋଗାଡ଼ କରିଦେଲେ କେହି ଜଣେ କ'ଣ ଶିକ୍ଷିତ ହୋଇଯାଏ? ଆଉ ବିଦ୍ୟାଳୟ ଦ୍ୱାର ମାଡ଼ି ନଥିବା ଲୋକଟିକୁ ଆମେମାନେ ଆଖି ବୁଜି ମୂର୍ଖ ଅପଗଣ୍ଡ କହିପାରିବା କି? ଏଇ ଉଚ୍ଚତର ଶିକ୍ଷା ପ୍ରମାଣପତ୍ର ଖଣ୍ଡକ କେବେହେଲେ କାହାର ଜ୍ଞାନର ପରିମାପକ ହୋଇନପାରେ। ଯୋଉ ବିଦ୍ୟା ମଣିଷକୁ ସୁଚାରୁ ରୂପେ ଗଢ଼ି ପାରେ ନାହିଁ, ଜୀବନକୁ କରି ପାରେନାହିଁ ସୁସଂଗଠିତ, ଆଚାର ବ୍ୟବହାରକୁ କରି ପାରେନାହିଁ ପରିମାର୍ଜିତ, ସେଇଟା କି ଶିକ୍ଷା ? ଏଇ ତଥାକଥିତ ଶିକ୍ଷିତ ମୂର୍ଖମାନେ ଆମ ସମାଜରେ ସର୍ବତ୍ର ବିଚରଣ କରୁଛନ୍ତି ମାଳମାଳ ହୋଇ। ଏଇମାନେ ହିଁ ସାମାଜିକ ବିଭ୍ରାଟର ମୂଳ କାରଣ ଭାବେ ଉଭା ହେଉଛନ୍ତି ଆଜିକାଲି। ସେଇଥି ପାଇଁ ତ କୁହା ଯାଇଛି “ଯସ୍ୟ ନାସ୍ତି ସ୍ୱୟଂ ପ୍ରଜ୍ଞା ପୁରାଣଃ କିଂ କରିଷ୍ୟତି? ଲୋଚନାଭ୍ୟାଂ ବିହୀନେନ ଦର୍ପଣଃ କିଂ କରିଷ୍ୟତି ?” । କେଉଁ ବିଶ୍ବବିଦ୍ୟାଳୟରୁ ସାମନ୍ତ ଚନ୍ଦ୍ରଶେଖର ବୈଜ୍ଞାନିକ ପ୍ରମାଣ ପତ୍ର ବା ଗବେଷକ ପ୍ରମାଣ ପତ୍ର ପାଇଥିଲେ ? ଜୀବନରେ ଚାଟଶାଳୀ ମାଟି ମାଡି ନଥିବା ସନ୍ଥକବି ଭୀମଭୋଇ ଙ୍କ ଠାରୁ ବିପ୍ଲବୀ କବି ରବି ସିଂହ , ସ୍ବାଧୀନତା ସଂଗ୍ରାମୀ ମନମୋହନ ଚୌଧୁରୀ ଙ୍କ ଠାରୁ ଆରମ୍ଭ କରି ମୁରାରୀ ମିଶ୍ର ମାନଙ୍କ ଉଦାହରଣୀୟ ତାଲିକା ଖୁବ ପ୍ରଲମ୍ବିତ । ମଣିଷଟିଏକୁ ଜ୍ଞାନୀ କି ଅଭିଜ୍ଞ କରାଏ ତା’ର ସ୍ୱାଧ୍ୟାୟ, ସାମାଜିକ ଜୀବନରେ ତା’ର ଅଭିଜ୍ଞତା, ଜ୍ଞାନ ଅର୍ଜନ ପାଇଁ ତା’ର ନିରନ୍ତର ପ୍ରୟାସ। ଜ୍ଞାନୀ ହେବା ପାଇଁ କେବଳ ପୁସ୍ତକଗତ ବିଦ୍ୟା ଯଥେଷ୍ଟ ନୁହେଁ। ଏଥିପାଇଁ ଲୋଡ଼ା ଆପଣାର ଅନ୍ତର୍ଦୃଷ୍ଟି, ଆତ୍ମଜ୍ଞାନ, ତା’ ସହିତ ଜାଗ୍ରତ କରିବାକୁ ହେବ ଆପଣାର ପ୍ରଜ୍ଞା, ତାକୁ ଆମେ ତୃତୀୟ ନୟନ ବି କହିପାରୁ। ସେସବୁ ପ୍ରତି ଦୃଷ୍ଟି ନଦେଇ ଏବେ ଆମେ ସମସ୍ତେ ଖାଲି ବଡ଼ବଡ଼ କଥା ହାଙ୍କିବାରେ ବ୍ୟସ୍ତ। “କୁହନ୍ତି ଯେଡ଼େ ନୁହନ୍ତି ତେଡ଼େ’’। ପାଞ୍ଚ କରିଥିବେ କି ନାହିଁ ସନ୍ଦେହ, ହେଲେ ପଚାଶ କରିଛି ବୋଲି ଭାଷଣ ଝାଡ଼ୁଥିବେ ଅନର୍ଗଳ। ଏହା ହିଁ ଆଜିକାଲି ଆମ ଲୋକ ଚରିତ୍ରର ସବୁଠାରୁ ଗୋଟେ ବଡ଼ ଦୁର୍ବଳ ଦିଗ, ଯାହାକୁ ପାଥେୟ କରି ଲୋକଙ୍କୁ ଭଣ୍ଡିବା ପାଇଁ ନେତାଠୁ କର୍ମୀ ପର୍ଯ୍ୟନ୍ତ ସମସ୍ତେ ଭାଷଣ ଦେବାରେ ହୋଇ ପାରିଛନ୍ତି ଖୁବ୍ ଓସ୍ତାଦ୍। ସାମାଜିକ ଉନ୍ନତି ପ୍ରସଙ୍ଗରେ ଅନ୍ୟ କିଛି ଜାଣନ୍ତୁ କି ନଜାଣନ୍ତୁ କିଛି ଚିନ୍ତା ନାହିଁ, ଏଇ କାମଟି କିନ୍ତୁ ସେମାନଙ୍କୁ ବେଶ୍ ଭଲଭାବେ ଜଣା। ଏଇ ବିଦ୍ୟା ପ୍ରୟୋଗ କରି ସାଧାରଣ ଜନତାଙ୍କୁ ଭକୁଆ ବନେଇବାରେ ସେମାନେ ସର୍ବୋଚ୍ଚ ଡିଗ୍ରୀ ହାସଲ କରିଛନ୍ତି କହିଲେ ବି ଅତ୍ୟୁକ୍ତି ହେବନାହିଁ।ଆମ ସମାଜରେ ଏବେ ପ୍ରତ୍ୟେକ କ୍ଷେତ୍ରରେ ସର୍ବଜ୍ଞ ପୁରୁଷମାନଙ୍କର ପ୍ରବଳ ଭିଡ଼। ପ୍ରତିଟି କଥାରେ, ଏପରିକି ପ୍ରତିଟି ଘଟଣାରେ ନାକ ଗଳେଇବା ହେଉଛି ଏମାନଙ୍କର ସବୁଠାରୁ ବଡ଼ ସଉକ୍। ଼ଏପରିକି ଯେଉଁ ବିଷୟବସ୍ତୁ ଉପରେ ତାଙ୍କର ଜ୍ଞାନଘର ଶୂନ, ସେଇ କ୍ଷେତ୍ରରେ ବି ସେମାନେ ଅଗ୍ରଣୀ ଭୂମିକା ନିର୍ବାହ କରିବାକୁ ଆଗେଇ ଆସନ୍ତି ନିଃଶଙ୍କୋଚରେ। ସେମାନଙ୍କୁ ଯେମିତିକି ଜୋତା ସିଲେଇଠୁ ଆରମ୍ଭ କରି ଚଣ୍ଡୀପାଠ ପର୍ଯ୍ୟନ୍ତ ସବୁ ଜ୍ଞାନ ଜଣା। ଏଇ ଯେମିତି, ନିଜେ କୋଉଠି କେବେ ଦିନେ ଡିସିମିଲେ ଜମିରେ ଚାଷବାସ କରିନଥିବେ ଅଥଚ ଆଗେଇ ଆସିବେ ଚାଷୀମାନଙ୍କ ନେତୃତ୍ୱ ନେବା ପାଇଁ। ତାଙ୍କୁ ସାହିତ୍ୟର ‘ସ’ ଅକ୍ଷର ଜଣା ନଥିବ, ହେଲେ ଶୋଭା ବର୍ଦ୍ଧନ କରୁଥିବେ ସାହିତ୍ୟ ଅନୁଷ୍ଠାନର ସଭାପତି ପଦବୀରେ।ଅତି ସନ୍ତର୍ପଣରେ ସାଧାରଣ ମଣିଷମାନଙ୍କୁ ଆଖିବୁଜା ଲୁଟୁଥିବେ ଅଥଚ ନିଜକୁ ଜଣେ ସର୍ବଶ୍ରେଷ୍ଠ ସମାଜସେବୀ ଭାବେ ଉପସ୍ଥାପିତ କରୁଥିବେ ସର୍ବସାଧାରଣରେ। ଆଜିକାଲି ଶିକ୍ଷାଦୀକ୍ଷା, ଯୋଗ ପ୍ରାଣାୟାମ, ପ୍ରତିଟି କ୍ଷେତ୍ରରେ ନେତୃତ୍ୱ ନେବାକୁ ଆଗେଇ ଆସୁଛନ୍ତି ଏଇ ସବ୍ଜାନ୍ତା ଲୋକମାନେ। ଏଥିରେ ବ୍ୟକ୍ତି ବିଶେଷର କି ସମାଜର, କାହାର କି ଲାଭ ହେଉଛି, ତାହା ଅବଶ୍ୟ ବିଚାର୍ଯ୍ୟ। ମାଛିକୁ ଭଲଲାଗେ ପଚାଘା। ଘୁଷୁରିକୁ ଭଲଲାଗେ ପଙ୍କ କାଦୁଅ, ଅଳିଆ ଆବର୍ଜନା। ଲାଙ୍ଗୁଡ଼ିଆ ପୋକମାନଙ୍କ ପାଇଁ ତ ଏକମାତ୍ର ସ୍ୱର୍ଗ ହେଉଛି ମଳମୂତ୍ର ପରିପୂର୍ଣ୍ଣ ନର୍ଦମା। ଯୁଗେଯୁଗେ ଦୁନିଅାରେ ଏମିତି କିଛିଲୋକ ରହି ଆସିଛନ୍ତି ଯେଉଁମାନେ ବାଟ ଚାଲୁଚାଲୁ କଣ୍ଟାବାଡ଼ରେ ଲୁଗା ଲଗାଇ କାହାରି ନା କାହାରି ସାଙ୍ଗରେ କଳି କରିବାକୁ ଖୁବ୍ ଭଲ ପାଆନ୍ତି। ଭଲ ପାଆନ୍ତି ମଧ୍ୟ ଅନ୍ୟର ସର୍ବନାଶ କରିବାକୁ। କାହିଁକି କେମିତି ଯେ ଗାଳିମନ୍ଦ କଳିଗୋଳରୁ ସେମାନଙ୍କୁ ମିଳିଥାଏ ସ୍ୱର୍ଗୀୟ ସୁଖ, ପରମ ଆନନ୍ଦ। ଯନ୍ତ୍ରଣାରେ ଛଟପଟ ହେଉଥିବା ମଣିଷଟିଏ ଦେଖିଲେ ସେମାନଙ୍କ ହୃଦୟକୁ ମିଳିଥାଏ ଅପୂର୍ବ ଶାନ୍ତି। ଅନ୍ୟାୟ ଅନୀତି, ହତ୍ୟା ବ୍ୟଭିଚାର ହେଉଛି ଏଇ ଶ୍ରେଣୀର ମଣିଷମାନଙ୍କର ପହିଲି ପସନ୍ଦ। ନ୍ୟାୟ ଅନ୍ୟାୟ ଯେକୌଣସି ପନ୍ଥା ହେଉ, ସେଥିରେ ତାଙ୍କର କିଛି ଯାଏଆସେ ନାହିଁ, ତାଙ୍କୁ ଦରକାର ଧନ ସଂପଦ, କ୍ଷମତା, ପ୍ରତିପତ୍ତି ଆଉ ପଦମର୍ଯ୍ୟାଦା। ଭଲମନ୍ଦର ପାର୍ଥକ୍ୟ ଯେ ସେମାନେ ଜାଣି ପାରନ୍ତି ନାହିଁ ତାହା ନୁହେଁ, ସେମାନଙ୍କୁ ଗ୍ରାସିଥାଏ ଗୋଟେ ଅହେତୁକ ବଡ଼ଲୋକୀର ନିଶା। ଏଥି ଯୋଗୁଁ ତାଙ୍କ ଆଖିରେ ପଡ଼ିଥାଏ ସ୍ୱାର୍ଥର ପରଳ। ଯେଉଁଥି ପାଇଁ ଅନ୍ୟାୟ ମାର୍ଗରୁ ଓହରି ଆସିବାକୁ ସେମାନେ ଚାହାନ୍ତି ନାହିଁ କେବେହେଲେ। କେବଳ ସେତିକି ନୁହେଁ, ସେମାନେ ତାଙ୍କ ଜୀବନରେ କେବେହେଁ ହଜମ କରି ପାରନ୍ତି ନାହିଁ କାହାରି ସୁଖଶିରୀ। ଭଲଲୋକ କି ଭଲକାମ କିଛିହେଲେ ଦେଖାଯାଏ ନାହିଁ ସେମାନଙ୍କ ଆଖିକୁ। ସତ କହିବାର କି ସତକୁ ସ୍ୱୀକାର କରିବାର ଦମ୍ଭ ମଧ୍ୟ ନଥାଏ ଏଇ ଲୋକମାନଙ୍କର। ତେଣୁ ମିଛକୁ ପ୍ରତିଷ୍ଠିତ କରିବା ପାଇଁ ବିତଣ୍ଡା ଯୁକ୍ତିର ସାହାଯ୍ୟ ନେଉଥାନ୍ତି ପ୍ରତିଟି କ୍ଷେତ୍ରରେ। ଆହୁରି ମଧ୍ୟ ସମସ୍ତେ କେବଳ ତାଙ୍କୁ ହିଁ ଗୁରୁତ୍ୱ ଦିଅନ୍ତୁ, ଦେଇ ଚାଲିଥାନ୍ତୁ ଏହା ହେଉଛି ସେମାନଙ୍କ ଏକମାତ୍ର ଅଭୀପ୍ସା। ସେମାନଙ୍କ ଦୃଷ୍ଟିରେ ତାଙ୍କ ମୁଖ ନିଃସ୍ରୁତ ବଚନ ହେଉଛି ପ୍ରଣବ ମନ୍ତ୍ର, ଭାଷା ହେଉଛି ବେଦବାକ୍ୟ, ଇଚ୍ଛା ହେଉଛି ଈଶ୍ୱରଙ୍କ ବାଣୀ। ଏଥିରେ ସାମାନ୍ୟତମ ବ୍ୟତିକ୍ରମକୁ ବି ସହ୍ୟ କରି ପାରନ୍ତି ନାହିଁ ସେମାନେ। ଏପରିକି ନିଜର ପଦ ପ୍ରତିଷ୍ଠା ପାଇଁ ଯେକୌଣସି ନିମ୍ନ ସ୍ତରକୁ ଯିବାକୁ ମଧ୍ୟ ପଛଘୁଞ୍ଚା ଦିଅନ୍ତି ନାହିଁ ଏଇ ଅମଣିଷମାନେ।ଆମ ସମାଜରେ ଏମିତି କିଛିଲୋକ ରହିଥାନ୍ତି, ଯେଉଁମାନେ ନିଜକୁ ନିଜେ ମନେ କରନ୍ତି ଅତ୍ୟନ୍ତ ବିଜ୍ଞ। ତାଙ୍କ ଦୃଷ୍ଟିରେ କେବଳ ସେଇମାନେ ହିଁ ପଣ୍ଡିତ, ଆଉ ଦୁନିଆର ଅନ୍ୟ ସମସ୍ତେ ଅଜ୍ଞାନ, ମୂର୍ଖ ପାମର। ଏଇଠି ଆମକୁ ମନେରଖିବାକୁ ହେବ ଯେ ଯିଏ ନିଜକୁ ସର୍ବଶ୍ରେଷ୍ଠ ଜ୍ଞାନୀ ମନେକରେ, ସଂସାରରେ ତା’ଠୁ ବଡ଼ ମୂର୍ଖ ଆଉ କେହିନାହିଁ। ଆଲୋଚ୍ୟ ପ୍ରସଙ୍ଗରେ ପୂର୍ବରୁ ମୁଁ କହିଛି ଏଇ ଦୁନିଆ ହେଉଛି ଏକ ଚିଡ଼ିଆଖାନା ଆଉ ପ୍ରତିଟି ମଣିଷ ହେଉଛନ୍ତି ଗୋଟିଏ ଗୋଟିଏ ମନୋରଞ୍ଜନକାରୀ ଜୀବ ମାତ୍ର। ସେମାନଙ୍କ ଚରିତ୍ର ଏବଂ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉପଯୁକ୍ତ ଭାବେ, ଯଥୋଚିତ ମାର୍ଗରେ ପରିଚାଳିତ କରିପାରିଲେ ଅବଶ୍ୟ ସୁରକ୍ଷିତ ରହିବ ଏଇ ସଂସାର ରୂପକ ଚିଡ଼ିଆଖାନା। ଦର୍ଶକମାନଙ୍କ ପାଇଁ ହୋଇପାରିବ ମଧ୍ୟ ଉପଭୋଗ୍ୟ ।
ମହାଷ୍ଟମୀର ମହତ୍ତ୍ଵ ଓ ମହକ
ମହାଷ୍ଟମୀର ମହତ୍ତ୍ଵ ଓ ମହକ
------+----
ନବରାତ୍ରୀ ଦୂର୍ଗାପୂଜା ଉତ୍ସବର ଅଷ୍ଟମୀ ଦିନଟି ଦୂର୍ଗାଷ୍ଟମୀ ବା ମହାଷ୍ଟମୀ ଭାବେ କେଉଁ ଅନାଦି ଅନନ୍ତ କାଳରୁ ଆମେ ଓଡିଆମାନେ ପାଳନ କରି ଆସୁଛନ୍ତି । ଏହାକୁ ମହାଷ୍ଟମୀ ଭାବେ ସମ୍ବୋଧିତ କରିବାର ବହୁବିଧ କାରଣ ମଧ୍ୟ ଆମ ଶାସ୍ତ୍ରରେ ଉଲ୍ଲେଖ ରହିଛି । ଦେବୀଙ୍କର ଅସ୍ତ୍ର ସବୁ ଏହି ଦିନ ପୂଜା କରାଯାଉଥିବାରୁ ଏହି ଦିବସକୁ ‘ଅସ୍ତ୍ର ପୂଜା’ ଦିବସ ମଧ୍ୟ କୁହାଯାଏ । ଅନେକ ସ୍ଥାନରେ ଅସ୍ତ୍ର ବ୍ୟବହାର କରି ସାମରିକ କଳା କୌଶଳ ପ୍ରଦର୍ଶନ କରୁଥିବାରୁ ଏହି ଦିବସକୁ ବୀର ଅଷ୍ଟମୀ ମଧ୍ୟ କୁହାଯାଏ । କେବଳ ଓଡିଆ ନୁହନ୍ତି, ସାମଗ୍ରିକ ଭାବେ ଏହି ପବିତ୍ର ତିଥିଟି ହିନ୍ଦୁମାନଙ୍କର ଏକ ପବିତ୍ର ଦିବସ । ହିନ୍ଦୁମାନଙ୍କର ଦିନ ପଞ୍ଜିକା ବା କ୍ୟାଲେଣ୍ଡର ଅନୁସାରେ ଆଶ୍ୱିନ ମାସ ଶୁକ୍ଳ ପକ୍ଷର ଅଷ୍ଟମୀ ତିଥିରେ ଏହି ଦିବସ ପାଳନ କରାଯାଇ ଆସୁଛି । କେତେକ ସ୍ଥାନରେ ବିଶ୍ୱାସ କରାଯାଏ ଯେ ମା' ଦୂର୍ଗାଙ୍କର କପାଳରୁ ଦେବୀ ଚାମୁଣ୍ଡା ଏହି ଦିବସରେ ଜାତ ହୋଇ ମହିଷାସୁରର ତିନି ସାଥି ଚଣ୍ଡ, ମୁଣ୍ଡ ଓ ରକ୍ତବୀଜ ଅସୁରଙ୍କୁ ମାରିଥିଲେ । ଚଉଷଠି ଯୋଗିନୀ ଓ ଅଷ୍ଟ ଶକ୍ତି ବା ଅଷ୍ଟ ମାତୃକା (ଦେବୀ ଦୁର୍ଗାଙ୍କର ଭୟାନକ ରୂପ) ପୂଜା ମଧ୍ୟ ଏହି ଦିନ କରାଯାଏ । ଭାରତର ବିଭିନ୍ନ ସ୍ଥାନରେ ଅଷ୍ଟଶକ୍ତିଙ୍କର ବିଭିନ୍ନ ପ୍ରକାରର ବର୍ଣ୍ଣନା କରାଯାଏ ସତ୍ୟ କିନ୍ତୁ, ସମସ୍ତ ଦେବୀ ଶକ୍ତିଙ୍କର ଅବତାର ରୂପେ ମାନ୍ୟତା ପାଇ ଆସୁଛନ୍ତି। ପୂଜା ପାଉଥିବା ଏହି ଅଷ୍ଟ ଶକ୍ତିଙ୍କର ନାମ ୟଥାକ୍ରମେ ବ୍ରାହ୍ମଣୀ, ମାହେଶ୍ୱରୀ, କୌମାରୀ, ବୈଷ୍ଣବୀ, ବରାହୀ, ନରସିଂହୀ, ଇନ୍ଦ୍ରାଣୀ ଓ ଚାମୁଣ୍ଡା । ଉତ୍ତର ଭାରତରେ ଏହି ପବିତ୍ର ତିଥିରେ କୁମାରୀମାନଙ୍କୁ ଘରକୁ ଡାକି ସମ୍ମାନ ଦେବା ପରମ୍ପରା ଆରମ୍ଭ ହୋଇଥିଲା ଏକ ଦୂର୍ଗାଷ୍ଟମୀ ଦିନ । ପାଞ୍ଚ ରୁ ସାତ ଜଣ କୁଆଁରୀ ଝିଅଙ୍କୁ ଘରକୁ ଡାକି ସମ୍ମାନ ଦିଆଯାଏ । ଏହାର ତାତ୍ପର୍ଯ୍ୟ ହେଲା, କନ୍ୟାମାନଙ୍କୁ ପୃଥିବୀରେ ମା' ଦୂର୍ଗାଙ୍କର ଶକ୍ତି ବୋଲି ମନେ କରାଯାଏ । ସେହି ଝିଅମାନେ ଆସିଲେ ଘର ଭିତରକୁ ଆସିବା ପୂର୍ବରୁ ତାଙ୍କର ପାଦ ଧୋଇଦେଇ ଘରକୁ ସ୍ୱାଗତ କରାଯାଏ ଓ ତା’ପରେ ତାଙ୍କର ଆଳତି ଓ ପୂଜା କରାଯାଏ । ଏହା ପରେ ତାଙ୍କୁ ଖାଦ୍ୟ ଓ ମିଠା ଓ ଉପହାର ଦେଇ ଆପ୍ୟାୟିତ କରାଯାଇଥାଏ । କେଉଁ ଆବହମାନ କାଳରୁ ଜନ ବିଶ୍ବାସ ରହିଆସିଛି ଯେ ଦୂର୍ଗାପୂଜା ହେଉଛି ଅସତ୍ୟ ଓ ଅନ୍ୟାୟ ଉପରେ ସତ୍ୟ ଓ ନ୍ୟାୟର ବିଜୟର ନିଦର୍ଶନ । ଦେବୀ ଭାଗବତ ଓ ସପ୍ତଶତୀ ଚଣ୍ଡୀରେ ବର୍ଣ୍ଣିତ ଅଛି ମେଧା ଋଷିଙ୍କର ମାର୍ଗ ଦର୍ଶନରେ ମାତା ଦୁର୍ଗାଙ୍କୁ ସନ୍ତୁଷ୍ଟ କରି ତାଙ୍କ ଆଶୀର୍ବାଦରୁ ରାଜ୍ୟହୀନ ରାଜା ସୁରଥ ପୁନଃ ନିଜ ରାଜ୍ୟ ଫେରି ପାଇଥିଲେ ଓ ସମାଧି ବୈଶ୍ୟ ମଧ୍ୟ ନିଜର ଅଭିଳଷିତ ବର ଲାଭ କରି ପାରିଥିଲେ । ସମସ୍ତ ଦେବତା ଯେବେ ମହିଷାସୁରର ଅତ୍ୟାଚାରରେ ସନ୍ତ୍ରପ୍ତ , ଜର୍ଜରିତ , ନିର୍ଯ୍ୟାତିତ , ଲଜ୍ଜିତ ହୋଇ ବ୍ରହ୍ମାଙ୍କ ଶରଣାପନ୍ନ ହୋଇଥିଲେ,ସେତେବେଳେ ବ୍ରହ୍ମା, ଶ୍ରୀବିଷ୍ଣୁ ଓ ଶିବଙ୍କ ପରାମର୍ଶରେ ସମସ୍ତ ଦେବତାଙ୍କ ତେଜ ସମ୍ମିଳିତ କରି କାତ୍ୟାୟନ ଋଷିଙ୍କ ଆଶ୍ରମରେ ଯଜ୍ଞକୁଣ୍ଡରୁ ମାୟା ବୀଜଦ୍ୱାରା ଦୁର୍ଗାଙ୍କୁ ଆବାହନ କଲେ ଏବଂ ଦେବୀ ଦୁର୍ଗା ପ୍ରକଟିତା ହେଲେ । ସମସ୍ତ ଦେବତା ନିଜ ନିଜ ଆୟୁଧ ଅସ୍ତ୍ରଶସ୍ତ୍ର ଦୁର୍ଗାଙ୍କୁ ଦାନ କଲେ,ଶେଷରେ ଦେବୀ ସିଂହ ବାହିନୀ ହୋଇ ମହିଷାସୁର ସହ ଯୁଦ୍ଧ କରିଥିଲେ । ଅନେକ ସମୟ ଯୁଦ୍ଧ କଲାପରେ ଦେବୀ ଶୂଳଦ୍ୱାରା ମହିଷାର ହୃଦୟ ବିଦ୍ଧ କଲେ, ଖଡ୍ଗଦ୍ୱାରା ଶିରଚ୍ଛେଦ କଲେ । ସେହି ସମୟ ଥିଲା ଚୈତ୍ର ଶୁକ୍ଳ ପକ୍ଷ ଅଷ୍ଟମୀ ଓ ନବମୀର ସନ୍ଧିକ୍ଷଣ, ତେଣୁ ଏହିସମୟରେ ଦେବୀଙ୍କୁ ମହାଶକ୍ତି ରୂପେ ପୂଜା କରାଯାଏ । ତ୍ରେତୟା ଯୁଗରେ ରାବଣକୁ ପରାସ୍ତ କରିବା ନିମନ୍ତେ ପ୍ରଭୁ ଲୋକାଭିରାମ ଅଭିରାମ ଶ୍ରୀରାମଚନ୍ଦ୍ର ଚୈତ୍ର ବଦଳରେ ଆଶ୍ୱିନରେ ଏହି ପୂଜା କରିଥିଲେ, ସେବେଠାରୁ ଏହା ଉଭୟ ଚୈତ୍ର ବାସନ୍ତୀ ନବରାତ୍ର ଓ ଆଶ୍ୱିନ ଶାରଦ ନବରାତ୍ର ଭାବେ ବିଦିତ ଓ ଉଭୟ ସମୟରେ ଦେବୀଙ୍କ ମହାପୂଜା ପ୍ରଚଳିତ । ନବମୀର ପରବର୍ତ୍ତୀ ଦିନ ବିଜୟ ଉତ୍ସବ ବା ବିଜୟାଦଶମୀ ପାଳିତ ହୁଏ,ଏହା ଦେବତାମାନଙ୍କ ଦ୍ୱାରା ମା ଦୁର୍ଗାଙ୍କ ଯୁଦ୍ଧ ପରବର୍ତ୍ତୀ ବିଜୟାଭିଷେକର ପରମ୍ପରାକୁ ସୂଚାଇଥାଏ । କୁହାଯାଇଛି ଯେ ଭାରତରେ ପ୍ରତିବର୍ଷ ଦୁଇଥର ଦେବୀ ଦୁର୍ଗାଙ୍କର ପୂଜା ଅନୁଷ୍ଠିତ ହୁଏ । ଶରତ ଋତୁରେ ଆଶ୍ୱିନ ମାସ ଶୁକ୍ଳ ପକ୍ଷର ପୂଜାକୁ ‘ଦେବୀ ପୂଜା’ ଏବଂ ବସନ୍ତ ଋତୁରେ ଚୈତ୍ରମାସ ଶୁକ୍ଳ ପକ୍ଷର ପୂଜାକୁ ‘ବାସନ୍ତୀ ପୂଜା’ କୁହାଯାଏ । ଯେଉଁ ମାଆ ବସୁନ୍ଧରା ଙ୍କ ପ୍ରଦତ୍ତ ଶସ୍ୟ ଆହାର କରି ମାନବ ଜୀବିକା ନିର୍ବାହ କରେ, ସେହି ଧରିତ୍ରୀ ରାଣୀର ବୟଃପ୍ରାପ୍ତିରେ ଉତ୍ଫୁଲ୍ଲ ହୋଇ ଜନ-ମାନସ ବାସନ୍ତୀ ଦୁର୍ଗାଙ୍କ ପୂଜାର ଆୟୋଜନ କରେ, ମାତ୍ର ଏକ ସାର୍ବଜନୀନ ପୂଜା ରୂପେ ଶାରଦୀୟ ଦେବୀପୂଜା ହିଁ ଅଧିକ ଲୋକପ୍ରିୟତା ଅର୍ଜନ କରିଆସିଛି । ଏହି ଶାରଦୀୟ ପର୍ବ କେବଳ ଓଡ଼ିଶା ରେ ନୁହେଁ, ସମଗ୍ର ଭାରତର ପୁରପଲ୍ଲୀରେ ଦଶହରା ପର୍ବ ରୂପେ ପାଳନ କରାଯାଇ ଆସୁଛି । ଏହି ପର୍ବର ମୂଳ ଲକ୍ଷ୍ୟ ହେଉଛି ଦେବୀ ଉପାସନା । ଦୁର୍ଗାପୂଜା ପରି ଦଶହରା ପର୍ବ ମଧ୍ୟ ବର୍ଷକରେ ଦୁଇଥର ପାଳନ କରାଯାଏ । ଜ୍ୟେଷ୍ଠମାସ ଶୁକ୍ଳଦଶମୀ ହେଉଛି ଗଙ୍ଗାମାତାଙ୍କର ଜନ୍ମଦିବସ I ଏହିଦିନ ଗଙ୍ଗାପୂଜା କରି ଗଙ୍ଗାନଦୀରେ ସ୍ନାନ କଲେ ତ୍ରିବିଧ ପାପ ଖଣ୍ଡନ ହୁଏ ବୋଲି ଏହି ତିଥିକୁ ‘ଦଶହରା’ ବା ‘ଦଶବିଧ’ ପାପହରଣ ଦିବସ କୁହାଯାଏ । ଏହି ତିଥିଟି ଲୋକମୁଖରେ ‘ଗଙ୍ଗା ଦଶହରା’ ନାମରେ ପରିଚିତ I ଅନ୍ୟ ଦଶହରା ପର୍ବଟି ଆଶ୍ୱିନ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ପାଳିତ ହୁଏ I ଏହି ଦୁର୍ଗାପୂଜାର ଶେଷ ଦିବସ । ଏହି ଦଶହରା ପର୍ବ ଭାରତରେ ସର୍ବଜନବିଦିତ ପର୍ବ । ତେଣୁ ‘ଦଶହରା’ କହିଲେ ସମସ୍ତେ ଆଶ୍ୱିନ ଶୁକ୍ଳ ଦଶମୀକୁ ହିଁ ବୁଝନ୍ତି । ଏହି ଦଶହରା ଦିବସରେ ରାମଚନ୍ଦ୍ର ମାତୃଶକ୍ତି ବନଦୁର୍ଗାଙ୍କୁ ସ୍ତୁତି କରି ରାବଣର ନିଧନ ଉଦ୍ଦେଶ୍ୟରେ ଲଙ୍କା ଅଭିମୁଖେ ବିଜୟଯାତ୍ରା କରିଥିବାରୁ ଏହି ତିଥିକୁ ‘ବିଜୟା ଦଶମୀ’ କୁହାଯାଏ । ପୁଣି ଏହି ଦିବସର ଅବ୍ୟବହିତ ପୂର୍ବରୁ ସିଂହବାହିନୀ ଆଦ୍ୟା ଶକ୍ତି ଦୁର୍ଗା ଦୁର୍ଦ୍ଦମନୀୟ ମହିଷାସୁରକୁ ବଧ କରି ଦେବତାମାନଙ୍କର ମଙ୍ଗଳ ବିଧାନ କରିଥିଲେ । ଦେବୀଙ୍କ ସହ ଦାନବମାନଙ୍କର ଯୁଦ୍ଧ କନ୍ୟାମାସ ବା ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀଠାରୁ ଶୁକ୍ଳପକ୍ଷ ନବମୀ ପର୍ଯ୍ୟନ୍ତ ଷୋଳଦିନ ଧରି ଚାଲିଥିଲା । ଶୁକ୍ଳ ଅଷ୍ଟମୀ ଓ ନବମୀ ତିଥିରେ ମହାମାରୁ ହୋଇଥିଲା । ମହିଷାସୁର ସମେତ ସମସ୍ତ ଅସୁର ବଂଶ ନିପାତ ହେଲେ । ମହାମାରୁ ନବମୀ ରାତିର ଅନ୍ଧକାର ସହ ତ୍ରୈଲୋକ୍ୟରୁ ଅମଙ୍ଗଳର ଛାୟା ଅପସରି ଗଲା, ଶୁକ୍ଳ ଦଶମୀରେ ସବୁପ୍ରକାର ଶୁଭକାର୍ଯ୍ୟର ଆରମ୍ଭ ହେଲା । ଏହିଦିନ ଜଗତର ଦୁଃଖ ହରଣ ହୋଇଥିବାରୁ ଏହା ‘ଦୁଃଖହା ଦଶମୀ’ ନାମରେ ଖ୍ୟାତି ଲାଭ କରିଅଛି ବୋଲି ଆଦିକବି ଶୂଦ୍ରମୁନି ସାରଳା ଦାସ ‘ଚଣ୍ଡୀପୁରାଣ’ରେ ଲେଖିଛନ୍ତି । ‘ଦୁଃଖହା ଦଶମୀ’ ଦିନ ମହାଦଶାରୁ ଉଦ୍ଧାର ପାଇ ଦେବତାମାନେ ମହାଶକ୍ତି ବ୍ରହ୍ମମୟୀ ଦୁର୍ଗତିନାଶିନୀ ଦୁର୍ଗାଙ୍କୁ ସ୍ତୁତି କରିଥିବାରୁ ଏହି ତିଥିରେ ଦୁର୍ଗାଙ୍କର ଆରାଧନା କରାଯାଏ ।ସ'ଦେବୀ ମାହାତ୍ମ୍ୟ’ ରେ ବର୍ଣ୍ଣିତ ଯେ ‘ଚଣ୍ଡୀ’ ଶୁଣି ରାଜ୍ୟଭ୍ରଷ୍ଟ ରାଜା ସୁରଥଙ୍କର ମୋହ ତୁଟିଯିବା ପରେ ସେ ଦୁର୍ଗାପୂଜାର ପରମ୍ପରା ସୃଷ୍ଟି କରିଥିଲେ । ଦେବୀସପୀଠଗୁଡ଼ିକରେ ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀଠାରୁ ଶୁକ୍ଳପକ୍ଷ ନବମୀ ପର୍ଯ୍ୟନ୍ତ ଷୋଳଦିନ ବ୍ୟାପୀ ପୂଜା ଅନୁଷ୍ଠିତ ହୁଏ । ଏହାକୁ ଷୋଳପୂଜା କୁହାଯାଏ । ଶୁକ୍ଳପକ୍ଷ ସପ୍ତମୀ ଦିନ ମୃଣ୍ମୟୀ ପ୍ରତିମା ଓ ଘଟ ସ୍ଥାପିତ ହୁଏ । ଅଷ୍ଟମୀଦିନ ମହାଷ୍ଟମୀ ପୂଜା ଓ ବଳିଦାନ କରାଯାଏ । ‘ବଳି’ ଶବ୍ଦର ଅର୍ଥ ହେଉଛି ଉପହାର । ଜଗତଜନନୀଙ୍କୁ ସନ୍ତୁଷ୍ଟ କରିବା ପାଇଁ କିଛି ଉପହାର ଦେବାକୁ ପଡେ । ତେଣୁ ଦେବୀପୂଜାରେ ବଳିଦାନର ବ୍ୟବସ୍ଥା ରହିଛି I ନବମୀ ଦିନ ରକ୍ତମୁଖା ଦେବୀଙ୍କୁ ଶାନ୍ତ କରିବା ପାଇଁ ଶାନ୍ତି ବୋଦା ପଡେ । ଦଶମୀ ଦିନ ମହା ସମାରୋହରେ ମୃଣ୍ମୟୀ ଦେବୀ ପ୍ରତିମା ଓ ଘଟ ବିସର୍ଜନ କରାଯାଏ I ପୁରୀଠାରେ ଦଶହରା ପରଦିନ ଦୁର୍ଗାଙ୍କର କ୍ରୋଧାନ୍ୱିତା ଶକ୍ତି ‘ଗୋସାଣୀ ଯାତ’ ଏବଂ ଏହି ତିଥିକୁ ଗୋସାଣୀ ଏକାଦଶୀ କୁହାଯାଏ I ଶାରଦୀୟ ଦୁର୍ଗାପୂଜାରେ ମହାସ୍ନାନ ବଳି ଏବଂ ହୋମର ବ୍ୟବସ୍ଥା ଥିବାରୁ ଏହାକୁ ‘ମହାପୂଜା’ ମଧ୍ୟ କୁହାଯାଏ ।ବିବିଧ କାରଣରୁ ଦଶହରା ପର୍ବ ପାଳନ କରାଯାଉଥିବାରୁ ଏହା ଏକ ମହାନ ପାର୍ବଣରେ ପରିଣତ ହୋଇଛି । ଏହି ପର୍ବର ମହତ୍ତ୍ୱ ବିଷୟରେ ଦେବୀ ପୁରାଣରେ କୁହାଯାଇଛି ଯେ ଏହା ଏକ ମହାନ, ପବିତ୍ର ବ୍ରତ ଏବଂ ଏହି ବ୍ରତ ପାଳନ କଲେ ସିଦ୍ଧି ଲାଭ ହୁଏ ଓ ଶତ୍ରୁମାନେ ପରାଜିତ ହୁଅନ୍ତି I କୁରୁକ୍ଷେତ୍ର ଯୁଦ୍ଧ ଆରମ୍ଭର ପୂର୍ବରୁ ଶ୍ରୀକୃଷ୍ଣ ପାଣ୍ଡବମାନଙ୍କୁ ବନଦୁର୍ଗାଙ୍କର ଆରାଧନା କରିବା ପାଇଁ ଉପଦେଶ ଦେଇଥିଲେ । ଇତିହାସ ପ୍ରସିଦ୍ଧ ଛତ୍ରପତି ଶିବାଜୀ ମଧ୍ୟ ମୋଗଲମାନଙ୍କ ସହ ଯୁଦ୍ଧ କରିବା ସମୟରେ ଦୁର୍ଗାଙ୍କର ଉପାସନା କରିଥିଲେ I ଦଶହରା ପର୍ବରେ ଦେବୀଙ୍କ ଶକ୍ତିର ପ୍ରତିଷ୍ଠା ପାଇଁ ଖଣ୍ଡା ବା ଖଡ୍ଗ ପୂଜା କରାଯାଏ I ଦଶହରା ଦିନ ଗୁରୁବାର ପଡ଼ିଲେ ଗୃହିଣୀମାନେ ପରିବାରର ମଙ୍ଗଳ ଲାଗି ସୁଦଶାବ୍ରତ ପାଳନ କରି ଗୃହଲକ୍ଷ୍ମୀଙ୍କ ପୂଜା କରନ୍ତି I ଭାଦ୍ରବ ମାସ ଶୁକ୍ଳ ଷଷ୍ଠୀଠାରୁ ଆରମ୍ଭ ହୋଇଥିବା ସୋମନାଥ ବ୍ରତର ଉଦଯାପନ ପର୍ବ ମଧ୍ୟ ଦଶହରା ତିଥିରେ ପାଳିତ ହୁଏ I ପରମ- ଈଶ୍ୱରୀ ଦେବୀ ଦୁର୍ଗା ବିଶ୍ୱର ସକଳ ବସ୍ତୁରେ ପରିବ୍ୟାପ୍ତ I ସେ ମହାବିଦ୍ୟା, ମହାମାୟା ,ମହାଯୋଗେଶ୍ୱରୀ । ତାଙ୍କର ‘କ୍ଷର’ ବା ଶେଷ ନଥିବାରୁ ସେ ‘ଅକ୍ଷରା’ I 'ଦେବୀ ଭାଗବତ:ର ମତେ, ରାବଣର ନିଧନ ପାଇଁ ବ୍ରହ୍ମାଙ୍କ ପରାମର୍ଶ ମତେ ଶ୍ରୀରାମ ବସନ୍ତ କାଳରେ ଦେବୀପୂଜା କରିବାକୁ ଚାହିଁଲେ। କାରଣ, ଶରତକାଳ ଅକାଳ, ଆଷାଢ଼ ଶୁକ୍ଳ ଏକାଦଶୀ (ହରିଶୟନ ଏକାଦଶୀ)ଠାରୁ ହେମନ୍ତ ଶୁକ୍ଳ ଏକାଦଶୀ ପର୍ଯ୍ୟନ୍ତ ଦେବତାମାନେ ନିଦ୍ରା ଯାଆନ୍ତି । ବ୍ରହ୍ମାଙ୍କ ନିର୍ଦ୍ଦେଶ ମତେ ଶ୍ରୀରାମଚନ୍ଦ୍ର କନ୍ୟାରାଶିର ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ଦେବୀଙ୍କ ଅକାଳ ବୋଧନ ନିମନ୍ତେ ପୂଜାର ଆୟୋଜନ କରିଥିଲେ । ଶ୍ରୀରାମ ଧ୍ୟାନ ବଳରେ, ଦେବୀ କୁମାରୀ ରୂପରେ ବେଲଗଛ ଶାଖାରେ ଶାୟିତ ଥିବା ଜାଣିପାରି, ସକାଳେ କଳ୍ପାରମ୍ଭ ଓ ସନ୍ଧ୍ୟାବେଳେ ବିଲ୍ୱବୃକ୍ଷମୂଳେ ଆରମ୍ଭ କଲେ ଦେବୀଙ୍କ୍ ଉଦ୍ଦେଶ୍ୟରେ ପୂଜାର୍ଚ୍ଚନା ।ଏହାପରେ ସପ୍ତମୀ ତିଥିରେ ଦେବୀଙ୍କୁ ଷୋଡ଼ଶ ଉପଚାରରେ ପୂଜା କଲେ । ସେତେବେଳେ ମଧ୍ୟ ଦେବୀ ସୁପ୍ତ ଅବସ୍ଥାରେ ଥିବାରୁ ଅଷ୍ଟମୀ ତିଥିରେ ଯୋଗିନୀଗଣଙ୍କୁ ଆହ୍ୱାନ କରି ଦେବୀଙ୍କୁ ପୁଣି ପୂଜା କଲେ । ଆଗତ ଯୋଗିନୀଗଣଙ୍କ କୋଳାହଳରେ ଦେବୀ କେବଳ କଡ଼ ଲେଉଟାଇ ପୁଣି ଶୋଇଲେ । ଏହା ପରେ ଅଷ୍ଟମୀର ଶେଷ ଓ ନବମୀର ଆରମ୍ଭ ବା ସନ୍ଧିକ୍ଷଣ ସମୟରେ ଶ୍ରୀରାମଚନ୍ଦ୍ର କଲେ ସନ୍ଧିପୂଜା । ଅଷ୍ଟମୀର ଚବିଶ ମିନଟ ଓ ନବମୀର ଚବିଶ ମିନଟ, ଏହିପରି ମୋଟ ଅଠଚାଳିଶ ମିନଟ ଧରି ଦେବୀ ଚାମୁଣ୍ଡାଙ୍କର ଏହି ବିଶେଷ ସନ୍ଧିପୂଜା କରିଥିଲେ । ଶ୍ରୀରାମ ଚାମୁଣ୍ଡାଙ୍କୁ ଆବାହନ କରି ଦେବୀ ଦୁର୍ଗାଙ୍କୁ ଉଠାଇବା ପାଇଁ ନିବେଦନ କଲେ । ଚାମୁଣ୍ଡାଙ୍କ ସହଯୋଗଫଳରେ ନବମୀ ତିଥିରେ ଦେବୀ ଦୁର୍ଗା ଜାଗ୍ରତ ହେଲେ । ଏତିକିବେଳେ ସେ ଦେବୀଙ୍କୁ କୁମାରୀ ରୂପରେ ଦର୍ଶନ କରି ଯୋଗିନୀମାନଙ୍କ ସହିତ ବିଶେଷ ପୂଜା କରି ଏକା ସାଙ୍ଗେ ଶହେ ଆଠ ନୀଳପଦ୍ମ ଅର୍ପଣ କରିଥିଲେ । ସେହି ଦିନଠାରୁ କୁମାରୀ ରୂପୀ ଦେବୀଙ୍କର ପୂଜାର ଆରମ୍ଭ । ଅତଏବ ଶରତକାଳୀନ ଦୁର୍ଗା ହେଉ ଅଥବା ବାସନ୍ତି ଦୁର୍ଗାପୂଜା, ଏଥିରେ ମୂର୍ତ୍ତି ସ୍ଥାପନ କରାଯାଇ ଜୀବନ୍ୟାସ କର୍ମ ସହ ପୂଜା ନିୟମ ପ୍ରଣୟନ ହେଉଥିଲେ ମଧ୍ୟ ଘଟ ସ୍ଥାପନ ଜନିତ ପୂଜା ଆବହମାନ କାଳରୁ ପ୍ରଚଳିତ । ବିଭିନ୍ନ ଭାବରେ ମୂର୍ତ୍ତିପୂଜାର ଆଦର ବଢିଥିଲେ ମଧ୍ୟ ମୂଳ ତତ୍ତ୍ୱକୁ ବାଦ ଦେବା ସମ୍ଭବ ହୋଇନାହିଁ । ବାସନ୍ତୀ ଦୁର୍ଗାପୂଜା ବିଶେଷ ଭାବେ ପାଳିତ ହୋଇ ନ ଥାଏ । ଅନ୍ୟପକ୍ଷରେ ଶରତକାଳୀନ ଦୁର୍ଗାପୂଜା ଏବେ ସାର୍ବଜନୀନ ପୂଜାର ସ୍ୱୀକୃତି ପାଇଛି, କିନ୍ତୁ ଉଭୟ ପୂଜା ଏବଂ ତା’ର ବିଧାନ ପ୍ରାୟତଃ ସମାନ ।ଶରତକାଳୀନ ପୂଜା ଏବଂ ବାସନ୍ତୀପୂଜା ବ୍ୟତୀତ ଓଡ଼ିଶାର ଦକ୍ଷିଣ ଭାଗରେ ଅନ୍ୟ ଦିନରେ ମା’ଙ୍କର ସ୍ୱପ୍ନାଦେଶ ଅଥବା ଆଜ୍ଞାମାଳ ପରିପ୍ରେକ୍ଷୀରେ ବିଧିବ୍ୟବସ୍ଥା ଅନୁଯାୟୀ ମଧ୍ୟ ମା’ଙ୍କର ପୂଜା ଅର୍ଚ୍ଚନା କରାଯାଏ । ଏଠାରେ ମଧ୍ୟ ଘଟ ସ୍ଥାପନ ଏବଂ ଘଟପୂଜା ଦେଖିବାକୁ ମିଳେ I ଏପରିକି ଘଟକୁ ମୁଣ୍ଡରେ ଧରି ପରିକ୍ରମା କରାଯିବାର ବିଧି ରହିଛି । ମୃଣ୍ମୟ ମୂର୍ତ୍ତିପୂଜା ମାତ୍ର ଦୁଇଶହ ବର୍ଷ ଭିତରେ ଦେଖିବାକୁ ମିଳିଲା ବ୍ରିଟିଶ ଶାସକ ମାନଙ୍କ ପାଇଁ , ପ୍ରଥମେ କୋଲକାତା ରେ , କେତେକ ବଙ୍ଗୀୟ ତୈଳ ମର୍ଦ୍ଦନ କଳାକୁଶଳୀ ଜମିଦାର ଙ୍କ ଉଦ୍ୟମ ଫଳରେ । ହଜାର ହଜାର ବର୍ଷ ଧରି ଆମର ପୀଠ ପୂଜା ଯୋଗୁଁ ଧାତୁ ନିର୍ମିତ ମୂର୍ତ୍ତି ଦେଖିବାକୁ ମିଳୁଥିଲା ବେଳେ ମାତ୍ର ୧୦୦ରୁ ୧୫୦ ବର୍ଷ ମଧ୍ୟରେ ମାଟି ନିର୍ମିତ ମୂର୍ତ୍ତିର ବ୍ୟାପକ ପ୍ରସାର ଘଟିଛି । କିନ୍ତୁ ପ୍ରାରମ୍ଭରୁ ପ୍ରଚଳିତ ଘଟପୂଜା ଏବେ ବି ଅନୁଷ୍ଠିତ ହେଉଛି । ଆମର ସଂସ୍କୃତି ଅନୁଯାୟୀ ବିଭିନ୍ନ ପୂଜା ପଞ୍ଚଭୂତ ଉପରେ ଆଧାରିତ । ତାହା ହେଉଛି କ୍ଷିତ୍, ଅପ୍, ତେଜ,ମରୁତ୍ ଏବଂ ବ୍ୟୋମ୍ । ମନୁଷ୍ୟ ପ୍ରଥମେ କୃତଜ୍ଞତା ଆଧାରରେ ମାଟିକୁ ପୂଜା କଲା । କାରଣ ଏହି ମାଟି ତାକୁ ରହିବା ପାଇଁ ଆଶ୍ରୟ ଦେଲା ଏବଂ ସେହି ମାଟିରୁ ଉତ୍ପାଦିତ ଫଳ ଖାଇ ସେ ବଞ୍ଚିଲା । ସେହିପରି ଜଳ (ଅପ୍)କୁ ଜୀବନ ବୋଲି କହିଲା । ସେ ଜାଣିଥିଲା ଜଳ ବିନା ଜୀବନ ଅସମ୍ଭବ । ତେଣୁ ଭିନ୍ନ ଭିନ୍ନ ଜଳାଶୟ ବା ନଦୀକୂଳରେ ଗଢିଉଠିଲା ଜନବସତି । ପରବର୍ତ୍ତୀ ସମୟରେ କେତେକ ନଦୀ ତୀର୍ଥକ୍ଷେତ୍ର ରୂପେ ପରିଗଣିତ ହେଲେ । ତେଜର ମୂର୍ତ୍ତିମନ୍ତ ରୂପ ସୂର୍ଯ୍ୟଙ୍କୁ ଈଶ୍ୱର ଭାବେ ଗ୍ରହଣ କରାଗଲା । ଅବଶ୍ୟ ଅଗ୍ନିକୁ ଗ୍ରହଣ କଲା ଏହାପରେ । ପବନ (ମରୁତ) ଏବଂ ଆକାଶ (ବ୍ୟୋମ)କୁ ମଧ୍ୟ ନିଜର ପୂଜ୍ୟ ଭାବେ ସ୍ୱୀକୃତି ଦିଆଗଲା । ସମୟର ଧାରାରେ ଏହି ପଞ୍ଚଭୂତ ଯାହା ସହ ସମ୍ପର୍କିତ ସେମାନଙ୍କୁ ମଧ୍ୟ ଈଶ୍ୱରୀୟ ସତ୍ତାର ଅଂଶ ବା ଈଶ୍ୱର ଭାବେ ଗ୍ରହଣ କରାଯାଇଛି । ଯେପରି ବୃକ୍ଷକୁ ବୃକ୍ଷଦେବତା ଏବଂ ଶିଳା, ଧାତୁ ପ୍ରଭୃତି ପୂଜନୀୟ ହେଲେ । ଏହି ମହାପଞ୍ଚଭୂତମନଙ୍କ ଧର୍ମଗତ ସ୍ୱଭାବ ହେଲା- ଶବ୍ଦ, ସ୍ପର୍ଶ, ରୂପ, ରସ ଏବଂ ଗନ୍ଧ । ପୁନଃ ଏଗୁଡ଼ିକ ଆମର ପଞ୍ଚ ଇନ୍ଦ୍ରୀୟ ଅର୍ଥାତ୍ କର୍ଣ୍ଣ, ଚର୍ମ, ଚକ୍ଷୁ, ଜିହ୍ୱା ଓ ନାସା ଦ୍ୱାରା ଗୃହିତ ହୋଇଥାନ୍ତି । ବର୍ତ୍ତମାନ ଦେଖିବା ଏହି ଘଟରେ ଆମେ କେଉଁ କେଉଁ ଦେବତାଙ୍କୁ ଆବାହନ କରିଥାଉ । ଅବଶ୍ୟ ଜଳରେ ଗଙ୍ଗା, ଯମୁନା, ଗୋଦାବରୀ, ସରସ୍ୱତୀ, ନର୍ମଦା, ସିନ୍ଧୁ ଏବଂ କାବେରୀର ପବିତ୍ର ଭାବଧାରାକୁ ସମ୍ମିଶ୍ରଣ କରାଯାଏ । ଗୋଟିଏ ଘଟ ମଧ୍ୟରେ ଅର୍ଥାତ ବିନ୍ଦୁ ମଧ୍ୟରେ ସିନ୍ଧୁର ପରିକଳ୍ପନା ହୋଇଥାଏ । ସେହିପରି ବିଘ୍ନ ବିନାଶକ ଗଣନାୟକ, ଜଳର ଦେବତା ବରୁଣ, ଇନ୍ଦ୍ର ଏବଂ ଦଶଦିଗପାଳ, ସୂର୍ଯ୍ୟଙ୍କ ସହ ନବଗ୍ରହ ଏବଂ ଗ୍ରାମଦେବତୀଙ୍କୁ ଆବାହନ କରି ଘଟରେ ସ୍ଥାପନା କରାଯାଇ ପୂଜା କରାଯାଏ । ଅନ୍ୟ ପକ୍ଷରେ ଘଟ ମୁଖରେ ଶିବ, କଣ୍ଠରେ ବିଷ୍ଣୁ, ତଳ ଭାଗରେ ବ୍ରହ୍ମା, ମଧ୍ୟଭାଗରେ ଅଷ୍ଟାଦଶ ମାତୃଗଣ, କୁକ୍ଷୀରେ ସପ୍ତସାଗର, ସପ୍ତଦ୍ୱୀପ ପୃଥିବୀ ଏବଂ ଉଦରରେ ସମସ୍ତ ତୀର୍ଥକୁ ସ୍ମରଣ କରି ପୂଜା କରାଯାଏ ।
ଶ୍ରୀରାମଚନ୍ଦ୍ର ରାବଣଙ୍କୁ ବଧ କରିବା ପାଇଁ ଶରତ କାଳରେ ଶ୍ରୀ ଶ୍ରୀ ଦୁର୍ଗାପୂଜା କରିଥିଲେ । ଏହାକୁ ‘ଅକାଳବୋଧନ’ କୁହାଯାଏ । କାରଣ ଶରତକାଳ ସୂର୍ଯ୍ୟ ଦକ୍ଷିଣାୟନ କରନ୍ତି । ଶ୍ରାବଣ ମାସରୁ ପୌଷମାସ ସୂର୍ଯ୍ୟଙ୍କ ଦକ୍ଷିଣାୟନ; ମାଘରୁ ଆଷାଢ଼ ସୂର୍ଯ୍ୟଙ୍କର ଉତ୍ତରାୟନ । ଦକ୍ଷିଣାୟନ ଦେବତାଙ୍କର ରାତ୍ରି । ତେଣୁ ଉତ୍ତରାୟନ ଦେବତାଙ୍କ ଆରାଧନାର ପ୍ରକୃଷ୍ଟ ସମୟ । ରାବଣ, ବ୍ରହ୍ମାଙ୍କ ବରରେ ଅପାରଶକ୍ତିର ଆଧିକାରୀ ହୋଇଥିବାରୁ ତାଙ୍କୁ ବଧ କରିବା ନିମନ୍ତେ ଦେବୀଙ୍କ କୃପା ଆବଶ୍ୟକ । ତେଣୁ ବ୍ରହ୍ମା ଶ୍ରୀରାମଚନ୍ଦ୍ରଙ୍କୁ ଶରତ କାଳରେ ଦେବୀଙ୍କ କଳ୍ପାରମ୍ଭ କରିବାକୁ ନିର୍ଦ୍ଦେଶ ଦେଲେ । ଶ୍ରୀରାମଚନ୍ଦ୍ର ଦ୍ୱନ୍ଦ୍ୱରେ ପଡ଼ିଲେ , ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କର ନିର୍ଦ୍ଦେଶ ଓ ଦେବଦେବୀଙ୍କର ଦକ୍ଷିଣାୟନ , ଦେବୀ ଜାଗ୍ରତ ନା ନିଦ୍ରିତ ? ଦେବୀ ଏବେ ଆବିର୍ଭୂତ ହେବେ ତ ? ତେଣୁ ସେ ଧ୍ୟାନମଗ୍ନ ହୋଇ ଜାଣିପାରିଲେ ଦେବୀ ତ୍ରିଶାଖା ବିଲ୍ୱଦଳରେ ‘କୁମାରୀ’ କନ୍ୟା ରୂପେ ଶାୟିତ । ଏହି ଦୃଶ୍ୟ ଅବଲୋକନ କରି ବିଭୋର ହେଲେ ଶ୍ରୀରାମଚନ୍ଦ୍ର । ଦେବୀଙ୍କୁ ଜାଗ୍ରତ କରାଇବେ ।ବ୍ରହ୍ମାଙ୍କ ନିର୍ଦ୍ଦେଶରେ ଷଷ୍ଠୀଦିନ ‘ବିଲ୍ୱାଧିବାସ’ କଲେ ଶ୍ରୀରାମଚନ୍ଦ୍ର । ଷଷ୍ଠୀପରେ ସପ୍ତମୀରେ ଦେବୀଙ୍କୁ ଷୋଡ଼ଶ ଉପଚାରରେ ପୂଜା କଲେ ମଧ୍ୟ ଦେବୀଙ୍କର ନିଦ୍ରାଭଙ୍ଗ ହେଲାନି । ଅଷ୍ଟମୀରେ ଯୋଗିନୀମାନଙ୍କୁ ଡାକି ବିଶେଷ ପୂଜାକରିଲେ ଶ୍ରୀରାମ । ତେଣୁ ଅଷ୍ଟମୀର ଶେଷ ଦଣ୍ଡ ଓ ନବମୀର ପ୍ରଥମ ଦଣ୍ଡ(୨୪+୨୪=୪୮ମିନିଟ) ସନ୍ଧିକ୍ଷଣରେ ପୂଜା କଲେ । ଏହାକୁ ‘ସନ୍ଧିପୂଜା’ କୁହାଯାଏ । ଚାମୁଣ୍ଡା ଦେବୀଙ୍କ ସହାୟତାରେ ଶ୍ରୀରାମଚନ୍ଦ୍ର ଏହି ‘ସନ୍ଧିପୂଜା’ କରିଥିଲେ । ଏହି ପୂଜା ପରେ ଅର୍ଥାତ୍ ନବମୀ ଦିନ ଦେବୀ ଜାଗ୍ରତ ହେଲେ ଏବଂ ପୁନର୍ବାର ‘କୁମାରୀ’ ରୂପରେ ଶ୍ରୀରାମଚନ୍ଦ୍ରଙ୍କୁ ଦର୍ଶନ ଦେଲେ ।
ତେଣୁ ନବମୀ ଦିନ କୁମାରୀ ପୂଜାର ପ୍ରଚଳନ ଅଛି । କୁମାରୀ ସାକ୍ଷାତ ଯୋଗିନୀ, ପରମାଦେବୀ ପୁଣି ପରମପ୍ରକୃତି । ଶ୍ରୀ ଶ୍ରୀ ଚଣ୍ଡୀରେ ଉଲ୍ଲେଖ ଅଛି ‘ସ୍ତ୍ରୀୟା ସମସ୍ତା ସକଳ ଜଗତ ସୁ’ ଅର୍ଥାତ୍ ସମସ୍ତ ସ୍ତ୍ରୀ ଜାତି ବ୍ରହ୍ମମୟୀ, ମହାମାୟା ଜଗଜ୍ଜନନୀଙ୍କର ଏକ ଅଂଶ ବିଶେଷ । ପ୍ରତି ନାରୀ ଭଗବତୀଙ୍କ ଅଂଶ ହେଲେ ମଧ୍ୟ କୁମାରୀଙ୍କ ମଧ୍ୟରେ ଭଗବତ୍ ସତ୍ତା ବିଶେଷ ଭାବରେ ପ୍ରକାଶିତ । ତନ୍ତ୍ର ମତେ ଷୋହଳ ବର୍ଷ ପର୍ଯ୍ୟନ୍ତ ଅବିବାହିତା କନ୍ୟାଙ୍କୁ କୁମାରୀ କୁହାଯାଏ । ଯେତେ ଦିନ ପର୍ଯ୍ୟନ୍ତ କନ୍ୟା ଋତୁମତୀ ନ ହୁଅନ୍ତି ସେତେଦିନ ପର୍ଯ୍ୟନ୍ତ ‘କୁମାରୀ’ ତାହା କୁସୁମ ପରି ପବିତ୍ର । ତେଣୁ ସେତେଦିନ ପର୍ଯ୍ୟନ୍ତ କନ୍ୟା ଦେବସେବାରେ ନିବେଦିତ ହୋଇପାରିବେ । ତ୍ରେତୟା ଯୁଗରେ ଶ୍ରୀରାମଚନ୍ଦ୍ର ଦେବୀ ଦୁର୍ଗାଙ୍କୁ କୁମାରୀ ରୂପରେ ଦର୍ଶନ କରିଥିଲେ ଏବଂ ପୂଜା କରିଥିଲେ ମଧ୍ୟ । ପରବର୍ତ୍ତୀକାଳରେ ଶ୍ରୀଶ୍ରୀ ରାମକୃଷ୍ଣ ଓ ତାଙ୍କର ଶିଷ୍ୟ ବିବେକାନନ୍ଦ ଏହାର ବହୁଳ ପ୍ରଚାର କରିଥିଲେ ଏବଂ ରାଣୀ ରାସମଣୀ ଦେବୀଙ୍କଦ୍ୱାରା କୁମାରୀ ପୂଜାକରାଇ ଏହାର ପ୍ରସାର ମଧ୍ୟ କରିଥିଲେ। କାରଣ କୁମାରୀଙ୍କ ମଧ୍ୟରେ ଭଗବତ୍ ସତ୍ତା ଅନୁଭବ କରିଥିଲେ । ଏଣୁ ଦୁର୍ଗାପୂଜାର ନବମୀ ରାତ୍ରିରେ କେତେକ ବ୍ରାହ୍ମଣ ବଂଶୀୟ ସାତରୁ ଆଠ ବର୍ଷର କନ୍ୟାକୁ ପାଦରେ ଅଳତା, ଆଖିରେ କଜ୍ଜଳ ଓ କପାଳରେ ଚନ୍ଦନ ଟିପା ଦେଇ ସୁନ୍ଦର ଭାବରେ ସଜାଇ ନୂତନ ଶାଢ଼ି ପରିଧାନ କରାଇ ବିଭିନ୍ନ ଉପଢ଼ୌକନ ଦେଇ ପୂଜା କରାଯାଏ । ଏହାକୁ ‘କୁଆଁରୀ ଲକ୍ଷ୍ମୀ’ ପୂଜା କୁହାଯାଏ । ଓଡ଼ିଶାର ସବୁ ପୂଜାମଣ୍ଡପରେ ନବମୀ ଦିନ କୁମାରୀ ପୂଜା କରା ନ ଗଲେ ମଧ୍ୟ କଟକ ଜିଲ୍ଲାର ପୁନଙ୍ଗ ଗ୍ରାମର ଘୋଷଘର ପୂଜାମଣ୍ଡପରେ ଆବାହମାନକାଳରୁ କୁମାରୀ ପୂଜା ହୋଇଆସୁଛି । କଥିତ ଅଛି, ଯେଉଁମାନେ ଏହି ପୂଜା ଦର୍ଶନ କରନ୍ତି, ସେମାନେ ଚତୁବର୍ଗ ଫଳ ପାଆନ୍ତି । କୁମାରୀ ପୂଜା ହେଉଛି ନାରୀଜାତି ପ୍ରତି ସମ୍ମାନ ପ୍ରଦର୍ଶନର ଏକ ପ୍ରକ୍ରିୟା ମାତ୍ର । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଜନ୍ମାଷ୍ଟମୀ ଅବସରରେ ନଦୀରୁ ମାଟି ଉଦ୍ଧାର କରାଯାଏ,ଯାହା ଦଶହରାର ପ୍ରଥମ ବିଧି।ଏହା ପରେ କାରିଗରମାନେ ମୂର୍ତ୍ତି ଗଠନରେ ବ୍ୟସ୍ତ ରହନ୍ତି । ପବିତ୍ର ମହାଳୟା ଅବସରରେ ମା’ଙ୍କ ମୃଣ୍ମୟ ମୂର୍ତ୍ତିରେ ଖଡ଼ି ଚଢା ଯାଏ । ମହାଳୟା ଠାରୁ ପ୍ରକୃତ ଦୁର୍ଗାପୂଜା ଆରମ୍ଭ ହୁଏ । କାରଣ ଏହି ଦିନଠାରୁ ଦୁର୍ଗାପୂଜା ମଧ୍ୟରେ ୧୦ ଦିନ ସମୟ ରହିଥାଏ, ଯାହା ପୁରାଣ ଶାସ୍ତ୍ରରେ ଦଶହରା ବୋଲି କୁହାଯାଇଛି । ପ୍ରକୃତ ପୂଜାବିଧି ଷଷ୍ଠୀଠାରୁ ଦଶମୀ ପର୍ଯ୍ୟନ୍ତ ଦେଖିବାକୁ ମିଳେ ।ଷଷ୍ଠୀ ତିଥିରେ ଅଧିବାସ, ବିଲ୍ୱ ବରଣ, ମା’ଙ୍କୁ ସ୍ୱାଗତ କରିବାକୁ ଯାଇ ଷଷ୍ଠୀ ପୂଜାରେ ବେଲବରଣୀ କରାଯାଏ । ବେଲଗଛ ପାଖରେ ଏହି ପୂଜା ସମ୍ପନ୍ନ କରାଯାଏ । ଶେଷରେ ରାତ୍ରୀ କାଳରେ ଦେବୀ ପ୍ରତିମା ର ଚକ୍ଷୁରେ ରଙ୍ଗ ଦେଇ ଚକ୍ଷୁଦାନ ସମ୍ପନ୍ନ ହୁଏ ଓ ମନ୍ତ୍ର ଦ୍ୱାରା ପ୍ରାଣ ପ୍ରତିଷ୍ଠା କରାଯାଏ । ସପ୍ତମୀରେ ନବ ପତ୍ରିକା ପୂଜା କରାଯାଏ, ଯେଉଁ ଥିରେ କଦଳୀ, ସାରୁ, ମାଣସାରୁ, ହଳଦୀ, ଅଶୋକ, ଡାଳିମ୍ବ, ବେଲ, ଜୟନ୍ତି ଓ ଧାନ ଏହି ନଅ ଜାତି ପତ୍ର ଦ୍ୱାରା ଦୁର୍ଗାଙ୍କର ଗୋଟିଏ ମୁର୍ତ୍ତି ଗଠନ କରି ପୂଜା କରିବାର ବିଧି ।ଏହା ପରେ ମହାସ୍ନାନ ବିଧି ସମ୍ପନ୍ନ ହୁଏ । ଚଣ୍ଡିପାଠହୋମ ଯଜ୍ଞ,,ଦେବୀମାହାତ୍ମ୍ୟ (ମାର୍କଣ୍ଡେୟ ପୂରାଣାନ୍ତର୍ଗତ ଦୁର୍ଗାଙ୍କ ବିଷୟ ବର୍ଣ୍ଣନାତ୍ମକ ଗ୍ରନ୍ଥ) ଗ୍ରନ୍ଥର ଆବୃତ୍ତି ସହ ହୋମ ଓ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥାଏ । ଅଷ୍ଟମୀରେ ହୁଏ ମା’ଙ୍କ ମୂଖ୍ୟ ସନ୍ଧିପୂଜା । ମହାଷ୍ଟମୀର ଶେଷ ଦଣ୍ଡ ଓ ମହାନବମୀର ଆଦ୍ୟ ଦଣ୍ଡର ମଧ୍ୟକାଳୀନ ସମୟକୁ ସନ୍ଧି ସମୟ କୁହାଯାଏ । ଶାରଦୀୟ ପୂଜା ଅର୍ଚ୍ଚନା ବିଧି ବିଧାନ ପୂର୍ବରୁ ଏବେ ମୂଳାଷ୍ଟମୀ ରୁ ଷୋଡ଼ଶ ଉପଚାରରେ ସମସ୍ତ ଶକ୍ତିପୀଠରେ ମାଁ ଶକ୍ତିମୟୀ ଙ୍କର ପୂଜା ଅର୍ଚ୍ଚନା ଉପାସନା ଆରମ୍ଭ ହୋଇ ଯାଇଛି। ଶ୍ରୀକ୍ଷେତ୍ରରେ ବିଭିନ୍ନ ଶକ୍ତିପୀଠ ରେ ପୂଜା ଚାଲିଛି ଏହା ସହ ବଡବାଡ ସାଆନ୍ତାଣୀ ମାଁ ବିମଳାଙ୍କ ପୀଠ ରେ ଶ୍ରୀମନ୍ଦିର ବେଢାରେ ଷୋଡ଼ଶ ପୂଜା ଆରମ୍ଭ ହୋଇ ଯାଇଛି।ଏହି ସମୟରେ ମହିଳାମାନେ ମାଁ ବିମଳାଙ୍କ ମନ୍ଦିରରେ ପ୍ରବେଶ କରିବା ନିଷେଧ କରାଯାଇଛି।ପ୍ରାଚୀ ତଟିନୀ ରେ ବିରାଜିତ ମାଁ ମଙ୍ଗଳାଙ୍କ ଷୋଡ଼ଶ ପୂଜା ଅର୍ଚ୍ଚନା ବିଧି ବିଧାନ ସହ ଆରମ୍ଭ ହୋଇ ଯାଇଛି। ସେହିପରି ଶ୍ରୀକ୍ଷେତ୍ରରେ ବିରାଜ ମାନ ମାଁ ରାମଚଣ୍ଡୀ ଙ୍କ ସହ ଅନ୍ଯ ଅଷ୍ଟ ଶକ୍ତିପୀଠରେ ପୂଜା ଚାଲିଛି। ସମ୍ବଲପୁରରେ ମାଁ ସମଲେଶ୍ଵରୀ ଙ୍କ ପୀଠରେ ଏହି ଷୋଡ଼ଶ ପୂଜା ଅର୍ଚ୍ଚନା ସହ ବିଭିନ୍ନ ବେଶ ରେ ଦର୍ଶନ ଦେଉଛନ୍ତି।ସେହିପରି ଋଷିକୂଲ୍ୟା ତଟରେ କୁମାରୀ ପର୍ବତରେ ବିରାଜ ମାନ ବହୁତ ପୁରାଣ ବର୍ଣ୍ଣିତ ପ୍ରସିଦ୍ଧ ଶକ୍ତିପୀଠ ସ୍ତନପୀଠେଶ୍ୱରୀ ଯାଆଁଳା ଭଗ୍ନୀ ମାଁ ତାରାତାରିଣୀ ଙ୍କ ଷୋଡଶ ପୂଜା ଆରମ୍ଭ ପୂର୍ବରୁ ଶହ ଶହ କଳସରେ ଋଷିକୂଲ୍ୟା ତଟରେ ମନ୍ତ୍ରିତ ପାଣି ମହିଳାମାନେ ମୂଳାଷ୍ଟମୀ ପୂର୍ବରୁ ଏକହଜାର ପାହାଚରୁ ଗୋଟିଏ କମ୍ କୁ କଳସ ମୁଣ୍ଡ ରେ ଧରି ଚଢି ଚଢି ଯାଇଥିଲେ। ଉତ୍କଳ ଭୂମି ର ପୁରୁଷୋତ୍ତମ ନିବାସିନୀ ଶ୍ରୀ ଶ୍ରୀ ବିମଳା ସାଆନ୍ତାଣୀ ଙ୍କ ଶାରଦୀୟ ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ ହୋଇଅଛି। ମହାପ୍ରଭୁ ଙ୍କ ସକାଳ ଧୂପ ପରେ ଶ୍ରୀ ମହାପ୍ରସାଦ ଶ୍ରୀ ସାଆନ୍ତାଣୀ ଙ୍କ ଛାମୁକୁ ଯାଇ ପୁନଃ ଷୋଡ଼ଶ ଉପଚାର ପୂଜା ରେ ମା ଙ୍କୁ ସମର୍ପଣ ହୋଇଥାଏ। ଏହି ଷୋହଳ ଦିନ ଶ୍ରୀ ମନ୍ଦିର ରେ ମହା ମହାପ୍ରସାଦ ମିଳିଥାଏ। ପ୍ରତିଦିନ ମା କୁ ମହାପ୍ରସାଦ ସମର୍ପଣ ହୁଏ କିନ୍ତୁ ଏହି ଷୋଳପୂଜା ରେ ପୁନର୍ବାର ଷୋଡ଼ଶ ଉପଚାର ରେ ମହାପ୍ରସାଦ ସମର୍ପଣ ହେଉଥିବାରୁ ଏହା ମହା ମହାପ୍ରସାଦ ହୋଇଥାଏ। ଶ୍ରୀମନ୍ଦିରର ବଡବାଡ ସାଆନ୍ତାଣୀ ଶ୍ରୀ ପାଦ ପୀଠେଶ୍ଵରୀ ଦାରୁବ୍ରହ୍ମ ବିଳାସିନୀ ସଦା କୈବଲ୍ୟଲୋପିନୀ ,ଶ୍ରୀବଡ଼ଠାକୁର ପ୍ରାଣପ୍ରିୟା ଶ୍ରୀକ୍ଷେତ୍ର ରାଜେଶ୍ବରୀ ମା ଭଗବତୀ ବିମଳା ଙ୍କ
ସତୀଙ୍କ ୫୧ ଶକ୍ତିପୀଠ ମଧ୍ଯରୁ ତନ୍ତ୍ରୋକ୍ତ ପ୍ରମୁଖ ଶକ୍ତିପୀଠ ୪ ହେଲେ,"ରାମେଶ୍ଵରୀ ସେତୁବନ୍ଧେ ବିମଳା ପୁରୁଷୋତ୍ତମେ
ବିରଜା ଉଡ୍ର ଦେଶେ ଚ କାମାକ୍ଷା ନୀଳପର୍ବତେ "।
ମା' ବିମଳା ପୁରୁଷୋତ୍ତମ ଶ୍ରୀ ଜଗନ୍ନାଥ ଧାମର ସ୍ବୟଂ ପ୍ରତିଷ୍ଠିତା ଦେବୀ। ମା' ଙ୍କ ମହିମା କି ବର୍ଣ୍ଣିବି ମୁଁହି ସେ ଯେ ଅବର୍ଣ୍ଣନୀୟ। ଆଦି ଶଙ୍କରାଚାର୍ଯ୍ୟ ଙ୍କ ମତରେ ସେ ପ୍ରତ୍ଯକ୍ଷ ମାହେଶ୍ୱରୀ। ଶ୍ରୀମଦ୍ ଭାଗବତ ମହାପୁରାଣ ଅନୁଯାୟୀ ମା' ପାର୍ବତୀ ପରଂବ୍ରହ୍ମ ଜନାର୍ଦ୍ଦନଙ୍କ ମହାପ୍ରସାଦ ପାଇବା ପାଇଁ ଅଭିଳଷିତ ଥିବାରୁ ତଥା ମହାପ୍ରସାଦ ସମସ୍ତ ପ୍ରାଣୀଙ୍କ ପାଇଁ ସୁଲଭ କରାଇବାକୁ ପ୍ରାର୍ଥନା କରିଥିବାରୁ ଜଗଜ୍ଜନନୀଙ୍କ ଏତାଦୃଶ ଭକ୍ତି ରେ ସନ୍ତୁଷ୍ଟ ହୋଇ ଜନାର୍ଦ୍ଦନ ମାୟାପତି ଦେବୀଙ୍କୁ ବର ପ୍ରଦାନ କରିଥିଲେ ଯେ ପୁରୁଷୋତ୍ତମ ଧାମରେ ଯେବେ ଜଗନ୍ନାଥ ଅଲୌକିକରୁ ଲୌକିକ ହେବେ ସେବେ ସେ କ୍ଷେତ୍ରରେ ମା' ରହି ପ୍ରଥମ ମହାପ୍ରସାଦର ଅଗ୍ରଗ୍ରାହୀ ହେବେ। ସେହିଦିନ ଠାରୁ ଶ୍ରୀ ମହାପ୍ରଭୁ ଙ୍କ ମହାପ୍ରସାଦ ସର୍ବପ୍ରଥମେ ମା' ବିମଳା ଙ୍କୁ "କୈବଲ୍ୟ ଭିଜିନୀ ଦେବୀ ବିମଳା ଵିମଳଂପ୍ରଦା,ଗୃହଣାନ୍ତୁ ହରି କୈବଲ୍ୟ ସୃଷ୍ଟି ସ୍ଥିତାନ୍ୟ କାରିଣୀ" ଏହି ମନ୍ତ୍ରରେ ମହାପ୍ରଭୁଙ୍କ ଥାଳିରେ ତୁଳସୀ କାଢ଼ି ବିଲ୍ବଦଳ ପକାଇ ସମର୍ପଣ କରାଯାଏ। କିନ୍ତୁ ଷୋଡ଼ଶ ପୂଜା ସମୟରେ ମହାପ୍ରଭୁଙ୍କ ମହାପ୍ରସାଦ ପୁନଃ ଦେବୀ ଙ୍କ ପାଖରେ ଷୋଡ଼ଶ ଉପଚାରରେ ଲାଗି କରାଯାଏ।
ମା' ବିମଳାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା, ମା' ବିମଳା ଶ୍ରୀମନ୍ଦିର ମଧ୍ୟରେ ଥିବା ଏକ ଶାକ୍ତ ବା କୌଳଭୈରବୀଙ୍କ ମନ୍ଦିର। ସୋମବଂଶୀ ରାଜତ୍ୱ ସମୟରେ ସମଗ୍ର ଓଡ଼ିଶାରେ ଶକ୍ତି ଉପାସନା ପ୍ରସିଦ୍ଧି ଲାଭ କରିଥିଲା। ଏହି ସମୟରେ ଓଡ଼ିଶା ତନ୍ତ୍ରର ପ୍ରମୁଖ ପୀଠ ଓଡ୍ଡୀୟାନ ଭାବେ ପରିଚିତ ହୋଇ ସାରିଥିଲା। ଐତିହାସିଙ୍କ ଅନୁସାରେ ବର୍ତ୍ତମାନର ବିମଳା ମନ୍ଦିର ସେହି ସମୟର। ଭାରତବର୍ଷରେ ସର୍ବତ୍ର ଶିବଦୁର୍ଗା ଉପାସିତ ହେଉଥିବା ବେଳେ ପୁରୁଷୋତ୍ତମ କ୍ଷେତ୍ର ରେ ବିମଳା ଓ ଶ୍ରୀ ଜଗନ୍ନାଥଙ୍କୁ କେନ୍ଦ୍ର କରି ଏହି ପରମ୍ପରା ଦେଖା ଯାଇଥାଏ। ପ୍ରଥମ ଶକ୍ତି-ପୀଠ ମଧ୍ୟରୁ ପାଦଖଣ୍ଡ ଭାବରେ ବିବେଚନା କରାଯାଉଥିବାରୁ ଏହି ମନ୍ଦିର ପ୍ରସିଦ୍ଧ। ଦେବୀ ସତୀଙ୍କ ପାଦ ଏହି ସ୍ଥାନରେ ପଡିଛି। ଦେବୀ ବିମଳାଦେବୀ ଶକ୍ତିଙ୍କର ଏକ ଅହିଂସା ରୂପ। ତନ୍ତ୍ର ଆଧାର, ବ୍ରହ୍ମଯାମଳ ତନ୍ତ୍ର ଅନ୍ତର୍ଗତ ଆଦ୍ୟା ସ୍ତୋତ୍ର ଅନୁସାରେ "ରାମେଶ୍ୱରୀ ସେତୁବନ୍ଧେ, ବିମଳା ପୁରୁଷୋତ୍ତମେ, ବିରଜା ଓଡ୍ର ଦେଶେ ଚ କାମାଖ୍ୟା ନୀଳ ପର୍ବତେ" ଅର୍ଥାତ୍ ସେତୁବନ୍ଧରେ ଦେବୀ ରାମେଶ୍ୱରୀ, ପୁରୁଷୋତ୍ତମ କ୍ଷେତ୍ରରେ ବିମଳା, ଓଡ୍ର ଦେଶରେ ସେ ବିରଜା, ପୁନଶ୍ଚ ନୀଳପର୍ବତରେ କାମାଖ୍ୟା ରୂପରେ ବିଦିତା । ପୁନଶ୍ଚ ତନ୍ତ୍ର ଚୂଡାମଣି ଅନୁସାରେ ଉତ୍କଳ ଦେଶରେ ହିଁ ସତୀଙ୍କ ପାଦ ପତିତ ହୋଇଥିଲା। ମା' ବିମଳା ପାଦ ପୀଠେଶ୍ଵରୀ ଓ କେହି କେହି ଏହାକୁ ଶ୍ରୀପୀଠ, ଉଦ୍ଦିଷ୍ଟ ପୀଠ, ନାଭି ପୀଠ ବୋଲି ବର୍ଣ୍ଣନା କରିଛନ୍ତି। ମହାନିର୍ବାଣ ତନ୍ତ୍ର ଅନୁସାରେ ପୁରୀ ଶ୍ରୀମନ୍ଦିର ଭୈରବୀ ଚକ୍ରର ନକ୍ସା ଆଧାରରେ ନିର୍ମିତ। ଶ୍ରୀକ୍ଷେତ୍ରେଶ୍ଵରୀ ରାଜରାଜେଶ୍ଵରୀ ବିମଳା ମା' ତାନ୍ତ୍ରିକ ପୀଠ ମଧ୍ୟରେ ଶ୍ରେଷ୍ଠ ଅଟନ୍ତି। ଏକାନ୍ତ ଗୋପନୀୟ ସିଦ୍ଧ ତନ୍ତ୍ର ପୀଠ ଓ ଏଠାରେ "କୁଳୋଡ୍ଡୀଶ ତନ୍ତ୍ର" ର "ଗଙ୍ଗାୟାଂ ମଙ୍ଗଳାନାମ ବିମଳା ପୁରୁଷୋତ୍ତମ।" ଓ "ବିମଳା ଯତ୍ର ଭୈରବୀ; ଜଗନ୍ନାଥ ତତ୍ର ଭୈରବଃ" "ବିମଳା ସା ମହାଦେବୀ ଜଗନ୍ନାଥସ୍ତୁ ଭୈରବ।" ନିୟମ ଅନୁସାରେ ଜଗନ୍ନାଥ ଅଜୈକପାଦ ଭୈରବ, ବଳଭଦ୍ର ଅହିର୍ବୁଧ୍ନ୍ୟ ଶେଷଭୈରବ, ସୁଭଦ୍ରା ଭୁବନେଶ୍ୱରୀ, ମହାଲକ୍ଷ୍ମୀ କମଳାତ୍ମିକା, ସୁଦର୍ଶନ ଏକଲିଙ୍ଗ ଓ ବିମଳା କୌଳେଶ୍ୱରୀ ବା ମହାଭୈରବୀ ଅଟନ୍ତି। ନବମ ଶତାବ୍ଦୀ ବେଳକୁ ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ଦେବୀଙ୍କ ବିଗ୍ରହ (କଳା ମୁଗୁନି ପଥରରେ) ପ୍ରତିଷ୍ଠା ହୋଇଥିବାର କୁହାଯାଇଛି। ଦେବୀ ଚତୁର୍ଭୁଜା, ତ୍ରିନେତ୍ରା, ୫ ଫୁଟ୍ଉଚ୍ଚତା ବିଶିଷ୍ଟ ବିଗ୍ରହ, ଗଳାରେ ମୁଣ୍ଡମାଳାଧାରିଣୀ ଏବଂ ଅଷ୍ଟଦଳ ପଦ୍ମ ଉପରେ ଦଣ୍ଡାୟମାନା। ସେ ଉପର ଦୁଇଟି ହସ୍ତରେ ନାଗପାଶ, ମତ୍ସ୍ୟକନ୍ୟା ଧାରଣ କରିଛନ୍ତି ଓ ନିମ୍ନ ହସ୍ତ ଦୁଇଟିରେ ଜପମାଳା, ମଦ୍ୟପାତ୍ର ଧାଋଣ କରିଛନ୍ତି। ଦେବୀଙ୍କ ଦକ୍ଷିଣ ଓ ବାମ ପାର୍ଶ୍ୱରେ ମାୟା ଓ ଛାୟା ଦେବୀ (ଦେବକନ୍ୟା ଓ ନାଗକନ୍ୟା) ଅବସ୍ଥିତା। ଏତଦ୍ ବ୍ୟତୀତ ମନ୍ଦିରରେ ସପ୍ତମାତୃକା, ଦଶମହା ବିଦ୍ୟା ଆଦି ପୂଜା ପାଉଛନ୍ତି। ବିମଳା ମା' ପୂଜା ପାଉଥିବା ମନ୍ଦିରର ଉଚ୍ଚତା ୬୦ ଫୁଟ୍ ଓ ଏହା ୩ ଭାଗରେ ବିଭକ୍ତ। ମୁଖଶାଳା ବା ବିମାନ, ଜଗମୋହନ ବା ନାଟ ମଣ୍ଡପ। ଷୋଡ଼ଶ ମାତୃକା ଓ ଯୋଗିନୀଙ୍କର ୪୪ଟି ଚିତ୍ର ନାଟ ମଣ୍ଡପ କାନ୍ଥରେ ଚିତ୍ରିତ ହୋଇଛି । ଶାରଦୀୟ ଷୋଡଶ ଦିନାତ୍ମକ ପୂଜାରେ ଦୁର୍ଗା ମାଧବ ଏକତ୍ର ଭଦ୍ରାସନ ରେ ରୁନ୍ଧା ହୋଇଥାନ୍ତି ଏବଂ ବିମଳା ମନ୍ଦିରରେ ବିଜେ କରିଥାନ୍ତି। ଶ୍ରୀ ଦୁର୍ଗା ମାଧବ ଉପାସନା ଓ ଯାତ୍ରାବିଧି ଆଶ୍ୱିନ କୃଷ୍ଣ ଅଷ୍ଟମୀରୁ ଆରମ୍ଭ ହୋଇ ଆଶ୍ୱିନ ଶୁକ୍ଳ ଦଶମୀ ତିଥିରେ ଅର୍ଥାତ ଦଶହରା ଦିନ ଶେଷ ହୋଇଥାଏ, ପ୍ରତିଦିନ ନାରାୟଣୀ ମନ୍ଦିରକୁ ଯାତ୍ରା କରିଥାନ୍ତି, ଏହାକୁ "ଶାକ୍ତଗୁଣ୍ଡିଚାଯାତ୍ରା" କୁହାଯାଏ। ଏହି ସମୟରେ ସପ୍ତମୀ, ଅଷ୍ଟମୀ, ନବମୀ ଅର୍ଦ୍ଧରାତ୍ରୀ ସମୟରେ ମହାନିଶା ପୂଜା ଅନୁଷ୍ଠିତ ହୋଇଥାଏ ଯେଉଁଥିରେ ଦେବୀଙ୍କ ପାର୍ଶ୍ୱରେ ଥିବା ନାଗକନ୍ୟା ଓ ଦେବକନ୍ୟା ତଥା ଚଉଷଠି ଯୋଗିନୀଙ୍କ ପାଇଁ ପଶୁପ୍ରୋକ୍ଷଣ ଅନୁଷ୍ଠିତ ହୋଇଥାଏ; ମା'ଙ୍କର ନାରାୟଣୀ ବେଶ, ବନଦୁର୍ଗା ବେଶ, ବଗଲା ବେଶ, ହରଚଣ୍ଡୀ ବେଶ, ମାତଙ୍ଗୀ ବେଶ, ରାଜରାଜେଶ୍ୱରୀ ବେଶ, ସିଂହବାହିନୀ ବେଶ, ଭୁବନେଶ୍ଵରୀ ବେଶ, ଉଗ୍ରତାରା ବେଶ, ଜୟଦୁର୍ଗା ବେଶ ଓ ଦଶହରାରେ ଅପରାଜିତା ବେଶ ଆଦି ଅନୁଷ୍ଠିତ ହୋଇଥାଏ।
ଷୋଳ ପୂଜା ସମୟରେ ମା' ବିମଳା କେତେକ ଅଧିକ ସୁବର୍ଣ୍ଣ ଅଳଙ୍କର ପରିଧାନ କରନ୍ତି। ତାହା ହେଲା.. କମରପଟି-୧, ଝୋବା କଣ୍ଠି-୪, ସୁଉକି ମାଳ (ରାମାଭିଷେକ ପଦକ ଥାଇ)-୧, ଚମ୍ପାକଢ଼ି ମାଳ (୫୭ କଢ଼ି ଥାଇ)-୧, କୁରୁଜାତକ ମାଳି-୧, ବଡ଼ମୁଣ୍ଡ ମାଳି (୪୦ଟି ମୁଣ୍ଡ ଥାଇ)-୧, ସାନମୁଣ୍ଡି ମାଳି (୨୭ଟି ମୁଣ୍ଡ ଥାଇ) -୧, ନୋଥ-୧, ଅଷ୍ଟରତ୍ନ ଗୁଣା-୧, ଦଣ୍ଡି-୧, ଉପଚାର-୧, ସେବତୀ ହାର (ଅଷ୍ଟରତ୍ନ ପଦକ ଥାଇ ୧୬ଟି ସେବତୀ) -୧, ପଦ୍ମହାର (୩୦, ୫୫, ୩୨, ୨୪ ଓ ୪ଟି ପଦ୍ମ ଥାଇ)- ୫ଟି ଓ ରୁପାର ଏକ ପଦ୍ମ ହାର (୪୦ଟି ପଦ୍ମ ଥାଇ)। ଷୋଳ ପୂଜାରେ ପିନ୍ଧୁଥିବା ବିଶେଷ ଅଳଙ୍କାର ବ୍ୟତୀତ ବର୍ଷସାରା ସଦା ସର୍ବଦା ଦେବୀଙ୍କ ଶ୍ରୀଅଙ୍ଗରେ ନିମ୍ନଲିଖିତ ସୁବର୍ଣ ଅଳଙ୍କାର ଶୋଭାପାଏ। କିରୀଟ, ନାକଫୁଲ, କାନଫୁଲ, ଅନନ୍ତ ବ୍ରତ, ବାଜୁ, କିଆ, ଚୁଡ଼ି, ତ୍ରିନେତ୍ର, ନେତ୍ର, ଚାପସରି, କଣ୍ଡିମାଳ, ହରିଡ଼ାକଣ୍ଠ ମାଳ (୩), ବଟଫଳ, ବକ୍ଷସ୍ତଳ ପଦ୍ମ, ହସ୍ତ ଓ ପଦର ମୁଦ୍ରିକା, ପଦର ନଖ ଇତ୍ୟାଦି।
ଅତିବଡ଼ି ଶ୍ରୀ ଜଗନ୍ନାଥ ଦାଶଙ୍କ ଶ୍ରୀମଦ୍ ଭାଗବତର ଦ୍ୱାଦଶ ସ୍କନ୍ଦ
"ନାରାୟଣ କଳା ରୂପିଣି, ଜ୍ଞାନ କ୍ରିୟା ଏ ଇଛା ତିନି
ବିମଳାଦି ନବ ଶକ୍ତିନୀ ,ଏ ମଧ୍ୟେ ରାମ ବିଳାସିନୀ"।
ଏହି ପାରମ୍ପରିକ ସରଣୀରେ ବିମଳାଙ୍କୁ ଜଗନ୍ନାଥଙ୍କ ମାୟାଶକ୍ତି, ବଳଭଦ୍ରଙ୍କର କ୍ରିୟାଶକ୍ତି ଓ ସୁଭଦ୍ରାଙ୍କର ଇଛା ଶକ୍ତି ବୋଲି ନିଆଯାଇ ଥାଏ। ସେ ହିସାବରେ ବିମଳା ରାମ ବିଳାସିନୀ ବା ବଳଭଦ୍ର ବଲ୍ଲଭା ଜ୍ଞାନରୂପା ବୋଲି କଥିତ ହୁଅନ୍ତି।
"ବଳଭଦ୍ର ପ୍ରିୟା ଦେବୀ ଚିଦ୍ଜ୍ଞାନ ବିମଳାତ୍ମିକା
ଶୁଦ୍ଧଜ୍ଞାନ ସ୍ୱରୁପାୟୈ ସର୍ବ ସମ୍ପତ୍ ପ୍ରଦାୟନୀ ॥"
ଷୋଳ ପୂଜାର ପରମ୍ପରା ଅନୁଯାଇ ବଡ଼ ଠାକୁର ଶ୍ରୀ ବଳଭଦ୍ରଙ୍କର ପବିତ୍ର ଅଧରମାଳା ପଦକାଦି ବିମଳାଙ୍କୁ ଲାଗି ହୋଇଥାଏ, ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅଧରମାଳା ମହାଲକ୍ଷ୍ମୀଙ୍କୁ ଲାଗିହୁଏ, ଦୁର୍ଗାମାଧବ ପ୍ରଥମ ଦିନ ବିମଳା ମନ୍ଦିରକୁ ବିଜେ ହେବା ପୂର୍ବରୁ ବିମଳାଙ୍କ ପାଖରେ ସହସ୍ର କୁମ୍ଭାଭିଷେକ ପୂଜା ସରିଥାଏ। ପ୍ରଥମ ପୂଜା ପାଇଁ ସକାଳ ଧୂପ ଶେଷ ପରେ ବିମଳାଙ୍କ ଦେଉଳରେ ପରିଚ୍ଛା ଓ ପରିକରଣ ମାନେ ହୁକୁମମାନ ପାଠ କରନ୍ତି। ବ୍ରହ୍ମାବରଣ ନିମନ୍ତେ ବରୁଣ ପୂଜା ହୁଏ। ଆଚାର୍ଯ୍ୟ ବରଣ, ବ୍ରହ୍ମାବରଣ, ସ୍ୱସ୍ତିବାଚନ ଓ ଚଣ୍ଡୀବରଣ ହୁଏ। ସଂକଳ୍ପ ହୁଏ। ଠାକୁରାଣୀଙ୍କ ଛାମୁରେ ପାଣି ପଡ଼ି, ପାହାଡ଼ ପଡ଼ି ଭୋଗ ବଢ଼ାହୁଏ। ପାଳିଆ ସେବକ ପୂଜା ଠା' କରେ। ପ୍ରଧାନୀ ପୂଜକଙ୍କୁ ଡକାଇ ପୂଜାରେ ବସାନ୍ତି। ପୂଜା ଷୋଡ଼ଶ ଉପଚାରରେ ହୁଏ। କୋଠଭୋଗର ମହାପ୍ରସାଦ ପିଠା, ଥାଳି ଖେଚୁଡ଼ି ବିମଳାଙ୍କ ମଣୋହିରେ ବଢ଼ାଯାଏ। ଭୋଗ ପୂଜା ବେଳେ ଘଣ୍ଟ, କାହାଳୀ ବାଜେ, ଛତ୍ର ଧରାଯାଏ। ଆଗ କାଳରେ ଏହି ସମୟରେ ପରିଚ୍ଛା ପଟୁଆର କରୁଥିଲେ ଓ ଦେବଦାସୀ ନୃତ୍ୟ କରୁଥିଲେ। ତାହା ଏବେ ହେଉ ନାହିଁ।
ଟେରା ଫିଟିଲେ କର୍ପୂର ଆଳତି ଓ ୨୧ବତି ବନ୍ଦାପନା ହୁଏ। ସକାଳ ଧୂପ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଚଣ୍ଡୀପାଠ ଓ ସହସ୍ର ନାମାଦି ପାଠ କରାଯାଏ। କିନ୍ତୁ ଏହି ପାଠ ମଧ୍ୟାହ୍ନ ଓ ରାତ୍ର ଧୂପ ମାନଙ୍କରେ ହୁଏ ନାହିଁ। ବିଧି ଅନୁସାରେ ଶ୍ରୀଜୀଉ ମାନଙ୍କର ମଧ୍ୟାହ୍ନ ଧୂପ ଓ ସଂଧ୍ୟା ଧୂପ ପରେ ବିମଳାଙ୍କର ମଧ୍ୟାହ୍ନ ଓ ସଂଧ୍ୟା ଧୂପ ହୁଏ। ଏହି ଧୂପ ମାନଙ୍କରେ ସକାଳ ଧୂପ ପରି ପ୍ରସାଦ ଓ ପିଷ୍ଟକାଦି ଦେବୀଙ୍କୁ ନୈବେଦ୍ୟ ରୂପେ ବଢ଼ାଯାଏ ଘଣ୍ଟ, କାହାଳୀ ଓ ଛତି ବ୍ୟବସ୍ଥା ପ୍ରତ୍ୟେକ ଧୂପ ପାଇଁ ଅଛି। ସପ୍ତମୀ ଦିନଠାରୁ ବିମଳାଙ୍କର ତ୍ରିଦିବସାତ୍ମକ ପୂଜା ପାଇଁ ପୃକ ସଂକଳ୍ପ କରାଯାଏ। ଏଥିରେ ତର୍ପଣ ମାର୍ଜନାଦି ସହ ବଳି, ଜପ, ହୋମ ଆଦି ଯୋଗ କରାଯାଏ। ଏହି ତିନି ଦିନ ଅର୍ଥାତ ସପ୍ତମୀ, ଅଷ୍ଟମୀ ଓ ନବମୀ ନିଶାର୍ଦ୍ଧରେ ସଙ୍ଖୁଡ଼ି ଓ ଆମିଷ (ମାଛ) ଭୋଗର ବ୍ୟବସ୍ଥା ଅଛି। ଏହି ଭୋଗ ପ୍ରସ୍ତୁତି ପାଇଁ ବିମଳା ମନ୍ଦିର ଆଗରେ ଥିବା କୂପର ଦକ୍ଷିଣ ଦିଗରେ ଅସ୍ଥାୟୀ ପାକଶାଳା ନିର୍ମିତ ହୋଇଥାଏ। ବଡ଼ ଦେଉଳରେ ଶ୍ରୀଜୀଉମାନଙ୍କର ରାତ୍ର ପହୁଡ଼ ପରେ ଶ୍ରୀମନ୍ଦିର ବେଢ଼ା ଶୋଧ କରାଯାଏ। ପଶ୍ଚିମ ଦ୍ୱାର ବାଟେ ଦେବୀଙ୍କ ଭୋଗ ପ୍ରସ୍ତୁତି ନିମନ୍ତେ ବଳି ପାଇଁ ପଶୁ ଓ ମାଛ ଆଦି ଅଣାଯାଏ। ଏହି ତିନି ଦିନ ପ୍ରତ୍ୟେକ ରାତ୍ରରେ ଦୁଇଟି ଲେଖାଏଁ ମେଣ୍ଢା ବଳି ପଡ଼େ। ମାଛ ରନ୍ଧା ହୁଏ। ଛେଦ ବିମଳାଙ୍କ କୂପ ପାଖରେ ପଡ଼ିବା ପରେ ଠାକୁରାଣୀଙ୍କ ପୂଜକ ରକ୍ତ ସରାରେ ନେଇ ଠାକୁରାଣୀଙ୍କ ପାଖରେ ରଖେ। ଶଙ୍ଖୁଡି ଧୂପ ପାଣି ପଡ଼ିବା ପରେ ପଶ୍ଚିମ ଦ୍ୱାର ପର୍ଯ୍ୟନ୍ତ ନପାଣି ପଡ଼ି ଧୁଆଯାଏ। ବିମଳାଙ୍କ ପୂଜା (୧୬ ଦିନ) ଭିତରେ କୌଣସି ସ୍ତ୍ରୀ ଲୋକ ବିମଳା ମନ୍ଦିର ଭିତରକୁ ପ୍ରବେଶ ନିଷେଧ। ଦୈନନ୍ଦିନ ଭୋଗକୁ ଛାଡ଼ି ଦେଲେ ଷୋହଳ ପୂଜା ବେଳେ ବିମଳାଙ୍କ ପାଇଁ କେତେକ ଅଧିକ ଭୋଗ ହୁଏ। ଲୋକଙ୍କ ଖଞ୍ଜା ଅନୁଯାୟୀ ସଂଧ୍ୟା ଧୂପ ପରେ ବିମଳା ଠାକୁରାଣୀଙ୍କର ବିଭିନ୍ନ ଦେବୀ ବେଶ ହୁଏ। ତାହା ହେଲା- ବନଦୁର୍ଗା ବେଶ, ଭୁବନେଶ୍ୱରୀ ବେଶ, ନାରାୟଣୀ ବେଶ, ବଗଳା ବେଶ, ଜୟଦୁର୍ଗ ବେଶ, ଉଗ୍ରତାରା ବେଶ, ମାତଙ୍ଗିନୀ ବେଶ, ଦଶଭୁଜା ବେଶ, ରାଜରାଜେଶ୍ବରୀ ବେଶ, ହରଚଣ୍ଡୀ ବେଶ ଓ ସିଂହ ବାହିନୀ ବେଶ।
(Cont) ମହାଷ୍ଟମୀର ମହତ୍ତ୍ଵ ଓ ମହକ
"ଓଁ ଶ୍ରୀ କ୍ଷେତ୍ରେଶ୍ୱର୍ଯୈ ବିଦ୍ମହେ, ଦୁର୍ଗା ମାଧବାଭ୍ଯାଂ ଧୀମହୀ, ତନ୍ନୋ ବିମଳା ପ୍ରଚୋଦୟାତ୍"
ଓଡିଶାରେ ଶକ୍ତି ପୂଜାର ଆଧିକ୍ଯ ରହିଥିଲେ ହେଁ ପ୍ରଧାନତଃ ଆଠଟି ତନ୍ତ୍ର ପୀଠରେ ଶକ୍ତି ସ୍ବରୂପିଣୀ ଦେବୀ କେଉଁଠି କେଉଁଠି ଅଷ୍ଟଭୁଜା ତ କେଉଁଠି ଦ୍ବିଭୁଜା, କେଉଁଠି ପରମ ବୈଷ୍ଣବୀ, ନରମୁଣ୍ଡମାଳିନୀ ଓ କେଉଁଠି କାତ୍ୟାୟନୀ ରୂପେ ପୂଜିତା। ଉତ୍କଳୀୟ ଶକ୍ତିପୀଠ ଗୁଡ଼ିକ ମଧ୍ଯ ଜଗତେ ଖ୍ଯାତ। ଶ୍ରୀକ୍ଷେତ୍ରରେ ମା' ବିମଳା, କାକଟପୁରରେ ମା' ମଙ୍ଗଳା, ବାଣପୁରରେ ଭଗବତୀ, ଝଙ୍କଡରେ ଶାରଳା, ଯାଜପୁରରେ ବିରଜା, ବାଙ୍କୀରେ ଚର୍ଚ୍ଚିକା, ସମ୍ବଲପୁରରେ ସମଲେଇ ଓ ତାଳଚେରରେ ହିଙ୍ଗୁଳା ଭାବେ ପୂଜା ପାଇ ଆସୁଛନ୍ତି। ପ୍ରତ୍ୟକ ମାଙ୍ଗଳିକ କାର୍ଯ୍ୟରେ ଦୁର୍ଗା ଓ ମାଧବଙ୍କର ସ୍ମରଣ କରାଯାଇଥାଏ। ଏହାହିଁ ଉତ୍କଳର ସଂସ୍କୃତି ଓ ବିଶେଷତ୍ୱ।ଶାସ୍ତ୍ର ବିଧି ଅନୁସାରେ ଶାରଦୀୟ ଓ ବାସନ୍ତୀ ଦୁର୍ଗାପୂଜାରେ ଏହି ସନ୍ଧି କାଳ ହିଁ ଦେବୀଙ୍କୁ ବଳି ଦେବର ପ୍ରଶସ୍ତ ସମୟ । ଏହି ସମୟରେ ମା’ଙ୍କ ପାଖରେ ବଳି ଦିଆଯାଏ । ପୂର୍ବରୁ ଜୀବମାନଙ୍କୁ ବଳି ଦିଆଯାଉଥିଲା, ଆଜିକାଲି ଲାଉ, ପାଣିକଖାରୁ ଓ ବୋଇତି କଖାରୁ ବଳି ଦିଆଯାଉଛି । ଓଡ଼ିଶାରେ ଏହି ଦିନ ମହିଳାମାନେ ଶାଢ଼ୀ, ଚୁଡି ,ଶଙ୍ଖା ସିନ୍ଦୁର ଇତ୍ୟାଦି ଆଣି ମା’ଙ୍କ ପାଖରେ ଭୋଗ କରିସାରିବା ପରେ ନୂଆ ବସ୍ତ୍ର ପରିଧାନ କରିଥାନ୍ତି ।ନବମୀ ପୂଜାରେ ମା’ଙ୍କ ପୀଠରେ ମାଛ ଭୋଗ ହେଇଥାଏ।କଟକର ଅଲିଶାବଜାର, ଚାନ୍ଦିନୀ ଚୌକ ପ୍ରଭୃତି କେତେକ ପୂଜା କମିଟି ନବମୀ ପୂଜାରେ ବଡ଼ ଧରଣର ମାଛ ଭୋଗ କରିଥାନ୍ତି । ଦଶମୀରେ ଘଟ ବିସର୍ଜନ ଓ ଭସାଣି । ଦଶମୀ ପୂଜା ମା’ଙ୍କ ଅନ୍ତିମ ପୂଜାର୍ଚ୍ଚନା ଅପରାଜିତା ପୂଜା ଏହି ଦିବସର ସ୍ୱାତନ୍ତ୍ର୍ୟତା ବହନ କରେ । ଓଡ଼ିଶାର କେତେକ ଅଞ୍ଚଳରେ ଅପରାଜିତା ଫୁଲରେ ମା’ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେବାକୁ ଯାଇ ସାହିର ମହିଳାମାନେ ଝିଅ ବିଦା କଲା ଭଳି କାନ୍ଦ ବୋବାଳି ପକାଉଥିଲେ, ଏବେ ଆଉ ନାହିଁ । ଏହା ସହିତ ମହିଳାମାନେ ସିନ୍ଦୁର ଖେଳ ଖେଳିଥାନ୍ତି । ଅନେକ ସ୍ଥାନରେ ସିନ୍ଦୁର ଖେଳ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଉଥିଲା, ଯାହା ଏବେ ବୋଧେ ଆଉ ହେଉନାହିଁ । ଏହି ଦିବସର ପ୍ରମୁଖ ଭୋଗ ଦହି ପଖାଳ । ପଖାଳ ସହିତ ଓଡ଼ିଆଙ୍କର ହଜାର ହଜାର ବର୍ଷ ର ସମ୍ପର୍କର ଏହାହିଁ ନିଦର୍ଶନ ।
ଅଧୁନା କର୍ପୁର ଉଡି ଯାଇଛି , କନା ନୁହେଁ, ଛିଣ୍ଡା କନା , ଯେଭଳି। ମୋଟର ଯାନ ମରାମତି କେନ୍ଦ୍ର ବା ଗ୍ୟାରେଜ ମାନଙ୍କରେ ମୋବିଲ ବୋଳା କଳା କୁତୁରା କନା ଭଳି ଦୃଶ୍ୟମାନ । ହଜିଲା ଅତୀତ କୁ ଖୋଜିବା ସମୟରେ ଯେଉଁ ମାର୍ମିକ ବେଦନା ଅନୁଭବ କରୁଛୁ, ତାହା ଭାଷାରେ ବର୍ଣନା କରିବା ପାଇଁ ଶବ୍ଦ ଅକୁଳାଣ । "ଦୁର୍ଗା ଦୁର୍ଗାର୍ତ୍ତିଶମନୀ, ଦୁର୍ଗାପଦ୍ ବିନିବାରିଣୀ, ଦୁର୍ଗମଚ୍ଛେଦିନୀ, ଦୁର୍ଗସାଧିନୀ ଦୁର୍ଗନାଶିନୀ ।।
ଦୁର୍ଗତୋଦ୍ଧାରିଣୀ,ଦୁର୍ଗମଜ୍ଞାନନ୍ଦା ଦୁର୍ଗଦୈତ୍ୟ ଲୋକଦବାନଳା ।।
ଦୁର୍ଗମାଲୋକା ଦୁର୍ଗାମାତ୍ମ ସ୍ୱରୂପିଣୀ, ଦୁର୍ଗମାର୍ଗପ୍ରଦା ଦୁର୍ଗମବିଦ୍ୟା ଦୁର୍ଗମାଶ୍ରିତା ।।
ଦୁର୍ଗମଜ୍ଞାନ ସଂସ୍ଥାନା ଦୁର୍ଗମ ଧ୍ୟାନଭାସିନୀ, ଦୁର୍ଗମୋହା, ଦୁର୍ଗମଣା ଦୁର୍ଗମାର୍ଥସ୍ୱରୂପିଣୀ ।।
ଦୁର୍ଗମାସୁରସଂହନ୍ତୀ ଦୁର୍ଗମାୟୁଧ ଧାରିଣୀ, ଦୁର୍ଗମାଙ୍ଗୀ ଦୁର୍ଗମତା ଦୁର୍ଗମ୍ୟା ଦୁର୍ଗମେଶ୍ୱରୀ ।।
ଦୁର୍ଗଭୀମା, ଦୁର୍ଗଭାମା ଦୁର୍ଗଭା ଦୁର୍ଗଦାରିଣୀ, ନାମାବଳିମିମାଂଯସ୍ତୁ ଦୁର୍ଗାୟ ମମମାନବଃ ।।"
ଦୁର୍ଗମଛେଦିନୀ, ଦୁର୍ଗତିନାଶିନୀ, ଶକ୍ତି ସ୍ୱରୂପିଣୀ, ତ୍ରିଶୂଳଧାରିଣୀ, ବଳଦାୟିନୀ, ମହିଷମର୍ଦ୍ଦିନୀ, ଚଣ୍ଡମୁଣ୍ଡ ବିନାଶିନୀ ,ମୋକ୍ଷଦାତ୍ରୀ ,ମଙ୍ଗଳମୟୀ ମା’ ଦୁର୍ଗାଙ୍କର ଅପାର କରୁଣା ଓ ଅସୀମ ଆଶୀର୍ବାଦରେ ' ସୁବାର୍ତ୍ତା' ସକଳ ବର୍ଗର ପାଠକ ମାନଙ୍କର ସକଳ ସୁମନାସ ପ୍ରାର୍ଥନାନ୍ତେ ଜୟ ମାଆ ଦୁର୍ଗା ।
ସମୟର ଆହ୍ବାନ
ସମୟର ଆହ୍ବାନ
--------
ଆଜି ସେପ୍ଟେମ୍ବର ୨୬, ଆଜିର ତାରିଖରେ ପାଳିତ ହୋଇଆସୁଛି" ଗର୍ଭ ନିରୋଧ ଦିବସ" । ଆଜି ମଧ୍ୟ ପାଳିତ ହେଉଛି ବିଶ୍ଵ ଶ୍ରବଣ ଶକ୍ତିହୀନ ଦିବସ, ଜାତୀୟ ପାରିବାରିକ ଦିବସ । ଆଜିର ଦିନରେ ,ଏହି ଦିବସ ପାଳନର ତାତ୍ପର୍ଯ୍ୟ ପ୍ରତ୍ୟେକ ଭାରତୀୟ ଅନୁଭବ କରିବା ଉଚିତ । ଦେଶ ସ୍ବାଧୀନତା ପରେ ହୋଇଥିବା ୧୯୫୧ର ଜନଗଣନା ଅନୁସାରେ ଭାରତର ଲୋକସଂଖ୍ୟା ଥିଲା ୩୬କୋଟି ୧୦ ଲକ୍ଷ,୧୨ ହଜାର ୨୧୩ ।୧୯୬୧ରେ ୪୩ କୋଟି ୮୯ ଲକ୍ଷ ୩୬,୯୧୮, ,୧୯୭୧ରେ ୫୪ କୋଟି ୭୯ଲକ୍ଷ, ୪୯, ୮୦୯,୧୯୮୧ରେ ୭୧କୋଟି ୫୪ ଲକ୍ଷ,୧୯୯୧ ରେ୮୩ କୋଟି, ୮୫ ଲକ୍ଷ ୮୩,୯୮୮, ୨୦୦୧ ରେ ୧୦୨ କୋଟି ୮୭ ଲକ୍ଷ,୩୭,୪୩୬ ଏବଂ ୨୦୧୧ ରେ ୧୨୧ କୋଟି ରେ ପହଞ୍ଚିଥିଲା । କରୋନା ଯୋଗୁଁ ୨୦୨୧ ଜନଗଣନା ହୋଇପାରିନାହିଁ । ଭାରତରେ ଯେଉଁ ଅନୁପାତରେ ଜନ ବିସ୍ଫୋରଣ ଘଟି ଚାଲିଛି, ଆନୁମାନିକ ଅଭିବୃଦ୍ଧି ଗଣିତ ଆଧାର ରେ ଭାରତ ଚାଇନା କୁ ପଛରେ ପକାଇ ଏଵେ ବିଶ୍ବର ସର୍ବାଧିକ ଜନବହୁଳ ରାଷ୍ଟ୍ର । ପରିସଂଖ୍ୟାନ କୁହେ ଭାରତରେ କେବଳ ୪୮.୫ ପ୍ରତିଶତ ଦମ୍ପତି ଗର୍ଭନିରୋଧକ ଉପାୟ ଗ୍ରହଣ କରିଥାନ୍ତି, କିନ୍ତୁ ବାସ୍ତବ ଚିତ୍ର କୁହେ ଏହାଠାରୁ ଢେର କମ୍ । ଏହି ପରିସଂଖ୍ୟାନ ବି କୁହେ ୭୫ ପ୍ରତିଶତ ଅତର୍କିତ ଓ ୨୫ ପ୍ରତିଶତ ଅବାଞ୍ଛିତ ଗର୍ଭସଂଚାର ହୁଏ । ଆମେ ଦେଖିଆସିଛେ ଯେ ୧୯୭୨ ମସିହାରୁ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇ ଆସୁଅଛି । ଏହା ମଧ୍ୟ ଆମେ ଜାଣେଯେ ୧୯୬୧ ,ମେ ୯ ତାରିଖ ରେ ବିଶ୍ବରେ ପ୍ରଥମେ ଗର୍ଭନିରୋଧକ ବଟିକା ଆସିଲା । କିନ୍ତୁ ଯେପର୍ଯ୍ୟନ୍ତ ଜନସଚେତନତା ସୃଷ୍ଟି କରାଯାଇନାହିଁ , ସେ ପର୍ଯ୍ୟନ୍ତ ସ୍ଥିତିରେ ପରିବର୍ତ୍ତନ ତ ସମ୍ଭବ ନୁହେଁ , ଅଧିକନ୍ତୁ ସମସ୍ୟା ଆଜି ଜଟିଳ । ବିଶ୍ବରେ ଯେଉଁ ହାରରେ ଜନସଂଖ୍ୟା ବୃଦ୍ଧି ପାଉଛି, ଏହା ଉପରେ ନିୟନ୍ତ୍ରଣ ନ କରାଗଲେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବା ଅବଧାରିତ । ଆଜି ଚୀନ ଯେଉଁ ବିସ୍ତାରବାଦୀ ନୀତି ଆପଣେଇଛି ତାହାର ମୂଳ କାରଣ କ'ଣ ? ଅତଏବ ଏହାକୁ ରୋକା ନଗଲେ ପ୍ରଥମେ ମଣିଷୋତ୍ତର ଅନ୍ୟପ୍ରାଣୀମାନେ ବିଲୁପ୍ତ ହେବେ, ଶେଷରେ ମଣିଷ ପାଳି ପଡ଼ିବ । ଏହି ଜନସଂଖ୍ୟା ବୃଦ୍ଧି ହିଁ ଦେଶ ଦେଶ ମଧ୍ୟରେ ଯୁଦ୍ଧ ବିଭିଷିକା ସୃଷ୍ଟି କରିବ , ପୁତିନ ଙ୍କ ଧମକପୂର୍ଣ୍ଣ ଘୋଷଣା ଭଳି ପରମାଣୁ ପ୍ରତିଦ୍ବନ୍ଦିତା ଚାଲିବ, ଶେଷରେ ମଣିଷ ବଂଶ ଲୋପ ପାଇବାକୁ ବାଧ୍ୟ । ଏବେ ଆଉ ଦୁଇଟି ସନ୍ତାନ ନୁହେଁ, ଗୋଟିଏ ସନ୍ତାନ ପାଇଁ ପ୍ରତ୍ୟେକ ଦମ୍ପତି ଯତ୍ନବାନ ହେବା ହିଁ ସମୟର ଆହ୍ବାନ । ସେଇଥିପାଇଁ ତ ଗର୍ଭନିରୋଧକ ସାମଗ୍ରୀର ବ୍ୟାପକ ପ୍ରଚଳନ, ଏହି ଦିବସ ପାଳନର ଏକମାତ୍ର ଉଦ୍ଦେଶ୍ୟ ଓ ଲକ୍ଷ୍ୟ । ଦୁଇ ବର୍ଷ ତଳେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନାରୀମାନଙ୍କ ପ୍ରଜନନ କ୍ଷମତା କମିଯିବାର କାରଣ ବିଧାନସଭାରେ କହୁ କହୁ ଅଡୁଆ ପରିସ୍ଥିତିରେ ପଡିଲେ। ତାଙ୍କ ମତରେ ବିହାରରେ ପ୍ରଜନନ କ୍ଷମତା ୪.୨ ପ୍ରତିଶତରୁ ୨.୯ ପ୍ରତିଶତ ଖସିଆସିବାର କାରଣ ନାରୀଶିକ୍ଷାର ପ୍ରଗତି। ନାରୀ ଶିକ୍ଷିତ ହେଲେ ଜନ୍ମ ନିୟନ୍ତ୍ରଣ ହୋଇପାରିବ। ତେବେ ସେ ଯେଉଁ ଭାବରେ ଅବତାରଣା କଲେ ତାହା ନାରୀମାନଙ୍କ ପ୍ରତି ଅପମାନ ବୋଲି ହଇଚଇ ସୃଷ୍ଟି ହୋଇଛି। ତାଙ୍କ ମତରେ ଶିକ୍ଷିତା ନାରୀ ପୁରୁଷକୁ ସଚେତନ କରିବ ଏବଂ ଗର୍ଭବତୀ ହେବାରୁ ନିଜକୁ ରକ୍ଷା କରିପାରିବ। କିନ୍ତୁ ଏମିତି ଚିନ୍ତାଧାରା ପୁରୁଷତାନ୍ତ୍ରିକ ସମାଜରେ ହିଁ କଳ୍ପନା କରାଯାଇପାରେ। ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟକୁ ଭଲଭାବରେ ତର୍ଜମା କଲେ ଜଣାପଡ଼େ ଯେ ଜନ୍ମନିୟନ୍ତ୍ରଣ କେବଳ ନାରୀର କର୍ତ୍ତବ୍ୟ ଏବଂ ପୁରୁଷର ଏଥିରେ କୌଣସି ଭୂମିକା ନାହିଁ। ଜଣେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ହାସ୍ୟାସ୍ପଦ ଛଡା ଆଉ କ’ଣ ହୋଇପାରେ? ଏହା ନାରୀମାନଙ୍କ ପ୍ରତି ଥିବା ପୁରୁଷର ମନୋଭାବକୁ ଇଙ୍ଗିତ କରେ। ବିହାରର ଉପମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଦେବାକୁ ଯାଇ ଜନ୍ମ ନିୟନ୍ତ୍ରଣ ପାଇଁ ବିଦ୍ୟାଳୟରେ ଯୌନଶିକ୍ଷାର ଗୁରୁତ୍ୱ ସମ୍ପର୍କରେ କହିଛନ୍ତି। ସେ ଯାହା ବି ହେଉ ତାଙ୍କ ବକ୍ତବ୍ୟ ଦୁଇଟି ମୁଖ୍ୟ ବିଷୟକୁ ସୂଚାଇ ଦିଏ। ବର୍ତ୍ତମାନ ସମୟରେ ନାରୀଶିକ୍ଷା ଓ ଜନ୍ମନିୟନ୍ତ୍ରଣର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସୃଷ୍ଟିର ଆରମ୍ଭରୁ ନାରୀ ପୁରୁଷତାନ୍ତ୍ରିକ ସମାଜରେ ଅବହେଳିତ ହୋଇଆସିଛି। ଘରେ ବା ସମାଜରେ କେବଳ ପୁରୁଷର ହିଁ ଆଧିପତ୍ୟ। ଘରର ସବୁ ପୁରୁଷ ଖାଇସାରିବା ପରେ ହିଁ ସେ ବଳିଥିବା ଖାଦ୍ୟଖାଇ ଆସୁଥିଲା। ଘରର କୌଣସି ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତରେ ସେ ଭାଗ ନେଇ ପାରୁ ନ ଥିଲା। ସାମାଜିକ, ଅର୍ଥନୈତିକ କିମ୍ବା ସାଥୀ ଚୟନ କୌଣସିଥିରେ ବି ତା’ର ଭୂମିକା ନ ଥିଲା। ଭାରତୀୟ ସଭ୍ୟତାରେ ଯଦିଓ ନାରୀଙ୍କୁ ଉଚ୍ଚ ଆସନ ଦିଆଯିବାର ବ୍ୟବସ୍ଥା ଥିଲା, ତାହା କେବଳ ପୋଥିରେ ହିଁ ସୀମିତ ଥିଲା। ବିଶ୍ୱର ଅନେକ ରାଷ୍ଟ୍ରରେ ନାରୀଶିକ୍ଷା ଉପରେ ରୋକ ଲଗାଯାଇଥିଲା। ଊନ୍ନବିଂଶ ଶତାବ୍ଦୀର ଆରମ୍ଭରେ ନାରୀ ଜାଗରଣର ଆରମ୍ଭ ହେଲା।
୧୮୬୮ ମସିହାରେ ଲଣ୍ଡନ ବିଶ୍ୱବିଦ୍ୟାଳୟ ସର୍ବ ପ୍ରଥମେ ନାରୀଶିକ୍ଷାର ପ୍ରଗତି ପାଇଁ ଆଗେଇ ଆସିଥିଲା। ଭାରତରେ ମଧ୍ୟ ସାବିତ୍ରୀ ବାଈ ଫୁଲେ ଝିଅମାନଙ୍କ ଶିକ୍ଷା ପାଇଁ ସ୍କୁଲ ପ୍ରତିଷ୍ଠା କଲେ। ପ୍ରଗତି ହେତୁ ନାରୀ ନିଜର ଅଧିକାର ଓ ଦାୟିତ୍ୱ ସମ୍ପର୍କରେ ସଚେତନ ହେଲା। ପୁରୁଷ ଓ ନାରୀ ଭଗବାନ୍ଙ୍କ ଦୁଇ ସୁନ୍ଦର କୃତି। କେହି କାହାଠାରୁ ନୂ୍ୟନ ନୁହନ୍ତି ବୋଲି ମହାମନୀଷୀମାନେ ତାଙ୍କ ଲେଖନୀ ଦ୍ୱାରା ସୂଚାଇ ଦେଲେ। ନର୍ୱେର ନାଟ୍ୟକାର ହେନରିକ ଇବସେନ ‘ଗୋଟିଏ ଖେଳନାର ଘର’ ନାଟକରେ ନାୟିକା ନୋରା ଭଳି ଚରିତ୍ର ମାଧ୍ୟମରେ ପୁରୁଷର ବୃଥା ଅହଂକାରକୁ ଚୂରମାର କରିଦେଲେ। ନୋରାକୁ କେବଳ ଏକ ଭୋଗ୍ୟବସ୍ତୁ ଓ ସନ୍ତାନ ଜନ୍ମ କରିବାର ଏକ ଯନ୍ତ୍ର ବୋଲି ବିବେଚନା କରୁଥିଲେ ପତି ଟୋରଭାଲଡ ହେଲମର। ପୁତ୍ର କନ୍ୟାକୁ ଯତ୍ନ ନେବାର ଅଧିକାର ନ ଥିଲା ସ୍ତ୍ରୀର। ଘରର ସବୁ ସିଦ୍ଧାନ୍ତ ନେଉଥିଲେ ହେଲମର। ଏପରିକି ତାଙ୍କ ସ୍ବାମୀଙ୍କ ଜୀବନ ରକ୍ଷା କରିବା ପାଇଁ ଟଙ୍କା କରଜ କରିବାର ଅଧିକାର ନ ଥିଲା ତାଙ୍କର। ଶେଷରେ ଅତିଷ୍ଠ ହୋଇ ସେ ସ୍ବାମୀ ଓ ଘର ପରିତ୍ୟାଗ କଲେ। ଏହି ନାଟକ ନାରୀବାଦ ପାଇଁ ପଥ ପରିଷ୍କାର କଲା। ଶିକ୍ଷିତା ନାରୀ ତା’ର ଅଧିକାର ପାଇଁ ଲଢିଲା। ପୂର୍ବରୁ ପରିବାର ହିଁ ନାରୀ କେତେ ସନ୍ତାନର ଜନନୀ ହେବ ତାହା ନିର୍ଦ୍ଧାରଣ କରୁଥିଲା। କନ୍ୟାସନ୍ତାନ ଜନ୍ମ ହେବାର ସମ୍ଭାବନା ଥିଲେ ତା’ର ଜନ୍ମ ହେବା ପୂର୍ବରୁ ହତ୍ୟା କରୁଥିଲେ। ଏଥିରେ ନାରୀ ଥିଲା ନାଚାର ସେ ଅନେକ ସନ୍ତାନର ଜନନୀ ହେବାକୁ ଇଚ୍ଛା ବିରୋଧରେ ବାଧ୍ୟ ହେଉଥିଲା।ଏବେ ଯୁଗ ବଦଳିଛି। ନାରୀ ଶିକ୍ଷିତ ହୋଇଛି। କ’ଣ କଲେ ପରିବାର ନିୟୋଜନ ହୋଇପାରିବ ସେ ସଚେତନ। ଅଧିକ ସନ୍ତାନର ମା’ ହେବା ପାଇଁ ପ୍ରତିରୋଧ କରୁଛି। ଶିକ୍ଷାରେ ନିମଗ୍ନ ହୋଇ ସେ ବିବାହ ବୟସକୁ ଘୁଞ୍ଚାଇ ପାରିଛି। ବିବାହ ଜୀବନର ସବୁ କିଛି ନୁହେଁ ବୋଲି ଅନୁଭବ କରିପାରିଛି ନାରୀ। ଏବେ ଶିକ୍ଷିତା ନାରୀ ୨୫ ବା ତା’ଠୁ ଅଧିକା ବର୍ଷରେ ବିବାହ କରୁଛନ୍ତି ଯାହା ଫଳରେ ପ୍ରଜନନ ସମୟ କମ୍ ହୋଇପାରୁଛି। ସେ ଅନୁଭବ କରୁଛି ଯେ ବଂଶ ରକ୍ଷା ପାଇଁ ଗୋଟିଏ ପୁଅ ବା ଝିଅ ହେଲେ ଚଳିବ। ଏପରିକି କିଛି ଶିକ୍ଷିତ ପୁରୁଷ ଓ ନାରୀ ସନ୍ତାନ ଜନ୍ମ ଦେବା ସପକ୍ଷରେ ନାହାନ୍ତି। ଆଜିକାଲି ବହୁ ମହିଳା ସ୍ବାସ୍ଥ୍ୟ ସଚେତନ ହେବା ଦ୍ୱାରା ଜନ୍ମ ନିୟନ୍ତ୍ରଣକୁ ପ୍ରାଧାନ୍ୟ ଦେଉଛନ୍ତି। ଏକ ଆକଳନରୁ ଜଣାପଡେ ଯେ ଭାରତରେ ୧୯୭୦ ମସିହାରେ ୧୩%, ୧୯୯୭ରେ ୩୫% ଓ ୨୦୧୫ରେ ୫୮% ମହିଳା ଗର୍ଭ ନିରୋଧକ ବ୍ୟବହାର କରିଥିଲେ। ଏହା ଦ୍ୱାରା ଜନ୍ମ ହାର ନିୟନ୍ତ୍ରଣ ହେଉଥିବାର ଲକ୍ଷ୍ୟ କରାଯାଏ। ୧୯୬୬ରେ ଜଣେ ମହିଳା ହାରାହାରି ୫.୭ ସନ୍ତାନ ଜନ୍ମ ଦେଉଥିବା ବେଳେ ଏହା ଏବେ ୨.୩ ସନ୍ତାନକୁ ଖସି ଆସିବା ନିଶ୍ଚିତ ଭାବେ ଉତ୍ସାହଜନକ। ଏହା ନାରୀ ଶିକ୍ଷାର ଫଳ।ଭାରତ ବର୍ଷର ଲୋକସଂଖ୍ୟା ବର୍ତ୍ତମାନ ୧୪୦ କୋଟିରୁ ଅଧିକ। ଯେଉଁ ମାତ୍ରାରେ ଜନସଂଖ୍ୟା ବଢିଚାଲିଛି, ଜନସଂଖ୍ୟାରେ ଭାରତ ବିଶ୍ୱର ଏକ ନମ୍ବର ରାଷ୍ଟ୍ର ହେବ। ଏବେଠୁ ଯଦି ଜନ୍ମ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆ ନ ଯାଏ ତେବେ ଆଗକୁ ଭାରତ ପାଇଁ ଘୋର ସମସ୍ୟା ଦେଖାଦେବ। ଏଥିପାଇଁ ପୁରୁଷ ଓ ନାରୀ ଉଭୟଙ୍କର ବାକରଣର ଆବଶ୍ୟକତା ରହିଛି। ଅନ୍ୟ ଏକ ଆକଳନରୁ ଜଣାପଡେ ଯେ ପ୍ରତି ୧୦ ଜଣ ପୁରୁଷରେ ଜଣେ ମାତ୍ର ଜନ୍ମ ନିୟନ୍ତ୍ରଣ କଥା ଚିନ୍ତା କରୁଥିବା ବେଳେ ୧୦ଜଣରୁ ୪ଜଣ ମହିଳା ଜନ୍ମ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଅନ୍ତି। ପ୍ରାୟ ୪୦ ପ୍ରତିଶତ ପୁରୁଷ ଭାବନ୍ତି ଯେ ଜନ୍ମ ନିୟନ୍ତ୍ରଣ ନାରୀର କାର୍ଯ୍ୟ। ଏଭଳି ଭାବନା ଆମ ସମାଜ ପାଇଁ ଅହିତକର। ପୁରୁଷ ନାରୀକୁ ଏ କ୍ଷେତ୍ରରେ ସହଯୋଗ କଲେ ଜନସଂଖ୍ୟାକୁ ନିୟନ୍ତ୍ରଣରେ ରଖାଯାଇ ପାରିବ। ସେହିପରି ସବୁଠାରୁ ଫଳପ୍ରଦ ବନ୍ଧ୍ୟାକରଣ ମଧ୍ୟରେ ଭାସେକ୍ଟୋମି(ପୁରୁଷମାନଙ୍କର ବନ୍ଧ୍ୟାକରଣ), ମହିଳାମାନଙ୍କର ଟ୍ୟୁବାଲ ଲାଇଗେସନ୍, ଆଇ.ୟୁ.ଡି. ଓ ଇମ୍ପ୍ଲାଣ୍ଟେବ୍ଲ ଡିଭାଇସ୍ ନାମ ଉଲ୍ଲେଖଯୋଗ୍ୟ । ତା ପରେ ହରମୋନ କଣ୍ଟ୍ରାସେପ୍ଟିଭ, ଓରାଲ ପିଲ୍, ପ୍ୟାଚେସ୍, ଯୋନିପଥ ରିଙ୍ଗ ଓ ଇଞ୍ଜେକସନ ମାଧ୍ୟମରେ ଜନ୍ମ ନିରୋଧ କରା ଯାଇପାରେ । କଣ୍ଡୋମ, ଡାୟାଫ୍ରାମ, କଣ୍ଟ୍ରାସେପ୍ଟିଭ ସ୍ପଞ୍ଜ ପଦ୍ଧତି ଓ ଗର୍ଭାଧାନ ଶିକ୍ଷାଦ୍ୱାରା ସ୍ୱଳ୍ପ ଫଳପ୍ରଦ ନିରୋଧ ହୋଇ ପାରେ । ଶୁକ୍ରାଣୁ ଘାତକ ଓ ବୀର୍ଯ୍ୟ ବିକ୍ଷେପ ପୂର୍ବରୁ ବିରତ ସବୁଠାରୁ ସ୍ୱଳ୍ପ ଫଳପ୍ରଦ ପ୍ରଣାଳୀ ଅଟେ ଭାସେକ୍ଟୋମି (ପୁରୁଷମାନଙ୍କର ବନ୍ଧ୍ୟାକରଣ), ମହିଳାମାନଙ୍କର ଟ୍ୟୁବାଲ ଲାଇଗେସନ୍ ପଦ୍ଧତିରେ ସ୍ଥାୟୀ ଦନ୍ଧ୍ୟାକରଣ କରାଯାଏ, ଅନ୍ୟ ସମସ୍ତ ପ୍ରଣାଳୀ ପ୍ରତ୍ୟାବର୍ତ୍ତନଶୀଳ ଓ ସ୍ୱଳ୍ପକାଳୀନ ଫଳପ୍ରଦ । ଅସୁରକ୍ଷିତ ଯୌନ ସମ୍ପର୍କ ପରେ ପରେ ଏମର୍ଜେନ୍ସି ଔଷଧଦ୍ୱାରା କିଛି ଦିନ ଗର୍ଭ ନିରୋଧ ହୋଇ ପାରେ । କୈଶୋର ଅବସ୍ଥାରେ ଯୌନ ଶିକ୍ଷା ନ ଥାଇ ଯୌନ ସମ୍ପର୍କ ନିରାପଦ ନୁହେଁ ନିରାପଦ ଯୌନ ସମ୍ପର୍କ (ପୁରୁଷ ବା ମହିଳା କଣ୍ଡୋମ)ଦ୍ୱାରା ଯୌନ ସମ୍ପର୍କ ଜନିତ ରୋଗଗୁଡିକର ସଂକ୍ରମଣ ହୁଏ ନାହିଁ। ଅସୁରକ୍ଷିତ ଯୌନ ସମ୍ପର୍କର ୭୨ରୁ ୧୨୦ ଘଣ୍ଟା ମଧ୍ୟରେ ଜରୁରୀ ଜନ୍ମ ନିରୋଧ ଉପାୟ ଅବଲମ୍ବନ କଲେ ଗର୍ଭ ପ୍ରତିରୋଧ କରାଯାଇ ପାରେ । କେତେକ ଲୋକଙ୍କ ଯୁକ୍ତି ଅନୁସାରେ ଯୌନ ବିରତି ଏକ ଜନ୍ମ ନିରୋଧ ପଦ୍ଧତି କିନ୍ତୁ ଏହାଦ୍ୱାରା ଉପଯୁକ୍ତ ଯୌନ ନିରୋଧ ଶିକ୍ଷା ଅଭାବରୁ କିଶୋର ଗର୍ଭ ସମ୍ଭାବନା ଅଧିକ ରହେ । ବିକାଶଶୀଳ ଦେଶମାନଙ୍କରେ ଗର୍ଭବତୀ ନ ହେବା ନିମନ୍ତେ ପ୍ରାୟ ୨୨୨ ନିୟୁତ ମହିଳା ଇଚ୍ଛା କରୁଥିଲେ ମଧ୍ୟ କୌଣସି ଆଧୁନିକ ଜନ୍ମ ନିରୋଧକ ଉପାୟ ଅବଲମ୍ବନ କରୁନାହାନ୍ତି ।ଏହି ଦେଶମାନଙ୍କରେ ଜନ୍ମ ନିରୋଧ ବ୍ୟବହାର କରିବାଦ୍ୱାରା ମାତୃ ମୃତ୍ୟୁ ହାର ପ୍ରାୟ ୪୦% (ସନ ୨୦୦୮ରେ ୨୭୦,୦୦୦ ମୃତ୍ୟୁ) କମିଛି; ଜନ୍ମ ନିରୋଧ ଉପାୟ ଗ୍ରହଣ କରିଥିଲେ ପ୍ରାୟ ୭୦% ମୃତ୍ୟୁ କମିଯାଇଥାଆନ୍ତା । ଦୁଇ ଗର୍ଭାଧାନ ମଝିର ସମୟ ଦୀର୍ଘ ହେଲେ ପ୍ରସବ ଫଳାଫଳ ଓ ଶିଶୁ ବଞ୍ଚିବା ହାର ଅଧିକ ହେବ । ଜନ୍ମ ନିରୋଧକ ବ୍ୟବହାରଦ୍ୱାରା ବିକାଶଶୀଳ ଦେଶମାନଙ୍କରେ ମହିଳାଙ୍କର ରୋଜଗାର, ବଡ଼ି ମାସ୍ ଇଣ୍ଡେକ୍ସ, ପିଲାମାନଙ୍କର ଶିକ୍ଷା ଓ ସମ୍ପତ୍ତି ବୃଦ୍ଧି ହେବ । ଜନ୍ମ ନିୟନ୍ତ୍ରଣ ଯୋଗୁ ଅଳ୍ପ ପିଲା ଜନ୍ମ ହେବାଦ୍ୱାରା ଅର୍ଥନୈତିକ ବିକାଶ ସାଧନ ହୁଏ ।
ମୋତେ ଯେତେ ମାଠିଵୁ ମାଠ......
ମୋତେ ଯେତେ ମାଠିଵୁ ମାଠ......
------------------------------
" ମହାକାଳ ଫଳ, ଉପର ଦିଶଇ କେଡେ ସୁନ୍ଦର,ଭିତରଟା ତା'ର ପୋଡ଼ା ଅଙ୍ଗାର" ,ଏହି ବହୁ ପୁରାତନ ଓ ବହୁଳ ବ୍ୟବହୃତ ଢଗଟିକୁ ପିଲାଦିନେ ଆମେ ଅନେକ ପ୍ରସଙ୍ଗରେ ଅବତରଣ କରିଆସିଥିଲୁ ସେତିକିବେଳେ , ଯେତେବେଳେ କେତେକ ନିଜକୁ ଭିତରେ ଫମ୍ପା ଅର୍ଥାତ୍ ଅନ୍ତଃଶାରଶୂନ୍ୟ ଅନୁଭବ କରନ୍ତି , ଠିକ୍ "ମନ ଜାଣେ ପାପ,ମାଆ ଜଣେ ବାପ" ନ୍ୟାୟରେ ,ସେତେବେଳେ ସେହିମାନେ ହିଁ ବାହାରଟାକୁ ଚକଚକ୍ କରି ସଜାଇ ହୋଇ ଛଳନାର ଆଶ୍ରୟ ନେଉଥିବା ସମୟରେ । ଯେପରି ଷାଠିଏ/ ସତୁରୀ ଦଶକରେ ଦିଲ୍ଲୀପ କୁମାରଙ୍କ ଭଳି ଅଭିନେତା ମାନେ ଅଙ୍ଗର ଭାଷାରେ ଜୀବନ୍ତ ଅଭିନୟ କରି ପ୍ରସିଦ୍ଧି ଲାଭ କରିଥିଲେ । ଆଖିରେ ଆଖିରେ ଯେଉଁ ଭାବ ସୃଷ୍ଟି ହେଉଥିଲା , ଏବେ ଶରୀର ପ୍ରଦର୍ଶନରେ ସେହି ଭାବ ଆଉ ସୃଷ୍ଟି ହେଉନାହିଁ । ଯେଉଁମାନେ ନିଜର ଅନ୍ତଃସ୍ଥଶକ୍ତି ସମ୍ପର୍କରେ ସ୍ବାଭାବିକ ଭାବେ ସଚେତନ, ସେମାନେ ସେହି ଶକ୍ତିର ଅଭିବୃଦ୍ଧି ନିମନ୍ତେ ନିରନ୍ତର ପ୍ରୟାସରତ ଥାଆନ୍ତି ଏବଂ ସେଥିରେ ସେମାନେ ଶାଶ୍ବତ ଆନନ୍ଦ ମଧ୍ୟ ଉପଲବ୍ଧି କରନ୍ତି । ଏଭଳି ଉପସ୍ଥାପନଟି କାହିଁକି ବୋଲି ଆପଣଙ୍କ ଭିତରେ ପ୍ରଶ୍ନଟି ଉଙ୍କି ମାରୁଥିବ , ମାରିବା ମଧ୍ୟ ସ୍ବାଭାବିକ । ଆମେ ପ୍ରାୟ ଖୁବ ନିକଟସ୍ଥ ସ୍ଥାନକୁ ଯିବା ସମୟରେ ସାଇକେଲରେ ଯାଇଥାଉ , ଅନ୍ୟ ସ୍ଥାନକୁ ସ୍କୁଟିରେ ଯାଇଥାଉ ଏବଂ ଯେଉଁ ସମୟରେ ଇନ୍ଧନ ପାଇଁ ଅର୍ଥ ବାଧକ ସାଜେ,ସେତେବେଳେ ମଧ୍ୟ ସାଇକେଲରେ ଯାଇଥାଉ । ଆମେ ପଞ୍ଚମ ଶ୍ରେଣୀରେ ପଢ଼ିବା ସମୟରେ ସାଇକେଲ ଚଲାଇବା ଶିଖିଥିଲୁ , ଶଗଡଗୁଳାରେ ମାଙ୍କଡିଆ ( ମଙ୍କି) ଅଭ୍ୟାସ କରି , ଘରେ ଲୁଚିକରି । ନନା ( ପିତା) ୧୯୪୨ ମସିହାରେ ଗୋଟିଏ ବି. ଏସ. ଏ ( BSA, ଇଂରାଜୀ ମଡେଲ) ସାଇକେଲ ( ସେତେବେଳେ ଶୂନ ଗାଡି କୁହାଯାଉଥିଲା) କିଣିଥିଲେ । ଜେଜେ ମାଆ ରେବତୀ ଦେବୀଙ୍କ ଠାରୁ ଶୁଣିଥିଲୁ ଯେ ସେତେବେଳେ ଖଣ୍ଡମଣ୍ଡଳରୁ ଲୋକେ କୁଆଡେ ଏହି ଶୂନୁଗାଡି ଦେଖିବାକୁ ଆସିଥିଲେ । ସେ ଯାହାହେଉ ଉଦୁଉଦିଆ ଦ୍ୱିପ୍ରହରରେ ଲୁହା କଣ୍ଟାରେ ଚାବି ଖୋଲି ଶଗଡଗୁଳାରେ ମାଙ୍କଡିଆ ସାଇକେଲ ଚଲେଇ କେତେ ଯେ ଖଣ୍ଡିଆ ଖାବରା ହୋଇଛୁ ଓ ଅମରି ମାଡ ଖାଇ ପିଠିରେ କଳାଦାଗ ପଡ଼ିଥିଲା , ତା'ର ହିସାବ ନାହିଁ । ମହାବିଦ୍ୟାଳୟରେ ପାଦଦେବା ପରେ ବିଧିବଦ୍ଧ ଭାବେ ଆମେ ସେହି ସାଇକେଲର ମାଲିକାନା ସତ୍ତ୍ବ ପାଇଯାଇଥିଲୁ । ସାଇକେଲରେ ଓଡ଼ିଶା ବୁଲିଛୁ , ଏପରିକି ଅନେକ ଦିନ ସାଇକେଲରେ ଗାଁ ରୁ ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟକୁ ପଢିବାକୁ ଯାଇ ଅପରାହ୍ନ ୪ ଟାରେ ସେଠାରୁ ବାହାରି ରାତି ସାଢ଼େ ଆଠଟାରେ ଘରେ ପହଞ୍ଚି ପଖାଳ ଖାଇ ,ଜେଜେ ମାଆର ଗରମ ରସୁଣଫୁଟା ସୋରିଷ ତେଲ ଘଷାରେ ନିଘୋଡ଼ ନିଦରେ ଶୋଇ ଯାଇଛୁ । ଅତଏବ ସାଇକେଲ ଆମର ଅତ୍ୟନ୍ତ ପ୍ରିୟ ,ସେଥିପାଇଁ ତ ଆମେ ଯେତେବେଳେ ୧୯୮୪ ମସିହାରେ ପୁରୀ ସଂସଦୀୟ କ୍ଷେତ୍ର ( ପାର୍ଲିଆମେଣ୍ଟ କନସ୍ଟିଚ୍ୟୁଏନସି)ରେ ସ୍ବର୍ଗତ ବ୍ରଜ ମୋହନ ମହାନ୍ତି ଓ ସ୍ବର୍ଗତ ବାରିଷ୍ଟର ରଣଜୀତ ମହାନ୍ତି ଙ୍କ ସହିତ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିଲୁ ସେତେବେଳେ ଆମେ ନାମାଙ୍କନ ପତ୍ରରେ ତିନୋଟି ଚିହ୍ନ ଯଥା ସାଇକେଲ, ବହି ଓ ଧାନ କଳେଇ ମୁଣ୍ଡେଇ ଥିବା ଚାଷୀ ମଧ୍ୟରୁ ଗୋଟିଏ ସଙ୍କେତ ଦେବାପାଇଁ ଅନୁରୋଧ କରିଥିଲୁ , ଆମକୁ ମିଳିଥିଲା ସାଇକେଲ ଚିହ୍ନ । ଆମର ପିତୃବ୍ୟ, ଚିର ବନ୍ଦନୀୟ କକେଇ କୁସୁମ କବି ସ୍ବର୍ଗତ ଫକୀର ମୋହନ ଶତପଥୀ ଯେତେବେଳେ ବିଵାହ କଲେ ସେତେବେଳେ ତାଙ୍କ ଶ୍ବଶୁର ସ୍ବର୍ଗତ ଦିବାକର ରଥ ଗୋଟିଏ ହମ୍ବର ସାଇକେଲ, ଗୋଟିଏ ଆଙ୍ଗ୍ଲୋସୁଇଜ୍ ଘଣ୍ଟା ଓ ଗୋଟିଏ ମର୍ଫି ରେଡ଼ିଓ ଉପହାର ଅବା ଅନ୍ୟ ଅର୍ଥରେ ଯୌତୁକ ଦେଇଥିଲେ । କକେଇ ସେହି ସାଇକେଲରେ କଣାସ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ ସେବା ନିବୃତ ହେବା ପର୍ଯ୍ୟନ୍ତ ପ୍ରାୟ ପ୍ରତିଦିନ ,କିବା ଝଡି,କିବା ବର୍ଷାରେ ୨୪ କିଲୋମିଟର ଯିବା ଆସିବା କରୁଥିଲେ , ଏପରିକି ତାଙ୍କର ୮୨ ବର୍ଷରେ ମୃତ୍ୟୁ ପର୍ଯ୍ୟନ୍ତ ସେହି ୫୬ ବର୍ଷୀୟ ସାଇକେଲରେ ଯିବା ଆସିବା କରୁଥିଲେ । ଆମ ପୁଅ ସଂଘର୍ଷ ତ ଅନେକ ଥର ଭୁବନେଶ୍ୱରରୁ ପୁରୀ ସାଇକେଲରେ ଯାଇ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି ଅବଢା ଧରି ଆସିଛି, ଏପରିକି ଅନେକ ଥର ସାଇକେଲରେ ଆମ ଗାଁ କୁ ୬୦ କିମି ଯାଇଛି । ଏପରିକି ଭୁବନେଶ୍ବର ରୁ ବୁର୍ଲା ମଧ୍ୟ ଯାଇଥିଲା ।ଏ ସବୁ ପ୍ରସଙ୍ଗ ଅବତାରଣାର କାରଣ କ'ଣ ବୋଲି ଆପଣମାନଙ୍କ ମନରେ ପ୍ରଶ୍ନ ଉଠିବଣି, ଉଠିବା ମଧ୍ୟ ସ୍ବାଭାବିକ । କଥା ହେଲା ଯେ ଆଜି ସକାଳେ ଆମ ଗାଁ ପାଖର ଜଣେ ଆମ ସହିତ ମାଧ୍ୟମିକ ବିଦ୍ୟାଳୟ ପଢୁଥିବା ସମୟର ସହପାଠୀ ସାଙ୍ଗର ପୁଅ ଚଞ୍ଛା ପଇଡ ୫ ଟି, କିଛି ବାଇଗଣ, ଜହ୍ନି ସହିତ ପରିବା ବ୍ୟାଗଟେ ଧରି ଘରେ ପହଞ୍ଚିଲା । ଆମେ ତାକୁ କହିଲୁ ଯେ ଏସବୁ କ'ଣ ପାଇଁ ଆଣିଲୁ ? ସେ କହିଲା ଆପଣଙ୍କ ପାଖକୁ ଆସିବାକୁ ବାପା କହିଲେ ତ ବୋଉ କହିଲା କ'ଣ ଖାଲି ହାତରେ ଯିବୁ,ଏତକ ତୋ ମଉସା ପାଇଁ ନେଇଯା। ବନ୍ଧୁଙ୍କ ହାତ ଲେଖା ଚିଠିଟି ସେ ଆମ ହାତକୁ ବଢାଇ ଦେଲା । ସେଥିରେ ଲେଖାଥିଲା " ନେହେରୁ ଜାଣିବୁ , ପୁଅ ଯାଉଛି , ତା ହାତରେ ଟଙ୍କା ପାଞ୍ଚ ହଜାର ପଠାଇବୁ , ତିନି ମାସ ପରେ ତୋତେ ଫେରାଇ ଦେବି । ପିଲା ଦିନର ଘନିଷ୍ଠ ସାଙ୍ଗ , ତା ଝିଅ ବାହାଘରକୁ ଆମେ ତିନି ଜଣ ସାଙ୍ଗ ଦଶ ହଜାର ଟଙ୍କା ଲେଖାଏଁ ସହାୟତା ଦେଇଥିଲୁ । ସେ ଯେ ଆଉ ଫେରାଇବ ନାହିଁ , ଏଥିରେ ଆମେ ଦୃଢ ନିଶ୍ଚିତ ଥିଲୁ । ଅପରପକ୍ଷରେ ଆମର ଏକ ଅଭ୍ୟାସଗତ ଦୋଷ ଅଛି , ଯେତେ ଚେଷ୍ଟା ଓ ବାରମ୍ବାର ଶପଥଗ୍ରହଣ କଲେ ମଧ୍ୟ ସେହି ଦୋଷରୁ ଆମେ ମୁକ୍ତ ହୋଇପାରିନାହୁଁ । ସେହି ଦୋଷଟି ହେଲା ଆମେ କାହାକୁ ନା କହିପାରିନାହୁଁ , ଯେଉଁଥିପାଇଁ ଆମେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛୁ, ପତ୍ନୀଙ୍କ ସମାଲୋଚନାର ଭାଷାରେ ଲଜ୍ଜିତ ବି ବହୁବାର ହୋଇଛୁ ସତ୍ୟ ମାତ୍ର , ଠିକ୍ ସମୟରେ ପୂର୍ବରୁ କରିଥିବା ଶପଥ ଭୁଲି ପୁନର୍ବାର ସେହି ଭୁଲ୍ କରିଆସିଛୁ । ପତ୍ନୀ ସାମାନ୍ୟ ଅସୁସ୍ଥ ଥିବାରୁ ସେ ଔଷଧ ଖାଇ ଶୋଇଥିବା ସମୟରେ ଆମେ ଧିରକିନା ତାଙ୍କର ଆଲମିରା ଖୋଲି ୧୦ ଟି ପାଞ୍ଚଶହ ଟଙ୍କିଆ ନୋଟ୍ ଆଣି ତାକୁ ଧରେଇ ଦେଲୁ । ଟଙ୍କା ପକେଟରେ ରଖି ସାରି ସେ କହିଲା " ମଉସା ଆପଣଙ୍କ ଗାଡ଼ି ଟିକେ ଦିଅନ୍ତୁ, ମୁଁ ବାପୁଜୀ ନଗରରୁ ଗୋଟିଏ ସାଇକେଲ ପାର୍ଟ କିଣି ଆସିବି, ଏଇଠୁ ବସରେ ବସି ଗାଁ କୁ ଫେରିଯିବି । ଆମେ ତାକୁ କହିଲୁ ଆରେ ବାପା ତୁ ସାଇକେଲ ଚାବି ନେଇ ଯାଆ, ଯେତେବେଳେ ଆସିଲେ ଚଳିବ , ମୋତେ ହଠାତ୍ କୁଆଡେ ଯିବାକୁ ପଡିଲେ ଯାଇ ପାରୁନଥିବି, ମାଉସୀ ଦେହ ଖରାପ , ତୁ ସାଇକେଲ ନେଇ ଯାଆ । ସେ କହିଲା ମଉସା , ମୁଁ ସାଙ୍ଗେ ସାଙ୍ଗେ ଯିବି,ସାଙ୍ଗେ ସାଙ୍ଗେ ଫେରି ଆସିବି , ଆପଣ ମଟର ସାଇକେଲ ଚାବି ଟିକେ ଦିଅନ୍ତୁ । ସେହି ରୋଗ ପୁଣି ଦେଖାଦେଲା, ତାକୁ ଆଉ ମନା କରିପାରିଲୁ ନାହିଁ , ଚାବି ଦେଇ ଦେଲୁ । ସେ ଯିବା ପରେ ଆମେ ଆମର କୁଅଭ୍ୟାସର ସାଥୀ ପାନ ଭାଙ୍ଗୁଥିବା ସମୟରେ ଅନେକ କଥା ମନକୁ ଆସିଲା ।ସାତ ଆଠ ବର୍ଷ ତଳେ ବୋଧେ ' ଟାଇମ୍ସ ଅଫ ଇଣ୍ଡିଆ 'ଦୈନିକ ଖବରକାଗଜରେ ପ୍ରକାଶିତ ଏକ ସମ୍ବାଦର ସମୀକ୍ଷା କରି ସୁବାର୍ତ୍ତାରେ ଏକ ଆଲେଖ୍ୟ ପ୍ରକାଶ କରିଥିଲୁ । କିଭଳି କାଲିଫର୍ଣ୍ଣିଆସ୍ଥିତ ସିଲିକନ ଭ୍ୟାଲି ଅଞ୍ଚଳରେ , ଯେଉଁଠି ବହୁ ଖ୍ୟାତିସମ୍ପନ୍ନ କମ୍ପ୍ୟୁଟର ଓ ଇଲୋକର୍ଟ୍ରୋନିକସ୍ ଶିଳ୍ପ ପ୍ରତିଷ୍ଠାନ ରହିଛି , ଯେଉଁଥିରେ ଅନେକ ଉଚ୍ଚ ବୈଷୟିକ ଜ୍ଞାନ ବିଜ୍ଞାନ ବିଶେଷଜ୍ଞ ଉଚ୍ଚ ବେତନରେ କାର୍ଯ୍ୟରତ , ସମସ୍ତେ କାର୍ଯ୍ୟାଳୟକୁ ସାଇକେଲରେ ଯିବା ଆସିବା କରିଥାନ୍ତି । ଭାରତରେ ଜନ୍ମିତ ଓ ଆମେରିକାର ନାଗରିକତ୍ବ ଗ୍ରହଣ କରିଥିବା କେମ୍ବ୍ରିଜ ବିଶ୍ବବିଦ୍ୟାଳୟ ପ୍ରଫେସର ସି ଭେଙ୍କଟ ରମଣ ରାମକୃଷ୍ଣନ ୨୦୦୯ ମସିହାରେ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ବିଜେତା ହେବା ସମୟରେ ଗଣମାଧ୍ୟମରେ ବ୍ୟାପକ ଭାବେ ହୋଇଥିବା ଚର୍ଚ୍ଚା ଏବେବି ମନେ ପଡେ । ତାଙ୍କର ଖଣ୍ଡିଏ କାର ନଥିଲା , ପ୍ରତିଦିନ ସେ ବାସଭବନରୁ ବିଶ୍ବବିଦ୍ୟାଳୟର ଶ୍ରେଣୀ ପ୍ରକୋଷ୍ଠକୁ ଯିବା ଆସିବା ପାଇଁ ସାଇକେଲ ବ୍ୟବହାର କରୁଥିଲେ । ଅର୍ଥଶାସ୍ତ୍ର ବିଶାରଦ ତଥା ନୋବେଲ ପୁରସ୍କାର ବିଜେତା ଅମର୍ତ୍ତ୍ୟ ସେନ୍ ଙ୍କୁ ଶାନ୍ତି ନିକେତନରେ ସାଇକେଲରେ ଯିବା ଆସିବା କରୁଥିବା ସମସ୍ତେ ଲକ୍ଷ୍ୟ କରିଥିବେ । ଏବେବି ଅନେକ ରାଷ୍ଟ୍ର ନେତା, ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ମାନେ ସାଇକେଲରେ କାର୍ଯ୍ୟାଳୟ କୁ ଯିବା ଆସିବା କରୁଥିବା ସ୍ଥିର ଚିତ୍ର (ଫଟୋଚିତ୍ର) ଆମେ ଗଣମାଧ୍ୟମ ସୌଜନ୍ୟରୁ ଦେଖି ଥାଏ । ଆମେ ପାଠପଢୁଥିବା ସମୟରେ ଆମକୁ ଗଣିତ ସମ୍ମାନ ( ଅନର୍ସ) ପଢ଼ାଉଥିବା ଗଣିତ ଶାସ୍ତ୍ର ବିଶେଷଜ୍ଞ ଡଃ ଶୁକଦେବ ରଥ, ବିଭାଗୀୟ ମୁଖ୍ୟ ଦେବକୀ ନନ୍ଦନ ମହାନ୍ତିଙ୍କ ସମେତ ରସାୟନ ବିଜ୍ଞାନ ବିଭାଗୀୟ ମୁଖ୍ୟ ଡଃ ଫଣିଭୂଷଣ ଦାସ ପ୍ରଭୃତି ଅନେକ ପ୍ରାଧ୍ୟାପକ ମାନେ ସାଇକେଲରେ ଯିବା ଆସିବା କରୁଥିଲେ । ଏକଦା ତୈଳଦର ବୃଦ୍ଧି ପ୍ରତିବାଦରେ ବିଜୁ ଆଜ୍ଞା ମୁଖ୍ୟମନ୍ତ୍ରୀ ଥିବା ସମୟରେ ସାଇକେଲରେ ସେତେବେଳେ ର ସଚିବାଳୟ ,ଆଜିର ଲୋକ ସେବା ଭବନକୁ ଆସୁଥିବା ସ୍ଥିର ଚିତ୍ର (ଫଟୋଚିତ୍ର) ବହୁ ଚର୍ଚ୍ଚିତ ଥିଲା । ସେହି ବିଜୁ ଆଜ୍ଞା ଯେତେବେଳେ ମହାବିଦ୍ୟାଳୟ ଛାତ୍ର ଥିଲେ, ମାତ୍ର ୧୬ ବର୍ଷ ବୟସରେ ଦୁଇ ଜଣ ସହପାଠୀ ସାଙ୍ଗଙ୍କ ସାଙ୍ଗରେ ସାଇକେଲରେ କଟକରୁ ପେଶଓ୍ବାର ( ପାକିସ୍ତାନ) ପର୍ଯ୍ୟନ୍ତ ସୁଦୀର୍ଘ ବିପଦ ସଙ୍କୁଳ ପଥକୁ ସାହାସ୍ ର ସହିତ ଅତିକ୍ରମ କରିଥିଲେ । ସୁତରାଂ ସାଇକେଲ ଚଢିଲେ କୌଣସି ବ୍ୟକ୍ତି ନୀଚ୍ଚ ହୋଇଯାଏ ନାହିଁ କି ପ୍ରେଷ୍ଟିଜ ଲିକ୍ ହୋଇଯାଏ ନାହିଁ । ଠିକ୍ ସେହିପରି ମୂଲ୍ୟବାନ ଯାନ ଚଢିଲେ କୌଣସି ବ୍ୟକ୍ତି ଉଚ୍ଚ ହୋଇଯାଇନଥାଏ । ବ୍ୟକ୍ତିର ପ୍ରତିଭା ତା'ର ବ୍ୟକ୍ତିତ୍ବର ପରିମାପକ , ବଡ କୋଠା, ଦାମିକା ଗାଡ଼ି ବାହାର ଆକର୍ଷଣୀୟ ଯାନ୍ ନୁହେଁ କି ସାଇକେଲ ବ୍ୟକ୍ତିତ୍ବର ନ୍ୟୁନ ପ୍ରଦର୍ଶନର ପଣ୍ୟ ନୁହେଁ । ଆମେ ବିଗତ ସାତ ବର୍ଷ ଧରି ଜୁନ ମାସ ୩ ତାରିଖରେ ଜାତୀୟ ସାଇକେଲ ଦିବସ ପାଳନ ଅବସରରେ ସାଇକେଲର ଇତିହାସ ଉପରେ ଆଲୋକପାତ କରି ଆସୁଛୁ । ଅବିକଳ ଭାବେ ପୁନଃ ଉପସ୍ଥାପନ କରୁଛୁ ।
ପ୍ରଥମେ ଯେତେବେଳେ ସାଇକେଲଟି ନିର୍ମିତ ହେଲା ତାହା ଦେଖିବାକୁ ଆମ ପିଲାଦିନରେ ବିଦ୍ୟାଳୟକୁ ନେଇ ଯାଉଥିବା କଳାପଟା ବା ଏକ ସ୍କେଟବୋର୍ଡ଼ ପରି ଦେଖାଯାଉଥିଲା । ୧୭୯୧ରେ ଫ୍ରାନ୍ସର ନାଗରିକ କୋମେଟ ମେଡେ ଡି ସିଭରାକ୍ ନିର୍ମାଣ କରିଥିଲେ ଏକ ଭିନ୍ନ ଧରଣର ସାଇକେଲ, ଏହାର ସିଟ୍ ବହୁତ ଉଚ୍ଚରେ ରହୁଥିଲା । ଏଥିରେ ପେଡ଼ାଲ ନଥିଲା; ଏହାକୁ ଲୋକମାନେ ନିଜଗୋଡରେ ଠେଲିଠେଲି ଚଳାଉଥିଲେ । ପ୍ରାୟ ୧୮୧୭ ମସିହା ବେଳକୁ ଜର୍ମାନୀର ବେରୋନ କାର୍ଲବାନ୍ ଡ୍ରେସ୍ ହ୍ୟାଣ୍ଡେଲ ରହିଥିବା ଏକ ସାଇକେଲ ନିର୍ମାଣ କରିଥିଲେ । ଏହାର ନାମ ଥିଲା "ଡ୍ରେସିନେ" । ଦୁଇଟି ସମାନ ଆକାରର କାଠ ଚକା, ବସିବା ପାଇଁ ଏକ ସିଟ ସହିତ ହ୍ୟାଣ୍ଡେଲ ରହିଥିଲା । ଗୋଡ଼ରେ ଠେଲି ଠେଲି ଚଳାଯାଉଥିବା ଏହି ସାଇକେଲଟି ସମ୍ପୁର୍ଣ୍ଣ ଭାବେ କାଠରେ ତିଆରି ହୋଇଥିବାରୁ ଲୋକମାନେ ‘କାଠଘୋଡା’ ବୋଲି କହୁଥିଲେ । ୧୮୧୮ରେ ପ୍ୟାରିସରେ ଆୟୋଜିତ ଏକ ପ୍ରଦର୍ଶନୀରେ ଲୋକମାନେ ଏହି ଅଦ୍ଭୁତ ସାଇକେଲକୁ ପ୍ରଥମ ଥର ଲାଗି ଦେଖିଥିଲେ, କିନ୍ତୁ ଏହା ଲୋକପ୍ରିୟତା ଅର୍ଜନ କରିପାରି ନଥିଲା । ୧୮୩୯ରେ ସାଇକେଲ ନିର୍ମାଣରେ ବହୁତ ପରିବର୍ତ୍ତନ ଆସିଥିଲା, କାରଣ ସ୍କଟଲାଣ୍ଡର ଜଣେ ଲୁହାର ସାଇକେଲର ଆଗ ଚକାରେ ଏକ ପେଡାଲ ଲଗାଇଥିଲେ । କ୍ରିକପ୍ୟାଟ୍ରିକ ମ୍ୟାକମିଲାନ ସାଇକେଲର ଆଗ ଚକାରେ ଏକ ପେଡାଲ ଲଗାଇ ପାହାଡ଼ ଚଢିପାରୁଥିଲେ । ଏହା ସେତେବେଳେ ପରିବହନ କ୍ଷେତ୍ରରେ ବ୍ୟବହୃତ କରାଯାଉଥିଲା । କିନ୍ତୁ ଏଥିରେ ବ୍ରେକ୍ ନଥିବାରୁ ଗଡାଣିଆ ସ୍ଥାନରେ ରୋକିବା ଅତ୍ୟନ୍ତ କଷ୍ଟକର ହେଉଥିଲା । ଏହି ସାଇକେଲକୁ ‘ଫାଷ୍ଟ ଫୁଟ’ ବୋଲି କୁହାଯାଉଥିଲା । ୧୮୪୫ରେ ଫ୍ରାନ୍ସର ନିକୋଲସ ସାଇକେଲର ବ୍ରେକ ଲଗାଇବା ସହ ଚକାଗୁଡିକୁ ଲୁହାରେ ନିର୍ମାଣ କରିଥିଲେ । ଏହି ସାଇକେଲ ଟି ଚାଲିବା ବେଳେ ମାତ୍ରାଧିକ ଶବ୍ଦ କରୁଥିଲା, ତେଣୁ ଲୋକ ମାନେ ଏହାକୁ ‘ବୋନ ସେକର’ ବୋଲି କହୁଥିଲେ । ଏହାପରେ ୧୮୬୫ରେ ପରବର୍ତ୍ତୀ ବିକଶିତ ସାଇକେଲ ନିର୍ମିତ ହୋଇଥିଲା । ଏଥିରେ ସାଇକେଲର ଆଗ ଚକରେ ସିଧାସଳଖ ଭାବେ ପେଡାଲ ଲଗାଯାଇଥିଲା । ୧୮୭୦ ମସିହାରେ ପ୍ରଥମ ମେଟାଲ ସାଇକେଲ ଆବିଷ୍କୃତ ହୋଇଥିଲା । ଏଥିରେ ମଧ୍ୟ ପେଡାଲ ଆଗ ଚକରେ ଲାଗିଥିଲା । କିନ୍ତୁ ଏଥିରେ ବଡ଼ ଧରଣର କେତେକ ପରିବର୍ତ୍ତନ କରାଯାଇଥିଲା । ସାଇକେଲର ଆଗ ଚକଟି ପଛ ଚକ ଅପେକ୍ଷା ଅଧିକ ବଡ଼ ଥିଲା, କିନ୍ତୁ ଏହା ମନକୁ ମନ ବୁଲି ପାରୁନଥିଲା । ନିର୍ମାତାମାନଙ୍କର ଚିନ୍ତାଧାରା ଏହା ଥିଲା ଯେ, ସାଇକେଲର ଆଗ ଚକ ବଡ଼ ରହିଲେ ଅଳ୍ପ ପରିଶ୍ରମରେ ଅଧିକ ଦୂର ଯାତ୍ରା କରିହେବ । ଚକାଗୁଡିକରେ ରବର ଓ ବୃତ୍ତାକାର ତାର ସଂଯୁକ୍ତ ଚକ ବା ସ୍ପୋକ ବ୍ୟବହାର କରାଯାଇଥିଲା , ଯାହା ଫଳରେ ଏହା ପୂର୍ବପରି ଅଧିକ ଶବ୍ଦ କରୁନଥିଲା । ବିଭିନ୍ନ ନିର୍ମାତାମାନେ ସାଇକେଲକୁ ବିକଶିତ କରିବାକୁ ଯାଇ ଏହାର ଆଗ ଚକାକୁ ପ୍ରାୟ ୧.୫ମିଟର ପର୍ଯ୍ୟନ୍ତ ଉଚ୍ଚ କରିଥିଲେ । ୧୮୬୯ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଏହାର ଭିନ୍ନ ଭିନ୍ନ ନାମ ରହିଥିଲା । ଏହାପରେ ଲୋକମାନେ ଏହି ଗାଡିକୁ ବାଇସାଇକେଲ(ଦୁଇ ଚକିଆ ଯାନ) କହିବା ଆରମ୍ଭ କଲେ । ୧୮୬୯ରେ ପେନ୍ନୀ-ଫାରଥିଙ୍ଗ ବା ଉଚ୍ଚ ଚକା ଯାନ ନିର୍ମିତ ହୋଇଥିଲା । ବଡ଼ ଚକା ଫଳରେ ଏହା ଅଳ୍ପ ପରିଶ୍ରମରେ ଅଧିକ ବାଟ ଯାଉଥିଲା, କିନ୍ତୁ ଏଥିରେ ଅତ୍ୟଧିକ ଦୁର୍ଘଟଣା ମଧ୍ୟ ଘଟୁଥିଲା । ଏହାର କାରଣ ଥିଲା ଚାଳକ ଜଣକ ଭୂମିଠାରୁ ଅଧିକ ଉଚ୍ଚରେ ବସୁଥିଲା । ଆଗ ଚକର ଉଚ୍ଚତା ୧.୫ମିଟର ହୋଇଥିବା କାରଣରୁ ଯଦି ଆଗଚକା ହଠାତ୍ ବନ୍ଦ ହୋଇଗଲା ତେବେ ଚାଳକଙ୍କ ଗୋଡ ତଳକୁ ନ ପାଇବା କାରଣରୁ ଅଧିକାଂଶ ସମୟରେ ସେ ଆଗକୁ ପଡ଼ିଯାଉଥିଲେ । ୧୮୮୦ ମସିହାର ମଧ୍ୟ ଭାଗରେ ବ୍ରିଟିଶ୍ ସାଇକେଲ ନିର୍ମାତା ଜେମ୍ସ ଷ୍ଟେରଲୀ ଏକ ସାଇକେଲ ବିକଶିତ କରିଥିଲେ, ଯାହାର ନାମ ସେ ଦେଇଥିଲେ ‘ସୁରକ୍ଷିତ ବାଇ ସାଇକେଲ’ । ଅତ୍ୟାଧୁନିକ ସାଇକେଲ ପରି ଏହାର ଆଗ ଓ ପଛ ଚକା ସମାନ ଆକାରର ହୋଇଥିବା ବେଳେ ଦୁଇଚକର ମଝିରେ ରହିଥିଲା ପେଡାଲ ଏବଂ ନୂତନ କରି ବାହାରିଥିବା ଚେନ ଓ ସ୍ପକେଟ ଏହାର ପଛଚକାକୁ ଟାଣୁଥିଲା । ଏହି ସାଇକେଲଟି ଅନ୍ୟ ସାଇକେଲ ତୁଳନାରେ ଖୁବ୍ ହାଲକା ଥିଲା ଏବଂ ଜଣେ ଲୋକ ଏହାକୁ ଆରାମରେ ଅଳ୍ପ ବଳ ବା ଶକ୍ତି ଖଟାଇ ଚଳାଇ ପାରୁଥିଲେ । ସେ ପର୍ଯ୍ୟନ୍ତ ସାଇକେଲର ଚକାରେ କେବଳ ରବର ଲଗାଯାଉଥିଲା । ଏହା ବ୍ୟତୀତ ସାଇକେଲଟି ଅଧିକ ଲମ୍ବା ନ ଥିବା ଓ ସ୍ପୋକ ବିହୀନ ହୋଇଥିବା କାରଣରୁ ଫାରଥିଙ୍ଗ ସାଇକେଲ ତୁଳନାରେ ଏହାକୁ ଚଳାଇବା ଅଧିକ କଷ୍ଟକର ଥିଲା । ଜଣେ ଇରିସ ନାଗରିକ ଡୁନଲୋପ ପ୍ରଥମେ ବାୟୁଚାଳିତ ଟାୟାର ଏହି ସାଇକେଲରେ ଲଗାଇଥିଲେ । ସେ ନିଜ ପୁତ୍ରକୁ ଏକ ଆରାମଦାୟକ ସାଇକେଲ ପ୍ରଦାନ କରିବାକୁ ଯାଇ ଏପରି କରିଥିଲେ । ଏହା ପରେ ପଛ ଚକାକୁ ଏପଟ ସେପଟ ବୁଲିବା ପରି ବିକଶିତ କରାଯିବା ପରେ ଚାଳକମାନେ ବିପଦମୁକ୍ତ ସାଇକେଲ ଚାଳନା କରିବାର ଅନୁଭବ ହାସଲ କରିଥିଲେ । ୧୮୯୦ମସିହାର ପରବର୍ତ୍ତୀ ସମୟରେ ବ୍ରେକ, ଗିୟର, ହାତରେ ନିୟନ୍ତ୍ରଣ କରିବା ଲାଗି ବ୍ରେକ କେବୁଲ ଆଦି ନିର୍ମିତ ହୋଇଥିଲା । ସାଇକେଲରେ ଏତେ ସବୁ ପରିବର୍ତ୍ତନ ହୋଇ ବି ଲୋକମାନଙ୍କ ନିକଟରେ ଏହା ବିଶେଷ ଆଦୃତ ହୋଇପାରିନଥିଲା । ସାଇକେଲ ସମାଜରେ ଦ୍ରୁତ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଥିଲା । ମହିଳାମାନେ ଆତ୍ମନିର୍ଭରଶୀଳ ଓ ଗତିଶୀଳ ହୋଇଥିବା ବେଳେ ଗରିବ ଲୋକମାନେ ଦୂରସ୍ଥାନକୁ କାର୍ଯ୍ୟ ଅନ୍ୱେଷଣରେ ଯାତ୍ରା କରୁଥିଲେ । ସମୟ ଗଡିବା ସହିତ ବିଭିନ୍ନ ସ୍ଥାନରେ ସାଇକେଲ କ୍ଳବ, ସାଇକେଲ ରେସିଂ ଓ ଟୁରିଂର ଆୟୋଜନ ହୋଇଥିଲା, ଯାହା ସାଇକେଲକୁ ଅଧିକ ଲୋକପ୍ରିୟ କରିଥିଲା । ସମୟ ସହ ତାଳ ଦେଇ ସାଇକେଲରେ ଅନେକ ପରିବର୍ତ୍ତନ ଆସିଛି । ରେସିଂ ସାଇକେଲର ସ୍ପିଡ୍ କୌଣସି ଇନ୍ଧନ ଚାଳିତ ଗାଡିଠାରୁ କମ୍ ନୁହେଁ । ଭାରତରେ ସ୍ୱାଧୀନତା ପରବର୍ତ୍ତୀ ସମୟରେ ସାଇକେଲର ବ୍ୟବହାର ଅଧିକ ବୃଦ୍ଧି ପାଇଥିଲା । ପରିବହନ କ୍ଷେତ୍ରରେ ସାଇକେଲ ହିଁ ଥିଲା ଏକମାତ୍ର ବାହନ ।
ସ୍ବଧର୍ମେ ନିଧନମ୍ ଶ୍ରେୟ...
ସ୍ବଧର୍ମେ ନିଧନମ୍ ଶ୍ରେୟ...
--------------------
ଚିର ବନ୍ଦନୀୟ କବି ସାନନ୍ଦ ଦ୍ୱିଜଙ୍କ " କାହାକୁ ମୁଁ କରିବଇଁ ସାକ୍ଷୀ" ଶୀର୍ଷକରେ ପ୍ରଭୁ ଜଗନ୍ନାଥଙ୍କୁ ଦୋଷାରୋପ କରି ଲେଖିଥିବା ଭଜନଟି ଏଭଳି ଜନାଦୃତ ହୋଇଥିଲା ଓ ହୋଇଆସୁଛି ଯେ ତାହା ତାଙ୍କୁ ଯଶୋଦେହେ କରିଛି ଚିର ଆୟୁଷ୍ମାନ । ସେହି ଭଜନର ଏକ ପଂକ୍ତି -
" ନେବ ବୋଲି କିଛି ଲାଞ୍ଚ
ମନେ କରିଅଛ ପାଞ୍ଚ
ସେ କଥା ମନରୁ ମୁଞ୍ଚ
ବଳିଗଲା ମନ ସ୍ବଛ
ଗୋପପୁରେ
ପୟ-ସର ଚାଖି ହେ
କାହାକୁ ମୁଁ କରିବଇଁ ସାକ୍ଷୀ
ହେ ଚକାଆଖି...." ।।
ବୋଧେ ଏହି ପଂକ୍ତିର ପ୍ରଭାବ ଠିକ୍ ଚାରବାକ୍ ଙ୍କ ଋଣଂ କୃତ୍ୱା ଘୃତଂ ପିବେତ" ଭଳି ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ କେବଳ ଅମଲାତନ୍ତ୍ରକୁ ନୁହେଁ , କ୍ଷମତା ରାଜନୀତିକୁ ପ୍ରଭାବିତ କରି , ସମ୍ପ୍ରତି ଅଧିକାଂଶ ମତଦାତା ମାନଙ୍କୁ ପ୍ରଭାବିତ କରିବା ଫଳରେ କେବଳ ଗାଣତାନ୍ତିକ ବ୍ୟବସ୍ଥା କୁ ନୁହେଁ, ଅଧିକନ୍ତୁ ଦେଶର ଅସ୍ତିତ୍ବ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ଏବଂ ସ୍ବାଧୀନତା ପୂର୍ବରୁ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଓ୍ବିନଷ୍ଟନ ଚର୍ଚ୍ଚିଲ୍ ଙ୍କ ଭବିଷ୍ୟତ ବାଣୀ କୁ ସତ୍ୟରେ ପରିଣତ କରିବାକୁ ଯାଉଛି । ବିଶ୍ବର ସର୍ବକାଳୀନ ଅର୍ଥଶାସ୍ତ୍ର ବିଶାରଦ, ଭବିଷ୍ୟତ ଦ୍ରଷ୍ଟା, ସମାଜ ବିଜ୍ଞାନୀ ପଣ୍ଡିତ ଚାଣକ୍ୟ ( ୩୭୫ - ୨୮୩ ବିସି) ଙ୍କ ଦ୍ଵାରା ୨୩୭୫ ବର୍ଷ ତଳେ ପ୍ରଦତ୍ତ ଦର୍ଶନକୁ ପ୍ରତିପାଦିତ କରୁଛି । ରାଜତନ୍ତ୍ର ଶାସନ ବ୍ୟବସ୍ଥା ସମ୍ପର୍କରେ ଚାଣକ୍ୟ କହିଥିଲେ " ରାଜାନୁଗତିକ ପ୍ରଜା" । ଅର୍ଥାତ୍ ରାଜା ଯେପରି ପ୍ରଜା ସେହିପରି । ରାଜତନ୍ତ୍ର ଯେତେବେଳେ ପ୍ରଜାତନ୍ତ୍ର ରେ ପରିବର୍ତ୍ତନ ହେଲା , ସେତେବେଳେ ଚାଣକ୍ୟ ଙ୍କ ଭାଷାର ମର୍ମାର୍ଥ ନିଶ୍ଚିତ ହେବ " ପ୍ରଜାନୁଚରିତେ ରାଜା", ମର୍ମାର୍ଥ ପ୍ରଜା ଯେପରି ତାଙ୍କ ରାଜା ସେହିପରି" । ଚାଣକ୍ୟ ଙ୍କ କହିବାର ପ୍ରାୟ ଦୁଇ ହଜାର ( ୨୦୦୦) ବର୍ଷ ପରେ ଯୋଶେଫ ଡି ମୈଷ୍ଟ୍ରେ (Joseph de Maistre (1 April 1753 – 26 February 1821) ତାହାହିଁ କହିଥିଲେ, ଯାହା ଆମେ ଘୋଷି ହେଉଛେ, ଚାଣକ୍ୟ ଙ୍କୁ ଭୁଲି ଯାଇଥିଲେ । ସେ କହିଥିଲେ "In a democracy, people get the government they deserve and they deserve what they get.’ । ଆମେ ଯଦି ଚାଣକ୍ୟ ଙ୍କୁ ପଢ଼ିବା , ତାଙ୍କର ନୀତି ଶ୍ଳୋକ କୁ ସଠିକ୍ ଭାବେ ଗର୍ଭାନୁଶୀଳନ କରି ଯୋଶେଫ ଡି ମାଇଷ୍ଟ୍ରେ ଙ୍କୁ ପଢ଼ିବା ତେବେ ପାଶ୍ଚାତ୍ୟ ପଣ୍ଡିତମାନେ କିଭଳି ଭାରତୀୟ ପଣ୍ଡିତ ମାନଙ୍କୁ ନକଲ କରି ବିଶ୍ବ ବିଖ୍ୟାତ ହୋଇଛନ୍ତି ଏବଂ ଭାରତୀୟମାନେ ନିଜ ଇତିହାସ ଭୁଲି ସେହିମାନଙ୍କ ସ୍ତାବକ ହୋଇଛନ୍ତି, ତାହାର ହଜାର ହଜାର ପ୍ରମାଣ ମିଳିବ । ଏପରିକି ନିଜେ ମାଇଷ୍ଟ୍ରେ ମଧ୍ୟ ଇତିହାସର କଥା ଉଲ୍ଲେଖ କରି କହିଥିଲେ " History is experimental politics; this is the best or rather the only good politics."
ମହାମନା ଚାଣକ୍ୟଙ୍କ ନୀତି ଶ୍ଲୋକ ପଢି , ଯୋଶେଫଙ୍କ ବିଶ୍ବ ପ୍ରଚାରିତ, ସ୍ବୀକୃତ ଦର୍ଶନ କୁ ପଢି ତୂଳନା କଲେ ଆମେ ଆମର ସ୍ବଭାବ କବି ଗଙ୍ଗାଧର ମେହେରଙ୍କ କୃତି ସହିତ ସମ ସମୟରେ ଆବିର୍ଭୂତ ବିଶ୍ବକବି ସମ୍ମାନ ପ୍ରାପ୍ତ ରବୀନ୍ଦ୍ରନାଥ ଠାକୁର ଙ୍କ ମଧ୍ୟରେ ଥିବା କୀର୍ତ୍ତି ଓ କୃତି ଆଧାରିତ ବ୍ୟବଧାନ ଏବଂ ସେମାନଙ୍କ ସ୍ମୃତିରେ ରାଷ୍ଟ୍ରୀୟ ସମ୍ମାନର ବର୍ଲିନ ପ୍ରାଚୀର ଇତିହାସ ସମ୍ପର୍କରେ ଅବଗତ ହୋଇ ପାରିବା । ରବୀନ୍ଦ୍ରନାଥ ଠାକୁର ଙ୍କ ୧୫୦ ତମ ଜୟନ୍ତୀ ଅବସରରେ କେନ୍ଦ୍ର ସରକାରଙ୍କ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ଏବଂ ସ୍ବଭାବ କବି ଗଙ୍ଗାଧରଙ୍କ ୧୫୦ ତମ ଜୟନ୍ତୀ ଅବସରରେ କେନ୍ଦ୍ର ସରକାରଙ୍କ ଗୋଟିଏ ମାତ୍ର ଟଙ୍କା ବି ଅନୁଦାନ ଦେଇ ନଥିବାର ଘୃଣ୍ୟ ଉପେକ୍ଷିତ ଇତିହାସ ଆମକୁ ବାଧିତ କରିବା ଅବଧାରିତ । କେବଳ ରଙ୍ଗଜୀବୀ ଗଙ୍ଗାଧର ଙ୍କ କାଳଜୟୀ ସୃଷ୍ଟି " ତପସ୍ଵିନୀ" ସହିତ ରବୀନ୍ଦ୍ରନାଥ ଙ୍କ ଯେକୌଣସି ଉଚ୍ଚାଙ୍ଗ ସୃଷ୍ଟି ର ତୁଳନାତ୍ମକ ନିର୍ଯ୍ୟାସ ହିଁ ଦେଇପାରିବ ଏହାର ଯଥାର୍ଥତା ର ଉତ୍ତର । ଯୋଶେଫ ଙ୍କ ପ୍ରଦତ୍ତ ଦର୍ଶନ ନିମ୍ନରେ -
୧-To know the nature of man, the most direct and wisest way undoubtedly is to know what he has always been. Since when can theories be opposed to facts? History is experimental politics; this is the best or rather the only good politics.
୨-Human reason reduced to its own resources is perfectly worthless, not only for creating but also for preserving any political or religious association, because it only produces disputes, and, to conduct himself well, man needs not problems but beliefs.
୩-Government is a true religion: it has its dogmas, its mysteries, and its ministers. To annihilate it or submit it to the discussion of each individual is the same thing; it lives only through national reason, that is to say through political faith, which is a creed.
As a result, Maistre argued that the legitimacy of government must be based on compelling, but non-rational grounds which its subjects must not be allowed to question.Maistre went on to argue that authority in politics should derive from religion and that in Europe this religious authority must ultimately lie with the Pope.
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଗୁଡ଼ିକ ଶହ ଶହ ବର୍ଷ ଧରି ମନୁଷ୍ୟ ପାଇଁ ଉପଯୋଗୀ ହୋଇଆସିଛି। ତାଙ୍କର ମାର୍ଗଦର୍ଶନ ଏବଂ ନୀତିରେ ହିଁ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ସମ୍ରାଟ ହୋଇ ମୌର୍ଯ୍ୟ ସାମ୍ରାଜ୍ୟ ସ୍ଥାପନ କରିଥିଲେ। ଚାଣକ୍ୟଙ୍କ ନୀତିରେ ଜୀବନକୁ ସଫଳ କରିବାର ଉପାୟ ସହ ଭୁଲଠିକ୍ର ବିଚାର କରିବାର ଉପାୟ ମଧ୍ୟ ରହିଛି। ଏସବୁ ନୀତିକୁ ମାନି କିଏ ବି ସଫଳତାର ଶୀର୍ଷରେ ପହଞ୍ଚିପାରିବ। ଉଦାହରଣ ସ୍ୱରୂପ ମହାମନା ଚାଣକ୍ୟଙ୍କ ଭାଷାରେ ଯେଉଁ ମା’ବାପା ପିଲାମାନଙ୍କୁ ଭଲ ଶିକ୍ଷା ଦେଇ ନ ଥାନ୍ତି ସେମାନେ ଶତ୍ରୁ ସମାନ ହୋଇଥାନ୍ତି। ସେମାନେ ନିଜ ହାତରେ ପିଲାର ଜୀବନ ବରବାଦ କରିଦିଅନ୍ତି। କାହିଁକିନା ଶିକ୍ଷା ବିହୀନ ମନୁଷ୍ୟ ବିନା ଲାଙ୍ଗୁଡ଼ ବିଶିଷ୍ଟ ପଶୁ ହୋଇଥାନ୍ତି। ଏଥିଲାଗି ପିଲାଙ୍କୁ ସର୍ବଦା ଭଲ ଶିକ୍ଷା ଦିଅନ୍ତୁ । ସେହିପରି ପୁନଃ କହିଛନ୍ତି ଯେ ଶତ୍ରୁକୁ ଦୁଃଖ ଏବଂ କଷ୍ଟରେ ରଖନ୍ତୁ ।ଚାଣକ୍ୟ କୁହନ୍ତି ବିଜେତା ହେବା ଲାଗି ଶତ୍ରୁକୁ ସବୁବେଳେ ଦୁଃଖ ଏବଂ କଷ୍ଟରେ ରଖନ୍ତୁ। କାହିଁକି ନା ସେ ଯଦି ଖୁସିରେ ରହିବ ତୁମକୁ ଆଘାତ ଦେବ, ଯଦି ସେ ନିଜର ଦୁଃଖରେ ଚିନ୍ତିତ ରହିବ ତେବେ ଆକ୍ରମଣ କରିପାରିବ ନାହିଁ। ଏଥିସହ ବେଶ ସାବଧାନତାର ସହ ତାଙ୍କ ଗତିବିଧି ଉପରେ ଧ୍ୟାନ ରଖିବା ଉଚିତ।ବନ୍ଧୁମାନଙ୍କୁ ଦାନଧର୍ମ କାର୍ଯ୍ୟରେ ଲଗାନ୍ତୁ: ଚାଣକ୍ୟ କୁହନ୍ତି ଭଲ ବନ୍ଧୁମାନଙ୍କୁ ନିଜ ସହ ଧର୍ମକର୍ମ କାର୍ଯ୍ୟରେ ଲଗାଇବା ଉଚିତ। ଏଭଳି କରିବାଦ୍ୱାରା ଆପଣଙ୍କ ସହ ଆପଣଙ୍କ ବନ୍ଧୁ ଏବଂ ସମାଜର ଭଲ ହେବ। ଚାଣକ୍ୟ କୁହନ୍ତି ବନ୍ଧୁମାନଙ୍କୁ ସବୁଠାରୁ ଅଧିକ ରହସ୍ୟ ଜଣାଥାଏ, ଏମିତିରେ ଖରାପଗୁଣ ଥିବା ବନ୍ଧୁ କ୍ଷତି ପହଞ୍ଚାଇପାରେ।ଚାଣକ୍ୟଙ୍କ ମତରେ ଅର୍ଥ ଉପାର୍ଜନ କରିବା ଯେତିକି କଠିନ ତା’ଠାରୁ ଅଧିକ କଠିନ ଏହାକୁ ସଠିକ ରୂପରେ ଖର୍ଚ୍ଚ କରିବା । ଅର୍ଥକୁ ସର୍ବଦା ଭାବିଚିନ୍ତି ସଠିକ ଦିଗରେ ଖର୍ଚ୍ଚ କଲେ ଧନହାନୀର ସମ୍ଭାବନା ହ୍ରାସ ପାଇଥାଏ । ଅର୍ଥ ଉପାର୍ଜନ ସହିତ ସଞ୍ଚୟ ଉପରେ ମଧ୍ୟ ବ୍ୟକ୍ତିକୁ ବିଶେଷ ଧ୍ୟାନ ଦେବା ଉଚିତ । ସେହିପରି ଚାଣକ୍ୟଙ୍କ ମତରେ ବିପଦ ସମୟରେ ଟଙ୍କା ହିଁ ମନୁଷ୍ୟର ପରମ ମିତ୍ର ଅଟେ । ବ୍ୟକ୍ତିକୁ ଟଙ୍କା ଉପାର୍ଜନ କରିବା ସହ ତାକୁ ସଠିକ ରୂପରେ ବ୍ୟବହାର କରିବାର କୌଶଳ ମଧ୍ୟ ଜଣାଥିବା ଦରକାର । ଯେଉଁ ବ୍ୟକ୍ତି ଭାବିଚିନ୍ତି ଟଙ୍କା ଖର୍ଚ୍ଚ କରିଥାଏ ତା ପାଖରେ କେବେବି ଅର୍ଥର ଅଭାବ ଦେଖାଦିଏ ନାହିଁ ।ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଯେ, ଟଙ୍କା ବ୍ୟକ୍ତିର ଆତ୍ମବିଶ୍ୱାର ବୃଦ୍ଧି କରିଥାଏ । ଧନକୁ ଆବଶ୍ୟକତା ରୂପେ ଖର୍ଚ୍ଚ କରିବା ଉଚିତ । ଏହା ସହିତ ଭବିଷ୍ୟତ ପାଇଁ ସର୍ବଦା ଟଙ୍କା ସଞ୍ଚୟ କରିବା ଉଚିତ । ଛୋଟ ଛୋଟ ବିନିଯୋଗ କରି ମଧ୍ୟ ଟଙ୍କାକୁ ସୁରକ୍ଷିତ ରଖାଯାଇପାରିବ ।ଚାଣକ୍ୟଙ୍କ ମତରେ ବ୍ୟକ୍ତିକୁ ସ୍ୱାର୍ଥୀ ଏବଂ ଲୋଭୀ ସ୍ୱଭାବୀ ହେବା ଉଚିତ ନୁହେଁ । ଧନର ଦେବୀ ଲକ୍ଷ୍ମୀ ସ୍ୱାର୍ଥୀ ଏବଂ ଲୋଭୀ ଲୋକଙ୍କ ଠାରୁ ଦୂରେଇ ରୁହନ୍ତି । ସେଥିପାଇଁ ଟଙ୍କା ପଇସା ମାମଲାରେ କେବେ ଲୋଭ ବା ସ୍ୱାର୍ଥ ମନୋଭାବ ରଖିବା ଉଚିତ ନୁହେଁ ।ଯେଉଁ ବ୍ୟକ୍ତି ଗରୀବ ଏବଂ ଅସହାୟ ଲୋକଙ୍କ ସହାୟତା କରେ, ଦିନକୁ ଦିନ ତାଙ୍କ ଟଙ୍କା ଦ୍ୱିଗୁଣିତ ହେବାରେ ଲାଗିଥାଏ । ଗରିବଙ୍କୁ ଆର୍ଥିକ ସହାୟତା କଲେ ମାଆ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ବୋଲି ଚାଣକ୍ୟ କହିଛନ୍ତି । ସେହିପରି ଯେଉଁ ବ୍ୟକ୍ତି ଆୟ ମୁତାବକ ଅଧିକ ଖର୍ଚ୍ଚ କରିଥାନ୍ତି, ସେମାନେ ଆର୍ଥିକ ଚିନ୍ତାକୁ ସାମ୍ନା କରିଥାନ୍ତି । ସେଥିପାଇଁ ଅର୍ଥ ଉପାର୍ଜନ ସହିତ ସଞ୍ଚୟ କରିବା ମଧ୍ୟ ନିହାତି ଆବଶ୍ୟକ । ପୁନଶ୍ଚ ଚାଣକ୍ୟଙ୍କ ମତରେ ସୁରକ୍ଷା, ଦାନ ଏବଂ ବାଣିଜ୍ୟରେ ଟଙ୍କା ନିବେଶ କରିବା ଦ୍ୱାରା କେବେ ଆର୍ଥାଭାବ ସ୍ଥିତି ଉପୁଜିନଥାଏ ବରଂ ଟଙ୍କା ବୃଦ୍ଧି ପାଇଥାଏ । ଏଥିସହ ଚାଣକ୍ୟଙ୍କ ମତରେ ବ୍ୟକ୍ତିକୁ ସର୍ବଦା ସଚ୍ଚୋଟ ଏବଂ ପରିଶ୍ରମର ସହ ଟଙ୍କା ଉପାର୍ଜନ କରିବା ଉଚିତ । ଖରାପ କାମ କରି ଉପାର୍ଜିତ ଧନ ଏବଂ ଅଦରକାରୀ ଖର୍ଚ୍ଚ କରିବା ଦ୍ୱାରା ଟଙ୍କା ସଞ୍ଚୟ ହୋଇପାରେ ନାହିଁ । ସ୍ଵାଧୀନୋତ୍ତର ଭାରତର ଶାସକ, ସଞ୍ଚାଳକ, ନୀତି ନିର୍ଦ୍ଧାରକ ମାନେ ବିଗତ ୭୮ ବର୍ଷ ଧରି ବିଶ୍ବର ଏହି ସର୍ବକାଳୀନ ପଣ୍ଡିତଙ୍କୁ ଅଣଦେଖା କରିଆସିଛନ୍ତି , ଯାହାର ଫଳ ଶ୍ରୁତି ହେଉଛି ସମ୍ପ୍ରତି ଆମ ଦେଶ ଓ ବିଶେଷ କରି ଆମ ରାଜ୍ୟ ଏଵେ ୠଣ ଯନ୍ତାରେ ଛଟପଟ ହେଉଛି । ଆଜି ଦିନ ସୁଦ୍ଧା ଭାରତର ବୈଦେଶିକ ଋଣର ପରିମାଣ ୧୯୦ ଲକ୍ଷ କୋଟି ଟଙ୍କା । ୧୪୫ କୋଟି ଲୋକଙ୍କ ଭାରତର ମୁଣ୍ଡ ପିଛା ଋଣ ୧ ଲକ୍ଷ ୩୨ ହଜାର ସହିତ ରାଜ୍ୟ ଋଣ ମିଶିଲେ ଓଡ଼ିଶା ମାଟିରେ ଜଣେ ଶିଶୁ ଭୋଳାନାଥ ନିଜ ମୁଣ୍ଡ ରେ ୧ ଲକ୍ଷ ୬୪ ହଜାର ଟଙ୍କାର ଋଣ ବୋଝ ମୁଣ୍ଡାଇ ଜନ୍ମଗ୍ରହଣ କରୁଛି ।
ବିଶ୍ବାତ୍ମା ବିଶ୍ଵକର୍ମା
ବିଶ୍ବାତ୍ମା ବିଶ୍ଵକର୍ମା
-------
"ନ ଭୂମିର୍ଣ୍ଣ ଜଳଶ୍ଚୈବ ନ ତେଜୋମୟ ନ ଚ ବାୟବଃ , ନ ଚ ବ୍ରହ୍ମା ନ ବିଷ୍ଣୁଶ୍ଚ ନ ରୁଦ୍ରଶ୍ଚ ତାରକାଃ
ସର୍ବଶୂନ୍ୟା ନିରାଲମ୍ବା ସ୍ବୟମ୍ଭୂତା ବିରାଟସତ୍ ,
ସଦା ପରାତ୍ମା ବିଶ୍ବାତ୍ମା ବିଶ୍ଵକର୍ମା ସଦାଶିବଃ ।।"
ଭକ୍ତାଧୀନ ଭଗବାନ ସ୍ୱୟଂ ବଢ଼େଇ ରୂପରେ ଭକ୍ତର ମନୋବାଞ୍ଛା ପୂରଣ କରିବା ପାଇଁ ଆସି ନିଜର ମୂର୍ତ୍ତିକୁ ନିଜେ ଗଢ଼ିଥିଲେ ବୋଲି ଆମେ ଓଡ଼ିଆ ମାନେ ହଜାର ହଜାର ବର୍ଷ ଧରି ଏହି ତତ୍ତ୍ଵକୁ ଗ୍ରହଣ କରି ଉପସ୍ଥାପିତ ବୁଢ଼ା ବଢ଼େଇ ରୂପକୁ ହିଁ ବିଶ୍ୱକର୍ମାଙ୍କ ରୂପ ବୋଲି କଳ୍ପନା କରି ପୂଜା କରିଆସୁଅଛେ । ବିଶେଷ କରି ଗଣେଷ ପୂଜାର ଅବ୍ୟବହିତ ପରେ/ ପୂର୍ବରୁ, ଭାଦ୍ରବ ମାସ, କନ୍ୟା ସଂକ୍ରାନ୍ତି ( ଆଜି ଭଳି, ୧୭,ସେପ୍ଟେମ୍ବର) ଦିନ ବିଶ୍ୱକର୍ମାଙ୍କ ଚତୁର୍ଭୁଜ ମୂର୍ତ୍ତି ପୂଜା ପାଳନ କରାଯାଇଆସୁଅଛି । ପୁରାଣର ପ୍ରସିଦ୍ଧ ଯନ୍ତ୍ରୀ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପ୍ରତି କୃତଜ୍ଞତା ଓ ଶ୍ରଦ୍ଧାଞ୍ଜଳିର ନିଦର୍ଶନ ସ୍ୱରୂପ ଏଇ ଉତ୍ସବ ହୁଏ ପାଳିତ । ଆମେ ଓଡ଼ିଆ ମାନେ ହଜାର ହଜାର ବର୍ଷ ଧରି ଯେଉଁ କିମ୍ବଦନ୍ତୀ କୁ ବିଶ୍ବାସ କରିଆସିଛୁ , ତାହା ହେଉଛି ପ୍ରଭୁ ଚତୁର୍ଦ୍ଧାମୂର୍ତ୍ତି ଙ୍କ ଦାରୁ ମୂର୍ତ୍ତି ବିଶ୍ୱକର୍ମା ନିର୍ମାଣ କରିଥିଲେ । ଇନ୍ଦ୍ରଦ୍ୟୁମ୍ନ ରାଜା ବାଙ୍କି ମୁହାଣରୁ ସଂଗ୍ରହ କରିଥିବା ଦାରୁରେ ଜଗନ୍ନାଥଙ୍କ ମୂର୍ତ୍ତି ନିର୍ମାଣ କରିବାକୁ ନାନା ଦେଶରୁ ଦକ୍ଷ ଶିଳ୍ପୀମାନଙ୍କୁ ଅଣାଇ କାମରେ ଲଗାଇଥିଲେ କିନ୍ତୁ ସେମାନଙ୍କ ନିହାଣ ମୁନରେ ସେ ଦାରୁ ଖୋଳାଯାଇ ପାରିଲା ନାହିଁ, ବରଂ ସେଗୁଡ଼ିକର ଧାର ଓଲଟି ଗଲା । ମୂର୍ତ୍ତି ଗଢ଼ିବାରେ ବିଫଳ ହୋଇ ସମସ୍ତେ ଫେରିବାରେ ଲାଗିଲେ ଓ ଦିନକୁ ଦିନ ରାଜା ରାଣୀଙ୍କ ମନରେ ଭାଳେଣି ପଡ଼ିଲା । କିଛିଦିନ ଗତ ହେବା ପରେ ଦିନେ ଜଣେ ବୁଢ଼ା ବଢ଼େଇ ଆସି ମୂର୍ତ୍ତି ନିର୍ମାଣ କରିବାକୁ ଆଗ୍ରହ ପ୍ରକାଶ କଲା । ପରିଶେଷରେ ବୁଢ଼ା ବଢ଼େଇକୁ ନିର୍ମାଣ ଦାୟିତ୍ୱ ଦିଆଗଲା । ବୁଢ଼ା ବଢ଼େଇର ସର୍ତ୍ତ ରଖିଲା ୨୧ଦିନ ପର୍ଯ୍ୟନ୍ତ ମନ୍ଦିର ଦ୍ୱାର ଫିଟିବ ନାହିଁ, ସେ ଉପବାସ ରହି ମୂର୍ତ୍ତି ନିର୍ମାଣ କରିବ । ଏଥିରେ ରାଜା ରାଜି ହୋଇ ମନ୍ଦିର ଦ୍ୱାର ବନ୍ଦ କଲେ । ପ୍ରତ୍ୟେକ ଦିନ ରାଜା ଭିତରର ଠକ୍ ଠକ୍ ଶବ୍ଦ ଶୁଣିବାର ବ୍ୟବସ୍ଥା କରିଥାନ୍ତି । କିଛିଦିନପରେ ଭିତରୁ ଶବ୍ଦ ଆସିବା ବନ୍ଦ ହୋଇଯିବା ପରେ ଗୁଣ୍ଡିଚା ରାଣୀ ଧୈର୍ଯ୍ୟ ଧରି ରହିପାରିଲେ ନାହିଁ । ବୁଢ଼ା ବଢ଼େଇ ଉପବାସରେ ମୃତ୍ୟୁବରଣ କରିଛି ବୋଲି ସେ ଭାବିଲେ ଓ ରାଜାଙ୍କୁ ଦ୍ୱାର ଖୋଲିବାକୁ ଅନୁରୋଧ କଲେ । ଦ୍ୱାର ଉନ୍ମୁକ୍ତ କଲାପରେ ଦେଖାଗଲା ଯେ ବୁଢ଼ା ବଢ଼େଇ ଅନ୍ତର୍ଦ୍ଧ୍ୟାନ ହୋଇଯାଇଛି, ଅଛି କେବଳ ଦରଗଢ଼ା ମୂର୍ତ୍ତି । ଏଥିରେ ରାଜା ରାଣୀ ଘୋର ଚିନ୍ତାରେ ପଡ଼ିବାରୁ ଶୂନ୍ୟବାଣୀ ହେଲାଯେ- “ମୋର ଯେଉଁ ରୂପରେ ଆବିର୍ଭାବ ହେବାର ଇଚ୍ଛା ମୁଁ ସେହି ରୂପରେ ହିଁ ଆବିର୍ଭାବ ହୋଇଛି, ତେଣୁ ଏଥିରେ ଶୋଚନା କରିବାର କିଛି ନାହିଁ । ଏହି ବୁଢ଼ା ବଢ଼େଇ ଥିଲେ ସ୍ୱୟଂ ଦେବଶିଳ୍ପୀ ବିଶ୍ୱକର୍ମା” । ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଯେ ଆମେମାନେ ପୁରାଣ ଶାସ୍ତ୍ରରେ ବିଶ୍ୱକର୍ମାଙ୍କ ପାଞ୍ଚ ଅବତାର ସମ୍ପର୍କରେ ଅବଗତ ହୋଇଛେ । ସେହି ପାଞ୍ଚ ଅବତାର ହେଲେ ବିରାଟ ବିଶ୍ୱକର୍ମା , ଧର୍ମବଂଶୀ ବିଶ୍ୱକର୍ମା , ଅଗ୍ନିବଂଶୀ ବିଶ୍ୱକର୍ମା , ସୁଧନ୍ୱା ବିଶ୍ୱକର୍ମା ଓ ଭୃଗୁବଂଶୀ ବିଶ୍ୱକର୍ମା । ବିଶେଷ କରି ସ୍କନ୍ଦ ପୁରାଣ ଅନୁସାରେ ବ୍ରହ୍ମା ସ୍ୱରୂପ ଭଗବାନ ବିଶ୍ୱକର୍ମାଙ୍କର ପଞ୍ଚ ମୁଖ । ବିଶ୍ୱକର୍ମାଙ୍କର ପଞ୍ଚମୁଖ ତଥା ତାଙ୍କର ପଞ୍ଚପୁତ୍ରଙ୍କ ନାମ ହେଲା - ମନୁ, ମୟ, ତ୍ୱଷ୍ଟା, ଶିଳ୍ପୀ ଓ ଦେବଜ୍ଞ ଏମାନେ ଜଣେ ଜଣେ ସମାଜ ହିତୈଷୀ, ପ୍ରଚଣ୍ଡ ତେଜୋମୟ ଦିବ୍ୟ ମହର୍ଷି । ଏହି ପଞ୍ଚମୁଖର ନାମକରଣ ଅନୁସାରେ ଭଗବାନ ବିଶ୍ୱକର୍ମାଙ୍କର ପଞ୍ଚ ପୁତ୍ର ସଂସାରର ହିତ ପାଇଁ ତଥା ଯାନ୍ତ୍ରିକ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ତିଆରି କରିଥିଲେ । ମନୁ ଋଷି ବିଶ୍ୱକର୍ମାଙ୍କ ଜ୍ୟଷ୍ଠ ପୁତ୍ର, ତାଙ୍କର ବିବାହ ଅଙ୍ଗିରା ଋଷିଙ୍କ କନ୍ୟା ସମ୍ପାଙ୍କ ସହିତ ହୋଇଥିଲା । ଦ୍ୱିତୀୟ ପୁତ୍ର ମୟ ଋଷି, ତାଙ୍କର ବିବାହ ପରାଶର ଋଷିଙ୍କ କନ୍ୟା ସୌମ୍ୟା ସହିତ ହୋଇଥିଲା । ତୃତୀୟ ପୁତ୍ର ତ୍ୱଷ୍ଟା ଋଷି, ତାଙ୍କର ବିବାହ କୌଷିକ ଋଷିଙ୍କ କନ୍ୟା ଜୟନ୍ତୀଙ୍କ ସହ ହୋଇଥିଲା । ଚତୁର୍ଥ ପୁତ୍ର ଶିଳ୍ପୀ ଋଷି , ତାଙ୍କର ବିବାହ ଭୃଗୁ ଋଷିଙ୍କ କନ୍ୟା କରୁଣାଙ୍କ ସହିତ ହୋଇଥିଲା । ପଞ୍ଚମ ପୁତ୍ର ଦେବଜ୍ଞ ଋଷି , ତାଙ୍କର ବିବାହ ଜୈମିନୀ ଋଷିଙ୍କ କନ୍ୟା ଚନ୍ଦ୍ରିକାଙ୍କ ସହିତ ହୋଇଥିଲା । ତାଙ୍କ କୃପା ବଳରେ ବିଭିନ୍ନ ଜ୍ଞାନ କୌଶଳରେ ନୂଆ ନୂଆ ଜିନିଷ ଉଦ୍ଭାବନ ହୁଏ ବୋଲି ଆମେ ଓଡ଼ିଆ ମାନେ କେବଳ ନୁହେଁ, ସମଗ୍ର ସନାତନ ଧର୍ମଦର୍ଶନାନୁରକ୍ତ ମାନେ ବିଶ୍ୱାସ କରିଆସୁଛନ୍ତି ।ଦେବଶିଳ୍ପୀ ବିଶ୍ୱକର୍ମା କନ୍ୟା ସଂକ୍ରାନ୍ତିରେ ମର୍ତ୍ତ୍ୟରେ ଆବିର୍ଭୂତ ହୋଇଥିଲେ । ‘ବିଶ୍ୱ ସ୍ୱସ୍ୟ କର୍ମନ୍’ ଇତି ବିଶ୍ୱକର୍ମା । ବିଶ୍ୱକର୍ମା ମଧ୍ୟ ତ୍ୱଷ୍ଟା ନାମରେ ବିଦିତ । ସେ ଚିତ୍ରଙ୍ଗଦାଙ୍କ ପିତା ଥିଲେ । ‘ଚିତ୍ରଙ୍ଗଦାୟଃ ପିତରଂ ମାଂ ତ୍ୱଷ୍ଟାରଂ ତପୋଧନେ’ (ବାମନ ପୁରାଣ - ୬୫ /୧୦୨) । ତ୍ୱଷ୍ଟା - ତ୍ୱକ୍ଷତଚ୍ ଅର୍ଥାତ୍ ତ୍ୱଷ୍ଟା ବଢ଼ାଇ, ନିର୍ମାତା, କାରିଗର ଆଦି ଅର୍ଥରେ ବ୍ୟବହୃତ ହେବା ସହିତ ବିଶେଷକରି ବିଶ୍ୱକର୍ମା ଅର୍ଥରେ ପ୍ରଜୁଯ୍ୟ । ବ୍ରହ୍ମ ବୈବର୍ତ୍ତ ପୁରାଣରେ ବିଶ୍ୱକର୍ମାଙ୍କ ବଂଶାନୁଚରିତ ବିବର୍ଣ୍ଣିତ । ପୁନଶ୍ଚ ଉକ୍ତ ପୁରାଣରୁ ଜଣାଯାଏ ଯେ, ଘୃତାଚୀ ସ୍ୱର୍ଗବେଶ୍ୟା ହିଁ ବିଶ୍ୱକର୍ମାଙ୍କ ପତ୍ନୀ ଥିଲେ । ‘ଅମର କୋଷ’ ବର୍ଣ୍ଣନା ଅନୁସାରେ ସ୍ୱର୍ଗ ବେଶ୍ୟାମାନଙ୍କ ମଧ୍ୟରେ ଘୃତାଚୀ ଅନ୍ୟତମ ଥିଲେ ।ଘୃତାଚୀ ମେନକା ରମ୍ଭା ଉର୍ବଶୀ ଚ ତିଳୋତମା
ସୁକେଶୀ ମଞ୍ଜୁଘୋଷାଦ୍ୟା କଥ୍ୟନ୍ତେଦ୍ଧସ୍ପରସୋ ବୁଧୈଃ ।
ବ୍ରହ୍ମବୈବର୍ତ୍ତ ପୁରାଣମତେ ଏକଦା ଘୃତାଚୀ ବେଶଭୂଷା ହୋଇ କାମଦେବଙ୍କ ନିକଟକୁ ରମଣାର୍ଥେ ପୁଷ୍କର ତୀର୍ଥକୁ ଗମନ କରୁଥିଲେ । ସେହି ସମୟରେ ଦେବଶିଳ୍ପୀ ବିଶ୍ୱକର୍ମା ସ୍ୱର୍ଗଲୋକରୁ ପ୍ରତ୍ୟାବର୍ତ୍ତନ କରୁଥିବା ଅବସ୍ଥାରେ ଘୃତାଚୀଙ୍କୁ ଭେଟିଥିଲେ । ଘୃତାଚୀ ସୌନ୍ଦର୍ଯ୍ୟରେ ବିମୁଗ୍ଧ ହୋଇ ବିଶ୍ୱକର୍ମା ଆସକ୍ତ ମାନସିକତାରେ ଉପନୀତ ହୋଇଥିଲେ । ଘୃତାଚୀ କିନ୍ତୁ କାମଦେବଙ୍କ ସହ ରମଣ ଉଦ୍ଦେଶ୍ୟରେ ଗମନ କରୁଥିଲେ । ଏଣୁ ସେ ବିଶ୍ୱକର୍ମାଙ୍କୁ ପ୍ରବୃତ୍ତିରୁ ନିବୃତ୍ତି ହେବାକୁ ପରାମର୍ଶ ଦେଲେ । କହିଲେ “ହେ ଦେବଶିଳ୍ପୀ, ସ୍ୱର୍ଗର ନିୟମ ଅନୁସାରେ ଯେଉଁ ଦିନ ଦେବତାଙ୍କ ପ୍ରତି ସ୍ୱର୍ଗବେଶ୍ୟାମାନଙ୍କ ଅଭିଳାଷ ଥାଏ ସେଦିନ ସେହି ନିର୍ଦ୍ଦିଷ୍ଟ ଦେବତା ହିଁ ପତି ସ୍ୱରୂପ । ଏଣୁ କାମଦେବ ମୋ ପକ୍ଷେ ଆଜି ଦିନର ପତି ସ୍ୱରୂପ । ତୁମେ ବିଶ୍ୱକର୍ମା ମଧ୍ୟ କାମଦେବଙ୍କ ଶିଷ୍ୟ ଅଟ । ଏଣୁ ଗୁରୁପତ୍ନୀ ହରଣ କରିବା ଅବିଧେୟ । ଆସନ୍ତାକାଲି ତୁମେ ମୋର ପତି ହେବ ନିଶ୍ଚୟ ।” ଘୃତାଚୀଙ୍କ ଘୋର ବାରଣ ହେତୁ ବିଶ୍ୱକର୍ମା ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇ ଘୃତାଚୀଙ୍କୁ ମର୍ତ୍ତ୍ୟରେ ଶୂଦ୍ରନାରୀ ଭାବେ ଜନ୍ମହେବାକୁ ଅଭିଶାପ ଦେଲେ । ଘୃତାଚୀ ମଧ୍ୟ ବିଶ୍ୱକର୍ମାଙ୍କୁ ମର୍ତ୍ତ୍ୟରେ ମାନବ ହୋଇ ଜନ୍ମହେବାକୁ ପ୍ରତି ଅଭିଶାପ ଦେଲେ । ବିଶ୍ୱକର୍ମା ଘୃତାଚୀର ଅଭିଶାପ ପ୍ରସଙ୍ଗ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କୁ ଜଣାଇଲେ ଓ ତାହାର ନିରାକରଣ ବିଷୟରେ ପ୍ରଶ୍ନକଲେ । କିନ୍ତୁ ବ୍ରହ୍ମା ଘୃତାଚୀର ଭିନ୍ନ ବୃତ୍ତି ସତ୍ତ୍ୱେ ସ୍ୱର୍ଗରେ ପତିବ୍ରତା ସତୀର ମାନ୍ୟତା ଦେବାରୁ ତାହାର ଅଭିଶାପ ନିଷ୍ଫଳ ନୁହେଁ ବୋଲି ବିଶ୍ୱକର୍ମାଙ୍କୁ ଅବଗତ କରିଥିଲେ । ପରବର୍ତ୍ତୀ କାଳରେ ବିଶ୍ୱକର୍ମା ବ୍ରାହ୍ମଣ କୂଳରେ ଜନ୍ମ ନେଇଥିଲେ ଓ ତାଙ୍କର ଜାତିସ୍ମର ଥିବାରୁ ସେ ସବୁକଥା ଜାଣିପାରୁଥିଲେ । ରାଜାଙ୍କ ଆଦେଶରେ ସେ ପ୍ରୟାଗ ତୀର୍ଥରେ ଅନେକ ଦେବାଦେବୀଙ୍କ ମନ୍ଦିର ନିର୍ମାଣ କରୁଥିବା ବେଳେ ଏକଦା ସେହି ସମୟରେ ଗଙ୍ଗାରେ ସ୍ନାନ କରୁକରୁ ଏକ ଅନିନ୍ଦ୍ୟ ରୂପବତୀ କନ୍ୟାକୁ ଦେଖିଲେ ଓ ଅନୁଭବ କରି ଜାଣିପାରିଲେ ଯେ, ସେ ଘୃତାଚୀ ବୋଲି । ଘୃତାଚୀ ମଧ୍ୟ ବିଶ୍ୱକର୍ମାଙ୍କୁ ଜାଣିପାରିଲେ । ବ୍ରହ୍ମାଙ୍କ କଥା ଅନୁସାରେ ଉଭୟ ଗଙ୍ଗାତୀରସ୍ଥ ମଳୟ ବନରେ ବିବାହ କରି ଏକାଠି ବାରବର୍ଷ ବିତାଇଲେ । ତାଙ୍କଠାରୁ ନଅଟି ସନ୍ତାନ ଉତ୍ପତ୍ତି ହୋଇଥିଲେ । ପୁତ୍ରମାନଙ୍କ ମଧ୍ୟରେ ମାଳାକାର, କର୍ମକାର, କଂସାରି, ଶଙ୍ଖାରି, କୁମ୍ଭକାର, କୁନ୍ଦବିକ, ସୂତ୍ରଧର, ସ୍ୱର୍ଣ୍ଣକାର ଓ ଚିତ୍ରକର । ସେହି ପୁତ୍ରଙ୍କ ମଧ୍ୟରୁ ମାଳାକାରଙ୍କୁ ପୁଷ୍ପଶିଳ୍ପ, କର୍ମକାରଙ୍କୁ ଲୌହ ଶିଳ୍ପ, କାଂସ୍ୟକାରଙ୍କୁ କଂସା ଶିଳ୍ପ, ସୂତ୍ରଧରଙ୍କୁ କାଠ ଶିଳ୍ପ, ତନ୍ତୀଙ୍କୁ ବୟନଶିଳ୍ପ, କୁମ୍ଭକାରଙ୍କୁ ମୃତ୍ତିକା ଶିଳ୍ପ, ସ୍ୱର୍ଣ୍ଣକାରଙ୍କୁ ଅଳଙ୍କାର ଓ ଚିତ୍ରକାରଙ୍କୁ ଅଙ୍କନ ଶିଳ୍ପ ବିଦ୍ୟା ଶିକ୍ଷା ଦେଇ ବିଶ୍ୱକର୍ମା ସେମାନଙ୍କୁ ସୁଶିକ୍ଷିତ କରାଇଥିଲେ । କନ୍ୟା ଚିତ୍ରାଙ୍ଗଦା ମଧ୍ୟ ପିତାଙ୍କଠାରୁ ଶିଲେଇ ଶିଳ୍ପ ଶିକ୍ଷାଦାନ ପାଇଥିଲେ । ପୁନଶ୍ଚ ଉକ୍ତ ପୁରାଣରେ ଉଲ୍ଲେଖ ଅନୁସାରେ ପୁତ୍ରମାନଙ୍କ ମଧ୍ୟରୁ ଜଣେ ବ୍ରାହ୍ମଣର ସୁନା ଚୋରୀ କରିବାରୁ ସ୍ୱର୍ଣ୍ଣକାର ପତିତ ରୂପେ ବିବେଚିତ ହେଲେ । ସେହିପରି ଯଜ୍ଞ ସମୟରେ ସୂତ୍ରଧର କାଠ ଯୋଗାଣରେ ବିଳମ୍ବ କରି ମଧ୍ୟ ପତିତ ହୋଇଥିଲେ । (ବୈଦିକ ଜାଗଯଜ୍ଞରେ ବଢ଼େଇଙ୍କ ବାରିସୀ ହଣା କାଠର ବ୍ୟବହାର ଏବେବି ପ୍ରଚଳନ ରହିଛି ) । ଚିତ୍ରକାର ଏକ ଶୂଦ୍ର ବେଶ୍ୟା ସହ ଆଶକ୍ତ ହୋଇ ଅଟ୍ଟାଳିକାର (ରାଜମିସ୍ତ୍ରୀ) ରୂପେ ଆର୍ବିଭୂତ ହୋଇଥିଲେ । ଏଣୁ ସମସ୍ତ ଶ୍ରେଣୀର ଶିଳ୍ପୀ ଓ କାରିଗର ଜାତି ବିଶ୍ୱକର୍ମାଙ୍କ ବଂଶଧର ଅଟନ୍ତି । ‘ବାମନ ପୁରାଣ’ ଉଲ୍ଲେଖ ଅନୁସାରେ ଦେବଶିଳ୍ପୀ ବିଶ୍ୱକର୍ମା ଅଭିଶପ୍ତ ହୋଇ ଦାନବ ରୂପ ଧାରଣ କରିଥିଲେ । ଋଷି ଋତୁଧ୍ୱଜଙ୍କ ଠାରୁ ବର ଲାଭକରି ଘୃତାଚୀଙ୍କ ସହ ସଂପର୍କ ରଖି 'ନଳ'ଙ୍କୁ ଜନ୍ମକରି ଶାପମୁକ୍ତ ହୋଇଥିଲେ-
"ତସ୍ମିନ୍ ଗୋଦାବରୀ ତୀର୍ଥେ ପ୍ରସୂତା ତନୟଂ ନଳମ୍
ଜାତୋଦ୍ଧପତ୍ୟ କପିତ୍ୱାତ୍ ଚ ବିଶ୍ୱକର୍ମଣ୍ୟପ୍ୟପ୍ୟୁତ୍ୱାତ୍ ।" (ବାମନ ପୁରାଣ - ୬୫ / ୧୫୪)
ବାନର ସେନାପତି ନଳ, ଯେଉଁ ପଥର ଖଣ୍ଡକୁ ସ୍ପର୍ଶ କରୁଥିଲେ, ତାହା ହାଲୁକା ହୋଇ ପାଣିରେ ଭାସୁଥିଲା । ନଳ ପଥରମାନଙ୍କୁ ସ୍ପର୍ଶ କରିବାପରେ ସେହି ଭାସମାନ ପଥରଦ୍ୱାରା ରାମଚନ୍ଦ୍ର ସମୁଦ୍ରରେ ସେତୁବନ୍ଧ ବନ୍ଧାଇ ସମୁଦ୍ରକୁ ପାର ହୋଇ ଲଙ୍କା ଗଡ଼ରେ ପହଞ୍ଚିଥିଲେ । ବିଶ୍ୱକର୍ମାଙ୍କର ଏକପୁତ୍ରୀ ଚିତ୍ରଙ୍ଗଦା ରାଜା ସୁରଥଙ୍କୁ ବିବାହ କରିଥିଲେ । ପୌରାଣିକ କଥା ଅନୁସାରେ ଦେବଶିଳ୍ପୀ ବିଶ୍ୱକର୍ମା ବା ତ୍ୱଷ୍ଟାଙ୍କୁ ଅଗ୍ନିଦେବତା ଭାବେ ସ୍ୱୀକାର କରାଯାଇଥାଏ । ଯାହାଙ୍କର ତ୍ରିଶିରା ନାମକ ପୁତ୍ର ତଥା ସଂଜ୍ଞା ନାମକ କନ୍ୟା ଥିଲେ । ସଂଜ୍ଞାଙ୍କୁ ସୂର୍ଯ୍ୟଙ୍କ ସହ ସେ ବିବାହ ସଂପନ୍ନ କରାଇଥିଲେ । ସୂର୍ଯ୍ୟଙ୍କ ପ୍ରଚଣ୍ଡ ତେଜରାଶିକୁ ସଂଜ୍ଞା ସହି ନପାରିବାରୁ ତ୍ୱଷ୍ଟା ବିଶ୍ୱକର୍ମା ୧୦୮ ସୂର୍ଯ୍ୟସ୍ତୋତ୍ର ପାଠକରି ସୂର୍ଯ୍ୟଙ୍କୁ ପ୍ରସନ୍ନ କରିଥିବା କଥା ନରସିଂହ ପୁରାଣରେ ବର୍ଣ୍ଣିତ ହୋଇଛି ।
ତେନୈବମୁକ୍ତୋ ଦିନ କୃତ୍ ତଥେତି
ତ୍ୱଷ୍ଟାରମୁକ୍ତା ବିବରାମ ଭାସ୍କରଃ
ସଂଜ୍ଞାଂ ବିଶଙ୍କାଂ ରବିମଣ୍ଡଳ ସ୍ଥିତାଂ
କୃତ୍ୱା ଜଗମଥ ରବିଂ ପ୍ରସାଦ୍ୟ । (ନରସିଂହ ପୁରାଣ -୧୯ / ୨୨)
ସୂର୍ଯ୍ୟଦେବଙ୍କୁ ପ୍ରସନ୍ନ କରାଇବା ଫଳରେ ତାଙ୍କ ଉଗ୍ର ତେଜରାଶିକୁ ବିଶ୍ୱକର୍ମା ତାଞ୍ଛି ପକାଇଥିଲେ । ଫଳରେ ସେହି ତେଜ ପୁଞ୍ଜରୁ କ୍ରମେ ବିଷ୍ଣୁଙ୍କ ଚକ୍ର ଓ ଶିବଙ୍କ ତ୍ରିଶୂଳ ତଥା ଅନ୍ୟ ଦେବତାମାନଙ୍କ ଅସ୍ତ୍ରଶସ୍ତ୍ର ପ୍ରଭୃତି ନିର୍ମିତ ହୋଇଥିଲା । ଏହା ମହାକବି କାଳିଦାସଙ୍କ ‘ରଘୁବଂଶମ୍’ ମହାକାବ୍ୟରେ ମଧ୍ୟ ପ୍ରତିଫଳିତ "ଆରୋପ୍ୟ ଚକ୍ର ଭ୍ରମିମୁଷ୍ଟ ତେଜୋସ୍ତଷ୍ଟେବ
ଯତ୍ନୋଲିଖିତୋ ବିଭାତି ।" (ରଘୁ - ୬ / ୩୨) । ରାମାୟଣ ବର୍ଣ୍ଣନା ଅନୁସାରେ ରାବଣର ସ୍ୱର୍ଣ୍ଣ ଲଙ୍କାପୁର, ହରିବଂଶ ବର୍ଣ୍ଣନା ଅନୁସାରେ ଦ୍ୱାରିକାଧାମ, ସ୍କନ୍ଦପୁରାଣ ବର୍ଣ୍ଣନା ଅନୁସାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀ ବିଗ୍ରହ ଆଦି ବିଶ୍ୱକର୍ମାଙ୍କ ଦ୍ୱାରା ବି ନିର୍ମିତ । ନଳ ବିଶ୍ବକର୍ମାଙ୍କ ପୁତ୍ର,ସଂଜ୍ଞା ବିଶ୍ୱକର୍ମାଙ୍କ କନ୍ୟା । ସୂର୍ଯ୍ୟଦେବ ଏହାଙ୍କ ପାଣି ଗ୍ରହଣ କରିଥିଲେ । ସଂଜ୍ଞାଙ୍କ ଗର୍ଭରେ ସୂର୍ଯ୍ୟଙ୍କ ଔରସରେ ବୈବସ୍ୱତ ମନୁ, ଯମ, ଯମୁନା ଓ ଅଶ୍ୱିନୀ-କୁମାର ଦ୍ୱୟ ଜନ୍ମ ଗ୍ରହଣ କରିଥିଲେ ।
ବାନର ସେନାପତି ନଳ, ଘୃତାଚୀ ଅପ୍ସରୀର ଗର୍ଭରୁ ଜନ୍ମଗ୍ରହଣ କରିଥିଲେ । ଏ ଯେଉଁ ପଥର ଖଣ୍ଡକୁ ସ୍ପର୍ଶ କରୁଥିଲେ, ତାହା ହାଲୁକା ହୋଇ ପାଣିରେ ଭାସୁଥିଲା । ଏ ପଥରମାନଙ୍କୁ ସ୍ପର୍ଶ କରିବାରୁ ସେହି ଭାସମାନ ପଥରଦ୍ୱାରା ରାମଚନ୍ଦ୍ର ସମୁଦ୍ରରେ ସେତୁବନ୍ଧ ବନ୍ଧାଇ ସମୁଦ୍ରକୁ ପାର ହୋଇ ଲଙ୍କା ଗଡ଼ରେ ପହଞ୍ଚିଥିଲେ ।
ପତଳା କାନିଆ
ପତଳା କାନିଆ
---------------
ନିଜେ ଭୋଗ ନାମରେ ଖାଇବା ପାଇଁ ନିର୍ଜୀବ ଦେବାଦେବୀ ଙ୍କୁ ବିଭିନ୍ନ ସ୍ବାଦିଷ୍ଟ ଖାଦ୍ୟ ପରିବେଷଣ କରୁଥିବାବେଳେ ସଜୀବ ଦେବାଦେବୀ ପିତା ମାତାଙ୍କୁ ଅବହେଳା, ଅଣଦେଖା କରିବା ଅବା ଜରା ନିବାସୀ କରାଇ ଦେବା ଅବା ଜରା ନିବାସକୁ ଠେଲି ଦେବା , ଏପରିକି ଦେବା ଦେବୀଙ୍କ ନିର୍ଜୀବ ବାହନ ଯଥା ମୂଷା କୁ ଲଡୁ , ସାପକୁ ଖିର, ଷଣ୍ଢ ,ବଳଦ,ଗାଈ ଆଦି ଙ୍କୁ ପୂଜା କରି ସଜୀବ ଗାଇ ଗୋରୁ ପ୍ରଭୃତି ପଶୁ ମାନଙ୍କ ଉପରେ ଅତ୍ୟାଚାର, ବିଷ ଦେଇ ହତ୍ୟା, ଵାଡିଆବାଡି କରାଯାଉଥିବା ଦୃଶ୍ୟ ସର୍ବତ୍ର ଦେଖିବାକୁ ମିଳେ । ଠିକ୍ ସେହିଭଳି ଜୀବନ୍ତ ପ୍ରତିଭା ମାନଙ୍କୁ ସକଳ ପ୍ରକାର ନିନ୍ଦା, ଅପମାନ ଲାଞ୍ଛନା,କୁତ୍ସା, ମିଥ୍ୟା ଅଭିଯୋଗ, ଭିତ୍ତିହୀନ ସମାଲୋଚନା, ଏପରିକି ଚକ୍ରାନ୍ତ ଆଧାରିତ ମସୀଲିପ୍ତ କରି ସେମାନଙ୍କୁ ପ୍ରତି ନିୟତ ମାନସିକ ନିର୍ଯ୍ୟାତନା ଦିଆ ଯାଉଥିବା ବେଳେ ସେମାନଙ୍କ ମୃତ୍ୟୁ ପରେ ଗତାନୁଗତିକ ଶ୍ରଦ୍ଧାବିବର୍ଜିତ ଶ୍ରାଦ୍ଧ ଅବା ସ୍ଵକୀୟ ପତିଆରା ସୃଷ୍ଟି ନିମନ୍ତେ ଜୟନ୍ତୀ ପାଳନ କରାଯାଏ । ଗୈାତମ ବୁଦ୍ଧ,ଯିଶୁ ଖ୍ରୀଷ୍ଟଙ୍କ ଠାରୁ ମହାତ୍ମା ଗାନ୍ଧୀ, ଭାରତ ଗୌରବଙ୍କ ଠାରୁ ବିଶ୍ବ ମଣି ପଣ୍ଡିତ ଗୋପବନ୍ଧୁଙ୍କ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଉଦାହରଣ ସମୂହର ଜ୍ୱଳନ୍ତ ଦୃଷ୍ଟାନ୍ତ ପ୍ରଚୁର । ଏକଦା ତ ଜଣେ ଅପରାଧୀର ଅଧିବକ୍ତା ତଥାକଥିତ ଜନ ପ୍ରତିନିଧି ସର୍ବୋଚ୍ଚ ପଞ୍ଚାୟତ କକ୍ଷରେ ଏହାକୁ ଜାତୀୟ କରଣ କରାଇ କହିଥିଲେ ଯେ ଓଡ଼ିଶାରେ କଙ୍କଡା ଚରିତ୍ରର ପ୍ରାବଲ୍ୟ ସର୍ବତ୍ର ପ୍ରତିଫଳିତ । ବାସ୍ତବ କଥା ହେଉଛି , କରୋନା ନରସଂହାର ପରେ ପରେ
କରୋନା ଭଳି ଅନ୍ୟ ଏକ ଅଦୃଶ୍ୟ ରୋଗରେ ରୋଗାକ୍ରାନ୍ତ ଅନେକ ଲୋକ । ଅନ୍ୟର ଭଲ କାମର ପ୍ରଶଂସା କଲାବେଳେ କୈାଣସି ଅଦୃଶ୍ୟ ଶକ୍ତି ସେମାନଙ୍କ ଗଳାକୁ ଚିପିଦିଏ, ଅଥଚ କାହାର ନିନ୍ଦା କରିବା ସମୟରେ ସେହି ଅଦୃଶ୍ୟ ଶକ୍ତି କୁଆଡେ଼ ଗଳାକୁ ମେଲେଇ ଦିଏ । "ପ୍ରଶଂସା କାତର, ନିନ୍ଦା ପ୍ରବର" ରୋଗ ଯେ ପାରାନୋଇଆ ରୋଗ ଠାରୁ ଭୟଙ୍କର ଏକଥା କାହାକୁ ଵୁଝାଇବା ଆବଶ୍ୟକ ନାହିଁ । ଆମ ସମୟର ଜଣେ ପ୍ରାଜ୍ଞ ପ୍ରାଧ୍ୟାପକ, ପ୍ରବଚକ, ଆଲେଖ୍ୟ ସ୍ରଷ୍ଟା ଏକଦା ଜଣେ ବନ୍ଧୁଙ୍କ ପରିଚୟ ଦେବାକୁ ଯାଇ ଏକ ବାକ୍ୟ ବ୍ୟବହାର କରିଥିଲେ " ନିଃସଙ୍କୋଚ ପ୍ରଶଂସା ଓ ଯଥୋଚିତ ନିନ୍ଦା" ହିଁ ସମାଜର ଗ୍ରହଣୀୟ ଆଚାର ପଣ୍ୟ ହେବାକଥା, ମାତ୍ର ହୁଏନା କାହିଁକି ? ରୋଗୀକୁ ନୁହେଁ ରୋଗ କୁ ଘୃଣା କର ବୋଲି ପ୍ରବଚନ ଦେଉଥିବା, ଗବେଷଣା ଧର୍ମୀ ପ୍ରବନ୍ଧ, ଆଲେଖ୍ୟ ସ୍ରଷ୍ଟା ପରମୁହୂର୍ତ୍ତରେ ସେହି ରୋଗାକ୍ରାନ୍ତର ପ୍ରଳାପକୁ ,ଅପର ପ୍ରତି ମିଥ୍ୟାରୋପକୁ ପରୀକ୍ଷା ନ କରି ଅନ୍ୟର ସାମାଜିକ ସମ୍ମାନକୁ କ୍ଷୁର୍ଣ୍ଣ କରିବାରେ ଅଯଥା ସମୟ ଅପଚୟ କରି ଆତ୍ମସନ୍ତୋଷ ପାଇବା ଏକ ସାମାଜିକ ବିଡ଼ମ୍ବନା ନୁହେଁ କି ? ଆଚରଣ ଓ ଉଚ୍ଚାରଣ ମଧ୍ୟରେ ସମନ୍ବୟ ରକ୍ଷାକରି ଯେଉଁ କାର୍ଯ୍ୟ କରାଯାଏ ବା ଯେଉଁ କଥା କୁହାଯାଏ , ତାହା ଜନ ବିଶ୍ୱସନୀୟତା ଆହରଣ କରିଥାଏ । କଥା ରେ ଅଛି କହି ଦେଉଥାଏ ଅନ୍ୟକୁ, ବୁଦ୍ଧି ନ ଦିଶଇ ନିଜକୁ" ନ୍ୟାୟରେ କେତେକ ଆଜି ଅଭିଯୁକ୍ତ । ଏପରିକି " ଡହରା ଡାକୁ ଡାକ ଛାଡୁଛି ,ଦେଖ ଦେଖ ଅଗ୍ରତେ ଧାଏଁ ଡକାୟତ । ବିପ୍ଲବୀ କବି ରବି ସିଂହ ଙ୍କ ଭାଷାରେ " ଯାଦୁଆ ବିକୁଛି ଯାଦୁର ମଲମ,ମଦୁଆ ଧରିଛି ନିଶା ନିବାରଣ ବାନା " । ଏଭଳି ରୋଗର ସଂକ୍ରମଣ କେବଳ ସମ୍ଭବପର ହେଉଛି ଅନ୍ୟ ମାନଙ୍କର ପ୍ରତିବାଦ ବିହୀନ ତଥା ପର ନିନ୍ଦା ଶ୍ରବଣ ବ୍ୟାକୁଳତା , ସ୍ବାର୍ଥ ସର୍ବସ୍ବ ମାନସିକତା କାରଣରୁ । ଯିଏ ଅନ୍ୟ ର ଅନୁପସ୍ଥିତିରେ , କୌଣସି ପ୍ରାମାଣିକ ତଥ୍ୟ ବା ଭିତ୍ତି ନଥାଇ ତା ବିରୋଧ ରେ ନିନ୍ଦା, ଚୁଗୁଲୀ କରୁଛି , ସେହି ଲୋକ ପରବର୍ତ୍ତୀ ସମୟରେ ଅନ୍ୟ ନିକଟରେ ଯେ ପୂର୍ବୋକ୍ତ ବ୍ୟକ୍ତି ବିରୋଧରେ କହୁନଥିବ ବୋଲି ଭାବନାଟି ଯଦି ଆସୁଥାନ୍ତା ତେବେ ସମ୍ପୃକ୍ତଟି ଚୁଗୁଲୀ ପ୍ରବଣତାକୁ ବିରୋଧ କଲେ ଚୁଗୁଲୀ ଚରିତ୍ରଧାରୀଟି ନିରୁତ୍ସାହିତ ହୁଅନ୍ତା । ସ୍ବାଧୀନତାସଂଗ୍ରାମୀ,ପ୍ରାତଃ ସ୍ମରଣୀୟ ସାରସ୍ଵତ ସାଧକ ତଥା ଜନନେତା ସୁରେନ୍ଦ୍ର ମହାନ୍ତି ଏହି ଚରିତ୍ରର ବ୍ୟକ୍ତି ମାନଙ୍କ ପାଇଁ ସଂଜ୍ଞା ଦେଇ ଯାଇଛନ୍ତି - "ପତଳା କାନିଆ" । ସମ୍ପ୍ରତି ଅବକ୍ଷୟୀ ଲୋକ ଚରିତ୍ର ପ୍ରଭାବରେ ପ୍ରଭାବିତ ସମାଜରେ ଯେଭଳି ଭୟଙ୍କର ନକରାତ୍ମକ ଦୃଶ୍ୟ ହୋଇ ଚାଲିଛି ପରିଦୃଶ୍ୟ , ତାହାର ଗର୍ଭାନୁଶୀଳନ କରିବା ସମୟରେ ଯେଉଁ ମାର୍ମିକ ବେଦନା ରେ ଆମେ ମର୍ମାହତ, ତାହା ଭାଷାରେ ପ୍ରକାଶ କରିବାକୁ ଶବ୍ଦ ଅକୁଳାଣ । ଲୋକ ଚରିତ୍ରର ଆକ୍ଷରିକ ଅର୍ଥ ହେଉଛି ମାନବୀୟ ପ୍ରକୃତି ବା ସାଧାରଣ ଚରିତ୍ର। ଏଇ ଲୋକ ଚରିତ୍ର ହୁଏତ ହୋଇପାରେ ଭଲ ଅଥବା ମନ୍ଦ, ସର୍ଜନାତ୍ମକ ଅଥବା ବିଧ୍ୱଂସକାରୀ, କିନ୍ତୁ ତାହା ମଣିଷର ମୂଲ୍ୟାଙ୍କନ କରିବାରେ ଖୁବ୍ ସହାୟକ ହୋଇଥାଏ। ମଣିଷ ଚିହ୍ନିବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ। ଆମେ ଜାଣୁ ଯେ ଲୋକ ଚରିତ୍ରକୁ ସଦାସର୍ବଦା ନିୟନ୍ତ୍ରିତ କରିଥାଏ ତା’ର ମାନବୀୟ ପ୍ରକୃତି ଆଉ ପ୍ରବୃତ୍ତି, ବୁଦ୍ଧି ବୃତ୍ତି, ମନ ଆଉ ମନୀଷା। ତେଣୁ ଏହାକୁ ଉପଯୁକ୍ତ ମାର୍ଗରେ ସୁପରିଚାଳିତ କରି ପାରିଲେ, ମାନବ ସମାଜର ଅଶେଷ କଲ୍ୟାଣ ହେବା ନିଶ୍ଚିତ। ମାନବ ଜୀବନ ମଧ୍ୟ ହୋଇପାରିବ ସୁବ୍ୟବସ୍ଥିତ ତଥା ସମୁନ୍ନତ। ଜୈବିକ ଦୃଷ୍ଟିକୋଣରୁ ପ୍ରତିଟି ମଣିଷ ସମାନ ଦେଖା ଯାଉଥିଲେ ହେଁ, ତାଙ୍କ ଭିତରେ ରହିଥାଏ ଖୁବ୍ ପ୍ରଭେଦ। ସେମାନଙ୍କ ଭିତରେ ରହିଥାଏ ମଧ୍ୟ ଜଣା ଅଜଣା ଅସଂଖ୍ୟ ଜାତି ପ୍ରକୃତି ବା ବଂଶଗତ ଚରିତ୍ର ବା ଜେନେଟିକ୍ କ୍ୟାରେକ୍ଟର୍, ଯାହା ଯୁଗ ଯୁଗ ଧରି ଗୋଟିଏ ପିଢ଼ିରୁ ଆଉ ଗୋଟିଏ ପିଢ଼ିକୁ ପରିବାହିତ ହୋଇ ଆସୁଛି ଗୁଣସୂତ୍ର ମାଧ୍ୟମରେ। ତା ସହିତ ମଣିଷ ଭିତରେ ରହିଥାଏ ଅଜସ୍ର ଧାର୍ମିକ ଆସ୍ଥା ଆଉ ବିଶ୍ୱାସ। ସେସବୁ ବହୁ ପରିମାଣରେ ଲୋକ ଚରିତ୍ରକୁ ପ୍ରଭାବିତ କରିଥାଏ ଅନେକ ସମୟରେ । ଥିଲା ବାଲା ବା ଧନୀ ,ନ ଥିଲା ବାଲା ବା ଗରିବ , ମୂର୍ଖ, ଶିକ୍ଷିତ, ମୂର୍ଖ ପଣ୍ଡିତ, ଶିକ୍ଷିତ ମୂର୍ଖ , ଧାର୍ମିକ, ଛଳନା ସଂଯୁକ୍ତ ଧାର୍ମିକ, ଅଧାର୍ମିକ, ହେତୁବାଦୀ ,ଗୃହସ୍ଥ ସନ୍ନ୍ୟାସୀ, ଏହିଭଳି ଅଗଣିତ ଲୋକଙ୍କ ସମାହାର ହେଉଛି ଏଇ ସମାଜ । ସ୍ଥଳ ବିଶେଷରେ ଏହି ସବୁ ପରିବେଶ ଏବଂ ପରିସ୍ଥିତି ଲୋକ ଚରିତ୍ରକୁ ନିୟନ୍ତ୍ରିତ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥାଏ , ଏହା ନିର୍ବିବାଦୀୟ ସତ୍ୟ । ନିୟନ୍ତ୍ରିତ କରିଥାଏ ମଧ୍ୟ ତା'ର ଭାବ ଏବଂ ମନୋଭାବକୁ। ସ୍ୱଭାବତଃ ସହଜ ଉପାୟରେ, ଅପରକୁ ବା ସମାଜକୁ ଠକି ହୋଇଥିବା ଧନୀ ମଣିଷଟିଏ ହେଉ ଅବା ଯୋଗ୍ୟତା ନ ଥାଇ କ୍ଷମତାସୀନ ହୋଇଥିବା ମଣିଷବେଶୀ ଜନ୍ତୁ ଟିଏ ହେଉ, ସେମାନେ ଅଧିକ ମାତ୍ରାରେ ସ୍ୱେଚ୍ଛାଚାରୀ ତଥା ଅହଂକାରୀ ହୋଇଥିବା ସ୍ଥଳେ ଗରିବ ଲୋକଟିଏ ହୋଇଥାଏ ଆବଶ୍ୟକତା ଠାରୁ ଅତ୍ୟନ୍ତ ସହିଷ୍ଣୁ। ଇଚ୍ଛା ଥିଲେ ବି ଦରିଦ୍ର ମଣିଷଟିଏ କୌଣସି ପ୍ରକାରେ ବାଦ କି ପ୍ରତିବାଦ କରି ପାରେ ନାହିଁ। କାହିଁକି ନା ସବୁରି ମୂଳରେ ରହିଥାଏ ‘ଅନ୍ନ ଚିନ୍ତା ଚମତ୍କାର’। ଆପଣାର ନିୟତି ମନେକରି ସବୁତକ ଅନ୍ୟାୟ ଅତ୍ୟାଚାରକୁ ମଥାପାତି ସହିଯାଆନ୍ତି ଏମାନେ। ହେଲେ ବାରୁଦ ତଳର ନିଆଁ ପରି କୁହୁଳୁଥାଏ ସେଇ ଅସନ୍ତୋଷ। ଆଉ ଯେତେବେଳେ ସେଥିରେ ବିସ୍ଫୋରଣ ଘଟେ, ସେତେବେଳେ ତଥାକଥିତ ସଭ୍ୟ ସମାଜରେ ଧ୍ୱଂସ ଅନିବାର୍ଯ୍ୟ। ପଣ୍ଡିତ କି ଶିକ୍ଷିତ ମଣିଷଟିଏ ନିଜସ୍ୱ ବୁଦ୍ଧି ବିଚାରରେ କୌଣସି ବିଷୟକୁ ଅଧିକରୁ ଅଧିକ ପରିମାଣରେ ତର୍ଜମା କରି ପାରୁଥିବା ଅଥବା ତଉଲି ଦେଖୁଥିବା ବେଳେ ମୂର୍ଖ ଲୋକଟିଏ ହୁଣ୍ଡା ପରି ଆଖିବୁଜି ସବୁକଥାକୁ ଗ୍ରହଣ କରି ନେଇଥାଏ। ଆଗପଛ କିଛି ବି ବିଚାର ନକରି ପରକଥାରେ ପଡ଼ି ଆଗକୁ ଆଗକୁ ମାଡ଼ି ଚାଲିଥାଏ ମଧ୍ୟ। ଏହା ଅବଶ୍ୟ ସତ ଯେ ଆମ ସମାଜରେ କିଛି ଓଲା ମଣିଷ ରହିଥିବା ବେଳେ ସଂଖ୍ୟାଧିକ ମଣିଷ ରହିଥାନ୍ତି ଅତିଶୟ ଶିକ୍ଷିତ ମୂର୍ଖ। ଏଇ ଓଲା କି ମୂର୍ଖ ଲୋକଟିଏକୁ ହୁଏତ ବୁଝେଇ ଦେଇହୁଏ କୌଣସି ନା କୌଣସି ପ୍ରକାରେ। ହେଲେ ଶିକ୍ଷିତ ମୂର୍ଖଙ୍କୁ?? ସେମାନଙ୍କୁ ବୁଝେଇବା ବାସ୍ତବରେ ଖୁବ୍ କଷ୍ଟକର। ଏଇଠି ଆପଣମାନେ ହୁଏତ ମୋତେ ପ୍ରଶ୍ନ କରିପାରନ୍ତି “ଶିକ୍ଷିତ ତ ଶିକ୍ଷିତ, ମୂର୍ଖ ତ ମୂର୍ଖ, ଏଇ ଶିକ୍ଷିତ ମୂର୍ଖ ପୁଣି କ’ଣ? କାହିଁକି ଏମିତି ବିଶେଷଣଟିଏ ଲଗେଇଲେ ଆପଣ ?” ଆଜ୍ଞା ମହାନୁଭବ ବର୍ଗ ! ନମ୍ରତାର ସହିତ ପ୍ରଶ୍ନ କରୁଛୁ ଆପଣଙ୍କୁ ଆଜ୍ଞା , ତେବେ କୁହନ୍ତୁ କୋଉ ବିଶ୍ୱବିଦ୍ୟାଳୟରୁ ଯେନତେନ ପ୍ରକାରେଣ ଖଣ୍ଡେ ଉଚ୍ଚତର ଶିକ୍ଷା ପ୍ରମାଣପତ୍ର ଯୋଗାଡ଼ କରିଦେଲେ କେହି ଜଣେ କ'ଣ ଶିକ୍ଷିତ ହୋଇଯାଏ ? ଆଉ ବିଦ୍ୟାଳୟ ଦ୍ୱାର ମାଡ଼ି ନଥିବା ଲୋକଟିକୁ ଆମେମାନେ ଆଖିବୁଜି ମୂର୍ଖ ଅପଗଣ୍ଡ , ଅଶିକ୍ଷିତ ବୋଲି ଭାବିବା କେଉଁ ନ୍ୟାୟରେ ? ସମାଜ ର ଵାସ୍ତବ ସ୍ଥିତିକୁ ଗର୍ଭାନୁଶୀଳନ ପୂର୍ବକ
ନିରପେକ୍ଷ ଭାବେ ବିଚାର କରି କୁହନ୍ତୁ? ଆପଣାର ବୁଦ୍ଧି ବିବେକ ଖଟାଇ କୁହନ୍ତୁ? ଏଇ ଉଚ୍ଚତର ଶିକ୍ଷା ପ୍ରମାଣପତ୍ର ଖଣ୍ଡକ କେବେହେଲେ କାହାର ଜ୍ଞାନର ପରିମାପକ ହୋଇନପାରେ। ଯୋଉ ବିଦ୍ୟା ମଣିଷକୁ ସୁଚାରୁ ରୂପେ ଗଢ଼ି ପାରେ ନାହିଁ, ଜୀବନକୁ କରି ପାରେନାହିଁ ସୁସଂଗଠିତ, ଆଚାର ବ୍ୟବହାରକୁ କରି ପାରେନାହିଁ ପରିମାର୍ଜିତ, ସେଇଟା କି ଶିକ୍ଷା? ଏଇ ତଥାକଥିତ ଶିକ୍ଷିତ ମୂର୍ଖମାନେ ଆମ ସମାଜରେ ସର୍ବତ୍ର ବିଚରଣ କରୁଛନ୍ତି ମାଳମାଳ ହୋଇ। ଏଇମାନେ ହିଁ ସାମାଜିକ ବିଭ୍ରାଟର ମୂଳ କାରଣ ଭାବେ ଉଭା ହେଉଛନ୍ତି ଆଜିକାଲି। ସେଇଥି ପାଇଁ ତ କୁହା ଯାଇଛି “ଯସ୍ୟ ନାସ୍ତି ସ୍ୱୟଂ ପ୍ରଜ୍ଞା ପୁରାଣଃ କିଂ କରିଷ୍ୟତି? ଲୋଚନାଭ୍ୟାଂ ବିହୀନେନ ଦର୍ପଣଃ କିଂ କରିଷ୍ୟତି ?” ମଣିଷଟିଏକୁ ଜ୍ଞାନୀ କି ଅଭିଜ୍ଞ କରାଏ ତା’ର ସ୍ୱାଧ୍ୟାୟ, ସାମାଜିକ ଜୀବନରେ ତା’ର ଅଭିଜ୍ଞତା, ଜ୍ଞାନ ଅର୍ଜନ ପାଇଁ ତା’ର ନିରନ୍ତର ପ୍ରୟାସ। ଜ୍ଞାନୀ ହେବା ପାଇଁ କେବଳ ପୁସ୍ତକଗତ ବିଦ୍ୟା ଯଥେଷ୍ଟ ନୁହେଁ। ଏଥିପାଇଁ ଲୋଡ଼ା ଆପଣାର ଅନ୍ତର୍ଦୃଷ୍ଟି, ଆତ୍ମଜ୍ଞାନ, ତା’ ସହିତ ଜାଗ୍ରତ କରିବାକୁ ହେବ ଆପଣାର ପ୍ରଜ୍ଞା, ତାକୁ ଆମେ ତୃତୀୟ ନୟନ ବି କହିପାରୁ। ସେସବୁ ପ୍ରତି ଦୃଷ୍ଟି ନଦେଇ ଏବେ ଆମେ ସମସ୍ତେ ଖାଲି ବଡ଼ବଡ଼ କଥା ହାଙ୍କିବାରେ ବ୍ୟସ୍ତ। “କୁହନ୍ତି ଯେଡ଼େ ନୁହନ୍ତି ତେଡ଼େ’’। ପାଞ୍ଚ କରିଥିବେ କି ନାହିଁ ସନ୍ଦେହ, ହେଲେ ପଚାଶ କରିଛି ବୋଲି ଭାଷଣ ଝାଡ଼ୁଥିବେ ଅନର୍ଗଳ। ଏହା ହିଁ ଆଜିକାଲି ଆମ ଲୋକ ଚରିତ୍ରର ସବୁଠାରୁ ଗୋଟେ ବଡ଼ ଦୁର୍ବଳ ଦିଗ, ଯାହାକୁ ପାଥେୟ କରି ଲୋକଙ୍କୁ ଭଣ୍ଡିବା ପାଇଁ ନେତାଠୁ କର୍ମୀ ପର୍ଯ୍ୟନ୍ତ ସମସ୍ତେ ଭାଷଣ ଦେବାରେ ହୋଇ ପାରିଛନ୍ତି ଖୁବ୍ ଓସ୍ତାଦ୍। ସାମାଜିକ ଉନ୍ନତି ପ୍ରସଙ୍ଗରେ ଅନ୍ୟ କିଛି ଜାଣନ୍ତୁ କି ନଜାଣନ୍ତୁ କିଛି ଚିନ୍ତା ନାହିଁ, ଏଇ କାମଟି କିନ୍ତୁ ସେମାନଙ୍କୁ ବେଶ୍ ଭଲଭାବେ ଜଣା। ଏଇ ବିଦ୍ୟା ପ୍ରୟୋଗ କରି ସାଧାରଣ ଜନତାଙ୍କୁ ଭକୁଆ ବନେଇବାରେ ସେମାନେ ସର୍ବୋଚ୍ଚ ଡିଗ୍ରୀ ହାସଲ କରିଛନ୍ତି କହିଲେ ବି ଅତ୍ୟୁକ୍ତି ହେବନାହିଁ।
ଆମ ସମାଜରେ ଏବେ ପ୍ରତ୍ୟେକ କ୍ଷେତ୍ରରେ ସର୍ବଜ୍ଞ ପୁରୁଷମାନଙ୍କର ପ୍ରବଳ ଭିଡ଼। ପ୍ରତିଟି କଥାରେ, ଏପରିକି ପ୍ରତିଟି ଘଟଣାରେ ନାକ ଗଳେଇବା ହେଉଛି ଏମାନଙ୍କର ସବୁଠାରୁ ବଡ଼ ସଉକ୍। ଼ଏପରିକି ଯେଉଁ ବିଷୟବସ୍ତୁ ଉପରେ ତାଙ୍କର ଜ୍ଞାନଘର ଶୂନ, ସେଇ କ୍ଷେତ୍ରରେ ବି ସେମାନେ ଅଗ୍ରଣୀ ଭୂମିକା ନିର୍ବାହ କରିବାକୁ ଆଗେଇ ଆସନ୍ତି ନିଃଶଙ୍କୋଚରେ। ସେମାନଙ୍କୁ ଯେମିତିକି ଜୋତା ସିଲେଇଠୁ ଆରମ୍ଭ କରି ଚଣ୍ଡୀପାଠ ପର୍ଯ୍ୟନ୍ତ ସବୁ ଜ୍ଞାନ ଜଣା। ଏଇ ଯେମିତି, ନିଜେ କୋଉଠି କେବେ ଦିନେ ଡିସିମିଲେ ଜମିରେ ଚାଷବାସ କରିନଥିବେ ଅଥଚ ଆଗେଇ ଆସିବେ ଚାଷୀମାନଙ୍କ ନେତୃତ୍ୱ ନେବା ପାଇଁ। ତାଙ୍କୁ ସାହିତ୍ୟର ‘ସ’ ଅକ୍ଷର ଜଣା ନଥିବ, ହେଲେ ଶୋଭା ବର୍ଦ୍ଧନ କରୁଥିବେ ସାହିତ୍ୟ ଅନୁଷ୍ଠାନର ସଭାପତି ପଦବୀରେ। ଅତି ସନ୍ତର୍ପଣରେ ସାଧାରଣ ମଣିଷମାନଙ୍କୁ ଆଖିବୁଜା ଲୁଟୁଥିବେ ଅଥଚ ନିଜକୁ ଜଣେ ସର୍ବଶ୍ରେଷ୍ଠ ସମାଜସେବୀ ଭାବେ ଉପସ୍ଥାପିତ କରୁଥିବେ ସର୍ବସାଧାରଣରେ। ଆଜିକାଲି ଶିକ୍ଷାଦୀକ୍ଷା, ଯୋଗ ପ୍ରାଣାୟାମ, ପ୍ରତିଟି କ୍ଷେତ୍ରରେ ନେତୃତ୍ୱ ନେବାକୁ ଆଗେଇ ଆସୁଛନ୍ତି ଏଇ ସବ୍ଜାନ୍ତା ଲୋକମାନେ। ଏଥିରେ ବ୍ୟକ୍ତି ବିଶେଷର କି ସମାଜର, କାହାର କି ଲାଭ ହେଉଛି, ତାହା ଅବଶ୍ୟ ବିଚାର୍ଯ୍ୟ।ମାଛିକୁ ଭଲଲାଗେ ପଚାଘା। ଘୁଷୁରିକୁ ଭଲଲାଗେ ପଙ୍କ କାଦୁଅ, ଅଳିଆ ଆବର୍ଜନା। ଲାଙ୍ଗୁଡ଼ିଆ ପୋକମାନଙ୍କ ପାଇଁ ତ ଏକମାତ୍ର ସ୍ୱର୍ଗ ହେଉଛି ମଳମୂତ୍ର ପରିପୂର୍ଣ୍ଣ ନର୍ଦମା। ଯୁଗେଯୁଗେ ଦୁନିଅାରେ ଏମିତି କିଛିଲୋକ ରହି ଆସିଛନ୍ତି ଯେଉଁମାନେ ବାଟ ଚାଲୁଚାଲୁ କଣ୍ଟାବାଡ଼ରେ ଲୁଗା ଲଗାଇ କାହାରି ନା କାହାରି ସାଙ୍ଗରେ କଳି କରିବାକୁ ଖୁବ୍ ଭଲ ପାଆନ୍ତି। ଭଲ ପାଆନ୍ତି ମଧ୍ୟ ଅନ୍ୟର ସର୍ବନାଶ କରିବାକୁ। କାହିଁକି କେମିତି ଯେ ଗାଳିମନ୍ଦ କଳିଗୋଳରୁ ସେମାନଙ୍କୁ ମିଳିଥାଏ ସ୍ୱର୍ଗୀୟ ସୁଖ, ପରମ ଆନନ୍ଦ। ଯନ୍ତ୍ରଣାରେ ଛଟପଟ ହେଉଥିବା ମଣିଷଟିଏ ଦେଖିଲେ ସେମାନଙ୍କ ହୃଦୟକୁ ମିଳିଥାଏ ଅପୂର୍ବ ଶାନ୍ତି। ଅନ୍ୟାୟ ଅନୀତି, ହତ୍ୟା ବ୍ୟଭିଚାର ହେଉଛି ଏଇ ଶ୍ରେଣୀର ମଣିଷମାନଙ୍କର ପହିଲି ପସନ୍ଦ। ନ୍ୟାୟ ଅନ୍ୟାୟ ଯେକୌଣସି ପନ୍ଥା ହେଉ, ସେଥିରେ ତାଙ୍କର କିଛି ଯାଏଆସେ ନାହିଁ, ତାଙ୍କୁ ଦରକାର ଧନ ସଂପଦ, କ୍ଷମତା, ପ୍ରତିପତ୍ତି ଆଉ ପଦମର୍ଯ୍ୟାଦା। ଭଲମନ୍ଦର ପାର୍ଥକ୍ୟ ଯେ ସେମାନେ ଜାଣି ପାରନ୍ତି ନାହିଁ ତାହା ନୁହେଁ, ସେମାନଙ୍କୁ ଗ୍ରାସିଥାଏ ଗୋଟେ ଅହେତୁକ ବଡ଼ଲୋକୀର ନିଶା। ଏଥି ଯୋଗୁଁ ତାଙ୍କ ଆଖିରେ ପଡ଼ିଥାଏ ସ୍ୱାର୍ଥର ପରଳ। ଯେଉଁଥି ପାଇଁ ଅନ୍ୟାୟ ମାର୍ଗରୁ ଓହରି ଆସିବାକୁ ସେମାନେ ଚାହାନ୍ତି ନାହିଁ କେବେହେଲେ। କେବଳ ସେତିକି ନୁହେଁ, ସେମାନେ ତାଙ୍କ ଜୀବନରେ କେବେହେଁ ହଜମ କରି ପାରନ୍ତି ନାହିଁ କାହାରି ସୁଖଶିରୀ। ଭଲଲୋକ କି ଭଲକାମ କିଛିହେଲେ ଦେଖାଯାଏ ନାହିଁ ସେମାନଙ୍କ ଆଖିକୁ। ସତ କହିବାର କି ସତକୁ ସ୍ୱୀକାର କରିବାର ଦମ୍ଭ ମଧ୍ୟ ନଥାଏ ଏଇ ଲୋକମାନଙ୍କର। ତେଣୁ ମିଛକୁ ପ୍ରତିଷ୍ଠିତ କରିବା ପାଇଁ ବିତଣ୍ଡା ଯୁକ୍ତିର ସାହାଯ୍ୟ ନେଉଥାନ୍ତି ପ୍ରତିଟି କ୍ଷେତ୍ରରେ। ଆହୁରି ମଧ୍ୟ ସମସ୍ତେ କେବଳ ତାଙ୍କୁ ହିଁ ଗୁରୁତ୍ୱ ଦିଅନ୍ତୁ, ଦେଇ ଚାଲିଥାନ୍ତୁ ଏହା ହେଉଛି ସେମାନଙ୍କ ଏକମାତ୍ର ଅଭୀପ୍ସା। ସେମାନଙ୍କ ଦୃଷ୍ଟିରେ ତାଙ୍କ ମୁଖ ନିଃସ୍ରୁତ ବଚନ ହେଉଛି ପ୍ରଣବ ମନ୍ତ୍ର, ଭାଷା ହେଉଛି ବେଦବାକ୍ୟ, ଇଚ୍ଛା ହେଉଛି ଈଶ୍ୱରଙ୍କ ବାଣୀ। ଏଥିରେ ସାମାନ୍ୟତମ ବ୍ୟତିକ୍ରମକୁ ବି ସହ୍ୟ କରି ପାରନ୍ତି ନାହିଁ ସେମାନେ। ଏପରିକି ନିଜର ପଦ ପ୍ରତିଷ୍ଠା ପାଇଁ ଯେକୌଣସି ନିମ୍ନ ସ୍ତରକୁ ଯିବାକୁ ମଧ୍ୟ ପଛଘୁଞ୍ଚା ଦିଅନ୍ତି ନାହିଁ ଏଇ ଅମଣିଷମାନେ ।ଆମ ସମାଜରେ ଏମିତି କିଛିଲୋକ ରହିଥାନ୍ତି, ଯେଉଁମାନେ ନିଜକୁ ନିଜେ ମନେ କରନ୍ତି ଅତ୍ୟନ୍ତ ବିଜ୍ଞ। ତାଙ୍କ ଦୃଷ୍ଟିରେ କେବଳ ସେଇମାନେ ହିଁ ପଣ୍ଡିତ, ଆଉ ଦୁନିଆର ଅନ୍ୟ ସମସ୍ତେ ଅଜ୍ଞାନ, ମୂର୍ଖ ପାମର। ଏଇଠି ଆମକୁ ମନେରଖିବାକୁ ହେବ ଯେ ଯିଏ ନିଜକୁ ସର୍ବଶ୍ରେଷ୍ଠ ଜ୍ଞାନୀ ମନେକରେ, ସଂସାରରେ ତା’ଠୁ ବଡ଼ ମୂର୍ଖ ଆଉ କେହିନାହିଁ। ଆଲୋଚ୍ୟ ପ୍ରସଙ୍ଗରେ ପୂର୍ବରୁ ମୁଁ କହିଛି ଏଇ ଦୁନିଆ ହେଉଛି ଏକ ଚିଡ଼ିଆଖାନା ଆଉ ପ୍ରତିଟି ମଣିଷ ହେଉଛନ୍ତି ଗୋଟିଏ ଗୋଟିଏ ମନୋରଞ୍ଜନକାରୀ ଜୀବ ମାତ୍ର। ସେମାନଙ୍କ ଚରିତ୍ର ଏବଂ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉପଯୁକ୍ତ ଭାବେ, ଯଥୋଚିତ ମାର୍ଗରେ ପରିଚାଳିତ କରିପାରିଲେ ଅବଶ୍ୟ ସୁରକ୍ଷିତ ରହିବ ଏଇ ସଂସାର ରୂପକ ଚିଡ଼ିଆଖାନା। ଦର୍ଶକମାନଙ୍କ ପାଇଁ ହୋଇପାରିବ ମଧ୍ୟ ଉପଭୋଗ୍ୟ। ଆଉ ଏଥିରେ ସାମାନ୍ୟ ବିଭ୍ରାଟ ହେଲେ..? ତେବେ ସମସ୍ତଙ୍କର ଅମଙ୍ଗଳ ହେବା ନିଶ୍ଚିତ। ମଣିଷ ସମାଜ ରସାତଳଗାମୀ ହେବା ମଧ୍ୟ ଅସମ୍ଭବ ନୁହେଁ। ଏହା ମଧ୍ୟ ନିର୍ବିବାଦୀୟ ସତ୍ୟ ଯେ ସମ୍ପ୍ରତି ସମାଜ ନେତୃତ୍ୱ ସଙ୍କଟରେ ଘନିଭୂତ । ଏଠାରେ ପ୍ରଶ୍ନ ଉଠେ ନେତା କିଏ ଓ ନେତୃତ୍ଵ କ'ଣ ? ନେତୃତ୍ୱକୁ ଜଣେ ବ୍ୟକ୍ତି ବିଶେଷର ସାମାଜିକ ପ୍ରଭାବ ପ୍ରାପ୍ତ କରିବାର ଏକ ପ୍ରକ୍ରିୟା ରୂପେ ବର୍ଣ୍ଣନା କରାଯାଇଛି ଯେଉଁଥିରେ ସେ ଅନେକ ଲୋକଙ୍କର ସାହାଯ୍ୟ ଓ ସମର୍ଥନରେ ଗୋଟିଏ ସାମୁହିକ କାର୍ଯ୍ୟ ହାସଲ କରିଥାଏ । ଉଦାହରଣ ସ୍ୱରୂପ କିଛି ଲୋକ ନେତୃତ୍ୱମାନେ ବୁଝନ୍ତି କେବଳ ଯଦି କୌଣସି ବ୍ୟକ୍ତିକୁ କିଛି ଲୋକ ଅନୁସରଣ କଲେ ,ଅଥବା କେହି ଯଦି ମାର୍ଗଦର୍ଶନ ବା ଦିଗ ପ୍ରଦର୍ଶନ କରନ୍ତି, ଆଉ ଅନେକ ମଧ୍ୟ ଚିନ୍ତା କରନ୍ତି ଯେ ନେତୃତ୍ୱ "ଜନସମୂହକୁ ଏକ ସାମୁହିକ ଲକ୍ଷ ପାଇଁ ଏକତ୍ରିତ କରିବା" ।ନେତୃତ୍ୱର ଗବେଷଣାରୁ ବହୁ ସିଦ୍ଧାନ୍ତ ଉତ୍ପାଦନ ହୋଇଛି ଯେଉଁଥିରେ ଲକ୍ଷଣ, ସ୍ଥିତି, କାର୍ଯ୍ୟ, ବ୍ୟବହାର, ଶକ୍ତି,ଦୃଷ୍ଟି,ମୂଲ୍ୟ, ଅନ୍ୟଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବାର ଦକ୍ଷତା ଏବଂ ବୁଦ୍ଧିମତା ଅନ୍ୟତମ ।ବହୁ ଶତାବ୍ଦୀରୁ ନେତାଙ୍କର ବିଶେଷତା କଣ ହେବା ଆବଶ୍ୟକ ଏ ବିଷୟରେ ଅନେକ ଗବେଷଣା ହୋଇଛି । ଦାର୍ଶନିକ ଲେଖନୀ ପ୍ଲାଟୋଙ୍କର ରିପବ୍ଲିକଠାରୁ ଆରମ୍ଭ କରି ପ୍ଲୁଟଆର୍କଙ୍କର ଲାଇଭସ୍ ଏହା ଜାଣିବା ପାଇଁ ଉଦ୍ୟମ କରିଛନ୍ତି ଯେ ଏକ ଲିଡ଼ରର କେଉଁ ସ୍ୱଭାବ ତାକୁ ଅନ୍ୟମାନଙ୍କଠାରୁ ତାକୁ ଭିନ୍ନ କରେ। ପାଠ୍ୟକ୍ରମ ଆଧାରିତ ତଥ୍ୟ କୁହେ ଯେ ରାଜନୀତି ବିଜ୍ଞାନ ହେଉଛି ନିଷ୍ପତ୍ତି ନେବାରେ ଶକ୍ତି ବିତରଣ ଏବଂ ସ୍ଥାନାନ୍ତର, ସରକାର ଏବଂ ଆନ୍ତର୍ଜାତୀୟ ସଂଗଠନ ସହ ଶାସନର ଭୂମିକା ଏବଂ ବ୍ୟବସ୍ଥା ସମ୍ବନ୍ଧରେ ଏକ ସାମାଜିକ ଅଧ୍ୟୟନ, ରାଜନୀତିକ ଆଚରଣ ଏବଂ ସର୍ବସାଧାରଣ ନୀତି । ସ୍ଥିରତା, ନ୍ୟାୟ, ବସ୍ତୁସମ୍ପଦ, ଶାନ୍ତି ଏବଂ ସାଧାରଣ ସ୍ୱାସ୍ଥ୍ୟ ଭଳି ମାନଦଣ୍ଡକୁ ଭିତ୍ତିକରି ସେମାନେ ଶାସନ ଓ ନିର୍ଦ୍ଦିଷ୍ଟ ନୀତିର ସଫଳତା ମାପିଥାନ୍ତି । କେତେକ ରାଜନୀତିଜ୍ଞ ରାଜନୀତିକୁ ବିଶ୍ଳେଷଣ କରି ସକରାତ୍ମକତାକୁ (ଜିନିଷଗୁଡିକ କିପରି ହେବ ତା' ବଦଳରେ କିପରି ଅଛି ତାହା ବର୍ଣ୍ଣନା କରିବା ଚେଷ୍ଟା) ଆଗକୁ ନେଇଥାନ୍ତି । ଅନ୍ୟମାନେ ନିର୍ଦ୍ଦିଷ୍ଟ ନୀତି ସୁପାରିଶ କରି ସାଧାରଣ ବିଷୟବସ୍ତୁକୁ ଆଗକୁ ବଢ଼ାନ୍ତି ।ରାଜନୀତି ବିଜ୍ଞାନ ମାନବ ଆଚରଣର ଏକ ଅଧ୍ୟୟନ ହୋଇଥିବାରୁ ନିୟନ୍ତ୍ରିତ ପରିବେଶରେ ପର୍ଯ୍ୟବେକ୍ଷଣଗୁଡ଼ିକ ରାଜନୀତିର ସମସ୍ତ ଦିଗରେ ପୁନଃପ୍ରକାଶନ କିମ୍ବା ନକଲ କରିବା କଷ୍ଟକର । ତେବେ ପରୀକ୍ଷାମୂଳକ ପଦ୍ଧତି ବୃଦ୍ଧିପାଉଛି । ଅସୁବିଧାକୁ ଦର୍ଶାଇ ପୂର୍ବତନ ଆମେରିକାନ ପଲିଟିକାଲ ସାଇନ୍ସ ଆସୋସିଏସନ ସଭାପତି ଲରେନ୍ସ ଲୋୱେଲ ଥରେ କହିଥିଲେ "ପରୀକ୍ଷଣର ଅସମ୍ଭବତା ପାଖେ ଆମେ ସୀମିତ । ରାଜନୀତି ହେଉଛି ଏକ ପର୍ଯ୍ୟବେକ୍ଷଣକାରୀ ବିଜ୍ଞାନ, ପରୀକ୍ଷାମୂଳକ ନୁହେଁ । "ଏଣୁ ରାଜନୀତିଜ୍ଞମାନେ ଅନେକ ଦିନରୁ ନମୁନା ଚିହ୍ନଟ କରିବା, ସାଧାରଣକରଣ ଆଙ୍କିବା ଏବଂ ତତ୍ତ୍ୱ ଗଠନ କରିବା ପାଇଁ ରାଜନୀତିକ ଅଭିଜିତ, ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷ କିମ୍ବା ଗୋଷ୍ଠୀଗତ ଆଚରଣ ଉପରେ ନଜର ରଖିଛନ୍ତି ।ଏକ ଅନ୍ତର୍ନିହିତ ଦୃଷ୍ଟିକୋଣରୁ ତୁଳନାତ୍ମକ ରାଜନୀତି ବିଭିନ୍ନ ପ୍ରକାରର ସମ୍ବିଧାନ, ରାଜନେତା, ବିଧାନ ସଭା ଏବଂ ସମ୍ବନ୍ଧିତ କ୍ଷେତ୍ରର ତୁଳନା ଏବଂ ଶିକ୍ଷାର ବିଜ୍ଞାନ । ଆନ୍ତର୍ଜାତୀୟ ସମ୍ପର୍କ ରାଷ୍ଟ୍ର-ରାଷ୍ଟ୍ର ଏବଂ ଆନ୍ତସରକାର ତଥା ଆନ୍ତର୍ଜାତୀୟ ସଂସ୍ଥାଗୁଡ଼ିକର ପାରସ୍ପରିକ ସମ୍ପର୍କ ସହିତ କାର୍ଯ୍ୟ କରେ । ରାଜନୀତିକ ତତ୍ତ୍ୱ ବିଭିନ୍ନ ଶାସ୍ତ୍ରୀୟ ତଥା ସମସାମୟିକ ଚିନ୍ତକ ଏବଂ ଦାର୍ଶନିକଙ୍କ ଅବଦାନ ସହିତ ଜଡ଼ିତ । ଅତଏବ ପୋଥି ବାଇଗଣ ଏବଂ ବାଡି ବାଇଗଣ ଭିତରେ ଥିବା ପ୍ରଭେଦର ଭୟଙ୍କର ଅବୟବ ସମ୍ପ୍ରତି କ୍ଷମତା ରାଜନୀତିରେ ସର୍ବତ୍ର ଦୃଶ୍ୟମାନ ।
ଏବେ କ'ଣ ଆଶା କରିପାରିବା ?
ଏବେ କ'ଣ ଆଶା କରିପାରିବା ?
---------
ଅଙ୍କ ପରିମାଣରେ ବିଶ୍ବାପକୀର୍ତ୍ତି ସୃଷ୍ଟି କରିଥିବା ଖଣି ଡକାୟତି ଓ ତତ୍ ପରବର୍ତ୍ତୀ ସମୟର ସମ୍ବିଧାନର ପ୍ରମୁଖ ତିନି ଅଙ୍ଗର ଭୂମିକା, ଜୋରିମାନାର ପରିମାଣ, ଶାହା କମିଶନଙ୍କ ସୁପାରିଶ, ସିବିଆଇ ତଦନ୍ତ ପାଇଁ ମୋଦି ସରକାରଙ୍କ ନିରବତା, ଦଶ ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ବ ଖଣି ଡକାୟତି ଟି ୬୫ ହଜାର କୋଟି ଟଙ୍କା ର ଜୋରିମାନା, ଶାହା କମିଶନ କମାଇ କଲେ ୫୯ ହଜାର କୋଟି ଟଙ୍କା, ଯାହାକୁ ସର୍ବୋଚ୍ଚ ନ୍ୟାୟାଳୟ ନିଷ୍ପତ୍ତି ଶୁଣାଇଲେ ୧୭ ହଜାର କୋଟି ଟଙ୍କା, ଓଡ଼ିଶା ରାଜକୋଷକୁ ଆସିଲା କେତେ ? ବିଗତ ୨୦୧୧ ମସିହାରୁ ଏଯାବତ ପ୍ରାମାଣିକ ତଥ୍ୟ ଆଧାରରେ ଶହ ଶହ ଆଲେଖ୍ୟ ଆଲୋଚନା କରିବା ସହିତ ଅନେକ ଆନ୍ଦୋଳନାତ୍ମକ ପଦକ୍ଷେପ ନେଇ ଆସିଛୁ ଏବଂ ସଫଳତା ମଧ୍ୟ ପାଇଁ ନାହୁଁ ବୋଲି ସ୍ବୀକାର କରୁଛୁ । ଜନ ଚେତନା ଜାଗ୍ରତ କରିବା ସହିତ ବିଭିନ୍ନ ରାଜନୈତିକ ଦଳ, ବିଭିନ୍ନ ଗଣ ସଙ୍ଗଠନ ମାନଙ୍କୁ ରତ୍ନଗର୍ଭା ଉତ୍କଳ ଜନନୀ ଙ୍କ ଵକ୍ଷ ବିଦାରଣ କରି ଦେଶୀ ବିଦେଶୀ ସମ୍ପଦ ଲୁଟେରା ମାନଙ୍କ ଲୁଟ ରୋକିବା ଓ ଅପହୃତ ଅମୂଲ୍ୟ ସମ୍ପଦ ଉଦ୍ଧାର ପାଇଁ ଆମର ସଂଗ୍ରାମ ଫଳରେ ଆମକୁ ବହୁ ମୂଲ୍ୟ ଦେବାକୁ ପଡିଆସୁଛି, ଯାହାର ତଥ୍ୟ ପ୍ରକାଶ କରି ଆମେ କୌଣସି ସମବେଦନା ଆଶା କରୁ ନାହୁଁ । ଏଠାରେ ଏହି ଖଣି ଡକାୟତି ସମ୍ପର୍କରେ ସର୍ବୋଚ୍ଚ ନ୍ୟାୟାଳୟ ଯାହା ଦର୍ଶାଇ ଥିଲେ ତାହା ଅବିକଳ ଭାବେ ସୁବାର୍ତ୍ତାର ସହୃଦୟ ପାଠକ ମାନଙ୍କ ଅବଗତି ଏବଂ ସେମାନଙ୍କ ପ୍ରତିକ୍ରିୟା ବା ମତାମତ ଅପେକ୍ଷା ରଖୁଛୁ ।
"The Supreme Court (SC) has come down heavily on the mining companies that have been illegally extracting iron and manganese ore in Odisha in the past. Due to various illegalities, these mine leases have been earlier suspended by the apex court.A two-judge bench of Justice Madan B Lokur and Justice Deepak Gupta has directed the state government to recover 100 per cent compensation from the mining companies. The compensation will be payable “from 2000-2001 onwards at 100 per cent of the price of the mineral”, and should be deposited on or before December 31, 2017, directed the SC. The apex court will separately hear cases of illegal mining by Jindal Steel and Power Ltd., Rungta Mines Ltd., Sarda Mines Pvt. Ltd. and Essel Ltd, for resumption of mining will be heard separately by the court.
The compensation on the companies has been levied as per provisions of the Mines and Minerals (Development and Regulation) Act, 1957 (as amended in 2015). Section 21(5) of the Act, empowers the state government to recover the price of the illegally-mined ore from each defaulting lessee. In addition, the government can also recover any rent, royalty or tax, for the period during which such illegal mining activity was being carried out outside the mining lease area, which the SC has also noted.
The Odisha mining case at the SC
The issue of illegal iron and manganese ore mining in Odisha before the SC particularly involves three districts, Kendujhar, Sundargarh and Mayurbhanj. The first two are also among the top two iron ore mining districts of India. The apex court noted that while such illegal mining fetched “megabucks” to the violators, on the other hand it has “destroyed the environment and forests and perhaps caused untold misery to the tribals in the area”.The SC had taken up the matter of illegal mining in Odisha in early 2012, following a petition, filed by non-profit Common Cause. The petitioner had sought judicial intervention to terminate all mining leases that are involved in illegal mining activities in Odisha, highlighting the observations of the report of the Justice M B Shah Commission. The Shah Commission was set up by the central government in November, 2010, to look into the illegal mining of iron ore and manganese in the country and had pointed to large-scale illegal mining in Odisha.
In 2014, the court had asked its Central Empowered Committee (CEC) to investigate the matter and identify the lessees who are operating the leases in violation of the law. The Odisha government and the Union Ministry of Environment, Forests and Climate Change (MoEF & CC) were asked to cooperate with the investigation. The CEC report of April 2014 had observed that at that time, out of the 187 mine leases granted in the three concerned districts in Odisha, a total of 102 leases were in violation of various statutory clearances and permits. These included violations of required environmental clearance (EC), forest clearance (FC), consents from state pollution control boards (SPCBs), operating beyond permissible limits etc.
Observing such violations, by its interim order of May 2014, the SC had restrained operation in the 102 mining leases. Restraints were also put on additional 29 leases, whose lease applications were rejected or had lapsed. Among the remaining 56 operational mines, the SC had put a further suspension order in 26 mines, saying they have not received the required renewals under the mining law. However, these 26 leases were later allowed to operate in 2016, after the amendment to the MMDR Act in 2015. After the amendment, the renewal clause for mine leases was removed and a flat leasing period of 50 years was given (except coal, lignite and atomic minerals).
However, for all suspended leases, the apex court had left it open to apply for modification of the May interim order on obtaining necessary clearances. In due course, the mining companies had filed a number of applications before the apex court, seeking revocation of the suspension order, asserting that they had obtained all necessary approvals and thus were eligible to recommence mining operations.Odisha Government should spend compensation money to benefit tribals, says SC .The Odisha Government in all likelihood will now recover big bucks from the mining companies. The SC has also clearly noted this saying that “we also expect that as a result of the orders that we are passing today, very large amounts will again be made available to the state of Odisha”. On the basis of irregularities observed, the CEC had earlier estimated a recovery amount over Rs 61,000 crore, from various illegal leases. The bucks can get bigger.The SC has directed that the compensation amount recovered should to be used for “benefit of tribals in the affected districts”. These districts such as Kendujhar and Sundergarh are also currently receiving huge amounts of money by the way of district mineral foundations (DMFs) for benefitting people in mining affected areas. Just as an estimate, Kendujhar currently has a corpus or nearly Rs. 1,000 crore in DMFs.The money recovered from compensation will go towards a Special Purpose Vehicle (SPV). This SPV was earlier created by the government of Odisha in 2014, pursuant to another order of the apex court. At that time, the SC had directed “ad hoc CAMPA to transfer to the SPV 50 per cent of the additional amount of the Net Present Value (NPV) for undertaking tribal welfare development works”. Now, combining this with the recovered compensation amount, this SPV will have a huge corpus for tribal development. Being wary of this, the SC in the present order has directed that the Chief Secretary of Odisha may “file an affidavit stating the work done as well as providing the audited accounts”.
Central government directed to revise National Mineral Policy Finally, the SC has directed the Centre to revise the National Mineral Policy by December 2017, as it is outdated to deal with present day challenges. Speaking of the ineffectiveness of it, the bench said that the policy “seems to be only on paper and is not being enforced perhaps due to the involvement of very powerful vested interests or a failure of nerve.” The court directed that the new policy should be “fresh and more effective, meaningful and implementable." ।
ଏଠାରେ ଆଉ ପୂର୍ବ ପ୍ରସଙ୍ଗର ଅବତରଣ ନ କରି ୨୪ ବର୍ଷର ଭ୍ରଷ୍ଟ ଶାସନ ବ୍ୟବସ୍ଥାର ଅନ୍ତ ପରେ ପ୍ରଥମ ବିଜେପି ସରକାର ଙ୍କ ଠାରୁ ଖଣି ଡକାୟତି ସମ୍ପର୍କରେ ଦୃଢ ପଦକ୍ଷେପ ନେବା ପାଇଁ ଆଶା କରିବା ଥିଲା ସ୍ବଭାବିକ । ଜୁନ,୧୨,୨୦୨୪ରେ ସରକାର ଗଠନ ହେବାର ଏହା ଭିତରେ ୪୪୫ ଦିନ ଅତିବାହିତ । ନିର୍ବାଚନ ପୂର୍ବରୁ ଜାନୁଆରୀ,୨୦୨୪ରେ
ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇଥିଲା ବିରୋଧୀ ଦଳ ଭାବରେ ବିଜେପି। ଖଣି ଦୁର୍ନୀତିର ସିବିଆଇ ତଦନ୍ତ ପାଇଁ ଦାବି କରିଥିଲା ବିଜେପି। ସେତେବେଳେ ଏ ନେଇ ଓଡ଼ିଶାର ସମସ୍ତ ବିଜେପି ବିଧାୟକ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ରଘୁବର ଦାସ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଏ ସଂକ୍ରାନ୍ତରେ ଦାବିପତ୍ର ପ୍ରଦାନ କରାଯାଇଥିବା କଥା ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଥିଲେ।
ଜୟନାରାୟଣ ମିଶ୍ର କହିଥିଲେ ଯେ, ରାଜ୍ୟରେ ୧୪ ବର୍ଷ ମଧ୍ୟରେ ୮ ଲକ୍ଷ ୯୭ ହଜାର ୪୪୩ କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଛି। ରାଜ୍ୟରେ ୧୯୨ଟି ଖଣି ବେଆଇନ ଭାବେ ଚାଲିଥିଲା। ସେଥିରୁ ୧୭୬ଟି ଜଙ୍ଗଲ ଜମି ଓ ୯୬ଟି ଖଣିର ପରିବେଶ ମଞ୍ଜୁରୀ ନାହିଁ। ୭୫ଟି ଲୁହା ପଥର ମାଙ୍ଗାନିଜ ଖଣିରୁ ଅଧିକ ଉତ୍ତୋଳନ କରାଯାଇଛି। ୯୫ଟି ଖଣି ନଦୀ ଓ ନାଳକୁ ପ୍ରଭାବିତ କରିଛି। ଏହା ଦ୍ୱାରା ଆଦିବାସୀ, ଜୀବଜନ୍ତୁ, ବନ୍ୟପ୍ରାଣୀ ପ୍ରଭାବିତ ହେଉଛନ୍ତି। ଖଣି ମାଲିକଙ୍କୁ ଦିଆଯାଇଥିବା ଡିମାଣ୍ଡ ନୋଟିସ୍ ଏଷ୍ଟିମେଟଠାରୁ କମ୍ ରହିଛି। ଏହି କାରଣରୁ ଖଣି ଦୁର୍ନୀତିର ସିବିଆଇ ତଦନ୍ତ ପାଇଁ ବିଜେପି ପକ୍ଷରୁ ଦାବି କରାଯାଇଥିବା ଜୟନାରାୟଣ ମିଶ୍ର କହିଥିଲେ ।
ସେହିପରି ୪୪୫ ଦିନ ପୂର୍ବରୁ , ଅର୍ଥାତ୍ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଦେଇଥିବା ସ୍ବୀକାରୋକ୍ତି ଆଲୋଡନ ସୃଷ୍ଟି କରିଥିଲା । ଅର୍ଥାତ୍
ମୁଖ୍ୟମନ୍ତ୍ରୀ ପଦରେ ବସିବାକୁ ଯାଉଥିବା ମୋହନ ବାବୁ ତାଙ୍କ ଜୀବନରେ ବହୁ ବାଧାବିଘ୍ନର ସାମ୍ନା କରିଛନ୍ତି ବୋଲି କହିଥିଲେ । ଏପରିକି ତାଙ୍କ ଉପରକୁ ବୋମାମାଡ଼ ହୋଇଥିବାବେଳେ ସେ ନିଜ ଜୀବନ ରକ୍ଷା କରିପାରିଛନ୍ତି। ୨୦୨୧ ଅକ୍ଟୋବର ୧୦ରେ ବାଂଶପାଳସ୍ଥିତ ଓଏମ୍ସି ଖଣି ଦୁର୍ନୀତି ଘଟଣାକୁ ନେଇ ସେ ଆନ୍ଦୋଳନ କରୁଥିବାବେଳେ ତାଙ୍କ ଉପରକୁ ବୋମାମାଡ଼ କରାଯାଇଥିଲା। ସେ ସବୁବେଳେ ଜିଲାର ଖଣି ଦୁର୍ନୀତିକୁ ନେଇ ସ୍ବର ଉତ୍ତୋଳନ କରିଆସୁଥିଲେ। ସେହିପରି ଡିଏମ୍ଏଫ୍ ପାଣ୍ଠିର ଅସଦ୍ ବ୍ୟବହାର ଏବଂ ଦୁର୍ନୀତିକୁ ନେଇ ବାରମ୍ବାର ଆପତ୍ତି ଉଠାଇ ଆସୁଥିଲେ। ଖଣି ମହାଦୁର୍ନୀତିକୁ ନେଇ ତାଙ୍କ ଡାକରାରେ ଭାଜପାର ଏକ ଟିମ୍ ଯୋଡା, ବଡ଼ବିଲ୍ ଖଣି ଅଞ୍ଚଳ ଗସ୍ତ କରି ସରକାରଙ୍କୁ ଘେରିଥିଲେ। ସେହିପରି ବାଂଶପାଳ ବ୍ଲକ ଗନ୍ଧମାର୍ଦ୍ଦନ ଖଣିରେ ଦୁର୍ନୀତିକୁ ନେଇ ସେ ବିରୋଧ କରିବା ସମୟରେ ବିରୋଧୀଙ୍କ ଆକ୍ରୋଶର ଶିକାର ମଧ୍ୟ ହୋଇଥିଲେ। କେନ୍ଦୁଝର ଜିଲା ଦେଇ ନୂଆଦିଲ୍ଲୀକୁ ଯାତ୍ରୀବାହୀ ରେଳ ଚଳାଚଳ, ଜିଲାରେ ମେଡିକାଲ କଲେଜ, ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଆଦିକୁ ନେଇ ମଧ୍ୟ ସେ ଦାବି କରିଆସୁଥିଲେ। ସେହିପରି ଟ୍ରକ ମାଲିକଙ୍କ ସମସ୍ୟାକୁ ମଧ୍ୟ ପ୍ରାଧାନ୍ୟ ଦେଇ ସ୍ବର ଉତ୍ତୋଳନ କରିଥିଲେ। ମୁଖ୍ୟମନ୍ତ୍ରୀ ହେବାପରେ ଜିଲାରେ ବୃହତ୍ ଇସ୍ପାତ ଶିଳ୍ପ ପ୍ରତିଷ୍ଠା, ଡିଏମ୍ଏଫ୍ ପାଣ୍ଠି ଦୁର୍ନୀତିର ପର୍ଦ୍ଦାଫାଶ୍, ମେଡିକାଲ କଲେଜରେ ଉତ୍ତମ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଭଳି ଗୁରୁତ୍ୱପୂର୍ଣ୍ଣ ଦାବି ପୂରଣ ହେବା ନେଇ ସେତେବେଳେ ଲୋକଙ୍କ ଆଶା ବଢ଼ିବା ସ୍ବଭାବିକ। ଖଣି ଓ ଶିଳ୍ପ ସମୃଦ୍ଧ କେନ୍ଦୁଝର ଜିଲାରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ନେଇ ମଧ୍ୟ ଲୋକେ ଆଶାବାଦୀ ଥିଲେ ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ।
ସେହିପରି ୨୦୨୪ ନିର୍ବାଚନ ପୂର୍ବରୁ
ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ରାଜ୍ୟରେ ଖଣି ପରିଚାଳନାରେ ବଡ ଧରଣର ଦୁର୍ନୀତି ହେଉଥିବା ଅଭିଯୋଗ ଆଣି ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଥିଲେ । ରାଜ୍ୟ ସରକାରଙ୍କ ଜାଣତରେ ଏସବୁ ଦୁର୍ନୀ୍ତି ହେଉଛି ବୋଲି କଟୁ ସମାଲୋଚନା କରିଥିଲେ। ଉତ୍ପାଦନ ହେଉଥିବା ଭଲ ଲୁଡା, ମାଙ୍ଗାନିଜ ଏବଂ କ୍ରୋମକୁ ନିମ୍ନମାନର ଦର୍ଶାଇ ବ୍ୟାପକ ଟଙ୍କା ହେରଫେର ହେଉଥିବା ଅଭିଯୋଗ କରିଥିଲେ ସାଂସଦ ଅପରାଜିତା ।
ଏକ ସାମ୍ବାଦିକ ସମ୍ମିଳନୀ କରି ସାସଂଦ କହିଥିଲେ, ଓଡିଶାରେ ଖଣି ଖାଦାନ ଭର୍ତ୍ତି ହୋଇଛି । କିନ୍ତୁ ଏଥିରେ ଏତେ ଦୁର୍ନୀତି ଚାଲିଛି ଯେ, ଏହି ଖଣିରୁ ଓଡିଶା କିଛି ଲାଭ ପାଇ ପାରୁନି । ଏ ନେଇ କେନ୍ଦ୍ର ସରକାର ଏକ ଚିଠି ରାଜ୍ୟ ସରକାରଙ୍କୁ ଲେଖି ରାଜ୍ୟରେ ହେଉଥିବା ମାଙ୍ଗାନିଜ ଖଣି ଦୁର୍ନୀତି ସମ୍ପର୍କରେ କହିଥିଲେ । ପୁନଃ ସାଂସଦ କହିଥିଲେ, ଉକ୍ତ ଚିଠିରେ ୫ଟି ଖଣିର ନାଁ ଉଲ୍ଲେଖ କରାଯାଇଥିଲେ ହେଁ ସମସ୍ତ ଖଣିରେ ଏପରି ଭ୍ରଷ୍ଟାଚାର ହେଉଛି । ମାଙ୍ଗାନିଜ ଖଣି କ୍ଷେତ୍ରରେ ଆଭରେଜ ପ୍ରାଇସ୍ ସେଲ ଦେଖାଇ ହାଇଗ୍ରେଡକୁ ଲୋ ଗ୍ରେଡ୍ କରି ବିକ୍ରି କରି ଦିଆଯାଉଛି । ଏସବୁ କ୍ଷେତ୍ରରେ ଦୁର୍ନୀତି ରୋକିବାକୁ କେନ୍ଦ୍ର ସରକାର ତିନି ଥର ଚିଠି ଲେଖିବା ପରେ ମଧ୍ୟରେ ରାଜ୍ୟ ସରକାର କୌଣସି ଏସଓପି ଜାରି କରିନାହାଁନ୍ତି ।ସାଂସଦ କହିଥିଲେ, ନଭେମ୍ବର ୨୦୧୦ରେ ଓଡ଼ିଶା ସରକାରଙ୍କ ଦ୍ୱାରା ହୋଇଥିବା ବ୍ୟାପକ ଖଣି ଦୁର୍ନୀତିର ତର୍ଜମା କରିବା ପାଇଁ‘ଶାହା କମିଶନ’ ଗଠିତ ହୋଇଥିଲା l ‘ଶାହାକମିଶନ’ଓଡ଼ିଶାରେ ଚାଲିଥିବା ବ୍ୟାପକ ଦୁର୍ନୀତି ଏବଂ ଅନିୟମିତତା ବିଷୟରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଥିଲେ । ହେଲେ ସରକାର ଏହି ରିପୋର୍ଟକୁ ସମ୍ପୂର୍ଣ ଅଣଦେଖା କରିଥିଲେ lସାଂସଦ ଅଭିଯୋଗ କରିଥିଲେ, ରାଜ୍ୟ ସରକାର ଏବଂ ପ୍ରାଇଭେଟ ଲିଜଧାରୀ ଖଣିମାଲିକମାନଙ୍କ ମଧ୍ୟରେ ଥିବା ଅନୈତିକ ବୁଝାମଣା ଦ୍ୱାରା ରାଜ୍ୟରେ ଖଣିଗୁଡିକରେ ବ୍ୟାପକ ଦୁର୍ନୀତି ଏବଂ ଭ୍ରଷ୍ଟାଚାର ହେବା ସହ ରାଜ୍ୟ ରାଜକୋଷାଗାର ହଜାର ହଜାର କୋଟି ଟଙ୍କା କ୍ଷତି ହେଉଛି l ରାଜ୍ୟ ସରକାର ଘରୋଇ ଖଣି ମାଲିକମାନଙ୍କ ଉପରେ ଚାପ ପ୍ରୟୋଗ କରି ନିର୍ଦ୍ଧିଷ୍ଟ ଖଣି ଉନ୍ନୟନ ଓ ପରିଚାଳନା ନିୟମ (Mine Developer- Cum- Operator ) କିମ୍ବା ନିର୍ଦ୍ଧିଷ୍ଟ ଖଣି ଠିକାଦାର ଏବଂ ପରିବହନ ବାଟ୍ରାନ୍ସପୋର୍ଟ କମ୍ପାନୀ ସ୍ଥିର କରି ଉତ୍ପାଦ ଦ୍ରବ୍ୟ କମ୍ ମୂଲ୍ୟରେ ପରିବହନ ପାଇଁ ସତନ୍ତ୍ର ଏବଂ ମନମୁଖୀ ନିୟମନିର୍ଦ୍ଧାରଣକରିଛନ୍ତି । ଏପରି କରି ହଜାର ହଜାର କୋଟି ଟଙ୍କା ହରିଲୁଟ କରାଯାଉଛି । ଭାରତୀୟ ଖଣି ପ୍ରାଧିକରଣ ବା Indian Bureau of Mines (IBM) ଅନୁସନ୍ଧାନରୁ ଜାଣିପାରିଛନ୍ତି କି, ଉତ୍ପାଦିତ ଖଣିଜର ଆନୁପାତିକ କ୍ରମରେ ଅଧିକ ମାନର ଖଣିଜ ଧାତୁକୁ ନିମ୍ନମାନର ଦର୍ଶାଇ ଲିଜ୍ ଧାରୀମାନେ ASP କମ୍ ଦେଇଥାନ୍ତି । ନିଲାମ ହୋଇଥିବା ଖଣିମାନଙ୍କରୁ ଉତ୍ପାଦିତ ଖଣିଜକୁ ନିମ୍ନମାନର ଦର୍ଶାଇବା ଦ୍ଵାରା ହଜାର ହଜାର କୋଟି ଟଙ୍କାର ରାଜକୋଷର କ୍ଷତି ହେଉଛି । ଏହି କାର୍ଯ୍ୟ ରାଜ୍ୟ ସରକାର ତଥା ଲିଜ୍ ଧାରୀ ମାନଙ୍କର ଉଦ୍ଦେଶ୍ୟମୂଳକ ଅନୈତିକ ବୁଝାମଣା ମାଧ୍ୟମରେ ଘଟିଥାଏ ବୋଲି ସେତେବେଳେ ସାସଂଦ ଅପରାଜିତା ଷଡଙ୍ଗୀ କହିଥିଲେ । କ୍ରମଶଃ
ନୂଆ ଖାଇ ଜୁହାର
ନୂଆ ଖାଇ ଜୁହାର
----------------
ଓଡ଼ିଶାର ଗଣ ପର୍ବ ପବିତ୍ର ନୂଆଖାଇ ର ଶୁଭାବସରରେ ବିଶ୍ଵର କୋଣ ଅନୁକୋଣରେ ଥିବା ପ୍ରତ୍ୟେକ ଓଡିଆଙ୍କୁ ନୂଆଖାଇ ଜୁହାର । ମନେପଡେ ତୃଣମୂଳ ର କମଳ, ମହାନ୍ କବି ପଦ୍ମଶ୍ରୀ ହଳଧର ନାଗ ଙ୍କ ସେହି କ୍ଷୁଦ୍ର ପଂକ୍ତି -;
"ଜୀଇଁଛୁ ବେଲକେ ଆସି ଭାଏ ବନ୍ଧୁ
ହେମା ନୂଆଖାଇ ଭେଟ୍
ସଂସାର ଡୋର୍ ଥି ବନ୍ଧା ହୋଇଥିମା
ଗାଁ ଯାକର ହେଇ ମେଟ୍ ।"
ଭାଦ୍ରବ ଶୁକ୍ଳ ପଞ୍ଚମୀ ରେ ଏହି ମହାନ ପର୍ବ ମହାସମାରୋହରେ ଓଡ଼ିଆ ମାନେ ପାଳନ କରିଆସୁଛନ୍ତି, ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ଏହା ଏକ ନୈସର୍ଗିକ ଭାଵ ପ୍ରତିଫଳିତ ମହାପର୍ଵ ଭାବେ ପାଳନ କରାଯାଏ । ଆମ ଓଡ଼ିଶା ଯେହେତୁ ଏକ କୃଷି ପ୍ରଧାନ ରାଜ୍ୟ, ଯଦିଓ ଆଜି ଏହା ଭୟଙ୍କର ଭାବେ ରାଜନୈତିକ ଚକ୍ରାନ୍ତିଆ କୁଵୁଦ୍ଧିରେ ପ୍ରଭାବିତ, ତେବେ ଓଡ଼ିଶାର ସମସ୍ତ ପର୍ବ କୃଷି କୁ ଉପଜିଵ୍ୟ କରି । ଧାନ ଅମଳର ଖୁସିରେ ଚାଷୀମାନେ ଏହାକୁ ପାଳନ କରିଥାନ୍ତି ।ବର୍ଷା ଶେଷ ହେବାପରେ ଶରତ ଋତୁ ଧରା ପୃଷ୍ଠରେ ଅବତରଣ କରେ । ଏହି ସମୟରେ ଚାଷୀ ଜମିରେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାଏ ପରେ ସହଳ ଅମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକେଇବାର କାର୍ଯ୍ୟ କରିଥାଏ । ଚାଷୀ ପ୍ରଥମକରି ଅମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିବା ହିଁ ନବାନ୍ନ ଭକ୍ଷଣ । ଏହାକୁ ଓଡ଼ିଆ , ବିଶେଷ କରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଁଖାଇ କୁହାଯାଏ । ନୂଆଖାଇ ପାଳନ ନିମନ୍ତେ ଆଗରୁ "ଲଗନ" ବା "ତିଥି" ନିର୍ଣ୍ଣୟ କରି ପୂଜା ଆଦି ସହ ଆରିସା ପିଠା ଭୋଗ କରାଯାଇଥାଏ । ସାମାଜିକ ଏକତା, ଜାତୀୟ ସଂହତି, ପାରିବାରିକ ସଂସ୍କୃତି ଯଥା ଯୈ।ଥ ପାରିବାରିକ ସଂସ୍କୃତି ନୂଆଖାଇ ସେଇଥିପାଇଁ ଏକ ଗଣପର୍ବ । ଗ୍ରାମ ବା ସହରର ପଡ଼ା ଅଞ୍ଚଳରେ ନୂଆଖାଇ ଦିନ ନବାନ୍ନ ଦେଇ ପୂଜା ବିଧି ସମାପ୍ତ ହେବା ପରେ ପରିବାରର ମୁଖ୍ଯଙ୍କ ହାତରୁ ସମସ୍ତେ ନବାନ୍ନ ଭୋଗ ଗ୍ରହଣ କରନ୍ତି । ତାହା ଖାଇ ସାରି ପରିବାରର ସମସ୍ତ ବ୍ୟକ୍ତି ନିଜର ବୟସ୍କ ମାନଙ୍କୁ ଭୂମିଷ୍ଠ ପ୍ରଣାମ ସହ ଆଶୀର୍ବାଦ ଗ୍ରହଣ କରନ୍ତି । ପରେ ପିଠା ପଣା ସହ ନବାନ୍ନ ଭୋଜି ଖାଇ ସାରି ଗ୍ରାମ ବା ପଡ଼ୋଶୀରେ ଥିବା ସମସ୍ତ ବୟୋଜ୍ୟେଷ୍ଠ ମାନଙ୍କୁ ଭେଟି ପ୍ରଣାମ କରିଥାନ୍ତି । ଏହି ସମୟରେ ଗ୍ରାମ ବା ପଡ଼ାର ଲୋକ ମାନେ ନିଜଭିତରେ ପୂର୍ବରୁ ଥିବା ଭେଦ ଭାବ ଭୁଲି ଯାଆନ୍ତି । ପରିବାରମଧ୍ୟରେ ଥିବା ମତଭେଦ ମଧ୍ୟ ଏହି ସମୟରେ ସମାଧାନ ହୋଇଥାଏ । ସମସ୍ତେ ପୁଣି ଏକଜୁଟ ହୋଇ ରହନ୍ତି , ଯାହା ନୂଆଖାଇ ପର୍ବର ଏକ ସର୍ବାନ୍ତକରଣ ରେ ସ୍ବତନ୍ତ୍ର ବିଶେଷ ତା । ପୁରାତନ କାଳରୁ ନବାନ୍ନ ସମୟରେ ପରିବାରର ସମସ୍ତେ ଏକାଠି ନବାନ୍ନ ଗ୍ରହଣର ପରମ୍ପରା ଥିଲା । ତେଣୁ ନବାନ୍ନ ଆଗରୁ ଯେଇ ଯୌଠି ରହୁଥିଲେ ମଧ୍ୟ ନବାନ୍ନ ସମୟ ଆଗରୁ ନିଜ ପୈତୃକ ଗୃହକୁ ଆସୁଥିଲେ । ଆଗ କାଳରେ ପୁଅ ଝିଅ ମାନେ ପ୍ରାୟତଃ ବେଶି ଦୂରରେ ରହୁନଥିବାରୁ ଏହା ସମ୍ଭବ ହେଇ ପାରୁଥିଲା । କିନ୍ତୁ ଏବେ ଯୁଗର ପରିବର୍ତନ ସହ ଅନେକ ଘରେ ପୁଅ, ବହୁ, ଝିଅ ମାନେ ବହୁ ଦୂର ଦୁରାନ୍ତରେ ନିଜର ଜୀବିକା ସ୍ଥଳୀରେ ରହିଥାନ୍ତି । ତେଣୁ ଅନେକ କ୍ଷେତ୍ରରେ ନବାନ୍ନ ସମୟରେ ସେମାନେ ପୈତୃକ ଗ୍ରାମ ବା ଗୃହକୁ ଆସିବା ସମ୍ଭବ ହେଇ ନ ଥାଏ । ତେଣୁ ଏକ ପରମ୍ପରା ଅନୁସାରେ ସେହି କ୍ଷେତ୍ରରେ ସେହି ପରିବାର ଦଶହରାର ଅଷ୍ଟମୀ ତିଥିରେ ନବାନ୍ନ ଯଥାରିତ ପାଳନ କରନ୍ତି । ଆଗକାଳରେ ରାଜାମାନେ ନିଜ ରାଜ୍ୟର ଇଷ୍ଟଦେବୀଙ୍କ ନାମ ଅନୁସାରେ ନୂଆଖାଇବାର ଲଗ୍ନ ଧାର୍ଯ୍ୟ କରି ଭିନ୍ନ ଭିନ୍ନ ଦିନ ନୂଆ ଖାଉଥିଲେ । ରାଜାରାଜୁଡ଼ା ଶାସନ ପରେ ମଧ୍ୟ ରାଜାଙ୍କ ଇଷ୍ଟଦେବୀଙ୍କ ନାମ ଅନୁସାରେ ପଣ୍ଡିତମାନେ ନବାନ୍ନ ଭକ୍ଷଣ ତିଥି ବାହାର କରୁଥିଲେ, ତେଣୁ ୧୯୯୧ ମସିହା ପର୍ଯ୍ୟନ୍ତ ନୂଆଖାଇ ପର୍ବ ପ୍ରତ୍ୟେକ ବର୍ଷ ଗୋଟିଏ ନିର୍ଦ୍ଦିଷ୍ଟ ତିଥିରେ ପାଳିତ ନ ହୋଇ ଭାଦ୍ରବ ଶୁକ୍ଳପକ୍ଷର ଯେକୌଣସି ଏକ ତିଥିରେ ପାଳିତ ହେଉଥିଲା । ୧୯୯୦ ମସିହାରେ ଏ ସମ୍ପର୍କରେ ଏକ ବିସ୍ତୃତ ପ୍ରାମାଣିକ ବିବରଣୀ ସଂଯୁକ୍ତ କରି ଏକ ଆକୁଳ ଆବେଦନ ପତ୍ର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଙ୍କ ବାସଭବନ ରେ ଭେଟି ଗୋଟିଏ ଦିନ, ବିଶେଷ କରି ଭାଦ୍ରବ ଶୁକ୍ଳ ପଞ୍ଚମୀ, ଠିକ୍ ଗଣେଶ ପୂଜା ବାସି ଦିନ ପାଳନ ପାଇଁ ସରକାରୀ ଛୁଟି ଘୋଷଣା କରିବାର ନିଷ୍ପତି ନେବାକୁ ଦାବି ପତ୍ର ଦେବା ସମୟରେ ସେ ଚିରାଚରିତ ଢଙ୍ଗରେ କହିଲେ " ୟୁ ବ୍ଲଡି, ଅଲଓ୍ବେଜ କ୍ରିଏଟିଙ୍ଗ ପ୍ରୋବ୍ଲେମ " । ତାଙ୍କ ପାଖରେ ତତ୍କାଳୀନ ରାଜସ୍ୱ ବିଭାଗର ମନ୍ତ୍ରୀ ପରମ ସମ୍ମାନନୀୟ ସୁରେନ୍ଦ୍ର ନାଥ ନାୟକ ବସିଥିଲେ, ସେ କହିଲେ ସାର୍ , ସିଏ କେବେ ନିଜ ପାଇଁ କହିନଥାଏ । ବିଜୁ ବାବୁ ଆମର ସେହି ଆବେଦନ ପତ୍ର କୁ ସୁରେନ୍ଦ୍ର ନାଥ ନାୟକ ଙ୍କୁ ଧରାଇଦେଲେ । ସେ ତାହା ପଢି କହିଲେ ପ୍ରଦ୍ୟୁମ୍ନ ଠିକ୍ କଥା କହୁଛି । ବିଜୁ ବାବୁ କହିଲେ ଓକେ , ମୁଁ କ ଉଚି ଏଇଟା ହେବ । ଠିକ୍ ଏହି ସମୟରେ ପ୍ୟାରୀ ମୋହନ ମହାପାତ୍ର କହିଲେ ଓ୍ବେଷ୍ଟର୍ଣ ଓଡ଼ିଶା ରେ ପ୍ରତିବାଦ ହେବ । ବିଜୁ ବାବୁ କହିଲେ ହ୍ଵାଟ୍ ନନ୍ସେନ୍ସ, ହ୍ବାଟ ପ୍ରତିବାଦ, ଦେ ଅଲ ଉଇଲ ଓ୍ବେଲକମ । ମାସକ ପରେ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସାରା ଓଡ଼ିଶାରେ ଗୋଟିଏ ଦିନରେ ନୂଆଖାଇ ପର୍ବ ପାଳନ କରାଯିବା ପାଇଁ ଘୋଷଣା କରି ସାରା ଓଡ଼ିଶା ସରକାରୀ ଛୁଟି କରିବା ପାଇଁ ମଧ୍ୟ ଘୋଷଣା କରିଥିଲେ । ଏହି ପଦକ୍ଷେପକୁ ପଶ୍ଚିମ ଓଡ଼ିଶାର ସବୁମହଲରେ ଚିନ୍ତାକରାଯାଇ ସର୍ବସମ୍ମତ କ୍ରମେ ଗଣେଶ ପୂଜାର ପରଦିନ ଅର୍ଥାତ ଋଷି ପଞ୍ଚମୀ ଦିନଟି ସ୍ଥିର କରାଗଲା । ସେହି ବର୍ଷଠାରୁ ପ୍ରତ୍ୟେକ ବର୍ଷ ପଶ୍ଚିମାଞ୍ଚଳରେ ଗୋଟିଏ ଦିନରେ ନୂଆଖାଇ ପର୍ବ ତିଥି ଅନୁସାରେ ପାଳିତ ହୋଇ ଆସୁଛି । ଏହି ଅବସରରେ ଯୁବ ସାରସ୍ଵତ ସାଧକ ସାତ୍ତ୍ୱିକ ବହିଦାର ଙ୍କ ଅତ୍ୟନ୍ତ ଉପାଦେୟ ଆଲେଖ୍ୟ ନିମନ୍ତେ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ସମସ୍ତ ଙ୍କୁ ପୁନଃ ନୂଆ ଖାଇ ଜୁହାର ,ଅଭିନନ୍ଦନ,ଅଭିବାଦନାନ୍ତେ ବନ୍ଦେ ଉତ୍କଳ ଜନନୀ ।
ଏ ଦାୟିତ୍ୱ କାହାର ? (୧)
ଏ ଦାୟିତ୍ୱ କାହାର ? (୧)
ଆମେ ବିଗତ ୪୫ ବର୍ଷ ଧରି ହଜାର ହଜାର ଥର କହି ଓ ଲେଖି ଆସିଛୁ ଯେ "ଓଡ଼ିଶାର ଇତିହାସ ଏ ଯାବତ୍ ଲେଖା ଯାଇନାହିଁ" । କେବଳ ଅଭିଯୋଗ କରିନାହୁଁ , ସକଳ ପ୍ରତିବନ୍ଧକ ସତ୍ତ୍ୱେ ଆମେ ଅନେକ ଅନାଲୋଚିତ ଇତିହାସକୁ ପ୍ରାମାଣିକ ତଥ୍ୟ ସହିତ ଜନାର୍ପିତ କରିଆସିଛୁ । ଦୀର୍ଘ ୪୫ ବର୍ଷ ଧରି ଶାସନ କଳର ଯୋଜନାବଦ୍ଧ ଆକ୍ରମଣ, ଅତ୍ୟାଚାର, ମାନସିକ ନିର୍ଯ୍ୟାତନା, ଶାସକୀୟ ଚକ୍ରାନ୍ତ ଆଧାରିତ ଅଭାବ ଅନଟନ ଭିତରେ ମଧ୍ୟ ନୂତନ ତଥ୍ୟାର୍ଜନ କରି ଅନେକ ଅଛପା ଇତିହାସକୁ ଛାପା ଇତିହାସରେ ସ୍ଥାନିତ କରିପାରିଛୁ । କାହିଁକି ଓଡ଼ିଶାର ଇତିହାସ ଲେଖା ଯାଇନାହିଁ , ତାହା ଦର୍ଶାଇ କହି ଆସିଛୁ ଯେ " ବିଜେତା ଯେବେ ପରାଜିତର ଇତିହାସ ଲେଖେ , ସେତେବେଳେ ସିଏ ନିଜକୁ, ନିଜ ଜାତି,ଦେଶ, ପ୍ରଦେଶ କୁ ମହିମା ମଣ୍ଡିତ କରିବା ସହିତ ପରାଜିତକୁ ମସୀଲିପ୍ତ କରିଥାଏ, ଯାହା ହିଁ ପ୍ରତିଫଳିତ ହୋଇଛି ଓଡିଶାର ସାମଗ୍ରିକ ଇତିହାସ ଲେଖା କ୍ଷେତ୍ରରେ । ଓଡ଼ିଶା ଓ ଓଡ଼ିଆ ଙ୍କ ନାମକୁ ମଧ୍ୟ ବ୍ୟଙ୍ଗାତ୍ମକ ଭଙ୍ଗୀରେ ଉଚ୍ଚାରଣ ଓ ଲିଖନ କରାଯାଇଥିଲା ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୦୫, ମାର୍ଚ୍ଚ,୩ ତାରିଖରେ ( ଆମ ଭାଷାରେ ଓଡ଼ିଶା ଦିବସ , କାରଣ ୧୯୩୬ ମସିହା, ମାର୍ଚ୍ଚ ୩ ତାରିଖରେ ପ୍ରାଚୀନ ଉତ୍କଳର ଏକ ଖଣ୍ଡିତ ଅଂଶ ଭୂଭାଗକୁ ମାନଚିତ୍ରରେ ରେଖାଙ୍କିତ କରି ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ରାଜପତ୍ର ବ୍ରିଟିଶ ଶାସନ ଦ୍ବାରା ପ୍ରକାଶ ପାଇଥିଲା , ଅପ୍ରେଲ ୧ , ଯାହା ସମଗ୍ର ବିଶ୍ଵରେ ବୋକା ଦିବସ ବା ଅପ୍ରେଲ ଫୁଲ୍ ଭାବେ ପାଳିତ ,ସେହି ଦିନ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରଥମ ରାଜ୍ୟପାଳ ଭାବେ ହବାକ୍ ଯୋଗ ଦେଇଥିଲେ ) । ଆମର ସରକାର ଙ୍କ ନିକଟରେ ପ୍ରଥମ ଦାବି ଥିଲା ନାମ ସଂଶୋଧନ । ଆମେ ଓରିଆ ନୋହୁଁ କି ଆମ ରାଜ୍ୟ ଓରିଷା ନୁହେଁ ।
ଇଂରାଜୀ ଓ ହିନ୍ଦୀରେ "ଓଡ଼ିଶା" ଓ "ଓଡ଼ିଆ"କୁ Orissa ଓ Oriya ତଥା उड़ीसा ଓ उड़ीआ ଭାବେ ସମ୍ବିଧାନରେ ତଥା ସାଧାରଣରେ ବ୍ୟବହାର କରାଯାଉଥିଲା । ଆମର ଧାରାବାହିକ ଆନ୍ଦୋଳନ ପରେ ୨୦୦୮ ମସିହା ଜୁନ ୯ ତାରିଖରେ
ପ୍ରଥମେ ରାଜ୍ୟ ମନ୍ତ୍ରିମଣ୍ଡଳ ବା କ୍ୟାବିନେଟରେ ଓଡ଼ିଶା ଓ ଓଡ଼ିଆକୁ ଇଂରାଜୀରେ Orissa ଓ Oriya ବଦଳରେ Odisha ଓ Odia ତଥା ହିନ୍ଦୀରେ उड़ीसा ଓ उड़ीआ ବଦଳରେ ओड़िशा ଓ ओड़ीआ ଲେଖିବା ପାଇଁ ପ୍ରସ୍ତାବ ଆଗତ କରାଯାଇଥିଲା । ୨୦୦୮ ଅଗଷ୍ଟରେ ରାଜ୍ୟ ବିଧାନ ସଭାରେ ଏହି ପ୍ରସ୍ତାବ ଆସିଥିଲା ଓ ବହୁମତରେ ଏହାକୁ ଗ୍ରହଣ କରାଯାଇଥିଲା । ପରେ ୨୦୦୯ରେ ଡଃ ମନମୋହନ ସିଂହ ଙ୍କ ସରକାର ଦ୍ବିତୀୟ ଥର କ୍ଷମତାକୁ ଆସିବା ପରେ ବା ନୂଆ ଲୋକ ସଭା ଗଠନ ପରେ ଏହାକୁ ବିଧାନ ସଭାରେ ଆଉ ଥରେ ଆଗତ କରାଯାଇଥିଲା । ଏହି ସଂଶୋଧିତ ପ୍ରସ୍ତାବକୁ ୨୦୧୦ ବଜେଟ ଅଧିବେଶନରେ ଲୋକ ସଭାରେ ଆଗତ କରାଯାଇଥିଲା । ୨୦୧୦ ଶୀତକାଳୀନ ଅଧିବେଶନରେ ପ୍ରଥମ ଦିନ (ଅକ୍ଟୋବର ୯, ୨୦୧୦)ରେ ତତ୍କାଳୀନ ସ୍ବରାଷ୍ଟ୍ର ମନ୍ତ୍ରୀ ପି. ଚିଦମ୍ବରମ ଏହାକୁ ଲୋକ ସଭାରେ ଆଗତ କରିଥିଲେ । ପରେ ଏହା ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା ଯାହା ୨୦୧୧ମସିହା ୪ ନଭେମ୍ବରରେ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରି ଓଡ଼ିଶା (ନାମ ପରିବର୍ତ୍ତନ) ଅଧିନିୟମ, ୨୦୧୧ ନାମରେ କାର୍ଯ୍ୟକାରୀ ହୋଇଥିଲା । ଗତ ୨୦୦୫, ମାର୍ଚ୍ଚ ମାସ ୩ ତାରିଖରେ ପ୍ରଥମେ ଓଡ଼ିଶା ଦିବସ ପାଳନ ଅବସରରେ ଆମର ଅଧ୍ୟକ୍ଷତାରେ ଗଠିତ ହୋଇଥିଲା " ଓଡ଼ିଆ ଅସ୍ମିତା ଜାଗରଣ ଅଭିଯାନ" । ଏହି ଅବସରରେ ଓଡ଼ିଶାର ଗୌରବମୟ ଐତିହ୍ୟ ପରମ୍ପରା , ସାରସ୍ବତ କୀର୍ତ୍ତି, ମହାମାନବୀୟ ଦର୍ଶନ, ସମଗ୍ର ବିଶ୍ବ କୁ ବିଭିନ୍ନ କ୍ଷେତ୍ରରେ ଅବଦାନ ଏବଂ ସ୍ମରଣୀୟ ଅସ୍ମିତା କୁ ଉପଜିବ୍ୟ କରି
ଆମେ ଏକ ପ୍ରଚାର ପତ୍ର ସମଗ୍ର ରାଜ୍ୟରେ ବଣ୍ଟନ କରାଇଥିଲୁ । ଏଥିରେ ଉଲ୍ଲେଖ ଥିଲା ଯେ ଧଉଳି ପାହାଡ଼ରେ ଥିବା ଅଶୋକଙ୍କ ସ୍ୱତନ୍ତ୍ର କଳିଙ୍ଗ ଶିଳାଲିପି ନିକଟରେ ପଥର କାନ୍ଥରେ ଖୋଦିତ ହାତୀର ସମ୍ମୁଖ ଭାଗ ଓଡ଼ିଶାର ସର୍ବପ୍ରାଚୀନ ପ୍ରସ୍ତର କଳାକୃତି ମଧ୍ୟରୁ ଅନ୍ୟତମ । ଏହା ମୌର୍ଯ୍ୟଯୁଗୀୟ ହୋଇଥିଲେ ହେଁ ଏଥିରେ କଳିଙ୍ଗ ପ୍ରସ୍ତର କଳା ରହିଛି । ଧଉଳିଠାରୁ ପାଞ୍ଚ କି.ମି. ଦୂର ଦକ୍ଷିଣରେ ଅଶୋକଙ୍କ ସମୟର ଏକ ଭଗ୍ନ ସ୍ତୁପ ଅରାଗଡ଼ଠାରେ ଆବିଷୃତ ହୋଇଛି । ଓଡ଼ିଶାର ଅନ୍ୟାନ୍ୟ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କୀର୍ତ୍ତି ମଧ୍ୟରେ ଉଦୟଗିରି ଓ ଖଣ୍ଡଗିରି ଅନ୍ୟତମ । ଉଦୟଗିରିର ହାତୀଗୁମ୍ଫାରେ ଖାରବେଳଙ୍କ ରାଜତ୍ୱର ବିଶିଷ୍ଟ ଘଟଣାବଳୀ କ୍ରମାନ୍ୱୟରେ ପ୍ରସ୍ତର ଗାତ୍ରରେ ଖୋଦିତ ହୋଇଛି । ଏହା ହାତୀଗୁମ୍ଫା ଅଭିଲେଖ ନାମରେ ଖ୍ୟାତ । ଏଠାରେ ଅନ୍ୟାନ୍ୟ ଗୁମ୍ଫାଗୁଡ଼ିକ ମଧରୁ ଦ୍ୱିତଳ ବିଶିଷ୍ଟ ରାଣୀଗୁମ୍ଫା ଓ ସୁବର୍ଣ୍ଣପୁରୀ-ମଞ୍ଜପୁରୀ କଳାତ୍ମକ ଦୃଷ୍ଟିରୁ ପ୍ରଧାନ । ଏହି ଉଭୟ ଗୁମ୍ଫା ଖାରବେଳଙ୍କ ସମୟରେ ଖୋଦିତ ହୋଇଥିବାର ପ୍ରମାଣ ମିଳେ । ଖଣ୍ଡଗିରିର ଗୁମ୍ଫାଗୁଡ଼ିକ ମଧ୍ୟରୁ ଅନନ୍ତଗୁମ୍ଫା, ନବମୁନି ଗୁମ୍ଫା, ବାରଭୁଜି ଗୁମ୍ଫା ଓ ଲଲାଟେନ୍ଦୁକେଶରୀ ଗୁମ୍ଫା ଦଶମ-ଏକାଦଶ ଶତାବ୍ଦୀରେ ଖୋଦିତ ହୋଇଥିବା ପ୍ରମାଣ ମିଳେ । ଏହି ଗୁମ୍ଫାଗୁଡ଼ିକ ଭିତରେ ଜୈନ ତୀର୍ଥଙ୍କରମାନଙ୍କ ମୂର୍ତ୍ତି ଦେଖିବାକୁ ମିଳେ । ଉଦୟଗିରି ଓ ଖଣ୍ଡଗିରି ପ୍ରାଚୀନ କାଳରେ କୁମାରୀ ଓ କୁମାର ପର୍ବତ ରୂପେ ଯଥାକ୍ରମେ ପରିଚିତ ଥିବା ହାତୀଗୁମ୍ଫା ଅଭିଲେଖରୁ ଜଣାଯାଏ । ଓଡ଼ିଶାରେ ବୌଦ୍ଧ ଧର୍ମର ଅଭ୍ୟୁତ୍ଥାନ ସମୟରେ ଅନେକ ବୌଦ୍ଧବିହାର ଓ ଉପାସନାଗୃହ ଗଢ଼ି ଉଠିଥିଲା । ଏଗୁଡ଼ିକ ପଞ୍ଚମ ଶତାବ୍ଦୀଠାରୁ ଅଷ୍ଟମ ଶତାବ୍ଦୀ ମଧ୍ୟରେ ନିର୍ମିତ ହୋଇଥିବା ପ୍ରମାଣ ମିଳେ । ତନ୍ମଧ୍ୟରୁ ବରଗଡ଼ ଜିଲ୍ଲାର ଗଣିଆପାଲି ଗାଁ ଠାରେ ଥିବା ମୁଚଳିନ୍ଦ ବୌଦ୍ଧବିହାର ସମ୍ଭବତଃ ସର୍ବପ୍ରାଚୀନ । ସେଥିପରି ଗଞ୍ଜାମ ଜିଲ୍ଲାର ବୁଦ୍ଧଖୋଲ ଅନ୍ୟତମ ପ୍ରାଚୀନ ବୌଦ୍ଧକୀର୍ତ୍ତି ରୂପେ ପରିଚିତ । ଏତଦ୍ବ୍ୟତୀତ ରତ୍ନଗିରି, ଲଳିତଗିରି, ଉଦୟଗିରି, ଲାଙ୍ଗୁଡ଼ି ପାହାଡ଼, କାଏମା, ବଜ୍ରଗିରି, ରମେଶ୍ୱର, ସୋଲପୁର, ଖଡ଼ିପଦାରୁ ଆବିଷୃତ ବିହାର, ସ୍ତୂପ, ଚୈତ୍ୟଗୃହ, ଉପାସନା ଗୃହ ଓ ଆବାସସ୍ଥଳୀ ତଥା ବୌଦ୍ଧମୂର୍ତ୍ତି ଆଦିରୁ ଏହି ଅଞ୍ଚଳରେ ବୌଦ୍ଧଧର୍ମର ପ୍ରାଧାନ୍ୟ ବିଷୟରେ ସୂଚନା ମିଳିଛି । ବୌଦ୍ଧରୁ ପ୍ରାପ୍ତ ଏକପୂର୍ଣ୍ଣାବୟବ ମୂର୍ତ୍ତି ମଧ୍ୟ ଏହି ଶ୍ରେଣୀଭୁକ୍ତ ।
ଓଡ଼ିଶାରେ ଥିବା ପ୍ରାଚୀନ ମନ୍ଦିରମାନଙ୍କ ନିମନ୍ତେ ଓଡ଼ିଶା ମନ୍ଦିର ମାଳିନୀ ରାଜ୍ୟ ରୂପେ ପ୍ରସିଦ୍ଧ । ପ୍ରମୁଖ ମନ୍ଦିରଗୁଡ଼ିକର ଗଠନ ଶୈଳୀ ସ୍ୱତନ୍ତ୍ର ଓ "କଳିଙ୍ଗ ଶୈଳୀ" ନାମରେ ଖ୍ୟାତ । କଳିଙ୍ଗ ଶୈଳୀରେ ନିର୍ମିତ ଏହି ମନ୍ଦିରଗୁଡ଼ିକ ସ୍ଥାପତ୍ୟ ଦୃଷ୍ଟିରୁ ତିନି ପ୍ରକାର । ସେଗୁଡ଼ିକ ହେଲା: ରେଖା ଦେଉଳ, ପିଢ଼ା ଦେଉଳ, ଖାଖରା ଦେଉଳ । ମନ୍ଦିରର ଶିଖର ଓ ଶୀର୍ଷ ଭାଗର ଗଠନ ଶୈଳୀକୁ ଭିତ୍ତି କରି ଏଭଳି ବିଭକ୍ତିକରଣ କରାଯାଇଛି । କଳିଙ୍ଗ ଶୈଳୀର ମନ୍ଦିରଗୁଡ଼ିକ ସପ୍ତମ ଶତାବ୍ଦୀଠାରୁ ପଞ୍ଚଦଶ-ଷୋଡ଼ଷ ଶତାବ୍ଦୀ ମଧ୍ୟରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ନିର୍ମିତ ହୋଇଥିଲା । ଏସବୁ ବିଶେଷକରି ଶୈଳୋଦ୍ଭବ, ଭୌମକର, ସୋମବଂଶୀ, ଗଙ୍ଗବଂଶୀ ଓ ସୂର୍ଯ୍ୟବଂଶୀ ରାଜାମାନଙ୍କ ପୃଷ୍ଠପୋଷକତାରେ ନିର୍ମିତ ହୋଇଥିଲା । ଏଗୁଡ଼ିକ ପ୍ରାଚୀନ ଏକାମ୍ରକ୍ଷେତ୍ର (ଆଧୁନିକ ଭୁବନେଶ୍ୱର ନଗର), ଶଙ୍ଖକ୍ଷେତ୍ର (ଆଧୁନିକ ପୁରୀ), ଅର୍କକ୍ଷେତ୍ର (ଆଧୁନିକ କୋଣାର୍କ), ବିରଜାକ୍ଷେତ୍ର (ଆଧୁନିକ ଯାଜପୁର), ଖିଂଚି, ବୌଦ୍ଧ, ଗନ୍ଧରାଡ଼ି, ରାଣୀପୁର ଝରିଆଲ, ନୃସିଂହନାଥ, କୂଆଳ, ବରଗାଁ, ଚଉରାଶି, ନିଆଳି ଏବଂ ପାପଡାହାଣ୍ଡିଠାରେ ଦେଖିବାକୁ ମିଳେ । ତନ୍ମଧ୍ୟରୁ ଭୁବନେଶ୍ୱରର ମୁକ୍ତେଶ୍ୱର, ରାଜାରାଣୀ ଓ ଲିଙ୍ଗରାଜ ମନ୍ଦିର, ପୁରୀର ଜଗନ୍ନାଥ ମନ୍ଦିର ଓ କୋଣାର୍କର ସୂର୍ଯ୍ୟମନ୍ଦିର ପ୍ରସିଦ୍ଧ । ଏତଦ୍ବ୍ୟତୀତ ଓଡ଼ିଶାର ପଶ୍ଚିମାଞ୍ଚଳରେ ପୋଡ଼ାଇଟାରେ ତିଆରି ଅନେକ ମନ୍ଦିର ଦେଖିବାକୁ ମିଳେ । ତନ୍ମଧ୍ୟରୁ ବୁଦ୍ଧିକୋମା, କୋମନା ଓ ଇନ୍ଦ୍ରଲାଧ (ରାଣିପୁର ଝରିଆଲ) ମନ୍ଦିର ଉଲ୍ଲେଖଯୋଗ୍ୟ ।ଓଡ଼ିଶାର ମଧ୍ୟଯୁଗୀୟ ପୁରାକୀର୍ତ୍ତିଗୁଡ଼ିକ ମଧ୍ୟରୁ କଟକର ଦେୱାନ ବଜାର ମସଜିଦ, ବାଲୁବଜାର ମସଜିଦ, କଦମ ରସୁଲ, କାଳିଆବୋଦା ଗୁରୁଦ୍ୱାରା ଏବଂ ପୁରୀର ବାଉଳି ମଠ ଅନ୍ୟତମ । ଏହା ଛଡ଼ା ଚୁହାଇଁ ରାଜାମାନଙ୍କଦ୍ୱାରା ନିର୍ମିତ ମନ୍ଦିରଗୁଡ଼ିକ ମଧ୍ୟ ଏହି ସମୟର ଓ ସ୍ୱତନ୍ତ୍ର । ଏସବୁ ପାଟଣାଗଡ଼, ସୋନପୁର ଓ ସମ୍ବଲପୁରଠାରେ ଦେଖିବାକୁ ମିଳେ ।ଓଡ଼ିଶାର ଚିତ୍ରକଳା ମଧ୍ୟରେ କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ସିତାବିଂଝୀର ରାବଣାଛାୟା ପ୍ରସିଦ୍ଧ ଓ ପ୍ରାଚୀନ । ମଧ୍ୟଯୁଗୀୟ ଚିତ୍ରକଳା ମଧ୍ୟରେ ପୁରୀର ଜଗନ୍ନାଥ ମନ୍ଦିର, ବିମଳା ମନ୍ଦିର ଓ ଲକ୍ଷ୍ମୀ ମନ୍ଦିର ତଥା ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡାର ବିରଞ୍ଚି ନାରାୟଣ ମନ୍ଦିରର ଅଭ୍ୟନ୍ତରରେ ଅନ୍ୟତମ ।
ଭାରତରେ ପ୍ରଚଳିତ ଶାସ୍ତ୍ରୀୟ ନୃତ୍ୟମାନଙ୍କ ମଧ୍ୟରୁ ଓଡ଼ିଶୀ ନୃତ୍ୟ ଅନ୍ୟତମ ଓ ପ୍ରାଚୀନ । ଖାରବେଳଙ୍କ ସମୟରେ ଖୋଦିତ ରାଣୀଗୁମ୍ଫା, ସ୍ୱର୍ଗପୁରୀ ଓ ମଞ୍ଚପୁରୀ ଗୁମ୍ଫାର ଗାତ୍ରରେ ଦେଖିବାକୁ ମିଳୁଥିବା ନର୍ତ୍ତକୀମାନଙ୍କର ପ୍ରତିମା ତଥା ହାତୀଗୁମ୍ଫା ଅଭିଲେଖରେ ବର୍ଣ୍ଣିତ ନୃତ୍ୟ ଓଡ଼ିଶୀ ନୃତ୍ୟର ଆଧାର । ଭରତଙ୍କ ନାଟ୍ୟଶାସ୍ତ୍ରରେ କଳିଙ୍ଗ ନୃତ୍ୟ ଶୈଳୀ ଉଲ୍ଲିଖିତ । ଭୁବନେଶ୍ୱରର ପର୍ଶୁରାମେଶ୍ୱର ମନ୍ଦିର, ବୈତାଳ ମନ୍ଦିର, ଶିଶିରେଶ୍ୱର ମନ୍ଦିର, ମାର୍କଣ୍ଡେଶ୍ୱର ମନ୍ଦିର, ମୁକ୍ତେଶ୍ୱର ମନ୍ଦିର, ରାଜରାଣୀ ମନ୍ଦିର, ଲିଙ୍ଗରାଜ ମନ୍ଦିର, ମେଘେଶ୍ୱର ମନ୍ଦିର ପ୍ରଭୃତି, ପୁରୀର ଜଗନ୍ନାଥ ମନ୍ଦିର ଏବଂ କୋଣାର୍କ ସୂର୍ଯ୍ୟମନ୍ଦିରର ବର୍ହିଭାଗରେ ଖୋଦିତ ନର୍ତ୍ତକୀ ଓ ନାୟିକାମାନଙ୍କର ଅଙ୍ଗଭଙ୍ଗୀ ଓ ମୁଦ୍ରାରୁ ଓଡ଼ିଶୀ ନୃତ୍ୟର ପରମ୍ପରା ସମୃଦ୍ଧ ହୋଇଥିବା ଜଣାଯାଏ । ପରବର୍ତ୍ତୀ କାଳରେ ଏହି ନୃତ୍ୟ ଦେବଦାସୀ ନୃତ୍ୟ (ମାହାରୀ) ଓ ଗୋଟିପୁଅମାନଙ୍କଦ୍ୱାରା ପରିବେଷିତ ହୋଇ ଆସୁଥିଲା । ଭାରତ ସ୍ୱାଧୀନ ହେବା ପରେ ଏହି ନୃତ୍ୟ ପରମ୍ପରାର ପୁନରୁଦ୍ଧାର କରାଯାଇ ଏହାକୁ ଓଡ଼ିଶୀ ନାମରେ ନାମିତ କରାଗଲା ଓ ପରେ ଏହା ଶାସ୍ତ୍ରୀୟ ନୃତ୍ୟର ମର୍ଯ୍ୟାଦା ଲାଭ କଲା । ଏଥିରେ କାଳୀଚରଣ ପଟ୍ଟନାୟକ, ପଙ୍କଜଚରଣ ଦାସ, ଦେବପ୍ରସାଦ ଦାସ, କେଳୁଚରଣ ମହାପାତ୍ର, ସଂଯୁକ୍ତା ପାଣିଗ୍ରାହୀ ଆଦି ନୃତ୍ୟଗୁରୁମାନଙ୍କ ଭୂମିକା ଅନ୍ୟତମ । ଓଡ଼ିଶୀ ନୃତ୍ୟର ଅଙ୍ଗଭଙ୍ଗୀ ଓ ଲାଳିତ୍ୟ ଏହାର ବୈଶିଷ୍ଟ୍ୟ । ଏହି ନୃତ୍ୟର ପାଞ୍ଚଗୋଟି ପର୍ଯ୍ୟାୟ ରହିଛି: ମଙ୍ଗଳାଚରଣ, ବଟୁ, ପଲ୍ଲବୀ, ଅଭିନୟ ଓ ମୋକ୍ଷ । ନୃତ୍ୟ ଆରମ୍ଭରେ ନର୍ତ୍ତକୀ ଜଗନ୍ନାଥଙ୍କୁ ପୁଷ୍ପାଞ୍ଜଳିଦ୍ୱାରା ପ୍ରଣାମ ନିବେଦନ କରନ୍ତି ଓ ଶେଷରେ ମୋକ୍ଷ ଲାଭ କାମନା କରି ପ୍ରଣତି ଜଣାନ୍ତି । ଏହି ନୃତ୍ୟରେ ପଖଉଜ, ବେହେଲା, ଗିନି, ଝାଞ୍ଜ, ବଂଶୀ ଇତ୍ୟାଦି ବାଦ୍ୟଯନ୍ତ୍ର ବ୍ୟବହାର କରାଯାଏ । ଓଡ଼ିଶୀ ନୃତ୍ୟ ଭଳି ଓଡ଼ିଶୀ ସଙ୍ଗୀତ ମଧ୍ୟ ଏକ ଶାସ୍ତ୍ରୀୟ ସଙ୍ଗୀତ । ଶ୍ରୀଜଗନ୍ନାଥ ଓ ରାଧା-କୃଷ୍ଣଙ୍କର ଉପରେ ଆଧାରିତ ପାରମ୍ପାରିକ ଭକ୍ତିସଙ୍ଗୀତ ଓଡ଼ିଶୀ ସଙ୍ଗୀତ ମାଧ୍ୟମରେ ଏକ ସ୍ୱତନ୍ତ୍ର ରାଗ, ତାଳ ଓ ଗାୟନଶୈଳୀ ମାଧ୍ୟମରେ ପରିବେଷିତ ହୁଏ । କ୍ରମଶଃ
ଏ ଦାୟିତ୍ୱ କାହାର ? (୨)
ଏ ଦାୟିତ୍ୱ କାହାର ? (୨)
ଉତ୍କୃଷ୍ଟ କଳାର ରାଜ୍ୟ ଆମ ଉତ୍କଳ ର ହଜାର ହଜାର ବର୍ଷ ର ଗୈାରବମୟ ଇତିହାସ ସହ ଆଜି ର ଏହି କ୍ଷେତ୍ର ସମୂହ ର ସ୍ଥିତି ଦେଖି ଏକ ତୁଳନାତ୍ମକ ଚିତ୍ର ଦେଖିଲେ ଜଣେ ଖାଣ୍ଟି ଭାବପ୍ରବଣ ଓଡ଼ିଆ ର ହୃଦାଘାତ ହେବା ସମ୍ଭାବନା ଅଧିକ ରହିଛି । ଓଡ଼ିଶାର ଲୋକନୃତ୍ୟ, ଓଡ଼ିଶାର କଳା ଓ ସଂସ୍କୃତିର ପରିଚାୟକ କେବଳ ନୁହେଁ ଅଧିକନ୍ତୁ ଓଡ଼ିଆ ଜନଜୀବନ ର ଆତ୍ମା । ଓଡ଼ିଆ ଜୀବନ ଶୈଳୀ ଏବଂ ପ୍ରଥା ସହିତ ଶହଶହ ପ୍ରକାର ର ନୃତ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଏସବୁ ମୁଖ୍ୟତଃ ଧର୍ମଚାର, ମନୋରଞ୍ଜନ, ଶ୍ରମ ଅପନୋଦନ, ସାମାଜିକ ସଂସ୍କାର ଆଦି ବହୁବିଧ ଉଦ୍ଦେଶ୍ୟକୁ ଉପଜିଵ୍ୟ କରି ଲୋକନୃତ୍ୟର ସୃଷ୍ଟି ହୋଇଥିଲା । ଗ୍ରାମବହୁଳ ଓଡ଼ିଶାରେ ଦୈନନ୍ଦିନ ଜୀବନରେ ଟିକେ ଆନନ୍ଦ ଉପଭୋଗ କରିବାକୁ ଅନୁଷ୍ଠିତ କରାଯାଏ ଯାତ୍ରା ଓ ମହୋତ୍ସବମାନ । ଓଡ଼ିଶାର ପ୍ରତ୍ୟେକ ପର୍ବପର୍ବାଣୀ ସହ ବିଭିନ୍ନ ଲୋକନୃତ୍ୟର ପ୍ରଚଳନ ରହିଥିଲା। ଏହିସବୁ ନୃତ୍ୟ ମୁଖ୍ୟତଃ ଖୋଲା ଆକାଶତଳେ ପରିବେଷଣ କରାଯାଉଥିଲା । ପ୍ରତ୍ୟେକ ଲୋକନୃତ୍ୟରେ ଓଡ଼ିଶାର ପାରମ୍ପରିକ ସଂଗୀତ ଓ ବହୁଲୋକପ୍ରିୟ ଢଗଢମାଳି ଆଦିର ବ୍ୟବହାର ହେଉଥିଲା । ଏହାସହିତ ପାରମ୍ପରିକ ବାଦ୍ୟର ବ୍ୟବହାର ମଧ୍ୟ କରାଯାଉଥିଲା । ବିଗତ ୫୦ ବର୍ଷ ତଳେ ଆମେ ବହୁ ମେଳା,ମେଳଣ ରେ ଦେଖିବାକୁ ପାଇଥିବା ଓ ଉପଭୋଗ କରିଥିବା, ଶୁଣିଥିବା ଲୋକନୃତ୍ୟ, ଲୋକ କଳା ପ୍ରଭୃତି ଏବେ ଆଉ ଦେଖିବାକୁ ମିଳୁନାହିଁ । ନାଗାନାଚ,ସଖି କଣ୍ଢେଇ ନାଚ,ଛଉ ନୃତ୍ୟ, ତାହା ପୁଣି ମୟୂରଭଞ୍ଜ ଛଉ ନୃତ୍ୟ, ଷଢେ଼ଇକଳା ଓ ପୁରୁଲିଆ ଛଉ ନୃତ୍ୟ,କରମାନାଚ, ଦଣ୍ଡ ନାଚ,ଚଇତି ଘୋଡ଼ା ନାଚ, ଘୁମୁରା ନାଚ, ଚଢ଼େଇ ନାଚ,ଶବର - ଶବରୁଣୀ ନାଚ,କେଳା-କେଳୁଣି ନାଚ, ଡାଲଖାଇ ନାଚ , ଗୋଟି ପୁଅ ନାଚ, ଏପରିକି ଆଦିବାସୀ ଅଧ୍ୟୁଷିତ ଆମ ରାଜ୍ୟର ଆଦିବାସୀ ନୃତ୍ୟ ଯଥା ଦେଶିଆ ନାଚ,ଗଦବା ନାଚ,କନ୍ଧ ନାଚ,କୋୟା ନାଚ,ଓଁରା ନାଚ,ସଉରା ନାଚ,ପରଜା ନାଚ,କାଠି କଣ୍ଢେଇ ନାଚ ଠାରୁ କେନ୍ଦେରା ଗୀତ,ଖଞ୍ଜଣି ଭଜନ,ଚୁଟ୍କୁଚୁଟା,ପାଟୁଆ ନାଚ ଠାରୁ ଅନେକ ଲୀଳା ଯଥାଲୀଳା
ଭାରତ ଲୀଳା ବା ଦୁଆରୀ ଲୀଳା ବା ସୁଭଦ୍ରା ହରଣ ନାଟ
ରାମଲୀଳା,କୃଷ୍ଣଲୀଳା,ରାସଲୀଳା,ରାଧା ପ୍ରେମ ଲୀଳା
ରାଧା ମାନ ଲୀଳା ସମେତ ଅନେକ ଲୀଳା ଯଥା ଭାରତ ଲୀଳା ବା ଦୁଆରୀ ଲୀଳା ବା ସୁଭଦ୍ରା ହରଣ ନାଟ ସ଼ହିତ ଅନେକ ସୁଆଙ୍ଗ ଯଥା ଲକ୍ଷ୍ମୀ ପୁରାଣ ସୁଆଙ୍ଗ,ବିଲଙ୍କା ରାମାୟଣ ସୁଆଙ୍ଗ,ଗଣ୍ଡାବଧ ସୁଆଙ୍ଗ,ଚନ୍ଦ୍ରାବତୀ ସୁଆଙ୍ଗ ,ଉଷାବତୀ ହରଣ ସୁଆଙ୍ଗ,ଦକ୍ଷ ଯଜ୍ଞ ସୁଆଙ୍ଗ ଭଳି ଅନେକ ସୁଆଙ୍ଗ ,ଚକୁଳିଆ ପଣ୍ଡା , ଦାସକାଠିଆ, ରସରକେଲି, ପ୍ରହଲ୍ଲାଦ ନାଟକ ଠାରୁ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ପରମ୍ପରା ପ୍ରଚାର ପ୍ରସାର ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପାଲା ର ସ୍ଥିତି ବିପନ୍ନ । ନାଗାନାଚ ର କେବେ ଅୟମାରମ୍ଭ ହୋଇଥିଲା ଏଯାବତ୍ ଗବେଷଣା ହୋଇନାହିଁ, ପ୍ରଭୁ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ର ବିଶେଷତ୍ଵ ଓ ଭିତ୍ତିଭୂମି ପ୍ରସଙ୍ଗ ମଧ୍ୟ ଗବେଷଣା ସାପେକ୍ଷ ସତ୍ୟ ମାତ୍ର, ଏହା ହଜାର ହଜାର ବର୍ଷ ଧରି ଓଡ଼ିଆ ମାନଙ୍କ ସାମରିକ କଳା ପରମ୍ପରା ତଥା ପାଇକ ପରମ୍ପରା ବିଜଡ଼ିତ ।ନାଗା ନାଚ ରେ କେବଳ ବିଭିନ୍ନ ବାଦ୍ୟ ଓ ପ୍ରଚ୍ଛଦ ଯନ୍ତ୍ରସଙ୍ଗୀତ ଥାଏ । ଏହାର ସଙ୍ଗୀତରେ ବ୍ୟବହୃତ ବାଦ୍ୟ ଯନ୍ତ୍ରସବୁ ହେଲା ମାଦଳ, ଧୁମସା ଓ ପଖଉଜ । ଅଧୁନା କର୍ପୁର ଉଠିଯାଇ କନା ପଡ଼ିବା ଭଳି ସାମୟିକ ବିଭିନ୍ନ ପର୍ବ ପାଳନ ବେଳେ ପୁରୀରେ ଦେଖିବାକୁ ମିଳିଥାଏ । ସାଧାରଣତଃ ଯୁବବର୍ଗର ନର୍ତ୍ତକମାନେ ଏଥିରେ ବିଭିନ୍ନ ଭାରୀ ଓ ଚିତ୍ରିତ ପୋଷାକ ପିନ୍ଧି ନାଚିଥାନ୍ତି ।ନର୍ତ୍ତକମାନେ ମଥାରେ ବିଶାଳ ଅଳଙ୍କାର ଖଚିତ ମୁକୁଟ ପିନ୍ଧିଥାନ୍ତି । ସେମାନଙ୍କ ପୋଷାକରେ ବାଉଁଶ-ତିଆରି ଡେଣା ଲାଗିଥାଏ । ସେମାନେ ନାଚିଲା ବେଳେ ଡେଣାଯୋଡ଼ିକ ଦୁଇପଟକୁ ଦୋହଲି ପଡ଼େ ବାଜାବାଦକମାନଙ୍କ ବାଜା ତାଳରେ ତାଳଦେଇ ନର୍ତ୍ତକମାନେ ଆଗକୁ ବଢ଼ିଥାନ୍ତି ।ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ସରକାରୀ ଓ ବେସରକାରୀ ଉତ୍ସବ ପାଳନ ବେଳେ ଓଡ଼ିଶାର ଅନ୍ୟାନ୍ୟ ନାଚ ସହିତ ନାଗା ନାଚ ମଧ୍ୟ ଦେଖିବାକୁ ମିଳିଥାଏ ।ନାଗା ନାଟରେ ବିଭିନ୍ନ ବୀର ବାଦ୍ୟ ବାଦନ ସହିତ ବୀର ବେଶରେ ସଜ୍ଜିତ ନର୍ତ୍ତକଗଣ ନୃତ୍ୟରେ ବିଭିନ୍ନ ସମର-ସମ୍ବନ୍ଧିତ ବିଷୟବସ୍ତୁ ଦେଖାଇଥାନ୍ତି । ଚାରିରୁ ଆଠ ଜଣ ଲୋକଙ୍କୁ ନେଇ ଗଠିତ ଏକ ଦଳ ଏହି ନାଚ ପରିବେଷଣ କରିଥାନ୍ତି ।ନାଗା ନାଚର ନାମକରଣ ଯାଯାବର ନାଗା ଜାତିରୁ ହୋଇଥିବା ଜଣାଯାଏ । କଳିଙ୍ଗ ଭୁଖଣ୍ଡ ଦକ୍ଷିଣପୂର୍ବ ଏସିଆ ଛଡ଼ା ଆଧୁନିକ ଭାରତର ଉତ୍ତରରୁ ପୂର୍ବଦେଇ ଦକ୍ଷିଣ ଯାଏ ବ୍ୟାପିଥିବା ବେଳେ ଏଠାରେ ବାସ କରୁଥିବା ନାଗା ଜନଜାତିଙ୍କ ଏହି ନାଚ ଓଡ଼ିଆ ସଂସ୍କୃତି ସହିତ ବିଜଡ଼ିତ ହୋଇ ବୀରତ୍ବର ପରିଚୟ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ମାନବୀୟ ଲୀଳା କରିଆସୁଥିବା ଜଗନ୍ନାଥ ଶ୍ରୀମନ୍ଦିର ସଂସ୍କୃତି ରେ ସଂଯୁକ୍ତ ହୋଇରହିଛି । ଏବେ ନିକଟରେ " ନାଗାର୍ଜୁନ ବେଶ" ହୋଇଥିଲା ।ନାଗାର୍ଜୁନ ବେଶ ବା ପର୍ଶୁରାମ ବେଶ ଶ୍ରୀଜଗନ୍ନାଥ ସେବା ସଂସ୍କୃତି ରେ ଅନେକ ଅନାଲୋଚିତ ଗୁରୁତ୍ୱପୂର୍ଣ୍ଣ ଦର୍ଶନ ଆଧାରିତ , ବିଶେଷ କରି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର କରାଯାଇଆସୁଥିବା ଅନେକ ବେଶଗୁଡ଼ିକ ମଧ୍ୟରେ ଏକ ଅନନ୍ୟ ଅତୁଳନୀୟ ବେଶ, ଯାହା ପୂର୍ବଜ ଓଡ଼ିଆ ମାନଙ୍କ ମହନୀୟ ସ୍ବାଭିମାନୀ ଜୀବନଚର୍ଯ୍ୟାର ଏକ ପ୍ରତିଫଳିତ ଦର୍ପିତ ଵେଶ । ଯେଉଁ ବର୍ଷ କାର୍ତ୍ତିକ ମାସରେ ପଞ୍ଚକ ଛଅ ଦିନ ପଡ଼େ ସେହି ବର୍ଷ ମଳ ତିଥିରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କ ନାଗାର୍ଜୁନ ବେଶ ହୁଏ । ବିଶେଷ ତାତ୍ପର୍ଯ୍ୟ ପୂର୍ଣ୍ଣ ଯେ ଏହା ଯେଉଁ ବର୍ଷ ପଡ଼ିଥାଏ, ତତ୍ ପରବର୍ତ୍ତୀ ବର୍ଷ ମଧ୍ୟ ପଡ଼ିଥାଏ । ବ୍ୟକ୍ତିଗତ ଭାବେ ଆମ ପାଇଁ ସାଂସାରିକ ଦୃଷ୍ଟିକୋଣ ରୁ ଏହା ସର୍ବାଧିକ ସ୍ମରଣୀୟ ଯେ ୧୯୯୩, ନଭେମ୍ବର ୨୬ ତାରିଖ ରେ ଆମ ଜେଜେ ମା ୯୭ ବର୍ଷରେ ଇହଲୀଳା ସମ୍ବରଣ କରିଥିଲେ । ପୂର୍ବର ଇତିହାସ ଗର୍ଭାନୁଶୀଳ କଲେ ଜଣାଯାଏ ଯେ ଅତୀତରେ ଏହି ବେଶ ୧୯୯୪ ମସିହା ନଭେମ୍ବର ୧୬ ତାରିଖରେଓ ତା ପୂର୍ବରୁ ୧୯୯୩ ନଭେମ୍ବର ୨୬, ୧୯୬୮ ନଭେମ୍ବର ୩, ୧୯୬୭ ନଭେମ୍ବର ୧୬ ଓ ୧୯୬୬ ନଭେମ୍ବର ୨୬ରେ ପାଳିତ ହୋଇଥିଲା । ପରବର୍ତ୍ତୀ ନାଗାର୍ଜୁନ ବେଶ ୨୭ ନଭେମ୍ବର ୨୦୨୦, ଶୁକ୍ରବାର କାର୍ତ୍ତିକ ଶୁକ୍ଳ ମଳ ଦ୍ୱାଦଶୀ ତିଥିରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ବର୍ଷ ମଧ୍ୟ ନାଗାର୍ଜୁନ ବେଶ ହେବାକୁ ଯାଉଛି । ଅତଏବ ଆଲୋଚନା କରିବା ଏହି ବେଶ ର ବିଶେଷତ୍ଵ କ'ଣ ? ଯେହେତୁ ବିଗତ ଦେଢ ମାସ ମଧ୍ୟରେ ଏ ସମ୍ପର୍କରେ କୈାଣସି ଗଣମାଧ୍ୟମରେ ସବିଶେଷ ଭାବରେ ଆଲୋଚନା ହୋଇନାହିଁ, ତେଣୁ ଏହାର ଗର୍ଭାନୁଶୀଳନ କରିବାକୁ ଚେଷ୍ଟା କରି ଯେଉଁ ସବୁ ତଥ୍ୟାଧାରରେ ଏହା ଉପସ୍ଥାପନ କରିବାକୁ ଯାଉଛୁ, ତା'ର ସମୀକ୍ଷା ଓ ମତାମତ ମଧ୍ୟ ଆହ୍ବାନ କରୁଛୁ ।ପୁରାଣ ମତେ ପର୍ଶୁରାମଙ୍କ ସହସ୍ରାର୍ଜ୍ଜୁନ ବଧ କିମ୍ବା ଅର୍ଜୁନ ଓ ତାଙ୍କ ପୁତ୍ର ନାଗାର୍ଜୁନ ମଧ୍ଯରେ ହୋଇଥିବା ଯୁଦ୍ଧର ସ୍ମୃତି ସ୍ୱରୂପ ଏହି ବେଶ ଅନୁଷ୍ଠିତ ହୁଏ ।ଏହି ବେଶ ଯୋଦ୍ଧା ଓ ସନ୍ଯାସୀର ସମ୍ମିଶ୍ରଣ ବେଶ ଥିଲା । ଅର୍ଜୁନ ନିଜ ପୁତ୍ର ସହସ୍ରାର୍ଜୁନ ଦ୍ୱାରା ପରାସ୍ତ ହେଇଥିଲେ । ସହସ୍ରାର୍ଜ୍ଜୁନ ଶ୍ରୀକୃଷ୍ଣଙ୍କ ଅନ୍ୟ ଏକ ରୂପେ । ମହାଭାରତ ଅନୁସାରେ ବନବାସ ସମୟରେ କିରାତ ବେଶଧାରୀ ଶିବ ସହ ଅର୍ଜୁନଙ୍କ ମଧ୍ୟରେ ଯୁଦ୍ଧ ହେଲା । ଅର୍ଜୁନ ପରାସ୍ତ ହେଲେ ମଧ୍ଯ ଶିବ ଅନେକ ଦିବ୍ଯ ଅସ୍ତ୍ର ପ୍ରଦାନ କଲେ । କିରାତାର୍ଜୁନ କହିଲେ ଯେପରି ଶିବଙ୍କୁ ବୁଝାଏ ସେପରି ନାଗାର୍ଜୁନ ବିଷ୍ଣୁଙ୍କର ଏକ ରୂପ । ଶିବ ଓ ବିଷ୍ଣୁଙ୍କର ସମନ୍ୱୟ ସାଧିତର ପ୍ରତୀକ ହେଲା ନାଗାର୍ଜୁନ ବେଶ ।ନାଗା ସନ୍ଯାସୀମାନେ ଉଲଙ୍ଗତା, ଉଦଣ୍ଡତା ତଥା ବୀରତା ପାଇଁ ପ୍ରସିଦ୍ଧ । ଅତୀତରେ ଏମାନେ ମନ୍ଦିରର ସୁରକ୍ଷା ଦାୟିତ୍ୱରେ ଥିଲେ । ଅତୀତରେ ନାଗା ସନ୍ଯାସୀ ଜଗନ୍ନାଥଙ୍କୁ ନାଗା ବେଶରେ ଦେଖିବା ପାଇଁ ଇଚ୍ଛା କରିଥିବାରୁ ଶ୍ରୀଜଗନ୍ନାଥ ଇଛା ପୂରଣ କରି ନାଗାର୍ଜୁନ ବେଶରେ ଉଭା ହୋଇଥିବାର କିମ୍ବଦନ୍ତୀ ରହିଛି । ପଦ୍ମ ପୁରାଣର ଉତ୍ତରଖଣ୍ଡ ବର୍ଣ୍ଣନା ଅନୁସାରେ କାର୍ତ୍ତିକ ମାସ ଭଗବତ ଆରାଧନା, ଉପାସନା ଆଦି ଦୃଷ୍ଟିରୁ ଶ୍ରେଷ୍ଠ ହୋଇଥିବାରୁ ଏହି ମାସରେ ନାଗାର୍ଜୁନ ବେଶ ହୋଇଥାଏ । ଆମେ ଛୋଟ ପିଲା ଥିବା ସମୟରେ ଯେଉଁ ହିନ୍ଦୀ+ ଓଡ଼ିଆ+ ଓଡ଼ିଆ ର କଥିତ ଭାଷା ମିଶା ଗୀତ ର ଅବଧି ବୋଧେ ଆଠଶହ ବର୍ଷ ତଳର ଏବଂ ଏହାକୁ ପଢ଼ିବା ପରେ ସନ୍ଥ ତୁଳସୀ ଦାସ ଏହି ଭାଷା ରେ ତାଙ୍କର ଗୁରୁ ଶିଶୁ ଅନନ୍ତ ଦାସ ଓ ଯାଜପୁର ନରହରି ଦାସ ଙ୍କ ଠାରୁ ଶିକ୍ଷା ଲାଭ କରି " ରାମ ଚରିତ ମାନସ" ଲେଖିଥିଲେ । ସେହି ନାଗା ନାଚ ଗୀତ ଏଠାରେ ଉପସ୍ଥାପନ କଲେ ପାଠକେ ଏହାର ସତ୍ୟତା ଅନୁଭବ କରିପାରିବେ ।
" ଜାଗୋ ମାଈ କାରିକା ଜଗାଓ ମାୟୀ କାରିକା
ହସ୍ତେ ଶୋହେ ଖଣ୍ଡା ଖପର ଗଳା ମୁଣ୍ଡ ମାଳିକା
କଲିକତା ରେ ଗଙ୍ଗାତୀରେ ନାମ ବୋଲାଓ କାଲୀ
ବଳିଭୋଜା ସବ୍ ରୋଜ୍ ପାଓ ପୂଜା କରେ ବଙ୍ଗାଲୀ
ବାଣପୁରେ ଭଗବତୀ ବିରାଜେ ବାଙ୍କିରେ ଚର୍ଚ୍ଚିକା
ସମ୍ବଳପୁରେ ସମଳାଇ ଆଦିମ ପୁରେ ଭୋକା
ଝଙ୍କଡେ ସାରଳା ନାମ ଯଜ୍ଞପୁରେ ବିରଜାଇ
ପ୍ରାଚୀକିନାରେ କାକଟପୁରରେ ମଙ୍ଗଳା ମହାମାୟୀ
ଜଗନ୍ନାଥଜୀ କୋ ଧାମ ପରେ ବିଖ୍ୟାତ ଵିମଲା
ନାମ ଭଜୋ ଜନକ ପୂଜୋ କବ ନାହିଁ କର ହେଲା .।
××××××××
ମେଳଣରେ ନାଗାନାଚ ଆଗରୁ ପାଲା ବାଲା,କେଳାକେଳୁଣୀ, ଶବର ଶବରୁଣୀ,ବାରିକ ବାରିକିଆଣୀ,ବିଭାଘରିଆ, ଚକୁଳିଆ ପଣ୍ଡା, ବୁଢ଼ାବୁଢ଼ୀ, ଗଣେଶ,ବୃଷଭ,କଳାଘୋଡା,ସୁଆଙ୍ଗ ନାଚ ଓ ଅନ୍ୟାନ୍ୟ ନୃତ୍ୟ ର ଏକ ବାତାବରଣ ସୃଷ୍ଟି ହେଉଥିଲା ।
ସେହିପରି ଏବେ ଦଣ୍ଡ ନାଚ ର ସ୍ଥିତି କିପରି ଭାବରେ ହଜିଯାଇଛି, ତାହା ଆମେ ଦେଖୁଛେ ।ଦଣ୍ଡନାଚ ଓଡ଼ିଶାର ଏକ ପ୍ରାଚୀନ ଓ ପାରମ୍ପରିକ ନାଚ । ଏହା ଗଞ୍ଜାମ ଜିଲ୍ଲାର ଏକ ଲୋକ ପର୍ବ। ଏହା ଗ୍ରାମାଞ୍ଚଳରେ ଏହା କାମନା ଦଣ୍ଡ ଭାବେ ପରିଚିତ। ଏହି ନୃତ୍ୟ ଧର୍ମିୟ ଧାରଣା ଏବଂ ଈଶ୍ୱର ବିଶ୍ୱାସ ଉପରେ ପ୍ରତିଷ୍ଠିତ । ନାଟକର ସୃଷ୍ଟି କେବେ ଓ କିଭଳି ହେଲା ତାହା ରହସ୍ୟମୟ । ତେବେ ଆଧୁନିକ ନାଟକ ସୃଷ୍ଟିର ବହୁ ପୂର୍ବରୁ ଲୋକନାଟକ ଗୁଡିକ ସୃଷ୍ଟି ହୋଇଥିବା ବିଷୟକୁ ଅସ୍ୱୀକାର କରାଯାଇ ନପାରେ । କାରଣ ବେଦ, ଭରତମୁନିଙ୍କ ନାଟ୍ୟଶାସ୍ତ୍ର,ବୌଦ୍ଧ ନିକାୟ,ପାଣିନି,କୃଶାଶ୍ୱ ଓ ବିଭିନ୍ନ ପୌରାଣିକ ଗ୍ରନ୍ଥରୁ ଲୋକନାଚକ ସମ୍ପର୍କରେ ସଂକେତ ମିଳିଥାଏ । ଲୋକନାଟକ ଗୁଡିକର ବର୍ହିଲକ୍ଷ ଓ ଅନ୍ତର୍ଲକ୍ଷ ହେଉଛି ଶିକ୍ଷା ପ୍ରଦାନ । ଜନଜୀବନର କାହାଣୀକୁ ବା ଲୋକବୃତ୍ତକୁ ବିଶ୍ୱସ୍ତ ଭାବେ ଉପସ୍ଥାପନ କରିବା ଲୋକନାଟକର ଅନ୍ୟ ଏକ ଲକ୍ଷ । ନାଟକ ହେଉଛି ଦୃଶ୍ୟକାବ୍ୟ ଓ କାବ୍ୟମାନଙ୍କ ମଧ୍ୟରେ ଶ୍ରେଷ୍ଠ । ନାଟକର ସ୍ରଷ୍ଟା ନାଟ୍ୟ ଶିଳ୍ପିର ମାୟାଜାଲ ବିସ୍ତାର କରି ଦର୍ଶକର ଚିତ୍ତ ବିନୋଦନ ସହିତ ସତ୍ୟ, ଶିବ ଓ ମଙ୍ଗଳର ଜୟଗାନପାଇଁ ଆହ୍ୱାନ ଦେଇଥାନ୍ତି । ଲୋକ ନାଟକର ସୃଷ୍ଟି ଉତ୍ସ ସମ୍ପର୍କରେ କେତେଗୁଡିଏ ତଥ୍ୟ ଅଛି । ସେଗୁଡିକ ହେଲା :୧-ପ୍ରକୃତି ପ୍ରଭାବ, ୨-ଧର୍ମ ଟିନ୍ତନ, ୩-କୃଷି ସଭ୍ୟତା, ୪-ସାମରିକ ପରମ୍ପରା, ୫- କାରୁକଳା, ୬-ଆଦିବାସୀ ଓ ଓଡ଼ିଶୀ ନୃତ୍ୟ ।
ବୈଦିକ ଯୁଗରେ ଲୋକ ନାଟକର ଉବ୍ଦଭ ହୋଇଥିଲେ ମଧ୍ୟ ଏବେ ଏଗୁଡିକ ଲୋକ ସମାଜରେ ମୁମୂର୍ଷ ଅବସ୍ଥାରେ କେବଳ ବଞ୍ଚିରହିଛନ୍ତି । ଏଗୁଡିକର ପୁନରୁଦ୍ଧାର ପାଇଁ ଏବେ ଅବଶ୍ୟ ସମଗ୍ର ବିଶ୍ୱ ଚଳଚଞ୍ଚଳ ହୋଇପଡ଼ିଛି । ସମଗ୍ର ବିଶ୍ୱରେ ବିଭିନ୍ନ ପ୍ରକାର ଲୋକନାଟକ ପ୍ରଚଳିତ । ଚୀନ୍, ଆମେରିକା, ଲୋହିତ ଭାରତୀୟ,ଆଫ୍ରିକାର ଆଦିବାସୀ, ୟୁରୋପର ଅନୁନ୍ନତ ଅଞ୍ଚଳ ତଥା ଭାରତର ବିଭିନ୍ନ ପ୍ରଦେଶରେ ଭଳି ଭଳି ଲୋକନାଟ୍ୟର ପ୍ରଚଳନ ଦେଖିବାକୁ ମିଳେ । ସେହିଭଳି ଓଡ଼ିଶାରେ ମଧ୍ୟ ବିଭିନ୍ନ ଲୋକନାଟକ ମଧ୍ୟରୁ ଦଣ୍ଡନାଟ ଏକ ପ୍ରଭାବଶାଳୀ ଶାଖା ।
ସେହିପରି ଆମ ଲୋକକଳା ବା ଲୋକନୃତ୍ୟ ସଂସ୍କୃତି ରେ ସଖୀକଣ୍ଢେଇ ନାଚ ଓଡ଼ିଶାର ଏକ ପାରମ୍ପାରିକ ନାଚ ଥିଲା । ଏହା କେନ୍ଦ୍ରାପଡ଼ା ଜିଲ୍ଲାରୁ ଆରମ୍ଭ ହୋଇଥିଲା । କ୍ରମଶଃ ଏହି ନାଚ ଆଗ ଭଳି ଗ୍ରାମାଞ୍ଚଳ କିମ୍ବା ସହରରେ ଆଉ ଦେଖିବାକୁ ମିଳୁନାହିଁ । ବର୍ତ୍ତମାନ କେବଳ କେନ୍ଦ୍ରାପଡ଼ା ଜିଲ୍ଲାରେ ମନ୍ତ୍ରୀପଡ଼ା ସଖୀ କଣ୍ଢେଇ ନାଚ ଦଳ ଦେଖିବାକୁ ମିଳନ୍ତି । ଏକ ସୁସଜ୍ଜିତ ମଞ୍ଚ ଉପରେ କଣ୍ଢେଇ ନାଚ ପ୍ରଦର୍ଶିତ କରାଯାଏ । ସାଧାରଣ ମଣିଷଙ୍କ ଭଳି କଣ୍ଢେଇମାନଙ୍କୁ ନାନାଦି ବେଶଭୂଷା କରି ତାରଦ୍ୱାରା ସଂଯୋଗ କରାଯାଇଥାଏ । ଗୀତର ତାଳେ ତାଳେ କଣ୍ଢେଇମାନଙ୍କର ନୃତ୍ୟ ଓ ବିଭିନ୍ନ ଅଙ୍ଗଭଙ୍ଗୀ ପ୍ରଦର୍ଶିତ କରିବା ପାଇଁ, ନାଚ ଦଳର ଜଣେ ସଦସ୍ୟଦ୍ୱାରା କଣ୍ଢେଇଗୁଡ଼ିକୁ ସଂଯୋଗ କରାଯାଇଥିବା ତାରକୁ ଧରି ପରଦାର ନେପଥ୍ୟରେ ନିୟନ୍ତ୍ରିତ କରିଥାନ୍ତି । ସଖୀ କଣ୍ଢେଇ ନାଚ ଦଳରେ ଅତି କମ୍ରେ ୭ଜଣ କଳାକାର ଆବଶ୍ୟକ । ତିନିଜଣ କଣ୍ଢେଇ ନଚାଉଥିବା ବେଳେ ଜଣେ ହାରମୋନିୟମ ବଜାନ୍ତି । ଏହାଛଡ଼ା ଜଣେ ଢୋଲକି ଓ ଜଣେ ଗିନି ବଜାନ୍ତି । ବିଭିନ୍ନ ପ୍ରସଙ୍ଗ ଉପରେ ବାଦ୍ୟଯନ୍ତ୍ର ଓ ସଂଗୀତ ସହ ତାଳ ଦେଇ ସଖୀକଣ୍ଢେଇ ନାଚ ହୁଏ । ନାଚ ମଧ୍ୟରୁ ବଂଶୀଚୋରି, ବାଟଛାଡ଼ ନାଗର, ଦ୍ରୌପଦୀ ବସ୍ତ୍ରହରଣ, ନାବକେଳି, ରାଧୀକା ଓ ଦୂତୀ, ଲଳିତା ଓ ଦୂତୀ, ଶବର ଶବରୁଣୀ ନାଚ ଅଧିକ ହୁଏ । ନାଚର ପ୍ରସଙ୍ଗ ଉପରେ ଜଣେ ମଧୁର କଣ୍ଠରେ ଗୀତ ବୋଲି ଦର୍ଶକଙ୍କୁ ଆମୋଦିତ କରନ୍ତି । ଏକ ଘଣ୍ଟା ମଧ୍ୟରେ ୮ରୁ ୧୦ ପ୍ରକାରର ନାଚ ପ୍ରଦର୍ଶିତ କରାଯାଏ । ପ୍ରଚାର ଓ ପ୍ରସାର ଅଭାବରୁ ତାର ଦ୍ୱାରା ସଖୀ କଣ୍ଢେଇ ନାଚ ସମ୍ପୂର୍ଣ୍ଣ ଲୋପ ପାଇ ଯାଇଛି । କିନ୍ତୁ ଜିଲ୍ଲାର ସଦର ମହକୁମାଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଥିବା ଡେରାବିଶି ବ୍ଳକ ଅନ୍ତର୍ଗତ କୁରୁଜଙ୍ଗା ପଞ୍ଚାୟତର ମନ୍ତ୍ରୀପଡ଼ା ଗ୍ରାମର କେଳା ବସ୍ତିରେ ଏହି ନାଚର ଅସ୍ତିତ୍ୱ ରହିଛି । ପୂର୍ବରୁ ତାର ସାହାଯ୍ୟରେ ସଖୀ କଣ୍ଢେଇ ନଚା ଯାଉଥିଲା । ସେ ପ୍ରଥା ବନ୍ଦ ହୋଇଯିବାରୁ ଏବେ କାଠ କଣ୍ଢେଇକୁ ବେଶ ପୋଷାକରେ ସଜାଇ ହାତରେ ନଚାଉଛନ୍ତି । ବିଭିନ୍ନ ସମୟରେ ଘରୋଇ ସାଂସ୍କୃତିକ ସଙ୍ଗଠନ ଉଦ୍ୟମରେ ଏମାନେ ଭୁବନେଶ୍ୱର, ଦିଲ୍ଲୀ, ମୁମ୍ବାଇ, କଲିକତା ଯାଇଆନ୍ତି । ସେହିପରି ଚଇତି ଘୋଡା ନାଚ ଆମ ଓଡ଼ିଶାର ଏକ ପାରମ୍ପରିକ ଲୋକନୃତ୍ୟ ଥିଲା। ଏହା ମୁଖ୍ୟତଃ ଓଡ଼ିଶାର ଉପକୂଳ ଅଞ୍ଚଳରେ କେଉଟମାନଙ୍କଦ୍ୱାରା ଆରମ୍ଭ ହୋଇ ସେହି ଅଞ୍ଚଳମାନଙ୍କରେ ଚୈତ୍ର ମାସ ପୂର୍ଣ୍ଣିମା ତିଥିରେ ପରିବେଷିତ ହୋଇଥାଏ । କେଉଟମାନେ ବାଉଁଶ ବତାରେ ଘୋଡ଼ାର ପାଦହୀନ ଦେହ ଓ ବେକ ଆକାରର ଗୋଟିଏ ଥାଟ ତିଆରି କରି ତା ଉପରେ ଲୁଗା ଆଦି ଘୋଡ଼ାନ୍ତି ଓ ବେକ ଉପରେ ଘୋଡ଼ାମୁହଁ ପରି ଚିତ୍ରିତ ମୁଖାଟିଏ ଲଗାନ୍ତି ଉକ୍ତ ଚଇତିଘୋଡ଼ାର ପିଠିରେ ଗୋଟିଏ କଣା ଥାଏ ସେହି କଣାବାଟେ ମନୁଷ୍ୟ ଅଣ୍ଟା ପର୍ଯ୍ୟନ୍ତ ପଶି କରି ଭୂମିରେ ଠିଆହୁଏ ଓ ଘୋଡ଼ାରୂପର ଆଗରୁ ଓ ପଛରୁ ଡ଼ୋରି ଲଟକା ଯାଏ ମନୁଷ୍ୟର ଅଣ୍ଟାଠାରୁ ନିମ୍ନ ଅଂଶ ଘୋଡ଼ା ଭିତରେ ଲୁଚି ଥାଏ ଓ ଅଣ୍ଟା ଠାରୁ ଉପର ଅଂଶ ଘୋଡ଼ା ଭିତରେ ବସିବା ପରି ଅନୁମିତ ହୁଏ । ଏ ବ୍ୟକ୍ତି ନାଚିବା ସଙ୍ଗେ ସଙ୍ଗେ ଘୋଡ଼ା ମଧ୍ୟ ନାଚେ ଘୋଡ଼ାର ମୁହଁଆଡ଼େ ଲଗାମପରି କନାଡ଼ୋରି ବନ୍ଧା ହୋଇଥାଏ ଉକ୍ତ ଡ଼ୋରିକୁ ନାଚିବାବାଲା ଧରି ଘୋଡ଼ାର ଲଗାମ ଧରିବାର ଅଭିନୟ କରେ କେଉଟମାନେ ଏହି ପର୍ବ ଉପଲକ୍ଷରେ ଚଢ଼େଇବା ଓ ଚଢ଼ଉଣୀ ବେଶ ହୋଇ ନାଚନ୍ତି ଓ ଗୀତ ବୋଲନ୍ତି । ଘୋଡ଼ାନାଚରେ ଜଣେ ଲେଖାଏଁ ଗାୟକ, ପାଳିଆ, ଢୋଲକିଆ, ମହୁରିଆ, ରାଉତ, ରାଉତାଣୀ ଥାଆନ୍ତି । ଗାୟକ ବିଷୟବସ୍ତୁ ଗାଉଥିବା ବେଳେ ପାଳିଆ ପାଳିଧରେ, ଢୋଲକିଆ ବାଜା ବଜାଏ ଓ ରାଉତ ସଜ୍ଜିତ କାଠଘୋଡ଼ା ଚଢ଼ି ରାଉତାଣୀ ସହ ନୃତ୍ୟ କରୁଥାଏ । ମା’ ବାସେଳୀଙ୍କ ବନ୍ଦନାରୁ ଆରମ୍ଭ ହୁଏ ଘୋଡ଼ାନାଚ, ପରେ ରାଧାକୃଷ୍ଣଙ୍କ ଲୀଳା, ଶିବପାର୍ବତୀଙ୍କ କାହାଣୀକୁ ଗୀତ ଓ ନୃତ୍ୟ ମାଧ୍ୟମରେ ପରିବେଷଣ କରାଯାଏ । ଏଥିପାଇଁ କୌଣସି ନିର୍ଦ୍ଧିଷ୍ଟ ବହି ନଥାଏ । କୈବର୍ତ୍ତ ଗୀତା, କୈବର୍ତ୍ତ ପୁରାଣ ଓ କୈବର୍ତ୍ତ ସଂହିତାରୁ ବିଷୟବସ୍ତୁ ଉଦ୍ଧାର କରି ଗାୟକ ସେଗୁଡ଼ିକୁ ପାରମ୍ପରିକ ସ୍ୱରରେ ପଡ଼ିବା ଭଳି ଶବ୍ଦ ସଂଯୋଜନା କରି ସ୍ୱର ଦେଇଥାନ୍ତି । ସେହିପରି ଆମର ମୟୂରଭଞ୍ଜ ଛଉ ନୃତ୍ୟ , ଷଢେ଼ଇକଳା ଛଉ ନୃତ୍ୟ ର ଭିତ୍ତି ସମ୍ପର୍କିତ ଗବେଷଣା ତଥ୍ୟାନୁସାରୃ ଛଉ" ଶବ୍ଦ ଓଡ଼ିଆ ଶବ୍ଦ "ଛାଉଣି"ରୁ ଆସିଅଛି ଯାହାର ଅର୍ଥ ସେନାଛାଉଣି ଓ ଏହା ରାଜାରାଜୁଡ଼ା ସମୟର ସେନାମାନଙ୍କ ଯୁଦ୍ଧ କଳାରୁ ଜନ୍ମ ନେଇଛି । ଛଉନାଚ ଚୈତ୍ର ମାସର ଶେଷ ଭାଗରେ ଅନୁଷ୍ଠିତ ହୁଏ । କୃଷିଭିତ୍ତିକ ସଭ୍ୟତାର ଏହା ପ୍ରଥମ ପର୍ବ । ପ୍ରାୟ ସବୁ ଲୋକନୃତ୍ୟ ପରି ଛଉରେ ମଧ୍ୟ ପ୍ରଥମେ ଆରାଧ୍ୟ ଦେବାଦେବୀଙ୍କୁ ପୂଜା କରାଯାଏ । ପରେ ରଙ୍ଗ ବାଜା ବାଜେ । ମଞ୍ଚ ଉପରକୁ ଆସନ୍ତି ନଟ-ନଟୀ, ନାଟକ ବିଷୟରେ ସୂଚନା ଦିଅନ୍ତି । ହସ୍ତ ପଦ ଚାଳନାର ବିଭିନ୍ନ କୌଶଳ ହିଁ ଏହାଦ୍ୱାରା ଶିକ୍ଷା କରାଯାଏ । ଛଉନାଚ ମୁଖ୍ୟତଃ ମୂକାଭିନୟ । ବଚିକ ଅଭିନୟ ନାହିଁ କହିଲେ ଚଳେ। କଳାକାର ମାନେ ଗୀତ ଗାଇବା ପରିବର୍ତ୍ତେ ନେପଥ୍ୟରୁ ଅନ୍ୟ କଳାକାର ଗୀତ ଗାଇଥାନ୍ତି ଓ ତାହାକୁ ଅନୁସରଣ କରି ଅଭିନେତା ଅଭିନୟ କଳା ଚାଲୁରଖିଥାଏ । ବର୍ତମାନ 'ଛଉନାଚ' ଶାସ୍ତ୍ରୀୟ ନୃତ୍ୟର ମର୍ଯ୍ୟାଦା ଲାଭ କରିଛି। ସେହିପରି କରମା ନାଚ ର ସ୍ଥିତି ଅନୁଧ୍ୟାନ କରିବାକୁ ଗଲେ ଆମେ ନିରାଶା ହେବା ।ଏହା କରମ ଦେବତୀ (କରମଶୁଣି)ଙ୍କ ପୂଜା ପାଇଁ କରା ଯାଇ ଥାଏ । ଭାଦ୍ରବ ଶୁକ୍ଲ ଏକାଦଶୀରେ ଏହା ଆରମ୍ଭ ହୋଇ କିଛି ଦିନ ପର୍ଯ୍ୟନ୍ତ ଚାଲି ଥାଏ । ଏହି ନୃତ୍ୟ ଓଡ଼ିଶାର ସମ୍ବଲପୁର, ମୟୂରଭଞ୍ଜ, ଢେଙ୍କାନାଳ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଦେଖା ଯାଏ । ପୂଜା ଦିନ ଦୁଇ ଜଣ ଯୁବତୀ କନ୍ୟା “କରମା” ଗଛର ଡାଳକୁ ଆଣି ଦେବତାଙ୍କ ଆସ୍ଥାନରେ ରଖି ଥାନ୍ତି । ଏହି କରମା ଡାଳକୁ “କରମଶୁଣି “ ଦେବୀ ହିସାବରେ ପୂଜା କରା ଯାଏ । ଏହା ସହିତ ଅଙ୍କୁରିତ ଗଜା, ଘାସ ଫୁଲ ଏବଂ ଦେଶୀ ମଦ୍ୟ ମଧ୍ୟ ଦେବତୀଙ୍କୁ ଅର୍ପଣ କରାଯାଏ । ପୂଜା ପରେ ଯୁବକ ଯୁବତୀମାନେ ମାଦଳର ତାଳେ ତାଳେ ନୃତ୍ୟ କରି ଥାନ୍ତି । ପ୍ରାୟତଃ ଏହି ନାଚରେ ଗୋଡ଼ ଏବଂ ପାଦର ବ୍ୟବହାର ଅଧିକ ହୁଏ । ଅଣ୍ଟାରେ ହାତ ଛନ୍ଦା ଛନ୍ଦି ହୋଇ ଆଦିବାସୀ ଯୁବକ ଯୁବତୀମାନେ ନାଚ ଆରମ୍ଭ କରି ଥାନ୍ତି । ନୃତ୍ୟ ଆରମ୍ଭ ଯଦିଓ ମନ୍ଥର ଗତିରେ ଆରମ୍ଭ ହୁଏ, ଧୀରେ ଧୀରେ ନାଚର ଗତି ମାଦଳର ଶବ୍ଦ ଠାରୁ ମଧ୍ୟ ଦ୍ରୁତତର ହୁଏ । ଏହି ନୃତ୍ୟ ଗ୍ରାମ ଦେବତୀଙ୍କ ଆସ୍ଥାନ ନିକଟରେ ହୋଇ ଥାଏ ଏବଂ ସାରା ରାତି ଏହି ନାଚ ଚାଲି ଥାଏ । ଅନ୍ୟ ଏକ ଜନପ୍ରିୟ ନୃତ୍ୟ ଘୁମୁରା ନାଚ ପ୍ରାୟତଃ ଆଉ ଦେଖିବାକୁ ମିଳୁନାହିଁ । ଘୁମୁରା ନାଚ, ଓଡ଼ିଶାର କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲାର ଏକ ଲୋକପ୍ରିୟ ନାଟ । ଘୁମୁରା ହେଉଛି ମତିନିର୍ମିତ ହାଣ୍ଡି ଆକୃତି ପଦାର୍ଥ ଉପରେ ଗୋଧିଚର୍ମଦ୍ୱାରା ଆବୃତ କରାଯାଇଥିବା ବାଦ୍ୟଯନ୍ତ୍ର ବିଶେଷ । ଏହାକୁ ବ୍ୟବହାର କରାଯାଇ ଯେଉଁ ନୃତ୍ୟ କରାଯାଏ ତାହାକୁ "ଘୁମୁରା ନାଚ" କୁହାଯାଏ । ପୁରୁଷ ମାନେ ମୁଖ୍ୟତଃ ଏହାର ନୃତ୍ୟ କରି କରମା ଗୋଟିଏ ଗୋଟିଏ ଦଳରେ ସାତ ଆଠ ଜଣ କଳାକାର ରହିଥାନ୍ତି । ପାଇକଚ୍ଚା ଉପରେ ପାଟଲୁଗା ପିନ୍ଧି ତା ଉପରେ ଚିତ୍ରବିଚିତ୍ର ଛିଟର ଏକ କପଡ଼ା ଗୁଡ଼ାଇ ଦିଆଯାଏ । ମୟୁର ପୁଛର ମୁକୁଟ ପିନ୍ଧି ନୃତ୍ୟକାରୀ ନୃତ୍ୟ କରିଥାନ୍ତି । ପ୍ରଥମେ ବାଦ୍ୟ ବଜାଇ ନୃତ୍ୟ କରି ବୃତ୍ତାକାରରେ ବୁଲନ୍ତି । ଦେବଦେବୀଙ୍କ ବନ୍ଦନା ପରେ ବାଦ୍ୟର ତାଳରେ ବେଳ ଅନୁସାରେ ପାଦପକାଇ ନୃତ୍ୟ କରନ୍ତି। ଅପରପକ୍ଷରେ ଅନ୍ୟ ଏକ ଜନପ୍ରିୟ ନୃତ୍ୟ " ଡାଲଖାଇ" । ଡାଲଖାଇ ଓଡ଼ିଶାର ପଶ୍ଚିମାଞ୍ଚଳରେ ଥିଲା ଏକ ଲୋକ ପ୍ରିୟ ନୃତ୍ୟ । ଡାଲଖାଇ ବ୍ରତ ଧାରିଣୀ ମାନେ ବଣ ଭିତରେ ଗଛର ଡାଳରେ ରହୁଥିବା ମଙ୍ଗଳା ବା ଦୁର୍ଗାଙ୍କୁ ସନ୍ତୁଷ୍ଟ କରିବା ପାଇଁ 'ଡାଲଖାଇ' ନୃତ୍ୟ କରିଥାନ୍ତି । ଆଶ୍ୱିନ ମାସର ମହାଷ୍ଟମୀଠାରୁ ଆରମ୍ଭ ହୋଇ ଦଶହରା ଦିନ ପର୍ଯ୍ୟନ୍ତ ତିନିଦିନ ଧରି ଏହାର ଆୟୋଜନ ହୋଇଥାଏ । ଅଷ୍ଟମୀ ଦିନ ସନ୍ଧ୍ୟାରେ ଦୁର୍ଗାଙ୍କର ପୂଜାର୍ଚ୍ଚନା କରାଯାଏ। ଅଷ୍ଟମୀ, ନବମୀ ଓ ଦଶମୀ ତିନିଦିନ ଧରି ଆଦିବାସୀ ତରୁଣୀ ଦଳବଦ୍ଧ ଭାବେ ନୃତ୍ୟ ପରିବେଷଣ କରନ୍ତି । ଯୁବକମାନେ ମାଦଳ, ଢୋଲ, ମହୁରୀ, ତମକି ଆଦି ବଜାନ୍ତି । ହାତ ଛନ୍ଦାଛନ୍ଦି ହୋଇ ଆଗକୁ ଓ ପଛକୁ ଢଳି ତରୁଣୀମାନେ ନିଜର କଳା କୁଶଳତା ପ୍ରଦର୍ଶନ କରନ୍ତି । ପୋଷାକ ମଧ୍ୟ ନୃତ୍ୟ ଅନୁକୂଳ ମନେହୁଏ । ସମ୍ବଲପୁରୀ ଶାଢ଼ୀ ଉପରେ ଏକ ରଙ୍ଗୀନ ଫୁଲପକା ଗାମୁଛା ପଡିଥାଏ । ମୁଣ୍ଡରେ ଖୋଷା ଓ ସେଥିରେ ବିଭିନ୍ନ ପ୍ରକାର ଫୁଲ ଓ ପତ୍ର ଖଞ୍ଜା ହୋଇଥାଏ । ବର୍ତ୍ତମାନ ଏହି ଡାଲଖାଇ ନାଚ ଅରଣ୍ୟର ଦେହଳୀ ଅତିକ୍ରମ କରି ନଗର ସଭ୍ୟତାକୁ ଧୀରେ ଧୀରେ ପ୍ରଭାବିତ କରିବାକୁ ଆରମ୍ଭ କରିବା ମଧ୍ୟ ଏକ ସାମାଜିକ ସୁବାର୍ତ୍ତା । ସେହିପରି ଚଢ଼େଇଆ ନାଟ ବା ଚଢ଼େଇଆ ନାଚ ଏକ ପାରମ୍ପାରିକ ଓଡ଼ିଆ ଗୀତ-ନାଟ/ନୃତ୍ୟ କଳା । ଏହି ନୃତ୍ୟକଳାଟି ଦଣ୍ଡ ନାଚର ଏକ ପ୍ରକାରଭେଦ ଓ ମୟୂରଭଞ୍ଜ ଛଉ ନାଚ ସହିତ ଏହାର ବହୁ ସମାନତା ପରିଲେକ୍ଷିତ କରାଯାଏ । ଏହା ବିଶେଷକରି ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜର ଗ୍ରାମାଞ୍ଚଳରେ ପରିବେଷଣ କରାଯାଏ । ଏଥିରେ ଜଣେ ପୁରୁଷ ଓ ଜଣେ ମହିଳା ଯୋଡ଼ି ହୋଇ ନାଚିଥାନ୍ତି । ନର୍ତ୍ତକଙ୍କୁ ଚଢ଼େଇଆ ଓ ନର୍ତ୍ତକୀଙ୍କୁ ଚଢ଼େଇଆଣୀ କୁହାଯାଇଥାଏ । ଏକ ବାଦନ ଦଳ ଗୀତ ବୋଲିଥାନ୍ତି ଯାହାର ତାଳେ ତାଳେ ଚଢ଼େଇଆ ଓ ଚଢ଼େଇଆଣୀ ଅଭିନୟ କରି ନାଚିଥାନ୍ତି । ନାଚ ମାଧ୍ୟମରେ ମଉସା ଓ ଚୌକିଆ ହାସ୍ୟ ଅଭିନୟକରି ଲୋକଙ୍କର ମନୋରଞ୍ଜନ କରିଥାନ୍ତି । ନାଚରେ ହାରମୋନିୟମ, ଢୋ଼ଲ ଓ କୁବୁଜି ଆଦି ବାଦ୍ୟଯନ୍ତ୍ରର ବ୍ୟବହାର କରାଯାଇଥାଏ । ପ୍ରୋତ୍ସାହନର ଅଭାବ ତଥା ନୂତନ ପିଢ଼ିଙ୍କର ଅନାଗ୍ରହ ଏହି ଲୋକନୃତ୍ୟକୁ ବିଲୁପ୍ତପ୍ରାୟ ଅବସ୍ଥାକୁ ଆଣିସାରିଲାଣି । ସେହିପରି
ପାଲା ଓଡ଼ିଶାର ଏକ ପାରମ୍ପାରିକ, ପୁରାତନ ଓ ବିଦଗ୍ଧ ଓଡ଼ିଆ ଗୀତି-ଲୋକନାଟ୍ୟ । ପାଲା ସାଧାରଣତଃ ଛଅ ଜଣ ବ୍ୟକ୍ତିଙ୍କୁ ନେଇ ଅନୁଷ୍ଠିତ ହୋଇଥାଏ । ଜଣେ ଗାୟକ, ଜଣେ ବାୟକ/ବାଦକ, ଜଣେ ଶ୍ରୀପାଳିଆ ଓ ୩ ଜଣ ପାଳିଆଙ୍କୁ ନେଇ ପାଲା ଅନୁଷ୍ଠିତ ହୋଇଥାଏ । ଏହା ନିର୍ବିବାଦୀୟ ସତ୍ୟ ଯେ ଏହି
ସ୍ୱତନ୍ତ୍ର କଳା ଦିନେ ଘରେ ଘରେ ପରିଚିତ ଥିଲା । ବିଶେଷ କରି ବାଦୀପାଲା ଦେଖିବାକୁ ଲୋକେ ବହୁତ ପସନ୍ଦ କରୁଥିଲେ । ଯେଉଁ ସମୟରେ ମନୋରଞ୍ଜନ କରିବା ପାଇଁ ବିଶେଷ ସୁବିଧା ନଥିଲା ସେହି ସମୟରେ ପାଲା ଲୋକଙ୍କୁ ମନୋରଞ୍ଜନ କରିବା ସହ ସାହିତ୍ୟ, ସଂସ୍କୃତି ଓ କଳା ପ୍ରତି ପରିଚିତ କରାଉଥିଲା । ଏହି ପାଲା ମାଧ୍ୟମରେ ଓଡ଼ିଶାରେ ଭାଷା ଆନ୍ଦୋଳନ ଘରେ ଘରେ ପହଞ୍ଚି ପାରିଥିଲା । ସେହିପରି ସ୍ୱାଧୀନତା ଆନ୍ଦୋଳନ ସମୟରେ ମଧ୍ୟ ପାଲାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ପାଲା ସଂସ୍କୃତି ସହିତ ଆମର ରକ୍ତଗତ ସମ୍ପର୍କ । ଆମର ଜେଜେ ବାପା ସ୍ବର୍ଗତ ଦିବ୍ୟସିଂହ ଶତପଥୀ ଥିଲେ ପାଲା ସାହିତ୍ୟ ସ୍ରଷ୍ଟା । ଆମର ବଡ଼ ନନା ବା ଆମର ପୋଷ୍ୟପିତା ପଣ୍ଡିତ ଜଗନ୍ନାଥ ଶତପଥୀ ମଧ୍ୟ ଥିଲେ ପାଲା ସାହିତ୍ୟ ସ୍ରଷ୍ଟା ଏବଂ ଆମ ଗ୍ରାମର ପଡୋଶୀ ଗ୍ରାମ ଜାଗୁଳାଇ ପଥର ରେ ହୋଇଆସୁଥିବା ବାଦୀ ପାଲା ର ଜଣେ ପୃଷ୍ଠପୋଷକ ଏବଂ ଏବେ ଆମର ସାନଭାଇ ଜଣେ ଶିକ୍ଷକ ଥିବା ସହିତ ଜଣେ ପାଲା ଗାୟକ । ଆମ ପିଲାଦିନେ ଗାୟକ ସୁଧାକର ପରମାନନ୍ଦ ଶରଣ, ଗାୟକ ବିନୋଦ ଜନାର୍ଦ୍ଦନ ତ୍ରିପାଠୀ, ମାର୍କଣ୍ଡେୟ ବାହିନୀପତି, ହରି ନାଥ, ବିଶ୍ବନାଥ ପାଟ୍ଟଯୋଶୀ, ନିରଞ୍ଜନ କର, ଧ୍ରୁବ ଚରଣ ଷଡ଼ଙ୍ଗୀ ପ୍ରଭୃତି ଅନେକ ପ୍ରସିଦ୍ଧ ଜନାଦୃତ ଗାୟକ ମାନଙ୍କ ପାଲା ପରିବେଷଣ ଦେଖିବା ର ସୈ।ଭାଗ୍ୟ ପାଇଛୁ । ସେତେବେଳେ ଆମେ କହିଥିଲୁ, ଯାହା ଏବେବି ମନେଅଛି " ହରି ନାଥ ବଦନ,ଅଧରେ ନିରଞ୍ଜନ, ଭୂଷଣ ଧ୍ରୁବ ମନ ମୋହିଲା ରେ..." । ପାଲା ହିନ୍ଦୁ ଓ ମୁସଲମାନ ଧର୍ମ ମଧ୍ୟରେ ସମନ୍ୱୟ ରଖିଥାଏ । ଏଥିରେ ଉଭୟ ସତ୍ୟ ନାରାୟଣ ଏବଂ ପୀର ବାବାଙ୍କୁ ପୂଜା କରାଯାଇଥାଏ, ତେଣୁ ପାଲାକୁ ସତ୍ୟପୀର ପୂଜା ବୋଲି ମଧ୍ୟ କୁହାଯାଏ । ସେହିପରି ଆମର ଷୋଳ ପାଲା ପରମ୍ପରା ଥିଲା । ଆମେ ଜନ୍ମ ପୂର୍ବରୁ ଭଉଣୀ ମରିଥିବାରୁ ଆମକୁ ଆମ ଜେଜେ ମା ରେବତୀ ଦେବୀ ଆମକୁ ଅପର୍ତ୍ତିଆ ବୋଲି ବେକରେ ଶଙ୍ଖ ମାଳି ପକେଇ ଷୋଳପାଲା ପୂଜା ଯାଚଙ୍ଗା କରିଥିଲେ । ଏହି ଷୋଳ ପାଲା ଗୁଡିକ ମଧ୍ୟରୁ ଜନ୍ମ ପାଲା, ପଦ୍ମଲୋଚନ ପାଲା,ମର୍ଦ୍ଦଗାଜୀ ଜନ୍ମ ପାଲା,ମର୍ଦ୍ଦଗାଜୀ ବିଭା ପାଲା, ବିଦ୍ୟାଧର ପାଲା,ମଦନସୁନ୍ଦର ପାଲା,ସଦାନନ୍ଦ ସୈ।ଦାଗର ପାଲା ,ଶ୍ବେତ ବସନ୍ତ ପାଲା ଏହି ପରି ଷୋଳ ପାଲା ।ସତ୍ୟନାରାୟଣଙ୍କ ମାହାତ୍ମ୍ୟ ବର୍ଣ୍ଣନାପୂର୍ବକ ୧୬ ଗୋଟି ପାଲା ବା ଗଳ୍ପକୁ ଗୀତଦ୍ୱାରା ବର୍ଣ୍ଣିତ । ଓଡ଼ିଶାରେ ବୋଲାଯାଉଥିବା 'ପାଲା' ମାନ 'କବିକର୍ଣ୍ଣ' ବିରଚିତ ବଙ୍ଗଳା ପାଞ୍ଚାଳ ଛନ୍ଦରେ ରଚିତ । ବଙ୍ଗଳା ଗୀତର ବିକୃତି ମାତ୍ର ସଂ. ପାଳି, ଓ ପାଳି ବଂ. ପାଲା ଶବ୍ଦର ଅର୍ଥ ପର୍ଯ୍ୟାୟ ବା କ୍ରମ ପାଲା ଶବ୍ଦ ବଙ୍ଗଳା ଭାଷାରୁ ଆନୀତ ଜଣେ 'ଗାୟକ' ଗୀତ ବୋଲନ୍ତି ଓ ତାଙ୍କ ସଙ୍ଗେ ଆଉ ଜଣେ ବାଜା ବଜାନ୍ତି ଓ କେତେ ଗୁଡ଼ିଏ ଲୋକ ପାଳି ଧରନ୍ତି ବୋଲି, ଏହାର ନାମ ପାଲା ହୋଇଅଛି । 'ଗାୟକ' ଗୀତ ବୋଲନ୍ତି, 'ବାୟକ' ମୃଦଙ୍ଗ ବଜାନ୍ତି । ଗାୟକ ଏକୁଟିଆ ଗୀତର ପ୍ରସଙ୍ଗରେ ଗଲେ ତାଙ୍କୁ ସାହାର୍ଯ୍ୟ କରିବାକୁ କିମ୍ବା ଗୀତର ପ୍ରସଙ୍ଗରେ କଥୋପକଥନ ଛଳରେ ଗାୟକଙ୍କୁ ଉତ୍ତର ଦେବାକୁ ଗାୟକଙ୍କ ସଙ୍ଗେ 'ଶିରୀ ପାଳିଆ' ବା 'ଡାହାଣ ପାଳିଆ' ବା 'ଶ୍ରୀ ପାଳିଆ' ଥାଆନ୍ତି ଗାୟକଙ୍କ ଡାହାଣ ହାତରେ 'ମନ୍ଦିରା' ବା ଗିନି ବନ୍ଧା ହୋଇଥାଏ ଓ କାଖରେ ଚଅଁର ମୁଠାଥାଏ । ଅନ୍ୟ ଶ୍ରୀପାଳିଆ ଝାଞ୍ଜ ଧରିଥାଆନ୍ତି କିନ୍ତୁ ଗାୟକ ଗୀତ ବୋଲିବା ବେଳେ ଶ୍ରୀପାଳିଆ ଝାଞ୍ଜ ବଜାନ୍ତି ନାହିଁ । ପାଳିଆମାନେ ପାଳି ଧରିବା ବେଳେ ଶ୍ରୀପାଳିଆ ଅନ୍ୟ ପାଳିଆମାନଙ୍କ ସହିତ ଝାଞ୍ଜ ବଜାନ୍ତି ଓ ବାୟକ ଗାୟକଙ୍କ ସଙ୍ଗେ ଓ ପାଳିଆଙ୍କ ସଙ୍ଗେ ମୃଦଙ୍ଗ ବଜାନ୍ତି ।
ଗୋଟିଏ ପାଲାଦଳ ଦୁଇଟି ପଞ୍ଝାରେ ବିଭକ୍ତ ଗାୟକଙ୍କ ବୋଲିବା ଗୀତର ପାଳି ଧରିବାକୁ ୨ ଜଣ 'ପାଳିଆ' ଆଥାନ୍ତି । ଗାୟକଙ୍କ ଗୀତର ଶେଷାଂଶ ବା ଢୁଆ ବା ଘୋଷାକୁ ଏମାନେ ବୋଲନ୍ତି ଓ ଝାଞ୍ଜ ବଜାଇଥାନ୍ତି । ପାଲାବାଲାମାନେ ନାନାପ୍ରକାର ବେଶରେ (ଅର୍ଥାତ୍ ମୁଣ୍ଡରେ ପଗଡ଼ି, ଦେହରେ ଚପ୍କନ୍ ପରି ବଡ଼ କୁର୍ତ୍ତା ଅଣ୍ଟାରେ ଘାଗରା ଓ ଗୋଡ଼ରେ ବଳା ବା ଘାଙ୍ଗୁର ପିନ୍ଧି ନାଚିଥାନ୍ତି ।
ପୁସ୍ତକ ସାହାର୍ଯ୍ୟରେ ଯେଉଁ ପାଲା ବୋଲାଯାଏ ଓ ପୂଜା କରାଯାଏ, ତାକୁ ପୋଥିପାଲା ବା ପୋଥିପୂଜା ବୋଲାଯାଏ ।
ପୁସ୍ତକର ବିନା ସାହାର୍ଯ୍ୟରେ ଗାୟକ ଓ ନର୍ତ୍ତକମାନେ ବାଜା ବଜାଇ ଯାହାକୁ ବୋଲି ଅଭିନୟ କରନ୍ତି, ତାକୁ ଠିଆପୂଜା ବା ଠିଆପାଲା ବୋଲାଯାଏ ।
ଏକ ଦଳ ପାଲାବାଲା ପାଲା ଅଭିନୟ କଲେ ତାକୁ 'ଗୋଟିକିଆ ପାଲା' କହନ୍ତି ।
ଦୁଇଦଳ ପ୍ରତିଦ୍ୱନ୍ଦୀ ହୋଇ ପାଲା ଅଭିନୟ କଲେ ତାକୁ 'ଜାଉଁଳି ପାଲା' ବା ' ଜାଉଳି ପୂଜା' କହନ୍ତି ।
ଏକାଧିକ ଦଳ ପ୍ରତିଦ୍ୱନ୍ଦୀ ହୋଇ ପାଲା କଲେ ତାକୁ 'ବାଦୀ ପାଲା' ବା 'ଲଢ଼େଇ ପାଲା' ବୋଲାଯାଏ ।
ପାଲା ଅଭିନୟକାରୀମାନଙ୍କ ମଧ୍ୟରେ ଜଣେ 'ଗାୟକ', ଜଣେ 'ଗାୟକ', ଜଣେ 'ଶିରପାଳିଆ' ଓ ଦୁଇ ବା ୩ ଜଣ 'ପାଳିଆ' ଥାଆନ୍ତି । କବିକର୍ଣ୍ଣଙ୍କ ରଚିତ 'ପାଲା'ମାନଙ୍କ ଭାଷା ବଙ୍ଗଳା ଓ ଉକ୍ତ ଭାଷାରେ ଫାରସୀ ଶବ୍ଦର ବହୁଳତା (ୟଥା: ବାଦସା, ଉବୀର, କାଲାମ, ମୋଲାକାତ, ସଲାମ, ହକିକତ, ଦିଲଖୋସ ଓ ହାସିଲ ଇତ୍ୟାଦି ଶବ୍ଦ) ଦେଖାଯାଏ ଓ ବେଳେ ବେଳେ ଫାରସୀ ଭାଷାରେ ବାକ୍ୟ ମଧ୍ୟ ଦେଖାଯାଏ । କବିକର୍ଣ୍ଣଙ୍କ ବିରଚିତ ପାଲା ବଙ୍ଗାଳା ଓ ଉର୍ଦ୍ଦୁ ଭାଷାର 'ଖେଚାଡ଼ି'; ତାହା ପୁଣି ବଙ୍ଗଳା ଅନଭିଜ୍ଞ ଓଡ଼ିଆଙ୍କ ମୁହଁରେ ବଙ୍ଗଳା, ଉର୍ଦ୍ଦୁ ଓ ଓଡ଼ିଆ ମିଶା 'ପଲାଉ' ହୁଏ ତହିଁରୁ କେତେକଗୁଡ଼ିଏ ଧାଡ଼ିର ଉଦାହରଣ ନିମ୍ନରେ ଲିଖିତ: ଶୁନ ସର୍ବେ ବିରାଦରେ ପୀରେର କାଲାମ୍ ନିଯତ ହାସଲ୍ ହୁଏ,ଫତେ ହୁଏ କାମ୍ ଇଯାର୍ ପିଯାର୍ ଭାଇ ସକଲେ ଶୁନତ ୟେଉଁ ରୂପେ ଶ୍ୱେତ ବସନ୍ତ ପାଲା ହକିକତ ହରି ହରି ବୋଲ ଦିଅ ସବୁ ସଭଜନ ବିପତ୍ତି ପଡ଼ିଲେ ରଖେ ସତ୍ୟ ନାରାୟନଯାର ଘରେ ହୁଏ ପୂଜା ସାହେବେର ନାମ୍ ବଢ଼ାଏ ଦୌଲତ ତାର ଫତେ କରେ କାମ ଶ୍ରୀ କବି ବର୍ଣ୍ଣେତେ ଗାଏ ନାରାୟଣରେ ପାୟ ହରି ହରି ବୋଲ ସର୍ବେ ପାଲା ହଇଲ ସାୟ
ସାଧାରଣତଃ 'ପାଲା ଗୀତ' ପ୍ରତ୍ୟେକ ୧୪ ଅକ୍ଷର ଯୁକ୍ତ ଦୁଇଟି ଧାଡ଼ିରେ ରଚିତ, କିନ୍ତୁ ମଝିରେ ମଝିରେ ଏକାଦାଣ୍ଡିଆ (monotony) ଭାଙ୍ଗିବା ପାଇଁ:
"ରଜନୀର ଅବଶେଷେ ଗ୍ରାମର
ଭିତରେ ପଶେ ଚନ୍ଦ୍ର ହାସ ରାଜାର କୁମାର"
୮ ଅକ୍ଷରିଆ ୨ ପାଦ ଓ ୧ ଅକ୍ଷରିଆ ଏକପାଦ ଯୁକ୍ତ 'ତ୍ରିପଦୀ' ଦ୍ୱୟ ସମ୍ବଳିତ ଗୀତ ମଧ୍ୟ ବୋଲାଯାଏ । ଗଳ୍ପର ପ୍ରସଙ୍ଗ ଓ ଅବସର କ୍ରମେ ପାଇଲାମାନେ ଏଥିରେ ଯମକ, ଅନୁପ୍ରାସ, ବ୍ୟାଘ୍ରଗତି, ମେଷ ଯୁଦ୍ଧ ଅବନା ଆଦି ଶବ୍ଦ ଅବରସ୍ ପୂର୍ଣ୍ଣ ପ୍ରାଚୀନ ସଙ୍ଗୀତ, ଚଉପଦୀ, ଡାହିକା, ଭଜନ, ବନ୍ଦନା ଆଦି ଲଗାଇ 'ପାଲାକୁ' ଜମକ୍ କରନ୍ତି ଓ କେତେକ ଗାୟକଙ୍କର ଅଭିଧାନ, ଅଳଙ୍କାର କାବ୍ୟନାଟକ, ଚମ୍ପୁ ଆଦିରେ ଅସାଧାରଣ ପାଣ୍ଡିତ୍ୟ ଦେଖାଯାଏ ଓ କେତେକଙ୍କଠାରେ ଆଶୁକବିତ୍ୱ ମଧ୍ୟ ଲକ୍ଷିତ ହୁଏ । ଓଡ଼ିଶାରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ଭାଇମାନଙ୍କଦ୍ୱାରା ମଧ୍ୟ ପାଲା ପରିବେଷଣ କରାଯାଉଅଛି, ଏହା ମଧ୍ୟ ଓଡ଼ିଶାର ପୁରପଲ୍ଲୀରେ ଆଦ୍ରୁତ, ଓଡ଼ିଶାର କଟକ, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡା ଆଦି ଜିଲ୍ଲାରେ ବହୁ ନାମକାରୀ ଗାୟକମାନେ ଲୋକ ଅନାଗ୍ରହ କାରଣ ରୁ ଏବେ କେବଳ ରେଡିଓ ଓ ଦୁରଦର୍ଶନରେ ପାଲା ପରିବେଷଣ କରି ଓଡ଼ିଶାର ସାହିତ୍ୟ, ସଂସ୍କୃତି ଓ କଳାକୁ ଘରେ ଘରେ ପରିଚିତ କରାଇବାକୁ ଚେଷ୍ଟାକରୁଛନ୍ତି ସତ, ମାତ୍ର ଏବେ ଦୂରଦର୍ଶନ ର ଉପଭୋକ୍ତା ଙ୍କ ସଂଖ୍ୟା ଖୁବ୍ ନଗଣ୍ୟ । ସେହିପରି ଏକଦା ଜନାଦୃତ ଥିବା
ଚଢ଼େଇଆ ନାଟ ବା ଚଢ଼େଇଆ ନାଚ ଏକ ପାରମ୍ପାରିକ ଓଡ଼ିଆ ଗୀତ-ନାଟ/ନୃତ୍ୟ କଳା । ଏହି ନୃତ୍ୟକଳାଟି ଦଣ୍ଡ ନାଚର ଏକ ପ୍ରକାରଭେଦ ଓ ମୟୂରଭଞ୍ଜ ଛଉ ନାଚ ସହିତ ଏହାର ବହୁ ସମାନତା ପରିଲେକ୍ଷିତ କରାଯାଏ ।ଏହା ବିଶେଷକରି ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜର ଗ୍ରାମାଞ୍ଚଳରେ ପରିବେଷଣ କରାଯାଏ । ଏଥିରେ ଜଣେ ପୁରୁଷ ଓ ଜଣେ ମହିଳା ଯୋଡ଼ି ହୋଇ ନାଚିଥାନ୍ତି । ନର୍ତ୍ତକଙ୍କୁ ଚଢ଼େଇଆ ଓ ନର୍ତ୍ତକୀଙ୍କୁ ଚଢ଼େଇଆଣୀ କୁହାଯାଇଥାଏ । ଏକ ବାଦନ ଦଳ ଗୀତ ବୋଲିଥାନ୍ତି ଯାହାର ତାଳେ ତାଳେ ଚଢ଼େଇଆ ଓ ଚଢ଼େଇଆଣୀ ଅଭିନୟ କରି ନାଚିଥାନ୍ତି । ନାଚ ମାଧ୍ୟମରେ ମଉସା ଓ ଚୌକିଆ ହାସ୍ୟ ଅଭିନୟକରି ଲୋକଙ୍କର ମନୋରଞ୍ଜନ କରିଥାନ୍ତି । ନାଚରେ ହାରମୋନିୟମ, ଢୋ଼ଲ ଓ କୁବୁଜି ଆଦି ବାଦ୍ୟଯନ୍ତ୍ରର ବ୍ୟବହାର କରାଯାଇଥାଏ । ପ୍ରୋତ୍ସାହନର ଅଭାବ ତଥା ନୂତନ ପିଢ଼ିଙ୍କର ଅନାଗ୍ରହ ଏହି ଲୋକନୃତ୍ୟକୁ ବିଲୁପ୍ତପ୍ରାୟ ଅବସ୍ଥାକୁ ଆଣିସାରିଲାଣି । ଅପରପକ୍ଷରେ
ଗୋଟିପୁଅ ଭାରତର ଓଡ଼ିଶାର ଶାସ୍ତ୍ରୀୟ ନାଟ ଭିତରୁ ଗୋଟିଏ । ଏହା ଓଡ଼ିଶାର ପୁରୀ ଜିଲ୍ଲାରୁ ଜନ୍ମ ଲାଭ କରିଥିଲା । ଆମେ ଯେତେବେଳେ ପିଲା ଥିଲୁ , ସେତେବେଳେ ପରବର୍ତ୍ତୀ ସମୟରେ ବିଶ୍ବ ପ୍ରସିଦ୍ଧ ହୋଇଥିବା ଆମ ଗାଁ ପାଖ ର ଗୁରୁ ଗଙ୍ଗାଧର ପ୍ରଧାନ ଗୋଟି ପୁଅ ନୃତ୍ୟ କରୁଥିଲେ । ଓଡ଼ିଆରେ "ଗୋଟି"ର ଅର୍ଥ ଜଣେ ଓ ଏହି ନାଟ ଜଣେ ପୁଅ ଦେଇ କରାଯାଉଥିବାରୁ ଏହାର ଏପରି ନାମକରଣ ହୋଇଥିବାର ବିଶ୍ୱାସ କରାଯାଇଥାଏ । ଯେତେବେଳେ ଧିରେ ଧିରେ ମାହାରୀ ନାଟର ପ୍ରଭାବ ଧୀରେ ଧୀରେ କମି କମି ଆସିଲା ସେତେବେଳେ ପୁଅମାନେ ଝିଅମାନଙ୍କ ଲୁଗାରେ ସଜ୍ଜିତ ହୋଇ ଅଳଙ୍କାର ଆଦି ପିନ୍ଧି ନାଚିବାର ଏହି ଚଳଣି ଜନ୍ମ ନେଲା । ଆଧୁନିକ ଓଡ଼ିଶୀ ନାଟର ଏହା ମୂଳରୂପ । ଅନେକ ମହାନ ଓଡ଼ିଶୀ ନାଟଗୁରୁମାନେ ଆରମ୍ଭରେ ଏହି ନାଟକଳାରେ ଶିକ୍ଷାଲାଭ କରିଥିଲେ ।
କ୍ରମଶଃ
ଗଣପତୟେ ନମଃ
ଗଣପତୟେ ନମଃ
ଗଂ ଗଣପତୟେ ନମଃ, ଗଣେଶାୟ ନମଃ ।
ଶିବ ପୁରାଣ ଅନୁଯାୟୀ ଦେବୀ ପାର୍ବତୀ ନିଜଦେହରୁ ନିର୍ଗତ ମଳି ରୁ ଏକ ମୂର୍ତ୍ତି ଗଠନ କଲେ ଏବଂ ତାକୁ ଜୀବନ ଦାନ ଦେଲେ। ପାର୍ବତୀ ତାଙ୍କର ଏହି ପୁତ୍ରଙ୍କୁ ଦ୍ୱାରପାଳ ଭାବେ ସଦର ଦରଜା ଜଗାଇ ଏବଂ ଭିତରକୁ କାହାକୁ ପ୍ରବେଶ ନ କରେଇବା ପାଇ ଆଦେଶ ଦେଇ ସ୍ନାନ କରିବାକୁ ଗଲେ । ଠିକ ସେହି ସମୟରେ ମହାଦେବ ଘରକୁ ଫେରି ଭିତରକୁ ପ୍ରବେଶ କରନ୍ତେ, ବାଳକ ଗଣେଶ ଆପଣା ପିତାଙ୍କୁ ଚିହ୍ନି ନ ପାରି ବାଟ ଛାଡ଼ିଲେ ନାହିଁ । ମହାଦେବ ଯେତେ ବୁଝାଇବାକୁ ଚେଷ୍ଟା କରି ବିଫଳ ହେବା ପରେ କ୍ରୋଧ ଜର୍ଜରିତ ହୋଇ ଶିର ଚ୍ଛେଦନ କଲେ । ପରେ ପାର୍ବତୀଙ୍କ ନିକଟରୁ ଏହାଙ୍କର ପରିଚୟ ପାଇ ଫେରି ଆସି ଦେଖିଲା ବେଳକୁ ମୁଣ୍ଡହୀନ ଗଣ୍ଡିଟି ପଡ଼ିଅଛି । ମହାଦେବ ମୁଣ୍ଡ ଖୋଜି ନ ପାଇ ଉତ୍ତରଦିଗକୁ ମୁଣ୍ଡକରି ଶୋଇଥିବା ଗୋଟିଏ ହାତୀର ମୁଣ୍ଡକୁ କାଟି ଆଣି ଏହାଙ୍କ ଗଣ୍ଡିରେ ଯୋଡ଼ି ଜୀବନ ଦାନ କଲେ । ପରବର୍ତ୍ତୀ ସମୟରେ ସେ ହେଲେ ମହାଦେବଙ୍କ ପ୍ରମଥ ଗଣର ସେନାପତି। ପୌରାଣିକ ମତେ ଗଣେଶ ବ୍ୟାସୋକ୍ତ ମହାଭାରତର ଲେଖକ। ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ଦିନ ଗଣେଶଙ୍କର ସ୍ୱତନ୍ତ୍ର ପୂଜା ହୁଏ । ରକ୍ତ ଚନ୍ଦ୍ର, ରକ୍ତ ପୁଷ୍ପରେ ଏହାଙ୍କୁ ପୂଜା କରାଯାଏ । ଏହାଙ୍କର ଗଜମସ୍ତକ, ଏକଦନ୍ତ, ଥନ୍ତଲ ପେଟ ଓ ସାପ ପଇତା । ଏହାଙ୍କର ବାହନ ମୂଷା । ଆମ ଓଡ଼ିଆ ମାନଙ୍କ ପାଇଁ ଆଜି ଏହି ଭାଦ୍ରବ ମାସର ଶୁକ୍ଳ ଚତୁର୍ଥୀ ଦିନ ବିନାୟକ ବ୍ରତ ପାଳିତ ହୁଏ। ବିନାୟକ ବ୍ରତକଥାରେ ଉଲ୍ଲେଖ ରହିଛି ଯେ ଏହି ବ୍ରତର ମାହାତ୍ମ୍ୟ ସ୍କନ୍ଧ ପୁରାଣରେ ବର୍ଣିତ।ଗୋମତୀ ନଦୀ କୂଳରେ ସୂତ ମୁନି ଅନ୍ୟ ଋଷିମାନଙ୍କର ଜିଜ୍ଞାସାକୁ ପ୍ରଶମନ କରି ବିନାୟକ ବ୍ରତ ପାଳନ କଲେ ମନୁଷ୍ୟମାନେ କାର୍ଯ୍ୟସିଦ୍ଧି, ଅର୍ଥପ୍ରାପ୍ତି, ସୁତ-ସୌଭାଗ୍ୟ-ସଂପଦ ଲାଭ କରି ପାରିବେ ବୋଲି ବୟାନ କରିଛନ୍ତି। ଏହି ବ୍ରତର ବିଧିବିଧାନ ସ୍ୱୟଂ ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ କହିଛନ୍ତି। ଏହି ବ୍ରତ ପାଳନ କରି ଯୁଧିଷ୍ଠିର ରାଜ୍ୟ ଫେରି ପାଇଥିଲେ। ସେଥିପାଇଁ ଗଣପତିଙ୍କର ନାମ ସିଦ୍ଧି ବିନାୟକ।
ଗଣେଶ ଗଜାନନ ରୂପରେ ହିଁ ସର୍ବତ୍ର ପରିଚିତ। ବିଘ୍ନହନ୍ତା ରୂପରେ ମଧ୍ୟ ତାଙ୍କୁ ପୂଜା କରାଯାଏ। ଆଉମଧ୍ୟ ସେ ଆଦ୍ୟପୂଜିତ ଓ ବିଘ୍ନେଶ, ତା ସହିତ ସେ ହେଉଛନ୍ତି ବୁଦ୍ଧି, ବିଦ୍ୟା ବା ଜ୍ଞାନର ଦେବତା, ବିଦ୍ୟାଦାତା। ସେ ହିଁ ପ୍ରତ୍ୟେକ ପୂଜାର ପ୍ରାରମ୍ଭରେ ପୂଜିତ ହୁଅନ୍ତି ଓ ବିଦ୍ୟାରମ୍ଭରେ ମଧ୍ୟ ତାଙ୍କରି ଆବାହନ କରାଯାଇଥାଏ। ଗଣେଶଙ୍କ ଅନ୍ୟ କେତେକ ନାମ ହେଲା : ସୁମୂଖ, ବିଘ୍ନହର୍ତ୍ତା, ବିଘ୍ନହର, ଧୂମ୍ରକେତୁ, ଗଣାଧ୍ୟକ୍ଷ, ବ୍ରହ୍ମଣସ୍ପତୀ, ମୟୂରେଶ୍ୱର, ବିଘ୍ନେଶ୍ୱର ଓ ଶୂର୍ପକର୍ଣ ଇତ୍ୟାଦି । ଶାସ୍ତ୍ର ମତେ ଗଣେଶଙ୍କ ଦ୍ୱାଦଶନାମ: ଏକଦନ୍ତ,
କୃଷ୍ଣପିଙ୍ଗାକ୍ଷ,ଗଣପତି: ଗଣ ବା ଲୋକଙ୍କର ଦେବତା ବା ଗଣଦେବତା ।ଗଜବକ୍ର:ଗଜାନନ: ଗଜ ବା ହାତୀ ମୁଣ୍ଡ ଥିବା ଦେବତା ଗଜାନନ । ଶରୀର ମଣିଷର ମସ୍ତକ ହାତୀର । ଶାସ୍ତ୍ରରେ କୁହାଯାଇଛି ଉଭୟ ମଣିଷ ଓ ହାତୀର ଆୟୁ ୧୨୦ ବର୍ଷ । ଉଭୟର ଗୁଣକୁ ଏକାଠି ହେଲେ ମଣିଷ ସଫଳ ହେବ । ତେଣୁ ଗଣେଶ ନିଜେ ଏହି ରୂପ ଧାରଣ କରିଛନ୍ତି । 'ଗ'ର ଅର୍ଥ ମୋକ୍ଷ ପ୍ରାପ୍ତି ପାଇଁ ସମାଧିରେ ଥିବା ଯୋଗୀ । 'ଜ'ର ଅର୍ଥ ଜୀବନ ପ୍ରତି ସାଂସାରିକ ଦୃଷ୍ଟିକୋଣ । ଅର୍ଥାତ୍ ସଂସାର ଭିତରେ ମୋକ୍ଷ ପ୍ରାପ୍ତ ସମ୍ଭବ କରାଇପାରନ୍ତି ଗଜାନନ ।ବକ୍ରତୁଣ୍ଡ:ବିକଟ:
ବିଘ୍ନରାଜେନ୍ଦ୍ର:ବିନାୟକ: ଗଣେଶଙ୍କର ଏହିନାମର ଅର୍ଥ ବିଶେଷ ନାୟକ । ଏହାର ଅନ୍ତର୍ନିହିତ ଅର୍ଥ ହେଉଛି ଯେତେବେଳେ ପ୍ରିୟବଚନ ବା ପ୍ରାର୍ଥନାଦ୍ୱାରା ଗଣେଶଙ୍କୁ ସନ୍ତୁଷ୍ଟ କରାଯାଏ ତେବେ ସେ ଭକ୍ତର ରାସ୍ତାରେ ଥିବା ସବୁ ବାଧା ଦୂର କରନ୍ତି । ଅର୍ଥାତ୍ ଭକ୍ତର ଜୀବନରେ ଥିବା ବିପର୍ଯ୍ୟୟ, ସବୁ ଅମଙ୍ଗଳ, ସବୁ ବାଧା ଦୂରେଇ ଦିଅନ୍ତି ।ଧୂମ୍ରବର୍ଣ୍ଣ,ଭାଲଚନ୍ଦ୍ର
ଲମ୍ବୋଦର: ଲମ୍ବା ଉଦର ବା ବଡ଼ ପେଟ ଥିବାରୁ ତାଙ୍କୁ ଲମ୍ବୋଦର ବୋଲି କୁହାଯାଇଥାଏ । କିନ୍ତୁ ପ୍ରକୃତ ଅର୍ଥରେ ଲମ୍ବୋଦର ତାଙ୍କୁ ହିଁ କୁହାଯାଏ ଯିଏ ସବୁକିଛି ଭଲ ବିଦ୍ୟା ଗ୍ରହଣ କରିପାରନ୍ତି ଏବଂ ସାଇତି ପାରନ୍ତି । ଗଣେଶ ପାର୍ବତୀଙ୍କ ନୁପୂରର ଶବ୍ଦଶୁଣି ସଙ୍ଗୀତ ଶିଖୁଥିଲେ । ପିତା ଶିବଙ୍କ ଡମ୍ବରୁର ଶବ୍ଦଶୁଣି ଚାରିବେଦ ଆୟତ କରିଥିଲେ । ତାଙ୍କର ଏହି ବିଶାଳ ବିଦ୍ୟାର ଭଣ୍ଡାର ହେଉଛି ତାଙ୍କର ପେଟ । ଏହି କାରଣରୁ ତାଙ୍କ ପେଟ ଖୁବ୍ ବଡ । ପୁରାଣ ଶାସ୍ତ୍ର ରେ ଉଲ୍ଲେଖ ରହିଛି ଯେ
ଗଣେଶ ଆଦିଦେବ ଭାବରେ ପରିଚିତ।ସେ ସବୁଯୁଗରେ ଅବତାର ନେଇଥିବାର କୁହାଯାଏ।ସତ୍ୟ ଯୁଗରେ ଋଷି କଶ୍ୟପ ଓ ଅଦିତିଙ୍କ ଘରେ ମହଙ୍କତ ବିନାୟକ ରୂପରେ ଜନ୍ମ ନେଇ ଦେବାନ୍ତକ ଓ ନରାନ୍ତକ ନାମକ ରାକ୍ଷସଙ୍କୁ ବଧ କରିଥିଲେ।
ତ୍ରେତୟା ଯୁଗରେ ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀରେ ଉମାଙ୍କ ଘରେ ଜନ୍ମି,ଗଣେଶ ରୂପରେ ଜନ୍ମିସିନ୍ଧୁ ନାମକ ରାକ୍ଷସକୁ ବଧ କରିବା ସହ ବ୍ରହ୍ମାଙ୍କ ପୁତ୍ରି ଦ୍ୱୟ ରିଦ୍ଧି ଓ ସିଦ୍ଧିଙ୍କୁ ବିବାହ କରିଥିବାର ପୁରାଣରେ ବର୍ଣ୍ଣିତ।ଦ୍ୱାପର ଯୁଗରେ ଗଣେଶ ରୂପରେ ପାର୍ବତୀଙ୍କ ପୁତ୍ର ଭାବରେ ପୁରାଣରେ ବର୍ଣ୍ଣିତ।
କଳି ଯୁଗରେ ଭବିଷ୍ୟ ପୁରାଣ ଅନୁସାରେ ଧୁମ୍ରକେତୁ ରୂପରେ ଅବତାର କଥାବର୍ଣ୍ଣିତ ଅଛି। ଅତଏବ ଆଜି ର ଏହି ପବିତ୍ର ଦିବସ ରେ ଆମ ମୁଖ ପୁସ୍ତକ ରେ ସଦାସକ୍ରିୟ ଆମର ପରମ ସମ୍ମାନାଷ୍ପଦ / ଆଦରଣୀୟ ବନ୍ଧୁ ବର୍ଗ ଙ୍କୁ ଶୁଭାଭିନନ୍ଦନ, ଶୁଭକାମନା ଜଣାଇବା ସହ ପ୍ରଭୁ ବିଘ୍ନରାଜ ଙ୍କ ଅପାର କରୁଣା ଓ ଅସୀମ ଆଶୀର୍ଵାଦ ରେ ଆପଣ ତଥା ଆପଣ ଙ୍କ ସପରିବାର ଙ୍କ ସବୁ ସମୟରେ,ସବୁ କ୍ଷେତ୍ରରେ ସୁଖ ସମୃଦ୍ଧି କାମନା କରେ ।
ପତଳା କାନିଆ
ପତଳା କାନିଆ
---
ନିଜେ ଭୋଗ ନାମରେ ଖାଇବା ପାଇଁ ନିର୍ଜୀବ ଦେବାଦେବୀ ଙ୍କୁ ବିଭିନ୍ନ ସ୍ବାଦିଷ୍ଟ ଖାଦ୍ୟ ପରିବେଷଣ କରୁଥିବାବେଳେ ସଜୀବ ଦେବାଦେବୀ ପିତା ମାତାଙ୍କୁ ଅବହେଳା, ଅଣଦେଖା କରିବା ଅବା ଜରା ନିବାସୀ କରାଇଦେବା ଅବା ଜରା ନିବାସ କୁ ଠେଲି ଦେବା , ଏପରିକି ଦେବା ଦେବୀ ଙ୍କ ନିର୍ଜୀବ ବାହନ ଯଥା ମୂଷା କୁ ଲଡୁ , ସାପକୁ ଖିର, ଷଣ୍ଢ ,ବଳଦ,ଗାଈ ଆଦି ଙ୍କୁ ପୂଜା କରି ସଜୀବ ଗାଇ ଗୋରୁ ପ୍ରଭୃତି ପଶୁ ମାନଙ୍କ ଉପରେ ଅତ୍ୟାଚାର,ବିଷ ଦେଇ ହତ୍ୟା, ଵାଡିଆବାଡି କରାଯାଏ । ଠିକ୍ ସେହିଭଳି ଜୀବନ୍ତ ପ୍ରତିଭା ମାନଙ୍କୁ ସକଳ ପ୍ରକାର ନିନ୍ଦା, ଅପମାନ ଲାଞ୍ଛନା,କୁତ୍ସା, ମିଥ୍ୟା ଅଭିଯୋଗ, ଭିତ୍ତିହୀନ ସମାଲୋଚନା, ଏପରିକି ଚକ୍ରାନ୍ତ ଆଧାରିତ ମସୀଲିପ୍ତ କରି ସେମାନଙ୍କୁ ପ୍ରତି ନିୟତ ମାନସିକ ନିର୍ଯ୍ୟାତନା ଦିଆ ଯାଉଥିବା ବେଳେ ସେମାନଙ୍କ ମୃତ୍ୟୁ ପରେ ଗତାନୁଗତିକ ଶ୍ରଦ୍ଧାବିବର୍ଜିତ ଶ୍ରାଦ୍ଧ ଅବା ସ୍ଵକୀୟ ପତିଆରା ସୃଷ୍ଟି ନିମନ୍ତେ ଜୟନ୍ତୀ ପାଳନ କରାଯାଏ । ଗୈାତମ ବୁଦ୍ଧ,ଯିଶୁ ଖ୍ରୀଷ୍ଟଙ୍କ ଠାରୁ ମହାତ୍ମା ଗାନ୍ଧୀ, ଭାରତ ଗୌରବଙ୍କ ଠାରୁ ବିଶ୍ବ ମଣି ପଣ୍ଡିତ ଗୋପବନ୍ଧୁଙ୍କ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଉଦାହରଣ ସମୂହର ଜ୍ୱଳନ୍ତ ଦୃଷ୍ଟାନ୍ତ ଅଛି । ଏବେ ତ ଜଣେ ଅପରାଧୀର ଅଧିବକ୍ତା ତଥାକଥିତ ଜନ ପ୍ରତିନିଧି ସର୍ବୋଚ୍ଚ ପଞ୍ଚାୟତ କକ୍ଷରେ ଏହାକୁ ଜାତୀୟ କରଣ କରାଇ କହିଥିଲେ ଯେ ଓଡ଼ିଶା ରେ କଙ୍କଡା ଚରିତ୍ରର ପ୍ରାବଲ୍ୟ ସର୍ବତ୍ର ପ୍ରତିଫଳିତ । ବାସ୍ତବ କଥା ହେଉଛି , କରୋନା ଭଳି ଅନ୍ୟ ଏକ ଅଦୃଶ୍ୟ ରୋଗରେ ରୋଗାକ୍ରାନ୍ତ ଅନେକ ଲୋକ । ଅନ୍ୟର ଭଲ କାମର ପ୍ରଶଂସା କଲାବେଳେ କୈାଣସି ଅଦୃଶ୍ୟ ଶକ୍ତି ସେମାନଙ୍କ ଗଳାକୁ ଚିପିଦିଏ, ଅଥଚ କାହାର ନିନ୍ଦା କରିବା ସମୟରେ ସେହି ଅଦୃଶ୍ୟ ଶକ୍ତି କୁଆଡେ଼ ଗଳାକୁ ମେଲେଇ ଦିଏ । "ପ୍ରଶଂସା କାତର, ନିନ୍ଦା ପ୍ରବର" ରୋଗ ପାରାନୋଇଆ ରୋଗ ଠାରୁ ଭୟଙ୍କର । ଆମ ସମୟର ଜଣେ ପ୍ରାଜ୍ଞ ପ୍ରାଧ୍ୟାପକ, ପ୍ରବଚକ, ଆଲେଖ୍ୟ ସ୍ରଷ୍ଟା ଏକଦା ଜଣେ ବନ୍ଧୁଙ୍କ ପରିଚୟ ଦେବାକୁ ଯାଇ ଏକ ବାକ୍ୟ ବ୍ୟବହାର କରିଥିଲେ " ନିଃସଙ୍କୋଚ ପ୍ରଶଂସା ଓ ଯଥୋଚିତ ନିନ୍ଦା" ହିଁ ସମାଜର ଗ୍ରହଣୀୟ ଆଚାର ପଣ୍ୟ ହେବାକଥା, ମାତ୍ର ହୁଏନା କାହିଁକି ? ରୋଗୀକୁ ନୁହେଁ ରୋଗ କୁ ଘୃଣା କର ବୋଲି ପ୍ରବଚନ ଦେଉଥିବା, ଗବେଷଣା ଧର୍ମୀ ପ୍ରବନ୍ଧ, ଆଲେଖ୍ୟ ସ୍ରଷ୍ଟା ପରମୁହୂର୍ତ୍ତରେ ସେହି ରୋଗାକ୍ରାନ୍ତର ପ୍ରଳାପକୁ ,ଅପର ପ୍ରତି ମିଥ୍ୟାରୋପକୁ ପରୀକ୍ଷା ନ କରି ଅନ୍ୟର ସାମାଜିକ ସମ୍ମାନକୁ କ୍ଷୁର୍ଣ୍ଣ କରିବାରେ ଅଯଥା ସମୟ ଅପଚୟ କରି ଆତ୍ମସନ୍ତୋଷ ପାଇବା ଏକ ସାମାଜିକ ବିଡ଼ମ୍ବନା ନୁହେଁ କି ? ଆଚରଣ ଓ ଉଚ୍ଚାରଣ ମଧ୍ୟରେ ସମନ୍ବୟ ରକ୍ଷାକରି ଯେଉଁ କାର୍ଯ୍ୟ କରାଯାଏ ବା ଯେଉଁ କଥା କୁହାଯାଏ , ତାହା ଜନ ବିଶ୍ୱସନୀୟତା ଆହରଣ କରିଥାଏ । କଥା ରେ ଅଛି କହି ଦେଉଥାଏ ଅନ୍ୟକୁ, ବୁଦ୍ଧି ନ ଦିଶଇ ନିଜକୁ" ନ୍ୟାୟରେ କେତେକ ଆଜି ଅଭିଯୁକ୍ତ । ଏପରିକି " ଡହରା ଡାକୁ ଡାକ ଛାଡୁଛି ,ଦେଖ ଦେଖ ଅଗ୍ରତେ ଧାଏଁ ଡକାୟତ । ବିପ୍ଲବୀ କବି ରବି ସିଂହ ଙ୍କ ଭାଷାରେ " ଯାଦୁଆ ବିକୁଛି ଯାଦୁର ମଲମ,ମଦୁଆ ଧରିଛି ନିଶା ନିବାରଣ ବାନା " । ଏଭଳି ରୋଗର ସଂକ୍ରମଣ କେବଳ ସମ୍ଭବପର ହେଉଛି ଅନ୍ୟ ମାନଙ୍କର ପ୍ରତିବାଦ ବିହୀନ ତଥା ପର ନିନ୍ଦା ଶ୍ରବଣ ବ୍ୟାକୁଳତା , ସ୍ବାର୍ଥ ସର୍ବସ୍ବ ମାନସିକତା କାରଣ ରୁ । ଯିଏ ଅନ୍ୟ ର ଅନୁପସ୍ଥିତିରେ , କୌଣସି ପ୍ରାମାଣିକ ତଥ୍ୟ ବା ଭିତ୍ତି ନଥାଇ ତା ବିରୋଧ ରେ ନିନ୍ଦା, ଚୁଗୁଲୀ କରୁଛି , ସେହି ଲୋକ ପରବର୍ତ୍ତୀ ସମୟରେ ଅନ୍ୟ ନିକଟରେ ଯେ ପୂର୍ବୋକ୍ତ ବ୍ୟକ୍ତି ବିରୋଧରେ କହୁନଥିବ ବୋଲି ଭାବନାଟି ଯଦି ଆସୁଥାନ୍ତା ତେବେ ସମ୍ପୃକ୍ତଟି ଚୁଗୁଲୀ ପ୍ରବଣତାକୁ ବିରୋଧ କଲେ ଚୁଗୁଲୀ ଚରିତ୍ରଧାରୀ ଟି ନିରୁତ୍ସାହିତ ହୁଅନ୍ତା । ସ୍ବାଧୀନତା ସଂଗ୍ରାମୀ,ପ୍ରାତଃ ସ୍ମରଣୀୟ ସାରସ୍ଵତ ସାଧକ ତଥା ଜନନେତା ସୁରେନ୍ଦ୍ର ମହାନ୍ତି ଏହି ଚରିତ୍ରର ବ୍ୟକ୍ତି ମାନଙ୍କ ପାଇଁ ସଂଜ୍ଞା ଦେଇ ଯାଇଛନ୍ତି - "ପତଳା କାନିଆ" ।
ଅନାଲୋଚିତ ପ୍ରତିଭା
ଅନାଲୋଚିତ ପ୍ରତିଭା
----
ଆଜି ମହାନ୍ ନାଟ୍ୟକାର ନିରଞ୍ଜନ ଶତପଥୀ ( ୧୯୨୭-୬-୧-୨୦୧୫) ଙ୍କ ଜୟନ୍ତୀ ଅବସରରେ ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି । ୨୦୧୫, ଜାନୁଆରୀ ୬ ତାରିଖରେ ତାଙ୍କର ତିରୋଧାନ ପରେ ଶ୍ରଦ୍ଧାବଚନାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଦେଇ ଅନ୍ୟତମ ପ୍ରତିଭାଧର ଓଡ଼ିଆ , ଅତୁଳନୀୟ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ପରମ୍ପରା ପ୍ରାଣ ପରମ ସମ୍ମାନନୀୟ ମନ୍ମଥ ଶତପଥୀଙ୍କ ଆବେଗ ଥିଲା ପ୍ରଣିଧାନଯୋଗ୍ୟ । ଯେଉଁ କଳାକାରମାନେ ଗଭୀର ରାତ୍ରିରେ ରଙ୍ଗମଞ୍ଚର ଐନ୍ଦ୍ରଜାଲିକ ପରିବେଶରେ ଦର୍ଶକ ମନରେ ଗନ୍ଧର୍ବଲୋକ ସୃଷ୍ଟି କରିଥାଆନ୍ତି, ସେମାନଙ୍କ ବ୍ୟକ୍ତିଗତ ଜୀବନ କେତେ କ୍ଲେଶକର, ତାହା ବିଂଶ ଶତାବ୍ଦୀର ଓଡ଼ିଶା-ରଙ୍ଗମଞ୍ଚଗୁଡ଼ିକର ପ୍ରଚଣ୍ଡ ପ୍ରଭାବଶାଳୀ ଅଭିନେତା ସ୍ୱର୍ଗତ ନିରଞ୍ଜନ ଶତପଥୀଙ୍କ ଜୀବନ ଅନୁଧ୍ୟାନ କଲେ ଅନୁଭବ କରିହୁଏ । ଏହି ଖ୍ୟାତିବାନ ଅଭିନେତାଙ୍କ ଜୀବନ କାହାଣୀ ଓଡ଼ିଶାର ଅଠାଅଶୀ ବର୍ଷର ଇତିହାସ । ସେ ୧୯୨୭ ସାଲ ଗଣେଷ ଚତୁର୍ଥୀ ଦିନ ଭଞ୍ଜନଗର ନିକଟସ୍ଥ ବାଉଁଶଲୁଣ୍ଡି ଗ୍ରାମରେ ପ୍ରଥମେ ପାଦ ଦେଇଥିଲେ ଏବଂ ତାଙ୍କର ତିରୋଧାନ ହୋଇଥିଲା, ଭୁବନେଶ୍ୱରସ୍ଥ ବୀରସୁରେନ୍ଦ୍ର ସାଏ ନଗରସ୍ଥ ନିଜ କୁଟୀରରେ ୨୦୧୫ ଜାନୁଆରୀ ୬ ତାରିଖ ଦିନ । ନିରଞ୍ଜନ ବାବୁଙ୍କ ଜୀବନଯାତ୍ରା ସହଜ ଓ ସରଳ ନଥିଲା ଯଦିଓ ଓଡ଼ିଆ, ସଂସ୍କୃତ ଓ ଇଂରାଜୀ ଭାଷାରେ ତାଙ୍କର ଗଭୀର ଜ୍ଞାନ ଥିଲା । ଜୀବନ ନିର୍ବାହ ପାଇଁ ସେ ଗ୍ରାମ ପୁରୋହିତ କାର୍ଯ୍ୟଠାରୁ, କୃଷି ବିଭାଗରେ କିଛିଦିନ ଚାକିରୀ ମଧ୍ୟ କରିଥିଲେ । ତାଙ୍କର ବୈଚିତ୍ର୍ୟମୟ ଜୀବନର ଅନ୍ୟ ଏକ ଦିଗ ହେଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସେ ସେନା ବିଭାଗରେ ଯୋଗ ଦେଇ ସିଙ୍ଗାପୁରଠାରେ ବହୁ କଷ୍ଟକର ଅଭିଜ୍ଞତା ଲାଭ କରିଥିଲେ, ଯାହା ପରବର୍ତ୍ତୀ ଜୀବନରେ ତାଙ୍କୁ ଜଣେ ମାନବଧର୍ମୀ ମଣିଷଭାବେ ସମାଜରେ ପ୍ରତିଷ୍ଠିତ କରିଥିଲା ।ନିରଞ୍ଜନ ଶତପଥୀ କେବଳ ଓଡ଼ିଆ ନାଟ୍ୟ ରଙ୍ଗମଞ୍ଚର ମୁଖ୍ୟ ନାୟକ ନଥିଲେ, ସେ ଥିଲେ ଜୀବନଯୁଦ୍ଧର ଜଣେ ଅସାଧାରଣ ନାୟକ । ଜୀବନର ସମସ୍ତ ସମସ୍ୟାକୁ ସେ ସମାନଭାବେ ଗ୍ରହଣ କରିଥିଲେ, ମାନ ଅପମାନକୁ ସମଚିତ୍ତରେ ଗ୍ରହଣ କରିଥିଲେ । ତାଙ୍କ ଜୀବନର ସବୁଠାରୁ ବୈଶିଷ୍ଟ୍ୟ ହେଲା, ଜଣେ ପ୍ରତିଭାଶାଳୀ ଅଭିନେତା ଭାବେ ସେ ଯେପରି ଲୋକପ୍ରିୟ ଥିଲେ,ସେହିପରି ତକ୍ରାଳୀନ ପ୍ରତିଷ୍ଠିତ ସାହିତ୍ୟିକ ଓ ରାଜନୈତିକ; ନେତା ମଧ୍ୟ ତାଙ୍କୁ ଯଥେଷ୍ଟ ସମ୍ମାନ ପ୍ରଦାନ କରୁଥିଲେ । ଉକ୍ରଳର ବରପୁତ୍ର ହରେକୃଷ୍ଣ ମହତାବ ଓ କଳିଙ୍ଗର ପ୍ରାଣପୁରୁଷ ବିଜୁ ପଟ୍ଟନାୟକ ଦ୍ୱାର ନିରଞ୍ଜନ ବାବୁଙ୍କ ପାଇଁ ସଦାସର୍ବଦା ଉନ୍ମୁକ୍ତ ଥିଲା । ବିଜୁବାବୁଙ୍କ ସହଯୋଗକ୍ରମେ କଟକ ବାଙ୍କାବଜାର ଠାରେ ସେ ପ୍ରତିଷ୍ଠା କରିଥିଲେ ନିଜର ସ୍ୱପ୍ନର ଅନୁଷ୍ଠାନ ‘ଜନତା ରଙ୍ଗମଞ୍ଚ’ ।ନିଜ ପ୍ରତିଭା ବଳରେ କଳାକାରଟିଏ ମଣିଷ ସମାଜରେ ପ୍ରତିଷ୍ଠା ଲାଭ କରେ ଅଥଚ ଶାସକ ଓ ଶୋଷକଙ୍କ ଛଳନା ନିକଟରେ ଅନେକ କ୍ଷେତ୍ରରେ ସେ ମଥାନତ କରେ । କିନ୍ତୁ ସେ ସ୍ୱାଭିମାନୀ । ସାଲିସ ନୁହେଁ, ସଂଗ୍ରାମ ତା ଜୀବନର ମୂଳମନ୍ତ୍ର । ଅନିଶ୍ଚିତା ପଛରେ ଦୌଡ଼ି ଦୌଡ଼ି ନିଜର ସାତ୍ୱନ୍ତ୍ର୍ୟତାକୁ ବଜାୟ ରଖିବାକୁ ସେ ଚେଷ୍ଟାକରେ । ନିରଞ୍ଜନ ବାବୁଙ୍କ ଜୀବନ କାହାଣୀ ଯେପରି କରୁଣ, ସେହିପରି ରୋମାଞ୍ଚକର । ବାଲ୍ୟକାଳରେ ନିଜର ବିଚକ୍ଷଣତା ପାଇଁ ସେ ଯେତିକି ପ୍ରଶଂସିତ ହୋଇଥିଲେ, ନିଜର ଦୁଷ୍ଟାମୀପାଇଁ ତତୋଧିକ ନିନ୍ଦିତ ବି ହୋଇଥିଲେ । ପାହାଡ଼ରେ ଚଢ଼ିବା ହେଉ ବା ମଞ୍ଚରେ ଖଳନାୟକ ଉପରକୁ ପଥର ଫୋପାଡ଼ିବା, ସବୁ କ୍ଷେତ୍ରରେ ସେ ଥିଲେ ମୁଖ୍ୟ ନାୟକ ।ଏହା ଏକ ଅନିବାର୍ଯ୍ୟ ସତ୍ୟ, ଯେଉଁ ମଣିଷ ନବଜାଗରଣର ପ୍ରବର୍ତ୍ତନ ତାହାର ଜୀବନ ଆରମ୍ଭ ହୁଏ ଅଗ୍ନିପରୀକ୍ଷାରୁ ଏବଂ ଶେଷ ହୁଏ ଲେଲିହାନ ଅଗ୍ନିଶିଖାରେ । ବାପାଙ୍କର ମୃତ୍ୟୁପରେ, ଘରେ କିଛିନଥାଏ, ସମସ୍ତ ବୋଝ ନିରଞ୍ଜନ ବାବୁଙ୍କ ଉପରେ । ପରିବାରକୁ ବଞ୍ଚାଇବା ପାଇଁ ଗାଅାଁକୁ ଗାଁ ବୁଲି ଯଜମାନୀ କାମ ଅଥଚ ରାତିରେ ପାଠପଢ଼ି ଇଂରାଜୀ ଶିକ୍ଷାରେ ଦକ୍ଷତା ହାସଲ । ସ୍ନେହମୟୀ ମାଆଙ୍କ ଗହଣା ବନ୍ଧାପକାଇ, କୃଷି ବିଭାଗର ଧାନଫର୍ମ ଚାକିରୀ । ପରେ ପରେ ଏୟାରଫୋର୍ସ ଟ୍ରେନିଂ, କ୍ୱେଟାରେ ପୋଷ୍ଟିଂ, ସିଙ୍ଗାପୁର ରେ ଆ.ଇ.ଏ. ପାଶ୍ କରିବା ଭାରିଯାନ ଚଳାଇବା ସହିତ ଦେଶ ସ୍ୱାଧୀନ ହେବାର ଅବ୍ୟବହିତ ପୂର୍ବରୁ ସୈନ୍ୟ ବିଭାଗରୁ ଚାକିରୀ ଛାଡ଼ି ପୋଲିସ ଚାକିରୀ ପାଇ ତାକୁ ବି ସେ ପରିତ୍ୟାଗ କରିଥିଲେ । ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଂଘର୍ଷ, ସତେ ଯେମିତି ତାହାର ଶେଷ ନାହିଁ । ପୃଥିବୀ ଗୋଟିଏ ବିରାଟ ରଙ୍ଗମଞ୍ଚ । ଏହି ରଙ୍ଗମଞ୍ଚରେ ପ୍ରତ୍ୟେକ ମଣିଷ ଜଣେ ଜଣେ କଳାକାର । କାହାକୁ କେଉଁ ରୂପରେ ଅଭିନୟ କରିବାକୁ ହୁଏ, ତାହା ପୂର୍ବ ନିର୍ଦ୍ଧାରିତ । ନିରଞ୍ଜନ ବାବୁ ବଞ୍ଚିବାର ରାସ୍ତା ଖୋଜୁ ଖୋଜୁ ଜଣେ ଅଭିନେତାର ସ୍ୱପ୍ନ ନେଇ ପାଦ ଥାପିଥିଲେ ଅନ୍ନପୂର୍ଣ୍ଣା ଥିଏଟର ‘ଏ’ଗ୍ରୁପ୍ରେ । ସେ ଜୀବନରେ ଅଭିନେତା ହେବାର ସ୍ୱପ୍ନ ଦେଖିନଥିଲେ । କିନ୍ତୁ ତାଙ୍କ ଭିତରେ ଲୁଚି ରହିଥିବା ପ୍ରଚଣ୍ଡ ପ୍ରତିଭାର ଉଦ୍ଗୀରଣ ହୋଇଥିଲା ପ୍ରଖ୍ୟାତ ମଞ୍ଚଶିଳ୍ପୀ ନଟବର ସେଣ୍ ଓ ହରିହର ପଣ୍ଡାଙ୍କ ମାଧ୍ୟମରେ । ସେହି ସମୟ ଥିଲା ନିରଞ୍ଜନ ବାବୁଙ୍କ ଜୀବନର ଅସଲ ପଟ୍ଟ ପରିବର୍ତ୍ତନ ।ନିରଞ୍ଜନ ବାବୁଙ୍କ ବ୍ୟକ୍ତିତ୍ୱ, କଥନ ଶୈଳୀ, ଇଂରାଜୀ ଭାଷା ଉଚ୍ଚାରଣ ଓ ସୁନ୍ଦର ଚେହେରା ଥିଲା ନାଟକପାଇଁ ଥିଲା ଅତ୍ୟନ୍ତ ଅନୁକୂଳ । ଅନ୍ନପୂର୍ଣ୍ଣା ‘ଏ’ ଗ୍ରୁପ୍ ଓ ‘ବି’ ଗ୍ରୁପ୍, ଜନତା ରଙ୍ଗମଞ୍ଚ, ରୂପଶ୍ରୀ ଥିଏଟରରେ ପରିବେଷିତ ଅସଂଖ୍ୟ ନାଟକରେ ସେ ନାୟକ ଓ ଖଳନାୟକ- ଉଭୟ ଭୂମିକାରେ ଅବତୀର୍ଣ୍ଣ ହୋଇ ଦର୍ଶକମାନଙ୍କୁ ବିଭୋର ଓ ଚକିତ କରି ଦେଉଥିଲେ । କେବଳ ଜଣେ ଭାରତୀୟ କିମ୍ବା ଉକ୍ରଳୀୟ ଭୂମିକାରେ ଅଭିନୟ କରି ସେ ପ୍ରଶଂସିତ ହୋଇନଥିଲେ, ୟୁରୋପୀୟ ଚରିତ୍ରମାନଙ୍କରେ ତାଙ୍କର ଦକ୍ଷ ଅଭିନୟ ଦର୍ଶକମାନଙ୍କୁ ତାଙ୍କୁ ଜଣେ ଓଡ଼ିଆ ବୋଲି ଚିହ୍ନିବାରେ ବିଭ୍ରାନ୍ତ କରୁଥିଲା । ବକ୍ସି ଜଗବନ୍ଧୁ ନାଟକରେ ତାଙ୍କର କ୍ୟାପଟେନ୍ ଥୋମାସ୍ ଭୂମିକାରେ ଅଭିନୟ ଆଜି ବି ଓଡ଼ିଶାରେ ସର୍ବତ୍ର ଆଲୋଚିତ ହୁଏ । ଜୀବନର ଏଭଳି ନାଟକୀୟତା କେବଳ କେତେଜଣ ଜନ୍ମରୁ ଦୁର୍ଭାଗାଙ୍କ ଭାଗ୍ୟରେ ଘଟେ, ମାତ୍ର ଏହି ନାଟକୀୟତା ପ୍ରଭାବ ଶେଷରେ ସେମାନଙ୍କୁ ବିଶ୍ୱବିଖ୍ୟାତ କରାଏ । ସେଇ ଦୁର୍ଭାଗାମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ ଅଭିନେତା ସ୍ୱର୍ଗତ ନିରଞ୍ଜନ ଶତପଥୀ ।
ବଙ୍ଗଳା ନାଟ୍ୟଜଗତର ପ୍ରସିଦ୍ଧ ଅଭିନେତା ଶିଶିର ଭାଦୁଡ଼ି, ମଧୁଗୁପ୍ତା, ମିଃ ରାୟ ଦିନେ କଲିକତା ରଙ୍ଗମଞ୍ଚରେ ଓଡ଼ିଆ ନାଟକ “ଭରସା’ ଦେଖି ସାରିବା ପରେ ରଙ୍ଗମଞ୍ଚ ଉପରକୁ ଉଠି ଆସି ନିରଞ୍ଜନ ବାବୁଙ୍କୁ କୋଳାଗ୍ରତ କରି କହିଥିଲେ- ‘ଏମାନେ ନାଟକ ଆମି ଜୀବନେ ଦେଖିନି…. ସାମାଜିକ ନାଟକ ଏତୋ ଉପଭୋଗ୍ୟ ହତେପାରେ କଳ୍ପନା କରାଯାଏନା… ବେଚୋଥାକୋ ବାବା, ବେଚୋଥାକୋ, ରଙ୍ଗମଞ୍ଚ ବାଂଚାଓ… ।
ଶିଶିର ଭାଦୁଡ଼ିଙ୍କର ଉପରୋକ୍ତ ମନ୍ତବ୍ୟ ପ୍ରମାଣ କରିଦିଏ, ଓଡ଼ିଶାରେ ପ୍ରତିଭାର ଅଭାବ ନାହିଁ, କିନ୍ତୁ ପ୍ରତିଭାଗୁଡ଼ିକର ଉପଯୁକ୍ତ ଅଭାବ ନାହିଁ, କିନ୍ତୁ ପ୍ରତିଭା ଗୁଡ଼ିକର ଉପଯୁକ୍ତ ଉନ୍ମେଷ ଲାଗି ନାଟ୍ୟାନୁଷ୍ଠାନ ଗୁଡ଼ିକର ଯୋଗ୍ୟତାର ଅଭାବ ରହିଛି । ନଚେତ ନିରଞ୍ଜନ ବାବୁଙ୍କ ପରି ଜଣେ ପ୍ରତିଷ୍ଠିତ ଅଭିନେତା କାହିଁକି ଓଡ଼ିଶାର ବିଭିନ୍ନ ଅଞ୍ଚଳ ବୁଲି ବୁଲି ଥିଏଟର କରିଛନ୍ତି । ନିଜେ ଓ ନିଜ ଅନୁଷ୍ଠାନକୁ ବଞ୍ଚାଇବା ପାଇଁ? କାହିଁକି ଅଭିନୟ ପାଇଁ ସେ ପାଇଥିବା ସୁନାମୋହରକୁ ବିକ୍ରୀ କରିଛନ୍ତି? କାହିଁକି ନିଜର ପୈତୃକ ଘର ମଧ୍ୟ ବନ୍ଧା ପଡ଼ିଛି ଜନତା ରଙ୍ଗମଞ୍ଚର ସୁରକ୍ଷା ପାଇଁ? ଏପରି ଅନେକ ପ୍ରଶ୍ନର ଗୋଟଏ ଉତ୍ତର, ଓଡ଼ିଶାରେ ମଞ୍ଚ କଳାକାରମାନଙ୍କ ପ୍ରତି ସରକାର ଓ ଜନସାଧାରଣଙ୍କ ବିମୁଖ ମନୋଭାବ । ଆମରାଜ୍ୟରେ ଜଣେ ସାଧାରଣ ଚଳଚ୍ଚିତ୍ର ଶିଳ୍ପୀ, ଜଣେ କ୍ରୀଡ଼ାବିତ୍,ଜଣେ ରାଜନୈତିକ କର୍ମୀଙ୍କୁ ଯେତିକି ସମ୍ମାନ ଦିଆଯାଏ, ସେଇ ସମ୍ମାନ ଜଣେ ମଞ୍ଚ ଶିଳ୍ପୀର ଭାଗ୍ୟରେ ଜୁଟେନି । କଳା, ସ୍ଥାପତ୍ୟ, ନୃତ୍ୟ, ସଙ୍ଗୀତରେ ପରିପୂର୍ଣ୍ଣ ଓଡ଼ିଶା ରାଜ୍ୟରେ ନିରଞ୍ଜନ ବାବୁଙ୍କ ପରି ଜଣେ ପ୍ରତିଭାଦୀପ୍ତ ପୁରୁଷଙ୍କ ଜନ୍ମ ବିଡ଼ମ୍ବନା ନୁହଁ କି? ରାଜଧାନୀରେ ବସବାସ କରୁଥିବା ଜଣେ ଶିଳ୍ପୀର ମୃତ୍ୟୁ ପ୍ରତି ଯଦି ରାଜ୍ୟ ସରକାର ସମ୍ବେଦନଶୀଳ ହେଲେ ନାହିଁ, ତେବେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଶିଳ୍ପୀମାନଙ୍କ କଥା ପଚାରେ କିଏ?
ଦକ୍ଷିଣା ପବନ
ଦକ୍ଷିଣା ପବନ
----------
ପାଣି,ପବନକୁ ନେଇ ଯେ ବେପାର ବଣିଜ କରିହେବ , କରିହେବ କ'ଣ , ସର୍ବାଧିକ ପରିମାଣରେ ଆୟ କରିହେବ , ଏକଥା ଯେତେବେଳେ ପଶ୍ଚିମାପଣ୍ଡିତମାନେ ଜାଣି ନଥିଲେ , ସେତେବେଳେ ଛ ଶହ ବର୍ଷ ତଳେ ମହାନ୍ ଓଡିଆ ସନ୍ଥମାନେ ଭବିଷ୍ୟତ ମାଳିକା ବା କଥନ, ବଚନରେ କହିଯାଇଛନ୍ତି । ଏବେ ତ ପବନବିକାମାନେ ବିଶ୍ବର ଶ୍ରେଷ୍ଠ ଧନୀ ମାନଙ୍କ ମଧ୍ୟରେ ଅନ୍ୟତମ ଏବଂ ଏହି ପ୍ରଚୁର ପରିମାଣର ଅର୍ଥ ଯେଭଳି ବରବାଦ୍ କରୁଛନ୍ତି , ତାହା ଜାଣିବା ପରେ ଦେହରେ ନିଆଁ ଲାଗିଯାଉଛି । ଗତ ବର୍ଷ ତ ଜଣେ ପବନବିକା କଳାପୁଞ୍ଜି ଐରାବତ ବିଦେଶରେ ନିଜର ସାନପୁଅର ବିଳାସ ବ୍ୟସନ ପାଇଁ ପାଞ୍ଚ ହଜାର କୋଟି ଟଙ୍କାର ସମ୍ପତ୍ତି କିଣିଲା । ଗୋଟିଏ ଗୋଟିଏ ଘର ୨୮ ମହଲା,୩୦ ମହଲା , ଯାହା ମଧ୍ୟରେ ସଂସାରର ସକଳ ଇନ୍ଦ୍ରୀୟ ଭୋଗୀ ଉପାଦାନ ଉପଲବ୍ଧ ଠାରୁ ବ୍ୟୋମଯାନ ଅବତରଣ ସ୍ଥଳ , ରହଣୀ ସ୍ଥଳ, କୋଟି କୋଟି ଟଙ୍କାର ଶହଶହ ସୌଖିନ ଚତୁର୍ଚକୀ ଯାନ, ସୁନା ପାଇଖାନା ଆଦିର ଚିତ୍ର ଆଖି ଝଲସେଇ ଦେଉଥିବା ବେଳେ ଏପଟେ ବନ୍ୟା ପ୍ରପିଡିତ ଗଡବଳଭଦ୍ରପୁରର ମୁକୁନ୍ଦ ବିଶ୍ବାଳଙ୍କ ଝୁମ୍ପୁଡିର ସ୍ଥିର ଚିତ୍ର ସ୍ଵାଧୀନୋତ୍ତର ଭାରତରେ ଅମୃତ ମହୋତ୍ସବ ପାଳନ ଅବସରରେ ସମତା ପ୍ରତିଷ୍ଠାର ବାସ୍ତବଧର୍ମୀ ଚିତ୍ର ପ୍ରଦର୍ଶିତ କରୁଛି । ଆଜି ଯେତେବେଳେ ପଶ୍ଚିମା ପଣ୍ଡିତ ବା ବୈଜ୍ଞାନିକ ମାନେ ବାୟୁ ଓ ପବନର ବର୍ଗୀକରଣ କରିଛନ୍ତି , ସେତେବେଳେ ହଜାର ବର୍ଷ ତଳେ ଗାଉଁଲି ଓଡ଼ିଆମାନେ ଢଗଢମାଳି ରେ ପବନର ବର୍ଗୀକରଣ କରିଯାଇଛନ୍ତି । ଅନେକ ଉଦାହରଣୀୟ ତଥ୍ୟ ଥିଲେ ମଧ୍ୟ ଏଠାରେ ଗୋଟିଏ ଉଦାହରଣ, ଯାହା କେଉଁ ପବନ କାହାକୁ ହିତକର, ତାହା ଉଲ୍ଲେଖ କରୁଛୁ ।
" ଦକ୍ଷିଣା ପବନ ସବୁରି ହିତ
ଉତ୍ତରା ପବନ ଆଣଇ ଶୀତ
ପୁବେଇ ପବନ ଧାନକୁ ଭଲ
ପଶ୍ଚିମା ପବନ ଜରର ମୂଳ
ଈଶାନ ପବନ ମାଛ ମରାକୁ
ଆଗ୍ନେୟ ପବନ ଆଖି ଧରାକୁ
ନୈଋତ ପବନ ରବିକୁ ଭଲ
ବାୟବ ପବନ ବରଷା ଭଲ
........................... ।।"
ଏବେ ପାଶ୍ଚାତ୍ୟ ବୈଜ୍ଞାନିକ ମାନେ ପବନର ସଂଜ୍ଞା ନିରୂପଣ କରି ଯେଉଁ ବର୍ଗୀକରଣ କରିଛନ୍ତି ତାହା ଏଠାରେ ଉଲ୍ଲେଖ କରୁଅଛୁ । ସେମାନଙ୍କ ଭାଷାରେ ବାୟୁ ଓ ତା ମଧ୍ୟରେ ଥିବା ଗ୍ୟାସେସ (gases) ଅଧିକ ପରିମାଣର ପ୍ରବାହକୁ ପବନ କୁହାଯାଏ । ପୃଥିବୀର ଭୁପୃଷ୍ଠରେ ପବନ ବୋହିବା ଅର୍ଥ ବାୟୁର ଅଧିକ ପରିମାଣର ଚଳନକୁ ବୁଝାଏ । ଅନ୍ତରୀକ୍ଷରେ (outer space) ସୋଲାର ପବନ ଅର୍ଥ ଗ୍ୟାସ ବା ସୂର୍ଯ୍ୟରୁ ଆସୁଥିବା ଚାର୍ଜ ହୋଇଥିବା କଣିକା, ପ୍ଲାନେଟାରୀ ପବନ ଅର୍ଥ ଗ୍ରହର ବାୟୁମଣ୍ଡଳରୁ ହାଲୁକା ରାସାୟନିକ ପଦାର୍ଥ ବା ଏଲିମେଣ୍ଟର ଅନ୍ତରୀକ୍ଷକୁ ପ୍ରବାହ । ପବନର ସ୍ପାସିଆଲ ସ୍କେଲ (spatial scale), ବେଗ, ତାକୁ ସୃଷ୍ଟିକରୁଥିବା ବଳ, ସୃଷ୍ଟିର ସ୍ଥାନ ଓ ପ୍ରଭାବ ଇତ୍ୟାଦିକୁ ନେଇ ପବନର ବର୍ଗୀକରଣ କରାଯାଏ । ସୌର ମଣ୍ଡଳରେ ନେପଚ୍ୟୁନ (Neptune) ଓ ଶନି (Saturn) ଗ୍ରହରେ ସର୍ବାଧିକ ଜୋରରେ ପବନ ପ୍ରବାହିତ ହୁଏ । ପବନ ବୋହୁଥିଲେ ତାହାର ଭେଲୋସିଟି ପବନ ବେଗ (velocity (wind speed)), ସେଥିରେ ଥିବା ଗ୍ୟାସମାନଙ୍କର ଘନତ୍ୱ ଓ ପବନର ଶକ୍ତି (wind energy) ପରିମାଣ ହିସାବକୁ ଆସେ । ପବନ ମାଧମରେ ମଞ୍ଜି ଓ ଛୋଟ ପକ୍ଷୀମାନେ ହଜାର ହଜାର ମାଇଲ ପର୍ଯ୍ୟନ୍ତ ସ୍ଥାନାନ୍ତର ହୋଇପାଅନ୍ତି ।ମେଟେରିଓଲୋଜି (meteorology) ବିଜ୍ଞାନରେ ପବନକୁ ତାର ବଳ, ପ୍ରବାହର ଦିଗ ଅନୁସାରେ ସୂଚନା ଦିଆଯାଏ । ଇଂରାଜୀରେ ଉଚ୍ଚବେଗ ଓ ସ୍ୱଳ୍ପ ସମୟର ପବନକୁ ଗସ୍ଟ, ବଳଶାଳୀ ଓ ପ୍ରାୟ ଏକ ମିନିଟର ପବନକୁ ସ୍କ୍ୱାଲ (squall) କୁହାଯାଏ । ଅଧିକ ସମୟବ୍ୟାପୀ ଓ ସାଧାରଣ ବଳଥିବା ପବନକୁ ବ୍ରିଜ (breeze), ଗେଲ (gale) ଓ ଅଧିକ ବଳଶାଳୀ ପବନକୁ ସ୍ଟର୍ମ (storm) ଓ ହରିକେନ (hurricane) ନାମ ଦିଆଯାଏ । ବଡ଼ ପରିମାଣର ବାୟୁମଣ୍ଡଳର ସଞ୍ଚାଳନର ଦୁଇଟି କାରଣ ଥାଏ ଯଥା:- ମେରୁ ଓ ଭୁମଧ୍ୟ ଅଞ୍ଚଳର ତାପ ଅନ୍ତର ଓ ଗ୍ରହର ଘୁର୍ଣ୍ଣନ ଯାହାକୁ କୋରିଓଲିସ ପ୍ରଭାବ (Coriolis effect) କୁହାଯାଏ । ଭୂମଧ୍ୟ ଅଞ୍ଚଳରେ ଉଚ୍ଚ ଶୃଙ୍ଗ ଓ ଭୂଭାଗ ମଧ୍ୟରେ ତାପ ସଞ୍ଚାଳନ ଯୋଗୁ ମୌସୁମୀ ବାୟୁ ପ୍ରବାହିତ ହୁଏ । ସାଗର କୂଳରେ ସ୍ଥଳ ଓ ଜଳ ଭାଗର ତାପ ପାର୍ଥକ୍ୟ ଯୋଗୁ ସ୍ଥାନୀୟ ପବନ ବୁହେ; ସେହିଭଳି ଅସମାନ ପାହାଡ଼ିଆ ଅଞ୍ଚଳରେ ସ୍ଥାନୀୟ ପବନ ବୁହେ । ଭୂପୃଷ୍ଠର ବାୟୁ ଘର୍ଷଣ ଯୋଗୁ ପବନ ନିମ୍ନ-ଚାପ ସ୍ଥାନକୁ ସଞ୍ଚାଳିତ ହୁଏ । ମାନବ ସଭ୍ୟତାରେ ପୁରଣମାନଙ୍କରେ (mythology) ପବନର ବିଷୟରେ ସବିଶେଷ ଅନ୍ୱେଷଣ କରାଯାଇଥିଲା; ଏହା ଇତିହାସର ଘଟଣାବଳୀକୁ ପ୍ରଭାବିତ କରିଥିଲା, ପରିବହନ ଓ ଯୁଦ୍ଧକୁ ପ୍ରସାରିତ କରିଥିଲା ଓ ଯାନ୍ତ୍ରିକ କାମ, ବିଦ୍ୟୁତ ଶକ୍ତି ଓ ଆମୋଦ ପ୍ରମୋଦକୁ ଶକ୍ତି ଯୋଗେଇବାରେ ସାହାଯ୍ୟ କରୁଥିଲା । ସମୁଦ୍ରରେ ପାଲଟଣା ଜାହଜ ଚଲେଇବାରେ ପବନ ଶକ୍ତିକୁ ବ୍ୟବହୃତ କରାଯାଉଥିଲା । ଅଳ୍ପ ଦୂର ଯିବା ଆସିବା ନିମନ୍ତେ ଗରମ ପବନ ବେଲୁନରେ (Hot air balloon) ପବନ ପ୍ରୟୋଗ କରାଯାଏ, ଉଡ଼ାଜାହଜ ଉପରକୁ ଉଠିବା ନମନ୍ତେ ଏହାକୁ ବ୍ୟବହାର କରି ଶକ୍ତି ସଞ୍ଚୟ କରେ । ଶକ୍ତ ପବନ ପ୍ରବାହ ହେଲେ ମାନବ ତିଆରି ଘରଦ୍ୱାର ଓ ବୃକ୍ଷ ଇତ୍ୟାଦି ଭାଙ୍ଗିଯାଏ ।
ପବନର ଅନେକ ପ୍ରକାରର ପ୍ରକ୍ରିୟରେ ଉର୍ବର ମୃତ୍ତିକା ତିଆରି ହୁଏ ଓ ବିନଷ୍ଟ ବି ହୁଏ । ପବନ ଯୋଗୁ ମରୁଭୂମିର ଧୁଳି ବହୁତ ଦୂର ପର୍ଯ୍ୟନ୍ତ ଉଡ଼ିଯାଇପାରେ । ଏହା ଯୋଗୁ ମଞ୍ଜି ବିକ୍ଷେପ ସହଜସାଧ୍ୟ ହୁଏ । ଅଗ୍ନି ମଧ୍ୟ ଦୂରଦୂରାନ୍ତକୁ ବ୍ୟାପିଯାଏ ।
କଳାଭୂମି ମହୋତ୍ସବ -୧୬
କଳାଭୂମି ମହୋତ୍ସବ -୧୬
( ପୂର୍ବ ଆଲୋଚନା ପରେ)
ସ୍କନ୍ଧ ପୁରାଣର ଉତ୍କଳ ଖଣ୍ଡରେ ଦକ୍ଷିଣାଭିମୁଖି ଯାତ୍ରା ବା ବାହୁଡ଼ା ଯାତ୍ରା ସମ୍ପର୍କରେ ଉଲ୍ଲେଖ ରହିଛି "ନବମ୍ୟା ବାସୟେଦ୍ଦେବାନ୍ ତେଷୁ ପ୍ରାତଃ ସମୃଦ୍ଧିମତ୍ । ଦକ୍ଷିଣାଭିମୁଖୀ ଯାତ୍ରା ବିଷ୍ଣୋରେଷା ସୁଦୁର୍ଲଭା" । ଏହାର ମର୍ମାର୍ଥ ହେଲା
ନବମ ଦିବସରେ ଦେବତାମାନଙ୍କୁ ରଥରେ ଅଧିଷ୍ଠିତ କରାଇବେ। ଉକ୍ତ ଦିନ ପ୍ରାତଃ କାଳ ଅତ୍ୟନ୍ତ ସମୃଦ୍ଧିବାନ୍ ଅଟେ । ସେଦିନ ବିଷ୍ଣୁଙ୍କର ପାଳିତ ଦକ୍ଷିଣାମୁଖୀ ଯାତ୍ରା ଅତ୍ୟନ୍ତ ଦୁର୍ଲଭ ।ସମ୍ପୂର୍ଣ୍ଣ ଯାତ୍ରାକୁ ତିନୋଟି ଅଙ୍ଗ ରୂପେ ଧରାଯାଇଛି। ଏଥିମଧ୍ୟରୁ ରଥଯାତ୍ରା ଗୋଟିଏ ଅଙ୍ଗ, ଗୁଣ୍ଡିଚା ମଣ୍ଡପରେ ବାସ ଦ୍ୱିତୀୟ ଅଙ୍ଗ ଏବଂ ବାହୁଡା଼ ୟାତ୍ରା ପୂର୍ବକ ଶ୍ରୀମନ୍ଦିରକୁ ବାହୁଡା଼ ବିଜେ ପର୍ଯ୍ୟନ୍ତ ତୃତୀୟ ଅଙ୍ଗ । ଶାସ୍ତ୍ରୀୟ ବର୍ଣ୍ଣନାନୁସାରେ ରଥଯାତ୍ରା ସମୟରେ ପ୍ରଭୁମାନେ ଉତ୍ତରାଭିମୁଖି ହୋଇ ଯାତ୍ରା କରୁଥିବା ସମୟରେ ସେମାନଙ୍କୁ ଦର୍ଶନ କଲେ ଯେଉଁ ଫଳ ମିଳେ, ବାହୁଡା଼ ଯାତ୍ରାରେ ଦକ୍ଷିଣାଭିମୁଖ ହୋଇ ଯାତ୍ରା କରୁଥିବା ବେଳେ ଠାକୁରମାନଙ୍କୁ ଦର୍ଶନ କଲେ ଠିକ୍ ସେହିପରି ଫଳ ମିଳିଥାଏ। ଏପରିକି ଭକ୍ତମାନେ ଏହି ଦୁର୍ଲଭ ଦର୍ଶନରେ ଅଶ୍ୱମେଧ ଯଜ୍ଞର ଫଳ ଲାଭ କରି ଅନ୍ତକାଳରେ ବୈକୁଣ୍ଠ ପ୍ରାପ୍ତି ହୋଇଥାନ୍ତି ବୋଲି ବିଶ୍ୱାସ କରାଯାଏ । ନବମୀ ଦିନ ରାତିରେ ବଡ଼ସିଂହାର , ପହୁଡ଼ ଆଳତି ସରିବା ପରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖରେ ଖଣ୍ଡୁଆ ପକାଇ ପୁଷ୍ପାଳକମାନେ ଗମ୍ଭୀରାରୁ ବାହାରି ଆସିଥାନ୍ତି। ଏହା ପରେ ଦଇତାପତିମାନେ ଠାକୁରମାନଙ୍କ ଅନ୍ୟାନ୍ୟ ଗୁପ୍ତସେବା କରିବା ସହିତ କୋଠ ସୁଆଁସିଆମାନେ ସିଂହାସନକୁ ଲଗାଇ ଚାରମାଳ ବାନ୍ଧିଥାନ୍ତି। ରାଘବ ଦାସ ମଠ ଦେଇଥିବା ଶୁକ୍ଳ ସଜକୁ ଦଇତା ସେବକମାନେ ଠାକୁରମାନଙ୍କୁ ଲାଗି କରାଇଥାନ୍ତି। ବାହୁଡା଼ ଯାତ୍ରା ଦିନ ସକାଳ ସମୟରେ ମଙ୍ଗଳ ଆଳତି, ଅବକାଶ ଇତ୍ୟାଦି ନୀତି ଭିତରଚ୍ଛ ମହାପାତ୍ର ଓ ପାଳିଆ ପୁଷ୍ପାଳକମାନେ ବଢ଼ାଇବା ପରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ ପୂଜାପଣ୍ଡା ଓ ଅନ୍ୟାନ୍ୟ ନୀତି ସମ୍ପୃକ୍ତ ସେବକମାନଙ୍କ ସାହାର୍ୟ୍ୟରେ ପୂଜା ସମାପନ ହୋଇଥାଏ। ଏହା ପରେ ଦଇତାପତିମାନେ ଶ୍ରୀବିଗ୍ରହମାନଙ୍କର ସେନାପଟା ଲାଗି (ଗୁପ୍ତ ନୀତି) କରିଥାନ୍ତି । ଉକ୍ତ କାର୍ଯ୍ୟ ଶେଷ ହେବାପରେ ଶ୍ରୀଗୁଣ୍ଡିଚା ଦିନ ପରି ପୂଜାପଣ୍ଡା, ପତିମହାପାତ୍ର ଓ ମୁଦିରସ୍ତ ସେବକଙ୍କଦ୍ୱାରା ତିନିବାଡ଼ରେ ମଙ୍ଗଳାର୍ପଣ ହୋଇଥାଏ। ତତ୍ପରେ ମୁଦିରସ୍ତ ଡୋରଲାଗି ଓ ପୁଷ୍ପାଞ୍ଜଳି ନୀତି ସମାପନ କରିବା ପରେ ବିଜେ କାହାଳୀ ବାଜେ ଓ ଠାକୁରମାନଙ୍କର ବାହୁଡା଼ ପହଣ୍ଡି ଆରମ୍ଭ ହୋଇଥାଏ। ଶ୍ରୀବିଗ୍ରହମାନେ ଜଗମୋହନ ଦୁଆର ପାଖେ ପହଞ୍ଚିବା କ୍ଷଣି ରାଘବ ଦାସ ମଠ ପ୍ରଦତ୍ତ ଟାହିୟା ଶ୍ରୀମସ୍ତକରେ ଲାଗି କରାଯିବା ସହିତ, ପତି ମହାପାତ୍ର ପ୍ରସାଦ ଲାଗି, ବନ୍ଦାପନା, କର୍ପୂର ଆଳତି, ସାତବତୀ , ସଞ୍ଜ କାହାଳି ଓ ଘସା, ବିଡ଼ିଆ ମଣୋହି କରିଥାନ୍ତି। ଏହି ସମୟରେ ପୁଷ୍ପାଳକ ମହାଜନମାନେ ତୁଳି ଲାଗି ବଢ଼ାଇଥାନ୍ତି। ଏହି ନୀତି ପରେ ଠାକୁରମାନେ ଧାଡ଼ି ପହଣ୍ଡିରେ ସ୍ୱ ସ୍ୱ ରଥକୁ ବିଜେ କରିଥାନ୍ତି। ସମସ୍ତ ବିଗ୍ରହ ପହଣ୍ଡି ବିଜେ ହୋଇ ରଥାରୂଢ଼ ହେବାପରେ ରୁନ୍ଧା କାର୍ଯ୍ୟ ବଢ଼ିଥାଏ। ଠାକୁରମାନଙ୍କ ବାହୁଡା଼ ପହଣ୍ଡି ଓ ରଥଟଣା ସମୟରେ ହେଉଥିବା ପନ୍ତି ତାଲିକା ଯଥା
ଗୋପୀନାଥ ପୂଜାପଣ୍ଡା.ଗୁଣ୍ଡିଚାଘର ମୁକ୍ତି ମଣ୍ଡପ, ଗୋପାଳ ତୀର୍ଥ ମଠ, ଶ୍ରୀରାମ ଦାସ ମଠ .ସରକାରୀ (ରାଘବ ଦାସ), ଓଡ଼ିଆ ମଠ, ଜଗନ୍ନାଥ ବଲ୍ଲଭ.ଗଙ୍ଗାମାତା ମଠ, ଉତ୍ତର ପାର୍ଶ୍ୱ ମଠ, ସଂକ୍ରାନ୍ତି ମଠ,.ରାଧା ବଲ୍ଲଭ, ବିଶୁନି ଜାଗା, ଇନ୍ଦ୍ରାସ୍ୱାମୀ, ଲୋକନି ବାବୁ, ମାଳି ଜେଗା, ବିମ୍ବଳା ବାବୁ ,ସୁନାର ଗୌରାଙ୍ଗ ମଠ . ଭାରତୀ କୋଠା,.ଜଗନ୍ନାଥ ମିଶ୍ର, ନିମି ଆଖେଡା଼ ,ମଣ୍ଡଳ କୋଠା, ଜଗନ୍ନାଥ ବଲ୍ଲଭ ମଠ ପରିସର, ୨୨.ଭିଙ୍ଗାରପୁର, ୨୩. କେନ୍ଦୁଝର କୋଠି, ଅଦ୍ୱୈତ ପ୍ରସାଦ, ନୀଳମଣି ବ୍ରହ୍ମା,.ଗଙ୍ଗାଧର ମହାପାତ୍ର, ୨୭. ସାଗର ହରି ପ୍ରତିହାରୀ, ମରିଚ କୋଟ, ବଳରାମ କୋଟ ଏବଂ ଶ୍ରୀରାମ ଦାସ । ଶ୍ରୀଜୀଉମାନେ ରଥାରୂଢ଼ ହେବା ପୂର୍ବରୁ ବିଶ୍ୱକର୍ମା ମହାରଣା , ଦରଜୀ ସେବକ, କୋଠ ସୁଆଁସିଆ ପ୍ରଭୃତି ସେବକ ତିନି ରଥର ଆବଶ୍ୟକୀୟ ମରାମତି କାର୍ଯ୍ୟ ପୂର୍ବଦିନରୁ କରି ଦେଇଥାନ୍ତି।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପଦାଧିକାରୀ ଛେରା ପହଁରା ନିମିତ୍ତ ଗୁଣ୍ଡିଚା ମନ୍ଦିରଠାରୁ ଶ୍ରୀନଅର ଅଭିମୁଖେ ଯାଇଥାନ୍ତି। ସେହି ଦିନ ଗଜପତି ବଡ଼ଶଙ୍ଖଠାରୁ ହସ୍ତୀ, ଛତି, କାହାଳୀ ସହ ବର୍ଣ୍ଣାଢ୍ୟ଼ ଶୋଭାଯାତ୍ରାରେ ତାମଯାନ୍ରେ ବସି ଗୁଣ୍ଡିଚା ଘର ନାକଚଣା ଦ୍ୱାରଠାରେ ରହିଥିବା ରଥ ନିକଟକୁ ଆସିଥାନ୍ତି। ସେଠାରେ ଶ୍ରୀଗୁଣ୍ଡିଚା ଦିନ ପରି ତିନି ରଥରେ ଛେରା ପହଁରା କରିଥାନ୍ତି। ଛେରା ପହଁରା ନୀତି ସରିବା ପରେ ଭୋଇ ସେବକମାନେ ରଥରୁ ଚାରମାଳ ଖୋଲିବା ସଙ୍ଗେ ସଙ୍ଗେ ରୂପକାର ସେବକମାନେ ରଥରେ ଘୋଡ଼ା଼ ବାନ୍ଧିଥାନ୍ତି। ମହାରଣା ଓ ଭୋଇ ସେବକମାନେ ରଥ ଦଉଡି ଲଗାଇବା ପରେ ରଥ ନିର୍ଦ୍ଦେଶକ ଦଳଙ୍କ ପରାମର୍ଶରେ ରଥଟଣା ହୋଇଥାଏ। ବଳଭଦ୍ର ଓ ସୁଭଦ୍ରା ଦେବୀଙ୍କ ରଥଟଣା ହୋଇ ସିଂହଦ୍ୱାରକୁ ଆସିଥାଏ।ଜଗନ୍ନାଥ ମହାପ୍ରଭୁଙ୍କ ରଥ ମରିଚିକୋଟ ନିକଟସ୍ଥ ଶ୍ରୀନଅରଠାରେ ପହଞ୍ଚିବା ପରେ ଲକ୍ଷ୍ମୀ -ନାରାୟଣ ଭେଟ ନୀତି ହୋଇଥାଏ । ମହାଜନ ସେବକମାନେ ଲକ୍ଷ୍ମୀ ଠାକୁରାଣୀଙ୍କୁ ପାଟବସ୍ତ୍ର, ମାଳଫୁଲ, ଅଳଙ୍କାରରେ ବେଶ କରାଇ ସାତ ପାହଚ ଦ୍ୱାରଠାରେ ଥିବା ପାଲିଙ୍କିରେ ବିଜେ କରାନ୍ତି। ପାଲିଙ୍କି ଆନନ୍ଦବଜାରସ୍ଥିତ ଚାହାଣୀ ମଣ୍ଡପକୁ ନିଆଯାଏ। ଚାହାଣୀ ମଣ୍ଡପରେ ଲକ୍ଷ୍ମୀ ବିଜେ ହୋଇବା ପରେ ଉକ୍ତ ପାଲିଙ୍କି ନନ୍ଦିଘୋଷ ରଥରେ ବିରାଜମାନ କରିଥିବା ଜଗନ୍ନାଥଙ୍କ ରଥ ନିକଟରେ ପହଞ୍ଚନ୍ତି। ପରମ୍ପରା ଅନୁଯାୟୀ ସେହି ସମୟରେ ବଳଭଦ୍ରଙ୍କ ରଥ ସମ୍ମୁଖରେ ରଥ ଘେର ପକାଯାଇଥାଏ। ଶ୍ରୀନଅର ସିଂହଦ୍ୱାରରେ ଗଜପତି ମହାରାଜା ଉପସ୍ଥିତ ହୋଇଥାନ୍ତି। ଦହିପଟି ମଣୋହି ପରେ ଗଜପତିଙ୍କ ହସ୍ତରେ ଲକ୍ଷ୍ମୀ ଦେବୀ ବିଜେ ହୋଇ ଜଗନ୍ନାଥଙ୍କ ସହିତ ଭେଟ ହୁଅନ୍ତି। ତତ୍ପରେ ରଥ ପ୍ରଦକ୍ଷିଣ ଓ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଲକ୍ଷ୍ମୀ ଠାକୁରାଣୀ ଶ୍ରୀମନ୍ଦିରକୁ ବାହୁଡା଼ ବିଜେ କରିବା ସଙ୍ଗେ ସଙ୍ଗେ ଶ୍ରୀନଅରଠାରୁ ନନ୍ଦିଘୋଷ ଟଣା ଯାଇ ସିଂହଦ୍ୱାରଠାରେ ରଖାଯାଇଥାଏ। ଏହି ନୀତିରେ ଭିତରଚ୍ଛ, ପତି ମହାପାତ୍ର, ଗରାବଡ଼ୁ, ବିମାନବଡ଼ୁ, ମହାଜନ, ବଜନ୍ତରୀ ପ୍ରମୁଖ ସେବକମାନେ ଉପସ୍ଥିତ ରହିଥାନ୍ତି। ମହାପ୍ରଭୁଙ୍କ ମାନବୀୟ ଲୀଳାର ଏହା ଏକ ପ୍ରମୁଖ ପାରିବାରିକ ଲୀଳା ।
ଗୁଣ୍ଡିଚା ଯାତ୍ରା ଶେଷ କରି ଭାଇଭଉଣୀଙ୍କୁ ସାଥୀରେ ଧରି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡୁଛନ୍ତି ବିଶ୍ୱନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥ। ସେପଟେ ଶ୍ରୀମନ୍ଦିର ଚାହାଣି ମଣ୍ଡପରେ ରହି ସ୍ୱାମୀଙ୍କ ଫେରିବା ବାଟକୁ ଚାହିଁ ରହିଥିଲେ ମା’ ଲକ୍ଷ୍ମୀ ସାଆନ୍ତାଣୀ। ଏହି ସମୟରେ ସିଂହଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ତାଳଧ୍ୱଜ ରଥରେ ରହିଥିଲେ ଦେଢଶୂର ବଡ଼ଠାକୁର ଶ୍ରୀବଳଭଦ୍ର। ତେଣୁ ତାଳଧ୍ୱଜ ରଥରେ ଘେର କପଡ଼ା ଦିଆଯିବା ପରେ ଘଣ୍ଟ, ଛତା, କାହାଳୀ ସହ ପଟୁଆରରେ ପାଲିଙ୍କିରେ ମହାଲକ୍ଷ୍ମୀ ସିଂହଦ୍ୱାର ଦେଇ ଶ୍ରୀନଅର ନିକଟକୁ ଆସିଥାନ୍ତି। ଗଜପତି ମହାରାଜା ମହାଲକ୍ଷ୍ମୀ (ଶ୍ରୀଦେବୀ)ଙ୍କୁ ହାତରେ ବିଜେ କରାଇ ଆଣି ରଥାରୂଢ କଳାଠାକୁରଙ୍କ ସହିତ ଭେଟ କରାଇଥାନ୍ତି। ପତି ମହାପାତ୍ର ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ଆଣି ଲକ୍ଷ୍ମୀ ଠାକୁରାଣୀଙ୍କୁ ପ୍ରଦାନ କରିଥାନ୍ତି। ଏହାପରେ ପାଲିଙ୍କି ସହ ଗଜପତି ମହାରାଜା ରଥ ପରିକ୍ରମା କରି ରଥ ବାମ ପାଶ୍ୱର୍ରେ ପାରମ୍ପରିକ ରୀତିରେ ବନ୍ଦାପନା କରିଥାନ୍ତି ।
ପରେ ଶ୍ରୀନଅର ସମ୍ମୁଖରେ ପନ୍ତି ଭୋଗ ସମ୍ପନ୍ନ ହୋଇଥାଏ ।ଏହାପରେ ମା’ ଲକ୍ଷ୍ମୀ ଠାକୁରାଣୀ ପାଲିଙ୍କିରେ ବିଜେ ହୋଇ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ଏହାପରେ ସିଂହଦ୍ୱାର ଅଭିମୁଖେ ଗଡ଼ିଥାଏ ନନ୍ଦିଘୋଷ ରଥ। କ୍ରମଶଃ
କଳା ଭୂମି ମହୋତ୍ସବ -୧୫
କଳା ଭୂମି ମହୋତ୍ସବ -୧୫
( ପୂର୍ବ ଆଲୋଚନା ପରେ)
ଏଠାରେ ପ୍ରସଙ୍ଗ କ୍ରମେ ଆମେ ବିଭିନ୍ନ ଗବେଷକ ମାନଙ୍କ ମତ କୁ ଖଣ୍ଡନ କରି ସ୍ଵକୀୟ ଅଧ୍ୟବସାୟ ଆଧାରରେ ଦୃଢ଼ତାର ସହ କହିପାରୁ ଯେ ରଥଯାତ୍ରା କେଉଁ ଅନାଦି ଅନନ୍ତ କାଳରୁ ହୋଇ ଆସୁଛି । ଋଗବେଦ ଓ ଅଥର୍ବ ବେଦ ଇତ୍ୟାଦିରେ ରଥ ଶବ୍ଦର ପ୍ରୟୋଗ ଦେଖାଯାଏ । ପରବର୍ତ୍ତୀ କାଳରେ ଶତପଥ ବ୍ରାହ୍ମଣ ଗ୍ରନ୍ଥରେ ମଧ୍ୟ ଏହାର ଆଭାସ ମିଳିଛି । ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାଦ୍ଦୀରୁ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାଦ୍ଦୀ ମଧ୍ୟରେ ଖୋଦିତ ହୋଇଥିବା କେତେକ ପ୍ରାଚୀନ ଭାସ୍କର୍ଯ୍ୟକୁ ଅନୁଧ୍ୟାନ କଲେ ସୂର୍ଯ୍ୟଙ୍କ ରଥଯାତ୍ରାର ସମ୍ୟକ୍ ନିଦର୍ଶନ ମିଳିଥାଏ । ତେଣୁ ସୂର୍ଯ୍ୟଙ୍କ ରଥଯାତ୍ରାର ପରବର୍ତ୍ତୀ ପରିକଳ୍ପନା ହେଉଛି ପୁରୁଷୋତ୍ତମ କ୍ଷେତ୍ରସ୍ଥ ମହାପ୍ରଭୁଙ୍କ ରଥଯାତ୍ରା ବୋଲି ଗବେଷକ ମାନେ ଯେଉଁ ମତ ଦେଇଛନ୍ତି , ସେଥିରେ ମଧ୍ୟ ଆମେ ଏକମତ ନୋହୁଁ । ଅଷ୍ଟାଙ୍ଗ ବିଧିର ଏହି ମହୋତ୍ସବ ଗୌତମ ବୁଦ୍ଧ ଙ୍କ ସମୟରୁ ହୋଇଆସୁଛି । ଆମେ ଏବେ ଗୌତମ ବୁଦ୍ଧ ଯେ ଓଡ଼ିଆ ଏବଂ କପିଳେଶ୍ଵରର ଲୁମ୍ବିନୀପଡାରେ ଜନ୍ମଗ୍ରହଣ କରିଥିଲେ ଏବଂ କେଉଁ ପରିସ୍ଥିତିରେ ସେ ଏମାଟିରୁ ବିତାଡିତ ହୋଇଥିଲେ, ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିବା ପାଇଁ ଆଗାମୀ ସମୟରେ ଯାଉଛୁ । ବର୍ତ୍ତମାନ ଆମେ ଏହି ଅଷ୍ଟାଙ୍ଗ ବିଧି ଯଥା ସ୍ନାନ ଉତ୍ସବ, .ଅନବସର, ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ, ଶ୍ରୀଗୁଣ୍ଡିଚା, ହେରାପଞ୍ଚମୀ, ଆଡ଼ପ ପର୍ବ, ବାହୁଡ଼ା ଯାତ୍ରା ଓ ନୀଳାଦ୍ରି ବିଜେ ସମ୍ପର୍କରେ ଆଲୋଚନା କରୁଛେ । ଏଠାରେ ପୁନଃ ଉଲ୍ଲେଖଯୋଗ୍ୟ ଯେ ରଥଯାତ୍ରା ପାଞ୍ଚ ଭାଗରେ ବିଭକ୍ତ ଯଥା ଅନ୍ତର୍ବେଦୀ, ମହାବେଦୀ ମହୋତ୍ସବ, ଆଡ଼ପ ଉତ୍ସବ, ଦକ୍ଷିଣାମୁଖୀ ଉତ୍ସବ ଓ ନୀଳାଦ୍ରି ବିଜେ । ଏହାକୁ ହିଁ ତ ଗୁଣ୍ଡିଚା ପଞ୍ଚକ କୁହଯାଏ । ଆମେ ପୂର୍ବରୁ ହେରାପଞ୍ଚମୀ ସମ୍ପର୍କରେ ଆଲୋଚନା କରିଛେ ।ପରମ୍ପରା ଅନୁଯାୟୀ ହେରା ପଞ୍ଚମୀ ପରଦିନ ଗୁଣ୍ଡିଚା ମନ୍ଦିରରେ ସକାଳ ଧୂପ ନୀତି ଶେଷ ହେବା ପରେ ତିନି ଠାକୁରଙ୍କ ଆଜ୍ଞାମାଳକୁ ତିନି ଜଣ ପାଳିଆ ପୂଜା ପଣ୍ଡା ହସ୍ତରେ ଧାରଣ କରି ଘଣ୍ଟ, ଛତା ଓ କାହଳି ସହ ତିନି ରଥକୁ ଉକ୍ତ ଆଜ୍ଞାମାଳ ପ୍ରଦାନ କରିଥାନ୍ତି। ଏହା ପରେ ତିନି ରଥର ଦକ୍ଷିଣ ମୋଡ଼ ହୋଇଥାଏ। ରଥତ୍ରୟ ଗୁଣ୍ଡିଚା ମନ୍ଦିରର ସିଂହଦ୍ୱାରଠାରେ ଥାଏ। ପ୍ରଚଳିତ ପ୍ରଥାନୁଯାୟୀ ଦେବୀ ସୁଭଦ୍ରାଙ୍କ ରଥ ସର୍ବ ପ୍ରଥମେ ଟଣା ହୋଇଥାଏ। ତତ୍ପରେ ବଳଭଦ୍ରଙ୍କ ତାଳଧ୍ୱଜ ଓ ଶେଷରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ଯାଇ ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ସମ୍ମୁଖରେ ରଖାଯାଇଥାଏ। ଉଲ୍ଲେଖଯୋଗ୍ୟ ଯେ, ମନ୍ଦିର ଅଧିକାରୀ, କର୍ମଚାରୀ, ରଥ ନିର୍ଦ୍ଦେଶକ ଦଳ ଓ ସରକାରୀ ପୋଲିସ ଏହି ରଥକୁ ଟାଣିଥାନ୍ତି। ପୂର୍ବେ କଳା ବେଠିଆ (ଶ୍ରମିକ) ଓ ହସ୍ତୀମାନଙ୍କ ସାହାଯ୍ୟରେ ରଥର ଦକ୍ଷିଣ ମୋଡ଼ ହେଉଥିଲା । ଏହି ରଥଟଣାର ତାତ୍ପର୍ଯ୍ୟ ହେଲା ଯେ ରଥର ଉଭୟ ସମ୍ମୁଖ ଓ ପଶ୍ଚାତ୍ ଭାଗରେ ଦଉଡି ସଂଯୋଗ ହେଉଥିଲା। ଗୋଟିଏ ରଥଟଣା ହେବା ବେଳେ ରଥକୁ କିଛି ଦୂର ଆଗକୁ ଓ ପୁନଶ୍ଚ ପଛକୁ ଏହିପରି ବାରମ୍ବାର ଟଣାଯାଇ ଧିରେ ଧିରେ ଶ୍ରୀଗୁଣ୍ଡିଚା ମନ୍ଦିରର ସିଂହଦ୍ୱାରଠାରୁ ଅପରପାର୍ଶ୍ୱରେ ଥିବା ନାକଚଣା ଦ୍ୱାର ସମ୍ମୁଖରେ ଦକ୍ଷିଣାଭିମୁଖରେ ଯଥାସମ୍ଭବ ସମାନ ଭାବେ ରଖାଯାଇଥାଏ। ସାଧରଣତଃ ରଥର ଦକ୍ଷିଣ ମୋଡ଼ କାର୍ଯ୍ୟକ୍ରମ ଦୁଇଦିନ ଧରି ଚାଲିଥାଏ। କିନ୍ତୁ କେତେ ବର୍ଷ ଏକ ଦିନରେ ଦକ୍ଷିଣ ମୋଡ଼ ହୋଇଥିବାର ପ୍ରମାଣ ରହିଛି। ସୂଚନାଯୋଗ୍ୟ ଯେ, ଦକ୍ଷିଣ ମୋଡ଼ ସମୟରେ ରଥ ଉପରେ ଘଣ୍ଟୁଆ ଘଣ୍ଟ ବଜାଇବା ସହିତ ଡାକୁଆ ରଥ ଉପରେ ଠିଆ ହୋଇ ରଥ ଗୀତ ବୋଇଥାନ୍ତି। ଭୋଇ ଓ ମହାରଣାମାନେ ରଥଟଣାରେ ସାହାଯ୍ୟ କରିଥାନ୍ତି। ୧୯୭୭-୭୮ ମସିହା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିରଠାରୁ ବଡ଼ଶଙ୍ଖପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱ ଅଞ୍ଚଳ ଜଳମଗ୍ନ ରହୁଥିଲା ଏବଂ ଉଭୟ ପାର୍ଶ୍ବରେ ତିନି ଚାରି ଫୁଟ ପାଣି ରହୁଥିଲା ଏବଂ ପଦ୍ମଫୁଲ ଫୁଟୁଥିଲା । ଫଳରେ ରଥର ଦକ୍ଷିଣ ମୋଡ଼ ବହୁ କଷ୍ଟରେ କରାଯାଉଥିଲା । ଆମେ ଶ୍ରୀକ୍ଷେତ୍ର ବିକାଶ ପରିଷଦ ଗଠନ କରିଥିଲୁ । ପୁରୀର ଭୂତ କୋଠି ଭଙ୍ଗା ହେବା ସମୟରେ ସେହି ମାଟି କୁ ପୁରୀ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଙ୍କୁ କହି ମାଟି ପୋତି ପ୍ରଥମେ ଫୁଟବଲ ପଡ଼ିଆ କରିଥିଲୁ । ୧୯୮୦ ମସିହାରେ ବର୍ତ୍ତମାନର ବସଷ୍ଟାଣ୍ଡ ଟି ଥିଲା ପ୍ରତିଷ୍ଠିତ ଅଧିବକ୍ତା ଭକ୍ତ ବିହାରୀ ମିଶ୍ରଙ୍କ ବଗିଚା ଏବଂ ସେହି ବଗିଚା ମଧ୍ୟରେ ଥିଲା ଏକ ବିରାଟ ପରିତ୍ୟକ୍ତ ପୋଖରୀ । ଏହି ପୋଖରୀ ରେ ଥିବା ପଥର କୁ ଶଗଡ଼ରେ ବୋହି ଏକ ପରିତ୍ୟକ୍ତ ପମ୍ପ ହାଉସ୍ କୁ ପୁନଃ ନିର୍ମାଣ କରି ଗୋଟିଏ କ୍ଲବ ଘର କରିଥିଲୁ, ଯାହାର ନାମ ଦେଇଥିଲୁ " ଫ୍ରେଣ୍ଡସ୍ କ୍ଲବ" । ପରବର୍ତ୍ତୀ ସମୟରେ ପୁରୀ ପୂର୍ତ୍ତ ବିଭାଗ , ଯାହା ଅବିଭକ୍ତ ପୁରୀ ଜିଲ୍ଲାର ଏକମାତ୍ର ପୂର୍ତ୍ତ ବିଭାଗ ଥିଲା , ତାହାର ନିର୍ବାହୀ ଯନ୍ତ୍ରୀ ଭାବେ ଜଣେ ସଚ୍ଚୋଟ,ସୁଦକ୍ଷ ଯନ୍ତ୍ତୀ ଉମା ଚରଣ ମିଶ୍ର ଯୋଗ ଦେଇଥିଲେ । ସେ ହିଁ ଆମର ଅନୁରୋଧ ରକ୍ଷାକରି ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ତାଙ୍କର ସହକାରୀ ଯନ୍ତ୍ରୀ ଧର୍ମାନନ୍ଦ ମିଶ୍ର ଙ୍କୁ ନିର୍ଦ୍ଦେଶ ଦେବା ପରେ ଦୁଇ ପାର୍ଶ୍ଵରେ ମାଟି ପୋତା ହୋଇଥିଲା । ଏବେ ତ ସମ୍ପୂର୍ଣ୍ଣ କଂକ୍ରିଟ , ଶରଧାବାଲିର ଅସ୍ତିତ୍ବ ହେଇଗଲାଣି । ପବିତ୍ର ଘୋଷଯାତ୍ରା ଅବସରରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀବିଗ୍ରହମାନେ ଯେଉଁ ସ୍ଥାନରେ ଏକ ସପ୍ତାହ ବ୍ୟାପୀ ଅବସ୍ଥାନ କରନ୍ତି, ତାହାକୁ ଆଡ଼ପ ମଣ୍ଡପ କୁହାଯାଏ ସତ କିନ୍ତୁ,ପୁରାଣମାନଙ୍କରେ ଏହି ମଣ୍ଡପକୁ ଆଡ଼ପ ମଣ୍ଡପ ବୋଲି କୋଉଠି ବର୍ଣ୍ଣନା କରାନଯାଇ ଯଜ୍ଞ ବେଦୀ ଓ ମହାବେଦୀ ବୋଲି ଉଲ୍ଲେଖ ରହିଛି । ଯେପରି "ଯଜ୍ଞ ବେଦୀରିୟଁ ବୋଷ୍ଣୋ ଜନ୍ମଭୂମିସ୍ତବ ପ୍ରଭୋ ପୂର୍ବ ତ୍ୱୟା ଭଗବତା ସପ୍ତାହ ମଣ୍ଡପୋତ୍ତମେ ତିଷ୍ଠେୟୁ ରିତ୍ୟାଜ୍ଞା ଦତ୍ତ ତତୋ ଯାହି ଜଗତ୍ପତେ"(ନୀଳାଦ୍ରି ମହୋଦୟ, ପ୍ରଥମ ଅଧ୍ୟାୟ) ଏବଂ"ତ୍ରୈଲୋକ୍ୟାଡ଼ମ୍ବର ଯିତ୍ର୍ ମାହାବିଦ୍ୟାଂ ମହାତ୍ରତୋଃ ପ୍ରାଦୁର୍ଭାବୋ ମହେଶସ୍ୟ ଯତ୍ରାର୍ଭୁଦ୍ଦାରୁ ବର୍ଷ୍ମତାଃ "( ସ୍କନ୍ଧ, ବୈଷ୍ଣବ ଖଣ୍ଡ, ୩୩ ଅଧ୍ୟାୟ) । ସେହିପରି ପରବର୍ତ୍ତୀ କାଳରେ ଏହି ମଣ୍ଡପରେ ଶ୍ରୀବିଗ୍ରହମାନଙ୍କର ସାଟୋପସ୍ଥିତି ଦେଖି ଏହି ମଣ୍ଡପକୁ ଆଡ଼ପ ମଣ୍ଡପ କୁହାଯାଇଛି ବୋଲି କୁସୁମ କବି ଫକୀର ମୋହନ ଶତପଥୀ ( ଗଡିଶାଗୋଦା) ତାଙ୍କର ଲୀଳାମୟ ଶ୍ରୀଜଗନ୍ନାଥ ପ୍ରବନ୍ଧରେ ଉଲ୍ଲେଖ କରିଯାଇଛନ୍ତି। ଶ୍ରୀବିଗ୍ରହମାନଙ୍କର ଆଡ଼ପ ମଣ୍ଡପରେ ଅବସ୍ଥାନ ସମୟରେ ଦର୍ଶନାର୍ଥୀ ତଥା ଭକ୍ତ ସମାଜ ସେଠାରେ ଦର୍ଶନ କରିବା ସହିତ ଅନେକ ବ୍ରତ ପାଳନ, ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ସ୍ନାନ ଓ ତ୍ରିକାଳ ଦର୍ଶନର ପ୍ରଶସ୍ତି ଥିଲେ ମଧ୍ୟ ସନ୍ଧ୍ୟା ବା ରାତ୍ରିକାଳୀନ ଦର୍ଶନରେ ମହାପୂଣ୍ୟ ହୋଇଥାଏ ବୋଲି ପୁରାଣ ଓ ଶାସ୍ତ୍ରମାନଙ୍କରେ ବର୍ଣ୍ଣନା ଏହିପରି ରହିଛି , ଯଥା "ଦିବତଦ୍ ଦର୍ଶନଂ ପୁଣ୍ୟଂ ରାତ୍ରୌ ଦଶଗୁଣଂ ଭବେତ୍ସପ୍ତାହଂ ଯୋ ନରୋନାରୀ ନ ସା ପ୍ରାକୃତ ମାନୁଷୀ ।" (ସ୍କନ୍ଧ/୩୪ ଅଧ୍ୟାୟ) ଏବଂ"ଅତ୍ର ସ୍ଥଳେ ନକ୍ତକାଳେ ଯେ ପଶ୍ୟନ୍ତି ସୁପ୍ପୂଜିତାନ୍ବୈକୁଣ୍ଠ ଭ୍ୱନେ ନିତ୍ୟ୍ଂ ତେ ବସନ୍ତି ନ ସଂଶୟଃ ।" (ବାମଦେବ ସଂହିତା, ୧୭ ଅଧ୍ୟାୟ) । ବିଭିନ୍ନ ଶାସ୍ତ୍ରାନୁଯାୟୀ ନବମୀ ଦିନ ମହାବେଦୀ ବା ଆଡ଼ପ ମଣ୍ଡପରେ ଶ୍ରୀବିଗ୍ରହମାନଙ୍କ ସନ୍ଧ୍ୟା ଦର୍ଶନ ଅତ୍ୟନ୍ତ ପୁଣ୍ୟଦାୟକ ଅଟେ। ନୀଳାଦ୍ରି ମହୋଦୟରେ ବର୍ଣ୍ଣିତ ହୋଇଛି ଯେ, ନୀଳାଚଳରେ ଦଶ ବର୍ଷ ପର୍ଯ୍ୟନ୍ତ ତ୍ରିକାଳ ପୂଜା କାଳରେ ଭକ୍ତ ସାବଧାନ ଭାବେ ଶ୍ରୀବିଗ୍ରହମାନଙ୍କର ଦର୍ଶନରେ ଯେଉଁ ଫଳ ପାଏ , ସେହି ଫଳ ମହାବେଦୀ ବା ଆଡ଼ପ ମଣ୍ଡପରେ ଗୋଟିଏ ଦିନର ଦର୍ଶନରେ ମିଳେ । ବିଶେଷତଃ ଏକ ଦିନର ରାତ୍ରିକାଳୀନ ଦର୍ଶନରେ ଉକ୍ତ ଫଳ ଦଶଗୁଣ ପରିବର୍ଦ୍ଧିତ ହୋଇଥାଏ। ସେହି ପରି ଜନସାଧାରଣରେ ବହୁ ପ୍ରଚାରିତ ନୀଳାଦ୍ରୌ ଶତବର୍ଷାଣି ଆଡ଼ପେ ମଣ୍ଡପେ ଦିନେ ଉକ୍ତିକୁ ସ୍ମରଣ କରି ସନ୍ଧ୍ୟା ଦର୍ଶନ ଦିନ ଭକ୍ତମାନଙ୍କର ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ , ଦୀପ ପ୍ରଜ୍ଜ୍ୱଳନ , ବ୍ରାହ୍ମଣମାନଙ୍କୁ ମହାପ୍ରସାଦ ସେବନରେ ଅପ୍ୟାୟିତ କରିଥିବା ଜଣାଯାଏ। ଶ୍ରୀଗୁଣ୍ଡିଚା ମନ୍ଦିରରେ ବାହୁଡା଼ ପୂର୍ବ ଦିନର ସନ୍ଧ୍ୟା ଦର୍ଶନ ବହୁ ପୁରାତନ ସମୟରୁ ପ୍ରଚଳିତ ହୋଇ ଆସୁଅଛି। ଉକ୍ତ ନବମୀ ତିଥିରେ ଶ୍ରୀବିଗ୍ରହମାନଙ୍କର ଅନ୍ତିମ ଦର୍ଶନ ସନ୍ଧ୍ୟା ଦର୍ଶନ ରୂପେ ପାଳିତ ହେଉଅଛି। ମୋଟ ଉପରେ ଏଠାରେ ସନ୍ଧ୍ୟା ଶବ୍ଦର ଅର୍ଥ ଅନ୍ତିମ ବୋଲି ବୁଝିବାକୁ ହେବ । ଉକ୍ତଦିନ ଠାକୁରମାନଙ୍କ ବଡ଼ ସିଂହାର ନୀତି ସରିବା ପରେ ଶ୍ରୀମୁଖରେ ଖଣ୍ଡୁଆ ପକାଯାଇ ପୁଷ୍ପାଳକମାନେ ବାହାରକୁ ଆସିଥାନ୍ତି। ଏହା ପରେ କୋଠ ସୁଆଁସିଆ ସିଂହାସନଠାରେ ଚାରମାଳ ବନ୍ଧା କାର୍ଯ୍ୟ କରିବା ସଙ୍ଗେ ସଙ୍ଗେ ଦଇତାପତିମାନେ ଗୁପ୍ତ ନୀତି ପାଇଁ ପ୍ରସ୍ତୁତ ହୋଇଥାନ୍ତି। ଏହି ନଅ ଦିନ ଭିତରେ ରେ ଶରଧାବାଲି ପରିବେଶ ଅତ୍ୟନ୍ତ ଦୂଷିତ ରହିଥାଏ , ସର୍ବତ୍ର ଶଗଡିଆ ଯାତ୍ରୀମାନଙ୍କ ଚୁଡାଘଷା ଆୟୋଜନରୁ ଭଙ୍ଗା ଷଢେଇ,ବଳଦ ଗୋବର ରେ ଭର୍ତ୍ତି ହୋଇଥାଏ ଏବଂ ସରକାର ଙ୍କ ଲୋକସମ୍ପର୍କ ବିଭାଗ ତରଫରୁ ପ୍ରତିଦିନ ସନ୍ଧ୍ୟାରେ ପରଦା ପକା ଦୃଶ୍ୟ -ଶ୍ରାବ୍ୟ, ଦାସକାଠିଆ ପରିବେଷଣ ହେଉଥାଏ । ୧୯୭୮ ମସିହାରେ ଏହି ଦୃଶ୍ୟ ଆମକୁ କଷ୍ଟ ଦେଇଥିଲା । ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରହୁଥିବା ମହାନ୍ ସ୍ବାଧୀନତା ସଂଗ୍ରାମୀ ହରିହର ମହାପାତ୍ର , ପ୍ରାକ୍ତନ ଉପ ବାଚସ୍ପତି , ପ୍ରଚଣ୍ଡ ପ୍ରବକ୍ତା ହରିହର ବାହିନୀପତି ଓ ଅଧିବକ୍ତା କାଶୀନାଥ ମିଶ୍ର ଙ୍କ ସହଯୋଗରେ ସାତ ଦିନ ବ୍ୟାପି ଜଗନ୍ନାଥ ସଂସ୍କୃତି ଆଧାରିତ ଆଲୋଚନା ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଇ ଥିଲୁ । ୧୯୮୪ ମସିହାରେ ପୁରୀ ସଂସଦୀୟ କ୍ଷେତ୍ରରେ ସ୍ବାଧୀନ ପ୍ରାର୍ଥୀ ଭାବେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜମୋହନ ମହାନ୍ତି ଏବଂ ଭାରତୀୟ ଅଧିବକ୍ତା ବା ବାର କାଉନସିଲ ଅଫ ଇଣ୍ଡିଆ ର ସଭାପତି ବାରିଷ୍ଟର ରଣଜିତ ମହାନ୍ତିଙ୍କ ସହିତ ପ୍ରତିଦ୍ବନ୍ଦିତା କରି ପରାଜୟ ବରଣ କରିଥିଲେ ମଧ୍ୟ ପୁରୀ ବିଧାନ ସଭା କ୍ଷେତ୍ରରୁ ଆଠ ହଜାର ୮୭୮ ଭୋଟ ପାଇଥିଲୁ କେବଳ ଏଭଳି କାର୍ଯ୍ୟ କରିଥିବାରୁ । ୧୯୮୫ ମସିହା ରଥଯାତ୍ରା ସମୟରେ ସନ୍ଧ୍ୟା ଦର୍ଶନ ତିଥିରେ ଶରଧାବାଲି ଭଜନ ସମାରୋହ ଆୟୋଜନ କରି ଗଜପତି ଦିବ୍ୟସିଂହ ଦେବ ଙ୍କ ଦ୍ଵାରା ଉଦଘାଟିତ କରାଇଥିଲୁ, ଯେଉଁଥିରେ ପ୍ରଥମ ଭଜନ ପରିବେଷଣ କରିଥିଲେ ସଙ୍ଗୀତ ସମ୍ରାଟ ଅକ୍ଷୟ ମହାନ୍ତି । ଯେଉଁ ମଞ୍ଚରୁ ସ୍ବରାରବିନ୍ଦ ଅରବିନ୍ଦ ମୁଦୁଲି ଙ୍କ ସମେତ ଅନେକ ଭଜନ କଣ୍ଠଶିଳ୍ପୀ ମାନଙ୍କ ପରିଚୟ ସୃଷ୍ଟି ହୋଇଥିଲା । ୧୯୯୨ ମସିହା ପର୍ଯ୍ୟନ୍ତ ଏହାର ଦାୟିତ୍ଵରେ ରହିବା ପରେ ବର୍ତ୍ତମାନ ପରବର୍ତ୍ତୀ ପିଢ଼ି ଙ୍କ ଦ୍ଵାରା ପବିତ୍ର ସନ୍ଧ୍ୟା ଦର୍ଶନ ସନ୍ଧ୍ୟାରେ ଶରଧାବାଲି ଭଜନ ସମାରୋହ ଭଜନ ପରିବେଷଣ କରିଆସୁଛି ।
( ପୂର୍ବ ଆଲୋଚନା ପରେ)
ଏଠାରେ ପ୍ରସଙ୍ଗ କ୍ରମେ ଆମେ ବିଭିନ୍ନ ଗବେଷକ ମାନଙ୍କ ମତ କୁ ଖଣ୍ଡନ କରି ସ୍ଵକୀୟ ଅଧ୍ୟବସାୟ ଆଧାରରେ ଦୃଢ଼ତାର ସହ କହିପାରୁ ଯେ ରଥଯାତ୍ରା କେଉଁ ଅନାଦି ଅନନ୍ତ କାଳରୁ ହୋଇ ଆସୁଛି । ଋଗବେଦ ଓ ଅଥର୍ବ ବେଦ ଇତ୍ୟାଦିରେ ରଥ ଶବ୍ଦର ପ୍ରୟୋଗ ଦେଖାଯାଏ । ପରବର୍ତ୍ତୀ କାଳରେ ଶତପଥ ବ୍ରାହ୍ମଣ ଗ୍ରନ୍ଥରେ ମଧ୍ୟ ଏହାର ଆଭାସ ମିଳିଛି । ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାଦ୍ଦୀରୁ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାଦ୍ଦୀ ମଧ୍ୟରେ ଖୋଦିତ ହୋଇଥିବା କେତେକ ପ୍ରାଚୀନ ଭାସ୍କର୍ଯ୍ୟକୁ ଅନୁଧ୍ୟାନ କଲେ ସୂର୍ଯ୍ୟଙ୍କ ରଥଯାତ୍ରାର ସମ୍ୟକ୍ ନିଦର୍ଶନ ମିଳିଥାଏ । ତେଣୁ ସୂର୍ଯ୍ୟଙ୍କ ରଥଯାତ୍ରାର ପରବର୍ତ୍ତୀ ପରିକଳ୍ପନା ହେଉଛି ପୁରୁଷୋତ୍ତମ କ୍ଷେତ୍ରସ୍ଥ ମହାପ୍ରଭୁଙ୍କ ରଥଯାତ୍ରା ବୋଲି ଗବେଷକ ମାନେ ଯେଉଁ ମତ ଦେଇଛନ୍ତି , ସେଥିରେ ମଧ୍ୟ ଆମେ ଏକମତ ନୋହୁଁ । ଅଷ୍ଟାଙ୍ଗ ବିଧିର ଏହି ମହୋତ୍ସବ ଗୌତମ ବୁଦ୍ଧ ଙ୍କ ସମୟରୁ ହୋଇଆସୁଛି । ଆମେ ଏବେ ଗୌତମ ବୁଦ୍ଧ ଯେ ଓଡ଼ିଆ ଏବଂ କପିଳେଶ୍ଵରର ଲୁମ୍ବିନୀପଡାରେ ଜନ୍ମଗ୍ରହଣ କରିଥିଲେ ଏବଂ କେଉଁ ପରିସ୍ଥିତିରେ ସେ ଏମାଟିରୁ ବିତାଡିତ ହୋଇଥିଲେ, ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିବା ପାଇଁ ଆଗାମୀ ସମୟରେ ଯାଉଛୁ । ବର୍ତ୍ତମାନ ଆମେ ଏହି ଅଷ୍ଟାଙ୍ଗ ବିଧି ଯଥା ସ୍ନାନ ଉତ୍ସବ, .ଅନବସର, ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ, ଶ୍ରୀଗୁଣ୍ଡିଚା, ହେରାପଞ୍ଚମୀ, ଆଡ଼ପ ପର୍ବ, ବାହୁଡ଼ା ଯାତ୍ରା ଓ ନୀଳାଦ୍ରି ବିଜେ ସମ୍ପର୍କରେ ଆଲୋଚନା କରୁଛେ । ଏଠାରେ ପୁନଃ ଉଲ୍ଲେଖଯୋଗ୍ୟ ଯେ ରଥଯାତ୍ରା ପାଞ୍ଚ ଭାଗରେ ବିଭକ୍ତ ଯଥା ଅନ୍ତର୍ବେଦୀ, ମହାବେଦୀ ମହୋତ୍ସବ, ଆଡ଼ପ ଉତ୍ସବ, ଦକ୍ଷିଣାମୁଖୀ ଉତ୍ସବ ଓ ନୀଳାଦ୍ରି ବିଜେ । ଏହାକୁ ହିଁ ତ ଗୁଣ୍ଡିଚା ପଞ୍ଚକ କୁହଯାଏ । ଆମେ ପୂର୍ବରୁ ହେରାପଞ୍ଚମୀ ସମ୍ପର୍କରେ ଆଲୋଚନା କରିଛେ ।ପରମ୍ପରା ଅନୁଯାୟୀ ହେରା ପଞ୍ଚମୀ ପରଦିନ ଗୁଣ୍ଡିଚା ମନ୍ଦିରରେ ସକାଳ ଧୂପ ନୀତି ଶେଷ ହେବା ପରେ ତିନି ଠାକୁରଙ୍କ ଆଜ୍ଞାମାଳକୁ ତିନି ଜଣ ପାଳିଆ ପୂଜା ପଣ୍ଡା ହସ୍ତରେ ଧାରଣ କରି ଘଣ୍ଟ, ଛତା ଓ କାହଳି ସହ ତିନି ରଥକୁ ଉକ୍ତ ଆଜ୍ଞାମାଳ ପ୍ରଦାନ କରିଥାନ୍ତି। ଏହା ପରେ ତିନି ରଥର ଦକ୍ଷିଣ ମୋଡ଼ ହୋଇଥାଏ। ରଥତ୍ରୟ ଗୁଣ୍ଡିଚା ମନ୍ଦିରର ସିଂହଦ୍ୱାରଠାରେ ଥାଏ। ପ୍ରଚଳିତ ପ୍ରଥାନୁଯାୟୀ ଦେବୀ ସୁଭଦ୍ରାଙ୍କ ରଥ ସର୍ବ ପ୍ରଥମେ ଟଣା ହୋଇଥାଏ। ତତ୍ପରେ ବଳଭଦ୍ରଙ୍କ ତାଳଧ୍ୱଜ ଓ ଶେଷରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ଯାଇ ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ସମ୍ମୁଖରେ ରଖାଯାଇଥାଏ। ଉଲ୍ଲେଖଯୋଗ୍ୟ ଯେ, ମନ୍ଦିର ଅଧିକାରୀ, କର୍ମଚାରୀ, ରଥ ନିର୍ଦ୍ଦେଶକ ଦଳ ଓ ସରକାରୀ ପୋଲିସ ଏହି ରଥକୁ ଟାଣିଥାନ୍ତି। ପୂର୍ବେ କଳା ବେଠିଆ (ଶ୍ରମିକ) ଓ ହସ୍ତୀମାନଙ୍କ ସାହାଯ୍ୟରେ ରଥର ଦକ୍ଷିଣ ମୋଡ଼ ହେଉଥିଲା । ଏହି ରଥଟଣାର ତାତ୍ପର୍ଯ୍ୟ ହେଲା ଯେ ରଥର ଉଭୟ ସମ୍ମୁଖ ଓ ପଶ୍ଚାତ୍ ଭାଗରେ ଦଉଡି ସଂଯୋଗ ହେଉଥିଲା। ଗୋଟିଏ ରଥଟଣା ହେବା ବେଳେ ରଥକୁ କିଛି ଦୂର ଆଗକୁ ଓ ପୁନଶ୍ଚ ପଛକୁ ଏହିପରି ବାରମ୍ବାର ଟଣାଯାଇ ଧିରେ ଧିରେ ଶ୍ରୀଗୁଣ୍ଡିଚା ମନ୍ଦିରର ସିଂହଦ୍ୱାରଠାରୁ ଅପରପାର୍ଶ୍ୱରେ ଥିବା ନାକଚଣା ଦ୍ୱାର ସମ୍ମୁଖରେ ଦକ୍ଷିଣାଭିମୁଖରେ ଯଥାସମ୍ଭବ ସମାନ ଭାବେ ରଖାଯାଇଥାଏ। ସାଧରଣତଃ ରଥର ଦକ୍ଷିଣ ମୋଡ଼ କାର୍ଯ୍ୟକ୍ରମ ଦୁଇଦିନ ଧରି ଚାଲିଥାଏ। କିନ୍ତୁ କେତେ ବର୍ଷ ଏକ ଦିନରେ ଦକ୍ଷିଣ ମୋଡ଼ ହୋଇଥିବାର ପ୍ରମାଣ ରହିଛି। ସୂଚନାଯୋଗ୍ୟ ଯେ, ଦକ୍ଷିଣ ମୋଡ଼ ସମୟରେ ରଥ ଉପରେ ଘଣ୍ଟୁଆ ଘଣ୍ଟ ବଜାଇବା ସହିତ ଡାକୁଆ ରଥ ଉପରେ ଠିଆ ହୋଇ ରଥ ଗୀତ ବୋଇଥାନ୍ତି। ଭୋଇ ଓ ମହାରଣାମାନେ ରଥଟଣାରେ ସାହାଯ୍ୟ କରିଥାନ୍ତି। ୧୯୭୭-୭୮ ମସିହା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିରଠାରୁ ବଡ଼ଶଙ୍ଖପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱ ଅଞ୍ଚଳ ଜଳମଗ୍ନ ରହୁଥିଲା ଏବଂ ଉଭୟ ପାର୍ଶ୍ବରେ ତିନି ଚାରି ଫୁଟ ପାଣି ରହୁଥିଲା ଏବଂ ପଦ୍ମଫୁଲ ଫୁଟୁଥିଲା । ଫଳରେ ରଥର ଦକ୍ଷିଣ ମୋଡ଼ ବହୁ କଷ୍ଟରେ କରାଯାଉଥିଲା । ଆମେ ଶ୍ରୀକ୍ଷେତ୍ର ବିକାଶ ପରିଷଦ ଗଠନ କରିଥିଲୁ । ପୁରୀର ଭୂତ କୋଠି ଭଙ୍ଗା ହେବା ସମୟରେ ସେହି ମାଟି କୁ ପୁରୀ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଙ୍କୁ କହି ମାଟି ପୋତି ପ୍ରଥମେ ଫୁଟବଲ ପଡ଼ିଆ କରିଥିଲୁ । ୧୯୮୦ ମସିହାରେ ବର୍ତ୍ତମାନର ବସଷ୍ଟାଣ୍ଡ ଟି ଥିଲା ପ୍ରତିଷ୍ଠିତ ଅଧିବକ୍ତା ଭକ୍ତ ବିହାରୀ ମିଶ୍ରଙ୍କ ବଗିଚା ଏବଂ ସେହି ବଗିଚା ମଧ୍ୟରେ ଥିଲା ଏକ ବିରାଟ ପରିତ୍ୟକ୍ତ ପୋଖରୀ । ଏହି ପୋଖରୀ ରେ ଥିବା ପଥର କୁ ଶଗଡ଼ରେ ବୋହି ଏକ ପରିତ୍ୟକ୍ତ ପମ୍ପ ହାଉସ୍ କୁ ପୁନଃ ନିର୍ମାଣ କରି ଗୋଟିଏ କ୍ଲବ ଘର କରିଥିଲୁ, ଯାହାର ନାମ ଦେଇଥିଲୁ " ଫ୍ରେଣ୍ଡସ୍ କ୍ଲବ" । ପରବର୍ତ୍ତୀ ସମୟରେ ପୁରୀ ପୂର୍ତ୍ତ ବିଭାଗ , ଯାହା ଅବିଭକ୍ତ ପୁରୀ ଜିଲ୍ଲାର ଏକମାତ୍ର ପୂର୍ତ୍ତ ବିଭାଗ ଥିଲା , ତାହାର ନିର୍ବାହୀ ଯନ୍ତ୍ରୀ ଭାବେ ଜଣେ ସଚ୍ଚୋଟ,ସୁଦକ୍ଷ ଯନ୍ତ୍ତୀ ଉମା ଚରଣ ମିଶ୍ର ଯୋଗ ଦେଇଥିଲେ । ସେ ହିଁ ଆମର ଅନୁରୋଧ ରକ୍ଷାକରି ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ତାଙ୍କର ସହକାରୀ ଯନ୍ତ୍ରୀ ଧର୍ମାନନ୍ଦ ମିଶ୍ର ଙ୍କୁ ନିର୍ଦ୍ଦେଶ ଦେବା ପରେ ଦୁଇ ପାର୍ଶ୍ଵରେ ମାଟି ପୋତା ହୋଇଥିଲା । ଏବେ ତ ସମ୍ପୂର୍ଣ୍ଣ କଂକ୍ରିଟ , ଶରଧାବାଲିର ଅସ୍ତିତ୍ବ ହେଇଗଲାଣି । ପବିତ୍ର ଘୋଷଯାତ୍ରା ଅବସରରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀବିଗ୍ରହମାନେ ଯେଉଁ ସ୍ଥାନରେ ଏକ ସପ୍ତାହ ବ୍ୟାପୀ ଅବସ୍ଥାନ କରନ୍ତି, ତାହାକୁ ଆଡ଼ପ ମଣ୍ଡପ କୁହାଯାଏ ସତ କିନ୍ତୁ,ପୁରାଣମାନଙ୍କରେ ଏହି ମଣ୍ଡପକୁ ଆଡ଼ପ ମଣ୍ଡପ ବୋଲି କୋଉଠି ବର୍ଣ୍ଣନା କରାନଯାଇ ଯଜ୍ଞ ବେଦୀ ଓ ମହାବେଦୀ ବୋଲି ଉଲ୍ଲେଖ ରହିଛି । ଯେପରି "ଯଜ୍ଞ ବେଦୀରିୟଁ ବୋଷ୍ଣୋ ଜନ୍ମଭୂମିସ୍ତବ ପ୍ରଭୋ ପୂର୍ବ ତ୍ୱୟା ଭଗବତା ସପ୍ତାହ ମଣ୍ଡପୋତ୍ତମେ ତିଷ୍ଠେୟୁ ରିତ୍ୟାଜ୍ଞା ଦତ୍ତ ତତୋ ଯାହି ଜଗତ୍ପତେ"(ନୀଳାଦ୍ରି ମହୋଦୟ, ପ୍ରଥମ ଅଧ୍ୟାୟ) ଏବଂ"ତ୍ରୈଲୋକ୍ୟାଡ଼ମ୍ବର ଯିତ୍ର୍ ମାହାବିଦ୍ୟାଂ ମହାତ୍ରତୋଃ ପ୍ରାଦୁର୍ଭାବୋ ମହେଶସ୍ୟ ଯତ୍ରାର୍ଭୁଦ୍ଦାରୁ ବର୍ଷ୍ମତାଃ "( ସ୍କନ୍ଧ, ବୈଷ୍ଣବ ଖଣ୍ଡ, ୩୩ ଅଧ୍ୟାୟ) । ସେହିପରି ପରବର୍ତ୍ତୀ କାଳରେ ଏହି ମଣ୍ଡପରେ ଶ୍ରୀବିଗ୍ରହମାନଙ୍କର ସାଟୋପସ୍ଥିତି ଦେଖି ଏହି ମଣ୍ଡପକୁ ଆଡ଼ପ ମଣ୍ଡପ କୁହାଯାଇଛି ବୋଲି କୁସୁମ କବି ଫକୀର ମୋହନ ଶତପଥୀ ( ଗଡିଶାଗୋଦା) ତାଙ୍କର ଲୀଳାମୟ ଶ୍ରୀଜଗନ୍ନାଥ ପ୍ରବନ୍ଧରେ ଉଲ୍ଲେଖ କରିଯାଇଛନ୍ତି। ଶ୍ରୀବିଗ୍ରହମାନଙ୍କର ଆଡ଼ପ ମଣ୍ଡପରେ ଅବସ୍ଥାନ ସମୟରେ ଦର୍ଶନାର୍ଥୀ ତଥା ଭକ୍ତ ସମାଜ ସେଠାରେ ଦର୍ଶନ କରିବା ସହିତ ଅନେକ ବ୍ରତ ପାଳନ, ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ସ୍ନାନ ଓ ତ୍ରିକାଳ ଦର୍ଶନର ପ୍ରଶସ୍ତି ଥିଲେ ମଧ୍ୟ ସନ୍ଧ୍ୟା ବା ରାତ୍ରିକାଳୀନ ଦର୍ଶନରେ ମହାପୂଣ୍ୟ ହୋଇଥାଏ ବୋଲି ପୁରାଣ ଓ ଶାସ୍ତ୍ରମାନଙ୍କରେ ବର୍ଣ୍ଣନା ଏହିପରି ରହିଛି , ଯଥା "ଦିବତଦ୍ ଦର୍ଶନଂ ପୁଣ୍ୟଂ ରାତ୍ରୌ ଦଶଗୁଣଂ ଭବେତ୍ସପ୍ତାହଂ ଯୋ ନରୋନାରୀ ନ ସା ପ୍ରାକୃତ ମାନୁଷୀ ।" (ସ୍କନ୍ଧ/୩୪ ଅଧ୍ୟାୟ) ଏବଂ"ଅତ୍ର ସ୍ଥଳେ ନକ୍ତକାଳେ ଯେ ପଶ୍ୟନ୍ତି ସୁପ୍ପୂଜିତାନ୍ବୈକୁଣ୍ଠ ଭ୍ୱନେ ନିତ୍ୟ୍ଂ ତେ ବସନ୍ତି ନ ସଂଶୟଃ ।" (ବାମଦେବ ସଂହିତା, ୧୭ ଅଧ୍ୟାୟ) । ବିଭିନ୍ନ ଶାସ୍ତ୍ରାନୁଯାୟୀ ନବମୀ ଦିନ ମହାବେଦୀ ବା ଆଡ଼ପ ମଣ୍ଡପରେ ଶ୍ରୀବିଗ୍ରହମାନଙ୍କ ସନ୍ଧ୍ୟା ଦର୍ଶନ ଅତ୍ୟନ୍ତ ପୁଣ୍ୟଦାୟକ ଅଟେ। ନୀଳାଦ୍ରି ମହୋଦୟରେ ବର୍ଣ୍ଣିତ ହୋଇଛି ଯେ, ନୀଳାଚଳରେ ଦଶ ବର୍ଷ ପର୍ଯ୍ୟନ୍ତ ତ୍ରିକାଳ ପୂଜା କାଳରେ ଭକ୍ତ ସାବଧାନ ଭାବେ ଶ୍ରୀବିଗ୍ରହମାନଙ୍କର ଦର୍ଶନରେ ଯେଉଁ ଫଳ ପାଏ , ସେହି ଫଳ ମହାବେଦୀ ବା ଆଡ଼ପ ମଣ୍ଡପରେ ଗୋଟିଏ ଦିନର ଦର୍ଶନରେ ମିଳେ । ବିଶେଷତଃ ଏକ ଦିନର ରାତ୍ରିକାଳୀନ ଦର୍ଶନରେ ଉକ୍ତ ଫଳ ଦଶଗୁଣ ପରିବର୍ଦ୍ଧିତ ହୋଇଥାଏ। ସେହି ପରି ଜନସାଧାରଣରେ ବହୁ ପ୍ରଚାରିତ ନୀଳାଦ୍ରୌ ଶତବର୍ଷାଣି ଆଡ଼ପେ ମଣ୍ଡପେ ଦିନେ ଉକ୍ତିକୁ ସ୍ମରଣ କରି ସନ୍ଧ୍ୟା ଦର୍ଶନ ଦିନ ଭକ୍ତମାନଙ୍କର ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ , ଦୀପ ପ୍ରଜ୍ଜ୍ୱଳନ , ବ୍ରାହ୍ମଣମାନଙ୍କୁ ମହାପ୍ରସାଦ ସେବନରେ ଅପ୍ୟାୟିତ କରିଥିବା ଜଣାଯାଏ। ଶ୍ରୀଗୁଣ୍ଡିଚା ମନ୍ଦିରରେ ବାହୁଡା଼ ପୂର୍ବ ଦିନର ସନ୍ଧ୍ୟା ଦର୍ଶନ ବହୁ ପୁରାତନ ସମୟରୁ ପ୍ରଚଳିତ ହୋଇ ଆସୁଅଛି। ଉକ୍ତ ନବମୀ ତିଥିରେ ଶ୍ରୀବିଗ୍ରହମାନଙ୍କର ଅନ୍ତିମ ଦର୍ଶନ ସନ୍ଧ୍ୟା ଦର୍ଶନ ରୂପେ ପାଳିତ ହେଉଅଛି। ମୋଟ ଉପରେ ଏଠାରେ ସନ୍ଧ୍ୟା ଶବ୍ଦର ଅର୍ଥ ଅନ୍ତିମ ବୋଲି ବୁଝିବାକୁ ହେବ । ଉକ୍ତଦିନ ଠାକୁରମାନଙ୍କ ବଡ଼ ସିଂହାର ନୀତି ସରିବା ପରେ ଶ୍ରୀମୁଖରେ ଖଣ୍ଡୁଆ ପକାଯାଇ ପୁଷ୍ପାଳକମାନେ ବାହାରକୁ ଆସିଥାନ୍ତି। ଏହା ପରେ କୋଠ ସୁଆଁସିଆ ସିଂହାସନଠାରେ ଚାରମାଳ ବନ୍ଧା କାର୍ଯ୍ୟ କରିବା ସଙ୍ଗେ ସଙ୍ଗେ ଦଇତାପତିମାନେ ଗୁପ୍ତ ନୀତି ପାଇଁ ପ୍ରସ୍ତୁତ ହୋଇଥାନ୍ତି। ଏହି ନଅ ଦିନ ଭିତରେ ରେ ଶରଧାବାଲି ପରିବେଶ ଅତ୍ୟନ୍ତ ଦୂଷିତ ରହିଥାଏ , ସର୍ବତ୍ର ଶଗଡିଆ ଯାତ୍ରୀମାନଙ୍କ ଚୁଡାଘଷା ଆୟୋଜନରୁ ଭଙ୍ଗା ଷଢେଇ,ବଳଦ ଗୋବର ରେ ଭର୍ତ୍ତି ହୋଇଥାଏ ଏବଂ ସରକାର ଙ୍କ ଲୋକସମ୍ପର୍କ ବିଭାଗ ତରଫରୁ ପ୍ରତିଦିନ ସନ୍ଧ୍ୟାରେ ପରଦା ପକା ଦୃଶ୍ୟ -ଶ୍ରାବ୍ୟ, ଦାସକାଠିଆ ପରିବେଷଣ ହେଉଥାଏ । ୧୯୭୮ ମସିହାରେ ଏହି ଦୃଶ୍ୟ ଆମକୁ କଷ୍ଟ ଦେଇଥିଲା । ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରହୁଥିବା ମହାନ୍ ସ୍ବାଧୀନତା ସଂଗ୍ରାମୀ ହରିହର ମହାପାତ୍ର , ପ୍ରାକ୍ତନ ଉପ ବାଚସ୍ପତି , ପ୍ରଚଣ୍ଡ ପ୍ରବକ୍ତା ହରିହର ବାହିନୀପତି ଓ ଅଧିବକ୍ତା କାଶୀନାଥ ମିଶ୍ର ଙ୍କ ସହଯୋଗରେ ସାତ ଦିନ ବ୍ୟାପି ଜଗନ୍ନାଥ ସଂସ୍କୃତି ଆଧାରିତ ଆଲୋଚନା ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଇ ଥିଲୁ । ୧୯୮୪ ମସିହାରେ ପୁରୀ ସଂସଦୀୟ କ୍ଷେତ୍ରରେ ସ୍ବାଧୀନ ପ୍ରାର୍ଥୀ ଭାବେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜମୋହନ ମହାନ୍ତି ଏବଂ ଭାରତୀୟ ଅଧିବକ୍ତା ବା ବାର କାଉନସିଲ ଅଫ ଇଣ୍ଡିଆ ର ସଭାପତି ବାରିଷ୍ଟର ରଣଜିତ ମହାନ୍ତିଙ୍କ ସହିତ ପ୍ରତିଦ୍ବନ୍ଦିତା କରି ପରାଜୟ ବରଣ କରିଥିଲେ ମଧ୍ୟ ପୁରୀ ବିଧାନ ସଭା କ୍ଷେତ୍ରରୁ ଆଠ ହଜାର ୮୭୮ ଭୋଟ ପାଇଥିଲୁ କେବଳ ଏଭଳି କାର୍ଯ୍ୟ କରିଥିବାରୁ । ୧୯୮୫ ମସିହା ରଥଯାତ୍ରା ସମୟରେ ସନ୍ଧ୍ୟା ଦର୍ଶନ ତିଥିରେ ଶରଧାବାଲି ଭଜନ ସମାରୋହ ଆୟୋଜନ କରି ଗଜପତି ଦିବ୍ୟସିଂହ ଦେବ ଙ୍କ ଦ୍ଵାରା ଉଦଘାଟିତ କରାଇଥିଲୁ, ଯେଉଁଥିରେ ପ୍ରଥମ ଭଜନ ପରିବେଷଣ କରିଥିଲେ ସଙ୍ଗୀତ ସମ୍ରାଟ ଅକ୍ଷୟ ମହାନ୍ତି । ଯେଉଁ ମଞ୍ଚରୁ ସ୍ବରାରବିନ୍ଦ ଅରବିନ୍ଦ ମୁଦୁଲି ଙ୍କ ସମେତ ଅନେକ ଭଜନ କଣ୍ଠଶିଳ୍ପୀ ମାନଙ୍କ ପରିଚୟ ସୃଷ୍ଟି ହୋଇଥିଲା । ୧୯୯୨ ମସିହା ପର୍ଯ୍ୟନ୍ତ ଏହାର ଦାୟିତ୍ଵରେ ରହିବା ପରେ ବର୍ତ୍ତମାନ ପରବର୍ତ୍ତୀ ପିଢ଼ି ଙ୍କ ଦ୍ଵାରା ପବିତ୍ର ସନ୍ଧ୍ୟା ଦର୍ଶନ ସନ୍ଧ୍ୟାରେ ଶରଧାବାଲି ଭଜନ ସମାରୋହ ଭଜନ ପରିବେଷଣ କରିଆସୁଛି ।
ଅଗ୍ନିତେଜସ୍ବିନୀ ,ବିପ୍ଲବିଣୀ ସରଳା
ଅଗ୍ନିତେଜସ୍ବିନୀ ,ବିପ୍ଲବିଣୀ ସରଳା
-------------+
ଆଜି ମହାନ୍ ସ୍ଵାଧୀନତା ସଂଗ୍ରାମୀ,ବିପ୍ଲବିଣୀ, ସ୍ପର୍ଦ୍ଧିତ ବହ୍ନିଶିଖା, ପ୍ରଚଣ୍ଡ ଆଗ୍ନେୟ ବହୁମୁଖି ପ୍ରତିଭାଦୀପ୍ତା, ଦେଶର ପ୍ରଥମ ବିଧାୟିକା ଚିର ବନ୍ଦନୀୟା ସରଳା ଦେବୀଙ୍କ ୧୨୨ତମ ଜୟନ୍ତୀ । ଏହି ଐତିହାସିକ ଵୀରାଙ୍ଗନା ୧୯୦୪ ମସିହା, ଅଗଷ୍ଟ ୧୯ ତାରିଖରେ ( ଅଗଷ୍ଟ ୯ ନୁହେଁ) ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଶ୍ରୀ ବାସୁଦେବ କାନୁନଗୋ ଓ ମାଙ୍କ ନାମ ପଦ୍ମାବତୀ ଦେବୀ । ତାଙ୍କ ଘର ହେଉଛି ଜଗତସିଂହପୁର ଜିଲ୍ଲାର ବାଲିକୁଦା ଥାନା ଅନ୍ତର୍ଗତ ନରିଲୋ ଗ୍ରାମରେ । ସେହି ସମୟରେ ତାଙ୍କ ମା ଅନେକ ଗୁଡ଼ିଏ ସନ୍ତାନ ହରାଇଥିଲେ । ତେଣୁ ସରଳା ଦେବୀ ଗର୍ଭରେ ଥିବା ବେଳେ ତାଙ୍କ ମା ପୁରୁଖା ଲୋକମାନଙ୍କର ଉପଦେଶ ମାନି ପର ଘରେ ଆସି ରହିଲେ। ସେଇଟା ଥିଲା ତାଙ୍କ ସାନ ଯାଆଙ୍କର ବାପ ଘର । ସ୍ଥାନ ବଦଳାଇଲେ କାଳେ ଗର୍ଭସ୍ଥ ଶିଶୁଟି ବଞ୍ଚିଯିବ , ସେତିକି ତାଙ୍କର ଆଶା ଥିଲା। ସେଇଟି ଥିଲା କଟକ ସହରର ରାଜକିଶୋର ଦାସଙ୍କ ଘର । ଏହି୧୯୦୪ ମସିହା ଅଗଷ୍ଟ ମାସ ୧୯ ତାରିଖରେ ଝିଅଟିଏ ଭୂମିଷ୍ଠ ହେଲା । ସେଇ ମୁହୂର୍ତ୍ତରେ ପଦ୍ମାବତୀ ଦେଇ ସାନଯାଆ ହେମନ୍ତ କୁମାରୀଙ୍କ ହାତକୁ ନବଜାତକୁ ଟେକିଦେଇଥିଲେ। ଫଳରେ ସେହି ଦିନ ଠାରୁ ସରଳା ହେଲେ ହେମନ୍ତ କୁମାରୀ ଓ ବାଳମୁକୁନ୍ଦ କାନୁନଗୋ ଙ୍କ ଝିଅ ।ଜନ୍ମ ହେବା ପରେ ସେ ନିଜର ବାଲ୍ୟଜୀବନହେମନ୍ତକୁମାରୀ ଓ ବାଳମୁକୁନ୍ଦଙ୍କ ତତ୍ୱାବଧାନରେ କାଟିଥିଲେ। ସେତେବେଳେ ସେ ଥିଲେ ଗଡଜାତ ମାନଙ୍କର ସୁପରିଣ୍ଟେଣ୍ଡେଣ୍ଟ ସ୍ୱନାମଧାନ୍ୟ ନନ୍ଦକିଶୋର ଦାସଙ୍କ ନାତୁଣୀ । ସେ ସମୟରେ ସିଏ ଉଚ୍ଚ ମାଧ୍ୟମିକ ( ମାଟ୍ରିକ )ପରୀକ୍ଷାରେ ଭଲ ନମ୍ବର ରଖି ପାସ୍ କରିଥିଲେ। ତାଙ୍କ ସମୟରେ ଓଡ଼ିଶା , ବଙ୍ଗଳା ଓ ବିହାର ଗୋଟିଏ ପ୍ରଦେଶ ଥିଲା। ପିତା ବାଳମୁକୁନ୍ଦ ଡେପୁଟି ମାଜିଷ୍ଟ୍ରେଟ ଚାକିରୀ କରିଥିବାରୁ ଏହି ତିନୋଟି ଯାକ ପ୍ରଦେଶ ତାଙ୍କର କର୍ମସ୍ଥଳ ଥିଲା।ଫଳରେ ମାତା ହେମନ୍ତ କୁମାରୀ ଏହି ତିନୋଟି ପ୍ରଦେଶରେ ରହିବାର ସୁଯୋଗ ପାଇଥିଲେ ଓ ତାଙ୍କର ଦୃଷ୍ଟିଭଙ୍ଗୀ ଉନ୍ନତ ହୋଇପାରିଥିଲା । ସେଥିପାଇଁ ସେ ସରଳାଙ୍କୁ ମାର୍ଜିତ ଓ ଶିକ୍ଷିତ କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରୁଥିଲେ । ଘରର ମୁରବୀମାନେ ତାଙ୍କର ହାଇସ୍କୁଲ ପଢା ବନ୍ଦ କରିଦେଇଥିଲେ । ମାତ୍ର ହେମନ୍ତ କୁମାରୀ ଜଣେ ଖ୍ରୀଷ୍ଟିଆନ୍ ଶିକ୍ଷୟିତ୍ରୀ ନିଯୁକ୍ତ କରି ତାଙ୍କର ଇଂରାଜୀ ଓ ବଙ୍ଗଳା ପଢ଼ିବାର ବ୍ୟବସ୍ଥା କରିଦେଲେ । ତୀକ୍ଷ୍ଣ ସ୍ମୃତିଶକ୍ତିର ଅଧିକାରିଣୀ ହୋଇଥିବାରୁ "ଧ କହିଲେ କାମୁଡି ପକାଇବା" ନୀତିରେ ସ୍ୱଚେଷ୍ଟାରେ ପାଠରେ ବହୁତ୍ ଆଗକୁ ମାଡିଚାଲିଲେ । ସରଳା ଦେବୀ ପିଲାବେଳୁ ସମାଜରେ ପ୍ରଚଳିତ କୁପ୍ରଥା ବିରୁଦ୍ଧରେ ସଂଗ୍ରାମ କରିଥିଲେ । ପିଲାଟି ବେଳୁ ଶାନ୍ତ, ସରଳ,ଦୃଢମନା ଓ ସ୍ପଷ୍ଟବାଦିନୀ ଥିଲେ । ନିଜର ସାମାଜିକ ଚଳଣି, ଶିକ୍ଷା ଓ ସଂସ୍କାର ସହ କୌଣସି ପ୍ରକାର ଅବହେଳା କରୁନଥିଲେ । ଆଗରୁ ଚଳି ଆସୁଥିବା ପାରମ୍ପରିକ ଜୀବନ ଶୈଳୀ ଅପେକ୍ଷା ସେ ନିଜ ସହଜତାକୁ ନେଇ ଚଳିବା ବେଶି ପସନ୍ଦ କରୁଥିଲେ । ସେ ସମୟର ରୀତି ନୀତି ତାଙ୍କୁ ଭଲ ଲାଗୁନଥିଲା । ନାରୀ ମାନଙ୍କର ଅସହାୟ ଅବସ୍ଥାକୁ ସେ ଖୁବ୍ କମ୍ ବୟସରୁ ବୁଝିପାରିଥିଲେ । ପୁରୁଷ ମାନେ ସବୁ ପ୍ରକାର ସୁବିଧା ସୁଯୋଗ ଭୋଗ କରୁଥିବା ବେଳେ,ନାରୀ ମାନଙ୍କୁ କରାଯାଉଥିବା ଉପେକ୍ଷା ଓ ଅବହେଳା ତାଙ୍କୁ ଖୁବ୍ ବାଧୁଥିଲା । ସେସବୁର ପ୍ରତିକାର ପାଇଁ ସେ ପିଲାବେଳୁ ଚିନ୍ତିତ ଥିଲେ । ସେସମୟରେ ସେ ଦିଅଁ ଦେବତା, ପୂଜାପାଠ, ଧର୍ମଶାସ୍ତ୍ର ଓ ଉପବାସ ଆଦିରେ ବିଶ୍ୱାସ କରୁଥିଲେ । କିନ୍ତୁ ଥରେ କେଉଁ ଏକ ପୁରାଣରେ "ନାରୀ ନର୍କର ଦ୍ୱାର" ବୋଲି ଲେଖାଥିବା ଜାଣିବା ପରେ ସେହି ସମୟରୁ ସେ ଏହାକୁ ଘୃଣା କରୁଥିଲେ । ଘରୋଇ ଶିକ୍ଷକଙ୍କଦ୍ୱାରା ଷଷ୍ଠ ଶ୍ରେଣୀ ଯାଏଁ ପାଠ ପଢିଥିଲେ । ତଥାପି ଅନ୍ୟାନ୍ୟ ଭାଷା ଜାଣିବା ପାଇଁ ତାଙ୍କର ପ୍ରବଳ ଇଚ୍ଛା ଥିଲା । ବଙ୍ଗଳା ସାହିତ୍ୟକୁ ସେ ବହୁତ୍ ଭଲ ପାଉଥିଲେ ।ଖୁବ୍ କମ୍ ଦିନ ମଧ୍ୟରେ ସେ ବହୁତ୍ ବହି ଓ ପତ୍ର ପତ୍ରିକା ପଢି ଶେଷ କରିଥିଲେ । ନାରୀ କବି କୁନ୍ତଳା କୁମାରୀ ସାବତଙ୍କ ଲିଖିତ ଉପନ୍ୟାସ, କବିତା ଓ ବକୃତା ତାଙ୍କୁ ବେଶି ପ୍ରଭାବିତ କରିଥିଲା । ସେବେଠାରୁ ସେ ନାରୀ ମାନଙ୍କ ଭିତରେ ଥିବା ଅଜ୍ଞାନତା ଓ କୁସଂସ୍କାର ଦୂର କରିବା ପାଇଁ ମନେ ମନେ ସଂକଳ୍ପ ନେଇଥିଲେ । ସମାଜରୁ କୁସଂସ୍କାର ଦୂର ନକଲେ ଦେଶର ଉନ୍ନତି ସମ୍ଭବ ନୁହେଁ ,ସେ ଏହା ବୁଝିପାରିଥିଲେ । ରବୀନ୍ଦ୍ରନାଥଙ୍କ ଅମୀୟ ବାଣୀ "ନ ଜାଗିଲେ ସବୁ ଭାରତ ଲଳନା, ଏ ଭାରତ ଆମର ଜାଗେନା" ତାଙ୍କ ପାଇଁ ଚରମ ବାଣୀ ହୋଇସାରିଥିଲା । ବୟସ ପ୍ରାପ୍ତ ହେଲାରୁ,ଜଗତସିଂହ ପୁର ଅନ୍ତର୍ଗତ ଚାଟରା ଗ୍ରାମର ସଂଗ୍ରାମୀ ଯୁବକ ଭାଗୀରଥି ମହାପାତ୍ରଙ୍କ ସହିତ ସରଳା ଦେବୀଙ୍କର ବିବାହ ସମ୍ପାଦିତ ହୋଇଥିଲା । ଆଭିଜାତ ପରିବାର ରେ ଜନ୍ମ ହୋଇଥିବା ସରଳା , ଜମିଦାର ପରିବାରକୁ ବୋହୂ ହୋଇ ଯାଇଥିଲେ ମଧ୍ୟ ତାଙ୍କ ମନରେ ଗର୍ବ ନଥିଲା । ସ୍ୱାମୀ ଭାଗିରଥି ମହାପାତ୍ର ଜଣେ ସ୍ୱାଧୀନଚେତା ବ୍ୟକ୍ତି ଥିଲେ । ମଣିକାଞ୍ଚନ ପରି ଏ ଦୁହିଁଙ୍କର ସଂଯୋଗ ଘଟିଥିଲା । ସେ ସମୟରେ ପତି ଭାଗିରଥି ପତ୍ନୀ ସରଳାଙ୍କ ପାଇଁ ବାଧକ ନହୋଇ ସାଧକ ହୋଇଥିଲେ । ଏକ ପକ୍ଷରେ ନିଜର ଦୃଢ଼ ଆତ୍ମବିଶ୍ୱାସ ଓ ସ୍ୱାମୀଙ୍କର ମହାନତା ପୂର୍ଣ୍ଣ ସହଯୋଗ ତାଙ୍କୁ ନୂତନ ପ୍ରେରଣା ଯୋଗାଇଥିଲା । ସେ ଇଚ୍ଛା କରିଥିଲେ ଅନ୍ୟମାନଙ୍କ ପରି ସାଂସାରିକ ଭୋଗ ବିଳାସରେ ନିଜ ଜୀବନ କଟାଇପାରିଥାନ୍ତେ , କିନ୍ତୁ ପରଦା ପ୍ରଥା ମାନି ଘର ଭିତରେ ନିଜକୁ ଆବଦ୍ଧ ରଖିବାରେ ତାଙ୍କ ମନ ମାନି ନଥିଲା । ପ୍ରତିଦିନ ଘର କାମ ସାଙ୍ଗକୁ ଖବରକାଗଜ ପଢ଼ିବା ତାଙ୍କର ନିୟମିତ ଅଭ୍ୟାସ ଥିଲା । ସେ ଉଚ୍ଚଶିକ୍ଷିତା ହୋଇନଥିଲେ ମଧ୍ୟ ଶିକ୍ଷା ପ୍ରତି ତାଙ୍କର ଆଗ୍ରହ ତାଙ୍କୁ ଦେଶର ସାମାଜିକ ଓ ରାଜନୈତିକ ଅବସ୍ଥା ସମ୍ପର୍କରେ ସଚେତନ କରିଦେଇଥିଲା । ନିଷ୍ଠୁର ଇଂରେଜ ଶାସନରୁ ନିଜ ମାତୃଭୂମିକୁ ସ୍ୱାଧୀନ କରିବା ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିବାଲାଗି ସଙ୍କଳ୍ପବଦ୍ଧ ହୋଇଥିଲେ । ମାତ୍ର ୧୫ ବର୍ଷ ବୟସରେ ସେ କୁଳବଧୂର ପରଦା ଆଡେଇ ଦେଇ ପଦାକୁ ବାହାରି ଆସିଥିଲେ । ଜଳିଆନାୱାଲାବାଗ୍ ହତ୍ୟାକାଣ୍ଡ ପ୍ରତିବାଦରେ ଏକ ବିରାଟ ଶୋଭାଯାତ୍ରା ବାହାରିଥିଲା, ଯେଉଁଥିରେ ସେ ଯୋଗଦେଇଥିଲେ । ଏତେ ବଡ଼ ଶୋଭାଯାତ୍ରା ସହର ପରିକ୍ରମା କଲାବେଳେ ସେଥିରେ ଏକମାତ୍ର ମହିଳାଙ୍କୁ ଦେଖି ରକ୍ଷଣଶୀଳ ଲୋକଙ୍କର ଆଖି ଖୋସି ହୋଇଯାଇଥିଲା । ଏଥିରେ ମଧ୍ୟ ତାଙ୍କ ସ୍ୱାମୀ ଓ ପରିବାର ତାଙ୍କୁ ପୂର୍ଣ୍ଣ ସମର୍ଥନ ଦେଇଥିଲେ ।୧୯୨୦ ମସିହା ଅଗଷ୍ଟ ପହିଲାରେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଭାରତରେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହେଲା । ସରକାରୀ କୋର୍ଟ କଚେରୀ ବର୍ଜନ ଏହି ଆନ୍ଦୋଳନରେ ଗୋଟିଏ କାର୍ଯ୍ୟକ୍ରମ ଥିଲା । ଭାଗିରଥି ମହାପାତ୍ର ଅସହଯୋଗ ଆନ୍ଦୋଳନ ରେ ଯୋଗ ଦେବା ହେତୁ ଓକିଲାତି ଛାଡି ଦେଲେ । ସରଳା ଦେବୀଙ୍କ ଉପରେ ଏହାର ପ୍ରଭାବ ପଡ଼ିଲା ।୧୯୨୧ ମସିହା ମାର୍ଚ୍ଚ ମାସରେ ଗାନ୍ଧୀ କଟକ ଆସିଲେ । କଟକ ବାଲୁବଜାର ପାଖରେ ସେ ଗୋଟିଏ ମହିଳା ସଭାରେ ନାରୀ ମାନଙ୍କୁ ସୂତା କାଟି ଖଦି ପିନ୍ଧିବାକୁ, ପରଦା ଛାଡିବାକୁ, ଛୁଆଁ ଅଛୁଆଁ ନମାନିବାକୁ ଉଦବୋଧନ ଦେଲେ। ସେହି ସଭାରେ ସରଳା ଦେବୀ ମଧ୍ୟ ଉପସ୍ଥିତ ଥିଲେ।ସେହିଠାରୁ ସେ ପରଦା ପ୍ରଥାକୁ ବର୍ଜନ କଲେ ଓ ଗାନ୍ଧୀଙ୍କର ଅନ୍ୟ ସମସ୍ତ ନୀତିକୁ ମଧ୍ୟ ଅନୁସରଣ କଲେ । ତା ପରେ ସେ କଂଗ୍ରେସର ସଭ୍ୟା ହେଲେ । ସେତେବେଳେ ସଭ୍ୟପଦ ପାଇଁ ନିୟମ ଥିଲା ଯେ, କଂଗ୍ରେସକୁ ଚାରିଅଣା ପଇସା ଦେଇ ରସିଦ୍ ଖାତାରେ ଦସ୍ତଖତ କରିବାକୁ ପଡିବ । ଏହି ଦସ୍ତଖତ ବା ଟିପ ଚିହ୍ନ କଂଗ୍ରେସର ସଭ୍ୟ ଭାବରେ ଦେଶର ସ୍ୱାଧୀନତା ଆନ୍ଦୋଳନକୁ ସମର୍ଥନ କରୁଥିବାର ପ୍ରମାଣ ରୂପେ ଗ୍ରହଣ କରାଯାଉଥିଲା । କାରଣ କଂଗ୍ରେସ ରସିଦ୍ ବହିରେ ଲେଖା ଥିଲା - "ମୁଁ ଶାନ୍ତି ପୂର୍ଣ୍ଣ ଓ ନ୍ୟାୟ ସଂଗତ ଉପାୟରେ ଭାରତର ସ୍ୱାଧୀନତା ପ୍ରାପ୍ତିରେ ବିଶ୍ୱାସ କରେ । " ଓଡ଼ିଶାରେ ଅସହଯୋଗ ଆନ୍ଦୋଳନକୁ ଠିକ୍ ଭାବରେ ପରିଚାଳନା କରିବା ପାଇଁ ବିଶ୍ବମଣି ଗୋପବନ୍ଧୁ ଦାସ ଚାହୁଁଥିଲେ । ସେଥିପାଇଁ ସେ ଗାନ୍ଧୀଜୀଙ୍କୁ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରିଥିଲେ ଏବଂ ଓଡ଼ିଶା ର ପ୍ରଥମ ଗାନ୍ଧୀବାଦୀ ଗୋବିନ୍ଦ ଚନ୍ଦ୍ର ମିଶ୍ର ଙ୍କ ଦ୍ଵାରା ପ୍ରଭାବିତ ହୋଇ ଗାନ୍ଧୀ ସେହି ନିମନ୍ତ୍ରଣ ରକ୍ଷା କରି ୧୯୨୧ ମସିହା, ମାର୍ଚ୍ଚ ୨୩ ତାରିଖରେ ଓଡ଼ିଶା ଆସିଥିଲେ । ତାଙ୍କ ସହିତ ପତ୍ନୀ କସ୍ତୁରବା ମଧ୍ୟ ଆସିଥିଲେ । ସେମାନଙ୍କ ଆଗମନ ହେତୁ କଟକ କାଠଯୋଡ଼ି ନଦୀ ପଠାରେ ଏକ ବିଶାଳ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ଓଡ଼ିଶାର ମହିଳା ମାନେ ବହୁ ସଂଖ୍ୟାରେ ଯୋଗ ଦିଅନ୍ତୁ ବୋଲି ଗାନ୍ଧିଜୀ ଚାହୁଁଥିଲେ , ହେଲେ ସେତେବେଳେ ଏଭଳି ହେବା ସମ୍ଭବ ନଥିଲା । ସରଳା ଦେବୀ କଟକ ସହରର ଗଳିକନ୍ଦି ବୁଲି ମହିଳା ମାନଙ୍କୁ ଗାନ୍ଧିଜୀଙ୍କ ସଭାରେ ଯୋଗ ଦେବାପାଇଁ ବୁଝାଇଥିଲେ । ତାଙ୍କର ନିଷ୍ଠା ଓ ଉଦ୍ୟମ ସଫଳ ହୋଇଥିଲା ଓ ସେହି ସଭାରେ ବହୁ ସଂଖ୍ୟାରେ ମହିଳା ଯୋଗ ଦେଇଥିଲେ । ଏହି ସଭାରେ ଗାନ୍ଧିଜୀ ହିନ୍ଦୀରେ ଯେଉଁ ଭାଷଣ ଦେଇଥିଲେ , ସରଳା ଦେବୀ ତାକୁ ଓଡ଼ିଆରେ ଅନୁବାଦ କରି ଅନ୍ୟମାନଙ୍କୁ ବୁଝାଉଥିଲେ । ଗାନ୍ଧିଜୀଙ୍କ ଆହ୍ୱାନରେ ବହୁ ମହିଳା ନିଜର ଅଳଙ୍କାର ସବୁ ଖୋଲି ସ୍ୱରାଜ ପାଣ୍ଠିକୁ ଦାନ କରିଥିଲେ । ପାଖରେ ଥିବା ସବୁ ଟଙ୍କା ପଇସା ମଧ୍ୟ ଦେଇଦେଇଥିଲେ । ସେମାନଙ୍କ ସହ ସରଳାଦେବୀ ମଧ୍ୟ ନିଜର ସ୍ୱର୍ଣ୍ଣ ଅଳଙ୍କାର ଦାନ କରିବା ସହ ଭବିଷ୍ୟତରେ ଆଉ ଅଳଙ୍କାର ପିନ୍ଧିବେ ନାହିଁ ବୋଲି ଘୋଷଣା କରିଥିଲେ । ସେହିଦିନଠାରୁ ସେ ସ୍ୱରାଜର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବେ ବୋଲି ପଣ କରିଥିଲେ ।୧୯୩୬ରେ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ ଘୋଷଣା ହେବାପରେ ପ୍ରାଦେଶିକ ସ୍ୱାୟତ୍ତ ଶାସନର ଚଳଣିରେ ଓଡ଼ିଶାରେ କଂଗ୍ରେସ ପକ୍ଷରୁ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଠିଆ କରାଯାଇଥିଲା ଏବଂ ସେସମୟରେ ସରଳା ଓଡ଼ିଶା ବିଧାନ ସଭା ନିର୍ବାଚନରେ ଭାଗ ନେଇ ବିଧାନ ସଭାକୁ ନିର୍ବାଚିତ ହେଇଥିଲେ । ସେ ଥିଲେ ଓଡ଼ିଶା ବିଧାନ ସଭାର ପ୍ରଥମ ମହିଳା ବିଧାୟିକା । ବିଧାନସଭାରେ ବାଲ୍ୟ ବିବାହ ଆଇନ୍ ସଂଶୋଧନ ଓ ପୋଇଲି ପ୍ରଥାକୁ ଉଠାଇ ଦେବା ପାଇଁ ବିଭିନ୍ନ ଆଇନ୍ ପ୍ରଣୟନ କରିବାକୁ ବିଲ୍ ଆଗତ କରିଥିଲେ । ସେ ସମାଜରେ ପ୍ରଚଳିତ କୁପ୍ରଥା ବିରୋଧରେ ବିଧାନ ସଭାରେ ମଧ୍ୟ ସ୍ୱର ଉଠାଇଥିଲେ । ବିଧାୟିକା ହେବା ଫଳରେ ଆଇନ୍ ବଳରେ ଏହି ପ୍ରଥାକୁ ଉଠାଇ ଦେବା ପାଇଁ ସେ ଦୃଢ଼ ପରିକର ହୋଇଥିଲେ । ତାଙ୍କ ଉଦ୍ୟମ ଫଳରେ ଏହି ବିଲ୍ ବିଧାନ ସଭାରେ ଗୃହୀତ ହୋଇଥିଲା । ସେ ବିଧାନ ସଭାରେ ଗୋଟିଏ ଦିନ ବାଚସ୍ପତି ଦାୟିତ୍ୱ ତୁଲାଇଥିଲେ ।ବ୍ରିଟିଶ୍ ଅମଳରେ ବିଧାନ ସଭାରେ ସମସ୍ତ କାର୍ଯ୍ୟ ଇଂରାଜୀ ଭାଷାରେ ହେଉଥିବା ବେଳେ , ସରଳା ବାଚସ୍ପତି ଆସନରେ ବସି ସେଦିନର ସମସ୍ତ କାର୍ଯ୍ୟ ଓଡ଼ିଆ ଭାଷାରେ ନିର୍ଦ୍ଧାରଣ କରିବାର ନିର୍ଦ୍ଦେଶ ଦେଇଥିଲେ ।ଓଡ଼ିଆ ଭାଷାକୁ ସରକାରୀ ଭାଷା ରୂପେ ଗ୍ରହଣ କରିବାର ପ୍ରୟାସରେ ସେ ଥିଲେ ପ୍ରଥମ ଓ ଅଗ୍ରଗଣ୍ୟ ମହିଳା । ୧୯୪୨-୧୯୫୨ ପର୍ଯ୍ୟନ୍ତ ଦୀର୍ଘ ଦଶବର୍ଷ ଧରି ସେ ଓଡ଼ିଶାର ସର୍ବପ୍ରାଚୀନ ସାହିତ୍ୟ ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜର ସମ୍ପାଦିକା ଓ ଉପସଭାପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ସେ ସମବାୟ ବ୍ୟାଙ୍କର ପ୍ରଥମ ମହିଳା ନିର୍ଦ୍ଦେଶିକା ଥିଲେ । ଓଡ଼ିଆର ଏବଂ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି କରିବା ତାଙ୍କର ପ୍ରଧାନ ଲକ୍ଷ୍ୟ ଥିଲା ।ଗାନ୍ଧିଜୀଙ୍କ ପ୍ରଭାବ ସରଳା ଦେବୀ , ରମା ଦେବୀ , ଶୈଳବାଳା ଦାସ , ରେବା ରାୟ ଓ କୁନ୍ତଳା କୁମାରୀ ଆଦି ପ୍ରମୁଖ ନାରୀନେତ୍ରୀଙ୍କ ଉପରେ ପଡ଼ିଥିଲା ।ସେମାନେ ନାରୀମାନଙ୍କର ସାମୂହିକ ଉନ୍ନତି ପାଇଁ ଚେଷ୍ଟା କରୁଥିଲେ । ଲେଖା,ଶିକ୍ଷା ଓ ସଭାସମିତିଦ୍ୱାରା ନାରୀମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ସେମାନେ ଆଲୋକପାତ କରୁଥିଲେ ।ଓଡ଼ିଶାର ନାରୀମାନଙ୍କୁ ଏକାଠି କରିବାପାଇଁ ସରଳା ଦେବୀ "ଉତ୍କଳ ମହିଳା ସମ୍ମିଳନୀ" ନାମକ ସଂଗଠନ ଗଠନ କରିଥିଲେ । ଏହା ତାଙ୍କର ନାରୀଜାତିକୁ ଉନ୍ନତ କରିବାର ଆପ୍ରାଣ ଉଦ୍ୟମର ଏକ ଝଲକ ଥିଲା ।ସେହି ଅଧିବେଶନରେ ହିଁ ଉତ୍କଳ ମହିଳା ସମ୍ମିଳନୀ ," ନିଖିଳ ଭାରତୀୟ ମହିଳା ସଂଘ"ର ଶାଖା ରୂପେ କାର୍ଯ୍ୟ କରିବ ବୋଲି ସ୍ଥିର ହୋଇଥିଲା ।ଏହାର ସଫଳତା ତାଙ୍କୁ ଅଧିକ ଗଠନମୂଳକ କାମ କରିବା ପାଇଁ ବିଶେଷ ଉତ୍ସାହିତ କରିଥିଲା ।ସେ ଓଡ଼ିଶାର ନାରୀ ଓ ସେମାନଙ୍କ ସମସ୍ୟା ବିଷୟରେ ବିଭିନ୍ନ ପତ୍ର-ପତ୍ରିକାରେ ପ୍ରବନ୍ଧମାନ ଲେଖି ପ୍ରକାଶ କରିଥିଲେ । ଯେହେତୁ ଏସବୁ ଅନ୍ୟ ରାଜ୍ୟଗୁଡିକରେ ମଧ୍ୟ ଆଲୋଚନା ହେଉଥିଲା, ତେଣୁ ତାଙ୍କର ଜାଗରଣର ବାର୍ତ୍ତା ଭାରତର ବିଭିନ୍ନ ସ୍ଥାନରେ ପହଞ୍ଚି ପାରିଥିଲା । ୧୯୨୪ ମସିହାର କଟକ ନାରୀ ସମ୍ମିଳନୀରେ ଯୋଗଦେବା ପରେ ସେ କଟକ ସ୍ୱରାଜ୍ୟ ଆଶ୍ରମର ମହିଳା ସଭା ଓ ସଂଗଠନ କାମରେ ଲାଗିପଡିଥିଲେ ।ସେ ବୁଝିପାରିଥିଲେ ଯେ ନାରୀର ଉନ୍ନତିରେ ହିଁ ଦେଶର ଉନ୍ନତି ନିହିତ । କିନ୍ତୁ ଏହି ସମୟରେ ଭାରତର ରାଜନୈତିକ ଆନ୍ଦୋଳନ ଭିନ୍ନ ମୋଡ ନେଲା । ୧୯୩୦ ମସିହାରେ ମହାତ୍ମା ଗାନ୍ଧୀ ଲବଣ ଆଇନ୍ ବିରୁଦ୍ଧରେ ସତ୍ୟାଗ୍ରହ କରିବା ପାଇଁ ଡାକାର ଦେଲେ ।
ସରଳା ଦେବୀ ସେତେବେଳେ ଗଞ୍ଜାମ ଜିଲ୍ଲାରେ "ଉଦ୍ଯୋଗ ମନ୍ଦିର" ନାମକ ସଂସ୍ଥା ସ୍ଥାପନ କରି ଗ୍ରାମାଞ୍ଚଳରେ ବୁଲି ସତ୍ୟାଗ୍ରହୀ ସଂଗ୍ରହ କରିବାରେ ଲାଗିପଡିଥିଲେ । ତାଙ୍କ ପ୍ରଚେଷ୍ଟାରେ ଶ୍ରୀମତୀ ହେମଲତା ଦେବୀ, ଶୋଭାବତୀ ପଣ୍ଡା ପ୍ରମୁଖ ସତ୍ୟାଗ୍ରହ ଆନ୍ଦୋଳନରେ ଯୋଗ ଦେଇଥିଲେ । ବହୁ ପୁରୁଷ ସତ୍ୟାଗ୍ରହୀ ମଧ୍ୟ ଏଥିରେ ରହି ଦଳବଦ୍ଧ ହୋଇ ଲୁଣ ମାରି ଲବଣ ଆଇନ୍ ଭଙ୍ଗ କରିଥିଲେ ଓ ଗିରଫ ହୋଇ ଦଣ୍ଡ ଭୋଗୁଥିଲେ । ଯେତେବେଳେ ସରଳା ଦେବୀ ନିଜେ ଲବଣ ଆଇନ୍ ଭାଙ୍ଗିବାର ଘୋଷଣା କଲେ, ସେତେବେଳେ ସରକାରଙ୍କ ଚେତା ପଶିଲା । ଦିନେ ସେ "ମାନ୍ଦ୍ରାଜ୍ ମେଲ୍"ରେ ଯାଉଥିଲେ , ହଠାତ୍ ଏହା ଗୋଟିଏ ନିର୍ଜନ ସ୍ଥାନରେ ଠିଆ ହୋଇଗଲା । କିନ୍ତୁ ଏହି ରେଳଟି ବଡ ବଡ଼ ଷ୍ଟେସନ୍ ଛଡା ଆଉ କୋଉଠି ଅଟକେନାହିଁ।ସେଦିନ ଗାଡି କାହିଁକି ଅଟକିଲା ବୋଲି ଯାତ୍ରୀମାନେ କାରଣ ଖୋଜିବାବେଳକୁ ଦଳେ ପୋଲିସ୍ ଜଣେ ଯୁବତୀଙ୍କୁ ରେଳରୁ ଓହ୍ଲାଇ , ପୋଲିସ୍ ଗାଡ଼ିରେ ବସାଇ ନେଇଗଲେ ।ସେମାନେ ଜାଣିପାରିଲେ ଯେ ସେ ଯୁବତୀ ଜଣକ ସରଳା ଦେବୀ । ବ୍ରିଟିଶ୍ ସରକାରଙ୍କ ଭୟ ଥିଲା କାଳେ ତାଙ୍କୁ ସର୍ବସାଧାରଣରେ ଗିରଫ କଲେ, ସାଧାରଣ ଜନତା ଉତ୍ତେଜିତ ହୋଇଯିବେ ତେଣୁ ସେ ରେଳରେ ଯାତ୍ରା କରୁଥିବା ସମୟରେ ନିଛାଟିଆ ଜାଗାରେ ରେଳ ଅଟକାଇ ତାଙ୍କୁ ଗିରଫକରିନେଇଥିଲେ ,ପରେ ତାଙ୍କୁ ସୁଦୂର ଭେଲୋର୍ ଜେଲ୍ ପଠାଯାଇଥିଲା । ସେ ଥିଲେ କାରାବରଣ କରିଥିବା ଓଡ଼ିଶାର ପ୍ରଥମ ନାରୀ ।୬ ମାସ ପରେ ସେହି ବର୍ଷ ଡିସେମ୍ବର ୮ ତାରିଖ ଦିନ ତାଙ୍କୁ ସେଠାରୁ ଖଲାସ କରାଯାଇଥିଲା । ୧୯୩୦ ମସିହା ଲବଣ ସତ୍ୟାଗ୍ରହ ,ନିଶା ନିବାରଣ ଓ ବିଦେଶୀ ପଦାର୍ଥ ବର୍ଜନ ଆନ୍ଦୋଳନ ଖୁବ୍ ପ୍ରବଳ ହେଲା । ଶେଷରେ ବ୍ରିଟିଶ୍ ସରକାର ଉପାୟହୀନ ହୋଇ ୧୯୩୧ ମସିହାରେ ମହାତ୍ମା ଗାନ୍ଧୀଙ୍କ ସହ ସନ୍ଧି କରିଥିଲେ । ଓଡ଼ିଶାରେ ସରଳା ଦେବୀ ଏହିସବୁ ଆନ୍ଦୋଳନ ର ନେତୃତ୍ୱ ନେଇଥିଲେ ।ଦେଶର ସ୍ୱାଧୀନତା ଆନ୍ଦୋଳନ ବେଳେ ଗଡଜାତ ରାଜା ଓ ଜମିଦାରମାନେ ଇଂରେଜମାନଙ୍କ ଦୃଢ଼ ସମର୍ଥକ ଥିଲେ । ଜମିଦାରମାନେ ଚାଷୀମାନଙ୍କ ଉପରେ ଶୋଷଣ ଓ ଅତ୍ୟାଚାର ଚଳାଉଥିଲେ । ଚାଷୀମାନଙ୍କୁ ସ୍ୱାଧୀନତା ଆନ୍ଦୋଳନରେ ସାମିଲ କରିବା ପାଇଁ,ସେମାନଙ୍କ ଦୁଃଖ ସୁଖରେ ଭାଗୀଦାର ହେବା ସ୍ୱାଧୀନତା ସଂଗ୍ରାମୀ ମାନଙ୍କର କର୍ତ୍ତବ୍ୟ ହୋଇଉଠିଥିଲା । ସେଥିପାଇଁ କଂଗ୍ରେସ ଦଳ ଭିତରେ ଗୋଟିଏ ପ୍ରଗତିଶୀଳ ଗୋଷ୍ଠୀ ଲୋକେ "ଉତ୍କଳ କଂଗ୍ରେସ ସାମ୍ୟବାଦୀ ସଂଘ" ନାମରେ ଏକ ନୂଆ ସଂଗଠନ ଗଢିଥିଲେ । ପ୍ରାଣନାଥ ପଟ୍ଟନାୟକ,ନବକୃଷ୍ଣ ଚୌଧୁରୀ, ସୁରେନ୍ଦ୍ର ନାଥ ଦ୍ୱିବେଦୀ, ଭଗବତୀ ଚରଣ ପାଣିଗ୍ରାହୀ ଓ ମାଳତୀ ଚୌଧୁରୀ ପ୍ରମୁଖ ଥିଲେ ଏହି ସଂଘର ପ୍ରତିଷ୍ଠାତା । ଏମାନେ ସମସ୍ତେ କାର୍ଲମାର୍କସ୍ଙ୍କ ସାମ୍ୟବାଦୀ ଚିନ୍ତାଧାରାଦ୍ୱାରା ପ୍ରଭାବିତ ହୋଇଥିଲେ । ଦେଶର ରାଜନୈତିକ ସ୍ୱାଧୀନତା ସହିତ ଲୋକଙ୍କ ଆର୍ଥିକ ସ୍ୱାଧୀନତା କିପରି ଆସିପାରିବ, ସେଥିପାଇଁ ସେମାନେ ଲାଗିପଡିଥିଲେ । ଜମିଦାର ଓ ସାହୁକାରମାନଙ୍କ ଶୋଷଣରୁ ଚାଷୀମାନଙ୍କୁ ରକ୍ଷା କରିବାପାଇଁ ସେମାନେ ଚାଷୀମାନଙ୍କୁ ଏକାଠି କରୁଥିଲେ । ସରଳା ଦେବୀ କଂଗ୍ରେସ ସାମ୍ୟବାଦୀ କର୍ମୀ ମାନଙ୍କ ସହ ମିଶି ଚାଷୀମାନଙ୍କୁ ସଂଗଠିତ କରୁଥିଲେ । ୧୯୩୭ ମସିହା ମେ ମାସରେ ଡେଲାଙ୍ଗଠାରେ ଏକ ଚାଷୀସଭା ହୋଇଥିଲା । ଏହି ସଭାରେ ସେ ତତ୍କାଳୀନ ଜମିଦାରଙ୍କ ଅତ୍ୟାଚାର ବିରୁଦ୍ଧରେ ଲଢେଇ କରିବାକୁ ଲୋକଙ୍କୁ ଆହ୍ୱାନ ଦେଇଥିଲେ । ବିଧାନ ସଭା ମଧ୍ୟରେ ବନ୍ୟା କ୍ଷତିଗ୍ରସ୍ତ ଚାଷୀମାନଙ୍କଠାରୁ ଖଜଣା ଆଦାୟ ବନ୍ଦ କରିବାକୁ ସେ ସରକାରଙ୍କୁ ପରାମର୍ଶ ଦେଇଥିଲେ । ଲୋକେ ଯେପରି ବନ୍ୟା ଦାଉରୁ ରକ୍ଷା ପାଇବେ ସେଥିପାଇଁ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ସରକାରଙ୍କ ପାଖରେ ଦାବି କରିଥିଲେ । ମୋଗଲବନ୍ଦୀର ଜମିଦାରଙ୍କ ଭଳି ଗଡଜାତର ରାଜାମାନେ ମଧ୍ୟ ପ୍ରଜାମାନଙ୍କୁ ବେଠି ଖଟାଇ ନାନା ପ୍ରକାର ଟିକସ ଆଦାୟ କରି ହନ୍ତସନ୍ତ କରୁଥିଲେ । ସରଳା ଦେବୀ ବିଧାନ ସଭା ଭିତରେ ଓ ବାହାରେ ଏହି ଗଡଜାତ ରାଜମାନଙ୍କର ଶୋଷଣ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ ।ସରଳା ଦେବୀ କମ ବୟସରୁ ସାହିତ୍ୟ ଚର୍ଚ୍ଚା ଆରମ୍ଭ କରିଥିଲେ । ସେ ଯୁଗରେ "ପରିଚାରିକା" ନାମକ ଗୋଟିଏ ମାସିକ ପତ୍ରିକା କିଛି ବର୍ଷ ପ୍ରକାଶିତ ହୋଇଥିଲା । ଶ୍ରୀମତୀ ବସନ୍ତ କୁମାରୀ ଦେବୀ ଏହି ପତ୍ରିକାର ସମ୍ପାଦିକା ଥିଲେ । ସରୋଜିନୀ ଦେବୀ , କୋକିଳ ଦେବୀ , ପ୍ରମିଳା ସୁନ୍ଦରୀ ଦେଇ , ରମା ସୁନ୍ଦରୀ ଦେଇ, କାଞ୍ଚନ ମଣି ଦେଇ ପ୍ରମୁଖ ବହୁ ମହିଳାଙ୍କ ରଚନା ସେହି ପତ୍ରିକାରେ ପ୍ରକାଶିତ ହୋଇଥିଲା । ପକ୍ଷ ୧୩୨୫ରୁ ୧୩୨୭ ମଧ୍ୟରେ ଛପା ହୋଇଥିବା "ପରିଚାରିକା"ରେ ସରଳା ଦେବୀଙ୍କର ମଧ୍ୟ ବହୁ ରଚନା ଦେଖିବାକୁ ମିଳେ । ସେଗୁଡିକ ଭିତରୁ "ଧୈର୍ଯ୍ୟଶାଳୀ ସାମ୍ରାଜ୍ଞି - ଶୈବ୍ୟା" , "କଳ୍ପିତ ମୃତ୍ୟୁ" ଓ "ପ୍ରତୀକ୍ଷା" ଅନ୍ୟତମ । ୧୫ ବର୍ଷ ବୟସରୁ ତାଙ୍କର ଏଭଳି ରଚନାରୁ ତାଙ୍କର ସାହିତ୍ୟିକ ପ୍ରତିଭାର ପରିଚୟ ମିଳିଥିଲା ।ତାଙ୍କ ଭିତରେ ସର୍ଜନଶୀଳ ସାହିତ୍ୟ ପ୍ରତିଭା ପୂରି ରହିଥିଲା । ଅଳକା ଆଶ୍ରମରୁ ପ୍ରକାଶିତ ହାତଲେଖା "ଅଳକା" ଠାରୁ ଆରମ୍ଭ କରି "ସରକାର","ନବ ଭାରତ" ଇତ୍ୟାଦି ଓଡ଼ିଶାର ବିଶିଷ୍ଟ ପତ୍ର ପତ୍ରିକାରେ ତାଙ୍କର ଲେଖାମାନ ପ୍ରକାଶ ପାଉଥିଲା । ଲୋକଙ୍କୁ ସଚେତନ କରିବାର ଆବଶ୍ୟକତା ଉପଲବ୍ଧି କରି ଲୋକ ଶିକ୍ଷା ଉଦ୍ଦେଶ୍ୟରେ ଗାଁ ଲୋକଙ୍କ କଥା, ନାରୀର ଆଇନଗତ ଅଧିକାର ଆଦି ବିଷୟରେ ଛୋଟଛୋଟ ପୁସ୍ତକ ରଚନା କରି ତାହାର ପ୍ରଚାର ପ୍ରସାର କରିଥିଲେ । "ହିନ୍ଦୁସ୍ଥାନ ଗ୍ରନ୍ଥମାଳା" ନାମକ ସଂସ୍ଥା ସ୍ଥାପନ କରି ସେ ତା'ର ସମ୍ପାଦିକା ହୋଇଥିଲେ । ନାରୀର ଆର୍ଥିକ ଅବସ୍ଥା ବିଷୟରେ ତାଙ୍କର ଗବେଷଣା, ଭାଷଣ ଓ ରଚନା ସେତେବେଳେ ସମାଜ ମଧ୍ୟରେ ଏକ ଆଲୋଡନ ସୃଷ୍ଟି କରିଥିଲା । ସେ "ସବିତା" ନାମକ ଗୋଟିଏ ପତ୍ରିକାର ସମ୍ପାଦନା ସହ ସେଥିରେ ନିଜର ମତାମତ ମଧ୍ୟ ପ୍ରକାଶ କରୁଥିଲେ । ୧୯୩୫ ମସିହାରେ "ଭାରତୀୟ ମହିଳା ପ୍ରସଙ୍ଗ" ନାମରେ ତାଙ୍କର ଏକ ପ୍ରବନ୍ଧ ପୁସ୍ତକ ଓ ନାରୀ ଜଗତ ନାମକ ଏକ ପ୍ରବନ୍ଧ ଗ୍ରନ୍ଥ ହିନ୍ଦୁସ୍ଥାନ ସାହିତ୍ୟ ମନ୍ଦିର ପ୍ରକାଶ କରିଥିଲା ।ଏଥିରେ ବିଭିନ୍ନ ଦେଶରେ ଦେଖା ଦେଇଥିବା ନାରୀ ଜାଗରଣ ବିଷୟରେ ଆଲୋଚନା କରାଯାଇଥିଲା ।୧୯୫୮ ମସିହାରେ ବିଶ୍ୱ ବିପ୍ଲବୀଣି ନାମକ ତାଙ୍କର ଏକ ପୁସ୍ତକ କଟକ ପବ୍ଲିସିଂ ହାଉସ୍ ପ୍ରକାଶ କରିଥିଲା ।ଏଥିରେ ବିଶ୍ୱ ତଥା ଭାରତର ବିପ୍ଲବିଣୀ ନାରୀ ମାନଙ୍କର ଜୀବନ କାହାଣୀ ସଂକ୍ଷେପରେ ପ୍ରକାଶ କରାଯାଇଥିଲା ଏହାବ୍ୟତୀତ"ରାୟରାମନନ୍ଦ" ,"ସରଳା ମହାଭାରତରେ ନାରୀ ଚରିତ୍ର" , ବାସନ୍ତୀ ପ୍ରଭୃତି ଗ୍ରନ୍ଥ ଓ ଉପନ୍ୟାସରେ ବିଶେଷଭାବେ ଅବଦାନ କରିଥିଲେ । ତାଙ୍କର ସାରସ୍ଵତ ସୃଷ୍ଟି ମଧ୍ୟରେ
ଉତ୍କଳର ନାରୀ ସମସ୍ୟା( ୧୯୩୪),
ନାରୀର ଦାବି(୧୯୩୪),ଭାରତୀୟ ମହିଳା ପ୍ରସଙ୍ଗ (୧୯୩୫)
ରବିନ୍ଦ୍ର ପୂଜା,ବୀର ରମଣୀ(୧୯୪୯),
ବିଶ୍ୱ ବିପ୍ଳବିଣୀ, ବାସନ୍ତୀ (୧୯୩୦)
ରାୟ ରାମାନନ୍ଦ,ଗାଁ କଥା ଓଡ଼ିଆ ବାଣୀ ଭଣ୍ଡାର କୁ ସମୃଦ୍ଧ କରିଛି ।
ସରଳା ଦେବୀ ପ୍ରାୟ ୯ ବର୍ଷ କାଳ ବିଧାନ ସଭାରେ ରହି ବିଭିନ୍ନ ପ୍ରଗତିଶୀଳ ଆଇନ୍ ପାସ୍ କରିବାରେ ସହାୟତା କରିଥିଲେ । କିଛିଦିନ ସେ ବିଧାନ ସଭାରେ କଂଗ୍ରେସ ଦଳର ମୁଖ୍ୟ ସଚେତକ ମଧ୍ୟ ଥିଲେ । ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ପଣ୍ଡିତ ଜବାହରଲାଲ ନେହେରୁ ଙ୍କଦ୍ୱାରା ଗଠିତ ନ୍ୟାସନାଲ ପ୍ଲାନିଙ୍ଗ କମିଟିର ସଦସ୍ୟା ରହି ଓଡ଼ିଶାର ମଙ୍ଗଳ ପାଇଁ ଅନେକ ଗୁଡ଼ିଏ ପ୍ରସ୍ତାବ କାର୍ଯ୍ୟକାରୀ କରିଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ୧୯୪୧ ମସିହାରେ କଂଗ୍ରେସ ତରଫରୁ ବ୍ୟକ୍ତିଗତ ସତ୍ୟାଗ୍ରହ ଆରମ୍ଭ ହୋଇଥିଲା । ଓଡ଼ିଶାରୁ ଗାନ୍ଧିଜୀ , ସରଳା ଦେବୀଙ୍କୁ ତାହାର ପ୍ରଥମ ସତ୍ୟାଗ୍ରହୀ ରୂପେ ବାଛିଥିଲେ । ସେ ଯୁଦ୍ଧ ବିରୋଧୀ ଧ୍ୱନି ଦେଇ ୬ ମାସ କାଳ କାରାବରଣ କରିଥିଲେ । ୧୯୫୫ ମସିହା ସୀମା ଆନ୍ଦୋଳନ ଓ ୧୯୫୮ ମସିହା ଛାତ୍ର ଆନ୍ଦୋଳନରେ ସେ ପ୍ରତ୍ୟକ୍ଷ ଅଂଶ ଗ୍ରହଣ କରିଥିଲେ । ୧୯୮୬ ମସିହା ଆକ୍ଟୋବର ୪ ତାରିଖ ଦିନ ୮୨ ବର୍ଷ ବୟସରେ ସରଳା ଦେବୀଙ୍କର ପରଲୋକ ହୋଇଥିଲା । ଓଡ଼ିଶାର ନାରୀ ଆନ୍ଦୋଳନର କର୍ଣ୍ଣଧାର , ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ , ବରେଣ୍ୟ ଲେଖିକା ସରଳା ଦେବୀଙ୍କ ମୃତ୍ୟୁ ଓଡ଼ିଶା ଇତିହାସରେ ବିରାଟ ଦୁର୍ବିପାକ ସଦୃଶ ଲିପିବଦ୍ଧ ହୋଇ ରହିଛି ଓ ରହିଥିବ । ଆଜି ପବିତ୍ର ଜୟନ୍ତୀ ଅବସରରେ ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି,ବନ୍ଦେ ଉତ୍କଳ ଜନନୀ ।
ଜନ୍ମାଷ୍ଟମୀ
ଜନ୍ମାଷ୍ଟମୀ
------
ଆମ ପାଇଁ, ତାହା ଭକ୍ତି ଭାବନା ଆଧାରିତ ହେଉ ଅବା ସାଂସାରିକ କ୍ରିୟା କର୍ମ ଆଧାରିତ ହେଉ , ଏକ ଅବିସ୍ମରଣୀୟ ଗୁରୁତ୍ୱପୂର୍ଣ୍ଣ ତିଥି । ଆଜିର ତିଥି ହେଉଛି ଭଗବାନ ଶ୍ରୀକୃଷ୍ଣ ଙ୍କର ୫୨୫୩ତମ ପବିତ୍ର ଜୟନ୍ତୀ ତିଥି ଏବଂ ଆମର ଜନ୍ମଦାତା ତଥା ଚିର ବନ୍ଦନୀୟ ନନାଙ୍କ ଶ୍ରାଦ୍ଧ ତିଥି , ଆମର ଅତ୍ୟନ୍ତ ପ୍ରିୟ, ପ୍ରଭୁ ଜଗନ୍ନାଥଙ୍କ ସମର୍ପିତ ଭଜନ ସେବକ ସ୍ବରାରବିନ୍ଦ ଅରବିନ୍ଦ ମୁଦୁଲି ଙ୍କ ଜୟନ୍ତୀ । ଭାଦ୍ରବ ମାସ, କୃଷ୍ଣ ପକ୍ଷ ଅଷ୍ଟମୀ ତିଥିକୁ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିବସ ବା ଜନ୍ମାଷ୍ଟମୀ ରୂପେ ପାଳନ କରାଯାଏ । ଆମ ସନାତନୀ ହିନ୍ଦୁମାନଙ୍କର ଏହା ଏକ ମୂଖ୍ୟ ପର୍ବ । ବେଦବାଣୀ ଓ ଜ୍ୟୋତିଷ ଗଣନାନୁସାରେ ଭଗବାନ ଶ୍ରୀକୃଷ୍ଣ ଦ୍ୱାପର ଯୁଗର ଶେଷ ଭାଗରେ ଧରାଧାମରେ ଅବତୀର୍ଣ୍ଣ ହୋଇଥିଲେ । ତାଙ୍କର ଲୀଳା ଅବଧୀ ଥିଲା ୧୨୫ ବର୍ଷ ୭ ମାସ । ଯେଉଁ ଦିନ କୃଷ୍ଣଙ୍କର ପରଲୋକ ହେଲା ସେଦିନଠାରୁ କଳି ଯୁଗ ଆରମ୍ଭ ହୋଇଛି ଏବଂ ବର୍ତ୍ତମାନ କଳିଭୋଗବ୍ଦ ୫୨୫୨ ବର୍ଷ ଶେଷ ହୋଇ ୫୨୫୩ ବର୍ଷ ଚାଲିଲା। ତେଣୁ ଆଜକୁ ୫୨୫୨ବର୍ଷ ପୂର୍ବେ ଲୀଳା ପୁରୁଷୋତ୍ତମ ଏହି ଧରାଧାମରେ ଅବତରଣ କରିଥିଲେ ।ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ବା କୃଷ୍ଣ ଜନ୍ମାଷ୍ଟମୀ ବା କୃଷ୍ଣାଷ୍ଟମୀ, ସାତମ୍ ଆଠମ୍, ଗୋକୁଳାଷ୍ଟମୀ, ଅଷ୍ଟମୀ ରୋହିଣୀ, ଶ୍ରୀକୃଷ୍ଣ ଜୟନ୍ତୀ, ଶ୍ରୀ ଜୟନ୍ତୀ ବା କେବଳ ଜନ୍ମାଷ୍ଟମୀ ନାମରେ ମଧ୍ୟ ଜଣାଶୁଣା । ବିଷ୍ଣୁଙ୍କର ଅବତାରୀ ପୁରୁଷ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଦିନକୁ ହିନ୍ଦୁମାନେ ଜନ୍ମାଷ୍ଟମୀ ରୂପେ ପାଳନ କରିଥାନ୍ତି । ଏହା ହିନ୍ଦୁ ପଞ୍ଜିକା ଅନୁସାରେ ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପାଳନ କରାଯାଏ । ଏଇ ଦିନ ଲଗ୍ନରେ ରୋହିଣୀ ନକ୍ଷତ୍ର ରହିଥାନ୍ତି । ଏହା ଗ୍ରେଗୋରିଆନ (ଇଂରାଜୀ) କ୍ୟାଲେଣ୍ଡରରେ ସର୍ବଦା ଅଗଷ୍ଟ ୧୫ରୁ ସେପ୍ଟେମ୍ବର ୧୫ ଭିତରେ ହିଁ ଆସିଥାଏ । ଉତ୍ତର ଭାରତ ଓ ଦକ୍ଷିଣ ଭାରତରେ ଗଣନା ପଦ୍ଧତିର ବୈଷମ୍ୟ ଯୋଗୁଁ ଏହାର ପାଳନ ଗୋଟିଏ ଦିନ ଆଗପଛ ହୋଇଥାଏ । ଯେପରିକି ଚଳିତ ବର୍ଷ ଗତକାଲି ଉତ୍ତର ଭାରତରେ , ଏପରିକି ଆମ ଓଡ଼ିଶାରେ କେତେକ ପାଳନ କରିଛନ୍ତି । ଆଜି କିନ୍ତୁ ଜନ୍ମାଷ୍ଟମୀ ।ଭାଦ୍ର କୃଷ୍ଣାଷ୍ଟମୀ ଅର୍ଦ୍ଧରାତ୍ର ସମୟରେ ଜନ୍ମାଷ୍ଟମୀ ହିନ୍ଦୁ ଜଗତରେ ପାଳିତ ହୋଇଥାଏ । କିନ୍ତୁ ବିଷ୍ଣୁ ପୁରାଣରେ କୃଷ୍ଣଙ୍କର ଜନ୍ମ ଶ୍ରାବଣମାସ କୃଷ୍ଣ ଅଷ୍ଟମୀରେ ହୋଇଥିବାର ଉଲ୍ଲେଖ ରହିଛି । ମୁଖ୍ୟଚାନ୍ଦ୍ରମାସ ଓ ଗୌଣ ଚାନ୍ଦ୍ରମାସ ଗଣନା ଏ ପ୍ରଭେଦର କାରଣ ବୋଲି ଅନୁମେୟ । ଶ୍ରୀକୃଷ୍ଣ ମାନବ ସମାଜକୁ କର୍ମଯୋଗର ଶିକ୍ଷା ଦେଇଛନ୍ତି । ଶ୍ରୀମଦ୍ଭଗବଦଗୀତାରେ କର୍ମ ଅନୁସାରେ ଫଳ ମିଳିବ ବୋଲି ସେ ଉଲ୍ଲେଖ କରିଛନ୍ତି। ତେଣୁ ଜନ୍ମାଷ୍ଟମୀର ପାଳନ ଅବସରରେ ଜଣେ ପ୍ରକୃତ କର୍ମଯୋଗୀ ହେବାପାଇଁ ଶପଥ ନିଆଯାଏ। ଫଳର ଆଶା ନ ରଖି ବିଶ୍ୱର ସେବା କରିବା ହେଉଛି ପ୍ରକୃତ କର୍ମଯୋଗ । ଗୀତାରେ ଶ୍ରୀକୃଷ୍ଣଙ୍କ ପ୍ରଦର୍ଶିତ ପଥ ଅନୁସରଣ କରି ଯେ କେହି ସ୍ଥିତପ୍ରଜ୍ଞ ହୋଇପାରେ । ମହାପୁରୁଷମାନେ ଦେଖାଇଦେଇଥିବା ପଥରେ ଯାଇ ଇତରଲୋକେ ସୁଖ, ଶାନ୍ତି ଓ ସମୃଦ୍ଧିକୁ ସହଜରେ ହାସଲ କରିପାରିବେ । ଅନେକ ଗବେଷକଙ୍କ ମତରେ ଖ୍ରୀଷ୍ଟପୂର୍ବ ୩୨୨୭ ପୂର୍ଣ୍ଣମାନ୍ତ ଭାଦ୍ର କୃଷ୍ଣ ଅଷ୍ଟମୀ ତିଥିରେ ତାଙ୍କର ଜନ୍ମ ହେଇଥିଲା ।ଅବତାର ଅର୍ଥ ଅବତୀର୍ଣ୍ଣ ହେବା, ଭକ୍ତମାନଙ୍କୁ ଦିବ୍ୟାନନ୍ଦ ପ୍ରଦାନ ନିମିତ୍ତ ଓ ଭଗବତ ଧର୍ମ ଠିକ ସ୍ଥାନରେ ଲାଗି ଦେବକୀଙ୍କ ଗର୍ଭରୁ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ । ଶଙ୍ଖ, ଚକ୍ର, ଗଦା, ପଦ୍ମଧାରୀ ସ୍ୱରୂପରେ ମାତାପିତାଙ୍କୁ ଦର୍ଶନ ଦେଇଥିଲେ । ବାଳକ ରୂପରେ ଲୀଳା ଛଳରେ ଦୈତ୍ୟମାନଙ୍କୁ ସ୍ୱଧାମକୁ ପଠେଇ ପୃଥିବୀର ପାପ ଭାର ଲାଘବ କରିଥିଲେ । ବ୍ରହ୍ମା, ଶଙ୍କର ସନକାଦି ମୂନିଋଷିଙ୍କର ପୂଜ୍ୟ ହୋଇମଧ୍ୟ ସାଧାରଣ ବାଳକ ପରି ଲୀଳା କରୁଥିଲେ ।ମାନବ ଜାତିର ଉନ୍ନତିକଳ୍ପେ ଭଗବାନ ଶ୍ରୀକୃଷ୍ଣ ଭିନ୍ନ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହେଇ ଲୀଳା କରିଥିଲେ । ମହାଭାରତ ଯୁଦ୍ଧକୁ ଏଡେଇବା ପାଇଁ ଶାନ୍ତିର ବାର୍ତ୍ତାନେଇ ଦୁର୍ଯ୍ୟୋଧନଙ୍କ ନିକଟକୁ ଗମନ କରିଥିଲେ।ଏଠାରେ ପଂରବ୍ରହ୍ମ ଶ୍ରୀକୃଷ୍ଣ ଶାନ୍ତିଦୂତର ଭୂମିକା ନିଭାଇ ଥିଲେ । ମହାଭାରତ ଯୁଦ୍ଧକ୍ଷେତ୍ରରେ ଅର୍ଜୁନଙ୍କ ରଥର ସାରଥୀହେଇ ରଥକୁ ସୁଚାରୁ ରୂପେ ଚାଳନା କରିଥିଲେ । ଯୁଦ୍ଧର ପ୍ରାରମ୍ଭରେ ନିଜର ଜ୍ଞାତି କୁଟୁମ୍ବମାନଙ୍କୁ ଅବଲୋକନ କରି ଅର୍ଜୁନଙ୍କ ମନରେ ବିଷାଦ ଆସିଥିଲା ଓ ଯୁଦ୍ଧ ନକରିବା ପାଇଁ ଶ୍ରୀକୃଷ୍ଣଙ୍କୁ ମନାକରିଦେଇଥିଲେ । ଏଠାରେ ଭଗବାନ ଗୁରୁ ରୂପରେ ଅବତୀର୍ଣ୍ଣ ହେଇ ଅର୍ଜୁନଙ୍କୁ ଗୀତାଜ୍ଞାନ ପ୍ରଦାନ କରି ଧର୍ମସ୍ଥାପନ ପାଇଁ ଯୁଦ୍ଧ କରିବାଲାଗି ତାଙ୍କୁ ମନେଇବାରେ ସକ୍ଷମ ହେଇଥିଲେ।କୂଟନୀତି ପ୍ରୟୋଗ କରି ପାଣ୍ଡବମାନଙ୍କୁ ଯୁଦ୍ଧରେ ଜିତାଇଥିଲେ । ଏଠାରେ ତାଙ୍କୁ ବିଚକ୍ଷଣ କୂଟନୀତିଜ୍ଞ ରୂପରେ ମାନ୍ୟତା ଦିଆଯାଏ ।ମହାଭାରତ ଯୁଦ୍ଧରେ ଅର୍ଜୁନଙ୍କୁ ନିମିତ୍ତମାତ୍ର କରି ମାନବ ସମାଜକୁ ଯେଉଁ ସାଂଖ୍ୟଯୋଗ, କର୍ମଯୋଗ, ଜ୍ଞାନଯୋଗ ଓ ଭକ୍ତିଯୋଗ ଶିକ୍ଷାପ୍ରଦାନ କରିଛନ୍ତି,ତାହାକୁ ପାଥେୟ କରି ବିଷୟାସକ୍ତ ଅଜ୍ଞାନ ଜୀବ ନିଜର ସାଧାରଣ ଜୀବନରେ ବାସ୍ତବ ସମସ୍ୟାକୁ ଉପଲବ୍ଧି କରି ନିଜକୁ ଉଦ୍ଧାର କରୁଛନ୍ତି । ଏହା ଭଗବତ ଗୀତା ନାମରେ ବିଶ୍ୱ ବିଖ୍ୟାତ । ଭଗବତ ଗୀତା ବିଶ୍ୱ ସାହିତ୍ୟ ଭଣ୍ଡାରରେ ଏକ ଅନନ୍ୟ ସ୍ଥାନ ଅଧିକାର କରିଛି । ଏଥିରେ ରଚିତ ହେଇଥିବା ଭଗବାନ ଶ୍ରୀକୃଷ୍ଣଙ୍କର ମୁଖନିଃସୃତ ବାଣୀ ଦିବ୍ୟ ଓ ସନାତନ । ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ଦ୍ୱାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବା ନିମନ୍ତେ ମାନବ ରୂପରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଧରାବତରଣ କରିଥିଲେ ଭଗବାନ ବିଷ୍ଣୁ । ଏହା ଥିଲା ତାଙ୍କର ଶ୍ରୀକୃଷ୍ଣ ଅବତାର । କଂସଦ୍ୱାରା ବନ୍ଦୀ ଭଗ୍ନୀ ଦେବକୀଙ୍କ ଗର୍ଭରୁ ବନ୍ଦିଶାଳାରେ ଅର୍ଧ ରାତ୍ରୀରେ ରୋହିଣୀ ନକ୍ଷତ୍ର- ବୃଷରାଶିର ସଂଯୋଗ ସମୟରେ କୃଷ୍ଣ ଜନ୍ମ ଲାଭ କରିଥିଲେ । ବନ୍ଦିଶାଳାରେ ମାତା-ପିତାଙ୍କୁ ଶ୍ରୀକୃଷ୍ଣ ଜଣାଇଥିଲେ ତାଙ୍କର ଧରାବତରଣ ଉଦ୍ଦେଶ୍ୟ । ସେ ଦୁଷ୍ଟ ଶକ୍ତିର ବିନାଶ ଓ ଧର୍ମ ପ୍ରତିଷ୍ଠା ନିମନ୍ତେ ମାନବ ରୂପ ଧାରଣ କରିଛନ୍ତି ଏବଂ ତାଙ୍କର ମାନବ ଲୀଳା ହିଁ ପୃଥିବୀରୁ ସମସ୍ତ ପ୍ରକାର କଳୁଷ ନାଶ କରିପାରିବ । ପୃଥିବୀକୁ କଂସର ଅତ୍ୟାଚାରରୁ ମୁକ୍ତ କରିବା ନିମନ୍ତେ ବ୍ରହ୍ମାଙ୍କ ସହ ଦେବଗଣଙ୍କ ଅନୁରୋଧ ରକ୍ଷାକରି ସେ ଜନ୍ମ ନେଇଛନ୍ତି । ଗୋପରେ ନନ୍ଦରାଜାଙ୍କ ଘରେ ବାଲ୍ୟ ଲୀଳା କରିବେ । ରାକ୍ଷସ ନିପାତ ପାଇଁ ତାଙ୍କୁ ନନ୍ଦରାଜାଙ୍କ ଘରେ ରହିବାକୁ ପଡ଼ିବ, ତେଣୁ ସେଠାରେ ଜନ୍ମ ନେଇଥିବା ବିଜୁଳୀ କନ୍ୟାକୁ ବନ୍ଦୀଶାଳାକୁ ଆଣି ତାଙ୍କୁ ନେଇ ଗୋପପୁରରେ ନନ୍ଦରାଜାଙ୍କ ଘରେ ସମସ୍ତଙ୍କ ଅଗୋଚରରେ ଥୋଇଦେଇ ଆସିବାକୁ ପିତାଙ୍କୁ କହିଲେ । ପରଂବ୍ରହ୍ମଙ୍କ ଆଜ୍ଞାକୁ ମାନି ପିତା ବସୁଦେବ ନବଜାତ ପୁତ୍ରକୁ କୋଳରେ ଧରି ଅନ୍ଧାର ରତିରେ ବାହାରିଲେ । ଜଗନ୍ନାଥ ଦାସଙ୍କ ଭାଗବତରେ ବର୍ଣ୍ଣିତ କଥାମୃତ ଅନୁଯାୟୀ ବନ୍ଦିଶାଳା ଦିବ୍ୟ ଆଲୋକରେ ଆଲୋକିତ ହେଇଗଲା, ବସୁଦେବଙ୍କ ଗୋଡ଼ରୁ ବେଡ଼ି ଖୋଲିଗଲା ଏବଂ ବନ୍ଦିଶାଳାର ଦ୍ୱାର ମଧ୍ୟ ଆପେଆପେ ଖୋଲିଗଲା।ପ୍ରବଳ ବର୍ଷା ସାଙ୍ଗକୁ ଅନ୍ଧାର ରାତିରେ ବସୁଦେବ ପୁତ୍ରକୁ ନେଇ ଉଛୁଳି ଉଠୁଥିବା ଯମୁନା ନଦୀ ପାର ହେଇ ଗୋପପୁର ଗଲେ । ପ୍ରଭୁ ବର୍ଷାରେ ତିନ୍ତି ଯାଉଥିବାରୁ ବାଟରେ ନାଗରାଜା ଅନନ୍ତ ବାସୁକି ନିଜର ବିଶାଳ ଫଣା ଢାଙ୍କି ଚାଲିଲେ।ସବୁ ବାଧାବିଘ୍ନ ଅତିକ୍ରମ କରି ଶ୍ରୀକୃଷ୍ଣଙ୍କୁ ନେଇ ନନ୍ଦଘରେ ଛାଡିଥିଲେ ବସୁଦେବ । ପ୍ରଭୁ ଶ୍ରୀକୃଷ୍ଣଙ୍କ ଏହି ପବିତ୍ର ଜନ୍ମ ଦିନକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ । ହଜାର ହଜାର ବର୍ଷ ଧରି ଆମ ଓଡିଆମାନେ ଏହି ପବିତ୍ର ତିଥି ରେ ସମର୍ପିତ, ଆଧ୍ୟାତ୍ମିକ ଭାବନାରେ ଏହି ପର୍ବ ପାଳନ କରି ଆସୁଛନ୍ତି । ସମଗ୍ର ଓଡ଼ିଶାର ପୁରପଲ୍ଲୀରେ ଏହି ଉତ୍ସବ ମହା ସମାରୋହରେ ପାଳନ କରାଯାଏ । ଏହିଦିନ ଲୋକେ ଉପବାସ ରଖିଥାନ୍ତି ଓ ରାତ୍ରି ୧୨ ଘଟିକାକୁ କୃଷ୍ଣଜନ୍ମ ଉତ୍ସବ ପାଳନ କରିସାରି ଉପବାସ ଭାଙ୍ଗିଥାନ୍ତି। ଏହିଦିନ ଗାଁର ଭାଗବତ ଟୁଙ୍ଗୀମାନଙ୍କରେ ଅଥବା କାହାରି ଘର ବା ମଠ ମନ୍ଦିରରେ ହରିବଂଶ ପୁରାଣ ପାଠ କରାଯାଏ । ହରିବଂଶ ପୁରାଣ ଅତି ଦୀର୍ଘ ହୋଇଥିବାରୁ କେଉଁଠି କେଉଁଠି ଖଣ୍ଡିକିଆ ହରିବଂଶ ପଢ଼ିଥାନ୍ତି । ଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିମାନଙ୍କ ଭିତରେ ଜନ୍ମାଷ୍ଟମୀ ଅନ୍ୟତମ। ଓଡ଼ିଶାରେ ବୈଷ୍ଣବ ମତବାଦର ବହୁଳ ପ୍ରଭାବ ରହିଥିବାରୁ ଏହି ପର୍ବ ଓଡ଼ିଆ ଜନମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛି । ଲୋକମାନେ ମଧ୍ୟ ଜନ୍ମାଷ୍ଟମୀ ବ୍ରତ ବହି ପାଠ କରିଥାନ୍ତି ।ଜନ୍ମାଷ୍ଟମୀର ପରବର୍ତ୍ତୀ ଦିନ ନନ୍ଦୋତ୍ସବ ପାଳନ କରାଯାଏ। ନନ୍ଦରାଜ ଓ ଯଶୋଦାରାଣୀଙ୍କ ଆନନ୍ଦକୁ ମନେ ପକାଇବାପାଇଁ ଏହି ଦିନ ଲୋକେ ଗାୟନ କୀର୍ତ୍ତନ କରିଥାନ୍ତି ଓ ନିଜର ଉପବାସ ଭାଙ୍ଗି ବଡ଼ି ସକାଳୁ ମିଷ୍ଟାନ୍ନ ଆଦାନ ପ୍ରଦାନ କରିଥାନ୍ତି ଓ ସେବନ କରିଥାନ୍ତି । କେବଳ ଓଡ଼ିଶାରେ ନୁହେଁ , ସମଗ୍ର ଭାରତବର୍ଷରେ , ବିଶେଷ କରି ଉତ୍ତର ପ୍ରଦେଶର ମଥୁରା ରେ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରି ଥିବାରୁ ଏଠାରେ ଏହି ଉତ୍ସବ ବିଶେଷ ଭକ୍ତି ଉଲ୍ଲାସର ସହିତ ପାଳିତ ହୋଇଥାଏ । କୃଷ୍ଣଙ୍କର କ୍ରୀଡ଼ାଭୂମୀ ଗୋକୁଳ ଓ ବୃନ୍ଦାବନରେ ଅସଂଖ୍ୟ ଜନଗହଳି ହୋଇଥାଏ ଓ ଏଠାରେ ଏହି ଉତ୍ସବ ପ୍ରାୟ ସାତଦିନବ୍ୟାପି ପାଳିତ ହୋଇଥାଏ। ଗୁଜରାଟର ଦ୍ୱାରକାରେ ଥିବା ଦ୍ୱାରିକାଧିଶ ମନ୍ଦିରରେ ମଧ୍ୟ ଏହି ଉତ୍ସବ ବହୁତ ଆଡ଼ମ୍ବରରେ ପାଳିତ ହୋଇଥାଏ । ଏହାଛଡ଼ା ପଶ୍ଚିମ ବଙ୍ଗରେ ଶ୍ରୀଚୈତନ୍ୟ ଓ ନିତ୍ୟାନନ୍ଦ ମହାପ୍ରଭୁଙ୍କ ଜନ୍ମସ୍ଥାନ ନବଦ୍ୱୀପରେ ମଧ୍ୟ ଜନ୍ମାଷ୍ଟମୀ ହର୍ଷୋଲ୍ଲାସର ସହିତ ପାଳିତ ହୋଇଥାଏ । ଲୋକେ ଉପବାସ ରଖି ଶ୍ରୀକୃଷ୍ଣଙ୍କ ଜନ୍ମ ଓ ଲୀଳା ବର୍ଣ୍ଣନାରେ ସମୃଦ୍ଧ ଶ୍ରୀମଦ୍ଭାଗବତର ଦଶମ ସ୍କନ୍ଧ ପଢ଼ିଥାନ୍ତି । ଜାମ୍ମୁଠାରେ ଏହିଦିନ ଗୁଡ଼ି ଉଡ଼ାଇବାର ପ୍ରଥା ରହିଛି । ସେହିପରି ଜନ୍ମାଷ୍ଟମୀକୁ ମୁମ୍ବାଇ ଏବଂ ପୁନାରେ ଲୋକେ ଦହି ହାଣ୍ଡି ନାମରେ ବେଶୀ ଜାଣିଥାନ୍ତି । ଗୋଟିଏ ମାଟିହାଣ୍ଡିରେ ଘୋଳଦହି ପୁରାଇ ଏକ ନିର୍ଦିଷ୍ଟ ଉଚ୍ଚତାରେ ଏହାକୁ ଓହଳାଇ ଦିଆଯାଇଥାଏ । ଏହାପରେ ଲୋକମାନେ ସମୂହ ତିଆରି କରି ଜଣକ ଉପରେ ଜଣେ ଠିଆହୋଇ ଏକ ମିନାର ଗଠନ କରନ୍ତି ଓ ଉପରେ ଥିବା ଲୋକଟି ଏକ ଶକ୍ତ ଜିନିଷରେ ବାଡ଼େଇ ସେହି ହାଣ୍ଡିକୁ ଭାଙ୍ଗିଥାଏ । ଏଥିପାଇଁ ଅନେକ ନଡ଼ିଆ ବ୍ୟବହାର କରିବାକୁ ପସନ୍ଦ କରିଥାନ୍ତି, କାରଣ ନଡ଼ିଆକୁ ହିନ୍ଦୁ ଧର୍ମରେ ଶୁଭ ବୋଲି ଧରାଯାଏ । ହାଣ୍ଡି ଭାଙ୍ଗି ଗଲା ପରେ ସେଥିରେ ଥିବା ଦହି ସମସ୍ତଙ୍କ ଉପରେ ବହିଯାଏ । ଏହାକୁ ସାମୂହିକ ପ୍ରଚେଷ୍ଚା ବା ଏକତାର ସଫଳତା ବୋଲି ପ୍ରତୀକାତ୍ମକ ରୂପେ ବିବେଚନା କରାଯାଏ । ସହରର ବିଭିନ୍ନ ସ୍ଥାନରେ ହାଣ୍ଡିର ଆୟୋଜନ ବିଭିନ୍ନ ଗୋଷ୍ଠୀର ଲୋକମାନେ କରିଥାନ୍ତି ଓ ନବଯୁବକମାନେ ଏଥିରେ ଭାଗନେଇଥାନ୍ତି । ଏମାନଙ୍କୁ ଗୋବିନ୍ଦ ପାଠକ କୁହାଯାଏ । ଏହି ଗୋବିନ୍ଦପାଠକମାନେ ସହର ସାରା ବୁଲି ବୁଲି ଅଧିକରୁ ଅଧିକ ହାଣ୍ଡିଭାଙ୍ଗିବାକୁ ଚେଷ୍ଟା କରିଥାନ୍ତି ।ଏମାନେ ପରସ୍ପରସହିତ ପ୍ରତିଦ୍ୱନ୍ଦିତା କରିଥାନ୍ତି । କାରଣ ହାଣ୍ଡି ଭାଙ୍ଗିଲେ ସେମାନଙ୍କୁ ଲକ୍ଷ ଲକ୍ଷ ଟଙ୍କାର ପୁରସ୍କାର ମିଳିଥାଏ । କେତେକ ସ୍ଥାନରେ ଏହା ରାଜନୈତିକ ଅଭିସନ୍ଧି ଯୁକ୍ତ ହୋଇଥାଏ । ମୁମ୍ବାଇର ଦରବାର, ଲୋୟର ପାରେଲ, ଓର୍ଲି, ମଜଗାଓଁ, ଲାଲବାଗ୍, ଥାଣେ ଓ ପୁଣେରେ ବାବୁ ଗେନୁ, ମଣ୍ଡାଇରେ ଆୟୋଜିତ ହାଣ୍ଡି ପ୍ରସିଦ୍ଧ । ଟଙ୍କା ଓ ଉପହାର ମିଳୁଥିବାରୁ ମୁମ୍ବାଇରେ ଆୟୋଜିତ ପାଖାପାଖି ୪୦୦୦ ହାଣ୍ଡିପାଇଁ ପ୍ରାୟ ୨୦୦୦ ଗୋବିନ୍ଦ ଦଳ ପ୍ରତିଯୋଗିତା କରିଥାନ୍ତି । ସେହିପରି ମଣିପୁରରେ ଜନ୍ମାଷ୍ଟମୀ କୃଷ୍ଣଜନ୍ମ ନାମରେ ଲୋକପ୍ରିୟ । ଏହା ରାଜ୍ୟର ରାଜଧାନୀ ଇମ୍ଫାଲର ଦୁଇଟି ମୁଖ୍ୟ ମନ୍ଦିର ଯଥାକ୍ରମେ ଗୋବିନ୍ଦଜୀ ମନ୍ଦିର ଓ ଇସ୍କନ (ଆନ୍ତର୍ଜାତୀୟ କୃଷ୍ଣଚେତନା ସମାଜ) ମନ୍ଦିରରେ ପାଳିତ ଏକ ପ୍ରଧାନ ଉତ୍ସବ । କୃଷ୍ଣ ଭକ୍ତମାନେ ମୁଖ୍ୟତଃ ଇସ୍କନ ମନ୍ଦିରରେ ଏକାଠି ହୋଇଥାନ୍ତି । ଦୁଇ ବର୍ଷ ତଳେ ଆମେ ବାଙ୍ଗାଲୋରରେ ଥିବା ସମୟରେ ଦେଖିବାକୁ ପାଇଥିଲୁ ମାଧବା, ଆୟେଙ୍ଗାର, ଶ୍ରୀବୈଷ୍ଣବ ଓ ସ୍ମାର୍ତମାନେ ଏଇ ଉତ୍ସବକୁ ବହୁତ ଆଡ଼ମ୍ବର ସହକାରେ ପାଳନ କରିଥାନ୍ତି । ଶ୍ରକୃଷ୍ଣଙ୍କ ପ୍ରତିମାକୁ ଏକ ସୁସଜ୍ଜିତ ମଣ୍ଡପରେ ସ୍ଥାପନା କରି ତାଙ୍କ ଭକ୍ଷଣମ୍ ନାମକ ସ୍ୱତନ୍ତ୍ରରୂପେ ପ୍ରସ୍ତୁତ ପ୍ରସାଦ ଅନ୍ୟାନ୍ୟ ଫଳମୂଳ ସହିତ ଅର୍ପଣ କରାଯାଏ । କର୍ଣ୍ଣାଟକର ଅନ୍ୟ କେତେକ ସ୍ଥାନରେ ଚକଲି, ଅବଲକ୍କି, ବେଲ୍ଲାଡା ପାନକ ଆଦି ପ୍ରସାଦ ଖାସ ଏଇ ପର୍ବପାଇଁ ପ୍ରସ୍ତୁତ କରାଯାଏ । କିମ୍ବଦନ୍ତୀ ଅନୁସାରେ ସୁଦାମା ଶ୍ରୀକୃଷ୍ଣଙ୍କୁ ଅବଲକି ଦେଇଥିବାରୁ ଏଇଦିନ ହାତରନ୍ଧା ଅବଲକି କୃଷ୍ଣଙ୍କର ସଖା ସୁଦାମାଙ୍କ ପାଇଁ ପାଳନ କରାଯାଏ । ଗମକ ବାଚନ ନାମରେ ଆଉ କେତେକ ଧାର୍ମିକ କାର୍ଯ୍ୟକ୍ରମ ଏଇଦିନ ସନ୍ଧ୍ୟା ସମୟକୁ ଅନୁଷ୍ଠିତ ହୋଇଥାଏ । କ୍ରମଶଃ
ବିଭାଜନ ବିଭୀଷିକା
ବିଭାଜନ ବିଭୀଷିକା
------------------------
ପୂର୍ବ ଅନୁସୃତ ସ୍ବାଧୀନତା ଦିବସ ସନ୍ଧ୍ୟାରେ ଓଡ଼ିଶାର ରାଜ୍ୟପାଳଙ୍କ ଦ୍ବାରା ଆହୂତ ନୈଶ ଜଳପାନ ସମାବେଶ, ଯାହାକୁ ଅନେକ ଆଟହୋମ କୁହାଯାଏ, ତାହା ପରିବର୍ତ୍ତିତ ସରକାରଙ୍କ ସମୟରେ ସ୍ବାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ, ଅର୍ଥାତ୍ ଅଗଷ୍ଟ ୧୪ ତାରିଖ ସନ୍ଧ୍ୟାରେ ରାଜଭବନ ପରିସରରେ ନବନିର୍ମିତ ଅଭିଷେକ ସଭାଗୃହରେ ଆଜି ଆୟୋଜିତ ହୋଇଥିଲା "ବିଭାଜନ ବିଭୀଷିକା ଦିବସ" ସମାବେଶ । ଏହି ସମାବେଶରେ ଓଡିଶାର ରାଜ୍ୟପାଳଙ୍କ ସହିତ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ , ମାନ୍ୟବର ମୁଖ୍ୟମନ୍ତ୍ରୀ , ଓଡ଼ିଶାର ମାନ୍ୟବର ଉଚ୍ଚ ଶିକ୍ଷା ଓ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଯୋଗ ଦେଇଥିଲେ । ନିଜର ସ୍ବଭାବ ସୁଲଭ ଢଙ୍ଗରେ,ତଥ୍ୟ ଆଧାରିତ ସଂକ୍ଷିପ୍ତ ବକ୍ତବ୍ୟରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ବିଭାଜନର ବିଭୀଷିକା ଏବଂ ପରବର୍ତ୍ତୀ ସମୟରେ ସୃଷ୍ଟି ଅନେକ ଅସମାହିତ ପ୍ରଶ୍ନ ସମୂହର ସମାଧାନରେ ନରେନ୍ଦ୍ର ଦାମୋଦର ଦାସଙ୍କ ସରକାର ବିଭିନ୍ନ ପଦକ୍ଷେପର ତଥ୍ୟାର୍ପଣ କରିଥିଲେ । ସେ ମଧ୍ୟ କହିଥିଲେ ଯେ
୧୯୪୭ ମସିହା ଅଗଷ୍ଟ ୧୪ ତାରିଖ ଦିନ କିଛି କୁଚକ୍ରୀଙ୍କ ସହଯୋଗରେ ଭାରତକୁ ବିଭାଜନ କରି ଇଂରେଜମାନେ ଯେଉଁ ଷଡ଼ଯନ୍ତ୍ର ରଚିଥିଲେ, ତାହା ଆଜି ବି ଭାରତୀୟଙ୍କ ପାଇଁ ପୀଡ଼ା ହୋଇ ରହିଛି । ସେହି ସମୟରେ ଆମ ନିଜର ଲୋକେ ଆମଠାରୁ ଦୂରେଇ ଯାଇଥିଲେ । ପ୍ରାୟ ୧ କୋଟି ୭୫ ଲକ୍ଷ ଲୋକଙ୍କର ସ୍ଥାନାନ୍ତରଣ ଦେଶ ଦେଖିଥିଲା । ସେମାନଙ୍କ ବଳିଦାନ ଓ ତ୍ୟାଗକୁ ଆମ ଉତ୍ତର ପିଢ଼ିଙ୍କ ନିକଟରେ ପ୍ରସ୍ତୁତ କରିବାକୁ ଆମ ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ମୋଦିଙ୍କ
ଆହ୍ୱାନକ୍ରମେ ୨୦୨୧ ଠାରୁ ପ୍ରତ୍ୟେକ ବର୍ଷ ଆଜିର ଦିନକୁ ଦେଶ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ରୂପେ ପାଳନ କରୁଛି । ରାଷ୍ଟ୍ରୀୟ ଏକତା ଓ ସାର୍ବଭୌମତ୍ବ ବଳବତ୍ତର ରଖିବା ପାଇଁ ଆଜିର ଦିନରେ ଦେଶବାସୀ ଭୋଗିଥିବା କଷ୍ଟକୁ ଆମେ ସର୍ବଦା ସ୍ମରଣ କରୁଥିବା । ଅତ୍ୟନ୍ତ ପ୍ରାସଙ୍ଗିକ ବକ୍ତବ୍ୟ ପ୍ରଦାନ କରିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହୋଦୟ । ସେ କହିଥିଲେ ଯେ ସଦାସର୍ବଦା ଇତିହାସ ଗୋଟିଏ ଦେଶ, ଗୋଟିଏ ଜାତିର, ଏପରିକି ଗୋଷ୍ଠୀ ବା ଯୌଥ ପରିବାରର ଦର୍ପଣ ସଦୃଶ ,ଭବିଷ୍ୟତର ପଥ ପ୍ରଦର୍ଶିକା । ଏକ ସଚେତନ ସମାଜ ଇତିହାସର ବିନା ଶିକ୍ଷାରେ ଆଗକୁ ବଢିପାରିବ ନାହିଁ । ଇତିହାସରୁ ଆମେ ଶିକ୍ଷା ନେବା ଉଚିତ୍ । ଆମେ ଆମର ଇତିହାସକୁ ପଢ଼ିବା ଓ ବୁଝିବା ସହ କେବେ ବି ଭୁଲିବା ଉଚିତ୍ ନୁହେଁ ବୋଲି ଗୁରୁବାର ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଅବସରରେ ଭୁବନେଶ୍ୱର ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ଯେ ୧୯୪୭ ମସିହା ଅଗଷ୍ଟ ୧୪ରେ ଭାରତ ପାକିସ୍ତାନ ବିଭାଜନ ସମୟରେ ଘୃଣା ଓ ହିଂସା ହେତୁ ଲକ୍ଷ ଲକ୍ଷ ଭାଇ ଓ ଭଉଣୀମାନେ ବିସ୍ଥାପିତ ହେବା ସହ ତ୍ୟାଗ ଏବଂ ବଳିଦାନ ଦେଇଥିଲେ । ସେ ସମୟର ରାଜନୀତି ଓ କୁଟନୀତିର କାରଣରୁ ଏଭଳି ଅଭାବନୀୟ ଘଟଣା ହୋଇଥିଲା । ଏହାର ଦୃଶ୍ୟ, ପୀଡ଼ା ଓ କ୍ଷତ ଏବେ ବି ଅନେକ ଲୋକଙ୍କୁ ମର୍ମାହତ କରୁଛି । ତାହାର ପରିଣାମ ଆଜି ମଧ୍ୟ ଆମେ ଭୋଗୁଛୁ । ମୁଁ ମଧ୍ୟ ଦେଶର ଅନେକ ସୀମାବର୍ତ୍ତୀ ଅଞ୍ଚଳ ଗସ୍ତ କରିବା ବେଳେ ସେହି ଆବେଗର ସ୍ପନ୍ଦନକୁ ଶୁଣିଛି ଓ ଅନୁଭବ କରିବା ପାଇଁ ଚେଷ୍ଟା କରିଛି । ଦେଶ ବିଭାଜନ ବେଳେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କୁ ଶ୍ରୀ ପ୍ରଧାନ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେ ଆହୁରି କହିଛନ୍ତି, ଆମେ ଯେତେବେଳେ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛୁ, ଏହି ଦିନକୁ ଉତ୍ସବ ଭାବରେ ପାଳନ କରିବା ପାଇଁ ନୁହେଁ ବରଂ ସେହି ସମୟରେ ତ୍ୟାଗ ଓ ବଳିଦାନ ଦେଇଥିବା ତଥା କ୍ଷତି ସହିଥିବା ପୂର୍ବଜମାନଙ୍କୁ ମନେ ପକାଇବା ଉଚିତ୍ । ଆମର ଏହି ବିଭାଜନ ବିଭୀଷିକା ସ୍ମୃତିର ଇତିହାସକୁ ଯୁବପିଢିଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୧ ମସିହାରେ ; ଅଗଷ୍ଟ ୧୪କୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଭାବେ ପାଳନ କରିବା ପାଇଁ ଘୋଷଣା କରିଥିଲେ । ଭାରତର ପ୍ରତିଟି ନାଗରିକମାନେ ଏହି ବିଭାଜନ କଥାକୁ ଭୁଲିବା ଉଚିତ୍ ନୁହେଁ । ଏହା ଉପରେ ଶିକ୍ଷା ଆହରଣ କରିବା ସହ ଭାରତ ଉପରେ ତା’ର ପ୍ରଭାବ କ’ଣ ପଡିଥିଲା, ସେହି ବିଷୟକୁ ପାଥେୟ କରି ଇତିହାସକୁ ବୁଝି ଆଗକୁ ବଢିଲେ ହିଁ ଆମ ଦେଶର ସ୍ୱତନ୍ତ୍ରତା ସ୍ଥାୟୀ ହୋଇ ରହିବ । ବିକଶିତ ଭାରତର ମାର୍ଗ ମଧ୍ୟ ପ୍ରଶସ୍ତ କରିପାରିବା ବୋଲି ସେ କହିଥିଲେ । ମାତ୍ର ବାସ୍ତବ ତଥ୍ୟକୁ ଉପଜିବ୍ୟ କରି ଏଯାବତ ବିଭାଜନର ପୃଷ୍ଠଭୂମି ସମ୍ପର୍କରେ ଆଲୋଚନା ନହେବା ଏକ ଭୟଙ୍କର ଐତିହାସିକ ବିଡମ୍ବନା । ଯଦିଓ ବିଭାଜନ ସମ୍ପର୍କରେ "ଫ୍ରିଡମ ଆଟ ମିଡ ନାଇଟି"
ନିଶାର୍ଦ୍ଧରେ ସ୍ବାଧୀନତା ପୁସ୍ତକରେ ସମ୍ୟକ ସୂଚନା ଦେଇଥିଲେ ଡୋମିନିକି ଲାପିଅର ଓ ଲେରି କୋଲିନ୍ସ। କଥା ହେଉଛି କୌଣସି ଘଟଣା ରାତାରାତି ହୋଇନଥାଏ ବା ହଠାତ ହୋଇ ନଥାଏ । ଏକ ଯୋଜନାବଦ୍ଧ ଧାରାବାହିକ କ୍ରିୟାର ପ୍ରତିକ୍ରିୟା ପରିଣତି, ରାଜନୈତିକ, ଆଧ୍ୟାତ୍ମିକ, ସାମାଜିକ , ସିଦ୍ଧାନ୍ତ ଗତ ,ଅବକ୍ଷକ୍ଷୀ ଲୋକ ଓ କ୍ଷମତା ଲିପ୍ସୁ ନେତୃ ଚରିତ୍ର କୁ ଉପଜିବ୍ୟ କରି ଘଟିଥାଏ ଏକ ବିଡମ୍ବନା, ଯାହାର ପ୍ରତିଫଳନରେ ସମାଜ ହୋଇଚାଲିଥାଏ କ୍ଷତାକ୍ତ ।ଏଠାରେ ପ୍ରସଙ୍ଗ କ୍ରମେ ଉଲ୍ଲେଖଯୋଗ୍ୟ ଯେ ୧୯୪୭ ମସିହା , ଜୁନ୍ ୩ ତାରିଖ, ଅବିସ୍ମରଣୀୟ ଇତିହାସରେ ଏହି ଦିନ ଯେବେ ଭାରତର ୪୦ କୋଟି ଲୋକଙ୍କ ସ୍ୱାଧୀନତାର ଦିନ ଭାବେ ୧୫ ଅଗଷ୍ଟକୁ ନିର୍ଣ୍ଣୟ କରାଯାଇଥିଲା । ତାସହିତ ମହମ୍ମଦ ଅଲ୍ଲୀ ଜିହ୍ନାଙ୍କ ପାକିସ୍ତାନ ଗଠନ କରିବାର ସ୍ୱପ୍ନ ମଧ୍ୟ ପୂରଣ ହୋଇଯାଇଥିଲା ।ଭାରତ-ପାକିସ୍ତାନର ବିଭାଜନ ପାଇଁ ପାଖାପାଖି ୭୩ ଦିନର ସମୟ ଦିଆଯାଇଥିଲା । କିନ୍ତୁ ଏହି ବିଭାଜନ ଏତେବି ସହଜ ନଥିଲା । ଦେଶର ବିଭାଜନ, ମାଟିର ବିଭାଜନ, ନଈର ବିଭାଜନ, ଭାରତରେ ଥିବା ନଗଦ ଟଙ୍କାର ବିଭାଜନ । ଏହାଛଡା ରିଜର୍ଭ ବ୍ୟାଙ୍କରେ ଥିବା ସୁନା ଇଟା, କଳା କୋତରା ନୋଟ ସହ ଭାରତରେ ଥିବା ଗୋଟିଏ ଗୋଟିଏ ଡାକ ଟିକେଟର ବିଭାଜନ ହେବାକୁ ଥିଲା ।ଏହି ବିଭାଜନ ପାଇଁ ଦୁଇ ଅନୁଭବିଙ୍କୁ ଚୟନ କରାଗଲା । ଯାହାଙ୍କ ଭିତରୁ ଜଣେ ଥିଲେ ଏଚ. ଏମ୍. ପଟେଲ ଓ ଅନ୍ୟ ଜଣଙ୍କ ଥିଲେ ଚୌଧୁରୀ ମହମ୍ମଦ ଅଲ୍ଲୀ ।ଏହି ଦୁଇ ଅଧିକାରୀଙ୍କ ତଳେ ଅନେକ ଛୋଟ ବଡ଼ ଅଧିକାରୀ ଥିଲେ, ଯେଉଁମାନେ ଅଲଗା ଅଲଗାସ୍ଥାନରୁ ରିପୋର୍ଟ ତିଆରି କରି ଏହି ଦୁଇ ଅଧିକାରୀଙ୍କ ନିକଟକୁ ପଠାଉ ଥିଲେ । ସେହି ରିପୋର୍ଟ ଆଧାରରେ ଦୁଇ ଅଧିକାରୀ ବିଭାଜନର ସିଫରିସ ପ୍ରସ୍ତୁତ କରୁଥିଲେ ।ଯାହାକୁ ପରେ ବିଭାଜନ ପରିଷଦ ପାଖକୁ ପଠା ଯାଉଥିଲା । ଏହି ବିଭାଜନ ପରିଷଦର ଅଧକ୍ଷ ଥିଲେ ଲର୍ଡ଼ ମାଉଣ୍ଟ ବେଟନ।
ବିଭାଜନ ଆରମ୍ଭ ହେଲା ପ୍ରଥମେ ଦେଶର ନାମରୁ । ‘ଭାରତ’ ନାମ ପାଇଁ ଉଭୟ ପାକିସ୍ତାନ ଓ ଭରତ ଭିତରେ ପ୍ରଥମେ ଟଣା ଓଟରା ହୋଇଥିଲା । ସେସମୟରେ କଂଗ୍ରେସ ଏହି ବହୁମୂଲ୍ୟ ସମ୍ପତ୍ତି ର ଦାବି ରଖି ଥିଲା । ଅସଲରେ ଭାରତର ନାମ ବଦଳାଇ ହିନ୍ଦୁସ୍ତାନ ରଖିବାକୁ ପ୍ରସ୍ତାବ ଆସିଥିବା ବେଳେ କଂଗ୍ରେସ ଏହି ପ୍ରସ୍ତାବକୁ ଖାରଚ କରିଦେଇଥିଲା । କଂଗ୍ରେସ କହିଥିଲା “ପାକିସ୍ତାନ ଭାରତକୁ ଛାଡିକି ଯାଉଛି, ତେଣୁ ଭାରତ ନାମର ଅସଲ ହକଦାର ଆମେ ହିଁ ଅଟୁ” । ଏ କ୍ଷେତ୍ରରେ ପାକିସ୍ତାନକୁ ନିରାଶ ହେବାକୁ ପଡିଥିଲା । ଏହି ବିଭାଜନ ବେଳେ ସବୁଠୁ ବେଶି ତୁତୁ- ମେମେ ହୋଇଥିଲା ପଇସାକୁ ନେଇକି । ଝଗଡା ଏତେ ବଢିଗଲା ଯେ, ଏଚ. ଏମ୍ ପଟେଲ ଓ ଚୌଧୁରୀ ମହମ୍ମଦ ଅଲ୍ଲି ଗୋଟିଏ ନିଷ୍ପତ୍ତିରେ ନପହଂଚିବା ଯାଏଁ ସର୍ଦ୍ଦାର ପଟେଲଙ୍କ ଘରର ଗୋଟିଏ ବଖରାରେ ଦୁହିଁଙ୍କୁ ବନ୍ଦ କରିଦିଆଗଲା। ସେ ଯାହାବି ହେଉ ଅନେକ ଦିନ ସୌଦାବାଜୀ ପରେ, ଏ ଦୁଇ ଜଣ ଏହି ନିଷ୍ପତ୍ତି ନେଲେ ଯେ ଭାରତର ବ୍ୟାଙ୍କରେ ଥିବା ଟଙ୍କା ଓ ଇଂରେଜ ମାନଙ୍କଠାରୁ ମିଳିଥିବା ଟଙ୍କାର ୧୭.୫% ଭାଗ ପାକିସ୍ତାନ କୁ ମିଳିବ । ଏହା ବଦଳରେ ପାକିସ୍ଥାନ ଭାରତ ଉପରେ ଥିବା ଋଣର ୧୭.୫% ସୁଝିବ ବୋଲି ନିଷ୍ପତ୍ତି ନିଆଗଲା ।ଏହାଛଡା ଭାରତ ସରକାରଙ୍କ ସରକାରୀ କାର୍ଯ୍ୟାଳୟରେ ଥିବା ସମ୍ପତ୍ତି ଭିତରୁ ୮୦ ପ୍ରତିଶତ ଭାଗ ଭାରତକୁ ଓ ୨୦ ପ୍ରତିଶତ ଭାଗ ପାକିସ୍ତାନକୁ ଦିଆ ଯିବାର ନିଷ୍ପତ୍ତି କରାଗଲା । ଚେୟାର ଟେବୁଲ ଠାରୁ ଆରମ୍ଭ କରି ଟାଇପ ରାଇଟର ଯାଏଁ ସମସ୍ତ ଜିନିଷର ଭାଗ ହେବା ଆରମ୍ଭ ହୋଇଗଲା । ଏହି ବିଭାଜନରେ ୧୮,୦୭୭ ମାଇଲ ଲମ୍ବ ସଡ଼କରୁ ୪୯୧୩ ମାଇଲ ସଡ଼କ ଓ ୨୬,୪୨୧ ମାଇଲ ରେଳ ଲାଇନରୁ ୭,୧୧୨ ମାଇଲ ରେଲ ଲାଇନ ପାକିସ୍ତାନ ଭାଗରେ ପଡ଼ିଥିଲା ।ଖାଲି ଏତିକି ନୁହେଁ, ଭରତର ଲାଇବ୍ରେରୀରେ ଥିବା ବହି ଗୁଡିକୁ ମଧ୍ୟ ଦୁଇ ଦେଶ ମଧ୍ୟରେ ବଣ୍ଟା ଯାଇଥିଲା ।ଭାରତରେ ନୋଟ ଛାପିବା ପାଇଁ ଗୋଟିଏ ହି ପ୍ରେସ ଥିଲା । ଭାରତ ଏଥିରୁ ଭାଗ ଦେବାକୁ ସଫା ସଫା ମନ କରି ଦେଇଥିଲା । ଯାହାଫଳରେ ଭାରତୀୟ ନୋଟରେ ପାକିସ୍ତାନୀ ମୋହର ମାରି କିଛିଦିନ ପାଇଁ କାମ ଚଳାଇଥିଲା ପାକିସ୍ତାନ । ବିଭାଜନର ପରିବେଶ
ଏତେ ଚରମ ପରିସ୍ଥିତିରେ ଥିଲା ଯେ କିଛି ପାକିସ୍ତାନୀ ମୁସଲମାନ ଚାହୁଁଥିଲେ କି ତାଜମହଲକୁ ଭାଙ୍ଗୀ ପାକିସ୍ତାନ ନେଇଯିବା ପାଇଁ, ସେହିଭଳି କିଛି ହିନ୍ଦୁ ସାଧୁଙ୍କ ମତ ଆନୁସାରେ ସିନ୍ଧୁ ନଦୀ ଯାହା କୂଳରେ ବସି ଅନେକ ବେଦ ପୁରାଣ ଲେଖା ଯାଇଛି କୌଣସି ବି ପରିସ୍ଥିତିରେ ତାହା ଭାରତରେ ରହିବା ଉଚିତ ।ସବୁ ବିଭାଜନ ସହ ଭାରତୀୟ ସେନାର ମଧ୍ୟ ବିଭାଜନ କରା ଯାଇଥିଲା । ସମୁଦାୟ ସେନାର ୨/୩ ଯବାନ ଭାରତ ଭାଗରେ ରହିବା ବେଳେ ପାକିସ୍ତାନ ଭାଗରେ ପଡିଥିଲା ୧/୩ ଭାଗ ।ବିଭାଜନର ଏହି ପ୍ରକ୍ରିୟାରୁ ଗୋଟିଏ ଜିନିଷକୁ ଦୂରରେ ରଖାଯାଇଥିଲା । ଏବଂ ତାହା ହେଉଛି ଭାରତର ଗୁପ୍ତଚର ବିଭାଗ । ଏହି ବିଭାଗର ଏକ ଫାଇଲ ତ ଦୂରର କଥା କାଳି ଟିକେ ମଧ୍ୟ ଦେବାକୁ ଏହାର ଅଧିକାରୀମାନେ ମନା କରି ଦେଇଥିଲେ ।
କଳା ଭୂମି ମହୋତ୍ସବ -୧୪
କଳା ଭୂମି ମହୋତ୍ସବ -୧୪
( ପୂର୍ବ ଆଲୋଚନା ପରେ)
ଶ୍ରୀମନ୍ଦିର ଇତିହାସରୁ ଜଣାଯାଏ, ହେରାପଞ୍ଚମୀ ଉତ୍ସବ ଗଜପତି ମହାରାଜା କପିଳେନ୍ଦ୍ରଦେବଙ୍କ ସମୟରୁ ପାଳିତ ହୋଇଆସୁଅଛି । ଏହାପୂର୍ବରୁ ଏହି ଉତ୍ସବ କେବଳ ପ୍ରତୀକାତ୍ମକ ଭାବେ ଏକ ପୂଜାମନ୍ତ୍ର ବିଧିରେ ପାଳିତ ହେଉଥିଲା । ମାଦଳା ପାଞ୍ଜିର ବର୍ଣ୍ଣନାନୁସାରେ, ସେତେବେଳେ ମା ମହାଲକ୍ଷ୍ମୀ ଓ ଶ୍ରୀ ଜଗନ୍ନାଥଙ୍କୁ ଦୀପ ତଥା ଅନ୍ୟାନ୍ୟ ପବିତ୍ର ଦ୍ରବ୍ୟରେ ପୂଜା କରାଯାଉଥିଲା । ପରବର୍ତ୍ତୀ ସମୟରେ ରାଜା କପିଳେନ୍ଦ୍ର ଦେବଙ୍କଦ୍ୱାରା ମହାଲକ୍ଷ୍ମୀଙ୍କ ଏକ ସୁବର୍ଣ୍ଣ ପ୍ରତିମାନେଇ ଲୌକିକ ପୂଜାଚାର ପଦ୍ଧତିରେ ମହାଡମ୍ବରରେ ଏହି ଉତ୍ସବ ପାଳନ କରାଗଲା ।ଏହି ପବିତ୍ର ହେରାପଞ୍ଚମୀ ପାଳନ ମାଧ୍ୟମରେ ସାମାଜିକ ଜୀବନରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଅନାବିଳ ପ୍ରେମର ଏକ ଭିନ୍ନ ପରିପ୍ରକାଶ ହେବା ସହ ଏହା ଗୃହସ୍ଥମାନଙ୍କ ପାଇଁ ଏକ ଶିକ୍ଷଣୀୟ ଚଳଣୀର ବାର୍ତ୍ତା ବହନ କରୁଛି । ରଥଯାତ୍ରାର ପାଞ୍ଚଦିନ ଅର୍ଥାତ ଆଷାଢ଼ ଶୁକ୍ଳ ପଞ୍ଚମୀ ଦିନକୁ ହେରାପଞ୍ଚମୀ କୁହାଯାଏ । ରଥଯାତ୍ରାରେ ଜଗନ୍ନାଥ ନିଜ ପତ୍ନୀଙ୍କୁ ଉପେକ୍ଷା କରି ନିଜର ଭାଇ ଓ ଭଉଣୀଙ୍କୁ ନେଇ ଗୁଣ୍ଡିଚା ମନ୍ଦିର ଯିବାପରେ, ମହାଲକ୍ଷ୍ମୀ ରୋଷ ହୋଇ ଏହାର କାରଣ ପଚାରିବା ନିମନ୍ତେ ଏକ ସୁସଜ୍ଜିତ ପାଲିଙ୍କିରେ ଆଡ଼ପ ମଣ୍ଡପକୁ ଯାତ୍ରା କରିଥାନ୍ତି । ତେବେ ମହାଲକ୍ଷ୍ମୀଙ୍କ କ୍ରୋଧ ଜର୍ଜରିତ ରୂପ ଦେଖି ମହାପ୍ରଭୁଙ୍କ ସେବକମାନେ ଗୁଣ୍ଡିଚା ମନ୍ଦିରର ମୁଖ୍ୟଦ୍ୱାର ବନ୍ଦ କରିଦିଅନ୍ତି । ନାକଚଣା ବାଟ ଦେଇ ଜଗମୋହନକୁ ଯାଇ ବିମଳାଙ୍କ ପ୍ରଦତ୍ତ କର୍ପୁରରେ ଲକ୍ଷ୍ମୀ ଆଳତି କରନ୍ତି । ପତ୍ନୀଙ୍କ ରାଗ ଶାନ୍ତ କରିବା ପାଇଁ ମହାପ୍ରଭୁ ଦୁଇଦିନ ମଧ୍ୟରେ ଫେରିଯିବାର ପ୍ରତିଶ୍ରୁତି ଦେଇ ରଥ ଦକ୍ଷିଣ ମୋଡ଼ କରିବା ନିମନ୍ତେ ବରାଦ କରିଥାନ୍ତି । ଲୋକାଚାର ଦୃଷ୍ଟିରୁ ଜଗନ୍ନାଥ ଲକ୍ଷ୍ମୀଙ୍କୁ ସିଂହାସନ ପାଖକୁ ନ ନେବାରୁ କ୍ରୋଧ ଜର୍ଜରିତା ପତ୍ନୀ ରଥର କିଛି ଅଂଶ ଭାଙ୍ଗି ଦେଇ ହେରାଗୌରୀ ସାହି ବାଟେ ଫେରି ଆସନ୍ତି । ଜଗନ୍ନାଥ ନିଜ କଥା ରଖିବାରେ ଅସଫଳ ହେବାରୁ ଫେରିବା ଦିନ ବଳଭଦ୍ର ଓ ସୁଭଦ୍ରା ନିଳାଦ୍ରୀ ମଣ୍ଡପକୁ ବିଜେ କଲେ ମଧ୍ୟ ପ୍ରଭୁଙ୍କ ପାଇଁ ଦ୍ୱାର ବନ୍ଦ ରହେ । ଏହା ଲକ୍ଷ୍ମୀ ନାରାୟଣ କଳି ଭାବେ ପରିଚିତ ।'ଯାତ୍ରା ଭାଗବତ'ରେ କୁହାଯାଇଛି "ତତୋ ଗୁଣ୍ଡିଚାନନ୍ତରଂ ପଞ୍ଚମ ଦିବସେ ହେରା ପଞ୍ଚମୀ ଭବତି " । ତେବେ ହେରା ପଞ୍ଚମୀ ନୀତି ସମ୍ପର୍କରେ ବାମଦେବ ସଂହିତରେ ବିଶେଷ ଭାବେ ବର୍ଣ୍ଣନା ହୋଇଥିବା ଜଣାଯାଏ । ପୁରୀ ଓଡ଼ିଆ ମଠରେ ସଂରକ୍ଷିତ ରଥ "ଚକଡ଼ା ପୋଥି"ର ବର୍ଣ୍ଣନା କରାଯାଇଛି ଯେ ୭ ଜଣ ରାଜା ଭାନୁ ବାସୁଦେବ ନାମରେ ରାଜୁତି କରିବା ପରେ କପିଳେଶ୍ୱର ଦେବ ହେରା ଯାତ୍ରାରେ ବିଧାନକୁ ଆଟୋପରେ କରାଇଲେ । ପୂର୍ବରୁ ମନ୍ତ୍ର ବାକ୍ୟରେ ଲକ୍ଷ୍ମୀ ନାରୟଣ ବନ୍ଦାପନା କରା ଯାଉଥିଲା। ଯାତ୍ରାର ୫ମ ଦିବସରେ କପିଳେଶ୍ୱର ସୁବର୍ଣ୍ଣ ଲକ୍ଷ୍ମୀ ଗଡା଼ଇ ହେରା ଗୋହିରୀ ବସାଇ ଆଡ଼ମ୍ବରରେ ପଞ୍ଚ ପାଣ୍ଡବଙ୍କୁ ନେଇ ହେରା ପଞ୍ଚମୀ କଲେ "।ଗୁଣ୍ଡିଚାୟା ପଞ୍ଚମ ଦିବସେ ବିମାନେପରି ଶ୍ରୀମହାଲକ୍ଷ୍ମୀ ଗୃହୀତ୍ୱା ରଥ ସମୀପେ ତିଷ୍ଠେତ୍ ।
ତତୋ ଜନାନ୍ ପ୍ରେକ୍ଷୟିତ୍ୱା ଜଗନ୍ନାଥ ଦେବସ୍ୟ ସେବକାନାନ ୟେତ୍ । ତାନ୍ ଲକ୍ଷ୍ମୀ ସମୀପେ ସ୍ଥାପୟିତ୍ୱା ତତ୍ର ଦାସୀଦାସୟୋ ଉକ୍ତି ପ୍ରତ୍ୟୁକ୍ତି ର୍ଭବତି। ତତୋ ମହାଲକ୍ଷ୍ମୀ ଜଗନ୍ନାଥ ଦେବସ୍ୟ ସମୀପଂ ଗତ୍ୱା ସଂମୁଖେ ତିଷ୍ଠେତ୍ । ତତୋ ଦେବଂ କର୍ପୂରାତ୍ରିକଂ ଦଦ୍ୟାତ୍ । ଏତଦାରାତ୍ରିକଂ ଲକ୍ଷ୍ମୀ ଦତ୍ୱା ଦୁର୍ବାକ୍ଷତୈ ର୍ଦେବଂ ଦେବୀଂ ଚ ବନ୍ଦାପୟେତ୍ । ତତୋ ଜଗନ୍ନାଥ ଦେବସ୍ୟ ପ୍ରାସାଦ ମାଳଂ ଲକ୍ଷ୍ମୀ ଦଧ୍ୟାତ୍ । ତତୋ ଲକ୍ଷ୍ମୀଃ କର୍ପୂର, ଚନ୍ଦନଂ ମୋହନ ଚୂର୍ଣ୍ଣଂ ଗୃହୀତ୍ୱା ଦେବସୋପରି ପ୍ରକ୍ଷିପେତ୍ । ତତଃ ସ୍ୱଗୃହଂ ପ୍ରତି ଦେବୀ ମାନୟେତ୍ । ଲକ୍ଷ୍ମୀ ସ୍ୱସ୍ଥାନେ ପ୍ରବେଶୟେତ୍ "। ହେରା ପଞ୍ଚମୀ ଯାତ୍ରା ସମ୍ପର୍କରେ ଏକ ସୁନ୍ଦର ଜନଶୃତି ବା ଆଖ୍ୟୟିକା ରହିଛି। ତାହା ହେଲା, ଜଗନ୍ନାଥ ତାଙ୍କର ଭ୍ରାତା ଓ ଭଗିନୀଙ୍କ ସହ ରଥରେ ଗୁଣ୍ଡିଚା ଘରକୁ ଯାତ୍ରା କରିବା ଫଳରେ ପତି ବିରହ ବିଧୁରା ଲକ୍ଷ୍ମୀ ଠାକୁରାଣୀ ସ୍ୱକୀୟ ବିରହ ବ୍ୟଥା ଭଗିନୀକଳ୍ପା ବିମଳାଦେବୀଙ୍କ ପାଖରେ ବର୍ଣ୍ଣନା କରି ପ୍ରତିକାରର ପରାମର୍ଶ ଚାହିଁଥିଲେ। ଏହି ବିଷୟ ବାମଦେବ ସଂହିତାରେ ବର୍ଣ୍ଣନା ହୋଇଛି। ବିମଳାଦେବୀ ଲକ୍ଷ୍ମୀଙ୍କୁ ସାନ୍ତ୍ୱାନା ବାକ୍ୟରେ ବୁଝାଇ କହିଥିଲେ ଯେ, ସ୍ୱାମୀ ଯଦି କେବେ ବିବେକ ଶୂନ୍ୟ ହୋଇ ଅକରଣୀୟକୁ କରଣୀୟ ବୋଲି ମନେ କରନ୍ତି, ତେବେ ତାଙ୍କୁ ଉଚ୍ଚାଟିତ କରିବାକୁ ପଡିଥାଏ। ତେଣୁ ତୁମ ମୋହଚୂର୍ଣ୍ଣ ନେଇ ସ୍ୱାମୀଙ୍କ ନିକଟକୁ ଯାତ୍ରା କରିବା ଉଚିତ୍ । ଏହି ମରାମର୍ଶ ଦେବାରୁ ଶ୍ରୀଗୁଣ୍ଡିଚାର ପଞ୍ଚମ ଦିବସରେ ଲକ୍ଷ୍ମୀ ଠାକୁରାଣୀ ଗୁଣ୍ଡିଚା ମନ୍ଦିରକୁ ଯାଇଥିଲେ । ଲକ୍ଷ୍ମୀ ଶ୍ରୀମନ୍ଦିରରୁ ଶ୍ରୀଜୀଉଙ୍କର ଦର୍ଶନ ନିମନ୍ତେ ଗୁପ୍ତରେ ଯାଇ ଏକାନ୍ତରେ ଦର୍ଶନ କରି ମୋହାଞ୍ଜନରେ ପ୍ରଭୁଙ୍କୁ ମୁଗ୍ଧ କରିଥିବାରୁ ପରେ ପ୍ରତ୍ୟାଗମନ ପାଇଁ ରଥ ଦକ୍ଷିଣାଭିମୁଖ କରାଯିବା ନିମନ୍ତେ ଆଦେଶ ଦିଆଗଲା । ଯାହା ଫଳରେ କି ହେରା ପଞ୍ଚମୀର ପ୍ରରଦିନ ପ୍ରଭୁଙ୍କର ଆଜ୍ଞାମାଳ ଦିଆଯାଇ ରଥ ଦକ୍ଷିଣମୋଡ଼ ହୋଇଥାଏ।ଶ୍ରୀଜଗନ୍ନାଥ ମନ୍ଦିରର ସ୍ୱତ୍ତ୍ୱଲିପିରେ ହୋଇଥିବା ଉଲ୍ଲେଖ ପ୍ରକାରେ ହେରା ପଞ୍ଚମୀ ଦିନ ଶ୍ରୀମନ୍ଦିରର ଭଣ୍ଡାର ଘରେ ବିଜେ ହୋଇଥିବା ଲକ୍ଷ୍ମୀ ଠାକୁରାଣୀଙ୍କୁ ପାଳିଆ ମହାଜନ ସେବକମାନେ ମାଜଣା କରନ୍ତି। ଏହା ପରେ ବନକ ଲାଗି, ପାଟ ଶାଢ଼ୀ଼, ଅଳାଙ୍କାର ଇତ୍ୟାଦି ଲାଗି ହୋଇ ବେଶ ବଢ଼ିବା ପରେ ପୂଜାପଣ୍ଡା ସେବକଙ୍କଦ୍ୱାରା ପନ୍ତି ଭୋଗ ହୋଇଥାଏ। ତତ୍ପରେ ବଟବୃକ୍ଷ ତଳେ ରହିଥିବା ବିମାନକୁ ଲକ୍ଷ୍ମୀ ବିଜେ କରିଥାନ୍ତି।
ବିମାନବଡ଼ୁ ସେବକମାନେ ବିମାନକୁ ଧାରଣ କରି ଘଣ୍ଟ, କାହାଳି, ଛତା ସହ ସିଂହଦ୍ୱାର ଦେଇ ବଡ଼ଦାଣ୍ଡରେ ନେଇ ଗୁଣ୍ଡିଚା ଘର ସମ୍ମୁଖସ୍ଥ ଜଗନ୍ନାଥ ମହାପ୍ରଭୁଙ୍କ ରଥ ପାଶରେ ରଖିଥାନ୍ତି। ଏଠାରେ ପତିମହାପାତ୍ର ପ୍ରସାଦ ଲାଗି, ବନ୍ଦାପନା, ଚାମର ଆଲଟ,ଘସା ବିଡିଆ ଓ ହଦି ପଟି ମଣୋହି କରନ୍ତି। ଏ ସମୟ ମଧ୍ୟରେ ଗୁଣ୍ଡିଚା ଘରେ ଠାକୁରମାନଙ୍କର ମଧ୍ୟାହ୍ନ ଧୂପ ସରି ଶାଢ଼ୀ଼ ଲାଗି ହୋଇ ଆଳତି ବଢ଼ିଥାଏ। ଆଳତି ପରେ ଜଗନ୍ନାଥ ମହାପ୍ରଭୁଙ୍କ ବାଡ଼ରେ ପଞ୍ଚାମୃତ ମହାସ୍ନାନ ଓ ତିନି ବାଡ଼ରେ ସର୍ବାଙ୍ଗ ହୋଇ ବେଶ ବଢେ। ତତ୍ପରେ ସନ୍ଧ୍ୟା ଧୂପ ଉଠି ପୂଜା ବସିଥିବା ସମୟେ ମହାଲକ୍ଷ୍ମୀ ରଥ ପାଖରେ ନୀତି ବଢ଼ାଇ ଜଗମୋହନର ଜୟବିଜୟ ଦ୍ୱାରଠାକୁ ଆସିଥାନ୍ତି। ଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଆସି ଲକ୍ଷ୍ମୀଙ୍କୁ ଦିଆଯିବା ପରେ ପୂଜା ବଢ଼ି ଧୂପ ଦୀପ ଦିଆଯାଇ ଟେରା ପଡେ । ଏହା ପରେ ଲକ୍ଷ୍ମୀଙ୍କ ବିମାନ ଜଗମୋହନରୁ ନାକଚଣା ଦୁଆର ପାଖରେ ରହିଥାଏ। ସେଠାରେ ଭିତରଚ୍ଛ ମହାପାତ୍ର ଗରାବଡ଼ୁ ସେବକଙ୍କଠାରୁ ହାତୁଆଣି ନେଇ ବନ୍ଦାପନା ଓ ଦହି ପଟି ମଣୋହି କରନ୍ତି। ଉପରୋକ୍ତ ନୀତି ଶେଷ ହେବାପରେ ଲକ୍ଷ୍ମୀଙ୍କ ବିମାନ ଜଗନ୍ନାଥଙ୍କ ରଥ ପାଖକୁ ନିଆଯାଇ ରଥ କାଠ ଖଣ୍ଡିଏ ଭାଙ୍ଗି ଦିଆଯିବା ପରେ ହେରା ଗୋହିରୀ ସାହି ବାଟେ ଲକ୍ଷ୍ମୀଙ୍କୁ ବଡ଼ ଦେଉଳକୁ ବାହୁଡା଼ ବିଜେରେ ଅଣାଯାଏ। ଉଭୟ ଆସିବା ଓ ବାହୁଡା଼ ବିଜେ ସମୟରେ ଲକ୍ଷ୍ମୀ ଠାକୁରାଣୀଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ମଠ, ସେବକ, ଜାଗା, ଆଖଡା଼ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ତରଫରୁ ବଡ଼ଦାଣ୍ଡ, ହେରାଗୋହିରୀ ସାହି ଓ ମଠ ବିଜେ ସ୍ଥଳୀଠାରେ ପନ୍ତି ଭୋଗ କରାଯାଇଥାଏ।
କ୍ରମଶଃ
ମହାର୍ଘ୍ୟ ଦିବସ-୧
ମହାର୍ଘ୍ୟ ଦିବସ
------------
ଆଜି ଅଗଷ୍ଟ,୯ ତାରିଖ,ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏକ ମହାର୍ଘ୍ୟ ଦିବସ । ଆଜି ପବିତ୍ର ଗହ୍ମା ପୂର୍ଣ୍ଣିମା ବା ଶ୍ରାବଣ ପୂର୍ଣ୍ଣିମା, ବଡ଼ ଠାକୁର ବଳଭଦ୍ରଙ୍କ ଜନ୍ମ ଦିନ, ରକ୍ଷା ବନ୍ଧନ ଏବଂ ଓଡ଼ିଆଙ୍କ ସର୍ବକାଳୀନ ଆଦର୍ଶ ମହାପୁରୁଷ , ବହୁମୁଖି ପ୍ରତିଭାଦୀପ୍ତ ବ୍ୟକ୍ତିତ୍ଵ , ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ । ଏଠାରେ ଉଲ୍ଲେଖଯୋଗ୍ୟଯେ ଜ୍ୟୈଷ୍ଠ ପୂର୍ଣ୍ଣିମା ଯେପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜନ୍ମ ଦିନ , ଠିକ୍ ସେହିପରି ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ବଡ଼ ଠାକୁର ଶ୍ରୀ ବଳଭଦ୍ରଙ୍କ ଜନ୍ମଦିନ । କୃଷି ପ୍ରଧାନ ରାଜ୍ୟ ଆମ ଓଡ଼ିଶାର ପ୍ରତ୍ୟେକ ପର୍ବପର୍ବାଣୀ କୃଷି ଆଧାରିତ । ଆମେ ସମସ୍ତେ ଜାଣନ୍ତି ଯେ ଆଜି ମାର୍କଣ୍ଡେଶ୍ୱର ପୁଷ୍କରିଣୀର ଜନ୍ମବେଦୀରେ ବଡ଼ ଠାକୁରଙ୍କ ଶିଶୁ ମୂର୍ତ୍ତି ନିର୍ମାଣ କରାଯାଇ ସ୍ବତନ୍ତ୍ର ବିଧି ବା ନୀତିକାନ୍ତିରେ ଜନ୍ମୋତ୍ସବ ପାଳନ କରାଯାଏ । ଭାଗବତରେ ସଦ୍ୟଜାତ ଶିଶୁ ବଡ଼ ଠାକୁରଙ୍କ ରୂପ ବର୍ଣ୍ଣନା କରାଯାଇ କୁହାଯାଇଛି ଯେ
" ସିଂହ ପୌର୍ଣ୍ଣମୀ ଦିନ ସାର
ରୋହିଣୀ ପ୍ରସଵେ କୁମର
ଧବଳ ଜ୍ୟୋତି ରୂପ ପୁଣି
ଶିରେ ଶୋହଇ ସପ୍ତ ଫଣୀ
ଅପୁଆ ଘରେ ପୁଅ ଜାତ
ଆନନ୍ଦ ହୁଏ ନନ୍ଦ ଚିତ୍ତ ।"
ଶ୍ରୀବଳଭଦ୍ର କୃଷି ର ଦେବତା । ତାଙ୍କର ଗୋଟିଏ ଆୟୁଧ ହଳ ବା ଲଙ୍ଗଳ । ଆମେ ପିଲାଦିନେ ଆମ ଗାଁ ଗଡିଶାଗୋଦାରେ ଦେଖିଥିଲୁ , ଆଜିର ଦିନ ରେ ଲଙ୍ଗଳ ପୂଜା , ବଳଦ, ଗାଇ ବାଛୁରୀଙ୍କୁ ଗାଧୋଇ ନୂଆ ତୁଣ୍ଡି,ଘାଘୁଡି, ଫୁଲ ମାଳ ପିନ୍ଧାଇ, ମୁଣ୍ଡରେ ସିନ୍ଦୂର ଚନ୍ଦନ ଟୋପା ଲଗାଇ ପୂଜା କରାଯାଏ ଏବଂ ପିଠା ଖିରି ଭୋଗ ଲଗାଯାଏ ଓ ସେମାନଙ୍କୁ ଖାଇବାକୁ ଦେବା ପରେ ପରିବାର ଲୋକେ ଖାଇଥାନ୍ତି । ଆଜି ପଶ୍ଚିମା ଅପସଂସ୍କୃତିର ଅନୁପ୍ରବେଶ ଓ ଲୋକଙ୍କ ହନୁକୀକରଣ ମାନସିକତା ଆଧାରରେ ଏହା ଅଧୁନା ଆଉ ଦେଖିବାକୁ ମିଳୁନାହିଁ । ଠିକ୍ ସେହିପରି ଓଡ଼ିଶାର ସାମରିକ ପରମ୍ପରା ଏହି ଦିବସରେ ହୁଏ ଉଜ୍ଜୀବିତ । ଓଡ଼ିଶାର ପାଇକ ପରମ୍ପରା ରେ କୃଷକମାନେ ହିଁ ମାତୃଭୂମିର ସୁରକ୍ଷା ପାଇଁ ସୈନିକ ଭାବେ ଯୁଦ୍ଧ କ୍ଷେତ୍ରକୁ ଲମ୍ଫ ପ୍ରଦାନ କରୁଥିଲେ । ଠାକୁର ବଳଭଦ୍ର ସ୍ବୟଂ ବଳର ପ୍ରତୀକ । ଏଥିପାଇଁ ନୂତନ ଭାବରେ ପାଇକ ବାହିନୀ ରେ ଯୋଗଦେବାକୁ ଯାଉଥିବା ଯୁବକମାନେ ଏହି ଦିନ ଯୁଦ୍ଧ ବିଦ୍ୟା ଶିକ୍ଷା ଆରମ୍ଭ କରୁଥିଲେ । ଏହାର ପ୍ରତୀକ ଥିଲା " ଗହ୍ମା ଡିଆଁ" । ଗାଁ ମୁଣ୍ଡରେ ଗୋଟିଏ ବିଶାଳ ଆକୃତିର ବଳଦ (
ମୂର୍ତ୍ତି ( ଗହ୍ମା) ମାଟିରେ ତିଆରି ସ୍ଥାପନ କରାଯାଏ । ଏହି ମୂର୍ତ୍ତିକୁ ଏପରି ସ୍ଥାପିତ କରାଯାଇଥାଏ ଯେ ତା'ର ସମ୍ମୁଖ ଭାଗ ଢାଲୁ ଓ ଅନ୍ୟ ପାଖ ଉଚ୍ଚ ହୋଇଥାଏ । ଗାଁ ର ଯୁବ ଯୋଦ୍ଧା ମାନେ ଢାଲୁ ପଟରୁ ଡେଇଁ ଡେଇଁ ଆସି ଉଚ୍ଚ ପଟେ ଅଭ୍ୟାସ କରିଥାନ୍ତି , ବୀର ବାଦ୍ୟ ବାଦନର ତାଳେ ତାଳେ । ଗହ୍ମା ଡିଆଁ ଆଉ କେଉଁଠି ଦେଖିବାକୁ ମିଳୁନାହିଁ । ସେହିପରି ଆଜି ରାଖି ପୂର୍ଣ୍ଣିମା । ପ୍ରଚଳିତ ପରମ୍ପରା ଅନୁଯାୟୀ ଏହି ଦିନ ଭଉଣୀ,ଭାଇ ହାତରେ ରାଖି ବାନ୍ଧି ଅତୁଟ ସ୍ନେହ ଓ ସୁରକ୍ଷା କାମନା କରିଥାଏ । କିନ୍ତୁ ଏହି ପରମ୍ପରା ବେଶି ଦିନର ନୁହେଁ । ରକ୍ଷାବନ୍ଧନ ର ପୌରାଣିକ କିମ୍ବଦନ୍ତୀ ଭିନ୍ନ, ତାହା ଦେବତା- ଅସୁର ଯୁଦ୍ଧ ସମୟର କଥା । ଉପସ୍ଥାପନର ଦୀର୍ଘ କଳେବର ହେବାର ଆଶଙ୍କା କରି ତାହା ଉଲ୍ଲେଖ କରୁନାହୁଁ । ଧରାପୃଷ୍ଠକୁ ଆଜିର ତିଥି ଶ୍ରାବଣ ପୂର୍ଣ୍ଣିମା ରେ ଆସି ମାତ୍ର ୬୧ ବର୍ଷ ସାରସ୍ଵତ ସାଧନା କରି ଚୈତ୍ର ଅମାବାସ୍ୟାରେ ଉତ୍କଳଜନନୀଙ୍କୁ ଶୋକ ସାଗରରେ ଭସାଇ ଇହଲୀଳା ସମ୍ବରଣ କରିଥିଲେ ଏମାଟିର ମୂର୍ତ୍ତି କାର ତଥା ଅତୁଳନୀୟ ,ଯୁଗଜୟୀ, କାଳଜୟୀ ସ୍ରଷ୍ଟା, ବହୁମୁଖି ପ୍ରତିଭାଦୀପ୍ତ ଚିର ବନ୍ଦନୀୟ, ପ୍ରାତଃ ସ୍ମରଣୀୟ ରଙ୍ଗାଧର ଗଙ୍ଗାଧର ମେହେର । ସ୍ଵକୀୟ ଅଧ୍ୟବସାୟ ଆଧାର ରେ ଅସୀମ ଗର୍ଵ ଓ ଦୃଢ଼ତା ର ସହ ପ୍ରାମାଣିକ ତଥ୍ୟ ସଂରକ୍ଷିତ କରି କହିପାରୁ ଯେ ସେ ହିଁ ବିଶ୍ବଶ୍ରେଷ୍ଠ କବି, ସେ ହିଁ ବିଶ୍ବର ଏକମାତ୍ର ସର୍ବଵିଭାଗର କବି । ୧୯୨୪ ପରବର୍ତ୍ତୀ ସାରସ୍ଵତ ଜଗତ ତାଙ୍କର ସଠିକ୍ ମୂଲ୍ୟାଙ୍କନ କରିବାରେ କାହିଁକି ଯେ ବିଫଳ ହୋଇଥିଲେ ଏବଂ ସ୍ଵାଧୀନୋତ୍ତର ପିଢ଼ି ପ୍ରତିଭା ପୂଜନ, ମୂଲ୍ୟାଙ୍କନ, ଗର୍ଭାନୁଶୀଳନ କରିବାରେ କାହିଁକି ଯେ ବିଫଳ ତା'ର ବହୁବିଧ କାରଣ ମଧ୍ୟରୁ ଉପଭୋକ୍ତାବାଦୀ ମାନସିକତାଯେ ପ୍ରମୁଖ କାରଣ, ଏହା ଆମର ସ୍ଵକୀୟ ମତ । ସାରସ୍ବତ ଇତିହାସରେ ଅନେକ କବି ମାତୃଭାଷା ପ୍ରୀତିରେ ଅନୁପ୍ରାଣିତ ହୋଇ ଅନେକ ସୃଷ୍ଟି କରିଛନ୍ତି ସତ୍ୟ ମାତ୍ର, ସର୍ବାଧିକ ମାତୃଭାଷା ପ୍ରୀତିଉଛଳ କବିତା ଲେଖି ଅମର ହୋଇ ରହିଛନ୍ତି ଓ ରହିଥିବେ ସର୍ବଧର୍ମର କବି ରଙ୍ଗାଧର ଗଙ୍ଗାଧର । ଦୁଇ ଧାଡ଼ି -" ଉଚ୍ଚ ହେବା ପାଇଁ କର ଯେବେ ଆଶା
ଉଚ୍ଚ କର ଆଗେ ନିଜ ମାତୃଭାଷା "
ଏହି ଦୁଇ ଧାଡ଼ି ହିଁ ଇତିହାସ ର ମୋଡ଼ ବଦଳାଇ ଦେଇଥିଲା ।
୧୮୯୫ ମସିହା, ଜାନୁଆରୀ ୨୫ ତାରିଖ, ଇଂରେଜ ସରକାର ସମ୍ବଲପୁର ଅଞ୍ଚଳରେ ଓଡ଼ିଆ ଭାଷା ପରିବର୍ତ୍ତେ ହିନ୍ଦି ଭାଷା ପ୍ରଚଳନ ପାଇଁ ଆଦେଶ ଜାରି କଲେ । ମାତୃଭାଷା ପ୍ରାଣ ଯୁବକ ଧରଣୀଧର ମିଶ୍ର, ବ୍ରଜମୋହନ ପଟ୍ଟନାୟକ,ଦେଶପ୍ରାଣ ବଳଭଦ୍ର ସୂପକାର, ମହନ୍ତ ବିହାରୀ ଦାସ, ଶ୍ରୀପତି ମିଶ୍ର, କର୍ମବୀର ବୈକୁଣ୍ଠ ନାଥ ପୂଜାରୀ,ଦାନଵୀର ମଦନ ମୋହନ ମିଶ୍ର ପ୍ରଭୃତି ଙ୍କ ନେତୃତ୍ବରେ ଯେଉଁ ଐତିହାସିକ ଭାଷା ଆନ୍ଦୋଳନ ହୋଇଥିଲା, ତା'ର ନିର୍ଦ୍ଦେଶକ ଥିଲେ ସ୍ବଭାବ କବି ଗଙ୍ଗାଧର । ସେ ହିଁ ବିଧିବଦ୍ଧ ସରକାରୀ ଘୋଷଣା ପୂର୍ବରୁ ଏହା ଜାଣି ୧୮୯୪ , ଅକ୍ଟୋବର ୩୦ ତାରିଖ ରେ " ଭାରତୀ ରୋଦନ" ଶୀର୍ଷକରେ ସମ୍ବଲପୁର ହିତୈଷଣୀ ପତ୍ରିକାରେ ଲେଖିଲେ -: "
" ଉତ୍କଳ ଭାରତୀ ରୋଦନ କରୁଛି
କାତରେ ସମ୍ବଲପୁରରେ
ସେ ବିକଳ ଧ୍ବନି କର୍ଣ୍ଣ ରେ ପଡିଲେ
ନୟନେ ଲୋତକ ପୂରେ
**********************
ହିନ୍ଦୀ ସରସ୍ଵତୀ, ମୋ ଛାତିରେ ବସି
କରିଵ ପରା ରାଜତ୍ବ
ମୋ ଆଶା କାନନ ଭସ୍ମ ରାଶି ହେବ
ତା ବନ ଉଦ୍ୟାନେ ଖତ
ଉପମାତା ଆସି ଗର୍ଭ ଧାରିଣୀର
ମସ୍ତକେ ଚରଣ ଦେବ
ଏ ବେଶ ଦେଖିଲେ କେଉଁ ସନ୍ତାନର
ମନରେ ଦୁଃଖ ନହେବ ?
ଏହି କବିତା ହିଁ ଓଡ଼ିଆ ମାନଙ୍କ ପ୍ରାଣରେ ଉଦଵେଳନ ସୃଷ୍ଟି କରିଥିଲା । ଏହା ପ୍ରକାଶ ପାଇବା ପରେ ୧୮୯୫, ଜାନୁଆରୀ ୧୫ ତାରିଖ, ଆଦେଶ ସଂଖ୍ୟା ୨୩୭ରେ ସମ୍ବଲପୁର ଅଞ୍ଚଳରେ ହିନ୍ଦୀକୁ ସରକାରୀ ଭାଷା କରିବା ପାଇଁ ଆଦେଶନାମା ପ୍ରକାଶ ପାଇଥିଲା ଏବଂ ମଧ୍ୟପ୍ରଦେଶର ମୁଖ୍ୟ ଆୟୁକ୍ତ ( ଚିଫ୍ କମିଶନର) ଉଡବର୍ଣ୍ଣ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଦେଇଥିଲେ ଓ ଜାନୁଆରୀ ୨୫ ତାରିଖରୁ କାର୍ଯ୍ୟକାରୀ କରାଯିବା ପରେ ଆନ୍ଦୋଳନ ଜୋରଦାର ହୋଇଥିଲା । ଏହି ସମୟରେ ଶିକ୍ଷିତ ବର୍ଗଙ୍କୁ ଏହି ଆନ୍ଦୋଳନରେ ସାମିଲ ହେବାପାଇଁ କବି ଗଙ୍ଗାଧର ଲେଖିଥିଲେ-;
" ନିର୍ବାସନ ହେବା ପାଇଁକି ଅଛି ଜନନୀ ଭାଗ୍ୟେ
ମାତୃହୀନା ଦଶା ଘଟିବା ଅଛି ଲେଖା କପାଳେ
ଭଵିତଵ୍ୟ ଯାହା, ତା ଙ୍କୁ ବିଧି ଆୟତ ସିନା
ବୋଲି କାପୁରୁଷ ନ ହୁଅ, ମୂଳକୁ ଉଦଯୋଗ ବିନା ।"
*****************
ବାରମ୍ବାର ଭାଷା ମୁକ୍ତିଯୋଦ୍ଧା ମାନଙ୍କୁ ନୈତିକ ସମର୍ଥନ ଓ ପ୍ରୋତ୍ସାହନ ଦେଇ ଅନେକ କବିତା ସେ ଲେଖିଥିଲେ ।
ଉଦାହରଣ ସ୍ୱରୂପ
"କରି ପ୍ରାଣ ପଣ ଅଳରେ ଯତନ
ନଘଟେ ଯେସନ ମାତୃ ନିର୍ବାସନ
ରହିବ ଓଡ଼ିଆ ପୁଅର ସମ୍ମାନ
ଶତ୍ରୁ ଙ୍କର ଦର୍ପ ହୋଇଯିବ ଚୁର୍ଣ୍ଣ
ଉଦ୍ୟୋଗୀର ପ୍ରତି ଭାଗ୍ୟ ଅନୁକୂଳ
ଯତ୍ନ କଲେ ନିଶ୍ଚେ ଫଳିଵ ସୁଫଳ
ଏ ଆଶାକୁ ହୃଦେ କର ଵଦ୍ଧମୂଳ
କର ନବୋତ୍ସାହେ କାର୍ଯ୍ୟ ସୂଚନା
ତେଜରେ ଵିରସ ହୁଅ ହୃଷ୍ଟମନା"
ଭାଷା ଆନ୍ଦୋଳନକୁ ରାଜ୍ୟ ବ୍ୟାପୀ କରାଇଥିଲେ ଏବଂ ପୁନଃ ଲେଖିଲେ-;
" ନିଜ ଘରେ ବସି ନିର୍ବାସନ ଦୁଃଖ
ଆମ୍ଭ କି ଲଲାଟ ଲିଖନ
ମାତୃଭାଷା ବିନା ଭାଇ ସଙ୍ଗ ବିନା
ବିକଳ ହେଉଛି ଜୀବନ ।"
ଆମ ମତରେ ଜଣେ ବିଶିଷ୍ଟ କବି ଶ୍ରୀଯୁକ୍ତ ହରିହର ପଣ୍ଡା " ମୋର ପ୍ରିୟ ଲେଖକ" ପ୍ରବନ୍ଧରେ ପ୍ରକାଶ କରିଥିଲେ-;
" ତପସ୍ଵିନୀ ମେହେର ସୃଷ୍ଟି ର ମୁକୁଟ ମଣି" ।
୧୯୧୪ ରେ ପ୍ରକାଶିତ ହୋଇଥିଲା ଏହି ମହାକାବ୍ୟ " ତପସ୍ଵିନୀ" , ଯାହା ୧୧ ସର୍ଗ, ବିଭିନ୍ନ ଛାନ୍ଦ ରେ ଲିଖିତ ଏକ କାବ୍ୟ ରସର ସଂଗୁମ୍ପନ ପ୍ରାୟ ସଙ୍ଗୀତମୟ । ପ୍ରତି ସ୍ଵର୍ଗରେ ଅଭିନବ ପଟ୍ଟଭୂମିକାକୁ ଆଶ୍ରା କରି କାବ୍ୟକୃତିକୁ ସଫଳ ତଥା ଗୈାରବ ମଣ୍ଡିତ କରିଵାରେ ସ୍ଵଭାବ କବିଙ୍କ ଉପମା , ଅଳଙ୍କାର,ସାଙ୍ଗୀତିକତା , ଛନ୍ଦ ସଂଯୋଜନା ଅତି ମନୋରମ ତଥା ସର୍ବଗୁଣସମ୍ପର୍ଣ୍ଣ , ଅନନ୍ତ ସୁଖଦାୟୀ । କାଳିଦାସଙ୍କ ରଘୁବଂଶ ଏବଂ ଉତ୍ତର ରାମଚରିତରୁ ପ୍ରସଙ୍ଗ ନିର୍ବାଚିତ କରିଥିଲେ ସୁଦ୍ଧା ଉତ୍କଳୀୟ ନାରୀର ସର୍ବ ଗୁଣ ବର୍ଣ୍ଣନା ଅତ୍ୟନ୍ତ ଉଚ୍ଚକୋଟୀର । ଭାରତୀୟ ସଂସ୍କୃତି ସଂସ୍କାର, ଉତ୍କଳୀୟ ଆଚାରଵିଚାର, ସ୍ଵକୀୟ ଆଚରଣ ତଥା ଉଚ୍ଚାଙ୍ଗତାକୁ ଉପଜିଵ୍ୟ କରି ନିଜସ୍ଵ ଅନୁଭୂତିକୁ ପରିମାର୍ଜିତ ତଥା ପରିବର୍ଦ୍ଧିତ କରି ସ୍ଵଭାବ କବି ଗଙ୍ଗାଧର ଯେଉଁ ଅମର କାବ୍ୟ" ତପସ୍ଵିନୀ" ସୃଷ୍ଟି କରିଛନ୍ତି, ଯଦି ଅନ୍ୟ କିଛି ସୃଷ୍ଟି କରିନଥିଲେ ମଧ୍ୟ ଆମ ବିଚାରରେ ସେ ବିଶ୍ଵର ସର୍ବଶ୍ରେଷ୍ଠ କବି । ଏହି ମହାକବିଙ୍କ ପବିତ୍ର ଜୟନ୍ତୀ ତିଥି ଅବସରରେ ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛୁ । ସେହିପରି ଆଜି ଅଗଷ୍ଟ କ୍ରାନ୍ତି ଦିବସ ।ଅଗଷ୍ଟ କ୍ରାନ୍ତି ଆନ୍ଦୋଳନ ସମୟରେ ଓଡ଼ିଶାରେ ଅନ୍ୟୁନ ୧୪୧ଜଣ ସଂଗ୍ରାମୀ ଶହୀଦ ହୋଇଥିଲେ । ରାଷ୍ଟ୍ର ଏହି ଆନ୍ଦୋଳନର ୮୪ତମ ବାର୍ଷିକୀ ପାଳନ କରୁଥିବାବେଳେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ସରକାରୀ ଓ ବେସରକାରୀ ଉଦ୍ୟମରେ ଏଥିପାଇଁ ଉତ୍ସବମାନ ଆୟୋଜନ କରାଯାଉଛି । ଏଠାରେ ଉଲ୍ଲେଖନୀୟ ଯେ ୧୯୪୨ ଜୁଲାଇ ୧୪ ତାରିଖରେ ସେବାଗ୍ରାମ ଆଶ୍ରମରେ ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ସ୍ୱାଧୀନତା ଆନ୍ଦୋଳକୁ ତୀବ୍ର କରିବା ପାଇଁ ପ୍ରସ୍ତାବ ପାରିତ କରାଯାଇ ଏଥିଲାଗି ମହାତ୍ମା ଗାନ୍ଧୀଙ୍କୁ ପୂର୍ଣ୍ଣ କ୍ଷମତା ପ୍ରଦାନ କରାଯାଇଥିଲା । ଏହି ପ୍ରସ୍ତାବ ଆଧାରରେ ୧୯୪୨ ଅଗଷ୍ଟ ୭ ତାରିଖରୁ ବମ୍ବେରେ ନିଖିଳ ଭାରତ କଂଗ୍ରେସ କମିଟିର ଅଧିବେଶନ ଆରମ୍ଭ ହୋଇଥିଲା ଏବଂ ଏହି ଅବସରରେ ୮ ତାରିଖ ମଧ୍ୟ ରାତିରେ ମହାତ୍ମା ଗାନ୍ଧୀ ଉଦ୍ବୋଧନ ଦେଇ ଇଂରେଜ ଭାରତ ଛାଡ ଡାକରା ଦେବାସହ ଦେଶବାସୀଙ୍କୁ ‘କର ବା ମର’ ମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ଶେଷ ଲଢେଇରେ ଆବଶ୍ୟକ ସ୍ଥଳେ ଜୀବନ ଦାନ କରି ଦେଶପାଇଁ ଗୌରବ ଅର୍ଜନ କରିବାକୁ କହିଥିଲେ ।୯ ତାରିଖର ସୂର୍ଯ୍ୟୋଦୟ ପୂର୍ବରୁ ଗାନ୍ଧୀଜୀଙ୍କ ସମେତ ଅଧିକାଂଶ ନେତାଙ୍କୁ ଗିରଫ କରି ଅଜଣା ସ୍ଥାନକୁ ନିଆଯାଇଥିବାବେଳେ କୌଣସି ପ୍ରକାରେ ମାଳତୀ ଚୌଧୁରୀ ଓ ସୁରେନ୍ଦ୍ର ନାଥ ଦ୍ୱିବେଦୀ ଛଦ୍ମ ବେଶରେ ବମ୍ବେରୁ ଖସିଆସି ଓଡ଼ିଶାରେ ପହଞ୍ôଚ ଆନ୍ଦୋଳନକୁ ତୀବ୍ର କରିଥିଲେ । ସାରା ଦେଶରେ ଅଗଷ୍ଟ ବିପ୍ଳବର ନିଆଁ ଜଳି ଉଠିଲା ଏବଂ ତାହାର ପ୍ରତିଫଳନ ସ୍ୱରୂପ ଶେଷରେ ୧୯୪୭ ଅଗଷ୍ଟ ୧୫ରେ ଆମ ଦେଶ ସ୍ୱାଧୀନତା ହାସଲ କରିଥିଲା । ଅନ୍ୟବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜଧାନୀ ଭୁବନେଶ୍ୱରରେ ଶହୀଦ ସ୍ମୃତି ସ୍ତମ୍ଭ ନିକଟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି ଅବସରରେ ରାଜଧାନୀରେ ସରକାରୀ ଓ ବେସରକାରୀ ସ୍ତରରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କାର୍ଯ୍ୟକ୍ରମ ସହ ସାଧାରଣ ସଭା ଓ ଆଲୋଚନାଚକ୍ରମାନ ଆୟୋଜିତ ହେଉଛି ।
କଟକର ଐତିହାସିକ ସ୍ୱରାଜ ଆଶ୍ରମ, ଜଗତସିଂହପୁରର ଅଳକା ଆଶ୍ରମ, କୁଜଙ୍ଗର ଲବଣତୀର୍ଥ ଆଦି ସ୍ଥାନରେ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଜଗତସିଂହପୁର ସମେତ କେତେକ ସ୍ଥାନରେ ଏହି ଅବସରରେ ଛାତ୍ର ଓ ଯୁବ ସମାଜ ମଧ୍ୟରେ ନିଶା ନିବାରଣ ସମ୍ପର୍କରେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେଉଛି । ମାଲକାନଗିରି, ନବରଙ୍ଗପୁର, ପୁରୀ, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର, ସମ୍ବଲପୁର, ସୁନ୍ଦରଗଡ଼ ସମେତ ଅନ୍ୟାନ୍ୟ ଜିଲ୍ଲାରେ ବି ଭାରତ ଛାଡ ଆନ୍ଦୋଳନର ସ୍ମାରକୀ ଉତ୍ସବମାନ ଆୟୋଜନ କରାଯାଇଥିବାର ଖବର ମିଳିଛି ।
ଆକାଶବାଣୀ, ଦୂରଦର୍ଶନ ଏବଂ ବିଭିନ୍ନ ଘରୋଇ ଟିଭି ଚ୍ୟାନେଲ ମଧ୍ୟ ଏହି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ପ୍ରସାରଣ କରିବାକୁ ଯାଉଛନ୍ତି । ଆଉ କେତେକ ସ୍ଥଳରେ ଅଗଷ୍ଟ ୯ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ସପ୍ତାହବ୍ୟାପି କାର୍ଯ୍ୟକ୍ରମ ହେଉଥିବା ଜଣାପଡିଛି ।ଗାନ୍ଧୀ ବିଚାରର ଅନ୍ୟତମ ଚିନ୍ତକ ପ୍ରହଲାଦ ସିଂହ ଏ ପ୍ରସଙ୍ଗରେ କହଛନ୍ତି ଯେ ଭାରତ ଛାଡ ଆନ୍ଦୋଳନବେଳେ ଗାନ୍ଧୀଜୀଙ୍କ କର ବା ମର ଆହ୍ୱାନ ଓଡ଼ିଶାରେ ଯେଉଁ ଚମକ ସୃଷ୍ଟି କରିଥିଲା ସେଥିରେ ଅନ୍ୟୁନ ୧୪୧ଜଣ ଜେଲ୍ ଭିତରେ ଓ ବାହାରେ ଏବଂ ଫାଶୀ ଖୁଣ୍ଟରେ ଝୁଲି ଶହୀଦର ସମ୍ମାନ ଲାଭ କରିଛନ୍ତି । ସେ କହିଛନ୍ତି ଯେ ଗାନ୍ଧୀଜୀ କେବେ ଅଭିବକ୍ତ କୋରାପୁଟ ଜିଲ୍ଲା ଗସ୍ତ କରିନଥିଲେ ବି ବଣ ପାହାଡ ଘେରା ଏହି ଅଞ୍ଚଳରେ ଗାନ୍ଧୀଜୀଙ୍କ ଆହ୍ୱାନର ପ୍ରଭାବ ଏତେ ତୀବ୍ର ଥିଲା ଯେ ଅନ୍ୟୁନ ୮୩ଜଣ ଏହି ଜିଲ୍ଲାରୁ ଦେଶ ପାଇଁ ପ୍ରାଣବଳି ଦେଇଛନ୍ତି । ମାଥିଲି ଗୁଳିକାଣ୍ଡରେ ୫ଜଣ ଶହୀଦ ହୋଇଥିବାବେଳେ ଲକ୍ଷ୍ମଣ ନାୟକଙ୍କୁ ଫାଶୀ ଦିଆଯାଇଛି ।
ପାପଡ଼ାହାଣ୍ଡି ଗୁଳିକାଣ୍ଡରେ ୧୯ଜଣ ଶହୀଦଙ୍କ ପତ୍ତା ମିଳିଥିବାବେଳେ ଲୁଣିଆ ଗୁଳିକାଣ୍ଡରେ ୯ଜଣ ଓ ତୁଡ଼ିଗଡିଆ-ଖଇରାଡିହିରେ ୩ଜଣ, କାଇପଡ଼ା-କଳାମାଟିଆ ଗୁଳିକାଣ୍ଡରେ ୪ଜଣ, ନିମାପଡ଼ାରେ ଜଣେ ଓ ରକ୍ତତୀର୍ଥ ଇରମରେ ଜଣେ ମହିଳାଙ୍କ ସମେତ ୨୯ଜଣ ଶହୀଦ ହୋଇଥିଲେ । ଏହାଛଡ଼ା ଢେଙ୍କାନାଳ, ତାଳଚେର, ନୟାଗଡ଼, ନୀଳଗିରି, ସୋନପୁର ଆଦି ଗଡ଼ଜାତ ଅଞ୍ଚଳରେ ମଧ୍ୟ ଅନେକ ସଂଗ୍ରାମୀ ଶହୀଦ ହୋଇଥିଲେ । ଗୁଳିକାଣ୍ଡରେ ଶତାଧିକ ଆହତ ହୋଇଥିବାବେଳେ ଜେଲ୍ ଭିତରେ ଓ ବାହାରେ ଦିଆଯାଇଥିବା ନିର୍ଯାତନାରେ ବି ଅନେକ ଓଡ଼ିଆ ସତ୍ୟାଗ୍ରହୀ ଦେଶ ପାଇଁ ଜୀବନ ଦେଇଥିବା ସେ କହିଛନ୍ତି ।
ଏହି ୮ ଅଗଷ୍ଟ ୧୯୪୨ ମସିହାରେ ଗାନ୍ଧିଜୀ ବମ୍ବେ ଅଧିବେଶନରେ କର ବା ମର ଡାକରା ଦେଇଥିଲେ ।ଗାନ୍ଧୀଜୀଙ୍କର ଏହି ଭାଷଣର କିଛି ଘଣ୍ଟା ମଧ୍ୟରେ ପ୍ରାୟ ସମସ୍ତ ଜାତୀୟ କଂଗ୍ରେସ କର୍ମୀଙ୍କୁ ବନ୍ଦୀ କରାହୋଇଥିଲା । ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଫ୍ରାଙ୍କଲିନ ରୁଜଭେଲ୍ଟ ସେବେକାର ବ୍ରିଟିଶ ପ୍ରଧାନମନ୍ତ୍ରୀ ୱିନଷ୍ଟନ୍ ଚଚ୍ଚିଲଙ୍କୁ ଭାରତୀୟ ମାନଙ୍କୁ ତାଙ୍କର ଦାବି ପୂରଣ କରିବାକୁ ଚାପ ପକାଇଥିଲେ । ଭାରତ ଛାଡ଼ ଆନ୍ଦୋଳନକୁ ଅନେକ ମହଲ ଏବଂ ଦଳ ସମର୍ଥନ ଦେଇନଥିଲେ ଯେପରିକି, ମୁସଲିମ ଲିଗ, ହିନ୍ଦୁ ମହାସଭା, ବ୍ରିଟିଶ ଇଣ୍ଡିଆର ପ୍ରିନ୍ସଲି ରାଜ୍ୟଗୁଡ଼ିକ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଇତ୍ୟାଦି ।ଏହି ଆନ୍ଦୋଳନ ସଫଳ ହୋଇପାରିନଥିଲା । ବ୍ରିଟିଶ ସରକାର ଦ୍ୱିତୀୟ ବିଶ୍ୱଯୁଦ୍ଧ ନସରିଲା ପର୍ଯ୍ୟନ୍ତ କିଛି ସ୍ୱାଧୀନତା ୧୯୩୯ ମସିହାରେ ଭାରତୀୟ ନେତାମାନଙ୍କୁ ନପଚାରି ବ୍ରିଟିଶ ସରକାର ଭାରତୀୟ ସୈନ୍ୟଙ୍କୁ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସାମିଲ କରାଇଦେଇଥିଲେ । ମୁସଲିମ ଲିଗ ଯୁଦ୍ଧଟିକୁ ସମର୍ଥନ ଦେଇଥିଲେ ହେଲେ କଂଗ୍ରେସର କିଛି ଲୋକେ ସମର୍ଥନ ଦେଉଥିଲେ ଏବଂ କିଛି ଦେଉନଥିଲେ । ଗାନ୍ଧିଜୀ ଯୁଦ୍ଧବଳରେ ବ୍ରିଟିଶ ଲୋକଙ୍କର ପାଉଁଶ ନିଆଁରେ ସ୍ୱାଧୀନ ଭାରତ ଗଢିବାକୁ ଚାହୁଁନଥିଲେ । ସେ ବିଶ୍ୱଯୁଦ୍ଧ ଏବଂ ଏଥିରେ ଭାଗନେଇଥିବା ନେତାମାନଙ୍କୁ ତୀବ୍ର ନିନ୍ଦା କରିଥିଲେ । ଯୁଦ୍ଧ ଯୋଗୁଁ ଅନେକ ଭାରତୀୟ ବ୍ୟବସାୟୀ ଲାଭବାନ ହୋଇଥିଲେ, ହେଲେ ମୋଟାମୋଟୀରୁପେ କହିଲେ ଭାରତର ଅର୍ଥନୀତିରେ କିଛି ନିୟନ୍ତ୍ରଣ ବ୍ରିଟିଶ ସରକାର ଭାରତୀୟ ମାନଙ୍କୁ ଦେଲେ ନାହିଁ । ଓଲଟି ଦୁର୍ବଳ ପୁରାତନ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଭାରତୀୟମାନଙ୍କୁ ଯୁଦ୍ଧକୁ ନେଇ ଭାରତରେ ଖଜଣା ବୃଦ୍ଧି କରିଦେଇଥିଲେ ।
ଯୁଦ୍ଧ ଆରମ୍ଭ ହେବାମାତ୍ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜାପାନରେ ଭାରତୀୟ ଯୁଦ୍ଧବନ୍ଦୀ ମାନଙ୍କୁ ନେଇ ଏବଂ ହିଟଲରଙ୍କ ସହାୟତାରେ ଆଜାଦ ହିନ୍ଦ ଫୋୖଜ ଗଠନ କରିଥିଲେ ।୧୯୩୯ ମସିହାରେ, ଭାରତୀୟ ଜାତୀୟବାଦୀମାନେ କ୍ରୋଧିତ ହୋଇଥିଲେ ଯେ ବ୍ରିଟିଶ ଗଭର୍ଣ୍ଣର-ଜେନେରାଲ୍ ଅଫ୍ ଇଣ୍ଡିଆ, ଲର୍ଡ ଲିନଲିଥଗୋ ସେମାନଙ୍କ ସହ ପରାମର୍ଶ ନକରି ଭାରତକୁ ଯୁଦ୍ଧକୁ ଆଣିଥିଲେ। ମୁସଲିମ ଲିଗ୍ ଯୁଦ୍ଧକୁ ସମର୍ଥନ କରିଥିଲା, କିନ୍ତୁ କଂଗ୍ରେସ ବିଭାଜିତ ହୋଇଥିଲା। ଯୁଦ୍ଧ ଆରମ୍ଭରେ, ସେପ୍ଟେମ୍ବର ୧୯୩୯ରେ ୱାର୍କିଂ କମିଟିର ୱାର୍ଡା ବୈଠକରେ କଂଗ୍ରେସ ପାର୍ଟି ଏକ ସଂକଳ୍ପ ପାରିତ କରି ଫାସିବାଦ ବିରୋଧରେ ଲଢ଼େଇକୁ ସର୍ତ୍ତମୂଳକ ଭାବରେ ସମର୍ଥନ କରିଥିଲା, କିନ୍ତୁ ପ୍ରତିବଦଳରେ ସ୍ୱାଧୀନତା ମାଗିବା ପରେ ଏହାକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା।
ଯଦି ଯୁଦ୍ଧ ହେଉଛି ସାମ୍ରାଜ୍ୟବାଦୀ ସମ୍ପତ୍ତି ଏବଂ ଉପନିବେଶର ସ୍ଥିତିକୁ, ନ୍ୟସ୍ତ ସ୍ୱାର୍ଥ ଏବଂ ଅଧିକାରକୁ ରକ୍ଷା କରିବା, ତେବେ ଭାରତୀୟଙ୍କ ସହିତ ଏହାର କୌଣସି ସମ୍ପର୍କ ନାହିଁ ।"ଯଦି, ଗଣତନ୍ତ୍ର ଉପରେ ଆଧାରିତ ଗଣତନ୍ତ୍ର ଏବଂ ବିଶ୍ୱ ଶୃଙ୍ଖଳା, ତେବେ ଭାରତ ଏଥିରେ ଅଧିକ ଆଗ୍ରହୀ ... ଯଦି ଗଣତନ୍ତ୍ରର ରକ୍ଷଣାବେକ୍ଷଣ ତଥା ବିସ୍ତାର ପାଇଁ ଗ୍ରେଟ ବ୍ରିଟେନ ଲଢ଼େ, ତା’ହେଲେ ସେ ନିଶ୍ଚିତ ଭାବରେ ତାଙ୍କ ସମ୍ପତ୍ତିରେ ସାମ୍ରାଜ୍ୟବାଦକୁ ସମାପ୍ତ କରି ସମ୍ପୂର୍ଣ୍ଣ ଗଣତନ୍ତ୍ର ପ୍ରତିଷ୍ଠା କରିବେ। ଭାରତରେ, ଏବଂ ଭାରତୀୟ ଲୋକମାନଙ୍କର ଆତ୍ମନିର୍ଭରଶୀଳ ହେବାର ଅଧିକାର ଅଛି ... ଏକ ମୁକ୍ତ ଗଣତାନ୍ତ୍ରିକ ଭାରତ ଆକ୍ରୋଶ ବିରୁଦ୍ଧରେ ପାରସ୍ପରିକ ପ୍ରତିରକ୍ଷା ତଥା ଅର୍ଥନୈତିକ ସହଯୋଗ ପାଇଁ ନିଜକୁ ଅନ୍ୟ ମୁକ୍ତ ରାଷ୍ଟ୍ରମାନଙ୍କ ସହିତ ଆନନ୍ଦିତ କରିବ " । ଗାନ୍ଧୀ ଏହି ପଦକ୍ଷେପକୁ ସମର୍ଥନ କରିନଥିଲେ, କାରଣ ସେ ଯୁଦ୍ଧ ପାଇଁ ଏକ ସମର୍ଥନକୁ ପୁନଃ ସମନ୍ୱୟ କରିପାରିନଥିଲେ (ସେ ଅହିଂସା ପ୍ରତିରୋଧରେ ଜଣେ ନିଷ୍ଠାପର ବିଶ୍ୱାସୀ ଥିଲେ, ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ବ୍ୟବହୃତ ହୋଇଥିଲେ ଏବଂ ଆଡଲଫ୍ ହିଟଲରଙ୍କ ବିରୋଧରେ ମଧ୍ୟ ପ୍ରସ୍ତାବ ଦେଇଥିଲେ, ବେନିଟୋ ମୁସୋଲିନି, ଏବଂ ହିଡେକି ଟୋଜୋ) | ଅବଶ୍ୟ, ବ୍ରିଟେନର ଯୁଦ୍ଧର ଚାପରେ ଗାନ୍ଧୀ ଜାତିଭେଦ ବିରୋଧରେ ତଥା ବ୍ରିଟିଶ ଯୁଦ୍ଧ ପ୍ରୟାସକୁ ସମର୍ଥନ କରି କହିଥିଲେ ଯେ ସେ ବ୍ରିଟେନର ପାଉଁଶରୁ ଏକ ସ୍ୱାଧୀନ ଭାରତ ଉଠାଇବାକୁ ଚେଷ୍ଟା କରୁନାହାଁନ୍ତି। ତଥାପି, ମତଭେଦ ବିଭାଜିତ ରହିଲା | ଭାରତରେ ପୁଞ୍ଜି ବିନିଯୋଗକୁ ସୀମିତ କରିବା ଏବଂ ଦେଶକୁ ଏକ ବଜାର ଏବଂ ରାଜସ୍ୱର ଉତ୍ସ ଭାବରେ ବ୍ୟବହାର କରିବାର ଦୀର୍ଘକାଳୀନ ବ୍ରିଟିଶ ନୀତି ଭାରତୀୟ ସେନାକୁ ଅପେକ୍ଷାକୃତ ଦୁର୍ବଳ ଏବଂ ଖରାପ ସଶସ୍ତ୍ର ଏବଂ ତାଲିମପ୍ରାପ୍ତ ଏବଂ ବ୍ରିଟିଶମାନଙ୍କୁ ଭାରତର ବଜେଟରେ ନିଟ୍ ଯୋଗଦାନକାରୀ ହେବାକୁ ବାଧ୍ୟ କଲା, ଯେତେବେଳେ ଟିକସ ତୀବ୍ର ବୃଦ୍ଧି ପାଇଲା ଏବଂ ମୂଲ୍ୟର ସାଧାରଣ ସ୍ତର ଦ୍ୱିଗୁଣିତ ହେଲା: ଯଦିଓ ଅନେକ ଭାରତୀୟ ବ୍ୟବସାୟ ଯୁଦ୍ଧ ଉତ୍ପାଦନରୁ ଉପକୃତ ହୋଇଥିଲେ, ସାଧାରଣ ବ୍ୟବସାୟରେ "ଏହାକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା | ସରକାର "ଏବଂ ବିଶେଷ ଭାବରେ ବ୍ରିଟିଶ ରାଜକୁ ଯୁଦ୍ଧ ସମୟ ଉତ୍ପାଦନ ପାଇଁ ଅର୍ଥନୀତିକୁ ସଂଗଠିତ ତଥା ସଂଗଠିତ କରିବାରେ ଭାରତୀୟମାନଙ୍କୁ ଅଧିକ ଭୂମିକା ଦେବାକୁ ମନା କରିବା ଯୁଦ୍ଧ ଆରମ୍ଭ ହେବା ପରେ କେବଳ ସୁଭାଷ ଚନ୍ଦ୍ର ବୋଷଙ୍କ ନେତୃତ୍ୱରେ ଏକ ଦଳ କୌଣସି ନିର୍ଣ୍ଣାୟକ ପଦକ୍ଷେପ ନେଇଥିଲେ। ବୋଷ ଜର୍ମାନୀରେ ଭାରତୀୟ ଲେଜିଅନ୍ ସଂଗଠିତ କରିଥିଲେ, ଜାପାନୀ ସହାୟତାରେ ଭାରତୀୟ ଜାତୀୟ ସେନାକୁ ପୁନଃ ସଂଗଠିତ କରିଥିଲେ ଏବଂ ଆକ୍ସିସ୍ ପାୱାର୍ଙ୍କ ସାହାଯ୍ୟ ମାଗିଥିଲେ, ଗରିଲା ଯୁଦ୍ଧ କରିଥିଲେ; ବ୍ରିଟିଶ କର୍ତ୍ତୃପକ୍ଷ |ମାର୍ଚ୍ଚ ୧୯୪୨ ରେ, ଏକ ଅସନ୍ତୋଷ ଉପ-ମହାଦେଶର ସମ୍ମୁଖୀନ ହୋଇ କେବଳ ୟୁରୋପରେ ଯୁଦ୍ଧ ସ୍ଥିତିର ଅବନତି ଏବଂ ଭାରତୀୟ ସୈନ୍ୟମାନଙ୍କ ମଧ୍ୟରେ ବିଶେଷ ଭାବରେ ଆଫ୍ରିକା ଏବଂ ଉପ-ମହାଦେଶର ସାଧାରଣ ନାଗରିକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଲା । ଷ୍ଟାଫର୍ଡ କ୍ରପ୍ସ, ହାଉସ ଅଫ୍ କମନ୍ସ ଅଧୀନରେ ବ୍ରିଟିଶ ସରକାର ଭାରତକୁ ଏକ ପ୍ରତିନିଧୀ ପଠାଇଥିଲେ ଯାହା କ୍ରପ୍ସ ମିଶନ ଭାବରେ ପରିଚିତ ହୋଇଥିଲା । ଏହି ମିଶନର ଉଦ୍ଦେଶ୍ୟ ଥିଲା ଯୁଦ୍ଧ ସମୟରେ ସମୁଦାୟ ସହଯୋଗ ପାଇବା ପାଇଁ ଭାରତୀୟ ଜାତୀୟ କଂଗ୍ରେସ ସହିତ ଚୁକ୍ତି କରିବା, ପ୍ରଗତିଶୀଳ ବିଘ୍ନ ଏବଂ ମୁକୁଟରୁ ଶକ୍ତି ବଣ୍ଟନ ବଦଳରେ ଭିସେରୋଇ ଏକ ନିର୍ବାଚିତ ଭାରତୀୟ ବିଧାନ ସଭାକୁ | ଏହି ଆଲୋଚନା ବିଫଳ ହେଲା, କାରଣ ସେମାନେ ସ୍ୱୟଂ ଶାସନର ଏକ ସମୟସୀମା ଏବଂ ତ୍ୟାଗ କରିବାର କ୍ଷମତାର ସଂଜ୍ଞା ମୁଖ୍ୟ ଚାହିଦାକୁ ସମାଧାନ କରିନଥିଲେ, ମୁଖ୍ୟତଃ ସୀମିତ ଆଧିପତ୍ୟ-ସ୍ଥିତିର ଏକ ଅଫର୍ ଦେଇଥିଲେ ଯାହା ଭାରତୀୟ ଆନ୍ଦୋଳନ ପାଇଁ ସମ୍ପୂର୍ଣ୍ଣ ଗ୍ରହଣୀୟ ନୁହେଁ | ୧୯୩୯ ମସିହାରେ, ଜର୍ମାନୀ ଏବଂ ବ୍ରିଟେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ସହିତ ଭାରତ ବ୍ରିଟିଶ ସାମ୍ରାଜ୍ୟର ଏକ ଉପାଦାନ ହୋଇ ଯୁଦ୍ଧର ଏକ ଦଳ ହୋଇଗଲା। ଏହି ଘୋଷଣା ପରେ, ୧୦ ଅକ୍ଟୋବର ୧୯୩୯ରେ କଂଗ୍ରେସ କାର୍ଯ୍ୟ କମିଟି ଏହାର ବୈଠକରେ ଏକ ସଂକଳ୍ପ ପାରିତ କରିଥିଲା । ଏଥି ସହିତ ରିଜୋଲ୍ୟୁସନରେ ଏହା ମଧ୍ୟ କୁହାଯାଇଛି ଯେ ଭାରତ ପ୍ରଥମେ ଯୁଦ୍ଧ ସହ ଜଡ଼ିତ ହୋଇପାରିବ ନାହିଁ। ଏହି ଘୋଷଣାର ଜବାବ ଦେଇ ଭାଇସେରୋ ୧୭ ଅକ୍ଟୋବରରେ ଏକ ବିବୃତ୍ତି ଜାରି କରିଛନ୍ତି ଯେଉଁଥିରେ ସେ ଦାବି କରିଛନ୍ତି ଯେ ବିଶ୍ୱରେ ଶାନ୍ତି ମଜବୁତ କରିବା ଉଦ୍ଦେଶ୍ୟରେ ବ୍ରିଟେନ ଯୁଦ୍ଧ ଚଳାଇଛି। ସେ ଏହା ମଧ୍ୟ କହିଛନ୍ତି ଯେ ଯୁଦ୍ଧ ପରେ ସରକାର ଭାରତୀୟଙ୍କ ଇଚ୍ଛା ଅନୁଯାୟୀ ୧୯୩୫ ଅଧିନିୟମରେ ସଂଶୋଧନ ଆରମ୍ଭ କରିବେ।ଏହି ବିବୃତ୍ତିରେ ଗାନ୍ଧୀଙ୍କ ପ୍ରତିକ୍ରିୟା ଥିଲା; "ବିଭାଜନ ଏବଂ ନିୟମର ପୁରୁଣା ନୀତି ଜାରି ରହିବ। କଂଗ୍ରେସ ରୁଟି ମାଗିଛି ଏବଂ ଏହା ପଥର ପାଇଛି।" ହାଇ କମାଣ୍ଡ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ କଂଗ୍ରେସ ମନ୍ତ୍ରୀମାନଙ୍କୁ ତୁରନ୍ତ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶ ଅନୁଯାୟୀ ଆଠଟି ପ୍ରଦେଶର କଂଗ୍ରେସ ମନ୍ତ୍ରୀମାନେ ଇସ୍ତଫା ଦେଇଛନ୍ତି। ମନ୍ତ୍ରୀଙ୍କ ଇସ୍ତଫା ମୁସଲିମ ଲିଗର ନେତା ମହମ୍ମଦ ଅଲି ଜିନ୍ନାଙ୍କ ପାଇଁ ଅତ୍ୟନ୍ତ ଆନନ୍ଦ ଏବଂ ଆନନ୍ଦର ଏକ ଉତ୍ସବ ଥିଲା। ସେ ୨୨ ଡିସେମ୍ବର ୧୯୩୯ ଦିନ 'ମୁକ୍ତି ଦିବସ' ବୋଲି କହିଥିଲେ। ଏହି ଦିନର ଉତ୍ସବ ବିରୁଦ୍ଧରେ ଗାନ୍ଧୀ ଜିନ୍ନାଙ୍କୁ ଅନୁରୋଧ କରିଥିଲେ ମଧ୍ୟ ଏହା ବୃଥା। ମାର୍ଚ୍ଚ ୧୯୪୦ରେ ଅନୁଷ୍ଠିତ ମୁସଲିମ ଲିଗ୍ ଲାହୋର ଅଧିବେଶନରେ ଜିନ୍ନା ତାଙ୍କ ରାଷ୍ଟ୍ରପତିଙ୍କ ଭାଷଣରେ ଘୋଷଣା କରିଥିଲେ ଯେ ଦେଶର ମୁସଲମାନମାନେ ପୃଥକ ପୃଥକ ଦେଶ ପାକିସ୍ଥାନ ଚାହୁଁଛନ୍ତି । ସେପଟେ ଇଂଲଣ୍ଡରେ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଘଟଣା ଘଟିଥିଲା। ପ୍ରଧାନମନ୍ତ୍ରୀ ଭାବରେ ଚମ୍ବରଲେନ୍ ସଫଳ ହୋଇଥିଲେ ଏବଂ ଇଂଲଣ୍ଡରେ କ୍ଷମତା ଗ୍ରହଣ କରିଥିବା କନେଷ୍ଟବଳମାନେ କଂଗ୍ରେସ ଦେଇଥିବା ଦାବି ପ୍ରତି ସହାନୁଭୂତି ଦେଖାଇ ନଥିଲେ । ଯୁଦ୍ଧ ପରିସ୍ଥିତି ଖରାପ ହେବା ପରିସ୍ଥିତିରେ ଭାରତୀୟମାନଙ୍କୁ ଶାନ୍ତ କରିବା ପାଇଁ କନେଷ୍ଟବଳମାନେ ଭାରତୀୟଙ୍କଦ୍ୱାରା କରାଯାଇଥିବା କେତେକ ଦାବିକୁ ସ୍ୱୀକାର କରିବାକୁ ବାଧ୍ୟ ହୋଇଥିଲେ। ଅଗଷ୍ଟ ୮ ରେ, ଭାଇସେରୋ ଏକ ବିବୃତ୍ତି ଜାରି କରିଥିଲେ ଯାହାକୁ "ଅଗଷ୍ଟ ଅଫର" ବୋଲି କୁହାଯାଉଛି। ତେବେ ମୁସଲିମ ଲିଗ୍ ପରେ ଏହି ପ୍ରସ୍ତାବକୁ କଂଗ୍ରେସ ପ୍ରତ୍ୟାଖ୍ୟାନ କରିଛି।
ମହାର୍ଘ୍ୟ ଦିବସ-୧-୨
ୱାର୍ଡ଼ରେ କଂଗ୍ରେସ କାର୍ଯ୍ୟ କମିଟିର ବୈଠକରେ କଂଗ୍ରେସ ଦେଇଥିବା ଦାବିକୁ ପ୍ରତ୍ୟାଖ୍ୟାନ କରି ବ୍ୟାପକ ଅସନ୍ତୋଷ ପ୍ରସଙ୍ଗରେ ଗାନ୍ଧୀ ବ୍ୟକ୍ତିଗତ ନାଗରିକ ଅବମାନନା ଆରମ୍ଭ କରିବାର ଯୋଜନା ପ୍ରକାଶ କରିଛନ୍ତି। ପୁନର୍ବାର, ସତ୍ୟଗ୍ରାହର ଅସ୍ତ୍ର ବ୍ରିଟିଶମାନଙ୍କ ବିରୁଦ୍ଧରେ କ୍ରୁସେଡ୍ କରିବାର ସର୍ବୋତ୍ତମ ମାଧ୍ୟମ ଭାବରେ ଲୋକପ୍ରିୟ ଗ୍ରହଣୀୟତା ପାଇଲା | ବ୍ରିଟିଶମାନେ ଗ୍ରହଣ କରିଥିବା ଅଦମ୍ୟ ଆଭିମୁଖ୍ୟ ବିରୋଧରେ ଏହା ଏକ ବ୍ୟାପକ ଚିହ୍ନ ଭାବରେ ବ୍ୟବହୃତ ହୋଇଥିଲା | ଏହି ଆନ୍ଦୋଳନ ଆରମ୍ଭ କରିବା ପାଇଁ ଗାନ୍ଧୀଙ୍କ ଅନୁଗାମୀ ବିନୋବା ଭାଭେ ତାଙ୍କୁ ମନୋନୀତ କରିଥିଲେ। ଦେଶର ସମସ୍ତ କୋଣ ଅନୁକୋଣରେ ଯୁଦ୍ଧ ବିରୋଧୀ ଭାଷଣ ସମୃଦ୍ଧ ହୋଇଥିଲା ଏବଂ ସତ୍ୟଗ୍ରାହୀମାନେ ଦେଶର ଯୁଦ୍ଧ ପ୍ରୟାସରେ ସରକାରଙ୍କୁ ସମର୍ଥନ ନକରିବାକୁ ନିବେଦନ କରିଥିଲେ। ଏହି ସତ୍ୟଗ୍ରାହୀ ଅଭିଯାନର ଫଳାଫଳ ପ୍ରାୟ ଚଉଦ ହଜାର ସତ୍ୟଗ୍ରାହୀଙ୍କୁ ଗିରଫ କରିଥିଲା। ୩ ଡିସେମ୍ବର ୧୯୪୧ ରେ, ଭାଇସରୋ ସମସ୍ତ ସତ୍ୟଗ୍ରାହୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ୟୁରୋପରେ ଜାପାନର ପର୍ଲ ହାର୍ବର୍ ଉପରେ ହୋଇଥିବା ଆକ୍ରମଣ ସହିତ ଯୁଦ୍ଧ ପରିସ୍ଥିତି ଅଧିକ ଗୁରୁତର ହେଲା ଏବଂ କଂଗ୍ରେସ ସେମାନଙ୍କ କାର୍ଯ୍ୟକ୍ରମକୁ ମୂଲ୍ୟାଙ୍କନ କରିବାର ଆବଶ୍ୟକତା ଅନୁଭବ କଲା। ପରବର୍ତ୍ତୀ ସମୟରେ ଏହି ଆନ୍ଦୋଳନ ପ୍ରତ୍ୟାହାର କରାଯାଇଥିଲା। କ୍ରିପ୍ସ ମିଶନ୍ ଏବଂ ଏହାର ବିଫଳତା ଗାନ୍ଧୀଙ୍କ ଦି କ୍ୱିଟ୍ ଇଣ୍ଡିଆ ମୁଭମେଣ୍ଟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ୨୨ ମାର୍ଚ୍ଚ ୧୯୪୨ରେ ଏହି ଅବରୋଧକୁ ଶେଷ କରିବା ପାଇଁ ବ୍ରିଟିଶ ସରକାର ସାର୍ ଷ୍ଟାଫର୍ଡ କ୍ରପ୍ସଙ୍କୁ ଭାରତୀୟ ରାଜନ political ତିକ ଦଳ ସହ କଥାବାର୍ତ୍ତା କରିବାକୁ ଏବଂ ବ୍ରିଟେନର ଯୁଦ୍ଧ ପ୍ରୟାସରେ ସେମାନଙ୍କ ସମର୍ଥନ ସୁରକ୍ଷିତ କରିବାକୁ ପଠାଇଥିଲେ। ବ୍ରିଟିଶ ସରକାରଙ୍କ ଏକ ଡ୍ରାଫ୍ଟ ଘୋଷଣାନାମା ଉପସ୍ଥାପିତ ହୋଇଥିଲା, ଯେଉଁଥିରେ ଡୋମିନିଅନ୍ ପ୍ରତିଷ୍ଠା, ଏକ ବିଧାନ ସଭା ଗଠନ ଏବଂ ପ୍ରଦେଶଗୁଡ଼ିକର ପୃଥକ ସମ୍ବିଧାନ ଗଠନ ଅଧିକାର ଭଳି ସର୍ତ୍ତାବଳୀ ଅନ୍ତର୍ଭୁକ୍ତ ହୋଇଥିଲା। ଅବଶ୍ୟ, ଦ୍ୱିତୀୟ ବିଶ୍ୱଯୁଦ୍ଧ ବନ୍ଦ ହେବା ପରେ ଏଗୁଡ଼ିକ ହେବା ଉଚିତ୍ | କଂଗ୍ରେସ ଅନୁଯାୟୀ ଏହି ଘୋଷଣା ଭାରତକୁ ଏକମାତ୍ର ପ୍ରତିଶ୍ରୁତି ଦେଇଛି ଯାହା ଭବିଷ୍ୟତରେ ପୂରଣ ହେବ। ଏହି ଗାନ୍ଧୀ ଉପରେ ମନ୍ତବ୍ୟ ଦେଇ କହିଛନ୍ତି ଯେ ଏହା ଏକ କ୍ରାସ୍ ବ୍ୟାଙ୍କ ଉପରେ ଏକ ପୋଷ୍ଟ ଡେଟ୍ ଚେକ୍। ଅନ୍ୟାନ୍ୟ କାରଣ ହେଉଛି ଜାପାନର ଭାରତ ଉପରେ ଆକ୍ରମଣର ଧମକ ଏବଂ ବ୍ରିଟିଶମାନଙ୍କର ଭାରତ ରକ୍ଷା କରିବାରେ ଅକ୍ଷମତାର ଜାତୀୟ ନେତାଙ୍କ ହୃଦୟଙ୍ଗମ।
ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ସମୟରେ ସକ୍ରିୟ ଥିବା ଅନେକ ରାଜନୈତିକ ଦଳ ଭାରତ ଛାଡ଼ିବା ଆନ୍ଦୋଳନକୁ ବିରୋଧ କରିଥିଲେ। ଏହି ଆନ୍ଦୋଳନ ସମ୍ପର୍କରେ ଜନ୍ ଏଫ୍ ରିଡିକ୍ଙ୍କ ଅନୁଯାୟୀ, ୯ ଅଗଷ୍ଟ ୧୯୪୨ରୁ ୨୧ ସେପ୍ଟେମ୍ବର ୧୯୪୨ ପର୍ଯ୍ୟନ୍ତ ଭାରତ ଛାଡ଼ ଆନ୍ଦୋଳନରେ ୫୫୦ ଡାକଘର, ୨୫୦ ରେଳ ଷ୍ଟେସନ ଉପରେ ଆକ୍ରମଣ, ଅନେକ ରେଳ ଲାଇନକୁ ନଷ୍ଟ କରିଦେଲା, ୭୦ଟି ପୋଲିସ ଷ୍ଟେସନକୁ ନଷ୍ଟ କରିଦେଲା ଏବଂ ୮୫ଟି ସରକାରୀ କୋଠାକୁ ପୋଡ଼ି ଦେଲା କିମ୍ବା ନଷ୍ଟ କରିଦେଲା | ଟେଲିଗ୍ରାଫ୍ ତାରଗୁଡ଼ିକ କାଟିବାର ପ୍ରାୟ ୨୫୦୦ ଉଦାହରଣ ଥିଲା | ବିହାରରେ ସର୍ବାଧିକ ହିଂସା ଘଟିଥିଲା। ଭାରତ ସରକାର ୫୭ଟି ବାଟାଲିୟନ ବ୍ରିଟିଶ ସୈନ୍ୟଙ୍କୁ ନିୟୋଜିତ କରିଥିଲେ।ଜାତୀୟ ସ୍ତରରେ ନେତୃତ୍ୱର ଅଭାବ ଅର୍ଥ ବିଦ୍ରୋହକୁ ବୃଦ୍ଧି କରିବାର କ୍ଷମତା ସୀମିତ ଥିଲା | ଏହି ଆନ୍ଦୋଳନର କିଛି ଅଞ୍ଚଳରେ ସ୍ଥାନୀୟ ପ୍ରଭାବ ପଡିଥିଲା। ବିଶେଷକରି ମହାରାଷ୍ଟ୍ରର ସାତାରା, ଓଡ଼ିଶାରେ ତାଳଚେର ସମେତ ସର୍ବତ୍ର ବ୍ୟାପକ ଆନ୍ଦୋଳନ ହୋଇଥିଲା, ଯେଉଁଥିରେ ସରକାରୀ ହିସାବରେ ୧୪୧ ଜଣ ପୋଲିସ ଗୁଳିରେ ଶହୀଦ ହୋଇଥିଲେ । ସେହିପରି ଓଡ଼ିଶାର ବିଚ୍ଛିନ୍ନାଞ୍ଚଳ ମେଦିନୀପୁର ରେ ବାମଦେବ ଖାଡଙ୍ଗାଙ୍କ ନେତୃତ୍ୱରେ ଯେଉଁ ଆନ୍ଦୋଳନ ହୋଇଥିଲା, ତାହା ଇତିହାସ ରେ ସ୍ଥାନ ପାଇନାହିଁ । ମେଦିନପୁରର ସବଡିଭିଜନ୍, ସ୍ଥାନୀୟ ଜନସାଧାରଣ ସମାନ୍ତରାଳ ସରକାର ଗଠନ କରିବାରେ ସଫଳ ହୋଇଥିଲେ, ଯାହାକି କାର୍ଯ୍ୟ ଜାରି ରଖିଥିଲା, ଯେପର୍ଯ୍ୟନ୍ତ ଗାନ୍ଧୀ ୧୯୪୪ ମସିହାରେ ନେତାମାନଙ୍କୁ ବିଚ୍ଛିନ୍ନ କରିବାକୁ ଅନୁରୋଧ କରିଥିଲେ । ଏକ ଛୋଟ ବିଦ୍ରୋହ ହୋଇଥିଲା ବାଲିଆରେ, ବର୍ତ୍ତମାନ ଉତ୍ତରପ୍ରଦେଶର ପୂର୍ବତମ ଜିଲ୍ଲା | ଲୋକମାନେ ଜିଲ୍ଲା ପ୍ରଶାସନକୁ ଅଡୁଆରେ ପକାଇ ଜେଲ ଖୋଲିଥିଲେ, ଗିରଫ କଂଗ୍ରେସ ନେତାମାନଙ୍କୁ ମୁକ୍ତ କରିଥିଲେ ଏବଂ ସେମାନଙ୍କର ସ୍ୱାଧୀନ ନିୟମ ପ୍ରତିଷ୍ଠା କରିଥିଲେ। ବ୍ରିଟିଶମାନେ ସେମାନଙ୍କର ଲେଖାକୁ ଜିଲ୍ଲାରେ ପୁନଃ ସ୍ଥାପିତ କରିବାର କିଛି ସପ୍ତାହ ପୂର୍ବରୁ ଲାଗିଲା | ସ୍ବରାଷ୍ଟ୍ର (ପଶ୍ଚିମ ଗୁଜରାଟରେ) ଏହି ଅଞ୍ଚଳର 'ବାହାବତୀ' ପରମ୍ପରାର ଭୂମିକା ଥିଲା (ଅର୍ଥାତ୍ ଆଇନ ବାହାରେ) ଯାହା ସେଠାରେ ଆନ୍ଦୋଳନର ସାବ୍ୟସ୍ତ କାର୍ଯ୍ୟକଳାପକୁ ବନ୍ଦ କରି ଦେଇଥିଲା । ପଶ୍ଚିମବଙ୍ଗର ଗ୍ରାମାଞ୍ଚଳରେ, ନୂତନ ଯୁଦ୍ଧ କର ଏବଂ ବାଧ୍ୟତାମୂଳକ ଚାଉଳ ରପ୍ତାନୀ ବିରୋଧରେ କୃଷକମାନଙ୍କ କ୍ରୋଧ ଯୋଗୁଁ ଭାରତ ଛାଡ଼଼ିବା ଆନ୍ଦୋଳନକୁ ଉତ୍ସାହିତ କରିଥିଲା | ୧୯୪୨ ମସିହାରେ ବିଦ୍ରୋହର ବିନ୍ଦୁ ପର୍ଯ୍ୟନ୍ତ ଖୋଲା ପ୍ରତିରୋଧ ରହିଥିଲା ଯେପର୍ଯ୍ୟନ୍ତ ୧୯୪୩ର ମହା ଦୁର୍ଭିକ୍ଷ ଏହି ଆନ୍ଦୋଳନକୁ ସ୍ଥଗିତ ରଖିଥିଲା ।ଏହି ଆନ୍ଦୋଳନର ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହେଉଛି ପରବର୍ତ୍ତୀ ପରୀକ୍ଷଣ ଏବଂ ଦୁଖଦଃ ଘଟଣା ମାଧ୍ୟମରେ କଂଗ୍ରେସ ଦଳକୁ ଏକଜୁଟ ରଖିବା। ଭାରତ-ବର୍ମା ସୀମାରେ ଜାପାନ ସେନାର ଅଗ୍ରଗତି ନେଇ ବ୍ରିଟିଶମାନେ ଭୟଭୀତ ହୋଇ ଗାନ୍ଧୀଙ୍କୁ କାରାଗାରରେ ଜବାବ ଦେଇଥିଲେ । ଦଳର କାର୍ଯ୍ୟକାରିଣୀ କମିଟିର ସମସ୍ତ ସଦସ୍ୟ (ଜାତୀୟ ନେତୃତ୍ୱ) ମଧ୍ୟ ବନ୍ଦୀ ହୋଇଥିଲେ। ପ୍ରମୁଖ ନେତାଙ୍କ ଗିରଫ ହେତୁ ଜଣେ ଯୁବକ ଏବଂ ସେପର୍ଯ୍ୟନ୍ତ ଅପେକ୍ଷାକୃତ ଅଜ୍ଞାତ ଅରୁଣା ଆସଫ ଅଲି ଅଗଷ୍ଟ ୯ରେ ଅଖିଳ ଭାରତ କଂଗ୍ରେସ କମିଟି( AICC) ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ ଏବଂ ପତାକା ଉତ୍ତୋଳନ କରିଥିଲେ ,ପରେ କଂଗ୍ରେସ ଦଳ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଏହି କାର୍ଯ୍ୟଗୁଡ଼ିକ କେବଳ ଜନସଂଖ୍ୟା ମଧ୍ୟରେ କାରଣ ପାଇଁ ସହାନୁଭୂତି ସୃଷ୍ଟି କରିଥିଲା | ପ୍ରତ୍ୟକ୍ଷ ନେତୃତ୍ୱର ଅଭାବ ସତ୍ତ୍ୱେ ସାରା ଦେଶରେ ବଡ଼ ପ୍ରତିବାଦ ଓ ପ୍ରଦର୍ଶନ କରାଯାଇଥିଲା। ଶ୍ରମିକମାନେ ବଡ଼ ଦଳରେ ଅନୁପସ୍ଥିତ ରହିଲେ ଏବଂ ଧର୍ମଘଟ ଡକାଗଲା | ସମସ୍ତ ପ୍ରଦର୍ଶନ ଶାନ୍ତିପୂର୍ଣ୍ଣ ନୁହେଁ, କେତେକ ସ୍ଥାନରେ ବୋମା ବିସ୍ଫୋରଣ ହୋଇଥିଲା, ସରକାରୀ ଅଟ୍ଟାଳିକାଗୁଡ଼ିକରେ ନିଆଁ ଲାଗିଯାଇଥିଲା, ବିଦ୍ୟୁତ କାଟ କରାଯାଇଥିଲା ଏବଂ ପରିବହନ ଏବଂ ଯୋଗାଯୋଗ ଲାଇନଗୁଡିକ ବିଚ୍ଛିନ୍ନ କରାଯାଇଥିଲା
ବ୍ରିଟିଶମାନେ ଶୀଘ୍ର ବନ୍ଦୋବସ୍ତ ସହିତ ଜବାବ ଦେଇଥିଲେ। ୧୦୦,୦୦୦ରୁ ଅଧିକ ଗିରଫ କରାଯାଇଥିଲା, ବହୁ ଜୋରିମାନା ଆଦାୟ କରାଯାଇଥିଲା ଏବଂ ପ୍ରଦର୍ଶନକାରୀଙ୍କୁ ସର୍ବସାଧାରଣରେ ମାଡ ଦିଆଯାଉଥିଲା । ପୋଲିସ୍ ସେନାଦ୍ୱାରା ଗୁଳି ବିନିମୟରେ ଶହ ଶହ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା । ଅନେକ ଜାତୀୟ ନେତା ଅଣ୍ଡରଗ୍ରାଉଣ୍ଡରେ ଯାଇ ଗୁପ୍ତଚର ରେଡିଓ ଷ୍ଟେସନ ଉପରେ ବାର୍ତ୍ତା ପ୍ରସାରଣ, ପାମ୍ପଲେଟ୍ ବଣ୍ଟନ ଏବଂ ସମାନ୍ତରାଳ ସରକାର ଗଠନ କରି ସେମାନଙ୍କ ସଂଗ୍ରାମ ଜାରି ରଖିଥିଲେ। ବ୍ରିଟିଶ ସଙ୍କଟର ଭାବନା ଏତେ ଶକ୍ତିଶାଳୀ ଥିଲା ଯେ ଗାନ୍ଧୀ ଏବଂ କଂଗ୍ରେସ ନେତାମାନଙ୍କୁ ଭାରତରୁ ବାହାରକୁ ଆଣିବା ପାଇଁ ଏକ ଯୁଦ୍ଧ ଜାହାଜ ନିର୍ଦ୍ଦିଷ୍ଟ ଭାବରେ ରଖାଯାଇଥିଲା, ସମ୍ଭବତ ଦକ୍ଷିଣ ଆଫ୍ରିକା କିମ୍ବା ୟେମେନ କିନ୍ତୁ ଶେଷରେ ଭୟରୁ ସେ ପଦକ୍ଷେପ ନେଇ ନଥିଲେ । ବିଦ୍ରୋହକୁ ତୀବ୍ର କରିବା | କଂଗ୍ରେସର ନେତୃତ୍ୱ ତିନି ବର୍ଷରୁ ଅଧିକ ସମୟ ଧରି ବିଶ୍ୱର ଅନ୍ୟମାନଙ୍କଠାରୁ ବିଚ୍ଛିନ୍ନ ହୋଇଥିଲା | ଗାନ୍ଧୀଙ୍କ ପତ୍ନୀ କସ୍ତୁରବାଇ ଗାନ୍ଧୀ ଏବଂ ତାଙ୍କ ବ୍ୟକ୍ତିଗତ ସଚିବ ମହାଦେବ ଦେଶାଇ ମାସରେ ମୃତ୍ୟୁ ବରଣ କରିଥିଲେ ଏବଂ ଗାନ୍ଧୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା, ଏହି ଗାନ୍ଧୀ ୨୧ ଦିନ ଉପବାସ କରି ନିରନ୍ତର ପ୍ରତିରୋଧ ପାଇଁ ନିଜର ସଂକଳ୍ପ ରକ୍ଷା କରିଥିଲେ। ଯଦିଓ ୧୯୪୪ ମସିହାରେ ତାଙ୍କ ସ୍ୱାସ୍ଥ୍ୟ ହେତୁ ବ୍ରିଟିଶ ଗାନ୍ଧୀଙ୍କୁ ମୁକ୍ତ କରିଥିଲେ, ତଥାପି ସେ କଂଗ୍ରେସ ନେତୃତ୍ୱ ମୁକ୍ତ କରିବାକୁ ଦାବି କରି ପ୍ରତିରୋଧ ଜାରି ରଖିଥିଲେ ।୧୯୪୪ ପ୍ରାରମ୍ଭରେ, ଭାରତ ପୁନର୍ବାର ଶାନ୍ତିପୂର୍ଣ୍ଣ ଥିଲାବେଳେ କଂଗ୍ରେସ ନେତୃତ୍ୱ କାରାଗାରରେ ରହିଥିଲେ । ଜିନ୍ନା ଏବଂ ମୁସଲିମ୍ ଲିଗ୍ ତଥା ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଗଠନ ଏବଂ ହିନ୍ଦୁ ମହାସଭା ପରି କଂଗ୍ରେସ ବିରୋଧୀମାନେ ଗାନ୍ଧୀ ଏବଂ କଂଗ୍ରେସ ଦଳକୁ ସମାଲୋଚନା କରି ରାଜନୈତିକ ମାଇଲଖୁଣ୍ଟ ହାସଲ କରିବାକୁ ଚେଷ୍ଟା କରୁଥିବା ବେଳେ ଏହି ଆନ୍ଦୋଳନ ବିଫଳ ହୋଇଛି । ଆଜି ମଧ୍ୟ ଏକ ଅବିସ୍ମରଣୀୟ ତିଥି ।
ସ୍ୱାଧୀନତା ସଂଗ୍ରାମର ମାଟି ହେଉଛି ଯାଜପୁର ଜିଲ୍ଲାର ବରୀ ଅଂଚଳ। ୧୯୪୨ ମସିହା ଅଗଷ୍ଟ ମାସ ୨୬ତାରିଖ , ପବିତ୍ର ଗହ୍ମା ପୂର୍ଣ୍ଣିମା, ସେ ଦିନ ବରୀ କଳାମାଟିଆ ଠାରେ ବ୍ରିଟିଶ ପୋଲିସ ଗୁଳିରେ ଟଳିପଡିଥିଲେ ସାଉଁଟି ମଳିକ, ସାନନ୍ଦ ସ୍ୱାଇଁ, ହାଡିବଂଧୁ ପଣ୍ଡା ଓ ମାୟାଧର ଭୂୟାଁ । ଏଥିସହ ବହୁ ଆନ୍ଦୋଳନକାରୀ ଆହତ ହେବା ସହ ଗିରଫ ହୋଇଥିଲେ । ରକ୍ତରଂଜିତ ହୋଇଥିଲା କଳାମାଟିଆ ମାଟି । ତାଙ୍କର ତ୍ୟାଗ, ବଳିଦାନ ଓ ଦେଶପ୍ରେମକୁ ମନେରଖିବା ପାଇଁ କଳାମାଟିଆଠାରେ ସ୍ଥାପନ କରାଯାଇଛି ସହିଦ ସ୍ମୃତିସ୍ତମ୍ଭ । ପ୍ରତିବର୍ଷ ଗହ୍ମା ପୂର୍ଣ୍ଣମୀର ଦିନକୁ ଗୁଳିକାଣ୍ଡର ସ୍ମାରକୀ ଦିବସ ଭାବେ ପାଳନ କରାଯାଇ ଆସୁଛି। ବ୍ୟକ୍ତିଗତ ଭାବେ ଆମେ ଅନେକ ବର୍ଷ ଧରି ଅତିଥି ବକ୍ତା ଭାବେ ଯୋଗଦେଇ ଶ୍ରଦ୍ଧାବଚନାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଦେଇଛୁ ।
ସେହିପରି ଆଜି ପ୍ରତ୍ୟେକ ଓଡିଆଙ୍କ ପାଇଁ ଶହୀଦ ଦିବସ । କଳାମାଟିଆର ଶହୀଦ ଇତିହାସ ନୁହେଁ , ୨୦୪ ବର୍ଷ ତଳର ଅବିସ୍ମରଣୀୟ ଇତିହାସ ହିଁ ଏହା କୁହେ ।କାରଣ ୨୦୪ବର୍ଷ ତଳେ ଆଜି ର ଦିନରେ, ଠିକ୍ ସନ୍ଧ୍ୟା ୫ ଘଣ୍ଟା ସମୟରେ ଭୀରୁ ଫିରିଙ୍ଗି ପୋଲିସ ପଛପଟୁ ଗୁଳି କରି ଏମାଟିର ମହାନ୍ ବୀର , ଅକଳ୍ପନୀୟ ବଳବୀର୍ଯ୍ୟଧାରୀ, ସୁଦକ୍ଷ ଋଣସାଞ୍ଜୁକ,ପାଇକ ସଂଗ୍ରାମ ର ଅଗ୍ନିସ୍ଫୁଲିଙ୍ଗ ବାହୁବଳୀ ପିଣ୍ଡିକି ବାହୁବଳେନ୍ଦ୍ରଙ୍କୁ ହତ୍ୟା କରିଥିଲା । ଆଜି ଦ୍ବିଶତ ବାର୍ଷିକୀ ଶହୀଦ ଦିବସ । ଫିରିଙ୍ଗି ଭାଷା ରେ ପାଇକ ବିଦ୍ରୋହ ,ଆମ ଭାଷାରେ ପାଇକ ସଂଗ୍ରାମ ଦମନ ପରେ ୧୮୧୮ ମସିହା, ଜୁନ ୧୦ ତାରିଖ ରେ ରବର୍ଟ କେର୍ କଟକ କମିଶନ ଭାବେ ଦାୟିତ୍ଵ ଗ୍ରହଣ କରି ଘୋଷଣା କରିଥିଲେ ଯେ ପିଣ୍ଡି କି ଵାହୁବଳେନ୍ଦ୍ର, ଗୋପାଳ ଛୋଟରାୟ, ପୀତବାସ ମଙ୍ଗରାଜ ଓ ପଦ୍ମନାଭ ଛୋଟରାୟ ଙ୍କୁ ଯିଏ ମୃତ ଅବା ଜୀବିତ ଧରାଇଦେବ, ସିଏ ଏକ ହଜାର ଟଙ୍କା ଓ ଦଶବାଟି ନିଷ୍କର ଜମି ଓ ରାଜା ଉପାଧି ପୁରସ୍କାର ଭାବେ ପାଇବ । ଏକ ହଜାର ଟଙ୍କା ( ଯଦି ୧୯୧୮ ରେ ସୁନା ଭରି ଥିଲା ୧୩ ଟଙ୍କା, ଏବେ ୫୧ ହଜାର ଟଙ୍କା, ତେବେ ତା'ର ଶହେ ବର୍ଷ ତଳେ ୧୮୧୮ରେ କେତେ ଥିବ, ତାହା ଅନୁମାନ କରି ହିସାବ କଲେ , କେତେ କୋଟି ଟଙ୍କା ହେବ ଅନୁମାନ ସାପେକ୍ଷ) ର ଘୋଷଣା ରୁ ଜଣାପଡେ ଫିରିଙ୍ଗି ଶାସନ କେତେ ଭୟ କରୁଥିଲେ ଏମାନଙ୍କୁ । କାରଣ ପାଇକ ସଂଗ୍ରାମ ସରିନଥିଲା । ପିଣ୍ଡିକି ଙ୍କ ନେତୃତ୍ବରେ ବାରମ୍ବାର ଅତର୍କିତ ଆକ୍ରମଣ ରେ ଶହଶହ ଫିରିଙ୍ଗି ପୋଲିସ ଧାରାବାହିକ ଭାବରେ ମରୁଥିଲେ ଏବଂ ଖଜଣା ଉଦ୍ଧାର କରି,( ଫିରିଙ୍ଗି ଭାଷା ରେ ଲୁଟ୍ କରି, ଆମର ଐତିହାସିକ ମାନେ ମଧ୍ୟ ଫିରିଙ୍ଗି ଭାଷା ବ୍ୟବହାର କରି ଗୋଲାମୀ ମାନସିକତା ର ପରିଚୟ ଦେଇଛନ୍ତି, ସେମାନେ କେମିତି ବୁଝି ପାରୁ ନାହାନ୍ତି ଯେ ଫିରିଙ୍ଗି ଭାଷା ରେ ଯେଉଁ ମାନେ ସନ୍ତ୍ରାସବାଦୀ,ଆମ ଭାଷାରେ ସେମାନେ ଦେଶପ୍ରେମୀ, ଠିକ୍ ଯେମିତି ଭଗତ୍ ସିଂ , ସେମାନଙ୍କ ଭାଷାରେ ଆତଙ୍କବାଦୀ,ଆମ ପାଇଁ ଶହୀଦ ଭଗତ୍ ସିଂ) ଗରିବ ମାନଙ୍କୁ ବାଣ୍ଟି ଦେଉଥିଲେ । ହଜାର ଟଙ୍କା ,ନିଷ୍କର ଜମି ଓ ରାଜା ଉପାଧି ପ୍ରଲୋଭନର ଥୋପ ଗିଳିଥିଲା ପିଣ୍ଡିକି ଙ୍କ ପିଲାଦିନର ସାଙ୍ଗ ମଳିପଡା ଗ୍ରାମ ର ଧ୍ରୂବଜୟ ହରିଚନ୍ଦନ । ଧ୍ରୁବ ଜାଣିଲା ଯେ ପିଣ୍ଡିକି ଆଜି ନିଶ୍ଚିତ ତାଙ୍କ ଗାଁ ଦାରୁଠେଙ୍ଗ ଆସିବେ ମାଆକୁ ଦେଖାକରିବାକୁ । ଧ୍ରୁବ ପହଞ୍ଚିବା ସମୟରେ ପିଣ୍ଡିକି ଦଳବଳ ସହିତ ଜଙ୍ଗଲ କୁ ପଳାଇଗଲେଣି । ଧ୍ରୁବ ଜାଣିଥିଲେ ପିଣ୍ଡିକିଙ୍କ ବିଶ୍ଵସ୍ତ ସହାୟକ ଙ୍କୁ । ତାକୁ ଫୁସୁଲା ଫୁସୁଲି କରି ମିଛ ଖବର ଦେଲା ଯେ ସାଙ୍ଗକୁ କହିବ ଆଜି ରାତିରେ ତାଙ୍କର ଦଳବଳ ଧରି ଆମ ଘରେ ଭୋଜି ଖାଇବାକୁ ଆସିବେ, ବାପା ଙ୍କ ଶ୍ରାଦ୍ଧ । ପିଣ୍ଡିକିଙ୍କର ଧ୍ରୁବ ଙ୍କ ବାପା ଙ୍କ ପ୍ରତି ଥିଲା ସ୍ବତନ୍ତ୍ର ସମ୍ମାନ । ରାତିରେ ଦଳବଳ ସହିତ ପିଣ୍ଡିକି ପହଞ୍ଚିଥିଲେ ଧ୍ରୁବ ହରିଚନ୍ଦନ ଙ୍କ ଘରେ । ସମସ୍ତ ଙ୍କୁ ପ୍ରଥମେ ଭାଙ୍ଗ ସରବତ ପିଇବାକୁ ଦିଆଗଲା । ବିଶ୍ବାସଘାତକ ଧ୍ରୁବ ହରିଚନ୍ଦନ ଏହି ଭାଙ୍ଗରେ ଦୁଦୁରା ମଞ୍ଜି ମିଶ୍ରଣ କରିଥିଲା । ଭାଙ୍ଗ ପିଇ ସମସ୍ତେ ଟଳି ପଡ଼ିଥିଲେ ଏବଂ ଏହି ସମୟରେ ପୂର୍ବରୁ ଧ୍ରୁବ ହରିଚନ୍ଦନ ଠାରୁ ସୂଚନା ପାଇ ଲୁଚି ରହିଥିଵା ଶହଶହ ପୋଲିସ ଅଚେତ ପିଣ୍ଡିକିଙ୍କୁ ମାଡିଵସିଲେ । ଟିକିଏ ଚେତା ପାଇ ସେ ଏଭଳି ଝଟକା ଦେଲେ ଯେ ପୋଲିସ ଛିନ୍ନିଛତ୍ର ହୋଇ ପଡିଲେ, କିନ୍ତୁ ବିଷକ୍ରିୟା ଫଳରେ ଚାଲିନପାରି ତଳେ ପଡ଼ିଯିବା ପରେ ତାଙ୍କ ଗୋଡ଼ ହାତରେ ଶିକୁଳି ବାନ୍ଧି ନେଇଗଲେ । ଚେତା ଫେରିବା ପରେ ଜେଲ ଭିତରେ ଲୁହା ଶିକୁଳି ରେ ବନ୍ଧା ହୋଇଛି ହାତ । ସେ ଦିନ ଥିଲା ଅଗଷ୍ଟ ୮ ତାରିଖ, ୧୮୨୧ । ରାତି ଦୁଇ ଘଡ଼ି ସମୟରେ ଦୁଇ ହାତକୁ ଏଭଳି ଜୋରରେ ପ୍ରସାରିତ କଲେଯେ ହାତର ଶିକୁଳି ଖୋଲିଗଲା, ଏଥିରୁ ସେ କେତେ ଶକ୍ତିଶାଳୀ ଥିଲେ ସହଜେ ଅନୁମେୟ । ଗୋଡ଼ରୁ ଶିକୁଳି ଖୋଲି ବିରାଟ କଟକ ଜେଲ ପାଚେରୀ ଡେଇଁ ପଳାଇ ଆସିଥିଲେ । ଏତେ ତୀବ୍ର ଗତିରେ ସେ ଦଉଡୁ ଥିଲେ ଯେ ଘୋଡା ସବାର ପୋଲିସ ତାଙ୍କ ପିଛା କରିପାରିନଥିଲା । ବାରଙ୍ଗ ଜଙ୍ଗଲ ଘେରାଉ କରିଥିଲେ ଫିରିଙ୍ଗି ପୋଲିସ । ଠିକ୍ ୫ ଟା ବେଳେ ଶୋଷରେ ନଦୀ କୂଳରେ ପାଣି ପିଉଥିବା ସମୟରେ ଦେଖି ଫିରିଙ୍ଗି ପୋଲିସ ପଛପଟୁ ଗୁଳି କରିଥିଲା । ଗୁଳି ଖାଇ ମଧ୍ୟ ଆହତ ପିଣ୍ଡିକି ପହଁରି ପହଁରି ସେପାଖକୁ ଯିବା ସମୟରେ ପୁଣି ଏକ ଗୁଳି ତାଙ୍କ ବେକରେ ବାଜିଲା ଓ ଟଳି ପଡିଲେ ଏହି ଅଟଳମହାମେରୁ, ବାହୁବଳୀ ବାହୁବଳେନ୍ଦ୍ର , ହୋଇଗଲେ ଶହୀଦ । ଏହାପରେ ପିଣ୍ଡିକି ଙ୍କ ସହିତ ଗିରଫ ହୋଇ ଜେଲରେ ଥିବା ପାଇକ ବୀର ସାଧୁଚରଣ ମଙ୍ଗରାଜ, ବିଷ୍ଣୁ ପାଇକରାୟ, ଧ୍ରୁବଚରଣ ଜେନା ଙ୍କୁ ମୃତ୍ୟୁ ଦଣ୍ଡାଦେଶ ହୋଇଥିଲା । ଆଜି ସେହି ମହାନ୍ ପାଇକ ବୀର ସଂଗ୍ରାମୀ ଶହୀଦ ପିଣ୍ଡିକି ବାହୁବଳେନ୍ଦ୍ର ଙ୍କ ବୈପ୍ଳବିକ ସ୍ମୃତି ପ୍ରତି କୋଟି କୋଟି ଲୋହିତ ପ୍ରଣାମ । ସେହିପରି ଆଜି ଗହ୍ମା ପୂର୍ଣ୍ଣିମା , ବିଶ୍ବ ସଂସ୍କୃତ ଭାଷା ଦିବସ , ବିଶ୍ବ ଆଦିବାସୀ ବିକାଶ ଦିବସ , ୧୯୫୦ ମସିହାରେ ୨୦ ହଜାର ଦକ୍ଷିଣ ଆଫ୍ରିକାର ମହିଳାଙ୍କ ଅଧିକାର ପ୍ରତିବାଦ ଆନ୍ଦୋଳନ ଇତିହାସ ଆଧାରରେ ମହିଳା ଅଧିକାର ଦିବସ ଭଳି ଅନେକ ସ୍ମରଣୀୟ ଦିବସ । କେଉଁ ଅନାଦି ଅନନ୍ତ କାଳରୁ ଶ୍ରାବଣ ପୂର୍ଣ୍ଣିମାକୁ ଗହ୍ମା ପୂର୍ଣ୍ଣିମା ଭାବେ ଆମେ ଓଡ଼ିଆ ମାନେ ପାଳନ କରିଆସୁଛେ । ଯେତେବେଳେ କି ଗୁଜରାଟ, ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ ଆଦି ସ୍ଥାନରେ ଶ୍ରାବଣ ପୂର୍ଣ୍ଣିମା ନାରିକେଳ ପୂର୍ଣ୍ଣିମା ଭାବେ ପାଳିତ ହେଇଥାଏ । ଏହି ଦିନ ସମୂଦ୍ର ଦେବତା ବରୁଣଙ୍କୁ ନାରିକେଳ ବା ନଡ଼ିଆ ପ୍ରଦାନ କରାଯାଏ । ଉପକୂଳବର୍ତ୍ତୀ ଅଞ୍ଚଳ, ବିଶେଷ କରି ଯେଉଁମାନେ ନିଜର ଗୁଜରାଣ ମେଣ୍ଟାଇବା ପାଇଁ ସମୁଦ୍ର ଉପରେ ନିର୍ଭର କରିଥାନ୍ତି ସେମାଙ୍କ ପାଇଁ ଏହି ପର୍ବ ଯଥେଷ୍ଟ ମହତ୍ତ୍ୱ ରଖେ । ଗୁଜରାଟରେ ଏହି ଦିନ ପବିତ୍ରୋପନ ମଧ୍ୟ ପାଳିତ ହୋଇଥାଏ । ଶ୍ରାବଣର ପ୍ରତି ସୋମବାର ଶିବ ମନ୍ଦିରରେ ଜଳଲାଗି ସହ ପୂର୍ଣ୍ଣମୀରେ ଏହି ପର୍ବ ବହୁତ ଆଡ଼ମ୍ବର ସହିତ ପାଳିତ ହେଇଥାଏ । ଉତ୍ତର ଭାରତରେ ଏହି ପର୍ବ କାଜରି ପୂର୍ଣ୍ଣିମା ଭାବେ ଜଣାଶୁଣା । ଭଲ ଫସଲ ଉତ୍ପାଦନ ପାଇଁ ଏହି ଦିନ ଦେବୀଙ୍କୁ ପୂଜା କରାଯାଇଥାଏ । ତେବେ ଏହା ସବୁ ସ୍ଥାନରେ ନୁହେଁ, ସ୍ଥାନୀୟ ଭାବେ ପାଳିତ ହୋଇଥାଏ । ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ର କେତେକ ସ୍ଥାନରେ ଏହା ପାଳିତ ହେଇଥାଏ । ତେବେ ଦକ୍ଷିଣ ଭାରତରେ ଏହି ତିଥିକୁ ଅବନୀ ଅୱିଟ୍ଟମ୍ ପାଳନ କରାଯାଇଥାଏ । ଏହାକୁ ଓଡ଼ିଶାର ବ୍ରାହ୍ମଣଶାସନମାନଙ୍କରେ ଶ୍ରାବଣୀ ଦେଵଉପାକର୍ମ
ମଧ୍ୟ କୁହାଯାଏ । ବ୍ରାହ୍ମଣମାନେ ଏହିଦିନ ପବିତ୍ର ବୁଡ଼ ପକାଇ ଶ୍ଲୋକ ଉଚ୍ଚାରଣ ସହ ଯଜ୍ଞୋପବୀତ ଧାରଣ କରିଥାନ୍ତି । ବ୍ରାହ୍ମଣଙ୍କଦ୍ୱାରା କରାଯାଉଥିବା ଉତ୍ସବକୁ ବ୍ରହ୍ମ ଯଜ୍ଞ
ମଧ୍ୟ କୁହାଯାଏ । ପୁରାଣ ଓ ଇତିହାସରେ ରହିଛି ରକ୍ଷାବନ୍ଧନର ଅନେକ ଘଟଣା । ପୁରାଣରେ ଅସୁର ରାଜାବଳିଠାରୁ ମୋଗଲ ସମ୍ରାଟ ହୁମାୟୁନଙ୍କ ଯାଏଁ ରକ୍ଷାବନ୍ଧନ ଭଉଣୀର ସମ୍ମାନ ରକ୍ଷା କରିଆସିଛି । ଅସୁର ସମ୍ରାଟ ବଳି ଭଗବାନ ବିଷ୍ଣୁଙ୍କର ଜଣେ ବଡ଼ ଭକ୍ତ ଥିଲେ, ତାଙ୍କ ଉପରେ କୋଉଣସି ବିପଦ ଆସୁ ଏହା ବିଷ୍ଣୁ ଚାହୁଁ ନ ଥିଲେ । ତେଣୁ ବଳି ଉପରେ ବିପଦ ଥିବା ଜାଣି ବିଷ୍ଣୁ ବୈକୁଣ୍ଠ ତ୍ୟାଗକରି ବଳିର ରାଜପ୍ରାସାଦରେ ଅବସ୍ଥାନ କଲେ । ତେଣେ ମହାଲକ୍ଷ୍ମୀ ଏହା ଚାହୁଁ ନଥିଲେ । ସେ ଚାହୁଁ ଥିଲେ ବିଷ୍ଣୁ ତାଙ୍କ ସହ ବୈକୁଣ୍ଠରେ ଅବସ୍ଥାନ କରନ୍ତୁ । ଏହାର ଏକ ଉପାୟ ଚିନ୍ତାକରି ଲକ୍ଷ୍ମୀ ବ୍ରାହ୍ମଣୀ ବେଶରେ ବଳିକୁ ଭେଟିଲେ । ଶ୍ରାବଣ ପୂର୍ଣ୍ଣମୀରେ ସେ ବଳି ହାତରେ ରାକ୍ଷୀ ବାନ୍ଧି ଦେଇଥିଲେ । ଏହାପରେ ଜଣେ ଭାଇ ହିସାବରେ ଲକ୍ଷ୍ମୀଙ୍କ କଥା ବୁଝିବା ବଳିଙ୍କର କର୍ତ୍ତ୍ୟବ୍ୟ ଥିଲା । ଲକ୍ଷ୍ମୀ କଣ ଚାହୁଛନ୍ତି ଜାଣିବାପରେ ସେ ବିଷ୍ଣୁଙ୍କୁ ବୈକୁଣ୍ଠରେ ରହିବାକୁ ଅନୁରୋଧ କରିଥିଲେ ।ମହାଭାରତରେ ମଧ୍ୟ ଏପରି ଏକ ପୌରାଣିକ କାହାଣୀ ରହିଛି।କାହାଣୀଟି କୃଷ୍ଣ ଓ ଦ୍ରୌପଦୀଙ୍କୁ ନେଇ । ଶ୍ରୀକୃଷ୍ଣ ଅତ୍ୟାଚାରୀ ଶିଶୁପାଳକୁ ବଧ କରିବା ବେଳେ ତାଙ୍କର ଅଙ୍ଗୁଳି କଟିଯାଇଥିଲା । ସେଥିରୁ ରକ୍ତ ବାହାରିବା ଦେଖି ଦ୍ରୌପଦୀ ନିଜ ପିନ୍ଧା ଶାଢ଼ୀ ଚିରି ସେଥିରେ ଗୁଡ଼ାଇ ଦେଇଥିଲେ, ଫଳରେ ରକ୍ତ ବନ୍ଦ ହେଇଯାଇଥିଲା । ଦ୍ରୌପଦୀଙ୍କ ମଧ୍ୟରେ ଶ୍ରୀକୃଷ୍ଣ ଭଉଣୀର ସ୍ନେହ ପାଇଥିଲେ । ଯେତେବେଳେ କୁରୁସଭାରେ ଦ୍ରୌପଦୀଙ୍କୁ କୌରବମାନେ ବିବସନା କରିବାକୁ ଉଦ୍ୟତ ହେଲେ ସେତେବେଳେ ଶ୍ରୀକୃଷ୍ଣ ବସ୍ତ୍ରଦାନକରି ଦ୍ରୌପଦୀଙ୍କ ଇଜ୍ଜତ ବା ସମ୍ମାନ ରକ୍ଷା କରିଥିଲେ । ଇତିହାସରେ ମଧ୍ୟ ରହିଛି ରକ୍ଷାବନ୍ଧନ । ଯଦିଓ ଏହାପଛରେ ରହିଛି ରାଜନୈତିକ ଅଭିସନ୍ଧି, ତେବେ ବି ରାକ୍ଷୀ ବାନ୍ଧିଥିବା ଭଉଣୀର ସମ୍ମାନ ରକ୍ଷା ପାଇଁ ଭାଇ ପଛଘୁଞ୍ଚା ଦେଇନାହିଁ ।ପ୍ରଥମ ଘଟଣାଟି ହେଲା ଖ୍ରୀଷ୍ଟପୂର୍ବ ୩୦୦ ବର୍ଷ ତଳର ।ମାସିଡୋନିଆର ସମ୍ରାଟ ଆଲେକଜାଣ୍ଡାର ଭାରତ ଉପରେ ବିଜୟ ଲାଭ ପାଇଁ ଅଗ୍ରସର ହେଉଥିବା ବେଳେ ରାଜା ପୁରୁଙ୍କ ସମ୍ମୁଖୀନ ହେଇଥିଲେ । ପ୍ରଥମ ଥର ପୁରୁଙ୍କଠାରୁ ଆଲେକଜାଣ୍ଡାର ପରାସ୍ତ ହେଲେ, ସେତେବେଳେ ଆଲେକଜାଣ୍ଡାରଙ୍କ ପତ୍ନୀ ପୁରୁଙ୍କ ନିକଟକୁ ଏକ ରାକ୍ଷୀ ପ୍ରେରଣ କରିଥିଲେ। ପୁରୁ ତାଙ୍କୁ ନିଜର ଭଉଣୀ ଭାବେ ଗ୍ରହଣ କରିଥିଲେ ।ଅନ୍ୟ ଘଟଣାଟି ହେଲା ରାଣୀ କର୍ଣ୍ଣାବତୀ ଓ ସମ୍ରାଟ ହୁମାୟୁନଙ୍କୁ ନେଇ । ମଧ୍ୟ ଯୁଗର ରାଜପୁତ ଯୋଦ୍ଧମାନେ ପରାକ୍ରମୀ ଥିଲେ । ସେମାନେ କୈଣସି ଆକ୍ରମଣକାରୀ ସତ ପ୍ରାଣ ଦେଇ ଲଢୁଥିଲେ । ଏମିତି ଏକ ଯୁଦ୍ଧରେ ଚିତୋରର ରାଣୀ କର୍ଣ୍ଣାବତୀ ସ୍ୱାମୀଙ୍କୁ ହରାଇବାପରେ ଯେତେବେଳେ ଅନୁଭବ କଲେ ଯେ,ସୁଲତାନ ବାହାଦୁରଶାହାଙ୍କୁ ପ୍ରତିହତ କରାଯାଇପାରିବ ନାହିଁ, ସେତେ ବେଳେ ସେ ଉପାୟଟିଏ ଚିନ୍ତାକଲେ । ମୋଗଲ ସମ୍ରାଟ ହୁମାୟୁନଙ୍କ ନିକଟକୁ ଏକ ରାକ୍ଷୀ ପଠେଇ ଦେଲେ । ହୁମାୟୁନ ମଧ୍ୟ ଏହାକୁ ଭଉଣୀର ସ୍ନେହ ମନେ କରି ଚିତୋରର ସୁରକ୍ଷାପାଇଁ ତୁରନ୍ତ ତାଙ୍କର ସୈନ୍ୟବାହିନୀ ପଠେଇଦେଇଥିଲେ । ଆମେ ଓଡ଼ିଆ ମାନେ ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମାକୁ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ତିଥିଭାବେ ଗ୍ରହଣ କରିଆସିଛେ । ହଳମୂଷଳ ଧାରଣ କରିଥିବା ବଳଭଦ୍ରଙ୍କୁ ସମ୍ମାନ ଜଣାଇ ଏହିଦିନ ଗୋମାତାଙ୍କୁ ପୂଜା କରାଯାଏ । ସେମାନଙ୍କୁ ଗାଧୋଇ ଦିଆଯାଇ ତାଙ୍କ ଶିଙ୍ଗରେ ରାକ୍ଷୀ ବାନ୍ଧିବା ଏବଂ ପିଠା ଖାଇବାକୁ ଦେବାର ପରମ୍ପରା ରହିଛି । ବ୍ରାହ୍ମଣମାନେ ଏହି ଦିନ ମନ୍ତୁରା ପଇତା ମଧ୍ୟ ପ୍ରଦାନ କରିଥାନ୍ତି, ଏହି ପଇତା ପିନ୍ଧିଲେ ବ୍ରହ୍ମରାକ୍ଷସ କବଳରୁ ମୁକ୍ତି ମିଳେ ବୋଲି ମଧ୍ୟ ବିଶ୍ୱାସ ରହିଛି । ଅବଶେଷରେ ଆଜି ଠାରୁ ଝୁଲଣ ଯାତ୍ରା ଆରମ୍ଭ ହୁଏ ।
ଅଙ୍କ ଗଣନା
ଅଙ୍କ ଗଣନା
--------------
ଜଣେ ଯୁବ ବନ୍ଧୁ ଜାଣିବାକୁ ଚାହିଁଲେ ଯେ ଓଡ଼ିଆଙ୍କ ଜନ୍ମ ଜାତକରେ ଯେଉଁ ଅଙ୍କ ଉଲ୍ଲେଖ ରଖାଯାଏ, ତା'ର ପ୍ରାସଙ୍ଗିକତା କ'ଣ ? ଏହାକୁ ଉପଜିଵ୍ୟ କରି ତାଙ୍କ ଉଦ୍ଦେଶ୍ୟରେ ପ୍ରଦତ୍ତ ଉତ୍ତରଟିକୁ ସାର୍ବଜନୀନ କରୁଛୁ । ଉତ୍କଳ ରାଜବଂଶରେ ଅଙ୍କ ପ୍ରଚଳନ କର୍ମଜିତ ଦେବଙ୍କ ରାଜତ୍ୱ ସମୟରୁ ଅଛି ବୋଲି ମାଦଳାପାଞ୍ଜିରେ ଉଲ୍ଲେଖ ରହିଛି । ସୁନିଆଁ ଦିନ ଅଙ୍କ ପ୍ରଚଳନ ହୁଏ । ଭାଦ୍ରବ ମାସ,ଶୁକ୍ଳପକ୍ଷ ଦ୍ଵାଦଶୀ ତିଥିରେ ( ଯାହା ବାମନ ଦ୍ଵାଦଶୀ ଭାବେ ସ୍ଵୀକୃତ) ରାଜପ୍ରସାଦରେ ସ୍ଵତନ୍ତ୍ର ଉତ୍ସବରେ ସୁନା ମୋହର ଉପରେ ରାଜାଙ୍କ ଅଭିଷେକ ବର୍ଷ ଆଧାରରେ ଅଙ୍କ କଟାଯାଉ ଥିବାରୁ "ସୁନିଆଁ" । ଏହି ଦିନ ଶ୍ରୀଜୀଉମାନଙ୍କ ପାର୍ଶ ପରିବର୍ତ୍ତନ ଯାତ୍ରା ହୁଏ । ଯେହେତୁ ଗଜପତି ମହାରାଜାଙ୍କୁ ଓଡ଼ିଆ ଜାତି " ଚଳନ୍ତି ବିଷ୍ଣୁ" ଭାବେ ଗ୍ରହଣ କରିଆସିଛି , ସେହେତୁ ତତ୍ ଆଧାରରେ ଅଙ୍କ ପରିବର୍ତ୍ତନ ହୁଏ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅଙ୍କ ଗଣନାର ଏକ ବିଶେଷ ବିଧି ରହିଛି । ୧୦, ଡାହାଣରେ ୦ ବା ୬ ଥିବ, ତାହା ଉହ୍ୟ କରାଯାଏ । ଯଥା ୯ ପରେ ୧୧ । ଆମ ପାଇଁ ମାଦଳା ପାଞ୍ଜି ହେଉଛି ଇତିହାସ । ଉତ୍କଳ ରାଜବଂଶରେ ମାଦଳା ପାଞ୍ଜି ମତେ ଯୁଧିଷ୍ଠିର ( ଖ୍ରୀ:ପୂ: ୩୧୦୧)ରୁ ୫୫୬ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାଜବଂଶକୁ ସୋମବଂଶ , ଯଯାତି କେଶରୀଙ୍କ ଠାରୁ ସିଦ୍ଧକେଶରୀ ବା ସୁଵର୍ଣ୍ଣ କେଶରୀ( ୫୫୬ ରୁ୧୪୩୫) କୁ କେଶରୀ ବଂଶ ବା ଚନ୍ଦ୍ରଵଂଶ, ଚୁଡଙ୍ଗଦେଵଙ୍କ ଠାରୁ ନେତ୍ରଭାନୁ ଦେବଙ୍କ ପର୍ଯ୍ୟନ୍ତ ଗଙ୍ଗ ବଂଶ, କପିଳେନ୍ଦ୍ର ଦେବଙ୍କ ଠାରୁ କଖାରୁଆ ପ୍ରତାପ ୧୫୫୩ ପର୍ଯ୍ୟନ୍ତ ସୂର୍ଯ୍ୟ ବଂଶ, ଗୋବିନ୍ଦ ବିଦ୍ୟାଧରଙ୍କ ଠାରୁ ରଘୁରାମ ଜେନା (୧୫୫୩ ରୁ ୧୫୫୭ ) ପର୍ଯ୍ୟନ୍ତକୁ ଭୋଇ ବଂଶ, ମୁକୁନ୍ଦ ହରିଚନ୍ଦନଙ୍କ ଠାରୁ ରଘୁବଂଶ ଛୋଟରାଙ୍କ ପର୍ଯ୍ୟନ୍ତ ଚାଲୁକ୍ୟ ବଂଶ, ୧୫୬୭ ରୁ ରାମଚନ୍ଦ୍ର ଦେବଙ୍କ ଠାରୁ ବର୍ତ୍ତମାନ ଦିବ୍ୟସିଂହ ଦେବଙ୍କ ସମୟକୁ ଯଦୁଵଂଶ ଭାବେ ସ୍ଵୀକୃତ।ଉତ୍କଳୀୟ ସଂସ୍କୃତି ଓ ସାମାଜିକ ଜୀବନରେ ଗଜପତିଙ୍କ ନାମରେ ଆରମ୍ଭ ହୁଏ ନବବର୍ଷ । ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥିରେ ସୁନିଆ ଦିନ ଆରମ୍ଭ ହୁଏ ଗଜପତିଙ୍କ ନୂତନ ଅଙ୍କ । ତେଣୁ ସୁନିଆକୁ ଉତ୍କଳୀୟ ନବବର୍ଷ ବୋଲି ଧରାଯାଏ । ଜାତକରେ ବର୍ଷ, ମାସ, ତାରିଖ, ତିଥି ଓ ନକ୍ଷତ୍ର ଉଲ୍ଲେଖ ହୁଏ । ସୁନିଆ ଦିନଠାରୁ ଗଜପତି ମହାରାଜାଙ୍କ ଗାଦିନାସୀନ ବର୍ଷର ଗଣନା ହୋଇଥାଏ । ସୁନିଆ ଦିନ ଷୋଳଶାସନରୁ ବ୍ରାହ୍ମଣମାନେ ଶ୍ରୀନଅରକୁ ଆସି ଗୋଟିଏ ଲେଖାଏଁ ନଡ଼ିଆ ଗଜପତିଙ୍କୁ ଭେଟିଦେଇ ମହାରାଜାଙ୍କୁ ଆଶିର୍ବାଦ କରିଥାନ୍ତି । କରଣସାମନ୍ତମାନେ ମଧ୍ୟ ଶ୍ରୀନଅରକୁ ଆସି ଗଜପତି ମହାରାଜାଙ୍କୁ ଭେଟିଦେଇଥାନ୍ତି । ସମସ୍ତଙ୍କୁ ଶ୍ରୀନଅରରେ ମହାପ୍ରସାଦ ସେବନରେ ଆପ୍ୟାୟିତ କରାଯାଏ । ସୁନିଆ ଦିନ ଗଜପତି ମହାରାଜା ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି କନକ ଭେଟି ଅର୍ପଣ କରିବାର ପ୍ରଥା ଅଛି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ଗଜପତି ପୁରୁଣା ନଅର ସ୍ଥଳକୁ ଯାଇ ଶ୍ୟାମାକାଳୀ ଓ ଅଷ୍ଟଶମ୍ଭୁଙ୍କୁ ଦର୍ଶନକରି ଶ୍ରୀନଅର ପ୍ରତ୍ୟାବର୍ତ୍ତନ କରିଥାନ୍ତି । ସୁନିଆ ଦିନ ସ୍ୱର୍ଣ୍ଣମୁଦ୍ରାରେ ଗଜପତି ମହାରାଜାଙ୍କ ନୂତନ ଅଙ୍କ କଟାଯାଇ ସେହିଦିନଠାରୁ ନୂତନ ଅଙ୍କର ଗଣନା ଆରମ୍ଭ ହୁଏ ।ଗଜପତି ବଂଶର ପରମ୍ପରା କ୍ରମେ ନୂତନ ରାଜା ରାଜଗାଦିରେ ଯଥାବିଧି ଅଭିଷିକ୍ତ ହେବାପରେ ତାଙ୍କ ଆଦେଶନୁସାରେ ପୂର୍ବତନ ରାଜାଙ୍କ ମର ଶରୀର ସତ୍କାର କରାଯାଇଥାଏ । ଗଜପତି ରାଜଗାଦି କେବେ ଶୂନ୍ୟ ରହେ ନାହିଁ । ପୂର୍ବତନ ମହାରାଜାଙ୍କ ମରଶରୀରକୁ ପୁରୀ ସ୍ୱର୍ଗଦ୍ୱାର ଶ୍ମଶାନରେ ସତ୍କାର କରାଯାଏ । ସାଧାରଣତଃ ସର୍ବସାଧାରଣଙ୍କ ଶବ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପତିତପାବନଙ୍କୁ ଦର୍ଶନ କରାଇ ସ୍ୱର୍ଗଦ୍ୱାରକୁ ନିଆଯାଇଥାଏ । କିନ୍ତୁ ଗଜପତିଙ୍କ ମରଶରୀର ଶୋଭାଯାତ୍ରା ଶ୍ରୀମନ୍ଦିର ସମ୍ମୁଖରେ ନିଆନଯାଇ ଉତ୍ତର ଦ୍ୱାର, ପଶ୍ଚିମ ଦ୍ୱାର ଓ ଦକ୍ଷିଣ ଦ୍ୱାର ବୁଲାଇ ନିଆଯାଇଥାଏ । ତେବେ ମହାରାଣୀ ବା ରାଜମାତାଙ୍କ ଦେହାନ୍ତ ହେଲେ ତାଙ୍କ ଶବ ଶୋଭାଯାତ୍ରା ଅନ୍ୟ ପ୍ରକାର ହୋଇଥାଏ । ଗଜପତି ମହାରାଜା ମହାପ୍ରଭୁଙ୍କ ଆଦ୍ୟସେବକ ହୋଇଥିବାରୁ ପରମ୍ପରାକ୍ରମେ ନିଜ ଲୋକଙ୍କ ପରଲୋକ ହେଲେ ମଧ୍ୟ ସେ ଶବ ସ୍ପର୍ଶ କରିବା, ମୁଖାଗ୍ନି ଦେବା ଅଥବା ଅଶୌଚ ପାଳନ କରିବା ବାରଣ ଅଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ମହାପ୍ରଭୁଙ୍କ ସେବା କିମ୍ବା ଦର୍ଶନ ପାଇଁ ଗଜପତି ମହାରାଜା ଶ୍ରୀମନ୍ଦିରକୁ ଗଲେ କେତେକ ବିଶେଷ ବିଧିବିଧାନ ପାଳନ କରାଯାଇଥାଏ । ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ସେବା ପାଇଁ ଯିବାକୁ ହେଲେ ଗଜପତି ମହାରଜା ଶ୍ରୀନଅରରୁ ତାମଯାନରେ ବିଜେକରି କଳାଛତି, ଧଳାଛତି, ବାଦ୍ୟବାଜଣା ସହ ପଟୁଆରରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖକୁ ଆସିଥାନ୍ତି । ତାମଜାନ ଅରୁଣ ସ୍ତମ୍ଭ ପାଖରେ ରୁହେ ।ଗଜପତି ସେଠାରୁ ଖାଲି ପାଦରେ ଚାଲି ସିଂହଦ୍ୱାର ଗୁମୁଟରେ ପତିତପାବନ ଏବଂ ବାଇଶିପାହାଚରେ କାଶୀ ବିଶ୍ୱନାଥଙ୍କୁ ଦର୍ଶନକରି କୂର୍ମବେଢାରେ ପ୍ରବେଶ କରନ୍ତି । କଳ୍ପବଟ ତଳେ ବଟଗଣେଶ ଏବଂ ବଟମଙ୍ଗଳାଙ୍କୁ ଦର୍ଶନ କରି ସାତପାହାଚ ବାଟେ ନାଟମଣ୍ଡପରେ ପ୍ରବେଶ କରନ୍ତି । ଗରୁଡ଼ସ୍ତମ୍ଭ ପାଖରେ ମହାପ୍ରଭୁଙ୍କୁ ପ୍ରଣାମ କରି ଦର୍ଶନ କରନ୍ତି । ନାଟମଣ୍ଡପରୁ ଜୟବିଜୟ ଦ୍ୱାର ଦେଇ ଜଗମୋହନକୁ ଯାଇ କଳାହାଟ ଦ୍ୱାର ବାଟ ଦେଇ ଗର୍ଭଗୃହ ମଧ୍ୟକୁ ସେବାନୀତି ପାଳନ ପାଇଁ ଯାଇଥାନ୍ତି । ରତ୍ନ ସିଂହାସନ ସମ୍ମୁଖରେ ଶ୍ରୀଜୀଉମାନଙ୍କୁ ଦର୍ଶନ କରି ଗଜପତି ମହାରାଜା ଦଣ୍ଡ ପ୍ରଣାମ କରନ୍ତି । ପରମ୍ପରା କ୍ରମେ ବିଧି ପୂର୍ବକ କର୍ପୂର ଆଳତି, ଆଲଟ ସେବା, ଚାମର ସେବା, ପୁଷ୍ପାଞ୍ଜଳି, ବନ୍ଦାପନା ଆଦି ନୀତି ସମ୍ପାଦନ କରି ଗଜପତି ରତ୍ନ ସିଂହାସନ ଚତୁଃପାର୍ଶ୍ୱ ସମାର୍ଜନ କରି ରାଜନୀତି ପାଳନ କରନ୍ତି । ଗଜପତି ମହାରାଜା ସେବା ନୀତି ପାଳନ କରିଥିବା ସମୟରେ ଜୟବିଜୟ ଦ୍ୱାର ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପ୍ରବେଶ ନିଷେଧ ଥାଏ । ସେବା ନୀତି ସମାପନ କରି ଗଜପତି ଜଗମୋହନରେ ଭଣ୍ଡାର ଲୋକନାଥଙ୍କୁ ଦର୍ଶନ ପରେ ବେହେରଣ ଦ୍ୱାର ଦେଇ ମନ୍ଦିର ବାହାରକୁ ଆସି ଦକ୍ଷିଣ ଘରେ ବିଜେ ପ୍ରତିମାଙ୍କୁ ଏବଂ ନୃସିଂହ ମନ୍ଦିର ନୃସିଂହଙ୍କୁ ପ୍ରଣାମ କରି ମୁକ୍ତିମଣ୍ଡପ ପଣ୍ଡିତମାନଙ୍କ ଆଶିର୍ବାଦ ଗ୍ରହଣ କରନ୍ତି । ତା ପରେ ବିମଳା , ସରସ୍ୱତୀ, ଭୁବନେଶ୍ୱରୀ ଏବଂ ମହାଲକ୍ଷ୍ମୀଙ୍କୁ ଦର୍ଶନ କରି ଶ୍ରୀନଅରକୁ ତାମଯାନରେ ଫେରି ଆସନ୍ତି । ସେହିପରି ଗଜପତି ବଂଶ ପରମ୍ପରା କ୍ରମେ ଗଜପତି ମହାରାଜାଙ୍କ ଜ୍ୟେଷ୍ଠପୁତ୍ର ଉତ୍ତରାଧିକାରୀ ସୂତ୍ରରେ ଗଜପତି ମହାରାଜା ରୂପେ ଗାଦିନସୀନ ହୋଇ ଶ୍ରୀମନ୍ଦିରରେ ଗଜପତି ମହାରାଜା ସେବା କରି ପାରିବେ । ଗଜପତି ମହାରାଜାଙ୍କ କନ୍ୟାସନ୍ତାନ ଗଜପତି ମହାରାଜା ସେବା କରିପାରିବେ ନାହିଁ । ତେଣୁ ମହାରାଜାଙ୍କ ପୁତ୍ର ନଥିଲେ ପୋଷ୍ୟପୁତ୍ର ଗ୍ରହଣ କରିବାକୁ ହୁଏ । ଗଜପତି ମହାରାଜାଙ୍କ ଜ୍ୟେଷ୍ଠପୁତ୍ର ବା ଯେଉଁ ପୁତ୍ର ଭବିଷ୍ୟତରେ ଉତ୍ତରାଧିକାରୀ ଭାବେ ରାଜଗାଦିରେ ଅଭିଷିକ୍ତ ହେବାର ଥିବ ତାଙ୍କୁ ଜେନାମଣି ବା ବଡ଼ ଜେନାମଣି ଭାବେ ସମ୍ବୋଧନ କରାଯାଏ । ତାଙ୍କ ସାନଭାଇଙ୍କୁ ଥାଟରାଜା ଭାବେ ସମ୍ବୋଧିତ କରାଯାଏ । ଉତ୍ତରାଧିକାରୀ ସୂତ୍ରେ ଗଜପତି ମହାରାଜା ଗାଦିନସୀନ ବା ଅଭିଷେକ, ତା ପରେ ବ୍ରତୋପୟନ ଏବଂ ଶାଢ଼ୀବନ୍ଧା ପର୍ବ ସମାପନ ପରେ ସେ 'ଗଜପତି ମହାରାଜା ସେବା' କରିପାରିବେ । 'ଶାଢ଼ୀବନ୍ଧା' ପ୍ରଥା ହେଉଛି ଶ୍ରୀମନ୍ଦିରରେ ସେବାନିର୍ବାହ କରିବା ପାଇଁ ମହାପ୍ରଭୁଙ୍କ ଆଜ୍ଞାପ୍ରଦାନ । ଗଜପତି ମହାରାଜା ରୂପେ ଅଭିଷିକ୍ତ ହେବା ପୂର୍ବରୁ ଜେନାମଣିଙ୍କର ଅନ୍ୟ ନାମ ଥାଏ । ବର୍ତ୍ତମାନର ଗଜପତି ମହାରାଜାଙ୍କର ନାମ ଥିଲା ଜେନାମଣି କାମାର୍ଣ୍ଣବ ଦେବ । ଗଜପତି ବଂଶର ପରମ୍ପରା କ୍ରମେ ଗଜପତି ମହାରାଜା ପଦରେ ଅଭିଷିକ୍ତ ହେବା ପରେ କ୍ରମାନୁସାରେ ଚାରୋଟି ନାମରେ ନାମିତ ହୋଇଥାନ୍ତି , ଯଥା କ୍ରମାନ୍ୱୟରେ ଗଜପତି ମୁକୁନ୍ଦଦେବ ,ଗଜପତି ରାମଚନ୍ଦ୍ରଦେବ ,ଗଜପତି ବୀରକିଶୋର ଦେବ ଏବଂ ଗଜପତି ଦିବ୍ୟସିଂହଦେବ ।ବର୍ତ୍ତମାନର ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପିତୃଦେବ ଗଜପତି ବୀରକିଶୋର ଦେବଙ୍କ ଦେହାନ୍ତ ପରେ ତାଙ୍କ ମରଶରୀର ଶ୍ରୀକ୍ଷେତ୍ରରେ ୧୯୭୦ ମସିହା ଜୁଲାଇ ୭ ତାରିଖରେ ପହଞ୍ଚିଥିଲା । ସେଦିନ ଶ୍ରୀକ୍ଷେତ୍ରରେ ଗୁଣ୍ଡିଚାଯାତ୍ରା ଥିଲା । ତିନି ଠାକୁର ପହଣ୍ଡି ବିଜେ କରି ରଥରେ ବିରାଜମାନ କରିଥାନ୍ତି । ବାକିଥାଏ ଗଜପତି ମହାରାଜାଙ୍କର ରଥ ଉପରେ ଛେରାପହଁରା । ସେତେବେଳକୁ ଉତ୍ତରାଧୀକାରୀ ଜେନାମଣି କାମାର୍ଣବ ଦେବ ଗଜପତି ରୂପେ ଅଭିଷିକ୍ତ ହୋଇନଥାନ୍ତି । ତେଣୁ ସେ ବର୍ଷ ଛେରାପହଁରା ନୀତି ମୁଦିରଥ ସମାପନ କରିଥିଲେ । ଗଜପତି ବଂଶର ପରମ୍ପରା କ୍ରମେ ନୂତନ ରାଜା ରାଜଗାଦିରେ ଯଥାବିଧି ଅଭିଷିକ୍ତ ହେବାପରେ ତାଙ୍କ ଆଦେଶନୁସାରେ ପୂର୍ବତନ ରାଜାଙ୍କ ମର ଶରୀର ସତ୍କାର କରାଯାଇଥାଏ । ଗଜପତି ରାଜଗାଦି କେବେ ଶୂନ୍ୟ ରହେ ନାହିଁ । ପୂର୍ବତନ ମହାରାଜାଙ୍କ ମରଶରୀରକୁ ପୁରୀ ସ୍ୱର୍ଗଦ୍ୱାର ଶ୍ମଶାନରେ ସତ୍କାର କରାଯାଏ । ସାଧାରଣତଃ ସର୍ବସାଧାରଣଙ୍କ ଶବ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପତିତପାବନଙ୍କୁ ଦର୍ଶନ କରାଇ ସ୍ୱର୍ଗଦ୍ୱାରକୁ ନିଆଯାଇଥାଏ । କିନ୍ତୁ ଗଜପତିଙ୍କ ମରଶରୀର ଶୋଭାଯାତ୍ରା ଶ୍ରୀମନ୍ଦିର ସମ୍ମୁଖରେ ନିଆନଯାଇ ଉତ୍ତର ଦ୍ୱାର, ପଶ୍ଚିମ ଦ୍ୱାର ଓ ଦକ୍ଷିଣ ଦ୍ୱାର ବୁଲାଇ ନିଆଯାଇଥାଏ । ତେବେ ମହାରାଣୀ ବା ରାଜମାତାଙ୍କ ଦେହାନ୍ତ ହେଲେ ତାଙ୍କ ଶବ ଶୋଭାଯାତ୍ରା ଅନ୍ୟ ପ୍ରକାର ହୋଇଥାଏ । ଗଜପତି ମହାରାଜା ମହାପ୍ରଭୁଙ୍କ ଆଦ୍ୟସେବକ ହୋଇଥିବାରୁ ପରମ୍ପରାକ୍ରମେ ନିଜ ଲୋକଙ୍କ ପରଲୋକ ହେଲେ ମଧ୍ୟ ସେ ଶବ ସ୍ପର୍ଶ କରିବା, ମୁଖାଗ୍ନି ଦେବା ଅଥବା ଅଶୌଚ ପାଳନ କରିବା ବାରଣ ଅଛି ।
ଅପୁଞ୍ଛନୀୟ କୀର୍ତ୍ତି, ଅବିସ୍ମରଣୀୟ ସ୍ମୃତି
ଅପୁଞ୍ଛନୀୟ କୀର୍ତ୍ତି, ଅବିସ୍ମରଣୀୟ ସ୍ମୃତି
------------------+
ବିଧିର ବିଧାନ ଆଧାରରେ ପ୍ରତି ପ୍ରତିଫଳିତ ମୁହୂର୍ତ୍ତ ଯେ ଅଦୃଶ୍ୟ ଶକ୍ତି ଦ୍ଵାରା ପୂର୍ବ ନିର୍ଦ୍ଧାରିତ, ତାହା ବିଭିନ୍ନ ଆଲେଖ୍ୟ ଓ ଆଲୋଚନାରେ ବ୍ୟକ୍ତ କରିବା ଅବସରରେ ସେହି ଅଦୃଶ୍ୟ ସକଳ ଲୀଳାମୟଙ୍କ କଳ୍ପିତ ଅଵୟବ ନିକଟରେ ସ୍ବତଃ ମଥାପାତି ସଭକ୍ତି ପ୍ରଣାମ କରିଆସିଥାଉ । ମାର୍ଚ୍ଚ ୩ ତାରିଖ,୧୯୩୬ ରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ରାଜପତ୍ର ଘୋଷଣା ପରେ ୨୮ ଏପ୍ରିଲ,୧୯୩୬ ରେ ଶ୍ରୀକ୍ଷେତ୍ର ପୁରୀର ରାମଚଣ୍ଡୀ ସାହିସ୍ଥିତ ଲକ୍ଷ୍ମୀ ଟକିଜରେ ମୁକ୍ତିଲାଭ କରିଥିଲା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର " ସୀତା ବିବାହ " । ଏହି ଚଳଚ୍ଚିତ୍ରର ପ୍ରଯୋଜନା, ନିର୍ଦ୍ଦେଶନା ଠାରୁ ଆରମ୍ଭ କରି ବିଶ୍ଵାମିତ୍ର ଭୂମିକାରେ ଅଭିନୟ ମଧ୍ୟ କରିଥିଲେ , ଗୀତ ବି ରଚନା କରିଥିଲେ ସେହି ମହାତ୍ମା ମୋହନ ସୁନ୍ଦର ଦେବ ଗୋସ୍ୱାମୀ, ଯାହାଙ୍କର ଆଜି ଜୟନ୍ତୀ , ଅର୍ଥାତ୍ ୧୮୯୨, ଅଗଷ୍ଟ ୭ ତାରିଖ ଏବଂ ତାଙ୍କର ତିରୋଧାନ ଘଟିଥିଲା ୧୯୪୮ ମସିହା, ଜାନୁଆରୀ ୧୧ ତାରିଖରେ । ବିଧିର ବିଧାନ ଶଦ୍ଦ ଏଇଥିପାଇଁ ଉଲ୍ଲେଖ କଲୁଯେ ଏହି ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର" ସୀତା ବିବାହ"ର ଯିଏ ସ୍ରଷ୍ଟା ଅର୍ଥାତ୍ ଲେଖକ , ସିଏ ହେଉଛନ୍ତି ଜାତୀୟତାବାଦୀ ସାରସ୍ଵତ ସ୍ରଷ୍ଟା କାମପାଳ ମିଶ୍ର, ଯାହାଙ୍କର ଆଜି ମଧ୍ୟ ଜୟନ୍ତୀ । ସବୁଠାରୁ ବିଡ଼ମ୍ବନା ତଥା ଦୁର୍ଭାଗ୍ୟଜନକ ଘଟଣା ହେଲା ଏହି ମହାନ୍ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ପ୍ରାଣ, ସ୍ବାଧୀନତା ସଂଗ୍ରାମୀ , ସର୍ବାନ୍ତକରଣରେ ସର୍ବସ୍ବ ତ୍ୟାଗୀ ବହୁମୁଖି ପ୍ରତିଭାଦୀପ୍ତ ବ୍ୟକ୍ତିତ୍ଵଙ୍କୁ ଏ ଜାତି ଭୁଲିଗଲା, ନିଷ୍ଠୁର ଇତିହାସ ତାଙ୍କୁ ଅସମ୍ମାନ କରିଛି , ଏଥିପାଇଁ ଯେଉଁମାନେ ଦାୟୀ , ସେମାନେ ଶାସ୍ତ୍ର ନୀତି ଆଧାରରେ ଜଣେ ଜଣେ ମହାପାପୀ । ପୁଣ୍ୟ ପୀଠ ବୈତରଣୀ ତୀର୍ଥ ବିରଜା କ୍ଷେତ୍ର ଅନ୍ତର୍ଗତ ସପନପୁର ବ୍ରାହ୍ମଣ ଶାସନ ଗ୍ରାମରେ ପ୍ରସିଦ୍ଧ ବିଦ୍ୟାବାଗୀଶ ପରିବାରରେ ଆଜିର ତାରିଖରେ ଅର୍ଥାତ୍ ଅଗଷ୍ଟ ୭ ତାରିଖ, ୧୮୭୫ ମସିହାରେ ଜନ୍ମଗ୍ରହଣ କରିଥିଲେ ଏହି ଉତ୍କଳ ଜନନୀଙ୍କ ମହାନ୍ ସନ୍ତାନ । ଏଠାରେ ଆମେ ଏକ ଅନାଲୋଚିତ ତଥ୍ୟ ଉଲ୍ଲେଖ କରୁଛୁ ଓ ଏହାର ସତ୍ୟା ସତ୍ୟ ପରୀକ୍ଷା କରିବା ପାଇଁ ସାରସ୍ଵତ ସାଧକ, ଗବେଷକ,ଐତିହାସିକମାନଙ୍କୁ ଆହ୍ବାନ ଦେଉଛୁ । ମହାପୁରୁଷ କାମପାଳଙ୍କ ପୂର୍ବପୁରୁଷଙ୍କ ଇତିହାସ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ନତୁବା ଆପଣଙ୍କ ଚରିତ୍ର ଆଧାର ରେ ଟିକା ଟିପ୍ପଣୀ ଦେବେ ଏବଂ କେହି କେହି ମଧ୍ୟ ଆମକୁ ପାଗଳ କହିବେ । ପାଗଳ କହିଲେ ଚଳିବ ମାତ୍ର ପାରାନୋଇଆ ରୋଗାକ୍ରାନ୍ତ ବୋଲି ଆକ୍ଷେପ ନକରିବାକୁ ନମ୍ର ନିବେଦନ । ଇଏ ହେଉଛନ୍ତି ସର୍ବକାଳୀନ ଶ୍ରେଷ୍ଠ ଓଡ଼ିଆ ପଣ୍ଡିତ ମଧୁକର ମିଶ୍ରଙ୍କ ଦାୟାଦ । ମହାତ୍ମା ମଧୁକର ମିଶ୍ରଙ୍କ ପୁତ୍ର ପଣ୍ଡିତ ଉପେନ୍ଦ୍ର ମିଶ୍ର ଏବଂ ଉପେନ୍ଦ୍ର ମିଶ୍ର ଙ୍କର ଥିଲେ ତିନି ପୁଅ, ସେମାନେ ହେଲେ କଂସାରୀ ମିଶ୍ର,ପରମାନନ୍ଦ ମିଶ୍ର ଓ ଜଗନ୍ନାଥ ମିଶ୍ର । ଏହି ଜଗନ୍ନାଥ ମିଶ୍ରଙ୍କ ସମ୍ପର୍କରେ ଆମେ ଆଗରୁ ଆଲୋଚନା କରିଥିଲେ, ଯାହାଙ୍କୁ ଗଜପତି ମହାରାଜା କପିଳେନ୍ଦ୍ର ଦେବ ଏକ ଭୟଙ୍କର ଅପରାଧରେ ତଡ଼ି ପାର୍ ନିର୍ଦ୍ଦେଶ ଭଳି ଏକ କୋହଳ ଦଣ୍ଡ ଦେଇଥିଲେ ଏବଂ ଯାହାଙ୍କୁ ଆଧାର କରି ଶହଶହ ବର୍ଷ ଧରି ଏକ ସର୍ବାଧିକ ପ୍ରଚାରିତ ଓ ଉଚ୍ଚାରିତ ଢଗ " ପଣ୍ଡିତଙ୍କ ପୁଅ ମାଙ୍କଡ ମାଇଲେ ଦୋଷ ନାହିଁ ? " ପ୍ରଚଳିତ । ଏହି ଜଗନ୍ନାଥ ମିଶ୍ରଙ୍କୁ ଦଣ୍ଡାଦେଶ ପରେ ସେ ଉତ୍କଳ ରାଜ୍ୟର ସୀମା ସେପାଖେ ବଙ୍ଗ ରାଜ୍ୟର ଶ୍ରୀହଟ୍ଟ ଜିଲ୍ଲାର ବାସିନ୍ଦା ହେଲେ ଏବଂ ଏହାଙ୍କର ଦୁଇ ପୁତ୍ର , ଯଥା ବିଶ୍ଵରୂପ ଓ ବିଶ୍ଵମ୍ବର ମିଶ୍ର । କନିଷ୍ଠ ପୁତ୍ର ବିଶ୍ବମ୍ବର ମିଶ୍ର ଶ୍ରୀଚୈତନ୍ୟ ଏବଂ ସିଏ କେଉଁ ଉଦ୍ଦେଶ୍ୟରେ ଏବଂ କେମିତି ପୁରୀ ଆସିଲେ ଓ ରାଜା, ମନ୍ତ୍ରୀ, ସେନାପତିଙ୍କ ଠାରୁ ବୀରମାଟି ଉତ୍କଳର ପାଇକ ବୀର ମାନେ କେମିତି ପ୍ରଭାବିତ ହେଲେ ଓ ମାତୃଭୂମିର ସୁରକ୍ଷା ପାଇଁ ଧରୁଥିବା " କରଵାଳ", ଉତ୍ପାଦନ ପାଇଁ ଧରୁଥିବା " ଲଙ୍ଗଳ" ଧାରି ବୀର ପାଇକ ମାନଙ୍କ ହାତରେ " ଖୋଳ କରତାଳ" ଶୋଭା ବର୍ଦ୍ଧନର ପ୍ରଭାବ ପଡ଼ିଲା ୧୫୬୮ରେ, ଶିଖି ,ମନାଇଙ୍କ ବିଶ୍ବାସଘାତକତାରେ ଗୋହିରା ଟିକିରି ରଣ କ୍ଷେତ୍ରରେ, ମୁକୁନ୍ଦ ହରିଚନ୍ଦନ ଓରଫ୍ ମୁକୁନ୍ଦ ଦେବଙ୍କ ପରାଜୟରେ, ଓଡ଼ିଶାର ସ୍ଵାଧୀନତା ର ରବି ଅସ୍ତମିତ ହେବା ପ୍ରେକ୍ଷାପଟ୍ଟରେ । ଏହାର ବିସ୍ତୃତ ଆଲୋଚନା ଅନ୍ୟ ଏକ ଆଲେଖ୍ୟ ରେ କରାଯିବ । ଅତଏବ ସେହି ଜଗନ୍ନାଥ ମିଶ୍ରଙ୍କ ବଡ଼ଭାଇ ପରମାନନ୍ଦ ମିଶ୍ରଙ୍କ ବଂଶଧର ହେଉଛନ୍ତି ଅତି ଦୟନୀୟ ଭାବେ ଅବହେଳିତ ଓ ଅନାଲୋଚିତ କାମପାଳ ମିଶ୍ର , ଯିଏ ସମଗ୍ର ଓଡ଼ିଆ ଭାଷା ଭାଷୀ ଅଞ୍ଚଳକୁ ନେଇ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ନିମନ୍ତେ ସର୍ବସ୍ବ ତ୍ୟାଗ କରି ଅକଥନୀୟ ନିର୍ଯାତନାର ଶିକାର ହୋଇ ଶେଷ ଜୀବନରେ ପାଗଳ ହୋଇ ନଭେମ୍ବର ୨୧ ତାରିଖ,୧୯୨୭ ମସିହାରେ ରାସ୍ତାରେ ତାଙ୍କ ଶବ ପଡ଼ିଥିବା ଦେଖିବାକୁ ମିଳିଥିଲା । ଆହୁରି ଏକ ଆଶ୍ଚର୍ଯ୍ୟଜନକ କଥା ହେଲା ବନ୍ଦନୀୟ କାମପାଳ ମିଶ୍ରଙ୍କ ସମ୍ପର୍କରେ ଆମେ ଯାହାଙ୍କ ପ୍ରବନ୍ଧରୁ ଅନେକ ତଥ୍ୟ ସଂଗ୍ରହ କରିଛୁ, ସେହି ମହାନ୍ ସାରସ୍ଵତ ସାଧକ ତଥା ଗବେଷକ ପ୍ରାଧ୍ୟାପକ ଡ଼ଃ ବାଉରୀବନ୍ଧୁ କରଙ୍କ ଆଜି ମଧ୍ୟ ଜୟନ୍ତୀ । କ୍ଷଣଜନ୍ମା କାମପାଳ ମହାବିଦ୍ୟାଳୟ ଛାତ୍ର ଥିବା ସମୟରେ କେତେକ ସମଭାବାପନ୍ନ ଛାତ୍ରବନ୍ଧୁଙ୍କୁ ନେଇ ଗଠନ କରିଥିଲେ " ଅଵଜରଭର କ୍ଲବ" , ଯେଉଁ ମାନଙ୍କ ମଧ୍ୟରେ ଥିଲେ ଆମ ଭାଷା କୋଣାର୍କ " ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ" ର ସ୍ରଷ୍ଟା ଗୋପାଳ ପ୍ରହରାଜ, ବିଶ୍ବମଣି ପଣ୍ଡିତ ଗୋପବନ୍ଧୁ ଦାସ, ମହାନ୍ ସ୍ଵାଧୀନତା ସଂଗ୍ରାମୀ ଵ୍ରଜସୁନ୍ଦର ଦାସ, ସମର୍ପିତ ସ୍ଵାଧୀନତା ସଂଗ୍ରାମୀ ଅଭିରାମ ଭଞ୍ଜ ପ୍ରଭୃତି । ୧୮୯୬ ରେ " ଅପୂର୍ବ ସ୍ବପ୍ନ" ଶୀର୍ଷକ ରେ ଏକ କାବ୍ୟ ରଚନା କରିଥିଲେ । ଏହି କାବ୍ୟଟିକୁ ଅଵଜରଭର କ୍ଲବ ଆଲୋଚନା ଚକ୍ର ରେ ପାଠ କରିଥିଲେ, ବିଶ୍ବମଣି ପଣ୍ଡିତ ଗୋପବନ୍ଧୁ ଏହାର ସମୀକ୍ଷା କରିଥିଲେ । ଏହା ଧାରାବାହିକ ଭାବରେ ବାଲେଶ୍ଵର ରୁ ପ୍ରକାଶିତ " ଓଡ଼ିଆ ଓ ନବ ସମ୍ବାଦ" ନାମକ ପତ୍ରିକା ରେ ପ୍ରକାଶିତ ହୋଇଥିଲା । ଏହି କାବ୍ୟକୁ ସେ ଉତ୍ସର୍ଗୀକୃତ କରିଥିଲେ ତତ୍କାଳୀନ ଓଡ଼ିଆ ଭାଷା ପ୍ରାଣ ବାମଣ୍ଡା ରାଜା ବାସୁଦେବ ସୁଢଳ ଦେବଙ୍କ ନାମରେ ।"ଅପୂର୍ବ ସ୍ବପ୍ନ" କାବ୍ୟରେ ଉତ୍କଳର ପ୍ରାଚୀନ ଗୈାରଵାମୟ ସ୍ଥିତି ପୁନଃ ପ୍ରତିଷ୍ଠା ନିମନ୍ତେ ତାଙ୍କର ବ୍ୟାକୁଳତା ଏହି କାବ୍ୟରେ ସ୍ପଷ୍ଟ ଭାବରେ ପରିଲକ୍ଷିତ ହୁଏ ଏବଂ ତାଙ୍କର ଆହ୍ବାନ ଥିଲା ଭାବୋଦ୍ଦୀପକ । ତାଙ୍କ ମତରେ ଆପଣାର ଦୃଢ଼ ମନୋବଳ ଓ କଠିନ ପରିଶ୍ରମ ଦ୍ବାରା ଯେକୌଣସି ଜାତି ନିଜର ସ୍ବାର୍ଥ ରକ୍ଷା କରିପାରିବ । ଜୀବନରେ କୈାଣସି ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଓଡ଼ିଆ ସଙ୍ଗଠିତ ଭାବେ ଜାଗ୍ରତ ହେବାକୁ ପଡ଼ିବ । ଅତୀତରେ ଉଦଯୋଗୀ ଓଡ଼ିଆ ଇତିହାସରେ ଅସମ୍ଭବକୁ ସମ୍ଭବ କରାଇ ପାରିଥିଲେ । ସେମାନଙ୍କ ଆଦର୍ଶ ଆମର ମାର୍ଗ ପ୍ରଦର୍ଶନ କରିଥାଏ । ଆଜି ଚରମ ଦୁଃର୍ଭାଗ୍ୟ ଯେ ଓଡ଼ିଆ ମାନେ ଭୀରୁତା ପ୍ରଦର୍ଶନ ସହିତ ସ୍ୱାର୍ଥପର ମଣିଷ ଭାବେ ମାତୃଭୂମି ଓ ମାତୃଭାଷା ପ୍ରତି ଚରମ ଉଦାସୀନ ମନୋଭାବ ପ୍ରଦର୍ଶନ କରୁଛନ୍ତି । ଆଳସ୍ୟପୂର୍ଣ୍ଣ ଜୀବନ ଯାପନ କରିବାକୁ ଯାଇ ନିଜ ଭାଇ ବିରାଦରୀର ଦୋଷତୃଟି ଦେଖିବାକୁ ଯାଇ ସେମାନେ ନିଜକୁ ନିରେଖି ଦେଖୁ ନାହାନ୍ତି । ତେଣୁ କବି କାମପାଳ ଲେଖିଛନ୍ତି -;
" ଉନ୍ନତି ସୋପାନ କଲେ ଆରୋହଣ
କି ହେବ ବୋଲି କହିଣ
ବିଜ୍ଞ ସୂତ ତୋର କାଳ କାଟୁଛନ୍ତି
ହୋଇ ଉଦ୍ୟମ ବିହୀନ ।
**************************
ନିଜ ଭାଷାବଳ ବୁଦ୍ଧି ବା କୈାଶଳ,
ପୋଷାକ ଚାଲି ଚଳଣ
ଦଶ ଆଦି ସର୍ବ କରନ୍ତି ତା ହୃଦେ
ହେୟ ଅନଳ ଜ୍ଜ୍ବଳନ ।।
କାମପାଳଙ୍କ ଅନେକ ସୃଷ୍ଟି ଜାତୀୟତାବାଦୀ ଦର୍ଶନର ପ୍ରତିଫଳନ । ୧୮୮୩ ରେ ଖଣ୍ଡ କାବ୍ୟ " ସୀତା ବନବାସ",୧୮୯୪ ରେ " ବସନ୍ତ ବିଜୟ" ୧୮୯୫ ରେ ଅପୂର୍ବ ସ୍ବପ୍ନ" ବ୍ୟତୀତ " ଅଷ୍ଟମୀ ଜହ୍ନ",କାଳ, ଆଶା, କାଳଚକ୍ର,ବନେ ବନମଲ୍ଲୀ,ଉଷା ଓ ଗୋଲାପ, ଧବଳେଶ୍ଵର, ଶାନ୍ତି ମନ୍ଦିର,ମଲ୍ଲୀ ଫୁଲର ଉଲ୍ଲାସ ଓ ଉପେନ୍ଦ୍ର ଭଞ୍ଜ ବ୍ୟତୀତ ତାଙ୍କ ଲିଖିତ ନାଟକ " ସୀତା ବିବାହ" (୧୮୯୯), ହରିଶ୍ଚନ୍ଦ୍ର (୧୯୦୨),"ବସନ୍ତ ଲତିକା"(୧୯୦୩) ଏବଂ ସେ ୧୮୯୮ ରେ ଲେଖିଥିଲେ ଦୀର୍ଘ ଗଳ୍ପ " ଅମ୍ବିକା" । ସମଗ୍ର ଓଡ଼ିଶାର ପୁରପଲ୍ଲୀ ବୁଲି ଭାଷା ସଚେତନତା, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ସମଗ୍ର ଜୀବନ ସମର୍ପିତ କରିଥିଲେ । ଷଢେ଼ଇକଳା , ଖରସୁଆଁ ଅଞ୍ଚଳରେ ଅନେକ ଦିନ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ପ୍ରଚାର କରିଥିଲେ । ଅର୍ଥାଭାବରେ ପୀଡ଼ିତ ହୋଇ ମୟୂରଭଞ୍ଜ ର ବିମାନ ଘାଟିରେ ଆସି ଏସ ଡି ଓ ହେଲେ ଏବଂ କିଛି ମାସ ପରେ ଢେଙ୍କାନାଳରେ ଦେଓ୍ବାନ ହେଲେ । ଏହି ସମୟରେ ବନ୍ଧୁ ଅଭିରାମ ଭଞ୍ଜଙ୍କ ଡାକରା ରେ ଚାକିରି ରୁ ଇସ୍ତଫା ଦେଇ ପୁନଃ ବିଚ୍ଛିନ୍ନାଞ୍ଚଳ ଗଲେ ଓ ବିଶ୍ବ ମଣି ଗୋପବନ୍ଧୁଙ୍କ ଆଦେଶ କ୍ରମେ ସେଠାରେ ଓଡ଼ିଆ ଭାଷାରେ ବିଭିନ୍ନ ସ୍ଥାନରେ ପାଳିକରି ପାଠ ପଢାଇଲେ । ହଠାତ୍ ବନ୍ଧୁ ଅଭିରାମ ଭଞ୍ଜଙ୍କ ଅକାଳ ବିୟୋଗ ଖବର ପାଇ ଫେରି ଆସି ନିଜକୁ ନିୟନ୍ତ୍ରଣରେ ରଖି ନପାରି ପାଗଳ ହୋଇଗଲେ । ପାଗଳ ହୋଇ ରାସ୍ତା ରେ ବୁଲି ବୁଲି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟ ଠାରୁ ସେକ୍ସପିଅର ଙ୍କ" ଅଥେଲୋ"," ହାମଲେଟ","ମାକବେଥ" ର ସଂଳାପ ଅନର୍ଗଳ ଗାଇ ବୁଲିଲେ । ସେତେବେଳେ କେହି ତାଙ୍କ ଚିକିତ୍ସା ବ୍ୟବସ୍ଥା ବୁଝିନଥିଲେ ଓ ଶେଷରେ ରାସ୍ତା ରେ ତାଙ୍କ ଜୀବନ କାଳ ସମାପ୍ତ ହୋଇଥିଲା ।
କାହିଁ ବନ୍ଧୁତା କାହିଁ ପ୍ରେମ ସୁନ୍ଦର..
କାହିଁ ବନ୍ଧୁତା କାହିଁ ପ୍ରେମ ସୁନ୍ଦର..
------------------
"उत्सवे व्यसने चैव दुर्भिक्षे राष्ट्रविप्लवे ।
राजद्वारे श्मशाने च यतिष्ठति स वान्धवः ॥"
ଉତ୍ସବେ ବ୍ୟସନେ ଚୈବ ଦୁର୍ଭିକ୍ଷେ ରାଷ୍ଟ୍ର ବିପ୍ଲବେ
ରାଜଦ୍ୱାରେ ଶ୍ମଶାନେ ଚ ଯ ତିଷ୍ଟତି ସ ବାନ୍ଧଵଃ ।
He who stands with, in good times, bad times, draught, riot, war, king's court and after death; is a real friend. । ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଯେ ଗ୍ରୀକ୍ ଦାର୍ଶନିକ ଆରିଷ୍ଟୋଟଲ କହିଥିଲେ, ”ବନ୍ଧୁ କିଏ ?ଯେଉଁଠି ଏକ ଆତ୍ମା, ଶରୀର ଦୁଇଟିରେ ବାସ କରୁଥାଏ“ । ଜଣେ ବ୍ୟକ୍ତି ତା’ର ବନ୍ଧୁ ସହ ମାନସିକ ଶାନ୍ତିରେ ରହିପାରେ, କିଛି କହିବା ପୂର୍ବରୁ ଚିନ୍ତା କରିବାର ଆବଶ୍ୟକତା ନ ଥାଏ, ଉପଯୁକ୍ତ ଶବ୍ଦ ଖୋଜିବାକୁ ପଡ଼େ ନାହିଁ, ସେ ବିନା ଦ୍ୱିଧାରେ ତା’ର ଅନ୍ତରର କଥା ବ୍ୟକ୍ତ କରିପାରେ। ତୁମ ନିଜଠାରୁ ସେ ତୁମକୁ ଭଲଭାବରେ ଚିହ୍ନେ, ତୁମର ମାନସିକ ଅବସ୍ଥା ସ୍ଥିର ନ ଥିଲାବେଳେ ସେ ପାଖରେ ଥାଇ ଆଶ୍ୱାସନା ଦିଏ, ମନୋବଳ ବଢ଼ାଏ। ଏ ବିଷୟରେ କୁହାଯାଇଛି, ”ତୁମେ ଦୁଇଜଣ ପରସ୍ପର ସଙ୍ଗେ କଳିକରି ଶୟନ କର, କିନ୍ତୁ ସକାଳେ ଭଲ ବୁଝାମଣା ନେଇ ଶଯ୍ୟା ତ୍ୟାଗ କର।“ ଏହା ପ୍ରକୃତ ବନ୍ଧୁତାର ଲକ୍ଷଣ। ପାରସ୍ପରିକ ସ୍ନେହମମତା, ବିଶ୍ୱସ୍ତତା, ସମ୍ମାନ, ଦୃଢ଼ ଆତ୍ମିକ ବନ୍ଧନ ହେଉଛି ବନ୍ଧୁତ୍ୱର ମୂଳଦୁଆ। ବନ୍ଧୁତ୍ୱ ଅନାଦି କାଳରୁ ମନୁଷ୍ୟ ଅନୁଭବରେ ଅଛି। ମାନବ ଜୀବନର ଏକ ସୁନ୍ଦର ଉପହାର ହେଉଛି ବନ୍ଧୁ , ଯାହାକୁ ଉପଭୋଗ କରିବା ପାଇଁ ସ୍ବର୍ଗବାସୀ ଦେବୀ ଦେବତା ମାନେ ଧରା ପୃଷ୍ଠରେ ନର ରୂପ ଧାରଣ କରି ଆସିଥାନ୍ତି । ଅମୂଲ୍ୟ ସାରସ୍ବତ ସୃଷ୍ଟି " ନିର୍ବାସିତର ବିଳାପ" ରେ କାଳଜୟୀ ସାରସ୍ବତ ମହାତ୍ମା ମଧୁସୂଦନ ରାଓ ଯେଉଁ ସାମାଜିକ ସୁବାର୍ତ୍ତା " କାହିଁ ବନ୍ଧୁତା କାହିଁ ପ୍ରେମ ସୁନ୍ଦର,ଯା'ର ପ୍ରାପତ ଲାଗି ଦେବତା ନର" । ପ୍ରେମ, ବିଶ୍ୱାସ ଓ ପରସ୍ପର ମଧ୍ୟରେ ଥିବା ଉତ୍ତମ ବୁଝାମଣାକୁ ହିଁ ବନ୍ଧୁତ୍ୱ କୁହାଯାଏ । ବନ୍ଧୁତାରେ କୌଣସି ସମୟରେ ନଥାଏ ଆବିଳତା, ଉପଭୋକ୍ତାବାଦୀ ମାନସିକତା , ଛଳନାର ଚକ୍ରବ୍ୟୁହରେ ଯାନ୍ତବ୍ୟ ଅଭିନୟର ସାର୍ଥକତା । ଜଣେ ପ୍ରକୃତ ବନ୍ଧୁ ବିପଦ ଆପଦ ସବୁ ସମୟରେ ପାଖରେ ଛିଡ଼ା ହୋଇଥାଏ , ଅତଏବ ସମସ୍ତଙ୍କ ଜୀବନରେ ବନ୍ଧୁ ଏକ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରି ଆସିଛନ୍ତି ଓ ଆସୁଥିବେ । ବନ୍ଧୁତାରେ ନଥାଏ ଦୂରତା, ନଥାଏ ଛଳନା, ଥାଏ କେବଳ ଆତ୍ମୀୟତା। ଏହା ହିଁ ନିର୍ବିବାଦୀୟ ସତ୍ୟ ଯେ ବନ୍ଧୁତା ଥାଏ ବିଶ୍ଵାସରେ, ଭରସାରେ , କୌଣସି ସମୟରେ ନୁହେଁ ଚାଳନାରେ । "ଶିଳ୍ପ ବିପ୍ଳବ କୌଣସି ପରିସ୍ଥିତିରେ ନିମନ୍ତ୍ରଣ କରି ନଥାଏ କୃଷି ବିକାଶ ଯୋଜନା , ଅଧିକନ୍ତୁ କୃଷି ବିପ୍ଳବ ହିଁ ଶିଳ୍ପ ବିପ୍ଳବର ଜନକ " ନ୍ୟାୟରେ ସମ୍ପର୍କ ବଢିଲେ ବନ୍ଧୁତା ବଢ଼େ ନାହିଁ,
ବନ୍ଧୁତା ବଢିଲେ ହିଁ ସମ୍ପର୍କ ବଢ଼େ । ଏହା ଏଭଳି ଏକ ପ୍ରେମ, ଯେଉଁଠି ସ୍ବାର୍ଥ,ଲୋଭ -ଲାଭ ,ଭୋଗ -ଉପଭୋଗରେ ନୁହେଁ, ଥାଏ ତ୍ୟାଗରେ ହିଁ ବନ୍ଧୁତା । ଶାସ୍ତ୍ର ପୁରାଣରେ ହଜାର ହଜାର ଉଦାହରଣ ମଧ୍ୟରେ " କୃଷ୍ଣ -ସୁଦାମା " ଠାରୁ "ବନ୍ଧୁ ମହାନ୍ତି" , ଏହି ଦୁଇଟି ଉଦାହରଣ ପ୍ରସଙ୍ଗ କ୍ରମେ ଉଲ୍ଲେଖଯୋଗ୍ୟ । ଚତୁର୍ଦ୍ଦଶ ଶତାବ୍ଦୀରେ ଆଜିର ଜଟଣୀ ନିକଟସ୍ଥ ରଥିପୁର ଗଡ଼ର କୁଞ୍ଜ ମହାନ୍ତି ବୃତ୍ତିଗତ ଜୀବନ ନିର୍ବାହ କରିବା ପାଇଁ ଯଜ୍ଞପୁର ବା ଯାଜପୁର ଯାଇ ରହିଥିଲେ ବର୍ତ୍ତମାନର ଏହି ଜିଲ୍ଲା ଅନ୍ତର୍ଗତ ଜାହାନପୁର ଗ୍ରାମପଞ୍ଚାୟତର କପିଳେଶ୍ୱର ଗ୍ରାମରେ । ତାଙ୍କର ଏକମାତ୍ର ପୁଅ ଥିଲେ ବନ୍ଧୁ ମହାନ୍ତି । ଏହା ବୋଧେ ୧୪୯୭ ବା ୧୪୯୮ ମସିହା ସମୟର ଘଟଣା । ପୁତ୍ର ଜନ୍ମଗ୍ରହଣ କରିବା ପରେ ଅକାଳରେ ଝାଡ଼ାବାନ୍ତିରେ କୁଞ୍ଜ ମହାନ୍ତି ଙ୍କ ମୃତ୍ୟୁ ପରେ ବହୁ ଦୁଃଖ କଷ୍ଟର ବଞ୍ଚିଥିବା ବନ୍ଧୁ ମହାନ୍ତି ଙ୍କ ମାତା ଙ୍କର ମୃତ୍ୟୁ ହେବା ପରେ ବିବାହ କରିଥିଲେ ବନ୍ଧୁ । ପରବର୍ତ୍ତୀ ସମୟରେ ଅଭାବ ଅନାଟନ ଭିତରେ ତାଙ୍କର ଜନ୍ମ ହୋଇଥିଲେ ଦୁଇ କନ୍ୟା ଓ ଗୋଟିଏ ପୁତ୍ର, ଏପରିକି ତିନୋଟି ସନ୍ତାନ । କୌଣସି ଜମିବାଡ଼ି ନ ଥିବା ହେତୁ ସେ ଭିକ୍ଷା ମାଗି ଚଳୁଥିଲେ । ତାଙ୍କ ପତ୍ନୀ ଶ୍ରୀକ୍ଷେତ୍ରବାସୀ ବନ୍ଧୁଙ୍କଠାରୁ କିଛି ମାଗିବାକୁ ପରାମର୍ଶ ଦେଉଥିଲେ ମଧ୍ୟ ନିହାତି ଆନଶ୍ୟକ ନ ପଡ଼ିଲେ ବନ୍ଧୁ ଘରକୁ ଯିବା ଉଚିତ ହେବ ନାହିଁ ବୋଲି ସେ ଭାବୁଥିଲେ । ମାତ୍ର ଏକ ସମୟରେ ବର୍ଷା ନ ହେବାରୁ, ବନ୍ଧୁ ମହାନ୍ତିଙ୍କୁ ଭିକ୍ଷା ମିଳୁନଥିଲା । ତେଣୁ ସେ ନିଜ ବନ୍ଧୁ ପୁରୁଷୋତ୍ତମଙ୍କୁ ଦେଖା କରିବା ପାଇଁ ସପରିବାର ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା କଲେ । ମାତ୍ର ଗହଳି ହେତୁ ମନ୍ଦିର ମଧ୍ୟରେ ପ୍ରବେଶ କରିନପାରି ଦକ୍ଷିଣଦ୍ୱାରସ୍ଥ ପେଜନଳା ନିକଟରେ ବସି ରହିଲେ । ପ୍ରବଳ ଭୋକ ହେବାରୁ ମହାନ୍ତିଙ୍କ ପରିବାର ପେଜ ପିଇ ଶୋଇ ପଡ଼ିଲେ । ମାତ୍ର ଅର୍ଦ୍ଧ ରାତ୍ରିରେ ଜଣେ ବ୍ରାହ୍ମଣ ଆସି ଡାକ ପକାଇଲେ, ହେ ମୋର ଯାଜପୁରିଆ ବନ୍ଧୁ ଉଠ... ଉଠ । ବ୍ରାହ୍ମଣ ଜଣଙ୍କ ସୁନା ଥାଳିରେ ଦେଇଥିବା ମହାପ୍ରସାଦ ଖାଇସାରି, ଥାଳି ଫେରାଇବାକୁ ଖୋଜିଲେ ମଧ୍ୟ ମହାନ୍ତି ତାଙ୍କୁ ପାଇନଥିଲେ । ସକାଳ ପାହିବାରୁ ଠାକୁରଙ୍କ ସୁନା ଥାଳି ଖୋଜାପଡ଼ିଲା । ଥାଳିକୁ ଏକ ଭିକାରୀ ମୁଣ୍ଡ ତଳେ ଥୋଇ ଶୋଇଥିବା ଖବର ପାଇ ଶ୍ରୀମନ୍ଦିର ସେବକ ପ୍ରହରୀମାନେ କୌଣସି କଥା ନଶୁଣି ବନ୍ଧୁ ମହାନ୍ତିଙ୍କୁ ସପରିବାର ବନ୍ଦୀ କଲେ ଓ ନିର୍ଯ୍ୟାତନା ଦେଲେ । ବନ୍ଧୁଙ୍କ ଦୁଃଖ ଯନ୍ତ୍ରଣା ମହାପ୍ରଭୁ ସହିପାରିଲେ ନାହିଁ । ଖୋର୍ଦ୍ଧାର ରଥିପୁର ଗଡ଼ରେ ଥିବା ଗଜପତି ପ୍ରତାପରୁଦ୍ର ଦେବଙ୍କୁ, ବନ୍ଧୁ ମହାନ୍ତିଙ୍କୁ ମୁକ୍ତ କରିବା ଲାଗି ସ୍ୱପ୍ନାଦେଶ ଦେଲେ । ଏହାପରେ ଗଜପତି ବନ୍ଧୁ ମହାନ୍ତିଙ୍କୁ ମୁକ୍ତ କରିବା ସହ ମନ୍ଦିର ଖରସୋଧ ପଦବୀରେ ନିଯୁକ୍ତ ଦେଲେ । ଖରସୋଧର ଅର୍ଥ ହେଲା ଆୟବ୍ୟର ହିସାବରକ୍ଷକ ଓ ଦୈନନ୍ଦିନ ପଞ୍ଜିକାର । ସେହିପରି କୃଷ୍ଣ -ସୁଦାମାଙ୍କ ବନ୍ଧୁତା ପ୍ରସଙ୍ଗ ଯୁଗ ଯୁଗ ପାଇଁ ଏକ ଅମୂଲ୍ୟ ସାମାଜିକ ଦର୍ଶନ । ଏ ଦୁହେଁ ଋଷି ସନ୍ଦିପନିଙ୍କ ଆଶ୍ରମରେ ଶିକ୍ଷା ଗ୍ରହଣ ସମୟରେ ପରସ୍ପର ପରିଚିତ ହୋଇଥିଲେ। ସୁଦାମା ଜଣେ ଦରିଦ୍ର ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିଲେ । ତାଙ୍କ ପିତା ଥିଲେ ମାତୁକ ଓ ମାଆ ରୋକାନା ଦେବୀ । ଶ୍ରୀକୃଷ୍ଣ ରାଜପରିବାରର ପୁତ୍ର ହେଇଥିଲେ ମଧ୍ୟ ଦରିଦ୍ର ସୁଦାମାଙ୍କ ସହ ତାଙ୍କର ବାଲ୍ୟ କାଳରେ ବନ୍ଧୁତା ହେଇଥିଲା । ସମୟ କ୍ରମେ ଶ୍ରୀକୃଷ୍ଣ ଦ୍ୱରକାର ରାଜାଧିରାଜ ହେଲେ ଓ ସୁଦାମା ତାଙ୍କର ସେଇ ଛୋଟ ଗାଁରେ ସାଧାରଣ ଭାବେ ରହିଗଲେ । ତାଙ୍କ ମଧ୍ୟରେ ଦୀର୍ଘ ଦିନ ଆଉ କୌଣସି ଯୋଗାଯୋଗ ରହିଲା ନାହିଁ । ଏଣେ ସୁଦାମା ଦରିଦ୍ରରୁ ଦରିଦ୍ରତର ହେଇ ଯିବାରୁ ପରିବାର ପୋଷଣ ମଧ୍ୟ ଦୁରୂହ ହେଇଗଲା । ତାଙ୍କ ପତ୍ନୀ ସୁଶୀଲା ତାଙ୍କୁ ସେ ଶ୍ରୀକୃଷ୍ଣଙ୍କ ବନ୍ଧୁ ହେଇଥିବା କଥା ସ୍ମରଣ କରାଇ ତାଙ୍କୁ ଭେଟିବାକୁ ଯିବାକୁ କହିଲେ । ଆତ୍ମସମ୍ମାନ ସଚେତନ ତଥା ପ୍ରଚଣ୍ଡ ସ୍ଵାଭିମାନୀ
ସୁଦାମା କାହାରି ସାହାଯ୍ୟ ମାଗିବାକୁ ଅନିଚ୍ଛୁକ ଥିଲେ ମଧ୍ୟ ପତ୍ନୀଙ୍କ କଥାରେ ବାଧ୍ୟ ହେଇ ଶ୍ରୀକୃଷ୍ଣଙ୍କୁ ଭେଟିବାକୁ ବାହାରିଲେ । ଖାଲି ହାତରେ ବନ୍ଧୁ ଘରକୁ ନ ଯିବାର ପରମ୍ପରା ହେତୁ ପତ୍ନୀ ସୁଶିଳା ଶ୍ରୀକୃଷ୍ଣଙ୍କ ପାଇଁ କିଛି ଖୁଦ ଚାଉଳ ଭଜା ଦେଲେ ବନ୍ଧୁ
ଙ୍କୁ ଦେବା ପାଇଁ । ସେ ରାଜମହଲରେ ପହଞ୍ଚିଲା ବେଳେ ଶ୍ରୀକୃଷ୍ଣ ତାଙ୍କୁ ଖୁବ ଆଦର ଓ ସମ୍ମାନର ସହ ଡାକିନେଇ ତାଙ୍କର ପାଦ ମଧ୍ୟ ଧୋଇ ଦେଲେ । ସୁଦାମା ଏତେ ବଡ଼ ରାଜାଙ୍କୁ ନିଜେ ଆଣିଥିବା ଖୁଦ ଦେବାକୁ କୁଣ୍ଠିତ ହେଉଥିଲେ । କିନ୍ତୁ ଭଗବାନ ଶ୍ରୀକୃଷ୍ଣ ଜାଣି ପାରି ତାଙ୍କର ଚଦର କାନିରେ ବନ୍ଧା ଖୁଦ ଆଣି ପରମ ଆନନ୍ଦରେ ଖାଇଲେ । ତାହା ପରେ ଶ୍ରୀକୃଷ୍ଣଙ୍କ ପରମ ଆତିଥ୍ୟ ଲାଭ କଲା ପରେ ପର ଦିନ ସୁଦାମା ବିଦାୟ ନେଇ ଆସିଲେ । ସେ ତାଙ୍କ ଅବସ୍ଥା ବିଷୟରେ କିଛି କହିଲେନି କି କିଛି ମାଗିଲେନି । ଭଗବାନ ଶ୍ରୀକୃଷ୍ଣ କିନ୍ତୁ ସବୁ ଜାଣି ପାରିଲେ ଓ ତାଙ୍କ ପତ୍ନୀ ରୁକ୍ମିଣୀ ( ମହାଲକ୍ଷ୍ମୀଙ୍କ ଅବତାର )ଙ୍କୁ କହି ସୁଦାମାଙ୍କ କୁଡିଆ ଥିବା ଜାଗାରେ ଧନଧାନ୍ୟ ପୂର୍ଣ୍ଣ ମହଲ ତିଆରି କରେଇ ଦେଲେ ସଙ୍ଗେ ସଙ୍ଗେ । ଏତେ ସମ୍ପତ୍ତି ପାଇ ମଧ୍ୟ ସୁଦାମା ସରଳ ଜୀବନ ବିତେଇଥିଲେ । କାହାଣୀର ସାର କଥା ହେଲା ଭଗବାନଙ୍କ ପାଖରେ ଧନୀ, ଦରିଦ୍ର , ସାନ , ବଡ଼ର ଭେଦ ଭାବ ନ ଥାଏ । ସେ ନୈଷ୍ଠିକତାକୁ ନିଶ୍ଚୟ ପୁରସ୍କୃତ କରନ୍ତି । ଆହୁରି ମଧ୍ୟ ଏହି କାହାଣୀ ଆମକୁ ଶିଖାଏ ଯେ ଆମେ ବିନା ପ୍ରତିଦାନ ଆଶାରେ ଭଲ କାର୍ଯ୍ୟ କରିଯିବା ଉଚିତ । କୃଷ୍ଣ -ସୁଦାମା ମଧ୍ୟରେ ବନ୍ଧୁତା ଏକ ନିଦର୍ଶନ , ପ୍ରକୃତ ପାର୍ଥିବ ବନ୍ଧନହୀନ ଏକ ବନ୍ଧୁତାର ଯାହା କି ବିରଳ ଓ ଦୃଷ୍ଟାନ୍ତମୂଳକ । ଅତଏବ ବନ୍ଧୁତା ମନୁଷ୍ୟ ଭିତରେ ଥିବା ମହତ୍ ଗୁଣାବଳୀମାନଙ୍କ ମଧ୍ୟରୁ ଅନ୍ୟତମ । ସମଗ୍ର ବସୁଧାକୁ ଗୋଟିଏ ପରିବାର ବୋଲି ମନେ କରୁଥିବା ବ୍ୟକ୍ତିମାନେ ହିଁ ସର୍ବଦା ଉତ୍ତମ ବନ୍ଧୁ ଲାଭ କରିଥା’ନ୍ତି । ଜୀବନ ତ ସଦାସର୍ବଦା ସମତଳ ପଥରେ ଗତିକରି ନଥାଏ । ସୁଖ, ଦୁଃଖ, ଉତ୍ଥାନ, ପତନ, ଘାତ, ପ୍ରତିଘାତ, ହର୍ଷ, ବିଷାଦ ଭିତରେ ଆମେ ବଂଚିବାକୁ ସଂଗ୍ରାମ କରିଥାଉ । ଆପଣା ମନ ମଧ୍ୟରେ ପ୍ରତି ମୁହୂର୍ତ୍ତରେ ଅନେକ ପ୍ରତିକ୍ରିୟା ସୃଷ୍ଟି ହୁଏ । ଦୁଃଖଦ ଘଟଣାବଳୀରେ ମର୍ମ୍ମାହତ ହେଉଥିବା ମଣିଷ ଦୁଃଖ ଲାଘବ ପାଇଁ ଅନ୍ୟଜଣେ ହୃଦୟବାନ୍ ବ୍ୟକ୍ତିର ଅନ୍ୱେଷଣ କରେ । ଭଲମନ ଏବଂ ସୁସ୍ଥ ସମାଜ, ଗଠନର ଉଦ୍ଧେଶ୍ୟ ସାଧନରେ ଜଣେ ବନ୍ଧୁ ହିଁ ସହାୟକ ହୁଏ । ବିଶ୍ବର ସର୍ବକାଳୀନ ଶ୍ରେଷ୍ଠ ପଣ୍ଡିତ, ଦୂର ଦ୍ରଷ୍ଟା, ଅର୍ଥଶାସ୍ତ୍ର ବିଶାରଦ ,ରାଜନୈତିକ ସମୀକ୍ଷକ, ସମାଜ ବିଜ୍ଞାନୀ ମହାମନା ଚାଣକ୍ୟ ମହାଜ୍ଞାନୀ ଥିଲେ । ସମାଜକୁ ନିୟମିତ, ସଂଯତ, ଶାନ୍ତ ଓ ଶୃଙ୍ଖଳିତ କରିବାର ଲକ୍ଷ୍ୟ ନେଇ ସେ ଏକ ନୀତିଶାସ୍ତ୍ର ଲେଖିଯାଇଛନ୍ତି । ସେଥିରେ ସେ କହିଛନ୍ତି, ଉତ୍ସବ ସମୟରେ, ବିଳାସବ୍ୟସନ କାଳରେ, ଦୁର୍ଭିକ୍ଷ ପଡିଥିବାବେଳେ, ରାଜ୍ୟରେ ବିପ୍ଳବ ସମୟରେ, ରାଜଦ୍ୱାର ଓ ଶ୍ମଶାନରେ ଯେଉଁମାନେ ଉପସ୍ଥିତ ରୁହନ୍ତି ସେମାନଙ୍କୁ ହିଁ ପ୍ରକୃତ ବନ୍ଧୁ ବୋଲି କୁହାଯାଏ । ବନ୍ଧୁ ବନ୍ଧୁକୁ ହିଁ ସତ୍ ପରାମର୍ଶ ଦିଏ । ଭଲ ରାସ୍ତା ଦେଖାଏ, ଉନ୍ନତିର ପଥ ପ୍ରଦର୍ଶନ କରାଏ । ନିର୍ମଳ ହୃଦୟ ହୋଇ ପରସ୍ପରକୁ ଭଲ ପାଇବା ହେଉଛି ବନ୍ଧୁତାର ପ୍ରକୃତ ଲକ୍ଷଣ । ଭଲ ବନ୍ଧୁଟିଏ ପାଇବା ମୋଟେ ସହଜ କଥା ନୁହେଁ । ସ୍ୱାର୍ଥକୁ ଆଖି ଆଗରେ ରଖି ବନ୍ଧୁତା ସୂତ୍ରରେ ଆବଦ୍ଧ ହେବା ପାଇଁ ଅନେକ ବନ୍ଧୁ ଆଗେଇ ଆସନ୍ତି । ଦୃଢ ମନୋବଳ, ଐକ୍ୟ ଓ ହୃଦୟର ମିଳନରୁ ସୃଷ୍ଟି ହୋଇଥିବା ବନ୍ଧୁତା ହିଁ ଚିରନ୍ତନ ଓ ପବିତ୍ର । ଏଇ ବନ୍ଧୁତା ହେଉଛି ସତ୍ୟ, ଶିବ ଓ ସୁନ୍ଦରର ତ୍ରିବେଣୀ ମିଳନ । ବନ୍ଧୁଟିଏ ହେବା ପାଇଁ ଅନେକ ମୂଲ୍ୟବାନ ଗୁଣର ଅଧିକାରୀ ହେବା ଉଚିତ୍ । ବନ୍ଧୁ ତା ବନ୍ଧୁ ନିକଟରେ ସମସ୍ତ ବିଶ୍ୱାସ କଥା କୁହେ । ପ୍ରକୃତ ବନ୍ଧୁ ତାହାକୁ ବାହାରେ ପ୍ରକାଶ କରିବା ଆଦୌ ଶୁଭଙ୍କର ନୁହେଁ । ବିଶ୍ୱାସରେ ବିଷ ମିଶାଇବା ଅନୁଚିତ୍ । ବନ୍ଧୁର ଗୁଣ ଗ୍ରହଣ ଓ ବିସ୍ତାର ବନ୍ଧୁର ଅନ୍ୟତମ କର୍ତ୍ତବ୍ୟ । ବୈଷୟିକ ବିଜ୍ଞାନର ବିକାଶ ଫଳରେ ସାମାଜିକ ଗଣମାଧ୍ୟମ, ତାହା ସଂଗୋଷ୍ଠୀ ବା ହ୍ବାଟସ୍ ଆପ ହେଉ ଅବା ମୁଖ ପୁସ୍ତକ ବା ଫେସବୁକ, ଏକ୍ସ ବା ଟୁଇଟର,ଇନଷ୍ଟାଗ୍ରାମ ହେଉ, ଏସବୁ ମାଧ୍ୟମର ମାଧ୍ୟମରେ ବନ୍ଧୁତାର ପରିସର ଆଜି ଖୁବ୍ ବ୍ୱିସ୍ତୃତ । ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ତାହା ଆଉ ସୀମାବଦ୍ଧ ହୋଇ ରହି ନାହିଁ । ବର୍ତ୍ତମାନ ସମାଜରେ ଦେଶ-ଦେଶ ଓ ଜାତି-ଜାତି ମଧ୍ୟରେ ମୈତ୍ରୀଭାବ ବୃଦ୍ଧି ପାଇବାରେ ଲାଗିଛି । ପିଲାମାନେ ପ୍ରକୃତ ବନ୍ଧୁ ହେବା ପାଇଁ ଉଦ୍ୟମ କରନ୍ତୁ । ତାହେଲେ ଯାଇ ଏ ଦେଶ ମଧୁମୟ ହୋଇ ଉଠିବ । ଶହଶହ ବର୍ଷଧରି ଯୁଗଜୟୀ କବି ବନମାଳୀ ଦାସଙ୍କ କାଳଜୟୀ ଜଣାଣ "ଦୀନବନ୍ଧୁ ଦଇତାରୀ ଦୁଃଖ ନଗଲା ମୋହରି ,ହେଲ କି ନିଷ୍ଠୁର ଚିତ୍ତ ନୀଳାଚଳେ ବିଜେ କରି ,ଲକ୍ଷେ ଯୋଜନରେ ଗଜ ଡାକିଲା ହେ ଦେବରାଜ ,ତା ଡାକକୁ ଚତୁର୍ଭୁଜ ଶୁଣିଛ ଶ୍ରବଣ ଡେରି । କୁରୁପତି ସଭାସ୍ଥଳେ ଦ୍ରୌପଦୀ ଆତଙ୍ଗ କାଳେ ,କୋଟି ବସ୍ତ୍ର ଦେଇ ହେଳେ ଲଜ୍ଜାରୁ କରିଛ ପାରି । ବଳବନ୍ତ ପ୍ରଭୁ ବୋଲି ବେଳେ ମୁଁ ଯେ ଆଶ୍ରା କଲି ।ଦେଖୁ ଦେଖୁ ଭାସିଗଲି କେ ଏଥୁ କରିବ ପାରି ।ରଖ ବା ନ ରଖ ମୋତେ ଶରଣ ତୋ ପାଦଗତେ ।କହେ ବନମାଳୀ ଗୀତେ ବସିଅଛି ଧ୍ୟାନ କରି ।" ହିଁ ସୂଚେଇ ଦିଏ ବନ୍ଧୁତାର ମହନୀୟତା ।
କଳା ଭୂମି ମହୋତ୍ସବ -୧୩
( ପୂର୍ବ ଆଲୋଚନା ପରେ)
ଗଜପତି ମହାରାଜା କପିଳେନ୍ଦ୍ର ଦେବଙ୍କ ସମୟରୁ ପରମ୍ପରା ଅନୁଯାୟୀ ତିନି ରଥ ଉପରେ ଗଜପତି ମହାରାଜାଙ୍କ ଛେରା ପହଁରା ନୀତି ସରିବା ପରେ ରଥରୁ ଚାରମାର (ତାଳ ଓ ନଡିଆ ଗଛ କାଠରେ ଚାରମାର ପ୍ରସ୍ତୁତ ହୋଇଥାଏ ) ଭୋଇ ସେବକମାନଙ୍କ ସହାୟତାରେ ଖୋଲା ଯାଇଥାଏ। ତତ୍ପରେ ସାରଥୀ ଓ ଅଶ୍ୱଙ୍କୁ ଆରୋହଣ ପୂର୍ବକୁ ରୂପକାର ସେବକମାନେ ଅଶ୍ୱମାନଙ୍କୁ ରଥ ଦଉଡି଼ଦ୍ୱାରା ବାନ୍ଧିଥାନ୍ତି। ଏହା ପରେ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ରଥ ଦଉଡ଼ିକୁ ରଥରେ ଲଗାଯାଇଥାଏ। ପ୍ରତି ରଥରେ ୪ଟି ଲେଖାଏଁ ଦଉଡି଼ ବନ୍ଧା ଯାଇଥାଏ । ବିଶେଷ କରି
ରଥ ଟଣାର ଅନ୍ୟତମ ଆକର୍ଷଣ ହେଉଛି ରଥ ଦଉଡି଼ । ଏହି ପବିତ୍ର ଦଉଡ଼ିକୁ ସ୍ପର୍ଶ କରିବା ସଙ୍ଗେ ସଙ୍ଗେ ରଥ ଟାଣି ଲକ୍ଷ ଲକ୍ଷ ଭକ୍ତ ନିଜକୁ ଧନ୍ୟ ମଣିଥାନ୍ତି। ଏହାକୁ ଉପଜିବ୍ୟ କରି ଅନେକ ଭଜନ ଜଣାଣ ଲେଖା ଯାଇଛି ଏବଂ ଲେଖା ଚାଲିଛି, ଅନେକ ଭଜନ କଣ୍ଠ ଶିଳ୍ପୀଙ୍କ ଦ୍ବାରା ପ୍ରସ୍ତୁତ ଭଜନ ଜଣାଣ ବ୍ୟାପକ ଜନପ୍ରିୟତା ଲାଭ କରିଛି ।ଗତ କିଛି ବର୍ଷ ଧରି ଏହି ଦଉଡ଼ି ରାଜ୍ୟ କେରଳ କତା ନିଗମରୁ ଆଣାଯାଉଅଛି। ପୂର୍ବରୁ କଲିକତା କଥା ବା କଏର ବୋର୍ଡ଼ ଏହି ଦଉଡି ଯୋଗାଉଥିଲା। ୮ ଇଞ୍ଚ ଗୋଲାଇ ବିଶିଷ୍ଟ ୨୨୦ ଫୁଟ୍ ଲମ୍ବର ୧୨ ଗୋଟି ଦଉଡ଼ି ତିନି ରଥ ପାଇଁ ଆବଶ୍ୟକ ପଡିଥାଏ। ସେହିପରି ୩ ଇଞ୍ଚ ଗୋଲାଇ ବିଶିଷ୍ଟ ୪୫୦ ଫୁଟ୍ ଲମ୍ବର ୩ଟି ଦଉଡି ରଥ ଘେର ପାଇଁ ଦରକାର ହୋଇଥାଏ। ଏତଦ୍ ବ୍ୟତୀତ ୨୨୦ ଫୁଟ୍ ଲମ୍ବର ଗୋଟିଏ ଦଉଡି ଜରୁରୀ ଆବଶ୍ୟକତା ପାଇଁ ସଂରକ୍ଷିତ ରଖାଯାଇଥାଏ ବୋଲି ମନ୍ଦିର ପ୍ରଶାସନ ସୂତ୍ରରୁ ପ୍ରକାଶ ।
ସର୍ବପ୍ରଥମେ ବଳଭଦ୍ର ମହାପ୍ରଭୁଙ୍କ ତାଳଧ୍ୱଜ ରଥ ଟଣାଯାଏ । ସମତାଳରେ ଉଭୟ ଭଟିମୁଣ୍ଡା ଓ ପୁରୀ ଘଣ୍ଟୁଆମାନେ ଏହି ସମୟରେ ଘଣ୍ଟ ବଜାଇଥାନ୍ତି। ଡାହୁକ ରଥ ଉପରେ ଠିଆ ହୋଇ ଯୋଡ଼ି ଲମ୍ବା ବେତ ଧରି ରଥ ବୋଲି ଗୀତ ଗାଇ ଭକ୍ତଜନଙ୍କୁ ଆମୋଦିତ କରୁଥିଲେ , ଏବେ ଏଥିରେ ଭାଷା ସଂଶୋଧିତ ହୋଇଛି । ସର୍ବ ଧର୍ମ ନିର୍ବିଶେଷରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଭକ୍ତ ରଥ ଦଉଡ଼ି ଧାରଣ ପୂର୍ବକ ଆନନ୍ଦ ମନରେ ରଥକୁ ଟାଣିଥାନ୍ତି । ଭକ୍ତମାନଙ୍କ ହରିବୋଲ, ହୁଳହୁଳି, ସଂକୀର୍ତ୍ତନ ଇତ୍ୟାଦିରେ ସମଗ୍ର ବଡ଼ଦାଣ୍ଡ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ। ତାଳଧ୍ୱଜ ରଥ ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ଓ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ଯାଇଥାଏ। ଏହି ରଥ ଟଣା ସମୟରେ ବିଭିନ୍ନ ମଠ, ଜାଗା, ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ତରଫରୁ ଠାକୁରମାନଙ୍କ ଉଦ୍ଦେଶ୍ୟରେ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱର କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ପନ୍ତି ଭୋଗ ହୋଇଥାଏ। ଏଥି ମଧ୍ୟରେ ଶ୍ରୀନଅର ଓ ଶ୍ରୀମନ୍ଦିର ସଦର କାର୍ଯ୍ୟାଳୟ ମଧ୍ୟ ଅନ୍ତର୍ଭୁକ୍ତ । ପରମ୍ପରା ଅନୁଯାୟୀ ବଡ଼ଦାଣ୍ଡରେ ଅବସ୍ଥିତ ମାଉସୀ ମା’ ମନ୍ଦିରଠାରେ ଠାକୁରମାନଙ୍କୁ ପୋଡ଼ ପିଠା ଭୋଗ ଲାଗିଥାଏ ।ପ୍ରତି ରଥ ଉପରେ ଶ୍ରୀମନ୍ଦିର ଆରକ୍ଷୀ ବା ପୋଲିସ କର୍ମଚାରୀ ( ଟେମ୍ପୁଲ ପୋଲିସ) ଏକ ନାଲି ରଙ୍ଗର ପତାକା ଧରି ରଥଟଣା ସମୟରେ ଭକ୍ତମାନଙ୍କୁ ଦିଗ ନିର୍ଦ୍ଦେଶ ଦେବା ସହିତ ରଥ ଘେର ମଧ୍ୟରେ ଜଣେ ସରକାରୀ ପୋଲିସ ବିଗୁଲ ଓ ନାଲି ରଙ୍ଗର ଏକ ପତାକା ଧରି ରଥଟଣାର ନିୟନ୍ତ୍ରଣରେ ସାହାର୍ଯ୍ୟ କରିଥାନ୍ତି । ଯଦି ଗୋଟିଏ ଦିନରେ ରଥ ତିନିଟି ଯାକ ଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚି ନ ପାରେ, ତେବେ ତହିଁପର ଦିନ ସକାଳେ ଏହି ରଥଟଣା ହୋଇ ଗୁଣ୍ଡିଚା ମନ୍ଦିର ଠାରେ ପହଞ୍ଚିଥାଏ । ସାଧରଣତଃ ଶ୍ରୀଗୁଣ୍ଡିଚା ପର ଦିନକୁ ଧୂଳିଆ ଗୁଣ୍ଡିଚା କୁହାଯାଏ । ରଥଯାତ୍ରା ସମ୍ପର୍କରେ ମିଳୁଥିବା ପ୍ରାଚୀନ ଗ୍ରନ୍ଥ, କାବ୍ୟ, କବିତାରୁ ଧୂଳିଆ ଗୁଣ୍ଡିଚା ବିଷୟରେ କୈଣସି ଉଲ୍ଲେଖ ଥିବାର ଦୃଷ୍ଟିକୁ ଆସୁନାହିଁ । ଆଜକୁ ପ୍ରାୟ ୧୫୦ବର୍ଷ ପୂର୍ବେ ଉତ୍କଳ ଦୀପିକା ସମ୍ବାଦ ପତ୍ରରୁ ମିଳୁଥିବା ସୂଚନା ଅନୁଯାୟୀ ସେତେବେଳେ ଶ୍ରୀମନ୍ଦିରଠାରୁ ଗୁଣ୍ଡିଚା ମନ୍ଦିର ନିକଟରେ ରଥ ପହଞ୍ଚିବାକୁ ପ୍ରାୟ ତିନି ଚାରି ଦିନ ସମୟ ଲାଗି ଯାଉଥିଲା । ସେ ସମୟରେ ପଶ୍ଚିମା ଓ ବଙ୍ଗୀୟ ଯାତ୍ରୀମାନେ ଗୁଣ୍ଡିଚା ପର ଦିନ ତିନି ରଥ ଟାଣିବାର ସୁଯୋଗ ପାଉଥିଲେ । ଏହି ଦିନର ଯାତ୍ରା ଧୂଳିଆ ଗୁଣ୍ଡିଚା ନାମରେ ପରିଚିତ ହେଉଥିଲା। ଅଦ୍ୟାବଧି ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରେ ଗୁଣ୍ଡିଚା ପର ଦିନର ରଥଟଣା ଓ ଯାତ୍ରାକୁ ଧୂଳିଆ ଗୁଣ୍ଡିଚା ବୋଲି କହିଥାନ୍ତି । ଅନ୍ୟ କେତେକଙ୍କ ମତରେ ପୂର୍ବେ ଯେଉଁ ବର୍ଷ ରଥଯାତ୍ରା ଦିନ ପ୍ରବଳ ଖରା ହୋଇ ରାସ୍ତାରେ ଧୂଳି ଉଡି଼ଥାଏ, ସେହି ଦିନର ଯାତ୍ରାକୁ ଧୂଳିଆ ଗୁଣ୍ଡିଚା ଓ ଅନ୍ୟ ପକ୍ଷରେ ରଥଯାତ୍ରା ଦିନ ପ୍ରବଳ ବର୍ଷା ହୋଇ ରାସ୍ତା କାଦୁଅ ହେଲେ ସେଦିନର ଯାତ୍ରାକୁ କାଦୁଆ ଗୁଣ୍ଡିଚା ବୋଲି ଭକ୍ତସମାଜ କହୁଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶ୍ରୀବିଗ୍ରହମାନେ ରଥ ଉପରେ ଅବସ୍ଥାନ କରୁଥିବା ସମୟରେ ଅନ୍ନ ଭୋଗ ନ ହୋଇ କେବଳ ଶୁଖିଲା ଭୋଗ ହୋଇଥାଏ । ଗୋପାଳବଲ୍ଲବ ଠାରୁ ଆରମ୍ଭ କରି ସମସ୍ତ ଧୂପ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଧୂପ ଓ ବଡ଼ ସିଂହାର ଧୂପରେ ମୂଖ୍ୟତଃ ବଲ୍ଲଭ ଖଇ, କୋରା, ଶର୍କରା ଜାତୀୟ ଦ୍ରବ୍ୟ ଭୋଗ ହୁଏ । ସ୍ୱତନ୍ତ୍ର ଆକାରର ରଥ କୋରା ଶ୍ରୀମନ୍ଦିରରେ ନିର୍ମିତ ହୋଇ ବଡ଼ଦାଣ୍ଡରେ ରଥ ଯେଉଁ ସ୍ଥାନରେ ରହି ନୀତି ଆରମ୍ଭ ହୋଇଥାଏ, ସେଠାରେ ଏହି ଭୋଗ କରାଯାଏ। ମହାସୁଆରମାନେ ଭୋଗ ଆଣି ରଥ ଉପରେ ପନ୍ତିରେ ବାଢ଼ନ୍ତି । ପୂଜାପଣ୍ଡାମାନେ ପଞ୍ଚୋପଚାରରେ ଏହି ଧୂପ ପୂଜାଗୁଡି଼କୁ ସମାପନ କରିଥାନ୍ତି ।ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିରେ ଉଲ୍ଲେଖ ଅଛି ଯେ, ରଥ ଉପରେ ପୂର୍ବରୁ ହେଉଥିବା ଭୋଗଗୁଡ଼ିକ ମଧ୍ୟରେ ବଡ଼ ସାନ ମନୋହର- ୧୬ ମୂର୍ତ୍ତି, ପଶୁପାଳନ କାକର - ୯ ମୂର୍ତ୍ତି, ତାଟ ବାବଦ ନାଡି- ୮ ମୂର୍ତ୍ତି, ଗଜା ବଡ଼ ସାନ - ୪ ମୂର୍ତ୍ତି, ଟାକୁଆ - ୨ ମୂର୍ତ୍ତି, ଫେଣି- ୧ ମୂର୍ତ୍ତି, କକରା - ୧୨ ମୂର୍ତ୍ତି,ଡାଳିମ୍ବ- ୩୦ ମୂର୍ତ୍ତି, ଟାକୁଆ ସାନ ସରା- ୪ ମୂର୍ତ୍ତି, ଗଜା- ୧୫ ମୂର୍ତ୍ତି, ସୁଆର ନଡୁ- ୧୪ ମୂର୍ତ୍ତି ଓ କାକରା - ୫ ମୂର୍ତ୍ତି ଅନ୍ତର୍ଭୁକ୍ତ । ଏତଦ୍ ବ୍ୟତୀତ ଶ୍ରୀଗୁଣ୍ଡିଚା ଦିନ ରଥ ଉପରେ ଘଣ୍ଟ ଛତା ଅଧିକ ଭୋଗ ମଧ୍ୟରେ କୋରା - ୭୪ ମୂର୍ତ୍ତି, ଖଇ- ୨୧ ଓଳି, ବଡ଼ କାକରା- ୪୮ ମୂର୍ତ୍ତି, ଉଠା କାକର -୨୬ ମୂର୍ତ୍ତି, ମହା ପ୍ରଶସ୍ତ ମନହର - ୮ମୂର୍ତ୍ତି, ବଡ଼ ଅମାଲୁ- ୩୦ମୂର୍ତ୍ତି, ସାନ ଅମାଲୁ- ୬୧ ମୂର୍ତ୍ତି, , ଝଡେଇ ନେଦା - ୧ ତାଡ଼, ମାଣ୍ଡୁଅ - ୨୭ ମୂର୍ତ୍ତି, ଟାକୁଆ - ୨୨ ମୂର୍ତ୍ତି, ଟାକୁଆ ବଡ଼ସେରା - ୪ ମୂର୍ତ୍ତି, ରଥ ମନହର- ୨୬ ମୂର୍ତ୍ତି, ମରିଚ ନଡୁ-୧୦୪ ମୂର୍ତ୍ତି ଉଲ୍ଲେଖ ଥିବା ଜଣାଯାଏ। ଅନେକ ବର୍ଷ ପୂର୍ବରୁ ଏପରିକି ସ୍ୱତ୍ତ୍ୱଲିପି ପ୍ରଣୀତ ହେବା ଆଗରୁ ଉପରୋକ୍ତ ବର୍ଣ୍ଣିତ ଭୋଗ ଦ୍ରବ୍ୟ ରଥ ଉପରେ ଭୋଗ ହେଉନାହିଁ। ସମ୍ପ୍ରତି ପରମ୍ପରା ଅନୁଯାୟୀ ବିଭିନ୍ନ ପ୍ରକାରର ଓ ଧାର୍ଯ୍ୟ ପରିମାଣର ରଥ କୋରା, ବଲ୍ଲଭ ଖଇ, ଗଜାମୁଗ, ପାତି ନଡିଆ, ବିଭିନ୍ନ ଫଳ, ଶଙ୍ଖାକୃତି ଶାକର ଇତ୍ୟାଦି ଭୋଗ ରଥରେ ଠାକୁରଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ହେଉଛି। ୧୯୬୯ ମସିହା, ନବକଳେବର ବର୍ଷ ସମୟରେ କେତେକ ନୀତି କାନ୍ତି ରେ ପରିବର୍ତ୍ତନ ଲକ୍ଷ କରି ଆମର ବାବା √ପଣ୍ଡିତ ଜଗନ୍ନାଥ ଶତପଥୀ ଏକ ଜଣାଣ ଲେଖିଥିଲେ । ବିଶେଷ କରି ନବକଳେବରରେ ନୀତି କାନ୍ତି ନବକଳେବର ହେଲା କି ବୋଲି ପ୍ରଶାସନ କୁ କାବ୍ୟିକ ଆକ୍ଷେପ ଅଭିଯୋଗ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ନବ କଳେବର କ 'ଣ ଓ କାହିଁକି ? ବିଭିନ୍ନ ସମୟରେ , ବିଶେଷ କରି ରଥଯାତ୍ରା ର ବିଭିନ୍ନ ନୀତି କାନ୍ତି ସମୟରେ ବେତାର ଠାରୁ ଆରମ୍ଭ କରି ବିଭିନ୍ନ ଦୃଶ୍ୟ - ଶ୍ରାଦ୍ଧ ଗଣମାଧ୍ୟମର ସିଧା ପ୍ରସାରଣ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ସ୍ବଘୋଷିତ ଅନେକ ପ୍ରବଚକ, ଗବେଷକ, ବକ୍ତା ଆଲୋଚକମାନେ ସତେ ଯେପରି ମହାକାଶ ରୁ ତୋଳି ଆଣି ଶ୍ରୀମନ୍ଦିର ସମ୍ପର୍କିତ ତଥ୍ୟ ପୁଷ୍ପ ବିତରଣ କରିଥାନ୍ତି । ଚକ୍ଷୁସ୍ମାନ ବ୍ୟକ୍ତି ମହୋଦୟ ହସ୍ତୀର ଅଙ୍ଗ ସ୍ପର୍ଶ ଜନିତ ବର୍ଣ୍ଣନା ସାଦୃଶ୍ୟ ପରିବେଶ ହୋଇ ଆସୁଛି ପ୍ରତିଫଳିତ । ଏହା ନିର୍ବିବାଦୀୟ ସତ୍ୟ ଯେ ମହାମାନବତାବାଦର ସ୍ରଷ୍ଟା ପ୍ରଭୁ ଜଗନ୍ନାଥଙ୍କର ସମସ୍ତ ଲୀଳାଖେଳା ମାନବୀୟ ରୀତି ନୀତି ଆଧାରିତ । କଥାରେ ଅଛି " ନର ଶରୀରେ ଦେହ ବହି, ଦେବତା ହେଲେ ବି ମରଇ" ନ୍ୟାୟ ପ୍ରତିଫଳିତ ପରମ୍ପରା ହେଲା ନବକଳେବର । "ଶେତାଶ୍ୱେତୋରୋପନିଷଦ"
ଅନୁସାରେ ଯେଉଁ ଶକ୍ତି ହସ୍ତପଦ ନଥାଇ ମଧ୍ୟ ସର୍ବାଧିକାରୀ,ଚକ୍ଷୁ ନଥାଇ ସର୍ବାଦର୍ଶୀ,କର୍ଣ୍ଣ ନଥାଇ ସର୍ବଶ୍ରୋତା,ଯେ ସର୍ବଜ୍ଞାତା,ସେ ହିଁ ପୁରୁଷୋତ୍ତମ।ବିଷ୍ଣୁ ସହସ୍ର ନାମରେ କୁହାଯାଇଅଛି ଭାରତୀୟ ଶବ୍ଦରେ ପୁରୁଷ ଶବ୍ଦ ଆତ୍ମା ଓ ପରମାତ୍ମା ଅର୍ଥରେ ବ୍ୟବହୃତ।ତେଣୁ ପୁରୁଷୋତମ ଶବ୍ଦ ଇନ୍ଦ୍ରିୟାତୀତ।ସ୍ୱଇଛାରେ ପରଂବ୍ରହ୍ମ ଦାରୁ ଶରୀର ଧାରଣ କରିଛନ୍ତି।ପରଂବ୍ରହ୍ମଙ୍କ ଦାରୁ ରୂପର ନାମ ପୁରୁଷୋତ୍ତମ,ତତ୍ତ୍ୱ ପୁରୁଷୋତ୍ତମ ଏବଂ ଲୀଳା ମଧ୍ୟ ପୁରୁଷୋତ୍ତମ ଧାମରେ।ନିର୍ଗୁଣ ନିରାକାର ପରଂବ୍ରହ୍ମଙ୍କର ସଗୁଣ ବିଗ୍ରହ ହେଉଛି ଦାରୁ ଶରୀର।ପରଂବ୍ରହ୍ମ ହେଉଛନ୍ତି ଅବିନଶ୍ୱର ଅଥଚ ନୀଳାଚଳରେ ସେ ନଶ୍ୱର ଦାରୁ ରୂପରେ ବିରାଜମାନ।ବ୍ରହ୍ମ ଅକ୍ଷର ପୁରୁଷ।ଦାରୁ ବିଗ୍ରହ କ୍ଷରପୁରୁଷ,ଯାହାକି ମର୍ତ୍ତ୍ୟ ମାନବ ପାଇଁ ଅଦୃଶ୍ୟ ବ୍ରହ୍ମର ଏକ ସ୍ଥୂଳ ପରିପ୍ରକାଶ।
"କାଶ୍ୟାପ ଶିଳ୍ପ' ଶାସ୍ତ୍ର ଓ ବରାହ ମିହିରଙ୍କ 'ବୃହତ ସଂହିତା' ଅନୁଯାୟୀ ମଣିର ପ୍ରତିମା ହିତ ସାଧନ କରାଏ।ସୁବର୍ଣ୍ଣ ପ୍ରତିମା ପୃଷ୍ଟି ସାଧନ କରାଏ। ଚାନ୍ଦି ପ୍ରତିମା ଯଶ ପ୍ରାପ୍ତି କରାଏ।ତମ୍ବା ପ୍ରତିମା ସନ୍ତାନ ବୃଦ୍ଧି କରାଏ।ପାଷାଣ ଶିବଲିଙ୍ଗ ଲାଭ କରାଏ।କାଠ ଓ ମୃତ୍ତିକା ନିର୍ମିତ ମୂର୍ତ୍ତି ଆୟୁ, ଶ୍ରୀ,ବଳ ଓ ବିଜୟ ଦାନ କରାଏ।ଏଣୁ ପ୍ରଭୁ ନିଜ ଇଚ୍ଛା ବଳରେ ଦାରୁ ହୋଇ ସଂସାର ଜନଙ୍କୁ ଉଦ୍ଧାରିବା ପାଇଁ ରାଜା ଇଦ୍ରଦ୍ୟୁମ୍ନଙ୍କୁ ବିଗ୍ରହ ନିର୍ମାଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।ଦାରୁମୂର୍ତ୍ତୀ ଗଠନ ପରେ ତାଙ୍କର ପ୍ରାଣ ପ୍ରତିଷ୍ଠା ପୁରୁଷ ସୂକ୍ତ ମନ୍ତ୍ରରେ ହୋଇଥିବା ଓ ପୂଜା ପ୍ରକରଣରେ ପ୍ରବଣ ନ୍ୟାସ ସମୟରେ ବଲଭଦ୍ରଙ୍କୁ 'ଅ' କାର, ସୁଭଦ୍ରାଙ୍କୁ 'ଉ' କାର ଓ ଶ୍ରୀଜଗନ୍ନାଥଙ୍କୁ 'ମ' କାର ରୂପେ ମନନ କରାଯାଏ।ସ୍କନ୍ଧ ପୁରାଣରୁ ଜଣାଯାଏ,ମହୋଦଧୀରେ ଯେଉଁ ଅପୌରୁଷେୟ ଦାରୁ ଭାସୁଥିଲା,ସେହି ଦାରୁରେ ଚତୁର୍ଦ୍ଧାମୂର୍ତ୍ତି ନିର୍ମାଣ ହୋଇଛନ୍ତି।ଏଥିରୁ ଜଣାଯାଏ,ବେଦୋକ୍ତ ପରଂବ୍ରହ୍ମ, ପୁରୁଷୋତ୍ତମ ହିଁ ନିଳାଚଳରେ ଦାରୁରୂପରେ ଲୀଳା କରୁଅଛନ୍ତି।ପ୍ରତିମା ଲକ୍ଷଣ ସୌଧଗମ ଗ୍ରନ୍ଥରେ ଉଲ୍ଲେଖ ଅଛି ଅଶ୍ୱତ୍ୱ,ଶାଳ,ପିଆଶାଳ,ଶିଂଶପା ,ଖଇର, କେନ୍ଦୁ, ଗମ୍ଭାରି, ଦେବଦାରୁ,ମୁଣ୍ଡି,ନିମ୍ବ ଆଦି ବିଭିନ୍ନ ବୃକ୍ଷରେ ବିଗ୍ରହ ନିର୍ମାଣ କରାଯାଇପାରେ।ବାମଦେବ ସଂହିତାରେ ଉଲ୍ଲେଖ ଅଛି ଯେ ବିଭିନ୍ନ ବୃକ୍ଷ ମଧ୍ୟରେ ନିମ୍ବ ବୃକ୍ଷ ପ୍ରକୃଷ୍ଟ। କଥିତ ଅଛି ଯେ
"ନିମ୍ବ ପ୍ରଧାନମେତେଷାଂ ପ୍ରତିମାନାଂ ବିନିର୍ମିତୌ।" ଭବିଷ୍ୟ ପୁରାଣ ମତରେ ନିମ୍ବ ଦାରୁ ନିର୍ମିତ ବିଗ୍ରହ ସର୍ବବର୍ଣ୍ଣ ,ସର୍ବ ଧର୍ମୀୟ ଜନମାନଙ୍କ ପୂଜ୍ୟ।ଆଗମ ଶାସ୍ତ୍ର ଅନୁଯାୟୀ ନିମ୍ବ ବୃକ୍ଷ ପୁରୁଷ ବୃକ୍ଷ,ଶକ୍ତ ଓ ଶେଷ୍ଠ।ଏହା ବିଷ୍ଣୁ ବିଗ୍ରହ ନିର୍ମାଣ ପାଇଁ ଯୋଗ୍ୟ। ଜାତି,ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଜଗତଜନଙ୍କ ନାଥ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ନିମ୍ବ ଦାରୁରେ ହେବା ବିଧେୟ।
ଅନ୍ୟ ପକ୍ଷରେ ଶ୍ରୀଜଗନ୍ନାଥଙ୍କ ନାଭିକମଳରେ ଥିବା ବ୍ରହ୍ମଙ୍କର ସ୍ୱରୂପ,ବର୍ଣ୍ଣ,ରୂପ ଆକାର କଣ?କି ବସ୍ତୁ?ତାହା କେହି ଏପରିକି ଘଟ ପରିବର୍ତ୍ତନକାରୀ ଦଇତାପତି ମଧ୍ୟ ଜାଣନ୍ତି ନାହିଁ।ସମ୍ପୂର୍ଣ୍ଣ ଗୋପ୍ୟ,ରହସ୍ୟମୟ। ବ୍ରହ୍ମ(ବୁଦ୍ଧଦେବଙ୍କ ବାମ କଳ ଦାନ୍ତ,ତନ୍ତ୍ର ପ୍ରଭାବିତ ଅଷ୍ଟଧାତୁ ନିର୍ମିତ ଯନ୍ତ୍ର,ଶ୍ରୀକୃଷ୍ଣଙ୍କ ଅପୋଡାପିଣ୍ଡ,
ପାରଦପୂର୍ଣ୍ଣ ବକ୍ଷ,ଇଂଦ୍ରଦୁମ୍ନ ପ୍ରାପ୍ତ ପ୍ରଥମ ଦାରୁର ଅଂଶ ବିଶେଷ,ଜୀବନ୍ତ ଶାଳଗ୍ରାମ ,ଏକ ମୂଲ୍ୟବାନ ଆକର୍ଷକ ମଣି ବିଶେଷ,ଯାହାକି ଚନ୍ଦନ,କସ୍ତୁରୀ,ତୁଳସୀ,ଫୁଲ(ଜୁଇ)ଦ୍ୱାରା ଆଚ୍ଛାଦିତ ଓ ବର୍ଷ ବର୍ଷ ଧରି ଏସବୁ ଜୀବନ୍ତ)ଏବଂ ମସ୍ତକରେ ଶୋଭିତ ମରକତ ମଣିର ତେଜସକ୍ରିୟାତାକୁ କେବଳ ନିମ୍ବ ଦାରୁ ହିଁ ଧାରଣ କରିପାରେ। କେବଳ ପରଂବ୍ରହ୍ମ ହିଁ ଉକ୍ତ ମରକତ ମଣି ଧାରଣ କରିପାରିବେ। ଅନ୍ୟ ବ୍ୟକ୍ତି ବା ବସ୍ତୁ ଏହାକୁ ଧାରଣ କଲେ ବିଲୁପ୍ତ ହୋଇଯିବେ। ଏପରିକି ନିମ୍ବ ଦାରୁ ମଧ୍ଯ ଏକାଦିକ୍ରମେ ଏକ ବର୍ଷ ମରକତମଣି ଧାରଣ କଲେ ନଷ୍ଟ ହୋଇଯିବାର ସମ୍ଭାବନା ଥିବାରୁ ୩୬୫ ଦିନର କ୍ରମକୁ ଭଙ୍ଗ କରିବା ପାଇଁ ରଥଯାତ୍ରାଠାରୁ ଚିତାଲାଗି ଅମାବାସ୍ୟା ପର୍ଯ୍ୟନ୍ତ ପ୍ରାୟ ଏକମାସ ପାଇଁ ମରକତ ମଣିକୁ ଶ୍ରୀବିଗ୍ରହଙ୍କ ମସ୍ତକରୁ ଓହ୍ଲାଇ ଦିଆଯାଏ।ବ୍ରହ୍ମସ୍ପର୍ଶରେ ଜଡ଼ବସ୍ତୁ ସତେଜ ହୋଇଯାନ୍ତି। କିନ୍ତୁ ଶ୍ରୀଜଗନ୍ନାଥ ପରଂବ୍ରହ୍ମ। ସେହିଦୃଷ୍ଟିରୁ ଦାରୁମୂର୍ତି ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଚେତନ। ସେ ଦେବତାମାନଙ୍କର ଦେବତା ଓ ବିଶ୍ୱ ବ୍ରମହାଣ୍ଡ ମାଳ ମାଳ ହୋଇ ତାଙ୍କ ଲୋମକୂପ ମୂଳରେ ବିରାଜୁଛନ୍ତି। ତେଣୁ ମନୁଷ୍ୟ ଭଳି ଆଚରଣ କରୁଥିବା ଶ୍ରୀଜଗନ୍ନାଥ ବାହ୍ୟଦୃଷ୍ଟିରେ ନବକଳେବର ହୁଅନ୍ତି। "ଯଥାଦେହେ ତଥା ଦେବେ।" ଦେହଧାରୀର ଏହି ମନୁଷ୍ୟ ଶରୀରରେ ବାଲ୍ୟ,ଯୌବନ,ଜରା, ବୃଦ୍ଧାବସ୍ଥା ଆସେ। ତେଣୁ ଆତ୍ମା ଅନ୍ୟ ଶରୀର ଖୋଜେ। ବସ୍ତ୍ର ପୁରୁଣା ହେଲେ ଲୋକମାନେ ପୁରୁଣା ବସ୍ତ୍ରକୁ ପରିତ୍ୟାଗ କରି ନୂତନ ବସ୍ତ୍ର ଗ୍ରହଣ କଲାପରି ଜୀବାତ୍ମା ଜୀର୍ଣ୍ଣ ଶରୀର ପରିତ୍ୟାଗ କରି ନୂତନ ଶରୀର ମଧ୍ୟରେ ପ୍ରବେଶ କରେ।ଶ୍ରୀଜଗନ୍ନାଥଙ୍କର ନବକଳେବରେ ବ୍ରହ୍ମ ପୁରାତନ ବିଗ୍ରହ ବର୍ଜନ କରି ନୂତନ ନିର୍ମିତ ଦାରୁ ବିଗ୍ରହରେ ପ୍ରବେଶ କରନ୍ତି।ଶାସ୍ତ୍ର ମତରେ,ଅର୍ଚା ବିଗ୍ରହ ୫ପ୍ରକାର।ଯଥା- ମଣିବିଗ୍ରହ,ଧାତୁବିଗ୍ରହ,ଚିତ୍ର ବିଗ୍ରହ,ମୃଣ୍ମ ୟ ବିଗ୍ରହ ଓ ଦାରୁ ବିଗ୍ରହ।ମଣି ବିଗ୍ରହଙ୍କ ଆୟୁ ୧୦ ସହସ୍ର ପରିମିତ ବର୍ଷ।ଧାତୁ ବିଗ୍ରହ ଆୟୁ ୧ସହସ୍ର ବର୍ଷ।ଚିତ୍ର ପ୍ରତିମାର ଆୟୁ ୧ବର୍ଷ।ମୃଣ୍ମୟ ବା ମାଟି ପ୍ରତିମାର ପରମାୟୁ ୧ମାସ।କିନ୍ତୁ ଦାରୁ ବିଗ୍ରହ ପରମାୟୁ ୧୨ ବର୍ଷ। ଶ୍ରୀଜଗନ୍ନାଥ ଦାରୁ ବିଗ୍ରହ ହୋଇଥିବାରୁ ସାଧାରଣତଃ ୮ ବର୍ଷ,୧୧ବର୍ଷ ବା ୧୯ ବର୍ଷ ମଧ୍ୟରେ ଦାରୁ ଜୀର୍ଣ୍ଣ ହେଉଥିବାରୁ ନବକଳେବରର ଆବଶ୍ୟକ ପଡିଥାଏ।ନବକଳେବର ଦୁଇ ପ୍ରକାରର - ଗୋଟିଏ ନୂତନ ବିଗ୍ରହ ନିର୍ମାଣ ଓ ବ୍ରହ୍ମ ପରିବର୍ତ୍ତନ।ଅନ୍ୟଟି 'ଶ୍ରୀଅଙ୍ଗ ଫିଟା।ଶ୍ରୀଅଙ୍ଗ ଫିଟାରେ କେବଳ ବିଗ୍ରହ ମାନଙ୍କ ଶ୍ରୀଅଙ୍ଗ ଫିଟାଯାଇ ନିର୍ମାଣ(ମରାମତି)କାମ କରାଯାଏ ଓ ବ୍ରହ୍ମ ସ୍ପର୍ଶ କରାଯାଏ ନାହିଁ।ଚାନ୍ଦ୍ରମାସ ଓ ସୌରମାସ ମଧ୍ୟରେ ସାମ୍ୟ ରକ୍ଷା ପାଇଁ ପ୍ରତି ୩୨ମାସରେ ଗୋଟିଏ ଅଧିମାସ,ମଳ ମାସ ବା ପୁରୁଷୋତ୍ତମ ମାସ ପଡେ।ମଳମାସ ପୁରାଣ ଅନୁଯାୟୀ ଯେଉଁବର୍ଷ ଉକ୍ତ ଅଧିମାସ ଆଷାଢ଼ ମାସରେ ପଡେ ବା ଯୋଡ଼ା ଆଷାଢ଼ ହୁଏ ସେହି ବର୍ଷ ଶ୍ରୀଜଗନ୍ନାଥ ନବକଳେବର ହୁଅନ୍ତି।
କ୍ରମଶଃ
ବୋଉ ଏକ ଆସ୍ଥା,ଏକ ଆସ୍ଥାନ
----------------+
"मातः सोऽहमुपस्तितोऽस्मि पुरतः पूर्वप्रतिज्ञां स्मरन्,
प्रत्यश्रावि पुराहि तेऽन्त्य समये प्राप्तुं समीपं तव ।
ग्राहग्रासमिषाद्यया ह्यनुमतस्तुर्याश्रमं प्राप्तुवान्,
यत्प्रीत्यै च समागतोऽहमधुना तस्यै जनन्यै नमः "
"नास्ति मातृसमा छाया, नास्ति मातृसमा गतिः।
नास्ति मातृसमं त्राण, नास्ति मातृसमा प्रिय ।
ପ୍ରତ୍ୟେକ ସନ୍ତାନ ର ଆଦ୍ୟ ଗୁରୁ, ତା'ର ଜନ୍ମଦାତ୍ରୀ । ଏପରିକି ପୃଥିବୀର ଆଲୋକ ସ୍ପର୍ଶ କରିବା ପୂର୍ବରୁ, ଅର୍ଥାତ୍ ଭୂମିଷ୍ଠ ହେବା ପୂର୍ବରୁ ,ମାତୃଗର୍ଭ ରେ ସନ୍ତାନ ଶିକ୍ଷା ଗ୍ରହଣ କରିଥାଏ , ଯାହାର ପ୍ରମାଣ ଆମର ଶାସ୍ତ୍ରରେ ଅନେକ ଉଦାହରଣ ସହିତ ରହିଛି । ସେଥିପାଇଁ ଭୃଣ ଅବସ୍ଥାରେ ଜନନୀଙ୍କ ନିମନ୍ତେ ବହୁବିଧ ଶିକ୍ଷଣୀୟ ଜୀବନଚର୍ଯ୍ୟା ସମ୍ପର୍କରେ ଉଲ୍ଲେଖ କରାଯାଇଛି । ମହାଭାରତ ଯୁଦ୍ଧରେ ସଂଶପ୍ତକଙ୍କ ସହିତ ଯୁଦ୍ଧ କରିବା ଉଦ୍ଦେଶ୍ୟରେ ଅର୍ଜୁନ ବହୁ ଦୂରକୁ ଚାଲିଯାଇଥିଲେ, ଯାହା ମଧ୍ୟ ଥିଲା ଯୋଜନାବଦ୍ଧ । କାରଣ ଅର୍ଜୁନଙ୍କ ଅନୁପସ୍ଥିତିରେ ଗୁରୁ ଦ୍ରୋଣାଚାର୍ଯ୍ୟ ରଚନା କରିଥିବା ଚକ୍ରବ୍ୟୁହ ଚକ୍ରାନ୍ତ ହିଁ ସଫଳତା ହାସଲ କରିହେବ , ଏହାହିଁ ଥିଲା ଦୃଢ଼ ବିଶ୍ୱାସ। ଏହି ଚକ୍ରାନ୍ତ ରେ ସ୍ବୟଂ ଶ୍ରୀକୃଷ୍ଣ ଓ ଦେବଦେବ ମହାଦେବଙ୍କ ବରଦାନ ଥିଲା ଅଂଶବିଶେଷ । ଏହାର କାରଣ ଅର୍ଜୁନଙ୍କ ବ୍ୟତୀତ ଅନ୍ୟ କେହି ଚକ୍ରବ୍ୟୁହ ଭେଦ କରିପାରିବେ ନାହିଁ , ଏହା ଜାଣିଥିଲେ ଗୁରୁ ଦ୍ରୋଣାଚାର୍ଯ୍ୟ । ମହାଦେବଙ୍କ ବରଦାନରେ ଅର୍ଜୁନଙ୍କ ବ୍ୟତୀତ ଅନ୍ୟମାନଙ୍କୁ ପରାସ୍ତ କରିପାରିବାର ବରଦାନ ପାଇଥିଲା ଦୁର୍ଯୋଧନଙ୍କ ଭିଣୋଇ ଜୟଦ୍ରଥ । ସେ ହିଁ ସମସ୍ତ ଙ୍କୁ ଚକ୍ରବ୍ୟୁହ ରେ ପ୍ରବେଶକୁ ରୋକିଦେଇଥିଲେ । ମାତ୍ର ଅର୍ଜୁନଙ୍କ ପୁତ୍ର ଅଭିମନ୍ୟୁ ମାତୃଗର୍ଭରେ ଥିବା ସମୟରେ ପିତାଙ୍କ ଠାରୁ ମାଆଙ୍କ ମାଧ୍ୟମରେ ଚକ୍ରବ୍ୟୁହ ପ୍ରବେଶର ଶିକ୍ଷା ଲାଭ କରିଥିବାରୁ ପ୍ରବେଶରେ ସମର୍ଥ ହୋଇଥିଲେ ସତ୍ୟ ମାତ୍ର ଫେରିବା ସୂତ୍ର ଅର୍ଜୁନ ସୁଭଦ୍ରାଙ୍କୁ କହିବା ସମୟରେ ଶୋଇ ଯାଇଥିବାରୁ ଅଭିମନ୍ୟୁ ଶିକ୍ଷା ପାଇ ପାରି ନଥିଲେ । ଏଭଳି ଅନେକ ଉଦାହରଣରେ ସମୃଦ୍ଧ ଆମର ପୁରାଣ ଶାସ୍ତ୍ର ।ରାମାୟଣରେ ମହର୍ଷି ବାଲ୍ମୀକି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ତୁଣ୍ଡରେ ଲକ୍ଷ୍ମଣଙ୍କୁ କୁହାଇଛନ୍ତି " ଅପି ସ୍ଵର୍ଣ୍ଣମୟୀ ଲଙ୍କା ନ ମେ ଲକ୍ଷ୍ମଣ ରୋଚତେ, ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ " । Laxman, even this golden Lanka does not appeal to me, Mother and Motherland is greater than heaven. । ଯାହା ପରବର୍ତ୍ତୀ ସମୟରେ ମହର୍ଷି ଭରଦ୍ୱାଜ କହିଯାଇଛନ୍ତି " ମିତ୍ରାଣି ଧନ ଧନ୍ୟାନି ପ୍ରଜାନାଂ ସମ୍ମତାନିବ, ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ" ।
ଅର୍ଥାତ୍ ବନ୍ଧୁ ବର୍ଗ,ଧନ ସମ୍ପତ୍ତି, କ୍ଷମତା ପ୍ରତିପତ୍ତି ପ୍ରିୟ ହୋଇପାରେ ମାତ୍ର ଜନନୀ ଓ ଜନ୍ମଭୂମି ସର୍ବାନ୍ତକରଣରେ ସର୍ବୋଚ୍ଚ ପୂଜ୍ୟ ।ଅତଏବ ମା' ଓ ମାତୃଭୂମି ପ୍ରତ୍ୟେକ ମଣିଷର ପ୍ରତି ମୁହୂର୍ତ୍ତର ବନ୍ଦନୀୟା,ପୂଜ୍ୟନୀୟା,ସ୍ମରଣୀୟା । କୋୖଣସି ନିର୍ଦ୍ଦିଷ୍ଟ ସମୟର ଅବା ମୁହୂର୍ତ୍ତର ଗଣ୍ଡି ମଧ୍ୟରେ ସୀମିତ ରଖି ପୂଜା କରାଯାଏ ନାହିଁ । ଠିକ୍ ଗୋଟିଏ ମାସ ବିତିଗଲା ବୋଉର ଅବର୍ତ୍ତମାନରେ , କିଭଳି ମାନସିକ ଯନ୍ତ୍ରଣାର ଆମେ ଜର୍ଜରିତ, ତାହା କେବଳ ଜଣେ ଅନୁଭବୀ ହିଁ ଉପଲବ୍ଧି କରିପାରିବେ, ଯାହା ପ୍ରକାଶ କରିବା ପାଇଁ ଶବ୍ଦ ଅକୁଳାଣ । ଶାସ୍ତ୍ର ରେ ଉଲ୍ଲେଖ ରହିଛି-;"आस्तां तावदियं प्रसूतिसमये दुर्वारशूलव्यथा,नैरुच्यं तनुशोषणं मलमयी शय्या च सांवत्सरी ।एकस्यापि न गर्भ-भार-भरण-क्लेशस्य यस्याः क्षमो ,दातुं निष्कृतिमुन्नतोऽपि तनयः तस्यैः जनन्यै नमः ।।"
ଏହାର ଇଂରାଜୀ ଅନୁବାଦ ହେଲା-;
"The acute irrepressible pain endured by the mother at the time of delivery, the distaste towards food and the resulting emaciation of the body during pregnancy, the year-long period after delivery, during which the bed was dirtied by the baby – let all these be. But the suffering that the mother endures in carrying the weight of the foetus throughout pregnancy, can never be compensated the least by a son, even if he is great and famous. Salutations to that mother." ।"नास्ति मातृसमा छाया नास्ति मातृसमा गतिः। नास्ति मातृसमं त्राणं नास्ति मातृसमा प्रपा।।"
ମାଆ ହିଁ ତ ସାମାଜିକ ରୌଦ୍ରତାପରେ ସୁଶିତଳ ଛାୟା, ବିକଳ୍ପ ବିହୀନ ସହାୟତା, ସୁରକ୍ଷା ପ୍ରଦାୟିନୀ ।ଅଗ୍ରପୂଜ୍ୟ ଗଣେଶ ଓ କାର୍ତ୍ତିକେୟ ଙ୍କ ମଧ୍ୟରେ ପ୍ରତିଯୋଗିତା ର କାହାଣୀ ମଧ୍ୟ ସର୍ବକାଳୀନ ଆଦର୍ଶ ଦର୍ଶନ ।"मातरं पितरं चैव यस्तु कुर्यात् प्रदक्षिणम्" ।प्रदक्षिणीकृता तेन सप्तद्वीपा वसुन्धरा।।"
ଅର୍ଥାତ୍ ମାଆ ବାପା ଙ୍କ ଚର୍ତୁପାଶ୍ୱ ପରିଭ୍ରମଣ ହିଁ ବିଶ୍ବ ପରିଭ୍ରମଣ ।ଆମେ ଅନେକ ସମୟରେ ଆମ ଭାଷାର ସାମାଜିକ ବିଜ୍ଞାନ ସମ୍ମତ ମହନୀୟତା ପ୍ରତିପାଦିତ କରିବା ସମୟରେ କହିଥାଉ ଯେ ବାପା ମାଆ ହିଁ ଭଗବାନ । ବାପା + ମାଆ =ଭଗବାନ ।ବା - ବାୟୁ + ପା- ପାଣି +ମା- ମାଟି+ଆ- ଆକାଶ =ଭ- ଭୂ ଧାତୁରେ ପୃଥିବୀ + ଗ- ଗଗନ- ଆକାଶ+ ବା- ବାୟୂ + ନ- ନୀର - ଜଳ- ପାଣି । ବନ୍ଧୁବର୍ଗ ! ବୋଉର ଅବର୍ତ୍ତମାନର ଗୋଟିଏ ମାସର ପ୍ରତି ମୁହୂର୍ତ୍ତ ଅନୁତାପର ଜ୍ୱାଳାରେ ଜର୍ଜରିତ । ଅନେକ ଥର ବୋଉ ଚାହିଁଛି,ତା ସହିତ ଗପସପ କରିବାକୁ , ବିଭିନ୍ନ ଆଧ୍ୟାତ୍ମିକ ସ୍ଥଳ ବୁଲି ଯିବାକୁ , ଅଥଚ ଅନ୍ୟାନ୍ୟ କାର୍ଯ୍ୟ ବ୍ୟସ୍ତତା ଭିତରେ ସେ ଚାହୁଁଥିବା ଅନେକ ସ୍ଥାନ କୁ ନେଇ ପାରି ନାହୁଁ । ଜୀବନରେ ଭୁଲରେ ଥରେ ହେଲେ ବୋଉ ଗାଳି ଦେଇ ନାହିଁ କି କୌଣସି କଥାରେ ଆକଟ କରିନାହିଁ । ଅଭାବ ସମୟରେ ପଦାର୍ଥର ପ୍ରକୃତ ପରିଚୟ ମିଳେ " ନ୍ୟାୟରେ ବୋଉର ଅବର୍ତ୍ତମାନରେ ଆମ ଜୀବନ ଯାତ୍ରାରେ ବୋଉର ଅସୀମ ଆଶୀର୍ବାଦ ଏବଂ ମହନୀୟ ଅବଦାନ ଅବର୍ଣ୍ଣନୀୟ । ବାସ୍ତବରେ ବିଶ୍ବର ୬୭୦୧ ଭାଷା ମଧ୍ୟରେ ଜନ୍ମଦାତ୍ରୀଙ୍କୁ ବୋଉ ଡାକିବା କେବଳ ଆମ ଓଡିଆ ଭାଷାରେ ହୃଦୟୋତଫୁଲିତ ସମ୍ବୋଧନ, ଏହା ଏକ ଶବ୍ଦ ନୁହେଁ, ସାମାଜିକ ସମ୍ପର୍କର ସର୍ବନାମ । ବୋଉ ଏକ ଆସ୍ଥା,ଏକ ଆସ୍ଥାନ , ଜୀବନର ଜପା ମନ୍ତ୍ର ,ବୋଉ ଏକ ଶବ୍ଦ, ଯେଉଁଥିରେ ରହିଛି ଅସୀମ ମାଦକତା । ବୋଉ ଶବ୍ଦ ର କୌଣସି ତୁଳନା ନାହିଁ କି ବିକଳ୍ପ ନାହିଁ କି ସଠିକ୍ ସଂଜ୍ଞା ମଧ୍ୟ ହୋଇନାହିଁ ନିରୂପିତ । ମମତାର ଅସରନ୍ତି ଭଣ୍ଡାର ବୋଉ। ଅନାବିଳ ସ୍ନେହ, ସ୍ବାଭାବିକ ଶ୍ରଦ୍ଧା ଓ ସମର୍ପିତ ସେବାର ମୂର୍ତ୍ତିମନ୍ତ ପ୍ରତୀକ ବି ସେଇ ବୋଉ ।" ବୋଉ ଡାକ ସୁମଧୁର ଅମୃତ ସମାନ , ଯାହା ଉଚ୍ଚାରିଲେ ତୃପ୍ତ ହୁଏ ଆମରି ପରାଣ" । ମମତାର ଅସୀମ ଭଣ୍ଡାର , ଅନାବିଳ ସ୍ନେହ, ସ୍ବାଭାବିକ ଶ୍ରଦ୍ଧା ଓ ସମର୍ପିତ ସେବାର ମୂର୍ତ୍ତିମନ୍ତ ପ୍ରତୀକ ବି ସେଇ ବୋଉ । କେବଳ ମଣିଷ ନୁହେଁ,ଇତର ପ୍ରାଣୀମାନଙ୍କ କ୍ଷେତ୍ରରେ ବି ଏହା ପ୍ରତିଫଳିତ । ଯେତେବେଳେ ସନ୍ତାନ ବୋଉର ପଣତକୁ ଆଶ୍ରାକରେ, ଶତସିଂହ ବଳରେ ବଳୀୟାନ୍ ହୋଇ ବୋଉ ତାକୁ ସୁରକ୍ଷାଦିଏ। ଆଉ ସନ୍ତାନକୁ ଯଦି ସାହାରା ଦେବାର ଅବସର ଆସେ, ତେବେ ବୋଉ ଭିତରେ ଭରିଯାଏ ଅଫୁରନ୍ତ ସାମର୍ଥ୍ୟ। ଅତଏବ ବୋଉକୁ
ଶବ୍ଦରେ ବାଖ୍ୟା କରିବା ଅସମ୍ଭବ । ଯେଉଁ ସଂଜ୍ଞା ନିରୂପିତ ହୋଇ ପାରି ନଥିବା ଶବ୍ଦରେ ରହିଛି ସଂସାରର ସବୁ ସୁଖ ଆଉ ଶାନ୍ତି । ସଂସାରର ଯେତେ ବୋଉଠୁ ଆରମ୍ଭ, ବୋଉରେ ଶେଷ ।
ଜୀବନରେ ଯେତେ ଦୁଃଖ କଷ୍ଟ ଆସିଲେ ବି ବୋଉ ଆଗରେ ସବୁ ତୁଚ୍ଛ ହେଇଯାଏ। ବୋଉର ପ୍ରାର୍ଥନାରେ ଏତେ ଶକ୍ତି ଯେ ତାର ସନ୍ତାନ ନିକଟରେ ମୃତ୍ୟୁ ବି ଆସିବାକୁ ଭୟ କରେ । ଏହି ଦୁଇ ଅକ୍ଷରରୁ ହିଁ ଜୀବନର ଆରମ୍ଭ । ବୋଉ ଥିଲେ ସଂସାରରେ ସବୁକିଛି ଥିଲା ପରି ଲାଗେ । କୁହାଯାଏ ଦୁନିଆରେ ସଭିଙ୍କ ଋଣ ସୁଝି ହେବ , କିନ୍ତୁ ଜନନୀର ଋଣ ମରିବା ଯାଏ କେବେ କେହି ଶୁଝି ପାରିବେ ନାହିଁ। ସେ ସ୍ନେହମୟୀ, କରୁଣାମୟୀ ଓ ଦୟାମୟୀ ଜନ୍ମ ପ୍ରଦାୟିନୀକୁ ପୃଥିବୀ ସହିତ ବି ତୁଳନା କରାଯାଇଥାଏ ।ମାଟି, ମଞ୍ଜି ଓ ଗୋବର ଖତରେ ଟାଙ୍ଗରା ଜମିକୁ ଯେଉଁଭଳି ସବୁଜିମା କରିବାର ଶକ୍ତି ରଖିଥାଏ ସେହିପରି ବୋଉର ପଣତକାନି ସନ୍ତାନ ପାଇଁ ସୁରକ୍ଷିତ ଏବଂ ନିରାପଦ ରଖିଥାଏ । ଯାହାର ସ୍ନେହ ଆଉ ପ୍ରେମରେ ନଥାଏ କିଛି ସ୍ୱାର୍ଥ ଆଉ କାମନା । ଯିଏ ନିଃସ୍ୱାର୍ଥପରଭାବେ ସନ୍ତାନମାନଙ୍କ ପ୍ରତି ଅଜାଡ଼ି ଦେଇପାରେ ଅଜସ୍ର ଭଲ ପାଇବା ସେ ହେଉଛି ବୋଉ।
କଳା ଭୂମି ମହୋତ୍ସବ -୧୨
( ପୂର୍ବ ଆଲୋଚନା ପରେ)
ଆଜକୁ ପ୍ରାୟ ୫୬୯ ବର୍ଷ ପୂର୍ବେ ଗଜପତି ମହାରାଜା ପ୍ରତାପରୁଦ୍ର ଦେବଙ୍କ ରାଜତ୍ୱ କାଳରେ ପୁରୀ ଗଣାମଲ୍ଲ ସାହି ନିବାସୀ ତତ୍କାଳୀନ ଦେଉଳକରଣ ସେବକ ଗୋବିନ୍ଦ ପଟ୍ଟନାୟକ (ସାନ୍ତରା) କୁଞ୍ଜ ମଠରେ ଦୀକ୍ଷା ଗ୍ରହଣ କରି ଗୋବିନ୍ଦ ଦାସ ବାବାଜୀ ନାମରେ ପରିଚିତ ହେବା ସଙ୍ଗେ ସଙ୍ଗେ ୧୪୫୬ ଶକାବ୍ଦରେ "ଶ୍ରୀଚୈତନ୍ୟ ଚକଡା
ପୋଥି " ରଚନା ଶେଷ କରି ତାହା ପ୍ରତାପରୁଦ୍ର ଦେବଙ୍କୁ ଅର୍ପଣ କରିଥିଲେ। ଏଥିରେ ଉଲ୍ଲେଖ ରହିଛି "ପ୍ରତାପରୁଦ୍ର ନୃପଣି ମାର୍ଜନୀ ଧରିଣ ,ଛତା ତଳୁ ପହଁରିଲେ ପଥ ନୃପରାଣ,ତାର ଭାବ ଦେଖି ଗୋରା ବୋଲେ ଆଣ୍ଟ କରିଯେ ,ନୋହେ ରାଜନ କୃଷ୍ଣ ପାର୍ଶ୍ୱଦ କିଶୋରୀଧନ୍ୟ ରାଜା ମାର୍ଜନୀର କରେ ସେବା କରେଯେ ଜଗତେ ନାହିଁ କାହିଁ ଅଛି ନୀଳାଚଳେ। " ଏହାର ମର୍ମାର୍ଥ ହେଲା ଛତାତଳ ଅର୍ଥ ସିଂହଦ୍ୱାରଠାରେ ଅବସ୍ଥିତ ବଡ଼ଛତା ମଠ ଠାରୁ ରଥ ପର୍ଯ୍ୟନ୍ତ । ଏପରିକି ଚୈତନ୍ୟଙ୍କ
ତିରୋଧାନର ୮୦ବର୍ଷ ପରେ କୃଷ୍ଣ ଦାସ କବିରାଜ ଗୋସ୍ୱମୀଙ୍କ ପ୍ରଣୀତ ଶ୍ରୀଚୈତନ୍ୟ ଚରିତାମୃତ ଗ୍ରନ୍ଥରେ ଛେରା ପହଁରା ସମ୍ପର୍କରେ ଉଲ୍ଲେଖ ଅଛି ଯେ "ତବେ ପ୍ରତାପରୁଦ୍ର କରେ ଆପନ ସେବନ ସୁବର୍ଣ୍ଣ ମାର୍ଜନୀ ଲେୟା କରେ ପଥ ସମ୍ମାର୍ଜନ ଚନ୍ଦନ ଜଳେତେ କରେନ ପଥ ନିଷିଞ୍ଚବେ ତୁଚ୍ଛ ସେବା କରେ ବୈସେ ରାଜ ସିଂହାସନେ ଉତ୍ତମ ହେୟା ରାଜା କରେ ତୁଚ୍ଛ ସେବନ "।
କେତେକ ଐତିହାସିକ, ପ୍ରାବନ୍ଧିକ ଏବଂ ଗବେଷକମାନଙ୍କ ମତରେ ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବଙ୍କ ସମୟରେ ଏହି ଛେରା ପହଁରା ନୀତି ଆରମ୍ଭ ହୋଇଥିଲା। ଯେ କେହି
ସ୍ଵୀକାର କରିପାରିବେ ଯେ ଶ୍ରୀଗୁଣ୍ଡିଚା ଓ ବାହୁଡା଼ ଯାତ୍ରାର ଅନ୍ୟତମ ମୂଖ୍ୟ ଆକର୍ଷଣ ହେଉଛି ପୁରୀ ଗଜପତି ମହାରାଜାଙ୍କ ତିନି ରଥ ଉପରେ ଛେରାପହଁରା ସେବା। ଏହି ଛେରାପହଁରା ନୀତିକୁ ଦେଖିବା ଲାଗି ଉଭୟ ସିଂହଦ୍ୱାର ଓ ଗୁଣ୍ଡିଚା ମନ୍ଦିରଠାରେ ଲକ୍ଷାଧିକ ଭକ୍ତ ତଥା ଜନସାଧାରଣଙ୍କ ସମାଗମ ହୋଇଥାଏ। ଛେରା ଓ ପହଁରା ଦୁଇଟି ଶବ୍ଦର ସମ୍ମିଶ୍ରଣରେ ଛେରା ପହଁରାର ସୃଷ୍ଟି। ଛେରା ଶବ୍ଦର ଅର୍ଥ ତରତଳା , ଯାହାକି ବହଳିଆ ଘୋରା ଚନ୍ଦନକୁ ବୁଝାଏ। ପହଁରା ଶବ୍ଦର ଅର୍ଥ ଓଳାଇବା । ଗଜପତି ମହାରାଜାଙ୍କ ଛେରା ପହଁରା ନୀତି ମଧ୍ୟରେ ମୁଖ୍ୟତଃ ଦର୍ଶନ,ରାଜନୀତି, ବନ୍ଦାପନା, କର୍ପୂର ବର୍ତ୍ତକ, ଚାମର, ଆଲଟ ସେବା, ପୟମାଳା ଗ୍ରହଣ ଆଦି ଅନ୍ତର୍ଭୁକ୍ତ। ତିନି ରଥ ଉପରେ ଶ୍ରୀବିଗ୍ରହହମାନଙ୍କ ପହଣ୍ଡି ବିଜେ ହୋଇ ରଥାରୁଢ଼ ହେବାପରେ ଏବଂ ଅନ୍ୟାନ୍ୟ ନୀତି ଯଥା ମଦନମୋହନ, ରାମ, କୃଷ୍ଣ ବିଜେ , ସୋଲ, ଚିତା ଲାଗି ରୁନ୍ଧା ଇତ୍ୟାଦି ନୀତି ବଢ଼ିବା ପରେ ମୁଖ୍ୟ ବିଗ୍ରହଙ୍କ ମଇଲମ ଓ ମାଳଫୁଲ ଲାଗି ହୋଇଥାଏ। ଏହାପରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଜନୈକ ପଦାଧିକାରୀ, ଶ୍ରୀମନ୍ଦିର କମାଣ୍ଡର, ଆବଶ୍ୟକ ସଂଖ୍ୟକ ପୋଲିସ ଶ୍ରୀନଅର ନିକଟକୁ ଯାଇ ବିଧିବଦ୍ଧ ଭାବରେ ଗଜପତି ମହାରାଜାଙ୍କୁ ଛେରା ପହଁରା ସେବା କରିବା ପାଇଁ ଖବର ପଠାଇଥାନ୍ତି। ଖବର ପାଇ ଗଜପତି ମହାରାଜ ପାରମ୍ପାରିକ ପୋଷାକ ପରିଧାନ କରି ସମ୍ପୂର୍ଣ୍ଣ ରାଜକୀୟ ବେଶରେ ଆସିଥାନ୍ତି । ଉକ୍ତଦିନ ଛେରା ପହଁରା ନୀତି ସରିବା ଯାଏଁ ଗଜପତି ମହାରାଜା ଉପବାସ ରହିବା ସଙ୍ଗେ ସଙ୍ଗେ ଶ୍ରୀନଅରର ଅଧିଷ୍ଠାତ୍ରୀ ଦେବୀ କନକ ଦୁର୍ଗା ଠାକୁରାଣୀଙ୍କୁ ପ୍ରଣାମ କରି ଶ୍ରୀନଅର ଅଗଣାରେ ରଖାଯାଇଥିବା ହାତୀଦନ୍ତ ଓ ରୌପ୍ୟ ନିର୍ମିତ ତାମଯାନ , ଯାହାକୁ ମେହେଟା ବୋଲି କୁହାଯାଏ , ସେଥିରେ ବିଜେ କରିଥାନ୍ତି। ସର୍ବପ୍ରଥମେ ବଳଭଦ୍ରଙ୍କ ରଥରେ ଛେରା ପହଁରା କରନ୍ତି। ପ୍ରଥମେ ଗରାବଡ଼ୁ ସେବକଙ୍କଠାରୁ ହାତୁଆଣି (ରାଜାଙ୍କ ହାତକୁ ଉକ୍ତ ସେବକ ପାଣି ବଢ଼ାଇଥାନ୍ତି) ନେଇ ଗଜପତି ପୁଷ୍ପାଞ୍ଜଳି ପ୍ରଦାନ କରିଥାନ୍ତି। ସୁନା କର୍ପୂର ଆଳତିରେ କର୍ପୂର ବସାଇ ଭଣ୍ଡାର ମେକପ ରାଜାଙ୍କ ହସ୍ତକୁ ବଢ଼ାଇଥାନ୍ତି। ରାଜା ଠାକୁରଙ୍କ ସମ୍ମୁଖରେ ଆରତି କରି ସୁନା ଚାମର ଆଲଟ ସେବା କରିଥାନ୍ତି। ତତ୍ପରେ ରଥ ଉପରେ ସିଂହାସନ ତଳକୁ ଓହ୍ଲାଇଥାନ୍ତି। ପୂର୍ବରୁ ଦୟଣାମାଳି ଦେଇଥିବା ଶୁକ୍ଳ ଫୁଲ ଭଣ୍ଡାର ମେକାପ ପୂଜା ପିଙ୍ଗଣରେ ଧରିଥାଏ। ଏହି ସମୟରେ ରାଜଗୁରୁ ମୁଦୁଲି ସେବକଙ୍କଠାରୁ ସୁନା ଖଡି଼କା ଆଣି ସଂସ୍କାର କରି ଗଜପତିଙ୍କ ହାତକୁ ବଢ଼ାଇଥାନ୍ତି। ଭଣ୍ଡାର ମେକପ ରଥର ଚାରି ପାଖରେ ବୁଲି ଶୁକ୍ଳ ଫୁଲ ଆଗରେ ପକାଉଥିବେ ଓ ଗଜପତି ମହାରାଜା ସୁନା ଖଡିକା ଧରି ରଥ ଚାରି ପାଖେ ପହଁରିଥାନ୍ତି। ଏହା ପରେ ଘଟୁଆରୀ ପ୍ରଦତ୍ତ ରୂପା ପିଙ୍ଗଣରେ ଥିବା ଚନ୍ଦନ ପାଣିକୁ ରାଜଗୁରୁ ସଂସ୍କାର କରିବାପରେ ଭଣ୍ଡାର ମେକପ ଗଜପତିଙ୍କ ହସ୍ତକୁ ବଢ଼ାଇଥାନ୍ତି। ତତ୍ପରେ ଗଜପତି ଚନ୍ଦନପାଣି ରଥ ଚାରିପଟରେ ଛିଞ୍ଚିଥାନ୍ତି। ଏହି କ୍ରମରେ ବଳଭଦ୍ର, ଜଗନ୍ନାଥ ଓ ସୁଭଦ୍ରାଙ୍କ ରଥ ଉପରେ ଛେରା ପହଁରା ସରିଥାଏ। ଛେରା ପହଁରା ନୀତି ସରିବା ପରେ ତାମଯାନରେ ଗଜପତି ମହାରାଜା ପଟୁଆର ସହ ଶ୍ରୀନଅର ଅଭିମୁଖେ ଯାତ୍ରା କରିଥାନ୍ତି। ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପି ତଥା ପରମ୍ପରା ଅନୁଯାୟୀ ଗଜପତି ମହାରାଜାଙ୍କ ଅନୁପସ୍ଥିତିରେ ଉକ୍ତ ସେବା ମୁଦିରଥ ସେବକ କରିଥାନ୍ତି। ଏପରିକି ଅତୀତରେ ବହୁବର୍ଷ ଧରି ମୁଦିରଥ ସେବକ ଛେରା ପହଁରା ସେବା କରିଥିବାର ପ୍ରମାଣ ରହିଛି। ରଥ ଚକଡା଼ରେ ଛେରା ପହଁରା ସମ୍ପର୍କୀୟ ଏକ ବିବରଣୀ ମିଳୁଅଛି ଯଥା ,ଶ୍ରୀରାମଚନ୍ଦ୍ର ଦେବ ମୋଗଲ ହେବାରୁ ରାମଚନ୍ଦ୍ର ବଡ଼ଜେନା ରାଉତ ରାଜୁତିରେ ମୁନିମ୍ ଖାଁ ଡରରେ ପାଲରେ ପଡି ମୋଗଲ ବୋଲାଇଲେ । ଶକବତ୍ସରେ ୧୫୦୮ରେ ରଥଯାତ୍ରାରେ ରାଜାଥାଇ ମୁଗଲ ହୋଇଯିବାରୁ ଛେରା ପହଁରା କରିବା ନୋହିଲା ମୁଦିରଥ (ମୁଦ୍ର ହସ୍ତ) ଶାଢ଼ୀ଼ ନଥିବାରୁ ଛେରା ପହଁରା ଦାମୋଦର ଚମ୍ପତିରାୟ ଛେରା ପହଁରା କରିବା କଥା ଉଠିଲା । ମାତ୍ର ପରିଶେଷରେ ଭିତରଚ୍ଛ ନାରୟଣ ମହାପାତ୍ର ଛେରା ପହଁରା କଲେ।
ଅତୀତରେ ଶ୍ରୀକ୍ଷେତ୍ରରେ ପାଳିତ ରଥଯାତ୍ରାରେ ଗଜପତି ମହାରାଜାମାନେ ଛେରା ପହଁରା ନିମିତ୍ତ ବହୁ ଆଡ଼ମ୍ବରପୂର୍ଣ୍ଣ ଶୋଭାଯାତ୍ରାରେ ବାହାରୁଥିଲେ । ପୂର୍ବେ ଖୋର୍ଦ୍ଧା ତଥା ପୁରୀ ଗଜପତି ମହାରାଜାମାନେ ଏକାଧିକ ହସ୍ତୀ ଗୃହପାଳିତ ପଶୁ ରୂପେ ପାଳନ କରୁଥିଲେ। ରଥଯାତ୍ରା ଅବସରରେ ଗଜପତି ମହାରାଜାମାନେ ରଥରେ ଛେରା ପହଁରା ସେବା କରିବା ସମୟରେ ସୁସଜ୍ଜିତ ହସ୍ତୀ ମଧ୍ୟ ଶୋଭାଯାତ୍ରାର ଅଗ୍ରଭାଗରେ ରହୁଥିଲେ, ଯାହାକି ଅତ୍ୟନ୍ତ ମନମୁଗ୍ଧକର ଦୃଶ୍ୟ ଅଟେ। ପୂର୍ବ ପରମ୍ପରାକୁ ରକ୍ଷାକରି ପୁରୀ ଗଜପତି ମହାରାଜାଙ୍କଦ୍ୱାରା ପ୍ରତିପାଳିତ ପ୍ରାୟ ଚାରି ପାଞ୍ଚଗୋଟି ହସ୍ତୀ ମଧ୍ୟରୁ କ୍ରମେ କ୍ରମେ କ୍ଷୟହୋଇ ଶେଷକୁ ମାତ୍ର ଦୁଇଗୋଟି ହସ୍ତୀ ଥିଲେ । ତନ୍ମଧ୍ୟରୁ ଗଙ୍ଗାରାମ ନାମକ ଏକ ହସ୍ତୀକୁ ଗଜପତି ମହାରାଜ ବୀରକିଶୋର ଦେବଙ୍କ ସମୟରେ ମସ୍ତିଷ୍କ ବିକୃତି ଯୋଗୁଁ ମାରି ଦିଆଯାଇଥିଲା ଏବଂ ମୋତି ନାମକ ଶେଷ ହସ୍ତୀଟିର ଏକ ଆକସ୍ମିକ ଦୁର୍ଘଟଣା ବଶତଃ ୧୯୭୭ ମସିହାରେ ମୃତ୍ୟୁ ହୋଇଯାଇଥିଲା । ଅପରପକ୍ଷରେ ହସ୍ତୀ ପାଳନ ବହୁ ବ୍ୟୟ ସାପେକ୍ଷ ହେଉଥିବାରୁ ଗଜପତିଙ୍କ ବଂଶରେ ହସ୍ତୀ ପାଳନ ପରମ୍ପରାରେ ପୂର୍ଣ୍ଣଛେଦ ପଡିଲା ସତ୍ୟ ମାତ୍ର, ଗଜପତି ସମ୍ବୋଧନ ଅବ୍ୟାହତ ରହିଛି । ବିଗତ କିଛିଦିନ ଧରି ରଥଯାତ୍ରା ଓ ବାହୁଡା ଯାତ୍ରା ସମୟରେ ଛେରା ପହଁରା ଶୋଭାଯାତ୍ରାରେ ରାଜ୍ୟ ସରକାରଙ୍କ ଅନୁମତି କ୍ରମେ ନନ୍ଦନକାନନରୁ ଏକ ହସ୍ତୀ ଅଣାଯାଉଥିଲା। କିନ୍ତୁ କେତେକ ନିର୍ଦ୍ଦିଷ୍ଟ କାରଣ ଯୋଗୁଁ ନନ୍ଦନକାନନ କର୍ତ୍ତୃପକ୍ଷ ଆଉ ହସ୍ତୀ ଯୋଗାଉ ନାହାନ୍ତି। ୨୦୦୧ ଏବଂ ୨୦୦୨ ମସିହାରେ ବାରଣାସୀର ଜୈନକ ହାତୀ ବ୍ୟବସାୟୀ ଦୁଇଟି ହସ୍ତୀକୁ ପୁରୀକୁ ଆଣି ରଥଯାତ୍ରାରେ ଅଂଶଗ୍ରହଣ କରି ଫେରି ଯାଉଥିବା ଜଣାଯାଏ। ସମ୍ପ୍ରତି କେତେକ ଅସୁବିଧା କାରଣବଶତଃ ପାଞ୍ଚ ବର୍ଷ ଧରି ଛେରା ପହଁରା ନିମିତ୍ତ ହସ୍ତୀ ଯୋଗଦାନ କରୁନାହାନ୍ତି। ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନର ପୁରୀ ଗଜପତି ମହାରାଜା ରଥଯାତ୍ରା ଓ ବାହୁଡା଼ ଯାତ୍ରା ବ୍ୟତୀତ ଦୋଳବେଦୀରେ , ସ୍ନାନବେଦୀରେ ଓ ଚାପ ଉପରେ ଛେରା ପହଁରା ସେବା କରିଥିବା ଜଣାଯାଏ।
ଏଠାରେ ପ୍ରସଙ୍ଗ କ୍ରମେ ଉଲ୍ଲେଖଯୋଗ୍ୟ ଯେ ଜଗନ୍ନାଥ ମନ୍ଦିରର ଅଧିକାଂଶ ରୀତିନୀତି ଓ ଯାନିଯାତ୍ରାଦି ସହିତ ମଠମାନଙ୍କର ସମ୍ପର୍କ ବହୁ ପ୍ରାଚୀନ କାଳରୁ ରହି ଆସିଥିଲା । ଗତ ସରକାର ଶ୍ରୀମନ୍ଦିର ପ୍ରକଳ୍ପ ନାମରେ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରେ ବହୁ ମଠ ମନ୍ଦିର ଧ୍ଵଂସ କରିଦେଲେ ,ଆମ ସମେତ ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କ ବିରୋଧ ବେଖାତିର କରି ,ଆମ ନାମରେ ଅଦାଲତି ଅବମାନନା ମାମଲା ରୁଜୁ କରି ଭଙ୍ଗାରୁଜା ସହିତ ଅନେକ ଗୁରୁତ୍ତ୍ୱପୂର୍ଣ, ମୂଲ୍ୟବାନ ପ୍ରତ୍ନତାତ୍ବିକ ସମ୍ପଦ ହୋଇଗଲା ଅପହୃତ । ଅତଏବ ସମ୍ପ୍ରତି ସେହି ମଠ ପରମ୍ପରା କେତେକାଂଶ ଲୋପ ପାଇ ଯାଇଥିଲେ ହେଁ, କେତେକ ରୀତିନିତି, ବେଶ, ଯାନିଯାତ୍ରାଦି ସହ ନିର୍ଦ୍ଦିଷ୍ଟ ମଠମାନଙ୍କର ସମ୍ପର୍କ ଏବେ ବି ଅକ୍ଷୁର୍ଣ୍ଣ ରହିଛି।ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ସମ୍ପ୍ରଦାୟର ମଠମାନଙ୍କ ସହିତ ଶ୍ରୀମନ୍ଦିରରେ ବିଭିନ୍ନ ପ୍ରକାର ସେବା ସମ୍ପର୍କ ରହିଛି। ଏଥି ନିମନ୍ତେ ବହୁ ବଦାନ୍ୟ ବ୍ୟକ୍ତିବିଶେଷ ମଠ ମାରଫତରେ ହଜାର ହଜାର ଏକ ଭୂ-ସମ୍ପତି ତଥା ଅମୃତ ମଣୋହି ସମ୍ପତ୍ତି ଜଗନ୍ନାଥଙ୍କ ଦୈନନ୍ଦିନ ସେବା ବିଧାନର ସୁପରିଚାଳନା ନିମନ୍ତେ ଖଞ୍ଜିଥିଲେ। ମୂଖ୍ୟତଃ ବିଗ୍ରହମାନଙ୍କ ଅମୃତ ମୋଣହି ଭୋଗଠାରୁ ଆରମ୍ଭ କରି ଜଗନ୍ନାଥଙ୍କ ବିଭିନ୍ନ ବେଶ ଓ ନୀତି ସମୟରେ ପୁଷ୍ପହାର, ପଦକ, ସୋଲ ତଥା ଜରି ଜମ୍ବୁରାରେ ନିର୍ମିତ ବେଶ ସାମଗ୍ରୀ ଯଥା (ହାତୀ ବେଶ, ପଦ୍ମ ବେଶ, ନବାଙ୍କ ବେଶ) ତ୍ରିମୁଣ୍ଡି ଚାନ୍ଦୁଆ, କନକ ମୁଣ୍ଡି ମରାମତି କରିବା, ରତ୍ନ ସିଂହାସନ ମାର୍ଜନା କରିବା, ଅଣସର ତାଟି ଓ ଚକଟା ଭୋଗ ଯୋଗାଇବା, ମଶାଲ ଜାଳିବା, ଚନ୍ଦନ କାଠ ଓ ରାଶି ତେଲ ଯୋଗାଇବା, ଠାକୁରଙ୍କ ସମସ୍ତ ପହଣ୍ଡି ବିଜେ ସମୟରେ ସୋଲ, ବାଉଁଶ ପାଲିଆ ଓ ଫୁଲ ତୁଳସୀଦ୍ୱାରା ନିର୍ମିତ ଟାହିୟା ପଠାଇବା, ଅଣସର ଓ ଅଧର ପଣା ଯୋଗାଇବା, ଦୈନନ୍ଦିନ ବଲ୍ଲଭ ଭୋଗ, ମହନ ଭୋଗ, ବାଲ ଭୋଗ, ଖଟଣି ମହାପ୍ରସାଦ, ଯାନିଯାତ୍ରା ଇତ୍ୟାଦିରେ ପନ୍ତି ଭୋଗ କରିବା, ଚାମର , ଆଲଟ ସେବା ଓ ସଂକୀର୍ତ୍ତନ କରିବା, ମଙ୍ଗଳ ଆଳତି ଓ ପହୁଡ଼ ଆଳତିରେ ଭଜନ କୀର୍ତ୍ତନ, ପହଣ୍ଡି ବିଜେର ଡୋରୀ ପଠାଇବା, ମାଳଚୂଳ ଯୋଗାଇବା ସହିତ ଶହ ଶହ ବର୍ଷ ପୂର୍ବେ ରଥ ଦଉଡି଼, ରଥକାଠ ବୁହା ହେବା ସମୟରେ ଶଗଡ଼ ଯୋଗାଇବା ଏବଂ ପ୍ରତ୍ୟେକ ଠାକୁରମାନଙ୍କ କୋଠ ଭୋଗ ସାମଗ୍ରୀ ତଦାରଖ ଇତ୍ୟାଦି ସେବାମାନ ରହିଥିଲା। ଏହିପରି ଏହି ସେବା ନିର୍ବାହ ନିମନ୍ତେ ସମ୍ପୃକ୍ତ ମଠର ମହନ୍ତମାନଙ୍କୁ ତତ୍କାଳୀନ ରାଜା ମହାରାଜାମାନେ ଶ୍ରୀମନ୍ଦିର ସରଘର, ରୋଷରେ ଚୁଲା, ଶ୍ରୀମନ୍ଦିରକୁ ମହନ୍ତାଇ ଶାଢ଼ୀ଼ ବନ୍ଧାଇବା ଇତ୍ୟାଦି ପ୍ରଦାନ କରିଥିବାର ବହୁତ ପ୍ରମାଣ ରହିଛି। ସମ୍ପ୍ରତି ଏହି ସେବାରୁ ଅଳ୍ପ ସଂଖ୍ୟକ ମଠ ବିଚ୍ୟୁତ ହୋଇ ଯାଇଥିଲେ ହେଁ, ଏବେବି ଅନ୍ୟ କେତେକ ମଠ ଶ୍ରୀମନ୍ଦିରର ସେବାପୁଜା, ଯାନିଯାତ୍ରା ସହିତ ସଂଶ୍ଳିଷ୍ଟ ରହି ଆସୁଅଛନ୍ତି। ବିଶେଷକରି ଜଗନ୍ନାଥ ମହାପ୍ରଭୁଙ୍କର ରଥ ଓ ବାହୁଡା଼ ଯାତ୍ରାରେ କେତେକ ନିର୍ଦ୍ଦିଷ୍ଟ ମଠମାନଙ୍କର ସେବା ଓ ଦ୍ରବ୍ୟ ଯୋଗାଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କ୍ରମଶଃ
କଳା ଭୂମି ମହୋତ୍ସବ -୧୧
( ପୂର୍ବ ଆଲୋଚନା ପରେ)
ଏହା ପରଦିନ ନବଯୌବନ ଦର୍ଶନ । ଚଳିତ ବର୍ଷ ନେତ୍ରୋତ୍ସବ ଏବଂ ନବଯୌବନ ଦର୍ଶନ , ଦ୍ଵିତୀୟା ଚନ୍ଦ୍ର ଦର୍ଶନ ତିଥି ଗୋଟିଏ ଦିନରେ ପଡ଼ିଥିଲା ଇଂରାଜୀ ଜୁନ୍ ୨୬ ତାରିଖ,୨୦୨୫, ଗୁରୁବାର । ନେତ୍ରୋତ୍ସବ ହେଉଛି ବିଶ୍ବ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ତିଥି । ବ୍ୟକ୍ତିଗତ ଭାବେ ଆମ ପାଇଁ ଏକ ସ୍ମରଣୀୟ ତିଥି । ଚଳିତ ବର୍ଷ ନେତ୍ରୋତ୍ସବ ତଥା ନବଯୌବନ ଦର୍ଶନ ତିଥିରେ ୯୯ ବର୍ଷ ବୟସରେ ଆମର ଜନ୍ମଦାତ୍ରୀ ବୋଉ ଇହଲୀଳା ସମ୍ବରଣ କରି ବ୍ରହ୍ମଲୀନ ହୋଇଥିଲେ । ପ୍ରାୟତଃ ଆମେ ସମସ୍ତେ ଅବଗତ ଯେ ଦେବସ୍ନାନ ପୂର୍ଣ୍ଣିମା ରାତ୍ରରେ ସ୍ନାନ ବେଦୀରୁ ପହଣ୍ଡି ବିଜେରେ ଶ୍ରୀମନ୍ଦିର ଭିତର କାଠ ନିକଟସ୍ଥ ଅଣସର ପିଣ୍ଡିରେ ଶ୍ରୀବିଗ୍ରହମାନ ବିରାଜିଥାନ୍ତି। ଅଣସର ତାଟି ସମ୍ମୁଖରେ ତିନୋଟି ପଟି ଚିତ୍ର ପ୍ରତିମା ରହିଥାଏ। ଏହି ପଟି ଠାକୁର ମଧ୍ୟରେ ବଳଭଦ୍ରଙ୍କ ବାଡ଼ରେ ବାସୁଦେବ, ସୁଭଦ୍ରାଙ୍କ ବାଡ଼ରେ ଭୁବନେଶ୍ୱରୀ ଓ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ନାରାୟଣ ଅନ୍ତର୍ଭୁକ୍ତ। ପରମ୍ପରା ଅନୁଯାୟୀ ଏହି ପଟି ଦିଅଁ ଦଶାବତାର ଠାକୁର ରୂପେ ପରିଚିତ । ସୂଚନାଯୋଗ୍ୟ ଯେ, ବାସୁଦେବଙ୍କ ଚିତ୍ର ସମ୍ମୁଖରେ ଦୋଳଗୋବିନ୍ଦ, ରାମ ଓ ନୃସିଂହ ବିରାଜମାନ କରିଥିବା ବେଳେ ଭୁବନେଶ୍ୱରୀଙ୍କ ପାର୍ଶ୍ୱରେ ଭୂଦେବୀ ଓ ଶ୍ରୀଦେବୀ ଏବଂ ନାରାୟଣଙ୍କ ଚିତ୍ର ସମ୍ମୁଖରେ ମଦନମୋହନ ଓ କୃଷ୍ଣ ବିଗ୍ରହମାନେ ଖଟ ଉପରେ ଅଧିଷ୍ଠିତ ହୋଇଥାନ୍ତି। କୁହାଯାଏ ଯେ, ଏହି ସମୟରେ ଠାକୁରମାନେ ଜ୍ୱର ରୋଗରେ ପୀଡି଼ତ ହୋଇଥାନ୍ତି। ଶ୍ରୀମନ୍ଦିରର ବୈଦ୍ୟ ସେବକମାନଙ୍କଦ୍ୱାରା ପ୍ରସ୍ତୁତ ଦଶମୂଳ ପାଚକ (ମୋଦକ) ମହାପ୍ରଭୁଙ୍କୁ ଭୋଗ କରାଯିବା ପରେ ଜ୍ୱର ରୋଗ ଭଲ ହୋଇଥାଏ। ବାସ୍ତବିକ ଏହି ଅଣସର ସମୟରେ ପତି ମହାପାତ୍ର ଓ ଦଇତାପତି ସେବକମାନେ ଠାକୁରମାନଙ୍କର ଅତ୍ୟନ୍ତ ଗୋପନୀୟ ନୀତିରେ ଅଂଶଗ୍ରହଣ କରିଥାନ୍ତି। ଏହି ସମୟରେ ଅଣସର ପଣା, ଘଣାଲାଗି, ଖଳି ଲାଗି, ଚକା ଅପସର ଓ ଅନ୍ୟାନ୍ୟ ଗୁପ୍ତ ନୀତିମାନ ଅନୁଷ୍ଠିତ ହୋଇଥାଏ। ଦୀର୍ଘ ପନ୍ଦର ଦିନର ଅନବସର ପରେ ନବଯୌବନ ଦିନ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ ମିଳିଥାଏ। ସେଦିନ ପ୍ରଭାତରେ ମଙ୍ଗଳ ଆଳତି, ଅବକାଶ ଓ ବେଶ ଇତ୍ୟାଦି ନୀତି ବଢ଼ିବା ପରେ ଦଶାବତାର ପଟି ଦିଅଁମାନଙ୍କର ବାହୁଡା ବିଜେ ହୋଇଥାଏ। ତତ୍ପରେ କୋଠ ସୁଆଁସିଆମାନେ ଅଣସର ଗୃହ ତାଟି ଖୋଲିଥାନ୍ତି। ଠାକୁରମାନେ ଚକା ଉପରେ ବିରାଜମାନ କରିଥିବା ସମ୍ମୁଖସ୍ଥାନ ପାଣିରେ ଭଲ ଭାବରେ ଧୁଆଯିବା ପରେ ନବଯୌବନ ଦର୍ଶନ ନିମିତ୍ତ ପରିମାଣିକ ଟିକେଟ କିଣିଥିବା ଦର୍ଶନାର୍ଥୀମାନଙ୍କୁ ପ୍ରଥମେ ଜଗମୋହନ ଭିତରକୁ ଛଡା଼ ଯାଇଥାଏ। ଏଭଳି ବ୍ୟବସ୍ଥା ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିରର ଆୟ ବୃଦ୍ଧି ପାଇଁ କରାଯାଇ ଆସୁଛି । ପ୍ରାୟ ଏକ ଘଣ୍ଟା ଧରି ପରିମାଣିକ ଦର୍ଶନ ଚାଲିବା ପରେ ହିଁ ଅନ୍ୟ ସାଧାରଣ ଭକ୍ତମାନଙ୍କ ନିମନ୍ତେ ସାହାଣ ମେଲା ଦର୍ଶନ ହୋଇଥାଏ। ଉକ୍ତ ଦିନ ଠାକୁରମାନଙ୍କର କେତେକ ବିଶେଷ ନୀତି ମଧ୍ୟ ହୋଇଥାଏ। ପୂର୍ବରୁ ଉଲ୍ଲେଖ କରାଯାଇଛି ଯେ ଶ୍ରୀଗୁଣ୍ଡିଚାର ଠିକ ପୂର୍ବ ଦିନ ଶ୍ରୀମନ୍ଦିର ସଦର କାର୍ଯ୍ୟାଳୟ ସମ୍ମୁଖସ୍ଥ ରଥଖଳାଠାରେ ଥିବା ତିନିରଥ ସୁସଜ୍ଜିତ ପୂର୍ବକ ଶ୍ରୀବିଗ୍ରହମାନଙ୍କ ଆଜ୍ଞାମାଳ ଆସି ଲାଗି ହେବା ପରେ ରଥଗୁଡି଼କ ଅପରାହ୍ନରେ ଟଣା ହୋଇ ସିଂହଦ୍ୱାରଠାରେ ରଖାଯାଇଥାଏ। ଉଲ୍ଲେଖଯୋଗ୍ୟ ଯେ, ରଥଖଳାର ପରମ୍ପରା ଅନୁଯାୟୀ ପ୍ରଥମେ ଜଗନ୍ନାଥ, ସୁଭଦ୍ରା ଓ ଶେଷରେ ବଳଭଦ୍ରଙ୍କ ରଥ ଟଣା ହୋଇଥାଏ। ନେତ୍ରୋତ୍ସବ ଦିନ ବିଳମ୍ବିତ ରାତ୍ରରେ ଅଣସର ପିଣ୍ଡିରେ ବିରାଜମାନ କରିଥିବା ଶ୍ରୀବିଗ୍ରହମାନଙ୍କ କେତେକ ଗୁପ୍ତ ନୀତି ଯଥା ବାହୁଟକଣ୍ଟ, ସେନାପଟା, ଶୁକ୍ଳ ସଜ ଲାଗି ଇତ୍ୟାଦି କାର୍ଯ୍ୟ ଶେଷ ହୋଇଥାଏ। ଶ୍ରୀଗୁଣ୍ଡିଚା ଦିନ ପ୍ରତ୍ୟୁଷରୁ ଠାକୁରମାନଙ୍କର ମଙ୍ଗଳ ଆଳତି, ମଇଲମ, ଅବକାଶ, ରୋଷ ହୋମ, ସୂର୍ଯ୍ୟ ପୂଜା, ଦ୍ୱାରପାଲ ପୂଜା, ବେଶ ଇତ୍ୟାଦି ନୀତି ଉକ୍ତ ଦିନର ପାଳିଆ ସେବକମାନଙ୍କଦ୍ୱାରା ସମାପିତ ହୋଇଥାଏ। ଏହାପରେ ଏକାଠି ଗୋପାଳବଲ୍ଲଭ ଓ ସକାଳ ଧୂପ ( ଖେଚେଡି଼ ଭୋଗ) ପୂଜା ଅନୁଷ୍ଠିତ ହୋଇଥାଏ। ଅପରପକ୍ଷରେ ଶ୍ରୀମନ୍ଦିର ପୁରୋହିତ ଓ ଅନ୍ୟାନ୍ୟ ଶୋତ୍ରୀୟ ବ୍ରାହ୍ମଣମାନଙ୍କଦ୍ୱାରା ରଥ ପ୍ରତିଷ୍ଠା କାର୍ଯ୍ୟ ହୋଇଥାଏ। ତତ୍ପରେ ଠାକୁରମାନଙ୍କ ମନମୁଗ୍ଧକର ପହଣ୍ଡି ନୀତି ଅନୁଷ୍ଠିତ ହେବା ପୂର୍ବରୁ ବିଜେ କାହାଳି ବାଜି ମଙ୍ଗଳାପର୍ଣ ନୀତି ବଢ଼ି଼ଥାଏ।
ପହଣ୍ଡି ସମୟରେ ପ୍ରଥମେ ଶ୍ରୀସୁଦର୍ଶନ, ଶ୍ରୀବଳଭଦ୍ର, ଶ୍ରୀସୁଭଦ୍ରା ଓ ଶ୍ରୀଜଗନ୍ନାଥ ଧାଡି ପହଣ୍ଡିରେ ବିଜେ ହୋଇଥାନ୍ତି। ଜଗମୋହନଠାରେ ଘଣ୍ଟ , ପକାଉଜ ଇତ୍ୟାଦି ବାଦ୍ୟ ବାଜିଥାଏ। ବିଭିନ୍ନ ମଠର ମଠାଧୀଶ, ବ୍ୟକ୍ତିବିଶେଷମାନେ ଚାମର, ଆଲଟ ସେବା କରିବା ସହିତ କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ପନ୍ତି ଭୋଗ ହୋଇଥାଏ। ପହଣ୍ଡି ଦେଖିବା ନିମନ୍ତେ ମନ୍ଦିର ପ୍ରଶାସନ ପକ୍ଷରୁ ପହଣ୍ଡି ଦର୍ଶନ ଟିକେଟ ବିକ୍ରୟ କରାଯାଇ ଦର୍ଶନାର୍ଥୀମାନଙ୍କୁ ମନ୍ଦିର ପରିସରକୁ ଆସିବା ନିମନ୍ତେ ଅନୁମତି ପ୍ରଦାନ କରାଯାଇଥାଏ। ଠାକୁରମାନେ ଜଗମୋହନର ସାତ ପାହଚ ଉପରେ ପହଞ୍ଚିବା କ୍ଷଣି ରାଘବ ଦାସ ମଠ ପ୍ରଦତ୍ତ ଟାହିୟା' ଶ୍ରୀମସ୍ତକରେ ଲଗାଯାଇଥାଏ। ପହଣ୍ଡି ସମୟରେ ବେହେରା ଖୁଣ୍ଟିଆ ମଣିମା ଡା଼କ ଦେଇଥାନ୍ତି। ସମଗ୍ର ବଡ଼ ଦେଉଳ ଓ ସିଂହଦ୍ୱାର ଅଞ୍ଚଳ ହୁଳହୁଳି, ହରିବୋଲ, ଜୟ ଜଗନ୍ନାଥ ଓ ଦେବ ଧ୍ୱନି ଶବ୍ଦରେ ପ୍ରକମ୍ପିତ ହୋଇଥାଏ। ଶ୍ରୀବିଗ୍ରହମାନେ ରଥାରୁଢ଼ ହେବାପରେ ପୁଷ୍ପାଳକ ମହାଜନମାନେ ଶ୍ରୀମଦନମୋହନଙ୍କୁ ନନ୍ଦିଘୋଷ ରଥରେ ଏବଂ ରାମ, କୃଷ୍ଣ ବିଗ୍ରହଙ୍କୁ ତାଳଧ୍ୱଜ ରଥ ଉପରେ ଅଧିଷ୍ଠିତ କରାଇଥାନ୍ତି। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରର ଘସା (ତେଲିଙ୍ଗି) ଓ କାହାଳି ବାଦ୍ୟ ସହ ବଣିଆ ସେବକମାନଙ୍କଠାରୁ ସୋଲ ଚିତା ତିନୋଟି ଅଣାଯାଇ ସିଂହଦ୍ୱାର ସଂଲଗ୍ନ ଛାଉଣୀ ମଠରେ ରଖାଯାଇଥାଏ। ରଥ ଉପରେ ରୁନ୍ଧା, ଫୁଲମାଳ, ବେଶ, ଶୋଲ ଚିତା ଲାଗି ଇତ୍ୟାଦି ନୀତି ବଢ଼ିବା ସଙ୍ଗେ ସଙ୍ଗେ ଗୋବର୍ଦ୍ଧନ ପୀଠର ଜଗଦଗୁରୁ ଶଙ୍କରାଚାର୍ଯ୍ୟ ତିନି ରଥ ଉପରେ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ କରିଥାନ୍ତି। ଏହା ପରେ ପାରମ୍ପାରିକ ନୀତିରେ ଗଜପତି ମହାରାଜାଙ୍କଦ୍ୱାରା ଛେରାପହଁରା ନୀତି ସମାହିତ ହୋଇଥାଏ। ଏଥି ପୂର୍ବରୁ ଶ୍ରୀବିଗ୍ରହମାନଙ୍କ ନୀତି ପାଇଁ ଆବଶ୍ୟକ ଥିବା ଦୈନନ୍ଦିନ ସାଜ ବସ୍ତ୍ର ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଥିବା ସିନ୍ଦୁକକୁ କୋଠ ସୁଆଁସିଆ ସେବକମାନେ ରଥ ଉପରେ ଆଣି ରଖିଥାନ୍ତି। ଛେରା ପହଁରା ନୀତି ଶେଷ ହେବା ପରେ ରଥରେ ସାରଥୀଙ୍କୁ ଅଧିଷ୍ଠିତ କରାଯାଏ। ରଥରୁ ଚାରମାଳ ଖୋଲାଯିବା ପରେ ଘୋଡ଼ା଼ ବନ୍ଧାଯାଏ। ଏହି କାର୍ଯ୍ୟକ୍ରମ ସରିବା ପରେ ରଥରେ ଦଉଡି଼ ଲଗାଯାଇ ରଥଟଣା ହୋଇଥାଏ। ଏଠାରେ ପୁନଃ ଉଲ୍ଲେଖଯୋଗ୍ୟ ଯେ ପୁରୁଷୋତ୍ତମ କ୍ଷେତ୍ରରେ କେଉଁ ଅନାଦି ଅନନ୍ତ କାଳରୁ ଶ୍ରୀବିଗ୍ରହମାନଙ୍କର ଏହି ପହଣ୍ଡି ବିଜୟ ହୋଇଛି, ତାହା ଏବେ ମଧ୍ୟ ଅଜ୍ଞାତ ରହିଛି । ପହଣ୍ଡି ଶବ୍ଦଟି ସଂସ୍କୃତରେ ପାଦହୁଣ୍ଡନ ବା ପାଦ ହୁଣ୍ଡ ଶବ୍ଦରୁ ସୃଷ୍ଟି। ପାହୁଣ୍ଡ ପାହୁଣ୍ଡ ହୋଇ ଚାଲିବାକୁ ବା ଆକ୍ଷରିକ ଅର୍ଥରେ ଗୋଟିଏ ଗୋଟିଏ ପାଦ ପକାଇ ଚାଲିବାକୁ ପହଣ୍ଡି କୁହାଯାଏ। କେତେକ ଗବେଷକଙ୍କ ମତରେ ଏହା ପାହୁଣ୍ଡ ଶବ୍ଦର ଅପଭ୍ରଂଶ । ସମ୍ଭବତଃ ସ୍ନାନ ଓ ରଥଯାତ୍ରାର ଆରମ୍ଭ କାଳରୁ ଶ୍ରୀପୁରୁଷୋତ୍ତମ କ୍ଷେତ୍ରରେ ଅଧିଷ୍ଠିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ ନୀତି ଅନୁଷ୍ଠିତ ହୋଇ ଆସୁଅଛି।ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦୁଇଟି ମୂଖ୍ୟ ଯାତ୍ରା ଯଥା ସ୍ନାନ ଓ ଶ୍ରୀଗୁଣ୍ଡିଚା ଯାତ୍ରାରେ ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଶ୍ରୀବିଗ୍ରହମାନେ ପହଣ୍ଡି ବିଜେ କରିଥାନ୍ତି। ଏହି ଦୁଇ ଯାତ୍ରାରେ ସର୍ବ ମୋଟ ଛଅ ଥର ପହଣ୍ଡି ହୋଇଥାଏ। ତନ୍ମଧ୍ୟରୁ ପ୍ରଥମେ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ରତ୍ନ ସିଂହାସନରୁ ସ୍ନାନ ଯାତ୍ରା ପାଇଁ ଆନନ୍ଦ ବଜାରରେ ଥିବା ସ୍ନାନ ମଣ୍ଡପକୁ ବିଜେ, ଦ୍ବିତୀୟରେ ସ୍ନାନ ପୂର୍ଣ୍ଣିମା ବା ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ବିଳମ୍ବିତ ରାତ୍ରରେ ସ୍ନାନ ମଣ୍ଡପରୁ ଅଣସର ପିଣ୍ଡିକୁ ବିଜେ, ତୃତୀୟରେ ଶ୍ରୀଗୁଣ୍ଡିଚା ଦିନ ଅଣସର ପିଣ୍ଡିରୁ ଶ୍ରୀମନ୍ଦିର ସିଂହଦ୍ୱାର ଠାରେ ଥିବା ତିନି ରଥକୁ ବିଜେ, ଚତୁର୍ଥ ରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ରଥ ଉପରୁ ଗୁଣ୍ଡିଚା ଘର ସିଂହାସନକୁ ବିଜେ, ପଞ୍ଚମରେ ବାହୁଡା଼ ଯାତ୍ରା ଦିନ ଗୁଣ୍ଡିଚା ଘରଠାରୁ ତିନି ରଥକୁ ବାହୁଡା଼ ବିଜେ ଏବଂ ନୀଳାଦ୍ରି ବିଜୟ ଦିନ ସିଂହଦ୍ୱାରଠାରେ ଥିବା ତିନି ରଥ ଉପରୁ ଶ୍ରୀମନ୍ଦିରସ୍ଥ ରତ୍ନ ସିଂହାସନକୁ ବିଜେ କରିଥାନ୍ତି।ମହାପ୍ରଭୁମାନଙ୍କର ଏହି ଛଅଗୋଟି ପହଣ୍ଡି ମଧ୍ୟରୁ ତିନି ଥର ଗୋଟି ପହଣ୍ଡି ଓ ତିନି ଥର ଧାଡି଼ ପହଣ୍ଡି ହୋଇଥାଏ। ଶ୍ରୀବିଗ୍ରହମାନଙ୍କ ସମସ୍ତ ବିଜେ ସମୟର ଧାଡି଼ ପହଣ୍ଡି ଓ ବାହୁଡା଼ ବିଜେଗୁଡିକ ସମୟରେ ଗୋଟି ପହଣ୍ଡି ଅନୁଷ୍ଠିତ ହୋଇଥାଏ। ଗୋଟି ପହଣ୍ଡିରେ ଏକ ମୂର୍ତ୍ତି ଠାକୁର ବିଜେ ହୋଇ ଉଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପରେ ଅନ୍ୟ ବିଗ୍ରହଙ୍କ ପହଣ୍ଡି ଆରମ୍ଭ ହୋଇଥାଏ। କିନ୍ତୁନ୍ ଧାଡି଼ ପହଣ୍ଡିରେ ଠାକୁରମାନେ ଜଣକ ପରେ ଜଣେ ଏକକାଳୀନ ବିଜେ କରନ୍ତି। ଶ୍ରୀବିଗ୍ରହମାନଙ୍କ ଏହି ପହଣ୍ଡି ବିଜେ ସମୟରେ ଓ ପୂର୍ବରୁ କେତେକ ନିର୍ଦ୍ଦିଷ୍ଟ ନୀତି ସମ୍ପନ୍ନ ହୋଇଥାଏ। ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ପ୍ରତ୍ୟୁଷରୁ ରତ୍ନ ସିଂହାସନରେ ମହାପ୍ରଭୁମାନଙ୍କର କେବଳ ମଙ୍ଗଳାର୍ପଣ କରାଯାଇ ସର୍ବ ପ୍ରଥମେ ଶ୍ରୀସୁଦର୍ଶନ ଓ ପରେ ବଳଭଦ୍ର, ସୁଭଦ୍ରା, ଜଗନ୍ନାଥଙ୍କ ପହଣ୍ଡି ବିଜେ ହୋଇଥାଏ। ତେଣୁ ନୀଳାଦ୍ରି ମହୋଦୟରେ ବର୍ଣ୍ଣିତ ଅଛି ଯେ " ସୁଦର୍ଶନଂ ପୁରସ୍କୃତ୍ୟ ବଳଭଦ୍ରଂ ତତଃ ପରମ୍ଭୁଭଦ୍ରା ତ ,ତତୋ ନୀତ୍ବା ଜଗଦୀଶ ସୁରେଶ୍ବରମ୍ " ।ସୁଦର୍ଶନ ଓ ସୁଭଦ୍ରା ଦଇତାପତିମାନଙ୍କ ହସ୍ତ ଓ ସ୍କନ୍ଧାବଲମ୍ବନ ପୂର୍ବକ ପହଣ୍ଡି ବିଜେ ହୋଇ ରଥାରୋହଣ କରିଥିବା ବେଳେ ଜଗନ୍ନାଥ ଓ ବଳଭଦ୍ରଙ୍କୁ ଦଇତାପତି ଓ ଅନ୍ୟାନ୍ୟ ସେବକମାନେ ପାଟ ଡୋରିରେ ବା ରଜ୍ଜୁଦ୍ୱାରା ଆକର୍ଷଣ କରି ଧିରେ ଧିରେ ପହଣ୍ଡି ବିଜେ କରାଇଥାନ୍ତି। ପହଣ୍ଡି ବିଜେ ପୂର୍ବରୁ ତିନି ବାଡ଼ରେ ଯଥାକ୍ରମେ ପୂଜାପଣ୍ଡା ଜଗନ୍ନାଥଙ୍କ ବାଡ଼ରେ, ମୁଦିରଥ ବଳଭଦ୍ରଙ୍କ ବାଡ଼ରେ ଓ ପତି ମହାପାତ୍ର ସୁଭଦ୍ରାଙ୍କ ବାଡ଼ରେ ମଙ୍ଗଳାର୍ପଣ କରିଥାନ୍ତି। ଗରାବଡ଼ୁ ସେବକ ମଙ୍ଗଳାର୍ପଣର ସମସ୍ତ ଜିନିଷମାନ ନୀତି ସମ୍ପୃକ୍ତ ସେବକଙ୍କ ହାତକୁ ବଢ଼ାଇଥାନ୍ତି। ମଙ୍ଗଳାର୍ପଣ ସମୟରେ ସୁଦ୍ଧ ସୁଆର ଓ ଭଣ୍ଡାର ମେକାପ ମଧ୍ୟ ସେଠାରେ ଉପସ୍ଥିତ ଥାଇ ଉକ୍ତ ନୀତିରେ ଅଂଶଗ୍ରହଣ କରିଥାନ୍ତି। ବାଡ଼ଗ୍ରାହୀ ଦଇତାପତି ଓ ଅନ୍ୟାନ୍ୟ ସେବକମାନେ ମଧ୍ୟ ଏହି ସମୟରେ ଉପସ୍ଥିତ ରହିଥାନ୍ତି। ଶ୍ରୀଜୀଉମାନଙ୍କୁ ପାଟ ଅଗଣା, ଆନନ୍ଦ ବଜାର, ଭିତର ସିଂହଦ୍ୱାର, ବାଇଶିପାହାଚ, ସିଂହଦ୍ୱାର, ଗୁମୁଟି, ଅରୁଣସ୍ତମ୍ଭ ଦେଇ ରଥ ପର୍ଯ୍ୟନ୍ତ ନିଆଯାଇଥାଏ ।ଶ୍ରୀବିଗ୍ରହମାନଙ୍କ ପବିତ୍ର ପହଣ୍ଡି ବିଜେ ସମୟରେ ପ୍ରଥମେ ବିଜେ କାହାଳି ବାଜିବା ପରେ ଘଣ୍ଟୁଆ , କାହାଳିଆ, ବଜନ୍ତରୀ, ଓଲାର, ଛତାର ପ୍ରମୁଖ ସେବକମାନଙ୍କ ଉପସ୍ଥିତିରେ ଘଣ୍ଟ ଓ ବାଦ୍ୟ ଆଦି ତାଳ ସହକାରେ ବଜେ । ଭକ୍ତ ତଥା ଦର୍ଶନାର୍ଥୀମାନେ ଏହି ସମୟରେ ପୁଷ୍ପବର୍ଷଣ କରିବା ସଙ୍ଗେ ସଙ୍ଗେ ହରିବୋଲ ଓ ହୁଳହୁଳିର ପବିତ୍ର ଧ୍ୱନିରେ ସମଗ୍ର ପରିବେଶକୁ ଆନନ୍ଦିତ ମୁଖରିତ କରିଥାନ୍ତି। ପହଣ୍ଡି ସମୟରେ ପଣ୍ଡା, ପୁଷ୍ପାଳକ ଓ ଅନ୍ୟନ୍ୟ ସେବକମାନେ ଡୋରି ଧରିଥାନ୍ତି। ଛାମୁ ଖୁଣ୍ଟିଆ, ବେହେରା ଖୁଣ୍ଟିଆ, ସେବକ ପହଣ୍ଡି ତଥା ଠାକୁରମାନଙ୍କ ଆଗରେ ବେତ ଧରି " ମଣିମା, ଶ୍ରୀଅଙ୍ଗକୁ ସାବଧାନ " ବୋଲି ଉଚ୍ଚାରଣ କରି ଠାକୁରମାନଙ୍କ ଆଗେ ଆଗେ ଯୋଡି଼ ବେତ ବାଡେଇ ବାଡେଅ ଚାଲିଥାନ୍ତି। ଏହି ପବିତ୍ର ପହଣ୍ଡି ବିଜେରେ ଅଂଶଗ୍ରହଣ କରୁଥିବା ସେବକମାନେ କେତେକ ନିଷ୍ଠାପରତା ଅବଲମ୍ବନ କରିଥାନ୍ତି, ଯଥା ନିଶ ରଖିବେ ନାହିଁ, ଅଶୌଚ ହୋଇ କିମ୍ବା ସାର୍ଟ ପ୍ୟାଣ୍ଟ ପିନ୍ଧି ମହାପ୍ରଭୁଙ୍କ ପହଣ୍ଡି ନୀତିରେ ଅଂଶଗ୍ରହଣ କରିପାରିବେ ନାହିଁ । ଚତୁର୍ଦ୍ଧାମୂର୍ତ୍ତି ସାତ ପାହାଚ ଉପରକୁ ପରମ୍ପରା କ୍ରମେ ବିଜେ ହୋଇ ଆସିବା କ୍ଷଣି ରାଘବଦାସ ମଠ ପକ୍ଷରୁ ଯୋଗାଇ ଦିଆଯାଇଥିବା ସୋଲ, ଜରି, ତୁଳସୀ, ଫୁଲ ଓ ବାଉଁଶ ପାତିଆରେ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ଟାହିୟା ଠାକୁରମାନଙ୍କ ଶ୍ରୀମସ୍ତକରେ ଲାଗି କରାଯାଏ ଓ ଏହି ସମୟରେ କେତେକ ନିର୍ଦ୍ଦିଷ୍ଟ ମଠମାନଙ୍କ ପକ୍ଷରୁ ପନ୍ତି ଭୋଗ ତଥା ଚାମର, ଆଲଟ ସେବା କରାଯାଏ। ଘଣ୍ଟୁଆ ସେବକମାନେ ତାଳରେ ଘଣ୍ଟବଜାଇବା ସହିତ ପଖାଉଜ ବାଦ୍ୟ ଓ ଆଗେ ଆଗେ ଗୋଟିପୁଅ ନୃତ୍ୟ ତଥା ଉପସ୍ଥିତ ଜନତାଙ୍କ ହରିବୋଲ, ହୁଳହୁଳି ଶବ୍ଦରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇ ଉଠେ।
ରଥଯାତ୍ରା ଦିନ ଠାକୁରମାନଙ୍କ ମଙ୍ଗଳ ଆଳତି , ଅବକାଶ, ଖେଚେଡି଼ ଭୋଗ (ସକାଳ ଧୂପ), ମଙ୍ଗଳାର୍ପଣ ଇତ୍ୟାଦି ନୀତି ଅନୁଷ୍ଠିତ ହୋଇଥାଏ। ଏହି ସମୟରେ ମହାପ୍ରଭୁମାନେ ଅଣସର ପିଣ୍ଡି ବା ଭିତର କାଠ ନିକଟରେ ଚକା ଉପରେ ଉପବେଶନ କରିଥାନ୍ତି। ପହଣ୍ଡି ବିଜେ ସମୟରେ ଭିତର ବେଢା଼ ଓ ଆନନ୍ଦ ବଜାର ମଧ୍ୟ ଦେଇ ବାଇଶି ପାହାଚ ଉପରେ ଠାକୁରମାନଙ୍କ ଉଦ୍ଦେଶ୍ୟରେ କେତେକ ନିର୍ଦ୍ଦିଷ୍ଟ ମଠ, ସେବାୟତ ଓ ନିଯୋଗମାନଙ୍କ ପକ୍ଷରୁ ପଣା ଓ ପନ୍ତୀ ଭୋଗ ଇତ୍ୟାଦି କରାଯାଇଥାଏ। ସୁଦର୍ଶନ, ସୁଭଦ୍ରା, ବଳଭଦ୍ର ଓ ଜଗନ୍ନାଥ ଯଥାକ୍ରମେ ଦେବଦଳନ, ତାଳଧ୍ୱଜ, ନନ୍ଦିଘୋଷ ରଥ ଉପରେ ଅଧିଷ୍ଠିତ ହୋଇଥାନ୍ତି। ପହଣ୍ଡି ଶେଷ ହେବାପରେ ପୁଷ୍ପାଳକ ମହାଜନମାନେ ମଦନମୋହନଙ୍କୁ ଜଗନ୍ନାଥ ରଥରେ ଓ ରାମକୃଷ୍ଣ ବିଗ୍ରହ ଦ୍ୱୟଙ୍କୁ ବଳଭଦ୍ରଙ୍କ ରଥରେ ବିଜେ କରାଇଥାନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଠାକୁରମାନଙ୍କ ନୀଳାଦ୍ରି ବିଜେରେ ଶ୍ରୀମନ୍ଦିରକୁ ଓ ଗୁଣ୍ଡିଚା ଘରକୁ ପହଣ୍ଡି ବିଜେ କରିବା ପୂର୍ବରୁ ପ୍ରଥମେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ବିଜେ କରାଯାଏ। ରଥ ଉପରୁ ପହଣ୍ଡି ବିଜେ କରିବା ପୂର୍ବରୁ ରଥ ଉପରେ ଠାକୁରମାନଙ୍କ କେତେକ ବିଶେଷ ନୀତି ମୁଦିରସ୍ତ, ପତିମହାପାତ୍ର ସେବକମାନଙ୍କଦ୍ୱାରା ସମ୍ପାଦିତ ହୋଇଥାଏ। ବହୁଡା ବିଜେ ସମୟରେ ପତି ମହାପାତ୍ର ସେବକଙ୍କଦ୍ୱାରା ଶ୍ରୀବିଗ୍ରହମାନଙ୍କୁ ଘଷା, ଧଣ୍ଡି, ବିଡି଼ଆ ଆଦି ଅର୍ପଣ କରାଯାଏ। ଏତଦବ୍ୟତୀତ ବାହୁଡା଼ ଦିନ ଗୁଣ୍ଡିଚା ମନ୍ଦିରରେ ଠାକୁରମାନେ ପହଣ୍ଡି ବିଜେରେ ଭିତର ବେଢାରେ ପହଞ୍ଚିବା ପରେ ମୁକ୍ତି ମଣ୍ଡପ ପକ୍ଷରୁ ଏକ ପନ୍ତି ଭୋଗ ହୋଇଥାଏ ଓ ରାଘବ ଦାସ ମଠ ପ୍ରଦତ୍ତ ଫୁଲ ଟାହିୟା ଲାଗି ହୋଇଥାଏ। ମହାପ୍ରଭୁମାନଙ୍କ ପହଣ୍ଡି ପୂର୍ବରୁ ଶ୍ରୀମନ୍ଦିରର କୋଠ ସୁଆଁସିଆ ସେବକମାନେ ଗୁଣ୍ଡିଚା ମନ୍ଦିର ରତ୍ନ ସିଂହାସନ ଏବଂ ସ୍ନାନ ପୂର୍ଣ୍ଣିମାରେ ଶ୍ରୀମନ୍ଦିରସ୍ଥ ରତ୍ନ ସିଂହାସନଠାରେ ଚାରମାଳ ବାନ୍ଧିଥାନ୍ତି। ସିଂହସନରୁ ନେହି ଚାରମାଳ ଉପରେ ଠାକୁରମାନେ ଧିରେ ଧିରେ ପହଣ୍ଡି ବିଜେ କରିଥାନ୍ତି। ଏଠାରେ ମଧ୍ୟ ପତିମହାପାତ୍ର ଓ ମୁଦିରଥ ସେବକଙ୍କ ସ୍ୱତନ୍ତ୍ର ନୀତିର ଆବଶ୍ୟକ ପଡିଥାଏ। ଦଇତାପତି, ପୂଜପଣ୍ଡା, ମହାସୁଆର, ପ୍ରତିହାରୀ ପ୍ରମୁଖ ସେବକମାନେ ମୁଖ୍ୟ ବିଗ୍ରହଙ୍କ ସ୍କନ୍ଧ, ଶ୍ରୀମସ୍ତକ, ଶ୍ରୀଭୂଜ ତଳେ ରହିବା ସଙ୍ଗେ ସଙ୍ଗେ ପାଟ ଡୋରିରେ ଆଗ ଓ ପଛରେ ରହି ଧିରେ ଧିରେ ପହଣ୍ଦି ବିଜେ କରିଥାନ୍ତି। କିନ୍ତୁ ସୁଦର୍ଶନ ଓ ସୁଭଦ୍ରା ଦେବୀଙ୍କୁ ଦଇତାପତି ସେବକମାନେ ହସ୍ତ ଓ ସ୍କନ୍ଧରେ ବହନକରି ବିଜେ କରାଇଥାନ୍ତି। ପହଣ୍ଡି ବିଜେ ପୂର୍ବରୁ ଚାରିବାଡ଼ର ବାଡ଼ଗ୍ରାହୀ ଦଇତା ସେବକମାନେ ଉପସ୍ଥିତ ହୋଇଥାନ୍ତି ଓ ପହଣ୍ଡି ସହ ତତପୂର୍ବ ନୀତିରେ ଅଂଶଗ୍ରହଣ କରିଥାନ୍ତି।ଶ୍ରୀବିଗ୍ରହମାନଙ୍କ ଏହି ପହଣ୍ଡି ବିଜେରୁ ଉତ୍କଳୀୟ ସଂସ୍କୃତିର ମହାନତାର ପରିଚୟ ମିଳେ। ତାହା ଯେପରି ବିଶେଷତ୍ୱପୂର୍ଣ୍ଣ ସେପରି ଭାବଦ୍ୟୋତକ । ଏପରିକି ଅତୀତରେ ବହୁ ଭକ୍ତ, କବିଗଣ ଠାକୁରର ଏହି ପବିତ୍ର ପହଣ୍ଡି ଦର୍ଶନ ପୂର୍ବକ ଭାବ ବିହ୍ୱଳିତ ହୋଇ ଅନେକ ଜଣାଣ,ଭଜନ, ସ୍ତୋତ୍ର ଇତ୍ୟାଦି ରଚନା କରି ନିଜକୁ ପ୍ରଭୁପାଦ ତଳେ ସମର୍ପି ଦେଇଛନ୍ତି।
କ୍ରମଶଃ
କଳା ଭୂମି ମହୋତ୍ସବ -୧୦
-----------
( ପୂର୍ବ ଆଲୋଚନା ପରେ)
ଅନେକ କିମ୍ବଦନ୍ତୀରେ ସମୃଦ୍ଧ ଆମର ଶ୍ରୀଜଗନ୍ନାଥ ପରମ୍ପରା ଓ ମହାମାନବୀୟ ଓଡ଼ିଆ ସଂସ୍କୃତି । ସେହି ଆଧାରରେ ରହିଛି ରଥଯାତ୍ରାକୁ ଉପଜିବ୍ୟ କରି କିମ୍ବଦନ୍ତୀ । ଅତଏବ କିମ୍ବଦନ୍ତୀ ତଥା ପୌରାଣିକ ଆଖ୍ୟାୟିକା ଅନୁଯାୟୀ, ଜାରା ଶବର ଶରରେ ପ୍ରାଣ ଛାଡ଼ିଲେ ଦ୍ୱାରକାଧିପତି ଶ୍ରୀକୃଷ୍ଣ । ଶେଷତମ ଆତ୍ମୀୟ ଭାବରେ ପାଣ୍ଡବଗଣ ସଖା ଶ୍ରୀକୃଷ୍ଣଙ୍କ ଶରୀରକୁ ଦାହ କରିବା ପାଇଁ ଚେଷ୍ଟାକରି ବିଫଳ ହେଲେ, କାରଣ ଅଗ୍ନିର ଦାହିକା ଶକ୍ତି ନିକଟରେ ପୂର୍ଣ୍ଣବ୍ରହ୍ମ ସ୍ୱରୂପ ଶ୍ରୀକୃଷ୍ଣଙ୍କ ଶରୀରକୁ ପଞ୍ଚଭୂତରେ ବିଲୀନ କରିବାର ସାମର୍ଥ୍ୟ ନ ଥିଲା । ଶୂନ୍ୟବାଣୀ ହେଲା- କୃଷ୍ଣଙ୍କର ନାଭିକମଳ ଅଗ୍ନିରେ ଭସ୍ମ ହେବନାହିଁ, ତୁମେମାନେ ତାହାକୁ ମହୋଦଧିରେ ବିସର୍ଜନ କରିଦିଅ ଏବଂ ଶୂନ୍ୟ ବାଣୀ କୁ ପାଳନ କରି ପାଣ୍ଡବମାନେ ତାହାହିଁ କଲେ।ଶ୍ରୀକୃଷ୍ଣଙ୍କର ଅର୍ଦ୍ଧଦଗ୍ଧ ପିଣ୍ଡ ଦାରୁରୂପରେ ମାଲୁଣି ମୁହାଣ ବା ବାଙ୍କୀ ମୁହାଣରେ ଆବିର୍ଭାବ ହେଲା । ସମୁଦ୍ରରେ ଭାସୁଥିବା ସେହି ଦାରୁକୁ ଆଣି ରାଜା ଇନ୍ଦ୍ରଦ୍ୟୁମ୍ନ ଶ୍ରୀଗୁଣ୍ଡିଚା ମନ୍ଦିରରେ ରଖିଥିଲେ । ସ୍ୱୟଂ ମହାପ୍ରଭୁ ଜଣେ ବୃଦ୍ଧ ବେଶରେ ଆସି ସେହି ଦାରୁରେ ମୂର୍ତ୍ତି ପ୍ରସ୍ତୁତ କଲେ। ସର୍ତ୍ତ ଥିଲା ମୂର୍ତ୍ତି ସମ୍ପୂର୍ଣ୍ଣ ନହେବା ଯାଏ ଦ୍ୱାର ଖୋଲାଯିବ ନାହିଁ । ମାତ୍ର ପନ୍ଦର ଦିନ ପରେ ଦ୍ୱାର ଖୋଲାଗଲା ମୂର୍ତ୍ତିନିର୍ମାଣ କରୁଥିବା ବୃଦ୍ଧ ଉଭାନ ହୋଇଗଲେ । କେବଳ ଅଧାଗଢା ମୂର୍ତ୍ତି ରହିଗଲା ଅଧାଗଢ଼ା ମୂର୍ତ୍ତିକୁ ଶ୍ରୀମନ୍ଦିରରେ ପ୍ରତିଷ୍ଠା କରାଗଲା । ସେହି ସମୟରେ ମହାପ୍ରଭୁ କହିଥିଲେ : ହେ ରାଜା, ବର୍ଷକୁ ଥରେ ଜନ୍ମଭୂମିକୁ ଆଣିବ। ସେଥିପାଇଁ ଶ୍ରୀଜୀଉମାନେ ଗୁଣ୍ଡିଚାଘରକୁ ବୁଲି ଯାଆନ୍ତି ଓ ବାହୁଡ଼ନ୍ତି। ନୀଳାଦ୍ରି ମହୋଦୟର ବର୍ଣ୍ଣନା ଅନୁଯାୟୀ ମହାପ୍ରଭୁଙ୍କ ଆବିର୍ଭାବ ପରେ ତାଙ୍କ ପାଇଁ ରାଜା ଇନ୍ଦ୍ରଦ୍ୟୁମ୍ନ ମନ୍ଦିର ନିର୍ମାଣ କରିଥିଲେ । ସେହି ମନ୍ଦିରକୁ ପ୍ରଜପିତା ବ୍ରହ୍ମାଙ୍କଦ୍ୱାରା ପ୍ରତିଷ୍ଠା କରିବା ପାଇଁ ବ୍ରହ୍ମଲୋକ ଯାଇଥିଲେ । ସେଠାରୁ ବ୍ରହ୍ମାଙ୍କୁ ନେଇ ଆସିଥିଲେ । ବ୍ରହ୍ମା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସହ ଶଙ୍ଖନିଧି ଓ ପଦ୍ମନିଧିଙ୍କୁ ପଠାଇଥିଲେ । ନାରଦ ଏବଂ ଅନ୍ୟ ଦୁଇ ଦେବଦୂତଙ୍କ ସହ ଇନ୍ଦ୍ରଦ୍ୟୁମ୍ନ ଶ୍ରୀକ୍ଷେତ୍ରରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ପଣି ରଥ ନିର୍ମାଣ କରାଯାଇଥିଲା । ନାରଦଙ୍କ ନିର୍ଦ୍ଦେଶ ମତେ ଶଙ୍ଖନିଧି ଓ ପଦ୍ମନିଧି ରଥ ନିର୍ମାଣ ଆରମ୍ଭ କରିଥିଲେ । ସେଥିପାଇଁ ମନ୍ଦିର ପଶ୍ଚିମ ଦିଗରେ ଯେଉଁଠି ସଂସାରର ଆନନ୍ଦବର୍ଦ୍ଧକ ମହାପ୍ରଭୁ ଲୋକନାଥ ବିରାଜମାନ କରିଛନ୍ତି,ସେଠାରେ ଶଙ୍ଖନିଧି ଓ ପଦ୍ମନିଧି ଗୋଟିଏ ସ୍ୱର୍ଣ୍ଣପୁରୀ ନିର୍ମାଣ କରିଥିଲେ । ସେହିଠାରେ ଦୁଇ ସ୍ୱର୍ଗଦୂତ ରଥ ନିର୍ମାଣ ଆରମ୍ଭ କରିଥିଲେ । ନୀଳାଦ୍ରି ମହୋଦୟର ପଞ୍ଚମ ଅଧ୍ୟାୟରେ ଉଲ୍ଲେଖ ରହିଛି "'ସମ୍ଭାରାନ ରୁଚିରାନ କୃତ୍ୱା ରଥତ୍ରୟମତଃ ପରମ୍ ,ନାନାଳଙ୍କାର ସଂଯୁକ୍ତଂ ଦିବ୍ୟାମ୍ବର ସୁମଣ୍ଡିତମ୍" । ଯାହାର ମର୍ମାର୍ଥ ହେଲା ସ୍ୱର୍ଣ୍ଣପୁରୀରେ ଦେବଦୂତ ଦ୍ୱୟ ନାନା ରୁଚିର ଅଳଙ୍କାର ମାନ ସଂଯୁକ୍ତ କରି ରଥ ତିନୋଟି ନିର୍ମାଣ କରିଥିଲେ । ନାରଦ କହିବା ଅନୁସାରେ ସେହିରଥ ତିନୋଟିକୁ ସୁନ୍ଦର ଓ ନରମ ବସ୍ତ୍ରଦ୍ୱାରା ସଜାଇଥିଲେ , ଯେଉଁ ଥିରେ ନାନା ରତ୍ନ ଏବଂ ସ୍ୱର୍ଣ୍ଣ ଅଳଙ୍କାର ମାନ ଲଗାଯାଇଥିଲା।
ରଥର ଚକ ଗୁଡ଼ିକ ଲୁହାରେ ତିଆରି କରିଥିଲେ । ରଥଚକର ଅରଗୁଡ଼ିକ ସୁନାରେତିଆରି କରିଥିଲେ । ସୁନା ଚକ ବେଶ ଆକର୍ଷକ ଥିଲା । ରଥ କେବଳ ରତ୍ନ ଏବଂ ସ୍ୱର୍ଣ୍ଣ ଅଳଙ୍କାର ମାନ ଲଗାଯାଇନଥିଲା , ଏହାର ଚାରିପଟେ ନାନା ଅବତାରମାନଙ୍କରେ ପ୍ରକଟିତ ହୋଇଥିବା ଭଗବାନଙ୍କର ଲୀଳା ଚିତ୍ରିତ କରାଇ ଚଳନ୍ତି ପ୍ରତିମା ତିଆରି ହୋଇଥିଲା । ସେଗୁଡିକୁ ପାର୍ଶ୍ୱ ଦେବାଦେବୀ ଭାବେ ସଂଯୋଗ କରି ସାରଥି ବସାଇଥିଲେ । ସୁନାରେ ଘୋଡ଼ା ନିର୍ମାଣ କରି ରଥରେ ସଂଯୋଗ କଲେ । ଦେଖିଲା ମାତ୍ରକେ ଦର୍ପ ପ୍ରକାଶ କରୁଥିବା ସମୁଜ୍ଜ୍ୱଳ ଆକୃତିର ଦୁଇଟି ନିଧି ସେହି ରଥରେ ମଣ୍ଡିତ କଲେ । ତିନି ଲୋକ ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳରେ ସୁଖ ବୃଦ୍ଧି କରିପାରୁଥିବା ଭଳି ତିନୋଟି ଆଶ୍ଚର୍ଯ୍ୟଜନକ ରଥ ପ୍ରସ୍ତୁତ କରାଯାଇଥିଲା ।ଗରୁଡ ଧ୍ବଜ,ପଦ୍ମ ଧ୍ବଜ ଓ ତାଳଧ୍ଵଜ ରଥ ତିନୋଟି ନିର୍ମାଣ ହେବା ପରେ ତାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସେଥିରେ ତୋରଣ ଓ ବିଭିନ୍ନ ଧାରଣର ପତାକା ସଂଯୋଗ କରାଯାଇଥିଲା । ନାନା ଶୁଭଗୁଣରେ ଅନ୍ୱିତ, ନବଜଳଧର ପରି ସୁନ୍ଦର ସମସ୍ତଙ୍କ ଦର୍ଶନାନନ୍ଦଦାୟୀ ଅତି ସୁସଜ୍ଜିତ ତିନି ରଥକୁ ଦେଖି ସମସ୍ତେ ଚକିତ ହୋଇଥିଲେ । ଏହା ପରେ ରଥ ତିନୋଟିକୁ ବିଧିବଦ୍ଧ ଭାବେ ପ୍ରତିଷ୍ଠା କରାଯାଇଥିଲା । ଏହା ପରେ ଆରମ୍ଭ ହୋଇଥିଲା ଚତୁର୍ଦ୍ଧାବିଗ୍ରହଙ୍କ ରଥଯାତ୍ରା । ସେହିପରି କେବଳ ନୀଳାଦ୍ରି ମହୋଦୟ ଅବା କିମ୍ବଦନ୍ତୀ, ନତୁବା ବିଭିନ୍ନ ଗବେଷକ ମାନଙ୍କ ତଥ୍ୟ କିମ୍ବା ବିଭିନ୍ନ ପୁରାଣ ଶାସ୍ତ୍ର ନୁହେଁ ,ହିନ୍ଦୁ ଜ୍ୟୋତିଷିକ ତତ୍ତ୍ୱରେ ଗ୍ରହଜଗତ ନଅଗୋଟି ଗ୍ରହଙ୍କୁ ନେଇ ଗଠିତ, ଯଥା- ରବି, ଚନ୍ଦ୍ର, ମଙ୍ଗଳ, ବୁଧ, ବୃହସ୍ପତି, ଶୁକ୍ର, ଶନି, ରାହୁ ଓ କେତୁ । ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ମଧ୍ୟ ଜ୍ୟୋତିଷିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ । ଆଷାଢ଼ ମାସର ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଶ୍ରୀଜଗନ୍ନାଥ ନିଜର ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ରଥାରୁଢ଼ ହୋଇ ଶ୍ରୀମନ୍ଦିର ଛାଡ଼ି ଘୋଶଯାତ୍ରାରେ ନବଦିନ ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି । ଆଷାଢ଼ ଶୁକ୍ଳ ତୃତୀୟାଠାରୁ ଆଷାଢ଼ ଶୁକ୍ଳ ନବମୀ ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିରରେ ପୂଜା ପାଆନ୍ତି ଏବଂ ଆଷାଢ଼ ଶୁକ୍ଳ ଦଶମୀ ତିଥିରେ ପହଣ୍ଡି ହୋଇ ରଥ ଚଢ଼ି ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି । ଶ୍ରୀଜଗନ୍ନାଥଙ୍କ ନବଦିନ ବ୍ୟାପୀ ଘୋଷଯାତ୍ରାସହ ନବଗ୍ରହଙ୍କ ଘନିଷ୍ଟ ସମ୍ପର୍କ ରହିଛି । ଶ୍ରୀଜଗନ୍ନାଥଙ୍କ ଏହି ନବଦିନ ଯାତ୍ରା ସପ୍ତାହର ପ୍ରତ୍ୟେକ ବାରକୁ ଆବୃତ୍ତ କରିଥାଏ । ସପ୍ତାହକର ସାତଦିନ ଗ୍ରହମଣ୍ଡଳର ଗ୍ରହମାନଙ୍କ ନାମରେ ନାମିତ । ରବିଙ୍କ ଉଦ୍ଦେଶ୍ୟରେ ରବିବାର, ଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ସୋମବାର, ମଙ୍ଗଳଙ୍କ ଉଦ୍ଦେଶ୍ୟରେ ମଙ୍ଗଳବାର, ବୁଧଙ୍କ ଉଦ୍ଦେଶ୍ୟରେ ବୁଧବାର, ଦେବଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଗୁରୁବାର, ଶୁକ୍ରଙ୍କ ଉଦ୍ଦେଶ୍ୟରେ ଶୁକ୍ରବାର ଓ ଶନିଙ୍କ ଉଦ୍ଦେଶ୍ୟରେ ଶନିବାର । କିନ୍ତୁ ଅନ୍ୟ ଦୁଇଗ୍ରହ, ଯଥା ରାହୁ ଓ କେତୁ ଛାୟାଗ୍ରହ ହେତୁ ଏମାନଙ୍କର କୌଣସି ସ୍ୱତନ୍ତ୍ର ବାର ନାହିଁ ।ଗୁଣ୍ଡିଚା ମନ୍ଦିରରେ ଶ୍ରୀଜଗନ୍ନାଥ ସାତଦିନ ରହନ୍ତି ଏବଂ ସପ୍ତାହର ପ୍ରତ୍ୟେକ ବାରକୁ ଆବୃତ୍ତ କରନ୍ତି । ଆଷାଢ଼ ମାସର ତୃତୀୟା ତିଥି ଯେଉଁଦିନ ପଡ଼ିବ ସେହିଦିନ ଶ୍ରୀଜଗନ୍ନାଥ ସେହିବାରର ପ୍ରତୀକଗ୍ରହ ରୂପେ ପୂଜା ପାଆନ୍ତି । ମନେକର ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଘୋଷଯାତ୍ରା ଦିନ ରବିବାର ହେଲେ ତୃତୀୟା ସୋମବାର ହେବ ଏବଂ ତୃତୀୟାଠାରୁ ଶ୍ରୀଜଗନ୍ନାଥ ଆଗାମୀ ରବିବାର ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ ପ୍ରତ୍ୟେକ ଗ୍ରହଙ୍କ ନିର୍ଦ୍ଧିଷ୍ଟ ସେହି ଗ୍ରହଙ୍କ ସ୍ୱରୂପ ଭାବରେ ଗୁଣ୍ଡିଚା ମନ୍ଦିରରେ ପୂଜା ପାଆନ୍ତି । ସୋମବାର ଦିନ ଚନ୍ଦ୍ରଙ୍କ ସ୍ୱରୂପ, ମଙ୍ଗଳବାର ଦିନ ମଙ୍ଗଳଙ୍କ ସ୍ୱରୂପ, ବୁଧବାର ଦିନ ବୁଧଙ୍କ ସ୍ୱରୂପ, ଗୁରୁବାର ଦିନ ବୃହସ୍ପତିଙ୍କ ସ୍ୱରୂପ, ଶୁକ୍ରବାର ଦିନ ଶୁକ୍ରଙ୍କ ସ୍ୱରୂପ, ଶନିବାର ଦିନ ଶନିଙ୍କ ସ୍ୱରୂପ ଓ ରବିବାର ଦିନ ରବିଙ୍କ ସ୍ୱରୂପ ଭାବରେ ପୂଜା ପାଆନ୍ତି । କିନ୍ତୁ ରାହୁ ଓ କେତୁ ଏ ଦୁଇ ଗ୍ରହଙ୍କ ସ୍ୱତନ୍ତ୍ର ବାର ନଥିବା ହେତୁ ପ୍ରଥମ ଗୁଣ୍ଡିଚା ଘୋଷଯାତ୍ରା ଓ ଶେଷ ବାହୁଡ଼ା ଏ ଦୁଇ ଦିବସକୁ ରାହୁ ଓ କେତୁଙ୍କ ପାଇଁ ନିର୍ଦ୍ଦିଷ୍ଟ ବୋଲି ନିର୍ଣ୍ଣୟ କରାହୁଏ । ଏକସପ୍ତାହ ବ୍ୟାପି ଗୁଣ୍ଡିଚାରେ ରହଣୀ କାଳ ଚନ୍ଦ୍ରଙ୍କଠାରୁ ଆରମ୍ଭ କରି ରବିଙ୍କ ପର୍ଯ୍ୟନ୍ତ ସପ୍ତଗ୍ରହକୁ ସୂଚେଇଲା ଭଳି ଦୁଇ ଯାତ୍ରାକୁ ସାଙ୍କେତିକ ଭାବରେ ରାହୁ ଓ କେତୁଙ୍କୁ ସୂଚାଇ ନବଦିନ ବ୍ୟାପି ଯାତ୍ରା ନବଗ୍ରହକୁ ସମ୍ପୂର୍ଣ୍ଣ କରେ । ସମଗ୍ର ଭାରତବର୍ଷରେ ଦେବତାମାନଙ୍କ ନିମନ୍ତେ ଯେତେ ପ୍ରକାରର ରଥ ବ୍ୟବହାରରେ ଆସୁଛି, ତାହା ମଧ୍ୟରେ ଶ୍ରୀକ୍ଷେତ୍ରର ତିନି ରଥ ନିର୍ମାଣ ଶୈଳୀ ଅତୀବ ରହସ୍ୟମୟ । ବହୁ ପ୍ରାଚୀନ ସମୟରୁ ରଥତ୍ରୟର ନିର୍ମାଣ ପଦ୍ଧତି ଶିଳ୍ପଶାସ୍ତ୍ରନୁମୋଦିତ। ରଥ ନିର୍ମାଣ ସମ୍ବନ୍ଧରେ ମାନସାର ସଂଗ୍ରହାଦି ଗ୍ରନ୍ଥମାନଙ୍କରେ ସବିଶେଷ ବିଧି ବିଧାନ ରହିଛି।
ଶିଳ୍ପସାର ସଂଗ୍ରହ ପୋଥିରେ ୨ୟ ଖଣ୍ଡରେ ରଥର ମୂଳରୁ ଚୂଳ ପର୍ଯ୍ୟନ୍ତ ମୋଟ ୨୭ ଭାଗ କରାଯାଇଛି। ପ୍ରତ୍ୟେକ ଭାଗକୁ ଚଉଠା ଓ ଚଉଠା ଦେଢ଼ ଭାଗକୁ ଅଙ୍ଗୁଳ ବା କଳା କୁହାଯାଏ। ରଥର ତଳ ଚକଡାର ଦୈର୍ଘ୍ୟ ୨୭ ଚଉଠା। ଏହି ଚକଡାକୁ ୯ ଭାଗ କରି ୧୦ ଧାରଣା ପକାଯାଏ। ପ୍ରଥମ ୬ ଧାରଣାର ଲମ୍ବ ୨୭ ଚଉଠା, ୨ୟ ଧାରଣାର ଲମ୍ବ ୨୧ ଚଉଠା ଓ ୩ୟ ଧାରଣାର ଲମ୍ବ ୧୫ ଚଉଠା। ମୁହାଣର ଲମ୍ବ ୧୫ ଚଉଠା,କୁଡୁକାର ଲମ୍ବ ଧାରଣ ମହଲାକୁ ୩ ଚଉଠା, ଏପରି ଚାରି କୋଣରେ ୮ କୁଡୁକା ଦେବ। ବଡ଼ ଦୁଇ ଅଖ ଲମ୍ବ ୩୦ ଚଉଠା, ଛୋଟ ଦୁଇ ଅଖ ଲମ୍ବ ୨୪ ଚଉଠା। ଏହି ଏକ ଚଉଠାକୁ ୧୨ ଭାଗ କରାଯାଏ। ୧୭ ଚଉଠ ୮ ଅଙ୍ଗୁଳରେ ବଡ଼ ଅଖ ଦୁଇ ଗୋଟି ପୁଡା ଡାଇ ହାଣିବ। ଗୁଳିର ଉଚ୍ଚ ୫ ଚଉଠ ୮ ଅଙ୍ଗୁଳ ଗୁଳି ବହଳ ଛାଡି ଛାଡି ଅଖରେ କାନ କିଳା ବିନ୍ଧ କରିବ । ମୁହାଣକୁ ଗୁଳି ନିଶ୍ୱାସ ୮ ଅଙ୍ଗୁଳ ଛାଡି ଧାରଣାରେ ଅଖର କାବିଳା କଣ୍ଟା ବିନ୍ଧ କରିବ । ମୁହାଣ ମଝାଲକୁ ୮ ଚଉଠ ୪ ଅଙ୍ଗୁଳ ଛାଡି ବଡ଼ ଅଖ କାବିଳା ବିନ୍ଧ ଧାରଣାରେ କରିବେ ।
୧୦ ବାହି ପ୍ରକାରେ ଗୋଜଫୁଲି କରି ଜଳନ୍ତରିଆ ଖୋଜ ବିନ୍ଧ କରିବ । ଧାରଣା ବାହି ଉପରେ ଜିଆ ୮ ଚଉଠରେ ନାଇକା ବିନ୍ଧ କରିବ। ନାଇକା ପାଖ ଜଳନ୍ତରିଆ ଖିଜ ୪ ଚଉଠ ୧୨ଅଙ୍ଗୁଳ ଉଚ୍ଚ ଖୁସି କରିବ । ଏଥି ଉପରେ ଛନ୍ଦା ପକାଇବ। ଚକଡା ଚାରିପାଖ ଧାରଣାକୁ ଛନ୍ଦାକୁ ଟୀକା କରିବ। ଧାରଣା ଉପରଠାରୁ ଜିଆ ମିଶି ନାଇକା ୧୪ ଚଉଠ ରଖି ଖୁସି କରିବ। ସିଂହାସନର ଉଚ୍ଚ ୧୨ ଅଙ୍ଗୁଳ କରିବ। ଜିଆ ବହଳ ୧୨ ଆଙ୍ଗୁଳ କରିବ। ଓସାର ୧ ଚଉଠା ନାଇକା ଉପରେ ଆଠ ଚଉଠାଇ ଚଉତାଳ କରିବ।ପ୍ରଥମେ ଭୂଇଁ ଲଦିବ। ଭୂଇଁ ବହଳ ୫ ଅଙ୍ଗୁଳ ଫୁଲିଠାରୁ ଭୂଇଁ ଅଁଳା, ୨ ଚଉଠ ୪ ଅଙ୍ଗୁଳ। ଭୂଇଁ ମଝାଲ ସୂତାଠାରୁ ୨ ଅଙ୍ଗୁଳ ରଖି ଗୈ ହାଣିବ। ପାଖୁଡା ୩ ଚଉଠ ୪ ଅଙ୍ଗୁଳ, କୋଣ ପାଖୁଡା ୧ ଚଉଠ ୪ ଅଙ୍ଗୁଳ, ଫୁଲିଠାରୁ ୧ ଚଉଠ ଲେଖା ଛାଡି ଦୁଇ ପାଖୁଡା ବସାଇବ। ଏହି ପରି ଚାରିପାଖେ ୧୬ ଗୋଟି ପାଖୁଡା ମାରିବ। ଫୁଲିଠାରୁ ୧ ଚଉଠ ୨ ଅଙ୍ଗୁଳ ଲେଖାରେ ହଂସପାଦି ପକାଇ ୧ ଚଉଠ ଉଚ୍ଚରେ ଚଢ଼େଇ ଖୋଜ ବସାଇବ। ଏଥି ଉପରେ ପାଖୁଡା ହଂସ ପାଦି ମାରିବ। ଚାରି ପାଖେ ହାରାମାଳି ମାରିବ। ଏଥି ଉପରେ ୬ ଚଉଠରେ ବିନ୍ଧ କରି ୮ ଅଙ୍ଗୁଳ ଛାଡି ଓରା ପକାଇବ। ଏହ ପରେ ୨ୟ ଭୂଇଁ, ୨ୟ ପାଖୁଡା ମାରିବ। ଏପରି ଚାରିଦିଗେ ୧୨ ପାଖୁଡା ମାରିବ। ତୃତୀୟ ପୁର ଭୂଇଁ ଚଉତାଳ ୬ ଚଉଠରେ ବସିବ।ପ୍ରଥମେ ପଟଳ ଲମ୍ବ ୮ ଚଉଠ,ରାହା କାଟଣ ଶେଷଠାରୁ ୧୪ ଅଙ୍ଗୁଳ ଉଚ୍ଚ, ୨ୟ ରାହା ମଧ୍ୟ ୧୨ ଅଙ୍ଗୁଳ ଉଚ୍ଚରେ କାଟଣ ହେବ। ଏହି ପରି ଚାରିପାଖ ପଟଳ କରିବ। ପ୍ରଥମ ସାତପୁର ପଟଳ ଉଚ୍ଚ ୨ ଚଉଠ, ସାତପୁରରେ କୋଣ ଓରା ପକାଇ ପଟଳ ଲଦିବ। ପଟଳ ଭୂଇଁ ଉପରଠାରୁ ବଡ଼ ଖୋଜ ମଧ୍ୟ ଚୌତାଳରେ ୨ ଚଉଠ ୧୨ ଅଙ୍ଗୁଳ ରଖି ବସାଇବ। ଏଥି ଉପରେ ପାରାଭାଡି ଭୂଇଁ ୩ ଚଉଠ ୮ଅଙ୍ଗୁଳରେ ଚଉତାଳ କରି ବସାଇବ। ପ୍ରଥମ ସାତପୁର ପଟଳ ଉପରେ ପଟଳ ଭୂଇଁ ଲଦା ହେବ। ୨ୟ ରାହା ୨ ଅଙ୍ଗୁଳ ଲେଖାରେ ପୁରକୁ ପୁର ସାତପୁର କାଟିବ। ୨ୟ ସାତପୁର ପଟଳ ୨ ଚଉଠ କରିବ। ଏଥି ଉପରେ ୧ ଚଉଠ ଉପରେ ମାଙ୍କଡ଼/ଛନ୍ଦା ଦୁଇଗୋଟି ଚଉତାଳ କରି ପକାଇବ। ଦଧିନଉତି ୨ ଚଉଠ ଉଚ୍ଚରେ ମାଙ୍କଡ଼ଛନ୍ଦା ଉପରେ କଳସ ଚକ୍ର ପତାକା ହେବ । କଳଶା ଶିଖାଠାରୁ ପାରାଭାଡି ଭୂଇଁ ତଳ ପର୍ଯ୍ୟନ୍ତ ଦଖିନଉତି ଖୋଜ ହେବ। ରଥପାଦ ଦେଶରୁ ଶୀର୍ଷଦେଶ ପର୍ଯ୍ୟନ୍ତ ଥିବା ଅଂଶଗୁଡ଼ିକ ମଧ୍ୟରେ ଚକ, ଦଣ୍ଡିଆ,ଅର,ବାଙ୍କି ହଂସପଟା,କଣି,ଶଙ୍ଖଦ୍ୱାର,ଜାଲି,ଗାଈପଟା,ସିଂହାସନ,କନକ ମୁଣ୍ଡେଇ, ଭୂମି,ଷୋଳ ନାହକ,ମଗରଦଣ୍ଡା, ବସନ୍ତ, ଦୁଆର ଘୋଡ଼ା, ସାରଥୀ ପୀଡ଼,କୁମ୍ଭପଟି,ରାହୁପଟି,ଆଠ ନାହାକା, ପୀଢ଼,ଋଷିପଟା,ଦଣ୍ଡା, ପାରାଭାଡି,ଖପୁରୀ,ପାଦ, ଓଲଟ ଶୁଆ,ଦଧିନଉତି,କଣ୍ଠି,ଦଣ୍ଡ,ଚକ୍ର ଓ କେତନ । ଶିଳ୍ପ ଶାସ୍ତ୍ରାନୁଯାୟୀ ରଥର ଅଙ୍ଗ ଗୁଡିକୁ ସାଧାରଣତଃ ୧୩ଟି ମୂଖ୍ୟ ଅଙ୍ଗରେ ବିଭକ୍ତ କରାୟାଇଛି। ଯଥା- (୧) ଚକ୍ରପୀଠ, (୨) ଅରଦଣ୍ଡା,(୩)ଗଗରା,(୪) ମୂଳନାଭ,(୫) ବରାଣ୍ଡି,(୬) ହଂସପଟା, (୭) ରଥଗର୍ଭ,(୮) ପାରାଭାଡି,(୯) କଳସ ପୀଠ, (୧୦) ଦଧିନଉତି, (୧୧) କର୍ଣ୍ଣଅଳା,(୧୨) ଧାତୁ କଳସ ଓ (୧୩) ଆୟୁଧ ଧ୍ୱଜା। ପରମ୍ପରା ଅନୁସାରେ ପୁରୀରେ ପ୍ରତିବର୍ଷ ସମ୍ପୁର୍ଣ୍ଣ ଭାବେ ନୂଆ କାଠରେ ରଥ ତିଆରି କରାଯାଏ । ରଥଯାତ୍ରା ପରେ ରଥଗୁଡ଼ିକୁ ଭାଙ୍ଗି ଦେଇ, କାଠଗୁଡ଼ିକୁ ମନ୍ଦିର ରୋଷଘରେ ବ୍ୟବହାର କରାଯାଉଥିଲା, ମାତ୍ର ଗତ ୨୦୧୨ ମସିହାଠାରୁ ରଥର କିଛି ଅଂଶକୁ ବିକ୍ରି କରାଯାଉଛି । ସେହିପରି ସାମ୍ୟ ମୈତ୍ରୀର ପ୍ରତୀକ ଶ୍ରୀଜଗନ୍ନାଥ ମହାପ୍ରଭୁ ନନ୍ଦିଘୋଷ ରଥରେ ବିରାଜମାନ କରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ନବ ଦିନ ଯାତ୍ରା କରିଆସୁଛନ୍ତି ।ପ୍ରତ୍ୟେକ ପର୍ଷ ପରମ୍ପରା ଅନୁଯାୟୀ ଶ୍ରୀନଅର ସମ୍ମୁଖସ୍ଥ ରଥଖଳାରେ ନୂତନ ଭାବେ ତିନୋଟି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ। ଏ ବାବଦରେ ବିଭିନ୍ନ କାର୍ଯ୍ୟ ରାଜ୍ୟ ତଥା ଜିଲ୍ଲା ପ୍ରଶାସନ, ବିଧି ବିଭାଗ, ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ ଓ ପୌର ପ୍ରଶାସନ ତରଫରୁ ମିଳିତ ଭାବେ ସମ୍ପାଦିତ ହୋଇଥାଏ।
ରଥ ନିର୍ମାଣ ତଥା ରଥଯାତ୍ରାର ପ୍ରଥମ ଶୁଭାରମ୍ଭ ହୋଇଥାଏ ସରସ୍ୱତୀ ପୂଜା ଶ୍ରୀପଞ୍ଚମୀ ତିଥିଠାରୁ। କେତେକ ନିର୍ଦ୍ଦିଷ୍ଟ ତିଥିରେ ତିନି ରଥମାନଙ୍କର ନିର୍ଦ୍ଦିଷ୍ଟ କାର୍ଯ୍ୟର ଶୁଭାରମ୍ଭ ହୋଇଥାଏ। ଯଥା - ଶ୍ରୀପଞ୍ଚମୀ ଦିନ ରଥକାଠ ପୁରୀରେ ପହଞ୍ଚିବା ସଙ୍ଗେ ସଙ୍ଗେ ଅନୁକୂଳ ନୀତି ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ହୋଇଥାଏ। ଶ୍ରୀରାମ ନବମୀ ଦିନ ରଥକାଠ ଚିରା କାର୍ଯ୍ୟର ଅନୁକୂଳ ମନୋନୀତ କରତ କଳରେ ହୋଇଥାଏ। ଅକ୍ଷୟ ତୃତୀୟା ଦିନ ତିନି ରଥ ଶୁଭାରମ୍ଭ କାର୍ଯ୍ୟର ଅନୁକୂଳ ହୋଇଥାଏ। ଉକ୍ତଦିନ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ଅନ୍ୟାନ୍ୟ ଶୋତ୍ରୀୟ ବ୍ରାହ୍ମଣମାନଙ୍କଦ୍ୱାରା ରଥ ନିର୍ମାଣ ଉପଲକ୍ଷେ ଶୁଭାରମ୍ଭ କାର୍ଯ୍ୟ ଯଜ୍ଞ ଓ ଆନୁସଙ୍ଗିକ ପୂଜା, ନୀତି ଇତ୍ୟାଦି ଅନୁଷ୍ଠିତ ହେବା ସଙ୍ଗେ ସଙ୍ଗେ ପୂଜାପଣ୍ଡା ତିନି ରଥ ନିର୍ମାଣର ଅନୁକୂଳ ନିମନ୍ତେ ଅଜ୍ଞାମାଳ ପ୍ରଦାନ କରିଥାନ୍ତି। ଏଠାରେ ବିଶ୍ୱକର୍ମା ମହାରଣା, ରୂପକାର , ଭୋଇ ଇତ୍ୟାଦି ସେବକମାନେ ଶାଢ଼ୀ ବନ୍ଧାଇଥାନ୍ତି। ଏହା ପରେ ନୃସିଂହ ଚତୁର୍ଦ୍ଦଶୀ ଦିନ ଗୁଜ ଅନୁକୂଳ, ଶ୍ରୀକ୍ଷେତ୍ର ଭଉଁରୀ ଦିନ ପ୍ରତ୍ୟେକ ରଥର ଦୁଇଟି ଲେଖାଏଁ ଚକ ଡେରା ହୋଇଥାଏ ଓ ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସି ଏହା ଉପରେ ଲାଗି କରାଯାଇଥାଏ। ଦେବସ୍ନାନ ପୂର୍ଣ୍ଣିମା ଦିନ ପ୍ରତି ରଥର ଚାରିନାହାକା ଡେରା ଅନୁକୂଳ ଓ ନେତ୍ରୋତ୍ସବ ଦିନ (ରଥଯାତ୍ରା ପୂର୍ବ ଦିନ) ଅପରାହ୍ନ ସୁଦ୍ଧା ତିନିଟି ଯାକ ରଥ ସୁସଜ୍ଜିତ ହୋଇ ଶ୍ରୀନଅରସ୍ଥିତ ରଥଖଳାରୁ ଟଣା ହୋଇ ସିଂହଦ୍ୱାର ସମ୍ମୁଖରେ ରଖାଯାଏ। ସେହିପରି କେଉଁ ଅନାଦି ଅନନ୍ତ କାଳରୁ
ମହାପ୍ରଭୁମାନଙ୍କର ରଥ ନିର୍ମାଣ ନିମନ୍ତେ ନୟାଗଡ଼, ଖୋର୍ଦ୍ଧା, ଦଶପଲ୍ଲା, ରଣପୁର ଇତ୍ୟାଦି ଜଙ୍ଗଲରୁ ଆବଶ୍ୟକୀୟ କାଠ ନଦୀ ମାଧ୍ୟମରେ ପୁରୀକୁ ଆସୁଥିଲା। ଏହି କାଠ ସବୁ ନଦୀରେ ଭେଳା କରି ଅଣାଯାଉଥିଲା। ପୁରୀଠାରୁ ୧୦କି.ମି ଦୂର ମାଳତିପାଟପୁର ନିକଟସ୍ଥ କାଠ ପୋଲ ଠାରୁ ଏହି କାଠଗୁଡିକ ଶଗଡ଼ରେ ବୁହା ଯାଉଥିଲା। ପୁରୀରେ ପ୍ରତିଷ୍ଠିତ କେତେକ ମଠ ରଥକାଠ ବୁହାଯିବା ପାଇଁ ଶଗଡ଼ମାନ ଯୋଗାଉଥିଲେ। ଅଧୁନା ଏହି ପରମ୍ପରା ବହୁ ବର୍ଷ ଧରି ଲୁପ୍ତ ହୋଇଯାଇଅଛି। ସମ୍ପ୍ରତି ପରିବହନ ମାର୍ଗର ସୁବିଧା ଦୃଷ୍ଟିରୁ ଟ୍ରକ ଯୋଗେ ଏହି କାଠ ଆସି ପୁରୀ ବଡ଼ଦାଣ୍ଡ ତଥା ରଥଖଳାଠାରେ ରଖାଯାଉଛି। ରଥ ସଂହିତା ଅନୁଯାୟୀ ତିନୋଟି ରଥ ନିର୍ମାଣ ପାଇଁ ୧୧୩୯ଟି କାଠ ଆସିଥାଏ। ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ଉପରିବର୍ଣ୍ଣିତ କାଠ ଯୋଗାଇ ଆସୁଛନ୍ତି। ନୟାଗଡ଼ ଓ ଖୋର୍ଦ୍ଧା ଡିଭିଜନର ଅରଣ୍ୟ ଅଧିକାରୀମାନେ ୮୬୨ଟି ଖଣ୍ଡ ଅସନ, ଧଉରା ଓ ଫାସୀ ଇତ୍ୟାଦି କାଠ ପଠାଇଥାନ୍ତି। ଏଥି ମଧରୁ ୭୨ ଖଣ୍ଡ ଫାସୀ ଅଟେ। ଏତଦବ୍ୟତୀତ ରଣପୁର ଜଙ୍ଗଲରୁ ୨୭୪ ଖଣ୍ଡ କଞ୍ଚାକାଠ ଓ ତିନୋଟି ଶିମୁଳି କାଠ ଆସିଥାଏ।ତିନି ରଥ ନିର୍ମାଣ କାର୍ଯ୍ୟର ଅନୁକୁଳ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଅନୁଷ୍ଠିତ ହେବା ସହିତ ତତ୍ ପରଦିନଠାରୁ ନିର୍ମାଣ ଆରମ୍ଭ ହୋଇ ନେତ୍ରୋତ୍ସବ ଦିନ ମଧ୍ୟାହ୍ନ ପର୍ଯ୍ୟନ୍ତ ଚାଲିଥାଏ। ଶ୍ରୀମନ୍ଦିରର ସ୍ୱତ୍ତ୍ୱଲିପିରେ ଅନ୍ତର୍ଭୁକ୍ତ ବିଶ୍ୱକର୍ମା ମହାରଣା, ଭୋଇ,ରୂପକାର,ଦରଜି,କମାର ପ୍ରମୁଖ ସେବକମାନେ ଏହି କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି। ତନ୍ମଧ୍ୟରୁ ସମୁଦାୟ ୬୦ଜଣ ମହାରଣା, ୭୫ଜଣ ଭୋଇ, ୧୫ କମାର,୧୫ରୁ୨୦ ଚିତ୍ରକର,୭/୮ଜଣ ଦରଜି, ୧୫ଜଣ ରୂପକାର ସେବକ ଅନ୍ତର୍ଭୁକ୍ତ । ମହାପ୍ରଭୁମାନଙ୍କ ବ୍ୟବହୃତ ତିନି ଗୋଟି ରଥର ଗଠନ ପଦ୍ଧତି ଶିଳ୍ପଶାସ୍ତ୍ରାନୁମୋଦିତ। ପରମ୍ପରା ଅନୁଯାୟୀ ଏକ ନିର୍ଦ୍ଧିଷ୍ଟ ଉଚ୍ଚତା ଓ ମାପ ଅନୁସାରେ ଏହି ରଥତ୍ରୟର ନିର୍ମାଣ କରାଯାଇଥାଏ। ଏତଦ୍ ବ୍ୟତୀତ ପ୍ରତି ରଥରେ ୪ଟି ଲେଖାଏଁ ଅଶ୍ୱ, ଗୋଟିଏ ସାରଥୀ, ଦୁଇଟି ଶୁଆ, ରଥବାଡ଼, ୯ଟି ଲେଖାଏଁ ପାର୍ଶ୍ୱ ଦେବତା ଖଞ୍ଜା ଯାଇଥାଏ। ସୂଚନାଯୋଗ୍ଯ ଯେ, କେବଳ ନବକଳେବର ବର୍ଷ ନୂତନ ଭାବେ ସାରଥୀ,ଅଶ୍ୱ, ପାର୍ଶ୍ୱ ଦେବତା, ଠେକରା ବାଡ଼, ରଥବ୍ରେକ,ହଂସପଟା ଓ କନ୍ୟାପଟା ଇତ୍ୟାଦି ନିର୍ମାଣ କରାଯାଇଥାଏ। ଏଥି ନିମନ୍ତେ ଶାଳ, ଗମ୍ଭାରୀ ଇତ୍ୟାଦି କାଠ ସ୍ୱତନ୍ତ୍ର ଭାବେ ଜଙ୍ଗଲ ବିଭାଗ ଯୋଗାଇଥାନ୍ତି।
ତିନିରଥ ନିର୍ମାଣ କାର୍ଯ୍ୟ ଶେଷ ହେବା ପୂର୍ବରୁ ପ୍ରାୟ ୧୪ ଜଣ ଦରଜୀ ସେବକଙ୍କଦ୍ୱାରା ନିର୍ଦ୍ଦିଷ୍ଟ ତିଥିରେ ଆରମ୍ଭ ହୋଇ ରଥ ମଣ୍ଡିଣି କନା ପ୍ରସ୍ତୁତ କରାଯାଇ ତିନି ରଥରେ ସୁସଜ୍ଜିତ କରାଯାଏ। ପୂର୍ବେ ଓ.ଟି.ଏମ୍ ମିଲରୁ ଆସୁଥିବା ଏହି କନା ମୂଖ୍ୟତଃ ନଲି,ହଳଦିଆ,ନେଳି ଓ କଳା ରଙ୍ଗର ଅଟେ। ପ୍ରାୟ ଏକ ହଜାର ମିଟରରୁ ଉର୍ଦ୍ଧ କନା ତିନି ରଥର ମଣ୍ଡଣି, ଘେର,ଚାନ୍ଦୁଆ ନିମନ୍ତେ ଆବଶ୍ୟକ ହୋଇଥାଏ। ସମ୍ପ୍ରତି କିଛି ବର୍ଷ ଧରି ରଥ ନିମିତ୍ତ ଆବଶ୍ୟକ କନା ବମ୍ବେର ପ୍ରସିଦ୍ଧ କପଡ଼ା କମ୍ପାନୀ ସେଞ୍ଚୁରୀ ମିଲରୁ ଆସୁଅଛି।ପରମ୍ପରା ଅନୁଯାୟୀ ନନ୍ଦିଘୋଷ ରଥ ପାଇଁ ନାଲି ଓ ହଳଦିଆ କନା, ତାଳଧ୍ୱଜ ରଥ ପାଇଁ ନାଲି ଓ ନେଳି କନା ଓ ଦର୍ପଦଳନ ରଥ ପାଇଁ ନାଲି ଓ କଳା କନା ବ୍ୟବହାର ହୋଇଥାଏ। ନନ୍ଦିଘୋଷ,ତାଳଧ୍ୱଜ ଓ ଦର୍ପଦଳନ (ଦେବଦଳନ) ରଥରେ ଯଥାକ୍ରମେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଶ୍ରୀସୁଭଦ୍ରା ଏବଂ ଶ୍ରୀସୁଦର୍ଶନ ତିନୋଟି ସୁସଜ୍ଜିତ ରଥରେ ଅଧିଷ୍ଠିତ ହୋଇଥାଆନ୍ତି। ୬ଫୁଟ୍ ଉଚ୍ଚତାର ୧୬ ଚକ ବିଶିଷ୍ଟ ନନ୍ଦିଘୋଷ ରଥର ଦୈର୍ଘ୍ୟ ପ୍ରସ୍ଥ ୩୪ ଫୁଟ ୬ ଇଞ୍ଚ ଲେଖାଏଁ ଓ ଉଚ୍ଚତା ୪୬ ଫୁଟ ଇଞ୍ଚ । ତାଳଧ୍ୱଜ ରଥର ଦୈର୍ଘ୍ୟ ପ୍ରସ୍ଥ ୩୩ ଫୁଟ ଲେଖାଏଁ ଓ ଉଚ୍ଚତା ୪୫ ଫୁଟ । ଏଥିରେ ୬ ଫୁଟ ୬ ଇଞ୍ଚ ଉଚ୍ଚତା ବିଶିଷ୍ଟ ୧୪ ଚକ ଲାଗିଥାଏ। ସେହି ପରି ଦର୍ପଦଳନ ବା ଦେବଦଳନ ରଥ ଚକର ଉଚ୍ଚତା ୬ ଫୁଟ ୮ ଇଞ୍ଚ ଏବଂ ୧୨ ଚକ ଏହି ରଥରେ ଲାଗିଥାଏ। ରଥର ଦୈର୍ଘ୍ୟ ପ୍ରସ୍ଥ ୩୧ ଫୁଟ ୬ ଇଞ୍ଚ ଲେଖାଏଁ । ଉଚ୍ଚତା ଯଥାକ୍ରମେ ୪୫ ଫୁଟ ୬ ଇଞ୍ଚ, ୪୫ ଫୁଟ ଓ ୪୪ ଫୁଟ୍ ୬ ଇଞ୍ଚ ଅଟେ ।ରଥଯାତ୍ରା ପର୍ବ ଶେଷ ହେବା ପରେ ପ୍ରତିବର୍ଷ ରଥ ଗୁଡିକୁ ଭାଙ୍ଗି ଦିଆଯାଏ। କେବଳ ସାରଥୀ,ଘୋଡ଼ା, ପାର୍ଶ୍ୱଦେବତା, ସଖୀ, ପିତଳର କଦଳୀ ଗଛ, ମଗର ଓ ରଥବାଡ଼ ଇତ୍ୟାଦି ସାଇତି ରଖାଯାଏ। ଉଲ୍ଲେଖଯୋଗ୍ୟ ଯେ, ୧୯୯୯ ମସିହାଠାରୁ ରଥଟଣା ସମୟରେ ତିନୋଟି ରଥର ବ୍ରେକକୁ ପକାଇବା ଓ ଉଠାଇବା ପାଇଁ ମନ୍ଦିର ପ୍ରଶାସନ ତରଫରୁ ପୁଲି ବ୍ୟବସ୍ଥା ପ୍ରଚଳନ କରାଯାଇଛି। ସେହିପରି ବିଭିନ୍ନ ନିର୍ଦ୍ଧାରିତ ତିଥିରେ ରଥ ନିର୍ମାଣର ପରମ୍ପରା ରହିଛି । ଯେପରି ଶ୍ରୀପଞ୍ଚମୀରେ ରଥକାଠ ପୁରୀରେ ପହଞ୍ଚିବା , ଶ୍ରୀରାମ ନବମୀରେ କାଠଚିରା, ଅକ୍ଷୟ ତୃତୀୟାରେ ରଥନିର୍ମାଣ ଅନୁକୂଳ, ନୃସିଂହ ଚତୁର୍ଦ୍ଦଶୀରେ ଗୁଜ ଅନୁକୂଳ,ଭଉଁରୀ ତିଥିରେ ଚକ ତିଆରି ହୋଇ ଦିଅଁଙ୍କ ଆଜ୍ଞାମାଳ ଲାଗି , ଦେବସ୍ନାନ ପୂର୍ଣ୍ଣିମାରେ ଚାରି ନାହକ ଡେରା ଅନୁକୂଳ , ନେତ୍ରୋତ୍ସବ ତିଥିରେ ରଥଖଳାରୁ ସିଂହଦ୍ୱାର ଯାଏଁ ରଥଟଣା ହୋଇଥାଏ । କ୍ରମଶଃ
ଛାପା ଇତିହାସର ଅଛପା ସତ୍ୟ
--------------
ବିଶ୍ଵ ବୀର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଓଡ଼ିଆ ଓ ଓଡ଼ିଶା ପ୍ରୀତି ସମ୍ପର୍କରେ ଏଯାବତ୍ ସଠିକ୍ ଆଲୋଚନା ନହେବା ଅବା ସଠିକ୍ ଭାବରେ ଇତିହାସରେ ବିସ୍ତୃତ ଭାବରେ ବର୍ଣ୍ଣନା ନହେବା କେବଳ ଏକ ବିଡମ୍ବନା ନୁହେଁ, ଅଧିକନ୍ତୁ କୃତଜ୍ଞତା ତଥା ଚକ୍ରାନ୍ତିଆ ମସୀଲିପ୍ତ ଷଡ଼ଯନ୍ତ୍ର ବୋଲି ଆମର ନିଜସ୍ୱ ମତ । "ମୋତେ ତୁମ୍ଭେମାନେ ରକ୍ତ ଦିଅ, ମୁଁ ତୁମ୍ଭମାନଙ୍କୁ ସ୍ବାଧୀନତା ଦେବି" ଏହି ଦୃପ୍ତ କଣ୍ଠର ଆହ୍ବାନ ଥିଲା ଓଡ଼ିଶାର ପାଣି ପବନରେ କୈଶୋର ଜୀବନ କଟାଇ, ମାଧ୍ୟମିକ ଶିକ୍ଷା ସମାପ୍ତ କରି, ଓଡ଼ିଆଙ୍କ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ଙ୍କ ଠାରେ ଗଭୀର ଭକ୍ତି ରଖିଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଆଜାଦ୍ ହିନ୍ଦ୍ ଫୌଜ ର ଓଡ଼ିଆ ସୈନିକ ମାନଙ୍କ ସମ୍ମିଳନୀ ରେ ବଜ୍ର ନିନାଦିତ ଆହ୍ବାନ । ଏହି ସତ୍ୟ ଟି କେଉଁଠି ପ୍ରକାଶ ପାଇଛି କି ? ଆଜାଦ୍ ହିନ୍ଦ୍ ଫୈ।ଜ ରେ ସବୁଠାରୁ ଅଧିକ ସୈନ୍ୟ ଥିଲେ ଓଡ଼ିଆ ଏବଂ ଏହି ଓଡ଼ିଆ ମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ସଂଖ୍ୟକ ଥିଲେ ଗଞ୍ଜାମ ଜିଲ୍ଲାର ବୋଲି ତଥ୍ୟାର୍ପଣ ନହେବାର କାରଣ କ'ଣ ? ୧୯୨୮ ମସିହାରେ ମୋତିଲାଲ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ରେ କଲିକତା କର୍ପୋରେସନର ଚିଫ୍ ଏକଜ୍ୟୁଟିଭ ନେତାଜୀ ଙ୍କ ବ୍ୟତୀତ ଅନ୍ୟ କେହି ଭାଷା ଭିତ୍ତିକ ଓଡ଼ିଶା ପ୍ରଦେଶ ଗଠନ କୁ ସମର୍ଥନ କରିନଥିଲେ ଏବଂ ମୋତିଲାଲ ନେହେରୁ ପଣ୍ଡିତ ନୀଳକଣ୍ଠ ଦାସ ଙ୍କୁ ଅପମାନିତ କରିଥିଲେ, ଯାହାକୁ ନେତାଜୀ ଏଭଳି ଭାଷାରେ ପ୍ରତିବାଦ କଲେ, ମୋତି ଲାଲ ନୀଳକଣ୍ଠ ଦାସ ଙ୍କୁ କ୍ଷମା ମାଗିଲେ, ଏହି ସତ୍ୟ କ'ଣ ଇତିହାସରେ ସ୍ଥାନିତ ହେବନାହିଁ ? ସେହିପରି ୧୯୩୮ , ଜାନୁଆରୀ ୧୮ ତାରିଖରେ ନେତାଜୀ କଙ୍ଗ୍ରେସ ର ସଭାପତି ହେବାପରେ ସେତେବେଳେ ର ଯୁବନେତା ହରେକୃଷ୍ଣ ମହତାବ ଙ୍କ ସମେତ ୧୨ ଜଣଙ୍କୁ ଅଖିଳ ଭାରତ କଂଗ୍ରେସ କମିଟିର ସଦସ୍ୟ ଭାବେ ମନୋନୀତ କରିଥିଲେ, ଯାହା ଆନୁପାତିକ ଭାବେ ଅନ୍ୟ ରାଜ୍ୟ ଠାରୁ ଅଧିକ ଥିଲା । ୧୯୩୯ ରେ ମହାତ୍ମାଗାନ୍ଧୀଙ୍କ ବିରୋଧ ସତ୍ତ୍ଵେ କଙ୍ଗ୍ରେସ ସଭାପତି ପାଇଁ ପ୍ରତିଦ୍ୱନ୍ଦିତା କରି ମହାତ୍ମାଗାନ୍ଧୀଙ୍କ ପ୍ରାର୍ଥୀ ପଟ୍ଟାଭି ସୀତାରାମେୟାଙ୍କୁ ପରାସ୍ତ କରି ନିର୍ବାଚିତ ହୋଇଥିଲେ । ମହାତ୍ମାଗାନ୍ଧୀ ଏତେ ମାତ୍ରାରେ କ୍ରୋଧିତ ହୋଇଗଲେ ଯେ ତାଙ୍କ ପାଟିରୁ ବାହାରିଗଲା " ସୀତାରାମାୟଙ୍କ ପରାଜୟ,ମୋର ପରାଜୟ" । ସେହି ନିର୍ବାଚନରେ ଓଡ଼ିଆନେତାଙ୍କ ସମର୍ଥନର ସଂଖ୍ୟା ଜାଣିଲେ ମୁଣ୍ଡରେ ହାତ ଦେବେ । ଏହା ସତ୍ତ୍ୱେ ଦ୍ବିତୀୟ ଥର କଙ୍ଗ୍ରେସ ସଭାପତି ଭାବେ ନିର୍ବାଚିତ ହେବାପରେ ପ୍ରଭୁ ଜଗନ୍ନାଥ ଙ୍କୁ ଦର୍ଶନ କରିବାକୁ ଓଡ଼ିଶା ଆସି କଟକରେ ପହଞ୍ଚି " ଯୁବ ଉତ୍କଳ ସଂଘ" ( ୟଙ୍ଗ ଉତ୍କଳ ଆସୋସିଏସନ୍) ସଭାରେ ଯୋଗଦେଇ ପୁରୀ ଆସିଥିଲେ ଏବଂ ଜଗନ୍ନାଥଙ୍କ ଦର୍ଶନ କରି ସାରି ପୁରୀ ର ଛାତ୍ର ନେତା ଗଙ୍ଗାଧର ମହାପାତ୍ରଙ୍କ ଦ୍ଵାରା ଆୟୋଜିତ ( ପୁରୀ ଜିଲ୍ଲା ସ୍କୁଲ ପଡିଆ) ସଭାରେ ପହଞ୍ଚିଲେ । ସ୍ବାଗତ ଭାଷଣ ଦେଇ ଯେତେବେଳେ ଛାତ୍ରନେତା ଗଙ୍ଗାଧର ନେତାଜୀଙ୍କୁ ଓଡ଼ିଆ ଭାଷାରେ ବକ୍ତବ୍ୟ ପ୍ରଦାନ କରିବା ପାଇଁ ଅନୁରୋଧ କଲେ ସେତେବେଳେ ହସିହସି ନେତାଜୀ କହିଥିଲେ " ଗଙ୍ଗାଧର ! ମୁଁ ଜଣେ ଓଡ଼ିଆ, ମୋତେ ବଙ୍ଗୀୟ ବୋଲି କାହିଁକି ଭାବୁଛୁ ? ଓଡ଼ିଶା ର ପାଣି ପବନରେ ମୋର କୈଶୋର ଜୀବନ କଟିଛି, ମୋର କେବଳ ନୁହେଁ ମୋ ପରିବାରର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ । ଓଡ଼ିଆ ରକ୍ତ ମୋ ଧମନୀରେ ପ୍ରବାହିତ, ଓଡ଼ିଆଙ୍କ ପଇସାରେ ବାପା ମୋତେ ପାଠ ପଢାଇଛନ୍ତି । ଓଡ଼ିଆ ନେତା ସ୍ବର୍ଗତ ପଣ୍ଡିତ ଗୋପବନ୍ଧୁ ଦାସ ଓ ମଧୁସୂଦନ ଦାସ ମୋ'ର ଆଦର୍ଶ " । ତାଳି ମାଡ଼ରେ ସଭା ପ୍ରକମ୍ପିତ ହୋଇଥିଲା । ସେଠାରୁ ପଦବ୍ରଜରେ ଚନ୍ଦନପୁର ରେ ଏକ ଜନସଭାରେ ଯୋଗଦେଇ ଓଡ଼ିଆ ଭାଷା ରେ ଏଭଳି ଚମତ୍କୃତ ଭାଷଣ ଦେଲେ ଯେ ଲଜ୍ଜିତ ଗଙ୍ଗାଧର ତାଙ୍କ ପାଦତଳେ ଲମ୍ଵହୋଇ ପଡ଼ି କ୍ଷମା ଭିକ୍ଷା କରିଥିଲେ । ପ୍ରତ୍ୟୁତର ରେ ନେତାଜୀ କହିଥିଲେ , ଗଙ୍ଗାଧର, ଏତେ କମ୍ ସମୟ ମଧ୍ୟରେ ଏଭଳି ଜନସମାଗମ କରାଇ ତୁମେ ଧନ୍ୟବାଦର ପାତ୍ର। ସଭା ସରିବା ପରେ ନେତାଜୀ ଙ୍କ ପାଇଁ ଗରମ୍ ଵରା,ପକଡି,ମଟର ଭୁଗୁନି ଖାଇବାକୁ ଦିଆଯାଇଥିଲା । ଥଟ୍ଟା ପରିହାସ କରି ନେତାଜୀ କହିଥିଲେ ଗଙ୍ଗାଧର ! ମାଛ ବେସର କେବେ ଖୁଆଇଵ ? ଓଡ଼ିଆ ଖାଦ୍ୟ ପ୍ରତି ରୁଚି ରଖୁଥିବା ନେତାଜୀଙ୍କ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ପ୍ରୀତି ଅନାଲୋଚିତ । ଏହା ପରେ ସମସ୍ତେ ଅବଗତ ଅଛେ ଯେ କେଉଁ ଭଳି ଘଟଣାଚକ୍ରରେ ନେତାଜୀ କଙ୍ଗ୍ରେସରୁ ଇସ୍ତଫା ଦେବାକୁ ଉଚିତ ମନେ କଲେ ଏବଂ ଫରଓ୍ଵାର୍ଡ ବ୍ଲକ ଗଠନ କଲେ ଓ ସେଥିରେ ସଂଗ୍ରାମୀ ଦିବାକର ପଟ୍ଟନାୟକ ରାଜ୍ୟ ସଭାପତି ରହିଲେ ଏବଂ ତାଙ୍କ ସହିତ ସେମାନେ, ଯେଉଁ ମାନଙ୍କୁ ସେ ଜାତୀୟ ନେତୃତ୍ବ ଦେଇଥିଲେ ରହିଲେ ନାହିଁ, ରହିଲେ ବିପ୍ଲବୀ ଯୁବନେତା ମାନେ, ଯଥା ପଣ୍ଡିତ ନୀଳକଣ୍ଠ ଦାସ ଙ୍କ ପୁତ୍ର ଅଶୋକ ଦାସ, ପୁରୀର ଯୁବନେତା ବିବୁଧେନ୍ଦ୍ର ମିଶ୍ର, ଗଙ୍ଗାଧର ମହାପାତ୍ର, ବଳରାମ ମହାନ୍ତି,ସୁରଜ ମଲ୍ଲ ସାହା, ବିଜୟ ପାଣି । ଏହା ମଧ୍ୟ ଜାଣିଛେ ଯେ ୧୯୪୧ ମସିହା, ଜାନୁଆରୀ ମାସ ୧୭ ତାରିଖ ବ୍ରିଟିଶ ସରକାରଙ୍କ ନଜରବନ୍ଦୀ ଥିବା ଅବସ୍ଥାରେ ଏକ ମୈ।ଲଵୀ ବେଶରେ ସେ ଅନ୍ତର୍ଦ୍ଧାନ ହୋଇଥିଲେ ଏବଂ ତାଙ୍କୁ ନେଇଥିବା ଗାଡ଼ି ଓଡ଼ିଶାର ଓ ଡ଼୍ରାଇଭର ଓଡ଼ିଆ । ୧୯୪୨ , ମାର୍ଚ୍ଚ ୨୯ ତାରିଖ ରେ ଜର୍ମାନ ରେ ହିଟଲର ଙ୍କ ସହିତ ସାକ୍ଷାତ ଆଲୋଚନା ର ସୂତ୍ରଧର ଥିଲେ ଜଣେ ଓଡ଼ିଆ । ୧୯୪୩, ଜୁନ ୧୩ ରେ ଟୋକିଓରେ କିଭଳି ପହଞ୍ଚି ଜାପାନର ପ୍ରଧାନମନ୍ତ୍ରୀ ତୋଜଙ୍କ ସହିତ ସମ୍ପର୍କ ସ୍ଥାପନ କଲେ, ତା'ର ଇତିହାସ ଜାଣିଲେ ପ୍ରତ୍ୟେକ ଓଡ଼ିଆ ଗର୍ଵ ଅନୁଭବ କରିବେ । ୧୯୪୩ ମସିହା, ଅକ୍ଟୋବର ୨୧ ତାରିଖ ରେ ସିଙ୍ଗାପୁର ଠାରେ ନେତାଜୀ ଗଠନ କଲେ ଆଜାଦ୍ ହିନ୍ଦ୍ ସରକାର । ଏହି ସରକାର କୁ ଇଟାଲୀ, ଜର୍ମାନ, ଜାପାନ ସମେତ ଦଶଟି ଦେଶ ସେହି ଦିନ ସ୍ବୀକୃତି ଦେଇଥିଲେ, ଏହାକୁ ସମ୍ଭବ କରାଇ ପାରିଥିଲେ ଜଣେ ଓଡ଼ିଆ ,ଯିଏ ନେତାଜୀ ଙ୍କ ସରକାର ଙ୍କ ସୂଚନା, ଲୋକସମ୍ପର୍କ ଓ ବୈଦେଶିକ ବିଭାଗ ଦାୟିତ୍ବ ନେଇଥିଲେ, ସେ ଥିଲେ ଗଞ୍ଜାମର ପଣ୍ଡିତ କୃଷ୍ଣଚନ୍ଦ୍ର ତ୍ରିପାଠୀ । ନେତାଜୀଙ୍କ ଯୋଜନା ଥିଲା ପ୍ରଥମେ ଓଡ଼ିଶା ବାଟ ଦେଇ ସ୍ବାଧୀନତା ସଂଗ୍ରାମ ଅଭିଯାନ ଆରମ୍ଭ କରିବେ । ସମସ୍ତ ପ୍ରସ୍ତୁତି ସରିଥିଲା, ପୂର୍ବ ସୂଚନା ଦେବା ଓ ତାରିଖ ନିର୍ଦ୍ଧାରଣ ନିମନ୍ତେ ଆଜାଦ୍ ହିନ୍ଦ୍ ଫୌଜର ଦୁଇ ଜଣ ଶିଖ ସୈନିକ ଵେଶ ବଦଳାଇ ଷ୍ଟିମର ରେ ଆସି ଗଞ୍ଜାମର ପାଲୁର ରେ ପହଞ୍ଚି ଦିବାକର ପଟ୍ଟନାୟକଙ୍କ ଘର ଖୋଜି ପହଞ୍ଚିବା ସମୟରେ ରାତି ଅଧରେ ପଡିଶା ଘର ଗଗନ ପଟ୍ଟନାୟକ ଙ୍କ କବାଟ ବାଡ଼େଇବାପରେ ସେ ଉଠି କହିଲେ କଣ ହେଲା ? ଆର ୟୁ
ଦିବାକର ପଟ୍ଟନାୟକ ? ମିଛରେ ଗଗନ ପଟ୍ଟନାୟକ ହଁ କରିବାରୁ ନେତାଜୀଙ୍କ ଦିବାକର ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ନେତାଜୀଙ୍କ ଚିଠି ତାଙ୍କୁ ଧରାଇ ଦେଇ ଥିଲେ । ଏହାକୁ ଏକ ଅପୂର୍ବ ସୁଯୋଗ ମନେକରି କିଛି ପୁରସ୍କାର ଆଶାରେ ସେ ଦୁହିଁଙ୍କୁ ଖାଇବାକୁ ଦେବାକୁ ଡାକି ଗୋଟିଏ ଘରେ ତାଲା ପକାଇ ଦେଇଥିଲେ ଗଗନ । ରାତି ରାତି ପୋଲିସରେ ଖବର ଦେଇ ଦେବାରୁ ଉକ୍ତ ଶିଖ ସୈନିକ ଦ୍ବୟ ଗିରଫ ହେଲେ ଏବଂ ଦିବାକର ପଟ୍ଟନାୟକ , ଯିଏ ସମସ୍ତ ପ୍ରସ୍ତୁତି କରି ପାଞ୍ଚ ହଜାର ଯୁବକଙ୍କୁ ତାଲିମ୍ ଦେଇ ଜଙ୍ଗଲ ରେ ଥିଲେ , ସେ କ୍ୟାମ୍ପରୁ ଗିରଫ ହେଲେ ଓ ଯୋଗାଯୋଗ ଦାୟିତ୍ଵ ରେ ଥିବା ଶ୍ରୀହର୍ଷ ମିଶ୍ର ଙ୍କୁ କଲିକତା ରୁ ଗିରଫ କରାଯାଇଥିଲା । ଏହି ଖବର ପାଇ ମର୍ମାହତ ନେତାଜୀ ବର୍ମା ରେ ଓଡ଼ିଆ ରେଜିମେଣ୍ଟ କ୍ୟାମ୍ପକୁ ଯାଇ ପଣ୍ଡିତ କୃଷ୍ଣଚନ୍ଦ୍ର ତ୍ରିପାଠୀ ଙ୍କ ଠାରୁ ଜଗନ୍ନାଥ ଜଣାଣ ଓ ତିନୋଟି ଦେଶାତ୍ମବୋଧକ ସଙ୍ଗୀତ ଶୁଣି ଆଖିରେ ଆଖିଏ ଲୁହ ରଖି ସେହି ଚଟାଣରେ ଶୋଇପଡ଼ିଲେ । କର୍ଣ୍ଣେଲ ବ୍ରଜମୋହନ ପଟ୍ଟନାୟକ, ଡାକ୍ତର ବୀର କିଶୋର ଭୂୟାଁ, ନରସିଂହ ଚରଣ ଦାସ, ରଣପୁର ମାଟିର ଶହୀଦ ଦିବାକର ପରିଡ଼ାଙ୍କ ବଡ଼ଭାଇ ଚକ୍ରଧର ପରିଡ଼ା, ନାରୀ ସେନାର ଝାନ୍ସି ରେଜିମେଣ୍ଟ ର ଅଧିନାୟିକା ଡା ଲକ୍ଷ୍ମୀ ସ୍ବାମୀନାଥନ , ଯିଏ ପରେ ସେହଗଲ ସାଙ୍ଗିଆରେ ହେଲେ ପରିଚିତା, ଉପ ଅଧିନାୟିକା ଓଡ଼ିଆ ଝିଅ ଉର୍ମିଳା , ରଜନୀ,କାନ୍ତି ପ୍ରଭୃତି ଚାରିପଟେ ଶୋକାକୁଳ ହୋଇ ଅପେକ୍ଷା କରିଥାନ୍ତି । କିଛି ସମୟପରେ ନେତାଜୀ ଉଠି ଉଚ୍ଚାରଣ କଲେ " ଜୟ ଜଗନ୍ନାଥ " । ଏଠାରେ ଉଲ୍ଲେଖଯୋଗ୍ୟ ଯେ ନେତାଜୀଙ୍କ " ନାରୀ ସେନା" ଓ ଝାନସୀ ବାହିନୀ ରେ କୋଡ଼ିଏ ହଜାରରୁ ଉର୍ଦ୍ଧ୍ଵ ନାରୀ ଯୋଗ ଦେଇଥିଲେ, ଯେଉଁ ମାନଙ୍କ ମଧ୍ୟରେ ଅନେକ ଓଡ଼ିଆ ରମଣୀ ଥିଲେ । ଏଠାରେ ପ୍ରସଙ୍ଗ କ୍ରମେ ଉଲ୍ଲେଖଯୋଗ୍ୟଯେ ଯେ ଗଞ୍ଜାମ ମାଟିର ଵୀରତ୍ବ, ଐଶ୍ୱର୍ଯ୍ୟ, ପାଣ୍ଡିତ୍ୟ ଏବଂ ସର୍ବାନ୍ତକରଣ ମାତୃଭାଷା, ମାତୃଭୂମି ପ୍ରତି ସମର୍ପିତ ମାନସିକତା ତଥା ପ୍ରଚଣ୍ଡ ସ୍ବାଭିମାନର ପରିଚୟ ଆମେ ବହୁ ପ୍ରାଚୀନ ଦଲିଲ୍ ରୁ ପାଇ ଏତେ ଗର୍ବିତ ଯେ ସ୍ବତଃ ସେ ମାଟି ମା ପ୍ରତି ମଥାପାତି ଅଜସ୍ର ମୁଣ୍ଡିଆ ମାରୁଛୁ । ସବୁଠାରୁ ବଡ଼ ବିଡମ୍ବନା ଯେ ଏହି ସବୁ ଗର୍ବିତ ଇତିହାସ ସ୍ଥାନ ପାଇନାହିଁ ଭାରତ ଅବା ଓଡ଼ିଶା ଇତିହାସରେ । ଆଜି ସେହି ବୀର ମାଟି, ସୁଜଳା ସୁଫଳ ସ୍ଵର୍ଣ୍ଣ ପ୍ରସବିନୀ ମାଟି ର ସନ୍ତାନ ସୁରଟ ସହର ରେ ଗୋତି ଖଟି କରୋନା ଭୂତାଣୁ ବୀଜାଣୁ ଆଣି ଗଞ୍ଜାମ ସମେତ ଓଡ଼ିଶାର ଜନଜୀବନ କୁ ଅସୀମ ଆତଙ୍କ ରେ ଆତଙ୍କିତ କରି ଦେଇଥିଲା ଏବେ ବହିରାଗତ ଅସାମାଜିକ ତତ୍ତ୍ବ ବୀଜାଣୁ ସଂକ୍ରମକ ଭୂମିକା ନିର୍ବାହୀ । ଫରାସୀ ବିରୋଧରେ ଘୁମୁସରର ରାଜା କୃଷ୍ଣ ଭଞ୍ଜ ଙ୍କ ବୀରତ୍ବର ଇତିହାସ ହେଉ ଅବା ୧୭୭୫ ରୁ ଦୀର୍ଘ ୪୫ ବର୍ଷ ଧରି ଶ୍ରୀକର ଭଞ୍ଜ ଙ୍କ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୋଧରେ ସଂଘର୍ଷ ର ଇତିହାସ ହେଉ , ସେହି ଦର୍ପିତ ଇତିହାସ ରହିଛି ଅଛପା । ଆମେ ପଢିଛୁ ଗଞ୍ଜାମ ଡିଷ୍ଟ୍ରକ୍ଟ ମାନୁଆଲ୍ରେ ଫରାସୀ ଜେନେରାଲ ମନ୍ତବ୍ୟ, ଯାହା ଲିପିବଦ୍ଧ " Krushna Bhanja was most powerful and a great hero " । ସେହିପରି ଦେଶପ୍ରେମୀ ସଂଗ୍ରାମୀ , ମହାନ୍ ଯୋଦ୍ଧା ଦୋହରା ବିଷୋଇଙ୍କ ଇତିହାସ ପଢିଲେ ପ୍ରତ୍ୟେକ ଓଡ଼ିଆର ଲୋମ ଟାଙ୍କୁରି ଉଠିବ । ୧୭୮୦ ମସିହାରେ ପ୍ରାଚୀନ ଘୁମୁସର ରାଜ୍ୟର ରାଜଧାନୀ କୁଲାଡ଼ଗଡ ପାଖରେ ବିଞ୍ଜିଗିରି ଗାଁ ରେ ଜନ୍ମ ଗ୍ରହଣ କରିଥିବା ଏହି ଅବର୍ଣ୍ଣନୀୟ ବୀର ଙ୍କ ଅସୀମ ସମର ପ୍ରୀତି, ଚମକପ୍ରଦ ଅସୀ ଚାଳନା, ଅବ୍ୟର୍ଥ ଶର ସନ୍ଧାନ, ମଲ୍ଲ ଯୁଦ୍ଧରେ ନିପୁଣତା ଆଦି ଯେଉଁ ଭାଷା ରେ ଉଲ୍ଲେଖ ରହିଛି, ତାକୁ ପଢିଲେ, ସମଗ୍ର ବିଶ୍ଵରେ ଏଭଳି ଜଣେ ବୀର ପୁରୁଷ ଖୋଜିଲେ ମିଳିବେ ନାହିଁ । ଗଞ୍ଜାମ ଜିଲ୍ଲାର ଅନେକ ବୀର ପୁରୁଷ ଓ ଵୀରାଙ୍ଗନାଙ୍କ ସମ୍ପର୍କରେ ନିଷ୍ଠୁର ଇତିହାସ ହୀନ ଈର୍ଷା ପ୍ରଣୋଦିତ ଚକ୍ରାନ୍ତ ରଚି ନିରବ କରାଇଦିଆଯାଇଛି । ଗୋଟିଏ ଉଦାହରଣୀୟ ତଥ୍ୟାର୍ପଣ ଏଠାରେ ଉପସ୍ଥାପନ କରାଯାଉଛି । ଉଦାହରଣ ସ୍ୱରୂପ ଲକ୍ଷ୍ମୀ ଇନ୍ଦିରା ପଣ୍ଡା, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ଝାନସୀ ରେଜିମେଣ୍ଟର ଵୀରାଙ୍ଗନା । ସ୍ବାଧୀନତା ପରେ ସେ କୁଆଡେ ଗଲେ, କେଉଁଠି ରହିଲେ, ତାଙ୍କ ବିଷୟରେ ଇତିହାସ ନିରବ ରହିଲା, କେହି ଖୋଜିଲେ ନାହିଁ । ୨୦୦୮ ମସିହାରେ ମହାନ୍ ଗବେଷକ, ଐତିହାସିକ ଅନୀଲ ଧୀର କଲିକତାର " ନେତାଜୀ ରିସର୍ଚ୍ଚ ନ୍ୟାସନାଲ ଆର୍ମୀ" ସମ୍ପର୍କରେ ଗବେଷଣା କରୁଥିବା ସମୟରେ ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ବିଷୟରେ ଜାଣି କୋରାପୁଟ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନଥି ଖେଳେଇଲେ, କିଛି ଖବର ପାଇଲେ ନାହିଁ । ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ପଚରାଉଚରା କରି ଗୋଟିଏ ଖବର ପାଇ ଜୟପୁର ଗଲେ ଓ ଦେଖିବାକୁ ପାଇଲେ ଯେ ସେ ଅନେକ ଲୋକଙ୍କ ଘରେ ବାସନ କୁସନ ମାଜଣା କରି ବହୁ କଷ୍ଟରେ ଝୁମ୍ପୁଡି ଘରେ ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି । ହାଏରେ ବିଧାତା, ନେହେରୁ ଙ୍କ ଝିଅ ପ୍ରିୟଦର୍ଶିନୀ ଇନ୍ଦିରା ଦେଶର ପ୍ରଧାନମନ୍ତ୍ରୀ, ତାଙ୍କ ପୁଅ ପ୍ରଧାନମନ୍ତ୍ରୀ, ତାଙ୍କ ପରିବାର ପାଖରେ ପୁରୁଷ ପୁରୁଷ ଧରି କ୍ଷମତା, ଅସୀମ ଅର୍ଥ, ଅର୍ଥାତ୍ ଵୀରାଙ୍ଗନା ଲକ୍ଷ୍ମୀ ଇନ୍ଦିରା ଗରିବୀ ସହ ଅକଥନୀୟ ନିର୍ଯାତନା କୁ ଉପଜିଵ୍ୟ କରି ସଂଘର୍ଷ ! ଅନୀଲ ବାବୁ ତାଙ୍କୁ ଦେଖାକରିବାକୁ ଯିବା ସମୟରେ ଉଦୁଉଦିଆ ଦ୍ୱିପ୍ରହର ବେଳେ ରୌଦ୍ର ତାପରେ ଫୁଙ୍ଗୁଳା ପିଠି ରେ ଗୋବର ପାରୁଛନ୍ତି । ଅନୀଲ ବାବୁ ତାଙ୍କ ପାଦ ଛୁଇଁ ପ୍ରଣାମ କଲାରୁ ସେ ଆଶ୍ଚର୍ଯ୍ୟଚକିତ ହୋଇଗଲେ । ସମସ୍ତ ବିଷୟ ଆଲୋଚନା କରି ତାଙ୍କୁ ଭୁବନେଶ୍ବରରେ ଆଣିବାକୁ ଚାହିଁବାରୁ ସେ ଆସିବାକୁ ରାଜି ହୋଇଗଲେ ମାତ୍ର କହିଲେ କ'ଣ ପିନ୍ଧି କରି ଯିବି ? ଅନୀଲ ବାବୁ ବଜାରକୁ ଆସି ଲୁଗା ତିନି ଖଣ୍ଡ କିଣି ଦେବାପରେ ସେ ସେଥିରୁ ଗୋଟିଏ ପିନ୍ଧି ଭୁବନେଶ୍ୱର ଆସିଲେ । ଅନୀଲ ବାବୁ ଙ୍କ ଠାରୁ ଆମେ ସମସ୍ତ ବିଷୟ ଅବଗତ ହୋଇ ସଙ୍ଗେ ସଙ୍ଗେ ଡିଏଭି, ଚନ୍ଦ୍ରଶେଖରପୁର ସ୍କୁଲର ଅଧ୍ୟକ୍ଷ ଡ଼ଃ କେଶବ ଚନ୍ଦ୍ର ଶତପଥୀଙ୍କ ସହିତ ଆଲୋଚନା କଲୁ । ସେଦିନ ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କୁ ଚାରି ହଜାର ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତା କଲାପରେ ଏବଂ ତାହା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହେବାପରେ ଆଲୋଡନ ସୃଷ୍ଟି ହୋଇଥିଲା । ଅନୀଲ ବାବୁଙ୍କ ଧାରାବାହିକ ତ୍ୟାଗ ଓ ସଂଘର୍ଷ ଫଳରେ ୨୦୦୮ ମସିହା, ଅଗଷ୍ଟ ୧୫ , ସ୍ଵାଧୀନତା ଦିବସରେ ରାଷ୍ଟ୍ରପତି ତାଙ୍କୁ ନିମନ୍ତ୍ରଣ କଲେ । ତିନି ଦିନ ପରେ ୧୮ ତାରିଖ ରେ ରାଷ୍ଟ୍ରପତି ପ୍ରତିଭା ପାଟିଲ ତାଙ୍କ ଠାରୁ ସମସ୍ତ ବିବରଣୀ ଶୁଣି କାନ୍ଦି ପକାଇଥିଲେ ଓ ନିଜର ସ୍ବତନ୍ତ୍ର କ୍ଷମତା ବଳରେ ସଙ୍ଗେ ସଙ୍ଗେ ସଂଗ୍ରାମୀ ଭତ୍ତା ମଞ୍ଜୁର କରିଥିଲେ ମାସକୁ ୩୦ ହଜାର ଟଙ୍କା । ମାସକୁ ୩୦ ହଜାର ଭତ୍ତା ପାଇବା ବଡ଼କଥା ନୁହେଁ, ଓଡ଼ିଆ ବୀରାଙ୍ଗନା ରାଷ୍ଟ୍ର ଦ୍ବାରା ସମ୍ବର୍ଦ୍ଧିତା ହେବା ଗୈାରବର କଥା, ସମଗ୍ର ଓଡ଼ିଶାବାସୀଙ୍କ ପାଇଁ ଥିଲା ସୁବାର୍ତ୍ତା । ବିଧାତାର ଚରମ ରସିକତା ଯେ ଏହି ଵୀରାଙ୍ଗନା ମାତ୍ର ଗୋଟିଏ ମାସ ର ଭତ୍ତା ପାଇ ଅକ୍ଟୋବର ୬ ତାରିଖ ଦିନ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଯଦି ଅନୀଲ ବାବୁ ନଥାନ୍ତେ, କି କିଛି କରିନଥାନ୍ତେ, ତେବେ ? ଏଭଳି ପ୍ରଶ୍ନ ଏଇତି ପାଇଁ ଉଠାଉଛୁ ଯେ ଆମ ପାଖରେ ଏଭଳି ଅନେକ ଅଭାବନୀୟ ଅପରିଣାମଦର୍ଶି ଉଦାହରଣୀୟ ଘଟଣାର ଇତିହାସ ଅଛି ଏବଂ ବ୍ୟକ୍ତିଗତ ଭାବେ ଆମେ କ୍ଷତାକ୍ତ ହୋଇଛୁ । ସେଥି ମଧ୍ୟରୁ ଏଇ ମହାନ୍ ସ୍ଵାଧୀନତା ସଂଗ୍ରାମୀ ବୀରାଙ୍ଗନା ଲକ୍ଷ୍ମୀ ଇନ୍ଦିରା ପଣ୍ଡା ଙ୍କ ସମ୍ପର୍କିତ ଏକ ଉଦାହରଣ ଦେଉଛୁ, ଯାହାର ସାକ୍ଷୀ ଅନେକ ଅଛନ୍ତି, ସିଏ ଡଃ ପ୍ରଦୀପ କୁମାର ବିଶ୍ବାଳ, ମୋହନ ସୁନ୍ଦର ଦଳ ସିଂହ ରାୟ,, ଅମରେନ୍ଦ୍ର ମହାପାତ୍ର, ବେଣୁଧର ହରିଚନ୍ଦନ, ସତ୍ୟବାଦୀ ବଳିୟାର ସିଂହ ( ମହାନ୍ ସାରସ୍ଵତ ସାଧକ ତଥା ଐତିହାସିକ), କନିଷ୍ଠ ସତ୍ୟବାଦୀ ବଳିୟାର ସିଂହ ( କଳିଙ୍ଗ ପାଇକ ସଙ୍ଗଠନ ର ଅନ୍ୟତମ ପ୍ରତିଷ୍ଠାତା), ଯୁବ ସାମ୍ବାଦିକ ସମରେନ୍ଦ୍ର ବଳିୟାର ସିଂହ ଅବା ବିଜେପି ଦଳର କୃଷକ ନେତା ସୁରଥ ବିଶ୍ବାଳ ହୁଅନ୍ତୁ । ଏହି ସମୟରେ ଆମ ଆଖିରେ ପଡ଼ିଲା ସ୍ବର୍ଗତ ଚକ୍ରଧର ମହାପାତ୍ରଙ୍କ " ଉତ୍କଳ ଗାଉଁଲି ଗୀତ" , ଏହାକୁ ପଢ଼ିବା ପରେ ତନ୍ମଧ୍ୟରୁ ସୂତ୍ର ପାଇ ସ୍ବର୍ଗତ କହ୍ନେଇ ଚମ୍ପତିରାୟ ଙ୍କ " ପାଇକ ଖେଦା" ପଢିଲୁ । ସେଥିରେ " ପାଇକ ଅଭିନନ୍ଦନ", " ପାଇକ ଦଣ୍ଡୁଆଳି", ପାଇକ କୁହାଟ ", " ହତିଆର ଜନ୍ମକଥା", " ନଳି ଜନ୍ମକଥା", " ଖଣ୍ଡା ରହସ୍ୟ", ପାଇକ ପଟୁଆର"," ପାଇକ ବେଶ"," ପାଇକ ଓଗାଳ ଓ ଫିଟାଣ" , ଆଦି ପଢ଼ିବା ପରେ ଦୃଢ଼ ନିଶ୍ଚିତ ହେଲୁ ଯେ " ଓଡ଼ିଶା ର ସଠିକ୍ ଇତିହାସ " ଏଯାବତ୍ ଲେଖା ଯାଇନାହିଁ । ଏହା ମଧ୍ୟ ମନରେ ଆସିଲା ଯେ ଯେହେତୁ ଓଡ଼ିଶାର ଇତିହାସ ଓଡ଼ିଆ ଲେଖି ନାହାନ୍ତି, ଇଂରେଜୀ ଐତିହାସିକ, ଯେଉଁ ମାନେ ଓଡ଼ିଆ ଵିଦ୍ବେଷୀ ଲେଖିଛନ୍ତି ସେହେତୁ ଏଭଳି ହୋଇଛି । କାରଣ ବିଜେତା ଯେବେ ପରାଜିତ ର ଇତିହାସ ଲେଖିବ, ସିଏ ନିଶ୍ଚିତ ଭାବରେ ନିଜକୁ ମହିମା ମଣ୍ଡିତ କରିବ ଓ ପରାଜିତ କୁ ମସୀଲିପ୍ତ କରିବ । ଅତଏବ ବ୍ରିଟିଶ ଶାସକ ମାନଙ୍କୁ ସହଯୋଗ କରିବା ପାଇଁ ସେମାନେ ୧୭୫୭, ଜୁନ ୨୨ ତାରିଖ ଦିନ ୧୨ ଟା ସମୟରେ ବିନା ଯୁଦ୍ଧ ରେ ମାତ୍ର ୩୫୦ ଇଷ୍ଟ ଇଣ୍ଡିଆ କମ୍ପାନୀ ସୈନ୍ୟ ଙ୍କ ନିକଟରେ ପଲାସି ଯୁଦ୍ଧ ରେ ଆତ୍ମ ସମର୍ପଣ କରିଥିବା ବଙ୍ଗଳା ର କେତେକ ବିଶ୍ଵସ୍ତ କର୍ମଚାରୀ ଙ୍କୁ ଆଣି ଓଡ଼ିଶାକୁ ଶାସନ କଲେ । ଅତଏବ ଆମେ ଦୃଢ଼ ନିଶ୍ଚିତ ହେଲୁ ଯେ ୧୮୫୭ ର କେତେକ ବେତନ ଭୋଗି ଆରକ୍ଷୀ କର୍ମଚାରୀ ମାନଙ୍କ ବିଦ୍ରୋହ " ସିପାହୀ ବିଦ୍ରୋହ" କୈାଣସି ସମୟରେ ଭାରତର ପ୍ରଥମ ମୁକ୍ତି ଆନ୍ଦୋଳନ ନୁହେଁ, ଏହାର ୪୦ ବର୍ଷ ପୂର୍ବରୁ ଓଡ଼ିଶା ମାଟିରେ ହୋଇଥିବା ପାଇକ ଆନ୍ଦୋଳନ , ଯାହାକୁ ଇତିହାସ "ପାଇକ ବିଦ୍ରୋହ" ନାମରେ ନାମିତ କରିଛି ( କରିବା ମଧ୍ୟ ସ୍ବାଭାବିକ, ଯେହେତୁ ବ୍ରିଟିଶ ଐତିହାସିକ ଲେଖିଛନ୍ତି , ଯେପରି ଇଂରେଜ ମାନଙ୍କ ଭାଷାରେ ଭଗତ ସିଂହ ଜଣେ ଆତଙ୍କବାଦୀ, ଆମ ଭାରତୀୟ ମାନଙ୍କ ଭାଷାରେ ଶହୀଦ ଭଗତ୍ ସିଂ) , ସେହି ଆନ୍ଦୋଳନ ହିଁ ଭାରତର ପ୍ରଥମ ମୁକ୍ତି ଆନ୍ଦୋଳନ । ଏ ସମ୍ପର୍କରେ ଆମେ ଏକ ଆଲେଖ୍ୟ ପ୍ରଗତିବାଦୀ ରେ ପ୍ରକାଶିତ କରାଇଥିଲୁ । ଏହି ସମୟରେ ଆଦିମାତା କଲୋନୀ ର ଏକ ବିଦ୍ୟାଳୟ ବାର୍ଷିକ ଉତ୍ସବ ରେ ଅତିଥି ଭାବେ ଯୋଗ ଦେଇଥିବା ଅବସରରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିବା ଏମ ସି ଏଲର ଜଣେ ବରିଷ୍ଠ ପଦାଧିକାରୀ ,ଯିଏ ସେତେବେଳେ ଜଣେ ଜନାଦୃତ ପରିବେଶବିତ୍ ତଥା ରକ୍ତଦାନ, ବୃକ୍ଷରୋପଣ ଅଭିଯାନ ର ସମର୍ପିତ କାଣ୍ଡାରୀ ଥିଲେ, ସେହି ଭଦ୍ରବ୍ୟକ୍ତି ଇଂ ଶିଶିର ନାୟକ ଙ୍କ ସହିତ ସମ୍ପର୍କ ରେ ଆସିଲୁ । ସେ ଆମର ଆଲେଖ୍ୟ ପଢି କହିଲେ ମହାନ୍ ସ୍ଵାଧୀନତା ସଂଗ୍ରାମୀ ତଥା ଅଧୁନା ୯୯ ବର୍ଷରେ ପଦାର୍ପଣ କରିଥିବା ଏବଂ ଆଗାମୀ ନଭେମ୍ବର ୨୭ ତାରିଖ ରେ ଶତାୟୁ ପୁରୁଷ ହେବାକୁ ଯାଉଥିବା ବରେଣ୍ୟ ହଟ୍ଟନାଥ ମଙ୍ଗରାଜ ଙ୍କ ଅଧ୍ୟକ୍ଷତାରେ " କଳିଙ୍ଗ ପାଇକ ସଙ୍ଗଠନ" ଗଠିତ ହୋଇଛି । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଓ କନିଷ୍ଠ ସତ୍ୟବାଦୀ ବଳିୟାର ସିଂହ, ମୋହନ ସୁନ୍ଦର ଦଳସିଂହ ରାୟ, ପ୍ରଫୁଲ୍ଲ ବାହୁଵଳେନ୍ଦ୍ର ,ସୁରଥ ବିଶ୍ବାଳ , ଅମରେନ୍ଦ୍ର ମହାପାତ୍ର, ଭୀମସେନ ପ୍ରଧାନ, ସଂଗ୍ରାମ ଜଗଦ୍ଦେବ ପ୍ରମୁଖ ଏଥିରେ ସମ୍ପୃକ୍ତ । ୨୦୧୪ ରେ କେନ୍ଦ୍ର ରେ ମୋଦି ଙ୍କ ସରକାର ରେ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମେ ମନ୍ତ୍ରୀ ହେବାପରେ ଆମେ ତାଙ୍କୁ ଆମେ ପଢୁଥିବା ଗୋପୀନାଥ ଉଚ୍ଚ ବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବକୁ ନିମନ୍ତ୍ରଣ କରିଥିଲୁ ପୁରାତନ ଛାତ୍ର ସଂଘ ର ସଭାପତି ଭାବରେ । ସେ ଆମ ନିମନ୍ତ୍ରଣ ରକ୍ଷା କରି ଆସିଥିବା ସମୟରେ ତାଙ୍କ ସହିତ ଏ ସମ୍ପର୍କରେ ଆଲୋଚନା ହେବାପରେ ସେ ଅତ୍ୟନ୍ତ ଭାବୋଦ୍ଦୀପକ ହୋଇ ଆଵେଗପୂର୍ଣ୍ଣ ଭାବରେ ଆମଠାରୁ ସମସ୍ତ ପ୍ରକାର ପ୍ରାମାଣିକ ତଥ୍ୟ ମାଗିଲେ । ସମସ୍ତ ପ୍ରାମାଣିକ ତଥ୍ୟ ଶିଶିର ନାୟକ ଯୋଗାଡ଼ କରି ହଟନାଥ ମଙ୍ଗରାଜ ଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ତାଙ୍କ ସହିତ ଆଲୋଚନା କରିଥିଲେ । ସେ ଏହାକୁ ଏକ ଆହ୍ବାନ ଭାବେ ଗ୍ରହଣ କରି ପ୍ରଧାନମନ୍ତ୍ରୀ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଙ୍କୁ ଏକ ଲମ୍ବା ଚିଠି ଲେଖିବା ସହିତ ଏକ ପ୍ରାମାଣିକ ଚିତ୍ର ସନ୍ନିବେଶିତ ସୁଦୃଶ୍ୟ ପୁସ୍ତକ ପ୍ରକାଶ କରାଇ ସମସ୍ତ ଙ୍କୁ ଦେଲେ । ପ୍ରଧାନମନ୍ତ୍ରୀ ଙ୍କ ଓଡ଼ିଶା ଗସ୍ତ ତାରିଖ ଯେତେବେଳେ ପ୍ରକାଶ ପାଇଲା , ସେତେବେଳେ ଶିଶିର ବାବୁ ଓ ବନ୍ଧୁ ଦଳସିଂହ ରାୟ ଆମକୁ କହିଲେ ଯେ ପ୍ରଧାନମନ୍ତ୍ରୀ ଙ୍କୁ ସାକ୍ଷାତ କରି ଦାବି ପତ୍ର ଦେଲେ କେମିତି ହୁଅନ୍ତା ? ଆମେ ଦୂରଭାଷରେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଏହା ଜଣାଇବା ପରେ ସେ କହିଲେ ବଢ଼ିଆ କଥା, ଆପଣ ଆଗରୁ କାହିଁକି କହିଲେ ନାହିଁ । ଅପେକ୍ଷା କରନ୍ତୁ , ମୁଁ କଥା ହୋଇ ଖବର ଦେବି । ଠିକ୍ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବାର ପୂର୍ବ ଦିନ ଫୋନ କରି କହିଲେ ଯେ ଦାବି ପତ୍ର କ'ଣ, ଆପଣ ୧୨ ଘଣ୍ଟା ଭିତରେ ପାଇକ ଆନ୍ଦୋଳନ ର ବୀର ମାନଙ୍କ ବଂଶଧର ମାନଙ୍କୁ ଭୁବନେଶ୍ୱର ଆଣାଇପାରିଵେ , ପ୍ରଧାନମନ୍ତ୍ରୀ ସେମାନଙ୍କୁ ଓଡ଼ିଶା ରାଜଭବନ ରେ ସମ୍ବର୍ଦ୍ଧିତ କରିବେ । ବୁଝି ମୋତେ ଶୀଘ୍ର କୁହନ୍ତୁ , କାରଣ ପ୍ରଧାନମନ୍ତ୍ରୀ ଙ୍କ କାର୍ଯ୍ୟକ୍ରମ ସୂଚୀ ପ୍ରସ୍ତୁତ ହେଉଛି ? ଏ ଅସମ୍ଭବ କଥା କେମିତି ସମ୍ଭବ, ଦୁଇଶହ ଵର୍ଷ ଭିତରେ କେତେ ପିଢ଼ି ଗଲେଣି, ଅସଲ ଦାୟାଦ ଆମେ କେମିତି ଜାଣିବା ? ଶିଶିର ନାୟକ କହିଲେ ଆପଣ ହଁ କରନ୍ତୁ, ଦାୟିତ୍ଵ ମୋର । ଦାୟାଦ ମାନଙ୍କୁ ନୁହେଁ, ସେମାନଙ୍କ ମାଧ୍ୟମରେ ଵୀର ପାଇକ ସଂଗ୍ରାମୀ ମାନଙ୍କୁ ରାଷ୍ଟ୍ର ସମ୍ମାନ ଦେବ, ଏଭଳି ସୁଯୋଗ ହାତଛଡ଼ା କରିବା ଅନୁଚିତ୍ । ଜୟୀ ରାଜଗୁରୁ,ବକ୍ସି ଜଗବନ୍ଧୁ, ଚାଖି ଖୁଣ୍ଟିଆ,ପିଣ୍ଡିକୀ ବାହୁବଳେନ୍ଦ୍ର, କୃତିବାସ ପାଟ୍ଟଶାଣୀ,ତାପଙ୍ଗ ଗଡର ଦଳବେହେରା, ଦୀନବନ୍ଧୁ ସାମନ୍ତରାୟ ,ଦୀନା ଓ ଲୋଚନ କନ୍ଧଙ୍କ ଠାରୁ ଶହୀଦ ଲକ୍ଷ୍ମଣ ନାୟକ, ବୀର ସୁରେନ୍ଦ୍ର ସାଏ ଙ୍କ ଠାରୁ ଲକ୍ଷ୍ମୀ ଇନ୍ଦିରା ପଣ୍ଡା ଙ୍କ ଦାୟାଦ ମାନଙ୍କୁ ଖବର ଦିଆଗଲା ଓ ଯୁଦ୍ଧ କାଳୀନ ଭିତ୍ତିରେ ଆୟୋଜନ କରାଗଲା । ଠିକ୍ ତା ପରଦିନ ସକାଳ ୯ ଟା ସମୟରେ ପ୍ରଧାନମନ୍ତ୍ରୀ ବୀର ପାଇକ ଦାୟାଦ ମାନଙ୍କୁ ସମ୍ବର୍ଦ୍ଧିତ କଲେ ଓ ଏହି ସଂଗ୍ରାମକୁ ଭାରତ ର ପ୍ରଥମ ମୁକ୍ତି ଆନ୍ଦୋଳନ ର ମାନ୍ୟତା ଦାବିରେ ଦିଆଯାଇଥିବା ଦାବିପତ୍ର ଗ୍ରହଣ କଲେ । ଏହାକୁ ପ୍ରଶଂସା କରିବା ବଦଳରେ ଲକ୍ଷ୍ମୀ ଇନ୍ଦିରା ପଣ୍ଡା ଙ୍କ ନାତିକୁ ଅପହରଣ କରାଇ ପ୍ରଚାର କରାଗଲା " ବାବୁଲା ହଜିଗଲା " । ଏବେ ଯେମିତି କରୋନା ଠାରୁ ବେରୋଜଗାରୀ, ମଧ୍ୟବିତ୍ତ ପରିବାରର ଅକଥନୀୟ ନିର୍ଯାତନା ଆଦି ସମ୍ପର୍କରେ ଆଲୋଚନା ନହୋଇ ଆଦିତ୍ୟ ହତ୍ୟା, ସୁଶାନ୍ତ ସିଂ ଆତ୍ମହତ୍ୟା, ବଚନ ପରିବାର କୁ କରୋନା ସମ୍ପର୍କରେ ଆଲୋଚନା ହେଉଛି, ଠିକ୍ ସେହିପରି ହେଲା ଓ ଆମକୁ ତୈଳ ଅର୍ଥ ହିତାଧିକାରୀ ତ କିଏ ଗେରୁଆ ହୋଇଗଲା ବୋଲି କଟୁ ଆକ୍ଷେପ କଲେ । ବାବୁଲା ମିଳିଲା, ପୂର୍ବତନ ମନ୍ତ୍ରୀ ରବି ନନ୍ଦଙ୍କ ଅସଲ ଚେହେରା ସମସ୍ତେ ଦେଖିଲେ, ପରବର୍ତ୍ତୀ ସମୟରେ ଭାରତର ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ତାଙ୍କ କାର୍ଯ୍ୟକାଳର ଶେଷ ସଭାରେ, ନୁଆ ଦିଲ୍ଲୀ ର ବିଜ୍ଞାନ ଭବନ ରେ ବଜ୍ର ନିନାଦିତ ସ୍ଵର ରେ ଘୋଷଣା କଲେ ଯେ ଓଡ଼ିଶା ରେ ୧୮୧୭ ମସିହାରେ ହୋଇଥିବା " ପାଇକ ଆନ୍ଦୋଳନ" ହିଁ ଭାରତର ପ୍ରଥମ ମୁକ୍ତି ଆନ୍ଦୋଳନ । ଏହା ପରେ କେନ୍ଦ୍ରୀୟ ଶିକ୍ଷା ପାଠ୍ୟକ୍ରମ ରେ ପରିବର୍ତ୍ତନ, ସମୁଦାୟ ୨୦୦ କୋଟି ପାଇକ ସ୍ମାରକୀ ପ୍ରତିଷ୍ଠା ପାଇଁ ବ୍ୟବସ୍ଥା, ଡ଼ାକ ଟିକଟ ଉନ୍ମୋଚିତ, ସାମରିକ କଳା ସଂସ୍କୃତି ପ୍ରତିଷ୍ଠାନ , ରାଷ୍ଟ୍ରପତି ଙ୍କ ଦ୍ଵାରା ଭୂମିପୂଜନ , ଏସମସ୍ତ ର ଶ୍ରେୟାଧିକାରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ସତ୍ୟ ପ୍ରକାଶ କରିବାରୁ ଆମକୁ ଲୋକେ ଗେରୁଆ ବିଶେଷଣ ରେ ବିଭୂଷିତ କଲେ । ଗୋଟିଏ ରୋଗ ଏବେ ଗ୍ରାସ କରିଛି , କାହାର ଭଲ କୁ ପ୍ରଶଂସା କଲାବେଳେ କୈାଣସି ଅଦୃଶ୍ୟ ଶକ୍ତି ଗଳା କୁ ଚିପି ଦେଉଛି, ମାତ୍ର କାହାର ନିନ୍ଦା କଲାବେଳେ ସେହି ଅଦୃଶ୍ୟ ଶକ୍ତି ଗଳା ମେଲା କରି ଦେଉଛି । ପ୍ରଶଂସା କାତର,ନିନ୍ଦା ପ୍ରଵର ରୋଗରେ ରୋଗାକ୍ରାନ୍ତ ମାନେ ଆମକୁ ଯେତେ ଗାଳିଗୁଲଜ କଲେ, ଯେତେ ଅପପ୍ରଚାର କଲେ ମଧ୍ୟ ଆମର ଅଭିଯାନ ଓ ସଂଘର୍ଷ ର ପଥରୋଧ କରିପାରିନାହାନ୍ତି କି କରିପାରିବେ ନାହିଁ । ଏବେ ତ ଦୁଇବର୍ଷ ଧରି ଜଣେ ଚରଣିଆ ଅହଙ୍କାରୀ ଆମକୁ ମୁଖ ପୁସ୍ତକ ରେ ମିଥ୍ୟାରୋପ କରି ଗାଳି ବର୍ଷଣ କରିଆସୁଛି ଏବଂ ନିଜେ ନିଜର ଅଭିଯୋଗ କୁ ପ୍ରତ୍ୟାହାର କରୁଛି ।
ଅତଏବ ଆମେ ଯଦି ଏହି ଐତିହାସିକ ପାଇକ ଆନ୍ଦୋଳନ ର ଗର୍ଭାନୁଶୀଳନ କରିବା ତେବେ ମୂଳ ଶ୍ରେୟ ନିଶ୍ଚିତ ଗଞ୍ଜାମ କୁ ଯିବ । ଛପା ଇତିହାସ ର ଏକ ଅଛପା ସତ୍ୟ ଏଠାରେ ଉପସ୍ଥାପିତ ପ୍ରାମାଣିକ ଦଲିଲ୍ ସହ । ଜମିଜମା ଖତିଆନ ରେ ଭୀମପୁର ଦଳବେହେରା ପାଇଥିବା ଆଠ ବାଟି ଦଶମାଣ ଅର୍ଥାତ୍ ୭୬ ଏକର ଅନୁଗୃହୀତ ଜାଗିରିର ଇତିହାସ କୁ ଅନୁଧ୍ୟାନ କଲେ ହିଁ ଛପା ଇତିହାସ ର ଚଞ୍ଚକତା ଧରାପଡିଯିବ । ୧୮୧୭ ମସିହା, ମାର୍ଚ୍ଚ ମାସ ୨୯ ତାରିଖ ରେ ଭଞ୍ଜଭୂମି ଘୁମୁସର ରୁ ଇଂରେଜ ବିରୋଧରେ ଯୁଦ୍ଧ କରି ଦିନା କନ୍ଧ ଓ ଲୋଚନ କନ୍ଧ ଙ୍କ ନେତୃତ୍ବରେ ଆଦିବାସୀ ବାହିନୀ ବାଣପୁର ଠାରେ ପହଞ୍ଚିଥିଲେ । ଏମାନଙ୍କ ସହିତ ଯୁଦ୍ଧରେ ହାରି ଫିରିଙ୍ଗି ବାହିନୀ ଛତ୍ରଭଙ୍ଗ ଦେଇଥିଲେ । ଘଣ୍ଟଶିଳା ଗିରି ଶିଖରରେ ବାଜି ଉଠିଲା ଘଣ୍ଟା । ହଜାର ହଜାର ପାଇକ ସେନା ଯୋଗଦେଲେ, ଛତ୍ରଭଙ୍ଗ ଫିରିଙ୍ଗି ସେନା କୁ ବିତାଡିତ କରି ଦିନା କନ୍ଧ ଓ ଲୋଚନ କନ୍ଧ ଙ୍କ ନେତୃତ୍ବରେ ଆଦିବାସୀ ବାହିନୀ ବାଣପୁର ରେ ପହଞ୍ଚିଲେ ଏବଂ ଏହା ଦେଖି ପାଇକ ବୀର କୃତିବାସ ପାଟ୍ଟଶାଣୀ ଙ୍କ ମନୋବଳ ବୃଦ୍ଧି ପାଇଲା । ବାଣପୁର ପଲଟଣ ପଡ଼ିଆରେ କୃତିବାସ ଙ୍କ ନେତୃତ୍ବରେ ପାଇକ ସେନା ସହିତ ଶହୀଦ ଦିନା ଓ ଲୋଚନ କନ୍ଧ ଙ୍କ ସେନା ର ମିଳିତ ଦୃଶ୍ୟ ଦେଖି ଫିରିଙ୍ଗି ସେନା ଛତ୍ରଭଙ୍ଗ ଦେବା ପୂର୍ବରୁ ସେନା ଛାଉଣୀ ଉପରେ ଅତର୍କିତ ଆକ୍ରମଣ କରିଦେଲେ ମିଳିତ ବାହିନୀ । ତିନି ଶହରୁ ଉର୍ଦ୍ଧ୍ବ ଗୋରା ଫଉଜ ଏଥିରେ ନିହତ ହୋଇଥିଲେ ଏବଂ ଅସ୍ତ୍ରାଗାର ଖଜଣାଖାନା କୁ ଦଖଲକୁ ନେଲେ । ଫିରିଙ୍ଗି ସେନା ଛତ୍ରଭଙ୍ଗ ଦେବା ପରେ ବାଣପୁର ସ୍ବାଧୀନ ଘୋଷଣା କରି ପଞ୍ଚୁ ନାୟକ କୁ ରାଜା ଘୋଷଣା କରି ଚିଲିକା କୂଳ ଆଡେ ମାଡ଼ି ଚାଲିଲେ, ଛତ୍ରଭଙ୍ଗ ଦେଲେ ଫିରିଙ୍ଗି ସେନା, ଏହା ପରେ ସେନା ମାଡିଚାଲିଲା ଖୋର୍ଦ୍ଧା ଅଭିମୁଖେ । ଏପଟେ ବକ୍ସି ଜଗବନ୍ଧୁ ଙ୍କ ନେତୃତ୍ବରେ ପାଇକ ସେନା ଏହି ଅଭିଯାନ ରେ ଯୋଗଦେଲେ । ଇଂରେଜ ହଟାଅ ଅଭିଯାନ ଟି ପାଇକ ସଂଗ୍ରାମ ରେ ପରିଣତ ହେଲା । ଖବର ପାଇ ଖୋର୍ଦ୍ଧା ରୁ ଫିରିଙ୍ଗି ସେନା ଭୟରେ ଛତ୍ରଭଙ୍ଗ ଦେଇ ଖୋର୍ଦ୍ଧା ରୁ ପଳାଇଗଲେ । ପାଇକ ବୀର ମାନେ ଖୋର୍ଦ୍ଧା ର ସମସ୍ତ ଫିରିଙ୍ଗି ସରକାରୀ କୋଠାବାଡ଼ି ଧ୍ବଂସ କରିଦେଲେ , ରାଜ କର୍ମଚାରୀ ମାନେ କାର୍ଯ୍ୟାଳୟ ଛାଡ଼ି ଲୁଚିଲେ । ଚରମ ବିଶ୍ବାସଘାତକ ଚରଣ ପଟ୍ଟନାୟକ କୁ ପାଇକ ବୀର ଗୋପାଳ ଛୋଟରାୟ ହତ୍ୟା କଲେ । ସଂଗ୍ରାମ ପ୍ରବଳ ଆକାର ଧାରଣ କଲା । ୫ ହଜାର ରୁ ଉର୍ଦ୍ଧ୍ବ ବୋଲି ଐତିହାସିକ ରାଖଲ ଦାସ ବାନାର୍ଜୀ ଯାହା ଲେଖିଛନ୍ତି, ତାହା ଭୁଲ୍, ଏଥିରେ ୨୦ ହଜାର ପାଇକ ସେନା ଖୋର୍ଦ୍ଧା ଦଖଲ କରି ସାରି ପୁରୀ ଅଭିମୁଖେ ଅଭିଯାନ ଆରମ୍ଭ କଲେ । ବାଟରେ ସେମାନଙ୍କୁ ଗଙ୍ଗପଡା ଠାରେ ଫିରିଙ୍ଗି ଲେପ୍ଟନାଣ୍ଟ ଫାରିସ୍ ଓ ଲେପ୍ଟନାଣ୍ଟ ଫ୍ରିକାସ ଙ୍କ ନେତୃତ୍ବରେ ଦୁଇ ପଟୁ ବ୍ରିଟିଶ ସୈନିକ ଯୁଦ୍ଧ କରି ପରାସ୍ତ ହୋଇ ଛତ୍ରଭଙ୍ଗ ଦେଲେ, ଲେପ୍ଟନାଣ୍ଟ ଫାରିସଙ୍କୁ ପିଣ୍ଡିକି ବାହୁବଳେନ୍ଦ୍ର ସମ୍ମୁଖ ଯୁଦ୍ଧ ରେ ବନ୍ଧୁକ ବନାମ ତଲଵାର ଯୁଦ୍ଧ ରେ ହତ୍ୟା କଲେ । ପାଇକ ବାହିନୀ ସେଠାରୁ ତାପଙ୍ଗ ଦେଇ କଣାସ ରେ ପହଞ୍ଚିଥିଲେ ଏବଂ ଦୟାନଦୀ କୂଳରେ ଦୋକନ୍ଦା ମେଳଣ ପଡିଆ ଠାରେ ଅପେକ୍ଷାରତ କଣାସ ଅଞ୍ଚଳ ର ପାଇକମାନେ ଯୋଗଦେବା ପରେ ଏହା ଏକ ବିଶାଳ ପାଇକ ସେନା ରେ ପରିଣତ ହୋଇଥିଲା । ବକ୍ସି ଘୋଡ଼ା ଉପରେ ଠିଆ ହୋଇ ପାଇକମାନଙ୍କୁ ସମ୍ବୋଧିତ କରି ଓଡ଼ିଶାର ବିଭିନ୍ନ ରାଜା, ଜମିଦାର ମାନଙ୍କୁ ଇଂରେଜ ହଟାଓ ଅଭିଯାନ ରେ ଯୋଗ ଦେବାକୁ ନିବେଦନ କଲେ ଏବଂ କଣାସ ଶିବିର ରୁ ବିଭିନ୍ନ ରାଜାଙ୍କ ପାଖକୁ ଦୂତ ପଠାଇଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତର କୈାଣସି ସ୍ଥାନରେ ଅବା ଇତିହାସ ର କେଉଁଠି ଲେଖା ଯାଇନାହିଁ, ଯାହା ବ୍ରିଟେନ ର ସବୁଠାରୁ ପୁରୁଣା ପୋର୍ଟ ଗ୍ରୀନ ଉଇଚ ପୋର୍ଟ ର ଗ୍ରୀନ ଉଇଚ ପୋର୍ଟ ମ୍ୟୁଜିୟମ ରେ ଏକ ସୁଦୃଶ୍ୟ ଫଳକ ରେ ଲେଖାଯାଇଛି ଯେ ଭାରତର ପୂର୍ବ ପ୍ରାନ୍ତରେ ହୋଇଥିବା " ପାଇକ ବିଦ୍ରୋହ କୁ ଦମନ କରାଯାଇନଥିଲେ, ପାଇକମାନଙ୍କ ଦାନ୍ତ ଭାଙ୍ଗିଦିଆଯାଇନଥିଲେ ଭାରତରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଶାସନ କରିବା ସମ୍ଭବ ହୋଇନଥାନ୍ତା । ଏପରିକି ସେତେବେଳେ ଫିରିଙ୍ଗି ସେନା ର ନେତୃତ୍ବ ନେଇଥିବା ଓଲ୍ଡଫୟାର ଏହା ସ୍ବୀକାର ପୂର୍ବକ ଫଳକ ସେଠାରେ ସ୍ଥାନ ପାଇଛି । ଫଟୋ ଉଠାଇବା ସେଠାରେ ମନା ଥିବାରୁ ମୋହନ ସୁନ୍ଦର ଦଳସିଂହ ରାୟ ଯାହା ଲେଖା ଯାଇଛି, ତାକୁ ଟିପି ଆଣି ଆମକୁ ଦେଇଛନ୍ତି । ଅନେକ ଗୁରୁତ୍ତ୍ୱପୂର୍ଣ ତଥ୍ୟ ସଂଗ୍ରହ ହୋଇଛି , ଏପରିକି ଏଭଳି ତଥ୍ୟ ଆମର ହସ୍ତଗତ ହୋଇଛି, ତାହାର ପ୍ରାମାଣିକ ତଥ୍ୟ ଏଠାରେ ଉପସ୍ଥାପନ କଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ, ଆପଣ ଙ୍କ ଲୋମ ଟାଙ୍କୁରି ଉଠିବ , ବିଶ୍ବ ଇତିହାସ ପରିବର୍ତ୍ତନ ହେବାକୁ ବାଧ୍ୟ ହେବ । ଆମେ ନିଜେ ଏକ ଭୟଙ୍କର ତୃଟି କରିଛୁ । ଆମର ଇଂରାଜୀ ଭାଷା ରେ ଏତେ ଗଭୀରତା ନଥିବାରୁ ଅତି ସତର୍କତାର ସହିତ ଜଣେ ଇଂରାଜୀ ଭାଷାରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିବା ପ୍ରଶାସକଙ୍କୁ ଓଡ଼ିଆରେ ଅନୁବାଦ କରିବାକୁ ଦେଇଥିଲୁ, ତିନି ମାସ ପରେ ଆଜି ଯେତେବେଳେ ପଚାରିଲୁ, ସେ ମହାଶୟ କହିଲେ, ମୁଁ କୋଉଠି ରଖି ଦେଇଛି, ପାଉନାହିଁ । ଖୋଜୁଛି, ମିଳିଲେ ଆପଣଙ୍କୁ ଦେଇଆସିବି । ଏକ ଭୟଙ୍କର ବିଶ୍ବାସଘାତକତା ର ଆମେ ଶିକାର ହେଲୁ । ଏଠାରେ ଉଲ୍ଲେଖ କରୁଛୁ ଯେ ଅନେକ ମାଟି ପ୍ରାଣ, ଇତିହାସ ପ୍ରାଣ ମାନଙ୍କ ପରାମର୍ଶ କୁ ଆଦେଶ ଭାବେ ଗ୍ରହଣ କରି ଆଜି ଠାରୁ " ଛପା ଇତିହାସ ର ଅଛପା ସତ୍ୟ" ଶୀର୍ଷକ ରେ ଲେଖା ପ୍ରକାଶ ପାଇବ ।
କଳା ଭୂମି ମହୋତ୍ସବ -୯
( ପୂର୍ବ ଆଲୋଚନା ପରେ)
ଏଠାରେ ପ୍ରସଙ୍ଗ କ୍ରମେ ଉଲ୍ଲେଖଯୋଗ୍ୟ ଯେ ଆଜକୁ ଠିକ୍ ୧୩୦୭ ବର୍ଷ ତଳେ ଖ୍ରୀ:୭୧୭ରେ " ଜ୍ଞାନସିଦ୍ଧି" ପୋଥିର ପ୍ରାରମ୍ଭରେ ମଙ୍ଗଳାଚରଣରେ ଉଲ୍ଲେଖ ଅଛି-;
" ପ୍ରଣିପତ୍ୟ ଜଗନ୍ନାଥଂ ସର୍ବଜିନବରାର୍ଚିତମ୍
ସର୍ବବୁଦ୍ଧମୟଂ ସିଦ୍ଧିଵ୍ୟାପିନଂ ଗଗୋନପମମ୍ "। ଏହାର
ମର୍ମାର୍ଥ ହେଲା ଶ୍ରୀଜଗନ୍ନାଥଙ୍କୁ ସର୍ବଵୁଦ୍ଧମୟ ଓ ଗଗୋନପମ ଅର୍ଥାତ୍ ଶୂନ୍ୟସ୍ଵରୂପ ଭାବେ ବର୍ଣ୍ଣନା କରାଯାଇଛି ।ଆମେ ପୁରାଣ ଶାସ୍ତ୍ରରେ ପଢ଼ି ଆସିଅଛେ ଯେ ଭଗବାନଙ୍କ ଅବତାର ହେଉଛି ଅସଂଖ୍ୟ । କେତେକ ପଣ୍ଡିତ କହିଆସିଛନ୍ତି ଯେ ଦଶାବତାର । ଆମ ମତରେ ପୂର୍ବଜ ମ଼ହାନ ପଣ୍ଡିତ ମାନେ ବୋଧେ ଗୋଟିଏ ଶଦ୍ଦ ଉହ୍ୟ କରିଦେଇଛନ୍ତି , ତାହା ହେଉଛି ଅସଂଖ୍ୟ ଅବତାର ମଧ୍ୟରେ ଦଶଟି ପ୍ରଧାନ ଅବତାର । ଏହି ଦଶାବତାର ବର୍ଣ୍ଣନା ,"ମତ୍ସା କୁର୍ମୋ ବରାହଶ୍ଚ ନରସିଂହୋ ବାମନଃରାମୋ ରାମଶ୍ଚ ରାମଶ୍ଚ ବୁଦ୍ଧଃ କଳ୍ପୀ ଚ ତେ ଦଶ ।।"
ଅର୍ଥାତ୍ ମତ୍ସ୍ୟ,କୁର୍ମ,ବରାହ, ନୃସିଂହ, ବାମନ,ରାମ( ପର୍ଶୁରାମ), ରାମ ( ରାମଚନ୍ଦ୍ର),ରାମ (ବଳରାମ), ବୁଦ୍ଧ ଓ କଳକୀ ହେଉଛନ୍ତି ପ୍ରଧାନ ଦଶାବତାର । ଏଠାରେ ଆମର "ସୁବାର୍ତ୍ତା"ଗୁଣ ମୁଗ୍ଧ ପାଠକ ବନ୍ଧୁ ବର୍ଗ ନିଶ୍ଚିତ ଭାବରେ ଆମର ପୂର୍ବପୁରୁଷଙ୍କ ଉପରେ ଟିପ୍ପଣୀର ଔଦ୍ଧତ୍ୟ ଆକ୍ଷେପ କରିବାର ସମ୍ଭାବନା ଥିବାରୁ ଏଠାରେ ଭାଗବତର ପ୍ରଥମ ସ୍କନ୍ଧ, ତୃତୀୟ ଅଧ୍ୟାୟରେ ୨୨ ଅବତାର ଉଲ୍ଲେଖିତ ଥିବା ସମୟରେ, ସେହି ଭାଗବତର ଦ୍ବିତୀୟ ସ୍କନ୍ଧ ସପ୍ତମ ଅଧ୍ୟାୟରେ ୨୪ ଅବତାର ଉଲ୍ଲେଖିତ ତଥ୍ୟାର୍ପଣ କରିବା ସହିତ ଆମର ଧୃଷ୍ଟତା ସମ୍ପର୍କରେ ସୂଚନା ଦେଉଛୁ । ଏହି ୨୪ ଅବତାର ରୂପେ ଉଲ୍ଲେଖିତ ୧- ବରାହ,୨- ସୁଯଜ୍ଞ,୩- କପିଳ,୪- ଦତ୍ତାତ୍ରେୟ,୫- ଚତୁଃସନ ୬-ନରନାରାୟଣ ୭-ଭଗବତ ୮- ପୃଥୁ ୯-ଋଷଭ ୧୦- ହୟଗ୍ରୀବ ୧୧- ମତ୍ସ୍ୟ ୧୨- କୂର୍ମ ୧୩ - ନୃସିଂହ ୧୪- ହରି ୧୫- ଵାମନ ୧୬ - ହଂସ ୧୭- ମନୁଵଂଶଜ ୧୮-ଧନ୍ବନ୍ତରୀ ୧୯-ପର୍ଶୁରାମ ୨୦- ରାମ ୨୧- ଶ୍ରୀକୃଷ୍ଣ ୨୨- ଵ୍ୟାସ ୨୩ -ବୁଦ୍ଧ ,୨୪ - କଳ୍କୀ।
ଆମେ ଅସଂଖ୍ୟ ଅବତାର ଉଲ୍ଲେଖ କରିବାର ଅନ୍ୟ ଏକ କାରଣ ହେଲା ସେହି ଭାଗବତ ର ଦଶମ ସ୍କନ୍ଧ ୪୦ ଅଧ୍ୟାୟର " ଅକ୍ରୁର ସ୍ତୁତି " ରେ ମଧ୍ୟ ଆହୁରି ଅନେକ ଅବତାର ନାମ ଉଲ୍ଲେଖ ଅଛି , ଯଥା ଯେପରି ହୟଶୀର୍ଷ,ମଧୁକୈଟଭାରି, ଶୂକର ଇତ୍ୟାଦି । ଏଠାରେ ଏହା ଉଲ୍ଲେଖ କରିବାର କାରଣ ହେଲା, ସ୍ଵାଧୀନତା ପରେ ଯେଭଳି ଗବେଷଣା ହେବାକଥା, ତାହା ହୋଇନାହିଁ । ଏଥି ପୂର୍ବରୁ ବିଗତ କିଛି ଦିନ ତଳେ ,୯ ଜୁଲାଇ ରେ ଏକ ଉପସ୍ଥାପନ ରେ ଆମେ ଦୃଢ଼ ଭାବରେ ଉଲ୍ଲେଖ କରିଥିଲୁ ଯେ ସମଗ୍ର ବିଶ୍ଵରେ ଓଡ଼ିଶା ହେଉଛି ପ୍ରାଚୀନ ଗ୍ରନ୍ଥ ମାନଙ୍କର ଗନ୍ତାଘର । ଆମେ ଏହା ମଧ୍ୟ ଭଲଭାବରେ ଜାଣୁ ଯେ ଏଭଳି ଉପସ୍ଥାପନର ପାଠକ ସଂଖ୍ୟା ଖୁବ୍ କମ୍ କ'ଣ, ଅତି ସ୍ଵଳ୍ପ । ଅଧିକାଂଶ ସ୍ବାର୍ଥର ଚଷମା, ଈର୍ଷାର ଟୋପି ପିନ୍ଧି " ଭିକାରି ସଂସ୍କୃତି" ର ଉପାସକ,ପ୍ରଚାରକ, ହିତାଧିକାରୀ । ଅବିକଳ ଭାବେ ପୁନଃ ତାହା ଉଲ୍ଲେଖ କରୁଛୁ, ଏହାର କାରଣ ମଧ୍ୟ ଆଲେଖ୍ୟ ଉପସଂହାରରେ ଉଲ୍ଲେଖ କରିବୁ । "ଆମର ଏକ ଉପସ୍ଥାପନାରେ ମତାମତ ଦେବା ସହିତ ଏହି ତଥ୍ୟର ନକଲ ନୁହେଁ, ମୂଳର ସ୍ଥିର ଚିତ୍ର ଉପସ୍ଥାପନ ପାଇଁ ଆଶା ପୋଷଣ କରିଛନ୍ତି ଜଣେ ବନ୍ଧୁ , ଯାହା ଆମ ପକ୍ଷେ ଅସମ୍ଭବ । ଏହାର କାରଣ ତାହା ଯେ ଆଉ ମିଳିବ,ଭାବି ହେଉନାହିଁ । ଏହା ନିର୍ଵିବାଦୀୟ ସତ୍ୟ ଯେ ଓଡ଼ିଶା ହିଁ ସମଗ୍ର ବିଶ୍ଵରେ ପ୍ରାଚୀନ ଗ୍ରନ୍ଥ ମାନଙ୍କର ଗନ୍ତାଘର , ମାତ୍ର ପ୍ରମାଣ କରିବାକୁ ଆମେ ଅସମର୍ଥ । ସମୟ ଥିଲା ପ୍ରତ୍ୟେକ ଓଡ଼ିଆଙ୍କ ଘରେ ଅମୂଲ୍ୟ ତାଳପତ୍ର ପୋଥି ଥିଲା । ଏପରିକି ଅଖ୍ୟାତ ପୁରପଲ୍ଲୀରେ ଅନେକ ଶାସ୍ତ୍ରୀୟ ରତ୍ନ ଲୁକ୍କାୟିତ ଭାବେ ପୂଜା ପାଉଥିଲେ ଖଟୁଳିରେ । ସ୍ଵାଧୀନତା ପରେ ରାଜର୍ଷୀ ନବକୃଷ୍ଣ ଚୌଧୁରୀଙ୍କ ସରକାର ଏହାର ଉଦ୍ଧାର କରିବା ପାଇଁ ନିଷ୍ପତ୍ତି ନେଇଥିଲେ, ମାତ୍ର ଅଣ ଓଡ଼ିଆଙ୍କ କର୍ତ୍ତୁତ୍ଵରେ ଥିବା ଅମଲାତନ୍ତ୍ରର ଶିଥିଳତା ଏ ଦିଗରେ କୈାଣସି ପଦକ୍ଷେପ ନେଇନଥିଲେ । ୧୯୫୬ ମସିହାରେ ଭାରତ ସରକାର ଯେଉଁ ସଂସ୍କୃତ କମିଶନ ବସାଇଥିଲେ, ସେମାନେ ଓଡ଼ିଶାର କିଛି ଅଞ୍ଚଳ ବୁଲି ଅନୁସନ୍ଧାନ କଲେ । ଯେଉଁ ଅଣ ଓଡ଼ିଆ କେନ୍ଦ୍ର ସରକାରୀ କର୍ମଚାରୀ ଅନୁସନ୍ଧାନ କରୁଥିଲେ, ସେମାନେ ଯାହା ପାଇଲେ, ତାହାକୁ କେନ୍ଦ୍ର କାର୍ଯ୍ୟାଳୟରେ ଦାଖଲ ନକରି ଲକ୍ଷଲକ୍ଷ ଟଙ୍କାରେ ଜର୍ମାନୀ ପୋଥି ବେପାରୀଙ୍କୁ ଦେଇଦେଲେ, ଆମ ସରକାର ନିଜ ଚଉକି ସୁରକ୍ଷା ଯୋଜନାରେ କୂଟ କପଟ କରୁଥିବା ବେଳେ ଓଡ଼ିଶାରୁ ଅନେକ ଅମୂଲ୍ୟ ସମ୍ପଦ ଲୁଟ୍ ହୋଇଗଲା । ଏଠାରେ ଏକ ଗୁରୁତ୍ୱପୂର୍ଣ୍ଣ ଉଦାହରଣ ଦେଉଛୁ । ୧୯୫୬ ମସିହାରେ କଲିକତା ସଂସ୍କୃତ ମହାବିଦ୍ୟାଳୟର ଗବେଷଣା ବିଭାଗର ଵେଦାଧ୍ୟାପକ ପଣ୍ଡିତ ଦୁର୍ଗାମୋହନ ଭଟ୍ଟାଚାର୍ଯ୍ୟ ମହାଶୟ ମୟୂରଭଞ୍ଜର ସୀମାନ୍ତ ଅଞ୍ଚଳରୁ ଅଥର୍ବ ବେଦର ପ୍ରଧାନତମ ଶାଖାର ମୂଳ ଗ୍ରନ୍ଥ" ପୈପପାଳାଦ ସଂହିତା" ଉଦ୍ଧାର କରି ଅନ୍ୟ ମାନଙ୍କ ଭଳି ବିକି ନଦେଇ ନିଜ ପାଖରେ ରଖିଲେ ଏବଂ ୮ ବର୍ଷ ପରେ ୧୯୬୪ ରେ ବୋଧେ ମା ସରସ୍ବତୀ ତାଙ୍କ କଣ୍ଠରେ ବସିଲେ, ପ୍ରକାଶ କରିଥିଲେ ଯେ "ବିଶ୍ବ ମାନବ ସମାଜକୁ ଓଡ଼ିଶାର ମହନୀୟ ଅବଦାନ " ଚିର ସ୍ମରଣୀୟ । ଇଂରାଜୀ ଓ ବଙ୍ଗଳା ଦୈନିକ ଖବର କାଗଜର ପ୍ରଥମ ପୃଷ୍ଠାରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହାର ପ୍ରଭାବ ମଧ୍ୟ ଓଡ଼ିଶା ସରକାର କିମ୍ବା ଓଡ଼ିଆ ବୁଦ୍ଧିଜିବୀଙ୍କ ଉପରେ ପଡ଼ିଲା ନାହିଁ । ଏ ସମ୍ପର୍କରେ କେବଳ ଏକ ସମୀକ୍ଷା ଆଧାରିତ କ୍ଷୁଦ୍ର ଆଲେଖ୍ୟ ଲେଖିଥିଲେ କବି ସଚ୍ଚି ରାଉତରାୟ । ୧୯୨୫ ମସିହା, ନଭେମ୍ବର ୫ ତାରିଖ "ଫରଓ୍ବାର୍ଡ " ଖବର କାଗଜରେ ପ୍ରକାଶ ପାଇଥିଲା ଯେ ଓଡ଼ିଶାରୁ ଦୁଇଟି ପୋଥି ବୋଝେଇ ଜାହାଜ କୁ ଜବତ କରାଯାଇଛି ଏବଂ ଏହି ପୋଥିକୁ ଉଦ୍ଧାର କରାଯାଇ ହାଇଦ୍ରାବାଦ ନିଜାମଙ୍କ ରାଜ୍ୟର ପଥର ଘାଟିରେ ଜଣେ ଜାଗିରଦାର ସୟଦ ମହମ୍ମଦ ହୁସେନଙ୍କ ଗ୍ରନ୍ଥାଗାର ରେ ଜଉମୁଦ ଦିଆଯାଇ ରଖାଯାଇଛି, ଏହାକୁ କିଣି ନେବାକୁ ଜଣେ ଜର୍ମାନୀ ଚକ୍ରାନ୍ତ ଚଳାଇଛନ୍ତି । ଏହି ସମ୍ବାଦ ପ୍ରକାଶିତ ହେବା ପରେ ମଧ୍ୟ ଓଡ଼ିଶାରେ ଓଡ଼ିଆଙ୍କ ଉପରେ କିଛି ପ୍ରଭାବ ପଡ଼ିଲା ନାହିଁ । କେବଳ ମହାନ୍ ସ୍ଵାଧୀନତା ସଂଗ୍ରାମୀ ତଥା ବିଶ୍ବ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଅତ୍ୟନ୍ତ ଘନିଷ୍ଠ, ବହୁମୁଖି ପ୍ରତିଭାଦୀପ୍ତ ଜନନେତା, ଐତିହାସିକ ଜଗବନ୍ଧୁ ସିଂହଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ଏବଂ ଏହା ସେ ତାଙ୍କର " ପ୍ରାଚୀନ ଉତ୍କଳ" ପୁସ୍ତକରେ ( ୧୭୬ ପୃଷ୍ଠା) ରେ ଉଲ୍ଲେଖିତ କରିଥିଲେ । ସ୍ବତନ୍ତ୍ର ପ୍ରଦେଶ ଗଠନର ୮୭ ବର୍ଷ ଅତିକ୍ରାନ୍ତ , ଏସମ୍ପର୍କିତ ଆଲୋଚନା ଟିଏ ମଧ୍ୟ ହେଲାନାହିଁ । ଆଉ କ'ଣ ସେହି ଓଡ଼ିଆ ଜାତିର ଅମୂଲ୍ୟ ସମ୍ପଦ ସମୂହ ମାନ୍ୟବର ଉଇ ମାନଙ୍କ ଖାଦ୍ୟ ନହୋଇ ଥିବ ଯେ ମିଳିବ ? ମହାତ୍ମା ଜଗବନ୍ଧୁଙ୍କ ଭାଷାରେ ଲିଖିତ ତଥ୍ୟ ପଢିଲେ ଯେ କୌଣସି ଓଡ଼ିଆ ଭିତରେ ଏକ ଅକଳ୍ପନୀୟ ଗର୍ବବୋଧ ସୃଷ୍ଟି ହେବ । ଆମର ପୂର୍ବପୁରୁଷ କେତେ ପ୍ରଜ୍ଞାଦୀପ୍ତ ଥିଲେ । ସେମାନଙ୍କ ପ୍ରଜ୍ଞାନକୁ ଉପଜିଵ୍ୟ କରି ଅନେକ ଦେଶ ଆଜି ସମୃଦ୍ଧଶୀଳ ଏବଂ ଦର୍ଶନ ର ଅନ୍ତୁଡିଶାଳ ଆଜି ଅବକ୍ଷୟୀ, ବୀର ମାନଙ୍କ ଧୀର ଦାୟାଦ ଆଜି ଛତର କୁ କୁହେ ଅଧିକାର ଏବଂ ଶିକ୍ଷିତ ଦାୟାଦମାନେ ସାମାନ୍ୟ ପ୍ରଲୋଭନ ରେ ଉତ୍କଳ ଜନନୀ ଙ୍କ ଗର୍ଭବିଦାରଣକରି ବିଦେଶୀଙ୍କ ଭଣ୍ଡାର ଶ୍ରୀବୃଦ୍ଧି କରିଚାଲିଛନ୍ତି । ଏଥିରେ ଉଲ୍ଲେଖ ଅଛି ଯେ ହଜାର ହଜାର ବର୍ଷ ତଳେ ସେମାନେ ତାରବିହୀନ ବର୍ତ୍ତମାନ ସମୟର ଟେଲିଗ୍ରାଫ ପ୍ରସ୍ତୁତ କରୁଥିଲେ । ଦୁଇ ଖଣ୍ଡ ପଥର ଦ୍ଵାରା ସହସ୍ର କ୍ରୋଶ ଦୂରରେ ଥାଇ ସମ୍ବାଦ ଦେଇ ଓ ପାଇ ପାରୁଥିଲେ । ଯେ ରଙ୍ଗର ଇଛା ସେ ରଙ୍ଗର କପା ଫୁଟେଇ ପାରୁଥିଲେ । ମାଟି ତଳେ କି କି ଧନରତ୍ନ ଅଛି ତାହା ଜାଣିବାର ଉପାୟ ଜାଣିଥିଲେ । ଏକ ଆଶ୍ଚର୍ଯ୍ୟ ଦର୍ପଣ ତିଆରି କୈାଶଳ ଜାଣିଥିଲେ, ଯେଉଁଥିରେ ସମୁଦ୍ର ଉପରେ ଧରି ତଳେ କ'ଣ ଅଛି ତାହା ଜାଣିବା ସହିତ ଦୁଇ ଶହ ମାଇଲ୍ ଦୂରରେ କ'ଣ ଅଛି ତାହା ଦେଖି ପାରୁଥିଲେ । ବଡ଼ ବଡ଼ ପାହାଡ଼କୁ ସମତଳ କରିବାର ଉପାୟ ଯେମିତି ଜାଣିଥିଲେ ସେମିତି ତଳୁ ଉପରକୁ ଉଠେଇ ଆଣିବା ର ଉପାୟ ବି ଜାଣିଥିଲେ । ଏପରିକି ବିନା ଉତ୍ତାପ ରେ ଧାତୁ ତରଳାଇବାର ଉପାୟ ବି ଜାଣିଥିଲେ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଅଛି ଯେ ସେମାନେ ହଜାର ଵର୍ଷ ରୁ ଉର୍ଦ୍ଧ୍ବ ସମୟ ଜଳକୁ ଗରମ ରଖିବାର ଉପାୟ ଜାଣିଥିଲେ । ଆଗ୍ରା ଦୂର୍ଗ ମଧ୍ୟରେ ଏହି ସୂତ୍ର ଆଧାରରେ ଓଡିଆ କାରିଗର ମାନେ ଏକ ଉଷ୍ଣ ଜଳାଶୟ କରିଥିଲେ । ବ୍ରିଟିଶ ଇଂଜିନିୟର ମାନେ ଏହା କିପରି ହେଲା ବୋଲି ଅନୁସନ୍ଧାନ କରୁକରୁ ଭାଙ୍ଗିଗଲା ଯେ ଆଉ ସେମାନେ କରିପାରିଲେ ନାହିଁ ।" ୧୮୫୪ ରେ ହୁଇଟ୍ନେ ( Whitney) ଙ୍କ ଦ୍ଵାରା ଲିଖିତ ତଥ୍ୟାର୍ପଣ ମଧ୍ୟ ଆମକୁ ପ୍ରେରିତ କରିପାରିଲା ନାହିଁ । ସେ ଯାହାହେଉ ପୁନଃ ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଯେ କିମ୍ବଦନ୍ତୀ ତଥା ପୌରାଣିକ ଆଖ୍ୟାୟିକା ଅନୁଯାୟୀ, ଜାରା ଶବର ଶରରେ ପ୍ରାଣ ଛାଡ଼ିଲେ ଦ୍ୱାରକାଧିପତି ଶ୍ରୀକୃଷ୍ଣ । ଶେଷତମ ଆତ୍ମୀୟ ଭାବରେ ପାଣ୍ଡବଗଣ ସଖା ଶ୍ରୀକୃଷ୍ଣଙ୍କ ଶରୀରକୁ ଦାହ କରିବା ପାଇଁ ଚେଷ୍ଟାକରି ବିଫଳ ହେଲେ, କାରଣ ଅଗ୍ନିର ଦାହିକା ଶକ୍ତି ନିକଟରେ ପୂର୍ଣ୍ଣବ୍ରହ୍ମ ସ୍ୱରୂପ ଶ୍ରୀକୃଷ୍ଣଙ୍କ ଶରୀରକୁ ପଞ୍ଚଭୂତରେ ବିଲୀନ କରିବାର ସାମର୍ଥ୍ୟ ନ ଥିଲା । ଶୂନ୍ୟବାଣୀ ହେଲା- କୃଷ୍ଣଙ୍କର ନାଭିକମଳ ଅଗ୍ନିରେ ଭସ୍ମ ହେବନାହିଁ, ତୁମେମାନେ ତାହାକୁ ମହୋଦଧିରେ ବିସର୍ଜନ କରିଦିଅ ପାଣ୍ଡବମାନେ ତାହାହିଁ କଲେ।ଶ୍ରୀକୃଷ୍ଣଙ୍କର ଅର୍ଦ୍ଧଦଗ୍ଧ ପିଣ୍ଡ ଦାରୁରୂପରେ ବାଙ୍କୀ ମୁହାଣରେ ଆବିର୍ଭାବ ହେଲା । ସମୁଦ୍ରରେ ଭାସୁଥିବା ସେହି ଦାରୁକୁ ଆଣି ରାଜା ଇନ୍ଦ୍ରଦ୍ୟୁମ୍ନ ଶ୍ରୀଗୁଣ୍ଡିଚା ମନ୍ଦିରରେ ରଖିଥିଲେ । ସ୍ୱୟଂ ମହାପ୍ରଭୁ ଜଣେ ବୃଦ୍ଧ ବେଶରେ ଆସି ସେହି ଦାରୁରେ ମୂର୍ତ୍ତି ପ୍ରସ୍ତୁତ କଲେ। ସର୍ତ୍ତ ଥିଲା ମୂର୍ତ୍ତି ସମ୍ପୂର୍ଣ୍ଣ ନହେବା ଯାଏ ଦ୍ୱାର ଖୋଲାଯିବ ନାହିଁ । ମାତ୍ର ପନ୍ଦର ଦିନ ପରେ ଦ୍ୱାର ଖୋଲାଗଲା ମୂର୍ତ୍ତିନିର୍ମାଣ କରୁଥିବା ବୃଦ୍ଧ ଉଭାନ ହୋଇଗଲେ । କେବଳ ଅଧାଗଢା ମୂର୍ତ୍ତି ରହିଗଲା ଅଧାଗଢ଼ା ମୂର୍ତ୍ତିକୁ ଶ୍ରୀମନ୍ଦିରରେ ପ୍ରତିଷ୍ଠା କରାଗଲା । ସେହି ସମୟରେ ମହାପ୍ରଭୁ କହିଥିଲେ : ହେ ରାଜା, ବର୍ଷକୁ ଥରେ ଜନ୍ମଭୂମିକୁ ଆଣିବ। ସେଥିପାଇଁ ଶ୍ରୀଜୀଉମାନେ ଗୁଣ୍ଡିଚାଘରକୁ ବୁଲି ଯାଆନ୍ତି ଓ ବାହୁଡ଼ନ୍ତି।ବିଶେଷ ଭାବେ ବ୍ରହ୍ମ ପୁରାଣ, ନାରଦ ପୁରାଣ, ନୀଳାଦ୍ରି ମହୋଦୟ, କପିଳ ସଂହିତା, ଜଗନ୍ନାଥ ପୁରାଣ, ଯାତ୍ରା ଭାଗବତ, ପଦ୍ମ ପୁରାଣ, ଚୈତନ୍ୟ ଚରିତାମୃତ, ବାମଦେବ ସଂହିତା, ଶାରଦା ପୁରାଣ ପ୍ରଭୃତି ଉଲ୍ଲେଖଯୋଗ୍ୟ। ଶ୍ରୀମନ୍ଦିରରେ ପାଳିତ ମୁଖ୍ୟ ଯାତ୍ରା ମଧ୍ୟରେ ରଥଯାତ୍ରା ଅନ୍ୟତମ । ପ୍ରସିଦ୍ଧ ଦ୍ୱାଦଶ ଯାତ୍ରା ସମ୍ବନ୍ଧରେ ଯେଉଁ ଶ୍ଳୋକଟି ସର୍ବ ମୁଖ ନିଃସୃତ, ତାହା ହେଉଛି "ମଞ୍ଚ ସ୍ନାନଂ ରଥବରଗତିଃ ଶାୟନଂ ଚାୟନେ ଦ୍ୱେ ପାର୍ଶ୍ୱ ବୃତ୍ତିଃ ଶୟନ ନିବୃତ୍ତି ପାବୃତ୍ତୈ ପୁଷ୍ୟପୂଜା,ଦୋଳଯାତ୍ରା ଦମନକମହୋତାକ୍ଷ ପୂଜା ତୃତୀୟା
ଚୈକଂ ଯାତ୍ରା ବିଧନିଗଦିତା ଦ୍ୱାଦଶୈତା ନରେନ୍ଦ୍ର " ।ମହାପ୍ରଭୁମାନଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ଶ୍ରୀଗୁଣ୍ଡିଚା ଯାତ୍ରା ବା ମହାବେଦୀ ମହୋତ୍ସବ ହିଁ ଶ୍ରେଷ୍ଠ ବୋଲି ସ୍କନ୍ଧ ପୁରାଣର ପୁରୁଷୋତ୍ତମ ମାହାତ୍ମ୍ୟରେ କୁହାଯାଇଛି। ଏପରିକି ଏହି ମହାବେଦୀ ମହୋତ୍ସବକୁ ନିର୍ମଳ ମନରେ ଯେଉଁ ଭକ୍ତ ଦର୍ଶନ କରେ ତାର ଶତକୋଟି ଜନ୍ମର ପାପରାଶି କ୍ଷଣକେ ନଷ୍ଟ ହୁଏ। ଶ୍ରୀଜଗନ୍ନାଥଙ୍କର ଉତ୍ସବମୁଖର ଏହି ଗୁଣ୍ଡିଚା ଯାତ୍ରା କେବଳ ଓଡ଼ିଶା କାହିକିଁ ବିଶ୍ୱର ଏକ ସହସ୍ର ଅଶ୍ୱମେଧ ଯଜ୍ଞର ଫଳ ମିଳିଥାଏ ବୋଲି ବିଶ୍ୱାସ କରାଯାଏ । ତେଣୁ ପୁରାଣମାନଙ୍କରେ କୁହାଯାଇଛି - ଶ୍ରୀମନ୍ଦିରରେ ଦଶବର୍ଷ ଦର୍ଶନ କଲେ ଯାହା ଫଳ ମିଳେ ଗୁଣ୍ଡିଚା ମନ୍ଦିରରେ ଏକ ଦିବସ ଦର୍ଶନରେ ସେତିକି ଫଳ ଲାଭ ହୁଏ। ସେହିପରି ସ୍କନ୍ଧ ପୁରାଣ ଅନ୍ତର୍ଗତ ଉତ୍କଳ ଖଣ୍ଡର ୩୩ଶ ଅଧ୍ୟାୟଠାରୁ ୩୫ଶ ଅଧ୍ୟାୟ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରରେ ପାଳିତ ମହାପ୍ରଭୁମାନଙ୍କ ରଥଯାତ୍ରାର ସବିଶେଷ ବିବରଣି ରହିଛି। ନିମ୍ନରେ ସେହି ବିବରଣୀର ସାରମର୍ମ ଉଲ୍ଲେଖ କରାଯାଇଛି - ବୈଶାଖ ଶୁକ୍ଳ ତୃତୀୟା ରୋହିଣୀ ନକ୍ଷତ୍ର ଦିନ ରାଜା ସଂକଳ୍ପ କରିବେ। ଆଚାର୍ଯ୍ୟ ବରଣ କରିବେ । କାର୍ଯ୍ୟଦକ୍ଷ ଅବିଦିତ ଜଣେ ବା ତିନିଜଣ ସୂତ୍ରଧରଙ୍କୁ ବନକୁ ଯିବାପାଇଁ ବସନ, ଭୂଷଣ ଦେଇ ବରଣ କରିବେ। ଯେଉଁ ବନରେ ଅତ୍ୟୁତ୍ତମ ତରୁ ବିଦ୍ୟାମାନ ସେଠାକୁ ଯାଇ ରାଜା ମନ୍ତ୍ର ଉଚ୍ଚାରଣ କରି ଅଗ୍ନି ସ୍ଥାପନ କରିବେ। ଆଜ୍ୟଧାରଯୁକ୍ତ ଅଷ୍ଟୋତ୍ତର ଶତ ଆହୁତି ଦେବେ। ପ୍ରତି ବୃକ୍ଷ ମୂଳରେ ଆଜ୍ୟଧାରା ଦେବେ। ଦିଗପାଳମାନଙ୍କୁ ଯଥାବିଧି ବଳି ଦେବେ। କ୍ଷେତ୍ରପାଳମାନଙ୍କୁ ପଶୁବଳି ଦେବେ। ବୃକ୍ଷର ପ୍ରୀତି ପାଇଁ ଶ୍ହେ ଦୁଗ୍ଧାନ୍ନ ଆହୁତି ଦେବେ । ଆଚାର୍ଯ୍ୟ ପତଗଧ୍ୱଜ ଭଗବାନଙ୍କୁ ଧ୍ୟାନକରି କୁଠାରଧରି ମନ୍ତ୍ର ଉଚ୍ଚାରଣ କରି ବୃକ୍ଷର ମୂଳକୁ ଅଳ୍ପ ଅଳ୍ପ କରି କାଟିବେ। ସେଠାରେ ମଙ୍ଗଳଧ୍ୱନି କରାଇବେ । ସୂତ୍ରଧରଙ୍କୁ ଗଛକାଟି କାର୍ଯ୍ୟରେ ନିଯୁକ୍ତ କରି ଆଚାର୍ଯ୍ୟ ସ୍ୱଗୃହକୁ ଫେରିବେ । ଯଦି ରଥ ନିର୍ମାଣ ଉପଯୁକ୍ତ ସ୍ୱଗୃହ ନିକଟରେ ମିଳିବ ତାହା ହେଲେ ବିଧାନ ଅନୁସାରେ କାଷ୍ଠ ସଂସ୍କାର କରିବେ । ପୁନଃ ଏହି ପୁରାଣ ଅନୁସାରେ ଜଗନ୍ନାଥଙ୍କ ରଥ ଚକ ସଂଖ୍ୟା ୧୬ (ଷୋହଳ), ବେଦୀ ଉପରୁ ରଥର ଉଚ୍ଚତା ୨୩ (ତେଇଶି) ହାତ, ଚାରୋଟି ତୋରଣ ହେବ । ଗରୁଡଧ୍ୱଜ ରକ୍ତ ଚନ୍ଦନ କାଠରେ ହେବ। ବଳଦେବଙ୍କ ରଥର ୧୪ (ଚଉଦ)ଟି ଚକ, ବେଦୀ ଉପରୁ ରଥର ଉଚ୍ଚତା ୨୨ (ବାଇଶ) ହାତ। ସୁଭଦ୍ରା ଦେବୀଙ୍କ ରଥର ଚକ ସଂଖ୍ୟା ୧୨(ବାର), ବେଦୀ ଉପରୁ ଉଚ୍ଚତା ୨୧ (ଏକୋଇଶ) ହାତ। ଏହି ରଥଯାତ୍ରାକୁ ନବଦିନାତ୍ମକ ଯାତ୍ରା କୁହାଯାଏ। ଏହାର ତିନୋଟି ଅଙ୍ଗ । ପ୍ରଥମ ଅଙ୍ଗ -ପୂର୍ବ ଯାତ୍ରା, ଦ୍ୱିତୀୟ ଯାତ୍ରା- ଗୁଣ୍ଡିଚା ମଣ୍ଡପରେ ଅବସ୍ଥାନ ବା ଆଡ଼ପ, ତୃତୀୟ ଅଙ୍ଗ- ବାହୁଡା ଯାତ୍ରା।
ଠାକୁରମାନେ ଗୁଣ୍ଡିଚା ମଣ୍ଡପ ଉପରେ ଥିବା ସମୟରେ ବନ ଜାଗରଣ ବ୍ରତ ପାଳନ କଲେ ମହାପୁଣ୍ୟ ହୁଏ। ଶୁକ୍ଳ ଦ୍ୱିତୀୟା ଦିନ ଇନ୍ଦ୍ରଦ୍ୟୁମ୍ନ ସରୋବରରେ ସ୍ନାନକରି ନୃସିଂହଙ୍କଠାରେ ସଂକଳ୍ପ ବ୍ରତ ଆରମ୍ଭ କଲେ ମହାପୂଣ୍ୟ ହୋଇଥାଏ। ଏହାକୁ ମହାବେଦୀ ମହୋତ୍ସବ ବ୍ରତ କୁହାଯାଏ। ଅଷ୍ଟମ ଦିବସରେ ବ୍ରତ ଶେଷ ହୁଏ। ମହାବେଦୀରେ ଶ୍ରୀଜଗନ୍ନାଥଙ୍କ ଅବସ୍ଥିତିକୁ ମହାବେଦୀ ଯୋଗ କୁହାଯାଏ । ଏହା ଅତି ପବିତ୍ର ସମୟ । ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥି, ମଘା ନକ୍ଷତ୍ର, ଜଗନ୍ନାଥଙ୍କ ମହା ସମାଗମ ଏ ତିନି ମହାବେଦୀ ଯୋଗର ତ୍ରିପାଦ ସ୍ୱରୂପ। ଏହା ସହିତ ଇନ୍ଦ୍ରଦ୍ୟୁମ୍ନ ସରୋବର ମିଳିତ ହେଲେ ଚତୁସ୍ପାଦ ଯୋଗ ହୁଏ। ଏହା ପୂର୍ଣ୍ଣଯୋଗ ଏବଂ ପିତୃମାନଙ୍କର ମୁକ୍ତିପଦ।
ସେହିପରି ମଧ୍ୟ ନୀଳାଦ୍ରି ମହୋଦୟର ବର୍ଣ୍ଣନା ଅନୁଯାୟୀ ମହାପ୍ରଭୁଙ୍କ ଆବିର୍ଭାବ ପରେ ତାଙ୍କ ପାଇଁ ରାଜା ଇନ୍ଦ୍ରଦ୍ୟୁମ୍ନ ମନ୍ଦିର ନିର୍ମାଣ କରିଥିଲେ । ସେହି ମନ୍ଦିରକୁ ପ୍ରଜପିତା ବ୍ରହ୍ମାଙ୍କଦ୍ୱାରା ପ୍ରତିଷ୍ଠା କରିବା ପାଇଁ ବ୍ରହ୍ମଲୋକ ଯାଇଥିଲେ । ସେଠାରୁ ବ୍ରହ୍ମାଙ୍କୁ ନେଇ ଆସିଥିଲେ । ବ୍ରହ୍ମା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସହ ଶଙ୍ଖନିଧି ଓ ପଦ୍ମନିଧିଙ୍କୁ ପଠାଇଥିଲେ । ନାରଦ ଏବଂ ଅନ୍ୟ ଦୁଇ ଦେବଦୂତଙ୍କ ସହ ଇନ୍ଦ୍ରଦ୍ୟୁମ୍ନ ଶ୍ରୀକ୍ଷେତ୍ରରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ପଣି ରଥ ନିର୍ମାଣ କରାଯାଇଥିଲା । ନାରଦଙ୍କ ନିର୍ଦ୍ଦେଶ ମତେ ଶଙ୍ଖନିଧି ଓ ପଦ୍ମନିଧି ରଥ ନିର୍ମାଣ ଆରମ୍ଭ କରିଥିଲେ । ସେଥିପାଇଁ ମନ୍ଦିର ପଶ୍ଚିମ ଦିଗରେ ଯେଉଁଠି ସଂସାରର ଆନନ୍ଦବର୍ଦ୍ଧକ ମହାପ୍ରଭୁ ଲୋକନାଥ ବିରାଜମାନ କରିଛନ୍ତି,ସେଠାରେ ଶଙ୍ଖନିଧି ଓ ପଦ୍ମନିଧି ଗୋଟିଏ ସ୍ୱର୍ଣ୍ଣପୁରୀ ନିର୍ମାଣ କରିଥିଲେ । ସେହିଠାରେ ଦୁଇ ସ୍ୱର୍ଗଦୂତ ରଥ ନିର୍ମାଣ ଆରମ୍ଭ କରିଥିଲେ । ନୀଳାଦ୍ରି ମହୋଦୟର ୫ମ ଅଧ୍ୟାୟ ୨୯ ଶ୍ଳୋକରେ ଉଲ୍ଲେଖ ରହିଛି "ସମ୍ଭାରାନ ରୁଚିରାନ କୃତ୍ୱା ରଥତ୍ରୟମତଃ ପରମ୍ , ନାନାଳଙ୍କାର ସଂଯୁକ୍ତଂ ଦିବ୍ୟାମ୍ବର ସୁମଣ୍ଡିତମ୍", ଯାହାର ମର୍ମାର୍ଥ ହେଲା ସ୍ୱର୍ଣ୍ଣପୁରୀରେ ଦେବଦୂତ ଦ୍ୱୟ ନାନା ରୁଚିର ଅଳଙ୍କାର ମାନ ସଂଯୁକ୍ତ କରି ରଥ ତିନୋଟି ନିର୍ମାଣ କରିଥିଲେ ।ନାରଦ କହିବା ଅନୁସାରେ ସେହିରଥ ତିନୋଟିକୁ ସୁନ୍ଦର ଓ ନରମ ବସ୍ତ୍ରଦ୍ୱାରା ସଜାଇଥିଲେ । ସେଥିରେ ନାନା ରତ୍ନ ଏବଂ ସ୍ୱର୍ଣ୍ଣ ଅଳଙ୍କାର ମାନ ଲଗାଇଥିଲେ ।
"ନିର୍ମମେ ନାରଦୋକ୍ତୋ ତଚ୍ଚକ୍ରୈଃ ସଂଯୁକ୍ତମାୟସୈଃ ,ନାନାରତ୍ନସମୁଲ୍ଲାସଂ ହୈମଂ ଚାରୁତରଂ ଦ୍ୱିଜାଃ" ।
ରଥର ଚକ ଗୁଡ଼ିକ ଲୁହାରେ ତିଆରି କରିଥିଲେ । ରଥଚକର ଅରଗୁଡ଼ିକ ସୁନାରେତିଆରି କରିଥିଲେ । ସୁନା ଚକ ବେଶ ଆକର୍ଷକ ଥିଲା । ରଥ କେବଳ ରତ୍ନ ଏବଂ ସ୍ୱର୍ଣ୍ଣ ଅଳଙ୍କାର ମାନ ଲଗାଯାଇନଥିଲା , ଏହାର ଚାରିପଟେ ବିଭିନ୍ନ ଅବତାର ମାନଙ୍କରେ ପ୍ରକଟିତ ହୋଇଥିବା ଭଗବାନଙ୍କର ଲୀଳା ଚିତ୍ରିତ କରାଇ ଚଳନ୍ତି ପ୍ରତିମା ତିଆରି ହୋଇଥିଲା । ସେଗୁଡିକୁ ପାର୍ଶ୍ୱ ଦେବାଦେବୀ ଭାବେ ସଂଯୋଗ କରି ସାରଥି ବସାଇଥିଲେ । ସୁନାରେ ଘୋଡ଼ା ନିର୍ମାଣ କରି ରଥରେ ସଂଯୋଗ କଲେ । ଦେଖିଲା ମାତ୍ରକେ ଦର୍ପ ପ୍ରକାଶ କରୁଥିବା ସମୁଜ୍ଜ୍ୱଳ ଆକୃତିର ଦୁଇଟି ନିଧି ସେହି ରଥରେ ମଣ୍ଡିତ କଲେ । ତିନି ଲୋକ ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳରେ ସୁଖ ବୃଦ୍ଧି କରିପାରୁଥିବା ଭଳି ତିନୋଟି ଆଶ୍ଚର୍ଯ୍ୟଜନକ ରଥ ପ୍ରସ୍ତୁତ କରାଯାଇଥିଲା । ସେଥିମଧ୍ୟରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ହେଉଛି "ଗରୁଡ ଧ୍ୱଜ" ,
ଜଗତଜନନୀ ମା' ସୁଭଦ୍ରାଙ୍କ ସୁବର୍ଣ୍ଣମୟ ରଥର ନାମ "ପଦ୍ମ ଧ୍ୱଜ" ,ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କ ରଥର ନାମ "ତାଳ ଧ୍ୱଜ"
ରଥ ତିନୋଟି ନିର୍ମାଣ ହେବ ପରେ ତାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସେଥିରେ ତୋରଣ ଓ ବିଭିନ୍ନ ଧାରଣର ପତାକା ସଂଯୋଗ କରାଯାଇଥିଲା । ନାନା ଶୁଭଗୁଣରେ ଅନ୍ୱିତ, ନବଜଳଧର ପରି ସୁନ୍ଦର ସମସ୍ତଙ୍କ ଦର୍ଶନାନନ୍ଦଦାୟୀ ଅତି ସୁସଜ୍ଜିତ ତିନି ରଥକୁ ଦେଖି ସମସ୍ତେ ଚକିତ ହୋଇଥିଲେ । ଏହା ପରେ ରଥ ତିନୋଟିକୁ ବିଧିବଦ୍ଧ ଭାବେ ପ୍ରତିଷ୍ଠା କରାଯାଇଥିଲା । ଏହା ପରେ ଆରମ୍ଭ ହୋଇଥିଲା ଚତୁର୍ଦ୍ଧାବିଗ୍ରହଙ୍କ ରଥଯାତ୍ରା । କ୍ରମଶଃ
କଳା ଭୂମି ମହୋତ୍ସବ -୮
( ପୂର୍ବ ଆଲୋଚନା ପରେ)
ଆଷାଢ଼ ଶୁକ୍ଳପକ୍ଷ, ଦ୍ୱିତୀୟା ତିଥିରେ ରଥଯାତ୍ରା, ଯାହା ଘୋଷଯାତ୍ରା, ଶ୍ରୀଗୁଣ୍ଡିଚା ଯାତ୍ରା ,ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଉତ୍ତରାଭିମୁଖୀ ଯାତ୍ରା, ନବଦିନାତ୍ମିକା ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ , ତାହା କେଉଁ ଅନାଦି ଅନନ୍ତ କାଳରୁ ହୋଇ ଆସୁଛି । ପୁରାଣ ଶାସ୍ତ୍ର ରେ ଏହାର ଅଷ୍ଟାଙ୍ଗ ବିଧି ଯଥା ସ୍ନାନ ଉତ୍ସବ, ଅନବସର, ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ, ଶ୍ରୀଗୁଣ୍ଡିଚା, ହେରାପଞ୍ଚମୀ, ଆଡ଼ପ ପର୍ବ, ବାହୁଡ଼ା ଯାତ୍ରା ଓ ନୀଳାଦ୍ରି ବିଜେ । ପୁନଶ୍ଚ ରଥଯାତ୍ରା ୫ ଭାଗରେ ବିଭକ୍ତ, ଯଥା ଅନ୍ତର୍ବେଦୀ, ମହାବେଦୀ ମହୋତ୍ସବ, ଆଡ଼ପ ଉତ୍ସବ, ଦକ୍ଷିଣାମୁଖୀ ଉତ୍ସବ ଓ ନୀଳାଦ୍ରି ବିଜେ । ଏହାକୁ ଗୁଣ୍ଡିଚା ପଞ୍ଚକ ବୋଲି ଉଲ୍ଲେଖ ରହିଛି । ଏଯାବତ ଆମର ଗବେଷକ ମାନେ ରଥଯାତ୍ରାର ଆଦ୍ୟ ପାଳନ ପରିଚୟ ସଠିକ୍ ଭାବେ ପାଇ ନାହାଁନ୍ତି ସତ୍ୟ ମାତ୍ର,ରଥଯାତ୍ରା ଯେ ବହୁ ପ୍ରାଚୀନ ବୋଲି ଗବେଷକମାନେ କିନ୍ତୁ ମତ ପ୍ରଦାନ କରିଛନ୍ତି । ଋଗ ଵେଦ ଓ ଅଥର୍ବ ବେଦ ଇତ୍ୟାଦିରେ ରଥ ଶବ୍ଦର ପ୍ରୟୋଗ ଦେଖାଯାଏ । ପରବର୍ତ୍ତୀ କାଳରେ ଶତପଥ ବ୍ରାହ୍ମଣ ଗ୍ରନ୍ଥରେ ମଧ୍ୟ ଏହାର ଆଭାସ ମିଳିଥାଏ । ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାଦ୍ଦୀରୁ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାଦ୍ଦୀ ମଧ୍ୟରେ ଖୋଦିତ ହୋଇଥିବା କେତେକ ପ୍ରାଚୀନ ଭାସ୍କର୍ଯ୍ୟକୁ ଅନୁଧ୍ୟାନ କଲେ ସୂର୍ଯ୍ୟଙ୍କ ରଥଯାତ୍ରାର ସମ୍ୟକ୍ ନିଦର୍ଶନ ମିଳିଥାଏ । ତେଣୁ ସୂର୍ଯ୍ୟଙ୍କ ରଥଯାତ୍ରାର ପରବର୍ତ୍ତୀ ପରିକଳ୍ପନା ହେଉଛି ପୁରୁଷୋତ୍ତମ କ୍ଷେତ୍ରସ୍ଥ ମହାପ୍ରଭୁଙ୍କ ରଥଯାତ୍ରା। ଏସମ୍ପର୍କରେ ନାନା ପଣ୍ଡିତ ଙ୍କ ନାନା ମତ ନ୍ୟାୟରେ ଲୀଳାମୟ ଙ୍କ ଅପାର ଅନନ୍ତ ଲୀଳାର ବିନ୍ଦୁଟିଏ ମଧ୍ୟ ପାଇଁ ନାହାନ୍ତି ଗବେଷକ ବର୍ଗ।
କେତେକ ଗବେଷକ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବୌଦ୍ଧ ପରମ୍ପରାରୁ ସୃଷ୍ଟି ହୋଇଛି ବୋଲି ଅନୁମାନ କରନ୍ତି । କାରଣ ଖ୍ରୀଷ୍ଟୀୟ ପଞ୍ଚମ ଶତାଦ୍ଦୀର ପ୍ରାରମ୍ଭରେ ଚୀନ ପରିବ୍ରାଜକ ଫାହିୟାନ୍ ଖୋଟାନରେ ଅନୁଷ୍ଠିତ ରଥଯାତ୍ରାର ଯେଉଁ ବିବରଣୀ ଲିପିବଦ୍ଧ କରିଛନ୍ତି, ତାହା ଆଜିସୁଦ୍ଧା ପ୍ରଚଳିତ ଜଗନ୍ନାଥଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ସହ ମେଳ ଖାଉଛି । ନିକଟରେ ଏକ ଦୃଶ୍ୟ -ଶ୍ରାବ୍ୟ ଗଣମାଧ୍ୟମ ଆଲୋଚନାରେ ଆମ ସହିତ ଥିବା ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡଃ ହରିହର କାନୁନଗୋଙ୍କ ଭାଷାରେ ଜଗନ୍ନାଥଙ୍କ ରଥଯାତ୍ରା ଏକ ବୌଦ୍ଧ ଅନୁଷ୍ଠାନ । ସିଂହଳରେ ଯେଉଁ ରଥଯାତ୍ରା ପାଳିତ ହୁଏ, ସେଥିରେ ବୁଦ୍ଧଙ୍କ ଦନ୍ତକୁ ବୈଶାଖ ଶୁକ୍ଳ ତ୍ରୟୋଦଶୀ ଦିନ ବାହାର କରି ହାତୀ ଉପରେ ଥୋଇ ମହା ସମାରୋହରେ ଶୋଭାଯାତ୍ରାରେ ନିଆଯାଏ ଓ ନଗରର ରାଜମାର୍ଗ ମାନ ବୁଲାଇ ସେହି ଦନ୍ତକୁ ଶେଷରେ ଏକ ମଣ୍ଡପରେ ସ୍ଥାପନ କରାହୁଏ। ସେଠାରେ ଛଅଦିନ ରହିବା ପରେ ପୁଣି ଦନ୍ତ ମନ୍ଦିରକୁ ଫେରି ଆସେ । ପୁରୀରେ ଆଷାଢ଼ ଶୁକ୍ଳ ଦ୍ୱିତୀୟା ଦିନ ଜଗନ୍ନାଥ ମହାପ୍ରଭୁ କାଷ୍ଠ ନିର୍ମିତ ରଥରେ ବାହାରି ଶୀକ୍ଷେତ୍ରର ବଡ଼ଦାଣ୍ଡ ଅତିକ୍ରମ କରି ଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚନ୍ତି ଏବଂ ସେଠାରେ ୭ଦିନ ରହି ପୁଣି ଶୁକ୍ଳ ଦଶମୀ ଦିନ ଶ୍ରୀମନ୍ଦିରରକୁ ବାହୁଡା ବିଜେରେ ଫେରିଥାନ୍ତି । ପୁରାତତ୍ତ୍ୱବିତ ରାଜେନ୍ଦ୍ର ଲାଲ ମିତ୍ରଙ୍କ ମତନୁଯାୟୀ ପୁରୀର ରଥଯାତ୍ରା ବୁଦ୍ଧଦେବଙ୍କ ଜନ୍ମୋତ୍ସବ ପାଳନର ସ୍ମୃତି ମାତ୍ର। ଷୋଡ଼ଶ ଶତାଦ୍ଦୀରେ ରଚିତ ମାଦଳା ପାଞ୍ଜିରେ ପୁରୀ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ବର୍ଣ୍ଣନା ଦେଖିବାକୁ ମିଳେ । ଏଥିରେ ଉଲ୍ଲେଖ ଅଛି ଯେ, ବୀର ନରସିଂହ ଦେବ ରାଜା ରାଜ୍ୟ କଲେ। ଏ ରାଜା ବାଙ୍କୀ ମୁହାଣ ପୋତାଇଲେ । ଛଅ ରଥ ହେଉଥିଲା, ରାଜା ତାହା ପୋତାଇ ତିନି ରଥ କରାଇଲେ । ଗୁଣ୍ଡିଚା ଘର ଦେଉଳ କାଠ ମଣ୍ଡପ ହୋଇଥିଲା, ତାହା ପଥର ମଣ୍ଡପ କଲେ , ଏ ଦୁଇ ପାଖେ ବଳଗଣ୍ଡି କଲେ । କେହି ଜଣେ ଗବେଷକ ଲାଙ୍ଗୁଳା ନରସିଂହ ଦେବଙ୍କ ପରବର୍ତ୍ତୀ ରାଜା ଭାନୁଦେବଙ୍କ (ଖ୍ରୀ.ଅ ୧୨୬୪-୧୨୭୮)ଙ୍କ ସମୟରେ ଛଅ ରଥ ପରିବର୍ତ୍ତେ ତିନି ରଥ ହେବାର ବ୍ୟବସ୍ଥା ହୋଇଥିଲା ବୋଲି ଉଲ୍ଲେଖ କରିଛନ୍ତି । ଏହି ଛଅ ରଥ କେବେଠାରୁ ଶ୍ରୀକ୍ଷେତ୍ରରେ ପ୍ରଚଳିତ ହେଲା, ସେ ସମ୍ପର୍କରେ ମାଦଳା ପାଞ୍ଜିରୁ କୈଣସି ତଥ୍ୟ ମିଳୁନାହିଁ । କିନ୍ତୁ ତ୍ରୟୋଦଶ ଶତାଦ୍ଦୀ ପୂର୍ବରୁ ପୁରୀରେ ରଥ ଯାତ୍ରା ଅନୁଷ୍ଠିତ ହେଉଥିବାର ପ୍ରମାଣ ମିଳୁଛି। ତ୍ରୟୋଦଶ ଶତାଦ୍ଦୀ ପୂର୍ବରୁ ରଚିତ ସ୍କନ୍ଧ ପୁରାଣ ଉତ୍କଳ ଖଣ୍ଡର ପୁରୁଷୋତ୍ତମ ମାହାତ୍ମ୍ୟରେ ରଥଯାତ୍ରାର ସବିଶେଷ ବିବରଣୀ ବର୍ଣ୍ଣନା ରହିଛି।ଅଷ୍ଟମ ବା ନବମ ଶତାଦ୍ଦୀରେ ସୋମବଂଶୀ ରାଜା ଯଯାତି କେଶରୀଙ୍କ ସମୟରେ ଶ୍ରୀକ୍ଷେତ୍ରରେ ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବିଷୟ ଭିକାରୀ ପଟ୍ଟନାୟକଙ୍କ ୧୮୫୯ ସାଲରେ ରଚିତ ରଥ ଚକଡା ପୋଥିରୁ ଉଦ୍ଧାର କରି ଗବେଷକ ସଦାଶିବ ରଥଶର୍ମା ପ୍ରକାଶ କରିଛନ୍ତି । ଏହି ରଥ ଚକଡା ପାଣ୍ଡୁଲିପିଟି ପୁରୀ ବାସେଳି ସାହିର ତତକାଳୀନ ରଥ ଅମୀନ ଓ ରଥକାର ଫକୀର ମହାପାତ୍ରଙ୍କଠାରୁ ପ୍ରାପ୍ତ ଓ ପୁରୀ ବଡ଼ ଓଡ଼ିଆ ମଠରେ ତାହା ସୁରକ୍ଷିତ ଥିଲା ବୋଲି ରଥଶର୍ମା ଉଲ୍ଲେଖ କରିଛନ୍ତି। ଯଯାତିଙ୍କ ବେଳେ ଜଗନ୍ନାଥ ମନ୍ଦିରର ଉଚ୍ଚତା ମାତ୍ର ୪୮ ହାତ ଥିଲା। ଠାକୁରେ ୨ହାତ ୧୦ଆଙ୍ଗୁଳର ଥିଲେ ଓ ରଥମାନ ୧୮ ହାତ ଉଚ୍ଚ ଥିଲା । ତିନି ରଥ ବୋଧେ ସମାନ ଥିଲା। ରଥ ଛଅ ଗୋଟି ହେଉଥିଲା । ବଳଗଣ୍ଡି ପର୍ଯ୍ୟନ୍ତ ତିନିରଥ ଯାଉଥିଲା । ଇନ୍ଦ୍ରଦ୍ୟୁମ୍ନ ପାଟଣାରେ ତିନିରଥ ନିର୍ମାଣ କରାଯାଉଥିଲା। ଏହା ଚାରି ଚକିଆ ଶଗଡି ସଦୃଶ୍ୟ ହେଉଥିଲା । ଏହି ତିନିଗୋଟି ରଥ ମାଳିନୀ ବା ବଡ଼ ନଈର ଉତ୍ତର ଭୂମିରେ ଆଡ଼ପ ମଣ୍ଡପ ବା ଗୁଣ୍ଡିଚା ଘରକୁ ଯାଉଥିଲା । ସିଂହଦ୍ୱାରଠାରୁ ବଳଗଣ୍ଡି ପର୍ଯ୍ୟନ୍ତ ଯାଉଥିବା ରଥ ଷୋହଳ ଚକିଆ , ଚଉଦ ଚକିଆ ଓ ବାର ଚକିଆ। ରଥ ଉପରେ ସୁନାର ତିନିବେଣ୍ଟିଆ ଧ୍ୱଜ କଳସ ଲାଗୁଥିଲା। କନକ ମୁଣ୍ଡାଇରେ ରତ୍ନ ଚାନ୍ଦୁଆ ଟଣା ହେଉଥିଲା। ଅନ୍ୟ ଗୋଟିଏ ଛୋଟ ରଥରେ ବଜନ୍ତରି, ରଥ ଘଣ୍ଟୁଆ, ବାଦ୍ୟକାରମାନେ ଯାଉଥିଲେ ଆଗେ ଆଗେ। ପଛରେ ତିନି ରଥକୁ ଟାଣୁଥିଲେ ଭକତମାନେ । ରଥରେ ଚାଉଳ, ନଡିଆ ଖଣ୍ଡ ପଡି ଭୋଗ ଲାଗୁଥିଲା । ତାହା ଅଳ୍ପ ସଂଖ୍ୟକ ସମବେତ ଭକ୍ତଗଣଙ୍କୁ ବଣ୍ଟନ କରାଯାଉଥିଲା । ବଳଗଣ୍ଡିଠାରେ ରଥ ପହଞ୍ଚିଲେ ଦୋଳଚାପରେ ନଈ ପାରି ହୋଇ ଅର ପଟକୁ ଠାକୁରମାନେ ବିଜେ କରି ଚାରି ଚକିଆ ଶଗଡି ରଥରେ ବସି ଗୁଣ୍ଡିଚା ମନ୍ଦିର ବେଢାକୁ ଯାଆନ୍ତି । ସାତ ଦିନ ପରେ ନବଦିନ ଯାତ୍ରା ସମାପ୍ତ କରି ବାହୁଡା ଯାତ୍ରା ହେଉଥିଲା। ପୁନଶ୍ଚ ଡଃ କାନୁନଗୋଙ୍କ ମତରେ ଯଯାତିଙ୍କ ସମୟରେ ହୋଇଥିବା ଘଟଣାଟି ବିଶ୍ୱାସଯୋଗ୍ୟ ମନେହୁଏ। ସମ୍ଭବତଃ ଜଗନ୍ନାଥଙ୍କୁ ୩୮ହାତର ଏକ ପଟୋଳରେ ସ୍ଥାପନା କଲା ବେଳେ ପୂର୍ବରୁ ଅନୁସୃତ ରଥଯାତ୍ରା ପରମ୍ପରାର ପ୍ରଭାବରେ ଯଯାତି ଏହି ରଥଯାତ୍ରାର ପ୍ରଚଳନ କରିଥିଲେ । ପରବର୍ତ୍ତୀ ଦ୍ୱାଦଶ ଶତାଦ୍ଦୀରେ ୧୦୦ ହାତର କିମ୍ବା ୧୨୫ ହାତର ବଡ଼ ଦେଉଳ ନିର୍ମାଣ ସମାପ୍ତି ଓ ଠାକୁରମାନଙ୍କ ବିଜେ ତୃତୀୟ ଅନଙ୍ଗଭୀମ ଦେବ (ଖ୍ରୀ.ଅ.୧୨୧୧-୧୨୩୮)ଙ୍କ ସମୟ ହୋଇଥିବାରୁ ସେହି ବର୍ଷଠାରୁ ପୂର୍ବ ସ୍ମୃତିକୁ ମନେ ରଖିବା ପାଇଁ ବଡ଼ ଦେଉଳରୁ ଗୁଣ୍ଡିଚା ଘରକୁ ଦିଅଁଙ୍କର ରଥଯାତ୍ରା ଦକ୍ଷିଣାଭିମୁଖୀରେ ହୋଇଥିବା ସମ୍ଭବପର । ଯଯାତିଙ୍କ ସମୟରେ ବଡ଼ ଦାଣ୍ଡର ବଳଗଣ୍ଡିଠାରେ ମାଳିନୀ ନଦୀ ପ୍ରବାହିତ ହେଉଥିବାରୁ ଛଅ ରଥ ନିର୍ମାଣ କରାଯାଉଥିଲା ଏବଂ ବୀର ନରସିଂହ ଦେବ ଓରଫ ପ୍ରଥମ ଭାନୁଦେବ (ଖ୍ରୀ.ଅ.୧୨୬୪-୧୨୭୮) କିମ୍ବା ଦ୍ୱିତୀୟ ନରସିଂହ ଦେବ (ଖ୍ରୀ.ଅ ୧୨୭୮-୧୩୦୭)ଙ୍କ ସମୟରେ ଏହି ମାଳିନୀ ନଦୀ (ଶରଧାବାଲି)କୁ ପୋତି ଦେବା ଫଳରେ ଛଅ ରଥ ପରିବର୍ତ୍ତେ ତିନି ରଥ ତିନି ରଥ ନିର୍ମିତ ହୋଇ ଆସୁଅଛି।ଅପରପକ୍ଷରେ ଗବେଷକ ଡଃ ନୀଳକଣ୍ଠ ମିଶ୍ର ଉଲ୍ଲେଖ କରିଛନ୍ତି ଯେ, ଖ୍ରୀ.ଅ ୧୨୭୦ରେ ମାଧବାଚାର୍ଯ୍ୟଙ୍କ ଶ୍ରୀକ୍ଷେତ୍ର ଆଗମନ କାଳରେ ଏକ ଯାତ୍ରାରେ ଦୁଇ ପ୍ରକାର ରଥ ବ୍ୟବହାର ଶାସ୍ତ୍ର ବିରୋଧୀ ବୋଲି ମତ ଦେଇ ମାଳିନୀ ନଦୀ ପୋତି ବଡ଼ଦାଣ୍ଡରେ ମାତ୍ର ତିନି ଗୋଟି ରଥରେ ରଥଯାତ୍ରା ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ । ତେଣୁ ଗଙ୍ଗ ସମ୍ରାଟ ଅନଙ୍ଗ ଭୀମ ଦେବଙ୍କ ପୁତ୍ର ପ୍ରଥମ ଭାନୁଦେବ (୧୨୬୪-୧୨୮୭ ଏହି ବ୍ୟବସ୍ଥା କରିଥିଲେ । ମାଳିନୀ ବା ଶରଧା ନଦୀ ପୋତା ହେଲା ପରେ ଏହା ବଡ଼ ଦାଣ୍ଡରେ ପରିଣତ ହେଲା । କ୍ରମଶଃ
ସ୍କନ୍ଧ ପୁରାଣରେ ଚିତାଲାଗି ଅମାବାସ୍ୟା
----------
"ଶ୍ରାବଣେ ମାସି ସଂପ୍ରାପ୍ତେ ଯୋଦ୍ଧର୍ଚ୍ଚୟେତ୍ କମଳାପତିମ୍ । ନ ସ ଗର୍ଭଗୃହଂ ଯାତି ଯାବଦାଭୂତି ସଂପ୍ଳବମ୍ ।।" ଏହାର ମର୍ମାର୍ଥ ହେଲା ଶ୍ରାବଣ ମାସରେ ଯେଉଁ ଲୋକ କମଳାପତିଙ୍କୁ ଅର୍ଚ୍ଚନା କରେ ଅନନ୍ତକାଳ ପର୍ଯ୍ୟନ୍ତ ତା'ର ପୁନର୍ଜନ୍ମ ହେବନାହିଁ । ଏହା ହେଉଛି ସ୍କନ୍ଧ ପୁରାଣର ଭାଷା । ପୁନଃ ଏଥିରେ ଉଲ୍ଲେଖ ରହିଛି
"ଯୋଦ୍ଧର୍ଚ୍ଚୟେତ୍ ଶ୍ରୀଧରଂ ଦେବଂ ଶ୍ରାବଣେ ଭକ୍ତିପୂର୍ବତଃ । ନ ଗଚ୍ଛେନ୍ନି ରାୟଂ ରାଜ୍ୟଂ କୃତ୍ୱା ପାପ ଶତାନ୍ୟପି ॥ ଶ୍ରାବଣେ ମାସି ଯୋ ଦଦ୍ୟାତ୍ ଲଜାନ୍ଘତ ସମନ୍ୱିତାନ୍ । ହରୟେ ତସ୍ୟ ବିପ୍ରର୍ଷେ ନ ବିପତ୍ତି ଗୃହେ ଭବେତ୍ ॥", ଯାହାର ମର୍ମାର୍ଥ ହେଲା
ଶ୍ରାବଣ ମାସରେ ଚିତାଲାଗି ଅମାବାସ୍ୟାରେ ଭଗବାନ ଶ୍ରୀଧରଙ୍କ ପୂଜାର୍ଚ୍ଚନା କଲେ ସେହି ବ୍ୟକ୍ତିର ପାପ କ୍ଷୟ ହେବା ସହ ତା' ଗୃହରେ ବିପତ୍ତି ପଡ଼ିନଥାଏ । ଏତଦ୍ ବ୍ୟତୀତ ପଦ୍ମ ପୁରାଣରେ ଉଲ୍ଲେଖ ରହିଛି "ଶ୍ରାବଣେ ପିଷ୍ଟକଂ ଯସ୍ତୁ ହରୟେ ମୁଦ୍ଗପୂରିତଂ । ଦଦାତି ତସ୍ୟ ବିପ୍ରର୍ଷେ ଗୃହେ ଶ୍ରୀନିଶ୍ଚଳା ଭବେତ୍ ॥" ଅତଏବ ସ୍କନ୍ଧ ପୁରାଣର ସୃଷ୍ଟି ପୂର୍ବରୁ ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା ନୀତି କାନ୍ତି ଥିଲା ନିଶ୍ଚିତ । ଏହା ନିର୍ବିବାଦୟ ସତ୍ୟ ଯେ ବିଶ୍ୱ ରେ ଯେତେ ପ୍ରାଚୀନ ଗ୍ରନ୍ଥ ଅଛି, ବିଶେଷ କରି ଭାରତରେ ଯେତେ ପୁରାଣ ଶାସ୍ତ୍ର ଅଛି ସବୁଠାରୁ ବଡ଼ ହେଉଛି ସ୍କନ୍ଧ ପୁରାଣ । କାରଣ ଏହି ପୁରାଣରେ ୮୮୧୦୦ ଶ୍ଲୋକ ଅଛି । ଏହି ପୁରାଣକୁ ସ୍କନ୍ଧ, ଶିବ ଓ ପାର୍ବତୀଙ୍କ ପୁତ୍ର କାର୍ତ୍ତିକେୟ କହିଥିବାରୁ ଏହାର ନାମ ତାଙ୍କ ଅନୁସାରେ ସ୍କନ୍ଧ ଦିଆଯାଇଥିଲା । ଏହା ସାତଟି ଖଣ୍ଡରେ ବିଭକ୍ତ ଅଟେ - ମହେଶ୍ୱର, ବୈଷ୍ଣବ, ବ୍ରହ୍ମା, କାଶୀ, ଅବନ୍ତି, ନଗର ଓ ପ୍ରଭାସ । କାର୍ତ୍ତିକ ଦେବତାଙ୍କ ସେନାକୁ ନିୟନ୍ତ୍ରଣ କରୁଥିଲେ ଓ ତାଡ଼କାସୁରକୁ ମାରିଥିଲେ । ଅପରପକ୍ଷରେ ସଂସ୍କୃତ ପୁରାଣମାନଙ୍କ ମଧ୍ୟରୁ କେବଳ ସ୍କନ୍ଧ ପୁରାଣର ଉତ୍କଳ ଖଣ୍ଡ (ବା ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ)ରେ ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟର ବିଷୟବସ୍ତୁ ଓ ମହାପ୍ରଭୁ ଜଗନ୍ନାଥ ଚରିତର ତୁଳନାତ୍ମକ ଭାବରେ ବିସ୍ତୃତ ବର୍ଣ୍ଣନା ରହିଛି । ମହର୍ଷି ବ୍ୟାସଦେବ ସ୍କନ୍ଧ ପୁରାଣର ପ୍ରଣେତା ହେଲେ ହେଁ ଉତ୍କଳ ଖଣ୍ଡର ରଚନା ପରବର୍ତ୍ତୀ କାଳରେ ହୋଇଥିବା ଜଣାଯାଏ । ବିଦ୍ୱାନ ଲେଖକ ତଥା ଗବେଷକମାନଙ୍କ ମତକୁ ବିଚାରକୁ ନେଇ ଏହି ଖଣ୍ଡର ରଚନାକାଳ ୮୦୦ରୁ ୧୩୦୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ସ୍ଥିର କରାଯାଇପାରେ ।ସ୍କନ୍ଧ ପୁରାଣର ସମସ୍ତ ବିଷୟବସ୍ତୁକୁ ଦୁଇଟି ଦୃଷ୍ଟିକୋଣରୁ ବିଭକ୍ତ କରାଯାଇପାରେ । ଗୋଟିଏ ପ୍ରକାରର ବର୍ଗୀକରଣ ଅନୁସାରେ ସାତଟି ସଂହିତା ମଧ୍ୟରେ ଅନେକ କାଣ୍ଡ ରହିଥିବା କଳ୍ପନା କରାଯାଇପାରେ । ଅନ୍ୟ ଏକ ଦୃଷ୍ଟିକୋଣରୁ ଏହାକୁ ତୀର୍ଥସ୍ଥଳମାନଙ୍କ ଅନୁସାରେ ୭ଟି ଖଣ୍ଡରେ ବିଭକ୍ତ କରାଯାଇପାରେ । ଏହାର ଅଧ୍ୟାୟଗୁଡିକ ତୀର୍ଥସ୍ଥଳର ବିବରଣୀ ପ୍ରଦାନ କରିଛନ୍ତି । ଅତଏବ ଏଥିରେ ଚିତାଲାଗି ଅମାବାସ୍ୟାର ମହତ୍ତ୍ୱ ଉପସ୍ଥାପିତ କରାଯାଇଛି । ଏହା ଆମେ ସମସ୍ତେ ଅବଗତ ଯେ ଏହି ଶ୍ରାବଣ ଅମାବାସ୍ୟା ଦିନ ଶ୍ରୀମନ୍ଦିର ତିନିଠାକୁରଙ୍କ ଲଲାଟରେ ଦଇତାପତିମାନେ ଚିତା ଲାଗି କରୁଥିବାରୁ ଏହାର ନାମ ଚିତାଲାଗି ଅମାବାସ୍ୟା । ଏଠାରେ ପ୍ରସଙ୍ଗ କ୍ରମେ ଉଲ୍ଲେଖଯୋଗ୍ୟ ଯେ ସ୍ନାନ ପୂର୍ଣ୍ଣିମା ପୂର୍ବଦିନ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଲଲାଟରୁ ଯେଉଁ ଚିତା ଉଲାଗି କରାଯାଇଥାଏ ତାହା ପୁଣି ଶ୍ରାବଣ ମାସ ଅମାବାସ୍ୟା ତିଥିରେ ଲାଗି କରାଯାଏ । ଶ୍ରୀଜଗନ୍ନାଥଙ୍କ ମସ୍ତକରେ ହୀରାଖଚିତ ଧଳା ଚିତା, ଶ୍ରୀ ବଳଭଦ୍ରଙ୍କ ମସ୍ତକରେ ନୀଳାଖଚିତ ନିଳ ଚିତା ଏବଂ ଦେବୀ ସୁଭଦ୍ରାଙ୍କ ମସ୍ତକରେ ମାଣିକ୍ୟ ଖଚିତ ନାଲି ଚିତା ଲାଗି କରାଯାଏ ।ପରମ୍ପରା ଏବଂ ବିଧିମୁତାବକ ପତିମହାପାତ୍ର ସେବାୟତ ଏହି ଚିତାକୁ ସଂସ୍କାର କରିବା ପରେ ଦଇତାପତି ସେବାୟତ। ଶ୍ରୀବିଗ୍ରହଙ୍କ ମସ୍ତକରେ ପରିଧାନ କରାଇଥାନ୍ତି ।ଏହି ଚିତା ଶ୍ରୀବିଗ୍ରହମାନଙ୍କ ମସ୍ତକରେ ପରବର୍ତ୍ତୀ ସ୍ନାନପୂର୍ଣ୍ଣିମା ପର୍ଯ୍ୟନ୍ତ ଲାଗି ରହିଥାଏ । ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା କେଉଁ ଅନାଦି ଅନନ୍ତ କାଳରୁ ପାଳିତ ହୋଇଆସୁଥିବା ବେଳେ ପରବର୍ତ୍ତୀ ସମୟର ଗବେଷକ ମାନେ ଏହା ତ୍ରୟୋଦଶ ଶତାବ୍ଦୀରୁ ପାଳିତ ହୋଇଆସୁଛି ବୋଲି ଉଲ୍ଲେଖ କରିଛନ୍ତି। ଅପରପକ୍ଷରେ ଏହି ତିଥିରେ ଗେଣ୍ଡା ଆଦି ଜଳଚର ପ୍ରାଣୀଙ୍କ ଉଦ୍ଦେଶ୍ୟରେ ଚିତଉ ଓ ଗଇଁଠା ଆଦି ପିଠା ଅର୍ପଣ କରାଯାଇଥାଏ । ଏହି ପ୍ରଥା ଶବର ପରମ୍ପରାରୁ ଆନୀତ ବୋଲି ବିଦିତ । ଏଥିରେ ଚିତଉ ପିଠା କରି ଜୀବଜନ୍ତୁମାନଙ୍କୁ ଖୁଆଇ ସନ୍ତୁଷ୍ଟ କରିବାର ପ୍ରଥା ରହିଛି । ସେଥି ପାଇଁ "ଗେଣ୍ଡେଇକଟା ଓଷା" ନାମରେ ମଧ୍ୟ ଜଣା । ବାଲେଶ୍ୱର, ମୟୁରଭଞ୍ଜ ଓ କେଉଁଝର ଆଦି ଅଞ୍ଚଳରେ ଏହି ପର୍ବକୁ "ଗେଣ୍ଡାକଟା ଅମାବାସ୍ୟା" କୁହାଯାଏ । ଏହା ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଆଦିବାସୀମାନଙ୍କ ମଧ୍ୟରେ ଜନ୍ତୁଆଦିଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ପାଳିତ ପର୍ବମାନଙ୍କ ମଧ୍ୟରେ ଗୋଟିଏ । ସାଧାରଣତଃ ଚାଷୀମାନେ ବର୍ଷା ଋତୁ ସମୟରେ ଧାନ ଫସଲ କରିବା ସମୟରେ, ବିଲରେ ଗେଣ୍ଡା ଯୋଗୁଁ ଗୋଡ଼ କାଟି ହୋଇ କ୍ଷତି ହୋଇଥାଏ । ଏଣୁ ଏହି ସମ୍ବାବନାକୁ ଏଡ଼େଇବା ନିମନ୍ତେ ଚିତଉ ପିଠାକୁ ସାରୁ ପତ୍ରରେ ରଖି ଗେଣ୍ଡାମାନଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଜଳାଶ୍ରୟରେ ଭସା ଯାଏ।ଏହି ଓଷାରେ ଗୃହିଣୀମାନେ ଘରେ ଚିତଉ ପ୍ରସ୍ତୁତ କରି ଏହି ପିଠାକୁ ଧାନ କ୍ଷେତରେ, ବାଡ଼ିବଗିଚାରେ, ଫସଲ କିଆରିରେ ମାଟିକୁ ଜନନୀ ଜ୍ଞାନ କରି ତାହାଙ୍କ ପାଇଁ ସମର୍ପଣ କରି ପୋଡ଼ନ୍ତି । ତା’ସହିତ ଠାକୁର ବା ଇଷ୍ଟଦେବତାଙ୍କୁ ମଧ୍ୟ ଭୋଗ କରନ୍ତି । ଏହି ସମୟରେ ବିଲରେ ପ୍ରଚୁର ଗେଣ୍ଡା ଦେଖାଯାଆନ୍ତି ଏମାନେ ଚାରାସବୁ କାଟି ପକାନ୍ତି । ପୁଣି ବଛା ଖେଳାବେଳେ ଚାଷୀର ଗୋଡ଼, ଆଣ୍ଠୁ ବା ହାତକୁ କାଟି ଦିଅନ୍ତି । କାରଣ ଆଣ୍ଠୁ ପକାଇ ବିଲ ବାଛିବା ବେଳେ ହାତ ଓ ଗୋଡ଼ ଭୂମି ସହିତ ଲାଗି ରହିଥାନ୍ତି । ଏଣୁ ସାମାନ୍ୟ ଅସାବଧାନତାରୁ ଗେଣ୍ଡା ଗୋଡ଼ ଆଣ୍ଠୁ କାଟିଦିଏ । ଏହି ଦୁଇଟିରୁ ରକ୍ଷା ପାଇବା ପାଇଁ ଗେଣ୍ଡାଙ୍କ ଉଦ୍ଦେଶ୍ୟରେ ଚିତଉପିଠା କରି ପୋଖରୀ ବା ଚାଷଜମିକୁ ଫିଙ୍ଗନ୍ତି । ଗେଣ୍ଡାମାନେ ପିଠା ପ୍ରତି ଆକୃଷ୍ଟ ହୋଇ ଚାରାଗଛ ଓ ମଣିଷଠାରୁ ନିବୃତ ରହନ୍ତି । ପରମ୍ପରା ଅନୁଯାୟୀ ଏହିଦିନରେ ପୋଖରୀକୁ ଗେଣ୍ଡା ଉଦ୍ଦେଶ୍ୟରେ ଝିଅପିଲାମାନେ ପିଠା ନିକ୍ଷେପ କରି ବାପା ଭାଇ ଓ ବନ୍ଧୁବାନ୍ଧବମାନଙ୍କ ଗୋଡ଼ ନ କାଟିବାକୁ ଗେଣ୍ଡାମାନଙ୍କ ଉଦ୍ଦେଶ୍ୟରେ କହନ୍ତି "ଗେଣ୍ଡେଇଶୁଣିଲୋ ଗେଣ୍ଡେଇଶୁଣି ,ମୋ ଗୋଡ଼ କାଟିବୁ ନାହିଁ, ମୋ ବାପା ଗୋଡ଼ କାଟିବୁ ନାହିଁ,ମୋ ବୋଉ ଗୋଡ଼ କାଟିବୁ ନାହିଁ, ଭାଇ ଗୋଡ଼ କାଟିବୁ ନାହିଁ ।ଆମ ଫସଲ କାଟିବୁ ନାହିଁ " । ଆମ ପବିତ୍ର ମାଟି ଉତ୍କଳର ପ୍ରାୟତଃ ଅଧିକାଂଶ ପର୍ବପର୍ବାଣୀ କୃଷି ଆଧାରିତ, କାରଣ ପ୍ରଥମ ଧାନଚାଷର ମାଟି ଏକ କୃଷି ପ୍ରଧାନ ଭୂଖଣ୍ଡ , ଯେଉଁ ଭୂଭାଗର
ଆରାଧ୍ୟ ଦେବତା ହେଉଛନ୍ତି ଜଗନ୍ନାଥ । ଧର୍ମନୈତିକ, ରାଜନୈତିକ କଥା ଅନୁରୂପ ପର୍ବପର୍ବାଣିକୁ ଭିନ୍ନ ଅନେକ କୃଷିଭିତ୍ତିକ ପର୍ବପର୍ବାଣି ଯଥା: ନବାନ୍ନ ଭକ୍ଷଣ, ଅକ୍ଷୟ ତୃତୀୟା, ରଜ, ଚିତାଲାଗି ଅମାବାସ୍ୟା, ଶାମ୍ବ ଦଶମୀ ଏବଂ ମାଣବସା ଗୁରୁବାର ଆଦି ଜଗନ୍ନାଥଙ୍କୁ ଆଧାର କରି ପାଳନ କରାଯାଇଥାଏ । ଓଡ଼ିଶାର ଧାନ ମୁଖ୍ୟ ଫସଲ । ଏଣୁ ଧାନବୁଣାଠାରୁ କାଟିବା ପର୍ଯ୍ୟନ୍ତ ଧାନକୁ କେନ୍ଦ୍ରକରି ବିଭିନ୍ନ ପ୍ରକାର ପର୍ବ ପାଳିତ ହୁଏ । ଧାନ ବୁଣାବେଳେ ଅକ୍ଷୟ ତୃତୀୟା, ବର୍ଷା ପୂର୍ବରୁ ରଜପର୍ବ ଏବଂ ଏହିକ୍ରମରେ ଧାନକଟା ବେଳକୁ ମାଣବସା ତୃତୀୟ କୃଷିଭିତ୍ତିକ ପର୍ବ ଭାବେ ପାଳିତ ହୁଏ । ସେହିପରି ଚିତାଲାଗି ପର୍ବ ଅମାବାସ୍ୟା ଦିନରେ ପଡ଼ିଥିବାରୁ କାଳ ଯୋଗନେଇ ଜିଉମାନଙ୍କୁ ଅଘଟଣ ଯୋଗ ଥାଇପାରେ । କେବେବି ରାହୁ ବା କେତୁ ଗ୍ରସ୍ତ ସୂର୍ଯ୍ୟପରାଗ ଘଟେ, ବେଳେବେଳେ ଚତୁର୍ଦ୍ଦଶୀ ଏବଂ ଅମାବାସ୍ୟାକୁ ଧରି ଏପଟ ସେପଟ ହୁଏ । ଏହି ଦିନ ଯେଉଁ ଶ୍ରାଦ୍ଧ ପଡ଼େ ତାକୁ ପାର୍ବଣ ଶ୍ରାଦ୍ଧ କହନ୍ତି । ମନ୍ଦିର ବ୍ୟତୀତ ଘରେ ଯେଉଁ ଚିତାଲାଗି ପର୍ବ ପାଳିତ ହୁଏ ତାକୁ ଗୃହିଣୀ ଚିତାଲାଗି ପର୍ବ କହନ୍ତି । ହିନ୍ଦୁ ପୁରାଣରେ ଉଲ୍ଲେଖ ରହିଛି " ଚିତ୍ରକ ପିଷ୍ଠକୈ ଦେବଃ , ଅର୍ଥାତ୍ ଚିତଉପିଠା ଦେବତା" । ଅଷ୍ଟାଦଶ ଶତାବ୍ଦୀର ଆଧ୍ୟାତ୍ମିକ ଲେଖକ ବାଲୁଙ୍କୀ ପାଠୀଙ୍କ "ଯାତ୍ରା ଭାଗବତ" ସ୍ମୃତି ଗ୍ରନ୍ଥରେ ଉଲ୍ଲେଖ ରହିଛି । ଶ୍ରୀମନ୍ଦିରରେ ପ୍ରଚଳିତ ଯାତ୍ରା ଭିତରେ ଚିତାଲାଗି ଅମାବାସ୍ୟାର ସ୍ୱତନ୍ତ୍ର ସ୍ଥାନ ରହିଛି । ଏହି ଶ୍ରାବଣ ଅମାବାସ୍ୟା ତିଥିରେ ମହାପ୍ରଭୁ ଜଗନ୍ନାଥଙ୍କ ଲଲାଟରେ ଭୂଷଣ ଅର୍ପଣ କରାଯାଏ । ସେ ଲେଖିଛନ୍ତି -"ଶ୍ରାବଣେ କୃଷ୍ଣପକ୍ଷେ ତୁ ଦର୍ଶପ୍ରାପ୍ତେ ଶୁଭଦିନେ , ଲଲାଟ-ଭୂଷଣଂ ଯାତ୍ରାଂ ଜଗନ୍ନାଥସ୍ୟ କରାୟେତ୍ ,ଲଲାଟଭୂଷ-ମୁତ୍ତାର୍ଯ୍ୟ ସ୍ମାନାନ୍ତଂ ଶୟୀଜଗତ୍ପ୍ରଭୋଃ , ଅମାୟାଂ ଶ୍ରାବଣେ ଚୈବ ପୁନର୍ଗଚ୍ଛତି ବୈଷ୍ଣବେ ,ନାନାରତ୍ନ ସମାଯୁକ୍ତଂ କାତରୂପେଣ ନିର୍ମିତଂ , ଦଦ୍ୟାତ୍ ବିଷ୍ଣୋର୍ଲଲାଟେ ଚ ସର୍ବମଙ୍ଗଳ ହେତବେ , ଲଲାଟ ଭୂଷଣଂ ଯାତ୍ରାଂ ଶ୍ରାବଣେ ଯୋ ନକୁର୍ବତି , ତାବତ୍ ବର୍ଷ ପୁଣ୍ୟଫଳଂ ନଶ୍ୟତ୍ୟାଶୁ ନ ସଂଶୟଃ " ।
ଶତପଥୀଙ୍କ ସୃଷ୍ଟିଅମୂଲ୍ୟ ଉପହାର
---------------------------
ପ୍ରତିଭା ପ୍ରସବିନୀ ଉତ୍କଳ ଜନନୀଙ୍କ ସୁଯୋଗ୍ୟ ସନ୍ତାନ , ବିଶେଷ କରି ଶୈକ୍ଷିକ ଜଗତର ପ୍ରତିବଦ୍ଧତା ଧର୍ମୀ ବିଶେଷଜ୍ଞ , ଯିଏ ୩୬ ବର୍ଷ ତଳେ, ଅଗଷ୍ଟ ୪ ତାରିଖ,୧୯୮୯ ମସିହାରେ ଏକ ଭଡ଼ା ଘରେ ଗୋଟିଏ ଛୋଟିଆ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିଥିଲେ, ଯାହା ଆଜି ଆନ୍ତର୍ଜାତୀୟ ପରିଚୟ କରିଛି, ଯେଉଁ ମଣିଷ ଗଢା କାରଖାନାର ପଣ୍ୟ ପ୍ରାନ୍ତୀୟ, ଜାତୀୟ ଓ ଆନ୍ତର୍ଜାତୀୟ କ୍ଷେତ୍ରରେ ଅନେକ ଥର ରାଜ୍ୟ ସ୍ବନାମ ମେଧା ପତାକାକୁ ବିଶ୍ବାକାଶେ ଉଡ୍ଡୀୟାନ କରିଛି , ଏପରିକି ଏହି ଶିକ୍ଷାନୁଷ୍ଠାନର ପଣ୍ୟ ବିଶ୍ବର ୧୦୨ ଟି ଦେଶରେ ସ୍ଵକୀୟ ପ୍ରତିଭାରେ ପ୍ରତିଭାତ, ଆଚରଣ ଓ ଉଚ୍ଚାରଣ ସିଦ୍ଧ ଶିକ୍ଷକ, ଗଣିତ ଶାସ୍ତ୍ର ବିଶେଷଜ୍ଞ , ଡିଏଭି ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର
କେଶବ ଚନ୍ଦ୍ର ଶତପଥୀଙ୍କ କାର୍ଯ୍ୟାଳୟକୁ ଆମ ଵୋଉ ଶୁଦ୍ଧିକ୍ରିୟାରେ ଯୋଗଦେଇ ଥିବାରୁ କୃତଜ୍ଞତା ଜ୍ଞାପନ କରିବା ପାଇଁ ଯାଇଥିବା ସମୟରେ ପଣ୍ଡିତ ଜୟଦେବ ଶର୍ମାଙ୍କ ଦ୍ବାରା ସଙ୍କଳିତ "ସାମବେଦ"ର ମୂଳ ମନ୍ତ୍ରର ହିନ୍ଦୀ ଭାଷାରେ ବ୍ୟାଖ୍ୟା ଉପହାର ଦେବା ପରେ ଆମେ ଏହା ଉପରେ ଆଲୋକପାତ କରିବାକୁ ଯାଉଛି । ଏହା ନିର୍ବିବାଦୀୟ ସତ୍ୟ ,ଯାହା ଭାଷାକୋଷରେ ଲେଖା ଯାଇଛି ବିଦ୍’ (ବିଦ୍ ଅର୍ଥ ଜ୍ଞାନ ପ୍ରାପ୍ତ କରିବା) ଧାତୁରୁ ବେଦ ଶବ୍ଦର ଉତ୍ପତ୍ତି । ବେଦ ଖାଲି ଭାରତବର୍ଷ ପାଇଁ ନୁହେଁ, ସମଗ୍ର ମାନବଜାତି ପାଇଁ ଏକ ଅମୂଲ୍ୟ ଜ୍ଞାନର ଭଣ୍ଡାର । ବେଦ ଭାରତୀୟ ସଂସ୍କୃତିର ମୂଳ ଆଧାର । ବେଦ ୪ ଭାଗରେ ବିଭକ୍ତ ଯଥା- ଋକ, ୟଜୁଃ, ସାମ ଓ ଅଥର୍ବ । ବେଦ ଅପୌରୁଷେୟ ଅର୍ଥାତ କୌଣସି ବ୍ୟକ୍ତିବିଶେଷଙ୍କଦ୍ୱାରା ରଚିତ ହୋଇନାହିଁ । ଏହା ପରମେଶ୍ୱରଙ୍କଠାରୁ ମନ୍ତ୍ରଦ୍ରଷ୍ଟା ଋଷିମାନେ ପ୍ରାପ୍ତ କରିଛନ୍ତି ।ବେଦ ହିନ୍ଦୁ ଧର୍ମର ମୁଖ୍ୟ ଧର୍ମଗ୍ରନ୍ଥ ଏବଂ ସଂହିତା, ବ୍ରାହ୍ମଣଭାଗ,ଆରଣ୍ୟକ,ଉପନିଷଦ,ବେଦାଙ୍ଗ,ଉପବେଦର ସମୂହକୁ ବୁଝାଇଥାଏ । ଋଷିମାନେ ଏହାକୁ ଶୁଣିକରି ମନେରଖୁଥିବାରୁ ଏହାର ଅନ୍ୟନାମ ଶ୍ରୁତି,ଏହି ବେଦ ପରମ୍ପରାକୁ ମାନୁଥିବା ସନାତନହିନ୍ଦୁ ଧର୍ମୀଙ୍କୁ ଶ୍ରୌତୀ ବା ଶ୍ରୋତ୍ରୀୟ କୁହାଯାଏ । ପ୍ରତ୍ୟେକ ବେଦର ନିଜସ୍ୱ ସଂହିତା,ବ୍ରାହ୍ମଣ,ଉପନିଷଦ,ଆରଣ୍ୟକ,ବେଦାଙ୍ଗ ଓ ଉପବେଦ ରହିଛି ।ପାଦବଦ୍ଧ(ପଦ୍ୟ) ଓ ଅର୍ଥଯୁକ୍ତ ଛନ୍ଦୋବଦ୍ଧ ବୈଦିକ ମନ୍ତ୍ରଗୁଡ଼ିକ ଋକ, ଗୀତରୂପେ ସଙ୍କଳିତ ବୈଦିକ ମନ୍ତ୍ରଗୁଡ଼ିକ ସାମ ଏବଂ ଗଦ୍ୟାକାର ଛନ୍ଦୋବଦ୍ଧ ମନ୍ତ୍ରଗୁଡ଼ିକ ୟଜୁଃରୂପେ ଖ୍ୟାତ । ଋକ୍ ଏବଂ ୟଜୁଃର ମନ୍ତ୍ରମାନଙ୍କର ସ୍ଥୁଳଜଗତରେ ପ୍ରୟୋଗାତ୍ମକ ଉପଯୋଗ ପାଇଁ ଅଥର୍ବ ଉଦ୍ଦିଷ୍ଟ ।
ଯଜ୍ଞର କର୍ମକାଣ୍ଡରେ ଋକ, ଯଜୁଃ ଓ ସାମ-ଏହି ତିନି ବେଦରୁ ମନ୍ତ୍ର ପାଠ କରାଯାଏ । ‘ବ୍ରହ୍ମା’ ଯଜ୍ଞର ଅଧ୍ୟକ୍ଷରୂପେ କାର୍ଯ୍ୟ କରନ୍ତି । ସେ ଚାରିବେଦର ଜ୍ଞାତା ଓ ଅଥର୍ବବେଦର ବିଶେଷଜ୍ଞ । ଋକ୍ ବେଦର ପ୍ରତିନିଧି ‘ହୋତା’, ଯଜୁର୍ବେଦର ପ୍ରତିନିଧି ‘ଅଧ୍ୱର୍ୟୁ’ ଓ ସାମବେଦର ପ୍ରତିନିଧି ‘ଉଦ୍ଗାତା’ ଯଜ୍ଞବିଧାନରେ ଅଂଶଗ୍ରହଣ କରନ୍ତି । ଅଥର୍ବ ବେଦର ପ୍ରତିନିଧି ‘ବ୍ରହ୍ମା’ ଯଜ୍ଞକାର୍ଯ୍ୟରେ ସାକ୍ଷୀ ହୋଇ ବସନ୍ତି । ଯେଉଁ ସାମବେଦ ପୁସ୍ତକଟି ଆମେ ଡଃ ଶତପଥୀଙ୍କ ଠାରୁ ପ୍ରାପ୍ତ ହୋଇଛୁ , ତାହାର ଉପକ୍ରମଣିକା ଯିବା ପୂର୍ବରୁ ଜାଣିଥିବା ଏବଂ ପଢିଥିବା ତଥ୍ୟ କୁହେ ଯେ ଉପାସନା କାଣ୍ଡ ଭାବେ ପରିଚିତ ସାମବେଦର ମନ୍ତ୍ରମାନ ଗାନ କରିବାକୁ ହୋଇଥାଏ । ଏହାର ଅଧିପତି ଗ୍ରହ ମଙ୍ଗଳ,ବାର ମଙ୍ଗଳବାର । ସାମବେଦ ଅଧ୍ୟାତ୍ମମୁଖୀ, ଏହା ମନୁଷ୍ୟର ଆନ୍ତରିକ ଗୁଣଗୁଡ଼ିକୁ ବିକଶିତ କରେ । ଗାନ୍ଧର୍ବବେଦ (ସଙ୍ଗୀତ ବିଦ୍ୟା) ସାମବେଦର ଉପବେଦ ବା ଅଙ୍ଗ ଅଟେ । ସାମବେଦର ବ୍ରାହ୍ମଣମାନେ କାଶ୍ୟପ ବା ଶାଣ୍ଡିଲ୍ୟ ଗୋତ୍ରୀ,ଆଦିତ୍ୟ(ସୂର୍ଯ୍ୟ ବା ବିଷ୍ଣୁ) ଦେବତା ଓ ଅନୁଷ୍ଟୁପ୍ ଛନ୍ଦ ଅଟେ । ସାମବେଦର ଉପନିଷଦ ହେଉଛି-କେନ ଉପନିଷଦ(ଜୈମିନୀୟ ଶାଖା) ଓ ଛାନ୍ଦୋଗ୍ୟ ଉପନିଷଦ । ସାମବେଦର ଅନେକ ଶାଖା (ଅର୍ଥାତ ଉଚ୍ଚାରଣ ତଥା ମନ୍ତ୍ରବିଭାଜନ ଶୈଳୀ) ମଧ୍ୟରୁ ରାଣାୟଣୀୟ, ସାତ୍ୟମୁଗ୍ର, କାଳାପ, କୌଥୁମୀ, ଜୈମିନୀୟ(ତଲବକାର) ଇତ୍ୟାଦି ପ୍ରଧାନ । କୌଥୁମୀ ଶାଖାର ୬ଟି ଭେଦ ଅଛି ଯଥା: ସାରାୟଣୀୟ, ବାତରାଣୀୟ, ବୈଧୃତ, ପ୍ରାଚୀନ, ତୈଜସ ଓ ଅନିଷ୍ଟକ । ଉତ୍ତର ଭାରତ,ଓଡ଼ିଶା,ଆନ୍ଧ୍ର ଆଦି ସ୍ଥାନମାନଙ୍କରେ କୌଥୁମୀ ଶାଖାର ପ୍ରଚଳନ ଥିଲାବେଳେ ମହାରାଷ୍ଟ୍ର,କର୍ଣ୍ଣାଟକ ଆଦି ପ୍ରଦେଶରେ ରାଣାୟଣୀୟ ଶାଖା,ଦକ୍ଷିଣ ତାମିଲନାଡୁ,କେରଳରେ ଜୈମିନୀୟ(ତଲବକାର)ଶାଖାର ପ୍ରଚଳନ ରହିଛି। ସାମବେଦ ସଂହିତା ଦୁଇ ଭାଗରେ ବିଭକ୍ତ- ପୂର୍ବାର୍ଚ୍ଚିକ ଓ ଉତ୍ତରାର୍ଚ୍ଚିକ । ଏହି ଦୁଇ ଭାଗ ମଧ୍ୟରେ ୧୦ଟି ମନ୍ତ୍ର ବିଶିଷ୍ଟ ଏକ କ୍ଷୁଦ୍ର ଅଧ୍ୟାୟ (ମହାନାମ୍ନୀ ଆର୍ଚ୍ଚିକ) ଅଛି । ସମ୍ପୁର୍ଣ୍ଣ ସାମବେଦର ମନ୍ତ୍ର ସଂଖ୍ୟା ୧,୮୭୫ ।ଏଥିମଧ୍ୟରୁ ସାମବେଦର ନିଜସ୍ୱ ମନ୍ତ୍ର ସଂଖ୍ୟା ୭୫, ଅନ୍ୟ ସମସ୍ତ ଋଗ୍ବେଦରୁ ନିଆଯାଇ ଗାନ ପ୍ରକ୍ରିୟା ପ୍ରସ୍ତୁତ ହୋଇଛି ।ଏହାର ବ୍ରାହ୍ମଣଗ୍ରନ୍ଥମାନେ ହେଲେ-ତାଣ୍ଡ୍ୟ ମହାବ୍ରାହ୍ମଣ,ବଂଶ ବ୍ରାହ୍ମଣ,ଜୈମିନୀୟ ତଲବକାର ବ୍ରାହ୍ମଣ।ଏହାର ଗାନ ଶୈଳୀକୁ ଅରଣ୍ୟଗାନ, ଗ୍ରାମଗେୟଗାନ, ଋଚାଗାନ.ରହସ୍ୟଗାନ(ଉହା) ଆଦି ବିଭାଗରେ ଭାଗ କରାଯାଇଛି । ଏହାର ସ୍ୱଭାବ ରୌଦ୍ର ହୋଇଥିବାରୁ ଏହାକୁ ବାଚିକ ଭାବେ ଗାନ କରାଯାଏ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଜ୍ଞାନକାଣ୍ଡ ଭାବେ ପରିଚିତ ଋଗ୍ବେଦ ହିନ୍ଦୁମାନଙ୍କର ପ୍ରାଚୀନତମ ଆଦି ପୁସ୍ତକ। ଋଗବେଦରେ ଋଚା (ବୈଦିକ ମନ୍ତ୍ର ସଂଖ୍ୟା) ୧୦,୫୮୦।ଏହାର ଅଧିପତି ଗ୍ରହ ବୃହସ୍ପତି,ବାର ଗୁରୁବାର । ଏମାନେ ମୁଖ୍ୟତଃ ବସିଷ୍ଠ,ଭୃଗୁ ଗୋତ୍ରୀ,ଦେବତା ଅଗ୍ନି(ଜାତବେଦା),ଛନ୍ଦ ଗାୟତ୍ରୀ । ଆୟୁର୍ବେଦ ଏହାର ଉପବେଦ । ମନୁଷ୍ୟକୁ ଜ୍ଞାନ ପ୍ରଦାନ କରିବା ଏହି ମନ୍ତ୍ରମାନଙ୍କର ଲକ୍ଷ୍ୟ ।ଏହାର ୨୧ଟି ଶାଖା ଥିବାର ଚାରଣ ବ୍ୟୁହ ଗ୍ରନ୍ଥରୁ ଜଣାଯାଏ । ଏହାର ଶାଖା ଯଥା ଶାକଳ, ବାଷ୍କଳ, ଆଶ୍ୱଲାୟନ,ସାଙ୍ଖ୍ୟାୟନ,ମାଣ୍ଡୁକେୟ, ଐତରେୟୀ, କୌଷୀତକୀ, ଶୈଶିରୀ,ପୈଙ୍ଗୀ ଆଦି ଶାଖା ମାନ ଅଛି । ବର୍ତ୍ତମାନ କେବଳ ଶାକଳ ଶାଖା ଅଧ୍ୟୟନ କରାଯାଉଛି । ଏହାର ସ୍ୱଭାବ ସାତ୍ତ୍ୱିକ ଏବଂ ଏହାକୁ ବାଚିକ ଓ ଉଚ୍ଚସ୍ୱରରେ ପଢାଯାଏ । ଋଗ୍ବେଦର ଦୁଇ ପ୍ରଧାନ ବ୍ରାହ୍ମଣ ଗ୍ରନ୍ଥ ଯଥା- ଐତରେୟ ବ୍ରାହ୍ମଣ ଓ କୌଷିତକୀ ବା ସାଂଖ୍ୟାୟନ ବର୍ତ୍ତମାନ ଉପଲବ୍ଧ । ଐତରେୟ ଉପନିଷଦ ହେଉଛି ବର୍ତ୍ତମାନ ଉପଲବ୍ଧ ଏହାର ଏକମାତ୍ର ଉପନିଷଦ।ଏହାର କଳ୍ପସୂତ୍ର ମଧ୍ୟରେ କୌଷିତକୀ,ସାଂଖ୍ୟାୟନ,ଆଶ୍ୱ୍ୱଳାୟନ ଆଦି ଗୃହୀତ । ଆମର ସ୍ବଳ୍ପ ଅଧ୍ୟବସାୟ ଆଧାରରେ ଦୃଢ଼ତାର ସହ କହିପାରୁଯେ ଋଗ୍ବେଦର ଅନ୍ତୁଡିଶାଳ ଓଡ଼ିଶାର ପବିତ୍ର ମାଟି। ଏଠାରେ ପୁନଃ ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ଉପମହାଦେଶରୁ ଉତ୍ପନ୍ନ କିମ୍ବା ଏହା ସହ ଜଡ଼ିତ ସାମାଜିକ ମାନଦଣ୍ଡ, ନୈତିକ ମୂଲ୍ୟବୋଧ, ପାରମ୍ପାରିକ ରୀତିନୀତି, ବିଶ୍ୱାସ ବ୍ୟବସ୍ଥା, ରାଜନୈତିକ ବ୍ୟବସ୍ଥା, କଳାକୃତି ଏବଂ ପ୍ରଯୁକ୍ତିବିଦ୍ୟାର ଐତିହ୍ୟ । ଏହି ନାମ ଭାରତ ବାହାରେ ଥିବା, ବିଶେଷ କରି ଦକ୍ଷିଣ ଏସିଆ ଏବଂ ଦକ୍ଷିଣ ପୂର୍ବ ଏସିଆର ଦେଶ ଏବଂ ସଂସ୍କୃତିସମୂହ ଭାରତର ଇତିହାସ, ବିସ୍ଥାପନ, ଉପନିବେଶ କିମ୍ବା ପ୍ରଭାବଦ୍ୱାରା ଭାରତ ସହିତ ଦୃଢ଼ ଭାବରେ ଜଡ଼ିତ ହୋଇଥିଲେ ସେସବୁ ଦେଶ ଓ ସଂସ୍କୃତିସବୁ ପାଇଁ ମଧ୍ୟ ପ୍ରଯୁଜ୍ୟ । ଭାରତ ମଧ୍ୟରେ ଭାଷା, ଧର୍ମ, ନୃତ୍ୟ, ସଙ୍ଗୀତ, ସ୍ଥାପତ୍ୟ, ଖାଦ୍ୟ ଏବଂ ରୀତିନୀତି ସ୍ଥାନ ଭିତ୍ତିରେ ଭିନ୍ନ ।ଭାରତୀୟ ସଂସ୍କୃତି, ପ୍ରାୟତଃ ଅନେକ ସଂସ୍କୃତିର ମିଶ୍ରଣ ଭାବରେ ନାମିତ । ସିନ୍ଧୁ ସଭ୍ୟତାରୁ ଆରମ୍ଭ ହୋଇ ଏହା ଅନେକ ସହସ୍ରବର୍ଷ ପୁରୁଣା ଏକ ଇତିହାସଦ୍ୱାରା ପ୍ରଭାବିତ ହୋଇଛି । ଭାରତୀୟ ସଂସ୍କୃତିର ଅନେକ ଉପାଦାନ ଯଥା ଭାରତୀୟ ଧର୍ମ, ଗଣିତ, ଦର୍ଶନ, ରୋଷେଇ, ଭାଷା, ନୃତ୍ୟ, ସଂଗୀତ ଏବଂ ଚଳଚ୍ଚିତ୍ର ଇଣ୍ଡୋସ୍ଫିୟର, ବିଶାଳ ଭାରତ ଏବଂ ବିଶ୍ୱରେ ଗଭୀର ପ୍ରଭାବ ପକାଇଛି । ଓଡ଼ିଆ ଭାଷା ଆନ୍ଦୋଳନର ସଭାପତି ଭାବେ ଆମର ଅଧ୍ୟୟନ କୁହେ ଯେ ଆମ ଓଡ଼ିଶା ସମେତ ସମଗ୍ର ଦେଶର ବା ଭାରତରେ କୁହାଯାଉଥିବା ଅନେକ ଭାଷାର ସଂଖ୍ୟା ହିଁ ଭାରତର ସଂସ୍କୃତି ଏବଂ ପାରମ୍ପରିକ ବିବିଧତାକୁ ସାବ୍ୟସ୍ତ କରି ପାରିଛି । ୧୦୦୦ (ଯଦି ଆମେ ପ୍ରାଦେଶିକ କଥା ଏବଂ ପ୍ରାଦେଶିକ ଶବ୍ଦକୁ ଗଣିବା, ଯଦି ଆମେ ସେଗୁଡିକୁ ନ ଗଣିବା ତ' ଏହି ସଂଖ୍ୟା ୨୧୬ ରହିଯାଏ) ଭାଷା ଏହିପରି ଅଛି ଯାହାକୁ ୧୦,୦୦୦ରୁ ଅଧିକ ଲୋକସମୂହଦ୍ୱାରା କୁହାଯାଏ, ହେଲେ ବହୁ ଏହିପରି ମଧ୍ୟ ଭାଷା ଅଛି, ଯାହା ୧୦,୦୦୦ରୁ କମ ଲୋକ କୁହନ୍ତି । ଭାରତରେ ସମୁଦାୟ ୪୧୫ ପ୍ରକାରର ଭାଷା ବ୍ୟବହାର କରାଯାଏ । ଭାରତୀୟ ସମ୍ବିଧାନ ସଂଘ ସରକାରର ସଞ୍ଚାର ପାଇଁ ହିନ୍ଦୀ ଏବଂ ଇଂରାଜୀ ଭାଷାର ବ୍ୟବହାରକୁ ଆଧିକାରୀକ ଭାଷା (ଅଫିସିଆଲ୍ ଲାଙ୍ଗୁଏଜ) ରୂପରେ ଘୋଷିତ କରିଛନ୍ତି । ଘୋଷିତ କରିଛନ୍ତି କି ବ୍ୟକ୍ତିଗତ ରାଜ୍ୟଗୁଡ଼ିକରେ ତାଙ୍କ ନିଜର ଆନ୍ତରିକ ସଞ୍ଚାର ପାଇଁ ନିଜ ରାଜ୍ୟ ଭାଷା ( ଷ୍ଟେଟ ଲାଙ୍ଗୁଏଜ) ବ୍ୟବହାର କରାଯାଇଥାଏ । ଭାରତରେ ଦୁଇ ପ୍ରମୁଖ ଭାଷା ସମ୍ବନ୍ଧୀ ପ୍ରମୁଖ ପରିବାର ରହିଛି - "ଭାରତୀୟ ଆର୍ଯ୍ୟ ଭାଷା ଏବଂ ଦ୍ରାବିଡ଼ ଭାଷା", ଏଥି ମଧ୍ୟରୁ ପ୍ରଥମ ଭାଷାର ପରିବାର ମୁଖ୍ୟତଃ ଭାରତର ଉତ୍ତରୀ (ନର୍ଥର୍ଣ୍ଣ), ପଶ୍ଚିମୀ (ଓ୍ବେଷ୍ଟର୍ଣ୍ଣନ), ମଧ୍ୟ ( କେନ୍ଦ୍ରୀୟ ବା ସେଣ୍ଟ୍ରାଲ) ଏବଂ ପୁର୍ବୀ (ଇଷ୍ଟର୍ଣ୍ଣ) କ୍ଷେତ୍ରରେ ଘେରିହୋଇଛି , ଦ୍ୱିତୀୟ ଭାଷା ପରିବାର ଭାରତର ଦକ୍ଷିଣ ଭାଗରେ ରହିଛି । ଭାରତର ସବୁଠାରୁ ବଡ଼ ଭାଷା ପରିବାର ରହିଛି ଅଷ୍ଟ୍ରୋ-ଏସିଆଟିକ ଭାଷା ସମୂହ , ଯେଉଁଥିରେ ସାମିଲ ହୋଇଛି ଭାରତର ମଧ୍ୟ ଏବଂ ପୂର୍ବରେ କୁହାଯାଉଥିବା ମୁଣ୍ଡା ଭାଷା ଉତ୍ତରପୂର୍ବରେ କୁହାଯାଉଥିବା ଖାସୀ ଭାଷା ଏବଂ ନିକୋବାର ଦ୍ୱୀପ ରେ କୁହାଯାଉଥିବା ଭାଷାକୁ ନିକୋବାରୀ ଭାଷା କୁହାଯାଏ । ଭାରତର ଚତୁର୍ଥ ସବୁଠାରୁ ବଡ଼ ଭାଷା ପରିବାର ହେଉଛି ତିବ୍ବତି-ବର୍ମନ ଭାଷା ପରିବାର ଯାହା ଚୀନୀ-ତିବ୍ବତି ଭାଷା ପରିବାରର ଏକ ଉପସମୂହ ଅଟେ । ଏଠାରେ ପ୍ରସଙ୍ଗ କ୍ରମେ ଉଦାହରଣ ଆଧାରରେ ଉଲ୍ଲେଖଯୋଗ୍ୟ ଯେ ମେସୋପଟାମିଆ,କକେସ୍ ପର୍ବତ ମଧ୍ୟବର୍ତ୍ତୀ ଅଞ୍ଚଳରେ, କୃଷ୍ଣସାଗରର ଦକ୍ଷିଣ -ପୂର୍ବ ପ୍ରଦେଶର ଲୋକେ ଯେଉଁ ଭାଷା ବ୍ୟବହାର କରୁଥିଲେ , ତାହାକୁ ଆର୍ମେନୀୟ ଭାଷା କୁହାଯାଉଥିଲା , ଯାହା ଥିଲା ଭାରତ -ଇଉରୋପୀୟ ଭାଷା ପରିବାର ଅନ୍ତର୍ଗତ । ବାହ୍ୟ ଜଗତରୁ ସତେ ଯେପରି କି ଚାରିପଟର ପାହାଡ ପର୍ବତ ଆର୍ମେନୀୟ ଭାଷା କୁ ଦୂରେଇ ରଖି ଦେଇଥିଲା । ଭାଷା ଟି ଭିତରେ ପ୍ରାଣ ଭରି ରହିଥିଲେ ମଧ୍ୟ ଗୋଟିଏ ବିସ୍ତୃତ ଅଞ୍ଚଳ କୁ ଏହାର ବିଶେଷତ୍ଵ ବ୍ୟାପି ପାରି ନଥିଲା । ଏହି ଭଳି ଭାବ ବହୁ କାଳ ଧରି ଏ ଭାଷା ବଞ୍ଚିଥିଲା ।ପଞ୍ଚମ ଶତାବ୍ଦୀରେ ଆର୍ମେନୀୟ ବର୍ଣ୍ଣମାଳାର ସୃଷ୍ଟି ହେଲା ପରେ ଲିଖିତ ଭାଷା ସାହିତ୍ୟର ଯୁଗ ଆସିଥିଲା । ଆର୍ମେନୀୟ ଭାଷା ଇତିହାସ କୁହେ ଯେ ବହୁକାଳ ଧରି ରୁଷ,ଅଟୋମାନ୍ ସାମ୍ରାଜ୍ୟ ଓ ପାରସ୍ୟର ଶାସନାଧୀନ ହୋଇ ସଂଘର୍ଷ କରିଥିଲା । ଏହି ଭାଷାର ପ୍ରାଚୀନ ସାହିତ୍ୟ କୁ ପ୍ରଥମେ ଖ୍ରୀଷ୍ଟିଆନ ପାଦ୍ରୀ ମାନେ ଚତୁର୍ଥ ଶତାବ୍ଦୀରେ ସମ୍ପୂର୍ଣ ଭାବେ ନଷ୍ଟ କରିଦେଇଥିଲେ । ଭାଷା ସୁରକ୍ଷା ପାଇଁ ଜଣେ ମାତ୍ର ଭାଷା ମନସ୍କ ଯୁବକ ଆର୍ଗି ସଂଘର୍ଷର ବୀଜ ବପନ କରିଥିଲେ । ତାଙ୍କୁ ଓ ତାଙ୍କର ପରିବାର ବର୍ଗଙ୍କୁ ଅକଥନୀୟ ନିର୍ଯାତନା, ଅତ୍ୟାଚାର,ମିଥ୍ୟାରୋପରେ କଠିନ ଦଣ୍ଡବିଧାନ କରାଯାଇଥିଲା ।ସପ୍ତମ ଶତାବ୍ଦୀରେ ଆରମ୍ଭ ହୋଇଥିବା ଭାଷା ଆନ୍ଦୋଳନର ପ୍ରଭାବରେ ଶତାବ୍ଦୀର ଶେଷ ସମୟକୁ ପ୍ରଥମେ ଆନ୍ଦୋଳନର ଇତିହାସ ଲେଖା ଗଲା ପରେ ବ୍ୟାପକ ଜନସମର୍ଥନ ମିଳିଲା । ଏହାର ଇତିହାସ ବ୍ୟାପକ । ଉନବିଂଶ ଶତାବ୍ଦୀର ମଧ୍ୟଭାଗରେ ରୁଷ ଓ ତୁର୍କୀ ଉଭୟର ଅଧୀନରେ ଥିବା ଆର୍ମେନିଆ ପ୍ରଦେଶ ଗୁଡିକରେ ଆର୍ମେନୀୟ ଭାଷା ସାହିତ୍ୟ ପ୍ରମୁଖ ସ୍ଥାନ ଅଧିକାର କଲା ।୧୯୨୦ ପରେ ନୂତନ ଆର୍ମେନିଆ ର ପ୍ରତିଷ୍ଠା ପରେ ଆଜି ଆର୍ମେନୀୟ ସାହିତ୍ୟର ଯେଉଁ ବିଶ୍ବସ୍ତରୀୟ ପରିଚିତି ସୃଷ୍ଟି ହୋଇଛି, ତାହା ଅନୁକରଣୀୟ । ଦେଶର ସମ୍ବିଧାନରେ ୨୩ ଭାଷାମାନଙ୍କୁ ସାମ୍ବିଧାନିକ ରୂପରେ ଜଣାଯାଏ । ହିନ୍ଦୀ ଏବଂ ଭାରତୀୟ ଇଂରାଜୀ , କେନ୍ଦ୍ରୀୟ ସରକାରଦ୍ୱାରା ରାଜଭାଷା ରୂପରେ ପ୍ରୟୋଗ କରାଯାଇଥାଏ । ରାଜ୍ୟ ସରକାର ନିଜ ଭାଷାର ରାଜ ଭାଷା ରୂପରେ ପ୍ରୟୋଗ କରିପାପାରନ୍ତି ବୋଲି ବ୍ୟବସ୍ଥା ଥିବାରୁ ୨୦୧୬ ମସିହା, ଅପ୍ରେଲ ୧୪ ତାରିଖରେ, ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ନବବର୍ଷ ଅବସରରେ ଭାରତ ଗୌରବ ମଧୁସୂଦନଙ୍କ ରାଜଭବନ ସମ୍ମୁଖରେ ଥିବା ପ୍ରତିମୂର୍ତ୍ତି ସ୍ଥଳରେ ଆମର ସଭାପତିତ୍ବରେ ଆରମ୍ଭ ହୋଇଥିଲା ଭାଷା ଆନ୍ଦୋଳନ ଏବଂ ପ୍ରାୟ ଦୀର୍ଘ ତିନି ବର୍ଷ ( ୮୭୮ ଦିନ) ସମଗ୍ର ଓଡ଼ିଶାରେ ଆନ୍ଦୋଳନ ସଫଳ ହୋଇ , ଓଡ଼ିଆ ଭାଷାରେ ଓଡ଼ିଶାର ଶାସନ ପାଇଁ ଆଇନ ବିଧାନ ସଭାରେ ଗୃହୀତ ହେବା ସହିତ ଭାଷା ବିଶ୍ବ ବିଦ୍ୟାଳୟ ପ୍ରତିଷ୍ଠା ଠାରୁ ଅନେକ ସଫଳତା ଲାଭ କରିଛି । ଅପରପକ୍ଷରେ ଭାରତର ଉତ୍ତର ଭାଗରେ ହିନ୍ଦୀ ସବୁଠାରୁ ଅଧିକ କୁହାଯାଇଥାଏ । ଭାରତୀୟ ଜନଗଣନା ଅନୁସାରେ ହିନ୍ଦୀରେ ଅନେକ ହିନ୍ଦୀ ଭାଷା ସମ୍ମିଳିତ ହୋଇଥାଏ । ୨୦୧୧ରେ ଭାରତୀୟ ଜନଗଣନା ଅନୁସାରେ ଭାରତର ୪୫% ଜନତା ହିନ୍ଦୀ ଜାଣିଥାନ୍ତି ଏବଂ ୨୫% ଲୋକମାନଙ୍କର ଏହା ମାତୃଭାଷା ।୨୦୦୧ ମସିହାର ଜନଗଣନାରେ ୨୨୬,୪୪୯ ଭାରତୀୟ ଇଂରାଜୀକୁ ମାତୃଭାଷା ବୋଲି ଦଲିଲ କରାଯାଇଛି ।କେବଳ ୧୪,୧୩୫ ଜଣଙ୍କର ସଂସ୍କୃତ ନିଜ ମାତୃଭାଷା ବୋଲି କୁହାଯାଇଥିଲା । ଯେଉଁ ସଂସ୍କୃତ ଭାଷା ହିଁ ବିଶ୍ବର ଅନେକ ଭାଷାର ଜନନୀ । ଇଂରାଜୀ ଭାଷାର ଧାରାବାହିକ ଆକ୍ରମଣ ଫଳରେ କିଭଳି ସଂସ୍କୃତ ଭାଷା, ଯେଉଁ ଭାଷାରେ ବିଶ୍ବର ସର୍ବାଧିକ ଗ୍ରନ୍ଥ, ପୁରାଣ ଶାସ୍ତ୍ର, ବେଦ ବେଦାନ୍ତ, ଉପନିଷଦ ଠାରୁ ପ୍ରତ୍ନତାତ୍ବିକ ନଥି ପର୍ଯ୍ୟନ୍ତ ସର୍ବାଧିକ , ସେହି ଭାଷାର ଏଭଳି ଦୟନୀୟ ସ୍ଥିତିକୁ ଲକ୍ଷ କଲେ ଆମ ହୃଦୟ ଶତତ ବିଦାରିତ । ସେହିପରି ଭୀଲୀ ଭାଷା ସବୁଠାରୁ ବଡ଼ ଭାଷା ଅଟେ ଯାହା ଅନୁସୂଚିତ ନୁହେଁ । ଭାରତର ଗ୍ରୀନବର୍ଗ ଡାଇବାର୍ଷିଟି ଇଣ୍ଡେକ୍ସ ୦.୯୧୪ ଅଟେ ଅର୍ଥାତ ଯଦିଓ ଦେଶରେ ଏହିପରି କୌଣସି ଦୁଇ ଲୋକଙ୍କୁ ବଛାଯାଏ ତ ୯୧.୪% ସୁଯୋଗ ହୋଇପାରେ କି ଦୁଇ ଜଣଙ୍କ ମାତୃଭାଷା ଅଲଗା ହୋଇପାରେ । ଆମେ ବ୍ୟକ୍ତିଗତ ଭାଵେ ଜଣେ କର୍ମକାଣ୍ଡ ପରିବାରରେ ଜନ୍ମଗ୍ରହଣ କରିଛୁ। ନିକଟରେ ୯୯ ବର୍ଷ ବୟସରେ ଆମର ଜନ୍ମଦାତ୍ରୀ ଇହଲୀଳା ସମ୍ବରଣ କରିବା ପରେ ଶୁଦ୍ଧିକ୍ରିୟା ନିମନ୍ତେ ଜଣେ ଭଲ କର୍ମକାଣ୍ଡଜ୍ଞାତ ବ୍ରାହ୍ମଣ ବା ପୁରୋହିତ ପାଇଲୁ ନାହିଁ । ଏଠାରେ ଉଲ୍ଲେଖଯୋଗ୍ୟ ଯେ କର୍ମକାଣ୍ଡ ଭାବେ ପରିଚିତ ଦ୍ୱିତୀୟ ବେଦ ଯଜୁର୍ବେଦର ବୈଦିକ ମନ୍ତ୍ର ସଂଖ୍ୟା ୧,୯୭୫ କର୍ମ ପ୍ରେରଣା ପ୍ରଦାନ କରିବା ଏହି ମନ୍ତ୍ରମାନଙ୍କର ଲକ୍ଷ୍ୟ । ୟଜୁର୍ବେଦରେ ଧର୍ମ ସମ୍ବନ୍ଧୀୟ କ୍ରିୟାକଳାପ ଏବଂ ଉପାସନାଦି ଅଛି । ଧନୁର୍ବେଦ ଏହାର ଉପବେଦ। ଏହାର ଅଧିପତି ଗ୍ରହ ଶୁକ୍ର, ବାର ଶୁକ୍ରବାର । ଏମାନେ ବହୁଗୋତ୍ରୀ, ଦେବତା ବାୟୁ(ମରୁତ୍ ବା ମାତରିଶ୍ୱା), ଛନ୍ଦ ଉଷ୍ଣିକ୍ । ଯଜୁର୍ବେଦର ଦୁଇଟି ପରମ୍ପରା ଅଛି:୧. ଶୁକ୍ଳ ବା ବାଜସନେୟୀ ଓ ୨. କୃଷ୍ଣ ବା ମିଶ୍ର । ଶୁକ୍ଳ ଯଜୁର୍ବେଦ କୃଷ୍ଣ ଯଜୁର୍ବେଦ ଅପେକ୍ଷା ବେଶୀ ଆଦରଣୀୟ, କାରଣ ଏଥିରେ ସଂହିତା ଏବଂ ବ୍ରାହ୍ମଣ ଗ୍ରନ୍ଥ ଅଲଗା ହୋଇ ରହିଛି। ଏହାର ସ୍ୱଭାବ ରାଜସିକ ହୋଇଥିବାରୁ ଏହାକୁ ଉପାଂଶୁ ଭାବେ ଜପ କରାଯାଏ ।ଶୁକ୍ଳ ଅଂଶର ଅନ୍ୟନାମ ବାଜସନେୟୀ (ବାଜସନି=ସୂର୍ଯ୍ୟ,ଏହାର ଆଦି ଗୁରୁ),ସୂର୍ଯ୍ୟଙ୍କଠାରୁ ଯାଜ୍ଞବଳ୍କ୍ୟ ଏହା ଅଧ୍ୟୟନ କରିଥିଲେ. ଏହାର ଆଦି ଗୁରୁ ବୈଶମ୍ପାୟନ ନୁହନ୍ତି। ଏହାର ବ୍ରାହ୍ମଣ ଗ୍ରନ୍ଥ ହେଉଛି ଶତପଥ । ବୃହଦାରଣ୍ୟକ ଏହି ବେଦର ମୁଖ୍ୟ ଉପନିଷଦ । ଇଶୋପନିଷଦ ଶୁକ୍ଳ ଯଜୁବେଦର ଅନ୍ତିମ ଅଧ୍ୟାୟ । ଶୁକ୍ଳ ଯଜୁର୍ବେଦର ଶାଖା ସଂଖ୍ୟା ୧୫ । ମୁଖ୍ୟ ଶାଖା ଗୁଡ଼ିକ ହେଉଛି ବାଜସନେୟ ମାଧ୍ୟନ୍ଦିନ, ଜାବାଳ, ବୋଧେୟ, କାଣ୍ୱ ଇତ୍ୟାଦି । ମାଧ୍ୟନ୍ଦିନ ବାଜସନେୟ ମୁଖ୍ୟତଃ ଉତ୍ତର ଭାରତ, ଗାଙ୍ଗେୟ ସମତଳ ଏବଂ ଗୁଜରାଟରେ ଅଧ୍ୟୟନ କରାଯାଏ । ଉତ୍କଳର ୟଜୁର୍ବେଦୀ ବ୍ରାହ୍ମଣମାନେ ସମସ୍ତେ ଶୁକ୍ଳଯଜୁର୍ବେଦ କାଣ୍ୱ ଶାଖା ଅଧ୍ୟୟନ କରନ୍ତି । ଏଥିରେ ୪୦ଟି ଅଧ୍ୟାୟ ଅଛି।ଏହାର କଳ୍ପସୂତ୍ର କାତ୍ୟାୟନ ଓ ଗୃହ୍ୟସୁତ୍ର କାତୀୟ-ପାରସ୍କର ଅଟେ । କ୍ରମଶଃ
କଳା ଭୂମି ମହୋତ୍ସବ -୭
( ପୂର୍ବ ଆଲୋଚନା ପରେ)
ଅଣସର ସମୟରେ ବ୍ରହ୍ମଗିରି ଠାରେ କେଉଁ ଅନାଦି ଅନନ୍ତ କାଳରୁ ଅବସ୍ଥାପିତ ପ୍ରଭୁ ଅଲାରନାଥଙ୍କୁ ଭକ୍ତ ମାନେ ଦର୍ଶନ କରିଥାନ୍ତି । କିମ୍ବଦନ୍ତୀ ଅନୁସାରେ ସତ୍ୟଯୁଗରେ ସୃଷ୍ଟିକର୍ତ୍ତା ବ୍ରହ୍ମା ଭଗବାନ୍ ବିଷ୍ଣୁଙ୍କ ଦର୍ଶନ ଲାଭ କରିବା ଲାଗି ଘୋର ତପସ୍ୟା କଲେ । ବ୍ରହ୍ମାଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଭଗବାନ
ବିଷ୍ଣୁ ଚତୁର୍ଭୁଜ ରୂପ ଧାରଣ କରି ତାଙ୍କ ସମ୍ମୁଖରେ ପ୍ରକଟ ହେଲେ ଓ କହିଲେ ମୁଁ ତୁମ ତପସ୍ୟାରେ ସନ୍ତୁଷ୍ଟ । ତୁମେ ମୋର ଏକ ଚତୁର୍ଭୁଜ ମୂର୍ତ୍ତି ନିର୍ମାଣ କରି ଏଠାରେ ପୂଜାର୍ଚ୍ଚନା କର । ଭଗବାନଙ୍କ ଆଜ୍ଞା ପାଳନ କରି ବ୍ରହ୍ମା କଳା ମୁଗୁନି ପଥରରେ ବିଷ୍ଣୁଙ୍କ ଚଳନ୍ତି ପ୍ରତିମା ନିର୍ମାଣ କରି ସେଠାରେ ପୂଜାର୍ଚ୍ଚନା କଲେ । ସେହି ପ୍ରତିମୂର୍ତ୍ତି ସମ୍ପ୍ରତ୍ତି ଅଲାରନାଥ ନାମରେ ସର୍ବତ୍ର ବିଖ୍ୟାତ । ଯେଉଁ ପର୍ବତ ଉପରେ ସେ ତପସ୍ୟା କଲେ ସେହି ସ୍ଥାନଟି ପରବର୍ତ୍ତୀ କାଳରେ ବ୍ରହ୍ମଗିରି ନାମରେ ବିଖ୍ୟାତ ହେଲା । ପରବର୍ତ୍ତୀ ସମୟରେ ସେହି ଅଞ୍ଚଳକୁ ବ୍ରହ୍ମଗିରି ବୋଲି କୁହାଗଲା । ସେହିପରି ଆଉ ଏକ ପୌରାଣିକ କଥା ଯେ, ରାଜା ଇନ୍ଦ୍ରଦ୍ୟୁମ୍ନ ରାଜତ୍ୱ କାଳରେ ସୃଷ୍ଟିକର୍ତ୍ତା ବ୍ରହ୍ମା ଶ୍ରୀମନ୍ଦିର ପ୍ରତିଷ୍ଠା ଲାଗି ମର୍ତ୍ତ୍ୟଭୂମିକୁ ଆସିଥିଲେ । ସେ ପ୍ରଥମେ ଯେଉଁ ସ୍ଥାନରେ ମର୍ତ୍ତ୍ୟଭୂମିକୁ ଓହ୍ଲାଇଲେ ସେହି ସ୍ଥାନକୁ ପରବର୍ତ୍ତୀ ସମୟରେ ବ୍ରହ୍ମଗିରି ବୋଲି କୁହାଗଲା । ସୃଷ୍ଟିକର୍ତ୍ତା ମର୍ତ୍ତ୍ୟଭୂମିରେ ପାଦ ଦେବା ପରେ ବିଷ୍ଣୁଙ୍କ ପୂଜା କରିଥିଲେ । ଯେଉଁଠାରେ ସେ ବିଷ୍ଣୁଙ୍କ ପୂଜା କରିଥିଲେ ପରବର୍ତ୍ତୀ ସମୟରେ ତାହା ଅଲାରନାଥ ନାମରେ ଖ୍ୟାତି ଅର୍ଜନ କଲା । ଅପରପକ୍ଷରେ ଐତିହାସିକମାନଙ୍କ ମତରେ ୧୧୨୮ ଖ୍ରୀଷ୍ଟାବ୍ଦରେ ଗଙ୍ଗବଂଶର ଚତୁର୍ଥ ନରପତି ମଦନ ମହାଦେବଙ୍କ ସମୟରେ ଏହି ମନ୍ଦିରଟି ନିର୍ମିତ ହୋଇଥିଲା । ଆମର ସ୍ଵକୀୟ ଅଧ୍ୟବସାୟ ଆଧାରରେ ଏହା ନିର୍ମିତ ହୋଇ ନଥିଲା ବରଂ ଠିକ୍ ଶ୍ରୀମନ୍ଦିର ଭଳି ମରାମତି ହୋଇଥିଲା, ଅଭିବୃଦ୍ଧି ହୋଇଥିଲା ।
ମନ୍ଦିରର ବିମାନ ବା ଗର୍ଭଗୃହର ମଧ୍ୟଭାଗରେ ପ୍ରତିଷ୍ଠିତ ଏକ ପ୍ରସ୍ତର ସିଂହାସନରେ ଚିକ୍କଣ କଳା ମୁଗୁନି ପ୍ରସ୍ତର ନିର୍ମିତ ଚତୁର୍ଭୁଜ ବିଶିଷ୍ଟ ଅଲାରନାଥ ବିଗ୍ରହ ଅତ୍ୟନ୍ତ କମନୀୟ । ଦଣ୍ଡାୟମାନ ଭଙ୍ଗୀରେ ଥିବା ଏହି ବିଗ୍ରହଙ୍କର ହସ୍ତରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ସୁଶୋଭିତ । ସୂକ୍ଷ୍ମ କରୁକାର୍ଯ୍ୟ ସମ୍ପନ୍ନ ଅଲାରନାଥଙ୍କ ବିଗ୍ରହରେ ଦ୍ରାବିଡ଼ ଶୈଳୀର ଭାସ୍କର୍ଯ୍ୟ ପରିଲକ୍ଷିତ ହୋଇଥାଏ । ଅତ୍ୟନ୍ତ ପ୍ରାଚୀନ ସମୟରୁ ବଂଶାନୁକ୍ରମିକ ଭାବେ ଏଠାକାର ପୂଜକମାନେ ଅଲାରନାଥ ମହାପ୍ରଭୁଙ୍କ ସେବା ସମ୍ପାଦନ କରି ଆସୁଛନ୍ତି ।ଶ୍ରୀ ଅଲାରନାଥଙ୍କ ବିଗ୍ରହମୂର୍ତ୍ତି କଳାମୁଗୁନି ପଥରରେ ନିର୍ମିତ । ମୂର୍ତ୍ତି ଚାରିପଟେ ତୋରଣ ଅଛି । ତୋରଣ ତଳେ ପାର୍ଶ୍ୱଦେବୀ ଶ୍ରୀଦେବୀ, ଭୂଦେବୀ ବିଦ୍ୟମାନ କରୁଛନ୍ତି । ପଦଯୁଗ ତଳେ ଗରୁଡ଼ ପ୍ରାର୍ଥନାରତ। ଶ୍ରୀ ଜୀଉଙ୍କ ଊର୍ଦ୍ଧ୍ୱ ବାମ ହସ୍ତରେ ଶଙ୍ଖ, ଡାହଣ ହସ୍ତରେ ଚକ୍ରଚିହ୍ନ ଅଛି । ନିମ୍ନ ବାମ ହସ୍ତରେ ଗଦା ଓ ଡାହାଣ ହସ୍ତରେ ପଦ୍ମ ଚିହ୍ନ ବିଦ୍ୟମାନ ।ଏଣୁ ଶ୍ରୀ ଅଲାରନାଥଙ୍କୁ ଚତୁର୍ଦ୍ଧାମୂର୍ତ୍ତି ନାରାୟଣ କୁହାଯାଏ । ସେହିପରି କେତେକ ଐତିହାସିକ ଙ୍କ ମତରେ ଆଜିର ତାମିଲନାଡୁରୁ ଆସିଥିବା ଆଲବର ସମ୍ପ୍ରଦାୟମାନେ ଏଠାରେ ଚତୁର୍ଦ୍ଧାମୂର୍ତ୍ତି ସ୍ଥାପନ କରିଥିଲେ ଏବଂ ଏହି ସମ୍ପ୍ରଦାୟର ବ୍ରାହ୍ମଣମାନେ ପ୍ରଭୁଙ୍କର ପୂଜାର୍ଚ୍ଚନା କରନ୍ତି । ପୁରୁଷୋତ୍ତମ ଚନ୍ଦ୍ରିକାରୁ ଜଣାପଡ଼େ ଅଲବନ୍ଦ ଆଚାର୍ଯ୍ୟ ନାମକ ଏକ ତାନ୍ତ୍ରିକ ବ୍ରାହ୍ମଣ ଅନବସର ସମୟରେ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ସ୍ୱର୍ଗଦ୍ୱାର ନିକଟ ସୋଲାଖିଆ ବଟବୃକ୍ଷରେ ମହୂମାଛି ହୋଇ ଶ୍ରୀମନ୍ଦିରକୁ ଯାଆନ୍ତେ ସେଠାରେ ବାଧାପ୍ରାପ୍ତ ହୋଇ ସମୁଦ୍ରରେ ଝାସ ଦେବାକୁ ଯିବା ସମୟରେ ଏକ ମର୍କଟ ବାଧାଦେବାରୁ ସେ ଶ୍ରୀ ଅଲାରନାଥଙ୍କ ପୀଠରେ ଆସି ପଡ଼ିଲେ l ଅଲବନ୍ଦାରନାଥଙ୍କ ଠାକୁରଙ୍କୁ କାଳକ୍ରମେ ଶ୍ରୀ ଅଲାରନାଥ ଭାବେ ପୂଜା ହେଉଥିବା କୁହାଯାଏ । ଗବେଷକମାନଙ୍କ ମତାନୁଯାୟୀ ‘ଅଲାରନାଥ’ ନାଁଟି ଏକ ଦ୍ରାବିଡ଼ ଶବ୍ଦରୁ ଆସିଛି । ଦ୍ରାବିଡ଼ ଶବ୍ଦ ‘ଆଲୋୟାର’ର ଅର୍ଥ ଭକ୍ତ । ଏଣୁ ଆଲୋୟାରନାଥ ପ୍ରକୃତରେ ଭକ୍ତଙ୍କର ନାଥ । କାଳକ୍ରମେ ଆଲୋୟାରନାଥ ଶବ୍ଦର ଅପଭ୍ରଂଶ ଘଟି ଆଲବନ୍ଦାନାଥ, ଅଲବରନାଥ, ଆଲାଲାନାଥ ଏବଂ ପରିଶେଷରେ ସ୍ଥାନୀୟ ଲୋକମୁଖରେ ଏହା ‘ଅଲାରନାଥ’ ନାମରେ ପ୍ରସିଦ୍ଧି ଲାଭ କରିଛି । ଅପରପକ୍ଷରେ ପୁରୁଷୋତ୍ତମ ଚନ୍ଦ୍ରିକାରେ ହୋଇଥିବା ଉଲ୍ଲେଖ ଅନୁସାରେ ପରମ ତାନ୍ତ୍ରିକ ବାବା ଅଲବନ୍ଦାଚାର୍ଯ୍ୟ ନାମକ ଜଣେ ତନ୍ତ୍ର ସାଧକ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଆସିଥିବା ସମୟରେ ଅଣସର ହେତୁ ଦର୍ଶନ ପାଇ ପାରି ନ ଥିଲେ । ନିଜର ତନ୍ତ୍ର ସାଧନା ପ୍ରୟୋଗ କରି ସେ ଏକ ଭ୍ରମର ରୂପରେ ଅଣସର ଗୃହକୁ ପ୍ରବେଶ କରିଥିଲେ । ଅଣସର ଗୃହରେ ଏକ ଅଷ୍ଟଦଳ ପଦ୍ମ ଦେଖି ଅଲ୍ବନ୍ଦା ପଦ୍ମ ଉପରେ ବସିବାକୁ ଉଦ୍ୟମ କରିବା ବେଳେ ପଦ୍ମର ପାଖୁଡ଼ାଗୁଡ଼ିକ ଜଣେ ଜଣେ ସୁନ୍ଦରୀ ନାରୀରେ ପରିଣତ ହୋଇ ଭ୍ରମରକୁ ଉପହାସ କରିଥିଲେ । ଫଳରେ ଅଲ୍ବନ୍ଦାଚାର୍ଯ୍ୟ ଅପମାନ ପୂର୍ବକ ଜଗନାଥଙ୍କ ଦର୍ଶନରୁ ବଞ୍ଚିତ ହୋଇ ସମୁଦ୍ରରେ ପ୍ରାଣ ବିସର୍ଜନ ନିମନ୍ତେ ଉଦ୍ୟମ ହୁଅନ୍ତେ ହଠାତ୍ ଏକ ବିରାଟକାୟ ମର୍କଟ ତାଙ୍କ ସମ୍ମୁଖରେ ଲମ୍ଫ ପ୍ରଦାନ କରି ଦକ୍ଷିଣ ଦିଗକୁ ଗତି କରିଥିଲା । ଏହା ଭଗବାନଙ୍କ ନିର୍ଦ୍ଦେଶ ଭାବି ସେ ଦକ୍ଷିଣାଭିମୁଖୀ ଦିଗରେ ଯାତ୍ରା କରି ବ୍ରହ୍ମଗିରିସ୍ଥ ଅଲାରନାଥ ପୀଠରେ ପହଞ୍ଚି ସେଠାରେ ଶିଳାରୂପୀ ବିଷ୍ଣୁ ବିଗ୍ରହଙ୍କୁ ଦର୍ଶନ କରି ଭାବ ବିହ୍ୱଳିତ ହୋଇଯାଇଥିଲେ । ସେବେଠାରୁ ଅଲ୍ ବିନ୍ଦାଙ୍କ ପ୍ରଭୁ ବା ନାଥ ଅଲ୍ ବିନ୍ଦାନାଥ ଓ ପରେ ଅପଭ୍ରଂଶ ହୋଇ ଅଲାରନାଥ ନାମରେ ନାମିତ ହୋଇଛନ୍ତି । ଅଲାରନାଥଙ୍କ ମନ୍ଦିରଟି ଏକ ସୂକ୍ଷ୍ମ କାରୁକଳା ବିମଣ୍ଡିତ ପ୍ରାଚୀନ ମନ୍ଦିର । ଅପରପକ୍ଷରେ ଲୋକକଥା ଅଛି ଯେ ସତ୍ୟଯୁଗରେ ମହାପ୍ରଭୁଙ୍କ ଲୀଳା ବ୍ରହ୍ମଗିରିରେ ପ୍ରକଟ ହୋଇଥିଲା । ତେବେ ଅନେକ କାଳ ଧରି ଏହି ଲୀଳା ଗୁପ୍ତ ହୋଇ ରହିବା ପରେ ମହାନ ବୈଷ୍ଣବ ସନ୍ଥ ଚୈତନ୍ୟଙ୍କ ଶ୍ରୀକ୍ଷେତ୍ରକୁ ଆଗମନ ସମୟରେ ଅଲାରନାଥଙ୍କ ମହିମା ପୁନର୍ବାର ଲୋକମୁଖରେ ପ୍ରଚାରିତ ହୋଇଥିଲା । ଶ୍ରୀ ଚୈତନ୍ୟ ତାଙ୍କ ଜୀବନର ଶେଷ ୧୮ବର୍ଷ ଶ୍ରୀକ୍ଷେତ୍ରରେ କଟାଇଥିଲେ । କାଶୀମିଶ୍ରାଳୟର ଗମ୍ଭୀରା ଘରେ ସେ ଅବସ୍ଥାନ ପୂର୍ବକ ପ୍ରତ୍ୟହ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ନିମିତ୍ତ ଶ୍ରୀମନ୍ଦିରକୁ ଯାଉଥିଲେ । ଅଣସର ସମୟରେ ପ୍ରଭୁଙ୍କର ଦର୍ଶନ ନ ପାଇ ବିରହ ଜ୍ୱାଳାରେ ମିୟମ୍ରାଣ ହୋଇପଡ଼ିଥିଲେ । ପ୍ରଭୁଙ୍କ ନିର୍ଦ୍ଦେଶରେ ସେ ବ୍ରହ୍ମଗିରିସ୍ଥ ଅଲାରନାଥଙ୍କ ପୀଠରେ ପହଞ୍ଚି ନାରାୟଣ ମୂର୍ତ୍ତିଙ୍କୁ ଦର୍ଶନ କରି ଭାବ ବିହ୍ୱଳିତ ହୋଇଯାଇଥିଲେ । ସେଠାରେ ପଡ଼ିଥିବା ଏକ ପ୍ରସ୍ତର ଖଣ୍ଡ ଉପରେ ଦଣ୍ଡବତ ପ୍ରଣିପାତ କରିଥିଲେ । ଶ୍ରୀବିଗ୍ରହଙ୍କ ଦର୍ଶନ ନ ପାଇ ବିରହ ଜ୍ୱାଳାରେ ତାଙ୍କ ଶରୀର ଏତେ ଉତ୍ତପ୍ତ ହୋଇଯାଇଥିଲା ଯେ ଉକ୍ତ ପ୍ରସ୍ତର ଖଣ୍ଡକ ତାଙ୍କ ଶରୀରର ଆକାର ଅନୁଯାୟୀ ତରଳି ଯାଇଥିଲା । ଏବେ ବି ସେହି ପ୍ରସ୍ତର ଖଣ୍ଡିକ ସର୍ବାଙ୍ଗ ଶିଳା ଭାବେ ମନ୍ଦିର ପରିସରରେ ପୂଜିତ ହେଉଛି । ଶ୍ରୀଚୈତନ୍ୟ ପନ୍ଥୀ ଗୌଡ଼ୀୟ ବୈଷ୍ଣବମାନେ ଏହି ପୀଠକୁ ଆଗମନ କରି ପ୍ରଭୁ ଅଲରନାଥଙ୍କୁ ଦର୍ଶନ କରିବା ସହିତ ସେହି ସର୍ବାଙ୍ଗ ଶିଳାକୁ ପ୍ରଣିପାତ କରିଥାନ୍ତି । ସନାତନ ଧର୍ମାବଲମ୍ବୀମାନଙ୍କର ଏକ ପବିତ୍ର ଆଧ୍ୟାତ୍ମିକ ସ୍ଥଳୀ ଭାବେ ଏହା ଅତ୍ୟନ୍ତ ସୁପରିଚିତ ।
ପୂର୍ବରୁ ସ୍ନାନ ମଣ୍ଡପରେ ଶ୍ରୀଜୀଉଙ୍କର ମହାସ୍ନାନ ସମ୍ପର୍କରେ ଆଲୋଚନା କରାଯାଇଛି ଯେ କିଭଳି ମହାସ୍ନାନ ପରେ ଶ୍ରୀଜୀଉମାନେ ଲୌକିକ ମତରେ ଭୀଷଣ ଜ୍ୱରରେ ଆକ୍ରାନ୍ତ ହୋଇ ଅଣସର ଘରେ ପଡ଼ି ରୁହନ୍ତି । ଅଣସରର ତାଳତାଟି ଭିତରେ ମହାପ୍ରଭୁଙ୍କ ବଂଶଧର ଭାବେ ପରିଚିତ ଦଇତାପତି ସେବକମାନେ ସେମାନଙ୍କର ସେବାଶୁଶ୍ରୁଷା କରନ୍ତି । ସେହି ସମୟରେ ଭକ୍ତମାନେ ଦୀର୍ଘ ୧୫ଦିନ ଧରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିପାରନ୍ତି ନାହିଁ । ତେଣୁ ଏହି ସମୟରେ ଭକ୍ତମାନେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିନପାରି ବ୍ରହ୍ମଗିରିର ଶ୍ରୀଅଲାରନାଥଙ୍କୁ ଦର୍ଶନ କରି ପୁଣ୍ୟ ଅର୍ଜନ କରିଥାନ୍ତି । ଶ୍ରୀମନ୍ଦିର ରତ୍ନ ସିଂହାସନରେ ଶ୍ରୀଜୀଉଙ୍କୁ ଦର୍ଶନ କରିବାରେ ଯେତିକି ପୂଣ୍ୟ ମିଳେ ଅଣସର ସମୟରେ ଶ୍ରୀଅଲାରନାଥଙ୍କୁ ଦର୍ଶନ କଲେ ସେତିକି ପୂଣ୍ୟ ମିଳେ ବୋଲି ପ୍ରବାଦ ରହିଛି । ତେଣୁ ଅଣସର ସମୟରେ ଅଲାରନାଥ ମନ୍ଦିରରେ ଭକ୍ତମାନଙ୍କ ପ୍ରବଳ ଭିଡ ଲାଗିରହିଥାଏ । ଏଯାବତ ଏହି ପବିତ୍ର କ୍ଷେତ୍ରକୁ ରାଜ୍ୟ ସରକାର ଏକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ନ ଦେବା ମଧ୍ୟ ବିଡମ୍ବନାର କଥା । ଏହା ସତ୍ତ୍ୱେ ପ୍ରଭୁ ଜଗନ୍ନାଥଙ୍କ ଭକ୍ତ, ବିଶେଷ କରି କୃଷ୍ଣଭକ୍ତମାନଙ୍କ ପାଇଁ ଏକ ପ୍ରସିଦ୍ଧ ସ୍ଥାନ ହୋଇ ରହି ଆସିଛି । କାରଣ ଭଗବାନ ଅଲାରନାଥ ହେଉଛନ୍ତି ପ୍ରଭୁ ବିଷ୍ଣୁଙ୍କର ଚଳନ୍ତି ପ୍ରତିମା । ଠିକ୍ ଶ୍ରୀମନ୍ଦିର ଭଳି ଶ୍ରୀଅଲାରନାଥଙ୍କ ମନ୍ଦିରରେ ବାରମାସରେ ତେର ଯାତ ଅନୁଷ୍ଠିତ ହୁଏ । ଶ୍ରୀ ଜଗନ୍ନାଥଙ୍କ ପରି ଶ୍ରୀ ଅଲାରନାଥଙ୍କର ମଧ୍ୟ ବିଭିନ୍ନ ସମୟରେ ବିଭିନ୍ନ ବେଶ କରାଯାଏ । ଅନବସର ସମୟରେ ଅନବସର ବେଶ, ଚନ୍ଦନ ଯାତ୍ରା ସମୟରେ ଚନ୍ଦନ ବେଶ, କାର୍ତ୍ତିକ ମାସରେ ରାଧାଦାମୋଦର ବେଶ, ଦଶହରା ଦିନ ରାଜବେଶ, ବସନ୍ତ ପଞ୍ଚମୀ ଦିନ ଘୋଡ଼ାଲିଗି ବେଶ ଓ ଅନ୍ୟାନ୍ୟ ବେଶ କରାଯାଏ । ସେହିଭଳି ବିଭିନ୍ନ ପର୍ବପର୍ବାଣି ମଧ୍ୟରେ ଅନବସର ଉତ୍ସବ, ଚିତାଲାଗି ଅମାବାସ୍ୟା, ଗହ୍ମାପୂର୍ଣିମା, କୁମାର ପୂର୍ଣିମା, ବିଜୟା ଦଶମୀ, ଦେବ ଦୀପାବଳୀ, ଧନୁ ସଂକ୍ରାନ୍ତି, ପହିଲି ଭୋଗ, ମକର ସଂକ୍ରାନ୍ତି, ବକୁଳ ଅମାବାସ୍ୟା, ବସନ୍ତ ପଞ୍ଚମୀ, ଦୋଳ ପୂର୍ଣ୍ଣମୀ, ପୁଷ୍ୟାଭିଷେକ, ପଣାସଂକ୍ରାନ୍ତି, ଚନ୍ଦନ ଯାତ୍ରା ଆଦି ଅନୁଷ୍ଠିତ ହୁଏ । ସେହିପରି ଶ୍ରୀମନ୍ଦିର ଭୋଗନୀତି ପରି ଏଠାରେ ମଧ୍ୟ ଭୋଗ ଅନୁଷ୍ଠିତ ହୁଏ । ସକାଳ ୮ଟାରେ ବାଳଭୋଗ, ସକାଳ ଧୂପରେ ଅନ୍ନ, ଖେଚେଡ଼ି, ଡାଲି ଓ ତରକାରୀ ଭୋଗ କରାଯାଏ । ମାଧ୍ୟାହ୍ନରେ କ୍ଷୀର ଭୋଗ କରାଯାଇ ପହୁଡ଼ ପଡ଼େ । ରାତିରେ ଦହି ପଖାଳ ଓ ଭଜା ଭୋଗ କରାଯାଏ । ଶ୍ରୀଅଲାରନାଥଙ୍କ କ୍ଷୀରି ଭୋଗ ସବୁଠାରୁ ପ୍ରିୟ । ଶ୍ରୀମନ୍ଦିର ଭଳି ଏଠାରେ ପ୍ରଭୁ ଅଲାରନାଥଙ୍କ ଦୈନଦିନ ଆଳତୀ, ଅବକାଶ, ବଲ୍ଲଭ, ଅନ୍ନଭୋଗ, ଚନ୍ଦନ ଲାଗି, ବଡ଼ସିଂହାର ବେଶ, ପହୁଡ଼ ଇତ୍ୟାଦି ନୀତି ଅନୁଷ୍ଠିତ ହୋଇଥାଏ । ବିଶେଷ କରି ଅଣସର ସମୟରେ ଉକ୍ତ ମନ୍ଦିରରେ ଦ୍ୱାର ଫିଟା, ମଙ୍ଗଳ ଆରତୀ, ଅବକାଶ, ଅଣସର ବେଶ, ଚନ୍ଦନ ତୁଳସୀ ଲାଗି, ବଲ୍ଲଭ ଭୋଗ, ସର୍ବସାଧାରଣ ଦର୍ଶନ, ସକାଳ ଧୂପ, ଦ୍ୱିପହର ଧୂପ (କ୍ଷୀର ଭୋଗ), ଦିବା ପହୁଡ଼, ଚିଆଁ ପହୁଡ଼, ସର୍ବସାଧାରଣ ଦର୍ଶନ, ସନ୍ଧ୍ୟା ଆଳତୀ, ମଇଲମ, ଅଣସର ବେଶ, ସର୍ବସାଧାରଣ ଦର୍ଶନ, ସନ୍ଧ୍ୟା ଧୂପ, ବଡ଼ ସିଂହାର ବେଶ ଓ ତତ୍ପରେ ପହୁଡ଼ ନୀତି ହୋଇ ମନ୍ଦିର ଦ୍ୱାର ବନ୍ଦ ହୋଇଥାଏ । ଅଣସର ସମୟରେ ଭକ୍ତମାନଙ୍କର ପ୍ରବଳ ଜନସମାଗମ ହେତୁ ଅଲାରନାଥଙ୍କ କ୍ଷୀରି ପ୍ରସାଦର ଚାହିଦା ଅତ୍ୟଧିକ ହୋଇଥାଏ । ଏହି ସମୟରେ ପ୍ରତ୍ୟହ ମନ୍ଦିରର ରୋଷଘରେ ୫୦ହଣ୍ଡା କ୍ଷୀରି ପ୍ରସ୍ତୁତ ହୋଇଥାଏ । ଦଶ ସେର କ୍ଷୀରରେ ଏକ ହଣ୍ଡା କ୍ଷୀରି ପ୍ରସ୍ତୁତ ହୁଏ । ଏଥିରେ ଆବଶ୍ୟକ ପରିମାଣର ଚାଉଳ, ଚିନି, ଅଳେଇଚ, ଖିସ୍ ମିସ୍ ଇତ୍ୟାଦି ପକାଯାଇଥାଏ । ଅଲାରନାଥ ଙ୍କ କ୍ଷୀରି କେଉଁ ଅନାଦି ଅନନ୍ତ କାଳରୁ ଭକ୍ତ ଜନମାନଙ୍କର ଅମୃତ ।ଅଲାରନାଥଙ୍କ କ୍ଷୀରିଭୋଗ ସମ୍ପର୍କରେ ଏକ ସୁନ୍ଦର କିମ୍ବଦନ୍ତୀ ଏଠାରେ ପ୍ରଚଳିତ । ଏକଦା ସେବା କାର୍ଯ୍ୟରେ ନିୟୋଜିତ ଅଲାରନାଥଙ୍କ ପୂଜକ କାର୍ଯ୍ୟବଶତଃ ଅନ୍ୟ ଗ୍ରାମକୁ କେତେଦିନ ପାଇଁ ଚାଲିଯାଇଥିଲେ । ଯିବା ପୂର୍ବରୁ ସେ ତାଙ୍କର ନାବାଳକ ପୁତ୍ରକୁ ଠାକୁରଙ୍କ ନିକଟରେ କ୍ଷୀରିଭୋଗ କରିବା ପାଇଁ କହି ଯାଇଥିଲେ । ଅଜ୍ଞାନ ବାଳକ ପୂଜା ପଦ୍ଧତି ସମ୍ବନ୍ଧରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ ସୁଦ୍ଧା କ୍ଷୀରି ହାଣ୍ଡି ଧରି ଠାକୁରଙ୍କ ପାଖରେ ପହଞ୍ଚି ତାର ଚପଳ ବୁଦ୍ଧି ଓ ଭକ୍ତି ସହକାରେ ଆଖି ବନ୍ଦ କରି ଠାକୁରଙ୍କୁ ଆବାହନ କରିବା ପରେ ଦେଖିଲା ହାଣ୍ଡିରେ କିଛି କ୍ଷୀରି ନାହିଁ । ଘରକୁ ଖାଲି ହାଣ୍ଡି ଧରି ଫେରି ତା’ମା ଆଗରେ ସମସ୍ତ ଘଟଣା କହିଲେ ସୁଦ୍ଧା ମା’ର ବିଶ୍ୱାସ ହେଲା ନାହିଁ । ବିଲେଇ କ୍ଷୀରି ବୋଧହୁଏ ଖାଇ ଦେଇଥିବ କିମ୍ବା ଅନ୍ୟ କୌଣସି ଅଘଟଣ ଘଟିଥିବ, ଏହି ଆଶଙ୍କାରେ ପୁତ୍ରର ମା’ ରାତ୍ରି ସାରା ଶୋଇ ପାରି ନ ଥିଲେ । ତା ପରଦିନ ପୁଅକୁ କ୍ଷୀରି ହାଣ୍ଡି ସହ ପଠାଇ ବାଳକଟିର ମାଆ ଅଲାରନାଥ ବିଗ୍ରହଙ୍କର ପଶ୍ଚାତ୍ ଭାଗରେ ଲୁଚି ରହିଥିଲେ । କ୍ଷୀରି ଖାଇବା ପାଇଁ ବାଳକଟି ଠାକୁରଙ୍କୁ ଆବାହନ କଲା ମାତ୍ରେ, ପ୍ରଭୁ ଅଲାରନାଥ ନଇଁ ପଡ଼ି କ୍ଷୀରି ଖାଉଥିବା ବେଳେ ବାଳକଟିର ମା’ ଭୟରେ ଚିତ୍କାର କରିଥିଲେ । ଗରମ କ୍ଷୀରି ପ୍ରଭୁଙ୍କ ହାତ ଓ ମୁହଁରେ ପଡ଼ି ଫୋଟକା ହୋଇଯାଇଥିଲା । ଅଦ୍ୟାବଧି ଏହାର ସ୍ମୃତି ସ୍ୱରୂପ ସ୍ଥାନୀୟ ପୂଜକମାନେ ବିଗ୍ରହଙ୍କର ମୁହଁରେ ଥିବା ଫୋଟକା ଚିହ୍ନ ଦେଖାଇଥାନ୍ତି । ସ୍ଥାନୀୟ ଅଧିବାସୀଙ୍କ ବିଶ୍ୱାସ ଯେ, ପ୍ରଭୁ ଅଲାରନାଥ ସ୍ୱୟଂ କ୍ଷୀରିକୁ ଏଠାରେ ଆଘ୍ରାଣ କରି ଥାଆନ୍ତି, ଯାହାଫଳରେ କି ଏଠାରେ କ୍ଷୀର ଭୋଗ ଅତ୍ୟନ୍ତ ସୁସ୍ୱାଦୁ ଓ ପ୍ରସାଦ ରୂପେ ଭାରତ ବର୍ଷର ସମସ୍ତ ଭକ୍ତମାନଙ୍କ ଗ୍ରହଣୀୟ ହୋଇଛି ।
କ୍ରମଶଃ
କଳା ଭୂମି ମହୋତ୍ସବ -୬
-----------------------
( ପୂର୍ବ ଆଲୋଚନା ପରେ)
ଏଥି ପୂର୍ବରୁ ଲଗାତର ୨୧ଦିନ ଧରି ନରେନ୍ଦ୍ର ପୋଖରୀରେ ଚାପଖେଳିବା ପରେ ଶ୍ରୀଜୀଉମାନେ ୧୦୮ ଗରା ଜଳରେ ସ୍ନାନ କରିବାରୁ ତାଙ୍କୁ ଜ୍ୱର ହୋଇଛି ବୋଲି ଜନଶ୍ରୁତି ରହି ଆସିଛି । ଜ୍ୱର ହେବାପରେ ଶ୍ରୀଜୀଉମାନଙ୍କୁ ଉପଚାର କରିବା ନିମନ୍ତେ ଦଇତାପତି ସେବକ ଓ ଅନ୍ୟ ସେବକମାନେ ଠାକୁରମାନଙ୍କୁ ଅଣସର ଘରକୁ (ଜଗନ୍ନାଥ ମନ୍ଦିରର ଜଗମୋହନରେ ଚନ୍ଦନ ଅର୍ଗଳି ନିକଟରେ ଥିବା ଏକ ସ୍ଥାନ) ନିଅନ୍ତି । ଏହି ସମୟରେ ମହାପ୍ରଭୁଙ୍କ ଦେହରେ ଚୁଆ, କର୍ପୁର, କସ୍ତୁରୀ ଓ ଚନ୍ଦନ ଲେପନ କରାଯିବା ସହ ପାରମ୍ପାରିକ ଉପଚାର କରାଯାଏ । ଅନସର ଘରେ କେବଳ ଦଇତା ସେବକମାନେ ଅର୍ଥାତ ବିଶ୍ୱାବସୁଙ୍କ ବଂଶଧରମାନେ ସେବାକାର୍ଯ୍ୟ କରନ୍ତି । ବର୍ଷକ ବାର ମାସ ମଧ୍ୟରୁ ପତି ମହାପାତ୍ର ବା ବ୍ରାହ୍ମଣମାନଙ୍କ ସେବା ୧୧ମାସ ଏବଂ ଦଇତାମାନଙ୍କ ସେବା ଏକ ମାସ । ଏହା ଆଷାଢ଼ କୃଷ୍ଣ ପ୍ରତିପଦାରୁ ନୀଳାଦ୍ରୀ ବିଜେ ଯାଏଁ ଚଉଦଦିନ ଧରି କରାଯାଇଥାଏ । ଅତଏବ ଅଣସର ବା ଅନସର ସମୟରେ ଗର୍ଭଗୃହରେ ଦାରୁ ମୂର୍ତ୍ତିମାନଙ୍କ ବଦଳରେ ପଟିଦିଅଁଙ୍କୁ ପୂଜା କରାଯାଇଥାଏ । ବଳଭଦ୍ରଙ୍କ ପଟିଦିଅଁ ବାସୁଦେବ, ଦେବୀ ସୁଭଦ୍ରାଙ୍କର ପଟିଦିଅଁ ଭାବେ ଯାଜ୍ଞସେନୀ ବା ଭୁବନେଶ୍ୱରୀ ଓ ଜଗନ୍ନାଥଙ୍କ ପଟିଦିଅଁ ଭାବେ ନାରାୟଣ ପୂଜା ପାଇଥାନ୍ତି ।ତେବେ ଦାରୁ ଦେବତାମାନେ ରତ୍ନ ସିଂହାସନରେ ଯେଉଁ ରୂପରେ ପୂଜା ପାଆନ୍ତି ପଟ୍ଟଚିତ୍ର ଗୁଡ଼ିକ ସେହି ଆକୃତିର ନୁହେଁ । କାଷ୍ଠ ନିର୍ମିତ ସୁଦୃଶ୍ୟ ଆସରେ ବସିଥିବା ପରି ଅଙ୍କିତ ହୋଇଥିବା ଚିତ୍ରରେ ସମସ୍ତ ଦିଅଁ ଚତୁଃହସ୍ତ ଓ ଦୁଇପଦ ବିଶିଷ୍ଟ ହୋଇ ପଦ୍ମାସନରେ ବସିଥାଆନ୍ତି । ବଳଭଦ୍ରଙ୍କ କଳେବର ଶ୍ୱେତବର୍ଣ୍ଣରେ ଚିତ୍ରିତ ହେଇଥାଏ । ଚତୁଃହସ୍ତରେ ସେ ଧରିଥାଆନ୍ତି ଶଙ୍ଖ, ଚକ୍ର, ଗଦା ଓ ହଳ । ହରିଦ୍ର ବର୍ଣ୍ଣା ସୁଭଦ୍ରା ଦୁଇ ଉର୍ଦ୍ଧ୍ୱ ହସ୍ତରେ ପଦ୍ମ ଧରିଥାଆନ୍ତି ଓ ନିମ୍ନ ହସ୍ତ ଦୁଇଟି ଥାଏ ବରଦା ମୁଦ୍ରାରେ । କଳା ରଙ୍ଗରେ ଚିତ୍ରିତ ଜଗନ୍ନାଥ ଚାରିହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧରିଥାଆନ୍ତି । ସମସ୍ତ ଦେବତାଙ୍କ ପୃଷ୍ଠପଟ୍ଟ ଗାଢ଼ନାଲି ରଙ୍ଗ ହେଇଥାଏ ।ଅଣସର ପଟି ତିନୋଟିକୁ ବଂଶାନୁକ୍ରମେ କେତେକ ଚିତ୍ରକର ଖୁବ ନିଷ୍ଠାରେ ପ୍ରସ୍ତୁତ କରିଥାଆନ୍ତି । ଚିତ୍ର କରିବା ସମୟତକ ସେମାନେ ନିରାମିଷା ଭକ୍ଷଣ କରନ୍ତି । କାମ ଚାଲିଥିବା କୋଠରୀକୁ ସ୍ତ୍ରୀ ଲୋକଙ୍କ ପ୍ରବେଶ ନିଷେଧ ଥାଏ । ଚିତ୍ର ପାଇଁ ଧଳାରଙ୍ଗ ଶଙ୍କରୁ ପ୍ରସ୍ତୁତ ହେଉଥିବା ବେଳେ, କଳାରଙ୍ଗ ନିମନ୍ତେ ପୋଲାଙ୍ଗ ଦୀପର କଳା, ହିଙ୍ଗୁଳରୁ ନାଲି, ହରିତାଳରୁ ହଳଦିଆ ଓ ଖଣ୍ଡନୀଳରୁ ନୀଳ ରଙ୍ଗ ପ୍ରସ୍ତୁତ କରାଯାଇଥାଏ । ସ୍ନାନ ପୂର୍ଣ୍ଣିମା ଦିନ ଗଭୀର ରାତିରେ, ବାଇଦ ବାଜଣା ସହ ଚିତ୍ରକାରମାନେ ଅଣସର ପଟ୍ଟିଗୁଡ଼ିକୁ ମନ୍ଦିରକୁ ଆଣନ୍ତି । ଆଷାଢ଼ ପ୍ରତିପଦାରୁ ଅମାବାସ୍ୟା ଯାଏଁ ଏକ ପକ୍ଷ ବ୍ୟାପି ଏହି ପଟି ଦେବତାଙ୍କ ଆଗରେ ଭୋଗ ବଢ଼ାଯାଏ । ଅଣସର ଘରେ ଠାକୁରମାନଙ୍କୁ ପଣା ଓ ଚକଟା ଭୋଗ ଆଦି କରାଯାଉଥିବା ବେଳେ ପଟିଦିଅଁଙ୍କୁ ଅନ୍ନଭୋଗ କରାଯାଇଥାଏ ।ଗର୍ଭଗୃହ ସଂଲଗ୍ନ ଦକ୍ଷିଣ ଘରୁ ସେବାୟତମାନେ ସାତଗୋଟି ଚଳନ୍ତି ପ୍ରତିମା ଆଣି ଅଣସର ଘର ବାହାରପଟେ ପକାଯାଇଥିବା ଗୋଟିଏ ଖଟ ଉପରେ ରଖନ୍ତି । ବଳଭଦ୍ରଙ୍କ ଆସ୍ଥାନ ସମୀପରେ ରାମ, ନୃସିଂହ ଓ ଦୋଳଗୋବିନ୍ଦଙ୍କ ବିଗ୍ରହ ରହେ, ସୁଭଦ୍ରାଙ୍କ ସମୀପରେ ରହେ ଲକ୍ଷ୍ମୀ ଓ ସରସ୍ୱତୀଙ୍କ ପିତୁଳା ଦ୍ୱୟ ଏବଂ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ରହେ ମଦନମୋହନ ଓ କୃଷ୍ଣଙ୍କ ପ୍ରତିମୂର୍ତ୍ତି । ଏହି ସମୟରେ ଜଗନ୍ନାଥଙ୍କ ସ୍ଥାନରେ ଭକ୍ତମାନେ ବ୍ରହ୍ମଗିରିର ଅଲାରନାଥଙ୍କୁ ବିଷ୍ଣୁରୂପରେ ଦର୍ଶନ କରିଥାନ୍ତି । ପ୍ରଭୁ ଅଲାରନାଥ ଙ୍କ ସମ୍ପର୍କରେ ପରେ ଆଲୋଚନା କରିବା । ବର୍ତ୍ତମାନ ଅଣସର ନୀତିକାନ୍ତି ସମ୍ପର୍କରେ ଆଲୋଚନା କରିବା ଅଧିକ ପ୍ରାସଙ୍ଗିକ ।ଆଷାଢ଼ କୃଷ୍ଣ ପ୍ରତିପଦରୁ ଚତୁର୍ଥୀ ,ଶ୍ରୀ ବିଗ୍ରହମାନଙ୍କର ମରାମତି ସହ ଠାକୁରମାନଙ୍କର ଅଙ୍ଗର ବସ୍ତ୍ରକୁ ଉତାରି କରାଳକାମ କରାଯାଏ । ଶ୍ରୀଅଙ୍ଗରେ ଲାଗିଥିବା କସ୍ତୁରୀ, ଝୁଣା, ଚୁଆ, ଓ ଚନ୍ଦନ ଲେପକୁ ଅଲଗା କରାଯାଏ । ଅଲଗା ହୋଇଥିବା ପଦାର୍ଥମାନଙ୍କୁ "କରାଳ" କୁହାଯାଏ ଏବଂ ଏହି କର୍ମକୁ କରାଳ କର୍ମ କୁହାଯାଏ । ସ୍ନାନ ମଣ୍ଡପରେ ସ୍ନାନଦ୍ୱାରା ଓଦା ପାଟ ବସ୍ତ୍ରକୁ ଅଣସର ଗୃହରେ ଓଲାଗି କରାଯାଏ । ଏହାକୁ ଶ୍ରୀଅଙ୍ଗ ଫିଟା କୁହାଯାଏ । ଏହି ସମୟରେ ଦାରୁ ରୂପକୁ କରାଳ ରୂପ କରାଯାଏ । ଶ୍ରୀଅଙ୍ଗ ଫିଟା ଓ କରାଲ ହେଉଛି ଶ୍ରୀଅଙ୍ଗ ନିରାପତ୍ତା ପାଇଁ ଏକ ପ୍ରତିଷେଧକ ବ୍ୟବସ୍ଥା । ଆଷାଢ଼ କୃଷ୍ଣ ପଞ୍ଚମୀରୁ ସପ୍ତମୀ ପର୍ଯ୍ୟନ୍ତ ବଡ଼ ଓଡ଼ିଆ ମଠ ଫୁଲରି ତେଲ ସେବା ପାଇଁ ଆବଶ୍ୟକୀୟ ପଦାର୍ଥ (କର୍ପୂର, ଚୂଆ, ପରଖ, ପିଙ୍ଗଳ ଓ ରାଶିତେଲ) ଯୋଗାଇଥାଆନ୍ତି । ଏହା ପୂର୍ବ ବର୍ଷ ହେରା ପଞ୍ଚମୀଠାରୁ ମାଟି ତଳେ ପୋତା ହୋଇ ରଖାଯାଇଥାଏ । ଅନସରରେ କେତେକ ସ୍ୱତନ୍ତ୍ର ନୀତିରେ ପାଟକନାକୁ ଛେଚି ବିଗ୍ରହମାନଙ୍କ ଦେହରେ ଛକି ପଡିଲା ଭଳି ବନ୍ଧାଯାଏ । ତାହା ଉପରେ ଚନ୍ଦନ ଲାଗି କରାଯାଏ । ଏହାକୁ ପଇତା ଲାଗି କୁହାଯାଏ । ବିଗ୍ରହରେ ଯେଉଁ ଲେପ ଦିଆଯାଏ ତାହା ଏହି ପଇତା ଲାଗି ପରେ ଦୃଢ଼ ହୋଇଥାଏ ।ଅନସରରେ କେତେକ ସ୍ୱତନ୍ତ୍ର ନୀତିରେ ପାଟକନାକୁ ଛେଚି ବିଗ୍ରହମାନଙ୍କ ଦେହରେ ଛକି ପଡିଲା ଭଳି ବନ୍ଧାଯାଏ । ତାହା ଉପରେ ଚନ୍ଦନ ଲାଗି କରାଯାଏ ।ପଇତା ଲାଗି ପରେ ଫୁଲୁରି ତେଲ ଲାଗି ହୁଏ । ଏହାକୁ ମଧ୍ୟ 'ଶ୍ରୀତୈଳ' କୁହାଯାଏ । ଓଡ଼ିଆ ମଠ ପକ୍ଷରୁ ବିଧି ଅନୁସାରେ ପ୍ରସ୍ତୁତ ଏହି ତେଲ ଅଣସରର ସପ୍ତମ ଦିନରେ ଲାଗି କରାଯାଏ , ଅର୍ଥାତ୍ ଶ୍ରୀବିଗ୍ରହରେ ଏହି ତେଲ ଘଷାଯାଏ ।ଶ୍ରୀତୈଳ ଘଷାଯିବା ପରେ କ୍ଷୀର, ଅରୁଆ ଚାଉଳ ରନ୍ଧାଯାଇ ପଟସୂତ୍ରରେ ମର୍ଦ୍ଦନ କରାଯାଇ ବନ୍ଧାଯାଏ । ଏହି ପଟସୂତ୍ର ଶ୍ରୀଅଙ୍ଗ ଲାଗି ହେଇଥିବାରୁ ଏହାକୁ 'ଶ୍ରୀକାପଡ଼ା' କୁହାଯାଏ । ଏହି ସେବା ପରେ ଶ୍ରୀକାପଡ଼ା ବନ୍ଧାଯାଏ ଏବଂ ତାପରେ ସର୍ବାଙ୍ଗରେ ଏକ ଲେପ ଦିଆଯାଏ । ଶ୍ରୀ ଜୀଉମାନଙ୍କୁ ଚନ୍ଦନ, କର୍ପୂର, ରାଶିତେଲ, ଏବଂ ଝୁଣା ଇତ୍ୟାଦି ଲେପନ କରାଯାଏ ।
ତିନୋଟି ମୁଗୁନି ପଥରର ଚକା ଅଣସର ପିଣ୍ଡିରେ ରଖାଯାଇ ବିଗ୍ରହଙ୍କୁ ଏକ ଚକା ଉପରେ ବିଜେ କରାଯାଏ । ପାରମ୍ପରିକ ରୀତି ମତେ ଦଶମୀ ତିଥିରେ ଶ୍ରୀବିଗ୍ରହମାନଙ୍କୁ ଆରୋଗ୍ୟ ହେବା ନିମନ୍ତେ ରାଜବୈଦ୍ୟଙ୍କ ପ୍ରସ୍ତୁତ ଦଶମୂଳ ମୋଦକ ସେବନ କରିବାକୁ ଦିଆଯାଇଥାଏ । ଦଶମୂଳ ମୋଦକ ବେଲ ଛେଲି, ଗମ୍ଭାରୀ, ଫଣଫଣା, ଅଗବଥୁ, କୃଷ୍ଣପର୍ଣ୍ଣି, ଶାଳପର୍ଣ୍ଣି, ଅକ୍ରାନ୍ତି, ପାଟେଳି ଓ ଲମ୍ବି କୋଳି ଆଦି ଚେରମୂଳିରୁ ପ୍ରସ୍ତୁତ କରାଯାଇଥାଏ ।ରାଜବୈଦ୍ୟମାନେ ପ୍ରସ୍ତୁତ କରିଥିବା ଦଶମୂଳ ମୋଦକକୁ ପତି ମହାପାତ୍ର ସେବକ ଠାକୁରମାନଙ୍କୁ ଭୋଗ କରିବା କରିବା ପରେ ଅଣସର ଘରେ ଶୋଇରହିଥିବା ଜୀଉମାନେ ଉଠି ଚକା ଉପରକୁ ବିଜେ କରିଥାନ୍ତି । ତିନିଟି ପଥର ଚକତି ଉପରେ ଶ୍ରୀ ଜୀଉମାନଙ୍କୁ ଅବସ୍ଥାପିତ କରି କସ୍ତୁରି, କୁଙ୍କୁମ ଇତ୍ୟାଦି ଲେପନ କରାଯାଏ। ଏହି ଚକତିମାନଙ୍କ ମଧ୍ୟରୁ ଗୋଟିକରେ ଶ୍ରୀଜଗନ୍ନାଥ ଏବଂ ସୁଦର୍ଶନ ତଥା ଅନ୍ୟ ଗୋଟିଏ ଲେଖାଁଏରେ ଶ୍ରୀବଳଭଦ୍ର ଓ ସୁଭଦ୍ରା ଅବସ୍ଥାପିତ ହୁଅନ୍ତି ।ଆଷାଢ଼ କୃଷ୍ଣ ଏକାଦଶୀ ତିଥିରେ ଶ୍ରୀ ଜୀଉମାନଙ୍କୁ ଚନ୍ଦନ, କର୍ପୂର, ଚୁଆ, କସ୍ତୁରୀ ଓ କୁଙ୍କୁମ ଇତ୍ୟାଦି ମିଶ୍ରିତ କରି ଲେପନ କରାଯାଏ । ଠାକୁରମାନେ ସୁସ୍ଥ ହୋଇଥିବାରୁ ଏକାଦଶୀଠାରୁ ଅଣସର ଘରେ ଠାକୁରମାନଙ୍କ ପୂଜା ସମୟରେ ଘଣ୍ଟ ବାଜିବା ସହ, ଭୋଗରେ ତୁଳସୀ ପଡ଼ିଥାଏ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଇଏ କସ୍ତୁରୀ କ'ଣ ? ଯେହେତୁ କସ୍ତୁରୀ କୁ ଆଧାର କରି ବିଭିନ୍ନ କିମ୍ଭୁତକିମାକାର ଗୁଲି ଗପ ଶୁଣିବାକୁ ମିଳେ , ତେଣୁ ସ୍ପଷ୍ଟ ଭାବେ ଆଲୋଚନା କରିବା ଆବଶ୍ୟକ । ଏକ ନିର୍ଦ୍ଧିଷ୍ଟ ପ୍ରଜାତିର ପୁରୁଷ ମୃଗର ନାଭି ଓ ଗୁହ୍ୟାଙ୍ଗର ମଧ୍ୟବର୍ତ୍ତୀ ସ୍ଥାନରେ ଥିବା ଏକ ଗୋଟାଳିଆ କୋଷରୁ କସ୍ତୁରୀ ମିଳେ । ଅତର ଓ ଔଷଧ ପାଇଁ କସ୍ତୁରୀ ବ୍ୟବହାର ହୁଏ । କସ୍ତୁରୀ କ୍ଷୁଦ୍ର କ୍ଷୁଦ୍ର ଦାନା ବିଶିଷ୍ଟ ଓ ତିବ୍ର ସୁଗନ୍ଧୟୁକ୍ତ ଏହା କଟୁତିକ୍ତ, କ୍ଷାରୟୁକ୍ତ, ଉଷ୍ଣବୀର୍ଯ୍ୟ, ଶୁକ୍ର-ବର୍ଦ୍ଧକ ଓ ଗୁରୁ, କାମୋଦ୍ଦୀପକ, ଆକ୍ଷେପ-ନାଶକ, ସ୍ୱେଦଜନ୍ମକ, ବଳକାରକ ଓ କିଞ୍ଚିତ୍ ମାଦକ ଏହା କଫ, ବାୟୁ, ବିଷଦୋଷ, ବମି, ଶୀତ, ଦୁର୍ଗନ୍ଧ ଓ ଶୋଷନାଶକ ୟେଉଁ କସ୍ତୁରୀ ନିଜ ଗନ୍ଧରେ କେତକୀ ଫୁଲର ଗନ୍ଧକୁ ନଷ୍ଟ କରେ, ଅଗ୍ନିରେ ପଡ଼ିଲେ ୟହିଁରୁ ଚମଡ଼ାପୋଡ଼ାର ଗନ୍ଧ ବାହାରେ ତାହା ଉତ୍କୃଷ୍ଟ କସ୍ତୁରୀ ।
ସ୍ଥାନଭେଦରେ କସ୍ତୁରୀ ୩ ପ୍ରକାର: କାମରୂପୀ, ନୈପାଳୀ ଓ କାଶ୍ମୀରୀ । କାମରୂପ କୃଷ୍ଣବର୍ଣ୍ଣ, ନୈପାଳୀ ନୀଳ ଓ କାଶ୍ମୀରୀ କପିଳ କାମରୂପୀ ଶ୍ରେଷ୍ଠ, ନୈପାଳୀ ମଧ୍ୟମ ଓ କାଶ୍ମୀରୀ ନିକୃଷ୍ଟ । ଆକାର ଅନୁସାରେ କସ୍ତୁରୀ ୫ପ୍ରକାର: ଧୂଳିପରି ସୁକ୍ଷ୍ମଦାନା ଥିବା କସ୍ତୁରିକୁ ଖରିକା, ରାଶିପରି ଦାନାଯୁକ୍ତ କସ୍ତୁରୀକୁ ତିଳିକା, କୋଳଥ ଆକାର କସ୍ତୁରିକୁ କୁଳତ୍ଥିକା, ଖଣ୍ଡଖଣ୍ଡ କସ୍ତୁରିକୁ ପିଣ୍ଡିକା ଓ ବଡ଼ବଡ଼ ଖଣ୍ଡ କସ୍ତୁରିକୁ ନାୟିକା କସ୍ତୁରି ବୋଲି କୁହାଯାଏ । ପିଣ୍ଡିକା ଓ ନାୟିକା ଅଧିକ ଦାମୀ ଓ ପ୍ରଭାବଶାଳୀ । କସ୍ତୁରୀ ନିଜର ସୁଗନ୍ଧିରେ କେତକୀ ଫୁଲର ଫୁଲର ସୁଗନ୍ଧି ବି ନାଶ କରିପାରେ ।ଏହା ଜଗନ୍ନାଥଙ୍କ ବନକଲାଗିରେ ବ୍ୟବହୃତ ହୁଏ । ଏହା ରଙ୍ଗରେ ମିଶିଥିଲେ ଏହା ରଙ୍ଗର ଔଜ୍ଜଳତା ବଢ଼ାଇଥାଏ । ଏହାଛଡ଼ା ଅଣସର ସମୟରେ ଗୁପ୍ତନୀତି ଯଥା ଖଡିଲାଗି, ଖଳିଲାଗି ଓ ଚନ୍ଦନସର୍ବାଙ୍ଗ ପାଇଁ କସ୍ତୁରୀ ନିହାତି ଆବଶ୍ୟକ । ଗୋଟିଏ ଥର ଶ୍ରୀଜୀଉମାନଙ୍କର ମୁଖସିଙ୍ଗାର ପାଇଁ ଅନ୍ୟୁନ ୫ଗ୍ରାମ କସ୍ତୁରୀ ଆବଶ୍ୟକ । ବର୍ଷକୁ ମନ୍ଦିରରେ ଅନ୍ୟୁନ ଶହେଗ୍ରାମ କସ୍ତୁରୀ ବ୍ୟବହାର କରାଯାଇଥାଏ ।ଶ୍ରୀମୁଖ ପାଇଁ ବ୍ୟବହୃତ ରଙ୍ଗରେ ଏହା କିଞ୍ଚିତ ପରିମାଣରେ ଥିଲେ ମଧ୍ୟ କୀଟ ଓ ପୋକ ଦାଉରୁ ଶ୍ରୀମୁଖକୁ ରକ୍ଷା କରେ । ଜଗନ୍ନାଥଙ୍କ ଅନ୍ୟ ଅବତାର ଶ୍ରୀକୃଷ୍ଣଙ୍କର ଲଲାଟରେ କସ୍ତୁରୀ ତିଳକ ଶୋଭା ପାଇବାର ବର୍ଣ୍ଣନା ରହିଛି । ଅତର ଓ ଔଷଧ ପାଇଁ କସ୍ତୁରୀ ବ୍ୟବହାର ହୁଏ । ଭାରତୀୟ ବନ୍ୟପ୍ରାଣୀ ସୁରକ୍ଷା ସଂଶୋଧିତ ଆଇନ ୧୯୯୧ରେ ଏହି କାରବାରକୁ ନିଷେଧ କରାଯାଇଛି । ତେଣୁ ଶ୍ରୀଜୀଉଙ୍କ ବନକ ଲାଗି ପାଇଁ କସ୍ତୁରୀ ମିଳିବା ସହଜ ହେଉନାହିଁ । ନେପାଳରେ ରାଜତନ୍ତ୍ର ବିଲୋପ ଏବଂ ଗଣତନ୍ତ୍ର ପ୍ରତିଷ୍ଠା ପରଠାରୁ କସ୍ତୁରୀ ଯୋଗାଣ ବନ୍ଦ ରହିଛି । ନେପାଳ ସରକାର ଶେଷ ଥର ପାଇଁ ୨୦୦୨ରେ ୩ ତୋଳା (୩୩ଗ୍ରାମ) କସ୍ତୁରୀ ଶ୍ରୀମନ୍ଦିରକୁ ପ୍ରଦାନ କରିଥିଲେ । ଏହା ପରଠାରୁ ନେପାଳରୁ କସ୍ତୁରୀ ଆସିନାହିଁ । ୨୦୧୪ ମସିହା ଶେଷ ଆଡ଼କୁ ନେପାଳ ସରକାର ଏବଂ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ପୁରୀ ମଧ୍ୟରେ ଚିଠିର ଆଦାନପ୍ରଦାନ ହୋଇଥିଲା । ନେପାଳରେ ଜବତ କସ୍ତୁରୀ ଠାକୁରଙ୍କ ଲାଗି ଦେବାପାଇଁ ଅନୁରୋଧ କରାଯାଇଥିଲା ମାତ୍ର କିଛି ସୁଫଳ ମିଳିନଥିଲା । ୨୦୧୫ ମସିହା ନବକଳେବର ପୂର୍ବରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ହସ୍ତକ୍ଷେପ ପରେ ତାଙ୍କର ଜଣେ ଭକ୍ତ ୩୫ ଗ୍ରାମ କସ୍ତୁରୀ ଦାନସୂତ୍ରରେ ଶ୍ରୀମନ୍ଦିରକୁ ପ୍ରଦାନ କରିଥିଲେ । ଅତଏବ ପୁନଃ ଅନବସର ସମୟର ଅବଶିଷ୍ଟ ନୀତି କାନ୍ତି ଉପରେ ଆଲୋକପାତ କରିବା ।
ଆଷାଢ଼ କୃଷ୍ଣ ଦ୍ୱାଦଶୀ ତିଥିରେ ମହାପ୍ରଭୁଙ୍କର ଦେହରେ ଯେଉଁ ଔଷଧ ଲାଗି ହୁଏ ତାହା ଏକ ସ୍ୱତନ୍ତ୍ର ପଦ୍ଧତିରେ ପ୍ରସ୍ତୁତ ହୁଏ । ରାଶି ତେଲରେ ଝୁଣା, କର୍ପୂର, କସ୍ତୁରୀ ଓ କେତେକ ସୁଗନ୍ଧିତ ଦ୍ରବ୍ୟ ମିଶାଯାଇ ଏହା ରନ୍ଧାଯାଏ । ଶ୍ରୀଅଙ୍ଗରୁ ଯେଉଁ ଔଷଧ, କରାଳ, ଚନ୍ଦନ ଓ ପାଟଡୋର ଝରି ପଡ଼େ ତାହା ରୂପାଥାଳିରେ ସଂଗ୍ରହ ହୁଏ । ଏହାକୁ ନିର୍ମାଲ୍ୟ କୁହାଯାଏ । ୟାକୁ ନେଇ ଦଇତାପତି ଓ ପତିମହାପାତ୍ର ସେବକମାନେ ଶ୍ରୀନହରକୁ ଯାଇ ଜଗନ୍ନାଥଙ୍କ ସୁସ୍ଥ ହେବା ଖବର ଦିଅନ୍ତି । ଆଷାଢ଼ କୃଷ୍ଣ ତ୍ରୟୋଦଶୀ ତିଥିରେ ଶ୍ରୀ ଜୀଉମାନଙ୍କର ଘଣା ଲାଗି ଓ ପାଟ ଡୋରୀ ଖଡ଼ି ପ୍ରସାଦ ଓ ଖଳି ପ୍ରସାଦ ଲାଗି ହୁଏ । ଗହମ ଗୁଣ୍ଡ କନାରେ ଛଣାହୋଇ ଖଳି ପ୍ରସାଦ ପ୍ରସ୍ତୁତ କରାଯାଏ । ଏବଂ ଶଙ୍ଖକୁ ପୋଡ଼ି ଯେଉଁ ଭସ୍ମ ବାହାରେ ତାହା ଖଡ଼ି ପ୍ରସାଦ ଭାବେ ବିଦିତ ।ଆଷାଢ଼ କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ଦତ୍ତ ମହାପାତ୍ର ସେବକମାନେ ଗାଢ଼ ହେଙ୍ଗୁଳ, ଶୁଦ୍ଧ ଶଙ୍ଖ, ଅଅଁଳା, ତମ୍ବା, କଜ୍ୱଳ, କୁଙ୍କୁମ, ହରିତାଳ, ଫୁଲ ଖଡ଼ି ଗୁଣ୍ଡ କରି ରାଶି ତେଲ ମିଶାଇ ଏକ ରଙ୍ଗ ପ୍ରସ୍ତୁତ କରନ୍ତି । ବନକ ଲାଗିରେ ଜୀଉମାନଙ୍କର ରୂପ କାମ କରାଯାଏ ।ନୂତନ କନା ଓ ତୁଳାରେ ଯନ୍ତ୍ର ଆକାରରେ ପ୍ରସ୍ତୁତ ହୋଇଥିବା ଏବଂ ଶାସ୍ତ୍ରୀୟ ବିଧିରେ ତଥା ଶାବର ତନ୍ତ୍ର ପରମ୍ପରାରେ ସଂସ୍କାରିତ ହୋଇଥିବା ଏକ କୋମଳ ଚକା ସଦୃଶ ଗୋଲ ଆସନକୁ ବିଗ୍ରହଙ୍କୁ ଲାଗି କରାଯାଏ । ଏହାକୁ ଚକା ଅସରପ ନୀତି କୁହାଯାଏ । ଏହି ଦିନ ହିଁ ଅଣସରରର ଶେଷ ଦିବସ । ଆଷାଢ଼ ଅମାବାସ୍ୟା , ଯାହା ମଧ୍ୟ ଉଭା ଅମାବାସ୍ୟା କୁହାଯାଏ, ଏହି ତିଥି ରେ ନୂତନ ଚିତ୍ରିତ ଠାକୁରମାନଙ୍କୁ ସର୍ବସାଧାରଙ୍କ ଦର୍ଶନ ନିମନ୍ତେ ଉଭା କରାଯାଏ , ଯାହାକୁ ନବଯୌବନ ଦର୍ଶନ ବୋଲି କୁହାଯାଏ । କ୍ରମଶଃ
କଳା ଭୂମି ମହୋତ୍ସବ -୫
-------------------
( ପୂର୍ବ ଆଲୋଚନା ପରେ)
ଆମର ପର୍ବପର୍ବାଣୀ,ଓଷା, ଉପବାସ କେବଳ କୃତଜ୍ଞତା ଆଧାରିତ ଅବା ଆଧ୍ୟାତ୍ମିକ କିମ୍ବା କୃଷି ଆଧାରିତ ନୁହେଁ , ଏହା ମହାମାନବୀୟ ଦର୍ଶନ, ଯାହା ମଧ୍ୟ ପରବର୍ତ୍ତୀ ସମୟରେ ବିଜ୍ଞାନ ସମ୍ମତ ବୋଲି ପ୍ରମାଣିତ ହେବାର ଉଦାହରଣ ପ୍ରଚୁର ଏବଂ ଯେଉଁଥିପାଇଁ ଆମେ ଅନେକ ଆଲେଖ୍ୟ ଆଲୋଚନା ରେ ସମ୍ପୃକ୍ତ ଉଦାହରଣ କୁ ଉପଜିବ୍ୟ କରି ଗର୍ବର ସହିତ ଉଲ୍ଲେଖ କରିଥାଉ ଯେ ଆମମାନଙ୍କ ପୂର୍ବଜ ମାନେ ଅନେକ କ୍ଷେତ୍ରରେ ବିଶ୍ବ ଗୁରୁ । ଜ୍ୟେଷ୍ଠ ମାସ, ଶୁକ୍ଳପକ୍ଷ ଏକାଦଶୀକୁ ନିର୍ଜଳା ଏକାଦଶୀ ଭାବେ ଆମ ଓଡିଆ ମାନେ କେଉଁ ଅନାଦି ଅନନ୍ତ କାଳରୁ ପାଳନ କରିଆସୁଛନ୍ତି । ଅନ୍ୟ ମାସର ଦୁଇଟି ଏକାଦଶୀରେ ଓଷା ପାଳନକାରୀ ବା ଏକାଦଶୀ ବ୍ରତୀମାନେ
ଫଳାହାର କରିଥାନ୍ତି ମାତ୍ର ଜ୍ୟେଷ୍ଠ ଶୁକ୍ଳ ଏକାଦଶୀରେ କୌଣସି ଖାଦ୍ୟ କିମ୍ବା ଜଳ ମଧ୍ୟ ଗ୍ରହଣ କରାଯାଏ ନାହିଁ । ବିଶ୍ୱାସ କରାଯାଏ ଏହି ଏକାଦଶୀ ପାଳନ କଲେ ବ୍ରତୀକୁ ଆୟୁ, ନିରୋଗ ଏବଂ ମୃତ୍ୟୁ ପରେ ସ୍ୱର୍ଗପ୍ରାପ୍ତି ହୋଇଥାଏ । ପୌରାଣିକ କଥାବସ୍ତୁରୁ ଜଣାଯାଏ ଏହି ଏକାଦଶୀରେ ଭୀମସେନ ବ୍ରତ ରଖିଥିଲେ । ସେ ଯେକୌଣସି ଖାଦ୍ୟକୁ ସହଜରେ ହଜମ କରିଦେଉଥିଲେ । ତାଙ୍କ ଉଦରରେ ବୃକ ନାମକ ଅଗ୍ନି ଥିବାରୁ ସେ ଏପରି ଖାଦ୍ୟ ପରିପାକ କରିସପାରୁଥିଲେ । ନାଗଲୋକ ଯାଇ ସେଠି ମଧ୍ୟ ଦଶକୁଣ୍ଡ ଦୁଗ୍ଧ ପାନ କରିଥିବାରୁ ସେ ଦଶ ହଜାର ହାତୀର ଶକ୍ତି ପ୍ରାପ୍ତ ହୋଇଥିଲେ । ଏହି ରସ ପ୍ରଭାବରୁ ତାଙ୍କର ପ୍ରଚୁର କ୍ଷମତା ବଢ଼ିଯାଇଥିଲା । ତେଣୁ ସେ ଏହି ବ୍ରତ ପାଳନ କରି ପାରୁନଥିଲେ । ଥରେ ଭୀମସେନ ମହର୍ଷି ବେଦବ୍ୟାସଙ୍କୁ କହିଲେ ଦ୍ରୌପଦୀ ଏବଂ ମୋର ସମସ୍ତ ଭ୍ରାତା ଏକାଦଶୀ ବ୍ରତ ରଖୁଛନ୍ତି । କିନ୍ତୁ ମୁଁ ଭୋକ ସମ୍ଭାଳି ନପାରିବାରୁ ବ୍ରତ କରିପାରୁନାହିଁ । ଆପଣ ଦୟାକରି କୌଣସି ଏକ ଉପାୟ ମୋତେ ବତାଇ ଦିଅନ୍ତୁ । ବେଦବ୍ୟାସ କହିଲେ ,ତୁମେ ଜ୍ୟେଷ୍ଠ ଶୁକ୍ଳପକ୍ଷ ଏକାଦଶୀ ବ୍ରତ ପାଳନ କଲେ ବର୍ଷ ସାରା ଅନ୍ୟ ସବୁ ବ୍ରତର ଫଳ ମିଳିପାରିବ । ଏଥିପାଇଁ ତୁମକୁ ଉକ୍ତ ଏକାଦଶୀରେ ଦୁଇବେଳା ଭୋଜନ ଓ ଜଳ ତ୍ୟାଗ କରିବାକୁ ପଡ଼ିବ । ଏହିକଥା ଶୁଣି ଭୀମ ନିର୍ଜଳା ଏକାଦଶୀ ବ୍ରତ କରିବା ପାଇଁ ଯତ୍ନଶୀଳ ହେଲେ । ଭୀମସେନ ଏହି ନିର୍ଜଳା ଏକାଦଶୀ ବ୍ରତ ପାଳନ କରିଥିବାରୁ ଏହାକୁ ଭୀମସେନୀ ଏକାଦଶୀ ବୋଲି ମଧ୍ୟ କୁହାଯାଏ । ଏହାର ପର ଦିନ ଚମ୍ପକ ଦ୍ଵାଦଶୀ । ଏହି ତିଥିରେ ଶ୍ରୀମନ୍ଦିରରେ ଦେବଦମ୍ପତିଙ୍କ ଗୁଆଲି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥାଏ । ଛତିଶା ନିଯୋଗ ସେବାୟତମାନଙ୍କ ପକ୍ଷରୁ ଏହି ଶୋଭାଯାତ୍ରା ଅନୁଷ୍ଠିତ କରାଯାଇଥାଏ । ଦେବଦମ୍ପତି ତଥା ପ୍ରଭୁ ମଦନମୋହନ ଓ ମା' ଶ୍ରୀଦେବୀ (ରୁକ୍ମିଣୀ) ନଗର ପରିକ୍ରମା ସହିତ ପନ୍ତି ଭୋଗ ଗ୍ରହଣ କରନ୍ତି । ଦେଉଳରେ ସକାଳ ଧୂପ ଓ ଭୋଗମଣ୍ଡପ ପରେ ଭିତରେ ଆଲଟ ଲାଗି କରାଯାଇ ମହାସ୍ନାନ କରାଯାଇଥାଏ । ଏହାପରେ ନୂଆ ଲୁଗା ଲାଗି ଓ ଚନ୍ଦନ ଲାଗି କରାଯାଇଥାଏ ।ମଧ୍ୟାହ୍ନ ଧୂପ ପରେ ଦେବଦମ୍ପତିଙ୍କୁ ମନ୍ଦିର ଭିତରେ ବିଜେ କରାଯାଏ ଓ ପରେ ବନ୍ଦାପନା ହୋଇ ଆଜ୍ଞାମାଳ ପ୍ରଦାନ କରାଯାଇଥାଏ । ଝୁଲଣ ମଣ୍ଡପ ତଳେ ଥିବା ପାଲିଙ୍କିରେ ପ୍ରଭୁ ମଦନମୋହନ ଓ ଶ୍ରୀଦେବୀଙ୍କୁ (ରୁକ୍ମିଣୀ)ବିଜେ କରାଯାଇଥାଏ । ଶୋଭାଯାତ୍ରାରେ ଶ୍ରୀମନ୍ଦିର ପ୍ରଦକ୍ଷଣ କରି ସିଂହଦ୍ୱାର ଦେଇ ବଡ଼ଦାଣ୍ଡରେ ଶ୍ରୀନଅରରେ ଖଟକୁ ବିଜେ କରାଯାଇଥାଏ । ସେଠାରେ ମହାସୁଆର ଦ୍ୱାରା ପ୍ରସ୍ତୁତ ପିଠା ପଞ୍ଚୋପଚାରରେ ପୂଜା ଓ ମଣୋହି ହୋଇଥାଏ । ଗଜପତିଙ୍କ ପରିବାରର ନାରୀ ଶ୍ରୀନଅରରେ ପ୍ରଭୁ ଓ ଦେବୀଙ୍କୁ ବନ୍ଦାପନା କରି ଭେଟି ପ୍ରଦାନ କରିଥାନ୍ତି । ଏହାପରେ ବରକନ୍ୟା ସେବକଙ୍କଦ୍ୱାରା ନଗର ପରିକ୍ରମା କରିବା ସହିତ ପନ୍ତି ଭୋଗ ଗ୍ରହଣ କରନ୍ତି ।
ଦେବାଦେବୀଙ୍କ ଶୋଭାଯାତ୍ରା ଦେଉଳରୁ ବାହାରି ଶ୍ରୀନଅର, ବାଲିସାହି, ଜିୟରସ୍ୱାମୀ ମଠ, ବରାହୀ ଠାକୁରାଣୀ ମନ୍ଦିର, ହାଟମୁଣ୍ଡ ଓ ହରଚଣ୍ଡୀ ସହି ଦେଇ ଶ୍ରୀଜମ୍ବେଶ୍ଵରଙ୍କ ମନ୍ଦିରରେ ପହଞ୍ଚନ୍ତି । ସେଠାରେ ପଞ୍ଚୁଗ୍ରାସୀ ଭୋଗ ସହିତ ବନ୍ଦାପନା ମଧ୍ୟ ହୋଇଥାଏ । ସେଠାରୁ ଦେବାଦେବୀମାନେ ମଣିକର୍ଣ୍ଣିକା ସାହି ଓ ଗାଣ୍ଡୁଆ ଚୌରାସ୍ଥିତ ଶ୍ରୀକପାଳମୋଚନ ମନ୍ଦିର ସମ୍ମୁଖ ରାସ୍ତା ଦେଇ ଶ୍ରୀମନ୍ଦିରକୁ ବାହୁଡା ବିଜେ କରନ୍ତି । ଚମ୍ପକ ଦ୍ଵାଦଶୀ ପରେ ପଡୁଥିବା ପୂର୍ଣ୍ଣିମାକୁ ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା, ଯାହା ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀକ୍ଷେତ୍ରରେ ପାଳନ କରାଯାଇ ଆସୁଛି। ଏହି ଦିନ ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ ୧୦୮ କଳସୀ ଜଳରେ ସ୍ନାନ କରାଯାଏ । ଏହା ପରେ ଦିଅଁମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥାଏ । ସାଧାରଣତଃ ବର୍ଷରେ ଥରୁଟିଏ ଶ୍ରୀ ଜଗନ୍ନାଥ ଭାଇଭଉଣୀଙ୍କ ସହିତ ଜଳସ୍ନାନ କରନ୍ତି, ଅନ୍ୟ ସମୟରେ ତାଙ୍କୁ ମନ୍ତ୍ରସ୍ନାନ କରାଯାଏ । ଏହି ଦିନକୁ ଜଗନ୍ନାଥଙ୍କର ଜନ୍ମଦିନ ରୂପରେ ମଧ୍ୟ ପାଳନ କରାଯାଇଥାଏ । ଏହା ରଥଯାତ୍ରା ଆଗରୁ ପାଳିତ ହେଉଥିବା ଏକ ପୂଜା ବିଧି ।ଦାରୁବ୍ରହ୍ମଙ୍କ ଲୀଳାକ୍ଷେତ୍ର ପୁରୁଷୋତ୍ତମ କ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନ ଉତ୍ସବ ବା ମଞ୍ଚସ୍ନାନ ଏକ ଶାସ୍ତ୍ରୀୟ ଭିତ୍ତ ଭୂମିର ଲୀଳା । ମହାପ୍ରଭୁଙ୍କ ଆବିର୍ଭାବ ବେଳେ ପ୍ରଥମେ ଏହି ସ୍ନାନ ହୋଇଥିବରୁ ଶ୍ରୀଦାରୁବ୍ରହ୍ମଙ୍କ ଆଦ୍ୟଲୀଳା ବୋଲି କୁହାଯାଏ । ମହାପ୍ରଭୁ ଦାରୁବ୍ରହ୍ମ ରୂପ ଧାରଣ କରିବା ପରେ ପ୍ରଥମ ମଙ୍ଗଳମୟ ମୁହୂର୍ତ୍ତରେ ଏହି ସ୍ନାନଲୀଳା କରାଇଥିଲେ ମହାରାଜା ଇନ୍ଦ୍ରଦ୍ୟୁମ । ସେତେବେଳେ ସ୍ନାନମଣ୍ଡପ ନଥିବାରୁ ଏକ କାଠର ମଞ୍ଚ ନିର୍ମାଣ କରାଯାଇ ତାହା ଉପରେ ସ୍ନାନବିଧି ସମାପନ ହୋଇଥିଲା । ସେଥିପାଇଁ ଅନେକ ଶାସ୍ତ୍ରରେ ଏହା ମଞ୍ଚସ୍ନାନ ବୋଲି ଉଲ୍ଲେଖ ହୋଇଛି । ଶାସ୍ତ୍ରମତରେ ୧୦୮ ସୁନା କଳସରେ ଅଭିମନ୍ତ୍ରିତ ପବିତ୍ର ଜଳରେ ଦାରୁବ୍ରହଙ୍କ ଆଦ୍ୟ ସ୍ଥାନଲୀଳା ସମାପନ ହୋଇଥିଲା । ସେହି ଶାସ୍ତ୍ରୀୟ ମତକୁ ଅନୁସରଣ କରି ଆଜି ବି ସେହିପରି ସ୍ନାନଯାତ୍ରା ଅନୁଷ୍ଠିତ ହେଉଅଛି । ସୂଚନାଯୋଗ୍ୟ, ଶାସ୍ତ୍ର ମତରେ ଜ୍ୟୋଷ୍ଠ ପୂର୍ଣ୍ଣିମା ଦିବସରେ ମହାପ୍ରଭୁଙ୍କ ଆବିର୍ଭାବ ହୋଇଥିଲା । ଜ୍ୟୋଷ୍ଠମାସ ପୂର୍ଣ୍ଣମୀରେ ମହାପ୍ରଭୁଙ୍କ ପ୍ରଥମ ସ୍ଥାନଲୀଳା ଜାତି, ବର୍ଣ୍ଣ, ନିର୍ବଶେଷରେ ସମସ୍ତେ ଦର୍ଶନ କରିଥିବାରୁ ଏହି ଲୀଳାକୁ ପତିତପାବନ ଲୀଳା ମଧ୍ୟ କୁହାଯାଏ । ସ୍ନାନ ପୂର୍ଣ୍ଣିମା ପୂର୍ବଦିନ ସାଧାରଣ ଦିନପରି ଶ୍ରୀମନ୍ଦିରରେ କବାଟଫିଟା, ପାହାନ୍ତିଆ ଅବକାଶ, ଗୋପାଳବଲ୍ଲଭ,ସକାଳଧୂପ, ଦ୍ୱିପ୍ରହର ଧୂପ ଆଦି ସମସ୍ତ ନୀତିର ସମାପନ ପରେ ସ୍ୱଳ୍ପ ସମୟ ପାଇଁ ପହୁଡ଼ ହୁଏ ଓ ପରେ ପରେ ସ୍ନାନ ପୂର୍ଣ୍ଣିମାର ବିଧି ଆରମ୍ଭ ହେଇଯାଏ । ଏହି ତିଥି ବା ପବିତ୍ର ଦିନ କୋଠ ସିଆଁସିଆ ମନ୍ଦିରରେ ପ୍ରବେଶ କରନ୍ତି ଓ ପହଣ୍ଡି ପାଇଁ ଚାରମାଳ ବାନ୍ଧନ୍ତି l ପ୍ରଭୁଙ୍କର ସେନାପଟା ଓ ବାହୁଟିନାଗି ହୁଏ । ରତ୍ନ ସିଂହାସନ ଉପରେ ମଙ୍ଗଳାର୍ପଣ ମଧ୍ୟ କରାଯାଇଥାଏ ।ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦଇତାମାନେ ପହଣ୍ଡି କରାଉଥିବା ବେଳେ ମଦନମୋହନଙ୍କୁ କେବଳ ମହାଜନ ସେବକମାନେ (ବ୍ରାହ୍ମଣ ଗୋଷ୍ଠୀର ସେବକ) ବିଜେ କରାଇଥାନ୍ତି । ପହଣ୍ଡି ବିଜେ ସମୟରେ ସାତ ପାହଚ ଉପରେ ଠାକୁରମାନେ ଚୂଳ ଓ ଟାହିଆ ଲାଗି ହୁଅନ୍ତି । ଏହି ସାତପାହଚ ଉପରେ ଟାହ୍ୟାନାଗି ହେବାପରେ ଦ୍ୱିତୀୟ ମଙ୍ଗଳାର୍ପଣ ହୁଏ । ତା ପରେ ବନ୍ଦାପନା ଓ ପରେ ପରେ ରାଘବଦାସ ମଠରୁ ଆସିଥିବା ଘଷା ନାଗି କରାଯାଏ । ତା ପରେ ପନ୍ତି ଖାଇ ଖାଇ ଠାକୁରମାନେ ସ୍ନାନବେଦିକୁ ଯାଇ ନିଜର ଆସ୍ଥାନ ଉପରେ ଅବସ୍ଥାନ କରନ୍ତି l ସୁଆର ବଡୁ ଅମ୍ଭୂଣିଆ ପାଣି ଛିଞ୍ଚନ୍ତି l ଗରାବଡୁ ସୁବର୍ଣ୍ଣକଳସ ଧରି ଶିତଳାଦେବୀଙ୍କ ସମ୍ମୁଖସ୍ଥ ଓ ବର୍ଷତମାମ ଅପବ୍ୟବହୃତ ହୋଇ ରହିଥିବା ସ୍ୱର୍ଣ୍ଣକୂପରୁ ଜଳ ଆଣନ୍ତି । ଦେବସ୍ଥାନ ପୂର୍ଣ୍ଣିମାର ପୂର୍ବ ଦିନ ମହାପ୍ରଭୁଙ୍କ ପାଇଁ ଶ୍ରୀମନ୍ଦିରର ଦେବଯାନ ମାର୍ଗରେ ଅବା ସୁନା କୂଅରୁ ୧୦୮ କଳସ ଜଳ ସଂଗ୍ରହ କରାଯାଏ । ଏହି ସୁନା କୂଅଟି ଶୀତଳା ଠାକୁରାଣୀ ଓ ତାଙ୍କ ବାହାନ ସିଂହଙ୍କ ମଧ୍ୟରେ ଅବସ୍ଥିତ । ପରେ ଯେପରି ଏହି କୂଅକୁ ବର୍ଷସାରା ସିଂହ ହିଁ ସୁରକ୍ଷିତ ରଖିଥାଏ । କୂଅର ବ୍ୟବହାର ବର୍ଷସାରା ନ ହେଉଥିବାରୁ ଜନପଦୀୟ ତାନ୍ତ୍ରିକ ପରମ୍ପରାରେ ଏହି ଜଳକୁ ଅଣତୁଠ ପାଣି ବୋଲି ଗ୍ରହଣ କରାଯାଏ । ସ୍ନାନଲୀଳାରେ ବୈଦିକ ବିଧିରେ ସ୍ନାନ ଜଳ ଅଭିମନ୍ତ୍ରିତ ହେଉଥବା ବେଳେ ସ୍ଥାନ କାଳରେ ତାନ୍ତ୍ରିକ ବିଧିରେ ତେରଟି ପଦାର୍ଥ ମିଶ୍ରଣ କରାଯାଏ । ଯଜ୍ଞ ପରମ୍ପରାରେ ଏହି କୂଅକୁ ‘ପ୍ରଣୀତାକୂପ' ବୋଲି କୁହାଯାଏ । ପ୍ରାଚୀନ କାଳରେ ମଧ୍ୟ ଓଡ଼ିଶାରେ ଛୁଆଟିଏ ଜନ୍ମ ହେଲେ ତାହାକୁ ଅଣତୁଠ ପାଣି ମିଶ୍ରଣ କରାଯାଇ ସ୍ନାନ କରିବାର ପରମ୍ପରା ରହିଥଲା । ଏହାଦ୍ୱାରା ଦୁଷ୍ଟ ଶକ୍ତିଙ୍କ ପ୍ରଭାବ କଅଁଳା ପିଲାଙ୍କ ଉପରେ ପଡ଼େନାହିଁ । ଅଭିମନ୍ତ୍ରିତ ହୋଇଥିବା ଜଳରେ ୧୦୮ କଳସରେ ଅଷ୍ଟବନ୍ଧ, କୃଷ୍ଣ-ଅଗୁରୁ, ଉଶୀର, ଗୋରଚନା, ଦେବଦାରୁ, ମୁଥା, ହରିତାଳ, ବାହାଡ଼ା, ଆମଳକୀ, ସଞ୍ଚିଷ୍ଠା, ତାମ୍ରପର୍ଣ୍ଣୀ, ସୋମପର୍ଣ୍ଣୀ ଓ ଲୋଧା ମିଶ୍ରତ କରାଯାଏ । ଏହି ମହୌଷଧି ମିଶ୍ରଣ କରାଯିବା ପରେ ଜଳକୁ ଅଭିମନ୍ତ୍ରିତ କରାଯାଏ । ସେହି ଗନ୍ଧଯୁକ୍ତ ଅଭିମନ୍ତ୍ରିତ ଜଳରେ ଦାରୁବ୍ରହଙ୍କୁ ଶ୍ରୀଜୀଉମାନଙ୍କୁ ୧୦୮ ଗରା ଜଳରେ ସ୍ନାନ କରାଯାଏ l ଏହି ଜଳରୁ ୩୫ ଗରା ଜଗନ୍ନାଥଙ୍କୁ, ୩୩ ଗରା ବଳଭଦ୍ରଙ୍କୁ, ୨୨ ଗରା ସୁଭଦ୍ରାଙ୍କୁ ଓ ୧୮ ଗରା ସୁଦର୍ଶନଙ୍କୁ ସ୍ନାନ କରାଯାଏ । ଏହାକୁ "ପ୍ରତ୍ୟେକ୍ଷ ଅବକାଶ" କହନ୍ତି । ପ୍ରଭୁଙ୍କୁ ଏହି ଦିନ ଗଜାନନ ବେଶ କରାଯାଏ । ଏହି ଦିନ ରାଘବଦାସ ମଠ ପକ୍ଷରୁ ଦେବୀ ସୁଭଦ୍ରାଙ୍କୁ ଫୁଲଚୂଳ, ଚନ୍ଦ୍ରିକା ଓ ଛତ୍ରି ନାଗି କରାଯାଇ ବେଶ କରାଯାଏ । ଗୋପାଳତୀର୍ଥ ମଠଦ୍ୱାରା ପ୍ରଦତ୍ତ ଶ୍ରୀବଳଭଦ୍ରଙ୍କୁ ଗଜାନନ ବେଶ ଓ ସୁଦର୍ଶନଙ୍କୁ ଚକ୍ର ଲାଗି କରାଯାଏ । ଏହି ଦିନ ତିନି ଧୂପ ବଦଳରେ ଗୋଟିଏ ଧୂପ ଦିଆଯାଏ । ତାପରେ ଠାକୁରମାନେ ଶ୍ରୀମନ୍ଦିରକୁ ଗୋଟି ପହଣ୍ଡିରେ ଫେରନ୍ତି । ଭିତର କାଠପାଖ ଅଣସର ପିଣ୍ଡିରେ ଠାକୁରମାନେ ବିଜେ କରିବାପରେ ତାଟି ବନ୍ଧାଯାଏ ଓ ପଟିମୂର୍ତି ସ୍ଥାପନା କରାଯାଏ । ତାପରେ ଏହି ଚତୁର୍ଧାମୂର୍ତ୍ତି ସ୍ନାନପୂର୍ଣ୍ଣିମାଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ଦିର୍ଘ ୧୫ ଦିନ ଧରି ଜ୍ୱରରେ ପଡ଼ନ୍ତି । ଏହାକୁ ଅଣସର କୁହାଯାଏ । ଏହି ୧୫ ଦିନ ଭକ୍ତମାନେ ଜିଉମାନଙ୍କର ଦର୍ଶନ ପାଆନ୍ତି ନାହିଁ । ଏହି ସମୟରେ ଭକ୍ତମାନେ ନିକଟସ୍ଥ ବ୍ରହ୍ମଗିରିରେ ପୂଜିତ ହେଉଥିବା ଅଲାରନାଥଙ୍କୁ ଦର୍ଶନ କରନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦେବସ୍ନାନ ପୂର୍ଣ୍ଣିମା ଦିନ ଚତୁର୍ଦ୍ଧା ମୂର୍ତ୍ତି, ସ୍ନାନ ପରେ ଯେଉଁ ଗଜବେଶରେ ସଜ୍ଜିତ ହୁଅନ୍ତି ,ତାହା ପଛରେ ଏକ କିମ୍ବଦନ୍ତୀ ରହିଛି । ଏହି କିମ୍ବଦନ୍ତୀ ଟି ହେଲା "ମହାରାଷ୍ଟ୍ରର ଏକ ବ୍ରାହ୍ମଣ ଗଣପତି ଭଟ୍ଟ ଥରେ ଶ୍ରୀ କ୍ଷେତ୍ରର ମହିମା ବିଷୟରେ ଶୁଣି, ମହାପ୍ରଭୁଙ୍କ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଲେ। ସେ ଭଗବାନ ଗଣେଶଙ୍କର ଭକ୍ତ ଥିଲେ । ତେଣୁ ଦାରୁ ବିଗ୍ରହଙ୍କ ଦର୍ଶନ କରି, ଗଜ ରୂପ ନଦେଖି ସେ ତାଙ୍କୁ ପରମବ୍ରହ୍ମ ବୋଲି ମାନିବାକୁ ଅସ୍ୱୀକାର କଲେ ଏବଂ କ୍ଷୁବ୍ଧ ହୋଇ ମନ୍ଦିର ତ୍ୟାଗ କଲେ । ପରଦିନ ଦେବସ୍ନାନ ପୂର୍ଣ୍ଣିମା ଥିଲା । ମହାପ୍ରଭୁଙ୍କ ଆଦେଶରେ ବଡ଼ପଣ୍ଡା ଗଣପତି ଭଟ୍ଟଙ୍କୁ ସ୍ନାନ ଯାତ୍ରା ଦେଖିବା ପାଇଁ ଆମନ୍ତ୍ରଣ କଲେ । ତାଙ୍କ ଦୃଷ୍ଟି ସମ୍ମୁଖରେ ଦାରୁ ବିଗ୍ରହ ଶ୍ରୀ ଜଗନ୍ନାଥଙ୍କ ରୂପ ପରିବର୍ତ୍ତନ ହୋଇ ଗଣପତି ରୂପ ହୋଇଗଲା । ଏ ଅଲୌକିକ ଘଟଣା ଦେଖି ତାଙ୍କର ଜ୍ଞାନୋଦୟ ହେଲା ଏବଂ ସେ ନିଜର ଭୂଲ ବୁଝିପାରିଲେ । ତାଙ୍କ ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ମହାପ୍ରଭୁ ତାଙ୍କୁ ବର ପ୍ରଦାନ କଲେ ଯେ, ପ୍ରତିବର୍ଷ ଏହି ଦିନରେ ସେ ଗଜବେଶ ଧାରଣ କରିବେ । ଏହି ଘଟଣା ପରଠାରୁ ପ୍ରତିବର୍ଷ ଚତୁର୍ଦ୍ଧା ମୂର୍ତ୍ତି ସ୍ନାନ ପୂର୍ଣ୍ଣିମାରେ ଗଜବେଶ ଧାରଣ କରନ୍ତି ।"
କ୍ରମଶଃ
କେତୁ ଲଗ୍ନ, କେନ୍ଦ୍ର ରେ ରାହୁ ,ଶନି ମହାଦଶାରେ ଶନି ଅନ୍ତର
------------------------------------------------
ଜ୍ୟୋତିଷ ବିଜ୍ଞାନ ସମ୍ମତ ତଥ୍ୟାଧାରରେ ଯଦି ଜଣେ ସନ୍ତାନର ଜନ୍ମଲଗ୍ନ କେତୁ, ସପ୍ତମସ୍ତ କେନ୍ଦ୍ର ରେ ରାହୁ ,ଜନ୍ମ ସମୟରେ ଶନି ମହାଦଶା ରେ ଶନି ଅନ୍ତର୍ଦ୍ଦଶା ପଡ଼ିଥାଏ, ତେବେ ସେ ସନ୍ତାନର ଭବିଷ୍ୟତ କ'ଣ ? ବୋଲି ଗ୍ରହରାଜ ହରିବୋଲକୁଳାଙ୍ଗାର ସତ୍ୟାନାସ ଚଉତିଶା ଯାହା କୁହନ୍ତି, ତାହା ବୋଧେ ଓଡ଼ିଶା ସାହିତ୍ୟ ଏକାଡେମୀ ଭାଗ୍ୟରେ ପ୍ରତିଫଳିତ ହୋଇ ଚାଲିଛି । କେନ୍ଦ୍ର ସାହିତ୍ୟ ଏକାଡେମୀ ହେଉ ଅବା ଓଡ଼ିଶା ସାହିତ୍ୟ ଏକାଡେମୀ ହେଉ, ଏହାର ଜନ୍ମଲଗ୍ନ ଉପରୋକ୍ତ ଜାଗତିକ ଗ୍ରହସ୍ଥିତି ଆଧାରିତ । ସ୍ଵାଧୀନୋତ୍ତର ଭାରତର ପ୍ରଧାନମନ୍ତ୍ରୀ ନେହେରୁଙ୍କ ସରକାର ମାର୍ଚ୍ଚ ୧୨ ତାରିଖରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଗଠିତ ହୋଇଥିଲା। ପ୍ରଥମରୁ ପ୍ରଣବ ଅଶୁଦ୍ଧ ହେଲା ନାମକରଣରୁ । ଭାରତୀୟ ଭାଷା ସହିତ ଇଂରାଜୀ ଭାଷାର ମିଶ୍ରଣ ହେଲା, ଅର୍ଥାତ୍ ପ୍ରତିଷ୍ଠାନ ଅବା ପରିଷଦ ପରିବର୍ତ୍ତେ ଏକାଡେମୀ ହେଲା ଏବଂ ତାହା ମଧ୍ୟ ଗ୍ରହଣୀୟ ହେଲା । ନିଜେ ପଣ୍ଡିତ ନେହେରୁ ଙ୍କ ଠାରୁ ଆରମ୍ଭ କରି ସର୍ବପଲ୍ଲୀ ରାଧାକୃଷ୍ଣନ, ଜାକିର ହୁସେନ,ଅବୁଲ କାଲାମ ଆଜାଦ,ସି ରାଜଗୋପାଳାଚାରୀ ପ୍ରଭୃତି ରାଜନେତା ମାନେ ସଭାପତି ହୋଇଥିଲେ । ଏହାର ଅନୁକରଣରେ ଠିକ୍ ସେହି ୧୨ ତାରିଖରେ, ଜୁଲାଇ ୧୯୫୭ରେ ଡଃ ମହତାବ ନିଷ୍ପତ୍ତି ନେଲେ ଓଡ଼ିଶା ସାହିତ୍ୟ ଏକାଡେମୀ ଗଠନ କରିବା ପାଇଁ ଏବଂ ତାହା ମନ୍ତ୍ରିମଣ୍ଡଳ ଦ୍ବାରା ଗୃହୀତ ହୋଇଥିଲା । ଏଥିରେ ଯେଉଁ ସମ୍ବିଧାନ ପ୍ରଣୟନ କରାଯାଇଥିଲା, ସେଥିରେ ଉଲ୍ଲେଖ ଥିଲା ଯେ ଏହି ଏକାଡେମୀର ସଭାପତି ଓ ଉପସଭାପତି ରାଜ୍ୟ ସରକାରଙ୍କ ଦ୍ଵାରା ନିଯୁକ୍ତ ହେବେ ଏବଂ ରାଜ୍ୟ ସରକାରଙ୍କ ଅବଧାରିତ ଅବଧି ପର୍ଯ୍ୟନ୍ତ ଉକ୍ତ ପଦରେ ଅବସ୍ଥାପିତ ରହିବେ ଇତ୍ୟାଦି ଇତ୍ୟାଦି । ମାତ୍ର ଏହି ପ୍ରତିଷ୍ଠାନ ଟି ୧୮୬୦ ର ସମବାୟ ଆଇନ୍ ଆଇନ ଅନୁଯାୟୀ ପଞ୍ଜିକରଣ (ରେଜିଷ୍ଟ୍ରେସନ) ହୋଇନଥିଲା । ବିଧିବଦ୍ଧ ଭାବେ ଏହା ୧୯୭୦ ମସିହା, ଜୁଲାଇ ୨୫ ତାରିଖରେ ହୋଇଥିଲା । ସେତେବେଳେ ସରକାର ଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଉନ୍ନୟନ ଆୟୁକ୍ତ ମାନେ ଦାୟିତ୍ଵ ରେ ରହିଥିଲେ । ଏହି ଅନୁଷ୍ଠାନ ଗଠନ ସମୟରେ ଜଣେ ପ୍ରବୀଣ ଡଃ ମାୟାଧର ମାନସିଂହ ଏବଂ ଜଣେ ତରୁଣ ବିପ୍ଲବୀ କବି ରବି ସିଂ ଏହାକୁ ବିରୋଧ କରିଥିଲେ , ଅନ୍ୟ ପ୍ରାୟ ସମସ୍ତେ ସମର୍ଥନ କରିଥିଲେ । ଏକାଡେମୀର ପ୍ରାକ୍ତନ ସଭାପତି ବରେଣ୍ୟ ପଠାଣି ପଟ୍ଟନାୟକ ଙ୍କ ଆତ୍ମ ଜୀବନୀ " ଜୀବନର ଚଲାପଥେ" ରେ ଡଃ ମାୟାଧର ମାନସିଂହ ଙ୍କ ବିରୋଧ ଭାଷା ଉଲ୍ଲେଖିତ । ଡଃ ମାନସିଂହ ଲେଖିଥିଲେ "ନୂତନ ମନ୍ତ୍ରିମଣ୍ଡଳ ବୃଦ୍ଧାଙ୍ଗୁଠି ତଳେ ରହିବା ଭଳି ସାହିତ୍ୟ ଏକାଡେମୀଟିଏ ଠିଆ କରାଇଦେଲେ । କୌଣସି ରାଜ୍ୟର ସାହିତ୍ୟ ଏକାଡେମୀ ବା ଅକାଦେମୀ ନାମଧାରୀ କୌଣସି ହେଲେ ଅନୁଷ୍ଠାନ ଏକ ସର୍କାରୀ ଡିପାର୍ଟମେଣ୍ଟ ନୁହେଁ । ଏହା ଅକାଡେମୀ ଶବ୍ଦର ଅପମାନ।" ..."ଓଡ଼ିଶା ରାଜ୍ୟର ଅକାଡେମୀ ଏକ ନୂଆ ପଦାର୍ଥ ହୋଇପାରେ ବା ଅନ୍ୟ କେତେକ ନିଜର ହେୟ ଓ ଦୟନୀୟ ମାନସିକ ସ୍ତରରୁ ତାକୁ କେବଳ ଚାକିରୀ ଓ କ୍ଷମତା ପ୍ରୟୋଗର ଖେଳନା ରୂପେ ବ୍ୟବହାର କରିପାରନ୍ତି, କିନ୍ତୁ ସେମାନଙ୍କର ବୁଝିବା ଉଚିତ ଯେ ଅକାଡେମୀ ଏକ ବିଶ୍ବବ୍ୟାପୀ ଅନୁଷ୍ଠାନ ଏବଂ ସର୍ବତ୍ର ଯେଉଁ ଐତିହ୍ୟ, ଯେଉଁ ଲକ୍ଷ୍ୟ ଓ ଯେଉଁ ରୀତିରେ ଅକାଡେମୀ ସବୁ ପରିଚାଳିତ ହୁଏ,ଓଡିଶାରେ ତାହା ସେପରି ପରିଚାଳିତ ନ ହେଲେ, ତାହା ଯୋଗୁଁ ସମଗ୍ର ଦେଶ ଓ ଜାତିକୁ ଉପହାସିତ ହେବାକୁ ହେବ... ଅକାଡେମୀ ହେଲା ଏକ ଜାତିର ସମସ୍ତ ବୌଦ୍ଧିକ ସାଧନାର ଶେଷ ଓ ଶ୍ରେଷ୍ଠ ନିକଷ ଓ ନିଶାଣ। ସେଠାରେ ଯେଝା ସିଏ ଲୋକର ସ୍ଥାନ ନାହିଁ। ତାହା ପଦ,ପ୍ରତିପତ୍ତିର ଆଖଡାଘର ନୁହେଁ । ଏପରି ଚେଷ୍ଟା କରିବା ହିଁ ଜାତି ଭାବରେ ଆମର ମୂର୍ଖତା ପ୍ରମାଣ କରିବ ଓ କରୁଛି।"
ଅର୍ଥାତ୍ ଡଃ ମାନସିଂହଙ୍କର ଅଭିମତ ଥିଲା" ଅକାଡେମୀ ସରକାରୀ କାର୍ଯ୍ୟାଳୟ ବା ଦପ୍ତର ନ ହେଉ, ଏହା ହେଉ ଓଡିଶାର ବୁଦ୍ଧିଜୀବୀ ମାନଙ୍କର ପ୍ରକୃତ ପ୍ରତିନିଧି ମୂଳକ ଅନୁଷ୍ଠାନ । ଏହି ଅନୁଷ୍ଠାନ ଓଡ଼ିଶାର ସର୍ବାଞ୍ଚଳକୁ ପ୍ରତିନିଧିତ୍ଵ କରୁ । ସର୍ବୋପରି ସମଗ୍ର ଓଡ଼ିଶାରେ ଅକାଡେମୀ ଜାତୀୟ ଚେତନା ଜାଗ୍ରତ କରୁ ।"
ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଯେ ୧୯୫୭ ମସିହାରେ ଏହି ଅନୁଷ୍ଠାନ ଜନ୍ମଲାଭ କରିଥିଲେ ମଧ୍ୟ ୧୯୬୬ ପର୍ଯ୍ୟନ୍ତ ଏହାର ଉପସଭାପତି ପଦ ସୃଷ୍ଟି ହୋଇନଥିଲା ଏବଂ ନଭେମ୍ବର ୨୬ ,୧୯୬୬ରେ କାର୍ଯ୍ୟକାରୀ ସଭାପତି ପଦ ସୃଷ୍ଟି କରାଯାଇଥିଲା । ଏବଂ ସେହି ଦିନଠାରୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହୋଇଥିଲେ କାର୍ଯ୍ୟକାରୀ ସଭାପତି । ୧୯୭୨ ମସିହାରେ ସରକାର ଉପସଭାପତି ନିଯୁକ୍ତ କରିଥିଲେ । ଅତଏବ ଏହି ସାରସ୍ବତ ଅନୁଷ୍ଠାନଟିକୁ ସରକାରୀ ନିୟନ୍ତ୍ରିତ ହେବା ଫଳରେ ପ୍ରତିଭା ନାସ୍ତି,ସାରସ୍ବତ ଯଶଃ ଲାଳସୀ ମାନଙ୍କ ପାଇଁ ହୋଇଗଲା କ୍ରୀଡ଼ା ସ୍ଥଳ । ଏଭଳି ହେଲା ଯେ ଜାନକୀ ବଲ୍ଲଭ ପଟ୍ଟନାୟକ,ହେମାନନ୍ଦ ବିଶ୍ୱାଳ,ବିଜୁ ପଟ୍ଟନାୟକ,ଗିରିଧର ଗମାଙ୍ଗ, ନବୀନ ପଟ୍ଟନାୟକଙ୍କ ପରି ମୁଖ୍ୟମନ୍ତ୍ରୀମାନେ ସାହିତ୍ୟ ଏକାଡେମୀ ସଭାପତି ପଦ ଅଳଙ୍କୃତ କରିଥିଲେ । ସତୁରୀ ଦଶକରୁ ପ୍ରଶାସନିକ ଅଧିକାରୀ/ ଅଧିକାରିଣୀ ମାନେ ହେବାକୁ ଆରମ୍ଭ କଲେ ସାରସ୍ବତ ସ୍ରଷ୍ଟା , ପୁରସ୍କାର ଓ ସମ୍ମାନ କେବଳ ସାଉଁଟିଲେ ନାହିଁ, ସେମାନଙ୍କୁ ପ୍ରଚାରିତ କରିବା ପାଇଁ ବିଜ୍ଞାପନ ଲାଳସୀ, ସରକାରୀ ଫାଇଦା ଲାଳସୀ ପତ୍ର ପତ୍ରିକା, ମୁଦ୍ରିତ ଗଣମାଧ୍ୟମ ମାନେ ପ୍ରତିଯୋଗିତା କଲେ । ଲେଖା ର ମାନ ନୁହେଁ, ଲେଖକଙ୍କ ସରକାରୀ ପଦ ବିଶେଷଣ ହେଲା ଲେଖା ପ୍ରକାଶନର ଏକମାତ୍ର ପଣ୍ୟ । ଏଠାରେ ଗୋଟିଏ ଉଦାହରଣ ଦେଲେ ଆମର ଉଲ୍ଲେଖିତ ତଥ୍ୟର ସତ୍ୟାସତ୍ୟ ପ୍ରମାଣିତ ହୋଇଯିବ । ଏକଦା ନବେ ଦଶକରେ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଅମାପ କ୍ଷମତାଶାଳୀ ସଚିବ ଥିବା ଏବଂ ୨୦୦୦ ମସିହାରୁ ୨୦୧୨ ପର୍ଯ୍ୟନ୍ତ ଗଣମାଧ୍ୟମ ଅନ୍ତୁଡିଶାଳରୁ ଜନ୍ମିତ ବିଶେଷଣ ଯଥା ଶାସକଦଳର ମୁଣ୍ଡ,ମାର୍ଗ ଦର୍ଶକ, ଚତୁର ଚାଣକ୍ୟ, ଅସଲି କ୍ଷସତାକେନ୍ଦ୍ର ,ଅସୀମ କ୍ଷମତାଦଣ୍ଡଧାରୀ , ରାଜ୍ୟସଭାର ମାନ୍ୟବର ସାଂସଦ ସ୍ବର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କ ଏକ ସାକ୍ଷାତକାର ଏଠାରେ ପ୍ରଣିଧାନଯୋଗ୍ୟ । ସେ କହିଥିଲେ " ମୁଁ ଯେତେବେଳେ ଅଧ୍ୟାପକ ଥିଲି, ସେତେବେଳେ ଗୋଟିଏ କବିତା ଲେଖି ଝଙ୍କାର କୁ ପଠାଇଥିଲି । ପ୍ରତି ମାସରେ ମୁଁ ଅପେକ୍ଷା କରିଥାଏ ଯେ ମୋର କବିତା ଟି ପ୍ରକାଶ ପାଇଥିବ, ମାତ୍ର ନିରାଶ ହୋଇ ଆଉ କୌଣସି ଲେଖା କୌଣସି ପତ୍ରିକାକୁ ଦେଲି ନାହିଁ । ଯେତେବେଳେ ମୁଁ ଭାରତୀୟ ପ୍ରଶାସନିକ ସେବାରେ ନିଯୁକ୍ତି ପାଇଲି, ସେହି ସମୟରେ ସେହି କବିତା ଟିକୁ ଝଙ୍କାର କୁ ପଠାଇଲି । ସେ ଲେଖା ପ୍ରଥମ ଆଲେଖ୍ୟ ଭାବେ ପ୍ରକାଶ ପାଇଥିଲା ଏବଂ ଡାକ ଯୋଗେ ଝଙ୍କାର ପାଇଥିଲି ଓ ଗୋଟିଏ ପ୍ରଶସ୍ତ ପତ୍ର ପାଇଥିଲି, ଯେଉଁଥିରେ ଅନୁରୋଧ ଥିଲା ପରବର୍ତ୍ତୀ ସଂଖ୍ୟା ପାଇଁ ଲେଖା ପଠାଇବାକୁ ।" ପ୍ୟାରୀମୋହନ ମହାପାତ୍ର ଦଶବର୍ଷ ଧରି ଆମକୁ କ୍ଷତାକ୍ତ କରିଛନ୍ତି, ବହୁତ କିଛି ହଇରାଣ ହରକତ କରିଛନ୍ତି ସତ୍ୟ ମାତ୍ର, ଆମେ ତାଙ୍କର ଛଳନାରହିତ,ସ୍ପଷ୍ଟବାଦିତା କୁ ସମ୍ମାନ ଦେଉଥିଲୁ । ସେ ମେ ୩୦ ତାରିଖ, ୨୦୧୨ , ସକାଳେ ଆମକୁ ଭ୍ରାମ୍ୟମାଣ ଦୂରଭାଷରେ ତାଙ୍କୁ କ୍ଷମା କରିଦେବାକୁ ଅନୁରୋଧ କରିଥିଲେ । ଅତଏବ ଓଡ଼ିଆ ସାରସ୍ଵତ କ୍ଷେତ୍ରରେ ଘୋଷା ଶୁଆଧର୍ମୀ ଅମଲାମାନଙ୍କ ପ୍ରଭାବ ଫଳରେ ପ୍ରକୃତ ସାରସ୍ବତ ସାଧକ ମାନେ ବୀତସ୍ପୃହ ହୋଇ ଅକଥନୀୟ ନିର୍ଯାତନାର ଶିକାର ହେଲେ । ଏଭଳି ସ୍ଥିତିକୁ ଦେଖି ଜଣେ ସାମ୍ବାଦିକ ଭାବେ ଆମେ ବାରମ୍ବାର ସ୍ବର ଉତ୍ତୋଳନ କରି ବହୁ କ୍ଷୟକ୍ଷତିର ସମ୍ମୁଖୀନ ହେଲୁ । " ସୁବାର୍ତ୍ତା" ରେ ୨୦୦୫ ମସିହାରେ " ଏପଟେ କାନ୍ତ,ସେପଟେ କାନ୍ତ, ମଝିରେ ଓଡ଼ିଆ ସାହିତ୍ୟ ହନ୍ତସନ୍ତ" ଶୀର୍ଷକରେ ଏକ ଆଲେଖ୍ୟ ଆଲୋଚନାରେ ସୁବିସ୍ତୃତ ଭାବେ ତଥ୍ୟାର୍ପଣ କରିବା ଫଳରେ ସୁବାର୍ତ୍ତା ପ୍ରକାଶନୀର କୌଣସି ପୁସ୍ତକ ଗ୍ରହଣ କରାଯାଇନଥିଲା, ଏପରିକି ଅନେକ ଉଚ୍ଚକୋଟୀର ଲେଖକଙ୍କ ପୁସ୍ତକ ବିଚାରକୁ ନିଆଯାଇ ନଥିଲା । ୧୯୯୦ ମସିହା ରୁ ଆମେ ଲେଖି ଆସିଛୁ,ପାଟି କରି ଆସିଛୁ, ଦାବି କରି ଆସୁଅଛୁ ଯେ ଓଡିଆ ସାହିତ୍ୟ କାହିଁକି ସରକାରୀ ନିୟନ୍ତ୍ରଣ ରେ ରହିବ, କାହିଁକି ସଂସ୍କୃତି ବିଭାଗର ଏକ ଲୋମଛଡା ଲାଙ୍ଗୁଳ ହୋଇ ରହିବ ? ସରକାର ଶୁଣିବା ତ ଦୂରର କଥା, ସାହିତ୍ୟିକମାନଙ୍କ ସମର୍ଥନ ବି ମିଳିଲା ନାହିଁ । ଏହି ପ୍ରଶାସନିକ ସାରସ୍ବତ ଅନ୍ତୁଡିଶାଳ ପ୍ରସ୍ତୁତ ପଣ୍ୟ ପଣ୍ଡିତ ମାନେ ଏବଂ ସେମାନଙ୍କ ଚଣ୍ଡୀଚାମୁଣ୍ଡା,ଚେଲା,ଚାମଚା,ବେଲଚା ମାନଙ୍କ କରାଗ୍ରେ ନୃତ୍ୟରତା ମାନେ କବି କବୟିତ୍ରୀ, ଗାଳ୍ପିକ, ଗାଳ୍ପିକା,ଉପନ୍ୟାସ ସ୍ରଷ୍ଟା ଭାବେ ବିରାଜମାନ ହୋଇ ସଙ୍ଗୀତ ସମ୍ରାଟ ଅକ୍ଷୟ ମହାନ୍ତି ଙ୍କ ସେହି ଗୀତ " ଦନେଇ ଦାସ କହେ ରେ ଭାଇ .....ମୁଁ ଚାମଚା,ତୁ ଚାମଚା .. " ସ୍ବର ସର୍ବତ୍ର ପ୍ରତିଧ୍ବନିତ । ପୁନଃ ଗୋଟିଏ ଉଦାହରଣୀୟ ତଥ୍ୟାର୍ପଣ କରୁଛୁ । ଏକଦା ଗୋଟିଏ ପତ୍ରିକାର ଏକ ସ୍ବତନ୍ତ୍ର ଉତ୍ସବରେ କେନ୍ଦ୍ର ସାହିତ୍ୟ ଏକାଡେମୀର ନବନିଯୁକ୍ତ ସଭାପତି ସୁନୀଲ ଗଙ୍ଗୋପଧ୍ୟାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜର ବକ୍ତବ୍ୟରେ ବଙ୍ଗଭାଷା ର ମହିମା ଗାନ କରୁଥିବା ସମୟରେ ଓଡ଼ିଆ ଭାଷା ପ୍ରତି ତାଙ୍କର ହୀନମନ୍ୟତା ଅତି ସ୍ପଷ୍ଟ ଭାବରେ ପ୍ରତିଫଳିତ ହେଉଥିବା ବେଳେ ଉପସ୍ଥିତ ଆମ ଭାଷା ସାହିତ୍ୟର ସ୍ବଘୋଷିତ ମୁଣ୍ଡିଆଳ ମାନେ ତାଳି ମାରି ତାଙ୍କୁ ଉତ୍ସାହିତ କରୁଥିବାବେଳେ ଆମେ ନିଜର କ୍ରୋଧକୁ ନିୟନ୍ତ୍ରଣ କରିପାରିନଥିଲୁ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆମ ବ୍ୟତୀତ ପ୍ରାୟ ଅନ୍ୟ ସମସ୍ତେ ଥିଲେ କବି,ଲେଖକ, ଉପନ୍ୟାସ ସ୍ରଷ୍ଟା, ସାରସ୍ବତ ସଙ୍ଗଠକ ଇତ୍ୟାଦି ଇତ୍ୟାଦି । ସୀମା ଲଙ୍ଘନ ହେବା ପରେ ଆମେ ଠିଆ ହୋଇ ତାଙ୍କୁ ପ୍ରଶ୍ନ ବାଣରେ କ୍ଷତାକ୍ତ କରିବା ସମୟରେ ସେଥିରୁ ଉଦ୍ଧାର ପାଇବା ପାଇଁ ସେ ମହାଶୟ କହିଥିଲେ ୧୯୯୮ ରେ ମୁଁ ଯେଉଁ ଦାୟିତ୍ଵ ଗ୍ରହଣ ନିକଟରେ କରିଛି , ସେ ସେହି ଦାୟିତ୍ଵ ରେ ଥିଲେ ଏବଂ ଏଠାରେ ସିଏ ମଧ୍ୟ ଅଛନ୍ତି , ଆପଣ ତାଙ୍କୁ ପଚାରନ୍ତୁ କାହିଁକି ଓଡ଼ିଆ ସାହିତ୍ୟ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ଵାରା ବୈମାତୃକ ମନୋଭାବର ଶିକାର ହୋଇଆସୁଛୁ । ପୁନଃ ଆମେ ଆଉ ଏକ ଜଟିଳ ପ୍ରଶ୍ନ ପଚାରି ଯେଉଁ ଉତ୍ତର ପାଇଲୁ, ସେଥିରେ ଆମେ ନିଜେ ଲଜ୍ଜିତ ହୋଇ କହିଥିଲୁ " ଆପଣା ସୁନା ତ ଭେଣ୍ଡି " । ତଥ୍ଯ ପାଇଲୁ ଯେଉଁ ପାଞ୍ଚ ଜଣ କେନ୍ଦ୍ର ସାହିତ୍ୟ ଏକାଡେମୀ ରୁ ଅନୁଦାନ ପାଉଛନ୍ତି, ସେମାନଙ୍କ ପରିଚୟ । ଆପଣ ମାନେ ବିଶ୍ବାସ କରିପାରିବେ ସେମାନେ କିଏ ? ସଭା ସରିବା ପରେ ତାଙ୍କୁ ତୈଳ ମର୍ଦ୍ଦନ କରିବାକୁ ଯାଇ ଆମର ସାହିତ୍ୟ ରଥିମାନେ ତାଙ୍କ ସହିତ ବଙ୍ଗଳା ଭାଷାରେ କଥା ହେଲେ, ସେ ମଧ୍ୟ ବଙ୍ଗଳା ଭାଷାରେ ଉତ୍ତର ରଖୁଥିଲେ । ଆମେ ପୁନଃ ତାଙ୍କ ପାଖକୁ ଯାଇ ଆମ ଭାଷାରେ ପଚାରିଲୁ " ଆଜ୍ଞା, ଆପଣ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ , ଅଭିମନ୍ୟୁ ସାମନ୍ତସିଂହାର, କବିସୂର୍ଯ୍ୟ ବଳଦେବ ରଥ ପ୍ରଭୃତି ମହାନ୍ କବି ମାନଙ୍କ ସୃଷ୍ଟି ସମ୍ବନ୍ଧରେ ଆପଣ ଅବଗତ ? ସେ ତାଙ୍କ ଭାଷାରେ ଉତ୍ତର ଦେଲେ ହଁ ହଁ ପଢିଛି । ଆମେ ପୁନଃ ପଚାରିଲୁ" ଆପଣ ତେବେ ଓଡ଼ିଆ ଭାଷା ବୁଝି ପାରୁଛନ୍ତି ?" । ସେ ତାଙ୍କ ଭାଷାରେ କହିଲେ ବୁଝି ପାରୁଛି,ଭଲ ଭାବରେ କହିପାରିବି ନାହିଁ" । ସେଠାରେ ଉପସ୍ଥିତ ଥିବା ଆମ ଭାଷାର ଏହି ତଣ୍ଡିପ ମାନଙ୍କୁ ଆମେ କହିଲୁ ସେ ତ ଓଡ଼ିଆ ବୁଝି ପାରୁଛନ୍ତି, ଆପଣ ମାନେ କାହିଁକି ତାଙ୍କ ସହିତ ତାଙ୍କ ମାତୃଭାଷା ରେ କଥା ହେଉଛନ୍ତି ? ତାଙ୍କ ମାଆ କ'ଣ ମହିମାମଣ୍ତିତା, ଆମ ମାଆ କ'ଣ ହତଭାଗିନୀ ? ଜଣେ ସ୍ୱର୍ଗତ କବି କହିଲେ ସେ ଜାଣନ୍ତୁ ଆମେ ଭଲ ବଙ୍ଗଳା ଭାଷା ଜାଣିଛୁ ବୋଲି । ଆମେ କହିଲୁ, ହଁ, ଆପଣ ମାନେ ବଙ୍ଗଳା ଭାଷା ଭଲ ଭାବରେ ବୁଝିନଥିଲେ ନକଲ କେମିତି କରି ନିଜସ୍ଵ ସୃଷ୍ଟି ବୋଲି ପ୍ରଚାର କେମିତି କରନ୍ତେ? ଯାଏ ଯେତେ ଭଲଭାବରେ ନକଲ କରିପାରେ,ସିଏ ସେତେବଡ ସାହିତ୍ୟିକ,ସବୁ ପ୍ରକାର ପୁରସ୍କାର ପ୍ରାପ୍ତ । କଦଳୀ ସଂସ୍କୃତି କୁ ଭାଙ୍ଗିବାକୁ ପଡ଼ିବ । ସେ କହିଲେ କ'ଣ କଦଳୀ ସଂସ୍କୃତି ? ଆମେ ଉତ୍ତର ଦେଲୁ, କଦଳୀ ଗଛରେ ଭଣ୍ଡା ଧରି ପାଚିଲା ପର୍ଯ୍ୟନ୍ତ ଉଧି କୁ କାଟି ଫିଙ୍ଗାଯିବା ଭଳି ଆପଣମାନଙ୍କ ଭଳି ବରିଷ୍ଠ ମାନେ ଗାଁ ସମ୍ମାନ, ଯୁବ ସଂଘ ସମ୍ମାନ, ଜିଲ୍ଲା ସମ୍ମାନ ଠାରୁ ଦେଶ ସମ୍ମାନ ସାଉଁଟି ନେଉଛନ୍ତି, ଯୁବ ପ୍ରତିଭା ମାନେ ପ୍ରୋତ୍ସାହନ ନ ପାଇ ବୀତସ୍ପୃହ । ସେ ରାଗ ତମ ତମ ଚାହାଣି ଚାହିଁ ଗଙ୍ଗୋପଧ୍ୟାୟ ପଦାଙ୍କାନୁସରଣରେ ଚାଲିଗଲେ । ଜଣେ କେନ୍ଦ୍ର ରେ ସଂସ୍କୃତି ବିଭାଗ ସଚିବ ଥିବାବେଳେ ଓଡିଶୀ ନୃତ୍ୟକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପାଇଁ ଜଣେ ମହାନ୍ ନୃତ୍ୟଗୁରୁ ଆବେଦନ ପତ୍ର ଦେଇ ଦେଇ ଥକି ଯିବା ପରେ କ୍ରୋଧରେ କହିଦେଲେ, ପ୍ରଥମେ ଆପଣ ଜଣେ ଓଡ଼ିଆ ବୋଲି ଭାବନ୍ତୁ । ତାଙ୍କର ଉତ୍ତର ଥିଲା ମୁଁ ଓଡ଼ିଆ ବୋଲି ଜଗତ ଜାଣିଛି , ଏବେ ମୁଁ ଓଡ଼ିଶାର ଶାସନ ସଚିବ ନୁହେଁ, ସମଗ୍ର ଭାରତର ସଚିବ । ସେହି ବ୍ୟକ୍ତିଙ୍କୁ ଆଜୀବନ ଗବେଷଣାର୍ଥ ଦିଆଯିବା ପରେ ଏକ ସମ୍ବର୍ଦ୍ଧନା ସମାରୋହ ରେ ଉପସ୍ଥିତ ଅନେକଙ୍କୁ ତାଙ୍କ ସୃଷ୍ଟି ସମୂହ ମଧ୍ୟରୁ ଗୋଟିଏ ପଂକ୍ତି କହିବାକୁ ଅନୁରୋଧ କରି ଆମେ ବିଫଳ ହୋଇ ଏହି କଥା ତାଙ୍କୁ କହିବା ବେଳେ ସେ କହିଲେ ମୋ ଉପରେ ଶହଶହ ଗବେଷଣା କରି ପିଏଚଡ଼ି ପାଇଲେଣି । ଏହି ଭଳି ପ୍ରଶାସନିକ ଅଧିକାରୀ ପଦାନୁଯାୟୀ ସାହିତ୍ୟିକମାନଙ୍କ ଏତେ ଅନାଲୋଚିତ ଇତିହାସ ର ପ୍ରାମାଣିକ ଦସ୍ତାବିଜ ଆମ ପାଖରେ ଅଛି, ତାହା ଆଗାମୀ ସମୟରେ ପ୍ରକାଶ ପାଇବ । ଏବେ ଆସିବା ଅସଲ ପ୍ରସଙ୍ଗକୁ । ପହରିଦିନ, ଅର୍ଥାତ୍ ୨୩ ତାରିଖରେ କେନ୍ଦ୍ର ସାହିତ୍ୟ ଏକାଡେମୀ ତରଫରୁ ପୁରସ୍କାର ଘୋଷଣା ହୋଇଥିଲା । ଯୁବ ବର୍ଗରେ ଓଡ଼ିଆ ଭାଷାରେ କାହାକୁ ଦିଆଯାଇନଥିବା ଜାଣିବା ପରେ ଆମେ ମୁଖ ପୁସ୍ତକ ରେ ଉପସ୍ଥାପିତ କ୍ଷୋଭ ପଢିବା ପରେ ଏକ ପ୍ରତିବାଦ ଓ ଦାବି ଆଧାରିତ ଚିଠି କେନ୍ଦ୍ର ସଂସ୍କୃତି ବିଭାଗ ମନ୍ତ୍ରୀଙ୍କୁ ଏବଂ ଏକାଡେମୀ ସଭାପତି ଙ୍କୁ ନଭବାର୍ତ୍ତା ( ଇ-ମେଲ୍) ରେ ପଠାଇ, ତା'ର ନକଲ ଓଡ଼ିଆ ଭାଷାର ଆବାହକ ଗୌରହରି ଆଜ୍ଞା ଙ୍କ ଠାରୁ ଆରମ୍ଭ କରି କେତେକ ସାଂସଦ ମାନଙ୍କ ପାଖକୁ ପଠାଇଲୁ । ତତ୍ ପରଦିନ, ଅର୍ଥାତ୍ ଗତକାଲି ଦୈନିକ ସମ୍ବାଦ ରେ ଗୌରହରି ଆଜ୍ଞାଙ୍କ ସ୍ପଷ୍ଟୀକରଣ ଠାରୁ ସାହିତ୍ୟ ଏକାଡେମୀ ସଭାପତି ଙ୍କ ସ୍ପଷ୍ଟୀକରଣ ପଢିଲୁ । ମନ ମୋଟେ ବୁଝିଲା ନାହିଁ । ଗତକାଲି ବହୁ ଚେଷ୍ଟା କରି କରି ସଭାପତି ଙ୍କ ସହିତ ଯୋଗାଯୋଗ ହୋଇପାରିଲା ନାହିଁ । ଅନେକ ଚେଷ୍ଟା ପରେ ମନ୍ତ୍ରୀଙ୍କ ସହିତ କଥା ହୋଇ ତାଙ୍କୁ ସମସ୍ତ ବିଷୟ ଅବଗତ କରାଇଲୁ । ଆଇ ଉଇଲ ସି କହି ସେ ସମ୍ପର୍କ ବିଛିନ୍ନ କରିଦେଲେ । ଆଜି ମଧ୍ୟ ଏ ବିଷୟରେ ଅନେକ ଙ୍କ ସହିତ ଆଲୋଚନା ହୋଇଛି । ଆମେ ଓଡ଼ିଶାର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଙ୍କ ନିକଟରେ ଦାବି କରିଛୁ,ଏହାର ଏକ ବିଧିବଦ୍ଧ ତଦନ୍ତ କରାଯାଇ ଭାଷାଦ୍ରୋହୀ ଅପରାଧୀ ମାନଙ୍କୁ କଳା ତାଲିକାଭୁକ୍ତ କରାଯାଇ କଠିନ ଦଣ୍ଡ ରେ ଦଣ୍ଡିତ କରାଯାଉ । କେନ୍ଦ୍ର ସାହିତ୍ୟ ଏକାଡେମୀ ନିକଟରେ ଦାବି କରିଛୁ ଯେ ମଣିପୁରୀ ଓ ସଂସ୍କୃତ ଭାଷା ସହିତ ଓଡ଼ିଆ ଭାଷାର ଯୁବ ପୁରସ୍କାର ଶୀଘ୍ର ଘୋଷଣା କରାଯାଉ । ଶୀଘ୍ର ଏକ ନୂତନ ବିଚାରକ ମଣ୍ଡଳୀ ଗଠନ କରି ଗୋଟିଏ ସପ୍ତାହ ଭିତରେ ଚୟନ କାର୍ଯ୍ୟ ଶେଷ କରନ୍ତୁ, ଭାଷା ସମ୍ମାନ ରେ ବାକେୟା ର ସ୍ଥାନ ନାହିଁ ।
ରେ ଆତ୍ମନ୍ ନିଦ୍ରା ପରିହରି
----------------
ଭକ୍ତକବି ମଧୁସୂଦନ ରାଓଙ୍କ ଅମୃତ ଅମ୍ଲାନ ସୃଷ୍ଟି " ଜୀବନ ଚିନ୍ତା" କୁ ୧୯୭୫ ମସିହାରେ ମୁକ୍ତିଲାଭ କରିଥିବା " ମମତା" ଚଳଚିତ୍ରରେ ସଙ୍ଗୀତର ରୂପ ଦେଇଥିଲେ ମହାନ୍ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କର ଏବଂ କଣ୍ଠଦାନ କରିଥିଲେ ମହାନ୍ କଣ୍ଠଶିଳ୍ପୀ ବରେଣ୍ୟ ପ୍ରଣବ କିଶୋର ପଟ୍ଟନାୟକ , ଏହି ସଙ୍ଗୀତରେ ଅଭିନୟ କରିଥିଲେ ମହାନ୍ ନାଟ୍ୟକାର ବ୍ୟୋମକେଶ ତ୍ରିପାଠୀ , ଯାହା ଆମକୁ ମହାବିଦ୍ୟାଳୟ ବିଦ୍ୟାର୍ଥୀ ଜୀବନରେ ଖୁବ୍ ପ୍ରଭାବିତ କରିଥିଲା । ସେହି ଅମୃତ ସୃଷ୍ଟିଟି ଥିଲା ଏହିପରି । "ଆତ୍ମନ୍! ନିଦ୍ରା ପରିହରି ,ଫେଡି ଚିନ୍ତାର ଲୋଚନ କର କର ନିରୀକ୍ଷଣ,ନିଃଶବ୍ଦେ ଜୀବନସ୍ରୋତ ଧାଉଁଛି କିପରି ଭେଟିବାକୁ ମୃତ୍ୟୁ-ସିନ୍ଧୁ-କରାଳ-ଲହରୀ । କି ବେଗରେ ଯାଉଅଛି ଚାଲି ,ସେହି ସ୍ରୋତ ସଙ୍ଗେ ଭାସି ଜୀବନର ସୁଖରାଶି,ଯାହାର ସ୍ମରଣେ ନର ଶୋକଶ୍ବାସ ଢାଳି ,ଅତୀତକୁ ଉଦ୍ବୋଧଇ ବୃଥା ଭାଳି ଭାଳି । ସ୍ବପ୍ନ ସମ ନିଦ୍ରା-ପାରାବାରେ କ୍ଷଣକେ ହୁଅଇ ଲୀନ ଗର୍ବ ଦମ୍ଭ ଅଭିମାନ ସଂସାରରେ ଆଡମ୍ବର ବୁଦ୍ବୁଦ ଆକାରେ ସକଳ ଗ୍ରାସଇ କାଳ-ମୁଖ ନିର୍ବିଚାରେ । ସେ ସିନ୍ଧ-ତରଙ୍ଗ ମୁଖ ପ୍ରତି ଆକୃଷ୍ଟ ଅଦୃଶ୍ୟ ଭାବେ ହେଉଅଛି ସବୁ ଭବେ,ମୃଦୁ ନିର୍ଝରିଣୀ, ମହାବେଗା ସ୍ରୋତସ୍ବତୀ,ସୁଦୀନ ମନୁଷ୍ୟ, ମହାଯଶା ମହୀପତି । ଭବସିନ୍ଧୁ ମାୟା ଶୈଳମୟ,ସମସ୍ତ ଛଳନାପୂର୍ଣ୍ଣ, ସେ ଶୈଳେ ସର୍ବଦା ଚୂର୍ଣ୍ଣ ହୁଅଇ ଆଶାର ତରୀ, କାମନାନିଚୟ ବିଫଳ ସତତ, ଚିତ୍ତ ନୈରାଶ୍ୟ-ଆଳୟ । ଜଗତର ଲୋଚନନନ୍ଦନ ଯୁବତୀର ରକ୍ତାଧାର, ରମ୍ୟ ଜ୍ୟୋତି ନୟନର ସ୍ବର୍ଣ୍ଣ ଗନ ସମ ବକ୍ଷ, ଚାରୁ ପଦ୍ମାନନ,ଇନ୍ଦ୍ରଧନୁ ଶୋଭା ସମ ପଳାନ୍ତି ବହନ । ଯୁବକର ତେଜ ବୀର୍ଯ୍ୟ ବଳ ପୌଢ଼ର ଚତୁର ଜ୍ଞାନ ସୁକୌଶଳ କାର୍ଯ୍ୟମାନ କାଳର ପ୍ରଭାବେ ଦିନେ ହୋଇବ ବିଫଳ,କିସ ଏ ଜଗତେ କହ ସ୍ଥିର ଅଚଞ୍ଚଳ ! ଧନ ମାନ ଯଶ ଆଦି ଯାହା ଭାଗ୍ୟଦେବୀ ପ୍ରସାଦରେ ଏ ଭବେ ଲଭନ୍ତି ନରେ କାଳଚକ୍ର ଆବର୍ତ୍ତନେ କି ବେଗରେ ଆହା ପଳାନ୍ତିରେ ଅନୁସରି ନିଜ ନିଜ ରାହା ! ବିମୋହନ ମନ୍ମଥ ବିଳାସ ଟାଣେ ମନ ମାୟା ଯନ୍ତ୍ରେ, ଭୁଲାଏ କପଟ ମନ୍ତ୍ରେ,କୌଶଳେ ଜନ୍ମଇ ଚିତ୍ତେ, କ୍ଷଣିକ ଉଲ୍ଲାସ ରିପୁକୁଳ ବିପ୍ଳବକୁ କରାଏ ପ୍ରକାଶ ।ଆତ୍ମାରାଜ୍ୟେ ସେ ଭୀମ ବିପ୍ଳବେଧର୍ମର ପୂଣ୍ୟ ରାଜତ୍ବ ପ୍ରଜ୍ଞାର ମହତ ତତ୍ତ୍ବ ହୁଏ ପରହତ, ପାପ ଗର୍ଜ୍ଜଇ ଭୈରବେ,ପଳାୟନ କରେ ଶାନ୍ତି ସେହି ଉପଦ୍ରବେ ।ମୁକୁଟମଣ୍ଡିତ ରାଜଶିର ନୁହଇ ଶାନ୍ତି-ଆସ୍ପଦ, ଆଶଙ୍କା ଭୟ ବିପଦ ନିରନ୍ତର ରାଜ ମନ କରଇ ଅସ୍ଥିର ।ଆଜି ଯେ ରାଜେନ୍ଦ୍ରାସନେ କାଲି ସେ ଫକୀର । ଏ ସଂସାରେ ନାହିଁ ସୁଖ ଶାନ୍ତି ଅହଙ୍କାର ଦ୍ବେଷ ରୋଷ ଲୋଭ ମୋହ ଅସନ୍ତୋଷ ଦୁଷ୍ଟ ରିପୁକୁଳ ଘୋର ଅନର୍ଥ ଘଟାନ୍ତି,ପାପର ଭୀଷଣାବର୍ତ୍ତେ ନରେ ନିକ୍ଷେପନ୍ତି ।କାହିଁ ଶାନ୍ତି, କାହିଁ ନିତ୍ୟ ସୁଖ,ଯାହା ଲଭିବାର ଲାଗି ଅଛି ଅବିରତ ଜାଗି ଚିତ୍ତଗୃହେ ଆଶାଦୀପ ଉଜ୍ଜ୍ବଳମୟୁଖ,କାହିଁ ଗଲେ ପାସୋରିବି ମୃତ୍ୟୁ ପାପ ଦୁଃଖ । ରେ ହୃଦୟ! ନ ହୁଅ କାତର,ସଂସାରର ବିଡମ୍ବନା ପାପ ସନ୍ତାପ ଯାତନା ବିପଦ ଦୁର୍ଦ୍ଦିନତମ ଘୋର ଭୟଙ୍କର ନିରେଖି ନିରାଶା ବିଷେ ନ ହୁଅ ଜର୍ଜ୍ଜର । ଧର ଧୈର୍ଯ୍ୟ ଘେନରେ ସାନ୍ତ୍ବନା,ଅଛି ସେହି ମହାଧନ, ସେ ମହାସ୍ପର୍ଶ ରତନ,ସେ ଅମୃତ ମହୌଷଧ, ଯାହାର କାମନାଆଶା, ଜାଗ୍ରତ ସତତ, କରେ ଉଦ୍ଦୀପନା । ସ୍ଥିର ହୁଅରେ ଚଞ୍ଚଳ ମନ,ଘେନ ମହାତତ୍ତ୍ବ ଦୀକ୍ଷା, ଜୀବନ ପରମ ଶିକ୍ଷା,ତେବେରେ ଲଭିବୁ ସେହି ପ୍ରାଣାରାମ ଧନ,ଆକୁଳ ହୃଦୟ କରେ ଯାହାର ଅନ୍ବେଷଣ ।ଧୂଳିର ଏ ମର କଳେବର,ଆହୋ ମାନବ ଜୀବନ କି ଅଦ୍ଭୁତ ଉଦ୍ଭାବନ ! ବିରାଜେ ଅମର ଆତ୍ମା ଦିବ୍ୟ ସୌନ୍ଦର୍ଯ୍ୟରେ,କମଳ ଶୋଭଇ ଯଥା ପଙ୍କମୟ ସରେ ।ଏ ସଂସାର ଅନ୍ଧକାର ସ୍ଥାନଅନ୍ଧାରେ ହେଲେ ଜଡିତ ନ ହୁଅଇ ବିକଶିତଜୀବାତ୍ମା-କୁସୁମ ଏଥି, ହୁଏ ମ୍ରିୟମାଣହରାଇଣ ଦିବ୍ୟ ଶୋଭା ପ୍ରେମ ଭକ୍ତି ଜ୍ଞାନ । ଦିବାକରେ ନିରେଖି ଗଗନେହର୍ଷେ ଫୁଟେ ପଦ୍ମଫୁଲ ତେସନେ ଆତ୍ମା ପ୍ରଫୁଲ୍ଲଅନନ୍ତ ମଙ୍ଗଳାଳୟ ବିଭୁ ଦରଶନେପୂଣ୍ୟର ତପନ ଯେହୁ ପାପର ଭୁବନେ । ଯହିଁ ତେବେ ଭୁଞ୍ଜନ୍ତି ଅମୃତବିଭୁପାଦପଦ୍ମ ପାଶେ, ପୁଣ୍ୟ ଜୋତିର୍ମୟ ବାସେରୋଗ ପାପ ମୃତ୍ୟୁ ଆଦି ଯହିଁ ପରାଭୂତ,ସେ ସୁଧାମ ଲାଗି ଆତ୍ମା ସଦା ପିପାସିତ । ଏ ପିପାସା ନୁହଇ ନିବାରିଅସାର ସଂସାର ଜଳେ, ରିପୁଚୟ କୋଳାହଳେନୋହେ ନିର୍ବାପିତ କେଭେ; ଏକା ଧର୍ମବାରିଶମଇ ଏ ମହା ଅଗ୍ନି ଅମୃତ ସଞ୍ଚାରି ।୨୧ ।ତେବେ ଆରେ ଅସ୍ଥିର ହୃଦୟ,ତ୍ୟଜି କୁତ୍ସିତ ବାସନା କର ତାଙ୍କ ଆରାଧନାଧର୍ମରାଜ ପ୍ରଭୁ ଯେହୁ ମଙ୍ଗଳ-ଆଳୟ,ଅମୃତଜୀବନଦାତା ବ୍ରହ୍ମାଣ୍ଡ ଆଶ୍ରୟ । ପରିହରି ପାପ ପ୍ରଲୋଭନଉଜ୍ଜ୍ବଳ କର ବିଶ୍ବାସ, ସ୍ବାର୍ଥ ଅହଙ୍କାର ନାଶ,କରରେ ହୃଦୟାକାଶ ନିର୍ମଳ ବହନ,ତେବେରେ ଲଭିବୁ ଧର୍ମରସ ଆସ୍ବାଦନ । ପ୍ରୀତିମୟ ଜୀବନ ରତନ ତେବେ ତୋତେ ପରମେଶ, ତାଙ୍କର ପବିତ୍ରାଦେଶ ନିଃସ୍ବାର୍ଥ ପବିତ୍ର ଚିତ୍ତେ କରରେ ସାଧନ,ଜଗତର ହିତ ଅର୍ଥେ ଦିଅରେ ଜୀବନ । ହେ ଇଶ୍ବର ପତିତତାରଣ,ପ୍ରାଣାରାମ ନିରଞ୍ଜନ, ଭୟ ବିଘ୍ନ ବିନାଶନ,ତୁମ୍ଭେ ପ୍ରଭୁ ସନ୍ତାପିତ ପ୍ରାଣର ଚନ୍ଦନ,ସଂସାର ବିଷାକ୍ତ ନେତ୍ରେ ତୁମ୍ଭେ ହେ ଅଞ୍ଜନ । ଆସ ନାଥ ଅଗତିର ଗତି,ତୁମ୍ଭ ବିନା ଏ ସଂସାରେ ମରଇ ମୁଁ ହାହାକାରେ ତାର ମୋତେ ମହାପ୍ରଭୁ ଦେଇଣ ସୁମତି,ଅନନ୍ତ ଦୟା ତୁମ୍ଭର, ଅନନ୍ତ ଶକତି ।"
ଏହା ନିର୍ବିବାଦୀୟ ସତ୍ୟ ଯେ ଏହି ଅମୃତ ଅମ୍ଲାନ ସୃଷ୍ଟି ପିଢ଼ି ପରେ ପିଢ଼ି ଙ୍କ ପାଇଁ ଜୀବନ ଦର୍ଶନ , ପ୍ରେରଣାର ବୌଦ୍ଧିକ ପଣ୍ୟ । ଯଦି ସଠିକ୍ ଭାବେ ଓଡ଼ିଶାର ସାରସ୍ବତ ଇତିହାସ ସମେତ ସାମଗ୍ରିକ ଇତିହାସର ଗର୍ଭାନୁଶୀଳନ ପୂର୍ବକ ବିଶ୍ବ ଇତିହାସକୁ ଉପଜିବ୍ୟ କରି ଆଲୋଚନା କଲେ ଯେକୌଣସି ଓଡ଼ିଆ ଏଭଳି ଗର୍ବାନୁଭବ କରିବେ, ଯାହା ପ୍ରକାଶ କରିବାକୁ ଶବ୍ଦ ଅକୁଳାଣ ହେବ । ଐର ଖାରବେଳ ମେଘବାହନ ଙ୍କ ଠାରୁ ମୁରାରୀ ମିଶ୍ର ଙ୍କ ପର୍ଯ୍ୟନ୍ତ , ଅବା ହାଡୁ ପଣ୍ଡିତ ଙ୍କ ଠାରୁ କବି ରାଜ ବା କଵି ଶ୍ରେଷ୍ଠ ଜୟଦେବ ଅବା ପ୍ରଥମ ଓଡ଼ିଆ ଶଙ୍କରାଚାର୍ଯ୍ୟ ,ଟିକାକାର ଜଗଦଗୁରୁ ଶ୍ରୀଧର ସ୍ବାମୀଙ୍କ ପର୍ଯ୍ୟନ୍ତ ଙ୍କ କୀର୍ତ୍ତି ଓ କୃତି ଆଦି ଛାଡ଼ନ୍ତୁ ଯଦି ପାଞ୍ଚ ଶହ ବର୍ଷ ତଳକୁ ଯାଇ କେବଳ ସନ୍ଥ ପଞ୍ଚସଖା ଯଥା ଅତିବଡ଼ି ଜଗନ୍ନାଥ ଦାସ ,
ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ ଙ୍କ କୃତିତ୍ୱକୁ ଉପଜିବ୍ୟ କରି ଗର୍ଭାନୁଶୀଳନ କରିବା, ତେବେ ବର୍ତ୍ତମାନ ସମୟର ବିଶ୍ବ ସ୍ବୀକୃତ , ପୁରସ୍କୃତ ବୈଜ୍ଞାନିକ ମାନଙ୍କ ଉପଲବ୍ଧ ଆବିଷ୍କାର ବା ଗବେଷଣା ଲବ୍ଧ ତଥ୍ୟ ଉପରେ ଆଲୋକପାତ କରିବା , ତେବେ ହିଁ ଜାଣି ପାରିବା ଆମ ପୂର୍ବଜ ଓଡିଆ ସାଧକ ମାନେ କେତେ ଜ୍ଞାନ ବନ୍ତ, କେତେ ଦୂର ଦ୍ରଷ୍ଟା, କିଭଳି ସାଧାରଣ ସହଜ ଲବ୍ଧ ଉପକରଣରେ କେଡେ କେଡେ କଥା କରି ଓ କରିଯାଇଛନ୍ତି । ଆମେ ବିଗତ ଦିନରେ ସୁବାର୍ତ୍ତା ରେ ୧୯୫୬ ମସିହାରେ ଟମ୍ ବ୍ରାଉନ ଙ୍କ ଦ୍ବାରା ଉଦ୍ଭାବିତ ଲିଙ୍ଗ ନିରୂପଣ ଯନ୍ତ୍ର ବା ଅଲଟ୍ରାସାଉଣ୍ଡ ଓ ୫୦୦ ବର୍ଷ ତଳେ ସନ୍ଥ ଯଶୋବନ୍ତ ଦାସଙ୍କ " "ବଡ଼ ମାୟାବୀ ଜୀବ ନୋହେ କାହାରି,ଦିନେ ନ ଭଜୁ ରାମ କୃଷ୍ଣ ଶ୍ରୀହରି ,ଯେତେବେଳେ ମାତା ଗର୍ଭେ ହେଲୁ ସଞ୍ଚାରଅଣାକାର ଭୂମି ସେ ଯେ ନାହିଁ ଆକାର ।ପ୍ରଥମମାସେ ତୁ ଯେ ହେଲୁ ଧବଳ ବର୍ଣ୍ଣ,ଦ୍ୱିତୀୟ ମାସେ ତୁ ଯେ ଜଳେ ଯେସନ ମୀନ,ତୃତୀୟ ମାସେ ତୁ ଯେ ଶୂନ୍ୟେ ମେଲିଲୁ ଡାଳ,ଚତୁର୍ଥେ ଅସ୍ଥିଖଞ୍ଜା ତୋହରି ,ପଞ୍ଚମେ ନାଭି କମଳ କଲା ଭିଆଣ, ଷଷ୍ଠରେ ବାସ୍ତରୀ ନାଡ଼ି ଖଞ୍ଜିଲା ଜାଣ ,ସପ୍ତମେ ନାସା ଜ୍ୱିହା ଆବର ମୁଖ କର୍ଣ୍ଣ,ଚକ୍ଷୁ ଭ୍ରୂଲତା କାମ କମାଣରେ ନିର୍ମାଣ ,
ଗଙ୍ଗା ଜମୁନା ନଦୀ ବହଇ ଅନୁକ୍ଷଣ,ଆପେ ମନକୁ କଲା ବିଚାରି,ଅଷ୍ଟମେ ଅଙ୍ଗୁଷ୍ଠି ହସ୍ତ ପାଦ ଖଞ୍ଜିଲା,ନବ ମାସେ ଚମଡ଼ାକୁ ଢାଙ୍କୁଣି ଦେଲା,ଦଶ ମାସରେ ଶେଷ କଲା ହୋଇ ହରଷସ୍ତୁତି ଯେ କଲୁ ତୁହି ଭୋ ଦେବ ନନ୍ଦଶିଶ୍ୟ,ଯଦି ମର୍ତ୍ତ୍ୟମଣ୍ଡଳେ ମୁହିଁ କରିବି ବାସ,ତୋ ନାମ ଗାଉଥିବି ସୁମରି ..." ଇତ୍ୟାଦି ଇତ୍ୟାଦି । ସେହିପରି ଅତିବଡ଼ି ଜଗନ୍ନାଥ ଦାସ , ଯିଏ ପୁରୀ ସନ୍ନିକଟ ବ୍ରାହ୍ମଣ ଶାସନ କପିଳେଶ୍ୱରପୁର, ଆଜିର ପ୍ରଥମ ଶ ରେ ୧୪୯୦ ଖ୍ରୀଷ୍ଟାଦ୍ଦ, ଭାଦ୍ରବମାସ ଶୁକ୍ଳପକ୍ଷ ଅଷ୍ଟମୀ, ଅନୁରାଧା ନକ୍ଷତ୍ର , ବୁଧବାର ଦିନ ମଧ୍ୟାହ୍ନ ସମୟରେ ଜନ୍ମଗ୍ରହଣ କରିଥିଲେ । ପ୍ରତି ମୁହୂର୍ତ୍ତ ପୂର୍ବ ନିର୍ଦ୍ଧାରିତ ବା ବିଭୂ ନିର୍ଦ୍ଧାରିତ ନ୍ୟାୟରେ ଯେଉଁ ମାହେନ୍ଦ୍ର ବେଳାରେ ବା କ୍ଷଣରେ ବୃଷଭାନୁ ନନ୍ଦିନୀ ରାଧା ଦେବୀଙ୍କର ଜନ୍ମ ବୋଲି ପୁରାଣରେ ବର୍ଣ୍ଣିତ ହୋଇଛି, ଠିକ ସେହି କ୍ଷଣରେ ଜଗନ୍ନାଥ ଦାସ ଜନ୍ମଗ୍ରହଣ କରିଥିବାରୁ ତାଙ୍କୁ ରାଧାଙ୍କର ଅଂଶାବତାର ବୋଲି ଲୋକେ ବିଶ୍ୱାସ କରନ୍ତି । ତାଙ୍କ ପିତାଙ୍କ ନାମ ଭଗବାନ ଦାସ ଓ ମାତାଙ୍କ ନାମ ପଦ୍ମାବତୀ । ଭଗବାନ ଦାଶ ମହାରାଜା ପୁରୁଷୋତ୍ତମ ଦେବଙ୍କର ପୌରାଣିକ ଥିଲେ । ଆମର ଜ୍ୟେଷ୍ଠ ଭଗ୍ନୀ ମୀନା ନାନୀ ସେହି ବଂଶରେ ବିବାହ କରିଥିବାରୁ ଆମର ଅହେତୁକ ଆଗ୍ରହ ଫଳରେ ଆମେ ୧୯୮୦ ମସିହାରୁ ଏଯାବତ୍ ଦୀର୍ଘ ୪୫ ବର୍ଷ ଧରି ଏହି ମହାପୁରୁଷଙ୍କୁ ପଢି ଚାଲିଛୁ । ଅନେକ କୁହନ୍ତି ତାଙ୍କର ଜୀବନୀ ୧୪୮୭ ରୁ ୧୫୪୭ ତ କେତେକେ ମତ ଦେଇଛନ୍ତି ୧୪୯୨-୧୫୫୨ ଭିତରେ , ଯାହାକୁ ଆମେ ଆମର ଅଧ୍ୟବସାୟ ଆଧାରରେ ଦୃଢ଼ତାର ସହିତ ପ୍ରତ୍ୟାଖ୍ୟାନ କରୁଛୁ । ସୌଭାଗ୍ୟ କ୍ରମେ ସେହି ଭଗବାନ ଦାସ ନାମଧାରୀ ତାଙ୍କ ବଂଶର ଉତ୍ତରାଧିକାରୀ ଭଗବାନ ଦାସଙ୍କ ସହିତ ବନ୍ଧୁତା ସୂତ୍ରରେ ଆମେ ୧୯୭୫ ମସିହାରୁ ଥିଲୁ ଅତ୍ୟନ୍ତ ଘନିଷ୍ଠ ସମ୍ପର୍କିତ । ଯେଉଁ ତଥ୍ୟ ଆମେ ସଂଗ୍ରହ କରିଥିଲୁ , ତତ୍ ଆଧାରରେ ତାଙ୍କର ବାଲ୍ୟଜୀବନ ଉପରେ ଆଲୋକପାତ କରୁଛୁ । ବିଭୂ ପ୍ରଦତ୍ତ ପବିତ୍ର ମୁହୂର୍ତ୍ତରେ ଜନ୍ମିତ ଏହି ଶିଶୁଟି ଜଗନ୍ନାଥ ଦେବଙ୍କ ପ୍ରସାଦରୁ ଲବ୍ଧ ବୋଲି ଭାବି ଭଗବାନ ଦାସ ପଣ୍ଡିତମାନଙ୍କ ପରାମର୍ଶ କ୍ରମେ ତାଙ୍କର ନାମ ଜଗନ୍ନାଥ ବୋଲି ନାମକରଣ କରିଥିଲେ । ଶିଶୁ ଜଗନ୍ନାଥ ଚତୁର୍ଥ ବର୍ଷ ବୟସରେ ପଦାର୍ପଣ କରିବା ବେଳକୁ ପିତା ତାଙ୍କର ଚୂଡ଼ାକର୍ମ, ବଣ୍ଣବୋଧ ଆଦି ଶେଷ କରିଥିଲେ । ପଞ୍ଚମ ବର୍ଷରେ ସେ ବିଦ୍ୟାରମ୍ଭ କରିଥିଲେ । ସେ ପ୍ରଥମେ ଗ୍ରାମ ଚାଟଶାଳୀରେ ବର୍ଣ୍ଣପାଠ ଓ ଅଙ୍କ ଆଦି ଶିଖିଥିଲେ । ଉପନୟନ ଉତ୍ତାରେ ପିତାଙ୍କ ନିକଟରେ ଅମରକୋଷ, ଅଭିଧାନ ଏବଂ କଳାପ ଓ ବର୍ଦ୍ଧମାନ ନାମକ ଦୁଇଟି ସଂସ୍କୃତ ବ୍ୟାକରଣ ସମ୍ପୂର୍ଣ୍ଣ କଣ୍ଠସ୍ଥ କରିଥିଲେ । ନିକଟବର୍ତ୍ତୀ ବ୍ରାହ୍ମଣ ଶାସନକୁ ପ୍ରତିଦିନ ଯାଇ ଯଜୁର୍ବେଦ ଓ ସାମବେଦର ସଂହିତାମାନ ମଧ୍ୟ ସେ ଅଧ୍ୟୟନ ଓ କଣ୍ଠସ୍ଥ କରିଥିଲେ । ନ୍ୟାୟ ବେଦାନ୍ତ ଆଦି ଦର୍ଶନଶାସ୍ତ୍ର ଏବଂ ମହାଭାରତ ରାମାୟଣ ଆଦି ଧର୍ମଶାସ୍ତ୍ର ସମସ୍ତ ପଢ଼ିବା ପରେ ସେ ଭାଗବତ ଅଧ୍ୟୟନ କରିଥିଲେ । ଏହି ସମୟରେ ପିତା ଭଗବାନ ଦାସ ଜଗନ୍ନାଥଙ୍କର ବିବାହ ପ୍ରସ୍ତାବ ଉଠାଇଲେ । ଜଗନ୍ନାଥ ଆଉ କେତେକ ଶାସ୍ତ୍ରର ଅଧ୍ୟୟନ ସମାପ୍ତ କରି ବିବାହ କରିବା ପାଇଁ ପିତାଙ୍କୁ ଅନୁରୋଧ କରିଥିଲେ । ସେ ଜଗନ୍ନାଥ ଦର୍ଶନ ନିମନ୍ତେ ଶ୍ରୀକ୍ଷେତ୍ର ପୁରୀକୁ ପ୍ରତିନିୟତ ଆସୁଥିଲେ । ମନ୍ଦିର ଭିତର ବେଢ଼ାରେ ସେ ବଟଗଣେଶଙ୍କ ନିକଟରେ ବସି ଶ୍ରୀମଦ୍ ଦ୍ଭାଗବତ ପାଠ କରୁଥିଲେ । ବଟବିହାରୀ ନାମକ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିଙ୍କ ନିକଟରେ ଆଜି ପର୍ଯ୍ୟନ୍ତ ପୁରାଣ ପାଠ ହେଉଅଛି ଓ ପୁରାଣ ପାଠକଙ୍କ ପାଇଁ ରାଜପ୍ରଦତ୍ତ ବୃତ୍ତି ମଧ୍ୟ ଖଞ୍ଜା ଯାଇଅଛି । ଦିନେ ଉତ୍କଳର ମହାରାଜା ( ସେତେବେଳେ ଉତ୍କଳର ମହାରାଜା ଙ୍କର ଗଜପତି ମହାରାଜ ବିଶେଷଣ ନଥିଲା , କପିଳେନ୍ଦ୍ର ଦେବଙ୍କ ଠାରୁ ଆରମ୍ଭ)
ପ୍ରତାପରୁଦ୍ର ଦେବ ଜଗନ୍ନାଥ ଦର୍ଶନ କରିବାକୁ ଯାଇଥିଲେ, ଏମନ୍ତ ସମୟରେ ଶ୍ରୀଚୈତନ୍ୟଙ୍କ ସଙ୍ଗେ ମନ୍ଦିରରେ ତାଙ୍କର ଭେଟ ହେଲା, ମହାରାଜ ଶ୍ରୀଚୈତନଙ୍କୁ ପଚାରିଲେ, "ଜଗନ୍ନାଥ ମୂର୍ତ୍ତିରେ କିପରି ରାଧାକୃଷ୍ଣଙ୍କର ଯୁଗଳମୂର୍ତ୍ତି ଭାବ ଉପଲବ୍ଧି କରି ପାରିବି, ଏହା ମୋତେ ଅନୁଗ୍ରହ କରି ବୁଝାଇ ଦିଅନ୍ତୁ" । ଏହା ଶୁଣି ଶ୍ରୀଚୈତନ୍ୟ ଦେବ ଉତ୍ତର ଦେଲେ 'ଆମ୍ଭ ଅତିବଡ଼ି ସ୍ୱାମୀ ତାହା ଆପଣଙ୍କୁ ସ୍ପଷ୍ଟଭାବେ ବୁଝାଇ ଦେବେ" । ତହୁଁ ଅତିବଡ଼ି ସ୍ୱାମୀ ଶ୍ରୀ ଜଗନ୍ନାଥ ଦାସ ମହାରାଜ ପ୍ରତାପରୁଦ୍ର ଦେବଙ୍କୁ ତାହା ବୁଝାଇ ଦେବାରୁ ରାଜା ତାଙ୍କଠାରେ ଅତ୍ୟନ୍ତ ସନ୍ତୁଷ୍ଟ ହୋଇ ତାଙ୍କର ଭକ୍ତ ଓ ବଶୀଭୂତ ହେଲେ ଶ୍ରୀ ଜଗନ୍ନାଥ ମନ୍ଦିରର ବାୟୁ କୋଣରେ ମାର୍କଣ୍ଡେୟ ତୀର୍ଥର ଅନତିଦୂର ଦକ୍ଷିଣରେ ନିଜ ରାଣୀଙ୍କର ଶ୍ରୀକ୍ଷେତ୍ରରେ ଅବସ୍ଥାନ ନିମନ୍ତେ ମହାରାଜାଙ୍କର ଯେଉଁ ରାଜପ୍ରସାଦ ନିର୍ମିତ ହୋଇଥିଲା, ତହିଁରେ ଜଗନ୍ନାଥ ଦାସଙ୍କୁ ରହିବାକୁ ମହାରାଜ ପ୍ରାର୍ଥନା କଲେ । ଅତିବଡ଼ି ପ୍ରଥମେ ସେଠାରେ ରହିବାକୁ ଅନିଚ୍ଛୁକ ଥିଲେ ସୁଦ୍ଧା ମହରାଜଙ୍କର ସେବାରେ ଓ ଭକ୍ତିରେ ସନ୍ତୁଷ୍ଟ ହୋଇ କିଛି କାଳ ସେଠାରେ ଅବସ୍ଥାନ କଲେ , ଯାହା ବର୍ତ୍ତମାନର ଓଡ଼ିଆ ମଠ ଭାବେ ପରିଚିତ । ଜଗନ୍ନାଥ ଦାସ ସଂସାର କୋଳାହଳ ବର୍ଜ୍ଜିତ ସମୁଦ୍ରତୀରବର୍ତ୍ତୀ ବାଲୁକାମୟ ଭୂମିରେ ଏକ ନିର୍ଜନ ଭଜନ କୁଟୀର ସ୍ଥାପନ କଲେ । ଏହାର ଆଧୁନିକ ନାମ ସାତଲହଡ଼ି ମଠ । ଏହି ମଠଟି ଶଙ୍କରାଚାର୍ଯ୍ୟ ମଠର ଦକ୍ଷିଣରେ ଅବସ୍ଥିତ । ଏଠାରେ ଜଗନ୍ନାଥ ଦାସଙ୍କର ମଣିବିଗ୍ରହ (ପ୍ରସ୍ତର—ମୂର୍ତ୍ତି) ବିଦ୍ୟମାନ । କଥିତ ଅଛି ଜଗନ୍ନାଥ ଦାସ ସମୁଦ୍ର ତରଙ୍ଗର ଘୋର ଗର୍ଜନ ଯୋଗୁଁ ଭଜନସ୍ମରଣରେ ଅସୁବିଧା ଅନୁଭବ କରି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର କୃପାପ୍ରାର୍ଥୀ ହେବାରୁ ପ୍ରଭୁଙ୍କ ଆଜ୍ଞାରେ ସମୁଦ୍ର ସାତ ସ୍ତର ଲହରୀର ଦୂରତା ପର୍ଯ୍ୟନ୍ତ ଦୂରକୁ ଘୁଞ୍ଚି ଯାଇଥିଲା । ତେଣୁ ସେହି ଦିନଠାରୁ ଉକ୍ତ ମଠଟିର ନାମ ସାତଲହଡ଼ି ମଠ ହୋଇଛି । ଗୋସ୍ୱାମୀ ମୁକୁନ୍ଦ ଦାସ ୫ ଗୋଟି ଶିଷ୍ୟ କରି ପ୍ରଧାନ ଶିଷ୍ୟଙ୍କୁ ନିଜ ମଠରେ ଗାଦିନସୀନ କରାଇ ଅପର ୪ ଗୋଟିଙ୍କୁ ମଠର ଚତୁଃପାର୍ଶ୍ୱରେ ରଖାଇ ପୁରୀ, କଟକ, ବାଲେଶ୍ୱର ଓ ଖୋରଧା ଅଞ୍ଚଳରେ ସେମାନଙ୍କ ଚଳାଚଳ ପାଇଁ କେତେକ ଭୂସମ୍ପତ୍ତି ଖଞ୍ଜି ଦେଇ ଯାଇଅଛନ୍ତି ଉକ୍ତ ଚାରିଗୋଟି ମଠ ଅଦ୍ୟାବଧି ବଡ଼ ଓଡ଼ିଆ ମଠର ଅଧୀନ ଥାଇ ଚଳି ଆସୁଅଛି , ଯାହାର ନାମ ହେଲା ସାନ ଓଡ଼ିଆ ମଠ,
ମଧୁ ଦାସ ମଠ,ବନମାଳି ଦାସ ମଠ ଓ ଭାଗବତ ଦାସ ମଠ । ୧୯୭୫ ମସିହାରେ ଆମେ ଜରୁରୀକାଳୀନ ପରିସ୍ଥିତିରେ ଆରକ୍ଷୀ ଗିରଫଦାରୀକୁ ଏଡ଼ାଇବା ପାଇଁ ଓଡ଼ିଆ ମଠରେ ଲୁଚି ରହିଥିଲୁ । ଦିନରେ ଅଧ୍ୟୟନ ଏବଂ ରାତି ୧୦ ଟା ପରେ ଜରୁରୀକାଳୀନ ପରିସ୍ଥିତି ବିରୋଧରେ ବିଭିନ୍ନ ସ୍ଥାନରେ ପ୍ରଚାରପତ୍ର ଛପେଇବା ଓ ବଣ୍ଟନ କରିଥାଉ, ଏପରିକି ସନ୍ଧ୍ୟାରେ ସାଇକେଲରେ ଭୁବନେଶ୍ବର ଆସି ଯାନ ରହଣୀ ସ୍ଥଳ ବା ବସଷ୍ଟାଣ୍ଡ ( ଏବେ ନାହିଁ , ଜୟଦେବ ଭବନ ପଛରେ) ରେ ପ୍ରଚାର ପତ୍ର ବିଭିନ୍ନ ସ୍ଥାନକୁ ପଠାଉଥିଲୁ । ଅତଏବ ବଡ ଓଡ଼ିଆ ମଠରେ ରହିବା ସମୟରେ ଅତିବଡ଼ି ଜଗନ୍ନାଥ ଦାସ ଙ୍କ ସମ୍ପର୍କିତ କେତେକ କିମ୍ବଦନ୍ତୀ ପଢିଥିଲୁ । ବିଶେଷ କରି ଜଗନ୍ନାଥ ଦାସଙ୍କ ଭକ୍ତିର ଗଭୀରତାକୁ ନେଇ ଅନେକ କିମ୍ବଦନ୍ତୀ ପ୍ରଚଳିତ । ତନ୍ମଧ୍ୟରୁ ଗୋଟିଏ ଏହିଭଳି । କିମ୍ବଦନ୍ତୀ ଅଛି ଯେ ମେଧା ଓ ସୁମେଧା ନାମରେ ଦୁଇଜଣ ଦେବକନ୍ୟା ଜଗନ୍ନାଥ ଦାସଙ୍କର ସେବା କରିବାକୁ ଆସୁଥିଲେ । ଏଣୁ ରାଜା ଜଗନ୍ନାଥ ଦାସଙ୍କ ଚରିତ୍ର ଉପରେ ସନ୍ଦେହ କଲେ । ରାଜାଙ୍କ ଆଜ୍ଞାରେ ଚାରମାନେ ଛକି ଛକି ସେ ଦୁହିଙ୍କୁ ଧରିବାକୁ ଚେଷ୍ଟା କରିବାରୁ ସେମାନେ ଅନ୍ତର୍ଦ୍ଧାନ ହୋଇଯାଇଥିଲେ ।ଅନ୍ୟ ଏକ କିମ୍ବଦନ୍ତୀ ପ୍ରକାରେ ଏଭଳି ଆହୁରି ଏକ ଅଲୌକିକ ଘଟଣା ଘଟିଥିଲା ଜଗନ୍ନାଥଦାସଙ୍କ ଜୀବନରେ । କାଶୀରାମ ନାମକ ଜଣେ ବ୍ୟବସାୟୀ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସି ଠାକୁରଙ୍କ ଶ୍ରୀଅଙ୍ଗରେ ଲାଗି କରିବା ନିମନ୍ତେ ଶ୍ରୀଖଣ୍ଡ ଚନ୍ଦନ ଟେଳାଟିଏ ମହାରାଜାଙ୍କୁ ଦେଇଯାଇଥିଲେ । ଏଥିରେ କସ୍ତୁରୀ, କର୍ପୂର ପ୍ରଭୃତି ବହୁବିଧ ମୂଲ୍ୟବାନ୍ ବାସଦ୍ରବ୍ୟ ମିଶ୍ରିତ ହୋଇଥିଲା । ଦିନେ ରାଜା ସେହି ଟେଳାରୁ ଖଣ୍ଡିଏ ଜଗନ୍ନାଥଦାସଙ୍କୁ ଦେଲେ ଓ ତାହାକୁ ଘୋରି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିବାକୁ କହିଲେ । ମାତ୍ର ଭକ୍ତ ଜଗନ୍ନାଥ ତାହାକୁ ଘୋରି ଭାବବିହ୍ୱଳ ଅବସ୍ଥାରେ ମଠ କାନ୍ଥରେ ଲେପିଦେଲେ । ରାଜା ଏ ସମାଚାର ପାଇ ଜଗନ୍ନାଥ ଦାସଙ୍କୁ ପରିବାରୁ ସେ କହିଲେ—“ମୁଁ ଠାକୁରଙ୍କ ଶ୍ରୀଅଙ୍ଗରେ ଚନ୍ଦନ ବୋଳି ଦେଇଛି । ରାଜା ପରୀକ୍ଷା ଉଦ୍ଦେଶ୍ୟରେ ମନ୍ଦିର ଯାଇ ଦେଖିଲେ ଯେ ବାସ୍ତବରେ ତିନି ଠାକୁରଙ୍କ ଶ୍ରୀଅଙ୍ଗରେ ଚନ୍ଦନ ଲେପିତ ହୋଇଛି ଓ ମନ୍ଦିର ସୁଗନ୍ଧରେ ମହକି ଉଠୁଛି । କ୍ରମଶଃ
ଅବିସ୍ମରଣୀୟ ଇତିହାସର ସୁବର୍ଣ୍ଣ ସମ୍ବତ୍ସର
---------
ଠିକ୍ ୫୦ ବର୍ଷ ତଳେ , ଜୁନ ୧୨ ତାରିଖ, ୧୯୭୫ ମସିହା, ଭାରତ ବର୍ଷର ନ୍ୟାୟିକ ଇତିହାସରେ କେବଳ ନୁହେଁ, ସାଧାରଣ ନିର୍ବାଚନ ପରିଚାଳନାରେ, ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ଇତିହାସରେ ଏକ ଅବିସ୍ମରଣୀୟ, ଗୁରୁତ୍ବପୂର୍ଣ୍ଣ ଦିବସ । ଆଲାହାବାଦ ଉଚ୍ଚ ନ୍ୟାୟାଳୟର ନ୍ୟାୟ ମୂର୍ତ୍ତି ଜଗ ମୋହନ ଲାଲ୍ ସିହ୍ନା ଭାରତର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ରାୟବରେଲୀ ସଂସଦୀୟ କ୍ଷେତ୍ରର ନିର୍ବାଚନକୁ ଅସିଦ୍ଧ ଘୋଷଣା କରି ଶ୍ରୀମତୀ ଗାନ୍ଧୀ ଯେ ଆଉ ଛଅ ବର୍ଷ ପର୍ଯ୍ୟନ୍ତ କୌଣସି ପଦପଦବୀରେ ରହିପାରିବେ ନାହିଁ ବୋଲି ଇନ୍ଦିରାଙ୍କ ପ୍ରତିଦ୍ବନ୍ଦୀ ରାଜନାରାୟଣଙ୍କ ଦ୍ବାରା କରାଯାଇଥିବା ମକଦ୍ଦମାର ବିଚାର କରି ରାୟ ଦେବା ପରେ ଦେଶରେ ଜୁନ ୨୫ ତାରିଖ, ୧୯୭୫ ମସିହାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଅଚଳ କରାଇ ଦିଆଯାଇଥିଲା , ଯାହାର ଇତିହାସ ବ୍ୟାପକ । ଏହାକୁ ଭାରତର ଗଣତାନ୍ତ୍ରିକ ପ୍ରକ୍ରିୟାରେ ଏକ କଳା ଅଧ୍ୟାୟ ବୋଲି ବିବେଚନା କରାଯାଏ। ଏଥିରେ ଦେଶର ନାଗରିକଙ୍କ ସମେତ ବିରୋଧୀ ଦଳର ନେତା ଓ ଗଣମାଧ୍ୟମର ସ୍ୱାଧୀନତା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାରଙ୍କ ଅନୁମୋଦନ କ୍ରମେ ରାଷ୍ଟ୍ରପତି ଫଖୀରୁଦ୍ଦିନ ଅଲ୍ଲୀ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପଚାଶ ବର୍ଷ ତଳର ଘଟଣାକ୍ରମ ଆଜି ଚଳମାନ ଦୃଶ୍ୟ ଭଳି ଆମ ଆଖିରେ ପ୍ରତିଫଳିତ ହେଉଛି ।୧୯୭୫ ମସିହା, ଜୁନ ୧୨ ତାରିଖ, ପ୍ରଧାନମନ୍ତ୍ରୀଙ୍କ ବାସଭବନ ରେ ହଲଚଲ ଥିଲା, କିନ୍ତୁ ଥିଲା ଭିନ୍ନ ଏକ ନିରବତା। ଇନ୍ଦିରାଙ୍କ ବରିଷ୍ଠ ସଚିବ କ୍ରିଷ୍ଣା ଆୟାର ଅସ୍ଥିର ହୋଇ ଏପଟ ସେପଟ ହେଉଥାନ୍ତି। ଇନ୍ଦିରାଙ୍କ ବିରୋଧରେ ନିର୍ବାଚନୀ ଅନିୟମିତତା ମାମଲାର ରାୟ ଆସିବାର ଥାଏ। ଏହି ମାମଲା ଥାଏ ନ୍ୟାୟ ମୂର୍ତ୍ତି ଜଗମୋହନ ଲାଲ୍ ସିହ୍ନାଙ୍କ ଦାୟିତ୍ୱରେ ବା କୋର୍ଟରେ। ନିର୍ଭିକ ରାୟ ଶୁଣାଇବାରେ ସିହ୍ନାଙ୍କର ଏକ ସ୍ଵତନ୍ତ୍ର ପରିଚିତି ରହିଥିଲା। ମାମଲାର ଶୁଣାଣି ଘୁଞ୍ଚାଇବା ପାଇଁ ବାରମ୍ବାର ଆବେଦନ ବିଫଳ ହୋଇଥିଲା। ତେଣୁ ସ୍ଵାଭାବିକ ଭାବେ ଗୋଟେ ଅଜବ ବିଚଳିତ ଭାବ ପରିଲକ୍ଷିତ ହେଉଥାଏ ସଚିବ କ୍ରିଷ୍ଣା ଆୟାରଙ୍କ ମୁହଁରେ। କିଛି ସମୟ ପରେ ଇନ୍ଦିରା ଗାନ୍ଧୀଙ୍କ ପାଖରେ ତାଙ୍କ ଜୀବନର ସବୁ ଠାରୁ ବଡ଼ ଖରାପ ଖବର ପହଞ୍ଚିଗଲା। ନିଜେ ରାଜୀବ ଗାନ୍ଧୀ ଏ ଖବର ତାଙ୍କୁ ଜଣାଇଥିଲେ। ଜଷ୍ଟିସ ସିହ୍ନା ଇନ୍ଦିରାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଲୋକପ୍ରତିନିଧି ଆଇନ ଅନୁସାରେ ଇନ୍ଦିରାଙ୍କ ସଦସ୍ୟତା ରଦ୍ଦ କରିଦେବା ସହ ୬ ବର୍ଷ ପାଇଁ ନିର୍ବାଚନ ଲଢ଼ିବା ଉପରେ ପ୍ରତିବନ୍ଧକ ଲଗାଇ ଦେଇଥିଲେ। ବାକି ଅନ୍ୟ ୫ଟି ଅଭିଯୋଗରୁ ଦୋଷମୁକ୍ତ କରିଥିଲେ। ଏହା ସହିତ କୋର୍ଟ ନିଜର ନିଷ୍ପତ୍ତି ଉପରେ ୨୦ ଦିନର ରହିତାଦେଶ ମଧ୍ୟ ଦେଇଥିଲେ। ଯାହା ଫଳରେ ଇନ୍ଦିରାଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ ବା ସୁପ୍ରିମକୋର୍ଟ ଯିବା ପାଇଁ ସମୟ ମିଳିବ ଏବଂ କଂଗ୍ରେସ ବିକଳ୍ପ ପ୍ରଧାନମନ୍ତ୍ରୀଙ୍କ ବ୍ୟବସ୍ଥା କରିବା ପାଇଁ ସମୟ ପାଇବ। ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ କିନ୍ତୁ ପ୍ରଧାନମନ୍ତ୍ରୀ ପଦ ଆଉ କାହାକୁ ଦେବାକୁ ଚାହୁଁ ନଥିଲେ। କଂଗ୍ରେସ ଭିତରେ ଏହାକୁ ନେଇ ଜୋରଦାର ଆଲୋଚନା, ପର୍ଯ୍ୟାଲୋଚନା ଚାଲିଥାଏ। ସମସ୍ତଙ୍କ ନଜର ଅଟକି ରହିଥିଲା ଇନ୍ଦିରା ଗାନ୍ଧୀଙ୍କ ପରବର୍ତ୍ତୀ ଘୋଷଣା ଉପରେ। ଅନ୍ୟପକ୍ଷରେ ବିରୋଧୀ ଦଳ ଇନ୍ଦିରାଙ୍କ ଇସ୍ତଫା ଦାବି ଆରମ୍ଭ କରିଦେଇଥିଲେ। ଇନ୍ଦିରା ମଧ୍ୟ ଇସ୍ତଫା ଦେବାକୁ ଚିନ୍ତା କରୁଥିଲେ। କିନ୍ତୁ ବରିଷ୍ଠ ସାମ୍ବାଦିକ କୁଲଦୀପ ନାୟାର ତାଙ୍କ ବହିରେ ଲେଖିଛନ୍ତି, ଇନ୍ଦିରା ଗାନ୍ଧୀଙ୍କ ଏହି ନିଷ୍ପତ୍ତିକୁ ଉଭୟ ରାଜୀବ ଓ ସଞ୍ଜୟ ଗାନ୍ଧୀ ବିରୋଧ କରୁଥିଲେ। ଇନ୍ଦିରାଙ୍କ ସମର୍ଥନରେ ଦିଲ୍ଲୀରେ ଭିଡ଼ ଜମିବାରେ ଲାଗିଥିଲା। ସଞ୍ଜୟ ଗାନ୍ଧୀ ଇନ୍ଦିରାଙ୍କ ସମର୍ଥନରେ ଲୋକଙ୍କୁ ଏକାଠି କରିବାରେ ଲାଗିଥିଲେ। ଅନ୍ୟ ପଟେ ବିରୋଧୀଙ୍କ ବିରୋଧ ବଢ଼ିବାରେ ଲାଗିଥାଏ। ଆଲହାବାଦ୍ ଉଚ୍ଚ ନ୍ୟାୟାଳୟ ବା ହାଇକୋର୍ଟ ଦେଇଥିବା ରହିତାଦେଶର ସମୟ ବି ସରିସରି ଆସୁଥାଏ। ସବୁ ବିରୋଧୀ ଦଳ ଏକାଠି ହୋଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିବା ଆରମ୍ଭ କରିଦେଇଥାନ୍ତି। ସେତେବେଳେ ଆମେ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଛାତ୍ର । ଆମ ନେତୃତ୍ବରେ ଏକ ବିଶାଳ ଛାତ୍ର ସମାବେଶରେ ଇନ୍ଦିରା ଙ୍କ ଇସ୍ତଫା ଦାବିରେ ଶୋଭାଯାତ୍ରା ଯିବା ସମୟରେ ଟାଉନ ଥାନା ଆରକ୍ଷୀ ନିରୀକ୍ଷକ ଦୀଗେନ ମହାନ୍ତି ଆମ ମୁଣ୍ତ କୁ ଗୋଟିଏ ବଡ ଠେଙ୍ଗାରେ ପିଟିବାକୁ ଆସିଲେ , ଭାଗ୍ୟ ଭଲ ସେ ଠେଙ୍ଗା ପ୍ରହାର ଆମ କାନ୍ଧରେ ବାଜିଲା , ଆମେ ଅଚେତ ହୋଇଯାଇଥିଲୁ । ତତ୍ ପରେ ଲାଠି ଆକ୍ରମଣ ବା ଲାଠି ଚାର୍ଜ, ଲୁହବୁହା ବାଷ୍ପ ପ୍ରୟୋଗ କରାଯିବା ଫଳରେ ସମସ୍ତେ ଛତ୍ରଭଙ୍ଗ ଦେଇଥିଲେ, ଆମର ଚେତା ଫେରିବା ବେଳକୁ ଆମେ ପୁରୀ ଡ଼ାକ୍ତରଖାନାରେ , ଆମ ନିକଟରେ ଠିଆ ହୋଇଥିଲେ ଆମର ରାଜନୈତିକ ଗୁରୁ ତଥା ବ୍ରହ୍ମଗିରିର ବିଧାୟକ ସିଦ୍ଧେଶ୍ବର ପାଣିଗ୍ରାହୀ । କେବଳ ପୁରୀରେ ନୁହେଁ, ସମଗ୍ର ଭାରତବର୍ଷରେ ଏଭଳି ପ୍ରତିବାଦ ହୋଇଥିଲା । ଅତଏବ ଇନ୍ଦିରାଙ୍କ ଉପରେ ଚାପ ବଢ଼ିବାରେ ଲାଗିଥାଏ। ଠିକ୍ ଏହି ସମୟରେ ଅର୍ଥାତ ଜୁନ୍ ୨୫ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟ ବା ସୁପ୍ରିମକୋର୍ଟଙ୍କ ରାୟ ଇନ୍ଦିରାଙ୍କୁ ଆଶ୍ଵସ୍ତି ଦେଇଥିଲା। ଏହା ସତ୍ତ୍ବେ ବିରୋଧୀଙ୍କ ବିରୋଧ କମିବା ପରିବର୍ତ୍ତେ ବଢ଼ିଥିଲା। ବିରୋଧୀଙ୍କ ନେତୃତ୍ଵ ନେଉଥିଲେ ମହାନ୍ ସ୍ବାଧୀନତା ସଂଗ୍ରାମୀ ତଥା ସମାଜବାଦୀ ନେତା ବା ସୋସିଆଲିଷ୍ଟ ନେତା ଜୟପ୍ରକାଶ ନାରାୟଣ (ଜେପି)। ରାମଲୀଳା ମଇଦାନରେ ଏକ ବଡ଼ ରାଲିରେ ଜେପି ପୋଲିସ ଓ ସେନାକୁ ବି ସତ୍ୟାଗ୍ରହରେ ସାମିଲ ହେବା ପାଇଁ ଆହ୍ଵାନ ଦେଇଥିଲେ। ସରକାରଙ୍କ ତ୍ରୁଟିପୂର୍ଣ୍ଣ ଆଦେଶର ଅମାନ୍ୟ କରିବାକୁ ଆହ୍ଵାନ ଦେଇଥିଲେ। ଜେପି ସେତେବେଳେ ସର୍ବମାନ୍ୟ ନେତା ଥିଲେ। ତାଙ୍କର ଲୋକପ୍ରିୟତା ଶୀର୍ଷରେ ରହିଥିଲା। ଏଥିପାଇଁ ଇନ୍ଦିରା ଗାନ୍ଧୀ ଆହୁରି ଚାପଗ୍ରସ୍ତ ହୋଇଯାଇଥିଲେ। ସବୁଆଡୁ ଚାପଗ୍ରସ୍ତ ହୋଇପଡ଼ିଥିବା ଇନ୍ଦିରା ପରାମର୍ଶଦାତାମାନଙ୍କ ପରାମର୍ଶ ଅନୁସାରେ ଜୁନ ୨୫ ତାରିଖ ମଧ୍ୟରାତିରେ ଜରୁରୀକାଳୀନ ପରିସ୍ଥିତି ବା ଏମର୍ଜେନ୍ସି ଘୋଷଣା କରିଦେଲେ। ଏମର୍ଜେନ୍ସି ଲାଗୁ କରି ତାଙ୍କ ବିରୋଧରେ ସାମ୍ଭାବ୍ୟ ରାଜନୈତିକ ଘଟଣାକ୍ରମକୁ ଟାଳିବାକୁ ଚାହୁଁଥିଲେ ଇନ୍ଦିରା। କିନ୍ତୁ ଏହା ବିରୋଧୀଙ୍କୁ ଆହୁରି ସଂଗଠିତ କରିଥିଲା ଏବଂ ଲୋକଙ୍କୁ ଇନ୍ଦିରା ବିରୋଧୀ କରିଦେଇଥିଲା। ଏଠାରେ ପ୍ରସଙ୍ଗ କ୍ରମେ ଉଲ୍ଲେଖଯୋଗ୍ୟ ଯେ ରାଇବରେଲୀ ଆସନରେ ଇନ୍ଦିରାଙ୍କ ବିରୋଧରେ ପ୍ରାର୍ଥୀ ଥିଲେ ସମାଜବାଦୀ ନେତା ରାଜ ନାରାୟଣ। ଜିତିବା ତାଙ୍କର ନିଶ୍ଚିତ ଥିଲା ବୋଲି ଚର୍ଚ୍ଚା ହେଉଥିଲା। ରାଜ ନାରାୟଣଙ୍କ ରାଜନୈତିକ ବ୍ୟକ୍ତିତ୍ଵ ବି ବେଶ୍ ପ୍ରଭାବଶାଳୀ ଥିଲା। କିନ୍ତୁ ସବୁ ଖେଳ ଓଲଟାଇ ଦେଇଥିଲା ଇନ୍ଦିରାଙ୍କ ‘ଗରିବୀ ହଟାଓ’ ନାରା। ଇନ୍ଦିରା ଲକ୍ଷାଧିକ ଭୋଟ୍ରେ ବିଜୟୀ ହୋଇଥିଲେ। ନିଶ୍ଚିତ ବିଜୟ ପାଇଁ ଶୋଭାଯାତ୍ରା ବି ବାହାର କରି ଦେଇଥିଲେ। ଏହି ପରାଜୟ ତାଙ୍କ ପାଇଁ ଏକଦମ୍ ଅପ୍ରତ୍ୟାଶିତ ଥିଲା। ତେଣୁ ଚୁପ୍ ବସି ନଥିଲେ ରାଜ ନାରାୟଣ। ନିର୍ବାଚନରେ ଅନିୟମିତତା ହୋଇଥିବା ନେଇ ସେ ଆଲହାବାଦ ହାଇକୋର୍ଟରେ ପହଞ୍ଚିଥିଲେ। ଏହି ମାମଲା ଜଷ୍ଟିସ ସିହ୍ନାଙ୍କ କୋର୍ଟରେ ପହଞ୍ଚିଥିଲା।ଏହି ନିର୍ବାଚନରେ ସରକାରୀ ଅର୍ଥ ଓ କ୍ଷମତାର ଦୁରୂପଯୋଗ କରିଥିବା ନେଇ ରାଜନାରାୟଣ ଅଭିଯୋଗ ଆଣିଥିଲେ। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ଅଫିସର ଅନ୍ ସ୍ପେସାଲ ଡ୍ୟୁଟିରେ ଥିବା ୟଶପାଲ୍ କପୁରଙ୍କ ଭୂମିକାକୁ ନେଇ ଅଭିଯୋଗ ଆଣିଥିଲେ ରାଜ ନାରାୟଣ। କୋର୍ଟଙ୍କୁ ସେ ଦେଇଥିବା ପ୍ରମାଣ ଅନୁସାରେ ୧୯୭୧ ମସିହା ଫେବ୍ରୁଆରି ୧୩ ତାରିଖରେ ୟଶପାଲ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ଏହାକୁ ୧୪ ତାରିଖରେ ଗ୍ରହଣ କରି ନିଆଯାଇଥିଲା ଓ ୨୫ ତାରିଖରେ ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଥିଲା।ପରେ ୟଶପାଲ୍ ଇନ୍ଦିରାଙ୍କ ରାଜନୈତିକ ଏଜେଣ୍ଟ ଭାବେ କାମ କରିଥିଲେ। କିନ୍ତୁ ତା’ର ଯଥେଷ୍ଟ ପୂର୍ବରୁ ୟଶପାଲ ଇନ୍ଦିରାଙ୍କ ସଭାରେ ଭାଷଣ ଦେଉଥିବାର ପ୍ରମାଣ ରହିଥିଲା। ସରକାରୀ ଅର୍ଥରେ ଇନ୍ଦିରାଙ୍କ ପାଇଁ ନିର୍ବାଚନ ମଞ୍ଚ, ଲାଇଟ୍, ସାଉଣ୍ଡ ସବୁର ବ୍ୟବସ୍ଥା ହୋଇଥିଲା। ଏଥିରେ ପୋଲିସ ଅଧିକାରୀ ଓ ଉତ୍ତରପ୍ରଦେଶ ଗୃହ ସଚିବ ବି ସହାୟତା କରିଥିଲେ। ଏ ସବୁର ପ୍ରମାଣ ଓ ସାକ୍ଷୀ ସବୁ ଇନ୍ଦିରାଙ୍କ ବିରୋଧରେ ଯାଇଥିଲା।
କ୍ରମଶଃ
ରଜ ସଂକ୍ରାନ୍ତି ଓ ବ୍ୟାସକବି -(୧)
---------------
ଆମେ ସମସ୍ତେ ଭଲ ଭାବେ ଅବଗତ ଯେ ଆଜି ଆମ ଜାତୀୟ ଜୀବନରେ ପିଢ଼ି ପରେ ପିଢ଼ି ଓଡ଼ିଆଙ୍କ ଚିର ବନ୍ଦନୀୟ ମହାତ୍ମା,ସଂକ୍ରାନ୍ତି ପୁରୁଷ ବ୍ୟାସକବି ଫକୀର ମୋହନଙ୍କ ଶ୍ରାଦ୍ଧ ତିଥି । ଆଜିକୁ ୧୦୭ ବର୍ଷ ତଳେ ଏହି ମହାପୁରୁଷ ଏହି ମର ସଂସାରରୁ ବିଦାୟ ନେଇଥିଲେ । ୧୯୩୭ ମସିହା ଠାରୁ ପ୍ରତି ବର୍ଷ ତାଙ୍କର ଧରାବତରଣ ତିଥି ମକର ସଂକ୍ରାନ୍ତିରେ ଏବଂ ଇହଲୀଳା ସମ୍ବରଣ କରିଥିବା ତିଥି ରଜ ସଂକ୍ରାନ୍ତିରେ କୃତଜ୍ଞତା ଜ୍ଞାପନ ପୂର୍ବକ ଶ୍ରଦ୍ଧାବଚନାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଦିଆ ଯାଇ କେବଳ ଆସୁନାହିଁ , ତାଙ୍କର ଅମୃତ ଅମ୍ଲାନ କୀର୍ତ୍ତି ଓ କୃତିତ୍ୱ କୁ ଉପଜିବ୍ୟ କରି ଅନେକ ଅନେକ ଆଲେଖ୍ୟ ଆଲୋଚନା ହୋଇଆସୁଛି, ଯାହାର ପରିସଂଖ୍ୟାନ ଯେ କୌଣସି ବିଶ୍ବ ଶ୍ରେଷ୍ଠ ଗଣିତଜ୍ଞ କ'ଣ , ବିସ୍ମୟ ମାନବ ବା ହ୍ୟୁମାନ କମ୍ପ୍ୟୁଟର ଶକୁନ୍ତଳା ଦେବୀ ମଧ୍ୟ ଦେଇ ପାରି ନଥାନ୍ତେ । କ'ଣ କ'ଣ ସଵୁ କୁହାଯାଇ ଆସିଛି , ତାହା ଆମର ସ୍ବଳ୍ପ ଅଧ୍ୟବସାୟ ଆଧାରିତ ତଥ୍ୟ ସଂକ୍ଷିପ୍ତରେ ଆମେ ଏଠାରେ ଉଲ୍ଲେଖ କରୁଛୁ । ଓଡ଼ିଆ ସାହିତ୍ୟର କଥା ସମ୍ରାଟ ବ୍ୟାସକବି ଫକୀରମୋହନ ପବିତ୍ର ମକର ସଂକ୍ରାନ୍ତି , ଇଂରାଜୀ ତାରିଖ , ଜାନୁଆରୀ ୧୩,୧୮୪୩ରେ ଆଜିର ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ମଲ୍ଲିକାଶପୁର ଗାଆଁର ଲକ୍ଷ୍ମଣ ଚରଣ ସେନାପତି ଓ ତୁଳସୀ ଦେବୀ ସେନାପତିଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ । ତାଙ୍କୁ ଏକ ବର୍ଷ ପାଞ୍ଚ ମାସ ବୟସ ବେଳେ ତାଙ୍କ ପିତା ଲକ୍ଷ୍ମଣ ଚରଣ ସେନାପତିଙ୍କର ମୃତ୍ୟୁ ଘଟିଥିଲା । ଏହାର ମାତ୍ର ୧୪ ମାସ ପରେ ତାଙ୍କ ମାତା ତୁଳସୀ ଦେବୀ ମଧ୍ୟ ଈହଧାମ ତ୍ୟାଗ କରିଥିଲେ । ବାଲ୍ୟକାଳରୁ ତାଙ୍କର ଲାଳନପାଳନ ଭାର ତାଙ୍କର ଜେଜେମା ସମ୍ଭାଳିଥିଲେ । ଫକୀରମୋହନଙ୍କ ପ୍ରକୃତ ନାମ ଥିଲା ବ୍ରଜମୋହନ । ବାଲ୍ୟକାଳରେ ସେ ପ୍ରାୟତଃ ଅସୁସ୍ଥ ରହୁଥିବାରୁ ତାଙ୍କ ଜେଜେ ମାଆ ତାଙ୍କୁ ଫକୀରମାନଙ୍କ ପାଖକୁ ନେଇଯାଉଥିଲେ । ସେହି ଫକୀରମାନଙ୍କ ସମ୍ମାନାର୍ଥେ ତାଙ୍କ ଜେଜେମା’ ତାଙ୍କ ନାଁ ବଦଳାଇ କରିଦେଲେ ଫକୀରମୋହନ । କୁହାଯାଏ ଯେ ଫକୀରମୋହନଙ୍କର ଦାଦା ପୁରୁଷୋତ୍ତମ ସେନାପତି ଅତ୍ୟନ୍ତ ଇର୍ଷାପରାୟଣୀ ବ୍ୟକ୍ତି ଥିଲେ । ସେ ଫକୀରମୋହନଙ୍କୁ ପାଠ ପଢ଼ିବାର ଅନୁମତି ଦେଉ ନ ଥିଲେ । ଫକୀରମୋହନ ବାଲ୍ୟକାଳରେ ସବୁବେଳେ ଅସୁସ୍ଥ ରହୁ ଥିବାରୁ, ୯ବର୍ଷ ବୟସରେ ଫଳା ଶିଖିବା ଆରମ୍ଭ କରିଥିଲେ । ପାଠ ପଢ଼ି ପଇସା ଦେବାର କ୍ଷମତା ନ ଥିବାରୁ ସେ ଶିକ୍ଷକଙ୍କ ଘରେ କାମ କରି ପଢ଼ୁଥିଲେ । ବିଦ୍ୟା ଆହରଣ କରିବାରେ ସେ କେବେ ସନ୍ତୁଷ୍ଟ ନ ଥିଲେ । ଯେତେ ବିଦ୍ୟା ଅଧ୍ୟୟନ କଲେ ବି ସେ ଆହୁରି ଆଧିକ ଜ୍ଞାନ ପ୍ରାପ୍ତ କରିବାରେ ଲାଗୁଥିଲେ । ନିଜ ମାତୃଭାଷାରେ ଜ୍ଞାନକୋଷ ଭରିବା ସହିତ ସେ ପାର୍ସୀ ଭାଷା ମଧ୍ୟ ଶିକ୍ଷା କରିଥିଲେ । ପିଲାଦିନେ ସେ ଶ୍ରମିକ ଭାବରେ ବାଲେଶ୍ୱରରେ ଥିବା ବନ୍ଦରରେ ମଧ୍ୟ କାର୍ଯ୍ୟ କରୁଥିଲେ ଏବଂ ସେଠାରେ ସେ ବଙ୍ଗାଳୀ ଓ ସଂସ୍କୃତ ଭାଷା ମଧ୍ୟ ଶିକ୍ଷା କରିଥିଲେ ।ମାଇନର ପାଶ୍ କଲା ପରେ ସେ ବାଲେଶ୍ୱରର ବାରବାଟୀ ସ୍କୁଲରେ ବିଦ୍ୟାଧ୍ୟୟନ ଜାରି ରଖିଥିଲେ । ସେଠାରେ ସେ ଇତିହାସ, ଭୂଗୋଳ ଏବଂ ଗଣିତ ଶିକ୍ଷା କରୁଥିଲେ । ସେ ନିଜର ପାରଦର୍ଶିତା ଯୋଗୁଁ ଶିକ୍ଷକମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ଆର୍ଥିକ ଦୁରବସ୍ଥା ଯୋଗୁଁ ବିଦ୍ୟାଳୟର ମାସିକ ଖର୍ଚ୍ଚ ୨୫ ପଇସା ଦେଇ ନ ପାରି ତାଙ୍କୁ ପାଠପଢ଼ା ତ୍ୟାଗ କରିବାକୁ ପଡ଼ିଥିଲା ଏବଂ ସେହି ବାରବାଟୀ ସ୍କୁଲରେ ତାଙ୍କୁ ମାସିକ ୨.୫୦ ଟଙ୍କା ଦରମାରେ ଶିକ୍ଷକ ଚାକିରୀ କରିବାକୁ ହୋଇଥିଲା । ସେଠାରେ ସେ ଇତିହାସ, ଭୂଗୋଳ ଏବଂ ଗଣିତରେ ଶିକ୍ଷାଦାନ ଆରମ୍ଭ କରିଦେଲେ । ଏହି ସବୁ ବିଷୟରେ ସେ ନିଜେ ନିଜର ଜ୍ଞାନକୁ ପ୍ରଗାଢ଼ କରିପାରିଥିଲେ । ବାଲେଶ୍ୱର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ବା କଲେକ୍ଟରେଟ୍ରେ କିଛି କାଳ ପାଇଁ ସେ କିରାଣୀ ଚାକିରି କରିଥିଲେ । ପରବର୍ତ୍ତୀ କାଳରେ ସେ ବାଲେଶ୍ୱର ମିଶନ ସ୍କୁଲରେ ୧୮୭୧ ଯାଏଁ ଶିକ୍ଷକତା ମଧ୍ୟ କରିଥିଲେ । ଫକୀରମୋହନ ନିଜ ପରିଶ୍ରମ ବଳରେ ଇଂରାଜୀ ଶିକ୍ଷା କରିଥିଲେ । ଆରବିଆନ ନାଇଟସ୍, ରବିନସନ କୃଷେ, ଇଂରାଜୀ ବାଇବେଲ ଭଳି କିଛି ଇଂରାଜୀ ବହି ପଢ଼ିବା ବେଳେ ସେ ଇଂରାଜୀ ଅଭିଧାନର ସାହାଯ୍ୟ ନେଇଥିଲେ । ଯଦିଓ ଫକୀରମୋହନ ୨୩ ବର୍ଷ ବୟସରେ ଇଂରାଜୀ ଶିକ୍ଷା ଆରମ୍ଭ କରିଥିଲେ, କିନ୍ତୁ ତାଙ୍କର ପ୍ରକୃତିଦତ୍ତ ଦକ୍ଷତା ପାଇଁ ସେ ବିଦେଶୀମାନଙ୍କର ମଧ୍ୟ ଦୃଷ୍ଟି ଆକର୍ଷଣ କରିପାରିଥିଲେ । ଶିକ୍ଷକତା କରିବା ସଙ୍ଗେ ସଙ୍ଗେ ସେ ଓଡ଼ିଆ, ଇଂରାଜୀ, ସଂସ୍କୃତ ଓ ବଙ୍ଗାଳୀ ଆଦି ଭାଷାରେ ଦକ୍ଷତା ହାସଲ କରିଥିଲେ ଓ ବିଭିନ୍ନ ଆଲୋଚନାମାନଙ୍କରେ ଭାଗ ନେଇ ବାଲେଶ୍ୱରର ବୁଦ୍ଧିଜୀବି ମହଲରେ ନିଜର ସ୍ୱତନ୍ତ୍ର ସ୍ଥାନ ପ୍ରତିଷ୍ଠା କରିଥିଲେ । ବାରବାଟୀ ସ୍କୁଲରୁ ନିଜର ଶିକ୍ଷକତା ଜୀବନ ଆରମ୍ଭ କରିଥିବା ଫକୀରମୋହନ ପରବର୍ତ୍ତୀ ସମୟରେ ଖ୍ରୀଷ୍ଟୀଆନ ମିଶନ ସ୍କୁଲର ପ୍ରଧାନଶିକ୍ଷକ ରୂପେ ନିଜୁକ୍ତି ପାଇଥିଲେ । ସେହି ସମୟରେ ଓଡ଼ିଆ ଛାତ୍ରମାନେ ସମସ୍ତ ପାଠ ବଙ୍ଗଳାରେ ପଢ଼ୁଥିଲେ, ତେଣୁ ସେ ଓଡ଼ିଆରେ ବିଭିନ୍ନ ବିଷୟରେ ପାଠ୍ୟପୁସ୍ତକମାନ ରଚନା କରିଥିଲେ । ଜଣେ ଗର୍ବିତ ଓଡ଼ିଆ ଭାବରେ ସେ ଓଡ଼ିଆରେ ପାଠ୍ୟପୁସ୍ତକ ସବୁକୁ ଅନୁବାଦ କରି ଓଡ଼ିଶାର ଏବଂ ଓଡ଼ିଆ ଭାଷାର ସମ୍ମାନ ବହୁତ ଉପରକୁ କରିଦେଇଥିଲେ ।ଖ୍ରୀଷ୍ଟୀଆନ ମିଶନ ସ୍କୁଲରେ ସେ ୧୮୭୧ ଯାଏ କାର୍ଯ୍ୟ କରିଆସିଥିଲେ । ଏହି ସୂତ୍ରରେ ତାଙ୍କର ପରିଚୟ ହୁଏ ବାଲେଶ୍ୱରର ତତ୍କାଳୀନ କଲେକ୍ଟର ଜନ୍ ବିମ୍ସଙ୍କ ସହ । ’ସୁନା ଚିହ୍ନେ ବଣିଆ, ଗୁଣ ଚିହ୍ନେ ଗୁଣିଆ’ ପରି ବିମ୍ସ ସାହେବ ଯିଏ ନିଜେ ଜଣେ ପଣ୍ଡିତ ଥିଲେ, ଫକୀରମୋହନଙ୍କ ଅନ୍ତର୍ନିହିତ ପାଣ୍ଡିତ୍ୟକୁ ଚିହ୍ନିପାରିଥିଲେ । ଏହି ସମୟରେ ଜହ୍ନ ବିମସ୍
ବିଭିନ୍ନ ଭାରତୀୟ ଭାଷାର ତୁଳନାତ୍ମକ ବ୍ୟାକରଣ ଉପରେ ଗୋଟିଏ ପୁସ୍ତକ ରଚନା କରୁଥିଲେ । ଅତଏବ ଵିମସ୍
ଫକୀରମୋହନଙ୍କ ଠାରୁ ଏଥି ଲାଗି ଓଡ଼ିଆ ଭାଷା ଶିକ୍ଷା ଗ୍ରହଣ କରିଥିଲେ । ଫକୀରମୋହନଙ୍କ ପାଣ୍ଡିତ୍ୟରେ ପ୍ରଭାବିତ ବିମସ୍
ତାଙ୍କୁ ନୀଳଗିରିର ଦେୱାନ ପଦ ଗ୍ରହଣ କରିବା ଲାଗି ଆଗ୍ରହ ପ୍ରକାଶ କରିଥିଲେ ।ଫକୀରମୋହନ ମଧ୍ୟ ଏହି ପ୍ରସ୍ତାବ ଗ୍ରହଣ କଲେ । ତାଙ୍କର ମାସିକ ଦରମା ରହିଲା ୧୦୦୦ ଟଙ୍କା । ଏହା ପରେ ସେ ଓଡ଼ିଶାର ବିଭିନ୍ନ ସ୍ଥାନମାନଙ୍କରେ ଦେୱାନ ଦାୟିତ୍ୱ ତୁଲାଇଥିଲେ । ୧୮୭୧ରୁ ୧୮୭୫ ଯାଏଁ ନୀଳଗିରିରେ, ୧୮୭୬-୭୭ ଯାଏଁ ଡମପଡାରେ, ୧୮୭୭-୮୩ ଯାଏଁ ଢେଙ୍କାନାଳରେ, ୧୮୮୪-୮୬ ଯାଏଁ ଦଶପଲ୍ଲାରେ, ୧୮୮୬-୮୭ ଯାଏଁ ପାଲଲହଡ଼ାରେ, ୧୮୮୭-୯୨ ଯାଏଁ କେଉଁଝରରେ ଓ ୧୮୯୪-୯୬ ଯାଏଁ ପୁନର୍ବାର ଡମପଡାରେ ସେ ଏହି ଦାୟିତ୍ୱ ତୁଲାଇଥିଲେ ।୧୮୯୬ରୁ ୧୯୦୫ ଯାଏଁ ସେ କଟକରେ ଅବସ୍ଥାନ କରିଥିଲେ ଓ ବିଭିନ୍ନ ସାହିତ୍ୟିକ ଅନୁଷ୍ଠାନମାନଙ୍କରେ ଅଂଶଗ୍ରହଣ କରିଥିଲେ । ଏତଦ୍ ପରେ ସେ ଶେଷ ୧୩ ବର୍ଷ , ଅର୍ଥାତ୍ ମୃତ୍ୟୁ ପର୍ଯ୍ୟନ୍ତ ବାଲେଶ୍ୱରରେ ଅବସ୍ଥାନ କରିଥିଲେ । ଏତଦ୍ ବ୍ୟତୀତ ତାଙ୍କର ସାଂସାରିକ ଜୀବନ ସମ୍ପର୍କରେ ଉଲ୍ଲେଖ କରାଯାଇ ଆସୁଛି ଯେ ଫକୀରମୋହନ ୧୮୫୬ରେ ୧୪ ବର୍ଷ ବୟସରେ ବିବାହ କରିଥିଲେ । ତାଙ୍କ ପ୍ରଥମ ସ୍ତ୍ରୀଙ୍କ ନାମ ଲୀଳା ଦେବୀ ଥିଲା ।ତାଙ୍କ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ସେ ୧୮୭୧ରେ କୃଷ୍ଣା କୁମାରୀଙ୍କୁ ପୁନର୍ବାର ବିବାହ କରିଥିଲେ । ତାଙ୍କର ପ୍ରଥମ ପୁତ୍ରର ୧୮୭୭ରେ ଛ’ ବର୍ଷ ବୟସରେ ଅକାଳ ମୃତ୍ୟୁ ଘଟିଥିଲା । ୧୮୮୧ରେ ତାଙ୍କର ଦ୍ୱିତୀୟ ସ୍ତ୍ରୀଙ୍କ ଔରସରୁ ଦ୍ୱିତୀୟ ପୁତ୍ର ଜନ୍ମଗ୍ରହଣ କରିଥିଲା । ତାଙ୍କର ଦ୍ୱିତୀୟ ସ୍ତ୍ରୀ ମଧ୍ୟ ୧୮୯୪ରେ ହଇଜାରେ ପରଲୋକଗାମୀ ହୋଇଥିଲେ । ପରବର୍ତ୍ତୀ କାଳରେ ନିଜ ପୁତ୍ର ସହ ମଧ୍ୟ ତାଙ୍କର ମନାନ୍ତର ଘଟିଥିଲା । ଏହିପରି ତାଙ୍କର ପାରିବାରିକ ଜୀବନ ନିତାନ୍ତ କଷ୍ଟଦାୟକ ଓ ଦୁର୍ଘଟଣାପୂର୍ଣ୍ଣ ଥିଲା । ସେହିପରି ଏହି ମହାପୁରୁଷଙ୍କ ସାରସ୍ବତ ସାଧନା ଆଧାରିତ ତଥ୍ୟ କୁହେ ଯେ ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗ ଯଥା ଅନୁବାଦ ସାହିତ୍ୟ (ସଂସ୍କୃତରୁ), କାବ୍ୟ-କବିତା ଇତ୍ୟାଦିରେ ସେ ସାହିତ୍ୟ ସୃଜନ କରିଥିଲେ ହେଁ ସେ ମୁଖ୍ୟତଃ ଓଡ଼ିଆ ଉପନ୍ୟାସ ସାହିତ୍ୟର ସୃଷ୍ଟିକର୍ତ୍ତା ରୂପେ ସୁପରିଚିତ । ୧୮୯୭ରୁ ୧୯୧୫ ମଧ୍ୟରେ ରଚିତ ତାଙ୍କର ଚାରୋଟି ଉପନ୍ୟାସ - ’ଛ’ ମାଣ ଆଠ ଗୁଣ୍ଠ’, ’ମାମୁଁ’, ’ପ୍ରାୟଶ୍ଚିତ’ ଓ ’ଲଛମା’ ତତ୍କାଳୀନ ଅଷ୍ଟାଦଶ ଓ ଊନବିଂଶ ଶତାବ୍ଦୀର ଓଡ଼ିଶାର ସାମାଜିକ ଅବସ୍ଥାର ନିଚ୍ଛକ ଦର୍ପଣ । ଛ’ ମାଣ ଆଠ ଗୁଣ୍ଠ ଉପନ୍ୟାସରେ ଜମିଦାରମାନଙ୍କ ଦେଇ ଗରିବ ଚାଷୀମାନଙ୍କର ଶୋଷଣର କାହାଣୀ ବର୍ଣ୍ଣିତ ହୋଇଛି । ଓଡ଼ିଆର ପ୍ରଥମ ଆତ୍ମଜୀବନୀର ମଧ୍ୟ ସେ ଥିଲେ
ରଚୟିତା , ଯାହାର ନାମ ଥିଲା "ଆତ୍ମ ଜୀବନ ଚରିତ" ।
ଏହା ନିର୍ବିବାଦୀୟ ସତ୍ୟ ଯେ ଫକୀରମୋହନ ସେନାପତି ଓଡ଼ିଆ ଗଳ୍ପ ସାହିତ୍ୟର ଜନକ । ଫକୀରମୋହନ ତାଙ୍କ ଜୀବନର ଶେଷ ୨୧ ବର୍ଷ ମଧ୍ୟରେ ଗଳ୍ପ ଏବଂ ଉପନ୍ୟାସ ରଚନା କରିଛନ୍ତି । ୧୮୬୦ରେ ଫକୀରମୋହନଙ୍କ ରଚିତ କ୍ଷୁଦ୍ରଗଳ୍ପ ’ଲଛମନିଆ’, ତାଙ୍କରିଦ୍ୱାରା ସମ୍ପାଦିତ ଓ ବାଲେଶ୍ୱରରୁ ପ୍ରକାଶିତ ବୋଧଦାୟିନୀ ପତ୍ରିକାରେ ପ୍ରକାଶିତ ହୋଇଥିଲା । ତେବେ ଦୁର୍ଭାଗ୍ୟବଶତଃ ତାଙ୍କର ଆତ୍ମଜୀବନୀରେ ଏହା ବିଷୟରେ ସାମନ୍ୟ ଟିକିଏ ବର୍ଣ୍ଣନା ବ୍ୟତୀତ ଏହି ଗଳ୍ପର ସ୍ରୋତ ସମ୍ବନ୍ଧରେ ଅନ୍ୟ କୌଣସି ଖିଅ ମିଳେନାହିଁ, ନଚେତ୍ ସମଗ୍ର ଭାରତବର୍ଷରେ ଏହି ସାହିତ୍ୟିକ ବିଭାଗର ସ୍ରଷ୍ଟା ରୂପେ ସେ ବିବେଚିତ ହୋଇଥା’ନ୍ତେ । ୧୮୯୮ରେ ତାଙ୍କ ରଚିତ 'ରେବତୀ' ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶିତ ହୋଇଥିଲା ପ୍ରଥମ ଓଡ଼ିଆ ଗଳ୍ପର ମାନ୍ୟତା ପାଏ । ’ରେବତୀ’ ଗଳ୍ପଟିରେ ଗୋଟିଏ ଛୋଟ ଝିଅର ପାଠ ପଢିବାର ଉତ୍ସାହ ଓ ଏଥିରେ ତା’ର ଅନ୍ତରାୟ ସାଜୁଥିବା ପାରମ୍ପରିକ ଅନ୍ଧବିଶ୍ୱାସପୂର୍ଣ୍ଣ ଗ୍ରାମୀଣ ସମାଜର ଚିତ୍ରଣ କରାଯାଇଛି । ପରେ ଯେବେ ଗାଁରେ ମହାମାରୀ ବ୍ୟାପିଛି ଏଥିପାଇଁ ତା’ର ଅଧ୍ୟୟନକୁ ଦାୟୀ କରାଯାଇଛି । ବ୍ୟାସକବି ଫକୀରମୋହନଙ୍କ ରଚିତ କ୍ଷୁଦ୍ରଗଳ୍ପଗୁଡିକ ଯଥା "ରେବତୀ ","ବାଲେଶ୍ୱର ପଙ୍ଗାଲୁଣ ", "ବାଲେଶ୍ୱର ରାହାଜାନୀ" ,"ମୌନାମୌନୀ""ପୁନର୍ମୂଷିକ ଭବ", "ଡାକମୁନିସୀ", "କାଳିକାପ୍ରସାଦ ଗୋରାପ""କମଳାପ୍ରସାଦ ଗୋରାପ"ଧୂଳିଆ ବାବା", "ପେଟେଣ୍ଟ ମେଡିସିନ","ସୁନାବୋହୂ ",
"ବିରେଇ ବିଶାଳ ","ରାଣ୍ଡିପୁଅ ଅନନ୍ତା" ( ଅଧୁନା ଚଳଚିତ୍ର , ଯଦିଓ ସ୍ବଳ୍ପ ସଂଖ୍ୟକ ଙ୍କ ବିରୋଧ ଯୋଗୁଁ ରାଣ୍ଡିପୁଅ ଯେ ଏକ ଅଶ୍ଳିଳ ଶବ୍ଦ, ସେଥିରେ ପ୍ରଭାବିତ ହୋଇ କେବଳ ଅନନ୍ତା ହୋଇଛି) ,"ବଗଲାବଗୁଲୀ", "ସଭ୍ୟ ଜମିଦାର","ଅଜାନାତି କଥା ","ମାଧମହାନ୍ତିଙ୍କ କନ୍ୟାସୁନା ","ଅଧର୍ମ ବିତ୍ତ',"ପାଠୋଈ ବୋହୂ " ,"ଗାରୁଡିମନ୍ତ୍ର " ପ୍ରଭୃତି ଅନ୍ୟତମ। ଅତଏବ ଆଜିର ପିଢ଼ି ଉପରୋକ୍ତ ତଥ୍ୟ ପଢିଲେ ନିଶ୍ଚିତ ପ୍ରଶ୍ନ କରିବେ ଯେ ତାଙ୍କୁ ତେବେ କାହିଁକି ବ୍ୟାସକବି ବୋଲି ସମ୍ବୋଧନ କରାଯାଏ ?
ବାସ୍ତବରେ ଫକୀରମୋହନଙ୍କ ପ୍ରଥମ କବିତା ସଙ୍କଳନ ’ଉତ୍କଳ ଭ୍ରମଣ' ୧୮୯୨ରେ ପ୍ରକାଶ ପାଇଥିଲା। ତାଙ୍କର ଅନ୍ୟାନ୍ୟ ପଦ୍ୟ କୃତିମାନଙ୍କ ମଧ୍ୟରେ ’ପୁଷ୍ପମାଳା’, ’ଉପହାର’, ’ପୂଜା ଫୁଲ’, ’ପ୍ରାର୍ଥନା’, 'ଅବସର ବାସରେ' ଓ ’ଧୂଳି’ ପ୍ରଧାନ । ନିଜସ୍ୱ କୃତି ବ୍ୟତୀତ ସେ ମଧ୍ୟ ସଂସ୍କୃତ ’ମହାଭାରତ’ ଓ ’ରାମାୟଣ’କୁ ଓଡ଼ିଆରେ ଅନୁବାଦ କରିଥିଲେ । ଏ ଦୁଇଟିଯାକ ଆକ୍ଷରିକ ଅନୁବାଦ ନୁହେଁ ବରଂ ଭାବାନୁବାଦ । ତାଙ୍କର ପ୍ରଥମ ସ୍ତ୍ରୀ ରୋଗଶଯ୍ୟାରେ ଥିବାବେଳେ ରାମାୟଣ ଓ ମହାଭାରତକୁ ଓଡ଼ିଆରେ ଶୁଣିବାକୁ ଇଚ୍ଛା କରିବାରୁ ସେ ଏହି ଅନୁବାଦ ଦ୍ୱୟ କରିଥିଲେ । ତେବେ ତାଙ୍କର ଏହି ରଚନା ଦ୍ୱୟ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଥିବାରୁ ତାଙ୍କର ଏହି ମହତ ପ୍ରଚେଷ୍ଟା ଲାଗି ତାଙ୍କୁ ବ୍ୟାସକବିର ଆଖ୍ୟା ଦିଆଯାଇଛି । ତତ୍କାଳୀନ ବାମଣ୍ଡାର ରାଜାଙ୍କଦ୍ୱାରା ସେ ମଧ୍ୟ "ସରସ୍ୱତୀ" ଉପାଧିରେ ପୁରସ୍କୃତ ହୋଇଥିଲେ । ଏତଦ୍ ବ୍ୟତୀତ ସେ ଥିଲେ ଓଡ଼ିଆ ମୁଦ୍ରିତ ଗଣମାଧ୍ୟମ ଜଗତର ପିତାମହ ଭୀଷ୍ମ । ୧୮୬୮ରେ ନିଜସ୍ୱ ପ୍ରଚେଷ୍ଟା ବଳରେ ସେ ବାଲେଶ୍ୱରରେ ’ଉତ୍କଳ ପ୍ରେସ’ ନାମରେ ଏକ ଛାପାଖାନା ପ୍ରତିଷ୍ଠା କଲେ, ଯାହା ହେଉଛି ଓଡ଼ିଶାର ଦ୍ୱିତୀୟ ଛାପାଖାନା । ଏହିଠାରୁ ସେ ଓଡ଼ିଆରେ ବିଭିନ୍ନ ପତ୍ରିକା ଓ ସମ୍ବାଦପତ୍ରମାନ ସମ୍ପାଦନା ଓ ପ୍ରକାଶନ କଲେ । ଏଥିମଧ୍ୟରୁ "ବୋଧଦାୟିନୀ", "ନବସମ୍ବାଦ" ଓ "ସମ୍ବାଦ ବାହିକା" ଆଦି ପ୍ରଧାନ । ପ୍ରଥମାବସ୍ଥାରେ ସେ ପ୍ରକାଶକ, ଲେଖକ, ସମ୍ପାଦକ, ମୁଦ୍ରଣକାରୀ, ବଣ୍ଟନକାରୀ ଏବଂ ମାଲିକ ଥିଲେ । ପରବର୍ତ୍ତୀ ସମୟରେ ସେ ରାଧାନାଥ ରାୟ ଏବଂ ମଧୁସୂଦନ ରାଓଙ୍କୁ ନିଜର ସହକର୍ମୀ ଭାବରେ ନେଇଥିଲେ ଏବଂ ସେମାନେ ବୋଧଦାୟିନୀ ପାଇଁ ଗଳ୍ପ ଲେଖୁଥିଲେ ।
ଓଡ଼ିଆ ଭାଷାର ଉନ୍ନତି ଓ ପ୍ରଚାର ନିମନ୍ତେ ସେ ୧୮୬୭ରେ "ଉତ୍କଳ ଭାଷା ଉନ୍ନତି ବିଧାନି ସଭା" ନାମକ ଏକ ସଙ୍ଗଠନ ଗଢ଼ିଥିଲେ । ଏଠାରେ ପ୍ରସଙ୍ଗ କ୍ରମେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଆ ଭାଷା ସାହିତ୍ୟର ପ୍ରତିବଦ୍ଧତା ଧର୍ମୀ ପ୍ରତିଭା ଡଃ ମାୟାଧର ମାନସିଂହ ଙ୍କ ଭାଷାରେ "ଭାରତର ସମସ୍ତ ଆଧୁନିକ ଭାରତୀୟ ଭାଷାମାନଙ୍କ ଭିତରେ ଓଡ଼ିଆ ତେଣୁ ସବୁଠାରୁ ଗଣତାନ୍ତ୍ରିକ ବୋଲି କୁହାଯାଇପାରେ- କାରଣ ଏହା ମୋଟରେ ଜନତାଙ୍କପାଇଁ ଓ ଜନତାଙ୍କଦ୍ୱାରା ସୃଷ୍ଟ ଓ ପରିପୁଷ୍ଟ । ଏ ଭାଷା ଆଜି ଯେ ସଗର୍ବରେ ଦଣ୍ଡାୟମାନ, ତାହା ନିଶ୍ଚୟ ଶାସକବର୍ଗର ଉତ୍ସାହ ଓ ଆନୁକୁଲ୍ୟ ଯୋଗୁଁ ନୁହେଁ, ବରଂ ସେମାନଙ୍କର ବିରାଗ, ଅଶ୍ରଦ୍ଧା, ନିରପେକ୍ଷତା ଓ କୌଣସି କୌଣସି କାଳରେ ରୀତିମତ ବିଲୋପ ସାଧନର ପ୍ରଚେଷ୍ଟା ସହେ ବୋଲି ଦମ୍ଭର ସହ କୁହାଯାଇପାରେ। ଅନ୍ୟ କୌଣସି ଭାରତୀୟ ଭାଷାକୁ କେବଳ ନିଜ ସ୍ଥିତିପାଇଁ ଏପରି କଠିନ ସଂଗ୍ରାମ କରିବାକୁ ପଡ଼ିନାହିଁ, ଯେପରି ଘଟିଛି ଓଡ଼ିଆ ଭାଷାର ଭାଗ୍ୟରେ ।" ଡଃ ମାନସିଂହ ଙ୍କ ଏହି ବକ୍ତବ୍ୟ ତଥା ବ୍ୟାସକବି ଫକୀରମୋହନଙ୍କ ଜୀବନ ସଂଗ୍ରାମର ଇତିହାସ , ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ସାଧନା ତଥା ସାମ୍ପ୍ରତିକ ଭାଷା ସ୍ଥିତି ହିଁ ଆମକୁ ପ୍ରେରିତ କରିଥିଲା " ଓଡ଼ିଆ ଅସ୍ମିତା ଜାଗରଣ ଅଭିଯାନ" ଗଠନ କରିବାକୁ ଏବଂ ଏହି ଅଭିଯାନର ପ୍ରାରମ୍ଭିକ ସଫଳତା , ଯଥା ଓରିଆରୁ ଓଡ଼ିଆ ,ଓରିଷା କୁ ଓଡ଼ିଶା, ଆମ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତି ପରେ ଆମ ସଭାପତିତ୍ବରେ ନବବର୍ଷ ତଥା ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି, ଇଂରାଜୀ ଅପ୍ରେଲ ୧୪ ତାରିଖ, ୨୦୧୬ ମସିହାରେ ଭାଷା ଆନ୍ଦୋଳନ କରିବା ପାଇଁ । ୮୭୮ ଦିନର ଏହି ଆନ୍ଦୋଳନର ସଫଳତା ଆଲୋଚନା କରିବା ପୂର୍ବରୁ ବିଗତ ସମୟର ଭାଷା ଆନ୍ଦୋଳନର ଇତିହାସ ଏବଂ ତା'ର ପୃଷ୍ଠଭୂମି ଉପରେ ଆଲୋକପାତ କରିବାକୁ ଉଚିତ ମଣୁଛୁ । ୧୮୬୬ରେ ଭେଙ୍କଟେଶ୍ୱର ଦେଓ ଜମିଦାରୀ କ୍ଷମତା ପାଇବା ପରେ ହଦଗଡ଼, ମୁଠା (ଟିକାବାଲି), ଚକାପାଦ, ଖଣ୍ଡମ ଓ ବାରମୁ ଠାର ସମସ୍ତ ରୟତ, ତଥା କରଡ଼ା, ରଣବା, ଗଦାପୁର, ପାଲୁର, ହୁମା, ଗଞ୍ଜାମ, ମହୁରୀ, ସୁରଙ୍ଗୀ, ଜରଡ଼ା, ଖଲ୍ଲିକୋଟ, ଆଠଗଡ଼, ଘୁମୁସର, ଧରାକୋଟ, ସୋରଡ଼ା, ଖେମୁଣ୍ଡି, ଚିକିଟି , ଜଳନ୍ତର , ମଞ୍ଜୁଷା , ପାରଳା ଆଦି ଅଞ୍ଚଳର ଦେଶୀୟ ରାଜା, ଓ ଭାଷାପ୍ରେମୀ ଶିକ୍ଷିତ ଓଡ଼ିଆ, ବିଭିନ୍ନ ଛୋଟବଡ଼ ସାଂସ୍କୃତିକ ଅନୁଷ୍ଠାନ ଓ ସଙ୍ଗଠନ ସଦସ୍ୟଗଣଙ୍କ ସହ ଯୋଗସୂତ୍ର ସ୍ଥାପନ କରି ସେପ୍ଟେମ୍ବର ୧୮୭୦ରେ ରସୁଲକୁଣ୍ଡା (ବର୍ତ୍ତମାନର ଭଞ୍ଜନଗର)ଠାରେ ଏକ ସଭାର ଆୟୋଜନ କଲେ । ଏହାର ନାମ ରହିଲା ହିତବାଦିନୀ ସଭା। ଏହା ହେଉଛି ଭାରତର ପ୍ରଥମ ରାଜନୈତିକ ସଙ୍ଗଠନ। ଏହି ସଭାରେ ଦକ୍ଷିଣ ଓଡ଼ିଶା ଅଞ୍ଚଳରେ ତେଲୁଗୁଭାୁଷୀଙ୍କ ପ୍ରାଦୁର୍ଭାବ ଓ ଉତ୍ପୀଡ଼ନକୁ ତୀବ୍ର ଭର୍ତ୍ସନା କରାଯିବା ସହ ଏଠିକାର ନ୍ୟାୟାଳୟ ଓ ବିଦ୍ୟାଳୟରେ ଓଡ଼ିଆ ପ୍ରଚଳନ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇ ପ୍ରସ୍ତୁତ ହୋଇଥିବା ସ୍ମାରକପତ୍ର ତତ୍କାଳୀନ ମାନ୍ଦ୍ରାଜ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଥିଲା। ଏହି ସଙ୍ଗଠନର ଜଣେ ପ୍ରତିଷ୍ଠାତା ସଦସ୍ୟ ତଥା ଘୁମୁସର ତାଲୁକା ଦରୋଦସ୍ତ ଦେବସ୍ଥଳ ସମିତି ସଦସ୍ୟ କନକତୁରର ଶ୍ରୀ ଜନାର୍ଦ୍ଦନ ଦାସ ଦକ୍ଷିଣ ଓଡ଼ିଶାବାସୀଙ୍କ ଏଭଳି ବିପତ୍ତି ସମୟରେ ଉପକୂଳ ଓଡ଼ିଶାବାସୀ ଭାଈ ଭଳି ସେମାନଙ୍କ ସହ ଠିଆ ହେବାକୁ ଆକୁଳ ନିବେଦନ କରିଥିଲେ।ଏହି ସଭାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ସମଗ୍ର ଓଡ଼ିଆ ଅଞ୍ଚଳ ଏକତ୍ର କରାଯିବାର ଶୁଭଶଙ୍ଖ ସର୍ବ ପ୍ରଥମେ ଏହିଠାରେ ହିଁ ନିନାଦିତ ହୋଇଥିଲା, ଯାହା ବଙ୍ଗ ଓ ମଧ୍ୟପ୍ରଦେଶ ଅନ୍ତର୍ଭୁକ୍ତ ତତ୍କାଳୀନ ଜାତୀୟତାବାଦୀ ଓଡ଼ିଆଙ୍କ ହୃଦୟତନ୍ତ୍ରୀରେ କମ୍ପନ ସୃଷ୍ଟି କରିଥିଲା। ପରେ ଅଧିକ ରାଜ୍ୟ ଏହି ସଙ୍ଗଠନ ସହ ମିଶିବାରୁ ଏହାର ନାମ ପରିବର୍ତ୍ତନ କରି ରଖାଗଲା ଉତ୍କଳ ହିତବାଦିନୀ ସଭା । ଉତ୍କଳ ହିତବାଦିନୀ ସଭା ପକ୍ଷରୁ ଏହାର ସମ୍ପାଦକ ଭେଙ୍କଟେଶ୍ୱର ଦେଓ ପୂର୍ବରୁ ମାଡ୍ରାସ ରାଜ୍ୟପାଳଙ୍କୁ ୧୮୬୯ରେ ଚିଠି ଲେଖି ୪ଟି ଦାବି ରଖିଥିବା ମନ୍ତବ୍ୟକୁ ଦୋହରାଇ ଲଣ୍ଡନରେ ବ୍ରିଟେନ ମହାରାଣୀଙ୍କୁ ଏହାକୁ ପୁଣି ଥରେ ମନେ ପକାଇବାକୁ ବିଲାତ ଆୟବ୍ୟୟ ସଭାରେ ସାକ୍ଷ୍ୟ ଦେବାକୁ ଯାଉଥିବା ବ୍ରିଟିଶ-ଓଡ଼ିଶା ସରକାରୀ ଅଧିକାରୀ କାଳିପଦ ବନ୍ଦୋପାଧ୍ୟାୟଙ୍କୁ ଅନୁରୋଧ କରିଥିଲେ। ଉତ୍କଳ ଦୀପିକାର ୧୮ ଅକ୍ଝୋବର ୧୮୭୩ ସଂଖ୍ୟାରେ ପ୍ରକାଶିତ ହୋଇଥିଲା । ୧୮୪୯ରେ ରାଜସ୍ୱତ୍ତ୍ୱଲୋପ ନୀତି ଅନୁସାରେ ସମ୍ବଲପୁର ରାଜ୍ୟ ଇଂରେଜ ଶାସନାଧୀନ ହେବା ପରେ ଦକ୍ଷିଣପୂର୍ବ ସୀମାନ୍ତ ଏଜେନ୍ସି ଅନ୍ତର୍ଭୁକ୍ତ ହୋଇ ମୂଳ ଓଡ଼ିଶାଠାରୁ ବିଚ୍ଛିନ୍ନ ହୋଇଗଲା। ୧୮୫୪ରେ ଏହି ଏଜେନ୍ସୀର ନାମକରଣ ଛୋଟନାଗପୁର ଡିଭିଜନ ହେବା ପରେ ଏଜେନ୍ସିର କାର୍ଯ୍ୟାଳୟ ଭାଷା ଭାବେ ହିନ୍ଦୀକୁ ଲାଗୁ କରାଯିବାରୁ ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାରେ ହିନ୍ଦୀଭାଷା ପ୍ରଚଳନ ହେଲା । ତେବେ ୧୮୬୦ରେ ଏହି ଅଞ୍ଚଳ ଓଡ଼ିଶା ଡିଭିଜନ ମିଶିଯିିବାରୁ ଏଠାରେ ଓଡ଼ିଆର ପୁନଃପ୍ରଚଳନ ହେଲା । ଏପରିକି ୨ବର୍ଷ ପରେ ଅର୍ଥାତ୍ ୩୦ ଅପ୍ରେଲ ୧୮୬୩ରେ ଏହା ମଧ୍ୟପ୍ରଦେଶ ଡିଭିଜନରେ ମିଶି ଓଡ଼ିଶା ଡିଭିଜନଠାରୁ ଅଲଗା ହୋଇଗଲେ ମଧ୍ୟ ୧୮୯୪ ପର୍ଯ୍ୟନ୍ତ ଓଡ଼ିଆର ପ୍ରଚଳନ ଥିଲା । ମଧ୍ୟପ୍ରଦେଶ ମୁଖ୍ୟ ଆୟୁକ୍ତ ଉଡ୍ବର୍ଣ୍ଣ ୧ ଜାନୁଆରୀ ୧୮୯୫ ମସିହାରେ ହିନ୍ଦୀ ପ୍ରଚଳନପାଇଁ ନିର୍ଦ୍ଦେଶ ଦେଲେ । ଏହାକୁ ସମ୍ବଲପୁରର ଉପ-ଆୟୁକ୍ତ ଚେପ୍ମେନ୍ ସମର୍ଥନ ଜଣାଇବାରୁ ୧ ଜାନୁଆରୀ ୧୮୯୬ଠାରୁ ହିନ୍ଦୀ ଭାଷାରେ ଅଦାଲତ ତଥା ଅନ୍ୟାନ୍ୟ କାର୍ଯ୍ୟ ପରିଚାଳିତ ହେଲା । ଅଥଚ ମଧ୍ୟପ୍ରଦେଶ ଅନ୍ତର୍ଭୁକ୍ତ ନାଗପୁରରେ ମରାଠୀ ଓ ସିରୋଞ୍ଚରେ ତେଲୁଗୁ ଭାଷା ପୂର୍ବ ପରି ଚାଲୁ ରହିଲା । ଏହି ନିଷ୍ପତ୍ତି ବିରୁଦ୍ଧରେ ସମ୍ବଲପୁର ମାଟିରେ ଓଡ଼ିଆ ସୁରକ୍ଷା ଆନ୍ଦୋଳନର ମୂଳଭିତ୍ତି ସ୍ଥାପନହେଲା। ରାଜ୍ୟପାଳ ଫ୍ରେଜରସାହେବ ଜନସାଧାରଣଙ୍କ ଅଭିଯୋଗ ବଡ଼ଲାଟ ଲର୍ଡ ଏଲଗିନ୍ଙ୍କୁ ଜଣାଇଲେ ମଧ୍ୟ ବଡ଼ଲାଟ ଫ୍ରେଜରଙ୍କ ପରାମର୍ଶକୁ ପ୍ରତ୍ୟାଖ୍ୟାନ କରି ହିନ୍ଦୀଭାଷା ପ୍ରଚଳନ ପାଇଁ ନିର୍ଦ୍ଦେଶ ଦେଲେ । ସୋମନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାର ପ୍ରସ୍ତାବକ୍ରମେ ମହନ୍ତ ବିହାରୀ ଦାସ, ବ୍ରଜମୋହନ ପଟ୍ଟନାୟକ, ବଳଭଦ୍ର ସୂପକାର (ସୁଆର), ମଦନମୋହନ ମିଶ୍ରଙ୍କ ସହିତ ଯୁବକ ଶ୍ରୀପତି ମିଶ୍ର ବଡ଼ଲାଟ ଲର୍ଡ କର୍ଜନକୁ ଭେଟି ସମ୍ବଲପୁରରେ ଓଡ଼ିଆ ପ୍ରଚଳନପାଇଁ ଦାବିପତ୍ର ପ୍ରଦାନ କରିବେ ବୋଲି ଶିମିଳା ଯାଇଥିଲେ । ଯାହା ପରବର୍ତ୍ତୀ ସମୟରେ ‘ଶିମିଳା ଯାତ୍ରା’ ନାମରେ ଖ୍ୟାତ। ୧୮୯୯ରେ ସମ୍ବଲପୁର ଅଞ୍ଚଳରେ ଭୟାବହ ଦୁର୍ଭିକ୍ଷ ଦେଖାଦେଇଥିଲା । ଏହା ୧୮୬୬ ମସିହାରେ ଘଟିଯାଇଥିବା ଉପକୂଳ ଓଡ଼ିଶାର ନ’ଅଙ୍କ ଦୁର୍ଭିକ୍ଷ ଭଳି ମନୁଷ୍ୟକୃତ ଥିଲା । ୧୮୯୦ରେ ଝାରସୁଗୁଡ଼ା ଦେଇ ବମ୍ବେ-କଲିକତା ରେଳପଥ ନିର୍ମାଣ ହେବାପରେ ୧୮୯୪ରେ ଝାରସୁଗୁଡ଼ାଠାରୁ ସମ୍ବଲପୁରକୁ ରେଳପଥ ନିର୍ମାଣହେଲା । ଫଳରେ ଏହି ଅଞ୍ଚଳରୁ ଉତ୍ପାଦିତ ଶସ୍ୟକୁ ସଂଗ୍ରହକରି ରେଳ ମାଧ୍ୟମରେ ପଠାଇ ଦିଆଗଲା । ଆବଶ୍ୟକ ସମୟରେ ଶସ୍ୟ ଆମଦାନୀର କୌଣସି ବ୍ୟବସ୍ଥା କରାଯାଇ ନ ଥିଲା । ଖାଦ୍ୟ ରପ୍ତାନି ହାର ଏଭଳି ମାତ୍ରାରେ ବୃଦ୍ଧି ପାଇଲା ଯେ ମାତ୍ର ୩/୪ବର୍ଷ ପରେ ଯେଉଁ ଭୟଙ୍କର ଦୁର୍ଭିକ୍ଷ ଦେଖାଦେଲା, ସେଥିରେ ସମ୍ବଲପୁର ଜିଲ୍ଲାର ୮ ଲକ୍ଷ ମଧ୍ୟରୁ ୧ ଅକ୍ଟୋବର ୧୮୯୯ରୁ ୩୦ ସେପ୍ଟେମ୍ବର ୧୯୦୦ମଧ୍ୟରେ ୬୨,୯୨୪ ଜଣ ଓଡ଼ିଆ ପ୍ରାଣ ହରାଇ ଥିବା ବେଳେ ଏହାର ୫ଗୁଣ ସ୍ୱଚ୍ଛଳ ଓଡ଼ିଆ ସବୁକିଛି ହରାଇ ନିଃସ୍ୱ ହୋଇଯାଇଥିଲେ । ଏପରିକି ଏମାନେ ସରକାରଙ୍କୁ ବିଭିନ୍ନ ନିବେଦନ ଓଡ଼ିଆରେ ଲେଖି ପଠାଉଥିବାରୁ ଅଣଓଡ଼ିଆ କିରାଣୀଦଳ ଏହି ସବୁ ଦରଖାସ୍ତକୁ ଚିରି ଦେଉଥିଲେ କିମ୍ବା ନାଲିଫିତା ତଳେ ଲୁଚାଇ ରଖି ଦେଉଥିଲେ । ଜିଲ୍ଲା ମୁଖ୍ୟପ୍ରଶାସନିକ କାର୍ଯ୍ୟାଳୟରେ କିରାଣୀ ଥିବା ଦାଶରଥି ମିଶ୍ର ଏ ସଂପର୍କିତ ତଥ୍ୟ ଭାଇ ଶ୍ରୀପତି ମିଶ୍ରଙ୍କ ମାଧ୍ୟମରେ ଅନ୍ୟମାନଙ୍କୁ ସୂଚନା ଦେଇ ହିନ୍ଦୀଭାଷୀ କର୍ମଚାରୀଙ୍କ ଚକ୍ରାନ୍ତ ବିରୁଦ୍ଧରେ ଜନମତ ସୃଷ୍ଟି କରିବାରେ ଚେଷ୍ଟିତ ଥିଲେ । ଆଉ ଜଣେ ଓଡ଼ିଆପ୍ରାଣ ବ୍ୟକ୍ତିତ୍ୱ ତଥା ସମ୍ବଲପୁରର ଅତିରିକ୍ତ ସହକାରୀ କମିଶନର ବୈକୁଣ୍ଠନାଥ ପୂଜାରୀ ୧୯୦୧ର ଜନଗଣନା କାର୍ଯ୍ୟରେ ଉପୁଜିଥିବା ବିଶୃଙ୍ଖଳାର ତଦାରଖ ଦାୟିତ୍ୱରେ ଥିବାବେଳେ ରାତିରାତି ଅନିଦ୍ରା ହୋଇ ସାଧାରଣ ନିରୀହ ଓଡ଼ିଆଙ୍କୁ କୌଣସି ପ୍ରଲୋଭନର ବଶବର୍ତ୍ତୀ ନ ହୋଇ ଭୟ ଓ ଆଶଙ୍କାରହିତ ଭାବେ ନିଜ ମାତୃଭାଷା ଓଡ଼ିଆ ବୋଲି ଜନଗଣନାକାରୀଙ୍କୁ ଦୃଢ଼଼ଭାବେ କହିବାପାଇଁ ପରାମର୍ଶ ଦେଉଥିଲେ । ଏହି ସୂଚନା ଜିଲ୍ଲାପାଳ ପାଇବାରୁ ପୂଜାରୀ ମହାଶୟଙ୍କୁ ଜବଲପୁର ବଦଳି କରାଗଲା । ସେହିପରି ଅନ୍ୟଜଣେ ଯୁବନେତୃତ୍ୱ ତଥା ଆଇନଜୀବୀ ଚନ୍ଦ୍ରଶେଖର ବେହେରା ମଧ୍ୟ ଓଡ଼ିଆର ସ୍ଥିତି ରକ୍ଷା ପାଇଁ ବାହାରି ପଡ଼ିଲେ । ୧୯୦୧ ବେଳକୁ ହିନ୍ଦୀଭାଷୀଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ସାଧାରଣ ଜନତାଙ୍କ ଭିତରେ ଏଭଳି ଆଲୋଡ଼ନ ସୃଷ୍ଟି ହେଲା ଯେ, ମଇ ମାସରେ ମଦନମୋହନ ମିଶ୍ରଙ୍କ ନେତୃତ୍ୱରେ ଓ ୨୯ ଜୁଲାଇ ୧୯୦୧ରେ ବ୍ରଜମୋହନ ପଟ୍ଟନାୟକଙ୍କ ନେତୃତ୍ୱରେ ନାଗପୁର ମୁଖ୍ୟ ଆୟୁକ୍ତ ଫ୍ରେଜର ସାହେବଙ୍କୁ ଓଡ଼ିଆର ପୁନଃ ପ୍ରଚଳନ ପାଇଁ ଦାବିପତ୍ର ପ୍ରଦାନ ପୂର୍ବକ ନିଜ ଅଧିକାର ସାବ୍ୟସ୍ତ କରିବାକୁ ବାହାରି ପଡ଼ିଲେ। ଉତ୍କଳୀୟତ୍ୱର ଆବେଗରେ ହଜିଯାଇଥିବା ୫ଜଣ ବ୍ୟକ୍ତି କେତେବେଳେ ଚାଲିଚାଲି, କେତେବେଳେ ଟାଙ୍ଗାଗାଡ଼ି କିମ୍ବା ରେଳଗାଡ଼ି ଯୋଗେ ଦୀର୍ଘପଥ ଅତିକମ୍ର କରି ୧୬ ସେପ୍ଟେମ୍ବର ୧୯୦୧ରେ ଶିମିଳାଠାରେ ପହଞ୍ଚିଲେ । ମାତ୍ର ଶିମିଳାରେ ଉଭୟ ବଡ଼ଲାଟ ଲର୍ଡ କର୍ଜନ ଓ ମଧ୍ୟପ୍ରଦେଶ ରାଜ୍ୟପାଳ ଆଣ୍ଡ୍ୟୁ ଫ୍ରେଜର ଉପସ୍ଥିତ ଥିଲେ ମଧ୍ୟ ସାକ୍ଷାତ ପାଇ ପାରି ନଥିଲେ । ତେବେ ପୂର୍ବରୁ ସମ୍ବଲପୁରର ଜିଲ୍ଲାପାଳ ତଥା ଏହି ସମୟରେ ମଧ୍ୟପ୍ରଦେଶର ରାଜ୍ୟପାଳଙ୍କ ଘରୋଇ ସଚିବ ଭାବେ ନିଯୁକ୍ତି ପାଇଥିବା କ୍ରମ୍ପଟ ସାହେବଙ୍କ ପରାମର୍ଶ କ୍ରମେ ଦାବିପତ୍ର ପ୍ରଦାନ କରି ସମ୍ବଲପୁର ଫେରି ଆସିଥିଲେ । ଶିମିଳାଠାରେ ଚାଲିଥିବା ‘ସର୍ବଭାରତୀୟ ଶିକ୍ଷାନୀତି’ ସମ୍ପର୍କିତ ସମ୍ମିଳନୀରେ ବଡ଼ଲାଟ କର୍ଜ୍ଜନ ମଧ୍ୟପ୍ରଦେଶ ସରକାର ଆଣ୍ଡ୍ୟୁ ଫ୍ରେଜରଙ୍କୁ ମଧ୍ୟପ୍ରଦେଶ ଅଧିନସ୍ଥ ନାଗପୁରରେ ମରାଠୀ ଓ ସିରଞ୍ଚ ତେଲୁଗୁ ଭାଷା ପ୍ରଚଳନ ହେଉଥିବା ବେଳେ ସମ୍ବଲପୁରରେ ଓଡ଼ିଆ ପ୍ରଚଳନ ନ ହେବ କାହିଁକି ବୋଲି ସ୍ପଷ୍ଟୀକରଣ ଚାହିଁଥିଲେ। ଓଡ଼ିଆ ପ୍ରଚଳନକୁ ବିରୋଧ କରୁଥିବା ଫ୍ରେଜର ଏହାର ଉତ୍ତର ଦେଇପାରି ନ ଥିଲେ। ତେଣୁ ଏହାପରେ ସେ ନିଜ ପ୍ରତ୍ୟକ୍ଷ ଅନୁଭୂତିକୁ ନିରପେକ୍ଷ ରଖିବାପାଇଁ ସିଧାସଳଖ ସମ୍ବଲପୁର ଆସି ବିଭିନ୍ନ ଜନତାଙ୍କଠାରୁ ମତାମତ ସଂଗ୍ରହ କରିଥିଲେ। ୨୬ ତାରିଖ ସକାଳେ ତାଙ୍କୁ ସମ୍ବଲପୁର ବାସୀଙ୍କ ଦ୍ୱାରା ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଗଲା। ‘ସମ୍ବଲପୁର ହିତୈଷିଣୀ’ ବର୍ଣ୍ଣନାନୁସାରେ- “ମାନ୍ୟବର ଫ୍ରେଜର ସାହେବ ଯହିଁ ଯହିଁ ଗଲେ, ତହିଁ ତହିଁ ଓଡ଼ିଆମାନଙ୍କର ହୃଦୟ ନିହତି ମର୍ମାନ୍ତିକ ବେଦନାଜନିତ ଆର୍ଭିନାଦ ଶ୍ରବଣ କଲେ । ଓଡ଼ିଆଙ୍କ ଦୁଃଖରେ ତାଙ୍କର ହୃଦୟ ବିଗଳିତ ହେଲା । ସେ ତତ୍କ୍ଷଣାତ୍ ବୁଝିପାରିଲେ ଯେ, ଓଡ଼ିଆଙ୍କର ଦୁଃଖ କାଳ୍ପନିକ ନୁହେଁ, କିନ୍ତୁ ହୃଦୟଜାତ ଏବଂ ସ୍ୱାଭାବିକ ।” ସମ୍ବଲପୁରବାସୀ ଓଡ଼ିଆମାନଙ୍କର ଭାଷାନିମିତ୍ତି ଗଭୀର ଉଦ୍ବେଗ ଲକ୍ଷ୍ୟ କରି କହିଥିଲେ, “ଆମ୍ଭେ ଆପଣମାନଙ୍କର ଦେଶରେ ଉପସ୍ଥିତ ହୋଇ ଆପଣମାନଙ୍କ ଭାଷା ପରିବର୍ତ୍ତନ ଜନିତ ଦୁଃଖକଷ୍ଟ ବିଷୟରେ ଅନୁସନ୍ଧାନ କଲୁ । ଆପଣମାନେ ପ୍ରକୃତରେ କଷ୍ଟ ଅନୁଭବ କରୁଛନ୍ତି ଏବଂ ଏତଦ୍ ଦୃଷ୍ଟିରେ ଆମ୍ଭେ ସମ୍ବଲପୁରରେ ଓଡ଼ିଆ ପୁନଃପ୍ରଚଳନ ନିମନ୍ତେ ନିକଟରେ ସାଧାରଣ ରାଜ୍ୟପାଳ ବାହାଦୁରଙ୍କ ନିକଟକୁ ଲେଖୁଅଛୁ । ଆପଣମାନେ ମନେ କରନ୍ତୁ ଯେ ଓଡ଼ିଆ ଆଜିଠାରୁ ସମ୍ବଲପୁରର ଅଦାଲତ ଭାଷା ହେଲା । ଆପଣ ଜାଣିରଖନ୍ତୁ , ଜାନୁଆରୀ ମାସ ପ୍ରଥମ ତାରିଖଠାରୁ କାଗଜପତ୍ର ଓଡ଼ିଆରେ ଲିଖିତ ହେବାର ଆଦେଶ ଅବିଳମ୍ବେ ପ୍ରଚାରିତ ହେବ ।” (ହିତୈଷିଣୀ, ୧୬ ଅକ୍ଟୋବର ୧୯୦୧, ପୃ-୯୦ , ଯାହାର ସମ୍ପାଦକ ଥିଲେ ନୀଳମଣି ବିଦ୍ୟା ରତ୍ନ) ଦୀର୍ଘ ଛଅବର୍ଷର ନିର୍ବାସନ ଦଣ୍ତ ପରେ ଓଡ଼ିଆଙ୍କ ମୁଖରେ ଓଡ଼ିଆ ପୁନଃ ପ୍ରଚଳିତ ହେଲା । ଓଡ଼ିଆତ୍ୱ ହନନ ପାଇଁ ଇଂରେଜ ସରକାରଙ୍କ୍ୱାରା ୧୮୬୫-୬୬ ମସିହାରେ ସୃଷ୍ଟି କରାଯାଇଥିବା ମାନବୀକୃତ ନଅଙ୍କ ଦୁର୍ଭିକ୍ଷର ପରବର୍ତ୍ତୀ ପଦକ୍ଷେପ ଥିଲା ଓଡ଼ିଆରେ ଶିକ୍ଷାବ୍ୟବସ୍ଥାକୁ ବନ୍ଦ କରିବା। ଏପର୍ଯ୍ୟନ୍ତ ପାରମ୍ପରିକ ଶିକ୍ଷାବ୍ୟବସ୍ଥାକୁ ଗ୍ରହଣ କରି ଆସୁଥିବା ଓଡ଼ିଶାରେ ନିଜ ଶିକ୍ଷାପଦ୍ଧତି ପ୍ରଚଳନ ପାଇଁ ତତ୍କାଳୀନ ଇଂରେଜ ଶାସକ ହାର୍ଡିଂଜ ବିଦ୍ୟାଳୟ ସଂଖ୍ୟାବୃଦ୍ଧି କରିଚାଲିଥିବାବେଳେ ଏଥିପାଇଁ ଓଡ଼ିଆ ପାଠ୍ୟପୁସ୍ତକ ମୁଦ୍ରଣ ଜାଣିଶୁଣି କରାଗଲା ନାହିଁ । ଓଡ଼ିଆ ପୁସ୍ତକର ଅଭାବ ତଥା କୌଣସି ନୂତନ ଓଡ଼ିଆ ପୁସ୍ତକ ରଚନା ପାଇଁ ସରକାର ଉତ୍ସାହିତ ନ କରିବାରୁ ବଙ୍ଗଳା ପୁସ୍ତକ ଓଡ଼ିଆ ବିଦ୍ୟାଳୟରେ ବିନା ସରକାରୀ ଆଦେଶରେ ପ୍ରଚଳିତ ହେଲା । ଫଳରେ ଏହି ସବୁ ବିଦ୍ୟାଳୟର ବିଦ୍ୟାର୍ଥୀ ଉଭୟ ଓଡ଼ିଆ ଓ ବଙ୍ଗଳା ଭାଷାରେ ଦକ୍ଷ ନ ଥିବାରୁ ପରୀକ୍ଷାରେ ଅକୃତକାର୍ଯ୍ୟ ହେଲେ । ଏହି ଦ୍ୱିଭାଷିକ ଶିକ୍ଷାବ୍ୟବସ୍ଥା ମଧ୍ୟରୁ ଓଡ଼ିଆରେ ପଢ଼ାଇବା ଉଚିତ୍ ନୁହେଁ ବୋଲି କେତେକ ଅଧିକାରୀ ଯୁକ୍ତି ବାଢ଼ିଲେ । ଇଂରାଜୀ ଢାଞ୍ଚାରେ ସ୍ଥାପିତ ବିଦ୍ୟାଳୟମାନଙ୍କରେ ବଙ୍ଗଳା ପୁସ୍ତକ ପ୍ରଚନ କରାଯାଇ ବଙ୍ଗ-ଓଡ଼ିଆ ମିଶ୍ରିତ ଶିକ୍ଷାଦାନ କରାଯାଉଥିବା ସମୟରେ ଓଡ଼ିଶାରେ ଅନ୍ୟାନ୍ୟ ଶିକ୍ଷା ବ୍ୟବସ୍ଥା ଯଥା - ଗ୍ରାମାଞ୍ଚଳ ଓ ସହରମାନଙ୍କରେ ମାଟିବଂଶ ଅବଧାନଙ୍କଦ୍ୱାରା ଚାଟଶାଳୀ ଶିକ୍ଷା ଦିଆଯାଉଥିଲା। ତେଣୁ ଏହି ସୀମିତ ପରିସର ମଧ୍ୟରେ ସାମୟିକ ଭାବେ ଶିକ୍ଷାର ମାଧ୍ୟମ ଭାବେ ବ୍ୟବହୃତ ବଙ୍ଗଳା ଭାଷାକୁ ଓଡ଼ିଆ ଜାତିର ଭାଷା ଭାବେ ସରକାରୀ ଘୋଷଣା କରିବାପାଇଁ ଉଦ୍ୟମ ହୋଇଥିଲା। ୧୮୬୫ରୁ ୧୮୭୦ ମଧ୍ୟରେ ହୋଇଥିବା ଆଧୁନିକ ଓଡ଼ିଆ ବିଦ୍ୟାଳୟରୁ ଓଡ଼ିଆ ଭାଷା ବିଲୋପ ଚକ୍ରାନ୍ତକୁ ଉତ୍ସାହିତ କରିଥିଲା କଟକ ଡିବେଟିଂ କ୍ଲବ୍, କଟକ ସୋସାଇଟି, ଡି.ପି.ଆଇ. ଅଟକିନ୍ସନ୍ ସାହେବଙ୍କ ମନ୍ତବ୍ୟ । ଅପ୍ରେଲ ୧୮୬୩ରେ ଶିକ୍ଷା ବିଭାଗର ତତ୍କାଳୀନ ଦକ୍ଷିଣ ପଶ୍ଚିମାଞ୍ଚଳ ଶିକ୍ଷା ବିଭାଗୀୟ ନିରୀକ୍ଷକ ମେଡ଼ଲକିଟ କହିଥିଲେ - “ସାହିତ୍ୟ ନ ଥିବା ଓଡ଼ିଆ ଏକ ଆଞ୍ଚଳିକ ଭାଷା, ତେଣୁ ପ୍ରବେଶିକା ପରୀକ୍ଷାରେ ଓଡ଼ିଆ ପରିବର୍ତ୍ତେ ବଙ୍ଗଳାକୁ ଦ୍ୱିତୀୟଭାଷା ଭାବରେ ଛାତ୍ରମାନେ ଗ୍ରହଣ କରିବା ଉଚିତ ।” ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ ଅଟକିନ୍ସନ, ମାତ୍ର ତତ୍କାଳୀନ ଓଡ଼ିଶା ଆୟୁକ୍ତ ଆର୍.ଏନ୍. ସୋର ଏହି ତଥ୍ୟକୁ ବିରୋଧ କରି ବଙ୍ଗ ସରକାରଙ୍କୁ ଲେଖି ଜଣାଇଲେ - “ବଙ୍ଗଳା ପରି ଓଡ଼ିଆ ଏକ ସ୍ୱତନ୍ତ୍ର ଓ ସ୍ୱାଧୀନ ଭାଷା । ପ୍ରବେଶିକା ପରୀକ୍ଷାରେ ଓଡ଼ିଆ ଛାତ୍ରଙ୍କୁ ବଙ୍ଗଳା ଭାଷାରେ ପରୀକ୍ଷା ଦେବାକୁ ବାଧ୍ୟ କଲେ ଏମାନଙ୍କ ପାଇଁ ବିଶ୍ୱବିଦ୍ୟାଳୟର ପଥ ସବୁଦିନପାଇଁ ବନ୍ଦ ହୋଇଯିବ ।”(ତା ୯.୬.୧୮୬୩ର ପତ୍ର) ଅପ୍ରେଲ ୧୮୬୪ରେ ଓଡ଼ିଶା ବିଦ୍ୟାଳୟ ସମୂହର ଉପ-ନିରୀକ୍ଷକ ଉମାଚରଣ ହାଲଦାର ୧୮୬୪-୬୫ ମସିହାର ଶିକ୍ଷା ସମ୍ପର୍କିତ ବାର୍ଷିକ ରିପୋର୍ଟରେ - “ଓଡ଼ିଶାରେ ଶିକ୍ଷାର ଉନ୍ନତି ଓ ଅଭିବୃଦ୍ଧିର ପ୍ରକୃତ ପ୍ରତିବନ୍ଧକ ହେଉଛି ସର୍ବତ୍ର ବଙ୍ଗଳା ଓ ଓଡ଼ିଆର ଏକତ୍ର ପ୍ରଚଳନ ଏବଂ ଅଧ୍ୟୟନ । ଓଡ଼ିଆରେ ବ୍ୟାକରଣ ତଥା ଅନ୍ୟାନ୍ୟ ପାଠ୍ୟପୁସ୍ତକର ଅଭାବ ଥିବାରୁ ବଙ୍ଗଳା ଭାଷାର ବ୍ୟବହାର ଅନିବାର୍ଯ୍ୟ ହୋଇପଡ଼ିଛି । ଏହି ଦ୍ୱିଭାଷିକ ଶିକ୍ଷାନୀତିର ପରିବର୍ତ୍ତନପାଇଁ ୧-ବଙ୍ଗଳା ଭାଷାକୁ ସରକାରୀଭାଷା ରୂପେ ସ୍ୱୀକାର କରି ସର୍ବତ୍ର ବଙ୍ଗଳାଭାଷା ଓ ପୁସ୍ତକ ପ୍ରଚଳନ କିମ୍ବା ବଙ୍ଗଳା ପୁସ୍ତକ ପ୍ରଚଳନକୁ ସମ୍ପୂର୍ଣ୍ଣ ପରିହାର କରାଯାଇ ଓଡ଼ିଆ ଭାଷାର ଅନୁଶୀଳନ ଓ ଅଭିବୃଦ୍ଧି ଉଦ୍ଦେଶ୍ୟରେ ସେହିଭାଷାର ଉପଯୁକ୍ତ ବ୍ୟାକରଣ, ଅଭିଧାନ ଓ ଅନ୍ୟାନ୍ୟ ପାଠ୍ୟପୁସ୍ତକ ରଚନା ଦିଗରେ ବିଶେଷ ଉପାୟ ଅବଲମ୍ବନ କରାଯାଉ” ଉଲ୍ଲେଖ କରି ତତ୍କାଳୀନ ନିରୀକ୍ଷକ ହାରିସନ ସାହେବଙ୍କ ନିକଟକୁ ପଠାଇଲେ । ରେଭେନ୍ସା ସାହେବ ତାଙ୍କର ସହକାରୀ ତଥା ଶିକ୍ଷା ବିଭାଗର ପୂର୍ବତନ କର୍ମଚାରୀ ଟେଲର ସାହେବ, କଟକ-ବାଲେଶ୍ୱର ସମୂହର ଉପ ବିଦ୍ୟାଳୟ-ନିରୀକ୍ଷକ ଉମାଚରଣ ହାଲଦାର ଓ ପୁରୀ-ଅନୁଗୁଳ ସମୂହର ଉପ ବିଦ୍ୟାଳୟ-ନିରୀକ୍ଷକ କୈଳାଶ ଚନ୍ଦ୍ର ତର୍କାଳଙ୍କାରଙ୍କ ସାହାଯ୍ୟରେ ୧୮୬୪-୬୫ର ଶିକ୍ଷା ସମ୍ପର୍କିତ ବାର୍ଷିକ ରିପୋର୍ଟକୁ ଭିତ୍ତି କରି ୧୨.୯.୧୮୬୫ରେ ଏକ ପତ୍ର ମାଧ୍ୟମରେ ଓଡ଼ିଆର ସ୍ୱାତନ୍ତ୍ର୍ୟ ଓ ଭାବ ପ୍ରକାଶ ଶକ୍ତି, ବିସ୍ତୃତ ଅଞ୍ଚଳରେ ଲୋକଙ୍କ ଦ୍ବାରା ଏହି ଭାଷାର ବ୍ୟବହାର, ଛାତ୍ରର ବିଦ୍ୟାଗ୍ରହଣ ଶକ୍ତି ଓ ପୁସ୍ତକ ପ୍ରକାଶନ ସମ୍ପର୍କରେ ସୂଚନା ଦେଇଥିଲେ । ଓଡ଼ିଶା କମିଶନରଙ୍କ ଏହି ପ୍ରସ୍ତାବ ଉପରେ ତତ୍କାଳୀନ ଦକ୍ଷିଣ-ପଶ୍ଚିମ ଡିଭିଜନର ବିଦ୍ୟାଳୟ ନିରୀକ୍ଷକ ଆର୍.ଏଲ୍. ମାର୍ଟିିନ ତା ୯.୮.୧୮୬୭ରେ ଲେଖିଥିଲେ - “ବର୍ତ୍ତମାନ ବଙ୍ଗଳା ଭାଷା ସହିତ ଓଡ଼ିଆକୁ ସମାନ କରିବାକୁ ହେଲେ ଈଶ୍ୱରଚନ୍ଦ୍ରଙ୍କ ପରି କୌଣସି ବ୍ୟକ୍ତିଙ୍କୁ ବର୍ତ୍ତମାନଠାରୁ ଆରମ୍ଭ କରି ୨୦ବର୍ଷ ପର୍ଯ୍ୟନ୍ତ ଚେଷ୍ଟା କରିବାକୁ ପଡ଼ିବ ।” ଏଥି ସହିତ ବଙ୍ଗଳା ଭଳି ଉନ୍ନତ ଭାଷାକୁ ପ୍ରତ୍ୟେକ ଓଡ଼ିଆ ଗ୍ରହଣ କରିନେବା ଉଚିତ୍ ଓ ଓଡ଼ିଆ ଭାଷା କେବଳ ନିମ୍ନ ଶ୍ରେଣୀର ସୀମା ଭିତରେ ରଖି ଅନ୍ୟ ମଧ୍ୟବିତ୍ତ ଓ ଉଚ୍ଚଶ୍ରେଣୀ ବଙ୍ଗଳା ଭାଷା ଗ୍ରହଣ କରିନେବା ଉଚିତ୍ ତଥା “ଯେଉଁ ଓଡ଼ିଆ ଛାତ୍ର ବଙ୍ଗଳା ଭାଷା ଜାଣି ନାହାଁନ୍ତି, ସେମାନଙ୍କୁ ଭର୍ଣ୍ଣାକୁଲାର ପରୀକ୍ଷା ଉତ୍ତୀର୍ଣ୍ଣ ବୃତ୍ତି ମିଳିବ ନାହିଁ ” ବୋଲି ମତ ଦେଇଥିଲେ । ତତ୍କାଳୀନ ବିଦ୍ୟାଳୟ ନିରୀକ୍ଷକ ମାଟିନସାହେବ ଓଡ଼ିଶାର ବିଦ୍ୟାଳୟ ପରିଦର୍ଶନରେ ଆସି ପ୍ରକୃତ ତଥ୍ୟ ଅନୁଭବ କଲା ପରେ ପୂର୍ବପତ୍ର (୯.୮.୧୮୬୭)ରେ ଦେଇଥିବା ମତକୁ ସଂଶୋଧନ କରି ୩୦.୩.୬୮ରେ ସେ ଆଉ ଏକ ପତ୍ର ଲେଖି ଓଡ଼ଆ ଭାଷାର ସ୍ୱାତନ୍ତ୍ର୍ୟ, ଏହି ଭାଷାଭାଷୀ ଅଞ୍ଚଳ ପରିସର, ଓଡ଼ିଆ ପ୍ରତି ସରକାରଙ୍କ ଅବହେଳା ବର୍ଣ୍ଣନା କରିବା ସହିତ ଓଡ଼ିଶାରେ ଶ୍ରେଣୀ ଅନୁଯାୟୀ ଓଡ଼ିଆ ପ୍ରଚଳନ କରିବାକୁ ପ୍ରସ୍ତାବ ସରକାରଙ୍କୁ ଦେଇଥିଲେ। ଏଥିରେ ସେ ସୂଚାଇଥିଲେ- “ଓଡ଼ିଶାର ଶିକ୍ଷାବିଭାଗ ଉତ୍ତର ଜିଲ୍ଲା ବଙ୍ଗ ପ୍ରଦେଶର, ଦକ୍ଷିଣରେ ଥିବା ଜିଲ୍ଲା ମାନ୍ଦ୍ରାଜ ପ୍ରଦେଶର ଓ ପଶ୍ଚିମରେ ଥିବା ଜିଲ୍ଲା ମଧ୍ୟପ୍ରଦେଶର ନିର୍ଦ୍ଦେଶକଙ୍କଦ୍ୱାରା ପରିଚାଳିତ ହେଉଥିବାରୁ ଏହି କର୍ମଚାରୀମାନେ ବଙ୍ଗଳା, ତେଲୁଗୁ ଓ ହିନ୍ଦୀ ସ୍କୁଲ ପ୍ରତି ଅଧିକ ଯତ୍ନବାନ ହୋଇଥାନ୍ତି । ଯାହା ଫଳରେ ଏହି ତିନୋଟି ଭାଷା ଉନ୍ନତ ହେବା ସହିତ ଓଡ଼ିଆର ଅବନତି ଘଟୁଛି । ତେଣୁ ଶିକ୍ଷା ଦୃଷ୍ଟିରୁ ଏମାନେ ଅନ୍ୟ ଭାଷାଠାରୁ ନିମ୍ନରେ ରହିବାକୁ ବାଧ୍ୟ ହୁଅନ୍ତି । ଫଳସ୍ୱରୂପ ଓଡ଼ିଶାର ସମସ୍ତ ଚାକିରିବୃତ୍ତି ଏହି ଉଚ୍ଚଶିକ୍ଷିତ ଅଣଓଡ଼ିଆଙ୍କ ହସ୍ତଗତ ହୋଇଥାଏ।” ଓଡ଼ିଆ ଭଳି ସମୃଦ୍ଧଭାଷାକୁ ବିଦ୍ୟାଳୟ ଶିକ୍ଷାରେ ପ୍ରଚଳନ ତଥା ଓଡ଼ିଆ ପାଠ୍ୟପୁସ୍ତକ ଅଭାବର ତତ୍କାଳ ସମାଧାନ ପାଇଁ ବିଭିନ୍ନ ଶ୍ରେଣୀର ପୁସ୍ତକ ନିର୍ବାଚନ ସହିତ ଓଡ଼ିଆ ଅନୁବାଦ କରିବା ପ୍ରାଥମିକତା ଭିତ୍ତିରେ ଆବଶ୍ୟକ ହୋଇପଡ଼ିଛି। ଏହିପରି ଭାବରେ ପ୍ରାରମ୍ଭିକ ସମୟରେ ବଙ୍ଗଳାରେ ଅନୁବାଦ ମାଧ୍ୟମରେ ବଙ୍ଗଳା ଭାଷା ଓ ସାହିତ୍ୟ ଉନ୍ନତ ହୋଇଥିଲା । ତେଣୁ ସେହି ସୂତ୍ରରେ ଓଡ଼ିଆ ଓ ସାହିତ୍ୟ ମଧ୍ୟ ଉନ୍ନତ ହୋଇପାରିବ ବୋଲି ସେ ଆଶା କରିଥିଲେ। ଏହି ଆଲେଖ୍ୟରେ ସେ ସମୟର ଚାରି ପ୍ରକାରର ବିଦ୍ୟାଳୟ - (୧) ପୁରୀ ଓ ବାଲେଶ୍ୱର ଜିଲ୍ଲା ସ୍କୁଲ, (୨) ମଧ୍ୟ ଇଂରାଜୀ ଭର୍ଣ୍ଣାକୁଲାର ସ୍କୁଲ, (୩) ମଧ୍ୟ ଭର୍ଣ୍ଣାକୁଲାର ସ୍କୁଲ, (୪) ନିମ୍ନ ଶ୍ରେଣୀ ସ୍କୁଲପାଇଁ କିଭଳି ପାଠ୍ୟପୁସ୍ତକ ଆବଶ୍ୟକତା ଅଛି, ତାହାର ବିବରଣୀ ପ୍ରଦାନ କରିଥିଲେ । କଟକ ଜିଲ୍ଲାପାଳ ବାଉରିଂ ଓଡ଼ିଆ ପ୍ରଚଳନକୁ ଅସ୍ୱୀକାର କରି ବଙ୍ଗ ଭାଷା ପ୍ରଚଳନ ଉପରେ ଗୁରୁତ୍ୱ ଦେଇଥିବା ବେଳେ କଟକ କମିଶନର ମିଲ୍ସ ଓ ଗୋଲ୍ଡବେରୀ ଓଡ଼ିଆ ସପକ୍ଷରେ ମତ ଦେଇଥିଲେ । ଉତ୍କଳ ଦୀପିକା (୪.୧.୬୮) ମାଧ୍ୟମରେ ଓଡ଼ିଶାବାସୀ ମଧ୍ୟ ଦୃଢ଼଼ ପ୍ରତିବାଦ ଜଣାଇଥିଲେ। କିନ୍ତୁ ଜନସାଧାରଣଙ୍କଦ୍ୱାରା ବଙ୍ଗ ସରକାରଙ୍କୁ ଦିଆଯାଇଥିବା ଦରଖାସ୍ତରେ ଓଡ଼ିଆଭାଷୀ ଅଞ୍ଚଳ ପ୍ରତି ସରକାର ତଥା ବଙ୍ଗ ଭାଷୀ କର୍ମଚାରୀମାନଙ୍କର ଅବିଚାରର ତୀବ୍ର ପ୍ରତିବାଦ ଉଲ୍ଲେଖ କରାଯାଇ ନ ଥିଲା।
ରଜ ସଂକ୍ରାନ୍ତି ଓ ବ୍ୟାସକବି -(୧-୨)
କମିଶନର ରେଭେନ୍ସା ୨୧-୧୧-୬୭ରେ ସରକାରଙ୍କୁ ଦେଇଥିବା ପତ୍ରରେ ଲେଖିଥିଲେ - “ଓଡ଼ିଶାରେ ବାସ କରୁଥିବା ବଙ୍ଗାଳୀମାନେ ଅସ୍ଥାୟୀ, ଏଠିକାର ବିଦ୍ୟାଳୟ ଶିକ୍ଷକ, ଉପ-ନିରୀକ୍ଷକ ଇତ୍ୟାଦି ହେଉଛନ୍ତି ବଙ୍ଗାଳୀ। ତେଣୁ ସ୍ୱାଭାବିକ ଭାବରେ ନିଜ ଭାଷା ପ୍ରଚଳନପାଇଁ ଏମାନେ ଆଗ୍ରହୀ ଅଛନ୍ତି । ଫଳରେ ଓଡ଼ିଆ ସମ୍ପୂର୍ଣ୍ଣ ରୂପେ ଅବହେଳିତ । ଓଡ଼ିଆମାନଙ୍କ ମଧ୍ୟରେ ଶିକ୍ଷା ବିସ୍ତାର କରିବା ଆମର ମୌଳିକ ଲକ୍ଷ୍ୟ, ତେବେ ବିକଳ୍ପ ବଙ୍ଗଳା ଭାଷାର ପ୍ରଚଳନ ଏ କ୍ଷେତ୍ରରେ ସମ୍ପୂର୍ଣ୍ଣ କ୍ଷତିକାରକ।” ଏହି ପତ୍ରରେ ସେ ବଙ୍ଗଳା ଭାଷାକୁ ଅତିରିକ୍ତ ଭାଷା ବା ‘ଏକ୍ସ ଟ୍ରା ଲାଙ୍ଗୁଏଜ କହି ଏହାର ପରିସୀମାକୁ ଓଡ଼ିଶାରେ ସୀମିତ କରିବା ସହ କହିଥିଲେ - “ଓଡ଼ିଶାର ବିଦ୍ୟାଳୟରେ ଯେ କୌଣସି ଭାଷାର ଛାତ୍ର ଓଡ଼ିଆରେ ଶିକ୍ଷା ପାଇବେ। ବଙ୍ଗଳାଭାଷା ପଢ଼ିବାକୁ ଇଚ୍ଛା କଲେ ଏହାକୁ ଅତିରିକ୍ତ ଭାଷା ଭାବରେ ନେଇପାରନ୍ତି। ଓଡ଼ିଆ ବାଧ୍ୟତାମୂଳକ କରିବାର କାରଣ ହେଲା- ବଙ୍ଗଳା ଭାଷାରେ ବଙ୍ଗାଳୀମାନେ ପାସ୍ କରି ଚାକିରି ପାଉଥିବାବେଳେ ଓଡ଼ିଆମାନେ ଅକୃତକାର୍ଯ୍ୟ ହୋଇ ସରକାରୀ ନିଯୁକ୍ତିରୁ ଯେଉଁ ବଞ୍ଚିତ ହେଉଛନ୍ତି, ତାହା ଆଉ ଘଟିବ ନାହିଁ । ବରଂ ଓଡ଼ିଶା ମାଟିରେ ଓଡ଼ିଆଙ୍କୁ ପ୍ରଶାସନ କାର୍ଯ୍ୟରେ ନିୟୋଜିତ କରି ଶାସନ ପ୍ରଣାଳୀକୁ ଆହୁରି ସ୍ଥାୟୀ ଓ ସୁଦୃଢ଼଼ କରିପାରିବା।” ଶେଷରେ ସେ ଦୁଇଟି ପରାମର୍ଶ ଦେଇ ଲେଖିଥିଲେ -(କ) ଓଡ଼ିଆ ମାଧ୍ୟମରେ ଶିକ୍ଷା ବ୍ୟବସ୍ଥା ଓ ନର୍ମାଲ ସ୍କୁଲ ଗୁରୁ (ଶିକ୍ଷକ) ତାଲିମ୍ ସ୍କୁଲ ସ୍ଥାପନ ତଥା ଓଡ଼ିଶା ପାଇଁ ଏକ ସ୍ୱତନ୍ତ୍ର ଶିକ୍ଷା ବିଭାଗର ନିରୀକ୍ଷକ ପଦବୀ ସୃଷ୍ଟି କରିବା ଆବଶ୍ୟକ । (ଖ) ପୁସ୍ତକ ରଚନା ଓ ଏହାର ପ୍ରକାଶନ ଉପରେ ଗୁରୁତ୍ୱ ଦେବା। ଏଥିପାଇଁ କୌଣସି ମନୋନୀତ ଅନୁବାଦ ପୁସ୍ତକକୁ ଅନୁବାଦକଙ୍କଠାରୁ ସ୍ୱତନ୍ତ୍ର କ୍ରୟ କରି ପୁସ୍ତକ ପ୍ରକାଶ କରିବା, କିମ୍ବା ଆର୍ଥିକ ସାହାଯ୍ୟ ପ୍ରଦାନ କରିବା। ପୁସ୍ତକ ନିର୍ବାଚନ ବେଳେ ଲେଖକଙ୍କୁ ନିର୍ଭର ପ୍ରତିଶ୍ରୁତି ଦିଆଯିବା ଆବଶ୍ୟକ ଯେ ତାଙ୍କ ପୁସ୍ତକଟି ନିଶ୍ଚିତ ପାଠ୍ୟପୁସ୍ତକ ଭାବେ ସ୍ଥାନିତ ହେବ ଓ ଏଥିରୁ ନିର୍ଦ୍ଦିଷ୍ଟ ସଂଖ୍ୟକ ପୁସ୍ତକ ସରକାର କିଣିବେ । ଉଚ୍ଚ କୋଟିର ପୁସ୍ତକକୁ ବୋନସ୍ ଦେଲେ ଲେଖକ ଏବଂ ପ୍ରକାଶକ ଉତ୍ସାହିତ ହୋଇ ପୁସ୍ତକ ରଚନା ଓ ପ୍ରକାଶ କରିବେ । ସମୟକ୍ରମେ ପୁସ୍ତକ ଚାହିଦା ଅଧିକ ତଥା ସୁନିଶ୍ଚିତ ହେଲେ ସରକାରୀ ସାହାଯ୍ୟ ବନ୍ଦ କରିିଦିଆଯିବ । ଏହି ପୁସ୍ତକ ଓଡ଼ିଶା ସହିତ ମାନ୍ଦ୍ରାଜ ଓ ମଧ୍ୟପ୍ରଦେଶ ଅଧୀନସ୍ଥ ସମ୍ବଲପୁର ଓ ଗଞ୍ଜାମ ଜିଲ୍ଲାରେ ଥିବା ବିଦ୍ୟାଳୟମାନଙ୍କରେ ମଧ୍ୟ ପ୍ରଚଳନ ହେବ । ଅକ୍ଟୋବର ୧୯୦୧ରେ ଆଣ୍ଡ୍ୟୁ ଫ୍ରେଜର ମତାମତ ଦେବାପରେ ବଡ଼ଲାଟ ଲର୍ଡ କର୍ଜନଙ୍କ ଆଦେଶାନୁସାରେ ୧ ଜାନୁଆରୀ ୧୯୦୩ରୁ ଓଡ଼ିଆ ସମ୍ବଲପୁରରେ ଲାଗୁ ହେବା ସହ ୫୦ଟି ପ୍ରାଥମିକ ବିଦ୍ୟାଳୟରେ ଓଡ଼ିଆ ଶିକ୍ଷା ପ୍ରଚଳନ ହେଲା । ଭାଷା ଆନ୍ଦୋଳନରେ ସଫଳ ହେବାପରେ ସମ୍ବଲପୁରକୁ ଓଡ଼ିଆ ଭୂଖଣ୍ଡରେ ମିଶାଇବାପାଇଁ ଶକ୍ତି ମିଳିଗଲା । ଏହି ଆନ୍ଦୋଳନ ଯୋଗୁଁ ବୁଦ୍ଧିଜୀବୀ ସ୍ତରରେ ଏକତା ଆସିଲା । ଫଳସ୍ୱରୂପ, ୧୮୯୬ ମସିହାରେ କଟକର ମଧୁସୂଦନ ଦାସଙ୍କୁ ବଙ୍ଗ ଲାଟ୍ସଭା ପ୍ରାର୍ଥୀ କରାଯିବ ବୋଲି ସମ୍ବଲପୁରରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଗଲା। ଓଡ଼ିଶା ସ୍ତରରେ ଏହି ଏକତା ଜାତୀୟତାର ଉନ୍ମେଷରେ ଖୁବ୍ ସହାୟକ ସିଦ୍ଧ ହେଲା । ଏହି ସମୟବେଳକୁ ଛୋଟଲାଟ ହୋଇଥିବା ଫ୍ରେଜର ସମ୍ବଲପୁରବାସୀଙ୍କଦ୍ୱାରା ତା ୮ ଜାନୁଆରୀ ୧୯୦୪ ରିଖ ସକାଳ ଆଠଟାରେ ସମ୍ବଲପୁର ଜିଲ୍ଲାସ୍କୁଲରେ ଅନୁଷ୍ଠିତ ବୈଠକରେ ଦତ୍ତ ପ୍ରସ୍ତାବକୁ ଗୃହୀତ କରିନେଲେ। କିନ୍ତୁ ବିସ୍ମୟର କଥା ବଙ୍ଗଳାର ରାଜ୍ୟପାଳ ଭାବେ ବଦଳି ହୋଇ ଆସିଥିବା ଫ୍ରେଜର ଯଦିଓ ସମ୍ବଲପୁର ମିଶ୍ରଣକୁ ଗ୍ରହଣ କରିଥିଲେ, ମାତ୍ର ଗଞ୍ଜାମ ମିଶ୍ରଣକୁ ସମ୍ପୂର୍ଣ୍ଣ ବିରୋଧ କରିଥିଲେ। ପୂର୍ବରୁ ଏହି ମିଶଣ୍ରକୁ ବିରୋଧ କରୁଥିବା ମାନ୍ଦ୍ରାଜ ରାଜ୍ୟପାଳ ଆମ୍ପଥିଲ୍ ଏହି ସମୟରେ କର୍ଜ୍ଜନଙ୍କ ଅନୁପସ୍ଥିତିରେ କାର୍ଯ୍ୟନିର୍ବାହୀ ବଡ଼ଲାଟ ଭାବେ ନିଯୁକ୍ତ ପାଇବାରୁ ଉଭୟ ମିଶି ଗଞ୍ଜାମ ସମେତ ମାନ୍ଦ୍ରାଜ ଅଧିନସ୍ଥ ସମସ୍ତ ଓଡ଼ିଆ ଅଞ୍ଚଳ ଓଡ଼ିଶାରେ ମିଶ୍ରଣ ପ୍ରସ୍ତାବକୁ ତୀବ୍ର ବିରୋଧ କଲେ । ଫଳରେ ପରବର୍ତ୍ତୀ କାଳରେ ଲର୍ଡ କର୍ଜ୍ଜନଙ୍କଦ୍ୱାରା ପ୍ରସ୍ତୁତ ରିସ୍ଲେ ଆଦେଶନାମା ଅନୁସାରେ ସମ୍ପୂର୍ଣ୍ଣ ଓଡ଼ିଆ ଅଞ୍ଚଳ ଏକତ୍ରିକରଣ କାର୍ଯ୍ୟ ସଫଳ ହୋଇ ପାରିଲା ନାହିଁ । ତେବେ ବଙ୍ଗ ଭଙ୍ଗବେଳେ କିଛି ଅଂଶକୁ ନେଇ ଓଡ଼ିଶା ଏକାଠି ହେବା ଥିଲା ଓଡ଼ିଆ ଜାତିପାଇଁ ଏକ କୌତୁହଳପୂର୍ଣ୍ଣ ଅବିସ୍ମରଣୀୟ ଘଟଣା । ସେ ଯାହାହେଉ, ଚତୁର ରାଜନୈତିକ ଗୋଟିଚାଳନାଦ୍ୱାରା ବ୍ୟବସାୟୀ ଇଂରେଜ ପ୍ରଶାସକ, ଶକ୍ତିଶାଳୀ ଓଡ଼ିଆଜାତିକୁ ତିନି ଭାଗରେ ବିଭକ୍ତ କରି ପଡ଼ୋଶୀ ତେଲୁଗୁ, ବଙ୍ଗାଳୀ ଓ ହିନ୍ଦୀଭାଷୀଙ୍କଦ୍ୱାରା ଧନ, ଧର୍ମ ଓ ଭାଷା ଧ୍ୱଂସ କରିବାର ଛଦ୍ମ ପ୍ରଚେଷ୍ଟା ମଧ୍ୟରେ ନିଜକୁ ଓଡ଼ିଆ ଜାତିର ହିତାକାଂକ୍ଷୀ ଭାବେ ବିଶ୍ୱସନୀୟ ପରିଚୟଟିଏ ସ୍ଥାପନ କରିବାରେ ବହୁ ବିଳମ୍ବରେ ସଫଳ ହେଲେ । ଯଦିଓ ଇଂରେଜଶାସକର ଏହି କୌଶଳକୁ ତତ୍କାଳୀନ ଓଡ଼ିଆ ବୁଦ୍ଧିଜୀବୀ ବୁଝିପାରି ନଥିଲେ, ତଥାପି ସର୍ବସ୍ୱ ହରାଇ କେବଳ ସ୍ୱାଭିମାନକୁ ଜାବୁଡ଼ି ଧରିଥିବା ଏହି ଜାତିକୁ ପୁଣିଥରେ ଏକାଠି କରିବାର ସୂତ୍ର ଏହି ଭାଷା ଆନ୍ଦୋଳନଦ୍ୱାରା ମିଳିଗଲା; ଯାହା ସମଗ୍ର ଭାରତବର୍ଷର ଅନ୍ୟ ଭାଷାଭାଷୀମାନଙ୍କପାଇଁ ଈର୍ଷାର କାରଣ ପାଲଟି ଯାଇଥିଲା। ଏହି ସମୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନର ମଞ୍ଜ ପଡିଥିଲା ମାନ୍ଦ୍ରାଜ ଅଧୀନସ୍ଥ ରମ୍ଭାଠାରେ ଅନୁଷ୍ଠିତ ଓଡ଼ିଶା ଏକତ୍ରୀକରଣ ମୂଳ ମନ୍ତ୍ର ଗଞ୍ଜାମ ସମ୍ମିଳନୀରେ। ଏହା ହିଁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଉତ୍କଳ ସମ୍ମିଳନୀ ଗଠନପାଇଁ ପ୍ରେରଣା ମିଳିଥିଲା। ୧୯୦୩ ମସିହା, ଡିସେମ୍ବର ୨୮-୩୦ ରେ ମାନ୍ଦ୍ରାଜଠାରେ ଅନୁଷ୍ଠିତ ଭାରତୀୟ ଜାତୀୟ କଂଗ୍ରେସର ୧୯ଶତମ ବାର୍ଷିକ ଅଧିବେଶନରେ ଏହାକୁ ବିରୋଧ କରି ବିଭିନ୍ନ ପ୍ରସ୍ତାବ ଗ୍ରହଣ କରାଯାଇଥିଲା, ସେଥିରେ ସଦସ୍ୟମାନଙ୍କ ମଧ୍ୟରେ ଆଞ୍ଚଳିକ ବିଭେଦ ସୃଷ୍ଟି ହୋଇଯାଇଥିଲା । ଏହି ଅଧିବେଶନରେ ଗଞ୍ଜାମ ଓ ବିଶାଖପାଟଣା ଅଞ୍ଚଳ ଓଡ଼ିଶାରେ ମିଶିବାକୁ ନେଇ ବ୍ରହ୍ମପୁରର ଜି. ରଙ୍ଗାରାଓ ମାନ୍ଦ୍ରାଜ ପ୍ରଦେଶରୁ କୌଣସି ଅଂଶ ବିଚ୍ଛିନ୍ନ କରା ନ ଯାଉ ବୋଲି ବଙ୍ଗ ଭଙ୍ଗ ବିରୁଦ୍ଧରେ ଆସିଥିବା ପ୍ରସ୍ତାବରେ ଯୋଡ଼ିବାକୁ ଏକ ସଂଶୋଧନ ପ୍ରସ୍ତାବ ଆଣିଥିଲେ। ଏହି ସଂଶୋଧନ ପ୍ରସ୍ତାବକୁ ମାନ୍ଦ୍ରାଜ ଉଚ୍ଚ ନ୍ୟାୟାଳୟର ଆଇନ ଜୀବୀ ତଥା ମାଇଲାପୁରର ପ୍ରତିନିଧି ତାମିଲଭାଷୀ ଭି. କୃଷ୍ଣସ୍ୱାମୀ ଆୟାର କହିଥିଲେ ଯେ " ଏହି ବିବାଦୀୟ ବିଷୟ ଉପରେ ଜାତୀୟ କଂଗ୍ରେସ କୌଣସି ପ୍ରସ୍ତାବ ଗ୍ରହଣ ନ କରୁ "। ଓଡ଼ିଆମାନଙ୍କ ପରି ତେଲୁଗୁମାନେ ମଧ୍ୟ ନିଜ ସ୍ୱାର୍ଥ ରକ୍ଷା ଦୃଷ୍ଟିରୁ ଭାରତ ସରକାରଙ୍କୁ ନିବେଦନ କରିବା ଉଚିତ। ଠିକ୍ ଏହି ସମୟରେ ଅର୍ଥାତ୍ ୩୦-୩୧ ଡିସେମ୍ବର ୧୯୦୩ରେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ କଟକର ଇଦିଗା ପଡ଼ିଆରେ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀ ପାଇଁ ନିର୍ଦ୍ଦିଷ୍ଟ ଦିନ ଧାର୍ଯ୍ୟ, ବିଭିନ୍ନ ପ୍ରସ୍ତାବ, ସରକାରଙ୍କ ଅନୁମତି ଏବଂ ସୁପରିଚାଳନା ପାଇଁ ୧୫/୧୦/୦୩ ଠାରୁ ୨୪/୧୨/୧୯୦୩ ତାରିଖ ପର୍ଯ୍ୟନ୍ତ ଆଠଟି ସ୍ୱତନ୍ତ୍ର ବୈଠକ କଟକର କନିକା ରାଜବାଟିରେ କରାଯାଇଥିଲା । ଏହି ଅଧିବେଶନରେ ଗୃହୀତ ୧୧ଟି ପ୍ରସ୍ତାବ ମଧ୍ୟରୁ ପ୍ରମୁଖ ୭ଟି ଥିଲା ଯଥା ୧-ଉତ୍କଳଭାଷୀ ଅଞ୍ଚଳମାନଙ୍କୁ ଏକ ଶାସନାଧୀନରେ ରଖିବା ଯୋଗୁଁ ବଡ଼ଲାଟଙ୍କୁ ଧନ୍ୟବାଦ । ୨. ସମ୍ବଲପୁରରେ ଓଡ଼ିଆ ପୁନଃ ପ୍ରଚଳନ କରାଇବା ଯୋଗୁଁ ଛୋଟଲାଟଙ୍କୁ ଧନ୍ୟବାଦ । ୩. ଅନ୍ୟାନ୍ୟ ଜାତିମାନଙ୍କ ସଙ୍ଗେ ଉତ୍କଳୀୟମାନଙ୍କର ଭାତୃଭାବ ସମ୍ବର୍ଦ୍ଧନ । ୪. ଆବଶ୍ୟକୀୟ ସାମାଜିକ ସଂସ୍କାର ନିମନ୍ତେ ସ୍ଥାୟୀ କମିଟି ଗଠନ । ୫. ଓଡ଼ିଆ ସାହିତ୍ୟର ଉନ୍ନତି ନିମନ୍ତେ କମିଟି ଗଠନ । ୬. ଦେଶୀୟ ଶିଳ୍ପର ଉନ୍ନତି ଏବଂ ବାର୍ଷିକ ପ୍ରଦର୍ଶନୀର ବ୍ୟବସ୍ଥା । ୭. ବାଳକମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ସୁଚାଳିତ ଉପାୟ ନିର୍ଦ୍ଧାରଣ । ମଧ୍ୟପ୍ରଦେଶ ଅନ୍ତର୍ଭୁକ୍ତ ଓଡ଼ିଆ ଅଞ୍ଚଳରେ ଓଡ଼ିଆ ପ୍ରଚଳନ ପରେ ଓଡ଼ିଶା ଏକତ୍ର କରାଯାଇ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦିଆଯିବା ପଥ ପରିଷ୍କାର ହୋଇ ଆସୁଥିଲା। ତେବେ ଏହା ମିଳିବା ପୂର୍ବରୁ ଶିକ୍ଷା ଓ ଅର୍ଥନୀତିରେ ଦୁର୍ବଳ ଓଡ଼ିଶାବାସୀଙ୍କ ସାମଗ୍ରିକ ବିକାଶପାଇଁ ଏକ ନିର୍ଦ୍ଦିଷ୍ଟ ଫୋରମ ମାଧ୍ୟମରେ ଗଠନମୂଳକ କାର୍ଯ୍ୟ କରିବା ଏହାର ଲକ୍ଷ୍ୟ ଥିଲା। ଯଦି ରାଜ୍ୟ ନ ହୁଏ, ତେବେ ବିଭିନ୍ନ କାର୍ଯ୍ୟକ୍ରମ ଭିତରେ ଓଡ଼ିଆ ଜାତୀୟ ଚେତନା ଉନ୍ମେଷ ଘଟାଇ କଂଗ୍ରେସ ଭଳି ଏକ ଆନ୍ଦୋଳନାତ୍ମକ ଅନୁଷ୍ଠାନ ଗଢ଼ି ତୋଳିବା ପାଇଁ ଏଭଳି ଜାତୀୟ ସମ୍ମିଳନୀର ଆବଶ୍ୟକତା ମଧୁବାବୁ ଏବଂ ଗୌରୀଶଙ୍କର ଅନୁଭବ କଲେ । ଡିସେମ୍ବର ୩ ତାରିଖରେ ରିସଲେ ନିର୍ଦ୍ଦେଶନାମା ପ୍ରକାଶିତ ହେବା ପରେ ଡିସେମ୍ବର ୨୦ ତାରିଖରେ ସମ୍ମିଳନୀର ପ୍ରସ୍ତାବ ହିଁ ସୂଚିତ କରାଏ ଉତ୍କଳ ସମ୍ମିଳନୀ ସୃଷ୍ଟି ପଛରେ ଓଡ଼ିଶା ଏକତ୍ରୀକରଣ ପାଇଁ ସରକାରଙ୍କଠାରେ ଚାପ ସୃଷ୍ଟି କରିବା ବଦଳରେ ଓଡ଼ିଆଙ୍କଠାରେ ଜାତୀୟ ଚେତନା ଜାଗରଣ ପୂର୍ବକ ଭ୍ରାତୃଭାବ ବିକଶିତ କରିବା ଓ ଓଡ଼ିଶାର ସର୍ବାଙ୍ଗୀନ ବିକାଶପାଇଁ କିଛି ଚିନ୍ତାନାୟକ ତିଆରି କରିବା ସହିତ ଓଡ଼ିଆ ଯୁବପ୍ରାଣଙ୍କ ମଧ୍ୟରେ ଓଡ଼ିଆତ୍ୱର ନବୋନ୍ମାଦନା ସୃଷ୍ଟି କରି ଜାତୀୟ ଜୀବନକୁ ଅତୀତ ଭଳି ଶକ୍ତିଶାଳି କରି ଗଢ଼ି ତୋଳିବା ଏକ ପ୍ରମୁଖ କାରଣ ଥିଲା । ଉକ୍ତ ସମ୍ମିଳନୀରେ ସରକାରୀ କର୍ମଚାରୀ ଯୋଗ ନ ଦେବାକୁ ସରକାର ନିର୍ଦ୍ଦେଶ ଦେବା ପରେ କେତେକ ଜାତିପ୍ରେମୀ ସରକାରୀ ଚାକିରିରୁ ଇସ୍ତଫା ଦେବାରୁ ୨୪ ତାରିଖ ଦିନ ହୋଇଥିବା ପ୍ରସ୍ତୁତି ବୈଠକ ନିଷ୍ପତ୍ତି ଅନୁସାରେ କାର୍ଯ୍ୟନିର୍ବାହୀ ସମିତିର ସମ୍ପାଦକ ମଧୁବାବୁ ବଙ୍ଗ ସରକାରଙ୍କୁ ସମ୍ମିଳନୀର ଉଦ୍ଦେଶ୍ୟ ଓ ଉପସ୍ଥାପନ ହେବାକୁ ଯାଉଥିବା ପ୍ରସ୍ତାବ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ ପୂର୍ବକ ସୂଚନା ଦେଇ ଉଲ୍ଲେଖ କରିଥିଲେ ଯେ – ରାଜନୈତିକ କଂଗ୍ରେସ ସଂଲଗ୍ନ ପ୍ରଦର୍ଶନୀକୁ ମାନ୍ଦ୍ରାଜ ସରକାର ସାହାଯ୍ୟ କରୁଅଛନ୍ତି । ଯେଉଁ ସମ୍ମିଳନୀ ସଙ୍ଗେ ରାଜନୀତିର ସମ୍ପର୍କ ନାହିଁ, ସେ ସମ୍ମିଳନୀରେ ବମ୍ବେ ଉଚ୍ଚ ନ୍ୟାୟାଳୟର ବିଚାରପତି ଏବଂ ସରକାରଙ୍କ ସଚିବ ସଭାପତି ହୋଇଅଛନ୍ତି । ଓଡ଼ିଆମାନେ ସରକାରଙ୍କ ନିକଟରେ ଅବିଶ୍ୱାସଜନକ ଏପରି କିଛି କାର୍ଯ୍ୟ କରି ନାହାଁନ୍ତି କି ଯହିଁରେ ସରକାରଙ୍କର ଓଡ଼ିଆଙ୍କ ପ୍ରତି ବିଶ୍ୱାସ ଉଠି ଯାଇଛି । ପ୍ରାଥମିକ ଅବସ୍ଥାରେ ଉତ୍କଳ ସମ୍ମିଳନୀର ଲକ୍ଷ୍ୟ ଇଂରେଜ ସରକାରଙ୍କୁ ବିରୋଧ ନ କରି ସେମାନଙ୍କ ସଦିଚ୍ଛାରେ ଗଠନମୂଳକ ଓଡ଼ିଶା ନିର୍ମାଣ। ମାତ୍ର ଓଡ଼ିଆଙ୍କ ଦାବିକୁ ଉପେକ୍ଷା କରି ମେଦିନାପୁର ବ୍ୟତୀତ ବଙ୍ଗ ଅଧୀନସ୍ଥ ଓଡ଼ିଆ ଓ ବିହାର ଅଞ୍ଚଳକୁ ନେଇ ୧ ଅପ୍ରେଲ୍ ୧୯୧୨ ମସିହାରେ ବିହାର-ଓଡ଼ିଶା ରାଜ୍ୟ ଗଠନ କରାଗଲା। ଏହି ନିଷ୍ପତ୍ତିଦ୍ୱାରା ପ୍ରଥମେ ଗଞ୍ଜାମ, ଫୁଲଝର, ଚନ୍ଦ୍ରପୁର, ପଦ୍ମପୁର ଓ ବର୍ତ୍ତମାନ ମେଦିନାପୁର ମୂଳ ଓଡ଼ିଆ ଭୂଖଣ୍ଡଠାରୁ ବିଚ୍ଛିନ୍ନ ହୋଇ ରହିଗଲା। ବିହାର-ଓଡ଼ିଶା ରାଜ୍ୟ ଗଠନ ସମ୍ପର୍କିତ ହାର୍ଡିଞ୍ଜ ଡେସପାଚ୍ ଅନୁମୋଦନପାଇଁ ବ୍ରିଟିଶ ସଂସଦର ଉଚ୍ଚସଦନରେ ବିତର୍କ ଚାଲିଥିବାବେଳେ ଓଡ଼ିଆମାନଙ୍କ ଅସ୍ତିତ୍ବକୁ ଭଲ ଭାବେ ଚିହ୍ନିଥିବା ଲର୍ଡ କର୍ଜନ ଏହାର ବିରୋଧ କରି କହିଥିଲେ – "ଭାଷା, ଚଳଣି କୌଣସିରେ ସମ୍ବନ୍ଧ ନ ଥିବା ଦୁଇଜାତିକୁ ଏକାଠି ରଖିବା ଠିକ୍ ନୁହେଁ । ଉଭୟ ପ୍ରଦେଶ ପର୍ବତ ଓ ନଦୀଦ୍ୱାରା ପରସ୍ପର ଅଲଗାହୋଇ ରହିଛି । ଆମେ ଏପର୍ଯ୍ୟନ୍ତ ଏ ବ୍ୟବଧାନ ଦୂର କରିବାପାଇଁ ରେଳରାସ୍ତାଟିଏ ମଧ୍ୟ ତିଆରି କରିପାରୁ ନାହୁଁ । ମୁଁ ଭବିଷ୍ୟତବାଣୀ କରିପାରେ ଯେ, ଏ ଭୁଲ କଦାପି ଦୀର୍ଘକାଳ ରହିବ ନାହିଁ । ଓଡ଼ିଆମାନେ ତୀବ୍ର ଆନ୍ଦୋଳନ ନ କରିବା ହେତୁ ଆଜି ତାଙ୍କର ସ୍ୱାର୍ଥକୁ ବଳି ଦିଆଗଲା।ଇଂରେଜ ପ୍ରଶାସନର ସ୍ତାବକ ଭାବରେ ଦୀର୍ଘ ଆଠବର୍ଷ କାଳ ଉତ୍କଳ ସମ୍ମିଳନୀ ଅପେକ୍ଷା କଲାପରେ ଉପଯୁକ୍ତ ନ୍ୟାୟ ନ ପାଇବାରୁ ଏହି ସ୍ୱତନ୍ତ୍ର ଅଧିବେଶନ ହିଁ ଓଡ଼ିଆ ନବଜାଗରଣର ପ୍ରଥମ ଶଙ୍ଖନାଦ କରିଥିଲା । ଏହାପରଠାରୁ ଉତ୍କଳ ସମ୍ମିଳନୀ ରଚନାତ୍ମକ କାର୍ଯ୍ୟଧାରାରୁ ଧିରେଧିରେ ମୁକ୍ତ ହୋଇ ଜାତୀୟତାବାଦୀ ଆନ୍ଦୋଳନ ଭାବଧାରାକୁ ଗ୍ରହଣ କରିନେବା ଫଳରେ ଓଡ଼ିଆ-ଯୁବମାନସରେ ଯେଉଁ ପ୍ରତିକ୍ରିୟା ଦେଖାଦେଇଥିଲା, ତାହା ହିଁ ସତ୍ୟବାଦୀ ପଞ୍ଚସଖା ସୃଜନର ମାର୍ଗ ଫିଟାଇଥିଲା ।ସତ୍ୟବାଦୀ ବନ ବିଦ୍ୟାଳୟ ଭାରତର ପ୍ରଥମ ମୁକ୍ତ ବିଦ୍ୟାଳୟ ।ଏହି ଶିକ୍ଷାନୁଷ୍ଠାନଟି ୧୨ ଅଗଷ୍ଟ ୧୯୦୯ ମସିହାରେ ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗୋଦାବରୀଶ ମିଶ୍ର, କୃପାସିନ୍ଧୁ ମିଶ୍ର , ପଣ୍ଡିତ ଲିଙ୍ଗରାଜ ମିଶ୍ର , ଆଚାର୍ଯ୍ୟ ହରିହର , ନନ୍ଦ କିଶୋର ଦାସଙ୍କ ମିଳିତ ପ୍ରଚେଷ୍ଟାରେ ପ୍ରତିଷ୍ଠିତ ହୋଇଥିଲା। ସେ ସମୟରେ ଓଡ଼ିଶାର ଜଣାଶୁଣା ପଣ୍ଡିତ ଜ୍ଞାନୀ ଦେଶଭକ୍ତମାନେ ଏହି ବିଦ୍ୟାଳୟର ଶିକ୍ଷକ ଥିଲେ । ଓଡ଼ିଶାର ସବୁ ଅଞ୍ଚଳରୁ, ବହୁ ଦୂରଦୂରାନ୍ତରୁ ପିଲାମାନେ ଆସି ପଢ଼ୁଥିଲେ । ସମଗ୍ର ଦେଶରେ ଚାରିଆଡେ ଏହି ବିଦ୍ୟାଳୟର ଖ୍ୟାତି ରହିଥିଲା । ସେ ସମୟର ବଡ଼ବଡ଼ ଶିକ୍ଷାବିତ୍, ମାନ୍ୟଗଣ୍ୟ ବ୍ୟକ୍ତି ବିଦ୍ୟାଳୟକୁ ଦେଖିବାକୁ ଆସୁଥିଲେ । ବିଦ୍ୟାଳୟ ପରିଚାଳନା କାର୍ଯ୍ୟ ଦେଖି ପ୍ରଶଂସା କରୁଥିଲେ ।ତତ୍କାଳୀନ ବିହାର-ଓଡ଼ିଶାର ଇଂରେଜ ଶାସକ ସାର 'ଏଡ଼ୱାର୍ଡ ଗେଟ' ଶିକ୍ଷା ବିଭାଗର ଡିରେକ୍ଟର ଡିଉକ, କଲିକତା ବିଶ୍ୱବିଦ୍ୟଳୟର ସୁନାମଧନ୍ୟ କୁଳପତି 'ସାର ଆଶୁତୋଷ ମୁଖାର୍ଜୀ', ଅଧ୍ୟାପକ 'ଯୋଗେଶ ଚନ୍ଦ୍ର ରାୟ ବିଦ୍ୟାନିଧି' (ଓଡ଼ିଶାର ପ୍ରଖ୍ୟାତ ଜ୍ୟୋତିଷ ମହାମୋହପାଧ୍ୟାୟ ଚନ୍ଦ୍ରଶେଖର ସାମନ୍ତ ସିଂହ ଓ ତାଙ୍କ ପ୍ରଣୀତ ପ୍ରସିଦ୍ଧ 'ସିଦ୍ଧାନ୍ତ ଦର୍ପଣ' ପୁସ୍ତକକୁ ଯିଏ ଲୋକ ଲୋଚନକୁ ଆଣିଥିଲେ) ପ୍ରମୁଖ ମନୀଷିମାନେ ଏହି ସ୍କୁଲକୁ ପ୍ରଶଂସା କରିଥିଲେ ।ଭାରତ ଗୌରବ ମଧୁସୂଦନ ଦାସ ଓ କନିକା ରାଜା ମଣ୍ଟେଗୁ ଚେମସଫୋର୍ଡ କମିଟିକୁ ପ୍ରଦାନ କରିଥିବା ଉତ୍କଳ ସମ୍ମିଳନୀର ୧୨ଶ ଅଧିବେଶନରେ ପ୍ରସ୍ତୁତ ଓଡ଼ିଶା ରାଜ୍ୟଗଠନ ରିପୋର୍ଟ ପ୍ରତ୍ୟାଖ୍ୟାତ ହେଲା। ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ନେତୃତ୍ୱରେ ବ୍ୟାପକ ଜନଆନ୍ଦୋଳନ ହେବା ଫଳରେ ସିଂହଭୂମି ଡେପୁଟି କମିଶନର ଛୋଟନାଗପୁର ଡେପୁଟି କମିଶନରଙ୍କୁ ଚିଠିଲେଖି ଜଣାଇଲେ ଯେ ପୋଡ଼ାହାଟ, ଧଳଭୂମି ହେଉଛି ଓଡ଼ିଆ ଅଞ୍ଚଳ। ଏଠି ବଙ୍ଗଳାଭାଷା ପଢ଼ାଇବା ଏକଛତ୍ରବାଦର ନିଦର୍ଶନ। ଏଇ ଦୁଇ ସ୍ଥାନରେ ଓଡ଼ିଆ ଟ୍ରେନିଂ ସ୍କୁଲ ସ୍ଥାପନ ତଥା କୋର୍ଟ କଚେରିରେ ଓଡ଼ିଆ ଭାଷା ଚଳାଇବା ଉଚିତ। ଛୋଟନାଗପୁର ଡିଭିଜନ କମିଶନର ମି.ବି. ଫୋଲେ ମାର୍ଚ୍ଚ ୧୯୧୯ରେ ସରକାରଙ୍କୁ ଜଣାଇଲେ ଯେ – ଧଳଭୂମିର ପଶ୍ଚିମଭାଗ କୋହ୍ଲାଣ, ଷଢେ଼ଇକଳା, ଖରସୁଆଁ, ସିଂହଭୂମି ଓଡ଼ିଆ ଅଞ୍ଚଳ ଓଡ଼ିଶା ସହିତ ମିଶିଯିବା ଉଚିତ। ୧୯୦୩ରେ ଆରମ୍ଭ ହୋଇଥିବା ଜାତୀୟତାବାଦୀ ଆନ୍ଦୋଳନ ଧୀରେଧୀରେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚୁଥିଲା। ଏହି ସମୟର ଶିକ୍ଷିତ ଯୁବସମାଜ ନେତୃତ୍ୱ ପ୍ରତି ସାଧାରଣ ଲୋକଙ୍କ ଆସ୍ଥା ଅଭିବୃଦ୍ଧି ଥିଲା ଏକ ସାମାଜିକ ସୁବାର୍ତ୍ତା । ସିଂହଭୂମି ଜିଲ୍ଲାର ଚକ୍ରଧରପୁର ଠାରେ ମହାନ୍ ସ୍ବାଧୀନତା ସଂଗ୍ରାମୀ, ଐତିହାସିକ ଗବେଷକ ତଥା ବିଶ୍ବ ମଣି ପଣ୍ଡିତ ଗୋପବନ୍ଧୁ ଙ୍କ ଐକାନ୍ତିକ ଅନୁଗତ
ଜଗବନ୍ଧୁ ସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ୧୬ତମ ଅଧିବେଶନ (ଡିସେମ୍ବର ୧୯୨୦)ରେ ପଣ୍ଡିତ ଗୋପବନ୍ଧୁ ସମ୍ମିଳନୀର ଲକ୍ଷ୍ୟ ଦେଶମିଶ୍ରଣ ନ ରହି ସ୍ୱରାଜ୍ୟପ୍ରାପ୍ତି ହେଉ ବୋଲି ପ୍ରସ୍ତାବ ଦେଲେ। ସମ୍ବଲପୁରର ଚନ୍ଦ୍ରଶେଖର ବେହେରା ଏହି ପ୍ରସ୍ତାବକୁ ସମର୍ଥନ କରିବାପରେ ଏହା ଗୃହୀତ ହୋଇଥିଲା। ଗୋପବନ୍ଧୁଙ୍କ ଉଦ୍ଦେଶ୍ୟ ଥିଲା ଉତ୍କଳସମ୍ମିଳନୀ କଂଗ୍ରେସ ଆଭିମୁଖ୍ୟକୁ ଗ୍ରହଣ କରିନେଲେ ପ୍ରଦେଶ କଂଗ୍ରେସ କମିଟି ଗଠନ କରିବା ସହଜ ହୋଇଯିବ। ଅର୍ଥାତ୍ ପରୋକ୍ଷରେ ସ୍ୱତନ୍ତ୍ର ଓଡ଼ିଆ ପ୍ରଦେଶ ଗଠନପାଇଁ କଂଗ୍ରେସର ସମର୍ଥନ ମିଳିଯିବ । ମାତ୍ର ଭାଷା ଓ ଜାତି ଆନ୍ଦୋଳନକୁ ଗୁରୁତ୍ୱ ଦେଉଥିବା ବହୁ ସଦସ୍ୟ ଏହାର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟକୁ ସନ୍ଦେହ କରି ଦୂରେଇ ଯିବା ଫଳରେ "ଉତ୍କଳ ସମ୍ମିଳନୀ' ମୌଳିକ ଲକ୍ଷ୍ୟଠାରୁ ଧୀରେଧୀରେ ଦୂରେଇଗଲା। ଅନ୍ୟପକ୍ଷରେ ସିଂହଭୂମି ଜିଲ୍ଲା କଂଗ୍ରେସ କମିଟି ନବଗଠିତ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି କିମ୍ବା ବିହାର କଂଗ୍ରେସ କମିଟି ଭୁକ୍ତ ହେବ, ଏ ସମ୍ପର୍କରେ ଏକ ତଦନ୍ତ କମିଟି ଗଠିତ ହେଲା। ଏହାର ସଦସ୍ୟ ରହିଲେ ଗୋପବନ୍ଧୁ ଦାସ, ଗୋପବନ୍ଧୁ ଚୌଧୁରୀ (ଓଡ଼ିଶା), ଦୀପ ନାରାୟଣ ଏବଂ ମୌଲବୀ ସାଫୀ (ବିହାର)। ସିଂହଭୂମି ଜିଲ୍ଲାର ୪ ଅଣିଆ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ ଭୋଟ ନିଆଗଲା ଓଡ଼ିଶା ସପକ୍ଷରେ ୧୬ ଅଣାରୁ ୧୪ଅଣା ବିହାରପକ୍ଷରେ ଦେଢ଼ଅଣା ଏବଂ ଅଧାଅଣା ଉଦାସୀନ ଭାବରେ ମତ ପ୍ରଦାନ କଲେ। ଏହି ନିଷ୍ପତ୍ତି ଓଡ଼ିଆ ପକ୍ଷରେ ପୂର୍ଣ୍ଣରୂପେ ଯାଇଥିବାରୁ ସିଂହଭୂମି ଜିଲ୍ଲା କଂଗ୍ରେସ କମିଟି ଉତ୍କଳ ପ୍ରଦେଶ କଂଗ୍ରେସ କମିଟି ସହିତ ସଂଯୁକ୍ତ ହେବାପାଇଁ ସିଂହଭୂମିଠାରେ ଅନୁଷ୍ଠିତ କଂଗ୍ରେସ ସଭାରେ ରାଜେନ୍ଦ୍ର ପ୍ରସାଦ ସ୍ୱୀକୃତ ଦେଲେ।ନବଗଠିତ ଉତ୍କଳ ପ୍ରଦେଶକଂଗ୍ରେସ କମିଟି ଓ ଆନ୍ଧ୍ର କଂଗ୍ରେସ କମିଟି ଗଞ୍ଜାମ ଜିଲ୍ଲାରେ ନିଜର ସୀମା ନିର୍ଦ୍ଧାରଣ କରିବାକୁ ନେଇ ବିବାଦ ଭୟଙ୍କର ହୋଇଗଲା। ଫଳରେ ମହାତ୍ମାଗାନ୍ଧୀ ୧୯୨୧ରେ ଗଞ୍ଜାମ ଭ୍ରମଣରେ ଆସି ବ୍ରହ୍ମପୁରଠାରେ ଉଭୟ କମିଟିର କର୍ମକର୍ତ୍ତାଙ୍କ ଦାବି ଶୁଣି ଏହି ଅବସରରେ ହୋଇଥିବା ଏକ ବିରାଟ ସଭାରେ କହିଥିଲେ – କାଲି ସୂର୍ଯ୍ୟୋଦୟ ପୂର୍ବରୁ ଓଡ଼ିଆ ଓ ତେଲେଙ୍ଗା ଗଣ୍ଡଗୋଳର ସମାଧାନ ହେବା ଉଚିତ। ସବଳ ଆନ୍ଧ୍ରମାନେ ଦୁର୍ବଳ ଓଡ଼ିଆଙ୍କ ଦାବି ମାନି ନିଅନ୍ତୁ। ଗାନ୍ଧିଙ୍କ ନିର୍ଦ୍ଦେଶ ଥିଲା ଦୁଇ କମିଟିର ପ୍ରତିନିଧି ବ୍ରହ୍ମପୁରଠାରେ ମିଳିତ ହୋଇ ସୀମାବିବାଦର ସମାଧାନ କରିବେ। ୧୦.୫. ୧୯୨୧ରେ ଏଥିପାଇଁ ଉଭୟପକ୍ଷରୁ ଗୋପବନ୍ଧୁ ଦାସ ଓ କୋଣ୍ଡା ଭେଙ୍କଟାପାୟା ମନୋନୀତ ହେଲେ। ମାତ୍ର ନିର୍ଦ୍ଧାରିତ ଦିନରେ ଆନ୍ଧ୍ର ପ୍ରତିନିଧି ଉପସ୍ଥିତ ହେଲେ ନାହିଁ। ପରେ ୧୦.୭.୧୯୨୧ ରେ ପଣ୍ଡିତ ନୀଳକଣ୍ଠ ଓ ପଣ୍ଡିତ ଗୋପବନ୍ଧୁ, ତଥା ଶ୍ରୀଟି.ପ୍ରକାଶମ ଓ ବି.ପଟ୍ଟାଭି ସୀତାରାମାୟା ସଦସ୍ୟ ଏବ ସଭାପତି – ଡାକ୍ତର ବି.ଏସ୍. ମୁଞ୍ଜେକୁ ନେଇ କମିଟି ଗଠନ କରାଗଲା। ୨୮.୯.୧୯୨୧ରେ ଏହି କମିଟି ବସିବାପରେ ଆନ୍ଧ୍ରସଦସ୍ୟଦ୍ୱୟ ଆଲୋଚନାପାଇଁ ପ୍ରସ୍ତୁତ ନ ଥିବାରୁ ମାସେ ସମୟ ଚାହିଁଲେ। ପରେ ଏହି କମିଟି ଆଉ ବସିଲା ନାହିଁ। ନିଖିଳ ଭାରତ କଂଗ୍ରେସ କମିଟିର କାକିନାଡ଼ା ଅଧିବେଶନ (୨.୧.୧୯୨୪)ର ୫ମ ପ୍ରସ୍ତାବରେ ଚକ୍ରବର୍ତ୍ତୀ ରାଜଗୋପାଳଚାରୀଙ୍କ ଅଧ୍ୟକ୍ଷତାରେ ଉଭୟ କମିଟିର ଦୁଇଜଣ ପ୍ରତିନିଧିଙ୍କ ମାଧ୍ୟମରେ ୩୧.୩.୧୯୨୪ ସୁଦ୍ଧା ଏହି ବିଷୟରେ ଶେଷ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦିଆଗଲା । ମାତ୍ର ରାଜଗୋପାଳଚାରୀ ୧.୩.୧୯୨୪ରେ ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେବାରୁ ୨୪.୪.୧୯୨୪ରେ ରାଜେନ୍ଦ୍ର ପ୍ରସାଦକୁ ଉକ୍ତ କମିଟିର ସଦସ୍ୟଭାବରେ ମନୋନୀତ କରାଗଲା। ସେ ଜୁନ୍ ମାସ ପୂର୍ବରୁ ବିଚାର କରିପାରିବେ ନାହିଁ ସ୍ପଷ୍ଟଭାବେ କହିଥିଲେ ମଧ୍ୟ ପରବର୍ତ୍ତୀ କାଳରେ ଏହି ବୈଠକ ବସି ନ ଥିଲା କିମ୍ବା କଂଗ୍ରେସଦ୍ୱାରା ଏହି ବିବାଦର ସମାଧାନ ହୋଇପାରି ନ ଥିଲା ।
ଏହି ସମ଼ୟରେ ଭାରତ ସରକାରଙ୍କ ଘରୋଇ ବିଭାଗ ନଂ.ଏଫ୍-୬୬୯/୧-୧୦-୧୯୨୪ରିଖ ବିଜ୍ଞପ୍ତିରେ ଓଡ଼ିଆ ଅଞ୍ଚଳ ମିଶ୍ରଣ ପ୍ରସ୍ତାବରେ ବଡ଼ଲାଟଙ୍କ ପରିଷଦ ସନ୍ତୁଷ୍ଟ ହୋଇପାରୁ ନାହାନ୍ତି ବୋଲି ଜଣାଇଲେ। ମିଶ୍ରଣତାର ଶେଷ ନିଷ୍ପତ୍ତି ଶୁଣାଣିପାଇଁ ଶ୍ରୀ ସି.ଏଲ୍.ଫିଲିପ ଓ ଶ୍ରୀ ଏ.ସି. ଡଫଙ୍କୁ ବଡ଼ଲାଟ ନିଯୁକ୍ତ କଲେ। ଉଭୟ ଗଞ୍ଜାମ, ବିଶାଖାପାଟଣା ଅଞ୍ଚଳ ବୁଲି ଜନସାଧାରଣଙ୍କ ମତ ନେବାପରେ ରମ୍ଭାଠାରେ ୧୭.୧୨.୧୯୨୪ରୁ ୨୧.୧୨.୧୯୨୪ ପର୍ଯ୍ୟନ୍ତ ରହି ଉଭୟ ପକ୍ଷର ଦାବି ଶୁଣି ୨୬.୧୨.୧୯୨୪ରେ ପୂର୍ଣ୍ଣାଙ୍ଗ ରିପୋର୍ଟ ଭାରତସରକାରଙ୍କୁ ପ୍ରଦାନ କଲେ। ଏଥିରେ ଉଭୟ ଓଡ଼ିଆଙ୍କ ଦାବିକୁ ଯଥାର୍ଥ ବୋଲି ସ୍ୱୀକାର କରି ଗଞ୍ଜାମର ନାରସେନାପଟା ବ୍ୟତୀତ ଅନ୍ୟସବୁ ଅଞ୍ଚଳ, ପାରଳାଖେମୁଣ୍ଡି ରାଜ୍ୟ, ତରଳା, ଟିକାଲି, ମଞ୍ଜୁଷା, ଜଳନ୍ତର, ବୁଢ଼ାର ସିଂହ, ଚିକିଟି, ଧରାକୋଟ, ସୁରଙ୍ଗି, ଶରଗଡ଼, ବଡ଼ଗଡ଼, ବଡ଼ଖେମୁଣ୍ଡି, ସାନଖେମୁଣ୍ଡି, ଆଠଗଡ଼, ଖଲ୍ଲିକୋଟ, ବିରୁଳି, ପାଲର, ହୁମା ଜମିଦାରୀ ସମେତ ବ୍ରହ୍ମପୁର, ଛତ୍ରପୁର ଓ ଘୁମୁସର ସବଡିଭିଜନ, ଜିଲ୍ଲାର ମାଳଅଞ୍ଚଳ, ବିଖାଖାପାଟଣା ଜିଲ୍ଲାର ଜୟପୁର ଜମିଦାରି ପ୍ରଭୃତି ଓଡ଼ିଆଅଞ୍ଚଳ ଓଡ଼ିଶାରେ ମିଶିଯିବା ଉଚିତ ବୋଲି ଅକାଟ୍ୟ ଯୁକ୍ତି ଉପସ୍ଥାପନ କରିଥିଲେ।ଭାରତ ଶାସନ ସଂସ୍କାରପାଇଁ ୧୯୨୭ରେ ଜନ ସାଇମନଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କଲେ। କଂଗ୍ରେସ ଏହାକୁ ସାରା ଭାରତରେ ବିରୋଧ କରିବାରୁ ଓଡ଼ିଶାରେ ଅନୁରୂପ ଭାବରେ ସାଇମନଙ୍କ ଆଗମନକୁ ବିରୋଧ କରାଗଲା। ଏହି ସ୍ଥିତିରୁ ଲକ୍ଷ୍ୟ ଆଦାୟପାଇଁ କୁଳବୁଦ୍ଧ ଯେକୌଣସି ଉପାୟରେ ସ୍ୱାଗତ ଜଣାଇବାକୁ କନିକାରାଜାଙ୍କୁ ନିର୍ଦ୍ଦେଶ ଦେଲେ। ଏହି ସମୟ ବେଳକୁ ଉତ୍କଳ ସମ୍ମିଳନୀର ଅସ୍ତିତ୍ୱ ନ ଥିବାରୁ ଆଉ ଏକ ସମିତି ଓଡ଼ିଶା ଲିବରାଲ ଲିଗ ଗଠନ କରି ୮ଫେବୃଆରି ୧୯୨୮ ତାରିଖରେ ବ୍ରଜସୁନ୍ଦର ଦାସଙ୍କ ନେତୃତ୍ୱରେ ଗୋପାଳଚନ୍ଦ୍ର ପ୍ରହରାଜ, ବାରିଷ୍ଟର ବିଶ୍ୱନାଥ ମିଶ୍ର, ଭିକାରି ପଟ୍ଟନାୟକ, ଲକ୍ଷ୍ମୀଧର ମହାନ୍ତି ପ୍ରମୁଖ ଉକ୍ରଳ ସମ୍ମିଳନୀର ଗୋଲାପୀ ପଗଡି ପିନ୍ଧି ବିହାରର ପାଟଣା ରେଳଷ୍ଟେସନଠାରେ ସାଇମନ କମିଶନଙ୍କୁ ସ୍ୱାଗତ ଜଣାଇ ଓଡ଼ିଶା ପ୍ରତି ନ୍ୟାୟ ବିଚାର କରିବାକୁ ନିବେଦନ କଲେ। ସାଇମନ କମିଶନ ଏହି ନିବେଦନକୁ ଗ୍ରହଣ କରି ଅଟଲି ସବକମିଟି ଗଢ଼ି ଓଡ଼ିଶା ରାଜ୍ୟଗଠନ ଦାବିର ବିଚାର କରିବାକୁ ଦାୟିତ୍ୱ ଦେଲେ। ଅଟଲି ସବକମିଟି ପୂର୍ବର ଫିଲିପ୍-ଡଫ୍ କମିଶନ ରିପୋର୍ଟକୁ ଗୁରୁତ୍ୱ ଦେଇ ପାରଳା ଓ ଜୟପୁର ଜମିଦାରୀ ଛାଡ଼ି ବାକି ଅଂଶ ଓଡ଼ିଶାରେ ମିଶାଇବାପାଇଁ ପରାମର୍ଶ ଦେଲେ। ଜୟପୁର ମହାରାଜା ବିକ୍ରମଦେବ ଏବଂ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣଦେବ ଏହା ବିରୁଦ୍ଧରେ ପ୍ରତିବାଦ ପତ୍ର ପଠାଇବା ସହ ଗୋଲଟେବୁଲ ବୈଠକରେ ଉଭୟ ଉପସ୍ଥିତ ରହି ଓଡ଼ିଶାରେ ପାରଳା ଓ ଜୟପୁର ଜମିଦାରୀ ମିଶାଇବାପାଇଁ ଦୃଢ଼ ଦାବି କଲେ ।ଓଡ଼ିଶା ରାଜ୍ୟ ଗଠନ ପୂର୍ବରୁ ଏହାର ସୀମା ନିର୍ଦ୍ଧାରଣ କରିବାପାଇଁ ଭାରତ ସରକାର ସାର୍ ସାମୁଏଲ ଓଡ଼ନେଲ ଅଧ୍ୟକ୍ଷ ତଥା ସଦସ୍ୟ ଭାବେ ଆସାମର ଶ୍ରୀ ତରୁଣରାମ ଫୁକନ, ବମ୍ବେର ଏଚ୍.ଏଏମ. ମେହେଟ୍ଟାଙ୍କୁ ସଭ୍ୟ ରୂପେ ଏବଂ ବି.ସି. ମୁଖାର୍ଜୀଙ୍କୁ ସଚିବ ଭାବେ ନିଯୁକ୍ତ କରାଗଲା । ଏହି କମିଟିର ସହଯୋଗୀ ସଦସ୍ୟ ରହିଲେ ପାରଳାରାଜା କୃଷ୍ଣଚନ୍ଦ୍ର ଗଜପତି ମାନ୍ଦ୍ରାଜର, ସି.ଭି.ଏସ. ନରସିଂହ ରାଜୁ, ବିହାରର ସଚ୍ଚିଦାନନ୍ଦ ସିଂହ। ପୂର୍ବରୁ ମଣ୍ଟେଗୁ- ଚେମସଫୋର୍ଡ କମିଟି ନିକଟରେ ଓଡ଼ିଶାର ସୀମା ସମ୍ପର୍କୀତ ଦାବୀ ଉତ୍କଳ ସମ୍ମିଳନୀ କରିଥିଲା । ମାତ୍ର ୧୯୩୧ ବେଳକୁ ଏହାର ଅସ୍ତିତ୍ୱ ନ ଥିବାରୁ ମଧୁବାବୁଙ୍କ ପରାମର୍ଶରେ ଉତ୍କଳ ୟୁନିୟନ କମିଟି ଗଠନ କରାଯାଇ ଓଡନେଲ କମିଟି ଆଗରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖାଗଲା। ଓଡ଼ନେଲ କମିଟି ଦକ୍ଷିଣର ବିଭିନ୍ନ ସ୍ଥାନରେ ସାକ୍ଷ୍ୟ ଗ୍ରହଣ କରୁଥିବାବେଳେ ସବୁଠାରେ ଓଡ଼ିଶା ସହିତ ମିଶିବାପାଇଁ ଜନତାଙ୍କ ଆଗ୍ରହ ତଥା ଅନ୍ୟ ଦୁଇ ସଦସ୍ୟଙ୍କ ସମର୍ଥନ ସତ୍ତେ୍ୱ ଓଡ଼ନେଲ ଇଚ୍ଛାପୁର, ମଞ୍ଜୁସା, ତରଳା ପାରଳା, ଟିକାଲି, ଜୟପୁର ବ୍ୟତୀତ ଅନ୍ୟସବୁ ଅଞ୍ଚଳ ଓଡ଼ିଶାରେ ମିଶିବ ବୋଲି ମତ ଦେଲେ । ମଧ୍ୟପ୍ରଦେଶର ବସ୍ତର, ରାୟଗଡ଼, ସାରଙ୍ଗଗଡ଼ ଭଳି ବହୁ ଓଡ଼ିଆ ଅଞ୍ଚଳ ବ୍ୟତୀତ କେବଳ ଖଡ଼ିଆଳ ଓ ପଦ୍ମପୁର ମିଶିବା ସପକ୍ଷରେ ମତ ଦେଲେ । ବିହାରରେ କେବଳ ଷଢେ଼ଇକଳା ଓ ଖରସୁଆଁକୁ ମିଶାଇବପାଇଁ ମତ ଦେଇଥିଲେ । ଏହି ପ୍ରସଙ୍ଗରେ ସିଂହଭୂମି, ଧଳଭୂମି ଆଲୋଚନା ପର୍ଯ୍ୟାୟକୁ ଆସି ନ ଥିଲା । ବଙ୍ଗପ୍ରଦେଶର ମେଦିନପୁର ବିଷୟରେ କମିଶନରଙ୍କ ମତ ଥିଲା ସମ୍ପୂର୍ଣ୍ଣ ପକ୍ଷପାତ ମୂଳକ । ଗୋଟିଏ ଗୋଟିଏ ଗାଁରେ ଦୁଇ ତିନି ହଜାର ଓଡ଼ିଆ ଥିବାବେଳେ ସେଠାରେ ଜଣେ ମାତ୍ର ଓଡ଼ିଆ ବାସ କରୁଛନ୍ତି ବୋଲି ଲେଖାଗଲା । ଏହି କ୍ରମରେ ଛଅଲକ୍ଷ ଥିବା ଓଡ଼ିଆ ଅଞ୍ଚଳ ୪୫ ହଜାରକୁ କମି ଆସିଲା। ଯାହାର ଫଳଶ୍ରୁତି ମେଦିନିପୁର ବଙ୍ଗାଳୀ ଅଞ୍ଚଳ ବୋଲି ସହଜରେ ପ୍ରମାଣିତ ହୋଇଗଲା।
କ୍ରମଶଃ
କାହିଁକି ଏୟାର ଇଣ୍ଡିଆ ?
-------------
ଗତକାଲି ଅପରାହ୍ନ ୧ ଘଣ୍ଟା ୩୮ ମିନିଟ୍ ରେ ୭୮୭ ଡ୍ରିମଲାଇନର ବିମାନ, ଯାହାକୁ ଏୟାର ଇଣ୍ଡିଆ ବିମାନ କୁହାଯାଉଛି , ତାହା ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଆନ୍ତର୍ଜାତୀୟ ବିମାନ ବନ୍ଦର ରୁ ଉଡ଼ାଣ ଭରିଵାର ଗୋଟିଏ ମିନିଟ ପରେ ୧,୩୯ରେ ଯୋଗାଯୋଗ ବିଚ୍ଛିନ୍ନ ହୋଇ ୧୪ କିଲୋମିଟର ଦୂରରେ ଥିବା କୋଠାରେ ଧକ୍କା ଖାଇ ବିମାନ ଟି ନିଆଁ ପିଣ୍ଡୁଳା ପାଲଟି ଯାଇ ୨୪୨ ଜଣ ଯାତ୍ରୀଙ୍କ ମଧ୍ୟରୁ ସ୍ଥାନ ସଂଖ୍ୟା ୧୧କ ବା ସିଟ୍ ନମ୍ବର ୧୧ଏ ର ଯାତ୍ରୀ ରମେଶ ବିଶ୍ବାସ ଙ୍କ ବ୍ୟତୀତ ସମସ୍ତ ଯାତ୍ରୀ , ଯେଉଁମାନଙ୍କ ମଧ୍ୟରେ ଥିଲେ ଗୁଜରାଟର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଅନ୍ତର୍ଭୁକ୍ତ , ସମସ୍ତଙ୍କ ଜୀବନାବସାନ ସହିତ ବିମାନ ଧକ୍କା ହୋଇଥିବା ଭେଷଜ ଛାତ୍ରାବାସରେ ଭୋଜନ କରୁଥିବା ଅନେକ ଛାତ୍ରଛାତ୍ରୀ ମୃତ୍ୟୁବରଣ କରିଛନ୍ତି, ଯେଉଁମାନଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ଜଣାପଡିନାହିଁ ।୧୬୯ ଜଣ ଭାରତୀୟ,୫୩ ଜଣ ବ୍ରିଟିଶ ନାଗରିକ,୧୨ ଜଣ ବିମାନ କର୍ମଚାରୀ ,୭ ଜଣ ପୁର୍ତ୍ତୁଗାଲ ଏବଂ ଜଣେ କାନଡୀୟ ଯାତ୍ରୀ ମୃତ୍ୟୁବରଣ କରିଛନ୍ତି । ୧ଲକ୍ଷ,୨୫ ହଜାର ଲିଟର ଇନ୍ଧନ ଥିବା ବିମାନଟି ଗୋଟିଏ ସେକେଣ୍ଡରେ ଧ୍ବଂସ କରିଦେଇଥିବା ତଥ୍ୟ ପରିସଂଖ୍ୟାନ ଏଯାବତ ମିଳି ନାହିଁ । ଏହି ଭୟଙ୍କର ଦୁର୍ଘଟଣାରେ କେବଳ ଦେଶ ନୁହେଁ, ସମଗ୍ର ବିଶ୍ବ ସ୍ତବ୍ଧ, ଏବଂ ହେବା ମଧ୍ୟ ସ୍ବାଭାବିକ । ଶୋକ ଜର୍ଜରିତ ସମଗ୍ର ମାନବ ସମାଜ । ଏୟାର ଇଣ୍ଡିଆ ଇତିହାସର ଗର୍ଭାନୁଶୀଳନ କରିବା ସମୟରେ ଅନେକ ପ୍ରଶ୍ନ ଆମ ଭିତରେ ଉଙ୍କି ମାରୁଛି । ଗତକାଲି ଠାରୁ ବିଭିନ୍ନ ଦୃଶ୍ୟ -ଶ୍ରାବ୍ୟ ଗଣମାଧ୍ୟମ ଆଲୋଚନା ,ଆଜିର ମୁଦ୍ରିତ ଗଣମାଧ୍ୟମ ଆଲୋଚନାରେ ଏହି ପ୍ରଶ୍ନ ସମୂହ ଆଲୋଚିତ ନ ହୋଇଥିବାରୁ ଆମେ ଏହା ଉପରେ ଆଲୋକପାତ କରିବାକୁ ଉଚିତ ମଣୁଛୁ । ମୌଳିକ ପ୍ରଶ୍ନ କୁ ଯିବା ପୂର୍ବରୁ ପ୍ରସଙ୍ଗ କ୍ରମେ ଉଲ୍ଲେଖଯୋଗ୍ୟ ଯେ ଭାରତ ସରକାରଙ୍କ ଦ୍ୱାର ଚାଳିତ ଦୁଇ ବିମାନସେବା ମଧ୍ୟରୁ ଏହା ଥିଲା ଅନ୍ୟତମ ଏବଂ ଅନ୍ୟଟି ଇଣ୍ଡିଆନ ଏୟାରଲାଇନ୍ସ । ୧୯୩୨ ଅକ୍ଟୋବର ୧୫ ତାରିଖରେ ଏୟାର ଇଣ୍ଡିଆର ବିମାନ ସେବା ଆରମ୍ଭ ହେଇଥିଲା । ସେତେବେଳେ ଏହାର ନାମ ଥିଲା ଟାଟା ଏୟାରଲାଇନ୍ସ , ଯାହା
୧୯୩୨ ମସିହା ଜୁଲାଇ ମାସରେ ପ୍ରତିଷ୍ଠା କରାଯାଇଥିଲା ଏବଂ ଏହାର ମୁଖ୍ୟ ପ୍ରଶାସନିକ କାର୍ଯ୍ୟାଳୟ ବା କର୍ପୋରେଟ କାର୍ଯ୍ୟାଳୟ ଦକ୍ଷିଣ ବମ୍ବେର ନରିମାନ ପଇଣ୍ଟରେ ଓ ଏହାର ଦୁଇଟି କେନ୍ଦ୍ର ଯଥାକ୍ରମେ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ରହିଥିବା ବେଳେ ଅନ୍ୟଟି ଛତ୍ରପତି ଶିବାଜୀ ଇଣ୍ଟରନ୍ୟାଶନାଲ ଟର୍ମିନାଲରେ ରହିଛି । ଏହି ଏୟାରଲାଇନ୍ସ ଉଭୟ ଏୟାରବସ ଓ ବୋଇଂ ବିମାନସେବା ଯୋଗାଉଛି । ବର୍ତ୍ତମାନ ଏହା ସମଗ୍ର ଏସିଆ, ୟୁରୋପ ଓ ଉତ୍ତର ଆମେରିକାକୁ ବିମାନସେବା ଯୋଗାଇବାରେ ସକ୍ଷମ ହୋଇଛି । ଭାରତୀୟ ଉପମହାଦେଶରେ ସର୍ବବୃହତ ଅପରେଟର ହୋଇଥିଲେ ମଧ୍ୟ ଏୟାର ଇଣ୍ଡିଆ ୪ର୍ଥ ସ୍ଥାନରେ ରହିଥିଲା । ୨୦୧୪ରେ ଏୟାର ଇଣ୍ଡିଆ ବିଶ୍ୱର ସର୍ବବୃହତ୍ ବିମାନ ଆଲାଏନ୍ସ, ସ୍ଟାର ଆଲାଏନ୍ସର ସଭ୍ୟଭାବେ ଯୋଗ ଦେଇଥିଲା ।
ଅତଏବ ଏୟାର ଇଣ୍ଡିଆ ପ୍ରକୃତ ଟାଟା ସନ୍ସ, ଜେ.ଆର.ଡି. ଟାଟାଙ୍କ ଦ୍ୱାରା୧୯୩୨ରେ ସ୍ଥାପିତ ହୋଇଥିଲା।୧୫ ଅକ୍ଟୋବର,୧୯୩୨ରେ, ଟାଟା ସିଙ୍ଗଲ-ଇଞ୍ଜିନ ଦ୍ୱାରା ଡେ ହାବିଲାଣ୍ଡ ପାସ୍ ମୋଥ ବିମାନ ଡାକ ସେବା କରାଚି ଠାରୁ ବମ୍ବେ ( ଆଜିର ମୁମ୍ବାଇ) ଯାଇଥିଲା । ପରେ ମାଡ୍ରାସ କୁ ଉଡ଼ାଣ ଭରିଥିଲା । ସାପ୍ତାହିକ ଏୟାର ମେଲ କରାଚୀ ଏବଂ ମାଡ୍ରାସ ଭାୟା ଅହମ୍ମଦାବାଦ ଏବଂ ବମ୍ବେ ପ୍ରଥମ ବର୍ଷରେ,ବିମାନ ୧୬୦,୦୦୦ମାଇଲ ଯାତ୍ରା କରିଥିଲା, ୧୫୫ ଯାତ୍ରୀ ଯାତ୍ରା କରିଥିଲେ, ୧୦.୭୧ ଟନ ଡାକ ବା ମେଲ ଏବଂ ଲାଭ ହୋଇଥିଲା ଷାଠିଏ ହଜାର ଟଙ୍କା ।ଏୟାର ଲାଇନ୍ସ ଘରୋଇ ବିମାନ ଉଡାଣ ବମ୍ବେ ଠୁ ଥିରୁଅନନ୍ତପୁମ୍ ୬ଟି ବସିବା ପାଇଁ ସିଟ୍ ୧୯୩୮ ମସିହାରେ, ଟାଟା ଏୟାର ସର୍ଭିସଏବଂ ପରେଟାଟା ଏୟାର ଲାଇନ୍ସ। ଦିଲ୍ଲୀ ଏବଂ କଲୋମ୍ବୋ ଯାତ୍ରା ପାଇଁ ୧୯୩୮ମସିହାରେ ଆରମ୍ଭ ହୋଇଥିଲା। ସ୍ବାଧୀନତା ପରେ ଏହାକୁ ସରକାର ହାତକୁ ନେଲେ ଏବଂ ନାଁ ଦେଲେ ଏୟାର ଇଣ୍ଡିଆ ।ଏୟାର ଇଣ୍ଡିଆର ଶୁଭ ଚିହ୍ନ ମହାରାଜା (ସମ୍ରାଟ). ଏୟାର ଇଣ୍ଡିଆର ନିର୍ଦ୍ଦେଶକ ବୋବି କୋକ,ଏବଂ ଉମେଶ ରାଓ ,ଜେ.ୱାଲେଟର ଲଟିଡ଼ ଚିତ୍ରକର,ଏହାକୁ ବନେଇଥିଲେ। ସେତେବେଳେ ପଣ୍ଡିତ ନେହେରୁ କହିଥିଲେ କି,"ଆମ୍ଭେମାନେ ଏହାକୁ ମହାରାଜା କହିପାରିବା କେବେଳ ଭଲ ବର୍ଣ୍ଣନା କରିବା ପାଇଁ।କିନ୍ତୁ ଏହା ରକ୍ତ ନୀଳ ନୁହେଁ।ସେ ଦେଖିବାକୁ ରାଜଭୋଗ ପରି,କିନ୍ତୁ ଏହା ରାଜକୀୟ ନୁହେଁ"।ଏୟାର ଇଣ୍ଡିଆ ମହାରାଜା ଶୁଭଚିହ୍ନ୧୯୪୬ରେ ଗ୍ରହଣ /ପସନ୍ଦ କରିଥିଲେ। ଏହାକୁ ପ୍ରୋତ୍ସାହନ ପାଇଁ ଏୟାର ଲାଇନ୍ସ ସ୍ମାରକ ଗଦି ତିଆରି କରିଥିଲେ।ମହାରାଜା ୨୦୧୫ରେ ପରିବର୍ତ୍ତନ ହୋଇ ଏବଂ ନୂଆ ମାର୍କ ନୂତନ ରୂପେ ପଯ୍ୟବେଶିବତ ହୋଇଥିଲା।
ଏୟାର ଇଣ୍ଡିଆର ରଙ୍ଗ ନାଲି, ଧଳା।ବିମାନରେ ରଙ୍ଗ ଧଳା ଏବଂ ତା ସହ ନାଲି ବାହାର ଝରକା ପାଖରେ ଦିଆଯାଇଥାଏ, ଏବଂ ଏୟାର ଲାଇନ୍ସର ନାମ ନାଲି ରଙ୍ଗରେ ଲେଖାଯାଇଥ।ନାମ ଗୋଟେ ପଟେ ହିନ୍ଦୀ ଆଉ ଗୋଟେ ପଟେ ଇଂରାଜୀ ଓ ଅନ୍ୟ ପଟେ ସ୍ଲୋଗାନ ଅଙ୍କା ଯାଇଥିଲା ଆପଣଙ୍କ ସ୍ଥାନ ସ୍ବର୍ଗରେ ବା ୟୋର ପ୍ଲେସ ଇନ୍ ଦି ସ୍କାଏ । ଏହା ପରେ ଅନେକ ଇତିହାସ ଅଛି ।୨୦୦୦-୦୧ରେ ଏୟାର ଇଣ୍ଡିଆ ସରକାରୀକରଣରୁ ଘରୋଇକରଣ ହେଲା। ୨୦୦୦ରେ ଏୟାର ଇଣ୍ଡିଆ ସଂଘାଇ, ଚୀନକୁ ବିମାନ ସେବା ଆରମ୍ଭ କରିଥିଲେ।ମନ୍ତ୍ରୀଙ୍କ ଅନୁସାରେ ଏୟାର ଲାଇନ୍ସ କ୍ଷତି ପାଖାପାଖି ୫୭୦ ମିଲିୟନ ହୋଇଯାଇଥିଲା । ୨୦୦୪,ମେ ମାସରେ ଏୟାର ଇଣ୍ଡିଆ ନିଜସ୍ୱ କମ ପଇସା ଛାଡ୍ ( ସବସିଡ), ଯାହାକୁ ଏୟାର ଇଣ୍ଡିଆ ଏକ୍ସପ୍ରେସକୁହାଯାଏ, ତାହା ଭାରତ ସହିତ ପୂର୍ବ ଓ ଦକ୍ଷିଣ-ପୂର୍ବ ଏସିଆ ରବିଭିନ୍ନ ସହରକୁ ସଂଯୋଗ କରୁଥିଲା । ୨୦୦୭ରେ ଏୟାର ଇଣ୍ଡିଆ ଅନ୍ତର୍ଜାତିକ ଦୂର ଯାତ୍ରା ପାଇଁ ବିମାନ ଚଳାଚଳର ମୁଖ୍ୟ କାର୍ଯ୍ୟରେ ନିୟୋଜିତ ହେଲା, ସେତେବେଳେ ଇଣ୍ଡିଆନ ଏୟାର ଲାଇନ୍ସ କମ ଦୂରତା ଆନ୍ତର୍ଜାତିକ ଓ ଘରୋଇ ବିମାନ ଚଳାଚଳ ହେଲା।୨୦୦୭ରେ ଏୟାର ଇଣ୍ଡିଆ ଓ ଇଣ୍ଡିଆନ ଏୟାର ଲାଇନ୍ଏୟାର ଇଣ୍ଡିଆ ଲିମିଟେଡ଼ବିଲୀନ ହେଲା। ଷ୍ଟାର ଆଲ୍ଲୀଆନ୍ସ ଏ - ୨୦୦୭ରେ ଆମନ୍ତ୍ରଣ କରିଥିଲା ତା ସହ ସାମିଲ ହବା ପାଇଁ। ଦୁଇଟି ଯାକ ଏୟାର ଇଣ୍ଡିଆ ଓ ଇଣ୍ଡିଆନ ଏୟାରଲାଇନ୍ସ ୨୦୦୬-୦୭ ରେ୭,୭ ବିଲିଅନ୍ ର କ୍ଷତି ସହିଥିବା କଥା ପ୍ରଧାନମନ୍ତ୍ରୀ ମନମୋହନ ସିଂହ କହିଥିଲେ । ୨୦୦୯ ଜୁଲାଇ, ଭାରତୀୟ ଷ୍ଟେଟ ବ୍ୟାଙ୍କ ନିଯୁକ୍ତି କରାଯାଇ ଥିଲା କି ଗୋଟେ ନକ୍ସା ତିଆରି କରିବା ପାଇଁ କିପରି ଏୟାର ଲାଇନ୍ସ ପୁନଃଲାଭ କରିପାରିବ।ଏୟାର ଲାଇନ୍ସ ୩ଟି ବିକ୍ରି କରିଥିଲା ମାର୍ଚ୍ଚ୨୦୦୯ରେ ଏୟାରବସ ଏ-୩୦୦ ଏବଂ ଗୋଟେ ବୋଇଂ ୭୪୭ -୩୦୦ $୧୮.୭୫ ମିଲିୟନ ଋଣ ସୁଝିବା ପାଇଁ । ମାର୍ଚ୍ଚ୨୦୧୧ରେ ନିଜ ସଞ୍ଚିତ ଧନ ରାଶିରୁ ୪୨୫.୭ ବିଲିଅନ୍ ଆମେରିକୀୟ ମୁଦ୍ରା ବା ଡଲାର ଋଣ ପରିଶୋଧ କରିବା ପାଇଁ ଏବଂ ଚଳାଇବା ପାଇଁ ୨୨୦ ବିଲିଅନ୍ । ଗତ ୨୦୨୪ ମସିହାରେ ଏହା ସମ୍ପୂର୍ଣ୍ଣ ଘରୋଇକରଣ ହୋଇଗଲା । ଟାଟା କମ୍ପାନୀର ୭୪.୯ ଏବଂ ସିଙ୍ଗାପୁର ଏୟାରଲାଇନ୍ସର ୨୫.୧ ଅଂଶଧନ ରହିଛି । ଅତଏବ କେଉଁ ଆଧାରରେ ଏହାରି ନାମ ଏୟାର ଇଣ୍ଡିଆ ରହିବ ? ଯାହା ସ୍ବାଧୀନତା ପୂର୍ବରୁ ଥିଲା ଟାଟା ଏୟାର ଲାଇନ୍ସ ହେଉ ଅବା ଟାଟା -ସିଙ୍ଗାପୁର ଏୟାରଲାଇନ୍ସ ହେଉ କି ଅନ୍ୟ ଯାହା କିଛି ସେମାନେ ଦେଇ ପାରନ୍ତି, ମାତ୍ର ଭାରତର ବା ଇଣ୍ଡିଆ ନାଁ କାହିଁକି ରହିବ ? ଏହି ସତ୍ୟ କୁ ଜାଣି ନଥିବା ବିଶ୍ବବାସୀ କାହିଁକି ଭାରତର ବୈଷୟିକ ଜ୍ଞାନକୌଶଳ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବେ ? ଆମେ ଯେତେବେଳେ ବିଶ୍ବାକାଶରେ ଭାରତୀୟ ମେଧା ପତାକା ଉଡ୍ଡୟକ ତଥା ବିଶ୍ବ ବୈଜ୍ଞାନିକ ଜଗତର ବିସ୍ମୟ ପ୍ରତିଭା ଡଃ ହୋମି ଜାହାଙ୍ଗୀର ଭାବା ଙ୍କର ଜାନୁଆରୀ,୨୪, ୧୯୬୬ ମସିହା, ଏୟାର ଇଣ୍ଡିଆ , ବିମାନ ସଂଖ୍ୟା -୧୦୧ର ସନ୍ଦେହ ଜନକ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବାର ଇତିହାସ ପଢୁ , ଯାହା ଆଜି ବି ୬୦ ବର୍ଷ ଭିତରେ ଦେଶ ତା'ର କାରଣ ଖୋଜି ପାଉନାହାଁନ୍ତି , ସେତେବେଳେ ବର୍ତ୍ତମାନର ଅହମଦାବାଦ ବିମାନ ଦୁର୍ଘଟଣାର ତଦନ୍ତ ଘୋଷଣା କୁ କିଭଳି ଗ୍ରହଣ କରିପାରିବା ? ସେହିପରି ଏୟାର ଇଣ୍ଡିଆର ବିମାନ ସଂଖ୍ୟା ୧୮୨ , ଯାହା ଲଣ୍ଡନ -ମୁମ୍ବାଇ-ଦିଲ୍ଲୀ ପଥେ ଯାତ୍ରା ସମୟରେ ୨୩ ଜୁନ୍ ୧୯୮୫ ରେ
୩୨୯ ଜଣ ଯାତ୍ରୀଙ୍କ ମୃତ୍ୟୁ ରହସ୍ୟ ରେ କାନାଡିଆନ ତଥା ଭାରତୀୟ ଵଂଶୋଦ୍ଭବ ତଲଓ୍ବା୍ର ସିହ ,ଇନ୍ଦର ସିଂ ,ବାବର ଖାଲସା ଆତଙ୍କବାଦୀ ଙ୍କ ସମ୍ପୃକ୍ତି କୁହାଯାଇ ବିଧିବଦ୍ଧ ତଦନ୍ତ ହୋଇଥିଲା କି ? ତଦନୁରୂପେ ଏୟାର ଇଣ୍ଡିଆର ୮୫୫ ଦୁର୍ଘଟଣା ଘଟିଥିଲା ୧୯୭୮ ମସିହା, ଜାନୁଆରୀ ୧ ତାରିଖରେ , ନଭେମ୍ବର ୨୫ ,୧୯୮୧ , ଏୟାର ଇଣ୍ଡିଆ ବିମାନ ସଂଖ୍ୟା ୪୦୩ ପ୍ରଭୃତି ସମସ୍ତ ବିମାନ ଦୁର୍ଘଟଣାର ତଦନ୍ତ ଘୋଷଣା ର ଭାଗ୍ୟ କ'ଣ ହୋଇଛି । ଗତ ୨୦୨୦, ଅଗଷ୍ଟ ୭ ତାରିଖରେ ଏୟାର ଇଣ୍ଡିଆ ବିମାନ ସଂଖ୍ୟା ୧୩୪୪ ଦୁବାଇ ରୁ ଆସି ଅବତରଣ କରୁଥିବା ସମୟରେ ଦୁର୍ଘଟଣାରେ ୨୧ ଜଣ ମୃତ୍ୟୁ
ବରଣ କରିଥିବାବେଳେ ,୨୦୧୦ ମସିହା,ମେ ମାସ ,୨୨ ତାରିଖରେ ଏୟାର ଇଣ୍ଡିଆର ବିମାନ ସଂଖ୍ୟା -୮୧୨ ବାଙ୍ଗାଲୋରରେ ଅବତରଣ କରୁଥିବା ସମୟରେ ଦୁର୍ଘଟଣାରେ ୧୫୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୭ ଜୁନ୍ ୨୦୦୦ ମସିହାରେ ପାଟଣା ବିମାନ ଦୁର୍ଘଟଣାରେ ୬୦ ଜଣଙ୍କ ମୃତ୍ୟୁ,୧୧, ନଭେମ୍ବର ୧୯୯୬ରେ ଦିଲ୍ଲୀ ବିମାନ ଦୁର୍ଘଟଣାରେ ୩୪୯ ଜଣଙ୍କ ମୃତ୍ୟୁ,୨୬, ଅପ୍ରେଲ ୧୯୯୩ରେ ଓ୍ବୋରଙ୍ଗାବାଦ ବିମାନ ଦୁର୍ଘଟଣାରେ ୫୫ ଜଣଙ୍କ ମୃତ୍ୟୁ ,୧୬, ଅଗଷ୍ଟ,୧୯୯୧ ରେ ଇମ୍ଫାଲ ବିମାନ ଦୁର୍ଘଟଣାରେ ୬୯ ଜଣଙ୍କ ମୃତ୍ୟୁ,୧୪ ଫେବୃଆରୀ,୧୯୯୦ ରେ ବାଙ୍ଗାଲୋର ବିମାନ ଦୁର୍ଘଟଣାରେ ୯୨ ଜଣଙ୍କ ମୃତ୍ୟୁ,୧୯ ଅକ୍ଟୋବର,୧୯୮୮ ରେ ସେହି ଅହମଦାବାଦ ବିମାନ ଦୁର୍ଘଟଣାରେ ୧୩୩ ଜଣଙ୍କ ମୃତ୍ୟୁ ,୨୦ ଜୁନ୍,୧୯୮୨ ରେ ଏୟାର ଇଣ୍ଡିଆ ବିମାନ ସଂଖ୍ୟା ୪୦୩ ଦୁର୍ଘଟଣାରେ ମୁମ୍ବାଇ ୧୭ ଜଣଙ୍କ ମୃତ୍ୟୁ,ଏୟାର ଇଣ୍ଡିଆ ର ବିମାନ ସଂଖ୍ୟା -୨୪୫ , ଯାହା ନଭେମ୍ବର ୩ ତାରିଖ , ୧୯୫୦ ମସିହା ରୁ ୧୨ , ଜୁନ୍ ୨୦୨୫ ମସିହା ମଧ୍ୟରେ ଯେତେ ସବୁ ବିମାନ ଦୁର୍ଘଟଣାର ଇତିହାସ କ'ଣ କୁହେ ? ସମସ୍ତ କେବଳ ସନ୍ଦେହ , ଅନୁମାନ , ସମ୍ଭାବନା ଭଳି ଶବ୍ଦ କୁହକରେ ବନ୍ଧା । ବାହାଘର ପରେ ବେଦି ମୁହଁ ପୋଡା ନ୍ୟାୟରେ ଦୁର୍ଘଟଣାର କିଛି ଦିନ ପରେ ଆଲୋଚନା,ପର୍ଯ୍ୟାଲୋଚନା, ସମାଲୋଚନା , ଆତ୍ମ ପ୍ରଚାର ସର୍ବସ୍ୱ ପ୍ରସ୍ତାବନା ଉପରେ ପଡ଼ିଥାଏ ପୂର୍ଣ୍ଣଛେଦ । କାରଣ କିଏ ଆମ ମତ ସହିତ ଏକମତ ହୁଅନ୍ତୁ ଅବା ନ ହୁଅନ୍ତୁ , ଏହା ଆମ ଭାଷାରେ ନିର୍ବିବାଦୀୟ ସତ୍ୟ ଯେ ସାଧାରଣ ଲୋକଙ୍କ କ୍ଷୀଣ ସ୍ମରଣ ଶକ୍ତି , କ୍ଷମତା ବେପାରୀ ମାନଙ୍କ ଭୋଟାର୍ଜିତ ମାନସିକତା ଫଳରେ ଆମ ରାଜ୍ୟ ସମେତ ସମଗ୍ର ଦେଶରେ ରହୁନାହିଁ ଏକ ଜାଗ୍ରତ ଜନମତ ।
କଳା ଭୂମି ମହୋତ୍ସବ-(୧-୧)
--------------
ସକଳ ପ୍ରତିକୂଳ ପରିସ୍ଥିତିରେ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ଆଧାରରେ ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ ଆୟୋଜିତ କଳା ଭୂମି ମହୋତ୍ସବର ଉଦଯାପନ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲୁ । ବହୁମୁଖି ପ୍ରତିଭାସମ୍ପନ୍ନ, ବିଶେଷ କରି ପ୍ରଖ୍ୟାତ ବଂଶି ବାଦକ, ଅତୁଳନୀୟ ଓଡିଆ ଭାଷା ସାହିତ୍ୟ ସଂସ୍କୃତି ପ୍ରାଣ ଡଃ ପ୍ରମୋଦ କୁମାର ପତି ଙ୍କ ନେତୃତ୍ବାଧୀନ ଏହି ସଙ୍ଗଠନର ବହୁବିଧ କାର୍ଯ୍ୟକ୍ରମର ଆମେ ଜଣେ ପ୍ରଶଂସକ । ବିଶେଷ କରି ପ୍ରଥମ କଳା ଭୂମି ସମ୍ମାନ ଗ୍ରହିତା ଭାବେ ପ୍ରତି ବର୍ଷ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ଆସିଛୁ । ପ୍ରଖ୍ୟାତ ମଞ୍ଚ ସଂଚାଳକ ପ୍ରାଧ୍ୟାପକ କଳା ଭୂଷଣ ମୃତ୍ୟୁଞ୍ଜୟ ରଥ ଙ୍କ ସଂଚାଳନାରେ ଉଦଯାପନୀ ଉତ୍ସବର ମୁଖ୍ୟ ଆକର୍ଷଣ ଥିଲେ ଦେଶର ପ୍ରଖ୍ୟାତ ସୀତାର ବାଦକ ପଣ୍ଡିତ ଅସୀମ ଚୌଧୁରୀ ଏବଂ ପ୍ରଖ୍ୟାତ ତବଲା ବାଦକ ପଣ୍ଡିତ ଦିଲ୍ଲୀପ ମୁଖାର୍ଜୀ । ଦୁହିଁଙ୍କ ଯୁଗଳ ବନ୍ଦୀ କାର୍ଯ୍ୟକ୍ରମ ଉପସ୍ଥିତ କଳା ପ୍ରେମୀମାନଙ୍କୁ ଚକିତ କରି ଦେଇଥିଲା । ବିଳମ୍ୱିତ ପ୍ରହରରେ ଗୁରୁ ପବିତ୍ର କୁମାର ପ୍ରଧାନଙ୍କ ନିର୍ଦ୍ଦେଶନାରେ ଓଡିଶା ଡ୍ୟାନ୍ସ ଏକାଡେମୀର ନୃତ୍ୟଶିଳ୍ପୀ ମାନେ ଯାତ୍ରା ବାରମାସୀ ମଞ୍ଚସ୍ଥ କରିଥିଲେ , ଯାହା ଆମକୁ ମନ୍ତ୍ରମୁଗ୍ଧ କରି ଦେଇଥିଲା । ଜୀବନରେ ଆମ ପର୍ବପର୍ବାଣି କୁ ଉପଜିବ୍ୟ କରି ଏଭଳି ଏକ ନିଖୁଣ ନୃତ୍ୟ ପରିବେଷଣ ଆମେ ଦେଖି ନଥିଲୁ । ଆମର ପ୍ରସ୍ତାବକୁ ସମ୍ମାନ ଦେଇ ଆୟୋଜକ ଶ୍ରଦ୍ଧେୟ ଡଃ ପ୍ରମୋଦ କୁମାର ପତି ଏକ ସମ୍ବର୍ଦ୍ଧନାର ଆୟୋଜନ କରିଥିଲେ । ଜଗତସିଂହପୁର ସାଂସଦ ଡଃ ବିଭୂ ପ୍ରସାଦ ତରାଇ ଙ୍କ ସହିତ ଆମେ ଗୁରୁ ଶ୍ରୀ ପ୍ରଧାନ ଓ ନୃତ୍ୟ ଶିଳ୍ପୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲୁ । କାର୍ଯ୍ୟକ୍ରମରୁ ଫେରି ଆମେ ନିଷ୍ପତ୍ତି କଲୁ ଯେ ଧାରାବାହିକ ଭାବେ ଆମ ମହାନ୍ ମାନବତାବାଦୀ ସଂସ୍କୃତି ଆଧାରିତ ବାରମାସର ତେର ପରବ କେବଳ ନୁହେଁ , ସମସ୍ତ ପର୍ବପର୍ବାଣୀ ଉପରେ ଗବେଷଣା ଆଧାରିତ ଆଲେଖ୍ୟ ପ୍ରସ୍ତୁତ କରିବୁ । ତତ୍ ଆଧାରରେ ପ୍ରଥମେ ବୈଶାଖ ମାସର ପର୍ବପର୍ବାଣୀ ଉପରେ ଆଲୋକପାତ କରୁଛୁ । କେଉଁ ଅନାଦି ଅନନ୍ତ କାଳରୁ ଆମର ପ୍ରିୟ ଜନ୍ମ ମାଟି ଓଡିଶା ଏକ ପର୍ବପର୍ବାଣିର ରାଜ୍ୟ । ଏଠି ବାରମାସରେ ତେରପର୍ବ ପାଳନ କରାଯାଇ ଆସୁଛି। ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ଯେ ଆମର ପ୍ରତ୍ୟେକ ପର୍ବପର୍ବାଣିର ଏକ ନିଜସ୍ୱ ସ୍ୱତନ୍ତ୍ରତା ରହିଛି । ଉତ୍କଳୀୟ ପର୍ବପର୍ବାଣି ସାଧାରଣତଃ ଧର୍ମ ଓ ପୌରାଣିକ ଉପାଖ୍ୟାନର ଭିତ୍ତି ଉପରେ ପ୍ରତିଷ୍ଠିତ ଏବଂ କୃଷିଭିତ୍ତିକ ଗଣପର୍ବ, ଯାହା କୃତଜ୍ଞତା ଜ୍ଞାପନ ଆଧାରିତ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶା ମାଟିରେ ଅଗଣିତ ଦେବୀ ଦେବତାଙ୍କର ଉପାସନା ହୋଇଥାଏ । ପ୍ରତ୍ୟେକ ପଲ୍ଲୀଗ୍ରାମରେ ନିଜର ଗ୍ରାମଦେବତା ବା ଗ୍ରାମଦେବତୀ ରହିଥାନ୍ତି। ଆଉ ଏଇ ଗ୍ରାମଦେବତା ବା ଦେବତୀ ମାଟିର ମଣିଷ ପରି ସାଧାସିଧା, ସରଗର ପରୀ କି ଯକ୍ଷ କିନ୍ନରଙ୍କ ପରି ଅଦ୍ଭୁତ ଆକାର ବା ବେଶଭୂଷାଧାରୀ ହୋଇ ନଥାନ୍ତି । ଆଉ ସମସ୍ତଙ୍କର ଥାଏ ଏକ ନିଆରା କିମ୍ବଦନ୍ତୀ, ଏକ ଅଲଗା ଇତିହାସ, ଭିନ୍ନ ଏକ ପରମ୍ପରା, ଏକ ପରବ, ଏକ ମଉଛବ । ପର୍ବପର୍ବାଣି ଗୁଡ଼ିକରେ ଜନଜୀବନର ସଂସ୍କୃତି, ଜାତୀୟତା ବୋଧ ଓ ଧର୍ମଧାରଣା ଆଦି ସଂଶ୍ଳିଷ୍ଠ । ଉତ୍କଳୀୟ ପର୍ବପର୍ବାଣି ମହାଭାରତୀୟ ସ୍ରୋତରୁ ଭିନ୍ନ ନୁହେଁ । ବିଶେଷତଃ ପର୍ବପର୍ବାଣି, ଓଷାବ୍ରତ ଓ ଯାନିଯାତ୍ରା ଗୁଡ଼ିକ ତିଥି, ବାର, ନକ୍ଷତ୍ର, କୃଷିକର୍ମ, ଦେବଦେବୀ, ଶାସ୍ତ୍ରୀୟ କାହାଣୀ, ଲୋକକଥା, ଆନନ୍ଦମହୋତ୍ସବ ପାଇଁ ପାଳିତ ହୋଇଥାଏ । ଉତ୍କଳୀୟ ପର୍ବପର୍ବାଣି ଗୁଡ଼ିକୁ ଚାରୋଟି ମୁଖ୍ୟ ଭାଗରେ ବିଭକ୍ତ କରାଯାଇପରେ ଯଥା । ଶାସ୍ତ୍ରୀୟ, ଲୌକିକ, ଆଞ୍ଚଳିକ ଓ କୃଷିଭିତ୍ତିକ। ମେଷ,ପ୍ରତିପଦା, ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି, ମହାବୀର ହନୁମାନ ଜୟନ୍ତୀ, ମେରୁ ଉପବାସ, ଝାମୁ ଯାତ୍ରା ଆଦିର ପବିତ୍ର ଶୁଭାବସରରେ ନବବର୍ଷ ମହୋତ୍ସବ , ତତ୍ ପରେ ବୈଶାଖ ଶୁକ୍ଳ ତୃତୀୟା ଅକ୍ଷୟ ତୃତୀୟା , ଯାହାର ବୈଶିଷ୍ଟ୍ୟ ମହାନ୍ । ପବିତ୍ର ଅକ୍ଷୟ ତୃତୀୟା ତଥା ଓଡ଼ିଆ ଜାତିର ଗର୍ବ ଗୈାରବ , ମେଧା ପତାକା ଉତ୍ତୋଳକ କବିରାଜ ଜୟଦେବଙ୍କ ପବିତ୍ର ଜୟନ୍ତୀ । ବିଶେଷ କରି ବ୍ୟକ୍ତିଗତ ଭାବେ ଆମ ପାଇଁ ମଧ୍ୟ ଏକ ସ୍ମରଣୀୟ ତିଥି । ଏହି ତିଥି ରେ ଆମ ଜନ୍ମଦାତ୍ରୀ ଜନ୍ମ ଗ୍ରହଣ କରିଥିଲେ । ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ସହିତ କୃତ୍ତିକା ବା ରୋହିଣୀ ନକ୍ଷତ୍ରଯୁକ୍ତ ହେଲେ ମହାଫଳ ପ୍ରାପ୍ତି ହୁଏ ବୋଲି ଛୋଟ ପିଲା ଦିନେ ଜେଜେ ମା ରେବତୀ ଦେବୀ ଙ୍କ ଠାରୁ ଜାଣିବାକୁ ପାଇଥିଲୁ । ଏହାକୁ ବ୍ରତ ରୂପେ ମଧ୍ୟ ପାଳନ କରାଯାଏ । ବ୍ରତୀମାନେ ଶୁଦ୍ଧକାଳରେ ଏହି ବ୍ରତକୁ ଆରମ୍ଭକରି ଆଠବର୍ଷରେ ଉଦ୍ଯାପନ କରନ୍ତି । ଏହିଦିନ ଜଳଦାନ କଲେ କି ପୁଣ୍ୟଫଳ ମିଳେ । ଏ ସଂପର୍କରେ ଚମତ୍କାର ଉପାଖ୍ୟାନଟି ନିମ୍ନ ରେ ଏହିପରି- "ପୁରାକାଳରେ ଜଣେ ପାପୀ ବ୍ରାହ୍ମଣ ଥିଲେ । ସେ ତାଙ୍କ ଜୀବନରେ କିଛି ଦାନ ଧର୍ମକାର୍ଯ୍ୟ କରି ନଥିଲେ । ଥରେ ତାଙ୍କ ଗୃହକୁ ଅନ୍ୟ ଜଣେ ତୃଷାର୍ତ୍ତ ବ୍ରାହ୍ମଣ ଆସି ଜଳଭିକ୍ଷା କଲେ । ପାପୀ ବ୍ରାହ୍ମଣ ତାଙ୍କୁ ଜଳ ନଦେଇ ନିଷ୍ଠୁର ଭାବେ ଗୃହରୁ ବିତାଡିତ କଲା ସମୟରେ ସୁଶିଳା ନାମ୍ନୀ ତାଙ୍କ ସ୍ତ୍ରୀ ଆସି ସ୍ୱାମୀକୁ ସେ କାର୍ଯ୍ୟରୁ ନିବୃତ୍ତ କଲେ ଓ ତୃଷାର୍ତ୍ତକୁ ଜଳଦାନ କଲେ । କିଛି ବର୍ଷ ପରେ ପାପୀ ବ୍ରାହ୍ମଣଙ୍କର ମୃତ୍ୟୁ ହେଲା । ଯମଦୂତମାନେ ଆସି ତାଙ୍କୁ ବାନ୍ଧି ନେଇଗଲେ । ଯମପୁରୀରେ ଥାଇ ଥରେ ସେ ତୃଷାର୍ତ୍ତ ହୋଇ ଯମଦୂତଙ୍କୁ ଜଳଭିକ୍ଷା କଲେ। ଯମଦୂତମାନେ ତାହାକୁ ତିରଷ୍କାର କରି କହିଲେ- ନିଜ ଜୀବନରେ କେବେ ଜଳଦାନ ନକରି ଜଳଭିକ୍ଷା କରୁଛୁ କିପରି, ପାପୀ ? ଏହି ସମୟରେ ସ୍ୱୟଂ ଯମରାଜ ସେଠାରେ ପହଞ୍ଚି ସ୍ୱହସ୍ତରେ ସେ ବ୍ରାହ୍ମଣକୁ ଜଳଦାନ କଲେ । ଦୂତମାନେ ଆଶ୍ଚର୍ଯ୍ୟ ହୋଇ ଏହାର କାରଣ ପଚାରିବାରୁ ଯମରାଜ କହିଲେ – ଏହି ବ୍ରାହ୍ମଣ ସାରା ଜୀବନ ପାପକର୍ମ କରିଥିଲେ ସୁଦ୍ଧା ଅକ୍ଷୟତୃତୀୟା ଦିନ ଏହାର ସ୍ତ୍ରୀ ତୃଷାର୍ତ୍ତ ବ୍ରାହ୍ମଣକୁ ଜଳଦାନ କରିଥିଲା । ସ୍ତ୍ରୀର ସେହି ପୁଣ୍ୟବଳରୁ ଏହାର ପାପ ଖଣ୍ଡନ ହୋଇଛି । ତେଣୁ ଏହାର ଆଉ ନର୍କଭୋଗ ଯୋଗ ନାହିଁ । ମହର୍ଷି ଜନକ ଭାରତୀୟ କୃଷିଜୀବୀ କୁଳର ପ୍ରତିନିଧି ରୂପେ ନିଜେ ଭୂମିପୂଜା କରି ବୀଜବପନ କରୁଥିଲେ । ଭୂମିକର୍ଷଣ ସମୟରେ ସେ ସୀତାଙ୍କୁ ଲାଭ କରିଥିବାରୁ ଋକ୍ ବେଦରେ ସୀତା ଉତ୍କୃଷ୍ଟ ବୀଜଦାତ୍ରୀ ରୂପେ ବର୍ଣ୍ଣିତ ହୋଇଛନ୍ତି । ବୈଦିକ ଋଷିମାନେ ଅକ୍ଷୟ ଶସ୍ୟ ପ୍ରଦାନ କରିବା କାମନାରେ ସୀତାଙ୍କୁ ସ୍ତୁତି କରିଛନ୍ତି । ଆଗ୍ନେୟ ପୁରାଣ, ବିଷ୍ଣୁ ଧର୍ମୋତ୍ତର ପୁରାଣ ଓ ଭବିଷ୍ୟ ପୁରାଣାଦିରେ ଅକ୍ଷୟ ତୃତୀୟାକୁ ଗୋଟିଏ ପ୍ରଶସ୍ତ ଶୁଭଦିନ ରୂପେ ବର୍ଣ୍ଣନା କରାଯାଉଛି ।ଏହି ତିଥିରେ ଶ୍ରୀଜୀଉମାନଙ୍କର ରଥନିର୍ମାଣ ପାଇଁ ଅନୁକୂଳ କରାଯାଏ । ତନ୍ତ୍ରବିଧି ଅନୁସାରେ ମହାକାଳୀ ମନ୍ତ୍ରରେ ପୂଜିତ କୁରାଢି ଲଗାଇ ବନଯୋଗହୋମର ଆଚାର୍ଯ୍ୟ ତଥା ଦେଉଳ ପୁରୋହିତ ରଥନିର୍ମାଣର ଶୁଭାରମ୍ଭ କରିଥାନ୍ତି । ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ ପାଇଁ ଉଦ୍ଦିଷ୍ଟ ଗୋଟିଏ ଧଉରା କାଠ ଗଣ୍ଡିରେ କୁରାଢି ସ୍ପର୍ଶ କରାଯାଇଥାଏ । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ଚନ୍ଦନଠାକୁରଙ୍କ ସହ ପଟୁଆରରେ ରଥଖଳାକୁ ଆସିଥାଏ । ଏହାକୁ ତିନିଜଣ ପୂଜାପଣ୍ଡା ଆଣିଥାନ୍ତି । ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖସ୍ଥ ରଥଖଳାରେ ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ସ୍ତ୍ରୋତୀୟ ବ୍ରାହ୍ମଣମାନେ ବନଯୋଗ ପୂଜା ସମ୍ପାଦନା କରିବାର ବିଧି ରହିଛି । ରୂପକାର, କମାର, ଚିତ୍ରକର, ଭୋଇ, ଅମୀନସେବକମାନଙ୍କ ଉପସ୍ଥିତିରେ ବିଶ୍ୱକର୍ମାଙ୍କ ଶାଢୀବନ୍ଧା ନୀତି ପାଳିତ ହୁଏ । ରଥ ସଂହିତା ଓ ଶିଳ୍ପଶାସ୍ତ୍ର ଅବଲମ୍ବନରେ ରଥ ନିର୍ମାଣ କରାଯାଏ । ଏଥିରେ ୧୧୩୯ ଖଣ୍ଡ କାଠଲାଗିଥାଏ । ସେହି କାଠଗୁଡିକ ହେଲା ଫାସି, ଅସନ, ଧଉରା, ଶିମିଳି, ପାଳଧୂଆ, ମହାନିମ୍ବ, ଗମ୍ଭାରୀ, ମଇ, କଦମ୍ବ, ଦେବଦାରୁ ଇତ୍ୟାଦି । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର କର୍ମଚାରୀ ରଥଖଳାରେ ଉପସ୍ଥିତ ରହି ଏହି କାର୍ଯ୍ୟ ସୁରୁଖୁରରେ ହେବାରେ ସାହାଯ୍ୟ କରିଥାନ୍ତି । ବାହାର ଚନ୍ଦନ ଯାତ୍ରାର ଶେଷଦିନ ରଥ ଅଖରେ ଚକ ଲାଗେ । ଅତଏବ ବୈଶାଖ, ଶୁକ୍ଳ ତୃତୀୟା କୁ ଅକ୍ଷୟ ତୃତୀୟା ଭାବେ ପରିଚିତ । ଏହି ଦିନକୁ ଔପଚାରିକ ଭାବେ ସରକାରୀ ସ୍ତରରେ କୃଷକ ଦିବସ ରୂପେ ପାଳନ କରାଯାଏ । କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି । କୃଷକ ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି (ଅକ୍ଷୟମୁଠି) ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାଏ । ଆମର ମନେ ଅଛି ବାବା( ପୋଷ୍ୟପିତା) ଙ୍କ ସହ ଆମେ ଗାଧୋଇ, ନୂଆ ଗାମୁଛା ପିନ୍ଧି ପାଣି ଢାଳ ଧରି ମହାବିଦ୍ୟାଳୟ ର ଛାତ୍ର ହେବା ପର୍ଯ୍ୟନ୍ତ ଯାଉଥିଲୁ । ସେହିପରି ଏହାକୁ ଶୁଭଦିନ ଭାବେ ମନେକରି ଏହିଦିନ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମ ଅନୁଷ୍ଠିତ ହୁଏ । ଚାଷୀ ନିଜ ସ୍ତ୍ରୀଠାରୁ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଏ । ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ଉକ୍ତ ନୈବେଦ୍ୟ କିଆରୀର ଈଶାଣ କୋଣରେ ପୋତି ହଳ ବୁଲାଏ ଓ ମୁଠାମୁଠା ବିହନ କିଆରୀରେ ବୁଣେ । ଏହାକୁ ଅକ୍ଷିମୁଠି କହନ୍ତି । ସଧବା ସ୍ତ୍ରୀମାନେ ଏ ଦିନ ‘ଷଠିଦେବୀ’ଙ୍କ ପୂଜା କରନ୍ତି ।
ଏହି ଦିନ ଠାରୁ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା ଆରମ୍ଭ ହୁଏ । ଏତଦବ୍ୟତୀତ ଓଡ଼ିଶାର ଅନ୍ୟ ସ୍ଥାନରେ ମଧ୍ୟ ଚନ୍ଦନ ଯାତ୍ରା ପାଳନ କରାଯାଏ । ଚନ୍ଦନଯାତ୍ରା ଶ୍ରୀମନ୍ଦିରରେ ସବୁଠୁ ଅଧିକ ଦିନ ଧରି ପାଳିତ ହେଉଥିବା ଏକ ପର୍ବ । ଏହା ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ (ସ୍ନାନପୂର୍ଣ୍ଣିମାର ପୂର୍ବଦିନ) ପର୍ଯ୍ୟନ୍ତ ମୋଟ ୪୨ ଦିନ ଧରି ଅନୁଷ୍ଠିତ ହୋଇଥାଏ । ଏହା ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ କୃଷ୍ଣ ଅଷ୍ଟମୀ ପର୍ଯ୍ୟନ୍ତ ୨୧ଦିନ ନରେନ୍ଦ୍ର ପୁଷ୍କରଣୀରେ ବାହାର ଚନ୍ଦନଯାତ୍ରା ରୂପେ ଓ ପରବର୍ତ୍ତୀ ୨୧ଦିନ (ଜ୍ୟୈଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ) ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭିତର ଚନ୍ଦନ ରୂପେ ପାଳିତ ହେଵା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ପାଇଁ ଉଦ୍ଧିଷ୍ଟ ରଥ ନିର୍ମାଣ ଆରମ୍ଭ ହୁଏ । ଅତଏବ ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ କୃଷ୍ଣ ଅଷ୍ଟମୀ ପର୍ଯ୍ୟନ୍ତ ୨୧ଦିନ ନରେନ୍ଦ୍ର ପୁଷ୍କରଣୀରେ ବାହାର ଚନ୍ଦନଯାତ୍ରା ରୂପେ ଓ ପରବର୍ତ୍ତୀ ୨୧ଦିନ (ଜ୍ୟୈଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ) ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭିତର ଚନ୍ଦନ ରୂପେ ପାଳିତ ହୋଇଥାଏ ।
ପୌରାଣିକ ମତେ ସତ୍ୟ ଯୁଗରେ ନୃସିଂହ ଦେବ ଏହି ଯାତ୍ରାର ଆୟୋଜନ କରିଥିଲେ । ଦ୍ୱାପର ଯୁଗରେ ପଞ୍ଚୁପାଣ୍ଡବ ଅଜ୍ଞାତବାସ ପରେ ବିରାଟ ରାଜାଙ୍କ ନିକଟରେ ନିଜର ପ୍ରକୃତ ପରିଚୟ ପ୍ରଦାନ କରିଥିଲେ । ବିରାଟ ରାଜା ଶ୍ରୀକୃଷ୍ଣ ଓ ବଳରାମଙ୍କୁ ରାମକୃଷ୍ଣେ ରୂପରେ ପଞ୍ଚୁପାଣ୍ଡବଙ୍କ ସହିତ ଦର୍ଶନ କରିବା ପାଇଁ ଇଚ୍ଛା ପ୍ରକାଶ କରିବାରୁ ଭଗବାନ ଶ୍ରୀକୃଷ୍ଣ ତାଙ୍କର ଇଚ୍ଛାପୂରଣ ପାଇଁ ସମ୍ମତ ହୋଇଥିଲେ । ଏହା ପରେ ଏକ ବିରାଟ ଜଳାଶୟ ସୃଷ୍ଟି କରାଯାଇ ଜଳ କେଳି ମଣ୍ଡପ ନିର୍ମାଣ କରାଯାଇଥିଲା । ଉପଲବ୍ୟ ଓ ବିଭାସ୍ତୁ ନଗରୀରେ ଏହି ଉତ୍ସବ ସମ୍ପନ୍ନ ହୋଇଥିଲା । ସମ୍ଭବତଃ ଏହି କାରଣରୁ ମଦନମୋହନ, ରାମକୃଷ୍ଣଙ୍କ ସହ ପଞ୍ଚୁପାଣ୍ଡବ ଜଳକ୍ରୀଡ଼ା ପାଇଁ ସରୋବରକୁ ଯାତ୍ରା କରିଥାନ୍ତି । ଅଣ ଓଡ଼ିଆ ଙ୍କ ଦ୍ୱାରା ଲିଖିତ ଚକ୍ରାନ୍ତ ଆଧାରିତ ଇତିହାସ କୁହେ ଚନ୍ଦନ ଯାତ ନାମରେ ଏହା ଖ୍ରୀଷ୍ଟୀୟ ତ୍ରୟୋଦଶ ଶତାବ୍ଦୀରୁ ସୃଷ୍ଟିହୋଇ ଥିବାର ଅନୁମାନ କରାଯାଏ । ଭାରତରେ ଥିବା ସହସ୍ର ଦେବମନ୍ଦିରରେ ଗରମ ଦିନେ ଆଲଟ ପଡେ, ଚନ୍ଦନ ଲାଗି ହୁଅନ୍ତି, ମାତ୍ର ସ୍ୱତନ୍ତ୍ର ଯାତ୍ରା ତଥା ଦୈବପର୍ବ ରୂପେ ଏହା ସଂପୂର୍ଣ୍ଣ ଭାବେ ଓଡ଼ିଶାରେ ହିଁ ପ୍ରସିଦ୍ଧ । ବୈଶାଖ ଶୁକ୍ଳ ତୃତୀୟାଠାରୁ ସ୍ନାନପୂର୍ଣ୍ଣିମା ୪୨ଦିନ ଧରି ଆଚରିତ ହୁଏ । ଗନ୍ଧଯାତ୍ରା ଜଳକେଳି ଓ ଅନ୍ତରଙ୍ଗ ଚନ୍ଦନଲାଗି – ଏହିପରି ତିନିଭାଗରେ ବିଭକ୍ତ । ଏହି ଯାତ୍ରା ସମ୍ବନ୍ଧରେ କବିସମ୍ରାଟ, ଦୀନବନ୍ଧୁ ଦାସ, ଅତିବଡ଼ି ଜଗନ୍ନାଥ ଦାସ, କବିସୂର୍ଯ୍ୟ, ବନମାଳୀ, ବୀରକିଶୋର ପ୍ରମୁଖ ରସିକ କବିମାନେ ନାନା ଗୀତ ସୁସ୍ୱରରେ ରଚନା କରିଯାଇଛନ୍ତି । ଉଦାହରଣ ସ୍ୱରୂପ ବନମାଳୀ ଦାସଙ୍କ ଏହି ରଚନାଟି ୩୦୦ ବର୍ଷ ତଳର ଚନ୍ଦନ ଯାତ୍ରାର ଜୀବନ୍ତ ବର୍ଣ୍ଣନା ଲାଗି ଓଡ଼ିଶାର ଗ୍ରାମଗୁଡ଼ିକରେ ଅତି ପ୍ରସିଦ୍ଧ । କବି ବନମାଳୀ ଦାସ ଙ୍କ ଭାଷାରେ "ଦେଖ ଗୋ ରାଧାମାଧବ ଚାଲି । ମଣି ବିମାନ ଆସେ ଝୁଲି ଝୁଲି ,ବିବିଧ ବାଜଣା ବୀର କାହାଳୀ । ବିଜେ କଲେ ଗୋପଦାଣ୍ଡ ଉଚ୍ଛୁଳି " । ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହି ଯାତ୍ରା ଦୀର୍ଘ ୫ଶହ ବର୍ଷ ମଧ୍ୟରେ ଦେବ ବିଗ୍ରହଙ୍କର ସଂପର୍କରେ ଆସି ଅନୁଷ୍ଠିତ ହୁଏ, ଯାହାର ମୂଳ ପୁରୁଷୋତ୍ତମ ପ୍ରଭୁଙ୍କୁ ନିଦାଘରେ ଶୀତଳ ଉପଚାର ଦେଇ ପ୍ରମୋଦିତ ରଖାଇବା ଏହାର ଉଦ୍ଦେଶ୍ୟ ବୋଲି ସ୍କନ୍ଧପୁରାଣ, ବାମଦେବ ସଂହିତା, ସୁଶ୍ରୁତସଂହିତା ବି କହନ୍ତି । ମାତ୍ର ‘ଜନମାନନ୍ଦ କାରଣାତ’ ଜନକୁ ଋତୁଗତ ଆନନ୍ଦ ଦେବା ପାଇଁ ଏହାର ସୃଷ୍ଟି, ସ୍ଥିତି ଓ ବ୍ୟାପ୍ତି । ସେହି ଅର୍ଦ୍ଧ ସତ୍ୟ ଐତିହାସିକ ତଥ୍ୟରୁ ଜଣାଯାଏ ଯେ ଗଙ୍ଗବଂଶର ରାଜାମାନଙ୍କ ସମୟରୁ ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି । ରାଜା ଦ୍ୱିତୀୟ ନରସିଂହଦେବଙ୍କ ଶାସନ ସମୟରେ ନଖପୋଡି ନରେନ୍ଦ୍ର ମହାପାତ୍ର ନରେନ୍ଦ୍ର ପୁଷ୍କରଣୀ ଖୋଳିଥିଲେ । ରାଜା ଚୋଡଗଙ୍ଗଦେବ ଜଗନ୍ନାଥ ବଲ୍ଲଭ ବେଣ୍ଟ ପୋଖରୀରେ ଠାକୁରଙ୍କର ନୌକାବିହାର କରାଉଥିଲେ । କୁହାଯାଏ ଗଜପତି କପିଳେନ୍ଦ୍ରଦେବଙ୍କ ଭାଇ ନରେନ୍ଦ୍ର ଦେବ ନିଜର ୧୪ପୁଅଙ୍କ ସହିତ ଯୁଦ୍ଧରେ ପ୍ରାଣବଳି ଦେଇଥିବାରୁ ସ୍ମୃତି ରୂପେ ନରେନ୍ଦ୍ର ସରୋବର ଖନନ ହୋଇଥିଲା । ପରେ ଏହିଠାରେ ଚନ୍ଦନ ଯାତ୍ରା ଆରମ୍ଭ ହୋଇଥିଲା । ଦକ୍ଷିଣ ଘରୁ (ଅଣସର ଘରର ଦକ୍ଷିଣରେ ଥିବା ବେହରଣ ଦ୍ୱାର ମୁହଁରେ ଥିବା ଘର) ଅଷ୍ଟଧାତୁ ନିର୍ମିତ ତିନୋଟି ଚଳନ୍ତି ପ୍ରତିମା ମଦନମୋହନ, କୃଷ୍ଣ, ରାମ (ବଳରାମ) ଓ ରତ୍ନସିଂହାସନ ଉପରୁ ଦୁଇଟି ଚଳନ୍ତି ପ୍ରତିମା ଲକ୍ଷ୍ମୀଙ୍କର ସୁବର୍ଣ୍ଣ ପ୍ରତିମା ଓ ସରସ୍ୱତୀଙ୍କର ରୌପ୍ୟ ପ୍ରତିମା ବାହାର ଚନ୍ଦନରେ ଭାଗ ନିଅନ୍ତି ।ଚନ୍ଦନ ଯାତ୍ରା ପଟୁଆରରେ ସମୁଦାୟ ଦଶଗୋଟି ଚଳନ୍ତି ପ୍ରତିମା ବିମାନ ଓ ପାଲିଙ୍କିରେ ବିଜେ କରିଥାନ୍ତି । ସବୁଠୁ ସୁଦୃଶ୍ୟ ବିମାନରେ ବିଜେ କରିଥାନ୍ତି ମଦନମୋହନ, ଶ୍ରୀଦେବୀ (ବା ଲକ୍ଷ୍ମୀ) ଓ ଭୂଦେବୀ (ବା ସରସ୍ୱତୀ, ବିଶ୍ୱଧାତ୍ରୀ)। ବିମାନ ପଛ ପାଲିଙ୍କିଟିରେ ବଳରାମ ଓ କୃଷ୍ଣ ଆରୋହଣ କରିଥାନ୍ତି ପୁଣି ଅନ୍ୟ ପାଞ୍ଚଗୋଟି ବିମାନରେ ପଞ୍ଚୁପାଣ୍ଡବ ରୂପେ ପରିଚିତ ପଞ୍ଚ ମହାଦେବ ଶ୍ରୀଲୋକନାଥ, ଶ୍ରୀମାର୍କଣ୍ଡେଶ୍ୱର, ଶ୍ରୀନୀଳକଣ୍ଠେଶ୍ୱର, ଶ୍ରୀଜମ୍ବେଶ୍ୱର ଓ ଶ୍ରୀକପାଳମୋଚନ ବିଜେ କରିଥାନ୍ତି। ନରେନ୍ଦ୍ର ପୁଷ୍କରିଣୀ କୁଳରେ ଏକ ଛାମୁଣ୍ଡିଆ ତିଆରି ହୋଇଥାଏ । ସେହି ଛାମୁଣ୍ଡିଆ ତଳେ ଦଶଟି ଯାକ ଚଳନ୍ତି ପ୍ରତିମାଙ୍କୁ ଅବସ୍ଥାପିତ କରାଯାଇ ରୁପା ପିଙ୍ଗଣରେ ଥିବା ସୁବାଷିତ ଜଳରେ ପଦଧୌତ କରାଯାଏ । ଯୋଡ଼ିଏ ଲେଖାଁଏ ନୌକା ଯୁକ୍ତ ହୋଇ ଦୁଇ ଗୋଟି ଚାପ ପ୍ରସ୍ତୁତ ହୋଇ ଥାଏ । ଚାପ ଗୁଡ଼ିକୁ ଜରିକାମ ହୋଇଥିବା ମଣ୍ଡଣିଦ୍ୱାରା ସୁଶୋଭିତ କରାଯାଇଥାଏ । ଗୋଟିଏ ଚାପରେ ଥିବା ରୁପା କାରୁକାର୍ଯ୍ୟ ସମ୍ପନ୍ନ ସିଂହାସନରେ ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ବଳରାମ ଓ କୃଷ୍ଣ ଉପବେଶନ କରନ୍ତି । ଅନ୍ୟ ଚାପଟିରେ ବସନ୍ତି ପଞ୍ଚୁପାଣ୍ଡବ ରୂପେ ପରିଚିତ ମହାଦେବମାନେ । ପ୍ରତିମାମାନଙ୍କ ସହ ଚାପଦ୍ୱୟରେ ପୂଜାପଣ୍ଡା, ସିଂହାରୀ, ଗରାବଡୁ, ସୁଆରବଡୁ, ପତ୍ରୀବଡୁ, ହଡ଼ପ, ଖୁଣ୍ଟିଆ ପ୍ରଭୃତି ସେବକ ରହିଥାଆନ୍ତି । ଚାପ ଦ୍ୱୟ ନରେନ୍ଦ୍ର ଜଳରେ ଘେରାଏ ଘେରାଏ ବୁଲି ଆସନ୍ତି ।ସ୍ନାନରୀତି ନିମନ୍ତେ ତିନିଗୋଟି କୁଣ୍ଡରେ ଚନ୍ଦନ, କର୍ପୁର, କସ୍ତୁରୀ, ଜାଇଫଳ, ମଲ୍ଲୀ, ଚମ୍ପା, ଜୁଇ, ସୁଗନ୍ଧରାଜ, ଗୋଲାପ ପ୍ରଭୃତି ବ୍ୟବହାର କରି ସୁବାସିତ ଜଳ ପ୍ରସ୍ତୁତ କରାଯାଏ। ସେହି କୁଣ୍ଡରେ ବୁଡ଼ ପକାନ୍ତି ଚଳନ୍ତି ପ୍ରତିମାମାନେ । ପାଣିରେ ଅବଗାହନ ପରେ ବେଶ କରାଯାଏ ମଦନମୋହନଙ୍କୁ । ଚନ୍ଦନ ଯାତ୍ରାର ଏକୋଇଶ ଦିନରୁ କୋଡ଼ିଏ ଦିନ ମଦନମୋହନ ପ୍ରତ୍ୟେକ ଦିନ ନୂଆ ବେଶ ଧାରଣ କରନ୍ତି । ଏହାର ଅନେକଗୁଡ଼ିଏ ବେଶ କୃଷ୍ଣଲୀଳାର ସ୍ମୃତିଚାରଣ ଉଦ୍ଦେଶ୍ୟରେ ଅନୁଷ୍ଠିତ ହୋଇଥାଏ । ସେହି ବେଶ ଗୁଡିକ ହେଲା ଅକ୍ଷୟ ତୃତୀୟା ରେ ନଟବର ବେଶ (ତ୍ରିଭଙ୍ଗ ନୃତ୍ୟରତ ଶ୍ରୀକୃଷ୍ଣ),ବୈଶାଖ ଶୁକ୍ଳ ଚତୁର୍ଥୀରେ ହରିଜନ୍ମ ବେଶ (ବସୁଦେବଙ୍କଦ୍ୱାରା ନଦୀପାରି ବେଶ),ବୈଶାଖ ଶୁକ୍ଳ ପଞ୍ଚମୀରେ ରାଜାଧିରାଜ ବେଶ (ଦ୍ୱାରକାଧୀଶ),ବୈଶାଖ ଶୁକ୍ଳ ଷଷ୍ଠୀରେ ଖଟଦୋଳି ବେଶ (କୁଞ୍ଜରେ ଦୋଳିଖେଳ),ବୈଶାଖ ଶୁକ୍ଳ ସପ୍ତମୀରେ ଗୋମତୀ କୃଷ୍ଣ ବେଶ (ବ୍ରହ୍ମଗୋପାଳ ବେଶ), ବୈଶାଖ ଶୁକ୍ଳ ଅଷ୍ଟମୀରେ ବତ୍ସାଚାରଣ (ଗୋଚାରଣ ଗୋପାଳ),
ବୈଶାଖ ଶୁକ୍ଳ ନବମୀରେ ବତ୍ସାହରଣ ବେଶ (ବ୍ରହ୍ମ ବିମୋହନ ଲୀଳା),ବୈଶାଖ ଶୁକ୍ଳ ଦଶମୀରେ ଅଘାସୁର ବଧ ବେଶ (କୃଷ୍ଣଙ୍କଦ୍ୱାରା ଅଘାସୁର ବଧ),ବୈଶାଖ ଶୁକ୍ଳ ଏକାଦଶୀରେ ଚକ୍ର ନାରାୟଣ ବେଶ (ଚକ୍ରଧାରୀ କୃଷ୍ଣ),ବୈଶାଖ ଶୁକ୍ଳ ଦ୍ୱାଦଶୀରେ ନାବକେଳି ବେଶ (ଯମୁନା କେଳି),ବୈଶାଖ ଶୁକ୍ଳ ତ୍ରୟୋଦଶୀରେ ରାହାସମଣ୍ଡଳି ବେଶ (ରାସ କ୍ରୀଡା),
ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀରେ ନୃସିଂହ ବେଶ,ବୈଶାଖ ପୂର୍ଣ୍ଣିମାରେ କନ୍ଦର୍ପ ରଥ ବେଶ (ଗୋପାଙ୍ଗନାଙ୍କଦ୍ୱାରା ରଥାକୃତି ପରିବେଷ୍ଟିତ କୃଷ୍ଣ),ଜ୍ୟୈଷ୍ଠ କୃଷ୍ଣ ପ୍ରତିପଦାରେ ଷଡ଼ଭୂଜ ଗୌରାଙ୍ଗ ବେଶ (କଳିଯୁଗ ପ୍ରେମାବତାର),ଜ୍ୟୈଷ୍ଠ କୃଷ୍ଣ ଦ୍ୱିତୀୟାରେ ରଘୁନାଥ ବେଶ (କାଣ୍ଡ କୋଦଣ୍ଡଧାରୀ ଶ୍ରୀରାମ),ଜ୍ୟୈଷ୍ଠ କୃଷ୍ଣ ତୃତୀୟାରେ ଗିରିପୂଜା ବେଶ (ଗୋବର୍ଦ୍ଧନ ପୂଜା ),ଜ୍ୟୈଷ୍ଠ କୃଷ୍ଣ ଚତୁର୍ଥୀରେ ଗିରିଟେକା ବେଶ (ଗୋବର୍ଦ୍ଧନ ଧାରୀ),ଜ୍ୟୈଷ୍ଠ କୃଷ୍ଣ ପଞ୍ଚମୀରେ ବସ୍ତ୍ରହରଣ ବେଶ (କେଳି କଦମ୍ବ ତରୁରେ ଆରୁଢ଼ କୃଷ୍ଣଙ୍କ କର୍ତ୍ତୃକ ସ୍ନାନରତା ଗୋପୀମାନଙ୍କ ବସ୍ତ୍ରହରଣ ଲୀଳା),ଜ୍ୟୈଷ୍ଠ କୃଷ୍ଣ ଷଷ୍ଠୀରେ ଚିନ୍ତାମଣୀ କୃଷ୍ଣ ବେଶ/ ମଦନ ମୋହନ ବେଶ (ମୂରଲୀଧର),ଜ୍ୟୈଷ୍ଠ କୃଷ୍ଣ ସପ୍ତମୀରେ ଗଜ ଉଦ୍ଧାରଣ ବେଶ (ଗଜକୁ କୁମ୍ଭୀର କବଳରୁ ରକ୍ଷା କରିବା),ଜ୍ୟୈଷ୍ଠ କୃଷ୍ଣ ଅଷ୍ଟମୀରେ କୁଞ୍ଜବିହାରୀ ବେଶ (ନିକୁଞ୍ଜରେ ଦୋଳି ଖେଳା) ।
ବେଶ ପରେ ରାତ୍ର ଚାପ ରୀତି ସମ୍ପନ୍ନ କରାଯାଏ । ରାତ୍ରୀ ଚାପରେ ଦୁଇ ଚାପ ସହ ଗୋଟିଏ ବଜନ୍ତ୍ରୀ ନୌକା ଏହି ବିହରଣରେ ବ୍ୟବହୃତ ହୋଇଥାଏ । ବଜନ୍ତ୍ରୀ ନୌକାରେ ଜଣେ ଘଣ୍ଟୁଆ, ଜଣେ କାହାଳିଆ, ଜଣେ ତେଲିଙ୍ଗି ବାଜା ବାଦକ ରହିଥାନ୍ତି । ସେମାନଙ୍କ ସହ ଜଣେ ସେବାୟତ ପୋଲାଙ୍ଗ ତେଲର ଦିହୁଡ଼ୀ ଧରିଥାଏ । ଦିନ ଚାପ ଗୋଟିଏ ଘେରାରେ ଶେଷ ହେଉଥିବାବେଳେ ରାତ୍ରୀ ଚାପରେ ତିନି ଘେରା ବୁଲାଯିବାର ପରମ୍ପରା ରହିଛି । ଦେବ ବିଗ୍ରହମାନେ ନରେନ୍ଦ୍ର ପୁଷ୍କରିଣିର ଚକଡା ନିକଟରେ ବିଜେ କରିବା ପରେ ଠାକୁରଙ୍କ ଜଳ ଲାଗି, ଦିଅଁ ଚାପକୁ ବିଜେ, ଚାପ ଆରମ୍ଭ, ଚାପ ଶେଷ, ଦିଅଁ ଚନ୍ଦନ କୁଣ୍ଡକୁ ବିଜେ, ଚନ୍ଦନ କୁଣ୍ଡରୁ ବାହାରିବା, ସାଧାବେଶ, ଶୀତଳଭୋଗ, ବେଶ, ମାଣ୍ଡୁଅ ଭୋଗ, ଦିଅଁ ବାହାରକୁ ବିଜେ, ବିଡିଆମଣୋହି, ବନ୍ଦାପନା, ଦିଅଁ ଚାପକୁ ବିଜେ, ଚାପ ଆରମ୍ଭ ଓ ଶେଷ, ବାହୁଡା ବିଜେ ପ୍ରଭୃତି ଦେବନୀତି ସମ୍ପାଦନା କରିବା ନିମନ୍ତେ ଦୈନିକ ପ୍ରାୟ ୪୧ଜଣ ବିଭିନ୍ନ ବର୍ଗର ସେବକଙ୍କର ଆବଶ୍ୟକତା ପଡିଥାଏ ।ସଙ୍ଗୀତ ଓ ନୃତ୍ୟସହିତ ଏହି ଯାତ୍ରା ଅତି ମନୋରମ ହୋଇଥାଏ । ଏହି ଯାତ୍ରାର ଶେଷଦିନ ଭଉଁରୀ ଯାତ୍ରା ପାଳନ କରାଯାଏ। ଶୈଶବରେ ଆମେ ପରମ ପୂଜ୍ୟ ବାବା ଅଭିରାମ ପରମହଂସଙ୍କ କରମଳା ମଠରେ ଭଉଁରୀ ଉତ୍ସବ ଦେଖିବାର ସୌଭାଗ୍ୟ ପ୍ରାପ୍ତ ହୋଇଥିଲୁ । ଅଭିରାମ ପରମହଂସଙ୍କ ଦେହତ୍ୟାଗ ପରେ ଆମେ ଭଉଁରୀ ସମ୍ପର୍କରେ ଅନୁସନ୍ଧାନ କରିଥିଲୁ ମହାବିଦ୍ୟାଳୟ ଛାତ୍ର ଥିବା ସମୟରେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ୨୧ଦିନ ବ୍ୟାପି ବାହାର ଚନ୍ଦନଯାତ୍ରାର ଅନ୍ତିମ ଦିବସରେ ଭଉଁରୀଯାତ୍ରା ଅନୁଷ୍ଠିତ ହୋଇଥାଏ । ପରମ୍ପରା ଅନୁଯାୟୀ ମଦନମୋହନ, ବଳରାମ, କୃଷ୍ଣ, ଶ୍ରୀଦେବୀ ଓ ଭୂଦେବୀଙ୍କ ସମେତ ଶ୍ରୀଲୋକନାଥ, ଶ୍ରୀମାର୍କଣ୍ଡେଶ୍ୱର, ଶ୍ରୀନୀଳକଣ୍ଠେଶ୍ୱର, ଶ୍ରୀଜମ୍ବେଶ୍ୱର ଏବଂ ଶ୍ରୀକପାଳମୋଚନଙ୍କୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ନରେନ୍ଦ୍ର ପୁଷ୍କରିଣୀକୁ ବିଜେ କରାଯାଏ । ଭଉଁରୀ ଦିନ କେବଳ ଦିନଚାପ କରାଯାଏ, ରାତ୍ରିଚାପ କରାଯାଏ ନାହିଁ, ଦିନଚାପରେ ନରେନ୍ଦ୍ର ପୋଖରୀର ଦୀପଦାଣ୍ଡି ଚାରିପଟେ ୨୧ ଘେରା ବୁଲାଯାଇଥାଏ । ଠାକୁରମାନେ ନରେନ୍ଦ୍ର ପୋଖରୀରେ ୨୧ଘେରା ଚାପ ଖେଳିବା ପରେ ଶ୍ରୀମନ୍ଦିରକୁ ବାହୁଡ଼ାବିଜେ କରିଥାନ୍ତି ।
ପରମ୍ପରା ଅନୁଯାୟୀ ଭଉଁରୀଦିନ ସକାଳଧୂପ ହେବାପରେ ପୂଜାପଣ୍ଡାମାନେ ଶ୍ରୀଜୀଉମାନଙ୍କ ଆଜ୍ଞାମାଳଧରି ରଥଖଳାକୁ ଯାଇଥାନ୍ତି । ସେଠାରେ ଶ୍ରୀଅଙ୍ଗଲାଗି ଏହି ଆଜ୍ଞାମାଳଗୁଡ଼ିକୁ ମହାରଣା ସେବକମାନେ ପାଇବାପରେ ନିର୍ମାଣାଧିନ ତିନିରଥର ତିନୋଟି ଅଖରେ ଦୁଇଟି ଲେଖାଏଁ ଚକ ସଂଯୋଗ କରିଥାନ୍ତି ।
ଭଉଁରୀଯାତ୍ରା ପରଦିନ ଶ୍ରୀଜୀଉମାନଙ୍କର ହଳଦୀପାଣି ନୀତି ଅନୁଷ୍ଠିତ ହୋଇଥାଏ । ଏଥିରେ ଆଜ୍ଞାମାଳ ପାଇବାପରେ ବିମାନ ବିଜେକରି ଠାକୁରମାନେ ନରେନ୍ଦ୍ରପୁଷ୍କରିଣୀରେ ପହଞ୍ଚିବାପରେ କେବଳ ମଦନମୋହନ, ଶ୍ରୀଦେବୀ ଓ ଭୂଦେବୀ ଚାପଡଙ୍ଗାକୁ ବିଜେକରି ହଳଦୀପାଣୀ ପିଚକାରୀ ଖେଳିଥାନ୍ତି ।
ବାହର ଚନ୍ଦନ ଯାତ୍ରା ପରେ ମନ୍ଦିର ଭିତରେ ୨୧ଦିନ ବ୍ୟାପି ଭିତର ଚନ୍ଦନ ଅବସରରେ ବାହର ଚନ୍ଦନ ଯାତ୍ରା ଭଳି ଆଲଟ ଲାଗି ଓ ଚନ୍ଦନ ଲାଗି ନୀତି ସମ୍ପନ୍ନ ହୋଇଥାଏ । ଏହାସହ ଏଥିମଧ୍ୟରୁ ଜ୍ୟେଷ୍ଠକୃଷ୍ଣ ଏକାଦଶୀ, ସାବିତ୍ରୀ ଅମାବାସ୍ୟା, ଶୀତଳଷଷ୍ଠୀ ଓ ରୁକ୍ମିଣୀ ହରଣ ଏକାଦଶୀରେ ପ୍ରଭୁଙ୍କର ଜଳକ୍ରୀଡ଼ା ନୀତି ସମ୍ପନ୍ନ କରାଯାଇଥାଏ। ଏଥିରେ ଶ୍ରୀମଦନମୋହନ, ଶ୍ରୀଦେବୀ ଓ ଭୂଦେବୀ ରୋହିଣୀକୁଣ୍ଡ ନିକଟସ୍ଥ ଜଳକ୍ରୀଡ଼ା ମଣ୍ଡପକୁ ଯାଇ ସେଠାରେ ସୁବାଷିତ ଜଳକୁଣ୍ଡରେ ବିହାର କରିଥାନ୍ତି ।
ଶ୍ରୀମନ୍ଦିର ମୁକ୍ତିମଣ୍ଡପ ନିକଟରେ ୮ଫୁଟ ପ୍ରସ୍ଥ ଓ ୧୨ଫୁଟ ଦୈର୍ଘ୍ୟ ବିଶିଷ୍ଟ ‘ଚନ୍ଦନ ଘର’ ଅଛି । ସେଠାରେ ପ୍ରତ୍ୟେକ ଦିନ ଶ୍ରୀଜୀଉମାନଙ୍କ ଲାଗି ଚନ୍ଦନ ଘୋରାଯାଇଥାଏ । ଚନ୍ଦନ ଘୋରିବା ପାଇଁ ଚନ୍ଦନ ଘରେ ଥିବା ତିନୋଟି ଶିଳକୁ ଘୋଟୁଆରୀ ସେବକମାନେ ବ୍ୟବହାର କରିଥାନ୍ତି । ସମୁଦାୟ ସାତଜଣ ଘୋଟୁଆରୀ ଚନ୍ଦନ ଘୋରିଥାନ୍ତି। ସାଧାରଣ ଦିନମାନଙ୍କରେ ଘୋଟୁଆରୀ ସେବକମାନେ ପ୍ରାୟ ୪୪୨ଗ୍ରାମ ଓଜନର ଚନ୍ଦନକାଠ ଘୋରିଥାନ୍ତି, ତେବେ ଚନ୍ଦନ ଯାତ୍ରା ବେଳେ ପ୍ରାୟ ୧କିଲୋ ଓଜନର ଚନ୍ଦନ କାଠ ଘୋରିଥାନ୍ତି। ସନ୍ଧ୍ୟାଧୂପର ଅନ୍ନଭୋଗ ଅର୍ପଣ ପରେ ଠାକୁରମାନଙ୍କ ବେଶ ଓହ୍ଲାଇ ଦିଆଯାଇ ତିନିଠାକୁରଙ୍କ ବାହୁ ଓ ସନ୍ନିକଟ ଅଙ୍ଗଦେଶରେ ଚନ୍ଦନ ପ୍ରଲେପ କରାଯାଏ । ଜଗତର ତ୍ରିତାପ (ଆଧିଦୈବିକ, ଆଧିଭୌତିକ ଓ ଆଧ୍ୟାତ୍ମିକ) ହରଣ ନିମନ୍ତେ ଠାକୁରଙ୍କୁ ଚନ୍ଦନ ଲେପନ କରାଯାଇଥାଏ । ସିଂହାରୀ ସେବକମାନେ ଠାକୁରଙ୍କ ଏହି ସେବା କରିଥାନ୍ତି । ସକାଳ ଧୂପର ପରବର୍ତ୍ତୀ ଧୂପ ଅର୍ଥାତ ଛତ୍ର ଭୋଗ ଅର୍ପଣ ପରେ ଜୟ ବିଜୟ ଦ୍ୱାର ବନ୍ଦ କରି ଦିଆଯାଏ । ଦିଅଁମାନଙ୍କ ଆଗରେ ଗୋଟିଏ କାଠ ଘଡ଼ା ପକାଇ, ତା’ଉପରୁ ତିନି ଜଣ ସେବାୟତ ଦିଅଁମାନଙ୍କୁ ଚାମରରେ ବିଞ୍ଚନ୍ତି । କିଛି ସମୟ ପରେ ଚାମର ଆଲଟ ବନ୍ଦ ହୋଇ ଆଡ଼ମ୍ବର ସହକାରେ ଚନ୍ଦନ, କର୍ପୁର, କେଶର, ଚୁଆ ପ୍ରଭୃତିର ମିଶ୍ରଣ ଦିଅଁମାନଙ୍କ ଶ୍ରୀଅଙ୍ଗରେ ଲେପନ କରାଯାଏ । ପୁଷ୍ପାଳକ ସେବକମାନେ ଏହା ଲାଗି କରନ୍ତି । ନିତିଦିନିଆ ତିନି ସାଧାରଣ ଆଭୂଷଣ ଚିତା, ଗୁଣା ଏବଂ ଅଧରମାଳା (ଯଥାକ୍ରମେ କପାଳ, ନାସାଓ ମୁଖତଳର ଆଭୁଷଣ) ସହ ସ୍ୱତନ୍ତ୍ର ପୁଷ୍ପ ଆଭୁଷଣ ଚନ୍ଦନ ବେଶରେ ଉପଯୋଗ କରାଯାଏ । ଅଳକା (କପାଳ ଉପରେ ସଜ୍ଜିତ ହେଉଥିବା ଫୁଲ ମାଳ) ମାଳ ଗୁଡ଼ିକ ମନ୍ଦିରର ଫୁଲଦାସୀମାନେ ଗୁନ୍ଥି ପ୍ରସ୍ତୁତ କରିଥାନ୍ତି । ବିଗ୍ରହ ତ୍ରୟର ଉଭୟ ପଟର ରାହୁରେଖା (ମସ୍ତକର ଦୁଇ ପାର୍ଶ୍ୱ) ବେଷ୍ଟନ କରି ଗୋଟିଏ ଫୁଲମାଳ ସମଗ୍ର କଳେବରର ଉଭୟପଟେ ଲମ୍ବି ଯାଇଥାଏ । ଏହି ଚଉସରି (ଚାରିଗୋଟି ସରୁ ସରୁ ମାଳ ଏକତ୍ର ଗୁନ୍ଥା ଯାଇଥାଏ) ମାଳଗୁଡ଼ିକ ପ୍ରାୟ ୨୦ଫୁଟ ଯାଏଁ ଲମ୍ବା ହୋଇଥାଏ । ଏହି ହାରଗୁଡ଼ିକୁ ରାଘବ ଦାସ ମଠ ଯୋଗାଇଥାନ୍ତି । ଇଏତ ଗଲା ଚନ୍ଦନଯାତ୍ରା ସମ୍ପର୍କିତ ତଥ୍ୟ , ଏହାପରେ ବୈଶାଖ ଶୁକ୍ଳ ଅଷ୍ଟମୀ କୁ ନିଳାଦ୍ରି ମହୋଦୟାଷ୍ଠମୀ କୁହାଯାଏ । ସେହିପରି ବୈଶାଖ ଶୁକ୍ଳ ନବମୀକୁ ସୀତା ନବମୀ କୁହାଯାଏ ।ଏହିଦିନରେ ସୀତା ଆବିର୍ଭାବ ହୋଇଥିଲେ ବୋଲି ଜନମାନସରେ ବିଶ୍ୱାସ ରହିଛି । ସୀତା ନବମୀକୁ ଜାନକୀ ନବମୀ ମଧ୍ୟ କହାଯାଏ ।ଉତ୍ତର ରାମାୟଣର ବର୍ଣ୍ଣନା ଅନୁସାରେ ବାଲ୍ମିକୀ ଋଷିଙ୍କ ଆଶ୍ରମରେ ଥିବା ବାଳକ ଲବ କୁଶ ଭଗବାନ ରାମଙ୍କର ଅଶ୍ବମେଧ ଯଜ୍ଞର ଘୋଡ଼ାକୁ ବାନ୍ଧି ରଖିଥିଲେ । ଯେପର୍ଯ୍ୟନ୍ତ ରାମ ନ ଆସିବେ ସେମାନେ ଘୋଡ଼ାକୁ ଛାଡ଼ିବେ ନାହିଁବୋଲି ଅଡ଼ି ବସିଥିଲେ ।ପ୍ରଥମେ ଘୋଡ଼ା ସହିତ ସେନାପତି ସୈନ୍ୟବାହିନୀ ଧରି ଆସିଥିଲେ । ସେମାନେ ଦୁଇ ବାଳକଙ୍କୁ ଯେତେ ବୁଝାଇଲେ ମଧ୍ୟ ଦୁଇ ଭାଇ ମାନିନଥିଲେ । ଶେଷରେ ଉଭୟଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା । ଏହି ଯୁଦ୍ଧରେ ପରାକ୍ରମଶାଳୀ ଦୁଇ ବାଳକ ସୈନ୍ୟବାହିନୀ ସହ ସେନାପତିଙ୍କୁ ଅଚେତ କରିଦେଇଥିଲେ । ପରେ ଶ୍ରୀରାମଙ୍କ ସାନ ଭାଇ ଶତ୍ରୁଘ୍ନ ଆସିଲେ, ସେ ମଧ୍ୟ ବାଳକ ଦୁଇ ଜଣଙ୍କୁ ବୁଝାଇବାକୁ ଚେଷ୍ଟା କଲେ, ହେଲେ ସବୁ ବିଫଳ ହେଲା, ତାଙ୍କୁ ମଧ୍ୟ ଯୁଦ୍ଧରେ ପରାସ୍ତ କଲେ ଲବ ଆଉ କୁଶ । ସେହିପରି ମହାପରାକ୍ରମୀ ଭରତ ପରେ ଲକ୍ଷ୍ମଣଙ୍କୁ ମଧ୍ୟ ଦୁଇ ଭାଇ ପରାସ୍ତ କଲେ । ତିନି ଭାଇ ଅଚେତ ହେବା ପରେ ନିଜେ ଶ୍ରୀରାମ ଘଟଣା ସ୍ଥଳକୁ ଆସିଥିଲେ । ତେବେ ଯେଉଁ ଲକ୍ଷ୍ମଣ ନିଜ ବାଣରେ ମେଧନାଦ ଭଲି ବୀରକୁ ପରାସ୍ତ କରିଥିଲେ, ଯେଉଁ ଭରତ ନିଜ ବାଟୁଳିରେ ହନୁମାନଙ୍କୁ ଅଚେତ କରିଥିଲେ, ସେମାନଙ୍କୁ କିପରି ଏହି ଦୁଇ ବାଳକ ପରାସ୍ତ କରିପାରିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ତେବେ ଦୁଇ ବାଳକଙ୍କ ଭିତରେ ଏଭଳି ପରାକ୍ରମ ସମ୍ଭବ ହୋଇପାରିଥିଲା ମାତା ସୀତାଙ୍କ ଆଶୀର୍ବାଦର ପ୍ରଭାବରେ । ଦେବୀ ସୀତା ହେଉଛନ୍ତି ସ୍ବୟଂ ଶକ୍ତିସ୍ବରୂପା । ଦେବୀ ଦୁର୍ଗା ବାଳିକା ଥିବାବେଳେ ସୀତା ଶିବଧନୁକୁ ନିଜ ବାମ ହାତରେ ଉଠାଇ ଦେଇଥିଲେ, ଯାହାକୁ ପରବର୍ତ୍ତୀ ସମୟରେ ବୀର ଯୋଦ୍ଧାମାନେ ଉଠାଇବା ତ ଦୂରର କଥା ଘୁଞ୍ଚାଇପାରିନଥିଲେ । ଦେବୀ ସୀତାଙ୍କର ଇଚ୍ଛା ଅନୁସାରେ ଭଗବାନ ଶ୍ରୀରାମ ଏହି ଶିବଧନୁକୁ ଭାଙ୍ଗିଥିଲେ । ପୌରାଣିକ କଥାନୁସାରେ ମାରୱାଡ଼କ୍ଷେତ୍ରରେ ବେଦବାଦୀ ଶ୍ରେଷ୍ଠ ଧର୍ମାବତାର ବ୍ରାହ୍ମଣ ଦେବଦତ୍ତ ନିବାସ କରୁଥିଲେ । ତାଙ୍କର ଶୋଭନା ନାମକ ସୁନ୍ଦରୀ ତଥା ନିଜର ରୂପସୌନ୍ଦର୍ଯ୍ୟରେ ଗର୍ବକରୁଥିବା ପତ୍ନୀ ଥିଲେ । ଜୀବିକା ପାଇଁ ଦେବଦତ୍ତ ଗ୍ରାମ ଗ୍ରାମ ବୁଲି ଭିକ୍ଷା ମାଗୁଥିଲେ । କିନ୍ତୁ ବ୍ରାହ୍ମଣୀ ଶୋଭନା କୁସଂଗତରେ ପଡ଼ି ବ୍ୟଭିଚାର ପ୍ରବୃତ୍ତି ହୋଇଗଲେ । ତା’ର କୁକର୍ମ ପ୍ରତ୍ୟେକ ଗ୍ରାମରେ ଚର୍ଚ୍ଚା ହେବାକୁ ଲାଗିଲା । ଯାହାଫଳରେ ଦୁର୍ଷ୍କମରେ ରତ ହୋଇ ଗ୍ରାମକୁ ଧ୍ୱଂସ କରିଦେବା ସହ ବ୍ରାହ୍ମଣୀ ଶୋଭନା ନିଜେ ସ୍ୱୟଂ ପୋଡ଼ିହୋଇ ମରିଗଲା । ପରବର୍ତ୍ତୀ ଜନ୍ମରେ ଚାଣ୍ଡାଳ ଘରେ ଜନ୍ମଗ୍ରହଣ କଲା । ବିବାହ କରିବାର କିଛିଦିନ ପରେ ସେ ଚାଣ୍ଡାଳୁଣୀ ହେଲା । ସମୟ ଚକ୍ରରେ ସେ ତା’ର କର୍ମ ପାଇଁ ଅନ୍ଧୁଣୀ, ଭିକାରୁଣୀ ସାଜି ଜୀବନ କାଟିଲା । ଦୈବାତ ସେ ବୈଶାଖ ମାସ, ଶୁକ୍ଳପକ୍ଷ ନବମୀ (ସୀତା ନବମୀ) ତିଥିରେ କୌଶଳପୁରୀରେ ପହଞ୍ଚିଲା । ବ୍ରାହ୍ମଣୀ ଜଣକ ନେହୁରା ହୋଇ କହିଲା-ହେ ସଜ୍ଜନ ମୋ ଉପରେ କୃପା କର କିଛି ଭୋଜନ ଦିଅ, ନଚେତ୍ ମୁଁ ଭୋକରେ ମରିଯିବି । ଏପରି କହି ସେ ଶ୍ରୀଜନକ ଭବନ ସମ୍ମୁଖରେ ତିଆରି ହୋଇଥିବା ଏକ ହଜାର ପୁଷ୍ପମଣ୍ଡିତ ଖମ୍ବକୁ ଅତିକ୍ରମ କରି ସେଥିରେ ପ୍ରବେଶ କଲା । ସେ ସେଠାରେ ଭିକ୍ଷା ଆକାରରେ କହିଲା ଭାଇମାନେ ମୋତେ କିଛି ସାହାଯ୍ୟ କର, କିଛି ଖାଇବାକୁ ଦିଅ । ହଠାତ୍ ଜଣେ ଭକ୍ତ କହିଲା ହେ ଦେବୀ ! ଆଜି ସୀତା ନବମୀ, ଭୋଜନରେ ଅନ୍ନ ଦେଉଥିବା ବ୍ୟକ୍ତିଙ୍କୁ ପାପ ଲାଗିଥାଏ । ଏଥିପାଇଁ ଆଜି ଅନ୍ନ ମିଳିବନି । କାଲି ଠିକ୍ ସକାଳେ ଆସ, ଠାକୁରଙ୍କ ପ୍ରସାଦ ମିଳିବ । କିନ୍ତୁ ସେ କିଛି ନ ମାନି କହିଲା ମୋତେ ବହୁତ ଜୋର୍ରେ ଭୋକ ଲାଗୁଛି କିଛି ଦିଅ । ଭକ୍ତ ଜଣକ ଉକ୍ତ ଦେବୀଙ୍କୁ ତୁଳସୀ ଏବଂ ଜଳ ଦେଲେ । ସେହି ପାପିନୀ ତୁଳସୀ ଓ ଜଳ ପାଇ ମୃତ୍ୟୁ ବରଣ କଲା । ଅଜାଣତରେ ଉକ୍ତ ଦେବୀଙ୍କର ସୀତା ନବମୀ ବ୍ରତ ସଂପୂର୍ଣ୍ଣ ହୋଇଗଲା ଓ ପରମ କୃପାଳିନୀ ତାଙ୍କର ସମସ୍ତ ପାପକୁ ମୁକ୍ତ କରିଦେଲେ ବୋଲି ସ୍ଥାନୀୟ ଲୋକ କୁହାକୁହି ହେଲେ । ଏହି ବ୍ରତ ପ୍ରଭାବରେ ପାପିନୀ ନିର୍ମଳ ହୋଇ ସ୍ୱର୍ଗ ଗଲା । ତତ୍ପଶ୍ଚାତ୍ ସେ କାମରୂପ ଦେଶର ମହାରାଜ ଜୟସିଂହଙ୍କ ମହାରାଣୀ କାମଚଳା ନାମରେ ବିଖ୍ୟାତ ହେଲେ । ଏହା ପରେ ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀକୁ ନୃସିଂହ ଚତୁର୍ଦ୍ଦଶୀ କୁହାଯାଇଥାଏ ଏବଂ ନୃସିଂହ ଜନ୍ମ ଶ୍ରୀମନ୍ଦିରରେ ପାଳିତ ହୋଇଆସୁଛି । ପୁରାଣ ଶାସ୍ତ୍ର ଅନୁସାରେ କେଉଁ ଆବହମାନ କାଳରୁ ପୂର୍ବଜ ଓଡିଆମାନଙ୍କ ଦୃଢ ବିଶ୍ବାସ ରହିଆସିଛି ଯେ ବିଷ୍ଣୁଙ୍କର ଦଶାବତାର ମଧ୍ୟରେ ନୃସିଂହ ଚତୁର୍ଥ ଅବତାର ଅଟନ୍ତି । ନର (ମଣିଷ) ଓ ସିଂହର ମିଶ୍ରଣକୁ ନୃସିଂହ କୁହାଯାଏ । ସିଂହର ମସ୍ତକ ଓ ମନୁଷ୍ୟ ଶରୀର ଧାରଣ କରି ନୃସିଂହ ବୈଶାଖ ମାସ ଶୁକ୍ଳ ଚତୁର୍ଦ୍ଦଶୀ ରେ ଆବିର୍ଭାବ ହୋଇଥିଲେ । ଭକ୍ତ ପ୍ରହ୍ଲାଦଙ୍କୁ ନିର୍ଯାତନା ମୁକ୍ତ କରିବା ପାଇଁ ନୃସିଂହ ରୂପରେ ସ୍ତମ୍ଭରୁ ବାହାରି ରାଜା ହିରଣ୍ୟକଶିପୁଙ୍କୁ ବିଦାରଣ କରିଥିବାର ବର୍ଣ୍ଣନା ରହିଛି । ନୃସିଂହ ପୁରାଣରେ ନୃସିଂହ ବ୍ରତ ଓ ପୂଜାର ଫଳକଥା ବର୍ଣ୍ଣନା କରାଯାଇଛି । ଏଥିରେ ପ୍ରହ୍ଲାଦର ଭକ୍ତି ବିଷୟରେ ନୃସିଂହ କହିଛନ୍ତି – ପୂର୍ବଜନ୍ମରେ ଜ୍ଞାନୀ ବ୍ରାହ୍ମଣ ଅବନ୍ତୀ ନଗରରେ ବାସକରୁଥିବା ବସୁ ଶର୍ମାଙ୍କର ପୁତ୍ର ଥିଲେ ପ୍ରହ୍ଲାଦ । ବିଦ୍ୟାଧ୍ୟୟନ ଛାଡି ସେ ସୁରାପାନ ଓ ଗଣିକାଳୟ ଗମନ ଆଦି କୁକର୍ମରେ ଲିପ୍ତ ରହିଥିଲେ । ଏକଦା ଗଣିକା ସହ କଳହ କରି ସେ ସେହିଦିନ ଉପବାସ ଓ ରାତି ଉଜାଗର ରହିଲେ । ଉକ୍ତ ଗଣିକା ମଧ୍ୟ ତାଙ୍କ ସହ ଉଜାଗର ରହିଲା । ଭାଗ୍ୟକୁ ସେଦିନ ଥିଲା ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ । ଅଜ୍ଞାତରେ ହେଲେ ବି ସେଦୁହେଁ ଉପବାସ ରହି ସେଦିନ ବ୍ରତ ପାଳନ କରିଥିବାରୁ ସମସ୍ତ ପାପରୁ ମୁକ୍ତହେଲେ । ପୁଣ୍ୟ ଅର୍ଜନ କରିଥିବାରୁ ଉକ୍ତ ଗଣିକା ବ୍ରତ ଫଳରୁ ଅପ୍ସରା ହୋଇ ସ୍ୱର୍ଗକୁ ଫେରିଗଲା ଏବଂ ଭକ୍ତ ପ୍ରହ୍ଲାଦ ରାଜା ହିରଣ୍ୟକଶିପୁଙ୍କ ପୁତ୍ର ରୂପେ ଜନ୍ମ ହୋଇ ବିଷ୍ଣୁଙ୍କର ପରମ ଭକ୍ତ ହେଲେ । ନୃସିଂହ ବ୍ରତ କଲେ ଦୀର୍ଘାୟୁ, ଧନ, ଐଶ୍ୱର୍ଯ୍ୟ ଏବଂ ମହିଳାମାନଙ୍କୁ ସ୍ୱାମୀ-ସନ୍ତାନ ସୁଖ ପ୍ରାପ୍ତି ହୁଏ ବୋଲି ପୁରାଣରେ ଉଲ୍ଲେଖ ରହିଛି । ଉକ୍ତଦିବସରେ ଓଡିଆ ମାନବତାବାଦର ଦେବତା ପ୍ରଭୁ ଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ନୃସିଂହ ଜନ୍ମ ନୀତି ସମ୍ପନ୍ନ ହୋଇଥାଏ । ଯାତ ଭୋଗ ସରିବା ପରେ ଠାକୁର ଚନ୍ଦନକୁ ଯାଇଥାନ୍ତି । ଏହାପରେ ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ହୁଏ । ଚନ୍ଦନରୁ ଠାକୁର ଫେରିବା ପରେ ହୋମପାଳିଆ ପଣ୍ଡା ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ସିଂହଦ୍ୱାର ଓ ଦୋଳମଣ୍ଡପ ସାହି ଦେଇ ଚକ୍ର ନାରାୟଣ ମନ୍ଦିରକୁ ଯାଇଥାନ୍ତି। ସେଠାରେ ମହାପ୍ରଭୁଙ୍କ ଆଜ୍ଞାମାଳ ଚକ୍ରନାରାୟଣଙ୍କୁ ଲାଗି କରି ଫେରିଥାନ୍ତି। ମହାପ୍ରଭୁଙ୍କ ମଇଲମ ହୋଇ ଆଳତି ହୁଏ । ପରେ ତିନି ବାଡରେ ଠାକୁରଙ୍କ ପଞ୍ଚାମୃତ ମହାସ୍ନାନ ହୋଇଥାଏ । ସର୍ବାଙ୍ଗ ବଢିବା ପରେ ଠାକୁର ନୂଆ ଲୁଗା ଲାଗି ହୋଇ ୬ ମୂର୍ତ୍ତିି ଅଳଙ୍କାର ଓ ଆଜ୍ଞାମାଳ ମଧ୍ୟ ଲାଗି ହୋଇଥାନ୍ତି । ପାଣି ପଡ଼ି ସନ୍ଧ୍ୟାଧୂପ ନୀତି ବଢିବା ପରେ ମହାଜନ ସେବକ ନୃସିଂହଙ୍କୁ ଦକ୍ଷିଣୀ ଘରୁ ରତ୍ନସିଂହାସନକୁ ବିଜେ କରାଇଥାନ୍ତି । ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ଦେବା ପରେ ମହାଜନ ସେବକ ମୁକ୍ତି ମଣ୍ଡପ ଉପରକୁ ନୃସିଂହଙ୍କୁ ଖଟୁଲିରେ ବିଜେ କରାଇଥାନ୍ତି। ନୃସିଂହ ମନ୍ଦିର ଭିତରେ ପତି ମହାପାତ୍ରେ ଏବଂ ମଣ୍ଡପ ଉପରେ ବିଜେ ନୃସିଂହଙ୍କ ପାଖରେ ପଣ୍ଡା ମହାସ୍ନାନ ପୂଜା କରନ୍ତି । ଶୀତଳଭୋଗ ପଞ୍ଚୋପଚାରରେ ପୂଜା ବଢି ବନ୍ଦାପନା ହୋଇଥାଏ । ମହାଜନେ ନୃସିଂହଙ୍କୁ ହାତରେ ବିଜେ କରାଇ ଆଣି ଝୁଲଣ ମଣ୍ଡପ ତଳେ ଥିବା ବିମାନରେ ବିଜେ କରାଇଥାନ୍ତି। ବିମାନ ବଡୁମାନେ ନୃସିଂହଙ୍କୁ ଶ୍ରୀଜଗନ୍ନାଥ ବଲ୍ଲଭକୁ ବିଜେ କରାଇଥାନ୍ତି । ସେଠାରେ ଭୋଗ ବନ୍ଦପନା ସରିବା ପରେ ଠାକୁର ବାହୁଡା ବିଜେ କରନ୍ତି ।ନୃସିଂହ ବିଜେ କରିବା ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆଲଟ ଲାଗି ହୋଇ ଅନ୍ୟାନ୍ୟ ନୀତି ହୋଇଥାଏ । ଓଡିଆ ଭକ୍ତ ମାନେ ଏକାଦଶୀ ବ୍ରତ ଉପବାସ ବିଧି ଭଳି ନୃସିଂହ ଜୟନ୍ତୀ ପାଳନ କରିଥାଆନ୍ତି । ନୃସିଂହ ଜୟନ୍ତୀର ଦିନକ ପୂର୍ବରୁ ବ୍ରତଧାରୀମାନେ ଦିନରେ ମାତ୍ର ଥରେ ଖାଦ୍ୟ ଗ୍ରହଣ କରନ୍ତି । ସମସ୍ତ ପ୍ରକାର ଶସ୍ୟ ସେବନକୁ ଏହି ବ୍ରତରେ ବାରଣ କରାଯାଇଛି । ନୃସିଂହ ଜୟନ୍ତୀରେ ଭକ୍ତମାନେ ମଧ୍ୟାହ୍ନରେ ସଂକଳ୍ପ କରନ୍ତି ଏବଂ ସୂର୍ଯ୍ୟାସ୍ତ ପୂର୍ବରୁ ବିଧିବିଧାନ ଅନୁସାରେ ଶ୍ରୀନୃସିଂହଙ୍କଠାରେ ପୂଜାର୍ଚ୍ଚନା କରନ୍ତି । ବିଶ୍ୱାସ ରହିଛି, ପ୍ରଭୁ ଶ୍ରୀନୃସିଂହ ସୂର୍ଯ୍ୟାସ୍ତ ସମୟରେ ଦର୍ଶନ ଦେଇଥିଲେ । ରାତିରେ ଉଜାଗର ରହି ସକାଳ ପର୍ଯ୍ୟନ୍ତ ପୂଜା କରିବାର ବିଧି ରହିଛି। ଜୟନ୍ତୀ ପରଦିନ ଅର୍ଥାତ ଚତୁର୍ଦ୍ଦଶୀ ତିଥି ସମାପ୍ତ ହେବା ପରେ (ବିସର୍ଜନ ପୂଜା ପରେ) ଉପବାସ ଭଙ୍ଗ କରିବା ସହିତ ବ୍ରାହ୍ମଣଙ୍କୁ ଦାନ ଦିଆଯାଏ । ଅବଶ୍ୟ ଅନେକ ନୀତି କାନ୍ତି ର ପ୍ରଭାବ ଏବେ ଓଡ଼ିଆମାନଙ୍କୁ ଆଉ ପ୍ରଭାବିତ କରୁନାହିଁ, ପାଶ୍ଚାତ୍ୟ ଅପସଂସ୍କୃତିର କୁପ୍ରଭାବ ଫଳରେ । ତତ୍ ପରେ ଚନ୍ଦନ ପୂର୍ଣ୍ଣିମା , ଯାହା ମଧ୍ୟ ବୁଦ୍ଧ ପୂର୍ଣ୍ଣିମା ଭାବେ ପାଳିତ ହୋଇଆସୁଛି ।
ଇତିହାସ କ'ଣ କହୁଛି, ସେଥିପ୍ରତି ଆମେ ସ୍ଵକୀୟ ଅଧ୍ୟବସାୟ ତଥା ଆମ ଦ୍ବାରା ସଂଗୃହିତ ପ୍ରାମାଣିକ ତଥ୍ୟ ସନ୍ନିବେଶିତ କରି ଦୃଢ଼ତାର ସହ ଉପସ୍ଥାପନ କରୁଛୁ ଯେ ଆଜକୁ ଠିକ୍ ୨୫୬୮ ବର୍ଷ ତଳେ, ପବିତ୍ର ପୂର୍ଣ୍ଣିମାରେ ଭୁବନେଶ୍ୱରର କପିଳେଶ୍ୱର ମାଟିରେ ଜନ୍ମଗ୍ରହଣ କରିଥିଲେ ଦେବତ୍ବ ଆସନରେ ଆସୀନ ଗୌତମ ବୁଦ୍ଧ । ଆମ ମତ ସହିତ କିଏ ଏକମତ ହୁଅନ୍ତୁ ଅବା ନ ହୁଅନ୍ତୁ, ଆଗାମୀ ସମୟରେ ଏହାହିଁ ସତ୍ୟ ବୋଲି ବିବେଚିତ ହେବାକୁ ବାଧ୍ୟ । ଓଡ଼ିଆ ଜାତି ଗୌତମ ବୁଦ୍ଧ ଙ୍କୁ ଅବତାର ରୂପେ ଗ୍ରହଣ କରିଛି । ସେ ଯଦି ଅନ୍ୟ କେଉଁଠାରେ ଜନ୍ମଲାଭ କରିଥାନ୍ତେ , ତେବେ ଏହା କ'ଣ ସମ୍ଭବ ହୋଇଥାନ୍ତା ? ଓଡ଼ିଆ ଜାତି କେତେ ମହାନ, ତାହା ସଠିକ ଗବେଷଣା କଲେ ହିଁ ଜଣାପଡ଼ିବ । ଅନ୍ୟ କେହି ବାହାରର ଲୋକ ଅପେକ୍ଷା ଆମରି ଶିଖି,ମନାଇ, ଚରଣିଆ ପନ୍ଥୀମାନେ ହିଁ ଓଡ଼ିଶାର ସଠିକ୍ ଇତିହାସର ବାଧକ ସାଜି ଆସିଛନ୍ତି । ଆମେ ପ୍ରାୟ ଜାଣୁ , ବିଶେଷ କରି ଆମକୁ ଜଣାଇ ଦିଆଯାଇଛି ଯେ ଭଗବାନଙ୍କର ଦଶ ଅବତାର , ଯଥା-;
"ମତ୍ସ୍ୟାଃ କୁର୍ମୋ ବରାହଶ୍ଚ ନରସିଂହୋ{ଥ ବାମନଃ
ରାମୋ ରାମଶ୍ଚ ରାମଶ୍ଚ ବୁଦ୍ଧଃ କଳ୍ପୀଚ ତେ ଦଶ ।।"
ଅର୍ଥାତ୍ ମତ୍ସ୍ୟ,କୁର୍ମ,ବରାହ, ନୃସିଂହ,ବାମନ,ରାମ (ପର୍ଶୁରାମ),ରାମ ( ରାମଚନ୍ଦ୍ର),ରାମ ( ବଳରାମ),ବୁଦ୍ଧ ଓ କଳ୍ କୀ ହେଉଛନ୍ତି ଅବତାର । ବିଭିନ୍ନ ଶାସ୍ତ୍ର ଅଧ୍ୟୟନ ପରେ ଏହା କୁହାଯାଇ ପାରିବ ଯେ ଅନେକ ଅବତାରଙ୍କ ମଧ୍ୟରେ ଉପରୋକ୍ତ ଦଶଟି ଅବତାର ପ୍ରସିଦ୍ଧ । ଏଭଳି ମତ ଦେଇ ଆମେ ସମାଲୋଚନାର ଶରବ୍ୟ ହେବାର ସମ୍ଭାବନା ଥିବାରୁ କେତୋଟିର ଜ୍ଜ୍ବଳନ୍ତ ପ୍ରମାଣ ଏଠାରେ ଉପସ୍ଥାପନ କରୁଛୁ । ଭାଗବତର ପ୍ରଥମ ସ୍କନ୍ଧ, ତୃତୀୟ ଅଧ୍ୟାୟରେ ୨୨ ଅବତାର ସମ୍ପର୍କରେ ଆଲୋଚନା ହୋଇଛି । ସେହି ଭାଗବତର ଦ୍ବିତୀୟ ସ୍କନ୍ଧ ୭ମ ଅଧ୍ୟାୟରେ ୨୪ ଅବତାରର ଉଲ୍ଲେଖ ରହିଛି । ପ୍ରସିଦ୍ଧ ଦଶାବତାର ସହିତ ଯେଉଁ ୨୨ ଅବତାର କଥା କୁହା ଯାଇଛି, ସେଥିରେ ବ୍ରହ୍ମା,ନାରଦ, ନରନାରାୟଣ,କପିଳ, ଦତ୍ତାତ୍ରେୟ, ଯଜ୍ଞ,ଋଷଭଦେବ,ପୃଥୁ,ଧନ୍ଵନ୍ତରୀ, ମୋହିନୀ, ବେଦବ୍ୟାସ, କୃଷ୍ଣ ବୋଲି ଉଲ୍ଲେଖ ଅଛି । ଭାଗବତର ଦ୍ବିତୀୟ ସ୍କନ୍ଧରେ ଯେଉଁ ୨୪ ଅବତାର ବୋଲି ଉଲ୍ଲେଖ ଅଛି, ଏହି ୨୨ ସମେତ ସୁଯଜ୍ଞ ଓ ଚତୁଃସନ ଙ୍କୁ ନିଆ ଯାଇଛି । ଚତୁଃସନାବତାର କୁ କେହି କେହି ଚତୁଃସନାତନ ବୋଲି ଉଲ୍ଲେଖ କରିଥିବା ବେଳେ କେହିକେହି "କୁମାର" ବୋଲି ଉଲ୍ଲେଖ କରିଛନ୍ତି । ଅଧର୍ମୀ ଶକ୍ତିଶାଳୀ , ସମାଜକୁ ସନ୍ତ୍ରସ୍ତ କରୁଥିବା ଦୁଷ୍ଟ ମାନଙ୍କୁ ସଠିକ୍ ମାର୍ଗ ଦର୍ଶନ କରିବାକୁ ବୁଦ୍ଧ ଅବତାର ବୋଲି କୁହାଯାଏ । ବିଶେଷ କରି ଶ୍ରୀକ୍ଷେତ୍ର ପୁରୀ ସମ୍ପର୍କରେ ଯେଉଁ ଶବ୍ଦ ବୁଦ୍ଧଙ୍କ ମୁଖ ନିଃସୃତ, ତାହାକୁ ଉପଜିବ୍ୟ କରି ଆଲୋଚନା ହୋଇନାହିଁ । ଭାଗବତର ଦ୍ବିତୀୟ ସ୍କନ୍ଧ,୭ମ ଅଧ୍ୟାୟରେ ଯେଉଁ ୨୪ ଅବତାର ସମ୍ପର୍କିତ ଶ୍ଲୋକ ଅଛି, ତାହାକୁ ବ୍ୟାଖ୍ୟା କରି ଶ୍ରୀଧର ସ୍ଵାମୀ କହିଛନ୍ତି -;
କଳା ଭୂମି ମହୋତ୍ସବ-(୧-୨)
" ବୁଦ୍ଧବତାରମାହଦେବଦ୍ବିଷାଂ ଦୈତ୍ୟାନାଂ ନିଗମବର୍ତ୍ତନି ନିଷ୍ଠିତାନାଂ ନିତରାଂ ସ୍ଥିତାନାଂ ତଦ୍ ବଳେନ ଚ ପୂର୍ତ୍ତିଃ ପୁରୀଭିଃ ଅଦୃଶ୍ୟ ତୂର୍ଭିଃ ଅଲକ୍ଷ୍ୟ ବେଗାଭିଃ" ।
ଅତିବଡ଼ି ଜଗନ୍ନାଥ ଦାସ ବୁଦ୍ଧଙ୍କ ନାମ ନନେଇ ମଧ୍ୟ ପରୋକ୍ଷ ଭାବରେ ସ୍ଵୀକାର କରିଛନ୍ତି । ଯଥା -
"ଅସୁରେ ତେଜି ଦେଵମାର୍ଗେ, ମାୟାବୀ ମାନେ କଳିଯୁଗେ
ତାହାଙ୍କ ନିସ୍ତାର ଯେମନ୍ତେ, ଦୃଶ୍ୟ ଅଦୃଶ୍ୟ ଶୂନ୍ୟ ପଥେ
କରିଲେ ଵହୁ ଜନ ହିତ , ସେ କଥା ଜାଣି ଜଗନ୍ନାଥ
କପଟେ ମାୟା ମୋହ ପାଶେ, ପାଷାଣ୍ଡ ମାର୍ଗ ଉପଦେଶେ
ଅଜ୍ଞାନ ମତେ ନ ବୁଝିବେ, ସୁଜନ ଜନ ଙ୍କୁ ହିଁସିଵେ ।।"
ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ତଥା ଐତିହାସିକ ଡ଼ଃ ଅଜିତ୍ ତ୍ରିପାଠୀ ଏବଂ ଜନାଦୃତ ଗବେଷକ, ଐତିହାସିକ , ଆଲେଖ୍ୟ ସ୍ରଷ୍ଟା ଡ଼ଃ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ବିଭିନ୍ନ ପ୍ରାମାଣିକ ତଥ୍ୟ ସନ୍ନିବେଶିତ କରି ଗୌତମ ବୁଦ୍ଧଙ୍କ ଜନ୍ମ କପିଳେଶ୍ୱର ବୋଲି ଉଲ୍ଲେଖ କରିଛନ୍ତି । ଠିକ୍ ସେହିପରି ଦୀର୍ଘ ଦିନ ଧରି ଗବେଷଣା କରି ଶ୍ରୀଯୁକ୍ତ ଅଲେଖ ସାହୁ ମଧ୍ୟ ଅନେକ ପ୍ରାମାଣିକ ତଥ୍ୟ ସନ୍ନିବେଶିତ କରି ଏହି ମତ ସହିତ ଦୃଢ଼ତା ପ୍ରଦର୍ଶନ କରିଛନ୍ତି । ଉରୁଵେଳା ଜଙ୍ଗଲ ହିଁ ଆଜିର ଅଡଶପୁର ନିକଟସ୍ଥ ଉରାଡ ଜଙ୍ଗଲ । ଶଗଡ଼ ଗାଡ଼ି ରେ କ'ଣ ୨୫୫୦ ବର୍ଷ ତଳେ ଦୁଇଜଣ ଓଡ଼ିଆ ଲୁମ୍ବିନୀ ନିକଟସ୍ଥ ଜଙ୍ଗଲ କୁ ଯିବା ସମ୍ଭବ ? ଅନେକ ପ୍ରାମାଣିକ ତଥ୍ୟ ଅଛି, ବାରାନ୍ତରରେ ତାହା ଉପସ୍ଥାପିତ ହେବ ଏବଂ ଠିକ୍ ୧୮୫୭ ପରିବର୍ତ୍ତେ ଯେପରି ୧୮୧୭ , ପାଇକ ସଂଗ୍ରାମ ହିଁ ଭାରତର ପ୍ରଥମ ମୁକ୍ତି ଆନ୍ଦୋଳନ ବୋଲି ସାବ୍ୟସ୍ତ କରାଗଲା, ଠିକ୍ ସେହିପରି ଗୌତମ ବୁଦ୍ଧ ଜଣେ ଓଡ଼ିଆ ଏବଂ ତାଙ୍କ ଜନ୍ମ ସ୍ଥାନ ଭୁବନେଶ୍ବରସ୍ଥ କପିଳେଶ୍ୱର ,ତାହା ସାବ୍ୟସ୍ତ କରାଇ ଦିଆଯିବ । ଏବେ ଗତ ୨୦୨୪, ଡିସେମ୍ବର ୨୭ ତାରିଖରେ ଆମେ ଦକ୍ଷିଣ କୋରିଆର ପ୍ରାଚୀନ ସହର ଭୂଷାନ ( Busan)ଯାଇ ସେଠାରେ ସମୁଦ୍ର ମଧ୍ୟରେ ଥିବା ବୁଦ୍ଧ ମନ୍ଦିରକୁ ଯାଇଥିଲୁ । ସେଠାରେ ବୌଦ୍ଧ ଧର୍ମାବଲମ୍ବୀ ଲୋକଙ୍କ ସଂଖ୍ୟା ଓ ପ୍ରଭାବିତ ଇତିହାସ ସମ୍ପର୍କରେ ଅଧ୍ୟୟନ କରି ସେଠାରେ ଥିବା ବୌଦ୍ଧ ଗ୍ରନ୍ଥକୁ ଗୁଗଲ ସାହାଯ୍ୟରେ ଅନୁବାଦିତ ଓଡ଼ିଆ ଭାଷାରେ ପଢିଥିଲୁ । ତତ୍ ପରେ ଆମେ ସିଓଲ ( seoul) ର ବିଭିନ୍ନ ସ୍ଥାନରେ ଥିବା ବୌଦ୍ଧ କୀର୍ତ୍ତି ଦେଖି ସେ ଦେଶର ଜାତୀୟ ସଂଗ୍ରହାଳୟ ( ନ୍ୟାସନାଲ ମ୍ୟୁଜିୟମ) ରେ କିଛି ସମୟ ଅଧ୍ୟୟନ କରି ଆମର ମତ କୁ ପ୍ରାମାଣିକ ତଥ୍ୟ ସହିତ ଦୃଢ଼ କରାଇବାରେ ସଫଳ ହେଲୁ ବୋଲି ଅନୁଭବ କରିଛୁ ।
ଭୁବନେଶ୍ଵରର କପିଳେଶ୍ୱରରେ ଗୌତମ ବୁଦ୍ଧ ଜନ୍ମ ଗ୍ରହଣ କରିଥିବାର ପ୍ରାମାଣିକ ତଥ୍ୟ ସନ୍ନିବେଶିତ ସମସ୍ତ ଉପାଦାନକୁ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାଦ୍ଦୀରୁ ଧ୍ବଂସ କରିବା ପାଇଁ ଧାରାବାହିକ ଭାବେ ବିଭିନ୍ନ ପ୍ରକାରର ଉଦ୍ୟମ କରାଯାଇଆସିଥିଲା ୧୯୨୮ ମସିହା ପର୍ଯ୍ୟନ୍ତ । ଶେଷ ପ୍ରାମାଣିକ ଉପାଦାନକୁ ମାତ୍ର ୮ ଟଙ୍କାରେ ବିକ୍ରି କରାଯାଇଥିବାର ସରକାରୀ ନଥି ପ୍ରମାଣ ରହିଛି । ୨୦୦୬ ମସିହାରେ " ସୁବାର୍ତ୍ତା" ରେ ପ୍ରାମାଣିକ ତଥ୍ୟ ସନ୍ନିବେଶିତ ଅଗ୍ରଲେଖ ପ୍ରକାଶ ପାଇବା ସତ୍ତ୍ବେ, କେବଳ ଐତିହାସିକ, ଗବେଷକ ଡଃ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀଙ୍କ ବ୍ୟତୀତ କୌଣସି ଐତିହାସିକ ତାହାକୁ ଉପଜିବ୍ୟ କରି ଗବେଷଣା କଲେ ନାହିଁ କି ସରକାର ମଧ୍ୟ ଏହାକୁ ଗୁରୁତ୍ବ ଦେଲେ ନାହିଁ କି ଓଡ଼ିଆ ମାନେ ସ୍ବର ଉତ୍ତୋଳନ ନ କରିବା ଫଳରେ ଶାସନ ବ୍ୟବସ୍ଥା ନିଷ୍କ୍ରିୟ ରହିଲା । କପିଳେଶ୍ଵରୁ ଉଦ୍ଧାର ପାଇଥିବା ଖମ୍ବ ଟି ବା ଶିଳାଲେଖଟି ପୁରୁଷାନୁକ୍ରମ ଭାବେ କପିଳେଶ୍ୱର ଗ୍ରାମର ବ୍ରଜବନ୍ଧୁ ମିଶ୍ରଙ୍କ ଠାକୁର ଘରେ ପୂଜା ପାଉଥିଲା । ଓଡ଼ିଶାର ଗୌରବମୟ ଇତିହାସକୁ ବିକୃତ କରିଆସିଥିବା ଭଗାରି ଦାୟାଦ ଏହାକୁ ଶ୍ରୀମିଶ୍ରଙ୍କ ଠାରୁ ମାତ୍ର ଆଠ ଟଙ୍କା ଦେଇ କିଣିନେବା ପରେ ସ୍ଥାନୀୟ ଲୋକେ ପୁରୀ ଜିଲ୍ଲାପାଳଙ୍କୁ ଏହା ଜଣାଇବା ପରେ ନିଜେ ଜିଲ୍ଲାପାଳ ଏହାର ତଦନ୍ତ କରି ତାଙ୍କର ଅନୁସନ୍ଧାନ ତଥ୍ୟ ବା ରିପୋର୍ଟ ନଭେମ୍ବର ୫ ତାରିଖ,୧୯୨୮ ମସିହାରେ ଓଡ଼ିଶା ଆୟୁକ୍ତଙ୍କୁ ଦେଇଥିଲେ । ସେହି ଅନୁସନ୍ଧାନ ନଥି ରାଜ୍ୟ ଅଭିଲେଖାଗାରରେ ଅଛି, ଯାହାକୁ ଡ଼ଃ ତ୍ରିପାଠୀ ଅବିକଳ ନକଲ କରି ତାଙ୍କର ଆଲେଖ୍ୟରେ ସୁବାର୍ତ୍ତାରେ ପ୍ରକାଶ କରାଇଥିଲେ ଏବଂ ତାଙ୍କର " ଭୁବନେଶ୍ୱର ଇତିହାସ" ପୁସ୍ତକର ୨୩ ପୃଷ୍ଠାରେ ଉଲ୍ଲେଖ ରହିଛି । ଏହି ଶିଳାଲେଖଟିକୁ ପୁରୀର ଜଣେ ବଙ୍ଗୀୟ ଠିକାଦାର ବୀରେନ ରାୟ ଆଠ ଟଙ୍କାରେ ବ୍ରଜବନ୍ଧୁ ମିଶ୍ରଙ୍କ ଠାରୁ କିଣି ତାହାକୁ କୋଲକାତା ବିଶ୍ବବିଦ୍ୟାଳୟ ଅନ୍ତର୍ଗତ ଆଶୁତୋଷ ସଂଗ୍ରହାଳୟକୁ ବହୁମୂଲ୍ୟରେ ବିକି ଦେଇଥିବା କଥା ବୀରେନ ରାୟ ସ୍ବୀକାର କରିଥିବା ସମ୍ପର୍କରେ ଜିଲ୍ଲାପାଳ ଉଲ୍ଲେଖ କରିଛନ୍ତି । ଆପଣ ମାନଙ୍କ ଅବଗତି ନିମନ୍ତେ ଜିଲ୍ଲାପାଳଙ୍କ ତଦନ୍ତ ନିଷ୍କର୍ଷ ବା ରିପୋର୍ଟ ଅବିକଳ ନକଲର ସ୍ଥିର ଚିତ୍ର ସଂଲଗ୍ନ କରିଛୁ । ଆଶୁତୋଷ ସଂଗ୍ରହାଳୟରେ ଶିଳାଲେଖଟି ପଢାଯାଇ ତାହାର ବିସ୍ତୃତ ବିବରଣୀ ପ୍ରକାଶ ପାଇଥିଲା । ତା'ର ସ୍ଥିର ଚିତ୍ର ମଧ୍ୟ ରହିଥିଲା । ସୁବାର୍ତ୍ତାରେ ପ୍ରକାଶ ପାଇବା ପରେ ଯେତେବେଳେ ଓଡ଼ିଶା ସରକାରଙ୍କ ପକ୍ଷରୁ ଅଭିଲେଖାଗାର ଅଧ୍ୟକ୍ଷ ସ୍ବର୍ଗତ ଦେବରାଜ ପ୍ରଧାନ ଆଶୁତୋଷ ସଂଗ୍ରହାଳୟକୁ ଗଲେ , ତାଙ୍କୁ ଦେଖାଇ ଦିଆଗଲା ନାହିଁ । ଜିଲ୍ଲାପାଳଙ୍କ ବିସ୍ତୃତ ବିବରଣୀ ଆଧାରିତ ଡଃ ତ୍ରିପାଠୀଙ୍କ ଆଲେଖ୍ୟାନୁଯାୟୀ ୧୯୨୮ ମସିହାରେ ଜଣେ ବଙ୍ଗୀୟ ଏକ ସନ୍ୟାସୀ ପର୍ଯ୍ୟଟକ ଭାବେ ଆସି ବ୍ରଜବନ୍ଧୁ ମିଶ୍ରଙ୍କ ଘରେ ପହଞ୍ଚି ଏହା ଦେଖିବାକୁ କହିଥିଲେ । ସେ ଦେଖିବା ପରେ ପେନସିଲରେ ଲେଖା ନକଲ କରି ନେଇଗଲେ । ତାହାକୁ ନେଇ ଦେଇଥିଲେ ଡଃ ଆଣ୍ଟୋନ ଫରେର ଙ୍କୁ । ସେ ମହାଶୟ ତାହାକୁ ବଦଳେଇ ନେପାଳ ତରାଇ ଅଞ୍ଚଳରେ ବୁଦ୍ଧ ଜନ୍ମ ଗ୍ରହଣ କରିଥିଲେ ବୋଲି ଉଲ୍ଲେଖ କରିବା ପୂର୍ବରୁ ଉକ୍ତ ମୂଳ ଶିଳାଲେଖ କୁ ଯେ କୌଣସି ଉପାୟରେ ମିଶ୍ରଙ୍କ ଘରୁ ଆଣିବା ପାଇଁ ଯୋଜନା କରିବା ସହିତ ମୋଟା ଅଙ୍କର ପୁରସ୍କାର ଘୋଷଣା କରିଥିଲେ, ଯେଉଁଥିରେ ବୀରେନ ରାୟ ଏହି ଦାୟିତ୍ବ ନେଇ ମାତ୍ର ଆଠ ଟଙ୍କାରେ ଶିଳାଲେଖ କିଣିନେଇଥିଲେ ।
କ୍ରମଶଃ
କଳା ଭୂମି ମହୋତ୍ସବ -୨
----------------------------
( ପୂର୍ବ ଆଲୋଚନା ଉତ୍ତାରୁ )
ଜ୍ୟେଷ୍ଠା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାସକୁ 'ଜ୍ୟୈଷ୍ଠ' ବା 'ଜ୍ୟେଷ୍ଠ' ମାସ କୁହାଯାଏ । ଏହା ବୈଶାଖର ପରବର୍ତ୍ତୀ ଓ ଆଷାଢ଼ର ପୂର୍ବବର୍ତ୍ତୀ ମାସ । ଏହି ମାସ ଓ ଏହାର ପୂର୍ବବର୍ତ୍ତୀ ମାସ ବୈଶାଖ ଗ୍ରୀଷ୍ମ ଋତୁ । ଜ୍ୟୈଷ୍ଠ ଗ୍ରୀଷ୍ମ ଋତୁର ଶେଷ ମାସ । ଏହା ଓଡ଼ିଆ ହିନ୍ଦୁମାନଙ୍କର ଦ୍ୱିତୀୟ ଚାନ୍ଦ୍ରମାନ ମାସ ଭାବେ ବିବେଚିତ ହୋଇ ଆସୁଛି । ଜ୍ୟେଷ୍ଠ କୃଷ୍ଣ ସପ୍ତମୀର ଭଉଁରୀ ଉତ୍ସବ ବା ଯାତ ସମ୍ପର୍କରେ ଆଲୋଚନା କରିସାରିଛେ ।
ଜ୍ୟେଷ୍ଠମାସ କୃଷ୍ଣପକ୍ଷ ଏକାଦଶୀ ଦିନଟିକୁ ଅପରା ଏକାଦଶୀ ଵା ଜଳକ୍ରୀଡା ଏକାଦଶୀ ଭାବେ ପାଳନ କରାଯାଇ ଥାଏ। କାରଣ ଏହି ଏକାଦଶୀ ବ୍ରତ ପାଳନ ଫଳରେ ବ୍ରତୀ ଅପାର ସଂସାର ସମୂହକୁ ସହଜରେ ପାରି ହୋଇଥାଏ । ଯେତେ ଯେତେ ମହାପାପ ଯଥା କ୍ଷତ୍ରୀୟମାନେ ଯୁଦ୍ଧକ୍ଷେତ୍ରରୁ ପୃଷ୍ଠଭଙ୍ଗ ଦେବା, ମାତା, ପିତା ତଥା ଗୁରୁଜନଙ୍କ ନିନ୍ଦା କରିବା, ବ୍ରହ୍ମହତ୍ୟା କରିବା, ଗୋହତ୍ୟା କରିବା, ପରସ୍ତ୍ରୀକୁ ହରଣ କରିବା, ମିଥ୍ୟା କହିବା ମିଥ୍ୟା ବେଦ ପଢ଼ିବା, ମିଥ୍ୟା ଶାସ୍ତ୍ର ଲେଖିବା ଏବଂ ମିଥ୍ୟା ବିଦ୍ୟା ଇତ୍ୟାଦି ଅଭ୍ୟାସ କରିବା ଜନିତ ଯେତେ ଅପରାଧ ଓ ପାପ ଯେଉଁଥିରେ ନର୍କଦଶା ହେବା କଥା, ଏହି ଏକାଦଶୀ ପାଳନରେ ତାହା ନାଶ ହୋଇ ବ୍ରତୀକୁ ବୈକୁଣ୍ଠାସନ ମିଳେ । ପୁନଶ୍ଚ କୁହାଯାଇଛି ଯେ ଏହି ଏକାଦଶୀ ପାଳନ ଫଳରେ ତିନି ପୁଷ୍କର ସ୍ନାନ, କାର୍ତ୍ତିକ ସ୍ନାନ ଏବଂ ଗଙ୍ଗା ସ୍ନାନ ଇତ୍ୟାଦିର ପୁଣ୍ୟଫଳ ମିଳିଥାଏ । ସିଂହରାଶିର ଲୋକେ ଗୁରୁବାର ଦିନ ଗୋମତୀରେ ସ୍ନାନ କରିବା, କୁମ୍ଭରାଶିର ଲୋକେ କେଦାରନାଥଙ୍କୁ ଦର୍ଶନ କରିବା ଏବଂ ବଦ୍ରିକା ଆଶ୍ରମରେ ବାସ କରିବା ଫଳରେ ଯେଉଁଫଳ ମିଳେ ଅଥବା ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ ସମୟରେ କୁରୁକ୍ଷେତ୍ରରେ ସ୍ନାନକଲେ ଯେଉଁ ପୁଣ୍ୟଫଳ ମିଳେ, ତାହା କେବଳ ଏହି ଏକାଦଶୀ ବ୍ରତ ପାଳନ ଫଳରେ ମିଳିଥାଏ ।ଏକଥା ମଧ୍ୟ କୁହାଯାଇଛି ଯେ ହାତୀ, ଘୋଡ଼ା ତଥା ଯଜ୍ଞରେ ସ୍ୱର୍ଣ୍ଣଦାନ କଲେ ଯେଉଁ ଫଳ ମିଳେ, ତାହାମଧ୍ୟ ଏହି ଏକାଦଶୀ ପାଳନରେ ମିଳିଥାଏ । ଏହି ଏକାଦଶୀ ପାଳନ ଫଳରେ ଭୂମି, ସ୍ୱର୍ଣ୍ଣ, ଗୋ ବା କନ୍ୟାଦାନ ପୁଣ୍ୟର ଆବଶ୍ୟକତା ନଥାଏ । ପାପରୂପୀ ବୃକ୍ଷ ଛେଦନ ପାଇଁ ଏହା ଏକ କୁରାଢ଼ି ସ୍ୱରୂପ ଅଥବା ସିଂହକୁ ଦେଖି ମୃଗ ପଳାଇବା ପରି, ଏହି ଏକାଦଶୀ ଯିଏ ପାଳନ କରେ ତାକୁ ପାପ ସ୍ପର୍ଶ କରେନାହିଁ ଅର୍ଥାତ୍ ତା ଠାରୁ ଦୂରେଇ ଯାଏ । ଏହା ପରେ ଅମାବାସ୍ୟା, ଯାହା ସାବିତ୍ରୀ ଅମାବାସ୍ୟା ଭାବେ ପାଳିତ ହୋଇଆସୁଛି । ବିଗତ ଦିନରେ ସରସ୍ଵତୀ ଅବା ଗଣେଶ ପୂଜା ଦିନରେ ଶିଶୁ ମାନେ ନୂତନ ବସ୍ତ୍ର ପରିଧାନ, ମୁଣ୍ଡରେ ସିନ୍ଦୂର ଚନ୍ଦନ ଟୋପା, ଥାଳିରେ ନଡ଼ିଆ,ଭୋଗ , ନୂଆ ସିଲଟ ଖଡି ଧରି ବିଦ୍ୟାଳୟକୁ ଯାଉଥିଲେ ଏବଂ ପୂଜାର୍ଚ୍ଚନା ସରିବା ପରେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର କହି ସିଲଟ ରେ ତିନୋଟି ଶୂନ ଲେଖି ବିଦ୍ୟାରମ୍ଭ କରୁଥିଲେ । ବିଦ୍ୟାରମ୍ଭ ପୂର୍ବରୁ କିନ୍ତୁ ଜେଜେ ବାପା, ଜେଜେ ମାଆ,ଅଜା,ଆଈ ମାନଙ୍କ ଠାରୁ ବିଭିନ୍ନ ବିଷୟରେ ଗପ ଶୁଣି ଶୁଣି ଶୋଇଥିଲେ ଏବଂ ରାମାୟଣ ଠାରୁ ମହାଭାରତ ପର୍ଯ୍ୟନ୍ତ ବିଭିନ୍ନ ପୁରାଣ ଶାସ୍ତ୍ର ସମ୍ବନ୍ଧୀୟ ଜ୍ଞାନାର୍ଜନ କରୁଥିଲେ । ଏବେ ଯୌଥ ପାରିବାରିକ ସଂସ୍କୃତି ଭାଙ୍ଗି ବ୍ୟକ୍ତି କୈନ୍ଦ୍ରିକ ପରିବାର ଗଢି ଉଠିବା , ପିଲା ମାନଙ୍କୁ ପ୍ଲେ ସ୍କୁଲରେ ଟୁଇଙ୍କିଲି ଟୁଇଙ୍କିଲି ଲିଟର ଷ୍ଟାର ରାଇମ ଶିଖା ଯାଉଛି । ଯାହା ଫଳରେ ଶିଶୁ ଟି ପାଶ୍ଚାତ୍ୟ ସଂସ୍କୃତିର ହନୁକୀକରଣ ପରିବେଶରେ ବଢି ବଢ଼ି କ'ଣ ହେଉଛି , ତାହା ଆମେ ଦେଖୁଛେ ଗାଣିତିକ ପ୍ରକ୍ରିୟାରେ ଜରା ନିବାସ ସଂଖ୍ୟା ଅଭିବୃଦ୍ଧିର ପରିସଂଖ୍ୟାରୁ । ଆଜି ଆମେ ସାମାଜିକ ଗଣମାଧ୍ୟମ ମୁଖପୁସ୍ତକରେ ସାବିତ୍ରୀ ବ୍ରତ ବା ଓଷା ଆଧାରିତ କୌଣସି ଉପସ୍ଥାପନ ବା ସେଭଳି କିଛି ଏହାର ପ୍ରତିଫଳିତ ଦୃଶ୍ୟ ଚିତ୍ର କିମ୍ବା ଆଲେଖ୍ୟ ଆଲୋଚନା ଦେଖିବାକୁ ପାଇଲୁ ନାହିଁ । ବରଂ ଜଣେ ଜଣେ ଲେଖିଛନ୍ତି ଆଜି ସାବିତ୍ରୀ ରେ ସତ୍ୟବାନ୍ ଙ୍କ ସହିତ ଦାମିକା ହୋଟେଲରେ ଭଲ ଖିଆ ପିଆ ହେଲା ତ କିଏ ଲେଖିଛନ୍ତି ଯେ ଭୋକ ହେଲାଣି, ସତ୍ୟବାନଙ୍କୁ ଅପେକ୍ଷା କରିଛି । ଏପରିକି ଦିନେ ହେଲେ ସ୍ବାମୀ ଙ୍କୁ ସମ୍ମାନ ଦେଇ ନଥିବା ଏବଂ ବିଭିନ୍ନ ଅଭିଯୋଗରେ ଗଣମାଧ୍ୟମରେ ଅଭିଯୁକ୍ତା ମଧ୍ୟ ତାଙ୍କ ତଥାକଥିତ ସତ୍ୟବାନ ଙ୍କ ସହିତ ସ୍ଥିର ଚିତ୍ର (ଫଟୋଚିତ୍ର) ସଂଲଗ୍ନ କରି ଉପସ୍ଥାପନ କରିଛନ୍ତି, ଯାହାକୁ ହଜାର ହଜାର ସଂଖ୍ୟାରେ ଲୋକେ ମୂଷା ବୋତାମ ରେ ପସନ୍ଦ ବା ଲାଇକ କରିଛନ୍ତି । ଏତଦ୍ ବ୍ୟତୀତ କେବଳ ନୂତନ ବସ୍ତ୍ର ପରିଧାନ , ମନ୍ଦିର ଗମନ ଆଦିର ଚିତ୍ର ଦେଖିବାକୁ ପାଇଲୁ । ଅଶି ଦଶକରେ, ଠିକ୍ ଆଜିର ତିଥିରେ ଆମର ଅତ୍ୟନ୍ତ ଘନିଷ୍ଠ ବନ୍ଧୁ , ବର୍ତ୍ତମାନର ରାଜ୍ୟର ଜଣେ ବିଶିଷ୍ଟ ନାଟ୍ୟକାର, ଅଭିନେତା, ନିର୍ଦ୍ଦେଶକ ରବି ନାରାୟଣ ତ୍ରିପାଠୀ ଙ୍କର ମୁଖ୍ୟ ଭୂମିକା ଅର୍ଥାତ୍ ସତ୍ୟବାନ୍ ଭୂମିକାରେ ଅଭିନୀତ " ମହା ସତୀ ସାବିତ୍ରୀ" ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରର ଅଧିକାଂଶ ଚିତ୍ରୋତଳୋନ ବା ସୁଟିଙ୍ଗ ଦେଖିଥିଲୁ । ମୂଳ କାହାଣୀ ବା କଥାବସ୍ତୁରେ ଯେ ନଖରାମି କରାଯାଇଥିଲା , ତାହା ଆମେ ପରବର୍ତ୍ତୀ ସମୟରେ ଏହାର ପୌରାଣିକ କିମ୍ବଦନ୍ତୀ ଏବଂ ବ୍ରତ ଓ ଓଷାର ପଦ୍ଧତି ପଢ଼ିବା ପରେ ଅନୁଭବ କରିଥିଲୁ । ଯଦିଓ ଆମର ବନ୍ଧୁଙ୍କ ଅଭିନୟ ଥିଲା ଅତ୍ୟନ୍ତ ଉଚ୍ଚକୋଟୀର ।ବଙ୍ଗୀୟ ଲଳନା ତପତି ସାବିତ୍ରୀ ଭୂମିକାରେ ଅଭିନୟ କରିଥିଲେ । ଆଜି ଆମେ ବାସ୍ତବରେ କେଉଁ ପୌରାଣିକ କିମ୍ବଦନ୍ତୀକୁ ଆଧାର କରି ଏହି ବ୍ରତ ପାଳନ କରାଯାଏ, ତାହା ଉପରେ ଆଲୋଚନା କରିବାକୁ ଯାଉଛୁ , ନିଜସ୍ଵ ଅଧ୍ୟବସାୟକୁ ଉପଜିବ୍ୟ କରି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ହଜାର ହଜାର ବର୍ଷ ଧରି ଓଡ଼ିଆ ପରିବାରରେ ସଧବା ନାରୀମାନଙ୍କ ପାଳିତ ଏକ ଓଷା ହେଉଛି ସାବିତ୍ରୀ ବ୍ରତ। ସାବିତ୍ରୀ ସାଧ୍ୱୀ ନାରୀଙ୍କର ଆଦର୍ଶ; ତେଣୁ ଏହା ନିଜ ପତିଙ୍କର ଦୀର୍ଘ ଆୟୁଷ ନିମନ୍ତେ ମଙ୍ଗଳ ମନାସି, ସଧବା ସ୍ତ୍ରୀମାନେ ସାବିତ୍ରୀଙ୍କ ପରି ଆଜୀବନ ସଧବା ହେବା ପାଇଁ, ଏହି ଓଷା ପାଳନ କରିଥାନ୍ତି। କିମ୍ବଦନ୍ତୀ , ବିଶେଷ କରି ମହାଭାରତ ରେ ବର୍ଣ୍ଣିତ ତଥ୍ୟ କୁହେ ଯେ ମଦ୍ର ଦେଶରେ ଅଶ୍ୱପତି ନାମରେ ଜଣେ ରାଜା ରାଜତ୍ୱ କରୁଥିଲେ । ସେ ସାବିତ୍ରୀଦେବୀଙ୍କୁ କନ୍ୟା ରୂପେ ପାଇବା ପାଇଁ ଏକଦା ଯଜ୍ଞର ଆୟୋଜନ କଲେ । ନିର୍ଦ୍ଦିଷ୍ଟ ସମୟ ଉପନୀତ ଉତ୍ତାରୁ ଦେବୀ ଅଶ୍ୱପତିଙ୍କୁ ଦର୍ଶନ ଦେଇ ଇପ୍ସିତ ବର ମାଗିବାକୁ କହିଲେ । ରାଜା ନିଃସନ୍ତାନ ଥିବାରୁ ପୁତ୍ରସନ୍ତାନ ପାଇଁ ଦେବୀଙ୍କ ପାଖରେ ମିନତୀ କଲେ । ଦେବୀ ରାଜାଙ୍କୁ ପୁତ୍ରସନ୍ତାନ ଲାଭ କରିବା ଯୋଗ ନ'ଥିବା ସୂଚାଇ ଦେଲେ ଏବଂ ଏକ ଉତ୍ତମ କନ୍ୟା ହେବାର ଆଶୀର୍ବାଦ ଦେଇ ଅନ୍ତର୍ଦ୍ଧାନ ହୋଇଗଲେ । ଉପଯୁକ୍ତ ସମୟରେ ଦେବୀଙ୍କ କୃପାରୁ ଅଶ୍ୱପତିଙ୍କ ପତ୍ନୀଙ୍କ କୋଳରେ କନ୍ୟାଟିଏ ଜାତ ହେଲା । ସାବିତ୍ରୀ (ଗାୟତ୍ରୀ)ଙ୍କୁ ଉପାସନା କରି ତାଙ୍କ ଆଶୀର୍ବାଦରୁ କନ୍ୟା ସନ୍ତାନଟିଏ ଲାଭ କରି ତାହର ନାମ ସାବିତ୍ରୀ ରଖିଥିଲେ । ଗାୟତ୍ରୀ କ୍ରମେ ଯୌବନରେ ପାଦ ଦେବାପରେ ପିତା ଅଶ୍ୱପତିଙ୍କ ଆଦେଶମତେ ନିଜ ଇଚ୍ଛାରେ ବର ଖୋଜିବାକୁ ସମ୍ମତି ପ୍ରକାଶ କରି ସହଚରୀମାନଙ୍କ ସହ ପତି ଅନ୍ୱେଷଣାର୍ଥେ ଭ୍ରମଣ କରିବାକୁ ବାହାରିଲେ । ଶାଲ୍ୱଦେଶର ରାଜା ଦ୍ୟୁମତସେନଙ୍କ ଔରସରେ ଶୈବ୍ୟାଙ୍କ ଗର୍ଭରୁ ସତ୍ୟବାନ ଜନ୍ମଗ୍ରହଣ କରିଥିଲେ । ଦୈବୀ ଦୁର୍ବିପାକରୁ ସତ୍ୟବାନଙ୍କ ଶୈଶବାସ୍ଥାରେ ଦ୍ୟୁମତସେନ ଅନ୍ଧ ଓ ଭ୍ରଷ୍ଟରାଜ୍ୟ ହୋଇ ବନବାସୀ ହୋଇ ଥିଲେ। ସତ୍ୟବାନ ବଣରେ ଫଳମୂଳ ଖାଇ ମୁନିବୃତ୍ତି ଅବଲମ୍ବନ କରି ଭକ୍ତି ସହକାରେ ପିତାମାତାଙ୍କର ସେବା କରୁଥିଲେ।ସାବିତ୍ରୀ ଭ୍ରମଣ କରୁ କରୁ ସେହି ବଣରେ ପହଞ୍ଚି ସତ୍ୟବାନଙ୍କ ଅସୀମ ପିତୃଭକ୍ତି, ଧର୍ମପରାୟଣାତା ଓ ରୂପରେ ମୁଗ୍ଧା ହୋଇ ଐଶ୍ୱର୍ଯ୍ୟ ଭୋଗଲାଳସା ତ୍ୟାଗ କରି ଏହାଙ୍କ ସଙ୍ଗରେ ଜୀବନଯାପନ କରିବା ପାଇଁ ସଂକଳ୍ପ କରି ସତ୍ୟବାନଙ୍କୁ ପତିରୂପେ ମନୋନୀତ କରି ରାଜଧାନୀକୁ ଫେରି ପିତାଙ୍କୁ ଜଣାଇଲେ। ଏହି ସମୟରେ ନାରଦ ଉପସ୍ଥିତ ହୋଇ ସତ୍ୟବାନଙ୍କ ପରମାୟୁ ଆଉ ମାତ୍ର ଏକ ବର୍ଷ ଥିବା ଜଣାଇ, ନିଜ ମତ ବଦଳାଇବାକୁ ସାବିତ୍ରୀଙ୍କୁ ଅନୁରୋଧ କଲେ। ମାତ୍ର ସାବିତ୍ରୀ ଏ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ନିଜ ନିଷ୍ପତ୍ତିରେ ଅଟଳ ରହିଲେ। ଅଗତ୍ୟା ଉଭୟ ପକ୍ଷଙ୍କ ପିତାମାତାଙ୍କ ଅନୁମତି କ୍ରମେ ସାବିତ୍ରୀଙ୍କର ସତ୍ୟବାନଙ୍କ ସହିତ ଯଥାରୀତି ବିବାହ ସମ୍ପନ୍ନ ହେଲା । ବିବାହ ପରେ ସାବିତ୍ରୀ ପିତୃଗୃହର ରାଜ ସମ୍ପଦ, ବିଳାସ ଓ ଦାସଦାସୀ ବର୍ଗଙ୍କୁ ତ୍ୟାଗ କରି ସ୍ୱାମୀଙ୍କ ସହିତ ତପୋବନର କୁଟୀରରେ ରହି ଶାଶୁ ଓ ଶ୍ୱଶୁରଙ୍କ ସେବାରେ ଲାଗିଲେ ।ବିବାହର ଏକ ବର୍ଷ ପୂରିବାକୁ ତିନି ଦିନ ପୂର୍ବରୁ ସାବିତ୍ରୀ ତ୍ରିରାତ୍ର-ବ୍ରତ ଅବଲମ୍ବନ କଲେ । ଅନନ୍ତର ଯେଉଁଦିନ ଏକ ବର୍ଷ ପୂର୍ଣ୍ଣ ହେବ ଓ ସତ୍ୟବାନଙ୍କର ପରମାୟୁ ଶେଷ ହେବ, ସେ ଦିନ ସତ୍ୟବାନ ଫଳମୂଳ ଓ ସମିଧ ସଂଗ୍ରହ କରିବାକୁ ବଣକୁ ଯିବାବେଳେ ସାବିତ୍ରୀ ତାଙ୍କ ସଙ୍ଗରେ ଗଲେ । ବଣରେ ସତ୍ୟବାନ ଅଶ୍ୱସ୍ତି ବୋଧ କରିବାରୁ ସାବିତ୍ରୀଙ୍କ କୋଳରେ ମୁଣ୍ଡ ରଖି ନିଦ୍ରା ଗଲେ ଓ ତାହାହିଁ ତାଙ୍କର ମହାନିଦ୍ରା (ମୃତ୍ୟୁ) ହେଲା । କିନ୍ତୁ ସାବିତ୍ରୀ ନିଜ ମୃତ ସ୍ୱାମୀଙ୍କ ମସ୍ତକକୁ ନିଜ କ୍ରୋଡ଼ରେ ରଖି ସେହିଠାରେ ବସି ରହିଲେ । ଯମଦୂତମାନେ ସତ୍ୟବାନଙ୍କ ଜୀବ ନେବା ପାଇଁ ଆସି ସାଧ୍ୱୀ ସାବିତ୍ରୀଙ୍କ ନିକଟରୁ ଛଡ଼ାଇ ନେଇ ନ ପାରି ଫେରିଗଲେ। ବିଫଳ ଯମଦୂତଙ୍କଠାରୁ ଖବର ପାଇ ନିଜେ ଯମ ଆସି ସେଠାରେ ପହଞ୍ଚି ସତ୍ୟବାନଙ୍କ ଜୀବ ଧରି ବାହାରିଲେ। ସାବିତ୍ରୀ ମଧ୍ୟ ଯମଙ୍କୁ ଅନୁଗମନ କଲେ। ଯମରାଜା ଏହାଙ୍କ ପତିଭକ୍ତି ଓ ସ୍ତୁତିପାଠରେ ତୁଷ୍ଟ ହୋଇ ସତ୍ୟବାନଙ୍କ ବଦଳରେ ତିନୋଟି ବର ଦେବାକୁ ସତ୍ୟକଲେ ସର୍ତ୍ତ ରଖିଲେ ଯେ ସତ୍ୟବାନଙ୍କ ଜୀବନ ବଦଳରେ ଆଉ ଯାହା କିଛି ମାଗି ପାରନ୍ତି । ଏହି କ୍ରମରେ ପ୍ରଥମ ବରରେ ଶ୍ୱଶୁରଙ୍କ ନଷ୍ଟ ଚକ୍ଷୁ ଓ ହୃତ ରାଜ୍ୟ ପୁନଃ ପ୍ରାପ୍ତ, ଦ୍ୱିତୀୟ ବରରେ ନିଜ ପିତାଙ୍କ ପାଇଁ ଏକ ପୁତ୍ର ସନ୍ତାନ ଓ ତୃତୀୟ ବରରେ ନିଜ ଗର୍ଭରୁ ଶତପୁତ୍ର କାମନା କଲେ । ଯମ ତଥାସ୍ତୁ କହି, ଫେରିଯିବାକୁ କହିବାରୁ, ସାବିତ୍ରୀ ସ୍ୱାମୀଙ୍କ ବିନା କିପରି ଶତପୁତ୍ର ପାଇବେ ପଚାରିଲେ, ଅଗତ୍ୟା ନିରୁପାୟ ହୋଇ ସତ୍ୟବାନଙ୍କୁ ପୁନଃ ଜୀବିତ କରାଇ ଆୟୁଦାନ କଲେ । ଅତଏବ ଏହାକୁ ଉପଜିବ୍ୟ କରି ଜ୍ୟୈଷ୍ଠ ଅମାବାସ୍ୟା ଦିନ ସାବିତ୍ରୀ ଓଷା ପାଳନ କରାଯାଇଥାଏ । ଏ ଦିନ ସଧବା ସ୍ତ୍ରୀଲୋକମାନେ ଉପବାସ କରନ୍ତି,ଅନ୍ନ ଗ୍ରହଣ କରନ୍ତି ନାହିଁ ଓ ଅପରାହ୍ଣରେ ପୂଜା ଶେଷ ହେଲେ (ଧୂଆମୁଗ, ନଡ଼ିଆ, କଦଳୀ (ରମ୍ଭା), ଆମ୍ବ, ପଣସ, ସପୁରୀ, ତାଳସଜ ଆଦି) ଫଳାହାର କରନ୍ତି । ଏଥିପାଇଁ ଚଉଁରା ମୂଳେ ବା ଠାକୁର ଘରେ ବ୍ରତୋତ୍ସବ ପାଳନ ବେଳେ ସାବିତ୍ରୀ ଉପାଖ୍ୟାନ ପାଠ କରାଯାଏ । ବାସ୍ତବରେ ଏ ପୂଜାର ଆରାଧ୍ୟା ଦେବୀ ହେଉଛନ୍ତି ମା' ସାବିତ୍ରୀ । ସାବିତ୍ରୀ ବ୍ରହ୍ମାଙ୍କ ପତ୍ନୀ, ଗାୟତ୍ରୀ, ସୂର୍ଯ୍ୟାଧିଷ୍ଠାତ୍ରୀ ଦେବୀ । ଦେବୀ ସାବିତ୍ରୀଙ୍କ ମାନବୀ ସାବିତ୍ରୀଙ୍କ ପ୍ରତି ଆଶୀର୍ବାଦ ଓ କରୁଣା କିପରି ସତ୍ୟବାନଙ୍କୁ ମୃତ୍ୟୁକବଳରୁ ଫେରାଇ ଆଣିଲା, ତାହାକୁ ଆଧାର କରି ମା' ସାବିତ୍ରୀଙ୍କୁ ମହିମାନ୍ୱିତ କରାଯାଇଥାଏ । ଏହି ସତ୍ୟ କୁ ଯେ ଅନେକ ନ ବୁଝି ନୂତନ ବସ୍ତ୍ର ପରିଧାନ, ବିଶେଷ କରି ସ୍ବାମୀ ବିଚରା କୁ ଚାପ ଗ୍ରସ୍ତ କରାଇ ଅପ୍ରକଟ ଆନନ୍ଦ ଉପଭୋଗ କରିବାର ଦିବସ ପାଳନର ଅବଧି ହୋଇଯାଇଛି । ଅବକ୍ଷୟୀର ଭୟଙ୍କର ଦୃଶ୍ୟ ହେଉଛି ପରିଦୃଶ୍ୟ । ଏହା ପରେ ଆସେ ଜ୍ୟେଷ୍ଠ ଶୁକ୍ଳ ତିଥିରେ ମା' ପାର୍ବତୀ ଓ ଶିବ ଶଙ୍କରଙ୍କର ବିବାହ ଉତ୍ସବ ଏବଂ ତା’ପରଦିନ ଶୀତଳଷଷ୍ଠୀ ଯାତ୍ରା ପାଳନ କରାଯାଏ Iକିଛି ଭକ୍ତ ମା’ ପାର୍ବତୀଙ୍କ ମା’ ବାପା ହୁଅନ୍ତି ଓ ଆଉ କିଛି ଭକ୍ତ ପ୍ରଭୁ ଶଙ୍କରଙ୍କର ହୋଇ ଉଭୟଙ୍କର ବିବାହକାର୍ଯ୍ୟ ସମାପନ କରନ୍ତି । ସାଧାରଣ ବାହାଘର ପରି ପାରମ୍ପରିକ ରୀତିରେ ପ୍ରଭୁ ଶଙ୍କରଙ୍କୁ ବରଯାତ୍ରୀଙ୍କ ସହିତ ବଡ଼ ଧୂମ୍ଧାମ୍ରେ ମା’ ପାର୍ବତୀଙ୍କ ଘରକୁ ନେଇ ବୈଦିକ ରୀତିରେ ବିବାହ କରାଯାଏ । ରଙ୍ଗବେରଙ୍ଗ ଚିତ୍ରରେ ସୁଶୋଭିତ ରଥରେ ଶିବ ଓ ମା’ ପାର୍ବତୀଙ୍କୁ ଅଣାଯାଏ । ମଧ୍ୟରାତ୍ରୀରୁ ଏଇ ପଟୁଆର ଆରମ୍ଭ ହୋଇ ପରଦିନ ଦ୍ୱିପ୍ରହର ବେଳକୁ ଶିବପାର୍ବତୀଙ୍କ ପୂଜାରେ ଶେଷହୁଏ ।ଲୋକନାଥ ମନ୍ଦିର, ଲିଙ୍ଗରାଜ ମନ୍ଦିର ଓ ସମ୍ବଲପୁର ସହରର ଶିବ ମନ୍ଦିରମାନଙ୍କରେ ଏହା ବହୁ ଜାକଜମକରେ ପାଳନ କରାଯାଏ । ସମ୍ବଲପୁରରେ ଏଇ ପର୍ବର ମୁଖ୍ୟ ଆକର୍ଷଣ ହେଉଛି ପାରମ୍ପରିକ ସଙ୍ଗୀତ ଓ ନାଚ । ଏହା ସମ୍ବଲପୁର, ବିଶେଷକରି ପଶ୍ଚିମ ଓଡ଼ିଶାର ଲୋକନୃତ୍ୟକୁ ଉପଭୋଗ କରିବାରେ ଏକ ଦୁର୍ଲଭ ଅବସର ।ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପୌରାଣିକ କଥାବସ୍ତୁ ଉପରେ ପର୍ଯ୍ୟବସିତ । ଶିବ ପୁରାଣ ଅନୁସାରେ ବ୍ରହ୍ମାଙ୍କୁ କଠୋର ତପସ୍ୟା କରି ଦକ୍ଷପ୍ରଜାପତି ମାତା ସତୀଙ୍କୁ ପୁତ୍ରୀ ରୂପେ ପ୍ରାପ୍ତ ହୁଅନ୍ତି । ସତୀ ବିବାହ ବୟସ ହେବା ଉତ୍ତାରୁ ପିତାଙ୍କ ଅନିଚ୍ଛା ସତ୍ତ୍ୱେ ଶ୍ମଶାନଚାରୀ ଶିବଙ୍କୁ ବିବାହ କରନ୍ତି । ଏଥିରେ କ୍ଷୁବ୍ଧ ହୋଇ ଦକ୍ଷପ୍ରଜାପତି ଝିଅ ଜ୍ୱାଇଁଙ୍କୁ ଆମନ୍ତ୍ରଣ କରନ୍ତି ନାହିଁ । ମହାଦେବଙ୍କ ଅନିଚ୍ଛା ସତ୍ତ୍ୱେ ଦେବୀ ପାର୍ବତୀ ପିତ୍ରାଳୟ ଯାଆନ୍ତି । ଯଜ୍ଞସ୍ଥଳରେ ଦକ୍ଷପ୍ରଜାପତି ଶିବଙ୍କର ଅପମାନ କଲେ ଏହାକୁ ସହି ନପାରି ସତୀ ଯଜ୍ଞକୁଣ୍ଡରେ ଝାସ ଦେଲେ । ସତୀଙ୍କ ଯଜ୍ଞକୁଣ୍ଡରେ ଝାସଦେବା ଶୁଣି ମହାଦେବ ଯଜ୍ଞସ୍ଥଳକୁ ଧ୍ୱଂସକରି ଦେଲେ । ସେଠାରୁ ସତୀଙ୍କ ଶବକୁ କାନ୍ଧରେ ପକାଇ ଚାରିଆଡେ ଘୁରିବୁଲିଲେ । ବିଷ୍ଣୁ ଚକ୍ରଦ୍ୱାରା ସତୀଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ଶିବଙ୍କଠାରୁ ଅଲଗା କରିଦେଲେ ।ପରବର୍ତ୍ତୀ ସମୟରେ ବ୍ରହ୍ମାଙ୍କ ବରରେ ବଳିୟାନ ହୋଇ ତାରକାସୁର ଅତ୍ୟାଚାର କଲା । ତାରକାସୁରର ଅତ୍ୟାଚାରରେ ଦେବତାମାନେ ଆତଙ୍କିତ ହୋଇ ବ୍ରହ୍ମାଙ୍କ ଶରଣ ପଶିଲେ । ମାତ୍ର ବ୍ରହ୍ମା, ଶିବଙ୍କ ଔରସରୁ ଜନ୍ମିତ ସନ୍ତାନ ତାରକାସୁରକୁ ବଧ କରିବ ବୋଲି ପ୍ରକାଶ ପରେ ଦେବତାମାନେ ଆଦିଶକ୍ତି ମାତା ପାର୍ବତୀଙ୍କୁ ତପସ୍ୟା କରନ୍ତି । ଦେବଗଣଙ୍କ କଠୋର ତପସ୍ୟା ଯୋଗୁଁ ମାତା ପାର୍ବତୀ ଗିରିରାଜ ହିମାଳୟଙ୍କ ଘରେ ଆବିର୍ଭାବ ହୁଅନ୍ତି । ଜ୍ୟେଷ୍ଠ ଶୁକ୍ଳପକ୍ଷ ପଞ୍ଚମୀ ଦିନ ଶିବ ଓ ମାତା ପାର୍ବତୀଙ୍କ ପୁନଃମିଳନ ହୁଏ । ମହାଦେବ ମାତା ପାର୍ବତୀଙ୍କୁ ପାଇବା ପରେ ରୁଦ୍ର ରୂପ ତ୍ୟାଗ କରି ହୋଇଯାନ୍ତି ଶାନ୍ତ ଶୀତଳ । ଦେବଦମ୍ପତିଙ୍କ ଏହି ମହାମିଳନକୁ ଲୋକାଚାରରେ ଶୀତଳଷଷ୍ଠୀ ଭାବେ ପାଳନ କରାଯାଏ । ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା କେବେ ଆରମ୍ଭ ହେଲା, କିଏ ଆରମ୍ଭ କଲା, କାହିଁକି ଆରମ୍ଭ କଲା ସେ ସଂପର୍କରେ ସଠିକ୍ ତଥ୍ୟ ନାହିଁ । ତେବେ ଜନଶ୍ରୁତି ଅନୁସାରେ ଛତ୍ରପତି ରାଜା ବୀର ବଳିୟାର ସିଂଙ୍କ ରାଜତ୍ୱ କାଳରେ ସମ୍ଭବତଃ ଏହି ଯାତ୍ରା ଆରମ୍ଭ ହୋଇଥିଲା । ମାତ୍ର ତା'ର ନିର୍ଦ୍ଦିଷ୍ଟ ତିଥି କେହି କେବେ ନିର୍ଣ୍ଣୟ କରିନାହାଁନ୍ତି । ଜନଶ୍ରୁତି ଅନୁସାରେ ଛତ୍ରପତି ମହାରାଜ ବୀର ବଳିୟାର ସିଂହଙ୍କୁ ୧୮ ଗଡ଼ଜାତ ସମ୍ମାନ ଦେବା ପାଇଁ ପୁରୀ ମହାରାଜ ଆମନ୍ତ୍ରଣ କରିଥିଲେ । ମହାରାଜଙ୍କ ନିମନ୍ତ୍ରଣ ରକ୍ଷା କରି ବଳିୟାର ସିଂହ ପୁରୀ ଦରବାରରେ ଯାଇ ପହଞ୍ଚିଥିଲେ । ପୁରୀ ରାଜା ବୀର ବଳିୟାର ସିଂହଙ୍କ ଶକ୍ତି ପରୀକ୍ଷା କରିବା ପାଇଁ ତାଙ୍କ ଦରବାରରେ ଥିବା ୭ଜଣ ଶ୍ରେଷ୍ଠ ମଲ୍ଲଯୋଦ୍ଧାଙ୍କୁ ନିୟୋଜିତ କରିଥିଲେ । ବୀର ବଳିୟାର ସିଂହ ରାଜଦରବାରକୁ ପହଞ୍ଚି ମହାରାଜଙ୍କୁ ଅଭିବାଦନ କରିବା ସମୟରେ ଅତର୍କିତ ଭାବେ ଏହି ୭ଜଣ ମଲ୍ଲଯୋଦ୍ଧା ଆକ୍ରମଣ କରିଥିଲେ । ଏଥିରେ ବିଚଳିତ ନହୋଇ ବୀର ବଳିୟାର ସିଂହ ତାଙ୍କ ପଗଡି ଭିତରେ ଥିବା ମାଆ ସମଲେଶ୍ୱରୀଙ୍କ ଏକ ତରବାରୀ କାଢି ଆଣି ମଲ୍ଲଯୋଦ୍ଧାଙ୍କୁ ଧରାଶାୟୀ କରିଦେଇଥିଲେ । ବଳିୟାର ସିଂହଙ୍କ ବୀରତ୍ୱରେ ମୁଗ୍ଧ ହୋଇ ପୁରୀ ମହାରାଜ ସିଂହାସନରୁ ଓହ୍ଲାଇ ଆସି ତାଙ୍କୁ ପୁରସ୍କାର ଦେବାକୁ କହିଲେ । ସମ୍ବଲପୁରରେ ସେତେବେଳେ ବ୍ରାହ୍ମଣ ନଥିବାରୁ ବଳିୟାର ସିଂହ ପୁରୀ ମହାରାଜଙ୍କୁ ବ୍ରାହ୍ମଣ ଦେବାକୁ ଅନୁରୋଧ କରିଥିଲେ । ଏହା ପରେ ବ୍ରାହ୍ମଣମାନେ ପୁରୀରୁ ସମ୍ବଲପୁରକୁ ଆସିଥିଲେ ଓ ଶିବ ବିବାହ ଆରମ୍ଭ ହୋଇଥିବା ମନେ କରାଯାଏ । ପୂର୍ବେ ଅସ୍ପୃଶ୍ୟମାନଙ୍କୁ ମନ୍ଦିର ଯାଇ ଦେବଦେବୀଙ୍କୁ ଦର୍ଶନ କରିବା ବାରଣ ଥିଲା । ତେଣୁ ବର୍ଷରେ ଥରେ ଦେବଦମ୍ପତି ସେମାନଙ୍କୁ ଦର୍ଶନ ଦେବା ପାଇଁ ବାହାରକୁ ଆସୁଥିବାର କୁହାଯାଏ । ଦେବଦମ୍ପତିଙ୍କ ଏହି ଯୁଗଳ ଦର୍ଶନରେ ବହୁତ ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି ।ଶିବ ରୁଦ୍ର ଓ ପାର୍ବତୀ ଶାନ୍ତିର ବାର୍ତ୍ତା ବହନ କରନ୍ତି । ଗ୍ରୀଷ୍ମଋତୁ ପୃଥିବୀ ପୃଷ୍ଠରୁ ବିଦାୟ ନେଉଥାଏ, ବର୍ଷାଋତୁର ଆଗମନ ସମୟରେ ମହାଦେବ ଶିବ ଓ ସତୀଙ୍କ ବିବାହୋତ୍ସବକୁ ନେଇ ଅନୁଷ୍ଠିତ ହୁଏ ଶୀତଳଷଷ୍ଠୀ । ମହାପ୍ରଭୁଙ୍କର ଚନ୍ଦନ ଯାତ୍ରାର ପରିସମାପ୍ତି ପରେ ପରେ ଶୀତଳଷଷ୍ଠୀ ବେଳକୁ ମେଘମେଦୁର ଆକାଶର ଅପରୂପ ସୌନ୍ଦର୍ଯ୍ୟ ବେଶ ଚିତାକର୍ଷକ ହେବା ସାଙ୍ଗକୁ ନବବାରି ପରିପ୍ଳୁତ ଧରାପୃଷ୍ଠ ଶୀତଳ ପରିବେଶ ସୃଷ୍ଟିକରେ । ଅପୂର୍ବ ନୈସର୍ଗିକ ପରିବର୍ତ୍ତିତ ପରିସ୍ଥିତିରେ ସମ୍ବଲପୁରବାସୀ ଦେବଦମ୍ପତିଙ୍କୁ ସାଦର ସଭକ୍ତି ସ୍ୱାଗତ କରିଥାନ୍ତି । ଶୀତଳଷଷ୍ଠୀ ପୌରାଣିକ କଥାବସ୍ତୁ ଉପରେ ପର୍ଯ୍ୟବସିତ । କିନ୍ତୁ ଆମ ଦୈନନ୍ଦିନ ଜୀବନରେ ଯେପରି ବିବାହ କାର୍ଯ୍ୟ ସମ୍ପାଦନ କରାଯାଏ, ଠିକ୍ ସେହିପରି ବୈଦିକ ରୀତିରେ ଶିବଙ୍କ ସହିତ ମାତା ସତୀଙ୍କ ବିବାହ ଅନୁଷ୍ଠିତ ହୋଇଥାଏ । ହିନ୍ଦୁ ରୀତିନୀତି ଅନୁସାରେ କନ୍ୟା ଅନ୍ୱେଷଣ, ନିର୍ବନ୍ଧ, ବିବାହ ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ, ମହା ଆଡ଼ମ୍ବରରେ ବରଯାତ୍ରୀ ଆଗମନ, ବୈଦିକ ରୀତିରେ ବେଦିରେ ଦେବଦମ୍ପତିଙ୍କ ବିବାହ, କନ୍ୟା ପିତାମାତାଙ୍କ କନ୍ୟା ଦାନ ଓ ଯାନି ଯୌତୁକ ସହିତ କନ୍ୟା ବିଦାୟ ଆଦି କାର୍ଯ୍ୟ ସମ୍ପନ୍ନ କରାଯାଏ । ଓଡ଼ିଶାର ସମ୍ବଲପୁର ଶୀତଳଷଷ୍ଠୀରେ ସମ୍ପୂର୍ଣ୍ଣ ଲୋକାଚାରରେ ଶିବ ଓ ସତୀଙ୍କ ବିବାହୋତ୍ସବ ଅତ୍ୟନ୍ତ ଆକର୍ଷଣୀୟ । ଦେବଦମ୍ପତିଙ୍କ ଏହି ବିବାହ ଉତ୍ସବ ପ୍ରକ୍ରିୟା ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୁଏ । ଅକ୍ଷୟ ତୃତୀୟା ଦିନ ଥାଳ ଉଠିବାଠାରୁ ଯାତ୍ରା ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଜ୍ୟେଷ୍ଠ ଶୁକ୍ଳପକ୍ଷ ପ୍ରତିପଦା ଦିନ ନନ୍ଦପଡାର ବଂବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ପତରପେଣ୍ଡି ବା ନିବନ୍ଧ(ପିନ୍ଧାଣି) ଏବଂ ତା'ପରଦିନ ନୃସିଂହ ନିଉତା ବା ଦେବଦେବୀଙ୍କୁ ବିବାହ ପାଇଁ ଅନୁଷ୍ଠିତ ହୋଇଥାଏ । ଝାଡୁଆପଡାର ଲୋକନାଥ ବାବା, ମୁଦିପଡାର ଜାଗେଶ୍ୱରବାବା, ବଡ଼ବଜାରର ଶୀତଳେଶ୍ୱରବାବା ଏବଂ ଠାକୁରପଡାର ଗୁପ୍ତେଶ୍ୱରବାବାଙ୍କ ତୃତୀୟା ଦିନ ପତରପେଁଡି ଏବଂ ଚତୁର୍ଥୀଦିନ ଗୁଆଗୁଣ୍ଡା ଅନୁଷ୍ଠିତ ହୋଇଥାଏ । ପଞ୍ଚମୀ ତିଥି ରାତିରେ ଶ୍ମଶାନଚାରୀ ଶିବ ବରବେଶ ହୋଇ ବୃଷଭ ଆରୋହଣ କରି ଭବ୍ୟ ଶୋଭାଯାତ୍ରାରେ କନ୍ୟାପିତା ଗୃହକୁ ଗମନ କରନ୍ତି । ତାଙ୍କ ବରଯାତ୍ରୀରେ ଶ୍ମଶାନବାସୀ, ସାକ୍ଷୀଗୋପୀନାଥ, ହନୁମାନ, ନୃସିଂହ ଦେବଦେବୀ ସାମିଲ୍ ହୋଇଥାନ୍ତି । ଦେବଦମ୍ପତିଙ୍କ ସମ୍ପୂର୍ଣ୍ଣ ଲୋକାଚାରରେ ସମ୍ପନ୍ନ କରାଯାଉଥିବାରୁ ପ୍ରତିବର୍ଷ ଯାତ୍ରା କମିଟି ପକ୍ଷରୁ କନ୍ୟା ପିତାମାତା ଚୟନ କରାଯାଏ । ଯେଉଁମାନେ କନ୍ୟାପିତାମାତା ଭୂମିକାରେ ଅବତୀର୍ଣ୍ଣ ହୁଅନ୍ତି ସେମାନେ କନ୍ୟା ପାର୍ବତୀଙ୍କୁ ତାଙ୍କ ଘରକୁ ନେଇ ବିବାହ ପରେ ଯାନିଯୌତୁକ ଦେଇ ବିଦାୟ ଦେଇଥାନ୍ତି । ବୈଦିକ ରୀତିରେ ପଞ୍ଚମୀ ରାତିରେ ବିବାହ ଅନୁଷ୍ଠିତ ହୋଇଥାଏ । ନନ୍ଦପଡାର ବମ୍ ବରାଡ଼ ବାଲୁଙ୍କେଶ୍ୱର, ଝାଡୁଆପଡାର ଶ୍ରୀଲୋକନାଥ ବାବା, ମୁଦିପଡାର ଶ୍ରୀଜାଗେଶ୍ୱର ବାବା, ବଡ଼ବଜାରର ଶୀତଳେଶ୍ୱର ବାବା, ବାଲିବନ୍ଧର ସୋମନାଥ ବାବା, ଦୁର୍ଗାପାଲିର ଶ୍ରୀଗୁଡେଶ୍ୱର ବାବଙ୍କ ପ୍ରସିଦ୍ଧ ଶୀତଳଷଷ୍ଠୀ ପର୍ବରେ ସ୍ଥାନୀୟ ତଥା ବହିରାଗତ ଲକ୍ଷ ଲକ୍ଷ ଭକ୍ତଙ୍କର ସମାବେଶରେ ସମ୍ବଲପୁର ଜନାରଣ୍ୟ ହୋଇଉଠେ । ପତରପେଣ୍ଠିରୁ ଶୀତଳଷଷ୍ଠୀ ଉତ୍ସବର ଶୁଭାରମ୍ଭ ହୋଇ, ତତ୍ ପରଦିନ ଦେବ ନିମନ୍ତ୍ରଣ, ଚତୁର୍ଥୀତିଥିରେ ସମସ୍ତ ମନ୍ଦିରରୁ ଦେବାଧିଦେବଙ୍କ ବରଯାତ୍ରା, ପରଦିନ କନ୍ୟାପିତାଙ୍କ ଗୃହରେ ରାତ୍ରିରେ ବିବାହୋତ୍ସବ ଏବଂ ତା’ପରଦିନ ମଧ୍ୟାହ୍ନରେ ଶିବପାର୍ବତୀ ବାହୁଡା ବରକନ୍ୟାଙ୍କର ଆଡ଼ମ୍ବରପୂର୍ଣ୍ଣ ଦିବ୍ୟ ଶୋଭାଯାତ୍ରାରେ ନଗର ପରିକ୍ରମା ପରେ ସ୍ୱ ସ୍ୱ ମନ୍ଦିର ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମ ବେଶ୍ ମନୋଜ୍ଞ ଓ ମନମୁଗ୍ଧକର । ପ୍ରତ୍ୟେକ ସହରର ଭାଗ୍ୟଶାଳୀ ବିଭିନ୍ନ ଦମ୍ପତି କନ୍ୟାପିତା ଭାବରେ ଦେବାଧିଦେବଙ୍କୁ କନ୍ୟାଦାନ କରିବାର ସୌଭାଗ୍ୟ ଅର୍ଜନ କରିଥାନ୍ତି । ନୈସର୍ଗିକ ବିଧିବିଧାନ, ପରମ୍ପରା ଓ ପ୍ରକରଣରେ ନବଦମ୍ପତିଙ୍କର ବିବାହୋତ୍ସବ ଅନୁଷ୍ଠିତ ହୋଇ କନ୍ୟାଦାନ ସହିତ ଅଳଙ୍କାର, ବାସନକୁସନ ଅନ୍ୟ ଜାନିଯୌତୁକ ସାଧ୍ୟମତେ ପ୍ରଦାନ କରାଯାଏ । ବର ନିମନ୍ତ୍ରଣ ଓ କନ୍ୟା ବିଦାୟ ଦୃଶ୍ୟ ମଧ୍ୟ ବେଶ୍ ଗାମ୍ଭୀର୍ଯ୍ୟପୂର୍ଣ୍ଣ ହୋଇଥାଏ ।
କାଳର ଅପ୍ରତିହିତ ଗତି ସହିତ ସମତାଳରେ ଅନେକ ଭଲ ଓ ମନ୍ଦ ପରମ୍ପରା ଏହି ଯାତ୍ରା ସହିତ ଯୋଡ଼ି ହୋଇଯାଇଛି । ବିବାହୋତ୍ସବରେ ସାଧାରଣତଃ ଆନନ୍ଦ, ଚିତ୍ତବିନୋଦନ ପ୍ରାଧାନ୍ୟ ଲାଭ କରିଥାଏ । ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରାରେ ଏହାର ଆତିଶଯ୍ୟ ସହଜରେ ବାରି ହୋଇପଡେ । ନାଚ, ଗୀତ, ତାମସା ଏହାର ଏକ ସ୍ୱାଭାବିକ ଅଙ୍ଗ । ବିଭିନ୍ନ ଲୋକନୃତ୍ୟ, ଡାଲଖାଇ ନୃତ୍ୟର ସମାବେଶ ଆମ ସାଂସ୍କୃତିକ ଜୀବନଧାରାର ଏକ ସ୍ୱାଭାବିକ ଆଙ୍ଗିକ ସ୍ୱରୂପ । ସ୍ଥାନୀୟ ଏବଂ ବାହାର ପ୍ରଦେଶରୁ ସମାଗତ ବାଈ ଓ ହିଂଜଡାମାନେ ଏହିପର୍ବରେ ନୃତ୍ୟ କରନ୍ତି । ଲୋକମୁଖରୁ ଶୁଣାଯାଏ ‘ସେମାନେ ଏହି ଅଭିଶପ୍ତ ହିଂଜଡା ଜନ୍ମରୁ ମୁକ୍ତି ପାଇବା ପାଇଁ ମହାଦେବ ଶିବଙ୍କ ବିବାହୋତ୍ସବରେ ନୃତ୍ୟ କରନ୍ତି । ଏହା ପରେ ମିଥୁନ ସଂକ୍ରାନ୍ତି କୁ କୁହାଯାଏ ରଜ ସଂକ୍ରାନ୍ତି ।
କ୍ରମଶଃ
କଳା ଭୂମି ମହୋତ୍ସବ -୩
କଳା ଭୂମି ମହୋତ୍ସବ -୩
( ପୂର୍ବ ଆଲୋଚନା ପରେ)
ବିଗତ ପ୍ରାୟ ୫୨ ବର୍ଷ ତଳେ , ଆମେ ଯେଉଁମାନେ ଗାଁରେ ଜନ୍ମିତ ୧୪/୧୫ ବର୍ଷର ପିଲା ଥିଲେ, ସେତେବେଳେ ପହିଲି ରଜରେ ଯେଉଁ ରଜ ଦୋଳି ଗୀତ ଶୁଣୁଥିଲେ , ତାହା ଥିଲା ଏହିପରି -"ବନସ୍ତେ ଡାକିଲା ଗଜ,
ବରଷକେ ଥରେ ଆସିଛି ରଜ ଲୋ, ଘେନି ନୂଆ ସଜବାଜ ।
ରାଶିରୁ ଛାଡ଼ିଲା ଚୋପା,
ଗୋଡ଼ରେ ନାଇଛୁ ସରୁ ଅଳତା ଲୋ, ମଥାରେ ସିନ୍ଦୂର ଟୋପା ।
ଉଡ଼ିଲା ଶୁଆ ନାହାକା,
ଦୋଳିଟା କାହିଁକି ଲାଗୁଛି ଏକା ଲୋ, କାହା ବିନା ଏକା ଏକା ।
ପାଚିଲା ଭଇଁଚ କୋଳି,
ବେକରେ ନାଇଚି ଗଜରା ମାଳିଲୋ,
ଝୁଲାଅ ରଜର ଦୋଳି ।
ପଣସ ପାଚିଲା ବନେ, ବନ ପୋଡ଼ିଗଲେ ଦୁନିଆ ଜାଣେ ଲୋ, ମନକଥା କିଏ ଜାଣେ ।
ଶଙ୍ଖ ମଲମଲ ଗିନା, ଦରଦ ଜାଣେଲୋ ଦରଦୀ ସିନା ଲୋ, ବଣିଆ ଚିହ୍ନେଟି ସୁନା ।
ନିମ୍ବର ବୁକେ ଚନ୍ଦନ,
ଦେବତାଗଢ଼ାଇଲାନାରୀଜୀବନଲୋ,
ଦେଲା ତହିଁ ଯଉବନ ।
ଢମଣା ଛାଡ଼ିଲା କାତି,
ପୁରୁଷ ସିନାଲୋ ଭ୍ରମର ଜାତି ଲୋ, ନୂଆ ଖୋଜୁଥାନ୍ତି ନିତି ।
ଚାନ୍ଦରେ କଳଙ୍କ ଚିହ୍ନ,
ନବ ଯଉବନି କିଆଁ ଗୁମାନ ଲୋ, ଆସିଲେଣି ଜୀବ ଧନ ।
ପୋଖରୀ ତୁଠ ପଥର,
ତତେ ଦେଖିଥିଲି ବାଲିବନ୍ଧରେଲୋ,
ଆଖି ଥିଲା ଏଣେ ତୋର ।
ସାହାଡ଼ା ଗଛର ଛାଇ,
ସେଦିନ କଥାକି ତୋମନେନାଇଁଲୋ,
ଏତେ ଆନମନା କାହିଁପାଇଁ ।
ଖୋସାରେ ଖୋସିଲି ଫୁଲ,
କେତେ ଦେଖାଉଛୁ ନୁଖୁରା ଗେଲରେ,
ଭାଙ୍ଗି ଦେବି ତୋର ଗାଲ ।
ନଈର ଶୁଖିଲା ବାଲି,
କେତେ ଫୁଲିହେଉ ପୁଚୁକିଗାଲି ଲୋ
ଦେଖାଉଛୁ କେତେ ବେଲି ।
ବାଜିଲା ତେଲିଙ୍ଗି ବାଜା,
ରସିକଯେ ଜାଣେ ସ୍ନେହର ମଜାରେ,
ସେ ସିନା ମୋମନ ରଜା ।
ଲୁଚିଗଲା ମେଘେ ଚାନ୍ଦ,
ଦୋଳି କଟକଟ କରେ ଶବଦ ଲୋ, ବହନ୍ତେ ପବନ ମନ୍ଦ ।
ଦୋଳି ହୁଏ ରଟରଟ,
ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ଲୋ, ଦିଶୁଥାଏ ଝଟଝଟ ।
ପରବତେ ଜଳେ ନିଆଁ,
ପହଞ୍ଚାଇ ଦୋଳି ତେଣେ ନ ଚାହାଁ ଲୋ, ପୁଣି ହେବ ବାଆଁ ଡାଁ ।
ଉତୁରି ପଡ଼ିଲା ଦୁଧ,
ଉଙ୍କି ମାରି ମାରି ଅନାଉ ଥାଏ ଲୋ, ନନ୍ଦର ଉଦିଆ ଚାନ୍ଦ ।
ଛତରା ବଜାର ହାଟ,
ଛକି ବସିଥିବ ଚଗଲା କାହ୍ନୁଲୋ, ଛନ୍ଦରେ ମାଗିବ ଘାଟ ।
ଥୋଡ଼ମଞ୍ଜା କଲି ରାଇ,
କଣ ନ କଲେ କଳା କହ୍ନାଇ ଲୋ, ମୁହଁକୁ ଯା ନ ଅନାଇ ।
କରମଙ୍ଗା କଲି ରାଇ, ମଥୁରାକୁ ଗଲେ କଳା କହ୍ନାଇ ଲୋ, କଣ୍ଟ ଦେଇ ଗଲେ କାହିଁ ।
ସାଉଁଟିଲି ବିଲ ଘଷି,
କିମ୍ପାଇଁ ରାଧିକା ବସିଲା ରୁଷି ଲୋ, ଫୁଲ ଶେଜ ହେଲା ବାସି ।
କଟକଟ ହୁଏ ଦୋଳି,
ଭାଉଜଙ୍କ ମନ ଯାଇଛି ଜଳି ଲୋ, ଭାଇ ବିଦେଷୁ ନଇଁଲେ ବୋଲି ।
ଗରଜେ କଳା ବଉଦ,
ମୋତେ ତ ବରଷ ହେଲା ଚଉଦ ଲୋ, ଗଲାଣି ପିଲା ସୁଆଦ ।
ବଇଁଶୀ ବାଜିଲା କୁଞ୍ଜେ,
ବଡ଼କଥା ବଡ଼ ଲୋକଙ୍କୁ ସାଜେ ଲୋ, ଛୋଟ କଲେ ଛାଟ ବାଜେ ।
ଲାଞ୍ଜ ଟେକିଗଲା ବାଘ,
ନଇଁ ଚାଲୁଥିବ ବଡ଼ଙ୍କ ଆଗେ ଲୋ, ଲାଗିବ ନାହିଁଟି ଦାଗ ।
ଛତୁ ଫୁଟେ ବରଷାରେ,
ଛତରାଟା କେତେ ଛଇ ଦେଖାଉରେ, ଅଛି କି ତୋ ଭରଷାରେ ।
କରଡ଼ି ଖସିଲା ଆମ୍ବ,
ପର କାହୁଁ ଘର ପରାଣୀ ହେବେ ରେ, ମନ ଜାଣି ଖଞ୍ଜି ଦେବ ।
ବିରାଡ଼ି ଛିଙ୍କିଲା ବଣେ,
ଆଗରେ ଯାଉଛି ନାଗର ଜଣେ ଲୋ, ମୁଣ୍ଡି ଝାଡୁ ଖାଲି ପଣେ ।
ଅଦିନେ ପଣସ ସିଠା,
ବଚନରେ ଯାର ନଥଏ ମିଠା ଲୋ, ସେଟା ବାଡ଼ ପକା କଣ୍ଟା ।
ପାହାନ୍ତି ରାବିଲେ ପେଚା,
ଯିଏ ହୋଇଥିବ ସିଂହର ବଚା ଲୋ, ନ ଦେବ ପଛଘୁଞ୍ଚା ।
ମଇଁଷି ଶିଙ୍ଗରେ ଖସା,
ମଉସା ପୁଆଟା ଏଡ଼େ ସହସା ଲୋ, ମତେ କଲା ଲୋକହସା ।
ଜାରା ମାରିଦେଲା ବାଣ
ଯାହାଠାରେ ଯାର ମିଶିଛି ମନ ଲୋ, ସେହି ଜାଣେ ତାର ଗୁଣ ।
କାଟି ଗଲି କଳାଦୁବ,
ଝିଅ ଜନମରେ ଏତିକି ଲାଭ ଲୋ, ବନ୍ଧୁ ଘର ଅରଜିବ ।
କାଳୀଗାଇ ଦୁଧ କ୍ଷୀରି,
ନୂଆ ପୀରତିରେ ମଉଜ ଭାରି ଗୋ, ପୁରୁଣାଟି ନିମ୍ବ ପରି ।
ଆମ୍ବ ପତ୍ର ଗହଳିଆ,
ପ୍ରୀତି ପଙ୍କେ ତୁହି ହେବୁ ଗୋଳିଆଲୋ,
ତୋଫା ହେବଟି ଧୁଳିଆ ।
ଥିରି ଥିରି ଚାଲେ ହାତୀ,
ଥୟ ନହେଉଛି କିମ୍ପା ଏ ଛାତି ଲୋ, ଥକା ଦୋଳି ହେଲା ରାତି।"
ସାମ୍ପ୍ରତିକ ସ୍ଥିତିରେ ବୋଧହୁଏ ସେହି ରଜଦୋଳି ଗୀତ ଟି ଏହିପରି ହେବ।
"ବନସ୍ତେ ଡାକୁନି ଗଜ
ନିର୍ମୂଳ ହେଲେଣି ଗଜ ବଂଶଜ
ଗଜ ବଂଶଜ ଲୋ
ଟିଭି ପରଦାରେ ରଜ
ପାଚିନି ପଣସ ଆମ୍ବ
ପ୍ରକୃତି ଭାଙ୍ଗିଲା ଆମ ଗରବ
ଆମ ଗରବ ଲୋ
ନାହିଁ ଆଉ ସେହି ଭାବ
ଉଠୁନି ବାଉଁଶ କଡ଼ି
ମାଫିଆ ତ ଦେଲେ ବନ ଉଜାଡି
ଦେଲେ ଉଜାଡି ଲୋ
ବିପର୍ଯ୍ୟୟ ଆସେ ମାଡ଼ି
ଆମ୍ବ ତୋଟା ହେଲା ଧ୍ବଂସ
ଥୁଣ୍ଟା ଗଛ ଛାଡେ ଦୀର୍ଘ ନିଶ୍ଵାସ
ଦୀର୍ଘ ନିଶ୍ଵାସ ଲୋ
ସମ୍ପର୍କରେ ସ୍ବାର୍ଥ ବିଷ
ବଉଳ ଲୋ ସର୍ବେ ହୋଇଯିବା ନାଶ। ।।"
ବାସ୍ତବରେ ଆମର ଏହି ଗଣପର୍ବ ର ବିଶେଷତ୍ଵ କ'ଣ ?
ଓଡ଼ିଶାର ଗଣପର୍ବ "ରଜ"ର ଇତିହାସ ଗର୍ଭାନୁଶୀଳନ କଲେ ଯେ କୌଣସି ଗବେଷକ ଓଡ଼ିଶାର ପ୍ରାଚୀନତା ଓ ଏହାର କୃଷି ଆଧାରିତ, ବିଶେଷ କରି ମହା ମାନବୀୟ ସଂସ୍କୃତି ର ଗୌରବ ବିମଣ୍ଡିତ ପରିଚୟ ସହଜରେ ପ୍ରାପ୍ତ ହୋଇପାରିବେ । ଭଗବତ ଗୀତାର ୧୪ ଶ ଅଧ୍ୟାୟ,ଗରୁଡ ପୁରାଣର ୨୨୭ ଅଧ୍ୟାୟ ,ମନୁ ସଂହିତାର ୧୨ଶ ଅଧ୍ୟାୟ ଠାରୁ ଆମର ଗର୍ବ ଗୌରବ ଅତିବଡ଼ି ଜଗନ୍ନାଥ ଦାସଙ୍କ ଭାଗବତରେ ଏହା ଅତି ସ୍ପଷ୍ଟ ଭାବେ ଉଲ୍ଲିଖିତ ।
"ବୃଷାନ୍ତେ ମିଥୁନସ୍ୟାଦୌ ତଦ୍ଦ୍ବିତୀୟେ ଦିନ ତ୍ରୟଂ
ରଜସ୍ଵଳା ସ୍ୟାତ୍ ପୃଥିବୀ କୃଷିକର୍ମବିଗର୍ହିତଂ
ହଳାନାଂ ବାହନଂ ଚୈବ ବପନଂ ତଥା
ତାବଦେବ ନ କୁର୍ବୀତ ଯାବତ୍ ପୃଥୀ ରଜସ୍ଵଳା
ପୃଥ୍ବୀ ରଜସ୍ଵଳାଯାବତ୍ ଖନନଂ ଛେଦନଂ ତ୍ୟଜେତ୍
ଅନ୍ୟ କର୍ମାଣି କୁର୍ବୀତ ପୈତ୍ରଂ ଦୈବଂନମାନୁଷଂ ।।"
ସୌରମାନ ଜ୍ୟୈଷ୍ଠ, ଅର୍ଥାତ୍ ବୃଷମାସର ମାସାନ୍ତ ବା ଶେଷ ଦିନ ଓ ଆଷାଢ଼ ବା ମିଥୁନ ମାସର ସଂକ୍ରାନ୍ତି ବା ପ୍ରଥମ ଦିନ ଓ ତହିଁର ପରଦିନ, ଏହିପରି ତିନି ଦିନକ " ରଜ " । ଆଷାଢ ମାସ ଚତୁର୍ମାସ୍ୟା ବ୍ରତର ପ୍ରଥମ ମାସ । ଏ ଚାରି ମାସ ମୁନି ଋଷି ଓ ସାଧବମାନେ ସେମାନଙ୍କ ପରିଭ୍ରମଣ ତ୍ୟାଗ କରି ଏକସ୍ଥାନରେ ନିବିଷ୍ଟ ହୋଇ ସାଧନା କରିଥା'ନ୍ତି । ଏହି ମାସକୁ ଦାମ୍ପତ୍ୟ ଜୀବନର ସର୍ବଶ୍ରେଷ୍ଠ ସମ୍ଭୋଗର ମାସ ବୋଲି ଗ୍ରହଣ କରାଯାଏ । ବିରହ, ବିଧୂର ଯକ୍ଷର ପ୍ରିୟା ଉଦ୍ଦେଶ୍ୟରେ ମେଘ ମାଧ୍ୟମରେ ପ୍ରେରିତ ବାର୍ତ୍ତାକୁ ନେଇ ମହାକବି କାଳିଦାସଙ୍କ ରଚିତ "ମେଘଦୂତ' ମହାକାବ୍ୟ ଏକ ଅନବଦ୍ୟ ସାଂସ୍କୃତିକ ବୌଦ୍ଧିକ ପ୍ରତିଲିିପି ଓ ଇତିକଥା । ଆଷାଢ଼ ମାସରେ ପ୍ରଥମ ବର୍ଷାର ଆଗମନରେ ମେଘ ଓ ମାଟିର ମିଳନ ହୁଏ । ମାଟି ମା' ହୁଏ ରଜସ୍ୱଳା । କୃଷିପ୍ରଧାନ ଦେଶ ଭାବେ ଖ୍ୟାତି ଲାଭ କରିଥିବା ଆମ ରାଜ୍ୟରେ ମାଟି ମା' ବହୁ କିସମର ଫସଲ ଫଳାଇ ଆମରି ହାତରେ ଅଜାଡ଼ି ଦେଇଆସୁଛନ୍ତି । ମାଆ ମାନେ ଯେମିତି ପ୍ରଜନନ ପୂର୍ବରୁ ବିଶ୍ରାମ ଆବଶ୍ୟକ କରନ୍ତି ଠିକ୍ ସେହିପରି ପ୍ରଜନନକ୍ଷମ ହେବାକୁ ଯାଉଥିବା ମାଟି ମାଆ'କୁ ରଜ ତିନିଦିନ ବିଶ୍ରାମ ଦିଆଯାଏ ବୋଲି ବିଶ୍ୱାସ କେଉଁ ଅନାଦି ଅନନ୍ତ କାଳରୁ ରହି ଆସିଛି । ପହିଲି ରଜରେ ଆରମ୍ଭ ହୁଏ ପ୍ରସ୍ତୁତି ପର୍ବ । ତିନିଦିନ ଧରି ଧରଣୀ ମାତାକୁ ବିଶ୍ରାମ ଦିଆଯାଏ, ଯେଉଁଥି ପାଇଁ ଭୂ ଖନନ ବାରଣ କରାଯାଇଥାଏ । ମାତୃଜାତି ମଧ୍ୟରେ ଉତ୍ସାହ, ଉନ୍ମାଦନା ଓ ନୂତନ ଶକ୍ତି ଜାଗ୍ରତ କରିବା ପାଇଁ ପାଳନ କରାଯାଇଥାଏ ରଜପର୍ବ । କୁମାରୀମାନଙ୍କ ପାଇଁ ରଜପର୍ବ ହେଉଛି ତାଲିମ ପ୍ରଦାନକାରୀ ପର୍ବ । ଆଷାଢ଼ର ପହିଲି ବର୍ଷାରେ ମାଟି ମା'ର ପ୍ରଜନନ ଶକ୍ତି ଜାଗ୍ରତ ହୋଇଥାଏ, ଏହି କାରଣରୁ ଧରଣୀମାତାକୁ ରଜସ୍ୱଳା ସ୍ତ୍ରୀ ସହିତ ତୁଳନା କରାଯାଏ । ଅବିବାହିତା ଝିଅଙ୍କ ପାଇଁ ଗର୍ଭଧାରଣ କ୍ଷମତା ପ୍ରାପ୍ତିର ଏକ ସାଙ୍କେତିକ ପର୍ବ ହେଉଛି ରଜ । ଜଣେ ନାରୀ ଭାବେ ଆଗାମୀ ଦିନରେ ମାତୃ କର୍ତ୍ତବ୍ୟ ସମ୍ପାଦନ କରିବାକୁ ହେବ, ତାହା କୁମାରୀମାନଙ୍କୁ ଶିଖିବାକୁ ପଡ଼ିଥାଏ, ଏହି ରଜ ପର୍ବ ପାଳନ ଅବସରରେ । କୁମାରୀମାନେ ରଜପର୍ବର ମଉଜ ଭିତରେ ଜଣେ ନାରୀର ଚଳଣି, ଆଚାରସଂହିତାକୁ ବିଧିଭାବେ ପାଳିଥାଆନ୍ତି ଏବଂ ଭବିଷ୍ୟତରେ ଯେତେବେଳେ ଝିଅଟିଏ ନାରୀଭୂମିକାରେ ଅବତୀର୍ଣ୍ଣ ହୋଇ କର୍ତ୍ତବ୍ୟ ସମ୍ପାଦନ କରେ, ଏହି ଆଚାରସଂହିତା ତାକୁ ସହାୟ ହୋଇଥାଏ । ରଜ ତିନିଦିନ ଧରି ରଜସ୍ୱଳା ନାରୀଭାବେ ଧରଣୀମାତାକୁ କଷ୍ଟ ନ ଦେଇ ଭୂମି କର୍ଷଣ ନ କରି ବିଶ୍ରାମ ଦେଲାଭଳି କଟା, ବଟା ଆଦି ଗୃହକର୍ମ ନ କରି କୁମାରୀମାନେ ବିଶ୍ରାମ କରନ୍ତି । ଧରଣୀ ମାତା ଶସ୍ୟଶ୍ୟାମଳାପୂର୍ଣ୍ଣ ହେବା ପାଇଁ ପ୍ରାଥମିକ ପ୍ରସ୍ତୁତି ଭାବେ ରଜ ତିନିଦିନ ବିଶ୍ରାମ ମିଳିଥାଏ ତାଙ୍କୁ । ଠିକ ସେହିପରି ଝିଅବୋହୂମାନଙ୍କ ଭବିଷ୍ୟତ ସାଂସାରିକ ଜୀବନ ସୁଖମୟ କରିବାକୁ ରଜପର୍ବର କଳ୍ପନା କରାଯାଇଛି । ରଜପର୍ବର ବିଧିବିଧାନକୁ ସେମାନେ ନିଜେ ପାଳନ କରି ଜଣେ ମାତାର କର୍ତ୍ତବ୍ୟକୁ ସୁଚାରୁରୂପେ ତୁଲାଇପାରିବେ ଏବଂ ଭବିଷ୍ୟତରେ ନିଜ ଝିଅମାନଙ୍କୁ ସ୍ୱଅନୁଭୂତିରୁ ଶିକ୍ଷା ଲାଭ କରି ନିଜର କନ୍ୟା ସନ୍ତାନ ମାନଙ୍କୁ ସଂସାର ନିୟମ ଶିଖାଇବେ , ଯେପରି ସେମାନଙ୍କ ସାଂସାରିକ ଜୀବନ ହେବ ମଧୁମୟ, ସେମାନେ ନିର୍ବାହ କରିବେ ଆଦର୍ଶ ଦାମ୍ପତ୍ୟ ଜୀବନ । ଏହି ପର୍ବ ପାଳନ ବେଳରେ ଘରର ଘରଣୀମାନେ ସାଧାରଣ କାମରୁ ଛୁଟି ନେଇ ନାନାଦି ଖେଳ କଉତୁକ କରିଥାନ୍ତି । ଅବିବାହିତ କୁମାରୀ ବା ଅଭିଆଡ଼ି ଝିଅମାନେ ଶାଢ଼ୀ ଆଦି ପିନ୍ଧି ରଜ ଦୋଳି ଖେଳ, ପୁଚି ଖେଳ ଆଦିରେ ସମୟ ଅତିବାହିତ କରିଥାନ୍ତି । ଏହି ଦିନ ଧରିତ୍ରୀ ମାଆକୁ ସମ୍ମାନ ଦେଇ କେହି ଭୂଇଁ ଉପରେ ଖାଲି ପାଦରେ ଚାଲିନଥାନ୍ତି । ପତ୍ର/ଖୋଳପାରେ ତିଆରି କଠଉରେ ଭୂଇଁ ଉପରେ ଚାଲିବାର ବିଧି ରହିଛି । ଏହି ଦିନ ପୋଡ଼ ପିଠା, ଚକୁଳି ପିଠା ଆଦି ଖିଆଯାଇ ଥାଏ ।ବସୁମତୀ ସ୍ନାନ ହେଉଛି ରଜ ପର୍ବର ଅନ୍ତିମ ଦିବସ । ଏହା ବସୁଧାମାତାଙ୍କ ଶୁଦ୍ଧ ସ୍ନାନ । ଏହା ଧରାସ୍ନାନ, ମହାଲକ୍ଷ୍ମୀ ସ୍ନାନ, ମହାଲକ୍ଷ୍ମୀ ଗାଧୁଆ ଓ ଶୁଦ୍ଧ ସ୍ନାନ ରୂପେ ପ୍ରଖ୍ୟାତ । ବଡ଼ି ସକାଳୁ ଶିଳପୁଆରେ ହଳଦୀ କନା ଗୁଡ଼ାଇ ସିନ୍ଦୂର, କଜଳ ଦେଇ ଧରଣୀ ମାତାଙ୍କ ସ୍ୱରୂକୁ ସଜାଇ ପିଢ଼ା ଉପରେ ସ୍ଥାପନା କରି କଳସ ଆମ୍ବଡ଼ାଳ ରଖି କ୍ଷୀର ଦେଇ ସ୍ନାନ କରାଯାଏ । ମାସିକ ଧର୍ମର ବିଧି ଅନୁଯାୟୀ ଧରଣୀ ମାତା ତିନିଦିନ ବିଶ୍ରାମ ପରେ ସ୍ନାନ କରି ଶୁଦ୍ଧ ପବିତ୍ର ହୋଇଥା’ନ୍ତି । ମାର୍ଗଶୀର ଶେଷ ଗୁରୁବାରଦିନ ବନ୍ଦ ହୋଇଥିବା ମହାଲକ୍ଷ୍ମୀ ପେଡ଼ି ଏହି ଦିନ ଖୋଲାଯାଇଥାଏ । ରଜସ୍ୱଳାନାରୀ ସଦୃଶ ତିନିଦିନ ଅସ୍ପୃଶ୍ୟ ହୋଇ ରହିବାପରେ ଚତୁର୍ଥ ଦିନ ପ୍ରାତଃ କାଳରେ ଏହି ଶୁଦ୍ଧ ସ୍ନାନ ପର୍ବ । ଏହି ଦିନ ରଜପର୍ବର ଆନନ୍ଦ ଉଲ୍ଲାସ ମଉଳି ଯାଇ ଆଧ୍ୟାତ୍ମିକତା ସ୍ଥାନ ନେଇଥାଏ । ଏହି ବସୁମତୀ ସ୍ନାନ ଦିବସରେ ଧରଣୀ ମାତା ପ୍ରତି ଭକ୍ତିଭାବ ଜାଗ୍ରତ ହୋଇଥାଏ । ବସୁମାତା ରଜସ୍ୱଳା ହୋଇ ଶୁଦ୍ଧସ୍ନାନ ପରେ ସୃଜନ କ୍ଷମତାଶୀଳା ଅର୍ଥାତ ଶସ୍ୟ ବୀଜ ଧାରଣକାରିଣୀ ହୋଇପାରିଥାନ୍ତି । ରଜଗୀତ ଏହି ପର୍ବରେ ବୋଲା ଯାଉଥିବା ଜଣାଶୁଣା ଗୀତ ଯାହା ଆଗେ ଗାଆଁଗହଳିରେ ଜନ୍ମ ନେଇଥିଲା । ଲୋକ ମୁଖରେ ବୋଲାଯାଉଥିବା ଏହି ଗୀତ ପରେ ବିଭିନ୍ନ ସମୟରେ ଲିପିବଦ୍ଧ ହୋଇଥିଲା । ମୁଦ୍ରିତ ପୁରାତନ ପ୍ରକାଶନଗୁଡ଼ିକ ମଧ୍ୟରୁ ୧୯୪୯ ମସିହାରେ ପ୍ରକାଶିତ ପହିଲି ରଜ ଓ ୧୯୫୨ ମସିହାରେ ପ୍ରକାଶିତ ବରେଣ୍ୟ ମାଗୁଣୀ ମହାପାତ୍ରଙ୍କ ସଂରକ୍ଷିତ (ରେକର୍ଡ଼ )ରଜଦୋଳି ଗୀତ ଅନ୍ୟତମ ଯାହା ଏଠାରେ ପ୍ରସଙ୍ଗକ୍ରମେ ପୁନଃ ଉପସ୍ଥାପନ କରୁଛୁ ।
ଲାଞ୍ଜ ଟେକିଗଲା ବାଘ, ନଇଁ ଚାଲୁଥିବ ବଡ଼ଙ୍କ ଆଗେ ଲୋ, ଲାଗିବ ନାହିଁଟି ଦାଗ ।
ଛତୁ ଫୁଟେ ବରଷାରେ, ଛତରାଟା କେତେ ଛଇ ଦେଖାଉ ରେ, ଅଛି କି ତୋ ଭରଷାରେ ।
କରଡ଼ି ଖସିଲା ଆମ୍ବ, ପର କାହୁଁ ଘର ପରାଣୀ ହେବେ ରେ, ମନ ଜାଣି ଖଞ୍ଜି ଦେବ ।
ବିରାଡ଼ି ଛିଙ୍କିଲା ବଣେ, ଆଗରେ ଯାଉଛି ନାଗର ଜଣେ ଲୋ, ମୁଣ୍ଡି ଝାଡୁ ଖାଲି ପଣେ ।
ଅଦିନେ ପଣସ ସିଠା, ବଚନରେ ଯାର ନଥଏ ମିଠା ଲୋ, ସେଟା ବାଡ଼ ପକା କଣ୍ଟା ।
ପାହାନ୍ତି ରାବିଲେ ପେଚା, ଯିଏ ହୋଇଥିବ ସିଂହର ବଚା ଲୋ, ନ ଦେବ ପଛଘୁଞ୍ଚା ।
ମଇଁଷି ଶିଙ୍ଗରେ ଖସା, ମଉସା ପୁଆଟା ଏଡ଼େ ସହସା ଲୋ, ମତେ କଲା ଲୋକହସା ।
ଜାରା ମାରିଦେଲା ବାଣ ଯାହାଠାରେ ଯାର ମିଶିଛି ମନ ଲୋ, ସେହି ଜାଣେ ତାର ଗୁଣ ।
କାଟି ଗଲି କଳାଦୁବ, ଝିଅ ଜନମରେ ଏତିକି ଲାଭ ଲୋ, ବନ୍ଧୁ ଘର ଅରଜିବ ।
କାଳୀଗାଇ ଧୁଧ କ୍ଷୀରି, ନୂଆ ପୀରତିରେ ମଉଜ ଭାରି ଗୋ, ପୁରୁଣାଟି ନିମ୍ବ ପରି ।
ଆମ୍ବ ପତ୍ର ଗହଳିଆ, ପ୍ରୀତି ପଙ୍କେ ତୁହି ହେବୁ ଗୋଳିଆଲୋ, ତୋଫା ହେବଟି ଧୁଳିଆ ।
ଥିରି ଥିରି ଚାଲେ ହାତୀ, ଥୟ ନ ହେଉଛି କିମ୍ପା ଏ ଛାତି ଲୋ, ଥକା ଦୋଳି ହେଲା ରାତି ।
ଏହି ଗଣପର୍ବ ଅବସରରେ ବିଶେଷ ଭାବେ ପାନଖିଆ ଏକ ପୁରୁଣା ଓଡ଼ିଆ ପରମ୍ପରା । ପ୍ରୀତିର ବନ୍ଧନ ହେଉଛି ପାନ । ପ୍ରୀତି, ପ୍ରେମ, ବନ୍ଧୁତାର ଛ'ଲକ୍ଷଣ ଏ ଦେଶରେ ନିର୍ଦ୍ଧାରିତ କରାଯାଇଛି । ଦିଏ, ନିଏ, ଖାଏ, ଖୁଆଏ, ଗୋପନ କଥା କହେ ଓ ପଚାରେ, ଏ ଛ'ଟି ଆନ୍ତରିକତା ଓ ନିବିଡ଼ତାର କଥା । ଭୋଜନ ଶେଷରେ ତାମ୍ବୁଳ ସେବା ଏକ ପ୍ରାଣମୟ ବ୍ୟବସ୍ଥା । ଓଡ଼ିଆଙ୍କ ଠାକୁର ବଡ଼ଠାକୁର ଜଗନ୍ନାଥ ପ୍ରତିଦିନ ଭୋଜନାନ୍ତେ ତାମ୍ବୁଳ ସେବା କରି ନିଦ୍ରା ଯାଆନ୍ତି । ପାନ ହେଉଛି ମୁଖବାସ, ପରିତୋଷ । ରଜ ସହିତ ପାନ ଯୋଡ଼ିହେବା ପଛରେ କଥା ଅଛି, ଏଡା ବନ୍ଧୁତାର ଡେ଼ାରିକୁ ସୁଦୃଢ କରିବ । ରଜରେ ଝିଅମାନେ ସମସ୍ତଙ୍କୁ ପାନ ଦବାନବା କରିଥାନ୍ତି । ଆୟୁର୍ବେଦ ଶାସ୍ତ୍ର ଅନୁସାରେ ପାନ ଜୀର୍ଣ୍ଣକାରକ ଏବଂ କୃମିନାଶକ । ପାନରେ ଦିଆଯାଉଥିବା ଚୂନ ଲୌହଶକ୍ତି ପୂର୍ଣ୍ଣ (କ୍ୟାଲସିଅମ) ଓ ଖଇର ଦାନ୍ତକୁ ମଜଭୁତ କରିଥାଏ । ପାନ ଖାଇଲା ବେଳେ ପତ୍ରରୁ ଶିରା ଛେଦନ କରାଯାଇଥାଏ କାରଣ ପାନଶିରା ହେଉଛି ବୁଦ୍ଧି ବିନାଶିନୀ । ରଜପାନର ଚମକ ଓ ମହକ ସାରାବର୍ଷର ପାନକୁ ବଳିଯାଏ, ରଜ ଆଭୂଷଣକୁ ଆହୁରି ମୁଗ୍ଧକର କରିଦିଏ । ରଜପାନରେ ଗୁଆ, ଅଳେଇଚ, ଗୁଜୁରାତି, ଭଜା ଧଣିଆ, ଚାଉଳ ଓ ନଡିଆ ଖଣ୍ଡ, ଚେରି, ଲବଙ୍ଗ, କବାବଚିନି, ଚୁଆ, ପାନ ମହୁରି, ସୁବାସିତ ଜାଫ୍ରାନ କେଶର, ଖଇର ପରି ୧୦ରୁ ୧୨ ପ୍ରକାର ମସଲା ବ୍ୟବହୃତ ହୁଏ । ଏହାକୁ ବିଭିନ୍ନ ଢଙ୍ଗରେ ତ୍ରିଭଙ୍ଗି, ଚଉଭଙ୍ଗି ଆକୃତି ଦେଇ ଉପରେ ଲବଙ୍ଗ ଖୋସି ଅତି ସୁନ୍ଦର ଭାବେ ଥାଳିରେ ସଜାଇ ଦିଆଯାଏ । ସାଧାରଣ ଦିନର ପାନଠାରୁ ରଜପାନର ସ୍ୱାଦ ସ୍ୱତନ୍ତ୍ର । ରଜ ଆସିଲେ ବଜାରରେ ମଧ୍ୟ ପାନର ଦର ବଢିଯାଏ । ଢ଼ଗରେ ଅଛି-
‘ପାନଖିଆ ରସିକ ପାଟି,
ଖୋଜି ବୁଲୁଥିଲା ରାଜାଙ୍କ ହାତୀ,
ଢାଳି ଦେଇଗଲା ଶିରରେ, ରାଜା ହୋଇଗଲା ରଜରେ’ ।
ଯେପରି ନିଜର ଜନ୍ମଦାତ୍ରୀ ଙ୍କୁ " ବୋଉ" ସମ୍ବୋଧନ କେବଳ ଆମ ଓଡିଆ ମାନେ ହିଁ କରି ଆସୁଛନ୍ତି ଠିକ୍ ସେହିପରି 'ପିଠା" କହିଲେ ଓଡିଆ ଅସ୍ମିତା ପରିପ୍ରକାଶ ପାଇଥାଏ ।
ପିଠା ହେଉଛି ଗହମ, ତଣ୍ଡୁଳ, ମୁଗ ଆଦି ବଟା ବା ଚୂନାଦ୍ୱାରା ପ୍ରସ୍ତୁତ ହେଉଥିବା ଏକ ପ୍ରକାର ଓଡ଼ିଆ ଖାଦ୍ୟ । ଏକାଧିକ ପିଠାର ସମ୍ଭାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ଛପନ ଭୋଗ ଭାବରେ ଲାଗି କରାଯାଇଥାଏ । ପୋଡ଼ିକରି, ଭାଜିକରି, ତେଲ ବି ଘିଅରେ ଛାଣି, ପାଣିରେ ସିଝାଇ, ବାମ୍ଫରେ ସିଝାଇ ପିଠା ତିଆରି କରାଯାଏ। ପିଠା ଅନେକ ପ୍ରକାରର, ଯଥା ଚାଉଳବଟା ପତଳା ହେଲେ ତାକୁ ପିଠଉ ଓ ମୋଟା ବା ବହଳିଆ ହେଲେ ତାକୁ ଖଳି ବା ସୋଦୁଅ ବୋଲାଯାଏ। କାକରା, ନାନମାନ, ଆରିସା, ପୁରୀ ବା ଲୁଚି, ରୁଟୀ, ଖଳିରୁଟୀ, ଏଣ୍ଡୁରୀ ବା ଇଣ୍ଡୁରୀ, ଚକୁଳି, ଚିତଉ, ପୋଡ଼ପିଠା, ଗଇଁଠା, ମଣ୍ଡା, ପୁଳି, ବିରିବରା, ବିରିଲଡ଼ୁ, ଅପମାଲୁ ବା ଅମାଲୁ (ମାଲପୁଆ), ଝିଲି (କାନ୍ତି ବା ନାଡ଼ି) ଓ ପାପଡ଼ ଆଦି ପିଠା ଶ୍ରେଣୀର। କଦଳୀ ପିଠା, ମହାପ୍ରଭୁଙ୍କ ପାଖରେ ଭୋଗ ହେଉଥିବା ଅନ୍ୟ ପିଠାମାନଙ୍କ ମଧ୍ୟରୁ ଅନ୍ୟତମ । ସେହିପରି
ଆରିସା ପିଠା ଏକ ଓଡ଼ିଆ ପିଠା ଯାହା ଚାଉଳ ଚୁନା ଓ ଗୁଡ଼/ଚିନିରୁ ତିଆରି ହୋଇଥାଏ । ଏହା ପ୍ରତ୍ୟେକ ଓଡ଼ିଆ ଘରେ ନାନାଦି ପର୍ବପର୍ବାଣିରେ ତିଆରି କରାଯାଇଥାଏ । ଏହା ଜଗନ୍ନାଥଙ୍କ ଛପନ ଭୋଗରେ ମଧ୍ୟ ଠାକୁରଙ୍କୁ ଅର୍ପଣ କରାଯାଇଥାଏ । ଆରିସା ପିଠା ଖ୍ରୀଷ୍ଟ ପୂର୍ବ ପଞ୍ଚମ ଶତାବ୍ଦୀ ବେଳକୁ ଲୋକପ୍ରିୟ ହୋଇସାରିଥିବା ବିଶ୍ୱାସ କରାଯାଏ । ଯେତେବେଳେ ସିଦ୍ଧାର୍ଥ ଗୌତମ ବୁଦ୍ଧତ୍ୱ ଲଭିଲେ, ସେତେବେଳେ ସେ କଳିଙ୍ଗରୁ ଆସିଥିବା ଦୁଇ ବଣିକ ତପସୁ ଓ ବହ୍ଲିକଙ୍କଠାରୁ ଏହି ଆରିସା ପିଠା ଖାଇ ସାଷ୍ଟାମ ହୋଇଥିବା ବୌଦ୍ଧ ଗ୍ରନ୍ଥ ମାନଙ୍କରେ ଲେଖାଯାଇଅଛି । ଆରିସା ଏକ ପାଳି ଶବ୍ଦ । ପାଳି ଭାସାରେ ସେତେବେଳେ ଚାଉଳକୁ ଆରିସା ବୋଲି କୁହାଯାଉଥିଲା । ତେଣୁ ଆରିସା ପିଠା କହିଲେ ଚାଉଳ ପିଠାକୁ ହିଁ ବୁଝାଏ । ସେହିପରି କାକରା ପିଠା ଏକ ଓଡ଼ିଆ ଖାଦ୍ୟ ଯାହା ମଇଦା, ଗୁଡ଼ ଓ ନଡ଼ିଆରୁ ତିଆରି କରାଯାଇଥାଏ । ଏହା ପ୍ରତ୍ୟେକ ଓଡ଼ିଆ ଘରେ ନାନାଦି ପର୍ବପର୍ବାଣିରେ ତିଆରି କରାଯାଇଥାଏ । ୧୮୧୦ ମସିହାରେ ଖଣ୍ଡପଡ଼ା ଗଡ଼ଜାତର ଶାସନ ଭାର ରାଜା ପୁରୁଷୋତ୍ତମ ମର୍ଦ୍ଦରାଜ ନେଇଥିଲେ । ଜଗନ୍ନାଥ ସଂସ୍କୃତି ଜନାଦୃତ କରିବା ଉଦ୍ଦେଶରେ ରାଜାମାନେ ପ୍ରଜାଙ୍କ ଭାବନାକୁ ଆଖିରେ ରଖି ବିଭିନ୍ନ ପୂଜା ପର୍ବାଣିସବୁ ଯୋଡ଼ିଥିଲେ । ସେ ଦଧିବାମନ ଓ ଜଗନ୍ନାଥ ମନ୍ଦିରମାନଙ୍କରେ ପ୍ରଥମଥର ପାଇଁ ପୁର କାକରା ଓ ବସା ଦହି ଭୋଗ ଯୋଡ଼ିଥିଲେ । ଖଣ୍ଡପଡ଼ାରେ ଏହି ଭୋଗ ଆଜିଯାଏ ନିଆରା ପରମ୍ପରା ଭାବେ ପରିଚିତ ହେଉଛି । ସେହିପରି ଚିତଉ ଓଡ଼ିଶାରେ ତିଆରି ହେଉଥିବା ଏକ ପ୍ରକାରର ପିଠା । ଏହା ଶ୍ରାବଣ ମାସରେ ପାଳିତ ଓଡ଼ିଆ ଗଣପର୍ବ ଚିତାଲାଗି ଅମାବାସ୍ୟାରେ ଜଗନ୍ନାଥଙ୍କ ନିକଟରେ ଭୋଗ ଭାବେ ମଧ୍ୟ ଲାଗି ହୋଇଥାଏ ଓ ଏହା ଛପନ ଭୋଗ ମଧ୍ୟରୁ ଅନ୍ୟତମ ।ଏହା ଗେଣ୍ଡେଇକଟା ଓଷା ନାମରେ ଉତ୍ତର ଓଡ଼ିଶାରେ ପାଳିତ ହୋଇଥାଏ ।ଓଡ଼ିଶାର ଚାଷୀ ଲୋକ ସେହି ଦିନ ଧାନ କିଆରୀରେ ଚିତଉ ପିଠା ପୋତିଥାନ୍ତି କାରଣ ଏହି ଦିନ ଗେଣ୍ଡାମାନଙ୍କୁ ପିଠା ଖାଇବାକୁ ଦେଲେ ସେମାନେ ଘରେ କାହାକୁ କାମୁଡ଼ନ୍ତି ନାହିଁ ବୋଲି ଲୋକବିଶ୍ୱାସ ରହିଛି ।
ପୋଡ଼ ପିଠା ବା ପୋଡ଼ାପିଠା ଏକ ପାରମ୍ପାରିକ ଓଡ଼ିଆ ପିଠା । ଏହା ଚାଉଳ ଚୁନା ଓ ଗୁଡ଼/ଚିନିତିଆରି ପିଠଉକୁ ଏକ ବଡ଼ କଡ଼ାଇରେ ଚାରିପଟୁ ପୋଡ଼ି ତିଆରିକରାଯାଏ । ଏହା ପ୍ରତ୍ୟେକ ଓଡ଼ିଆ ଘରେ ରଜ ଓ ନାନାଦି ପର୍ବପର୍ବାଣିରେ ତିଆରି କରାଯାଇଥାଏ । ଜଗନ୍ନାଥଙ୍କ ଛପନ ଭୋଗରେ ମଧ୍ୟ ଏହା ଠାକୁରଙ୍କୁ ଅର୍ପଣ କରାଯାଇଥାଏ । ଏତଦ୍ ବ୍ୟତୀତ
ମଣ୍ଡା (ମଣ୍ଡାପିଠା ନାମରେ ମଧ୍ୟ ଜଣା) ଜନ୍ତା ଚାଉଳ ଚୂନା ଏବଂ ଗୁଡ଼ ବା ଚିନି ଓ ନଡ଼ିଆ ପୂର ଦିଆ ବାମ୍ଫରେ ତିଆରି ଏକ ଓଡ଼ିଆ ପିଠା । ଏହା ଓଡ଼ିଶାର ବିଭିନ୍ନ ପର୍ବପର୍ବାଣିରେ ତିଆରି କରାଯାଇଥାଏ । ମାଣବସା ଗୁରୁବାର, କୁମାର ପୁର୍ଣ୍ଣିମା, ଗହ୍ମା/ରାକ୍ଷୀ ପୁର୍ଣ୍ଣିମା, ନୂଆଁ ଖାଇ, ଶାମ୍ବ ଦଶମୀ ଆଦି ପର୍ବପର୍ବାଣି ଏଥିରୁ ଅନ୍ୟତମ । ଏହି ପିଠା ଓଡ଼ିଶାରେ ମୌସୁମୀ ଆରମ୍ଭରେ ଓ ପରେ ତିଆରି କରାଯାଇଥାଏ । ମଣ୍ଡାପିଠା ତିଆରି ପାଇଁ ଅରୁଆ ଚାଉଳକୁ ଭଲ କରି ଗୁଣ୍ଡ କରି ସେଥିରୁ ଚୂନା ତିଆରି କରାଯାଏ । ଏହି ଚୂନାକୁ ଫୁଟିଲା ପାଣିରେ ଅଳ୍ପ ଲୁଣ ସହ ମିଶାଇ, ଜନ୍ତି ଜନ୍ତଣି ତିଆରି କରାଯାଏ । ଗୁଡ଼ ବା ଚିନି, ନଡ଼ିଆ କୋରା ସହ ଗୁଜୁରାତି ଅଳେଇଚ ପକାଇ ପୂର ତିଆରି କରାଯାଏ । ଜନ୍ତଣିକୁ ଓଦା ହାତ କରି ଗୋଲ ଗୋଲ ପିଠା ତିଆରି କରି ସେଥିରେ ନଡ଼ିଆ କୋରା ପୂର ଦେଇ ବଳାଯାଏ । ବଳା ପିଠା ବାମ୍ଫରେ ୧୦-୨୦ ମିନିଟ ସିଝିବା ପରେ ଖାଇବା ଉପଯୋଗୀ ହୋଇଥାଏ । ମଣ୍ଡା ପିଠାରେ ଶର୍କରା ଓ ଅନ୍ୟାନ୍ୟ ଖାଦ୍ୟସାର ସହ କିଛି ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ରହିଥାଏ । ଏସବୁ ପିଠା ବ୍ୟତିତ କୋରାଖଇ ଏକ ଓଡ଼ିଆ ଖାଦ୍ୟ ଯାହା ଖଇ, ଗୁଡ଼ ଓ ନଡ଼ିଆରୁ ତିଆରି କରାଯାଇଥାଏ । ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଏହି ଖାଦ୍ୟ ପାଇଁ ଜଣାଶୁଣା । ଓଡ଼ିଶାର ମନ୍ଦିରମାନଙ୍କରେ ଏହା ଭୋଗ ଭାବରେ ମଧ୍ୟ ମିଳିଥାଏ । ମହାପ୍ରଭୁ ଲିଙ୍ଗରାଜଙ୍କୁ ଭକ୍ତମାନଙ୍କ ଦେଇ କୋରାଖଇ ଅର୍ପଣ କରାଯାଇଥାଏ । ଏହା ନିର୍ବିବାଦୀୟ ସତ୍ୟ ଯେ ଆଷାଢ଼ ମାସ ଚତୁର୍ମାସ୍ୟା ବ୍ରତର ପ୍ରଥମ ମାସ । ଏ ଚାରି ମାସ ମୁନି ଋଷି ଓ ସାଧବମାନେ ସେମାନଙ୍କ ପରିଭ୍ରମଣ ତ୍ୟାଗ କରି ଏକସ୍ଥାନରେ ନିବିଷ୍ଟ ହୋଇ ସାଧନା କରିଥା'ନ୍ତି । ଏହି ମାସକୁ ଦାମ୍ପତ୍ୟ ଜୀବନର ସର୍ବଶ୍ରେଷ୍ଠ ସମ୍ଭୋଗର ମାସ ବୋଲି ଗ୍ରହଣ କରାଯାଏ । ବିରହ, ବିଧୂର ଯକ୍ଷର ପ୍ରିୟା ଉଦ୍ଦେଶ୍ୟରେ ମେଘ ମାଧ୍ୟମରେ ପ୍ରେରିତ ବାର୍ତ୍ତାକୁ ନେଇ ମହାକବି କାଳିଦାସଙ୍କ ରଚିତ "ମେଘଦୂତ' ମହାକାବ୍ୟ ଏକ ଅନବଦ୍ୟ ସାଂସ୍କୃତିକ ବୌଦ୍ଧିକ ପ୍ରତିଲିିପି ଓ ଇତିକଥା । ଆଷାଢ଼ ମାସରେ ପ୍ରଥମ ବର୍ଷାର ଆଗମନରେ ମେଘ ଓ ମାଟିର ମିଳନ ହୁଏ । ମାଟି ମା' ହୁଏ ରଜସ୍ୱଳା । କୃଷିପ୍ରଧାନ ଦେଶ ଭାବେ ଖ୍ୟାତି ଲାଭ କରିଥିବା ଆମଦେଶରେ ମାଟି ମା' ବହୁ କିସମର ଫସଲ ଫଳାଇ ଆମରି ହାତରେ ଅଜାଡ଼ି ଦିଏ । ମା'ଟିଏ ଯେମିତି ପ୍ରଜନନ ପୂର୍ବରୁ ବିଶ୍ରାମ ଆବଶ୍ୟକ କରେ, ସେମିତି ପ୍ରଜନନକ୍ଷମ ହେବାକୁ ଯାଉଥିବା ମାଟି ମା'କୁ ରଜ ତିନିଦିନ ବିଶ୍ରାମ ଦିଆଯାଏ ବୋଲି ବିଶ୍ୱାସ ଅଛି । ଏହା ମଧ୍ୟ ଶାସ୍ତ୍ରରେ ଉଲ୍ଲେଖ ଅଛି ।
"ପଣ୍ଡିତ ସର୍ବସ୍ବ" ରେ ଉଲ୍ଲେଖ ରହିଛି -"ମିଥୁନାସ୍ୟଦୈତଦ୍ଦ୍ବିତୀୟ ଦିନ ତ୍ରୟଂ,ରଜସ୍ବଳାସ୍ୟାତ୍ ପୃଥିବୀ କୃଷି କର୍ମବିଗର୍ହିତଂ,ତାବଦେବ ନ କୁର୍ବନ୍ତୁତେ ଯାବତ୍ ପୃଥ୍ବୀ ରଜସ୍ୱଳା, ପୃଥ୍ବୀ ରଜସ୍ୱଳା ଯାବତ୍ ଖନନଂ ଛେଦନଂତ୍ୟଜ୍ୟେତ୍।" ଅତଏବ
ପହିଲି ରଜରେ ଆରମ୍ଭ ହୁଏ ପ୍ରସ୍ତୁତି ପର୍ବ । ତିନିଦିନ ଧରି ଧରଣୀ ମାତାକୁ ବିଶ୍ରାମ ଦିଆଯାଏ, ଯେଉଁଥିପାଇଁ ଭୂ ଖନନ ବାରଣ କରାଯାଇଥାଏ । ମାତୃଜାତି ମଧ୍ୟରେ ଉତ୍ସାହ, ଉନ୍ମାଦନା ଓ ନୂତନ ଶକ୍ତି ଜାଗ୍ରତ କରିବା ପାଇଁ ପାଳନ କରାଯାଇଥାଏ ରଜପର୍ବ । କୁମାରୀମାନଙ୍କ ପାଇଁ ରଜପର୍ବ ହେଉଛି ତାଲିମ ପ୍ରଦାନକାରୀ ପର୍ବ ଆଷାଢ଼ର ପହିଲି ବର୍ଷାରେ ମାଟି ମା'ର ପ୍ରଜନନ ଶକ୍ତି ଜାଗ୍ରତ ହୋଇଥାଏ, ଏହି କାରଣରୁ ଧରଣୀମାତାକୁ ରଜସ୍ୱଳା ସ୍ତ୍ରୀ ସହିତ ତୁଳନା କରାଯାଏ । ଅବିବାହିତା ଝିଅଙ୍କ ପାଇଁ ଗର୍ଭଧାରଣ କ୍ଷମତା ପ୍ରାପ୍ତିର ଏକ ସାଙ୍କେତିକ ପର୍ବ ହେଉଛି ରଜ । ଜଣେ ନାରୀଭାବେ ଆଗାମୀ ଦିନରେ କି କି କର୍ତ୍ତବ୍ୟ ସମ୍ପାଦନ କରିବାକୁ ହେବ, ତାହା କୁମାରୀମାନଙ୍କୁ ଶିଖିବାକୁ ପଡ଼ିଥାଏ, ଏହି ରଜ ପର୍ବ ପାଳନ ଅବସରରେ । କୁମାରୀମାନେ ରଜପର୍ବର ମଉଜ ଭିତରେ ଜଣେ ନାରୀର ଚଳଣି, ଆଚାରସଂହିତାକୁ ବିଧିଭାବେ ପାଳିଥାଆନ୍ତି ଏବଂ ଭବିଷ୍ୟତରେ ଯେତେବେଳେ ଝିଅଟିଏ ନାରୀଭୂମିକାରେ ଅବତୀର୍ଣ୍ଣ ହୋଇ କର୍ତ୍ତବ୍ୟ ସମ୍ପାଦନ କରେ, ଏହି ଆଚାରସଂହିତା ତାକୁ ସହାୟ ହୋଇଥାଏ । ରଜ ତିନିଦିନ ଧରି ରଜସ୍ୱଳା ନାରୀଭାବେ ଧରଣୀମାତାକୁ କଷ୍ଟ ନ ଦେଇ ଭୂମି କର୍ଷଣ ନ କରି ବିଶ୍ରାମ ଦେଲାଭଳି କଟା, ବଟା ଆଦି ଗୃହକର୍ମ ନ କରି କୁମାରୀମାନେ ବିଶ୍ରାମ କରନ୍ତି । ଧରଣୀ ମାତା ଶସ୍ୟଶ୍ୟାମଳାପୂର୍ଣ୍ଣ ହେବା ପାଇ ପ୍ରାଥମିକ ପ୍ରସ୍ତୁତି ଭାବେ ରଜ ତିନିଦିନ ବିଶ୍ରାମ ମିଳିଥାଏ ତାଙ୍କୁ । ଠିକ ସେହିପରି ଝିଅବୋହୂମାନଙ୍କ ଭବିଷ୍ୟତ ସାଂସାରିକ ଜୀବନ ସୁଖମୟ କରିବାକୁ ରଜପର୍ବର କଳ୍ପନା କରାଯାଇଛି । ରଜପର୍ବର ବିଧିବିଧାନକୁ ସେମାନେ ନିଜେ ପାଳନ କରି ଜଣେ ମାତାର କର୍ତ୍ତବ୍ୟକୁ ସୁଚାରୁରୂପେ ତୁଲାଇପାରିବେ ଏବଂ ଭବିଷ୍ୟତରେ ନିଜ ଝିଅମାନଙ୍କୁ ସ୍ୱଅନୁଭୂତିରୁ ଶିଖି ସଂସାର ନିୟମ ଶିଖାଇବେ । ଏହା ନିର୍ବିବାଦୀୟ ସତ୍ୟ ଯେ ଆଷାଢ଼ର ପହିଲି ବର୍ଷାରେ ମାଟି ମା'ର ପ୍ରଜନନ ଶକ୍ତି ଜାଗ୍ରତ ହୋଇଥାଏ, ଏହି କାରଣରୁ ଧରଣୀମାତାକୁ ରଜସ୍ୱଳା ସ୍ତ୍ରୀ ସହିତ ତୁଳନା କରାଯାଏ । ଅବିବାହିତା ଝିଅଙ୍କ ପାଇଁ ଗର୍ଭଧାରଣ କ୍ଷମତା ପ୍ରାପ୍ତିର ଏକ ସାଙ୍କେତିକ ପର୍ବ ହେଉଛି ରଜ । ଏହା ଚାଷର ଆରମ୍ଭକୁ ସୂଚାଇଥାଏ । ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ୱଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି । ରଜରେ ପୋଡ଼ ପିଠା ଓ ପାନ ଖିଆ ସହିତ ଝିଅମାନଙ୍କ ରଜ ଦୋଳି ଓ ପୁଚି ଖେଳ ସହ ପୁଅମାନଙ୍କ ଲୁଡୁ, ତାସ, ବାଗୁଡ଼ି ଆଦି ଖେଳି ଏହି ଦିବସଟି ପାଳନ କରାଯାଇଥାଏ ।ଏହି ପର୍ବ ପାଳନ ବେଳରେ ଘରର ଘରଣୀମାନେ ସାଧାରଣ କାମରୁ ଛୁଟି ନେଇ ନାନାଦି ଖେଳରେ ମାତନ୍ତି । ଅଭିଆଡ଼ି ଝିଅମାନେ ଶାଢ଼ୀ ଆଦି ପିନ୍ଧି ରଜ ଦୋଳି ଖେଳ, ପୁଚି ଖେଳ ଆଦିରେ ସମୟ ଅତିବାହିତ କରିଥାନ୍ତି । ଏହି ଦିନ ଧରିତ୍ରୀ ମାଆକୁ ସମ୍ମାନ ଦେଇ କେହି ଭୂଇଁ ଉପରେ ଖାଲି ପାଦରେ ଚାଲିନଥାନ୍ତି । ପତ୍ର/ଖୋଳପାରେ ତିଆରି କଠଉରେ ଭୂଇଁ ଉପରେ ଚାଲିବାର ବିଧି ରହିଛି । ଏହି ଦିନ ପୋଡ଼ ପିଠା, ଚକୁଳି ପିଠା ଆଦି ଖିଆଯାଇ ଥାଏ । ସେହିପରି ତିନି ଦିନ ର ରଜପର୍ବ ପରେ ପାଳିତ ହୁଏ ବସୁମତୀ ସ୍ନାନ ।ହେଉଛି ରଜ ପର୍ବର ଅନ୍ତିମ ଦିବସ । ଏହା ବସୁଧାମାତାଙ୍କ ଶୁଦ୍ଧ ସ୍ନାନ । ଏହା ଧରାସ୍ନାନ, ମହାଲକ୍ଷ୍ମୀ ସ୍ନାନ, ମହାଲକ୍ଷ୍ମୀ ଗାଧୁଆ ଓ ଶୁଦ୍ଧ ସ୍ନାନ ରୂପେ ପ୍ରଖ୍ୟାତ । ବଡ଼ି ସକାଳୁ ଶିଳପୁଆରେ ହଳଦୀ କନା ଗୁଡ଼ାଇ ସିନ୍ଦୂର, କଜଳ ଦେଇ ଧରଣୀ ମାତାଙ୍କ ସ୍ୱରୂକୁ ସଜାଇ ପିଢ଼ା ଉପରେ ସ୍ଥାପନା କରି କଳସ ଆମ୍ବଡ଼ାଳ ରଖି କ୍ଷୀର ଦେଇ ସ୍ନାନ କରାଯାଏ । ମାସିକ ଧର୍ମର ବିଧି ଅନୁଯାୟୀ ଧରଣୀ ମାତା ତିନିଦିନ ବିଶ୍ରାମ ପରେ ସ୍ନାନ କରି ଶୁଦ୍ଧ ପବିତ୍ର ହୋଇଥା’ନ୍ତି । ମାର୍ଗଶୀର ଶେଷ ଗୁରୁବାରଦିନ ବନ୍ଦ ହୋଇଥିବା ମହାଲକ୍ଷ୍ମୀ ପେଡ଼ି ଏହି ଦିନ ଖୋଲାଯାଇଥାଏ । ରଜସ୍ୱଳାନାରୀ ସଦୃଶ ତିନିଦିନ ଅସ୍ପୃଶ୍ୟ ହୋଇ ରହିବାପରେ ଚତୁର୍ଥ ଦିନ ପ୍ରାତଃ କାଳରେ ଏହି ଶୁଦ୍ଧ ସ୍ନାନ ପର୍ବ । ଏହି ଦିନ ରଜପର୍ବର ଆନନ୍ଦ ଉଲ୍ଲାସ ମଉଳି ଯାଇ ଆଧ୍ୟାତ୍ମିକତା ସ୍ଥାନ ନେଇଥାଏ । ଏହି ବସୁମତୀ ସ୍ନାନ ଦିବସରେ ଧରଣୀ ମାତା ପ୍ରତି ଭକ୍ତିଭାବ ଜାଗ୍ରତ ହୋଇଥାଏ । ବସୁମାତା ରଜସ୍ୱଳା ହୋଇ ଶୁଦ୍ଧସ୍ନାନ ପରେ ସୃଜନ କ୍ଷମତାଶୀଳା ଅର୍ଥାତ ଶସ୍ୟ ବୀଜ ଧାରଣକାରିଣୀ ହୋଇପାରିଥାନ୍ତି ।
କ୍ରମଶଃ
କଳା ଭୂମି ମହୋତ୍ସବ -୪
----------------------
( ପୂର୍ବ ଆଲୋଚନା ପରେ)
ଏବେ ଆଉ ଆମର ଅଧିକାଂଶ ଓଡ଼ିଆଙ୍କ ଘରେ ଶିଳ, ନାହିଁ କି ପୁଆ ବି ନାହିଁ । ବସୁମତୀ ସ୍ନାନ ଦିବସରେ ଧରଣୀ ମାତା ପ୍ରତି ଭକ୍ତିଭାବ ଜାଗ୍ରତ ହେଉ ନାହିଁ । ପଶ୍ଚିମା ସଂସ୍କୃତିର ହନୁକୀକରଣରେ କେତେକ ଏନଜିଓ ( ସ୍ବେଛାସେବୀ ସଂସ୍ଥା ନୁହେଁ , ଦେଶ ବିଦେଶ ଅନୁଦାନରେ ପରିଚାଳିତ ସଂସ୍ଥାନର ନାମ ଏନଜିଓ) ମାନେ ୧୯୭୦ ମସିହା, ଅପ୍ରେଲ ୨୨ ରୁ ବିଶ୍ବ ଧରିତ୍ରୀ ଦିବସ ଅନୁଦାନ ଅର୍ଥରେ ସଭା ସମିତି , ଭୋଜି ଭାତ କରି ସିଂହ ଭାଗ ଅନୁଦାନ ଅର୍ଥ ଗର୍ଭସ୍ଥ କରାଯାଇ ଆସୁଛି । ବିଗତ ୨୦୦୦ ମସିହା ରୁ ଭାରତରେ ଏବଂ ୨୦୧୩ ମସିହାରୁ ଓଡ଼ିଶାରେ ପ୍ରତିବର୍ଷ ଅପ୍ରେଲ,୨୨ରେ ପାଳନର ଖବର ବିଭିନ୍ନ ଗଣମାଧ୍ୟମ ପୃଷ୍ଠା ଓ ପରଦା ମଣ୍ଡନ କରି ଆସୁଛି । ଛଳନାର ସମସ୍ତ ସୀମା ସରହଦକୁ କଳିଙ୍ଗ ସାଗର କୁ ଫିଙ୍ଗି କେତେକ ସ୍ବଘୋଷିତ ପରିବେଶବିତ୍ ମାନଙ୍କ ଆଲେଖ୍ୟ ଆଲୋଚନା ମୁଦ୍ରିତ ଗଣମାଧ୍ୟମରେ ପ୍ରକାଶ ପାଉଛି । ଜୀବ ଜଡ ପଦାର୍ଥ ସମୂହ କୁ ନିଜ କୋଳରେ ଧରି ରଖିଥିବାରୁ , ବଞ୍ଚେଇ ରଖିଥିବାରୁ ସେ ତ ଜନ୍ମଦାତ୍ରୀ ମାଆ ଭଳି ମାଆ ଧରିତ୍ରୀ ।
ଆମର ମୌଳିକ ଆବଶ୍ୟକତାକୁ ପୂରଣ କରିବା ପାଇଁ ଧରାପୃଷ୍ଠରେ ପ୍ରାକୃତିକ ସମ୍ପଦ ରହିଛି। ଆମେ କିନ୍ତୁ ଆମର ଲୋଭକୁ ପୂରଣ କରିବା ଲାଗି ପ୍ରାକୃତିକ ସମ୍ପଦର ଅବିବେକୀ ବ୍ୟବହାର କରିଚାଲିଛୁ। ଆମର ଅମାନୁଷିକ ବ୍ୟବହାର ଫଳରେ ଧରିତ୍ରୀର ନିର୍ମଳ ପରିବେଶ ଦୂଷିତ ହେଉଛି। ଏହାର ପାଣି, ପବନ, ମାଟିରେ ବିଷ ମିଶୁଛି।ତେଣୁ ଆମ ପୃଥିବୀ ଏବେ ମୁମୂର୍ଷୁ ଅବସ୍ଥାରେ ରହିଛି। ପୃଥିବୀ ଗ୍ରହର ବିଭିନ୍ନ ପରିବେଶଜନିତ ସମସ୍ୟା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ଓ ସମସ୍ୟାର ସମାଧାନ ଦିଗରେ ଚିନ୍ତା କରିବା ପାଇଁ ୧୯୬୯ ମସିହାରେ ଏକ ବିଶେଷ ପ୍ରସ୍ତାବ ଅଣାଯାଇଥିଲା। ଏଭଳି ପୁଣ୍ୟ ପ୍ରୟାସକୁ ଅଧିକ ଜନାଦୃତ କରିବା ସକାଶେ ଏକ ବିଶେଷ ଦିବସର ପରିକଳ୍ପନା କରାଗଲା। ସେହି ପରିପ୍ରେକ୍ଷୀରେ ପ୍ରଦୂଷଣ ଓ ଧରିତ୍ରୀର ମୁମୂର୍ଷୁ ଅବସ୍ଥା ବିଷୟରେ ଜନସାଧାରଣଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟ ନେଇ ପ୍ରତିବର୍ଷ ଅପ୍ରେଲ ୨୨ରେ ପାଳିତ ହେଉଛି ‘ଧରିତ୍ରୀ ଦିବସ’। ଆମେ ପ୍ରଶ୍ନ କରିଥିଲୁ ଯେ ଯଦି ଧରିତ୍ରୀ ଦିବସ ପାଳନର ଆବଶ୍ୟକତା ଅନୁଭବ କରିଛନ୍ତି , ତେବେ ହଜାର ହଜାର ବର୍ଷ ଧରି ଓଡ଼ିଆ ମାନେ ରଜ ସଂକ୍ରାନ୍ତି ପରଦିନ ପାଳନ କରି ଆସୁଥିବା ବସୁମତୀ ସ୍ନାନ ଦିବସ କୁ ଆନ୍ତର୍ଜାତୀୟ ସ୍ବୀକୃତି ଦେଇ ସେହି ତିଥିରେ " ବିଶ୍ବ ଧରିତ୍ରୀ ଦିବସ" ପାଳନ କରାଯାଉ । ଆମ ପ୍ରସ୍ତାବ ସେମାନେ କ'ଣ , ଜଣେ ହେଲେ ଓଡ଼ିଆ ଆମକୁ ସମର୍ଥନ କଲେ ନାହିଁ । ହଁ , ଏହା ମଧ୍ୟ ନିର୍ବିବାଦୀୟ ସତ୍ୟ ଯେ ସମସ୍ତ ଭୌଗୋଳିକ ପ୍ରଭେଦ ସତ୍ତ୍ୱେ ବିଶ୍ବର ଲୋକ ଚରିତ୍ର ଆଧାରରେ ସହରୀକରଣ ନିଶା ହେତୁ ଜଙ୍ଗଲ ସଫା ହେଉଛି ,ଚାଷଜମି କମିଯାଉଛି। ଏହା ବଦଳରେ ସହର ସୃଷ୍ଟି ହେଉଛି। ସଭ୍ୟତାର ବିକାଶ ନାମରେ ସବୁଜିମା ନଷ୍ଟ ହେଉଛି। ଯାନବାହନ ସଂଖ୍ୟା ବି ବଢୁଛି। ଅଧିକରୁ ଅଧିକ କଳକାରଖାନା ନିର୍ମାଣ ହେଉଛି। କଳକାରଖାନାରୁ ନିର୍ଗତ ବିଷାକ୍ତ ଆବର୍ଜନା ମୃତ୍ତିକାକୁ ଦୂଷିତ କରୁଛି। ସେଥିରେ ଫସଲ ହେଉନାହିଁ। ଲୋକମାନେ ଅଧିକ ବିଦ୍ୟୁତ୍ ବ୍ୟବହାର କରୁଛନ୍ତି। ତେଣୁ ତାପଜ ବିଦ୍ୟୁତ୍ କେନ୍ଦ୍ରରେ ଅଧିକ କୋଇଲା ଜାଳିବାକୁ ପଡୁଛି, ଯାହାକି ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବାଷ୍ପର ପରିମାଣ ବୃଦ୍ଧିକରୁଛି। ପୃଥିବୀର ଜଳବାୟୁକୁ ଅନିୟମିତ କରୁଥିବା କାରକ ସମୂହ ମଧ୍ୟରୁ ଅଙ୍ଗାରକାମ୍ଳ ମୁଖ୍ୟ ଭୂମିକା ଗ୍ରହଣ କରିଛି।ଜଳବାୟୁ ନିୟମିତ ହେବା ପାଇଁ ସୁସ୍ଥ ବାୟୁମଣ୍ଡଳ ଏକାନ୍ତ ଆବଶ୍ୟକ , ଏଥିରେ ଦ୍ବିମତ ହେବାର ପ୍ରଶ୍ନ ଉଠୁନାହିଁ ମାତ୍ର,ସୁସ୍ଥ ବାୟୁମଣ୍ଡଳ ପାଇଁ ଘନ ଜଙ୍ଗଲ ଯେ ଆବଶ୍ୟକ , ଏହା ଭୁଲି ଗଲେ କେମିତି ହେବ ? ଅଧୁନା ପ୍ରଦୂଷଣକୁ ଦୃଢ଼ ବିରୋଧ କରିବା ସହିତ ଆମ ଗ୍ରହର ପୁନରୁଦ୍ଧାର ଜରୁରୀ ହୋଇପଡ଼ିଛି। ନ ହେଲେ ଅନ୍ୟ ଜୀବଜଗତ ସହିତ ମଣିଷ ବି ଧରାପୃଷ୍ଠରୁ ନିଶ୍ଚିହ୍ନ ହୋଇଯିବ। ସ୍ବାର୍ଥନ୍ବେଷୀ ମଣିଷର , ବିଶେଷ କରି ସେମାନଙ୍କ ନେତା ଶାସକ ଏବଂ ଶାସକ ମାନଙ୍କ ପ୍ରବଳ ପ୍ରତାପୀ ପ୍ରଶାସକ ମାନଙ୍କ ତଥା କଥିତ ବିକାଶ ବିପ୍ଲବ, ଅଭିଯାନର କୁପ୍ରଭାବ ଧରିତ୍ରୀର ବା-ପା-ମା (ବାୟୁ-ପାଣି-ମାଟି)କୁ ଆଜି ନଷ୍ଟ କରିଦେଇଛି। ଆମେ ସିନା କଳକାରଖାନା ଓ ଯାନବାହାନ ବା ଗାଡ଼ିମୋଟର
କୁ ସମ୍ପୂର୍ଣ୍ଣ ବନ୍ଦ କରିପାରିବା ନାହିଁ, କିନ୍ତୁ ତଜ୍ଜନିତ ପ୍ରଦୂଷଣ ଓ କୁପ୍ରଭାବକୁ ଯଥାସମ୍ଭବ ହ୍ରାସ କରାଇପାରିବା ନା ନାଇଁ ? ଧରିତ୍ରୀକୁ ପୂର୍ବଭଳି ସବୁଜ କରିପାରିବା ଏବଂ ଗାଁ ଓ ସହରକୁ ଗଛ ଓ ଉଦ୍ୟାନରେ ଭରିଦେବା ପାଇଁ ଜନସଚେତନତା ସୃଷ୍ଟି କରି ପାରିବା ନା ନାଇଁ ? ଅଂଶୁଘାତ, ଜାଗତିକ ଉଷ୍ଣତା ବୃଦ୍ଧି ଓ ସବୁଜଗୃହ ପ୍ରଭାବ ଭଳି ସମସ୍ୟାର ସମାଧାନ ଦିଗରେ ସବୁଜିମା ସହାୟକ ହେବ। ମାନ୍ୟବର ମାନଙ୍କ ଦ୍ବାରା ତଥା କଥିତ ବିକାଶର ଆହ୍ବାନ ବା ସ୍ଲୋଗାନ କିଭଳି ବିନାଶ ର କାରଣ ବା ହେତୁ ହେଉଛି, ସେ ସମ୍ପର୍କରେ ଚିନ୍ତା ପ୍ରକଟ କରିବା କି ନାହିଁ ?ଗଛଲତା, ପ୍ରାଣୀ ଓ ଜୀବାଣୁଭୂତାଣୁଙ୍କୁ ମିଶେଇଲେ ପୃଥିବୀରେ ପ୍ରାୟ ୮୭ ଲକ୍ଷ ପ୍ରଜାତିର ଜୀବନ ରହିଛି। ସେମାନଙ୍କ ମଧ୍ୟରୁ ମଣିଷ ଅନ୍ୟତମ। ପରିତାପର ବିଷୟ, ଏତେ କିସମର ପ୍ରାଣୀ ଲକ୍ଷ ଲକ୍ଷ ବର୍ଷ ଧରି ପୃଥିବୀରେ ବାସକରି ଆସୁଥିଲେ ବି ଯେଉଁ ପରିବର୍ତ୍ତନ ଘଟି ନ ଥିଲା, ଏଇ ମାତ୍ର ୩୦୦ ବର୍ଷ ଭିତରେ ମଣିଷର ଶିଳ୍ପବିପ୍ଳବ ଧରିତ୍ରୀକୁ ମୁମୂର୍ଷୁ ଅବସ୍ଥାକୁ ନେଇଯାଇଛି। ସର୍ବଂସହା ଧରିତ୍ରୀର ନୀରବତାର ସୁଯୋଗ ନେଇ ଆମ ପରିବେଶକୁ ଆମେ ନିଜେ ନଷ୍ଟ କରୁଛେ। ସୁନ୍ଦର ସବୁଜ ଧରିତ୍ରୀ ଆଜି ବିବର୍ଣ୍ଣ ଦିଶୁଛି। ସେଥିପାଇଁ ଆମେ ଦାୟୀ। ତେଣୁ ପୃଥିବୀର ପୁନରୁଦ୍ଧାର ଆମ ଦାୟିତ୍ୱ ନା ନାହିଁ ? ରଜ ମହୋତ୍ସବ ପରେ ଆମେ ଓଡ଼ିଆମାନେ ଜ୍ୟେଷ୍ଠ, ଶୁକ୍ଳ ଦଶମୀ ଦିନ ପାଳନ କରିଆସୁଥିଲେ "ଗଙ୍ଗା ଦଶହରା" । "ଦଶହରା" କହିଲେ ଆଶ୍ୱିନ ମାସରେ ପାଳିତ ହେଉଥିବା ଦୁର୍ଗାପୂଜାକୁ ବୁଝାଏ । ଏହା ଦଶ ଅହୋରାତ୍ର ଧରି ପାଳିତ ହେଉଥିବାରୁ ଏହାକୁ ମଧ୍ୟ ଦଶହରା କୁହାଯାଏ । ଅନ୍ୟଟି ଚୈତ୍ରମାସର ଶୁକ୍ଳ ଦଶମୀ ଯାହାକୁ ବାସନ୍ତୀ ଦୁର୍ଗାପୂଜା କୁହାଯାଏ । ଜ୍ୟୈଷ୍ଠ ଶୁକ୍ଳ ଦଶମୀ ଦିନଟି ଗଙ୍ଗାମାତାଙ୍କୁ କେନ୍ଦ୍ରକରି ଗଙ୍ଗା ଦଶହରା ଭାବେ ପାଳନ କରାଯାଏ । ଦଶଦୋଷ ବା ପାପରୁ ଯିଏ ମୁକ୍ତ କରାଏ ସିଏ ଦଶହରା । ଏହି ଦିନ ଗଙ୍ଗାଘାଟରେ ବୁଡ଼ ଦେଲେ ମନୁଷ୍ୟର ସମସ୍ତ ପାପ ଧୋଇ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଗଙ୍ଗାସ୍ନାନ କଲେ ଅନେକ ପୁଣ୍ୟ ମିଳିଥାଏ, କିନ୍ତୁ ଏହି ଦିନରେ ସ୍ୱତନ୍ତ୍ର ପୁଣ୍ୟ ଲାଭ ହୋଇଥାଏ । ଲୋକକଥାରୁ ଶୁଣାଯାଏ ଯେ ଆଜିର ଏହିଦିନ ସ୍ୱୟଂ ଗଙ୍ଗାମାତା ଧରାବରଣ କରିଥିଲେ । ତାଙ୍କ ଆଗମନରେ ପୃଥିବୀବାସୀ ଧନ୍ୟ ହୋଇଥିଲେ । ତେଣୁ ତାଙ୍କ ଆଗମନ ଦିନକୁ ଗଙ୍ଗା ଦଶହରା ବୋଲି କୁହାଯାଏ । ଗଙ୍ଗା ଦଶହରାରେ ଗଙ୍ଗାଙ୍କ ମନ୍ଦିର ବ୍ୟତୀତ ଅନ୍ୟ ଦେବଦେବୀଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା ହୋଇଥାଏ । ଗଙ୍ଗା ଦଶହରାରେ ଦାନପୁଣ୍ୟର ବିଶେଷ ମହତ୍ତ୍ୱ ରହିଛି । ଏହି ଦିବସ ଆଧାରିତ କିମ୍ବଦନ୍ତୀ କୁହେ ଯେ ସୂର୍ଯ୍ୟବଂଶୀ ରାଜା ଭରତ ତାଙ୍କ ନାମାନୁସାରେ ଆମ ଦେଶର ନାମ ଭାରତ , ସେତେବେଳେ ଭାରତର ରାଜଧାନୀର ଥିଲା ଅଯୋଧ୍ୟା, ଭରତ ଅତ୍ୟନ୍ତ ପରାକ୍ରମୀ ଏବଂ ଧର୍ମଶୀଳ ରାଜା ଥିଲେ,କିନ୍ତୁ ତାଙ୍କ ପୁତ୍ର ମହାରାଜ ବାହୁ ଧର୍ମଭୀରୁ ଥିଲେ ମଧ୍ୟ ପରାକ୍ରମୀ ନଥିବାରୁ ଶତ୍ରୁମାନଙ୍କଦ୍ୱାରା ପରାଜିତ ହୋଇ ବନଗାମୀ ହୋଇଥିଲେ ।
ତାଙ୍କର ଦୁଇରାଣୀ ଥିଲେ,ପାରିବାରିକ କଳହରୁ ଜଣେ ବିଷପାନ କରି ପ୍ରାଣତ୍ୟାଗ କଲେ,ଅନ୍ୟ ଜଣକ ରାଣୀଙ୍କ ଠାରୁ
ସଗର ଜନ୍ମଗ୍ରହଣ କରିଥିଲେ । ପରବର୍ତ୍ତୀ ସମୟରେ ସଗରଙ୍କର ମଧ୍ୟ ଦୁଇ ପତ୍ନୀ ଥିଲେ ।ପ୍ରଥମ ପତ୍ନୀ ସୁମତୀଙ୍କ ଔରସରୁ ୬୦ ହଜାର ପୁତ୍ର ଜନ୍ମଗ୍ରହଣ କରିଥିଲେ ଏବଂ
ଦ୍ୱିତୀୟ ରାଣୀ କେଶିନୀଙ୍କ ଗର୍ଭରୁ ଏକମାତ୍ର ପୁତ୍ର ସନ୍ତାନ ଅସମଞ୍ଜ ବା ଅଶମଞ୍ଜସ ଜନ୍ମ ଗ୍ରହଣ କରିଥିଲେ, ଯିଏ ପରବର୍ତ୍ତୀ ସମୟରେ ଭାରି ଖଳ ପ୍ରକୃତିର ଥିଲା ।
ସଗର ଅଶ୍ୱମେଧ ଯଜ୍ଞ ନିମନ୍ତେ ଷାଠିଏ ହଜାର ପୁତ୍ରଙ୍କୁ ଅଶ୍ୱକୁ ଅନ୍ୱେଷଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ , ଏହାର କାରଣ ଥିଲା କୁଆଡେ ଅଶ୍ୱମେଧ ଯଜ୍ଞ କରି, ସଗର ସ୍ୱର୍ଗର ରାଜା ହୋଇଯିବେ ଏବଂ ସେ ଭୟରେ ଇନ୍ଦ୍ର କପଟ କରି ଅଶ୍ୱକୁ ପାତଳପୁରୀ କପିଳମୁନିଙ୍କ ଆଶ୍ରମରେ ବାନ୍ଧି ଦେଇଥିଲେ ।
ସଗର ପୁତ୍ରମାନେ ସାଗର ଖୋଳି ଅଶ୍ୱକୁ ଖୋଜିଖୋଜି ସେଠାରେ ପହଞ୍ଚିଲେ ଏବଂ ମୁନିଙ୍କୁ ଚୋର ବୋଲି କହି ଅପମାନିତ କରିବାରୁ, ସେ ଅଭିଶାପ ଦେଇ ସେମାନଙ୍କୁ ଭସ୍ମ କରିଦେଲେ ।ଏମାନେ ନଫେରିବାରୁ ସଗର ଦ୍ୱିତୀୟ ପତ୍ନୀଙ୍କ ପୁତ୍ର ଅସମଜ୍ଞ ବା ଅଶମଞ୍ଜସଙ୍କ ପୁତ୍ର ଅର୍ଥାତ୍ ନାତି ଅଂଶୁମାନଙ୍କୁ ସେମାନଙ୍କୁ ଖୋଜିବାକୁ ପଠାଇଲେ ଏବଂସେ କପିଳଙ୍କଠାରୁ ଅଶ୍ୱଆଣି ଯଜ୍ଞ ସମ୍ପନ୍ନ କଲେ ଓ ପ୍ରକୃତ ଘଟଣାକୁ ସଗରଙ୍କୁ ଜଣାଇଲେ । ତେବେ ପିତୃତ୍ତ୍ୟମାନଙ୍କ ଉଦ୍ଦେଶ୍ୟରେ ଜଳତର୍ପଣ କରିବାକୁ ଗଲାବେଳେ, ଗୋଟିଏ ପକ୍ଷୀ ଅଂଶୁମାନଙ୍କୁ କହିଥିଲା ଯେ ଜଳ କି ତିଳତର୍ପଣ ନୁହେଁ, ସେମାନଙ୍କର ମୁକ୍ତି ପାଇଁ ଗଙ୍ଗାଙ୍କର ପବିତ୍ର ଧାରାର ସ୍ପର୍ଶ ଦରକାର ଅଛି । ସେଥିପାଇଁ ଅଂଶୁମାନ କଠୋର ତପସ୍ୟା କଲେ ମଧ୍ୟ, ତାହା ନିରର୍ଥକ ହେଲା । ତା’ପରେ ତାଙ୍କ ପୁତ୍ର ଦିଲ୍ଲିପ ମଧ୍ୟ ଚେଷ୍ଟା କରି ବିଫଳ ହେଲେ । ସେ ନିଃସନ୍ତାନ ଥିଲେ ଏବଂ ତାଙ୍କର ଦୁଇ ବିଧବା ପତ୍ନୀ ଭଦ୍ରା ଓ ସୁଭଦ୍ରାଙ୍କୁ ବଂଶରକ୍ଷା ନିମନ୍ତେ ପ୍ରେମାବଦ୍ଧ ହେବାକୁ ଐବଋଷି ପରାମର୍ଶ ଦେଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଗର୍ଭବତୀ ହେଲେ ଏବଂ ମାଂସପିଣ୍ଡୁଳାଟିଏ ଜନ୍ମ ଦେଇଥିଲେ।ପୁଣି ଋଷିଙ୍କ ପରାମର୍ଶ କ୍ରମେ ରାଣୀ ତାଙ୍କୁ ରାଜପଥରେ ଶୁଆଇ ଦେଲେ । ସେହି ସମୟରେ ଅଷ୍ଟବକ୍ର ଋଷି ଯାଉଥିବା ବେଳେ ମାଂସ ପିଣ୍ଡୁଳାଟି ଦୃଷ୍ଟିଗୋଚର ହେଲା ।ସେହି ମାଂସ ପିଣ୍ଡୁଳାଟିର ଅସ୍ତିର ରୂପ ଦେଖି କାଳେ ଏହା ତାଙ୍କୁ ବିଦ୍ରୁପ କରୁଛି ବୋଲି ଭାବି ଅଭିଶାପ ହେଲେ ଓ କହିଲେ "ଉପହାସ କରୁଥିଲେ ଧ୍ୱଂସ ପାଇଯାଅ, ନୋହିଲେ ଦିବ୍ୟ ପୁରୁଷ ପାଲଟିଯାଅ" । ଅଭିଶାପ ଆଶୀର୍ବାଦ ହେଲା, ସେ ହେଲେ ଭଗୀରଥ । ଭଗୀରଥ ପୂର୍ବପୁରୁଷଙ୍କ କାହାଣୀ ଶୁଣିଲେ ଏବଂ ସେମାନଙ୍କ ପାପଗ୍ରସ୍ତ ଦଗ୍ଧ ଶରୀର ଓ ଆତ୍ମାର ମୁକ୍ତି ନିମନ୍ତେ ସେ ନିର୍ଘାତ ମୁନି, କପିଳାସ, ପ୍ରଜାପତି, ବୈକୁଣ୍ଠପୁରୀ, ମେରୁଗିରି, ଐରାବତ, ଇନ୍ଦ୍ରପୁରୀ, ଜହ୍ନିଋଷି, ଯମୁନା, ସରସ୍ୱତୀ ଏବଂ ମାଧବ ନାରାୟଣ ଇତ୍ୟାଦି ଧାମରେ ୧୨ବର୍ଷ ଲେଖାଏଁ ଧରି ୧୪୪ବର୍ଷ ତପଶ୍ମାରଣ କରିଥିଲେ ଏବଂ ସଫଳ ହୋଇଥିଲେ । ଯେଉଁ ତିଥି ରେ ସଫଳତା ପାଇଥିଲେ ସେହି ତିଥି ବା ଦିବସଟି ଚୈତ୍ର ଶନିବାର କୃଷ୍ଣ ତ୍ରୟୋଦଶୀ ଥିଲା ।ଏବେ ବି ଏହି ଦିବସଟିର ବାରୁଣୀ ସ୍ନାନ ବା ବୁଡ଼ ଦୃଷ୍ଟିରୁ ତାତ୍ପର୍ଯ୍ୟ ଅଛି । ତେବେ ପୂର୍ବ ପ୍ରତିଶ୍ରୁତି ଅନୁସାରେ ଭଗୀରଥ ବାଟ କଢ଼ାଇ ଆଗେ ଆଗେ ଶଙ୍ଖ ଫୁଙ୍କି ଫୁଙ୍କି ଚାଲିଲେ । ତାଙ୍କ ସହିତ ଅନ୍ୟମାନେ ମିଶି ପଞ୍ଚତୀର୍ଥ ହେଲେ । ପୂର୍ବ ସର୍ତ୍ତାନୁସାରେ ସେଠାରେ ପ୍ରଥମେ ଭଗୀରଥ ପିତୃପୁରୁଷଙ୍କ ଅଭିଶପ୍ତ ଜ୍ୱଳନ୍ତ ଅଗ୍ନିକୁ ଲମ୍ଫପ୍ରଦାନ କଲେ, ପରେ ପରେ ଗଙ୍ଗାମାତା, କୁଳ ଉଦ୍ଧାରିଲେ ଭଗୀରଥ, ଗଙ୍ଗାଙ୍କର ସାଗର ସହିତ ସଙ୍ଗମସ୍ଥଳୀ ହିଁ ଗଙ୍ଗାସାଗର ମକର ସଂକ୍ରାନ୍ତିରେ ଦେବୀ ଗଙ୍ଗାଙ୍କ ଧାରା ସଗରମାନଙ୍କୁ ମୁକ୍ତ କରିଥିଲା ବୋଲି ଏହା ଏକ ପବିତ୍ର ଦିବସ । ଏହାକୁ ଏକ ପୂଣ୍ୟତିଥି ମନେକରି ଏଠାରେ ଓ ବିଭିନ୍ନ ନଦନଦୀରେ ମକର ବୁଡ଼ ପକାଯାଏ । ଭଗୀରଥଙ୍କ ତପସ୍ୟାରୁ ନାରାୟଣ ଦର୍ଶନ ଓ ପରେ ପଦଧୌତ ,ଏହି ପଦଧୌତ ଜଳରାଶିର ଧାରା ହିଁ ଗଙ୍ଗାର ଧାରା । ଏହିଠାରୁ ଆରମ୍ଭ ହୁଏ ଗଙ୍ଗାଙ୍କର ଜନ୍ମବୃତ୍ତାନ୍ତ । ଜ୍ୟେଷ୍ଠ ଶୁକ୍ଳ ଦଶମୀ ଗଙ୍ଗାଙ୍କର ଜନ୍ମ ତିଥି । ଏହି ଦିନଟି ଗଙ୍ଗା ଜୟନ୍ତୀ ନାମେ ବିଦିତ , ସେ ପୁଣି ଦଶ ପାପ ହାରିଣୀ, ଏଣୁ ଏହି ଦିବସକୁ ଗଙ୍ଗା ଦଶହରା ବୋଲି କୁହାଯାଇଥାଏ ।ଏହି ଦିନ ଗଙ୍ଗା ନାରାୟଣ ନାମରେ ଯେ କୌଣସି ନଦୀ ବା ଜଳାଶୟରେ ସ୍ନାନ ବା ବୁଡ଼ ପକାଇଲେ ସକଳ ପାପ ଦୂରିତ ହୁଏ ବୋଲି ବିଶ୍ୱାସ ରହି ଆସିଥିବା ସମ୍ପର୍କରେ ଶାସ୍ତ୍ରରେ ଉଲ୍ଲେଖ ରହିଛି ।
କିଛି ନହେଲେ ଗଙ୍ଗାଜଳ ଟୋପାଏ ମଥ ସିଞ୍ଚନ ବା ଉଦରସ୍ଥ କରିବା ଏହି ଦିନରେ ଉଚିତ୍ ବା ପୁଣ୍ୟ କର୍ମ ବୋଲି ଜନଶ୍ରୁତି ରହିଛି । ଏହି ତିଥି ପରେ ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପାଞ୍ଚ ଦିନ ଜ୍ୟେଷ୍ଠ ପଞ୍ଚକ ବ୍ରତ ପାଳନ କରି ଆସୁଥିଲେ ଆମ ଓଡିଆ ମାନେ । କ୍ରମଶଃ
ବିଶ୍ବ ପରିବେଶ ଦିବସ
----------
"ମଧୁମୟ ସୃଷ୍ଟି ସୁଧାମୟ ସୃଷ୍ଟି
ଏ ସୃଷ୍ଟି ଅମୃତମୟ ହେ
ଜାଗ ନରନାରୀ ଅମୃତ-ସନ୍ତତି
ପିଅ ସେ ଅମୃତପୟ ହେ
ପିଇ ସେ ଅମୃତ ଦିବସ ଶର୍ବରୀ
ଗାଅ ଅମୃତର ଜୟ ହେ ।"
୧୮୭୩ ମସିହାରେ ଭକ୍ତ କବି ମଧୁସୂଦନଙ୍କ ଉକ୍ତ ସୃଷ୍ଟିର ମର୍ମାର୍ଥ ବିଶ୍ବ ଚିନ୍ତନ ଜଗତରେ ହେଇଥିଲା ପ୍ରତିଭାତ । ତା'ର ଠିକ୍ ଶହେ ବର୍ଷ ପରେ, ୧୯୭୩ ମସିହା, ଜୁନ୍ ୫ ରେ , ନିଷ୍ପତ୍ତି ହୋଇ ପାଳିତ ହୋଇଥିଲା ବିଶ୍ବ ପରିବେଶ ଦିବସ । ହଜାର ହଜାର ବର୍ଷ ଧରି ଓଡ଼ିଆ ସଂସ୍କୃତିରେ ପରିବେଶ ପୂଜା ପ୍ରଚଳିତ । ଏପରିକି ବିବାହ ସମୟରେ ନବଦମ୍ପତି ପରିବେଶ ସୁରକ୍ଷା ପାଇଁ ଶପଥଗ୍ରହଣ କରିଥାନ୍ତି ,କାମନା କରିଥାନ୍ତି ଜୀବନର ମଧୁମୟ ପରିବେଶ ପାଇଁ । "ମଧୁ ବାତାଋତା ୟତେ ,ମଧୁ କ୍ଷରନ୍ତି ସିନ୍ଧବ ,ମାଧ୍ବୀର୍ନଃ ସନ୍ତ୍ବୋଷଧୀଃ।"
मधु वाता ऋतायते मधुक्षरन्ति सिन्धवः।
माध्वीर्नः सन्त्वौषधीः॥
मधु नक्तमुतोषसि मधुमत्पार्थिवँ रजः।
मधुद्यौरस्तु न पिता॥
मधुमान्नो वनस्पतिर्मधुमाँ अस्तु सूर्यः।
माध्वीर्गावो भवन्तु नः॥
महानारायणोपनिषत् ३९
ଶାସ୍ତ୍ରୀୟ ଜୀବନ ନିର୍ବାହୀ ଅର୍ଥାତ୍ ସଦାଚାରୀ, ସତ୍ୟାଚାରୀମାନବଙ୍କ ପାଇଁ ବାୟୁ ମଧୁମୟ ହୁଅନ୍ତି। ନଦୀମାନେ ମଧୁର ଜଳ ବହନ କରନ୍ତି। ବନସ୍ପତିମାନେ ସୁଖକାରକ ହୁଅନ୍ତି। ବିବାହ ସଂସ୍କାରର ପ୍ରାରମ୍ଭରେ "ମଧୁପର୍କ" ମୁଖ୍ୟ ବିଧାନ ଅଟେ। ସେତେବେଳେ ବରବଧୂ ଏହି ମନ୍ତ୍ର ପାଠ କରି ମଧୁମୟ ଜୀବନ ଓ ପରିବେଶ ପାଇଁ ସଂକଳ୍ପ ଗ୍ରହଣ କରନ୍ତି ଓ ମଧୁର ବିଚାର ଦ୍ବାରା ସର୍ବତ୍ର ମଙ୍ଗଳ ଦର୍ଶନ କରନ୍ତି । ଆମେ ପ୍ରତି ସମୟରେ , ଅନେକ ଦିବସ ଅବସରରେ ପ୍ରାମାଣିକ ତଥ୍ୟ ସନ୍ନିବେଶିତ କରି ପ୍ରମାଣ କରି ଆସୁଛୁ ଯେ ଆଜି ଯାହା ବିଶ୍ବ ଭାବୁଛି, ଚିନ୍ତା ପ୍ରକଟ କରୁଛି , ତାହା ହଜାର ହଜାର ବର୍ଷ ତଳେ ଓଡିଆ ମାନେ କାର୍ଯ୍ୟରେ ପରିଣତ କରିଥିଲେ । ଗୁରୁତ୍ଵପୂର୍ଣ୍ଣ ନଥିରେ ଟିପ ଦିଆ ଯେପରି ଏବେ ବାଇଓ ମେଟ୍ରିକ୍ ପଦ୍ଧତିରେ ପରିଚିତ , ଠିକ୍ ସେହିପରି କରୋନା ସମୟରେ ଓଡ଼ିଆ ପରମ୍ପରାରେ ଶରୀର ସୁରକ୍ଷା କିଭଳି ଆମର ଚଳଣି, ପରମ୍ପରାରେ ଥିଲା, ତାହା ଦର୍ଶାଇଥିଲୁ । ଆଜି ଦିବସର ଉଦାହରଣ ନିଆଯାଉ ।ବିଶ୍ୱ ପରିବେଶ ଦିବସ ବା ଇଂରାଜୀରେ World Environment Day, ଯାହାକୁ ସଂକ୍ଷେପରେ (WED, ଓ୍ବେଡ) କୁହାଯାଏ, ତାହା ଆଜି ଜୁନ ମାସ ୫ ତାରିଖ ଦିନ ପାଳନ କରାଯାଇଆସୁଛି। ପରିବେଶପ୍ରତି ସକାରାତ୍ମକ ଜନ ଜାଗୃତି ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ। ଏହି ଦିବସ ପାଳନ ସଂଯୁକ୍ତ ରାଷ୍ଟ୍ରସଂଘର ପରିବେଶ କାର୍ଯ୍ୟକ୍ରମ (United Nations Environment Programme - UNEP)ର ଅନ୍ତର୍ଗତ । ଏହିଦିନ ମାନବୀୟ ପରିବେଶକୁ ନେଇ ସଂଯୁକ୍ତ ରାଷ୍ଟ୍ରସଂଘର ପ୍ରଥମ ବୈଠକ (United Nations Conference on the Human Environment) ବସିଥିଲା। ଏହା ୫ରୁ ୧୬ ଜୁନ ୧୯୭୨ ଯାଏ ଚାଲିଥିଲା। ଏହା ସଂଯୁକ୍ତ ରାଷ୍ଟ୍ରସଂଘର ଆସେମ୍ବ୍ଲି (United Nations General Assembly)ଦ୍ୱାରା ୧୯୭୨ରେ ପ୍ରତିଷ୍ଠା କରାଯାଇଥିଲା। ପ୍ରଥମ ବିଶ୍ୱ ପରିବେଶ ଦିବସ ୧୯୭୩ରେ ପାଳିତ ହୋଇଥିଲା। ଏହା ପରଠାରୁ ୧୯୮୧ ମସିହାର ଜୁନ ୫ର ସପ୍ତାହକୁ ମନେ ପକାଇଏହି ଦିନଟି ବିଶ୍ୱର ବିଭିନ୍ନ ସହରରେ ପ୍ରତିବର୍ଷ ଏକ ନୂଆ ବିଷୟବସ୍ତୁକୁ ନେଇ ପାଳନ କରା ଯାଇଥାଏ। ଏହି ଦିନ ଉତ୍ତର ଗୋଲାର୍ଦ୍ଧରେ ବସନ୍ତ ଋତୁଥାଏ ଓ ଦକ୍ଷିଣ ଗୋଲାର୍ଦ୍ଧରେ ବର୍ଷା । ବାସ୍ତବରେ ପରିବେଶ କ'ଣ ? ମଣିଷକୁ ଚତୁଃପାର୍ଶ୍ୱରୁ ଘେରି ରହି ତାର ଜୀବନ ତଥା କାର୍ଯ୍ୟକଳାପ ଉପରେ ପ୍ରଭାବ ପକାଉଥିବା ପରିବୃତ୍ତିକୁ (Surroundings) ପରିବେଶ (Environment) କୁହାଯାଏ । ପୃଥିବୀର ସ୍ଥଳ, ଜଳ, ବାୟୁ, ଉଦ୍ଭିଦ ଓ ପ୍ରାଣୀ ଜଗତ ଏହି ପରିବୃତ୍ତିର ଅଂଶବିଶେଷ ।
ପ୍ରାକୃତିକ ପରିବେଶ (Natural Environment) ଓ ସାଂସ୍କୃତିକ ପରିବେଶ (Cultural Environment) ପରସ୍ପରକୁ ପ୍ରଭାବିତ କରିଥାନ୍ତି । ଏହାର ଫଳସ୍ୱରୂପ ସମ୍ପୂର୍ଣ୍ଣ ପରିବେଶ (Total Environment) ସୃଷ୍ଟି ହୁଏ । ଏହା ତିନୋଟି ମୁଖ୍ୟ ମଣ୍ଡଳ, ଯଥା- ଭୌତିକ ମଣ୍ଡଳ (ଅଶ୍ମମଣ୍ଡଳ (Lithosphere), ବାୟୁମଣ୍ଡଳ (Atmosphere), ବାରିମଣ୍ଡଳ (Hydrosphere)), ଜୈବିକ ମଣ୍ଡଳ (ଉଦ୍ଭିଦ ଓ ପ୍ରାଣୀ) ଏବଂ ମାନବୀୟ ମଣ୍ଡଳର (ବାସଗୃହ, ଜନବସତି, ଗମନାଗମନ, କୃଷି, ଶିଳ୍ପ, ବାଣିଜ୍ୟ, ସାମାଜିକ ଓ ରାଜନୈତିକ କାର୍ଯ୍ୟକଳାପ) ପାରସ୍ପରିକ ସମ୍ବନ୍ଧର ସମାହାର ଯୋଗୁଁ ହୋଇଥାଏ । ପ୍ରାକୃତିକ ପରିବେଶ (Natural Environment) ଜଳ, ସ୍ଥଳ, ବାୟୁ, ଉଦ୍ଭିଦ ଓ ପ୍ରାଣୀମାନଙ୍କୁ ନେଇ ଗଠିତ । ପୃଥିବୀ ସହିତ ମନୁଷ୍ୟର ନିବିଡ଼ ସମ୍ପର୍କକୁ ଦୃଷ୍ଟିରେ ରଖି ଭୌଗୋଳିକମାନେ ପୃଥିବୀକୁ ଚାରୋଟି ମଣ୍ଡଳରେ ବିଭାଜନ କରି ଆଲୋଚନା କରିଥାନ୍ତି । ଏହି ଚାରୋଟି ମଣ୍ଡଳ ହିଁ ପ୍ରାକୃତିକ ପରିବେଶର ଭିତ୍ତି । ଏହି ମଣ୍ଡଳଗୁଡ଼ିକ ହେଉଛି: ୧-ଅଶ୍ମମଣ୍ଡଳ (Lithosphere),୨-
ବାୟୁମଣ୍ଡଳ (Atmosphere) ,୩-ବାରିମଣ୍ଡଳ (Hydrosphere) ଏବଂ ଜୈବମଣ୍ଡଳ (Biosphere) ।
ଏଥିମଧ୍ୟରୁ ପ୍ରଥମ ତିନୋଟି ଅଜୈବିକ (Abiotic) ଓ ଶେଷଟି ଜୈବିକ (Biotic) । ତେଣୁ ପ୍ରାକୃତିକ ପରିବେଶକୁ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଏ । ଯଥା: ଅଜୈବିକ ପରିବେଶ (Abiotic Environment),ଜୈବିକ ପରିବେଶ (Biotic Environment କିମ୍ବା Biological Environment) ଓ ଅଜୈବିକ ପରିବେଶ (Abiotic Environment) ।ଜଳ, ସ୍ଥଳ ଓ ବାୟୁ ଭଳି ନିର୍ଜୀବ ବା ଭୌତିକ ଉପାଦାନକୁ ନେଇ ଏହି ପରିବେଶ ସୃଷ୍ଟି ହୋଇଥାଏ । ତେଣୁ ଏହାକୁ ଅଜୈବିକ (Abiotic) ବା ଭୌତିକ (Physical) ପରିବେଶ କୁହାଯାଏ ।ଜୈବିକ ପରିବେଶ (Biotic Environment କିମ୍ବା Biological Environment) ।ଜୈବମଣ୍ଡଳର (Biosphere) ଉଦ୍ଭିଦ ଓ ପ୍ରାଣୀମାନଙ୍କଦ୍ୱାରା ଏହି ପରିବେଶ ସୃଷ୍ଟି ହୋଇଥାଏ । ତେଣୁ ଏହାକୁ ଜୈବିକ ପରିବେଶ (Biotic Environment କିମ୍ବା Biological Environment) କୁହାଯାଏ ।
ଅନେକଗୁଡ଼ିଏ ଶକ୍ତି (Force) ଓ ପ୍ରକ୍ରିୟା (Process) ଯୋଗୁଁ ପ୍ରାକୃତିକ ପରିବେଶରେ (Natural Environment) ଅନବରତ ପରିବର୍ତ୍ତନ ହେଉଛି । ମାଧ୍ୟାକର୍ଷଣ ଶକ୍ତି, ମହାକର୍ଷଣ ଶକ୍ତି, ଆଗ୍ନେୟଗିରି ଉଦ୍ଗୀରଣ, ସୌରତାପ, ଭୂ-ଅଲୋଡ଼ନକାରୀ ଶକ୍ତି ଇତ୍ୟାଦି ଏହି ଶକ୍ତିଗୁଡ଼ିକର ଅନ୍ତର୍ଗତ । ଏହି ଶକ୍ତିଗୁଡ଼ିକ ହିଁ ବିଭିନ୍ନ ଭୌତିକ ତଥା ଜୈବିକ ପ୍ରକ୍ରିୟା ସୃଷ୍ଟିର ମୂଳ କାରଣ । ବାୟୁପ୍ରବାହ, ଭୂବିକିରଣ, ନଗ୍ନୀଭବନ, ପରିବହନ, ଅବକ୍ଷେପଣ, ଭୂ-ଗଠନ, ମୃତ୍ତିକା-ଗଠନ ଆଦି ପ୍ରାକୃତିକ ପରିବେଶରେ (Natural Environment) ଚାଲିଥିବା ବିଭିନ୍ନ ପ୍ରକ୍ରିୟାଗୁଡ଼ିକର କେତେକ ଉଦାହରଣ । ପ୍ରାକୃତିକ ପରିବେଶରେ (Natural Environment) ମଣିଷ କରିଥିବା ସମସ୍ତ ନିର୍ମାଣ ତଥା ପରିବର୍ତ୍ତନରୁ ସାଂସ୍କୃତିକ ପରିବେଶ (Cultural Environment) ସୃଷ୍ଟି ହୋଇଥାଏ । ପ୍ରାଥମିକ ସ୍ତରରେ ପ୍ରାକୃତିକ ପରିବେଶ (Natural Environment) ହିଁ ସାଂସ୍କୃତିକ ପରିବେଶର (Cultural Environment) ମୂଳପିଣ୍ଡ ।ପ୍ରାକୃତିକ ପରିବେଶ (Natural Environment) ଭଳି ଭୂପୃଷ୍ଠରେ ସାଂସ୍କୃତିକ ପରିବେଶରେ (Cultural Environment) ମଧ୍ୟ ବିଭିନ୍ନତା ପରିଲକ୍ଷିତ ହୁଏ । ସ୍ଥାନେ ସ୍ଥାନେ ଘନ ଜନବସତି ସାଙ୍ଗକୁ ଉନ୍ନତ ସାମାଜିକ ତଥା ରାଜନୈତିକ ସଙ୍ଗଠନ ଦୃଷ୍ଟିଗୋଚର ହୁଏ । ଅନ୍ୟ ସ୍ଥାନରେ ବିରଳ ଜନବସତି ସାଙ୍ଗକୁ ସାମାଜିକ ତଥା ରାଜନୈତିକ ସଙ୍ଗଠଙ୍ଗୁଡ଼ିକ ଦୁର୍ବଳ ତଥା ନିମ୍ନମାନର ହୋଇଥାଏ । ସାଧାରଣତଃ ସାଂସ୍କୃତିକ ପରିବେଶ (Cultural Environment) କହିଲେ ନିମ୍ନୋକ୍ତ ଦୁଇଟିକୁ ବୁଝାଇ ଥାଏ , ଯଥା ଜନସଂଖ୍ୟା ଓ ଜନବସତି ଏବଂ
ରାଜନୈତିକ ତଥା ସାମାଜିକ ଅନୁଷ୍ଠାନ ।ଭୂପୃଷ୍ଠରେ ଜନସଂଖ୍ୟାର ସାମୟିକ (Temporal) ପରିବର୍ତ୍ତନ ସହ ସ୍ଥାନିକ (Spatial) ବିତରଣରେ ମଧ୍ୟ ବିଶେଷ ପାର୍ଥକ୍ୟ ଲକ୍ଷ୍ୟ କରାଯାଏ । କେତେକ ଅଞ୍ଚଳରେ ଏକ ବର୍ଗ କିଲୋମିଟର ପିଛା ଏକ ବା ତହିଁରୁ କମ୍ ଲୋକ ବାସ କରୁଥିବା ବେଳେ (ଉଦାହରଣ: କ୍ରାନ୍ତୀୟ ମରୁଭୂମି ଅଞ୍ଚଳ) ଅନ୍ୟ କେତେକ ଅଞ୍ଚଳରେ ଏକ ବର୍ଗକିଲୋମିଟରରେ ପ୍ରାୟ ୧୦୦୦ ବା ତା'ଠାରୁ ବେଶୀ ଲୋକ (ଉଦାହରଣ: ଗାଙ୍ଗେୟ ସମତଳଭୂମି, ପଶ୍ଚିମ ୟୁରୋପ, ଦକ୍ଷିଣ-ପୂର୍ବ ଏସିଆର କେତେକ ଅଞ୍ଚଳ) ବାସ କରନ୍ତି । ତେଣୁ କୌଣସି ଅଞ୍ଚଳର ମୋଟ ଜନସଂଖ୍ୟା ଓ ତା'ର ବଣ୍ଟନ ସାଧାରଣତଃ ପ୍ରାକୃତିକ ପରିବେଶ (Natural Environment) ଉପରେ ପ୍ରଭାବ ପକାଇଥାଏ । ଦକ୍ଷିଣ ତଥା ଦକ୍ଷିଣ-ପୂର୍ବ ଏସିଆର ଘନ ଜନବସତି ଅଞ୍ଚଳରେ ଅତି କମ୍ ମଜୁରିରେ ଶ୍ରମିକ ମିଳୁଥିବାରୁ ଏଠାରେ ଅଧିକ ଶ୍ରମଭିତ୍ତିକ କୃଷି ତଥା କଳକାରଖାନାମାନ ଗଢ଼ି ଉଠିଛି । ଏହି ଅଞ୍ଚଳରେ ଚାହା, ରବର, କଫି ଆଦି ବହୁ ଶ୍ରମଭିତ୍ତିକ ରୋପଣ କୃଷି (Plantation Agriculture) ହୋଇଥାଏ । ଅନ୍ୟାନ୍ୟ ଶ୍ରମଭିତ୍ତିକ ଶିଳ୍ପ, ଯଥା: ଝୋଟ ଓ ଲୁଗାକଳ ଆଦି ଏହି ଅଞ୍ଚଳର ପ୍ରଧାନ ଶିଳ୍ପ ରୂପେ ଗଢ଼ିଉଠିଛି । ତେବେ ଅତି ଘନ ଜନବସତି ଅଞ୍ଚଳରେ ମୁଣ୍ଡପିଛା ଚାଷ ଜମି ଭୁତ କମ୍ ହୋଇଥିବାରୁ କୃଷିଦ୍ୱାରା ଜୀବିକା ନିର୍ବାହ କଷ୍ଟକର ହୋଇଥାଏ । ତେଣୁ ଶିଳ୍ପ ତଥା ବାଣିଜ୍ୟ ବ୍ୟବସାୟ ଆଦି ଲାଭଜନକ ଅଣକୃଷିଭିତ୍ତିକ କାର୍ଯ୍ୟ ଏହି ଅଞ୍ଚଳର ଅଧିବାସୀମାନଙ୍କ ମୁଖ୍ୟ ଜୀବିକା ହୋଇଥାଏ । ଜାପାନ ଏବଂ ଗ୍ରେଟ୍ ବ୍ରିଟେନ୍ ଏହାର ଜ୍ୱଳନ୍ତ ଉଦାହରଣ । ଜନସଂଖ୍ୟା ବ୍ୟତୀତ ଜନବସତିର ଘନତା ଓ ଶିକ୍ଷା ଏବଂ ସାମାଜିକ ଚେତନା ଭଳି ସାଂସ୍କୃତିକ ମୂଲ୍ୟବୋଧ ଉପରେ ନିର୍ଭର କରି ପରିବେଶର ବିଭିନ୍ନତା ପରିଲକ୍ଷିତ ହୁଏ । ମାନବ ସଭ୍ୟତାର ପ୍ରଥମ ପର୍ଯ୍ୟାୟରେ ମଣିଷ କୌଣସି ସ୍ଥାୟୀ ବସବାସ କରିପାରି ନ ଥିଲା । କିଛି କାଳ ପରେ ସେ କୃଷି କାର୍ଯ୍ୟ କରି ସ୍ଥାୟୀ ଭାବରେ ବସବାସ କଲା । ତେଣୁ ଧିରେ ଧିରେ ଛୋଟ ବଡ଼ ଗ୍ରାମମାନ ଗଢ଼ିଉଠିଲା । ବଡ଼ ବଡ଼ ଗ୍ରାମଗୁଡ଼ିକ କାଳକ୍ରମେ ବାଣିଜ୍ୟ ବ୍ୟବସାୟର କେନ୍ଦ୍ର ଭାବେ ବୃଦ୍ଧି ପାଇ ସହରରେ ପରିଣତ ହେଲା । ଗ୍ରାମ ତଥା ସହରଗୁଡ଼ିକ ମଧ୍ୟରେ ବାଣିଜ୍ୟ ବ୍ୟବସାୟ ତଥା ସାମାଜିକ ସମ୍ପର୍କ ସ୍ଥାପନ ନିମନ୍ତେ ରାସ୍ତାଘାଟର ପ୍ରସାର ଘଟିଲା । ଆଜିକାଲି ଜନସଂଖ୍ୟା ବୃଦ୍ଧି ଯୋଗୁଁ ଜନବସତି କ୍ରମେ ଅଧିକ ଘନ ହେବାରେ ଲାଗିଛି ଏବଂ ପ୍ରାକୃତିକ ପରିବେଶକୁ (Natural Environment) କ୍ରମାଗତଭାବେ ପ୍ରଭାବିତ କରୁଛି । କୌଣସି ଦେଶର ରାଜନୈତିକ ତଥା ସାମାଜିକ ଅନୁଷ୍ଠାନଗୁଡ଼ିକ ଉପରେ ତାହାର ଅର୍ଥନୈତିକ ପ୍ରଗତି ତଥା ଅଭିବୃଦ୍ଧି ନିର୍ଭର କରେ । ଦୃଢ଼ ରାଜନୈତିକ ସଙ୍ଗଠନ ତଥା ପ୍ରଶାସନିକ ସ୍ଥିରତା ଅର୍ଥନୈତିକ ପ୍ରଗତିରେ ବିଶେଷ ସହାୟକ ହୋଇଥାଏ । ରାଜନୈତିକ ସଙ୍ଗଠନ ଦୁର୍ବଳ ହେଲେ ଅସ୍ଥିରତା ଲାଗିରହେ । ଫଳରେ ବାଣିଜ୍ୟ କାରବାର ବାଧାପ୍ରାପ୍ତ ହେବା ସଙ୍ଗେ ସଙ୍ଗେ ଅର୍ଥନୈତିକ ବ୍ୟବସ୍ଥା ଦୁର୍ବଳ ହୁଏ ।
କୌଣସି ଦେଶର ସାମାଜିକ ସଙ୍ଗଠନଗୁଡ଼ିକ ଉପରେ ମଧ୍ୟ ତାହାର ଅର୍ଥନୈତିକ ପ୍ରଗତି ନିର୍ଭର କରେ । ସମାଜରେ ଚୋରି, ଡକାୟତି, ଠକାମି ତଥା ଗୋଷ୍ଠୀ ବିବାଦ ଆଦି ଲାଗି ରହିଲେ ପୁଞ୍ଜି ବିନିଯୋଗ କରିବାକୁ କେହି ଅଗ୍ରହ ପ୍ରକାଶ କରନ୍ତି ନାହିଁ । ଫଳରେ ସେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ହୋଇପାରେ ନାହିଁ । କୌଣସି ଅଞ୍ଚଳ ବା ଦେଶର ଶାସନ ବ୍ୟବସ୍ଥା, ଜାତି ତଥା ସମ୍ପ୍ରଦାୟ, ଧାର୍ମିକ ଓ ସାମାଜିକ କଟକଣା, ଶିକ୍ଷା ତଥା ସଂସ୍କୃତି ଓ ସାଂସ୍କୃତିକ ପରମ୍ପରା ଆଦି ତାହାର ସାଂସ୍କୃତିକ ପରିବେଶକୁ (Cultural Environment) ପ୍ରଭାବିତ କରିଥାନ୍ତି । ଅତଏବ ବିଶ୍ବ ପରିବେଶ ଦିବସ ବା ଓ୍ବାର୍ଲ୍ଡ ଏନଭାର୍ଣ୍ଣମେଣ୍ଟ ଡେ ରେ ମାନବୀୟ ପରିବେଶକୁ ନେଇ ସଂଯୁକ୍ତ ରାଷ୍ଟ୍ରସଂଘର ପ୍ରଥମ ବୈଠକ (United Nations Conference on the Human Environment) ବସିଥିଲା। ଏହା ୫ରୁ ୧୬ ଜୁନ ୧୯୭୨ ଯାଏ ଚାଲିଥିଲା। ଏହା ସଂଯୁକ୍ତ ରାଷ୍ଟ୍ରସଂଘର ଆସେମ୍ବ୍ଲି (United Nations General Assembly)ଦ୍ୱାରା ୧୯୭୨ରେ ପ୍ରତିଷ୍ଠା କରାଯାଇଥିଲା। ପ୍ରଥମ ବିଶ୍ୱ ପରିବେଶ ଦିବସ ୧୯୭୩ରେ ପାଳିତ ହୋଇଥିଲା। ଏହା ପରଠାରୁ ୧୯୭୧ ମସିହାର ଜୁନ ୫ର ସପ୍ତାହକୁ ମନେ ପକାଇଏହି ଦିନଟି ବିଶ୍ୱର ବିଭିନ୍ନ ସହରରେ ପ୍ରତିବର୍ଷ ଏକ ନୂଆ ବିଷୟବସ୍ତୁକୁ ନେଇ ପାଳନ କରା ଯାଇଥାଏ। ଏହି ଦିନ ଉତ୍ତର ଗୋଲାର୍ଦ୍ଧରେ ବସନ୍ତ ଋତୁଥାଏ ଓ ଦକ୍ଷିଣ ଗୋଲାର୍ଦ୍ଧରେ ବର୍ଷା। ସେହିପରି କୌଣସି ନିର୍ଦ୍ଧିଷ୍ଟ ପ୍ରାଣୀ କିମ୍ବା ଉଦ୍ଭିଦ ସ୍ଵତନ୍ତ୍ର ଭାବେ ଏକାକୀ ଜୀବନଯାପନ କରିବା ଅସମ୍ଭବ । ପରିବେଶର ସମତୁଲ ଅବସ୍ଥା ନିମନ୍ତେ ପ୍ରତ୍ୟେକଙ୍କର ଭୂମିକା ବିଶେଷ ଗୁରୁତ୍ଵପୂର୍ଣ୍ଣ, ତେଣୁ ପରସ୍ପର ନିର୍ଭରଶୀଳ, ପ୍ରାଣୀ , ଉଦ୍ଭିଦ ଅପଘଟକ ଆଦି ପରିବେଶରେ ଥିବା ସମସ୍ତ ନିର୍ଜୀବ ବସ୍ତୁମାନଙ୍କ ସହ ବିଭିନ୍ନ ପ୍ରତିକ୍ରିୟା ଘଟାଇ ଜୀବନ ନିର୍ବାହ କରନ୍ତି , ଏହାକୁ ‘ ପରିସଂସ୍ଥା ‘ କୁହାଯାଏ । ଜୀବମଣ୍ଡଳ ଗୋଟିଏ ଗୋଟିଏ ପରିସଂସ୍ଥା ଦ୍ଵାରା ସୂଚିତ । ସୁତରାଂ ପରିସଂସ୍ଥା କହିଲେ ସଂଜୀବ ଏବଂ ତାର ପରିବେଶ ମଧ୍ୟରେ ଥିବା ପରସ୍ପର ନିର୍ଭରଶୀଳତା ବା ସମ୍ପର୍କକୁ ବୁଝାଏ । ପୃଥିବୀର ବିଭିନ୍ନ ଅଞ୍ଚଳରେ ଛୋଟ ବଡ ସଂଖ୍ୟା ପରିସଂସ୍ଥା ରହିଛି । ପରିସଂସ୍ଥା ଶବ୍ଦର ପ୍ରଥମ ପରିଭାଷା ୧୯୩୫ ମସିହାରେ ବ୍ରିଟିଶ ପରିବେଶବିତ ଏ.ଜି ଟାନସଲେ ପ୍ରବର୍ତ୍ତନ କରିଥିଲେ । ତାଙ୍କର ପରିଭାଷା ଅନୁସାରେ , ପରିବେଶର ସଜୀବ ଏବଂ ନିର୍ଜୀବ ଉପାଦାନମାନଙ୍କର ସମ୍ମିଳିତ” ପରିସଂସ୍ଥା “ କୁହାଯାଏ । ଇ.ପି ଓଡମ ଙ୍କ ପରିଭାଷା ଅନୁସାରେ ପରିସଂସ୍ଥା ହେଉଛି ଗୋଟିଏ ଏକକ ଯାହାର ସମସ୍ତ ଜୀବ କୌଣସିଜ ଏକ ସ୍ଥାନରେ ତାଙ୍କ ପରିବେଶ ସହିତ ପାରସ୍ପରିକ କ୍ରିୟାଗତ ରହନ୍ତି ଏବଂ ନିର୍ଜୀବ ଓ ସଜୀବ ଉପାଦାନ ମଧ୍ୟରେ ରାସାଯନିକ ପଦାର୍ଥର ଆବର୍ତ୍ତନ ଘଟେ ।ମାଥଭନ ୧୯୭୪ ଙ୍କ ପରିଭାଷା ଅନୁସାରେ ପରିସଂସ୍ଥା ହେଉଛି ଏପରି ଏକ ପରିବେଶୀୟ ବ୍ୟବସ୍ଥା ଯାହାକି ସଜୀବ ପରିବେଶ ଏବଂ ସେମାନଙ୍କ ମଧ୍ୟରେ ଥିବା ପାରିସ୍ପରିକ କ୍ରିୟାର ସର୍ବମୋଟ ପ୍ରତିଫଳନ। ନିର୍ଜୀବ ପରିବେଶ ଓ ସଜୀବ ସମ୍ପ୍ରଦାୟକୁ ନେଇ ପରିସଂସ୍ଥା ଗଠିତ । ପରିସଂସ୍ଥାର ଉପାଦାନଗୁଡିକୁ ସାଧାରଣତଃ ଦୁଇ ଭାଗରେ ବିଭକ୍ତ କରାଯାଇଛି । ତାହା ଦେଲା ନିର୍ଜୀବ ଉପାଦାନ ଓ ସଜୀବ ଉପାଦାନ । ନିର୍ଜୀବ ପରିବେଶର ଉପାଦାନଗୁଡିକ ସଜୀବମାନଙ୍କ ଜୀବନଧାରଣ ପାଇଁ ଏକାନ୍ତ ଆବଶ୍ୟକ । ପରିବେଶରେ ଅବସ୍ଥିତ ସମସ୍ତ ଜଡ ବସ୍ତୁ ନିର୍ଜୀବ ଉପାଦାନର ଅନ୍ତର୍ଭୁକ୍ତ । ଏହି ଉପାଦାନଗୁଡିକୁ ତିନି ଭାଗରେ ବିଭକ୍ତ କରାଯାଇଛି । ଯଥା -ଅଜୈବ ପଦାର୍ଥ ,ଜୈବିକ ପଦାର୍ଥ ଓ ଭୌତିକ କାରକ । ଅଜୈବ ପଦାର୍ଥ ଯଥା ଜଳ , ଅଙ୍ଗାରକାମ୍ଳ , ଯବକ୍ଷାରଜାଣ , କ୍ୟାଲସିୟମ , ସଲଫର , ଫସଫରସ ଇତ୍ୟାଦି ଅଜୈବ ପଦାର୍ଥଗୁଡିକ ଜୀବନଧାରଣ ପାଇଁ ଆବଶ୍ୟକ । କାରଣ ଜୈବ ପଦାର୍ଥର ସଂଶ୍ଳେଷଣ ପାଇଁ ଏଗୁଡିକ ଅପରିହାର୍ଯ୍ୟ । ବାୟୁ , ଜଳ, ଓ ମୃତିକାରୁ ସ୍ଵଭୋଜି ଉଦ୍ଭିଦମାନେ ଏହି ପଦାର୍ଥଗୁଡିକୁ ଗ୍ରହଣ କରିଥାଆନ୍ତି । ତତପରେ ଖାଦ୍ୟ ମାଧ୍ୟମରେ ଏହା ତୃଣଭୋଜି ଓ ମାଂସାହାରୀ ପ୍ରାଣୀଙ୍କ ଦେହରେ ପ୍ରବେଶ କରେ । ଅପଘଟକ ଜୀବମାନଙ୍କ ଦ୍ଵାରା ମୃତ ଉଦ୍ଭିଦ ଓ ପ୍ରାଣୀ ଦେହରୁ ଅଜୈବ ପଦାର୍ଥ ବାହାରି ମାଟିରେ ମିଶିଥାଏ । ସେହିପରି ଶ୍ବେତସାର , ସ୍ନେହସାର , ପୃଷ୍ଟିସାର , ଆମୀନୋଏସିଡ ଇତ୍ୟାଦି ଜୈବିକ ପଦାର୍ଥଭୁକ୍ତ ଅଟନ୍ତି । ଏହି ପଦାର୍ଥଗୁଡିକ ସଜୀବମାନଙ୍କର ଦ୍ଵାରା ସଂଶ୍ଲେଷିତ ହୋଇସାରିବାପରେ ଜୀବମାନଙ୍କ ମୃତ ଦେହ କିମ୍ବା ମଳମୁତ୍ର ସାହାଯ୍ୟରେ ମାଟିରେ ମିଶି ଯାଇ ମାଟିର ଉର୍ବରତା , ଜଳସାଧାରଣ ଓ ବାୟୁ ସଞ୍ଚାଳନ ଶକ୍ତି ବଢନ୍ତି । ଆଲୋକ , ଉତ୍ତାପ , ଜଳ , ଆର୍ଦ୍ରତା , ପବନ , ମୃର୍ତ୍ତିକା ଇତ୍ୟାଦି ପରିବେଶର ଭୌତିକ କାରକ ଅଟନ୍ତି । ଏହି ଭୌତିକ କାରକଗୁଡିକ ପ୍ରାଣୀ ଏବଂ ଉଦ୍ଭିଦମାନଙ୍କର ଜୀବନଧାରଣ ପାଇଁ ଏକାନ୍ତ ଅପରିହାର୍ଯ୍ୟ । ସେହିପରି ପରିବେଶକୁ କାର୍ଯ୍ୟକ୍ଷମ କରିବା ପାଇଁ ଶକ୍ତି ଏକାନ୍ତ ଆବଶ୍ୟକ । ସୂର୍ଯ୍ୟ ସମସ୍ତ ଶକ୍ତିର ଆଧାର ଅଟେ । ସୌର ଶକ୍ତିକୁ ବିନିଯୋଗ କରି ସବୁଜ ଉଦ୍ଭିଦ ଖାଦ୍ୟ ପ୍ରସ୍ତୁତ କରିଥାଏ ଏବଂ ଖାଦ୍ୟ ଆହରଣ ଦ୍ଵାରା ଉତ୍ତାପ ଶକ୍ତି ଜୀବମାନଙ୍କ ମଧ୍ୟରେ ଦେଖାଦେଇଥାଏ ।ଏହି ସବୁ ଉପାଦାନଗୁଡିକ ବିଶେଷ ଭାବରେ ସଜୀବମାନଙ୍କର ଶରୀର ଗଠନ ଓ ଅଭିବୃଦ୍ଧି କ୍ଷେତ୍ରରେ ସହାୟକ ହୁଅନ୍ତି । ଏମାନେ ପରିବେଶକୁ ସଜୀବ ଶରୀର ମଧ୍ୟରେ ପ୍ରବେଶ କରନ୍ତି ଓ ସଜୀବର ମୃତ୍ୟୁପରେ ମୃତଶରୀରର ଅପଘଟକମାନଙ୍କ ଦ୍ଵାରା ବିଘଟିତ ହୋଇ ପୁନଶ୍ଚ ପରିବେଶକୁ ଫେରିଯାଆନ୍ତି ।ଜୀବନଧାରଣ କରିବା ପାଇଁ ଏହି ଜୀବମାନେ ନିଜେ ନିଜର ଖାଦ୍ୟ ପ୍ରସ୍ତୁତ କରନ୍ତି । ସମସ୍ତ ଉଦ୍ଭିଦ ସ୍ଵଭୋଜୀ ଶ୍ରେଣୀର । ଉଦ୍ଭିଦ ନିଜର ସବୁଜ କଣିକା ଦ୍ଵାରା ସୂର୍ଯ୍ୟାଲୋକ ସାହାଯ୍ୟରେ ଅଙ୍ଗାରକାମ୍ଳ ଓ ଜଳରୁ ଖାଦ୍ୟ ପ୍ରସ୍ତୁତ କରିପାରୁଥିବାରୁ , ତାହାକୁ ‘ ଉତ୍ପାଦକ କୁହାଯାଏ । ସବୁଜ ଉଦ୍ଭିଦ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ସୌରଶକ୍ତିକୁ ରାସାୟନିକ ଶକ୍ତିରେ ପରିଣତ କରୁଥିବାରୁ , ସେମାନଙ୍କୁ ପରିବର୍ତ୍ତକ ବା ରୂପାନ୍ତରକ ମଧ୍ୟ କୁହାଯାଏ । ଏହି ପ୍ରକ୍ରିୟାରେ ଉଦ୍ଭିଦମାନେ ଅଙ୍ଗାରକାମ୍ଳ ବାଷ୍ପକୁ ବିନିଯୋଗ କରି ଅମ୍ଳଜାନ ବାଷ୍ପ ତ୍ୟାଗ କରିଥାନ୍ତି ଯାହାକି ସମସ୍ତ ଜୀବମାନଙ୍କର ଶ୍ଵସନ ପ୍ରକ୍ରିୟାରେ ବ୍ୟବହୃତ ହୋଇଥାଏ ।ଏହି ଉତ୍ପାଦକମାନଙ୍କୁ ସେମାନଙ୍କର ଆକାର ଅନୁସାରେ ଦୁଇଭାଗରେ ବିଭକ୍ତ କରାଯାଇଛି । ସେଗୁଡିକ ହେଲେ କ୍ଷୁଦ୍ର ଉତ୍ପାଦକ । ଉଦାହରଣ ସ୍ୱରୂପ ; ଶୈବାଳ , ଏକକୋଷୀ , ସବୁଜ ଉଦ୍ଭିଦ ଇତ୍ୟାଦି । ହତ ଉତ୍ପାଦକ ଉଦାହାରଣ ସ୍ୱରୂପ ଆମର ବୃକ୍ଷଲତା , ଗୁଳ୍ମ ତୃଣ ଇତ୍ୟାଦି ଇତ୍ୟାଦି । ଯେଉଁମାନେ ଜୀବନଧାରଣ ପାଇଁ ନିଜର ଖାଦ୍ୟ ନିଜେ ପ୍ରସ୍ତୁତ କରିପାରନ୍ତି ସେମାନଙ୍କୁ ବିଷମଭୋଜୀ କୁହାଯାଏ । ସେମାନେ ସାଧାରଣତଃ ପାଣି ଅଟନ୍ତି । ଏମାନେ ଖାଦ୍ୟ ପାଇଁ ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷ ଭାବରେ ସବୁଜ ଉଦ୍ଭିଦ ଉପରେ ନିର୍ଭର କରନ୍ତି । ଉତ୍ପାଦକ ପ୍ରସ୍ତୁତ କରୁଥିବା ଜୈବିକ ପଦାର୍ଥକୁ ପ୍ରାଣୀମାନେ ଖାଦ୍ୟରୂପେ ଗ୍ରହଣ କରୁଥିବାରୁ ସେମାନଙ୍କୁ ‘ ଭକ୍ଷକ “ କୁହାଯାଏ । ଭକ୍ଷକମାନଙ୍କୁ ମଧ୍ୟ ‘ ବୃହତ ଭକ୍ଷକ ‘ କିମ୍ବା ଫାଟୋଟ୍ରଫସ କୁହାଯାଏ । ପ୍ରକୃତି ବିଶ୍ୱ ମାନବ ସମାଜକୁ ଦେଇଛି ଜଳ, ବାୟୁ, ମୃତ୍ତିକା ଓ ଜଙ୍ଗଲ । ମାତ୍ର ଦ୍ରୁତ ଜନ ବିସ୍ଫୋରଣ, ଶିଳ୍ପ ଅଭିବୃଦ୍ଧି, ସଡକ ନିର୍ମାଣ, ଲୋକଙ୍କ ·ହିଦା ମେଣ୍ଟାଇବା ପାଇଁ ବସତି ନିର୍ମାଣ ପ୍ରଭୁତି ହେତୁ ବ୍ୟାପକ ଜଙ୍ଗଲ କଟା ·ଲିଛି । ଫଳରେ ବାୟୁ ମଣ୍ଡଳରୁ ଅମ୍ଳଜାନ କମି ବିଷାକ୍ତ ଅଙ୍ଗାରକାମ୍ଳ ଗ୍ୟାସ୍ ବୃଦ୍ଧି ପାଇ ବିଶ୍ୱ ତାପମାତ୍ରା ବଢିବାରେ ଲାଗିଛି । ଖାଲି ସେତିକି ନୁହେଁ କଳକାରଖାନାରୁ ନିର୍ଗତ ଗ୍ୟାସ୍ ଏବଂ ଅନ୍ୟାନ୍ୟ ରାସାୟନିକ ପ୍ରକ୍ରିୟା ଓ ପ୍ରତିକ୍ରିୟାରୁ ବାୟୁ, ଜଳ, ମୃିତ୍ତିକା ମଧ୍ୟ ପ୍ରଦୂଷିତ ହେଉଛି । ଅଜ୍ଞାନ ବାଳକ ଦିନରେ ପ୍ରକୃତିର ଏହି କ୍ରୁର ରୂପ କିଭଳି ଆକାର ଧାରଣ କରିବ ତାହା ଆମ କଳ୍ପନାର ବାହାରେ । ପ୍ରତି ମୁହୂର୍ତ୍ତରେ ମହାପ୍ରଳୟର ଆଶଙ୍କାରେ ଆମେ ଶଙ୍କିତ ଓ ଅତିଷ୍ଠ । ପରିସ୍ଥିତି ଏପରି ହୋଇଛି ଯେ ସାମାନ୍ୟ ଟିକେ ପବନ ହେଲେ ମହାବାତ୍ୟା ଓ ଲଘୁ·ପ ସୃଷ୍ଟି ହେଲେ ସୁନାମି ଆସିବାର ଆଶଙ୍କା ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି କରୁଛି । ଜଙ୍ଗଲ ଧ୍ବଂସ ହିଁ ଏହାର ପ୍ରମୁଖ କାରଣ ରୂପେ ଉଭା ହୋଇଛି ।
ବର୍ଷ ବର୍ଷ ଧରି ପ୍ରକୃତି ମାତା ଉପରେ ହୁମ୍ଦୁମ୍ ·ଲିଛି । ମାଆ ଚପଳ ବାଳକର ହୁମ୍ଦୁମ୍ ସମ୍ଭାଳି ନିଏ । କିନ୍ତୁ ଏକବିଂଶ ଶତାବ୍ଦୀର ମଣିଷ ବଡ ହୋଇଛି । ଏହାର ଜ୍ଞାନ ହୋଇଛି । ବିଜ୍ଞାନ ବଳରେ ଜଗତକୁ ଜିଣିବାର ପ୍ରୟାସ ଜାରି ରଖିଛି । କିନ୍ତୁ ଏସବୁ ସତ୍ତ୍ୱେ ସେ ଜାଣି ନ ଜାଣିଲା ପରି ପ୍ରକୃତି ଉପରେ ଅତ୍ୟାଚାର କରି·ଲିଛି । କାରଣ ଖୋଜି ବସିଲେ ପ୍ରକୃତି ବିଶ୍ୱ ମାନବ ସମାଜକୁ ଦେଇଛି ଜଳ, ବାୟୁ, ମୃତ୍ତିକା ଓ ଜଙ୍ଗଲ । ମାତ୍ର ଦ୍ରୁତ ଜନ ବିସ୍ଫୋରଣ, ଶିଳ୍ପ ଅଭିବୃଦ୍ଧି, ସଡକ ନିର୍ମାଣ, ଲୋକଙ୍କ ·ହିଦା ମେଣ୍ଟାଇବା ପାଇଁ ବସତି ନିର୍ମାଣ ପ୍ରଭୁତି ହେତୁ ବ୍ୟାପକ ଜଙ୍ଗଲ କଟା ·ଲିଛି । ଫଳରେ ବାୟୁ ମଣ୍ଡଳରୁ ଅମ୍ଳଜାନ କମି ବିଷାକ୍ତ ଅଙ୍ଗାରକାମ୍ଳ ଗ୍ୟାସ୍ ବୃଦ୍ଧି ପାଇ ବିଶ୍ୱ ତାପମାତ୍ରା ବଢିବାରେ ଲାଗିଛି । ଖାଲି ସେତିକି ନୁହେଁ କଳକାରଖାନାରୁ ନିର୍ଗତ ଗ୍ୟାସ୍ ଏବଂ ଅନ୍ୟାନ୍ୟ ରାସାୟନିକ ପ୍ରକ୍ରିୟା ଓ ପ୍ରତିକ୍ରିୟାରୁ ବାୟୁ, ଜଳ, ମୃିତ୍ତିକା ମଧ୍ୟ ପ୍ରଦୂଷିତ ହେଉଛି । ଅଜ୍ଞାନ ବାଳକ ସିନା ଜାଣି ନ ଥିଲା, ହେଲେ ଏବର ବିଜ୍ଞାନୀପୁଅମାନେ ଭଲଭାବେ ଜାଣିଛନ୍ତିଯେ ପ୍ରକୃତିମାତା ସୁକୁମାର ଭାବେ ଗଢା ।ବୈଜ୍ଞାନିକଙ୍କ ମତରେ ତାପ ଓ ଶୀତଳତା ମଧ୍ୟରେ ଭାରସାମ୍ୟ ରକ୍ଷା କରିବା ପାଇଁ ବୃକ୍ଷରାଜି ଓ ବନାନୀ ଏକାନ୍ତ ଆବଶ୍ୟକ । ବର୍ତ୍ତମାନ ଗାଁ ଗଣ୍ଡା ବୃକ୍ଷ ଶୂନ୍ୟ । କାଁ ଭାଁ ଦୁଇ ·ରିଟା ଗଛ ଥିବ କି ନ ଥିବ । ସେଗୁଡିକର ଶାଖା ମଧ୍ୟ କର୍ତ୍ତିତ । ଯାହାଫଳରେ ଅଦିନରେ ଅନେକ ପ୍ରାକୃତିକ ବିପର୍ଯ୍ୟୟକୁ ଆମେ ଡାକି ଆଣିଛୁ ବୋଲି କହିଲେ ଭୁଲ୍ ହେବ ନାହିଁ । ବିଗତ ଦିନରେ ମିଆଁମାର ଓ ବାଂଲାଦେଶରେ ସାମୁଦ୍ରିକ ବାତ୍ୟା ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କ ପ୍ରାଣହାନି ଘଟିଲା ତାହାର ମୂଳ କାରଣ ହେଉଛି ଜଙ୍ଗଲ ଧ୍ୱଂସ । ଆମ ଦେଶରେ ମଧ୍ୟ ସେହିପରି ଜଙ୍ଗଲ ଧ୍ୱଂସ ଯୋଗୁଁ ଅସମୟରେ ବନ୍ୟା, ଝଡବାତ୍ୟା, ବଜ୍ରପାତ, ସୁନାମ, ଅଂଶୁଘାତ ଓ ଭୂକମ୍ପ ଭଳି ବିପର୍ଯ୍ୟୟର ସମ୍ଭାବନା ବଢି ବଢି ·ଲିଛି । ଏବେ ସାରା ଦେଶରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । ପରିସ୍ଥିତି ଏପରି ହୋଇଛି ଯେ ବର୍ଷକରେ ସାତ ଆଠ ମାସ କେବଳ ମୁଣ୍ଡଫଟା ଖରା କିଛି ମାସ ବର୍ଷା ଓ ଶୀତକୁ ଛାଡିଦେଲେ ବସନ୍ତ, ଶରତ ଓ ହେମନ୍ତ ଋତୁ ହଜିଯିବାକୁ ବସିଲାଣି ତାପମାତ୍ରା ଯଦି ଏପରି ବଢିଚାଲେ ତାହେଲେ ଅମେ ବିପଦକୁ ଡକିଅନିବା ବୋଲି ପରିବେଶବିତ୍ ମାନେ କହୁଛନ୍ତି । ସେମାନଙ୍କ ମତରେ ଯଦି ପୃଥିବୀର ତାପମାତ୍ରା ଆଉ ୩ ଡିଗ୍ରୀ ବଢି ·ଲେ ତାହେଲେ ମେରୁ ନିକଟରେ ଜମା ହୋଇ ଜଳବାୟୁକୁ ନିୟନ୍ତ୍ରଣ କରୁଥିବା ବରଫ ପାହାଡ ସବୁ ତରଳି ଯିବ । ଏପରି ଭାବେ ଯଦି ବରଫ ତରଳେ, ସମୁଦ୍ର ଜଳ ପତ୍ତନ ଆଉ ୧୫ ଫୁଟ୍ ବଢିଯିବ । ୧୫ ଫୁଟ୍ ତ ଦୂରର କଥା, ଜଳପତ୍ତନ ୩ ରୁ ୫ ଫୁଟ୍ ବଢିଗଲେ ସମଗ୍ର ବିଶ୍ୱ ପ୍ରଳୟରେ ଲୀନ ହେବ ।ଏବେ ଚିନ୍ତା କରିବାର ବେଳ ଆସିଛି । ପରିବେଶ ସୁରକ୍ଷା ବର୍ତ୍ତମାନ ସମୟରେ ଏକ ବଡ ଆହ୍ୱାନ ।ଏବେ ପୁଣି କରୋନାର ପ୍ରକୋପ ବିଶ୍ୱପାଇଁ ଆତଙ୍କର କାରଣ ହୋଇଛି । କରୋନା ପରବର୍ତ୍ତୀ ଅବସ୍ଥା ପରିବେଶ ଉପରେ କିପରି ପ୍ରଭାବ ପକାଇବ ତାହା ସମୟ କହିବ । ଆମକୁ ମନେରଖିବାକୁ ହେବଯେ, କେବଳ ଆମର ସୁରକ୍ଷା ନୁହେଁ ଉତ୍ତରପିଢିର ସୁରକ୍ଷା ଦାୟିତ୍ୱ ହିଁ ଆମ ଉପରେ ନ୍ୟସ୍ତ । ଏଥିପାଇଁ ସୁବ ସ୍ତରରେ ସଚେତନତା ସୃଷ୍ଟି ହେବା ଦରକାର । ପରିବେଶକୁ ଭଲପାଉଥିବା ଓ ଏହାର ସୁରକ୍ଷା ପାଇଁ ଚିନ୍ତା କରୁଥିବା ପ୍ରତ୍ୟେକ ବ୍ୟକ୍ତି ଏକଥା ଜାଣିବା ଜରୁରୀ । ପ୍ରତ୍ୟେକ ବ୍ୟକ୍ତି ଗଛଟିଏ ଲଗାଇ ତାକୁ ବଞ୍ଚାଇରଖି ବଡ ଗଛରେ ପରିଣତ କରିପାରିଲେ ତାହାହିଁ ଆମର ପ୍ରକୃତ ଲକ୍ଷ୍ୟ ପୂରଣ କରିପାରିବ । ଏହାହିଁ ବିଶ୍ୱ ପରିବେଶ ଦିବସର ଅନୁଚିନ୍ତା ।
ସର୍ବକାଳୀନ ବିଶ୍ବ ଶ୍ରେଷ୍ଠ ଓଡ଼ିଆ ହିଁ ଜଗଦଗୁରୁ ଶ୍ରୀଧର ସ୍ବାମୀ
-------
ବିଶ୍ବ ପ୍ରସିଦ୍ଧ ଭାଗବତ ଓ ଭାଗବତଟୀକାକାର ମହାନ୍ ପଣ୍ଡିତ ତଥା ଗୋବର୍ଦ୍ଧନ ପୀଠର ଦଶମ ଶଙ୍କରାଚାର୍ଯ୍ୟ ଜଗଦଗୁରୁ ଶ୍ରୀ ଶ୍ରୀଧର ସ୍ବାମୀଙ୍କ କୀର୍ତ୍ତି ଓ କୃତି ପ୍ରତି ଅବହେଳା ପ୍ରଦର୍ଶନ କରାଯାଉଛି ବୋଲି ୪୨ ମୌଜା ବେଣ୍ଟକାର ସ୍ଥିତ ଭଜଗୋବିନ୍ଦ ପୀଠରେ ଆୟୋଜିତ ଅମୃତ ମହୋତ୍ସବରେ ଯୋଗଦେଇ ସୁବାର୍ତ୍ତାର ସମ୍ପାଦକ ତଥା ଓଡିଶା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ କ୍ଷୋଭ ପ୍ରକାଶ କରିଛନ୍ତି । ପୂଜ୍ୟପୂଜା ସଂସ୍କୃତି ପ୍ରାଣ ମନୋରଞ୍ଜନ ମହାନ୍ତି ଙ୍କ ସଂଯୋଜନା ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇସ୍କନ ସନ୍ୟାସୀ କୃଷ୍ଣଗତି ଦାସ, ପ୍ରଖ୍ୟାତ ସଂସ୍କୃତ ଶାସ୍ତ୍ର ବିଶାରଦ ତଥା ତିରୁପତି ଜାତୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟର ପ୍ରାକ୍ତନ କୁଳପତି ପଣ୍ଡିତ ଡକ୍ଟର ହରେକୃଷ୍ଣ ଶତପଥୀ , ମହାନ୍ ଗବେଷକ ତଥା ଆଲେଖ୍ୟ ଆଲୋଚକ , ସାରସ୍ବତ ସାଧକ ଡଃ ଅସୀତ ମହାନ୍ତି, ଶ୍ରୀଧର ସ୍ବାମୀ ସ୍ମୃତି ପରିଷଦ ସମ୍ପାଦକ ହରେକୃଷ୍ଣ ପଣ୍ଡା ଓ ପରିଷଦର ଆବାହକ ପ୍ରଦୀପ୍ତ କୁମାର ମହାନ୍ତି ପ୍ରଭୃତି ଅତିଥି ଆଲୋଚକ ମାନେ ଜଗଦଗୁରୁ ଶ୍ରୀଧର ସ୍ବାମୀ ଙ୍କ ସମ୍ମୁଜ୍ବଳ ବ୍ୟକ୍ତିତ୍ବର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ସୁବାର୍ତ୍ତା ସମ୍ପାଦକ ଶ୍ରୀ ଶତପଥୀ ନିଜ ବକ୍ତବ୍ୟରେ କହିଥିଲେ ଯେ " ମୁକଂ କରୋତି ବାଚାଳଂ ପଙ୍ଗୁ ଲଙ୍ଘୟତେ ଗିରିମ୍ , ଯତ୍ କୃପା ତମହଂ ବନ୍ଦେ ପରମାନନ୍ଦମାଧବମ୍ ।" , ଏହି ଧ୍ୟାନ ମନ୍ତ୍ରର ସ୍ରଷ୍ଟା କିଏ ବୋଲି ପ୍ରଶ୍ନ କରାଗଲେ ,ଆମ ଭାଷାରେ ଭାରତର ବୋଧେ ଶତକଡ଼ା ୯୯.୯୯ ଲୋକେ ଏହା ବ୍ୟାସକୃତ ଅବା ଆଦି ଶଙ୍କରାଚାର୍ଯ୍ୟକୃତ ବୋଲି ଉତ୍ତର ଦେବେ । ମାତ୍ର ଏହି ଧ୍ୟାନ ମନ୍ତ୍ରର ସ୍ରଷ୍ଟା ଯେ ପ୍ରତିଭା ପ୍ରସବିନୀ ଉତ୍କଳ ଜନନୀଙ୍କ ସୁଯୋଗ୍ୟ ସନ୍ତାନ ତଥା ବିଶ୍ବ ବିଖ୍ୟାତ ଗୀତା ଭାଷ୍ୟକାର, ପ୍ରଜ୍ଞା ପୁରୁଷ,ସନାତନ ଧର୍ମର ମାର୍ଗଦର୍ଶକ ତଥା ଭକ୍ତି ଓ ଜ୍ଞାନ ସମୀକରଣରେ ବିଭେଦ ଗ୍ରସ୍ତ ସନାତନୀ ଗୋଷ୍ଠୀମାନଙ୍କ ମଧ୍ୟରେ ସମନ୍ଵୟ ସଂସ୍ଥାପକ ଆଚାର୍ଯ୍ୟ ଶ୍ରୀଧର ସ୍ବାମୀ , ତାହା ଅନେକ ଜାଣିଲେ ନାହିଁ । ପରାଧୀନ ଭାରତବର୍ଷରେ , ଯାହା ଯାହା ଭଲ , ତାହାକୁ ଅପହରଣ କରି ଭଗାରୀମାନେ ମିଥ୍ୟା ତଥା କପୋଳକଳ୍ପିତ ତଥ୍ୟାଧାରରେ ନିଜର ବୋଲି ଯେପରି ଦାବି ସାବ୍ୟସ୍ତ କଲେ , ଠିକ୍ ସେହିପରି ଯାହା ଯାହା ସବୁ ଖରପ , ତାହାକୁ ଓଡ଼ିଆମାନଙ୍କର ବୋଲି ମଧ୍ୟ ସାବ୍ୟସ୍ତ କରି ଯାଇଛନ୍ତି । ଭରତ ମୁନି, ବିଷ୍ଣୁଶର୍ମା ,କବି କାଳିଦାସ, କବିରାଜ ଜୟଦେବ,ଚୈତନ୍ୟ , ତୁଳସୀ ଦାସଙ୍କ ଠାରୁ ଆରମ୍ଭ କରି ଜଗଦଗୁରୁ ଶ୍ରୀଧର ସ୍ବାମୀଙ୍କ ପର୍ଯ୍ୟନ୍ତ ପ୍ରଲମ୍ବିତ ଏହାର ତାଲିକା । ସମସ୍ତ ପୁରାଣ ଶାସ୍ତ୍ରଗତ,ନଥିଗତ, ପାରିପାର୍ଶ୍ବିକ ସ୍ଥିତି, ଭୌଗଳିକ ଅବସ୍ଥିତି ସତ୍ତ୍ୱେ ଆମେ ଓଡିଆମାନେ ଏଯାବତ ଏଥିପ୍ରତି ଦୃଷ୍ଟି ନ ଦେବାରୁ ,ଅପରମାନେ ସ୍ଵକୀୟ ଢୋଲ ପିଟି,ମହୁରୀ ବଜାଇ,ଶଙ୍ଖ ଫୁଙ୍କି ବାଃ ବାଃ ନେଲେ ଓ ନେଉଛନ୍ତି । ଯେପରି ବଙ୍ଗାଳି ମାନେ କବିରାଜ ଜୟଦେବଙ୍କ ଠାରୁ ଆରମ୍ଭ କରି ଚୈତନ୍ୟଙ୍କ ସମ୍ବନ୍ଧୀୟ ହେଉ ଅବା ସତ୍ୟ, ତ୍ରେତୟା, ଦ୍ଵାପର ଯୁଗରୁ ଉନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ଥିବା କଳିଙ୍ଗ ସାଗର ବା ମହୋଦଧିକୁ ବଙ୍ଗୋପସାଗର କରାଇ ଦେବାରେ ସଫଳ ହେବା , ଏ ସବୁର ଇତିହାସ ବ୍ୟାପକ । ବିଗତ ୪୪ବର୍ଷ ଧରି ଅନେକ ଘାତ, ପ୍ରତିଘାତ, ଲହୁ ଲୁହାଣ ସଂଘର୍ଷ ଭିତରେ ସାମାନ୍ୟ କିଛି ସଫଳତା ପାଇଥିବାବେଳେ , ଅନେକ କ୍ଷେତ୍ରରେ ସଫଳତା ହେଉଛି ପ୍ରଲମ୍ବିତ । ଏହାର ପ୍ରମୁଖ କାରଣ "ବାଉଁଶ ଓ କୁରାଢି ଉପାଖ୍ୟାନ । ସହଯୋଗ ଅବା ପ୍ରୋତ୍ସାହନ ତ ନାହିଁ , ଅଛି ବିରୋଧାଭାସ, ଅଛି ମସିଲୀପ୍ତ କରିବା ସହିତ ମିଥ୍ୟାରୋପ ,କଟୁ ତିକ୍ତ ମିଶ୍ରିତ ସମାଲୋଚନା, ଏପରିକି ପେଟପାଟଣା ଉପରେ ଧାରାବାହିକ ଆକ୍ରମଣ । ଆଚାର୍ଯ୍ୟ ଶ୍ରୀଧର ସ୍ବାମୀ ପ୍ରସଙ୍ଗକୁ ଉପଜିବ୍ୟ କରି ଆଲୋଚନା କରିବା ସମୟରେ ଆମ ଭିତରେ ସୃଷ୍ଟି ହେଉଥିବା ମାର୍ମିକ ବେଦନା ଭାଷାରେ ବର୍ଣନା କରିବା ପାଇଁ ଶବ୍ଦ ଅକୁଳାଣ । ଏହା ସର୍ବଜନ ବିଦିତ ଯେ ଆଦି ଶଙ୍କରାଚାର୍ଯ୍ୟ (୭୮୮- ୮୨୦ ଖ୍ରୀଷ୍ଟାବ୍ଦ) ଅଷ୍ଟମ ଶତାବ୍ଦୀର ଇତିହାସ ସିଦ୍ଧ ଭାରତୀୟ ବୈଦଜ୍ଞ ଓ ଧର୍ମଗୁରୁ । ସେ ଦଶନାମୀ ସନ୍ୟାସୀ ସମ୍ପ୍ରଦାୟର ପ୍ରତିଷ୍ଠା କରିଥିଲେ ଓ ଅଦୈତ ବେଦାନ୍ତର ପ୍ରଚାର ମଧ୍ୟ କରିଥିଲେ ।ଦାକ୍ଷିଣାତ୍ୟ ଅନ୍ତର୍ଗତ କେରଳ ଦେଶର ଚିଦମ୍ବର ବା କାଖଲ ଗ୍ରାମ ଏହାଙ୍କ ଜନ୍ମସ୍ଥାନ ୭୮୮ ଖ୍ରୀଷ୍ଟାବ୍ଦରେ ସେ ଭୂମିଷ୍ଟ ହୋଇଥିଲେ ଏବଂ ୮୨୦ ଖ୍ରୀଷ୍ଟାବ୍ଦରେ ୩୨ ବର୍ଷ ବୟସରେ କେଦାରନାଥ ନିକଟରେ ପ୍ରାଣ ତ୍ୟାଗ କରିଥିଲେ । ତାଙ୍କ ପିତାଙ୍କ ନାମ ଶିବଗୁରୁ ଓ ମାତାଙ୍କ ନାମ ସୁଭଦ୍ରା ଥିଲା । ବାଲ୍ୟକାଳରେ ୩ ବର୍ଷ ବୟସରେ ପିତାଙ୍କୁ ହରାଇ ମାତାଙ୍କ ଲାଳନ ପାଳନରେ ବଢ଼ିଥିଲେ । ୬ ବର୍ଷ ବୟସରେ ପଣ୍ଡିତ ହୋଇଥିଲେ ଓ ୮ ବର୍ଷ ବୟସରେ ସନ୍ନ୍ୟାସ ଗ୍ରହଣ କଲେ । ୧୨ ବର୍ଷ ବୟସରେ ମାତାଙ୍କୁ ଛାଡ଼ି ଭାରତର ନାନା ସ୍ଥାନରେ ଭ୍ରମଣ କରିଥିଲେ ଏବଂ ଭ୍ରମଣ ଶେଷରେ ପୁନର୍ବାର ଗୃହକୁ ଫେରି ଆସି ରୁଗ୍ଣା ମାତାଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ । କିଛିଦିନ ପରେ ମାତାଙ୍କର ଦେହାନ୍ତ ହେବାରୁ ସେ ଗୃହତ୍ୟାଗ କରି ପୁଣି ଧର୍ମପ୍ରଚାରାର୍ଥେ ଭାରତ ଭ୍ରମଣରେ ବହିର୍ଗତ ହୋଇଥିଲେ । ସେ ସମୟରେ ଭାରତରେ ବ୍ରହ୍ମଣ୍ୟ ଧର୍ମର ଅଧୋଗତି ଘଟିଥିଲା ଏବଂ ବୌଦ୍ଧ ଧର୍ମ ଆଦୃତ ହୋଇଥିଲା । ସେ ଅଦ୍ୱୈତ ବ୍ରହ୍ମଣ୍ୟ ଧର୍ମର ପୁନଃସଂସ୍ଥାପନ କରିଥିଲେ ଏବଂ ଭାରତରେ ସ୍ଥାନେ ସ୍ଥାନେ ଶିବ ମନ୍ଦିର ଓ ମଠମାନ ସ୍ଥାପନ କରି ସେ ସ୍ଥାନମାନଙ୍କୁ ହିନ୍ଦୁଧର୍ମର ତଥା ହିନ୍ଦୁ ଶାସ୍ତ୍ରାଲୋଚନାର କେନ୍ଦ୍ରରେ ପରିଣତ କରିଥିଲେ । ଭାରତର ଚାରି ଦିଗରେ ଏହାଙ୍କ ପ୍ରତିଷ୍ଠିତ ଚାରି ଗୋଟି ମଠ ଆଜି ପର୍ଯ୍ୟନ୍ତ ଶିଷ୍ୟମାନଙ୍କଦ୍ୱାରା ମଠଧାରୀମାନଙ୍କଦ୍ୱାରା ପରିଚିତ ହୋଇ ଆସୁଅଛି । ପଶ୍ଚିମରେ ଦ୍ୱାରକାସ୍ଥିତ ଶାରଦା ମଠରେ ପୀଠାଧିକାରୀଙ୍କ ନାମ ହସ୍ତାମଳକାଚାର୍ଯ୍ୟ ଦଶନାମୀ ସନ୍ୟାସୀ ମାନଙ୍କ ମଧ୍ୟରୁ ତୀର୍ଥ ଓ ଆଶ୍ରମ ନାମଧାରୀ ସନ୍ୟାସୀ ମାନଙ୍କ ବାସ ନିମିତ୍ତ ଏହି ମଠ । ଉତ୍ତରରେ ବଦରକା ଯୋଚୀଶୀମଠ ବା ଜ୍ୟୋତିଃ ମଠରେ ପୀଠାଧିକାରୀଙ୍କ ନାମ କ୍ରୋଟକାଚାର୍ଯ୍ୟ ଗିରି, ପର୍ବତ ଓ ସାଗର ନାମଧାରୀ ସନ୍ୟାସୀ ମାନଙ୍କ ବାସ ନିମିତ୍ତ ଏହି ମଠଟିର ନାମ ପଦ୍ମୁପାଦାଚାର୍ଯ୍ୟ ବନ ଓ ଅରଣ୍ୟ ନାମଧାରୀ ସନ୍ୟାସୀ ମାନଙ୍କ ବାସ ନିମିତ୍ତ ଏହି ମଠ ଦକ୍ଷିଣର କର୍ଣ୍ଣାଟକରେ ଶୃଙ୍ଗେରୀ (ଋଶ୍ୟଶୃଙ୍ଗାଶ୍ରମ) ମଠରେ ପୀଠାଧିକାରୀଙ୍କ ନାମ ମଣ୍ଡନମିଶ୍ର ବା ସୁରେଶ୍ୱରାଚାର୍ଯ୍ୟ, ପୁରୀ ଭାରତୀ ଓ ସରସ୍ୱତୀ ନାମଧାରୀ ସନ୍ନ୍ୟାସୀମାନଙ୍କ ରହିବା ପାଇଁ । ଶଙ୍କରାଚାର୍ଯ୍ୟଙ୍କ ବିଚରିତ ବେଦାନ୍ତଭାଷ୍ୟ, ଭଗବତ୍ ଗୀତା ଭାଷ୍ୟ ଓ ମୋହମୁଦ୍ଗର ଆଦି ଗ୍ରନ୍ଥ ଭାରତରେ ସର୍ବତ୍ର ଆଦୃତ ଜ୍ୟୋତିଷ ଶାସ୍ତ୍ରରେ ଏହାଙ୍କର ଅସାଧାରଣ ବ୍ୟୁତ୍ପତ୍ତି ଥିଲା; କିନ୍ତୁ ଘଟଣାକ୍ରମେ ତହିଁରୁ ତାଙ୍କର ଆଶକ୍ତି ହ୍ରାସ ପାଇ ଥିଲା ,ତାଙ୍କ ଧର୍ମମତ ବେଦାନ୍ତର ଏକେଶ୍ୱରବାଦ ଉପରେ ପ୍ରତିଷ୍ଠିତ; କିନ୍ତୁ ସର୍ବସାଧାରଣଙ୍କ ପାଇଁ ସେ ଶୈବଧର୍ମ ପ୍ରଚାର କରିଥିଲେ । ଏହାଙ୍କ ସମ୍ବନ୍ଧରେ କେତେଗୁଡ଼ିଏ କିମ୍ବଦନ୍ତୀ ପ୍ରଚଳିତ ଅଛି ଯେ ଏ ସଂସାରୀ ନ ଥିଲେ; ଅଥଚ ସଂସାରର ଭୋଗ ସମ୍ବନ୍ଧରେ ଅଭିଜ୍ଞତା ଲାଭ କରିବା ପାଇଁ ପରକାୟ ପ୍ରବେଶ ବିଦ୍ୟାବଳରେ ଜଣେ ରାଜାଙ୍କ ଶରୀରରେ କିଛିକାଳ ପାଇଁ ପ୍ରବେଶ କରିଥିଲେ, ଥରେ ଶିଷ୍ୟମାନଙ୍କୁ ପରୀକ୍ଷା କରିବା ପାଇଁ ସେ ଗୋଟିଏ ଧୋବା ଘରେ ପହଞ୍ଚି ସେଠାରେ ଧୋବାର ପାକରେ ପ୍ରସ୍ତୁତ ମଣ୍ଡା ପିଠା ଖାଇଲେ ଓ ତାଙ୍କ ଶିଷ୍ୟମାନେ ମଧ୍ୟ ଗୁରୁଙ୍କ ଦେଖା ଦେଖି (ଜିହା ଲାଳସାରେ ବଶବର୍ତ୍ତୀ ହୋଇ) ମଣ୍ଡାପିଠା ଖାଇ ଦେଲେ ପରେ କିଛି ଦୂର ଯାଇ ଶଙ୍କର କହିଲେ ଯେ, ଧୋବା ଘରେ ପିଠା ଖାଇଥିବାରୁ ଶରୀର ଅପବିତ୍ର ହେଲା । ତଦାନ୍ତରେ ସେ ଶରୀରକୁ ଶୁଦ୍ଧ କରିବା ପାଇଁ ଗୋଟିଏ ଥାଟାରିଶାଳରେ ଆଉଟା ହୋଉଥିବା ଗଳିତ ରଙ୍ଗଗୁଡ଼ିଏ ପିଇ ଦେଲେ, ଶିଷ୍ୟମାନେ ଏହା ଦେଖି କାଳେ ପାଟି ପୋଡ଼ିଯିବ ଏହି ଭୟରେ ଗୁରୁଙ୍କ ଅନୁକରଣ କଲେ ନାହିଁ । ଏହା ଦର୍ଶନ କରି ଶଙ୍କର ସେହି ଶିଷ୍ୟମାନଙ୍କୁ ତ୍ୟାଗ କଲେ ଏବଂ ସେହିଦିନଠାରୁ ଉକ୍ତ ଶିଷ୍ୟ ଓ ସେମାନଙ୍କ ଶିଷ୍ୟାନୁଶିଷ୍ୟମାନେ 'ଦଶନାମୀ' (ଗିରି, ପୁରୀ, ଭାରତୀ ଆଦି) ନାମରେ ପରିଚିତ ଶଙ୍କରାଚାର୍ଯ୍ୟ ପରିବ୍ରାଜକ ସନ୍ୟାସୀ ଥିଲେ ଓ ତାଙ୍କର ଶିଷ୍ୟମାନେ ତାଙ୍କୁ ସାକ୍ଷାତ୍ ଶିବ ବୋଲି ବିଶ୍ୱାସ କରୁଥିଲେ ଏବଂ କହୁଥିଲେ 'ଶଙ୍କରଃ ଶଙ୍କରଃ ସାକ୍ଷାତ୍' ଭାରତର ସର୍ବତ୍ର ଓ ତିବ୍ୱତ ଦେଶରେ ସେ ଧର୍ମପ୍ରଚାରାର୍ଥେ ଭ୍ରମଣ କରିଥିଲେ ତାଙ୍କର ଏହି ଧର୍ମପ୍ରତାର ଫଳରେ ଭାରତରୁ ବୌଦ୍ଧ ଧର୍ମର ପ୍ରଭାବ ହ୍ରାସ ପାଇଥିଲା ଏବଂ ଶୈବ ଧର୍ମ କ୍ରମେ ପ୍ରବଳ ହୋଇ ଉଠିଥିଲା । ତାଙ୍କର ୩୨ ବର୍ଷ ବୟସରେ କେଦାରନାଥରେ ଦେହାନ୍ତ ହୋଇଥିଲା। ଏଠାରେ ପ୍ରଶ୍ନ ଉଠେ ତାଙ୍କର ବୌଦ୍ଧଧର୍ମ ବିରୋଧରେ ଅଭିଯାନର କେନ୍ଦ୍ରସ୍ଥଳ କେଉଁଠି ଥିଲା ? ଯଯାତି କେଶରୀଙ୍କ ରାଜତ୍ଵ ସମୟରେ ଏହା କିପରି ସମ୍ଭବ ହେଲା ? ଏବିଷୟରେ ଇତିହାସ ନିରବ , ଯେଭଳି ଓଡିଶା ଓ ଓଡିଆ ଆଧାରିତ ଅନେକ ପ୍ରସଙ୍ଗ ଭଳି । କୌଣସି ଐତିହାସିକ, ଗବେଷକମାନେ ଏହି କାଳଖଣ୍ଡ ଠାରୁ ଦ୍ବାଦଶ ଶତାବ୍ଦୀ, ଏପରିକି ଆଚାର୍ଯ୍ୟ ରାମାନୁଜ ( ୧୦୭୭-୧୧୫୭) , ଯିଏ ବୈଷ୍ଣବ ଧର୍ମ ପ୍ରଚାର କରି ଭକ୍ତି ପ୍ରଧାନ " ବିଶିଷ୍ଟାଦ୍ବୈତ ବାଦ ର ପ୍ରସାର କରିଥିଲେ ବୋଲି ଉଲ୍ଲେଖ ରହିଛି । ସେ ଆସି ଅନନ୍ତବର୍ମା ଚୋଡ଼ଗଙ୍ଗ ଦେବ (ଖ୍ରୀ:ଅ: ୧୦୭୮-୧୧୪୭) ଙ୍କୁ ରାଜା କରାଇ ଓଡ଼ିଶାରେ ଗଙ୍ଗବଂଶର ପ୍ରତିଷ୍ଠା କରାଇଥିଲେ ଏବଂ ରାଜାଙ୍କର ପ୍ରମୁଖ ପରାମର୍ଶଦାତା ବା ପ୍ରଧାନମନ୍ତ୍ରୀ ଥିଲେ । ଶାସନ ଭାର ଗ୍ରହଣ କରିବା ମାତ୍ରକେ ତାଙ୍କର ପ୍ରଥମ କାର୍ଯ୍ଯ ଥିଲା ଓଡିଆ ଭାଷା ବିଲୋପ । ରାମାନୁଜଙ୍କ ପରାମର୍ଶରେ ଚୋଡ଼ଗଙ୍ଗ ଦେବ ଘୋଷଣା କଲେ ଯେ ଆଜି ଠାରୁ ଓଡ଼ିଶାର ଶାସନର ଭାଷା ହେବ ତାମିଲ , ସଂସ୍କୃତ । ସେତେବେଳେ ଏହାର ପ୍ରତିବାଦ କରି ମହାନ୍ ସଂସ୍କୃତ ଶାସ୍ତ୍ର ବିଶାରଦ ହାଡୁ ପଣ୍ଡିତ ଶୁଳି ଦଣ୍ଡାଦେଶ ପାଇଥିଲେ । ଜୁନ୍ ୨୯ ,୧୪୩୫ ପର୍ଯ୍ୟନ୍ତ ଓଡ଼ିଶାର ଶାସନର ଭାଷା ଥିଲା ସଂସ୍କୃତ ଓ ତାମିଲ । ଯେଉଁ ଦିନ , ଅର୍ଥାତ୍ ୨୯-୬-୧୪୩୫ ରେ ବିନ୍ଦୁସାଗର କୂଳରେ କପିଳେନ୍ଦ୍ରଦେବ ଙ୍କ ରାଜାଭିଶେକ ହେଲା , ପ୍ରଥମ ଘୋଷଣା ଥିଲା " ମୁଁ ରାଜା ନୁହେଁ , ରାଉତ , ଆଜି ଠାରୁ ଓଡ଼ିଶାର ଶାସନର ଭାଷା ହେବ " ଓଡିଆ ଭାଷା " । ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟଯେ କପିଳେନ୍ଦ୍ର ଦେବ (୧୪୩୫ - ୧୪୬୫ ଖ୍ରୀଷ୍ଟାବ୍ଦ) ଓଡ଼ିଶାର ଯଶସ୍ବୀ ଦିଗବିଜୟୀ ସମ୍ରାଟ ଥିଲେ ।ତାଙ୍କ ସମୟରେ ଓଡ଼ିଶା ତଥା ଉତ୍କଳ ଭୂଖଣ୍ଡ ଉତ୍ତରରେ ଗଙ୍ଗା ନଦୀ ଠାରୁ ଦକ୍ଷିଣରେ କାବେରୀ ନଦୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ସୂର୍ଯ୍ୟ ବଂଶର ପ୍ରତିଷ୍ଠାତା ତଥା ପ୍ରଥମ ନରପତି କପିଳେନ୍ଦ୍ରଦେବ ନିଜକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ସେବକ ଓ ଗଜପତି ଉପାଧିରେ ଭୂଷିତ କରିଥିଲେ । ଉତ୍ତରରେ ଗଙ୍ଗାଠାରୁ ଦକ୍ଷିଣରେ ତ୍ରିଚିନାପଲ୍ଲିନିକଟରେ ଥିବା ଗୋଦାବରୀ ଯାଏଁ ଅଞ୍ଚଳ ଅଧୀକାର କରିଥିଲେ ଓ "ଗଜପତି ଗୌଡେଶ୍ବର ନବକୋଟି କର୍ଣ୍ଣାଟ କଳବର୍ଗେଶ୍ୱର ଉପାଧୀ" ଧାରଣ କରିଥିଲେ । "ଗୌଡେଶ୍ବର"ର ଅର୍ଥ ଗୌଡ ଅର୍ଥାତ୍ ବଙ୍ଗର ଅଧୀଶ୍ବର । "ନବକୋଟି କର୍ଣାଟ କଳବର୍ଗେଶ୍ୱର"ର ଅର୍ଥ କର୍ଣାଟ (ବିଜୟନଗର ସାମ୍ରାଜ୍ଯ) ଏବଂ କଳବର୍ଗ (ବାହମନୀ ସାମ୍ରାଜ୍ୟର ପୂର୍ବତନ ରାଜଧାନୀ ନାମ ଥିଲା ଗୁଲବର୍ଗ)ର ନଅକୋଟି ଅଧିବାସୀଙ୍କର ପ୍ରଭୁ । ଏଥିରୁ ପ୍ରମାଣିତ ଯେ ସେତେବେଳେ ଭାରତର ଲୋକସଂଖ୍ୟାରେ ନଅ କୋଟି ଲୋକଙ୍କ ଶାସକ ଥିଲେ ଗଜପତି କପିଳେନ୍ଦ୍ରଦେବ । ୧୮୭୨ ରେ ବ୍ରିଟିଶ ଶାସନ ଭାରତରେ ସେମାନଙ୍କ ପ୍ରଥମ ଜନଗଣନା କରିଥିଲେ । ସେତେବେଳେ ଭାରତର ଲୋକସଂଖ୍ୟା ଥିଲା ୨୩ କୋଟି ୮୩ ଲକ୍ଷ,୯୬ ହଜାର , ୩୨୭ । ଏହି ତଥ୍ୟ ଜନଗଣନା ଇତିହାସରେ ଉପଲବ୍ଧ । ଆଜି ମାତ୍ର ୧୨୪ ବର୍ଷ ପରେ ବିଭାଜିତ ଭାରତ ( ପାକିସ୍ତାନ, ବଙ୍ଗଳାଦେଶ, ଶ୍ରୀଲଙ୍କା, ବର୍ମା ଆଦି ଦେଶ ସ୍ଵତନ୍ତ୍ର) ର ଲୋକ ସଂଖ୍ୟା ୧୪୩କୋଟି ୮୧ଲକ୍ଷ । ଏହି ଅନୁପାତ କୁ ଉପଜିବ୍ୟ କରି ହିସାବ କଲେ ୧୪୬୧ ରେ ଭାରତର ଲୋକସଂଖ୍ୟା କେତେ ଥିବ ? ସେଥିରୁ ନଅ କୋଟି ଲୋକଙ୍କ ଶାସକ ଥିଲେ କପିଳେନ୍ଦ୍ରଦେବ । ବିଶାଳ ସାମ୍ରାଜ୍ୟର ଅଧିପତି କପିଳେନ୍ଦ୍ରଦେବଙ୍କୁ ମଧ୍ୟ ଭାରତ ଇତିହାସ ଯଥୋଚିତ ମୂଲ୍ୟାଙ୍କନ କରିନାହିଁ । ଅତଏବ ଅନେକ ଦୃଷ୍ଟିକୋଣରୁ ଆମେ ବିଗତ ଚାରି ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି କଳ ଗାଉଣା ଯନ୍ତ୍ର ସଂରକ୍ଷିତ ସ୍ବର " ଓଡ଼ିଶାର ଇତିହାସ ଏଯାବତ ଲେଖା ଯାଇନାହିଁ ଏବଂ ନଲେଖା ଯିବାର କାରଣ ଦର୍ଶାଇ କହି ଓ ଲେଖି ଆସିଛୁ ଯେ" ବିଜେତା ଯେବେ ପରାଜିତର ଇତିହାସ ଲେଖେ,ସେତେବେଳେ ସେ ନିଜକୁ ମହିମା ମଣ୍ଡିତ କରିଥାଏ , ପରାଜିତକୁ ମସିଲୀପ୍ତ କରିଥାଏ " । ଏହି ନ୍ୟାୟରେ ଅନେକ ଉଦାହରଣୀୟ ତଥ୍ୟ ଥିଲେ ମଧ୍ୟ ବର୍ତ୍ତମାନ ଆମେ ଜଗଦଗୁରୁ ଶ୍ରୀଧର ସ୍ବାମୀ ଙ୍କ ପ୍ରସଙ୍ଗକୁ ଉପଜିବ୍ୟ କରି ଆଲୋଚନା କରିବା ପାଇଁ ଯାଉଛୁ । ମହାନ୍ ସନ୍ଥ ଅତିବଡ଼ୀ ଜଗନ୍ନାଥ ଦାସ ଯାହାଙ୍କ ଦ୍ବାରା ପ୍ରଭାବିତ ହୋଇ ଓଡିଆ ଭାଗବତ ରଚନା କଲେ ସେ ହେଉଛନ୍ତି ଆଚାର୍ଯ୍ୟ ଶ୍ରୀଧର ସ୍ବାମୀ ବୋଲି ସ୍ବୀକାର କରି ସ୍ବାମୀଙ୍କର ଜନ୍ମ , ଜନ୍ମମାଟି ଏବଂ ତାଙ୍କର କୃତି ଓ କୀର୍ତ୍ତି ସମ୍ବନ୍ଧରେ ଦ୍ବାଦଶ ସ୍କନ୍ଦ ରେ ଲେଖି ଯାଇଛନ୍ତି -"ଶ୍ରୀଧର ନାମେ ବିପ୍ରବର, ମୟୂର ଗ୍ରାମେ ଜନ୍ମ ତାର, ଶ୍ରୀ ଭାଗବତ ଯେ ପୁରାଣ , ଅଷ୍ଟାଦଶ ସଶ୍ରଶ୍ଲୋକେଣ ,ତା ଟିକା ଚଉ ବିଂଶ ସସ୍ର,କରି ଶ୍ରୀଧର ପ୍ରକାଶ , ବିପ୍ର କୁଳରେ ଜନ୍ମ ହୋଇ, ଜଗନ୍ନାଥ ଯେ ନାମ ବହି ,ପ୍ରାକୃତ ବନ୍ଧେ ଭାଗବତ, କହିଲେ ସର୍ବଜନହିତ।" ଏହା ମଧ୍ୟ ସତ୍ୟ ଯେ ଉତ୍କଳ ଜନନୀଙ୍କ ପୂର୍ବଜ ବରପୁତ୍ର ମାନେ, ଏପରିକି ସନ୍ଥ ମହାତ୍ମାମାନେ ସେମାନଙ୍କ ସଠିକ୍ ପରିଚୟ ଅବା କୃତିତ୍ବ ସମ୍ପର୍କରେ ପ୍ରାୟତଃ ଉଲ୍ଲେଖ କରି ନଥାନ୍ତି , ଯାହାର ଫାଇଦା ନିଅନ୍ତି ଯଶଃ କାଙ୍ଗାଳି ଭଗାରିମାନେ । କିନ୍ତୁ ସେମାନଙ୍କ ସୃଷ୍ଟି ମଧ୍ୟରେ ଏଭଳି ତଥ୍ୟ ଦେଇଥାନ୍ତି ଯେ ଜଣେ ଏକଗ୍ରଚିତ୍ତ ପାଠକ , ସମୀକ୍ଷକ, ଗବେଷକ ସହଜରେ ଜାଣିପାରନ୍ତି । ସେହିପରି ଲୋକକଥା , ପରବର୍ତ୍ତୀ ସମୟରେ ଲେଖକ,ଆଲୋଚକ ମାନଙ୍କ ଦ୍ବାରା ଉଲ୍ଲେଖ ରହିଥାଏ । ଶ୍ରୀଧର ସ୍ବାମୀ ଙ୍କ ଜନ୍ମ ମାଘ ଶୁଳ୍କ ସପ୍ତମୀ , ମସିହା ହିସାବରେ ୧୩୨୫ ଖ୍ରୀଷ୍ଟାବ୍ଦରେ , ବୁଢାବଳଙ୍ଗର ଉପନଦୀ ବଡସୋନା ଓ ଗଙ୍ଗ ହାର ନଦୀ ମଧ୍ୟବର୍ତ୍ତୀ ଉପତ୍ୟକାର ମୟୂର ଗ୍ରାମ , ଯାହା ସାତଶହ ବର୍ଷ ମଧ୍ୟରେ ଅପଭ୍ରଂଶ ହୋଇ ଏବେ ମରେଇ ଗାଁ ଭାବେ ପରିଚିତ । ହରିହର ଶତପଥୀ ଙ୍କ ପୁତ୍ର ପିଉସା ଘରକୁ ପୁଅ ହୋଇ ଯିବାରୁ ସାଙ୍ଗିଆ ବଦଳି ହୋଇଥିଲା ପତି । ପିତା ହରିହର ଜଣେ ପଣ୍ଡିତ ଥିଲେ ଏବଂ ଅଥର୍ବ ବେଦୀ,ଶାଣ୍ଡଲ୍ୟ ଗୋତ୍ର ଥିଲା ମାତ୍ର ପାଳନ କର୍ତ୍ତା ପତି ପରିବାର ଥିଲେ ଯଜୁର୍ବେଦୀ । ନୀଳଗିରି ଅଞ୍ଚଳର ଘନବନରାଜି ଓ ପାହାଡ ପୁଷ୍କରିଣୀ ନଦୀନାଳ ସୁଶୋଭିତ, ହଂସ ଚକ୍ରବାକ୍ କୋଇଲି,କୁମ୍ଭାଟୁଆ, ମୟୂର କଳରବରେ ରମଣୀୟ ସ୍ଥାନ ହୋଇଥିବାରୁ ଏ ଅଞ୍ଚଳର ନାମ ଥିଲା " ରମଣୀୟ" , ଯାହା ଅପଭ୍ରଂଶ ହୋଇ ଅଧୁନା ରେମୁଣା । ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟଯେ ରେମୁଣା ସେତେବେଳର ରମଣୀୟ ଥିଲା ଦକ୍ଷିଣ ଭାରତ ଓ ଉତ୍ତରଭାରତର ଏକମାତ୍ର ସଯୋଗକାରୀ ରାସ୍ତା "ଜଗନ୍ନାଥ ସଡ଼କ" ପାର୍ଶ୍ଵରେ ଅବସ୍ଥିତ ଥିଲା ଏବଂ ସମଗ୍ର ଭାରତବର୍ଷର ସଂସ୍କୃତ ଭାଷା ଶିକ୍ଷାର ଏକ ପ୍ରମୁଖ ପୀଠ ଥିଲା। ଋଷିପ୍ରାଣ ପରମାନନ୍ଦ ପୁରୀ ସେହି ସମୟରେ ଖୀରଚୋରା ଗୋପୀନାଥ ଙ୍କ ଦର୍ଶନରେ ଆସି ରେମୁଣାରେ ଅବସ୍ଥାନ କରୁଥିଲେ । ଇଷ୍ଟଦେବତା ନୃସିଂହ ଙ୍କ ଆଶୀର୍ବାଦ ବା ପ୍ରସାଦରୁ ଏହି ଠାରେ ହିଁ ଗୁରୁ ଶିଷ୍ୟଙ୍କର ମଣି-କାଂଚନ ସଂଯୋଗ ହୋଇଥିଲା । ସେହିପରି ନିଜେ ଶ୍ରୀଧର ସ୍ବାମୀ ଲେଖି ଯାଇଛନ୍ତି ଯେ " ବ୍ରହ୍ମବେଦେ ଚ ନିଷ୍ଣାତଃ ,କୃତୀ ହରିହରାତ୍ମଜଃ , ପ୍ରାୟଶ୍ଚିତ ତ୍ରୟଂ ହ୍ୟେତତ୍, ନୃସିଂହାନୁଗ୍ରହତା୍ କୃତଃ ।" ରେମୁଣାରେ ଶିକ୍ଷା ଶେଷ କରି ଗୁରୁ ପରମାନନ୍ଦ ଙ୍କ ଉପଦେଶ କ୍ରମେ ସେ କାଶୀଧାମରେ ପହଞ୍ଚିଲେ । ତତ୍କାଳୀନ କାଶୀର ରାଜା ଜୟଚନ୍ଦ୍ର ପ୍ରଜାମାନଙ୍କ ମଧ୍ୟରେ ଗୀତା ଜ୍ଞାନ ପ୍ରଚାର ଉଦ୍ଦେଶ୍ୟରେ ଶ୍ରୀମଦ୍ ଭଗବତ ଗୀତାର ସରଳ ସୁବୋଧ ଟିକା ପ୍ରଣୟନ ନିମନ୍ତେ ଏକ ପଣ୍ଡିତ ସମ୍ମିଳନୀର ଆୟୋଜନ କରିଥିଲେ । ଦେଶ ବିଦେଶରୁ ବହୁ ପଣ୍ଡିତବର୍ଗ
ଏଥିରେ ଯୋଗଦେଇଥିଲେ , ଯେଉଁ ମାନଙ୍କ ମଧ୍ୟରେ ସର୍ବକନିଷ୍ଠ ଥିଲେ ପଣ୍ଡିତ ଶ୍ରୀଧର ଏବଂ ସିଏ ଏକ ଟିକା ରଚନା କରି ଦାଖଲ କରିଥିଲେ । ରାଜା ଜୟଚନ୍ଦ୍ର ଯଦିଓ ଜଣେ ସଂସ୍କୃତ ଶାସ୍ତ୍ରବନ୍ତ ଥିଲେ , ତଥାପି ସିଏ ଟିକା ସମୀକ୍ଷା ପାଇଁ ପଣ୍ଡିତ ମଣ୍ଡଳୀ ଗଠନ କଲେ । ପଣ୍ଡିତ ମାନେ ଭିନ୍ନ ଭିନ୍ନ ମତ ଦେବା ସମୟରେ ଶାସ୍ତ୍ର ବିଶୃଙ୍ଖଳିତ ଆଚରଣରେ ବ୍ୟତିବ୍ୟସ୍ତ ହୋଇ କହିଥିଲେ ସମସ୍ତ ଟୀକା ବିଶ୍ବେଶ୍ବର ବା କାଶୀ ବିଶ୍ଵନାଥଙ୍କ ସମ୍ମୁଖରେ ରଖି ଦିଆଯାଉ । କାଶୀ ବିଶ୍ଵନାଥ ଙ୍କ ପାଖରେ ସବୁ ରଖାଯାଇ ମନ୍ଦିରରେ ଜଉମୁଦ ଦିଆଗଲା , ଆସନ୍ତାକାଲି ସକାଳେ ମନ୍ଦିର ଦୁଆର ଖୋଲା ଯିବ , ପ୍ରଭୁ ଙ୍କ ଦ୍ବାରା ଯାହାଙ୍କର ଟିକା ଗୃହୀତ ହେବ , ତାହାଙ୍କୁ ଶ୍ରେଷ୍ଠ ଟୀକାକାରର ସ୍ବୀକୃତି ସହିତ ପୁରସ୍କୃତ କରାଯିବ । ଭଗବାନ ବିଶ୍ବନାଥ ମୁଖ୍ୟ ପୁରୋହିତ ଙ୍କୁ ସ୍ବପ୍ନାଦେଶ ଦେଲେ " ବ୍ୟାସୋ ବେତ୍ତି ଶୁକୋ ବେତ୍ତି,ରାଜା ବେତ୍ତି ନ ବେତ୍ତି ବା , ଶ୍ରୀଧରଃ ସକଳଂ ବେତ୍ତି, ଶ୍ରୀନୃସିଂହ ପ୍ରସାଦତଃ " । ପରଦିନ ସକାଳେ ଜଉମୁଦ କାଢି ମନ୍ଦିର ଖୋଲି ରାଜା ଦେଖିଲେ ଯେ ଶ୍ରୀଧର ଙ୍କ ରଚିତ ଟୀକା ବିଶେଶ୍ୱରଙ୍କ ନାଭି କମଳରେ ଥୁଆ ହୋଇଛି । ରାଜା ଜୟଚନ୍ଦ୍ର ଏହା ଦେଖି ଭାବ ବିହ୍ୱଳ ହୋଇ ପ୍ରଭୁଙ୍କୁ ସ୍ରଷ୍ଟାଙ୍ଗ ପ୍ରଣିପାତ କଲେ । କାଶୀ ରେ ଅପରିଚିତ,ଅନାମଧ୍ୟେୟ ଯୁବକ ଟି ରାତାରାତ ବଡ ପଣ୍ଡିତର ମାନ୍ୟତା ପାଇ ରେମୁଣା ଫେରି ପୁନଃ ଅଧ୍ୟୟନ କରି ଶ୍ରୀକ୍ଷେତ୍ରକୁ ଚାଲି ଚାଲି ଗଲେ । ଗୋବର୍ଦ୍ଧନ ପୀଠରେ ପହଞ୍ଚି ଶଙ୍କରାଚାର୍ଯ୍ୟ ରାମକୃଷ୍ଣାନନ୍ଦ ସ୍ବାମୀଙ୍କ ଠାରୁ ସନ୍ୟାସ ଦୀକ୍ଷା ନେଇ ନୃସିଂହ ମନ୍ତ୍ରରେ ଦିକ୍ଷୀତ ହେଲେ ଓ ମନ୍ତ୍ର ସାଧନା କରି ସିଦ୍ଧି ପ୍ରାପ୍ତ ହୋଇଥିଲେ । ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟଯେ ଗୋବର୍ଦ୍ଧନ ପୀଠର ପ୍ରଥମ ପୀଠାଧୀଶ ସ୍ବାମୀ ପଦ୍ମପାଦ ମଧ୍ୟ ଜଣେ ନୃସିଂହ ସାଧକ ଥିଲେ । ସନ୍ୟାସ ନେଲା ପରେ ଗୁରୁ ପରମ୍ପରା ଅନୁଯାୟୀ ଶ୍ରୀଧର ପତି ଶ୍ରୀଧର ସ୍ବାମୀ ରୂପେ ପରିଚିତି ପାଇଥିଲେ ।
ଗୋବର୍ଦ୍ଧନ ପୀଠାଧୀଶ ରାମକୃଷ୍ଣାନନ୍ଦ ସ୍ବାମୀଙ୍କ ତିରୋଧାନ ପରେ ଶଙ୍କରାନନ୍ଦ ମଠର ମଠାଧୀଶ ଭାବେ ଶ୍ରୀଧର ସ୍ବାମୀ ଅଭିଷିକ୍ତ ହୋଇଥିଲେ । ୭୫ ବର୍ଷ ବୟସରେ ୧୪୦୦ ମସିହାରେ କପିଳାସ ବ୍ରହ୍ମଚାରୀ ଆଶ୍ରମରେ ଇହଲୀଳା ସମ୍ବରଣ କରିଥିଲେ , ଏବେବି ଅକ୍ଷତ ଅବସ୍ଥାରେ ତାଙ୍କର ସମାଧି ସ୍ତୁପ ରହିଛି । ତାଙ୍କର ସୃଷ୍ଟି ସମୂହ ମଧ୍ୟରେ ଶ୍ରୀମଦ ଭଗବଦ୍ ଗୀତାର " ସୁବୋଧିନୀ ଟୀକା" ,ଭାବାର୍ଥ ଦୀପିକା,ଆତ୍ମପ୍ରକାଶିକା, ବାଳବୋଧିନୀ ଠାରୁ ଆରମ୍ଭ କରି ଅନେକ , ଯାହା ମଧ୍ୟ ଏପର୍ଯ୍ୟନ୍ତ ଛପା ଯାଇନାହିଁ । ଏଠାରେ ପ୍ରସଙ୍ଗକ୍ରମେ ପୁନଃ ଉଲ୍ଲେଖଯୋଗ୍ୟ ଯେ ଏହାଙ୍କ ସୃଷ୍ଟି ସମୂହ କୁ ପଢି ଗଜପତି କପିଳେନ୍ଦ୍ରଦେବ ଙ୍କ ଦ୍ବାରା ତଡିପାର ଦଣ୍ଡରେ ଦଣ୍ଡିତ ହୋଇ ନଦୀୟାରେ ବସବାସ କରୁଥିବା ପଣ୍ଡିତ ଉପେନ୍ଦ୍ର ମିଶ୍ରଙ୍କ ନାତି ବିଶ୍ବମ୍ବର ମିଶ୍ର , ଚୈତନ୍ୟ ନାମ ଧାରଣ କରି ୧୫୧୦ରେ ଓଡ଼ିଶା ଆସିଥିଲେ । ୧୪୬୩ ରେ ଚରିତ୍ରହୀନ ବ୍ରାହ୍ମଣ ଜଗନ୍ନାଥ ମିଶ୍ରଙ୍କର ୧୪୮୭ ରେ ଜନ୍ମିତ କନିଷ୍ଠ ପୁତ୍ର ବିଶ୍ବମ୍ବର କିଭଳି ଚୈତନ୍ୟ ହେଲେ , କେଉଁ କାରଣରୁ ଓଡ଼ିଶା ଆସିଥିଲେ , ତାହା ସୁବାର୍ତ୍ତା ବିଶ୍ବ ମଣି ପଣ୍ଡିତ ଗୋପବନ୍ଧୁଙ୍କ ସମର୍ପିତ ସାଥି , ଐତିହାସିକ ଗବେଷକ, ଅଧିବକ୍ତା, ବିଧାୟକ, ନାଟ୍ୟକାର ଜଗବନ୍ଧୁ ସିଂହଙ୍କ ପ୍ରାଚୀନ ଉତ୍କଳ ପୁସ୍ତକରେ ବିସ୍ତୃତ ଭାବେ ବର୍ଣିତ ତଥ୍ୟ ଆଧାରରେ ପ୍ରକାଶ କରିଥିଲା । ସେହି ଚୈତନ୍ୟ ଚରିତାମୃତ ରେ ସେ ଶତକଣ୍ଠ ରେ ସ୍ବୀକାର କରିଛନ୍ତି । ଅତିବଡ଼ି ଜଗନ୍ନାଥ ଦାସଙ୍କର ସମସାମୟିକ ନୟାଗଡର ଭକ୍ତ କବି ମାଧବ ପଟ୍ଟନାୟକଙ୍କ ସ୍ବରଚିତ ନବାକ୍ଷରୀ " ବୈଷ୍ଣବ ଲୀଳାମୃତ ( ୧୫୩୫ ରେ ଲିଖିତ) ଶ୍ରୀଧର ସ୍ବାମୀ ଙ୍କ ବିଷୟରେ ଲେଖି ଯାଇଛନ୍ତି -;
"ଏଥୁ ଅନ୍ତେ ଶୁଣ ରସ, ଶ୍ରୀ ଭାଗବତ ଗୀତ ରସ, ଶ୍ରୀଧର ନାମେ ବିପ୍ରବର,ମରେଇ ଗ୍ରାମେ ଜନ୍ମ ତାର, ଭାବାର୍ଥ ଦୀପିକା ରଚନ୍ତି,ଭକତି ମାର୍ଗରେ ତା ମତି, ରେମୁଣା କଟକେଣ ରହି, ଗୋପୀନାଥ ମୂର୍ତ୍ତି ସେବଇ,ପଢି ଗୋପାଳ ତାପିନୀ,ପିପ୍ପଳ ସୂତ୍ର ବଖାଣ....' ।ଅତଏବ ପ୍ରତିଭା ପ୍ରସବିନୀ ଉତ୍କଳ ଜନନୀଙ୍କର ଏହି ସୁଯୋଗ୍ୟ ସନ୍ତାନଙ୍କୁ ଆନ୍ଧ୍ର କହୁଛି ଆମର, ଗୁଜରାଟ କହୁଛି ଆମର ଶ୍ରୀଧର ସ୍ବାମୀ , ଅଥଚ ଆମେ ଓଡିଆ ନିରବ,ନିର୍ଲିପ୍ତ ରହିବା ଆଉ କେତେ ଦିନ ?
ଭାବେ ବୁଝନ୍ତୁ ନରନାରାୟଣ
--++
ତା ୧୯-୦୪-୧୯୧୯ ରେ କଟକ ରେ ଉତ୍କଳ ସମ୍ମିଳନୀର ଚତୁର୍ଦ୍ଦଶ ଅଧିବେଶନରେ ସଭାପତିତ୍ବ କରି ବିଶ୍ବ ମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ବକ୍ତବ୍ୟ ଥିଲା ଅତ୍ୟନ୍ତ ଭାବୋଦ୍ଦୀପକ ,ଆଵେଗପୂର୍ଣ୍ଣ ଓ ତଥ୍ୟସମ୍ବଳିତ । ନିମ୍ନ ରେ ତା'ର କିୟଦଂଶ । ସେ କହିଥିଲେ-:
" ଓଡ଼ିଆ ଜାତୀୟତାବାଦର ସାମ୍ୟ ଓ ଭ୍ରାତୃତ୍ଵ ହେଉଛି ମୂଳ ମନ୍ତ୍ର । ଓଡ଼ିଶାରେ ହୀନମନ୍ୟତା ନାହିଁ । ତା'ର ନଦୀ କୁ କୁହାଯାଏ ମହାନଦୀ ( The Great River), ସମୁଦ୍ର କୁହାଯାଏ ମହୋଦଧି ( The Great sea), ତା'ର ପର୍ବତ ହେଉଛି ମହେନ୍ଦ୍ର ( The Great Mountain), ବୃକ୍ଷ ହେଉଛି କଳ୍ପବଟ ( The Tree of wish fulfilment), ଈଶ୍ୱର ହେଉଛନ୍ତି ଜଗନ୍ନାଥ ( The God of Universe), ତା'ର ଶ୍ମଶାନ ହେଉଛି ସ୍ଵର୍ଗଦ୍ଵାର ( The Gate of Heaven) । ଓଡ଼ିଆ ଚତୁର୍ଦ୍ଦିଗରେ ମହାନତା ଦେଖେ....।
ତାଙ୍କର ବକୃତା ସମ୍ମିଳନୀରେ ଏକ ବୈଦ୍ୟୁତିକ ଚମକ ସୃଷ୍ଟି କରିଥିଲା । ତା'ର ଏକ ବିଶ୍ଲେଷଣାତ୍ମକ ମୂଲ୍ୟାଙ୍କନ କରି " ଉତ୍କଳ ଦୀପିକା" ରେ ପ୍ରକାଶ ପାଇଥିଲା , " ଗୋପବନ୍ଧୁଙ୍କ ବକ୍ତବ୍ୟ ଥିଲା ଅତ୍ୟନ୍ତ ଉଚ୍ଚକୋଟୀର ତଥା ଅତ୍ୟନ୍ତ ଭାବୋଦ୍ଦୀପକ , ଏଭଳି ବକୃତା ସେ ଆଗରୁ କେବେ ଦେଇନଥିଲେ , ଏହା ଆନ୍ଦୋଳନ ସହ ସମ୍ପୃକ୍ତ ନେତା ଓ କର୍ମୀ ମାନଙ୍କୁ ଏଭଳି ଭାବ ବିହ୍ଵଳିତ କରିଛି ଯେ ଆଗାମୀ ଦିନରେ ଜାତି ଆନ୍ଦୋଳନର ତୀବ୍ରତାକୁ ସରକାର ଦେଖିବାକୁ ପାଇବେ " । ଏହି ବକୃତାରେ ପ୍ରଭାବିତ ହୋଇଥିଲେ ଜଣେ ଛାତ୍ର, ଯିଏ ପରବର୍ତ୍ତୀ ସମୟରେ ଗୋପବନ୍ଧୁଙ୍କ ଫଟୋଚିତ୍ର ବେକରେ ଗଳାଇ ବ୍ରିଟିଶ ଶାସନ ବିରୋଧରେ ଜନମତ ସୃଷ୍ଟି କରିବା ସମୟରେ ତାଙ୍କର କବିତ୍ଵ ହୋଇଥିଲା ପ୍ରତିଭାତ । ବିଶ୍ବ ମଣି ପଣ୍ଡିତ ଗୋପବନ୍ଧୁଙ୍କୁ କାରାରୁଦ୍ଧ କରାଗଲା ପରେ ସେହି ଯୁବକ ଏକ କବିତା ରଚନା କରି ନିଜେ ଗାୟନ କରି ନିର୍ଭୟରେ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବାରମ୍ବାର ଯିବା ଆସିବା କଲେ ମଧ୍ୟ ତାଙ୍କୁ ଗିରଫ କରାଯାଇ ନଥିଲା । ସେହି ଯୁବକ ଥିଲେ କବି ରଘୁନାଥ ମହାନ୍ତି । କବିତା ଟି ନିମ୍ନ ରେ-;
"ଜୟ ଜୟ ଗୋପବନ୍ଧୁ ଦେଶ ସୁପ୍ରିୟ ନନ୍ଦନ
ଯା" ଉଦ୍ୟମେ ଧନ୍ୟ ହୋଇଛି ଏ ଉତ୍କଳ ଭୁବନ
କୋଟି ନରନାରୀଙ୍କର ଶୁଦ୍ଧ ନୟନ ଅଞ୍ଜନ
ଉତ୍କଳ ହୃଦ ସିହାସନରେ ପାତି ଅଛନ୍ତି ଆସନ
ଦୁର୍ବଳ ଜାତିର ମଧ୍ୟେ ଆଣି ନୂତନ ଜୀବନ
ମୁକ୍ତି ପଥରେ ଚଳାଅ ପାଳି ଗାନ୍ଧୀମହାତ୍ମା ବଚନ
ଦରିଦ୍ର ଭାଇଙ୍କ ପାଇଁ କର ଲୋତକ ବର୍ଷଣ
ମାନ ସମ୍ଭ୍ରଵ ସୁଖ ବିଳାସ ସବୁ କରିଛ ବର୍ଜନ
ପିନ୍ଧି ହାତକଡି ଆଜି ମଣି କନକ ଭୂଷଣ
ବନ୍ଦୀ ଘରକୁ ମଣିଲ ପରା ସ୍ବର୍ଗ ନନ୍ଦନକାନନ ।"
ଗୋପବନ୍ଧୁଙ୍କ କାରାବରଣ ଶୁଣି କୁଳବୃଦ୍ଧ ମଧୁସୂଦନ ବିଚଳିତ ହୋଇ ପଡ଼ିଲେ । ସେତେବେଳେ ସେ ଥିଲେ ବିହାର ଓଡ଼ିଶା କାଉନସିଲର ସଦସ୍ୟ । କ୍ରୋଧିତ ମଧୁବାବୁ କକ୍ଷରେ ଝଡ଼ ବେଗରେ ପ୍ରବେଶ କରି ଯେଉଁ ଅଗ୍ନିଗର୍ଭା ବକୃତା ଦେଇଥିଲେ ତାହା ଥିଲା ଯୁଗାନ୍ତକାରୀ , ଯେଉଁଥିରେ ବ୍ରିଟିଶ ଶାସକ ବିଚଳିତ ହୋଇ ପଡ଼ିଲେ । ସେ କହିଥିଲେ-:
" ଓଡ଼ିଶାର ଗୋଟିଏ ନାମ,ପରମ ବନ୍ଧୁ ବାବୁ ଗୋପବନ୍ଧୁ ଦାସ ଙ୍କ ସମ୍ପର୍କରେ ଏଠାରେ ଉଲ୍ଲେଖ କରୁଛୁ । ତାଙ୍କ ଚରିତ୍ର ଅନ୍ତତଃ ପକ୍ଷେ ତାଙ୍କ ଜୀବନୀ, ସମସ୍ତ ଓଡ଼ିଆ ସଦସ୍ୟଙ୍କୁ ଭଲ ଭାବରେ ଜଣା ଅଛି । କିନ୍ତୁ ମୁଁ ଏଠାରେ ଉପସ୍ଥିତ ସମସ୍ତଙ୍କ ଅପେକ୍ଷା ତାଙ୍କୁ ଭଲଭାବେ ଜାଣେ । ସେହି ଯୁବକଙ୍କୁ ତାଲିମ୍ ଦେବାରେ ମୁଁ ଆନନ୍ଦ ଓ ସମ୍ମାନ ଲାଭ କରିଛି । ସେ ଏହି ପବିତ୍ର ଗୃହର ସଦସ୍ୟ .....।" ଏହା ପରେ ତାଙ୍କ ପ୍ରସ୍ତାବ ଗୃହୀତ ହୋଇଥିଲା ଏବଂ ଗୋପବନ୍ଧୁ କାରାମୁକ୍ତ ହୋଇଥିଲେ । ( କ୍ରମଶଃ)
ଭକ୍ତି ସାହିତ୍ୟ
-----
"ଭଗବାନ ଙ୍କ ସାନ୍ନିଧ୍ୟ ଲାଭ ପାଇଁ ଭକ୍ତି ହେଉଛି ଏକ ମାର୍ଗ , ଯାହା ଜ୍ଞାନ ଓ କର୍ମ ଆଧାରିତ । ଭକ୍ତି ହିଁ ଐଶ୍ୱରୀୟ କରୁଣା ପ୍ରାପ୍ତିର ଏକ ମାତ୍ର ଆଧାର। ସମର୍ପଣ ଓ ଭକ୍ତି ମାଧ୍ୟମରେ ଈଶ୍ୱର ପ୍ରାପ୍ତିତ୍ବକୁ ଅନେକ ଭକ୍ତି ତତ୍ତ୍ଵବାଦୀଵର୍ଗ ସ୍ବୀକାର କରିଆସିଛନ୍ତି । ଭକ୍ତିର ଉଦ୍ରେକ ହୁଏ ବ୍ୟାକୁଳତାରୁ, ପରିବ୍ୟାପ୍ତ ହୁଏ ସମର୍ପଣରେ,ଶ୍ରଦ୍ଧା ଓ ବିଶ୍ବାସ ତଥା ସମର୍ପଣରେ ଭକ୍ତି ଦିଏ ଭକ୍ତକୁ ତା'ର ବାଞ୍ଛିତ ଫଳ ମର୍ଯ୍ୟାଦା । ମଣିଷର ବୃତ୍ତି ଓ ପ୍ରବୃତ୍ତି ର ପରିଚାୟକ ହେଉଛନ୍ତି ରଜ,ତମ ଓ ସତ୍ବଗୁଣ । ଏହି ତିନି ଗୁଣରେ ଯେତେବେଳେ ସଂଯମ ଭାବ ପ୍ରକଟ ପାଏ, ସେତେବେଳେ ମଣିଷ ଠାରେ ଏକ ବୃହତ୍ତର ଚିତ୍ତବୃତ୍ତି ପ୍ରକଟିତ ହୁଏ । ଏହି ବୃହତ୍ତର ଚିତ୍ତବୃତ୍ତି ହେଉଛି ଭକ୍ତି " , ଏହି ସତ୍ୟ କୁ ଆମ ଭାଷାରେ ସାରସ୍ବତ ବିପ୍ଲବୀ ଡକ୍ଟର ନୃସିଂହ ଷଡ଼ଙ୍ଗୀ ଙ୍କ ସଦ୍ୟତମ ସୃଷ୍ଟି" ଭକ୍ତି ସାହିତ୍ୟ ଓ ପଞ୍ଚସଖା ଧର୍ମ ଦର୍ଶନ " ରେ ପ୍ରତିଫଳିତ । ପ୍ରଥମେ ଆମେ ତାଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛୁ ଯେ ଆମ ଭଳି ଜଣେ ଅକିଞ୍ଚନ କୁ ସେ ମହାଶୟ ଏହି ଅମୂଲ୍ୟ ସାରସ୍ବତ ସମ୍ପଦକୁ ପ୍ରତିବେଦିତ କରିଛନ୍ତି । ଏଠାରେ ଉଲ୍ଲେଖ କରିବାକୁ ଲଜ୍ଜ୍ୟା ବୋଧ କରୁନାହୁଁ ଯେ ଆମେ ଜଣେ ସାହିତ୍ୟିକ ନୋହୁଁ, ମାତ୍ର ଜଣେ ଅନୁରାଗୀ ଏବଂ ଜଣେ ଗୁଣ ମୁଗ୍ଧ ପାଠକ । ବିଶେଷ କରି ଆମେ ଜଣେ ଗଣିତର ଛାତ୍ର ଭାବେ ବିଭିନ୍ନ ସାରସ୍ବତ ସୃଷ୍ଟି ସମୂହରେ ଅପ୍ରକଟିତ ବା ଅଣ ଉଲ୍ଲଖିତ ଗଣିତର ଛବି ଅନ୍ବେଷଣ କରିଥାଉ । ଆମେ କେଉଠୁ ପଢିଥିଲୁ, ତାହା ମନେ ପକେଇ ପାରୁନାହୁଁ , ମାତ୍ର ତତ୍ ଆଧାରରେ ‘ଦୃଶ୍ୟତେ ଅନେନ ଇତି ଦର୍ଶନମ’- ଯେଉଁ ଜ୍ଞାନ ଦ୍ୱାରା ସତ୍-ଅସତ୍ ଭାବନା ବିଶ୍ଳେଷିତ ହୁଏ ତାହା ହେଉଛି ଦର୍ଶନ। ମନୁଷ୍ୟ ଏକ ଜ୍ଞାନପିପାସୁ ପ୍ରାଣୀ। ଧରାପୃଷ୍ଠରେ ଅବତରଣ ପରେ ଦୁଇ ଚକ୍ଷୁ ଉନ୍ମୀଳନ କରିବା ସମୟରୁ ମନୁଷ୍ୟ ନିଜର ଚତୁଃପାର୍ଶ୍ୱରେ ଅସଂଖ୍ୟ ଜଡ଼ ଓ ଚେତନ ପଦାର୍ଥ ଦେଖିଥାଏ ଏବଂ ସେମାନଙ୍କ ସମ୍ବନ୍ଧରେ ଜାଣିବାକୁ ଇଚ୍ଛା ପ୍ରକାଶ କରିଥାଏ। ଏହି ଜିଜ୍ଞାସାଲବ୍ଧ ଜ୍ଞାନର ନାମ ଦର୍ଶନ। ତେଣୁ ଦର୍ଶନ ହେଉଛି ଏକ ଅନ୍ତର୍ଦୃଷ୍ଟି, ଯାହାଦ୍ୱାରା ପ୍ରକୃତ ସତ୍ୟକୁ ଅବଧାରଣା କରାଯାଇଥାଏ। ଭାରତୀୟ ଦର୍ଶନର ମୂଳ ଉତ୍ସ ହେଉଛି ବେଦ ଓ ବ୍ରାହ୍ମଣ ଗ୍ରନ୍ଥ। ଋକ୍ବେଦ କାଳରେ ବୈଦିକ ଧର୍ମ ଓ ଦର୍ଶନ ମଧ୍ୟରେ ବିଭାଜନ ରେଖା ନ ଥିଲା। ପରବର୍ତ୍ତୀ କାଳରେ ଭାରତୀୟ ଦର୍ଶନର ଅଭ୍ୟୁଦୟ ଓ କ୍ରମବିକାଶ ବୈଦିକ ପରମ୍ପରାରେ ଏକ ବଳିଷ୍ଠ ପ୍ରଭାବ ପକାଇଥିଲା। ବୈଦିକ ଆର୍ଯ୍ୟମାନେ ନିଜର ତୀକ୍ଷ୍ଣ ଧୀଶକ୍ତି ବଳରେ ପ୍ରକୃତିର ନିଗୂଢ଼ ସତ୍ୟକୁ ଆବିଷ୍କାର କରି ଜୀବନର ପ୍ରକୃତ ଅର୍ଥ ବୁଝିବାରେ ସକ୍ଷମ ହୋଇପାରିଥିଲେ। ଅସତ୍ୟ ଓ ଅଧର୍ମକୁ ଛାଡ଼ି ସହଜାତ ଜ୍ଞାନ ବଳରେ ଆଲୋକମୟ ପଥରେ ଅଗ୍ରସର ହେବାକୁ ସମର୍ଥ ହୋଇପାରିଥିଲେ। ସେମାନଙ୍କର ବିଚାର ଓ ବିଶ୍ଳେଷଣର ଧାରା ଭାରତୀୟ ଦର୍ଶନଗୁଡ଼ିକୁ ସୃଷ୍ଟି କରିଥିଲା। କାରଣ ନ ଥାଇ କାର୍ଯ୍ୟର ଉତ୍ପତ୍ତି ସମ୍ଭବ ନୁହେଁ। ଜଗତର ସକଳ ବସ୍ତୁର ସୃଷ୍ଟି ପଛରେ କିଛି ନା କିଛି ଆବଶ୍ୟକତା ଅଛି। ଏହି ଆବଶ୍ୟକତାଗୁଡ଼ିକ ସମ୍ବନ୍ଧରେ ବିଶେଷ ଜ୍ଞାନ ଦର୍ଶନ ଶାସ୍ତ୍ରରେ ପ୍ରତିଭାତ ହୋଇଥାଏ। ଜାଗତିକ ସକଳ ବସ୍ତୁର ସୂକ୍ଷ୍ମାତିସୂକ୍ଷ୍ମ ଉତ୍ସ ସମ୍ବନ୍ଧରେ ବ୍ୟାଖ୍ୟା ହେଉଥିବାରୁ ଦର୍ଶନର ଜୀବନ ସହିତ ଘନିଷ୍ଠ ସମ୍ବନ୍ଧ ରହିଛି। ଉଭୟର ଲକ୍ଷ୍ୟ ହେଲା ମୋକ୍ଷ ବା ନିଃଶ୍ରେୟସ ପ୍ରାପ୍ତି। ତେଣୁ ଦର୍ଶନ ଓ ଜୀବନ ହେଉଛି ଗୋଟିଏ ମାତ୍ର ଲକ୍ଷ୍ୟର ଦୁଇଟି ଫଳଶ୍ରୁତି। ଦର୍ଶନ ଦେଖାଦେଇଥାଏ ସୈଦ୍ଧାନ୍ତିକ ରୂପରେ ଏବଂ ଜୀବନ ଦେଖାଦେଇଥାଏ ବ୍ୟବହାରିକ ରୂପରେ। ବୈଦିକ ଋଷିମାନେ ବେଦ ମନ୍ତ୍ରର ଅନ୍ତର୍ନିହିତ ଗୋପନ ବାଣୀଗୁଡ଼ିକର ତାତ୍ପର୍ଯ୍ୟ ନିଜର ସହଜାତ ଜ୍ଞାନ ବଳରେ ବୁଝିପାରୁଥିଲେ ଓ ପ୍ରାଣେ ପ୍ରାଣେ ଉପଲବ୍ଧି କରିପାରୁଥିଲେ। ସେମାନଙ୍କର ବୈଦିକ ଜ୍ଞାନ ଥିଲା ସମ୍ପୂର୍ଣ୍ଣ ଅନୁଭୂତିଲବ୍ଧ। ଅନେକତାର ଏକତାର ସନ୍ଧାନ ପାଇବା ଥିଲା ସେମାନଙ୍କର ଜୀବନର ଲକ୍ଷ୍ୟ। ସୃଷ୍ଟି ରହସ୍ୟ ଯଥା- ସୃଷ୍ଟି କ’ଣ ଓ କିପରି ଆଦି ପ୍ରଶ୍ନଗୁଡ଼ିକ ସମ୍ବନ୍ଧରେ ଭୌତିକ ବିଜ୍ଞାନ ଗବେଷଣା କରୁଥିଲେ ମଧ୍ୟ, ସୃଷ୍ଟି କାହିଁକି ଓ କାହାପାଇଁ ଏ ସମ୍ବନ୍ଧରେ ପ୍ରଶ୍ନଗୁଡ଼ିକର ଉତ୍ତର କେବଳ ଭାରତୀୟ ଦର୍ଶନ ଶାସ୍ତ୍ର ହିଁ ଦେଇଥାଏ। ତେଣୁ ପାଶ୍ଚାତ୍ୟ ଦର୍ଶନ ଭଳି ଭାରତୀୟ ଦର୍ଶନ କେବଳ ଧୀନିଷ୍ଠ ନୁହେଁ, ଏହା ଉଭୟ ଧୀନିଷ୍ଠ ଓ ଅନୁଭୂତି ନିଷ୍ଠ। ମାନବ ଜୀବନର ଚରମ ଲକ୍ଷ୍ୟ ହେଲା ମୋକ୍ଷ ପ୍ରାପ୍ତି। ସେହି ମୋକ୍ଷ ପ୍ରାପ୍ତି ପାଇଁ ବିଭିନ୍ନ ପନ୍ଥା ବୈଦିକ ଦର୍ଶନରେ ଦେଖିବାକୁ ମିଳିଥାଏ। ସେଗୁଡ଼ିକୁ ମୁଖ୍ୟତଃ ତିନିଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଥାଏ- ଜ୍ଞାନ ମାର୍ଗ, କର୍ମ ମାର୍ଗ ଓ ଭକ୍ତି ମାର୍ଗ। ଏହି ତିନି ମାର୍ଗର ଆଦ୍ୟ ଝଙ୍କାର ବେଦରେ ମିଳିଥାଏ। ବୈଦିକ ଆର୍ଯ୍ୟମାନଙ୍କର ଧର୍ମ ସମ୍ବନ୍ଧରେ ଜ୍ଞାନ ବହୁମୁଖୀ। ଏହି ଅନୁଭବାତ୍ମକ ବୈଦିକ ଜ୍ଞାନଗୁଡ଼ିକୁ ସମନ୍ବିତ ପୂର୍ବକ ଏକ ସୂତ୍ର ଆକାରରେ ଏକତ୍ର ବାନ୍ଧି ରଖିବା ବୈଦିକ ଦର୍ଶନର ଲକ୍ଷ୍ୟ। ଅନ୍ତିମରେ ଏତିକି କୁହାଯାଇପାରେ ଯେ ବୈଦିକ ଯୁଗରେ ବୁଣାଯାଇଥିବା ମୂଳବୀଜ ବେଦୋତ୍ତର କାଳରେ ଫଳଶ୍ରୁତି ହୋଇଥିଲା ଭାରତୀୟ ଷଡ଼ ଦର୍ଶନରେ। ଭାରତର ଦର୍ଶନ ଶାସ୍ତ୍ରଗୁଡ଼ିକ ଦୁଇ ଶ୍ରେଣୀରେ ବିଭକ୍ତ- ଆସ୍ତିକ ଓ ନାସ୍ତିକ। ବେଦ ଓ ଉପନିଷଦ ଉପରେ ଆଧାରିତ ଛଅଟି ଦର୍ଶନ ଆସ୍ତିକ। ସେଗୁଡ଼ିକ ହେଲା- ସାଂଖ୍ୟ, ଯୋଗ, ନ୍ୟାୟ, ବୈଶେଷିକ, ମିମାଂସା ଓ ବେଦାନ୍ତ ଦର୍ଶନ। ଏଗୁଡ଼ିକର ରଚୟିତା ମୁନୀମାନେ ହେଲେ- କପିଳ, ଗୌତମ, କଣାଦ, ଜୈମିନି, ପାତଞ୍ଜଳି ଓ ବ୍ୟାସଦେବ। ସାଂଖ୍ୟ- କପିଳ, ଯୋଗ-ପାତଞ୍ଜଳି, ବୈଶେଷିକ-କଣାଦ, ମିମାଂସା-ଜୈମିନି, ନ୍ୟାୟ-ଗୌତମ, ବେଦାନ୍ତ-ବ୍ୟାସ। ବୌଦ୍ଧ, ଜୈନ ଓ ଚାରବାଙ୍କ ଦ୍ୱାରା ରଚିତ ଦର୍ଶନ ନାସ୍ତିକ। ସାଂଖ୍ୟ ଦର୍ଶନ ସର୍ବତମ ପୁରାତନ ଓ ବେଦାନ୍ତ ଦର୍ଶନ ବୈଦିକ କାଳର ଅନ୍ତିମ ଭାଗର ରଚନା ହୋଇଥିବାରୁ ନୂତନ ଅଟେ। ଦର୍ଶନଗୁଡ଼ିକ ପରବର୍ତ୍ତୀ କାଳରେ ବିଭିନ୍ନ ମହାପୁରୁଷ ଭାଷ୍ୟ ବା ଟୀକା କରିଛନ୍ତି। ଭାଷ୍ୟକାରିକ ମତ ଭିନ୍ନ ହୋଇଥିବାରୁ, ବେଳେ ବେଳେ ପାଠକ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥାଏ। ସମସ୍ତ ଦର୍ଶନ ଶାସ୍ତ୍ରର ଏକମାତ୍ର ମୂଳ ଉଦ୍ଦେଶ୍ୟ ଦୁଃଖରୁ ନିବାରଣ ଓ ସୁଖ ବା ମୋକ୍ଷ୍ୟ ପ୍ରାପ୍ତି। ବିଭିନ୍ନତା ମଧ୍ୟରେ ଏକତା ଦର୍ଶନ ଶାସ୍ତ୍ରର ମୂଳ ମନ୍ତ୍ର। ୨୫ ଗୋଟି ତତ୍ତ୍ୱକୁ ନେଇ ସାଂଖ୍ୟ ଦର୍ଶନ, ୬ ପଦାର୍ଥକୁ ନେଇ ବୈଶେଷିକ ଦର୍ଶନ, ୧୬ ନିୟମକୁ ନେଇ ନ୍ୟାୟ ଦର୍ଶନ। ୮ ଗୋଟି ଅଙ୍ଗକୁ ନେଇ ଯୋଗ ଦର୍ଶନ, କର୍ମ ସିଦ୍ଧାନ୍ତକୁ ନେଇ ମିମାଂସା ଓ ଜ୍ଞାନ ସିଦ୍ଧାନ୍ତକୁ ନେଇ ବେଦାନ୍ତ ଦର୍ଶନ । ଠିକ୍ ସେହିପରି ପଞ୍ଚଦଶ ଶତାବ୍ଦୀର ସେହି କାଳଜୟୀ, ଯୁଗ ଜୟୀ ମହାନ୍ ସାରସ୍ବତ ପଞ୍ଚ ସନ୍ଥ , ଯଥା ଭକ୍ତିକବି ଅନନ୍ତ ଦାସ, ଯଶୋବନ୍ତ ଦାସ, ଅଚ୍ୟୁତାନନ୍ଦ ଦାସ, ଜଗନ୍ନାଥ ଦାସ ଓ ବଳରାମ ଦାସଙ୍କୁ ନେଇ ପଞ୍ଚସଖା ଗଠିତ । ସଂକ୍ଷେପରେ କୁହାଯାଏ ଯେ "ଅଗମ୍ୟ ଭାବ ଜାଣେ ଯଶୋବନ୍ତ ,ଗାର କଟା ଯନ୍ତ୍ର ଜାଣେ ଅନନ୍ତ, ଆଗତ ଅନାଗତ ଅଚ୍ୟୁତ ଭଣେ,ବଳରାମ ଦାସ ତତ୍ତ୍ୱ ବଖାଣେ ,ଭକ୍ତିର ଭାବ ଜାଣେ ଜଗନ୍ନାଥ,ପଞ୍ଚସଖା ଏ ଓଡ଼ିଶା ମହନ୍ତ ।" ଅତଏବ ଆମେ ଏକାଗ୍ରତା ଆଧାରିତ ଉକ୍ତ ସୃଷ୍ଟି ଅଧ୍ୟବସାୟର ଫଳଶ୍ରୁତି ଭାଷାରେ ପ୍ରକାଶ କରିବାକୁ ଶବ୍ଦ ଅକୁଳାଣ । ବାସ୍ତବରେ ଡକ୍ଟର ଷଡ଼ଙ୍ଗୀ ଜଣେ ବିଚକ୍ଷଣ ସାରସ୍ବତ ସାଧକ, ସଂଗ୍ରାହକ ଏବଂ ସଙ୍କଳକ ତଥା ଅତୁଳନୀୟ ଓଡିଆ ଭାଷା ସାହିତ୍ୟ ସଂସ୍କୃତି ଓ ପରମ୍ପରା ପ୍ରାଣ । ୧୪୬ ବର୍ଷ ତଳେ ,୧୮୭୯ ମସିହା, ଅପ୍ରେଲ ୨୪ ତାରିଖ ସନ୍ଧ୍ୟାରେ କଟକ ପ୍ରିଣ୍ଟିଂ ପ୍ରେସ କୋଠା ଛାତ ଉପରେ ଭକ୍ତ କବି ମଧୁସୂଦନ ରାଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଓଡ଼ିଆ ଜାତିର ସର୍ବକାଳୀନ ସ୍ମରଣୀୟ, ବନ୍ଦନୀୟ , ଅତୁଳନୀୟ ଜାତିପ୍ରାଣ ତଥା ଓଡ଼ିଶାର ପ୍ରଥମ ବେସରକାରୀ ଶିକ୍ଷାନୁଷ୍ଠାନ ର ପ୍ରତିଷ୍ଠାତା, ଓଡ଼ିଆ ଭାଷା ରେ ପ୍ରଥମ ଓଡ଼ିଶା ଇତିହାସ ରଚୟିତା , କ୍ଷଣଜନ୍ମା ପୂଣ୍ୟାତ୍ମା ପ୍ୟାରୀମୋହନ ଆଚାର୍ଯ୍ୟ ଯେଉଁ ଆଲୋଚ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ, ତାହା ଥିଲା ଐତିହାସିକ, ପିଢ଼ି ପରେ ପିଢ଼ି ଓଡ଼ିଆ ଙ୍କ ପାଇଁ ଆଦର୍ଶ ଦର୍ଶନ, ଆହ୍ବାନ ବୋଲି ବିଚାର କରୁ, ଯାହା ବିସ୍ତୃତ ଭାବରେ " ଜାତୀୟ ଜୀବନ" ଶିରୋନାମ ରେ " ଉତ୍କଳ ଦୀପିକା" ର ମେ ପ୍ରଥମ ସଂଖ୍ୟା ରେ ପ୍ରକାଶିତ ହୋଇଥିଲା । ମାତ୍ର ୨୯ ବର୍ଷ ବୟସରେ ଉତ୍କଳାକାଶରୁ ଅସ୍ତମିତ ହୋଇଥିବା ଏହି ଅଗ୍ନିସ୍ଫୁଲିଙ୍ଗ ଙ୍କ ବକ୍ତବ୍ୟ ସମ୍ପ୍ରତି କେତେ ମାତ୍ରାରେ ପ୍ରାସଙ୍ଗିକ , ତାହା ଆମର ଉକ୍ତ ମୁଖପୁସ୍ତକରେ ସଂଯୁକ୍ତ ପରମ ସମ୍ମାନନୀୟ/ଆଦରଣୀୟ ବନ୍ଧୁ ବର୍ଗ ଙ୍କ ଅବଗତି ନିମନ୍ତେ ଉପସ୍ଥାପନ କରୁଅଛୁ । ଗତ ୨୦୦୫ ମସିହାରେ " ସୁବାର୍ତ୍ତା" ରେ ଆମେ " ଜାତୀୟ ଜୀବନ" ଶୀର୍ଷକ ରେ ଏକ ଆଲେଖ୍ୟ ପ୍ରକାଶ କରିଥିଲୁ । ଐତିହାସିକ ଦିବ୍ୟାତ୍ମା ଆଚାର୍ଯ୍ୟ କହିଥିଲେ ," ଵେଦନାବୋଧ ଓ ଚଳନ ଶକ୍ତି ଜୀବନ ର ଲକ୍ଷଣ , ଯେଉଁ ପଦାର୍ଥ ରେ ଏହି ଲକ୍ଷଣ ଅଛି, ତାହାର ଜୀବନ ଅଛି ଓ ଯାହାର ଏହି ଲକ୍ଷଣ ନାହିଁ, ତା'ର ଜୀବନ ନାହିଁ । ଯେଉଁ ଜାତି ର ଲୋକେ ଆପଣାର ଅଭାବ ବୁଝି, ତାହା ମୋଚନ ର ପ୍ରତିକାର କରୁ ଅଛନ୍ତି ଓ ଉନ୍ନତି ମାର୍ଗରେ ଅଗ୍ରସର ହେଉଅଛନ୍ତି, ସେ ଜାତି ର ଜୀବନ ଅଛି ଓ ଯେଉଁ ଜାତି ଆପଣାର ଅଭାଵ ବୁଝି ନାହାନ୍ତି, ଓ ଉନ୍ନତି ର ଚେଷ୍ଟା କରୁନାହାନ୍ତି ତାହାଙ୍କୁ ନିର୍ଜୀବ ବୋଲିବାକୁ ହେବ । ଇଂରେଜମାନଙ୍କ ଦ୍ବାରା ଜବରଦସ୍ତ ଲଦି ଦିଆଯାଇଥିବା ଶିକ୍ଷା ରେ ନୈତିକ ଶିକ୍ଷା ନାହିଁ, ଯା ଫଳରେ ଅନେକ ଇଂରାଜୀ ଶିକ୍ଷିତ ଯୁବକ ଙ୍କ ଚରିତ୍ର ଭଲ ହେଉନାହିଁ । ମାନସିକ ଉନ୍ନତି ଓ ଉତ୍ତମ ଚରିତ୍ର ଗଠନ ଶିକ୍ଷା ର ପ୍ରଧାନ ଉଦ୍ଦେଶ୍ୟ । ନବ ଯୁବକ ମାନେ ଅଳ୍ପ ଟିକେ ଇଂରାଜୀ ପଢି ମାତୃଭାଷା କୁ ଉପହାସ କରୁଛନ୍ତି , ଏପରିକି ଅନେକ ଘୃଣା ମଧ୍ୟ କରୁଛନ୍ତି । ବିଜାତୀୟ ଭାଷାରେ ବ୍ୟୁତ୍ପତ୍ତି ହେବା ଦୂରେ ଥାଉ, ଶୁଦ୍ଧ କରି ଦି ଧାଡ଼ି ଲେଖିବାରେ କଷ୍ଟ, ତଥାପି ଏବେ ଅହଙ୍କାର ଯେ ମାତୃଭାଷା ଚର୍ଚ୍ଚା କୁ ଲଜ୍ଜାବୋଧ କରନ୍ତି । ଏଠାରେ ସ୍ବଜାତି ଭାଷା ରେ ଖଣ୍ଡିଏ ପତ୍ରିକା " ଉତ୍କଳ ଦୀପିକା" ୧୪ ବର୍ଷ ଧରି ଧାରାବାହିକ ଭାବରେ ପ୍ରକାଶ ପାଇ ଆସୁଛି, କିନ୍ତୁ ଏପର୍ଯ୍ୟନ୍ତ ତା'ର ଗ୍ରାହକ ସଂଖ୍ୟା ୧୪୦ ଜଣ ରୁ ଉର୍ଦ୍ଧ୍ବ ହୋଇନାହିଁ । କାରଣ ଇଂରାଜୀ ଶିକ୍ଷିତ ଯୁବକ ମାନେ ଓଡ଼ିଆ କାଗଜ ବୋଲି ଏହାକୁ ତୁଛ କରନ୍ତି । ଏପରି ଅବସ୍ଥାରେ ଆମ ଜାତିର ଭାଷାର ଉନ୍ନତି କିପରି ହେବ ? " । ୧୪୬ବର୍ଷ ତଳେ , ଗୋଲାମୀ ଶାସନ ସମୟ ର ଲୋକ ଚରିତ୍ର ସହିତ ଆଜି ୮୬ ବର୍ଷାତିକ୍ରାନ୍ତ ସ୍ଵତନ୍ତ୍ର ଓଡ଼ିଶା, ୭୫ବର୍ଷୀୟ ସ୍ଵାଧୀନୋତ୍ତର ଓଡ଼ିଶା ର ଲୋକ ଚରିତ୍ର ସ଼ହିତ ତୁଳନା କଲେ , ସହଜରେ ସ୍ବାଧୀନ ମାନସିକତା ର ସ୍ଥିତି ସହଜେ ଅନୁମେୟ । ମନ ରୁ ମାନସିକତା , ଯେତେବେଳେ ମନ ନାହିଁ, ମାନସିକତା ଆସିବ କେଉଁଠୁ ? ଏଇଥି ପାଇଁ ଓଡ଼ିଆ ସାହିତ୍ୟ ରେ , ବିଶେଷ କରି ଜଣେ ଗଣିତ ଶାସ୍ତ୍ରର ଛାତ୍ର ଭାବରେ ଏତେ ଅଧ୍ୟୟନ ନଥିବା, ଅର୍ଥାତ୍ ସୀମିତ ଅଧ୍ୟବସାୟ ଆଧାର ରେ କହିପାରୁ ଯେ ଅଷ୍ଟମ ଶତାବ୍ଦୀରୁ " ଅନ୍ନଭ ରାଘବ" ର ସ୍ରଷ୍ଟା ମୁରାରୀ ମିଶ୍ର ଙ୍କ ଠାରୁ ଅତିବଡ଼ି ଜଗନ୍ନାଥ ଦାସ, ମାର୍କଣ୍ଡ ଦାସ , ଏପରିକି ସାମ୍ପ୍ରତିକ ସମୟରେ , ଆମର ଏହି ମୁଖ ପୁସ୍ତକ ରେ ସମ୍ପର୍କିତ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଦାଶ ( ବିଶ୍ବମ୍ବର), ପ୍ରାଚାର୍ଯ୍ୟ ଜୀତେନ୍ଦ୍ର ନାରାୟଣ ଦାଶ ( ଦାଶ ବେନହୁର) ଙ୍କ ଭଳି ଅନେକ ସ୍ରଷ୍ଟା ମନ କୁ ଆଧାର କରି ଅନେକ ସୃଷ୍ଟି ସମୂହ ରେ ଜନସଚେତନତା ସୃଷ୍ଟି ପାଇଁ ବୌଦ୍ଧିକ ଶ୍ରମ ସ୍ବୀକାର କରିଆସିଛନ୍ତି । ପ୍ରାୟ ପ୍ରତି ଓଡ଼ିଆ , ସ୍ରଷ୍ଟାଙ୍କ ନାମ ନଜାଣି ପାରେ, ସୃଷ୍ଟି ର ନାମ ଜାଣି ନଥାଇ ପାରେ, ସେ କିନ୍ତୁ ଉଦାହରଣ ସ୍ୱରୂପ କହିପାରେ " ମନ ନିର୍ମଳ ଥିଲେ ଗାଡ଼ିଆ ଗଙ୍ଗା", "ଏଇ ମନ ବୃନ୍ଦାବନ,ଏଇ ମନ କାଶୀ,ଏଇ ମନ ବଦ୍ରିନାଥ, ପୁରୀ ବାରଣାସୀ", " ମନରେ ମୂଳେ ଏ ଜଗତ", "ମନ ତୋହର ନିଜ ଗୁରୁ,ଉଦ୍ଧବ କେତେ ତୁ ପଚାରୁ" ଭଳି ମନ କୁ ଆଧାର କରି ଉଦ୍ଧୃତ କରିପାରେ ଉପମା , ଏପରିକି ଢଗଢମାଳି ଆଧାରରେ କହିପାରେ -
୧-"ମନକୁ ଆସେ
କଥା ପଦକରେ ଛ ଥର ରୁଷେ
ଅଘଷା ପାଟିରେ ପାନ
ସବୁବେଳେ ହୁଏ ଚବର ଚବର
ନ ମାନଇ ବଡ଼ ସାନ ।"
( ଆମ ଜେଜେ ମା ରେବତୀ ଦେବୀ ଆମକୁ ଗାଳି ଦେବାବେଳେ ଏହି ଢଗ ଟି ଅନେକ ସମୟରେ କହିଥାନ୍ତି) ।
ସେହିପରି
୨-" ମନ କୁ ମନା
ମନ ଦୟାକଲେ ପାଇବୁ ସୁନା ।"
୩-" ମନ ଗଢ଼େ ପାଠ
ଘର ଗଢେ କାଠ " ।
୪-" ମନ ଅଛି ତ ବାଟ ଅଛି"
୫-"ମନ ବଚନ ନିଜ ଦେହେ
ନିତ୍ୟେ ସେବିବ ଗୁପ୍ତ ପ୍ରାୟେ "
୬-" ମନ ନମୁଣ୍ଡାଏ ମୁଣ୍ଡାଏ କେଶ,ଜ୍ଞାନ ନଜାଣଇ ଭ୍ରମଇ ଦେଶ
ଧ୍ୟାନ ନଜାଣଇ ପୁହାଏ ରାତି,କହେ ଦନାଇ ଏ କାଫର ଜାତି"
୭ -" ମନୁଆ ବାଇ ! ଏ ଦେହ କଞ୍ଚା ହାଣ୍ଡି ମିଳାଇ ଯାଇ"
୮-" ମନ ଜାଣେ ପାପ ମାଆ ଜାଣେ ବାପ"
ଏହି ପରି ଶହ ଶହ ମନ କୁ ଉପଜିଵ୍ୟ କରି ଢଗଢମାଳି ଆମ ସାହିତ୍ୟ ରେ ଅଛି । ମନ ସମସ୍ତ ଜ୍ଞାନ ବିଜ୍ଞାନର ମୂଳ । ସମସ୍ତ ସୃଷ୍ଟି ବିଜ୍ଞାନର ମଧ୍ୟ ମୂଳ ମନୋବିଜ୍ଞାନ । ପ୍ରାଚୀନ ମୁନି ଋଷି ମାନେ ଵେଦ ପୁରାଣ, ସ୍ମତି,ଯୋଗଶାସ୍ତ୍ର ପ୍ରଭୃତି ରେ ମନୋବିଜ୍ଞାନ ର ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି ।
" ମନ୍ୟତେ ଅନେନ ଇତି ମନଃ" , ଅର୍ଥାତ୍ ଯାହା ଦ୍ଵାରା ମନନ କରାଯାଏ, ତାହା ହିଁ ମନ । " ମନନ" ଶବ୍ଦର ଅର୍ଥ ବ୍ୟାପକ , ଯଥା ଭାବନା କରିବା,ଚିନ୍ତନ କରିବା,ପାଞ୍ଚିବା,ବୋଧ କରିବା ( ବୁଝିବା), ସ୍ମତି ରେ ସାଇତି ରଖିବା ଓ ଆବଶ୍ୟକ ସମୟରେ ତା'ର ସଦୁପଯୋଗ କରିବା, ବିବେଚନା କରିବା, କଳ୍ପନା କରିବା, ବିଶ୍ବାସ କରିବା, ଇଛା କରିବା, ଆବଶ୍ୟକ କରିବା, ରୁଚି ରଖିବା ଇତ୍ୟାଦି । ମନ ର ସଂଜ୍ଞା ନିରୂପଣ କରିବାକୁ ଯାଇ ପୂର୍ବଜ ଋଷି ମାନେ କହିଯାଇଛନ୍ତି ,
" ମନସୈଵେନ୍ଦ୍ରଜାଲଶ୍ରୀର୍ଜଗତି ପ୍ରବିତନ୍ୟତେ
ଯାବଦେତତ୍ ସମ୍ଭବତି ତାଵନ୍ମୋକ୍ଷୋ ନ ବିଦ୍ୟତେ ।।"
ସେହିପରି "ମନ ତୋହର ନିଜ ଗୁରୁ, ଉଦ୍ଧବ କେତେ ତୁ ପଚାରୁ" , ଭାଗବତର ଏହି ଅମୂଲ୍ୟ ଦୁଇ ଧାଡ଼ିର ମର୍ମାର୍ଥ
ହେଲା ଆମେ ନିଜେ ନିଜର ଗୁରୁ ବା ମନ ହିଁ ମଣିଷକୁ ବାଟ ଦେଖେଇ ଥାଏ। ଅର୍ଥାତ୍ ଯଦି ଅନ୍ୟର ମନ ଭିତରେ କ’ଣ ଅଛି ଜାଣି ହୁଅନ୍ତା ତେବେ ତ ଅନେକ ଭୁଲ୍ ବୁଝାମଣା ଦୂରେଇ ଯାଆନ୍ତା। ଯେ କୌଣସି ଜିନିଷ ଛୁଇଁବା, ସ୍ବାଦକୁ ଚାଖିବା କିମ୍ବା ସୁଖ ଦୁଃଖ ଅନୁଭବ ଆମେ ମସ୍ତିଷ୍କ ସାହାଯ୍ୟରେ ହିଁ କରିଥାଉ। ନିମିଷକ ମଧ୍ୟରେ ଆମ ଶରୀରର ସ୍ନାୟୁତନ୍ତ୍ର ବିଦ୍ୟୁତ ଚୁମ୍ବକୀୟ ତରଙ୍ଗ ସାହାଯ୍ୟରେ ମସ୍ତିଷ୍କକୁ ଏ ବିଷୟରେ ଖବର ଦିଏ ଓ ମସ୍ତିଷ୍କ ଶରୀରକୁ ଅବଗତ କରାଇଥାଏ। ଅର୍ଥାତ୍ ମସ୍ତିଷ୍କ ଭିତରେ ଥିବା ଯଦି ସେଇ ବିଦ୍ୟୁତ ଚୁମ୍ବକୀୟ ତରଙ୍ଗଙ୍କୁ ପଢ଼ି ହେଲା ତା’ହେଲେ ଜଣେ କ’ଣ ଭାବୁଛି ସହଜରେ ଜାଣି ହେବ। ଏହାକୁ ଟେଲିପ୍ୟାଥି ବା ମାନସିକ ଦୂର ସଞ୍ଚାର କୁହାଯାଏ। ପୂର୍ବରୁ ଟେଲିପ୍ୟାଥି ଜରିଆରେ ଭାବନାର ଆଦାନ ପ୍ରଦାନ କରିବା ଅସମ୍ଭବ କିମ୍ବା ଏକ ଯାଦୁଗରର ଚମତ୍କାର ଭଳି ବୋଲି ଲାଗୁଥିଲା। କିନ୍ତୁ ବିଜ୍ଞାନ ଏହାକୁ ଭୁଲ୍ ପ୍ରମାଣ କରୁଛି। ଟେଲିପ୍ୟାଥି ବର୍ତ୍ତମାନ ଅନେକ ବିଦ୍ୟାଳୟ ଗୁଡ଼ିକରେ ଅନୁସନ୍ଧାନର ବିଷୟ ପାଲଟିଛି, ଯେଉଁଠାରେ ବୈଜ୍ଞାନିକମାନେ ଉନ୍ନତ ସେନ୍ସର ବ୍ୟବହାର କରି ମଣିଷ ମସ୍ତିଷ୍କରେ ତିଆରି ହେଉଥିବା ଶବ୍ଦ, ଚିତ୍ର ଏବଂ ଚିନ୍ତାଧାରାକୁ ପଢ଼ିବା ପାଇଁ ସକ୍ଷମ ହୋଇଛନ୍ତି। ଏହି ଯୁଗାନ୍ତକାରୀ ସଫଳତା ହୃଦ୍ଘାତ କିମ୍ବା ଦୁର୍ଘଟଣାର ଶିକାର ହୋଇ କେବଳ ମସ୍ତିଷ୍କ ଛଡ଼ା ସବୁ ଅଚଳ ହୋଇଥିବା ଲୋକମାନଙ୍କ ପାଇଁ ବରଦାନ ପାଲଟିବ। ସେମାନେ ମନରେ ଭାବି ଆମ ସହ ସ୍ପଷ୍ଟ ଭାବରେ ଭାବର ଆଦାନ ପ୍ରଦାନ କରିପାରିବେ। କେବଳ ଏତିକି ନୁହେଁ, ଟେଲିପ୍ୟାଥି ଯୋଗୁ କମ୍ପ୍ୟୁଟର ସହିତ ଆମର ଚିରାଚରିତ ମାଉସ ଓ ସ୍ବର ନିର୍ଦ୍ଦେଶ ବଦଳରେ ଆମେ ମାନସିକ ଭାବରେ ନିର୍ଦ୍ଦେଶ ପ୍ରଦାନ କରିପାରିବା। ଏହାର ଅର୍ଥ ହେଉଛି ଫୋନ କରି ଲୋକଙ୍କୁ ଡାକିବା, କ୍ରେଡିଟ କାର୍ଡ ବିଲ୍ ପୈଠ କରିବା, କାର ଚଳାଇବା, ମିଟିଂ ପାଇଁ ସମୟ ଚିଠା ପ୍ରସ୍ତୁତ କରିବା, ସଂଗୀତ ତିଆରି କରିବା ଇତ୍ୟାଦି ସବୁ କାର୍ଯ୍ୟ କମ୍ପ୍ୟୁଟର ସହିତ ମନର ଶକ୍ତି ବ୍ୟବହାର କରି ସମ୍ଭବ ହୋଇପାରିବ। ବିଜ୍ଞାନଭିତ୍ତିକ କାଳ୍ପନିକ ସିନେମାରେ ଦେଖିଥିବା ଟେଲିପ୍ୟାଥି କରିବା ପାଇଁ ସାଧାରଣତଃ ବାହ୍ୟ ସାହାଯ୍ୟର ଲୋଡ଼ା ପଡ଼ିଥାଏ କିନ୍ତୁ ବିଜ୍ଞାନ ଅନୁସାରେ ଆମ ମସ୍ତିଷ୍କ ବୈଦ୍ୟୁତିକ ତରଙ୍ଗରେ କାମ କରିଥାଏ ଓ ଇଲେକ୍ଟ୍ରୋନର ଗତି ବେଳେ ବିଦ୍ୟୁତ ଚୁମ୍ବକୀୟ ତରଙ୍ଗ ତିଆରି ହୋଇଥାଏ। ଏହି ବିଦ୍ୟୁତ୍ ତରଙ୍ଗ ଏତେ ନଗଣ୍ୟ ଯେ ଏହାକୁ ମାପିବା କଷ୍ଟକର। ଏହାକୁ ମାପିବା ପାଇଁ ବୈଜ୍ଞାନିକମାନେ ଏବେ ଅତି ଆଧୁନିକ ଇସିଜି ମେଶିନ ବ୍ୟବହାର କରି ଜଣେ ବ୍ୟକ୍ତି ମନ ଭିତରେ କ’ଣ କଳ୍ପନା କରୁଛି ତା’ର ପାଖାପାଖି ଅନୁମାନ କରିବାରେ ସକ୍ଷମ ହୋଇଛନ୍ତି। ଟେଲିପ୍ୟାଥି ବିଷୟରେ ସବୁଠୁ ବେଶି ଗବେଷଣା ଆମେରିକାର କାଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ଚାଲିଛି, ଯୋଉଠି ବୈଜ୍ଞାନିକମାନେ ମଣିଷ ମନର ଭଡିଓ ଚିତ୍ର ଉତ୍ତୋଳନ କରିବାରେ ସକ୍ଷମ ହୋଇ ସାରିଲେଣି। ଅର୍ଥାତ୍ ମଣିଷ ମନକୁ ପଢ଼ି ଚିତ୍ର ଆକାରରେ ପ୍ରକାଶ କରିବାର ଅପୂର୍ବ ସଫଳତା ଏକ ଯୁଗାନ୍ତକାରୀ ଘଟଣା କହିଲେ ଭୁଲ୍ ହେବନି। ଏହି ପଦ୍ଧତିରେ ଜଣେ ସ୍ବେଚ୍ଛାସେବୀକୁ ଶୁଆଇ ଦେଇ ଏମ୍ଆର୍ଆଇ ମେଶିନ ଭିତରକୁ ପୂରେଇଦିଆଯାଏ ଓ ତାକୁ ବିଭିନ୍ନ ପ୍ରକାରର ସିନେମା କ୍ଲିପ, ଚିତ୍ର ଇତ୍ୟାଦି ଦେଖିବାକୁ ଦିଆଯାଏ। ଲୋକ ଜଣକ ଘଣ୍ଟା ଘଣ୍ଟା ହଲଚଲ ନ ହୋଇ ସ୍ଥିର ଭାବରେ ସେ ଚିତ୍ର ଓ ଭିଡିଓ କ୍ଲିପ ଦେଖେ। ଏହି ସମୟରେ ଶୋଇଥିବା ଲୋକର ମସ୍ତିଷ୍କ ଭିତରେ ରକ୍ତ ସଞ୍ଚାଳନର ଥ୍ରୀଡି ଚିତ୍ର ଏମ୍ଆର୍ଆଇ ମେଶିନ ସାହାଯ୍ୟରେ ରେକର୍ଡ କରାଯାଏ। ଭିଡିଓ ଓ ଚିତ୍ର ଦେଖିବା ବେଳେ ମସ୍ତିଷ୍କ ଭିତରେ ହେଉଥିବା ପ୍ରତିକ୍ରିୟାକୁ ଏମ୍ଆର୍ଆଇ ମେଶିନ ଚିତ୍ର ଆକାରରେ ରେକର୍ଡ କରି ରଖେ ଓ ଏହାକୁ ବୈଜ୍ଞାନିକମାନେ ଏକ ଗାଣିତିକ ସମୀକରଣ ସାହାଯ୍ୟରେ ପଢ଼ିବାରେ ସକ୍ଷମ ହୋଇପାରିଛନ୍ତି। ଫଳରେ ଜଣଙ୍କ ମନରେ ଅଚାନକ ତିଆରି ହେଉଥିବା ଚିତ୍ରକୁ ମଧ୍ୟ ଠାବ କରାଯାଇପାରୁଛି। ଜଣେ କ’ଣ ଭାବୁଛି ତାହା ପଢ଼ିବା ପାଇଁ ମଣିଷର ଖପୁରିର ଏକ ଅଂଶ କାଢ଼ି ତା’ ଭିତରେ ଇଲେକ୍ଟ୍ରୋଡ୍କୁ ରଖାଯାଏ; ଯାହା ମସ୍ତିଷ୍କରେ ତିଆରି ହେଉଥିବା ବିଦ୍ୟୁତ୍ ତରଙ୍ଗଗୁଡ଼ିକୁ ସିଧାସଳଖ ମାପିପାରେ। ଏହି ସବୁ ଗବେଷଣାର ଅନେକ ସୁଫଳ ସମାଜକୁ ମିଳିବ। ମସ୍ତିଷ୍କର ବିଦ୍ୟୁତ୍ ତରଙ୍ଗଙ୍କୁ ଅଧ୍ୟୟନ କରି କିଛି ମିନିଟ୍ ମଧ୍ୟରେ ଅନେକ ଦୁରାରୋଗ୍ୟକୁ ଚିହ୍ନଟ କରି ହେବ। ଜଣେ ୦ କ’ଣ ଭାବୁଛି ତାହା ଜାଣିଲା ପରେ ବୈଜ୍ଞାନିକମାନେ ଅନେକ କିଛି କରିପାରିବେ। ବ୍ୟକ୍ତିଜଣକ ଆତ୍ମହତ୍ୟା, ଚୋରି କିମ୍ବା କିଛି ଅଘଟଣ କରିବାକୁ ଚାହୁଁଛି ତାହା ଜଣାପଡ଼ିଯିବ। ତେଣୁ ଅନ୍ୟର ମସ୍ତିଷ୍କ ପଢ଼ି ଆତ୍ମହତ୍ୟା ଭଳି ଘୃଣ୍ୟ କାମକୁ ଅଟକେଇ ହେବ। ଏହାଦ୍ୱାରା ଭବିଷ୍ୟତରେ ମାନସିକ ରୋଗରେ ପୀଡ଼ିତ ଲୋକଙ୍କ ସଫଳ ଚିକିତ୍ସା ମଧ୍ୟ କରିହେବ। କାରଣ ବର୍ତ୍ତମାନ ଏହାର ଠିକ ସଫଳ ଚିକିତ୍ସା ନାହିଁ କହିଲେ ଚଳେ। ବିନା କିଛି ଔଷଧରେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିର ମସ୍ତିଷ୍କକୁ ବୈଦ୍ୟୁତିକ ତରଙ୍ଗ ସାହାଯ୍ୟରେ ଚିକିତ୍ସା କରିହେବ। ଅର୍ଥାତ୍ ଭବିଷ୍ୟତରେ ଆମ ଆଗରେ ଛିଡ଼ା ହୋଇଥିବା ମଣିଷକୁ ଅନେଇବା ମାତ୍ରେ ସେ କ’ଣ ଭାବୁଛି, କ’ଣ କରିବାକୁ ଯାଉଛି ଓ ତା’ର ରୁଚି କ’ଣ ଆମେ ନିମିଷକେ ଜାଣିପାରିବା। ତା’ମାନେ ଅପରାଧ ଓ ଆପରାଧିକତା ମାନସିକତା ଉପରେ ଅଙ୍କୁଶ ଆପେ ଆପେ ଲାଗିବ। ଏହି ଜ୍ଞାନ କୌଶଳର ବ୍ୟାପକ ବ୍ୟବହାର ଆମର ନିତିଦିନିଆ ଜୀବନରେ ହେବାକୁ ଯାଉଛି। ପ୍ରଚଣ୍ଡ ସମ୍ଭାବନା ଥିବା ଏହି ଜ୍ଞାନକୌଶଳ ଉପରେ ଗବେଷଣା କରିବାକୁ ଏବେ ଅନେକ ଘରୋଇ ପ୍ରତିଷ୍ଠାନ ଆଗେଇ ଆସିଲେଣି। ସେହିପରି ମାଧ୍ୟମିକ ଶିକ୍ଷା ନବୀସ ଥିବା ସମୟରେ କବି ଜଗନ୍ନାଥ ଦାସଙ୍କର "ଆଉ ଏଣିକିରେ ମନ ଭୁଲୁ କାହିଁକି ?ଉଡ଼ୁଛି କାଳ ଛଞ୍ଚାଣ ମନେ ନାହିଁକି ? ଅଇରି ତୋ କଳ ପଣା ଛେଦିପକା ବେନି ଡେଣା, ଶୂନ୍ୟରେ ବାଜୁଛି ବୀଣୀ ଶୁଣା ନାହିଁକି ? ହାଟରେ ପାଞ୍ଚ ପାଇକ ହେଉଛନ୍ତି ଡାକହାକ ,ହାଟ ସରିଲେ ବଣିକ ଆଉ ଥାଇ କି ? ସୁନା ପଞ୍ଜୁରୀରେ ଶୁଆ ଦିନା କେତେ ନୂଆ ନୂଆ,ଉଡ଼ିଗଲେ ଶାରୀ ଶୁଆ ଧରା ପାଇ କି ? ଭ୍ରୁଲତା ମଧ୍ୟରେ ଅନା ତ୍ରିକୂଟେ ଉଡ଼ୁଛି ବାନାହଜିଲେ ପରମ ସୁନା ଆଉ ପାଇକି ? ଓଁ କାର ମଧ୍ୟରେ ଦେଖ ଓଲଟି ରହିଛି ହଂସ,କହେ ଜଗନ୍ନାଥ ଦାସ ଅନୁସରି କି ?" । କ୍ରମଶଃ
ଶିତଳ ଷଷ୍ଠୀ
-----------
କେଉଁ ଅନାଦି ଅନନ୍ତ କାଳରୁ ଆମ ଓଡିଆ ମାନଙ୍କ ଦ୍ବାରା ପାଳିତ ପର୍ବପର୍ବାଣୀ କୃତଜ୍ଞତା, କୃଷି ଏବଂ ଆଧ୍ୟାତ୍ମିକ ଆଧାରିତ । ଏହି ନ୍ୟାୟରେ ଆଜି ଜ୍ୟୈଷ୍ଠ ଶୁକ୍ଳ ପଞ୍ଚମୀ ତିଥିରେ ମା' ପାର୍ବତୀ ଓ ଶିବ ଶଙ୍କରଙ୍କର ବିବାହ ଉତ୍ସବ ଏବଂ ତା’ପରଦିନ ଶୀତଳଷଷ୍ଠୀ ଯାତ୍ରା ପାଳନ କରାଯାଇ ଆସୁଛି । ଆମେ ଶୈଶବରେ ଏହି ଉତ୍ସବ ପାଳନର ଯେଉଁ ଦୃଶ୍ୟ ଦେଖିଥିଲୁ, ପଶ୍ଚିମା ସଂସ୍କୃତିର ହନୁକୀକରଣରେ ଅବକ୍ଷୟୀ ଲୋକ ଚରିତ୍ର ପ୍ରତିଫଳିତ ମାନସିକତା ପ୍ରଭାବରେ ପ୍ରଭାବିତ ହୋଇ ଏବେ ତାହା ଆଉ ଦେଖିବାକୁ ମିଳୁନାହିଁ । ବିଶେଷ କରି ପୁରୀ ସନ୍ନିକଟ ଷୋଳ ଶାସନରେ ଯେଭଳି ଏହି ପର୍ବ ପାଳିତ ହେଉଥିଲା , ଯେଭଳି ମାସକ ପୂର୍ବରୁ ପ୍ରସ୍ତୁତି ହେଉଥିଲା , ତାହା ଏବେ ଆଉ ଦେଖିବାକୁ ମିଳୁନାହିଁ , ଯାହାର ବହୁବିଧ କାରଣ ରହିଛି । ପୁରୀର ଲୋକନାଥ ମନ୍ଦିର, ଲିଙ୍ଗରାଜ ମନ୍ଦିର ଓ ସମ୍ବଲପୁର ସହରର ଶିବ ମନ୍ଦିରମାନଙ୍କରେ ଏହା ବହୁ ଜାକଜମକରେ ପାଳନ କରାଯାଉଥିଲା । ପୂର୍ବଜ ମାନେ ଥିଲେ ଅଧିକ ମାତ୍ରାରେ ଆଧ୍ୟାତ୍ମିକବାଦୀ ଏବଂ କୃତଜ୍ଞତା ଜ୍ଞାପନ ସଂସ୍କୃତିର ଉପାସକ । ଏହି ନ୍ୟାୟରେ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପୌରାଣିକ କଥାବସ୍ତୁ ଉପରେ ପର୍ଯ୍ୟବସିତ । ଶିବ ପୁରାଣ ଅନୁସାରେ ବ୍ରହ୍ମାଙ୍କୁ କଠୋର ତପସ୍ୟା କରି ଦକ୍ଷପ୍ରଜାପତି ମାତା ସତୀଙ୍କୁ ପୁତ୍ରୀ ରୂପେ ପ୍ରାପ୍ତ ହୁଅନ୍ତି । ସତୀ ବିବାହ ବୟସ ହେବା ଉତ୍ତାରୁ ପିତାଙ୍କ ଅନିଚ୍ଛା ସତ୍ତ୍ୱେ ଶ୍ମଶାନଚାରୀ ଶିବଙ୍କୁ ବିବାହ କରନ୍ତି । ଏଥିରେ କ୍ଷୁବ୍ଧ ହୋଇ ଦକ୍ଷପ୍ରଜାପତି ଝିଅ ଜ୍ୱାଇଁଙ୍କୁ ଆମନ୍ତ୍ରଣ କରନ୍ତି ନାହିଁ । ମହାଦେବଙ୍କ ଅନିଚ୍ଛା ସତ୍ତ୍ୱେ ଦେବୀ ପାର୍ବତୀ ପିତ୍ରାଳୟ ଯାଆନ୍ତି । ଯଜ୍ଞସ୍ଥଳରେ ଦକ୍ଷପ୍ରଜାପତି ଶିବଙ୍କର ଅପମାନ କଲେ ଏହାକୁ ସହି ନପାରି ସତୀ ଯଜ୍ଞକୁଣ୍ଡରେ ଝାସ ଦେଲେ । ସତୀଙ୍କ ଯଜ୍ଞକୁଣ୍ଡରେ ଝାସଦେବା ଶୁଣି ମହାଦେବ ଯଜ୍ଞସ୍ଥଳକୁ ଧ୍ୱଂସକରି ଦେଲେ । ସେଠାରୁ ସତୀଙ୍କ ଶବକୁ କାନ୍ଧରେ ପକାଇ ଚାରିଆଡେ ଘୁରିବୁଲିଲେ । ବିଷ୍ଣୁ ଚକ୍ରଦ୍ୱାରା ସତୀଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ଶିବଙ୍କଠାରୁ ଅଲଗା କରିଦେଲେ । ପରବର୍ତ୍ତୀ ସମୟରେ ବ୍ରହ୍ମାଙ୍କ ବରରେ ବଳିୟାନ ହୋଇ ତାରକାସୁର ଅତ୍ୟାଚାର କଲା । ତାରକାସୁରର ଅତ୍ୟାଚାରରେ ଦେବତାମାନେ ଆତଙ୍କିତ ହୋଇ ବ୍ରହ୍ମାଙ୍କ ଶରଣ ପଶିଲେ । ମାତ୍ର ବ୍ରହ୍ମା, ଶିବଙ୍କ ଔରସରୁ ଜନ୍ମିତ ସନ୍ତାନ ତାରକାସୁରକୁ ବଧ କରିବ ବୋଲି ପ୍ରକାଶ ପରେ ଦେବତାମାନେ ଆଦିଶକ୍ତି ମାତା ପାର୍ବତୀଙ୍କୁ ତପସ୍ୟା କରନ୍ତି । ଦେବଗଣଙ୍କ କଠୋର ତପସ୍ୟା ଯୋଗୁଁ ମାତା ପାର୍ବତୀ ଗିରିରାଜ ହିମାଳୟଙ୍କ ଘରେ ଆବିର୍ଭାବ ହୁଅନ୍ତି । ଜ୍ୟେଷ୍ଠ ଶୁକ୍ଳପକ୍ଷ ପଞ୍ଚମୀ ଦିନ ଶିବ ଓ ମାତା ପାର୍ବତୀଙ୍କ ପୁନଃମିଳନ ହୁଏ । ମହାଦେବ ମାତା ପାର୍ବତୀଙ୍କୁ ପାଇବା ପରେ ରୁଦ୍ର ରୂପ ତ୍ୟାଗ କରି ହୋଇଯାନ୍ତି ଶାନ୍ତ ଶୀତଳ । ଦେବଦମ୍ପତିଙ୍କ ଏହି ମହାମିଳନକୁ ଲୋକାଚାରରେ ଶୀତଳଷଷ୍ଠୀ ଭାବେ ପାଳନ କରାଯାଏ । ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା କେବେ ଆରମ୍ଭ ହେଲା, କିଏ ଆରମ୍ଭ କଲା, କାହିଁକି ଆରମ୍ଭ କଲା ସେ ସଂପର୍କରେ ସଠିକ୍ ତଥ୍ୟ ନାହିଁ । ତେବେ ଜନଶ୍ରୁତି ଅନୁସାରେ ଛତ୍ରପତି ରାଜା ବୀର ବଳିୟାର ସିଂଙ୍କ ରାଜତ୍ୱ କାଳରେ ସମ୍ଭବତଃ ଏହି ଯାତ୍ରା ଆରମ୍ଭ ହୋଇଥିଲା । ମାତ୍ର ତା'ର ନିର୍ଦ୍ଦିଷ୍ଟ ତିଥି କେହି କେବେ ନିର୍ଣ୍ଣୟ କରିନାହାଁନ୍ତି । ଜନଶ୍ରୁତି ଅନୁସାରେ ଛତ୍ରପତି ମହାରାଜ ବୀର ବଳିୟାର ସିଂହଙ୍କୁ ୧୮ ଗଡ଼ଜାତ ସମ୍ମାନ ଦେବା ପାଇଁ ପୁରୀ ମହାରାଜ ଆମନ୍ତ୍ରଣ କରିଥିଲେ । ମହାରାଜଙ୍କ ନିମନ୍ତ୍ରଣ ରକ୍ଷା କରି ବଳିୟାର ସିଂହ ପୁରୀ ଦରବାରରେ ଯାଇ ପହଞ୍ଚିଥିଲେ । ପୁରୀ ରାଜା ବୀର ବଳିୟାର ସିଂହଙ୍କ ଶକ୍ତି ପରୀକ୍ଷା କରିବା ପାଇଁ ତାଙ୍କ ଦରବାରରେ ଥିବା ୭ଜଣ ଶ୍ରେଷ୍ଠ ମଲ୍ଲଯୋଦ୍ଧାଙ୍କୁ ନିୟୋଜିତ କରିଥିଲେ । ବୀର ବଳିୟାର ସିଂହ ରାଜଦରବାରକୁ ପହଞ୍ଚି ମହାରାଜଙ୍କୁ ଅଭିବାଦନ କରିବା ସମୟରେ ଅତର୍କିତ ଭାବେ ଏହି ୭ଜଣ ମଲ୍ଲଯୋଦ୍ଧା ଆକ୍ରମଣ କରିଥିଲେ । ଏଥିରେ ବିଚଳିତ ନହୋଇ ବୀର ବଳିୟାର ସିଂହ ତାଙ୍କ ପଗଡି ଭିତରେ ଥିବା ମାଆ ସମଲେଶ୍ୱରୀଙ୍କ ଏକ ତରବାରୀ କାଢି ଆଣି ମଲ୍ଲଯୋଦ୍ଧାଙ୍କୁ ଧରାଶାୟୀ କରିଦେଇଥିଲେ । ବଳିୟାର ସିଂହଙ୍କ ବୀରତ୍ୱରେ ମୁଗ୍ଧ ହୋଇ ପୁରୀ ମହାରାଜ ସିଂହାସନରୁ ଓହ୍ଲାଇ ଆସି ତାଙ୍କୁ ପୁରସ୍କାର ଦେବାକୁ କହିଲେ । ସମ୍ବଲପୁରରେ ସେତେବେଳେ ବ୍ରାହ୍ମଣ ନଥିବାରୁ ବଳିୟାର ସିଂହ ପୁରୀ ମହାରାଜଙ୍କୁ ବ୍ରାହ୍ମଣ ଦେବାକୁ ଅନୁରୋଧ କରିଥିଲେ । ଏହା ପରେ ବ୍ରାହ୍ମଣମାନେ ପୁରୀରୁ ସମ୍ବଲପୁରକୁ ଆସିଥିଲେ ଓ ଶିବ ବିବାହ ଆରମ୍ଭ ହୋଇଥିବା ମନେ କରାଯାଏ । ପୂର୍ବେ ଅସ୍ପୃଶ୍ୟମାନଙ୍କୁ ମନ୍ଦିର ଯାଇ ଦେବଦେବୀଙ୍କୁ ଦର୍ଶନ କରିବା ବାରଣ ଥିଲା । ତେଣୁ ବର୍ଷରେ ଥରେ ଦେବଦମ୍ପତି ସେମାନଙ୍କୁ ଦର୍ଶନ ଦେବା ପାଇଁ ବାହାରକୁ ଆସୁଥିବାର କୁହାଯାଏ । ଦେବଦମ୍ପତିଙ୍କ ଏହି ଯୁଗଳ ଦର୍ଶନରେ ବହୁତ ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି । ଶିବ ରୁଦ୍ର ଓ ପାର୍ବତୀ ଶାନ୍ତିର ବାର୍ତ୍ତା ବହନ କରେ । ଗ୍ରୀଷ୍ମଋତୁ ପୃଥିବୀ ପୃଷ୍ଠରୁ ବିଦାୟ ନେଉଥାଏ, ବର୍ଷାଋତୁର ଆଗମନ ସମୟରେ ମହାଦେବ ଶିବ ଓ ସତୀଙ୍କ ବିବାହୋତ୍ସବକୁ ନେଇ ଅନୁଷ୍ଠିତ ହୁଏ ଶୀତଳଷଷ୍ଠୀ । ମହାପ୍ରଭୁଙ୍କର ଚନ୍ଦନ ଯାତ୍ରାର ପରିସମାପ୍ତି ପରେ ପରେ ଶୀତଳଷଷ୍ଠୀ ବେଳକୁ ମେଘମେଦୁର ଆକାଶର ଅପରୂପ ସୌନ୍ଦର୍ଯ୍ୟ ବେଶ ଚିତାକର୍ଷକ ହେବା ସାଙ୍ଗକୁ ନବବାରି ପରିପ୍ଳୁତ ଧରାପୃଷ୍ଠ ଶୀତଳ ପରିବେଶ ସୃଷ୍ଟିକରେ । ଅପୂର୍ବ ନୈସର୍ଗିକ ପରିବର୍ତ୍ତିତ ପରିସ୍ଥିତିରେ ସମ୍ବଲପୁରବାସୀ ଦେବଦମ୍ପତିଙ୍କୁ ସାଦର ସଭକ୍ତି ସ୍ୱାଗତ କରିଥାନ୍ତି । ଶୀତଳଷଷ୍ଠୀ ପୌରାଣିକ କଥାବସ୍ତୁ ଉପରେ ପର୍ଯ୍ୟବସିତ । କିନ୍ତୁ ଆମ ଦୈନନ୍ଦିନ ଜୀବନରେ ଯେପରି ବିବାହ କାର୍ଯ୍ୟ ସମ୍ପାଦନ କରାଯାଏ, ଠିକ୍ ସେହିପରି ବୈଦିକ ରୀତିରେ ଶିବଙ୍କ ସହିତ ମାତା ସତୀଙ୍କ ବିବାହ ଅନୁଷ୍ଠିତ ହୋଇଥାଏ । ହିନ୍ଦୁ ରୀତିନୀତି ଅନୁସାରେ କନ୍ୟା ଅନ୍ୱେଷଣ, ନିର୍ବନ୍ଧ, ବିବାହ ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ, ମହା ଆଡ଼ମ୍ବରରେ ବରଯାତ୍ରୀ ଆଗମନ, ବୈଦିକ ରୀତିରେ ବେଦିରେ ଦେବଦମ୍ପତିଙ୍କ ବିବାହ, କନ୍ୟା ପିତାମାତାଙ୍କ କନ୍ୟା ଦାନ ଓ ଯାନି ଯୌତୁକ ସହିତ କନ୍ୟା ବିଦାୟ ଆଦି କାର୍ଯ୍ୟ ସମ୍ପନ୍ନ କରାଯାଏ । ଓଡ଼ିଶାର ସମ୍ବଲପୁର ଶୀତଳଷଷ୍ଠୀରେ ସମ୍ପୂର୍ଣ୍ଣ ଲୋକାଚାରରେ ଶିବ ଓ ସତୀଙ୍କ ବିବାହୋତ୍ସବ ଅତ୍ୟନ୍ତ ଆକର୍ଷଣୀୟ । ଦେବଦମ୍ପତିଙ୍କ ଏହି ବିବାହ ଉତ୍ସବ ପ୍ରକ୍ରିୟା ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୁଏ । ଅକ୍ଷୟ ତୃତୀୟା ଦିନ ଥାଳ ଉଠିବାଠାରୁ ଯାତ୍ରା ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଜ୍ୟେଷ୍ଠ ଶୁକ୍ଳପକ୍ଷ ପ୍ରତିପଦା ଦିନ ନନ୍ଦପଡାର ବଂବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ପତରପେଣ୍ଡି ବା ନିବନ୍ଧ(ପିନ୍ଧାଣି) ଏବଂ ତା'ପରଦିନ ନୃସିଂହ ନିଉତା ବା ଦେବଦେବୀଙ୍କୁ ବିବାହ ପାଇଁ ଅନୁଷ୍ଠିତ ହୋଇଥାଏ । ଝାଡୁଆପଡାର ଲୋକନାଥ ବାବା, ମୁଦିପଡାର ଜାଗେଶ୍ୱରବାବା, ବଡ଼ବଜାରର ଶୀତଳେଶ୍ୱରବାବା ଏବଂ ଠାକୁରପଡାର ଗୁପ୍ତେଶ୍ୱରବାବାଙ୍କ ତୃତୀୟା ଦିନ ପତରପେଁଡି ଏବଂ ଚତୁର୍ଥୀଦିନ ଗୁଆଗୁଣ୍ଡା ଅନୁଷ୍ଠିତ ହୋଇଥାଏ । ପଞ୍ଚମୀ ତିଥି ରାତିରେ ଶ୍ମଶାନଚାରୀ ଶିବ ବରବେଶ ହୋଇ ବୃଷଭ ଆରୋହଣ କରି ଭବ୍ୟ ଶୋଭାଯାତ୍ରାରେ କନ୍ୟାପିତା ଗୃହକୁ ଗମନ କରନ୍ତି । ତାଙ୍କ ବରଯାତ୍ରୀରେ ଶ୍ମଶାନବାସୀ, ସାକ୍ଷୀଗୋପୀନାଥ, ହନୁମାନ, ନୃସିଂହ ଦେବଦେବୀ ସାମିଲ୍ ହୋଇଥାନ୍ତି । ଦେବଦମ୍ପତିଙ୍କ ସମ୍ପୂର୍ଣ୍ଣ ଲୋକାଚାରରେ ସମ୍ପନ୍ନ କରାଯାଉଥିବାରୁ ପ୍ରତିବର୍ଷ ଯାତ୍ରା କମିଟି ପକ୍ଷରୁ କନ୍ୟା ପିତାମାତା ଚୟନ କରାଯାଏ । ଯେଉଁମାନେ କନ୍ୟାପିତାମାତା ଭୂମିକାରେ ଅବତୀର୍ଣ୍ଣ ହୁଅନ୍ତି ସେମାନେ କନ୍ୟା ପାର୍ବତୀଙ୍କୁ ତାଙ୍କ ଘରକୁ ନେଇ ବିବାହ ପରେ ଯାନିଯୌତୁକ ଦେଇ ବିଦାୟ ଦେଇଥାନ୍ତି । ବୈଦିକ ରୀତିରେ ପଞ୍ଚମୀ ରାତିରେ ବିବାହ ଅନୁଷ୍ଠିତ ହୋଇଥାଏ ।ନନ୍ଦପଡାର ବମ୍ ବରାଡ଼ ବାଲୁଙ୍କେଶ୍ୱର, ଝାଡୁଆପଡାର ଶ୍ରୀଲୋକନାଥ ବାବା, ମୁଦିପଡାର ଶ୍ରୀଜାଗେଶ୍ୱର ବାବା, ବଡ଼ବଜାରର ଶୀତଳେଶ୍ୱର ବାବା, ବାଲିବନ୍ଧର ସୋମନାଥ ବାବା, ଦୁର୍ଗାପାଲିର ଶ୍ରୀଗୁଡେଶ୍ୱର ବାବଙ୍କ ପ୍ରସିଦ୍ଧ ଶୀତଳଷଷ୍ଠୀ ପର୍ବରେ ସ୍ଥାନୀୟ ତଥା ବହିରାଗତ ଲକ୍ଷ ଲକ୍ଷ ଭକ୍ତଙ୍କର ସମାବେଶରେ ସମ୍ବଲପୁର ଜନାରଣ୍ୟ ହୋଇଉଠେ । ପତରପେଣ୍ଠିରୁ ଶୀତଳଷଷ୍ଠୀ ଉତ୍ସବର ଶୁଭାରମ୍ଭ ହୋଇ, ତତ୍ ପରଦିନ ଦେବ ନିମନ୍ତ୍ରଣ, ଚତୁର୍ଥୀତିଥିରେ ସମସ୍ତ ମନ୍ଦିରରୁ ଦେବାଧିଦେବଙ୍କ ବରଯାତ୍ରା, ପରଦିନ କନ୍ୟାପିତାଙ୍କ ଗୃହରେ ରାତ୍ରିରେ ବିବାହୋତ୍ସବ ଏବଂ ତା’ପରଦିନ ମଧ୍ୟାହ୍ନରେ ଶିବପାର୍ବତୀ ବାହୁଡା ବରକନ୍ୟାଙ୍କର ଆଡ଼ମ୍ବରପୂର୍ଣ୍ଣ ଦିବ୍ୟ ଶୋଭାଯାତ୍ରାରେ ନଗର ପରିକ୍ରମା ପରେ ସ୍ୱ ସ୍ୱ ମନ୍ଦିର ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମ ବେଶ୍ ମନୋଜ୍ଞ ଓ ମନମୁଗ୍ଧକର । ପ୍ରତ୍ୟେକ ସହରର ଭାଗ୍ୟଶାଳୀ ବିଭିନ୍ନ ଦମ୍ପତି କନ୍ୟାପିତା ଭାବରେ ଦେବାଧିଦେବଙ୍କୁ କନ୍ୟାଦାନ କରିବାର ସୌଭାଗ୍ୟ ଅର୍ଜନ କରିଥାନ୍ତି । ନୈସର୍ଗିକ ବିଧିବିଧାନ, ପରମ୍ପରା ଓ ପ୍ରକରଣରେ ନବଦମ୍ପତିଙ୍କର ବିବାହୋତ୍ସବ ଅନୁଷ୍ଠିତ ହୋଇ କନ୍ୟାଦାନ ସହିତ ଅଳଙ୍କାର, ବାସନକୁସନ ଅନ୍ୟ ଜାନିଯୌତୁକ ସାଧ୍ୟମତେ ପ୍ରଦାନ କରାଯାଏ । ବର ନିମନ୍ତ୍ରଣ ଓ କନ୍ୟା ବିଦାୟ ଦୃଶ୍ୟ ମଧ୍ୟ ବେଶ୍ ଗାମ୍ଭୀର୍ଯ୍ୟପୂର୍ଣ୍ଣ ହୋଇଥାଏ ।
କାଳର ଅପ୍ରତିହିତ ଗତି ସହିତ ସମତାଳରେ ଅନେକ ଭଲ ଓ ମନ୍ଦ ପରମ୍ପରା ଏହି ଯାତ୍ରା ସହିତ ଯୋଡ଼ି ହୋଇଯାଇଛି । ବିବାହୋତ୍ସବରେ ସାଧାରଣତଃ ଆନନ୍ଦ, ଚିତ୍ତବିନୋଦନ ପ୍ରାଧାନ୍ୟ ଲାଭ କରିଥାଏ । ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରାରେ ଏହାର ଆତିଶଯ୍ୟ ସହଜରେ ବାରି ହୋଇପଡେ । ନାଚ, ଗୀତ, ତାମସା ଏହାର ଏକ ସ୍ୱାଭାବିକ ଅଙ୍ଗ । ବିଭିନ୍ନ ଲୋକନୃତ୍ୟ, ଡାଲଖାଇ ନୃତ୍ୟର ସମାବେଶ ଆମ ସାଂସ୍କୃତିକ ଜୀବନଧାରାର ଏକ ସ୍ୱାଭାବିକ ଆଙ୍ଗିକ ସ୍ୱରୂପ । ସ୍ଥାନୀୟ ଏବଂ ବାହାର ପ୍ରଦେଶରୁ ସମାଗତ ବାଈ ଓ ହିଂଜଡାମାନେ ଏହିପର୍ବରେ ନୃତ୍ୟ କରନ୍ତି । ଲୋକମୁଖରୁ ଶୁଣାଯାଏ ‘ସେମାନେ ଏହି ଅଭିଶପ୍ତ ହିଂଜଡା ଜନ୍ମରୁ ମୁକ୍ତି ପାଇବା ପାଇଁ ମହାଦେବ ଶିବଙ୍କ ବିବାହୋତ୍ସବରେ ନୃତ୍ୟ କରନ୍ତି’ ।ଯାତ୍ରା କେବେଠାରୁ ଆରମ୍ଭ ହେଲା ସେ ସଂପର୍କିତ କୌଣସି ନଥିପତ୍ର ନାହିଁ । ତେବେ ୧୭୬୨ ମସିହାରେ ବାଲୁଙ୍କେଶ୍ୱର ମନ୍ଦିର ଶୀତଳ ଷଷ୍ଠୀ ଯାତ୍ରା ନେଇ ଏକ ଏତଲା ଦାଏର ହୋଇଥିଲା । ମନ୍ଦିରର ପୂଜାରୀ ଚେରେଙ୍ଗା ମାଳୀ କୋର୍ଟରେ ଦେଇଥିବା ବୟାନ, ଷଷ୍ଠୀ ଯାତ୍ରା ସଂପର୍କରେ ସର୍ବ ପ୍ରଥମ ଲିପିବଦ୍ଧ ଦଲିଲ ବୋଲି କୁହାଯାଏ । ଚେରେଙ୍ଗା ମାଳୀ କୋର୍ଟରେ ବୟାନ ଦେଇଥିଲା ଯେ' ଷଷ୍ଠୀ ଯାତ୍ରା କେବେଠାରୁ ଆରମ୍ଭ ହେଲା ମୁଁ ଜାଣିନି । ମୋର ଅଜା, ପଣଅଜା କହୁଥିଲେ ଏହି ଯାତ୍ରା ବହୁ ଆଗରୁ ପାଳିତ ହୋଇଆସୁଛି । ଚେରେଙ୍ଗାମାଳୀଙ୍କର ଏହି ବୟାନ ଅନୁସାରେ ୧୭୬୨ର ବହୁ ପୂର୍ବରୁ ସମ୍ବଲପୁରରେ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ ହୋଇଛି । ଏହି ଅନୁସାରେ ୪୦୦ବର୍ଷରୁ ଉର୍ଦ୍ଧ୍ୱ ହେଲା ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା ହୋଇଆସୁଥିବାର ଅନୁମାନ କରାଯାଏ ।
କ୍ରମଶଃ
ମନ୍ୟତେ ଅନେନ ଇତି ମନଃ
୧୪୬ ବର୍ଷ ତଳେ ,୧୮୭୯ ମସିହା, ଅପ୍ରେଲ ୨୪ ତାରିଖ ସନ୍ଧ୍ୟାରେ କଟକ ପ୍ରିଣ୍ଟିଂ ପ୍ରେସ କୋଠା ଛାତ ଉପରେ ଭକ୍ତ କବି ମଧୁସୂଦନ ରାଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଓଡ଼ିଆ ଜାତିର ସର୍ବକାଳୀନ ସ୍ମରଣୀୟ, ବନ୍ଦନୀୟ , ଅତୁଳନୀୟ ଜାତିପ୍ରାଣ ତଥା ଓଡ଼ିଶାର ପ୍ରଥମ ବେସରକାରୀ ଶିକ୍ଷାନୁଷ୍ଠାନ ର ପ୍ରତିଷ୍ଠାତା, ଓଡ଼ିଆ ଭାଷା ରେ ପ୍ରଥମ ଓଡ଼ିଶା ଇତିହାସ ରଚୟିତା , କ୍ଷଣଜନ୍ମା ପୂଣ୍ୟାତ୍ମା ପ୍ୟାରୀମୋହନ ଆଚାର୍ଯ୍ୟ ଯେଉଁ ଆଲୋଚ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ, ତାହା ଥିଲା ଐତିହାସିକ, ପିଢ଼ି ପରେ ପିଢ଼ି ଓଡ଼ିଆ ଙ୍କ ପାଇଁ ଆଦର୍ଶ ଦର୍ଶନ, ଆହ୍ବାନ ବୋଲି ବିଚାର କରୁ, ଯାହା ବିସ୍ତୃତ ଭାବରେ " ଜାତୀୟ ଜୀବନ" ଶିରୋନାମ ରେ " ଉତ୍କଳ ଦୀପିକା" ର ମେ ପ୍ରଥମ ସଂଖ୍ୟା ରେ ପ୍ରକାଶିତ ହୋଇଥିଲା । ମାତ୍ର ୨୯ ବର୍ଷ ବୟସରେ ଉତ୍କଳାକାଶରୁ ଅସ୍ତମିତ ହୋଇଥିବା ଏହି ଅଗ୍ନିସ୍ଫୁଲିଙ୍ଗ ଙ୍କ ବକ୍ତବ୍ୟ ସମ୍ପ୍ରତି କେତେ ମାତ୍ରାରେ ପ୍ରାସଙ୍ଗିକ , ତାହା ଆମର ଉକ୍ତ ମୁଖପୁସ୍ତକରେ ସଂଯୁକ୍ତ ପରମ ସମ୍ମାନନୀୟ/ଆଦରଣୀୟ ବନ୍ଧୁ ବର୍ଗ ଙ୍କ ଅବଗତି ନିମନ୍ତେ ଉପସ୍ଥାପନ କରୁଅଛୁ । ଗତ ୨୦୦୫ ମସିହାରେ " ସୁବାର୍ତ୍ତା" ରେ ଆମେ " ଜାତୀୟ ଜୀବନ" ଶୀର୍ଷକ ରେ ଏକ ଆଲେଖ୍ୟ ପ୍ରକାଶ କରିଥିଲୁ । ଐତିହାସିକ ଦିବ୍ୟାତ୍ମା ଆଚାର୍ଯ୍ୟ କହିଥିଲେ ," ଵେଦନାବୋଧ ଓ ଚଳନ ଶକ୍ତି ଜୀବନ ର ଲକ୍ଷଣ , ଯେଉଁ ପଦାର୍ଥ ରେ ଏହି ଲକ୍ଷଣ ଅଛି, ତାହାର ଜୀବନ ଅଛି ଓ ଯାହାର ଏହି ଲକ୍ଷଣ ନାହିଁ, ତା'ର ଜୀବନ ନାହିଁ । ଯେଉଁ ଜାତି ର ଲୋକେ ଆପଣାର ଅଭାବ ବୁଝି, ତାହା ମୋଚନ ର ପ୍ରତିକାର କରୁ ଅଛନ୍ତି ଓ ଉନ୍ନତି ମାର୍ଗରେ ଅଗ୍ରସର ହେଉଅଛନ୍ତି, ସେ ଜାତି ର ଜୀବନ ଅଛି ଓ ଯେଉଁ ଜାତି ଆପଣାର ଅଭାଵ ବୁଝି ନାହାନ୍ତି, ଓ ଉନ୍ନତି ର ଚେଷ୍ଟା କରୁନାହାନ୍ତି ତାହାଙ୍କୁ ନିର୍ଜୀବ ବୋଲିବାକୁ ହେବ । ଇଂରେଜମାନଙ୍କ ଦ୍ବାରା ଜବରଦସ୍ତ ଲଦି ଦିଆଯାଇଥିବା ଶିକ୍ଷା ରେ ନୈତିକ ଶିକ୍ଷା ନାହିଁ, ଯା ଫଳରେ ଅନେକ ଇଂରାଜୀ ଶିକ୍ଷିତ ଯୁବକ ଙ୍କ ଚରିତ୍ର ଭଲ ହେଉନାହିଁ । ମାନସିକ ଉନ୍ନତି ଓ ଉତ୍ତମ ଚରିତ୍ର ଗଠନ ଶିକ୍ଷା ର ପ୍ରଧାନ ଉଦ୍ଦେଶ୍ୟ । ନବ ଯୁବକ ମାନେ ଅଳ୍ପ ଟିକେ ଇଂରାଜୀ ପଢି ମାତୃଭାଷା କୁ ଉପହାସ କରୁଛନ୍ତି , ଏପରିକି ଅନେକ ଘୃଣା ମଧ୍ୟ କରୁଛନ୍ତି । ବିଜାତୀୟ ଭାଷାରେ ବ୍ୟୁତ୍ପତ୍ତି ହେବା ଦୂରେ ଥାଉ, ଶୁଦ୍ଧ କରି ଦି ଧାଡ଼ି ଲେଖିବାରେ କଷ୍ଟ, ତଥାପି ଏବେ ଅହଙ୍କାର ଯେ ମାତୃଭାଷା ଚର୍ଚ୍ଚା କୁ ଲଜ୍ଜାବୋଧ କରନ୍ତି । ଏଠାରେ ସ୍ବଜାତି ଭାଷା ରେ ଖଣ୍ଡିଏ ପତ୍ରିକା " ଉତ୍କଳ ଦୀପିକା" ୧୪ ବର୍ଷ ଧରି ଧାରାବାହିକ ଭାବରେ ପ୍ରକାଶ ପାଇ ଆସୁଛି, କିନ୍ତୁ ଏପର୍ଯ୍ୟନ୍ତ ତା'ର ଗ୍ରାହକ ସଂଖ୍ୟା ୧୪୦ ଜଣ ରୁ ଉର୍ଦ୍ଧ୍ବ ହୋଇନାହିଁ । କାରଣ ଇଂରାଜୀ ଶିକ୍ଷିତ ଯୁବକ ମାନେ ଓଡ଼ିଆ କାଗଜ ବୋଲି ଏହାକୁ ତୁଛ କରନ୍ତି । ଏପରି ଅବସ୍ଥାରେ ଆମ ଜାତିର ଭାଷାର ଉନ୍ନତି କିପରି ହେବ ? " । ୧୪୨ ବର୍ଷ ତଳେ , ଗୋଲାମୀ ଶାସନ ସମୟ ର ଲୋକ ଚରିତ୍ର ସହିତ ଆଜି ୮୬ ବର୍ଷାତିକ୍ରାନ୍ତ ସ୍ଵତନ୍ତ୍ର ଓଡ଼ିଶା, ୭୫ବର୍ଷୀୟ ସ୍ଵାଧୀନୋତ୍ତର ଓଡ଼ିଶା ର ଲୋକ ଚରିତ୍ର ସ଼ହିତ ତୁଳନା କଲେ , ସହଜରେ ସ୍ବାଧୀନ ମାନସିକତା ର ସ୍ଥିତି ସହଜେ ଅନୁମେୟ । ମନ ରୁ ମାନସିକତା , ଯେତେବେଳେ ମନ ନାହିଁ, ମାନସିକତା ଆସିବ କେଉଁଠୁ ? ଏଇଥି ପାଇଁ ଓଡ଼ିଆ ସାହିତ୍ୟ ରେ , ବିଶେଷ କରି ଜଣେ ଗଣିତ ଶାସ୍ତ୍ରର ଛାତ୍ର ଭାବରେ ଏତେ ଅଧ୍ୟୟନ ନଥିବା, ଅର୍ଥାତ୍ ସୀମିତ ଅଧ୍ୟବସାୟ ଆଧାର ରେ କହିପାରୁ ଯେ ଅଷ୍ଟମ ଶତାବ୍ଦୀରୁ " ଅନ୍ନଭ ରାଘବ" ର ସ୍ରଷ୍ଟା ମୁରାରୀ ମିଶ୍ର ଙ୍କ ଠାରୁ ଅତିବଡ଼ି ଜଗନ୍ନାଥ ଦାସ, ମାର୍କଣ୍ଡ ଦାସ , ଏପରିକି ସାମ୍ପ୍ରତିକ ସମୟରେ , ଆମର ଏହି ମୁଖ ପୁସ୍ତକ ରେ ସମ୍ପର୍କିତ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଦାଶ ( ବିଶ୍ବମ୍ବର), ପ୍ରାଚାର୍ଯ୍ୟ ଜୀତେନ୍ଦ୍ର ନାରାୟଣ ଦାଶ ( ଦାଶ ବେନହୁର) ଙ୍କ ଭଳି ଅନେକ ସ୍ରଷ୍ଟା ମନ କୁ ଆଧାର କରି ଅନେକ ସୃଷ୍ଟି ସମୂହ ରେ ଜନସଚେତନତା ସୃଷ୍ଟି ପାଇଁ ବୌଦ୍ଧିକ ଶ୍ରମ ସ୍ବୀକାର କରିଆସିଛନ୍ତି । ପ୍ରାୟ ପ୍ରତି ଓଡ଼ିଆ , ସ୍ରଷ୍ଟାଙ୍କ ନାମ ନଜାଣି ପାରେ, ସୃଷ୍ଟି ର ନାମ ଜାଣି ନଥାଇ ପାରେ, ସେ କିନ୍ତୁ ଉଦାହରଣ ସ୍ୱରୂପ କହିପାରେ " ମନ ନିର୍ମଳ ଥିଲେ ଗାଡ଼ିଆ ଗଙ୍ଗା", "ଏଇ ମନ ବୃନ୍ଦାବନ,ଏଇ ମନ କାଶୀ,ଏଇ ମନ ବଦ୍ରିନାଥ, ପୁରୀ ବାରଣାସୀ", " ମନରେ ମୂଳେ ଏ ଜଗତ", "ମନ ତୋହର ନିଜ ଗୁରୁ,ଉଦ୍ଧବ କେତେ ତୁ ପଚାରୁ" ଭଳି ମନ କୁ ଆଧାର କରି ଉଦ୍ଧୃତ କରିପାରେ ଉପମା , ଏପରିକି ଢଗଢମାଳି ଆଧାରରେ କହିପାରେ -
୧-"ମନକୁ ଆସେ
କଥା ପଦକରେ ଛ ଥର ରୁଷେ
ଅଘଷା ପାଟିରେ ପାନ
ସବୁବେଳେ ହୁଏ ଚବର ଚବର
ନ ମାନଇ ବଡ଼ ସାନ ।"
( ଆମ ଜେଜେ ମା ରେବତୀ ଦେବୀ ଆମକୁ ଗାଳି ଦେବାବେଳେ ଏହି ଢଗ ଟି ଅନେକ ସମୟରେ କହିଥାନ୍ତି) ।
ସେହିପରି
୨-" ମନ କୁ ମନା
ମନ ଦୟାକଲେ ପାଇବୁ ସୁନା ।"
୩-" ମନ ଗଢ଼େ ପାଠ
ଘର ଗଢେ କାଠ " ।
୪-" ମନ ଅଛି ତ ବାଟ ଅଛି"
୫-"ମନ ବଚନ ନିଜ ଦେହେ
ନିତ୍ୟେ ସେବିବ ଗୁପ୍ତ ପ୍ରାୟେ "
୬-" ମନ ନମୁଣ୍ଡାଏ ମୁଣ୍ଡାଏ କେଶ,ଜ୍ଞାନ ନଜାଣଇ ଭ୍ରମଇ ଦେଶ
ଧ୍ୟାନ ନଜାଣଇ ପୁହାଏ ରାତି,କହେ ଦନାଇ ଏ କାଫର ଜାତି"
୭ -" ମନୁଆ ବାଇ ! ଏ ଦେହ କଞ୍ଚା ହାଣ୍ଡି ମିଳାଇ ଯାଇ"
୮-" ମନ ଜାଣେ ପାପ ମାଆ ଜାଣେ ବାପ"
ଏହି ପରି ଶହ ଶହ ମନ କୁ ଉପଜିଵ୍ୟ କରି ଢଗଢମାଳି ଆମ ସାହିତ୍ୟ ରେ ଅଛି । ମନ ସମସ୍ତ ଜ୍ଞାନ ବିଜ୍ଞାନର ମୂଳ । ସମସ୍ତ ସୃଷ୍ଟି ବିଜ୍ଞାନର ମଧ୍ୟ ମୂଳ ମନୋବିଜ୍ଞାନ । ପ୍ରାଚୀନ ମୁନି ଋଷି ମାନେ ଵେଦ ପୁରାଣ, ସ୍ମତି,ଯୋଗଶାସ୍ତ୍ର ପ୍ରଭୃତି ରେ ମନୋବିଜ୍ଞାନ ର ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି ।
" ମନ୍ୟତେ ଅନେନ ଇତି ମନଃ" , ଅର୍ଥାତ୍ ଯାହା ଦ୍ଵାରା ମନନ କରାଯାଏ, ତାହା ହିଁ ମନ । " ମନନ" ଶବ୍ଦର ଅର୍ଥ ବ୍ୟାପକ , ଯଥା ଭାବନା କରିବା,ଚିନ୍ତନ କରିବା,ପାଞ୍ଚିବା,ବୋଧ କରିବା ( ବୁଝିବା), ସ୍ମତି ରେ ସାଇତି ରଖିବା ଓ ଆବଶ୍ୟକ ସମୟରେ ତା'ର ସଦୁପଯୋଗ କରିବା, ବିବେଚନା କରିବା, କଳ୍ପନା କରିବା, ବିଶ୍ବାସ କରିବା, ଇଛା କରିବା, ଆବଶ୍ୟକ କରିବା, ରୁଚି ରଖିବା ଇତ୍ୟାଦି । ମନ ର ସଂଜ୍ଞା ନିରୂପଣ କରିବାକୁ ଯାଇ ପୂର୍ବଜ ଋଷି ମାନେ କହିଯାଇଛନ୍ତି ,
" ମନସୈଵେନ୍ଦ୍ରଜାଲଶ୍ରୀର୍ଜଗତି ପ୍ରବିତନ୍ୟତେ
ଯାବଦେତତ୍ ସମ୍ଭବତି ତାଵନ୍ମୋକ୍ଷୋ ନ ବିଦ୍ୟତେ ।।"
ସେହିପରି "ମନ ତୋହର ନିଜ ଗୁରୁ, ଉଦ୍ଧବ କେତେ ତୁ ପଚାରୁ" , ଭାଗବତର ଏହି ଅମୂଲ୍ୟ ଦୁଇ ଧାଡ଼ିର ମର୍ମାର୍ଥ
ହେଲା ଆମେ ନିଜେ ନିଜର ଗୁରୁ ବା ମନ ହିଁ ମଣିଷକୁ ବାଟ ଦେଖେଇ ଥାଏ। ଅର୍ଥାତ୍ ଯଦି ଅନ୍ୟର ମନ ଭିତରେ କ’ଣ ଅଛି ଜାଣି ହୁଅନ୍ତା ତେବେ ତ ଅନେକ ଭୁଲ୍ ବୁଝାମଣା ଦୂରେଇ ଯାଆନ୍ତା। ଯେ କୌଣସି ଜିନିଷ ଛୁଇଁବା, ସ୍ବାଦକୁ ଚାଖିବା କିମ୍ବା ସୁଖ ଦୁଃଖ ଅନୁଭବ ଆମେ ମସ୍ତିଷ୍କ ସାହାଯ୍ୟରେ ହିଁ କରିଥାଉ। ନିମିଷକ ମଧ୍ୟରେ ଆମ ଶରୀରର ସ୍ନାୟୁତନ୍ତ୍ର ବିଦ୍ୟୁତ ଚୁମ୍ବକୀୟ ତରଙ୍ଗ ସାହାଯ୍ୟରେ ମସ୍ତିଷ୍କକୁ ଏ ବିଷୟରେ ଖବର ଦିଏ ଓ ମସ୍ତିଷ୍କ ଶରୀରକୁ ଅବଗତ କରାଇଥାଏ। ଅର୍ଥାତ୍ ମସ୍ତିଷ୍କ ଭିତରେ ଥିବା ଯଦି ସେଇ ବିଦ୍ୟୁତ ଚୁମ୍ବକୀୟ ତରଙ୍ଗଙ୍କୁ ପଢ଼ି ହେଲା ତା’ହେଲେ ଜଣେ କ’ଣ ଭାବୁଛି ସହଜରେ ଜାଣି ହେବ। ଏହାକୁ ଟେଲିପ୍ୟାଥି ବା ମାନସିକ ଦୂର ସଞ୍ଚାର କୁହାଯାଏ। ପୂର୍ବରୁ ଟେଲିପ୍ୟାଥି ଜରିଆରେ ଭାବନାର ଆଦାନ ପ୍ରଦାନ କରିବା ଅସମ୍ଭବ କିମ୍ବା ଏକ ଯାଦୁଗରର ଚମତ୍କାର ଭଳି ବୋଲି ଲାଗୁଥିଲା। କିନ୍ତୁ ବିଜ୍ଞାନ ଏହାକୁ ଭୁଲ୍ ପ୍ରମାଣ କରୁଛି। ଟେଲିପ୍ୟାଥି ବର୍ତ୍ତମାନ ଅନେକ ବିଦ୍ୟାଳୟ ଗୁଡ଼ିକରେ ଅନୁସନ୍ଧାନର ବିଷୟ ପାଲଟିଛି, ଯେଉଁଠାରେ ବୈଜ୍ଞାନିକମାନେ ଉନ୍ନତ ସେନ୍ସର ବ୍ୟବହାର କରି ମଣିଷ ମସ୍ତିଷ୍କରେ ତିଆରି ହେଉଥିବା ଶବ୍ଦ, ଚିତ୍ର ଏବଂ ଚିନ୍ତାଧାରାକୁ ପଢ଼ିବା ପାଇଁ ସକ୍ଷମ ହୋଇଛନ୍ତି। ଏହି ଯୁଗାନ୍ତକାରୀ ସଫଳତା ହୃଦ୍ଘାତ କିମ୍ବା ଦୁର୍ଘଟଣାର ଶିକାର ହୋଇ କେବଳ ମସ୍ତିଷ୍କ ଛଡ଼ା ସବୁ ଅଚଳ ହୋଇଥିବା ଲୋକମାନଙ୍କ ପାଇଁ ବରଦାନ ପାଲଟିବ। ସେମାନେ ମନରେ ଭାବି ଆମ ସହ ସ୍ପଷ୍ଟ ଭାବରେ ଭାବର ଆଦାନ ପ୍ରଦାନ କରିପାରିବେ। କେବଳ ଏତିକି ନୁହେଁ, ଟେଲିପ୍ୟାଥି ଯୋଗୁ କମ୍ପ୍ୟୁଟର ସହିତ ଆମର ଚିରାଚରିତ ମାଉସ ଓ ସ୍ବର ନିର୍ଦ୍ଦେଶ ବଦଳରେ ଆମେ ମାନସିକ ଭାବରେ ନିର୍ଦ୍ଦେଶ ପ୍ରଦାନ କରିପାରିବା। ଏହାର ଅର୍ଥ ହେଉଛି ଫୋନ କରି ଲୋକଙ୍କୁ ଡାକିବା, କ୍ରେଡିଟ କାର୍ଡ ବିଲ୍ ପୈଠ କରିବା, କାର ଚଳାଇବା, ମିଟିଂ ପାଇଁ ସମୟ ଚିଠା ପ୍ରସ୍ତୁତ କରିବା, ସଂଗୀତ ତିଆରି କରିବା ଇତ୍ୟାଦି ସବୁ କାର୍ଯ୍ୟ କମ୍ପ୍ୟୁଟର ସହିତ ମନର ଶକ୍ତି ବ୍ୟବହାର କରି ସମ୍ଭବ ହୋଇପାରିବ। ବିଜ୍ଞାନଭିତ୍ତିକ କାଳ୍ପନିକ ସିନେମାରେ ଦେଖିଥିବା ଟେଲିପ୍ୟାଥି କରିବା ପାଇଁ ସାଧାରଣତଃ ବାହ୍ୟ ସାହାଯ୍ୟର ଲୋଡ଼ା ପଡ଼ିଥାଏ କିନ୍ତୁ ବିଜ୍ଞାନ ଅନୁସାରେ ଆମ ମସ୍ତିଷ୍କ ବୈଦ୍ୟୁତିକ ତରଙ୍ଗରେ କାମ କରିଥାଏ ଓ ଇଲେକ୍ଟ୍ରୋନର ଗତି ବେଳେ ବିଦ୍ୟୁତ ଚୁମ୍ବକୀୟ ତରଙ୍ଗ ତିଆରି ହୋଇଥାଏ। ଏହି ବିଦ୍ୟୁତ୍ ତରଙ୍ଗ ଏତେ ନଗଣ୍ୟ ଯେ ଏହାକୁ ମାପିବା କଷ୍ଟକର। ଏହାକୁ ମାପିବା ପାଇଁ ବୈଜ୍ଞାନିକମାନେ ଏବେ ଅତି ଆଧୁନିକ ଇସିଜି ମେଶିନ ବ୍ୟବହାର କରି ଜଣେ ବ୍ୟକ୍ତି ମନ ଭିତରେ କ’ଣ କଳ୍ପନା କରୁଛି ତା’ର ପାଖାପାଖି ଅନୁମାନ କରିବାରେ ସକ୍ଷମ ହୋଇଛନ୍ତି। ଟେଲିପ୍ୟାଥି ବିଷୟରେ ସବୁଠୁ ବେଶି ଗବେଷଣା ଆମେରିକାର କାଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ଚାଲିଛି, ଯୋଉଠି ବୈଜ୍ଞାନିକମାନେ ମଣିଷ ମନର ଭଡିଓ ଚିତ୍ର ଉତ୍ତୋଳନ କରିବାରେ ସକ୍ଷମ ହୋଇ ସାରିଲେଣି। ଅର୍ଥାତ୍ ମଣିଷ ମନକୁ ପଢ଼ି ଚିତ୍ର ଆକାରରେ ପ୍ରକାଶ କରିବାର ଅପୂର୍ବ ସଫଳତା ଏକ ଯୁଗାନ୍ତକାରୀ ଘଟଣା କହିଲେ ଭୁଲ୍ ହେବନି। ଏହି ପଦ୍ଧତିରେ ଜଣେ ସ୍ବେଚ୍ଛାସେବୀକୁ ଶୁଆଇ ଦେଇ ଏମ୍ଆର୍ଆଇ ମେଶିନ ଭିତରକୁ ପୂରେଇଦିଆଯାଏ ଓ ତାକୁ ବିଭିନ୍ନ ପ୍ରକାରର ସିନେମା କ୍ଲିପ, ଚିତ୍ର ଇତ୍ୟାଦି ଦେଖିବାକୁ ଦିଆଯାଏ। ଲୋକ ଜଣକ ଘଣ୍ଟା ଘଣ୍ଟା ହଲଚଲ ନ ହୋଇ ସ୍ଥିର ଭାବରେ ସେ ଚିତ୍ର ଓ ଭିଡିଓ କ୍ଲିପ ଦେଖେ। ଏହି ସମୟରେ ଶୋଇଥିବା ଲୋକର ମସ୍ତିଷ୍କ ଭିତରେ ରକ୍ତ ସଞ୍ଚାଳନର ଥ୍ରୀଡି ଚିତ୍ର ଏମ୍ଆର୍ଆଇ ମେଶିନ ସାହାଯ୍ୟରେ ରେକର୍ଡ କରାଯାଏ। ଭିଡିଓ ଓ ଚିତ୍ର ଦେଖିବା ବେଳେ ମସ୍ତିଷ୍କ ଭିତରେ ହେଉଥିବା ପ୍ରତିକ୍ରିୟାକୁ ଏମ୍ଆର୍ଆଇ ମେଶିନ ଚିତ୍ର ଆକାରରେ ରେକର୍ଡ କରି ରଖେ ଓ ଏହାକୁ ବୈଜ୍ଞାନିକମାନେ ଏକ ଗାଣିତିକ ସମୀକରଣ ସାହାଯ୍ୟରେ ପଢ଼ିବାରେ ସକ୍ଷମ ହୋଇପାରିଛନ୍ତି। ଫଳରେ ଜଣଙ୍କ ମନରେ ଅଚାନକ ତିଆରି ହେଉଥିବା ଚିତ୍ରକୁ ମଧ୍ୟ ଠାବ କରାଯାଇପାରୁଛି। ଜଣେ କ’ଣ ଭାବୁଛି ତାହା ପଢ଼ିବା ପାଇଁ ମଣିଷର ଖପୁରିର ଏକ ଅଂଶ କାଢ଼ି ତା’ ଭିତରେ ଇଲେକ୍ଟ୍ରୋଡ୍କୁ ରଖାଯାଏ; ଯାହା ମସ୍ତିଷ୍କରେ ତିଆରି ହେଉଥିବା ବିଦ୍ୟୁତ୍ ତରଙ୍ଗଗୁଡ଼ିକୁ ସିଧାସଳଖ ମାପିପାରେ। ଏହି ସବୁ ଗବେଷଣାର ଅନେକ ସୁଫଳ ସମାଜକୁ ମିଳିବ। ମସ୍ତିଷ୍କର ବିଦ୍ୟୁତ୍ ତରଙ୍ଗଙ୍କୁ ଅଧ୍ୟୟନ କରି କିଛି ମିନିଟ୍ ମଧ୍ୟରେ ଅନେକ ଦୁରାରୋଗ୍ୟକୁ ଚିହ୍ନଟ କରି ହେବ। ଜଣେ ୦ କ’ଣ ଭାବୁଛି ତାହା ଜାଣିଲା ପରେ ବୈଜ୍ଞାନିକମାନେ ଅନେକ କିଛି କରିପାରିବେ। ବ୍ୟକ୍ତିଜଣକ ଆତ୍ମହତ୍ୟା, ଚୋରି କିମ୍ବା କିଛି ଅଘଟଣ କରିବାକୁ ଚାହୁଁଛି ତାହା ଜଣାପଡ଼ିଯିବ। ତେଣୁ ଅନ୍ୟର ମସ୍ତିଷ୍କ ପଢ଼ି ଆତ୍ମହତ୍ୟା ଭଳି ଘୃଣ୍ୟ କାମକୁ ଅଟକେଇ ହେବ। ଏହାଦ୍ୱାରା ଭବିଷ୍ୟତରେ ମାନସିକ ରୋଗରେ ପୀଡ଼ିତ ଲୋକଙ୍କ ସଫଳ ଚିକିତ୍ସା ମଧ୍ୟ କରିହେବ। କାରଣ ବର୍ତ୍ତମାନ ଏହାର ଠିକ ସଫଳ ଚିକିତ୍ସା ନାହିଁ କହିଲେ ଚଳେ। ବିନା କିଛି ଔଷଧରେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିର ମସ୍ତିଷ୍କକୁ ବୈଦ୍ୟୁତିକ ତରଙ୍ଗ ସାହାଯ୍ୟରେ ଚିକିତ୍ସା କରିହେବ। ଅର୍ଥାତ୍ ଭବିଷ୍ୟତରେ ଆମ ଆଗରେ ଛିଡ଼ା ହୋଇଥିବା ମଣିଷକୁ ଅନେଇବା ମାତ୍ରେ ସେ କ’ଣ ଭାବୁଛି, କ’ଣ କରିବାକୁ ଯାଉଛି ଓ ତା’ର ରୁଚି କ’ଣ ଆମେ ନିମିଷକେ ଜାଣିପାରିବା। ତା’ମାନେ ଅପରାଧ ଓ ଆପରାଧିକତା ମାନସିକତା ଉପରେ ଅଙ୍କୁଶ ଆପେ ଆପେ ଲାଗିବ। ଏହି ଜ୍ଞାନ କୌଶଳର ବ୍ୟାପକ ବ୍ୟବହାର ଆମର ନିତିଦିନିଆ ଜୀବନରେ ହେବାକୁ ଯାଉଛି। ପ୍ରଚଣ୍ଡ ସମ୍ଭାବନା ଥିବା ଏହି ଜ୍ଞାନକୌଶଳ ଉପରେ ଗବେଷଣା କରିବାକୁ ଏବେ ଅନେକ ଘରୋଇ ପ୍ରତିଷ୍ଠାନ ଆଗେଇ ଆସିଲେଣି। ସେହିପରି ମାଧ୍ୟମିକ ଶିକ୍ଷା ନବୀସ ଥିବା ସମୟରେ କବି ଜଗନ୍ନାଥ ଦାସଙ୍କର "ଆଉ ଏଣିକିରେ ମନ ଭୁଲୁ କାହିଁକି ?ଉଡ଼ୁଛି କାଳ ଛଞ୍ଚାଣ ମନେ ନାହିଁକି ? ଅଇରି ତୋ କଳ ପଣା ଛେଦିପକା ବେନି ଡେଣା, ଶୂନ୍ୟରେ ବାଜୁଛି ବୀଣୀ ଶୁଣା ନାହିଁକି ? ହାଟରେ ପାଞ୍ଚ ପାଇକ ହେଉଛନ୍ତି ଡାକହାକ ,ହାଟ ସରିଲେ ବଣିକ ଆଉ ଥାଇ କି ? ସୁନା ପଞ୍ଜୁରୀରେ ଶୁଆ ଦିନା କେତେ ନୂଆ ନୂଆ,ଉଡ଼ିଗଲେ ଶାରୀ ଶୁଆ ଧରା ପାଇ କି ? ଭ୍ରୁଲତା ମଧ୍ୟରେ ଅନା ତ୍ରିକୂଟେ ଉଡ଼ୁଛି ବାନାହଜିଲେ ପରମ ସୁନା ଆଉ ପାଇକି ? ଓଁ କାର ମଧ୍ୟରେ ଦେଖ ଓଲଟି ରହିଛି ହଂସ,କହେ ଜଗନ୍ନାଥ ଦାସ ଅନୁସରି କି ?" ।
ସାବିତ୍ରୀ ଓଷା
------------
ବିଗତ ଦିନରେ ସରସ୍ଵତୀ ଅବା ଗଣେଶ ପୂଜା ଦିନରେ ଶିଶୁ ମାନେ ନୂତନ ବସ୍ତ୍ର ପରିଧାନ, ମୁଣ୍ଡରେ ସିନ୍ଦୂର ଚନ୍ଦନ ଟୋପା, ଥାଳିରେ ନଡ଼ିଆ,ଭୋଗ , ନୂଆ ସିଲଟ ଖଡି ଧରି ବିଦ୍ୟାଳୟକୁ ଯାଉଥିଲେ ଏବଂ ପୂଜାର୍ଚ୍ଚନା ସରିବା ପରେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର କହି ସିଲଟ ରେ ତିନୋଟି ଶୂନ ଲେଖି ବିଦ୍ୟାରମ୍ଭ କରୁଥିଲେ । ବିଦ୍ୟାରମ୍ଭ ପୂର୍ବରୁ କିନ୍ତୁ ଜେଜେ ବାପା, ଜେଜେ ମାଆ,ଅଜା,ଆଈ ମାନଙ୍କ ଠାରୁ ବିଭିନ୍ନ ବିଷୟରେ ଗପ ଶୁଣି ଶୁଣି ଶୋଇଥିଲେ ଏବଂ ରାମାୟଣ ଠାରୁ ମହାଭାରତ ପର୍ଯ୍ୟନ୍ତ ବିଭିନ୍ନ ପୁରାଣ ଶାସ୍ତ୍ର ସମ୍ବନ୍ଧୀୟ ଜ୍ଞାନାର୍ଜନ କରୁଥିଲେ । ଏବେ ଯୌଥ ପାରିବାରିକ ସଂସ୍କୃତି ଭାଙ୍ଗି ବ୍ୟକ୍ତି କୈନ୍ଦ୍ରିକ ପରିବାର ଗଢି ଉଠିବା , ପିଲା ମାନଙ୍କୁ ପ୍ଲେ ସ୍କୁଲରେ ଟୁଇଙ୍କିଲି ଟୁଇଙ୍କିଲି ଲିଟର ଷ୍ଟାର ରାଇମ ଶିଖା ଯାଉଛି । ଯାହା ଫଳରେ ଶିଶୁ ଟି ପାଶ୍ଚାତ୍ୟ ସଂସ୍କୃତିର ହନୁକୀକରଣ ପରିବେଶରେ ବଢି ବଢ଼ି କ'ଣ ହେଉଛି , ତାହା ଆମେ ଦେଖୁଛେ ଗାଣିତିକ ପ୍ରକ୍ରିୟାରେ ଜରା ନିବାସ ସଂଖ୍ୟା ଅଭିବୃଦ୍ଧିର ପରିସଂଖ୍ୟାରୁ । ଆଜି ଆମେ ସାମାଜିକ ଗଣମାଧ୍ୟମ ମୁଖପୁସ୍ତକରେ ସାବିତ୍ରୀ ବ୍ରତ ବା ଓଷା ଆଧାରିତ କୌଣସି ଉପସ୍ଥାପନ ବା ସେଭଳି କିଛି ଏହାର ପ୍ରତିଫଳିତ ଦୃଶ୍ୟ ଚିତ୍ର କିମ୍ବା ଆଲେଖ୍ୟ ଆଲୋଚନା ଦେଖିବାକୁ ପାଇଲୁ ନାହିଁ । ବରଂ ଜଣେ ଜଣେ ଲେଖିଛନ୍ତି ଆଜି ସାବିତ୍ରୀ ରେ ସତ୍ୟବାନ୍ ଙ୍କ ସହିତ ଦାମିକା ହୋଟେଲରେ ଭଲ ଖିଆ ପିଆ ହେଲା ତ କିଏ ଲେଖିଛନ୍ତି ଯେ ଭୋକ ହେଲାଣି, ସତ୍ୟବାନଙ୍କୁ ଅପେକ୍ଷା କରିଛି । ଏପରିକି ଦିନେ ହେଲେ ସ୍ବାମୀ ଙ୍କୁ ସମ୍ମାନ ଦେଇ ନଥିବା ଏବଂ ବିଭିନ୍ନ ଅଭିଯୋଗରେ ଗଣମାଧ୍ୟମରେ ଅଭିଯୁକ୍ତା ମଧ୍ୟ ତାଙ୍କ ତଥାକଥିତ ସତ୍ୟବାନ ଙ୍କ ସହିତ ସ୍ଥିର ଚିତ୍ର (ଫଟୋଚିତ୍ର) ସଂଲଗ୍ନ କରି ଉପସ୍ଥାପନ କରିଛନ୍ତି, ଯାହାକୁ ହଜାର ହଜାର ସଂଖ୍ୟାରେ ଲୋକେ ମୂଷା ବୋତାମ ରେ ପସନ୍ଦ ବା ଲାଇକ କରିଛନ୍ତି । ଏତଦ୍ ବ୍ୟତୀତ
କେବଳ ନୂତନ ବସ୍ତ୍ର ପରିଧାନ , ମନ୍ଦିର ଗମନ ଆଦିର ଚିତ୍ର ଦେଖିବାକୁ ପାଇଲୁ । ଅଶି ଦଶକରେ, ଠିକ୍ ଆଜିର ତିଥିରେ ଆମର ଅତ୍ୟନ୍ତ ଘନିଷ୍ଠ ବନ୍ଧୁ , ବର୍ତ୍ତମାନର ରାଜ୍ୟର ଜଣେ ବିଶିଷ୍ଟ ନାଟ୍ୟକାର, ଅଭିନେତା, ନିର୍ଦ୍ଦେଶକ ରବି ନାରାୟଣ ତ୍ରିପାଠୀ ଙ୍କର ମୁଖ୍ୟ ଭୂମିକା ଅର୍ଥାତ୍ ସତ୍ୟବାନ୍ ଭୂମିକାରେ ଅଭିନୀତ " ମହା ସତୀ ସାବିତ୍ରୀ" ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରର ଅଧିକାଂଶ ଚିତ୍ରୋତଳୋନ ବା ସୁଟିଙ୍ଗ ଦେଖିଥିଲୁ । ମୂଳ କାହାଣୀ ବା କଥାବସ୍ତୁରେ ଯେ ନଖରାମି କରାଯାଇଥିଲା , ତାହା ଆମେ ପରବର୍ତ୍ତୀ ସମୟରେ ଏହାର ପୌରାଣିକ କିମ୍ବଦନ୍ତୀ ଏବଂ ବ୍ରତ ଓ ଓଷାର ପଦ୍ଧତି ପଢ଼ିବା ପରେ ଅନୁଭବ କରିଥିଲୁ । ଯଦିଓ ଆମର ବନ୍ଧୁଙ୍କ ଅଭିନୟ ଥିଲା ଅତ୍ୟନ୍ତ ଉଚ୍ଚକୋଟୀର ।ବଙ୍ଗୀୟ ଲଳନା ତପତି ସାବିତ୍ରୀ ଭୂମିକାରେ ଅଭିନୟ କରିଥିଲେ । ଆଜି ଆମେ ବାସ୍ତବରେ କେଉଁ ପୌରାଣିକ କିମ୍ବଦନ୍ତୀକୁ ଆଧାର କରି ଏହି ବ୍ରତ ପାଳନ କରାଯାଏ, ତାହା ଉପରେ ଆଲୋଚନା କରିବାକୁ ଯାଉଛୁ , ନିଜସ୍ଵ ଅଧ୍ୟବସାୟକୁ ଉପଜିବ୍ୟ କରି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ହଜାର ହଜାର ବର୍ଷ ଧରି ଓଡ଼ିଆ ପରିବାରରେ ସଧବା ନାରୀମାନଙ୍କ ପାଳିତ ଏକ ଓଷା ହେଉଛି ସାବିତ୍ରୀ ବ୍ରତ। ସାବିତ୍ରୀ ସାଧ୍ୱୀ ନାରୀଙ୍କର ଆଦର୍ଶ; ତେଣୁ ଏହା ନିଜ ପତିଙ୍କର ଦୀର୍ଘ ଆୟୁଷ ନିମନ୍ତେ ମଙ୍ଗଳ ମନାସି, ସଧବା ସ୍ତ୍ରୀମାନେ ସାବିତ୍ରୀଙ୍କ ପରି ଆଜୀବନ ସଧବା ହେବା ପାଇଁ, ଏହି ଓଷା ପାଳନ କରିଥାନ୍ତି। କିମ୍ବଦନ୍ତୀ , ବିଶେଷ କରି ମହାଭାରତ ରେ ବର୍ଣ୍ଣିତ ତଥ୍ୟ କୁହେ ଯେ ମଦ୍ର ଦେଶରେ ଅଶ୍ୱପତି ନାମରେ ଜଣେ ରାଜା ରାଜତ୍ୱ କରୁଥିଲେ । ସେ ସାବିତ୍ରୀଦେବୀଙ୍କୁ କନ୍ୟା ରୂପେ ପାଇବା ପାଇଁ ଏକଦା ଯଜ୍ଞର ଆୟୋଜନ କଲେ । ନିର୍ଦ୍ଦିଷ୍ଟ ସମୟ ଉପନୀତ ଉତ୍ତାରୁ ଦେବୀ ଅଶ୍ୱପତିଙ୍କୁ ଦର୍ଶନ ଦେଇ ଇପ୍ସିତ ବର ମାଗିବାକୁ କହିଲେ । ରାଜା ନିଃସନ୍ତାନ ଥିବାରୁ ପୁତ୍ରସନ୍ତାନ ପାଇଁ ଦେବୀଙ୍କ ପାଖରେ ମିନତୀ କଲେ । ଦେବୀ ରାଜାଙ୍କୁ ପୁତ୍ରସନ୍ତାନ ଲାଭ କରିବା ଯୋଗ ନ'ଥିବା ସୂଚାଇ ଦେଲେ ଏବଂ ଏକ ଉତ୍ତମ କନ୍ୟା ହେବାର ଆଶୀର୍ବାଦ ଦେଇ ଅନ୍ତର୍ଦ୍ଧାନ ହୋଇଗଲେ । ଉପଯୁକ୍ତ ସମୟରେ ଦେବୀଙ୍କ କୃପାରୁ ଅଶ୍ୱପତିଙ୍କ ପତ୍ନୀଙ୍କ କୋଳରେ କନ୍ୟାଟିଏ ଜାତ ହେଲା । ସାବିତ୍ରୀ (ଗାୟତ୍ରୀ)ଙ୍କୁ ଉପାସନା କରି ତାଙ୍କ ଆଶୀର୍ବାଦରୁ କନ୍ୟା ସନ୍ତାନଟିଏ ଲାଭ କରି ତାହର ନାମ ସାବିତ୍ରୀ ରଖିଥିଲେ । ଗାୟତ୍ରୀ କ୍ରମେ ଯୌବନରେ ପାଦ ଦେବାପରେ ପିତା ଅଶ୍ୱପତିଙ୍କ ଆଦେଶମତେ ନିଜ ଇଚ୍ଛାରେ ବର ଖୋଜିବାକୁ ସମ୍ମତି ପ୍ରକାଶ କରି ସହଚରୀମାନଙ୍କ ସହ ପତି ଅନ୍ୱେଷଣାର୍ଥେ ଭ୍ରମଣ କରିବାକୁ ବାହାରିଲେ । ଶାଲ୍ୱଦେଶର ରାଜା ଦ୍ୟୁମତସେନଙ୍କ ଔରସରେ ଶୈବ୍ୟାଙ୍କ ଗର୍ଭରୁ ସତ୍ୟବାନ ଜନ୍ମଗ୍ରହଣ କରିଥିଲେ । ଦୈବୀ ଦୁର୍ବିପାକରୁ ସତ୍ୟବାନଙ୍କ ଶୈଶବାସ୍ଥାରେ ଦ୍ୟୁମତସେନ ଅନ୍ଧ ଓ ଭ୍ରଷ୍ଟରାଜ୍ୟ ହୋଇ ବନବାସୀ ହୋଇ ଥିଲେ। ସତ୍ୟବାନ ବଣରେ ଫଳମୂଳ ଖାଇ ମୁନିବୃତ୍ତି ଅବଲମ୍ବନ କରି ଭକ୍ତି ସହକାରେ ପିତାମାତାଙ୍କର ସେବା କରୁଥିଲେ।ସାବିତ୍ରୀ ଭ୍ରମଣ କରୁ କରୁ ସେହି ବଣରେ ପହଞ୍ଚି ସତ୍ୟବାନଙ୍କ ଅସୀମ ପିତୃଭକ୍ତି, ଧର୍ମପରାୟଣାତା ଓ ରୂପରେ ମୁଗ୍ଧା ହୋଇ ଐଶ୍ୱର୍ଯ୍ୟ ଭୋଗଲାଳସା ତ୍ୟାଗ କରି ଏହାଙ୍କ ସଙ୍ଗରେ ଜୀବନଯାପନ କରିବା ପାଇଁ ସଂକଳ୍ପ କରି ସତ୍ୟବାନଙ୍କୁ ପତିରୂପେ ମନୋନୀତ କରି ରାଜଧାନୀକୁ ଫେରି ପିତାଙ୍କୁ ଜଣାଇଲେ। ଏହି ସମୟରେ ନାରଦ ଉପସ୍ଥିତ ହୋଇ ସତ୍ୟବାନଙ୍କ ପରମାୟୁ ଆଉ ମାତ୍ର ଏକ ବର୍ଷ ଥିବା ଜଣାଇ, ନିଜ ମତ ବଦଳାଇବାକୁ ସାବିତ୍ରୀଙ୍କୁ ଅନୁରୋଧ କଲେ। ମାତ୍ର ସାବିତ୍ରୀ ଏ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ନିଜ ନିଷ୍ପତ୍ତିରେ ଅଟଳ ରହିଲେ। ଅଗତ୍ୟା ଉଭୟ ପକ୍ଷଙ୍କ ପିତାମାତାଙ୍କ ଅନୁମତି କ୍ରମେ ସାବିତ୍ରୀଙ୍କର ସତ୍ୟବାନଙ୍କ ସହିତ ଯଥାରୀତି ବିବାହ ସମ୍ପନ୍ନ ହେଲା । ବିବାହ ପରେ ସାବିତ୍ରୀ ପିତୃଗୃହର ରାଜ ସମ୍ପଦ, ବିଳାସ ଓ ଦାସଦାସୀ ବର୍ଗଙ୍କୁ ତ୍ୟାଗ କରି ସ୍ୱାମୀଙ୍କ ସହିତ ତପୋବନର କୁଟୀରରେ ରହି ଶାଶୁ ଓ ଶ୍ୱଶୁରଙ୍କ ସେବାରେ ଲାଗିଲେ ।ବିବାହର ଏକ ବର୍ଷ ପୂରିବାକୁ ତିନି ଦିନ ପୂର୍ବରୁ ସାବିତ୍ରୀ ତ୍ରିରାତ୍ର-ବ୍ରତ ଅବଲମ୍ବନ କଲେ । ଅନନ୍ତର ଯେଉଁଦିନ ଏକ ବର୍ଷ ପୂର୍ଣ୍ଣ ହେବ ଓ ସତ୍ୟବାନଙ୍କର ପରମାୟୁ ଶେଷ ହେବ, ସେ ଦିନ ସତ୍ୟବାନ ଫଳମୂଳ ଓ ସମିଧ ସଂଗ୍ରହ କରିବାକୁ ବଣକୁ ଯିବାବେଳେ ସାବିତ୍ରୀ ତାଙ୍କ ସଙ୍ଗରେ ଗଲେ । ବଣରେ ସତ୍ୟବାନ ଅଶ୍ୱସ୍ତି ବୋଧ କରିବାରୁ ସାବିତ୍ରୀଙ୍କ କୋଳରେ ମୁଣ୍ଡ ରଖି ନିଦ୍ରା ଗଲେ ଓ ତାହାହିଁ ତାଙ୍କର ମହାନିଦ୍ରା (ମୃତ୍ୟୁ) ହେଲା । କିନ୍ତୁ ସାବିତ୍ରୀ ନିଜ ମୃତ ସ୍ୱାମୀଙ୍କ ମସ୍ତକକୁ ନିଜ କ୍ରୋଡ଼ରେ ରଖି ସେହିଠାରେ ବସି ରହିଲେ । ଯମଦୂତମାନେ ସତ୍ୟବାନଙ୍କ ଜୀବ ନେବା ପାଇଁ ଆସି ସାଧ୍ୱୀ ସାବିତ୍ରୀଙ୍କ ନିକଟରୁ ଛଡ଼ାଇ ନେଇ ନ ପାରି ଫେରିଗଲେ। ବିଫଳ ଯମଦୂତଙ୍କଠାରୁ ଖବର ପାଇ ନିଜେ ଯମ ଆସି ସେଠାରେ ପହଞ୍ଚି ସତ୍ୟବାନଙ୍କ ଜୀବ ଧରି ବାହାରିଲେ। ସାବିତ୍ରୀ ମଧ୍ୟ ଯମଙ୍କୁ ଅନୁଗମନ କଲେ। ଯମରାଜା ଏହାଙ୍କ ପତିଭକ୍ତି ଓ ସ୍ତୁତିପାଠରେ ତୁଷ୍ଟ ହୋଇ ସତ୍ୟବାନଙ୍କ ବଦଳରେ ତିନୋଟି ବର ଦେବାକୁ ସତ୍ୟକଲେ ସର୍ତ୍ତ ରଖିଲେ ଯେ ସତ୍ୟବାନଙ୍କ ଜୀବନ ବଦଳରେ ଆଉ ଯାହା କିଛି ମାଗି ପାରନ୍ତି । ଏହି କ୍ରମରେ ପ୍ରଥମ ବରରେ ଶ୍ୱଶୁରଙ୍କ ନଷ୍ଟ ଚକ୍ଷୁ ଓ ହୃତ ରାଜ୍ୟ ପୁନଃ ପ୍ରାପ୍ତ, ଦ୍ୱିତୀୟ ବରରେ ନିଜ ପିତାଙ୍କ ପାଇଁ ଏକ ପୁତ୍ର ସନ୍ତାନ ଓ ତୃତୀୟ ବରରେ ନିଜ ଗର୍ଭରୁ ଶତପୁତ୍ର କାମନା କଲେ । ଯମ ତଥାସ୍ତୁ କହି, ଫେରିଯିବାକୁ କହିବାରୁ, ସାବିତ୍ରୀ ସ୍ୱାମୀଙ୍କ ବିନା କିପରି ଶତପୁତ୍ର ପାଇବେ ପଚାରିଲେ, ଅଗତ୍ୟା ନିରୁପାୟ ହୋଇ ସତ୍ୟବାନଙ୍କୁ ପୁନଃ ଜୀବିତ କରାଇ ଆୟୁଦାନ କଲେ । ଅତଏବ ଏହାକୁ ଉପଜିବ୍ୟ କରି ଜ୍ୟୈଷ୍ଠ ଅମାବାସ୍ୟା ଦିନ ସାବିତ୍ରୀ ଓଷା ପାଳନ କରାଯାଇଥାଏ । ଏ ଦିନ ସଧବା ସ୍ତ୍ରୀଲୋକମାନେ ଉପବାସ କରନ୍ତି,ଅନ୍ନ ଗ୍ରହଣ କରନ୍ତି ନାହିଁ ଓ ଅପରାହ୍ଣରେ ପୂଜା ଶେଷ ହେଲେ (ଧୂଆମୁଗ, ନଡ଼ିଆ, କଦଳୀ (ରମ୍ଭା), ଆମ୍ବ, ପଣସ, ସପୁରୀ, ତାଳସଜ ଆଦି) ଫଳାହାର କରନ୍ତି । ଏଥିପାଇଁ ଚଉଁରା ମୂଳେ ବା ଠାକୁର ଘରେ ବ୍ରତୋତ୍ସବ ପାଳନ ବେଳେ ସାବିତ୍ରୀ ଉପାଖ୍ୟାନ ପାଠ କରାଯାଏ । ବାସ୍ତବରେ ଏ ପୂଜାର ଆରାଧ୍ୟା ଦେବୀ ହେଉଛନ୍ତି ମା' ସାବିତ୍ରୀ । ସାବିତ୍ରୀ ବ୍ରହ୍ମାଙ୍କ ପତ୍ନୀ, ଗାୟତ୍ରୀ, ସୂର୍ଯ୍ୟାଧିଷ୍ଠାତ୍ରୀ ଦେବୀ । ଦେବୀ ସାବିତ୍ରୀଙ୍କ ମାନବୀ ସାବିତ୍ରୀଙ୍କ ପ୍ରତି ଆଶୀର୍ବାଦ ଓ କରୁଣା କିପରି ସତ୍ୟବାନଙ୍କୁ ମୃତ୍ୟୁକବଳରୁ ଫେରାଇ ଆଣିଲା, ତାହାକୁ ଆଧାର କରି ମା' ସାବିତ୍ରୀଙ୍କୁ ମହିମାନ୍ୱିତ କରାଯାଇଥାଏ । ଏହି ସତ୍ୟ କୁ ଯେ ଅନେକ ନ ବୁଝି ନୂତନ ବସ୍ତ୍ର ପରିଧାନ, ବିଶେଷ କରି ସ୍ବାମୀ ବିଚରା କୁ ଚାପ ଗ୍ରସ୍ତ କରାଇ ଅପ୍ରକଟ ଆନନ୍ଦ ଉପଭୋଗ କରିବାର ଦିବସ ପାଳନର ଅବଧି ହୋଇଯାଇଛି । ଅବକ୍ଷୟୀର ଭୟଙ୍କର ଦୃଶ୍ୟ ହେଉଛି ପରିଦୃଶ୍ୟ ।
ମେ,୧୮ର ସ୍ମୃତି
------
ଆଜି ମେ ୧୮ ତାରିଖ , ଆମ ମାନଙ୍କ ପାଇଁ ଷଢେ଼ଇକଳା ଦିବସ । ୧୯୪୮ ମସିହା, ମେ ମାସ ୧୮ ତାରିଖ ଥିଲା ଓଡ଼ିଶା ପାଇଁ ଏକ କଳା ଦିବସ । ସ୍ଵାଧୀନୋତ୍ତର ଭାରତର ସମ୍ବିଧାନ ଆଧାରରେ କେତେକ ସର୍ବୋଚ୍ଚ ପଦବିମଣ୍ଡିତ ବ୍ୟକ୍ତିଙ୍କ ମିଳିତ ଚକ୍ରାନ୍ତର ଶିକାର ହୋଇଥିଲା ଓଡ଼ିଶା । ଓଡ଼ିଶାର ଦୁର୍ବଳ ନେତୃତ୍ୱକୁ ଧମକାଇ, ପ୍ରଲୋଭିତ କରି ଉତ୍କଳ ଜନନୀଙ୍କ ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଷଢେ଼ଇକଳା, ଖରସୁଆଁ,ସିଂହଭୂମି ଆଦି ବିସ୍ତୃତ ଓଡ଼ିଶାଞ୍ଚଳକୁ ବିହାର ରାଜ୍ୟ ସହିତ ମିଶାଇ ଦିଆ ଯାଇଥିଲା । ଓଡ଼ିଶାବାସୀଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା ଯେ ଯେଉଁ ସମୟରେ ମୟୂରଭଞ୍ଜ ରାଜ୍ୟ ଓଡ଼ିଶାରେ ମିଶିଯିବ, ସେହି ଦିନ ଷଢେ଼ଇକଳା ଖରସୁଆଁ ପ୍ରଭୃତି ଓଡ଼ିଆ ଅଞ୍ଚଳ ଓଡ଼ିଶାରେ ପୁନଃ ସଂଯୁକ୍ତ କରାଯିବ । ମୟୂରଭଞ୍ଜ ରାଜ୍ୟ ଓଡ଼ିଶାରେ ମିଶିଲା, ମାତ୍ର କେନ୍ଦ୍ରର କଙ୍ଗ୍ରେସ ସରକାର , ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କ ପ୍ରଭାବରେ ପ୍ରଭାବିତ ହୋଇ ପ୍ରତାରଣା କଲେ । ଡଃ ହରେକୃଷ୍ଣ ମହତାବଙ୍କ ନେତୃତ୍ଵାଧୀନ ଓଡ଼ିଶା ସରକାର ଅବା ଓଡ଼ିଶାବାସୀ ଯେଭଳି ପ୍ରତିବାଦ କରିବା ଆବଶ୍ୟକ, ତାହା କଲେ ନାହିଁ । ଓଡ଼ିଶା ସରକାର ମଧ୍ୟ ଅଦାଲତି ସଂଘର୍ଷ କଲେନାହିଁ କି ଏପର୍ଯ୍ୟନ୍ତ କରିନାହାନ୍ତି । ସେତେବେଳେ ଓଡ଼ିଆ ଭାଷା ସାହିତ୍ୟର ସାଗ୍ନିକ ଜମଦଗ୍ନି, ଓଡ଼ିଆ ସାମ୍ବାଦିକତାର ଦ୍ରୋଣ ଗୁରୁ ପଣ୍ଡିତ ଗୋଦାବରୀଶ ମହାପାତ୍ର ତାଙ୍କ ଦ୍ଵାରା ସମ୍ପାଦିତ "ନିଆଁଖୁଣ୍ଟା" ରେ ବ୍ୟଙ୍ଗ କରି ପ୍ରକାଶ କରିଥିଲେ " ଗଲା ଖରସୁଆଁ ଷଢେ଼ଇକଳା, ତଥାପି ଉତ୍କଳ ବିଶାଳ ହେଲା ......." । ଏହି ଲେଖା ପ୍ରକାଶ ପାଇବା ପରେ ପଣ୍ଡିତ ଗୋଦାବରୀଶଙ୍କ ଉପରେ ହୋଇଥିଲା ମରଣାନ୍ତକ ଆକ୍ରମଣ । ଲୋକଙ୍କ ଭିତରେ ମଧ୍ୟ ଆଜି ଭଳି ପ୍ରତିକ୍ରିୟା ପ୍ରକାଶ ପାଇନଥିଲା । ବିଚ୍ଛିନ୍ନାଞ୍ଚଳର ଓଡ଼ିଆ ଭାଇ ଭଉଣୀ ମାନଙ୍କ ଅସୀମ ଦୁଃଖ, ଆର୍ତ୍ତ ଚିତ୍କାର ଓଡ଼ିଶାରେ ଥିବା ଭାଇ ଭଉଣୀ ମାନଙ୍କ ପଥର ହୃଦୟକୁ ସେତେବେଳେ ତରଳାଇ ପାରିନଥିଲା କି ଏବେ ମଧ୍ୟ ପାରୁନି। ମାଟି ମନସ୍କ କାର୍ତ୍ତିକ ପରିଛା ମାନଙ୍କ ଭଳି ଅନେକ ଓଡିଆ ପ୍ରାଣ ସଂଘର୍ଷରତ । ଶ୍ରଦ୍ଧେୟ କାଳୀ ପ୍ରସାଦ ସାମନ୍ତରାୟ ଙ୍କ ଅକାଳ ବିୟୋଗ ଫଳରେ ଅଭିଯାନ ଦୁର୍ବଳ । ପରିଣତ ବୟସରେ ବରେଣ୍ୟ ପର୍ଶୁରାମ ଦ୍ବିବେଦୀଙ୍କ ଦ୍ବାରା ପ୍ରତିଷ୍ଠିତ ତଥା ସମ୍ମାନନୀୟ ସୀତା ବଲ୍ଲଭ ମହାପାତ୍ରଙ୍କ ସଭାପତିତ୍ବରେ ପୂର୍ଣ୍ଣାଙ୍ଗ ଉତ୍କଳ ନ୍ୟାସ ଆନୁକୁଲ୍ୟରେ ଅଭିଯାନ ଅବ୍ୟାହତ ଥିଲେ ମଧ୍ୟ ଓଡ଼ିଶାର ଜନସାଧାରଣ ଙ୍କ ନିଷ୍କ୍ରିୟତା,ନିର୍ଲିପ୍ତତା ଫଳରେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି । ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟଯେ ବିଗତ ଦିନରେ ଏକ ସୁଯୋଗ ପାଇଥିଲେ ଓଡ଼ିଶାବାସୀ । ବିହାର ବିଭାଜନ ସମୟରେ ଅତୁଳନୀୟ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ପ୍ରାଣ ତଥା ଉତ୍କଳ ସମ୍ମିଳନୀର ସଭାପତି ହରିଶ୍ ଚନ୍ଦ୍ର ବକ୍ସିପାତ୍ରଙ୍କ ନେତୃତ୍ବରେ ପ୍ରତିବାଦ ହେଲା, ଗିରଫ ହେଲୁ , ଓଡ଼ିଶା ବନ୍ଦ ଡାକରା ସଫଳ ହେଲା, ବିଧାନସଭାର ସର୍ବସମ୍ମତିକ୍ରମେ ଗୃହୀତ ପ୍ରସ୍ତାବକୁ କେନ୍ଦ୍ର ସ୍ଵରାଷ୍ଟ୍ର ବିଭାଗ ମନ୍ତ୍ରୀ " ପାଗଳାମି" ବୋଲି କଟୁ ଆକ୍ଷେପ ଓଡ଼ିଆଙ୍କ ସହନଶୀଳ ଚମଡାକୁ ଭେଦ କରିପାରିଲା ନାହିଁ । ସୀମା ଆନ୍ଦୋଳନରେ ରାଜନୈତିକ ଜନ୍ମଲାଭ କରିଥିବା ରେଭେନ୍ସା ମହାବିଦ୍ୟାଳୟ, ମଧୁସୂଦନ ଆଇନ ମହାବିଦ୍ୟାଳୟର ଛାତ୍ର ସଂସଦ ସଭାପତି ହରିଶ୍ଚନ୍ଦ୍ର ବକ୍ସିପାତ୍ର ଏହି ଆନ୍ଦୋଳନରେ ନିଜ ସ୍ବାସ୍ଥ୍ୟ ପ୍ରତି ଅବହେଳା କରି ଅକାଳରେ ଜୀବନ ପାଖରୁ ବିଦାୟ ନେଲେ । ସୀମା ଆନ୍ଦୋଳନରେ ଜନ୍ମ ଏବଂ ମୃତ୍ୟୁ ମଧ୍ୟ ହୋଇଥିଲା ମଧ୍ୟ ସୀମା ଆନ୍ଦୋଳନରେ । ଦୁଃର୍ଭାଗ୍ୟ ବଶତଃ ଏହି ବିଚ୍ଛିନ୍ନାଞ୍ଚଳ ସହିତ ଓଡ଼ିଶାର ସେତୁବନ୍ଧ ପ୍ରତିଷ୍ଠାତା ଏବଂ ଯିଏ ନିଃସଙ୍ଗ ପଦାତିକ ଭାବେ ଝାଡ଼ଖଣ୍ଡ ରାଜ୍ୟରେ ଓଡ଼ିଆ ଭାଷାକୁ ଦ୍ବିତୀୟ ରାଜଭାଷାର ମାନ୍ୟତା ଦିଆଇଥିଲେ , ସେହି ବହୁମୁଖି ପ୍ରତିଭାଧର ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ପରମ୍ପରା ପ୍ରାଣ କାଳଜୟୀ କାଳୀପ୍ରସାଦ ସାମନ୍ତରାୟ ଙ୍କର ମଧ୍ୟ ଅକାଳ ବିୟୋଗ ଘଟିଲା । ଆଜିବି ଖାଣ୍ଟି ଓଡ଼ିଆ ପ୍ରାଣ ସରୋଜ ପ୍ରଧାନ, କାର୍ତ୍ତିକ ପରିଛା, ସୁମନ୍ତ ମହାନ୍ତି,ମାଧବ ଶତପଥୀ, ଶଚିକାନ୍ତ ଦାସ୍, ରବୀନ୍ଦ୍ର ମିଶ୍ର, କ୍ଷମାସାଗର ଭୋଇ ପ୍ରଭୃତି ଓଡ଼ିଆ ପ୍ରାଣମାନେ ବିଚ୍ଛିନ୍ନାଞ୍ଚଳରେ କାର୍ଯ୍ୟ କରୁଛନ୍ତି । ଆମେ ଦୃଢ଼ ଆଶାବାଦୀ, ଆମରି ଜୀବଦ୍ଦଶାରେ ସମସ୍ତ ବିଚ୍ଛିନ୍ନାଞ୍ଚଳ ଓଡ଼ିଶାରେ ପୁନଃ ମିଶିବ , ଏଥିପାଇଁ ହେବ ଏକ ନିର୍ଣ୍ଣାୟକ ଆନ୍ଦୋଳନ , ବର୍ଲିନ ପ୍ରାଚୀର ଭାଙ୍ଗି ଜର୍ମାନ ଏକତ୍ରୀକରଣର ଇତିହାସ ହିଁ ଆମର ମାର୍ଗ ଦର୍ଶନ । କେବଳ ଆବଶ୍ୟକ ଜନ ସମର୍ଥନ । ସୃଷ୍ଟି ହେବ ଏକ ଜାଗ୍ରତ ଜନମତ, ଅପହୃତ ସମ୍ପତ୍ତି ଉଦ୍ଧାର ସହିତ ଓଡ଼ିଶାର ଜମି, ଜମିତଳ, ଜଳ,ଜଙ୍ଗଲ, ପ୍ରଭୁ ଜଗନ୍ନାଥଙ୍କ ଅମୃତ ମଣୋହି ସମ୍ପତ୍ତି,ଖଣିଜ ସମ୍ପଦ ଲୁଟେରା ମାନେ ଓ ସେମାନଙ୍କ ଉତ୍ତରାଧିକାରୀ ମାନେ ନିଶ୍ଚିତ ହେବେ ଝାରପଡ଼ା ଜେଲ ବାସିନ୍ଦା । ଏହାସତ୍ୟ ,ସତ୍ୟ , ତ୍ରିବାର ସତ୍ୟ ।
ଜୈବ ବିବିଧତା ଦିବସ 2
" ମରୁଡି ପଡ଼ିଲେ ସଭିଙ୍କ ମଉଜ " ଶୀର୍ଷକ ପୁସ୍ତକ ରେ ବିସ୍ତୃତ ଭାବରେ ଉଲ୍ଲେଖ କରିଛନ୍ତି , ଯାହାକୁ ଟିକେ ସଂଶୋଧିତ କରି ଅଜେୟ ବାବୁ " ବନ୍ୟା, ବାତ୍ୟା ମରୁଡି ପଡ଼ିଲେ ସଭିଙ୍କ ମଉଜ" ବୋଲି ଉଲ୍ଲେଖ କରିଛନ୍ତି । ବିଗତ ୪୦ ବର୍ଷର ଅଭିଜ୍ଞତା ଆଧାରରେ ଆମେ ଅଜେୟ ବାବୁ ଙ୍କ ଏହି ମତ ର ଜଣେ ଦୃଢ ସମର୍ଥକ । କାରଣ ଏଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଯେଉଁ ବିପୁଳ ପରିମାଣର ଅର୍ଥ ରାଜକୋଷରୁ ଖର୍ଚ୍ଚ ହୁଏ, ତା'ର ହିସାବ ରହେ ନାହିଁ, ଏବଂ କେହି ଉତ୍ତରଦାୟୀ ନୋହୁ ଥିବାରୁ ପଦାଧିକାରୀ ମାନଙ୍କ ଠାରୁ ଆରମ୍ଭ କରି ଠିକାଦାର ମାନେ ଧର୍ମଶାଳା ଦର୍ଶନ ଆଧାର ରେ ରାଜକୋଷକୁ ଲୁଣ୍ଠନ କରିଥାନ୍ତି ।ଆମେ ପ୍ରାୟ ସମସ୍ତେ ଅବଗତ ଅଛେ ଯେ ଲଘୁଚାପ କାହିଁକି ସୃଷ୍ଟି ହୁଏ ଏବଂ ତାହା କେତେବେଳେ ବାତ୍ୟା ଅବା ମହାବାତ୍ୟା ର ରୂପ ନିଏ । ସମୁଦ୍ର ଜଳରାଶିର କୌଣସି ଏକ ବୃହତ୍ତର ଅଞ୍ଚଳ , ସାଧାରଣ ଉତ୍ତାପ ଠାରୁ ଅଧିକ ଉତ୍ତପ୍ତ ହେଲେ ବା ୨୭° ସେଣ୍ଟିଗ୍ରେଡ ରୁ ଅଧିକ ହେଲେ , ତା'ର ଉପରିସ୍ଥ ବାୟୁମଣ୍ଡଳ ଉତ୍ତପ୍ତ ତଥା ହଲକା ହୋଇ ଏକ ସ୍ତମ୍ଭାକାରରେ ଉପରକୁ ଉଠେ ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ର ଥଣ୍ଡା ବାୟୁମଣ୍ଡଳ ଉତ୍ତପ୍ତ ଅଞ୍ଚଳ କୁ ଅତି କ୍ଷିପ୍ର ଗତିରେ ମାଡି ଆସେ ଏବଂ ବାୟୁମଣ୍ଡଳ ରେ ଏକ ଘୂର୍ଣ୍ଣୟମାନ ବାୟୁମଣ୍ଡଳ ସୃଷ୍ଟି କରେ । ଚକ୍ରୀବାଣ ଭଳି ଏହା ଗୋଲାକାର ରୂପ ନେଇ ଶୂନ୍ୟ କୁ ଉଠେ । ଘୁରି ଘରି ବୁଲୁଥିବା କାରଣରୁ ଏହାକୁ ଅନେକ ଚକ୍ରଵାତ୍ କହିଥାନ୍ତି । ଏହା ଯେତିକି ଉପରକୁ ଯିବ ତାହା ତଦନୁପାତ ରେ ଶକ୍ତି ସମ୍ପର୍ଣ୍ଣ ପବନ ହୋଇ ସ୍ଥଳଭାଗ ଆଡ଼କୁ ମାଡିଚାଲେ ଏବଂ ଘନିଭୂତ ହୋଇ ଉଗ୍ର ରୂପ ନେଇଥାଏ । ସରକାରୀ ହିସାବ ରେ ଗତ ଶତାବ୍ଦୀରେ , ଅର୍ଥାତ୍ ୧୯୦୧ ରୁ ଏଯାବତ୍ ୧୨୫୫ ଥର ବାତ୍ୟା ଉତ୍ପନ୍ନ କାରୀ ଲଘୁଚାପ ହୋଇଛି , ଅଥଚ ୧୯୬୭ ରେ ପ୍ରଥମେ ଆଂଶିକ ଏବଂ ୧୯୭୧ ରେ ଭୟଙ୍କର ଭାବେ ଓଡ଼ିଶା ର କ୍ଷୟ କ୍ଷତି କରିଥିଲା । ଅଜେୟ ବାବୁ ଠିକ୍ କହିଛନ୍ତି ଓ ସଠିକ୍ କାରଣର ଗର୍ଭାନୁଶୀଳନ ( ପୋଷ୍ଟମର୍ଟମ) କରିଛନ୍ତି । ବିଗତ ୪୧ ବର୍ଷ ଧରି ଆମର ଶତାଧିକ ଆଲେଖ୍ୟ ରେ ସତ୍ୟ ଉନ୍ମୋଚନ ସମୟରେ ଆମରି ଓଡ଼ିଆ ଭାଇମାନେ ଆମକୁ ବିଭିନ୍ନ ବିଶେଷଣ ଯଥା ବଙ୍ଗୀୟ ବିଦ୍ବେଷୀ, ଭାବ ପ୍ରବଣ ଓଡ଼ିଆ, ଜନମ ବାହାଦୁରିଆ, ମତଲଵୀ, ଚୋର ଆଦି ବିଶେଷଣ ରେ ବିଭୂଷିତ କରିଛନ୍ତି , ଏବେବି ଜଣେ ଚରଣ ପଟ୍ଟନାୟକ ଧର୍ମ୍ମୀ ପାରାନୋଇଆ ରୋଗାକ୍ରାନ୍ତ ବ୍ୟକ୍ତି ବିଗତ ତିନି ବର୍ଷ ଧରି ସାମାଜିକ ଗଣମାଧ୍ୟମରେ ଧାରାବାହିକ ଭାବେ କରିଆସୁଛି ଏବଂ ଏହା କରିବାକୁ କ୍ଷମତା ଅଳିନ୍ଦଜୀବୀ ମାନଙ୍କ ଆର୍ଥିକ ସହାୟତା ମଧ୍ୟ ପାଇଚାଲିଛି । ଏଠାରେ ଯେଉଁ ତଥ୍ୟାର୍ପଣ କରିବାକୁ ଯାଉଛୁ ତାହା ଆମ ନିଜସ୍ୱ ନୁହେଁ, ତାହା ଆମ ଭାଷାରେ ବହୁମୁଖି ପ୍ରତିଭାଦୀପ୍ତ ବ୍ୟକ୍ତିତ୍ଵ , ବିଶେଷ କରି ଏକଦା ଭାରତୀୟ ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟିର ରାଜ୍ୟ ସମ୍ପାଦକ ଭାବରେ କାର୍ଯ୍ୟ କରିଥିବା ବିଶିଷ୍ଟ ଶ୍ରମିକ ନେତା ସମ୍ମାନନୀୟ ଅଜେୟ ରାଉତ ତାଙ୍କର ସେହି ଆଲେଖ୍ୟ ରେ ଅତି ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛନ୍ତି । ଏହା ସତ୍ୟ ଯେ ୧୮୦୩ ରେ ବ୍ରିଟିଶ ଶାସକ ମାନେ ସେମାନଙ୍କୁ ଶାସନ କାର୍ଯ୍ୟରେ ସହାୟକ ହେଵା ପାଇଁ ଅନେକ ବଙ୍ଗୀୟ କର୍ମଚାରୀ ଙ୍କୁ ଆଣି ଆସିଥିଲେ , ଯେଉଁ ମାନେ ଓଡ଼ିଶାର ଭାଷା ସାହିତ୍ୟ ସଂସ୍କୃତି ଓ ପରମ୍ପରା ତଥା ଅମାପ ସମ୍ପତ୍ତି ସମୂହ କୁ ବ୍ୟାଜାପ୍ତ କରିବା ସହିତ ଓଡ଼ିଆ ଙ୍କ ସକଳ ସଫଳ କୃତି ଓ କୀର୍ତ୍ତି କୁ ବଙ୍ଗାଳୀ ମାନଙ୍କ ର ବୋଲି ସାବ୍ୟସ୍ତ କରିବାକୁ ସକଳ ପ୍ରକାର ଚକ୍ରାନ୍ତ କରିଥିଲେ ଏବଂ ଅନେକାଂଶରେ ସଫଳ ମଧ୍ୟ ହୋଇଥିଲେ । କଳିଙ୍ଗ ମହାସାଗର କୁ ବଙ୍ଗୋପସାଗର ର ପରିବର୍ତନ କରିବା ଠାରୁ ଆରମ୍ଭ କରି କବିରାଜ ଜୟଦେବ ଙ୍କୁ ଅପହରଣ କରିବା ପର୍ଯ୍ୟନ୍ତ, ଓଡ଼ିଆ ଗୋଟିଏ ଭାଷା ନୁହେଁ ଠାରୁ ଆରମ୍ଭ କରି ଆମର ପୀଠ ପୂଜା କୁ ମଣ୍ମୟ ମୂର୍ତ୍ତି ପୂଜା ରେ ରୂପାନ୍ତରିତ କରିବା ପର୍ଯ୍ୟନ୍ତ , ବକ୍ସିଂ ଜଗବନ୍ଧୁଙ୍କ ସମ୍ପତ୍ତି ଅପହରଣ ଠାରୁ ସୂର୍ଯ୍ୟାସ୍ତ ଆଇନ୍ ଆଧାର ରେ ଓଡ଼ିଶା ର ଜମିଦାରୀ ହାତେଇବା ପର୍ଯ୍ୟନ୍ତ ସମୂହ ର ତାଲିକା ପ୍ରଲମ୍ବିତ । ଅତଏବ ଚକ୍ରାନ୍ତ ଆଧାର ରେ ଠିକ୍ ସମୟରେ କୁଆଡେ ଜମିଦାରୀ ଖଜଣା ଦାଖଲ ନକରି ଥିବା ଦେଖେଇ ନିଲାମ ଜରିଆରେ ଓଡ଼ିଶାର ଜମିଦାରୀ ହାସଲ କରିଥିବା ବହୁ ବଙ୍ଗାଳୀ ଜମିଦାର ମାନେ ରାଜର୍ଷୀ ନବକୃଷ୍ଣ ଚୌଧୁରୀ ଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ଜମିଦାରୀ ଉଚ୍ଛେଦ ଘୋଷଣା ପରେ ଏବଂ ପରବର୍ତ୍ତୀ ସମୟରେ ବରେଣ୍ୟ ସଦାଶିବ ତ୍ରିପାଠୀ ଯେତେବେଳେ ରାଜସ୍ବ ବିଭାଗ ମନ୍ତ୍ରୀ ଥିଲେ, ସେତେବେଳେ ତାଙ୍କର ଜଣେ ସହଯୋଗୀଙ୍କୁ ଧରି ବଙ୍ଗୀୟ ଜମିଦାର ମାନେ ପ୍ରଭାବିତ କରିବା ରେ ବିଫଳ ହେବା ପରେ ସେମାନେ ତାଙ୍କର ଶହଶହ ଏକର ଜମି କୁ ନିଜର ଵିରାଦରୀ ବଙ୍ଗାଳୀ ମାନଙ୍କୁ ହାତ ପଟ୍ଟା ଦେଇ ସମୁଦ୍ର କୂଳିଆ ଜମି ସବୁ କୁ ପିଛିଲା ତାରିଖ ପକାଇ ସେମାନଙ୍କ ନାମ ରେ ଅଧିକାରଭୁକ୍ତ କରିଦେଲେ । ପରବର୍ତ୍ତୀ ସମୟରେ ଏହି ବଙ୍ଗୀୟ ମାନେ ନିଜ ନାମରେ ଥିବା ଜମି ସ଼ହିତ ସରକାରୀ ଜମି ଜବରଦଖଲ କରିଦେଲେ । ଯେଉଁ ଉପକୂଳିଆ ଜମି ସବୁ ପ୍ରାକୃତିକ ଲୁଣାଜଙ୍ଗଲ ପୂର୍ଣ ଥିଲା । ସେମାନେ ଅଧିକାଂଶ କମ୍ୟୁନିଷ୍ଟ ପାର୍ଟି ର ସଦସ୍ୟତା ଗ୍ରହଣ କରିଥିଲେ । ପଶ୍ଚିମ ବଙ୍ଗର କମ୍ୟୁନିଷ୍ଟ ନେତା ମାନଙ୍କୁ ଧରି ଓଡ଼ିଶା ର କମ୍ୟୁନିଷ୍ଟ ପାର୍ଟି ର ନେତା ମାନଙ୍କ ସହଯୋଗ ପାଇଲେ । ଏମାନଙ୍କ ସହିତ ପ୍ରଜା ସୋସିଆଲିଷ୍ଟ ମାନେ ସହଯୋଗ କରିଥିଲେ । ଭୂମିହୀନ କୁ ଭୂମିଦାନ ଆହ୍ବାନ ରେ ବିଜୁବାବୁ ଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ଚାନ୍ଦବାଲି ଠାରୁ ଜମ୍ବୁ ପାରାଦୀପ ଓ ଏରସମା ଯାଏଁ ଜଙ୍ଗଲ ଜମି,ପଠା,କନ୍ଦା ଜମି ଦଖଲ ଅଭିଯାନ ସମୟରେ ସରକାର ଙ୍କ ନିରବ ସମର୍ଥନ ରହିଥିଲା, ଜଣେ ସମାଲୋଚକ ବିଜୁ ବାବୁ ଙ୍କ ମାମୁଁ ଘର, ବୀରେନ୍ ମିତ୍ର ଙ୍କ ବିରାଦରୀ ଅଭିଯୋଗ ଉଠିଥିଲା, ସେଥିପ୍ରତି କୌଣସି ଓଡ଼ିଆ ଦୃଷ୍ଟି ଦେଇନଥିଲେ । ସେମାନେ ସମୁଦ୍ର କୂଳିଆ ଜଙ୍ଗଲ କାଟି ସଫା କରୁଥିବା ସମୟରେ , ଏପଟେ ପାରାଦୀପ ବନ୍ଦର ନିର୍ମାଣ ପାଇଁ ଅବାରିତ ଭାବେ କୋଟି କୋଟି ସଂଖ୍ୟା ରେ ହେନ୍ତାଳ ଓ ଅନ୍ୟାନ୍ୟ ବାତ୍ୟା ନିରୋଧକ ବୃକ୍ଷ ଛେଦନ କରାଗଲା । ହାତ ପଟ୍ଟାଧାରୀ ବଙ୍ଗୀୟ ମାନେ ସେମାନଙ୍କ ଭାଇ ଵିରାଦରୀ , ବିଶେଷ କରି ଆଜିର ବଙ୍ଗଳା ଦେଶରୁ ଆସିଥିବା ଲୋକଙ୍କୁ ଏହି ଜମି ବିକ୍ରି କରିଦେଲେ । ଭୋଟ ଜୀବୀ ନେତା ମାନେ ସେମାନଙ୍କୁ ଭୋଟର କରାଇଦେବା ସହିତ ଜମିପଟ୍ଟା ମଧ୍ୟ କରାଇଦେଲେ । ଏହି ବଙ୍ଗଦେଶୀବର୍ଗ ସ୍ଥାନୀୟ କୁଜି ନେତାଙ୍କ ଠାରୁ କ୍ଷମତାଧାରୀ ନେତା, ଗ୍ରାମ ପଞ୍ଚାୟତ ସମ୍ପାଦକ ଠାରୁ ପଞ୍ଚାୟତ ସମିତି ର ମଣ୍ଡଳ ଉନ୍ନୟନ ଅଧିକାରୀ, ଜିଲ୍ଲା ନେତା ଙ୍କୁ ବଶିଭୂତ କରି , ସେମାନଙ୍କ ପୂର୍ଣ୍ଣ ସହଯୋଗ ରେ ହଜାର ହଜାର ସଂଖ୍ୟାରେ ଭାଇ ବିରାଦରୀମାନଙ୍କୁ ଅଣେଇ ବସତି ସ୍ଥାପନ କଲେ ଅତି ସହଜ ଲାଭଦାୟକ ଧାନ ଚାଷ କରିବା ପାଇଁ ଜଙ୍ଗଲ ସଫା କରିବାକୁ ଲାଗିଲେ ଏବଂ ଅଧିକ ରୁ ଅଧିକ ଜଙ୍ଗଲ ଜମି ଜବରଦଖଲ କରିଚାଲିଲେ । ଅନେକ ମାଛ ଧରି ବେପାର କରିବାକୁ ଲାଗିଲେ । କରଦ ରାଜ୍ୟ ଏବଂ ଜମିଦାରୀ ଉଚ୍ଛେଦ ପରେ ଜଙ୍ଗଲ ରୁ କାଠ କାଟିବା ଲାଗି ଆଉ ଅନୁମତି ର ଆବଶ୍ୟକତା ପଡ଼ିଲା ନାହିଁ । ଅତଏବ ଅବାଧରେ ଜଙ୍ଗଲ ପଦା କରି ପକା ଇଲେ,ପ୍ରଶାସନ ଏଦିଗ ପ୍ରତି ନଜର ମଧ୍ୟ ଦେଲା ନାହିଁ । ଏସବୁ ବଙ୍ଗୀୟ ମାନଙ୍କ ବିତ୍ପାତ ଫଳରେ ଲଘୁଚାପ ଜନିତ ସାମୁଦ୍ରିକ ଭୟଙ୍କର ଝଡ଼ ତୋଫାନ ସମ୍ପୂର୍ଣ୍ଣ ରୂପେ ପ୍ରତିରୋଧ ଶୂନ୍ୟ ହୋଇ ଉପକୂଳ ରେ ତା'ର ତାଣ୍ଡବଲୀଳା ଦେଖାଇ ଚାଲିଛି ୧୯୬୭ ମସିହା ପର ଠାରୁ । ସେହି ସମୟରୁ ଯେତେବେଳେ ବାତ୍ୟା ଆସିବାର ସମ୍ଭାବନା ପାଣିପାଗ ବିଭାଗ ସୂଚନା ଦିଏ , ସେତେବେଳେ ବହୁ ଲୁକ୍କାୟିତ ଚରିତ୍ର ସମୂହ ଫୁଟି ପ୍ରକାଶ ପାଏ । ଗଣମାଧ୍ୟମରେ ଏହାର ଆଗମନ ର ଭୟ ଉଦ୍ରେକକାରୀ ବ୍ୟାପକ ପ୍ରଚାର କରାଇବାକୁ ବ୍ୟବସାୟୀ ମାନେ ଧରାଧରି କରିଥାନ୍ତି । ଉଭୟ ବ୍ୟବସାୟୀ ଓ ଖାଉଟି ମାନେ ଅତ୍ୟାବଶ୍ୟକ ସାମଗ୍ରୀ କୁ ଅଯଥା ଜମା ( ହୋର୍ଡିଂ) କରିବାରେ , ଅର୍ଥାତ୍ ଲୁଚାଇ ରଖିବା ଫଳରେ ସୃଷ୍ଟ କୃତ୍ରିମ ଅଭାବ ରେ ବ୍ୟବସାୟୀମାନେ ମାଲେମାଲ ହୋଇ ଆସୁଛନ୍ତି । ବିଭିନ୍ନ ମିଥ୍ୟା ହିସାବ ପାରଙ୍ଗମ ପଦାଧିକାରୀ ମାନେ ଭିତରେ ଭିତରେ କୁରୁଳି ଉଠନ୍ତି । ଅନେକ ଯନ୍ତ୍ରୀ ତନ୍ତ୍ରୀ ମାନଙ୍କ ପତ୍ନୀ ମାନେ ଭୋଗଡାଲା ଧରି ବିଭିନ୍ନ ମନ୍ଦିରରେ ବିପର୍ଯ୍ୟୟ ଭୟଙ୍କର ହେଉ ବୋଲି ପୂଜା କରିଥାନ୍ତି । ବାତ୍ୟା,ବନ୍ୟା ସମୟରେ କେତେ ଅଇଲା,ଗଲା , ତା'ର ହିସାବ ରହେ ନାହିଁ । ଆମର ନିଜସ୍ୱ ଅଭିଜ୍ଞତା ଆଧାରରେ ଏହା ଆମେ ଦୃଢ଼ତା ର ସହ କହୁଛୁ । ଏବେ ଯେଉଁ ବାତ୍ୟା ସମ୍ଭାବନା କୁ ନେଇ ସର୍ବତ୍ର ଚର୍ଚ୍ଚା, ଦୃଶ୍ୟ ଶ୍ରାଵ୍ୟ ଗଣମାଧ୍ୟମ ରେ ସ୍ଵକୀୟ ଜନାନୁଧ୍ୟାନ ପରିସଂଖ୍ୟାନ ଅଭିବୃଦ୍ଧି ଲକ୍ଷ୍ୟ ରେ (ଟିଆରପି) ପ୍ରତିଯୋଗିତା , ଯାହା କେବଳ ଭୟ ଉଦ୍ରେକକାରୀ ନୁହେଁ, ପରୋକ୍ଷରେ କୃତ୍ରିମ ଅଭାବ ସୃଷ୍ଟି କାରୀ ମହଜୁଦକାରୀଙ୍କ କଚେପୁଅ ବାର ପାଇଁ ଉଦ୍ଦିଷ୍ଟ । ବିଗତ ୪୭ ବର୍ଷ ର ଅଭିଜ୍ଞତା କୁ ଉପଜିଵ୍ୟ କରି ଆମର ଏକ ମୌଳିକ ପ୍ରଶ୍ନ " କାହିଁକି ସରକାର, ବିରୋଧୀ ଦଳ, ଆମର ତଥାକଥିତ ବୁଦ୍ଧିଜୀବୀ ସର୍ବଦା ସାମ୍ଭାବ୍ୟ ବିପର୍ଯ୍ୟୟ ସମୟରେ ହେଉ , ହେଉ ଅବା ବିଭିନ୍ନ ଘଟଣା ସମୟ ରେ, ତା'ର ସମ୍ମୁଖୀନ ହେବାପାଇଁ ଯେପରି ପଦକ୍ଷେପ ଗ୍ରହଣ କରିବାକୁ ପ୍ରଚାର କରିଥାନ୍ତି, ପ୍ରତିକାର କରିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଉଛନ୍ନ ହୋଇଥାନ୍ତି, ସେମିତି କେବେ ଥରେ ହେଲେ ପ୍ରାକୃତିକ ବିପର୍ଯ୍ୟୟ ହେଉ, ହେଉ ଅବା ଖଣି ଡକାୟତି, ଚିଟଫଣ୍ଡ ଦୁର୍ନୀତି, ମହାନଦୀ ଜଳ ଅବରୋଧ, ସୀମା ଦଖଲ, ଅମୂଲ୍ୟ ସମ୍ପଦ ଅପହରଣ ଆଦି ଘଟଣା ସମୂହ ର ପ୍ରତିଷେଧକ ପାଇଁ ଯୋଜନା କରିବା ଛାଡ, ଏଥିପାଇଁ ଚିନ୍ତା କରିଛନ୍ତି କି ? ଅତଏବ କେବଳ ବଢ଼ି, ମରୁଡି,ଝଡି , କରୋନା ଭଳି ବାଡି ବା ମହାମାରୀ ସମ୍ପର୍କରେ ନୁହେଁ, ପ୍ରତ୍ୟକ ଟି ଘଟଣା ରସ ପ୍ରତିଷେଧ ବ୍ୟବସ୍ଥା ସମ୍ଭବ ଓ ତୁଳନାତ୍ମକ ଭାବେ ସାର୍ବଜନୀନ ଲାଭଦାୟକ ହୋଇଥିଲେ ହେଁ, ପ୍ରତିଷେଧକ ବ୍ୟବସ୍ଥା ପ୍ରତି ଅଣଦେଖା କରି ପ୍ରତିକାର ଲାଗି ଅତି ମାତ୍ରାରେ ଉତ୍ସୁକତାର କାରଣ କ'ଣ ଜାଣନ୍ତି ? ଏହା ମୂଳ ରେ କେବଳ ବ୍ୟକ୍ତିଗତ ଲାଭ, ଆତ୍ମ ପ୍ରଚାର ବା ବାଃ ବାଃ ନେବାର ଲାଳସା, ପରବର୍ତ୍ତୀ ନିର୍ବାଚନ ରେ ବିଜୟୀ ହୋଇ ସିଂହାସନ କୁ ଜାବତ୍ ଚନ୍ଦ୍ରାକେ ଭୋଗ ଦଖଲ । ତେଣୁ ତ ବ୍ୟାପକ କ୍ଷୟକ୍ଷତି ର ପ୍ରଚାର କରାଇ ମହଜୁଦକାରୀଙ୍କ ସମ୍ପତ୍ତି ବଢାଇ ମୁଦ୍ରିତ ଓ ଦୃଶ୍ୟ ଶ୍ରାବ୍ୟ ଗଣମାଧ୍ୟମ ରେ କିଣା ସମ୍ବାଦ ( ପେଡ ନ୍ୟୁଜ) ପରିବେଷଣ କରାଯାଏ । ଏକଦା ଏକ ହିନ୍ଦୀ ଚଳଚ୍ଚିତ୍ର " ନାୟକ" ର କାହାଣୀ କୁ ଉପଜିଵ୍ୟ କରି ଆମେ ମୁଖ୍ୟମନ୍ତ୍ରୀଙ୍କୁ ଗୋଟିଏ ପତ୍ର ଲେଖିଥିଲୁ । ବିଗତ ୨୧ ବର୍ଷ ଭିତରେ ଜଣେ ଯେ କିଏ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଦେଇ ପ୍ରାପ୍ତି ସ୍ବୀକାର ପତ୍ର ପାଇଛି, ତାହା ଆମକୁ ଜଣା ନାହିଁ , ତଦାନୁସାରେ ଆମେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କୌଣସି ଉତ୍ତର ସିନା ପାଇଲୁ ନାହିଁ , ଜୀବନର ପ୍ରଥମ ଥରପାଇଁ ଭ୍ରାମ୍ୟମାଣ ଦୂରଭାଷ ରେ ସେତେବେଳେ ର ଅସଲି କ୍ଷମତା କେନ୍ଦ୍ର ଙ୍କ ମଧୁର କଟାକ୍ଷ, ଖଟାଙ୍ଗ ,ଧମକ ପାଇଥିଲୁ ଓ ପରବର୍ତ୍ତୀ ସମୟରେ ସରକାରୀ କଳର ଅତ୍ୟାଚାର ର ମାତ୍ରା ବୃଦ୍ଧି ପାଇଥିଲା । ଆମେ ସେହି ପତ୍ରରେ କେବଳ କହିଥିଲୁ ଯେ ଆପଣ ଦୀର୍ଘ ଦିନ ଧରି ଶାସନ କାର୍ଯ୍ୟ ଠାରୁ ନିର୍ବାଚନ ପରିଚାଳନା ରେ ବ୍ୟସ୍ତ ରହି ନିଜ ଶରୀର ପ୍ରତି ଅବହେଳା ପ୍ରଦର୍ଶନ କରିଆସୁଛନ୍ତି, ଶୁଣାଯାଏ ଆପଣ ଙ୍କ ପୂର୍ବ ଅସ୍ତ୍ରୋପଚାର ର ନବୀକରଣ ସମୟ ଅତିବାହିତ ହୋଇଗଲାଣି , ଆପଣ ଅନ୍ତତଃ ପାଞ୍ଚ ମାସ ଛୁଟି ନେଇ ରୁଷ ଯାଇ ଚିକିତ୍ସା କରାନ୍ତୁ ଏବଂ ସେହି ପାଞ୍ଚ ମାସ ଆମକୁ ଶାସନ କରିବାର ସୁଯୋଗ ଦିଅନ୍ତୁ, ଯାହା ସମ୍ବିଧାନ ରେ ମଧ୍ୟ ଅଛି, ସଭ୍ୟ ନଥାଇ ମଧ୍ୟ ଜଣେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିପାରିବେ, ଏବେ ଯେପରି ମମତା ବାନାର୍ଜୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଅଛନ୍ତି । ଓଡ଼ିଶାରେ ବିଗତ ଦିନରେ ୧୯୮୦ ଓ ୧୯୯୫ ରେ ଜାନକୀ ବଲ୍ଲଭ ପଟ୍ଟନାୟକ, ୧୯୯୮ ରେ ଗିରିଧାରୀ ଗମାଙ୍ଗ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଶାସକ ଦଳ ର ମୁଣ୍ଡ ଆମକୁ ପଚାରିଲେ , ଏଭଳି ପିଲାଳିଆମି କରିବା କ'ଣ ଶସ୍ତା ଲୋକପ୍ରିୟତା ପାଇଁ ଉଦ୍ଧିଷ୍ଟ ? ଆମେ କହିଲୁ ନା, ଏହା ପିଲାଳିଆମି ନୁହେଁ,ଏକ ଆହ୍ବାନ । ଆପଣଙ୍କ ଦଳର ବିଧାୟକ ମାନଙ୍କୁ ନେଇ ମନ୍ତ୍ରିମଣ୍ଡଳ ଗଠିତ ହେବ,ଏଇ ପ୍ରଶାସନିକ ଅଧିକାରୀ ଙ୍କୁ ନେଇ ଏଭଳି ଶାସନ ହେବ, ପାଞ୍ଚ ମାସ ପରେ ଆପଣ ଦେଖିବେ ଓଡ଼ିଶା ର ପରିବର୍ତ୍ତନ , ଯଦି ନିଜେ ଆପଣ ନାହିଁ ବୋଲି ମତପୋଷଣ କରନ୍ତି , ତେବେ ଆମେ ଆପଣଙ୍କ ନେତାଙ୍କ ବାସଭବନ ସମ୍ମୁଖ ବତୀଖୁଣ୍ଟରେ ନିଜକୁ ନିଜେ ଫାଶୀ ଦଣ୍ଡାଦେଶ ଦିଆଇବୁ । ସେ ଇଂରାଜୀ ଭାଷାରେ କ଼ହିଲେ ରିଲ କାହାଣୀ ରିଅଲ ସୋଇପାରିବ ନାହିଁ । ଆପଣ କ'ଣ ଅନୀଲ କାପୁର ? ହଁ ପରିବର୍ତ୍ତନ ନିର୍ଭର କରେ ନେତୃତ୍ବ ର ମାନସିକତା ଉପରେ । କ'ଣ ଆପଣ ଯାଦୁ କରିବେ ? ନା, ଆମେ ଯାଦୁକର ନୋହୁଁ, କର୍ମକାର । କେମିତି କରିବେ ? ଆମେ ଉତ୍ତର ଦେଇଥିଲୁ ତାହା ଆପଣ ଙ୍କୁ କାହିଁକି କହିବୁ ? ସେ ବିରକ୍ତି ପ୍ରକାଶ କରି କହିଲେ " ଦୟାକରି ପବନ କରନ୍ତୁ ନାହିଁ । ଆମେ ତାଙ୍କ ଆହ୍ବାନ କୁ ଗ୍ରହଣ କରି କହିଥିଲୁ ଯେ ଶହେଟି ପଦକ୍ଷେପ ରୁ ଆଜି ଆପଣ ଙ୍କୁ ଗୋଟିଏ ଉଦାହରଣ ଦେଉଛୁ । ସେହି ଗୋଟିଏ ଯୋଜନା କଥା କହିବା ପରେ ସେ ଚୁପ୍ ହୋଇଯାଇଥିଲେ । ଏହି ଆଲୋଚନା ଟି ଆମପାଇଁ ଟିକେ ମଙ୍ଗଳ ସାବ୍ୟସ୍ତ ହୋଇଥିଲା । ସେହି ଦିନ ଠାରୁ ଦୂରଭାଷ ରେ ପ୍ରତି ଦିନ ଅଜଣା ଲୋକ ଙ୍କ ଗାଳି, ଧମକପୂର୍ଣ୍ଣ କଥାବାର୍ତ୍ତା ବନ୍ଦ ହୋଇଗଲା । ପରବର୍ତ୍ତୀ କିଛି ଦିନ ପରେ କ'ଣ ପାଇଁ ଦେଖାଦେଲା ଯେ ବାର ବର୍ଷର ଫେବିକଲ ଯୋଡ଼ି ମେଲା ହୋଇଗଲା ଏବଂ ମେ,୨୯ ର ଐତିହାସିକ ନାଟକ, ବେଇନାମ ( ବେଇମାନ ଶବ୍ଦ ଟି ବୋଧେ ପାଟି ର ବେଇନାମ ହୋଇଗଲା ଅବା ତାହାହିଁ ଭାବିଚିନ୍ତି କହିଥିଲେ) ବିଶେଷଣ, ବହିସ୍କାର, ନୂତନ ଦଳ ଗଠନ, ବ୍ରହ୍ମାସ୍ତ୍ର ପ୍ରାୟ ର ଧମକ, ଶେଷରେ କର୍କଟାକ୍ରାନ୍ତ ହୋଇ ଜୀବନ ପାଖରୁ ବିଦାୟ ନେବା ଘଟଣା ଇତିହାସ ର କଥାବସ୍ତୁ । ଏହା ନିର୍ବିବାଦୀୟ ସତ୍ୟ ଯେ ୧୨ ଶହ ବର୍ଷ ତଳେ ( ଅଷ୍ଟମ ଶତାବ୍ଦୀ) ପଦ୍ମ ପୁରାଣ ରେ ଯାହା ଉଲ୍ଲେଖ ଥିଲା " ବର୍ଷାଣାଂ ଭାରତ ଶ୍ରେଷ୍ଠ, ଦେଶାନାମ୍ ଉତ୍କଳ ସ୍ମୃତ, ଉତ୍କଳସ୍ୟ ସମୋଦେଶ , ଦେଶ ନାସ୍ତି ମହୀତଳେ" ଏବେବି ପ୍ରାସଙ୍ଗିକ । ସମଗ୍ର ବିଶ୍ବ ରେ ପ୍ରତି ଦୃଷ୍ଟିକୋଣରୁ ଓଡ଼ିଶା ଏକ ଉର୍ବର ମାଟି । ଯଦି ସଠିକ୍ ନେତୃତ୍ବ ମିଳେ, ତେବେ ପୂର୍ବଜ ଙ୍କ ଅବଦାନ ଭଳି ଏହା ବିଭିନ୍ନ କ୍ଷେତ୍ରରେ ବିଶ୍ବଗୁରୁ ହୋଇପାରିବ । ନବୀନ ବାବୁଙ୍କୁ ଓଡ଼ିଶାବାସୀ ଯେଭଳି ଅକୁଣ୍ଠିତ ସମର୍ଥନ ଦେଇଆସୁଛନ୍ତି, ତାହା ତାଙ୍କର ପିତା ବିଜୁ ପଟ୍ଟନାୟକ ଙ୍କୁ ଅବା ଅନ୍ୟ କାହାକୁ ଦେଇନାହାନ୍ତି । ଏପରିକି ଯେଉଁ ବିଜୁ ବାବୁ ଙ୍କ ପୁତ୍ର ର ଏକମାତ୍ର ପରିଚୟ ଆଧାରରେ , କାରଣ ୧୯୯୭ ରେ ଓଡ଼ିଶା ରେ ତାଙ୍କର ରାଜନୈତିକ ଜନ୍ମ୍ ସମୟରେ ସେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି, ପରମ୍ପରା, ଇତିହାସ, ଭୂଗୋଳ, ରାଜନୀତି, କିଛି ବି ଜାଣି ନ ଥିଲେ, ସେ କ'ଣ ଥିଲେ ତାହା ଆମେ ନିଜେ ଦିଲ୍ଲୀରେ ଦେଖିଛୁ, ଯେତେବେଳେ ସମ୍ମାନାଷ୍ପଦ ରଣଜିତ୍ ମହାନ୍ତି ତାଙ୍କ ସହିତ ଆମକୁ ପରିଚିତ କରାଇଥିଲେ , ସେହି ବିଜୁ ବାବୁ ମାତ୍ର ଅଢେଇ ବର୍ଷ ମୁଖ୍ୟମନ୍ତ୍ରୀ ରହି ପାରିନଥିଲେ, ପୁଣି ୨୭ ବର୍ଷ ପରେ ଭିପି ସିଂ ଙ୍କ ସପକ୍ଷବାଦୀ ହାଓ୍ବା ରେ ମୁଖ୍ୟମନ୍ତ୍ରୀ ହେବା ମଝିରେ ଏକଦା ୪ ଟି ବିଧାନସଭା ଓ ଗୋଟିଏ ଲୋକସଭା ରେ , ଏହି ପରି ପାଞ୍ଚଟି ନିର୍ବାଚନ ମଣ୍ଡଳୀ ରେ ପ୍ରାର୍ଥୀ ହୋଇ ପାଞ୍ଚ ଟି ଯାକ ସ୍ଥାନରେ ହାରିଥିଲେ । ଅତଏବ ନବୀନ ବାବୁଙ୍କ ଭଳି ଭାଗ୍ୟବାନ ବ୍ୟକ୍ତି ବିଶ୍ବ ଇତିହାସରେ ବିରଳ । ଏତେ ସବୁ ଜନସମର୍ଥନ ଠାରୁ ଆରମ୍ଭ କରି ସକଳ ପ୍ରକାର ସୁବିଧା ସୁଯୋଗ ଥିଲେ ମଧ୍ୟ ରାଜ୍ୟ ର ବିକାଶ ପରିବର୍ତ୍ତେ ବିନାଶ ଦିଗକୁ ନେବା, ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା କୁ ଅମଲାତାନ୍ତ୍ରିକ ଶାସନ ବ୍ୟବସ୍ଥା ରେ ରୂପାନ୍ତରିତ କରାଇବା, ରାଜ୍ୟ ରେ ଭିକାରୀ ସଂସ୍କୃତି କୁ ସାର୍ବଜନୀନ କରାଇବା ( ଅନ୍ତୁଡିଶାଳରେ ପ୍ରସୂତି ଭତ୍ତା ଠାରୁ ଅନ୍ତିମ ସମୟରେ ହରିଶ୍ଚନ୍ଦ୍ର ଭତ୍ତା ମଝିରେ ଅନେକ ଛତର ଯୋଜନା ) , ରାଜକୋଷ କୁ ୠଣ ଭାରରେ ଭାରାକ୍ରାନ୍ତ କରାଇଦେବା, ଦଶଲକ୍ଷ କୋଟି ଟଙ୍କା ର ଖଣି ଡକାୟତି , ସୀମା ଅସୁରକ୍ଷିତ, କର୍ମବୀର ଓଡ଼ିଆ ଙ୍କୁ କର୍ମକୋଢି କରାଇଦେବା ଆଦି ଶତାଧିକ ଅପକୀର୍ତ୍ତିମାନ ସୃଷ୍ଟି କରାଇଛନ୍ତି । ସରଳ ବିଶ୍ୱାସୀ, ଶାନ୍ତି ପ୍ରିୟ ଓଡ଼ିଆ ଙ୍କୁ ଠକି , ଚଞ୍ଚକତା କରି, ଏପରିକି ନିଜର ଭାବମୂର୍ତ୍ତି ଗଠନ କରିବାକୁ କୋଟି କୋଟି ଟଙ୍କା ବିଜ୍ଞାପନ ରେ ଖର୍ଚ୍ଚ କରିବା, ନିଜକୁ ଓଡ଼ିଶାର ପରିଚୟ ବୋଲି ପ୍ରଚାରିତ କରାଇବା , ନିର୍ବାଚନ ରାଜନୀତି କୁ ବ୍ୟୟବହୁଳ କରାଇବା, କ୍ଷମତା ରାଜନୀତି ରେ ପରିବାରବାଦ ( ବିଧାୟକ କିମ୍ବା ସାଂସଦ ଙ୍କ ମୃତ୍ୟୁ ପରେ ଉପ ନିର୍ବାଚନରେ ତାଙ୍କର ପୁତ୍ର, ପତ୍ନୀ ଙ୍କୁ ପ୍ରାର୍ଥିତ୍ଵ ଦେବା ହେଉ ଅବା ଦୁର୍ନୀତି ଅଭିଯୋଗ ରେ ଗିରଫ ନେତାଙ୍କ ନିର୍ବାଚନ ମଣ୍ଡଳୀ ରେ ତାଙ୍କର ନାଁ ବାଳକ ପୁତ୍ର କୁ ପ୍ରାର୍ଥିତ୍ଵ ପ୍ରଦାନ) କୁ ଉପଜିଵ୍ୟ କରି କଳେବଳେ କୌଶଳେ ବିଜୟୀ ହେବା, ବିରୋଧୀ ଦଳ କୁ ଭାଙ୍ଗି ଛିନ୍ନବିଛିନ୍ନ କରାଇଦେବା, ଏପରିକି ବିରୋଧୀ ଦଳ ନେତା ଙ୍କୁ ପ୍ରଲୋଭିତ କରାଇବା ଭଳି ଅନେକ ଅଭାବନୀୟ କାର୍ଯ୍ୟ କରିବା, ମୁଖ୍ୟମନ୍ତ୍ରୀ ଆସନ ସୁରକ୍ଷିତ ରଖିବା ପାଇଁ ସକଳ ପ୍ରକାର କୂଟକପଟ ପ୍ରୟୋଗ କରିବା, ଓଡ଼ିଶା ର ଅମୂଲ୍ୟ ଖଣିଜ ସମ୍ପଦକୁ ଅଣ ଓଡ଼ିଆ ଦେଶି ବିଦେଶୀ ଙ୍କ ହାତକୁ ଟେକି ଦେବା ଭଳି ଅନେକ ଘଟଣା , ଆଚରଣ ଓ ଉଚ୍ଚାରଣ କୁ ଉପଜିଵ୍ୟ କରି ଆଗାମୀ ଇତିହାସ ତାଙ୍କୁ ଅନେକ କୁବିଶେଷଣରେ ଯେ ବିଭୂଷିତ କରିବ , ଏଥିରେ ସାମାନ୍ୟ ସନ୍ଦେହର ଅବକାଶ ନାହିଁ । ଅପରପକ୍ଷରେ ଏବେ ବି ସମୟ ଅଛି, ମୋହନ ଆଜ୍ଞା ଚାହିଁଲେ , ଓଡ଼ିଶା ର ବିକାଶ ର ନନ୍ଦିଘୋଷ ରଥ ଆଗକୁ ଆଗକୁ ଦ୍ରୁତ ଗତିରେ ଆଗେଇ ଚାଲିବ । ଯୋଗ୍ୟ ଲୋକ ଙ୍କ ଠାରୁ ପରାମର୍ଶ ନିଅନ୍ତୁ, ଓଡ଼ିଶା ରେ ଯୋଗ୍ୟ ଲୋକ ଙ୍କ ଅଭାବ ନାହିଁ କି ଯୋଗ୍ୟ ଭାରତୀୟ ପ୍ରଶାସନିକ ଅଧିକାରୀ ମାନଙ୍କ ଅଭାବ ନାହିଁ । ଅନେକ ଓଡ଼ିଆ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ବିଭିନ୍ନ ରାଜ୍ୟ ରେ ସ୍ଵକୀୟ ପ୍ରତିଭା ଓ କର୍ମ ଆଧାର ରେ କେବଳ ଜନପ୍ରିୟ ନୁହନ୍ତି, ଇତିହାସ ସୃଷ୍ଟି କରିଛନ୍ତି । ନବୀନ ବାବୁ ଅନେକ ସୁଯୋଗ୍ୟ ଓଡ଼ିଆ ପଦାଧିକାରୀ ମାନଙ୍କୁ ଯେଭଳି ମାନସିକ ନିର୍ଯ୍ୟାତନା ଦେଇଥିଲେ,ଅଣ ଓଡ଼ିଆ ପ୍ରଶାସନିକ ଅଧିକାରୀ ଙ୍କ ପ୍ରରୋଚନାରେ, ତାହାର ତାଲିକା ଗତ ଚବିଶ ବର୍ଷ ଭିତରେ ଡକ୍ଟର ହୃଷୀକେଶ ପଣ୍ଡାଙ୍କ ଠାରୁ ଡକ୍ଟର ଅରୁଣ ପଣ୍ଡା , ଏପରିକି ବର୍ତ୍ତମାନର ପ୍ରଶାସନିକ ଅଧିକାରୀ ତଥା ସାରସ୍ବତ ସ୍ରଷ୍ଟା ଶ୍ରଦ୍ଧେୟ ସଂଗ୍ରାମ ମହାପାତ୍ର ମାନଙ୍କ ଉଦାହରଣ ପ୍ରଚୁର । ଆମର କ'ଣ ନାହିଁ ? ପ୍ରକୃତି ଓ ପ୍ରଭୁ ଜଗନ୍ନାଥ ଓଡ଼ିଶା କୁ କ'ଣ ନ ଦେଇଛନ୍ତି ? ଅମାପ ଖଣିଜ ସମ୍ପଦ,ବନ୍ୟ ସମ୍ପଦ, ସୁଦୀର୍ଘ ବେଳାଭୂମି, ବିଶ୍ବ ଚକିତ ନୈସର୍ଗିକ ପ୍ରାକୃତିକ ଶୋଭା ର ଭଣ୍ଡାର , ସୁଦୀର୍ଘ ବେଳାଭୂମି , କୁଶଳୀ ମାନବ ସମ୍ବଳ ଏବଂ ଶେଷରେ ସାମାଜିକ ସଂହତି ପାଇଁ ଜଗନ୍ନାଥ ଙ୍କ ନୀତି କ୍ରାନ୍ତି ଆଧାରିତ ମହାମାନବୀୟ ଦର୍ଶନ । ପୃଥିବୀର ଅନ୍ୟ କୌଣସି ଜାତି, କୌଣସି ଧର୍ମ, କୌଣସି ଦେଶ ଏକାବେଳକେ ଏସବୁ ପାଇଛି କି ? ସେମାନଙ୍କ କୃତ୍ରିମ ପର୍ଯ୍ୟଟନ ସ୍ଥଳ ଆଜି ଲକ୍ଷ ଲକ୍ଷ କୋଟି ଟଙ୍କାର ରାଜସ୍ବ ପାଉଥିବା ସମୟରେ ଆମର ପ୍ରକୃତି ପ୍ରଦତ୍ତ ନୈସର୍ଗିକ ଶୋଭା ର ଭଣ୍ଡାର ଅବହେଳିତ, ଅନାଲୋଚିତ, ଅଧିକନ୍ତୁ ଆମରି ଲୋକ ଙ୍କ ଦ୍ଵାରା ପ୍ରଦୂଷିତ ହୋଇଚାଲିଛି । ସମସ୍ୟା ଲେଖିବସିଲେ ସାତଖଣ୍ଡ ରାମାୟଣ ଠାରୁ ଅଧିକ ହେବ । ଅତଏବ ସମାଧାନ ର ସୂତ୍ର ଉପରେ ଆଧାରିତ ଆଲୋଚନା କୁ ଆଗେଇ ନେବା । ଯେହେତୁ ଆଲୋଚନା ଟି ବାତ୍ୟା କୁ ଉପଜିଵ୍ୟ କରି ଆରମ୍ଭ ହୋଇଛି, ସେହେତୁ ବାତ୍ୟା ସମସ୍ୟା ର କିପରି ସ୍ଥାୟୀ ସମାଧାନ ହୋଇପାରିବ , ତାହା ଉପରେ ଆଲୋଚନା କରିବାକୁ ଯାଉଛୁ । ଧରାଯାଉ କୌଣସି ଏକ ସ୍ଥିତି ରେ ଆମେ ରାଜ୍ୟ ର ନେତୃତ୍ବ ନେଲୁ, ଯଦିଓ ଏହା ସମ୍ପୂର୍ଣ୍ଣ ଅସମ୍ଭବ, ଆଜି ର ପରିବେଶ ରେ ଓ୍ବାର୍ଡ ସଭ୍ୟ ପାଇଁ ପ୍ରତିଦ୍ୱନ୍ଦିତା କଲେ ଆମର ଅମାନତ ରହିବ କି ନାହିଁ ତାହା ସନ୍ଦେହ , ଆମେ କିଭଳି ବାତ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରଥମେ କି ପଦକ୍ଷେପ ନେବୁ । ସମୁଦ୍ର ଉପକୂଳର ସମସ୍ତ ହଡ଼ପ ଜବର ଦଖଲ ଜମି ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସରକାର ଙ୍କ ଖାତା କୁ ଆଣିବା ପାଇଁ ପ୍ରଶାସନ କୁ କଡା ନିର୍ଦ୍ଦେଶ ଦେବୁ । ଏହି କାର୍ଯ୍ୟକ୍ରମ ରେ ହିଁ ଶୂନ୍ୟ ସହନଶୀଳ ହେବା ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେବୁ । ଏହା ପରେ ହାତପଟ୍ଟା କିଭଳି ସରକାରୀ ପଟ୍ଟା ର ପରିବର୍ତନ ହେଲା, ତାହାର ତଦନ୍ତ ମଧ୍ୟ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ କରି ବେଳାଭୂମି ର ଜଙ୍ଗଲ କିସମ ଜମି କୁ ଗୋଟିଏ ମାସ ମଧ୍ୟରେ ସରକାରୀ ଖାତାକୁ ଫେରାଇ ଆଣିବୁ । ଏଥିସହିତ ଚନ୍ଦନେଶ୍ଵର ( ଦୀଘା) ଠାରୁ ଇଚ୍ଛାପୁର ପର୍ଯ୍ୟନ୍ତ ଏକ ସାମୁଦ୍ରିକ ବାତ୍ୟା ପ୍ରତିରୋଧକ ପ୍ରାକୃତିକ ପ୍ରାଚୀର ( ଘଞ୍ଚ ଜଙ୍ଗଲ) ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇ ନିଜ ତଦାରଖ ରେ ଯୁଦ୍ଧ କାଳୀନ ଭିତ୍ତିରେ କାର୍ଯ୍ୟ ଆରମ୍ଭ କରିବୁ । ବିଧାନସଭା ରେ କଳିଙ୍ଗ ମହାସାଗର ନାମରେ ମହୋଦଧି କୁ ପୁନଃ ନାମିତ କରାଇବୁ । କଳିଙ୍ଗ ମହାସାଗର ବେଳାଭୂମି ର ସର୍ବାଧିକ ପାଞ୍ଚ କିଲୋମିଟର ଏବଂ ସ୍ଥଳ ବିଶେଷରେ ତିନି କିଲୋମିଟର ଓସାରର ଏକ ସାମୁଦ୍ରିକ ଲୁଣା ଅଭୟାରଣ୍ୟ ସୃଷ୍ଟି କରାଇବୁ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରସ୍ତାବିତ ଲୁଣା ଜଙ୍ଗଲ ରେ ଅତି କମ୍ ସ୍ଥାନ କୁ ଛାଡି ଦେଲେ ବୃକ୍ଷରୋପଣ ର କୌଣସି ଆବଶ୍ୟକତା ପଡ଼ିବ ନାହିଁ, ସେ ଆପେ ଆପେ ସୃଷ୍ଟି ହୋଇଯିବ, କେବଳ ସୁରକ୍ଷା ପାଇଁ ଜଙ୍ଗଲ ବିଭାଗ ରେ କୈାଣସି କାମ ନକରି ମାସକୁ ମାସ ଦରମା ଭତ୍ତା ନେଉଥିବା କର୍ମଚାରୀ ଙ୍କୁ ଉତ୍ତର ଦାୟିତ୍ଵ ସହିତ ନିଯୁକ୍ତି ଦିଆଯିବ । ଏକ ମୋଟା ତାର ବାଡ଼ ଦିଆଯାଇ ଗାଈଗୋରୁ ଠାରୁ କୌଣସି ପ୍ରକାରର ଯାନବାହାନ ନିଷେଧ କରାଯିବା ସହିତ ଯେ କୌଣସି ଅନୁପ୍ରବେଶକାରୀ ଙ୍କୁ ଚୋରି ଅପରାଧ ରେ ଗିରଫ କରି ଦଣ୍ଡିତ କରାଯିବ । ୧୯୬୭ ଠାରୁ ଏଯାବତ୍ ପାଖାପାଖି ୫୦ ଲକ୍ଷ କୋଟି ଟଙ୍କାର ୦.୦୦୧ ପ୍ରତିଶତ ଅର୍ଥ ଖର୍ଚ୍ଚ କରି ପାଞ୍ଚ ବର୍ଷ ପରେ ଯେ କୌଣସି ବାତ୍ୟା ଆସୁନା କାହିଁକି ସାମାନ୍ୟ ଖାତିରି କରିବାର ନାହିଁ ।ଏହି ଉପସ୍ଥାପନ କୁ କ୍ରମାଗତ ଭାବରେ ଲେଖା ଚାଲିଛି । ଆଜି କେତେକ ଉତ୍ସାହୀ ବନ୍ଧୁ, କେତେକ ହିତୈଷୀ ଆମକୁ ଭ୍ରାମ୍ୟମାଣ ଦୂରଭାଷ ରେ ପ୍ରଶ୍ନ କଲେ, ଆପଣ କାହିଁକି କ୍ଷମତା ରାଜନୀତି ତ୍ୟାଗ କଲେ । ଯେତେବେଳେ ଖୁବ୍ କମ୍ ବୟସରେ ଜାତୀୟ ରାଜନୀତିରେ ଆପଣ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ, ପ୍ରଧାନମନ୍ତ୍ରୀ ଭିପି ଙ୍କ ଖୁବ୍ ନିକଟତର ଥିଲେ, ସେତେବେଳେ ଛାଡ଼ିବାର କାରଣ କ'ଣ ହୋଇପାରେ ? ଆମେ ସେମାନଙ୍କୁ କହିଲୁ ଯେ " ମନ ଜାଣେ ପାପ ମାଆ ଜାଣେ ବାପ " ନ୍ୟାୟ ରେ ଆମେ କ'ଣ ଆମେ ଜାଣିଛୁ । ୧୯୮୯ ରେ ଆମେ ନିଜର ସରଳପଣ ରେ ବିଶ୍ବାସ କରୁଥିବା ଏବଂ ତାଙ୍କୁ ନିଜର ନେତା, ଏପରିକି ଆଦର୍ଶ ବୋଲି ବିବେଚିତ କରୁଥିବା ଜଣେ ଛଳନା ସଂଯୁକ୍ତ ନେତାଙ୍କ ଚକ୍ରାନ୍ତିଆ କୁଵୁଦ୍ଧିରେ ପ୍ରଭାବିତ ହୋଇ ଭିପିଜୀ ଙ୍କ ବାରମ୍ବାର ସତ୍ତର୍କ ସତ୍ତ୍ଵେ ପୁରୀ ରୁ ସଂସଦୀୟ ନିର୍ବାଚନ ରେ ପ୍ରାର୍ଥୀ ହେବାକୁ ମନା କରିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନିଳମଣୀ ରାଉତରାୟ, ଯାହାଙ୍କ ବାଲେଶ୍ଵର ପ୍ରାର୍ଥିତ୍ଵ ଜନତା ଦଳ ର ସଂସଦୀୟ ବୋର୍ଡ଼ କାଟି ସମରେନ୍ଦ୍ର କୁଣ୍ଡୁ ଙ୍କୁ ପ୍ରାର୍ଥୀ ଭାବେ ଚୟନ କରାଯାଇଥିଲା, ସେହି ନୀଳମଣି ବାବୁ ଙ୍କୁ ପୁରୀ ରୁ ପ୍ରାର୍ଥୀ କରାଯାଇଥିଲା । ୧୯୯୦ ମସିହା ବିଧାନ ସଭା ନିର୍ବାଚନ ସମୟରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ରୁ ପ୍ରାର୍ଥୀ ଭାବେ ଚୟନ କରାଯାଇଥିଲା, ମାତ୍ର ଅଭିମନ୍ୟୁ ଙ୍କୁ ସପ୍ତରଥି ଘେରି ବଧ କଲାଭଳି ଆମକୁ ବିଜୁ ବାବୁ ଙ୍କ ନେତୃତ୍ବରେ ସତର ରଥି ଚକ୍ରାନ୍ତ କରି ଶେଷ ମୁହୂର୍ତ୍ତରେ ପ୍ରାର୍ଥୀତ୍ବ ରୁ ବଞ୍ଚିତ କରି ଅଜୟ ଜେନା ଙ୍କୁ ନାମାଙ୍କନ ପତ୍ର ଦାଖଲ ସମୟ ଶେଷ ଦିନ ପ୍ରାର୍ଥୀତ୍ବ ପ୍ରଦାନ କରାଯାଇଥିଲା । ଅତଏବ ଆମେ ଦେଖିଲୁ ,ଆମ ଦ୍ବାରା କ୍ଷମତା ରାଜନୀତି ହେବନାହିଁ । ଆଜି ର କ୍ଷମତା ରାଜନୀତି ର ଅର୍ଥ ହେଉଛି, ସାଲିସ୍, ମାଲିସ୍ ଅର୍ଥାତ୍ ତୈଳମର୍ଦ୍ଦନ, ପ୍ରଭାବଶାଳୀ ନେତା ଓ ନେତାଙ୍କ ପରାମର୍ଶଦାତା ପ୍ରଶାସନିକ ଅଧିକାରୀ ଙ୍କ ପଦଲେହନ, ଚାମଚାଗିରି, ସେମାନଙ୍କ ଭ୍ରଷ୍ଟାଚାର ରେ ନିଜ ସେବା ଦାନ ହିଁ ସଫଳତା ଦିଆଇବ । ଅର୍ଥାତ୍ ଯିଏ ଯେତେ ପରିମାଣରେ ନିଜର ବିବେକ, ନିଜର ବିଚାର, ନିଜର ସ୍ଵାଭିମାନ ସହିତ ଯେତେ ବେଶି ସାଲିସ୍ କରିପାରିବ, ସିଏ ସେତେ ସଫଳତା ହାସଲ କରିବ । ଏହା କ'ଣ ଆମ ଦ୍ବାରା ସମ୍ଭବ ହୋଇପାରେ ? ଆମେ ଯେତେବେଳେ ୧୯୮୦ ରେ ଦେଶର ଏକ ବଡ଼ ଔଷଧ ନିର୍ମାଣ କମ୍ପାନୀ ର ଉଚ୍ଚ ବେତନ ର ଚାକିରି ଛାଡ଼ି ସାଧାରଣ ଜୀବନ କୁ ଆସିଥିଲୁ, ସେତେବେଳେ ରାଜନୀତି କହିଲେ ଆମେ ବୁଝୁଥିଲୁ ଶ୍ରେଷ୍ଠ ନୀତି, ରାଜ ଶବ୍ଦ ର ଅର୍ଥ ଶ୍ରେଷ୍ଠ, ଯେପରି ରାଜଭୋଗ, ରାଜଭାଗ,ରାଜଦାଣ୍ଡ, ରାଜଦଣ୍ଡ । ଅତଏବ ଆମେ ବୁଝିଥିଲୁ ରାଜନୀତି ଗୋଟିଏ ସ୍ବପ୍ନ, ଗୋଟିଏ ଆଦର୍ଶ ପ୍ରତିଷ୍ଠା କରିବା ପାଇଁ ନିରବଚ୍ଛିନ୍ନ,ବେସାଲିସ୍ ସଂଗ୍ରାମ ।
ଦ୍ବିତୀୟ ପର୍ଯ୍ୟାୟ -
କେବଳ ବାତ୍ୟା ନୁହେଁ, ଯେ କୌଣସି ସମସ୍ୟାର ସମାଧାନ ପାଇଁ ସକଳ ଫଳପ୍ରସୂ କ୍ଷେତ୍ର ତଥା ପରିବେଶ ଓଡ଼ିଶାରେ ଉପଲବ୍ଧ ଏବଂ ଶୀଘ୍ରାତିଶୀଘ୍ର ଅବକ୍ଷୟୀ ଲୋକ ଚରିତ୍ର ର ପରିବର୍ତ୍ତନ ସ଼ହିତ ଦ୍ରୁତ ବିକାଶ ପାଇଁ ଓଡ଼ିଶା ରେ ଅଛି ଅକଳ୍ପନୀୟ ଉପାଦାନ , କେବଳ ଏକ ଦୃଢ଼ ଇଚ୍ଛାଶକ୍ତି ସମ୍ପନ୍ନ , ଦୂରଦୃଷ୍ଟି ସମ୍ପନ୍ନ, ନୀତିବାନ ନେତୃତ୍ବ ର ଆବଶ୍ୟକ । ବିଗତ ଚାରି ଦଶନ୍ଧି ଧରି ଆମେ ନିଃସଙ୍ଗ ପଦାତିକ ଭାବେ ପାଟି କରି ଆସୁଛୁ, ଶହଶହ ଆଲେଖ୍ୟ, ବିଭିନ୍ନ ଦୃଶ୍ୟ ଶ୍ରାଵ୍ୟ ଗଣମାଧ୍ୟମ ଆଲୋଚନା, ସଭା ସମିତି ରେ କହିଆସୁଛୁଯେ " ଓଡ଼ିଶା ବିକାଶ ର ଅସଲ କୁଞ୍ଚିକାଠି କୃଷି ଓ କୃଷକ ର ବିକାଶ " । ମାତ୍ର ସରକାର ଓଲଟ ବୃକ୍ଷେ ଖେଳୁଛି ଲୋଟଣି ପାରା ନ୍ୟାୟ କୁ ପ୍ରତିପାଦିତ କରି କୃଷି କ୍ଷେତ୍ର କୁ କେବଳ ଅଣଦେଖା ନୁହେଁ, ଅଧିକନ୍ତୁ ବିପର୍ଯ୍ୟୟ ଭିତରକୁ ଠେଲି ଦେଇଛନ୍ତି । ଆଜି ଜମି ପଡିଆ । ଯେଉଁ ରାଜ୍ୟ ଦିନେ ହାତଟେକି ଅନ୍ୟ ରାଜ୍ୟ କୁ ବଳକା ଖାଦ୍ୟ ପଦାର୍ଥ ଦେଉଥିଲା, ବିଦେଶ କୁ ରତ୍ପାନୀ କରୁଥିଲା, ସେହି ଜାତିର ଦାୟାଦ ଆଜି ତା'ର ଦୈନନ୍ଦିନ ର ଆବଶ୍ୟକତା ମେଣ୍ଟାଇବା ପାଇଁ ଅନ୍ୟ ପ୍ରଦେଶ ଉପରେ ନିର୍ଭର ଶୀଳ । ଚୁନି,ଚୋକଡ, ଅଣ୍ଡା କଦଳୀ,ମାଛ ଆଦି ଅନେକ ଖାଉଟି ଦ୍ରବ୍ୟ ଆନ୍ଧ୍ର ପ୍ରଦେଶ ରୁ ଆସୁଥିବା ବେଳେ ,ଆଳୁ ପିଆଜ,ରସୁଣ, ଡାଲି ଠାରୁ ଆରମ୍ଭ କରି ଅନେକ ଦ୍ରବ୍ୟ ପଶ୍ଚିମବଙ୍ଗ, ମହାରାଷ୍ଟ୍ର ପ୍ରଭୃତି ରାଜ୍ୟ ଉପରେ ନିର୍ଭରଶୀଳ, ଏପରିକି ଆମ ନେତା, ନେତା ମାନଙ୍କ ଠାରୁ ଶକ୍ତିଶାଳୀ ପ୍ରଶାସନିକ ଅଧିକାରୀ ମାନଙ୍କ ଗଳା ମଣ୍ଡନ କରୁଥିବା ଫୁଲ ମାଳ ପାଇଁ ଫୁଲ ଆସିଥାଏ କଲିକତା ରୁ । ସବୁଠାରୁ ଲଜ୍ଜା ଜନକ କଥା ଆମ ଭଳି ଚିଲିକା ଉପକୂଳିଆ ଲୋକେ ଆନ୍ଧ୍ର ପ୍ରଦେଶ ରୁ ଆସୁଥିବା ମାଛ ଉପରେ ନିର୍ଭରଶୀଳ । " ଚିଲିକା" ଯାହା ଥିଲା ଓଡ଼ିଶାର ଗୌରବମୟ ଐତିହ୍ୟ ର ଧରୋବର, ମତ୍ସ୍ୟ ସମ୍ପଦ ର ବିଶ୍ବଶ୍ରେଷ୍ଠ ଗନ୍ତାଘର, ପ୍ରାକୃତିକ ଶୋଭା ର ଅପୂର୍ବ ଭଣ୍ଡାର, କବିବର ରାଧାନାଥ ଙ୍କ ଭାଷାରେ " ଉତ୍କଳ କମଳା ବିଳାସ ଦୀର୍ଘିକା, ମରାଳ ମାଳିନୀ ନିଳାମ୍ବୁ ଚିଲିକା" ଅଧୁନା " ଗରଳ ଗାଳିନୀ ଗୋଳାମ୍ବ ଚିଲିକା" । " ଚିଲିକା ର ଆର୍ତ୍ତ ଚିତ୍କାର" ଶୀର୍ଷକ ରେ ୨୦୦୫ ମସିହାରେ ଏକ ଆଲେଖ୍ୟ " ସୁବାର୍ତ୍ତ" ରେ ପ୍ରକାଶ କରାଇ ତା'ର ନକଲ ସରକାର ଙ୍କୁ ଦେଇଥିଲୁ, କିଛି ପ୍ରତିକାର ଆଶା କରି, ୧୬ ବର୍ଷ ପରେ ଏହା ର ସ୍ଥିତି ଆଜି ଦୟନୀୟ । ପ୍ରଥମ ଶତାବ୍ଦୀ ରେ ପେରିପ୍ଲସରେ ଚିଲିକା ହ୍ରଦ ର ମହନୀୟତା କୁ ପ୍ଲେନିଂ ପ୍ରକାଶ କରାଇ ବିଶ୍ବ ଦୃଷ୍ଟି ଆକର୍ଷଣ କରିଥିଲେ । ହଜାର ହଜାର ବର୍ଷ ତଳେ ବ୍ରହ୍ମାଣ୍ଡ ପୁରାଣ ରେ ବର୍ଣିତ ଅଛି -;
" ଚିଲିକାହ୍ରଦେ ସହସ୍ରଂ ତୁ ଜଳଗାମୀ ସୁବୋଇତାଃ
ବହୁଚକ୍ରାନ୍ବିତାଃ ଶୀଘ୍ରୋଃ ଯନ୍ତ୍ରଗାଃ ଚାଳକାଶ୍ରିତଃ ।
ବାଣିଜ୍ୟକରଣେ ଶକ୍ତାଃ ତ୍ରିପଞ୍ଚଶିଖରାକୃତାଃ
ଦ୍ବୀପାନ୍ତର ଗତାୟାତା଼ଃ ଜାବା ମଳୟ ସିଂହଳେ ।
ଗଙ୍ଗାସାଗର ପେଚିନା ତଦାଗତି ଯଦେଛୟା
ଦେଶଦେଶାନ୍ତ ଦ୍ରବ୍ୟାଣି ଗମନାଗମନେପି ବା
ଜଳନିମ୍ନେ ତୁ ବା କେଚିତ୍ ମଜ୍ଜନେ ଗୁପ୍ତ କୌଶଳେ
ଲୁକ୍କାୟିତୋ ଭୂତ ରୂପଂ ମହାଶ୍ଚର୍ଯ୍ୟପରଂ ଗତଃ
କୁର୍ମଯନ୍ତ୍ରଂ ଲାବଯନ୍ତ୍ରଂ ମତ୍ସ୍ୟରୂପଂ ତୁ ପକ୍ଷୀକଂ
ତମ୍ରାଛାଦିତ ବୈଦ୍ରୁତାଃ ସହସ୍ରଜନଧାରକାଃ
ହ୍ରସ୍ବକାଷ୍ଠମୟଂ ଦେହଂ ତାମ୍ରପଟେ ସୁରକ୍ଷିତଂ
ଲୌହଚକ୍ରଗତଂ ନିମ୍ନରେ ଚକ୍ରବ୍ୟୁହ ସମନ୍ବିତଂ ।"
ଉପରୋକ୍ତ ସଂସ୍କୃତ ଶ୍ଲୋକ ର ଭାବାର୍ଥ ବୁଝି ହୃଦୟଙ୍ଗମ କଲେ ରୋମାଞ୍ଚିତ ଯେକେହି ହେବ । କେତେ ମ଼ହାନ ଥିଲା ଆମର ଏଇ ପବିତ୍ର ଜନ୍ମ ମାଟି ଓଡ଼ିଶା, ଆଜି ତା'ର ଏଭଳି ଦୀନହୀନ ଅବସ୍ଥା କ'ଣ ପାଇଁ ? ବ୍ରହ୍ମାଣ୍ଡ ପୁରାଣ ହେଉ ଅବା ଖ୍ରୀଷ୍ଟିଅ ପ୍ରଥମ ଶତାବ୍ଦୀ ରେ ଲିଖିତ ପେରିପ୍ଲସ୍ ଶୀର୍ଷକ ଗ୍ରନ୍ଥ ହେଉ, ସେଥିରେ ଚିଲିକା ର ବିଶାଳତା, ଗଭୀରତା, ସୌନ୍ଦର୍ଯ୍ୟ, ମତ୍ସ୍ୟ ସମ୍ପଦ ଏବଂ ଚିଲିକା ହ୍ରଦରେ ନୌବାଣିଜ୍ୟ ପରମ୍ପରାର ହଜାର ହଜାର ବର୍ଷ ର ଇତିହାସ ସୁଵିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି । କ୍ରମଶଃ ଚିଲିକା ର ବିଶାଳ କଳେବର କ୍ଷୟ ହୋଇ ଗତ ୧୯୬୧ ମସିହା ରେ ଥିଲା ୧୧୬୫ ବର୍ଗ କିଲୋମିଟର, ସେହି ସମୟରେ ସରକାରୀ ନଥି ରେ ଉଲ୍ଲେଖ ରହିଛି ଯେ ଚିଲିକାରେ ୨୨୫ ପ୍ରଜାତି ର ମାଛ,୬୧ ପ୍ରକାରର ପ୍ରଟୋଜୋଆ ( ଆଦିପ୍ରାଣୀ),୩୭ ପ୍ରଜାତିର ସରୀସୃପ,୨୦୫ ପ୍ରଜାତିର ପକ୍ଷୀ ବର୍ଗ ଥିଲେ , ହେଲେ ଆଜି ର ସ୍ଥିତି କ'ଣ ? ମାତ୍ର ୬୦/୬୧ ବର୍ଷ ପରେ ବୋଧେ ଏହା ଏବେ ୬୦୦/୭୦୦ ବର୍ଗ କିଲୋମିଟର ଅବୟବ ଏବଂ ବିଷାକ୍ତ ମିଥେନ ଗ୍ୟାସ୍ ର ଗନ୍ତାଘର । ଏହା ଆମର ତଥ୍ୟ ନୁହେଁ, ଖୋଦ୍ ବୈଜ୍ଞାନିକ ମାନେ କହିଛନ୍ତି ଯେ ଚିଲିକାର ପ୍ରତି ବର୍ଗ କିଲୋମିଟର ପାଣିରେ ୩୬୦ ଗ୍ରାମ ମିଥେନ ରହୁଛି । ଚିଲିକା ହ୍ରଦ ରେ ବିଲିନ ହେଉଥିବା ୫୨ ଟି ନଦୀ ପୋତି ହୋଇଗଲାଣି । ଯାହାର ଜଳରେ ଆମର ଜନ୍ମ, ଆମର ଜୀବନ, ସେହି ପୁରାଣ ପ୍ରସିଦ୍ଧ ଚିରସ୍ରୋତା ଦଧିଭଦ୍ରା ବା ଦୟାନଦୀ ଆଜି ମୃତା ଘୋଷିତା । ପ୍ରତି ବର୍ଷ ଦେଶ ବିଦେଶ ରୁ ବିଭିନ୍ନ ପ୍ରଜାତି ର ଦଶଲକ୍ଷ ରୁ ଉର୍ଦ୍ଧ୍ବ ପକ୍ଷୀ ଚିଲିକାକୁ ଆସିଥିବାବେଳେ , ଆଜି ତାହା ସେମାନଙ୍କ ପାଇଁ ମରଣଯନ୍ତା ପାଲଟିଛି । ଏଥିପ୍ରତି କାହାରି ଦୃଷ୍ଟି ନାହିଁ, ଏପରିକି ବଂଶାନୁକ୍ରମେ ଏହି ଚିଲିକା ଉପରେ ନିର୍ଭର କରିଆସୁଥିବା ତିନୋଟି ଜିଲ୍ଲାର ଲକ୍ଷ ଲକ୍ଷ ମତ୍ସ୍ୟଜୀବୀଙ୍କର ମଧ୍ୟ ନାହିଁ । ଅତଏବ ଚିଲିକାର ଜୈବବିଭିନ୍ନତା, ବିଶେଷ କରି ସାମଗ୍ରିକ ଭାବେ ଏହାର ପୁନରୁଦ୍ଧାର ଏକାନ୍ତ ଆବଶ୍ୟକ ହୋଇପଡିଛି । ଅତଏବ ଏକଦା ସୁଜଳା, ସୁଫଳା,ଶସ୍ୟଶ୍ୟାମଳା ,ରତ୍ନଗର୍ଭା, ବୀର ପ୍ରତିଭା ପ୍ରସବିନୀ, ପ୍ରାକୃତିକ ସମ୍ପଦ ର ବିଶ୍ବଶ୍ରେଷ୍ଠ ଗନ୍ତାଘର, ପ୍ରାୟ ଶତାଧିକ କ୍ଷେତ୍ରରେ ବିଶ୍ବଗୁରୁ, କୁଶଳୀ ମାନବ ସମ୍ବଳ , ଗଙ୍ଗା ଠାରୁ ଗୋଦାବରୀ ଯେଉଁ ଉତ୍କଳ ର ଥିଲା ବିଶାଳ କଳେବର, ସେହି ଜାତିର ଦାୟାଦ ଆଜି କାହିଁକି ଉଭୟ ଖାଦ୍ୟ ଓ ବସ୍ତ୍ର ପାଇଁ ଭଗାରି ରାଜ୍ୟ ଠାରୁ ଆରମ୍ଭ କରି ଅନ୍ୟ ରାଜ୍ୟ ନିକଟରେ ହାତ ପତାଉଛି ? ଏହି ପ୍ରଶ୍ନ ଯେତେବେଳେ ଗଣମାଧ୍ୟମ ପିଚାରେ ନାହିଁ, କାରଣ ଅଧିକାଂଶ ଖର୍ଦ୍ଦି , ସେହି ପ୍ରଶ୍ନ ଯଦି ବିରୋଧୀ ଦଳ ପଚାରେନା, କାରଣ " ଛତାବର, ସଵୁପତ୍ନୀଭ୍ରାତା ଏକାଦର" ନ୍ୟାୟ ରେ " ଆଙ୍ଗୁଳି ସନ୍ଧିରେ ମଳି, ଭିତରେ ଭିତରେ ସଲାସୁତୁରା ଉପରେ ଉପରେ କଳି" ନାଟକ ଅତି ସୁନ୍ଦର ଭାବରେ ଅଭିନୀତ ହୋଇ ଚାଲିଛି, ସେତେବେଳେ ଲୋକେ ପଚାରିବା କଥା କାହିଁକି ଆଳୁ, ପିଆଜ ରସୁଣ, ଜିରା, ଫୁଟଣ ଠାରୁ ମାଛ, ଟମାଟୋ ଆଦି ବିଭିନ୍ନ କିସମର ଅତ୍ୟାବଶ୍ୟକ ସାମଗ୍ରୀ ଆନ୍ଧ୍ର, ବଙ୍ଗଳା, ମହାରାଷ୍ଟ୍ର, ଝାଡ଼ଖଣ୍ ପ୍ରଭୃତି ରାଜ୍ୟରୁ ଆଣିବାକୁ ପଡୁଛି ? ଲୋକେ ବି ଛତର ଖାଇ ଚୁପଚାପ୍ ବସି ରହିଛନ୍ତି । ଗତ ବର୍ଷ ଠିକ୍ ଏହି ସମୟରେ ଜଣେ ଓଡ଼ିଆ , ଯିଏ ସୁରଟକୁ ଶ୍ରମିକ ଭାବେ କାମ କରିବା ପାଇଁ ଯାଇ ନିଜ ଶ୍ରମ ରେ ଆଜି ବିରାଟ ମିଲ୍ ମାଲିକ୍, ସିଏ ଆହ୍ବାନ ଦେଇଥିଲେ ଯେ ତାଙ୍କୁ ଯଦି ସରକାର ସହଯୋଗ ଦେବେ, ତେବେ ସିଏ ଏଭଳି ଏକ ମିଲ କରିବେ , ଯାହା ଫଳରେ ଯେଉଁ ୭/୮ ଲକ୍ଷ ଓଡ଼ିଆ ସୁରଟ ରେ ଅଛନ୍ତି, ସେମାନେ ସମସ୍ତେ ଏଠାରେ କାମ ପାଇବେ । କେହି ଶୁଣିଲେ ତାଙ୍କ କଥା ? ଆଜି ଓଡ଼ିଆ ଦାଦନ ଶ୍ରମିକ ହୋଇ ବାହାର ରାଜ୍ୟରେ ଯେଉଁ ଅକଥନୀୟ ନିର୍ଯାତନା ଭିତରେ , ରାଜ୍ୟ ଭିତରେ ଛତର ଯୋଜନା ସମୂହ ଫଳରେ ଉର୍ବର ଚାଷ ଜମି ପଡିଆ, ସେଥିପାଇଁ ଜଣେ ଓଡ଼ିଆ ର ମୁଣ୍ଡ ପିଛା ଆୟ ଦୈନିକ ମାତ୍ର ୧୮ ଟଙ୍କା ୫୪ ପଇସା, ୪୩ ଭାଗ ଲୋକ ଜମିହୀନ, ସରକାରୀ ହିସାବ ରେ ମାତ୍ର ୩୪ ଭାଗ ଜମି ରେ ଜଳସେଚନ ବ୍ୟବସ୍ଥା ଅଛି, ଯାହା କରୋନା ମୃତ୍ୟୁ ପରିସଂଖ୍ୟାନ ର ଓଲଟା ହିସାବ, ବାସ୍ତବରେ ୨୦ ଭାଗ ବି ନାହିଁ, ସେହିପରି ଲକ୍ଷ ଲକ୍ଷ ସଂଖ୍ୟକ କର୍ମକ୍ଷମ ଓ କର୍ମ ଅକ୍ଷମ ବେକାର ଯୁବକ,ଯୁବତୀ ( କର୍ମ ଅକ୍ଷମ ର କାରଣ ଆମର ଶିକ୍ଷା ବ୍ୟବସ୍ଥା),
କ୍ରମଶଃ
ଜୈବ ବିବିଧତା ଦିବସ 1
-------
ଆଜି ଆନ୍ତର୍ଜାତୀୟ ଜୈବ ବିବିଧତା ଦିବସ । ଗତକାଲି ଆମର କନ୍ୟା , ଯିଏ କର୍କଟ ରୋଗ ଉପରେ ବିଗତ ସାତ ବର୍ଷ ଧରି ଗବେଷଣା କରିଚାଲିଛି ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ ( ଆଇଆଇଏସସି), ବାଙ୍ଗାଲୋର ଠାରୁ ଟରୋଣ୍ଟୋ ବିଶ୍ବବିଦ୍ୟାଳୟ ଭଳି ଅନୁଷ୍ଠାନର ଗବେଷଣାଗାରରେ , ତା'ର ଆଗ୍ରହ ରୁ ମାଲେସିଆର ପେନାଙ୍ଗ ପର୍ବତ , ଯାହା ସମତଳ ଠାରୁ ୨୭୩୩ ଫୁଟ ଉଚ୍ଚରେ ଅବସ୍ଥିତ, ସେଠାରେ ଥିବା ଜୈବ ସଂରକ୍ଷଣ ବା ହାବିଟାଟ୍ , ଯାହା ୟୁନେସ୍କୋ ମାନ୍ୟତା ପ୍ରାପ୍ତ ( ୟୁନେସ୍କୋ ବାୟୋସ୍ପିୟର ରିଜର୍ଭ) ଏବଂ ଯାହା ୧୨,୪୮୧ ହେକ୍ଟର ପରିମିତ ଜଙ୍ଗଲ, ବୁଲି ଦେଖିବା ପରେ ଯେଭଳି ମାର୍ମିକ ବେଦନା ଅନୁଭବ କରିଥିଲୁ, ତାହା ପ୍ରକାଶ କରିବାକୁ ଶବ୍ଦ ଅକୁଳାଣ । ପ୍ରସଙ୍ଗ କ୍ରମେ ଉଲ୍ଲେଖଯୋଗ୍ୟ ଯେ ଆଜି ମେ,୨୨ ତାରିଖରେ ଏହି ଦିବସ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ, ବିଶେଷ କରି ଓଡିଶା ପ୍ରେକ୍ଷାପଟ୍ଟରେ ଏହାର ଗୁରୁତ୍ଵ କେତେ ଅଧିକ, ତାହା ଆପଣ ଆଜ୍ଞାମାନେ ଆମ ଠାରୁ ଅଧିକ ଜ୍ଞାନବନ୍ତ । ଏଠାରେ ପ୍ରସଙ୍ଗକ୍ରମେ ଆମେ ଗର୍ବର ସହିତ ଉଲ୍ଲେଖ କରୁଛୁ ଯେ ସମଗ୍ର ବିଶ୍ଵରେ ଜୈବ ବିବିଧତା କ୍ଷେତ୍ରରେ ଆମ ରାଜ୍ୟ ଥିଲା ସମୃଦ୍ଧ ,ଏହା ଉତ୍କଳ ଜନନୀଙ୍କ ପ୍ରତି ଵିଭୁ ଆଶୀର୍ବାଦ ଓ ପ୍ରକୃତି ରାଣୀଙ୍କ ଶ୍ରେଷ୍ଠ ଉପହାର । ଏହା ମଧ୍ୟ ଜାଣୁ ଯେ ଓଡ଼ିଶାରେ ୮୬ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୪୭୩ ପ୍ରକାର ପକ୍ଷୀ, ୧୧୦ ପ୍ରକାର ସରୀସୃପ, ୧୯ ପ୍ରକାର ଉଭୟଚର ଓ ୨୭୨୦ ପ୍ରକାର ଉଦ୍ଭିଦ ଦେଖାଯାଇଥାନ୍ତି । ଆମର ପ୍ରାଚୀନ ଉତ୍କଳର ଖଣ୍ଡିତ ଭୂଭାଗ ଓଡ଼ିଶାରେ ରହିଛି ୧୪ଟି ଅଭୟାରଣ୍ୟ ଓ ୨ଟି ମଧ୍ୟ ଜାତୀୟ ଉଦ୍ୟାନ । ଗତବର୍ଷ ଆଜିର ଦିନରେ ଦୈନିକ ଖବରକାଗଜ "ସମ୍ବାଦ"ରେ ପ୍ରକାଶିତ ଦୁଇଟି ଖବରକୁ ଉପଜିବ୍ୟ କରି ଆପଣ ଆଜ୍ଞାମାନଙ୍କ ଦୃଷ୍ଟି ଆକର୍ଷଣ କରୁଛୁ । ପ୍ରଥମଟି "ଶିଖରଚଣ୍ଡୀ ଜୈବ ବିବିଧତା ନଷ୍ଟ ପ୍ରସଙ୍ଗ( ପୃଷ୍ଠା,୪) ଓ "ଛତିଶଗଡ଼ କରିସାରିଲାଣି ଆଉ ଦୁଇ ପ୍ରକଳ୍ପ" । ବିଗତ ଦିନରେ ଆମେ ଉକ୍ତ ସାମାଜିକ ଗଣମାଧ୍ୟମରେ "ଗଜପତିଙ୍କ ରାଜ୍ୟରେ ଗଜରାଜ ବଂଶ ବିଲୁପ୍ତି ପଥରେ" ଶୀର୍ଷକରେ ଏକ ଆଲେଖ୍ୟ ଉପସ୍ଥାପନ କରିଥିଲୁ । କେବଳ ହାତୀ ମୃତ୍ୟୁ ନୁହେଁ କି ଓଡ଼ିଶାର ଜୀବନ ରେଖା ମହାନଦୀ ଠାରୁ ଆରମ୍ଭ କରି ଦୟା, ଭାର୍ଗବୀ, ଋଷିକୂଲ୍ୟା, ବ୍ରାହ୍ମଣୀ, ବୈତରଣୀ, ମନ୍ଦାକିନୀ, କୁଶଭଦ୍ରା ନୁହେଁ , ଓଡ଼ିଶାର ସବୁ ନଦୀ ମୃତାବସ୍ଥାକୁ ଆପଣେଇବାକୁ ଯାଉଛି କେବଳ ନୁହେଁ , ଅଧିକନ୍ତୁ ବିଲୁପ୍ତ ହୋଇ ଚାଲିଛନ୍ତି ଜୀବଜନ୍ତୁ, ମୃତ୍ତିକା ହରେଇ ବସିଛି ତା’ର ଉତ୍ପାଦିକା ଶକ୍ତି ଏବଂ ବଢ଼ିଚାଲିଛି ତାପମାତ୍ରା। ଏହାକୁ ବୋଧେ ଦୃଷ୍ଟିରେ ରଖି ବିଭିନ୍ନ ପ୍ରକାରର ପ୍ରାକୃତିକ ବିପର୍ଯୟ ପାଇଁ ମଣିଷର ଏହି ଆତ୍ମଘାତୀ ନୀତି ଦାୟୀ ବୋଲି ଅନୁଭବ କରି ମିଳିତ ଜାତିସଂଘ ଦ୍ବାରା ୨୦୦୬ମସିହାରୁ ମେ’ ୨୨ ତାରିଖକୁ ଆନ୍ତର୍ଜାତୀୟ ଜୈବ ବିବିଧତା ଦିବସ ଭାବେ ପାଳନ କରାଯାଇଆସୁଛି। ଜୈବ ବିବିଧତାକୁ ଅକ୍ଷୁଣ୍ଣ ରଖିବାର ଆବଶ୍ୟକତା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ଓ ଜୈବ ବିବିଧତାର ସଂରକ୍ଷଣ ପାଇଁ ଅଗ୍ରାଧିକାର ଭିତ୍ତିରେ ସମୁଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଏହି ଦିବସ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି ବିଚାର କରୁ । ସମ୍ପ୍ରତି ବିବେକହୀନ ସ୍ବାର୍ଥାନ୍ଧ ମଣିଷ, ଭୋଟଜୀବୀ ନେତାରୂପୀ ମଣିଷ ଭଳି ଦେଖାଯାଉଥିବା ଜନ୍ତୁମାନେ ପ୍ରକୃତିର ,ଜୈବ ବିବିଧତାର ପ୍ରଧାନ ଶତ୍ରୁ, ସଂକ୍ଷିପ୍ତରେ କହିଲେ ଅସୁରୀୟ ପ୍ରତିଦ୍ୱନ୍ଦ୍ୱୀ । ସଂପ୍ରତି ଏହି ମଣିଷ ବେଶୀ ଜାନ୍ତବ୍ୟମାନେ ସଂଘର୍ଷରତ ଉଦ୍ଭିଦଜଗତ ସହ, ସଂଘର୍ଷରତ ପ୍ରାଣିଜଗତ ସହ ଏବଂ ଏପରି କି ସଂଘର୍ଷରତ ଜଳ, ବାୟୁ, ମୃତ୍ତିକା, ପ୍ରସ୍ତର ଆଦି ନିର୍ଜୀବ ଜଗତ ସହିତ ଏବଂ ସର୍ବୋପରି ଜୈବ ବିବିଧତା, ପ୍ରକୃତି ସୁରକ୍ଷା ପାଇଁ ସଂଘର୍ଷରତ ମଣିଷଙ୍କ ସହ, ଯାହାର ଉଦାହରଣ ଓଡ଼ିଶାରେ ପ୍ରଚୁର,ସିଏ ବାଲି ମାଫିଆ ହୁଅନ୍ତୁ ଅବା ପଥର ମାଫିଆ,ଜଙ୍ଗଲ ମାଫିଆ ଅବା ଜୀବଜନ୍ତୁ ଶିକାରୀ ମାଫିଆ ମାନଙ୍କ ପୈଶାଚିକ ଆକ୍ରମଣର ଇତିହାସ ବ୍ୟାପକ । ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଯେ ଜୈବ ବିବିଧତା କହିଲେ ବୁଝାଯାଏ ପରିବେଶର ସନ୍ତୁଳନକୁ ସୁରକ୍ଷିତ ରଖିବା ପାଇଁ ବିଭିନ୍ନ ଜାତିର ପ୍ରାଣୀ ଉଦ୍ଭିଦର ସହାବସ୍ଥାନ । ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକାଙ୍କ ଜୀବନସାଥି ଭାବେ ଆମେ ଜାଣୁ ଯେ ସବୁ ପ୍ରକାରର ଉଦ୍ଭିଦ ସମାନ ନୁହନ୍ତି କି ସବୁ ପ୍ରକାରର ପ୍ରାଣୀ ମଧ୍ୟ ସମାନ ନୁହନ୍ତି , ସମାନ ବି ନୁହନ୍ତି ସବୁ ପ୍ରକାରର ଅଣୁଜୀବ ।ଏପରି କି ଏକା ମା’ ପେଟରୁ ଜନ୍ମ ନେଇଥିବା ସବୁ ଭାଇ ଭଉଣୀଙ୍କ ମଧ୍ୟରେ ସମାନତା ପରିଲକ୍ଷିତ ହୋଇ ନ ଥାଏ। ଯଦିଓ ଜୈଵ ବିବିଧତାର ସ୍ଥିତି ହେଉଛି ପ୍ରକୃତି ସତ୍ୟ ମାତ୍ର , ବିଡମ୍ବନାର କଥା ଯେ ଜୈବ ବିବିଧତାକୁ ଦୃତ ହାରରେ ହ୍ରାସ କରି ଚାଲିଛି ଏହି ସ୍ବାର୍ଥାନ୍ଧ ମଣିଷ , ଯାହାର ନିଛକ ଉଦାହରଣ ଆମର କାଳଜୟୀ ଗର୍ବିତ ଇତିହାସର ମୁକ ସାଖି "ଚିଲିକା" । ଯେଉଁ ଚିଲିକାକୁ ଦେଖି ବିଶ୍ବ ମଣି ପଣ୍ଡିତ ଗୋପବନ୍ଧୁଙ୍କ ସୃଷ୍ଟି "ରେଳ ଉପରେ ଚିଲିକା ଦର୍ଶନ" ଯେଉଁଥିରେ ବର୍ଣ୍ଣିତ -"ରହ କ୍ଷଣେ ବାଷ୍ପୀୟଶକଟ ,ଦେଖିବି ଚିଲିକା ଚାରୁ ଚିତ୍ରପଟ ହେଉ ଅବା କବିବର ରାଧାନାଥ ଙ୍କ " ଉତ୍କଳ କମଳା ବିଳାସ ଦୀର୍ଘିକା, ମରାଳ ମାଳିନୀ ନୀଳାମ୍ବୁ ଚିଲିକା" ଏବେ ହୋଇଛି" ଗରଳ ଗାଳିନୀ ଗୋଳାମ୍ବୁ ଚିଲିକା" । ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖ ଯୋଗ୍ୟ ଯେ ଏହି ସ୍ବାର୍ଥାନ୍ଧ ମଣିଷର କେବଳ ମାଂସ ଲୋଭ କାରଣ ରୁ ପୃଥିବୀପୃଷ୍ଠରୁ ସବୁ ଦିନ ପାଇଁ ନିଶ୍ଚିହ୍ନ ହୋଇଗଲା ଡୋଡୋ। ବିଲୁପ୍ତ ହୋଇଥିବା ବାର୍ତ୍ତା ବାହକ ପାରା; କେବଳ ଚମଡ଼ା ଲୋଭରେ ମଣିଷ ବଂଶ ବୁଡେଇ ଦେଲା ମାମଥ୍, କ୍ୱାଗା ଓ ସମୁଦ୍ର ଗାଈର; ରଙ୍ଗବେରଙ୍ଗ ପରରେ ମୋହିଯାଇ ନାଶ କରିଦେଲା ଦୁଇଆ ପକ୍ଷୀର କୁଳ ଏବଂ ଶିକାର ସଉକ ଚରିତାର୍ଥ କରିବା ପାଇଁ ଲୋପ କରିଦେଲା ଭାରତୀୟ ଚିତାର ବଂଶ। ଏମାନେ ପ୍ରକୃତିକୁ ଆଉ ଫେରି ପାରିବେନି।
ମାତ୍ର ମଣିଷ ତ ଧରିତ୍ରୀ ମାତାର ଏକମାତ୍ର ସନ୍ତାନ ନୁହେଁ। ପୃଥିବୀରେ ବସବାସ କରୁଛନ୍ତି ସମ୍ଭବତଃ ଅଶୀଲକ୍ଷ ଜାତିର ପ୍ରାଣୀ ଏବଂ ଉଦ୍ଭିଦ। ଏମାନଙ୍କ ମଧ୍ୟରେ କେବଳ କୀଟପତଙ୍ଗ ହେଉଛନ୍ତି ୫୫ ଲକ୍ଷ ଜାତିର। ଧରିତ୍ରୀର ଏହି ସମସ୍ତ ସନ୍ତାନମାନଙ୍କ ମଧ୍ୟରେ ମଣିଷ ହେବା କଥା ସମସ୍ତଙ୍କ ମିତ୍ର।
ହେଲେ ମଣିଷ ଏବେ ଠିଆ ହୋଇଛି ପ୍ରକୃତିର ପ୍ରଧାନ ପ୍ରତିଦ୍ୱନ୍ଦ୍ୱୀ ରୂପେ। ଯାହା ଫଳରେ ଆଜି ଏହି
ମଣିଷ ବେଶୀ ଜାନ୍ତବ୍ୟମାନେ ସଂଘର୍ଷରତ ଉଦ୍ଭିଦ ଜଗତ ସହ, ସଂଘର୍ଷରତ ପ୍ରାଣିଜଗତ ସହ ଏବଂ ଏପରିକି ସଂଘର୍ଷରତ ଜଳ, ବାୟୁ, ମୃତ୍ତିକା, ପ୍ରସ୍ତର ଆଦି ନିର୍ଜୀବ ଜଗତ ସହ ମଧ୍ୟ। ଏହାର ଫଳ ସ୍ବରୂପ ଏବେ ଲୋପ ପାଇଚାଲିଛି ଜଙ୍ଗଲ। ଶୁଖିଗଲାଣି ସୁନାବ୍ୟା ନଦୀ। ବିଲୁପ୍ତ ହୋଇ ଚାଲିଛନ୍ତି ଜୀବଜନ୍ତୁ, ମୃତ୍ତିକା ହରେଇ ବସିଛି ତା’ର ଉତ୍ପାଦିକା ଶକ୍ତି ଏବଂ ଜଳବାୟୁ ହୋଇପଡ଼ିଲାଣି ବାଉଳା। ତେଣୁ ପୃଥିବୀର ଜୈବବୈଚିତ୍ର୍ୟ ଏବେ ଶୋଚନୀୟ ଭାବରେ ବିପନ୍ନ। କିନ୍ତୁ ପ୍ରଶ୍ନ ଉଠେ, ପ୍ରତି ବର୍ଷ ପୃଥିବୀ ପୃଷ୍ଠରୁ ଅନ୍ତତଃ ଏକ ହଜାର ସଂଖ୍ୟକ ପ୍ରାଣୀ ଓ ଉଦ୍ଭିଦ ଲୋପ ପାଇଯିବା ଥୟ ।ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଅପବ୍ୟବହାର ଯୋଗୁ ବୃଦ୍ଧି ପାଇ ଚାଲିଛି ପରିବେଶ ପ୍ରଦୂଷଣ। ଅବିଚାରିତ ଭାବରେ ଜୀବଜନ୍ତୁ ଶିକାର କରିବା ଓ ଗଛ କାଟିବା ଯୋଗୁ ସୁଗମ ହୋଇଯାଉଛି ସେମାନଙ୍କ ବିଲୁପ୍ତ ପ୍ରକ୍ରିୟା। ବିଦେଶୀ ବୃକ୍ଷଲତା ଓ ବିଦେଶୀ ଜୀବଜାତିର ଅନୁପ୍ରବେଶ ଫଳରେ ସ୍ଥାନୀୟ ବୃକ୍ଷଲତା ଓ ଜୀବଜନ୍ତୁଙ୍କ ଉପରେ ପଡ଼ୁଛି ପ୍ରତିକୂଳ ପ୍ରଭାବ। ସବୁଜ କୋଠରି ଗ୍ୟାସର ନିର୍ଗମନ ବୃଦ୍ଧି ପାଇ ବଢ଼ିବଢ଼ି ଚାଲିଛି ଜାଗତିକ ଉଷ୍ମତା। ଏ ସବୁର ପରିଣାମ ପ୍ରାଣୀ ଓ ଉଦ୍ଭିଦ ଜଗତର ସ୍ଥିତି ପାଇଁ ଆଦୌ ଶୁଭଙ୍କର ହୋଇପାରୁନାହିଁ। ଏଠାରେ ପୁନଃ ଉଲ୍ଲେଖଯୋଗ୍ୟ ଯେ ଆମର ପୂର୍ବପୁରୁଷ କେତେ ଜ୍ଞାନବନ୍ତ ଥିଲେ । ସେମାନେ ସେମାନଙ୍କ ପ୍ରତିଟି ମାଙ୍ଗଳିକ କାର୍ଯ୍ୟରେ ପ୍ରକୃତିକୁ ପୂଜା କରୁଥିଲେ । ବେଦର ଶାନ୍ତି ସୂକ୍ତରେ ଆକାଶ ଅନ୍ତରୀକ୍ଷ, ପୃଥିବୀ, ଜଳ, ବୃକ୍ଷଲତା, ଔଷଧୀୟ ଗୁଳ୍ମ ଇତ୍ୟାଦିରେ ଶାନ୍ତି ଅକ୍ଷତ ରଖିବା ନିମନ୍ତେ ଯେଉଁ ଆହ୍ବାନ ଦିଆଯାଇଛି, ତାହାକୁ ଏହି ତଥାକଥିତ ଆଧୁନିକ ମଣିଷ ଅନୁଧ୍ୟାନ କରୁନାହାନ୍ତି ।
ଶାନ୍ତି ପାଇଁ ନୋବେଲ ପୁରସ୍କାର ପାଇଥିବା ଆଲବର୍ଟ ସ୍ବେଇଜରଙ୍କ ଭାଷାରେ, ବିଶ୍ୱର ସମସ୍ତ ଜୀବଙ୍କ ପାଇଁ ଅନୁକମ୍ପାଶୀଳ ହେବା ହିଁ ମାନବଜାତିର ଯଥାର୍ଥ ମାନବିକତା।
ମଣିଷଠାରେ ମାନବିକତା ଅକ୍ଷୁଣ୍ଣ ରହିଲେ ହିଁ ଜୈବ ବିବିଧତା ଯେ ଅକ୍ଷତ ତଥା ଅପରିବର୍ତ୍ତନୀୟ ରହିପାରିବ, ଏହା ନିର୍ବିବାଦୀୟ ସତ୍ୟ । ଏଠାରେ ପୁନଃ ପ୍ରସଙ୍ଗ କ୍ରମେ ଉଲ୍ଲେଖଯୋଗ୍ୟ ଯେ କାହିଁକି ଆମେ ଓଡ଼ିଶାବାସୀ ବିଗତ ଛଅ ଦଶନ୍ଧି ଧରି ସାମୁଦ୍ରିକ ବାତ୍ୟା ର ସମ୍ମୁଖୀନ ହୋଇ ଅସୀମ ସଂଖ୍ୟାର ଆର୍ଥିକ କ୍ଷତି ଆଧାରିତ ବିପର୍ଯ୍ୟୟ ଭୋଗ କରିଆସୁଛେ ? ଆମର ଏଠାରେ ଏକ ମୌଳିକ ପ୍ରଶ୍ନ ଯେ ୧୯୬୭ ମସିହା ପୂର୍ବରୁ ଓଡ଼ିଶାରେ ବାତ୍ୟା ର ଚିହ୍ନ ବର୍ଣ୍ଣ ନ ଥିଲା, ଓଡ଼ିଶାର ଚିର ପ୍ରାକୃତିକ ଶତ୍ରୁ ଥିଲା ବନ୍ୟା, ମରୁଡି, ଘଡଘଡି ଓ ଘରପୋଡି । ଅତଏବ ୧୯୬୭ , ୧୯୭୧,୭୪ ଠାରୁ ୧୯୯୯ ର ମହାବାତ୍ୟା ହେଉ ଅବା ୨୦୧୨ ର ନିଲମ,୨୦୧୪ ର ହୁଡୁ ହୁଡୁ,୨୦୧୬ ର ଭରଦାହ,୨୦୧୭ର ଓକି, ୨୦୧୮ ର ତିତିଲି,୨୦୧୯ର ବୁଲ୍ ବୁଲ୍ ଏବଂ ତା'ର ପରବର୍ତ୍ତୀ ଫନି ହେଉ କିମ୍ବା ଗତବର୍ଷ ର ଅମ୍ପାନ ନାମଧେୟ ବାତ୍ୟା ର ପ୍ରକୋପ ଆଧାର ରେ " ୟସ୍" ହେଉ , ଏହା କାହିଁକି ସମ୍ଭଵ ହେଲା ?ଦୈନିକ ସମାଜ ରେ ଜଣେ ଯୁବ ଅଧ୍ୟାପକ ଶିବଶଙ୍କର ସାହୁଙ୍କ " କ୍ରାନ୍ତୀୟ ବାତ୍ୟା ବୃଦ୍ଧି ର କାରଣ " ଶୀର୍ଷକ ରେ ଏକ ଆଲେଖ୍ୟ ପ୍ରକାଶ ପାଇଥିଲା, ଯାହା ଏକ ଶୈକ୍ଷିକ ପ୍ରୟୋଗ ଶାଳା ପ୍ରସ୍ତୁତ ଆଲେଖ୍ୟ , ବାତ୍ୟା ର କାରଣ ଓ ଇତିହାସ ସମ୍ବନ୍ଧିତ ଆଲେଖ୍ୟ । ବିଭିନ୍ନ ବାତ୍ୟା ଆଗମନ ପୂର୍ବରୁ ଆମର କେତେକ ବୁଦ୍ଧିଜୀବୀ ମାନେ ସ୍ଵକୀୟ ପ୍ରଜ୍ଞା ଆଧାରରେ ଆଲେଖ୍ୟ ପ୍ରକାଶିତ କରାଇଥାନ୍ତି । ଆମେ ନିଜେ ମଧ୍ୟ ବିଗତ ସମୟରେ ଅନେକ ଆଲେଖ୍ୟ " ସୁବାର୍ତ୍ତା" ରେ ପ୍ରକାଶିତ କରାଇଛୁ । ଏଯାବତ୍ ପଢି ଆସିଥିବା ବାତ୍ୟା ସମ୍ପର୍କିତ ଆଲେଖ୍ୟ ସମୂହ ଭିତରୁ ଆମକୁ ଓଡ଼ିଶାର ପ୍ରବୀଣ ବୁଦ୍ଧିବାଦୀ , ଜନାଦୃତ ଶ୍ରମିକ ନେତା ତଥା ପ୍ରାଜ୍ଞ ଅଜେୟ ରାଉତଙ୍କ ଆଲେଖ୍ୟ ଶୈକ୍ଷିକ ପ୍ରୟୋଗଶାଳା ନୁହେଁ, ସାମାଜିକ ପ୍ରୟୋଗାତ୍ମକ ପରୀକ୍ଷାଗାର ପ୍ରସ୍ତୁତ ଆଲେଖ୍ୟ ବୋଲି ସ୍ଵକୀୟ ବିଚାର ବ୍ୟକ୍ତ କରୁଛୁ । ଅତଏବ ଯୁବ ଅଧ୍ୟାପକ ସାହୁଙ୍କ ଆଲେଖ୍ୟ ଓ ପରମ ସମ୍ମାନନୀୟ ଅଜେୟ ରାଉତଙ୍କ ଆଲେଖ୍ୟକୁ ଉପଜିଵ୍ୟ କରି ଯେଉଁ ଆଲୋଚନା ଏଠି କରିବାକୁ ଯାଉଛୁ , ତାହା ଆମ ବିଚାର ରେ ସମଗ୍ର ଓଡ଼ିଶା ପାଇଁ , ବିଶେଷ କରି ପରବର୍ତ୍ତୀ ପିଢ଼ିଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କରୁ । ଏହା ମଧ୍ୟ ଜାଣିଛୁ ଯେ ଉକ୍ତ ମୁଖ ପୁସ୍ତିକାରେ ଅନୁବନ୍ଧିତ ଆମର ସମ୍ମାନନୀୟ/ ଆଦରଣୀୟ ପାଞ୍ଚ ହଜାର ବନ୍ଧୁ ମାନଙ୍କ ମଧ୍ୟରୁ ୫୦ ଜଣ ମଧ୍ୟ ଏହାକୁ ସମ୍ପୁର୍ଣ୍ଣ ଭାବେ ପଢିବେ ନାହିଁ , ଶହେରୁ ଦୁଇ ଶହ ଜଣ ନପଢି ପସନ୍ଦ ବୋତାମ ( ଲାଇକ୍) ରେ ହାତ ମାରିଵେ । ଏହା ଜାଣିବା ସତ୍ତ୍ବେ ଆମେ ଏହି ଆଲେଖ୍ୟ ଟି ଆମର ପରବର୍ତ୍ତୀ ପିଢ଼ି ଙ୍କ ଅବଗତି ପାଇଁ ଉପସ୍ଥାପନ କରୁଛୁ । ପରବର୍ତ୍ତୀ ପିଢ଼ି ବୋଲି ଉଲ୍ଲେଖ କରିବାର ବହୁବିଧ କାରଣ ମଧ୍ୟରୁ ଗୋଟିଏ କାରଣ, ଯାହା ଆମର ନିଜସ୍ୱ ମତ, ତାହା ହେଲା ୧୫୬୮ ରୁ ୧୯୪୭, ଦୀର୍ଘ ୩୭୯ ବର୍ଷ ର ପରାଧୀନ, ତାହା ପୁଣି ବିଭିନ୍ନ ଜାତି,ଧର୍ମ, ଦର୍ଶନ ଓ ଆଚରଣ ରେ ଭିନ୍ନ ଭିନ୍ନ, ଯଥା ଆଫଗାନ,ମୋଗଲ, ମରହଟ୍ଟା, ଇଷ୍ଟ ଇଣ୍ଡିଆ କମ୍ପାନୀ ଏବଂ ଅଵଶେଷରେ ଇଙ୍ଗ୍ରେଜ ମାନଙ୍କ ଦ୍ଵାରା ଶାସିତ ହେବା ଫଳରେ ସ୍ବାଭିମାନ ଵିଵର୍ଜିତ , ସ୍ବାର୍ଥ ସର୍ବସ୍ବ, ପରଚର୍ଚ୍ଚାପ୍ରବଣ, ପରସ୍ପର କୁ କଟୁସମାଲୋଚନା ପୂର୍ବକ କଙ୍କଡ଼ା ଧର୍ମୀ ଆଚରଣ ସ଼ହିତ ଭିକାରୀ ସଂସ୍କୃତି ଆହରଣ ଆଧାର ରେ ଅବକ୍ଷୟୀ ଲୋକ ଚରିତ୍ର ର ନିମ୍ନ ଗତି ସର୍ବୋଚ୍ଚ ସ୍ତରରେ ( ପିକ୍ ପଏଣ୍ଟ) ଉପନୀତ । ଏହା ପରେ ଯେଉଁ ପିଢ଼ି ଆସୁଛନ୍ତି, ସେମାନେ ପୂର୍ବଜମାନଙ୍କ ଅପେକ୍ଷା ଅଧିକ ସ୍ଵାଭିମାନୀ, ଅଧିକାର ସଚେତନ, ମାଟି ମନସ୍କ, ମାନବତାବାଦୀ ଦର୍ଶନ କୁ ଆପଣେଇବା ପାଇଁ ରହିଛି ମାନସିକତା ବୋଲି ନିଜସ୍ଵ ଅଭିଜ୍ଞତା ଆଧାରରେ ଆଶା ବ୍ୟକ୍ତ କରୁଛୁ । ଏହା ନିର୍ଵିବାଦୀୟ ସତ୍ୟ ଯେ ପ୍ରାକୃତିକ ବିପର୍ଯ୍ୟୟ ର ଚିର ସାଥୀ ଆମର ପ୍ରିୟ ଜନ୍ମଭୂମି ଓଡ଼ିଶା କେଉଁ ଆବହମାନ କାଳରୁ ଲହୁ ଲୁହାଣ ହୋଇ ସଂଘର୍ଷ କରିଆସିଛି, ଯାହା ହରାଇଛି , ତାହା ଅବର୍ଣ୍ଣନୀୟ , ଗୋଟିଏ ଉଦାହରଣ ନ ଅଙ୍କ ଦୁର୍ଭିକ୍ଷ ରେ ଏମାଟିର ଅର୍ଦ୍ଧାଧିକ ଲୋକେ ପୋକ ମାଛି ପରି ମରିଥିଲେ । ଇତିହାସ ର ଗର୍ଭାନୁଶୀଳନ ପୂର୍ବକ ଓଡ଼ିଶାରେ ପ୍ରତିଧ୍ବନିତ ପ୍ରାକୃତିକ ବିପର୍ଯ୍ୟୟ କହିଲେ " ବଢ଼ି, ମରୁଡି, ଘଡଘଡି, ଘରପୋଡି ଏବଂ ଏଥିସହ ବାଡି " ହିଁ ବୁଝା ଯାଉଥିଲା । ଇତିହାସ ମଧ୍ୟ କୁହେ ଯେ କଳିଙ୍ଗ ମହାସାଗର ରେ ସୃଷ୍ଟି ହୋଇଆସିଥିବା ଶହଶହ ବାତ୍ୟା ୧୯୬୭ ମସିହା ପୂର୍ବରୁ କେବେ କୈାଣସି ପ୍ରକାର କ୍ଷୟକ୍ଷତି କରିନାହିଁ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ସମଗ୍ର ବିଶ୍ଵରେ ଓଡ଼ିଆ ମାନେ ହିଁ ନୌ- ବାଣିଜ୍ୟ ସଂସ୍କୃତିର ଆଦ୍ୟ ଦର୍ଶନ ପ୍ରଦାତା । ଅତଏବ ସାମୁଦ୍ରିକ ଝଡ ସହିତ କେଉଁ ଆବହମାନ କାଳରୁ ଓଡ଼ିଆ ମାନେ ବୁଝାମଣା କରିଥିଲେ । ଏଠାରେ ସ୍ପଷ୍ଟ ଭାବରେ ସୂଚାଇ ଦେବାକୁ ଉଚିତ ମନେ କରୁ ଯେ ସରକାରୀ ହିସାବ ରେ ଓଡ଼ିଶା ର କ୍ଷୟକ୍ଷତି କରିଥିବା ପ୍ରଥମ ବାତ୍ୟା ୧୯୭୧, କିନ୍ତୁ ନିଜ ଅଭିଜ୍ଞତା ଆଧାରରେ ସମ୍ମାନାଷ୍ପଦ ଅଜେୟ ରାଉତ ଙ୍କ ଭାଷାରେ ଏହା ୧୯୬୭ ମସିହାରେ ତାଙ୍କର ଜନ୍ମ ମାଟି ପଟ୍ଟାମୁଣ୍ଡାଇ - ରାଜନଗର ଅଞ୍ଚଳରେ ହୋଇଥିଲା ବୋଲି ଉଲ୍ଲେଖ କରିଛନ୍ତି । ଅତଏବ ସ୍ବତଃ ପ୍ରଶ୍ନ ଉଠିବା ସ୍ବଭାବିକ ଯେ କଳିଙ୍ଗ ସାଗର ରେ ସୃଷ୍ଟ ବାତ୍ୟା ସମୂହ ଓଡ଼ିଶାରେ କୌଣସି କ୍ଷୟକ୍ଷତି କରିନଥିବା ବେଳେ , କଳିଙ୍ଗ ମହାସାଗର କୁ ପରାଧୀନ ଓଡ଼ିଶାରେ କେତେକ ବଙ୍ଗୀୟ ପଦାଧିକାରୀ ବଙ୍ଗୋପସାଗର ରେ ପରିବର୍ତ୍ତନ କରିଦେବା ପରେ କ'ଣ ଏମିତି ହେଲା ଯେ ପ୍ରାୟତଃ ପ୍ରତିବର୍ଷ ଓଡ଼ିଶାବାସୀ ପ୍ରାକୃତିକ ବିପର୍ଯ୍ୟୟ ର ସମ୍ମୁଖୀନ ହୋଇ ସକଳ ସମ୍ପଦ ର ଅଧିକାରୀ ହୋଇ ମଧ୍ୟ ଗରିବୀ ଜୀବନ ନିର୍ବାହ କରୁଛନ୍ତି ? ଏହାର କାରଣ ଏଯାବତ୍ ସଠିକ୍ ଭାବେ ଆଲୋଚିତ ହୋଇନାହିଁ, ଯଦିଓ କେବଳ ଜଣେ ମାତ୍ର ବୁଦ୍ଧିବାଦୀ ଅଜେୟ ବାବୁ କେତୋଟି ନିର୍ଦ୍ଧିଷ୍ଟ ଦିଗ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି , କିଛି ମଧ୍ୟ ସେ ଜାଣିଥିବା ସତ୍ତ୍ବେ କେଉଁ ଏକ ଅନାଲୋଚିତ କାରଣରୁ ତାହାକୁ ଆଲୋଚିତ କରି ନାହାନ୍ତି । ଏଠାରେ ଅଧ୍ୟବସାୟ ଆଧାର ରେ ଉଲ୍ଲେଖ କରୁଛୁ ଯେ ସ୍ଵାଧୀନୋତ୍ତର ଓଡ଼ିଶା ସରକାର ସର୍ବଦା ପ୍ରତିକାର ପାଇଁ ବ୍ୟବସ୍ଥା କରିଛନ୍ତି, କେବେ ପ୍ରତିଷେଧ ପାଇଁ ଚିନ୍ତା ମଧ୍ୟ କରିନାହାନ୍ତି କି କୌଣସି ବୁଦ୍ଧିଜୀବୀ ବିଧିବଦ୍ଧ ଭାବେ କୌଣସି ପ୍ରତିଷେଧ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିନାହାନ୍ତି । ବରଂ ପ୍ରାକୃତିକ ବିପର୍ଯ୍ୟୟ କୁ ନିମନ୍ତ୍ରଣ କରିଛନ୍ତି , ଅନେକ କ୍ଷମତା ରାଜନୀତିର ବ୍ୟକ୍ତି, ଭ୍ରଷ୍ଟ ପଦାଧିକାରୀ, ଅନେକ ବିନା ମୂଳ ଧନ ରେ ପ୍ରଚୁର ଉତ୍ପାଦନ କାରୀ ବୃତ୍ତି ଏନ ଜିଓ ର ସତ୍ତ୍ବାଧିକାରୀ, ଠିକାଦାର ମାନେ, ଯେଉଁ ମାନେ ଏଭଳି ସମ୍ଭାବନା ସମୟରେ ଦିଅଁ ଦେବତା ଙ୍କ ନିକଟରେ ପୂଜା କରନ୍ତି କିଭଳି ପ୍ରାକୃତିକ ବିପର୍ଯ୍ୟୟ ମାଡିଆସୁ । ଲୋକ ଙ୍କ ସର୍ବନାଶ ସମୟରେ ଏମାନଙ୍କର ହୁଏ ପୁଷ ମାସ । ଯଥାର୍ଥ ରେ ଜନପ୍ରିୟ ସାମ୍ବାଦିକ ପି .ସାଇନାଥ ତାଙ୍କର
ପ୍ରଣାମ ପ୍ରଣମ୍ୟ 1
------
ମେ,୨୫ ତାରିଖ ଏକ ସ୍ମରଣୀୟ ଦିବସ ।ସମଗ୍ର ବିଶ୍ଵରେ ସ୍ଵକୀୟ ପ୍ରଜ୍ଞାଧାରରେ ଏକ ସ୍ଵତନ୍ତ୍ର ସ୍ଥାନ ର ଅଧିକାରୀ,ଅଲେଖ ମହିମା ଧର୍ମ ପ୍ରଚାରକ, ପ୍ରଖ୍ୟାତ ଗୀତିକବି ତଥା ସନ୍ଥକବି ଭୀମଭୋଇଙ୍କ ଆଜି ୧୭୬ତମ ଜୟନ୍ତୀ । ସନ୍ଥ ଭୀମ ଭୋଇ କନ୍ଧ ସମ୍ପ୍ରଦାୟର ଏକ ପରିବାରରେ ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲାର ସୁବଳୟାରେ (ଆଗରୁ ରେଢ଼ାଖୋଲ, ସମ୍ବଲପୁର),୧୮୫୦ ମସିହା,ମେ,୨୫ ତାରିଖ ରେ ଜନ୍ମଗ୍ରହଣ କରିଥିଲେ । ବସନ୍ତ ରୋଗରେ ପୀଡିତହୋଇ ସେ ବାଲ୍ୟାବସ୍ଥାରେ ନିଜର ଦୃଷ୍ଟିଶକ୍ତି ହରାଇଥିଲେ । ସମ୍ପୂର୍ଣ୍ଣ ନିରକ୍ଷର ଥିବା ଯୋଗୁଁ ଅନ୍ୟାନ୍ୟ କବିମାନଙ୍କ ରଚନା ତାଙ୍କୁ ପ୍ରଭାବିତ କରିପାରିନଥିଲା । ସେ ନିଜର ସହଜାତ ପ୍ରତିଭା ବଳରେ ହିଁ ଏକ ସ୍ୱତନ୍ତ୍ର ଶୈଳୀରେ ସମଗ୍ର କବିତାବଳୀ ରଚନା କରିଛନ୍ତି । ସେ ସମୟରେ ଅନ୍ୟାନ୍ୟ କବିମାନଙ୍କଦ୍ୱାରା ତରୁଣ ତରୁଣୀଙ୍କ ପ୍ରଣୟ, ପ୍ରକୃତି ବର୍ଣ୍ଣନା, ଯୁଦ୍ଧଚର୍ଚ୍ଚା ଇତ୍ୟାଦି ବିଷୟରେ କବିତାମାନ ରଚିତ ହୋଇଥିବା ବେଳେ ଭୀମ ଭୋଇଙ୍କ ରଚନା ସମାଜକୁ ଏକ ନୂତନ ବାର୍ତ୍ତା ପ୍ରଦାନ କରିଥିଲା । ତାଙ୍କର ଭଜନ, ଜଣାଣ ଓ ଗୀତ ମାଧ୍ୟମରେ ସେ ମହିମା ଧର୍ମର ପ୍ରଚାର କରି ନିକଟ ଭବିଷ୍ୟତରେ ଏକ ସ୍ୱଚ୍ଛ, ସୁନ୍ଦର ଏବଂ ସତ୍ୟନିଷ୍ଠ ସମାଜର ପ୍ରତିଷ୍ଠା ନିମନ୍ତେ ପ୍ରାର୍ଥନା କରିଛନ୍ତି । ତତ୍କାଳୀନ ସମାଜରେ ପ୍ରଚଳିତ ଜାତିପ୍ରଥା, ଉଚ୍ଚନୀଚ ଓ ଛୁଆଁ ଅଛୁଆଁ ଭେଦଭାବ ଓ ଅନ୍ୟାନ୍ୟ ଧର୍ମାନ୍ଧ କୁସଂସ୍କାରର ପ୍ରଚଳନ ବିରୋଧରେ ସେ ଶହଶହ ଛାନ୍ଦ, ଚଉପଦୀ ଓ ଚଉତିଶା ସୃଷ୍ଟି କରି ଯାଇଛନ୍ତି । ତାଙ୍କ ମତାନୁଯାୟୀ କୌଣସି ଏକ ମହିମା ଗୋସାଇଁ ତାଙ୍କୁ ମହିମା ଧର୍ମ ବା ଅଲେଖ ଧର୍ମର ପ୍ରଚାର କରିବାପାଇଁ ଆଦେଶ ଦେଇଥିଲେ । ମହିମା ଗୋସାଇଁଙ୍କଦ୍ୱାରା ଅନୁପ୍ରାଣିତ ହୋଇ ସେ ଖଲିଆପାଲିଠାରେ ସତ୍ୟ ମହିମା ଧର୍ମର ବିକାଶରେ ମୁଖ୍ୟ ଭୂମିକା ନିର୍ବାହ କରାଇଥିଲେ ।
“ ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ ।
ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ ।" ଊନବିଂଶ ଶତାବ୍ଦୀରେ ଯେତେବେଳେ ଆଧ୍ୟତ୍ମିକତାର ଅଧୋପତନ ଘଟି ସମାଜରେ ଜାତିବାଦ, ସ୍ୱାର୍ଥାଚାର ବଢ଼ିଚାଲିଥିଲା; ସେହି ଯୁଗସନ୍ଧିରେ ଜଣେ ଯୁଗପୁରୁଷଙ୍କ ଆବିର୍ଭାବ ଘଟିଥିଲା, ଯିଏକି ତାଙ୍କ କବିତା ମାଧ୍ୟମରେ ମାନବବାଦର ପ୍ରଚାର କରିଥିଲେ । ସେହି ମାନବବାଦ ହେଉଛି ମହିମା ଧର୍ମ ଆଉ ତା’ର ମହାନ ପ୍ରଚାରକ ହେଉଛନ୍ତି ସନ୍ଥକବି ଭୀମ ଭୋଇ ।ଯଦିଓ ଭୀମ ଭୋଇଙ୍କ ଗୁରୁ ମହିମା ଗୋସାଇଁଙ୍କୁ ମହିମା ଧର୍ମର ପ୍ରକୃତ ପ୍ରତିଷ୍ଠାତା ବୋଲି କୁହାଯାଏ, ତେବେ ଭୀମଙ୍କ ଲିଖିତ ଆଧ୍ୟାତ୍ମିକ ପ୍ରାର୍ଥନାସବୁ ହିଁ ଉକ୍ତ ମତବାଦର ପ୍ରଚାର ପ୍ରସାରରେ ବେଶ୍ ସହାୟକ ହୋଇଥିଲା ।ଭୀମ ଭୋଇଙ୍କ କବିତା ଓ ଦର୍ଶନ ସଂପର୍କରେ ଅନେକ କଥା ଜଣାଥିଲେ ମଧ୍ୟ ତାଙ୍କ ଜୀବନୀ ଏବେ ବି ରହସ୍ୟମୟ । ତାଙ୍କ ଜନ୍ମସ୍ଥାନ, ପିତାମାତା, ଶିକ୍ଷା ଆଦି ସଂପର୍କରେ କୌଣସି ସ୍ପଷ୍ଟ ସୂଚନା ଉପଲବ୍ଧ ନାହିଁ । ତେବେ ଏକଥା ନିଶ୍ଚିତ ଯେ, ସେ ଜାତିରେ କନ୍ଧ ଥିଲେ । ପ୍ରାୟ ୧୮୫୦ ମସିହା ବେଳକୁ ସେ ଜନ୍ମଗ୍ରହଣ କରିଥିବା ବିଶ୍ୱାସ କରାଯାଏ । କେତେକ ଗବେଷକଙ୍କ ମତରେ ତାଙ୍କ ଜନ୍ମ ବର୍ଷ ୧୮୪୬ । ତେବେ ବୈଶାଖ ପୂର୍ଣ୍ଣିମା ଦିନ ତାଙ୍କର ଜନ୍ମ ହୋଇଥିବା ସୂଚନା ମିଳେ । ତାଙ୍କର ପ୍ରାରମ୍ଭିକ ଜୀବନ ଓଡ଼ିଶାର ରେଢ଼ାଖୋଲ ଓ ବୀରମହାରାଜପୁର ଅଞ୍ଚଳରେ କଟିଥିଲା ।ତାଙ୍କ କବିତାମାନଙ୍କରେ ସେ ଇଙ୍ଗିତ କରିଛନ୍ତି ଯେ, ତାଙ୍କୁ ଚାରିବର୍ଷ ବୟସ ବେଳକୁ ସେ ଭିକ୍ଷା କରୁଥିବା ଜଣେ ସିଦ୍ଧଯୋଗୀଙ୍କ ଦେହରେ ଶଙ୍ଖ ଚକ୍ର ଚିହ୍ନ ଥିବା ଦେଖିଥିଲେ । ତାହା ହିଁ ଥିଲା ମହିମା ଗୋସାଇଁଙ୍କ ସହ ଭୀମଙ୍କ ପ୍ରଥମ ସାକ୍ଷାତ, ଯିଏକି ପରେ ତାଙ୍କ ଗୁରୁ ହୋଇଥିଲେ ।ବୟସ ବଢ଼ିବା ସହ ଗରିବ ଅସହାୟ ଭୀମ ଲୋକଙ୍କ କ୍ଷେତଖଳାରେ କାମ କରିବା ଓ ଜଙ୍ଗଲରେ ଗାଈ ଚରାଇବା କାମରେ ନିୟୋଜିତ ହେଲେ । କୌଣସି ଆନୁଷ୍ଠାନିକ ଶିକ୍ଷା ଗ୍ରହଣ କରିନଥିଲେ ବି ସେ ତୀବ୍ର ସ୍ମରଣଶକ୍ତି ଓ ମଧୁର ସ୍ୱରର ଅଧିକାରୀ ଥିଲେ ଏବଂ ମନେମନେ ଗୀତ ରଚନା କରି ଗାଉଥିଲେ ।ମହିମା ଧର୍ମ ଗ୍ରହଣ କରିବା ପୂର୍ବରୁ ସେ ଜଣେ ଗୀତିକାର ଓ ଗାୟକ ଭାବେ ଅଞ୍ଚଳରେ ପ୍ରସିଦ୍ଧି ଲାଭ କରିସାରିଥିଲେ । ଓଡ଼ିଶାର ପଶ୍ଚିମାଞ୍ଚଳରେ ପ୍ରସିଦ୍ଧ ରସର୍କେଲି, ଡାଲ୍ଖାଇ, ଜାଇଫୁଲ ଆଦି ଲୋକଗୀତ ଧୂନ ରେ ରାଧାକୃଷ୍ଣଙ୍କ ଉପରେ ରଚିତ ତାଙ୍କ ପ୍ରେମଗୀତଗୁଡ଼ିକ ତାଙ୍କୁ ଯୁବପିଢ଼ି ଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହୋଇଥିଲା ଓ ଅଧୁନା ସମଗ୍ର ମାନବ ସମାଜରେ ଲୋକପ୍ରିୟ ।
କିମ୍ବଦନ୍ତି ରହିଛି ଯେ, ଥରେ ଭୀମ ଭୋଇ କୂଅରେ ପଡ଼ିଗଲେ ଆଉ ମହିମା ଗୋସାଇଁ ଉଦ୍ଧାର ନକରିବା ଯାଏଁ ବାହାରିବାକୁ ମନାକଲେ । ଶେଷରେ ମହିମା ଗୋସାଇଁ ଆସି ତାଙ୍କୁ ରକ୍ଷାକଲେ ।ମହିମା ଗୋସାଇଁ ଦୁଇଜଣ ବ୍ରାହ୍ମଣ ହରି ପଣ୍ଡା ଓ ବାସୁ ପଣ୍ଡାଙ୍କ ସମେତ ମହିମା ଧର୍ମରେ ଦୀକ୍ଷିତ ମାର୍କଣ୍ଡ ଦାସ ଓ ଧର୍ମାନନ୍ଦ ଦାସଙ୍କୁ ଭୀମଙ୍କ କଥା ଓ କବିତା ଲିପିବଦ୍ଧ କରିବା ପାଇଁ ପଠାଇଲେ । ଦିନକୁଦିନ ସେ ଜଣେ କବି ଓ ମହିମା ଧର୍ମର ପ୍ରଚାରକ ଭାବେ ଲୋକପ୍ରିୟ ହେବାକୁ ଲାଗିଲେ ।
ମହିମା ଗୋସାଇଁଙ୍କ ଆଜ୍ଞାରେ ଢେଙ୍କାନାଳ ନିକଟସ୍ଥ ମାଧିଗ୍ରାମର ଅନ୍ନପୂର୍ଣ୍ଣା ନାମ୍ନୀ ଜଣେ କନ୍ୟା ଭୀମ ଭୋଇଙ୍କ ପାଖରେ ତାଙ୍କ ଆଧ୍ୟାତ୍ମିକ ସଙ୍ଗୀ ଭାବେ ସମର୍ପିତା ହେଲେ । ଭୀମଙ୍କ ଭକ୍ତ ଓ ଅନୁଗାମୀମାନଙ୍କ ମଧ୍ୟରେ ସେ ମା’ ଅନ୍ନପୂର୍ଣ୍ଣା ଭାବେ ପରିଚିତ ଥିଲେ ।୧୮୭୬ ଫାଲ୍ଗୁନ ଶୁକ୍ଳ ଦଶମୀ ଦିନ ଯୋରନ୍ଦାରେ ମହିମା ଗୋସାଇଁଙ୍କ ମହାପ୍ରୟାଣ ଘଟିଲା । ସନ୍ନ୍ୟାସୀମାନେ ବଳ୍କଳଧାରୀ ଓ କୌପିନଧାରୀ ଭାବେ ଦୁଇଭାଗ ହୋଇଗଲେ । ଭୀମ ଭୋଇଙ୍କ କବିପ୍ରାଣକୁ ଏହା ଦୁଃଖ ଦେଇଥିଲା । ତେଣୁ ସେ ନିଜର ଏକ ଆଶ୍ରମ କରିବାକୁ ମନସ୍ଥ କଲେ ।
ଭୀମ ତାଙ୍କ ଅନୁଗାମୀମାନଙ୍କ ସହ ସୁବର୍ଣ୍ଣପୁର ଜିଲ୍ଲାର ବିନିକାକୁ ଆସିଲେ । ବିନିକା ନିକଟସ୍ଥ ଗୋଲଣ୍ଡାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଗଲା । ସେଠାରେ ସେ ଗାଁ ଗୌନ୍ତିଆ ଦାନ କରିଥିବ ଜମିରେ ଏକ ଆଶ୍ରମ ସ୍ଥାପନ କଲେ ।ସେହି ସମୟରେ ଭୀମ ସୁମେଧା ଓ ରୋହିଣୀ ନାମ୍ନୀ ଦୁଇଜଣ ମହିଳାଙ୍କୁ ଜୀବନ ସଙ୍ଗିନୀ ଭାବେ ଗ୍ରହଣ କରିଥିଲେ ଏବଂ ପରେ ସେମାନେ ଭୀମଙ୍କ ଔରସରୁ ଯଥାକ୍ରମେ ଏକ ପୁତ୍ର ଓ କନ୍ୟା ସନ୍ତାନର ଜନନୀ ହୋଇଥିଲେ ।ଜନୈକ ବଳ୍କଳଧାରୀ ସାଧୁ ଭୀମ ଦାସ ତାଙ୍କ ବନ୍ଧୁମାନଙ୍କ ସହ ଯୋରନ୍ଦାରୁ ଆସି ଅଭିଯୋଗ କଲେ ଯେ ଭୀମ ଭୋଇ ତାଙ୍କ ଭଉଣୀ ଅନ୍ନପୂର୍ଣ୍ଣାଙ୍କୁ ଅପହରଣ କରିଛନ୍ତି । ଏହି ପ୍ରସଙ୍ଗକୁ ନେଇ ସେତେବେଳେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା, ଯାହାକୁ କେହିକେହି ନାଗା ଆକ୍ରମଣ ବୋଲି ଦର୍ଶାଇଥାନ୍ତି । ଉକ୍ତ ଘଟଣା ପରେ ତାଙ୍କୁ ଗୋଲଣ୍ଡା ଛାଡ଼ିବାକୁ ପଡ଼ିଲା ।ନିଜ ପରିବାର ଓ ଅନୁଗାମୀମାନଙ୍କ ସହ ଭୀମ ଅଙ୍ଗ ନଦୀ ପାର ହୋଇ ୧୮୭୭ରେ ସୁବର୍ଣ୍ଣପୁର ଜିଲ୍ଲାର ଖଲିଆପାଲି ଗାଁରେ ପହଞ୍ଚିଲେ । ଖଲିଆପାଲିର ଗଉଡ଼ ଗୌନ୍ତିଆ ଲୋଚନ ବଗର୍ତ୍ତି ତାଙ୍କୁ ଭକ୍ତି ଓ ପ୍ରଶଂସାର ସହ ସ୍ୱାଗତ କରି ଆଶ୍ରମ ନିର୍ମାଣ ପାଇଁ ଜମି ଦେଇଥିଲେ । ଭୀମ ଭୋଇ ଖଲିଆପାଲି ପହଞ୍ଚିବା ଦିନ ବଗର୍ତ୍ତି ପରିବାରରେ ଏକ ଶିଶୁ ଜନ୍ମ ହୋଇଥିଲା, ଯାହାର ନାଁ ଦିଆଗଲା ଭୀମ ବଗର୍ତ୍ତି ।ଭୀମ ଭୋଇ ଖଲିଆପାଲିକୁ ତାଙ୍କ ସ୍ଥାୟୀ ବାସସ୍ଥାନ ଭାବେ ଗ୍ରହଣ କରିନେଲେ ଓ ମୃତ୍ୟୁ ଯାଏଁ ସେଠାରେ ହିଁ ରହିଥିଲେ । ସେଠାରେ ସେ ପ୍ରାର୍ଥନା କରୁଥିଲେ, ପ୍ରବଚନ ଦେଉଥିଲେ, ଜଗତ ଉଦ୍ଧାର ପାଇଁ ଗୀତ ଲେଖି ଗାଉଥିଲେ । ତାଙ୍କ ଆଧ୍ୟାତ୍ମିକ ସଙ୍ଗୀ ମା’ ଅନ୍ନପୂର୍ଣ୍ଣା ଆଶ୍ରମର ଏକ ମହାନ ଆଧ୍ୟାତ୍ମିକ ଶକ୍ତି ଥିଲେ ।ଭୀମ ଏକାସମୟରେ ଚାରିଟି ଗୀତ ଚାରିଜଣ ଲେଖନକାରୀ- ବାସୁ ପଣ୍ଡା, ହରି ପଣ୍ଡା, ମାର୍କଣ୍ଡ ଦାସ ଓ ଧର୍ମାନନ୍ଦ ଦାସଙ୍କୁ ଡାକୁଥିଲେ; ଯେଉଁମାନେକି ତାହା ଲେଖିବା ପାଇଁ ଲେଖନୀ ଓ ତାଳପତ୍ର ସହ ପ୍ରସ୍ତୁତ ହୋଇ ରହୁଥିଲେ । ବିଶ୍ୱ ସାହିତ୍ୟରେ ଏଭଳି ଉଦାହରଣ ବିରଳ ।
ତାଙ୍କ ଅନନ୍ୟ ଭାବଧାରା ପାଇଁ ଭୀମ ଭୋଇ କେବଳ ଓଡ଼ିଆ ସାହିତ୍ୟରେ ନୁହେଁ, ବରଂ ବିଶ୍ୱ ସାହିତ୍ୟରେ ବି ଅମର ହୋଇ ରହିଛନ୍ତି । ତାଙ୍କର ଆତ୍ମୋଦ୍ଦୀପକ ପଙ୍କ୍ତି “ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ” ଜାତିସଂଘ ଠାରୁ ଭାରତର ସଂସଦ ଭବନରେ ସ୍ଥାନିତ ହୋଇ ଓଡ଼ିଆ ସାହିତ୍ୟ ଓ ଭାବଧାରାର ଜୟଗାନ କରୁଛି ।ଭୀମ ଭୋଇଙ୍କ ଅନେକ ଲେଖା ହଜିଯାଇଥିବା ବେଳେ ଯାହାବି ଆମପାଇଁ ଉପଲବ୍ଧ ଅଛି, ତାହା ତାଙ୍କ ପ୍ରଚଣ୍ଡ ପ୍ରତିଭାକୁ ଆଲୋକପାତ କରେ । ସେଗୁଡ଼ିକ ମଧ୍ୟରୁ ସ୍ତୁତି ଚିନ୍ତାମଣି, ବ୍ରହ୍ମନିରୂପଣ ଗୀତା, ଆଦିଅନ୍ତ ଗୀତା, ଚଉତିଶା ଗ୍ରନ୍ଥମାଳା, ନିର୍ବେଦ ସାଧନା, ଶ୍ରୁତି ନିଷେଧ ଗୀତା, ମହିମା ବିନୋଦ (ଚାରି ଖଣ୍ଡ), ବୃହତ୍ ଭଜନମାଳା ଓ ବଙ୍ଗଳା ଆଠଭଜନ ଆଦି ଉଲ୍ଲେଖନୀୟ ।୧୮୯୫ ମସିହାରେ ଶିବ ଚତୁର୍ଦ୍ଦଶୀ ଦିନ ମହାତ୍ମା ଭୀମ ଖଲିଆପାଲି ଆଶ୍ରମରେ ଇହଧାମ ତ୍ୟାଗ କଲେ ।ସଂପ୍ରତି ସାରାବିଶ୍ୱରେ ଅସହିଷ୍ଣୁତା ବଢ଼ିଚାଲିଥିବାବେଳେ ଭୀମ ଭୋଇଙ୍କ ମାନବବାଦୀ କବିତା ଓ ଭଜନ ଆହୁରି ପ୍ରାସଙ୍ଗିକ ହୋଇଉଠୁଛି । ସହଜ ସରଳ ଭାଷାରେ ଲିଖିତ ତାଙ୍କର ଲେଖାସବୁ ଆଜି ବି ବିଶ୍ବର କୋଟିକୋଟି ଜନତାଙ୍କ ହୃଦୟକୁ ସ୍ପର୍ଶ କରିପାରୁଛି । କାରଣ ସମଗ୍ର ବିଶ୍ଵରେ ଦୀନଦୁଃଖିଙ୍କ ପାଇଁ ହୃଦୟ ର ଆବେଗ କେତେ ସମର୍ପିତ , ତାହା ଅକଳ୍ପନୀୟ । ବିଶେଷକରି କରୋନା ଭୂତାଣୁ ସଂକ୍ରମଣ ଆତଙ୍କ ରେ ସୃଷ୍ଟ ପରିବେଶ ଏବଂ ସାମାଜିକ ଦୂରତା, ସାମାଜିକ ଚଳଣିରେ ପ୍ରତିବନ୍ଧକ ତା ବା ଲକ୍ ଡାଉନ୍ ରେ ରାଜରାସ୍ତାରେ ଗରିବ ମେହନତୀ ମଣିଷର ଦୁଃଖ ଓ ନିର୍ଯାତନା ର କରୁଣ ଚିତ୍ର ହୃଦୟ ବିଦାରକ । ଏହି ସମୟରେ ସନ୍ଥକବି ଆସନ୍ତି ସ୍ମରଣକୁ । ପବିତ୍ର ଜୟନ୍ତୀ ଅବସରରେ ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ । ଠିକ୍ ସେହିପରି
ମେ ,୨୫ ତାରିଖରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର, ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରଥମ ପ୍ରଧାନମନ୍ତ୍ରୀ (୧୯୩୭), ଅକଳ୍ପନୀୟ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ପରମ୍ପରା ପ୍ରାଣ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ( ୨୬-୦୪-୧୮୯୨ - ୨୫-୦୫-୧୯୭୪) ଙ୍କ ୫୧ ତମ ଶ୍ରାଦ୍ଧ ଦିବସ । ବିଶେଷ କରି ୧୯୧୩ ମସିହା, ତାଙ୍କର ଜନ୍ମ ଦିନରେ ୨୧ ବର୍ଷ ପୂରଣ କରି ୨୨ ବର୍ଷ ରେ ପଦାର୍ପଣ କରିବା ର ଶୁଭ ଅବକାଶ ରେ , ଅର୍ଥାତ୍ ନିଜ ଜନ୍ମ ଦିନ ରେ ସେ ସିଂହାସନ ଆରୋହଣ କରି ରାଜ୍ୟାଭିଷେକ ପରେ ସେ ପାଞ୍ଚୋଟି କାର୍ଯ୍ୟ କରିବା ପାଇଁ ଶପଥ ଗ୍ରହଣ କରିଥିଲେ ଓ ପରବର୍ତ୍ତୀ ଜୀବନରେ ଏହି ସର୍ତ୍ତ ଗୁଡ଼ିକ ପାଳନ କରିଥିଲେ । ୧-ପିତାଙ୍କ ସଂରକ୍ଷିତ ରାଜକୋଷ (୨୫ ଲକ୍ଷ ଟଙ୍କାରୁ ନିଜ ସୁଖ ସ୍ୱାଚ୍ଛନ୍ଦ୍ୟ ନିମନ୍ତେ ଖର୍ଚ୍ଚ କରିବେ ନାହିଁ ।୨- ସେହି ଗଚ୍ଛିତ ଧନ କେବଳ ଦେଶୋପକାରରେ ଲାଗିବ । ୩-ପୂର୍ବପୁରୁଷଙ୍କଦ୍ୱାରା ନିର୍ମିତ କୀର୍ତ୍ତିମାଳାର ଉନ୍ନତି ସାଧନ, ୪-ପ୍ରଜାମଙ୍ଗଳ ନିମନ୍ତେ ଲୋକହିତକର କାର୍ଯ୍ୟ କରିବା,୫-ପଦବ୍ରଜରେ ଯାଇ ବ୍ରହ୍ମକପାଳରେ ପିତା ଓ ପ୍ରପିତାମହଙ୍କୁ ପିଣ୍ଡ ଦେବେ ଓ ସ୍କଟଲ୍ୟାଣ୍ଡର ବନାନୀ ମଧ୍ୟରେ ପଶୁ ଶିକାର କରିବେ । ତାହା ସବୁ ପାଳନ କରିଥିଲେ ।ରାଜା ଗୌରଚନ୍ଦ୍ର ଦେବ (ଦ୍ୱିତୀୟ) ଓ ରାଣୀ ବିଷ୍ଣୁପ୍ରିୟା ଦେବୀଙ୍କର ଜ୍ୟେଷ୍ଠ ପୁତ୍ର ରୂପେ କୃଷ୍ଣଚନ୍ଦ୍ର ୧୮୯୨ ମସିହା ଅପ୍ରେଲ ମାସ ୨୬ତାରିଖ, ବୈଶାଖ ମାସ ଅମାବାସ୍ୟା ଦିନ ପାରଳା ଖେମୁଣ୍ଡିଠାରେ ଜନ୍ମ ଗ୍ରହଣ କରିଥିଲେ । ପିତା ଗୌରଚନ୍ଦ୍ର ଗଜପତି ଓ ପିତୃବ୍ୟ ପଦ୍ମନାଭ ଦେବଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶ୍ରୀ ଶ୍ୟାମସୁନ୍ଦର ରାଜଗୁରୁ ଓ ମି.ଏଡମଣ୍ଡ କ୍ୟାଣ୍ଡଲର ଗୃହଶିକ୍ଷକଙ୍କ ଦାୟିତ୍ୱରେ ସେ ବାଲ୍ୟଶିକ୍ଷା ସମାପ୍ତ କରିଥିଲେ । ପ୍ରାଥମିକ ଶିକ୍ଷା ଶେଷ ହେବା ପରେ ଉଚ୍ଚଶିକ୍ଷା ପାଇଁ ସେ ତତ୍କାଳୀନ ମାନ୍ଦ୍ରାଜ ଗଲେ । ଅଧ୍ୟକ୍ଷ ମରିସନ୍ ସାହେବ ଓ ଅଧ୍ୟାପକ ମି.ଡି.ଲାହେ, ନିଉଲଣ୍ଡନ କଲେଜରେ ତାଙ୍କର ଶିକ୍ଷକ ଥିଲେ । ମାନ୍ଦ୍ରାଜରେ ଅଧ୍ୟୟନ କରୁଥିବା ସମୟରେ ତାଙ୍କ ପିତା ଗୌରଚନ୍ଦ୍ର ନାରାୟଣ ଦେବଙ୍କର ସ୍ୱର୍ଗବାସ ହୋଇଥିଲା । ନିଉଙ୍ଗଟନ ପ୍ରିନ୍ସ କଲେଜରୁ ପାଠପଢା ଶେଷ ପରେ କୃଷ୍ଣଚନ୍ଦ୍ର ୧୯୧୩ ମସିହାରେ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରି ଖରସୁଆଁ ରାଜ୍ୟର ରାଜଜେମା ନଳିନୀ ଦେବୀଙ୍କୁ ବିବାହ କରିଥିଲେ ଓ ଶାସନ ଭାର ଗ୍ରହଣ କରିଥିଲେ । ସେତେବେଳେ ସେ ଓଡ଼ିଶାର ଦକ୍ଷିଣାଞ୍ଚଳର ପ୍ରଥମ ସ୍ନାତକ ହୋଇଥିଲେ । କଲେଜରେ ପଢ଼ିଲାବେଳେ କିଶୋର କୃଷ୍ଣଚନ୍ଦ୍ର ସର୍ବଦା ପାରଳାଖେମୁଣ୍ଡି ଏବଂ ଓଡ଼ିଆ ଜାତିର ଉନ୍ନତି ବିଷୟରେ ଚିନ୍ତା କରୁଥିଲେ । ଏଣେ କୋର୍ଟ ଅଫ ବର୍ଡସଙ୍କ ପ୍ରରୋଚନାରେ କୃଷ୍ଣଚନ୍ଦ୍ରଙ୍କର ପିତୃବ୍ୟ ପଦ୍ମନାଭ ଗଜପତି ପାରଳାଖେମୁଣ୍ଡିରେ ପ୍ରତିଷ୍ଠା କରିଥିବା ମହାବିଦ୍ୟାଳୟକୁ ଖର୍ଚ୍ଚ କାଟ କରିବା ଆଳରେ ଉଠାଇଦେବାକୁ ମସୁଧା କରିବା ଜାଣି କୃଷ୍ଣଚନ୍ଦ୍ର ଏହାର ଘୋର ବିରୋଧ କରିଥିଲେ । ଫଳରେ ସେହି କଲେଜ ନ ଉଠି ରହିଗଲା । ତାଙ୍କର ବିବାହ ଉତ୍ସବ ପାଳନ ଅବସରରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କଦ୍ୱାରା ସ୍ଥାପିତ ସତ୍ୟବାଦୀ ବନବିଦ୍ୟାଳୟର ଏକ ଛାତ୍ରାବାସ ନିର୍ମାଣ ଲାଗି ପାଞ୍ଚଶହ ଟଙ୍କା ଦାନକରିଥିଲେ । ଏହି ଅର୍ଥ ପାଇବା ପରେ ଗୋପବନ୍ଧୁ ଦାସ କୃଷ୍ଣଚନ୍ଦ୍ରଙ୍କୁ ଆଶୀର୍ବାଦ ଜଣାଇ ଏକ ପତ୍ର ଲେଖିଥିଲେ । ତା'ଛଡା ଓଡ଼ିଆ ସାହିତ୍ୟର ବିକାଶ ଲାଗି ଉତ୍କଳ ସାହିତ୍ୟ ସମାଜକୁ ଏକଶତ ଟଙ୍କା ଦାନ କରିଥିଲେ । ତାଙ୍କ ମତରେ ରାଜ୍ୟ ତଥା ଓଡ଼ିଶାରୁ ଅଜ୍ଞାନ ଅନ୍ଧକାର ଦୂରୀଭୂତ ହୋଇପାରିଲେ ଜନସାଧାରଣଙ୍କ ଆର୍ଥିକ, ମାନସିକ, ସାମୂହିକ ଉନ୍ନତି ସାଧିତ ହୋଇପାରିବ । ଶିକ୍ଷାର ବିକାଶ ପାଇଁ ସେ ଗୁଡ଼ିଏ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ଥାପନ କରିଥିଲେ । ମେଧାବୀ ଛାତ୍ରଙ୍କୁ ବୃତ୍ତି ଏବଂ ଗରିବ ଛାତ୍ରଙ୍କୁ ବିଦ୍ୟାଶିକ୍ଷା ପାଇଁ ଆର୍ଥିକ ସହାୟତା ଯୋଗାଇଥିଲେ । ମଧୂସୁଦନ ଦାସଙ୍କ ନାରିଶିକ୍ଷା ପ୍ରାଧାନ୍ୟ ପ୍ରତି ଗୁରୁତ୍ୱଦେଇ କୃଷ୍ଣଚନ୍ଦ୍ର ପାରଳାଖେମୁଣ୍ଡିରେ ଏକ ବାଳିକା ବିଦ୍ୟାଳୟ ସ୍ଥାପନ କରିଥିଲେ । ସେତେବେଳେ ବାଲ୍ୟବିବାହ ପ୍ରଚଳିତ ଥିଲା ବହୁ ଅପ୍ରାପ୍ତବୟସ୍କା ବାଳିକା ବିବାହ କରି ଅକାଳ ବୈଧବ୍ୟ ଯୋଗୁ ଦୁଃଖରେ କାଳତିପାତ କରୁଥିଲେ । ପାରଳାରେ ସଙ୍ଗୀତଜ୍ଞ ବୃନ୍ଦାବନ ପାଣିଗ୍ରାହୀଙ୍କ ଝିଅ ପାଖ ପଡିଶାର ଝିଅମାନଙ୍କୁ ଡାକି ଆଣି ନିଜ ଘରେ ପାଠ ପଢ଼ାଉଥିବା ଖବର ରାଜା କୃଷ୍ଣଚନ୍ଦ୍ରଙ୍କ କର୍ଣ୍ଣଗୋଚର ହେବାମାତ୍ରେ ସେଥିଲାଗି ସେ ଗୋଟିଏ କୋଠାଘର ଯୋଗାଇ ଦେଇ ସେଠାରେ ବାଳିକା ବିଦ୍ୟାଳୟ ଆରମ୍ଭ କରିଥିଲେ । ପ୍ରତିବର୍ଷ ପାଠପଢ଼ାରେ ଭଲ କରୁଥିବା ଝିଅମାନଙ୍କୁ ସୁନା ଓ ରୂପା ଗହଣା ସହିତ ଶାଢୀ ପୁରସ୍କାର ଦେଉଥିଲେ । ଫଳରେ ବାଳିକା ସଂଖ୍ୟା ବୃଦ୍ଧି ପାଇଲା ଓ କ୍ରମଶଃ ଏହା ପାରଳାଖେମୁଣ୍ଡିର ପ୍ରଥମ ବାଳିକା ଉଚ୍ଚବିଦ୍ୟାଳୟରେ ପରିଣତ ହେଲା । ପିତୃବ୍ୟ ପଦ୍ମନାଭ ଗଜପତିଙ୍କ ନାମରେ ପଦ୍ମନାଭ ଛାତ୍ରବୃତ୍ତି ଫଣ୍ଡ ଗଠନ କରିଥିଲେ । ସେହି ଫଣ୍ଡରୁ କଲେଜରେ ପଢୁଥିବା ଛାତ୍ରମାନଙ୍କ ପାଇଁ ଛାତ୍ରାବାସ ନିର୍ମାଣ କରାଇ ସେମାନଙ୍କ ଲାଗି ମାଗଣାରେ ଖାଇବା ଓ ରହିବାର ବ୍ୟବସ୍ଥା ହୋଇଥିଲା । ନିଜ ରାଜ୍ୟରେ ଶିକ୍ଷାର ବିସ୍ତାର ଲାଗି ମୁକ୍ତହସ୍ତ ହୋଇ ପଡ଼ିଥିଲେ କୃଷ୍ଣଚନ୍ଦ୍ର । କଲେଜ ପାଠ ଶେଷ ହେବା ପରେ ଛାତ୍ରମାନଙ୍କୁ ମାସିକ ବୃତ୍ତିଦେଇ ଦେଶର ବିଭିନ୍ନ ପ୍ରଦେଶରେ ଥିବା କୃଷି, ଇଂଜିନିୟରିଂ, ମେଡିକାଲ, ପଶୁଚିକିତ୍ସା ବା ଅନ୍ୟାନ୍ୟ ବୈଷୟିକ ଶିକ୍ଷାୟତନମାନଙ୍କରେ ପଢ଼ିବାକୁ ପଠାଇ ଦିଆଯାଉଥିଲା । ମନ୍ଦ୍ରାଜର ନିଉ ଉଇଂଗଟନ କଲେଜରେ ପଢିଲାବେଳେ ସେଠାକାର ଜଣେ ଅଧ୍ୟାପକ ମିଷ୍ଟର କାମେରାନ ମୋରିସନଙ୍କଦ୍ୱାରା ରାଜକୁମାର କୃଷ୍ଣଚନ୍ଦ୍ର ପ୍ରଭାବିତ ହୋଇଥିଲେ । ତେଣୁ ସେ ଗାଦିନସୀନ ହେବା ପରେ ପାରଳାଖେମୁଣ୍ଡି କଲେଜ ପରିସରରେ ଷାଠିଏ ହଜାର ଟଙ୍କା ଖର୍ଚ୍ଚ କରି 'ମୋରିସନ ଏକ୍ସଟେନସନ' ନାମରେ ଏକ ବ୍ଲକ ନିର୍ମାଣ କରାଇ ୧୯୧୬ ମସିହାରେ ଅଧ୍ୟାପକ ମୋରିସନ ସାହେବଙ୍କଦ୍ୱାରା ଉନ୍ମୋଚନ କରାଇଥିଲେ । ମହାରାଜାଙ୍କୁ ଖବର ମିଳିଲା ଯେ ଅର୍ତ୍ତତ୍ରାଣ ମିଶ୍ର ନାମକ ଜଣେ ସଂସ୍କୃତ ପଣ୍ଡିତ ତାଙ୍କ ନିଜର ବସାଘର ପିଣ୍ଡାରେ କେତେଜଣ ଛାତ୍ରଙ୍କୁ ସଂସ୍କୃତ ଶିକ୍ଷା ଦେଉଛନ୍ତି । ସେ ପଣ୍ଡିତ ମହାଶୟଙ୍କୁ ଡକାଇ ଏକ ସଂସ୍କୃତ ଶିକ୍ଷାୟତନ ଖୋଲିବାକୁ ଅନୁରୋଧ କଲେ । ସେଥିଲାଗି କୋଠା ଘର ଯୋଗାଇଦିଆଗଲା ଓ ଛାତ୍ରମାନେ ସେଠାରେ ରହି ସଂସ୍କୃତ ପଢ଼ିଲାବେଳେ ପ୍ରତି ଛାତ୍ରକୁ ମାସକୁ ପାଞ୍ଚ ଟଙ୍କା ଓ ସାତ ମାଣ ଚାଉଳ ଦିଆଯାଉଥିଲା । ସେହି ସମୟରେ ଏହି ସାହାଯ୍ୟ କିଛି କମ ନଥିଲା । ପରବର୍ତ୍ତୀ ସମୟରେ ପାରଳାଖେମୁଣ୍ଡି ସଂସ୍କୃତ କଲେଜ ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟରୁ ସ୍ୱୀକୃତିପ୍ରାପ୍ତ ହୋଇଥିଲା । କୃଷ୍ଣଚନ୍ଦ୍ରଙ୍କର ପ୍ରଧାନ ଲକ୍ଷ୍ୟ ଥିଲା ଓଡ଼ିଶାରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ବିକାଶ ଘଟାଇ ଏକ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବା । ଏଥିପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରିଥିଲେ । ଶିକ୍ଷା ବିଭାଗରେ କାର୍ଯ୍ୟରତ ସଚିବ ରେଭେନ୍ସା କଲେଜର ଅଧ୍ୟକ୍ଷ ଏସସି ତ୍ରିପାଠୀଙ୍କ ସମେତ କଟକ ଟ୍ରେନିଂ କଲେଜ ଅଧ୍ୟକ୍ଷ ମହେଶ ଚନ୍ଦ୍ର ପ୍ରଧାନ, ଖାଲ୍ଲିକୋଟ କଲେଜର ଅଧ୍ୟକ୍ଷ ପି ମହାନ୍ତି, ପାରଳାଖେମୁଣ୍ଡି କଲେଜର ଅଧ୍ୟକ୍ଷ ପି ଜଗନ୍ନାଥ ସ୍ୱାମୀ ଓ ଡକ୍ଟର ପ୍ରାଣକୃଷ୍ଣ ପରିଜାଙ୍କୁ ନେଇ ଏହି କମିଟି ରିପୋର୍ଟ ଦାଖଲ କରିବା ପରେ ଉତ୍କଳ ବିଶ୍ୱବିଦ୍ୟାଳୟ ଗଠନ କରିବାକୁ ନିଷ୍ପତି ନିଆଯାଇଥିଲା ।[ପଣ୍ଡିତ ଗୋପିନାଥ ନନ୍ଦଙ୍କ ସଙ୍କଳିତ 'ଓଡ଼ିଆ ଶବ୍ଦତତ୍ତ୍ୱ ବୋଧ ଅଭିଧାନ' ମୂଦ୍ରଣ କରାଇଥିଲେ । ଗବେଷକମାନଙ୍କ ପଠନ ନିମନ୍ତେ ନିଜ ରାଜ ଉଆସରେ ଏକ ବିରାଟ ପାଠାଗାରର ସ୍ଥାପନା କରିଥିଲେ । ସେସମୟରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ବିଭିନ୍ନ ପ୍ରଶାସନିକ ଅଧିନରେ ରହିଥିଲା । ସମସ୍ତ ଓଡ଼ିଆ ଭାଷାଭାଷୀ ଲୋକ ଗୋଟିଏ ଅଞ୍ଚଳରେ ରହିଲେ, ଉନ୍ନତି ସମ୍ଭବ ବୋଲି କୃଷ୍ଣଚନ୍ଦ୍ର ଦେବ ହୃଦୟଙ୍ଗମ କରିପାରିଥିଲେ । ତଦନୁସାରେ ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ କାର୍ଯ୍ୟ କରିବାକୁ ସେ ଶପଥ ଗ୍ରହଣ କରିଥିଲେ । ପାରଳାଖେମୁଣ୍ଡିଠାରେ ୧୯୧୨ରେ ହୋଇଥିବା ଉତ୍କଳ ସମ୍ମିଳନୀରେ ସେ ଜଣେ ପୁରୋଧା ଭାବେ କାର୍ଯ୍ୟ ନିର୍ବାହ କରିଥିଲେ ।୧୯୧୪ ମସିହା ଡିସେମ୍ବର ୨୭ ଓ ୨୮ ତାରିଖରେ ସେ ଦଶମ ଉତ୍କଳ ସମ୍ମିଳନୀ ପାରଳାଖେମୁଣ୍ଡିଠାରେ ଆହୂତ କରି ନିଜର କର୍ମକୁଶଳତା ଦେଖାଇଥିଲେ । ସେଠାରେ ପ୍ରଥମଥର ପାଇଁ ସେ ପୂର୍ଣ୍ଣାଙ୍ଗ ସ୍ୱତନ୍ତ୍ର ଓଡ଼ିଶା ଗଠନର ମୂଳଭିତ୍ତି ପକାଇଥିଲେ । ଏହି ସମ୍ମିଳନୀର ପ୍ରାରମ୍ଭରେ କୃଷ୍ଣଚନ୍ଦ୍ର ଗଜପତି ଦୃଢ଼ତାର ସହିତ ପ୍ରସ୍ତାବ ଦେଇ କହିଲେ,"ଓଡ଼ିଆ ଭାଷାଭାଷୀଙ୍କୁ ଏକ ଶାସନାଧୀନ କରିବାପାଇଁ କେବଳ ଦାବି ନ କରି ସମଗ୍ର ବିଚ୍ଛିନ୍ନ ଓଡ଼ିଆ ଅଞ୍ଚଳକୁ ଏକତ୍ରୀତ କରି ଏକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦାବି କରିବା ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ ।" କୃଷ୍ଣଚନ୍ଦ୍ରଙ୍କର ଏଇଭଳି ବଳିଷ୍ଠ ଓ ଅକାଟ୍ୟ ଯୁକ୍ତି ସମ୍ମିଳନୀର ନେତୃବର୍ଗ ଏପରିକି ବୟୋଜ୍ୟୋଷ୍ଠ ନେତା ମଧୁବାବୁଙ୍କୁ ମଧ୍ୟ ଚକିତ କରି ଦେଇଥିଲା ଏବଂ ଗଜପତିଙ୍କର ଏହି ବଜ୍ର ନିର୍ଘୋଷ ନିନାଦ ଗୋପବନ୍ଧୁ ଦାସ, ଫକୀର ମୋହନ ସେନାପତି, ଶଶିଭୂଷଣ ରଥ ଓ ମଧୁସୂଦନ ଦାସ ଇତ୍ୟାଦିଙ୍କ ସମର୍ଥନ ପାଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ଏକ ପ୍ରସ୍ତାବ ଭାବରେ ଉତ୍କଳ ସମ୍ମିଳନୀରେ ଗୃହୀତ ହେଲା । ୧୯୧୭ ମସିହାରେ ମଣ୍ଟେଗୁ-ଚେମସ୍ ଫୋର୍ଡ କମିଟି ଭାଷାଭିତ୍ତିକ ପ୍ରଦେଶ ଗଠନ ସପକ୍ଷରେ ମତ ପ୍ରକାଶ କରିଥିଲେ । ଏ ସମ୍ପର୍କରେ ଉତ୍କଳର
ବଟୁ କେଭ
------
ଇତିହାସ ସମ୍ପର୍କରେ ଅବଗତ ଥାଇ ଏବଂ ଓଡ଼ିଆ ମାଟି ତଥା ଏହାର ଗୌରବମୟ ପରମ୍ପରା, ବିଶେଷ କରି ନୌବାଣିଜ୍ୟ ପରମ୍ପରା, ବୀରତା,ମହାମାନବିକତା ଆଧାରିତ ପୂର୍ବଜ ମାନଙ୍କ କୀର୍ତ୍ତି ଓ କୃତିତ୍ୱ ଆଦି ସଠିକ୍ ଇତିହାସ ସିଦ୍ଧ ଜ୍ଞାନବନ୍ତ ଓଡ଼ିଆ ଯେତେବେଳେ ଅନ୍ୟ ଦେଶକୁ, ବିଶେଷ କରି ଏସିଆ ମହାଦେଶର ବିଭିନ୍ନ ଦେଶକୁ ଯାଇ ଆସୁଛନ୍ତି , ସେମାନେ ନିଶ୍ଚିତ ଭାବରେ ଅଛପା ଇତିହାସ ସମ୍ପର୍କରେ ଅନୁସନ୍ଧାନ କରିବା ସମୟରେ ନିଶ୍ଚିତ ଗର୍ବବୋଧ କରୁଥିବେ ବୋଲି ଆମର ଦୃଢ ବିଶ୍ବାସ । ଅଧୁନା ଆମେ ବର୍ତ୍ତମାନର ମାଲେସିଆରେ ଅଛୁ , ଯାହାର ବର୍ତ୍ତମାନର ରାଜନୈତିକ ଓ ଭୌଗଳିକ ତଥା ସାମାଜିକ ସ୍ଥିତି ସଂକ୍ଷିପ୍ତରେ ହେଲା ଯେ ମାଲେସିଆ ଦକ୍ଷିଣ ପୂର୍ବ ଏସିଆର ଏକ ଦେଶ | ଏହା ଏକ ସଂଘୀୟ ରାଷ୍ଟ୍ର ଯେଉଁଥିରେ ୧୩ ଟି ରାଜ୍ୟ ଅଛି | ଦକ୍ଷିଣ ଚୀନ ସାଗର ଦ୍ୱାରା ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି | ଏହାର ମୁଖ୍ୟ ଭାଗ ମାଳୟ ଉପଦ୍ୱୀପରେ ଅଛି | ଏହାର ପଶ୍ଚିମ ଉପକୂଳରେ ମାଲାକା ଜଳପଥ ଏବଂ ପୂର୍ବ ଉପକୂଳରେ ଦକ୍ଷିଣ ଚୀନ ସାଗର ଅବସ୍ଥିତ । ଏହି ଦେଶର ଅନ୍ୟ ଅଂଶ, ବେଳେବେଳେ ପୂର୍ବ ମାଲେସିଆ ଭାବରେ ଜଣାଶୁଣା, ଦକ୍ଷିଣ ଚୀନ ସାଗରର ବୋର୍ନିଓ ଦ୍ୱୀପର ଉତ୍ତର ଭାଗରେ | ମାଳୟ ଉପଦ୍ୱୀପରେ ଥିବା କୁଆଲାଲମ୍ପୁର ଏହାର ରାଜଧାନୀ | ସଂଘୀୟ ରାଜଧାନୀ ନିକଟରେ ପୁତ୍ରଜୟାକୁ ସ୍ଥାନାନ୍ତରିତ ହୋଇଛି, ଯାହାକି ଏକ ନୂତନ ଭାବରେ ନିର୍ମିତ ସହର ଯାହାକି ପ୍ରଶାସନ ପାଇଁ ସ୍ୱତନ୍ତ୍ର ଭାବରେ ପରିକଳ୍ପିତ | ମାଲେସିଆ ଏକ ବହୁ-ଜାତି ଏବଂ ବହୁ-ସାଂସ୍କୃତିକ ଦେଶ। ସଂଖ୍ୟାଧିକ ଲୋକ ମାଳୟ ବଂଶୋଓଦ୍ଭବ, କିନ୍ତୁ ସେଠାରେ ଚୀନ ଏବଂ ଭାରତୀୟ ମୂଳର ଲୋକ ମଧ୍ୟ ଅଛନ୍ତି। ଏହାର ସରକାରୀ ଭାଷା ହେଉଛି ଲାଟିନ୍ ବର୍ଣ୍ଣମାଳାରେ ଲେଖାଯାଇଥିବା ମାଳୟ | ସରୱକ୍ ରାଜ୍ୟରେ ମାଳୟ ସହିତ ଇଂରାଜୀ ଏକ ସ୍ୱୀକୃତିପ୍ରାପ୍ତ ଏବଂ ସରକାରୀ ଭାଷା । ତାମିଲ , ହିନ୍ଦୀ ଏବଂ ଚାଇନିଜ୍ ମଧ୍ୟ ପ୍ରାୟତଃ ବ୍ୟବହୃତ ହୁଏ | ମାଲେସିଆରେ ୧୩୦ରୁ ଅଧିକ ଭାଷା ବ୍ୟବହୃତ ହୁଏ, ମାଲେସିଆର ବୋର୍ନିଓରେ ୯୪ ଏବଂ ଉପଦ୍ୱୀପରେ ୪୦ଟି ଭାଷା ବ୍ୟବହୃତ ହୁଏ। ଇସଲାମ ହେଉଛି ସରକାରୀ ଧର୍ମ, କିନ୍ତୁ ଅଣ-ମାଳୟ ନାଗରିକମାନେ ଅନ୍ୟ ଧର୍ମ ପାଳନ କରିବାର ସ୍ୱାଧୀନତା ରହିଛି।ମାଲେସିଆରେ ରାଷ୍ଟ୍ର ମୁଖ୍ୟ ହେଉଛନ୍ତି ରାଜା, ଯାହାଙ୍କର ଆନୁଷ୍ଠାନିକ ପଦବୀ ହେଉଛି ୟାଙ୍ଗ ଡି-ପର୍ଟୁଆନ୍ ଆଗୋଙ୍ଗ | ରାଜା ମାଲାୟା ରାଜ୍ୟର ୯ଟି ବଂଶାନୁକ୍ରମିକ ଶାସକମାନଙ୍କ ମଧ୍ୟରୁ ଏବଂ ପାଞ୍ଚ ବର୍ଷ ପାଇଁ ନିର୍ବାଚିତ ହୋଇଥାନ୍ତି ।ରାଜାଙ୍କ ଭୂମିକା ମୁଖ୍ୟତଃ ଆନୁଷ୍ଠାନିକ , ୧୯୯୪ର ସମ୍ବିଧାନରେ ପରିବର୍ତ୍ତନ ହେବା ପରେ ମନ୍ତ୍ରୀ ତଥା ଉପର ଗୃହର ସଦସ୍ୟଙ୍କୁ ବାଛିବା କ୍ଷମତା ରାଜଙ୍କ ପାଖରେ ରହିଛି । ମାଲେସିଆର ସରକାରର ମୁଖ୍ୟ ହେଉଛନ୍ତି ପ୍ରଧାନମନ୍ତ୍ରୀ। ଏହାର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ହେଉଛନ୍ତି ମହାରଥୀ ମହମ୍ମଦ, ମେ ୨୦୧୮ରେ ୯୨ ବର୍ଷ ବୟସରେ ନିର୍ବାଚିତ ହୋଇଛନ୍ତି। ଆଇନ ପ୍ରଣୟନ କ୍ଷମତା କେନ୍ଦ୍ର ଏବଂ ରାଜ୍ୟ ବିଧାନ ସଭା ମଧ୍ୟରେ ବିଭକ୍ତ । କେନ୍ଦ୍ରୀୟ ସଂସଦ ନିମ୍ନ ଗୃହ ଦେୱାନ ରାକ୍ୟାଟ୍ ଏବଂ ଉପର ଗୃହ, ଦେୱାନ ନେଗାରାକୁ ନେଇ ଗଠିତ । ୨୨୨ ସଦସ୍ୟ ବିଶିଷ୍ଟ ଦେୱାନ ରାକ୍ୟାଟ୍ର ସଭ୍ୟ ସର୍ବାଧିକ ପାଞ୍ଚ ବର୍ଷ ପାଇଁ ନିର୍ବାଚିତ ହୋଇଥାନ୍ତି। ଦେୱାନ ନେଗାରା ୭୦ ସଦସ୍ୟ ବିଶିଷ୍ଠ ଓ ପ୍ରତ୍ୟେକ ସଦସ୍ୟଙ୍କ କାର୍ଯ୍ୟକାଳ ତିନି ବର୍ଷ । ୧୩ ଟି ରାଜ୍ୟ ବିଧାନ ସଭାଦ୍ୱାରା ୨୬ ଜଣ ନିର୍ବାଚିତ ହୋଇଛନ୍ତି ଏବଂ ଅବଶିଷ୍ଟ ୪୪ ଜଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ସୁପାରିଶ କ୍ରମେ ରାଜା ନିଯୁକ୍ତି ଦିଅନ୍ତି ।
ମାଲେସିଆ ହେଉଛି ବିଶ୍ୱର ୬୬ତମ ବୃହତ୍ ଦେଶ, ଏହାର ଭୂମି କ୍ଷେତ୍ରଫଳ ୩୨୯,୬୧୩ ବର୍ଗ କିଲୋମିଟର (୧୨୭,୨୬୪ ବର୍ଗ ମାଇଲ) । ମାଲେସିଆର ପଶ୍ଚିମରେ ଥାଇଲ୍ୟାଣ୍ଡ ଏବଂ ପୂର୍ବରେ ଇଣ୍ଡୋନେସିଆ ଏବଂ ବୃନେଇ ଦେଶ ଅବସ୍ଥିତ | ଏହା ସିଙ୍ଗାପୁର ସହିତ ଏକ ସଂକୀର୍ଣ୍ଣ ରାସ୍ତା ଏବଂ ଏକ ସେତୁ ଦ୍ୱାରା ସଂଯୁକ୍ତ । ଭିଏତନାମ ଏବଂ ଫିଲିପାଇନ୍ସ ସହିତ ଏହାର ସାମୁଦ୍ରିକ ସୀମା ମଧ୍ୟ ରହିଛି। ଉଭୟ ଏସୀୟ ମୁଖ୍ୟ ସ୍ଥଳଭାଗ ଏବଂ ମାଳୟ ଦ୍ୱୀପପୁଞ୍ଜରେ ମାଲେସିଆର ଅଂଶ ରହିଛି। ଦକ୍ଷିଣ ଜୋହୋର ରାଜ୍ୟରେ ଅବସ୍ଥିତ ତାନଜୁଙ୍ଗ ପିଆଇ ହେଉଛି ମାଳଦ୍ୱୀପ ଏସିଆର ଦକ୍ଷିଣ ଦିଗ । ସୁମାତ୍ରା ଏବଂ ମାଲେସିଆ ଉପଦ୍ୱୀପ ମଧ୍ୟରେ ଅବସ୍ଥିତ ମାଲାକା ଜଳପଥ ବିଶ୍ୱ ବାଣିଜ୍ୟର ୪୦% ପରିବହନ କରୁଥିବା ବିଶ୍ୱ ବାଣିଜ୍ୟର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଜଳପଥ ଭାବେ ପରିଚିତ।
ମାଲେସିଆ ଉପଦ୍ୱୀପ ଦେଶର ୪୦% କ୍ଷେତ୍ରଫଳ ଅଧିକାର କରିଛି । ଏହା ଉତ୍ତରରୁ ଦକ୍ଷିଣକୁ ଲମ୍ବ ୭୪୦ କିଲୋମିଟର (୪୬୦ ମାଇଲ) ଏବଂ ଏହାର ସର୍ବାଧିକ ପ୍ରସ୍ତ ୩୨୨ କିଲୋମିଟର (୨୦୦ ମାଇଲ) ଅଟେ। ଏହା ଏହାର ପୂର୍ବ ଏବଂ ପଶ୍ଚିମ ଉପକୂଳ ମଧ୍ୟରେ ଟିଟିୱାଙ୍ଗସା ପର୍ବତମାଳାଦ୍ୱାରା ବିଭକ୍ତ ହୋଇଛି । କରବୁ ପର୍ବତ ଏହାର ସର୍ବାଧିକ ଉଚ୍ଚ ପର୍ବତ (୨,୧୮୩ ମିଟର ବା ୭୧୬୨ ଫୁଟ ଉଚ୍ଚ)। ଏହି ପର୍ବତଗୁଡିକ ଘଞ୍ଚ ଜଙ୍ଗଲରେ ଘେରା ଏବଂ ମୁଖ୍ୟତଃ ଗ୍ରାନାଇଟ୍ ଏବଂ ଅନ୍ୟାନ୍ୟ ଆଗ୍ନେୟ ଶିଳାରେ ଗଠିତ । ଏହି ପର୍ବତମାଳା ହେଉଛି ମାଲେସିଆ ଉପଦ୍ୱୀପର କେତେକ ନଦୀର ଉତ୍ପତ୍ତି ସ୍ଥଳ । ଏହାର ବର୍ତ୍ତମାନର ଲିଖିତ ଇତିହାସ କୁହେ ଚୀନ ଏବଂ ଭାରତ ମଧ୍ୟରେ ମାଲେସିଆ ଏକ ପ୍ରାଚୀନ ବାଣିଜ୍ୟ କେନ୍ଦ୍ର ଥିଲା ,ଯେତେବେଳେ ୟୁରୋପୀୟମାନେ ଏହି ଅଞ୍ଚଳକୁ ଆସିଲେ, ମାଲାକା ଏକ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟ ବନ୍ଦର ହେଲା ।
୧୭୮୬ ମସିହାରେ ପେନାଙ୍ଗଠାରୁ ଆରମ୍ଭ କରି ମାଲେସିଆର ରାଜ୍ୟଗୁଡିକ ବ୍ରିଟିଶ ସାମ୍ରାଜ୍ୟର ଏକ ଉପନିବେଶ ପାଲଟିଥିଲେ। ସେପ୍ଟେମ୍ବର ୧୯୬୩ ରେ, ମାଲୟ, ସିଙ୍ଗାପୁର ଏବଂ ବୋର୍ନିଓ ଅଂଶ ମିଳିତ ହୋଇ ମାଲେସିଆ ସଂଘର ଗଠନ ହୋଇଥିଲ । ୧୯୬୫ ରେ, ଏହି ସଂଘରୁ ସିଙ୍ଗାପୁରକୁ ବହିଷ୍କାର କରାଯାଇଥିଲା ଏବଂ ମାଲେସିଆ ଓ ସିଙ୍ଗାପୁର ଦୁଇଟି ସାର୍ବଭୌମ ରାଷ୍ଟ୍ର ଭବେ ଜନ୍ମ ନେଇଥିଲେ। ଯେହେତୁ ଆମେ ଅନେକ ଅଛପା ଇତିହାସ ସମ୍ପର୍କରେ ଅଧୁନା ଅଧ୍ୟୟନ ରତ ଅଛୁ ଏବଂ ଅନେକ ପୌରାଣିକ ଲେଖା, ବିଭିନ୍ନ ଲୋକକଥା, ଆଈ ମାଆ ଗପ ଶୁଣିଛୁ, ସେହେତୁ ଏହି ବର୍ତ୍ତମାନର ଲିଖିତ ଇତିହାସ ଉପରେ ସନ୍ଦେହ ପ୍ରକାଶ କରୁଛୁ । ଗତକାଲି ଆମେ ବଟୁଆ କେଭ ଯାଇଥିଲୁ । ଗୋଟିଏ ଦିନ ଆମେ ସେଠାରେ କଟାଇଛୁ । ଆମର ଭାବନା ବ୍ୟକ୍ତ କରିବା ପୂର୍ବରୁ ଗୋଟିଏ ମୁଖ ପୁସ୍ତକରେ ଉପସ୍ଥାପନ କୁ ପୁନଃ ଏଠାରେ ଉପସ୍ଥାପନ କରୁଛୁ । ଏହା ପରେ ଆମେ ଆମର ଭାବନା ତଥ୍ୟ ସାର୍ବଜନୀନ କରିବୁ ।
ପ୍ରଣାମ ପ୍ରଣମ୍ୟ 2
ସଦସ୍ୟଭାବେ କୃଷ୍ଣଚନ୍ଦ୍ର ଦିଲ୍ଲୀଠାରେ ମଣ୍ଟେଗୁଙ୍କ ସହିତ ସାକ୍ଷାତ କରିଥିଲେ । ୧୯୨୨ ମସିହାରେ ବିହାର-ଓଡ଼ିଶା ବ୍ୟବସ୍ଥାପକ ସଭାରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ମିଶ୍ରଣ ପାଇଁ ଏକ ସ୍ୱତନ୍ତ୍ର ପ୍ରସ୍ତାବ ଗୃହୀତ ହୋଇଥିଲା । ଫିଲିପ୍ ଡଫ୍ କମିଟି ବିଶାଖାପାଟଣା ଓ ଗଞ୍ଜାମ ଗସ୍ତ ବେଳେ ଗଜପତିଙ୍କ ସହିତ ସାକ୍ଷାତ କରିଥିଲେ । ୧୯୨୭ ମସିହାରେ ଭାରତରେ ଶାସନ ସଂସ୍କାର ପାଇଁ ବ୍ରିଟିଶ୍ ସରକାର ସାଇମନ୍ କମିଶନ୍ ନିଯୁକ୍ତି କରିଥିଲେ । ସମଗ୍ର ଦେଶ ସେତେବେଳେ ସାଇମନ୍ କମିଶନଙ୍କୁ ବାସନ୍ଦ କରିଥିଲେ , କିନ୍ତୁ ଓଡ଼ିଶାର ସ୍ୱାର୍ଥ ନିମନ୍ତେ ଗଜପତି ଓ ମଧୁ ବାବୁ ଅଣ୍ଟାଭିଡ଼ି ସାଇମନ୍ କମିଶନ ଙ୍କ ସହିତ କଥାବାର୍ତ୍ତା କରିବା ପାଇଁ ଆଗେଇ ଆସିଥିଲେ । ଯା'ଫଳରେ ଓଡ଼ିଶା କଥା ବିଚାର କରିବା ପାଇଁ ଅଟଲିଙ୍କ ଅଧ୍ୟକ୍ଷତାରେ ଏକ ସବ୍ କମିଟି ଗଠନ କରାଗଲା ଓ ସେହି କମିଟି ଓଡ଼ିଶା ପାଇଁ ଅନୁକୂଳ ମତ ପ୍ରକାଶ କଲେ । ପ୍ରଥମ ଗୋଲ ଟେବୁଲ ବୈଠକ (୧୯୩୦-୩୧) ଲଣ୍ଡନଠାରେ ଅନୁଷ୍ଠିତ ହେଲା । ବିହାର ଓ ଓଡ଼ିଶା ସରକାରଙ୍କ ତରଫରୁ କୃଷ୍ଣଚନ୍ଦ୍ର ଗଜପତି ମନୋନୀତ ସଭ୍ୟ ଭାବେ ଗୋଲ ଟେବୁଲ୍ ବୈଠକରେ ଯୋଗ ଦେଇଥିଲେ । ବୈଠକରେ ଓଡ଼ିଶାର ଦାବି ଉତ୍ଥାପନ କରି ଏକ ଐତିହାସିକ ଭାଷଣ ଦେଇ ବ୍ରିଟିଶ ସରକାରଙ୍କର ଦୃଷ୍ଟି ଆକର୍ଷଣ କରି କହିଥିଲେ,"ଆମେ ଚାହୁଁ ଭାଷା ଓ ଜାତି ସୂତ୍ରରେ ପ୍ରଦେଶ ଗଠନ । ଏକ କୋଟି ଓଡ଼ିଆଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ପ୍ରଦେଶ ଗଠନ ପାଇଁ ଅନୁମତି ନଦେଇ ଆପଣମାନେ ଭାରତରେ ନୂତନ ଶାସନ ସଂସ୍କାର କରିପାରିବେ ନାହିଁ ।" ଏହି ମହାମନୀଷୀଙ୍କ ଯୁକ୍ତିଯୁକ୍ତ ବକ୍ତବ୍ୟ ଶୁଣି ଗୋଲ ଟେବୁଲ୍ ବୈଠକରେ ଉପସ୍ଥିତ ବ୍ରିଟିଶ ସରକାରଙ୍କର ପ୍ରତିନିଧିମାନେ ସ୍ତବ୍ଧ ହୋଇଯାଇଥିଲେ ।
ବିଲାତ ସରକାର ୧୯୩୧ ମସିହାରେ ଓଡ଼ନେଲ କମିଟି ବସାଇଲେ ଓ ଏହି କମିଟି ମୂଖ୍ୟତଃ ତିନୋଟି ବିଷୟ ପ୍ରତି ଧ୍ୟାନ ଦେଇଥିଲେ । ତନ୍ମଧ୍ୟରୁ ଗୋଟିଏ ଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ସୀମା ନିର୍ଦ୍ଧାରଣ । ୧୯୩୨ ମସିହାରେ ଓଡ଼ନେଲ କମିଟି ରିପୋର୍ଟ ପ୍ରକାଶ ପାଇଲା । ଫିଲିପ୍ ଡଫ୍ କମିଟିର ଅନୁମୋଦନ ଲାଭକରି ୧୯୩୩ ମସିହାରେ ଏହି ବିଷୟ ଶ୍ୱେତପତ୍ରରେ ପ୍ରକାଶ ପାଇଲା । ଏହି ଶ୍ୱେତପତ୍ର ନୈରାଶ୍ୟଜନକ ଥିଲା । କାରଣ ପାରଳାଖେମୁଣ୍ଡି ଓ ଜୟପୁର ଜମିଦାରୀ ଏଥିରୁ ବାଦ୍ ପଡ଼ିଥିଲା । ମଧୁବାବୁଙ୍କ ନିବେଦନ କ୍ରମେ କୃଷ୍ଣଚନ୍ଦ୍ର ଜଏଣ୍ଟ ସିଲେକ୍ଟ କମିଟି ଆଗରେ ଏହି କଥା ଉପସ୍ଥାପନା କରିବା ନିମନ୍ତେ ବିଲାତ ଯାଇ ୧୯୩୪ରେ ପାରଳାଖେମୁଣ୍ଡିର ଓଡ଼ିଶାରେ ମିଶ୍ରଣ ପାଇଁ ଜଏଣ୍ଟ ପାର୍ଲାମେଣ୍ଟାରି କମିଟିଠାରେ ଆବେଦନ କରିଥିଲେ । ଏହି କମିଟିର ଅଧ୍ୟକ୍ଷ ଲର୍ଡ଼ ଲିନ୍ଲିଥ୍ଗୋଙ୍କୁ ପ୍ରଭାବିତ କରିପାରିଥିଲେ । ପରେ ଭାରତର ବଡ଼ଲାଟ ଲର୍ଡ଼ ଉଇଲିଂଡ଼ନ୍ଙ୍କୁ ପ୍ରଭାବିତ କରି ଓଡ଼ିଶା ସହିତ ପାରଳାଖେମୁଣ୍ଡି ଓ ଜୟପୁରକୁ ମିଶାଇବା ପାଇଁ ରାଜି କରାଇ ପାରିଥିଲେ । ତାଙ୍କ ସ୍ମାରକପତ୍ର ଅର୍ଥାତ୍ ମେମୋରେଣ୍ଡମରେ ଓଡ଼ିଶା ସହିତ ପାରଳାଖେମୁଣ୍ଡିର ମିଶ୍ରଣ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ପାଇଁ ସ୍ପଷ୍ଟ ଦାବିକୁ ଅଗ୍ରାଧିକାର ଦେଇ ଇଂରେଜ ସରକାର ଏହାକୁ ଓଡ଼ିଶା ଅନ୍ତର୍ଗତ କରିଥିଲେ ଓ ୧୯୩୬ ରେ ୬ ଗୋଟି ଜିଲ୍ଲାକୁ ନେଇ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ରୂପେ ମାନ୍ୟତା ଲାଭ କରିଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ସ୍ୱତନ୍ତ୍ର ପ୍ରଦେଶ ଗଠନ ପାଇଁ ସେ ତିନିଥର ଲଣ୍ଡନ ଯାଇଥିଲେ । ଶୁଣାଯାଏ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ସ୍ୱତନ୍ତ୍ର ଉତ୍କଳ ଗଠନ ନେଇ ବାରମ୍ବାର ଲଣ୍ଡନ ଯିବାଫଳରେ ସେ ଅର୍ଥନୈତିକ ଚାପରେ ପଡ଼ି ରାଜପ୍ରସାଦର ବହୁ ମୂଲ୍ୟବାନ ଅଳଙ୍କାର ପ୍ରଜାଙ୍କ ମଙ୍ଗଳପାଇଁ ବିକ୍ରି କରିଥିଲେ । ନିଜ ଶାସନ କାଳରେ ସେ ନିଜ ରାଜ୍ୟ ଭିତର ଦେଇ ନୂଆପଡ଼ା-ପାରଳା ଖେମୁଣ୍ଡି ରେଳପଥକୁ ଗୁଣୁପୁର ଯାଏ ସମ୍ପ୍ରସାରିତ କରିଥିଲେ । କୃଷି ଓ ଶିଳ୍ପ ପାଇଁ ବହୁ ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲା ଧାନ କଳ, ତେଲ କଳ ଏବଂ ଲୁହା କାରଖାନା ବସାଇଥିଲେ । ରାଜ୍ୟରେ ଜଳ ସେଚନର ସୁବିଧା ପାଇଁ ନଳିନୀ କୃଷ୍ଣ ସାଗର କାଶୀ ନଗରଠାରେ ଖୋଳାଇ ଥିଲେ ,ସାହିତ୍ୟ ଗବେଷଣା ପାଈଁ ଗୋପୀନାଥ ନନ୍ଦ ଓ ଗୋପାଳ ପ୍ରହରାଜଙ୍କ ଭଳି ଗବେଷକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ । ବ୍ରିଟିଶ ପର୍ଲ୍ୟାମେଣ୍ଟରେ ୧୯୩୫ ମସିହା ଭାରତ ଆଇନ ସଂଶୋଧନ ହୋଇ ସମଗ୍ର ଭାରତୀୟ ଉପମହାଦେଶକୁ ୧୧ଟି ପ୍ରଦେଶରେ ବିଭକ୍ତ କରାଗଲା । ପ୍ରତି ପ୍ରଦେଶର ବିଧାନ ସଭା ପାଇଁ ନିର୍ବାଚନ ହେଲା । ଓଡ଼ିଶା ବିଧାନ ସଭାରେ ୬୦ଟି ଆସନରୁ ୩୬ଟି ଆସନ କଂଗ୍ରେସ ଦଳ ହାତରେ ଥିବା ସ୍ଥଳେ କୃଷ୍ଣଚନ୍ଦ୍ରଙ୍କ ଦ୍ବାରା ଗଠିତ ଓଡ଼ିଶା ଜାତୀୟ ଦଳ ହାତରେ ୨୪ଟି ଆସନ ଥିଲା । ତେଣୁ ସଂଖ୍ୟା ଗରିଷ୍ଠ କଂଗ୍ରେସ ଦଳ ମନ୍ତ୍ରିମଣ୍ଡଳ ଗଠନ କରିବା କଥା ମାତ୍ର ତତ୍କାଲିନ ରାଜ୍ୟପାଳମାନଙ୍କ ସ୍ୱତନ୍ତ୍ର କ୍ଷମତାକୁ ବିରୋଧ କରି କୌଣସି ରାଜ୍ୟରେ କଂଗ୍ରେସ ଦଳ କୌଣସି ରାଜ୍ୟରେ ଶାସନ ଦାୟିତ୍ୱ ନେଲେ ନାହିଁ । ୧୯୩୭ ମସିହା ଏପ୍ରିଲ୍ ମାସ ୧ ତାରିଖରେ ଓଡ଼ିଶାର ପ୍ରଥମ ଗଭର୍ଣ୍ଣର ସାର୍ ଜନ ଅଷ୍ଟିନ ହବାକ ଗଜପତି କୃଷ୍ଣଚନ୍ଦ୍ର ଦେବଙ୍କୁ ନେତା ରୂପେ ନିର୍ବାଚିତ କରି ପ୍ରଥମ ମନ୍ତ୍ରିମଣ୍ଡଳ ଗଠନ କରିବାପାଇଁ ନିମନ୍ତ୍ରଣ କଲେ । ତେଣୁ ଗୋରାଚାନ୍ଦ ପଟ୍ଟନାୟକ ଓ ଲତିଫୁର ରହମାନଙ୍କୁ ସଦସ୍ୟ ଭାବରେ ନେଇ ମନ୍ତ୍ରିମଣ୍ଡଳ ଗଠନ କରି ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ୧୯୩୭ ମସିହା ଏପ୍ରିଲ ପହିଲାରୁ ଜୁଲାଇ ମାସ ଅଠର ତାରିଖ ପର୍ଯ୍ୟନ୍ତ ଶାସନ କାର୍ଯ୍ୟ ପରିଚାଳନା କଲେ ଏବଂ ପରେ ୧୯୪୧ ମସିହା ନଭେମ୍ବର ମାସ ଠାରୁ ୧୯୪୪ ମସିହା ଜୁନ ମାସ ପର୍ଯ୍ୟନ୍ତ ତୃତୀୟ ମନ୍ତ୍ରିମଣ୍ଡଳରେ ପୁନର୍ବାର ପ୍ରଧାନମନ୍ତ୍ରୀ ରୂପେ ଯୋଗଦେଇ ଦକ୍ଷତାର ସହ କାର୍ଯ୍ୟ କରିଥିଲେ । ସମଗ୍ର ଦେଶରେ ସେ ହିଁ ଏକମାତ୍ର ରାଜ୍ୟ ପ୍ରଧାନମନ୍ତ୍ରୀ,ଯିଏ ଯୋଜନା ବୋର୍ଡ ଗଠନ କରିଥିଲେ । ପଣ୍ଡିତ ଗୋଦାବରୀଶ ମିଶ୍ର ତାଙ୍କ ମନ୍ତ୍ରିମଣ୍ଡଳରେ ଶିକ୍ଷା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା, ବିଦ୍ୟାଧରପୁର ଠାରେ ଧାନ ଗବେଷଣା କେନ୍ଦ୍ର ପ୍ରତିଷ୍ଠା , ଜୁନ ୧ ତାରିଖ,୧୯୪୪ ମସିହାରେ କଟକ ମେଡିକାଲ ସ୍କୁଲ କୁ ମେଡିକାଲ କଲେଜ ରେ ପରିବର୍ତ୍ତିତ କରିବା, ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପ୍ରତିଷ୍ଠା ପ୍ରଭୃତି ତାଙ୍କର ମହନୀୟ ଅବଦାନ କୁ ଏ ଜାତି ଭୁଲି ପାରେନା । ତାଙ୍କର ପବିତ୍ର ଶ୍ରାଦ୍ଧ ଦିବସ ଅବସରରେ ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ । ଠିକ୍ ସେହିପରି ମେ,୨୫ ତାରିଖରେ ବିଶିଷ୍ଟ ସମାଜସେବୀ ତଥା ସର୍ବୋଦୟ ନେତା ଡ.ରତନ ଦାସଙ୍କ ଆଜି ୯୬ତମ ଜୟନ୍ତୀ ଅବସରରେ ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି । ଡ.ରତନ ଦାସ ଥିଲେ ଗାନ୍ଧୀ ଚିନ୍ତନ ଓ ଗାନ୍ଧୀ ବିଚାରର ଜଣେ ସମର୍ପିତ ଆଚରଣ ଓ ଉଚ୍ଚାରଣ ସିଦ୍ଧ ସମାଜସେବୀ । ଗାନ୍ଧୀ ବିଚାର ଧାରାକୁ ସେ ନିଖୁଣ ଭାବରେ ନିଜ ଜୀବନରେ ପ୍ରୟୋଗ କରିଥିଲେ । ସନ୍ଥ ବିନୋବାଜୀଙ୍କ ସତ୍ୟ,ପ୍ରେମ ଓ କରୁଣା ପଥର ପଥିକ ଥିଲେ ସେ। ବାଲେଶ୍ବର ଜିଲ୍ଲାର ସୁନହଟର ସମ୍ଭ୍ରାନ୍ତ ପରିବାରେ ଜନ୍ମି, ଆଭିଯାତ୍ଯ ପରିବାରର ଐଶ୍ବର୍ଯ୍ଯାର ପ୍ରାଚୁଯ୍ଯ ମଧ୍ଯରେ ବଢିଥିଲେ ବି ଜୀବିତ ମଣିଷର ପୀଡା ଉପସମ ପାଇଁ ସେ ସବୁକୁ ପ୍ରତ୍ଯାଖ୍ଯାନ କରି ଗୁରୁ ଗୋପବନ୍ଧୁ ଚୌଧୁରୀଙ୍କ ଆଦେଶ ରେ କାହିଁ ବଣ ପାହଡ ଘେରା ଅଭିଭକ୍ତ କୋରାପୁଟ ଜିଲ୍ଲାକୁ ଚାଲିଆସିଥିଲେ । ୧୯୫୦ ମସିହା, ସେତେବେଳେ ଗୁଣପୁର ଅଞ୍ଚଳର ମରୁଡ଼ି ରିଲିଫ କାର୍ଯ୍ୟରେ ସ୍ବର୍ଗତ ବିଶ୍ବନାଥ ପଟ୍ଟନାୟକଙ୍କ ସହ ଯୋଗଦେଇ ଅଭିଭକ୍ତ କୋରାପୁଟରେ ସେବା କାର୍ଯ୍ୟ ଆରମ୍ଭ କରିଥିଲେ । ବୁଡୁବାଲିରେ ମାସେ କାଳ ରହି ନିଃଶୁକ୍ଳ ଅନ୍ନକେନ୍ଦ୍ର ଚଳାଇ ଥିଲେ। ଏହି ସମୟ ଭିତରେ ଗାଅଁର ପିଲା ଠାରୂ ବୁଢା ପର୍ଯ୍ଯନ୍ତ ସମସ୍ତଙ୍କ ସହ ବନ୍ଧୁତ୍ବରେ ବାନ୍ଧି ହୋଇଯାଇଥିଲେ। ସେମାନଙ୍କର ଆର୍ଥିକ ସମସ୍ଯା, ସଭାଜ ଜୀବନ, ଚଳନୀ, ବଞ୍ଚିବାର ଶୈଳୀ ଓ କଥାକଥିତ କୁସଂସ୍କାର ପୂର୍ଣ୍ଣ ତାଙ୍କ ଧର୍ମ ଧାରଣା ଓ ସଂସ୍କୃତି ବିଷୟରେ ଜଣିଲେ ଓ ସବୁଠାରୁ ଆଦିବାସୀ ସଂଘବଦ୍ଦ ଜୀବନ ଜାପନ ପ୍ରଣାଳୀ ତାଙ୍କୁ ଅଭିଭୂତ କରିଥିଲା। ସେଥିପାଇଁ ସେ ତାଙ୍କ ଚିନ୍ତାଧାରା, ମନରଭାବ ଓ କାଯ୍ଯଶୈଳୀ ପ୍ରକଟ କରିବାକୁ ଯାଇ , ସେ ତାଙ୍କ ଆତ୍ମଜୀବନୀ ପୁସ୍ତକ "The Unending Quest" ରେ ଲେଖିଛନ୍ତି, " କୌଣସି ନିର୍ଦ୍ଦିଷ୍ଟ ସ୍ଥାନ ବା ବ୍ୟକ୍ତିବିଶେଷଙ୍କ ପ୍ରତି ମୁଁ କେବେ ଆସକ୍ତ ହୋଇନାହିଁ । ମୁଁ ବରାବର ଶିକ୍ଷା କରିଆସିଛି ଓ ବିଶ୍ୱାସ ମଧ୍ୟ କରେ ଯେ ପୃଥିବୀର ଯେଉଁ ଦେଶର ଲୋକ ହୁଅନ୍ତା ନା କାହିଁକି, ମଣିଷ ମାତ୍ରେ ସମସ୍ତେ ସମାନ ଓ ସବୁ ଦେଶର ମୋ ଜନ୍ମଭୂମି ସହିତ ସଂପର୍କ ରହିଛି। କିନ୍ତୁ କୋରାପୁଟ ପ୍ରତି ମୋର ଏକ ବିଶେଷ ଦୁର୍ବଳତା ରହିଛି, କାରଣ ଏହି ଭୂଇରେ ମୋର ଜୀବନ ତଥା ସାମାଜିକ ବିବର୍ତ୍ତନର ନାନା ପରୀକ୍ଷା ନିରୀକ୍ଷା ସମ୍ଭବ ହୋଇଛି । ସତ କହିବାକୁ ଗଲେ ୧୯୫୦ରେ ଏହିଠାରୁ ହିଁ ମୋର ଜୀବନଯାତ୍ରା ବା ତୀର୍ଥଯାତ୍ରା ଆରମ୍ଭ ହୋଇଛି । ଏହିଠାରେ ମୁଁ ଏକ ନୂତନ ପୃଥିବୀର ସନ୍ଧାନ ପାଇଥିଲି, ଯେଉଁଠାରେ ଦାରିଦ୍ର୍ଯ ଓ ଅଶିକ୍ଷାରେ ପୀଡିତ ଥିବା ମଣିଷକୁ ଅତି ପାଖରେ ଦେଖିଛି। କୋରାପୁଟ ମତେ ସବୁ ପ୍ରକାରର ମଣିଷ, ଧନୀ ଦରିଦ୍ର, ଶିକ୍ଷିତ ମୂର୍ଖ, ସମସ୍ତଙ୍କୁ ସମାନ ଭାବରେ ଭଲ ପାଇବାକୁ ଶିଖାଇଥିଲା। କୋରାପୁଟ ମତେ ମୋର ଚରିତ୍ରବତ୍ତାରେ ଗୁଣାତ୍ମକ ବିକାଶ ଘଟାଇବାରେ ପ୍ରେରଣା ଯୋଗାଇଥିଲା। ଯାହା ଦ୍ବାରା ମୁଁ ସମସ୍ତ ଦରିଦ୍ର ନିପୀଡୀତ ଓ ଆର୍ତ୍ତ ଲୋକଙ୍କର ସେବା କରିବା ପାଇଁ ନିଜକୁ ଏକ ଯନ୍ତ୍ର ଭାବେ ଗ୍ରହଣ କରିଥିଲି। ଏଠାରେ ବିପୁଳାଚ ପ୍ରକୃତି , ବିଶାଳ ହୃଦୟର ମଣିଷ ଓ ସେମାନଙ୍କର ମାନବିକ ମୂଲ୍ୟବୋଧର ସଂପଦ ହିଁ ମୋର ଏଠିକାର ସମାଜରେ ତିଷ୍ଠି ରହିବାର ପ୍ରେରଣା ଯୋଗାଇଛି । ମହାତ୍ମା ଗାନ୍ଧୀ ଥରେ କହିଥିଲେ " ତୀର୍ଥଯାତ୍ରା ଖାଲି ପଦରେ କରିବ" ସେଥିପାଇଁ ସେ ନୂଆଖାଲିକୁ ଖାଲି ପାଦରେ ଯାଇଥିଲେ । ମୋ ପାଇଁ ଗାନ୍ଧୀଙ୍କ କାର୍ଯ୍ୟ ଏକ ଅପୂର୍ବ ସଂଯୋଗ ସୃଷ୍ଟି କରିଥିଲା, କାରଣ କୋରାପୁଟରେ ପହଞ୍ଚି ଵାର ବର୍ଷ କାଳ ଖାଲି ପାଦରେ ଯାତ୍ରା କରିବାର ସଂକଳ୍ପ ନେଇଥିଲି। ଏହି ବାର ବର୍ଷ କାଳ ମୁଁ କୋରାପୁଟର ବଣ ପର୍ବତ, ନଈ ନାଳ, ସହର ଗ୍ରାମ ସବୁଠାରେ ଖାଲି ପାଦରେ ବୁଲି ନିଜର ଆଦର୍ଶ ପ୍ରତି ଦୃଢ ରହିଥିବା ବେଳେ ସେଠାର ଲୋକଙ୍କ ପ୍ରେମରେ ମଧ୍ୟ ପଡିଯାଇଥିଲି। ତୀର୍ଥଯାତ୍ରୀ ଭଳି ମୋ ଯାତ୍ରା ପଥର ପ୍ରତିବନ୍ଦୀମାନଙ୍କ ନିକଟରେ ମୁଣ୍ଡ ନୁଆଁଇ ନଥିଲି। ଜାତି, ଧର୍ମ, ବର୍ଣ୍ଣ, ସାମାଜିକ ପ୍ରତିଷ୍ଠା ନିର୍ବିଶେଷରେ ସମସ୍ତଙ୍କୁ ସମାନ ଭାବରେ ଭଲ ପାଇବା, ସମସ୍ତଙ୍କ ସହ ବନ୍ଧୁତ୍ବରେ ବାନ୍ଧି ହୋଇଯିବା ଏବଂ ସମଦର୍ଶୀ ହେବାର ଶିକ୍ଷା ଦେଇଥିଲେ । ଏଠାରେ ହିଁ ଶତ୍ରୁକୁ ଭଲ ପାଇବା ଶିଖିଲି, ଯାହାର ଫଳ ସ୍ୱରୂପ ପରେ ସେମାନେ ମୋ ନିକଟକୁ ପୁଣି ଫେରି ଆସିଛନ୍ତି । କୋରାପୁଟ ମୋତେ ଶିଖାଇଲା ଯେ ପରଂମରା ନାମରେ ଅନ୍ଯର ଶ୍ରମ ଉପରେ ଅନ୍ୟାୟ ଅଧିକାର ବିସ୍ତାର କରି ପରାନ୍ନଭୋଜି ଭଳି ବଞ୍ଚିବା ଠାରୁ ଭଳି ପାପ କାର୍ଯ୍ୟ ଓ ଲାଞ୍ଚନୀୟ ଜୀବନ କିଛି ନାହିଁ ।ଏଠାରେ ମୁଁ ହୃଦୟଙ୍ଗମ କଲି ଯେ ଆଧ୍ୟାତ୍ମିକ ବାହ୍ଯ ପୂଜା ଅର୍ଚ୍ଚନା , ମାଳା କୋଥଳିରେ ନାହିଁ । ବରଂ ନିଜ ହୃଦୟର ଶୁଦ୍ଧିକରଣ ସହିତ ଅନ୍ଯର ମଙ୍ଗଳ କାମନା ଭିତରେ ରହିଛି ।" ଏ ଭଳି ଭାବେ ସେ ସର୍ବୋଦୟ ବିଚାରକୁ ନିଜ ଜୀବନରେପ୍ରୟୋଗ କରିଥିଲେ । ସେ କୁହନ୍ତି ସର୍ବୋଦୟର ସାର କଥା ହେଲା ହୃଦୟର ମିଳନ, ସେ ସବୁବେଳେ କହନ୍ତି ସମାଜର ସବୁଠାରୁ ଦୁର୍ବଳ ବ୍ଯକ୍ତିଟିଏ ଯେପରି ସମ୍ମାନର ସହିତ ବଞ୍ଚିବାର ଅଧିକାରପାଏ ଏହା ସର୍ବୋଦୟର ମୂଳ ଲକ୍ଷ୍ୟ ।ତାଙ୍କ ଭିତରେ ଦୃଢ ବିଶ୍ବାସ ଥିଲା ସତ୍ୟ ଓ ଅହିଂସାର ସାର୍ଥକ ପ୍ରୟୋଗରେ ମଣିଷ ଭିତରେ ଥିବା ଆସୁରିକ ଶକ୍ତିର ବିଲୋପ ହୋଇପାରିବ ଏବଂ ଦେବତ୍ବର ଅଧିକାରୀହୋଇପାରିବ। ଏଭଳି ଭାବେ ସେ ଦୀର୍ଘ ୬୭ ବର୍ଷ ଏ ଅଞ୍ଚଳରେ ବିତାଇ ଭୂଦାନ, ଗ୍ରାମଦାନ, ଗ୍ରାମ ସ୍ବାରାଜ, ଗୋତିପ୍ରଥା ଉଚ୍ଛେଦ, ଓଡିଶାରେ ବିଭିନ୍ନ ସମୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଗାଆଁ ଗାଆଁକୁ ଯାତ୍ରା କରି ଅହିଂସା ମାଧ୍ୟମ କିଭଳି ଶାନ୍ତି ପ୍ରତିଷ୍ଠା କରାଯାଇପାରିବ ସେଥିପାଇଁ ଆପ୍ରାଣ ଚେଷ୍ଟିତ ଥିଲେ । ଆଜିବି ସେ ଆମ ପାଖରେ ଜୀବିତ , ଆଜି ଏହି କୋରନା ପରିସ୍ଥିତିରେ ଅମ୍ଳଜାନ ଅଭାବକୁ ଦେଖି ମନେ ପଡେ ତାଙ୍କ କିଛି କଥା.. ଯେଉଁ ଭଳି ଭାବରେ ଚାରିଆଡେ ଗଛଲତା କାଟି ସଫା କରି ଦିଆ ଯାଉଛି, ରାସ୍ତା କଡର ବରଗଛ, ପିପଳିଗଛ ଏ ଭଳି ଗଛସବୁ ଧିରେ ସବୁ କଟା ହୋଇ ଗଲାଣି। ଆମେ ସମସ୍ତେ ଆରମରେ ରହିବା ପାଇଁ ଏସି ବ୍ଯବହାର କରୁଛେ, ଗାଡିଘୋଡାର ଅତ୍ଯଧିକ ବ୍ଯବହାର ଯାହା ଦ୍ବାରା ଆମର ଅମ୍ଳଜାନ ସ୍ତର କମି ଅଙ୍ଗାରକାମ୍ଳ ବଢିବାରେ ଲାଗିବ ଏବଂ ଆମକୁ ଅସୁବିଧା ଭୋଗିବାକୁ ପଡିବ। ସେ ଗଛ କଟାର ବିରୋଧୀ ଥିଲେ। ପ୍ରାଣକୃଷ୍ଣ ବାବୁ ଙ୍କ ସୌଜନ୍ୟ ରୁ ପ୍ରାପ୍ତ ଉପରୋକ୍ତ ଜୀବନାଲେଖ୍ୟ କୁ ଉପଜିଵ୍ୟ କରି ସେହି ସ୍ମରଣୀୟ, ସମର୍ପିତ ଦିବଙ୍ଗତ ମହାପୁରୁଷଙ୍କ ଅମୃତ ଅମ୍ଲାନ ସ୍ମୃତି ପ୍ରତି ଶ୍ରଦ୍ଧାବଚନାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି । ଠିକ୍ ସେହିପରି
ପ୍ରବୀଣ ସାମ୍ବାଦିକ, ସର୍ଜନଶୀଳ ସ୍ତମ୍ଭକାର, ସାରସ୍ଵତ ସାଧକ ପରମ ସମ୍ମାନନୀୟ ରାମହରି ମିଶ୍ର ଓ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ମୋହନ ଦେ ଙ୍କ ଷଷ୍ଠ ଶ୍ରାଦ୍ଧ ଦିବସ ଅବସରରେ ତାଙ୍କର ଅମ୍ଲାନ ଅମୃତ ସ୍ମତି ପ୍ରତି କୋଟି କୋଟି ପ୍ରଣାମ । ଠିକ୍ ସେହିପରି ମେ,୨୫ ତାରିଖ ହେଉଛି କାଳଜୟୀ ପ୍ରଭୁ ଜଗନ୍ନାଥ ଭକ୍ତ ଶିରୋମଣି ଭଜନ ସମ୍ରାଟ ଭିକାରୀ ବଳ (୧୯୨୯- ୨-୧୧-୨୦୧୦) ଙ୍କ ୯୭ତମ ଜୟନ୍ତୀ । ପିତା ରାମଚନ୍ଦ୍ର ବଳ ଓ ମାତା ଗେହ୍ଲାରାଣି ବଳଙ୍କ ସନ୍ତାନ ଭିକାରୀ ବଳ ୧୯୨୯ ମସିହା ମଇ ୨୫ ତାରିଖରେ ଓଡ଼ିଶାର କେନ୍ଦ୍ରାପଡ଼ାସ୍ଥିତ ସୋବଳାରେ ଜନ୍ମ ନେଇଥିଲେ । ତାଙ୍କ ମାଆଙ୍କ ସବୁ ସନ୍ତାନ ଜନ୍ମ ପରେ ମରିଯାଉଥିଲେ, ତେଣୁ କେବଳ ଭିକାରି ହିଁ ଜୀଇଁ ରହିଥିବାରୁ ଭଗବାନଙ୍କ କୃପା ଭାବି ତାଙ୍କ ନାମ 'ଭିକାରି' ରଖାଯାଇଥିଲା । ସେ ଖୁବ ଛୋଟ ଥିଲା ବେଳେ ତାଙ୍କ ବାପା ମାଆ ମୃତ୍ୟୁ ବରଣ କରିଥିଲେ । ତାଙ୍କ ବାପାଙ୍କ ପ୍ରଥମ ପକ୍ଷ ବିବାହର ପୁଅ ଧନେଶ୍ୱର ଓ ତାଙ୍କ ପତ୍ନୀଙ୍କ ଦେଇ ଶିଶୁ ଭିକାରିଙ୍କ ଲାଳନପାଳନ ହୋଇଥିଲା ।
ପ୍ରାଥମିକ ଶିକ୍ଷା ପରେ ଭିକାରୀ କେନ୍ଦ୍ରାପଡ଼ା ଜିଲା କଦଳୀବଣ ହାଇସ୍କୁଲରେ ନାମ ଲେଖାଇଥିଲେ ଓ ସେଠାରେ ନବମ ଶ୍ରେଣୀ ଯାଏଁ ପାଠ ପଢ଼ିଥିଲେ । ଏହା ପରେ ନିଜ ଗାଁ ସୋବଳାରେ ସେ ଯାତ୍ରା ଦଳରେ ଯୋଗ ଦେଇଥିଲେ । ସେଠାରେ ସେ ଗୀତ ଗାନ, ହାରମୋନିଅମ ବଜାଇବା, ଅଭିନୟ ଆଦି ଶିଖିଥିଲେ । ସେତେବେଳେ ଯାତ୍ରାମାନଙ୍କରେ ପୁଅ ମାନେ ଝିଅ ବେଶ ହୋଇ ଗୋଟିପୁଅ ଭାବେ ନାଟ କରୁଥିଲେ । ଏହାପରେ ସେ ଏକ ପାଖ ସ୍କୁଲ, ଗୋକୁଳାନନ୍ଦ ସଙ୍ଗୀତ ସଦନରେ ସଙ୍ଗୀତ ଶିକ୍ଷକ ହୋଇଥିଲେ । ସେ ୨୦ ବର୍ଷ ବୟସରେ ଉଷାରାଣୀ ଦେବୀଙ୍କୁ ବିବାହ କରିଥିଲେ । ବିବାହ ପରେ ସେ କଟକ କାମ ପାଇଁ ଆସିଥିଲେ । ଗୁରୁ ଖିତିଜ ମିତ୍ରଙ୍କ ସହାୟତାରେ ସେ କଟକ କଳାବିକାଶ କେନ୍ଦ୍ରରେ ଓଡ଼ିଶୀ ସଙ୍ଗୀତରେ ଶିକ୍ଷାଲାଭ କରିଥିଲେ । ଯେତେବେଳେ ସେ ଆକାଶବାଣୀରେ ଗାୟକ ଭାବରେ ଯୋଗଦେବାକୁ ଆବେଦନ କରି ବିଧିବଦ୍ଧ ଭାବେ ଗାୟକ ହେବା ପାଇଁ ଚେଷ୍ଟାଚଳାଇଥିଲେ । ସେଠାରେ ସେ ଜଣେ ଏ-ଶ୍ରେଣୀର ଗାୟକ ଭାବରେ ୧୯୬୩ରେ କାମ ଆରମ୍ଭ କଲେ ।" ପ୍ରାଣ ମିତଣି ବାରେ ଚାହାଁରେ "ଗୀତ ପାଇଁ ସେ ସେଠାରେ ଅନେକ ଲୋକପ୍ରିୟତା ଅର୍ଜନ କରିଥିଲେ । ହେଲେ ତାହାଙ୍କ ଜନପ୍ରିୟତା କୋଠ ଭୋଗଖିଆ ଗୀତରୁ ଅନେକ ବଢ଼ିଯାଇଥିଲା । ଏହି ଗୀତ ୭୦ ଦଶକରେ ଏକ ବହୁଳ ଲୋକପ୍ରିୟ ଗୀତର ମାନ୍ୟତା ପାଇଥିଲା ।ପୁରାତନ ରଚନାରୁ ସେ ବହୁ ସଙ୍ଗୀତ ଗାନ କରିଛନ୍ତି । ଗୋପାଳକୃଷ୍ଣ, ଦୀନକୃଷ୍ଣ, ବଳଦେବ, ବନମାଳି ଓ ସାଲବେଗ ଆଦି ପୁରାତନ କବିଙ୍କ ବହୁ ଭଜନରେ ସେ କଣ୍ଠଦାନ କରିଛନ୍ତି । ସେ ଡ. ପ୍ରସନ୍ନ ସାମଲ, କୁସୁମ କବି ଫକୀରମୋହନ ଶତପଥୀ, କ୍ଷୀରୋଦ ଚନ୍ଦ୍ର ପୋଥାଳ, ସ୍ବରାରଵିନ୍ଦ ଅରବିନ୍ଦ ମୁଦୁଲି, ଶୀର୍ଷାନନ୍ଦ ଦାସ କାନୁନଗୋ, ଅଲେଖ ବିଶ୍ୱାଳ, ଗୌରହରି ଦଳାଇ ଓ ଶ୍ରୀକାନ୍ତ ଗୌତମଙ୍କ ଅନେକ ଗୀତରେ ମଧ୍ୟ କଣ୍ଠଦାନ କରିଛନ୍ତି ।
ତାଙ୍କର ଜଗନ୍ନାଥ ଭଜନ ଓ ଗୀତ ଗୋବିନ୍ଦର ପଦ ଆବୃତି ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା । ସେ ଅନେକ ଚମ୍ପୁ, ଛାନ୍ଦ ଓ ଲୋକଗୀତ ମଧ୍ୟ ଗାଇଥିଲେ । ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ମଧ୍ୟ କଣ୍ଠଦାନ କରିଥିଲେ । ପୁରୀର ଗଜପତି ମହାରାଜା ଦିବ୍ୟସିଂହ ଦେବ ତାଙ୍କୁ "ଭଜନ ସମ୍ରାଟ" ଉପାଧିରେ ଭୂଷିତ କରିଥିଲେ ଓ ଜଗନ୍ନାଥ ମନ୍ଦିରରେ ସେବା ପାଇଁ ଅନୁମତି ଓ ଅନେକ ସୁବିଧା ସୁଯୋଗ ଖଞ୍ଜି ଦେଇଥିଲେ । ସେ ଜଗନ୍ନାଥ ଙ୍କ ର ଚାମର ସେବା ନିମନ୍ତେ ମଧ୍ୟ ସୁଯୋଗ ପାଇଥିଲେ । ତାଙ୍କ ଦେଇ ବୋଲାଯାଇଥିବା ଶେଷ ଆଲବମ ଭଜନ ଥିଲା ୨୦୦୫ର "ଚଗଲା ମନ" ଓ ଶେଷ ସଙ୍ଗୀତ ପରିବେଷଣ ଥିଲ ୨୦୦୬ରେ । ତାହା ପରେ ସେ ପାର୍କିନ୍ସନ୍ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ହୋଇଥିଲେ ।ନଭେମ୍ବର ୨, ୨୦୧୦ରେ ତାଙ୍କର ପରଲୋକ ହୋଇଥିଲା । ତାଙ୍କର କାଳଜୟୀ ସର୍ବାଧିକ ଜନପ୍ରିୟ ଭଜନ କୋଠ ଭୋଗଖିଆ,ଜଗନ୍ନାଥ ହେ, କିଛି ମାଗୁନାହିଁ ତୋତେ,ଭଜୁ କି ନା ରାମ ନାମ,ଭକତ ବିଦୂର ଶାଗ ଭଜା ଦେଇ,ହାତରେ ମୋ ମୁଠା ମୁଠା ଶରଧା ବାଲି,ତୋର ସାଆନ୍ତପଣକୁ କିଏ ସରିକି,ଶ୍ରୀକ୍ଷେତ୍ରେ କରିଛି ଘର କାଳିଆ ମୋ ବନ୍ଧୁ,ଅଜା ଥାଉ ଥାଉ ନାତି ଯାଏ ଚାଲି,ତୋତେ ବାହୁଡ଼େଇ ନେବି ଆସିଛି,ତୋ ଦାଣ୍ଡଧୁଳି ମୁଁ ନହେଲେ ନାହିଁ ଭଳି ଅନେକ ତାଙ୍କୁ ଜନମାନସରେ ଚିର ଅମର କରିବା ଦୃଢ଼ ନିଶ୍ଚିତ । ପବିତ୍ର ଜୟନ୍ତୀ ଅବସରରେ ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ।
ଜାତୀୟ ଭାତୃତ୍ବ ଦିବସର ଅନୁଚିନ୍ତା
---------
ଆଜି ଜାତୀୟ ଭାତୃତ୍ବ ଦିବସ । ଆମ ଓଡିଆ ସଂସ୍କୃତି ଭାଇଚାରାର ସଂସ୍କୃତି, ଯାହା ସମ୍ପ୍ରତି ଅତି ଭୟଙ୍କର ଭାବେ ଅବକ୍ଷୟୀ ପଥରେ ଅତି ଦ୍ରୁତ ଗତିରେ ଧାବମାନ । ରାମାୟଣରେ ଭାତୃ ପ୍ରେମର ଉଦାହରଣ ପ୍ରଚୁର । ମାତ୍ର ମହାଭାରତରେ ଦେଖା ଦେଲା ବ୍ୟତିକ୍ରମ, ଯାହାର ଇତିହାସ ବ୍ୟାପକ । ପାରିବାରିକ ଜୀବନରେ ଆମେ ଛଅ ଭାଇ , ଆମର ପାଞ୍ଚ ଜଣ ସାନଭାଇ ଏଯାବତ ମୁହଁ ଟେକି ଆମ ସହିତ କଥାବାର୍ତ୍ତା କରି ନାହାନ୍ତି । ମାତ୍ର ସାମାଜିକ ଜୀବନରେ ଆମର ଅନେକ ଭାଇ । ତତ୍ ଆଧାରରେ ଆଜି ଯେଉଁ ଦୁଇ ଜଣ ଆମକୁ ନିଜର ବଡ଼ ଭାଇ ଭଳି ସମ୍ମାନ ଦେଉଥିଲେ , ସେ ଦୁଇ ଜଣ ହେଲେ ସ୍ବର୍ଗତ କାଳୀ ପ୍ରସାଦ ସାମନ୍ତରାୟ ଓ ସ୍ବରାରବିନ୍ଦ ଅରବିନ୍ଦ ମୁଦୁଲି । ତାଙ୍କର ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛୁ । ଏବଂ ଯେଉଁ କବି ଙ୍କ କବିତା ଆଜି ସକାଳେ ସ୍ମୃତି କୁ ଉଜ୍ଜୀବିତ କରୁଛି, ସେ ହେଉଛନ୍ତି ଜାତୀୟ କବି ବୀରକିଶୋର ଦାସ । ତାଙ୍କର ସେହି ପଂକ୍ତି -
"ଭାଇ,
ତମେ କେତେ ଜଣ
ଜୀବନକୁ ପାଣି
ଛଡ଼ାଇ ନ ଦେଲେ ଚଳିବ କି ?
ଦଧିଚିର ହାଡ଼
ଉଜାଡ଼ି ନ ଦେଲେ
ଜଗତର ଭାଗ୍ୟ ଫେରିବ କି ?
ଶେଷ ଯବନିକା ହେଲାଣି ପତନ
ବଦଳି ଯିବ ଏ ଶୋଷକ ଶାସନ
ଶୋଷଣ ନୀତିର ବତୀ ଲିଭି ଆସେ
ଜଳାଇଲେ ଦୀପ ଜଳିବ କି ?
ଆଖି ଆଗେ ସଫା ଦିଶେ ଢ଼ଳ ଢ଼ଳ
ସ୍ୱାଧୀନତା ସ୍ରୋତ ଆସଇ ପ୍ରବଳ
ପହିଲି ଆଷାଢ଼ ନଈ ବଢ଼ି ପାଣି
ତମେ ତାକୁ ଲୋଭେ ପିଇବ କି ?
ଧନୀ, ମହାଜନ, ରାଜା ଜମିଦାର
ତ୍ୟାଗ ମାଳିଧରି ହୋଇବେ ବାହାର
ଗେରୁଆ ବସନ ମଧୁର ବଚନ
ଶୁଣି ନିଜ ନୀତି ଭୁଲିବ କି ?
ଧଳା ବଦଳରେ କଳା ହେଲେ ଯୋକ
ମେଣ୍ଟିବ କି କୋଟି ଗରୀବଙ୍କ ଦୁଃଖ
ଚାଷୀ ମୁଲିଆଙ୍କ ଖପୁରିକି ଚୂରି
ଦିଲ୍ଲୀ ଦରବାର ତୋଳିବା କି ?
ତମରି ରକ୍ତରେ ଜାତୀୟ ପତାକା
ରଙ୍ଗାଇବ ଯେବେ ସହି ଶତ ଧକା
ମାନବ ଜାତିକି ବଞ୍ଚାଇ ରଖିବ
ପୃଥିବୀରେ ଯିବ ନାଆଁ ରଖି ।"
ଆମ ଓଡିଆ ସଂସ୍କୃତିରେ ଭାଇ ଜିଉନ୍ତିଆ ଓଷା ପାଳିତ ହୋଇଆସୁଛି। ଏହି ଓଷାରେ ଭଉଣୀମାନେ ନିଜ ଭାଇର ଦୀର୍ଘ ଜୀବନ କାମନା କରି ନିର୍ଜଳା ଉପବାସ କରି ଓଷା ପାଳନ କରିଥାନ୍ତି । ଏହି ଓଷା ଆଶ୍ୱିନ ମାସର ଶୁକ୍ଳାଷ୍ଟମୀରେ ହୁଏ। ବିଶେଷ କରି ଓଡ଼ିଶାର ପଶ୍ଚିମାଞ୍ଚଳରେ ଭାଇ ଜିଉଁନ୍ତିଆ ଓଷା ବିଧିବିଧାନ ସହ ମହାଡମ୍ବରରେ ପାଳନ କରାଯାଉଥିବାର ଉଦାହରଣ ପ୍ରଚୁର । ସେହିପରି ଭାଇ ଜିଉଁନ୍ତିଆ ପର୍ବ ପାଳନ ପ୍ରଚ୍ଛଦରେ ଏକ ଅମୂଲ୍ୟ କାହାଣୀ ନିହିତ ଅଛି । ରାଜକୁମାରୀ ଅରୁଣା ଥିଲା ଚମ୍ପାବତୀ ନଗରୀର ରାଜା ବିକ୍ରମ ସେନଙ୍କ କନ୍ୟା । ବିବାହ ବୟସ ଉପନୀତ ହୁଅନ୍ତେ ମନ୍ତ୍ରୀଙ୍କ କୁମର ମଦନ ସୁନ୍ଦରଙ୍କୁ ପତି ରୂପେ ପ୍ରାପ୍ତ ହେବା ପାଇଁ ଅଳି କଲା ପିତୃଦେବଙ୍କ ନିକଟରେ । ଏମିତି ଏକ ଅସମ୍ଭବ ଯୋଗାଯୋଗକୁ ରାଜା ବିରୋଧ ପୂର୍ବକ କ୍ରୋଧ ପ୍ରକାଶ କଲେ । ମନ୍ତ୍ରୀଙ୍କ ପୁତ୍ରକୁ ହତ୍ୟା କରିବା ପାଇଁ ଅବିଚାର ଢଙ୍ଗରେ ଆଦେଶ ଦେଲେ ଘାତକକୁ କ୍ରୁର କାର୍ଯ୍ୟ ସମ୍ପାଦନ ସକାଶେ । ଅସଫଳ ହୋଇ ଫେରି ଆସିଲା ଘାତକ । ଗୋଟିଏ ପଟେ ଅଲିଅଳି କନ୍ୟାର ଆକର୍ଷଣ, ଅନ୍ୟ ପଟେ ମନ୍ତ୍ରୀଙ୍କ ପୁତ୍ର ସହ ବିବାହ ପ୍ରତି କୁଠାର ଘାତ କିଂକର୍ତ୍ତବ୍ୟବିମୂଢ ରାଜା ବିକ୍ରମ ସେନ୍ । ମନ୍ତ୍ରୀ କୁମର ମଦନ ସୁନ୍ଦର ବଞ୍ଚିବାର କାହାଣୀର ପୃଷ୍ଠଭୂମି ଥିଲା ଏହିପରି । ସେଦିନ ଥିଲା ଆଶ୍ୱିନ ମାସର ଶୁକ୍ଳ ମହାଷ୍ଟମୀ ତିଥି । ମଦନ ସୁନ୍ଦରଙ୍କ ଭଉଣୀ ମାଳତୀ । ମାଳତୀର ମା' କହିଥିଲେ ନିଷ୍ଠା- ସାଧନା ସହ ପାଳନ କରିବାକୁ ଭାଇ ଜିଉଁନ୍ତିଆ ଓଷା ଭାଇର ଚିର ମଙ୍ଗଳ ପାଇଁ ।କହିଲେ ଜନନୀ, ଆଜି ଲୋ ମହାଅଷ୍ଟମୀ ବ୍ରତ
ଉପବାସେ ଦୁର୍ଗା ପୂଜିଲେ ହୁଏ ଭାଇର ହିତ ।
ଭଉଣୀର ଭାଇ ଭରସା- କଥା ସଂସାରେ ଅଛି
ଭାଇ ସୁଖେ ତୋହର ଊଣା ନୋହିବ କିଛି ।
ଶୁଭାନୁଧ୍ୟାୟୀ ମାଆର ଆଶୀର୍ବଚନକୁ ଏକତରଫା ଭାବେ ଗ୍ରହଣ କରି ନେଲା ମାଳତୀ । ପବିତ୍ର ଦୁର୍ଗାଷ୍ଟମୀରେ ଭାଇ ଜିଉଁନ୍ତିଆ ଓଷା ବିଧିବିଧାନ ସହିତ ପାଳନ କଲା । ସମସ୍ତ ବିଷଦ-ଦୁଃଖ-ଦୁର୍ଦ୍ଦଶାରୁ ମୁକୁଳି ଭାଇ ସୁଖରେ ରହୁ- ମା' ଦୁର୍ଗାଙ୍କୁ ନିବେଦନ କଲା । ମାଳତୀର ଆକୁଳ ଭକ୍ତିପୂତ ପ୍ରାର୍ଥନା ମା' ଦୁର୍ଗାଙ୍କ କର୍ଣ୍ଣପାତ ହେଲା । ଏକ ଅବଶ୍ୟମ୍ଭାବୀ ବିପଦରୁ ମାଳତୀର ଭାଇ ମଦନ ସୁନ୍ଦରକୁ ପ୍ରଚ୍ଛନ୍ନ ଭାବରେ ଘଣ୍ଟଘୋଡେଇ ରଖିଲେ । ମନ୍ତ୍ରୀ କୁମର ମଦନ ସୁନ୍ଦର ମୃତ୍ୟୁମୁଖରୁ ବଞ୍ଚିଗଲେ । ମାଳତୀର "ଭାଇ ଜିଉଁନ୍ତିଆ' ଓଷା ପାଇଁ ଭ୍ରାତୃପ୍ରେମ ଅତୁଟ ରହିଲା ଅସଫଳ ହୋଇ ଘାତକ ଫେରି ଆସିବାର ସମ୍ବାଦରେ ବିକ୍ରମ ସେନଙ୍କ କନ୍ୟା ଅରୁଣା ଆତ୍ମତୃପ୍ତିରେ ପୁଲକି ଉଠିଲା । ରାଜା ଅନ୍ୟନ୍ୟୋପାୟ ହୋଇ ନିଜର ଅଲିଅଳ କନ୍ୟାକୁ ମନ୍ତ୍ରୀଙ୍କ କୁମର ମଦନ ସୁନ୍ଦରଙ୍କ ହାତରେ ସମର୍ପି ଦେଲେ ।
ଅନ୍ୟ ଏକ କାହାଣୀର ପୃଷ୍ଠଭୂମି ଗୌରଚନ୍ଦ୍ର ନିଜ କାହାଣୀରେଲେଖିଛନ୍ତି, କୋଶଳ ରାଜଜେମାଙ୍କ ପୁତ୍ର ଶ୍ରୀ ରାମଚନ୍ଦ୍ର । ସେ ଥିଲେ କୋଶଳ ରାଜକୁମାରୀମାନଙ୍କର ମାମୁଁ ପୁଅ ଭାଇ । ତେଣୁ ସେମାନେ ନିଜ ଭାଇର ସର୍ବକୁଶଳ କାମନା କରି ଆଶ୍ୱିନ ଶୁକ୍ଳ ଅଷ୍ଟମୀରେ "ଭାଇ ଜିଉଁନ୍ତିଆ' ଓଷା ପାଳନ କରୁଥିଲେ । ଆଶ୍ୱିନ ମାସରେ ମା' ଦୁର୍ଗାଙ୍କର ଆରାଧନା ସାଧାରଣତଃ ପୂଜାପୀଠରେ ନଅଦିନ ବ୍ୟାପୀ ପାଳନ କରାଯାଏ । ଏହାକୁ ନବରାତ୍ରି ବୋଲି କୁହାଯାଏ । ଭଉଣୀମାନେ ନିଜ ଭାଇଙ୍କ ଶୁଭ ମନାସି ଏହି ଓଷା ପାଳନ କରୁଥିଲେ ହେଁ ସଧବା, ବିଧବା, ବୃଦ୍ଧା ରମଣୀମାନେ ମନଯୋଗ ସହକାରେ ପାଳନ କରନ୍ତି ।ସଧବାମାନେ ମଣ୍ଡଳ ପୂଜା କରୁଥିଲାବେଳେ ବିଧବାମାନେ ଉପବାସ ରହିଥାନ୍ତି । ଶ୍ୱଶୁରାଳୟରୁ ବିବାହିତ ଭଉଣୀକୁ ଭାଇ ନିଜେ ଯାଇ ଡାକି ଆଣିଥାଏ। ଭାଇ ଜିଉଁନ୍ତିଆ ଓଷା ପାଳନ ଦିନ ଭଉଣୀମାନେ ପ୍ରାତଃ ସ୍ନାନ କରି ନଈ ତୁଠ ଏବଂ ପୋଖରୀହୁଡାରେ ଗୋଲାକାର ବାଲୁକା ବେଦି ସ୍ଥାପନା କରନ୍ତି । ଦିବସ ବ୍ୟାପୀ ଉପବାସ ରହନ୍ତି । ସନ୍ଧ୍ୟା ବେଳେ ଦୁର୍ଗା ମା'ଙ୍କ ନିକଟରେ କଳସ ବସାଇ ଦୀପଜାଳି ୧୦୮ ଦୁର୍ବାକ୍ଷତ ସହ ବ୍ରତ ବାନ୍ଧି ଚଢ଼ାଇଥାନ୍ତି । ମା'ଙ୍କ ପାଖରେ ଜାଗର ଜାଳି ୧୦୮ ଦୁବ ଜିଉଁନ୍ତିଆ ସହିତ କଖାରୁ ଫୁଲ, ମନ୍ଦାର ଫୁଲ, ଅଁଳା ଡାଳ, ବେଲପତ୍ର, ନଡ଼ିଆ, କଦଳୀ, ଆତ ଫଳ ପ୍ରଭୃତି ସମର୍ପି ଦିଅନ୍ତି । ଜୁଗାର (ଲିଆଉଖୁଡା) ପ୍ରସ୍ତୁତ କରି ନାନା ପ୍ରକାର ପିଠା ସହିତ ନଡିଆ, କଦଳୀ ଭୋଗ ଆଦି ଲାଗି କରନ୍ତି । ଭାଇ ଜିଉଁନ୍ତିଆ ବ୍ରତକଥା ବହିକୁ ମନଧ୍ୟାନରେ ପାଠ କରନ୍ତି ଏବଂ ବ୍ରାହ୍ମଣମାନଙ୍କ ପଠନକୁ ବି ଆଗ୍ରହରେ ଶୁଣନ୍ତି । ବିଶ୍ୱାସ ରହିଛି ଯେ, ଏହି ପବିତ୍ର ଦିନରେ ମା' ଦୁର୍ଗାଙ୍କର ପ୍ରିୟ କଖାରୁ ଫୁଲ ନିଷ୍ଠାପର ସହକାରେ ଅର୍ପଣ କଲେ ଶତ ସ୍ୱର୍ଣ୍ଣ କମଳ ଯୁକ୍ତ ହୋଇଥାଏ । ଭକ୍ତିଚିତ୍ତ ମନରେ ମା' ଦୁର୍ଗାଙ୍କୁ ଆରାଧନା କରାଯାଏ । ଓଷାର ପରଦିନ ସକାଳେ ଭାଇମାନଙ୍କୁ ଆସନରେ ଉପବିଷ୍ଟ କରାଇ ଦୀପ ଜାଳି, ପ୍ରସାଦ ବାଢି ଦିଅନ୍ତି ସ୍ନେହ-ଶ୍ରଦ୍ଧାରେ ଭଉଣୀ । ମା' ଦୁର୍ଗାଙ୍କ ନିକଟରେ ଲାଗି ହୋଇଥିବା ଦୁର୍ବାକ୍ଷତ ଆଣି ନିଜ ଭାଇକୁ ସାତଥର ଝାଡି ଦିଅନ୍ତି । ନିବିଡ ଆତ୍ମୀୟତାରେ ଭାଇର ସର୍ବକୁଶଳ କାମନା କରନ୍ତି । ଭାଇକୁ ଯଥାସାଧ୍ୟ ବସ୍ତ୍ର ଏବଂ ଉପହାର ଦେବା ସହ ମିଷ୍ଟାନ୍ନ ଖୁଆନ୍ତି ।
କ୍ରମଶଃ
ବୁଦ୍ଧ ପୂର୍ଣ୍ଣିମାର ଅନୁଚିନ୍ତା
---------------
ଆଜି ଚନ୍ଦନ ପୂର୍ଣ୍ଣିମା, ଚନ୍ଦ୍ର ପୂଜା,ବୈଶାଖ ବ୍ରତ ସମାପନ , ବିଶେଷ କରି ଗୌତମ ବୁଦ୍ଧଙ୍କ ୨୫୬୯ ତମ ଜୟନ୍ତୀ ବା ପବିତ୍ର ବୁଦ୍ଧ ପୂର୍ଣ୍ଣିମା । ଇତିହାସ କ'ଣ କହୁଛି, ସେଥିପ୍ରତି ଆମେ ସ୍ଵକୀୟ ଅଧ୍ୟବସାୟ ତଥା ଆମ ଦ୍ବାରା ସଂଗୃହିତ ପ୍ରାମାଣିକ ତଥ୍ୟ ସନ୍ନିବେଶିତ କରି ଦୃଢ଼ତାର ସହ ଉପସ୍ଥାପନ କରୁଛୁ ଯେ ଆଜକୁ ଠିକ୍ ୨୫୬୮ ବର୍ଷ ତଳେ, ପବିତ୍ର ପୂର୍ଣ୍ଣିମାରେ ଭୁବନେଶ୍ୱରର କପିଳେଶ୍ୱର ମାଟିରେ ଜନ୍ମଗ୍ରହଣ କରିଥିଲେ ଦେବତ୍ବ ଆସନରେ ଆସୀନ ଗୌତମ ବୁଦ୍ଧ । ଆମ ମତ ସହିତ କିଏ ଏକମତ ହୁଅନ୍ତୁ ଅବା ନ ହୁଅନ୍ତୁ, ଆଗାମୀ ସମୟରେ ଏହାହିଁ ସତ୍ୟ ବୋଲି ବିବେଚିତ ହେବାକୁ ବାଧ୍ୟ । ଓଡ଼ିଆ ଜାତି ଗୌତମ ବୁଦ୍ଧ ଙ୍କୁ ଅବତାର ରୂପେ ଗ୍ରହଣ କରିଛି । ସେ ଯଦି ଅନ୍ୟ କେଉଁଠାରେ ଜନ୍ମଲାଭ କରିଥାନ୍ତେ , ତେବେ ଏହା କ'ଣ ସମ୍ଭବ ହୋଇଥାନ୍ତା ? ଓଡ଼ିଆ ଜାତି କେତେ ମହାନ, ତାହା ସଠିକ ଗବେଷଣା କଲେ ହିଁ ଜଣାପଡ଼ିବ । ଅନ୍ୟ କେହି ବାହାରର ଲୋକ ଅପେକ୍ଷା ଆମରି ଶିଖି,ମନାଇ, ଚରଣିଆ ପନ୍ଥୀମାନେ ହିଁ ଓଡ଼ିଶାର ସଠିକ୍ ଇତିହାସର ବାଧକ ସାଜି ଆସିଛନ୍ତି । ଆମେ ପ୍ରାୟ ଜାଣୁ , ବିଶେଷ କରି ଆମକୁ ଜଣାଇ ଦିଆଯାଇଛି ଯେ ଭଗବାନଙ୍କର ଦଶ ଅବତାର , ଯଥା-;
"ମତ୍ସ୍ୟାଃ କୁର୍ମୋ ବରାହଶ୍ଚ ନରସିଂହୋ{ଥ ବାମନଃ
ରାମୋ ରାମଶ୍ଚ ରାମଶ୍ଚ ବୁଦ୍ଧଃ କଳ୍ପୀଚ ତେ ଦଶ ।।" ଅର୍ଥାତ୍ ମତ୍ସ୍ୟ,କୁର୍ମ,ବରାହ, ନୃସିଂହ,ବାମନ,ରାମ (ପର୍ଶୁରାମ),ରାମ ( ରାମଚନ୍ଦ୍ର),ରାମ ( ବଳରାମ),ବୁଦ୍ଧ ଓ କଳ୍ କୀ ହେଉଛନ୍ତି ଅବତାର । ବିଭିନ୍ନ ଶାସ୍ତ୍ର ଅଧ୍ୟୟନ ପରେ ଏହା କୁହାଯାଇ ପାରିବ ଯେ ଅନେକ ଅବତାରଙ୍କ ମଧ୍ୟରେ ଉପରୋକ୍ତ ଦଶଟି ଅବତାର ପ୍ରସିଦ୍ଧ । ଏଭଳି ମତ ଦେଇ ଆମେ ସମାଲୋଚନାର ଶରବ୍ୟ ହେବାର ସମ୍ଭାବନା ଥିବାରୁ କେତୋଟିର ଜ୍ଜ୍ବଳନ୍ତ ପ୍ରମାଣ ଏଠାରେ ଉପସ୍ଥାପନ କରୁଛୁ । ଭାଗବତର ପ୍ରଥମ ସ୍କନ୍ଧ, ତୃତୀୟ ଅଧ୍ୟାୟରେ ୨୨ ଅବତାର ସମ୍ପର୍କରେ ଆଲୋଚନା ହୋଇଛି । ସେହି ଭାଗବତର ଦ୍ବିତୀୟ ସ୍କନ୍ଧ ୭ମ ଅଧ୍ୟାୟରେ ୨୪ ଅବତାରର ଉଲ୍ଲେଖ ରହିଛି । ପ୍ରସିଦ୍ଧ ଦଶାବତାର ସହିତ ଯେଉଁ ୨୨ ଅବତାର କଥା କୁହା ଯାଇଛି, ସେଥିରେ ବ୍ରହ୍ମା,ନାରଦ, ନରନାରାୟଣ,କପିଳ, ଦତ୍ତାତ୍ରେୟ, ଯଜ୍ଞ,ଋଷଭଦେବ,ପୃଥୁ,ଧନ୍ଵନ୍ତରୀ, ମୋହିନୀ, ବେଦବ୍ୟାସ, କୃଷ୍ଣ ବୋଲି ଉଲ୍ଲେଖ ଅଛି । ଭାଗବତର ଦ୍ବିତୀୟ ସ୍କନ୍ଧରେ ଯେଉଁ ୨୪ ଅବତାର ବୋଲି ଉଲ୍ଲେଖ ଅଛି, ଏହି ୨୨ ସମେତ ସୁଯଜ୍ଞ ଓ ଚତୁଃସନ ଙ୍କୁ ନିଆ ଯାଇଛି । ଚତୁଃସନାବତାର କୁ କେହି କେହି ଚତୁଃସନାତନ ବୋଲି ଉଲ୍ଲେଖ କରିଥିବା ବେଳେ କେହିକେହି "କୁମାର" ବୋଲି ଉଲ୍ଲେଖ କରିଛନ୍ତି । ଅଧର୍ମୀ ଶକ୍ତିଶାଳୀ , ସମାଜକୁ ସନ୍ତ୍ରସ୍ତ କରୁଥିବା ଦୁଷ୍ଟ ମାନଙ୍କୁ ସଠିକ୍ ମାର୍ଗ ଦର୍ଶନ କରିବାକୁ ବୁଦ୍ଧ ଅବତାର ବୋଲି କୁହାଯାଏ । ବିଶେଷ କରି ଶ୍ରୀକ୍ଷେତ୍ର ପୁରୀ ସମ୍ପର୍କରେ ଯେଉଁ ଶବ୍ଦ ବୁଦ୍ଧଙ୍କ ମୁଖ ନିଃସୃତ, ତାହାକୁ ଉପଜିବ୍ୟ କରି ଆଲୋଚନା ହୋଇନାହିଁ । ଭାଗବତର ଦ୍ବିତୀୟ ସ୍କନ୍ଧ,୭ମ ଅଧ୍ୟାୟରେ ଯେଉଁ ୨୪ ଅବତାର ସମ୍ପର୍କିତ ଶ୍ଲୋକ ଅଛି, ତାହାକୁ ବ୍ୟାଖ୍ୟା କରି ଶ୍ରୀଧର ସ୍ଵାମୀ କହିଛନ୍ତି -;
" ବୁଦ୍ଧବତାରମାହଦେବଦ୍ବିଷାଂ ଦୈତ୍ୟାନାଂ ନିଗମବର୍ତ୍ତନି ନିଷ୍ଠିତାନାଂ ନିତରାଂ ସ୍ଥିତାନାଂ ତଦ୍ ବଳେନ ଚ ପୂର୍ତ୍ତିଃ ପୁରୀଭିଃ ଅଦୃଶ୍ୟ ତୂର୍ଭିଃ ଅଲକ୍ଷ୍ୟ ବେଗାଭିଃ" ।
ଅତିବଡ଼ି ଜଗନ୍ନାଥ ଦାସ ବୁଦ୍ଧଙ୍କ ନାମ ନନେଇ ମଧ୍ୟ ପରୋକ୍ଷ ଭାବରେ ସ୍ଵୀକାର କରିଛନ୍ତି । ଯଥା -
"ଅସୁରେ ତେଜି ଦେଵମାର୍ଗେ, ମାୟାବୀ ମାନେ କଳିଯୁଗେ
ତାହାଙ୍କ ନିସ୍ତାର ଯେମନ୍ତେ, ଦୃଶ୍ୟ ଅଦୃଶ୍ୟ ଶୂନ୍ୟ ପଥେ
କରିଲେ ଵହୁ ଜନ ହିତ , ସେ କଥା ଜାଣି ଜଗନ୍ନାଥ
କପଟେ ମାୟା ମୋହ ପାଶେ, ପାଷାଣ୍ଡ ମାର୍ଗ ଉପଦେଶେ
ଅଜ୍ଞାନ ମତେ ନ ବୁଝିବେ, ସୁଜନ ଜନ ଙ୍କୁ ହିଁସିଵେ ।।"
ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ତଥା ଐତିହାସିକ ଡ଼ଃ ଅଜିତ୍ ତ୍ରିପାଠୀ ଏବଂ ଜନାଦୃତ ଗବେଷକ, ଐତିହାସିକ , ଆଲେଖ୍ୟ ସ୍ରଷ୍ଟା ଡ଼ଃ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ବିଭିନ୍ନ ପ୍ରାମାଣିକ ତଥ୍ୟ ସନ୍ନିବେଶିତ କରି ଗୌତମ ବୁଦ୍ଧଙ୍କ ଜନ୍ମ କପିଳେଶ୍ୱର ବୋଲି ଉଲ୍ଲେଖ କରିଛନ୍ତି । ଠିକ୍ ସେହିପରି ଦୀର୍ଘ ଦିନ ଧରି ଗବେଷଣା କରି ଶ୍ରୀଯୁକ୍ତ ଅଲେଖ ସାହୁ ମଧ୍ୟ ଅନେକ ପ୍ରାମାଣିକ ତଥ୍ୟ ସନ୍ନିବେଶିତ କରି ଏହି ମତ ସହିତ ଦୃଢ଼ତା ପ୍ରଦର୍ଶନ କରିଛନ୍ତି । ଉରୁଵେଳା ଜଙ୍ଗଲ ହିଁ ଆଜିର ଅଡଶପୁର ନିକଟସ୍ଥ ଉରାଡ ଜଙ୍ଗଲ । ଶଗଡ଼ ଗାଡ଼ି ରେ କ'ଣ ୨୫୫୦ ବର୍ଷ ତଳେ ଦୁଇଜଣ ଓଡ଼ିଆ ଲୁମ୍ବିନୀ ନିକଟସ୍ଥ ଜଙ୍ଗଲ କୁ ଯିବା ସମ୍ଭବ ? ଅନେକ ପ୍ରାମାଣିକ ତଥ୍ୟ ଅଛି, ବାରାନ୍ତରରେ ତାହା ଉପସ୍ଥାପିତ ହେବ ଏବଂ ଠିକ୍ ୧୮୫୭ ପରିବର୍ତ୍ତେ ଯେପରି ୧୮୧୭ , ପାଇକ ସଂଗ୍ରାମ ହିଁ ଭାରତର ପ୍ରଥମ ମୁକ୍ତି ଆନ୍ଦୋଳନ ବୋଲି ସାବ୍ୟସ୍ତ କରାଗଲା, ଠିକ୍ ସେହିପରି ଗୌତମ ବୁଦ୍ଧ ଜଣେ ଓଡ଼ିଆ ଏବଂ ତାଙ୍କ ଜନ୍ମ ସ୍ଥାନ ଭୁବନେଶ୍ବରସ୍ଥ କପିଳେଶ୍ୱର ,ତାହା ସାବ୍ୟସ୍ତ କରାଇ ଦିଆଯିବ । ଏବେ ଗତ ୨୦୨୪, ଡିସେମ୍ବର ୨୭ ତାରିଖରେ ଆମେ ଦକ୍ଷିଣ କୋରିଆର ପ୍ରାଚୀନ ସହର ଭୂଷାନ ( Busan)ଯାଇ ସେଠାରେ ସମୁଦ୍ର ମଧ୍ୟରେ ଥିବା ବୁଦ୍ଧ ମନ୍ଦିରକୁ ଯାଇଥିଲୁ । ସେଠାରେ ବୌଦ୍ଧ ଧର୍ମାବଲମ୍ବୀ ଲୋକଙ୍କ ସଂଖ୍ୟା ଓ ପ୍ରଭାବିତ ଇତିହାସ ସମ୍ପର୍କରେ ଅଧ୍ୟୟନ କରି ସେଠାରେ ଥିବା ବୌଦ୍ଧ ଗ୍ରନ୍ଥକୁ ଗୁଗଲ ସାହାଯ୍ୟରେ ଅନୁବାଦିତ ଓଡ଼ିଆ ଭାଷାରେ ପଢିଥିଲୁ । ତତ୍ ପରେ ଆମେ ସିଓଲ ( seoul) ର ବିଭିନ୍ନ ସ୍ଥାନରେ ଥିବା ବୌଦ୍ଧ କୀର୍ତ୍ତି ଦେଖି ସେ ଦେଶର ଜାତୀୟ ସଂଗ୍ରହାଳୟ ( ନ୍ୟାସନାଲ ମ୍ୟୁଜିୟମ) ରେ କିଛି ସମୟ ଅଧ୍ୟୟନ କରି ଆମର ମତ କୁ ପ୍ରାମାଣିକ ତଥ୍ୟ ସହିତ ଦୃଢ଼ କରାଇବାରେ ସଫଳ ହେଲୁ ବୋଲି ଅନୁଭବ କରିଛୁ ।
ଭୁବନେଶ୍ଵରର କପିଳେଶ୍ୱରରେ ଗୌତମ ବୁଦ୍ଧ ଜନ୍ମ ଗ୍ରହଣ କରିଥିବାର ପ୍ରାମାଣିକ ତଥ୍ୟ ସନ୍ନିବେଶିତ ସମସ୍ତ ଉପାଦାନକୁ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାଦ୍ଦୀରୁ ଧ୍ବଂସ କରିବା ପାଇଁ ଧାରାବାହିକ ଭାବେ ବିଭିନ୍ନ ପ୍ରକାରର ଉଦ୍ୟମ କରାଯାଇଆସିଥିଲା ୧୯୨୮ ମସିହା ପର୍ଯ୍ୟନ୍ତ । ଶେଷ ପ୍ରାମାଣିକ ଉପାଦାନକୁ ମାତ୍ର ୮ ଟଙ୍କାରେ ବିକ୍ରି କରାଯାଇଥିବାର ସରକାରୀ ନଥି ପ୍ରମାଣ ରହିଛି । ୨୦୦୬ ମସିହାରେ " ସୁବାର୍ତ୍ତା" ରେ ପ୍ରାମାଣିକ ତଥ୍ୟ ସନ୍ନିବେଶିତ ଅଗ୍ରଲେଖ ପ୍ରକାଶ ପାଇବା ସତ୍ତ୍ବେ, କେବଳ ଐତିହାସିକ, ଗବେଷକ ଡଃ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀଙ୍କ ବ୍ୟତୀତ କୌଣସି ଐତିହାସିକ ତାହାକୁ ଉପଜିବ୍ୟ କରି ଗବେଷଣା କଲେ ନାହିଁ କି ସରକାର ମଧ୍ୟ ଏହାକୁ ଗୁରୁତ୍ବ ଦେଲେ ନାହିଁ କି ଓଡ଼ିଆ ମାନେ ସ୍ବର ଉତ୍ତୋଳନ ନ କରିବା ଫଳରେ ଶାସନ ବ୍ୟବସ୍ଥା ନିଷ୍କ୍ରିୟ ରହିଲା । କପିଳେଶ୍ଵରୁ ଉଦ୍ଧାର ପାଇଥିବା ଖମ୍ବ ଟି ବା ଶିଳାଲେଖଟି ପୁରୁଷାନୁକ୍ରମ ଭାବେ କପିଳେଶ୍ୱର ଗ୍ରାମର ବ୍ରଜବନ୍ଧୁ ମିଶ୍ରଙ୍କ ଠାକୁର ଘରେ ପୂଜା ପାଉଥିଲା । ଓଡ଼ିଶାର ଗୌରବମୟ ଇତିହାସକୁ ବିକୃତ କରିଆସିଥିବା ଭଗାରି ଦାୟାଦ ଏହାକୁ ଶ୍ରୀମିଶ୍ରଙ୍କ ଠାରୁ ମାତ୍ର ଆଠ ଟଙ୍କା ଦେଇ କିଣିନେବା ପରେ ସ୍ଥାନୀୟ ଲୋକେ ପୁରୀ ଜିଲ୍ଲାପାଳଙ୍କୁ ଏହା ଜଣାଇବା ପରେ ନିଜେ ଜିଲ୍ଲାପାଳ ଏହାର ତଦନ୍ତ କରି ତାଙ୍କର ଅନୁସନ୍ଧାନ ତଥ୍ୟ ବା ରିପୋର୍ଟ ନଭେମ୍ବର ୫ ତାରିଖ,୧୯୨୮ ମସିହାରେ ଓଡ଼ିଶା ଆୟୁକ୍ତଙ୍କୁ ଦେଇଥିଲେ । ସେହି ଅନୁସନ୍ଧାନ ନଥି ରାଜ୍ୟ ଅଭିଲେଖାଗାରରେ ଅଛି, ଯାହାକୁ ଡ଼ଃ ତ୍ରିପାଠୀ ଅବିକଳ ନକଲ କରି ତାଙ୍କର ଆଲେଖ୍ୟରେ ସୁବାର୍ତ୍ତାରେ ପ୍ରକାଶ କରାଇଥିଲେ ଏବଂ ତାଙ୍କର " ଭୁବନେଶ୍ୱର ଇତିହାସ" ପୁସ୍ତକର ୨୩ ପୃଷ୍ଠାରେ ଉଲ୍ଲେଖ ରହିଛି । ଏହି ଶିଳାଲେଖଟିକୁ ପୁରୀର ଜଣେ ବଙ୍ଗୀୟ ଠିକାଦାର ବୀରେନ ରାୟ ଆଠ ଟଙ୍କାରେ ବ୍ରଜବନ୍ଧୁ ମିଶ୍ରଙ୍କ ଠାରୁ କିଣି ତାହାକୁ କୋଲକାତା ବିଶ୍ବବିଦ୍ୟାଳୟ ଅନ୍ତର୍ଗତ ଆଶୁତୋଷ ସଂଗ୍ରହାଳୟକୁ ବହୁମୂଲ୍ୟରେ ବିକି ଦେଇଥିବା କଥା ବୀରେନ ରାୟ ସ୍ବୀକାର କରିଥିବା ସମ୍ପର୍କରେ ଜିଲ୍ଲାପାଳ ଉଲ୍ଲେଖ କରିଛନ୍ତି । ଆପଣ ମାନଙ୍କ ଅବଗତି ନିମନ୍ତେ ଜିଲ୍ଲାପାଳଙ୍କ ତଦନ୍ତ ନିଷ୍କର୍ଷ ବା ରିପୋର୍ଟ ଅବିକଳ ନକଲର ସ୍ଥିର ଚିତ୍ର ସଂଲଗ୍ନ କରିଛୁ । ଆଶୁତୋଷ ସଂଗ୍ରହାଳୟରେ ଶିଳାଲେଖଟି ପଢାଯାଇ ତାହାର ବିସ୍ତୃତ ବିବରଣୀ ପ୍ରକାଶ ପାଇଥିଲା । ତା'ର ସ୍ଥିର ଚିତ୍ର ମଧ୍ୟ ରହିଥିଲା । ସୁବାର୍ତ୍ତାରେ ପ୍ରକାଶ ପାଇବା ପରେ ଯେତେବେଳେ ଓଡ଼ିଶା ସରକାରଙ୍କ ପକ୍ଷରୁ ଅଭିଲେଖାଗାର ଅଧ୍ୟକ୍ଷ ସ୍ବର୍ଗତ ଦେବରାଜ ପ୍ରଧାନ ଆଶୁତୋଷ ସଂଗ୍ରହାଳୟକୁ ଗଲେ , ତାଙ୍କୁ ଦେଖାଇ ଦିଆଗଲା ନାହିଁ । ଜିଲ୍ଲାପାଳଙ୍କ ବିସ୍ତୃତ ବିବରଣୀ ଆଧାରିତ ଡଃ ତ୍ରିପାଠୀଙ୍କ ଆଲେଖ୍ୟାନୁଯାୟୀ ୧୯୨୮ ମସିହାରେ ଜଣେ ବଙ୍ଗୀୟ ଏକ ସନ୍ୟାସୀ ପର୍ଯ୍ୟଟକ ଭାବେ ଆସି ବ୍ରଜବନ୍ଧୁ ମିଶ୍ରଙ୍କ ଘରେ ପହଞ୍ଚି ଏହା ଦେଖିବାକୁ କହିଥିଲେ । ସେ ଦେଖିବା ପରେ ପେନସିଲରେ ଲେଖା ନକଲ କରି ନେଇଗଲେ । ତାହାକୁ ନେଇ ଦେଇଥିଲେ ଡଃ ଆଣ୍ଟୋନ ଫରେର ଙ୍କୁ । ସେ ମହାଶୟ ତାହାକୁ ବଦଳେଇ ନେପାଳ ତରାଇ ଅଞ୍ଚଳରେ ବୁଦ୍ଧ ଜନ୍ମ ଗ୍ରହଣ କରିଥିଲେ ବୋଲି ଉଲ୍ଲେଖ କରିବା ପୂର୍ବରୁ ଉକ୍ତ ମୂଳ ଶିଳାଲେଖ କୁ ଯେ କୌଣସି ଉପାୟରେ ମିଶ୍ରଙ୍କ ଘରୁ ଆଣିବା ପାଇଁ ଯୋଜନା କରିବା ସହିତ ମୋଟା ଅଙ୍କର ପୁରସ୍କାର ଘୋଷଣା କରିଥିଲେ, ଯେଉଁଥିରେ ବୀରେନ ରାୟ ଏହି ଦାୟିତ୍ବ ନେଇ ମାତ୍ର ଆଠ ଟଙ୍କାରେ ଶିଳାଲେଖ କିଣିନେଇଥିଲେ ।
୧୧,ମେ ର ଅବିସ୍ମରଣୀୟ ସ୍ମୃତି
-------
ଆଜି ୨୬ ତମ ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ( National Technology Day) ।୨୭ବର୍ଷ ତଳେ ଠିକ୍ ଆଜିର ତାରିଖରେ ମେ,୧୧,୧୯୯୮ରେ ରାଜସ୍ଥାନର ପୋଖରାନ୍ ଠାରେ ତିନୋଟି ପରମାଣୁ ସଫଳତାର ସହିତ ପରୀକ୍ଷା କରାଯାଇଥିଲା, ଯାହା ସମଗ୍ର ବିଶ୍ୱକୁ ସ୍ତବ୍ଧ ଓ ଚକିତ କରିଥିଲା ।ପ୍ରଥମ ପରୀକ୍ଷାଟି ଏକ ବିଖଣ୍ଡନଶୀଳ(ଫିଜନ୍) ବୋମା ଥିଲାବେଳେ ଅନ୍ୟ ଦୁଇଟି ପରୀକ୍ଷା ସଂଯୋଜନଶୀଳ(ଫ୍ୟୁଜନ୍) ଉପକରଣ ଥିଲା। ଏହି ପ୍ରଯୁକ୍ତିଗତ ଉପଲବ୍ଧି ସହିତ ଭାରତ ବିଶ୍ୱର ଷଷ୍ଠ ରାଷ୍ଟ୍ର ରୂପେ ପରମାଣୁ ରାଷ୍ଟ୍ରସମୂହ(ନ୍ୟୁକ୍ଲିୟର କ୍ଲବ୍)ରେ ସାମିଲ ହୋଇଥିଲା।ଭାରତର ଏହି ପରମାଣୁ ପରୀକ୍ଷଣ ଭାରତର ପ୍ରତିରକ୍ଷା ଗବେଷଣା ଓ ବିକାଶ ଅନୁଷ୍ଠାନ(ଡିଆରଡିଓ) ସଂସ୍ଥାର ତତ୍କାଳୀନ ମୁଖ୍ୟ ତଥା ରାଷ୍ଟ୍ରପତିଙ୍କ ବୈଜ୍ଞାନିକ ପରାମର୍ଶଦାତା ତଥା ପରବର୍ତ୍ତୀ ସମୟର ଯଶସ୍ବୀ ଲୋକରାଷ୍ଟ୍ରପତି, ବିଶ୍ବ ବିଖ୍ୟାତ ବୈଜ୍ଞାନିକ ଡକ୍ଟର ଏ.ପି.ଜେ. ଅବଦୁଲ କଲାମ ଏବଂ ପରମାଣୁ ଶକ୍ତି ଆୟୋଗର ଅଧ୍ୟକ୍ଷ ଡକ୍ଟର ଆର୍.ଚିଦାମ୍ୱରମଙ୍କ ନେତୃତ୍ୱରେ ସମ୍ପାଦନ କରାଯାଇଥିଲା।ଆମେରିକାର ଗୁଇନ୍ଦା ସଂସ୍ଥା (ସିଆଇଏ) ନିଜର ଗୁପ୍ତଚର ଉପଗ୍ରହ ଜରିଆରେ ଭାରତର ପରମାଣୁ ଅସ୍ତ୍ର କାର୍ଯ୍ୟକ୍ରମ ଉପରେ କଡ଼ା ନଜର ରଖିଥିବାରୁ ଏବଂ ଏଥିନେଇ ବିଶ୍ୱବ୍ୟାପୀ ତୀବ୍ର ପ୍ରତିକ୍ରିୟାର ଆଶଙ୍କା ରହିଥିବାରୁ ଏହି ପରୀକ୍ଷାର ପ୍ରସ୍ତୁତି ଓ ରୂପାୟନ ପାଇଁ ସମ୍ପୂର୍ଣ୍ଣ ସତର୍କତା ଓ ଗୋପନୀୟତା ଅବଲମ୍ୱନ କରାଯାଇଥିଲା।ବୈଜ୍ଞାନିକମାନେ ପ୍ରଥମେ ଛୋଟ ଛୋଟ ଦଳରେ ବିଭକ୍ତ ହୋଇ ବିଭିନ୍ନ ଛଦ୍ମ ନାମରେ ସାମରିକ ପୋଷାକ ପରିଧାନ କରି ପରୀକ୍ଷଣସ୍ଥଳୀକୁ ଯାତ୍ରା କରିଥିଲେ। ଏପରିକି, ସେମାନଙ୍କର ନିକଟ ସମ୍ପର୍କୀୟମାନଙ୍କ ନିକଟରେ ମଧ୍ୟ ଏ ସମ୍ପର୍କରେ କୌଣସି ସୂଚନା ନଥିଲା। ସରକାରଙ୍କ ବରିଷ୍ଠ କର୍ମକର୍ତ୍ତାମାନେ ମଧ୍ୟ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ସମ୍ପାଦନ କରିବା ପାଇଁଭାରତୀୟ ସେନାର ଇଞ୍ଜିନିୟରିଂ ବିଭାଗରେ ଏକ ସ୍ୱତନ୍ତ୍ର ରେଜିମେଣ୍ଟ (୫୮ତମ ଇଞ୍ଜିନିୟରିଂ ରେଜିମେଣ୍ଟ) ଗଠନ କରାଯାଇ ପ୍ରସ୍ତୁତିର ସମ୍ପୂର୍ଣ୍ଣ ସୁରକ୍ଷା ଓ ଗୋପନୀୟତା ରକ୍ଷା ଦାୟିତ୍ୱ ଅର୍ପଣ କରାଯାଇଥିଲା। ଆମେରିକାର ଗୁଇନ୍ଦା ଉପଗ୍ରହର ନଜର ଏଡ଼ାଇବାକୁ ଅଧିକାଂଶ ପ୍ରସ୍ତୁତି କେବଳ ରାତି ସମୟରେ ହିଁ ସମ୍ପାଦନ କରାଯାଉଥିଲା ଏବଂ କାର୍ଯ୍ୟ ସରିଯିବା ପରେ ସମସ୍ତ ସାମଗ୍ରୀକୁ ମୂଳସ୍ଥାନକୁ ଫେରାଇ ନିଆଯାଉଥିଲା। ଏହାଫଳରେ ସାମଗ୍ରୀସବୁ ଆଦୌ ସ୍ଥାନାନ୍ତରିତ ହୋଇନଥିବାର ଭ୍ରମ ସୃଷ୍ଟି ହେଉଥିଲା। ପରୀକ୍ଷଣ ନିମନ୍ତେ ଖୋଳା ଯାଇଥିବା ଭୂତଳ ଗର୍ତ୍ତକୁ ସ୍ଥାନୀୟ ପରିବେଶ ସହିତ ମିଶି ଯାଉଥିବା ଭଳି ବିଭ୍ରମକାରୀ ରଙ୍ଗର ଜାଲି ଦ୍ୱାରା ଢଙ୍କା ଯାଉଥିଲା ଏବଂ ନିର୍ଗତ ବାଲୁକାରାଶିକୁ ଏକ ପ୍ରାକୃତିକ ବାଲୁକାସ୍ତୁପ ଆକାରରେ ଜମା କରାଯାଇଥିଲା ।ବୋମାର ସମସ୍ତ ସାମଗ୍ରୀକୁ ପରୀକ୍ଷଣର କିଛିଦିନ ପୂର୍ବରୁ ପ୍ରଥମେ ମୁମ୍ୱାଇ ସ୍ଥିତ ଭାବା ପରମାଣୁ ଗବେଷଣା କେନ୍ଦ୍ରରୁ ବାୟୁସେନାର ସ୍ୱତନ୍ତ୍ର ବିମାନ ଜରିଆରେ ରାଜସ୍ଥାନର ଜୈସାଲମର ବିମାନଘାଟିକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରୁ ସମସ୍ତ ସାମଗ୍ରୀକୁ ସେନାର ୪ଟି ଟ୍ରକ୍ ଜରିଆରେ ୪ ଥର କରି ପୋଖରାନ ପରୀକ୍ଷଣସ୍ଥଳୀକୁ ପରିବହନ କରାଯାଇଥିଲା। ପୋଖରାନଠାରେ ଯେଉଁ ଗୃହରେ ଏହି ପରମାଣୁ ସାମଗ୍ରୀ ରଖାଯାଇଥିଲା ତାହାକୁ ‘ପ୍ରାର୍ଥନାଗୃହ’ ବୋଲି ଛଦ୍ମନାମ ଦିଆ ଯାଇଥିଲା। ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ପରମାଣୁ ସାମଗ୍ରୀକୁ ଅତି ସତର୍କତାର ସହିତ ଇଂରାଜୀ ଅକ୍ଷର ‘ଏଲ୍’ ଆକୃତିର ଭୂତଳ ଗର୍ତ୍ତ ମଧ୍ୟକୁ ଖସାଇ ଦିଆଯାଇଥିଲା। ସଂଯୋଜନଶୀଳ ପ୍ରଥମ ବୋମାକୁ ୬୬୦ ଫୁଟ ଗଭୀରତାର ଏକ ଗର୍ତ୍ତ ମଧ୍ୟରେ ସ୍ଥାପନ କରାଗଲା, ଯାହାର ଛଦ୍ମ ନାମ ଥିଲା ‘ହ୍ୱାଇଟ୍ ହାଉସ୍’। ତା’ପରେ ବିଖଣ୍ଡନଶୀଳ ବୋମାକୁ ୪୯୦ଫୁଟ ଗଭୀରତାର ଅନ୍ୟ ଏକ ଗର୍ତ୍ତ ମଧ୍ୟରେ ଅବସ୍ଥାପିତ କରାଗଲା। ଏହି ଗର୍ତ୍ତର ଛଦ୍ମନାମ ଥିଲା ‘ତାଜମହଲ’। ତା’ପରେ ତୃତୀୟ ନିମ୍ନ କିଲୋଟନ୍ ବୋମାକୁ ‘କୁମ୍ଭକର୍ଣ୍ଣ’ ଛଦ୍ମନାମରେ ନାମିତ ଅନ୍ୟ ଏକ ଗର୍ତ୍ତ ମଧ୍ୟରେ ସ୍ଥାପନ କରାଗଲା। ବିସ୍ଫୋରଣ ଜନିତ ତେଜସ୍କ୍ରିୟ ଉତ୍ସର୍ଜନକୁ ପ୍ରତିହତ କରିବା ପାଇଁ ସେନାର ବୈଷୟିକ (ଇଞ୍ଜିନିୟରିଂ )ବିଭାଗର ଏକ ସ୍ୱତନ୍ତ୍ର ଦଳ ଦ୍ୱାରା ଏହି ସମସ୍ତ ଗର୍ତ୍ତକୁ ପରୀକ୍ଷଣର ଅବ୍ୟବହିତ ପୂର୍ବରୁ ଅତି ସନ୍ତର୍ପଣରେ ସିଲ୍ କରି ଦିଆଯାଇଥିଲା। ପରିଶେଷରେ ସେହି ବହୁ-ପ୍ରତୀକ୍ଷିତ ମୁହୂର୍ତ୍ତ ମେ’ ୧୧ ତାରିଖ ଉପସ୍ଥିତ ହୋଇଥିଲା। ପରୀକ୍ଷଣର ବାସ୍ତବ ସମୟ ସ୍ଥାନୀୟ ପାଣିପାଗ ଏବଂ ବିଶେଷକରି ବାୟୁପ୍ରବାହର ବେଗ ଉପରେ ବହୁମାତ୍ରାରେ ନିର୍ଭର କରୁଥିଲା। ସକାଳ ସମୟରେ ବାୟୁପ୍ରବାହର ବେଗ ଅଧିକ ଥିବାରୁ ସେଦିନ ପରୀକ୍ଷଣ ଅସମ୍ଭବ ଜଣାପଡ଼ିବାରୁ ବୈଜ୍ଞାନିକମାନେ ପ୍ରଥମେ ନିରାଶ ହୋଇ ପଡ଼ିଥିଲେ। ମାତ୍ରଅପରାହ୍ନରେ ପାଗ ଅଚାନକ ବଦଳିଯାଇ ବାୟୁପ୍ରବାହର ବେଗ କମିବାରୁ ପରୀକ୍ଷଣ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରାଗଲା। ନିୟମ ଅନୁସାରେ, ଡିଆରଡିଓ ତରଫରୁ ପରୀକ୍ଷଣସ୍ଥଳୀର ପ୍ରସ୍ତୁତି ନିର୍ଦ୍ଦେଶକ ଦାୟିତ୍ୱରେ ଥିବା ବୈଜ୍ଞାନିକ ଡକ୍ଟର କେ. ସନ୍ଥନମ କାଉଣ୍ଟଡାଉନ୍ (ଅବଗଣନା) ପ୍ରକ୍ରିୟାକୁ ପ୍ରାରମ୍ଭ କରିବା ନିମନ୍ତେ ଦୁଇଟି ବିଶେଷ ଚାବି ପରୀକ୍ଷଣସ୍ଥଳୀ ସୁରକ୍ଷା ଦାୟିତ୍ୱରେ ଥିବା ବୈଜ୍ଞାନିକ ଡକ୍ଟର ଏମ.ବାସୁଦେବଙ୍କୁ ହସ୍ତାନ୍ତର କଲେ। ଡକ୍ଟର ବାସୁଦେବ ପରୀକ୍ଷଣର ସଫଳତା ନିମନ୍ତେ ସମସ୍ତ ସୂଚକ ବ୍ୟବସ୍ଥାକୁ କଠୋର ରୂପେ ଯାଞ୍ଚ କରି କାଉଣ୍ଟଡାଉନ୍ ଆରମ୍ଭ କରିବା ନିମନ୍ତେ ସେଥିମଧ୍ୟରୁ ଗୋଟିଏ ଚାବି ଭାବା ପରମାଣୁ ଗବେଷଣା କେନ୍ଦ୍ରର ଜଣେ ପ୍ରତିନିଧି ଓ ଅନ୍ୟ ଗୋଟିଏ ଚାବି ଡିଆରଡିଓର ଜଣେ ପ୍ରତିନିଧିଙ୍କୁ ହସ୍ତାନ୍ତର କଲେ। ନିର୍ଦ୍ଧାରିତ ଯୋଜନା ମତେ କାଉଣ୍ଟଡାଉନ୍ ଆରମ୍ଭ ହେଲା ଏବଂ ଅପରାହ୍ନ ୩.୪୫ ମିନିଟ ସମୟରେପୃଥିବୀର ବୁକୁ ଥରାଇ ନିଥର ମରୁଭୂମିର ଭୂତଳ ଗର୍ତ୍ତ ମଧ୍ୟରେ ଉପକରଣଗୁଡ଼ିକର ପ୍ରଚଣ୍ଡ ବିସ୍ଫୋରଣ ଘଟିଲା। ବିସ୍ଫୋରଣର କିଛି ସମୟ ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଦିଲ୍ଲୀଠାରେ ଏକ ସମ୍ୱାଦ ସମ୍ମିଳନୀ ଡାକି ଦୃପ୍ତ କଣ୍ଠରେ ଘୋଷଣା କଲେ ଯେ ‘ଆଜି ଅପରାହ୍ନ ୩ଟା ୪୫ ମିନିଟ ସମୟରେ ଭାରତ ସ୍ଥଳସେନାର ପୋଖରାନ ପରୀକ୍ଷଣସ୍ଥଳୀଠାରେ ତିନୋଟି ଭୂତଳପରମାଣୁ ବୋମାର ପରୀକ୍ଷା କରିଛି। ସମ୍ପାଦିତ ପରୀକ୍ଷଣଗୁଡ଼ିକ ହେଲା: ଏକ ବିଖଣ୍ଡନଶୀଳ ଉପକରଣ, ଏକ ସ୍ୱଳ୍ପ-ଶକ୍ତି ସମ୍ପନ୍ନ ଉପକରଣ ଏବଂ ଏକ ତାପ-ନାଭିକୀୟ ଉପକରଣ। ପରୀକ୍ଷଣର ଶକ୍ତି ଉତ୍ସର୍ଜନ ଆଶାନୁରୂପେ ଘଟିଛି। ସଂଗୃହୀତ ତଥ୍ୟରୁ ଜଣାପଡ଼ିଛି ଯେ ପରୀକ୍ଷଣ ଦ୍ୱାରା ବାୟୁମଣ୍ଡଳକୁ କୌଣସି ବିପଜ୍ଜନକ ତେଜସ୍କ୍ରିୟ ବସ୍ତୁର ବିକିରଣ ଘଟିନାହିଁ।
ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ଏହି ଘୋଷଣା ସାରା ବିଶ୍ୱରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଭାରତର ଏହି ଅପ୍ରତ୍ୟାଶିତ କାର୍ଯ୍ୟକ୍ରମରେ ଘୋର ଉଦବେଗ ପ୍ରକାଶ କରି ପାକିସ୍ତାନ ସମେତ ବିଶ୍ୱର ବହୁରାଷ୍ଟ୍ର ଯଥା ଯୁକ୍ତରାଷ୍ଟ୍ର ଆମେରିକା, ଚୀନ୍, ଜାପାନ୍ ଓ କାନାଡ଼ା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ମାତ୍ର ଭାରତ ପାଇଁ ଏହି ଦିନଟି ଥିଲା ପ୍ରଯୁକ୍ତି କ୍ଷେତ୍ରରେ ଉପଲବ୍ଧିର ଏକ ସ୍ୱର୍ଣ୍ଣାଭ ଦିବସ। ସୁତରାଂ ଏହି ଦିନକୁ ସ୍ମରଣୀୟ କରିବା ପାଇଁ ଭାରତ ସରକାର ମେ’ ମାସ ୧୧ ତାରିଖକୁ ‘ରାଷ୍ଟ୍ରୀୟ ପ୍ରଯୁକ୍ତି ଦିବସ’ ରୂପେ ଘୋଷଣା କରିଛନ୍ତି। ନିକୁଞ୍ଜ ବାବୁ ଙ୍କ ପ୍ରଦତ୍ତ ତଥ୍ୟରୁ ପ୍ରକାଶ ଯେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ -କାଲାମ ଯୋଡ଼ି ଗୋପନରେ କରିଥିଲେ ପରମାଣୁ ପରୀକ୍ଷା । ଅତଏବ ଆଜିର ଦିବସରେ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଓ ଡଃ ଅବଦୁଲ କାଲାମ,ଜର୍ଜ ପର୍ଣ୍ଣାଡିସ ଙ୍କ ସମେତ ସମସ୍ତ ଦିବଙ୍ଗତ ବୈଜ୍ଞାନିକ ମାନଙ୍କ ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛୁ ।
ମୁହୂର୍ତ୍ତର ଗଣ୍ଡି ମଧ୍ୟରେ ନୁହେଁ ସେ ସୀମିତ
------------
"मातः सोऽहमुपस्तितोऽस्मि पुरतः पूर्वप्रतिज्ञां स्मरन्,
प्रत्यश्रावि पुराहि तेऽन्त्य समये प्राप्तुं समीपं तव ।
ग्राहग्रासमिषाद्यया ह्यनुमतस्तुर्याश्रमं प्राप्तुवान्,
यत्प्रीत्यै च समागतोऽहमधुना तस्यै जनन्यै नमः "
"नास्ति मातृसमा छाया, नास्ति मातृसमा गतिः।
नास्ति मातृसमं त्राण, नास्ति मातृसमा प्रिय ।
ପ୍ରତ୍ୟେକ ସନ୍ତାନ ର ଆଦ୍ୟ ଗୁରୁ, ତା'ର ଜନ୍ମଦାତ୍ରୀ । ଏପରିକି ପୃଥିବୀର ଆଲୋକ ସ୍ପର୍ଶ କରିବା ପୂର୍ବରୁ, ଅର୍ଥାତ୍ ଭୂମିଷ୍ଠ ହେବା ପୂର୍ବରୁ ,ମାତୃଗର୍ଭ ରେ ସନ୍ତାନ ଶିକ୍ଷା ଗ୍ରହଣ କରିଥାଏ , ଯାହାର ପ୍ରମାଣ ଆମର ଶାସ୍ତ୍ର ରେ ଅନେକ ଉଦାହରଣ ସହିତ ରହିଛି । ସେଥିପାଇଁ ଭୃଣ ଅବସ୍ଥାରେ ଜନନୀ ଙ୍କ ନିମନ୍ତେ ବହୁବିଧ ଶିକ୍ଷଣୀୟ ଜୀବନଚର୍ଯ୍ୟା ସମ୍ପର୍କରେ ଉଲ୍ଲେଖ କରାଯାଇଛି । ମହାଭାରତ ଯୁଦ୍ଧରେ ସଂଶପ୍ତକଙ୍କ ସହିତ ଯୁଦ୍ଧ କରିବା ଉଦ୍ଦେଶ୍ୟରେ ଅର୍ଜୁନ ବହୁ ଦୂରକୁ ଚାଲିଯାଇଥିଲେ, ଯାହା ମଧ୍ୟ ଥିଲା ଯୋଜନାବଦ୍ଧ । କାରଣ ଅର୍ଜୁନ ଙ୍କ ଅନୁପସ୍ଥିତିରେ ଗୁରୁ ଦ୍ରୋଣାଚାର୍ଯ୍ୟ ରଚନା କରିଥିବା ଚକ୍ରବ୍ୟୁହ ହିଁ ସଫଳତା ହାସଲ କରିହେବ । ଏହି ଚକ୍ରାନ୍ତ ରେ ସ୍ବୟଂ ଶ୍ରୀକୃଷ୍ଣ ଓ ଦେବଦେବ ମହାଦେବ ଙ୍କ ବରଦାନ ଥିଲା ଅଂଶବିଶେଷ । ଏହାର କାରଣ ଅର୍ଜୁନ ଙ୍କ ବ୍ୟତୀତ ଅନ୍ୟ କେହି ଚକ୍ରବ୍ୟୁହ ଭେଦ କରିପାରିବେ ନାହିଁ , ଏହା ଜାଣିଥିଲେ ଗୁରୁ ଦ୍ରୋଣାଚାର୍ଯ୍ୟ । ମହାଦେବଙ୍କ ବରଦାନରେ ଅର୍ଜୁନଙ୍କ ବ୍ୟତୀତ ଅନ୍ୟମାନଙ୍କୁ ପରାସ୍ତ କରିପାରିବାର ବରଦାନ ପାଇଥିଲା ଦୁର୍ଯୋଧନ ଙ୍କ ଭିଣୋଇ ଜୟଦ୍ରଥ । ସେ ହିଁ ସମସ୍ତଙ୍କୁ ଚକ୍ରବ୍ୟୁହରେ ପ୍ରବେଶକୁ ରୋକିଦେଇଥିଲେ । ମାତ୍ର ଅର୍ଜୁନଙ୍କ ପୁତ୍ର ଅଭିମନ୍ୟୁ ମାତୃଗର୍ଭରେ ଥିବା ସମୟରେ ପିତାଙ୍କ ମାଆଙ୍କ ମାଧ୍ୟମରେ ଚକ୍ରବ୍ୟୁହ ପ୍ରବେଶର ଶିକ୍ଷା ଲାଭ କରିଥିବାରୁ ପ୍ରବେଶରେ ସମର୍ଥ ହୋଇଥିଲେ । ମାତ୍ର ପ୍ରସ୍ଥାନର ଶିକ୍ଷା ଅର୍ଜୁନ କହିଥିବା ସମୟରେ ସୁଭଦ୍ରା ନିଦରେ ଶୋଇ ପଡ଼ିଥିବାରୁ ମାତୃ ଗର୍ଭରେ ଥିବା ଅଭିମନ୍ୟୁ ଶୁଣି ନପାରିବା ବୋଧେ ବିଧାତାର ଥିଲା ଚରମ ରସିକତା , ଯାହା ଫଳରେ ଶୈଶବରେ ଅକଳ୍ପନୀୟ ବୀରତ୍ୱର ପରାକାଷ୍ଠା ଦେଖାଇଥିବା ଅଭିମନ୍ୟୁ ଙ୍କୁ ଅନ୍ୟାୟ ଯୁଦ୍ଧରେ ସପ୍ତରଥୀ ହତ୍ୟା କରିଥିଲେ , ଯାହା ମହାଭାରତରେ ବର୍ଣିତ ।
ରାମାୟଣ ରେ ମହର୍ଷି ବାଲ୍ମୀକି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ତୁଣ୍ଡରେ ଲକ୍ଷ୍ମଣଙ୍କୁ କୁହାଇଛନ୍ତି " ଅପି ସ୍ଵର୍ଣ୍ଣମୟୀ ଲଙ୍କା ନ ମେ ଲକ୍ଷ୍ମଣ ରୋଚତେ, ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ " । Laxman, even this golden Lanka does not appeal to me, Mother and Motherland is greater than heaven. ।
ଯାହା ପରବର୍ତ୍ତୀ ସମୟରେ ମହର୍ଷି ଭରଦ୍ୱାଜ କହିଯାଇଛନ୍ତି " ମିତ୍ରାଣି ଧନ ଧନ୍ୟାନି ପ୍ରଜାନାଂ ସମ୍ମତାନିବ, ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ" ।
ଅର୍ଥାତ୍ ବନ୍ଧୁ ବର୍ଗ,ଧନ ସମ୍ପତ୍ତି, କ୍ଷମତା ପ୍ରତିପତ୍ତି ପ୍ରିୟ ହୋଇପାରେ ମାତ୍ର ଜନନୀ ଓ ଜନ୍ମଭୂମି ସର୍ବାନ୍ତକରଣରେ ସର୍ବୋଚ୍ଚ ପୂଜ୍ୟ ।
ଅତଏବ ମା' ଓ ମାତୃଭୂମି ପ୍ରତ୍ୟେକ ମଣିଷ ର ପ୍ରତି ମୁହୂର୍ତ୍ତର ବନ୍ଦନୀୟା, ପୂଜ୍ୟନୀୟା, ସ୍ମରଣୀୟା । କୋୖଣସି ନିର୍ଦ୍ଦିଷ୍ଟ ସମୟର ଅବା ମୁହୂର୍ତ୍ତର ଗଣ୍ଡି ମଧ୍ୟରେ ସୀମିତ ରଖି ପୂଜା କରାଯାଏ ନାହିଁ । ପଶ୍ଚିମା ସଂସ୍କୃତି ରେ ଗୋଟିଏ ଦିନ ବାପା ଙ୍କ ପାଇଁ, ଗୋଟିଏ ଦିନ ମା'ଙ୍କ ପାଇଁ, ଆଉ ୩୬୩ ଦିନ ୪୧୩ ଟି ଦିବସ , ଯେପରି ହାତଧୂଆ ଦିବସ, ପରିସ୍କାର ଦିବସ,ବନ ଦିବସ, ମହିଳା ଦିବସ ଠାରୁ ପ୍ରେମ ଦିବସ ଯାଏଁ । ଗୋଟିଏ ଗୋଟିଏ ଦିନରେ ତିନି ତିନି ଟା ଦିବସ ପାଳିତ ହେଉଛି । ଯେଉଁ ମାଟି ର ପାତାଳ ଭେଦୀ ସଂସ୍କୃତି ହେଉଛି "ପିତା ଧର୍ମ ପିତା ସ୍ଵର୍ଗ ପିତା ହିଁ ପରମ ତପ....,। ଅର୍ଥାତ୍ ବାପା ସ୍ବର୍ଗ ହେଲେ ମା" ସ୍ଵର୍ଗ ଠାରୁ ବଡ଼, ସେହି ମାଟିରେ ବିଗତ କୋଡ଼ିଏ ବର୍ଷ ଭିତରେ "ଜରା ନିବାସ"ର ସଂଖ୍ୟା ୨୨୭ଗୁଣ ବୃଦ୍ଧି ପାଇଛି । ବ୍ୟକ୍ତିଗତ ଭାବରେ ମୋ ବୋଉ ଆମ ପାଇଁ ସବୁକିଛି । ୯୭ ବର୍ଷ ବୟସରେ ୧୦ ଟି ସନ୍ତାନ ଜନ୍ମ କରିଛି, ମାତ୍ର ୨୫ଟି ସନ୍ତାନ ଙ୍କୁ ପାଳି ପୋଷି ମଣିଷ କରିଛି ଓ ଏବେ ଅନେକ ନାତି, ନାତୁଣୀ, ଅଣନାତି, ନାତୁଣୀ ଙ୍କ ସୁଖ ଦୁଃଖ ବୁଝୁଛି । ଅତଏବ ସେ
"ଧୈର୍ଯ୍ୟର ପାହାଡ, ଦୁଃଖର ଉହାଡ, ମମତା ର ମନ୍ଦାକିନୀ
ତୋ ପାଦତଳେ କୋଟି ମୁଣ୍ଡିଆ ମୋ ପୂଜ୍ୟା ଜନ୍ମ ପ୍ରଦାୟିନୀ ।।"
ଶାସ୍ତ୍ର ରେ ଉଲ୍ଲେଖ ରହିଛି-;
"आस्तां तावदियं प्रसूतिसमये दुर्वारशूलव्यथा
नैरुच्यं तनुशोषणं मलमयी शय्या च सांवत्सरी ।
एकस्यापि न गर्भ-भार-भरण-क्लेशस्य यस्याः क्षमो
दातुं निष्कृतिमुन्नतोऽपि तनयः तस्यैः जनन्यै नमः ।।"
ଏହାର ଇଂରାଜୀ ଅନୁବାଦ ହେଲା-;
"The acute irrepressible pain endured by the mother at the time of delivery, the distaste towards food and the resulting emaciation of the body during pregnancy, the year-long period after delivery, during which the bed was dirtied by the baby – let all these be. But the suffering that the mother endures in carrying the weight of the foetus throughout pregnancy, can never be compensated the least by a son, even if he is great and famous. Salutations to that mother." ।
ଶାସ୍ତ୍ର ରେ ଉଲ୍ଲେଖ ରହିଛି-;
गुरु पत्नी राजपत्नी ज्येष्ठ पत्नी तथैव च।
पत्नी माता स्वमाता च पञ्चैता मातरः स्मृताः।।"
ପାଞ୍ଚ ଜଣ ମାଆ ସର୍ଵଦା ବନ୍ଦନୀୟା । ଗୁରୁ ଙ୍କ ପତ୍ନୀ ଙ୍କୁ ଆମେ ଗୁରୁମା ବୋଲି ସମ୍ବୋଧିତ କରିଥାଏ । ପତ୍ନୀ ଙ୍କ ମାତା ଙ୍କୁ ମଧ୍ୟ ବୋଉ ବୋଲି ତ କିଏ ମାଆ , ଇଂରାଜୀ ଭାଷାନୁରକ୍ତ ମାନେ ମମ୍ ସମ୍ବୋଧନ କରିଥାନ୍ତି ।
ପୁନଃ ଉଲ୍ଲେଖିତ ଯେ-;
नास्ति मातृसमा छाया नास्ति मातृसमा गतिः।
नास्ति मातृसमं त्राणं नास्ति मातृसमा प्रपा।।"
ମାଆ ହିଁ ତ ସାମାଜିକ ରୌଦ୍ରତାପରେ ସୁଶିତଳ ଛାୟା, ବିକଳ୍ପ ବିହୀନ ସହାୟତା, ସୁରକ୍ଷା ପ୍ରଦାୟିନୀ ।
ଅଗ୍ରପୂଜ୍ୟ ଗଣେଶ ଓ କାର୍ତ୍ତିକେୟ ଙ୍କ ମଧ୍ୟରେ ପ୍ରତିଯୋଗିତା ର କାହାଣୀ ମଧ୍ୟ ସର୍ବକାଳୀନ ଆଦର୍ଶ ଦର୍ଶନ ।
मातरं पितरं चैव यस्तु कुर्यात् प्रदक्षिणम्।
प्रदक्षिणीकृता तेन सप्तद्वीपा वसुन्धरा।।"
ଅର୍ଥାତ୍ ମାଆ ବାପା ଙ୍କ ଚର୍ତୁପାଶ୍ୱ ପରିଭ୍ରମଣ ହିଁ ବିଶ୍ବ ପରିଭ୍ରମଣ ।
ଆମେ ଅନେକ ସମୟରେ ଆମ ଭାଷାର ସାମାଜିକ ବିଜ୍ଞାନ ସମ୍ମତ ମହନୀୟତା ପ୍ରତିପାଦିତ କରିବା ସମୟରେ କହିଥାଉ ଯେ ବାପା ମାଆ ହିଁ ଭଗବାନ । ବାପା + ମାଆ =ଭଗବାନ ।
ବା - ବାୟୁ + ପା- ପାଣି +ମା- ମାଟି+ଆ- ଆକାଶ =ଭ- ଭୂ ଧାତୁରେ ପୃଥିବୀ + ଗ- ଗଗନ- ଆକାଶ+ ବା- ବାୟୂ + ନ- ନୀର - ଜଳ- ପାଣି ।
ପୁନଃ ଶାସ୍ତ୍ର ରେ ମଧ୍ୟ ଉଲ୍ଲେଖ ରହିଛି-;
सर्वतीर्थमयी माता सर्वदेवमयः पिता
मातरं पितरं तस्मात् सर्वयत्नेन पूजयेत् ।
ଅତଏବ ପିତା - ମାତା ଚିର ବନ୍ଦିତ , କୌଣସି ମୁହୂର୍ତ୍ତର ଗଣ୍ଡି ମଧ୍ୟରେ ନୁହନ୍ତି ସୀମିତ । ପ୍ରତି ବର୍ଷ ମେ ମାସର ଦ୍ବିତୀୟ ରବିବାର ଆନ୍ତର୍ଜାତିକ ମାତୃ ଦିବସ ପାଳନର ଇତିହାସ ମଧ୍ୟ ଜାଣିବା ଉଚିତ ।୧୮୬୧ ରୁ ୧୮୬୫ ମସିହା ପର୍ଯ୍ୟନ୍ତ ଯୁକ୍ତରାଷ୍ଟ୍ର ଆମେରିକାରେ ଦାସତ୍ୱ ପ୍ରଥା ବିରୁଦ୍ଧରେ ବ୍ୟାପକ ଗଣ ଆନ୍ଦୋଳନ ଚାଲିଥିଲା । ଘମାଘୋଟ ଆନ୍ଦୋଳନ ସମୟରେ କ୍ଷତାକ୍ତ , ଙ୍କ ସେବା,ମୃତ ଦେହକୁ ଉଠାଇ ସଂସ୍କାର କରିବା , ଆହତ ମାନଙ୍କ ସେବାରେ ଜଣେ ମହିଳା ନିଜକୁ ସମର୍ପି ଦେଇଥିଲେ । ଏଭଳି ସେବାରେ ଅନେକ ସୁସ୍ଥ ହୋଇଥିଲେ । ନିଜ ଜୀବନକୁ ଉତ୍ସର୍ଗ କରି ଅପରର ଦୁଃଖରେ ବିଗଳିତ ହୃଦୟର ଅକୃତ୍ରିମ କରୁଣା ପ୍ରଦର୍ଶିକା ହୋଇ ପଡିଥିଲେ ପରବର୍ତ୍ତୀ ସମୟରେ ସମସ୍ତଙ୍କର ସମ୍ମାନନୀୟା । ତାଙ୍କର ବିୟୋଗ ପରେ ତାଙ୍କର କନ୍ୟା ଆନ୍ନା ଜାର୍ଭିସ୍ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ କୁ ମାତୃ ଦିବସ ଭାବେ ପାଳନ କରିଥିଲେ । ୧୯୧୪ ମସିହାରେ ଆମେରିକା ରାଷ୍ଟ୍ରପତି ଉଗ୍ର ଉଇଲ୍ସନ ସେହି ସେବାକାରିଣୀ ମାଆଙ୍କ ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ ମାସର ଦ୍ବିତୀୟ ରବିବାରକୁ ମାତୃ ଦିବସ ଭାବେ ପାଳନ କରିବାକୁ ନିର୍ଦ୍ଧେଶ ଦେଇଥିଲେ । ସେହି ଦିନ ଠାରୁ କେବଳ ଆମେରିକାରେ ନୁହେଁ , ଭାରତ ସମେତ ଅନେକ ଦେଶରେ ଆନ୍ତର୍ଜାତିକ ମାତୃ ଦିବସ ପାଳିତ ହୋଇ ଆସୁଛି ।
ଦିବସର ଗଣ୍ଡି ଭିତରେ
ରାମାୟଣ ରେ ମହର୍ଷି ବାଲ୍ମୀକି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ତୁଣ୍ଡରେ ଲକ୍ଷ୍ମଣଙ୍କୁ କୁହାଇଛନ୍ତି " ଅପି ସ୍ଵର୍ଣ୍ଣମୟୀ ଲଙ୍କା ନ ମେ ଲକ୍ଷ୍ମଣ ରୋଚତେ, ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ " । Laxman, even this golden Lanka does not appeal to me, Mother and Motherland is greater than heaven. ।
ଯାହା ପରବର୍ତ୍ତୀ ସମୟରେ ମହର୍ଷି ଭରଦ୍ୱାଜ କହିଯାଇଛନ୍ତି " ମିତ୍ରାଣି ଧନ ଧନ୍ୟାନି ପ୍ରଜାନାଂ ସମ୍ମତାନିବ, ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ" ।
ଅର୍ଥାତ୍ ବନ୍ଧୁ ବର୍ଗ,ଧନ ସମ୍ପତ୍ତି, କ୍ଷମତା ପ୍ରତିପତ୍ତି ପ୍ରିୟ ହୋଇପାରେ ମାତ୍ର ଜନନୀ ଓ ଜନ୍ମଭୂମି ସର୍ବାନ୍ତକରଣରେ ସର୍ବୋଚ୍ଚ ପୂଜ୍ୟ ।
ଅତଏବ ମା' ଓ ମାତୃଭୂମି ପ୍ରତ୍ୟେକ ମଣିଷ ର ପ୍ରତି ମୁହୂର୍ତ୍ତର ବନ୍ଦନୀୟା,ପୂଜ୍ୟନୀୟା,ସ୍ମରଣୀୟା । କୋୖଣସି ନିର୍ଦ୍ଦିଷ୍ଟ ସମୟ ର ଅବା ମୁହୂର୍ତ୍ତର ଗଣ୍ଡି ମଧ୍ୟ ରେ ସୀମିତ ରଖି ପୂଜା କରାଯାଏ ନାହିଁ । ପଶ୍ଚିମା ସଂସ୍କୃତି ରେ ଗୋଟିଏ ଦିନ ବାପା ଙ୍କ ପାଇଁ, ଗୋଟିଏ ଦିନ ମା'ଙ୍କ ପାଇଁ, ଆଉ ୩୬୩ ଦିନ ୪୧୩ ଟି ଦିବସ , ଯେପରି ହାତଧୂଆ ଦିବସ, ପରିସ୍କାର ଦିବସ,ବନ ଦିବସ, ମହିଳା ଦିବସ ଠାରୁ ପ୍ରେମ ଦିବସ ଯାଏଁ । ଗୋଟିଏ ଗୋଟିଏ ଦିନରେ ତିନି ତିନି ଟା ଦିବସ ପାଳିତ ହେଉଛି । ଯେଉଁ ମାଟି ର ପାତାଳ ଭେଦୀ ସଂସ୍କୃତି ହେଉଛି "ପିତା ଧର୍ମ ପିତା ସ୍ଵର୍ଗ ପିତା ହିଁ ପରମ ତପ....,। ଅର୍ଥାତ୍ ବାପା ସ୍ବର୍ଗ ହେଲେ ମା" ସ୍ଵର୍ଗ ଠାରୁ ବଡ଼, ସେହି ମାଟିରେ ବିଗତ କୋଡ଼ିଏ ବର୍ଷ ଭିତରେ "ଜରା ନିବାସ"ର ସଂଖ୍ୟା ୨୨୭ଗୁଣ ବୃଦ୍ଧି ପାଇଛି । ବ୍ୟକ୍ତିଗତ ଭାବରେ ମୋ ବୋଉ ଆମ ପାଇଁ ସବୁକିଛି । ୯୭ ବର୍ଷ ବୟସରେ ୧୦ ଟି ସନ୍ତାନ ଜନ୍ମ କରିଛି, ମାତ୍ର ୨୫ଟି ସନ୍ତାନ ଙ୍କୁ ପାଳି ପୋଷି ମଣିଷ କରିଛି ଓ ଏବେ ଅନେକ ନାତି, ନାତୁଣୀ, ଅଣନାତି, ନାତୁଣୀ ଙ୍କ ସୁଖ ଦୁଃଖ ବୁଝୁଛି । ଅତଏବ ସେ
"ଧୈର୍ଯ୍ୟର ପାହାଡ, ଦୁଃଖର ଉହାଡ, ମମତା ର ମନ୍ଦାକିନୀ
ତୋ ପାଦତଳେ କୋଟି ମୁଣ୍ଡିଆ ମୋ ପୂଜ୍ୟା ଜନ୍ମ ପ୍ରଦାୟିନୀ ।।"
ଶାସ୍ତ୍ର ରେ ଉଲ୍ଲେଖ ରହିଛି-;
"आस्तां तावदियं प्रसूतिसमये दुर्वारशूलव्यथा
नैरुच्यं तनुशोषणं मलमयी शय्या च सांवत्सरी ।
एकस्यापि न गर्भ-भार-भरण-क्लेशस्य यस्याः क्षमो
दातुं निष्कृतिमुन्नतोऽपि तनयः तस्यैः जनन्यै नमः ।।"
ଏହାର ଇଂରାଜୀ ଅନୁବାଦ ହେଲା-;
"The acute irrepressible pain endured by the mother at the time of delivery, the distaste towards food and the resulting emaciation of the body during pregnancy, the year-long period after delivery, during which the bed was dirtied by the baby – let all these be. But the suffering that the mother endures in carrying the weight of the foetus throughout pregnancy, can never be compensated the least by a son, even if he is great and famous. Salutations to that mother." ।
ଶାସ୍ତ୍ର ରେ ଉଲ୍ଲେଖ ରହିଛି-;
गुरु पत्नी राजपत्नी ज्येष्ठ पत्नी तथैव च।
पत्नी माता स्वमाता च पञ्चैता मातरः स्मृताः।।"
ପାଞ୍ଚ ଜଣ ମାଆ ସର୍ଵଦା ବନ୍ଦନୀୟା । ଗୁରୁ ଙ୍କ ପତ୍ନୀ ଙ୍କୁ ଆମେ ଗୁରୁମା ବୋଲି ସମ୍ବୋଧିତ କରିଥାଏ । ପତ୍ନୀ ଙ୍କ ମାତା ଙ୍କୁ ମଧ୍ୟ ବୋଉ ବୋଲି ତ କିଏ ମାଆ , ଇଂରାଜୀ ଭାଷାନୁରକ୍ତ ମାନେ ମମ୍ ସମ୍ବୋଧନ କରିଥାନ୍ତି ।
ପୁନଃ ଉଲ୍ଲେଖିତ ଯେ-;
नास्ति मातृसमा छाया नास्ति मातृसमा गतिः।
नास्ति मातृसमं त्राणं नास्ति मातृसमा प्रपा।।"
ମାଆ ହିଁ ତ ସାମାଜିକ ରୌଦ୍ରତାପରେ ସୁଶିତଳ ଛାୟା, ବିକଳ୍ପ ବିହୀନ ସହାୟତା, ସୁରକ୍ଷା ପ୍ରଦାୟିନୀ ।
ଅଗ୍ରପୂଜ୍ୟ ଗଣେଶ ଓ କାର୍ତ୍ତିକେୟ ଙ୍କ ମଧ୍ୟରେ ପ୍ରତିଯୋଗିତା ର କାହାଣୀ ମଧ୍ୟ ସର୍ବକାଳୀନ ଆଦର୍ଶ ଦର୍ଶନ ।
मातरं पितरं चैव यस्तु कुर्यात् प्रदक्षिणम्।
प्रदक्षिणीकृता तेन सप्तद्वीपा वसुन्धरा।।"
ଅର୍ଥାତ୍ ମାଆ ବାପା ଙ୍କ ଚର୍ତୁପାଶ୍ୱ ପରିଭ୍ରମଣ ହିଁ ବିଶ୍ବ ପରିଭ୍ରମଣ ।
ଆମେ ଅନେକ ସମୟରେ ଆମ ଭାଷାର ସାମାଜିକ ବିଜ୍ଞାନ ସମ୍ମତ ମହନୀୟତା ପ୍ରତିପାଦିତ କରିବା ସମୟରେ କହିଥାଉ ଯେ ବାପା ମାଆ ହିଁ ଭଗବାନ । ବାପା + ମାଆ =ଭଗବାନ ।
ବା - ବାୟୁ + ପା- ପାଣି +ମା- ମାଟି+ଆ- ଆକାଶ =ଭ- ଭୂ ଧାତୁରେ ପୃଥିବୀ + ଗ- ଗଗନ- ଆକାଶ+ ବା- ବାୟୂ + ନ- ନୀର - ଜଳ- ପାଣି ।
ପୁନଃ ଶାସ୍ତ୍ର ରେ ମଧ୍ୟ ଉଲ୍ଲେଖ ରହିଛି-;
सर्वतीर्थमयी माता सर्वदेवमयः पिता
मातरं पितरं तस्मात् सर्वयत्नेन पूजयेत् ।
କ୍ରମଶଃ
ଛିଃ ଛି ଛି.....
------------
" ଛି ଛି ମଦ ପିଇଵି ନାହିଁ ଲୋ କଳା ପାଣି ପରି ଦିଶେ
ସେଇ କଳା ପାଣି ପେଟରେ ପଡ଼ିଲେ ଚଉଦ ଭୂବନ ଦିଶେ" ।।
ଏହି କାଳଜୟୀ ସୁଆଙ୍ଗ ପଦ ଟି ଉଚ୍ଚାରଣ କଲା ସମୟରେ ଯେଉଁ ମ଼ହାପୁରୁଷ ଙ୍କ ଅମ୍ଲାନ ଅମୃତ ସ୍ମତି ଉଜ୍ଜୀବିତ ହୁଏ ସେହି ମହାମାନବ ଆଜି ର ତାରିଖରେ, ବୈଶାଖ ଅମାବାସ୍ୟା ରେ ଠିକ୍ ୬୯ ବର୍ଷ ତଳେ ଓଡିଶାର " କ'ଣ ନୁହନ୍ତି" ପ୍ରତିଭାଧର ଗଣକବି ବୈଷ୍ଣବ ପାଣି ଇହଲୀଳା ସମ୍ବରଣ କରିଥିଲେ, ସେ ଦିନ ଥିଲା ଇଂରାଜୀ ତାରିଖ ମେ,୧୦ ତାରିଖ,୧୯୫୬ ମସିହା । ଅଦ୍ଭୁତ, ବିସ୍ମୟ ପ୍ରତିଭାଧର ମହାପୁରୁଷ, ଯିଏ କୁମାର ପୂର୍ଣ୍ଣିମା ( ତା.୨୨-୧୦-୧୮୮୨) ରେ ଜନ୍ମ ଗ୍ରହଣ କରିଥିଲେ ଓ ୭୪ ବର୍ଷ ବୟସରେ ଅମାବାସ୍ୟା ରେ ଇହଲୀଳା ସମ୍ବରଣ କରିଥିଲେ , ସହିତ ସର୍ବଜନମାନ୍ୟ ଗଣକବି ବୈଷ୍ଣବ ପାଣି ୨୨ ଅକ୍ଟୋବର ୧୮୮୨ ମସିହା, କୁମାର ପୂର୍ଣ୍ଣିମା ଦିନ କଟକ ଜିଲ୍ଲାର ମାହାଙ୍ଗା ଥାନାର କୋଠପଦା ଗାଁରେ ସୁଦର୍ଶନ ପାଣି ଓ ମାତା ଛାୟା ଦେବୀଙ୍କ ଓ୍ବୈରଷରୁ ଜନ୍ମ ଗ୍ରହଣ କରିଥିଲେ। ଛୋଟ ପିଲା ଦିନେ ତାଙ୍କର ପ୍ରକୃତ ନାମ ଥିଲା ଶତ୍ରୁଘ୍ନ । ସେ ପିଲାବେଳରୁ ରୋଗାକ୍ରାନ୍ତ ହେତୁ ତାଙ୍କ ପିତାମାତା ଜଗନ୍ନାଥଙ୍କ ବଡ଼ଛତା ମଠ ତଳେ ବୈଷ୍ଣବ କରାଇଦେବାରୁ ପରବର୍ତ୍ତୀ ସମୟରେ ସେ ହେଲେ ବୈଷ୍ଣବ ନାମରେ ପରିଚିତ । ତାଙ୍କ ପରିବାର ଅଭାବି ଓ ଗରୀବ ଥିଲେ । ତାଙ୍କର ଜନ୍ମରୁ ଦେହାନ୍ତ ଯାଏଁ ଅଭାବ ଅନଟନ ଲାଗିରହିଥିଲା । ଏଗାର ବର୍ଷ ବୟସରୁ ସେ କୋଠପଦା ମଠ ମହନ୍ତଙ୍କ ଅଧୀନରେ ଫୁଲତୋଳା, ଫୁଲଗୁନ୍ଥା କାମରେ ନିଯୁକ୍ତ ହେଲେ । ତଥାପି ପରିବାରର ଅବସ୍ଥା ଦିନକୁ ଦିନ ଖରାପ ହେବାରୁ ମଠ କାମ ଛାଡ଼ି ଗୋରୁ ଚରାଇବା କାମରେ ରହିଲେ । ୧୯ ବର୍ଷ ବୟସରେ ସେ ବିବାହ କରିଥିଲେ । ପରେ ସେ ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ି ଜଣେ ଦଳିତ ଶ୍ରେଣୀର ନାରୀଙ୍କୁ ଦ୍ୱିତୀୟ ବିବାହ କରିବାରୁ ତାହା ଅସବର୍ଣ୍ଣ ବିବାହରେ ଗଣା ହେଲା ଓ ସେ ସମାଜରୁ ବାସନ୍ଦ ହୋଇଥିଲେ । ପିଲା ଦିନେ ବୈଷ୍ଣବ ପାଣି ନୃତ୍ୟଗୀତ କରୁଥିଲେ। କୋଠପଦାର ମହନ୍ତ ବୈଷ୍ଣବ ପାଣିଙ୍କୁ ଡୋରାବିଶ ନିବାସୀ ସ୍ୱର୍ଗତ ଶିବରାମ ସିଂହଙ୍କ ତତ୍ତ୍ୱାବଧାନରେ ଛାଡ଼ିଲେ । ସେହିଦିନଠାରୁ ପାଣିଙ୍କର ନାଟକ ପ୍ରତି ଆଗ୍ରହ ବୃଦ୍ଧି ପାଇଲା । ଫୁଲଗୁନ୍ଥା , ଗୋରୁଚରା କାମ ପରେ ୪ ଟଙ୍କା ବେତନରେ ଇଂରାଜୀ ବିଦ୍ୟାଳୟରେ ପାଚକରୂପେ ନିଯୁକ୍ତି ପାଇଲେ । ପ୍ରଧାନ ଶିକ୍ଷକ ସ୍ୱର୍ଗତ ଭୋଳାନାଥ ମିଶ୍ର ତାଙ୍କୁ ୪ର୍ଥ ଶ୍ରେଣୀରେ ନାମଲେଖାଇ ଅବୈତନିକ ଶିକ୍ଷା ଦାନ କରିଥିଲେ । ଷଷ୍ଠ ଶ୍ରେଣୀରେ ତାଙ୍କର ଶିକ୍ଷା ସମାପନ ହୋଇଥିଲା । ମାସିକ ବେତନ ୪ ଟଙ୍କାରେ ସେ ଘରୋଇ ଶିକ୍ଷକ ହେଲେ । ସେ ମାଳିହତା ଗ୍ରାମରେ ଓସ୍ତାଦିରୁ ନାଟକ ଜୀବନ ଆରମ୍ଭ କରିଥିଲେ । ଓସ୍ତାଦ ତଥା ନାଟ୍ୟକାର ହିସାବରେ କ୍ରମେ ପ୍ରସିଦ୍ଧି ଅର୍ଜନ କଲେ । ଗଡ଼ଜାତର ଅଧିକାଂଶ ରାଜ୍ୟ କଲିକତା ଓ ଟାଟା ଇତ୍ୟାଦି ସ୍ଥାନରେ ଅଭିନୟ କରିଥିଲେ । ଏପରିକି ମୋହନ ସୁନ୍ଦର ଗୋସ୍ୱାମୀ, ଗୋପାଳ ଦାଶ, କୃଷ୍ଣପ୍ରସାଦ ବସୁ, ବାଳକୃଷ୍ଣ ମହାନ୍ତିଙ୍କ ସହ ସେ ବାଦୀଯାତ୍ରା କରିଥିଲେ । ବୈଷ୍ଣବ ପାଣି ଓଡ଼ିଆ ଯାତ୍ରା ଓ ଗୀତାଭିନୟ କ୍ଷେତ୍ରରେ ଅନେକ ନାଟକ ଲେଖିଯାଇଛନ୍ତି । ତାଙ୍କ ରଚନାରେ ଛୁଆଁ-ଅଛୁଆଁ ଭଳି ସାମାଜିକ କୁସଂସ୍କାର, ଇଂରେଜ ଶାସନର ଅତ୍ୟାଚାର, ମାଦକ ଦ୍ରବ୍ୟ ବର୍ଜନ, ବିଶେଷ କରି ମଦ ମୁକ୍ତ ଓଡ଼ିଶା ଗଠନ, ଓଡ଼ିଆଙ୍କ କୁଲିଗିରି ଆଦିର ସମାଲୋଚନା ଉଲ୍ଲେଖନୀୟ । ୧୯୦୩ ମସିହାରେ, ୨୧ ବର୍ଷ ବୟସରେ ସେ ପ୍ରଥମ ନାଟକ ଗୀତାଭିନୟ ‘ମେଘନାଦ ବଧ’ ଲେଖିଥିଲେ । ତାହାପରେ ସେ ଅନେକ ଅନ୍ୟାନ୍ୟ ନାଟକ ଲେଖିଯାଇଛନ୍ତି । ତାଙ୍କ ନାଟକରେ ସମାଜରେ ନୀଚ ଜାତି ଭାବେ ଗଣା ଜାତିର ଲୋକମାନଙ୍କ ଦୁଃଖ-ଦୁର୍ଦ୍ଦଶା, ଚାଳିଚଳଣି ଆଦି ବଖାଣ ହୋଇଛି । ସମାଜରେ ନିଶା , ବିଶେଷ କରି ମଦ ନିଶା ନିବାରଣ ପାଇଁ ସେ ମଧ୍ୟ ନିଜ ରଚନାରେ ଉଲ୍ଲେଖ କରଥିଲେ:-
“ ଛି ଛି ମଦ ପିଇବି ନାହିଁ ଲୋ କଳାପାଣି ପରି ଦିଶେ,
ସେଇ କଳାପାଣି ପେଟରେ ପଡ଼ିଲେ ଚଉଦ ଭୂବନ ଦିଶେ ” ।
ବୈଷ୍ଣବ ପାଣି ପାଲା ସାହିତ୍ୟ ରେ ଥିବା ରାମାୟଣ, ମହାଭାରତ, ସାରଳା ମହାଭାରତ, ଭାଗବତ, ନୃସିଂହପୁରାଣ, ଦାଣ୍ଡି ରାମାୟଣ ଓ ବିଲଙ୍କା ରାମାୟଣ ଆଦି ଅଧ୍ୟୟନ କରି ସେଥିରୁ ଉପାଖ୍ୟାନମାନ ଆହରଣ କରିଥିଲେ। ଏହା ତାଙ୍କ ନାଟକ ରଚନାରେ ପରିଲକ୍ଷିତ ହୁଏ । ପାଲାକାର ଜୀବନରୁ ତାଙ୍କର ଆଶୁ କବିତା ଲିଖନ ଆରମ୍ଭ ହୋଇଥିଲା । ତାଙ୍କର ଗୀତାଭିନୟ ପ୍ରହସନ ଗୁଡ଼ିକରେ ସଂଯୋଜିତ ସଙ୍ଗୀତ ଗୁଡ଼ିକ ପାଇଁ ସେ ଗଣ କବି ଭାବରେ ଜଣାଶୁଣା । ଏଥିରେ ଗଣ ଜୀବନର ଭାଷା, ସୁଖ ଦୁଃଖ, ପଲ୍ଲୀ ପ୍ରାଣତା ଓ ବାସ୍ତବ ଜୀବନର ଚିତ୍ର ପରିଲକ୍ଷିତ । ଶକୁନ୍ତଳା ଓ ଛାନ୍ଦ କିଶୋରୀ ବିଳାପ ତାଙ୍କର ଦୁଇଟି ଗାଥାକାବ୍ୟ । ଏଥିରେ ବିଦଗ୍ଧ କାବ୍ୟିକତା ଦେଖିବାକୁ ମିଳିଥାଏ । ମହାକବି କାଳିଦାସଙ୍କ ଅଭିଜ୍ଞାନ ଶାକୁନ୍ତଳମ୍ ଓ ସ୍ୱଭାବ କବି ଗଙ୍ଗାଧରଙ୍କ ‘ପ୍ରଣୟ ବଲ୍ଲରୀ’ କାବ୍ୟ ଅନୁସରଣ କରି ବୈଷ୍ଣବ ପାଣି ରଚନା କରିଛନ୍ତି ‘ଶକୁନ୍ତଳା କାବ୍ୟ " । ଛାନ୍ଦ କିଶୋରୀ ବିଳାପ ଗଣକବିଙ୍କ ମର୍ମସ୍ପର୍ଶୀ ରଚନା । ବିଭିନ୍ନ ରାଗରାଗୀଣି ସମ୍ବଳିତ ଛନ୍ଦ ଏହି କାବ୍ୟର ଗୀତିଧର୍ମ କାବ୍ୟିକତାର ସ୍ୱରୂପ ବହନ କରିଛି । ଚଉତିଶା, ଚଉପଦୀ, ଭଜନ, ଜଣାଣ, ମାହାତ୍ମ୍ୟ, ମାଳିକା, ଶୋକଗୀତି, କୀର୍ତ୍ତନ ଆଦି ବିବିଧ କବିତା ରଚନା କରି ସେ ଓଡ଼ିଆ ପଦ୍ୟ ସାହିତ୍ୟକୁ ସମୃଦ୍ଧ କରିଛନ୍ତି । ବୈଷ୍ଣବ ପାଣି ଜଣେ ସଫଳ ଗୀତିକବି, ସ୍ୱତଃସ୍ପ୍ୱର୍ତ୍ତ ତାଙ୍କର କବିତ୍ୱ । ଅନ୍ତରର ଭାବହିଁ ତାଙ୍କ କବିତାର ଭାବବିନ୍ଦୁ । ଗଣକବି ବୈଷ୍ଣବ ପାଣି ମଧ୍ୟଯୁଗୀୟ କବିମାନଙ୍କର ପରି ଚଉତିଶା ରଚନା କରିଛନ୍ତି । ଦୀନକୃଷ୍ଣ ଦାସଙ୍କ ‘ଆର୍ତ୍ତତ୍ରାଣ ଚଉତିଶା’ ପରି ଗଣକବି ‘ନୀଳାଚଳ ଚଉତିଶା’ ରଚନା କରିଛନ୍ତି ଯାହା ଖୁବ୍ ହୃଦ୍ୟ ଓ ଭକ୍ତିଭାବପୂର୍ଣ୍ଣ । ଏତଦ୍ ବ୍ୟତୀତ ତାଙ୍କର ସାରଳା ଦେବୀ ଜଣାଣ ଚଉତିଶା, ଓଲଟ ଚଉତିଶା, ରାଧାକୃଷ୍ଣ ଚଉତିଶା, ମଙ୍ଗଳା ଚଉତିଶା ଆଦି ଲୋକପ୍ରିୟ । ତାଙ୍କର ଭଜନ ଓ ଜଣାଣ ଭିତରୁ କବିଙ୍କର ଭକ୍ତି ଭାବର ମାର୍ମିକ ପରିଚୟ ମିଳେ । ସେ ମଧ୍ୟ ରଚନା କରିଛନ୍ତି ଅନେକ ପ୍ରେମ ଗୀତି କବିତା । ସେ ମଧ୍ୟ ଅନେକ ଗୁଡ଼ିଏ ଶୋକ ଗୀତି କବିତାର ସ୍ରଷ୍ଟା । ତାଙ୍କ ଶୋକ ଗୀତି କବିତା ମଧ୍ୟରେ ଉତ୍କଳମଣି ଗୋପବନ୍ଧୁ ଶୋକ, ପଞ୍ଜାବ କେଶରୀ ବିୟୋଗ ଓ ଅନ୍ତିମ ଶଯ୍ୟାରେ ମର୍ଦ୍ଦାରବୀ ଅନ୍ୟତମ । ସ୍ୱରାଜ୍ ପ୍ରଶଂସା, ସତ୍ୟାଗ୍ରହୀ, ଜାତୀୟ ଗୀତିକା, ବାପୁଜୀ ଓ ଉତ୍କଳକୁ ନେ ସେ ବହୁ ଜାତୀୟବାଦୀ ଗୀତି କବିତା ରଚନା କରିଛନ୍ତି ।
ଗଣକବିଙ୍କ ସୃଷ୍ଟି ସାମାଜିକ ସଚେତନତା ସୃଷ୍ଟି କରିବା ସଙ୍ଗେ ସଙ୍ଗେ ଜାତୀୟଭାବ ଉଦ୍ରେକ କରିବାରେ ସହାୟକ ହୋଇଥିଲା । କଥାକାର ଭାବରେ ବୈଷ୍ଣବ ପାଣି ଆଦ୍ୟ ଓଁକାର ତୋଳିଛନ୍ତି ତାଙ୍କର ପ୍ରଥମ ସୃଷ୍ଟି ‘ଦୁଃଖିନୀ ଗୋବର ଗୋଟେଇ’ ଉପନ୍ୟାସ ମାଧ୍ୟମରେ । ଜାତି, ଜାତକ ଓ ଯୌତୁକ ବିହୀନ ସମାଜର ଏକ ଅସମାହିତ ପ୍ରଶ୍ନକୁ ସଜୀବ ଓ ସରଳ ପ୍ରଣାଳୀରେ ସମାଧାନ କରିବାରେ ସେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି । ଅସୀ କୁ ମସି ର ସମ୍ମାନ ଦେଇ ତାଙ୍କ ସୃଷ୍ଟିରୁ ନିର୍ଗତ ହୋଇଛି ଅନେକ ସାରସ୍ଵତ ସୃଷ୍ଟି, ଯାହା ଓଡ଼ିଆ ସାରସ୍ଵତ ଭଣ୍ଡାର କୁ ସମୃଦ୍ଧ କରିଛି । ତାଙ୍କର ସଚିତ୍ର ସ୍ୱାମୀ ସ୍ତ୍ରୀ ଓ ଉତ୍କଳ ‘ଗୃହଲକ୍ଷ୍ମୀ’ ପ୍ରମୁଖ ଉପନ୍ୟାସ ନାରୀ ସମାଜ ପାଇଁ ଏକ ଦର୍ପଣ ଶିଳା । ତାଙ୍କର ଗଦ୍ୟ ରଚନାରେ ପ୍ରାଣବନ୍ତ ବର୍ଣ୍ଣନାଶୈଳୀ ଯେପରି ପରିଚ୍ଛନ୍ନ ସେପରି ହୃଦୟସ୍ପର୍ଶୀ । ତାଙ୍କ ସୃଷ୍ଟି ଗୀତିନାଟ୍ୟ, ଗୀତାଭିନୟ/ସୁଆଙ୍ଗ (ପୌରାଣିକ) ମଧ୍ୟରେ ରଙ୍ଗସଭା (ଗୀତିନାଟ୍ୟ),ବ୍ରଜଲୀଳା (ସୁଆଙ୍ଗ),ଧ୍ରୁବ ଚରିତ (ସୁଆଙ୍ଗ),
କୀଚକବଧ (ସୁଆଙ୍ଗ),ପ୍ରହଲ୍ଲାଦ ଚରିତ (ଗୀତାଭିନୟ),
ଦାଣ୍ଡିପର୍ବ (ଗୀତାଭିନୟ),ଦାନବୀର ହରିଶ୍ଚନ୍ଦ୍ର (ସୁଆଙ୍ଗ)
ନଳଦମୟନ୍ତୀ (ଗୀତିନାଟ୍ୟ),ରାବଣ ବଧ (ଗୀତିନାଟ୍ୟ),ମହିଷାସୁର ବଧ,ସହସ୍ରା ରାବଣ ବଧ, ବାଲ୍ୟଲୀଳା, ସୁଭଦ୍ରା ହରଣ,ମାଧବ ସୁଲୋଚନା
ସାବିତ୍ରୀ ସତ୍ୟବାନ (ସୁଆଙ୍ଗ),ନିକୁଞ୍ଚ ମିଳନ (ସୁଆଙ୍ଗ),ଶ୍ରୀବତ୍ସ ରାଜା ବା ଶନି ଲକ୍ଷ୍ମୀ କଳି,ପାର୍ବତୀ ବିବାହ (ସୁଆଙ୍ଗ),
ରଘୁ ଅରକ୍ଷିତ ନାବକେଳି (ସୁଆଙ୍ଗ),ଲକ୍ଷ୍ମୀ ପୂଜା (ଗୀତାଭିନୟ), ବକାସୁର ବଧ (ଗୀତିନାଟ୍ୟ),
ଦୁର୍ଯ୍ୟୋଧନ ବଧ (ଗୀତିନାଟ୍ୟ),ହରପାର୍ବତୀ ବିଭା (ସୁଆଙ୍ଗ),
ଜରାସନ୍ଧ ବଧ,ମୁକ୍ତାଚୋରି (ସୁଆଙ୍ଗ),ଯଯାତି କେଶରୀ (ଗୀତାଭିନୟ),ଲାବଣ୍ୟ-ବତୀ ଚନ୍ଦ୍ରଭାନୁ ପରିଣୟ (ଗୀତିନାଟ୍ୟ),ଶ୍ୱେତ ବସନ୍ତ (ସୁଆଙ୍ଗ)କେଦାର ଗୌରୀ (ଗୀତିନାଟ୍ୟ),ଉଷା-ବୟନ୍ତ (ଗୀତିନାଟ୍ୟ),କାଳିଦାସ (ଗୀତାଭିନୟ) ମିରାବାଇ କଳାପାହାଡ଼ (ଗୀତିନାଟ୍ୟ)
ଚନ୍ଦ୍ରଗୁପ୍ତ (ଗୀତିନାଟ୍ୟ),ସଂଯୁକ୍ତା ପରିଣୟ,ଠକପୁରାଣ ସୁଆଙ୍ଗ
ଜୟନ୍ତ ଜୟପାଳ ସୁଆଙ୍ଗ,ନିର୍ବାସିତ ରାଜପୁତ୍ର
ଅମରବିଳାସ,ସୌଦାଗର ଫାର୍ସ, ନାଟୁଆ ମହାନ୍ତି ଫାର୍ସ, ଆଲିବାବା ଫାର୍ସ, ଗୋପାଳଭାଣ୍ଡ ପ୍ରହସନ, କେଳାକେଳୁଣୀ ଫାର୍ସ, ମା ଡାଆଣୀ-ପୁଅ ମଦୁଆ,କଲିକତିଆ ଜୋଇଁ ଭଳି ଅନେକ ଫାର୍ସ ର ସ୍ରଷ୍ଟା ଏବଂ ନିଜେ ହିଁ ନିର୍ଦ୍ଦେଶକ । ଏଭଳି ମହାପୁରୁଷଙ୍କ ୬୯ ତମ ଶ୍ରାଦ୍ଧ ତିଥିରେ ତାଙ୍କର ଅମ୍ଲାନ ଅମୃତ ସ୍ମତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛୁ ।
ବନ୍ଦନୀୟା ଲଳିତା
----------
ଜାତୀୟ ଇତିହାସରେ ଜଣେ ମହାନ୍ ତ୍ୟାଗୀ, ଆଦର୍ଶ ଜୀବନଚର୍ଯ୍ୟାର ମୂର୍ତ୍ତିମନ୍ତ ପ୍ରତୀକା , ଭାରତର ସର୍ବକାଳୀନ ଯଶସ୍ବୀ ପ୍ରଧାନମନ୍ତ୍ରୀ , ଶାନ୍ତି ଦୂତ, " ଜୟ ଜବାନ,ଜୟ କିଶାନ" ମହାମନ୍ତ୍ର ଉଦଘୋଷକ ଲାଲ୍ ବାହାଦୁର ଶ୍ରୀବାସ୍ତବ ( ଶାସ୍ତ୍ରୀ)ଙ୍କ ସହଧର୍ମିଣୀ ବରେଣ୍ୟା ଲଳିତା ଶାସ୍ତ୍ରୀଙ୍କର ୩୨ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଗତ ଚାରି ଦିନ ତଳେ ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଇ ଏକ ଆଲେଖ୍ୟ ଆଲୋଚନା ମୁଖ ପୁସ୍ତକରେ ପ୍ରକାଶ କରାଇଥିଲୁ । ମହିୟସୀଙ୍କ ସୃଷ୍ଟି " ମୋ ପତି ମୋ ଦେବତା" ପୁସ୍ତକଟି ସମଗ୍ର ଭାରତବର୍ଷରେ ବହୁଳ ବ୍ୟବହୃତ ପୁସ୍ତକ, ଯାହା ପ୍ରାୟତଃ ଭାରତର ପ୍ରତ୍ୟେକ ଭାଷାରେ ଅନୁବାଦିତ ହୋଇଛି । ବିଶେଷ କରି ବିବାହ ଉତ୍ସବ ସମୟରେ ଏହି ପୁସ୍ତକକୁ ଲୋକେ ନବବଧୂ ଙ୍କୁ ଉପହାର ଦେଇଥାନ୍ତି । ଏହି ପୁସ୍ତକ ଉପରେ ଆମେ ବରେଣ୍ୟା ଶାସ୍ତ୍ରୀ ଙ୍କ ସହିତ ଅନେକ ବାର ଆଲୋଚନା କରିଛୁ । ୧୯୮୯ ରୁ ୧୯୯୨ ମସିହା ମଧ୍ୟରେ ଅନ୍ତତଃ ପଚାଶ ଥର ଆଲୋଚନା କରିଛୁ । ବିଶେଷ କରି ୧୯୨୭ ମସିହାରେ ତାଙ୍କର ବୈବାହିକ ଜୀବନ ଠାରୁ ଲାଲ୍ ବାହାଦୁର ଙ୍କ ଅବର୍ତ୍ତମାନ ମଧ୍ୟରେ ଅନେକ ଅନାଲୋଚିତ ଇତିହାସ ସେ ଆମକୁ କହିଥିଲେ । ମୋଗଲସରାଇ ଠାରୁ ଅଳ୍ପ ଦୂରରେ ଅବସ୍ଥିତ ମିର୍ଜାପୁର ଥିଲା ଲଳିତା ଦେବୀଙ୍କ ପୈତୃକ ଗୃହ । ଅତି ନିରାଡମ୍ବର ଭାବେ ପାରମ୍ପରିକ ରୀତି ଅନୁସାରେ ସମ୍ପର୍ଣ୍ଣ ହୋଇଥିଲା ବିବାହ ଉତ୍ସବ । ଶାସ୍ତ୍ରୀ ଯୌତୁକ ସ୍ୱରୂପ ଆଣିଥିଲେ ଗୋଟିଏ ଅରଟ ଏବଂ କେଇ ଗଜ ହାତ ତିଆରି କପଡା । ଏହା ବ୍ୟତୀତ ବର ଆଉ କିଛି ଗ୍ରହଣ କରିବେ ନାହିଁ ବୋଲି ଥିଲା ଲାଲ ବାହାଦୂରଙ୍କ ସର୍ତ୍ତ । ଯେହେତୁ ଆମେ ତାଙ୍କର କନିଷ୍ଠ ପୁତ୍ର ଅନୀଲ ଶାସ୍ତ୍ରୀ ଙ୍କ ସହିତ ଘନିଷ୍ଠ ସମ୍ପର୍କ ଏଵଂ ତାଙ୍କର ମାନସ ପୁତ୍ର ବିଶ୍ବନାଥ ପ୍ରତାପ ସିଂହ ( ଭି ପି ସିଂହ) ଙ୍କର ଜଣେ ଅନୁଗାମୀ ଥିଲୁ , ସେ ହେତୁ ସେ ଆମକୁ ଅତ୍ୟନ୍ତ ଶ୍ରଦ୍ଧା କରୁଥିଲେ । ସେ ଥିଲେ ଜଣେ ସମର୍ପିତା ପ୍ରଭୁ ଜଗନ୍ନାଥଙ୍କ ଭକ୍ତ ଏବଂ ଅତ୍ୟନ୍ତ ତାମ୍ବୁଳ ପ୍ରିୟ । ଆମେ ପ୍ରାୟତଃ ଓଡ଼ିଶା ନିବାସ ପାଖରେ ଭଦ୍ରକ ବାସିନ୍ଦା ପାଢ଼ୀ ଙ୍କ ଠାରୁ ତାଙ୍କ ପାଇଁ ପାନ ଏବଂ ନେଇଥିବା ଶୁଖିଲା ମହାପ୍ରସାଦ ଧରି ତାଙ୍କର ଆଶୀର୍ବାଦ ପାଇବା ପାଇଁ ଯାଉଥିଲୁ । ତାଙ୍କର ମାତୃ ସୁଲଭ ସ୍ନେହ ଆଦର ନିକଟରେ ଆମ ମୁଣ୍ତ ସର୍ବଦା ନଇଁ ଯାଉଥିଲା । ଆମେ ତାଙ୍କ ଠାରୁ ଶୁଣିଥିଲୁ ଯେ ସ୍ୱାଧୀନତା ପରେ ଯେତେବେଳେ କଂଗ୍ରେସ ଦଳ କ୍ଷମତାକୁ ଆସିଲା ସେତେବେଳକୁ ଲାଲ ବାହାଦୂର ଶାସ୍ତ୍ରୀଙ୍କ ସରଳ ଅଥଚ ଦୃଢ଼ ବ୍ୟକ୍ତିତ୍ୱ ସମସ୍ତଙ୍କ ନିକଟରେ କିପରି ସୁପରିଚିତ ହୋଇସାରିଥିଲା । ଜାତୀୟତା ଆନ୍ଦୋଳନରେ ତାଙ୍କର ଅବଦାନକୁ ସମସ୍ତେ ସ୍ୱୀକୃତି ପ୍ରଦାନ କରିସାରିଥିଲେ । ୧୯୪୬ ମସିହାରେ ଯେତେବେଳେ କଂଗ୍ରେସ ସରକାର ଗଠିତ ହେଲା ଏହି ଦୃଢ଼ମନା ବ୍ୟକ୍ତି ଦେଶର ଶାସନ ବ୍ୟବସ୍ଥାରେ ଗଠନମୂଳକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଲାଗି ଆବଶ୍ୟକ ପଡିଲା । ତାଙ୍କୁ ନିଯୁକ୍ତି ମିଳିଲା ନିଜ ରାଜ୍ୟ ଉତ୍ତରପ୍ରଦେଶର ସଂସଦୀୟ ସଚିବ ଭାବେ ଏବଂ ପରେ ପରେ ସେ ଉନ୍ନୀତ ହୋଇଥିଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ପଦକୁ । କଠିନ ପରିଶ୍ରମ ପାଇଁ ତାଙ୍କ ମନରେ ଥିବା ମନୋବଳ, କ୍ଷମତା ଏବଂ କର୍ତ୍ତବ୍ୟନିଷ୍ଠା ଉତ୍ତରପ୍ରଦେଶରେ ସମସ୍ତଙ୍କ ତୁଣ୍ଡରେ ଏକ ସୁପରିଚିତ ଶବ୍ଦରେ ପରିଣତ ହୋଇପାରିଥିଲା ।
ସ୍ବାଧୀନ ଭାରତର କ୍ଷମତାକୁ କଂଗ୍ରେସ ଆସିବା ପରେ ଲାଲ ବାହାଦୂରଙ୍କ ନିର୍ମଳ ଭାବମୂର୍ତ୍ତିକୁ ଜାତୀୟ ସଂଗ୍ରାମର ନେତାମାନେ ସ୍ବୀକୃତି ପ୍ରଦାନ କରିଥିଲେ। ୧୯୫୧ରେ ତାଙ୍କୁ ନିଜ ରାଜ୍ୟ ଉତ୍ତରପ୍ରଦେଶର ଗୃହମନ୍ତ୍ରୀ ଦାୟିତ୍ବରୁ ଆଣି କେନ୍ଦ୍ର ସରକାର ରେଳବାଇ, ସଡ଼କ ଓ ପରିବହନ, ବାଣିଜ୍ୟ ଓ ଉଦ୍ୟୋଗ ଏବଂ ସୌରାଷ୍ଟ୍ର ବିଭାଗ ପରି ଗୁରୁତ୍ବପୂର୍ଣ୍ଣ ମନ୍ତ୍ରାଳୟଗୁଡ଼ିକର ଦାୟିତ୍ବ ଦେଇଥିଲେ। ୧୯୬୨ ଭାରତ-ଚୀନ ଯୁଦ୍ଧ ବେଳେ ଗୃହମନ୍ତ୍ରୀ ଥିବା ଲାଲ ବାହାଦୂର ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ଯଥାସାଧ୍ୟ ସମ୍ଭାଳି ରଖିଥିଲେ। ୧୯୬୪ରେ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ମୃତ୍ୟୁ ପରେ ସେ ଦ୍ବିତୀୟ ପ୍ରଧାନମନ୍ତ୍ରୀ ଭାବେ ଦେଶର ଦାୟିତ୍ବ ନେଇଥିଲେ ଏବଂ ୧୯୬୫ରେ ପାକିସ୍ତାନ ଯୁଦ୍ଧ ବେଳେ ‘ଜୟ ଯବାନ, ଜୟ କିଷାନ’ ପରି ସ୍ଳୋଗାନ ଦେଇ ଦେଶର ଖାଦ୍ୟ ସଂକଟକୁ ଦୂର କରିଥିଲେ। ତାଙ୍କ ବଳିଷ୍ଠ ବ୍ୟକ୍ତିତ୍ବର ଅନେକ ଉଦାହରଣୀୟ ତଥ୍ୟ ଥିଲେ ମଧ୍ୟ ସେତେବେଳେ ଘଟିଥିବା ଏକ ରେଳ ଦୁର୍ଘଟଣାରେ ଅନେକ ଯାତ୍ରୀଙ୍କ ପ୍ରାଣହାନୀ ଘଟିଥିଲା ଏବଂ ଏଥିପାଇଁ ସେ ନୈତିକ ଦାୟିତ୍ୱ ନିଜ ମୁଣ୍ଡକୁ ନେଇ ମନ୍ତ୍ରୀପଦରୁ ଇସ୍ତଫା ଦେଇଥିବା ର ଇତିହାସ ପରବର୍ତ୍ତୀ ସମୟରେ ଉଦାହରଣୀୟ ତଥ୍ୟ ଭାବେ ବହୁଳ ବ୍ୟବହୃତ। ଶାସ୍ତ୍ରୀଜୀଙ୍କ ଏଭଳି ଅଭୂତପୂର୍ବ ସିଦ୍ଧାନ୍ତକୁ ଆଜି ସୁଦ୍ଧା ସଂସଦ ଏବଂ ସାରା ଦେଶରେ ପ୍ରଶଂସା କରାଯାଇଆସୁଛି । ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହରୁ ଏହି ଘଟଣା ସମ୍ପର୍କରେ ସଂସଦରେ ବକ୍ତବ୍ୟ ରଖି ଲାଲ ବାହାଦୂର ଶାସ୍ତ୍ରୀଙ୍କ ନିଷ୍ଠା ଏବଂ ଉଚ୍ଚ ଆଦର୍ଶବାଦକୁ ଭୂୟସୀ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ଏଇଥି ପାଇଁ ସେ ତାଙ୍କର ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି ଯଦ୍ୱାରା ଏହା ସାମ୍ବିଧାନିକ ବ୍ୟବସ୍ଥା ଦୃଷ୍ଟିରୁ ଏକ ଉଚ୍ଚ ପରମ୍ପରା ଉଦାହରଣ ସୃଷ୍ଟି କରିବ । ଲାଲ ବାହାଦୂର ଶାସ୍ତ୍ରୀ ଯେ କୌଣସି ମତେ ଏହି ରେଳ ଦୁର୍ଘଟଣା ପାଇଁ ଦାୟୀ ନୁହଁନ୍ତି ତାହା ସମସ୍ତେ ଉପଲବ୍ଧି କରୁଛନ୍ତି । ଏହି ରେଳ ଦୁର୍ଘଟଣା ସଂପର୍କରେ ସଂସଦରେ ଚାଲିଥିବା ବିସ୍ତୃତ ବିତର୍କର ଉତ୍ତର ଦେଇ ଲାଲ ବାହାଦୂର ଶାସ୍ତ୍ରୀ କହିଥିଲେ “ସମ୍ଭବତଃ ଶରୀର ଗଠନରେ ମୁଁ କ୍ଷୁଦ୍ର ଏବଂ ମୋର କଥାବାର୍ତ୍ତା ନରମ ହୋଇଥିବାରୁ ମୁଁ କୌଣସି ଦୃଢ଼ ନିଷ୍ପତ୍ତି ନେବାକୁ ସକ୍ଷମ ନୁହଁ ବୋଲି ଲୋକମାନେ ବିଶ୍ୱାସ କରିବା ସ୍ୱଭାବିକ । ଯଦିଚ ମୁଁ ଶାରିରୀକ ଭାବେ ଦୃଢ଼ ନୁହେଁ, ମୁଁ ଭାବୁଛି ମାନସିକ ସ୍ତରରେ ମୁଁ ସେତେଟା ଦୁର୍ବଳ ହୋଇ ନପାରେ” । ଲାଲ ବାହାଦୂର ତାଙ୍କର ବିଭିନ୍ନ ମନ୍ତ୍ରୀପଦ ଭାର ସମ୍ପାଦନ ମଧ୍ୟରେ କଂଗ୍ରେସ ଦଳର ସାଂଗଠନିକ ବ୍ୟାପାରରେ ନିଜର ଦକ୍ଷତା ପ୍ରଦର୍ଶନ କରିପାରିଥିଲେ । ୧୮୫୨,୫୭ ଏବଂ ୧୯୬୨ ମସିହା ସାଧାରଣ ନିର୍ବାଚନରେ ତାଙ୍କର ସାଂଗଠନିକ ଦକ୍ଷତା ହିଁ ଦଳକୁ ବିଜୟୀ କରିବାରେ ଯଥେଷ୍ଟ ମାତ୍ରାରେ ସହାୟକ ହୋଇଥିଲା ଏବଂ ଏ କଥା ସଭିଏଁ ସ୍ୱୀକାର କରିଥିଲେ । ସେତେବେଳେକୁ ଲାଲ ବାହାଦୂର ଶାସ୍ତ୍ରୀ ଦୀର୍ଘ ୩୦ବର୍ଷରୁ ଅଧିକ କାଳ ଧରି ଉତ୍ସର୍ଗୀକୃତ ଭାବେ ଦେଶ ପାଇଁ କରିଥିବା ସେବା ଠୁଳ ହୋଇସାରିଥାଏ । ଏହି ସମୟରେ ସେ ଜଣେ ସଚ୍ଚୋଟ ଏବଂ ସକ୍ଷମ ରାଜନେତା ଭାବେ ସମସ୍ତଙ୍କ ନିକଟରେ ସୁପରିଚିତ ହୋଇସାରିଥିଲେ । ଅମାୟିକ, ସହନଶୀଳ, ଦୃଢ଼ ମନୋବଳ ଓ କୃତସଂକଳ୍ପ ବ୍ୟକ୍ତିତ୍ୱ ଭାବେ ସେ ସାଧାରଣ ଲୋକଙ୍କ ମନର ଭାଷାକୁ ଭଲ ଭାବେ ବୁଝି ପାରୁଥିଲେ । ଏଥିସହ ସେ ଥିଲେ ଜଣେ ଦୂରଦ୍ରଷ୍ଟା ଯେ ଦେଶକୁ ପ୍ରଗତି ପଥରେ ଆଗେଇ ନେବା ଲାଗି ନିଜର ନେତୃତ୍ୱ ପ୍ରଦାନ କରିଥିଲେ । ମହାତ୍ମା ଗାନ୍ଧୀଙ୍କ ରାଜନୈତିକ ଆଦର୍ଶରେ ଲାଲ ବାହାଦୂର ଶାସ୍ତ୍ରୀ ସାରା ଜୀବନ ଗଭୀର ଭାବେ ଅନୁପ୍ରାଣୀତ ହୋଇଥିଲେ । ଗାନ୍ଧୀ ଏକଦା କହିଥିଲେ କଠିନ ଶ୍ରମ ହିଁ ପ୍ରାର୍ଥନା ସଙ୍ଗେ ସମାନ । ରାଜନୈତିକ ଗୁରୁଙ୍କର ଏହି କେଇଟି ଶବ୍ଦ ଶାସ୍ତ୍ରୀଜୀଙ୍କ କାନରେ ଯେପରି ସାରା ଜୀବନ ଗୁଞ୍ଜରିତ ହୋଇଚାଲିଥିଲା । ଗାନ୍ଧୀ ଓ ଶାସ୍ତ୍ରୀ ଗୋଟିଏ ତାରିଖରେ ଜନ୍ମ ଏକ କାକତାଳିକ ନ୍ୟାୟ ନୁହେଁ ବୋଧେ ବିଧି ନିର୍ଦ୍ଧିଷ୍ଟ । ମହାତ୍ମା ଗାନ୍ଧୀଙ୍କ ପରମ୍ପରାରେ ପ୍ରଭାବିତ ଲାଲ ବାହାଦୂର ଶାସ୍ତ୍ରୀ ଭାରତୀୟ ସଂସ୍କୃତିର ଶ୍ରେଷ୍ଠ ପ୍ରତିନିଧି କହିଲେ ଅତ୍ୟୁକ୍ତି ହେବ ନାହିଁ । ଓଡ଼ିଶାର ମହାନ୍ ସ୍ବାଧୀନତା ସଂଗ୍ରାମୀ ବିପ୍ଲବୀ ପ୍ରାଣନାଥ ପଟ୍ଟନାୟକଙ୍କ ସମ୍ପର୍କରେ , ତାଙ୍କର ଅବର୍ତ୍ତମାନରେ ତାଙ୍କର ପରିବାର ସମ୍ପର୍କରେ ଵରେଣ୍ୟା ଲଳିତା ଶାସ୍ତ୍ରୀ ଆମ ଠାରୁ ବୁଝିଥିଲେ । ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଯେ ଲାଲ୍ ବାହାଦୁର ଶ୍ରୀବାସ୍ତବ ଏବଂ ବିପ୍ଲବୀ ପ୍ରାଣନାଥ ପଟ୍ଟନାୟକ ଥିଲେ ସହପାଠୀ ଏବଂ ଘନିଷ୍ଠ ବନ୍ଧୁ । ପୁନଃ ପ୍ରସଙ୍ଗକ୍ରମେ ଉଲ୍ଲେଖ ଯୋଗ୍ୟଯେ ଲାଲ ବାହାଦୂର ଶାସ୍ତ୍ରୀ ବାରଣାସୀ ସ୍ଥିତ କାଶୀ ବିଦ୍ୟାପୀଠରେ ପାଠ ପଢୁଥିବା ସମୟରେ ବିପ୍ଲବୀ ପ୍ରାଣନାଥ ଥିଲେ ସହପାଠୀ । କାଶୀ ବିଦ୍ୟାପୀଠ ଦେଶରେ ବ୍ରିଟିଶ ଶାସନକୁ ବିରୋଧ କରି ସ୍ଥାପିତ ହୋଇଥିବା ଜାତୀୟ ଅନୁଷ୍ଠାନମାନଙ୍କ ମଧ୍ୟରୁ ଅନ୍ୟତମ ଥିଲା । ସେଠାରେ ଏ ଦୁହେଁ ଅନେକ ମହାନ୍ ବିଦ୍ୱାନ ଏବଂ ଜାତୀୟତାବାଦୀ ରାଷ୍ଟ୍ରୀୟ ନେତାଙ୍କ ସଂସ୍ପର୍ଶରେ ଆସିଥିଲେ ଓ ସେମାନଙ୍କ ଦ୍ୱାରା ଗଭୀର ଭାବେ ପ୍ରଭାବିତ ହୋଇଥିଲେ । ଏହି ବିଦ୍ୟାପୀଠରେ ଲାଲ ବାହାଦୂର ଓ ବିପ୍ଲବୀ ପ୍ରାଣନାଥଙ୍କୁ ଶାସ୍ତ୍ରୀ ଉପାଧି (ଡିଗ୍ରୀ )ପ୍ରାପ୍ତ ହୋଇଥିଲା । ଲାଲ ବାହାଦୂର ସେହି ଶାସ୍ତ୍ରୀ ଶବ୍ଦଟି ତାଙ୍କ ନାମ ସହ ସବୁଦିନ ପାଇଁ ଯୋଡି ଦେଇ ହୋଇଥିଲେ ଲାଲ ବାହାଦୂର ଶ୍ରୀବାସ୍ତବ ରୁ ଲାଲ୍ ବାହାଦୁର ଶାସ୍ତ୍ରୀ , ମାତ୍ର ବିପ୍ଲବୀ ପ୍ରାଣନାଥ ଶାସ୍ତ୍ରୀ ବିଶେଷଣ କେବେ ବ୍ୟବହାର କରି ନଥିଲେ । ସ୍ୱାଧୀନତା ସଂଗ୍ରାମରେ ଶାସ୍ତ୍ରୀ ଜୀ 'ମର ନାହିଁ ମାର' ସ୍ଲୋଗାନ ଦେଇଥିଲେ, ଯାହା ସମଗ୍ର ଦେଶରେ ସ୍ୱାଧୀନତାର ନିଆଁକୁ ତୀବ୍ର କରିଥିଲା। ୧୯୨୦ ରେ ଶାସ୍ତ୍ରୀଜୀ ସ୍ୱାଧୀନତା ସଂଗ୍ରାମକୁ ଡେଇଁଲେ ଏବଂ 'ଭାରତ ସେବକ ସଂଗଠନ'ର ସେବାରେ ଯୋଗ ଦେଇଥିଲେ। ସେ ଏମିତି ଜଣେ ନେତା ଥିଲେ ଯିଏ ତାଙ୍କର ସାରା ଜୀବନ ଦେଶ ତଥା ଗରିବଙ୍କ ସେବା ପାଇଁ ଉତ୍ସର୍ଗ କରିଦେଇଥିଲେ।ଶାସ୍ତ୍ରୀ ଜୀ ସମସ୍ତ ଆନ୍ଦୋଳନ ଓ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିଲେ। ଫଳରେ ତାଙ୍କୁ ଅନେକ ଥର ଜେଲ୍ ଯିବାକୁ ପଡିଛି। ସେ ୧୯୨୧ ମସିହାରେ 'ଅସହଯୋଗ ଆନ୍ଦୋଳନ', ୧୯୩୦ରେ 'ଦାଣ୍ଡିଯାତ୍ରା' ରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ, ଏବଂ ୧୯୪୨ରେ ‘ଭାରତ ଛାଡ’ ଆନ୍ଦୋଳନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।ସ୍ୱାଧୀନ ଭାରତରେ ତାଙ୍କୁ ଉତ୍ତରପ୍ରଦେଶ ସଂସଦର ସଚିବ ଭାବରେ ନିଯୁକ୍ତ କରାଯାଇଥିଲା। ଗୋବିନ୍ଦ ବଲ୍ଲଭ ପନ୍ତଙ୍କ କ୍ୟାବିନେଟ୍ର ଛାୟାରେ ତାଙ୍କୁ ପୋଲିସ ଓ ପରିବହନ ଦାୟିତ୍ୱ ଦିଆଯାଇଥିଲା। ଏହି ସମୟରେ ଶାସ୍ତ୍ରୀ ଜୀ ପ୍ରଥମେ ମହିଳାଙ୍କୁ କଣ୍ଡକ୍ଟର ଭାବରେ ନିଯୁକ୍ତ କରିଥିଲେ ଏବଂ ପୋଲିସ ବିଭାଗରେ ସେ ବାଡ଼ି ବଦଳରେ ପାଣି ତୋପ ଦ୍ୱାରା ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଏକ ନିୟମ କରିଥିଲେ।୧୯୫୧ ମସିହାରେ ଶାସ୍ତ୍ରୀ ଜୀଙ୍କୁ 'ଅଲ୍-ଇଣ୍ଡିଆ-ନ୍ୟାସ୍ନାଲ୍-କଂଗ୍ରେସ'ର ସାଧାରଣ ସମ୍ପାଦକ ଭାବରେ ନିଯୁକ୍ତ କରାଯାଇଥିଲା। ଲାଲ ବାହାଦୂର ଶାସ୍ତ୍ରୀ ସବୁବେଳେ ପାର୍ଟି ପାଇଁ ଉତ୍ସର୍ଗୀକୃତ ଥିଲେ। ସେ ୧୯୫୨, ୧୯୫୭, ୧୯୬୨ ନିର୍ବାଚନରେ ସେ ଦଳ ପାଇଁ ବହୁତ ପ୍ରଚାର କରିଥିଲେ ଏବଂ ବହୁ ସଂଖ୍ୟାରେ କଂଗ୍ରେସକୁ ବିଜୟୀ କରାଇଥିଲେ।ଋଷ ଏବଂ ଆମେରିକାର ଚାପରେ ଶାସ୍ତ୍ରୀ ଜୀ ଶାନ୍ତି ଚୁକ୍ତି ସ୍ୱାକ୍ଷର କରିବାକୁ ଋଷର ରାଜଧାନୀ ତାସ୍କେଣ୍ଟ୍ରେ ପାକିସ୍ତାନର ରାଷ୍ଟ୍ରପତି ଆୟୁବ ଖାନଙ୍କୁ ଭେଟିଥିଲେ। ଚାପ ପକାଇ ସେମାନଙ୍କୁ ଦସ୍ତଖତ କରାଯାଇଥିବା କୁହାଯାଏ। ଚୁକ୍ତିନାମା ରାତିରେ ୧୧ ଜାନୁୟାରୀ ୧୯୬୬ରେ ସେ ରହସ୍ୟମୟ ଭାବରେ ମୃତ୍ୟୁ ବରଣ କଲେ। ସେହି ସମୟ ଅନୁଯାୟୀ, ଶାସ୍ତ୍ରୀ ଜୀଙ୍କର ହୃଦଘାତ ହୋଇଥିଲା।କୁହାଯାଏ ଯେ ତାଙ୍କର ପୋଷ୍ଟମର୍ଟମ କରାଯାଇ ନଥିଲା, କାରଣ ତାଙ୍କୁ ବିଷ ଦିଆଯାଇଥିଲା। ଏହା ଏକ ସୁଚିନ୍ତିତ ଷଡଯନ୍ତ୍ର ଥିଲା, ଯାହା ଏବେ ମଧ୍ୟ ତାସ୍କେଣ୍ଟର ବାୟୁରେ ଏକ ରହସ୍ୟ ହୋଇ ରହିଯାଇଛି। ଯମୁନା ନଦୀ କୂଳରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା ଏବଂ ସେହି ସ୍ଥାନର ନାମ ଥିଲା 'ବିଜୟ ଘାଟ'। ବିଗତ ଦିନରେ " ସୁବାର୍ତ୍ତା" ରେ " ନେତାଜୀ ଓ ଶାସ୍ତ୍ରୀଜୀ ବଞ୍ଚିଲେ,ବହୁ ନେତା ବଞ୍ଚିବେ ନାହିଁ" ଶୀର୍ଷକରେ ଅଗ୍ରଲେଖ, ଅନେକ ଆଲେଖ୍ୟ ଆଲୋଚନା ହୋଇଛି ।
ଜାତୀୟ ଜୀବନର ଅମୃତ ତିଥି
------------------------------
ଆମ ଜାତୀୟ ଜୀବନର ଅମ୍ଲାନ ତିଥି ବୈଶାଖ,ଶୁକ୍ଲ ତୃତୀୟା ଅର୍ଥାତ୍
ପବିତ୍ର ଅକ୍ଷୟ ତୃତୀୟା , ଭଗବାନ ପର୍ଶୁରାମଙ୍କ ପବିତ୍ର ଜନ୍ମତିଥି ଏବଂ ଆମ ଓଡ଼ିଆ ଜାତିର ଗର୍ବ ଗୈାରବ , ବିଶ୍ବ ମେଧା ପତାକା ଉତ୍ତୋଳକ କବିରାଜ ଜୟଦେବଙ୍କ ପବିତ୍ର ଜୟନ୍ତୀ । ତିଥି ସମ୍ପର୍କରେ ଅର୍ଥାତ୍ ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ସହିତ କୃତ୍ତିକା ବା ରୋହିଣୀ ନକ୍ଷତ୍ରଯୁକ୍ତ ହେଲେ ମହାଫଳ ପ୍ରାପ୍ତି ହୁଏ ବୋଲି ଛୋଟ ପିଲା ଦିନେ ଜେଜେ ମା ରେବତୀ ଦେବୀ ଙ୍କ ଠାରୁ ଜାଣିବାକୁ ପାଇଥିଲୁ । ଏହାକୁ ବ୍ରତ ରୂପେ ମଧ୍ୟ ପାଳନ କରାଯାଏ । ବ୍ରତୀମାନେ ଶୁଦ୍ଧକାଳରେ ଏହି ବ୍ରତକୁ ଆରମ୍ଭକରି ଆଠବର୍ଷରେ ଉଦ୍ଯାପନ କରନ୍ତି । ଏହିଦିନ ଜଳଦାନ କଲେ କି ପୁଣ୍ୟଫଳ ମିଳେ । ଏ ସଂପର୍କରେ ଚମତ୍କାର ଉପାଖ୍ୟାନଟି ନିମ୍ନ ରେ ଏହିପରି- "ପୁରାକାଳରେ ଜଣେ ପାପୀ ବ୍ରାହ୍ମଣ ଥିଲେ । ସେ ତାଙ୍କ ଜୀବନରେ କିଛି ଦାନ ଧର୍ମକାର୍ଯ୍ୟ କରି ନଥିଲେ । ଥରେ ତାଙ୍କ ଗୃହକୁ ଅନ୍ୟ ଜଣେ ତୃଷାର୍ତ୍ତ ବ୍ରାହ୍ମଣ ଆସି ଜଳଭିକ୍ଷା କଲେ । ପାପୀ ବ୍ରାହ୍ମଣ ତାଙ୍କୁ ଜଳ ନଦେଇ ନିଷ୍ଠୁର ଭାବେ ଗୃହରୁ ବିତାଡିତ କଲା ସମୟରେ ସୁଶିଳା ନାମ୍ନୀ ତାଙ୍କ ସ୍ତ୍ରୀ ଆସି ସ୍ୱାମୀକୁ ସେ କାର୍ଯ୍ୟରୁ ନିବୃତ୍ତ କଲେ ଓ ତୃଷାର୍ତ୍ତକୁ ଜଳଦାନ କଲେ । କିଛି ବର୍ଷ ପରେ ପାପୀ ବ୍ରାହ୍ମଣଙ୍କର ମୃତ୍ୟୁ ହେଲା । ଯମଦୂତମାନେ ଆସି ତାଙ୍କୁ ବାନ୍ଧି ନେଇଗଲେ । ଯମପୁରୀରେ ଥାଇ ଥରେ ସେ ତୃଷାର୍ତ୍ତ ହୋଇ ଯମଦୂତଙ୍କୁ ଜଳଭିକ୍ଷା କଲେ। ଯମଦୂତମାନେ ତାହାକୁ ତିରଷ୍କାର କରି କହିଲେ- ନିଜ ଜୀବନରେ କେବେ ଜଳଦାନ ନକରି ଜଳଭିକ୍ଷା କରୁଛୁ କିପରି, ପାପୀ ? ଏହି ସମୟରେ ସ୍ୱୟଂ ଯମରାଜ ସେଠାରେ ପହଞ୍ଚି ସ୍ୱହସ୍ତରେ ସେ ବ୍ରାହ୍ମଣକୁ ଜଳଦାନ କଲେ । ଦୂତମାନେ ଆଶ୍ଚର୍ଯ୍ୟ ହୋଇ ଏହାର କାରଣ ପଚାରିବାରୁ ଯମରାଜ କହିଲେ – ଏହି ବ୍ରାହ୍ମଣ ସାରା ଜୀବନ ପାପକର୍ମ କରିଥିଲେ ସୁଦ୍ଧା ଅକ୍ଷୟତୃତୀୟା ଦିନ ଏହାର ସ୍ତ୍ରୀ ତୃଷାର୍ତ୍ତ ବ୍ରାହ୍ମଣକୁ ଜଳଦାନ କରିଥିଲା । ସ୍ତ୍ରୀର ସେହି ପୁଣ୍ୟବଳରୁ ଏହାର ପାପ ଖଣ୍ଡନ ହୋଇଛି । ତେଣୁ ଏହାର ଆଉ ନର୍କଭୋଗ ଯୋଗ ନାହିଁ । ମହର୍ଷି ଜନକ ଭାରତୀୟ କୃଷିଜୀବୀ କୁଳର ପ୍ରତିନିଧି ରୂପେ ନିଜେ ଭୂମିପୂଜା କରି ବୀଜବପନ କରୁଥିଲେ । ଭୂମିକର୍ଷଣ ସମୟରେ ସେ ସୀତାଙ୍କୁ ଲାଭ କରିଥିବାରୁ ଋକ୍ ବେଦରେ ସୀତା ଉତ୍କୃଷ୍ଟ ବୀଜଦାତ୍ରୀ ରୂପେ ବର୍ଣ୍ଣିତ ହୋଇଛନ୍ତି । ବୈଦିକ ଋଷିମାନେ ଅକ୍ଷୟ ଶସ୍ୟ ପ୍ରଦାନ କରିବା କାମନାରେ ସୀତାଙ୍କୁ ସ୍ତୁତି କରିଛନ୍ତି । ଆଗ୍ନେୟ ପୁରାଣ, ବିଷ୍ଣୁ ଧର୍ମୋତ୍ତର ପୁରାଣ ଓ ଭବିଷ୍ୟ ପୁରାଣାଦିରେ ଅକ୍ଷୟ ତୃତୀୟାକୁ ଗୋଟିଏ ପ୍ରଶସ୍ତ ଶୁଭଦିନ ରୂପେ ବର୍ଣ୍ଣନା କରାଯାଉଛି ।ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟଯେ ବୀଜ ବପନ ବା ମଞ୍ଜି ବୁଣା ଅନୁକୂଳ ଦିବସ କେଉଁ ଅନାଦି ଅନନ୍ତ କାଳରୁ ଓଡ଼ିଆମାନେ ଅକ୍ଷିମୁଠି ତିଥି ପାଳନ କରି ଆସୁଛନ୍ତି । ଏଠାରେ ପୁନଃ ଉଲ୍ଲେଖଯୋଗ୍ୟ ଯେ ବୈଦିକ ସଭ୍ୟତା କୃଷିଭିତ୍ତିକ ଥିଲା । ତ୍ରେତୟା ସଂହିତାରୁ ଜଣାଯାଏ ଯେ କୃଷି କାର୍ଯ୍ୟକ୍ରମକୁ ଆର୍ଯ୍ୟମାନେ ଚାରି ଭାଗରେ ବିଭକ୍ତ କରିଥିଲେ, ଯଥା କ୍ରଷନ୍ତଃ, ବପନ୍ତଃ, ଲୁନନ୍ତଃ ଓ ମିତାନ୍ତଃ , ଅର୍ଥାତ୍ କୃଷି କ୍ଷେତ୍ରକୁ ପ୍ରସ୍ତୁତ କରିବା ,ବୀଜ ବପନ ବା ମଞ୍ଜି ବୁଣା,ଫସଲ ଉତ୍ପାଦନ ଓ ଅମଳ ।
ଏହି ତିଥିରେ ଶ୍ରୀଜୀଉମାନଙ୍କର ରଥନିର୍ମାଣ ପାଇଁ ଅନୁକୂଳ କରାଯାଏ । ତନ୍ତ୍ରବିଧି ଅନୁସାରେ ମହାକାଳୀ ମନ୍ତ୍ରରେ ପୂଜିତ କୁରାଢି ଲଗାଇ ବନଯୋଗହୋମର ଆଚାର୍ଯ୍ୟ ତଥା ଦେଉଳ ପୁରୋହିତ ରଥନିର୍ମାଣର ଶୁଭାରମ୍ଭ କରିଥାନ୍ତି । ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ ପାଇଁ ଉଦ୍ଦିଷ୍ଟ ଗୋଟିଏ ଧଉରା କାଠ ଗଣ୍ଡିରେ କୁରାଢି ସ୍ପର୍ଶ କରାଯାଇଥାଏ । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ଚନ୍ଦନଠାକୁରଙ୍କ ସହ ପଟୁଆରରେ ରଥଖଳାକୁ ଆସିଥାଏ । ଏହାକୁ ତିନିଜଣ ପୂଜାପଣ୍ଡା ଆଣିଥାନ୍ତି । ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖସ୍ଥ ରଥଖଳାରେ ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ସ୍ତ୍ରୋତୀୟ ବ୍ରାହ୍ମଣମାନେ ବନଯୋଗ ପୂଜା ସମ୍ପାଦନା କରିବାର ବିଧି ରହିଛି । ରୂପକାର, କମାର, ଚିତ୍ରକର, ଭୋଇ, ଅମୀନସେବକମାନଙ୍କ ଉପସ୍ଥିତିରେ ବିଶ୍ୱକର୍ମାଙ୍କ ଶାଢୀବନ୍ଧା ନୀତି ପାଳିତ ହୁଏ । ରଥ ସଂହିତା ଓ ଶିଳ୍ପଶାସ୍ତ୍ର ଅବଲମ୍ବନରେ ରଥ ନିର୍ମାଣ କରାଯାଏ । ଏଥିରେ ୧୧୩୯ ଖଣ୍ଡ କାଠଲାଗିଥାଏ । ସେହି କାଠଗୁଡିକ ହେଲା ଫାସି, ଅସନ, ଧଉରା, ଶିମିଳି, ପାଳଧୂଆ, ମହାନିମ୍ବ, ଗମ୍ଭାରୀ, ମଇ, କଦମ୍ବ, ଦେବଦାରୁ ଇତ୍ୟାଦି । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର କର୍ମଚାରୀ ରଥଖଳାରେ ଉପସ୍ଥିତ ରହି ଏହି କାର୍ଯ୍ୟ ସୁରୁଖୁରରେ ହେବାରେ ସାହାଯ୍ୟ କରିଥାନ୍ତି । ବାହାର ଚନ୍ଦନ ଯାତ୍ରାର ଶେଷଦିନ ରଥ ଅଖରେ ଚକ ଲାଗେ । ବୈଶାଖ, ଶୁକ୍ଳ ତୃତୀୟା କୁ ଅକ୍ଷୟ ତୃତୀୟା ଭାବେ ପରିଚିତ । ଏହି ଦିନକୁ ଔପଚାରିକ ଭାବେ ସରକାରୀ ସ୍ତରରେ କୃଷକ ଦିବସ ରୂପେ ପାଳନ କରାଯାଏ । କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି । କୃଷକ ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି (ଅକ୍ଷୟମୁଠି) ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାଏ । ଆମର ମନେ ଅଛି ବାବା( ପୋଷ୍ୟପିତା ପଣ୍ଡିତ ଜଗନ୍ନାଥ ଶତପଥୀ) ଙ୍କ ସହ ଆମେ ଗାଧୋଇ, ନୂଆ ଗାମୁଛା ପିନ୍ଧି ପାଣି ଢାଳ ଧରି ମହାବିଦ୍ୟାଳୟ ର ଛାତ୍ର ହେବା ପର୍ଯ୍ୟନ୍ତ ଯାଉଥିଲୁ । ସେହିପରି ଏହାକୁ ଶୁଭଦିନ ଭାବେ ମନେକରି ଏହିଦିନ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମ ଅନୁଷ୍ଠିତ ହୁଏ । ଚାଷୀ ନିଜ ସ୍ତ୍ରୀଙ୍କ ଠାରୁ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନ ପୂର୍ଣ୍ଣ ନୂଆ ଗଉଣି କୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳ ଲଙ୍ଗଳ ଧରି କ୍ଷେତକୁ ଯାଏ । ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗ ଦେଇ ଉକ୍ତ ନୈବେଦ୍ୟ କିଆରୀର ଈଶାଣ କୋଣରେ ପୋତି ହଳ ବୁଲାଏ ଓ ମୁଠାମୁଠା ବିହନ କିଆରୀରେ ବୁଣେ । ଏହାକୁ ଅକ୍ଷିମୁଠି କହନ୍ତି । ସଧବା ମହିଳାମାନେ ଆଜି ‘ଷଠିଦେବୀ’ଙ୍କ ପୂଜା କରିଥାନ୍ତି । ଆଜି ଠାରୁ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା ଆରମ୍ଭ ହୁଏ । ଏତଦବ୍ୟତୀତ ଓଡ଼ିଶାର ଅନ୍ୟ ସ୍ଥାନରେ ମଧ୍ୟ ଚନ୍ଦନ ଯାତ୍ରା ପାଳନ କରାଯାଏ । ଚନ୍ଦନଯାତ୍ରା ଶ୍ରୀମନ୍ଦିରରେ ସବୁଠୁ ଅଧିକ ଦିନ ଧରି ପାଳିତ ହେଉଥିବା ଏକ ପର୍ବ । ଏହା ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ (ସ୍ନାନପୂର୍ଣ୍ଣିମାର ପୂର୍ବଦିନ) ପର୍ଯ୍ୟନ୍ତ ମୋଟ ୪୨ ଦିନ ଧରି ଅନୁଷ୍ଠିତ ହୋଇଥାଏ । ଏହା ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ କୃଷ୍ଣ ଅଷ୍ଟମୀ ପର୍ଯ୍ୟନ୍ତ ୨୧ଦିନ ନରେନ୍ଦ୍ର ପୁଷ୍କରଣୀରେ ବାହାର ଚନ୍ଦନଯାତ୍ରା ରୂପେ ଓ ପରବର୍ତ୍ତୀ ୨୧ଦିନ (ଜ୍ୟୈଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ) ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭିତର ଚନ୍ଦନ ରୂପେ ପାଳିତ ହେଵା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ପାଇଁ ଉଦ୍ଧିଷ୍ଟ ରଥ ନିର୍ମାଣ ଆରମ୍ଭ ହୁଏ । ସେହିପରି ଆଜି ଭଗବାନ ପର୍ଶୁରାମଙ୍କ ପବିତ୍ର ଜନ୍ମତିଥି ।
"ଅଗ୍ରତଃ ଚର୍ତୁର୍ବେଦାଃ ପୃଷ୍ଠତ଼ଃ ସଶରଂଧନୁଃ
ଇଦଂ ଵ୍ରାହ୍ମାଂ ଇଦଂକ୍ଷାତ୍ରଂ ଶାପାଦପୀ ଶରାଦପୀ । ଆଜି ବୈଶାଖ ଶୁକ୍ଳ ତୃତୀୟା,
ଶାସ୍ତ୍ରାନୁସାରେ ବିଷ୍ଣୁଙ୍କ ଷଷ୍ଠ ଅବତାର
ଭଗବାନ ପର୍ଶୁରାମଙ୍କ ପବିତ୍ର ଜନ୍ମତିଥି ଭାବେ କେଉଁ ଅନାଦି ଅନନ୍ତ କାଳରୁ ପାଳିତ ଓ ପୂଜିତ ହୋଇ ଆସୁଛି । ଓଁ ଜମଦଗ୍ନାୟ ବିଦ୍ମୋହେ ,ମହାବୀରାୟଧୀମହି,ତନ୍ନୋ ପରଶୁରାମ ପ୍ରଚୋଦୟାତ " । ପୁରାଣ ଶାସ୍ତ୍ର ଅନୁସାରେ ଭଗବାନ ପର୍ଶୁରାମ
ଚିରଞ୍ଜୀବୀ ଓ ସେ କଳି ଯୁଗ ଶେଷରେ ବିଷ୍ଣୁଙ୍କ ଦଶମ ଏବଂ ଶେଷ ଅବତାର କଳ୍କୀଙ୍କର ଗୁରୁ ଭାବେ ଅବତରିବେ ବୋଲି ବିଶ୍ୱାସ ରହିଛି। ଆକ୍ରମଣ, ଯୁଦ୍ଧ ଓ ବୀରତ୍ୱ ପ୍ରଦର୍ଶନ ସହ ଶାନ୍ତି, ଜ୍ଞାନ ଏବଂ ଧୈର୍ଯ୍ୟ ଭଳି ଅନେକ ଗୁଣ ଧାରଣ କରିଥିଲେ ଭଗବାନ ପର୍ଶୁରାମ। ଯେତେବେଳେ ପୃଥିବୀରେ ଅତ୍ୟଧିକ ପାପ ବୃଦ୍ଧି ହେଲା, ସେତେବେଳେ ବିଷ୍ଣୁଙ୍କର ପୃଥିବୀ ପୃଷ୍ଠରେ ପର୍ଶୁରାମ ଅବତାର ନେବା ପାଇଁ ପୂର୍ବରୁ ଭବିଷ୍ୟବାଣୀ କରାଯାଇଥିଲା । ଅସ୍ତ୍ରଶସ୍ତ୍ର ଓ କ୍ଷମତା ଯୋଗୁଁ କ୍ଷତ୍ରିୟମାନେ ସେମାନଙ୍କର କ୍ଷମତାର ଅପବ୍ୟବହାର କରିବା, ଅନ୍ୟର ଜିନିଷକୁ ବଳପୂର୍ବକ ଗ୍ରହଣ କରିବା ଏବଂ ଲୋକଙ୍କୁ ଅତ୍ୟାଚାର କରିବା ଆରମ୍ଭ କରି ଦେଇଥିଲେ । ପର୍ଶୁରାମ ଏହି କ୍ଷତ୍ରୀୟ ଯୋଦ୍ଧାମାନଙ୍କୁ ବିନାଶ କରି ବ୍ରହ୍ମାଣ୍ଡର ସନ୍ତୁଳନ ରକ୍ଷା କଲେ । ତାଙ୍କୁ କେତେକ ହିନ୍ଦୁ ଗ୍ରନ୍ଥରେ ରାମ ଜମାଦାଗ୍ନ୍ୟ, ରାମ ଭାର୍ଗବ ଏବଂ ବୀରରାମ ମଧ୍ୟ କୁହାଯାଏ। ପରଶୁରାମ ଭୀଷ୍ମ, ଦ୍ରୋଣାଚାର୍ଯ୍ୟ ଏବଂ କର୍ଣ୍ଣ ଆଦିଙ୍କର ମଧ୍ୟ ଗୁରୁ ଥିଲେ।ହିନ୍ଦୁ କିମ୍ବଦନ୍ତୀ ଅନୁଯାୟୀ, ପରଶୁରାମ ବ୍ରାହ୍ମଣ ଋଷି ଯମଦଗ୍ନି ଏବଂ ତାଙ୍କ କ୍ଷତ୍ରିୟ ପତ୍ନୀ ରେଣୁକାଙ୍କ ଏକ କୁଡ଼ିଆରେ ରହୁଥିଲେ। ତାଙ୍କର ଜନ୍ମସ୍ଥାନ ମଧ୍ୟପ୍ରଦେଶର ଇନ୍ଦୋରର ଜନପାଭ ପାହାଡ ଉପରେ ଅଛି ବୋଲି ବିଶ୍ୱାସ କରାଯାଏ। ପାହାଡ ଉପରେ ଏକ ଶିବ ମନ୍ଦିର ଅଛି ଯେଉଁଠାରେ ପରଶୁରାମ ଭଗବାନ ଶିବଙ୍କୁ ପୂଜା କରିଥିବାର ବିଶ୍ୱାସ କରାଯାଏ, ଆଶ୍ରମ (ଆବି) ତାଙ୍କ ପିତାଙ୍କ ନାମରେ ଯମଦଗ୍ନି ଆଶ୍ରମ ନାମରେ ଜଣାଶୁଣା । ଏହି ଜାଗାରେ ଏକ ପୋଖରୀ ମଧ୍ୟ ଅଛି ଯାହା ରାଜ୍ୟ ସରକାରଙ୍କଦ୍ୱାରା ପୁନରୁଦ୍ଧାର କରାଯାଉଛି । ସେମାନଙ୍କର ସୁରଭି (ଗାଈ କାମଧେନୁଙ୍କ କନ୍ୟା) ନାମକ ଏକ ସ୍ୱର୍ଗୀୟ ଗାଈ ଥିଲା ଯାହା ସେମାନେ ଯାହା ଇଚ୍ଛା କରୁଥିଲେ ସେ ତାହା ପୂରଣ କରୁଥିଲେ । କାର୍ତ୍ତବୀର୍ଯ୍ୟ ଅର୍ଜୁନ ନାମକ ଜଣେ ରାଜା ଏହା ବିଷୟରେ ଜାଣିବା ପରେ ଉକ୍ତ ଗାଭୀକୁ ନେବାକୁ ଚାହିଁଲେ । ସେ ଯମଦଗ୍ନିଙ୍କଠାରେ ନିଜର ଇଚ୍ଛା ପ୍ରକାଶ କଲେ, କିନ୍ତୁ,ଋଷି ମନା କରିଦେଲେ । ପରଶୁରାମ କୁଟୀରଠାରୁ ଦୂରରେ ଥିବାବେଳେ ରାଜା ଏହାକୁ ବଳପୂର୍ବକ ନେଇଗଲେ। ପରଶୁରାମ ଏହି ଘଟଣା ଜାଣିବା ପରେ କ୍ରୋଧିତ ହେଲେ । ହାତରେ କୁରାଢ଼ି ଧରି ସେ ରାଜାଙ୍କୁ ଯୁଦ୍ଧ କରିବାକୁ ଆହ୍ୱାନ କଲେ ଓ ଯୁଦ୍ଧକରି ପରଶୁରାମ ରାଜାଙ୍କୁ ହତ୍ୟା କଲେ। କ୍ଷେତ୍ରିୟମାନେ ତାଙ୍କୁ ଯୁଦ୍ଧ କରିବାକୁ ଆହ୍ୱାନ କଲେ ଏବଂ ସେ ତାଙ୍କର ସମସ୍ତ ପ୍ରତିପକ୍ଷଙ୍କୁ ହତ୍ୟା କଲେ । କିଛି କିମ୍ବଦନ୍ତୀରେ, ତାଙ୍କର ବିଜୟପୂର୍ବକ ଯୁଦ୍ଧ ଅଭିଯାନ ପରେ, ପରଶୁରାମା ସୁରଭି ଗାଈ ସହିତ ତାଙ୍କ ପିତାଙ୍କ ନିକଟକୁ ଫେରି ଆସିଥିଲେ ଏବଂ ତାଙ୍କୁ ଯୁଦ୍ଧ ବିଷୟରେ କହିଥିଲେ। ଋଷି ପରଶୁରାମଙ୍କୁ ଅଭିନନ୍ଦନ ଜଣାଇଲେ ନାହିଁ, କିନ୍ତୁ ତାଙ୍କୁ ତାଗିଦ୍ କରି କହିଲେ ଯେ, ଜଣେ ବ୍ରାହ୍ମଣ ଜଣେ ରାଜାଙ୍କୁ ହତ୍ୟା କରିବା ଉଚିତ୍ ନୁହେଁ। ତୀର୍ଥଯାତ୍ରାରେ ଯାଇ ତାଙ୍କ ପାପର କ୍ଷମା କରିବାକୁ ସେ କହିଛନ୍ତି। ପରଶୁରାମ ତୀର୍ଥଯାତ୍ରାରୁ ଫେରିବା ପରେ ଜାଣିବାକୁ ପାଇଲେ ଯେ ସେ ଦୂରରେ ଥିବାବେଳେ ପ୍ରତିଶୋଧ ନେବାକୁ ଚାହୁଁଥିବା କ୍ଷେତ୍ରିୟମାନେ ତାଙ୍କ ପିତାଙ୍କୁ ହତ୍ୟା କରିଥିଲେ। ପରଶୁରାମ ପୁନର୍ବାର କୁରାଢ଼ି ଉଠାଇ ପ୍ରତିଶୋଧରେ ଅନେକ ଯୋଦ୍ଧାଙ୍କୁ ହତ୍ୟା କଲେ। ଶେଷରେ, ସେ ଅସ୍ତ୍ର ଛାଡି ତପସ୍ୱୀ ଜୀବନ ଗ୍ରହଣ କଲେ ।
ଭୌଗୋଳିକ ଏବଂ ସାଂସ୍କୃତିକ ଦୃଷ୍ଟିରୁ ପଶ୍ଚିମ ଉପକୂଳର ଉତ୍ପତ୍ତି ସମ୍ବନ୍ଧରେ ଏକ ଜନଶୃତି ରହିଛି | କିମ୍ବଦନ୍ତୀରେ ବର୍ଣ୍ଣିତ ରହିଛି ଯେ, ସମୁଦ୍ରରୁ ପଶ୍ଚିମ ଉପକୂଳର ଉତ୍ପତ୍ତି ପର୍ଶୁରାମଙ୍କଦ୍ୱାରା ହୋଇଛି । ମହାବିଷ୍ଣୁଙ୍କ ଅବତାର ପର୍ଶୁରାମ ତାଙ୍କ ଅସ୍ତ୍ର କୁରାଢ଼ୀକୁ ସମୁଦ୍ରରେ ଫିଙ୍ଗିଥିଲେ। ଫଳସ୍ୱରୂପ, ପଶ୍ଚିମ ଉପକୂଳର ଭୂମି ସମୁଦ୍ରରୁ ଉତ୍ପନ୍ନ ହେଲା । ଯେଉଁ ସ୍ଥାନରୁ ସେ କୁରାଢ଼ୀ ନିକ୍ଷେପ କରିଥିଲେ(କିମ୍ବା ତୀର ନିକ୍ଷେପ କରିଥିଲେ), ତାହା ମହାରାଷ୍ଟ୍ରର ନାଶିକ୍ ଜିଲ୍ଲାର ବାଗଲାନ୍ ତାଲୁକାରେ ଥିବା ସାଲହର୍ ଦୁର୍ଗ (ମହାରାଷ୍ଟ୍ରର ଦ୍ୱିତୀୟ ସର୍ବୋଚ୍ଚ ଶିଖର ଏବଂ ସର୍ବୋଚ୍ଚ ଦୁର୍ଗ) ଉପରେ ଅଛି। ପର୍ଶୁରାମଙ୍କୁ ଉତ୍ସର୍ଗୀକୃତ ଏହି ଦୁର୍ଗର ଶିଖରରେ ଏକ ମନ୍ଦିର ଅଛି ଏବଂ ପଥରରେ ପାଦ ଛାପ ସାଧାରଣ ମଣିଷଠାରୁ ୪ ଗୁଣ ଅଧିକ । ଏହି ଦୁର୍ଗର ନିମ୍ନରେ ଥିବା ମାଳଭୂମି ଉପରେ ପର୍ଶୁରାମଙ୍କ ମାତା ରେଣୁକାଙ୍କର ଏକ ମନ୍ଦିର ଅଛି ଏବଂ ଏକ ବଡ଼ ପୋଖରୀ କୂଳରେ ଯଜ୍ଞକୁଣ୍ଡ ସହିତ ଶାମିଆନା(ଛାଉଣୀ)କୁ ଖମ୍ବ ସହିତ ବାନ୍ଧିବା ପାଇଁ ଗର୍ତ୍ତସବୁ ରହିଛି | ବର୍ତ୍ତମାନର ଗୋଆ (କିମ୍ବା ଗୋମନ୍ତକ), ଯାହାକି କୋଙ୍କଣର ଏକ ଅଂଶ, ଦକ୍ଷିଣ ଗୋଆ ଜିଲ୍ଲାର କାନାକୋନାରେ ପ୍ରଭୁ ପର୍ଶୁରାମଙ୍କୁ ଉତ୍ସର୍ଗୀକୃତ ଏକ ମନ୍ଦିର ଅଛି |
ବିଷ୍ଣୁଧର୍ମୋତ୍ତର ପୁରାଣ ଏବଂ ରୂପମଣ୍ଡାନା ପରି ହିନ୍ଦୁ ସାହିତ୍ୟରେ ପର୍ଶୁରାମଙ୍କ ପ୍ରତିକୃତିରେ,ସେ ଜଣେ ଜଟାଧାରୀ, ଦୁଇହାତ ବିଶିଷ୍ଟ ଓ ଏକ କୁରାଢ଼ୀ ଧାରଣ କରିଥିବା ବର୍ଣ୍ଣନା କରାଯାଇଛି। କିନ୍ତୁ, ଅଗ୍ନି ପୁରାଣରେ କୁରାଢ଼ୀ, ଧନୁ, ତୀର ଏବଂ ଖଣ୍ଡା ଚାରି ହାତରେ ଧାରଣ କରିଥିବା ଚିତ୍ରଣ କରେ । ଭଗବତ ପୁରାଣରେ ତାଙ୍କୁ ଚାରି ହାତଥିବା ଦର୍ଶାଯାଇଛି,ସେ କୁରାଢ଼ୀ, ଧନୁ, ତୀର ଏବଂ ଢାଲ ଧରି ଯୋଦ୍ଧା ଭଳି ଉଭା ହୋଇଛନ୍ତି । ସେ ଜଣେ ଯୋଦ୍ଧା। କିନ୍ତୁ, ମନ୍ଦିର ଗାତ୍ରରେ ଯୁଦ୍ଧ ଦୃଶାବଳୀ ସହିତ ତାଙ୍କୁ ପ୍ରଦର୍ଶନ କରାଯିବା ବିରଳ ଅଟେ (କିନ୍ତୁ,ବସୋହଲି ମନ୍ଦିରରେ ଏହା ଏକ ବ୍ୟତିକ୍ରମ) । ସାଧାରଣତଃ, ତାଙ୍କୁ ଦୁଇ ହାତରେ ଏବଂ ଡାହାଣ ହାତରେ କୁରାଢ଼ୀ ଧରି ବସିଥବା କିମ୍ବା ଠିଆ ହେବା ଦେଖାଯାଏ । ଓଡ଼ିଶାର ଦକ୍ଷିଣାଞ୍ଚଳରେ ପରଶୁରାମ ଗୋତ୍ରୀ ବ୍ରାହ୍ମଣମାନେ ବସବାସ କରନ୍ତି । ସେମାନେ ଅଧିକାଂଶ ସମୟରେ ଭିକ୍ଷାନ୍ନ ଉପରେ ନିର୍ଭର କରି ଜୀବିକା ନିର୍ବାହ କରନ୍ତି । ତେବେ ସେମାନେ ସାଧାରଣ ଭିକ୍ଷୁକ ବା ଯୋଗୀ ଭିକାରି ପରି ଭିକ୍ଷା ମାଗନ୍ତି ନାହିଁ । ଦୁଇଜଣ ଏକାଠି ଆସନ୍ତି । ଜଣେ ରାମ ବେଶରେ ଆଉ ଜଣେ ପରଶୁରାମ ବେଶରେ ଆସନ୍ତି । ରାମଙ୍କ ହାତରେ ଥାଏ ଧନୁଶର ଓ ପରଶୁରାମଙ୍କ ହାତରେ ଥାଏ ପରଶୁ କୁଠାର । ଗ୍ରାମର ବା ସାହିର ଦୁଇମୁଣ୍ଡରୁ ଦୁଇଜଣ ପ୍ରବେଶ କରନ୍ତି । ଯେଉଁଠାରେ ଭେଟହୁଏ ସେଠାରେ ଯୁଦ୍ଧର ଆହ୍ୱାନ ଭଳି ଅଭିନୟ କରନ୍ତି । ଦୁଇଜଣଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଚାଲେ । ଶେଷରେ ପରଶୁରାମ ବେଶଧାରୀ ଭିକ୍ଷୁ ହାରିଯାଇ ଶ୍ରୀରାମ ବେଶଧାରୀ ଭିକ୍ଷୁଙ୍କ ନିକଟରେ ଶରଣ ପଶନ୍ତି । ଏହି ଦୃଶ୍ୟ ଦେଖିବାକୁ ବହୁଲୋକ ରୁଣ୍ଡ ହୁଅନ୍ତି । ସେମାନେ ରାମ ଓ ପରଶୁରାମ ବେଶଧାରୀ ବ୍ରାହ୍ମଣଙ୍କୁ ଭିକ୍ଷା ଦିଅନ୍ତି । ଦୁଇଜଣଙ୍କ ହାତରେ ଲାଉତୁମ୍ବାର ପାତ୍ର ଥାଏ । ଏଥିରେ ସୁନ୍ଦର ଦଶାବତାର ଚିତ୍ର ଅଙ୍କିତ ହୋଇଥାଏ । ଦୁହେଁ ମୁଣ୍ଡରେ ଖିଡ଼୍କୀ ପାଗ ଓ ଚିତା ପୋଷାକ ପିନ୍ଧିଥାନ୍ତି । ପରଶୁରାମଙ୍କ ଜଙ୍ଘରେ ଗୋଟିଏ ଘିର ବନ୍ଧା ହୋଇଥାଏ । କଥିତ ଅଛି ପରଶୁରାମ ପୃଥିବୀରୁ ଏକବିଂଶବାର କ୍ଷତ୍ରିୟଙ୍କୁ ନିପାତ କରିବା ସମୟରେ ଜାନୁରେ ଘଣ୍ଟି ବାନ୍ଧିଥିଲେ । ସେହି ଘିର ଶବ୍ଦ ଶୁଣିଲେ ଶତ୍ରୁମାନେ ଭୟରେ ଶିହରୀ ଉଠୁଥିଲେ । ତେଣୁ ତାଙ୍କୁ ଜାନୁଘଣ୍ଟ ପରଶୁରାମ କୁହାଯାଉଥିଲା । ଏହି ପରମ୍ପରାର ଜାନୁଘଣ୍ଟ ପରଶୁରାମ ଭିକ୍ଷୁକ କ୍ଷତ୍ରିୟୋଚିତ ସ୍ୱାଭିମାନ ନେଇ କାହାକୁ କିଛି ମାଗନ୍ତି ନାହିଁ । କାହା ଦୁଆରେ ଛିଡ଼ା ହୁଅନ୍ତି ନାହିଁ । କାହାରି ଛାତ ତଳକୁ ଯାଆନ୍ତି ନାହିଁ । ଗାଁଗହଳରେ ଏମାନଙ୍କୁ ଜାନୁଘଣ୍ଟିଆ କୁହାଯାଏ ।ଠିକ୍ ସେହିପରି ଆଜି କବିରାଜ ଜୟଦେବ ଙ୍କ ପବିତ୍ର ଜୟନ୍ତୀ । ୧୮୦୩ ମସିହାରୁ ଇଷ୍ଟ ଇଣ୍ଡିଆ କମ୍ପାନୀ ଶାସନ ସମୟରୁ ସେମାନଙ୍କ ବଚସ୍କର ଭଗାରି ଜାତିର ଦାୟାଦ ମାନେ ସକଳ ଚକ୍ରାନ୍ତ କରି ଓଡିଆ ଙ୍କ କୀର୍ତ୍ତି ଓ କୃତି ଶ୍ରେୟକୁ ସେମାନଙ୍କର ବୋଲି ସାବ୍ୟସ୍ତ କରି ଚାଲିଲେ ଏବଂ ଯାହା ସେମାନଙ୍କର ଅପକୀର୍ତ୍ତି , ତାହା ଓଡ଼ିଆଙ୍କର ବୋଲି ମିଥ୍ୟା ତଥା କପୋଳକଳ୍ପିତ କାହାଣୀକୁ ତଥ୍ୟ ରୂପାନ୍ତରିତ କରି ସାବ୍ୟସ୍ତ କରିବାରେ ସଫଳତା ପାଇଲେ । ଯେପରି ସତ୍ୟ, ତ୍ରେତୟା ଓ ଦ୍ଵାପର ଯୁଗରୁ ୧୮୮୫ ପର୍ଯ୍ୟନ୍ତ ଆମର ଗର୍ବିତ ଇତିହାସ ସିଦ୍ଧ " ମହୋଦଧି" ବା କଳିଙ୍ଗ ସାଗରର ନାମ ପରିବର୍ତ୍ତନ କରି ବଙ୍ଗୋପସାଗରରେ ରୂପାନ୍ତରିତ କରିଦେଲେ , ଠିକ୍ ସେହିପରି ବିଶ୍ବ ବିଖ୍ୟାତ କବିରାଜ ଜୟଦେବ ଙ୍କ ଜନ୍ମସ୍ଥାନ ଓ ପରିଚିତି ଅପହରଣର ଶେଷ ପ୍ରଚେଷ୍ଟା ଥିଲା ୧୯୯୨ ମସିହା, ଫେବୃଆରୀ ୩ ତାରିଖ , ଶନିବାର , ରାତି ସାଢ଼େ ଆଠ ଘଟିକା ଏଵଂ ମାଧ୍ୟମ ଥିଲା ଦୂରଦର୍ଶନ (୨) ବା ଡିଡି -୨ ର ଜନପ୍ରିୟ କାର୍ଯ୍ୟକ୍ରମ " ତାନାବାନା" । ସେତେବେଳେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ
ଅଜିତ କୁମାର ପାଞ୍ଜା, ପ୍ରସାର ଭାରତୀ ନିର୍ଦ୍ଦେଶକ ଭାସ୍କର ଘୋଷ , ଘୋଷଣା ସିଦ୍ଧାର୍ଥ ବସୁ । ଏହି ତିନି ଜଣ ବଙ୍ଗୀୟ ବ୍ୟକ୍ତିଙ୍କ ଚକ୍ରାନ୍ତ ଆଧାରରେ ଘୋଷିତ ହେଲା ଯେ କବିରାଜ ଜୟଦେବ ଜଣେ ବଙ୍ଗୀୟ କବି । ଏହା ବିରୋଧ ରେ ଆମର ଆନ୍ଦୋଳନ, କାରାବରଣର ଇତିହାସ ବ୍ୟାପକ । ଆମେ ସଫଳତା ଲାଭ କଲୁ ଏବଂ ସେତେବେଳେର ଶାସନକଳର ପ୍ରକୃତ ମଙ୍ଗୁଆଳ , ଶାସକ ଦଳର ମୁଣ୍ଡ, ତୁଣ୍ଡ, ମାର୍ଗଦର୍ଶକ ଆଦି ବହୁବିଧ ବିଶେଷଣରେ ବିଭୂଷିତ ପ୍ୟାରୀମୋହନ ମହାପାତ୍ରଙ୍କ ଉପସ୍ଥିତି ରେ ବଙ୍ଗୀୟ ଐତିହାସିକ ଓ ଗବେଷକ ମାନେ ସେତେବେଳେର ସଂସ୍କୃତି ବିଶ୍ୱବିଦ୍ୟାଳୟର ପ୍ରେକ୍ଷାଳୟରେ ସ୍ବୀକାର କଲେ ଯେ କବିରାଜ ଜୟଦେବ ଜଣେ ଓଡିଆ କବି । ଏହି ସଂଗ୍ରାମର ଇତିହାସ ବ୍ୟାପକ ଓ ଅନାଲୋଚିତ ।
ଅବିଭକ୍ତ ପୁରୀ ଜିଲ୍ଲା , ପିପିଲି ପ୍ରଗଣାର ୨୪ ତମ ଜନପଦ କେନ୍ଦୁବିଲ୍ୱ ବା କେନ୍ଦୁଲି ଶାସନ ଗ୍ରାମରେ ଜୟଦେବଙ୍କ ଜନ୍ମ । କବିରାଜ ଜୟଦେବଙ୍କ ରଚିତ ଗୀତଗୋବିନ୍ଦ ସଂସ୍କୃତ ସାହିତ୍ୟ ଏବଂ ଓଡ଼ିଶୀ ସଙ୍ଗୀତର ଏକ ଅମର କୃତି । ଏହା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବାରେ ପ୍ରତି ରାତ୍ର ବଡ଼ସିଂହାର ବେଳେ ଗାନ ବାଦନ ଓ ନୃତ୍ୟ କରାଯାଏ ।
ପ୍ରାଚୀନ କାଳରେ ଓଡ଼ିଆ ସାହିତ୍ୟ, ସଂସ୍କୃତି ଓ ସ୍ଥାପତ୍ୟ ଆଦି କ୍ଷେତ୍ରରେ ଯେଉଁ ଉତ୍କର୍ଷତା ପ୍ରତିପାଦିତ ହୋଇଥିଲା, ତା’ର ମୂଳରେ ଥିଲା ସଂସ୍କୃତ ସାହିତ୍ୟ। ସେହି ସଂସ୍କୃତ ସାହିତ୍ୟକୁ ଉତ୍କଳୀୟ ସଂସ୍କୃତ କବିର ସର୍ବଶ୍ରେଷ୍ଠ ଅବଦାନ ହେଉଛି ଶ୍ରୀ ଜୟଦେବଙ୍କ ‘ଗୀତଗୋବିନ୍ଦ’। ଦ୍ୱାଦଶ ଶତାବ୍ଦୀର କବି ଶ୍ରୀଜୟଦେବ। ଉତ୍କଳ ଭୂପତିଙ୍କ ସଭା ମଣ୍ଡନ କରୁଥିବା ସର୍ବଶ୍ରେଷ୍ଠ ପଣ୍ଡିତ। ସେ କେବଳ ବେଦଜ୍ଞ ପଣ୍ଡିତ ନୁହନ୍ତି, ଅଧିକନ୍ତୁ ଜଣେ ସଙ୍ଗୀତ ଓ ବାଦ୍ୟ ବିଶାରଦ। ଜୟଦେବଙ୍କ ‘ଗୀତଗୋବିନ୍ଦ’ ଭାରତୀୟ କାବ୍ୟ ପରମ୍ପରାର ଏକ ବିରାଟ ବିସ୍ମୟ। ଗୀତ, ନାଟ୍ୟ, ଭକ୍ତି, ପ୍ରେମ ଓ ଶୃଙ୍ଗାରର ଏକ ଅପୂର୍ବ ସମନ୍ବୟ। ବୈଷ୍ଣବୀୟ ଭାବ ସମ୍ବଳିତ ଏହି ଗୀତିକାବ୍ୟ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ପ୍ରତି କବି ଜୟଦେବଙ୍କ ଭକ୍ତିପୂତ ପୁଷ୍ପାଞ୍ଜଳି।
ରାଧାକୃଷ୍ଣଙ୍କ ଅପ୍ରାକୃତ ପ୍ରେମଲୀଳା ଭାବରେ ପର୍ଯ୍ୟବସିତ ଏହି କାବ୍ୟର କଳେବର ଅତ୍ୟନ୍ତ କ୍ଷୀଣ ହେଲେ ବି ଏହା ସଂସ୍କୃତ ସାହିତ୍ୟର ସର୍ବଶ୍ରେଷ୍ଠ ଗୀତିକାବ୍ୟ ରୂପେ ଗୃହୀତ, ପରିଚିତ ଓ ପ୍ରତିଷ୍ଠିତ। ୧୨ଟି ସର୍ଗ, ୨୪ଟି ଗୀତି ଓ ୭୨ଟି ଶ୍ଳୋକ ମଧ୍ୟରେ ସୀମିତ ଗୀତଗୋବିନ୍ଦର କାନ୍ତକୋମଳ ପଦାବଳୀ ତଥା ସୁଲଳିତ ଯମକପୂର୍ଣ୍ଣ ଭାଷା ଚାତୁର୍ଯ୍ୟରେ ଅଭିଭୂତ ହୁଅନ୍ତି ସଂସ୍କୃତ ସାହିତ୍ୟର ପଣ୍ଡିତମାନେ। ବିଶେଷକରି ବିଦଗ୍ଧଙ୍କୁ ମୁଗ୍ଧ କରେ ତା’ର ରାସକେଳି ଓ ଦଶାବତାର ପ୍ରସଙ୍ଗ ବର୍ଣ୍ଣନା।ଭକ୍ତ ଓ ଭଗବାନ୍ଙ୍କ ସମ୍ପର୍କର ସବୁଠାରୁ ଶୀର୍ଷ ରୂପକୁ ବୈଷ୍ଣବ ତତ୍ତ୍ୱବିତ୍ମାନେ ଆବିଷ୍କାର କରିଥିଲେ ପରକୀୟା ପ୍ରୀତିରେ। ସ୍ବାମୀ, ଶାଶୁ, ନଣନ୍ଦ ଆଦି ପରିବାରର ସମସ୍ତେ ଥାଇ ବି କୁଳବଧୂ ପଡ଼ୁଛି ପରପୁରୁଷ ପ୍ରେମରେ। ଜଣେ ନୁହେଁ, ଜଣେ ପୁରୁଷ ପ୍ରେମରେ ପଡ଼ିଛନ୍ତି ଅନେକ କୁଳବଧୂ। ଏକଥା ଜାଣି ସୁଦ୍ଧା କୁଳବଧୂଙ୍କ ଭିତରେ ପ୍ରତିଯୋଗିତା। ଈପ୍ସିତ ପୁରୁଷକୁ ପାଇବା ପାଇଁ ସମସ୍ତେ ବ୍ୟାକୁଳ। ଏମନ୍ତ ପ୍ରୀତିକୁ କୁହାଯାଏ ଭକ୍ତି-ପ୍ରେମଭକ୍ତି। ଏହି ପ୍ରେମଭକ୍ତିର ପ୍ରଚାର ପାଇଁ ସର୍ବଶ୍ରେଷ୍ଠ ମାଧ୍ୟମ ହେଉଛି ପ୍ରେମ ଭକ୍ତି ରସାଣିତ କାବ୍ୟ। ବିଶେଷକରି ରାଧାକୃଷ୍ଣଙ୍କ ପ୍ରେମକୁ- ଧର୍ମଶାସ୍ତ୍ରର ଆବେଷ୍ଟନିରୁ ମୁକ୍ତ କରି ଲୌକିକ, ପ୍ରାକୃତ, ସଂସ୍କୃତ ରସ ସାହିତ୍ୟର ଶୃଙ୍ଗାର ରସାମତ୍କ କାବ୍ୟଧାରା ସହିତ ଯୋଡ଼ିଦେଲେ କବିରାଜ ଜୟଦେବ। ଫଳରେ ପ୍ରଶସ୍ତ ହୋଇଗଲା ତା’ର ଭବିଷ୍ୟତ ପ୍ରସାର ଓ ପରିଣତିର ପଥ। ଗୀତଗୋବିନ୍ଦର ଏହି ମାଧୁର୍ଯ୍ୟକୁ ଦୃଷ୍ଟିରେ ରଖି ଆଲୋଚକମାନେ କୁହନ୍ତି- ରାଧାକୃଷ୍ଣ ପ୍ରେମଭକ୍ତି ମାର୍ଗ ସମ୍ପର୍କରେ ଏକ ସର୍ବକାଳୀନ ପ୍ରେରଣାର ଉତ୍ସ ହେଉଛି ଜୟଦେବଙ୍କ ‘ଗୀତଗୋବିନ୍ଦ’। ଓଡ଼ିଆ ସାହିତ୍ୟରେ ରାଧାକୃଷ୍ଣଙ୍କୁ ନେଇ ଯେତେସବୁ କାବ୍ୟ ଲେଖାଯାଇଛି, ଗୀତଗୋବିନ୍ଦରେ ରହିଛି ତା’ର ମୂଳ ଉପାଦାନ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପରକୀୟା ପ୍ରୀତିରେ ମାତିଥିବା ଅନ୍ୟ ଅନେକ କାବ୍ୟ ନାୟକ ନାୟିକା ପଛରେ ରହିିଯାଇଥିବା ବେଳେ କେବଳ ରାଧା କୃଷ୍ଣଙ୍କ ନାମରେ ପଡୁଛି ଜୟ ଜୟ କାର।ଗୀତଗୋବିନ୍ଦରେ ରାଧାକୃଷ୍ଣଙ୍କ ପ୍ରେମଲୀଳାକୁ ନେଇ ଯେଉଁ ଶାଶ୍ୱତ ବର୍ଣ୍ଣନା ଦିଆଯାଇଛି, ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଯେତେ ତାତ୍ତ୍ୱିକ ହେଲେ ବି ଏହା ଏକ ପ୍ରେମକୈନ୍ଦ୍ରିକ କାବ୍ୟ ଏବଂ ପ୍ରେମଲୀଳା ହିଁ ତା’ର ଉପଜୀବ୍ୟ ବିଷୟ। ସେଥିପାଇଁ ବୈଷ୍ଣବୀୟ ଧର୍ମର ଅଲୌକିକ କୃଷ୍ଣ ଗାଥାରେ ପରିଣତ ହୋଇପାରିଛି ଯମୁନା ତଟର ଗୋଟେ ଗାଆଁର ପ୍ରେମ କାହାଣୀ। କୋଣାର୍କର କାରୁକାର୍ଯ୍ୟ ପରି ଚମତ୍କାର ତା’ର ଶିଳ୍ପସୌନ୍ଦର୍ଯ୍ୟ। ଭଗବାନ୍ଙ୍କ ମର୍ତ୍ତ୍ୟଲୀଳାକୁ ମାନବିକ (ଦୈହିକ) ଲୀଳାରେ ପରିଣତ କରିବା ପାଇଁ ଅନତିକ୍ରମଣୀୟ ତା’ର ପରିବେଶ ପରିକଳ୍ପନା ଓ ନାଟକୀୟ ସଂଳାପ ସଂଯୋଜନା।ସାଧାରଣତଃ ପ୍ରତ୍ୟେକ ବୈଷ୍ଣବ କାବ୍ୟର ଉପଜୀବ୍ୟ ବିଷୟ ହେଉଛି ରାଧାକୃଷ୍ଣଙ୍କ ଅପ୍ରାକୃତ ପ୍ରେମଲୀଳା। ରାଧାଙ୍କ ଅପେକ୍ଷା କୃଷ୍ଣଙ୍କୁ ଅଧିକ ପ୍ରାଧାନ୍ୟ ଦେବା ମଧ୍ୟ ପ୍ରତ୍ୟେକ କବି ପାଇଁ ଅନୁସୃତ ଧାରା। ମାତ୍ର ସେହି କ୍ରମରେ ଏକ ବ୍ୟତିକ୍ରମ ହେଉଛି ଶ୍ରୀଗୀତଗୋବିନ୍ଦ। ଏଥିରେ ଶ୍ରୀକୃଷ୍ଣଙ୍କୁ ନୁହେଁ, ଶ୍ରୀରାଧାଙ୍କୁ ମିଳିଛି ଅଧିକ ମାନ୍ୟତା। ତାହା ପ୍ରତିପାଦିତ ହୋଇଛି ଦଶମ ସର୍ଗର ଅଷ୍ଟମ ପାଦ, ଅର୍ଥାତ୍ ଶ୍ରୀରାଧାଙ୍କ ମାନଭଞ୍ଜନ ପ୍ରସଙ୍ଗରେ। ‘ସ୍ମର ଗରଲଂ ମଣ୍ଡନଂ ମମ ଶିରସି ମଣ୍ଡନଂ ଦେହି ପଦପଲ୍ଲଭ ମୁଦାରମ୍’।
‘ଗୀତଗୋବିନ୍ଦ’ କେବଳ ମିଳନ, ବିରହ ଓ ବିଚ୍ଛେଦ ବା ଶୃଙ୍ଗାରିକତାର ସୁଲଳିତ ପଦବିନ୍ୟାସ ଓ ଅନୁପମ ଛନ୍ଦ ମାଧୁରୀ ନୁହେଁ, ଏହା ଆହ୍ଲାଦିନୀ ଶକ୍ତି ଶ୍ରୀରାଧା ଓ ଭଗବାନ୍ ସଚ୍ଚିଦାନନ୍ଦ ପୁରୁଷ ଶ୍ରୀକୃଷ୍ଣଙ୍କ ପ୍ରେମ ଓ ପ୍ରଜ୍ଞାର ବାର୍ତ୍ତା। ଭକ୍ତର ହୃଦୟକୁ ଆଲୋଡ଼ିତ କରେ ତା’ର ଦଶାବତାର ବର୍ଣ୍ଣନା। ଶ୍ରୀଜଗନ୍ନାଥ ପରମ୍ପରାରେ ଗୀତଗୋବିନ୍ଦର ସ୍ଥାନ ସ୍ବତନ୍ତ୍ର। ଗଙ୍ଗବଂଶୀ ରାଜା ନରସିଂହ ଦେବଙ୍କ ସମୟର ଗୀତଗୋବିନ୍ଦ ଗାୟନ ଜଗନ୍ନାଥ ସଂସ୍କୃତିରେ ଯୋଡ଼ିହେଲା ଏବଂ ଏହାକୁ ବାଧ୍ୟତାମୂଳକ କରାଗଲା ଗଜପତି ପ୍ରତାପରୁଦ୍ର ଦେବଙ୍କ ସମୟରେ। ଓଡ଼ିଶୀ ସଙ୍ଗୀତ ଓ ଓଡ଼ିଶୀ ନୃତ୍ୟର ମୂଳ ଆଧାର ହେଉଛି ଗୀତଗୋବିନ୍ଦ। ଦଶାବତାର ନୃତ୍ୟ କହିଲେ କେବଳ ଓଡ଼ିଶୀ ନୃତ୍ୟକୁ ବୁଝାଏ ଏବଂ ଓଡ଼ିଶୀ ସଙ୍ଗୀତ ପଦ୍ଧତିରେ ଶ୍ରୀଗୀତଗୋବିନ୍ଦ ଅଷ୍ଟପଦୀ ନାମରେ ପରିଚିତ। ସଙ୍ଗୀତ ବିଶାରଦ ଜୟଦେବ ନିଜ କାବ୍ୟରେ ବସନ୍ତ, ଭୈରବୀ ବିଭାସ ଆଦି ଏଗାରଟି ରାଗ ଓ ପାଞ୍ଚଟି ଲୋକପ୍ରିୟ ତାଳ ସଂଯୋଗ କରିଛନ୍ତି ଏବଂ ଗୀତଗୋବିନ୍ଦର ସମସ୍ତ ସର୍ଗ ରାଗ ଦ୍ୱାରା ପ୍ରତିବନ୍ଦିତ। ଉଭୟ ଶୈଳୀ ଓ ବିଷୟବସ୍ତୁ ଦୃଷ୍ଟିରୁ ଏହା ସଂସ୍କୃତ ସାହିତ୍ୟର ସର୍ବୋତ୍ତମ ରଚନା। ଗୀତ ଗୋବିନ୍ଦର କାନ୍ତ କୋମଳ ଓ ମଧୁର ପଦାବଳୀ ଦ୍ୱାରା ପ୍ରଭାବିତ ସମଗ୍ର ଭାରତୀୟ କାବ୍ୟ ବାଙ୍ମୟ। ଗାନ୍ଧର୍ବ କଳାକୌଶଳ ସୁଲଳିତ ପଦବିନ୍ୟାସ ଓ ଅନୁପମ ଛନ୍ଦ ମାଧୁରୀ ସଙ୍ଗୀତ ଶିଳ୍ପୀଙ୍କ କଣ୍ଠରେ ଯେମିତି ମୂର୍ଚ୍ଛନା ତୋଳେ, ସେମିତି ନୃତ୍ୟଶିଳ୍ପୀଙ୍କ ଘୁଙ୍ଗୁରରେ ଭରିଦିଏ ଅପୂର୍ବ ଝଙ୍କାର। ଅର୍ଥ ବୁଝି ହେଉ କି ନ ହେଉ, ଗୀତଗୋବିନ୍ଦର ଗୀତ ଓଡ଼ିଶାରେ ଏକ ପ୍ରାର୍ଥନା ଭାବେ ପରିଗଣିତ। ଓଡ଼ିଶାର ତାଳପତ୍ର, କାଗଜ ଏବଂ ରେଶମ କନା ଉପରେ ଅଙ୍କିତ ଚିତ୍ରକଳା ଗୀତଗୋବିନ୍ଦ ଦ୍ୱାରା ବହୁଳ ଭାବେ ପ୍ରଭାବିତ। ଓଡ଼ିଶାର ସାହିତ୍ୟ, ସଂସ୍କୃତି, କଳା, ସ୍ଥାପତ୍ୟ, ବୟନଶିଳ୍ପ ଓ ନୃତ୍ୟ ଆଦିକୁ ଗୀତଗୋବିନ୍ଦ ଏତେ ପ୍ରଭାବିତ କରିଛି ଯେ ତାହା ପାଲଟି ଯାଇଛି ଆମ ସାମାଜିକ, ସାଂସ୍କୃତିକ ଓ ଆଧ୍ୟାମତ୍ିକ ଜୀବନର ଏକ ଅବିଚ୍ଛିନ୍ନ ଅଙ୍ଗ। ସାରା ଭାରତରେ ଏବେ ମଧ୍ୟ ଗୀତଗୋବିନ୍ଦରେ ବର୍ଣ୍ଣିତ ଅନେକ ଦୃଶ୍ୟ ଏହି ପଟଚିତ୍ରର ବିଷୟବସ୍ତୁ। ସଚ୍ଚିତ୍ର ତାଳପତ୍ରର ଗୀତଗୋବିନ୍ଦ କେବଳ ରାଧାକୃଷ୍ଣଙ୍କ ପ୍ରେମଲୀଳା ନୁହେଁ, ଏଥିରେ ଚିତ୍ରିତ ବୃକ୍ଷଲତା, ପୁଷ୍ପରାଜି ଓ ପଶୁପକ୍ଷୀ ସାଙ୍ଗକୁ ବେଶ ପରିପାଟୀ, କେଶବିନ୍ୟାସ ଓ ରଙ୍ଗ ବିନ୍ୟାସ ଆଦି ଓଡ଼ିଶାର ଚିତ୍ରକଳା ଶୈଳୀକୁ ନେଇ ପହଞ୍ଚେଇ ଦେଇଛି ବିଶ୍ୱ ଦରବାରରେ।
ଜାତୀୟ ଜାଗରଣର ମହାନାୟକ ଭାରତ ଗୌରବ ମଧୁସୂଦନ
-------------
ଜଟଣୀ ଅଧିବକ୍ତା ସଙ୍ଗଠନ ( ବାର୍ ଆସୋସିଏସନ୍) ଆନୁକୁଲ୍ୟରେ ଅଧିବକ୍ତା ଆଲୋକ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଭାରତ ଗୌରବ ମଧୁସୂଦନ ଦାସ ଙ୍କ ୧୭୮ ତମ ଜୟନ୍ତୀ ଅବସରରେ ଆୟୋଜିତ ଏକ ଉଚ୍ଚ ମୂଲ୍ୟବୋଧ ଆଧାରିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ନ୍ୟାୟ ମୂର୍ତ୍ତି ଆନନ୍ଦ ଚନ୍ଦ୍ର ବେହେରା ନିଜ ବକ୍ତବ୍ୟରେ ମଧୁବାବୁଙ୍କ ବିଚକ୍ଷଣ ପ୍ରଜ୍ଞାର ନ୍ୟାୟିକ ଉଦାହରଣ ଦେଇ ତାଙ୍କୁ ଜଣେ ବିସ୍ମୟ ପ୍ରତିଭା ବୋଲି ସମ୍ବୋଧିତ କରିଥିଲେ । ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଓଡ଼ିଶା ନାଗରିକ ମହାମଞ୍ଚ ଓ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ,ସୁବାର୍ତ୍ତା ସମ୍ପାଦକ
ଓଡ଼ିଆ ଜାତିର ଗର୍ବ ଗୈାରବ, ସ୍ବାଭିମାନର ପ୍ରତୀକ,ଜାତୀୟଜାଗରଣର ପ୍ରତିବଦ୍ଧତାଧର୍ମ୍ମୀ ମହାନାୟକ, ଅନେକ କ୍ଷେତ୍ରରେ ପ୍ରଥମ ଓଡ଼ିଆ, ଯଥା ପ୍ରଥମ ସ୍ନାତକ, ପ୍ରଥମ ସ୍ନାତକୋତ୍ତର, ପ୍ରଥମ ସ୍ଵୀକୃତିପ୍ରାପ୍ତ ଅଧିବକ୍ତା, ପ୍ରଥମ ବିଲାତ ଯାତ୍ରୀ, ପ୍ରାଦେଶିକ ବ୍ୟବସ୍ଥାପକ ସଭା ଓ କେନ୍ଦ୍ରୀୟ ବ୍ୟବସ୍ଥାପକ ସଭାର ପ୍ରଥମ ଓଡ଼ିଆ ସଦସ୍ୟ, ପ୍ରଥମ ଓଡ଼ିଆ ମନ୍ତ୍ରୀ, ଏପରିକି ପ୍ରଥମ ଭାରତୀୟ ସ୍ଵେଚ୍ଛାକୃତ ମନ୍ତ୍ରୀତ୍ବରୁ ଇସ୍ତଫା ପ୍ରଦାତା, ଶିଳ୍ପ ଉଦ୍ୟୋଗୀ ଭଳି ବହୁ କ୍ଷେତ୍ରରେ ସର୍ବକାଳୀନ ଆଦର୍ଶ, ଯାହାଙ୍କର ଜୀବନାଲେଖ୍ୟର ଦିନ ପଞ୍ଜିକା ହିଁ ଓଡ଼ିଶାର ଇତିହାସ, ପିଢ଼ି ପରେ ପିଢ଼ି ପ୍ରତି ଓଡ଼ିଆଙ୍କ ଚିର ବନ୍ଦନୀୟ, ପ୍ରାତଃ ସ୍ମରଣୀୟ, ଭାରତ ଗୌରବ ମଧୁସୂଦନ ଦାସ ଙ୍କ ଅମୃତ ଅମ୍ଲାନ ସ୍ମୃତି ପ୍ରତି ଶ୍ରଦ୍ଧାବଚନାର୍ପଣ କରିଥିଲେ । ଶ୍ରୀ ଶତପଥୀ ପୁନଃ କହିଥିଲେ ଯେ ସମଗ୍ର ବିଶ୍ବ ଇତିହାସର ଗର୍ଭାନୁଶୀଳନ କଲେ ତ୍ୟାଗ , ତୀତିକ୍ଷା , ବଳିଦାନର ସର୍ବକାଳୀନ ତ୍ୟାଗର ଶ୍ରେୟ କେବଳ ଏହି ମହାପୁରୁଷଙ୍କ ପାଇଁ ଓଡ଼ିଆ ଇତିହାସ ହିଁ ନେବ । ଏହାର ସମ୍ମୁଜ୍ଜ୍ଵଳ ଐତିହାସିକ ମହାନାୟକ ରାଜା ଇନ୍ଦ୍ରଦ୍ୟୁମ୍ନ । ସେଥିପାଇଁ ଇନ୍ଦ୍ରଦ୍ୟୁମ୍ନଙ୍କ ଶ୍ରାଦ୍ଧ ଦେଇଆସୁଛନ୍ତି ପ୍ରଭୁ ଜଗନ୍ନାଥ । ମହାପୁରୁଷଙ୍କ ଜୀବନାଲେଖ୍ୟ ଓ ଅକଳ୍ପନୀୟ ଅବଦାନକୁ ଉପଜିଵ୍ୟ କଲେ ପ୍ରତ୍ୟେକ ଓଡ଼ିଆ ତାଙ୍କ ମାଟିର ପାତାଳଭେଦୀ କୃତଜ୍ଞତା ଜ୍ଞାପନ ସଂସ୍କୃତି ଆଧାରରେ କୁଳବୃଦ୍ଧ ମଧୁସୂଦନଙ୍କ ଜୟନ୍ତୀରେ ଜୟଗାନ ଓ ଶ୍ରାଦ୍ଧରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଏକ କୃତଜ୍ଞୀୟ କର୍ତ୍ତବ୍ୟ । ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସେବା ନିବୃତ ବିଚାରପତି ରଞ୍ଜନ କୁମାର ଶରଣ ମଧୁବାବୁ ହିଁ ପିଢ଼ି ପରେ ପିଢି ଓଡିଆ ମାନଙ୍କ ପାଇଁ ଚିର ସ୍ମରଣୀୟ ପୂଜ୍ୟ , ତାଙ୍କର ଆଦର୍ଶ ଆମ ଜାତୀୟ ଜୀବନର ଅମ୍ଲାନ ପଣ୍ୟ ବୋଲି ମତବ୍ୟକ୍ତ କରିଥିଲେ । ସଙ୍ଗଠନର ସମ୍ପାଦକ ଅଧିବକ୍ତା ସୁଶାନ୍ତ କୁମାର ସୁବୁଦ୍ଧି ସ୍ଵକୀୟ ସ୍ବାଗତ ସମ୍ଭାଷଣରେ ଜାତୀୟ ଗୌରବ ମଧୁସୂଦନଙ୍କ ଏକ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ଜଟଣୀ ନ୍ୟାୟିକ ପରିସରରେ ସ୍ଥାପନ ପାଇଁ ପ୍ରସ୍ତାବ ରଖିଥିଲେ । ବରିଷ୍ଠ ଅଧିବକ୍ତା ରବି ରାଉତରାୟ , , ଅଧିବକ୍ତା ସାନୁଜ କୁମାର ମିଶ୍ର,ସଞ୍ଜୟ କୁମାର ମହାପାତ୍ର, ବିଜୟ କୁମାର ମହାପାତ୍ର , ଶୁଭ୍ରାଂଶୁ ଶେଖର ଜେନା,ଶରତ ଚନ୍ଦ୍ର ପାଇକରାୟ, ବ୍ରଜବନ୍ଧୁ ପ୍ରଧାନ, ଅକ୍ଷାଂଶୁ ଶେଖର ନାୟକ, ବାଉରୀବନ୍ଧୁ ସାହୁ,ମାନସ ରଞ୍ଜନ ସୁବୁଦ୍ଧି ପ୍ରମୁଖ ଭାରତ ଗୌରବ ମଧୁସୂଦନ ଙ୍କ ଆଦର୍ଶ ସ୍ମୃତି ଚାରଣ କରିଥିଲେ । ସଙ୍ଗଠନ ର ଉପସଭାପତି ପ୍ରଦୀପ କୁମାର ସୁବୁଦ୍ଧି ଆନୁଷ୍ଠାନିକ ଧନ୍ୟବାଦାର୍ପଣ କରିଥିବା ବେଳେ ଅଧିବକ୍ତା ପବିତ୍ର ବଳିୟାର ସିଂହ, ଅମୀୟ ରଞ୍ଜନ ବେହେରା, ସୌଭାଗ୍ୟ ଜଗଦ୍ଦେବ, ସୁଶୀଲ କୁମାର ରଥ ଓ ଶୁଭେନ୍ଦୁ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ଜୟନ୍ତୀରେ ଜୟଗାନ
---------------------
ଓଡ଼ିଆ ଜାତିର ଗର୍ବ ଗୈାରବ, ସ୍ବାଭିମାନର ପ୍ରତୀକ, ଜାତୀୟ ଜାଗରଣର ପ୍ରତିବଦ୍ଧତାଧର୍ମ୍ମୀ ମହାନାୟକ, ଅନେକ କ୍ଷେତ୍ରରେ ପ୍ରଥମ ଓଡ଼ିଆ, ଯଥା ପ୍ରଥମ ସ୍ନାତକ, ପ୍ରଥମ ସ୍ନାତକୋତ୍ତର, ପ୍ରଥମ ସ୍ଵୀକୃତିପ୍ରାପ୍ତ ଅଧିବକ୍ତା,ପ୍ରଥମ ବିଲାତ ଯାତ୍ରୀ, ପ୍ରାଦେଶିକ ବ୍ୟବସ୍ଥାପକ ସଭା ଓ କେନ୍ଦ୍ରୀୟ ବ୍ୟବସ୍ଥାପକ ସଭାର ପ୍ରଥମ ଓଡ଼ିଆ ସଦସ୍ୟ, ପ୍ରଥମ ଓଡ଼ିଆ ମନ୍ତ୍ରୀ, ଏପରିକି ପ୍ରଥମ ଭାରତୀୟ ସ୍ଵେଚ୍ଛାକୃତ ଭାବେ ମନ୍ତ୍ରୀତ୍ବରୁ ଇସ୍ତଫା ପ୍ରଦାତା, ଶିଳ୍ପ ଉଦ୍ୟୋଗୀ ଭଳି ବହୁ କ୍ଷେତ୍ରରେ ସର୍ବକାଳୀନ ଆଦର୍ଶ,ଯାହାଙ୍କର ଜୀବନାଲେଖ୍ୟର ଦିନ ପଞ୍ଜିକା ହିଁ ଓଡ଼ିଶାର ଇତିହାସ, ପିଢ଼ି ପରେ ପିଢ଼ି ପ୍ରତି ଓଡ଼ିଆଙ୍କ ଚିର ବନ୍ଦନୀୟ, ପ୍ରାତଃ ସ୍ମରଣୀୟ, ଭାରତ ଗୌରବ ମଧୁସୂଦନ ଦାସ ( ୧୮୪୮- ୦୪-୦୨-୧୯୩୪) ଙ୍କ ୧୭୮ତମ ଜୟନ୍ତୀ ।
ସମଗ୍ର ବିଶ୍ବ ଇତିହାସର ଗର୍ଭାନୁଶୀଳନ କଲେ ତ୍ୟାଗ , ତୀତିକ୍ଷା , ବଳିଦାନ ର ସର୍ବକାଳୀନ ତ୍ୟାଗ ର ଶ୍ରେୟ ଓଡ଼ିଆ ଇତିହାସ ହିଁ ନେବ । ଏହାର ସମ୍ମୁଜ୍ଜ୍ଵଳ ଐତିହାସିକ ମହାନାୟକ ରାଜା ଇନ୍ଦ୍ରଦ୍ୟୁମ୍ନ । ସେଥିପାଇଁ ଇନ୍ଦ୍ରଦ୍ୟୁମ୍ନ ଙ୍କ ଶ୍ରାଦ୍ଧ ଦେଇଆସୁଛନ୍ତି ପ୍ରଭୁ ଜଗନ୍ନାଥ । ମହାପୁରୁଷଙ୍କ ଜୀବନାଲେଖ୍ୟ ଓ ଅକଳ୍ପନୀୟ ଅବଦାନ କୁ ଉପଜିଵ୍ୟ କଲେ ପ୍ରତ୍ୟେକ ଓଡ଼ିଆ ତାଙ୍କ ମାଟି ର ପାତାଳ ଭେଦୀ କୃତଜ୍ଞତା ଜ୍ଞାପନ ସଂସ୍କୃତି ଆଧାର ରେ କୁଳବୃଦ୍ଧ ମଧୁସୂଦନ ଙ୍କ ଜୟନ୍ତୀ ରେ ଜୟଗାନ ଓ ଶ୍ରାଦ୍ଧ ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଏକ କୃତଜ୍ଞୀୟ କର୍ତ୍ତବ୍ୟ । ଇହଲୀଳା ସମ୍ବରଣ କରିବା କିଛି ମୁହୂର୍ତ୍ତ ପୂର୍ବରୁ ତାଙ୍କ ଶଯ୍ୟା ନିକଟରେ ଉପସ୍ଥିତ ଥିବା ପଣ୍ଡିତ ନୀଳକଣ୍ଠ ତାଙ୍କୁ ପଚାରିଥିଲେ " ଓଡ଼ିଶାବାସୀ ଙ୍କ ପାଇଁ ତାଙ୍କର କିଛି କହିଵାର ଅଛି କି ?" ମଧୁ ବାବୁ କ୍ଷୀଣ ସ୍ଵରରେ କହିଥିଲେ " ଓଡ଼ିଶାବାସୀ ତାଙ୍କର ଅନ୍ତର ନିର୍ମଳ ରଖିବେ । ମୁଁ ତ ଯାଉଛି, ମନେ ରଖିଥିବ ଜଣେ ଓଡ଼ିଆ ଥିଲା" । ଉତ୍କଳୀୟ ସ୍ୱାଭିମାନର ପ୍ରତୀକ ମଧୁସୂଦନ ଦାସଙ୍କୁ ଲକ୍ଷ୍ୟ କରି ଯଥାର୍ଥରେ ଫକୀର ମୋହନ ଲେଖିଥିଲେ - " ଧନ୍ୟ ଧନ୍ୟ ଧନ୍ୟ ମଧୁସୂଦନ ଉତ୍କଳ ମାତାର ଯୋଗ୍ୟ ସନ୍ତାନ ଦେଲ ଉତ୍କଳଙ୍କୁ ନବ ଜୀବନ ଶିଖାଇଲ ଲୋକେ ଜାତି ବନ୍ଦନ ।"
ମଧୁସୂଦନ ଦାସ କଟକ ଜିଲ୍ଲାର ସତ୍ୟଭାମାପୁରରେ ୨୮ ଅପ୍ରେଲ ୧୮୪୮ରେ ଜନ୍ମଗ୍ରହଣ କରିଥିଲେ । ପିତା ଚୌଧୁରୀ ରଘୁନାଥ ଦାସ ଓ ମାତା ପାର୍ବତୀ ଦେବୀଙ୍କ ପୁଅ ମଧୁସୂଦନଙ୍କ ପ୍ରଥମ ନାମ ଥିଲା ଚୌଧୁରୀ ଗୋବିନ୍ଦ ବଲ୍ଲଭ ଦାସ । ପରେ ତାଙ୍କ ବାପା, ମାଆ ତାଙ୍କ ନାମକୁ ବଦଳାଇ ମଧୁସୂଦନ ରଖିଥିଲେ । ତାଙ୍କର ପାଠପଢ଼ା ଆରମ୍ଭ ହୋଇଥିଲା ସତ୍ୟଭାମାପୁରର ଗାଁ ଚାଟଶାଳୀରୁ ମାଟି ବଂଶ ଅବଧାନଙ୍କ ତତ୍ତ୍ୱାବଧାନରେ । ଚାଟଶାଳୀ ପଢ଼ା ଶେଷ କରି ସେ କଟକ ଗଲେ ଓ ଇଂରାଜୀ ବିଦ୍ୟାଳୟରେ ନାମ ଲେଖାଇଲେ । ୧୮୬୪ରେ ମଧୁସୂଦନ ଅନ୍ୟ ଚାରିଜଣଙ୍କ ସହ କଟକ ସ୍କୁଲରୁ ଦ୍ୱିତୀୟ ଶ୍ରେଣୀରେ ଏଣ୍ଟ୍ରାନ୍ସ ପାସ କରିଥିଲେ (ଆଜି ଏହାକୁ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା କୁହାଯାଉଅଛି) । ଏହା ପରେ ସେ ବାଲେଶ୍ୱରରେ କିରାଣି ଚାକିରିଟିଏ କଲେ । କିଛି ପଇସା ସଞ୍ଚୟ କରି ସେ ଉଚ୍ଚଶିକ୍ଷା ନିମିତ୍ତ ଚାନ୍ଦବାଲି ଦେଇ ଧୂଆଁକଳ ଚାଳିତ ନାଆରେ କଲିକତା ଯାତ୍ରା କଲେ। ୧୮୭୦ରେ ସେ ବି.ଏ. ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । ସେତେବେଳେ କଲିକତା ବିଶ୍ୱବିଦ୍ୟାଳୟରେ ବି.ଏ. ପରୀକ୍ଷାର୍ଥୀମାନଙ୍କ ସଂସ୍କୃତ ପରୀକ୍ଷାର ଉତ୍ତର ନିଜ ମାତୃଭାଷରେ ଲେଖିବା ନିୟମ ଥିଲା, କିନ୍ତୁ ପରୀକ୍ଷକ ବଙ୍ଗଳା ଛଡ଼ା ଅନ୍ୟ କୌଣସି ଭାଷା ଜାଣି ନଥିବାରୁ ବଙ୍ଗଳା ବ୍ୟତୀତ ଅନ୍ୟ କୌଣସି ଲିପିରେ ସଂସ୍କୃତ ପ୍ରଶ୍ନୋତ୍ତର ଲେଖିବାକୁ ଅନୁମତି ମିଳୁନଥିଲା । ମଧୁବାବୁ ନିଜ ମାତୃଭାଷା ଓଡ଼ିଆରେ ସଂସ୍କୃତର ଉତ୍ତର ଲେଖିବାପାଇଁ ଜିଦ ଧରି ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ ସଦସ୍ୟମାନଙ୍କୁ ଜଣାଇଲେ । ସେଠାରୁ କୌଣସି ସୁଫଳ ନ ମିଳିବାରୁ ସେ ତତ୍କାଳୀନ ବଙ୍ଗ-ବିହାର-ଓଡ଼ିଶାର ଲ୍ୟୁଟନାଣ୍ଟ ଗଭର୍ଣ୍ଣର ସାର ଉଇଲିଅମ ଗ୍ରେଙ୍କ ନିକଟକୁ ଏକ ଟେଲିଗ୍ରାମ ପ୍ରେରଣ କରିବାପରେ ଗ୍ରେଙ୍କ ହସ୍ତକ୍ଷେପ ପରେ ସେ ଓଡ଼ିଆରେ ନିଜର ଉତ୍ତର ଲେଖିଥିଲେ ।
କଲିକତାରେ ଅମ୍ବିକା ପ୍ରସାଦ ହାଜିରା ନାମକ ବଙ୍ଗୀୟ ଖ୍ରୀଷ୍ଟିୟାନ ପାଦ୍ରୀଙ୍କ ସହିତ ସେ ପରିଚିତ ହେଲେ । ଅମ୍ବିକା ପ୍ରସାଦ ମଧୁସୂଦନଙ୍କର ଉଚ୍ଚଶିକ୍ଷାପ୍ରତି ଆଗ୍ରହ ଦେଖି ତାଙ୍କୁ ଏ ଦିଗରେ ସାହାଯ୍ୟ କଲେ । ସେଠାରେ ମଧୁବାବୁ ଇଂରାଜୀ ସାହିତ୍ୟରେ ଏମ୍.ଏ. ପାସ କଲାପରେ କଲିକତାରେ କେତେକ ସ୍କୁଲରେ ଶିକ୍ଷକତା କଲେ । ତତ୍କାଳିନ କଲିକତାରେ କଲେଜ ପାଠ ପଢ଼ିବା ନିମନ୍ତେ ଏଣ୍ଟ୍ରାନ୍ସ ପରୀକ୍ଷା ପାସ କରିବା ଦରକାର ପଡୁଥିଲା । ଏଣ୍ଟ୍ରାନ୍ସ ପରୀକ୍ଷା ନିମନ୍ତେ ଏକ ଛାତ୍ର ସହାୟକ ପୁସ୍ତକ ‘ମଡେଲ କୋଶ୍ଚିନ୍ସ’ ରଚନା କରିଥିଲେ । ଗଣିତ ଓ ଭୂଗୋଳରେ ତାଙ୍କର ଭଲ ଦଖଲ ଥିଲା । ନିଜର ଗୁଣ ଓ କର୍ମନିଷ୍ଠା ବଳରେ ସେ କଲିକତାର ଶ୍ରୀରାମପୁର କଲେଜରେ ଅଧ୍ୟାପକ ଭାବରେ ନିଯୁକ୍ତ ହେଲେ । ଛାତ୍ର ଛାତ୍ରୀମାନଙ୍କର ଅତି ପ୍ରିୟ ମଧୁବାବୁ ଇତି ମଧ୍ୟରେ କଲିକତା ବିଶ୍ୱବିଦ୍ୟାଳୟରୁ ବି.ଏଲ୍. ପାସ କରି ସାରିଥିଲେ । ନିଜ ପେଟପାଟଣା ପାଇଁ ଅନେକ ଓଡ଼ିଆ କଲିକତାରେ ଚାକିରି କରୁଥିଲେ । ସେମାନଙ୍କର ଶିକ୍ଷାଗତ ଉନ୍ନତି ପାଇଁ ମଧୁବାବୁ କଲିକତାରେ ନୈଶ ବିଦ୍ୟାଳୟ ସ୍ଥାପନା କରାଇଥିଲେ । ଓକିଲ ହେବାପରେ ମଧୁବାବୁ ପ୍ରଥମେ ଚବିଶ ପ୍ରଗଣା ଅନ୍ତର୍ଗତ ଆଲିପୁର କୋର୍ଟରେ ଓକିଲାତି ଆରମ୍ଭ କରିଥିଲେ । ପରେ ସେ କଲିକତା ହାଇକୋର୍ଟରେ ବାରିଷ୍ଟର ଜେଟି ଉଡ୍ରଫଙ୍କ ସହଯୋଗୀ ଭାବେ ଓକିଲାତି କରିଥିଲେ । ୧୨ ସେପ୍ଟେମ୍ବର ୧୮୮୧ରେ କଲିକତାରୁ ଫେରି ସେ କଟକରେ ଓକିଲାତି କଲେ । ଓକିଲ ମହଲରେ ପ୍ରଥମେ ତାଙ୍କୁ ଅନେକ ପରିହାସର ସାମନା କରିବାକୁ ହୋଇଥିଲେ । କିନ୍ତୁ ଖଣ୍ଡପଡ଼ା ରାଜାଙ୍କ ମୋକଦ୍ଦମା, କେନ୍ଦୁଝରା ରାଜାଙ୍କ ମୋକଦ୍ଦମା, ଶ୍ରୀମନ୍ଦିର ପରିଚାଳନା ବିବାଦ ଭଳି କେତେକ ଜଟିଳ ମୋକଦ୍ଦମାରେ ନିଜର ଦକ୍ଷତାର ପରିଚୟ ଦେଇ ସେ ନିଜକୁ କଟକ ଓକିଲମାନଙ୍କ ଭିତରେ ଶ୍ରେଷ୍ଠ ପ୍ରମାଣିତ କରି ପାରିଥିଲେ । ଉତ୍କଳର ଗଜପତି ଦିବ୍ୟସିଂହ ଦେବ, ସାଧୁ ଶିବାଦାସ'ଙ୍କ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ହୋଇ ନିର୍ବାସନ ଦଣ୍ଡରେ ଦଣ୍ଡିତ ହୋଇଥିଲେ । ତାଙ୍କ ପୁତ୍ର ଜଗନ୍ନାଥ ଜେନାମଣି (ପରେ ମୁକୁନ୍ଦ ଦେବ ଭାବେ ପରିଚିତ) ନାବାଳକ ଥିବାରୁ ମନ୍ଦିର ପରିଚାଳନାରେ ତୃଟି ଦର୍ଶାଇ, ମନ୍ଦିରର ବଂଶାନୁକ୍ରମିକ ପରିଚାଳନା ଭାର କାଢି ନେବା ନିମନ୍ତେ ଏକ ଦେବାନୀ ମୋକଦ୍ଦମା ଦାଏର କରିଥିଲେ । ମଧୁବାବୁ ଜଗନ୍ନାଥ ଜେନାମଣିଙ୍କ ମାତାମହୀ ସୂର୍ଯ୍ୟମଣୀ ପାଟ ମହାଦେଇଙ୍କ ତରଫରୁ ପ୍ରତିବାଦୀ ଭାବରେ, ବ୍ରିଟିଶ ସରକାର ଧର୍ମରେ ଅଯଥା ହସ୍ତକ୍ଷେପ କରୁଛନ୍ତି ବୋଲି ମୋକଦ୍ଦମା ଲଢ଼ି ଜୟ ଲାଭ କରିଥିଲେ । ସେ ଖ୍ରୀଷ୍ଟଧର୍ମରେ ଦୀକ୍ଷିତ ହୋଇଥିଲେ ମଧ୍ୟ ଏହି ମୋକଦ୍ଦମାଟି ବିନା ପାରିଶ୍ରମିକରେ ଲଢ଼ିଥିଲେ ।
୬ ଜାନୁଆରୀ ୧୯୨୧ ମସିହାରେ ମଧୁବାବୁ ବିହାର ଓଡ଼ିଶାର ମନ୍ତ୍ରୀରୂପେ ନିଯୁକ୍ତି ପାଇଥିଲେ । ସେତେବେଳେ ମନ୍ତ୍ରୀମାନଙ୍କୁ ମାସିକ ବେତନ ମିଳୁଥିଲା । ଇଂରେଜ ସରକାରଙ୍କଠାରୁ ଦରମା ନେଇ କାମ କଲେ ଲୋକଙ୍କୁ ନିରପେକ୍ଷ ସେବା ଦେବା ସମ୍ଭବ ନୁହେଁ ବୋଲି ଯୁକ୍ତି କରି ସେ ଅବୈତନିକ ମନ୍ତ୍ରୀପଦ ପାଇଁ ପ୍ରସ୍ତାବ ରଖିଥିଲେ । ସରକାର ଏଥିରେ ରାଜି ନ ହେବାରୁ ୯ ମାର୍ଚ୍ଚ ୧୯୨୩ରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।
କଟକର ସୁନାରୂପାର ତାରକସି କାମ ପାଇଁ ମଧୁସୂଦନ ଦାସ ନିଜ ବାସଘରେ ଏକ କର୍ମଶାଳାର ଆୟୋଜନ କରି କାରିଗରମାନଙ୍କୁ ତାଲିମ ପ୍ରଦାନ କରିବାର ବ୍ୟବସ୍ଥା କରାଇଥିଲେ । ଏଥି ସହିତ ସୁନା, ରୂପା ଓ ଅନ୍ୟାନ୍ୟ କଞ୍ଚାମାଲ କିଣିବା ଲାଗି ସେ କାରିଗରମାନଙ୍କୁ ପଇସା ମଧ୍ୟ ଦେଉଥିଲେ । ବିକ୍ରି ହେଉ କି ନ ହେଉ ସେମାନଙ୍କ କାମ ନିମନ୍ତେ ସେ ଦୈନିକ ବେତନ ଦେଉଥିଲେ । ଲଣ୍ଡନ ଯାଇଥିବା ବେଳେ ସେ ସେଠାରେ ଏହିସବୁ କାମର ଏକ ପ୍ରଦର୍ଶନୀର ଆୟୋଜନ କରିଥିଲେ । କଟକରେ ସେ ଉତ୍କଳ ଟ୍ୟାନେରୀ ନାମକ ଜୋତା କାରଖାନା ପ୍ରତିଷ୍ଠା କରିଥିଲେ । ଖରାପ ହୋଇଯାଉଥିବା ଜୋତାଗୁଡ଼ିକୁ ବଜାରକୁ ନ ଛାଡ଼ି ତାକୁ ପୋଡ଼ି ପକାଉଥିଲେ । ଏହା ଫଳରେ ଉତ୍କଳ ଟ୍ୟାନେରୀ ବହୁ କ୍ଷତି ସହିଥିଲା । ଜଣେ ଲେଖକ ଓ କବି ଭାବରେ ସେ ଅନେକ ଦେଶାତ୍ମବୋଧକ ଲେଖା ଲେଖିଛନ୍ତି । ସେ ଓଡ଼ିଆ ଓ ଇଂରାଜୀରେ ଅନେକ ଉପାଦେୟ ଲେଖା ଲେଖିଯାଇଛନ୍ତି । ତାଙ୍କର କେତୋଟି ଜଣାଶୁଣା ଲେଖା ହେଉଛି, "ଉତ୍କଳ ସନ୍ତାନ", "ଜାତି ଇତିହାସ", "ଜ୍ଞାନୀର ଉକ୍ତି", "ଜାତୀୟ ଗୀତିକା" । ସେ ମଧ୍ୟ ଓଡ଼ିଆ, ଇଂରାଜୀ ଓ ବଙ୍ଗଳାରେ ଜଣେ ସୁବକ୍ତା ଥିଲେ । ନିଜ ପଣ ଜେଜେମା କୃଷ୍ଣାଦେଈ ପତି ସୁଦର୍ଶନଙ୍କ ଚିତାନଳରେ ଝାସ ଦେଇ ସତୀ ହେବା ଘଟଣାରେ ମର୍ମାହତ ହୋଇ ସତୀ ଚଉରା ଗଢ଼ାଇଥିଲେ । ଅଧୁନା ଏହା ଅବହେଳିତ ହୋଇ ଜଣଙ୍କ ବ୍ୟକ୍ତିଗତ ମାଲିକାନାରେ ରହିଛି । ଏଠାରେ ଥିବା ପିଣ୍ଡି ମାଟିରେ ମିଶିଗଲାଣି ।ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା ।
ଉତ୍କଳର ଜନସାଧାରଣଙ୍କ ମନରୁଲିଭି ନ ଥାଏ ଭୂମିକମ୍ପର ପ୍ରଭାବ । ଏତେବେଳେ ଦୈନିକ ଖବରକାଗଜ 'ସମାଜ'ରୁ ଖବର ପଢି ଆତଙ୍କିତ ହୋଇ ଉଠିଲେ ସଭିଏଁ । ସେହି ମହାଦ୍ରୁମ ଉତ୍କଳର ବରପୁତ୍ର ମଧୁସୂଦନ ଦାସ ବର୍ତ୍ତମାନ ରୋଗାକ୍ରାନ୍ତ । ତାଙ୍କ ଅନ୍ତନଳୀରେ ଘା' ହୋଇଥିବାରୁ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି । ଏହା ପରେ ପରେ ତାଙ୍କର ଜୀବନ ଦୀପ ଧୀରେ ଧୀରେ ନିର୍ବାପିତ ହେବାକୁ ଲାଗିଲା ।୧୯୩୪ ମସିହା 6ଫବୃୟାରୀ ମାସ ୪ ତାରିଖ ରାତି ୧.୨୦ ମିନଟ ସମୟରେ ତାଙ୍କ ଆତ୍ମା ମର ଶରୀର ତ୍ୟାଗ କରି ଅମରପୁର ବାହୁଡ଼ିଲା । ଆଜି ଏହି ମହାପୁରୁଷ ଙ୍କ ପବିତ୍ର ଜୟନ୍ତୀ ଅବସରରେ ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଇବା ସଙ୍ଗେ ସଙ୍ଗେ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସମର୍ପିତ ସଦସ୍ୟ ବର୍ଗ ତଥା ଅନ୍ୟାନ୍ୟ ମାଟି ଓ ସଂସ୍କୃତି ମନସ୍କ ବ୍ୟକ୍ତିତ୍ବ ମାନଙ୍କୁ ନମ୍ର ନିବେଦନ କରୁ କି ଆସନ୍ତାକାଲି ସକାଳ ୮ ଘଣ୍ଟା ସମୟରେ ତାଙ୍କର ପ୍ରତିମୂର୍ତ୍ତି ସ୍ଥଳରେ ଶ୍ରଦ୍ଧାଵଚନାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାକୁ ।
କିଏ ମହାନ୍ ?
----------
ଗତ ୨୦୧୨-୧୩ ରେ କେନ୍ଦ୍ର ସରକାର କବି ରବୀନ୍ଦ୍ରନାଥ ଟାଗୋର ଓରଫ୍ ଭାନୁ ସିଂ ଠାକୁର ଓରଫ୍ ରବି କୁଶାରୀ (୭-୫-୧୮୬୧- ୭-୮-୧୯୪୧)ଙ୍କ ୧୫୦ ତମ ଜୟନ୍ତୀ କୁ ମହାସମାରୋହରେ ପାଳିତ କରିବା ପାଇଁ ଦେଶର ସାମ୍ଭାବ୍ୟ ଆୟ- ବ୍ୟୟ ବିବରଣୀ ( ୯୯.୯୯ ପ୍ରତିଶତ ଙ୍କ ଭାଷାରେ ବଜେଟ୍, ଯାହା ଏକ ଭୁଲ୍ , କାରଣ ବଜେଟ୍ ଅର୍ଥ ଚମଡା ବାକ୍ସ, ଯେଉଁଥିରେ ଆର୍ଥିକ ବିବରଣୀ ଉପସ୍ଥାପନା ନିମନ୍ତେ ରହିଥାଏ)ରେ ସ୍ବତନ୍ତ୍ର ୭ ହଜାର କୋଟି ଟଙ୍କାର ପ୍ରାବଧାନ କରିବା ସହିତ ତାଙ୍କ ନାମରେ ରେଳଶଯ୍ୟା, ବଡ଼ବଡ଼ ଶିକ୍ଷାନୁଷ୍ଠାନର ନାମକରଣ ଭଳି ଅନେକ ପଦକ୍ଷେପ ନେଇଥିଲେ । ସେତେବେଳେ ଆମେ କେନ୍ଦ୍ର ସରକାରଙ୍କୁ ଜଣାଇଥିଲୁ ଯେ ଚଳିତ ବର୍ଷ ମଧ୍ୟ ମହାନ୍ ସ୍ଵାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନ ର ପୁରୋଧା, ସର୍ବଧର୍ମର କବି, ବିଶେଷକରି ପ୍ରକୃତି କବି ( Poet of Nature) ସ୍ଵଭାବ କବି ଗଙ୍ଗାଧରମେହେର(୯-୮-୧୮୬୨-୪-୪-୧୯୨୪)ଙ୍କ ୧୫୦ ତମ ଜୟନ୍ତୀ ବର୍ଷ । କବିଙ୍କ କୃତି ସମୂହର ଏକ ସଂକ୍ଷିପ୍ତ ବିବରଣୀ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନିକଟକୁ ପଠାଇବା ସହ ଏକକିତା ନକଲ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଖକୁ କେବଳ ପଠାଇଲୁ ନାହିଁ, ଅଧିକନ୍ତୁ ଓଡ଼ିଶାର ୩୧ ଜଣ ସାଂସଦ ( ୨୧ ଲୋକସଭା+ ୧୦ ରାଜ୍ୟସଭା) ଙ୍କ ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ପଠାଇଥିଲୁ । ସ୍ବଭାବିକ ଭାବରେ ଯାହା ଆଶା କରୁଥିଲୁ, ତାହାହିଁ ହେଲା, କୈାଣସି ଠାରୁ ପ୍ରାପ୍ତି ସ୍ବୀକାର ପତ୍ର ଟିଏ ବି ପାଇ ନ ଥିଲୁ । ପରବର୍ତ୍ତୀ ସମୟରେ " ସୁବାର୍ତ୍ତା" ରେ ସ୍ଵଭାବ କବି ଗଙ୍ଗାଧରଙ୍କ କୀର୍ତ୍ତି,କୃତି , ତାଙ୍କର ସାମାଜିକ ଅବଦାନ, ପୃଷ୍ଠଭୂମିକୁ ଉପଜିଵ୍ୟ କରି ଜଣେ ଅଣ ସାହିତ୍ୟିକ ଭାବେ ନିଜର ସ୍ବଳ୍ପ ଜ୍ଞାନ ଆଧାରରେ କେବଳ ଏକ ଆଲେଖ୍ୟ ପ୍ରକାଶ କରିନଥିଲୁ , ଆମର ସ୍ବଳ୍ପ ଜ୍ଞାନ ଆଧାରରେ " ଗୀତାଞ୍ଜଳି" ଓ " ତପସ୍ଵିନୀ" ର ଏକ ତୁଳନାତ୍ମକ ବିଶ୍ଲେଷଣ କରିଥିଲୁ । " ଜନଗଣ ମନ ଅଧିନାୟକ.."ର ସମ୍ପୂର୍ଣ୍ଣ କବିତା ଟି ଉପସ୍ଥାପନ କରି ୧୯୧୩ ରେ ପ୍ରଥମ ଅଣ ୟୁରୋପୀୟ ଭାବେ ନୋବେଲ ପୁରସ୍କାର ବିଜେତା ହେବାର ପୃଷ୍ଠଭୂମି, ଏହାକୁ ଜାତୀୟ ସଙ୍ଗୀତର ମାନ୍ୟତା ଦିଆଯିଵାର ପୃଷ୍ଠଭୂମି ସହ " ସର୍ଵେ ସାଂ.." ର ପ୍ରାସଙ୍ଗିକତାକୁ ସାବ୍ୟସ୍ତ କରିଥିଲୁ । ଏହାର କୈାଣସି ପ୍ରଭାବ କାହା ଉପରେ ପଡ଼ିନଥିଲା । ଏପରିକି ଆମର ବଡ଼ ବଡ଼ ସାହିତ୍ୟିକ ମାନେ ବିଭିନ୍ନ ପତ୍ର ପତ୍ରିକାରେ କବି ରବୀନ୍ଦ୍ରନାଥ ଠାକୁରଙ୍କ ସମ୍ପର୍କରେ ବଡ଼ବଡ଼ ଆଲେଖ୍ୟ ଆଲୋଚନା ପ୍ରକାଶ କରାଇଥିଲେ , ଅଥଚ ପ୍ରକୃତି କବିଙ୍କ ସମ୍ପର୍କରେ ସେଭଳି ଆଲେଖ୍ୟ ଆଲୋଚନା ହୋଇନଥିଲା। କେବଳ ଅନ୍ୟତମ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ପରମ୍ପରା ପ୍ରାଣ , ପ୍ରାକ୍ତନ ପ୍ରଶାସକ ସଂଜୀବ ହୋତା, ନରେନ୍ଦ୍ର ମିଶ୍ର ଙ୍କ ଭଳି ସ୍ବଳ୍ପ ସଂଖ୍ୟକ ବ୍ୟକ୍ତି ଆମକୁ ଉତ୍ସାହିତ କରିଥିଲେ । ସ୍ଵଭାବ କବି ଗଙ୍ଗାଧରଙ୍କ ସୁଯୋଗ୍ୟ ଅଣନାତି ତଥା ରାଜ୍ୟର ଜଣେ ନଵ୍ୟ ନାଟ୍ୟ ଆନ୍ଦୋଳନର କାଣ୍ଡାରୀ ମିହିର ମେହେର, ଭାଷା ପ୍ରାଣ ଦିଲ୍ଲୀପ ଦାଶଶର୍ମା, ଯୁବ ପ୍ରତିଭା ଅଶୋକ ପାଲଟା ସିଂହ, ବିଭୂତି ଭୂଷଣ ସ୍ଵାଇଁ, ଶୀତଳ ମହାନ୍ତିଙ୍କ ଭଳି ଅଳ୍ପ ସଂଖ୍ୟକଙ୍କ ଯୋଗୁଁ ତାଙ୍କର ଦେଢ଼ ଶହ ବାର୍ଷିକ ଜୟନ୍ତୀ , ତାହା ପୁଣି ସେହି ରବି ଠାକୁରଙ୍କ ନାମରେ ରାଜଧାନୀର ହୃତପିଣ୍ଡ ଉପରେ ପ୍ରତିଷ୍ଠିତ ରବୀନ୍ଦ୍ର ମଣ୍ଡପରେ ପାଳିତ ହୋଇଥିଲା । ଅନ୍ୟକୁ ଦୋଷ ଦେଇ କିଛି ଲାଭ ନାହିଁ, କାରଣ ଆପଣା ସୁନା ତ ଭେଣ୍ଡି । କବିବର ରାଧାନାଥ ତାଙ୍କର
"ମହାଯାତ୍ରା" ରେ ଲେଖିଲେ "ପର୍ଣ୍ଣ ଦଳେ ଶ୍ରେଷ୍ଠ ଯେହ୍ନେ ପ୍ରସୂନ ଲଳିତ, ଶ୍ରେଷ୍ଠ ଏ ଉତ୍କଳ ଭୂମି,ଗୁଣେ ଗରୀୟସୀ" , ମାତ୍ର ଅବକ୍ଷୟୀ ଲୋକଚରିତ୍ରକୁ ଦେଖି ଲେଖିଲେ " ଦେବୀ ବୀଣାପାଣି କେଉଁ ପାପ ଫଳେ, କରୁଣା ତୋହର ଉଣା ଏ ଉତ୍କଳେ ?" । ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟଯେ ଆମେ ଏବେ ସ୍ବଭାବ କବି ଗଙ୍ଗାଧର ଓ କବି ରବି ଠାକୁର ଙ୍କ କୀର୍ତ୍ତି ଓ କୃତି ସମ୍ପର୍କରେ ସଂକ୍ଷିପ୍ତ ତୁଳନାତ୍ମକ ଆଲୋଚନା କରୁଛୁ ସତ୍ୟ ମାତ୍ର, ୧୫୦ ବର୍ଷ ପୂର୍ବରୁ ଏଭଳି ଏକ ତୁଳନାତ୍ମକ ଆଲୋଚନା କିଭଳି ଆମ ଭାଷା,ଆମ ରାଜ୍ୟକୁ ବଞ୍ଚାଇ ଥିଲା , ତାହାର ଐତିହାସିକ ପ୍ରମାଣ ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖ କରୁଛୁ । ତୁଳନାତ୍ମକ ତଥ୍ୟ ସନ୍ନିବେଶିତ କରିବା ପୂର୍ବରୁ ଆମର ଚିର ବନ୍ଦନୀୟ ମହାପୁରୁଷ ଭକ୍ତକବି ଦୀନକୃଷ୍ଣ ଙ୍କ ଅମୃତ ଅମ୍ଲାନ ସ୍ମୃତି ପ୍ରତି ଜଣାଉଛୁ କୋଟି କୋଟି ପ୍ରଣାମ ।
ଯେତେବେଳେ ଓଡ଼ିଶାରୁ ଓଡ଼ିଆ ଭାଷା ଉଠାଇ ଦେଇ ବିଦ୍ୟାଳୟ ବା ସ୍କୁଲ ମାନଙ୍କରେ ବଙ୍ଗଳାଭାଷା ପ୍ରବର୍ତ୍ତନ କରାଇ ଶେଷରେ ଓଡ଼ିଶାକୁ ବଙ୍ଗାଳରେ ସାମିଲ କରାଇ ନେବାର ଅପଚେଷ୍ଟା କରାଯାଉଥିଲା, ସେତେବେଳେ ଉତ୍କଳ ଦୀପିକା ଜନମତ ଜାଗ୍ରତ କରାଇ ପ୍ରତିରୋଧ କରିଥିଲା । ସେହି ସମୟରେ ବଙ୍ଗଳା କାବ୍ୟ ବିଦ୍ୟାସୁନ୍ଦର ଓ ଓଡ଼ିଆ କାବ୍ୟ ରସକଲ୍ଲୋଳ ସମ୍ବନ୍ଧରେ ଏକ ତୁଳନାତ୍ମକ ବିଚାର କରାଯାଇଥିଲା । ଏହି ତୁଳନାତ୍ମକ ଆଲୋଚନାରେ ବଙ୍ଗଳା କବି ଭରତଚନ୍ଦ୍ର
ରାୟଗୁଣାକରଙ୍କ ଅପେକ୍ଷା ଦୀନକୃଷ୍ଣଙ୍କ ସାହିତ୍ୟ କେତେ ଉନ୍ନତ ଏହା ବିଷୟରେ ଲେଖାଯାଇ ଓଡ଼ିଆ ଭାଷା ଓ ସାହିତ୍ୟ କେତେ ଉତ୍ତମ ଏହା ଦର୍ଶାଯାଇଥିଲା । ୧୮୬୬ ମସିହାରେ ପତ୍ରିକାର ପୃ-୪୬-୪୭ରେ ଛପାଯାଇଥିଲା ।ବିଦ୍ୟାସୁନ୍ଦର ରଚନାର ଅନେକବର୍ଷ ପୂର୍ବରେ ଦୀନକୃଷ୍ଣ ଦାସ ଯେ ରସକଲ୍ଲୋଳ ନାମକ ପୁସ୍ତକ ରଚନା କରିଛନ୍ତି ,ତାହାର ସହିତ ତୁଳନା କରି ଦେଖିଲେ ବିଦ୍ୟାସୁନ୍ଦର ଅପକୃଷ୍ଟ ବୋଧ ହୁଏ । କି ରଚନା ଚାତୁର୍ଯ୍ୟ, କି ସ୍ୱଭାବ ବର୍ଣ୍ଣନା ,କି ଶ୍ଳେଷ ଓ ଯମକ ରଚନା ସମସ୍ତ ବିଷୟରେ ଦୀନକୃଷ୍ଣ ଭରତଚନ୍ଦ୍ରଙ୍କଠାରୁ ଅଧିକ ପରାକାଷ୍ଠା ଲାଭ କରି ଥିବାର ଉଦାହରଣୀୟ ତଥ୍ୟ ସନ୍ନିବେଶିତ ହୋଇ ଆଲୋଚନା ହୋଇଥିଲା, ଯାହା ଓଡିଆ ଭାଷା ସାହିତ୍ୟର ଅମୂଲ୍ୟ ପଣ୍ୟ । ଚରମ ଦୁର୍ଭାଗ୍ୟକୁ ପ୍ରତିଭା ପ୍ରସବିନୀ ଉତ୍କଳଜନନୀ ଙ୍କ ବକ୍ଷ ଆଜି ହୋଇଛି ପ୍ରତିଭାର ମଶାଣି । ଏଠି ପ୍ରତିଦିନ , ପ୍ରତି ସ୍ଥାନରେ, ପ୍ରତି ବର୍ଗରେ ,ଧନୀ ଗରିବ ପରିବାର ନିର୍ବିଶେଷରେ ପ୍ରତିଭା ଜନ୍ମଗ୍ରହଣ କରିଆସୁଛନ୍ତି । ବାଲ୍ୟ ଜୀବନ
ରୁ ବିକଶିତ ହେବା ମାତ୍ରେ ଚକ୍ରାନ୍ତ, ମିଥ୍ୟା ଅଭିଯୋଗ, ସମାଲୋଚନାର ଶିକାର ହେବାକୁ ପଡିଥାଏ । ଅନେକ ବୁଦ୍ଧିଆ ସିଂହ ମାନଙ୍କ ଗୋଡ଼ରେ ଶିକୁଳି ପଡ଼ିଯାଏ, ପ୍ରମିଳାମାନେ ଜନ ସ୍ଵୀକୃତି, ପ୍ରଶଂସା ସାଉଁଟି ଆଣନ୍ତି, ବିଚାରା ବୁଦ୍ଧିଆ ଟି ବିସ୍ମୃତିର ଗଭୀର ଗହ୍ଵରରେ ନିପତିତ ହୁଏ, ଅଣ ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ମାନଙ୍କ କାହାଣୀର ପଣ୍ୟ ହେବାକୁ ପଡ଼ିଥାଏ । କଙ୍କଡ଼ା ଚରିତ୍ରର ପ୍ରାବଲ୍ୟ ସର୍ବତ୍ର । ପର ଚୁଗୁଲୀ, ପର ନିନ୍ଦା ଶୁଣିବାକୁ କାନ ଟେଙ୍ଗେଇ ଯାଏ, ଅଥଚ କାହା ପ୍ରଶଂସା ଶୁଣିବା ସମୟରେ ମାଡାକାଲା ରୋଗ ଧରିଦିଏ । କାହାର ନିନ୍ଦା କଲାବେଳେ ଗଳା ଟି ମେଲେଇ ହୋଇଯାଉଥିଲା ବେଳେ କାହାରି ପ୍ରଶଂସା କଲାବେଳେ କେଜାଣି କୋଉ ଅଦୃଶ୍ୟ ଶକ୍ତି ବଳରେ ସେମାନଙ୍କ ଗଳା ଚିପି ହୋଇଯାଏ । ପ୍ରଶଂସା କାତର ନିନ୍ଦା ପ୍ରଵର ଚରଣିଆ ମାନେ ଅଧୁନା ପ୍ରଭାବଶାଳୀ । ଆମ ସାହିତ୍ୟ ଯେ ବଙ୍ଗଳା ସାହିତ୍ୟ ଠାରୁ ଅଧିକ ପ୍ରାଚୀନ, ଗୈାରବାବିମଣ୍ଡିତ, ସମୃଦ୍ଧଶାଳିନୀ , ତାହା ସ୍ବୀକାର କରି " ଓଡ଼ିଆ ଏକଟା ଭାଷା ନୟେ" କହିଥିବା ପାଖଣ୍ଡି ର ଦିବଙ୍ଗତ ଆତ୍ମା କୁ ଶକ୍ତ ଚାପୁଡ଼ା ଦେଇ ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତି ର ପ୍ରଭାବ ଆମ ସାହିତ୍ୟିକ ମାନଙ୍କ ଉପରେ ଅବା ଶିକ୍ଷିତ ମୁର୍ଖ ମାନଙ୍କ ଉପରେ ପଡ଼ିଲା ନାହିଁ, ମାତ୍ର ମୁର୍ଖ ପଣ୍ଡିତ ମାନଙ୍କ ଉପରେ ପଡ଼ିଛି, ଯାହାର ପ୍ରମାଣ କରୋନା ଆତଙ୍କ ଜନିତ ସଙ୍ଗରୋଧ, ସାମାଜିକ ଦୂରତା ନିୟମ ପାଳନ ସମୟରେ ଅତି ସ୍ପଷ୍ଟ ଭାବରେ ହୋଇଥିଲା ପ୍ରତିଫଳିତ ।
ଆଜି ଆମେ ଏକ ତୁଳନାତ୍ମକ ଚିତ୍ର ପ୍ରାଚୀନ ସାହିତ୍ୟରୁ ଉଦାହରଣ ସ୍ବରୂପ ଉପସ୍ଥାପନ କରୁଛୁ । ଶବ୍ଦ ସଂଯୋଜନା, ଭାଷା ଶୈଳୀ,ଭାବ ପ୍ରକାଶ,ସାଙ୍ଗିତିକ ଛାନ୍ଦ ଉପମା ଦୃଷ୍ଟିରୁ ଓଡ଼ିଆ ସାରସ୍ଵତ ସୃଷ୍ଟି କେତେ ଗରୀୟାନ ତାହା ନିମ୍ନରେ -:
" କେ ମୂରଲୀ ବଜାଉଛି ବୃନ୍ଦାବନେ ଗୋ
ତା ପରି ନାଗର ଆଉ ନାହିଁ ଜଣେ ଗୋ
ସେ ନାଦ କର୍ଣ୍ଣେ ବାଜିଲା ପାଦ ମୋର ନ ଚଳିଲା
ମାର ମରମେ ଭେଦିଲା ପଞ୍ଚବାଣେ
ମୂରଲୀ ବଡ଼ ପ୍ରମାଦ କଲା ମୋତେ ଅପ୍ରମାଦ
ପବିତ୍ରତା ଛଡାଇଲା ପରି ମଣେ ।
ଚିତ୍ରପଟେ ଲେଖାଇବି ଯତନରେ ରଖାଇବି
ଚିତ୍ତ ତହିଁ ଖଟାଇବି ଅନୁକ୍ଷଣେ
ବନମାଳୀ ଦାସ କହେ ନନ୍ଦସୁତ ମନ ମୋହେ
ଭାଜି ମୁଁ ସଜ୍ଜିତ ରହିଵି ଶ୍ରୀଚରଣେ ।।"
ଏହି ଭାବକୁ ନେଇ ବଙ୍ଗଳା ସାହିତ୍ୟ ରେ ଶ୍ରେଷ୍ଠ ମାନ୍ୟତା ପାଇଥିବା ଗୀତ ନିମ୍ନ ରେ ଏହିପରି-:
"ସାଇ ଗୋ ଓଇ ବାଜାୟ ଵାଂଶୀ ପ୍ରାନ କେମନ କରେ
ଏକଲା କାଲା କଦମ ତଲାୟ ଦାଁଡିୟେ ଆଛେ ଆମାରତରେ
ଯତ ବାଁଶରୀ ବାଜାୟ ତତ ପଥ ପାନେ ଚାୟ
ପାଗଲ ବାଂଶୀ ଡାକେ ଉଭୟ
ନା ଗେଲେ ସେ କେଁଦେ କେଁଦେ ଚଲେଯାଵେ ମାନଭରେ ।"
ଏଭଳି ଉଦାହରଣ ପ୍ରଚୁର । ଅନ୍ୟ କେତୋଟି ଉଦାହରଣ ଏଠାରେ ଉଲ୍ଲେଖଯୋଗ୍ୟ । କ୍ରମଶଃ ଉଲ୍ଲେଖ କରି ବାରାନ୍ତରରେ ଉପସ୍ଥାପନ ଟିକୁ ପୂର୍ଣ୍ଣାଙ୍ଗ କରିବାକୁ ସ୍ଥିର କରିଥିବା ସମୟରେ ଜଣେ ପରମ ସମ୍ମାନନୀୟଙ୍କ ମତ ଆମକୁ ପ୍ରଚୋଦିତ କରିଛି ୧୯୧୮ ମସିହାକୁ ଫେରିଯିବା ପାଇଁ । ବିଶ୍ୱ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଐକାନ୍ତିକ ବିଶ୍ବସ୍ତ ସାଥୀ, ସହଯୋଗୀ, ମହାନ୍ ଗବେଷକ, ଐତିହାସିକ, ଓଡ଼ିଶା- ବିହାର ବିଧାନ ସଭାର ବିଧାୟକ, ପ୍ରାଜ୍ଞ ଅଧିବକ୍ତା ଚିର ବନ୍ଦନୀୟ ଜଗବନ୍ଧୁ ସିଂହଙ୍କ ଆଲେଖ୍ୟ ଏଠାରେ ଉଲ୍ଲେଖଯୋଗ୍ୟ । ସେହିପରି ବଙ୍ଗଳାର ପ୍ରଖ୍ୟାତ ସାହିତ୍ୟିକ ଦୀନେଶ୍ଚନ୍ଦ୍ର ସେନ ଙ୍କ
"ବଙ୍ଗ ଭାଷା ଓ ସାହିତ୍ୟ"ର ପୃଷ୍ଠା ୨୪୯,୨୬୪,୨୮୦,୩୪୨,୩୫୮ ଓ ୫୩୩ ମଧ୍ୟ ଅନୁଧ୍ୟାନ କରାଯାଇପାରେ । ବନ୍ଦନୀୟ ଜଗବନ୍ଧୁ ସିଂହ ହିଁ ଆମେ ଜାଣିବାରେ ପ୍ରଥମ ଗବେଷକ ଓ ଐତିହାସିକ, ଯିଏ ଚୈତନ୍ୟଙ୍କ ପ୍ରକୃତ ପରିଚୟ ପ୍ରାମାଣିକ ତଥ୍ୟ ସହ ପ୍ରକାଶ କରିଥିଲେ । ସେ ଯାଜପୁରର ସମଗ୍ର ଆର୍ଯ୍ୟାବର୍ତ୍ତର ମହାନ୍ ପଣ୍ଡିତ ମଧୁକର ମିଶ୍ର ଙ୍କ ପୁତ୍ର ପଣ୍ଡିତ ଉପେନ୍ଦ୍ର ମିଶ୍ର, ଯାହାଙ୍କୁ ଗଜପତି ମହାରାଜା ଦେଵତୂଲ୍ୟ ସମ୍ମାନ ଦେଉଥିଲେ, ସେହି ପଣ୍ଡିତ ଙ୍କ ପୁତ୍ର ଜଗନ୍ନାଥ ମିଶ୍ରଙ୍କ ଦୁଇ ପୁଅ, ଜଣେ ବିଶ୍ଵରୂପ ମିଶ୍ର ଓ ସାନପୁଅ ବିଶ୍ବମ୍ବର ମିଶ୍ର, ଯିଏ ଶ୍ରୀଚୈତନ୍ୟ ଦେବ ନାମରେ ପରିଚିତ । ଚୈତନ୍ୟ କିଭଳି ବିଶ୍ବମ୍ବର ରୁ ପରିବର୍ତ୍ତିତ ହେଲେ ତା'ର ଏକ ଅନାଲୋଚିତ ରୋଚକ ତଥ୍ୟ ପ୍ରଥମେ ସେ ଉଲ୍ଲେଖ କରିବା ପରେ ପରବର୍ତ୍ତୀ ଗବେଷକ ମାନେ ଉଲ୍ଲେଖ କରିଛନ୍ତି । (କ୍ରମଶଃ)
ପ୍ରଶଂସନୀୟ କୀର୍ତ୍ତି
------
ଚତୁର୍ଥ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀର ବିଦ୍ୟାର୍ଥୀ ମାନଙ୍କ ପାଇଁ ଅତ୍ୟନ୍ତ ଉଚ୍ଚକୋଟୀର ଗଣିତ ବହି ଆମକୁ ଗଣିତ ଶାସ୍ତ୍ର ବିଶାରଦ ତଥା ଡିଏଭି ଚନ୍ଦ୍ରଶେଖରପୁର ବିଦ୍ୟାଳୟର ପ୍ରାକ୍ତନ ଯଶସ୍ବୀ ଅଧ୍ୟକ୍ଷ ତଥା ଅଧୁନା ଡିଏଭି ଆଞ୍ଚଳିକ ନିର୍ଦ୍ଦେଶକ ଡଃ କେଶବ ଚନ୍ଦ୍ର ଶତପଥୀ ପ୍ରଦାନ କରିଛନ୍ତି । ଏଠାରେ ପ୍ରକାଶ ଥାଉ କି ଓଡିଆ ଭାଷା ଓ ଇଂରେଜୀ ଭାଷାରେ ଅନେକ ଗଣିତ ପାଠ୍ୟ ପୁସ୍ତକର ସ୍ରଷ୍ଟା ଶ୍ରଦ୍ଧେୟ ଡଃ ଶତପଥୀ ପ୍ରଥମ ବେସରକାରୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାବେ ରାଷ୍ଟ୍ରପତି ସମ୍ମାନରେ ସମ୍ମାନିତ ହୋଇଥିଲେ । ୧୯୮୯ , ଅଗଷ୍ଟ ୪ ତାରିଖରେ ଶୈଳଶ୍ରୀଵିହାରରେ ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ର ଏକ ଭଡ଼ା ଘରେ ( ଏଫ.ଆର) ରେ ମାତ୍ର ୧୨ ଜଣ ବିଦ୍ୟାର୍ଥୀ ଙ୍କୁ ନେଇ ଗଠନ କରିଥିବା ଅନୁଷ୍ଠାନଟି ଆଜି ପାଇଛି ଏକ ବିଶ୍ବ କୀର୍ତ୍ତି ସ୍ବୀକୃତି , ଯାହାର ଇତିହାସ ବ୍ୟାପକ ଓ ଅନାଲୋଚିତ , ସେହି ଶିକ୍ଷା ଅନୁଷ୍ଠାନ " ଡିଏଭି ଚନ୍ଦ୍ରଶେଖରପୁର ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ଶତପଥୀଙ୍କୁ ଲୋକେ ଜାଣିଛନ୍ତି ଅଧୁନା ଡିଏଭି ଆଞ୍ଚଳିକ ନିର୍ଦ୍ଦେଶକ ଭାବେ ତ ଅନ୍ୟ କେତେକ ଜାଣିଛନ୍ତି ଅନେକ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଭାବେ ତ କେତେକ ଜାଣନ୍ତି ଏକ ସୁଦକ୍ଷ ଅଧ୍ୟକ୍ଷ ଭାବେ ,ଯିଏ ଜାତୀୟ ସ୍ତରରେ ଅନେକ ବାର ଏହି ଡିଏଭି ଚନ୍ଦ୍ରଶେଖରପୁର ର ବିଦ୍ୟାର୍ଥୀ ପ୍ରଥମ ହେବା ଠାରୁ ଡିଏଭି ଶିକ୍ଷାନୁଷ୍ଠାନ ସମୂହ ରେ ଧାରାବାହିକ ଭାବେ ଆଠ ଥର ଶ୍ରେଷ୍ଠ ଶିକ୍ଷା ଅନୁଷ୍ଠାନର ମାନ୍ୟତା , ଯେଉଁ ଶିକ୍ଷା ଅନୁଷ୍ଠାନରୁ ଅନେକ ଭାରତୀୟ ପ୍ରଶାସନିକ ଅଧିକାରୀ, ଅନେକ ବୈଜ୍ଞାନିକ, ଅନେକ ଗଣିତଜ୍ଞ , ଅନେକ ମହାକାଶ ବିଜ୍ଞାନୀ , ବିଭିନ୍ନ ବୈଷୟିକ କ୍ଷେତ୍ରରେ ଅନ୍ତର୍ଜାତୀୟ କୃତିତ୍ବ ଅର୍ଜନ କରିଥିବା ସମ୍ପର୍କରେ ସତ୍ୟ ମାତ୍ର ଡଃ ଶତପଥୀ ଯେ ଜଣେ ସାରସ୍ବତ ସାଧକ , ଅତୁଳନୀୟ ଓଡିଆ ଭାଷା ସାହିତ୍ୟ ସଂସ୍କୃତି ପ୍ରାଣ , କୃତଜ୍ଞତା , ବିଶେଷ କରି ଆଚରଣ ଓ ଉଚ୍ଚାରଣସିଦ୍ଧ
ପୂଜ୍ୟପୂଜା ସଂସ୍କୃତି ଦର୍ଶନାନୁରକ୍ତ , ପ୍ରତିବଦ୍ଧତା ଧର୍ମୀ ବୁଦ୍ଧିବାଦୀ , ସକରାତ୍ମକ ମାନସିକତା ବିଜଡ଼ିତ ବଳିଷ୍ଠ ବ୍ୟକ୍ତିତ୍ବ ,ପାଠ୍ୟ ପୁସ୍ତକ ସ୍ରଷ୍ଟା , ବିଶେଷ କରି ଜଣେ ମହାନ୍ ଗଣିତ ଶାସ୍ତ୍ର ବିଶାରଦ । ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟଯେ କେଉଁ ଅନାଦି ଅନନ୍ତ କାଳରୁ ମଣିଷ ଗଣିତର ବିକାଶ କରି ଆସିଛି । ସଭ୍ୟତାର ପ୍ରଗତି ସଙ୍ଗେ ସଙ୍ଗେ ଗଣିତର ପ୍ରଗତି ଘଟିଛି , ଏପରିକି ଭାଷା ଲେଖିବା ପୂର୍ବରୁ ସଂଖ୍ୟା କୁ ପ୍ରକାଶ କରିବାର ସଙ୍କେତ ଉଦ୍ଭାବିତ ହେବାର ନିଃସନ୍ଦେହରେ ପ୍ରମାଣିତ ହୋଇଛି । ଏଠାରେ ଆମେ ଗର୍ବର ସହିତ ଜାଣିବା ଉଚିତ ଯେ ସଂଖ୍ୟା ଗଣିତର ଅନ୍ତୁଡିଶାଳ ଆମର ପବିତ୍ର ଜଗନ୍ନାଥ ଧାମ । ଏପର୍ଯ୍ୟନ୍ତ ମିଳିଥିବା ପ୍ରତ୍ନତାତ୍ବିକ ପ୍ରମାଣରୁ ଜଣାଯାଏ ଯେ ମନୁଷ୍ୟ ଅତି କମରେ ୩୦ ହଜାର ବର୍ଷ ହେଲା ସଂଖ୍ୟା ର ସଙ୍କେତ ବ୍ୟବହାର କରି ଆସୁଛି । ଅର୍ଥନୈତିକ ପ୍ରକ୍ରିୟାର ବିକାଶ ନୂତନ ପ୍ରଯୁକ୍ତିକୁ ପ୍ରେରଣା ଦେଇଛି । ସେହିପରି ଗଣିତ କୁ କେବଳ ଗଣିବା ଭଳି ସରଳ ପ୍ରକ୍ରିୟାରୁ ଯୋଗ , ବିଯୋଗ,ଗୁଣନ ଓ ଭାଗ କ୍ରିୟାର ଜଟିଳ ବ୍ୟବହାର ପ୍ରଚଳିତ ହୋଇଛି। ଏହି ଗତିରେ ଭଗ୍ନାଂଶ ପ୍ରଭୃତି ଆସିଛି । ଜମି ଜମା ମାପରେ ଆକୃତି ଓ ସଂଖ୍ୟା ମାନଙ୍କ ସମ୍ପର୍କ ସ୍ଥାପନ କରାଯାଇଛି । ନିରକ୍ଷର ଭୂମି ମାଲିକ ମାନେ ସ୍ୱାଭାବିକ ଓ ସାବଲୀଳ ରୀତିରେ କେଉଁ ଜମିର କ୍ଷେତ୍ରଫଳ କେତେ, କେତେ ଶସ୍ୟ ଅମଳ ହେଲା, କେଉଁ ଶ୍ରମିକ କୁ କେଉଁ ହାରରେ କେତେ ମଜୁରୀ ଦିଆଯାଇଛି ଓ କେତେ ବାକି ଅଛି, କେତେ ଶସ୍ୟ କେଉଁ ଦରରେ ବିକ୍ରି କରାଯାଇଛି ଓ ଏଥିରୁ କେତ ଆୟ ହୋଇପାରିଛି ଇତ୍ୟାଦି ର ନିଖୁଣ ହିସାବରେ ଅନାୟାସରେ କରି ପାରୁଛନ୍ତି।ଅଥଚ ବିଦ୍ୟାଳୟ ପରିସର ମଧ୍ୟରେ ପ୍ରାୟତଃ ଧାରଣା ସୃଷ୍ଟି ହୋଇଛି ଯେ ଗଣିତ ଗୋଟିଏ ଦୁର୍ବୋଧ୍ୟ,ଦୁର୍ଲଭ ଓ କଷ୍ଟସାଧ୍ୟ ବିଷୟ । ଆମ ପିଲାଦିନେ ଏକ ଧାରଣା ବଳବତ୍ତର ଥିଲା, ତାହା ଏବେ ଅଛି କି ନାହିଁ ଜାଣିନୁ ଯେ ସତେ ଯେପରି ବେତ୍ରାଘାତ ଓ ଗଣିତ ଶିକ୍ଷା ହେଉଛନ୍ତି ପରସ୍ପରର ଅବିଚ୍ଛେଦ୍ୟ ଅଙ୍ଗ । ଯେଉଁ କେତେଜଣ ଗଣିତ କୁ ଅତି ସରଳ ଓ ସହଜ ପାଠ ବୋଲି ପ୍ରମାଣିତ କରି ଆସୁଛନ୍ତି , ସେମାନଙ୍କ ମଧ୍ୟରେ ଡଃ କେଶବ ଚନ୍ଦ୍ର ଶତପଥୀ ଅନ୍ୟତମ ବୋଲି ନିଜସ୍ବ ମତବ୍ୟକ୍ତ କରୁଛୁ । ଏହା ନିଃସନ୍ଦେହ ଯେ ଆମେ ଜଣେ ଗଣିତ ଶାସ୍ତ୍ରର ଛାତ୍ର ଭାବେ ବିଗତ ତିିନି ଦଶନ୍ଧି ଧରି ସମୟ ପାଇଲେ ଗଣିତ ଶାସ୍ତ୍ର ସମ୍ପର୍କିତ ତଥ୍ୟ , ବିଶେଷ କରି ୧୪୫ ତମ ପୁରୀ ଗୋବର୍ଦ୍ଧନ ପୀଠାଧୀଷ୍ଟ ବିଶ୍ଵ ବିଖ୍ୟାତ ଶଙ୍କରାଚାର୍ଯ୍ୟ ଶ୍ରୀମଦ୍ ଭାରତୀ କୃଷ୍ଣ ତୀର୍ଥ ମହାରାଜାଙ୍କ ବେଦାନ୍ତ ଗଣିତ ଶାସ୍ତ୍ର ସମ୍ପର୍କରେ ଏବଂ ଭୁବନେଶ୍ବରର କପିଳେଶ୍ୱର ମୌଜା ଲୁମ୍ବିନୀପଡା ରେ ଜନ୍ମିତ ଗୌତମ ବୁଦ୍ଧଙ୍କ ବୈବାହିକ ସମ୍ବନ୍ଧ ସ୍ଥାପନ ସମୟରେ ପ୍ରଦର୍ଶିତ କରିଥିବା ଅଙ୍କ ଗଣିତ ଶାସ୍ତ୍ର ଉପରେ ଆଲୋଚନା କରିଥାଉ । ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟଯେ ପୂଜ୍ୟ ଭାରତୀ କୃଷ୍ଣ ଗୋସ୍ୱାମୀ ମହାରାଜା କେବଳ ବିଶ୍ବ ବିଖ୍ୟାତ ଗଣିତ ଶାସ୍ତ୍ର ବିଶେଷଜ୍ଞ ନଥିଲେ, ସେ ଥିଲେ ଜଣେ ମହାନ୍ ସ୍ଵାଧୀନତା ସଂଗ୍ରାମୀ , ଜାତୀୟ ସଂହତିର ମୂର୍ତ୍ତିମନ୍ତ ପ୍ରତୀକ, ଧର୍ମ ନିରପେକ୍ଷତାର ପ୍ରତିଭୂ । ବ୍ରିଟିଶ ଶାସକ ଦ୍ବାରା ୧୯୨୧ ମସିହାରେ କରାଚି ଠାରେ ଖିଲାଫତ ଆନ୍ଦୋଳନର ନେତୃତ୍ଵ ନେଇ ଗିରଫ ହୋଇଥିଲେ । ମୁସଲମାନ ସମ୍ପ୍ରଦାୟର ଅଧିକାର ପାଇଁ ତାଙ୍କ ସଂଗ୍ରାମର ଇତିହାସ ଏଯାବତ୍ ଯେଭଳି ଅନାଲୋଚିତ ଠିକ୍ ସେହିପରି ବାସ୍ତବରେ କମ୍ପ୍ୟୁଟର ବିଜ୍ଞାନର ଏହି ସୂତ୍ର ପ୍ରଦାତାଙ୍କ ସମ୍ପର୍କିତ ଇତିହାସ ମଧ୍ୟ ଅନାଲୋଚିତ, ତାଙ୍କର ବୈଦିକ ଗଣିତ ରହସ୍ୟ ଇତିହାସ ମଧ୍ୟ ଅନାଲୋଚିତ ଭାରତରେ । ଭାରତରେ , ଏପରିକି ଓଡ଼ିଶାରେ ବୋଲି ଉଲ୍ଲେଖ କରିବାର କାରଣ , ତାଙ୍କର ବୈଦିକ ଗଣିତ ଶାସ୍ତ୍ର କୁ ଆମେରିକା,ଜର୍ମାନ ପ୍ରଭୁତି ଦେଶରେ ଗ୍ରହଣ କରି ପାଠ୍ୟପୁସ୍ତକରେ ସ୍ଥାନିତ । ନାସା ବୈଜ୍ଞାନିକ ମାନେ ଗ୍ରହଣ କରି ସଫଳତା ପାଇଲେ, ମଙ୍ଗଳାୟନ ସୂତ୍ର ପ୍ରକାଶ ପାଇଲା । କମ୍ପ୍ୟୁଟର ବିଜ୍ଞାନର ଜନକ ଭାବେ ପରିଚିତ ଆଲାନ୍ ତୁରୀଙ୍ଗଙ୍କ ଜନ୍ମ ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ୧୯୧୨ ମସିହାରେ , ଯେତେବେଳେ ତାଙ୍କ ପିତା ଥିଲେ ଏଠାର ପ୍ରଶାସନିକ ଅଧିକାରୀ । କିଭଳି ଗୋବର୍ଦ୍ଧନ ପୀଠରୁ ଏହି ପାଠ ଚୋରି ହେଲା ଓ କୁଆଡେ ଗଲା,ତା ପରେ କ'ଣ ହେଲା ତାହା ଗବେଷଣା ହେଲା ନାହିଁ, କାରଣ ଆମେ ସେଭଳି କରିବା ପାଇଁ ମାନସିକତା ରଖେନାହିଁ । ପୁନଃ ଏଠାରେ କାଳଜୟୀ ପ୍ରାଜ୍ଞ ରାମାନୁଜମଙ୍କ ଅଙ୍କ ଗଣିତ ସ୍ମରଣ କୁ ଆସେ । ଏବେ ଦେଖନ୍ତୁ ସଂଖ୍ୟାର ଖେଳ ଇଂରାଜୀ ଅଙ୍କରେ , ଯାହା ଆମେ ବିଗତ ଦିନରେ ଗଣିତ ଦିବସ ଅବସରରେ ଉକ୍ତ ସାମାଜିକ ଗଣମାଧ୍ୟମ ମୁଖ ପୁସ୍ତକରେ ଉପସ୍ଥାପନ କରିଥିଲୁ , ତାହା ପୁନଃ ଉପସ୍ଥାପନ କରୁଛୁ।
1 x 8 + 1 = 9
12 x 8 + 2 = 98
123 x 8 + 3 = 987
1234 x 8 + 4 = 9876
12345 x 8 + 5 = 98765
123456 x 8 + 6 = 987654
1234567 x 8 + 7 = 9876543
12345678 x 8 + 8 = 98765432
123456789 x 8 + 9 = 987654321
1 x 9 + 2 = 11
12 x 9 + 3 = 111
123 x 9 + 4 = 1111
1234 x 9 + 5 = 11111
12345 x 9 + 6 = 111111
123456 x 9 + 7 = 1111111
1234567 x 9 + 8 = 11111111
12345678 x 9 + 9 = 111111111
123456789 x 9 +10= 1111111111
9 x 9 + 7 = 88
98 x 9 + 6 = 888
987 x 9 + 5 = 8888
9876 x 9 + 4 = 88888
98765 x 9 + 3 = 888888
987654 x 9 + 2 = 8888888
9876543 x 9 + 1 = 88888888
98765432 x 9 + 0 = 888888888
ଏବଂ
1 x 1 = 1
11 x 11 = 121
111 x 111 = 12321
1111 x 1111 = 1234321
11111 x 11111 = 123454321
111111 x 111111 = 12345654321
1111111 x 1111111 = 1234567654321
11111111 x 11111111 = 123456787654321
111111111 x 111111111 = 12345678987654321
ଠିକ୍ ସେହିପରି ଅନ୍ୟ ଏକ ସଂଖ୍ୟା ଗଣିତ ଖେଳ, ମାତ୍ର ଜୀବନ ଗତି ପଥର ମାର୍ଗ ଦର୍ଶନ । କରାଯାଉ
A = 1 ; B = 2 ; C = 3 ; D = 4 ,E = 5 ; F = 6 ; G = 7 ; H = 8 ;I = 9 ; J = 10 ; K = 11 ; L = 12
M = 13 ; N = 14 ; O = 15 ; P = 16 ;
Q = 17 ; R = 18 ; S = 19 ; T = 20 ;
U = 21 ; V = 22 ; W = 23 ; X =24 ;
Y = 25 ; Z = 26.
Then, ତାପରେ
H+A+R+D+W+O+R+K
=8+1+18+4+23+15+18+11 = 98%
K+N+O+W+L+E+D+G+E
=11+14+15+23+12+5+4+7+5=96%
L+O+V+E
= 12+15+22+5 = 54%
L+U+C+K ;
=12+21+3+11 = 47%
None of them makes 100%.
Then what makes 100%?
Is it Money ?
NO , ମୋଟେ ନୁହେଁ
M+O+N+E+Y
= 13+15+14+5+25
=72%
ନେତୃତ୍ବ ବା Leadership ?
ନା, ମୋଟେ ନୁହେଁ,Not at all
L+E+A+D+E+R+S+H+I+P
=12+5+1+4+5+18+19+8+9+16=97%
ପ୍ରତି ସମସ୍ୟାର ସମାଧାନ ଅଛି, ଯଦି ଆମେ ଆମର ମାନସିକତାର ପରିବର୍ତ୍ତନ କରିପାରିବା , ଅର୍ଥାତ୍
Every problem has a solution, only if we perhaps change our
"ATTITUDE"...
A+T+T+I+T+U+D+E
1+20+20+9+20+21+4+5
= 100%
It is therefore OUR ATTITUDE towards Life and Work that makes
OUR Life 100% Successful.
Amazing mathematics
With each alphabet getting a number, in chronological order, as above, study the following, and bring down the total to a single digit and see the result yourself
Hindu -
S h r e e K r i s h n a
19+8+18+5+5+11+18+9+19+8+14+1
=135
=1+3+5 = 9
Muslim
M o h a m m e d
13+15+8+1+13+13+5+4
= 72
= 7+2 = 9
Jain
M a h a v i r
13+1+8+1+22+9+18
=72
= 7+2= 9
Sikh
G u r u N a n a k
7+21+18+21+14+1+14+1+11
=108
=1+0+8 = 9
Parsi
Z a r a t h u s t r a
26+1+18+1+20+8+21+19+20+18+1
=153
=1+5+3 = 9
Buddhist
G a u t a m
7+1+21+20+1+13
=63
= 6+3 = 9
Christian
E s a M e s s i a h
5+19+1+13+5+19+19+9+1+8
=99
9+9=18
1+8 = 9
Each one ends with number 9
ଆମେ ନବ ଗ୍ରହରେ ବିଶ୍ବାସ କରିଆସିଛେ ।
ଅତଏବ ଗଣିତ ଶାସ୍ତ୍ର କୁହେ , ଆମର ସ୍ରଷ୍ଟାଙ୍କ ଭାଷା ହେଉ ଅବା ପ୍ରକୃତି ହେଉ , ସମସ୍ତେ ଶିକ୍ଷା ଦେଇଛନ୍ତି ଏକ ବ୍ରହ୍ମ , ଦ୍ଵିତୀୟ ନାସ୍ତି, ଅର୍ଥାତ୍ ଭଗବାନ ଏକ । କିଏ କେଉଁ ନାମରେ ସମ୍ବୋଧନ କରିପାରେ । ଅତଏବ,So
THAT IS NATURE'S CREATION TO SHOW THAT GOD IS ONE . ଅପରପକ୍ଷରେ ବେଦରେ ବର୍ଣ୍ଣିତ, ଯୁଗ ଯୁଗ ଧରି ଜନଗ୍ରହଣୀୟତା ପ୍ରାପ୍ତ ,ଆମ ଭାଷାରେ ସର୍ବୋତ୍ତମ ଶ୍ଳୋକର ମର୍ମାର୍ଥାନୁଯାୟୀ ବ୍ରହ୍ମଙ୍କୁ ବିଭକ୍ତ କରାଯାଇ ନପାରେ । ଉକ୍ତ ଶ୍ଲୋକ ଟି ହେଲା
"ପୂର୍ଣ୍ଣମଦଃ ପୂର୍ଣ୍ଣମିଦଂ, ପୂର୍ଣ୍ଣତ୍ୟୁ ପୂର୍ଣ୍ଣମୁଦଚ୍ୟତେ,
*ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ, ପୂର୍ଣ୍ଣମେବାବଶିଷ୍ୟତେ"।
ଅର୍ଥାତ୍,ବ୍ରହ୍ମ ଅନନ୍ତ ଅଟନ୍ତି।ବ୍ରହ୍ମର ଅଂଶ ହୋଇଥିବା ପ୍ରତ୍ୟେକ ପ୍ରାଣୀ ମଧ୍ୟ ଅନନ୍ତ ସତ୍ତାର ଏକ ଅଂଶବିଶେଷ।ବ୍ରହ୍ମ ବିଭକ୍ତ ହୋଇ ମଧ୍ୟ ଅବିଭକ୍ତ, ଅପର୍ଯ୍ୟାପ୍ତ ଏବଂ ଅପରିବର୍ତ୍ତିତ , ଯାହା ରାମାୟଣ ରେ ରାଜା ଦଶରଥଙ୍କ ପୁତ୍ରେଷ୍ଠୀ ଯଜ୍ଞ ଚରୁ ର ବିଭକ୍ତି କରଣ ରେ ଲକ୍ଷ୍ମଣ ଓ ଶତ୍ରୁଘ୍ନଙ୍କ ଜନ୍ମ ବୃତ୍ତାନ୍ତରେ ଉଲ୍ଲେଖିତ।ଶ୍ରୀମଦ୍ଭଗବତ୍ ଗୀତାର ସପ୍ତମ ଅଧ୍ୟାୟ ୨୪ତମ ଶ୍ଳୋକରେ ମଧ୍ୟ ବର୍ଣ୍ଣନା କରାଯାଇଛି ଯେ ବ୍ରହ୍ମ ଏକ ଏବଂ ଅଭିନ୍ନ। ଅଜ୍ଞାନତା ବଶତଃ ମନୁଷ୍ୟ ତାଙ୍କୁ ବିଭିନ୍ନ ରୂପରେ ପୂଜା କରେ। ଏହା ନିର୍ବିବାଦୀୟ ସତ୍ୟ ଯେ
ପ୍ରତ୍ୟେକ ପ୍ରାଣୀ ଭଗବତ୍ ସତ୍ତାର ଅଧିକାରୀ । ତଥାପି ଯେଉଁମାନଙ୍କ ଠାରେ ବିଲକ୍ଷଣ ପ୍ରତିଭା ଦେଖାଯାଏ ସେମାନଙ୍କୁ ଅବତାର ବୋଲି ମନୁଷ୍ୟ ସମାଜ ବିଶ୍ବାସ କରିଆସିଛି । ଅତଏବ ଏହି ନିର୍ବିବାଦୀୟ ସତ୍ୟକୁ ଗ୍ରହଣ କଲେ ବିଶ୍ବରେ ସାମ୍ପ୍ରଦାୟିକ ହିଂସାକାଣ୍ଡ, ଦଙ୍ଗା ସୃଷ୍ଟି, ଲକ୍ଷଲକ୍ଷ କ'ଣ କୋଟି କୋଟି ଧନ ଜୀବନ ହାନି ରହିବ କି ? ବିଶ୍ବ ସମ୍ମୁଖୀନ ହେଉଥିବା ଭୟଙ୍କର ସମସ୍ୟା ସମାଧାନ ହୋଇପାରିବ ନାହିଁ କି ?
ଆତ୍ମହତ୍ୟା ପ୍ରବଣତା
--------
ସମାଜରେ ଆତ୍ମହତ୍ୟା ପ୍ରବଣତାର ଗାଣିତିକ ପ୍ରକ୍ରିୟାରେ ସଂଖ୍ୟା ବୃଦ୍ଧି ଅଧୁନା ଏକ ଚିନ୍ତାଜନକ ସମସ୍ୟା ଭାବେ ଉଭା ହୋଇଛି । ଏହି ସଂଖ୍ୟା ଅଭିବୃଦ୍ଧି କେବଳ ଏକ ସାମାଜିକ ବିଲକ୍ଷଣ ନୁହେଁ, ଏହାର ପରିସଂଖ୍ୟାନ ଅତ୍ୟନ୍ତ ଉଦବେଗଜନକ । ପ୍ରତିବର୍ଷ ପ୍ରାୟ ୮୦୦,୦୦୦ରୁ ଏକ ନିୟୁତ ଲୋକ ଏହି ଭାବରେ ମରନ୍ତି ଓ ଏହା ପୃଥିବୀରେ ମୃତ୍ୟୁର ଦଶମ କାରଣ ରୂପେ ପରିଚିତ ।ପୁରୁଷ ଆତ୍ମହତ୍ୟା ସଂଖ୍ୟା ମହିଳାଙ୍କ ଅପେକ୍ଷା ୩ରୁ ୪ ଗୁଣ ଅଧିକ। ସନ ୧୯୯୦ରେ ୭୧୨,୦୦୦ ଆତ୍ମହତ୍ୟା ମୃତ୍ୟୁ ହୋଇଥବା ବେଳେ ୨୦୧୩ରେ ୮୪୨,୦୦୦ ମୃତ୍ୟୁ ହୋଇଥିଲା । ୧୦ରୁ ୨୦ ନିୟୁତ ଆତ୍ମଘାତୀ ଚେଷ୍ଟା ପ୍ରତି ବର୍ଷ ହୁଏ ଯାହା ଫଳପ୍ରଦ ହୋଇପାରି ନ ଥାଏ । ଯୁବକମାନେ ମହିଳାମାନଙ୍କ ଅପେକ୍ଷା ୩ରୁ ୪ ଗୁଣ ଅଧିକ ଆତ୍ମହତ୍ୟା ଚେଷ୍ଟା କରନ୍ତି । ଅଣ-ମାରାତ୍ମକ ଆତ୍ମହତ୍ୟା ପ୍ରଚେଷ୍ଟା ଦ୍ୱାରା ଆଘାତ ଓ ଦୀର୍ଘସ୍ଥାୟୀ ଅକ୍ଷମତା ଦେଖାଯାଏ ।୧୫-୨୯ ବର୍ଷ ବୟସ୍କଙ୍କ ମଧ୍ୟରେ ଆତ୍ମହତ୍ୟା ହିଁ ମୃତ୍ୟୁର ଦ୍ୱିତୀୟ ବଡ଼ କାରଣ ବୋଲି ଗତ ପାଞ୍ଚ ବର୍ଷ ତଳେ, ଅର୍ଥାତ୍ ୧୧ ସେପ୍ଟେମ୍ବର ୨୦୧୮ ମିଳିତ ଜାତିସଂଘ ନିଜର ଏକ ତଥ୍ୟ (ରିପୋର୍ଟ)ରେ ଉଲ୍ଲେଖ କରିଥିଲା। ଲାନ୍ସେଟ୍ ପବ୍ଲିକ୍ ହେଲ୍ଥ ଜର୍ନାଲ୍ରେ ‘ଦି ଗ୍ଲୋବାଲ୍ ବର୍ଡନ୍ ଅଫ୍ ଡିଜିଜ୍ ଷ୍ଟଡିଜ୍ ୧୯୯୦-୨୦୧୬’ ଶୀଷର୍କରେ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ, ବିଶ୍ୱବ୍ୟାପୀ ଘଟୁଥିବା ଆତ୍ମହତ୍ୟାର ୩୭% ପୁରୁଷ କେବଳ ଭାରତୀୟ ଏବଂ ୨୪% ମହିଳା ଚରମ ପଦକ୍ଷେପ ନେଇଥାନ୍ତି । ୧୫-୩୯ ବର୍ଷ ବୟସ୍କଙ୍କ ଆତ୍ମହତ୍ୟାରେ ଭାରତ ବିଶ୍ୱସ୍ତରରେ ତୃତୀୟ । ୧୯୯୦ରୁ ୨୦୧୬ ମଧ୍ୟରେ ଦେଶରେ ଆତ୍ମହତ୍ୟା ଜନିତ ମୃତ୍ୟୁସଂଖ୍ୟା ୪୦% ବଢ଼ିଥିବା ବେଳେ , ସମ୍ପ୍ରତି ଏହା ୫୨ ପ୍ରତିଶତରେ ପହଞ୍ଚିଵା ହିଁ ଚିନ୍ତାଜନକ କାରଣ । କେବଳ ୨୦୧୬ରେ ଭାରତରେ ୨,୩୦,୩୧୪ ଲୋକ ଆତ୍ମହତ୍ୟା କରିଥିଲେ ।ଗତ ପାଞ୍ଚ ବର୍ଷ ମଧ୍ୟରେ ଛାତ୍ର ଛାତ୍ରୀଙ୍କ ଆତ୍ମହତ୍ୟା ମାମଲା ୩୨ ପ୍ରତିଶତ ଅଭିବୃଦ୍ଧି ଘଟିଛି । ଜାତୀୟ ଅପରାଧ ସର୍ବେକ୍ଷଣ ସଂସ୍ଥା ବା ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋର ୨୦୨୨ ତଥ୍ୟ କୁହେ ଯେ ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରାୟ ୫୭ ହଜାର ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିଲେ ।ଏହାର ସଙ୍କଟ ଜନକ ଅବସ୍ଥାମାନଙ୍କ ନାମ ମାନସିକ ବେମାରୀ ଅବସାଦ, (ସିଜୋଫ୍ରେନିଆ,ପାରାନୋଇଆ) ମଦ୍ୟାତ୍ୟୟ, ନିଶା ଦ୍ରବ୍ୟ ସେବନ, (ବାଇପୋଲାର ଡିଜଅଡର), ପ୍ରେମାସକ୍ତ, ଇତ୍ୟାଦି । ଅନ୍ୟ କାରଣ ଗୁଡିକ ମଧ୍ୟରେ ଚାପ ଜନିତ ଆବେଗ ଯାହା ଅର୍ଥନୈତିକ ସମସ୍ୟା, ସମ୍ପର୍କ ସମସ୍ୟା ବା ଭୟ ।ପୂର୍ବରୁ ଆତ୍ମହତ୍ୟା ଚେଷ୍ଟା ଥିଲେ ଭବିଷ୍ୟତ ସଙ୍କଟ ଅଧିକ ରହେ । ଗତ ଅପ୍ରେଲ ୨୬ ତାରିଖରେ ଆନ୍ଧ୍ରପ୍ରଦେଶରେ ବୁଧବାର ଦିନ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ୧୦ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବାର ଖବର ମିଳିଛି। କେତେକ ଛାତ୍ରଛାତ୍ରୀ ଟ୍ରେନ ଆଗରେ ଡେଇଁ ଆତ୍ମହତ୍ୟା କରିଥିବା ବେଳେ ଅନ୍ୟ କେତେକ ବିଷ ଖାଇ ଆତ୍ମହତ୍ୟା କରିଛନ୍ତି। ପରୀକ୍ଷାରେ ଖରାପ ପ୍ରଦର୍ଶନ ଯୋଗୁଁ ସେମାନେ ଏଭଳି ପଦକ୍ଷେପ ନେଇଛନ୍ତି।ଆନ୍ଧ୍ରପ୍ରଦେଶରେ ବୁଧବାର ଦିନ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ୧୦ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବାର ଖବର ମିଳିଛି। କେତେକ ଛାତ୍ରଛାତ୍ରୀ ଟ୍ରେନ ଆଗରେ ଡେଇଁ ଆତ୍ମହତ୍ୟା କରିଥିବା ବେଳେ ଅନ୍ୟ କେତେକ ବିଷ ଖାଇ ଆତ୍ମହତ୍ୟା କରିଛନ୍ତି। ପରୀକ୍ଷାରେ ଖରାପ ପ୍ରଦର୍ଶନ ଯୋଗୁଁ ସେମାନେ ଏଭଳି ପଦକ୍ଷେପ ନେଇଛନ୍ତି। ଏବେ ଆମ ରାଜ୍ୟରେ ପ୍ରତିଦିନ ଆତ୍ମହତ୍ୟା ଘଟଣାର ପରିସଂଖ୍ୟାନ ବଢ଼ି ବଢ଼ି ଚାଲିଛି ।ଏନସିଆରବିର ତଥ୍ୟ କହୁଛି ରାଜ୍ୟରେ ପ୍ରତିଦିନ ହାରାହାରି ୧୫ରୁ ଅଧିକ ଆତ୍ମହତ୍ୟା କରୁଛନ୍ତି । ପ୍ରତି ଲକ୍ଷେ ଲୋକଙ୍କ ମଧ୍ୟରୁ ବର୍ଷକୁ ୧୨ ଜଣ ଆତ୍ମହତ୍ୟା କରୁଛନ୍ତି । ଏନସିଆରବିର ସଦ୍ୟତମ ଆକ୍ସିଡେଣ୍ଟାଲ୍ ଡେଥ୍ସ ଆଣ୍ଡ ସୁଇସାଇଡ୍ସ ଇନ୍ ଇଣ୍ଡିଆ-୨୦୨୧ ରିପୋର୍ଟରୁ ମିଳିଥିବା ତଥ୍ୟ କହୁଛି, ୨୦୨୧ରେ ରାଜ୍ୟରେ ଆତ୍ମହତ୍ୟା କରିଛନ୍ତି ୫ ହଜାର ୬୫୧ ଜଣ ।ଏହା ୨୦୨୦ରେ ଆତ୍ମହତ୍ୟା କରିଥିବା ୫ ହଜାର ୫୪୬ ଜଣଙ୍କ ତୁଳନାରେ ୨ ପ୍ରତିଶତ ଅଧିକ । ରାଜ୍ୟରେ ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ୪ ହଜାର ୪୧୨ ଜଣ ପୁରୁଷ ହୋଇଥିବା ବେଳେ ୧ ହଜାର ୨୩୯ ଜଣ ମହିଳା । ହେଲେ କାହିଁକି ବଢୁଛି ଆତ୍ମହତ୍ୟା ପ୍ରବଣତା ? ବିଶେଷକରି ଯୁବପିଢ଼ିଙ୍କ ମଧ୍ୟରେ ଏଭଳି ମାନସିକତା ବଢ଼ିବା ଉଦବେଗ ସୃଷ୍ଟି କରିଛି । ଆତ୍ମହତ୍ୟା କରିବା ଯେପରି ଏକ ସାଧାରଣ କଥା ହୋଇଗଲାଣି । ପ୍ରେମ ପ୍ରସଙ୍ଗ ହେଉ କି ପାରିବାରିକ ବିବାଦ ଆତ୍ମହତ୍ୟାକୁ ସହଜ ଭାବି ନେଉଛନ୍ତି ସମସ୍ତେ । ତେବେ ଏଥିରୁ ନିବୃତ୍ତ ରହିବାକୁ ତଥା ଲୋକଟିର ଚିକିତ୍ସା ପାଇଁ ପରିବାରର ସଦସ୍ୟମାନଙ୍କର ଗୁରୁଦାୟିତ୍ଵ ରହିଛି । ସେମାନେ ତା'ର ସମସ୍ୟା ବୁଝିବା ସଙ୍ଗେ ସଙ୍ଗେ ଏହାର ସମାଧାନ କରିବା ପାଇଁ ଡାକ୍ତରଙ୍କ ସହଯୋଗ ନେଇ ସାହାଯ୍ୟ କରିବା ଆବଶ୍ୟକ । ସେ ଯେପରି ପୁନର୍ବାର ଆତ୍ମହତ୍ୟାର ଇଚ୍ଛାରୁ ଦୂରେଇ ରହିବ, ସେଥିପ୍ରତି ଯତ୍ନଶୀଳ ହେବା ଆବଶ୍ୟକ । ପଅରି ଦିନ ବା ଶନିବାର ଦିନ ଘଟଣା ପ୍ରସଙ୍ଗକ୍ରମେ ଏଠାରେ ଉଲ୍ଲେଖଯୋଗ୍ୟ। କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଧଅରପୁର ପଞ୍ଚାୟତ ଭାଲୁଚୁଆଁ ଗାଁରେ ଏକ ଲୋମ ଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରେମରେ ପ୍ରତାରିତ ହେବା ପରେ ବୈଷୟିକ ବାର୍ତ୍ତା ପେଟିକାରେ (ହ୍ଵାଟ୍ସଆପ ଷ୍ଟାଟସ୍ ଦେଇ) ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଯୁବକ ହେଲେ ଧର୍ମଗଡ ଥାନା ଅଏଁଲାଜୋର ଗାଁର କୃଷ୍ଣଚନ୍ଦ୍ର ଭଇଁସାଲଙ୍କ ପୁଅ ହିମାଂଶୁ ଭଇଁସାଲ। ହିମାଂଶୁ ଜେସିବି ଗାଡି ଡ୍ରାଇଭର ଭାବେ କାମ କରୁଥିଲେ। ସେ ଆତ୍ମହତ୍ୟା କରିବାପୂର୍ବରୁ ତା ମୃତ୍ୟୁରେ କିଏ ଦାୟୀ ନୁହଁ, ଜଣେ ଝିଅ ତାକୁ ଧୋକା ଦେଇଥିବାରୁ ସହି ନପାରି ଆତ୍ମହତ୍ୟା କରିଥିବା ତାଙ୍କ ଷ୍ଟାଟସରେ ଲେଖିଥିବା କଥା ଭାଇରାଲ୍ ହେଉଛି। ଏଥି ସହିତ ହାତ କାଟି ଗୋଟେ ଝିଅର ନାଁ ଲେଖାଥିବା ମଧ୍ୟ ସାମାଜିକ ଗଣମାଧ୍ୟମରେ ( ସୋସିଆଲ ମିଡିଆରେ )ଘୁରି ବୁଲୁଛି। ଶୁକ୍ରବାର ବିଳମ୍ବିତ ରାତିରେ ନିଜ ମୋବାଇଲରେ ଷ୍ଟାଟସ୍ ଦେଇ ବେକରେ ରଶି ଲଗାଇ ଏକ ଗଛରେ ଝୁଲି ପଡିଛି। ଶନିବାର ସକାଳ ପାହିଲା ବେଳକୁ ଲୋକ ମାନେ ଦେଖି କୋକସରା ପୋଲିସକୁ ଖବର ଦେଇଥିଲେ ତେବେ ତାଙ୍କର ଏହି ବାର୍ତ୍ତା ବ୍ୟାପକତା ପାଇବା ( ମୋବାଇଲ ଷ୍ଟାଟସ୍ ଭାଇରାଲ ହୋଇଥିବା )ଯୋଗୁଁ ଏହା ଏକ ପ୍ରେମ ଜନିତ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି। ଅତଏବ ଏଠି ପ୍ରଶ୍ନ ଉଠେ ଆତ୍ମହତ୍ୟା କ'ଣ ଏବଂ କାହିଁକି ଓ କେଉଁ ପରିସ୍ଥିତିରେ ଜଣେ ଆତ୍ମହତ୍ୟା କରେ ?
ଏହାର ଅର୍ଥ ସ୍ୱେଚ୍ଛାରେ ନିଜକୁ ହତ୍ୟା କରିବା ଓ ଏହାକୁ ସୁଇସାଇଡ (ଇଂରାଜୀ ଭାଷାରେ suicide) ମଧ୍ୟ କୁହାଯାଏ ।. ଏହାର ସଙ୍କଟ ଜନକ ଅବସ୍ଥାମାନଙ୍କ ନାମ ମାନସିକ ବେମାରୀ ଅବସାଦ, ସିଜୋଫ୍ରେନିଆ, ମଦ୍ୟାତ୍ୟୟ, ନିଶା ଦ୍ରବ୍ୟ ସେବନ, ବାଇପୋଲାର ଡିଜଅଡର ଇତ୍ୟାଦି । ଅନ୍ୟ କାରକମାନଙ୍କ ନାମ ଚାପ ଜନିତ ଆବେଗ ଯାହା ଅର୍ଥନୈତିକ ସମସ୍ୟା, ସମ୍ପର୍କ ସମସ୍ୟା ବା ଭୟ ।ପୂର୍ବରୁ ଆତ୍ମହତ୍ୟା ଚେଷ୍ଟା ଥିଲେ ଭବିଷ୍ୟତ ସଙ୍କଟ ଅଧିକ ରହେ । ବର୍ଡର ଲାଇନ ପର୍ସନାଲିଟି ଡିଜ୍ଅର୍ଡର ଓ ମ୍ୟାନିକ୍ ଡିପ୍ରେସନ ଯୋଗୁ ହତାଶା ହୁଏ ଓ ଏହାଦ୍ୱାରା ଆତ୍ମହତ୍ୟା ହୁଏ । ଆତ୍ମହତ୍ୟା ପ୍ରତିରୋଧ ନିମନ୍ତେ ଆଗ୍ନେୟାସ୍ତ୍ର ଓ ବିଷ ଅପହଞ୍ଚ, ମାନସିକ ବେମାରୀର ଚିକିତ୍ସା, ଡ୍ରଗ ଅପବ୍ୟବହାର, ଅର୍ଥନୀତିରେ ସୁଧାର ଓ ମିଡିଆ ରିପୋର୍ଟ ଅତି ଆବଶ୍ୟକ ।ସାଧାରଣତଃ କ୍ରାଇସିସ୍ ହଟ୍ ଲାଇନ (ଫୋନ୍ ଯୋଗେ ପରାମର୍ଶ) ବ୍ୟବହାର କରାଯାଉଥିଲେ ମଧ୍ୟ ଏହାର କାର୍ଯ୍ୟକାରୀତା ବିଷୟରେ ପ୍ରମାଣ ବିଶେଷ ନାହିଁ । ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ପ୍ରକାର ଆତ୍ମହତ୍ୟା ଦେଖାଯାଏ । ସାଧାରଣତଃ ବେକ ଝୁଲେଇବା (Hanging), ପୋକମରା ଔଷଧ ସେବନ ଓ ଆଗ୍ନେୟାସ୍ତ୍ରଦ୍ୱାରା ଏହା ସମ୍ଭବ ହୁଏ । ପ୍ରତିବର୍ଷ ପ୍ରାୟ ୮୦୦,୦୦୦ରୁ ଏକ ନିୟୁତ ଲୋକ ଏହି ଭାବରେ ମରନ୍ତି ଓ ଏହା ପୃଥିବୀରେ ମୃତ୍ୟୁର ଦଶମ କାରଣ ରୂପେ ପରିଚିତ । ପୁରୁଷ ଆତ୍ମହତ୍ୟା ସଂଖ୍ୟା ମହିଳାଙ୍କ ଅପେକ୍ଷା ୩ରୁ ୪ ଗୁଣ ଅଧିକ। ସନ ୧୯୯୦ରେ ୭୧୨,୦୦୦ ଆତ୍ମହତ୍ୟା ମୃତ୍ୟୁ ହୋଇଥବା ବେଳେ ୨୦୧୩ରେ ୮୪୨,୦୦୦ ମୃତ୍ୟୁ ହୋଇଥିଲା । ୧୦ରୁ ୨୦ ନିୟୁତ ଆତ୍ମଘାତୀ ଚେଷ୍ଟା ପ୍ରତି ବର୍ଷ ହୁଏ ଯାହା ଫଳପ୍ରଦ ହୋଇପାରି ନ ଥାଏ । ଯୁବକମାନେ ମହିଳାମାନଙ୍କ ଅପେକ୍ଷା ୩ରୁ ୪ ଗୁଣ ଅଧିକ ଆତ୍ମହତ୍ୟା ଚେଷ୍ଟା କରନ୍ତି । ଅଣ-ମାରାତ୍ମକ ଆତ୍ମହତ୍ୟା ପ୍ରଚେଷ୍ଟଦ୍ୱାରା ଆଘାତ ଓ ଦୀର୍ଘସ୍ଥାୟୀ ଅକ୍ଷମତା ଦେଖାଯାଏ ।
୧୫-୨୯ ବର୍ଷ ବୟସ୍କଙ୍କ ମଧ୍ୟରେ ଆତ୍ମହତ୍ୟା ହିଁ ମୃତ୍ୟୁର ଦ୍ୱିତୀୟ ବଡ଼ କାରଣ ବୋଲି ମଙ୍ଗଳବାର, ୧୧ ସେପ୍ଟେମ୍ବର ୨୦୧୮ ମିଳିତ ଜାତିସଂଘ ନିଜର ଏକ ରିପୋର୍ଟରେ ଉଲ୍ଲେଖ କରିଥିଲା। ଲାନ୍ସେଟ୍ ପବ୍ଲିକ୍ ହେଲ୍ଥ ଜର୍ନାଲ୍ରେ ‘ଦି ଗ୍ଲୋବାଲ୍ ବର୍ଡନ୍ ଅଫ୍ ଡିଜିଜ୍ ଷ୍ଟଡିଜ୍ ୧୯୯୦-୨୦୧୬’ ଶୀଷର୍କରେ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ, ବିଶ୍ୱବ୍ୟାପୀ ଘଟୁଥିବା ଆତ୍ମହତ୍ୟାର ୩୭% ପୁରୁଷ କେବଳ ଭାରତୀୟ ଏବଂ ୨୪% ମହିଳା ଚରମ ପଦକ୍ଷେପ ନେଇଥାନ୍ତି । ୧୫-୩୯ ବର୍ଷ ବୟସ୍କଙ୍କ ଆତ୍ମହତ୍ୟାରେ ଭାରତ ବିଶ୍ୱସ୍ତରରେ ତୃତୀୟ । ୧୯୯୦ରୁ ୨୦୧୬ ମଧ୍ୟରେ ଦେଶରେ ଆତ୍ମହତ୍ୟା ଜନିତ ମୃତ୍ୟୁସଂଖ୍ୟା ୪୦% ବଢ଼ିଛି । କେବଳ ୨୦୧୬ରେ ଭାରତରେ ୨,୩୦,୩୧୪ ଲୋକ ଆତ୍ମହତ୍ୟା କରିଛନ୍ତି । କର୍ନାଟକ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ ଏବଂ ତ୍ରିପୁରାରେ ଉଭୟ ପୁରୁଷ ଏବଂ ମହିଳାଙ୍କ କ୍ଷେତ୍ରରେ ଆତ୍ମହତ୍ୟା ହାର ସବୁଠାରୁ ଅଧିକ । କେରଳ, ଛତିଶଗଡ଼ରେ ଅଧିକ ପୁରୁଷ ଆମହତ୍ୟା କରିଥାନ୍ତି । ଭାରତରେ ପ୍ରତି ୧ଲକ୍ଷରେ ୧୫% ମହିଳା ଆତ୍ମହତ୍ୟା କରିଥାନ୍ତି। କେତେକ ଚିନ୍ତାଧାରା ଆତ୍ମହତ୍ୟା ପ୍ରରୋଚନା କରେ ଯଥା: ସମ୍ମାନ (Honour), ଧର୍ମ ଓ ଜୀବନର ମୂଲ୍ୟବୋଧ । ଆବ୍ରାହମ ଧର୍ମ ଅନୁଯାୟୀ ଜୀବନ ପବିତ୍ର, ତେଣୁ ଏହାକୁ ତ୍ୟାଗ କରିବା ପ୍ରଭୁଙ୍କ ପ୍ରତି ଅପରାଧ କରିବା ସଙ୍ଗେ ସମାନ ।ଜାପାନର ସମୁରାଇ ଯୁଗରେ ଏହା (ସେପୁକୁ ବା ଆତ୍ମହତ୍ୟା) ଭୁଲର ପ୍ରାୟଶ୍ଚିତ କିମ୍ବା ପ୍ରତିବାଦ ରୁପେ ଗଣା ହେଉଥିଲା ।.ଆଇନ ବହିର୍ଭୂତ ସତୀ ଦାହ ପ୍ରଥାରେ ବିଧବାମାନେ ସ୍ୱଇଛାରେ ବା ପରିବାରର ପ୍ରରୋଚନାରେ ନିଜକୁ ଚିତାରେ ବିସର୍ଜନ କରୁଥିଲେ । ପଶ୍ଚିମ ଦେଶମାନଙ୍କରେ ଆଗେ ଆତ୍ମହତ୍ୟା ଚେଷ୍ଟା ଦଣ୍ଡନୀୟ ଅପରାଧ ଥିଲା କିନ୍ତୁ ଏବେ ଅଧିକାଂଶ ଦେଶରେ ତାହା ନାହିଁ । ଅନେକ ଦେଶରେ ଏହାକୁ ଦଣ୍ଡନୀୟ ଅପରାଧ ରୂପେ ବିବେଚନା କରାଯାଏ । ବିଂଶ ଓ ଏକବିଂଶ ଶତାବ୍ଦୀରେ ଆତ୍ମଦାହ ଏକ ପ୍ରତିବାଦ ମାଧ୍ୟମ ହୋଇଛି । ଯୁଦ୍ଧ ସମୟରେ ଆତ୍ମଘାତୀ ବମ୍ ଉଡ଼ାଜାହାଜରୁ ପକେଇବାକୁ ଜାପାନୀମାନେ କାମିକାଜେ କହନ୍ତି ଓ ଉଗ୍ରବାଦୀମାନେ ମଧ୍ୟ ଏହିପରି ଆତ୍ମଘାତୀ ବମ୍ ପକେଇବା କାମ ମଧ୍ୟ କରନ୍ତି । ସୁଇସାଇଡ ଶବ୍ଦ ଲାଟିନ ଭାଷାର ସୁଇସାଇଡମ (suicidium) ଶବ୍ଦରୁ ନିଆଯାଇଛି ।
ଇତିହାସର ଛିଣ୍ଡା ଫର୍ଦ୍ଦ -୧୧
------------
ସାରସ୍ବତ ଇତିହାସରେ ଅନେକ କବି ମାତୃଭାଷା ପ୍ରୀତିରେ ଅନୁପ୍ରାଣିତ ହୋଇ ଅନେକ ସୃଷ୍ଟି କରିଛନ୍ତି ସତ୍ୟ ମାତ୍ର, ସର୍ବାଧିକ ମାତୃଭାଷା ପ୍ରୀତିଉଛଳ କବିତା ଲେଖି ଅମର ହୋଇ ରହିଛନ୍ତି ଓ ରହିଥିବେ ସର୍ବଧର୍ମର କବି ରଙ୍ଗାଧର ଗଙ୍ଗାଧର । ଦୁଇ ଧାଡ଼ି -" ଉଚ୍ଚ ହେବା ପାଇଁ କର ଯେବେ ଆଶା, ଉଚ୍ଚ କର ଆଗ ନିଜ ମାତୃଭାଷା " ,ଏହି ଦୁଇ ଧାଡ଼ି ହିଁ ଇତିହାସ ର ମୋଡ଼ ବଦଳାଇ ଦେଇଥିଲା ।୧୮୯୫ ମସିହା, ଜାନୁଆରୀ ୨୫ ତାରିଖ, ଇଂରେଜ ସରକାର ସମ୍ବଲପୁର ଅଞ୍ଚଳରେ ଓଡ଼ିଆ ଭାଷା ପରିବର୍ତ୍ତେ ହିନ୍ଦି ଭାଷା ପ୍ରଚଳନ ପାଇଁ ଆଦେଶ ଜାରି କଲେ । ମାତୃଭାଷା ପ୍ରାଣ ଯୁବକ ଧରଣୀଧର ମିଶ୍ର, ବ୍ରଜମୋହନ ପଟ୍ଟନାୟକ,ଦେଶପ୍ରାଣ ବଳଭଦ୍ର ସୂପକାର, ମହନ୍ତ ବିହାରୀ ଦାସ, ଶ୍ରୀପତି ମିଶ୍ର, କର୍ମବୀର ବୈକୁଣ୍ଠ ନାଥ ପୂଜାରୀ,ଦାନଵୀର ମଦନ ମୋହନ ମିଶ୍ର ପ୍ରଭୃତି ଙ୍କ ନେତୃତ୍ବରେ ଯେଉଁ ଐତିହାସିକ ଭାଷା ଆନ୍ଦୋଳନ ହୋଇଥିଲା, ତା'ର ନିର୍ଦ୍ଦେଶକ ଥିଲେ ସ୍ବଭାବ କବି ଗଙ୍ଗାଧର । ସେ ହିଁ ବିଧିବଦ୍ଧ ସରକାରୀ ଘୋଷଣା ପୂର୍ବରୁ ଏହା ଜାଣି ୧୮୯୪ , ଅକ୍ଟୋବର ୩୦ ତାରିଖ ରେ " ଭାରତୀ ରୋଦନ" ଶୀର୍ଷକରେ ସମ୍ବଲପୁର ହିତୈଷଣୀ ପତ୍ରିକା ରେ ଲେଖିଲେ -: "
" ଉତ୍କଳ ଭାରତୀ ରୋଦନ କରୁଛି
କାତରେ ସମ୍ବଲପୁରରେ
ସେ ବିକଳ ଧ୍ବନି କର୍ଣ୍ଣ ରେ ପଡିଲେ
ନୟନେ ଲୋତକ ପୂରେ
**********************
ହିନ୍ଦୀ ସରସ୍ଵତୀ, ମୋ ଛାତିରେ ବସି
କରିଵ ପରା ରାଜତ୍ବ
ମୋ ଆଶା କାନନ ଭସ୍ମ ରାଶି ହେବ
ତା ବନ ଉଦ୍ୟାନେ ଖତ
ଉପମାତା ଆସି ଗର୍ଭ ଧାରିଣୀ ର
ମସ୍ତକେ ଚରଣ ଦେବ
ଏ ବେଶ ଦେଖିଲେ କେଉଁ ସନ୍ତାନ ର
ମନରେ ଦୁଃଖ ନହେବ ?
ଏହି କବିତା ହିଁ ଓଡ଼ିଆ ମାନଙ୍କ ପ୍ରାଣରେ ଉଦଵେଳନ ସୃଷ୍ଟି କରିଥିଲା । ଏହା ପ୍ରକାଶ ପାଇବା ପରେ ୧୮୯୫, ଜାନୁଆରୀ ୧୫ ତାରିଖ, ଆଦେଶ ସଂଖ୍ୟା ୨୩୭ ରେ ସମ୍ବଲପୁର ଅଞ୍ଚଳରେ ହିନ୍ଦୀ କୁ ସରକାରୀ ଭାଷା କରିବା ପାଇଁ ଆଦେଶନାମା ପ୍ରକାଶ ପାଇଥିଲା ଏବଂ ମଧ୍ୟପ୍ରଦେଶ ର ମୁଖ୍ୟ ଆୟୁକ୍ତ ( ଚିଫ୍ କମିଶନର) ଉଡବର୍ଣ୍ଣ ରାଜ୍ୟ ମୁଖ୍ୟ ଶାସନ ସଚିବ ଙ୍କୁ ଦେଇଥିଲେ ଓ ଜାନୁଆରୀ ୨୫ ତାରିଖ ରୁ କାର୍ଯ୍ୟକାରୀ କରାଯିବା ପରେ ଆନ୍ଦୋଳନ ଜୋରଦାର ହୋଇଥିଲା । ଏହି ସମୟରେ ଶିକ୍ଷିତ ବର୍ଗଙ୍କୁ ଏହି ଆନ୍ଦୋଳନ ରେ ସାମିଲ ହେବାପାଇଁ କବି ଗଙ୍ଗାଧର ଲେଖିଥିଲେ-;
" ନିର୍ବାସନ ହେବା ପାଇଁକି ଅଛି ଜନନୀ ଭାବେ
ମାତୃହୀନା ଦଶା ଘଟିବା ଅଛି ଲେଖା କପାଳେ
ଭଵିତଵ୍ୟ ଯାହା, ତା ଙ୍କୁ ବିଧି ଆୟତ ସିନା
ବୋଲି କାପୁରୁଷ ନ ହୁଅ, ମୂଳକୁ ଉଦଯୋଗ ବିନା ।"
*****************
ବାରମ୍ବାର ଭାଷା ମୁକ୍ତିଯୋଦ୍ଧା ମାନଙ୍କୁ ନୈତିକ ସମର୍ଥନ ଓ ପ୍ରୋତ୍ସାହନ ଦେଇ ଅନେକ କବିତା ସେ ଲେଖିଥିଲେ ।
ଉଦାହରଣ ସ୍ୱରୂପ
"କରି ପ୍ରାଣ ପଣ ଅଳରେ ଯତନ
ନଘଟେ ଯେସନ ମାତୃ ନିର୍ବାସନ
ରହିବ ଓଡ଼ିଆ ପୁଅର ସମ୍ମାନ
ଶତ୍ରୁ ଙ୍କ ର ଦର୍ପ ହୋଇଯିବ ଚୁର୍ଣ୍ଣ
ଉଦ୍ୟୋଗୀର ପ୍ରତି ଭାଗ୍ୟ ଅନୁକୂଳ
ଯତ୍ନ କଲେ ନିଶ୍ଚେ ଫଳିଵ ସୁଫଳ
ଏ ଆଶାକୁ ହୃଦେ କର ଵଦ୍ଧମୂଳ
କର ନବୋତ୍ସାହେ କାର୍ଯ୍ୟ ସୂଚନା
ତେଜରେ ଵିରସ ହୁଅ ହୃଷ୍ଟମନା"
ଭାଷା ଆନ୍ଦୋଳନ କୁ ରାଜ୍ୟ ବ୍ୟାପୀ କରାଇଥିଲେ ଏବଂ ପୁନଃ ଲେଖିଲେ-;
" ନିଜ ଘରେ ବସି ନିର୍ବାସନ ଦୁଃଖ
ଆମ୍ଭ କି ଲଲାଟ ଲିଖନ
ମାତୃଭାଷା ବିନା ଭାଇ ସଙ୍ଗ ବିନା
ବିକଳ ହେଉଛି ଜୀବନ ।"
ଏହାକୁ ଉପଜିଵ୍ୟ କରି ଆମେ ଅଧୁନା କରୋନା ଆତଙ୍କ ରେ ଆତଙ୍କିତ ହୋଇ ନିଜକୁ ଗୃହ ବନ୍ଦୀ କରାଇ ମୁଖ ପୁସ୍ତକ ରେ ଏକ ଉପସ୍ଥାପନ କରିଛୁ ।
ଆମ ମତରେ ଜଣେ ବିଶିଷ୍ଟ କବି ଶ୍ରୀଯୁକ୍ତ ହରିହର ପଣ୍ଡା " ମୋର ପ୍ରିୟ ଲେଖକ" ପ୍ରବନ୍ଧରେ ପ୍ରକାଶ କରିଥିଲେ-;
" ତପସ୍ଵିନୀ ମେହେର ସୃଷ୍ଟି ର ମୁକୁଟ ମଣି" ।
୧୯୧୪ ରେ ପ୍ରକାଶିତ ହୋଇଥିଲା ଏହି ମହାକାବ୍ୟ " ତପସ୍ଵିନୀ" , ଯାହା ୧୧ ସର୍ଗ, ବିଭିନ୍ନ ଛାନ୍ଦ ରେ ଲିଖିତ ଏକ କାବ୍ୟ ରସର ସଂଗୁମ୍ପନ ପ୍ରାୟ ସଙ୍ଗୀତମୟ । ପ୍ରତି ସ୍ଵର୍ଗରେ ଅଭିନବ ପଟ୍ଟଭୂମିକାକୁ ଆଶ୍ରା କରି କାବ୍ୟକୃତି କୁ ସଫଳ ତଥା ଗୈାରବ ମଣ୍ଡିତ କରିଵାରେ ସ୍ଵଭାବ କବି ଙ୍କ ଉପମା , ଅଳଙ୍କାର,ସାଙ୍ଗୀତିକତା , ଛନ୍ଦ ସଂଯୋଜନା ଅତି ମନୋରମ ତଥା ସର୍ବଗୁଣସମ୍ପର୍ଣ୍ଣ , ଅନନ୍ତ ସୁଖଦାୟୀ । କାଳିଦାସଙ୍କ ରଘୁବଂଶ ଏବଂ ଉତ୍ତର ରାମଚରିତ ରୁ ପ୍ରସଙ୍ଗ ନିର୍ବାଚିତ କରିଥିଲେ ସୁଦ୍ଧା ଉତ୍କଳୀୟ ନାରୀ ର ସର୍ବ ଗୁଣ ବର୍ଣ୍ଣନା ଅତ୍ୟନ୍ତ ଉଚ୍ଚକୋଟୀର । ଭାରତୀୟ ସଂସ୍କୃତି ସଂସ୍କାର, ଉତ୍କଳୀୟ ଆଚାରଵିଚାର, ସ୍ଵକୀୟ ଆଚରଣ ତଥା ଉଚ୍ଚାଙ୍ଗତାକୁ ଉପଜିଵ୍ୟ କରି ନିଜସ୍ଵ ଅନୁଭୂତି କୁ ପରିମାର୍ଜିତ ତଥା ପରିବର୍ଦ୍ଧିତ କରି ସ୍ଵଭାବ କବି ଗଙ୍ଗାଧର ଯେଉଁ ଅମର କାବ୍ୟ" ତପସ୍ଵିନୀ" ସୃଷ୍ଟି କରିଛନ୍ତି, ଯଦି ଅନ୍ୟ କିଛି ସୃଷ୍ଟି କରିଥିଲେ ମଧ୍ୟ ଆମ ବିଚାରରେ ସେ ବିଶ୍ଵର ସର୍ବଶ୍ରେଷ୍ଠ କବି । ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ସମ୍ବଲପୁରର ଭାଷା ପ୍ରାଣ ତଥା ମାଟି ମନସ୍କ ଓଡିଆ ମାନଙ୍କ ଅବଦାନର ଇତିହାସ ଜାଣିଥିଲେ , ପୁରୀ ଜିଲ୍ଲାରୁ ପେଟପାଟଣା ପାଇଁ ଯାଇ ଓଡ଼ିଶାର ପଶ୍ଚିମାଞ୍ଚଳରେ ବାସ କରିଥିବା ବ୍ୟକ୍ତିମାନଙ୍କ ଦାୟାଦମାନଙ୍କ ମଧ୍ୟରୁ କେତେକ ବ୍ୟର୍ଥଜନ୍ମା ବିଭାଜନର ଭାଷା କହୁ ନଥାନ୍ତେ । ଇଷ୍ଟ ଇଣ୍ଡିଆ କମ୍ପାନୀ ଶାସନ ଦ୍ବାରା ଉତ୍କଳ ଜନନୀ ଙ୍କ ଅଙ୍ଗଛେଦନର ଭୟଙ୍କର ଘଟଣା ସ୍ମୃତି ଇତିହାସ ଜାଣିଥିଲେ " ବନ୍ଦେ ଉତ୍କଳ ଜନନୀ" ଗାୟନ ସମୟରେ ଜଣେ ବିଛିନ୍ନତାବାଦୀର ସନ୍ତାନ ଅହଙ୍କାର ବଶବର୍ତ୍ତୀ ହୋଇ ଏକାକୀ ବସି ରହି ରାଜ୍ୟ ସଙ୍ଗୀତ ପ୍ରତି ଅସମ୍ମାନ ପ୍ରଦର୍ଶନ କରି ନଥାନ୍ତା । ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୮୯ ବର୍ଷ ପରେ ଆମର ସୀମାର ସ୍ଥିତି କ'ଣ ?
ପ୍ରାଚୀନ ଉତ୍କଳର ମାନଚିତ୍ର ସହିତ ଆଜିର ଓଡ଼ିଶାର ମାନଚିତ୍ରକୁ ତୁଳନା କଲେ ଏକ ଆକାଶ- ପାତାଳ ପ୍ରଭେଦର ଚିତ୍ର ଜଳଜଳ ହୋଇ ଦିଶି ଯାଉଛି । ଇତିହାସକୁ ଗର୍ଭାନୁଶୀଳନ କଲେ କ୍ଷୀଣ କଳେବରା ଓଡ଼ିଶାର ଏଭଳି ଦୟନୀୟ ସ୍ଥିତି ପାଇଁ ଦାୟୀ କିଏ ବା କେଉଁମାନେ , ତାହାର ତାଲିକା ଦର୍ଶାଇବା ଅର୍ଥ ମଲା ଘୋଡ଼ାର ଟାଙ୍କ ଗଣିବା ନ୍ୟାୟ କେବଳ ପ୍ରତିପାଦିତ ହେବ । ବରଂ ଇତିହାସରୁ ଶିକ୍ଷା ଲାଭ କରି ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ହିଁ ଉପସ୍ଥାପନର ଅସଲ ଉଦ୍ଦେଶ୍ୟ । ଏହି ଆଲୋଚନା ଉପସ୍ଥାପନ ସମୟରେ ମହାନ୍ ସ୍ଵାଧୀନତା ସଂଗ୍ରାମୀ ତଥା ୧୯୩୭ ମସିହା, ପ୍ରଥମ ବିଧାନ ସଭାର ସଦସ୍ୟ ରାଧାମୋହନ ସାହୁଙ୍କ ସୁପୁତ୍ର କୃଷ୍ଣ ଚନ୍ଦ୍ର ସାହୁ ( ଋତୁ) ଙ୍କ ସୌଜନ୍ୟରୁ ଅନେକ ଅନାଲୋଚିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସନ୍ନିବେଶିତ ଦସ୍ତାବିଜ ପାଇ ତାଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛୁ । ଗଙ୍ଗା ଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିଶାଳ କଳେବର ଉତ୍କଳର ଅଙ୍ଗ ଛେଦନର କାରଣ ନିରୂପଣ କରିବା, କେବଳ ଯେ ଇଷ୍ଟ ଇଣ୍ଡିଆ କମ୍ପାନୀ ଶାସନ ଏଥିପାଇଁ ଦାୟୀ ନା ଆଉ କେଉଁ ବର୍ଗର ବ୍ୟକ୍ତିବିଶେଷ , ଏହା ମଧ୍ୟ ଆଲୋଚନା କରିବା ସମୟରେ ଉପଲବ୍ଧ ପ୍ରାମାଣିକ ତଥ୍ୟ ନକଲ ମଧ୍ୟ ସଂଲଗ୍ନ କରି ଶିକ୍ଷା ଲାଭ ସହିତ ଆଗାମୀ ପଦକ୍ଷେପ ସମ୍ପର୍କରେ ପନ୍ଥା ନିର୍ଦ୍ଧାରଣ କରିବା । ଅନେକ ସମୟରେ ଯାହା ବ୍ୟକ୍ତି ଜୀବନରେ ଘଟିଥାଏ, ତାହା ମଧ୍ୟ ଗୋଟିଏ ଜାତି ,ଦେଶ , ଏପରିକି ବିଶ୍ବ କ୍ଷେତ୍ରରେ ଘଟିଥାଏ । ଯେପରି ଜଣେ ବ୍ୟକ୍ତିଙ୍କ ଦୁଇ ଗୋଡ଼ କାଟି ଦୁଇ ଦିଗକୁ ଓ ଦୁଇ ହାତ କାଟି ଦୁଇ ଦିଗକୁ ଫୋପାଡି ଦେବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ରକ୍ତାକ୍ତ ଗଣ୍ଡି ଯେଭଳି ଯନ୍ତ୍ରଣା ଜର୍ଜରିତ ହୋଇ ଭୟଙ୍କର ବିକଟାଳ ରଡି କରିବ, ଠିକ୍ ସେହିପରି ଚିତ୍କାର କରିଥିଲେ ଆମର ପ୍ରିୟାଦିପ୍ରିୟା ମାଆ ଉତ୍କଳ ଜନନୀ । ଇଷ୍ଟଇଣ୍ଡିଆ କମ୍ପାନୀ ଶାସନ ଉତ୍କଳର ଗୋଟିଏ ଅଙ୍ଗ କାଟି ବଙ୍ଗ ପ୍ରଦେଶକୁ , ଅନ୍ୟ ଏକ ଅଙ୍ଗ କାଟି ବିହାର ପ୍ରଦେଶକୁ, ତୃତୀୟ ଅଙ୍ଗ କାଟି ମଧ୍ୟଖଣ୍ଡ,ଆଜିର ମଧ୍ୟପ୍ରଦେଶ କୁ ଏବଂ ଚତୁର୍ଥ ଅଙ୍ଗ କାଟି ମାନ୍ଦ୍ରାଜ ( ଆନ୍ଧ୍ର+ତାମିଲନାଡୁ+ତେଲେଙ୍ଗାନା + କେରଳ) କୁ ଫିଙ୍ଗି ଦେଇଥିଲେ । ଏହି ଅସ୍ବାଭାବିକ ଅଙ୍ଗ ଛେଦନର କ୍ଷତ ଅପୂରଣୀୟ ଏବଂ ଯନ୍ତ୍ରଣା ଅବର୍ଣ୍ଣନୀୟ , ଯାହାର ଅନାଲୋଚିତ ଇତିହାସ ଏବଂ ତଦଜନିତ କ୍ଷୟ କ୍ଷତି, ସାମ୍ପ୍ରତିକ ସ୍ଥିତି କୁ ସଠିକ ଭାବେ ଦର୍ଶାଇଲେ ଜଣେ ପାଷାଣ୍ଡର ହୃଦୟ ମଧ୍ୟ ତରଳି ଯିବ। ମାତ୍ର ବିଡମ୍ବନାର କଥା ଉତ୍କଳୀୟ ମାନେ ଓ ଆଜିର ରାଜନୈତିକ ଓଡ଼ିଶାର ଲୋକେ ବହୁକାଳ ହେଲା ଏ କ୍ଷୟକ୍ଷତିକୁ ଅମ୍ଲାନ ବଦନରେ ଅଙ୍ଗୀକାର କରି,ନୀରବ ନିଶ୍ଚଳ ଭାବେ ଜୀବନ ନିର୍ବାହ କରିଆସି ଏବେ ଭିକାରୀ ସଂସ୍କୃତିକୁ ସାର୍ବଜନୀନ କରାଇ ଦେଇଛନ୍ତି । ଅନ୍ୟ କୌଣସି ଜାତି ଏଯାବତ୍ ଏଭଳି ଅଙ୍ଗଛେଦରୂପକ ଦାରୁଣ ଆଘାତ ସହ୍ୟ କରି ନଥାନ୍ତା ବୋଲି ଦିନେ ବିଶ୍ବ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଐକାନ୍ତିକ ଅନୁଗାମୀ, ସାଥୀ, ସହଯୋଗୀ, ମହାନ୍ ସ୍ଵାଧୀନତା ସଂଗ୍ରାମୀ, ଐତିହାସିକ, ଗବେଷକ, ଅଧିବକ୍ତା, ବିଧାୟକ ଜଗବନ୍ଧୁ ସିଂହ ତାଙ୍କର ସୃଷ୍ଟି " ପ୍ରାଚୀନ ଉତ୍କଳ"ରେ ଅତ୍ୟନ୍ତ କ୍ଷୋଭର ସ଼ହିତ ପ୍ରକାଶ କରି ୧୯୨୮ ମସିହାରେ ଓଡ଼ିଆ ଜାତିକୁ ଆହ୍ଵାନ ଦେଇଥିଲେ, ମାତ୍ର କୌଣସି ପ୍ରଭାବ ନପଡିବା, ଏପରିକି ଭାରତ ଗୌରବ ମଧୁସୂଦନଙ୍କ ଆହ୍ବାନ ଠାରୁ ଓଡ଼ିଆ ସାମ୍ବାଦିକତା ଜଗତର ପ୍ରତିବଦ୍ଧତା ଧର୍ମ୍ମୀ ବିଶେଷଜ୍ଞ ଗବେଷକ, ଓଡ଼ିଆ ଭାଷା ସାହିତ୍ୟର ସାଗ୍ନିକ ଜମଦଗ୍ନି , ନିଆଁଖୁଣ୍ଟାର ପ୍ରତିଷ୍ଠାତା ସମ୍ପାଦକ ପଣ୍ଡିତ ଗୋଦାବରୀଶ ମହାପାତ୍ର ଙ୍କ "ଉଠ କଙ୍କାଳ" ର ଆହ୍ବାନ ମଧ୍ୟ କୁମ୍ଭକର୍ଣ୍ଣ ନିଦ୍ରାରେ ଶୟନ କରିଥିବା ଓଡ଼ିଆ ଜନଗଣଙ୍କୁ ପ୍ରଭାବିତ କରିନଥିଲା କି କରୁନାହିଁ , ଯେଉଁଥିପାଇଁ ବିପ୍ଲବୀ କବି ରବି ସିଂହ ଲେଖିଯାଇଛନ୍ତି :
"କଙ୍କାଳ କେହି ଉଠି ନାହାନ୍ତି ବାରବାଟି ମଡ଼ା ଦଳ
ଭାଙ୍ଗି ତ ନାହିଁ ବାଧା ବାରିକେଡ୍ ଛିଡି ନାହିଁ ଶୃଙ୍ଖଳ
ଆଜି ବି ଶୋଇଛି ନିଘୋଡ଼ ନିଦରେ ଓଡ଼ିଶାର ଜନଗଣ
ଜନାରଣ୍ୟରେ ବିଦେଶୀ ମହାବଳ ଶୁଭେ ତା'ର ଗର୍ଜନ..."
ବିଗତ ୪୨ ବର୍ଷ ଧରି ଶହ ଶହ ଆଲେଖ୍ୟରେ, ବକ୍ତବ୍ୟରେ, ଆଲୋଚନା ସଭାରେ, ଏପରିକି ଦୃଶ୍ୟ ଶ୍ରାଵ୍ୟ ଗଣମାଧ୍ୟମ ଆଲୋଚନାରେ ପ୍ରକାଶ କରିଆସିଅଛୁଯେ ଓଡ଼ିଶାର ଧାରାବାହିକ ସଠିକ୍ ଇତିହାସ ଏଯାବତ୍ ଲେଖା ଯାଇପାରିଲା ନାହିଁ । ଆମର ଏହି ଆକୁଳ ନିବେଦନ ଆମର ଐତିହାସିକ ଗବେଷକ ମାନଙ୍କୁ ସାମାନ୍ୟ ପରିମାଣରେ ମଧ୍ୟ ସ୍ପର୍ଶ କରିପାରିଲା ନାହିଁ । କେବଳ ଜଣେ ମାତ୍ର ମହାନ୍ ଐତିହାସିକ ଚିର ବନ୍ଦନୀୟ ଜଗନ୍ନାଥ ପଟ୍ଟନାୟକ ଏହାକୁ ହୃଦୟଙ୍ଗମ କରି ଗବେଷଣା ଆଧାରରେ ଲେଖିବା ଆରମ୍ଭ କରିବା ସମୟରେ ଦୁର୍ଭାଗ୍ୟକୁ ଆଜ୍ଞାଙ୍କ ଆକସ୍ମିକ ଭାବେ ସଂସାରରୁ ବିଦାୟ ନେଇଗଲେ । ଓଡ଼ିଶାର ଯେଉଁ ଇତିହାସ ଅଣ ଓଡ଼ିଆ ମାନେ ଲେଖିଯାଇଛନ୍ତି , ତା'ର ପୃଷ୍ଠଭୂମି ଉପରେ ଦୃଷ୍ଟି ପକାଇଲେ ଖାଣ୍ଟି ଓଡ଼ିଆ ପ୍ରାଣ ଭିତରେ ଯେଉଁ ବିଦ୍ରୋହାଗ୍ନି ପ୍ରଜ୍ଜଳିତ ହେବା କଥା, ତାହା ହେଉନାହିଁ । ଅଧିକନ୍ତୁ ଆମ ଉପରେ ଗାଣିତିକ ପ୍ରକ୍ରିୟାରେ ଅତ୍ୟାଚାର,ଦମନ, ଅଦାଲତି। ବୁଢିଆଣୀ ଜାଲରେ ଛନ୍ଦି ଜୀବନ ଦୁର୍ବିସହ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୁରାଣ, ଶିଳାଲିପି, ତାମ୍ର ଶାସନ, କିମ୍ବଦନ୍ତୀ, ଲୋକକଥା, ପ୍ରାଚୀନ ଗ୍ରନ୍ଥ, ମାଦଳାପାଞ୍ଜି , ଯାହା ସବୁ ଆମର ଐତିହାସିକ ସମ୍ବଳ , ସେସବୁକୁ ଉପଜିଵ୍ୟ କରି ଓଡ଼ିଶାର ସଠିକ୍ ଇତିହାସ ଲେଖା ଯାଇପାରିବ ବୋଲି ଆମେ ଦୃଢ଼ ନିଶ୍ଚିତ ହୋଇ ଆବେଦନ କରିବା ସହିତ ନିଜେ ଏହା କରିବା ପାଇଁ ନିଷ୍ପତ୍ତି ନେଇ ସମସ୍ୟା ଜର୍ଜରିତ ପ୍ରତିବନ୍ଧକ କାରଣରୁ ବିଫଳ । ଯେଉଁ ମିଥ୍ୟା , କପୋଳକଳ୍ପିତ, ଚକ୍ରାନ୍ତିଆ କୁଵୁଦ୍ଧିଜାତ୍ ଭଗାରି ମାନସିକତା ବିଜଡ଼ିତ ବ୍ୟକ୍ତିତ୍ଵ ମାନେ ଇତିହାସ ଲେଖିଯାଇଛନ୍ତି , ଯାହାକୁ ଥୋଡ଼ି, ବଡ଼ି,ଶାଗ,ମୁଗ, ବଡ଼ି,ଥୋଡ଼ି ମୁଗ ଶାଗ କରି ଆମର ଇତିହାସ ଅଧ୍ୟାପକ, ପ୍ରାଧ୍ୟାପକ ମାନେ ପିଏଚଡ଼ି,ଡିଲିଟ୍ କରି ନିଜକୁ ବଡ଼ବଡ଼ ଐତିହାସିକ ବୋଲି ପ୍ରଚାରିତ କରିଆସିଛନ୍ତି ଓ ଆସୁଛନ୍ତି, ସେମାନେ ଜାଣନ୍ତି ଯେ ସେହି ଈର୍ଷାର ଦୈତ୍ୟ ଧର୍ମ୍ମୀ ଅଣ ଓଡ଼ିଆ ଐତିହାସିକ ମାନେ ଅନ୍ୟ କାର୍ଯ୍ୟରେ ଓଡ଼ିଶା କୁ ଆସିଥିଲେ । ଇନ୍ଦ୍ରଦ୍ୟୁମ୍ନ ସଂସ୍କୃତିର ଉପାସକ ଓଡ଼ିଆ ମାନେ କୌଣସି ସମୟରେ ଇତିହାସ ଲେଖୁ ନଥିଲେ, ଯାହାର ସୁଯୋଗ ନେଇ ଅଣ ଓଡ଼ିଆମାନେ ଓଡ଼ିଶାର ଇତିହାସ ଲେଖିଲେ । ସ୍ବାଭାବିକ ଭାବେ ବିଜେତା ଯେବେ ପରାଜିତର ଇତିହାସ ଲେଖେ, ସେତେବେଳେ ସେ ନିଜକୁ ,ନିଜ ଜାତିକୁ ମହିମା ମଣ୍ଡିତ କରି ବର୍ଣ୍ଣନା କରିଥାଏ ଏବଂ ପରାଜିତକୁ , ପରାଜିତ ଜାତି କୁ ମସୀଲିପ୍ତ କରିଥାଏ, ତାହାହିଁ ପ୍ରତିଫଳିତ ହୋଇଛି ଓଡିଶା ଇତିହାସ ରଚନା କ୍ଷେତ୍ରରେ । ଆମର ଉପଲବ୍ଧ ଇତିହାସକୁ ଅନୁଧ୍ୟାନ କଲେ ହଣ୍ଟର ଙ୍କ ଓଡ଼ିଶା ଇତିହାସ ପ୍ରଥମ ଓ ଦ୍ବିତୀୟ ଭାଗ (୧୮୭୨), ଷ୍ଟାର୍ଲିଂଙ୍କ ଓଡ଼ିଶା ଇତିହାସ (୧୮୨୨),ଟ ଏ ନବି ଙ୍କ ଇତିହାସ, ଓଡ଼ିଆ ଭାଷା ବିଦ୍ବେଷୀ ରାଜେନ୍ଦ୍ର ଲାଲ୍ ମିତ୍ର, ଯିଏ କହିଥିଲେ " ଓଡ଼ିଆ ଏକଟା ଭାଷା ନୋଏ" ଙ୍କ ଇତିହାସ, ବ୍ରଜ କିଶୋର ଘୋଷଙ୍କ ଇତିହାସ, ଏଫ .ବିଲୋରୀଙ୍କ ଓଡ଼ିଶା ଇତିହାସ,ଫର୍ଗୁସନ ,ବ୍ଲାଡାଇନ୍,ଆର ଟି ଆଲନ୍ତ,ସେପେଜ, କର୍ଣ୍ଣିଙ୍ଗହାମ୍, ସନ୍ସବିତ୍ , ବର୍ଣ୍ଣିଲ୍,ଗ୍ଲାଡ ଉଇନ୍, ବ୍ୟାପ୍ଟିସ ମିସନାରୀ ମାନେ ଲେଖିଯାଇଥିବା ଓଡ଼ିଶାର ଇତିହାସ ପଢୁଛେ , ମାତ୍ର ବିଶ୍ବ ମଣି ପଣ୍ଡିତ ଗୋପବନ୍ଧୁଙ୍କ ଐକାନ୍ତିକ ଅନୁଗାମୀ , ଓଡ଼ିଶା -ବିହାର ବିଧାନସଭା ସଦସ୍ୟ, ବରିଷ୍ଠ ଅଧିବକ୍ତା , ସମର୍ପିତ ଐତିହାସିକ, ଗବେଷକ ଜଗବନ୍ଧୁ ସିଂହଙ୍କ "ପ୍ରାଚୀନ ଉତ୍କଳ" ହିଁ ପ୍ରତ୍ୟେକ ଓଡ଼ିଆ ଙ୍କ ପାଇଁ ସଠିକ ଇତିହାସ । ଆମର ବହୁ ଦାବି ପରେ ଏହାର ସଦ୍ୟତମ ସଂସ୍କରଣ ପ୍ରକାଶ ପାଇଛି । ବିଧାୟକ ମିଶ୍ର ଏହି ଇତିହାସ କୁ ପଢିବାକୁ ଆମର ପରାମର୍ଶ ।
କ୍ରମଶଃ
ଶିଳାଲିପିର ଚିତ୍କାର (୧)
-------------------
କେବଳ ସମଗ୍ର ଭାରତରେ ନୁହେଁ, ସମଗ୍ର ବିଶ୍ଵରେ ଏକମାତ୍ର ଶିଳାଲିପି, ଯେଉଁଥିରେ ଶାସକ ବା ରାଜତନ୍ତ୍ରୀୟ ଶାସନ ବ୍ୟବସ୍ଥାରେ ରାଜାଙ୍କର ରାଜତ୍ୱ ସମୟରେ ଘଟିଥିବା ବିଭିନ୍ନ ଘଟଣାବଳୀ କ୍ରମାନ୍ୱୟରେ ଲେଖା ଯାଇଛି, ତାହା ହେଉଛି କୁମାରୀ ପର୍ବତ, ପରବର୍ତ୍ତୀ ସମୟରେ ଉଦୟଗିରି ଭାବେ ବିଖ୍ୟାତ , ସେଥିରେ ଥିବା ଖୋଦିତ ଖାରବେଳଙ୍କ ଶିଳାଲିପି । ଏହି ଶିଳାଲିପି ଅନେକ ସ୍ଥାନରେ କ୍ଷୁର୍ଣ୍ଣ ହୋଇଛି, ଯାହାକୁ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୮୮ ବର୍ଷ ଭିତରେ ଆମେ ଓଡ଼ିଆମାନେ ପୁନରୁଦ୍ଧାର କରି ପାରିନାହେଁ । ଆଗାମୀ ପିଢ଼ି ଏଥିପାଇଁ ଆମକୁ କ୍ଷମା ଦେଵେ ତ ? ଉପସ୍ଥାପିତ ନିମ୍ନ ସ୍ଥିର ଚିତ୍ର , ଯାହା ରାଣୀ ଗୁମ୍ଫାରେ ରହିଛି, ଯେଉଁ ଚିତ୍ର ଦର୍ଶାଇଛି ମଗଧ ରାଜା ବୃହସ୍ପତି ମିତ୍ର ଐର ଖାରବେଳଙ୍କ ପଦ ବନ୍ଦନା କରୁଛି, ଯାହା ପିଢ଼ି ପରେ ପିଢ଼ି ଓଡ଼ିଆଙ୍କ ପାଇଁ ଦେଇ ଆସିଛି ଗର୍ବିତ ସୁବାର୍ତ୍ତା, ତାହା ପୂର୍ଣ୍ଣାଙ୍ଗ ଭାବେ ପରବର୍ତ୍ତୀ ପିଢ଼ିଙ୍କ ପାଇଁ ରଖିଯିବା କ'ଣ ଆମର ଦାୟିତ୍ବ ନୁହେଁ ? କ'ଣ ପାଇଁ ଓ କେଉଁ ଉପଲବ୍ଧି ପାଇଁ ଆମ ପିଢ଼ିକୁ ପରବର୍ତ୍ତୀ ପିଢ଼ି ସ୍ମରଣ କରିଵେ ? ନା ,ଆମର ଭିକାରୀ ମାନସିକତା ପାଇଁ ନର୍କର ବୀଜାଣୁ ଭଳି ଘୃଣା କରିବେ , ଏହି ପ୍ରଶ୍ନର ଉତ୍ତର କିଏ ଦେବେ ଓ କେଉଁ ଆଧାରରେ ? ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟଯେ ୧୮୧୪ ମସିହାରେ ଇଷ୍ଟ ଇଣ୍ଡିଆ କମ୍ପାନୀର ଜଣେ ସୈନ୍ୟ ବିଭାଗ କର୍ମଚାରୀ ଚାର୍ଲସ ଷ୍ଟୁଆର୍ଟ ସମଗ୍ର ଓଡିଆର ଚତୁର୍ଦ୍ଦିଗରୁ ଅନେକ ଶିଳାଲେଖ , ଅନେକ କମନୀୟ ଦେବାଦେବୀ ବିଗ୍ରହ , ଅନେକ ତାଳପତ୍ର ପୋଥୀ , ଅନେକ ପ୍ରତ୍ନତତ୍ତ୍ଵ ବିଭବ ଜବରଦସ୍ତ ଲୁଣ୍ଠନ କରି ବଳପୂର୍ବକ ସ୍ଥାନାନ୍ତରିତ କରିବା ସମୟରେ ଓଡ଼ିଆମାନେ ନୀରବ ଦ୍ରଷ୍ଟା ଥିବା ବେଳେ କମ୍ପାନୀ ଶାସନର ବଡ଼ବଡ଼ ଅଧିକାରୀ ମାନେ ତାକୁ ପ୍ରୋତ୍ସାହନ ଦେଇଥିଲେ । ସେ ସବୁ ମୂଲ୍ୟବାନ ଦ୍ରବ୍ୟ କୁ ଲଣ୍ଡନ ନେଇ ଗଲା ଏବଂ ଚାକିରି ଛାଡ଼ିଦେଇ ତାକୁ ନେଇ ବେପାର କଲା ଉତ୍କୋଚ ସ୍ବରୂପ କେତେକ ଲଣ୍ଡନ ସ୍ଥିତ " ବ୍ରିଟିଶ ମିଉଜିୟମ" ଓ ଗ୍ରେଟ ବ୍ରିଟେନର 'ରଏଲ ଏସିଆଟିକ ସୋସାଇଟି " ନାମକ ଅନୁଷ୍ଠାନକୁ ମାଗଣା ଦେଇ ଦେଇ ଅବଶିଷ୍ଟ ଜର୍ମାନ ଓ ଜାପାନର ବେପାରୀ ମାନଙ୍କୁ ବିକ୍ରି କରିଦେଲା , ଯାହା ନିଜେ ସେ ସ୍ବୀକାର କରିଯାଇଛି । ଅନନ୍ତ ବାସୁଦେବ ମନ୍ଦିରରୁ ନେଇଥିବା ଶିଳାଲେଖ ଏବେବି ଏସିଆଟିକ ସୋସାଇଟ ଗୃହରେ ସଂରକ୍ଷିତ ରହିଛି । ସ୍ବର୍ଗତ ପରମାନନ୍ଦ ଆଚାର୍ଯ୍ୟ ୧୯୩୪ ରେ ଲଣ୍ଡନରେ ଅବସ୍ଥାନ କରୁଥିବା ସମୟରେ ଏହାର ସନ୍ଧାନ ପାଇଁ ତାହାର ସ୍ଥିର ଚିତ୍ର ( ଫଟୋଚିତ୍ର) ଉଠାଇ ଆଣିଥିଲେ । ପରେ ଡକ୍ଟର କୁଞ୍ଜବିହାରୀ ତ୍ରିପାଠୀ ଲଣ୍ଡନରେ ଥିବା ସମୟରେ ପରମାନନ୍ଦ ତ୍ରିପାଠୀଙ୍କ ଅନୁରୋଧରେ ଏହି ଲେଖର ଅବିକଳ ପ୍ରତିଲିପି ସୋସାଇଟିରୁ ଆଣି ଭୁବନେଶ୍ୱରସ୍ଥିତ ରାଜ୍ୟ ସଂଗ୍ରହାଳୟରେ ସଂରକ୍ଷଣ ପାଇଁ ଦେଇଥିଲେ । ଉପରୋକ୍ତ ସମସ୍ତ ବୃତ୍ତାନ୍ତ ସେ ତାଙ୍କ ପାଇଁଁ ଉଦ୍ଧିଷ୍ଟ ସମ୍ବର୍ଦ୍ଧନା ସଭାରେ କହିଥିଲେ , ଯାହାକୁ ସମାଜ ଖବରକାଗଜ ସମେତ ଅନ୍ୟାନ୍ୟ ଇଂରାଜୀ ଖବରକାଗଜ କି କୌଣସି ସାପ୍ତାହିକ ସମ୍ବାଦପତ୍ର ଛପେଇଲେ ନାହିଁ । ଏହାର ପଚାଶ ବର୍ଷ ପରେ ୧୮୮୫ ରେ। ଜଣେ ଇଂରେଜ ଲେଖକ ବାରନୋଟ୍ " ଏପିଗ୍ରାଫିଆ ଇଣ୍ଡିଆ" ପତ୍ରିକାର ତ୍ରୟୋଦଶ ଭାଗ , ପୃଷ୍ଠା ସଂଖ୍ୟା ୧୫୦ ରୁ ୧୫୫ ବିସ୍ତୃତ ଭାବେ ଆଲୋଚନା କରିଥିବା ସତ୍ତ୍ୱେ ମଧ୍ୟ ଓଡ଼ିଶାରେ ତାହାର ପ୍ରଭାବ ପଡିଲା ନାହିଁ । ଅନେକ ଯୋଜନାବଦ୍ଧ ରୋପିତ ଶିଳାଲେଖ ଠାରୁ ତୃଟିପୂର୍ଣ୍ଣ ପୋଥି ସବୁ ହେଲା ଓଡ଼ିଶାର ସମ୍ପତ୍ତି ଏବଂ ଅସଲ ସମ୍ପତ୍ତି ବିଦେଶରେ ବିକ୍ରିବଟା ହେଲା । ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟଯେ ଏକଦା ଧଉଳି ପାହାଡ଼ ସୁରଭିଗିରି ନାମରେ ଐତିହାସିକ ସ୍ୱାକ୍ଷର ବହନ କରିଥିଲା । ଏହାର ଶିଖର ଦେଶରେ ଏକ ଭେଷଜ ଉପବନ ଓ ପ୍ରମୋଦ ଉଦ୍ୟାନ ମଧ୍ୟ ଥିଲା ।ମହାଭାରତ ସମୟର ଅଶ୍ୱତ୍ଥାମା ହସ୍ତୀ ନାମରେ ଓ ପାହାଡ଼ଟିକୁ ଅଶ୍ୱତ୍ଥାମା ପାହାଡ଼ ନାମରେ ନାମିତ କରାଯାଇଥିଲା। ଜତୁଗୃହରୁ ଆତ୍ମରକ୍ଷା ପାଇଁ ମାତା କୁନ୍ତୀଙ୍କ ସହ ପଞ୍ଚୁପାଣ୍ଡବ ଏଠାରେ ରହିଥିବାରୁ ଏହାର ଗୁମ୍ଫା ସମୂହକୁ ପଞ୍ଚୁପାଣ୍ଡବ ଗୁମ୍ଫା ନାମରେ ନାମିତ କରାଯାଇଥିଲା । ସେହିପରି ବର୍ତ୍ତମାନର ବୌଦ୍ଧ ଜିଲ୍ଲାର
ଅନେକ ଜାଗାରେ ବୌଦ୍ଧ କୀର୍ତ୍ତିମାନ ଅଛି, ବିଶ୍ୱାସ କରାଯାଏ ଯେ ବୁଦ୍ଧଙ୍କ ନାମରୁ ବଉଦ , ପରବର୍ତ୍ତୀ ସମୟରେ ବୌଦ୍ଧ ହୋଇଛି । ଏପର୍ଯ୍ୟନ୍ତ ଦିଆଯାଇଛି । ଏପର୍ଯ୍ୟନ୍ତ ଖଣ୍ଡଗିରି, ଉଦୟଗିରି, ରତ୍ନଗିରି, ଲଳିତଗିରି, ଜଉଗଡ଼ ଆଦି ଐତିହାସିକ ସ୍ଥଳର କିଛି ମାତ୍ର ଗବେଷଣା ହୋଇଛି , ମାତ୍ର ଅନେକ ସ୍ଥଳର ଗବେଷଣା ହେବ କ'ଣ , ପରିଚୟ ମଧ୍ୟ ଲୋକଲୋଚନକୁ ଆସି ନାହିଁ । ଏବେ ଏବେ ପ୍ରାକ୍ତନ ମୁଖ୍ୟ ଶାସନସଚିବ ଡଃ ଅଜିତ କୁମାର ତ୍ରିପାଠୀ ଓ ଡଃ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ଙ୍କ ମିଳିତ ଗବେଷଣା ଲବ୍ଧ ତଥ୍ୟାଧାରରେ ଗୌତମ ବୁଦ୍ଧଙ୍କ ଜନ୍ମସ୍ଥାନ ଭୁବନେଶ୍ୱରର କପିଳେଶ୍ୱର ବୋଲି ଯେଉଁ ଅକାଟ୍ୟ ପ୍ରାମାଣିକ ତଥ୍ୟାର୍ପଣ କରିଛନ୍ତି , ତାହାକୁ ଓଡ଼ିଆ ବିଦ୍ବେଷୀ ଐତିହାସିକ ମାନଙ୍କ ବୌଦ୍ଧିକ ଦାୟାଦମାନେ ମାନିବାକୁ ବାଧ୍ୟ ହୋଇଛନ୍ତି , ତ୍ରିପାଠୀ ଦ୍ବୟଙ୍କ ଯୁକ୍ତି କୁ କାଟିବାକୁ ପ୍ରମାଣ ଖୋଜୁଛନ୍ତି । ଏବେ ମଧ୍ୟ ବୌଦ୍ଧ ଧର୍ମର
ଥେରବାଦ,ମହାଯାନ,ବଜ୍ରଯାନ ,ସହଜଯାନ ପ୍ରଭୃତି ଉପରେ ସଠିକ୍ ଗବେଷଣା ହୋଇନାହିଁ , କେବଳ କେତେକ ପ୍ରତିଭାନାସ୍ତି ଯଶକାଙ୍ଗାଳ ମାନେ ମନ ଗଢା ତଥ୍ୟାର୍ପଣ କରି ନିଜକୁ ବଡ଼ ଐତିହାସିକ ବୋଲି ସାବ୍ୟସ୍ତ କରି ଯାଇଛନ୍ତି । ସେହିପରି ଏଯାବତ ଯେଉଁ ଅସଲି ଓ ନକଲି ଶିଳାଲେଖ ଉପରେ ଉପରେ ଠାଉରିଆ ଗବେଷଣା ହୋଇଛି , ସେସବୁ ମଧ୍ୟରେ ଭୁବନେଶ୍ୱରରେ ଥିବା ଲିଙ୍ଗରାଜ ମନ୍ଦିର ଶିଳାଲେଖ, ଏହାର ଜଗମୋହନସ୍ଥ ଚାରୋଟି ଶିଳାଲେଖ, ଏଠାରେ ଥିବା ପାର୍ବତୀ ମନ୍ଦିର ଶିଳାଲେଖ,କଳାପାଟ ଦୁଆରେ ଥିବା ଶିଳାଲେଖ, କଳାହାଟ ଦ୍ଵାରରେ ଥିବା ଖୋଦିତ ଶିଳାଲେଖ,ପରଶୁରାମେଶ୍ବର ମନ୍ଦିର ଶିଳାଲେଖ, ବ୍ରହ୍ମେଶ୍ବର ମନ୍ଦିର ଶିଳାଲେଖ, ଗଜପତି କପିଳେନ୍ଦ୍ରଦେବଙ୍କ ଓଡିଆ ଭାଷାରେ ଲେଖା ଶିଳାଲେଖ,( ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଗ" ଗଜପତି ଗୌଡେଶ୍ବର ନବକୋଟି କର୍ଣ୍ଣାଟ କଳବର୍ଗେଶ୍ବର..." ବିରୁଦାବଳି ବା ବିଶେଷଣ ପ୍ରଥମେ ଗଜପତି କପିଳେନ୍ଦ୍ରଦେବ ବ୍ୟବହାର କରିଥିଲେ) ,ଦକ୍ଷିଣ ଦୁଆର ନିକଟରେ ଥିବା ଗଜପତି ପୁରୁଷୋତ୍ତମ ଦେବଙ୍କର ଓଡିଆ ଭାଷାରେ ଲିଖିତ ଶିଳାଲେଖ,ଦ୍ବାର ବାସିନୀ ମନ୍ଦିର ଶିଳାଲେଖ, କପାଳି ମଠ ଶିଳାଲେଖ, କେଦାରେଶ୍ୱର ମନ୍ଦିର ଶିଳାଲେଖ, ମେଘେଶ୍ଵର ମନ୍ଦିର ଶିଳାଲେଖ , ଅନନ୍ତ ବାସୁଦେବ ମନ୍ଦିରର ଉତକୀର୍ଣ୍ଣ ଚନ୍ଦ୍ରାଦେବୀଙ୍କ ଶିଳାଲେଖ, ଶିଶୁପାଳ ଦୁର୍ଗ ଶିଳାଲେଖ ଆଦି ଥିବା ସମୟରେ ଅନେକ ଭିନ୍ନ ଭିନ୍ନ ଭାଷାରେ ଲିଖିତ ଶିଳାଲେଖ ଉପରେ ଗବେଷଣା ହୋଇ ପାରିନାହିଁ । ଆମ ନିକଟରେ ଯେଉଁ ତଥ୍ୟ ଅଛି ତଦାନୁଯାୟୀ ଏ ପର୍ଯ୍ୟନ୍ତ ଆମ ରାଜ୍ୟରେ ସମୁଦାୟ ଅଶିଟି ଶିଳାଲେଖର ପାଠୋଦ୍ଧାର ହୋଇପାରିଛି , ମାତ୍ର ଶହଶହ ଶିଳାଲେଖ ଚୋରି ହେବା ପରେ ମଧ୍ୟ ଆଉ ଯେଉଁ ଶହଶହ ଶିଳାଲେଖ ଦୁଇ ହଜାର ବର୍ଷ ରୁ ଉର୍ଦ୍ଧ୍ୱ ଅବଧି ଠାରୁ ପାଞ୍ଚ ଶହ ବର୍ଷ ଧରି ଅବହେଳିତ ଅବସ୍ଥାରେ ପଡି ରହିଛି, ତାହା ଉପରେ ଗବେଷଣା କ'ଣ , ସେଥିରେ କ'ଣ କ'ଣ ସବୁ ଲେଖା ଯାଇଛି , ତାହା ଏପର୍ଯ୍ୟନ୍ତ ପଢା ଯାଇ ପାରିଲା ନାହିଁ ।ଲିଙ୍ଗରାଜ ମନ୍ଦିର କାନ୍ଥରେ
ନଅ ଧାଡ଼ିରେ ଲେଖାଥିବା କଥାର ପାଠୋଦ୍ଧାର ହୋଇଛି । ଏ ବିଷୟରେ ଭାରତବର୍ଷର ବିଖ୍ୟାତ ଲିପିତତ୍ତ୍ୱବିତ୍ ଦୀନେଶ ଚନ୍ଦ୍ର ଇଂରାଜୀରେ ଓ ପ୍ରଖ୍ୟାତ ପ୍ରତ୍ନତତ୍ତ୍ୱବିତ୍ କେଦାରନାଥ ମହାପାତ୍ର ଓଡ଼ିଆରେ ଆଲୋଚନା କରିଛନ୍ତି । ଶିଳାଲେଖଟିର ଭାଷା ସଂସ୍କୃତ, ଲିପି ନାଗରୀ ଓ ଏହା ବୈଶାଖ ମାସ କୃଷ୍ଣପକ୍ଷ ପ୍ରଥମ ଦିନ, ବୁଧବାରରେ ଲିଖିତ ଅନନ୍ତ ବର୍ମନ ଚୋଡ଼ଗଙ୍ଗଙ୍କ ଶାସନକାଳୀନ ଶିଳାଲେଖ । ସେହିପରି ଗୋପୀନାଥପୁର ଶିଳାଲେଖ, ଯାହାକି ପୁରୁଣା ଜଗନ୍ନାଥ ସଡ଼କରେ ଥିବା ଗୋପୀନାଥପୁର ଜଗନ୍ନାଥ ମନ୍ଦିର କାନ୍ଥରେ ଲେଖାଥିବା ସମୁଦାୟ ୩୦ ଧାଡ଼ି ବିଶିଷ୍ଟ ଲେଖା, ଯାହାର ଲିପି ପ୍ରତ୍ନ ଓଡ଼ିଆ ଓ ଭାଷା ସଂସ୍କୃତ । ଏହା ଗଜପତି କପିଳେଶ୍ୱର ଦେବଙ୍କ
ସମୟର ଶିଳାଲିପି । ଏ ବିଷୟରେ ବାଗ୍ମୀ ବିଶ୍ୱନାଥ କର, ‘ଉତ୍କଳ ସାହିତ୍ୟ’ର ସଂଖ୍ୟା ୯, ଭାଗ ୩ (ଆଶ୍ୱିନ, ୧୩୦୭ ସାଲ)ରେ ‘ଗୋପୀନାଥପୁରର ଶିଳାଲିପି’ ଲେଖାରେ ଆଲୋଚନା କରିଥିଲେ। ତଦାନୁରୂପେ ଶ୍ରୀଜଙ୍ଗ ଶିଳାଲେଖ, ଯାହା ଅଧୁନା ରାଜ୍ୟ ସଂଗ୍ରହାଳୟରେ ସଂରକ୍ଷିତ, ୪୧ଟି ଧାଡ଼ିର ଭାଷା ଓ ଲିପି ଓଡ଼ିଆ । ଏହା ଗଜପତି ରାମଚନ୍ଦ୍ରଦେବଙ୍କ ଶାସନ କାଳୀନ ଶିଳାଲେଖ । ଏ ବିଷୟରେ ବିଦେଶୀ ବିଦ୍ୱାନ୍ ଜନ୍ ବୀମ୍ସ ଓ ଭାରତବର୍ଷର ବିଖ୍ୟାତ ଲିପିତତ୍ତ୍ୱବିତ୍ ପଦ୍ମଶ୍ରୀ ସତ୍ୟନାରାୟଣ ରାଜଗୁରୁ ଆଲୋଚନା କରିଛନ୍ତି । ସେହିପରି ୧୨ ଧାଡ଼ିରେ ଲିଖିତ ମଧୁକେଶ୍ୱର ମନ୍ଦିର ଶିଳାଲେଖ, ଯାହାର ଲିପି ଓ ଭାଷା ତେଲୁଗୁ । ଶକାବ୍ଦ ୧୦୦୪ ର ଏହି ଶିଳାଲେଖ ଅନନ୍ତବର୍ମନ୍ ଚୋଡ଼ଗଙ୍ଗ ଦେବଙ୍କ ଶାସନକାଳୀନ ଶିଳାଲେଖ । ଏବେ ନିକଟରେ ସାମାଜିକ ଗଣମାଧ୍ୟମ ମୁଖ ପୁସ୍ତକରେ ଆମେ ଶକାବ୍ଦ ୧୧୮୨ର ଆଜିର ସିଂହାଚଳମ୍ ସ୍ଥିତ ଲକ୍ଷ୍ମୀ ନରସିଂହ ସ୍ୱାମୀ ମନ୍ଦିରରେ ଥିବା ଶିଳାଲେଖ ସମ୍ପର୍କରେ ଆଲୋଚନା କରିଥିଲୁ । ଏହା କୁମ୍ଭ (ଫାଲଗୁନ) କୃଷ୍ଣପକ୍ଷ ତୃତୀୟ ଦିନ, ଶୁକ୍ରବାରରେ ଲେଖା ହୋଇଥିଲ।ଏମିତି ଅନେକ ଶିଳାଲେଖ ଓ ସନନ୍ଦରେ ଆମ ଭାଷା, ଲିପିର ପ୍ରାଚୀନତାର ପ୍ରମାଣ ରହିଛି ।
ଓଡ଼ିଶାର ବିଶିଷ୍ଟ ଗବେଷକ ଡକ୍ଟର ବେଣୀ ମାଧବ ପାଢ଼ୀ ତାଙ୍କର ପ୍ରସିଦ୍ଧ ପୁସ୍ତକ ‘ଓଡ଼ିଶାର ସାହିତ୍ୟ, ସଂସ୍କୃତି ଓ ଧର୍ମଧାରା’ରେ ଯଥାର୍ଥରେ ଉଲ୍ଲେଖ କରିଛନ୍ତି ଯେ, “ଜନସାଧାରଣଙ୍କ ଗୋଚରାର୍ଥେ ଲିଖିତ ରାଜାଦେଶ ଓ ସରକାରୀ ଇସ୍ତାହାର ଦେଶୀୟ ଭାଷାରେ ଲେଖାହେବା ଯୁକ୍ତିସଙ୍ଗତ । ନଚେତ୍ ଅନୁଶାସନର ଅର୍ଥ ବୁଝି ରାଜାଦେଶ ପାଳନ କରିବାରେ ସେମାନେ ସମର୍ଥ ହୋଇନଥାନ୍ତେ ।
ଅଭିଲେଖର ଅନୁଶୀଳନ ବେଳେ ବହୁ ବୈଶିଷ୍ଟ୍ୟ ନଜରକୁ ଆସିଥାଏ । ଯେମିତିକି ଅଧିକାଂଶ ଶିଳାଲେଖରେ ‘ଅଙ୍କ’ ଦେଖିବାକୁ ମିଳେ, କେତେକ ଶିଳାଲେଖରେ ‘ଶକାବ୍ଦ’ର ସୂଚନା ରହିଛି ।ଭାରତର ପ୍ରଖ୍ୟାତ ଲିପିତତ୍ତ୍ୱବିତ୍ ଦୀନେଶ ଚନ୍ଦ୍ର ସରକାର, ପ୍ରଖ୍ୟାତ ପ୍ରତ୍ନତତ୍ତ୍ୱବିତ୍ କେଦାରନାଥ ମହାପାତ୍ର, ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟ, ପଦ୍ମଶ୍ରୀ ସତ୍ୟନାରାୟଣ ରାଜଗୁରୁ, ଡକ୍ଟର କୁଞ୍ଜବିହାରୀ ତ୍ରିପାଠୀ ପ୍ରମୁଖ ବହୁ ବିଦ୍ୱାନ୍ ଓଡ଼ିଆ ଅଭିଲେଖର ଭାଷା ବିଷୟରେ ଆଲୋଚନା କରି ଏହାର କ୍ରମବିକାଶ କଥା ସଦୃଷ୍ଟାନ୍ତ ବୁଝାଇଛନ୍ତି । ଗଞ୍ଜାମ, ଜଉଗଡ଼ର ୫୬୯-୭୦ର ଧର୍ମରାଜ ତାମ୍ରପତ୍ର, ବାଲେଶ୍ୱର, ସୋରର ଶାମଭୂଷଣ୍ଡ ତାମ୍ରପତ୍ର (ଆନୁମାନିକ ସମୟ ୫୭୯-୮୦), ପୁରୀ, କଣାସର ୫୯୯ର ଭୋଜବିଗ୍ରହ ତାମ୍ରପତ୍ର, ଗଞ୍ଜାମର ୬୧୯-୨୦ ର ମହାସାମନ୍ତ ମାଧବରାଜ ତାମ୍ରପତ୍ର ସମେତ ୧୦୫୧ ରୁ ୧୫୬୮ ଖ୍ରୀଷ୍ଟାବ୍ଦ ମଧ୍ୟରେ ଗଙ୍ଗବଂଶ ଶାସନକାଳୀନ ୧୮ ଓ ସୂର୍ଯ୍ୟବଂଶ ଶାସନକାଳୀନ ୫୦ ଶିଳାଲେଖରେ ଆମ ଭାଷାର କ୍ରମବିକାଶ ଧାରାବାହିକ ଭାବେ କିଭଳି ହୋଇଛି ଏବଂ ଲିପି ଓ ଭାଷାର ଏହି ଉନ୍ମେଷ ଓ ବିକାଶ ଦେଖିଲେ ଯେ କେହି ବିସ୍ମିତ ହେବାକୁ ବାଧ୍ୟ ହେବେ।ଗଙ୍ଗବଂଶୀ ପଞ୍ଚମ ବଜ୍ରହସ୍ତଦେବ, ୧୦୭୦ ଖ୍ରୀଷ୍ଟାବ୍ଦରେ ମୁଖଲିଙ୍ଗ ଶିବମନ୍ଦିରରେ ଖୋଦିତ କରିଥିବା ଏକ ତ୍ରିଭାଷୀ ଶିଳାଲେଖ ରେ ସଂସ୍କୃତ ଓ ତେଲୁଗୁ ଭାଷା ସହ ଓଡ଼ିଆ ଗଦ୍ୟର ପ୍ରମାଣ ମିଳୁଥିବାବେଳେ ପ୍ରଥମ ନରସିଂହଦେବ, ୧୨୪୬ ଖ୍ରୀଷ୍ଟାବ୍ଦରେ କପିଳାସ ଦଧିନଉତି ଶିଳାଲେଖରେ ଦସ (ଦଶ), ସମର, କାରଣ, ରାଜା, ଗଜପ୍ତି (ଗଜପତି), ବିଜୟ, ନରକ, ତୁଳସୀ ଆଦି ଅନେକ ଓଡ଼ିଆ ଶବ୍ଦ ଖୋଦିତ କରିଛନ୍ତି । ସେହିଭଳି ଭୁବନେଶ୍ୱରର ଅନନ୍ତ ବାସୁଦେବ ମନ୍ଦିର ଶିଳାଲେଖ, ଯାହାକି ୧୭୭୮ ଖ୍ରୀଷ୍ଟାବ୍ଦରେ ଖୋଦିତ ହୋଇଥିଲା, ସେଥିରେ ଓଡ଼ିଆ ଶବ୍ଦର ଉଚ୍ଚାଙ୍ଗ ପ୍ରତିପାଦିତ । ସୋମବଂଶୀ ଇନ୍ଦ୍ରରଥଙ୍କ ବାଣପୁର ତାମ୍ରଶାସନ, ଗଙ୍ଗବଂଶ କାଳୀନ ମେଘେଶ୍ୱର ମନ୍ଦିର ଶିଳାଲେଖ, ପ୍ରଥମ ଭାନୁଦେବଙ୍କ ଅମରେଶ୍ୱର ମନ୍ଦିର ଶିଳାଲେଖ, ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ମଧ୍ୟରେ ଥିବା ପାର୍ବତୀ ମନ୍ଦିର ଶିଳାଲେଖ ଆଦି ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଆବିଷ୍କାର ହୋଇଥିବା ଏବଂ ସେଥିରୁ ହୋଇଥିବା ପାଠୋଦ୍ଧାର ଅଭିଲେଖାଗୁଡ଼ିକର ଭାଷାତାତ୍ତ୍ୱିକ ଅଧ୍ୟୟନରୁ ସ୍ପଷ୍ଟ ହୁଏ ଯେ, ଆମ ଭାଷା ପ୍ରାଚୀନ ଓ ସମୃଦ୍ଧ ଭାଷା ।
୧୦୫୧ ର ଉର୍ଜାମ ଶିଳାଲେଖ ଓ ପରବର୍ତ୍ତୀ କାଳରେ ଓଡ଼ିଆ ଲିପି ଓ ଭାଷାର ବିକାଶଧାରା ସମୟ ସ୍ରୋତରେ ଗତିଶୀଳ ଓ କ୍ରମବିକଶିତ ହୋଇ ପୂର୍ଣ୍ଣାଙ୍ଗ ହୋଇପାରିଛି । ଏହା ଆମ ଭୂମି ଓ ଭାଷାର ସଂପଦ, ଆମର ଐତିହ୍ୟ , ଆମର ଗର୍ବ ଗୌରବ ।
ହେବେ କି ଆବିର୍ଭାବ ?
------------------------
ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ବହୁ ଚର୍ଚ୍ଚିତ ଏବଂ ଗଣମାଧ୍ୟମ ଭାଷାରେ ବିଶ୍ବ ବିଖ୍ୟାତ ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜାଙ୍କ ଭାଷାରେ କଳି ଯୁଗରେ ଯାହା ପାଖରେ ଯେତେ ଧନୀ , କ୍ଷମତା , ତାହା ଯେଉଁ ମାଧ୍ୟମରେ ହେଉ, ଏପରିକି ହେଉ ପଛକେ କଳାଧନ ଅବା ଧଳାଧନ , ଗଛିତ ପୁଞ୍ଜିର ସୂତ୍ର ଯେଭଳି ପ୍ରକ୍ରିୟାରେ ହେଉ , ସିଏ ଯେଉଁ ବର୍ଗର ହୁଅନ୍ତୁ ଅବା ଯେଭଳି ଆନୁଷ୍ଠାନିକ ଶିକ୍ଷା ଥାଉ କି ନଥାଉ , ସିଏ ହିଁ ହେବେ ସମାଜରେ ସମ୍ମାନିତ, ପୂଜିତ, ଆଦରଣୀୟ , ସମ୍ମାନନୀୟ । ସାଧୁ ପ୍ରେମାନନ୍ଦ ଙ୍କ ଏହି ବକ୍ତବ୍ୟର ହଜାର ହଜାର ବର୍ଷ ପୂର୍ବରୁ ଓଡିଆ ଜନଜୀବନରେ ଏକ ବହୁଳ ବ୍ୟବହୃତ ଢଗ ଅଛି ଯେ "ଆବେ ପରଶୁ ଯାଆବେ ପରଶୁ,ବାବୁ ପର୍ଶୁରାମ, ପଇସା କ୍ୟା ନକରେ କାମ ?" । ଏହି ନ୍ୟାୟରେ ଜଣେ ଅନାମଧେୟ ଯୁବକ କିଭଳି ଅସଦ୍ ଉପାୟରେ , କ୍ଷମତା ରାଜନୀତିର ଦଲାଲ ମାନଙ୍କର ଓ ଭ୍ରଷ୍ଟ ପ୍ରଶାସନିକ ଅଧିକାରୀମାନଙ୍କ ସହଯୋଗରେ ଅତି ସ୍ବଳ୍ପ ସମୟରେ ହଜାର ହଜାର କୋଟି ଟଙ୍କାର ମାଲିକ ହେବା ଏବଂ ଶାସକ ଦଳର ପ୍ରଭାବଶାଳୀ ନେତା ହେବାର ଜ୍ଵଳନ୍ତ ଉଦାହରଣ ରାଜା ଚକ୍ର । ଏବେ ରାଜା ଚକ୍ର ଗିରଫ ହୋଇଛି କି ସିଏ ନିଜକୁ ଗିରଫ କରାଇଛି, ତାହା ସନ୍ଦେହାଛନ୍ନ । ସେ ଯାହାହେଉ , ରାଜା ଚକ୍ର ଗିରଫ ସମ୍ପର୍କରେ ସର୍ବତ୍ର ଚର୍ଚ୍ଚା ଯେ ରାଜାକୁ ଜେରା କଲେ ହିଁ ବିଗତ ଦିନରେ କ୍ଷମତାରେ ଥିବା ମଙ୍ଗୁଆଳ, କଟୁଆଳ ମାନଙ୍କ ଭ୍ରଷ୍ଟାଚାରର ନଗ୍ନ ଛବି ପ୍ରକଟିତ ହେବ , ଅର୍ଥାତ୍ ଆଳୁ ଖୋଳୁ ଖୋଳୁ ମହାଦେବଙ୍କ ଆବିର୍ଭାବ ହେବ । ସତରେ କ'ଣ ଆବିର୍ଭାବ ହେବେ ଦେବ ଦେବ ମହାଦେବ ? ଏହି ପ୍ରଶ୍ନ ଆମକୁ ବାରମ୍ବାର ଆଘାତ କରୁଛି । ଏହାର କାରଣ ବିଗତ ୮୯ ବର୍ଷର ଓଡ଼ିଶା ଶାସନ ବ୍ୟବସ୍ଥାରେ ଆଳୁ ଖୋଳା ନ୍ୟାୟରେ କେବଳ ଆମ୍ପୁଡା ଆମ୍ପୁଡି ହୋଇଛି , କେବେ ବି ଖୋଳା ଯାଇନାହିଁ କି ମହାଦେବ ଙ୍କର ଆବିର୍ଭାବ ହୋଇନାହିଁ । ବିଲାତି ଆଳୁ ଖୋଳିଲେ କ'ଣ ମହାଦେବ ବାହାରିବେ ? ଖମ୍ବ ଆଳୁ ଖୋଳା ଯାଇନାହିଁ , କାରଣ ଖମ୍ବ ଆଳୁ କୁ ଆମେ ଭୁଲି ଯାଇଛନ୍ତି । ଯେଉଁଥିପାଇଁ ସର୍ବଦା ଆଳୁ ସମେତ ଅନେକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଉପରେ ଓଡ଼ିଶାର ଖାଉଟି ବଜାର ଅନ୍ୟ ପଡେ଼ାଶୀ ରାଜ୍ୟ ମାନଙ୍କ ଉପରେ ନିର୍ଭରଶୀଳ । ଆମର ଏଠି କାଗଜ ପତ୍ରରେ ଆଳୁ ସମେତ ଅନେକ ଚାଷ ହୁଏ , ଆଳୁ ମିଶନ, ପିଆଜ ମିଶନ, ମିଲେଟ ମିଶନ, ପଣସ ମିଶନ,ଛତୁ ମିଶନ, କଫି ମିଶନ୍ ଭଳି ଅନେକ ମିଶନ୍ ଘୋଷିତ ହୁଏ , ଲୋକଙ୍କ କ୍ଷୀଣ ସ୍ମରଣ ଶକ୍ତି କାରଣରୁ ସେସବୁ ମିଶନ ସମ୍ପର୍କରେ ଲୋକେ ଭୁଲି ଯାଆନ୍ତି । ମିଶନ ସବୁ ଠିକ ତଦନ୍ତ କମିଶନ ଭଳି ହାଉଯାଉ ହୁଅନ୍ତି । ଯେଉଁଥିପାଇଁ ସୁବାର୍ତ୍ତା " ଓଡ଼ିଶାର ଚତୁର୍ଦ୍ଦିଗେ ବୁଲୁଛି ତଦନ୍ତ ସମସ୍ତ ତଦନ୍ତ କିନ୍ତୁ ବିଗଳିତ ଦନ୍ତ" ଶୀର୍ଷକରେ ଅନେକ ଆଲେଖ୍ୟ, ଅଗ୍ରଲେଖ ଆଲୋଚନା ଯେପରି କରି ଆସିଛି , ଠିକ୍ ଏହି ମିଶନ ଓମିଶନ ଆଲେଖ୍ୟ ଆଲୋଚନା ମଧ୍ୟ କରିଛି । ବିଶେଷ କରି ସୁବାର୍ତ୍ତା ଆଳୁ ମିଶନ ସମ୍ପର୍କରେ ଏବଂ ହଜାର ହଜାର କୋଟି ଟଙ୍କା ରାଜକୋଷରୁ ଲୁଣ୍ଠନ ହେବା , ମିଶନ ବିଫଳ ହେବା ସମ୍ପର୍କରେ ଆଲେଖ୍ୟ ଆଲୋଚନା କରିଛି , ଏପରିକି କୃଷି ବିଜ୍ଞାନୀ ନଟବର ଖୁଣ୍ଟିଆ ଙ୍କ ଠାରୁ ଆରମ୍ଭ କରି ସ୍ତମ୍ଭକାର ଜାନକୀଶ ବଡ଼ପଣ୍ଡା ମାନଙ୍କ ଆଲେଖ୍ୟ ଆଲୋଚନା ପ୍ରକାଶ କରିଛି ।ଓଡ଼ିଶାରେ ଆଳୁ ଉତ୍ପାଦନ କମ ଥିବାରୁ ଆମେ ପ୍ରତିବର୍ଷ ଆଳୁ ସଙ୍କଟର ସମ୍ମୁଖୀନ ହେଉଥିଲେ ଓ ପଶ୍ଚିମବଙ୍ଗ ଆଳୁ ଉପରେ ନିର୍ଭରଶୀଳ ହୋଇ ଆସୁଥିଲେ। ରାଜ୍ୟ ପାଇଁ ବାର୍ଷିକ ୧୪ ଲକ୍ଷ ମେଟ୍ରିକ ଟନ ଆଳୁ ଆବଶ୍ୟକ ହେଉଥିବାରୁ ଏହି ଚାହିଦା ମେଣ୍ଟାଇବା ପାଇଁ ଓଡ଼ିଶା ସରକାର ଆରମ୍ଭ କରିଥିଲେ ଆଳୁ ମିଶନ। ମାତ୍ର ୩ ବର୍ଷ ମଧ୍ୟରେ ଯୋଜନାବଦ୍ଧ ଭାବେ ଆଳୁ ଉତ୍ପାଦନ କରି ରାଜ୍ୟକୁ ଆଳୁ-ସ୍ୱାବଲମ୍ବନଶୀଳ କରିବାର ମହତ୍ୱାକାଂକ୍ଷୀ ଯୋଜନା ଶେଷରେ ବିଫଳ ହେଲା। ପ୍ରଚୁର ଆଳୁ ଚାଷ ଓ ଉତ୍ପାଦନ କରିଥିଲେ ବି ବିକ୍ରିବଟା ଓ ଶୀତଳ ଭଣ୍ଡାର ଅବ୍ୟବସ୍ଥା କାରଣରୁ ଚାଷୀମାନେ ସରକାରୀ ମିଶନ ଉପରୁ ଭରସା ହରାଇଲେ। ସରକାର ବିଧାନସଭାରେ ବାରମ୍ବାର କହୁଛନ୍ତି ଯେ, ଆଳୁ ମିଶନ ଫେଲ ମାରିଛି ବୋଲି କୁହାଯାଇ ପାରିବନି। ତେବେ, ପଶ୍ଚିମବଙ୍ଗରୁ ଆଳୁ ନକିଣିଲେ ଆମର ରୋଷେଇ ବନ୍ଦ ହୋଇଯାଉଛି କାହିଁକି? ଓଡ଼ିଶା ବ୍ୟବସାୟୀମାନେ ପ୍ରତିଦିନ ଟ୍ରକ ଟ୍ରକ ଆଳୁ ପଶ୍ଚିମବଙ୍ଗ, ପଞ୍ଜାବ ଓ ଉତ୍ତର ପ୍ରଦେଶରୁ ଆମଦାନୀ କରୁଛନ୍ତି କାହିଁକି?
୨୦୧୫ ମସିହାରେ ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆଳୁ ରପ୍ତାନି ଉପରେ କଟକଣା ଲଗାଇବାରୁ ଆଳୁ ସଙ୍କଟ ଦେଖାଦେଇଥିଲା। ଓଡ଼ିଶାର ଖାଉଟୀମାନେ ଆଳୁର ଅହେତୁକ ଦରବୃଦ୍ଧି କାରଣରୁ ବହୁ କଷ୍ଟ ଭୋଗିଥିଲେ। ଗୃହିଣୀଙ୍କ ଅସନ୍ତୋଷ ବଢ଼ିଲା। ସରକାରଙ୍କୁ ବିରୋଧୀ ରାଜନୈତିକ ଦଳଙ୍କ ସମାଲୋଚନାର ଶିକାର ହେବାକୁ ପଡ଼ିଲା। ରାଜ୍ୟରେ ଆଳୁ ସଙ୍କଟ ଦୂର କରିବା ପାଇଁ ସରକାର ୨୦୧୫-୧୬ ଆର୍ଥିକ ବର୍ଷରେ ଆରମ୍ଭ କରିଥିଲେ ତିନି ବର୍ଷିଆ ଆଳୁ ମିଶନ। ସେଥିପାଇଁ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟଙ୍କୁ ସରକାର ଅତିରିକ୍ତ ୫୦ କୋଟି ଟଙ୍କା ପ୍ରଦାନ କରିଥିଲେ। ମିଶନର ଲକ୍ଷ୍ୟ ରହିଲା ଯେ, ରାଜ୍ୟରେ ୧୫ ହଜାର ହେକ୍ଟର ଜମିରେ ଆଳୁ ଚାଷ ହେଉଥିଲା ବେଳେ ତାହାକୁ ବଢ଼େଇ ୩ ବର୍ଷରେ ୬୦ ହଜାର ହେକ୍ଟର ଜମିରେ ଆଳୁଚାଷ କରିବାପାଇଁ ଚାଷୀଙ୍କୁ ପ୍ରବର୍ତ୍ତାଇବା। ଉତ୍ପାଦିତ ଆଳୁକୁ ନିକଟସ୍ଥ ଶୀତଳ ଭଣ୍ଡାରରେ ସଂରକ୍ଷିତ ରଖିବା ପାଇଁ ମିଶନ ମାଧ୍ୟମରେ ୧୧୨ ନୂତନ ଶୀତଳ ଭଣ୍ଡାର ନିର୍ମାଣ କରିବା। ଏହି ଉତ୍ପାଦିତ ଆଳୁର ପରିମାଣ ଓ ଚାଷଜମି ପରିମାଣ ଯୋଜନାବଦ୍ଧ ଭାବେ କ୍ରମାନ୍ୱୟରେ ବଢ଼ିବାକୁ ଥିବାରୁ ଓ ଶୀତଳ ଭଣ୍ଡାରରେ ସଂରକ୍ଷିତ ରହିବାର ବନ୍ଦୋବସ୍ତ କରାଯାଉଥିବାରୁ ପରବର୍ତ୍ତୀ ବର୍ଷମାନଙ୍କରେ ଗୁଣାତ୍ମକ ବିହନ ରାଜ୍ୟ ମଧ୍ୟରେ ମିଳିଯିବ ବୋଲି ପରିକଳ୍ପନା କରାଯାଇଥିଲା। ମିଶନରେ ଉତ୍ପାଦିତ ଆଳୁର ବିକ୍ରିବଟା ପାଇଁ ଉପଯୁକ୍ତ ବଜାର ବ୍ୟବସ୍ଥା ସୃଷ୍ଟି କରିବାକୁ କୁହାଯାଇଥିଲା। ସେହିପରି, ଶୀତଳ ଭଣ୍ଡାର ମାଲିକମାନଙ୍କୁ ୬ ବର୍ଷ ଯାଏଁ ରିହାତି ଦରରେ ଗୁଣାତ୍ମକ ବିଦ୍ୟୁତ ଯୋଗାଣ, ୫୦%ରୁ ୭୫% ଯାଏଁ ସବସିଡ଼ି ଓ ବ୍ୟାଙ୍କ ଋଣ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଥିଲା।ଏତେସବୁ ବ୍ୟବସ୍ଥା ସତ୍ତ୍ୱେ ମିଶନ ଅଧୀନରେ ରଖାଯାଇଥିବା ଗୋଟିଏ ବି ଲକ୍ଷ୍ୟ ପୂରଣ ହୋଇପାରିଲାନି। ୧୧୨ ନୂତନ ଶୀତଳ ଭଣ୍ଡାର ନିର୍ମାଣ କରାଯିବ କ’ଣ ତିନି ବର୍ଷରେ ମାତ୍ର ୪ଟି ନୂତନ ଶୀତଳ ଭଣ୍ଡାର ନିର୍ମିତ ହୋଇପାରିଲା। ଆଳୁ ଚାଷଜମି ୬୦ ହଜାର ହେକ୍ଟରକୁ ବଢ଼ିବା ବଦଳରେ ଚାଷୀମାନେ ମାତ୍ର ୨୫ ହଜାର ହେକ୍ଟର ଜମିରେ ଚାଷ କଲାପରେ, ଅଭାବୀ ବିକ୍ରିର ଶିକାର ହୋଇ ଆଳୁ ଚାଷରୁ ମୁହଁ ଫେରେଇନେଲେ। ଏହି ମିଶନରୁ ରାଜ୍ୟର ସବୁଠୁ ବଡ଼ କ୍ଷତି ହେଲା ଯେ, ଚାଷୀମାନେ ସରକାରୀ ମିଶନ ଉପରୁ ଭରସା ହରାଇଲେ। ଯୁବ ଉଦ୍ୟୋଗୀମାନେ ଶୀତଳ ଭଣ୍ଡାର ନିର୍ମାଣ ଆରମ୍ଭ କରି ବାବୁଙ୍କ ଅସହଯୋଗ କାରଣରୁ ସମ୍ପୂର୍ଣ୍ଣ କରିପାରିଲେନି। ବ୍ୟାଙ୍କମାନେ ସରକାରୀ ମିଶନ ମାଧ୍ୟମରେ ପ୍ରକଳ୍ପ ଋଣ ଦେବାକୁ ନିରୁତ୍ସାହିତ ହେଲେ। କୁହାଯାଉଛି ଯେ, ଆଳୁ ମିଶନ ପାଇଁ ସରକାର ଯେଉଁ ୫୦ କୋଟି ଟଙ୍କା ପ୍ରଦାନ କରିଥିଲେ ତାହାକୁ ଅଧିକାରୀମାନେ ଖର୍ଚ୍ଚ କରି ନପାରିବାରୁ ଚାଷୀଙ୍କ ପାଇଁ ବ୍ୟବହାର ହୋଇନପାରି ରାଜକୋଷକୁ ଫେରସ୍ତ ଚାଲିଗଲା। ସର୍ବୋଚ୍ଚଙ୍କ ଠାରୁ ସର୍ବନିମ୍ନ ଅଧିକାରୀଙ୍କ ଦାୟିତ୍ୱହୀନତା ଓ ସମ୍ବେଦନହୀନତା କାରଣରୁ କିପରି ସରକାରୀ ମିଶନ ବାଟବଣା ହୁଏ, ତାହାର ପ୍ରକୃଷ୍ଟ ଉଦାହରଣ ଓଡ଼ିଶାର ସମସ୍ତ କୃଷି-ମିଶନ। ଆଳୁ ଆବଶ୍ୟକତା ମେଣ୍ଟାଇବା ନିମନ୍ତେ ସରକାରଙ୍କ ମିଶନ ସଫଳ ହୋଇଛି ବୋଲି କୃଷି ଓ ସଶକ୍ତକରଣ ବିଭାଗୀୟ ମନ୍ତ୍ରୀ ବିଧାନସଭାରେ ବାହାସ୍ଫୋଟ ମାରିଥିଲେ ବି ଚାଷୀଙ୍କ ଆଳୁଚାଷ ପ୍ରତି ବୀତସ୍ପୃହା, ପ୍ରତିଦିନ ଓଡ଼ିଶାକୁ ଆମଦାନୀ ହେଉଥିବା ଟ୍ରକ ଟ୍ରକ ଆଳୁ ଓ ଆଳୁର ଚଢ଼ା ବଜାର ଦର ହିଁ ପ୍ରମାଣ କରୁଛି ଯେ, କେବଳ ଅଧିକାରୀ ନୁହନ୍ତି, ମନ୍ତ୍ରୀ ହୋଇଥିବା ଲୋକପ୍ରତିନିଧିମାନେ ମଧ୍ୟ ଦାୟିତ୍ୱହୀନ ଓ ସମ୍ବେଦନହୀନ। ଓଡ଼ିଶାର ଚାଷୀ ଆଜି ବି ବାର୍ଷିକ ୮୦ ହଜାର ମେଟ୍ରିକ ଟନ ଆଳୁ ଉତ୍ପାଦନ କରୁଛି, ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛି, ଶୀତଳ ଭଣ୍ଡାର ନଥିବାରୁ ଉତ୍ପାଦିତ ଆଳୁ ମଧ୍ୟରୁ କିଛି ପଚିସଢ଼ି ଯାଉଛି ଓ ଆମେ ଆବଶ୍ୟକ କରୁଥିବା ବାର୍ଷିକ ୧୩୨୦ ହଜାର ମେଟ୍ରିକ ଟନ ଆଳୁ ବାହାର ରାଜ୍ୟରୁ ଆମଦାନୀ କରିବାକୁ ବାଧ୍ୟ ହେଉଛେ। ସବୁ ଥାଇବି ଓଡ଼ିଶାର ଚାଷୀର ଆୟ ଯେ କାହିଁକି ମାସିକ ମାତ୍ର ୫,୧୧୨ ଟଙ୍କା ଓ ରାଜ୍ୟମାନଙ୍କର ତାଲିକାରେ ତଳ ଆଡୁ ଦ୍ଵିତୀୟ, ତାହା ସ୍ପଷ୍ଟ ବୋଲି ବଡ଼ପଣ୍ଡା ପ୍ରକାଶ କରାଇଥିଲେ । ଅତଏବ ଆଳୁ ଉତ୍ପାଦନ, ମିଶନର ବାସ୍ତବ ସ୍ଥିତି , ମମତା ଦିଦିଙ୍କ ମମତା ଉଣା ହୋଇ ଆଇଗିଣିଆ ଆଳୁ ବଜାରରେ ନିଆଁ ଆଦି ତଥ୍ୟ ସହିତ ଜ୍ଞାତ ଥିବାରୁ ଆଳୁ ଯେ ଖୋଳା ହେବ ନାହିଁ , ମହାଦେବଙ୍କର ଯେ ଆବିର୍ଭାବ ଘଟିବ ନାହିଁ , ଏଥିରେ ଅତୀତର ଅଭିଜ୍ଞତାରୁ ଆମେ ଦୃଢ ନିଶ୍ଚିତ । ଗତ ୨୦୦୯ ମସିହାରୁ ଆମେ ଓଡ଼ିଶାର ଖଣି ଦୁର୍ନୀତି କୁ ଖଣି ଡକାୟତି ଶୀର୍ଷକ ଦିଆଇ କେବଳ ଶତାଧିକ ଆଲେଖ୍ୟ ଆଲୋଚନା ସୁବାର୍ତ୍ତାରେ କରିନାହୁଁ, ଆନ୍ଦୋଳନ କରି କ୍ଷତାକ୍ତ ହୋଇଛୁ , ଶାହା କମିଶନ ସମ୍ମୁଖରେ ଯାହାଙ୍କର ଉପସ୍ଥିତିକୁ ଲକ୍ଷ କରି ଶ୍ରଦ୍ଧେୟ ଦେବୀ ପୃଷ୍ଟି ଙ୍କ ସହିତ ଗର୍ଜନ କରି କହିଥିଲୁ, "ଯିଏ ଖଣି ଡକାୟତିର ଖଳନାୟକ , ତାଙ୍କୁ ପାଖରେ ବସାଇ ଆପଣ କି ତଦନ୍ତ କରିବେ ?" ସେହି ବ୍ୟକ୍ତି ବର୍ତ୍ତମାନ ଓଡ଼ିଶାର ପ୍ରଶାସନିକ ମୁଖ୍ୟ । ଆମେ ଯେତେବେଳେ କହୁଥିଲୁ ଯେ " ଅଙ୍କ ପରିମାଣରେ ବିଶ୍ବ ଦୁର୍ନୀତି ତାଲିକାରେ ଓଡ଼ିଶାର ଖଣି ଦୁର୍ନୀତି ଶ୍ରେଷ୍ଠ ଅପକୀର୍ତ୍ତି ସୃଷ୍ଟି କରିଥିବାରୁ ଏହାକୁ ଦୁର୍ନୀତି ନୁହେଁ ଡକାୟତି କୁହାଯିବା ପ୍ରାସଙ୍ଗିକ । ଆମେ ଜଣେ ଗଣିତ ଶାସ୍ତ୍ରର ଛାତ୍ର ଭାବେ ହିସାବ ନିକାଶ କରି କହିଲୁ ଯେ ଓଡ଼ିଶାର ମାଟି ତଳୁ ଦେଶୀ ବିଦେଶୀ ସମ୍ପଦ ଲୁଟେରା ମାନଙ୍କ ଦ୍ବାରା ୧୦ ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ଖଣିଜ ସମ୍ପଦ ଡକାୟତି ହୋଇଛି , ସେତେବେଳେ ସମାଲୋଚକ ମାନେ କହିଲେ କ'ଣ ୧୦ ର ଡାହାଣରେ ୧୨ ଟା ଶୂନ ? କ'ଣ ଚନ୍ଦନପୁର ପାନ ? ବିରୋଧୀ କଙ୍ଗ୍ରେସ ଦଳ କହିଥିଲେ ୨ଲକ୍ଷ କୋଟି ଟଙ୍କାର ତ ଅନ୍ୟ ପ୍ରମୁଖ ବିରୋଧୀ ଦଳ କହିଥିଲେ ୩ ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ଵ । କୌଣସି ଗଣମାଧ୍ୟମ , ଅର୍ଥନୀତି ବିଶାରଦ ମାନେ ମଧ୍ୟ ଆମ ସହିତ ଏକମତ ହୋଇ ନଥିଲେ । ୧୦ ବର୍ଷ ପରେ ଗତବର୍ଷ ବିରୋଧୀ ଦଳର ନେତା ତଥା ସମ୍ପ୍ରତି ବହୁ ଚର୍ଚ୍ଚିତ,ବିବଦମାନ, ମନ୍ତ୍ରିତ୍ବ ପାଇଁ ପାଗଳ ପ୍ରାୟ ବିଭିନ୍ନତାର କୁଭାଷା ପ୍ରଚାରକ ଜୟ ନାରାୟଣ ମିଶ୍ର କହିଥିଲେ ଯେ "ଓଡ଼ିଶାରେ ୨୦୦୦-୦୧ରୁ ୨୦୧୩-୧୪ ମଧ୍ୟରେ ୮,୯୭,୪୪୩ କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଛି। ଏହାର ସିବିଆଇ ତଦନ୍ତ ପାଇଁ ବିଜେପି ବିଧାୟକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ଖଣି ଦୁର୍ନୀତି ପ୍ରସଙ୍ଗରେ ମୋତେ ପୂର୍ବରୁ ଭୁଲ୍ ତଥ୍ୟ ଦିଆଯାଇଥିଲା। ଏହି ମହାଦୁର୍ନୀତିର ନିଶ୍ଚିତ ତଦନ୍ତ ହେବ। ଏହାସହ ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ଆମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ରଘୁବର ଦାସ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ସ୍ମାରକପତ୍ର ଦେଇଛୁ ବୋଲି ଶ୍ରୀ ମିଶ୍ର କହିଥିଲେ। ଏକ ସାମ୍ବାଦିକ ସମ୍ମିଳନୀରେ ତତ୍କାଳୀନ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର କହିଥିଲେ ଯେ ୨୦୦୦ରୁ୨୦୧୪ ପର୍ଯ୍ୟନ୍ତ ଏହି ୧୪ବର୍ଷରେ ୯ଲକ୍ଷ କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଛି। ରାଜ୍ୟ ସରକାର ଖଣି ଦୁର୍ନୀତି କରି ଓଡ଼ିଶାର ରାଜକୋଷକୁ ନଷ୍ଟ କରିଛନ୍ତି। ସରକାର ଜାଣିଥିଲେ ଯେ ଓଡ଼ିଶାର ୧୯୨ଟି ଖଣି ଲିଜ୍ ମଧ୍ୟରୁ ୧୭୬ ଖଣି ଲିଜ୍ ଘଞ୍ଚ ଜଙ୍ଗଲ ଅଞ୍ଚଳରେ ଅବସ୍ଥିତ। ଖଣି ଖନନ ପାଇଁ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଅନୁମତି ଦେଇନି। ୯୮ଟି ଲିଜ୍ରେ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଜଙ୍ଗଲ କ୍ଷେତ୍ରର ଅନୁମତି ପ୍ରଦାନ କରିନି। ୪୭ଟି ଖଣି ଜଙ୍ଗଲ ମଞ୍ଜୁରି ବିନା ଚାଲିଛି। ୫୫ଟି ଖଣି ନଦୀ, ଉପନଦୀ ନାଳ ଅଞ୍ଚଳକୁ ପ୍ରଭାବିତ କରୁଛି। ମୁଖ୍ୟମନ୍ତ୍ରୀ ଏସବୁ ଜାଣିକି ବି ବେଆଇନ ଭାବେ ଖଣି ଖନନ ପାଇଁ ଅନୁମତି ଦେଇଥିଲେ। ତେଣୁ ରାଜ୍ୟରେ ହୋଇଥିବା ବେଆଇନ ଖଣି ଖନନ ନେଇ ଯଥାଶୀଘ୍ର ସିବିଆଇ ତଦନ୍ତ କରିବାକୁ ଆମେ ଦାବି କରିଛୁ।ସେହିପରି ୧୯୨ଖଣି ଲିଜ୍ ମଧ୍ୟରୁ ୯୪ଟି ବିନା ପରିବେଶ ମଞ୍ଜୁରି, ୭୫ଖଣି ଲୁହାପଥର ଓ ମାଙ୍ଗାନିଜ ଖଣିରୁ ଅଧିକ ଉତ୍ତୋଳନ କରିଥିଲେ। ଜଙ୍ଗଲ ଅଞ୍ଚଳରେ ଅବସ୍ଥିତ ଖଣିକୁ ଯେଉଁ ଲିଜ୍ ଦିଆଯାଇଛି ସେ କ୍ଷେତ୍ରରେ ଜଙ୍ଗଲ ମଞ୍ଜୁରି ବିନା ସେମାନଙ୍କୁ ପରିବେଶ ଅନୁମୋଦନ ପ୍ରଦାନ କରାଯାଇଛି। ବେଆଇନ ଭାବେ ଚାଲିଥିବା ଖଣିରୁ ଆଦାୟ କରାଯାଉଥିବା ଜରିମାନା ଟଙ୍କା ବହୁତ କମ୍। ସମସ୍ତ ନିୟମକୁ ଜଳାଞ୍ଜଳି ଦିଆଯାଇଛି। ଆଗାମୀ ନିର୍ବାଚନରେ ରାଜ୍ୟ ସରକାରଙ୍କୁ ଓଡ଼ିଶାବାସୀ ଉଚିତ ଜବାବ ଦେବେ। ଶ୍ରୀ ମିଶ୍ର କହିଥିଲେ ଯେ ଖଣି ଅଞ୍ଚଳରେ ନଦୀ ପ୍ରଭାବିତ ହୋଇ ଜଳ ପ୍ରଦୂଷଣ କରୁଛି, କିନ୍ତୁ ଏଯାଏଁ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ଫଳରେ ସେହି ପ୍ରଦୂଷିତ ଜଳକୁ ସ୍ଥାନୀୟ ଗ୍ରାମବାସୀ, ଆଦିବାସୀ, ବନ୍ୟଜନ୍ତୁ ବ୍ୟବହାର କରି ରୋଗାକ୍ରାନ୍ତ ହେଉଛନ୍ତି। ସୁନ୍ଦରଗଡ, କେନ୍ଦୁଝର ଜିଲ୍ଲାର ପ୍ରକଳ୍ପ ହାତୀ କରିଡ଼ର ସହ ୩୧ଟି ଖଣି ସଂଲଗ୍ନ ହୋଇଛି। ଏହା ଫଳରେ ହାତୀଙ୍କ ଦ୍ୱାରା ଧନଜୀବନ ହାନୀ ଓ ଫସଲ ଧ୍ୱଂସ ହେଉଛି। ଏହି ଅବସରରେ ସାମ୍ବାଦିକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ମିଶ୍ର କହିଥିଲେ ଯେ ଶାହ କମିସନ ଯେଉଁ ସବୁ ସୁପାରିସ କରିଥିଲେ ତାହାକୁ ରାଜ୍ୟ ସରକାର ଲାଗୁ କରନ୍ତୁ। ଖଣି ଦୁର୍ନୀତିରେ ବିଜେଡି, ବିଜେପି, କଂଗ୍ରେସ ସମେତ ଯେଉଁ ଦଳର ନେତା ସାମିଲ୍ ଥିଲେ ବି ସିବିଆଇ ତଦନ୍ତ ଆମର ଦାବି। ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ନିଜ ଆଡ଼ୁ ସିବିଆଇ ତଦନ୍ତ କରନ୍ତୁ କିମ୍ବା ରାଜ୍ୟ ସରକାର ସିବିଆଇ ତଦନ୍ତ ପାଇଁ ସୁପାରିସ କରନ୍ତୁ। ଆଗକୁ ଏହି ଖଣି ଦୁର୍ନୀତି ପ୍ରସଙ୍ଗରେ ଅଧିକ ତଥ୍ୟ ଦେବି ବୋଲି ଶ୍ରୀ ମିଶ୍ର କହିଥିଲେ। " ସରକାର ପରିବର୍ତ୍ତନ ହେବାର ୨୭୦ ଦିନ ଅତିବାହିତ ହେଲାଣି । ତଦନ୍ତ କୁଆଡେ ଗଲା ? ଶ୍ରୀ ମିଶ୍ର ଙ୍କ ହିସାବରେ ୨୦୦୦ ମସିହା ରୁ ପ୍ରାୟ ୧୮ ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ଖଣିଜ ସମ୍ପଦ ଡକାୟତି ହୋଇଛି । ଆମେ ସେତେବେଳେ ୧୦ ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ବୋଲି ଉଲ୍ଲେଖ କରିଥିଲୁ । ଅତଏବ କେବେ ହେବ ଖଣି ଡକାୟତିର ସିବିଆଇ ତଦନ୍ତ , ଏହି ପ୍ରଶ୍ନ ଉଠିବା ସ୍ବାଭାବିକ । ଏବେ ରାଜା ଚକ୍ର ନାମଧାରୀ ଖଣି ଡକାୟତିର ଏକ ମହୁରାଡି ଧରା ପଡିଛି , ଯେଉଁଥିପାଇଁ ସେତେବେଳେର କ୍ଷମତା ମାଲ୍ୟର ମଧ୍ୟ ମଣି ରଫାଦଫା କରିବାକୁ ବୋଧେ କ୍ଷମତା ହରେଇବା ପରେ ଇନ୍ଦ୍ରପ୍ରସ୍ତ ଗସ୍ତ କରିଛନ୍ତି । ବାଳିଆ,ଶେଉଳ, ରୋହି, ଭାକୁର ଠାରୁ ଆରମ୍ଭ କରି ଯେତେବେଳେ ଦକ୍ଷିଣୀ ତିମି ପାଖରେ ପହଞ୍ଚିବ , ସେତେବେଳେ ହିଁ ଯାଇ ମହାଦେବ ଙ୍କ ଆବିର୍ଭାବ ହେବ । ବର୍ତ୍ତମାନ ଏହି ମୀନ ବା ମହୁରାଡି ପେଟ ଗର୍ଭାନୁଶୀଳନ ଚାଲିଛି । ଏବେ
ଚଢ଼ଉ କରି ତଦନ୍ତକାରୀ ସଂସ୍ଥା ୪୦ଟି ଗାଡ଼ି ଜବତ କରିଛି। ଜବତ ଗାଡ଼ି ମଧ୍ୟରେ ୩୪ଟି ଟ୍ରକ୍, ଦାମୀ ଗାଡ଼ି ଆଦି ରହିଛି। ଏଥିସହ ରାଜାଙ୍କର ୨୩ଟି ଆକାଉଣ୍ଟକୁ ଇଓଡବ୍ଲ୍ୟୁ ଠାବ କରିଛି। ଉକ୍ତ ଆକାଉଣ୍ଟରେ ଥିବା ୨୫ ଲକ୍ଷ ୩୬ ହଜାର ଟଙ୍କା ଜବତ କରାଯାଇଛି। ଖଣିଜ ପରିବହନ ନାଁରେ ଶହ ଶହ କୋଟି ଠକେଇ ହୋଇଥିବା ତଦନ୍ତକାରୀ ସଂସ୍ଥା ଜାଣିବାକୁ ପାଇଛି। ଇଓଡବ୍ଲ୍ୟୁ ତଦନ୍ତ କରୁଥିବା ବେଳେ ମାମଲାରେ ସ୍ବତନ୍ତ୍ର କାର୍ଯ୍ୟବଳ ମଧ୍ୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। କେନ୍ଦୁଝର ଶୁଆକାଟିରେ ଥିବା ‘ଗନ୍ଧମାର୍ଦନ ଲୋଡିଂ ଏଜେନ୍ସି’ ଏବଂ ପରିବହନ ସମବାୟ ସମିତି ଲି. ୨୦୦୬ରେ ପଞ୍ଜିକୃତ ହୋଇଥିଲା। ସୋସାଇଟି ଦ୍ୱାରା ପ୍ରାପ୍ତ ଲାଭରୁ ଖଣି ପ୍ରଭାବିତ ଅଞ୍ଚଳର ବାସିନ୍ଦାଙ୍କ ଆର୍ଥିକ ଉନ୍ନତିମୂଳକ କାର୍ଯ୍ୟ ସହିତ କେନ୍ଦୁଝର ଖଣିରୁ ଲୁହାପଥର ଲୋଡିଂରେ ନିୟୋଜିତ ଥିଲା। ଅପରାଧିକ ଷଡ଼ଯନ୍ତ୍ର କରି ଶ୍ରମଦେୟ, ପରିଧି ବିକାଶ, ଭିତ୍ତିଭୂମି ଖର୍ଚ୍ଚ, ପ୍ରଭାବିତ ସଦସ୍ୟଙ୍କୁ ଦେୟ, ଇପିଏଫ କାଟ୍ ବାବଦରେ ମିଥ୍ୟା ଦସ୍ତାବିଜ ପ୍ରସ୍ତୁତ କରି କୋଟି କୋଟି ଟଙ୍କା ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଆଧାର କରି ତଦନ୍ତକାରୀ ସଂସ୍ଥା ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରିଥିଲା। ମାମଲାରେ ଇଓଡବ୍ଲ୍ୟୁ ସମିତିର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ ଓ ସମ୍ପାଦକ ଉତ୍କଳ ଦାସଙ୍କୁ ଗିରଫ କରିସାରିଛି। ରାଜାଙ୍କୁ ଦୀର୍ଘ ସମୟ ଧରି ଜେରା କରିଛି। ତାଙ୍କ ସହଯୋଗୀଙ୍କୁ ବି ତଦନ୍ତକାରୀ ସଂସ୍ଥା ପଚରାଉଚରା କରିଛି। ରାଜାଙ୍କ ଘର ସମେତ କାର୍ଯ୍ୟାଳୟ ଓ ର୍ଫାମ ହାଉସ୍ରେ ଚଢ଼ଉ କରିଛି। ଏକାଧିକ ମୂଲ୍ୟବାନ ଗାଡ଼ି ଓ ଯନ୍ତ୍ରାଂଶ ଜବତ କରାଯାଇଛି। ଇଓଡବ୍ଲ୍ୟୁ ଯେତେ ଖୋଳୁଛି ରାଜାଙ୍କର ସେତେ ସମ୍ପତ୍ତି ମିଳୁଛି। ଅତଏବ ଯଦି ମହୁରାଡି ପେଟରେ ବର୍ତ୍ତମାନ ସୁଦ୍ଧା ଏତିକି ବାହାରିଲାଣି , ଆଗକୁ ଆହୁରି ବାହାରିବ , ତେବେ ତିମି ପେଟରେ କେତେ ତାହା ଅନୁମାନ ସାପେକ୍ଷ । କଥା ହେଉଛି ୧୫୬୮ ମସିହାରୁ ଆଫଗାନ, ମୋଗଲ, ମରହଟ୍ଟା, ଇଷ୍ଟ ଇଣ୍ଡିଆ କମ୍ପାନୀ , ୧୮୫୭ ରୁ ୧୯୪୭ ଭିତରେ ବ୍ରିଟିଶ ଶାସକମାନେ ସମୁଦାୟ ଯେତେ ପରିମାଣରେ ଓଡିଶାକୁ ଲୁଟିଥିଲେ , ତାହାର ଅନେକ ଗୁଣ ଲୁଟିଛନ୍ତି ଗତ ୨୦୦୦ ରୁ ୨୦୨୪ ମସିହା ମଧ୍ୟରେ । ଏହି ସତ୍ୟ ଅତ୍ୟନ୍ତ ଦୃଢ଼ତାର ସହ ଉଲ୍ଲେଖ କରୁଛୁ । ଯେ ପର୍ଯ୍ୟନ୍ତ ଓଡ଼ିଶାର ଲୋକେ ସଙ୍ଗଠିତ ଭାବେ ଏକ ଦୁର୍ବାର ଗଣ ଆନ୍ଦୋଳନ ଦ୍ବାରା ବ୍ୟାପକ ଜନମତ ସୃଷ୍ଟି କରି ଶକ୍ତିଶାଳୀ ଚାପ ସୃଷ୍ଟି କରି ପାରି ନାହାନ୍ତି , ସେତେବେଳେ ପର୍ଯ୍ୟନ୍ତ ସମୟେ ସମୟେ ଆଳୁ ଆମ୍ପୁଡା କାମ୍ପୁଡା ଦୃଶ୍ୟ ଦେଖିବାକୁ ମିଳିବ ସତ୍ୟ ମାତ୍ର, ମହାଦେବ ଙ୍କ ଆବିର୍ଭାବ ଘଟିବ ନାହିଁ , ଏହା ନିର୍ବିବାଦୀୟ ସତ୍ୟ ।
ରଥେ ତୁ ବାମନଂ ଦୃଷ୍ଟା
------------------
ପୁରାଣ ଶାସ୍ତ୍ର ଗର୍ଭାନୁଶୀଳନ କଲେ ଆମ ପୂର୍ବଜ ଓଡ଼ିଆମାନେ ସମଗ୍ର ବିଶ୍ଵରେ ଅନେକ କ୍ଷେତ୍ରରେ ଆଦ୍ୟ ଦର୍ଶନ ପ୍ରଦାୟକ, ତାହାର ରହିଛି ଅନେକ ପ୍ରାମାଣିକ ତଥ୍ୟ ।
ଏହା ନିର୍ବିବାଦୀୟ ସତ୍ୟ ଯେ ଆମ ଓଡ଼ିଶା ଏକ ପର୍ବପର୍ବାଣିର ରାଜ୍ୟ । ଆମର
ବାରମାସରେ ତେରପର୍ବ ପାଳନ କରାଯାଏ । ପ୍ରତ୍ୟେକ ପର୍ବପର୍ବାଣିର ଏକ ନିଜସ୍ୱ ସ୍ୱତନ୍ତ୍ରତା ରହିଛି । ଉତ୍କଳୀୟ ପର୍ବପର୍ବାଣି ସାଧାରଣତଃ ଧର୍ମ ଓ ପୌରାଣିକ ଉପାଖ୍ୟାନର ଭିତ୍ତି ଉପରେ ପ୍ରତିଷ୍ଠିତ । ଓଡ଼ିଶା ମାଟିରେ ଅଗଣିତ ଦେବୀ ଦେବତାଙ୍କର ଉପାସନା ହୋଇଥାଏ । ପ୍ରତ୍ୟେକ ପଲ୍ଲୀଗ୍ରାମରେ ନିଜର ଗ୍ରାମଦେବତା ବା ଗ୍ରାମଦେବତୀ ରହିଥାନ୍ତି। ଆଉ ଏଇ ଗ୍ରାମଦେବତା ବା ଦେବତୀ ମାଟିର ମଣିଷ ପରି ସାଧାସିଧା, ସରଗର ପରୀ କି ଯକ୍ଷ କିନ୍ନରଙ୍କ ପରି ଅଦ୍ଭୁତ ଆକାର ବା ବେଶଭୂଷାଧାରୀ ହୋଇ ନଥାନ୍ତି । ଆଉ ସମସ୍ତଙ୍କର ଥାଏ ଏକ ନିଆରା କିମ୍ବଦନ୍ତୀ, ଏକ ଅଲଗା ଇତିହାସ, ଭିନ୍ନ ଏକ ପରମ୍ପରା, ଏକ ପରବ, ଏକ ମଉଛବ । ପର୍ବପର୍ବାଣି ଗୁଡ଼ିକରେ ଜନଜୀବନର ସଂସ୍କୃତି, ଜାତୀୟତା ବୋଧ ଓ ଧର୍ମଧାରଣା ଆଦି ସଂଶ୍ଳିଷ୍ଠ । ଉତ୍କଳୀୟ ପର୍ବପର୍ବାଣି ମହାଭାରତୀୟ ସ୍ରୋତରୁ ଭିନ୍ନ ନୁହେଁ । ବିଶେଷତଃ ପର୍ବପର୍ବାଣି, ଓଷାବ୍ରତ ଓ ଯାନିଯାତ୍ରା ଗୁଡ଼ିକ ତିଥି, ବାର, ନକ୍ଷତ୍ର, କୃଷିକର୍ମ, ଦେବଦେବୀ, ଶାସ୍ତ୍ରୀୟ କାହାଣୀ, ଲୋକକଥା, ଆନନ୍ଦମହୋତ୍ସବ ପାଇଁ ପାଳିତ ହୋଇଥାଏ । ଉତ୍କଳୀୟ ପର୍ବପର୍ବାଣି ଗୁଡ଼ିକୁ ଚାରୋଟି ମୁଖ୍ୟ ଭାଗରେ ବିଭକ୍ତ କରାଯାଇପରେ ଯଥା । ଶାସ୍ତ୍ରୀୟ, ଲୌକିକ, ଆଞ୍ଚଳିକ ଓ କୃଷି ଭିତ୍ତିକ । ଏହି ଆଧାରରେ ଆମ ଓଡ଼ିଆ ଜନଜୀବନରେ ଦୋଳଯାତ୍ରା ଆଧ୍ୟାତ୍ମିକ ଭକ୍ତିପୂତ ପରିବେଶରେ ପାଳିତ ହୋଇଆସୁଛି । "ଦୋଳେ ଚ ଦୋଳଗୋବିନ୍ଦଂ ଚାପେ ଚ ମଧୁସୂଦନମ୍। ରଥେ ତୁ ବାମନଂ ଦୃଷ୍ଟ୍ୱା ପୁନର୍ଜନ୍ମ ନବିଦ୍ୟତେ। " ଅର୍ଥାତ୍ ଦୋଳରେ ବା ବିମାନରେ ଦୋଳଗୋବିନ୍ଦଙ୍କୁ, ଚାପରେ ମଧୁସୂଦନ ଶ୍ରୀହରିଙ୍କୁ ଓ ରଥରେ ବାମନ ରୂପୀ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ମନୁଷ୍ୟର ଆଉ ପୁନର୍ଜନ୍ମ ହୁଏ ନାହିଁ ବୋଲି କେଉଁ ଆବହମାନ କାଳରୁ ଆମ ଓଡ଼ିଆ ମାନଙ୍କ ଦୃଢ଼ ବିଶ୍ୱାସ ରହିଆସିଛି । ବିଶେଷ କରି ଆମ ଓଡ଼ିଆ ପଞ୍ଜିକା ଅନୁସାରେ ଫାଲଗୁନ ମାସର ପୂର୍ଣ୍ଣିମା ତିଥି ଦୋଳ ପୂର୍ଣ୍ଣିମା ନାମରେ ଅଭିହିତ। ଫାଲଗୁନ ଶୁକ୍ଳ ଦଶମୀ ତିଥିଠାରୁ ଦୋଳଯାତ୍ରା ସାଧାରଣତଃ ଆରମ୍ଭ ହୋଇଥାଏ । ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ଶ୍ରୀ ରାଧା ଓ ଶ୍ରୀକୃଷ୍ଣଙ୍କ ନିକଟରେ ଏହି ଦିନଠାରୁ ଅବିର ଅର୍ପଣ କରାଯାଇଥାଏ । ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି ଛୋଟ ଛୋଟ ବିମାନରେ ମହାଡମ୍ବର ସହକାରେ ଗ୍ରାମର ପ୍ରାୟ ପ୍ରତ୍ୟେକଙ୍କ ଦ୍ୱାରକୁ ନିଆଯାଇଥାଏ । ପ୍ରାୟତଃ ପ୍ରତ୍ୟେକ ଦ୍ୱାରରେ ଠାକୁରଙ୍କୁ ଭୋଗ ଅର୍ପଣ କରାଯିବା ସଙ୍ଗେସଙ୍ଗେ ପୁରୋହିତଙ୍କୁ ମଧ୍ୟ ଦକ୍ଷିଣା ଦିଆଯାଇଥାଏ । ଠାକୁରଙ୍କ ଉଦ୍ଦେଶ୍ୟରେ ପ୍ରତ୍ୟେକ ଦ୍ୱାରରେ ଅର୍ପିତ ଭୋଗକୁ ଦ୍ୱାରୀ ଭୋଗ କୁହାଯାଇଥାଏ । ଦୋଳପୂର୍ଣ୍ଣମୀ ଦିନ ସାଧାରଣତଃ ଠାକୁରମାନଙ୍କୁ ମନ୍ଦିରର ଦକ୍ଷିଣପୂର୍ବ ଦିଗରେ ନିର୍ମିତ ହୋଇଥିବା ଏକ ମଣ୍ଡପ ଉପରକୁ ନିଆଯାଇଥାଏ । ସେହି ମଣ୍ଡପର ନାମ ଦୋଳ ମଣ୍ଡପ । ସେଠାରେ ପୂଜାର୍ଚ୍ଚନା କରାଯିବା ସଙ୍ଗେସଙ୍ଗେ ଠାକୁରମାନେ ଦୋଳି ଖେଳନ୍ତି ଓ ସେଠାରେ ନାଲି ଅବିର ଅର୍ପଣ କରାଯାଇଥାଏ ।ସାରା ଓଡ଼ିଶାର ପୁରପଲ୍ଲୀ ଫଗୁ ଦଶମୀଠାରୁ ଦୋଳଯାତ୍ରାର ଉତ୍ସାହ ଉଦ୍ଦୀପନାରେ ଝୁମି ଉଠେ । ଗାଁ ଗାଁରେ ରାଧାକୃଷ୍ଣ ମନ୍ଦିରରେ କିମ୍ବା ଶ୍ରୀଜଗନ୍ନାଥ ମନ୍ଦିରରେ ଚଳନ୍ତି ପ୍ରତିମାକୁ ଦୋଳା ବା ବିମାନରେ ବସାଇ ଗ୍ରାମ ପରିକ୍ରମା ଆରମ୍ଭ କରାଯାଏ ଏବଂ ଦୁଆର ଦୁଆର ବୁଲି ଭୋଗ ଖାଆନ୍ତି ଠାକୁରେ । ଏହା ଏପରି ଏକ ସାମୁହିକ ଉତ୍ସବରେ ପରିଣତ ହୋଇଛି ଯେ ଖୋର୍ଦ୍ଧା ନିକଟବର୍ତ୍ତୀ କେତେକ ଗ୍ରାମରେ ଯଥା- ଗଡ଼ବାଣି, ମାଣିକଗୋଡାରେ - ଯେଉଁଠାରେ ମୁସଲମାନ ଦଳବେହେରା ରାଜାଙ୍କଦ୍ୱାରା ନିଯୁକ୍ତ ହେଇଥିଲେ ବା ହିନ୍ଦୁ ଦଳବେହେରା ପରବର୍ତ୍ତୀ ସମୟରେ ମୁସଲମାନ ଧର୍ମ ଗ୍ରହଣ କରିଥିଲେ - ସେମାନଙ୍କୁ ଦୁଆରେ ମଧ୍ୟ ପ୍ରଭୁ ଭୋଗ ଖାଇଥାନ୍ତି ।ସେହିପରି ଶୈବପୀଠ ସହିତ ବୈଷ୍ଣବ ଭକ୍ତ ଓ ପୀଠର ସୌହାର୍ଯ୍ୟ ବୃଦ୍ଧିରେ ଦୋଳ ମେଲଣ ଓ ଦୋଳ ମଣ୍ଡପ ସାହାଯ୍ୟ କରିଥାଏ । ସାଧାରଣତଃ ଶୈବ, ଶାକ୍ତ କିମ୍ବା ଅନ୍ୟ ନିର୍ବିବାଦୀୟ ପୀଠରେ ବା ତାଙ୍କ ନିକଟରେ ଆୟୋଜିତ ହୋଇଥାଏ ଦୋଳ ମେଲଣ । ସେଠାରେ ପଞ୍ଚରାତ୍ର ବ୍ୟାପୀ ଚାଚେରୀରେ ସନ୍ଧ୍ୟା ଠାରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ଗ୍ରାମ ପରିକ୍ରମା ଓ ପରିଭ୍ରମଣ କରୁଥିବା ରାଧାକୃଷ୍ଣଙ୍କ ବିମାନ ଆସି ସାମୟିକ ରହିଥାଏ । ସାରା ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହି ମେଲଣର ଅନନ୍ୟ ପରମ୍ପରା, ଐତିହ୍ୟ ଓ ନାମକରଣ ରହିଛି ।ତେବେ ମୁଖ୍ୟତଃ ଏହି ଦୋଳ ମେଲଣ ତିନି ଭିନ୍ନ ଭିନ୍ନ ପ୍ରକାରର ଯଥା ଫାଲଗୁନର ରାଜଦୋଳ ମେଲଣ, ଅର୍ଥାତ ଫଗୁ (ଶୁକ୍ଳପକ୍ଷ) ଦଶମୀ ଠାରୁ ଫଗୁଣ ପୂର୍ଣ୍ଣିମା ପର୍ଯ୍ୟନ୍ତ । ଦ୍ବିତୀୟରେ ପଞ୍ଚୁଦୋଳ ମେଲଣ , ପାଞ୍ଚଦିନ ଅର୍ଥାତ ଫଗୁଣ ପୂର୍ଣ୍ଣିମା ଠାରୁ ଚୈତ୍ରମାସ କୃଷ୍ଣ ପଞ୍ଚମୀ ପର୍ଯ୍ୟନ୍ତ । ତୃତୀୟରେ ଦଶଦୋଳ, ଦଶଦିନ ବ୍ୟାପୀ ମେଲଣ ଅର୍ଥାତ ଫଗୁଣ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇ ଚୈତ୍ର କୃଷ୍ଣ ନବମୀ ପର୍ଯ୍ୟନ୍ତ ।ବାସ୍ତବରେ କହିବାକୁ ଗଲେ ଏହି ରାଜଦୋଳ ଉତ୍ସବ ଅର୍ଥାତ ଫଗୁଦଶମୀ ଠାରୁ ସମସ୍ତ ସମସ୍ତ ବୈଷ୍ଣବ ପୀଠରେ ଝୁଲଣ ମଣ୍ଡପରେ ଦୋଳିରେ ଝୁଲନ୍ତି କିମ୍ବା ସୁସଜ୍ଜିତ ବିମାନରେ ବିଜେ କରନ୍ତି ଶ୍ରୀରାଧାକୃଷ୍ଣ ଯୁଗଳ ମୂର୍ତ୍ତି ।ଓଡ଼ିଶାର ବହୁ ପର୍ବ ପରି ଦୋଳ ଚାଚେରୀ ଆଉ ମେଲଣ ଉଭୟ ଯାତ୍ରା ଓ ସ୍ଥାନୀୟ ସମାବେଶର ଉଲ୍ଲେଖଯୋଗ୍ୟ ସମ୍ମିଶ୍ରଣ। ଶ୍ରୀ ଚୈତନ୍ୟ ଜୟନ୍ତୀ ଭାବରେ ସଂକୀର୍ତ୍ତନ, ଖୋଳ, କରତାଳର ଏହା ମହାଉତ୍ସବ ରୂପେ ପରିଗଣିତ । ଅବଶ୍ୟ, ଶ୍ରୀକୃଷ୍ଣ ଓ ଶ୍ରୀଜଗନ୍ନାଥଙ୍କ ମଧ୍ୟରେ ଅଭେଦ୍ୟତା ସ୍ଥାପିତ ହୋଇଥିବାରୁ କେତେକ ଝୁଲଣ ମଣ୍ଡପ ବା ପୀଠରେ ଶ୍ରୀକୃଷ୍ଣଙ୍କ ସ୍ଥାନରେ ଜଗନ୍ନାଥଙ୍କ ମୂର୍ତ୍ତି ଶୋଭାପାଇଥାଏ ।ଦୋଳ ସହିତ ବିଭିନ୍ନ ପୁରାଣର କାହାଣୀ ସଂଯୁକ୍ତ ହୋଇରହିଛି । ଗୋଟିଏ ପଟେ ରାଧା-କୃଷ୍ଣ ପ୍ରେମ ଗାଥାର ଭବ୍ୟ ଉତ୍ତାଳ ଉତ୍ତରଣ ଓ ଅନ୍ୟ ପକ୍ଷରେ ଅନ୍ୟାନ୍ୟ ପୌରାଣିକ ଆଖ୍ୟାନର ଗୁନ୍ଥନ । ରଙ୍ଗର ରଙ୍ଗୀନ ଖେଳ ଓ ହୋଲିକା ଦହନର ଅଗ୍ନି ଔଜ୍ଜଲ୍ୟ ଏ ଉଭୟ ଦୁଷ୍ଟ ଶକ୍ତି ଉପରେ ଶୁଭଙ୍କର ପ୍ରତୀକର ବିଜୟକୁ ଏହି ପର୍ବ ସହିତ ସମ୍ମିଳିତ କରି ରଖିଛି । ଶ୍ରୀରାଧା - ଶ୍ରୀକୃଷ୍ଣଙ୍କ ପ୍ରେମପ୍ରଣୟର ଲୀଳା, ଦୋଳ ଓ ରଙ୍ଗର ଖେଳ ବ୍ୟତୀତ ଅନ୍ୟଯେଉଁ ସବୁ ଆଖ୍ୟାନ ଉପାଖ୍ୟାନ ଏହି ଦୋଳ-ହୋଲି ଯୁଗ୍ମପର୍ବ ଦିବସ ସହିତ ସଂପୃକ୍ତ । ପୁଣି କେତେକଙ୍କ ମତରେ ପ୍ରବଳ ପରାକ୍ରମୀ ରାକ୍ଷସ ମେର୍ଦ୍ଧାସୁରର ମୃତ୍ୟୁର ଭଗବାନ କାରଣ ହୋଇ ପୃଥିବୀରୁ ପାପର ମାତ୍ରା ହ୍ରାସ କରିଥିବା ଯୋଗୁଁ ଏହିପର୍ବ ଆୟୋଜିତ ହୋଇଥିଲା ।ଫଗୁ ଦଶମୀ ରୁପରମ୍ପରାର ପ୍ରଚାର ଓ ପ୍ରସାର ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ତେବେ ଏହା ମୁଖ୍ୟତଃ ଗ୍ରାମ ଗ୍ରାମ ମଧ୍ୟରେ, ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ, ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଏକ ସ୍ନେହ, ସଦ୍ଭାବ ଓ ପାରମ୍ପାରିକ ସୌହାର୍ଯ୍ୟର ପରିଚାୟକ ପର୍ବ ଭାବରେ ପାଳିତ ହୋଇଥାଏ । ପୃଥିବୀରେ ନୂତନ ଶିହରଣ ଜଗାଇ ପାରିବା ଭଳି ଶକ୍ତିରେ ଶକ୍ତିମନ୍ତ ଋତୁରାଜ ବସନ୍ତକୁ ସ୍ୱାଗତ ଜଣାଇବା ପାଇଁ ଦୋଳଯାତ୍ରାର ଆୟୋଜନ ବୋଲି ଗ୍ରହଣ କରାଯାଇଥାଏ। ଦ୍ୱାଦଶ ଶତାବ୍ଦୀର ଓଡ଼ିଆ ଜ୍ୟୋତିର୍ବିଦ ଶତାନନ୍ଦଙ୍କ ରଚିତ ଶତାନନ୍ଦ ସଂଗ୍ରହରେ ଦୋଳଯାତ୍ରା ସଂପର୍କରେ ବିଭିନ୍ନ ବର୍ଣ୍ଣନାରୁ ସ୍ପଷ୍ଟ ଅନୁମିତ ହୁଏ ଯେ ଅତି କମରେ ଦୀର୍ଘ ଆଠଶହ ବର୍ଷ ତଳୁ ଓଡ଼ିଶାରେ ଦୋଳଯାତ୍ରା ପାଳିତ ହୋଇ ଆସୁଛି । ସାଧାରଣତଃ ଏହି ଯାତ୍ରା ପାଞ୍ଚଦିନ ପାଇଁ ମହାସମାରୋହରେ ପାଳିତ ହୋଇ ରଜଦୋଳ ବା ପଞ୍ଚୁଦୋଳ ନାମରେ ନାମିତ ହୋଇଥାଏ । କେତେକ ସ୍ଥାନରେ ଫାଲଗୁନ ମାସର ପୂର୍ଣ୍ଣିମା ଦିନ ଆରମ୍ଭ ହୋଇ ପାଞ୍ଚଦିନ ପର୍ଯ୍ୟନ୍ତ ପଞ୍ଚଦୋଳ ଭାବେ ଯାତ୍ରା ପାଳନ କରାଯିବାବେଳେ ଆଉ କେତେକ ସ୍ଥାନରେ ପୂର୍ଣ୍ଣିମା ଦିନକୁ ପର୍ବର ଶେଷ ଦିବସ ରୂପେ ରଜଦୋଳ ନାମରେ ନାମିତ ହୋଇ ଏହି ଯାତ୍ରା ଶେଷହୁଏ । ଯେଉଁ କେତେକ ସ୍ଥାନରେ ପୂର୍ଣ୍ଣିମା ଦିନରୁ ଆରମ୍ଭ ହୋଇ ଛଅଦିନ ପର୍ଯ୍ୟନ୍ତ ଏହି ପର୍ବ ପାଳିତ ହୋଇଥାଏ, ସେଠାରେ ଛଅଦୋଳ ଏବଂ ଯେଉଁଠି ନଅଦିନ ପର୍ଯ୍ୟନ୍ତ ପାଳନ କରାଯାଇପାରେ ସେଠାରେ ଏହାକୁ ନବଦୋଳ ବୋଲି କୁହାଯାଏ। ଅନେକ ସ୍ଥାନରେ ସାତଦିନ ଓ ଦଶଦିନ ଧରି ଦୋଳଯାତ୍ରା ଆୟୋଜିତ ହେବାର ଦୃଷ୍ଟାନ୍ତ ମଧ୍ୟ ରହିଛି ।
ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ପ୍ରେମମୟ କୃଷ୍ଣ ଓ ରାଧାଙ୍କ ନିକଟରେ ଅବିର ଅର୍ପଣ କରାଯାଇ ରାଧାକୃଷ୍ଣ ମନ୍ଦିରରେ ବିଭିନ୍ନ କାର୍ଯ୍ୟକ୍ରମ ଉତ୍ସବ ମୁଖରିତ ହୋଇ ଆସୁଥାଏ। ଦୋଳଯାତ୍ରା ଅବସରରେ ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି ଛୋଟ ଛୋଟ ବିମାନରେ ଚିତ୍ତାକର୍ଷକ ସାଜସଜ୍ଜା ସହିତ ଘରେ ଘରେ ମହାପ୍ରଭୁ ପ୍ରସାଦ ପାଇଁ ବିଜେ କରିଥାନ୍ତି। ରଥଯାତ୍ରାବେଳେ ଜଗତରନାଥ ଜଗନ୍ନାଥ ନିଜ ସିଂହାସନରୁ ବଡ଼ଦାଣ୍ଡକୁ ଯେପରି ଭାବେ ଓହ୍ଲାଇ ଆସିଥାନ୍ତି ଭକ୍ତବୃନ୍ଦଙ୍କୁ ଦର୍ଶନ ଦେବାପାଇଁ, ସେହିପରି ପ୍ରେମମୟ ଶ୍ରୀକୃଷ୍ଣ ଦୋଳ ଉତ୍ସବ ବେଳେ ଭକ୍ତମାନଙ୍କ ଘରକୁ ଯାଇଥାନ୍ତି ଭୋଗ ଖାଇ ସେମାନଙ୍କୁ କୃପା ପ୍ରଦାନ କରିବା ପାଇଁ । ଗୋଟିଏ ପକ୍ଷରେ ନବ ବସନ୍ତ, କୋକିଳର କୁହୁତାନ, ଚୂତବୃକ୍ଷରେ ନବ ମୁକୁଳ, ମୃଦୁମନ୍ଦ ଶୀତଳ ସମୀରଣ ଏବଂ ଅନ୍ୟ ପକ୍ଷରେ ସତୀଙ୍କର ଅକାଳମୃତ୍ୟୁ ପରେ ରୁଦ୍ର ମହାତପସ୍ୱୀ ମହାଦେବ ଶିବ ରୂପରେ ଧ୍ୟାନମଗ୍ନ । ତେଣେ ଦେବ ଗଣ ତାରକାସୁରର ଅତ୍ୟାଚାରରେ ଭୀତ, ସଂତ୍ରପ୍ତ ଆଉ ଉଚ୍ଚକିତ ଭାବରେ ପ୍ରତୀକ୍ଷାମାଣ- ଏକ ଶୁଭଲଗ୍ନର । ମହାଯୋଗୀ ଶିବଙ୍କର ଧ୍ୟାନ ଭାଙ୍ଗିଲେ ହିଁ ମଦନଙ୍କ ପଞ୍ଚଶରରେ ତାଙ୍କୁ ଆକ୍ରାନ୍ତ କରାଯାଇପାରେ ଏବଂ ଅନିନ୍ଦ୍ୟ ରୂପବତୀ ହିମବନ୍ତ କନ୍ୟା ପାର୍ବତୀଙ୍କ ସହିତ ମହାଦେବ ଶିବ ମିଳିତ ହେଲେ ହିଁ କାର୍ତ୍ତିକେୟଙ୍କର ଜନ୍ମ ସମ୍ଭବ । ଏହି କାର୍ତ୍ତିକେୟ ହିଁ ଦେବଗଣଙ୍କ ସେନାପତି ଭାବରେ ତାରକାସୁରକୁ ନିଧନ କରି ଦେବତାଙ୍କୁ ଅଭୟ ପ୍ରଦାନ କରିବାରେ ଏକମାତ୍ର ସମର୍ଥ । ଗୋଟି ଗୋଟି କରି ପଞ୍ଚବାଣ ନିକ୍ଷେପ କଲେ କାମଦେବତା ମଦନ, ଉନ୍ମୁକ୍ତ ହେଲା ଶିବଙ୍କର ମୁଦ୍ରିତ ଚକ୍ଷୁ । କପାଳରେ ଜଳି ଉଠିଲା ତୃତୀୟ ଚକ୍ଷୁ । ନିମିଷକରେ ଭସ୍ମୀଭୂତ ହେଲେ କାମଦେବତା ମଦନ । ଉଚ୍ଚସ୍ୱରରେ ବିଳାପ କରି ରତିଦେବୀ ଆବିର୍ଭୁତ ହେଲେ । ନିଜର ସ୍ୱ-ଦେହ ଜ୍ୱଳନରେ ମଦନ କିନ୍ତୁ ସେଦିନ ଦେବତାଙ୍କ ସୁରକ୍ଷା ପାଇଁ ମହାଦେବଙ୍କ ମାଧ୍ୟମରେ ଏକ ଇପ୍ସିତ ଲକ୍ଷ୍ୟ ସାଧନ କରିଦେଇ ଗଲେ । କେହି କେହି କହନ୍ତି , ହୋଲିର ଦିବ୍ୟ ଦହନ କ୍ରିୟା ଏହି ଅନଙ୍ଗଙ୍କୁ ଅଗ୍ନିରେ ଦାହ କରିବାର ଏକ ପ୍ରତିଛବି । ଆମ
ଓଡ଼ିଶାରେ ଫଗୁ ଦଶମୀରୁ ଆରମ୍ଭ ହେଉଥିବା ଦୋଳ ଯାତ୍ରାର ଗୁରୁତ୍ୱ ବୈଷ୍ଣବ ଧର୍ମ ପରମ୍ପରାର ପ୍ରଚାର ଓ ପ୍ରସାର ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ତେବେ ଏହା ମୁଖ୍ୟତଃ ଗ୍ରାମ ଗ୍ରାମ ମଧ୍ୟରେ, ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ, ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଏକ ସ୍ନେହ, ସଦ୍ଭାବ ଓ ପାରମ୍ପାରିକ ସୌହାର୍ଯ୍ୟର ପରିଚାୟକ ପର୍ବ ଭାବରେ ପାଳିତ ହୋଇଥାଏ । ପୃଥିବୀରେ ନୂତନ ଶିହରଣ ଜଗାଇ ପାରିବା ଭଳି ଶକ୍ତିରେ ଶକ୍ତିମନ୍ତ ଋତୁରାଜ ବସନ୍ତକୁ ସ୍ୱାଗତ ଜଣାଇବା ପାଇଁ ଦୋଳଯାତ୍ରାର ଆୟୋଜନ ବୋଲି ଗ୍ରହଣ କରାଯାଇଥାଏ। ଅତଏବ ଦ୍ୱାଦଶ ଶତାବ୍ଦୀର ଓଡ଼ିଆ ଜ୍ୟୋତିର୍ବିଦ ଶତାନନ୍ଦଙ୍କ ରଚିତ ଶତାନନ୍ଦ ସଂଗ୍ରହରେ ଦୋଳଯାତ୍ରା ସଂପର୍କରେ ବିଭିନ୍ନ ବର୍ଣ୍ଣନାରୁ ସ୍ପଷ୍ଟ ଅନୁମିତ ହୁଏ ଯେ ଅତି କମରେ ଦୀର୍ଘ ଆଠଶହ ବର୍ଷ ତଳୁ ଓଡ଼ିଶାରେ ଦୋଳଯାତ୍ରା ପାଳିତ ହୋଇ ଆସୁଛି ରାଧା -କୃଷ୍ଣ ଙ୍କୁ ଆଧାର କରି , ମାତ୍ର ତତ୍ ବହୁ ଶତ ବର୍ଷ ପୂର୍ବରୁ ଦୋଳ ଉତ୍ସବ ପାଳନ କରାଯାଉଥିଲା । ପ୍ରଥମ କରି କବିରାଜ ଜୟଦେବ ଏହି ପ୍ରସଙ୍ଗଟିକୁ କାଵ୍ୟ ରୂପ ଦେଇଥିଲେ ଏବଂ ତତ୍ ପରେ ଏହା ଅନେକ ଙ୍କ ଦ୍ବାରା ଅନେକ ଭାଷାରେ କାବ୍ୟ ରୂପରେ ପ୍ରଚାରିତ ଓ ପ୍ରସାରିତ ହୋଇଛି । କେତେକ ସ୍ଥାନରେ ପୂର୍ଣ୍ଣିମା ଦିନକୁ ପର୍ବର ଶେଷ ଦିବସ ରୂପେ ରଜଦୋଳ ନାମରେ ନାମିତ ହୋଇ ଏହି ଯାତ୍ରା ଶେଷହୁଏ । ଯେଉଁ କେତେକ ସ୍ଥାନରେ ପୂର୍ଣ୍ଣିମା ଦିନରୁ ଆରମ୍ଭ ହୋଇ ଛଅଦିନ ପର୍ଯ୍ୟନ୍ତ ଏହି ପର୍ବ ପାଳିତ ହୋଇଥାଏ, ସେଠାରେ ଛଅଦୋଳ ଏବଂ ଯେଉଁଠି ନଅଦିନ ପର୍ଯ୍ୟନ୍ତ ପାଳନ କରାଯାଇପାରେ ସେଠାରେ ଏହାକୁ ନବଦୋଳ ବୋଲି କୁହାଯାଏ। ଅନେକ ସ୍ଥାନରେ ସାତଦିନ ଓ ଦଶଦିନ ଧରି ଦୋଳଯାତ୍ରା ଆୟୋଜିତ ହେବାର ଦୃଷ୍ଟାନ୍ତ ମଧ୍ୟ ରହିଛି ।ନଡ଼ା ଗଦାକରି (ଅଇଘରା/ ଅଗିରା) ଦୋଳ ପୂର୍ଣ୍ଣିମୀ ରାତିରେ ବା ହୋଲି ଉତ୍ସବରେ ଯେଉଁ ଅଗ୍ନି ଜ୍ୱଳନର ପରମ୍ପରା ଅଛି, ତାହା ଭକ୍ତ ପ୍ରହ୍ଲାଦଙ୍କ ପୌରାଣିକ ଉପାଖ୍ୟାନ ସହିତ ସଂପୃକ୍ତ । ଆଖ୍ୟାନଟି ହୋଲିକା ଦହନ ନାମରେ ପରିଚିତ । ହୋଲିକା ଏକ ରାକ୍ଷସୀ ଓ ତାହାର ଦହନ ରାଜା ହିରଣ୍ୟକଶିପୁର ନାସ୍ତିକତା ପ୍ରେରିତ ଦୁଷ୍ଟ ଶକ୍ତି ଉପରେ ଭକ୍ତ ଓ ଶିଶୁ ପ୍ରହ୍ଲାଦ ପ୍ରତି ଆଶିର୍ବାଦ ପ୍ରଦାନ କରୁଥିବା ଦୈବୀଶକ୍ତିର ପ୍ରତୀକାତ୍ମକ ବିଜୟ ରୂପେ ଅନୁଷ୍ଠିତ ହୋଇଥାଏ । ପୌରାଣିକ କଥାବସ୍ତୁ ଅନୁଯାୟୀ ହୋଲିକା ଥିଲା ହିରଣ୍ୟକଶିପୁର ଭଉଣୀ- ଯେ କି ଶିବଙ୍କଠାରୁ ବର ପ୍ରାପ୍ତ ହେଇଥିଲା ଯେ ସେ ଜଳରେ ବୁଡ଼ିବ ନାହିଁ କି ନିଆଁରେ ପୋଡ଼ିବ ନାହିଁ । ନାସ୍ତିକତା ପ୍ରମତ୍ତ ହିରଣ୍ୟକଶିପୁକୁ ଭଗବାନ ବିଷ୍ଣୁଙ୍କ ମାୟାରେ ଶିକ୍ଷା ଦେବାପାଇଁ ହୋଲିକା ରାକ୍ଷସୀକୁ ପୁତ୍ର ପ୍ରହ୍ଲାଦ ସହିତ ଅଗ୍ନିରେ ପ୍ରବିଷ୍ଟ କରାଇଥିଲା, ସେଥିରେ ଶିଶୁ ପୁତ୍ରଟି ରକ୍ଷା ପାଇଯାଇଥିବା ବେଳେ ହୋଲିକା ଭସ୍ମୀଭୂତ ହୋଇଥିଲା ।
କେତେକ ଅଞ୍ଚଳରେ ମଥୁରାରୁ ପ୍ରେରିତ ଛଦ୍ମ ଖଳନାୟିକା ପୁତନାର ଗୋପପୁର ପ୍ରବେଶ ଓ ସ୍ତନ୍ୟପାନ କରାଇ କୃଷ୍ଣ ଉଦ୍ୟମର କାହାଣୀକୁ ହୋଲି ଉତ୍ସବ ସହିତ ଯୋଡାଯାଇଥାଏ । ପୁତନା ରାକ୍ଷସୀର ଅନ୍ତ ଓ ତାହାର ଅନ୍ତ୍ୟେଷ୍ଟିକୁ ଏହି ଅଗ୍ନି ପ୍ରଜ୍ୱଳନ ସହିତ କେତେକ ସଂପୃକ୍ତ କରିଥାନ୍ତି । ଯେତେବେଳେ ଅସୁରରାଜା କଂସ ଶୂନ୍ୟବାଣୀ ଶୁଣିବାକୁ ପାଇଥିଲା ଯେ ତା’ର ପ୍ରକୃତ ହତ୍ୟାକାରୀ ଗୋପରେ ବଢୁଛି, ସେ ଚାହିଁଥିଲା ଗୋପପୁରର ସମସ୍ତ ଶିଶୁଙ୍କୁ କଳେବଳେ କୌଶଳେ ହତ୍ୟା କରିବ ବୋଲି । ସେଥିପାଇଁ ରାକ୍ଷସୀ ପୁତନା ପ୍ରେରିତ ହୋଇଥିଲା ଗୋପପୁରକୁ ନିଜ ସ୍ତନରେ ହଳାହଳ ବିଷ ପୂର୍ଣ୍ଣକରି କ୍ଷୀର ରୂପେ ପାନ କରାଇ ସମସ୍ତ ଗୋପାଳ ଶିଶୁଙ୍କ ଜୀବନ ହରଣ କରିବା ପାଇଁ । କୃଷ୍ଣ ପୁତନାର ସ୍ତନ୍ୟପାନ କରିବାର ଛଳନା କରି ଛଳନାମୟୀ ସୁନ୍ଦରୀର ପଞ୍ଚପ୍ରାଣା ଶୋଷଣ କରିଥିଲେ । ଦିବ୍ୟ ସୁନ୍ଦରୀ ରୂପ ଧାରଣ କରିଥିବା ପୁତନା ତା’ର ଅସଲ ରୂପ ପ୍ରକାଶ କରି ମୃତ୍ୟୁବରଣ କରିଥିଲା । ଶ୍ରୀକୃଷ୍ଣ ସନ୍ଥମାନଙ୍କୁ ପାଳନ କରିବା ପାଇଁ ଦୁଷ୍ଟ ନିବାରଣ କରିଥିବା ଯୋଗୁଁ ହୋଲି ବା ଦୋଳଉତ୍ସବ ପାଳିତ ହୁଏ ବୋଲି ଅନେକ ମତବ୍ୟକ୍ତ କରନ୍ତି । ତେବେ ଶ୍ରୀମଦ ଭାଗବତର ଗୋପଲୀଳାର ଅନ୍ୟ କେତେକ କଂସ ପ୍ରେରିତ ଅସୁର, ଅସୁରିଣୀଙ୍କ ନିଧନ ସହିତ ମଧ୍ୟ ଏହି ଦୋଳଉତ୍ସବକୁ ସଂପୃକ୍ତ କରାଯାଇଥାଏ । କିନ୍ତୁ ଗୋପଲୀଳାର ସର୍ବୋକ୍ତୃଷ୍ଟ ଆଖ୍ୟାନ ରାଧାକୃଷ୍ଣ ଯୁଗଳ ମିଳନର ଏକ ସର୍ବଶ୍ରେଷ୍ଠ ଦୃଶ୍ୟ ଦୋଳିରେ ରାଧାକୃଷ୍ଣ ବା ଝୁଲଣରେ ଯୁଗଳ ମୂର୍ତ୍ତି ଏହି ପର୍ବର ପ୍ରଧାନ ଉପାସ୍ୟ । ଓଡ଼ିଆ ପଞ୍ଜିକା ଅନୁସାରେ ଫାଲଗୁନ ମାସର ପୂର୍ଣ୍ଣିମା ତିଥି ଦୋଳ ପୂର୍ଣ୍ଣିମା ନାମରେ ଅଭିହିତ। ଫାଲଗୁନ ଶୁକ୍ଳ ଦଶମୀ ତିଥିଠାରୁ ଦୋଳଯାତ୍ରା ସାଧାରଣତଃ ଆରମ୍ଭ ହୋଇଥାଏ । ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ରାଧା ଓ କୃଷ୍ଣଙ୍କ ନିକଟରେ ଏହି ଦିନଠାରୁ ଅବିର ଅର୍ପଣ କରାଯାଇଥାଏ । ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି ଛୋଟ ଛୋଟ ବିମାନରେ ମହାଡମ୍ବର ସହକାରେ ଗ୍ରାମର ପ୍ରାୟ ପ୍ରତ୍ୟେକଙ୍କ ଦ୍ୱାରକୁ ନିଆଯାଇଥାଏ । ପ୍ରାୟତଃ ପ୍ରତ୍ୟେକ ଦ୍ୱାରରେ ଠାକୁରଙ୍କୁ ଭୋଗ ଅର୍ପଣ କରାଯିବା ସଙ୍ଗେସଙ୍ଗେ ପୁରୋହିତଙ୍କୁ ମଧ୍ୟ ଦକ୍ଷିଣା ଦିଆଯାଇଥାଏ । ଠାକୁରଙ୍କ ଉଦ୍ଦେଶ୍ୟରେ ପ୍ରତ୍ୟେକ ଦ୍ୱାରରେ ଅର୍ପିତ ଭୋଗକୁ ଦ୍ୱାରୀ ଭୋଗ କୁହାଯାଇଥାଏ । ଦୋଳପୂର୍ଣ୍ଣମୀ ଦିନ ସାଧାରଣତଃ ଠାକୁରମାନଙ୍କୁ ମନ୍ଦିରର ଦକ୍ଷିଣପୂର୍ବ ଦିଗରେ ନିର୍ମିତ ହୋଇଥିବା ଏକ ମଣ୍ଡପ ଉପରକୁ ନିଆଯାଇଥାଏ । ସେହି ମଣ୍ଡପର ନାମ ଦୋଳ ମଣ୍ଡପ । ସେଠାରେ ପୂଜାର୍ଚ୍ଚନା କରାଯିବା ସଙ୍ଗେସଙ୍ଗେ ଠାକୁରମାନେ ଦୋଳି ଖେଳନ୍ତି ଓ ସେଠାରେ ନାଲି ଅବିର ଅର୍ପଣ କରାଯାଇଥାଏ ।
ସାରା ଓଡ଼ିଶାର ପୁରପଲ୍ଲୀ ଫଗୁ ଦଶମୀଠାରୁ ଦୋଳଯାତ୍ରାର ଉତ୍ସାହ ଉଦ୍ଦୀପନାରେ ଝୁମି ଉଠେ । ଗାଁ ଗାଁରେ ରାଧାକୃଷ୍ଣ ମନ୍ଦିର, ଶିବ ମନ୍ଦିର, ଦେବୀ ମଦିରରେ କିମ୍ବା ଶ୍ରୀଜଗନ୍ନାଥ ଓ ଶ୍ରୀଲିଙ୍ଗରାଜ ମନ୍ଦିରରେ ଚଳନ୍ତି ପ୍ରତିମାକୁ ଚଉଦୋଳ ବା ଦୋଳ ବିମାନରେ ବସାଇ ଗ୍ରାମ ପରିକ୍ରମା ଆରମ୍ଭ କରାଯାଏ ଏବଂ ଦୁଆର ଦୁଆର ବୁଲି ଭୋଗ ଖାଆନ୍ତି ଠାକୁରେ । ଏହା ଏପରି ଏକ ସାମୁହିକ ଉତ୍ସବରେ ପରିଣତ ହୋଇଛି ଯେ ଖୋର୍ଦ୍ଧା ନିକଟବର୍ତ୍ତୀ କେତେକ ଗ୍ରାମରେ ଯଥା- ଗଡ଼ବାଣି, ମାଣିକଗୋଡାରେ - ଯେଉଁଠାରେ ମୁସଲମାନ ଦଳବେହେରା ରାଜାଙ୍କଦ୍ୱାରା ନିଯୁକ୍ତ ହେଇଥିଲେ ବା ହିନ୍ଦୁ ଦଳବେହେରା ପରବର୍ତ୍ତୀ ସମୟରେ ମୁସଲମାନ ଧର୍ମ ଗ୍ରହଣ କରିଥିଲେ - ସେମାନଙ୍କୁ ଦୁଆରେ ମଧ୍ୟ ପ୍ରଭୁ ଭୋଗ ଖାଇଥାନ୍ତି । ସେହିପରି ଶୈବପୀଠ ସହିତ ବୈଷ୍ଣବ ଭକ୍ତ ଓ ପୀଠର ସୌହାର୍ଯ୍ୟ ବୃଦ୍ଧିରେ ଦୋଳ ମେଲଣ ଓ ଦୋଳ ମଣ୍ଡପ ସାହାଯ୍ୟ କରିଥାଏ । ସାଧାରଣତଃ ଶୈବ, ଶାକ୍ତ କିମ୍ବା ଅନ୍ୟ ନିର୍ବିବାଦୀୟ ପୀଠରେ ବା ତାଙ୍କ ନିକଟରେ ଆୟୋଜିତ ହୋଇଥାଏ ଦୋଳ ମେଲଣ । ସେଠାରେ ପଞ୍ଚରାତ୍ର ବ୍ୟାପୀ ଚାଚେରୀରେ ସନ୍ଧ୍ୟାଠାରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ଗ୍ରାମ ପରିକ୍ରମା ଓ ପରିଭ୍ରମଣ କରୁଥିବା ରାଧାକୃଷ୍ଣଙ୍କ ବିମାନ ଆସି ସାମୟିକ ରହିଥାଏ । ସାରା ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହି ମେଲଣର ଅନନ୍ୟ ପରମ୍ପରା, ଐତିହ୍ୟ ଓ ନାମକରଣ ରହିଛି । ବହୁ ପୁରାଣ ଶାସ୍ତ୍ରରେ ନାରାୟଣ, ବିଷ୍ଣୁ, ବାସୁଦେବ, କୃଷ୍ଣଙ୍କର କଥା କୁହାଯାଇଥିଲେ ହେଁ କୃଷ୍ଣଙ୍କ ଜୀବନ ଚରିତ ମୁଖ୍ୟତଃ ମହାଭାରତ ଓ ଅଖିଳ ହରିବଂଶ ପୁରାଣଦ୍ୱାରା ଭାରତରେ ଲୋକପ୍ରିୟ । ଏଥି ମଧ୍ୟରୁ ସଂସ୍କୃତରେ ବ୍ୟାସଦେବଙ୍କଦ୍ୱାରା ରଚିତ ଓ ଶୁକମୂନିଙ୍କଦ୍ୱାରା କଥିତ ଶ୍ରୀମଦ ଭାଗବତର ଲୋକପ୍ରିୟତା ସର୍ବାଧିକ । ଓଡ଼ିଆ ଭାଷାରେ ଅତିବଡ଼଼ି ଜଗନ୍ନାଥ ଦାସଙ୍କ ଅନୁସୃଜନରେ ଏହା ଓଡ଼ିଶାରେ ଅତ୍ୟନ୍ତ ଆଦୃତ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଶ୍ରୀମଦ ଭାଗବତରେ ଗୌଣ କିମ୍ବା ଆଦୌ ଲେଖା ନଥିବା ବିଷୟ ଓ ପ୍ରସଙ୍ଗ ମଧ୍ୟ ଲୋକପ୍ରିୟତା ଲାଭ କରିଛି । ରଥଯାତ୍ରା ଓ ଦେବସ୍ନାନ ପୂର୍ଣ୍ଣିମାକୁ ବାଦ ଦେଲେ ଦୋଳଯାତ୍ରା ପୁରୀମନ୍ଦିରର ଏକ ବିଶିଷ୍ଟ ପର୍ବ । ଶ୍ରୀଜଗନ୍ନାଥଙ୍କର ବିଭିନ୍ନ ଯାନିଯାତ୍ରା ସମ୍ପର୍କରେ ଯେଉଁ ସବୁ ଉଲ୍ଲେଖ ରହିଛି, ତାହାରି ମଧ୍ୟରେ ଦୋଳଯାତ୍ରାର ବିଶେଷ ଗୁରୁତ୍ୱ ସ୍ୱୀକୃତ ହୋଇଛି । ଦୋଳରେ ଦୋଳ ଗୋବିନ୍ଦ, ଚନ୍ଦନ ଯାତ୍ରାର ଚାପରେ ମଧୁସୂଦନ ଓ ରଥଯାତ୍ରାରେ ରଥ ଉପରେ ବାମନଙ୍କୁ ଦର୍ଶନ କଲେ ଆଉ ପୁନର୍ଜନ୍ମ ହୁଏନାହିଁ ବୋଲି ଆପ୍ତବାକ୍ୟ ଓ ବିଶ୍ୱାସ ରହିଛି । ବୈଷ୍ଣବଧର୍ମର ଅନ୍ୟତମ ପ୍ରସିଦ୍ଧ ରଚନା ଶ୍ରୀଜୟଦେବ ବିରଚିତ ଶ୍ରୀଗୀତଗୋବିନ୍ଦରେ ବସନ୍ତରାସରେ ଏହା ବର୍ଣ୍ଣିତ ହୋଇଛି । ଜଗନ୍ନାଥଙ୍କୁ ବିଭିନ୍ନ ନାମରେ ବିଭିନ୍ନ ମାସରେ ପୂଜା କରାଯାଇଥାଏ । ସେଥି ମଧ୍ୟରୁ ଫାଲଗୁନ ମାସରେ ତାଙ୍କର ନାମ ଗୋବିନ୍ଦ ଏଣୁ ଫାଲଗୁନ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିଟି ଗୋବିନ୍ଦ ଦ୍ୱାଦଶୀ ନାମରେ ସୁପ୍ରସିଦ୍ଧ । ତାର୍କ୍ଷ୍ୟ (ଗରୁଡ଼) ପୁରାଣରେ ଏହି ଗୋବିନ୍ଦ ଦ୍ୱାଦଶୀତିଥିର ମହିମା ବର୍ଣ୍ଣିତ । ଫଗୁଦଶମୀ ତିଥିରୁ ଫଗୁଖେଳ ଓ ଦୋଳାରେ ଗୋବିନ୍ଦଙ୍କର ଯାତ୍ରା ଓ ଗ୍ରାମ ପରିକ୍ରମା ଆରମ୍ଭ ହେଇଥାଏ । ଦୋଳବେଦୀରେ ମଦନମୋହନ ଓ ଲକ୍ଷ୍ମୀ ବିଜେ କରିଥାନ୍ତି । ଓଡ଼ିଶାର ପ୍ରାୟ ସମସ୍ତ ଗ୍ରାମରେ ବିଶେଷକରି ବ୍ରାହ୍ମଣଶାସନ ମାନଙ୍କରେ ଏହାର ଗୁରୁତ୍ୱ ବିଶେଷ ଭାବରେ ସ୍ୱୀକୃତ । ଶ୍ରୀକ୍ଷେତ୍ର ପୁରୀଠାରେ ଶ୍ରୀଜଗନ୍ନାଥ ଏକ ଲୋକାୟତ ପରଂପରା ରୂପେ ଏହି ଦୋଳଯାତ୍ରାକୁ ବୈଷ୍ଣବୀୟ ଢଙ୍ଗରେ ପାଳନ କରନ୍ତି । ଏହା ଚାଚେରୀ ଲୀଳା ନାମରେ ପ୍ରଖ୍ୟାତ । ଚାଚେରୀ ଶବ୍ଦଟି ସଂସ୍କୃତ ଚାର୍ଚ୍ଚରୀରୁ ଆସିଛି । ଏହି ସଂସ୍କୃତ ଶବ୍ଦର ଅର୍ଥ ସୌଭାଗ୍ୟ ବୋଲି କୁହାଯାଏ । ସାରା ଓଡ଼ିଶାରେ ବିଷ୍ଣୁ, କୃଷ୍ଣ ମନ୍ଦିରରେ ଏହି ଚାଚେରୀ ପାଳନ କରାଯାଏ । ଏହି ପର୍ବରେ ଫଗୁଦଶମୀ ଦୋଳବିମାନରେ ଦୋଳଗୋବିନ୍ଦ, ଲକ୍ଷ୍ମୀ ଓ ସରସ୍ୱତୀ ପ୍ରତି ସନ୍ଧ୍ୟାରେ ଶ୍ରୀଜଗନ୍ନାଥବଲ୍ଲଭ ଉଦ୍ୟାନକୁ ଚାଚେରୀ ଖେଳିବାଜୁ ଯାଆନ୍ତି । ଶ୍ରୀମନ୍ଦିର ବେଢା ପରିକ୍ରମା କରି ବାହାକମାନଙ୍କ କାନ୍ଧରେ ସିଂହଦ୍ୱାର ଗୁମୁଟ ଟପି ଅରୁଣସ୍ତମ୍ଭ ପାରହେଲା ପରେ ଲୋକଙ୍କର ଉତ୍ସାହ ଓ ଉଦ୍ଦୀପନା ଏକ ଭାବଭକ୍ତି ପୂର୍ଣ୍ଣ ଦୃଶ୍ୟ ସୃଷ୍ଟି କରିଥାଏ । ଦୋଳ ବେଦିରେ ପହଞ୍ଚି ଆରମ୍ଭ ହୁଏ ଫଗୁଲାଗି । ପୁଷ୍ପମାଲ୍ୟ, କୁନ୍ଦପୁଷ୍ପ ପରି ସୁବାସିତ ପୁଷ୍ପ ଓ ଲାଲ ବେଶରେ ଚାଚେରୀ ବେଶରେ ଦୋଳଗୋବିନ୍ଦ ବିଜେ ହୁଅନ୍ତି । ପୂଜାଅର୍ଚ୍ଚନା ଓ ଭୋଗରାଗ ପରେ ଠାକୁର ଶ୍ରୀମନ୍ଦିରକୁ ବାହୁଡ଼ି ଆସନ୍ତି । ଚତୁର୍ଦ୍ଧାମୂର୍ତ୍ତିଙ୍କର ସୁନାବେଶ ମଧ୍ୟ ଏହି ଅବସରରେ ଅନୁଷ୍ଠିତ ହୋଇଥାଏ । ଏହାକୁ ରାଜରାଜେଶ୍ୱର ବେଶ କୁହାଯାଏ । ଅନେକଙ୍କ ମତରେ ଶ୍ରୀଚୈତନ୍ୟ (୧୪୮୬ ଖ୍ରୀ: - ୧୫୩୩ ଖ୍ରୀ: )ଙ୍କ ଦୀର୍ଘ ଅବସ୍ଥାନ ଏବଂ ଶ୍ରୀଜଗନ୍ନାଥଙ୍କୁ ବୃନ୍ଦାବନ ବିହାରୀ ରୂପେ ଏକ କରିଦେବା ହିଁ ଶ୍ରୀଜଗନ୍ନାଥ ମନ୍ଦିରରେ ବୈଷ୍ଣବ ବିଚାର ଓ ଆଚାର ପ୍ରବେଶର ମୁଖ୍ୟ ସମୟ । [୬][୭] ମାତ୍ର ଯାହା ଜଣା ଯାଉଛି, ବହୁ ଆଗରୁ ଶ୍ରୀକୃଷ୍ଣ ଓ ଶ୍ରୀଜଗନ୍ନାଥଙ୍କୁ ଏକକରି ଦେଖିବାର ପ୍ରୟାସ ସାଧୁସନ୍ଥମାନେ କରିଆସିଥିଲେ । ୧୫୬୦ ଖ୍ରୀଷ୍ଟାବ୍ଦ ପୂର୍ବରୁ ମନ୍ଦିର ବେଢା ମଧ୍ୟରେ ବଡ଼ ଦେଉଳର ଦକ୍ଷିଣପୂର୍ବ ପାର୍ଶ୍ୱରେ ଦୋଳମଣ୍ଡପ ନିର୍ମାଣ କରାଯାଇଥିଲା ଏବଂ ଚତୁର୍ଦ୍ଧା ବିଗ୍ରହଙ୍କୁ ସେଠାକୁ ନିଆଯାଇ ଦୋଳଯାତ୍ରା ପାଳିତ ହେଉଥିଲା, କିନ୍ତୁ ଠାକୁରମାନେ ଦୋଳି ଖେଳିବାବେଳେ ହଠାତ ଦୋଳିର ଗୋଟିଏପଟ ଛିଣ୍ଡି ପଡ଼ିବା ଫଳରେ ବଳଭଦ୍ରଙ୍କ ବିଗ୍ରହର ଗୋଟିଏ ପଟ ହାତରେ କିଛି ଅଂଶ ସାମାନ୍ୟ ଭଗ୍ନ ହୋଇଥିଲା । ପୁଣି ଫଗୁଖେଳ ଯୋଗୁଁ ବିଗ୍ରହଗୁଡିକର ସୌନ୍ଦର୍ଯ୍ୟ ନଷ୍ଟ ହେବାର ସମ୍ଭାବନା ଥିବା ଯୋଗୁଁ ସେଇ ଦୁର୍ଘଟଣା ପରଠାରୁ ଚକାଡୋଳା ଜଗତର ନାଥଙ୍କର ପ୍ରତିନିଧି ସ୍ୱରୂପ ପିତଳରେ ତିଆରି ଦୋଳଗୋବିନ୍ଦ,ରାଧାରାଣୀଙ୍କ ପ୍ରତିନିଧି ଭାବେ ମା ଭୂଦେବୀ ଓ ଶ୍ରୀଦେବୀଙ୍କ ବିଗ୍ରହକୁ ଦୋଳବେଦୀ ନେବା ବିଧି ପ୍ରଚଳନ କରାଯାଇଛି । ସେହି ପରଠାରୁ କପିଳେନ୍ଦ୍ର ଦେବ ମଣ୍ଡପର ସ୍ଥାନ ମଧ୍ୟ ପରିବର୍ତ୍ତନ କରି ମନ୍ଦିର ବେଢାକୁ ଲାଗି ଉତ୍ତରପୂର୍ବ କୋଣରେ ଦୋଳମଣ୍ଡପ ନିର୍ମାଣ କରିଥିଲେ । ଓଡ଼ିଶାର ଦୋଳମଣ୍ଡପ କହିଲେ ତୋରଣାକୃତି ଏକ ଉଚ୍ଚ ସଭାମଣ୍ଡପକୁ ବୁଝାଇଥାଏ । ଓଡ଼ିଶାର ପ୍ରାଚୀନତମ ପ୍ରସିଦ୍ଧ ମନ୍ଦିର ମଧ୍ୟରୁ ସର୍ବୋତ୍କୃଷ୍ଟ ମୁକ୍ତେଶ୍ୱର ମନ୍ଦିରର ତୋରଣ ଦ୍ୱାରକୁ ଓଡ଼ିଶାର ସମସ୍ତ ଗ୍ରାମ ଏହି ତୋରଣ ଓ ଦୋଳମଣ୍ଡପର ଆଦି ରୂପ ଭାବରେ ସ୍ୱୀକାର କରିଛନ୍ତି ।ଭୁବନେଶ୍ୱରରେ କେଦାରଗୌରୀ ନିକଟସ୍ଥ ସିଦ୍ଧେଶ୍ୱର, ମୁକ୍ତେଶ୍ୱର ମନ୍ଦିରପୁଞ୍ଜର ଏହି ଭବ୍ୟ ତୋରଣଟିର ପ୍ରତିରୂପ ଦୋଳମଣ୍ଡପରେ ନିର୍ମିତ ହେବାନେଇ ଅବଶ୍ୟ କୌଣସି ଧାର୍ମିକ ବିଧି ବା ନିୟମ ନାହିଁ, ମାତ୍ର ଓଡ଼ିଶା ସ୍ଥାପତ୍ୟର ଏହି ଅନନ୍ୟ ନିଦର୍ଶନକୁ ଗ୍ରାମେ ଗ୍ରାମେ ଲୋକପ୍ରିୟ କରିପାରିଥିବା ବୈଷ୍ଣବୀୟ ପରମ୍ପରାର ଦୂରଦୃଷ୍ଟି ଓ ସୌନ୍ଦର୍ଯ୍ୟାନୁଭୂତି ପ୍ରଂଶସନୀୟ । ଏହି ମୁକ୍ତେଶ୍ୱର ତୋରଣ ଅନୁରୂପରେ ସ୍ୱର୍ଣ୍ଣଗହଣା ଓ କଣ୍ଠହାର ମଧ୍ୟ ନିର୍ମିତ ହୁଏ ।
ଶତାବ୍ଦୀର ମହାନାୟକ
--------
ବିଶ୍ବ ଇତିହାସର ଗର୍ଭାନୁଶୀଳନ କଲେ ଏକ ନିର୍ଦ୍ଧିଷ୍ଟ ସତ୍ୟ ଉକୁଟି ଉଠେ ଯେ ମୋହନ ଦାସ କରମ ଚାନ୍ଦ ଗାନ୍ଧୀ କେବଳ ବିଶ୍ବର ବିସ୍ମୟ ପ୍ରତିଭା,ଏକ ସର୍ବକାଳୀନ ବିଚାର,ଏକ ଦର୍ଶନ,ଏକ ସଂଗ୍ରାମ, ଜଣେ ସମର୍ପିତ ସାଧକ, ଆଚରଣ ଓ ଉଚ୍ଚାରଣସିଦ୍ଧ ଆଦର୍ଶ ମୂଲ୍ୟବୋଧ , ଶତାବ୍ଦୀର ମହାନାୟକ ନୁହନ୍ତି, ସେ ମଧ୍ୟ ମାନବ ସମାଜର ସର୍ବକାଳୀନ ବନ୍ଦନୀୟ ମହାତ୍ମା । ଆଜିକୁ ଠିକ୍ ୯୫ ବର୍ଷ ତଳେ ଭାରତ ମୁକ୍ତି ଆନ୍ଦୋଳନର ଏହି ମହାନାୟକଙ୍କ ବଜ୍ର ନିନାଦିତ ଘୋଷଣାରୁ ସମଗ୍ର ଭାରତ ବର୍ଷରେ ସୃଷ୍ଟି ହୋଇଥିଲା "ଲବଣ ସତ୍ୟାଗ୍ରହ ଆନ୍ଦୋଳନ" , ଯାହା ସ୍ବାଧୀନତା ସଂଗ୍ରାମର ଇତିହାସରେ ଏକ ଉଲ୍ଲେଖନୀୟ ଘଟଣା । ଏଠାରେ ପ୍ରସଙ୍ଗ କ୍ରମେ ଉଲ୍ଲେଖଯୋଗ୍ୟ ଯେ ୧୮୦୩ ରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଅବଶେଷରେ ଓଡ଼ିଶା ଦଖଲ କରିବା ସମୟରେ ସାଧାରଣ ମଣିଷର ସର୍ବନିମ୍ନ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ଲୁଣର ମହଣ ଦାମ ଥିଲା ତିନି ଅଣା । କମ୍ପାନୀର ଲବଣ ଆଇନ୍ ପ୍ରଭାବରେ ଏହା ହେଲା ମହଣ ପ୍ରତି ୪ ଟଙ୍କା ୪ ଅଣା( ଏକ ଟଙ୍କା=୧୬ ଅଣା) ।ଐତିହାସିକ ଷ୍ଟାର୍ଲିଂଙ୍କ ମତରେ ସେତେବେଳେ ଭାରତ ବର୍ଷରେ ଶ୍ରେଷ୍ଠ ଲୁଣ ଓଡ଼ିଶାରେ ହିଁ ମିଳୁଥିଲା ,ଯାହାକି ସାଧାରଣ ଲୋକଙ୍କ ଦ୍ବାରା ଉତ୍ପାଦିତ ଓ ଵହୁଳ ଭାବେ ବ୍ୟବହୃତ ହେଉଥିଲା । ବଣିକ କମ୍ପାନୀ ୧୮୧୪ ମସିହାରେ ଏକ "ଲବଣ ଆଇନ୍" ଆଣି ସାଧାରଣ ଲୋକମାନଙ୍କୁ ଲୁଣ ମାରିବା ଅଧିକାରରୁ ବଞ୍ଚିତ କଲେ ଓ ଏହା ଏକ ଦଣ୍ଡନୀୟ ଅପରାଧ ବୋଲି ଘୋଷଣା କଲେ , ଯାହା ଫଳରେ ନିଜ ମାଟିର ଉତ୍ପାଦିତ ଦ୍ରବ୍ୟକୁ ଚଢାଦରରେ ନିଜର ଆବଶ୍ୟକତା ପୂରଣ ପାଇଁ କିଣିବାକୁ ବାଧ୍ୟ ହୋଇଥିଲେ ଏବଂ ଅନେକ ବ୍ୟକ୍ତି ଲବଣ ଆଇନ ଭଙ୍ଗ ଅଭିଯୋଗରେ ଗିରଫ, କାରାବରଣ, ଅର୍ଥଦଣ୍ଡରେ ଦଣ୍ଡିତ ହୋଇଥିଲେ । କେବଳ ଓଡ଼ିଶାରେ ନୁହେଁ, ସମଗ୍ର ଭାରତବର୍ଷର ସମୁଦ୍ର,ହ୍ରଦ ଉପକୂଳବର୍ତ୍ତୀ ଅଞ୍ଚଳରେ ଏଭଳି ଭୟଙ୍କର ଶୋଷଣର ଚିତ୍ର ସର୍ବତ୍ର ଦେଖାଦେଇଥିଲା ।ଇଂରେଜମାନଙ୍କ ବ୍ୟତୀତ ଯଦି ଅନ୍ୟ କେହି ଲୁଣ ମାରିଲେ କିମ୍ବା ବିକ୍ରି କଲେ ତେବେ ସେମାନଙ୍କୁ ୬ ମାସର ଜେଲ ଦଣ୍ଡ ଦିଆଗଲା । ଗାନ୍ଧୀଜୀଙ୍କୁ ଏହା ଠିକ୍ ଲାଗିଲାନି । ସେ ଏହାକୁ ବିରୋଧ କରିଥିଲେ । କାରଣ ଲୁଣ ହିଁ ଆମ ଖାଦ୍ୟ ସ୍ୱାଦ ବଢାଇଥାଏ । ଏପରିକି ଆମ ଶରୀର ପାଇଁ ବି ଲୁଣର ଆବଶ୍ୟକତା ରହିଛି ।ଅହମ୍ମଦାବାଦର ଗାନ୍ଧୀ ଆଶ୍ରମରୁ ଗୁଜୁରାଟର ଦାଣ୍ଡିକୁ ପଦଯାତ୍ରା କରିଥିଲେ । ୧୯୩୦ ମସିହା ମାର୍ଚ୍ଚ ୧୨ ତାରିଖରେ ଗାନ୍ଧିଜୀ ଓ ତାଙ୍କ ସାଥୀମାନେ ଦାଣ୍ଡି ଅଭିମୁଖେ ବାହାରିଥିଲେ । ଅମହମ୍ମଦାବାଦରୁ ଦାଣ୍ଡି ପ୍ରାୟ ୨୪୦ କିଲୋମିଟର ରାସ୍ତାକୁ ଗାନ୍ଧୀଜୀ ଏହି ପଦଯାତ୍ରା କରୁଥିବା ବେଳେ ଦେଶର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଲୋକେ ତାଙ୍କ ସହ ସାମିଲ ହୋଇଥିଲେ । ଲକ୍ଷ୍ୟ ଥିଲା ଲୁଣ ଉପରେ ଲାଗିଥିବା ଟିକସ ହଟାଇବା ଓ ଭାରତୀୟଙ୍କୁ ଲୁଣ ମାରିବା ଓ ବିକ୍ରି ଉପରେ ଲାଗିଥିବା ଅବରୋଧ ଅଧ୍ୟାଦେଶ ହଟାଇଦେବା । ଅହମ୍ମଦାବାଦରୁ ଦାଣ୍ଡି ପହଞ୍ଚିବା ପାଇଁ ପ୍ରାୟ ତିନି ସପ୍ତାହ ଲାଗି ଥିଲା । ଦାଣ୍ଡିରେ ପହଞ୍ଚିବା ପରେ ସମୁଦ୍ର କୂଳରେ ଠିଆ ହୋଇ ହାତରେ ମୁଠେ ଲୁଣ ଧରି ଗାନ୍ଧିଜୀ ଶପଥ କରିଥିଲେ ଯେ, ମୁଠେ ଲୁଣର ସହାୟତାରେ ମୁଁ ବ୍ରିଟିଶ ଶାସନକୁ ଦୋହଲାଇଦେବି । ଲବଣ ସତ୍ୟାଗ୍ରହରେ ସାମିଲ ହୋଇ ଗାନ୍ଧିଜୀଙ୍କ ସମେତ ପ୍ରାୟ ୮୦ ହଜାର ଭାରତୀୟଙ୍କୁ ଜେଲରେ ରଖାଗଲା । ଶେଷରେ ମୁଣ୍ଡ ନୁଆଁଇଥିଲା ଶୋଷକ ବ୍ରିଟିଶ ଶାସକ । ଅନ୍ୟାୟ ବିରୋଧରେ ଲଢି ଲବଣ ସତ୍ୟାଗ୍ରହରେ ନିଜ ଅଧିକାର ଫେରିପାଇବା ହିଁ ପ୍ରେରଣା ଯୋଗାଇଥିଲା ଦେଶ ସ୍ୱାଧୀନ ହେବାରେ । ଏହି ଛୋଟ ଆନ୍ଦୋଳନ ଜରିଆରେ ଗାନ୍ଧିଜୀ ବାର୍ତ୍ତା ଦେଇଥିଲେ ଯେ ଏକଜୁଟ ହୋଇ କାମ କଲେ ସବୁକିଛି ସମ୍ଭବ । ମନେପଡେ ସେହି ଐତିହାସିକ ମୁହୂର୍ତ୍ତର ରୋମାଞ୍ଚିତ ଅବଧିର ଇତିହାସ । ସେହି ୧୯୩୦ ମସିହା, ମାର୍ଚ୍ଚ ୧୨ ତାରିଖ ରେ " ମୋ ଶଵ ପଛେ ସମୁଦ୍ର ରେ ଭାସୁ ଅବା, ମୋ'ର ମୃତ ଶରୀରରୁ ହାଡ଼ ଟାଣି ନେଇ କୁକୁର ପଛେ ଟାଣି ଖାଉ , ମୁଁ ସ୍ବରାଜ ବିନା ଫେରିବି ନାହିଁ" ଡାକରା ଦେଇ, ସକାଳ ୬:୩୦ରେ ୭୮ ଜଣ ଅନୁଗାମୀଙ୍କ ସହ ପ୍ରାୟ ୨୪୧ ମାଇଲ୍ (୩୯୦ କି.ମି.) ଦୂରରେ ଅବସ୍ଥିତ ଦାଣ୍ଡୀକୁ ଯାତ୍ରା ଆରମ୍ଭ କରିଥିଲେ ମହାନାୟକ ମହାତ୍ମାଗାନ୍ଧୀ | ଏହି ଆହ୍ବାନ ସମଗ୍ର ଭାରତ ବର୍ଷରେ ବିଦ୍ୟୁତ ବେଗରେ ବିଛୁରିତ ହୋଇଥିଲା । ୨୪ ଦିନ ଧରି ଚାଲିଥିବା ଏହି ପଦଯାତ୍ରାରେ କ୍ରମେ ସହସ୍ରାଧିକ ଦେଶବାସୀ ଗାନ୍ଧିଜୀଙ୍କ ସହ ଯୋଗ ଦେଇଥିଲେ |ଏହା ୧୯୩୦ ମସିହା ଅପ୍ରିଲ୍ ୫ ତାରିଖରେ ସମାପ୍ତ ହେଇଥିଲା | ଏହି ସତ୍ୟାଗ୍ରହରେ ଗାନ୍ଧିଜୀ ଓ ତାଙ୍କ ଅନୁଗାମୀମାନେ ଦାଣ୍ଡୀ ସମୁଦ୍ର କୁଳରେ ଲୁଣ ମାରିଥିଲେ |
ଏହି ସତ୍ୟାଗ୍ରହ ସମଗ୍ର ଭାରତବର୍ଷରେ ଲୋକମାନଙ୍କ ମଧ୍ୟରେ ଗଭୀର ଉତ୍ସାହ ଭରି ଦେଇଥିଲା ଓ ଦେଶର ଅନେକ ସ୍ଥାନରେ ବ୍ରିଟିଶ୍ ସରକାରଙ୍କ ଲବଣ ଆଇନ ଭଙ୍ଗ କରାଯାଇଥିଲା। ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କୁହୁଡ଼ିରେ ୧୯୩୦ ମେ ୨୧ରେ 'ଲୁଣ ମରା ଆଇନ' ପଣ୍ଡିତ ନୀଳକଣ୍ଠ ଦାସଙ୍କଦ୍ୱାରା ଭଙ୍ଗାଯାଇଥିଲା ।ସେ ପ୍ରଥମେ କାକଟପୁର ଆସି ପାଟଳଦା ଗ୍ରାମର ସତ୍ୟଗ୍ରାହୀ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କୁ ସାକ୍ଷାତ କରି କାର୍ଯ୍ୟକ୍ରମ ପ୍ରସ୍ତୁତି କରିଥିଲେ । ତାପରେ ଓଳଙ୍ଗର ଗ୍ରାମର ଭୂବନାନନ୍ଦ ସ୍ୱାଇଁ ଗ୍ରାମବାସୀଙ୍କ ସହ ଆଲୋଚନା କରି ସମସ୍ତଙ୍କ ରହିବା ଖାଇବା ବ୍ୟବସ୍ଥା କରିଥିଲେ । ମେ ୨୧ରେ ଲବଣ ସତ୍ୟାଗ୍ରହ ଅନୁଷ୍ଠିତ ହେବାର ଖବର ଚାରିଆଡ଼େ ଖେଳିଯାଇଥିଲା । ନୀଳକଣ୍ଠ ଦାସଙ୍କ ସହ ଯୋଗଦେବା ପାଇଁ ପହଞ୍ଚିଥିଲେ ଜଗନ୍ନାଥ ରଥ, ରଘୁନାଥ ମିଶ୍ର, ସତ୍ୟବାଦୀ ତ୍ରିପାଠୀ, ବୈକୁଣ୍ଠନାଥ ପ୍ରତିହାରୀ ମାଆ ଇନ୍ଦୁମତୀ ଆଦି ସଂଗ୍ରାମୀ ମାନେ । ଘଟଣା ଦିନ ପ୍ରଥମେ ଲୁଣ ମାରିଥିଲେ ଉତ୍କଳ ମଣିଙ୍କ ପ୍ରିୟ ଛାତ୍ର ମଧୁସୂଦନ ମିଶ୍ର । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୁଣ ମରାକୁ ବେଆଇନ ଘୋଷଣା କରିବା ସହ ଅବିଶାନ୍ତ ଲାଠି ଚାଳନା କରିଥିଲା , ଫାଙ୍କା ଗୁଳି ବର୍ଷଣ ମଧ୍ୟ ହୋଇଥିଲା । ପ୍ରଥମେ ମଧୁ ମିଶ୍ରଙ୍କୁ ଗିରଫ କରାଯାଇଥିଲା । ଲାଠିମାଡ଼ରେ ଜଗନ୍ନାଥ ମିଶ୍ରଙ୍କ ମେରୁଦଣ୍ଡ ହାଡ଼ ଭାଙ୍ଗିଥିଲା । ବୋଲଗଡ଼ର ସତ୍ୟାଗ୍ରହୀ ବାନାମ୍ବର ପରିଡ଼ାଙ୍କ ମୁଣ୍ଡଫାଟି ପ୍ରବଳ ରକ୍ତପାତ ହୋଇଥିଲା ଏବଂ ସେ ଘଟଣା ସ୍ଥଳରେ ସହିଦ ହୋଇଥିଲେ । ସତ୍ୟଗ୍ରାହୀଙ୍କ ଉପରେ ଆକ୍ରମଣ ଓ ଗିରଫଦାରୀ ସତ୍ତ୍ୱେ ଲୋକେ ଭୟଭୀତ ନହୋଇ ଲୁଣ ମରା ଜାରୀ ରଖିଥିଲେ ଏବଂ ସମଗ୍ର ପୁରୀଜିଲ୍ଲାରେ ଲବଣ ସତ୍ୟାଗ୍ରହ ସଫଳ ହୋଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ୧୯୩୦ ମସିହା, ମହାବିଷୁବ ସଂକ୍ରାନ୍ତି ତଥା ଆମର ନବବର୍ଷ ଅବସରରେ , ଏପ୍ରିଲ ୧୩ ତାରିଖରେ ଆଚାର୍ଯ୍ୟ ହରିହରଙ୍କ ନେତୃତ୍ବରେ ୧୨ ଜଣ ସତ୍ୟାଗ୍ରହୀ ଇଞ୍ଚୁଡି ଠାରେ ଲବଣ ଆଇନ୍ ଅମାନ୍ୟ କରି ଓଡ଼ିଶାରେ ପ୍ରଥମ ଥର ପାଇଁ ଲୁଣ ମରା ଆନ୍ଦୋଳନ ଆରମ୍ଭ କରିଥିଲେ । ଏପ୍ରିଲ ୨୦ ତାରିଖରେ ଶ୍ରୀମତୀ ମାଳତୀ ଚୌଧୁରୀ ଓ ରମା ଦେବୀ ଙ୍କ ନେତୃତ୍ବରେ ଯେଉଁ ଲବଣ ସତ୍ୟାଗ୍ରହ ଆନ୍ଦୋଳନ ହୋଇଥିଲା, ତାହା ଥିଲା ଭାରତ ବର୍ଷରେ ସର୍ବପ୍ରଥମ ମହିଳା ନେତୃତ୍ଵାଧୀନ ଓ ମହିଳା ଅଂଶ ଗ୍ରହଣକାରୀ ସତ୍ୟାଗ୍ରହ । ପୁନଃ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାର ୬ ଟି ଉପକୂଳବର୍ତ୍ତୀ ଅଞ୍ଚଳରେ ଲବଣ ସତ୍ୟାଗ୍ରହ ଆନ୍ଦୋଳନ ହୋଇଥିଲା । କଟକ ଜିଲ୍ଲାର କୁଜଙ୍ଗ ରାଣୀଙ୍କ ନେତୃତ୍ବରେ, ଗଞ୍ଜାମର ହୁମା ଠାରେ ବିଶ୍ବନାଥ ଦାଶଙ୍କ ନେତୃତ୍ବରେ ଯେଉଁ ଐତିହାସିକ ଆନ୍ଦୋଳନ ହୋଇଥିଲା ତାହା ପରବର୍ତ୍ତୀ ସମୟର ମୁକ୍ତି ଆନ୍ଦୋଳନ ପାଇଁ ଥିଲା ସୁବାର୍ତ୍ତା । ସମଗ୍ର ଭାରତ ବର୍ଷରେ ଦୀର୍ଘ ଏକ ବର୍ଷ ଧରି ବ୍ରିଟିଶ ଶାସକର ସମସ୍ତ ଦମନଲୀଳା ସତ୍ତ୍ବେ ସଂଗ୍ରାମୀ ସୁରେନ୍ଦ୍ର ନାଥ ଦ୍ବିବେଦୀଙ୍କ ନେତୃତ୍ବରେ ବାଲେଶ୍ଵରର ଫରାସୀ ଡିଙ୍ଗାଠାରେ ଲବଣ ସତ୍ୟାଗ୍ରହର ଇତିହାସ ସମ୍ମୁଜ୍ଜଳ । ଯେଉଁଥିପାଇଁ ମହାତ୍ମା ଗାନ୍ଧୀ ଶତ ମୁଖରେ ପ୍ରଶଂସା କରିବା ସହିତ ନିଜର ଆତ୍ମସନ୍ତୋଷ ବ୍ୟକ୍ତ କରିଥିଲାବେଳେ ବେଳେ ପଣ୍ଡିତ ଜବାହରଲାଲ ନେହେରୁ ଫେବୃଆରୀ ୧୭ ତାରିଖ ୧୯୩୧ ମସିହାରେ ଓଡ଼ିଶା ବାସୀଙ୍କ ପାଇଁ ଯେଉଁ ଅଭିନନ୍ଦନର ସୁବାର୍ତ୍ତା ପଠାଇଥିଲେ, ତାହା ଭାରତ ମୁକ୍ତି ଆନ୍ଦୋଳନରେ ଓଡ଼ିଶା ଓ ଓଡ଼ିଆ ମାନଙ୍କ ଅବଦାନ ଇତିହାସର ଅମୂଲ୍ୟ ପଣ୍ୟ।
ଅବକ୍ଷୟୀର ଗଭୀରତା
----------------------------------
ଆଜି ଏକ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ କବି
ମଙ୍ଗଳା ପ୍ରସାଦ ପ୍ରଧାନଙ୍କ ଅନୁରୋଧରେ ଯୋଗ ଦେଇଥିଲୁ । ଆଧ୍ୟାତ୍ମିକ ପରିବେଶରେ ଆୟୋଜିତ ଯଜ୍ଞ ପରିବେଶ ପାର୍ଶ୍ୱରେ ହେଉଥାଏ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ଯେଭଳି ସଙ୍ଗୀତ, ନୃତ୍ୟ ହେଉଥିଲା , ଏହା ଦେଖି ଆମେ ଅନୁଭବ କଲୁ,ଆମର ସାଂସ୍କୃତିକ ଅବକ୍ଷୟୀ ଓ ଅବମୂଲ୍ୟାୟନ ଲୋକ ଚରିତ୍ର ।
ଉତ୍କୃଷ୍ଟ କଳାର ରାଜ୍ୟ ଆମ ଉତ୍କଳର ହଜାର ହଜାର ବର୍ଷର ଗୈାରବମୟ ଇତିହାସ ସହିତ ସାମ୍ପ୍ରତିକ ସମୟରେ ଏହି କ୍ଷେତ୍ର ସମୂହର ସ୍ଥିତି ଦେଖି ,ଏକ ତୁଳନାତ୍ମକ ଚିତ୍ର ପର୍ଯ୍ୟାଲୋଚନ
କଲେ ଯେ କେହି ଜଣେ ଖାଣ୍ଟି ଭାବପ୍ରବଣ ଓଡ଼ିଆଙ୍କର ହୃଦାଘାତ ହେବା ସମ୍ଭାବନା ଅଧିକ । ଓଡ଼ିଶାର ଲୋକନୃତ୍ୟ, ଓଡ଼ିଶାର କଳା ଓ ସଂସ୍କୃତିର ପରିଚାୟକ କେବଳ ନୁହେଁ ଅଧିକନ୍ତୁ ଓଡ଼ିଆ ଜନଜୀବନର ଆତ୍ମା । ଓଡ଼ିଆ ଜୀବନ ଶୈଳୀ ଏବଂ ପ୍ରଥା ସହିତ ଶହଶହ ପ୍ରକାରର ନୃତ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଏସବୁ ମୁଖ୍ୟତଃ ଧର୍ମଚାର, ମନୋରଞ୍ଜନ, ଶ୍ରମ ଅପନୋଦନ, ସାମାଜିକ ସଂସ୍କାର ଆଦି ବହୁବିଧ ଉଦ୍ଦେଶ୍ୟକୁ ଉପଜିଵ୍ୟ କରି ଲୋକନୃତ୍ୟର ସୃଷ୍ଟି ହୋଇଥିଲା । ଗ୍ରାମବହୁଳ ଓଡ଼ିଶାରେ ଦୈନନ୍ଦିନ ଜୀବନରେ ଟିକେ ଆନନ୍ଦ ଉପଭୋଗ କରିବାକୁ ଅନୁଷ୍ଠିତ କରାଯାଏ ଯାତ୍ରା ଓ ମହୋତ୍ସବମାନ । ଓଡ଼ିଶାର ପ୍ରତ୍ୟେକ ପର୍ବପର୍ବାଣୀ ସହ ବିଭିନ୍ନ ଲୋକନୃତ୍ୟର ପ୍ରଚଳନ ରହିଥିଲା। ଏହିସବୁ ନୃତ୍ୟ ମୁଖ୍ୟତଃ ଖୋଲା ଆକାଶତଳେ ପରିବେଷଣ କରାଯାଉଥିଲା । ପ୍ରତ୍ୟେକ ଲୋକନୃତ୍ୟରେ ଓଡ଼ିଶାର ପାରମ୍ପରିକ ସଂଗୀତ ଓ ବହୁଲୋକପ୍ରିୟ ଢଗଢମାଳି ଆଦିର ବ୍ୟବହାର ହେଉଥିଲା । ଏହାସହିତ ପାରମ୍ପରିକ ବାଦ୍ୟର ବ୍ୟବହାର ମଧ୍ୟ କରାଯାଉଥିଲା । ବିଗତ ୫୦/୫୫ ବର୍ଷ ତଳେ ଆମେ ବହୁ ମେଳା,ମେଳଣରେ ଦେଖିବାକୁ ପାଇଥିବା ଓ ଉପଭୋଗ କରିଥିବା, ଶୁଣିଥିବା ଲୋକନୃତ୍ୟ, ଲୋକ କଳା ପ୍ରଭୃତି ଏବେ ଆଉ ଦେଖିବାକୁ ମିଳୁନାହିଁ । ନାଗାନାଚ,ସଖି କଣ୍ଢେଇ ନାଚ,ଛଉ ନୃତ୍ୟ, ତାହା ପୁଣି ମୟୂରଭଞ୍ଜ ଛଉ ନୃତ୍ୟ, ଷଢେ଼ଇକଳା ଓ ପୁରୁଲିଆ ଛଉ ନୃତ୍ୟ,କରମାନାଚ, ଦଣ୍ଡ ନାଚ,ଚଇତି ଘୋଡ଼ା ନାଚ, ଘୁମୁରା ନାଚ, ଚଢ଼େଇ ନାଚ,ଶବର - ଶବରୁଣୀ ନାଚ,କେଳା-କେଳୁଣି ନାଚ, ଡାଲଖାଇ ନାଚ , ଗୋଟି ପୁଅ ନାଚ, ଏପରିକି ଆଦିବାସୀ ଅଧ୍ୟୁଷିତ ଆମ ରାଜ୍ୟର ଆଦିବାସୀ ନୃତ୍ୟ ଯଥା ଦେଶିଆ ନାଚ,ଗଦବା ନାଚ,କନ୍ଧ ନାଚ,କୋୟା ନାଚ,ଓଁରା ନାଚ,ସଉରା ନାଚ,ପରଜା ନାଚ,କାଠି କଣ୍ଢେଇ ନାଚ, ଘୁଡୁକି ନାଚ ଠାରୁ କେନ୍ଦେରା ଗୀତ,ଖଞ୍ଜଣି ଭଜନ,ଚୁଟ୍କୁଚୁଟା,ପାଟୁଆ ନାଚ ଠାରୁ ଅନେକ ଲୀଳା ଯଥାଲୀଳା
ଭାରତ ଲୀଳା ବା ଦୁଆରୀ ଲୀଳା ବା ସୁଭଦ୍ରା ହରଣ ନାଟ
ରାମଲୀଳା,କୃଷ୍ଣଲୀଳା,ରାସଲୀଳା,ରାଧା ପ୍ରେମ ଲୀଳା
ରାଧା ମାନ ଲୀଳା ସମେତ ଅନେକ ଲୀଳା ଯଥା ଭାରତ ଲୀଳା ବା ଦୁଆରୀ ଲୀଳା ବା ସୁଭଦ୍ରା ହରଣ ନାଟ ସ଼ହିତ ଅନେକ ସୁଆଙ୍ଗ ଯଥା ଲକ୍ଷ୍ମୀ ପୁରାଣ ସୁଆଙ୍ଗ,ବିଲଙ୍କା ରାମାୟଣ ସୁଆଙ୍ଗ,ଗଣ୍ଡାବଧ ସୁଆଙ୍ଗ,ଚନ୍ଦ୍ରାବତୀ ସୁଆଙ୍ଗ ,ଉଷାବତୀ ହରଣ ସୁଆଙ୍ଗ,ଦକ୍ଷ ଯଜ୍ଞ ସୁଆଙ୍ଗ ଭଳି ଅନେକ ସୁଆଙ୍ଗ ,ଚକୁଳିଆ ପଣ୍ଡା , ଦାସକାଠିଆ, ରସରକେଲି, ପ୍ରହଲ୍ଲାଦ ନାଟକ ଠାରୁ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ପରମ୍ପରା ପ୍ରଚାର ପ୍ରସାରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା "ପାଲା" ର ସ୍ଥିତି ଅଧୁନା ବିପନ୍ନ କହିଲେ ଅତ୍ୟୁକ୍ତି ହେବ ନାହିଁ । ନାଗାନାଚର କେବେ ଅୟମାରମ୍ଭ ହୋଇଥିଲା ଏଯାବତ୍ ଗବେଷଣା ହୋଇନାହିଁ, ପ୍ରଭୁ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ର ବିଶେଷତ୍ଵ ଓ ଭିତ୍ତିଭୂମି ପ୍ରସଙ୍ଗ ମଧ୍ୟ ଗବେଷଣା ସାପେକ୍ଷ ସତ୍ୟ ମାତ୍ର, ଏହା ହଜାର ହଜାର ବର୍ଷ ଧରି ଓଡ଼ିଆ ମାନଙ୍କ ସାମରିକ କଳା ପରମ୍ପରା ତଥା ପାଇକ ପରମ୍ପରା ବିଜଡ଼ିତ ।ନାଗା ନାଚ ରେ କେବଳ ବିଭିନ୍ନ ବାଦ୍ୟ ଓ ପ୍ରଚ୍ଛଦ ଯନ୍ତ୍ରସଙ୍ଗୀତ ଥାଏ । ଏହାର ସଙ୍ଗୀତରେ ବ୍ୟବହୃତ ବାଦ୍ୟ ଯନ୍ତ୍ରସବୁ ହେଲା ମାଦଳ, ଧୁମସା ଓ ପଖଉଜ । ଅଧୁନା କର୍ପୁର ଉଠିଯାଇ କନା ପଡ଼ିବା ଭଳି ସାମୟିକ ବିଭିନ୍ନ ପର୍ବ ପାଳନ ବେଳେ ପୁରୀରେ ଦେଖିବାକୁ ମିଳିଥାଏ । ସାଧାରଣତଃ ଯୁବବର୍ଗର ନର୍ତ୍ତକମାନେ ଏଥିରେ ବିଭିନ୍ନ ଭାରୀ ଓ ଚିତ୍ରିତ ପୋଷାକ ପିନ୍ଧି ନାଚିଥାନ୍ତି ।ନର୍ତ୍ତକମାନେ ମଥାରେ ବିଶାଳ ଅଳଙ୍କାର ଖଚିତ ମୁକୁଟ ପିନ୍ଧିଥାନ୍ତି । ସେମାନଙ୍କ ପୋଷାକରେ ବାଉଁଶ-ତିଆରି ଡେଣା ଲାଗିଥାଏ । ସେମାନେ ନାଚିଲା ବେଳେ ଡେଣାଯୋଡ଼ିକ ଦୁଇପଟକୁ ଦୋହଲି ପଡ଼େ ବାଜାବାଦକମାନଙ୍କ ବାଜା ତାଳରେ ତାଳଦେଇ ନର୍ତ୍ତକମାନେ ଆଗକୁ ବଢ଼ିଥାନ୍ତି ।ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ସରକାରୀ ଓ ବେସରକାରୀ ଉତ୍ସବ ପାଳନ ବେଳେ ଓଡ଼ିଶାର ଅନ୍ୟାନ୍ୟ ନାଚ ସହିତ ନାଗା ନାଚ ମଧ୍ୟ ଦେଖିବାକୁ ମିଳିଥାଏ ।ନାଗା ନାଟରେ ବିଭିନ୍ନ ବୀର ବାଦ୍ୟ ବାଦନ ସହିତ ବୀର ବେଶରେ ସଜ୍ଜିତ ନର୍ତ୍ତକଗଣ ନୃତ୍ୟରେ ବିଭିନ୍ନ ସମର-ସମ୍ବନ୍ଧିତ ବିଷୟବସ୍ତୁ ଦେଖାଇଥାନ୍ତି । ଚାରିରୁ ଆଠ ଜଣ ଲୋକଙ୍କୁ ନେଇ ଗଠିତ ଏକ ଦଳ ଏହି ନାଚ ପରିବେଷଣ କରିଥାନ୍ତି । ନାଗା ନାଚର ନାମକରଣ ଯାଯାବର ନାଗା ଜାତିରୁ ହୋଇଥିବା ଜଣାଯାଏ । କଳିଙ୍ଗ ଭୁଖଣ୍ଡ ଦକ୍ଷିଣପୂର୍ବ ଏସିଆ ଛଡ଼ା ଆଧୁନିକ ଭାରତର ଉତ୍ତରରୁ ପୂର୍ବଦେଇ ଦକ୍ଷିଣ ଯାଏ ବ୍ୟାପିଥିବା ବେଳେ ଏଠାରେ ବାସ କରୁଥିବା ନାଗା ଜନଜାତିଙ୍କ ଏହି ନାଚ ଓଡ଼ିଆ ସଂସ୍କୃତି ସହିତ ବିଜଡ଼ିତ ହୋଇ ବୀରତ୍ବର ପରିଚୟ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ମାନବୀୟ ଲୀଳା କରିଆସୁଥିବା ଜଗନ୍ନାଥ ଶ୍ରୀମନ୍ଦିର ସଂସ୍କୃତି ରେ ସଂଯୁକ୍ତ ହୋଇରହିଛି । ଏବେ ନିକଟରେ " ନାଗାର୍ଜୁନ ବେଶ" ହୋଇଥିଲା ।ନାଗାର୍ଜୁନ ବେଶ ବା ପର୍ଶୁରାମ ବେଶ ଶ୍ରୀଜଗନ୍ନାଥ ସେବା ସଂସ୍କୃତି ରେ ଅନେକ ଅନାଲୋଚିତ ଗୁରୁତ୍ୱପୂର୍ଣ୍ଣ ଦର୍ଶନ ଆଧାରିତ , ବିଶେଷ କରି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର କରାଯାଇଆସୁଥିବା ଅନେକ ବେଶଗୁଡ଼ିକ ମଧ୍ୟରେ ଏକ ଅନନ୍ୟ ଅତୁଳନୀୟ ବେଶ, ଯାହା ପୂର୍ବଜ ଓଡ଼ିଆ ମାନଙ୍କ ମହନୀୟ ସ୍ବାଭିମାନୀ ଜୀବନଚର୍ଯ୍ୟାର ଏକ ପ୍ରତିଫଳିତ ଦର୍ପିତ ଵେଶ । ଯେଉଁ ବର୍ଷ କାର୍ତ୍ତିକ ମାସରେ ପଞ୍ଚକ ଛଅ ଦିନ ପଡ଼େ ସେହି ବର୍ଷ ମଳ ତିଥିରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କ ନାଗାର୍ଜୁନ ବେଶ ହୁଏ । ବିଶେଷ ତାତ୍ପର୍ଯ୍ୟ ପୂର୍ଣ୍ଣ ଯେ ଏହା ଯେଉଁ ବର୍ଷ ପଡ଼ିଥାଏ, ତତ୍ ପରବର୍ତ୍ତୀ ବର୍ଷ ମଧ୍ୟ ପଡ଼ିଥାଏ । ବ୍ୟକ୍ତିଗତ ଭାବେ ଆମ ପାଇଁ ସାଂସାରିକ ଦୃଷ୍ଟିକୋଣ ରୁ ଏହା ସର୍ବାଧିକ ସ୍ମରଣୀୟ ଯେ ୧୯୯୩, ନଭେମ୍ବର ୨୬ ତାରିଖ ରେ ଆମ ଜେଜେ ମା ୯୭ ବର୍ଷରେ ଇହଲୀଳା ସମ୍ବରଣ କରିଥିଲେ । ପୂର୍ବର ଇତିହାସ ଗର୍ଭାନୁଶୀଳ କଲେ ଜଣାଯାଏ ଯେ ଅତୀତରେ ଏହି ବେଶ ୧୯୯୪ ମସିହା ନଭେମ୍ବର ୧୬ ତାରିଖରେଓ ତା ପୂର୍ବରୁ ୧୯୯୩ ନଭେମ୍ବର ୨୬, ୧୯୬୮ ନଭେମ୍ବର ୩, ୧୯୬୭ ନଭେମ୍ବର ୧୬ ଓ ୧୯୬୬ ନଭେମ୍ବର ୨୬ରେ ପାଳିତ ହୋଇଥିଲା । ପରବର୍ତ୍ତୀ ନାଗାର୍ଜୁନ ବେଶ ୨୭ ନଭେମ୍ବର ୨୦୨୦, ଶୁକ୍ରବାର କାର୍ତ୍ତିକ ଶୁକ୍ଳ ମଳ ଦ୍ୱାଦଶୀ ତିଥିରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ବର୍ଷ ମଧ୍ୟ ନାଗାର୍ଜୁନ ବେଶ ହେବାକୁ ଯାଉଛି । ଅତଏବ ଆଲୋଚନା କରିବା ଏହି ବେଶ ର ବିଶେଷତ୍ଵ କ'ଣ ? ଯେହେତୁ ବିଗତ ଦେଢ ମାସ ମଧ୍ୟରେ ଏ ସମ୍ପର୍କରେ କୈାଣସି ଗଣମାଧ୍ୟମରେ ସବିଶେଷ ଭାବରେ ଆଲୋଚନା ହୋଇନାହିଁ, ତେଣୁ ଏହାର ଗର୍ଭାନୁଶୀଳନ କରିବାକୁ ଚେଷ୍ଟା କରି ଯେଉଁ ସବୁ ତଥ୍ୟାଧାରରେ ଏହା ଉପସ୍ଥାପନ କରିବାକୁ ଯାଉଛୁ, ତା'ର ସମୀକ୍ଷା ଓ ମତାମତ ମଧ୍ୟ ଆହ୍ବାନ କରୁଛୁ ।ପୁରାଣ ମତେ ପର୍ଶୁରାମଙ୍କ ସହସ୍ରାର୍ଜ୍ଜୁନ ବଧ କିମ୍ବା ଅର୍ଜୁନ ଓ ତାଙ୍କ ପୁତ୍ର ନାଗାର୍ଜୁନ ମଧ୍ଯରେ ହୋଇଥିବା ଯୁଦ୍ଧର ସ୍ମୃତି ସ୍ୱରୂପ ଏହି ବେଶ ଅନୁଷ୍ଠିତ ହୁଏ ।ଏହି ବେଶ ଯୋଦ୍ଧା ଓ ସନ୍ଯାସୀର ସମ୍ମିଶ୍ରଣ ବେଶ ଥିଲା । ଅର୍ଜୁନ ନିଜ ପୁତ୍ର ସହସ୍ରାର୍ଜୁନ ଦ୍ୱାରା ପରାସ୍ତ ହେଇଥିଲେ । ସହସ୍ରାର୍ଜ୍ଜୁନ ଶ୍ରୀକୃଷ୍ଣଙ୍କ ଅନ୍ୟ ଏକ ରୂପେ । ମହାଭାରତ ଅନୁସାରେ ବନବାସ ସମୟରେ କିରାତ ବେଶଧାରୀ ଶିବ ସହ ଅର୍ଜୁନଙ୍କ ମଧ୍ୟରେ ଯୁଦ୍ଧ ହେଲା । ଅର୍ଜୁନ ପରାସ୍ତ ହେଲେ ମଧ୍ଯ ଶିବ ଅନେକ ଦିବ୍ଯ ଅସ୍ତ୍ର ପ୍ରଦାନ କଲେ । କିରାତାର୍ଜୁନ କହିଲେ ଯେପରି ଶିବଙ୍କୁ ବୁଝାଏ ସେପରି ନାଗାର୍ଜୁନ ବିଷ୍ଣୁଙ୍କର ଏକ ରୂପ । ଶିବ ଓ ବିଷ୍ଣୁଙ୍କର ସମନ୍ୱୟ ସାଧିତର ପ୍ରତୀକ ହେଲା ନାଗାର୍ଜୁନ ବେଶ ।ନାଗା ସନ୍ଯାସୀମାନେ ଉଲଙ୍ଗତା, ଉଦଣ୍ଡତା ତଥା ବୀରତା ପାଇଁ ପ୍ରସିଦ୍ଧ । ଅତୀତରେ ଏମାନେ ମନ୍ଦିରର ସୁରକ୍ଷା ଦାୟିତ୍ୱରେ ଥିଲେ । ଅତୀତରେ ନାଗା ସନ୍ଯାସୀ ଜଗନ୍ନାଥଙ୍କୁ ନାଗା ବେଶରେ ଦେଖିବା ପାଇଁ ଇଚ୍ଛା କରିଥିବାରୁ ଶ୍ରୀଜଗନ୍ନାଥ ଇଛା ପୂରଣ କରି ନାଗାର୍ଜୁନ ବେଶରେ ଉଭା ହୋଇଥିବାର କିମ୍ବଦନ୍ତୀ ରହିଛି । ପଦ୍ମ ପୁରାଣର ଉତ୍ତରଖଣ୍ଡ ବର୍ଣ୍ଣନା ଅନୁସାରେ କାର୍ତ୍ତିକ ମାସ ଭଗବତ ଆରାଧନା, ଉପାସନା ଆଦି ଦୃଷ୍ଟିରୁ ଶ୍ରେଷ୍ଠ ହୋଇଥିବାରୁ ଏହି ମାସରେ ନାଗାର୍ଜୁନ ବେଶ ହୋଇଥାଏ । ଆମେ ଛୋଟ ପିଲା ଥିବା ସମୟରେ ଯେଉଁ ହିନ୍ଦୀ+ ଓଡ଼ିଆ+ ଓଡ଼ିଆ ର କଥିତ ଭାଷା ମିଶା ଗୀତ ର ଅବଧି ବୋଧେ ଆଠଶହ ବର୍ଷ ତଳର ଏବଂ ଏହାକୁ ପଢ଼ିବା ପରେ ସନ୍ଥ ତୁଳସୀ ଦାସ ଏହି ଭାଷା ରେ ତାଙ୍କର ଗୁରୁ ଶିଶୁ ଅନନ୍ତ ଦାସ ଓ ଯାଜପୁର ନରହରି ଦାସ ଙ୍କ ଠାରୁ ଶିକ୍ଷା ଲାଭ କରି " ରାମ ଚରିତ ମାନସ" ଲେଖିଥିଲେ । ସେହି ନାଗା ନାଚ ଗୀତ ଏଠାରେ ଉପସ୍ଥାପନ କଲେ ପାଠକେ ଏହାର ସତ୍ୟତା ଅନୁଭବ କରିପାରିବେ ।
" ଜାଗୋ ମାଈ କାରିକା ଜଗାଓ ମାୟୀ କାରିକା
ହସ୍ତେ ଶୋହେ ଖଣ୍ଡା ଖପର ଗଳା ମୁଣ୍ଡ ମାଳିକା
କଲିକତା ରେ ଗଙ୍ଗାତୀରେ ନାମ ବୋଲାଓ କାଲୀ
ବଳିଭୋଜା ସବ୍ ରୋଜ୍ ପାଓ ପୂଜା କରେ ବଙ୍ଗାଲୀ
ବାଣପୁରେ ଭଗବତୀ ବିରାଜେ ବାଙ୍କିରେ ଚର୍ଚ୍ଚିକା
ସମ୍ବଳପୁରେ ସମଳାଇ ଆଦିମ ପୁରେ ଭୋକା
ଝଙ୍କଡେ ସାରଳା ନାମ ଯଜ୍ଞପୁରେ ବିରଜାଇ
ପ୍ରାଚୀକିନାରେ କାକଟପୁରରେ ମଙ୍ଗଳା ମହାମାୟୀ
ଜଗନ୍ନାଥଜୀ କୋ ଧାମ ପରେ ବିଖ୍ୟାତ ଵିମଲା
ନାମ ଭଜୋ ଜନକ ପୂଜୋ କବ ନାହିଁ କର ହେଲା .।
××××××××
ମେଳଣରେ ନାଗାନାଚ ଆଗରୁ ପାଲା ବାଲା,କେଳାକେଳୁଣୀ, ଶବର ଶବରୁଣୀ,ବାରିକ ବାରିକିଆଣୀ,ବିଭାଘରିଆ, ଚକୁଳିଆ ପଣ୍ଡା, ବୁଢ଼ାବୁଢ଼ୀ, ଗଣେଶ,ବୃଷଭ,କଳାଘୋଡା,ସୁଆଙ୍ଗ ନାଚ ଓ ଅନ୍ୟାନ୍ୟ ନୃତ୍ୟ ର ଏକ ବାତାବରଣ ସୃଷ୍ଟି ହେଉଥିଲା ।
ସେହିପରି ଏବେ ଦଣ୍ଡ ନାଚ ର ସ୍ଥିତି କିପରି ଭାବରେ ହଜିଯାଇଛି, ତାହା ଆମେ ଦେଖୁଛେ ।ଦଣ୍ଡନାଚ ଓଡ଼ିଶାର ଏକ ପ୍ରାଚୀନ ଓ ପାରମ୍ପରିକ ନାଚ । ଏହା ଗଞ୍ଜାମ ଜିଲ୍ଲାର ଏକ ଲୋକ ପର୍ବ। ଏହା ଗ୍ରାମାଞ୍ଚଳରେ ଏହା କାମନା ଦଣ୍ଡ ଭାବେ ପରିଚିତ। ଏହି ନୃତ୍ୟ ଧର୍ମିୟ ଧାରଣା ଏବଂ ଈଶ୍ୱର ବିଶ୍ୱାସ ଉପରେ ପ୍ରତିଷ୍ଠିତ । ନାଟକର ସୃଷ୍ଟି କେବେ ଓ କିଭଳି ହେଲା ତାହା ରହସ୍ୟମୟ । ତେବେ ଆଧୁନିକ ନାଟକ ସୃଷ୍ଟିର ବହୁ ପୂର୍ବରୁ ଲୋକନାଟକ ଗୁଡିକ ସୃଷ୍ଟି ହୋଇଥିବା ବିଷୟକୁ ଅସ୍ୱୀକାର କରାଯାଇ ନପାରେ । କାରଣ ବେଦ, ଭରତମୁନିଙ୍କ ନାଟ୍ୟଶାସ୍ତ୍ର,ବୌଦ୍ଧ ନିକାୟ,ପାଣିନି,କୃଶାଶ୍ୱ ଓ ବିଭିନ୍ନ ପୌରାଣିକ ଗ୍ରନ୍ଥରୁ ଲୋକନାଚକ ସମ୍ପର୍କରେ ସଂକେତ ମିଳିଥାଏ । ଲୋକନାଟକ ଗୁଡିକର ବର୍ହିଲକ୍ଷ ଓ ଅନ୍ତର୍ଲକ୍ଷ ହେଉଛି ଶିକ୍ଷା ପ୍ରଦାନ । ଜନଜୀବନର କାହାଣୀକୁ ବା ଲୋକବୃତ୍ତକୁ ବିଶ୍ୱସ୍ତ ଭାବେ ଉପସ୍ଥାପନ କରିବା ଲୋକନାଟକର ଅନ୍ୟ ଏକ ଲକ୍ଷ । ନାଟକ ହେଉଛି ଦୃଶ୍ୟକାବ୍ୟ ଓ କାବ୍ୟମାନଙ୍କ ମଧ୍ୟରେ ଶ୍ରେଷ୍ଠ । ନାଟକର ସ୍ରଷ୍ଟା ନାଟ୍ୟ ଶିଳ୍ପିର ମାୟାଜାଲ ବିସ୍ତାର କରି ଦର୍ଶକର ଚିତ୍ତ ବିନୋଦନ ସହିତ ସତ୍ୟ, ଶିବ ଓ ମଙ୍ଗଳର ଜୟଗାନପାଇଁ ଆହ୍ୱାନ ଦେଇଥାନ୍ତି । ଲୋକ ନାଟକର ସୃଷ୍ଟି ଉତ୍ସ ସମ୍ପର୍କରେ କେତେଗୁଡିଏ ତଥ୍ୟ ଅଛି । ସେଗୁଡିକ ହେଲା :୧-ପ୍ରକୃତି ପ୍ରଭାବ, ୨-ଧର୍ମ ଟିନ୍ତନ, ୩-କୃଷି ସଭ୍ୟତା, ୪-ସାମରିକ ପରମ୍ପରା, ୫- କାରୁକଳା, ୬-ଆଦିବାସୀ ଓ ଓଡ଼ିଶୀ ନୃତ୍ୟ ।
ବୈଦିକ ଯୁଗରେ ଲୋକ ନାଟକର ଉବ୍ଦଭ ହୋଇଥିଲେ ମଧ୍ୟ ଏବେ ଏଗୁଡିକ ଲୋକ ସମାଜରେ ମୁମୂର୍ଷ ଅବସ୍ଥାରେ କେବଳ ବଞ୍ଚିରହିଛନ୍ତି । ଏଗୁଡିକର ପୁନରୁଦ୍ଧାର ପାଇଁ ଏବେ ଅବଶ୍ୟ ସମଗ୍ର ବିଶ୍ୱ ଚଳଚଞ୍ଚଳ ହୋଇପଡ଼ିଛି । ସମଗ୍ର ବିଶ୍ୱରେ ବିଭିନ୍ନ ପ୍ରକାର ଲୋକନାଟକ ପ୍ରଚଳିତ । ଚୀନ୍, ଆମେରିକା, ଲୋହିତ ଭାରତୀୟ,ଆଫ୍ରିକାର ଆଦିବାସୀ, ୟୁରୋପର ଅନୁନ୍ନତ ଅଞ୍ଚଳ ତଥା ଭାରତର ବିଭିନ୍ନ ପ୍ରଦେଶରେ ଭଳି ଭଳି ଲୋକନାଟ୍ୟର ପ୍ରଚଳନ ଦେଖିବାକୁ ମିଳେ । ସେହିଭଳି ଓଡ଼ିଶାରେ ମଧ୍ୟ ବିଭିନ୍ନ ଲୋକନାଟକ ମଧ୍ୟରୁ ଦଣ୍ଡନାଟ ଏକ ପ୍ରଭାବଶାଳୀ ଶାଖା ।
ସେହିପରି ଆମ ଲୋକକଳା ବା ଲୋକନୃତ୍ୟ ସଂସ୍କୃତି ରେ ସଖୀକଣ୍ଢେଇ ନାଚ ଓଡ଼ିଶାର ଏକ ପାରମ୍ପାରିକ ନାଚ ଥିଲା । ଏହା କେନ୍ଦ୍ରାପଡ଼ା ଜିଲ୍ଲାରୁ ଆରମ୍ଭ ହୋଇଥିଲା । କ୍ରମଶଃ ଏହି ନାଚ ଆଗ ଭଳି ଗ୍ରାମାଞ୍ଚଳ କିମ୍ବା ସହରରେ ଆଉ ଦେଖିବାକୁ ମିଳୁନାହିଁ । ବର୍ତ୍ତମାନ କେବଳ କେନ୍ଦ୍ରାପଡ଼ା ଜିଲ୍ଲାରେ ମନ୍ତ୍ରୀପଡ଼ା ସଖୀ କଣ୍ଢେଇ ନାଚ ଦଳ ଦେଖିବାକୁ ମିଳନ୍ତି । ଏକ ସୁସଜ୍ଜିତ ମଞ୍ଚ ଉପରେ କଣ୍ଢେଇ ନାଚ ପ୍ରଦର୍ଶିତ କରାଯାଏ । ସାଧାରଣ ମଣିଷଙ୍କ ଭଳି କଣ୍ଢେଇମାନଙ୍କୁ ନାନାଦି ବେଶଭୂଷା କରି ତାରଦ୍ୱାରା ସଂଯୋଗ କରାଯାଇଥାଏ । ଗୀତର ତାଳେ ତାଳେ କଣ୍ଢେଇମାନଙ୍କର ନୃତ୍ୟ ଓ ବିଭିନ୍ନ ଅଙ୍ଗଭଙ୍ଗୀ ପ୍ରଦର୍ଶିତ କରିବା ପାଇଁ, ନାଚ ଦଳର ଜଣେ ସଦସ୍ୟଦ୍ୱାରା କଣ୍ଢେଇଗୁଡ଼ିକୁ ସଂଯୋଗ କରାଯାଇଥିବା ତାରକୁ ଧରି ପରଦାର ନେପଥ୍ୟରେ ନିୟନ୍ତ୍ରିତ କରିଥାନ୍ତି । ସଖୀ କଣ୍ଢେଇ ନାଚ ଦଳରେ ଅତି କମ୍ରେ ୭ଜଣ କଳାକାର ଆବଶ୍ୟକ । ତିନିଜଣ କଣ୍ଢେଇ ନଚାଉଥିବା ବେଳେ ଜଣେ ହାରମୋନିୟମ ବଜାନ୍ତି । ଏହାଛଡ଼ା ଜଣେ ଢୋଲକି ଓ ଜଣେ ଗିନି ବଜାନ୍ତି । ବିଭିନ୍ନ ପ୍ରସଙ୍ଗ ଉପରେ ବାଦ୍ୟଯନ୍ତ୍ର ଓ ସଂଗୀତ ସହ ତାଳ ଦେଇ ସଖୀକଣ୍ଢେଇ ନାଚ ହୁଏ । ନାଚ ମଧ୍ୟରୁ ବଂଶୀଚୋରି, ବାଟଛାଡ଼ ନାଗର, ଦ୍ରୌପଦୀ ବସ୍ତ୍ରହରଣ, ନାବକେଳି, ରାଧୀକା ଓ ଦୂତୀ, ଲଳିତା ଓ ଦୂତୀ, ଶବର ଶବରୁଣୀ ନାଚ ଅଧିକ ହୁଏ । ନାଚର ପ୍ରସଙ୍ଗ ଉପରେ ଜଣେ ମଧୁର କଣ୍ଠରେ ଗୀତ ବୋଲି ଦର୍ଶକଙ୍କୁ ଆମୋଦିତ କରନ୍ତି । ଏକ ଘଣ୍ଟା ମଧ୍ୟରେ ୮ରୁ ୧୦ ପ୍ରକାରର ନାଚ ପ୍ରଦର୍ଶିତ କରାଯାଏ । ପ୍ରଚାର ଓ ପ୍ରସାର ଅଭାବରୁ ତାର ଦ୍ୱାରା ସଖୀ କଣ୍ଢେଇ ନାଚ ସମ୍ପୂର୍ଣ୍ଣ ଲୋପ ପାଇ ଯାଇଛି । କିନ୍ତୁ ଜିଲ୍ଲାର ସଦର ମହକୁମାଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଥିବା ଡେରାବିଶି ବ୍ଳକ ଅନ୍ତର୍ଗତ କୁରୁଜଙ୍ଗା ପଞ୍ଚାୟତର ମନ୍ତ୍ରୀପଡ଼ା ଗ୍ରାମର କେଳା ବସ୍ତିରେ ଏହି ନାଚର ଅସ୍ତିତ୍ୱ ରହିଛି । ପୂର୍ବରୁ ତାର ସାହାଯ୍ୟରେ ସଖୀ କଣ୍ଢେଇ ନଚା ଯାଉଥିଲା । ସେ ପ୍ରଥା ବନ୍ଦ ହୋଇଯିବାରୁ ଏବେ କାଠ କଣ୍ଢେଇକୁ ବେଶ ପୋଷାକରେ ସଜାଇ ହାତରେ ନଚାଉଛନ୍ତି । ବିଭିନ୍ନ ସମୟରେ ଘରୋଇ ସାଂସ୍କୃତିକ ସଙ୍ଗଠନ ଉଦ୍ୟମରେ ଏମାନେ ଭୁବନେଶ୍ୱର, ଦିଲ୍ଲୀ, ମୁମ୍ବାଇ, କଲିକତା ଯାଇଆନ୍ତି । ମାତ୍ର କ୍ଷମତା ରାଜନୀତିରେ ଅଦୃଶ୍ୟ କଣ୍ଢେଇ ନାଚର ପ୍ରଭାବରେ ପ୍ରଭାବିତ ଓଡ଼ିଶାର ଜନଜୀବନ ।ସେହିପରି ଚଇତି ଘୋଡା ନାଚ ଆମ ଓଡ଼ିଶାର ଏକ ପାରମ୍ପରିକ ଲୋକନୃତ୍ୟ ଥିଲା। ଏହା ମୁଖ୍ୟତଃ ଓଡ଼ିଶାର ଉପକୂଳ ଅଞ୍ଚଳରେ କେଉଟମାନଙ୍କ ଦ୍ୱାରା ଆରମ୍ଭ ହୋଇ ସେହି ଅଞ୍ଚଳମାନଙ୍କରେ ଚୈତ୍ର ମାସ ପୂର୍ଣ୍ଣିମା ତିଥିରେ ପରିବେଷିତ ହୋଇଥାଏ । କେଉଟମାନେ ବାଉଁଶ ବତାରେ ଘୋଡ଼ାର ପାଦହୀନ ଦେହ ଓ ବେକ ଆକାରର ଗୋଟିଏ ଥାଟ ତିଆରି କରି ତା ଉପରେ ଲୁଗା ଆଦି ଘୋଡ଼ାନ୍ତି ଓ ବେକ ଉପରେ ଘୋଡ଼ାମୁହଁ ପରି ଚିତ୍ରିତ ମୁଖାଟିଏ ଲଗାନ୍ତି ଉକ୍ତ ଚଇତିଘୋଡ଼ାର ପିଠିରେ ଗୋଟିଏ କଣା ଥାଏ ସେହି କଣାବାଟେ ମନୁଷ୍ୟ ଅଣ୍ଟା ପର୍ଯ୍ୟନ୍ତ ପଶି କରି ଭୂମିରେ ଠିଆହୁଏ ଓ ଘୋଡ଼ାରୂପର ଆଗରୁ ଓ ପଛରୁ ଡ଼ୋରି ଲଟକା ଯାଏ ମନୁଷ୍ୟର ଅଣ୍ଟାଠାରୁ ନିମ୍ନ ଅଂଶ ଘୋଡ଼ା ଭିତରେ ଲୁଚି ଥାଏ ଓ ଅଣ୍ଟା ଠାରୁ ଉପର ଅଂଶ ଘୋଡ଼ା ଭିତରେ ବସିବା ପରି ଅନୁମିତ ହୁଏ । ଏ ବ୍ୟକ୍ତି ନାଚିବା ସଙ୍ଗେ ସଙ୍ଗେ ଘୋଡ଼ା ମଧ୍ୟ ନାଚେ ଘୋଡ଼ାର ମୁହଁଆଡ଼େ ଲଗାମପରି କନାଡ଼ୋରି ବନ୍ଧା ହୋଇଥାଏ ଉକ୍ତ ଡ଼ୋରିକୁ ନାଚିବାବାଲା ଧରି ଘୋଡ଼ାର ଲଗାମ ଧରିବାର ଅଭିନୟ କରେ କେଉଟମାନେ ଏହି ପର୍ବ ଉପଲକ୍ଷରେ ଚଢ଼େଇବା ଓ ଚଢ଼ଉଣୀ ବେଶ ହୋଇ ନାଚନ୍ତି ଓ ଗୀତ ବୋଲନ୍ତି । ଘୋଡ଼ାନାଚରେ ଜଣେ ଲେଖାଏଁ ଗାୟକ, ପାଳିଆ, ଢୋଲକିଆ, ମହୁରିଆ, ରାଉତ, ରାଉତାଣୀ ଥାଆନ୍ତି । ଗାୟକ ବିଷୟବସ୍ତୁ ଗାଉଥିବା ବେଳେ ପାଳିଆ ପାଳିଧରେ, ଢୋଲକିଆ ବାଜା ବଜାଏ ଓ ରାଉତ ସଜ୍ଜିତ କାଠଘୋଡ଼ା ଚଢ଼ି ରାଉତାଣୀ ସହ ନୃତ୍ୟ କରୁଥାଏ । ମା’ ବାସେଳୀଙ୍କ ବନ୍ଦନାରୁ ଆରମ୍ଭ ହୁଏ ଘୋଡ଼ାନାଚ, ପରେ ରାଧାକୃଷ୍ଣଙ୍କ ଲୀଳା, ଶିବପାର୍ବତୀଙ୍କ କାହାଣୀକୁ ଗୀତ ଓ ନୃତ୍ୟ ମାଧ୍ୟମରେ ପରିବେଷଣ କରାଯାଏ । ଏଥିପାଇଁ କୌଣସି ନିର୍ଦ୍ଧିଷ୍ଟ ବହି ନଥାଏ । କୈବର୍ତ୍ତ ଗୀତା, କୈବର୍ତ୍ତ ପୁରାଣ ଓ କୈବର୍ତ୍ତ ସଂହିତାରୁ ବିଷୟବସ୍ତୁ ଉଦ୍ଧାର କରି ଗାୟକ ସେଗୁଡ଼ିକୁ ପାରମ୍ପରିକ ସ୍ୱରରେ ପଡ଼ିବା ଭଳି ଶବ୍ଦ ସଂଯୋଜନା କରି ସ୍ୱର ଦେଇଥାନ୍ତି । ସେହିପରି ଆମର ମୟୂରଭଞ୍ଜ ଛଉ ନୃତ୍ୟ , ଷଢେ଼ଇକଳା ଛଉ ନୃତ୍ୟ ର ଭିତ୍ତି ସମ୍ପର୍କିତ ଗବେଷଣା ତଥ୍ୟାନୁସାରୃ ଛଉ" ଶବ୍ଦ ଓଡ଼ିଆ ଶବ୍ଦ "ଛାଉଣି"ରୁ ଆସିଅଛି ଯାହାର ଅର୍ଥ ସେନାଛାଉଣି ଓ ଏହା ରାଜାରାଜୁଡ଼ା ସମୟର ସେନାମାନଙ୍କ ଯୁଦ୍ଧ କଳାରୁ ଜନ୍ମ ନେଇଛି । ଛଉନାଚ ଚୈତ୍ର ମାସର ଶେଷ ଭାଗରେ ଅନୁଷ୍ଠିତ ହୁଏ । କୃଷିଭିତ୍ତିକ ସଭ୍ୟତାର ଏହା ପ୍ରଥମ ପର୍ବ । ପ୍ରାୟ ସବୁ ଲୋକନୃତ୍ୟ ପରି ଛଉରେ ମଧ୍ୟ ପ୍ରଥମେ ଆରାଧ୍ୟ ଦେବାଦେବୀଙ୍କୁ ପୂଜା କରାଯାଏ । ପରେ ରଙ୍ଗ ବାଜା ବାଜେ । ମଞ୍ଚ ଉପରକୁ ଆସନ୍ତି ନଟ-ନଟୀ, ନାଟକ ବିଷୟରେ ସୂଚନା ଦିଅନ୍ତି । ହସ୍ତ ପଦ ଚାଳନାର ବିଭିନ୍ନ କୌଶଳ ହିଁ ଏହାଦ୍ୱାରା ଶିକ୍ଷା କରାଯାଏ । ଛଉନାଚ ମୁଖ୍ୟତଃ ମୂକାଭିନୟ । ବଚିକ ଅଭିନୟ ନାହିଁ କହିଲେ ଚଳେ। କଳାକାର ମାନେ ଗୀତ ଗାଇବା ପରିବର୍ତ୍ତେ ନେପଥ୍ୟରୁ ଅନ୍ୟ କଳାକାର ଗୀତ ଗାଇଥାନ୍ତି ଓ ତାହାକୁ ଅନୁସରଣ କରି ଅଭିନେତା ଅଭିନୟ କଳା ଚାଲୁରଖିଥାଏ । ବର୍ତମାନ 'ଛଉନାଚ' ଶାସ୍ତ୍ରୀୟ ନୃତ୍ୟର ମର୍ଯ୍ୟାଦା ଲାଭ କରିଛି। ସେହିପରି କରମା ନାଚ ର ସ୍ଥିତି ଅନୁଧ୍ୟାନ କରିବାକୁ ଗଲେ ଆମେ ନିରାଶା ହେବା ।ଏହା କରମ ଦେବତୀ (କରମଶୁଣି)ଙ୍କ ପୂଜା ପାଇଁ କରା ଯାଇ ଥାଏ । ଭାଦ୍ରବ ଶୁକ୍ଲ ଏକାଦଶୀରେ ଏହା ଆରମ୍ଭ ହୋଇ କିଛି ଦିନ ପର୍ଯ୍ୟନ୍ତ ଚାଲି ଥାଏ । ଏହି ନୃତ୍ୟ ଓଡ଼ିଶାର ସମ୍ବଲପୁର, ମୟୂରଭଞ୍ଜ, ଢେଙ୍କାନାଳ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଦେଖା ଯାଏ । ପୂଜା ଦିନ ଦୁଇ ଜଣ ଯୁବତୀ କନ୍ୟା “କରମା” ଗଛର ଡାଳକୁ ଆଣି ଦେବତାଙ୍କ ଆସ୍ଥାନରେ ରଖି ଥାନ୍ତି । ଏହି କରମା ଡାଳକୁ “କରମଶୁଣି “ ଦେବୀ ହିସାବରେ ପୂଜା କରା ଯାଏ । ଏହା ସହିତ ଅଙ୍କୁରିତ ଗଜା, ଘାସ ଫୁଲ ଏବଂ ଦେଶୀ ମଦ୍ୟ ମଧ୍ୟ ଦେବତୀଙ୍କୁ ଅର୍ପଣ କରାଯାଏ । ପୂଜା ପରେ ଯୁବକ ଯୁବତୀମାନେ ମାଦଳର ତାଳେ ତାଳେ ନୃତ୍ୟ କରି ଥାନ୍ତି । ପ୍ରାୟତଃ ଏହି ନାଚରେ ଗୋଡ଼ ଏବଂ ପାଦର ବ୍ୟବହାର ଅଧିକ ହୁଏ । ଅଣ୍ଟାରେ ହାତ ଛନ୍ଦା ଛନ୍ଦି ହୋଇ ଆଦିବାସୀ ଯୁବକ ଯୁବତୀମାନେ ନାଚ ଆରମ୍ଭ କରି ଥାନ୍ତି । ନୃତ୍ୟ ଆରମ୍ଭ ଯଦିଓ ମନ୍ଥର ଗତିରେ ଆରମ୍ଭ ହୁଏ, ଧୀରେ ଧୀରେ ନାଚର ଗତି ମାଦଳର ଶବ୍ଦ ଠାରୁ ମଧ୍ୟ ଦ୍ରୁତତର ହୁଏ । ଏହି ନୃତ୍ୟ ଗ୍ରାମ ଦେବତୀଙ୍କ ଆସ୍ଥାନ ନିକଟରେ ହୋଇ ଥାଏ ଏବଂ ସାରା ରାତି ଏହି ନାଚ ଚାଲି ଥାଏ । ଅନ୍ୟ ଏକ ଜନପ୍ରିୟ ନୃତ୍ୟ ଘୁମୁରା ନାଚ ପ୍ରାୟତଃ ଆଉ ଦେଖିବାକୁ ମିଳୁନାହିଁ । ଘୁମୁରା ନାଚ, ଓଡ଼ିଶାର କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲାର ଏକ ଲୋକପ୍ରିୟ ନାଟ । ଘୁମୁରା ହେଉଛି ମତିନିର୍ମିତ ହାଣ୍ଡି ଆକୃତି ପଦାର୍ଥ ଉପରେ ଗୋଧିଚର୍ମଦ୍ୱାରା ଆବୃତ କରାଯାଇଥିବା ବାଦ୍ୟଯନ୍ତ୍ର ବିଶେଷ । ଏହାକୁ ବ୍ୟବହାର କରାଯାଇ ଯେଉଁ ନୃତ୍ୟ କରାଯାଏ ତାହାକୁ "ଘୁମୁରା ନାଚ" କୁହାଯାଏ । ପୁରୁଷ ମାନେ ମୁଖ୍ୟତଃ ଏହାର ନୃତ୍ୟ କରି କରମା ଗୋଟିଏ ଗୋଟିଏ ଦଳରେ ସାତ ଆଠ ଜଣ କଳାକାର ରହିଥାନ୍ତି । ପାଇକଚ୍ଚା ଉପରେ ପାଟଲୁଗା ପିନ୍ଧି ତା ଉପରେ ଚିତ୍ରବିଚିତ୍ର ଛିଟର ଏକ କପଡ଼ା ଗୁଡ଼ାଇ ଦିଆଯାଏ । ମୟୁର ପୁଛର ମୁକୁଟ ପିନ୍ଧି ନୃତ୍ୟକାରୀ ନୃତ୍ୟ କରିଥାନ୍ତି । ପ୍ରଥମେ ବାଦ୍ୟ ବଜାଇ ନୃତ୍ୟ କରି ବୃତ୍ତାକାରରେ ବୁଲନ୍ତି । ଦେବଦେବୀଙ୍କ ବନ୍ଦନା ପରେ ବାଦ୍ୟର ତାଳରେ ବେଳ ଅନୁସାରେ ପାଦପକାଇ ନୃତ୍ୟ କରନ୍ତି। ଅପରପକ୍ଷରେ ଅନ୍ୟ ଏକ ଜନପ୍ରିୟ ନୃତ୍ୟ " ଡାଲଖାଇ" । ଡାଲଖାଇ ଓଡ଼ିଶାର ପଶ୍ଚିମାଞ୍ଚଳରେ ଥିଲା ଏକ ଲୋକ ପ୍ରିୟ ନୃତ୍ୟ । ଡାଲଖାଇ ବ୍ରତ ଧାରିଣୀ ମାନେ ବଣ ଭିତରେ ଗଛର ଡାଳରେ ରହୁଥିବା ମଙ୍ଗଳା ବା ଦୁର୍ଗାଙ୍କୁ ସନ୍ତୁଷ୍ଟ କରିବା ପାଇଁ 'ଡାଲଖାଇ' ନୃତ୍ୟ କରିଥାନ୍ତି । ଆଶ୍ୱିନ ମାସର ମହାଷ୍ଟମୀଠାରୁ ଆରମ୍ଭ ହୋଇ ଦଶହରା ଦିନ ପର୍ଯ୍ୟନ୍ତ ତିନିଦିନ ଧରି ଏହାର ଆୟୋଜନ ହୋଇଥାଏ । ଅଷ୍ଟମୀ ଦିନ ସନ୍ଧ୍ୟାରେ ଦୁର୍ଗାଙ୍କର ପୂଜାର୍ଚ୍ଚନା କରାଯାଏ। ଅଷ୍ଟମୀ, ନବମୀ ଓ ଦଶମୀ ତିନିଦିନ ଧରି ଆଦିବାସୀ ତରୁଣୀ ଦଳବଦ୍ଧ ଭାବେ ନୃତ୍ୟ ପରିବେଷଣ କରନ୍ତି । ଯୁବକମାନେ ମାଦଳ, ଢୋଲ, ମହୁରୀ, ତମକି ଆଦି ବଜାନ୍ତି । ହାତ ଛନ୍ଦାଛନ୍ଦି ହୋଇ ଆଗକୁ ଓ ପଛକୁ ଢଳି ତରୁଣୀମାନେ ନିଜର କଳା କୁଶଳତା ପ୍ରଦର୍ଶନ କରନ୍ତି । ପୋଷାକ ମଧ୍ୟ ନୃତ୍ୟ ଅନୁକୂଳ ମନେହୁଏ । ସମ୍ବଲପୁରୀ ଶାଢ଼ୀ ଉପରେ ଏକ ରଙ୍ଗୀନ ଫୁଲପକା ଗାମୁଛା ପଡିଥାଏ । ମୁଣ୍ଡରେ ଖୋଷା ଓ ସେଥିରେ ବିଭିନ୍ନ ପ୍ରକାର ଫୁଲ ଓ ପତ୍ର ଖଞ୍ଜା ହୋଇଥାଏ । ବର୍ତ୍ତମାନ ଏହି ଡାଲଖାଇ ନାଚ ଅରଣ୍ୟର ଦେହଳୀ ଅତିକ୍ରମ କରି ନଗର ସଭ୍ୟତାକୁ ଧୀରେ ଧୀରେ ପ୍ରଭାବିତ କରିବାକୁ ଆରମ୍ଭ କରିବା ମଧ୍ୟ ଏକ ସାମାଜିକ ସୁବାର୍ତ୍ତା । ସେହିପରି ଚଢ଼େଇଆ ନାଟ ବା ଚଢ଼େଇଆ ନାଚ ଏକ ପାରମ୍ପାରିକ ଓଡ଼ିଆ ଗୀତ-ନାଟ/ନୃତ୍ୟ କଳା । ଏହି ନୃତ୍ୟକଳାଟି ଦଣ୍ଡ ନାଚର ଏକ ପ୍ରକାରଭେଦ ଓ ମୟୂରଭଞ୍ଜ ଛଉ ନାଚ ସହିତ ଏହାର ବହୁ ସମାନତା ପରିଲେକ୍ଷିତ କରାଯାଏ । ଏହା ବିଶେଷକରି ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜର ଗ୍ରାମାଞ୍ଚଳରେ ପରିବେଷଣ କରାଯାଏ । ଏଥିରେ ଜଣେ ପୁରୁଷ ଓ ଜଣେ ମହିଳା ଯୋଡ଼ି ହୋଇ ନାଚିଥାନ୍ତି । ନର୍ତ୍ତକଙ୍କୁ ଚଢ଼େଇଆ ଓ ନର୍ତ୍ତକୀଙ୍କୁ ଚଢ଼େଇଆଣୀ କୁହାଯାଇଥାଏ । ଏକ ବାଦନ ଦଳ ଗୀତ ବୋଲିଥାନ୍ତି ଯାହାର ତାଳେ ତାଳେ ଚଢ଼େଇଆ ଓ ଚଢ଼େଇଆଣୀ ଅଭିନୟ କରି ନାଚିଥାନ୍ତି । ନାଚ ମାଧ୍ୟମରେ ମଉସା ଓ ଚୌକିଆ ହାସ୍ୟ ଅଭିନୟକରି ଲୋକଙ୍କର ମନୋରଞ୍ଜନ କରିଥାନ୍ତି । ନାଚରେ ହାରମୋନିୟମ, ଢୋ଼ଲ ଓ କୁବୁଜି ଆଦି ବାଦ୍ୟଯନ୍ତ୍ରର ବ୍ୟବହାର କରାଯାଇଥାଏ । ପ୍ରୋତ୍ସାହନର ଅଭାବ ତଥା ନୂତନ ପିଢ଼ିଙ୍କର ଅନାଗ୍ରହ ଏହି ଲୋକନୃତ୍ୟକୁ ବିଲୁପ୍ତପ୍ରାୟ ଅବସ୍ଥାକୁ ଆଣିସାରିଲାଣି । ସେହିପରି
ପାଲା ଓଡ଼ିଶାର ଏକ ପାରମ୍ପାରିକ, ପୁରାତନ ଓ ବିଦଗ୍ଧ ଓଡ଼ିଆ ଗୀତି-ଲୋକନାଟ୍ୟ । ପାଲା ସାଧାରଣତଃ ଛଅ ଜଣ ବ୍ୟକ୍ତିଙ୍କୁ ନେଇ ଅନୁଷ୍ଠିତ ହୋଇଥାଏ । ଜଣେ ଗାୟକ, ଜଣେ ବାୟକ/ବାଦକ, ଜଣେ ଶ୍ରୀପାଳିଆ ଓ ୩ ଜଣ ପାଳିଆଙ୍କୁ ନେଇ ପାଲା ଅନୁଷ୍ଠିତ ହୋଇଥାଏ । ଏହା ନିର୍ବିବାଦୀୟ ସତ୍ୟ ଯେ ଏହି
ସ୍ୱତନ୍ତ୍ର କଳା ଦିନେ ଘରେ ଘରେ ପରିଚିତ ଥିଲା । ବିଶେଷ କରି ବାଦୀପାଲା ଦେଖିବାକୁ ଲୋକେ ବହୁତ ପସନ୍ଦ କରୁଥିଲେ । ଯେଉଁ ସମୟରେ ମନୋରଞ୍ଜନ କରିବା ପାଇଁ ବିଶେଷ ସୁବିଧା ନଥିଲା ସେହି ସମୟରେ ପାଲା ଲୋକଙ୍କୁ ମନୋରଞ୍ଜନ କରିବା ସହ ସାହିତ୍ୟ, ସଂସ୍କୃତି ଓ କଳା ପ୍ରତି ପରିଚିତ କରାଉଥିଲା । ଏହି ପାଲା ମାଧ୍ୟମରେ ଓଡ଼ିଶାରେ ଭାଷା ଆନ୍ଦୋଳନ ଘରେ ଘରେ ପହଞ୍ଚି ପାରିଥିଲା । ସେହିପରି ସ୍ୱାଧୀନତା ଆନ୍ଦୋଳନ ସମୟରେ ମଧ୍ୟ ପାଲାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ପାଲା ସଂସ୍କୃତି ସହିତ ଆମର ରକ୍ତଗତ ସମ୍ପର୍କ । ଆମର ଜେଜେ ବାପା ସ୍ବର୍ଗତ ଦିବ୍ୟସିଂହ ଶତପଥୀ ଥିଲେ ପାଲା ସାହିତ୍ୟ ସ୍ରଷ୍ଟା । ଆମର ବଡ଼ ନନା ବା ଆମର ପୋଷ୍ୟପିତା ପଣ୍ଡିତ ଜଗନ୍ନାଥ ଶତପଥୀ ମଧ୍ୟ ଥିଲେ ପାଲା ସାହିତ୍ୟ ସ୍ରଷ୍ଟା ଏବଂ ଆମ ଗ୍ରାମର ପଡୋଶୀ ଗ୍ରାମ ଜାଗୁଳାଇ ପଦରରେ ହୋଇଆସୁଥିବା ବାଦୀ ପାଲାର ଜଣେ ପୃଷ୍ଠପୋଷକ ଏବଂ ଏବେ ଆମର ସାନଭାଇ ଜଣେ ଶିକ୍ଷକ ଥିବା ସହିତ ଜଣେ ପାଲା ଗାୟକ । ଆମ ପିଲାଦିନେ ଗାୟକ ସୁଧାକର ପରମାନନ୍ଦ ଶରଣ, ଗାୟକ ବିନୋଦ ଜନାର୍ଦ୍ଦନ ତ୍ରିପାଠୀ, ମାର୍କଣ୍ଡେୟ ବାହିନୀପତି, ହରି ନାଥ, ବିଶ୍ବନାଥ ପାଟ୍ଟଯୋଶୀ, ନିରଞ୍ଜନ କର, ଧ୍ରୁବ ଚରଣ ଷଡ଼ଙ୍ଗୀ ପ୍ରଭୃତି ଅନେକ ପ୍ରସିଦ୍ଧ ଜନାଦୃତ ଗାୟକ ମାନଙ୍କ ପାଲା ପରିବେଷଣ ଦେଖିବାର ସୌଭାଗ୍ୟ ପାଇଛୁ । ସେତେବେଳେ ଆମେ କହିଥିଲୁ, ଯାହା ଏବେବି ମନେଅଛି " ହରି ନାଥ ବଦନ,ଅଧରେ ନିରଞ୍ଜନ, ଭୂଷଣ ଧ୍ରୁବ ମନ ମୋହିଲା ରେ..." । ପାଲା ହିନ୍ଦୁ ଓ ମୁସଲମାନ ଧର୍ମ ମଧ୍ୟରେ ସମନ୍ୱୟ ରଖିଥାଏ । ଏଥିରେ ଉଭୟ ସତ୍ୟ ନାରାୟଣ ଏବଂ ପୀର ବାବାଙ୍କୁ ପୂଜା କରାଯାଇଥାଏ, ତେଣୁ ପାଲାକୁ ସତ୍ୟପୀର ପୂଜା ବୋଲି ମଧ୍ୟ କୁହାଯାଏ । ସେହିପରି ଆମର ଷୋଳ ପାଲା ପରମ୍ପରା ଥିଲା । ଆମେ ଜନ୍ମ ପୂର୍ବରୁ ଭଉଣୀ ମରିଥିବାରୁ ଆମକୁ ଆମ ଜେଜେ ମା ରେବତୀ ଦେବୀ ଆମକୁ ଅପର୍ତ୍ତିଆ ବୋଲି ବେକରେ ଶଙ୍ଖ ମାଳି ପକେଇ ଷୋଳପାଲା ପୂଜା ଯାଚଙ୍ଗା କରିଥିଲେ । ଏହି ଷୋଳ ପାଲା ଗୁଡିକ ମଧ୍ୟରୁ ଜନ୍ମ ପାଲା, ପଦ୍ମଲୋଚନ ପାଲା,ମର୍ଦ୍ଦଗାଜୀ ଜନ୍ମ ପାଲା,ମର୍ଦ୍ଦଗାଜୀ ବିଭା ପାଲା, ବିଦ୍ୟାଧର ପାଲା,ମଦନସୁନ୍ଦର ପାଲା,ସଦାନନ୍ଦ ସୈ।ଦାଗର ପାଲା ,ଶ୍ବେତ ବସନ୍ତ ପାଲା ଏହି ପରି ଷୋଳ ପାଲା ।ସତ୍ୟନାରାୟଣଙ୍କ ମାହାତ୍ମ୍ୟ ବର୍ଣ୍ଣନାପୂର୍ବକ ୧୬ ଗୋଟି ପାଲା ବା ଗଳ୍ପକୁ ଗୀତଦ୍ୱାରା ବର୍ଣ୍ଣିତ । ଓଡ଼ିଶାରେ ବୋଲାଯାଉଥିବା 'ପାଲା' ମାନ 'କବିକର୍ଣ୍ଣ' ବିରଚିତ ବଙ୍ଗଳା ପାଞ୍ଚାଳ ଛନ୍ଦରେ ରଚିତ । ବଙ୍ଗଳା ଗୀତର ବିକୃତି ମାତ୍ର ସଂ. ପାଳି, ଓ ପାଳି ବଂ. ପାଲା ଶବ୍ଦର ଅର୍ଥ ପର୍ଯ୍ୟାୟ ବା କ୍ରମ ପାଲା ଶବ୍ଦ ବଙ୍ଗଳା ଭାଷାରୁ ଆନୀତ ଜଣେ 'ଗାୟକ' ଗୀତ ବୋଲନ୍ତି ଓ ତାଙ୍କ ସଙ୍ଗେ ଆଉ ଜଣେ ବାଜା ବଜାନ୍ତି ଓ କେତେ ଗୁଡ଼ିଏ ଲୋକ ପାଳି ଧରନ୍ତି ବୋଲି, ଏହାର ନାମ ପାଲା ହୋଇଅଛି । 'ଗାୟକ' ଗୀତ ବୋଲନ୍ତି, 'ବାୟକ' ମୃଦଙ୍ଗ ବଜାନ୍ତି । ଗାୟକ ଏକୁଟିଆ ଗୀତର ପ୍ରସଙ୍ଗରେ ଗଲେ ତାଙ୍କୁ ସାହାର୍ଯ୍ୟ କରିବାକୁ କିମ୍ବା ଗୀତର ପ୍ରସଙ୍ଗରେ କଥୋପକଥନ ଛଳରେ ଗାୟକଙ୍କୁ ଉତ୍ତର ଦେବାକୁ ଗାୟକଙ୍କ ସଙ୍ଗେ 'ଶିରୀ ପାଳିଆ' ବା 'ଡାହାଣ ପାଳିଆ' ବା 'ଶ୍ରୀ ପାଳିଆ' ଥାଆନ୍ତି ଗାୟକଙ୍କ ଡାହାଣ ହାତରେ 'ମନ୍ଦିରା' ବା ଗିନି ବନ୍ଧା ହୋଇଥାଏ ଓ କାଖରେ ଚଅଁର ମୁଠାଥାଏ । ଅନ୍ୟ ଶ୍ରୀପାଳିଆ ଝାଞ୍ଜ ଧରିଥାଆନ୍ତି କିନ୍ତୁ ଗାୟକ ଗୀତ ବୋଲିବା ବେଳେ ଶ୍ରୀପାଳିଆ ଝାଞ୍ଜ ବଜାନ୍ତି ନାହିଁ । ପାଳିଆମାନେ ପାଳି ଧରିବା ବେଳେ ଶ୍ରୀପାଳିଆ ଅନ୍ୟ ପାଳିଆମାନଙ୍କ ସହିତ ଝାଞ୍ଜ ବଜାନ୍ତି ଓ ବାୟକ ଗାୟକଙ୍କ ସଙ୍ଗେ ଓ ପାଳିଆଙ୍କ ସଙ୍ଗେ ମୃଦଙ୍ଗ ବଜାନ୍ତି ।ଗୋଟିଏ ପାଲାଦଳ ଦୁଇଟି ପଞ୍ଝାରେ ବିଭକ୍ତ ଗାୟକଙ୍କ ବୋଲିବା ଗୀତର ପାଳି ଧରିବାକୁ ୨ ଜଣ 'ପାଳିଆ' ଆଥାନ୍ତି । ଗାୟକଙ୍କ ଗୀତର ଶେଷାଂଶ ବା ଢୁଆ ବା ଘୋଷାକୁ ଏମାନେ ବୋଲନ୍ତି ଓ ଝାଞ୍ଜ ବଜାଇଥାନ୍ତି । ପାଲାବାଲାମାନେ ନାନାପ୍ରକାର ବେଶରେ (ଅର୍ଥାତ୍ ମୁଣ୍ଡରେ ପଗଡ଼ି, ଦେହରେ ଚପ୍କନ୍ ପରି ବଡ଼ କୁର୍ତ୍ତା ଅଣ୍ଟାରେ ଘାଗରା ଓ ଗୋଡ଼ରେ ବଳା ବା ଘାଙ୍ଗୁର ପିନ୍ଧି ନାଚିଥାନ୍ତି ।
ପୁସ୍ତକ ସାହାର୍ଯ୍ୟରେ ଯେଉଁ ପାଲା ବୋଲାଯାଏ ଓ ପୂଜା କରାଯାଏ, ତାକୁ ପୋଥିପାଲା ବା ପୋଥିପୂଜା ବୋଲାଯାଏ ।
ପୁସ୍ତକର ବିନା ସାହାର୍ଯ୍ୟରେ ଗାୟକ ଓ ନର୍ତ୍ତକମାନେ ବାଜା ବଜାଇ ଯାହାକୁ ବୋଲି ଅଭିନୟ କରନ୍ତି, ତାକୁ ଠିଆପୂଜା ବା ଠିଆପାଲା ବୋଲାଯାଏ ।
ଏକ ଦଳ ପାଲାବାଲା ପାଲା ଅଭିନୟ କଲେ ତାକୁ 'ଗୋଟିକିଆ ପାଲା' କହନ୍ତି ।
ଦୁଇଦଳ ପ୍ରତିଦ୍ୱନ୍ଦୀ ହୋଇ ପାଲା ଅଭିନୟ କଲେ ତାକୁ 'ଜାଉଁଳି ପାଲା' ବା ' ଜାଉଳି ପୂଜା' କହନ୍ତି ।
ଏକାଧିକ ଦଳ ପ୍ରତିଦ୍ୱନ୍ଦୀ ହୋଇ ପାଲା କଲେ ତାକୁ 'ବାଦୀ ପାଲା' ବା 'ଲଢ଼େଇ ପାଲା' ବୋଲାଯାଏ ।
ପାଲା ଅଭିନୟକାରୀମାନଙ୍କ ମଧ୍ୟରେ ଜଣେ 'ଗାୟକ', ଜଣେ 'ଗାୟକ', ଜଣେ 'ଶିରପାଳିଆ' ଓ ଦୁଇ ବା ୩ ଜଣ 'ପାଳିଆ' ଥାଆନ୍ତି । କବିକର୍ଣ୍ଣଙ୍କ ରଚିତ 'ପାଲା'ମାନଙ୍କ ଭାଷା ବଙ୍ଗଳା ଓ ଉକ୍ତ ଭାଷାରେ ଫାରସୀ ଶବ୍ଦର ବହୁଳତା (ୟଥା: ବାଦସା, ଉବୀର, କାଲାମ, ମୋଲାକାତ, ସଲାମ, ହକିକତ, ଦିଲଖୋସ ଓ ହାସିଲ ଇତ୍ୟାଦି ଶବ୍ଦ) ଦେଖାଯାଏ ଓ ବେଳେ ବେଳେ ଫାରସୀ ଭାଷାରେ ବାକ୍ୟ ମଧ୍ୟ ଦେଖାଯାଏ । କବିକର୍ଣ୍ଣଙ୍କ ବିରଚିତ ପାଲା ବଙ୍ଗାଳା ଓ ଉର୍ଦ୍ଦୁ ଭାଷାର 'ଖେଚାଡ଼ି'; ତାହା ପୁଣି ବଙ୍ଗଳା ଅନଭିଜ୍ଞ ଓଡ଼ିଆଙ୍କ ମୁହଁରେ ବଙ୍ଗଳା, ଉର୍ଦ୍ଦୁ ଓ ଓଡ଼ିଆ ମିଶା 'ପଲାଉ' ହୁଏ ତହିଁରୁ କେତେକଗୁଡ଼ିଏ ଧାଡ଼ିର ଉଦାହରଣ ନିମ୍ନରେ ଲିଖିତ: ଶୁନ ସର୍ବେ ବିରାଦରେ ପୀରେର କାଲାମ୍ ନିଯତ ହାସଲ୍ ହୁଏ,ଫତେ ହୁଏ କାମ୍ ଇଯାର୍ ପିଯାର୍ ଭାଇ ସକଲେ ଶୁନତ ୟେଉଁ ରୂପେ ଶ୍ୱେତ ବସନ୍ତ ପାଲା ହକିକତ ହରି ହରି ବୋଲ ଦିଅ ସବୁ ସଭଜନ ବିପତ୍ତି ପଡ଼ିଲେ ରଖେ ସତ୍ୟ ନାରାୟନଯାର ଘରେ ହୁଏ ପୂଜା ସାହେବେର ନାମ୍ ବଢ଼ାଏ ଦୌଲତ ତାର ଫତେ କରେ କାମ ଶ୍ରୀ କବି ବର୍ଣ୍ଣେତେ ଗାଏ ନାରାୟଣରେ ପାୟ ହରି ହରି ବୋଲ ସର୍ବେ ପାଲା ହଇଲ ସାୟ
ସାଧାରଣତଃ 'ପାଲା ଗୀତ' ପ୍ରତ୍ୟେକ ୧୪ ଅକ୍ଷର ଯୁକ୍ତ ଦୁଇଟି ଧାଡ଼ିରେ ରଚିତ, କିନ୍ତୁ ମଝିରେ ମଝିରେ ଏକାଦାଣ୍ଡିଆ (monotony) ଭାଙ୍ଗିବା ପାଇଁ:
"ରଜନୀର ଅବଶେଷେ ଗ୍ରାମର
ଭିତରେ ପଶେ ଚନ୍ଦ୍ର ହାସ ରାଜାର କୁମାର"
୮ ଅକ୍ଷରିଆ ୨ ପାଦ ଓ ୧ ଅକ୍ଷରିଆ ଏକପାଦ ଯୁକ୍ତ 'ତ୍ରିପଦୀ' ଦ୍ୱୟ ସମ୍ବଳିତ ଗୀତ ମଧ୍ୟ ବୋଲାଯାଏ । ଗଳ୍ପର ପ୍ରସଙ୍ଗ ଓ ଅବସର କ୍ରମେ ପାଇଲାମାନେ ଏଥିରେ ଯମକ, ଅନୁପ୍ରାସ, ବ୍ୟାଘ୍ରଗତି, ମେଷ ଯୁଦ୍ଧ ଅବନା ଆଦି ଶବ୍ଦ ଅବରସ୍ ପୂର୍ଣ୍ଣ ପ୍ରାଚୀନ ସଙ୍ଗୀତ, ଚଉପଦୀ, ଡାହିକା, ଭଜନ, ବନ୍ଦନା ଆଦି ଲଗାଇ 'ପାଲାକୁ' ଜମକ୍ କରନ୍ତି ଓ କେତେକ ଗାୟକଙ୍କର ଅଭିଧାନ, ଅଳଙ୍କାର କାବ୍ୟନାଟକ, ଚମ୍ପୁ ଆଦିରେ ଅସାଧାରଣ ପାଣ୍ଡିତ୍ୟ ଦେଖାଯାଏ ଓ କେତେକଙ୍କଠାରେ ଆଶୁକବିତ୍ୱ ମଧ୍ୟ ଲକ୍ଷିତ ହୁଏ । ଓଡ଼ିଶାରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ଭାଇମାନଙ୍କଦ୍ୱାରା ମଧ୍ୟ ପାଲା ପରିବେଷଣ କରାଯାଉଅଛି, ଏହା ମଧ୍ୟ ଓଡ଼ିଶାର ପୁରପଲ୍ଲୀରେ ଆଦ୍ରୁତ, ଓଡ଼ିଶାର କଟକ, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡା ଆଦି ଜିଲ୍ଲାରେ ବହୁ ନାମକାରୀ ଗାୟକମାନେ ଲୋକ ଅନାଗ୍ରହ କାରଣ ରୁ ଏବେ କେବଳ ରେଡିଓ ଓ ଦୁରଦର୍ଶନରେ ପାଲା ପରିବେଷଣ କରି ଓଡ଼ିଶାର ସାହିତ୍ୟ, ସଂସ୍କୃତି ଓ କଳାକୁ ଘରେ ଘରେ ପରିଚିତ କରାଇବାକୁ ଚେଷ୍ଟାକରୁଛନ୍ତି ସତ, ମାତ୍ର ଏବେ ଦୂରଦର୍ଶନ ର ଉପଭୋକ୍ତା ଙ୍କ ସଂଖ୍ୟା ଖୁବ୍ ନଗଣ୍ୟ । ସେହିପରି ଏକଦା ଜନାଦୃତ ଥିବା
ଚଢ଼େଇଆ ନାଟ ବା ଚଢ଼େଇଆ ନାଚ ଏକ ପାରମ୍ପାରିକ ଓଡ଼ିଆ ଗୀତ-ନାଟ/ନୃତ୍ୟ କଳା । ଏହି ନୃତ୍ୟକଳାଟି ଦଣ୍ଡ ନାଚର ଏକ ପ୍ରକାରଭେଦ ଓ ମୟୂରଭଞ୍ଜ ଛଉ ନାଚ ସହିତ ଏହାର ବହୁ ସମାନତା ପରିଲେକ୍ଷିତ କରାଯାଏ ।ଏହା ବିଶେଷକରି ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜର ଗ୍ରାମାଞ୍ଚଳରେ ପରିବେଷଣ କରାଯାଏ । ଏଥିରେ ଜଣେ ପୁରୁଷ ଓ ଜଣେ ମହିଳା ଯୋଡ଼ି ହୋଇ ନାଚିଥାନ୍ତି । ନର୍ତ୍ତକଙ୍କୁ ଚଢ଼େଇଆ ଓ ନର୍ତ୍ତକୀଙ୍କୁ ଚଢ଼େଇଆଣୀ କୁହାଯାଇଥାଏ । ଏକ ବାଦନ ଦଳ ଗୀତ ବୋଲିଥାନ୍ତି ଯାହାର ତାଳେ ତାଳେ ଚଢ଼େଇଆ ଓ ଚଢ଼େଇଆଣୀ ଅଭିନୟ କରି ନାଚିଥାନ୍ତି । ନାଚ ମାଧ୍ୟମରେ ମଉସା ଓ ଚୌକିଆ ହାସ୍ୟ ଅଭିନୟକରି ଲୋକଙ୍କର ମନୋରଞ୍ଜନ କରିଥାନ୍ତି । ନାଚରେ ହାରମୋନିୟମ, ଢୋ଼ଲ ଓ କୁବୁଜି ଆଦି ବାଦ୍ୟଯନ୍ତ୍ରର ବ୍ୟବହାର କରାଯାଇଥାଏ । ପ୍ରୋତ୍ସାହନର ଅଭାବ ତଥା ନୂତନ ପିଢ଼ିଙ୍କର ଅନାଗ୍ରହ ଏହି ଲୋକନୃତ୍ୟକୁ ବିଲୁପ୍ତପ୍ରାୟ ଅବସ୍ଥାକୁ ଆଣିସାରିଲାଣି । ଅପରପକ୍ଷରେ
ଗୋଟିପୁଅ ଭାରତର ଓଡ଼ିଶାର ଶାସ୍ତ୍ରୀୟ ନାଟ ଭିତରୁ ଗୋଟିଏ । ଏହା ଓଡ଼ିଶାର ପୁରୀ ଜିଲ୍ଲାରୁ ଜନ୍ମ ଲାଭ କରିଥିଲା । ଆମେ ଯେତେବେଳେ ପିଲା ଥିଲୁ , ସେତେବେଳେ ପରବର୍ତ୍ତୀ ସମୟରେ ବିଶ୍ବ ପ୍ରସିଦ୍ଧ ହୋଇଥିବା ଆମ ଗାଁ ପାଖ ର ଗୁରୁ ଗଙ୍ଗାଧର ପ୍ରଧାନ ଗୋଟି ପୁଅ ନୃତ୍ୟ କରୁଥିଲେ । ଓଡ଼ିଆରେ "ଗୋଟି"ର ଅର୍ଥ ଜଣେ ଓ ଏହି ନାଟ ଜଣେ ପୁଅ ଦେଇ କରାଯାଉଥିବାରୁ ଏହାର ଏପରି ନାମକରଣ ହୋଇଥିବାର ବିଶ୍ୱାସ କରାଯାଇଥାଏ । ଯେତେବେଳେ ଧିରେ ଧିରେ ମାହାରୀ ନାଟର ପ୍ରଭାବ ଧୀରେ ଧୀରେ କମି କମି ଆସିଲା ସେତେବେଳେ ପୁଅମାନେ ଝିଅମାନଙ୍କ ଲୁଗାରେ ସଜ୍ଜିତ ହୋଇ ଅଳଙ୍କାର ଆଦି ପିନ୍ଧି ନାଚିବାର ଏହି ଚଳଣି ଜନ୍ମ ନେଲା । ଆଧୁନିକ ଓଡ଼ିଶୀ ନାଟର ଏହା ମୂଳରୂପ । ଅନେକ ମହାନ ଓଡ଼ିଶୀ ନାଟଗୁରୁମାନେ ଆରମ୍ଭରେ ଏହି ନାଟକଳାରେ ଶିକ୍ଷାଲାଭ କରିଥିଲେ । ସେହିପରି ଘୁଡୁକି, କେତେକ ସ୍ଥାନରେ କୁହାଯାଉଥିଲା "ଧୁଡୁକି" ନାଚ । ଘୁଡ଼ୁକି ଏକ ବାଦ୍ୟ । ପତର ସଉରା ଓ କେଳା ସମ୍ପ୍ରଦାୟର ଲୋକେ ପୂର୍ବେ ଏକ ବାଦ୍ୟଯନ୍ତ୍ରକୁ ବ୍ୟବହାର କରି, ଗୀତ ଗାଇ ଗାଇ, ଗାଁ ଗାଁ ବୁଲି ବୁଲି ଭିକ୍ଷା କରୁଥିଲେ । ଏହି ଘୁଡ଼ୁକି ବଜାଇଲେ ଘୁ.ଡୁ. . . ଘୁଡୁ ଶବ୍ଦ ସୃଷ୍ଟି ହୁଏ ସମ୍ଭବତଃ ଏଥିପାଇଁ ଏଇ ବାଦ୍ୟଯନ୍ତ୍ରର ନାମ ଘୁଡୁକି ବା ‘ଧୁଡୁକି’ ବୋଲି କୁହାଯାଏ । ‘ଧୁଡୁକି’ ଶବ୍ଦର ଅର୍ଥ ପ୍ରକାଶ କରିବାକୁ ଯାଇ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରେ କୁହାଯାଇଛି – “ଗୋଟିଏ ବଡ଼ ନଜର ଗୁନ୍ନା ଗୁମ୍ଫା ମୁହଁରେ ବନ୍ଧାଯାଇଥା ଚମଡ଼ାର ମଝିରେ ଗୋଟିଏ ଛିଦ୍ର ହୋଇ ତହିଁରେ ଗୋଟିଏ ତନ୍ତୁବାୟ ସୂତ୍ର ସଲଗ୍ନ ଥାଏ । ଉକ୍ତ ନଳକୁ ବାଆଁ କାଖରେ ଜାକି ସୂତାର ମୁକୁଳା ମୁଣ୍ଡକୁ ବାଁ ହାତରେ ଟାଣିଧରି ଡାହାଣ ହାତରେ ଆଙ୍ଗୁଠି ଦ୍ଵାରା ସେ ସୂତାକୁ ବଜାଇଲେ ଟଙ୍ଗ୍ ଟଙ୍ଗ୍ ବା ଧୁଡ ଧୁଡ ଶବ୍ଦ ହୁଏ । । କେଳାମାନେ ଗୀତ ବୋଲି ଗୀତର ତାଳ ଅନୁସାରେ ଏହି ଯନ୍ତ୍ର ବଜାନ୍ତି । ଗଞ୍ଜାମରେ ଘୁଡ଼ୁକିର ପ୍ରସ୍ତୁତି ଟିକିଏ ଭିନ୍ନ । ଗଞ୍ଜାମର କଳାପ୍ରାଣ ବ୍ୟକ୍ତିମାନେ ଲୋକବାଦ୍ୟ ପ୍ରସ୍ତୁତ କଲାବେଳେ ସତର୍କ ଦୃଷ୍ଟି ଦେଇଥାନ୍ତି, ଯାହାଦ୍ଵାରା ଲୋକବାଦ୍ୟ ଦୀର୍ଘସ୍ଥାୟୀ ଓ ବାକ୍ୟରୁ ଜାତ ଶବ୍ଦ ସୁମଧୁର ହୋଇଥାଏ । କେଉଁ କାଠରେ ତିଆରି ହେଲେ କି ପ୍ରକାର ସୃଷ୍ଟି ହେବ ଏଥପାଇଁ ମଧ୍ୟ ସେମାନେ ସଚେତନ ଥାଆନ୍ତି । ପ୍ରକାଶଥାଉକି, ଦାସକାଠିଆ ପାଇଁ ଶିଶୁଆ କାଠ ବ୍ୟବହାର ହେଲାବେଳେ ଢୁମ୍ପାବାଦ୍ୟ ପାଇଁ ମୋହି କଣ୍ଟା ବାଉଁଶ ବ୍ୟବହୃତ ହୁଏ । କେଉଁ କାଠକୁ ପାଣି ଭିତରେ କିଛିଦିନ କସେଇବାକୁ ହୁଏତ କେଉଁ କାଠର ମଞ୍ଜରୁ ସିଧାସଳଖ ବାଦ୍ୟଯନ୍ତ୍ର ପ୍ରସ୍ତୁତ କରାଯାଏ । ଘୁଡ଼ୁକି ପାଇଁ କିଆ, ପଣସ, ଗମ୍ଭାରୀ, ବାବୁଲ, ବକୁଲ, ନିମ ଗଛର ମଞ୍ଜ ଅଂଶକୁ ବ୍ୟବହାର କରାଯାଏ । ଘୁଡୁକିପାଇଁ ବ୍ୟବହୃତ କାଠକୁ ପାଣି ତଳ ପଙ୍କ ଭିତରେ ୨୦/୨୫ ଦିନ ପୋତି ଦିଆଯାଏ । ଏହାଦ୍ଵାରା କାଠକୁ ଆଉ କେବେ ପୋକ ଧରେ ନାହିଁ । ଟାଣ ହୁଏ । ବାଦ୍ୟଯନ୍ତ୍ର ମଧ୍ୟ ଦୀର୍ଘସ୍ଥାୟୀ ହୁଏ । ଏହି କାଠଗଣ୍ଠିକୁ ପାଣିରୁ ବାହାର କରି ସେଥୁରୁ ଘୁଡୁକି ପାଇଁ ଅଡ଼ା ପ୍ରସ୍ତୁତ କରାଯାଏ । ଏହି ଅଡ଼ା ମାପଯନ୍ତ୍ର କାଠଅଡ଼ା ପରି । କିନ୍ତୁ ଏହାର ଦୁଇ ପାଖ ଖୋଲାଥାଏ । ଏହାର ଲମ୍ବା ୧ ଫୁଟ ୧୦ ଇଞ୍ଚ । ଏହାର ଖୋଲା ମୁହଁର ଗୋଟିଏ ପଟର ବ୍ୟାସ ୫ ଇଞ୍ଚ । ଏହି ପଟରେ ଚମଡ଼ା ସଂଲଗ୍ନ କରାଯାଏ । ଅନ୍ୟପଟର ବ୍ୟାସ ୪.୫ ଇଞ୍ଚ । ଏହାର ମୁହଁ ଖୋଲା ରହେ । ବାଦକର ରୁଚି ଅନୁସାରେ ଏହି ଦୈର୍ଘ୍ୟ ଏବଂ ବ୍ୟାସରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ ।
ଘୁଡ଼ୁକିରେ ବ୍ୟବହୃତ ଅନ୍ୟାନ୍ୟ ଚମଡ଼ା ଅପେକ୍ଷା ଗୋଧି ଚମଡ଼ାକୁ ପ୍ରାଧାନ୍ୟ ଦିଆଯାଏ, କାରଣ ହେଲା ଏହି ଚମଡ଼ାରୁ ସୃଷ୍ଟି ହେଉଥିବା ଶବ୍ଦ ଶ୍ରୁତିମଧୁର । ଆଜିକାଲି ଛେଳି ଚମଡ଼ା ମଧ୍ୟ ବ୍ୟବହୃତ ହେଉଛି । କିଆକାଠ ଅଡ଼ା ପାଇଁ ଗୋଧି ଚମଡ଼ା ଏବଂ ପଣସ, ଗମ୍ଭାରୀ ଆଦି କାଠ ପାଇଁ ଛେଳି ଚମଡ଼ା ବ୍ୟବହାର କଲେ ମଧୁର ସ୍ଵର ସୃଷ୍ଟି ହୁଏ । ଅଡ଼ାର ଅଧିକ ବ୍ୟାସଥିବା ଖୋଲା ମୁହଁରେ ଚମଡ଼ା ଢାଙ୍କୁଣି କରାଯାଏ । ଏଥିପାଇଁ ଆପୁଚି ଦ୍ୱାରା ପ୍ରସ୍ତୁତ ସ୍ଵତନ୍ତ୍ର ଅଠା ବ୍ୟବହୃତ ହୋଇଥାଏ । ଚମଡ଼ାର ଠିକ୍ କେନ୍ଦ୍ର ବିନ୍ଦୁରେ ତନ୍ତ ସୂତା ଗଲାପରି ଏକ କଣା କରାଯରାଏ । ତନ୍ତସୂତାର ଗୋଟିଏ ପାର୍ଶ୍ଵକୁ ଏକ ଇଞ୍ଚିଆ ଏକ ଛୋଟ କାଠିରେ ତନ୍ତସୂତାକୁ ବାନ୍ଧି ଛିଦ୍ର ଦେଇ ତନ୍ତସୂତାର ଅପରମୁହଁକୁ ଗଳେଇ ଦିଆଯାଏ । ଏହି ତନ୍ତସୂତାର ଲମ୍ବା ଘୁଡ଼ିକି ବାଦ୍ୟର ହାତ ଲମ୍ବା ଉପରେ ନିର୍ଭର କରେ । ସୂତାର ଏହି ମୁଣ୍ଡକୁ କୁନ୍ଦ କରାଯାଇଥିବା ୭ ଇଞ୍ଚ ଲମ୍ବାର ଏକ କାଠିର ମଧ୍ଯ ଭାଗର ରନ୍ଧ୍ର ଦେଇ ବାହାରକୁ ନିଆଯାଏ ଏବଂ ଅବଶିଷ୍ଟ ତନ୍ତ୍ର ସୂତାକୁ ଗୁଡ଼େଇ ଦିଆଯାଏ ।
ମହିଳା ଦିବସର ଅନୁଚିନ୍ତା
--------------
ଆଜି ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆମର ସୀମିତ ଅଧ୍ୟୟନ ଆଧାରରେ ତଥା ସ୍ଵଳ୍ପ ଜ୍ଞାନର ପ୍ରତିଫଳନରେ, ବିଶେଷ କରି ଜଣେ ଓଡ଼ିଆ ଭାବେ କେବଳ ନୁହେଁ ,ଜଣେ ବିଶ୍ୱର ନାଗରିକ ଭାବରେ ଆଜିର ଦିବସରେ ପ୍ରଥମେ ସ୍ମରଣକୁ ଆସନ୍ତି ଚିର ବନ୍ଦନୀୟ ତଥା ଆମଭାଷାର କାଳଜୟୀ ସାରସ୍ଵତ ସାଧକ, ମହାପୁରୁଷ ପଞ୍ଚସଖାଙ୍କ ଅନ୍ୟତମ ସନ୍ଥକବି ବଳରାମ ଦାସ ଏବଂ ମହାନ୍ ସ୍ବାଧୀନତା ସଂଗ୍ରାମୀ , ଅନେକ କ୍ଷେତ୍ରରେ ପ୍ରଥମ ଓଡିଆ, ବହୁମୁଖି ପ୍ରତିଭାଦୀପ୍ତା ସରଳା ଦାସ , ସେମାନଙ୍କ ଅମୃତ ଅମ୍ଲାନ ସ୍ମୃତି ପ୍ରତି ଜଣାଉଛୁ କୋଟି କୋଟି ପ୍ରଣାମ ⇃ .'"ଶ୍ରୀୟା ଚଣ୍ଡାଳୁଣୀ 'ରେ ସେ ଯେଉଁ ସୁବାର୍ତ୍ତା ସମାଜକୁ ଦେଇଛନ୍ତି , ତାହା ହିଁ ବିଶ୍ବରେ ପ୍ରଥମ ସାମାଜିକ ନ୍ୟାୟ ସୁବାର୍ତ୍ତା । ନାରୀ ଙ୍କୁ ବନ୍ଦନୀୟା , ପୁଜ୍ୟନୀୟା , ପରାମର୍ଶ ପ୍ରଦାୟିନୀ ତଥା ସମ୍ମାନାଷ୍ପଦା ବୋଲି ଉଲେଖ୍ୟ କରିଥିଲେ ⇂ ଆମ ଶାସ୍ତ୍ରରେ ଅଛି ---'ଯତ୍ର (jatra) ନାର୍ଯ୍ୟଷୁ ପୁଜୟେତ ,ରାମନ୍ତେ ତତ୍ର ଦେବତା ' ।ପରବର୍ତ୍ତୀ ସମୟରେ ରାଜା ରାମ ମୋହନ ରାୟ ,ସ୍ୱାମୀ ଦୟାନନ୍ଦ ସରସ୍ବତୀ,ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର ( Bidyasagar )ଙ୍କ ଭୂମିକାକୁ ସ୍ମରଣ କରି ସେମାନଙ୍କ ଅମ୍ଲାନ ସ୍ମୃତି ପ୍ରତି ମଧ୍ୟ ଜଣାଉଛି କୋଟି ପ୍ରଣାମ ।ପରବର୍ତ୍ତୀ ସମୟ ରେ ୧୧୪ ବର୍ଷ ତଳେ ଆମେରିକାର ନ୍ୟୁୟର୍କରେ ଓ ଠିକ୍ ୧୦୮ ବର୍ଷ ତଳେ ରୁଷିଆରେ ୧୯୧୭ରେ ଓ ୧୯୭୫,ମାର୍ଚ୍ଚ ୮ରେ ଆନ୍ତର୍ଜାତିକ ଶ୍ରମଜୀବୀ ମହିଳା ଦିବସ ପାଳିତ ହେବା ଓ ୧୯୯୬ରେ ଏହା ଆନ୍ତର୍ଜାତୀୟ ମହିଳା ଦିବସ ଭାବେ ପ୍ରତି ବର୍ଷ ଏକ ନିର୍ଦ୍ଧିଷ୍ଟ ବିଷୟର ଶୀର୍ଷକରେ ପାଳିତ ହୋଇଆସୁଛି । ସେହିପରି ଆଜି ଯେଉଁ ମହିୟସୀ ମହିଳାମାନଙ୍କ କୀର୍ତ୍ତି ଓ କୃତି ସ୍ବତଃ ସ୍ମୃତିରେ ପ୍ରଥମେ ଉଜ୍ଜୀବିତ ହୁଏ , ସେମାନଙ୍କ ମଧ୍ୟରେ ମହାନ୍ ସ୍ଵାଧୀନତା ସଂଗ୍ରାମୀ, ବିପ୍ଲବିଣୀ, ସ୍ପର୍ଦ୍ଧିତ ବହ୍ନିଶିଖା, ପ୍ରଚଣ୍ଡ ଆଗ୍ନେୟ ବହୁମୁଖି ପ୍ରତିଭାଦୀପ୍ତା, ଦେଶର ପ୍ରଥମ ବିଧାୟିକା ଚିର ବନ୍ଦନୀୟା ସରଳା ଦେବୀ ଅନ୍ୟତମ । ଅନେକ କ୍ଷେତ୍ରରେ ଏହି ମହିୟସୀ ପ୍ରଥମ ଓଡ଼ିଆ । ଆସନ୍ତା ନବବର୍ଷ ମହୋତ୍ସବ ଅବସରରେ ତାଙ୍କର ଅମୃତ ଅମ୍ଲାନ ସ୍ମୃତି ଚାରଣ ସମୟରେ ଚଳନ୍ତି ସମୟର ଜଣେ ପରମ ସମ୍ମାନନୀୟା ମହିୟସୀ ଙ୍କୁ " ସରଳା ଦେବୀ ସ୍ମୃତି ସମ୍ମାନ ରେ ସମ୍ମାନିତ କରାଯିବାର ଘୋଷଣା କରୁଛୁ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଐତିହାସିକ ଵୀରାଙ୍ଗନା ପୂଜ୍ୟା ସରଳା ଦେବୀ ୧୯୦୪ ମସିହାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଶ୍ରୀ ବାସୁଦେବ କାନୁନଗୋ ଓ ମାଙ୍କ ନାମ ପଦ୍ମାବତୀ ଦେବୀ । ତାଙ୍କ ଘର ହେଉଛି ଜଗତସିଂହପୁର ଜିଲ୍ଲାର ବାଲିକୁଦା ଥାନା ଅନ୍ତର୍ଗତ ନରିଲୋ ଗ୍ରାମରେ । ସେହି ସମୟରେ ତାଙ୍କ ମା ଅନେକ ଗୁଡ଼ିଏ ସନ୍ତାନ ହରାଇଥିଲେ । ତେଣୁ ସରଳା ଦେବୀ ଗର୍ଭରେ ଥିବା ବେଳେ ତାଙ୍କ ମା ପୁରୁଖା ଲୋକମାନଙ୍କର ଉପଦେଶ ମାନି ପର ଘରେ ଆସି ରହିଲେ। ସେଇଟା ଥିଲା ତାଙ୍କ ସାନ ଯାଆଙ୍କର ବାପ ଘର । ସ୍ଥାନ ବଦଳାଇଲେ କାଳେ ଗର୍ଭସ୍ଥ ଶିଶୁଟି ବଞ୍ଚିଯିବ , ସେତିକି ତାଙ୍କର ଆଶା ଥିଲା। ସେଇଟି ଥିଲା କଟକ ସହରର ରାଜକିଶୋର ଦାସଙ୍କ ଘର । ଏହି୧୯୦୪ ମସିହା ଅଗଷ୍ଟ ମାସ ୧୯ ତାରିଖରେ ଝିଅଟିଏ ଭୂମିଷ୍ଠ ହେଲା । ସେଇ ମୁହୂର୍ତ୍ତରେ ପଦ୍ମାବତୀ ଦେଇ ସାନଯାଆ ହେମନ୍ତ କୁମାରୀଙ୍କ ହାତକୁ ଟେକିଦେଇଥିଲେ। ଫଳରେ ସେହି ଦିନ ଠାରୁ ସରଳା ହେଲେ ହେମନ୍ତ କୁମାରୀ ଓ ବାଳମୁକୁନ୍ଦ କାନୁନଗୋଙ୍କ ଝିଅ ।ଜନ୍ମ ହେବା ପରେ ସେ ନିଜର ବାଲ୍ୟ ଜୀବନ ସେ ହେମନ୍ତ କୁମାରୀ ଓ ବାଳମୁକୁନ୍ଦଙ୍କ ତତ୍ୱାବଧାନରେ କାଟିଥିଲେ। ସେତେବେଳେ ସେ ଥିଲେ ଗଡଜାତ ମାନଙ୍କର ସୁପରିଣ୍ଟେଣ୍ଡେଣ୍ଟ ସ୍ୱନାମଧାନ୍ୟ ନନ୍ଦକିଶୋର ଦାସଙ୍କ ନାତୁଣୀ । ସେ ସମୟରେ ସେ ମାଟ୍ରିକ ପରୀକ୍ଷାରେ ଭଲ ନମ୍ବର ରଖି ପାସ୍ କରିଥିଲେ। ତାଙ୍କ ସମୟରେ ଓଡ଼ିଶା , ବଙ୍ଗଳା ଓ ବିହାର ଗୋଟିଏ ପ୍ରଦେଶ ଥିଲା। ପିତା ବାଳମୁକୁନ୍ଦ ଡେପୁଟି ମାଜିଷ୍ଟ୍ରେଟ ଚାକିରୀ କରିଥିବାରୁ ଏହି ତିନୋଟି ଯାକ ପ୍ରଦେଶ ତାଙ୍କର କର୍ମସ୍ଥଳ ଥିଲା।ଫଳରେ ମାତା ହେମନ୍ତ କୁମାରୀ ଏହି ତିନୋଟି ପ୍ରଦେଶରେ ରହିବାର ସୁଯୋଗ ପାଇଥିଲେ ଓ ତାଙ୍କର ଦୃଷ୍ଟିଭଙ୍ଗୀ ଉନ୍ନତ ହୋଇପାରିଥିଲା । ସେଥିପାଇଁ ସେ ସରଳାଙ୍କୁ ମାର୍ଜିତ ଓ ଶିକ୍ଷିତ କରିବା ପାଇଁ ସବୁ ଚେଷ୍ଟା କରୁଥିଲେ । ଘରର ମୁରବୀମାନେ ତାଙ୍କର ହାଇସ୍କୁଲ ପଢା ବନ୍ଦ କରିଦେଇଥିଲେ । ମାତ୍ର ହେମନ୍ତ କୁମାରୀ ଜଣେ ଖ୍ରୀଷ୍ଟିଆନ୍ ଶିକ୍ଷୟିତ୍ରୀ ନିଯୁକ୍ତ କରି ତାଙ୍କର ଇଂରାଜୀ ଓ ବଙ୍ଗଳା ପଢ଼ିବାର ବ୍ୟବସ୍ଥା କରିଦେଲେ । ତୀକ୍ଷ୍ଣ ସ୍ମୃତିଶକ୍ତିର ଅଧିକାରୀ ହୋଇଥିବାରୁ "ଧ କହିଲେ କାମୁଡି ପକାଇବା" ନୀତିରେ ସ୍ୱଚେଷ୍ଟାରେ ପାଠରେ ବହୁତ୍ ଆଗକୁ ମାଡିଚାଲିଲେ । ସରଳା ପିଲାବେଳୁ ସମାଜରେ ପ୍ରଚଳିତ କୁପ୍ରଥା ବିରୁଦ୍ଧରେ ସଂଗ୍ରାମ କରିଥିଲେ ।ସରଳା ଦେବୀ ପିଲାଟି ବେଳୁଶାନ୍ତ,ସରଳ,ଦୃଢମନା ଓ ସ୍ପଷ୍ଟବାଦିନୀ ଥିଲେ । ନିଜର ସାମାଜିକ ଚଳଣି, ଶିକ୍ଷା ଓ ସଂସ୍କାର ସହ କୌଣସି ପ୍ରକାର ଅବହେଳା କରୁନଥିଲେ । ଆଗରୁ ଚଳି ଆସୁଥିବା ପାରମ୍ପରିକ ଜୀବନ ଶୈଳୀ ଅପେକ୍ଷା ସେ ନିଜ ସହଜତାକୁ ନେଇ ଚଳିବା ବେଶି ପସନ୍ଦ କରୁଥିଲେ । ସେ ସମୟର ରୀତି ନୀତି ତାଙ୍କୁ ଭଲ ଲାଗୁନଥିଲା । ନାରୀ ମାନଙ୍କର ଅସହାୟ ଅବସ୍ଥାକୁ ସେ ଖୁବ୍ କମ୍ ବୟସରୁ ବୁଝିପାରିଥିଲେ । ପୁରୁଷ ମାନେ ସବୁ ପ୍ରକାର ସୁବିଧା ସୁଯୋଗ ଭୋଗ କରୁଥିବା ବେଳେ,ନାରୀ ମାନଙ୍କୁ କରାଯାଉଥିବା ଉପେକ୍ଷା ଓ ଅବହେଳା ତାଙ୍କୁ ଖୁବ୍ ବାଧୁଥିଲା । ସେସବୁର ପ୍ରତିକାର ପାଇଁ ସେ ପିଲାବେଳୁ ଚିନ୍ତିତ ଥିଲେ । ସେ ସମୟରେ ସେ ଦିଅଁ ଦେବତା,ପୂଜାପାଠ, ଧର୍ମଶାସ୍ତ୍ର ଓ ଉପବାସ ଆଦିରେ ବିଶ୍ୱାସ କରୁଥିଲେ । କିନ୍ତୁ ଥରେ କେଉଁ ଏକ ପୁରାଣରେ "ନାରୀ ନର୍କର ଦ୍ୱାର" ବୋଲି ଲେଖାଥିବା ଜାଣିବା ପରେ ସେହି ସମୟରୁ ସେ ଏହାକୁ ଘୃଣା କରୁଥିଲେ । ଘରୋଇ ଶିକ୍ଷକଙ୍କଦ୍ୱାରା ସେ ଷଷ୍ଠ ଶ୍ରେଣୀ ଯାଏଁ ପାଠ ପଢିଥିଲେ । ତଥାପି ଅନ୍ୟାନ୍ୟ ଭାଷା ଜାଣିବା ପାଇଁ ତାଙ୍କର ପ୍ରବଳ ଇଚ୍ଛା ଥିଲା । ବଙ୍ଗଳା ସାହିତ୍ୟକୁ ସେ ବହୁତ୍ ଭଲ ପାଉଥିଲେ ।ଖୁବ୍ କମ୍ ଦିନ ମଧ୍ୟରେ ସେ ବହୁତ୍ ବହି ଓ ପତ୍ର ପତ୍ରିକା ପଢି ଶେଷ କରିଥିଲେ । ନାରୀ କବି କୁନ୍ତଳା କୁମାରୀ ସାବତଙ୍କ ଲିଖିତ ଉପନ୍ୟାସ, କବିତା ଓ ବତ୍କୃତା ତାଙ୍କୁ ବେଶି ପ୍ରଭାବିତ କରିଥିଲା । ସେବେଠାରୁ ସେ ନାରୀ ମାନଙ୍କ ଭିତରେ ଥିବା ଅଜ୍ଞାନତା ଓ କୁସଂସ୍କାର ଦୂର କରିବା ପାଇଁ ମନେ ମନେ ସଂକଳ୍ପ ନେଇଥିଲେ । ସମାଜରୁ କୁସଂସ୍କାର ଦୂର ନକଲେ ଦେଶର ଉନ୍ନତି ସମ୍ଭବ ନୁହେଁ ,ସେ ଏହା ବୁଝିପାରିଥିଲେ । ରବୀନ୍ଦ୍ରନାଥଙ୍କ ଅମୀୟ ବାଣୀ "ନ ଜାଗିଲେ ସବୁ ଭାରତ ଲଳନା, ଏ ଭାରତ ଆମର ଜାଗେନା" ତାଙ୍କ ପାଇଁ ଚରମ ବାଣୀ ହୋଇସାରିଥିଲା ।ବୟସ ପ୍ରାପ୍ତ ହେଲାରୁ, ଜଗତସିଂହପୁର ଅନ୍ତର୍ଗତ ଚାଟରା ଗ୍ରାମର ସଂଗ୍ରାମୀ ଯୁବକ ଭାଗୀରଥି ମହାପାତ୍ରଙ୍କ ସହିତ ସରଳା ଦେବୀଙ୍କର ବିବାହ ସମ୍ପାଦିତ ହୋଇଥିଲା । ଅଭିଜାତ ପରିବାରରେ ଜନ୍ମ ହୋଇଥିବା ସରଳା , ଜମିଦାର ପରିବାରକୁ ବୋହୁ ହୋଇ ଯାଇଥିଲେ ମଧ୍ୟ ତାଙ୍କ ମନରେ ଗର୍ବ ନଥିଲା । ସ୍ୱାମୀ ଭାଗିରଥି ମହାପାତ୍ର ଜଣେ ସ୍ୱାଧୀନଚେତା ବ୍ୟକ୍ତି ଥିଲେ । ମଣିକାଞ୍ଚନ ପରି ଏ ଦୁହିଁଙ୍କର ସଂଯୋଗ ଘଟିଥିଲା । ସେ ସମୟରେ ସେ ପତ୍ନୀ ସରଳାଙ୍କ ପାଇଁ ବାଧକ ନହୋଇ ସାଧକ ହୋଇଥିଲେ । ଏକ ପକ୍ଷରେ ନିଜର ଦୃଢ଼ ଆତ୍ମବିଶ୍ୱାସ ଓ ସ୍ୱାମୀଙ୍କର ମହାନତା ପୂର୍ଣ୍ଣ ସହଯୋଗ ତାଙ୍କୁ ନୂତନ ପ୍ରେରଣା ଯୋଗାଇଥିଲା । ସେ ଇଚ୍ଛା କରିଥିଲେ ଅନ୍ୟମାନଙ୍କ ପରି ସାଂସାରିକ ଭୋଗ ବିଳାସରେ ନିଜ ଜୀବନ କଟାଇପାରିଥାନ୍ତେ , କିନ୍ତୁ ପରଦା ପ୍ରଥା ମାନି ଘର ଭିତରେ ନିଜକୁ ଆବଦ୍ଧ ରଖିବାରେ ତାଙ୍କ ମନ ମାନି ନଥିଲା । ପ୍ରତିଦିନ ଘର କାମ ସାଙ୍ଗକୁ ଖବରକାଗଜ ପଢ଼ିବା ତାଙ୍କର ନିୟମିତ ଅଭ୍ୟାସ ଥିଲା । ସେ ଉଚ୍ଚଶିକ୍ଷିତା ହୋଇନଥିଲେ ମଧ୍ୟ ଶିକ୍ଷା ପ୍ରତି ତାଙ୍କର ଆଗ୍ରହ ତାଙ୍କୁ ଦେଶର ସାମାଜିକ ଓ ରାଜନୈତିକ ଅବସ୍ଥା ସମ୍ପର୍କରେ ସଚେତନ କରିଦେଇଥିଲା । ନିଷ୍ଠୁର ଇଂରେଜ ଶାସନରୁ ନିଜ ମାତୃଭୂମିକୁ ସ୍ୱାଧୀନ କରିବା ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିବାଲାଗି ସଂକଳ୍ପବଦ୍ଧ ହୋଇଥିଲେ । ମାତ୍ର ୧୫ ବର୍ଷ ବୟସରେ ସେ କୁଳବଧୂର ପରଦା ଆଡେଇ ଦେଇ ପଦାକୁ ବାହାରି ଆସିଥିଲେ । ଜଳିଆନାୱାଲାବାଗ୍ ହତ୍ୟାକାଣ୍ଡ ପ୍ରତିବାଦରେ ଏକ ବିରାଟ ଶୋଭାଯାତ୍ରା ବାହାରିଥିଲା । ସେଥିରେ ସେ ଯୋଗଦେଇଥିଲେ । ଏତେ ବଡ଼ ଶୋଭାଯାତ୍ରା ସହର ପରିକ୍ରମା କଲାବେଳେ ସେଥିରେ ଏକମାତ୍ର ମହିଳାଙ୍କୁ ଦେଖି ରକ୍ଷଣଶୀଳ ଲୋକଙ୍କର ଆଖି ଖୋସି ହୋଇଯାଇଥିଲା । ଏଥିରେ ମଧ୍ୟ ତାଙ୍କ ସ୍ୱାମୀ ଓ ପରିବାର ତାଙ୍କୁ ପୂର୍ଣ୍ଣ ସମର୍ଥନ ଦେଇଥିଲେ ।୧୯୨୦ ମସିହା ଅଗଷ୍ଟ ପହିଲାରେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଭାରତରେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହେଲା । ସରକାରୀ କୋର୍ଟ କଚେରୀ ବର୍ଜନ ଏହି ଆନ୍ଦୋଳନରେ ଗୋଟିଏ କାର୍ଯ୍ୟକ୍ରମ ଥିଲା । ଭାଗିରଥି ମହାପାତ୍ର ଅସହଯୋଗ ଆନ୍ଦୋଳନରେ ଯୋଗ ଦେବା ହେତୁ ଓକିଲାତି ଛାଡି ଦେଲେ । ସରଳା ଦେବୀଙ୍କ ଉପରେ ଏହାର ପ୍ରଭାବ ପଡ଼ିଲା ।୧୯୨୧ ମସିହା ମାର୍ଚ୍ଚ ମାସରେ ଗାନ୍ଧୀ କଟକ ଆସିଲେ । କଟକ ବାଲୁବଜାର ପାଖରେ ସେ ଗୋଟିଏ ମହିଳା ସଭାରେ ନାରୀ ମାନଙ୍କୁ ସୂତା କାଟି ଖଦି ପିନ୍ଧିବାକୁ, ପରଦା ଛାଡିବାକୁ, ଛୁଆଁ ଅଛୁଆଁ ନମାନିବାକୁ ଉଦ୍ୱୋଧନ ଦେଲେ। ସେହି ସଭାରେ ସରଳା ଦେବୀ ମଧ୍ୟ ଉପସ୍ଥିତ ଥିଲେ।ସେହିଠାରୁ ସେ ପରଦା ପ୍ରଥାକୁ ବର୍ଜନ କଲେ ଓ ଗାନ୍ଧୀଙ୍କର ଅନ୍ୟ ସମସ୍ତ ନୀତିକୁ ମଧ୍ୟ ଅନୁସରଣ କଲେ । ତା ପରେ ସେ କଂଗ୍ରେସର ସଭ୍ୟା ହେଲେ । ସେତେବେଳେ ସଭ୍ୟପଦ ପାଇଁ ନିୟମ ଥିଲା ଯେ, କଂଗ୍ରେସକୁ ଚାରିଅଣା ପଇସା ଦେଇ ରସିଦ୍ ଖାତାରେ ଦସ୍ତଖତ କରିବାକୁ ପଡିବ । ଏହି ଦସ୍ତଖତ ବା ଟିପ ଚିହ୍ନ କଂଗ୍ରେସର ସଭ୍ୟ ଭାବରେ ଦେଶର ସ୍ୱାଧୀନତା ଆନ୍ଦୋଳନକୁ ସମର୍ଥନ କରୁଥିବାର ପ୍ରମାଣ ରୂପେ ଗ୍ରହଣ କରାଯାଉଥିଲା । କାରଣ କଂଗ୍ରେସ ରସିଦ୍ ବହିରେ ଲେଖା ଥିଲା - "ମୁଁ ଶାନ୍ତି ପୂର୍ଣ୍ଣ ଓ ନ୍ୟାୟ ସଂଗତ ଉପାୟରେ ଭାରତର ସ୍ୱାଧୀନତା ପ୍ରାପ୍ତିରେ ବିଶ୍ୱାସ କରେ । " ଓଡ଼ିଶାରେ ଅସହଯୋଗ ଆନ୍ଦୋଳନକୁ ଠିକ୍ ଭାବରେ ପରିଚାଳନା କରିବା ପାଇଁ ଗୋପବନ୍ଧୁ ଦାସ ଚାହୁଁଥିଲେ । ସେଥିପାଇଁ ସେ ଗାନ୍ଧୀଜୀଙ୍କୁ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରିଥିଲେ ଏବଂ ସେହି ନିମନ୍ତ୍ରଣ ରକ୍ଷା କରି ଗାନ୍ଧିଜୀ ୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ ଓଡ଼ିଶା ଆସିଥିଲେ । ତାଙ୍କ ସହିତ ପତ୍ନୀ କସ୍ତୁରବା ମଧ୍ୟ ଆସିଥିଲେ । ସେମାନଙ୍କ ଆଗମନ ହେତୁ କଟକ କାଠଯୋଡ଼ି ନଦୀ ପଠାରେ ଏକ ବିଶାଳ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ଓଡ଼ିଶାର ମହିଳା ମାନେ ବହୁ ସଂଖ୍ୟାରେ ଯୋଗ ଦିଅନ୍ତୁ ବୋଲି ଗାନ୍ଧିଜୀ ଚାହୁଁଥିଲେ । ହେଲେ ସେତେବେଳେ ଏଭଳି ହେବା ସମ୍ଭବ ନଥିଲା । ସରଳା ଦେବୀ କଟକ ସହରର ଗଳିକନ୍ଦି ବୁଲି ମହିଳାମାନଙ୍କୁ ଗାନ୍ଧିଜୀଙ୍କ ସଭାରେ ଯୋଗ ଦେବାପାଇଁ ବୁଝାଇଥିଲେ । ତାଙ୍କର ନିଷ୍ଠା ଓ ଉଦ୍ୟମ ସଫଳ ହୋଇଥିଲା ଓ ସେହି ସଭାରେ ବହୁ ସଂଖ୍ୟାରେ ମହିଳା ଯୋଗ ଦେଇଥିଲେ । ଏହି ସଭାରେ ଗାନ୍ଧିଜୀ ହିନ୍ଦୀରେ ଯେଉଁ ଭାଷଣ ଦେଇଥିଲେ , ସରଳା ଦେବୀ ତାକୁ ଓଡ଼ିଆରେ ଅନୁବାଦ କରି ଅନ୍ୟମାନଙ୍କୁ ବୁଝାଉଥିଲେ । ଗାନ୍ଧିଜୀଙ୍କ ଆହ୍ୱାନରେ ବହୁ ମହିଳା ନିଜର ଅଳଙ୍କାର ମାନ ଅଳଙ୍କାର ମାନ ଖୋଲି ସ୍ୱରାଜ ପାଣ୍ଠିକୁ ଦାନ କରିଥିଲେ । ପାଖରେ ଥିବା ସବୁ ଟଙ୍କା ପଇସା ମଧ୍ୟ ଦେଇଦେଇଥିଲେ । ସେମାନଙ୍କ ସହ ସରଳାଦେବୀ ମଧ୍ୟ ନିଜର ସ୍ୱର୍ଣ୍ଣ ଅଳଙ୍କାର ଦାନ କରିବା ସହ ଭବିଷ୍ୟତରେ ଆଉ ଅଳଙ୍କାର ପିନ୍ଧିବେ ନାହିଁ ବୋଲି ଘୋଷଣା କରିଥିଲେ । ସେହିଦିନଠାରୁ ସେ ସ୍ୱରାଜର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବେ ବୋଲି ପଣ କରିଥିଲେ ।୧୯୩୬ରେ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ ଘୋଷଣା ହେବାପରେ ପ୍ରାଦେଶିକ ସ୍ୱାୟତ୍ତ ଶାସନର ଚଳଣିରେ ଓଡ଼ିଶାରେ କଂଗ୍ରେସ ପକ୍ଷରୁ ବିଧାନ ସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଠିଆ କରାଯାଇଥିଲା ।ଏବଂ ସେସମୟରେ ସରଳା ଓଡ଼ିଶା ବିଧାନ ସଭା ନିର୍ବାଚନରେ ଭାଗ ନେଇ ବିଧାନ ସଭାକୁ ନିର୍ବାଚିତ ହେଇଥିଲେ । ସେ ଥିଲେ ଓଡ଼ିଶା ବିଧାନ ସଭାରେ ପ୍ରଥମ ମହିଳା ବିଧାୟିକା । ବିଧାନ ସଭାରେ ବାଲ୍ୟ ବିବାହ ଆଇନ୍ର ସଂଶୋଧନ ଓ ପୋଇଲି ପ୍ରଥାକୁ ଉଠାଇ ଦେବା ପାଇଁ ବିଭିନ୍ନ ଆଇନ୍ ପ୍ରଣୟନ କରିବାକୁ ବିଲ୍ ଆଗତ କରିଥିଲେ । ସେ ସମାଜରେ ପ୍ରଚଳିତ କୁପ୍ରଥା ବିରୋଧରେ ବିଧାନ ସଭାରେ ମଧ୍ୟ ସ୍ୱର ଉଠାଇଥିଲେ । ବିଧାୟିକା ହେବା ଫଳରେ ଆଇନ୍ ବଳରେ ଏହି ପ୍ରଥାରକୁ ଉଠାଇ ଦେବା ପାଇଁ ସେ ଦୃଢ଼ ପରିକର ହୋଇଥିଲେ । ତାଙ୍କ ଉଦ୍ୟମ ଫଳରେ ଏହି ବିଲ୍ ବିଧାନ ସଭାରେ ଗୃହୀତ ହୋଇଥିଲା । ସେ ବିଧାନ ସଭାରେ ଗୋଟିଏ ଦିନ ବାଚସ୍ପତି ଦାୟିତ୍ୱ ତୁଲାଇଥିଲେ ।ବ୍ରିଟିଶ୍ ଆମଳରେ ବିଧାନ ସଭାରେ ସମସ୍ତ କାର୍ଯ୍ୟ ଇଂରାଜୀ ଭାଷାରେ ହେଉଥିବା ବେଳେ , ସରଳା ବାଚସ୍ପତି ଆସନରେ ବସି ସେଦିନର ସମସ୍ତ କାର୍ଯ୍ୟ ଓଡ଼ିଆ ଭାଷାରେ ନିର୍ଧାରଣ କରିବାର ନିର୍ଦ୍ଦେଶ ଦେଇଥିଲେ ।ଓଡ଼ିଆ ଭାଷାକୁ ସରକାରୀ ଭାଷା ରୂପେ ଗ୍ରହଣ କରିବାର ପ୍ରୟାସରେ ସେ ଥିଲେ ପ୍ରଥମ ଓ ଅଗ୍ରଗଣ୍ୟ ମହିଳା । ୧୯୪୨-୧୯୫୨ ପର୍ଯ୍ୟନ୍ତ ଦୀର୍ଘ ଦଶବର୍ଷ ଧରି ସେ ଓଡ଼ିଶାର ସର୍ବପ୍ରାଚୀନ ସାହିତ୍ୟ ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜର ସମ୍ପାଦକ ଓ ଉପସଭାପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ସେ ସମବାୟ ବ୍ୟାଙ୍କର ପ୍ରଥମ ମହିଳା ନିର୍ଦେଶକ ଥିଲେ । ଓଡ଼ିଆର ଏବଂ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି କରିବା ତାଙ୍କର ପ୍ରଧାନ ଲକ୍ଷ୍ୟ ଥିଲା ।ଗାନ୍ଧିଜୀଙ୍କ ପ୍ରଭାବ ସରଳା ଦେବୀ , ରମା ଦେବୀ , ଶୈଳବାଳା ଦାସ , ରେବା ରାୟ ଓ କୁନ୍ତଳା କୁମାରୀ ଆଦି ପ୍ରମୁଖ ନାରୀନେତ୍ରୀଙ୍କ ଉପରେ ପଡ଼ିଥିଲା ।ସେମାନେ ନାରୀମାନଙ୍କର ସାମୂହିକ ଉନ୍ନତି ପାଇଁ ଚେଷ୍ଟା କରୁଥିଲେ । ଲେଖା,ଶିକ୍ଷା ଓ ସଭାସମିତିଦ୍ୱାରା ନାରୀମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ସେମାନେ ଆଲୋକପାତ କରୁଥିଲେ ।ଓଡ଼ିଶାର ନାରୀମାନଙ୍କୁ ଏକାଠି କରିବାପାଇଁ ସରଳା ଦେବୀ "ଉତ୍କଳ ମହିଳା ସମ୍ମିଳନୀ" ନାମକ ସଂଗଠନ ଗଠନ କରିଥିଲେ । ଏହା ତାଙ୍କର ନାରୀଜାତିକୁ ଉନ୍ନତ କରିବାର ଆପ୍ରାଣ ଉଦ୍ୟମର ଏକ ଝଲକ ଥିଲା ।ସେହି ଅଧିବେଶନରେ ହିଁ ଉତ୍କଳ ମହିଳା ସମ୍ମିଳନୀ ," ନିଖିଳ ଭାରତୀୟ ମହିଳା ସଂଘ"ର ଶାଖା ରୂପେ କାର୍ଯ୍ୟ କରିବ ବୋଲି ସ୍ଥିର ହୋଇଥିଲା ।ଏହାର ସଫଳତା ତାଙ୍କୁ ଅଧିକ ଗଠନମୂଳକ କାମ କରିବା ପାଇଁ ବିଶେଷ ଉତ୍ସାହିତ କରିଥିଲା ।ସେ ଓଡ଼ିଶାର ନାରୀ ଓ ସେମାନଙ୍କ ସମସ୍ୟା ବିଷୟରେ ବିଭିନ୍ନ ପତ୍ର-ପତ୍ରିକାରେ ପ୍ରବନ୍ଧମାନ ଲେଖି ପ୍ରକାଶ କରିଥିଲେ । ଯେହେତୁ ଏସବୁ ଅନ୍ୟ ରାଜ୍ୟଗୁଡିକରେ ମଧ୍ୟ ଆଲୋଚନା ହେଉଥିଲା, ତେଣୁ ତାଙ୍କର ଜାଗରଣର ବାର୍ତ୍ତା ଭାରତର ବିଭିନ୍ନ ସ୍ଥାନରେ ପହଞ୍ଚି ପାରିଥିଲା । ୧୯୨୪ ମସିହାର କଟକ ନାରୀ ସମ୍ମିଳନୀରେ ଯୋଗଦେବା ପରେ ସେ କଟକ ସ୍ୱରାଜ୍ୟ ଆଶ୍ରମର ମହିଳା ସଭା ଓ ସଂଗଠନ କାମରେ ଲାଗିପଡିଥିଲେ ।ସେ ବୁଝିପାରିଥିଲେ ଯେ ନାରୀର ଉନ୍ନତିରେ ହିଁ ଦେଶର ଉନ୍ନତି ନିହିତ । କିନ୍ତୁ ଏହି ସମୟରେ ଭାରତର ରାଜନୈତିକ ଆନ୍ଦୋଳନ ଭିନ୍ନ ମୋଡ ନେଲା । ୧୯୩୦ ମସିହାରେ ମହାତ୍ମା ଗାନ୍ଧୀ ଲବଣ ଆଇନ୍ ବିରୁଦ୍ଧରେ ସତ୍ୟାଗ୍ରହ କରିବା ପାଇଁ ଡାକାର ଦେଲେ ।
ସରଳା ଦେବୀ ସେତେବେଳେ ଗଞ୍ଜାମ ଜିଲ୍ଲାରେ "ଉଦ୍ଯୋଗ ମନ୍ଦିର" ନାମକ ସଂସ୍ଥା ସ୍ଥାପନ କରି ଗ୍ରାମାଞ୍ଚଳରେ ବୁଲି ସତ୍ୟାଗ୍ରହୀ ସଂଗ୍ରହ କରିବାରେ ଲାଗିପଡିଥିଲେ । ତାଙ୍କ ପ୍ରଚେଷ୍ଟାରେ ଶ୍ରୀମତୀ ହେମଲତା ଦେବୀ, ଶୋଭାବତୀ ପଣ୍ଡା ପ୍ରମୁଖ ସତ୍ୟାଗ୍ରହ ଆନ୍ଦୋଳନରେ ଯୋଗ ଦେଇଥିଲେ । ବହୁ ପୁରୁଷ ସତ୍ୟାଗ୍ରହୀ ମଧ୍ୟ ଏଥିରେ ରହି ଦଳବଦ୍ଧ ହୋଇ ଲୁଣ ମାରି ଲବଣ ଆଇନ୍ ଭଙ୍ଗ କରିଥିଲେ ଓ ଗିରଫ ହୋଇ ଦଣ୍ଡ ଭୋଗୁଥିଲେ । ଯେତେବେଳେ ସରଳା ଦେବୀ ନିଜେ ଲବଣ ଆଇନ୍ ଭାଙ୍ଗିବାର ଘୋଷଣା କଲେ, ସେତେବେଳେ ସରକାରଙ୍କ ଚେତନା ପଶିଲା । ଦିନେ ସେ "ମାନ୍ଦ୍ରାଜ୍ ମେଲ୍"ରେ ଯାଉଥିଲେ । ହଠାତ୍ ଏହା ଗୋଟିଏ ନିର୍ଜନ ସ୍ଥାନରେ ଠିଆ ହୋଇଗଲା । କିନ୍ତୁ ଏହି ରେଳଟି ବଡ ବଡ଼ ଷ୍ଟେସନ୍ ଛଡା ଆଉ କୋଉଠି ଅଟକେନାହିଁ।ସେଦିନ ଗାଡି କାହିଁକି ଅଟକିଲା ବୋଲି ଯାତ୍ରୀମାନେ କାରଣ ଖୋଜିବାବେଳକୁ ଦଳେ ପୋଲିସ୍ ଜଣେ ଯୁବତୀଙ୍କୁ ରେଳରୁ ଓହ୍ଲାଇ , ପୋଲିସ୍ ଗାଡ଼ିରେ ବସାଇ ନେଇଗଲେ ।ସେମାନେ ଜାଣିପାରିଲେ ଯେ ସେ ଯୁବତୀ ଜଣକ ସରଳା ଦେବୀ । ବ୍ରିଟିଶ୍ ସରକାରଙ୍କ ଭୟ ଥିଲା କାଳେ ତାଙ୍କୁ ସର୍ବସାଧାରଣରେ ଗିରଫ କଲେ, ସାଧାରଣ ଜନତା ଉତ୍ତେଜିତ ହୋଇଯିବେ ତେଣୁ ସେ ରେଳରେ ଯାତ୍ରା କରୁଥିବା ସମୟରେ ନିଛାଟିଆ ଜାଗାରେ ରେଳ ଅଟକାଇ ତାଙ୍କୁ ଗିରଫ କରିନେଇଥିଲେ ,ପରେ ତାଙ୍କୁ ସୁଦୂର ଭେଲୋର୍ ଜେଲ୍ ପଠାଯାଇଥିଲା । ସେ ଥିଲେ କାରାବରଣ କରିଥିବା ଓଡ଼ିଶାର ପ୍ରଥମ ନାରୀ ।୬ ମାସ ପରେ ସେହି ବର୍ଷ ଡିସେମ୍ବର ୮ ତାରିଖ ଦିନ ତାଙ୍କୁ ସେଠାରୁ ଖଲାସ କରାଯାଇଥିଲା । ୧୯୩୦ ମସିହା ଲବଣ ସତ୍ୟାଗ୍ରହ ,ନିଶା ନିବାରଣ ଓ ବିଦେଶୀ ପଦାର୍ଥ ବର୍ଜନ ଆନ୍ଦୋଳନ ଖୁବ୍ ପ୍ରବଳ ହେଲା । ଶେଷରେ ବ୍ରିଟିଶ୍ ସରକାର ଉପାୟହୀନ ହୋଇ ୧୯୩୧ ମସିହାରେ ମହାତ୍ମା ଗାନ୍ଧୀଙ୍କ ସହ ସନ୍ଧି କରିଥିଲେ । ଓଡ଼ିଶାରେ ସରଳା ଦେବୀ ଏହିସବୁ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।ଦେଶର ସ୍ୱାଧୀନତା ଆନ୍ଦୋଳନ ବେଳେ ଗଡଜାତ ରାଜା ଓ ଜମିଦାରମାନେ ଇରେଜମାନଙ୍କର ଦୃଢ଼ ସମର୍ଥକ ଥିଲେ । ଜମିଦାରମାନେ ଚାଷୀମାନଙ୍କ ଉପରେ ଶୋଷଣ ଓ ଅତ୍ୟାଚାର ଚଳାଉଥିଲେ । ଚାଷୀମାନଙ୍କୁ ସ୍ୱାଧୀନତା ଆନ୍ଦୋଳନରେ ସାମିଲ କରିବା ପାଇଁ,ସେମାନଙ୍କ ଦୁଃଖ ସୁଖରେ ଭାଗୀଦାର ହେବା ସ୍ୱାଧୀନତା ସଂଗ୍ରାମୀ ମାନଙ୍କର କର୍ତ୍ତବ୍ୟ ହୋଇଉଠିଥିଲା । ସେଥିପାଇଁ କଂଗ୍ରେସ ଦଳ ଭିତରେ ଗୋଟିଏ ପ୍ରଗତିଶୀଳ ଗୋଷ୍ଠୀ ଲୋକେ "ଉତ୍କଳ କଂଗ୍ରେସ ସାମ୍ୟବାଦୀ ସଂଘ" ନାମରେ ଏକ ନୂଆ ସଂଗଠନ ଗଢିଥିଲେ । ନବକୃଷ୍ଣ ଚୌଧୁରୀ, ସୁରେନ୍ଦ୍ର ନାଥ ଦ୍ୱିବେଦୀ, ଭଗବତୀ ଚରଣ ପାଣିଗ୍ରାହୀ ଓ ମାଳତୀ ଚୌଧୁରୀ ପ୍ରମୁଖ ଥିଲେ ଏହି ସଂଘର ପ୍ରତିଷ୍ଠାତା । ଏମାନେ ସମସ୍ତେ କାର୍ଲମାର୍କସ୍ଙ୍କ ସାମ୍ୟବାଦୀ ଚିନ୍ତାଧାରାଦ୍ୱାରା ପ୍ରଭାବିତ ହୋଇଥିଲେ । ଦେଶର ରାଜନୈତିକ ସ୍ୱାଧୀନତା ସହିତ ଲୋକଙ୍କ ଆର୍ଥିକ ସ୍ୱାଧୀନତା କିପରି ଆସିପାରିବ, ସେଥିପାଇଁ ସେମାନେ ଲାଗିପଡିଥିଲେ । ଜମିଦାର ଓ ସାହୁକାରମାନଙ୍କ ଶୋଷଣରୁ ଚାଷୀମାନଙ୍କୁ ରକ୍ଷା କରିବାପାଇଁ ସେମାନେ ଚାଷୀମାନଙ୍କୁ ଏକାଠି କରୁଥିଲେ । ସରଳା ଦେବୀ କଂଗ୍ରେସ ସାମ୍ୟବାଦୀ କର୍ମୀ ମାନଙ୍କ ସହ ମିଶି ଚାଷୀମାନଙ୍କୁ ସଂଗଠିତ କରୁଥିଲେ । ୧୯୩୭ ମସିହା ମେ ମାସରେ ଡେଲାଙ୍ଗଠାରେ ଏକ ଚାଷୀସଭା ହୋଇଥିଲା । ଏହି ସଭାରେ ସେ ତତ୍କାଳୀନ ଜମିଦାରଙ୍କ ଅତ୍ୟାଚାର ବିରୁଦ୍ଧରେ ଲଢେଇ କରିବାକୁ ଲୋକଙ୍କୁ ଆହ୍ୱାନ କରିଥିଲେ । ବିଧାନ ସଭା ମଧ୍ୟରେ ବନ୍ୟା କ୍ଷତିଗ୍ରସ୍ତ ଚାଷୀମାନଙ୍କଠାରୁ ଖଜଣା ଆଦାୟ ବନ୍ଦ କରିବାକୁ ସେ ସରକାରଙ୍କୁ ପରାମର୍ଶ ଦେଇଥିଲେ । ଲୋକେ ଯେପରି ବନ୍ୟା ଦାଉରୁ ରକ୍ଷା ପାଇବେ ସେଥିପାଇଁ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ସରକାରଙ୍କ ପାଖରେ ଦାବି କରିଥିଲେ । ମୋଗଲବନ୍ଦୀର ଜମିଦାରଙ୍କ ଭଳି ଗଡଜାତର ରାଜାମାନେ ମଧ୍ୟ ପ୍ରଜାମାନଙ୍କୁ ବେଠି ଖଟାଇ ନାନା ପ୍ରକାର ଟିକସ ଆଦାୟ କରି ହନ୍ତସନ୍ତ କରୁଥିଲେ । ସରଳା ଦେବୀ ବିଧାନ ସଭା ଭିତରେ ଓ ବାହାରେ ଏହି ଗଡଜାତ ରାଜମାନଙ୍କର ଶୋଷଣ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ ।ସରଳା ଦେବ କମ ବୟସରୁ ସାହିତ୍ୟ ଚର୍ଚ୍ଚା ଆରମ୍ଭ କରିଥିଲେ । ସେ ଯୁଗରେ "ପରିଚାରିକା" ନାମକ ଗୋଟିଏ ମାସିକ ପତ୍ରିକା କିଛି ବର୍ଷ ପ୍ରକାଶିତ ହୋଇଥିଲା । ଶ୍ରୀମତୀ ବସନ୍ତ କୁମାରୀ ଦେବୀ ଏହି ପତ୍ରିକାର ସମ୍ପାଦିକା ଥିଲେ । ସରୋଜିନୀ ଦେବୀ , କୋକିଳ ଦେବୀ , ପ୍ରମିଳା ସୁନ୍ଦରୀ ଦେଇ , ରମା ସୁନ୍ଦରୀ ଦେଇ, କାଞ୍ଚନ ମଣି ଦେଇ ପ୍ରମୁଖ ବହୁ ମହିଳାଙ୍କ ରଚନା ସେହି ପତ୍ରିକାରେ ପ୍ରକାଶିତ ହୋଇଥିଲା । ପକ୍ଷ ୧୩୨୫ରୁ ୧୩୨୭ ମଧ୍ୟରେ ଛପା ହୋଇଥିବା "ପରିଚାରିକା"ରେ ସରଳା ଦେବୀଙ୍କର ମଧ୍ୟ ବହୁ ରଚନା ଦେଖିବାକୁ ମିଳେ । ସେଗୁଡିକ ଭିତରୁ "ଧୌର୍ଯ୍ୟଶାଳୀ ସାମ୍ରାଜ୍ଞି - ଶୈବ୍ୟା" , "କଳ୍ପିତ ମୃତ୍ୟୁ" ଓ "ପ୍ରତୀକ୍ଷା" ଅନ୍ୟତମ । ୧୫ ବର୍ଷ ବୟସରୁ ତାଙ୍କର ଏଭଳି ରଚନାରୁ ତାଙ୍କର ସାହିତ୍ୟିକ ପ୍ରତିଭାର ପରିଚୟ ମିଳିଥିଲା ।ତାଙ୍କ ଭିତରେ ସର୍ଜନଶୀଳ ସାହିତ୍ୟ ପ୍ରତିଭା ପୂରି ରହିଥିଲା । ଅଳକା ଆଶ୍ରମରୁ ପ୍ରକାଶିତ ହାତଲେଖା "ଅଳକା" ଠାରୁ ଆରମ୍ଭ କରି "ସରକାର","ନବ ଭାରତ" ଇତ୍ୟାଦି ଓଡ଼ିଶାର ବିଶିଷ୍ଟ ପତ୍ର ପତ୍ରିକାରେ ତାଙ୍କର ଲେଖାମାନ ପ୍ରକାଶ ପାଉଥିଲା । ଲୋକଙ୍କୁ ସଚେତନ କରିବାର ଆବଶ୍ୟକତା ଉପଲବ୍ଧି କରି ଲୋକ ଶିକ୍ଷା ଉଦ୍ଦେଶ୍ୟରେ ଗାଁ ଲୋକଙ୍କ କଥା, ନାରୀର ଆଇନଗତ ଅଧିକାର ଆଦି ବିଷୟରେ ଛୋଟଛୋଟ ପୁସ୍ତକ ରଚନା କରି ତାହାର ପ୍ରଚାର ପ୍ରସାର କରିଥିଲେ । "ହିନ୍ଦୁସ୍ତାନ ଗ୍ରନ୍ଥମାଳା" ନାମକ ସଂସ୍ଥା ସ୍ଥାପନ କରି ସେ ତା'ର ସମ୍ପାଦିକା ହୋଇଥିଲେ । ନାରୀର ଆର୍ଥିକ ଅବସ୍ଥା ବିଷୟରେ ତାଙ୍କର ଗବେଷଣା, ଭାଷଣ ଓ ରଚନା ସେତେବେଳେ ସମାଜ ମଧ୍ୟରେ ଏକ ଆଲୋଡନ ସୃଷ୍ଟି କରିଥିଲା । ସେ "ସବିତା" ନାମକ ଗୋଟିଏ ପତ୍ରିକାର ସମ୍ପାଦନା ସହ ସେଥିରେ ନିଜର ମତାମତ ମଧ୍ୟ ପ୍ରକାଶ କରୁଥିଲେ । ୧୯୩୫ ମସିହାରେ "ଭାରତୀୟ ମହିଳା ପ୍ରସଙ୍ଗ" ନାମରେ। ତାଙ୍କର ଏକ ପ୍ରବନ୍ଧ ପୁସ୍ତକ ଓ ନାରୀ ଜଗତ ନାମକ ଏକ ପ୍ରବନ୍ଧ ଗ୍ରନ୍ଥ ହିନ୍ଦୁସ୍ତାନ ସାହିତ୍ୟ ମନ୍ଦିର ପ୍ରକାଶ କରିଥିଲା ।ଏଥିରେ ବିଭିନ୍ନ ଦେଶରେ ଦେଖା ଦେଇଥିବା ନାରୀ ଜାଗରଣ ବିଷୟରେ ଆଲୋଚନା କରାଯାଇଥିଲା ।୧୯୫୮ ମସିହାରେ ବିଶ୍ୱ ବିପ୍ଲବୀଣି ନାମକ ତାଙ୍କର ଏକ ପୁସ୍ତକକଟକ ପବ୍ଲିସିଂ ହାଉସ୍ ପ୍ରକାଶ କରିଥିଲା ।ଏଥିରେ ବିଶ୍ୱ ତଥା ଭାରତ ର୍ ବିପ୍ଲବିଣୀ ନାରୀମାନଙ୍କର ଜୀବନ କାହାଣୀ ସଂକ୍ଷେପରେ ପ୍ରକାଶ କରାଯାଇଥିଲା । ଏହାବ୍ୟତୀତ "ରାୟ ରାମନନ୍ଦ" ,"ସରଳା ମହାଭାରତରେ ନାରୀ ଚରିତ୍ର" , ବାସନ୍ତୀ ପ୍ରଭୃତି ଗ୍ରନ୍ଥ ଓ ଉପନ୍ୟାସରେ ବିଶେଷଭାବେ ଅବଦାନ କରିଥିଲେ । ତାଙ୍କର ସାରସ୍ଵତ ସୃଷ୍ଟି ମଧ୍ୟରେ "ଉତ୍କଳର ନାରୀ ସମସ୍ୟା, ୧୯୩୪,ନାରୀର ଦାବି, ୧୯୩୪
ଭାରତୀୟ ମହିଳା ପ୍ରସଙ୍ଗ, ୧୯୩୫,ରବିନ୍ଦ୍ର ପୂଜା,
ବୀର ରମଣୀ, ୧୯୪୯,ବିଶ୍ୱ ବିପ୍ଳବିଣୀ, ୧୯୩୦
ବାସନ୍ତୀ,ରାୟ ରାମାନନ୍ଦ,ଗାଁ କଥା ଓଡ଼ିଆ ବାଣୀ ଭଣ୍ଡାରକୁ ସମୃଦ୍ଧ କରିଛି ।ସରଳା ଦେବୀ ପ୍ରାୟ ୯ ବର୍ଷ କାଳ ବିଧାନ ସଭାରେ ରହି ବିଭିନ୍ନ ପ୍ରଗତିଶୀଳ ଆଇନ୍ ପାସ୍ କରିବାରେ ସହାୟତା କରିଥିଲେ । କିଛିଦିନ ସେ ବିଧାନ ସଭାରେ କଂଗ୍ରେସ ଦଳର ମୁଖ୍ୟ ସଚେତକ ମଧ୍ୟ ଥିଲେ । ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ପଣ୍ଡିତ ଜବାହରଲାଲ ନେହେରୁଙ୍କଦ୍ୱାରା ଗଠିତ ନ୍ୟାସନାଲ ପ୍ଲାନିଙ୍ଗ କମିଟିର ସଦସ୍ୟା ରହି ଓଡ଼ିଶାର ମଙ୍ଗଳ ପାଇଁ ଅନେକ ଗୁଡ଼ିଏ ପ୍ରସ୍ତାବ କାର୍ଯ୍ୟକାରୀ କରିଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ୧୯୪୧ ମସିହାରେ କଂଗ୍ରେସ ତରଫରୁ ବ୍ୟକ୍ତିଗତ ସତ୍ୟାଗ୍ରହ ଆରମ୍ଭ ହୋଇଥିଲା । ଓଡ଼ିଶାରୁ ଗାନ୍ଧିଜୀ , ସରଳା ଦେବୀଙ୍କୁ ତାହାର ପ୍ରଥମ ସତ୍ୟାଗ୍ରହୀ ରୂପେ ବାଛିଥିଲେ । ସେ ଯୁଦ୍ଧ ବିରୋଧୀ ଧ୍ୱନି ଦେଇ ୬ ମାସ କାଳ କାରାବରଣ କରିଥିଲେ । ୧୯୫୫ ମସିହା ସୀମା ଆନ୍ଦୋଳନ ଓ ୧୯୫୮ ମସିହା ଛାତ୍ର ଆନ୍ଦୋଳନରେ ସେ ପ୍ରତ୍ୟକ୍ଷ ଅଂଶ ଗ୍ରହଣ କରିଥିଲେ । ୧୯୮୬ ମସିହା ଆକ୍ଟୋବର ୪ ତାରିଖ ଦିନ ୮୨ ବର୍ଷ ବୟସରେ ସରଳା ଦେବୀଙ୍କର ପରଲୋକ ହୋଇଥିଲା । ଓଡ଼ିଶାର ନାରୀ ଆନ୍ଦୋଳନର କର୍ଣ୍ଣଧାର , ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ , ବରେଣ୍ୟ ଲେଖିକା ସରଳା ଦେବୀଙ୍କ ମୃତ୍ୟୁ ଓଡ଼ିଶା ଇତିହାସରେ ବିରାଟ ଦୁର୍ବିପାକ ସଦୃଶ ଲିପିବଦ୍ଧ ହୋଇ ରହିଛି ଓ ରହିଥିବ ।
ମାର୍ଚ୍ଚ ୫ ତାରିଖ
--------
ମାର୍ଚ୍ଚ ମାସ,୫ତାରିଖ ,ଭାରତ ଇତିହାସର ଏକ ସ୍ମରଣୀୟ ତଥା ଗୁରୁତ୍ୱପୂର୍ଣ୍ଣ ଦିବସ । ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଯେ ୧୯୩୦ ମସିହାରେ ବ୍ରିଟିଶ୍ ସରକାର ଭାରତର ଶାସନ ସଂସ୍କାର ସମ୍ୱନ୍ଧରେ ଆଲୋଚନା କରିବା ପାଇଁ ତାଙ୍କ ମନୋନୀତ ପ୍ରତିନିଧିମାନଙ୍କୁ ନେଇ ପ୍ରଥମ ଗୋଲ୍ଟେବୁଲ୍ ବୈଠକ ଡକାଇଥିଲେ ମାତ୍ର , ଏହି ବୈଠକକୁ କଂଗ୍ରେସ ବର୍ଜନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲା । ବୈଠକ ଶେଷରେ ଭାରତର ଭବିଷ୍ୟତ ଶାସନ ଖସଡ଼ା ସମ୍ପର୍କରେ ଯେଉଁ ଘୋଷଣା କଲେ ତାକୁ ବିଚାରକୁ ନେବା ପାଇଁ ମହାତ୍ମାଗାନ୍ଧୀ ଓ କଂଗ୍ରେସ୍ କାର୍ଯ୍ୟକାରୀ କମିଟିର ସଭ୍ୟମାନଙ୍କୁ ଜେଲ୍ରୁ ଖଲାସ କରି ଦିଆଯାଇଥିଲା । ୧୯୩୧ ମସିହା ମାର୍ଚ୍ଚ ୫ ତାରିଖରେ ଗାନ୍ଧି -ଇରଉଇନ୍ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ସନ୍ଧିର ସର୍ତ୍ତ ଅନୁସାରେ ସମଗ୍ର ଦେଶରେ ରାଜନୈତିକ ବନ୍ଦୀମାନେ ଖଲାସ ହେଲେ । ସେତେବେଳେ ବିହାରର ହଜାରୀବାଗ ଜେଲ୍ରେ ଆବଦ୍ଧ ଥିବା ଓଡ଼ିଶାର ରାଜବନ୍ଦୀମାନେ ଖଲାସ ହୋଇଥିଲେ । ପୂଜ୍ୟ ଗୋପବନ୍ଧୁ ଚୌଧୁରୀ ଓ ଅନ୍ୟ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀମାନେ ଫେରିଲା ବାଟରେ ରେଳ ଷ୍ଟେସନମାନଙ୍କରେ ସେମାନଙ୍କୁ ଲୋକେ ଯେଭଳି ବିପୁଳ ପ୍ରଶଂସନୀୟ ଓ ଐତିହାସିକ ସମ୍ୱର୍ଦ୍ଧନା ଜଣାଇଥିଲେ, ତାହା ଅବର୍ଣ୍ଣନୀୟ । ସେମାନେ ପ୍ରଥମେ ବାଲେଶ୍ୱରଠାରେ ଓହ୍ଲାଇ ଶ୍ରୀଜଙ୍ଗ ଗ୍ରାମକୁ ଯାଇଥିଲେ ଓ ସେଠାରେ ଶ୍ରୀଜଙ୍ଗ ଅଧିବାସୀଙ୍କ ଉପରେ ଇଂରେଜ ସରକାରଙ୍କ ପୋଲିସର ଅତ୍ୟାଚାର କାହାଣୀ ଶୁଣି ଅଭିଭୂତ ହୋଇ ଯାଇଥିଲେ । ତା’ପରେ ସେମାନେ କଟକରେ ପହଞ୍ଚାଇବା ପରେ ସେମାନଙ୍କୁ ଅଦ୍ଭୂତପୂର୍ବ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସେତେବେଳକୁ କଂଗ୍ରେସର କେନ୍ଦ୍ର କାର୍ଯ୍ୟାଳୟ କଟକରେ ସ୍ୱରାଜ ଆଶ୍ରମରେ ଇଂରେଜ ସରକାର ତାଲା ପକାଇ ବନ୍ଦ କରି ଦେଇଥିଲେ ଓ ସବୁ କାଗଜପତ୍ର ନେଇ ଯାଇଥିଲେ । ତେଣୁ କଂଗ୍ରେସ ସଂଗ୍ରାମୀମାନେ ଆସି କଟକ ଜୈନମନ୍ଦିରରେ ଅସ୍ଥାୟୀ ଭାବରେ ରହି କାର୍ଯ୍ୟ କରିଥିଲେ ।କଟକ ଠାରେ କାଠଯୋଡ଼ି ନଦୀ ବାଲିଠାରେ ଆଚାର୍ଯ୍ୟ ହରିହର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ ଶ୍ରୀମତୀ ରମାଦେବୀ ବାନରସେନାଙ୍କ ନିଷ୍ଠାପର ଆନ୍ଦୋଳନ ଓ ସେମାନଙ୍କ ଉପରେ ଅତ୍ୟାଚାର କାହାଣୀ ବର୍ଣ୍ଣନା କଲାବେଳେ ସେଠାରେ ଉପସ୍ଥିତ ଜନତାଙ୍କ ଭିତରେ ଗଭୀର ଆଲୋଡ଼ନ ସୃଷ୍ଟି ହୋଇଥିଲା ବୋଲି ମହାନ୍ ସ୍ଵାଧୀନତା ସଂଗ୍ରାମୀ ବଳରାମ ମହାନ୍ତିଙ୍କ ଠାରୁ ଶୁଣିଥିଲୁ ଓ ତଥ୍ୟ ସନ୍ନିବେଶିତ ଆଲେଖ୍ୟ ପାଠ କରିଥିଲୁ ।୧୯୩୧ ,କରାଚି କଂଗ୍ରେସ ଅଧିବେଶନ ପରେ ଗଠିତ କଂଗ୍ରେସ କାର୍ଯ୍ୟକାରୀ କମିଟିର ଅତିରିକ୍ତ ସଭ୍ୟ ଭାବରେ ପ୍ରଥମଥର ପାଇଁ ଓଡ଼ିଶାରୁ ତ୍ୟାଗ ବୀର ପୂଜ୍ୟ ଗୋପବନ୍ଧୁ ଚୌଧୁରୀ ମନୋନୀତ ହୋଇଥିଲେ । ଓଡ଼ିଶାବାସୀଙ୍କ ପାଇଁ ଏହା ସେତେବେଳେ ଥିଲା ଅତ୍ୟନ୍ତ ଆନନ୍ଦର ବିଷୟ , ଅତ୍ୟନ୍ତ ଗୌରବର ସୁବାର୍ତ୍ତା ।
ବନ୍ଦନୀୟ ଦାଶେ
-------
ମହାନ୍ ସ୍ଵାଧୀନତା ସଂଗ୍ରାମୀ ତଥା ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶର ଦ୍ଵିତୀୟ ପ୍ରଧାନମନ୍ତ୍ରୀ, ଉତ୍ତରପ୍ରଦେଶର ପ୍ରାକ୍ତନ ରାଜ୍ୟପାଳ, ଓଡ଼ିଶାର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ, ଲୋକସେବକ ମଣ୍ଡଳର ପ୍ରାକ୍ତନ ସଭାପତି ବରେଣ୍ୟ ବିଶ୍ଵନାଥ ଦାଶ ( ୦୮-୦୩-୧୮୮୯ -୦୨-୦୬-୧୯୮୪)ଙ୍କ ପବିତ୍ର ଜୟନ୍ତୀ ଅବସରରେ ତାଙ୍କର ଅମ୍ଲାନ ଅମୃତ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି ।ମହାନ୍ ସ୍ଵାଧୀନତା ସଂଗ୍ରାମୀ, ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ସମର୍ପିତ କାଣ୍ଡାରୀ,ଓଡିଶାର ଦ୍ବିତୀୟ ପ୍ରଧାନମନ୍ତ୍ରୀ ବିଶ୍ବନାଥ ଦାଶ, ୧୮୮୯ ମସିହା, ମାର୍ଚ୍ଚ ମାସ ୮ ତାରିଖରେ ପୋଲସରା ନିକଟସ୍ଥ ବେଲଗାଁରେ ବରେଣ୍ୟ ମଧୁସୂଦନ ଦାଶଙ୍କ ପୁତ୍ର ଭାବେ ଏକ ଜମିଦାର ପରିବାରରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ଛାତ୍ର ଜୀବନରେ ଜମିଦାରମାନଙ୍କ ଅତ୍ୟାଚାର ବିରୁଦ୍ଧରେ କୃଷକ ମାନଙ୍କୁ ସଙ୍ଗଠିତ କରି ଏକ ଗଣ ଆନ୍ଦୋଳନ ଗଢିତୋଳି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । କଟକ ରେଭେନ୍ସା କଲିଜିଏଟ ସ୍କୁଲରେ ପଢୁଥିବା ସମୟରେ ଅଗଷ୍ଟ ୧୧ ତାରିଖ ,୧୯୧୧ ମସିହାରେ ଖୁଦିରାମ ଫାଶୀ ଦିବସ ପାଳନର ନେତୃତ୍ବ ନେଇଥିଲେ ।୧୯୦୮ ମସିହା, ଅଗଷ୍ଟ ୧୧ରେ ଖୁଦିରାମଙ୍କୁ ଫାଶୀ ଦିଆଯାଇଥିଲା । ଏହି ସମୟରେ ପୋଲିସ ଆସି ପହଞ୍ଚିଲେ । ଛାତ୍ରଛାତ୍ରୀ ମାନେ ଛତ୍ରଭଙ୍ଗ ଦେଲେ, ହେଲେ ସେ ଦେଖିଲେ ଜଣେ ତାଙ୍କ ତଳ ଶ୍ରେଣୀରେ ପଢ଼ୁଥିବା ଛାତ୍ର ତାଙ୍କ ପଛରେ ଛିଡ଼ା ହୋଇଛି ।ସେ ତାଙ୍କୁ କହିଲେ ତୁ ପଳା, ମାତ୍ର ପିଲାଟି କହିଥିଲେ, ଆପଣ ଆମ ନେତା, ଆପଣଙ୍କୁ ଛାଡି ମୁଁ ଯିବି ନାହିଁ । ଦୁଇ ଜଣଙ୍କୁ ପୋଲିସ ଧରି ବାଡେଇଲେ ଓ ଏଥିପାଇଁ ପ୍ରଧାନ ଶିକ୍ଷକ ଵେଣୀମାଧବ ଦାସଙ୍କୁ ଦାୟୀ କରି ବଙ୍ଗ ପ୍ରଦେଶାନ୍ତର୍ଗତ ନଦିଆ ଜିଲ୍ଲା ର କୃଷ୍ଣନଗର ସ୍କୁଲକୁ ବଦଳି କରାଇଦିଆଗଲା । ସେ ପିଲା ଥିଲେ ସୁଭାଷ ଚନ୍ଦ୍ର ବୋଷ ,ଯିଏ ପରବର୍ତ୍ତୀ ସମୟରେ ହେଲେ ବିଶ୍ବଵୀର ନେତାଜୀ, ଯିଏ ବିଶ୍ଵରେ ଏକ ମାତ୍ର ବ୍ୟକ୍ତି, ଯାହାଙ୍କ ଜନ୍ମ୍ ତାରିଖ, ମସିହା ଜଣା, ମାତ୍ର ମୃତ୍ୟୁ କେବେ , ଏଯାବତ୍ କେହି କହିପାରୁନାହାନ୍ତି, ଏହା ବୋଧେ ଅମୃତ ମହୋତ୍ସବ ପାଳନ ଅବଧି୍ରେ ବିଧାତା ର ଚରମ ରସିକତା ନା ସ୍ଵାଧୀନୋତ୍ତର ଭାରତର ଶାସନ ବ୍ୟବସ୍ଥାର ବିଫଳତା ? ୧୯୫୦ ମସିହା ରୁ ଯେତେ ଯେତେ କମିଶନ ବସିଛି,ସେତେ ସେତେ ତଥ୍ୟ,ତାରିଖ ମିଳିଛି । ସେହି ଆନ୍ଦୋଳନ ବେଳେ ପ୍ରଧାନ ଶିକ୍ଷକ ଵେଣୀମାଧବଙ୍କ ବଦଳି ପରେ ବିଶ୍ବନାଥଙ୍କ ନେତୃତ୍ବରେ ହେଲା ଛାତ୍ର ଆନ୍ଦୋଳନ । ପୋଲିସ ଛାତ୍ରାବାସରେ ପ୍ରବେଶ କରି ସମସ୍ତ ଙ୍କୁ ତଡ଼ି ଦେଲା ଏବଂ ବିଶ୍ବନାଥଙ୍କ ଵାକ୍ସ ଅଣ୍ଡାଳି ଯେଉଁ ବହିଟି ପାଇଲେ, ତାହା ଥିଲା " ଗୀତା" । ବ୍ରିଟିଶ ପୋଲିସ ତାହା ଜାଣି ନପାରି କହିଲା ଏହି ବହି କେଉଁ ସନ୍ତ୍ରାସବାଦୀ ସଙ୍ଗଠନର ? ଏହାକୁ ପଢ଼ି ତୁ ଆନ୍ଦୋଳନ କରୁଛୁ ? ବିଶ୍ଵନାଥ କହିଲେ ଏହା ଆମର ଧର୍ମଗ୍ରନ୍ଥ " ଗୀତା", ଏହାକୁ ଛୁଇଁଲେ ସମଗ୍ର ଦେଶରେ ନିଆଁ ଜଳିବ । ବିଶ୍ଵନାଥଙ୍କୁ ସମର୍ଥନ କରି ସୁଭାଷ କହିଲେ, କେବଳ ନିଆଁ ଜଳିବ ନାହିଁ, ତୁମ ଇଂରେଜ ଶାସନର ପତନ ହେବ, ଜଣେ କେହି ବଞ୍ଚିକରି ଲଣ୍ଡନ ଫେରିବ ନାହିଁ । ଡରିଗଲେ ପୋଲିସ ବାହିନୀ ଏବଂ କୈାଣସି ଖାନତଲାସ ନକରି ଫେରିଗଲେ । ଏହି ବିଦ୍ୟାଳୟରୁ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ରେଭେନ୍ସା ମହାବିଦ୍ୟାଳୟରେ ପଢୁଥିବା ସମୟରେ ଭାରତ ଗୌରବ ମଧୁସୂଦନ ଏବଂ ବିଶ୍ବ ମଣି ପଣ୍ଡିତ ଗୋପବନ୍ଧୁଙ୍କ ସହିତ ପରିଚୟ ହୋଇ ପ୍ରଭାବିତ ହୋଇଥିଲେ ଏବଂ ଓଡ଼ିଆ ଭାଷା ଭାଷୀ ଏକତ୍ରିତ ଆନ୍ଦୋଳନରେ ଝାସ ଦେଇଥିଲେ । ସେଠାରୁ କଲିକତା ଯାଇ ଆଇନ ପଢୁଥିବା ସମୟରେ କଲିକତା ଛାତ୍ର ଆନ୍ଦୋଳନରେ ନେତୃତ୍ବ ନେଇଥିଲେ । ସେଠାରୁ ଫେରି ଓଡ଼ିଆ ଭାଷା ଭାଷୀ ଅଞ୍ଚଳକୁ ଏକତ୍ରିତ କରିବା ଆନ୍ଦୋଳନର ନେତୃତ୍ଵ ନେଲେ । ୧୯୨୧ ମସିହାରେ ସେ ମାନ୍ଦ୍ରାଜ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୧୯୩୦ ପର୍ଯ୍ୟନ୍ତ ବିଧାୟକ ରହିଥିଲେ । ସେହି ସମୟରେ ଉତ୍କଳ ସମ୍ମିଳନୀ,କୃଷକ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ ଆନ୍ଦୋଳନରେ ନେତୃତ୍ବ ନେଇଥିଲେ । ୧୯୩୬ , ମାର୍ଚ୍ଚ ୩ ତାରିଖରେ ( ଅପ୍ରେଲ ୧ ନୁହେଁ)ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରେ ହୋଇଥିବା ନିର୍ବାଚନରେ ବିଜୟୀ ହୋଇ ସଂଖ୍ୟା ଗରିଷ୍ଠ କଙ୍ଗ୍ରେସ ଦଳର ନେତା ଭାବେ ( ମହତାବଙ୍କ ଚକ୍ରାନ୍ତ ଫଳରେ ପଣ୍ଡିତ ନୀଳକଣ୍ଠ ନ ହୋଇପାରିବାରୁ) ନିର୍ବାଚିତ ହୋଇ ୧୯୩୭ରେ ପ୍ରଥମ ସରକାରର ପ୍ରଧାନମନ୍ତ୍ରୀ ଭାବେ ଶପଥଗ୍ରହଣ କରିବା ପୂର୍ବରୁ ସାମ୍ବିଧାନିକ କାରଣରୁ କେନ୍ଦ୍ରୀୟ ନେତୃତ୍ବର ନିର୍ଦ୍ଦେଶରେ ସରକାର ଗଠନ କରିବାକୁ ମନାକଲେ, ଫଳରେ ସଂଖ୍ୟା ନ୍ୟୁନ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ନେତୃତ୍ବରେ ସରକାର ଗଠିତ ହେଇଥିଲା ଏବଂ ତିନି ମାସ ପରେ ୧୯୩୭, ଜୁଲାଇ ୧ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥଗ୍ରହଣ କରିଥିଲେ । ସେହି ପରାଧୀନ ସମୟରେ, ସୀମିତ ସମ୍ବଳରେ ବହୁ ଜନମଙ୍ଗଳ କାର୍ଯ୍ୟ କରିଥିଲେ । ୧୯୬୨ ରୁ ୧୯୬୭ ମସିହା , ଦୀର୍ଘ ପାଞ୍ଚ ବର୍ଷ ସେ ଦେଶର ବୃହତମ ରାଜ୍ୟ ଉତ୍ତରପ୍ରଦେଶର ରାଜ୍ୟପାଳ ହୋଇଥିଲେ । ବିଜୁ ପଟ୍ଟନାୟକ ଓ ରାଧାନାଥ ରଥଙ୍କ ଅନୁରୋଧରେ ୧୯୭୧ ମସିହାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ପୁନଃ ଶପଥ ଗ୍ରହଣ କରିଥିଲେ ଏବଂ ବିଭିନ୍ନ ଘଟଣାକ୍ରମେ ୧୯୭୨, ଜୁନ ୧୩ ତାରିଖରେ ଇସ୍ତଫା ଦେଇଥିଲେ । ଉତ୍ତର ପ୍ରଦେଶ ରାଜଭବନରେ ବିଶାଳ ଶିବ ମନ୍ଦିର କୁହେ ଅନେକ ଇତିହାସ, ଯାହା ଅନାଲୋଚିତ । ତାଙ୍କର କୀର୍ତ୍ତି ଓ କୃତି ଲେଖିଵସିଲେ ବିରାଟ ଗ୍ରନ୍ଥ ହେବ । ଏହି ମହାପୁରୁଷଙ୍କ ପବିତ୍ର ଜୟନ୍ତୀ ଅବସରରେ ତାଙ୍କର ଅମ୍ଲାନ ଅମୃତ ସ୍ମତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛୁ ।
ଇତିହାସର ଛିଣ୍ଡା ଫର୍ଦ୍ଦ -୪
-----------
ବିଗତ ଚାରି ଦଶନ୍ଧି ଧରି ଆମେ ପ୍ରାମାଣିକ ତଥ୍ୟ ଆଧାରରେ ଦୃଢ଼ ଭାବରେ ପ୍ରକାଶ କରିଆସୁଅଛୁ ଯେ ଓଡ଼ିଆମାନେ ହିଁ ବିଶ୍ଵର ପ୍ରଥମ ନୌ- ବାଣିଜ୍ୟ ସଂସ୍କୃତିର ଜାତି । ଏହି ଆଧାରରେ ମଧ୍ୟ ବିଶ୍ବର ପ୍ରଥମ ଉପନିବେଶବାଦ ସଂସ୍କୃତିର ଓଁକାର ଧ୍ଵନି ପ୍ରଦାୟକ । ହଜାର ହଜାର ବର୍ଷ ପରେ ମଧ୍ୟ ଏବେବି ଆମେ ଦେଖି ଆସିଛୁ ଓଡ଼ିଆ ଛାପ ବିଶ୍ଵର ଅନେକ ସ୍ଥାନରେ ଦୃଶ୍ୟମାନ । ଅଶି ଦଶକର ଶେଷାର୍ଦ୍ଧରେ ଯେତେବେଳେ ଶ୍ରୀଲଙ୍କାରେ ସଂଘର୍ଷ ଘଟିଥିଲା , ସେତେବେଳେ ଆମେ କହିଥିଲୁ ଏହା ଶ୍ରୀଲଙ୍କା ମାଟିରେ ଓଡ଼ିଆ - ତାମିଲ ଵଂଶୋଦ୍ଭବ ମାନଙ୍କ ମଧ୍ୟରେ ଲଢେ଼ଇ । ଗତବର୍ଷ ଆମେ ଦୃଢ଼ ଭାବରେ କହିଥିଲୁ ଯେ ରୁଷିଆ ସେନା ଓଡ଼ିଆ ବଂଶୋଦ୍ଭବଙ୍କ ମାଟି ଓଡେଶାକୁ ଦଖଲ କରିବା ପାଇଁ ଆକ୍ରମଣ ଜାରି ରଖିଛନ୍ତି । ସେଠାରେ ଥିବା ଅନେକ ମନ୍ଦିର, ଯାତ୍ରା ମଞ୍ଚ ବା ଥିଏଟର ପ୍ରେକ୍ଷାଳୟ , ଓଡେଶା ଅପେରା ପ୍ରେକ୍ଷାଳୟ ଉପରେ ବୋମାମାଡ କରି ଧ୍ଵଂସ ବିଧ୍ବସ୍ତ କରିଦେଇଥିଲେ। ବୀର ଓଡ଼ିଆ ପାଇକଙ୍କ ଉତ୍ତରାଧିକାରୀ ମାନେ ସେଠାରେ କିଭଳି ଲଢେଇ କରିଆସୁଛନ୍ତି , ତା'ର ଚଳମାନ ଦୃଶ୍ୟ ( ଭିଡିଓ) ଦୃଶ୍ୟ ଶ୍ରାବ୍ୟ ଗଣମାଧ୍ୟମରେ ସଂରକ୍ଷିତ ଏବଂ ତାହାକୁ ଓଡ଼ିଆ ମାଟିରେ ଓଡ଼ିଆମାନେ କିପରି ଜଗନ୍ନାଥଙ୍କ ଶ୍ରୀମନ୍ଦିର ସଙ୍କଟାପନ୍ନ ,ରତ୍ନ ଭଣ୍ଡାର ଲୁଟ୍, ଚତୁଃପାର୍ଶ୍ଵରେ ସୀମା ଦଖଲ, ଲକ୍ଷଲକ୍ଷ କୋଟି ଟଙ୍କାର ଖଣି ଡକାୟତି, ଲୋକତନ୍ତ୍ରର ହତ୍ୟା , ପଡୋଶୀ ମାନଙ୍କ ଦ୍ଵାରା ଖାଉଟି ବଜାର ଦଖଲ ,କୃଷି ପ୍ରଧାନ ରାଜ୍ୟରେ ଜମି ପଡିଆ ଆଦି ବହୁବିଧ ସମସ୍ୟାରେ ପଡ଼ି ଉତ୍କଳ ଜନନୀ ଚିତ୍କାର କରୁଥିବା ସମୟରେ ବୀର ଓଡ଼ିଆଙ୍କ ଧୀର ଦାୟାଦ ମାନଙ୍କ ଭିକାରୀ ସଂସ୍କୃତି ଆହରଣ ପୂର୍ବକ ନିରବତା ସହିତ ତୁଳନା କରନ୍ତୁ । ଆଜି ଓଡେଶାର ସାଧାରଣ ଜନତା କେବଳ ନୁହେଁ , ଯୁବକ, ଯୁବତୀ, ଛାତ୍ରଛାତ୍ରୀ ହାତରେ ଅସ୍ତ୍ର ଧରି ମାତୃଭୂମିର ସ୍ବାଧୀନତା ପାଇଁ ଲଢେଇ କରୁଛନ୍ତି , ତାହା ମଧ୍ୟ ଦୟାକରି ଦେଖନ୍ତୁ । ଯଦି ଏହି ଦୃଶ୍ୟ ସାମାନ୍ୟ ମୂଳ ମାଟିକୁ ପ୍ରଭାବିତ କରି ପାରିବ , ତେବେ ହିଁ ଓଡ଼ିଆ ଓ ଓଡ଼ିଶାର ଐତିହ୍ୟ ତଥା ସ୍ବାଭିମାନ, ଅସ୍ମିତା ବୋଧ ଉଜ୍ଜୀବିତ ହୋଇ ବୀର ଓଡ଼ିଆଙ୍କ ଧୀର ଦାୟାଦ ନୁହେଁ , ବୀର ଦାୟାଦଙ୍କ ପରିଚୟ ପରବର୍ତ୍ତୀ ପିଢି ପାଇପାରିବେ । ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଯେ କେଉଁ ଅନାଦି ଅନନ୍ତ କାଳରୁ ବିଶ୍ବର ପ୍ରଥମ ନୌବାଣିଜ୍ୟ ପରମ୍ପରାର ଜାତି ଓଡିଆ । ଏହାକୁ ବହୁ ବିଳମ୍ବରେ ସ୍ବୀକାର କଲେ ବିଜାତୀୟ ଐତିହାସିକ ମାନେ । ପ୍ରାଚୀନ ଭୂଗୋଳ-ବିତ୍ ଟୋଲେମି ଖ୍ରୀଷ୍ଟାବ୍ଦ ଦ୍ୱିତୀୟ ଶତାବ୍ଦୀରେ ଉଲ୍ଲେଖ କରିଥିବା କିଛି ବନ୍ଦରର ନାମ ହେଲା ନାନିଗାଇନ (ପୁରୀ), କନ୍ନଗାର (କୋଣାର୍କ), କଟିକର୍ଦାମ (କଟକ) । ଟୋଲେମିଙ୍କ ଲେଖାରେ କିନ୍ତୁ ଅନେକ ମୂଖ୍ୟ ବନ୍ଦର ଯଥା ମାଣିକପାଟଣା, କଳିଙ୍ଗପାଟଣା, ପାଲୁର, ପିଥୁଣ୍ଡ, ଚେଲିତାଳା, ଖଳକଟ୍ଟପାଟଣା ଆଦିର ଉଲ୍ଲେଖ ନାହିଁ । କିନ୍ତୁ ପରବର୍ତ୍ତୀ ସମୟରେ, ଅର୍ଥାତ୍ ଖ୍ରୀଷ୍ଟାବ୍ଦ ନବମ ଓ ଦଶମ ଶତାବ୍ଦୀରେ ଆରବୀୟ ମାନଙ୍କ ଦ୍ୱାରା ଲିଖିତ ବିବରଣୀରେ ଓଡ଼ିଶା, ଗଞ୍ଜାମ, କଳିଙ୍ଗନଗର, କେଳକଣ, ଅଲ୍-ଲାଭା, ନୁବିନ୍ ଆଦି ସ୍ଥାନର ଉଲ୍ଲେଖ ରହିଛି । ପୁଣି ଖ୍ରୀଷ୍ଟାବ୍ଦ ପଞ୍ଚଦଶ ଶତାବ୍ଦୀରେ ବାଲେଶ୍ୱର, ପିପିଲି, ଗଞ୍ଜାମ, ହରିଶପୁର, ଚାନ୍ଦବାଲି ଓ ଧାମରା ମୂଖ୍ୟ ବନ୍ଦର ଭାବେ ଜଣାଶୁଣା ଥିଲେ । ବିଗତ ଦିନରେ ସୁବାର୍ତ୍ତାର ଅଗ୍ରଲେଖରେ ଆମେ ଉଲ୍ଲେଖ କରିଥିଲୁ ଯେ ଗୋଳବାଇ ଶାସନରେ ହୋଇଥିବା ପ୍ରତ୍ନତାତ୍ତ୍ୱିକ ଖନନରୁ ପ୍ରସ୍ତର ଯୁଗ (ପ୍ରାୟ ଖ୍ରୀଷ୍ଟପୂର୍ବ ୨୩୦୦), ତା’ ପରବର୍ତ୍ତୀ ସମୟ ବା ତାମ୍ରଯୁଗ ଓ ତା’ ପରବର୍ତ୍ତୀ ଲୌହଯୁଗ (ପ୍ରାୟ ଖ୍ରୀଷ୍ଟପୂର୍ବ ୯୦୦) ସମୟର ଅନେକ ଅବଶେଷାଂଶ ପ୍ରାପ୍ତ ହୋଇଛି । ଏଠାରେ ଆବିଷ୍କୃତ ପୁରାତନ ଉପକରଣରୁ ଜଣାପଡେ ଯେ ଏହା ଏକ ପ୍ରାଚୀନ ବୋଇତ ନିର୍ମାଣ କେନ୍ଦ୍ର ଥିଲା । ମାଛକଣ୍ଟା, ବନିଶୀ କଣ୍ଟା ଓ ମାଛ ଧରିବାରେ ବ୍ୟବହୃତ ଅନ୍ୟ ଉପକରଣର ଅବଶେଷାଂଶ, ସେ ସମୟରେ ମାଛ ମାରିବା ଏକ ପ୍ରମୁଖ ଜୀବିକା ଥିଲା ବୋଲି ଇଙ୍ଗିତ କରନ୍ତି । ତାମ୍ରଯୁଗୀୟ ସାମଗ୍ରୀମାନଙ୍କ ସହିତ ଭିଏତନାମରୁ ମିଳିଥିବା ତତ୍କାଳୀନ ସାମଗ୍ରୀମାନଙ୍କର ସାମଞ୍ଜସ୍ୟ ଥିବାରୁ ଏହି ଦୁଇ ଦେଶ ମଧ୍ୟରେ ଯୋଗାଯୋଗ ଥିଲା ବୋଲି ଅନୁମାନ କରିବା ଭୁଲ ନୁହେଁ । ଏଠାରେ ପୁନଃ ଉଲ୍ଲେଖଯୋଗ୍ୟ ଯେ ଖ୍ରୀଷ୍ଟପୂର୍ବ ୩୦୦ରୁ ଖ୍ରୀଷ୍ଟାବ୍ଦ ୪୦୦ ପର୍ଯ୍ୟନ୍ତ ଶିଶୁପାଳଗଡ ତୋଷାଳି ନାମରେ ଓ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀର ଅଳ୍ପ ସମୟ ପାଇଁ କଳିଙ୍ଗନଗର ନାମରେ ଅଭିହିତ ହେଉଥିଲା ବୋଲି କେତେକ ଐତିହାସିକ ମତ ପୋଷଣ କରିଛନ୍ତି ସତ୍ୟ ମାତ୍ର ସେମାନେ ଯେଉଁ ମତାମତ ଦେଇଛନ୍ତି ଯେ ଏହା ଏକ ସମୟରେ ଅଶୋକଙ୍କର ପ୍ରାନ୍ତୀୟ ରାଜଧାନୀ ମଧ୍ୟ ଥିଲା , ତାହା କୌଣସି ପ୍ରାମାଣିକ ତଥ୍ୟ ଆଧାରରେ ନୁହେଁ, ଏକ କପୋଳକଳ୍ପିତ କାହାଣୀକୁ ରୂପାନ୍ତରିତ କରାଯାଇଛି । କାରଣ
ପରବର୍ତ୍ତୀ ସମୟର ଇତିହାସ ପ୍ରମାଣ ଅଭାବରୁ ଅଧିକ ସ୍ପଷ୍ଟ ନୁହଁ । କେବେ ଉତ୍ତର କଳିଙ୍ଗ ଓ ଦକ୍ଷିଣ କଳିଙ୍ଗ ଭଳି ଦୁଇଟି ରାଜ୍ୟର ଗଠନ ହୋଇଥିଲା ତ କେବେ ଦୁଇଟି ରାଜ୍ୟ ମିଳିତ ହୋଇ କଳିଙ୍ଗ ନାମରେ ଅଭିହିତ ହେଉଥିଲେ । କେବେ କଳିଙ୍ଗ ସ୍ୱାଧୀନ ରାଜ୍ୟଭାବେ ପରିଗଣିତ ହେଉଥିଲା ତ ପୁଣି କେବେ ପଡୋଶୀ ଓଡିଆ ଭାଷା ଭାଷୀ ରାଜ୍ୟଦ୍ୱାରା ଶାସିତ ହେଉଥିଲା । ବିଦେଶୀ ଓ ସେମାନଙ୍କ ଦ୍ବାରା ପ୍ରଭାବିତ ହୋଇ ଭଗାରି ଜାତିର ଐତିହାସିକ ମାନେ କୌଣସି ପ୍ରକାରେ ପ୍ରାମାଣିକ ତଥ୍ୟ ସନ୍ନିବେଶିତ ନକରି
ଲେଖି ଯାଇଛନ୍ତି ଯେ ୭୦୦ରୁ ୧୦୦୦ ଯାଏଁ ଓଡ଼ିଶାର ଉତ୍ତର-ପୂର୍ବ ପ୍ରାନ୍ତ ଉତ୍କଳ ନାମରେ ଜଣାଯାଉଥିଲା । ଏହି ସମୟରେ ଉତ୍କଳ ଭୌମକର ବଂଶଦ୍ୱାରା ଶାସିତ ହେଉଥିଲା । ଏହି ଶାସକମାନେ ଖ୍ରୀଷ୍ଟାବ୍ଦ ୮୧୦ରୁ ୮୫୦ ପର୍ଯ୍ୟନ୍ତ ବଙ୍ଗର ପାଳବଂଶୀୟ ଶାସକ ଦେବପାଳଙ୍କ ଅଧୀନରେ ରହିଥିଲେ କିନ୍ତୁ ଉତ୍କଳ ଦେବପାଳଙ୍କ ପରବର୍ତ୍ତୀ ଶାସକମାନଙ୍କ କବଳରୁ ନିଜର ସ୍ୱାଧୀନତା ହାସଲ କରିଥିଲା ।କିଛି ବର୍ଷ ପାଇଁ (୧୦୧୨-୧୦୪୪) ଉତ୍କଳ ତାମିଲ୍ ଚୋଳ ସାମ୍ରାଜ୍ୟର ରାଜା ରାଜେନ୍ଦ୍ର ଚୋଳଙ୍କ ଅଧୀନକୁ ଆସିଥିଲା । ସ୍ୱାଧୀନତା ପ୍ରାପ୍ତି ପରେ ଅନନ୍ତ ବର୍ମନ୍ ଚୋଡ଼ଗଙ୍ଗଦେବ ୧୦୭୮ରୁ ୧୧୯୧ ମଧ୍ୟରେ ଏହି ଅଞ୍ଚଳକୁ କରାୟତ କରିଥିଲେ । ସେ ନିଜ ରାଜଧାନୀ କଳିଙ୍ଗ ନଗରରୁ କଟକକୁ ସ୍ଥାନାନ୍ତରିତ କରିଥିଲେ । ଓଡ଼ିଶାର ରାଜନୈତିକ ଓ ସାମରିକ ଶକ୍ତି ସବୁ ସମୟରେ ସ୍ଥିର ନଥିଲା ଏବଂ ୧୫୬୮ ରେ ଓଡ଼ିଶା ପୁଣି ତାର ସ୍ୱାଧୀନତା ହରାଇଲା। ଶେଷ ସ୍ୱାଧୀନ ରାଜା ଥିଲେ ମୁକୁନ୍ଦ ଦେବ। ଏହା ଅର୍ଦ୍ଧ ସତ୍ୟ । ୧୦୭୫ ମସିହାରୁ ୧୪୬୫ ପର୍ଯ୍ୟନ୍ତର ଇତିହାସ କ'ଣ ଥିଲା ? ଦିଗ୍ ବିଜୟୀ ସମ୍ରାଟ କପିଳେନ୍ଦ୍ର ଦେବଙ୍କୁ ଐତିହାସିକ ମାନେ ସଠିକ୍ ମୂଲ୍ୟାଙ୍କନ କରିଛନ୍ତି ? ବୋଇତ ନିର୍ମାଣର ନିୟମାବଳୀ ସମ୍ବନ୍ଧରେ ସଂସ୍କୃତ ଭାଷାରେ ଲିଖିତ ଯୁକ୍ତିକଳ୍ପତରୁରେ ବିବରଣୀ ରହିଛି । ରାଜା ଭୋଜ ନିଜ ସମୟରେ ସେ ସ୍ଥାନରେ ମିଳୁଥିବା କାଠ ବ୍ୟବହାର କରି ଅନେକ ବୋଇତ ନିର୍ମାଣ କରାଇଥିଲେ ବୋଲି ମାଦଳାପାଞ୍ଜିରେ ଉଲ୍ଲିଖିତ । ଦୁଇ ହଜାର ବର୍ଷ ତଳେ ଆଜିର ଗୋଳବାଇ ଥିଲା ଚିଲିକା ଉପକୂଳ ଏବଂ ଏବେ ତ
ଗୋଳବାଇରୁ ମିଳିଛି ବଢ଼େଇମାନଙ୍କଦ୍ୱାରା ବ୍ୟବହୃତ ଉପକରଣର ଅବଶେଷାଂଶ ଏବଂ ପ୍ରମାଣିତ ଯେ ଗୋଳବାଇ ଠାରେ ଗୋଟିଏ ନୁହେଁ ,ଅନେକ ପ୍ରକାର ବୋଇତ ନିର୍ମାଣର ଭିନ୍ନ ଭିନ୍ନ କାରଖାନା । ଆମର ଜନ୍ମ ଚିଲିକା କୂଳରେ ଏବଂ ପୁରାଣ ପ୍ରସିଦ୍ଧ ଦଧିଭଦ୍ରା , ଆଜିର ମୃତ ପ୍ରାପ୍ତ ତଥା ରାଜଧାନୀର ମଳ ମୂତ୍ର, ବର୍ଜ୍ୟବସ୍ତୁ ଦ୍ବାରା ବିଷାକ୍ତ ଦୟା ନଦୀର ପାଣି ପିଇ ଆମେ ବଢିଛୁ । ଆମ ପିଲାଦିନ ସମୟରେ ଚିଲିକା ଥିଲା ଆମ ଗାଁର ପଡା ଗ୍ରାମ, ଏବେ ସ୍ବତନ୍ତ୍ର ରାଜସ୍ବ ଗ୍ରାମ ନୂଆଗାଁ ପାଖରେ । ଏବେ ସେଠାରୁ ବୋଧେ ଚିଲିକା କୂଳ ୧୫ କିମି । ଅତଏବ ବର୍ତ୍ତମାନର
ଗୋଳବାଇ ଠାରୁ ଚିଲିକାର ଦୂରତା ୩୦ କିଲୋମିଟର । ଏଥିରୁ କାରଖାନା ଥିବା ସମୟ ସହଜରେ ହିସାବ କରିହେବ ।
ମକାରେ ଲଦା ବୋଇତମାନଙ୍କର ଚିତ୍ର ଅଙ୍କିତ ହୋଇଥିବା ପୋଡାମାଟିର ସିଲ୍-ମୋହର ବନଗଡ ଓ ଚନ୍ଦ୍ରକେତୁଗଡରୁ ଉଦ୍ଧାର କରାଯାଇଛି । ଓଡ଼ିଶାରେ ମିଳିଥିବା ଅନ୍ୟାନ୍ୟ ବୋଇତ ସମ୍ବନ୍ଧୀୟ ଚିହ୍ନ ହେଲା ବୋଇତ ଚିତ୍ରଯୁକ୍ତ କଳାକୃତି ( ଅର୍ଥାତ୍ ଦୁଇଟି ବୋଇତ ଥିବା ଏହି କଳାକୃତି ପ୍ରଥମେ ବ୍ରହ୍ମେଶ୍ୱର ମନ୍ଦିର ନିକଟରୁ ମିଳିଥିଲା ଯାହାକୁ ବର୍ତ୍ତମାନ ଓଡ଼ିଶାର ରାଜ୍ୟ ସଂଗ୍ରହାଳୟରେ ସଂରକ୍ଷଣ କରି ରଖାଯାଇଛି) । ଏହି ବୋଇତଗୁଡିକ ଗୋଟିଏ ମାସ୍ତୁଲ୍-ବିଶିଷ୍ଟ ଓ ଏମାନଙ୍କର ପାଲଗୁଡିକ ବର୍ଗାକାର ।ଗୋଟିଏ ବୋଇତରେ ହାତୀ ବୁହା ହେଉଥିବା ବେଳେ ସେଥିରେ ନାବିକ ଓ ଅନ୍ୟ ଯାତ୍ରୀମାନେ ବସିଥିବା ମଧ୍ୟ ପ୍ରଦର୍ଶିତ ହୋଇଛି ।
ଭୌଗୋଳିକ ପ୍ରମାଣ ସୂଚିତ କରେ ଯେ ପ୍ଲେଷ୍ଟୋସିନ୍ ସମୟର ପରବର୍ତ୍ତୀ ପର୍ଯ୍ୟାୟରେ ଚିଲିକା ହ୍ରଦ କଳିଙ୍ଗ ସାଗରର ଏକ ଅଂଶ ଥିଲ , ଅର୍ଥାତ୍ ୧୦ ହଜାର ବର୍ଷ ତଳେ ଥିଲା ବୋଲି ଏବେ ପ୍ରମାଣିତ । ଚିଲିକା କୂଳରେ ବନ୍ଦର ଜାଗାମାନଙ୍କରେ ରାଜପଥ ଓ ନଦୀ ଯୋଗେ ମାଲ୍ ଆସି ମହଜୁଦ୍ ରହୁଥିଲା ବା ସେଠୁ ବିଭିନ୍ନ ସ୍ଥାନକୁ ପଠାଯାଉଥିଲା ରାଜ୍ୟ ଭିତରକୁ। ମାଲ୍ ରହିବା ସ୍ଥାନକୁ ମାଲୁଦ ,ଏହି ନାମରେ ଏବେ ପାରିକୁଦରେ ମାଲୁଦ ବୋଲି ଜଣାଶୁଣା ଗାଁ ବିଦ୍ୟମାନ । ଚିଲିକା ବକ୍ଷ ଦେଇ ମୁହାଣକୁ ଗଲାବେଳେ ଚିଲିକା ମଧ୍ୟରେ ଅନେକ କୁଦ ବା ଦୀପ ପାରି ହେବାକୁ ପଡ଼େ। ଏହା ଦୀପ ସମୂହକୁ ପାରି ହେଉଥିବାରୁ ସେମାନଙ୍କର ନାମ ରଖାଯାଇଛି ପାରିକୁଦ। ରାତିରେ ବୋଇତମାନଙ୍କୁ ଦିଗ୍ଦର୍ଶନ ପାଇଁ ସେମାନେ ମୁଣ୍ଡିଆ ଉପରେ ପଥରରେ ଖାଲ କରି ସେଥିରେ ଘିଅ ଢ଼ାଳି ବତୀରେ ଅଗ୍ନି ସଂଯୋଗ କରି ଜାଳି ରଖୁଥିଲେ। ଏହିପରି ଏକ ମୁଣ୍ଡିଆର ନାମ ଦୀପ ମୁଣ୍ଡିଆ ଏବଂ ‘ଖଳା’ର ନାମ ଘିଅଖଳା। ସେହିପରି ବୋଇତ ପାଖକୁ ଯିବା ରାସ୍ତାକୁ ବୋଇତହୁଡ଼ା, ପାହାଡ଼ ତଳ ବନ୍ଦରକୁ ବୋଇତ ପାହାଡ଼। ଏମିତିକି ମାଣିକପାଟଣା ଅତୀତ ନୌବାଣିଜ୍ୟର ମୁକସାକ୍ଷୀ ସ୍ୱରୂପ ଏବେ ନାମ ବହନ କରି ବିଦ୍ୟମାନ। ଭାବକୁଣ୍ଡଳେଶ୍ବର ମନ୍ଦିରର ଇତିହାସ ହେଉ ଅବା ଗୋଟିଏ ଦିନର କିଛି ମୁହୂର୍ତ୍ତ ପାଇଁ ମହୋଦଧି ବା କଳିଙ୍ଗ ସାଗରର ପାଣି ମିଠା ହେବା ଠାରୁ ପ୍ରଭୁ ଜଗନ୍ନାଥଙ୍କ ଶ୍ରୀମନ୍ଦିରର ପତିତପାବନ ପତାକା ପବନ ବୋହୁ ଥିବା ଦିଗର ବିପରିତ ଦିଗରେ ଉଡ଼ିବା ଆଦି ଅନେକ ଆଶ୍ଚର୍ଯ୍ୟ ପ୍ରକଟ କରିଆସୁଥିବା ଘଟଣା ସମୂହର ବୈଜ୍ଞାନିକ ଭିତ୍ତିଭୂମି ନିର୍ଣ୍ଣୟ କରିବାରେ କ'ଣ ବିଫଳ ନୁହେଁ ବିଶ୍ବ ବିଜ୍ଞାନ ଜଗତ ? ବର୍ତ୍ତମାନ ଚିଲିକାର ସ୍ଥିତି କ'ଣ ? ବିଗତ ଦିନରେ ସୁବାର୍ତ୍ତାରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । କେବଳ ଜଣେ ମାତ୍ର ବ୍ୟକ୍ତି ମାଟି ମନସ୍କ, ଭାଷା ସାହିତ୍ୟ ପ୍ରାଣ ଅଧ୍ୟାପକ କାଶୀନାଥ ନାୟକଙ୍କ ବ୍ୟତୀତ ଅନ୍ୟ କାହା ଉପରେ ଏହି ଆଲେଖ୍ୟ ଆଲୋଚନା ପ୍ରଭାବ ପକାଇ ନଥିବା ସମ୍ପର୍କରେ ଆମେ ଦୃଢ ନିଶ୍ଚିତ ।
ଯେଉଁ ଚିଲିକା କୁ ଦେଖି ବିଶ୍ବ ମଣି ପଣ୍ଡିତ ଗୋପବନ୍ଧୁ କହିଥିଲେ " ରହ ରହ କ୍ଷଣେ ବାଷ୍ପୀୟଶକଟ , ଦେଖିବି ଚିଲିକା ଚାରୁ ଚିତ୍ରପଟ ." , ଯାହାକୁ ଦେଖି କବିବର ରାଧାନାଥଙ୍କ କାବ୍ୟିକ ପ୍ରାଣରେ ପ୍ରତିଧ୍ୱନିତ ହୋଇଥିଲା " ଉତ୍କଳ କମଳା ବିଳାସ ଦୀର୍ଘିକା , ମରାଳ ମାଳିନୀ ନୀଳାମ୍ବୁ ଚିଲିକା" ଏବେ "ଗରଳ ଗାଳିନୀ ଗୋଳାମ୍ବୁ ଚିଲିକା" । ଏହା ନିର୍ବିବାଦୀୟ ସତ୍ୟ ଯେ ଅପୂର୍ବ ଜୈବବିଭିନ୍ନତା ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ପର୍ଯ୍ୟଟକଙ୍କୁ ଚିଲିକା ପ୍ରତି ଆକର୍ଷିତ କରିଆସିଥିଲା, ଏବେବି ଆସୁଛି । ଅପରପକ୍ଷରେ ପ୍ରାଣୀଜ ପୁଷ୍ଟିସାର ଖାଦ୍ୟର ଆକର୍ଷଣ ବା ମୋହ ଚିଲିକାକୁ ବିକୃତ କରିବାରେ ଲାଗିଛି। ବିଭିନ୍ନ ନଦୀନାଳରୁ ଆସୁଥିବା ପାଣି ଓ ପଟୁ ଜମା ହେବା ଯୋଗୁଁ ଚିଲିକା ଧୀରେ ଧୀରେ ନୁହେଁ , ତୀବ୍ର ଗତିରେ ପୋତି ହେବାରେ ଲାଗିଛି । ସେହିପରି ଲବଣ ମାତ୍ରାରେ କ୍ରମାଗତ ପରିବର୍ତ୍ତନ ଓ ମଧୁରଜଳ ଅନାବନା ଗଛ ଜଳୀୟ ପ୍ରାଣୀ ସଂପଦକୁ ବେଶ ପ୍ରଭାବିତ କରିଆସୁଛି । କେଉଁ ଅନାଦି ଅନନ୍ତ କାଳରୁ ଚିଲିକା ସନ୍ନିକଟ ଅଧିବାସୀଗଣ ଚିଲିକା ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ। ସେମାନେ ଅବିରତ ଚିଲିକା ଗର୍ଭରୁ ମାଛ, ଚିଙ୍ଗୁଡ଼ି ଓ କଙ୍କଡ଼ା ଆଦି ମୂଲ୍ୟବାନ ପ୍ରାଣୀମାନଙ୍କୁ ବିଭିନ୍ନ ଚିରାଚରିତ କୌଶଳ ମାଧ୍ୟମରେ ଧରି ବିକ୍ରୟକରି ପେଟ ପୋଷିଥାନ୍ତି। ଫଳରେ ଏସବୁ ପ୍ରାଣୀଙ୍କ ସଂଖ୍ୟା ହ୍ରାସ ସହ ସେମାନଙ୍କ ଅଭିବୃଦ୍ଧି ବେଶ ବାଧାପ୍ରାପ୍ତ ହେବାରେ ଲାଗିଛି। ଏପରି ଅତ୍ୟଧିକ ଜୈବ ସଂପଦର ସଂଗ୍ରହ ଜୈବବିଭିନ୍ନତା କ୍ଷୟର ଏକ ମୁଖ୍ୟ କାରଣ । ପର୍ଯ୍ୟଟନ କ୍ଷେତ୍ର ଭାବରେ ସୁନାମ ଅର୍ଜନ କରି ଥିବା ଚିଲିକାକୁ ନିରନ୍ତର ଭାବରେ ପର୍ଯ୍ୟଟକଙ୍କ ଆଗମନ , ଭ୍ରମଣ ଓ ଦର୍ଶନ ଆଦି ଡଲଫିନ ପରି ପ୍ରାଣୀମାନଙ୍କ ସୁରକ୍ଷା ପ୍ରତି ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟିକରିଛି । ୨୦୧୦ ମସିହାରେ ଡଲଫିନକୁ ଦେଖିବାକୁ ନ ମିଳିବାରୁ ସମସ୍ତଙ୍କ ମନରେ ସନ୍ଦେହ ଦେଖାଦେଇଛି ଏମାନଙ୍କ ସ୍ଥିତି, ଅବସ୍ଥିତି ଓ ପରିସ୍ଥିତି ଉପରେ। ପର୍ଯ୍ୟଟକଙ୍କ ଯାତ୍ରା ପାଇଁ ଯନ୍ତ୍ରଚାଳିତ ଡଙ୍ଗ।ର ବ୍ୟବହାର, ମତ୍ସ୍ୟ ସଂଗ୍ରହ ତଥା ପକ୍ଷୀ ଓ ଜଳଜୀବମାନଙ୍କ ଚଳପ୍ରଚଳରେ ବେଶ ବାଧା ସୃଷ୍ଟିକରିବା ସ୍ୱାଭାବିକ । ଏହା ଉପରେ ସେପରି କୌଣସି କଟକଣା ବା ନିୟନ୍ତ୍ରଣ ପରିଲକ୍ଷିତ ହୁଏନାହିଁ । ଏବେ ନିକଟର ଆମେ ପୁଅ -ଵୋହୂ ଙ୍କୁ ନେଇ ଯାଇଥିଲୁ , ଯାହା ଦେଖିଲୁ ,ଆମ ହୃଦୟ ବିଦାରିତ ହୋଇଥିଲା । ନିକଟରେ ଏହି ଅଞ୍ଚଳର ଜଣେ ସମର୍ପିତ ସମାଜସେବୀ ସମ୍ମାନନୀୟ ସତ୍ୟପ୍ରିୟ ଜେନାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ, ତାଙ୍କର ପ୍ରତିମୂର୍ତ୍ତି ଅନାବରଣ କରି ଯେଉଁ ଶ୍ରଦ୍ଧାବଚନାର୍ପଣ ବକ୍ତବ୍ୟ ଦେଇଥିଲୁ , ସେଥିରେ ଯେଉଁ ତଥ୍ୟାର୍ପିତ ଆହ୍ବାନ ଦେଇଥିଲୁ , ତାହାର ପ୍ରଭାବ କଲା ନାହିଁ ସ୍ଥାନୀୟ ଅଞ୍ଚଳର ଲୋକ ମାନଙ୍କୁ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ପର୍ଯ୍ୟଟକଙ୍କ ଅବିରତ ଯାତ୍ରା ଓ ଭ୍ରମଣ ଚିଲିକା କୂଳ ଓ ଜଳଭାଗ ପ୍ରଦୂଷଣର କାରଣ । ବିଶେଷ କରି ପଲିଥିନ, ପ୍ଲାଷ୍ଟିକ ଓ ସେହିପରି ପ୍ରଦୂଷଣକାରୀ ପଦାର୍ଥର ବ୍ୟବହାର ଉପରେ ପ୍ରାୟତଃ କଟକଣା ନାହିଁ।ମୋଟର ଲଞ୍ଚରେ ବ୍ୟବହୃତ ଡିଜେଲ ପରି ତୈଳର ବ୍ୟବହାର ଜଳ ପ୍ରଦୂଷଣର ଅନ୍ୟତମ କାରଣ। ଫଳତଃ ଜଳୀୟ ପ୍ରାଣୀଙ୍କ ପରିବେଶ ଓ ଖାଦ୍ୟ ବେଶ ପ୍ରଦୂଷିତ ଓ କଳୁଷିତ ହେଉଛି। ସେହିପରି ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ନଦୀ ମୁହାଣରେ ଥିବା ପାଲୁର ଦ୍ୱିତୀୟ ଶତାବ୍ଦୀର ଏକ ମହତ୍ତ୍ୱପୂର୍ଣ୍ଣ ବନ୍ଦର । ପ୍ରତ୍ନତାତ୍ତ୍ୱିକ ଖନନ ପରେ ପାଲୁରରୁ ମିଳିଥିବା ଚାଇନାମାଟିର ପାତ୍ର ଓ ତତ୍କାଳୀନ ରୋମରେ ନିର୍ମିତ ପାତ୍ରର ଭଗ୍ନାବଶେଷ ଏହା ଏକ ପ୍ରମୁଖ ଅନ୍ତର୍ଜାତୀୟ ବନ୍ଦର ହୋଇଥିବାର ସଙ୍କେତ ଦେଇଥାଏ । ପ୍ରତ୍ନତାତ୍ତ୍ୱିକ ଖନନରୁ ଅନେକ ମୋହର ମଧ୍ୟ ମିଳିଛି । ତନ୍ମଧ୍ୟରୁ ଏକ ଅଦ୍ଭୁତ ମୋହରର ଏକ ପାର୍ଶ୍ୱରେ କୁଷାଣ ରାଜାଙ୍କ ଚିତ୍ର, ବ୍ରାହ୍ମି ଲିପିରେ ଲେଖା ରହିଛି ଓ ଅପର ପାର୍ଶ୍ୱରେ ରୋମାନ ପରି ମୁଣ୍ଡ, ରୋମାନ ଭାଷାର ଲେଖା ରହିଛି । ରୋମାନ ସମ୍ରାଟ ତାଇବେରିୟସଙ୍କ ସମୟର ଏକ ମୁଦ୍ରା ଶାଳିହୁନ୍ଦମ୍ ପାଖରେ ଓ ଅନ୍ୟ ସ୍ଥାନମାନଙ୍କରେ ମିଳିଥିବା ରୋମାନ ମୁଦ୍ରାରୁ ରୋମ୍ ସାମ୍ରାଜ୍ୟ ସହିତ ଥିବା ବାଣିଜ୍ୟିକ ସମ୍ପର୍କ ସ୍ପଷ୍ଟ ପ୍ରତିଫଳିତ ହୁଏ । ଦକ୍ଷିଣ-ପୂର୍ବ ଏସିଆ ସହ ବାଣିଜ୍ୟିକ ସମ୍ପର୍କର ସ୍ଥାପନା ପ୍ରଥମ ଶତାବ୍ଦୀରୁ କିମ୍ବା ତା’ର ବହୁ ପୂର୍ବରୁ ଆରମ୍ଭ ହୋଇଥିବାର ଅନୁମାନ କରାଯାଏ । ପରବର୍ତ୍ତୀ ସମୟରେ ମିଳିଥିବା ତଥ୍ୟରେ ଦ୍ୱାଦଶ ଶତାବ୍ଦୀର ସିଂହଳୀ ମୁଦ୍ରା ଓ ଚତୁର୍ଦ୍ଦଶ ଶତାବ୍ଦୀର ଚୀନି ମୁଦ୍ରା ମଧ୍ୟ ଉଲ୍ଲେଖଯୋଗ୍ୟ । ସୁମାତ୍ରାର କୋଚିନାଠାରେ ମିଳିଥିବା ଏକା ପ୍ରକାରର ମୁଦ୍ରା ସୁମାତ୍ରା, ସିଂହଳ ଓ କଳିଙ୍ଗ ମଧ୍ୟରେ ଥିବା ତ୍ରିକୋଣୀୟ ବ୍ୟବସାୟିକ ସମ୍ପର୍କର ସୂଚନା ଦିଏ । ସାମୁଦ୍ରିକ ବ୍ୟବସାୟରେ ଅନେକ ଜୀବନ ଓ ଧନହାନିର ଆଶଙ୍କା ଲାଗିରହିଥାଏ । ତତ୍କାଳୀନ ସମୟରେ କଳିଙ୍ଗ, ସିଆମ୍ ଓ ଜାଭାର ରାଜାମାନେ ସାମୁଦ୍ରିକ ତସ୍କରମାନଙ୍କୁ ଦମନ କରିବା ପାଇଁ ସମୟ ସମୟରେ ସାମରିକ ନିରୀକ୍ଷକ ଦଳମାନଙ୍କୁ ନିୟୋଜିତ କରୁଥିଲେ । ବହୁ ପୁରାତନ କାଳରୁ ଚିଲିକା ତଟସ୍ଥିତ ମାଣିକପାଟଣା ବନ୍ଦର ବିକାଶର ଚରମ ସୀମାରେ ପହଞ୍ଚିଥିଲା ଓ ଉନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ଥିଲା । ପ୍ରତ୍ନତାତ୍ତ୍ୱିକ ଖନନରୁ ବିଭିନ୍ନ ପ୍ରକାରର ମାଟି ନିର୍ମିତ ପାତ୍ର, ସିଂହଳ ଓ ଚୀନର ମୁଦ୍ରା ଇତ୍ୟାଦି ଆବିଷ୍କାର ହୋଇଛି । ନୂତନ ଯୁଗର ବସ୍ତୁମାନଙ୍କ ମଧ୍ୟରେ ଚୀନର ନୀଳ ରଙ୍ଗରେ ଚିତ୍ରିତ ହୋଇଥିବା ଚାଇନାମାଟିର ପାତ୍ର ଓ ଆରବର ଚିକ୍କଣ ମାଟିପାତ୍ର ଅନ୍ୟତମ । ଅଷ୍ଟାଦଶ ଶତାବ୍ଦୀରେ ନିର୍ମିତ ଏକ ମସଜିଦର ଅଭିଲେଖ କୁହେ ଯେ ସେଠାରେ ନାବିକ ଓ ବ୍ୟବସାୟୀମାନେ ସମୁଦ୍ରଯାତ୍ରା ପୂର୍ବରୁ ପ୍ରାର୍ଥନା କରୁଥିଲେ । ଖୀଷ୍ଟାବ୍ଦ ଷଷ୍ଠ ଶତାବ୍ଦୀର ବିଭିନ୍ନ ଅଭିଲେଖରୁ ଜଣାଯାଏ ଯେ ଏକଦା କଳିଙ୍ଗର ହାତୀ, ବହୁମୂଲ୍ୟ ପ୍ରସ୍ତର, ହାତୀଦାନ୍ତ, ଗୋଲମରିଚ, ଗୁଆ, ବସ୍ତ୍ରାଦି ପାଇଁ ସିଂହଳ ବଜାରରେ ଖୁବ୍ ଚାହିଦା ଥିଲା । ବଦଳରେ କଳିଙ୍ଗ ମୁକ୍ତା ଓ ରୁପା ଆମଦାନୀ କରୁଥିଲା । କଳିଙ୍ଗ ବିଭିନ୍ନ ସ୍ଥାନକୁ ମକା ଓ ଧାନ ମଧ୍ୟ ରପ୍ତାନୀ କରୁଥିଲା । କଳିଙ୍ଗର ବ୍ୟବସାୟୀମାନେ ଭୂମଧ୍ୟସାଗର ଅଞ୍ଚଳରେ ଚାହିଦା ଥିବା ମସଲା ଜାତୀୟ ଜିନିଷ ଓ ଚନ୍ଦନ କାଠ ମଧ୍ୟ ଆମଦାନୀ କରି କିଛି ସ୍ଥାନୀୟ ବଜାରରେ ବିକ୍ରି କରୁଥିଲେ ଓ ଏକ ବଡ଼ ଅଂଶ ଭୂମଧ୍ୟସାଗର ପାର୍ଶ୍ୱବର୍ତ୍ତୀ ଦେଶମାନଙ୍କୁ ରପ୍ତାନୀ କରୁଥିଲେ । ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ କୋଣାର୍କରେ ଏକ ପ୍ରସ୍ତର ଖୋଦିତ ଚିତ୍ରରେ ଡଙ୍ଗା ଉପରେ ଏକ ଜିରାଫର ଚିତ୍ର ଅଛି । ଅନୁମାନ କରାଯାଏ ଯେ କଳିଙ୍ଗ ଆରବ ବଣିକଙ୍କ ସହାୟତାରେ ଆଫ୍ରିକା ସହିତ ବାଣିଜ୍ୟ କାରବାର କରୁଥିଲା । ଠିକ୍ ସେହିପରି
ଖ୍ରୀଷ୍ଟପୂର୍ବ ସମୟରୁ ମହାନଦୀର ମୁହାଣ ଦେଶରେ ମନ୍ନଦ ନାମକ ବନ୍ଦର ବିଶ୍ୱ ପ୍ରସିଦ୍ଧ ଥିଲା। କଳିଙ୍ଗର ସମୁଦ୍ର ତଟରେ ମନ୍ନଦ, କୋଣାଗାର, କଟିକର୍ଦମ, ପାଲୁର, ଆଫେତାରିଆନ୍, ତାମ୍ରଲିପ୍ତି ପ୍ରଭୃତି ବନ୍ଦର ନୌବାଣିଜ୍ୟ କ୍ଷେତ୍ରରେ ପ୍ରସିଦ୍ଧିଲାଭ କରିଥିଲା ବୋଲି ବିଶ୍ୱପ୍ରସିଦ୍ଧ ଭୌଗୋଳିକ ଓ ନୌବିତ୍ ଜି.ଇ. ଜେରିନି ସ୍ୱରଚିତ ରିସର୍ଚେସ୍ ଅନ୍ ଟଲେମିକ୍ ଜିଓଗ୍ରାଫିରେ ବର୍ଣ୍ଣନା କରିଛନ୍ତି। ମହାନଦୀ ମୁହାଣରେ ଖ୍ରୀଷ୍ଟପୂର୍ବ ସମୟରୁ ଏକ ପ୍ରତିଷ୍ଠିତ ବନ୍ଦର ଥିଲା ବୋଲି ବିଶ୍ୱର ଅନ୍ୟତମ ପ୍ରସିଦ୍ଧ ଭୂଗୋଳବିତ୍ ଟଲେମି ବର୍ଣ୍ଣନା କରିଯାଇଛନ୍ତି ସେହି ବନ୍ଦରର ନାମ ମନ୍ନଦ ଥିଲା। ମହାନଦୀ ମୁହାଣରେ ରହିଥିବା ଯୋଗୁଁ ତାହାର ନାମ ମନ୍ନଦ ରଖାଯାଇଥିଲା। ଚୀନ ଦେଶର ରାଜକନ୍ୟା ବୌଦ୍ଧତନ୍ତ୍ର ବିଷୟରେ ଜ୍ଞାନ ଆହାରଣ କରିବା ନିମନ୍ତେ ନୌଯାନରେ କଳିଙ୍ଗ ସାଗରରେ ଆସି ଏକ ବୃହତ୍ ନଦୀରେ ପ୍ରବେଶ କରି ଚେଳିତୋଳ ବନ୍ଦର ପର୍ଯ୍ୟନ୍ତ ଆସିଥିଲେ। ସେଠାରୁ ସେ ପାଲିଙ୍କିଦ୍ୱାରା ତତ୍କାଳୀନ ବୌଦ୍ଧ ବିଶ୍ୱବିଦ୍ୟାଳୟ ପୁଷ୍ପଗିରି ଯାତ୍ରା କରି ତନ୍ତ୍ରଶିକ୍ଷା ଲାଭ କରିଥିଲେ ଓ ସେହି ମାର୍ଗରେ ଚୀନକୁ ନୌଯାନରେ ପ୍ରତ୍ୟାବର୍ତ୍ତନ କରିଥିଲେ। ମନ୍ନଦ ବନ୍ଦର ଦେଇ ଚୀନର ରାଜକୁମାରୀ ମହାନଦୀରେ ପ୍ରବେଶ କରି ଚେଳିତୋଳ ବନ୍ଦରରେ ପହଞ୍ଚିଥିଲେ ବୋଲି ବର୍ଣ୍ଣନା ରହିଛି।
ଅପରପକ୍ଷରେ ବର୍ମା ବା ବ୍ରହ୍ମଦେଶ ଖ୍ରୀଷ୍ଟପୂର୍ବ ସପ୍ତମ ଶତାବ୍ଦୀରେ କଳିଙ୍ଗରାଟ୍ (କଳିଙ୍ଗରାଷ୍ଟ୍ରର ଅପଭ୍ରଂଶ) ନାମରେ ସର୍ବବିଦିତ ଥିଲା । ବହୁ ପ୍ରାଚୀନ ସମୟରୁ ଏହାର ଦକ୍ଷିଣ ମୋନ୍ ଅଞ୍ଚଳରେ ବାହାରୁ ଆସିଥିବା ଲୋକଙ୍କଦ୍ୱାରା ଏକ ସଭ୍ୟତାର ପ୍ରତିଷ୍ଠା ହେବାର ପ୍ରମାଣ ମଧ୍ୟ ମିଳେ । ଖ୍ରୀଷ୍ଟାବ୍ଦ ଦ୍ୱିତୀୟ ଶତାବ୍ଦୀ ବେଳକୁ କାଲାଇମ୍ୟୋ, ଆରାକାନ୍ ନଦୀ ଉପତ୍ୟକାସ୍ଥ ଅଞ୍ଚଳ ଓ ମର୍ତ୍ତବାନ୍ ଚତୁଃପାର୍ଶ୍ୱର ପେଗୁ ଅଞ୍ଚଳ କଳିଙ୍ଗଦ୍ୱାରା ଶାସିତ ହେଉଥିଲା । ରେଙ୍ଗୁନ୍ ନିକଟବର୍ତ୍ତୀ ତାନ୍ତେ ଅଞ୍ଚଳର ଭୂଖନନରୁ ଆବିଷ୍କୃତ ଯାହାଜର ଭଗ୍ନାବଶେଷରୁ ଏହି ଅଞ୍ଚଳ ମଧ୍ୟ କଳିଙ୍ଗର ବଣିକଙ୍କ ଅଧୀନରେ ଥିବାର ଅନୁମାନ କରାଯାଏ । ସ୍ଥାନମାନଙ୍କ ନାମ ଓ ସ୍ଥାପତ୍ୟ କଳାରେ ସମାନତା ସାଗର ପାରି ଦେଶର ଲୋକଙ୍କ ସହିତ ସମ୍ପର୍କ ବିଷୟରେ ସଙ୍କେତ ଦିଏ । ବ୍ରହ୍ମଦେଶର ଧର୍ମାଭିଲେଖ ବୁଦ୍ଧାଗତରେ ମଧ୍ୟ ପ୍ରଥମେ କଳିଙ୍ଗର ବୌଦ୍ଧ ଧର୍ମାବଲମ୍ବୀ ବଣିକଙ୍କ ସହ ବ୍ୟବସାୟ, ବୌଦ୍ଧ ଧର୍ମପ୍ରଚାରକଙ୍କ ବ୍ରହ୍ମଦେଶରେ ବୌଦ୍ଧ ଧର୍ମର ପ୍ରଚାର ଓ ପରବର୍ତ୍ତୀ ସମୟରେ ଖ୍ରୀ. ୪ର୍ଥରୁ ୭ମ ଶତାବ୍ଦୀ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ବର୍ମାରେ କଳିଙ୍ଗର ରାଜନୈତିକ ପ୍ରଭାବ ବିସ୍ତାର ସମ୍ପର୍କରେ ବର୍ଣ୍ଣନା ରହିଛି । ପେଗୁରୁ ପ୍ରାପ୍ତ ହିନ୍ଦୁ ଧର୍ମର ଚିହ୍ନ ଥିବା ମୁଦ୍ରାମାନ ମଧ୍ୟ ଏହି ସମ୍ପର୍କର ପୁଷ୍ଟି କରିଥାନ୍ତି । ଏପରିକି ଓଡିଆ ବିଦ୍ୱେଷୀ ଐତିହାସିକ ମାନେ ସତ ଲୁଚେଇବାକୁ ଯାଇ ମଧ୍ୟ କେତେକ ତଥ୍ୟ ଦେଇ ଯାଇଛନ୍ତି , ଯେପରି କି ଆର୍. ଡି. ବାନାର୍ଜୀଙ୍କ ମତରେ କଳିଙ୍ଗର ହିନ୍ଦୁମାନେ ଜାଭା ଦ୍ୱୀପରେ ହିନ୍ଦୁ ସଂସ୍କୃତିର ପ୍ରଚାରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । କଳିଙ୍ଗରୁ ବାହାରିଥିବା ଏକ ବଣିକଦଳ ଖ୍ରୀ.ପୂ. ୭୫ରେ ଏଠାରେ ଏକ ଜନବସତି ସ୍ଥାପନ କରିଥିଲେ । କେତେକ ଲୋକକଥା ଅନୁସାରେ ଏହି ସମୟରେ ପ୍ରାୟ ୨୦,୦୦୦ ଲୋକଙ୍କ ଜନବସତି ରହିଥିବା ଅତ୍ୟୁକ୍ତି ପରି ଲାଗିପାରେ । ସମଗ୍ର ଜାଭା ଦ୍ୱୀପରେ ଖ୍ରୀ. ୪ର୍ଥ ଶତାବ୍ଦୀ ବେଳକୁ ଏହି ବିଦେଶୀମାନଙ୍କଦ୍ୱାରା ହିନ୍ଦୁ ଧର୍ମର ପ୍ରତିଷ୍ଠା ଓ ପ୍ରଚାର ଘଟିଥିଲା । ଚୀନର ଐତିହାସିକମାନେ ଚୀନରେ ତାଙ୍ଗ୍ ରାଜବଂଶର ଶାସନ ବେଳେ (ଖ୍ରୀ. ୬୧୮-୯୦୬) ଜାଭାରେ ରାଜୁତି କରୁଥିବା ବଂଶର ନାମ ହୋ-ଲିଙ୍ଗ୍ (“କଳିଙ୍ଗ” ଶବ୍ଦର ଆଉ ଏକ ଅପଭ୍ରଂଶ) ବୋଲି କହିଛନ୍ତି । ଜାଭାର ଏହି ରାଜବଂଶ ସେ କାଳର କଳିଙ୍ଗର ଲୋକଙ୍କଦ୍ୱାରା ପ୍ରତିଷ୍ଠିତ ବୋଲି ଅନୁମାନ କରାଯାଇପାରେ । ଆରବର ଐତିହାସିକମାନେ ଖ୍ରୀ. ୮ମ ଶତାବ୍ଦୀରେ ଜାଭାରେ ଶାସନ କରୁଥିବା ଓ କାମ୍ବୋଡିଆ, ଚମ୍ପାରେ ପ୍ରଭାବ ବିସ୍ତାର କରିଥିବା ଶୈଳେନ୍ଦ୍ର ବଂଶ କଳିଙ୍ଗରୁ ବୋଲି କହିଛନ୍ତି । ରାଜା କୁଟିଙ୍କର ପ୍ରାସାଦରେ ଥିବା ସେବକମାନଙ୍କୁ ଚମ୍ପା ଓ କଳିଙ୍ଗରୁ ଅଣାଯାଇଥିଲା ବୋଲି ଖ୍ରୀ. ୮୪୦ର ଏକ ତାମ୍ରଫଳକରେ ଲିଖିତ ଅଛି । ଖ୍ରୀ. ୧୦୧୯ରୁ ୧୦୪୨ ପର୍ଯ୍ୟନ୍ତ ଜାଭାରେ ଶାସନ କରିଥିବା ରାଜା ଐରଲଙ୍ଗଙ୍କ ସମୟରେ ତାଙ୍କ ରାଜ୍ୟକୁ ଆସିଥିବା ଲୋକଙ୍କ ମଧ୍ୟରେ କିଛି ଲୋକ କ୍ଲିଙ୍ଗ (“କଳିଙ୍ଗ” ଶବ୍ଦର ଆଉ ଏକ ଅପଭ୍ରଂଶ)ରୁ ଥିଲେ ବୋଲି ଅଭିଲେଖରୁ ଜଣା ପଡିଛି । ଗତ ଦୁଇ ବର୍ଷ ତଳେ ଆମେ ଦକ୍ଷିଣ କୋରିଆ ଯାଇଥିଲୁ । ତାହାର ଇତିହାସ ଜାଣିଲୁ ଯେ ସେଠାରେ ଶୈଳଜା ଡେନସିଟ ହେଉଛି ଇତିହାସ ସିଦ୍ଧ । ଏଥିରୁ କ'ଣ ପ୍ରମାଣ ମିଳୁଛି । ଅଗ୍ରଲେଖର କଳେବର ବୃଦ୍ଧି ଯୋଗୁଁ ପରବର୍ତ୍ତୀ ଆଲେଖ୍ୟ ଆଲୋଚନାରେ ଅବଶିଷ୍ଟାଂଶ ଉଲ୍ଲେଖ କରିବୁ ।
ଆଗ୍ନେୟ ଆହ୍ଵାନ
-------------------
ସେ ଦିନ ଥିଲା ୨୯, ଅପ୍ରେଲ, ୧୯୫୮ । ଆମ ଭାଷାରେ ଏହି ଦିନଟିର ଇତିହାସ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏକ ଆହ୍ବାନ , ଏହି ଇଂରାଜୀ ତାରିଖ ଅପ୍ରେଲ,୨୯ ଟି ମଧ୍ୟ ପ୍ରତ୍ୟେକ ପୂଜ୍ୟ ପୂଜା ସଂସ୍କୃତି ପ୍ରାଣ ଓଡ଼ିଆଙ୍କ ପାଇଁ ଚିର ସ୍ମରଣୀୟ ତାରିଖ । ଏଠାରେ ଇତିହାସର ଏକ ଛିନ୍ନ ପୃଷ୍ଠାର ଅପୁଛନୀୟ ବିଷୟବସ୍ତୁକୁ ଉପସ୍ଥାପନ କରି ଯୁବ ପିଢ଼ିଙ୍କ ଅବଗତି ନିମନ୍ତେ ଉପସ୍ଥାପନ କରୁଅଛୁ । ମୁକ୍ତି ଆନ୍ଦୋଳନ ସମୟରେ, ଅର୍ଥାତ୍ ସ୍ବାଧୀନତା ଲାଭ ପୂର୍ବରୁ ଭାରତୀୟମାନେ ଯେଉଁ ସବୁ ପ୍ରାପ୍ତିର ଆଶାରେ ମୂହ୍ୟମାନ ହୋଇଥିଲେ, ସ୍ବାଧୀନତା ପ୍ରାପ୍ତି ପରେ ଜନତାଙ୍କ ଆଶା ଆକାଂକ୍ଷା ଶରତ ସକାଳର କୁହୁଡି ପରି ଅଚିରେ ପରାହତ ହେଲା ଏବଂ ସ୍ବାଧୀନତା ଲାଭରେ ଆନନ୍ଦ ଉଛ୍ବାସର ଆଲୋକ ପ୍ଲାବିତ ଆକାଶ ଧୀରେ ଧୀରେ ନିରାଶର ପାଣ୍ଡୁରିତ ବିବର୍ଣ୍ଣତାରେ ପର୍ଯ୍ୟବେସିତ ହୋଇଥିଲା । ଏହି ଅପଦୃଶ୍ୟକୁ ଅବଲୋକନ କରି , ବିଶେଷ କରି ମହାତ୍ମାଗାନ୍ଧୀଙ୍କ ଅଵର୍ତ୍ତମାନରେ ଜାତୀୟ ସରକାରଙ୍କ କାର୍ଯ୍ୟକଳାପରେ ବୀତସ୍ପୃହ ହୋଇ ମହାନ ସ୍ବାଧୀନତା ସଂଗ୍ରାମୀ ତଥା ତ୍ୟାଗ ଓ ଆଦର୍ଶର ମୂର୍ତ୍ତିମନ୍ତ ପ୍ରତୀକ , ଓଡ଼ିଶାର ଗାନ୍ଧୀ ଭାବେ ସମ୍ବୋଧିତ ଚିର ବନ୍ଦନୀୟ ଗୋପବନ୍ଧୁ ଚୌଧୁରୀ "ଆମେ କାହାକୁ ଭୋଟ ଦେବୁନାହିଁ" ଶୀରୋନାମାରେ ଗୋଟିଏ ପ୍ରଚାର ପତ୍ର ଛପେଇ ବଣ୍ଟନ କରିଥିଲେ । କଳ୍ପିତ ସ୍ବରାଜର ବିନ୍ଦୁଏ ଚିତ୍ର ନ ଦେଖି ସର୍ବଦା ମ୍ରିୟମାଣ ହୋଇପଡ଼ିଥିବା ମହାତ୍ମା ଗୋପବନ୍ଧୁ ଚୌଧୁରୀଙ୍କ ଜୀବନର ଗୋଟିଏ ଦିନର ଇତିହାସ ଏଠାରେ ଉଲ୍ଲେଖଯୋଗ୍ୟ । ସେ ଦିନ ଥିଲା ଅପ୍ରେଲ ୨୯,୧୯୫୮ । ସକାଳୁ ଉଠି ବଗିଚା କାମ ଦାମ ସାରି ଲେଉଟିଆ ଶାଗ ତୋଳି ଆଣି କାଟି ନିଜେ ଭାଜି ,ଗାଧୋଇ ସାରି ଆଚାର୍ଯ୍ୟ ହରିହର ଦାସଙ୍କ ସହିତ ଶାଗ ପଖାଳ ଖାଇ ଦୁହେଁ ଭୁବନେଶ୍ୱର ବାହାରିଲେ ସଭାରେ ଯୋଗ ଦେବାକୁ । ସଭାର ସ୍ଥିତି ଏବଂ ଉପସ୍ଥିତ ବ୍ୟକ୍ତି ମାନଙ୍କ ମଧ୍ୟରେ ପରସ୍ପରକୁ ମଦ୍ୟପ ଆକ୍ଷେପ, ପ୍ରତି ଆକ୍ଷେପ ଶୁଣି ବିରକ୍ତ ହୋଇ କହିଲେ ଏହି ଚରିତ୍ର ରହିଲେ ଆମେ ଓଡ଼ିଆମାନେ କେବେବି ଉନ୍ନତି କରିପାରିବା ନାହିଁ । ମହାତ୍ମା ଗାନ୍ଧୀ ଓଡ଼ିଶା ବାସୀଙ୍କ ସମ୍ପର୍କରେ ଯାହା କହିଯାଇଛନ୍ତି , ତାହା ଯଦି ଆମକୁ ଭେଦ କରିନାହିଁ , ତେବେ ଆମ ଭବିଷ୍ୟତ ଅନ୍ଧକାର । ବିରକ୍ତି ପ୍ରକାଶ କରି ଅତ୍ୟନ୍ତ ଭାରି ହୃଦୟରେ ମର୍ମାହତ ମହାତ୍ମା ଗୋପବନ୍ଧୁ ,ଆଚାର୍ଯ୍ୟ ହରିହରଙ୍କ ସହିତ କଟକ ଫେରିବା ବେଳେ ଭୁବନେଶ୍ୱର ରାଜପଥରେ କେବଳ ବିଦେଶୀ ମଦର ବିଜ୍ଞାପନ ନୁହେଁ , ବିଦେଶୀ ମଦ ଦୋକାନ ଦେଖି ଅତ୍ୟନ୍ତ ବ୍ୟଥିତ ହୋଇ କହିଲେ - " ହରି ଭାଇନା ! ସ୍ବରାଜ ଏଇଥିପାଇଁ ଆସିଲା ?" ଘରକୁ ଫେରି କିଛି ନଖାଇ ଶୋଇ ପଡିଲେ । ସେହି ରାତିରେ ହୃଦଯନ୍ତ୍ରଣା ଅନୁଭବ କଲେ । ତାଙ୍କ କଣ୍ଠ ନିଃସୃତ ଶେଷ କଥା ଥିଲା " ଓଃ ମୁଁ କ'ଣ ଦେଖୁଛି ?" ସମାଜର ଗତି କୁଆଡ଼େ ଯାଉଛି ? କିଛି ମୂହୁର୍ତ୍ତ ନିରବ ରହି ପୁନଃ କହିଲେ "କି ସୁନ୍ଦର ଆଲୋକ,କି ଦିବ୍ୟ ଆଲୋକ , ଆସିଲ ଯଦି ପ୍ରଭୁ ମୋତେ ତୁମ କୋଳକୁ ନେଇଯାଅ, ଦୟାମୟ,କରୁଣାମୟ ,ତୁମରି ଇଛା ପୂରଣ ହେ..ଉ ,ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଆଚାର୍ଯ୍ୟ ବିନୋବା ଭାବେ କହିଥିଲେ " ପୂଣ୍ୟାତ୍ମା ଗୋପ ବାବୁ ଈଶ୍ବର ଦର୍ଶନ ଲାଭ କଲେ ।" ଏହା ଏଠାରେ ଉପସ୍ଥାପନ କରିବାକୁ ଯାଉଛୁ, ଯେତେବେଳେ ଆମେ ସାମ୍ପ୍ରତିକ ଭୟଙ୍କର ପରିସ୍ଥିତି ଦେଖି, "ଶ୍ରୋତା ବକତା କେହି ନାହିଁ ରୋଦନ କରୁ କାହିଁ ପାଇଁ " ବାକ୍ୟଟି ପ୍ରତିଧ୍ବନିତ ହେଉଛି । ନିଃସଙ୍ଗ ପଦାତିକ ଭାବେ କ'ଣ ଲଢେଇ କରି ହେବ ? ଭାରତ ଗୌରବ ମଧୁସୂଦନଙ୍କ " ମାଆ ମାଆ ବୋଲି କେତେ ମୁଁ ଖୋଜିଲି.....ଭାଇ ଭାଇ ବୋଲି କେତେ ମୁଁ ଡାକିଲି... ଉତ୍ତର ଦେଉ ନାହାନ୍ତି... ବିନିଦ୍ର ରଜନୀର ମାର୍ମିକ ବେଦନା କ'ଣ ସତରେ କାହା ହୃଦୟକୁ ସ୍ପର୍ଷ କରିବ ? ୯୫ ବର୍ଷ ତଳେ ଓଡ଼ିଆ ଭାଷା ସାହିତ୍ୟ ର ସାଗ୍ନିକ ଜମଦଗ୍ନି ତଥା ବ୍ୟକ୍ତିଗତ ଭାବେ ଆମର ଦୀକ୍ଷା ଗୁରୁ , ନିଆଁଖୁଣ୍ଟାର ପ୍ରତିଷ୍ଠାତା ସମ୍ପାଦକ ଚିର ବନ୍ଦନୀୟ
ଗୋଦାବରୀଶ ମହାପାତ୍ରଙ୍କ ବୁକୁଫଟା ଆହ୍ବାନ କ'ଣ ପ୍ରଭାବିତ ହେଲା ଏହି ଅବଧି ମଧ୍ୟରେ? ସେ ଆହ୍ବାନ ଥିଲା -
"ଦୁର୍ଗମ ଗିରି ଦୁର୍ଗ ପ୍ରାଚୀର ଜୀର୍ଣ୍ଣ ଦୁଆରେ ବସି,
ଡାକେ ତାନ୍ତ୍ରିକ ମନ୍ତ୍ର ସାଧନେ ଜାଗ୍ରତ ପୁରବାସୀ
ପୃଥ୍ବୀ ବିଦାରି ବାରବାଟୀ ମଡ଼ା ଉଠ ଉଠ ଚଞ୍ଚଳ,
ଖୋରଧାର ଶତ ସରଦାର ଶିର କର ଉନ୍ନତତର !
ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି,
ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି।
ମେଘାସନ ତଳ ମନ୍ଦ୍ର-ନିନାଦ ବାଜେ ଫୁଲଝର ବୁକେ
ରାଇବଣିଆର ରଣ ସଙ୍ଗୀତ ଗଞ୍ଜାମ ପଥେ ଡାକେ।
ସିଂଭୂମ କହେ ମରଣ ଦୁଆରେ ବିଶାଖାପାଟଣା ଚାହିଁ
ସନ୍ତାନ ମୁଖେ, ଶମଶାନ ବୁକେ ପ୍ରାଣ ସଙ୍କେତ ନାହିଁ।
ଉଠ ଦୁର୍ବଳ, ଜାଗ କଙ୍କାଳ, ଛିଡ଼ୁ ଶୃଙ୍ଖଳ ଆଜି
ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି।
ଚିର ବନ୍ଦିତା ବନ୍ଦିନୀ ମାଆ ବନ୍ଧନ ଫେଇବାରେ,
ସମ୍ବଲପୁର ସମ୍ବଳ ବୀର ଦମ୍ଭ କି ନାହିଁ ଧରେ ?
ଗଙ୍ଗା ଧୋଇଲା ଚିକୁର ଯାହାର, କୃଷ୍ଣା ଚରଣ ତଳ
ଶମଶାନ ଆଜି ମଡ଼ାଦେଶ ଆଜି, ଏହି ସେଇ ଉତ୍କଳ।
ଜାଗ ଦୁର୍ବଳ, ଛିଡ଼ୁ ଶୃଙ୍ଖଳ, ଉଠ କଙ୍କାଳ ଆଜି
ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି।
ନିଜାମ ଭୁବନେ କଳବର୍ଗର ଅର୍ଗଳ ଏଡ଼ି ଦିନେ
ଗଜପତି ବୀର ବେରାର ଭେଦିଲା ଜୟ ଗୌରବ ଗାନେ ।
ଦୁର୍ବାର ଗଡ଼, ଦେବରକୋଣ୍ଡା କହେ ଆଜି ସେହି କଥା
ବାରବାଟୀ ବୀର ଦେଇଥିଲା ତାର ରଣେ ଉନ୍ନତ ମଥା।
ଛିଡ଼ୁ ଶୃଙ୍ଖଳ, ଜାଗ କଙ୍କାଳ, ଉଠ ଦୁର୍ବାର ଆଜି,
ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି।
ଖଣ୍ଡାକୁଶଳ ଖଣ୍ଡାୟତର ଦୁର୍ବାର କରବାଳେ
ଅଜେୟ ବଙ୍ଗ-ବାହିନୀ ଶୋଇଲେ ଶତଗଡ଼ ପ୍ରାନ୍ତରେ।
ଗଉଡ଼ ଭୁବନ ହେଲା ପଦାନତ ମଗଧ ପାଇଲା ଲୀନ,
ପ୍ରତାପୀ ପୁଷ୍ପମିତ୍ର ହଟିଲା ଦେଇ ଉତ୍କଳେ ରଣ।
ଜାଗ କଙ୍କାଳ, ଜାଗ କଙ୍କାଳ,ଜାଗ କଙ୍କାଳ ଆଜି
ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି।
କଥା କହ କଥା କହ କଙ୍କାଳ! ସେ କେତେ ଯୁଗର କଥା,
ହିମାଚଳ ତଳେ ଟେକିଥିଲା ଯେବେ ଏ ଜାତିର ବୀର ମଥା।
ବିଜୟୀ ବିଜୟନଗର ମାଗିଲା ଶରଣ ଚରଣ ତଳେ,
ବାହାମନୀ ପତି ଯବନ, ଶମନ କାତରେ ଲୁଚିଲା ଘରେ।
ଉଠ କଙ୍କାଳ, ଉଠ ଦୁର୍ବଳ, ଛିଡ଼ୁ ଶୃଙ୍ଖଳ ଆଜି
ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି।
ହାଡ଼ ପାଶୁ ଆଜି ଭାଷା ବହି ଆସୁ, ଫୁଟୁ ମଡ଼ା ମୁଖେ ହସ
ଭଗ୍ନ ଏ ଗଡ଼ ମନ୍ଦିରେ ଶୁଭୁ ଦୁନ୍ଦୁଭି ଅହର୍ନିଶ।
ଶମଶାନ ଧୂଳି ଅଞ୍ଜଳି ଭରି ନିଅ ପୁରବାସୀ ଜନ;
ଲକ୍ଷ ଜୀବନ ସାକ୍ଷ୍ୟ ଦେବ ସେ ଗୌରବେ ମହୀୟାନ।
ଉଠ କଙ୍କାଳ, ଭେଦି ମହାକାଳ, ଜାଗ ଦୁର୍ବଳ ଆଜି
ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି।
ବେଳନାହିଁ, ବେଳ ନାହିଁ, କଙ୍କାଳ ! ଟେକ ଚଞ୍ଚଳ ମଥା
ବିଦାରି ଉପଳ ନିର୍ମଳ ତବ ପିଞ୍ଜରୁ ଉଠୁ ବ୍ୟଥା।
ବାଜିଉଠୁ ବାରେ ମରଣ-ବିଜୟୀ ବଂଶୀ ସେ ବୁକୁତଳେ,
ଧୂର୍ଜଟି ଜଟାଜୁଟ କମ୍ପାଇ ଯୌବନ କୁତୂହଳେ।
ଉଠ କଙ୍କାଳ, ଉଠ ଦୁର୍ବଳ, ଜାଗ କଙ୍କାଳ ଆଜି
ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି।" ।
ମହାକୁମ୍ଭର ମହାଶିକ୍ଷା
-------------------------
ଗତ ଫେବୃଆରୀ,୨୮ ତାରିଖ, ଶୁକ୍ରବାର, ରାତି ୮ ଘଣ୍ଟା ସମୟରେ ଭୁବନେଶ୍ବର ଦୂରଦର୍ଶନର ପରିକ୍ରମା କାର୍ଯ୍ୟକ୍ରମରେ " ଏକତାର ମହାକୁମ୍ଭ - ନୂଆ ଯୁଗର ଆରମ୍ଭ" ଶୀର୍ଷକରେ ସିଧା ପ୍ରସାରଣ ଆଲୋଚନାରେ ଜଣେ ଆଲୋଚକ ଭାବେ ଯୋଗଦେଇ ନିଜର ଯେଉଁ ମତାମତ ଦେଇଥିଲୁ , ତାହାକୁ ଉପଜିବ୍ୟ କରି ଉପରୋକ୍ତ ଶୀର୍ଷକରେ ଅଗ୍ରଲେଖ ଲେଖୁଥିବା ସମୟରେ ସମାଜରେ ବୌଦ୍ଧିକ ବନ୍ଧ୍ୟାକରଣର ଚିତ୍ର ହେଉଛି ପ୍ରତିଫଳିତ । ଗତ ଜାନୁଆରୀ ୧୩ ତାରିଖରୁ ୪୫ ଦିନ ଧରି ଚାଲିଥିବା ଏହି ମେଳାର ପରିସମାପ୍ତିର ଗୋଟିଏ ଦିନ ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦିଙ୍କ ଦ୍ୱାରା " ଏକତାର ମହାକୁମ୍ଭ ,ନୂଆ ଯୁଗର ଆରମ୍ଭ" ଶୀର୍ଷକରେ ଦେଶରେ ପ୍ରକାଶିତ ସମସ୍ତ ସ୍ବୀକୃତି ପ୍ରାପ୍ତ ଦୈନିକ ଖବରକାଗଜରେ ସମସ୍ତ ସ୍ବୀକୃତି ପ୍ରାପ୍ତ ଭାଷାରେ ପ୍ରକାଶ ପାଇଥିଲା । ବିଗତ ଦୁଇ ମାସ ଧରି ମୁଦ୍ରିତ ଓ ଦୃଶ୍ୟ ଶ୍ରାବ୍ୟ ଗଣମାଧ୍ୟମରେ ବ୍ୟାପକ ଭାବେ ଆଲୋଚନା ହୋଇଆସିଛି ଏବଂ ଦୁଇ ବର୍ଷ ଧରି ଏହାର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ମଧ୍ୟ ହୋଇଛି ଏଵଂ ଅନେକ ପଣ୍ଡିତ ମାନେ ବିଭିନ୍ନ ଦୃଷ୍ଟିକୋଣରୁ ଆଲୋଚନା ମଧ୍ୟ କରିଛନ୍ତି । ମେଳା ସରିବା ପରେ ଏହାକୁ କ୍ଷମତା ରାଜନୀତିକରଣ କରାଯାଇଛି । ପ୍ରଧାନମନ୍ତ୍ରୀ ଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ମନ୍ତ୍ରୀ,ଶାସକ ଦଳର ସାଂସଦମାନେ , ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଓ ତାଙ୍କ ସରକାର ଙ୍କ ମନ୍ତ୍ରୀ, ବିଧାୟକ , ବିଭିନ୍ନ ରାଜ୍ୟର ଭାରତୀୟ ଜନତା ପାର୍ଟି ସରକାରର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ ମାନେ ସଫଳତାର ଉଦଘୋଷଣା କୁ ବିଭିନ୍ନ ରଙ୍ଗ ବେରଙ୍ଗ ମିଶ୍ରିତ ଭାଷାରେ ବର୍ଣନା କରିଥିବା ବେଳେ ବିରୋଧୀମାନେ ମୃଦୁ ସମାଲୋଚନା କରିଛନ୍ତି , ବିଶେଷ କରି ଦଳାଚକଟା ଘଟଣାକୁ ଆଧାର କରି । ସେହିପରି ତଥାକଥିତ ଗଣମାଧ୍ୟମ ମାନେ ସେମାନଙ୍କ ଆନୁଗତ୍ୟ ଆଧାରରେ ମହାକୁମ୍ଭ ମେଳା ସମ୍ପର୍କରେ ଆଲୋଚନା କରିଛନ୍ତି । ଯେଉଁ ମାନେ ଆଲୋଚନା କରିଛନ୍ତି , ସେମାନେ ପ୍ରାୟତଃ ଆୟୋଜନ, ପରିଚାଳନା , ଅଂଶଗ୍ରହଣ , ଅର୍ଥନୈତିକ ଫାଇଦା , ମେଳାରେ ମାଳି ବିକୁଥିବା ନୀଳ ନୟନା ଝିଅଟିଏ ରାତାରାତି ମୋନାଲିସା ନାମରେ ଚଳଚିତ୍ରର ନାୟିକା ହେବା ଠାରୁ କମ୍ପୁଟର ବାବା ମାନଙ୍କ ଭିତରେ ସୀମାବଦ୍ଧ ହୋଇଯାଇଛନ୍ତି । ରାଜନୈତିକ, ପୌରାଣିକ, ଐତିହାସିକ , କିମ୍ବଦନ୍ତୀ ଆଧାରିତ , ଅର୍ଥନୈତିକ , ପ୍ରଶାସନିକ ଆଲୋଚନା ହୋଇଛି ବ୍ୟାପକ ସତ୍ୟ ମାତ୍ର, ଯେଉଁ ତତ୍ତ୍ଵ ଆଲୋଚନା ହେବା କଥା ତାହା କେଉଁଠି ବା କିଏ ଆଲୋଚନା କରିଛନ୍ତି , ତାହା ଆମେ ପଢି ନାହୁଁ କି ଗୁଗୁଲ୍ ସମ୍ବାଦରୁ ମଧ୍ୟ ପାଇ ନାହୁଁ । ତାହା ହେଲା ହଜାର ହଜାର ବର୍ଷ ତଳେ ଆମର ପୂର୍ବଜ ମାନଙ୍କ ଦ୍ବାରା ଭୂମି
ରୁ ଭୂମା ଗବେଷଣା ଆଧାରିତ ତତ୍ତ୍ଵ । ଏହା ଆଲୋଚନା ହୋଇଥିଲେ ଭାରତ କିଭଳି ଏହି କ୍ଷେତ୍ରରେ ମଧ୍ୟ ବିଶ୍ବ ଗୁରୁ , ତାହା ହୋଇଥାନ୍ତା ପ୍ରମାଣିତ । ସେହିପରି ଏହାର ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ , ମାନବତାବାଦୀ ଦୃଷ୍ଟିଭଙ୍ଗୀ ଠାରୁ ଆରମ୍ଭ କରି ବସୁଧୈବ କୁଟୁମ୍ବକମ୍ ଦର୍ଶନ , ପରିବେଶ ସନ୍ତୁଳନତା ଜ୍ଞାନ ଆଦି ସମ୍ପର୍କରେ ମଧ୍ୟ ଆଲୋଚନା କରାଗଲା ନାହିଁ । କେଉଁ ଆଧାରରେ କୁମ୍ଭ , କେଉଁ ଆଧାରରେ ମହାକୁମ୍ଭ , କେଉଁ ଅନୁପାତରେ ନିର୍ଣ୍ଣୟ ସମ୍ପର୍କରେ ଆଲୋଚନା ହୋଇଥିଲେ ଆମ ପୂର୍ବପୁରୁଷ ସୂର୍ଯ୍ୟ, ଚନ୍ଦ୍ର ଓ ବୃହସ୍ପତି ଙ୍କ ଅବସ୍ଥିତି ସମ୍ପର୍କରେ ଥିଲେ ଜ୍ଞାନବନ୍ତ , ତାହା ହୋଇଥାନ୍ତା ପ୍ରମାଣିତ । ବ୍ୟାପକ ଭାବେ ପ୍ରଚାର ପ୍ରସାର କରାଗଲା ଯେ ୧୪୪ ବର୍ଷ ପରେ ପଡ଼ିଛି ମହାକୁମ୍ଭ , ଏଥିରେ ବୁଡ଼ ପକାଇଲେ ସକଳ ପାପ ନାଶନ ହୋଇ ବୈକୁଣ୍ଠ ପ୍ରାପ୍ତ ହେବ , ୪୫ କୋଟି ଲୋକ ବୁଡ଼ ପକାଇବାର ସମ୍ଭାବନା ଅଛି , ବ୍ୟାପକ ସୁବନ୍ଦୋବସ୍ତ କରାଯାଇଛି , ଲୋକେ ଶୃଙ୍ଖଳିତ ଭାବେ ପ୍ରୟାଗରାଜର ତ୍ରିବେଣୀରେ ବୁଡ଼ ପକାଇ ପୂଣ୍ୟ ଅର୍ଜନ କରନ୍ତୁ । ଏହାର ପ୍ରଭାବରେ ପ୍ରଭାବିତ ହୋଇ ୪୫ କୋଟି ଅଟକଳ ଥିବା ଯାଗାରେ ସରକାରୀ ହିସାବରେ , ବିଶେଷ କରି କୃତ୍ରିମ ବୁଦ୍ଧିମତ୍ତା (ଏ ଆଇ) ହିସାବରେ ୬୭ କୋଟି ଲୋକେ ବୁଡ଼ ପକାଇଛନ୍ତି । ଅତଏବ ୧୨ ବର୍ଷରେ କେମିତି ପଡେ କୁମ୍ଭ ଏବଂ ୧୨ ଟି କୁମ୍ଭ ପରେ ସୂର୍ଯ୍ୟ - ଚନ୍ଦ୍ର - ବୃହସ୍ପତି ଙ୍କ ଅବସ୍ଥିତି ଆଧାରରେ ୧୨ ର ବର୍ଗ ୧୪୪ ବର୍ଷ ପରେ ପଡ଼ିଥାଏ ମହାକୁମ୍ଭ , ଏହାର ଭୌମ ପ୍ରଭାବ ଉପରେ ଗବେଷଣା କରି ତଥ୍ୟାର୍ପଣ କରିଥିଲେ ଭାରତୀୟ ମାନଙ୍କ ପ୍ରତ୍ୟେକ ପର୍ବପର୍ବାଣୀ , ମେଳା ମହୋତ୍ସବ ପାଳନ ଭିତରେ କିଭଳି ଧର୍ମୀୟ ଭାବନା ସହିତ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ସଂଯୁକ୍ତ , ତାହା ବିଶ୍ବବାସୀ ଜାଣିବାକୁ ପାଇଥାନ୍ତେ । ବ୍ୟକ୍ତିଗତ ଭାବେ ଆମେ ଚାରି ଦଶନ୍ଧିରୁ ଉର୍ଦ୍ଧ୍ୱ ଅବଧିରେ ଅନେକ ଆଲେଖ୍ୟ ଆଲୋଚନାରେ ବିଭିନ୍ନ ପର୍ବପର୍ବାଣୀର ବୈଜ୍ଞାନିକ ଭିତ୍ତିଭୂମି ଉପରେ ଆଲୋକପାତ କରିଛୁ , ଯଦିଓ ଏହା ହୋଇ ନାହିଁ ପ୍ରଭାବିତ ବୋଲି ଆମେ ଦୃଢ ନିଶ୍ଚିତ । ଏହାର ପ୍ରମୁଖ କାରଣ " ସୁବାର୍ତ୍ତା" ଏକ କ୍ଷୁଦ୍ର ଗଣମାଧ୍ୟମ ଏବଂ ଓଡିଆ ଭାଷାରେ ପ୍ରକାଶିତ । ଅପରପକ୍ଷରେ ସାମ୍ପ୍ରତିକ ସମୟରେ
ନକରାତ୍ମକ ବିଜ୍ଞାପନ ତୀବ୍ର ଗତିରେ ଗାଣିତିକ ପ୍ରକ୍ରିୟାରେ ପ୍ରଚାର ପ୍ରସାର ଲାଭ କରୁଥିବା ବେଳେ ସକରାତ୍ମକ ତଥ୍ୟ ସଙ୍କେତ ପାଇ ନଥାଏ ଜନ୍ମଗ୍ରହଣୀୟତା , ଏହାହିଁ ଅପ୍ରିୟ ସତ୍ୟ । ହଁ , ଏହା ନିର୍ବିବାଦୀୟ ସତ୍ୟ ଯେ ଉତ୍ତର ପ୍ରଦେଶର ପ୍ରୟାଗ ରାଜ ଠାରେ ଦୀର୍ଘ ୪୫ ଦିବସ ବ୍ୟାପୀ ଚାଲିଥିବା ମହାକୁମ୍ଭ ଅନେକ ଦୃଷ୍ଟିକୋଣରୁ ବିଶ୍ବ ଇତିହାସରେ ସୃଷ୍ଟି କରିଛି ଅନେକ କୀର୍ତ୍ତିମାନ । କେବଳ ଧର୍ମ, ବିଶ୍ବାସ ଓ ଆସ୍ଥା କୁ ନେଇ ନୁହେଁ , ବୈଜ୍ଞାନିକ ଦୃଷ୍ଟିଭଙ୍ଗୀକୁ ଊପଜିବ୍ୟ କରି ୧୪୪ ବର୍ଷ ପରେ ଅନୁଷ୍ଠିତ ମହାକୁମ୍ଭରେ ୬୫ କୋଟି, ସରକାରୀ ହିସାବରେ ୬୭ କୋଟି ଶ୍ରଦ୍ଧାଳୁ, ସେମାନଙ୍କ ମଧ୍ୟରେ ବିଭିନ୍ନ ଜାତି,ଧର୍ମ ଓ ସମ୍ପ୍ରଦାୟ ନିର୍ବିଶେଷରେ ପ୍ରୟାଗ ରାଜ ର ତ୍ରିବେଣୀ ସଙ୍ଗମ ଓ ଗଙ୍ଗା ଘାଟରେ ବୁଡ଼ ପକାଇବା ନିଶ୍ଚିତ ଭାବେ ଏକ କୀର୍ତ୍ତି ମାନ , ଯାହା ଆମେରିକାର ଲୋକସଂଖ୍ୟାର ଦୁଇ ଗୁଣରୁ ଉର୍ଦ୍ଧ୍ୱ । ଯଥାର୍ଥରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରୟାଗରାଜର ଏହି ମହାକୁମ୍ଭ ଆଧୁନିକ ପ୍ରବନ୍ଧନ ବା ପରିଚାଳନା ବା ମ୍ୟାନେଜମେଣ୍ଟ ପେଷାଦାର ଯୋଜନା ଏବଂ ନୀତି ବିଶେଷଜ୍ଞ ମାନଙ୍କ ପାଇଁ ଏକ ଅଧ୍ୟୟନର ବିଷୟ । ପ୍ରଧାନମନ୍ତ୍ରୀ ଙ୍କ ବକ୍ତବ୍ୟ ପୂର୍ବରୁ ସମ୍ବାଦ ପ୍ରକାଶ ପାଇଥିଲା ଯେ ହାର୍ଭାର୍ଡ, କଲମ୍ବିଆ ବିଶ୍ଵବିଦ୍ୟାଳୟ, ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସ,କ୍ୟାଟୋ ବିଶ୍ବବିଦ୍ୟାଳୟ ସମେତ ଅନେକ ଶିକ୍ଷାନୁଷ୍ଠାନର ଗବେଷକ ଓ ଶିକ୍ଷାବିତ୍ ମାନେ ମହାକୁମ୍ଭ ଉପରେ ଗବେଷଣା ଆରମ୍ଭ କରିଲେଣି । ଏହା ମଧ୍ୟ ନିର୍ବିବାଦୀୟ ସତ୍ୟ ଯେ ବିଶ୍ବ ଇତିହାସରେ କୌଣସି ସ୍ଥାନରେ ଏଭଳି ବ୍ୟାପକତାର ଉଦାହରଣ ଦେଖିବାକୁ ମିଳେ ନାହିଁ । ସେହିପରି ୧୪୪ ବର୍ଷ ତଳେ ପଡିଥିବା ମହାକୁମ୍ଭ ସମୟରେ ଭାରତ ଥିଲା ବ୍ରିଟିଶ ଶାସନାଧୀନ । ସ୍ବାଧୀନତା ପରେ ଏହା ପ୍ରଥମ ମହାକୁମ୍ଭ ଏବଂ ବିଶାଳ ସଂଖ୍ୟାର ଶ୍ରଦ୍ଧାଳୁମାନଙ୍କ ଆଧ୍ୟାତ୍ମିକ ସଂଯୁକ୍ତିକରଣର ସଫଳତା ବିଶାଳ ଭାରତର ପ୍ରଶାସନିକ ଶକ୍ତି ପ୍ରଦର୍ଶନର ଏକ ମହତ୍ତ୍ୱପୂର୍ଣ୍ଣ ମୁହୂର୍ତ୍ତ ଥିବା ସମ୍ପର୍କରେ ସାମାନ୍ୟ ସନ୍ଦେହର ଅବକାଶ ନାହିଁ ।୪୫ ଦିନରେ ୧୫ ହଜାର ରୁ ଅଧିକ ରେଳ ଚଳାଚଳ ଠାରୁ ଆରମ୍ଭ କରି କୃତ୍ରିମ ବୁଦ୍ଧିମତ୍ତା ମାଧ୍ୟମରେ ଭିଡ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଥିବା ବେଳେ ଆୟୋଜନକାରୀ ପ୍ରାଧିକରଣ ଓ ଯୋଗୀ ଆଦିତ୍ୟ ନାଥଙ୍କ ନେତୃତ୍ଵାଧୀନ ସରକାରଙ୍କ ସଫଳ ପରିଚାଳନା ବ୍ୟବସ୍ଥା ସମସ୍ତ ଙ୍କୁ ଚକିତ କରିଛି । ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟଯେ ୭୩ ଟି ରାଷ୍ଟ୍ରର ରାଷ୍ଟ୍ରଦୂତ, ଦୂତାବାସ ଅଧିକାରୀ ଓ ସେମାନଙ୍କର ପରିବାର ସଦସ୍ୟ, ୧୧୮ ଜଣିଆ ବିଦେଶୀ ପ୍ରତିନିଧି ମଣ୍ଡଳୀ ମହାକୁମ୍ଭ ମେଳା ପରିଦର୍ଶନ କରିଥିବାବେଳେ ଭୂଟାନର ରାଜା ସଙ୍ଗମରେ ବୁଡ଼ ପକାଇଥିଲେ । ଦଳାଚକଟା ଭଳି କେତେକ ଅବାଞ୍ଛନୀୟ ଘଟଣା ସତ୍ତ୍ୱେ ଏତେ ସଂଖ୍ୟକ ଭିଡ଼ ନିୟନ୍ତ୍ରଣ ଓ ପରିଚାଳନା ଅନନ୍ୟ ଉଦାହରଣ ସୃଷ୍ଟି କରିଛି , ଯାହାର ଶ୍ରେୟାଧିକାରୀ ମୁଖ୍ୟମନ୍ତ୍ରୀ ଯୋଗୀ ଓ ତାଙ୍କ ସରକାର । ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟଯେ ଏହି ବୈଶ୍ବିକ ମେଳା ପାଇଁ ଦୁଇ ବର୍ଷ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରାଯାଇଥିଲା ବୋଲି ସରକାରୀ ସୁତ୍ରରୁ ଜଣାପଡିଛି । ମାତ୍ର ବାସ୍ତବରେ ଏହା ବହୁ ପୂର୍ବରୁ , ଯାହା ଆଲୋଚନା ହୋଇନାହିଁ । ପ୍ରଥମେ ଆହ୍ଲାବାଦ ର ନାମ ପରିବର୍ତ୍ତନ କରି କରାଗଲା ପ୍ରୟାଗ ରାଜ । ଯଦି ତାହା ହୋଇ ନଥାନ୍ତା , ତେବେ କ'ଣ କୁହାଯାଇଥାନ୍ତା ? ଆହ୍ଲାବାଦ ର କୁମ୍ଭମେଳା , ଏହା କ'ଣ ପ୍ରମାଣ କରିଥାନ୍ତା ? ଅନ୍ୟ ଧର୍ମୀୟ ସ୍ଥାନରେ ଅନ୍ୟ ଏକ ଧର୍ମର ମହାମେଳା ବୋଲି ଆକ୍ଷେପ,ପ୍ରତ୍ୟାକ୍ଷେପ ହୋଇଥାନ୍ତା, ଏହା ନିଃସନ୍ଦେହ । ସେହିପରି ପ୍ରୟାଗ ରାଜ ସହର ଓ କୁମ୍ଭ କ୍ଷେତ୍ରର ୪୦ କିଲୋମିଟର ପରିବ୍ୟାପ୍ତ ଅଞ୍ଚଳକୁ ୨୫ଟି ଭାଗରେ ବା ସେକ୍ଟର ରେ ବିଭକ୍ତ କରାଯିବା ସହିତ ପ୍ରତିଟି ସଡକ,ସ୍ନାନଘାଟ, ଅସ୍ଥାୟୀ ପୋଲ,ମୁଖ୍ୟ ରାସ୍ତାରେ ଥିବା ଉଚ୍ଚ ପୋଲ ବା ଓଭରବ୍ରିଜ ଆଦିର ସୁରକ୍ଷାରେ ୨୭ ଶହରୁ ଅଧିକ ପ୍ରକ୍ଷେସ୍ମିତ ବା ସିସିଟିଭି କ୍ୟାମେରା, କୃତ୍ରିମ ବୁଦ୍ଧିମତ୍ତା ବା ଏ ଆଇ ସଞ୍ଚାଳିତ ଉଚ୍ଚ ଶକ୍ତି ସମ୍ପନ୍ନ ଚିତ୍ରୋତ୍ତୋଳକ ବା କ୍ୟାମେରା ନିୟୋଜିତ, ମହାକୁମ୍ଭ ପରିସରରେ ସମନ୍ଵିତ ନିୟନ୍ତ୍ରଣ ଓ ନେତୃତ୍ବ କେନ୍ଦ୍ର ବା କଣ୍ଟ୍ରୋଲ ଆଣ୍ଡ କମାଣ୍ଡ ସେଣ୍ଟର ଦ୍ବାରା ୧୭ ଟି ପକ୍ଷୀଯାନ ବା ଡ୍ରୋନ କେନ୍ଦ୍ର ପରିଚାଳନା, ସୂଚନା କେନ୍ଦ୍ର,ବୁଲା ଭଟକା କେନ୍ଦ୍ର , ଅସ୍ଥାୟୀ ଚିକିତ୍ସାଳୟ ବା ସମସ୍ତ ସୁବିଧା ସୁଯୋଗ ଥିବା ହସ୍ପିଟାଲ , ଦେଢ଼ ଲକ୍ଷ ଅସ୍ଥାୟୀ ତମ୍ବୁ ଘର,୪୫୦ କିଲୋମିଟର ଅସ୍ଥାୟୀ ସଡକ ପଥ,୧୨ କିଲୋମିଟର ବ୍ୟାପୀ ସ୍ନାନଘାଟ, ୧୮ ବର୍ଗ କିଲୋମିଟର ଅଞ୍ଚଳରେ ଯାନବାହାନ ରଖିବା ପାଇଁ ବ୍ୟବସ୍ଥା , ସୁରକ୍ଷା ଓ ଆଇନ ଶୃଂଖଳା ସୁରକ୍ଷା ପାଇଁ ୫୬ ଟି ଅସ୍ଥାୟୀ ଆରକ୍ଷୀ କେନ୍ଦ୍ର ବା ଥାନା ,୪୦ ହଜାର ଆରକ୍ଷୀ ବାହିନୀ,୫୦ ଅଗ୍ନିଶମ କେନ୍ଦ୍ର ,୧୪ ଟି ସୀମା ସୁରକ୍ଷାବାହିନୀ ବା ବାଟାଲିୟନ , ଅର୍ଦ୍ଧ ସାମରିକ ବାହିନୀ ମୁତୟନ ଆଦି ବହୁବିଧ ବ୍ୟବସ୍ଥାର ପରିସଂଖ୍ୟାନ ମଧ୍ୟ ସୃଷ୍ଟି କରିଛି ବିଶ୍ବ କୀର୍ତ୍ତିମାନ । ମହାକୁମ୍ଭ କେବଳ ଧର୍ମ ବିଶ୍ବାସ ନୁହେଁ , ବ୍ୟବସାୟ ଓ ରୋଜଗାରର ମହାପନ୍ଥା ପାଲଟିଥିଲା ଏବଂ ଅର୍ଥନୈତିକ ଦୃଷ୍ଟିକୋଣରୁ ମଧ୍ୟ ଲାଭ ପରିମାଣ ସୃଷ୍ଟି କରିଛି କୀର୍ତ୍ତି ମାନ । କାରଣ ଏହି ବୈଶ୍ବିକ ମେଳାରେ ସରକାରୀ ହିସାବରେ ଖର୍ଚ୍ଚ ହୋଇଛି ୭,୪୦୦ କୋଟି, ଆଦାୟ ହୋଇଛି ସରକାରୀ ହିସାବରେ ୨ ଲକ୍ଷ ୩୫ ହଜାର କୋଟି ଟଙ୍କା ଏବଂ ଏଥିରେ ବେସରକାରୀ ଆୟ ମିଶିଲେ ୫ ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ । ବୋଧେ ଏହି ସତ୍ୟ ତଥ୍ୟ ସମ୍ପର୍କରେ ଅବଗତ ହୋଇ ପ୍ରଧାନମନ୍ତ୍ରୀ କହିଛନ୍ତି " ପ୍ରୟାଗରାଜର ଏହି ମହାକୁମ୍ଭ ଆଧୁନିକ ପ୍ରବନ୍ଧନ ବା ମ୍ୟାନେଜମେଣ୍ଟ ପେଷାଦାର ଯୋଜନା ଏବଂ ନୀତି ବିଶେଷଜ୍ଞଙ୍କ ପାଇଁ ଏକ ଅଧ୍ୟୟନର ବିଷୟ" । ସମ୍ମାନନୀୟ ପ୍ରଧାନମନ୍ତ୍ରୀ ଙ୍କ ସହିତ ଆମେ ଏକମତ ଯେ ଭକ୍ତି ଆନ୍ଦୋଳନର ସନ୍ଥମାନେ ସମଗ୍ର ଭାରତବର୍ଷରେ ଆମର ସାମୁହିକ ସଙ୍କଳ୍ପର ଶକ୍ତିକୁ ଚିହ୍ନଟ କରିଥିଲେ ଏବଂ ପ୍ରୋତ୍ସାହିତ କରିଥିଲେ । ସ୍ବାମୀ ବିବେକାନନ୍ଦ ଙ୍କ ଠାରୁ ଆରମ୍ଭ କରି ଶ୍ରୀ ଅରବିନ୍ଦ ମାନଙ୍କ ପର୍ଯ୍ୟନ୍ତ ସନ୍ଥ ସମାଜକୁ ସାମୁହିକ ସଙ୍କଳ୍ପର ଶକ୍ତି ବିଷୟରେ ସୂଚିତ କରି ଯାଇଛନ୍ତି । ଆମର ଏଠାରେ ପ୍ରଧାନମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ କହି ରଖୁ ଯେ ସ୍ବାମୀ ବିବେକାନନ୍ଦ ଓ ଶ୍ରୀ ଅରବିନ୍ଦ ଙ୍କ ବହୁ ପୂର୍ବରୁ ତ୍ରୟୋଦଶ ଶତାବ୍ଦୀରେ ବିଶ୍ବ ବିଖ୍ୟାତ ଟୀକାକାର ଜଗଦ ଗୁରୁ ଶ୍ରୀଧର ସ୍ବାମୀ ଙ୍କ ଠାରୁ ଆରମ୍ଭ କରି ଅତିବଡ଼ି ଜଗନ୍ନାଥ , ସନ୍ଥ ଅଚ୍ୟୁତ, ସନ୍ଥ ଅରକ୍ଷିତ,ସନ୍ଥ ବଳରାମ
ସନ୍ଥ ଯଶୋବନ୍ତ ,ସନ୍ଥ ଶିଶୁ ଅନନ୍ତ , ପ୍ରଭୃତି ମହାତ୍ମା ମାନେ ଏହି ତତ୍ତ୍ଵ ସମାଜାର୍ପିତ କରି ଯାଇଛନ୍ତି । ଏଥି ପୂର୍ବରୁ ଆମର ବେଦ ବେଦାନ୍ତ ରେ ଭାରତୀୟ ମହାନ୍ ପରମ୍ପରା ସାମାଜିକ ଓ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ସୁବିସ୍ତୃତ ଭାବେ ଆଲୋଚିତ ହୋଇଛି । ହଁ , ଏହା ନିଶ୍ଚିତ ଭାବେ ସଭିଏଁ ସ୍ବୀକାର କରିବାକୁ ବାଧ୍ୟ ହେବେ ଯେ ଏହି ବୈଶ୍ବିକ ମେଳା ବା ମହାକୁମ୍ଭ ଭାରତୀୟ ଜାତୀୟ ଚେତନାକୁ ସୁଦୃଢ଼ କରିଛି ।
ଶ୍ରୋତା ବକତା କେହି ନାହିଁ ରୋଦନ କରୁ କାହିଁ ପାଇଁ ?-୩
-----------------------------------
ଉତ୍କୃଷ୍ଟ କଳାର ରାଜ୍ୟ ଆମ ଉତ୍କଳର ହଜାର ହଜାର ବର୍ଷର ଗୈାରବମୟ ଇତିହାସ ସହିତ ସାମ୍ପ୍ରତିକ ସମୟରେ ଏହି କ୍ଷେତ୍ର ସମୂହର ସ୍ଥିତି ଦେଖି ,ଏକ ତୁଳନାତ୍ମକ ଚିତ୍ର ପର୍ଯ୍ୟାୟ ଓ ଚନା କଲେ ଯେ କେହି ଜଣେ ଖାଣ୍ଟି ଭାବପ୍ରବଣ ଓଡ଼ିଆଙ୍କର ହୃଦାଘାତ ହେବା ସମ୍ଭାବନା ଅଧିକ । ଓଡ଼ିଶାର ଲୋକନୃତ୍ୟ, ଓଡ଼ିଶାର କଳା ଓ ସଂସ୍କୃତିର ପରିଚାୟକ କେବଳ ନୁହେଁ ଅଧିକନ୍ତୁ ଓଡ଼ିଆ ଜନଜୀବନର ଆତ୍ମା । ଓଡ଼ିଆ ଜୀବନ ଶୈଳୀ ଏବଂ ପ୍ରଥା ସହିତ ଶହଶହ ପ୍ରକାରର ନୃତ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଏସବୁ ମୁଖ୍ୟତଃ ଧର୍ମଚାର, ମନୋରଞ୍ଜନ, ଶ୍ରମ ଅପନୋଦନ, ସାମାଜିକ ସଂସ୍କାର ଆଦି ବହୁବିଧ ଉଦ୍ଦେଶ୍ୟକୁ ଉପଜିଵ୍ୟ କରି ଲୋକନୃତ୍ୟର ସୃଷ୍ଟି ହୋଇଥିଲା । ଗ୍ରାମବହୁଳ ଓଡ଼ିଶାରେ ଦୈନନ୍ଦିନ ଜୀବନରେ ଟିକେ ଆନନ୍ଦ ଉପଭୋଗ କରିବାକୁ ଅନୁଷ୍ଠିତ କରାଯାଏ ଯାତ୍ରା ଓ ମହୋତ୍ସବମାନ । ଓଡ଼ିଶାର ପ୍ରତ୍ୟେକ ପର୍ବପର୍ବାଣୀ ସହ ବିଭିନ୍ନ ଲୋକନୃତ୍ୟର ପ୍ରଚଳନ ରହିଥିଲା। ଏହିସବୁ ନୃତ୍ୟ ମୁଖ୍ୟତଃ ଖୋଲା ଆକାଶତଳେ ପରିବେଷଣ କରାଯାଉଥିଲା । ପ୍ରତ୍ୟେକ ଲୋକନୃତ୍ୟରେ ଓଡ଼ିଶାର ପାରମ୍ପରିକ ସଂଗୀତ ଓ ବହୁଲୋକପ୍ରିୟ ଢଗଢମାଳି ଆଦିର ବ୍ୟବହାର ହେଉଥିଲା । ଏହାସହିତ ପାରମ୍ପରିକ ବାଦ୍ୟର ବ୍ୟବହାର ମଧ୍ୟ କରାଯାଉଥିଲା । ବିଗତ ୫୦/୫୫ ବର୍ଷ ତଳେ ଆମେ ବହୁ ମେଳା,ମେଳଣରେ ଦେଖିବାକୁ ପାଇଥିବା ଓ ଉପଭୋଗ କରିଥିବା, ଶୁଣିଥିବା ଲୋକନୃତ୍ୟ, ଲୋକ କଳା ପ୍ରଭୃତି ଏବେ ଆଉ ଦେଖିବାକୁ ମିଳୁନାହିଁ । ନାଗାନାଚ,ସଖି କଣ୍ଢେଇ ନାଚ,ଛଉ ନୃତ୍ୟ, ତାହା ପୁଣି ମୟୂରଭଞ୍ଜ ଛଉ ନୃତ୍ୟ, ଷଢେ଼ଇକଳା ଓ ପୁରୁଲିଆ ଛଉ ନୃତ୍ୟ,କରମାନାଚ, ଦଣ୍ଡ ନାଚ,ଚଇତି ଘୋଡ଼ା ନାଚ, ଘୁମୁରା ନାଚ, ଚଢ଼େଇ ନାଚ,ଶବର - ଶବରୁଣୀ ନାଚ,କେଳା-କେଳୁଣି ନାଚ, ଡାଲଖାଇ ନାଚ , ଗୋଟି ପୁଅ ନାଚ, ଏପରିକି ଆଦିବାସୀ ଅଧ୍ୟୁଷିତ ଆମ ରାଜ୍ୟର ଆଦିବାସୀ ନୃତ୍ୟ ଯଥା ଦେଶିଆ ନାଚ,ଗଦବା ନାଚ,କନ୍ଧ ନାଚ,କୋୟା ନାଚ,ଓଁରା ନାଚ,ସଉରା ନାଚ,ପରଜା ନାଚ,କାଠି କଣ୍ଢେଇ ନାଚ, ଘୁଡୁକି ନାଚ ଠାରୁ କେନ୍ଦେରା ଗୀତ,ଖଞ୍ଜଣି ଭଜନ,ଚୁଟ୍କୁଚୁଟା,ପାଟୁଆ ନାଚ ଠାରୁ ଅନେକ ଲୀଳା ଯଥାଲୀଳା
ଭାରତ ଲୀଳା ବା ଦୁଆରୀ ଲୀଳା ବା ସୁଭଦ୍ରା ହରଣ ନାଟ
ରାମଲୀଳା,କୃଷ୍ଣଲୀଳା,ରାସଲୀଳା,ରାଧା ପ୍ରେମ ଲୀଳା
ରାଧା ମାନ ଲୀଳା ସମେତ ଅନେକ ଲୀଳା ଯଥା ଭାରତ ଲୀଳା ବା ଦୁଆରୀ ଲୀଳା ବା ସୁଭଦ୍ରା ହରଣ ନାଟ ସ଼ହିତ ଅନେକ ସୁଆଙ୍ଗ ଯଥା ଲକ୍ଷ୍ମୀ ପୁରାଣ ସୁଆଙ୍ଗ,ବିଲଙ୍କା ରାମାୟଣ ସୁଆଙ୍ଗ,ଗଣ୍ଡାବଧ ସୁଆଙ୍ଗ,ଚନ୍ଦ୍ରାବତୀ ସୁଆଙ୍ଗ ,ଉଷାବତୀ ହରଣ ସୁଆଙ୍ଗ,ଦକ୍ଷ ଯଜ୍ଞ ସୁଆଙ୍ଗ ଭଳି ଅନେକ ସୁଆଙ୍ଗ ,ଚକୁଳିଆ ପଣ୍ଡା , ଦାସକାଠିଆ, ରସରକେଲି, ପ୍ରହଲ୍ଲାଦ ନାଟକ ଠାରୁ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ପରମ୍ପରା ପ୍ରଚାର ପ୍ରସାରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା "ପାଲା" ର ସ୍ଥିତି ଅଧୁନା ବିପନ୍ନ କହିଲେ ଅତ୍ୟୁକ୍ତି ହେବ ନାହିଁ । ନାଗାନାଚର କେବେ ଅୟମାରମ୍ଭ ହୋଇଥିଲା ଏଯାବତ୍ ଗବେଷଣା ହୋଇନାହିଁ, ପ୍ରଭୁ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ର ବିଶେଷତ୍ଵ ଓ ଭିତ୍ତିଭୂମି ପ୍ରସଙ୍ଗ ମଧ୍ୟ ଗବେଷଣା ସାପେକ୍ଷ ସତ୍ୟ ମାତ୍ର, ଏହା ହଜାର ହଜାର ବର୍ଷ ଧରି ଓଡ଼ିଆ ମାନଙ୍କ ସାମରିକ କଳା ପରମ୍ପରା ତଥା ପାଇକ ପରମ୍ପରା ବିଜଡ଼ିତ ।ନାଗା ନାଚ ରେ କେବଳ ବିଭିନ୍ନ ବାଦ୍ୟ ଓ ପ୍ରଚ୍ଛଦ ଯନ୍ତ୍ରସଙ୍ଗୀତ ଥାଏ । ଏହାର ସଙ୍ଗୀତରେ ବ୍ୟବହୃତ ବାଦ୍ୟ ଯନ୍ତ୍ରସବୁ ହେଲା ମାଦଳ, ଧୁମସା ଓ ପଖଉଜ । ଅଧୁନା କର୍ପୁର ଉଠିଯାଇ କନା ପଡ଼ିବା ଭଳି ସାମୟିକ ବିଭିନ୍ନ ପର୍ବ ପାଳନ ବେଳେ ପୁରୀରେ ଦେଖିବାକୁ ମିଳିଥାଏ । ସାଧାରଣତଃ ଯୁବବର୍ଗର ନର୍ତ୍ତକମାନେ ଏଥିରେ ବିଭିନ୍ନ ଭାରୀ ଓ ଚିତ୍ରିତ ପୋଷାକ ପିନ୍ଧି ନାଚିଥାନ୍ତି ।ନର୍ତ୍ତକମାନେ ମଥାରେ ବିଶାଳ ଅଳଙ୍କାର ଖଚିତ ମୁକୁଟ ପିନ୍ଧିଥାନ୍ତି । ସେମାନଙ୍କ ପୋଷାକରେ ବାଉଁଶ-ତିଆରି ଡେଣା ଲାଗିଥାଏ । ସେମାନେ ନାଚିଲା ବେଳେ ଡେଣାଯୋଡ଼ିକ ଦୁଇପଟକୁ ଦୋହଲି ପଡ଼େ ବାଜାବାଦକମାନଙ୍କ ବାଜା ତାଳରେ ତାଳଦେଇ ନର୍ତ୍ତକମାନେ ଆଗକୁ ବଢ଼ିଥାନ୍ତି ।ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ସରକାରୀ ଓ ବେସରକାରୀ ଉତ୍ସବ ପାଳନ ବେଳେ ଓଡ଼ିଶାର ଅନ୍ୟାନ୍ୟ ନାଚ ସହିତ ନାଗା ନାଚ ମଧ୍ୟ ଦେଖିବାକୁ ମିଳିଥାଏ ।ନାଗା ନାଟରେ ବିଭିନ୍ନ ବୀର ବାଦ୍ୟ ବାଦନ ସହିତ ବୀର ବେଶରେ ସଜ୍ଜିତ ନର୍ତ୍ତକଗଣ ନୃତ୍ୟରେ ବିଭିନ୍ନ ସମର-ସମ୍ବନ୍ଧିତ ବିଷୟବସ୍ତୁ ଦେଖାଇଥାନ୍ତି । ଚାରିରୁ ଆଠ ଜଣ ଲୋକଙ୍କୁ ନେଇ ଗଠିତ ଏକ ଦଳ ଏହି ନାଚ ପରିବେଷଣ କରିଥାନ୍ତି । ନାଗା ନାଚର ନାମକରଣ ଯାଯାବର ନାଗା ଜାତିରୁ ହୋଇଥିବା ଜଣାଯାଏ । କଳିଙ୍ଗ ଭୁଖଣ୍ଡ ଦକ୍ଷିଣପୂର୍ବ ଏସିଆ ଛଡ଼ା ଆଧୁନିକ ଭାରତର ଉତ୍ତରରୁ ପୂର୍ବଦେଇ ଦକ୍ଷିଣ ଯାଏ ବ୍ୟାପିଥିବା ବେଳେ ଏଠାରେ ବାସ କରୁଥିବା ନାଗା ଜନଜାତିଙ୍କ ଏହି ନାଚ ଓଡ଼ିଆ ସଂସ୍କୃତି ସହିତ ବିଜଡ଼ିତ ହୋଇ ବୀରତ୍ବର ପରିଚୟ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ମାନବୀୟ ଲୀଳା କରିଆସୁଥିବା ଜଗନ୍ନାଥ ଶ୍ରୀମନ୍ଦିର ସଂସ୍କୃତି ରେ ସଂଯୁକ୍ତ ହୋଇରହିଛି । ଏବେ ନିକଟରେ " ନାଗାର୍ଜୁନ ବେଶ" ହୋଇଥିଲା ।ନାଗାର୍ଜୁନ ବେଶ ବା ପର୍ଶୁରାମ ବେଶ ଶ୍ରୀଜଗନ୍ନାଥ ସେବା ସଂସ୍କୃତି ରେ ଅନେକ ଅନାଲୋଚିତ ଗୁରୁତ୍ୱପୂର୍ଣ୍ଣ ଦର୍ଶନ ଆଧାରିତ , ବିଶେଷ କରି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର କରାଯାଇଆସୁଥିବା ଅନେକ ବେଶଗୁଡ଼ିକ ମଧ୍ୟରେ ଏକ ଅନନ୍ୟ ଅତୁଳନୀୟ ବେଶ, ଯାହା ପୂର୍ବଜ ଓଡ଼ିଆ ମାନଙ୍କ ମହନୀୟ ସ୍ବାଭିମାନୀ ଜୀବନଚର୍ଯ୍ୟାର ଏକ ପ୍ରତିଫଳିତ ଦର୍ପିତ ଵେଶ । ଯେଉଁ ବର୍ଷ କାର୍ତ୍ତିକ ମାସରେ ପଞ୍ଚକ ଛଅ ଦିନ ପଡ଼େ ସେହି ବର୍ଷ ମଳ ତିଥିରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କ ନାଗାର୍ଜୁନ ବେଶ ହୁଏ । ବିଶେଷ ତାତ୍ପର୍ଯ୍ୟ ପୂର୍ଣ୍ଣ ଯେ ଏହା ଯେଉଁ ବର୍ଷ ପଡ଼ିଥାଏ, ତତ୍ ପରବର୍ତ୍ତୀ ବର୍ଷ ମଧ୍ୟ ପଡ଼ିଥାଏ । ବ୍ୟକ୍ତିଗତ ଭାବେ ଆମ ପାଇଁ ସାଂସାରିକ ଦୃଷ୍ଟିକୋଣ ରୁ ଏହା ସର୍ବାଧିକ ସ୍ମରଣୀୟ ଯେ ୧୯୯୩, ନଭେମ୍ବର ୨୬ ତାରିଖ ରେ ଆମ ଜେଜେ ମା ୯୭ ବର୍ଷରେ ଇହଲୀଳା ସମ୍ବରଣ କରିଥିଲେ । ପୂର୍ବର ଇତିହାସ ଗର୍ଭାନୁଶୀଳ କଲେ ଜଣାଯାଏ ଯେ ଅତୀତରେ ଏହି ବେଶ ୧୯୯୪ ମସିହା ନଭେମ୍ବର ୧୬ ତାରିଖରେଓ ତା ପୂର୍ବରୁ ୧୯୯୩ ନଭେମ୍ବର ୨୬, ୧୯୬୮ ନଭେମ୍ବର ୩, ୧୯୬୭ ନଭେମ୍ବର ୧୬ ଓ ୧୯୬୬ ନଭେମ୍ବର ୨୬ରେ ପାଳିତ ହୋଇଥିଲା । ପରବର୍ତ୍ତୀ ନାଗାର୍ଜୁନ ବେଶ ୨୭ ନଭେମ୍ବର ୨୦୨୦, ଶୁକ୍ରବାର କାର୍ତ୍ତିକ ଶୁକ୍ଳ ମଳ ଦ୍ୱାଦଶୀ ତିଥିରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ବର୍ଷ ମଧ୍ୟ ନାଗାର୍ଜୁନ ବେଶ ହେବାକୁ ଯାଉଛି । ଅତଏବ ଆଲୋଚନା କରିବା ଏହି ବେଶ ର ବିଶେଷତ୍ଵ କ'ଣ ? ଯେହେତୁ ବିଗତ ଦେଢ ମାସ ମଧ୍ୟରେ ଏ ସମ୍ପର୍କରେ କୈାଣସି ଗଣମାଧ୍ୟମରେ ସବିଶେଷ ଭାବରେ ଆଲୋଚନା ହୋଇନାହିଁ, ତେଣୁ ଏହାର ଗର୍ଭାନୁଶୀଳନ କରିବାକୁ ଚେଷ୍ଟା କରି ଯେଉଁ ସବୁ ତଥ୍ୟାଧାରରେ ଏହା ଉପସ୍ଥାପନ କରିବାକୁ ଯାଉଛୁ, ତା'ର ସମୀକ୍ଷା ଓ ମତାମତ ମଧ୍ୟ ଆହ୍ବାନ କରୁଛୁ ।ପୁରାଣ ମତେ ପର୍ଶୁରାମଙ୍କ ସହସ୍ରାର୍ଜ୍ଜୁନ ବଧ କିମ୍ବା ଅର୍ଜୁନ ଓ ତାଙ୍କ ପୁତ୍ର ନାଗାର୍ଜୁନ ମଧ୍ଯରେ ହୋଇଥିବା ଯୁଦ୍ଧର ସ୍ମୃତି ସ୍ୱରୂପ ଏହି ବେଶ ଅନୁଷ୍ଠିତ ହୁଏ ।ଏହି ବେଶ ଯୋଦ୍ଧା ଓ ସନ୍ଯାସୀର ସମ୍ମିଶ୍ରଣ ବେଶ ଥିଲା । ଅର୍ଜୁନ ନିଜ ପୁତ୍ର ସହସ୍ରାର୍ଜୁନ ଦ୍ୱାରା ପରାସ୍ତ ହେଇଥିଲେ । ସହସ୍ରାର୍ଜ୍ଜୁନ ଶ୍ରୀକୃଷ୍ଣଙ୍କ ଅନ୍ୟ ଏକ ରୂପେ । ମହାଭାରତ ଅନୁସାରେ ବନବାସ ସମୟରେ କିରାତ ବେଶଧାରୀ ଶିବ ସହ ଅର୍ଜୁନଙ୍କ ମଧ୍ୟରେ ଯୁଦ୍ଧ ହେଲା । ଅର୍ଜୁନ ପରାସ୍ତ ହେଲେ ମଧ୍ଯ ଶିବ ଅନେକ ଦିବ୍ଯ ଅସ୍ତ୍ର ପ୍ରଦାନ କଲେ । କିରାତାର୍ଜୁନ କହିଲେ ଯେପରି ଶିବଙ୍କୁ ବୁଝାଏ ସେପରି ନାଗାର୍ଜୁନ ବିଷ୍ଣୁଙ୍କର ଏକ ରୂପ । ଶିବ ଓ ବିଷ୍ଣୁଙ୍କର ସମନ୍ୱୟ ସାଧିତର ପ୍ରତୀକ ହେଲା ନାଗାର୍ଜୁନ ବେଶ ।ନାଗା ସନ୍ଯାସୀମାନେ ଉଲଙ୍ଗତା, ଉଦଣ୍ଡତା ତଥା ବୀରତା ପାଇଁ ପ୍ରସିଦ୍ଧ । ଅତୀତରେ ଏମାନେ ମନ୍ଦିରର ସୁରକ୍ଷା ଦାୟିତ୍ୱରେ ଥିଲେ । ଅତୀତରେ ନାଗା ସନ୍ଯାସୀ ଜଗନ୍ନାଥଙ୍କୁ ନାଗା ବେଶରେ ଦେଖିବା ପାଇଁ ଇଚ୍ଛା କରିଥିବାରୁ ଶ୍ରୀଜଗନ୍ନାଥ ଇଛା ପୂରଣ କରି ନାଗାର୍ଜୁନ ବେଶରେ ଉଭା ହୋଇଥିବାର କିମ୍ବଦନ୍ତୀ ରହିଛି । ପଦ୍ମ ପୁରାଣର ଉତ୍ତରଖଣ୍ଡ ବର୍ଣ୍ଣନା ଅନୁସାରେ କାର୍ତ୍ତିକ ମାସ ଭଗବତ ଆରାଧନା, ଉପାସନା ଆଦି ଦୃଷ୍ଟିରୁ ଶ୍ରେଷ୍ଠ ହୋଇଥିବାରୁ ଏହି ମାସରେ ନାଗାର୍ଜୁନ ବେଶ ହୋଇଥାଏ । ଆମେ ଛୋଟ ପିଲା ଥିବା ସମୟରେ ଯେଉଁ ହିନ୍ଦୀ+ ଓଡ଼ିଆ+ ଓଡ଼ିଆ ର କଥିତ ଭାଷା ମିଶା ଗୀତ ର ଅବଧି ବୋଧେ ଆଠଶହ ବର୍ଷ ତଳର ଏବଂ ଏହାକୁ ପଢ଼ିବା ପରେ ସନ୍ଥ ତୁଳସୀ ଦାସ ଏହି ଭାଷା ରେ ତାଙ୍କର ଗୁରୁ ଶିଶୁ ଅନନ୍ତ ଦାସ ଓ ଯାଜପୁର ନରହରି ଦାସ ଙ୍କ ଠାରୁ ଶିକ୍ଷା ଲାଭ କରି " ରାମ ଚରିତ ମାନସ" ଲେଖିଥିଲେ । ସେହି ନାଗା ନାଚ ଗୀତ ଏଠାରେ ଉପସ୍ଥାପନ କଲେ ପାଠକେ ଏହାର ସତ୍ୟତା ଅନୁଭବ କରିପାରିବେ ।
" ଜାଗୋ ମାଈ କାରିକା ଜଗାଓ ମାୟୀ କାରିକା
ହସ୍ତେ ଶୋହେ ଖଣ୍ଡା ଖପର ଗଳା ମୁଣ୍ଡ ମାଳିକା
କଲିକତା ରେ ଗଙ୍ଗାତୀରେ ନାମ ବୋଲାଓ କାଲୀ
ବଳିଭୋଜା ସବ୍ ରୋଜ୍ ପାଓ ପୂଜା କରେ ବଙ୍ଗାଲୀ
ବାଣପୁରେ ଭଗବତୀ ବିରାଜେ ବାଙ୍କିରେ ଚର୍ଚ୍ଚିକା
ସମ୍ବଳପୁରେ ସମଳାଇ ଆଦିମ ପୁରେ ଭୋକା
ଝଙ୍କଡେ ସାରଳା ନାମ ଯଜ୍ଞପୁରେ ବିରଜାଇ
ପ୍ରାଚୀକିନାରେ କାକଟପୁରରେ ମଙ୍ଗଳା ମହାମାୟୀ
ଜଗନ୍ନାଥଜୀ କୋ ଧାମ ପରେ ବିଖ୍ୟାତ ଵିମଲା
ନାମ ଭଜୋ ଜନକ ପୂଜୋ କବ ନାହିଁ କର ହେଲା .।
××××××××
ମେଳଣରେ ନାଗାନାଚ ଆଗରୁ ପାଲା ବାଲା,କେଳାକେଳୁଣୀ, ଶବର ଶବରୁଣୀ,ବାରିକ ବାରିକିଆଣୀ,ବିଭାଘରିଆ, ଚକୁଳିଆ ପଣ୍ଡା, ବୁଢ଼ାବୁଢ଼ୀ, ଗଣେଶ,ବୃଷଭ,କଳାଘୋଡା,ସୁଆଙ୍ଗ ନାଚ ଓ ଅନ୍ୟାନ୍ୟ ନୃତ୍ୟ ର ଏକ ବାତାବରଣ ସୃଷ୍ଟି ହେଉଥିଲା ।
ସେହିପରି ଏବେ ଦଣ୍ଡ ନାଚ ର ସ୍ଥିତି କିପରି ଭାବରେ ହଜିଯାଇଛି, ତାହା ଆମେ ଦେଖୁଛେ ।ଦଣ୍ଡନାଚ ଓଡ଼ିଶାର ଏକ ପ୍ରାଚୀନ ଓ ପାରମ୍ପରିକ ନାଚ । ଏହା ଗଞ୍ଜାମ ଜିଲ୍ଲାର ଏକ ଲୋକ ପର୍ବ। ଏହା ଗ୍ରାମାଞ୍ଚଳରେ ଏହା କାମନା ଦଣ୍ଡ ଭାବେ ପରିଚିତ। ଏହି ନୃତ୍ୟ ଧର୍ମିୟ ଧାରଣା ଏବଂ ଈଶ୍ୱର ବିଶ୍ୱାସ ଉପରେ ପ୍ରତିଷ୍ଠିତ । ନାଟକର ସୃଷ୍ଟି କେବେ ଓ କିଭଳି ହେଲା ତାହା ରହସ୍ୟମୟ । ତେବେ ଆଧୁନିକ ନାଟକ ସୃଷ୍ଟିର ବହୁ ପୂର୍ବରୁ ଲୋକନାଟକ ଗୁଡିକ ସୃଷ୍ଟି ହୋଇଥିବା ବିଷୟକୁ ଅସ୍ୱୀକାର କରାଯାଇ ନପାରେ । କାରଣ ବେଦ, ଭରତମୁନିଙ୍କ ନାଟ୍ୟଶାସ୍ତ୍ର,ବୌଦ୍ଧ ନିକାୟ,ପାଣିନି,କୃଶାଶ୍ୱ ଓ ବିଭିନ୍ନ ପୌରାଣିକ ଗ୍ରନ୍ଥରୁ ଲୋକନାଚକ ସମ୍ପର୍କରେ ସଂକେତ ମିଳିଥାଏ । ଲୋକନାଟକ ଗୁଡିକର ବର୍ହିଲକ୍ଷ ଓ ଅନ୍ତର୍ଲକ୍ଷ ହେଉଛି ଶିକ୍ଷା ପ୍ରଦାନ । ଜନଜୀବନର କାହାଣୀକୁ ବା ଲୋକବୃତ୍ତକୁ ବିଶ୍ୱସ୍ତ ଭାବେ ଉପସ୍ଥାପନ କରିବା ଲୋକନାଟକର ଅନ୍ୟ ଏକ ଲକ୍ଷ । ନାଟକ ହେଉଛି ଦୃଶ୍ୟକାବ୍ୟ ଓ କାବ୍ୟମାନଙ୍କ ମଧ୍ୟରେ ଶ୍ରେଷ୍ଠ । ନାଟକର ସ୍ରଷ୍ଟା ନାଟ୍ୟ ଶିଳ୍ପିର ମାୟାଜାଲ ବିସ୍ତାର କରି ଦର୍ଶକର ଚିତ୍ତ ବିନୋଦନ ସହିତ ସତ୍ୟ, ଶିବ ଓ ମଙ୍ଗଳର ଜୟଗାନପାଇଁ ଆହ୍ୱାନ ଦେଇଥାନ୍ତି । ଲୋକ ନାଟକର ସୃଷ୍ଟି ଉତ୍ସ ସମ୍ପର୍କରେ କେତେଗୁଡିଏ ତଥ୍ୟ ଅଛି । ସେଗୁଡିକ ହେଲା :୧-ପ୍ରକୃତି ପ୍ରଭାବ, ୨-ଧର୍ମ ଟିନ୍ତନ, ୩-କୃଷି ସଭ୍ୟତା, ୪-ସାମରିକ ପରମ୍ପରା, ୫- କାରୁକଳା, ୬-ଆଦିବାସୀ ଓ ଓଡ଼ିଶୀ ନୃତ୍ୟ ।
ବୈଦିକ ଯୁଗରେ ଲୋକ ନାଟକର ଉବ୍ଦଭ ହୋଇଥିଲେ ମଧ୍ୟ ଏବେ ଏଗୁଡିକ ଲୋକ ସମାଜରେ ମୁମୂର୍ଷ ଅବସ୍ଥାରେ କେବଳ ବଞ୍ଚିରହିଛନ୍ତି । ଏଗୁଡିକର ପୁନରୁଦ୍ଧାର ପାଇଁ ଏବେ ଅବଶ୍ୟ ସମଗ୍ର ବିଶ୍ୱ ଚଳଚଞ୍ଚଳ ହୋଇପଡ଼ିଛି । ସମଗ୍ର ବିଶ୍ୱରେ ବିଭିନ୍ନ ପ୍ରକାର ଲୋକନାଟକ ପ୍ରଚଳିତ । ଚୀନ୍, ଆମେରିକା, ଲୋହିତ ଭାରତୀୟ,ଆଫ୍ରିକାର ଆଦିବାସୀ, ୟୁରୋପର ଅନୁନ୍ନତ ଅଞ୍ଚଳ ତଥା ଭାରତର ବିଭିନ୍ନ ପ୍ରଦେଶରେ ଭଳି ଭଳି ଲୋକନାଟ୍ୟର ପ୍ରଚଳନ ଦେଖିବାକୁ ମିଳେ । ସେହିଭଳି ଓଡ଼ିଶାରେ ମଧ୍ୟ ବିଭିନ୍ନ ଲୋକନାଟକ ମଧ୍ୟରୁ ଦଣ୍ଡନାଟ ଏକ ପ୍ରଭାବଶାଳୀ ଶାଖା ।
ସେହିପରି ଆମ ଲୋକକଳା ବା ଲୋକନୃତ୍ୟ ସଂସ୍କୃତି ରେ ସଖୀକଣ୍ଢେଇ ନାଚ ଓଡ଼ିଶାର ଏକ ପାରମ୍ପାରିକ ନାଚ ଥିଲା । ଏହା କେନ୍ଦ୍ରାପଡ଼ା ଜିଲ୍ଲାରୁ ଆରମ୍ଭ ହୋଇଥିଲା । କ୍ରମଶଃ ଏହି ନାଚ ଆଗ ଭଳି ଗ୍ରାମାଞ୍ଚଳ କିମ୍ବା ସହରରେ ଆଉ ଦେଖିବାକୁ ମିଳୁନାହିଁ । ବର୍ତ୍ତମାନ କେବଳ କେନ୍ଦ୍ରାପଡ଼ା ଜିଲ୍ଲାରେ ମନ୍ତ୍ରୀପଡ଼ା ସଖୀ କଣ୍ଢେଇ ନାଚ ଦଳ ଦେଖିବାକୁ ମିଳନ୍ତି । ଏକ ସୁସଜ୍ଜିତ ମଞ୍ଚ ଉପରେ କଣ୍ଢେଇ ନାଚ ପ୍ରଦର୍ଶିତ କରାଯାଏ । ସାଧାରଣ ମଣିଷଙ୍କ ଭଳି କଣ୍ଢେଇମାନଙ୍କୁ ନାନାଦି ବେଶଭୂଷା କରି ତାରଦ୍ୱାରା ସଂଯୋଗ କରାଯାଇଥାଏ । ଗୀତର ତାଳେ ତାଳେ କଣ୍ଢେଇମାନଙ୍କର ନୃତ୍ୟ ଓ ବିଭିନ୍ନ ଅଙ୍ଗଭଙ୍ଗୀ ପ୍ରଦର୍ଶିତ କରିବା ପାଇଁ, ନାଚ ଦଳର ଜଣେ ସଦସ୍ୟଦ୍ୱାରା କଣ୍ଢେଇଗୁଡ଼ିକୁ ସଂଯୋଗ କରାଯାଇଥିବା ତାରକୁ ଧରି ପରଦାର ନେପଥ୍ୟରେ ନିୟନ୍ତ୍ରିତ କରିଥାନ୍ତି । ସଖୀ କଣ୍ଢେଇ ନାଚ ଦଳରେ ଅତି କମ୍ରେ ୭ଜଣ କଳାକାର ଆବଶ୍ୟକ । ତିନିଜଣ କଣ୍ଢେଇ ନଚାଉଥିବା ବେଳେ ଜଣେ ହାରମୋନିୟମ ବଜାନ୍ତି । ଏହାଛଡ଼ା ଜଣେ ଢୋଲକି ଓ ଜଣେ ଗିନି ବଜାନ୍ତି । ବିଭିନ୍ନ ପ୍ରସଙ୍ଗ ଉପରେ ବାଦ୍ୟଯନ୍ତ୍ର ଓ ସଂଗୀତ ସହ ତାଳ ଦେଇ ସଖୀକଣ୍ଢେଇ ନାଚ ହୁଏ । ନାଚ ମଧ୍ୟରୁ ବଂଶୀଚୋରି, ବାଟଛାଡ଼ ନାଗର, ଦ୍ରୌପଦୀ ବସ୍ତ୍ରହରଣ, ନାବକେଳି, ରାଧୀକା ଓ ଦୂତୀ, ଲଳିତା ଓ ଦୂତୀ, ଶବର ଶବରୁଣୀ ନାଚ ଅଧିକ ହୁଏ । ନାଚର ପ୍ରସଙ୍ଗ ଉପରେ ଜଣେ ମଧୁର କଣ୍ଠରେ ଗୀତ ବୋଲି ଦର୍ଶକଙ୍କୁ ଆମୋଦିତ କରନ୍ତି । ଏକ ଘଣ୍ଟା ମଧ୍ୟରେ ୮ରୁ ୧୦ ପ୍ରକାରର ନାଚ ପ୍ରଦର୍ଶିତ କରାଯାଏ । ପ୍ରଚାର ଓ ପ୍ରସାର ଅଭାବରୁ ତାର ଦ୍ୱାରା ସଖୀ କଣ୍ଢେଇ ନାଚ ସମ୍ପୂର୍ଣ୍ଣ ଲୋପ ପାଇ ଯାଇଛି । କିନ୍ତୁ ଜିଲ୍ଲାର ସଦର ମହକୁମାଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଥିବା ଡେରାବିଶି ବ୍ଳକ ଅନ୍ତର୍ଗତ କୁରୁଜଙ୍ଗା ପଞ୍ଚାୟତର ମନ୍ତ୍ରୀପଡ଼ା ଗ୍ରାମର କେଳା ବସ୍ତିରେ ଏହି ନାଚର ଅସ୍ତିତ୍ୱ ରହିଛି । ପୂର୍ବରୁ ତାର ସାହାଯ୍ୟରେ ସଖୀ କଣ୍ଢେଇ ନଚା ଯାଉଥିଲା । ସେ ପ୍ରଥା ବନ୍ଦ ହୋଇଯିବାରୁ ଏବେ କାଠ କଣ୍ଢେଇକୁ ବେଶ ପୋଷାକରେ ସଜାଇ ହାତରେ ନଚାଉଛନ୍ତି । ବିଭିନ୍ନ ସମୟରେ ଘରୋଇ ସାଂସ୍କୃତିକ ସଙ୍ଗଠନ ଉଦ୍ୟମରେ ଏମାନେ ଭୁବନେଶ୍ୱର, ଦିଲ୍ଲୀ, ମୁମ୍ବାଇ, କଲିକତା ଯାଇଆନ୍ତି । ମାତ୍ର କ୍ଷମତା ରାଜନୀତିରେ ଅଦୃଶ୍ୟ କଣ୍ଢେଇ ନାଚର ପ୍ରଭାବରେ ପ୍ରଭାବିତ ଓଡ଼ିଶାର ଜନଜୀବନ ।ସେହିପରି ଚଇତି ଘୋଡା ନାଚ ଆମ ଓଡ଼ିଶାର ଏକ ପାରମ୍ପରିକ ଲୋକନୃତ୍ୟ ଥିଲା। ଏହା ମୁଖ୍ୟତଃ ଓଡ଼ିଶାର ଉପକୂଳ ଅଞ୍ଚଳରେ କେଉଟମାନଙ୍କ ଦ୍ୱାରା ଆରମ୍ଭ ହୋଇ ସେହି ଅଞ୍ଚଳମାନଙ୍କରେ ଚୈତ୍ର ମାସ ପୂର୍ଣ୍ଣିମା ତିଥିରେ ପରିବେଷିତ ହୋଇଥାଏ । କେଉଟମାନେ ବାଉଁଶ ବତାରେ ଘୋଡ଼ାର ପାଦହୀନ ଦେହ ଓ ବେକ ଆକାରର ଗୋଟିଏ ଥାଟ ତିଆରି କରି ତା ଉପରେ ଲୁଗା ଆଦି ଘୋଡ଼ାନ୍ତି ଓ ବେକ ଉପରେ ଘୋଡ଼ାମୁହଁ ପରି ଚିତ୍ରିତ ମୁଖାଟିଏ ଲଗାନ୍ତି ଉକ୍ତ ଚଇତିଘୋଡ଼ାର ପିଠିରେ ଗୋଟିଏ କଣା ଥାଏ ସେହି କଣାବାଟେ ମନୁଷ୍ୟ ଅଣ୍ଟା ପର୍ଯ୍ୟନ୍ତ ପଶି କରି ଭୂମିରେ ଠିଆହୁଏ ଓ ଘୋଡ଼ାରୂପର ଆଗରୁ ଓ ପଛରୁ ଡ଼ୋରି ଲଟକା ଯାଏ ମନୁଷ୍ୟର ଅଣ୍ଟାଠାରୁ ନିମ୍ନ ଅଂଶ ଘୋଡ଼ା ଭିତରେ ଲୁଚି ଥାଏ ଓ ଅଣ୍ଟା ଠାରୁ ଉପର ଅଂଶ ଘୋଡ଼ା ଭିତରେ ବସିବା ପରି ଅନୁମିତ ହୁଏ । ଏ ବ୍ୟକ୍ତି ନାଚିବା ସଙ୍ଗେ ସଙ୍ଗେ ଘୋଡ଼ା ମଧ୍ୟ ନାଚେ ଘୋଡ଼ାର ମୁହଁଆଡ଼େ ଲଗାମପରି କନାଡ଼ୋରି ବନ୍ଧା ହୋଇଥାଏ ଉକ୍ତ ଡ଼ୋରିକୁ ନାଚିବାବାଲା ଧରି ଘୋଡ଼ାର ଲଗାମ ଧରିବାର ଅଭିନୟ କରେ କେଉଟମାନେ ଏହି ପର୍ବ ଉପଲକ୍ଷରେ ଚଢ଼େଇବା ଓ ଚଢ଼ଉଣୀ ବେଶ ହୋଇ ନାଚନ୍ତି ଓ ଗୀତ ବୋଲନ୍ତି । ଘୋଡ଼ାନାଚରେ ଜଣେ ଲେଖାଏଁ ଗାୟକ, ପାଳିଆ, ଢୋଲକିଆ, ମହୁରିଆ, ରାଉତ, ରାଉତାଣୀ ଥାଆନ୍ତି । ଗାୟକ ବିଷୟବସ୍ତୁ ଗାଉଥିବା ବେଳେ ପାଳିଆ ପାଳିଧରେ, ଢୋଲକିଆ ବାଜା ବଜାଏ ଓ ରାଉତ ସଜ୍ଜିତ କାଠଘୋଡ଼ା ଚଢ଼ି ରାଉତାଣୀ ସହ ନୃତ୍ୟ କରୁଥାଏ । ମା’ ବାସେଳୀଙ୍କ ବନ୍ଦନାରୁ ଆରମ୍ଭ ହୁଏ ଘୋଡ଼ାନାଚ, ପରେ ରାଧାକୃଷ୍ଣଙ୍କ ଲୀଳା, ଶିବପାର୍ବତୀଙ୍କ କାହାଣୀକୁ ଗୀତ ଓ ନୃତ୍ୟ ମାଧ୍ୟମରେ ପରିବେଷଣ କରାଯାଏ । ଏଥିପାଇଁ କୌଣସି ନିର୍ଦ୍ଧିଷ୍ଟ ବହି ନଥାଏ । କୈବର୍ତ୍ତ ଗୀତା, କୈବର୍ତ୍ତ ପୁରାଣ ଓ କୈବର୍ତ୍ତ ସଂହିତାରୁ ବିଷୟବସ୍ତୁ ଉଦ୍ଧାର କରି ଗାୟକ ସେଗୁଡ଼ିକୁ ପାରମ୍ପରିକ ସ୍ୱରରେ ପଡ଼ିବା ଭଳି ଶବ୍ଦ ସଂଯୋଜନା କରି ସ୍ୱର ଦେଇଥାନ୍ତି । ସେହିପରି ଆମର ମୟୂରଭଞ୍ଜ ଛଉ ନୃତ୍ୟ , ଷଢେ଼ଇକଳା ଛଉ ନୃତ୍ୟ ର ଭିତ୍ତି ସମ୍ପର୍କିତ ଗବେଷଣା ତଥ୍ୟାନୁସାରୃ ଛଉ" ଶବ୍ଦ ଓଡ଼ିଆ ଶବ୍ଦ "ଛାଉଣି"ରୁ ଆସିଅଛି ଯାହାର ଅର୍ଥ ସେନାଛାଉଣି ଓ ଏହା ରାଜାରାଜୁଡ଼ା ସମୟର ସେନାମାନଙ୍କ ଯୁଦ୍ଧ କଳାରୁ ଜନ୍ମ ନେଇଛି । ଛଉନାଚ ଚୈତ୍ର ମାସର ଶେଷ ଭାଗରେ ଅନୁଷ୍ଠିତ ହୁଏ । କୃଷିଭିତ୍ତିକ ସଭ୍ୟତାର ଏହା ପ୍ରଥମ ପର୍ବ । ପ୍ରାୟ ସବୁ ଲୋକନୃତ୍ୟ ପରି ଛଉରେ ମଧ୍ୟ ପ୍ରଥମେ ଆରାଧ୍ୟ ଦେବାଦେବୀଙ୍କୁ ପୂଜା କରାଯାଏ । ପରେ ରଙ୍ଗ ବାଜା ବାଜେ । ମଞ୍ଚ ଉପରକୁ ଆସନ୍ତି ନଟ-ନଟୀ, ନାଟକ ବିଷୟରେ ସୂଚନା ଦିଅନ୍ତି । ହସ୍ତ ପଦ ଚାଳନାର ବିଭିନ୍ନ କୌଶଳ ହିଁ ଏହାଦ୍ୱାରା ଶିକ୍ଷା କରାଯାଏ । ଛଉନାଚ ମୁଖ୍ୟତଃ ମୂକାଭିନୟ । ବଚିକ ଅଭିନୟ ନାହିଁ କହିଲେ ଚଳେ। କଳାକାର ମାନେ ଗୀତ ଗାଇବା ପରିବର୍ତ୍ତେ ନେପଥ୍ୟରୁ ଅନ୍ୟ କଳାକାର ଗୀତ ଗାଇଥାନ୍ତି ଓ ତାହାକୁ ଅନୁସରଣ କରି ଅଭିନେତା ଅଭିନୟ କଳା ଚାଲୁରଖିଥାଏ । ବର୍ତମାନ 'ଛଉନାଚ' ଶାସ୍ତ୍ରୀୟ ନୃତ୍ୟର ମର୍ଯ୍ୟାଦା ଲାଭ କରିଛି। ସେହିପରି କରମା ନାଚ ର ସ୍ଥିତି ଅନୁଧ୍ୟାନ କରିବାକୁ ଗଲେ ଆମେ ନିରାଶା ହେବା ।ଏହା କରମ ଦେବତୀ (କରମଶୁଣି)ଙ୍କ ପୂଜା ପାଇଁ କରା ଯାଇ ଥାଏ । ଭାଦ୍ରବ ଶୁକ୍ଲ ଏକାଦଶୀରେ ଏହା ଆରମ୍ଭ ହୋଇ କିଛି ଦିନ ପର୍ଯ୍ୟନ୍ତ ଚାଲି ଥାଏ । ଏହି ନୃତ୍ୟ ଓଡ଼ିଶାର ସମ୍ବଲପୁର, ମୟୂରଭଞ୍ଜ, ଢେଙ୍କାନାଳ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଦେଖା ଯାଏ । ପୂଜା ଦିନ ଦୁଇ ଜଣ ଯୁବତୀ କନ୍ୟା “କରମା” ଗଛର ଡାଳକୁ ଆଣି ଦେବତାଙ୍କ ଆସ୍ଥାନରେ ରଖି ଥାନ୍ତି । ଏହି କରମା ଡାଳକୁ “କରମଶୁଣି “ ଦେବୀ ହିସାବରେ ପୂଜା କରା ଯାଏ । ଏହା ସହିତ ଅଙ୍କୁରିତ ଗଜା, ଘାସ ଫୁଲ ଏବଂ ଦେଶୀ ମଦ୍ୟ ମଧ୍ୟ ଦେବତୀଙ୍କୁ ଅର୍ପଣ କରାଯାଏ । ପୂଜା ପରେ ଯୁବକ ଯୁବତୀମାନେ ମାଦଳର ତାଳେ ତାଳେ ନୃତ୍ୟ କରି ଥାନ୍ତି । ପ୍ରାୟତଃ ଏହି ନାଚରେ ଗୋଡ଼ ଏବଂ ପାଦର ବ୍ୟବହାର ଅଧିକ ହୁଏ । ଅଣ୍ଟାରେ ହାତ ଛନ୍ଦା ଛନ୍ଦି ହୋଇ ଆଦିବାସୀ ଯୁବକ ଯୁବତୀମାନେ ନାଚ ଆରମ୍ଭ କରି ଥାନ୍ତି । ନୃତ୍ୟ ଆରମ୍ଭ ଯଦିଓ ମନ୍ଥର ଗତିରେ ଆରମ୍ଭ ହୁଏ, ଧୀରେ ଧୀରେ ନାଚର ଗତି ମାଦଳର ଶବ୍ଦ ଠାରୁ ମଧ୍ୟ ଦ୍ରୁତତର ହୁଏ । ଏହି ନୃତ୍ୟ ଗ୍ରାମ ଦେବତୀଙ୍କ ଆସ୍ଥାନ ନିକଟରେ ହୋଇ ଥାଏ ଏବଂ ସାରା ରାତି ଏହି ନାଚ ଚାଲି ଥାଏ । ଅନ୍ୟ ଏକ ଜନପ୍ରିୟ ନୃତ୍ୟ ଘୁମୁରା ନାଚ ପ୍ରାୟତଃ ଆଉ ଦେଖିବାକୁ ମିଳୁନାହିଁ । ଘୁମୁରା ନାଚ, ଓଡ଼ିଶାର କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲାର ଏକ ଲୋକପ୍ରିୟ ନାଟ । ଘୁମୁରା ହେଉଛି ମତିନିର୍ମିତ ହାଣ୍ଡି ଆକୃତି ପଦାର୍ଥ ଉପରେ ଗୋଧିଚର୍ମଦ୍ୱାରା ଆବୃତ କରାଯାଇଥିବା ବାଦ୍ୟଯନ୍ତ୍ର ବିଶେଷ । ଏହାକୁ ବ୍ୟବହାର କରାଯାଇ ଯେଉଁ ନୃତ୍ୟ କରାଯାଏ ତାହାକୁ "ଘୁମୁରା ନାଚ" କୁହାଯାଏ । ପୁରୁଷ ମାନେ ମୁଖ୍ୟତଃ ଏହାର ନୃତ୍ୟ କରି କରମା ଗୋଟିଏ ଗୋଟିଏ ଦଳରେ ସାତ ଆଠ ଜଣ କଳାକାର ରହିଥାନ୍ତି । ପାଇକଚ୍ଚା ଉପରେ ପାଟଲୁଗା ପିନ୍ଧି ତା ଉପରେ ଚିତ୍ରବିଚିତ୍ର ଛିଟର ଏକ କପଡ଼ା ଗୁଡ଼ାଇ ଦିଆଯାଏ । ମୟୁର ପୁଛର ମୁକୁଟ ପିନ୍ଧି ନୃତ୍ୟକାରୀ ନୃତ୍ୟ କରିଥାନ୍ତି । ପ୍ରଥମେ ବାଦ୍ୟ ବଜାଇ ନୃତ୍ୟ କରି ବୃତ୍ତାକାରରେ ବୁଲନ୍ତି । ଦେବଦେବୀଙ୍କ ବନ୍ଦନା ପରେ ବାଦ୍ୟର ତାଳରେ ବେଳ ଅନୁସାରେ ପାଦପକାଇ ନୃତ୍ୟ କରନ୍ତି। ଅପରପକ୍ଷରେ ଅନ୍ୟ ଏକ ଜନପ୍ରିୟ ନୃତ୍ୟ " ଡାଲଖାଇ" । ଡାଲଖାଇ ଓଡ଼ିଶାର ପଶ୍ଚିମାଞ୍ଚଳରେ ଥିଲା ଏକ ଲୋକ ପ୍ରିୟ ନୃତ୍ୟ । ଡାଲଖାଇ ବ୍ରତ ଧାରିଣୀ ମାନେ ବଣ ଭିତରେ ଗଛର ଡାଳରେ ରହୁଥିବା ମଙ୍ଗଳା ବା ଦୁର୍ଗାଙ୍କୁ ସନ୍ତୁଷ୍ଟ କରିବା ପାଇଁ 'ଡାଲଖାଇ' ନୃତ୍ୟ କରିଥାନ୍ତି । ଆଶ୍ୱିନ ମାସର ମହାଷ୍ଟମୀଠାରୁ ଆରମ୍ଭ ହୋଇ ଦଶହରା ଦିନ ପର୍ଯ୍ୟନ୍ତ ତିନିଦିନ ଧରି ଏହାର ଆୟୋଜନ ହୋଇଥାଏ । ଅଷ୍ଟମୀ ଦିନ ସନ୍ଧ୍ୟାରେ ଦୁର୍ଗାଙ୍କର ପୂଜାର୍ଚ୍ଚନା କରାଯାଏ। ଅଷ୍ଟମୀ, ନବମୀ ଓ ଦଶମୀ ତିନିଦିନ ଧରି ଆଦିବାସୀ ତରୁଣୀ ଦଳବଦ୍ଧ ଭାବେ ନୃତ୍ୟ ପରିବେଷଣ କରନ୍ତି । ଯୁବକମାନେ ମାଦଳ, ଢୋଲ, ମହୁରୀ, ତମକି ଆଦି ବଜାନ୍ତି । ହାତ ଛନ୍ଦାଛନ୍ଦି ହୋଇ ଆଗକୁ ଓ ପଛକୁ ଢଳି ତରୁଣୀମାନେ ନିଜର କଳା କୁଶଳତା ପ୍ରଦର୍ଶନ କରନ୍ତି । ପୋଷାକ ମଧ୍ୟ ନୃତ୍ୟ ଅନୁକୂଳ ମନେହୁଏ । ସମ୍ବଲପୁରୀ ଶାଢ଼ୀ ଉପରେ ଏକ ରଙ୍ଗୀନ ଫୁଲପକା ଗାମୁଛା ପଡିଥାଏ । ମୁଣ୍ଡରେ ଖୋଷା ଓ ସେଥିରେ ବିଭିନ୍ନ ପ୍ରକାର ଫୁଲ ଓ ପତ୍ର ଖଞ୍ଜା ହୋଇଥାଏ । ବର୍ତ୍ତମାନ ଏହି ଡାଲଖାଇ ନାଚ ଅରଣ୍ୟର ଦେହଳୀ ଅତିକ୍ରମ କରି ନଗର ସଭ୍ୟତାକୁ ଧୀରେ ଧୀରେ ପ୍ରଭାବିତ କରିବାକୁ ଆରମ୍ଭ କରିବା ମଧ୍ୟ ଏକ ସାମାଜିକ ସୁବାର୍ତ୍ତା । ସେହିପରି ଚଢ଼େଇଆ ନାଟ ବା ଚଢ଼େଇଆ ନାଚ ଏକ ପାରମ୍ପାରିକ ଓଡ଼ିଆ ଗୀତ-ନାଟ/ନୃତ୍ୟ କଳା । ଏହି ନୃତ୍ୟକଳାଟି ଦଣ୍ଡ ନାଚର ଏକ ପ୍ରକାରଭେଦ ଓ ମୟୂରଭଞ୍ଜ ଛଉ ନାଚ ସହିତ ଏହାର ବହୁ ସମାନତା ପରିଲେକ୍ଷିତ କରାଯାଏ । ଏହା ବିଶେଷକରି ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜର ଗ୍ରାମାଞ୍ଚଳରେ ପରିବେଷଣ କରାଯାଏ । ଏଥିରେ ଜଣେ ପୁରୁଷ ଓ ଜଣେ ମହିଳା ଯୋଡ଼ି ହୋଇ ନାଚିଥାନ୍ତି । ନର୍ତ୍ତକଙ୍କୁ ଚଢ଼େଇଆ ଓ ନର୍ତ୍ତକୀଙ୍କୁ ଚଢ଼େଇଆଣୀ କୁହାଯାଇଥାଏ । ଏକ ବାଦନ ଦଳ ଗୀତ ବୋଲିଥାନ୍ତି ଯାହାର ତାଳେ ତାଳେ ଚଢ଼େଇଆ ଓ ଚଢ଼େଇଆଣୀ ଅଭିନୟ କରି ନାଚିଥାନ୍ତି । ନାଚ ମାଧ୍ୟମରେ ମଉସା ଓ ଚୌକିଆ ହାସ୍ୟ ଅଭିନୟକରି ଲୋକଙ୍କର ମନୋରଞ୍ଜନ କରିଥାନ୍ତି । ନାଚରେ ହାରମୋନିୟମ, ଢୋ଼ଲ ଓ କୁବୁଜି ଆଦି ବାଦ୍ୟଯନ୍ତ୍ରର ବ୍ୟବହାର କରାଯାଇଥାଏ । ପ୍ରୋତ୍ସାହନର ଅଭାବ ତଥା ନୂତନ ପିଢ଼ିଙ୍କର ଅନାଗ୍ରହ ଏହି ଲୋକନୃତ୍ୟକୁ ବିଲୁପ୍ତପ୍ରାୟ ଅବସ୍ଥାକୁ ଆଣିସାରିଲାଣି । ସେହିପରି
ପାଲା ଓଡ଼ିଶାର ଏକ ପାରମ୍ପାରିକ, ପୁରାତନ ଓ ବିଦଗ୍ଧ ଓଡ଼ିଆ ଗୀତି-ଲୋକନାଟ୍ୟ । ପାଲା ସାଧାରଣତଃ ଛଅ ଜଣ ବ୍ୟକ୍ତିଙ୍କୁ ନେଇ ଅନୁଷ୍ଠିତ ହୋଇଥାଏ । ଜଣେ ଗାୟକ, ଜଣେ ବାୟକ/ବାଦକ, ଜଣେ ଶ୍ରୀପାଳିଆ ଓ ୩ ଜଣ ପାଳିଆଙ୍କୁ ନେଇ ପାଲା ଅନୁଷ୍ଠିତ ହୋଇଥାଏ । ଏହା ନିର୍ବିବାଦୀୟ ସତ୍ୟ ଯେ ଏହି
ସ୍ୱତନ୍ତ୍ର କଳା ଦିନେ ଘରେ ଘରେ ପରିଚିତ ଥିଲା । ବିଶେଷ କରି ବାଦୀପାଲା ଦେଖିବାକୁ ଲୋକେ ବହୁତ ପସନ୍ଦ କରୁଥିଲେ । ଯେଉଁ ସମୟରେ ମନୋରଞ୍ଜନ କରିବା ପାଇଁ ବିଶେଷ ସୁବିଧା ନଥିଲା ସେହି ସମୟରେ ପାଲା ଲୋକଙ୍କୁ ମନୋରଞ୍ଜନ କରିବା ସହ ସାହିତ୍ୟ, ସଂସ୍କୃତି ଓ କଳା ପ୍ରତି ପରିଚିତ କରାଉଥିଲା । ଏହି ପାଲା ମାଧ୍ୟମରେ ଓଡ଼ିଶାରେ ଭାଷା ଆନ୍ଦୋଳନ ଘରେ ଘରେ ପହଞ୍ଚି ପାରିଥିଲା । ସେହିପରି ସ୍ୱାଧୀନତା ଆନ୍ଦୋଳନ ସମୟରେ ମଧ୍ୟ ପାଲାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ପାଲା ସଂସ୍କୃତି ସହିତ ଆମର ରକ୍ତଗତ ସମ୍ପର୍କ । ଆମର ଜେଜେ ବାପା ସ୍ବର୍ଗତ ଦିବ୍ୟସିଂହ ଶତପଥୀ ଥିଲେ ପାଲା ସାହିତ୍ୟ ସ୍ରଷ୍ଟା । ଆମର ବଡ଼ ନନା ବା ଆମର ପୋଷ୍ୟପିତା ପଣ୍ଡିତ ଜଗନ୍ନାଥ ଶତପଥୀ ମଧ୍ୟ ଥିଲେ ପାଲା ସାହିତ୍ୟ ସ୍ରଷ୍ଟା ଏବଂ ଆମ ଗ୍ରାମର ପଡୋଶୀ ଗ୍ରାମ ଜାଗୁଳାଇ ପଦରରେ ହୋଇଆସୁଥିବା ବାଦୀ ପାଲାର ଜଣେ ପୃଷ୍ଠପୋଷକ ଏବଂ ଏବେ ଆମର ସାନଭାଇ ଜଣେ ଶିକ୍ଷକ ଥିବା ସହିତ ଜଣେ ପାଲା ଗାୟକ । ଆମ ପିଲାଦିନେ ଗାୟକ ସୁଧାକର ପରମାନନ୍ଦ ଶରଣ, ଗାୟକ ବିନୋଦ ଜନାର୍ଦ୍ଦନ ତ୍ରିପାଠୀ, ମାର୍କଣ୍ଡେୟ ବାହିନୀପତି, ହରି ନାଥ, ବିଶ୍ବନାଥ ପାଟ୍ଟଯୋଶୀ, ନିରଞ୍ଜନ କର, ଧ୍ରୁବ ଚରଣ ଷଡ଼ଙ୍ଗୀ ପ୍ରଭୃତି ଅନେକ ପ୍ରସିଦ୍ଧ ଜନାଦୃତ ଗାୟକ ମାନଙ୍କ ପାଲା ପରିବେଷଣ ଦେଖିବାର ସୌଭାଗ୍ୟ ପାଇଛୁ । ସେତେବେଳେ ଆମେ କହିଥିଲୁ, ଯାହା ଏବେବି ମନେଅଛି " ହରି ନାଥ ବଦନ,ଅଧରେ ନିରଞ୍ଜନ, ଭୂଷଣ ଧ୍ରୁବ ମନ ମୋହିଲା ରେ..." । ପାଲା ହିନ୍ଦୁ ଓ ମୁସଲମାନ ଧର୍ମ ମଧ୍ୟରେ ସମନ୍ୱୟ ରଖିଥାଏ । ଏଥିରେ ଉଭୟ ସତ୍ୟ ନାରାୟଣ ଏବଂ ପୀର ବାବାଙ୍କୁ ପୂଜା କରାଯାଇଥାଏ, ତେଣୁ ପାଲାକୁ ସତ୍ୟପୀର ପୂଜା ବୋଲି ମଧ୍ୟ କୁହାଯାଏ । ସେହିପରି ଆମର ଷୋଳ ପାଲା ପରମ୍ପରା ଥିଲା । ଆମେ ଜନ୍ମ ପୂର୍ବରୁ ଭଉଣୀ ମରିଥିବାରୁ ଆମକୁ ଆମ ଜେଜେ ମା ରେବତୀ ଦେବୀ ଆମକୁ ଅପର୍ତ୍ତିଆ ବୋଲି ବେକରେ ଶଙ୍ଖ ମାଳି ପକେଇ ଷୋଳପାଲା ପୂଜା ଯାଚଙ୍ଗା କରିଥିଲେ । ଏହି ଷୋଳ ପାଲା ଗୁଡିକ ମଧ୍ୟରୁ ଜନ୍ମ ପାଲା, ପଦ୍ମଲୋଚନ ପାଲା,ମର୍ଦ୍ଦଗାଜୀ ଜନ୍ମ ପାଲା,ମର୍ଦ୍ଦଗାଜୀ ବିଭା ପାଲା, ବିଦ୍ୟାଧର ପାଲା,ମଦନସୁନ୍ଦର ପାଲା,ସଦାନନ୍ଦ ସୈ।ଦାଗର ପାଲା ,ଶ୍ବେତ ବସନ୍ତ ପାଲା ଏହି ପରି ଷୋଳ ପାଲା ।ସତ୍ୟନାରାୟଣଙ୍କ ମାହାତ୍ମ୍ୟ ବର୍ଣ୍ଣନାପୂର୍ବକ ୧୬ ଗୋଟି ପାଲା ବା ଗଳ୍ପକୁ ଗୀତଦ୍ୱାରା ବର୍ଣ୍ଣିତ । ଓଡ଼ିଶାରେ ବୋଲାଯାଉଥିବା 'ପାଲା' ମାନ 'କବିକର୍ଣ୍ଣ' ବିରଚିତ ବଙ୍ଗଳା ପାଞ୍ଚାଳ ଛନ୍ଦରେ ରଚିତ । ବଙ୍ଗଳା ଗୀତର ବିକୃତି ମାତ୍ର ସଂ. ପାଳି, ଓ ପାଳି ବଂ. ପାଲା ଶବ୍ଦର ଅର୍ଥ ପର୍ଯ୍ୟାୟ ବା କ୍ରମ ପାଲା ଶବ୍ଦ ବଙ୍ଗଳା ଭାଷାରୁ ଆନୀତ ଜଣେ 'ଗାୟକ' ଗୀତ ବୋଲନ୍ତି ଓ ତାଙ୍କ ସଙ୍ଗେ ଆଉ ଜଣେ ବାଜା ବଜାନ୍ତି ଓ କେତେ ଗୁଡ଼ିଏ ଲୋକ ପାଳି ଧରନ୍ତି ବୋଲି, ଏହାର ନାମ ପାଲା ହୋଇଅଛି । 'ଗାୟକ' ଗୀତ ବୋଲନ୍ତି, 'ବାୟକ' ମୃଦଙ୍ଗ ବଜାନ୍ତି । ଗାୟକ ଏକୁଟିଆ ଗୀତର ପ୍ରସଙ୍ଗରେ ଗଲେ ତାଙ୍କୁ ସାହାର୍ଯ୍ୟ କରିବାକୁ କିମ୍ବା ଗୀତର ପ୍ରସଙ୍ଗରେ କଥୋପକଥନ ଛଳରେ ଗାୟକଙ୍କୁ ଉତ୍ତର ଦେବାକୁ ଗାୟକଙ୍କ ସଙ୍ଗେ 'ଶିରୀ ପାଳିଆ' ବା 'ଡାହାଣ ପାଳିଆ' ବା 'ଶ୍ରୀ ପାଳିଆ' ଥାଆନ୍ତି ଗାୟକଙ୍କ ଡାହାଣ ହାତରେ 'ମନ୍ଦିରା' ବା ଗିନି ବନ୍ଧା ହୋଇଥାଏ ଓ କାଖରେ ଚଅଁର ମୁଠାଥାଏ । ଅନ୍ୟ ଶ୍ରୀପାଳିଆ ଝାଞ୍ଜ ଧରିଥାଆନ୍ତି କିନ୍ତୁ ଗାୟକ ଗୀତ ବୋଲିବା ବେଳେ ଶ୍ରୀପାଳିଆ ଝାଞ୍ଜ ବଜାନ୍ତି ନାହିଁ । ପାଳିଆମାନେ ପାଳି ଧରିବା ବେଳେ ଶ୍ରୀପାଳିଆ ଅନ୍ୟ ପାଳିଆମାନଙ୍କ ସହିତ ଝାଞ୍ଜ ବଜାନ୍ତି ଓ ବାୟକ ଗାୟକଙ୍କ ସଙ୍ଗେ ଓ ପାଳିଆଙ୍କ ସଙ୍ଗେ ମୃଦଙ୍ଗ ବଜାନ୍ତି ।ଗୋଟିଏ ପାଲାଦଳ ଦୁଇଟି ପଞ୍ଝାରେ ବିଭକ୍ତ ଗାୟକଙ୍କ ବୋଲିବା ଗୀତର ପାଳି ଧରିବାକୁ ୨ ଜଣ 'ପାଳିଆ' ଆଥାନ୍ତି । ଗାୟକଙ୍କ ଗୀତର ଶେଷାଂଶ ବା ଢୁଆ ବା ଘୋଷାକୁ ଏମାନେ ବୋଲନ୍ତି ଓ ଝାଞ୍ଜ ବଜାଇଥାନ୍ତି । ପାଲାବାଲାମାନେ ନାନାପ୍ରକାର ବେଶରେ (ଅର୍ଥାତ୍ ମୁଣ୍ଡରେ ପଗଡ଼ି, ଦେହରେ ଚପ୍କନ୍ ପରି ବଡ଼ କୁର୍ତ୍ତା ଅଣ୍ଟାରେ ଘାଗରା ଓ ଗୋଡ଼ରେ ବଳା ବା ଘାଙ୍ଗୁର ପିନ୍ଧି ନାଚିଥାନ୍ତି ।
ପୁସ୍ତକ ସାହାର୍ଯ୍ୟରେ ଯେଉଁ ପାଲା ବୋଲାଯାଏ ଓ ପୂଜା କରାଯାଏ, ତାକୁ ପୋଥିପାଲା ବା ପୋଥିପୂଜା ବୋଲାଯାଏ ।
ପୁସ୍ତକର ବିନା ସାହାର୍ଯ୍ୟରେ ଗାୟକ ଓ ନର୍ତ୍ତକମାନେ ବାଜା ବଜାଇ ଯାହାକୁ ବୋଲି ଅଭିନୟ କରନ୍ତି, ତାକୁ ଠିଆପୂଜା ବା ଠିଆପାଲା ବୋଲାଯାଏ ।
ଏକ ଦଳ ପାଲାବାଲା ପାଲା ଅଭିନୟ କଲେ ତାକୁ 'ଗୋଟିକିଆ ପାଲା' କହନ୍ତି ।
ଦୁଇଦଳ ପ୍ରତିଦ୍ୱନ୍ଦୀ ହୋଇ ପାଲା ଅଭିନୟ କଲେ ତାକୁ 'ଜାଉଁଳି ପାଲା' ବା ' ଜାଉଳି ପୂଜା' କହନ୍ତି ।
ଏକାଧିକ ଦଳ ପ୍ରତିଦ୍ୱନ୍ଦୀ ହୋଇ ପାଲା କଲେ ତାକୁ 'ବାଦୀ ପାଲା' ବା 'ଲଢ଼େଇ ପାଲା' ବୋଲାଯାଏ ।
ପାଲା ଅଭିନୟକାରୀମାନଙ୍କ ମଧ୍ୟରେ ଜଣେ 'ଗାୟକ', ଜଣେ 'ଗାୟକ', ଜଣେ 'ଶିରପାଳିଆ' ଓ ଦୁଇ ବା ୩ ଜଣ 'ପାଳିଆ' ଥାଆନ୍ତି । କବିକର୍ଣ୍ଣଙ୍କ ରଚିତ 'ପାଲା'ମାନଙ୍କ ଭାଷା ବଙ୍ଗଳା ଓ ଉକ୍ତ ଭାଷାରେ ଫାରସୀ ଶବ୍ଦର ବହୁଳତା (ୟଥା: ବାଦସା, ଉବୀର, କାଲାମ, ମୋଲାକାତ, ସଲାମ, ହକିକତ, ଦିଲଖୋସ ଓ ହାସିଲ ଇତ୍ୟାଦି ଶବ୍ଦ) ଦେଖାଯାଏ ଓ ବେଳେ ବେଳେ ଫାରସୀ ଭାଷାରେ ବାକ୍ୟ ମଧ୍ୟ ଦେଖାଯାଏ । କବିକର୍ଣ୍ଣଙ୍କ ବିରଚିତ ପାଲା ବଙ୍ଗାଳା ଓ ଉର୍ଦ୍ଦୁ ଭାଷାର 'ଖେଚାଡ଼ି'; ତାହା ପୁଣି ବଙ୍ଗଳା ଅନଭିଜ୍ଞ ଓଡ଼ିଆଙ୍କ ମୁହଁରେ ବଙ୍ଗଳା, ଉର୍ଦ୍ଦୁ ଓ ଓଡ଼ିଆ ମିଶା 'ପଲାଉ' ହୁଏ ତହିଁରୁ କେତେକଗୁଡ଼ିଏ ଧାଡ଼ିର ଉଦାହରଣ ନିମ୍ନରେ ଲିଖିତ: ଶୁନ ସର୍ବେ ବିରାଦରେ ପୀରେର କାଲାମ୍ ନିଯତ ହାସଲ୍ ହୁଏ,ଫତେ ହୁଏ କାମ୍ ଇଯାର୍ ପିଯାର୍ ଭାଇ ସକଲେ ଶୁନତ ୟେଉଁ ରୂପେ ଶ୍ୱେତ ବସନ୍ତ ପାଲା ହକିକତ ହରି ହରି ବୋଲ ଦିଅ ସବୁ ସଭଜନ ବିପତ୍ତି ପଡ଼ିଲେ ରଖେ ସତ୍ୟ ନାରାୟନଯାର ଘରେ ହୁଏ ପୂଜା ସାହେବେର ନାମ୍ ବଢ଼ାଏ ଦୌଲତ ତାର ଫତେ କରେ କାମ ଶ୍ରୀ କବି ବର୍ଣ୍ଣେତେ ଗାଏ ନାରାୟଣରେ ପାୟ ହରି ହରି ବୋଲ ସର୍ବେ ପାଲା ହଇଲ ସାୟ
ସାଧାରଣତଃ 'ପାଲା ଗୀତ' ପ୍ରତ୍ୟେକ ୧୪ ଅକ୍ଷର ଯୁକ୍ତ ଦୁଇଟି ଧାଡ଼ିରେ ରଚିତ, କିନ୍ତୁ ମଝିରେ ମଝିରେ ଏକାଦାଣ୍ଡିଆ (monotony) ଭାଙ୍ଗିବା ପାଇଁ:
"ରଜନୀର ଅବଶେଷେ ଗ୍ରାମର
ଭିତରେ ପଶେ ଚନ୍ଦ୍ର ହାସ ରାଜାର କୁମାର"
୮ ଅକ୍ଷରିଆ ୨ ପାଦ ଓ ୧ ଅକ୍ଷରିଆ ଏକପାଦ ଯୁକ୍ତ 'ତ୍ରିପଦୀ' ଦ୍ୱୟ ସମ୍ବଳିତ ଗୀତ ମଧ୍ୟ ବୋଲାଯାଏ । ଗଳ୍ପର ପ୍ରସଙ୍ଗ ଓ ଅବସର କ୍ରମେ ପାଇଲାମାନେ ଏଥିରେ ଯମକ, ଅନୁପ୍ରାସ, ବ୍ୟାଘ୍ରଗତି, ମେଷ ଯୁଦ୍ଧ ଅବନା ଆଦି ଶବ୍ଦ ଅବରସ୍ ପୂର୍ଣ୍ଣ ପ୍ରାଚୀନ ସଙ୍ଗୀତ, ଚଉପଦୀ, ଡାହିକା, ଭଜନ, ବନ୍ଦନା ଆଦି ଲଗାଇ 'ପାଲାକୁ' ଜମକ୍ କରନ୍ତି ଓ କେତେକ ଗାୟକଙ୍କର ଅଭିଧାନ, ଅଳଙ୍କାର କାବ୍ୟନାଟକ, ଚମ୍ପୁ ଆଦିରେ ଅସାଧାରଣ ପାଣ୍ଡିତ୍ୟ ଦେଖାଯାଏ ଓ କେତେକଙ୍କଠାରେ ଆଶୁକବିତ୍ୱ ମଧ୍ୟ ଲକ୍ଷିତ ହୁଏ । ଓଡ଼ିଶାରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ଭାଇମାନଙ୍କଦ୍ୱାରା ମଧ୍ୟ ପାଲା ପରିବେଷଣ କରାଯାଉଅଛି, ଏହା ମଧ୍ୟ ଓଡ଼ିଶାର ପୁରପଲ୍ଲୀରେ ଆଦ୍ରୁତ, ଓଡ଼ିଶାର କଟକ, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡା ଆଦି ଜିଲ୍ଲାରେ ବହୁ ନାମକାରୀ ଗାୟକମାନେ ଲୋକ ଅନାଗ୍ରହ କାରଣ ରୁ ଏବେ କେବଳ ରେଡିଓ ଓ ଦୁରଦର୍ଶନରେ ପାଲା ପରିବେଷଣ କରି ଓଡ଼ିଶାର ସାହିତ୍ୟ, ସଂସ୍କୃତି ଓ କଳାକୁ ଘରେ ଘରେ ପରିଚିତ କରାଇବାକୁ ଚେଷ୍ଟାକରୁଛନ୍ତି ସତ, ମାତ୍ର ଏବେ ଦୂରଦର୍ଶନ ର ଉପଭୋକ୍ତା ଙ୍କ ସଂଖ୍ୟା ଖୁବ୍ ନଗଣ୍ୟ । ସେହିପରି ଏକଦା ଜନାଦୃତ ଥିବା
ଚଢ଼େଇଆ ନାଟ ବା ଚଢ଼େଇଆ ନାଚ ଏକ ପାରମ୍ପାରିକ ଓଡ଼ିଆ ଗୀତ-ନାଟ/ନୃତ୍ୟ କଳା । ଏହି ନୃତ୍ୟକଳାଟି ଦଣ୍ଡ ନାଚର ଏକ ପ୍ରକାରଭେଦ ଓ ମୟୂରଭଞ୍ଜ ଛଉ ନାଚ ସହିତ ଏହାର ବହୁ ସମାନତା ପରିଲେକ୍ଷିତ କରାଯାଏ ।ଏହା ବିଶେଷକରି ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜର ଗ୍ରାମାଞ୍ଚଳରେ ପରିବେଷଣ କରାଯାଏ । ଏଥିରେ ଜଣେ ପୁରୁଷ ଓ ଜଣେ ମହିଳା ଯୋଡ଼ି ହୋଇ ନାଚିଥାନ୍ତି । ନର୍ତ୍ତକଙ୍କୁ ଚଢ଼େଇଆ ଓ ନର୍ତ୍ତକୀଙ୍କୁ ଚଢ଼େଇଆଣୀ କୁହାଯାଇଥାଏ । ଏକ ବାଦନ ଦଳ ଗୀତ ବୋଲିଥାନ୍ତି ଯାହାର ତାଳେ ତାଳେ ଚଢ଼େଇଆ ଓ ଚଢ଼େଇଆଣୀ ଅଭିନୟ କରି ନାଚିଥାନ୍ତି । ନାଚ ମାଧ୍ୟମରେ ମଉସା ଓ ଚୌକିଆ ହାସ୍ୟ ଅଭିନୟକରି ଲୋକଙ୍କର ମନୋରଞ୍ଜନ କରିଥାନ୍ତି । ନାଚରେ ହାରମୋନିୟମ, ଢୋ଼ଲ ଓ କୁବୁଜି ଆଦି ବାଦ୍ୟଯନ୍ତ୍ରର ବ୍ୟବହାର କରାଯାଇଥାଏ । ପ୍ରୋତ୍ସାହନର ଅଭାବ ତଥା ନୂତନ ପିଢ଼ିଙ୍କର ଅନାଗ୍ରହ ଏହି ଲୋକନୃତ୍ୟକୁ ବିଲୁପ୍ତପ୍ରାୟ ଅବସ୍ଥାକୁ ଆଣିସାରିଲାଣି । ଅପରପକ୍ଷରେ
ଗୋଟିପୁଅ ଭାରତର ଓଡ଼ିଶାର ଶାସ୍ତ୍ରୀୟ ନାଟ ଭିତରୁ ଗୋଟିଏ । ଏହା ଓଡ଼ିଶାର ପୁରୀ ଜିଲ୍ଲାରୁ ଜନ୍ମ ଲାଭ କରିଥିଲା । ଆମେ ଯେତେବେଳେ ପିଲା ଥିଲୁ , ସେତେବେଳେ ପରବର୍ତ୍ତୀ ସମୟରେ ବିଶ୍ବ ପ୍ରସିଦ୍ଧ ହୋଇଥିବା ଆମ ଗାଁ ପାଖ ର ଗୁରୁ ଗଙ୍ଗାଧର ପ୍ରଧାନ ଗୋଟି ପୁଅ ନୃତ୍ୟ କରୁଥିଲେ । ଓଡ଼ିଆରେ "ଗୋଟି"ର ଅର୍ଥ ଜଣେ ଓ ଏହି ନାଟ ଜଣେ ପୁଅ ଦେଇ କରାଯାଉଥିବାରୁ ଏହାର ଏପରି ନାମକରଣ ହୋଇଥିବାର ବିଶ୍ୱାସ କରାଯାଇଥାଏ । ଯେତେବେଳେ ଧିରେ ଧିରେ ମାହାରୀ ନାଟର ପ୍ରଭାବ ଧୀରେ ଧୀରେ କମି କମି ଆସିଲା ସେତେବେଳେ ପୁଅମାନେ ଝିଅମାନଙ୍କ ଲୁଗାରେ ସଜ୍ଜିତ ହୋଇ ଅଳଙ୍କାର ଆଦି ପିନ୍ଧି ନାଚିବାର ଏହି ଚଳଣି ଜନ୍ମ ନେଲା । ଆଧୁନିକ ଓଡ଼ିଶୀ ନାଟର ଏହା ମୂଳରୂପ । ଅନେକ ମହାନ ଓଡ଼ିଶୀ ନାଟଗୁରୁମାନେ ଆରମ୍ଭରେ ଏହି ନାଟକଳାରେ ଶିକ୍ଷାଲାଭ କରିଥିଲେ । ସେହିପରି ଘୁଡୁକି, କେତେକ ସ୍ଥାନରେ କୁହାଯାଉଥିଲା "ଧୁଡୁକି" ନାଚ । ଘୁଡ଼ୁକି ଏକ ବାଦ୍ୟ । ପତର ସଉରା ଓ କେଳା ସମ୍ପ୍ରଦାୟର ଲୋକେ ପୂର୍ବେ ଏକ ବାଦ୍ୟଯନ୍ତ୍ରକୁ ବ୍ୟବହାର କରି, ଗୀତ ଗାଇ ଗାଇ, ଗାଁ ଗାଁ ବୁଲି ବୁଲି ଭିକ୍ଷା କରୁଥିଲେ । ଏହି ଘୁଡ଼ୁକି ବଜାଇଲେ ଘୁ.ଡୁ. . . ଘୁଡୁ ଶବ୍ଦ ସୃଷ୍ଟି ହୁଏ ସମ୍ଭବତଃ ଏଥିପାଇଁ ଏଇ ବାଦ୍ୟଯନ୍ତ୍ରର ନାମ ଘୁଡୁକି ବା ‘ଧୁଡୁକି’ ବୋଲି କୁହାଯାଏ । ‘ଧୁଡୁକି’ ଶବ୍ଦର ଅର୍ଥ ପ୍ରକାଶ କରିବାକୁ ଯାଇ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରେ କୁହାଯାଇଛି – “ଗୋଟିଏ ବଡ଼ ନଜର ଗୁନ୍ନା ଗୁମ୍ଫା ମୁହଁରେ ବନ୍ଧାଯାଇଥା ଚମଡ଼ାର ମଝିରେ ଗୋଟିଏ ଛିଦ୍ର ହୋଇ ତହିଁରେ ଗୋଟିଏ ତନ୍ତୁବାୟ ସୂତ୍ର ସଲଗ୍ନ ଥାଏ । ଉକ୍ତ ନଳକୁ ବାଆଁ କାଖରେ ଜାକି ସୂତାର ମୁକୁଳା ମୁଣ୍ଡକୁ ବାଁ ହାତରେ ଟାଣିଧରି ଡାହାଣ ହାତରେ ଆଙ୍ଗୁଠି ଦ୍ଵାରା ସେ ସୂତାକୁ ବଜାଇଲେ ଟଙ୍ଗ୍ ଟଙ୍ଗ୍ ବା ଧୁଡ ଧୁଡ ଶବ୍ଦ ହୁଏ । । କେଳାମାନେ ଗୀତ ବୋଲି ଗୀତର ତାଳ ଅନୁସାରେ ଏହି ଯନ୍ତ୍ର ବଜାନ୍ତି । ଗଞ୍ଜାମରେ ଘୁଡ଼ୁକିର ପ୍ରସ୍ତୁତି ଟିକିଏ ଭିନ୍ନ । ଗଞ୍ଜାମର କଳାପ୍ରାଣ ବ୍ୟକ୍ତିମାନେ ଲୋକବାଦ୍ୟ ପ୍ରସ୍ତୁତ କଲାବେଳେ ସତର୍କ ଦୃଷ୍ଟି ଦେଇଥାନ୍ତି, ଯାହାଦ୍ଵାରା ଲୋକବାଦ୍ୟ ଦୀର୍ଘସ୍ଥାୟୀ ଓ ବାକ୍ୟରୁ ଜାତ ଶବ୍ଦ ସୁମଧୁର ହୋଇଥାଏ । କେଉଁ କାଠରେ ତିଆରି ହେଲେ କି ପ୍ରକାର ସୃଷ୍ଟି ହେବ ଏଥପାଇଁ ମଧ୍ୟ ସେମାନେ ସଚେତନ ଥାଆନ୍ତି । ପ୍ରକାଶଥାଉକି, ଦାସକାଠିଆ ପାଇଁ ଶିଶୁଆ କାଠ ବ୍ୟବହାର ହେଲାବେଳେ ଢୁମ୍ପାବାଦ୍ୟ ପାଇଁ ମୋହି କଣ୍ଟା ବାଉଁଶ ବ୍ୟବହୃତ ହୁଏ । କେଉଁ କାଠକୁ ପାଣି ଭିତରେ କିଛିଦିନ କସେଇବାକୁ ହୁଏତ କେଉଁ କାଠର ମଞ୍ଜରୁ ସିଧାସଳଖ ବାଦ୍ୟଯନ୍ତ୍ର ପ୍ରସ୍ତୁତ କରାଯାଏ । ଘୁଡ଼ୁକି ପାଇଁ କିଆ, ପଣସ, ଗମ୍ଭାରୀ, ବାବୁଲ, ବକୁଲ, ନିମ ଗଛର ମଞ୍ଜ ଅଂଶକୁ ବ୍ୟବହାର କରାଯାଏ । ଘୁଡୁକିପାଇଁ ବ୍ୟବହୃତ କାଠକୁ ପାଣି ତଳ ପଙ୍କ ଭିତରେ ୨୦/୨୫ ଦିନ ପୋତି ଦିଆଯାଏ । ଏହାଦ୍ଵାରା କାଠକୁ ଆଉ କେବେ ପୋକ ଧରେ ନାହିଁ । ଟାଣ ହୁଏ । ବାଦ୍ୟଯନ୍ତ୍ର ମଧ୍ୟ ଦୀର୍ଘସ୍ଥାୟୀ ହୁଏ । ଏହି କାଠଗଣ୍ଠିକୁ ପାଣିରୁ ବାହାର କରି ସେଥୁରୁ ଘୁଡୁକି ପାଇଁ ଅଡ଼ା ପ୍ରସ୍ତୁତ କରାଯାଏ । ଏହି ଅଡ଼ା ମାପଯନ୍ତ୍ର କାଠଅଡ଼ା ପରି । କିନ୍ତୁ ଏହାର ଦୁଇ ପାଖ ଖୋଲାଥାଏ । ଏହାର ଲମ୍ବା ୧ ଫୁଟ ୧୦ ଇଞ୍ଚ । ଏହାର ଖୋଲା ମୁହଁର ଗୋଟିଏ ପଟର ବ୍ୟାସ ୫ ଇଞ୍ଚ । ଏହି ପଟରେ ଚମଡ଼ା ସଂଲଗ୍ନ କରାଯାଏ । ଅନ୍ୟପଟର ବ୍ୟାସ ୪.୫ ଇଞ୍ଚ । ଏହାର ମୁହଁ ଖୋଲା ରହେ । ବାଦକର ରୁଚି ଅନୁସାରେ ଏହି ଦୈର୍ଘ୍ୟ ଏବଂ ବ୍ୟାସରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ ।
ଘୁଡ଼ୁକିରେ ବ୍ୟବହୃତ ଅନ୍ୟାନ୍ୟ ଚମଡ଼ା ଅପେକ୍ଷା ଗୋଧି ଚମଡ଼ାକୁ ପ୍ରାଧାନ୍ୟ ଦିଆଯାଏ, କାରଣ ହେଲା ଏହି ଚମଡ଼ାରୁ ସୃଷ୍ଟି ହେଉଥିବା ଶବ୍ଦ ଶ୍ରୁତିମଧୁର । ଆଜିକାଲି ଛେଳି ଚମଡ଼ା ମଧ୍ୟ ବ୍ୟବହୃତ ହେଉଛି । କିଆକାଠ ଅଡ଼ା ପାଇଁ ଗୋଧି ଚମଡ଼ା ଏବଂ ପଣସ, ଗମ୍ଭାରୀ ଆଦି କାଠ ପାଇଁ ଛେଳି ଚମଡ଼ା ବ୍ୟବହାର କଲେ ମଧୁର ସ୍ଵର ସୃଷ୍ଟି ହୁଏ । ଅଡ଼ାର ଅଧିକ ବ୍ୟାସଥିବା ଖୋଲା ମୁହଁରେ ଚମଡ଼ା ଢାଙ୍କୁଣି କରାଯାଏ । ଏଥିପାଇଁ ଆପୁଚି ଦ୍ୱାରା ପ୍ରସ୍ତୁତ ସ୍ଵତନ୍ତ୍ର ଅଠା ବ୍ୟବହୃତ ହୋଇଥାଏ । ଚମଡ଼ାର ଠିକ୍ କେନ୍ଦ୍ର ବିନ୍ଦୁରେ ତନ୍ତ ସୂତା ଗଲାପରି ଏକ କଣା କରାଯରାଏ । ତନ୍ତସୂତାର ଗୋଟିଏ ପାର୍ଶ୍ଵକୁ ଏକ ଇଞ୍ଚିଆ ଏକ ଛୋଟ କାଠିରେ ତନ୍ତସୂତାକୁ ବାନ୍ଧି ଛିଦ୍ର ଦେଇ ତନ୍ତସୂତାର ଅପରମୁହଁକୁ ଗଳେଇ ଦିଆଯାଏ । ଏହି ତନ୍ତସୂତାର ଲମ୍ବା ଘୁଡ଼ିକି ବାଦ୍ୟର ହାତ ଲମ୍ବା ଉପରେ ନିର୍ଭର କରେ । ସୂତାର ଏହି ମୁଣ୍ଡକୁ କୁନ୍ଦ କରାଯାଇଥିବା ୭ ଇଞ୍ଚ ଲମ୍ବାର ଏକ କାଠିର ମଧ୍ଯ ଭାଗର ରନ୍ଧ୍ର ଦେଇ ବାହାରକୁ ନିଆଯାଏ ଏବଂ ଅବଶିଷ୍ଟ ତନ୍ତ୍ର ସୂତାକୁ ଗୁଡ଼େଇ ଦିଆଯାଏ ।
କ୍ରମଶଃ
ବିସ୍ମୃତ ବିସ୍ମୟ ପ୍ରତିଭା
----------------------
ଆମେ ଧାରାବାହିକ ଭାବେ ବିଗତ ଚାରି ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ଦୃଢ଼ତାର ସହ କହି ଓ ଲେଖି ଆସିଛୁଯେ ଓଡ଼ିଶାର ଇତିହାସ ଏଯାବତ୍ ସଠିକ୍ ତଥ୍ୟାଧାରରେ ଆଲୋଚନା ହୋଇନାହିଁ କି ଲେଖା ମଧ୍ୟ ହୋଇନାହିଁ । ଓଡ଼ିଶାର ଇତିହାସ ଲେଖିଲେ ବିଜେତା ବ୍ରିଟିଶ ଜାତି ଓ ସେମାନଙ୍କ ବୁକୁଚାଵୁହା ଭଗାରି ଜାତିର ଐତିହାସିକ ହିଞ୍ଜିଡାମାନେ । ଏହା ମଧ୍ୟ ନିର୍ଵିଵାଦୀୟ ସତ୍ୟ ଯେ " ବିଜେତା ଯେବେ ପରାଜିତର ଇତିହାସ ଲେଖେ, ସେତେବେଳେ ସେ ନିଜକୁ ସର୍ବୋକୃଷ୍ଟ,ମହାନ୍ ରୂପରେ ମିଥ୍ୟା ତଥ୍ୟାଧାରରେ ଆଛାଦିତ କରି ନିଜ ଜାତି ବା ଦେଶକୁ ମହିମା ମଣ୍ଡିତ କରାଇଥାଏ ଓ ପରାଜିତକୁ ନଗଣ୍ୟ, ହୀନ ଦୃଷ୍ଟିରେ ମସୀଲିପ୍ତ କରିଥାଏ । ଯଦି ଇତିହାସ ସଠିକ୍ ଲେଖାଯାଇଥାନ୍ତା, ତେବେ ସେମାନେ ଲେଖି ନଥାନ୍ତେ ଯେ ଦେଶମୁକ୍ତି ଆନ୍ଦୋଳନରେ ଓଡ଼ିଆଙ୍କ ଖଡ଼ି ପଡିନି । ଆମେ ବିଗତ କୋଡିଏ ବର୍ଷ ଧରି ଏହି ଅପମାନର ଵୌଦ୍ଧିକ ପ୍ରତିଶୋଧ ନେବାପାଇଁ ଏଯାବତ୍ ଯେତିକି ତଥ୍ୟ ସଂଗ୍ରହ କରିଛୁ, ସେଥିରେ ପ୍ରାମାଣିକ ତଥ୍ୟ ସନ୍ନିବେଶିତ କରି ଗର୍ବୋତଫୁଲିତ ଭାବେ କହିପାରୁ ଯେ ଓଡ଼ିଆମାନେ ସମଗ୍ର ବିଶ୍ୱର ୪୩ ଟି କ୍ଷେତ୍ରରେ ଵିଶ୍ବଗୁରୁ ଏବଂ ଭାରତର ମୁକ୍ତି ଆନ୍ଦୋଳନରେ ଯେକୌଣସି ରାଜ୍ୟ ବା ଯେକୌଣସି ଜାତି ଠାରୁ ଢେର୍ ଆଗରେ । ଏହା ପଢି ଆମ ରାଜ୍ୟର କେତେକ ଚରଣପନ୍ଥୀ ଆତ୍ମଶ୍ଲାଘାପ୍ରବଣ ଵ୍ୟର୍ଥଜନ୍ମା ମାନେ ଆମକୁ ଅତ୍ୟଧିକ ଭାବ ପ୍ରବଣ ଅବା ଜନମ ଵାହାଦୁରିଆ କିମ୍ବା ମିଥ୍ୟାବାଦୀ ବିଶେଷଣରେ ବିଭୂଷିତ କରିବାର ସମ୍ଭାବନା ଥିବାରୁ ସତ୍ତର୍କ ହୋଇ ସମସ୍ତ ପ୍ରମାଣ ସହ ଧାରାବାହିକ ଭାବେ ଉପସ୍ଥାପନ କରିଚାଲିଛୁ,,କିଏ ପଢୁ ଅବା ନପଢୁ । ଅର୍ଥାତ୍ ଘଣ୍ଟ ବାଡାଇବା ଆମର ଧର୍ମ,କିଏ ଶୁଣୁ ଅବା ନଶୁଣୁ, କିଏ ଗାଳି ଦେଉ ଅବା ମିଥ୍ୟାରୋପ ପ୍ରଚାର ପ୍ରସାର କରୁ, ସେଥିପ୍ରତି ସାମାନ୍ୟ ଦୃଷ୍ଟି ଦେଇ ନାହୁଁ କି ଦେବାର ମଧ୍ୟ ସମ୍ଭାବନା ନାହିଁ ।
ଆଜି ର ଆଲୋଚନାରେ ଆମେ ଏଭଳି ଜଣେ ଵିଶ୍ବ ବିଖ୍ୟାତ ଓଡ଼ିଆଙ୍କ କୀର୍ତ୍ତି ଓ କୃତି ଉପସ୍ଥାପନ କରିବାକୁ ଯାଉଛୁ, ଯିଏ ଆମ ଭାଷାରେ ବୋଧେ ସମଗ୍ର ଦେଶରେ ସର୍ବାଧିକ ଅନାଲୋଚିତ, ଅବହେଳିତ । ତାଙ୍କର ସନ୍ତାନ ଆଜି ଓଡ଼ିଶାର ଜଣେ ଜନାଦୃତା ଵୁଦ୍ଧିବାଦୀ, ପ୍ରବୀଣ ସାରସ୍ଵତ ସାଧିକା ଏବଂ ସର୍ବୋପରି ଓଡ଼ିଆ ଭାଷା ସାହିତ୍ୟର ପ୍ରତିବଦ୍ଧତା ଧର୍ମ୍ମୀ ଅହଙ୍କାର ଵିଵର୍ଜିତା ପ୍ରାଧ୍ୟାପିକା କଳା ଭୂଷିତା । ଦେଶର ସ୍ବାଧୀନତା ପାଇଁ ନିଜର ନବବିବାହିତା ପତ୍ନୀ, ଏକ ମାସର କନ୍ୟା, ଘର ଦ୍ବାର ତ୍ୟାଗ କରି , ବ୍ରାହ୍ମଣରୁ ପଠାଣ ଭାବେ ନିଜକୁ ପରିଚିତ କରାଇ ଲଣ୍ଡନରେ ସ୍ଵକୀୟ ସଂଘର୍ଷ ଆଧାରରେ ଏକ ଵିଶ୍ବ ସଙ୍ଗଠନର ପ୍ରତିଷ୍ଠାତା ସମ୍ପାଦକ ଭାବରେ ଏଭଳି ଜନପ୍ରିୟ ଥିଲେ, ଯାହାଙ୍କୁ ମହାତ୍ମାଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁବାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ , ଡ଼ଃ ଆମ୍ବେଦକର କେବଳ ସମ୍ମାନ ଦେଉନଥିଲେ, ଭାରତ ମୁକ୍ତି ଆନ୍ଦୋଳନ ସମ୍ପର୍କରେ ଆଲୋଚନା କରିବା ସହ ପରାମର୍ଶ ଗ୍ରହଣ କରୁଥିଲେ । ସେମାନଙ୍କ ପାଇଁ ସେ ଥିଲେ ବିଶ୍ୱର ବିଶିଷ୍ଟ ଶ୍ରମିକ ନେତା ସୁରତ୍ ଅଲ୍ଲୀ । ଏ ସୁରତ୍ ଅଲ୍ଲୀ କିଏ ଜାଣନ୍ତି ? କଟକ ଜିଲ୍ଲା ,ସାଲେପୁର ନିକଟସ୍ଥ ଖଣ୍ଡସାହି ଗ୍ରାମରେ ୧୯୦୧ ମସିହାରେ ଏକ ନୈଷ୍ଠିକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଏହି ମହାନ ବିପ୍ଲବୀ ବୀର । ରେଭେନ୍ସା ମହାବିଦ୍ୟାଳୟରେ ଛାତ୍ର ଥିବା ସମୟରେ ବିଶ୍ବ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସଂସ୍ପର୍ଶରେ ଆସିବା ପରେ ୧୯୨୧ ମସିହାରେ ବିଜ୍ଞାନର ସ୍ନାତକ ଶିକ୍ଷା ସମାପ୍ତ ନ କରି ସ୍ବାଧୀନତା ଆନ୍ଦୋଳନରେ ଝାସ ଦେଇଥିଲେ । ବିଦେଶୀ ଲୁଗା ଦୋକାନ ଓ ମଦ ଦୋକାନ ଆଗରେ ପିକେଟିଂ କରି ପୋଲିସ ଦ୍ବାରା ଗିରଫ ହୋଇ ପୋଲିସ ଜୁଲମରେ ଅବର୍ଣ୍ଣନୀୟ ନିର୍ଯାତନାର ଶିକାର ହୋଇଥିଲେ । ଭାରତ ଗୌରବ ମଧୁବାବୁଙ୍କ ଓକିଲାତି ବୁଦ୍ଧି ରୁ ଜେଲ୍ ରୁ ମୁକ୍ତ ହୋଇ "ଯୁବକ"ଶୀର୍ଷକ ରେ ଏକ ବ୍ରିଟିଶ ଶାସନ ବିରୋଧି ଲିଥୋ ପତ୍ରିକା ପ୍ରକାଶ କରିବା ସହିତ ଯୁବକ ମାନଙ୍କୁ ଗରିଲା ଯୁଦ୍ଧ କୌଶଳ ଶିକ୍ଷା ଦେଲେ ଏବଂ ସ୍ବାଧୀନତା ଆନ୍ଦୋଳନକୁ ତୀବ୍ର ତେଜସ୍କ୍ରିୟ କରିଥିଲେ । ବ୍ରିଟିଶ ଶାସକ ବିଚଳିତ ହୋଇ ପଡ଼ିଲେ । ଏପଟେ ପୁଅ ପାଠ ଛାଡି ଆନ୍ଦୋଳନରେ ସାମିଲ ହୋଇଥିବା ଶୁଣି ନନା( ପିତା) କଟକ ଆସି ଜବରଦସ୍ତ ତାଙ୍କୁ ଗାଁ କୁ ନେଇଗଲେ, ଭାବିଲେଯେ ଵିଵାହ କରିଦେଲେ ବୋଧେ ପୁଅ ଘର ଧରିଯିବ । ଯୋଜନାବଦ୍ଧ ଭାବେ ତାଙ୍କ ନନା ଶ୍ରୀମତୀ ଦେବୀ ନାମ୍ନୀ କନ୍ୟା ସହ ତାଙ୍କର ବିବାହ କରାଇଦେଲେ । ଆଚରଣ ଓ ଉଚ୍ଚାରଣ ସିଦ୍ଧ ଯୁବକ, ପତ୍ନୀ ଆଣିଥିବା ସମସ୍ତ ପାଟଶାଢ଼ୀ ପୋଡ଼ି ଦେଇ , ଖଦୀ ଲୁଗା ପିନ୍ଧିବା ପାଇଁ ଦେଇଥିଲେ ଓ ସେ ପିନ୍ଧିବା ପରେ ଚତୁର୍ଥୀ କର୍ମ ହୋଇଥିଲା । ବାସର ରାତିରେ ନବବିବାହିତା ପତ୍ନୀଙ୍କୁ ନିଜ ମନକଥା ପ୍ରକାଶ କରି କହିଲେ ଯେ ମୋ'ର ଜୀବନ ଦେଶ ପାଇଁ, ତୁମର ସହଯୋଗର ପ୍ରତିଶ୍ରୁତି ମିଳିଲେ ତୁମକୁ ପତ୍ନୀ ରୂପେ ଗ୍ରହଣ କରିବି ବୋଲି କହି ତାଙ୍କର ସମ୍ମତି ଆଣିଲେ । ବିବାହ ପରେ ସେ ରାଇସୁଙ୍ଗୁଡା ଠାରେ ଏକ ବୈପ୍ଳବିକ ତାଲିମ କେନ୍ଦ୍ର ପ୍ରତିଷ୍ଠା କରି ତାହାର ନାମ ଦେଲେ "" ନିର୍ଭୟ ନିଳୟ" ଏବଂ ସେହିଠାରେ "ଗଣପତି ବିଦ୍ୟାଳୟ"ସ୍ଥାପନ କରିଥିଲେ । ଏହି ସମୟରେ ତାଙ୍କର ଗୋଟିଏ ଝିଅ ଜନ୍ମ ହୋଇଥିଲା, ଯାହାର ନାମକରଣ କରିଥିଲେ କୃଷ୍ଣ ବଲ୍ଲରୀ । ଏହି ସମୟରେ ଶୁଣିବାକୁ ପାଇଲେ ଯେ ତାଙ୍କର ଆଦର୍ଶ, ତାଙ୍କର ନେତା ପଣ୍ଡିତ ଗୋପବନ୍ଧୁଙ୍କର ହୋଇଛି
ଅକାଳ ବିୟୋଗ । ମ୍ରିୟମାଣ ଓ ନିର୍ବାକ ହୋଇଗଲେ । ଏଭଳି ସମୟର ସୁଯୋଗ ନେଇ ବ୍ରିଟିଶ ପ୍ରଶାସନ ତାଙ୍କୁ ୧୯୨୦, ଫେବୃଆରୀ ୨୬ ତାରିଖର ଢେଙ୍କାନାଳ ଛାତ୍ରାବାସ ପୋଡ଼ି ଅଭିଯୋଗରେ ,୧୯୨୧ ମାର୍ଚ୍ଚ ୨୦ରେ ଆଠଗଡ଼ ଛାତ୍ରାଵାସ ପୋଡ଼ି,୧୯୨୧ ଏପ୍ରିଲ୧୪ରେ ରେଭେନ୍ସା ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ପୋଡ଼ି, କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଉପରେ ୟୁନିଅନ ଜ୍ୟାକ ପତାକା ପୋଡ଼ି ପ୍ରଭୃତି ୧୭ଟି ଅଭିଯୋଗରେ ଗିରଫ ପାଇଁ ପୋଲିସ ପାଗଳ ଭଳି ଖୋଜୁଛନ୍ତି ବୋଲି ଜାଣିବାକୁ ପାଇଲେ । ଛଦ୍ମବେଶରେ କଲିକତା ଯାଇ ବିପ୍ଲବୀ ସୂର୍ଯ୍ୟ ସେନଙ୍କ ସହିତ ପୂର୍ବରୁ ଘନିଷ୍ଠ ସମ୍ପର୍କ ଥିବାରୁ ତାଙ୍କ ପାଖରେ ପହଞ୍ଚିଲେ । ସେଠାରେ ତାଙ୍କର ସଙ୍ଗଠନରେ ସାମିଲ ହୋଇଥିଲେ । ୧୯୩୦ ମସିହା,ମେ,୧୨ତାରିଖ ଦିନ ଚିଟାଗଙ୍ଗରେ ଥିବା ଇଂରେଜ ମାନଙ୍କ ଅସ୍ତ୍ରାଗାର ଲୁଣ୍ଠନ କଲେ । ପୋଲିସ ତନାଘନାରେ ସେ ଆତ୍ମଗୋପନରେ ଛଦ୍ମବେଶରେ ବର୍ମା ପଳାଇଗଲେ ଏବଂ ଜଣେ ଉଚ୍ଚ ପଦାଧିକାରୀଙ୍କ ଘରେ ରୋଷେଇଆ ଭାବେ କାର୍ଯ୍ୟ କଲେ । ମାସେ କାମକରି ଦରମା ଧରି ନିଜର କଳ୍ପିତ ଯୋଜନା ଆଧାରରେ ବର୍ମା ବନ୍ଦରରେ ଖଲାସି କାମ କଲେ । ପୋଲିସ ବର୍ମାରେ ତାଙ୍କୁ ଖୋଜିବା ଜାଣି ଦାଢ଼ି ରଖି ନିଜ ନାଁ ରଖିଥିଲେ ଇବ୍ରା଼ହିମ୍ ଖାଁ । ସେ ଦେଖିଲେ ଯେ ବନ୍ଦରରେ ପୋଲିସ ତାଙ୍କୁ ଖୋଜୁଛି, ତାଙ୍କ ନାଁ ପଚାରି ବୁଝୁଛି, ତେଣୁ ପୋଲିସ ଆଖି ରେ ଧୂଳି ଦେଇ ବନ୍ଦର ଶ୍ରମିକ ଭାବେ ସିଂହଳ ପଳେଇଲେ । ସେଠାରେ ବନ୍ଦର ଶ୍ରମିକ ସଂଘ ଗଠନ କଲେ ଓ ତାହା ବିଭିନ୍ନ ଦେଶକୁ ସମ୍ପ୍ରସାରିତ ହେଲା ଏବଂ ବିଶ୍ଵ ସଙ୍ଗଠନ ହେଲା ଓ ସର୍ବସମ୍ମତିକ୍ରମେ ସେ ଏହାର ସମ୍ପାଦକ ହେଲେ । ମୁଖ୍ୟ କାର୍ଯ୍ୟାଳୟ ହେଲା ଲଣ୍ଡନ । ସେ ଲଣ୍ଡନ ଯାଇ କାର୍ଯ୍ୟାଳୟରେ ସୁରକ୍ଷା ଦୃଷ୍ଟିରୁ ନାମ ପରିବର୍ତ୍ତନ କରି ହେଲେ ସୁରତ ଅଲ୍ଲୀ । ଶ୍ରମିକ ଭାବେ କାମ କରିବା ସହିତ ପୋଷାକ ବିକ୍ରି କରି କିଛି ଅର୍ଥ ସଞ୍ଚୟ କରି ଗୋଟିଏ ପୁରୁଣା ଟାଇପ୍ ମେସିନ କିଣି ବନ୍ଦର ଶ୍ରମିକ ମାନଙ୍କ ସମସ୍ୟା ଉପରେ ଏକ ନିବନ୍ଧ ରଏଟର ସମ୍ବାଦପତ୍ରକୁ ପଠାଇଥିଲେ । ପ୍ରକାଶିତ ଏହି ପ୍ରବନ୍ଧ ଟି ଏତେ ଉଚ୍ଚ କୋଟୀର ତଥା ବାସ୍ତବ ତଥ୍ୟାଧାରରେ , ଶବ୍ଦାଡମ୍ବରରେ ଏତେ ଧାନାଢ୍ୟ ହୋଇଥିଲା ଯେ ତାହା ସେତେବେଳର ସମୟରେ ବିଶ୍ବଚର୍ଚ୍ଚିତ ହୋଇଥିଲା । ଏହା ପରେ ବିଶ୍ଵ ନୌବାଣିଜ୍ୟ ସଙ୍ଗଠନର କର୍ମକର୍ତ୍ତା ମାନେ ତାଙ୍କୁ ନିବେଦନ କଲେ ଯେ ସେ ଶ୍ରମିକ ଭାବେ ଖଲାସୀ କାର୍ଯ୍ୟ ନକରି ବିଶ୍ବ ସଙ୍ଗଠନର ଦାୟିତ୍ଵ ନିର୍ବାହ କରନ୍ତୁ, ସଂଘ ଆପଣଙ୍କ ଦାୟିତ୍ଵ ନେଉଛି । ସମଗ୍ର ବିଶ୍ବ ବୁଲି ସଙ୍ଗଠନ କଲେ ଓ ସଙ୍ଗଠନର ମୁଖ୍ୟ ଭାବେ ସମ୍ମାନ ପାଇଲେ । ବ୍ରିଟେନର ସମସ୍ତ ରାଜନେତା, ପଦାଧିକାରୀ ତାଙ୍କୁ ଅଦ୍ଭୂତପୂର୍ଵ ସମ୍ମାନ ଦେଉଥିଲେ ।
ଏପଟେ ଗାଁ ରେ ଦୀର୍ଘ ବର୍ଷ ଧରି ନ ଫେରିବାରୁ ଜ୍ଞାତି କୁଟୁମ୍ବ ମାନେ ପଳାଶ ପତ୍ରରେ ଶୁଦ୍ଧ ହେଲେ ସତ ମାତ୍ର ତାଙ୍କ ବୁଢି ମା କହିଲେ ମୋ ମନ କହୁଛି ଯେ ମୋ ପୁଅ ବଞ୍ଚିଛି । ସ୍ତ୍ରୀ ଶ୍ରୀମତୀ ଦେବୀ ମନାକଲେ ବିଧବା ହେବାକୁ । ମାତ୍ର ବିଧି ର ବିଧାନ ଭିନ୍ନ । ଏସବୁ କଥା ଭୁଲି ଯାଇଥିଲେ ଏହି ସଂଗ୍ରାମୀ ଯୁବକ ସୁରତ ଅଲ୍ଲୀ । ବ୍ରିଟେନରେ ଥିବା ପ୍ରବାସୀ ଭାରତୀୟ ମାନଙ୍କୁ ସଙ୍ଗଠିତ କଲେ । ପ୍ରଥମେ ଏନ୍ ଜି ରଙ୍ଗା ସେଠାରେ ପହଞ୍ଚି ତାଙ୍କ ସହିତ ସଙ୍ଗଠନରେ ସହଯୋଗ କରିଥିଲେ । ପରେ ମହାତ୍ମାଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁବାଷ ଚନ୍ଦ୍ର ବୋଷ ପ୍ରଭୃତି ବିଭିନ୍ନ ସମୟରେ ତାଙ୍କ ସହିତ ଆଲୋଚନା କେବଳ ନୁହେଁ, ତାଙ୍କ ଘରେ ରହୁଥିଲେ । ଏପରିକି ପଣ୍ଡିତ ନେହେରୁଙ୍କ ପତ୍ନୀ କମଳା ନେହେରୁ ଚିକିତ୍ସା ପାଇଁ ତାଙ୍କ ପାଖରେ ଥିବା ସମୟରେ ଇନ୍ଦିରା ଗାନ୍ଧୀ ମଧ୍ୟ ଥିଲେ । ଏହା ପରେ ତାଙ୍କର ସଂଗ୍ରାମର ଇତିହାସ ବ୍ୟାପକ । ଦେଶ ସ୍ବାଧୀନ ହେଲା, ସେପଟେ ବିଶ୍ଵ ସଙ୍ଗଠନ ର ଦାୟିତ୍ଵ ବଢିଲା । ୧୯୪୯ ମସିହାରେ ରେଭେନ୍ସା ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଅଧ୍ୟାପକ, ଯିଏ ତାଙ୍କ ଗାଁ ର ବାସିନ୍ଦା,ସେହି ବ୍ରହ୍ମାନନ୍ଦ ମିଶ୍ର ଗବେଷଣା(ପିଏଚଡ଼ି ) କରିବାକୁ ଲଣ୍ଡନ ଗଲେ । ଟେମସ୍ ନଦୀ କୂଳରେ ବୁଲୁଥିବା ସମୟରେ ସେଠାରେ ଏକ ଆଲୋଚନା ସଭା ପାଖକୁ କୌତୁହଳ ବଶତଃ ଯାଇ ଦେଖିଲେ ଯେ ଯାହାଙ୍କୁ ସମସ୍ତେ ଶୁଣୁଛନ୍ତି, ତାଙ୍କ ମୁହଁ ଚିହ୍ନା ଚିହ୍ନା ଲାଗୁଛି । ସେ ପଚାରି ବୁଝିଲେ ଯେ ସେ ହେଉଛନ୍ତି ବିଶ୍ଵ ବନ୍ଦର ଶ୍ରମିକ ସଂଘ ସଭାପତି ଏବଂ ବ୍ରିଟେନର ଜଣେ ମାନ୍ୟଗଣ୍ୟ ବ୍ୟକ୍ତି, ନାମ ସୁରତ ଅଲ୍ଲୀ । ତା ପରଦିନ ଦୈନିକ ଖବରକାଗଜ ରେ ତାଙ୍କର ଫଟୋଚିତ୍ର ସହ ଆଲୋଚନାର ବିବରଣୀ ପ୍ରକାଶ ପାଇଥାଏ । ଅଧ୍ୟାପକ ବ୍ରହ୍ମାନନ୍ଦ ବାବୁ ବହୁ ସମୟ ଚିନ୍ତା କରି ଅନୁମାନ କଲେ ଯେ ଇଏ ତାଙ୍କ ଗାଁ ର ସେହି ବିପ୍ଲବୀ ଯୁବକ, ଯିଏ ୨୧ ବର୍ଷତଳେ ନିଖୋଜ ହୋଇଯାଇଥିଲେ , ତାଙ୍କ ମୁହଁ ସହିତ ମିଶୁଛି । ଅଧ୍ୟାପକ ମିଶ୍ର ସେହି ଫଟୋଚିତ୍ରକୁ ତାଙ୍କର ସାନଭାଇ , ଯିଏ ସେତେବେଳେ କଟକର ପ୍ରତିଷ୍ଠିତ ଯୁବ ଅଧିବକ୍ତା, ତାଙ୍କ ପାଖକୁ ପଠାଇଲେ । ସାନଭାଇ ଏହି ଫଟୋଚିତ୍ର ନେଇ ନିଜ ବୋଉ ଙ୍କୁ ଦେଖାଇଲେ । ୨୪ ବର୍ଷ ତଳେ ଖଦି ପୋଷାକ ପିନ୍ଧା ଯୁବକ ସହ ଫଟୋଚିତ୍ର ରେ କୋଟ ଟାଏ ପିନ୍ଧା ସାହେବଙ୍କ ର ତୁଳନା କେହି କରି ପାରିଲେ ନାହିଁ ମାତ୍ର ମାଆ କହିଲେ ଏଇ ମୋ ହଜିଲା ପୁଅ ଗଣ୍ଠିଧନ। ମାଆ ଚିହ୍ନଟ କଲେ କପାଳ କୁ ଦେଖି । କାରଣ ପିଲା ଦିନେ ସେ ଦୁଷ୍ଟାମୀ କରି ପନିକି ଉପରେ ପଡିଯାଇଥିଲେ । ତାଙ୍କ କପାଳରେ ସେହି କଟା ଦାଗ ଦେଖେଇ ମାଆ କହିଲେ ଏ ମୋ ପୁଅ । ଏହା ପରେ ଦୃଢ଼ ନିଶ୍ଚିତ ହୋଇ ସାନ ଭାଇ ରାଜକୃଷ୍ଣ ବୋଷ ଙ୍କୁ ଫଟୋଚିତ୍ର ଦେଖାଇବାରେ ସେ ବି ଚିହ୍ନଟ କଲେ ଓ ଦୁହେଁ ଭାରତର ଲଣ୍ଡନରେ ଅବସ୍ଥାପିତ ପ୍ରଥମ ରାଷ୍ଟ୍ରଦୂତ କୃଷ୍ଣ ମେନନଙ୍କୁ ଏହା ଜଣାଇଲେ । କୃଷ୍ଣ ମେନନ କହିଲେ ସେ ଗତକାଲି ସୁରତ ଅଲ୍ଲୀଙ୍କ ସହ କଥା ହୋଇଥିଲେ । ତା ପରେ ସେ ତାଙ୍କୁ ଟେଲିଫୋନରେ ଡକାଇଲେ ଓ କହିଲେ ଆପଣ ଙ୍କ ଅସଲ ପରିଚୟ ପାଇଛି । ଆପଣଙ୍କ ମାଆ ଙ୍କ ଦେହ ଅତ୍ୟନ୍ତ ଖରାପ । ସେ କେବଳ ଆପଣଙ୍କ ନାଁ ଜପୁଛନ୍ତି । ଶୀଘ୍ର ଆପଣ ନିଜ ଗାଁ କୁ ଯାଆନ୍ତୁ । ଆଉ କାଳ ବିଳମ୍ବ ନକରି ସେ ଫେରିଲେ ଭାରତ । କଲିକତାରେ ପହଞ୍ଚି ସତ୍ୟପାଠ(ଆଫିଡେବିଟ ) କରି ନିଜ ଅସଲି ନାମ ବଂଶିଧର ମିଶ୍ର ବୋଲି ଜଣାଇ ,୧୯୫୧ମସିହାରେ ପୁନଃ ପଇତା ପିନ୍ଧି ଫେରିଲେ କଟକ , ପହଞ୍ଚିଥିଲେ ନିଜ ସାନଭାଇ ଅଧିବକ୍ତା ଶ୍ରୀନିବାସ ମିଶ୍ରଙ୍କ ଘରେ । ତତ୍ ପରଦିନ ମହାନଦୀ ରେ ଲଞ୍ଚ ଯୋଗେ ଗାଁ କୁ ଫେରିବା ଶୁଣି ଲୋକମାନେ ଵାଜାବାଣ ବଜାଇ ବିରାଟ ଶୋଭାଯାତ୍ରାରେ ପାଛୋଟି ନେଲେ । ଦୁଇ ଯୁଗ ଅର୍ଥାତ୍ ଠିକ୍୨୪ ବର୍ଷ ପରେ ଗାଁ ମାଟି କୁ ଚୁମ୍ବନ ଦେଇ ଭୋ ଭୋ ହୋଇ କାନ୍ଦିଲେ । ମାଆ ଆତ୍ମହରା ହୋଇ ଚେତାଶୂନ୍ୟ ହୋଇଗଲେ । ବିଧବା ବେଶ ତ୍ୟାଗ କରି ପତ୍ନୀ ହେଲେ ସଧବା । କୋଟ,ଟାଏ ଫିଙ୍ଗି ,ଚିରୁଟ ଫୋପାଡି ଖଦୀ ବସ୍ତ୍ର ପରିଧାନ ସହିତ ଧରିଲେ ବଟୁଆ । ଠିକ୍ ଦୁଇବର୍ଷ ପରେ ତାଙ୍କର ଝିଅଟିଏ ଜନ୍ମ ଲାଭ କଲା, ଯାହା ନାଁ ଦେଲେ " ମିତୁ ", ବିଦ୍ୟାଳୟରେ ନାମ ଉଲ୍ଲେଖ ରହିଲା ସଂଘମିତ୍ରା ମିଶ୍ର । ଆଜି ଏହି ବିପ୍ଲବୀ ବୀର ଙ୍କ ସନ୍ତାନ ଓଡ଼ିଆ ସାରସ୍ଵତ ଜଗତର ବଦ୍ଧାନୁସୟୀ ପୂଣ୍ୟାତ୍ମା, ଅହଙ୍କାର ଵିଵର୍ଜିତା, ବହୁମୁଖି ପ୍ରତିଭାଦୀପ୍ତା , ଉତ୍କଳ ବିଶ୍ୱବିଦ୍ୟାଳୟରୁ ସେବା ନିବୃତ୍ତା ଓଡ଼ିଆ ବିଭାଗୀୟ ମୁଖ୍ୟ ବରେଣ୍ୟା ସଂଘମିତ୍ରା ମିଶ୍ର ଓ ଜାମାତା ହେଉଛନ୍ତି ଭୁବନେଶ୍ୱରର ସୁପରିଚିତ ଭେଷଜ ବିଦ୍ୟା ବିଶାରଦ, ଭୁବନେଶ୍ୱର ପୌରପାଳିକାର ପ୍ରାକ୍ତନ ଅଧ୍ୟକ୍ଷ ସ୍ବର୍ଗତ ଡାକ୍ତର ଜଗନ୍ନାଥ ମହାପାତ୍ର । ସମୟେ ସମୟେ ଆମ ଭିତରେ ଶ୍ମଶାନ ବୈରାଗ୍ୟ ବା ପ୍ରସୂତି ବୈରାଗ୍ୟ ଆସିଥାଏ , ଏପରିକି ସହଧର୍ମିଣୀ ଅଣେଇ ଦେଇଥାନ୍ତି, ତାହାକୁ ସମାଧାନ କରାଇଥାନ୍ତି ଆମର ଚିର ବନ୍ଦନୀୟ ବଂଶୀଧର ମିଶ୍ର, ଗୋପାଳ ପ୍ରହରାଜ, ଭାରତ ଗୌରବ ମଧୁସୂଦନ, ବିଶ୍ବ ମଣି ପଣ୍ଡିତ ଗୋପବନ୍ଧୁ , ଉତ୍କଳ ରତ୍ନ ବିଶ୍ବନାଥ, ଜଗବନ୍ଧୁ ସିଂହଙ୍କ ଠାରୁ ବିପ୍ଲବୀପ୍ରାଣନାଥ ,ଗଣନାଥ , ନାଗଭୂଷଣଙ୍କ ଭଳି ମହାତ୍ମାମାନଙ୍କ ଅମ୍ଲାନ ସ୍ମୃତି । ସଂଗ୍ରାମୀ ବଂଶୀଧର ମିଶ୍ରଙ୍କୁ ଏ ଜାତି ତ ଜୀବଦ୍ଦଶାରେ ଦେଲାନି, ଦେଉନାହିଁ , ବୋଧେ ଦେବାର ନାହିଁ ତାଙ୍କ ଅବର୍ତ୍ତମାନରେ । ଏମାନଙ୍କ ନିକଟରେ ତ ଆମେ ବାମନ,ଅତି କ୍ଷୁଦ୍ରାତି କ୍ଷୁଦ୍ର ଜୀବ । ସେମାନଙ୍କୁ ତ ମସୀଲିପ୍ତ କରିବା ସମୟରେ ସମାଜ ନିରବଦ୍ରଷ୍ଟା ସାଜିଥିଲା , ସେମାନଙ୍କ ନିକଟରେ ଆମେ କ'ଣ ? ପାରାନୋଇଆ ରୋଗାକ୍ରାନ୍ତ ,ଚରଣ ବଂଶଧର ଗନ୍ଧିଆ ପଟ୍ଟନାୟକମାନେ ସବୁ ସମୟରେ ଜନମତ ବିଭ୍ରାନ୍ତ କରିବାରେ ସଫଳ ହୁଅନ୍ତି ,ବିନା ପ୍ରତିରୋଧ, ପ୍ରତିବାଦରେ ।
ମୁକଂ କରୋତି ବାଚାଳଂ
--------------------------
" ମୁକଂ କରୋତି ବାଚାଳଂ ପଙ୍ଗୁ ଲଙ୍ଘୟତେ ଗିରିମ୍ , ଯତ୍ କୃପା ତମହଂ ବନ୍ଦେ ପରମାନନ୍ଦମାଧବମ୍ ।" , ଏହି ଧ୍ୟାନ ମନ୍ତ୍ରର ସ୍ରଷ୍ଟା କିଏ ବୋଲି ପ୍ରଶ୍ନ କରାଗଲେ ,ଆମ ଭାଷାରେ ଭାରତର ବୋଧେ ଶତକଡ଼ା ୯୯.୯୯ ଲୋକେ ଏହା ବ୍ୟାସକୃତ ଅବା ଆଦି ଶଙ୍କରାଚାର୍ଯ୍ୟକୃତ ବୋଲି ଉତ୍ତର ଦେବେ । ମାତ୍ର ଏହି ଧ୍ୟାନ ମନ୍ତ୍ରର ସ୍ରଷ୍ଟା ଯେ ପ୍ରତିଭା ପ୍ରସବିନୀ ଉତ୍କଳ ଜନନୀଙ୍କ ସୁଯୋଗ୍ୟ ସନ୍ତାନ ତଥା ବିଶ୍ବ ବିଖ୍ୟାତ ଗୀତା ଭାଷ୍ୟକାର, ପ୍ରଜ୍ଞା ପୁରୁଷ,ସନାତନ ଧର୍ମର ମାର୍ଗଦର୍ଶକ ତଥା ଭକ୍ତି ଓ ଜ୍ଞାନ ସମୀକରଣରେ ବିଭେଦ ଗ୍ରସ୍ତ ସନାତନୀ ଗୋଷ୍ଠୀମାନଙ୍କ ମଧ୍ୟରେ ସମନ୍ଵୟ ସଂସ୍ଥାପକ ଆଚାର୍ଯ୍ୟ ଶ୍ରୀଧର ସ୍ବାମୀ , ତାହା ଅନେକ ଜାଣିଲେ ନାହିଁ । ପରାଧୀନ ଭାରତବର୍ଷରେ , ଯାହା ଯାହା ଭଲ , ତାହାକୁ ଅପହରଣ କରି ଭଗାରୀମାନେ ମିଥ୍ୟା ତଥା କପୋଳକଳ୍ପିତ ତଥ୍ୟାଧାରରେ ନିଜର ବୋଲି ଯେପରି ଦାବି ସାବ୍ୟସ୍ତ କଲେ , ଠିକ୍ ସେହିପରି ଯାହା ଯାହା ସବୁ ଖରପ , ତାହାକୁ ଓଡ଼ିଆମାନଙ୍କର ବୋଲି ମଧ୍ୟ ସାବ୍ୟସ୍ତ କରି ଯାଇଛନ୍ତି । ଭରତ ମୁନି, ବିଷ୍ଣୁଶର୍ମା ,କବି କାଳିଦାସ, କବିରାଜ ଜୟଦେବ,ଚୈତନ୍ୟ , ତୁଳସୀ ଦାସ ଙ୍କ ଠାରୁ ଆରମ୍ଭ କରି ଜଗଦଗୁରୁ ଶ୍ରୀଧର ସ୍ବାମୀ ଙ୍କ ପର୍ଯ୍ୟନ୍ତ ପ୍ରଲମ୍ବିତ ଏହାର ତାଲିକା । ସମସ୍ତ ପୁରାଣ ଶାସ୍ତ୍ରଗତ,ନଥିଗତ, ପାରିପାର୍ଶ୍ବିକ ସ୍ଥିତି, ଭୌଗଳିକ ଅବସ୍ଥିତି ସତ୍ତ୍ୱେ ଆମେ ଓଡିଆମାନେ ଏଯାବତ ଏଥିପ୍ରତି ଦୃଷ୍ଟି ନ ଦେବାରୁ ,ଅପରମାନେ ସ୍ଵକୀୟ ଢୋଲ ପିଟି,ମହୁରୀ ବଜାଇ,ଶଙ୍ଖ ଫୁଙ୍କି ବାଃ ବାଃ ନେଲେ ଓ ନେଉଛନ୍ତି । ଯେପରି ବଙ୍ଗାଳି ମାନେ କବିରାଜ ଜୟଦେବଙ୍କ ଠାରୁ ଆରମ୍ଭ କରି ଚୈତନ୍ୟଙ୍କ ସମ୍ବନ୍ଧୀୟ ହେଉ ଅବା ସତ୍ୟ, ତ୍ରେତୟା, ଦ୍ଵାପର ଯୁଗରୁ ଉନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ଥିବା କଳିଙ୍ଗ ସାଗର ବା ମହୋଦଧି କୁ ବଙ୍ଗୋପସାଗର କରାଇ ଦେବାରେ ସଫଳ ହେବା , ଏ ସବୁର ଇତିହାସ ବ୍ୟାପକ । ବିଗତ ୪୪ବର୍ଷ ଧରି ଅନେକ ଘାତ, ପ୍ରତିଘାତ, ଲହୁ ଲୁହାଣ ସଂଘର୍ଷ ଭିତରେ ସାମାନ୍ୟ କିଛି ସଫଳତା ପାଇଥିବାବେଳେ , ଅନେକ କ୍ଷେତ୍ରରେ ସଫଳତା ହେଉଛି ପ୍ରଲମ୍ବିତ । ଏହାର ପ୍ରମୁଖ କାରଣ "ବାଉଁଶ ଓ କୁରାଢି ଉପାଖ୍ୟାନ । ସହଯୋଗ ଅବା ପ୍ରୋତ୍ସାହନ ତ ନାହିଁ , ଅଛି ବିରୋଧାଭାସ, ଅଛି ମସିଲୀପ୍ତ କରିବା ସହିତ ମିଥ୍ୟାରୋପ ,କଟୁ ତିକ୍ତ ମିଶ୍ରିତ ସମାଲୋଚନା, ଏପରିକି ପେଟପାଟଣା ଉପରେ ଧାରାବାହିକ ଆକ୍ରମଣ । ଆଚାର୍ଯ୍ୟ ଶ୍ରୀଧର ସ୍ବାମୀ ପ୍ରସଙ୍ଗକୁ ଉପଜିବ୍ୟ କରି ଆଲୋଚନା କରିବା ସମୟରେ ଆମ ଭିତରେ ସୃଷ୍ଟି ହେଉଥିବା ମାର୍ମିକ ବେଦନା ଭାଷାରେ ବର୍ଣନା କରିବା ପାଇଁ ଶବ୍ଦ ଅକୁଳାଣ । ଏହା ସର୍ବଜନ ବିଦିତ ଯେ ଆଦି ଶଙ୍କରାଚାର୍ଯ୍ୟ (୭୮୮- ୮୨୦ ଖ୍ରୀଷ୍ଟାବ୍ଦ) ଅଷ୍ଟମ ଶତାବ୍ଦୀର ଇତିହାସ ସିଦ୍ଧ ଭାରତୀୟ ବୈଦଜ୍ଞ ଓ ଧର୍ମଗୁରୁ । ସେ ଦଶନାମୀ ସନ୍ୟାସୀ ସମ୍ପ୍ରଦାୟର ପ୍ରତିଷ୍ଠା କରିଥିଲେ ଓ ଅଦୈତ ବେଦାନ୍ତର ପ୍ରଚାର ମଧ୍ୟ କରିଥିଲେ ।ଦାକ୍ଷିଣାତ୍ୟ ଅନ୍ତର୍ଗତ କେରଳ ଦେଶର ଚିଦମ୍ବର ବା କାଖଲ ଗ୍ରାମ ଏହାଙ୍କ ଜନ୍ମସ୍ଥାନ ୭୮୮ ଖ୍ରୀଷ୍ଟାବ୍ଦରେ ସେ ଭୂମିଷ୍ଟ ହୋଇଥିଲେ ଏବଂ ୮୨୦ ଖ୍ରୀଷ୍ଟାବ୍ଦରେ ୩୨ ବର୍ଷ ବୟସରେ କେଦାରନାଥ ନିକଟରେ ପ୍ରାଣ ତ୍ୟାଗ କରିଥିଲେ । ତାଙ୍କ ପିତାଙ୍କ ନାମ ଶିବଗୁରୁ ଓ ମାତାଙ୍କ ନାମ ସୁଭଦ୍ରା ଥିଲା । ବାଲ୍ୟକାଳରେ ୩ ବର୍ଷ ବୟସରେ ପିତାଙ୍କୁ ହରାଇ ମାତାଙ୍କ ଲାଳନ ପାଳନରେ ବଢ଼ିଥିଲେ । ୬ ବର୍ଷ ବୟସରେ ପଣ୍ଡିତ ହୋଇଥିଲେ ଓ ୮ ବର୍ଷ ବୟସରେ ସନ୍ନ୍ୟାସ ଗ୍ରହଣ କଲେ । ୧୨ ବର୍ଷ ବୟସରେ ମାତାଙ୍କୁ ଛାଡ଼ି ଭାରତର ନାନା ସ୍ଥାନରେ ଭ୍ରମଣ କରିଥିଲେ ଏବଂ ଭ୍ରମଣ ଶେଷରେ ପୁନର୍ବାର ଗୃହକୁ ଫେରି ଆସି ରୁଗ୍ଣା ମାତାଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ । କିଛିଦିନ ପରେ ମାତାଙ୍କର ଦେହାନ୍ତ ହେବାରୁ ସେ ଗୃହତ୍ୟାଗ କରି ପୁଣି ଧର୍ମପ୍ରଚାରାର୍ଥେ ଭାରତ ଭ୍ରମଣରେ ବହିର୍ଗତ ହୋଇଥିଲେ । ସେ ସମୟରେ ଭାରତରେ ବ୍ରହ୍ମଣ୍ୟ ଧର୍ମର ଅଧୋଗତି ଘଟିଥିଲା ଏବଂ ବୌଦ୍ଧ ଧର୍ମ ଆଦୃତ ହୋଇଥିଲା । ସେ ଅଦ୍ୱୈତ ବ୍ରହ୍ମଣ୍ୟ ଧର୍ମର ପୁନଃସଂସ୍ଥାପନ କରିଥିଲେ ଏବଂ ଭାରତରେ ସ୍ଥାନେ ସ୍ଥାନେ ଶିବ ମନ୍ଦିର ଓ ମଠମାନ ସ୍ଥାପନ କରି ସେ ସ୍ଥାନମାନଙ୍କୁ ହିନ୍ଦୁଧର୍ମର ତଥା ହିନ୍ଦୁ ଶାସ୍ତ୍ରାଲୋଚନାର କେନ୍ଦ୍ରରେ ପରିଣତ କରିଥିଲେ । ଭାରତର ଚାରି ଦିଗରେ ଏହାଙ୍କ ପ୍ରତିଷ୍ଠିତ ଚାରି ଗୋଟି ମଠ ଆଜି ପର୍ଯ୍ୟନ୍ତ ଶିଷ୍ୟମାନଙ୍କଦ୍ୱାରା ମଠଧାରୀମାନଙ୍କଦ୍ୱାରା ପରିଚିତ ହୋଇ ଆସୁଅଛି । ପଶ୍ଚିମରେ ଦ୍ୱାରକାସ୍ଥିତ ଶାରଦା ମଠରେ ପୀଠାଧିକାରୀଙ୍କ ନାମ ହସ୍ତାମଳକାଚାର୍ଯ୍ୟ ଦଶନାମୀ ସନ୍ୟାସୀ ମାନଙ୍କ ମଧ୍ୟରୁ ତୀର୍ଥ ଓ ଆଶ୍ରମ ନାମଧାରୀ ସନ୍ୟାସୀ ମାନଙ୍କ ବାସ ନିମିତ୍ତ ଏହି ମଠ । ଉତ୍ତରରେ ବଦରକା ଯୋଚୀଶୀମଠ ବା ଜ୍ୟୋତିଃ ମଠରେ ପୀଠାଧିକାରୀଙ୍କ ନାମ କ୍ରୋଟକାଚାର୍ଯ୍ୟ ଗିରି, ପର୍ବତ ଓ ସାଗର ନାମଧାରୀ ସନ୍ୟାସୀ ମାନଙ୍କ ବାସ ନିମିତ୍ତ ଏହି ମଠଟିର ନାମ ପଦ୍ମୁପାଦାଚାର୍ଯ୍ୟ ବନ ଓ ଅରଣ୍ୟ ନାମଧାରୀ ସନ୍ୟାସୀ ମାନଙ୍କ ବାସ ନିମିତ୍ତ ଏହି ମଠ ଦକ୍ଷିଣର କର୍ଣ୍ଣାଟକରେ ଶୃଙ୍ଗେରୀ (ଋଶ୍ୟଶୃଙ୍ଗାଶ୍ରମ) ମଠରେ ପୀଠାଧିକାରୀଙ୍କ ନାମ ମଣ୍ଡନମିଶ୍ର ବା ସୁରେଶ୍ୱରାଚାର୍ଯ୍ୟ, ପୁରୀ ଭାରତୀ ଓ ସରସ୍ୱତୀ ନାମଧାରୀ ସନ୍ନ୍ୟାସୀମାନଙ୍କ ରହିବା ପାଇଁ । ଶଙ୍କରାଚାର୍ଯ୍ୟଙ୍କ ବିଚରିତ ବେଦାନ୍ତଭାଷ୍ୟ, ଭଗବତ୍ ଗୀତା ଭାଷ୍ୟ ଓ ମୋହମୁଦ୍ଗର ଆଦି ଗ୍ରନ୍ଥ ଭାରତରେ ସର୍ବତ୍ର ଆଦୃତ ଜ୍ୟୋତିଷ ଶାସ୍ତ୍ରରେ ଏହାଙ୍କର ଅସାଧାରଣ ବ୍ୟୁତ୍ପତ୍ତି ଥିଲା; କିନ୍ତୁ ଘଟନାକ୍ରମେ ତହିଁରୁ ତାଙ୍କର ଆଶକ୍ତି ହ୍ରାସ ପାଇ ଥିଲା ତାଙ୍କ ଧର୍ମମତ ବେଦାନ୍ତର ଏକେଶ୍ୱରବାଦ ଉପରେ ପ୍ରତିଷ୍ଠିତ; କିନ୍ତୁ ସର୍ବସାଧାରଣଙ୍କ ପାଇଁ ସେ ଶୈବଧର୍ମ ପ୍ରଚାର କରିଥିଲେ ଏହାଙ୍କ ସମ୍ବନ୍ଧରେ କେତେଗୁଡ଼ିଏ କିମ୍ବଦନ୍ତୀ ପ୍ରଚଳିତ ଅଛି ଏ ସଂସାରୀ ନ ଥିଲେ; ଅଥଚ ସଂସାରର ଭୋଗ ସମ୍ବନ୍ଧରେ ଅଭିଜ୍ଞତା ଲାଭ କରିବା ପାଇଁ ପରକାୟ ପ୍ରବେଶ ବିଦ୍ୟାବଳରେ ଜଣେ ରାଜାଙ୍କ ଶରୀରରେ କିଛିକାଳ ପାଇଁ ପ୍ରବେଶ କରିଥିଲେ, ଥରେ ଶିଷ୍ୟମାନଙ୍କୁ ପରୀକ୍ଷା କରିବା ପାଇଁ ସେ ଗୋଟିଏ ଧୋବା ଘରେ ପହଞ୍ଚି ସେଠାରେ ଧୋବାର ପାକରେ ପ୍ରସ୍ତୁତ ମଣ୍ଡା ପିଠା ଖାଇଲେ ଓ ତାଙ୍କ ଶିଷ୍ୟମାନେ ମଧ୍ୟ ଗୁରୁଙ୍କ ଦେଖା ଦେଖି (ଜିହା ଲାଳସାରେ ବଶବର୍ତ୍ତୀ ହୋଇ) ମଣ୍ଡାପିଠା ଖାଇ ଦେଲେ ପରେ କିଛି ଦୂର ଯାଇ ଶଙ୍କର କହିଲେ ଯେ, ଧୋବା ଘରେ ପିଠା ଖାଇଥିବାରୁ ଶରୀର ଅପବିତ୍ର ହେଲା ତଦନ୍ତରେ ସେ ଶରୀରକୁ ଶୁଦ୍ଧ କରିବା ବ୍ୟାଜରେ ଗୋଟିଏ ଥାଟାରିଶାଳରେ ଆଉଟା ହୋଉଥିବା ଗଳିତ ରଙ୍ଗଗୁଡ଼ିଏ ପିଇ ଦେଲେ ଶିଷ୍ୟମାନେ ଏହା ଦେଖି କାଳେ ପାଟି ପୋଡ଼ିଯିବ ଏହି ଭୟରେ ଗୁରୁଙ୍କ ଅନୁକରଣ କଲେ ନାହିଁ । ଏହା ଦର୍ଶନ କରି ଶଙ୍କର ସେହି ଶିଷ୍ୟମାନଙ୍କୁ ତ୍ୟାଗ କଲେ ଏବଂ ସେହିଦିନଠାରୁ ଉକ୍ତ ଶିଷ୍ୟ ଓ ସେମାନଙ୍କ ଶିଷ୍ୟାନୁଶିଷ୍ୟମାନେ 'ଦଶନାମୀ' (ଗିରି, ପୁରୀ, ଭାରତୀ ଆଦି) ନାମରେ ପରିଚିତ ଶଙ୍କରାଚାର୍ଯ୍ୟ ପରିବ୍ରାଜକ ସନ୍ୟାସୀ ଥିଲେ ଓ ତାଙ୍କର ଶିଷ୍ୟମାନେ ତାଙ୍କୁ ସାକ୍ଷାତ୍ ଶିବ ବୋଲି ବିଶ୍ୱାସ କରୁଥିଲେ ଏବଂ କହୁଥିଲେ 'ଶଙ୍କରଃ ଶଙ୍କରଃ ସାକ୍ଷାତ୍' ଭାରତର ସର୍ବତ୍ର ଓ ତିବ୍ୱତ ଦେଶରେ ସେ ଧର୍ମପ୍ରଚାରାର୍ଥେ ଭ୍ରମଣ କରିଥିଲେ ତାଙ୍କର ଏହି ଧର୍ମପ୍ରତାର ଫଳରେ ଭାରତରୁ ବୌଦ୍ଧ ଧର୍ମର ପ୍ରଭାବ ହ୍ରାସ ପାଇଥିଲା ଏବଂ ଶୈବ ଧର୍ମ କ୍ରମେ ପ୍ରବଳ ହୋଇ ଉଠିଥିଲା । ତାଙ୍କର ୩୨ ବର୍ଷ ବୟସରେ କେଦାରନାଥରେ ଦେହାନ୍ତ ହୋଇଥିଲା। ଏଠାରେ ପ୍ରଶ୍ନ ଉଠେ ତାଙ୍କର ବୌଦ୍ଧଧର୍ମ ବିରୋଧରେ ଅଭିଯାନର କେନ୍ଦ୍ରସ୍ଥଳ କେଉଁଠି ଥିଲା ? ଯଯାତି କେଶରୀଙ୍କ ରାଜତ୍ଵ ସମୟରେ ଏହା କିପରି ସମ୍ଭବ ହେଲା ? ଏବିଷୟରେ ଇତିହାସ ନିରବ , ଯେଭଳି ଓଡିଶା ଓ ଓଡିଆ ଆଧାରିତ ଅନେକ ପ୍ରସଙ୍ଗ ଭଳି । କୌଣସି ଐତିହାସିକ, ଗବେଷକମାନେ ଏହି କାଳଖଣ୍ଡ ଠାରୁ ଦ୍ବାଦଶ ଶତାବ୍ଦୀ, ଏପରିକି ଆଚାର୍ଯ୍ୟ ରାମାନୁଜ ( ୧୦୭୭-୧୧୫୭) , ଯିଏ ବୈଷ୍ଣବ ଧର୍ମ ପ୍ରଚାର କରି ଭକ୍ତି ପ୍ରଧାନ " ବିଶିଷ୍ଟାଦ୍ବୈତ ବାଦ ର ପ୍ରସାର କରିଥିଲେ ବୋଲି ଉଲ୍ଲେଖ ରହିଛି । ସେ ଆସି ଅନନ୍ତବର୍ମା ଚୋଡ଼ଗଙ୍ଗ ଦେବ (ଖ୍ରୀ:ଅ: ୧୦୭୮-୧୧୪୭) ଙ୍କୁ ରାଜା କରାଇ ଓଡ଼ିଶାରେ ଗଙ୍ଗବଂଶର ପ୍ରତିଷ୍ଠା କରାଇଥିଲେ ଏବଂ ରାଜାଙ୍କର ପ୍ରମୁଖ ପରାମର୍ଶଦାତା ବା ପ୍ରଧାନମନ୍ତ୍ରୀ ଥିଲେ । ଶାସନ ଭାର ଗ୍ରହଣ କରିବା ମାତ୍ରକେ ତାଙ୍କର ପ୍ରଥମ କାର୍ଯ୍ଯ ଥିଲା ଓଡିଆ ଭାଷା ବିଲୋପ । ରାମାନୁଜ ଙ୍କ ପରାମର୍ଶରେ ଚୋଡ଼ଗଙ୍ଗ ଦେବ ଘୋଷଣା କଲେ ଯେ ଆଜି ଠାରୁ ଓଡ଼ିଶାର ଶାସନର ଭାଷା ହେବ ତାମିଲ , ସଂସ୍କୃତ । ସେତେବେଳେ ଏହାର ପ୍ରତିବାଦ କରି ମହାନ୍ ସଂସ୍କୃତ ଶାସ୍ତ୍ର ବିଶାରଦ ହାଡୁ ପଣ୍ଡିତ ଶୁଳି ଦଣ୍ଡାଦେଶ ପାଇଥିଲେ । ଜୁନ୍ ୨୯ ,୧୪୩୫ ପର୍ଯ୍ୟନ୍ତ ଓଡ଼ିଶାର ଶାସନର ଭାଷା ଥିଲା ସଂସ୍କୃତ ଓ ତାମିଲ । ଯେଉଁ ଦିନ , ଅର୍ଥାତ୍ ୨୯-୬-୧୪୩୫ ରେ ବିନ୍ଦୁସାଗର କୂଳରେ କପିଳେନ୍ଦ୍ରଦେବ ଙ୍କ ରାଜାଭିଶେକ ହେଲା , ପ୍ରଥମ ଘୋଷଣା ଥିଲା " ମୁଁ ରାଜା ନୁହେଁ , ରାଉତ , ଆଜି ଠାରୁ ଓଡ଼ିଶାର ଶାସନର ଭାଷା ହେବ " ଓଡିଆ ଭାଷା " । ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟଯେ କପିଳେନ୍ଦ୍ର ଦେବ (୧୪୩୫ - ୧୪୬୫ ଖ୍ରୀଷ୍ଟାବ୍ଦ) ଓଡ଼ିଶାର ଯଶସ୍ବୀ ଦିଗବିଜୟୀ ସମ୍ରାଟ ଥିଲେ ।ତାଙ୍କ ସମୟରେ ଓଡ଼ିଶା ତଥା ଉତ୍କଳ ଭୂଖଣ୍ଡ ଉତ୍ତରରେ ଗଙ୍ଗା ନଦୀ ଠାରୁ ଦକ୍ଷିଣରେ କାବେରୀ ନଦୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ସୂର୍ଯ୍ୟ ବଂଶର ପ୍ରତିଷ୍ଠାତା ତଥା ପ୍ରଥମ ନରପତି କପିଳେନ୍ଦ୍ରଦେବ ନିଜକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ସେବକ ଓ ଗଜପତି ଉପାଧିରେ ଭୂଷିତ କରିଥିଲେ । ଉତ୍ତରରେ ଗଙ୍ଗାଠାରୁ ଦକ୍ଷିଣରେ ତ୍ରିଚିନାପଲ୍ଲିନିକଟରେ ଥିବା ଗୋଦାବରୀ ଯାଏଁ ଅଞ୍ଚଳ ଅଧୀକାର କରିଥିଲେ ଓ "ଗଜପତି ଗୌଡେଶ୍ବର ନବକୋଟି କର୍ଣ୍ଣାଟ କଳବର୍ଗେଶ୍ୱର ଉପାଧୀ" ଧାରଣ କରିଥିଲେ । "ଗୌଡେଶ୍ବର"ର ଅର୍ଥ ଗୌଡ ଅର୍ଥାତ୍ ବଙ୍ଗର ଅଧୀଶ୍ବର । "ନବକୋଟି କର୍ଣାଟ କଳବର୍ଗେଶ୍ୱର"ର ଅର୍ଥ କର୍ଣାଟ (ବିଜୟନଗର ସାମ୍ରାଜ୍ଯ) ଏବଂ କଳବର୍ଗ (ବାହମନୀ ସାମ୍ରାଜ୍ୟର ପୂର୍ବତନ ରାଜଧାନୀ ନାମ ଥିଲା ଗୁଲବର୍ଗ)ର ନଅକୋଟି ଅଧିବାସୀଙ୍କର ପ୍ରଭୁ । ଏଥିରୁ ପ୍ରମାଣିତ ଯେ ସେତେବେଳେ ଭାରତର ଲୋକସଂଖ୍ୟାରେ ନଅ କୋଟି ଲୋକଙ୍କ ଶାସକ ଥିଲେ ଗଜପତି କପିଳେନ୍ଦ୍ରଦେବ । ୧୮୭୨ ରେ ବ୍ରିଟିଶ ଶାସନ ଭାରତରେ ସେମାନଙ୍କ ପ୍ରଥମ ଜନଗଣନା କରିଥିଲେ । ସେତେବେଳେ ଭାରତର ଲୋକସଂଖ୍ୟା ଥିଲା ୨୩ କୋଟି ୮୩ ଲକ୍ଷ,୯୬ ହଜାର , ୩୨୭ । ଏହି ତଥ୍ୟ ଜନଗଣନା ଇତିହାସରେ ଉପଲବ୍ଧ । ଆଜି ମାତ୍ର ୧୨୪ ବର୍ଷ ପରେ ବିଭାଜିତ ଭାରତ ( ପାକିସ୍ତାନ, ବଙ୍ଗଳାଦେଶ, ଶ୍ରୀଲଙ୍କା, ବର୍ମା ଆଦି ଦେଶ ସ୍ଵତନ୍ତ୍ର) ର ଲୋକ ସଂଖ୍ୟା ୧୪୩କୋଟି ୮୧ଲକ୍ଷ । ଏହି ଅନୁପାତ କୁ ଉପଜିବ୍ୟ କରି ହିସାବ କଲେ ୧୪୬୧ ରେ ଭାରତର ଲୋକସଂଖ୍ୟା କେତେ ଥିବ ? ସେଥିରୁ ନଅ କୋଟି ଲୋକଙ୍କ ଶାସକ ଥିଲେ କପିଳେନ୍ଦ୍ରଦେବ । ବିଶାଳ ସାମ୍ରାଜ୍ୟର ଅଧିପତି କପିଳେନ୍ଦ୍ରଦେବଙ୍କୁ ମଧ୍ୟ ଭାରତ ଇତିହାସ ଯଥୋଚିତ ମୂଲ୍ୟାଙ୍କନ କରିନାହିଁ । ଅତଏବ ଅନେକ ଦୃଷ୍ଟିକୋଣରୁ ଆମେ ବିଗତ ଚାରି ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି କଳ ଗାଉଣା ଯନ୍ତ୍ର ସଂରକ୍ଷିତ ସ୍ବର " ଓଡ଼ିଶାର ଇତିହାସ ଏଯାବତ ଲେଖା ଯାଇନାହିଁ ଏବଂ ନଲେଖା ଯିବାର କାରଣ ଦର୍ଶାଇ କହି ଓ ଲେଖି ଆସିଛୁ ଯେ" ବିଜେତା ଯେବେ ପରାଜିତର ଇତିହାସ ଲେଖେ,ସେତେବେଳେ ସେ ନିଜକୁ ମହିମା ମଣ୍ଡିତ କରିଥାଏ , ପରାଜିତକୁ ମସିଲୀପ୍ତ କରିଥାଏ " । ଏହି ନ୍ୟାୟରେ ଅନେକ ଉଦାହରଣୀୟ ତଥ୍ୟ ଥିଲେ ମଧ୍ୟ ବର୍ତ୍ତମାନ ଆମେ ଜଗଦଗୁରୁ ଶ୍ରୀଧର ସ୍ବାମୀ ଙ୍କ ପ୍ରସଙ୍ଗକୁ ଉପଜିବ୍ୟ କରି ଆଲୋଚନା କରିବା ପାଇଁ ଯାଉଛୁ । ମହାନ୍ ସନ୍ଥ ଅତିବଡ଼ୀ ଜଗନ୍ନାଥ ଦାସ ଯାହାଙ୍କ ଦ୍ବାରା ପ୍ରଭାବିତ ହୋଇ ଓଡିଆ ଭାଗବତ ରଚନା କଲେ ସେ ହେଉଛନ୍ତି ଆଚାର୍ଯ୍ୟ ଶ୍ରୀଧର ସ୍ବାମୀ ବୋଲି ସ୍ବୀକାର କରି ସ୍ବାମୀଙ୍କର ଜନ୍ମ , ଜନ୍ମମାଟି ଏବଂ ତାଙ୍କର କୃତି ଓ କୀର୍ତ୍ତି ସମ୍ବନ୍ଧରେ ଦ୍ବାଦଶ ସ୍କନ୍ଦ ରେ ଲେଖି ଯାଇଛନ୍ତି -"ଶ୍ରୀଧର ନାମେ ବିପ୍ଳବର, ମୟୂର ଗ୍ରାମେ ଜନ୍ମ ତାର, ଶ୍ରୀ ଭାଗବତ ଯେ ପୁରାଣ , ଅଷ୍ଟାଦଶ ସଶ୍ରଶ୍ଲୋକେଣ ,ତା ଟିକା ଚଉ ବିଂଶ ସସ୍ର,କରି ଶ୍ରୀଧର ପ୍ରକାଶ , ବିପ୍ର କୁଳରେ ଜନ୍ମ ହୋଇ, ଜଗନ୍ନାଥ ଯେ ନାମ ବହି ,ପ୍ରାକୃତ ବନ୍ଧେ ଭାଗବତ, କହିଲେ ସର୍ବଜନହିତ।" ଏହା ମଧ୍ୟ ସତ୍ୟ ଯେ ଉତ୍କଳ ଜନନୀଙ୍କ ପୂର୍ବଜ ବରପୁତ୍ର ମାନେ, ଏପରିକି ସନ୍ଥ ମହାତ୍ମାମାନେ ସେମାନଙ୍କ ସଠିକ୍ ପରିଚୟ ଅବା କୃତିତ୍ବ ସମ୍ପର୍କରେ ପ୍ରାୟତଃ ଉଲ୍ଲେଖ କରି ନଥାନ୍ତି , ଯାହାର ଫାଇଦା ନିଅନ୍ତି ଯଶଃ କାଙ୍ଗାଳି ଭଗାରିମାନେ । କିନ୍ତୁ ସେମାନଙ୍କ ସୃଷ୍ଟି ମଧ୍ୟରେ ଏଭଳି ତଥ୍ୟ ଦେଇଥାନ୍ତି ଯେ ଜଣେ ଏକଗ୍ରଚିତ୍ତ ପାଠକ , ସମୀକ୍ଷକ, ଗବେଷକ ସହଜରେ ଜାଣିପାରନ୍ତି । ସେହିପରି ଲୋକକଥା , ପରବର୍ତ୍ତୀ ସମୟରେ ଲେଖକ,ଆଲୋଚକ ମାନଙ୍କ ଦ୍ବାରା ଉଲ୍ଲେଖ ରହିଥାଏ । ଶ୍ରୀଧର ସ୍ବାମୀ ଙ୍କ ଜନ୍ମ ମାଘ ଶୁଳ୍କ ସପ୍ତମୀ , ମସିହା ହିସାବରେ ୧୩୨୫ ଖ୍ରୀଷ୍ଟାବ୍ଦରେ , ବୁଢାବଳଙ୍ଗର ଉପନଦୀ ବଡସୋନା ଓ ଗଙ୍ଗ ହାର ନଦୀ ମଧ୍ୟବର୍ତ୍ତୀ ଉପତ୍ୟକାର ମୟୂର ଗ୍ରାମ , ଯାହା ସାତଶହ ବର୍ଷ ମଧ୍ୟରେ ଅପଭ୍ରଂଶ ହୋଇ ଏବେ ମରେଇ ଗାଁ ଭାବେ ପରିଚିତ । ହରିହର ଶତପଥୀ ଙ୍କ ପୁତ୍ର ପିଉସା ଘରକୁ ପୁଅ ହୋଇ ଯିବାରୁ ସାଙ୍ଗିଆ ବଦଳି ହୋଇଥିଲା ପତି । ପିତା ହରିହର ଜଣେ ପଣ୍ଡିତ ଥିଲେ ଏବଂ ଅଥର୍ବ ବେଦୀ,ଶାଣ୍ଡଲ୍ୟ ଗୋତ୍ର ଥିଲା ମାତ୍ର ପାଳନ କର୍ତ୍ତା ପତି ପରିବାର ଥିଲେ ଯଜୁର୍ବେଦୀ । ନୀଳଗିରି ଅଞ୍ଚଳର ଘନବନରାଜି ଓ ପାହାଡ ପୁଷ୍କରିଣୀ ନଦୀନାଳ ସୁଶୋଭିତ, ହଂସ ଚକ୍ରବାକ୍ କୋଇଲି,କୁମ୍ଭାଟୁଆ, ମୟୂର କଳରବରେ ରମଣୀୟ ସ୍ଥାନ ହୋଇଥିବାରୁ ଏ ଅଞ୍ଚଳର ନାମ ଥିଲା " ରମଣୀୟ" , ଯାହା ଅପଭ୍ରଂଶ ହୋଇ ଅଧୁନା ରେମୁଣା । ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟଯେ ରେମୁଣା ସେତେବେଳର ରମଣୀୟ ଥିଲା ଦକ୍ଷିଣ ଭାରତ ଓ ଉତ୍ତରଭାରତର ଏକମାତ୍ର ସଯୋଗକାରୀ ରାସ୍ତା "ଜଗନ୍ନାଥ ସଡ଼କ" ପାର୍ଶ୍ଵରେ ଅବସ୍ଥିତ ଥିଲା ଏବଂ ସମଗ୍ର ଭାରତବର୍ଷର ସଂସ୍କୃତ ଭାଷା ଶିକ୍ଷାର ଏକ ପ୍ରମୁଖ ପୀଠ । ଋଷିପ୍ରାଣ ପରମାନନ୍ଦ ପୁରୀ ସେହି ସମୟରେ ଖୀରଚୋରା ଗୋପୀନାଥ ଙ୍କ ଦର୍ଶନରେ ଆସି ରେମୁଣାରେ ଅବସ୍ଥାନ କରୁଥିଲେ । ଇଷ୍ଟଦେବତା ନୃସିଂହ ଙ୍କ ଆଶୀର୍ବାଦ ବା ପ୍ରସାଦରୁ ଏହି ଠାରେ ହିଁ ଗୁରୁ ଶିଷ୍ୟଙ୍କର ମଣି-କାଂଚନ ସଂଯୋଗ ହୋଇଥିଲା । ସେହିପରି ନିଜେ ଶ୍ରୀଧର ସ୍ବାମୀ ଲେଖି ଯାଇଛନ୍ତି ଯେ " ବ୍ରହ୍ମବେଦେ ଚ ନିଷ୍ଣାତଃ ,କୃତୀ ହରିହରାତ୍ମଜଃ , ପ୍ରାୟଶ୍ଚିତ ତ୍ରୟଂ ହ୍ୟେତତ୍, ନୃସିଂହାନୁଗ୍ରହତା୍ କୃତଃ ।" ରେମୁଣାରେ ଶିକ୍ଷା ଶେଷ କରି ଗୁରୁ ପରମାନନ୍ଦ ଙ୍କ ଉପଦେଶ କ୍ରମେ ସେ କାଶୀଧାମରେ ପହଞ୍ଚିଲେ । ତତ୍କାଳୀନ କାଶୀର ରାଜା ଜୟଚନ୍ଦ୍ର ପ୍ରଜାମାନଙ୍କ ମଧ୍ୟରେ ଗୀତା ଜ୍ଞାନ ପ୍ରଚାର ଉଦ୍ଦେଶ୍ୟରେ ଶ୍ରୀମଦ୍ ଭଗବତ ଗୀତାର ସରଳ ସୁବୋଧ ଟିକା ପ୍ରଣୟନ ନିମନ୍ତେ ଏକ ପଣ୍ଡିତ ସମ୍ମିଳନୀର ଆୟୋଜନ କରିଥିଲେ । ଦେଶ ବିଦେଶରୁ ବହୁ ପଣ୍ଡିତବର୍ଗ
ଏଥିରେ ଯୋଗଦେଇଥିଲେ , ଯେଉଁ ମାନଙ୍କ ମଧ୍ୟରେ ସର୍ବକନିଷ୍ଠ ଥିଲେ ପଣ୍ଡିତ ଶ୍ରୀଧର ଏବଂ ସିଏ ଏକ ଟିକା ରଚନା କରି ଦାଖଲ କରିଥିଲେ । ରାଜା ଜୟଚନ୍ଦ୍ର ଯଦିଓ ଜଣେ ସଂସ୍କୃତ ଶାସ୍ତ୍ରବନ୍ତ ଥିଲେ , ତଥାପି ସିଏ ଟିକା ସମୀକ୍ଷା ପାଇଁ ପଣ୍ଡିତ ମଣ୍ଡଳୀ ଗଠନ କଲେ । ପଣ୍ଡିତ ମାନେ ଭିନ୍ନ ଭିନ୍ନ ମତ ଦେବା ସମୟରେ ଶାସ୍ତ୍ର ବିଶୃଙ୍ଖଳିତ ଆଚରଣରେ ବ୍ୟତିବ୍ୟସ୍ତ ହୋଇ କହିଥିଲେ ସମସ୍ତ ଟୀକା ବିଶ୍ବେଶ୍ବର ବା କାଶୀ ବିଶ୍ଵନାଥଙ୍କ ସମ୍ମୁଖରେ ରଖି ଦିଆଯାଉ । କାଶୀ ବିଶ୍ଵନାଥ ଙ୍କ ପାଖରେ ସବୁ ରଖାଯାଇ ମନ୍ଦିରରେ ଜଉମୁଦ ଦିଆଗଲା , ଆସନ୍ତାକାଲି ସକାଳେ ମନ୍ଦିର ଦୁଆର ଖୋଲା ଯିବ , ପ୍ରଭୁ ଙ୍କ ଦ୍ବାରା ଯାହାଙ୍କର ଟିକା ଗୃହୀତ ହେବ , ତାହାଙ୍କୁ ଶ୍ରେଷ୍ଠ ଟୀକାକାରର ସ୍ବୀକୃତି ସହିତ ପୁରସ୍କୃତ କରାଯିବ । ଭଗବାନ ବିଶ୍ବନାଥ ମୁଖ୍ୟ ପୁରୋହିତ ଙ୍କୁ ସ୍ବପ୍ନାଦେଶ ଦେଲେ " ବ୍ୟାସୋ ବେତ୍ତି ଶୁକୋ ବେତ୍ତି,ରାଜା ବେତ୍ତି ନ ବେତ୍ତି ବା , ଶ୍ରୀଧରଃ ସକଳଂ ବେତ୍ତି, ଶ୍ରୀନୃସିଂହ ପ୍ରସାଦତଃ " । ପରଦିନ ସକାଳେ ଜଉମୁଦ କାଢି ମନ୍ଦିର ଖୋଲି ରାଜା ଦେଖିଲେ ଯେ ଶ୍ରୀଧର ଙ୍କ ରଚିତ ଟୀକା ବିଶେଶ୍ୱରଙ୍କ ନାଭି କମଳରେ ଥୁଆ ହୋଇଛି । ରାଜା ଜୟଚନ୍ଦ୍ର ଏହା ଦେଖି ଭାବ ବିହ୍ୱଳ ହୋଇ ପ୍ରଭୁଙ୍କୁ ସ୍ରଷ୍ଟାଙ୍ଗ ପ୍ରଣିପାତ କଲେ । କାଶୀ ରେ ଅପରିଚିତ,ଅନାମଧ୍ୟେୟ ଯୁବକ ଟି ରାତାରାତ ବଡ ପଣ୍ଡିତର ମାନ୍ୟତା ପାଇ ରେମୁଣା ଫେରି ପୁନଃ ଅଧ୍ୟୟନ କରି ଶ୍ରୀକ୍ଷେତ୍ରକୁ ଚାଲି ଚାଲି ଗଲେ । ଗୋବର୍ଦ୍ଧନ ପୀଠରେ ପହଞ୍ଚି ଶଙ୍କରାଚାର୍ଯ୍ୟ ରାମକୃଷ୍ଣାନନ୍ଦ ସ୍ବାମୀଙ୍କ ଠାରୁ ସନ୍ୟାସ ଦୀକ୍ଷା ନେଇ ନୃସିଂହ ମନ୍ତ୍ରରେ ଦିକ୍ଷୀତ ହେଲେ ଓ ମନ୍ତ୍ର ସାଧନା କରୂ ସିଦ୍ଧି ପ୍ରାପ୍ତ ହୋଇଥିଲେ । ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟଯେ ଗୋବର୍ଦ୍ଧନ ପୀଠର ପ୍ରଥମ ପୀଠାଧୀଶ ସ୍ବାମୀ ପଦ୍ମପାଦ ମଧ୍ୟ ଜଣେ ନୃସିଂହ ସାଧକ ଥିଲେ । ସନ୍ୟାସ ନେଲା ପରେ ଗୁରୁ ପରମ୍ପରା ଅନୁଯାୟୀ ଶ୍ରୀଧର ପତି ଶ୍ରୀଧର ସ୍ବାମୀ ରୂପେ ପରିଚିତି ପାଇଥିଲେ ।
ଗୋବର୍ଦ୍ଧନ ପୀଠାଧୀଶ ରାମକୃଷ୍ଣାନନ୍ଦ ସ୍ବାମୀଙ୍କ ତିରୋଧାନ ପରେ ଶଙ୍କରାନନ୍ଦ ମଠର ମଠାଧୀଶ ଭାବେ ଶ୍ରୀଧର ସ୍ବାମୀ ଅଭିଷିକ୍ତ ହୋଇଥିଲେ । ୭୫ ବର୍ଷ ବୟସରେ ୧୪୦୦ ମସିହାରେ କପିଳାସ ବ୍ରହ୍ମଚାରୀ ଆଶ୍ରମରେ ଇହଲୀଳା ସମ୍ବରଣ କରିଥିଲେ , ଏବେବି ଅକ୍ଷତ ଅବସ୍ଥାରେ ତାଙ୍କର ସମାଧି ସ୍ତୁପ ରହିଛି । ତାଙ୍କର ସୃଷ୍ଟି ସମୂହ ମଧ୍ୟରେ ଶ୍ରୀମଦ ଭଗବଦ୍ ଗୀତାର " ସୁବୋଧିନୀ ଟୀକା" ,ଭାବାର୍ଥ ଦୀପିକା,ଆତ୍ମପ୍ରକାଶିକା, ବାଳବୋଧିନୀ ଠାରୁ ଆରମ୍ଭ କରି ଅନେକ , ଯାହା ମଧ୍ୟ ଏପର୍ଯ୍ୟନ୍ତ ଛପା ଯାଇନାହିଁ । ଏଠାରେ ପ୍ରସଙ୍ଗକ୍ରମେ ପୁନଃ ଉଲ୍ଲେଖଯୋଗ୍ୟ ଯେ ଏହାଙ୍କ ସୃଷ୍ଟି ସମୂହ କୁ ପଢି ଗଜପତି କପିଳେନ୍ଦ୍ରଦେବ ଙ୍କ ଦ୍ବାରା ତଡିପାର ଦଣ୍ଡରେ ଦଣ୍ଡିତ ହୋଇ ନଦୀୟାରେ ବସବାସ କରୁଥିବା ପଣ୍ଡିତ ଉପେନ୍ଦ୍ର ମିଶ୍ରଙ୍କ ନାତି ବିଶ୍ବମ୍ବର ମିଶ୍ର , ଚୈତନ୍ୟ ନାମ ଧାରଣ କରି ୧୫୧୦ରେ ଓଡ଼ିଶା ଆସିଥିଲେ । ୧୪୬୩ ରେ ଚରିତ୍ରହୀନ ଵ୍ଯୁରହବ ବ୍ରାହ୍ମଣ ଜଗନ୍ନାଥ ମିଶ୍ରଙ୍କର ୧୪୮୭ ରେ ଜନ୍ମିତ କନିଷ୍ଠ ପୁତ୍ର ବିଶ୍ବମ୍ବର କିଭଳି ଚୈତନ୍ୟ ହେଲେ , କେଉଁ କାରଣରୁ ଓଡ଼ିଶା ଆସିଥିଲେ , ତାହା ସୁବାର୍ତ୍ତା ବିଶ୍ବ ମଣି ପଣ୍ଡିତ ଗୋପବନ୍ଧୁଙ୍କ ସମର୍ପିତ ସାଥି , ଐତିହାସିକ ଗବେଷକ, ଅଧିବକ୍ତା, ବିଧାୟକ, ନାଟ୍ୟକାର ଜଗବନ୍ଧୁ ସିଂହ ଙ୍କ ପ୍ରାଚୀନ ଉତ୍କଳ ପୁସ୍ତକରେ ବିସ୍ତୃତ ଭାବେ ବର୍ଣିତ ତଥ୍ୟ ଆଧାରରେ ପ୍ରକାଶ କରିଥିଲା । ସେହି ଚୈତନ୍ୟ ଚରିତାମୃତ ରେ ସେ ଶତକଣ୍ଠ ରେ ସ୍ବୀକାର କରିଛନ୍ତି । ଅତିବଡ଼ି ଜଗନ୍ନାଥ ଦାସଙ୍କର ସମସାମୟିକ ନୟାଗଡର ଭକ୍ତ କବି ମାଧବ ପଟ୍ଟନାୟକଙ୍କ ସ୍ବରଚିତ ନବାକ୍ଷରୀ " ବୈଷ୍ଣବ ଲୀଳାମୃତ ( ୧୫୩୫ ରେ ଲିଖିତ) ଶ୍ରୀଧର ସ୍ବାମୀ ଙ୍କ ବିଷୟରେ ଲେଖି ଯାଇଛନ୍ତି -;
"ଏଥୁ ଅନ୍ତେ ଶୁଣ ରସ, ଶ୍ରୀ ଭାଗବତ ଗୀତ ରସ, ଶ୍ରୀଧର ନାମେ ବିପ୍ରବର,ମରେଇ ଗ୍ରାମେ ଜନ୍ମ ତାର, ଭାବାର୍ଥ ଦୀପିକା ରଚନ୍ତି,ଭକତି ମାର୍ଗରେ ତା ମତି, ରେମୁଣା କଟକେଣ ରହି, ଗୋପୀନାଥ ମୂର୍ତ୍ତି ସେବଇ,ପଢି ଗୋପାଳ ତାପିନୀ,ପିପ୍ପଳ ସୂତ୍ର ବଖାଣ....' ।
ଅତଏବ ପ୍ରତିଭା ପ୍ରସବିନୀ ଉତ୍କଳ ଜନନୀ ଙ୍କ ର ଏହି ସୁଯୋଗ୍ୟ ସନ୍ତାନଙ୍କୁ ଆନ୍ଧ୍ର କହୁଛି ଆମର, ଗୁଜରାଟ କହୁଛି ଆମର ଶ୍ରୀଧର ସ୍ବାମୀ , ଅଥଚ ଆମେ ଓଡିଆ ନିରବ,ନିର୍ଲିପ୍ତ ରହିବା ଆଉ କେତେ ଦିନ ?
ବିଶ୍ୱ ଗଣିତ ଦିବସର ଅନୁଚିନ୍ତା
----------
ଆଜି ବିଶ୍ବ ଗଣିତ ଦିବସ ଏବଂ ଆମେ ଜଣେ ଗଣିତ ଶାସ୍ତ୍ରର ଛାତ୍ର ଭାବେ ଦିବସ ପାଳନର ବିଶେଷତା ସମ୍ପର୍କରେ ଆଲୋଚନା ଓ ପର୍ଯ୍ୟାଲୋଚନା କରିବା ବିଧେୟ ତଥା ଆମର କର୍ତ୍ତବ୍ୟ କର୍ମ ବୋଲି ବିଚାର କରୁ । ସୁବାର୍ତ୍ତାର ଜନ୍ମଲଗ୍ନ ଠାରୁ ପ୍ରତି ବର୍ଷ ଆଜିର ଦିନରେ ବିଭିନ୍ନ ଗାଣିତିକ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା କରି ଆସିଛୁ । ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଯେ ଆଜି ଜଣେ ବିଶ୍ଵର ମହାନ୍ ଗଣିତଜ୍ଞଙ୍କ ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଇ ଏକ ଅନାଲୋଚିତ ତଥ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ । ସେହି ମହାନ୍ ବ୍ୟକ୍ତି ହେଉଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ବିଶ୍ଵ ବିଖ୍ୟାତ ଶଙ୍କରାଚାର୍ଯ୍ୟ ଶ୍ରୀମଦ୍ ଭାରତୀ କୃଷ୍ଣ ତୀର୍ଥ ମହାରାଜା । ସେ କେବଳ ବିଶ୍ବ ବିଖ୍ୟାତ ଗଣିତ ଶାସ୍ତ୍ର ବିଶେଷଜ୍ଞ ନଥିଲେ, ଥିଲେ ଜଣେ ମହାନ୍ ସ୍ଵାଧୀନତା ସଂଗ୍ରାମୀ , ଜାତୀୟ ସଂହତିର ମୂର୍ତ୍ତିମନ୍ତ ପ୍ରତୀକ, ଧର୍ମ ନିରପେକ୍ଷତାର ପ୍ରତିଭୂ । ବ୍ରିଟିଶ ଶାସକ ଦ୍ବାରା ୧୯୨୧ ମସିହାରେ କରାଚି ଠାରେ ଖିଲାଫତ ଆନ୍ଦୋଳନର ନେତୃତ୍ଵ ନେଇ ଗିରଫ ହୋଇଥିଲେ । ମୁସଲମାନ ସମ୍ପ୍ରଦାୟର ଅଧିକାର ପାଇଁ ତାଙ୍କ ସଂଗ୍ରାମର ଇତିହାସ ଏଯାବତ୍ ଯେଭଳି ଅନାଲୋଚିତ ଠିକ୍ ସେହିପରି ବାସ୍ତବରେ କମ୍ପ୍ୟୁଟର ବିଜ୍ଞାନର ଏହି ସୂତ୍ର ପ୍ରଦାତାଙ୍କ ସମ୍ପର୍କିତ ଇତିହାସ ମଧ୍ୟ ଅନାଲୋଚିତ, ତାଙ୍କର ବୈଦିକ ଗଣିତ ରହସ୍ୟ ଇତିହାସ ମଧ୍ୟ ଅନାଲୋଚିତ ଭାରତରେ । ଭାରତରେ , ଏପରିକି ଓଡ଼ିଶାରେ ବୋଲି ଉଲ୍ଲେଖ କରିବାର କାରଣ , ତାଙ୍କର ବୈଦିକ ଗଣିତ ଶାସ୍ତ୍ରକୁ ଆମେରିକା,ଜର୍ମାନ ପ୍ରଭୁତି ଦେଶରେ ଗ୍ରହଣ କରିଛନ୍ତି , ତାକୁ ଆଧାର କରି ଗବେଷଣା, ଉଦ୍ଭାବନ କରିଛନ୍ତି ଏବଂ ସେହି ସବୁ ଦେଶର ବିଦ୍ୟାର୍ଥୀ ମାନଙ୍କ ପାଇଁ ପାଠ୍ୟପୁସ୍ତକରେ ସ୍ଥାନିତ କରିଛନ୍ତି । ନାସା ବୈଜ୍ଞାନିକ ମାନେ ଗ୍ରହଣ କରି ସଫଳତା ପାଇଲେ, ମଙ୍ଗଳାୟନ ସୂତ୍ର ପ୍ରକାଶ ପାଇଲା । କମ୍ପ୍ୟୁଟର ବିଜ୍ଞାନର ଜନକ ଭାବେ ପରିଚିତ ଆଲାନ୍ ତୁରୀଙ୍ଗଙ୍କ ଜନ୍ମ ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ୧୯୧୨ ମସିହାରେ , ଯେତେବେଳେ ତାଙ୍କ ପିତା ଥିଲେ ଏଠାର ପ୍ରଶାସନିକ ଅଧିକାରୀ । କିଭଳି ଗୋବର୍ଦ୍ଧନ ପୀଠରୁ ଏହି ପାଠ ଚୋରି ହେଲା ଓ କୁଆଡେ ଗଲା,ତା ପରେ କ'ଣ ହେଲା ତାହା ଗବେଷଣା ହେଲା ନାହିଁ, କାରଣ ଆମେ ସେଭଳି କରିବା ପାଇଁ ମାନସିକତା ରଖେନାହିଁ । ୮୮ ବର୍ଷ ଅତିବାହିତ ହେବାକୁ ଯାଉଛି ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର, ମାତ୍ର ୧୯୨୫, ନଭେମ୍ବର ୫ ତାରିଖରେ ଜଣାପଡ଼ିଲା, ଖବରକାଗଜରେ ପ୍ରକାଶ ପାଇଥିଲା ଓଡ଼ିଶାରୁ ଚୋରି ହୋଇ ଯାଉଥିବା ଦୁଇଟି ପୋଥି, ମୂର୍ତ୍ତି ଭର୍ତ୍ତି ଜାହାଜ ଜବତ ହୋଇ ଆଜି ର ଗୁଜରାଟର ୟୁସୁଫ ଭଣ୍ଡାରରେ ଜଉମୁଦ ଦିଆ ହୋଇରହିଛି, ତାହା ଉଦ୍ଧାର ହୋଇପାରିଲା ନାହିଁ । ଜାତି ଯେତେବେଳେ ପ୍ରତିବାଦ ବିହୀନ, ପ୍ରତିକ୍ରିୟା ଶୂନ୍ୟ ହୋଇଯାଏ, ସେତେବେଳେ ଯେଉଁ ସ୍ଥିତି ଉପୁଜେ, ତାହା ଇତିହାସ ରେ ବାରମ୍ବାର ଉଦାହରଣ ସହିତ ଉଲ୍ଲେଖ ରହିଛି । ସେ ଯାହା ହେଉ ଆଜି ବିଶ୍ଵ ଗଣିତ ଦିବସରେ ମଧ୍ୟ ଆମେ ସେହି ମହାନ୍ ଗଣିତଜ୍ଞ, ଯାହାଙ୍କ ଜୟନ୍ତୀ ଅବସରରେ ବିଶ୍ବ ଗଣିତ ଦିବସ ଭାବେ ପାଳନ କରୁଛେ, ସେ କିଏ ଏବଂ ଓଡ଼ିଶା ସହିତ, ବିଶେଷ କରି ପୁରୀ ସହିତ କିଭଳି ସମ୍ପର୍କ, ତାହା ବି ହୋଇନାହିଁ ଆଲୋଚନା , ସେ ଯାହା ହେଉ , ଆଜି ସେହି କାଳଜୟୀ ପ୍ରାଜ୍ଞ ରାମାନୁଜମଙ୍କ ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି । ଏବେ ଦେଖନ୍ତୁସଂଖ୍ୟା ର ଖେଳ ଇଂରାଜୀ ଅଙ୍କରେ -
1 x 8 + 1 = 9
12 x 8 + 2 = 98
123 x 8 + 3 = 987
1234 x 8 + 4 = 9876
12345 x 8 + 5 = 98765
123456 x 8 + 6 = 987654
1234567 x 8 + 7 = 9876543
12345678 x 8 + 8 = 98765432
123456789 x 8 + 9 = 987654321
1 x 9 + 2 = 11
12 x 9 + 3 = 111
123 x 9 + 4 = 1111
1234 x 9 + 5 = 11111
12345 x 9 + 6 = 111111
123456 x 9 + 7 = 1111111
1234567 x 9 + 8 = 11111111
12345678 x 9 + 9 = 111111111
123456789 x 9 +10= 1111111111
9 x 9 + 7 = 88
98 x 9 + 6 = 888
987 x 9 + 5 = 8888
9876 x 9 + 4 = 88888
98765 x 9 + 3 = 888888
987654 x 9 + 2 = 8888888
9876543 x 9 + 1 = 88888888
98765432 x 9 + 0 = 888888888
ଏବଂ
1 x 1 = 1
11 x 11 = 121
111 x 111 = 12321
1111 x 1111 = 1234321
11111 x 11111 = 123454321
111111 x 111111 = 12345654321
1111111 x 1111111 = 1234567654321
11111111 x 11111111 = 123456787654321
111111111 x 111111111 = 12345678987654321
ଠିକ୍ ସେହିପରି ଅନ୍ୟ ଏକ ସଂଖ୍ୟା ଗଣିତ ଖେଳ, ମାତ୍ର ଜୀବନ ଗତି ପଥର ମାର୍ଗ ଦର୍ଶନ । କରାଯାଉ
A = 1 ; B = 2 ; C = 3 ; D = 4 ,E = 5 ; F = 6 ; G = 7 ; H = 8 ;I = 9 ; J = 10 ; K = 11 ; L = 12
M = 13 ; N = 14 ; O = 15 ; P = 16 ;
Q = 17 ; R = 18 ; S = 19 ; T = 20 ;
U = 21 ; V = 22 ; W = 23 ; X =24 ;
Y = 25 ; Z = 26.
Then, ତାପରେ
H+A+R+D+W+O+R+K
=8+1+18+4+23+15+18+11 = 98%
K+N+O+W+L+E+D+G+E
=11+14+15+23+12+5+4+7+5=96%
L+O+V+E
= 12+15+22+5 = 54%
L+U+C+K ;
=12+21+3+11 = 47%
None of them makes 100%.
Then what makes 100%?
Is it Money ?
NO , ମୋଟେ ନୁହେଁ
M+O+N+E+Y
= 13+15+14+5+25
=72%
ନେତୃତ୍ବ ବା Leadership ?
ନା, ମୋଟେ ନୁହେଁ,Not at all
L+E+A+D+E+R+S+H+I+P
=12+5+1+4+5+18+19+8+9+16=97%
ପ୍ରତି ସମସ୍ୟାର ସମାଧାନ ଅଛି, ଯଦି ଆମେ ଆମର ମାନସିକତାର ପରିବର୍ତ୍ତନ କରିପାରିବା , ଅର୍ଥାତ୍
Every problem has a solution, only if we perhaps change our
"ATTITUDE"...
A+T+T+I+T+U+D+E
1+20+20+9+20+21+4+5
= 100%
It is therefore OUR ATTITUDE towards Life and Work that makes
OUR Life 100% Successful.
Amazing mathematics
With each alphabet getting a number, in chronological order, as above, study the following, and bring down the total to a single digit and see the result yourself
Hindu -
S h r e e K r i s h n a
19+8+18+5+5+11+18+9+19+8+14+1
=135
=1+3+5 = 9
Muslim
M o h a m m e d
13+15+8+1+13+13+5+4
= 72
= 7+2 = 9
Jain
M a h a v i r
13+1+8+1+22+9+18
=72
= 7+2= 9
Sikh
G u r u N a n a k
7+21+18+21+14+1+14+1+11
=108
=1+0+8 = 9
Parsi
Z a r a t h u s t r a
26+1+18+1+20+8+21+19+20+18+1
=153
=1+5+3 = 9
Buddhist
G a u t a m
7+1+21+20+1+13
=63
= 6+3 = 9
Christian
E s a M e s s i a h
5+19+1+13+5+19+19+9+1+8
=99
9+9=18
1+8 = 9
Each one ends with number 9
ଆମେ ନବ ଗ୍ରହରେ ବିଶ୍ବାସ କରିଆସିଛେ ।
ଅତଏବ ଗଣିତ ଶାସ୍ତ୍ର କୁହେ , ଆମର ସ୍ରଷ୍ଟାଙ୍କ ଭାଷା ହେଉ ଅବା ପ୍ରକୃତି ହେଉ , ସମସ୍ତେ ଶିକ୍ଷା ଦେଇଛନ୍ତି ଏକ ବ୍ରହ୍ମ , ଦ୍ଵିତୀୟ ନାସ୍ତି, ଅର୍ଥାତ୍ ଭଗବାନ ଏକ । କିଏ କେଉଁ ନାମରେ ସମ୍ବୋଧନ କରିପାରେ । ଅତଏବ,So
THAT IS NATURE'S CREATION TO SHOW THAT GOD IS ONE . ଅପରପକ୍ଷରେ ବେଦରେ ବର୍ଣ୍ଣିତ, ଯୁଗ ଯୁଗ ଧରି ଜନଗ୍ରହଣୀୟତା ପ୍ରାପ୍ତ ,ଆମ ଭାଷାରେ ସର୍ବୋତ୍ତମ ଶ୍ଳୋକର ମର୍ମାର୍ଥାନୁଯାୟୀ ବ୍ରହ୍ମଙ୍କୁ ବିଭକ୍ତ କରାଯାଇ ନପାରେ । ଉକ୍ତ ଶ୍ଲୋକ ଟି ହେଲା
"ପୂର୍ଣ୍ଣମଦଃ ପୂର୍ଣ୍ଣମିଦଂ, ପୂର୍ଣ୍ଣତ୍ୟୁ ପୂର୍ଣ୍ଣମୁଦଚ୍ୟତେ,
*ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ, ପୂର୍ଣ୍ଣମେବାବଶିଷ୍ୟତେ"।
ଅର୍ଥାତ୍,ବ୍ରହ୍ମ ଅନନ୍ତ ଅଟନ୍ତି।ବ୍ରହ୍ମର ଅଂଶ ହୋଇଥିବା ପ୍ରତ୍ୟେକ ପ୍ରାଣୀ ମଧ୍ୟ ଅନନ୍ତ ସତ୍ତାର ଏକ ଅଂଶବିଶେଷ।ବ୍ରହ୍ମ ବିଭକ୍ତ ହୋଇ ମଧ୍ୟ ଅବିଭକ୍ତ, ଅପର୍ଯ୍ୟାପ୍ତ ଏବଂ ଅପରିବର୍ତ୍ତିତ , ଯାହା ରାମାୟଣ ରେ ରାଜା ଦଶରଥଙ୍କ ପୁତ୍ରେଷ୍ଠୀ ଯଜ୍ଞ ଚରୁ ର ବିଭକ୍ତି କରଣ ରେ ଲକ୍ଷ୍ମଣ ଓ ଶତ୍ରୁଘ୍ନଙ୍କ ଜନ୍ମ ବୃତ୍ତାନ୍ତରେ ଉଲ୍ଲେଖିତ।ଶ୍ରୀମଦ୍ଭଗବତ୍ ଗୀତାର ସପ୍ତମ ଅଧ୍ୟାୟ ୨୪ତମ ଶ୍ଳୋକରେ ମଧ୍ୟ ବର୍ଣ୍ଣନା କରାଯାଇଛି ଯେ ବ୍ରହ୍ମ ଏକ ଏବଂ ଅଭିନ୍ନ। ଅଜ୍ଞାନତା ବଶତଃ ମନୁଷ୍ୟ ତାଙ୍କୁ ବିଭିନ୍ନ ରୂପରେ ପୂଜା କରେ। ଏହା ନିର୍ବିବାଦୀୟ ସତ୍ୟ ଯେ ପ୍ରତ୍ୟେକ ପ୍ରାଣୀ ଭଗବତ୍ ସତ୍ତାର ଅଧିକାରୀ । ତଥାପି ଯେଉଁମାନଙ୍କ ଠାରେ ବିଲକ୍ଷଣ ପ୍ରତିଭା ଦେଖାଯାଏ ସେମାନଙ୍କୁ ଅବତାର ବୋଲି ମନୁଷ୍ୟ ସମାଜ ବିଶ୍ବାସ କରିଆସିଛି । ଅତଏବ ଏହି ନିର୍ବିବାଦୀୟ ସତ୍ୟକୁ ଗ୍ରହଣ କଲେ ବିଶ୍ବରେ ସାମ୍ପ୍ରଦାୟିକ ହିଂସାକାଣ୍ଡ, ଦଙ୍ଗା ସୃଷ୍ଟି, ଲକ୍ଷଲକ୍ଷ କ'ଣ କୋଟି କୋଟି ଧନ ଜୀବନ ହାନି ହେବ କି ? ବିଶ୍ବ ସମ୍ମୁଖୀନ ହେଉଥିବା ଭୟଙ୍କର ସମସ୍ୟା ସମାଧାନ ହୋଇପାରିବ ନାହିଁ କି ? ଆମେ ଜାଣୁ ଯେ ଆମର ଏହି ଉପସ୍ଥାପନଟି କାହାର ଦୃଷ୍ଟି ଆକର୍ଷଣ ବର୍ତ୍ତମାନ କରିବ ନାହିଁ ମାତ୍ର, ଏହା ଯେ ପରବର୍ତ୍ତୀ ପିଢ଼ିଙ୍କ ପାଇଁ ହେବ ବିକଳ୍ପ ବିହୀନ ଆହରଣୀୟ ଦର୍ଶନ, ଏଥିରେ ସାମାନ୍ୟ ସନ୍ଦେହ ନାହିଁ । ଏହି ସତ୍ୟକୁ ଆମେ ଆମର ଉତ୍ତରାଧିକାରୀ ପୁଅ - ଝିଅକୁ ବୁଝାଇଛୁ । ଅନ୍ୟ କେତେକଙ୍କୁ ବୁଝାଇବାକୁ ବହୁ ଚେଷ୍ଟା କରି ବିଫଳ ହୋଇଛୁ ଓ ବୋଧେ ହୋଇଚାଲିବୁ । ସାମ୍ପ୍ରତିକ ଭୟଙ୍କର ପରିସ୍ଥିତିକୁ ଦେଖି, ଅନୁଭବ କରି ମ୍ରିୟମାଣ ହୋଇପଡ଼ିଥିବା ସମୟରେ ଅତ୍ୟନ୍ତ ଭାରି ହୃଦୟରେ ଏହା ଉପସ୍ଥାପନ କରି ଆଶା କରୁଛୁ ଯେ ଟିକେ ପଢ଼ିବା ହେବେ ଓ ସାମାନ୍ୟ ଚିନ୍ତା କରିବା ହେବେ । ପାରାନୋଇଆ ରୋଗାକ୍ରାନ୍ତ କୁଭାଷ ଭାଷାରେ ଆମେ ମୋଟେ ଭାବ ପ୍ରବଣ ଓଡ଼ିଆ ବା ବିଷଧାରୀ ଓଡ଼ିଆ ନୋହୁଁ, ଆମେ ଅଧ୍ୟୟନ କରି କହିଥାଉ ଯେ ଶତାଧିକ କ୍ଷେତ୍ରରେ ପୂର୍ବଜ ଓଡିଆମାନେ ବିଶ୍ବଗୁରୁ ।
ସାମାଜିକ ନ୍ୟାୟ
------------
୨୬ ନଭେମ୍ବର,୨୦୦୭ରେ ଜାତିସଂଘ ସାଧାରଣ ପରିଷଦ ୨୦ ଫେବୃୟାରୀକୁ ବିଶ୍ୱ ସାମାଜିକ ନ୍ୟାୟ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିବାପରେ ଗତ ୨୦୦୯ ମସିହାରୁ ଏହି ଦିବସରେ ବିଭିନ୍ନ ଲକ୍ଷ କୁ ଉପଜିବ୍ୟ କରି ଶୀର୍ଷକ ଆଧାରରେ ସମଗ୍ର ବିଶ୍ଵରେ ପାଳିତ ହୋଇଆସୁଛି । ଜାତିସଙ୍ଘର ଉଦ୍ଦେଶ୍ୟ ଉଲ୍ଲେଖ ରହିଛି ଯେ ବିଶ୍ୱରୁ ଦାରିଦ୍ର୍ୟ, ଲିଙ୍ଗଗତ ଅସମାନତା, ବେକାରି,ମାନବାଧିକାର ତଥା ସାମାଜିକ ସୁରକ୍ଷା ସମ୍ପର୍କିତ ସମସ୍ୟା ଦୂର କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ସମସ୍ତ ପ୍ରଦତ୍ତ ତଥ୍ୟକୁ ଊପଜିବ୍ୟ କରି ସୁସ୍ଥ ମସ୍ତିଷ୍କରେ ସାରସ୍ବତ ପ୍ରମାଣ ସହିତ ଆମେ ଦାମ୍ଭିକତା ସହିତ କହିପାରୁ ଯେ ସନ୍ଥ ବଳରାମ ଦାସ ହେଉଛନ୍ତି ବିଶ୍ବର ପ୍ରଥମ ସାମାଜିକ ନ୍ୟାୟ ଦର୍ଶନ ପ୍ରଦାୟକ । ଏଠାରେ ପ୍ରଶ୍ନ ଉଠୁଛି ଯେ କାହିଁକି ଜାତିସଂଘ ବର୍ଷକରେ ଗୋଟିଏ ତାରିଖକୁ ଆନ୍ତର୍ଜାତିକ ସାମାଜିକ ନ୍ୟାୟ ଦିବସ ଭାବେ ପାଳନ କରିବା ପାଇଁ ନିଷ୍ପତି ଗ୍ରହଣ କଲା ? ମଣିଷ ମଣିଷ ଭିତରେ ଜାତିଗତ ,ବର୍ଣ୍ଣଗତ, ଧର୍ମଗତ,ଲିଙ୍ଗ ଗତ, ଭାଷା ଗତ, ଆଞ୍ଚଳିକ ବିଭେଦାୟନ, ପରସ୍ପରକୁ ମସୀଲିପ୍ତ କରିବାର ଘୃଣ୍ୟ ମାନସିକତା, ବିଶେଷ କରି ଋଢିମନ୍ତ ସାମାଜିକ ଅବ୍ୟବସ୍ଥା , ଯାହା ମଧ୍ୟ କୌଣସି ପ୍ରାନ୍ତୀୟ, ପ୍ରାଦେଶିକ, ଦେଶୀୟ ଅସମାନତା ସମସ୍ୟା ନୁହେଁ , ଏପରିକି ଦେଶ ଦେଶ ମଧ୍ୟରେ ଶାନ୍ତି, ସହାବସ୍ଥାନ ପ୍ରତିଷ୍ଠା କରିବାରେ ସାମାଜିକ ନ୍ୟାୟର ଭୂମିକା ରହିଛି ବୋଲି ହୃଦବୋଧ ହେବା ପରେ । ଲିଙ୍ଗଗତ, ବୟସ, ଜାତି, ଧର୍ମ, ସମ୍ପ୍ରଦାୟ ଓ ସଂସ୍କୃତି କ୍ଷେତ୍ରରେ ରହିଥିବା ସାମାଜିକ ବାଧା ଯେ ହଜାର ହଜାର ବର୍ଷ ଧରି ସମାଜରେ ବିଭେଦାୟନ ସୃଷ୍ଟି କରୁଛି , ସେ ସମ୍ପର୍କରେ ଆମେ ସମସ୍ତେ ଏକମତ । ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟଯେ ସନ୍ଥ ବଳରାମ ଦାସ ଓଡ଼ିଆ ସାହିତ୍ୟର ପଞ୍ଚସଖା(ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଅନନ୍ତ ଦାସ, ଯଶୋବନ୍ତ ଦାସ)ଙ୍କ ମଧ୍ୟରେ ଅନ୍ୟତମ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ ।
ସନ୍ଥ ଵଳରାମ ଦାସଙ୍କର ଜନ୍ମବର୍ଷ ୧୪୮୪ ବୋଲି ଅନୁମାନ କରାଯାଇଥାଏ l ତାଙ୍କ ବାପାଙ୍କ ନାମ ଶ୍ରୀ ସୋମନାଥ ମହାପାତ୍ର ଓ ମାଆଙ୍କ ନାମ ମନୋମାୟା ବା ମହାମାୟା l ସୋମନାଥ ପ୍ରତାପରୁଦ୍ରଦେବଙ୍କ ଶାସନକାଳରେ ଜଣେ ମନ୍ତ୍ରୀରୂପେ ନିଯୁକ୍ତ ଥିଲେ । ବଳରାମ ଦାସ ପୁରୀ ଶ୍ରୀକ୍ଷେତ୍ରରେ ଅବସ୍ଥାନ କରୁଥିଲେ ବୋଲି ଉଲ୍ଲେଖ ରହିଥିଲେ ମଧ୍ୟ କଟକ ଜିଲ୍ଲାର ଯାଜପୁର ତାଙ୍କର ପ୍ରକୃତ ଜନ୍ମସ୍ଥାନ ଥିଲା ବୋଲି ଆଉ ଗୋଟିଏ ମତ ମଧ୍ୟ ରହିଛି । ଶ୍ରୀ ଚୈତନ୍ୟ ପୁରୀକୁ ଆସିବା ସମୟକୁ ବଳରାମ ପୁରୀକୁ ଆସିସାରିଥିଲେ ଓ ଓଡ଼ିଆ ରାମାୟଣ (ଜଗମୋହନ ରାମାୟଣ)ର ରଚନା କରିସାରିଥିଲେ l ସନ୍ଥ ବଳରାମ ଦାସ ଥିଲେ ଯୋଗଜନ୍ମା ପୁଣ୍ୟ ପୁରୁଷ। ତତ୍କାଳୀନ କୁସଂସ୍କାର ଗ୍ରସ୍ତ ସମାଜରେ ସଂସ୍କାର ଆଣିବା ପାଇଁ ସେ ରଚନା କରି ଯାଇଛନ୍ତି ଅନେକ ଗୁଡିଏ ଗ୍ରନ୍ଥ ଯେମିତି କି “ବିରାଟ ଗୀତା” ଯହିଁରେ ସେ ମହାଭାରତର ଗୀତା ସଦୃଶ ଜୀବନଧାରଣର ମାନ ଶିକ୍ଷା ଦେଇଛନ୍ତି ଗୀତ ଛଳରେ। ତାଙ୍କ ରଚିତ “ଲକ୍ଷ୍ମୀ ପୁରାଣ”ରେ ସେ ଜାତି ପ୍ରଥାର ବିରୋଧ କରିବା ସହିତ ନାରୀ ଶକ୍ତିର ମହତ୍ତ୍ୱ ପ୍ରତିପାଦିତ କରିଛନ୍ତି। ନାରୀ ନିର୍ଯ୍ୟାତନାର କୁପରିଣାମ ଦର୍ଶାଇବା କରିବା ସହିତ ନାରୀଙ୍କୁ ନିଜର କର୍ତ୍ତବ୍ୟ ବିଷୟରେ ମଧ୍ୟ ସଚେତନ କରାଇଛନ୍ତି। “ବ୍ରହ୍ମାଣ୍ଡ ଭୂଗୋଳ” ରେ ସେ ପିଣ୍ଡ ମଧ୍ୟରେ ବ୍ରହ୍ମାଣ୍ଡ ର ଦର୍ଶନ କରି ବ୍ରହ୍ମ ଏକାକ୍ଷର ମନ୍ତ୍ର ର ମହିମା ବୁଝାଇଛନ୍ତି। “ଭାବ ସମୁଦ୍ର” ରେ ମଣିଷକୁ ଭାବର ସମୁଦ୍ର ମଧ୍ୟରେ ଲୀନ ହୋଇ ପ୍ରଭୁକୃପା ଲାଭ କରିବାର ବାଟ ମଧ୍ୟ ଦେଖାଇଛନ୍ତି। ସନ୍ଥ ବଳରାମ ଦାସଙ୍କ ଲେଖା ଗୁଡିକ ମୁଖ୍ୟତଃ ସେ ସମୟରେ ଓଡିଶା କୁ କବଳିତ କରି ରଖିଥିବା ଜାତିପ୍ରଥା, କୁସଂସ୍କାର, ସାମାଜିକ ଅସାମଞ୍ଜସ୍ୟ ଇତ୍ୟାଦିକୁ ଦୂର କରିବା ନିମନ୍ତେ ଉଦ୍ଦିଷ୍ଟ ବୋଲି ଜଣାଯାଏ।
ଜଣେ ତତ୍ତ୍ୱଜ୍ଞ ଏବଂ ମୁକ୍ତ ବିଚାରଧାରା ର ସନ୍ଥ ହିସାବରେ ଭକ୍ତ ବଳରାମ ଦାସ ଅଗ୍ରଗଣ୍ୟ। “ଭାବ ସମୁଦ୍ର”, “ବଟ ଅବକାଶ”, “ଭକ୍ତି ଚନ୍ଦ୍ରିକା”, “ବ୍ରହ୍ମାଣ୍ଡ ଭୂଗୋଳ”, “ବିରାଟ ଗୀତା”, “ଗୁପ୍ତ ଗୀତା”, “ଭବିଷ୍ୟତ ମାଳିକା” ଏବଂ “ଶରୀର ତତ୍ତ୍ୱ”, “ପିଣ୍ଡ ବ୍ରହ୍ମାଣ୍ଡ ତତ୍ତ୍ୱ” ଇତ୍ୟାଦି ତାଙ୍କର ଏକ ଶହ ଆଠଟି କୃତି ରହିଛି। ତହିଁରୁ ତାଙ୍କ ଦ୍ୱାରା ଲିଖିତ “ଜଗମୋହନ ରାମାୟଣ” ବା ଦାଣ୍ଡି ରାମାୟଣ, “ଶ୍ରୀମହାଲକ୍ଷ୍ମୀ ପୁରାଣ” ବା “ମାଣବସା କଥା” ଓଡ଼ିଶାର ଘରେ ଘରେ ପ୍ରଚଳିତ ଏବଂ ତଦ୍ ଆଧାରରେ ପାଳିତ ମଧ୍ୟ । ସମସ୍ତ ଦୃଷ୍ଟିକୋଣରୁ ସନ୍ଥ ବଳରାମ ମହିଳା ସଶକ୍ତିକରଣ ଓ ସାମାଜିକ ନ୍ୟାୟ ଦର୍ଶନର ଆଦ୍ୟ ପ୍ରବକ୍ତା । ବିଗତ ଛଅ ଶହ ବର୍ଷ ତଳେ ହଜାର ହଜାର ବର୍ଷ ଧରି ପାଳିତ ହୋଇଆସୁଥିବା ମହାଲକ୍ଷ୍ମୀ ପୂଜାର ସଂସ୍କାର ବିଧି ସ୍ଥାପନ କରି ଯାଇଛନ୍ତି ସନ୍ଥ ବଳରାମ । ମାଣବସା ଗୁରୁବାରର କିମ୍ବଦନ୍ତୀ ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣରେ ଅତି ସରଳ ସୁବୋଧଗମ୍ୟ ଭାଷାରେ ବର୍ଣନା କରାଯାଇଛି । ଦାସଦାସୀ ପରିବେଷ୍ଟିତ ଲକ୍ଷ୍ମୀ ଦିନେ ସ୍ୱାମୀଙ୍କୁ ମାଣବସା ଗୁରୁବାର ବାବଦରେ ଜଣାଇ ଦେଶ ଭ୍ରମଣରେ ବଡ଼ ଦେଉଳରୁ ବିଜେ କଲେ । କିଏ ତାଙ୍କୁ ପୂଜୁଛି ତାହା ଜାଣିବା ନିମନ୍ତେ ସେ ଘର ଘର ବୁଲିଲେ । ଅନେକ ଧନୀ, ବଡ଼ ଲୋକ ସେଦିନ ଗୁରୁବାର ବୋଲି ଭୁଲି ଯାଇଥିବା ଦେଖିବା ପରେ ସେ ଶ୍ରୀୟା ନାମକ ଜଣେ ଦଳିତ ନାରୀ ଘରେ ପହଞ୍ଚିଥିଲେ। ଘରଦ୍ୱାର ପରିଷ୍କାର କରି ଲିପାପୋଛା କରି ଶ୍ରୀୟା ତାଙ୍କ ପୂଜା ପାଇଁ ସଜ, ଭୋଗ-ନୈବେଦ୍ୟ ଆଦି ସଜାଡ଼ି ରଖିବା ଦେଖି ଲକ୍ଷ୍ମୀ ତାହାଙ୍କ ଭକ୍ତିରେ ମୁଗ୍ଧ ହୋଇ ସେଠାରେ ହିଁ ରହିଗଲେ । ଏହା ଶୁଣି ବଳରାମ କୋପକଲେ । ସେତେବେଳର ସମାଜରେ ଦଳିତମାନଙ୍କୁ ଅଛୁଆଁ ଭାବେ ଗଣା ଯାଉଥିବାରୁ ଜଣେ ଦଳିତ ଲୋକର ଘରେ ପାଦ ଦେଇଥିବାକୁ ଅପରାଧ ବିବେଚନା କରି ବଡ଼ଦେଉଳ ଦ୍ୱାର ଲକ୍ଷ୍ମୀଙ୍କ ପାଇଁ ବନ୍ଦ ହୋଇଥିଲା । ଅପମାନିତ ହୋଇ ସେ ଘରୁ ବାହାରି ଗଲେ । ଯିବା ବେଳେ ପଣ କଲେ କାଳିଆ-ବଳିଆ (ଜଗନ୍ନାଥ-ବଳଭଦ୍ର) ଦୁଇ ଭାଇଙ୍କୁ ଉଚିତ ଶିକ୍ଷା ଦେବେ । ଲକ୍ଷ୍ମୀଙ୍କ ନିର୍ଦ୍ଦେଶରେ ସମୁଦ୍ର କୂଳରେ ତାଳବେତାଳ ନାମକ ଆଉ ଏକ ପ୍ରାସାଦ ଗଢ଼ାହେଲା । ଲକ୍ଷ୍ମୀ ବଡ଼ଦେଉଳରୁ ସବୁ ଜିନିଷ ଲୁଟିନେଇ ତାହାକୁ ଶ୍ରୀହୀନ କରିଦେଲେ । ଖାଇବାକୁ ନପାଇ ଦୁଇଭାଇ ଭୋକରେ ଆଉଟୁ ପାଉଟୁ ହୋଇ ଶେଷରେ ସେହି ପ୍ରାସାଦ ସମ୍ମୁଖରେ ପହଞ୍ଚିଲେ । ପ୍ରାସାଦ ମାଲିକାଣୀଙ୍କ ଅତିଥେୟତାରେ ବିମୁଗ୍ଧ ହୋଇ ସେମାନେ ପ୍ରାସାଦ ମାଲିକ/ମାଲିକାଣୀଙ୍କୁ ଲୋଡ଼ିଲେ । ଆଉ ପରିଚୟ ପାଇବା ପରେ ନିଜକୁ ଲଜ୍ଜିତ ମନେ କଲେ ଦୁଇ ଭାଇ । ଛୁଆଁ ଅଛୁଆଁ ଭେଦଭାବ ରହିବ ନାହିଁ ବୋଲି ପ୍ରତିଶ୍ରୁତି ପାଇବା ପରେ ଲକ୍ଷ୍ମୀ ଶ୍ରୀମନ୍ଦିରକୁ ବାହୁଡ଼ିଥିଲେ । ମାଆ ଲକ୍ଷ୍ମୀ ସର୍ତ୍ତ ରଖିଥିଲେ -:
"ଚଣ୍ଡାଳୁ ବ୍ରାହ୍ମଣ ଯାଏଁ ଖୁଆ ଖୋଇ ହେବେ
ସମସ୍ତେ ଖାଇଣ ହସ୍ତ ଜଳେ ନ ଧୋଇବେ
ହାଡିର ହସ୍ତୁ ବ୍ରାହ୍ମଣେ ଛଡ଼ାଇ ଖାଇବେ
ବ୍ରାହ୍ମଣେ ଖାଇଣ ହସ୍ତ ମୁଣ୍ଡରେ ପୋଛିବେ
ଅନ୍ନ ଖାଇ ସର୍ବେ ମୁଣ୍ଡେ ପୋଛୁଥିବେ ହସ୍ତ
ତେବେ ବଡଦେଉଳ କୁ ଯିବି ଜଗନ୍ନାଥ ।।"
ଶ୍ରୀମନ୍ଦିର ଆନନ୍ଦ ବଜାରରେ ଲକ୍ଷ୍ମୀ ଠାକୁରାଣୀ ଙ୍କ ସର୍ତ୍ତ ସେବେଠାରୁ ପାଳିତ ହୋଇଆସୁଛି । ପଞ୍ଚଦଶ ଶତାବ୍ଦୀରେ ସମାଜ ସାଧାରଣତଃ ପୁରୁଷ ପ୍ରାଧାନ୍ୟ ଥିଲା , ନାରୀ ଶକ୍ତି ଅବଦମିତ ରହିବା ଯୋଗୁଁ ସାମାଜିକ ପ୍ରଗତି ଥିଲା ଅତ୍ୟନ୍ତ ମନ୍ଥର । ତେଣୁକରି ସନ୍ଥ ବଳରାମ ଏହି ନିର୍ବିବାଦୀୟ ସତ୍ୟ କୁ ଉପଲବ୍ଧି କରି ଜନ ସଚେତନତା ଜାଗ୍ରତ କରିବା ପାଇଁ , ବିଶେଷ କରି ଧର୍ମାତ୍ମା ଓଡିଆ ମାନଙ୍କୁ ସଚେତନ କରିବା ପାଇଁ ଲକ୍ଷ୍ମୀ ଠାକୁରାଣୀଙ୍କୁ ମୁଖ୍ୟ ଚରିତ୍ର କରି ରଚନା କରିଥିଲେ ଲକ୍ଷ୍ମୀ ପୁରାଣ । ଏହି ପୁରାଣ ମାଧ୍ୟମରେ ପାଞ୍ଚ ଶହ ରୁ ଉର୍ଦ୍ଧ୍ୱ ବର୍ଷ ତଳେ ସନ୍ଥ ବଳରାମ କେବଳ ମହିଳା ସଶକ୍ତିକରଣ , ସାମାଜିକ ନ୍ୟାୟ ପ୍ରତିଷ୍ଠା ବା ସ୍ବଚ୍ଛ ସମାଜର ଆହ୍ବାନ ଦେଇ ଯାଇ ନାହାନ୍ତି , ଅଧିକନ୍ତୁ ଅନେକ ସାମାଜିକ ଋଢିମନ୍ତ ଅବ୍ୟବସ୍ଥା ବିରୋଧରେ ସାରସ୍ବତ ଅଭିଯାନ ସହିତ ସାମାଜିକ ସଂହତି ପାଇଁ ଦେଇଛନ୍ତି ବୈପ୍ଳବିକ ଆହ୍ବାନ , ଆଧ୍ୟାତ୍ମିକ ଚେତାବନୀ , ମହିମା ମଣ୍ଡିତ କରିଛନ୍ତି ମାଆ ଲକ୍ଷ୍ମୀ ଠାକୁରାଣୀଙ୍କୁ , ସୁଦଶା ବ୍ରତ ପୂଜନ ସମୟରେ ଅମରକୋଷରେ ବର୍ଣିତ " ଲକ୍ଷ୍ମୀ ପଦ୍ମାଳୟା ପଦ୍ମା, କମଳା ଶ୍ରୀହରିପ୍ରିୟା , ଇନ୍ଦିରା ଲୋକମାତା ମାଆ ,କ୍ଷୀରାବ୍ଧି ତନୟା ରମା" ର କରି ଯାଇଛନ୍ତି ମର୍ମାନ୍ବେଷଣ । ଯେପରିକି
"ନମସ୍ତେ କମଳା ମାଗୋ ସାଗର ଦୁଲ୍ଲଣୀ ନମସ୍ତେ ନମସ୍ତେ ଲକ୍ଷ୍ମୀ ବିଷ୍ଣୁଙ୍କ ଘରଣୀ ।ନମସ୍ତେ କମଳା ମାଗୋ ଅତି ଦୟାବତୀ
ସ୍ଥାବର ଜଙ୍ଗମ କୀଟ ଆଦି ପାଳୁ ନିତି ।
ତୋର ଦୟାବଳେ ମାଗୋ ଦରିଦ୍ର ଜନର
ହୁଅଇ ଅଚଳ ବିତ୍ତ ଜିଣଇ କୁବେର ।
ତୋର ଦ୍ରୋହୀ ଜନେ ମାଗୋ ଅନ୍ନ ନ ମିଳଇ ଯେତେ ଅରଜିଲେ କେଭେଁ ପେଟ ନ ପୁରଇ ।"
ଏବେ ନିକଟରେ ସଂସ୍କୃତ ବିଶ୍ୱବିଦ୍ୟାଳୟର ଶ୍ରୀ ସଦାଶିବ କ୍ୟାମ୍ପସରେ ତିନିଦିନିଆ ‘ଆନ୍ତର୍ଜାତିକ ଲକ୍ଷ୍ମୀ ପୁରାଣ’ ଆଲୋଚନାଚକ୍ର କୁ ଉଦଘାଟନ କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଓଡିଆ ପୁଅ ଶ୍ରଦ୍ଧେୟ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ "ସାମାଜିକ ସମରସତା, ସ୍ୱଚ୍ଛତା, ମହିଳା ସଶକ୍ତୀକରଣ ଏବଂ ଅଧିକାରବାଦ ଲକ୍ଷ୍ମୀ ପୂରାଣର ମୂଳ ଚରିତ୍ର। ସାମ୍ପ୍ରତିକ ସମୟରେ ଏହାକୁ ମନେପକାଇ ଓଡ଼ିଆ ଭାଷା ଓ ସଂସ୍କୃତ ଭାଷା ଆଧାରରେ ପୃଥିବୀର ଜ୍ଞାନକୁ ପ୍ରାସଙ୍ଗିକ କରି ଏହି ପ୍ରକାର ସାହିତ୍ୟକୁ ଲୋକଭାଷାରେ ପରିଣତ କରିବାକୁ ପଡ଼ିବ,ତେବେ ଯାଇ ଏହା ଆମ ସମାଜର ସଂସ୍କୃତ ଭାଷାକୁ ଆଗକୁ ନେଇଥିବା ମହାପୁରୁଷଙ୍କ ପ୍ରତି ସଠିକ୍ ଶ୍ରଦ୍ଧାଞ୍ଜଳି ହେବ।" ଶ୍ରୀଯୁକ୍ତ ପ୍ରଧାନ ମଧ୍ୟ କହିଥିଲେ ଯେ"ଲକ୍ଷ୍ମୀ ପୁରାଣ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱଚ୍ଛ ଭାରତ ଓ ସାମାଜିକ ନ୍ୟାୟ ଏବଂ ଗରିବ କଲ୍ୟାଣକାରୀ ଏବଂ ନାରୀ ସଶକ୍ତୀକରଣ ଯୋଜନାରେ ପ୍ରତିଫଳିତ ହୋଇଛି। ପାଞ୍ଚଶହ ବର୍ଷ ପୂର୍ବରୁ ବଳରାମ ଦାସ ଲକ୍ଷ୍ମୀ ପୁରାଣ ମାଧ୍ୟମରେ ଶ୍ରୀୟା ଚଣ୍ଡାଳୁଣୀର କଥା ଚରିତ୍ରକୁ ବର୍ଣ୍ଣନା କରି ମହିଳା ସଶିକ୍ତକରଣର କଥା କହିଥିଲେ। ସମାଜିକ ସମରସତା, ଛୁଆଁ ଅଛୁଆଁ ଭେଦଭାବ, ମହିଳା ଅଧିକାର, ନାରୀ ସଶକ୍ତିକରଣ, ଅଧିକାରବାଦ ଏବଂ ସ୍ୱଚ୍ଛ ଭାରତ ଲକ୍ଷ୍ମୀ ପୁରାଣର ସାମାଜିକ ତତ୍ତ୍ୱ ଅଟେ। ଏହା ଥିଲା ସମାଜ ଜୀବନର ନିଚ୍ଛକ ପ୍ରତିଫଳନ। ଅତୀତରେ ମହାତ୍ମା ଗାନ୍ଧୀ ପୁରୀ ଆସି ଦଳିତ ମାନଙ୍କ ମନ୍ଦିର ପ୍ରବେଶ ଅଧିକାର ନ ଥିବାରୁ ଏହାର ବିରୋଧ କରିଥିଲେ । ମାତ୍ର ଗାନ୍ଧିଙ୍କ ଓଡ଼ିଶା ଆସିବାର ପାଖାପାଖି ଅନେକ ବର୍ଷ ପୂର୍ବରୁ ସିଦ୍ଧ ବଳରାମ ଦାସ ଜାତିପ୍ରଥା ବିରୁଦ୍ଧରେ ଶାଣିତ ସ୍ୱର ଉତ୍ତୋଳନ କରିଛନ୍ତି।" ଅତଏବ ବିଭିନ୍ନ ପ୍ରକାର ବିଭେଦାୟନକୁ ସାମାଜିକ କବର ଦେଲେ ହିଁ ଆମେ ସହଜରେ ସାମାଜିକ ନ୍ୟାୟ ପ୍ରତିଷ୍ଠା କରିପାରିବା। ଏଥିପାଇଁ ନିଷ୍ପକ୍ଷ ଜଗତୀକରଣ ପାଇଁ ସାମାଜିକ ନ୍ୟାୟ ଉପରେ କରାଯାଇଥିବା ଘୋଷଣାନାମାକୁ ଆନ୍ତର୍ଜାତିକ ଶ୍ରମ ସଂଘ( ଆଇଏଲ୍ଓ) ଗ୍ରହଣ କରିବା ଦ୍ୱାରା ସାମାଜିକ ନ୍ୟାୟ ପ୍ରତି ଜାତିସଂଘର ପ୍ରତିବଦ୍ଧତା ପ୍ରତିପାଦିତ ହୋଇଛି। ଏହି ଘୋଷଣାନାମା ୧୦ ଜୁନ୍,୨୦୦୮ରେ କରାଯାଇଥିଲା । ସମସ୍ତଙ୍କ ପାଇଁ ନିଯୁକ୍ତି, ସାମାଜିକ ସୁରକ୍ଷା, ସାମାଜିକ ବକ୍ତବ୍ୟ ଏବଂ ମୌଳିକ ନୀତି ଓ ଅଧିକାର ଉପରେ ଏହା ଗୁରୁତ୍ୱ ଦିଏ। ପୂର୍ବରୁ ଆଇଏଲ୍ଓ ଦ୍ୱାରା ୧୯୪୪ ଏବଂ ୧୯୯୮ରେ ଦୁଇଟି ଘୋଷଣା କରାଯାଇଥିଲେ ମଧ୍ୟ ୨୦୦୮ ଘୋଷଣାନାମା ଜଗତୀକରଣ ଯୁଗରେ ଏକ ନୂଆ ଦିଶା ଦେଖାଇଛି। ଏକ ଜଟିଳ ରାଜନୈତିକ ଅଭିଯାନ ଦ୍ୱାରା ଏହା ସମ୍ଭବ ହୋଇଥିଲା ଓ ଏଥିପାଇଁ ଏକ ବିସ୍ତୃତ ସହମତି ପ୍ରକାଶ ପାଇଥିଲା।ବିଶ୍ୱରେ ୨୦୦୮ ପରେ ନିଯୁକ୍ତି ହାର ବାର୍ଷିକ ୦.୧ ପ୍ରତିଶତ ବୃଦ୍ଧି ପାଉଛି। ଏହା ୨୦୦୦ରୁ ୨୦୦୭ ମଧ୍ୟରେ ଥିଲା ୦.୯ ପ୍ରତିଶତ। ଏବେ ସୁଦ୍ଧା ୬୦ ପ୍ରତିଶତ ଶ୍ରମିକଙ୍କ ପାଖରେ କୌଣସି ପ୍ରକାର କାମ ଉପଲବ୍ଧ ହୋଇପାରିନି। ୪୫ ପ୍ରତିଶତରୁ ସାମାନ୍ୟ ଅଧିକ ଶ୍ରମିକ ସ୍ଥାୟୀ ଓ ପୂରା ଦରମା ପାଉଛନ୍ତି ଏବଂ ଏହା ମଧ୍ୟ ହ୍ରାସ ପାଇବାରେ ଲାଗିଛି। ନିଯୁକ୍ତି ପାଇବା ଯୋଗ୍ୟ ବୟସରେ ୨୦୧୮ରେ ୨୦୧ ମିଲିୟନ ଲୋକ କାମ ପାଇ ନ ଥିବାବେଳେ ୨୦୧୯ରେ ୨୧୨ ମିଲିୟନ ଲୋକ କାମ ନ ପାଇ ରହିଛନ୍ତି। ଏଣୁ ୨୦୩୦ ସୁଦ୍ଧା ୬୦୦ ମିଲିୟନ ନିଯୁକ୍ତି ସୃଷ୍ଟି କରିବାର ଆବଶ୍ୟକତା ରହିଛି। ସାମାଜିକ ନ୍ୟାୟ ଦ୍ୱାରା ଏହା ସମ୍ଭବ ହୋଇପାରିବ। ବିଶ୍ୱରେ ୫ ଜଣରେ ଜଣେ ଶ୍ରମିକ ଏବେ ଘୋର ଦାରିଦ୍ର୍ୟ ମଧ୍ୟରେ ବଞ୍ଚୁଛନ୍ତି। ଏଣୁ ୨୦୨୦ରେ ଏହି ଦିବସର ସ୍ଲୋଗାନ୍ ରହିଛି ‘ ସାମାଜିକ ନ୍ୟାୟ ପାଇବା ପାଇଁ ଅସମାନତା ଦୂର କରିବା’। ଗରିବମାନେ ଅର୍ଥନୈତିକ ବିକାଶରୁ ସମାନ ଭାବେ ଲାଭ ପାଇବାରୁ ବଞ୍ଚିତ ହେଉଛନ୍ତି। ଦେଶ- ଦେଶ ଓ ମଣିଷ -ମଣିଷଙ୍କ ଭିତରେ ଥିବା ଅସମାନତା ସାମାଜିକ ଏକତା ଦୁର୍ବଳ କରିବାରେ ଲାଗିଛି। ଏହା ସେମାନଙ୍କୁ ସେମାନଙ୍କ ଅଧିକାର ପାଇବାରେ ବାଧା ସୃଷ୍ଟି କରୁଛି ଓ ଅର୍ଥନୀତି ଉପରେ ମଧ୍ୟ ବୋଝ ପାଲଟୁଛି। ଏଣୁ ଅସମାନତା ଦୂର କରି ସାମାଜିକ ନ୍ୟାୟ ପ୍ରତିଷ୍ଠା କରାଯାଇପାରିଲେ ଦାରିଦ୍ର୍ୟ ହଟିଯିବ। ତା’ ପାଇଁ ସମୟ ଏବେ ଉପନୀତ। ବିଶ୍ୱର ବିକାଶ ଓ ମାନବିକତାର ପ୍ରତିଷ୍ଠା ପାଇଁ ବିଶ୍ୱ ସାମାଜିକ ନ୍ୟାୟ ଦିବସ ଅବସରରେ " ସୁବାର୍ତ୍ତା" ର କାମନା।
ଯୁଗ ସ୍ରଷ୍ଟା ରାମକୃଷ୍ଣ - ୨
ସମାଜକୁ ଅସଂଖ୍ୟ ମୂଲ୍ୟବାନ ଉପଦେଶ ଦେଇଥାଆନ୍ତି । ବିଶେଷ କରି ନିମ୍ନରେ ଆମେ ଉପସ୍ଥାପନ କରିବାକୁ ଯାଉଛୁ । ସହୃଦୟ ବନ୍ଧୁ ବର୍ଗଙ୍କ ଧୈର୍ଯ୍ୟ ପରୀକ୍ଷା କରିବାର ଧୃଷ୍ଟତା କରୁଛୁ । କାରଣ ଏତେ ଦୀର୍ଘ ଉପସ୍ଥାପନ କେହି ପଢନ୍ତି ନାହିଁ ବୋଲି ବିଗତ ଦିନର ଅଭିଜ୍ଞତା ଆଧାରିତ ଆମର ଏହି ମତ ।
୧-ଈଶ୍ୱରଙ୍କ ନାମଗୁଣ ଗାନ ସର୍ବଦା କରିବାକୁ ହୁଏ ଏବଂ ସତ୍ସଙ୍ଗ ମଧ୍ୟ କରିବାକୁ ହୁଏ ।
୨- ବେଳେବେଳେ ନିର୍ଜନକୁ ଯାଇ ତାଙ୍କର ଧ୍ୟାନ ଓ ଚିନ୍ତା କରିବା ଦରକାର । ପ୍ରଥମ ଅବସ୍ଥାରେ ବେଳେବେଳେ ନିର୍ଜନ ନ ହେଲେ ଈଶ୍ୱରଙ୍କ ଉପରେ ମନୋନିବେଶ କରିବା କଠିନ ହୋଇଥାଏ ।
୩ -ଧ୍ୟାନ କରିବ ମନରେ,କୋଣରେ ଓ ବନରେ ।
୪. ସର୍ବଦା ସତ୍ ଅସତ୍ ବିଚାର କରିବ । ଈଶ୍ୱର ହିଁ ସତ୍, ଅର୍ଥାତ୍ ନିତ୍ୟ ବସ୍ତୁ; ଆଉସବୁ ଅସତ୍, ଅନିତ୍ୟ ।
୫. ବିଚାର କରୁ କରୁ ମନ ଭିତରୁ ଅନିତ୍ୟ ବସ୍ତୁ ତ୍ୟାଗ କରିବ ।
୬. ସବୁ କାମ କରିବ, କିନ୍ତୁ ମନ ଈଶ୍ୱରଙ୍କ ନିକଟରେ ରଖିବ ।
୭. ଈଶ୍ୱରଙ୍କ ପାଦପଦ୍ମରେ ଭକ୍ତିଲାଭ ନ କରି ଯଦି ସଂସାର କରିବାକୁ ଯାଅ, ତା’ ହେଲେ ଆହୁରି ବନ୍ଧନରେ ପଡ଼ିବ ।
୮. ତେଲ ଲଗାଇ ପଣସ ଭାଙ୍ଗିବାକୁ ହୁଏ, ତା’ନ ହେଲେ ହାତରେ ଅଠା ଲାଗିବ । ଈଶ୍ୱର-ଭକ୍ତିର ତେଲ ଲଗାଇ ସଂସାର କାର୍ଯ୍ୟରେ ହାତ ଦେବାକୁ ହୁଏ ।
୯. ସଂସାର ହେଉଛି ପାଣି, ଆଉ ମନ ହେଉଛି ଦୁଧ । ତା’କୁ ଯଦି ପାଣିରେ ଢାଳିଦେବ, ତା’ ହେଲେ ଦୁଧ ଓ ପାଣି ମିଶିଯିବ । ଦୁଧକୁ ବସାଇ ସେଥିରୁ ଲହୁଣୀ ବାହାର କରି ସଂସାର-ପାଣିରେ ରଖିଲେ ତାହା ମିଶିବ ନାହିଁ, ଭାସି ଉଠିବ ।
୧୦. ବିଚାର କରିବା ଖୁବ୍ ଦରକାର । କାମ-କାଞ୍ଚନ ଅନିତ୍ୟ, ଈଶ୍ୱର ଏକମାତ୍ର ନିତ୍ୟ ବସ୍ତୁ-ଏହାର ନାମ ବିଚାର ।
୧୧. ଈଶ୍ୱର-ଦର୍ଶନ ନିଶ୍ଚିତ ସମ୍ଭବ । ବେଳେବେଳେ ନିର୍ଜନ-ବାସ, ତାଙ୍କର ନାମଗୁଣ ଗାନ, ବସ୍ତୁ-ବିଚାର-ଏହିସବୁ ଉପାୟ ଅବଲମ୍ବନ କରିବାକୁ ହୁଏ ।
୧୨. ଖୁବ୍ ବ୍ୟାକୁଳ ହୋଇ କାନ୍ଦିଲେ ତାଙ୍କୁ ଦେଖିପାରିବ ।
୧୩. ବିଷୟୀର ବିଷୟ ଉପରେ, ମା’ର ସନ୍ତାନ ଉପରେ, ଆଉ ସତୀର ପତି ଉପରେ ଆକର୍ଷଣ-ଏହି ତିନି ଆକର୍ଷଣ ଏକ ହେଲେ ଯାଇ ଭଗବାନ ଦେଖା ଦିଅନ୍ତି ।
୧୪. ଅସଲ କଥା, ଈଶ୍ୱରଙ୍କ ପ୍ରତି ପ୍ରୀତିର ଟାଣ ରଖିବାକୁ ହେବ ।
୧୫. ବିଶ୍ୱାସ ଆସିଲେ ହେଲା । ବିଶ୍ୱାସଠାରୁ ଅଧିକ କିଛି ନାହିଁ।
୧୬. ଜ୍ଞାନୀଗଣ ଯାହାକୁ ବ୍ରହ୍ମ କହନ୍ତି, ଯୋଗୀଗଣ ତାହାଙ୍କୁ ହିଁ ଆତ୍ମା କହନ୍ତି, ଆଉ ଭକ୍ତଗଣ ତାହାଙ୍କୁ ହିଁ ଭଗବାନ କହନ୍ତି ।
୧୭. କାଳୀ କ’ଣ କଳା ! ଦୂରରେ, ତେଣୁ କଳା; ବୁଝିପାରିଲେ କଳା ନୁହନ୍ତି ।
୧୮. ମନ ହେଉଛି ସବୁ । ମନରେ ବଦ୍ଧ, ମନରେ ହିଁ ମୁକ୍ତ । ମନକୁ ଯେଉଁ ରଙ୍ଗରେ ରଙ୍ଗେଇବ, ତାହା ସେହି ରଙ୍ଗ ଧରିବ ।
୧୯. ଭଗବାନ ନାମ ଜପିଲେ ମଣିଷର ଦେହ ମନ ସବୁ ଶୁଦ୍ଧ ହୋଇଯାଏ ।
୨୦. ସଂସାରରେ ରହି ଈଶ୍ୱର ଲାଭ ହେବ ନାହିଁ କାହିଁକି ? ଜନକଙ୍କର ତ ହୋଇଥିଲା ।
୨୧. ବିବେକ-ବୈରାଗ୍ୟ ଲାଭ କରି ସଂସାର କରିବାକୁ ହୁଏ । ଈଶ୍ୱରଙ୍କ ପ୍ରତି ଅନୁରାଗ ହେଲେ ହେଲା ।
୨୨. ସଚ୍ଚିଦାନନ୍ଦ ଅସଲ ଗୁରୁ; ସେ ଶିକ୍ଷା ଦେବେ ।
୨୩. କର୍ମ ତ୍ୟାଗ କରିବ କାହିଁକି ? ଈଶ୍ୱରଙ୍କ ଚିନ୍ତା, ତାଙ୍କ ନାମଗୁଣ ଗାନ, ନିତ୍ୟକର୍ମ-ଏହିସବୁ କଲେ ହେଲା ।
୨୪. କର୍ମଯୋଗ ଅତ୍ୟନ୍ତ କଠିନ । ଭକ୍ତିଯୋଗ ହିଁ ଯୁଗଧର୍ମ ।
୨୫. ଚୈତନ୍ୟଦେବ କହିଥିଲେ-ଈଶ୍ୱରଙ୍କ ନାମର ମାହାତ୍ମ୍ୟ ବହୁତ; ଶୀଘ୍ର ଫଳ ନ ମିଳିପାରେ, କିନ୍ତୁ କେବେ ନା କେବେ ତା’ର ଫଳ ନିଶ୍ଚୟ ମିଳିବ ।
୨୬. ପୂର୍ଣ୍ଣଜ୍ଞାନର ଲକ୍ଷଣ-ପୂର୍ଣ୍ଣଜ୍ଞାନରେ ମଣିଷ ଚୁପ୍ ହୋଇଯାଏ।
୨୭. କବୀର କହୁଥିଲେ ନିରାକାର ମୋର ବାପ, ସାକାର ମୋର ମା’ । ଯେ ସାକାର, ସେ ହିଁ ନିରାକାର ।
୨୮. ତୁମମାନଙ୍କ ପାଇଁ ଭକ୍ତିପଥ ଉତ୍ତମ ଓ ସହଜ ।
୨୯. ପୂର୍ବଜନ୍ମର ସଂସ୍କାର ମାନିବାକୁ ହୁଏ ।
୩୦. ଯାହାର ବୈରାଗ୍ୟ ତୀବ୍ର, ସେ ଭଗବାନ ବ୍ୟତୀତ ଆଉ କିଛି ଚାହେଁ ନାହିଁ ।
୩୧. ଯେ ଈଶ୍ୱର ଲାଭ କରିଛନ୍ତି, ସେ ଠିକ୍ ଦେଖନ୍ତି ନାରୀଗଣ ମା’ ବ୍ରହ୍ମମୟୀଙ୍କ ଅଂଶ, ତେଣୁ ମା’ ଭାବି ସେମାନଙ୍କୁ ପୂଜା କରନ୍ତି ।
୩୨. ‘ମୁଁ’ ମଲେ ଜଞ୍ଜାଳ ଯିବ । ‘ମୁଁ ଅକର୍ତ୍ତା’ ଏହି ବୋଧ ଆସିଲେ ସେ ଜୀବନ୍ମୁକ୍ତ ହୋଇଯିବ ।
୩୩. ‘ପ୍ରଭୁ, ବିନା ଅନୁରାଗ, କରି ଯଜ୍ଞଯାଗ, ତୁମକୁ କି ଜାଣି ହେବ ? ଏହି ଅନୁରାଗ, ଏହି ପ୍ରେମ, ଏହି ପରାଭକ୍ତି, ଏହି ପ୍ରୀତି ଯଦି ହୁଏ, ତା’ ହେଲେ ସାକାର ନିରାକାର ଉଭୟର ସାକ୍ଷାତକାର ହୁଏ ।
୩୪. ଅଭିମାନଶୂନ୍ୟ ହେବା ବଡ଼ କଠିନ । ପିଆଜ ରସୁଣକୁ କୌଣସି ପାତ୍ରରେ ରଖିବା ପରେ ପାତ୍ରଟିକୁ ଶହେଥର ଧୋଇଲେ ମଧ୍ୟ ତା’ର ଗନ୍ଧ ଯେପରି କୌଣସିମତେ ଯାଏ ନାହିଁ, ସେହିପରି ଅଭିମାନର ଲେଶ କିଛି ନା କିଛି ରହିଯାଏ ।
୩୫. ସହସ୍ର ଚେଷ୍ଟା କର, କିନ୍ତୁ ତାଙ୍କର କୃପା ନ ହେଲେ କିଛି ହେବ ନାହିଁ । କୃପା ନ ହେଲେ ତାଙ୍କର ଦର୍ଶନ ମିଳିବ ନାହିଁ । କୃପା ହେଲେ ଦର୍ଶନ ମିଳିବ । ସେ ଜ୍ଞାନସୂର୍ଯ୍ୟ । ଚିତ୍ତଶୁଦ୍ଧି ପ୍ରୟୋଜନ । ଈଶ୍ୱରଙ୍କୁ ପ୍ରାର୍ଥନା କର । ପ୍ରାର୍ଥନାରେ ଶକ୍ତି ବହୁତ।
୩୬. ମିଥ୍ୟା ଆଦୌ ଭଲ ନୁହେଁ । ଯେଉଁମାନେ ସତ୍, ଅଭିନୟରେ ମଧ୍ୟ ତାଙ୍କ ପକ୍ଷରେ ମିଥ୍ୟା କଥା ବା କାର୍ଯ୍ୟ ଭଲ ନୁହେଁ ।
୩୭. ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ଯେଉଁ କାମ କରୁଛି, ସେସବୁ ଭଲ । ଦୟା ଅତି ଭଲ, ସର୍ବଭୂତରେ ସମାନ ପ୍ରୀତି ହିଁ ଦୟା ।
୩୮. ଯାହାର ମନ, ପ୍ରାଣ, ଅନ୍ତରାତ୍ମା ଈଶ୍ୱରଙ୍କ ନିକଟରେ ଅର୍ପିତ, ସେ ପ୍ରକୃତ ସାଧୁ ।
୩୯. ସାଧୁସଙ୍ଗ, ତାଙ୍କର ନାମ, ଗୁଣଗାନ, ତାଙ୍କୁ ସର୍ବଦା ପ୍ରାର୍ଥନା କରିବା ଈଶ୍ୱର ଲାଭରେ ସାହାଯ୍ୟ କରେ ।
୪୦. ଯଦି ପାଗଳ ହେବ ତ ସାଂସାରିକ ବସ୍ତୁ ପାଇଁ ପାଗଳ ହେବ କାହିଁକି ? ଯଦି ପାଗଳ ହେବ ତ ଭଗବାନଙ୍କ ପାଇଁ ପାଗଳ ହୁଅ ।
୪୧. ଅନାସକ୍ତ ଭାବରେ କର୍ମ କରିଯିବାର ନାମ କର୍ମଯୋଗ । ବଡ଼ କଠିନ । ଏବେ ତ କଳିଯୁଗ, -ସହଜରେ ଆସକ୍ତି ଆସିଯାଏ ।
୪୨. କଳିରେ ଭକ୍ତିଯୋଗ, ନାରଦୀୟ ଭକ୍ତି । ଭଗବାନଙ୍କ ନାମ, ଗୁଣଗାନ ଓ ବ୍ୟାକୁଳ ହୋଇ ପ୍ରାର୍ଥନା କର, ‘ହେ ପ୍ରଭୁ ମୋତେ ଜ୍ଞାନ ଦିଅ, ଭକ୍ତି ଦିଅ, ମୋତେ ଦେଖା ଦିଅ ।‘
୪୩. ଜୀବନର ଉଦ୍ଦେଶ୍ୟ ଭଗବତ୍ ପ୍ରାପ୍ତି । କର୍ମ ତ ଆଦିକାଣ୍ଡ; ତାହା ଜୀବନର ଉଦ୍ଦେଶ୍ୟ ନୁହେଁ । ତେବେ ନିଷ୍କାମ କର୍ମ ଗୋଟିଏ ଉପାୟ କିନ୍ତୁ ଉଦ୍ଦେଶ୍ୟ ନୁହେଁ ।
୪୪. ଜ୍ଞାନଯୋଗରେ ଜ୍ଞାନୀ ବ୍ରହ୍ମକୁ ଜାଣିବାକୁ ଚାହେଁ-ବ୍ରହ୍ମ ସତ୍ୟ ଜଗତ୍ ମିଥ୍ୟା-ଏହି ବିଚାର କରେ । ବିଚାରର ଶେଷ ଯେଉଁଠି, ସେଠାରେ ସମାଧି ହୁଏ ଓ ବ୍ରହ୍ମଜ୍ଞାନ ଲାଭ ହୁଏ ।
୪୫. କର୍ମଯୋଗ-କର୍ମ କଲାବେଳେ ଭଗବାନଙ୍କ ନିକଟରେ ମନକୁ ଅର୍ପିତ କରିବା । ଭଗବାନଙ୍କ ନିକଟରେ ଫଳ ଅର୍ପଣ କରି ପୂଜା-ଜପ କରିଯିବାର ନାମ ମଧ୍ୟ କର୍ମଯୋଗ । ଭଗବତ୍-ଲାଭ କର୍ମଯୋଗର ଉଦ୍ଦେଶ୍ୟ ।
୪୬. ଭକ୍ତିଯୋଗ-ଭଗବାନଙ୍କ ନାମଗୁଣ କୀର୍ତ୍ତନ ପ୍ରଭୃତି କରି ତାଙ୍କ ନିକଟରେ ମନକୁ ନିବିଷ୍ଟ କରିବା ।
୪୭. ଭଗବତ୍-ଲାଭ ପାଇଁ ସଂସାରରେ ରହି ଗୋଟିଏ ହାତରେ ଭଗବତ୍ ପାଦପଦ୍ମ ଧରି ରଖିଥିବ, ଅନ୍ୟ ହାତରେ କର୍ମ ।
୪୮. ଅଧର୍ମ ଅର୍ଥାତ୍ ଅସତ୍ କର୍ମ । ଧର୍ମ ଅର୍ଥାତ୍ ବୈଧୀ କର୍ମ- ଏତେ ଦାନ କରିବାକୁ ହେବ, ଇତ୍ୟାଦି ।
୪୯. ଅବତାରଙ୍କ ଭିତରେ ତାଙ୍କର ବିଶେଷ ଶକ୍ତିର ପ୍ରକାଶ; ସେହି ଶକ୍ତି ବେଳେବେଳେ ପୂର୍ଣ୍ଣଭାବରେ ଥାଏ । ଶକ୍ତି ହିଁ ଅବତାର । ଅବତାରଙ୍କୁ ଦେଖିବା ଅର୍ଥ ତାଙ୍କୁ ଦେଖିବା ।
୫୦. କେବଳ ପାଣ୍ଡିତ୍ୟରେ କ’ଣ ହେବ ? ବହି, ଶାସ୍ତ୍ର-ଏସବୁ କେବଳ ଭଗବାନଙ୍କ ନିକଟରେ ପହଞ୍ଚିବାର ବାଟ ବତାଇଦିଏ । ଶାସ୍ତ୍ରର ମର୍ମ ଗୁରୁଙ୍କ ମୁହଁରୁ ଶୁଣି ସାଧନ କରିବାକୁ ହୁଏ ।
୫୧. ସେ ଶୁଦ୍ଧ ବୁଦ୍ଧିର ଗୋଚର । ଶୁଦ୍ଧ ବୁଦ୍ଧି, ଶୁଦ୍ଧ ଆତ୍ମା ଏକ । ଋଷିଗଣ ଶୁଦ୍ଧ ବୁଦ୍ଧି, ଶୁଦ୍ଧ ମନଦ୍ୱାରା ଶୁଦ୍ଧ ଆତ୍ମାର ସାକ୍ଷାତକାର କରିଥିଲେ ।
୫୨. ବ୍ରହ୍ମ ଓ ଶକ୍ତି ଅଭେଦ । ତାଙ୍କୁ ହିଁ ମୁଁ ଶକ୍ତି କହେ, କାଳୀ କହେ ।...ବ୍ରହ୍ମ ଓ କାଳୀ ଅଭେଦ, ଯେପରି ଅଗ୍ନି ଓ ଦାହିକା ଶକ୍ତି । ଅଗ୍ନି କଥା ଭାବିଲେ ହିଁ ଦାହିକା-ଶକ୍ତିର କଥା ଭାବିବାକୁ ହୁଏ ।
୫୩. ଜନକ ନିର୍ଲିପ୍ତ ବୋଲି ତାଙ୍କର ଅନ୍ୟ ନାମ ବିଦେହ, ଅର୍ଥାତ୍ ତାଙ୍କର ଦେହବୁଦ୍ଧି ନାହିଁ । ସେ ସଂସାରରେ ରହି ମଧ୍ୟ ଜୀବନ୍ମୁକ୍ତ ହୋଇଥିଲେ ।
୫୪. ଜପଦ୍ୱାରା ଭଗବତ୍-ପ୍ରାପ୍ତି ହୁଏ । ନିର୍ଜନରେ, ଗୋପନରେ ତାଙ୍କର ନାମ ଜପୁ ଜପୁ ତାଙ୍କ କୃପା ମିଳେ । ତା’ପରେ ଦର୍ଶନ ।
୫୫. ସବୁ କାମ ଛାଡ଼ି ସନ୍ଧ୍ୟାବେଳେ ତୁମେ ତାଙ୍କୁ ଡ଼ାକ ।
୫୬. ଭକ୍ତିଦ୍ୱାରା ସବୁ ମିଳେ । ଯେଉଁମାନେ ବ୍ରହ୍ମଜ୍ଞାନ ଚାହାନ୍ତି, ସେମାନେ ଯଦି ଭକ୍ତିପଥ ଧରି ଥାଆନ୍ତି, ତା’ହେଲେ ବ୍ରହ୍ମଜ୍ଞାନ ମଧ୍ୟ ପାଆନ୍ତି ।
୫୭. ଅସଲ କଥା ହେଲା ବିଶ୍ୱାସ । (ଗୁରୁବାକ୍ୟରେ) ବିଶ୍ୱାସ ହେବା ଦରକାର, ବାଳକର ବିଶ୍ୱାସ ଭଳି ।
୫୮. ନାମ କଅଣ କମ୍ ? ସେ ଏବଂ ତାଙ୍କ ନାମରେ ଫରକ୍ ନାହିଁ । ନାମ ଓ ନାମୀ ଅଭେଦ ।
୫୯. ଯେ ପାପ ହରଣ କରନ୍ତି ସେ ହରି । ହରି ତ୍ରିତାପ ହରଣ କରନ୍ତି । ଚୈତନ୍ୟଦେବ ହରିନାମ ପ୍ରଚାର କରିଥିଲେ । ହରିନାମର ଅପାର ମାହାତ୍ମ୍ୟ ।
୬୦. କାହାରି ନିନ୍ଦା କର ନାହିଁ-ପୋକ ମାଛିର ମଧ୍ୟ ନୁହେଁ । ଯେପରି ଭକ୍ତି ପ୍ରାର୍ଥନା କରିବ, ସେହିପରି ଏହା ମଧ୍ୟ କହିବ-‘ମୁଁ ଯେପରି କାହାରି ନିନ୍ଦା ନ କରେ ।‘
୬୧. ଅନ୍ନ ଦାନ ଠାରୁ ଜ୍ଞାନ ଦାନ, ଭକ୍ତି ଦାନ ଆହୁରି ବଡ଼ । ଚୈତନ୍ୟଦେବ ସେଥିପାଇଁ ଆଚଣ୍ଡାଳ ଭକ୍ତି ବିତରଣ କରିଥିଲେ।
୬୨. ନାରୀଙ୍କର ଲଜ୍ଜା ହିଁ ଭୂଷଣ ।
୬୩. ସତ୍ୟ ହିଁ କଳିର ତପସ୍ୟା । ଯେଉଁମାନେ ବିଷୟକର୍ମ କରନ୍ତି-ଅଫିସ କାମ ହେଉ ବା ବ୍ୟବସାୟ ହେଉ-ସେମାନେ ମଧ୍ୟ ସତ୍ୟରେ ରହିବା ଉଚିତ୍ ।
୬୪. ଯେପରି ପାଦରେ ଜୋତା ଥିଲେ ଲୋକ ସ୍ୱଚ୍ଛନ୍ଦରେ କଣ୍ଟା ଉପରେ ମଧ୍ୟ ଚାଲିଯାଏ, ସେହିପରି ତତ୍ତ୍ୱଜ୍ଞାନ ଲାଭ କଲେ ମଣିଷ ଏହି କଣ୍ଟକମୟ ସଂସାରରେ ଅନାୟାସରେ ବିଚରଣ କରିପାରେ ।
୬୫. ସାକାର ଓ ନିରାକାର କିପରି ଜାଣ ? ଯେପରି ପାଣି ଓ ବରଫ । ଯେତେବେଳେ ପାଣି ଜମାଟ ବାନ୍ଧି ରହେ, ସେତେବେଳେ ସାକାର, ଆଉ ଯେତେବେଳେ ତରଳି ପାଣି ହୁଏ, ସେତେବେଳେ ନିରାକାର ।
୬୬. ପାଣି ଗୋଳିଆ ଥିଲେ ଚନ୍ଦ୍ର-ସୂର୍ଯ୍ୟର ପ୍ରତିବିମ୍ବ ସେଥିରେ ଠିକ୍ ଦେଖାଯାଏ ନାହିଁ । ସେହିଭଳି ‘ମାୟା’ ଅର୍ଥାତ୍ ‘ମୁଁ’ ଓ ‘ମୋର’ ଏହି ବୋଧ ଯେତେବେଳ ଯାଏ ନ ଯିବ, ସେତେବେଳ ଯାଏ ଆତ୍ମାର ସାକ୍ଷାତ୍କାର ହେବ ନାହିଁ ।
୬୭. ରେଳଗାଡ଼ିର ଇଞ୍ଜିନ ଆପେ ଚାଲିଯାଏ ଏବଂ କେତେଗୁଡ଼ିଏ ମାଲଗାଡ଼ିକୁ ମଧ୍ୟ ଟାଣି ନେଇଯାଏ । ଅବତାରଗଣ ସେହିପରି ସହସ୍ର ସହସ୍ର ଲୋକଙ୍କୁ ଭଗବାନଙ୍କ ନିକଟକୁ ନେଇଯାଆନ୍ତି ।
୬୮. ଯେ ମୂଳା ଖାଇଥାଏ, ତା’ର ହାକୁଟିରେ ମୂଳାର ଗନ୍ଧ ମିଳେ । ସେହିପରି ଯେ ଧାର୍ମିକ ତା’ ସହିତ ଆଳାପ କଲେ ସେ କେବଳ ଧର୍ମପ୍ରସଙ୍ଗ କରେ ଏବଂ ଯେ ବିଷୟୀ, ସେ କେବଳ ବିଷୟ ଚର୍ଚ୍ଚା କରେ ।
୬୯. ସୂର୍ଯ୍ୟର କିରଣ ସବୁ ଜାଗାରେ ସମାନ ଭାବରେ ପଡ଼ିଲେ ମଧ୍ୟ ପାଣି, ଦର୍ପଣ ବା କୌଣସି ସ୍ୱଚ୍ଛ ପଦାର୍ଥରେ ବେଶୀ ପ୍ରକାଶିତ ହୁଏ । ସେହିପରି ଭଗବାନ ସକଳ ହୃଦୟରେ ସମାନ ଥିଲେ ମଧ୍ୟ ସାଧୁମାନଙ୍କ ହୃଦୟରେ ତାଙ୍କର ବେଶି ପ୍ରକାଶ ଦେଖାଯାଏ ।
୭୦. ବାଘ ଭିତରେ ମଧ୍ୟ ଭଗବାନ ଅଛନ୍ତି, କିନ୍ତୁ ବାଘ ମୁହଁକୁ ଯିବା ଉଚିତ୍ ନୁହେଁ । ସେହିଭଳି ଦୁଷ୍ଟ ଲୋକଙ୍କ ଭିତରେ ମଧ୍ୟ ଭଗବାନ ଅଛନ୍ତି, କିନ୍ତୁ ତାଙ୍କର ସଙ୍ଗ କରିବା ଉଚିତ୍ ନୁହେଁ ।
୭୧. ସତ୍ଲୋକର ରାଗ କିଭଳି ଜାଣ ? ଯେପରି ପାଣିର ଗାର । ପାଣି ଉପରେ ଗାର କାଟିଲେ ଯେପରି ସଙ୍ଗେ ସଙ୍ଗେ ମିଳେଇଯାଏ, ସେହିପରି ସତ୍ ଲୋକର ରାଗ କ୍ଷଣକ ପରେ ଶାନ୍ତ ହୋଇଯାଏ ।
୭୨. ମଣିଷ ଓ ମାନହୁଁସ୍ । ଯେଉଁମାନେ ଭଗବାନଙ୍କ ପାଇଁ ବ୍ୟାକୁଳ ସେମାନେ ମାନହୁଁସ୍ । ଆଉ ଯେଉଁମାନେ କାମ-କାଞ୍ଚନରୂପକ ବିଷୟରେ ମତ୍ତ, ସେମାନେ ସବୁ ସାଧାରଣ ମଣିଷ ।
୭୩. ‘ତାକ୍ ତେରେ କେଟେ ତାକ୍’ ତାଳ ମୁହଁରେ କହିବା ସହଜ, କିନ୍ତୁ ହାତରେ ବଜାଇବା କଠିନ । ସେହିଭଳି ଧର୍ମକଥା ମୁହଁରେ କହିବା ସହଜ, କିନ୍ତୁ କାମରେ କରିବା କଠିନ
୭୪. ଲୁଚକାଳି ଖେଳରେ ଯେପରି ବୁଢ଼ୀକୁ ଛୁଇଁଲେ ଚୋର ହୁଅନ୍ତି ନାହିଁ, ସେହିପରି ଭଗବାନଙ୍କ ପାଦପଦ୍ମ ଛୁଇଁଲେ ଆଉ ସଂସାରରେ ଆବଦ୍ଧ ହେବାକୁ ପଡ଼େ ନାହିଁ ।
୭୫. ସଂସାରରେ ଥାଇ ମଧ୍ୟ ଯିଏ ସାଧନା କରିପାରନ୍ତି, ସେ ବୀର ସାଧକ । ବୀର ପୁରୁଷ ଯେପରି ମୁଣ୍ଡରେ ବୋଝ ବୋହି ମଧ୍ୟ ଚାରିଆଡ଼କୁ ଅନାଇଁ ପାରନ୍ତି, ବୀର ସାଧକ ମଧ୍ୟ ସେହି ଭଳି ସଂସାରର ବୋଝ କାନ୍ଧରେ ବୋହି ଭଗବାନଙ୍କ ନିକଟରେ ମନ ନିବିଷ୍ଟ କରିପାରନ୍ତି ।
୭୬. ପାଣିରେ ନୌକା ରହିଲେ କ୍ଷତି ନାହିଁ । କିନ୍ତୁ ନୌକା ଭିତରେ ପାଣି ଯେପରି ନ ପଶେ, ତା’ ହେଲେ ନୌକା ବୁଡ଼ିଯିବ । ସାଧକ ସଂସାରରେ ରହୁ, କ୍ଷତି ନାହିଁ, କିନ୍ତୁ ସାଧକର ମନ ଭିତରେ ଯେପରି ସଂସାର ନ ରହେ ।
୭୭. ମନ ମୁହଁ ଏକ କରିବା ହେଉଛି ପ୍ରକୃତ ସାଧନା । ନ ହେଲେ ମୁହଁ କହୁଛି- ‘ହେ ଭଗବାନ, ତୁମେ ମୋର ସର୍ବସ୍ୱ ଧନ’-ଆଉ ମନ ଭିତରେ ବିଷୟକୁ ସର୍ବସ୍ୱ ଜ୍ଞାନ କରି ବସି ରହିଛି । ଏଭଳି ଲୋକଙ୍କ ସକଳ ସାଧନା ବିଫଳ ହୁଏ ।
୭୮. ବାସନାର ଲେଶ ମାତ୍ର ଥିଲେ ଭଗବାନଙ୍କୁ ଲାଭ କରି ହୁଏ ନାହିଁ, ଯେପରି ସୂତା ଭିତରେ କେଉଁଠି ଟିକେ ଆଁଶୁଥିଲେ ଛୁଞ୍ଛିରେ ଗଳେ ନାହିଁ । ମନ ଯେତେବେଳେ ବାସନା ଶୂନ୍ୟ ହୋଇ ଶୁଦ୍ଧ ହୁଏ, ସେତେବେଳେ ଯାଇ ସଚ୍ଚିଦାନନ୍ଦ ପ୍ରାପ୍ତି ହୁଏ ।
୭୯. ଯେପରି ପବନ ବାଜି ପାଣି ହଲିଲେ ପ୍ରତିବିମ୍ବ ଠିକ୍ ଦେଖାଯାଏ ନାହିଁ, ସେହିପରି ମନ ସ୍ଥିର ନ ହେଲେ ସେଥିରେ ଭଗବାନଙ୍କର ପ୍ରକାଶ ହୁଏ ନାହିଁ ।
୮୦. ସହ୍ୟ ଗୁଣଠାରୁ ଆଉ ଗୁଣ ନାହିଁ । ଯେ ସହେ, ସେ କେବଳ ରହେ । ଯେ ନ ସହେ, ସେ ନାଶ ହୁଏ । ସକଳ ବର୍ଣ୍ଣ ଭିତରେ ‘ସ’ ତିନୋଟି-ଶ, ଷ, ସ ।
୮୧. ଲକ୍ଷ ଲକ୍ଷ ଟଙ୍କାର ହୀରା, ମୋତି ବଜାରରେ ମିଳିବ, କିନ୍ତୁ କୃଷ୍ଣଙ୍କୁ ଅର୍ପିତ ମନ କେତୋଟି ମିଳିବ ?
୮୨. ସନ୍ଧ୍ୟା ଆହ୍ନିକ ସେତିକି ଦିନ ଯାଏ ଦରକାର, ଯେତେ ଦିନ ଯାଏ ତାଙ୍କ ପାଦପଦ୍ମରେ ଭକ୍ତି ପ୍ରେମ ନ ହୋଇଛି ଓ ତାଙ୍କ ନାମ ଜପୁ ଜପୁ ଆଖିରୁ ଅଶ୍ରୁ ନ ଝରିଛି, ଆଉ ଶରୀର ରୋମାଞ୍ଚିତ ନ ହୋଇଛି ।
୮୩. ଅହଲ୍ୟା କହିଥିଲେ-‘ହେ ରାମ ! ଯଦି ଶୂକର ଯୋନିରେ ମୋର ଜନ୍ମ ହୁଏ, ତା’ ବି ମୁଁ ସ୍ୱୀକାର କରିବି, କିନ୍ତୁ ଯେପରି ତୁମର ଶ୍ରୀପାଦପଦ୍ମରେ ମୋର ଅଚଳା ଶ୍ରଦ୍ଧାଭକ୍ତି ରହେ । ଆଉ ଅଧିକ କିଛି ମୁଁ ଚାହେଁ ନାହିଁ ।’
୮୪. ଯେପରି ଆମ୍ବ ପାଚିଲେ ଡେମ୍ଫରୁ ଆପଣା ଛାଏଁ ଖସି ପଡ଼େ, ସେହିପରି ଜ୍ଞାନ ଲାଭ ହେଲେ ଆତ୍ମାଭିମାନ ଆପଣା ଛାଏଁ ଚାଲିଯାଏ । ଜୋର କରି ଜାତି ତ୍ୟାଗ କରିବା ଉଚିତ ନୁହେଁ ।
୮୫. ଛାତ ଉପରକୁ ଉଠିବାକୁ ହେଲେ ନିଶୁଣି, ବାଉଁଶ, ପାହାଚ ପ୍ରଭୃତି ନାନା ମାଧ୍ୟମରେ ଉଠିବାକୁ ପଡ଼େ; ସେହିପରି ପରମେଶ୍ୱରଙ୍କ ନିକଟକୁ ଯିବାର ବହୁ ଉପାୟ ରହିଛି । ପ୍ରତ୍ୟେକ ଧର୍ମ ହେଉଛି ତାହାର ଗୋଟିଏ ଉପାୟ ।
୮୬. ଯେପରି କାଳୀ ମନ୍ଦିରକୁ ଆସିବାକୁ ହେଲେ କିଏ ନୌକାରେ, କିଏ ଗାଡ଼ିରେ, କିଏ ବା ପାଦରେ ଚାଲି ଆସନ୍ତି, ସେହିପରି ଭିନ୍ନ ଭିନ୍ନ ମତ ଆଶ୍ରୟ କରି ମଣିଷ ସଚ୍ଚିଦାନନ୍ଦ-ଲାଭ ହୋଇଥାଏ । ଯେତେ ମତ ସେତେ ପଥ ।
ଏହି ମହାପୁରୁଷ ,ପରମ ପୂଜ୍ୟ ପରମହଂସଙ୍କ ୧୯୦ ତମ ପବିତ୍ର ଜୟନ୍ତୀ ଅବସରରେ ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛୁ ।
ଯୁଗ ସ୍ରଷ୍ଟା ରାମକୃଷ୍ଣ - ୧
-----------------
ଏହା ନିର୍ବିବାଦୀୟ ସତ୍ୟ ଯେ ଯୁଗ
ସ୍ରଷ୍ଟା,ଯୁଗ ଜୟୀ , ମହାନ୍ ଆଧ୍ୟାତ୍ମିକ ସାଧକ , ସର୍ବକାଳୀନ ସାମାଜିକ ସୁବାର୍ତ୍ତା ପ୍ରଦାୟକ ରାମକୃଷ୍ଣ ପରମହଂସଙ୍କ ଅମୃତ ଜୀବନାଲେଖ୍ୟ, ତାଙ୍କର ମହାମାନବୀୟ ଦର୍ଶନ , ନୀତି ଶିକ୍ଷା ପିଢ଼ି ପରେ ପିଢି ମାନବ ସମାଜ ପାଇଁ ଶିକ୍ଷଣୀୟ ତଥା କଲ୍ୟାଣକାରୀ । ସାଧକ ରାମକୃଷ୍ଣ ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାର କାମାରପୁକୁର ଗାଁରେ ଏକ ବ୍ରାହ୍ମଣ ବଂଶରେ ଜନ୍ମଗ୍ରହଣ କରିଥିଲେ । ସେ ଦିନ ଥିଲା ୧୨୪୨ ସାଲ, ଛଅ ଫାଲ୍ଗୁନ, ବୁଧବାର, ଶୁକ୍ଳ ଦ୍ୱିତୀୟା ତିଥି (୧୮ ଫେବୃଆରୀ,୧୮୩୬) । ତାଙ୍କ ପିତାଙ୍କ ନାମ ଖୁଦିରାମ ଚଟ୍ଟୋପାଧ୍ୟାୟ ଓ ମାତା ଚନ୍ଦ୍ରମଣି ଦେବୀ । ପଣ୍ଡିତ ଖୁଦିରାମ ଅତି ନିଷ୍ଠାବାନ, ତେଜସ୍ୱୀ, ଦେବଦେବୀଙ୍କ ପ୍ରତି ଭକ୍ତିପରାୟଣ, ସତ୍ୟବାଦୀ ଓ ସଦାଚାରୀ ବ୍ରାହ୍ମଣ ଥିଲେ । ବଂଶାବଳୀ ଅନୁଧ୍ୟାନ କଲେ ଠିକ୍ ବିଶ୍ବକବି ରବୀନ୍ଦ୍ର ନାଥ ଠାକୁରଙ୍କ ଭଳି ସାକ୍ଷୀଗୋପାଳ ନିକଟବର୍ତ୍ତୀ କୌଣସି ଵ୍ରାହ୍ମଣ ଶାସନ ଗ୍ରାମରୁ ତାଙ୍କ ପୂର୍ବପୁରୁଷ ଯାଇଥିଲେ । ପଣ୍ଡିତଙ୍କ ବିଶ୍ୱାସ ଥିଲା ଜ୍ୱଳନ୍ତ । ଶୀତଳା ଦେବୀ ବାଳିକା ରୂପରେ ଆସି ପ୍ରତ୍ୟୁଷରେ ପୂଜାଫୁଲ ତୋଳିବାରେ ଖୁଦିରାମଙ୍କୁ ସାହାଯ୍ୟ କରୁଥିଲେ । ଆକବରଙ୍କ ଦରବାରରେ ସାକ୍ଷୀଗୋପାଳ ନିକଟବର୍ତ୍ତୀ ସମସରପୁର ଶାସନ, ଯାହା ପ୍ରଥମ ଓଡିଆ ବାରିଷ୍ଟର ଉତ୍କଳ ରତ୍ନ ବିଶ୍ବନାଥ ମିଶ୍ରଙ୍କ ଗାଁ, ସେହି ଗ୍ରାମର ବାଜପେୟୀଙ୍କ ତନ୍ତ୍ର ବିଦ୍ୟା କିଭଳି ଚମତ୍କୃତ କରିଥିଲା, ତାହା ଇତିହାସ ରେ ବର୍ଣ୍ଣିତ । ଅତଏବ ଏହାକୁ ବିଚାରକୁ ନେଲେ ପଣ୍ଡିତ ଙ୍କ ଗ୍ରାମ ସମସରପୁର ହୋଇଥିବାର ଅନୁମାନ କରୁ । ଠିକ୍ ସେହିପରି ରାମକୃଷ୍ଣଙ୍କ ମାତା ଚନ୍ଦ୍ରମଣି ଦେବୀ ସରଳତା ଓ ଦୟାର ପ୍ରତିମୂର୍ତ୍ତି ଥିଲେ । ତାଙ୍କର ପୂର୍ବ ବାସସ୍ଥାନ ଥିଲା ଦେରେ ଗାଁରେ, କାମାରପୁକୁର ଠାରୁ ପ୍ରାୟ ତିନି ମାଇଲ ଦୂରରେ । ସେହି ଗ୍ରାମର ଜମିଦାରଙ୍କ ପକ୍ଷରେ ମିଥ୍ୟା ସାକ୍ଷ୍ୟ ନ ଦେବା ଫଳରେ, ଚାଳିଶ ବର୍ଷ ବୟସରେ ଖୁଦିରାମଙ୍କୁ ସ୍ୱଜନବର୍ଗଙ୍କ ସହ ପୈତୃକ ବାସସ୍ଥାନ ଛାଡ଼ି କାମାରପୁକୁରରେ ଏକ ବନ୍ଧୁଙ୍କ ଦାନ ସ୍ୱରୂପ ସାମାନ୍ୟ ଏକ କୁଟୀରରେ ଆଶ୍ରୟ ନେବାକୁ ପଡ଼ିଥିଲା । ଥରେ ପିତୃପୁରୁଷଙ୍କୁ ପିଣ୍ଡଦାନ ଦେବା ଲାଗି ସେ ଗୟାତୀର୍ଥକୁ ଯାଇଥିଲେ । ନାରାୟଣ ତାଙ୍କୁ ସ୍ୱପ୍ନରେ ଦର୍ଶନ ଦେଇ କହିଲେ, ଖୁଦିରାମ ! ତୁମର ଭକ୍ତିରେ ମୁଁ ସନ୍ତୁଷ୍ଟ ହୋଇଛି । ତୁମର ସେବା ଗ୍ରହଣ କରିବା ପାଇଁ ତୁମର ପୁତ୍ର ରୂପେ ମୁଁ ଜନ୍ମ ନେବି । ଖୁଦିରାମ କାନ୍ଦି ପକାଇ କହିଲେ, ‘ମୁଁ ଯେ ବଡ଼ ଗରିବ! ଆପଣଙ୍କର ସେବା ମୁଁ କରିପାରିବ ତ ପ୍ରଭୁ?’ ସେହି ଜ୍ୟୋତିର୍ମୟ ପୁରୁଷ ସ୍ନେହବିଗଳିତ କଣ୍ଠରେ କହିଲେ, ‘ଭୟ କର ନାହିଁ ବ୍ରାହ୍ମଣ! ତୁମେ ଯେଉଁ ଭାବରେ ମୋର ସେବା କରନା କାହିଁକି, ସେଥିରେ ମୁଁ ତୃପ୍ତ ହେବି ।’ଏଣେ ତାଙ୍କ ଗୃହରେ ଚନ୍ଦ୍ରମଣି ଦେବୀଙ୍କର ନାନା ପ୍ରକାର ଦିବ୍ୟ ଦର୍ଶନ ଅନୁଭୂତ ହେବାକୁ ଲାଗିଲା । ସେ ଅନୁଭବ କଲେ ଯେ ଏକ ପ୍ରକାଣ୍ଡ ଜ୍ୟୋତି ସତେ ଯେମିତି ତାଙ୍କ ଉଦରରେ ପ୍ରବେଶ କରିଛି । ଯଥା ସମୟରେ ଶ୍ରୀରାମକୃଷ୍ଣଙ୍କର ଜନ୍ମ ହେଲା । ସ୍ୱପ୍ନକଥା ମନେ ପକାଇ ଖୁଦିରାମ ନବଜାତକର ନାମ ଗଦାଧର ରଖିଥିଲେ । ପଞ୍ଚମ ବର୍ଷରେ ବିଦ୍ୟାରମ୍ଭ କରାଇ ଗଦାଧରଙ୍କୁ ଗ୍ରାମ ପାଠଶାଳାରେ ନାମ ଲେଖାଇ ଦେଲେ । ପଢ଼ାପଢ଼ି ବେଶୀ ଦୂର ଅଗ୍ରସର ହେଲା ନାହିଁ । ପାଠଶାଳାରେ ଅଙ୍କ ଗଣିତ ପାଠଟା ଗଦାଧରଙ୍କର ବୋଧଗମ୍ୟ ହେଲା ନାହିଁ । ସପ୍ତମ ବର୍ଷରେ ପିତାଙ୍କ ମୃତ୍ୟୁପରେ ଗଦାଧର ମା’ଙ୍କୁ ଗୃହ କର୍ମରେ ସାହାଯ୍ୟ କରିବାକୁ ଲାଗିଲେ । ସେ ଗୃହଦେବତାଙ୍କ ସେବାରେ ମଧ୍ୟ ବହୁ ସମୟ କଟାଉଥିଲେ । ଏଗାର ବର୍ଷ ବୟସରେ ଉପନୟନ ପରେ ସେ ଗୃହଦେବତା ରଘୁବୀରଙ୍କ ପୂଜାପୂଜୀର ଦାୟିତ୍ଵ ଗ୍ରହଣ କରିଥିଲେ । ଫୁଲ ତୋଳି ମାଳା ଗୁନ୍ଥୁଥିଲେ ଏବଂ ନିତ୍ୟ ପୂଜା-ଅର୍ଚ୍ଚନାଦି କାର୍ଯ୍ୟ କରୁଥିଲେ । ଅତି ଅଳ୍ପ ବୟସରୁ ଶ୍ରୀରାମକୃଷ୍ଣଙ୍କ ର ଭଗବଦ୍ଭାବରେ ଆବେଶ ହେବାକୁ ଲାଗିଲା । ଯେତେବେଳେ ତାଙ୍କୁ ମାତ୍ର ସାତ ବର୍ଷ ବୟସ, ଦିନେ ସକାଳେ ଅଣ୍ଟିରେ ମୁଢ଼ି ଧରି ଖାଇ ଖାଇ ଚାଲିଛନ୍ତି ବିଲର ହିଡ଼ବାଟରେ । ଆକାଶରେ କଳା ମେଘର ବିସ୍ତାର ତଳେ ଉଡ୍ଡୀୟମାନ ବଗଙ୍କର ସ୍ୱଚ୍ଛନ୍ଦ ଗତି ଦେଖୁ ଦେଖୁ ଅପୂର୍ବ ଭାବର ଆବେଶରେ ସେ ଅଜ୍ଞାନ ହୋଇ ପଡ଼ିଗଲେ । ବାଟୋଇ ଲୋକେ ଏହା ଦେଖିପାରି ତାଙ୍କୁ ଆଣି ଘରେ ପହଞ୍ଚାଇ ଦେଇଗଲେ । ଆଉ ଦିନେ ଗାଁର ସ୍ତ୍ରୀ-ଭକ୍ତଗଣଙ୍କ ସହିତ ଗଦାଧର ନିକଟବର୍ତ୍ତୀ ଆନୁଡ଼ଗ୍ରାମର ଜାଗ୍ରତା ଦେବୀ ବିଶାଳାକ୍ଷୀଙ୍କ ଦର୍ଶନ ପାଇଁ ଯାଉଥିଲେ । ସେତେବେଳେ ଅକସ୍ମାତ୍ ଅନ୍ତର ଭିତରେ ଏକ ଅଦ୍ଭୂତ ଜ୍ୟୋତି ଦର୍ଶନ କରି ଦେବୀଙ୍କର ଆବେଶରେ ସେ ବାହ୍ୟଜ୍ଞାନ ହରାଇ ବସିଲେ । ଲୋକେ କହିଲେ ମୂର୍ଚ୍ଛା ହୋଇଯାଇଥିଲେ। ଏହାକୁ ପୁଅର ବେମାରି ମନେ କରି ଚନ୍ଦ୍ରମଣି ଦେବୀ ବହୁ ଗୁଣିଗାରଡ଼ି ଚିକିତ୍ସା ପ୍ରଭୃତି କରାଇଥିଲେ । ଗଦାଧର କିନ୍ତୁ କହିଥିଲେ- ତାଙ୍କର ଅନ୍ତର ଦିବ୍ୟାନନ୍ଦରେ ଭରି ଉଠିଥିଲା ।
ଶ୍ରୀରାମକୃଷ୍ଣ ପିଲାଦିନେ ଗଦାଇ ନାମରେ ପରିଚିତ ଥିଲେ । ସେ ଅତି ସୁନ୍ଦର ଗୀତ ଗାଇ ପାରୁଥିଲେ । ତାଙ୍କର ସୁମଧୁର କଣ୍ଠସ୍ୱର ସହିତ ପ୍ରବଳ ସ୍ମୃତିଶକ୍ତି ମଧ୍ୟ ରହିଥିଲା । ତେଣୁ ଥରଟିଏ ମାତ୍ର ଯାତ୍ରା ବା ପାଲା ଗୀତ ଶୁଣି ସେଥିରୁ ଅଧିକାଂଶ ଗୀତ ଗାଇପାରୁଥିଲେ ଏବଂ ସମଗ୍ର ଯାତ୍ରା ଅଭିନୟ କରି ସମସ୍ତଙ୍କୁ ଆନନ୍ଦ ଦେଉଥିଲେ । ଏହି ସଦାନନ୍ଦ ବାଳକକୁ ପାଖ ପଡ଼ିଶାର ଆବାଳ ବୃଦ୍ଧବନିତା ସମସ୍ତେ ଅତ୍ୟନ୍ତ ଭଲ ପାଉଥିଲେ ।ଘର ନିକଟରେ ଲାହାବାବୁଙ୍କର ଅତିଥିଶାଳାରେ ବହୁ ସାଧୁ ସନ୍ଥ ସମାଗମ ହେଉଥିଲା । ଶ୍ରୀରାମକୃଷ୍ଣ ସେଠାରେ ସାଧୁମାନଙ୍କର ସେବା ଯତ୍ନ କରୁଥିଲେ, ସେମାନଙ୍କର ମୁହଁରୁ ବହୁ ଧର୍ମକଥା ତନ୍ମୟ ହୋଇ ଶୁଣୁଥିଲେ । କଥକମାନଙ୍କର ପୁରାଣପାଠ ଶୁଣି ସେ ସବୁ କଣ୍ଠସ୍ଥ , ମୁଖସ୍ଥ କରି ପକାଉଥିଲେ । ଏହିପରି ରାମାୟଣ, ମହାଭାରତ, ଶ୍ରୀମଦ୍ଭାଗବତର କଥାସବୁ ତାଙ୍କର ହୃଦୟଙ୍ଗମ ହୋଇଗଲା । ତାଙ୍କର ସୁଲଳିତ କଣ୍ଠରୁ ଏହିସବୁ ଧର୍ମଗ୍ରନ୍ଥ ପାଠ ଓ ବ୍ୟାଖ୍ୟା ଶୁଣି ଗ୍ରାମର ସ୍ତ୍ରୀ ପୁରୁଷ ସଭିଏଁ ମୁଗ୍ଧ ହୋଇ ଯାଉଥିଲେ ।ପିଲାଦିନୁ ଶ୍ରୀରାମକୃଷ୍ଣଙ୍କର ଉଚ୍ଚନୀଚ ଭେଦଭାବବୋଧ ନ ଥିଲା । ଦଳିତ ଜାତିର ଲୋକଙ୍କ ଘରକୁ ଯାଇ ମଧ୍ୟ ସେ ପ୍ରହ୍ଲାଦଚରିତ, ଧ୍ରୁବଚରିତ ବା ରାମାୟଣ ପାଠ କରି ଆନନ୍ଦ ବିତରଣ କରୁଥିଲେ ।ଘରେ ରହି ଗଦାଇର ପାଠ ପଢ଼ା ହେଉ ନାହିଁ ବୋଲି ବିଚାର କରି ତାଙ୍କୁ ତାଙ୍କ ବଡ଼ଭାଇ ରାମକୁମାର କଲିକତା ଝାମାପୁକୁରସ୍ଥିତ ତାଙ୍କ ଟୋଲକୁ ପଢ଼ିବା ପାଇଁ ନେଇ ଗଲେ । ସେତେବେଳେ ତାଙ୍କ ବୟସ ସତର ବର୍ଷ । କିନ୍ତୁ ପାଠ ପଢ଼ାରେ ତାଙ୍କର ସେପରି ଉତ୍ସାହ ଦେଖାଗଲା ନାହିଁ । ବାଲ୍ୟକାଳରୁ ଧର୍ମସମ୍ବନ୍ଧୀୟ ବିଷୟ ଛଡ଼ା ଅନ୍ୟ କେଉଁ ପାଠରେ ତାଙ୍କର ମନ ଲାଗୁ ନ ଥିଲା । ପଢ଼ାପଢ଼ିରେ ତାଙ୍କର ଔଦାସୀନ୍ୟ ରାମକୁମାରଙ୍କୁ ବିଶେଷ ଚିନ୍ତିତ କଲା । ବଡ଼ଭାଇଙ୍କ ପ୍ରଶ୍ନରେ ଶ୍ରୀରାମକୃଷ୍ଣ ସହଜ କଣ୍ଠରେ ଉତ୍ତର ଦେଲେ, ‘ଏ ସବୁ ଚାଉଳ-କଦଳୀ ବନ୍ଧା ବିଦ୍ୟା ମୁଁ ଶିଖିବି ନାହିଁ । ମୁଁ ଏପରି ବିଦ୍ୟା ଅର୍ଜନ କରିବାକୁ ଚାହେଁ, ଯେଉଁଥିରେ ଯଥାର୍ଥ ଜ୍ଞାନ ଲାଭ କରି ମାନବଜୀବନ ସାର୍ଥକ ହେବ ।’ କଲିକତା ଆସି ଶ୍ରୀରାମକୃଷ୍ଣ ଝାମାପୁକୁର ଓ ଅନ୍ୟାନ୍ୟ ସ୍ଥାନରେ କେତେ ଦିନ ପୂଜା ଅର୍ଚ୍ଚନା ମଧ୍ୟ କରିଥିଲେ ।ରାଣୀ ରାସମଣି ବହୁ ଅର୍ଥବ୍ୟୟରେ ଗଙ୍ଗାକୂଳବର୍ତ୍ତୀ ଦକ୍ଷିଣେଶ୍ୱରରେ ବିଭିନ୍ନ ମନ୍ଦିର ନିର୍ମାଣ କରି ଶ୍ରୀରାଧାଗୋବିନ୍ଦ ଓ ମା’କାଳୀଙ୍କ ବିଗ୍ରହ ସ୍ଥାପନ କଲେ । ୧୨୬୨ ସାଲର ଜ୍ୟେଷ୍ଠ ୧୮ ତାରିଖ ଗୁରୁବାର ସ୍ନାନଯାତ୍ରା ଦିନ (ଇଂରାଜୀ ମେ,ମାସ ୩୧ ତାରିଖ,୧୮୫୫ ) ଶ୍ରୀ ରାମକୃଷ୍ଣଙ୍କ ବଡ଼ଭାଇ ପଣ୍ଡିତ ରାମକୁମାର କାଳୀମନ୍ଦିରର ପ୍ରଥମ ପୂଜକ ରୂପେ ନିଯୁକ୍ତ ହେଲେ । ରାମକୃଷ୍ଣ ମଧ୍ୟ ବେଳେ ବେଳେ କଲିକତାରୁ ସେଠାକୁ ଆସୁଥିଲେ ଏବଂ ଘଟଣାଚକ୍ରରେ କିଛି ଦିନ ପରେ ନିଜେ ମଧ୍ୟ ପୂଜା-କାର୍ଯ୍ୟରେ ବ୍ରତୀ ହେଉଥିଲେ । ସେତେବେଳେ ତାଙ୍କର ବୟସ ମାତ୍ର ୨୧/୨୨ ବର୍ଷ । କେତେ ଦିନ ପୂଜା କଲା ପରେ ଶ୍ରୀରାମକୃଷ୍ଣଙ୍କ ମନରେ ପ୍ରଶ୍ନ ଉଠିଲା- ‘ମୁଁ କାହାର ପୂଜା କରୁଛି ? ମା’ ପାଷାଣମୟୀ ନା ଚିନ୍ମୟୀ ? ଯଦି ଚିନ୍ମୟୀ, ତା’ ହେଲେ ମୋତେ କାହିଁକି ଦେଖା ଦେଉ ନାହାନ୍ତି । ଏତେ ତ ଡାକୁଛି, କେତେ ତ କାନ୍ଦୁଛି ।’ କ୍ରମଶଃ ତାଙ୍କ ମନର ଅବସ୍ଥା ଅନ୍ୟ ପ୍ରକାର ହୋଇଗଲା । ସବୁବେଳେ ‘ମା’ ଦେଖା ଦିଅ, ମା’ ଦେଖା ଦିଅ’ କହି ଅତି ବ୍ୟାକୁଳ ହୋଇ କାନ୍ଦୁଥିଲେ । ଜଙ୍ଗଲ ଭିତରକୁ ଯାଇ ଧ୍ୟାନରେ ବସି କେତେ ରାତି କଟାଇ ଦେଉଥିଲେ । ଏପରିକି ସନ୍ଧ୍ୟାରେ ଗଙ୍ଗାକୂଳ ଭୂଇଁ ଉପରେ ମୁହଁ ଘଷି ଘଷି ଆର୍ତ୍ତନାଦ କରି ଡାକୁଥିଲେ, ‘ଏତେ ଦିନ ତ ବିତିଗଲା ମା’, ତଥାପି ତୋର ଦେଖା ପାଇଲି ନାହିଁ । ତୋତେ ନ ଦେଖିଲେ ମୋର ବଞ୍ଚି ରହିବା ବୃଥା ସିନା!’ ଭୂଇଁରେ ଏତେ ଜୋର୍ରେ ମୁହଁ ଘଷୁଥିଲେ ଯେ, ମୁହଁ ରକ୍ତାକ୍ତ ହୋଇଯାଉଥିଲା । ସେଥିପ୍ରତି ଏହି ଦିବ୍ୟ-ଉନ୍ମାଦଙ୍କର ଆଦୌ ଖିଆଲ ରହୁ ନ ଥିଲା । ଆହାର ନିଦ୍ରା ତ୍ୟାଗ କରି ଭବତାରିଣୀଙ୍କ ପ୍ରତିମା ସମ୍ମୁଖରେ ବସି ଛାତି ବାଡ଼େଇ କାନ୍ଦୁଥିଲେ । ତାଙ୍କର ସାଧନା ଓ ବ୍ୟାକୁଳତା ଚରମ ସୀମାରେ ପହଞ୍ଚିଗଲା । ଦିନେ ମନ୍ଦିରରେ ବସି କାନ୍ଦୁ କାନ୍ଦୁ ତାଙ୍କର ମନେ ହେଲା- ‘ମା’ଙ୍କର ଦର୍ଶନ ଯେତେବେଳେ ପାଇଲି ନାହିଁ, ସେତେବେଳେ ଏ ଜୀବନ ରଖି ଆଉ ଲାଭ କ’ଣ? ହଠାତ୍ ସେ ଉନ୍ମାଦ ଭଳି ମନ୍ଦିର କାନ୍ଥରୁ ମା’ଙ୍କ ଖଣ୍ଡାଟି ଟାଣି ଆଣି କହିଲେ, ‘ଆଜି ଏଇଠି ଏ ଜୀବନ ବଳି ଦେବି ।’ ଏହା କହି ନିଜକୁ ବଧ କରିବା ପାଇଁ ଯେତେବେଳେ ସେ ଖଣ୍ଡା ଉଠାଇଲେ, ସେତେବେଳେ ହଠାତ୍ ମା’ କାଳୀ ଜ୍ୟୋତିର୍ମୟୀ ମୂର୍ତ୍ତି ଧରି ତାଙ୍କୁ ଦର୍ଶନ ଦେଲେ । ଅନ୍ତରରେ ଓ ବାହାରେ ବରାଭୟା ମୂର୍ତ୍ତିରେ ମା’ଙ୍କୁ ଦେଖି ରାମକୃଷ୍ଣ ସଂଜ୍ଞାହୀନ ହୋଇ ପଡ଼ିଗଲେ । ଦୁଇ ତିନି ଦିନ ସେହି ଅବସ୍ଥାରେ ଆନନ୍ଦରେ ଆତ୍ମହରା ହୋଇ ରହିଲେ ।ଏହି ପ୍ରଥମ ଦର୍ଶନ ପରେ ଶ୍ରୀରାମକୃଷ୍ଣଙ୍କ ବ୍ୟାକୁଳତା ଆହୁରି ବଢ଼ି ଉଠିଲା; ସତେ ଯେପରି ମା’ଙ୍କୁ ଛାଡ଼ି ମୂହୁର୍ତ୍ତେ ମଧ୍ୟ ରହିପାରିବେ ନାହିଁ । ସେ ଚିନ୍ମୟୀ ମା’ଙ୍କ ସାଙ୍ଗରେ କଥା କହୁଥିଲେ, ହସୁଥିଲେ । ନାନା ଭାବରେ ମା’ଙ୍କୁ ପାଇ ଆନନ୍ଦରେ ବିଭୋର ହୋଇ ରହୁଥିଲେ । ମନ୍ଦିରର ଭବତାରିଣୀ ପାଷାଣ ପ୍ରତିମା ହୋଇ ଆଉ ନାହାନ୍ତି । ସେ ଚିନ୍ମୟୀରୂପରେ, ଆନନ୍ଦମୟୀ ରୂପରେ ରାମକୃଷ୍ଣଙ୍କ ନିକଟରେ ଧରା ଦେଇ ଲୀଳାନନ୍ଦ-ରସରେ ତାଙ୍କୁ ବୁଡ଼ାଇ ରଖିଲେ । ରାମକୃଷ୍ଣଙ୍କ ଜୀବନରେ ଚିନ୍ମୟୀଙ୍କର ନାନା ଭାବର ବିଳାସ ଆଧ୍ୟାତ୍ମିକ ଇତିହାସରେ ବିଶେଷ ଗୁରୁତ୍ୱପୂର୍ଣ୍ଣ ଘଟଣା । ଗଦାଧର ଉନ୍ମାଦ ହୋଇଯାଇଛି; ମନ୍ଦିରରେ ଆଉ ପୂଜାର୍ଚ୍ଚନା କରୁ ନାହିଁ; ସବୁବେଳେ ମା’, ମା’, ମା’, ବୋଲି କାନ୍ଦୁଛି; ଆହାର ନିଦ୍ରା ଛାଡ଼ିଛି; ପାଗଳଭଳି କାନ୍ଧରେ ଠେଙ୍ଗା ଧରି ଘୂରି ବୁଳୁଛି; କାଙ୍ଗାଳୀମାନଙ୍କ ଅଇଁଠା ଖାଉଛି-ଏହିସବୁ କଥା ଶୁଣି କାମାର ପୁକୁରରେ ତାଙ୍କ ଜନନୀ ଚନ୍ଦ୍ରମଣି ବିଶେଷ ଉଦ୍ବିଗ୍ନ ହୋଇପଡ଼ିଥିଲେ । ସେ ଭାବିଲେ, ଗଦାଇର ପିଲାବେଳର ବାୟୁରୋଗ ପୁଣି ହୁଏତ ବାହରିଛି । ତେଣୁ ଚିକିତ୍ସା ପାଇଁ ଗଦାଧରକୁ କାମାରପୁକୁରକୁ ଡକାଇ ଆଣିଲେ । ନାନା ଚିକିତ୍ସା ସତ୍ତ୍ୱେ ରୋଗର ସାମାନ୍ୟ ଉପଶମ ମଧ୍ୟ ହେଲା ନାହିଁ । ତେଣୁ ଆତ୍ମୀୟସ୍ୱଜନଙ୍କ ପରାମର୍ଶରେ ବିବାହର ଚେଷ୍ଟା ଚାଲିଲା । କିନ୍ତୁ କେଉଁଠି ହେଲେ ମନଲାଖି କନ୍ୟାପାତ୍ରୀ ମିଳିଲା ନାହିଁ । ଏସବୁ ଦେଖି ଶ୍ରୀରାମକୃଷ୍ଣ ନିଜେ ପାତ୍ରୀର ସନ୍ଧାନଦେଲେ- ‘ଜୟରାମବାଟୀରେ ରାମଚନ୍ଦ୍ର ମୁଖୋପାଧ୍ୟାୟଙ୍କ ଘରେ ପାତ୍ରୀ କୁଟାବନ୍ଧା ହୋଇ ରହିଛି, ସେଇଠି ଯାଇ ଦେଖ ।’ଲୋକ ପଠାଇ କନ୍ୟାର ସନ୍ଧାନ ନେଲେ । ଦୁଇ ତରଫର ସମ୍ମତି ହେଲା; ପରବର୍ତ୍ତୀ ବୈଶାଖ ମାସର ଏକ ଶୁଭଲଗ୍ନରେ ବିବାହ କାର୍ଯ୍ୟ ସମ୍ପନ୍ନ ହେଲା । ଶ୍ରୀରାମକୃଷ୍ଣଙ୍କର ତେଇଶ ବର୍ଷ ପୂର୍ଣ୍ଣ ହୋଇଛି, ସାରଦାମଣି ମାତ୍ର ପାଞ୍ଚ ବର୍ଷର ବାଳିକା । ଜୟରାମବାଟୀର ନାରୀଗଣ କୁହାକୁହି ହେଲେ ‘ଆହା! ସାରଦାର କପାଳ ଖରାପ, ବରର ପୁଣି ମୁଣ୍ଡ-ପାଗଳ ଦୋଷ ଅଛି ।’ ବିବାହ ପରେ ଶ୍ରୀରାମକୃଷ୍ଣ କେତେଦିନ କାମାରପୁକୁରରେ ଥିଲେ ଏବଂ ନିକଟବର୍ତ୍ତୀ ଶ୍ମଶାନକୁ ଯାଇ ନାନା ସାଧନା କରୁଥିଲେ । ରାତି ପାହି ଯାଉଥିଲା ସେ ସାଧନାରେ । ସେତିକିବେଳେ କୁଳପ୍ରଥାନୁସାରେ ତାଙ୍କୁ କିଛି ଦିନ ପାଇଁ ଶ୍ୱଶୁରଘର ଜୟରାମବାଟୀକୁ ଯିବାକୁ ପଡ଼ିଥିଲା । ଏକ ଶୁଭ ଦିନରେ ସ୍ୱାମୀ ସ୍ତ୍ରୀ ଦୁହେଁ କାମାରପୁକୁରକୁ ଫେରି ଆସିଥିଲେ । ସେତେବେଳକୁ ସାରଦାଦେବୀ ସପ୍ତମ ବର୍ଷରେ ପଦାର୍ପଣ କରିଥାଆନ୍ତି । ପାଲିଙ୍କିରେ ବସି ଆସିଲାବେଳେ ଶ୍ରୀରାମକୃଷ୍ଣ ସ୍ତ୍ରୀଙ୍କୁ କହିଲେ-‘କେହି ଯଦି ପଚାରେ, ତୁମକୁ ମୁଁ ଭଲ ପାଏ କି ନାହିଁ, କହିବ ଖୁବ୍ ଭଲ ପାଏ ।’ ସାତ ବର୍ଷ ବୟସର ବଧୂ ସାରଦାମଣି କେବଳ ମୁଣ୍ଡ ହଲାଇ ସ୍ୱାମୀଙ୍କ କଥା ଅନୁମୋଦନ କଲେ ।ଏହାର କେତେ ଦିନ ପରେ ପ୍ରାୟ ସୁସ୍ଥ ଶରୀରରେ ଶ୍ରୀରାମକୃଷ୍ଣ ତାଙ୍କର ସାଧନାପୀଠ ଦକ୍ଷିଣେଶ୍ୱରକୁ ଫେରିଆସିଲେ, ଏବଂ ସାରଦାମଣି ବାପଘରକୁ ଫେରିଯାଇ ନିଜ ପିତାମାତାଙ୍କ ସେବାରେ ବ୍ରତୀ ହେଲେ । ଦକ୍ଷିଣେଶ୍ୱରକୁ ଫେରିଆସି ଶ୍ରୀରାମକୃଷ୍ଣ ପୁଣି ତୀବ୍ର ସାଧନା ଆରମ୍ଭ କଲେ; ଫଳରେ ତାଙ୍କର ଉନ୍ମାଦନା ଆରମ୍ଭ ହେଲା ଆହୁରି ତୀବ୍ର ରୂପରେ-ସେହି ଗାତ୍ରଦାହ, ସେହି ଅସ୍ଥିରତା, ସବୁବେଳେ ଛାତି ଲାଲ ହୋଇ ରହୁଥିଲା, ଆଖିର ପଲକ ପଡ଼ୁ ନଥିଲା, ସବୁବେଳେ ମା’ ମା’ ବୋଲି ଡାକି କାନ୍ଦୁଥିଲେ ।...ମନ୍ଦିରର କର୍ମଚାରୀ ଓ ବିଶେଷତଃ ରାଣୀ ରାସମଣିଙ୍କ ଜାମାତା ମଥୁରବାବୁ ବିସ୍ମୟ ପ୍ରକାଶ କଲେ । ବାହା ହେଲା ପରେ ତ ମନଟା ବାଗକୁ ଆସିବା କଥା, କିନ୍ତୁ ବର୍ତ୍ତମାନ ଦେଖୁଛୁ ଠିକ୍ ତା’ର ଓଲଟା ହେଉଛି । ଏଥିରେ ଶ୍ରୀରାମକୃଷ୍ଣଙ୍କ ପ୍ରତି ମଥୁରବାବୁଙ୍କର ଶ୍ରଦ୍ଧା-ଭକ୍ତି ଆହୁରି ବଢ଼ିଗଲା । ସେ କଲିକତାର ବିଖ୍ୟାତ ବୈଦ୍ୟମାନଙ୍କୁ ଡାକି ତାଙ୍କ ଚିକିତ୍ସାର ବ୍ୟବସ୍ଥା କରାଇଲେ । ଜନୈକ ପ୍ରବୀଣ ବୈଦ୍ୟ କହିଲେ, ‘ଏହାଙ୍କର ତ ଦିବ୍ୟଉନ୍ମାଦ ଅବସ୍ଥା, ଏହା ଯୋଗଜ ବ୍ୟାଧି! ଔଷଧରେ ଏ ତ ଭଲ ହେବ ନାହିଁ ।’ ତାହା ହିଁ ସତ୍ୟ ହେଲା । ରୋଗର ଉପଶମ ହେବା ଦୂରେ ଥାଉ, ବରଂ ଦିନକୁ ଦିନ ସେହି ଉନ୍ମାଦ ଅବସ୍ଥା ବଢ଼ି ଚାଲିଲା ।ଇତି ମଧ୍ୟରେ ମଥୁରବାବୁଙ୍କର ଏକ ଅଲୌକିକ ଦର୍ଶନ ହେଲା । ସେ ଶ୍ରୀରାମକୃଷ୍ଣଙ୍କ ଭିତରେ ମା’କାଳୀ ଓ ଦେବାଦିଦେବ ମହାଦେବଙ୍କର ଦର୍ଶନ ପାଇଲେ । ଏହି ଦର୍ଶନ ପରେ ମଥୁରବାବୁଙ୍କର ସନ୍ଦେହ ଭାଙ୍ଗିଲା । ସେହିଦିନଠାରୁ ଜୀବନର ଶେଷ ଦିନ ପର୍ଯ୍ୟନ୍ତ ସେ ଶ୍ରୀରାମକୃଷ୍ଣଙ୍କୁ ନରଦେହଧାରୀ ଦେବତା ବୋଲି ଜ୍ଞାନ କରି ଭକ୍ତି ଓ ସେବା କରୁଥିଲେ ।ଦକ୍ଷିଣେଶ୍ୱରକୁ ଫେରିଆସି ଶ୍ରୀରାମକୃଷ୍ଣ ମନ୍ଦିରରେ ଭବତାରିଣୀଙ୍କ ପୂଜାରେ ବ୍ରତୀ ହେଲେ । କାଳୀବିଗ୍ରହ ପୂଜା କରୁ କରୁ ଅଦ୍ଭୁତ ଈଶ୍ୱରୀୟ ରୂପମାନ ଦର୍ଶନ କରୁଥିଲେ । ଆଳତି କରୁଛନ୍ତି ତ କରୁଛନ୍ତି; ଆଳତି ଆଉ ଶେଷ ହେଉ ନାହିଁ । ପୂଜା କରିବାକୁ ବସିଲେ ପୂଜା ଆଉ ଶେଷ ହୁଏ ନାହିଁ । ହୁଏତ ଦେବୀଙ୍କ ପାଦରେ ଫୁଲ ଦେବାକୁ ଯାଇ ନିଜ ମୁଣ୍ଡ ଉପରେ ଫୁଲ ରଖନ୍ତି । ଦେବୀଙ୍କୁ ନୈବେଦ୍ୟ ନିବେଦନ କରି କହନ୍ତି, ‘ମୋତେ ଖାଇବାକୁ କହୁଛୁ! ହଉ, ମୁଁ ତା’ ହେଲେ ଖାଉଛି, ଆଉ ତୁ ବି ଖାଆ!’ କହି ନିଜେ ଟିକିଏ ଖାଇ ସେହି ନୈବେଦ୍ୟ ଦେବୀଙ୍କ ମୁହଁ ନିକଟରେ ଟେକି ଧରନ୍ତି । ଦେବୀଙ୍କୁ ଶଯ୍ୟା ନିବେଦନ କରିବାକୁ ଯାଇ ନିଜେ ସେହି ଶଯ୍ୟାରେ ଶୋଇ ପଡ଼ନ୍ତି! ଏପରି ଅନେକ କଥା ।କ୍ରମେ ସେ ଆଉ ପୂଜା କରିପାରିଲେ ନାହିଁ, ଉନ୍ମାଦ ଭଳି ବ୍ୟବହାର କରିବାକୁ ଲାଗିଲେ । ମଥୁରବାବୁ ତାଙ୍କୁ ମହାପୁରୁଷ ଜ୍ଞାନ କରି ତାଙ୍କର ସେବାଯତ୍ନ କରିବାକୁ ଲାଗିଲେ ଓ ଅତଃପର ଅନ୍ୟ ବ୍ରାହ୍ମଣଙ୍କଦ୍ୱାରା ମା’ କାଳୀଙ୍କ ନିତ୍ୟପୂଜାର ବ୍ୟବସ୍ଥା କଲେ ।ଏହାପରେ ଶ୍ରୀରାମକୃଷ୍ଣ ବହୁ କଠୋର ସାଧନାରେ ବ୍ରତୀ ହେଲେ । ‘ଲୋଷ୍ଟ୍ର ଓ କାଞ୍ଚନ ସମାନ’ ଏହି ଜ୍ଞାନରେ ପ୍ରତିଷ୍ଠିତ ହେବା ପାଇଁ ସେ ‘ଟଙ୍କା-ମାଟି ମାଟି-ଟଙ୍କା’ କହି ସମବୁଦ୍ଧିରେ ଟଙ୍କା ଓ ମାଟି ଗଙ୍ଗାଜଳରେ ନିକ୍ଷେପ କଲେ । କାଞ୍ଚନ ପ୍ରତି ଆସକ୍ତି ତାଙ୍କର ଚିରଦିନ ପାଇଁ ଦୂର ହେଲା । ଦିନେ ଶ୍ରୀରାମକୃଷ୍ଣ ମା’ କାଳୀଙ୍କୁ କହିଲେ, ‘ମା’, ମୁଁ ଲେଖାପଢ଼ା ଜାଣେ ନାହିଁ, ଶାସ୍ତ୍ର ଜାଣେ ନାହିଁ । ତୁ ଦୟା କରି ମୋତେ ସବୁ ଧର୍ମର, ସବୁ ଶାସ୍ତ୍ରର ସାର କହି ଦେ ।’ ଜଗଜ୍ଜନନୀଙ୍କ ଇଚ୍ଛାରେ ସେହି ଦିନଠାରୁ ନାନା ଭାବର ନାନା ଧର୍ମର ଆଚାର୍ଯ୍ୟଗଣ ଦକ୍ଷିଣେଶ୍ୱରକୁ ଆଗମନ କରି ଶ୍ରୀରାମକୃଷ୍ଣଙ୍କୁ ବିଭିନ୍ନ ଧର୍ମର ସାଧନାରେ ଦୀକ୍ଷିତ କଲେ । କ୍ରମେ କ୍ରମେ ସକଳ ସାଧନାରେ ସିଦ୍ଧିଲାଭ କରି ସେ ଉପଲବ୍ଧି କଲେ ଯେ ସବୁ ଧର୍ମ ସତ୍ୟରେ ପ୍ରତିଷ୍ଠିତ, ସବୁ ଧର୍ମର ଲକ୍ଷ୍ୟ ଈଶ୍ୱରଲାଭ । ‘ଯେତେ ମତ, ସେତେ ପଥ’-ସବୁ ଧର୍ମ ସେହି ଏକ ପରମେଶ୍ୱରଙ୍କ ନିକଟକୁ ନେଇ ଯାଏ ।...ଜଣେ ଭୈରବୀ ବ୍ରାହ୍ମଣୀ ଦକ୍ଷିଣେଶ୍ୱରକୁ ଆସି ଶ୍ରୀରାମକୃଷ୍ଣଙ୍କୁ ତନ୍ତ୍ରମତରେ ବହୁ ସାଧନା କରାଇଲେ ଏବଂ ତାଙ୍କୁ ଗୌରାଙ୍ଗ ଭାବି ଶ୍ରୀଚୈତନ୍ୟଚରିତାମୃତ ପ୍ରଭୃତି ବୈଷ୍ଣବ ଗ୍ରନ୍ଥସବୁ ପଢ଼ି ଶୁଣାଇଲେ । ଏହି ସନ୍ନ୍ୟାସିନୀ ତନ୍ତ୍ରଶାସ୍ତ୍ରରେ ବିଶେଷ ପାରଦର୍ଶିନୀ ଥିଲେ ଓ ସବୁ ସାଧନାରହସ୍ୟ ମଧ୍ୟ ଜାଣିଥିଲେ । ତାଙ୍କ ଉପଦେଶାନୁଯାୟୀ ଶ୍ରୀରାମକୃଷ୍ଣ ପ୍ରଧାନ ଚୌଷଠି ପ୍ରକାର ତନ୍ତ୍ର-ସାଧନାରେ ସିଦ୍ଧିଲାଭ କଲେ । କୌଣସି ସାଧନାରେ ସିଦ୍ଧିଲାଭ କରିବାକୁ ତାଙ୍କୁ ତିନି ଦିନରୁ ବେଶୀ ସମୟ ଲାଗି ନାହିଁ । ଏହି ସମୟରେ ଦଶଭୁଜାଠାରୁ ଆରମ୍ଭ କରି ଦ୍ୱିଭୁଜା ପର୍ଯ୍ୟନ୍ତ କେତେ ଯେ ଦେବଦେବୀଙ୍କ ମୂର୍ତ୍ତି ସେ ଦର୍ଶନ କରିଥିଲେ ତା’ର ଠିକଣା ନାହିଁ ଗଙ୍ଗାକୂଳରେ ପଞ୍ଚବଟୀ, ତୁଳସୀକାନନ ଓ ପଞ୍ଚମୁଣ୍ଡିର ଆସନ ପ୍ରଭୃତି ପ୍ରସ୍ତୁତ କରି ଶ୍ରୀରାମକୃଷ୍ଣ ନାନା ସାଧନାରେ ରତ ଥିଲେ । ତାନ୍ତ୍ରିକ ସାଧନାରେ ସିଦ୍ଧିଲାଭ କରି ସେ ବୈଷ୍ଣବ-ତନ୍ତ୍ର ସାଧନାରେ ବ୍ରତୀ ହେଲେ ଏବଂ ଶାନ୍ତ, ଦାସ୍ୟ ପ୍ରଭୃତି ଭାବ ସାଧନା କରି ଭଗବାନଙ୍କର ଦର୍ଶନ ଲାଭ କଲେ । ପୁଣି ପଞ୍ଚରାତ୍ର ଗୌଡ଼ୀୟ ପ୍ରଭୃତି ବିଭିନ୍ନ ପନ୍ଥାର ମଧ୍ୟ ଅନୁସରଣ କରିଥିଲେ । ମଧୁରଭାବ ସାଧନା କାଳରେ ସେ ଶ୍ରୀରାଧାଙ୍କ ସଖୀ ଭାବରେ ନାରୀପୋଷାକ ପରିଧାନ କରି ରହୁଥିଲେ । ଏହି ସମୟରେ ତାଙ୍କ ଶ୍ରୀରାଧା-ଦର୍ଶନ ହେଲା ଏବଂ ଶ୍ରୀରାଧା ତାଙ୍କ ଅଙ୍ଗରେ ବିଲୀନ ହୋଇଗଲେ । ସେ କହିଥିଲେ, ‘ଶ୍ରୀମତୀଙ୍କ ଅଙ୍ଗକାନ୍ତି ନାଗକେଶର ଫୁଲ ଭଳି ଗୌରବର୍ଣ୍ଣ ।’ ଶ୍ରୀକୃଷ୍ଣଙ୍କ ଦର୍ଶନ ପାଇଁ ଶ୍ରୀରାମକୃଷ୍ଣ ମଧୁରଭାବ ସାଧନା କରିଥିଲେ ଓ ରାଧାରାଣୀଙ୍କ ଭାବରେ ପ୍ରେମୋନ୍ମତ୍ତ ହୋଇ ସ୍ୱଳ୍ପକାଳ ଅବସ୍ଥାନ କରି ଅବଶେଷର ଶ୍ରୀକୃଷ୍ଣଙ୍କର ଦର୍ଶନ ମଧ୍ୟ ପାଇଥିଲେ । ସେହି ଦିବ୍ୟମୂର୍ତ୍ତି ଶ୍ରୀରାମକୃଷ୍ଣଙ୍କ ଅଙ୍ଗରେ ବିଲୀନ ହୋଇଗଲେ । ସେତେବେଳେ ଛ’ ମାସ ପର୍ଯ୍ୟନ୍ତ ସେ ସର୍ବତ୍ର ଶ୍ରୀକୃଷ୍ଣଙ୍କୁ ଦେଖୁଥିଲେ । ଶ୍ରୀଗୌରାଙ୍ଗଙ୍କୁ ଧ୍ୟାନଚିନ୍ତା କରି ଶ୍ରୀରାମକୃଷ୍ଣ ତାଙ୍କର ମଧ୍ୟ ଦର୍ଶନ ଲାଭ କଲେ । ଭାବଚକ୍ଷୁରେ ଶ୍ରୀଗୌରାଙ୍ଗଙ୍କ ମହାସଂକୀର୍ତ୍ତନ ଦଳକୁ ମଧ୍ୟ ଦେଖିଲେ ।ତା’ପରେ ହନୁମାନଙ୍କ ଭାବରେ ଶ୍ରୀରାମଚନ୍ଦ୍ରଙ୍କ ର ଉପାସନା କଲେ । ପୁଣି ରାମମନ୍ତ୍ର ରେ ଦୀକ୍ଷିତ ହୋଇ ବାତ୍ସଲ୍ୟଭାବରେ ସାଧନା କରି ରାମଲାଲା ମୂର୍ତ୍ତି ମଧ୍ୟରେ ଶ୍ରୀରାମଚନ୍ଦ୍ରଙ୍କ ଦର୍ଶନ ପାଇଥିଲେ । ଏହି ସମୟରେ ବୈଷ୍ଣବ ସାଧକଗଣ ତାଙ୍କ ନିକଟକୁ ଆସିବା ଆରମ୍ଭ କଲେ । ବୈଷ୍ଣବ ପଣ୍ଡିତ ବୈଷ୍ଣବଚରଣ ଶ୍ରୀରାମକୃଷ୍ଣଙ୍କୁ କଲୁଟୋଲାସ୍ଥିତ ଚୈତନ୍ୟସଭାକୁ ନେଇଯାଇଥିଲେ । ଏହି ସଭାରେ ଶ୍ରୀରାମକୃଷ୍ଣ ଭାବାବିଷ୍ଟ ହୋଇ ଶ୍ରୀଚୈତନ୍ୟଦେବଙ୍କ ଆସନରେ ଯାଇ ବସିଥିଲେ । ଏହା ଦେଖି ବୈଷ୍ଣବଚରଣ ମଥୁରାନାଥଙ୍କୁ କହିଥିଲେ, ‘ଏ ଉନ୍ମାଦ ସାମାନ୍ୟ ବା ତୁଚ୍ଛ ନୁହେଁ, ଏହା ପ୍ରେମୋନ୍ମାଦ ଅବସ୍ଥା । ସେ ଈଶ୍ୱରଙ୍କ ପାଇଁ ପାଗଳ- ଚୈତନ୍ୟଦେବଙ୍କ ଆସନରେ ବସିବାର ଯୋଗ୍ୟ ।’ ଭୈରବୀ ବ୍ରାହ୍ମଣୀ, ବୈଷ୍ଣବଚରଣ, ଗୌରୀ ପଣ୍ଡିତ ପ୍ରଭୃତି ଦେଖିଲେ ଶ୍ରୀରାମକୃଷ୍ଣଙ୍କର ମହାଭାବର ଅବସ୍ଥା । ଶ୍ରୀଚୈତନ୍ୟଦେବଙ୍କ ଭଳି କେତେବେଳେ ଅନ୍ତର୍ଦ୍ଦଶା, କେତେବେଳେ ଜଡ଼ବତ ସମାଧିସ୍ଥ, କେତେବେଳେ ବା ଅର୍ଦ୍ଧବାହ୍ୟଦଶା, ପୁଣି କେତେବେଳେ ବାହ୍ୟଦଶା ।
ସକଳ ପ୍ରକାର ଦ୍ୱୈତ ସାଧନାରେ ସିଦ୍ଧି ଲାଭ କରି ଶ୍ରୀରାମକୃଷ୍ଣଙ୍କ ମନରେ ଭାବାତୀତ ଅଦ୍ୱୈତ-ସାଧନାର ଇଚ୍ଛା ବଳବତୀ ହେଲା । ଦକ୍ଷିଣେଶ୍ୱର କାଳୀବାଡ଼ିରେ ସଦାବ୍ରତର ବ୍ୟବସ୍ଥା ଥିଲା । ବହୁ ସାଧୁ ସନ୍ନ୍ୟାସୀ ସେଠାକୁ ଆସୁଥିଲେ । ସେତିକିବେଳେ ପୁରୀ ସଂପ୍ରଦାୟର ଜଟାଜୁଟଧାରୀ ବ୍ରହ୍ମଦର୍ଶୀ ନାଗା (ଉଲଙ୍ଗ) ସନ୍ନ୍ୟାସୀ ତୋତାପୁରୀ ଦକ୍ଷିଣେଶ୍ୱରକୁ ଆସିଲେ । ଶ୍ରୀରାମକୃଷ୍ଣଙ୍କୁ ଦେଖି ସେ ବେଦାନ୍ତ ସାଧନାର ଉତ୍ତମ ଅଧିକାରୀ ବୋଲି ଚିହ୍ନିପାରିଲେ ଏବଂ ତାଙ୍କୁ ବେଦାନ୍ତ-ସାଧନ କରିବେ କି ନାହିଁ ବୋଲି ପଚାରିଲେ । ଶ୍ରୀରାମକୃଷ୍ଣ ମା’ ଭବତାରିଣୀଙ୍କ ଆଦେଶ ନେଇ ତୋତାପୁରୀଙ୍କ ନିକଟରୁ ବିଧିବଦ୍ଧ ସନ୍ନ୍ୟାସ ଗ୍ରହଣ କରି ବେଦାନ୍ତସାଧନର ଉପଦେଶ ଗ୍ରହଣ କଲେ ଓ ସେଥିରେ ମନ ନିବିଷ୍ଟ କଲେ । ଅଳ୍ପ ସମୟ ମଧ୍ୟରେ ଶ୍ରୀରାମକୃଷ୍ଣଙ୍କ ମନ ନିର୍ବିକଳ୍ପ ସମାଧିରେ ଲୀନ ହୋଇଗଲା । ଯେଉଁ ସମାଧିଭୂମିରେ ଅଧିଷ୍ଠିତ ହେବାକୁ ତାଙ୍କୁ ଦୀର୍ଘ ଚାଳିଶ ବର୍ଷ କଠୋର ସାଧନା କରିବାକୁ ପଡ଼ିଥିଲା, ଶିଷ୍ୟ ଅନାୟାସରେ କେଇଦିନ ଭିତରେ ସେହି ଅବସ୍ଥା ଲାଭ କରିବା ଦେଖି ତୋତାପୁରୀ ଚମତ୍କୃତ ହୋଇଗଲେ । ଆପଣା ଶିଷ୍ୟକୁ ତିନିଦିନ କାଳ ସେହି ନିର୍ବିକଳ୍ପ ସମାଧିରେ ଅବସ୍ଥାନ କରିବା ଦେଖି ତୋତାପୁରୀ ଯୌଗିକ ପ୍ରକ୍ରିୟାରେ ଶିଷ୍ୟଙ୍କ ମନକୁ ସହଜ ଅବସ୍ଥାକୁ ଫେରାଇ ଆଣିଲେ । ତା’ପରେ ନିର୍ବିକଳ୍ପ ସମାଧିରେ ସ୍ଥିତ ହେବା ଶ୍ରୀରାମକୃଷ୍ଣଙ୍କ ପକ୍ଷରେ ସହଜ ହୋଇଗଲା । ସେ ଏକଦା ଛଅ ମାସ କାଳ ନିର୍ବିକଳ୍ପ ସମାଧିରେ ମଗ୍ନ ଥିଲେ ।ଏହିଭଳି ଭାବରେ ଦୀର୍ଘ ବାର ବର୍ଷ ନିରନ୍ତର ସାଧନାଦ୍ୱାରା ହିନ୍ଦୁଧର୍ମର ସକଳ ପ୍ରକାର ଧର୍ମମତର ସାଧନାରେ ସିଦ୍ଧିଲାଭ କରି ସେ ପରମହଂସ ଶ୍ରୀରାମକୃଷ୍ଣ ହେଲେ । ଗୋଟିଏ ଗୋଟିଏ ମତରେ ସିଦ୍ଧିଲାଭ କରି ସେ କିଛି କାଳ ସେହି ଭାବରେ ତନ୍ମୟ ହୋଇ ରହୁଥଲେ । ସେତେବେଳେ ସେହିସବୁ ମତର ସାଧକଗଣ ଭାରତର ନାନା ପ୍ରାନ୍ତରୁ ଆସି ଶ୍ରୀରାମକୃଷ୍ଣଙ୍କ ନିକଟରୁ ସାଧନୋପଦେଶ ଗ୍ରହଣ ନିମନ୍ତେ ଦକ୍ଷିଣେଶ୍ୱରରେ ସମବେତ ହେଉଥିଲେ । ଏହି ବାରବର୍ଷ କାଳ ସେ ନିମିଷକ ପାଇଁ ମଧ୍ୟ ଶୋଇ ନାହାନ୍ତି । ଏହି ଦୀର୍ଘ ସମୟରେ ତାଙ୍କର ଆହାରାଦିର ମଧ୍ୟ କୌଣସି ନିୟମ ନ ଥିଲା । ଦିନରାତି ଯେ କିଭଳି କଟି ଯାଉଥିଲା ସେ ଆଡ଼କୁ ତାଙ୍କର ଦୃଷ୍ଟି ନ ଥିଲା । ସେ ବହୁ ଦିବ୍ୟଶକ୍ତିର ଅଧିକାରୀ ହୋଇଥିଲେ, ଇଚ୍ଛାମାତ୍ରକେ ଯେ କୌଣସି ଲୋକର ମନରେ ଧର୍ମଭାବର ସଞ୍ଚାର କରିପାରୁଥିଲେ, ସ୍ପର୍ଶମାତ୍ରକେ ଲୋକଙ୍କୁ ସମାଧିସ୍ଥ କରି ଦେଉଥିଲେ । ତାଙ୍କର ଆଶୀର୍ବାଦରୁ ଅନେକ ଲୋକ କଠିନ ରୋଗରୁ ଆରୋଗ୍ୟ ଲାଭ କରୁଥିଲେ; କିନ୍ତୁ ଏ ସବୁଥିରେ ତାଙ୍କର ବିନ୍ଦୁମାତ୍ର ଅହଂକାର ନ ଥିଲା ।ସେ ସମାଧିଭୂମିରୁ ତାଙ୍କ ମନକୁ ଜୀବକଲ୍ୟାଣ ପାଇଁ ତଳକୁ ଟାଣି ଆଣି ମା’ ମା’ ବୋଲି କାନ୍ଦୁଥିଲେ । ସର୍ବଦା ମା’ଙ୍କ ସଂଗେ କଥା କହୁଥିଲେ । ମା’ଙ୍କ ନିକଟରୁ ଉପଦେଶ ମାଗୁଥିଲେ-ମଣିଷର ଆଧ୍ୟାତ୍ମିକ କଲ୍ୟାଣ ନିମନ୍ତେ ମା’ଙ୍କ ନିକଟରେ କେତେ ପ୍ରାର୍ଥନା କରୁଥିଲେ । କହୁଥିଲେ, ‘ମା’, ତୋ’ରି କଥା କେବଳ କହ, କେବଳ ତୋ’ରି କଥା ଶୁଣିବି । ମୁଁ ଶାସ୍ତ୍ର ଜାଣେ ନାହିଁ, ସାହିତ୍ୟ ଜାଣେ ନାହିଁ, ତୁ ବୁଝାଇଲେ ଯାଇ ବିଶ୍ୱାସ କରିବି ।’ ଶ୍ରୀରାମକୃଷ୍ଣ ଜାଣିଥିଲେ, ଯିଏ ପରଂବ୍ରହ୍ମ ଅଖଣ୍ଡ ସଚ୍ଚିଦାନନ୍ଦ ସେ ହିଁ ମା’, କାଳୀ ।ଜଗନ୍ମାତା ଶ୍ରୀରାମକୃଷ୍ଣଙ୍କୁ କହିଥିଲେ, ‘ତୁ ଆଉ ମୁଁ ଏକ । ତୁ ଭକ୍ତି ଘେନି ଭାବମୁଖରେ ଥା, ଜୀବ ମଙ୍ଗଳ ପାଇଁ ତୋ ନିକଟକୁ ବହୁ ଭକ୍ତ ଆସିବେ, ତୁ ସେମାନଙ୍କର କଲ୍ୟାଣ କର । କେତେ ଶୁଦ୍ଧସତ୍ତ୍ୱ, କାମନାଶୂନ୍ୟ ଭକ୍ତ ତୋ ନିକଟକୁ ଆସିବେ ।... ତୋ ନିକଟକୁ ଆସି ସେମାନେ ଭକ୍ତିଲାଭ କରିବେ, ଜ୍ଞାନଲାଭ କରିବେ ।ଶ୍ରୀରାମକୃଷ୍ଣଙ୍କ ମାତୃଭକ୍ତି ଅନନ୍ୟାସାଧାରଣ । ସେ ମାତା ଚନ୍ଦ୍ରମଣିଙ୍କୁ ଜଗଜ୍ଜନନୀଙ୍କ ରୂପାନ୍ତର ଜ୍ଞାନରେ ସେବାପୂଜାଦି କରୁଥିଲେ । ଜ୍ୟେଷ୍ଠଭ୍ରାତା ରାମକୁମାର ଓ ରାମେଶ୍ୱରଙ୍କ ସ୍ୱର୍ଗଲାଭ ପରେ ମାତା ଚନ୍ଦ୍ରାମଣି ପୁତ୍ରଶୋକରେ ଅଧୀର ହୋଇ ପଡ଼ିଥିଲେ । କେତେ କାଳ ପରେ ଶ୍ରୀରାମକୃଷ୍ଣ ତାଙ୍କ ମା’ଙ୍କୁ ଦକ୍ଷିଣେଶ୍ୱର କାଳୀବାଡ଼ିକୁ ନେଇ ଆସି ନିଜ ପାଖରେ ରଖିଥିଲେ । ପ୍ରତିଦିନ ପ୍ରତ୍ୟୁଷରେ ଉଠି ପ୍ରଥମେ ମା’ଙ୍କ ନିକଟକୁ ଯାଉଥିଲେ ଏବଂ ଅସୀମ ଶ୍ରଦ୍ଧା ସହକାରେ ତାଙ୍କ ପଦଧୂଳି ଗ୍ରହଣ କରି କୁଶଳ ପ୍ରଶ୍ନ ପଚାରୁଥିଲେ । ନାନା ଭାବରେ ସେବାଯତ୍ନ କରି ଜନନୀଙ୍କୁ ପ୍ରସନ୍ନ ରଖିବା ନିମନ୍ତେ ତାଙ୍କର ଚେଷ୍ଟା ଥିଲା ଅନ୍ତହୀନ ।ଶ୍ରୀରାମକୃଷ୍ଣ ତୀର୍ଥଦର୍ଶନ ପାଇଁ ବାହାରିଥିଲେ ୧୮୬୮ ଖ୍ରୀଷ୍ଟାବ୍ଦରେ । ସସ୍ତ୍ରୀକ ମଥୁରବାବୁ ଓ ଭଣଜା ହୃଦୟ ତାଙ୍କ ସଙ୍ଗରେ ଯାଇଥିଲେ । ବୈଦ୍ୟନାଥ, କାଶୀ, ପ୍ରୟାଗ ଓ ଶ୍ରୀବୃନ୍ଦାବନ ଦର୍ଶନ କଲେ । ବୈଦ୍ୟନାଥରେ ଶତ ଶତ ଗରିବ ସାନ୍ତାଳଙ୍କୁ ଦେଖି ତାଙ୍କ ଅନ୍ତରରେ ଦୟାର ଉଦ୍ରେକ ହେଲା । ସେ ମଥୁରାନାଥଙ୍କୁ କହି ସେମାନଙ୍କୁ ନାରାୟଣ ମନେକରି ଅନ୍ନବସ୍ତ୍ରାଦିଦ୍ୱାରା ସେବାର ବ୍ୟବସ୍ଥା କଲେ । କାଶୀର ମଣିକର୍ଣ୍ଣିକାରେ ବିଶ୍ୱନାଥଙ୍କ ଗମ୍ଭୀର ଚିନ୍ମୟ ରୂପ ଦର୍ଶନ କରି ସେ ସମାଧିସ୍ଥ ହୋଇଗଲେ । ସେ ଦେଖିଥିଲେ ମା’ କାଳୀଙ୍କୁ ସଙ୍ଗରେ ଘେନି ବିଶ୍ୱନାଥ ପ୍ରତ୍ୟେକ ଶବ’ର କାନେ କାନେ ତାରକବ୍ରହ୍ମନାମ ଦେଉଛନ୍ତି ଏବଂ ମା’ କାଳୀ ଚିତା ଉପରେ ବସି ଜୀବର କର୍ମବନ୍ଧନ ମୁକ୍ତ କରି ଦେଉଛନ୍ତି । କାଶୀରେ ଶ୍ରୀରାମକୃଷ୍ଣ ମୌନବ୍ରତଧାରୀ ତ୍ରୈଲଙ୍ଗସ୍ୱାମୀଙ୍କ ସଙ୍ଗରେ ସାକ୍ଷାତ କରି ତାଙ୍କୁ ପାୟସ ନିବେଦନ କରିଥିଲେ । କାଶୀରୁ ମଥୁରବାବୁଙ୍କ ସହିତ ସେ ପ୍ରୟାଗକୁ ଯାଇଥିଲେ ଓ ସଙ୍ଗମରେ ସ୍ନାନ କରି ସେଠାରେ ତ୍ରିରାତ୍ର ବାସ କରିଥିଲେ । ସେଠାରୁ କାଶୀ ଫେରି ଆସି ବୃନ୍ଦାବନକୁ ଗଲେ ।ବୃନ୍ଦାବନରେ ଶ୍ରୀକୃଷ୍ଣଙ୍କ ଲୀଳାସ୍ଥଳ ଦେଖି ‘କୃଷ୍ଣ’ ‘କୃଷ୍ଣ’ ଉଚ୍ଚାରଣ କରି ସେ କାନ୍ଦି କାନ୍ଦି ଆକୁଳ ହୋଇଗଲେ । ମଥୁରାର ଧ୍ରୁବଘାଟରେ ବସୁଦେବଙ୍କ କୋଳରେ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରି ସେ ଭାବସ୍ଥ ହେଲେ । ଶ୍ରୀବୃନ୍ଦାବନରେ ସନ୍ଧ୍ୟାବେଳେ ଗୋଧୂଳି ଲଗ୍ନରେ ଗୃହମୁଖୀ ଧେନୁପଲ ସହ ଶ୍ରୀକୃଷ୍ଣ ଯମୁନା ପାର ହୋଇ ଆସୁଥିବା ପ୍ରଭୃତି ଲୀଳା ସେ ଭାବଚକ୍ଷୁରେ ଦର୍ଶନ କରିଥିଲେ । ନିଧୁବନରେ ରାଧାପ୍ରେମରେ ବିଭୋର ଗଙ୍ଗାମାତାଙ୍କ ସହ ସାକ୍ଷାତ ହେଲାକ୍ଷଣି ସେହି ବୃଦ୍ଧା ତପସ୍ୱିନୀ ତାଙ୍କୁ ସେଠାରେ ରହିବା ପାଇଁ ଜିଦ୍ କଲେ । ଶ୍ରୀରାମକୃଷ୍ଣ ମଧ୍ୟ ରହିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ; କିନ୍ତୁ ତାଙ୍କ ଅଦର୍ଶନରେ ବୃଦ୍ଧା ଜନନୀ ଶୋକାନ୍ୱିତା ହେବେ ଭାବି ସେ ବୃନ୍ଦାବନରେ ରହିଲେ ନାହିଁ । ଏଥିରୁ ଶ୍ରୀରାମକୃଷ୍ଣଙ୍କ ଗଭୀର ମାତୃଭକ୍ତିର ପରିଚୟ ମିଳେ । ସେ ବୃନ୍ଦାବନର ଧୂଳି ସଙ୍ଗରେ ଆଣି ଦକ୍ଷିଣେଶ୍ୱରରେ ପଞ୍ଚବଟୀର ଚାରିଆଡ଼େ ବିଞ୍ଚିଦେଲେ ଓ କିଛି ଧୂଳି ଆପଣା ସାଧନକୁଟୀରରେ ପ୍ରୋତ୍ଥିତ କଲେ ଏବଂ ଆନନ୍ଦରେ ଉତ୍ଫୁଲ୍ଲ ହୋଇ କହିଲେ, ‘ଆଜିଠାରୁ ଏହି ସ୍ଥାନ ଶ୍ରୀବୃନ୍ଦାବନ ଭଳି ଦେବଭୂମି ହେଲା ।’ ଏହା ଶ୍ରୀକୃଷ୍ଣଙ୍କ ପ୍ରତି ତାଙ୍କର ଗଭୀର ଶ୍ରଦ୍ଧାର ନିଦର୍ଶନ ।ଶ୍ରୀରାମକୃଷ୍ଣ କହିଥିଲେ, ‘ମୋତେ ସବୁ ଧର୍ମ ଥରଟିଏ କରି ଗ୍ରହଣ କରିବାକୁ ପଡ଼ିଥିଲା । ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟାନ, ପୁଣି ବୈଷ୍ଣବ, ବେଦାନ୍ତ, ଏହିସବୁ ପଥ ଧରି ମଧ୍ୟ ଆସିବାକୁ ପଡ଼ିଛି । ସବୁଠି ସେହି ଏକ ଈଶ୍ୱରଙ୍କୁ ଦେଖିଲି; ତାଙ୍କରି ପାଖକୁ ସଭିଏଁ ଆସୁଛନ୍ତି ଭିନ୍ନ ଭିନ୍ନ ପଥ ଧରି ।’ ଶ୍ରୀରାମକୃଷ୍ଣ ଜଗନ୍ମାତାଙ୍କୁ କହିଲେ, ‘ମା’ ଅନ୍ୟାନ୍ୟ ଧର୍ମାବଲମ୍ବୀଗଣ ତୋତେ କିପରି ଭାବରେ ଭଜନ କରନ୍ତି, ତା’ ମୋତେ ଜଣାଇ ଦେ ।‘ ଏହାର କିଛି ଦିନ ପରେ ଦକ୍ଷିଣେଶ୍ୱରକୁ ସୁଫୀ ସଂପ୍ରଦାୟର ମୁସଲମାନ ଫକିର ଆସିଲେ, ନାମ ଗୋବିନ୍ଦ ରାୟ । ଫକିରଙ୍କ ଈଶ୍ୱରପ୍ରେମ ଓ ସରଳତା ଶ୍ରୀରାମକୃଷ୍ଣଙ୍କୁ ଖୁବ୍ ମୁଗ୍ଧ କଲା । ସେ ତାଙ୍କ ନିକଟରୁ ଦୀକ୍ଷା ଓ ଶିକ୍ଷା ଗ୍ରହଣ କରି ଇସ୍ଲାମ ଧର୍ମସାଧନାରେ ପ୍ରବୃତ୍ତ ହେଲେ । ସେ ସେତେବେଳେ କେବଳ ଆଲ୍ଲାଙ୍କ ନାମ ଜପ କରୁଥିଲେ, ନମାଜ ପଢ଼ୁଥିଲେ ଏବଂ ଆହାର ବିହାରରେ ସଂମ୍ପୂର୍ଣ୍ଣ ମୁସଲମାନଭାବାପନ୍ନ ହୋଇ ଯାଇଥିଲେ । ମନ୍ଦିରକୁ ଯିବା ବନ୍ଦ କରିଦେଲେ । ଏହି ଭାବରେ ତିନୋଟି ଦିନ ସାଧନା କଲାପରେ ଏକ ଦୀର୍ଘ ଶ୍ମଶ୍ରୁଧାରୀ ସୁଗମ୍ଭୀର ଜ୍ୟୋତିର୍ମୟ ପୁରୁଷପ୍ରବରଙ୍କ ଦିବ୍ୟଦର୍ଶନ ସେ ଲାଭ କରିଥିଲେ । ତା’ପରେ ତାଙ୍କ ମନ ତୁରୀୟ ନିର୍ଗୁଣ ବ୍ରହ୍ମରେ ଲୀନ ହୋଇ ଯାଇଥିଲା ।
ତେରଶହ ବର୍ଷ ପୂର୍ବେ ମହମ୍ମଦ ସଗୁଣ ଏକେଶ୍ୱରବାଦ ପ୍ରଚାର କରିଥିଲେ । ତାଙ୍କର ପ୍ରଧାନ ଉପଦେଶ, ‘ଏକ ଈଶ୍ୱର, ଏକ ଧର୍ମ ।’ ତାହା ବେଦାନ୍ତର ସଗୁଣ ବ୍ରହ୍ମର ନାମାନ୍ତର ମାତ୍ର । ଆପାତଃଦୃଷ୍ଟିରେ ଯାହା ବହୁ ଧର୍ମ, ତାହା ହିଁ ପାରମାର୍ଥିକ ଦୃଷ୍ଟିରେ ଏକ ଧର୍ମ । ମହମ୍ମଦ ଶ୍ରୀରାମକୃଷ୍ଣଙ୍କୁ ଆଲିଙ୍ଗନ କରି ତାଙ୍କ ଭିତରେ ସମାହିତ ହୋଇଗଲେ । ଶ୍ରୀରାମକୃଷ୍ଣ ହେଲେ ସର୍ବଧର୍ମର ସମନ୍ୱୟସ୍ୱରୂପ ମହଦ୍ଧର୍ମର ପ୍ରତୀକ । ଜୀବନର ଶେଷ ଭାଗରେ କାଶୀପୁର ଉଦ୍ୟାନରେ ଅବସ୍ଥାନ କାଳରେ ଶ୍ରୀରାମକୃଷ୍ଣ ଆପଣା ଛବିକୁ ଦେଖାଇ କହିଥିଲେ, ‘ଏହି ମୂର୍ତ୍ତିର ପୂଜା ଘରେ ଘରେ ହେବ ।’ ଆଉ ତାଙ୍କର ଅଭୟ ବାଣୀ-‘ଯାହାଙ୍କର ଶେଷ ଜନ୍ମ, ସେମାନଙ୍କୁ ଏଠାକୁ (ତତ୍ ପ୍ରଚାରିତ ଉଦାର ଧର୍ମ ମତକୁ ) ଆସିବାକୁ ପଡ଼ିବ ।’ଏହାର ପ୍ରାୟ ସାତବର୍ଷ ପରର ଘଟଣା । ଶ୍ରୀରାମକୃଷ୍ଣ ଦିନେ ବ୍ୟାକୁଳ ହୋଇ ଭବତାରିଣୀ ମା’ଙ୍କୁ କହିଲେ, ‘ମା’, ତୋର ଖ୍ରୀଷ୍ଟିୟାନ ଭକ୍ତଗଣ ତୋତେ କିପରି ଡାକନ୍ତି, ତାହା ମୁଁ ଦେଖିବି, ମୋତେ ଦେଖା ।’ କେଇଟା ଦିନ ପରେ ଶ୍ରୀରାମକୃଷ୍ଣ କଲିକତା ଯାଇ ଏକ ଗୀର୍ଜାର ଦ୍ୱାରରେ ଛିଡ଼ା ହୋଇ ଉପାସନା ଦେଖି ଫେରିଆସି କହିଲେ, ‘ମୁଁ ଖାଜାଞ୍ଚି ଡରରେ ଭିତରକୁ ଯାଇ ବସିଲି ନାହିଁ; ଭାବିଲି କେଜାଣି ଅବା ମୋତେ କାଳୀଙ୍କ ଘରେ ଆଉ ପଶିବାକୁ ଦେବ ନାହିଁ ।’ ଏତିକି ବେଳେ ଦିନେ ସେ ମନ୍ଦିର ନିକଟସ୍ଥ ଯଦୁ ମଲ୍ଲିକଙ୍କ ବଗିଚାକୁ ଯାଇ ବୈଠକଖାନାରେ ବସି ମେରୀଙ୍କ କୋଳରେ ଯୀଶୁଙ୍କ ଛବିଟିକୁ ତନ୍ମୟ ହୋଇ ଦେଖୁଥିଲେ । ହଠାତ୍ ଦେଖିଲେ ଛବି ଖଣ୍ଡକ ଜ୍ୟୋତିର୍ମୟ ହୋଇ ଉଠୁଛି ଏବଂ ଦେବଜନନୀ ଓ ଦେବଶିଶୁଙ୍କ ଅଙ୍ଗରୁ ଦିବ୍ୟ ଜ୍ୟୋତି ବିଚ୍ଛୁରିତ ହୋଇ ତାଙ୍କ ମଧ୍ୟରେ ପ୍ରବେଶ କରୁଛି । ଏହି ଭାବମଗ୍ନ ଅବସ୍ଥାରେ ସେ କାଳୀବାଟୀକୁ ଫେରି ଆସିଲେ ।ତିନି ଦିନ କାଳ ସେହି ତନ୍ମୟତା ରହିଲା । ଏହି କେତୋଟି ଦିନ ସେ କାଳୀମନ୍ଦିରକୁ ଯାଇ ନାହାନ୍ତି । ଶେଷଦିନ ଯୀଶୁଙ୍କ ଭାବରେ ବିଭୋର ହୋଇ ପଞ୍ଚବଟୀ ତଳେ ସେ ପଦଚାରଣ କରୁଛନ୍ତି, ଦେଖିଲେ ଗୌରବର୍ଣ୍ଣ ଏକ ଦେବମାନବ ମୂର୍ତ୍ତି ତାଙ୍କ ଆଡ଼କୁ ଆଗେଇ ଆସୁଛନ୍ତି । ତାଙ୍କ ହୃଦୟରେ ଧ୍ୱନିତ ହେଲା, ଏହି ଯେ ସେହି ଈଶାମସି । ସେହି ପରମପୁରୁଷ ଧୀର ପଦଚାଳନାରେ ଆଗେଇ ଆସି ଶ୍ରୀରାମକୃଷ୍ଣଙ୍କୁ ଆଲିଙ୍ଗନ କରି ତାଙ୍କର ଶରୀର ମଧ୍ୟରେ ଲୀନ ହୋଇଗଲେ । ଶ୍ରୀରାମକୃଷ୍ଣଙ୍କ ମନ ବ୍ରହ୍ମସମୁଦ୍ରରେ ନିମଗ୍ନ ହେଲା ।ଭଗବାନ ବୁଦ୍ଧଙ୍କ ସମ୍ବନ୍ଧରେ ଶ୍ରୀରାମକୃଷ୍ଣ କହିଥିଲେ- ‘ସେ ଦଶାବତାରଙ୍କ ମଧ୍ୟରୁ ଜଣେ । ବ୍ରହ୍ମ ଅଟଳ ଅଚଳ ନିଷ୍କ୍ରିୟ ବୋଧସ୍ୱରୂପ । ବୁଦ୍ଧି ଯେତେବେଳେ ଏହି ବୋଧସ୍ୱରୂପରେ ଲୀନ ହୁଏ, ସେତେବେଳେ ବ୍ରହ୍ମଜ୍ଞାନର ଉଦୟ ହୁଏ, ସେତେବେଳେ ମଣିଷ ବୁଦ୍ଧ ହୋଇଯାଏ ।’ ଜୈନଧର୍ମର ପ୍ରବର୍ତ୍ତକ ତୀର୍ଥଙ୍କରଗଣଙ୍କ ଉପରେ ଏବଂ ଶିଖ୍ଗୁରୁ ନାନକଙ୍କ ଉପରେ ମଧ୍ୟ ତାଙ୍କର ଗଭୀର ଶ୍ରଦ୍ଧା ଥିଲା ଏବଂ ଏହି ସବୁ ଧର୍ମକୁ ମଧ୍ୟ ଭଗବତ୍ ପ୍ରାପ୍ତିର ପଥ ବୋଲି ସେ ନିର୍ଦ୍ଦେଶ କରୁଥିଲେ । ତାଙ୍କ କୋଠରୀରେ ଅନ୍ୟାନ୍ୟ ଦେବଦେବୀଙ୍କର ଆଲେଖ୍ୟ ସହ ମହାବୀର ତୀର୍ଥଙ୍କରଙ୍କର ଗୋଟିଏ ପ୍ରସ୍ତରମୂର୍ତ୍ତି ମଧ୍ୟ ସ୍ଥାପିତ ହୋଇଥିଲା । (Cont.....)
ବେଦାନ୍ତ ତଦନ୍ତ
------------------
ବିଗତ ୧୫ ବର୍ଷ ଧରି " ସୁବାର୍ତ୍ତା" ର ଅଗ୍ରଲେଖ ଓ ବିଭିନ୍ନ ଆଲେଖ୍ୟ ଆଲୋଚନାରେ ଏକ ନିର୍ଦ୍ଦିଷ୍ଟ ବାକ୍ୟ " ଓଡ଼ିଶାର ଚତୁର୍ଦ୍ଦିଗେ ବୁଲୁଛି ତଦନ୍ତ, ସମସ୍ତ ତଦନ୍ତ କିନ୍ତୁ ବିଗଳିତ ଦନ୍ତ" ଭିନ୍ନ ଭିନ୍ନ ତଦନ୍ତ ଆଧାରିତ ପ୍ରସଙ୍ଗରେ ବ୍ୟବହାର କରି ଆସିଛୁ । ବିଗତ ପାଞ୍ଚ ଦଶନ୍ଧିରେ ପ୍ରାୟ ୩୬୭ ଟି ବିଭିନ୍ନ ପ୍ରକାର ତଦନ୍ତ , ଯାଞ୍ଚ , ଅନୁଧ୍ୟାନ କମିଟି ଗଠିତ ହୋଇ ହଜାର ହଜାର କୋଟି ଟଙ୍କା ରାଜକୋଷରୁ ଖର୍ଚ୍ଚ ତ ନୁହେଁ ,ବରବାଦ ହୋଇଥିଲେ ମଧ୍ୟ ଶତକଡା ଏକ ଭାଗ ଦୁର୍ନୀତି, ଠକେଇ, ଡକାୟତି ଅର୍ଥ ଫେରସ୍ତ ଆସିନାହିଁ କି କୌଣସି ରାଜନେତା , ପ୍ରଶାସନିକ ଅଧିକାରୀମାନେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡିତ ହୋଇ ନାହାନ୍ତି କି ଆୟୁକ୍ତ ବା ତଦନ୍ତ କମିଶନଙ୍କ ପ୍ରସ୍ତାବ, ସୁପାରିଶ ଗ୍ରହଣ କରାଯାଇନାହିଁ , ଏପରିକି ଅନେକ ତଦନ୍ତ କମିଶନ ରିପୋର୍ଟ ବିଧାନସଭାରେ ଆଗତ ହୋଇନାହିଁ , ଅନେକ ଜନାର୍ପିତ ନ ହୋଇ ଅଳିଆ ଗଦାରେ ମାନ୍ୟବର ଉଇ ମାନଙ୍କ ସୁଷମ ଖାଦ୍ୟ ହୋଇଛି । ଶ୍ରୀମନ୍ଦିରରେ ନାଗାର୍ଜୁନ ଦଳାଚକଟା, ମୃତ୍ୟୁ ଘଟଣା ଠାରୁ ଆରମ୍ଭ କରି ଅନେକ ତଦନ୍ତ କମିଶନ ରିପୋର୍ଟ ସାର୍ବଜନୀନ ହୋଇ ନାହିଁ । କଳିଙ୍ଗନଗର ଗୁଳିକାଣ୍ଡ , ପାପୁଲି କଟା ଠାରୁ ଆରମ୍ଭ କରି ଖଣି, ପାଣି , ଜମି,ଜଳ, ଜଙ୍ଗଲ , ଜଗନ୍ନାଥଙ୍କ ଅମୃତ ମଣୋହି ସମ୍ପତ୍ତି ଠାରୁ ଆରମ୍ଭ କରି ଚିଟଫଣ୍ଡ ଦୁର୍ନୀତି , ବିଶ୍ବର ଅଙ୍କ ପରିମାଣରେ ଅକୀର୍ତ୍ତିକର କୀର୍ତ୍ତି ସୃଷ୍ଟି ଖଣି ଖନନ, ଲୁଣ୍ଠନ ତ ନୁହେଁ ରୀତିମତ ଡକାୟତି ଠାରୁ ଆରମ୍ଭ କରି ବିଷାକ୍ତ ମଦମୃତ୍ୟୁ ପର୍ଯ୍ୟନ୍ତ ପ୍ରଲମ୍ବିତ ଦନ୍ତହୀନ ବା ବେଦାନ୍ତ ତଦନ୍ତର ତାଲିକା । ଓଡ଼ିଶାରେ ଏହା କେବଳ ସମ୍ଭବ ହେଉଛି , ଯେହେତୁ ଓଡ଼ିଶାରେ ନାହିଁ ଏକ ଜାଗ୍ରତ ଜନମତ । ୧୯୮୦ ମସିହା ରୁ ବିଗତ ୪୫ ବର୍ଷ ଧରି ,ବିଶେଷ କରି ୨୦୦୨ ରୁ ଓଡ଼ିଶାରୁ ଯେତିକି ବିଭିନ୍ନ ପ୍ରକାରର ଲୁଟ୍ ହୋଇଛି , ତାହା ଦେଶୀ ବିଦେଶୀ ସମ୍ପଦ ଲୁଟେରା ମାନଙ୍କ ଦ୍ବାରା , ଅଣ ଓଡିଆ ପ୍ରଶାସନିକ ଅଧିକାରୀମାନଙ୍କ ଦ୍ବାରା ଏବଂ ସେମାନଙ୍କ ଲୁଟ୍ ପରିମାଣର ବୋଧେ ଶତକଡ଼ା ପାଞ୍ଚ ଭାଗ ଓଡିଆ ନେତା, ପ୍ରଶାସନିକ ଅଧିକାରୀ , ବିନା ମୂଳ ଧନରେ ପ୍ରଚୁର ଆୟ ପ୍ରଦାନକାରୀ ସଂସ୍ଥା ବେସରକାରୀ ତଥାକଥିତ ସ୍ବେଛାସେବୀ ସଂଗଠନ ବା ଏନ ଜିଓ ମାନଙ୍କ ଦ୍ଵାରା , ଏହାର ସମୁଦାୟ ପରିମାଣ ନିଶ୍ଚିତ ଭାବେ ଭାରତର ପାଞ୍ଚବର୍ଷର ଆୟ -ବ୍ୟୟ ଅଟକଳ , ଯାହାକୁ ପ୍ରାୟ ସମସ୍ତେ ହନୁକୀକରଣ ପ୍ରଭାବରେ ତୃଟିପୂର୍ଣ୍ଣ ଶବ୍ଦ ବଜେଟ ବୋଲି କହିଥାନ୍ତି ( ବଜେଟ୍ ର ପ୍ରକୃତ ଅର୍ଥ ନିଲିଆ ବାକ୍ସ) ଠାରୁ ଅଧିକ ହେବ ବୋଲି ଜଣେ ଗଣିତ ଶାସ୍ତ୍ରର ବିଦ୍ୟାର୍ଥୀ ଭାବେ ଉଲ୍ଲେଖ କରୁଛୁ । ସାଧାରଣ ଲୋକଙ୍କର କେବଳ ନୁହେଁ , ପ୍ରାୟତଃ ସିଂହଭାଗ ଲୋକଙ୍କ କ୍ଷୀଣ ସ୍ମରଣ ଶକ୍ତି , ସବୁ ଜାଣି ନ ଜାଣିବାର ଅଭିନୟ କଳାକୌଶଳ ଧୂରିଣ ଧୂର୍ତ୍ତ କ୍ଷମତା ବେପାରୀ ମାନଙ୍କ ଚଞ୍ଚକତା ପ୍ରଦର୍ଶି ସଫଳତା ହିଁ ଏହାର ପ୍ରମୁଖ କାରଣ ବୋଲି ବିଚାର କରୁ । ବିଗତ ଦିନରେ ଦୈନିକ ସୁବାର୍ତ୍ତା ଅଗ୍ରଲେଖରେ ଖଣି ଦୁର୍ନୀତି ତ ନୁହେଁ ଡକାୟତି ସମ୍ପର୍କରେ ସୁବିସ୍ତୃତ ଆଲୋଚନା କରିଥିଲୁ । ସରକାରୀ ଦଳ, ବିରୋଧୀ ଦଳ , ଗଣମାଧ୍ୟମ ନିୟନ୍ତ୍ରକ କାମଳିଆ ମାନଙ୍କ ଉପରେ ଯେତେବେଳେ ପ୍ରଭାବ ପଡିଲା ନାହିଁ , ସେତେବେଳେ ସାଧାରଣ ଲୋକଙ୍କ ଉପରେ ଯେ ପ୍ରଭାବ ପଡିଥିବ , ତାହା କାହିଁକି ବିଶ୍ବାସ କରିବୁ ? ଅନେକ ତଦନ୍ତ ଆଧାରିତ ପ୍ରସଙ୍ଗ ଥିଲେ ମଧ୍ୟ ଆଜି ବହୁ ଚର୍ଚ୍ଚିତ " ଚିଟଫଣ୍ଡ" ପ୍ରସଙ୍ଗକୁ ଉଦାହରଣ ସ୍ୱରୂପ ଆଲୋଚନା କରିବା ପାଇଁ ଯାଉଛୁ । ବିଗତ ୨୦୦୫ , ମାର୍ଚ୍ଚ,୩ ତାରିଖ , ଯାହା ଆମ ପାଇଁ "ଓଡ଼ିଶା ଦିବସ" , କାରଣ ,୧୯୩୬ , ମସିହା , ମାର୍ଚ୍ଚ ୩ ତାରିଖରେ ବ୍ରିଟିଶ ସଂସଦରୁ ପ୍ରାଚୀନ ଉତ୍କଳର ଏକ କ୍ଷୁଦ୍ର ଅଂଶ କୁ ନେଇ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ରାଜପତ୍ର ବା ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଯେଉଁ ଦିନ ସମଗ୍ର ବିଶ୍ଵରେ "ବୋକା ଦିବସ" ବା ଏପ୍ରିଲ ଫୁଲ୍ ଡେ ପାଳନ କରାଯାଇ ପ୍ରତ୍ୟେକ ପ୍ରତ୍ୟେକ ଙ୍କୁ ବୋକା ବନେଇବାର ପ୍ରତିଯୋଗିତା ଖେଳ ଖେଳିଥାନ୍ତି , ସେହି ଦିନ ଓଡ଼ିଶାର ପ୍ରଥମ ରାଜ୍ୟପାଳ ସାର୍ ଜହ୍ନ ଅଷ୍ଟିନ ହବାକ୍ Sir john Austen Hubback) ଦାୟିତ୍ୱ ଗ୍ରହଣ କରିଥିଲେ । ୧୯୭୫ ମସିହା , ଅପ୍ରେଲ ୧ ତାରିଖରେ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ଏକଛତ୍ରବାଦ ବିରୁଦ୍ଧରେ ସମଗ୍ର ଭାରତବର୍ଷରେ ଆନ୍ଦୋଳନର ନେତୃତ୍ଵ ନେଉଥିବା ଜୟ ପ୍ରକାଶ ନାରାୟଣଙ୍କର ଓଡ଼ିଶା ଗସ୍ତରେ ଆସି ସେତେବେଳେର ପ୍ୟାରେଡ ପଡିଆ , ବର୍ତ୍ତମାନର ଇନ୍ଦିରା ଗାନ୍ଧୀ ପାର୍କରେ ଏକ ବିରାଟ ଜନସଭାକୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ କୁ ବାତିଲ କରିବା ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଘୋଷଣା କଲେ ଯେ ପ୍ୟାରେଡ ପଡିଆରେ ଅପ୍ରେଲ ୧ ତାରିଖରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୪୦ ତମ ଉତ୍ସବ ପାଳନ କରାଯିବ । ସରକାରୀ ଦଳ ଓ କଳର ମିଳିତ ସହଯୋଗରେ ବାଜା,ବାଣ ଫୁଟାଯାଇ ଉତ୍ସବ ପାଳନ କରାଯାଇ ଜୟ ପ୍ରକାଶ ନାରାୟଣଙ୍କର ସଭା କରାଇ ଦିଆ ଯାଇ ନଥିଲା । ସେହି ବର୍ଷ ଠାରୁ ଅପ୍ରେଲ ୧ ତାରିଖରେ ଉତ୍କଳ ଦିବସ ପାଳିତ ହୋଇ ଆସୁଛି । ଏହାକୁ ଆମେ ଗ୍ରହଣ ନ କରିବାର କାରଣ ହେଲା ,ଆମ ଭାଷାରେ ଓଡିଆ ମାନେ ବୋକା ନୁହନ୍ତି ଯେ ବିଶ୍ବ ବୋକା ଦିବସରେ ଜନ୍ମଦିନ ପାଳନ କରିବେ । ସେହିପରି ଏଯାବତ ପ୍ରାଚୀନ ଉତ୍କଳର ସମସ୍ତ ଅଞ୍ଚଳକୁ ନେଇ ଉତ୍କଳ ପ୍ରଦେଶ ପୁନର୍ଗଠନ ହୋଇ ନାହିଁ । ଆଜିବି ଷଢେ଼ଇକଳା ଠାରୁ ଆରମ୍ଭ କରି ମେଦିନୀପୁର, ରାୟପୁର,ଜଗଦ୍ଦଳପୁର ଠାରୁ ବିଜୟ ନଗର ପର୍ଯ୍ୟନ୍ତ ବିସ୍ତୃତ ଓଡିଆ ଅଞ୍ଚଳ ପଶ୍ଚିମ ବଙ୍ଗ, ଛତିଶଗଡ଼, ଆନ୍ଧ୍ର ଏବଂ ଝାଡ଼ଖଣ୍ଡରେ ରହିଛି , ବିଚ୍ଛିନ୍ନାଞ୍ଚଳର ଓଡିଆ ଭାଇ ଭଉଣୀମାନଙ୍କ ଆର୍ତ୍ତ ଚିତ୍କାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଥିବା ଓଡ଼ିଆମାନଙ୍କ କର୍ଣ୍ଣ ଗହ୍ଵର କୁ ଭେଦ କରିନାହିଁ । ଅତଏବ ଉପରୋକ୍ତ ଦୃଷ୍ଟିକୋଣରୁ ଆମେ ମାର୍ଚ୍ଚ ୩ ତାରିଖରେ ଓଡ଼ିଶା ପ୍ରଦେଶ ଗଠନ ଦିବସ ପାଳନ କରିଆସୁଛୁ, ଯଦିଓ ଆମକୁ ସେଭଳି ସମର୍ଥନ ମିଳି ଆସିନାହିଁ । ଅତଏବ ଆମେ ୨୦୦୫ , ମାର୍ଚ୍ଚ ୩ ତାରିଖରେ " ଓଡିଆ ଅସ୍ମିତା ଜାଗରଣ ଅଭିଯାନ" ର ଶୁଭାରମ୍ଭ କରିଥିଲୁ । ଏବଂ ଏହି ଅଭିଯାନ ଫଳରେ ବ୍ୟକ୍ତିଗତ ଭାବେ ଆମେ ବହୁତ କିଛି ହରେଇଛୁ ସତ୍ୟ ମାତ୍ର, ଅଭିଯାନର ସଫଳତାର ଫର୍ଦ୍ଦ ପ୍ରଲମ୍ବିତ , ଯାହା ଅନାଲୋଚିତ , ଅନାଲୋଚିତ ମଧ୍ୟ ଉଦ୍ଦେଶ୍ୟମୂଳକ ଭାବେ । ଓଡ଼ିଶାରେ ଏକ ଭ୍ରଷ୍ଟ ଶାସନ ବ୍ୟବସ୍ଥାର ପରିବର୍ତ୍ତନ କେବଳ ହେଲା ନାହିଁ , କେନ୍ଦ୍ରରେ ତୃତୀୟ ଥର ପାଇଁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାସୀନ ହେବା ପାଇଁ ଓଡିଆ ଅସ୍ମିତା ଦେଲା ୨୧ ରୁ ୨୦ ସାଂସଦ । ବିଶେଷ କଥା ହେଲା ଜଣେ ଏକଛତ୍ରବାଦୀ , ପ୍ରତିହିଂସା ପରାୟଣ , ଓଡିଶା ଲୁଣ୍ଠନକାରୀର ସକଳ ଚକ୍ରାନ୍ତ ବିଫଳ ହେଲା ,୨୪ ବର୍ଷର ଭ୍ରଷ୍ଟ ଶାସନ ବ୍ୟବସ୍ଥାର ପରିବର୍ତ୍ତନ ହେଲା । ସିଏ ମୁହୂର୍ତ୍ତେ ମଧ୍ୟ ଭାବି ନଥିଲେ ଯେ ସେ କ୍ଷମତା ହରେଇବେ , ଏମାନେ ମଧ୍ୟ ଭାବି ନଥିଲେ ଯେ କ୍ଷମତାସୀନ ହେବେ । ଓଡ଼ିଆ ଅସ୍ମିତା ଶବ୍ଦ ଆଜି ସର୍ବତ୍ର ପ୍ରତିଧ୍ବନିତ । ବିଧାନସଭାରେ ଓଡିଆ ଅସ୍ମିତାର ସଂଜ୍ଞା କ'ଣ ବୋଲି ପ୍ରଶ୍ନ , ଉତ୍ତର ମଧ୍ୟ ବରେଣ୍ୟ ଗୋପାଳଚନ୍ଦ୍ର ପ୍ରହରାଜଙ୍କ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ସଂଗୃହିତ । ଦୃଷ୍ଟି ବାଧିତ ଅଣ୍ଡାଳି ଅଣ୍ଡାଳି ଗଜରାଜଙ୍କ ରୂପ ବର୍ଣନା କରିବା ଭଳି ଅସ୍ମିତା ଶବ୍ଦର ଅର୍ଥ ନକରାତ୍ମକ ଭାବ କୁ ପରିପ୍ରଚାର କରାଯାଉଛି , ଯାହା ଆମକୁ କରୁଛି ଅତ୍ୟନ୍ତ ମର୍ମାହତ । ବିଗତ ୨୪୮ ଦିନ ପରେ ଆଜି ଆମେ ଅନୁଭବ କରୁଛୁ ଯେ ବ୍ୟକ୍ତିଗତ ଭାବେ ଆମେ କେବଳ ପ୍ରତାରିତ ହୋଇ ନାହୁଁ , ସାମଗ୍ରିକ ଭାବେ ଓଡ଼ିଶାବାସୀ ପ୍ରତାରିତ ହୋଇଛନ୍ତି । ଶୀର୍ଷକ ପ୍ରସଙ୍ଗ ଆଧାରରେ ଚିଟଫଣ୍ଡ ଠକେଇର ଶୀକାର ହୋଇଥିବା ଲୋକେ ଭୟଙ୍କର ଭାବେ ପ୍ରତାରିତ ହୋଇଛନ୍ତି । ବିରୋଧୀ ଦଳରେ ଥିବା ବେଳର ସ୍ବରରେ ଯେଉଁ ପରିବର୍ତ୍ତନ ହୋଇଛି , ତାହା ଜଳଜଳ ହୋଇ ଦିଶୁଛି ।୧୦୦ ଦିନ ଶାସନ ପୂର୍ଣ୍ଣ ହେବା ଦିନ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଥିଲେ ଯେ ଚିଟଫଣ୍ଡ କ୍ଷତିଗ୍ରସ୍ତ ଖୁବ୍ ଶୀଘ୍ର ଟଙ୍କା ଫେରସ୍ତ ପାଇବେ, ଏଥିପାଇଁ ରାଜ୍ୟ ସରକାର ଏକ କମିଟି ଗଠନ କରିଛନ୍ତି , ଫେରସ୍ତ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ,ଆଇନଗତ ତର୍ଜମା ଚାଲିଛି । ସେହିପରି ଖୋଦ୍ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ବ୍ୟକ୍ତିଗତ ଭାବେ ଚିଟଫଣ୍ଡ୍ ଠକେଇର ଶିକାର ହୋଇଛନ୍ତି। କହିଥିଲେ "ଥରେ ନୁହେଁ ଦୁଇ ଦୁଇ ଥର ମୁଁ ଚିଟଫଣ୍ଡ୍ ଠକେଇର ଶିକାର ହୋଇଛି।’ ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟଯେ ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ଜାତୀୟ ଉପଭୋକ୍ତା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ "୨୦୧୯ ମସିହାରେ ବିଭିନ୍ନ ସଂସ୍ଥାରେ ପଇସା ରଖିଥିଲେ, ନିଶ୍ଚିତ ଭାବରେ କେହି ନା କେହି ଚିଟଫଣ୍ଡର ଶିକାର ହୋଇଥିବେ। ମୁଁ ମଧ୍ୟ ଚିଟଫଣ୍ଡ ଠକେଇର ଶିକାର ହୋଇଛି। ବିଭିନ୍ନ ଲୋଭ ଦେଖାଇ ଟଙ୍କା ରଖିବାକୁ ରାଜି କରାଉଥିଲେ, ପରେ ଠକାମୀରେ ଶିକାର ହେବାକୁ ପଡ଼ୁଥିଲା। କଥା ହେଉଛି ଛଳନାର ମଧ୍ୟ ଏକ ସୀମା ସରହଦ ଅଛି । ଏହା ସର୍ବଜନ ବିଦିତ ଯେ ଗତ ୨୦୧୬ ମସିହା, ଫେବୃଆରୀ ୪ ତାରିଖରେ ଚିଟଫଣ୍ଡ ଠକେଇର ସିବିଆଇ ତଦନ୍ତ ସଂପର୍କିତ ସର୍ବୋଚ୍ଚ ନ୍ୟାୟାଳୟର ରାୟକୁ ଏବେ ନଅ ବର୍ଷ ପୂରି ଯାଇଛି। ସେହିପରି ଗତ ୨୦୧୪, ମେ ୯ରେ ସର୍ବୋଚ୍ଚ ନ୍ୟାୟାଳୟର ତତ୍କାଳୀନ ବିଚାରପତି ଜଷ୍ଟିସ ଟି.ଏସ୍ ଠାକୁରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଓଡ଼ିଶା, ପଶ୍ଚିମବଙ୍ଗ, ତ୍ରିପୁରା ଓ ଆସାମରେ ଶାରଦା ସମେତ ଅନେକ ଅର୍ଥ ଲଗାଣକାରୀ ସଂସ୍ଥା ୧୦ ହଜାର କୋଟି ଟଙ୍କା ଠକେଇ କରିଛନ୍ତି ବୋଲି ଗୁରୁତ୍ବପୁର୍ଣ୍ଣ ରାୟ ଶୁଣାଇବା ସହ ତଦନ୍ତଭାର ରାଜ୍ୟ କର୍ତ୍ତୃପକ୍ଷଙ୍କ ଠାରୁ ଆଣି ସିବିଆଇକୁ ହସ୍ତାନ୍ତର ପାଇଁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ସିବିଆଇ ତଦନ୍ତ ନିର୍ଦ୍ଦେଶ ପରେ କ୍ଷତିଗ୍ରସ୍ତ ଜମାକାରୀମାନେ ଟଙ୍କା ଫେରସ୍ତ ପାଇବେ ବୋଲି ଆଶା ସଂଚାର ହୋଇଥିଲା । ଅତଏବ ସେମାନେ ପ୍ରତାରିତ ହୋଇ ନାହାନ୍ତି କି ? ସେହିପରି ସର୍ବୋଚ୍ଚ ନ୍ୟାୟାଳୟର ଏହି ରାୟ ଦ୍ବାରା ଓଡ଼ିଶାରେ ଜମାକାରୀଙ୍କ ଅର୍ଥ ହଡ଼ପ କରିଥିବା ଅର୍ଥତତ୍ତ୍ବ, ସିସୋର ଓ ଶାରଦା ସମେତ ୪୪ ଟି କଂପାନି ବିରୋଧରେ ସିବିଆଇ ତଦନ୍ତ ପଥ ପରିଷ୍କାର ହୋଇଥିଲା। ତେବେ ତଦନ୍ତରେ ଶିଥିଳତା ଅଭିଯୋଗ କରି ଜମାକାରୀଙ୍କ ଟଙ୍କା ଫେରସ୍ତ ନିମନ୍ତେ ସାମାଜିକ କର୍ମୀ ପିନାକ ପାଣି ମହାନ୍ତିଙ୍କ ଦ୍ବାରା ୨୦୨୨ ସେପ୍ଟେମ୍ବରରେ ସର୍ବୋଚ୍ଚ ନ୍ୟାୟାଳୟରେ ଏକ ରିଟ୍ ପିଟସନ ଦାଖଲ କରାଯାଇଥିଲା। ଅକ୍ଟୋବର ୧୦, ୨୦୨୨ରେ ବିଚାରପତି ଜଷ୍ଟିସ ଏମ.ଆର୍ ଶାହା ଓ ବିଚାରପତି ଜଷ୍ଟିସ ସିଟି ରବିକୁମାରଙ୍କ ଖଣ୍ଡପୀଠ ମାମଲାକୁ ଶୁଣାଣି ପାଇଁ ଗ୍ରହଣ କରି ରାଜ୍ୟ ସରକାର ଓ ସିବିଆଇକୁ ନୋଟିସ ଜାରି କରି ଜବାବ ମାଗିବା ପରେ ଏହି ମାମଲା ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଥିଲା। କୋର୍ଟ ଏହି ମାମଲାରେ ଆଇନଜୀବୀ ଗୌରବ ଅଗ୍ରୱାଲଙ୍କୁ ଆମିକସ କ୍ୟୁରି ନିଯୁକ୍ତି କରିଥିଲେ।
ମାମଲାର ଶୁଣାଣି ପ୍ରକ୍ରିୟାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ କୁହାଯାଇଥିଲା ଯେ ଓପିଆଇଡି ଆଇନ ଅନୁଯାୟୀ ଜମାକାରୀଙ୍କ ଟଙ୍କା ଫେରସ୍ତ କରାଯାଉଛି। ନଭେମ୍ବର ୨୦୨୨ ସୁଦ୍ଧା ୨.୧୦ ଲକ୍ଷ ଜମାକାରୀଙ୍କୁ ୮୩.୪୬ କୋଟି ଟଙ୍କା ପ୍ରଦାନ କରାଗଲାଣି ବୋଲି ଏଥିରେ କୁହାଯାଇଥିଲା। ସେହିଭଳି ପ୍ରବର୍ତ୍ତନ ନିର୍ଦ୍ଦେଶଳାୟ (ଇଡି) ଚିଟଫଣ୍ଡ ଦୁର୍ନୀତିରେ ସଂପୃକ୍ତ ସମୁଦାୟ ୭ଟି ସଂସ୍ଥାର ତଦନ୍ତ ପିଏମ୍ଏଲ୍ଏ ଆଇନ, ୨୦୦୨ ଆଧାରରେ କରୁଛି ବୋଲି ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ। ସିବିଆଇ ପକ୍ଷରୁ ମାମଲାଗୁଡ଼ିକର ନିରପେକ୍ଷ ଭାବେ ତଦନ୍ତ କରାଯାଉଥିବା ସତ୍ୟପାଠରେ ଅବଗତ କରିଥିଲେ। ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଜମାକାରୀଙ୍କ ଟଙ୍କା ଫେରସ୍ତ ଉପରେ ଗୁରୁତ୍ବାରୋପ କରିବା ସହ କେନ୍ଦ୍ର ସମବାୟ ମନ୍ତ୍ରାଳୟ ମାମଲାରେ ପକ୍ଷଭୁକ୍ତ ହୋଇଥିଲା। ସମବାୟ ମନ୍ତ୍ରାଳୟର ପ୍ରସ୍ତାବକୁ ଗ୍ରହଣ କରି ଗତ ମାର୍ଚ ୨୯ରେ ସୁପ୍ରିମକୋର୍ଟ ସାହାର ଗୋଷ୍ଠୀ ଦ୍ବାରା କ୍ଷତିଗ୍ରସ୍ତ ଜମାକାରୀଙ୍କୁ ନଅ ମାସ ମଧ୍ୟରେ ଅର୍ଥ ଫେରସ୍ତ ପାଇଁ ରାୟ ପ୍ରକାଶ କରିଥିଲେ। ସାହାରା-ସେବି ଫେରସ୍ତ ଖାତାରେ ପଡି ରହିଥିବା ୨୪,୯୭୯.୬୭ କୋଟିରୁ ୫ ହଜାର କୋଟି ଟଙ୍କା ଫେରସ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଇତି ମଧ୍ୟରେ ରିଟ ପିଟିସନର ଶୁଣାଣି ଛଅ ଥର ହୋଇସାରିଛି ଓ ମାମଲା ଏବେ ବି ବିଚାରାଧୀନ ରହିଛି।
ବିଚାରବିଭାଗୀୟ ତଦନ୍ତ ପାଇଁ ୨୦୧୩ ଜୁଲାଇ ୯ରେ ଜଣିକିଆ କମିସନ ଗଠନ କରାଯାଇଥିଲା। କମିସନଙ୍କ କାର୍ଯ୍ୟକାଳ ବିଭିନ୍ନ ସମୟରେ ୩ ମାସ ବା ୬ ମାସ ବୃଦ୍ଧି କରାଯାଇଥିଲା। ଶେଷ ଥର ପାଇଁ ୨୦୧୯ ଅଗଷ୍ଟ ୪ରେ କମିସନଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି କରାଯାଇଥିଲା। ଅର୍ଥାତ୍ ୨୦୨୦ ଫେବ୍ରୁଆରି ୪ରୁ ଜଷ୍ଟିସ୍ ମଦନ ମୋହନ ଦାସ କମିସନଙ୍କ କାର୍ଯ୍ୟକାଳ ଶେଷ ହୋଇଛି।ସରକାର ଏହି ପ୍ରସଙ୍ଗରେ ୫ ବର୍ଷ ହେଲା ପୂରା ଚୁପ୍ ରହିଛନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପୂର୍ବ ସରକାର ତଦନ୍ତ କମିସନଙ୍କ କାର୍ଯ୍ୟକାଳ ବଢ଼ାଇଥିଲେ, ନା’ ତଦନ୍ତ ବନ୍ଦ ସମ୍ପର୍କରେ ସ୍ଥିତି ସ୍ପଷ୍ଟ କରିଥିଲେ। ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ ମଧ୍ୟ ତଦନ୍ତ କମିସନ ପ୍ରସଙ୍ଗରେ ସ୍ଥିତି ଅସ୍ପଷ୍ଟ ରହିଛି। ତେବେ ତଦନ୍ତ କମିସନ ସରକାରଙ୍କୁ ୭ଟି ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିଲେ। କମିସନ ଆଉ ଏକ ରିପୋର୍ଟ ପ୍ରଦାନ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ୨୦୨୦ରେ କାର୍ଯ୍ୟକାଳ ଆଉ ବଢ଼ି ନଥିଲା। ଏହି ୭ଟି ରିପୋର୍ଟରେ କ’ଣ ପରାମର୍ଶ ରହିଥିଲା ସେ ନେଇ ଏ ପର୍ଯ୍ୟନ୍ତ କିଛି ଜଣାପଡ଼ି ନାହିଁ। ତଦନ୍ତ କମିସନ ଅନ୍ତରୀଣ ରିପୋର୍ଟକୁ ବିଧାନସଭାରେ ଉପସ୍ଥାପନ କରିବା ପାଇଁ ପୂର୍ବ ସରକାର ପଦକ୍ଷେପ ନେଇ ନଥିଲେ। ନୂଆ ସରକାର ମଧ୍ୟ ତଦନ୍ତ କମିସନ ରିପୋର୍ଟରେ ରହିଥିବା ପରାମର୍ଶ ଓ ତଥ୍ୟ ଆଧାରରେ କୌଣସି ପଦକ୍ଷେପ ନେଇ ନାହାନ୍ତି। ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରାଗଲେ ଚିଟ୍ଫଣ୍ଡ କେଳେଙ୍କାରୀରେ କେଉଁମାନେ ସଂପୃକ୍ତ ତାହା ସ୍ପଷ୍ଟ ହୋଇଯିବ । ସେହିପରି ଚିଟ୍ଫଣ୍ଡ ତଦନ୍ତକୁ ନେଇ ଏଭଳି ବିଚିତ୍ର ଅବସ୍ଥା ଦେଖା ଦେଇଥିବା ବେଳେ ୬.୧୯ କୋଟି ଟଙ୍କାରୁ ଅଧିକ ଏ ପର୍ଯ୍ୟନ୍ତ ସରକାରୀ ତହବିଲ୍ରୁ ଖର୍ଚ୍ଚ ହୋଇଛି। ରାଜ୍ୟରେ କୌଣସି ବିଚାରବିଭାଗୀୟ ତଦନ୍ତରେ ଏତେ ପରିମାଣର ଅର୍ଥ ଖର୍ଚ୍ଚ ହେବା ପ୍ରଥମ ଘଟଣା ବୋଲି ଗୋଟିଏ ଗଣମାଧ୍ୟମରେ ପ୍ରକାଶ ପାଇଛି । ତଦନ୍ତରେ ଖର୍ଚ୍ଚ ହୋଇଥିବା କୋଟିକୋଟି ଟଙ୍କା କ’ଣ ପାଣିରେ ପଡ଼ିଲା କି ବୋଲି ସାଧାରଣରେ ପ୍ରଶ୍ନ ଉଠିବା ସ୍ବାଭାବିକ । ଏଠାରେ ମଧ୍ୟ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟଯେ ଗତ ୨୦୨୦ ଫେବୃଆରୀ ୪ ତାରିଖରୁ
ଚିଟ୍ଫଣ୍ଡ ମାମଲାର ବିଚାରବିଭାଗୀୟ ତଦନ୍ତ କରୁଥିବା କମିସନ୍ଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା, ଏହା ଆଉ ବୃଦ୍ଧି କରାଯାଇ ନଥିଲା। କାର୍ଯ୍ୟକାଳ ବୃଦ୍ଧି ନେଇ ସରକାର କିଛି ଘୋଷଣା ନ କରିବାରୁ କମିସନ ଅଧ୍ୟକ୍ଷ ଆଉ ବସିବେ ନାହିଁ ବୋଲି କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ନୋଟିସ ଜାରି କରାଯାଇଥିଲା। ତଦନ୍ତ ପ୍ରକ୍ରିୟା ଆଗେଇବ ନା ବନ୍ଦ ହେବ, ସେ ନେଇ ସରକାର କିଛି ନ କହିବାରୁ କମିସନ୍ଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ଥିତି ସ୍ପଷ୍ଟ କରିବାକୁ ୨୦୨୦ ଜୁନ୍ରେ ଚିଠି ଲେଖା ଯାଇଥିଲା। ଏହାପରେ ବି ସରକାରଙ୍କ ପକ୍ଷରୁ କିଛି ଉତ୍ତର ମିଳି ନଥିଲା। କାର୍ଯ୍ୟକାଳ ନ ବଢ଼ିବାରୁ କମିସନ ଅଧ୍ୟକ୍ଷ ଆସି ନଥିଲେ। କିଛି ମାସ ପର୍ଯ୍ୟନ୍ତ କିଛି କର୍ମଚାରୀ ବକ୍ସିବଜାର ପୁଲିସ ଲାଇନ୍ସ୍ଥିତ କମିସନ କାର୍ଯ୍ୟାଳୟକୁ ଆସୁଥିଲେ। କିନ୍ତୁ ସେମାନଙ୍କୁ ଦରମା ଓ ଅନ୍ୟାନ୍ୟ ସୁବିଧା କିଛି ମିଳି ନଥିଲା। ତେଣୁ କର୍ମଚାରୀମାନେ ମଧ୍ୟ ଆସିବା ବନ୍ଦ କରିଦେଲେ। ଏଭଳି ପରିସ୍ଥିତିରେ ବକ୍ସିବଜାର ପୁଲିସ ଲାଇନ୍ସ୍ଥିତ ତଦନ୍ତ କମିସନ୍ଙ୍କ କାର୍ଯ୍ୟାଳୟରେ ୨୦୨୦ରୁ ତାଲା ପଡ଼ିଛି ବୋଲି ଗଣମାଧ୍ୟମରେ ସମ୍ବାଦ ପ୍ରକାଶ ପାଇବା ପରେ ମଧ୍ୟ ପରିବର୍ତ୍ତିତ ସରକାର କିଛି ପଦକ୍ଷେପ ନେଇ ନାହାନ୍ତି , ଯାହା ଫଳରେ ସତ୍ୟପାଠ ସବୁ ପଡ଼ି ରହିଛି। ଆସବାବପତ୍ର, କମ୍ପ୍ୟୁଟର୍, ପ୍ରିଣ୍ଟର୍, ଜେରକ୍ସ ମେସିନ୍, ଫ୍ୟାକ୍ସ ଓ ଗୁରୁତ୍ବପୂର୍ଣ୍ଣ ରେକର୍ଡ ରହିଛି। ରକ୍ଷଣାବେକ୍ଷଣ ପାଇଁ କିଛି ବ୍ୟବସ୍ଥା ମଧ୍ୟ କରାଯାଇ ନାହିଁ ବୋଲି ସମ୍ବାଦ ପ୍ରକାଶ ପାଇବାପରେ ମଧ୍ୟ ଶାସନ କଳ ଦାରୁ ଭୂତ ମୁରାରି । ଯେପର୍ଯ୍ୟନ୍ତ ଲୋକେ ନ ତାତିବେ , ସେ ପର୍ଯ୍ୟନ୍ତ କିଛି ପଦକ୍ଷେପ ନେବେ ନାହିଁ । ଅତଏବ ଚିଟଫଣ୍ଡ ଠକେଇର ଶୀକାର ହୋଇଥିବା ଲୋକେ ଅତୀତର ପ୍ରତାରଣା ଇତିହାସ କୁ ଭୁଲି , ପୁନଃ ସଙ୍ଗଠିତ ଭାବେ ପ୍ରତିବାଦର ସ୍ବରକୁ ପ୍ରକମ୍ପିତ କରିବା ହିଁ ସମୟର ଆହ୍ବାନ ।
ଦେବ ଭାଷା
------
ହଜାର ହଜାର ବର୍ଷ ଧରି ଭାରତୀୟ ପରମ୍ପରାରେ ସଂସ୍କୃତ ଭାଷା " ଦେବ ଭାଷା" ଭାବେ ହୋଇଆସୁଛି ବିବେଚିତ । ଆଜି ପ୍ରତିଭା ପ୍ରସବିନୀ ଉତ୍କଳ ଜନନୀ ଙ୍କର ସୁଯୋଗ୍ୟ ସନ୍ତାନ ତଥା ସଂସ୍କୃତ ଶାସ୍ତ୍ର ବିଶାରଦ, ଆୟୁର୍ବେଦାଚାର୍ଯ୍ୟ, ସାରସ୍ବତ ସାଧକ , ସ୍ବାଧୀନତା ଆନ୍ଦୋଳନ ସମୟର ବିପ୍ଲବୀ ଛାତ୍ର ନେତା , ପରବର୍ତ୍ତୀ ସମୟରେ ସାମ୍ବାଦିକ ପଣ୍ଡିତ ରଘୁନାଥ ମିଶ୍ରଙ୍କର ସ୍ମୃତି ଚାରଣ ଦିବସ । ଆଜି ତାଙ୍କର ଅମୃତ ଅମ୍ଲାନ ସ୍ମୃତି ଚାରଣ ସମୟରେ ଗତ ତିନିଦିନ ତଳେ ଅର୍ଥାତ୍ ଫେବୃଆରୀ ୧୧ ତାରିଖରେ ସଂସଦର ନିମ୍ନ ସଦନ ଲୋକସଭାରେ ତାମିଲନାଡୁର ଆଞ୍ଚଳିକ ଦଳ ଦ୍ରାବିଡ଼ ମୁନାତ୍ରା କାଜଗମ୍ ବା ଡିଏମକେ ଦଳର ଜଣେ ଚାରି ଥରର ସାଂସଦ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ , ଚେନ୍ନାଇ କେନ୍ଦ୍ରୀୟ ସଂସଦୀୟ କ୍ଷେତ୍ରରୁ ପ୍ରତିନିଧିତ୍ଵ କରୁଥିବା ଦୟାନିଧି ମୁରୋସୋଲି ମାରନ ଙ୍କର ଆଚରଣ ଏବଂ ବ୍ୟବହୃତ ଭାଷା ଥିଲା ଅତ୍ୟନ୍ତ ନିନ୍ଦନୀୟ ଏବଂ ଘୃଣିତ । ୨୨ ଟି ଭାଷାରେ ଅନୁବାଦିତ ବ୍ୟବସ୍ଥାକୁ ବିରୋଧ କରିବାକୁ ଯାଇ ସାଂସଦ ମାରାନ କହିଥିଲେ ଯେ ସଂସ୍କୃତ ଭାଷା ଆଉ କେହି କହୁନଥିବାରୁ ଏବଂ ଏହା ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ବା ଆର ଏସ ଏସ ର ଭାଷା ହୋଇଥିବାରୁ , ସଂସଦର ବ୍ୟବହୃତ ନହେଉ କି ଅନୁବାଦକ ବ୍ୟବସ୍ଥା ଉଠିଯାଇ , ସେହି ଭାଷା କୁ ଦିଆଯାଉଥିବା ଲୋକଙ୍କ ଅର୍ଥକୁ ବରବାଦ କରା ନଯାଉ । ଏଥିରେ ହସ୍ତକ୍ଷେପ କରି ମାନ୍ୟବର ବାଚସ୍ପତିଙ୍କ ଭାଷା ଥିଲା ଅତ୍ୟନ୍ତ ପ୍ରଶଂସନୀୟ । ସେ କହିଥିଲେ ଆପଣ ଭାରତର ନାଗରିକ ତ ? ସଂସ୍କୃତ ଭାଷା ହେଉଛି ଦେବ ଭାଷା ଏବଂ ଭାରତୀୟ ଭାଷା ସମୂହର ଜନନୀ । ଏହି ଭାଷାରେ
ପୃଥିବୀର ପ୍ରାଚୀନତମ ଭାଷା । ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟଯେ ବିଶ୍ବ ସ୍ବୀକାର କରିଛି " ଋଗ୍ ବେଦ" ହିଁ ପୃଥିବୀର ପ୍ରାଚୀନତମ ସୃଷ୍ଟି, ଯାହା ସଂସ୍କୃତ ଭାଷାରେ ଲିଖିତ । ବାଚସ୍ପତି ଓମ ବିର୍ଲା କହିଥିଲେ ଯେ ଭାରତରେ ସଂସ୍କୃତ କୁ ପ୍ରତ୍ୟେକ ଭାଷା ଭାଷୀ ମାନେ ମାତୃଭାଷା ଭାବେ ଗ୍ରହଣ କରି ଆସୁଛନ୍ତି । ମାରାନ ଜଣେ ଅଭ୍ୟାସଗତ ଭାବେ ଭାରତୀୟ ସଂସ୍କୃତି ଓ ସଂସ୍କୃତ ବିରୋଧୀ ବ୍ୟକ୍ତି । ସଂସଦରେ ମାନ୍ୟବର ସାଂସଦ ମାନଙ୍କ ପାଇଁ ବାକ୍ ସ୍ବାଧୀନତା ଅଛି ଏବଂ ତାହା ଅଦାଲତରେ ବିଚାର ହୋଇପାରିବ ନାହିଁ ବୋଲି ଯିଏ ଯାହା କହିବ , ତାଙ୍କୁ ସାତ୍ ଖୁଣ ମାଫ୍ ? ଏବେ ନିକଟ ଅତୀତରେ ପ୍ରଧାନମନ୍ତ୍ରୀ ତାଙ୍କର ମାସିକିଆ ମନର କଥା ର ଅଷ୍ଟାଦଶ ଅଭିଭାଷଣର ଭାଷା ଥିଲା ଅତ୍ୟନ୍ତ ପ୍ରଶଂସନୀୟ ।
ସଂସ୍କୃତ ଭାଷା ଦେଶକୁ ଏକତା ସୂତ୍ରରେ ବାନ୍ଧିବାକୁ ସକ୍ଷମ। ଏହା ଜାତୀୟ ଏକତାକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ। ସଂସ୍କୃତ ଜ୍ଞାନର ପରିସୀମା ବୃଦ୍ଧି କରି ପାରିଥାଏ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮୦ ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଥିଲେ। ସଂସ୍କୃତ ଭାଷାରେ ଦର୍ଶନ ବା ଫିଲୋସୋଫି ଏବଂ ମାନବତାର ବିକାଶ କରୁଥିବା ବହୁ ଗ୍ରନ୍ଥ ରହିଛି। ଏହାର ପଠନ ଦ୍ୱାରା ମାନବ ସମାଜର ହିତ ସାଧନର ପଥ ଉନ୍ମୁକ୍ତ ହୋଇ ପାରିବ। ସମ୍ପ୍ରତି ସଂସ୍କୃତ ଭାଷା ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ପ୍ରୟାସ ଜାରି ରହିଛି। ଭାରତର ଐତିହ୍ୟ ଏବଂ ଗୌରବମୟ ସଂସ୍କୃତିର ବିକାଶ କ୍ଷେତ୍ରରେ ମିଳିତ ଉଦ୍ୟମ କରାଯିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସଂସ୍କୃତ ଭାଷାର ବିଶାଳତାକୁ ହୃଦୟଙ୍ଗମ କରି ବହୁ ବିଦେଶୀ ରାଷ୍ଟ୍ରରେ ମଧ୍ୟ ଏନେଇ ଶିକ୍ଷାଦାନ କରାଯାଉଛି। ରୁଟଜର କୋର୍ଟନହୋରଷ୍ଟ୍ ଜଣେ ଖ୍ୟାତି ସମ୍ପନ୍ନ ସଂସ୍କୃତ ଭାଷାବିତ୍। ସେ ଅୟାରଲାଣ୍ଡର ବାସିନ୍ଦା। ସେ ନିଜ ଦେଶରେ ପିଲାମାନଙ୍କୁ ସଂସ୍କୃତ ଭାଷା ପଢ଼ାଉଛନ୍ତି। ଥାଇଲାଣ୍ଡରେ ମଧ୍ୟ ସଂସ୍କୃତ ଭାଷାର ବିକାଶ ପାଇଁ ସ୍ଥାନୀୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ଏନେଇ ଭାରତ ଏବଂ ଥାଇଲାଣ୍ଡ ମଧ୍ୟରେ ଡ.ଚିରାପତ୍ ପ୍ରପାଣ୍ଡବିଦ୍ୟା ତଥା ଡ. କୁସୁମା ରକ୍ଷାମଣି ଉଲ୍ଲେଖନୀୟ କାର୍ଯ୍ୟ ସମ୍ପାଦନ କରୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ସେହିପରି ପ୍ରଫେସର ବୋରିସ୍ ଜଖାରିନ୍ ରୁଷିଆର ମସ୍କୋ ବିଶ୍ୱବିଦ୍ୟାଳୟରେ ସଂସ୍କୃତ ଭାଷା ପଢ଼ାଉଛନ୍ତି। ଅଷ୍ଟ୍ରେଲିଆର ସିଡ୍ନୀରେ ସଂସ୍କୃତ ସ୍କୁଲ ସ୍ଥାପନ କରାଯାଇଛି। ଏଠାରେ ପିଲାମାନଙ୍କ ସଂସ୍କୃତ ବ୍ୟାକରଣ ଏବଂ ଭାଷା ସମ୍ପର୍କରେ ଶିକ୍ଷାଦାନ କରାଯାଉଥିବା ପ୍ରଧାନମନ୍ତ୍ରୀ କହିଥିଲେ। କଥା ହେଉଛି ସଂସ୍କୃତ ଭାଷା ଦେଶବାସୀଙ୍କ ପ୍ରାଣର ଭାବାବେଗ ସହିତ ଜଡ଼ିତ ଥିଲା। ସଂସ୍କୃତ ଭାଷା ଦେଶକୁ ଏକତା ସୂତ୍ରରେ ବାନ୍ଧି ରଖିବାକୁ ସକ୍ଷମ ହେଉଥିଲା। ଜାତୀୟ ଏକତାକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା। ଆର୍ଯ୍ୟ ସଂସ୍କୃତି ଓ ଗୁରୁକୂଳ ଆଶ୍ରମରେ ସଂସ୍କୃତ ଭାଷାକୁ ଗୁରୁତ୍ୱ ଦିଆଯାଉଥିଲା। ଭାରତରେ ସଂସ୍କୃତ ଭାଷାରେ ବେଦ, ଉପନିଷଦ, ରାମାୟଣ, ମହାଭାରତ, ଭଗବଦ୍ ଗୀତା, ଗାଣିତିକ ସୂତ୍ର, ପାତଞ୍ଜଳିଙ୍କ ଯୋଗ, ଜୟଦେବଙ୍କ ଗୀତଗୋବିନ୍ଦ ଭଳି ଅନେକ ଉପାଦେୟ ଗ୍ରନ୍ଥ ଋଦ୍ଧିମନ୍ତ କରିଛି। ଏହି ଉପାଦେୟ ପୁସ୍ତକଗୁଡ଼ିକରେ କଳା, ସଂସ୍କୃତି, ଚାଲିଚଳଣି ଆଦି ଶିକ୍ଷଣୀୟ ତଥ୍ୟ ରହିଛି। ତେଣୁ ସଂସ୍କୃତ ଭାଷା ସହ ସଂସ୍କୃତି ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଜନନୀ ସଂସ୍କୃତ ଭାଷାରୁ ବହୁ ଉପଭାଷାର ସୃଷ୍ଟି ହୋଇଛି, ଏହା ଭୁଲି ଯାଇଛନ୍ତି ନା ଏତିକି ଜ୍ଞାନ ତାଙ୍କର ନାହିଁ ନା ଜାଣି ଶୁଣି ସେ ଏଭଳି ଘୃଣ୍ୟ ମନ୍ତବ୍ୟ ଦେଇଛନ୍ତି ? ବାସ୍ତବ କଥା ହେଉଛି ବିବିଧତା ମଧ୍ୟରେ ଏକତା ହେଉଛି ଭାରତର ମୌଳିକ ଦର୍ଶନ । ଭାରତରେ ୧୨୧ ଟି ଭାଷା , ତନ୍ମଧ୍ୟରୁ ୨୨ଟି ସ୍ବୀକୃତି ପ୍ରାପ୍ତ
ଭାଷା । ଚିର ବନ୍ଦନୀୟ ସମ୍ବିଧାନ ପ୍ରଣୟନ ସଭାର ବିଜ୍ଞ ସଦସ୍ୟ ମାନେ ଯଦି ସଂସ୍କୃତକୁ ରାଷ୍ଟ୍ରୀୟ ଭାଷାର ମାନ୍ୟତା ଦେଇଥାନ୍ତେ , ତେବେ ସ୍ବାଧୀନତାର ପରବର୍ତ୍ତୀ ସମୟରେ ଭାଷା କୁ ଆଧାର କରି ଅସଂଖ୍ୟ ବିଭେଦାୟନ ଦେଖା ଦେଇ ଆସିଛି , ତାହା ହୋଇ ନଥାନ୍ତା । ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟଯେ ପ୍ରାଚୀନ କାଳରେ ବେଦ ଏକ ଅଧୀତବ୍ୟ ଭାଷା ଥିଲା । ବେଦ ସହିତ ବେଦାନ୍ତର ଅଧ୍ୟୟନ କରା ଯାଉଥିଲା । ଆମେ ମଧ୍ୟ ପଢିଛୁ ଯେ ବେଦାଙ୍ଗର ସଂଖ୍ୟା ହେଉଛି ଛଅ, ଯଥା ଶିକ୍ଷା, ବ୍ୟାକରଣ,ଛନ୍ଦ,ନିରୁକ୍ତ, ଜ୍ୟୋତିଷ ଓ କଳ୍ପ । ବ୍ୟାକରଣ ମଧ୍ୟରେ ସବୁଠାରୁ ପ୍ରାଚୀନ ଗ୍ରନ୍ଥ ହେଉଛି ପାଣିନି ଙ୍କ "ଅଷ୍ଟାଧ୍ୟାୟୀ"। ଏହାଙ୍କ ସମୟ ଖ୍ରୀଷ୍ଟ ପୂର୍ବ ପଞ୍ଚମ ବା ଷଷ୍ଠ ଶତାବ୍ଦୀ । କିନ୍ତୁ ସବୁଠାରୁ ପ୍ରାଚୀନ ହେଉଛି ମନୁ ସ୍ମୃତି । ଏତଦ୍ ବ୍ୟତୀତ ଯାଜ୍ଞବଲକ୍ୟ ସ୍ମୃତି, ନାରଦ ସ୍ମୃତି,ପରାସର ସ୍ମୃତି ପ୍ରଭୃତି ଭାରତୀୟ ଜନଜୀବନ ଓ ସାହିତ୍ୟରେ ବହୁ ପ୍ରଚାରିତ ଓ ସୁପ୍ରସିଦ୍ଧ ଗ୍ରନ୍ଥ ଭାବେ ପରିଗଣିତ ।ବେଦ ବେଦାଙ୍ଗ ବ୍ୟତୀତ ଆୟୁର୍ବେଦ, ଗାନ୍ଧର୍ଵ ବେଦ,ଧନୁର୍ବେଦ ଓ ଅର୍ଥବେଦ ସ୍ବୀକୃତ । ଆୟୁର୍ବେଦର ପୁରାତନ ଗ୍ରନ୍ଥ "ଚରକ ସଂହିତା" ରେ ସଂସ୍କୃତ ଭାଷାର ପ୍ରାଚୀନତା ପ୍ରମାଣିତ ହୋଇଛି । ସେହିପରି ଭରତଙ୍କ ନାଟ୍ୟ ଶାସ୍ତ୍ରରେ ବିଶେଷ ବିବରଣୀ ଉଲ୍ଲେଖ ରହିଛି । ସେହିପରି ଅର୍ଥବେଦ ର ସବୁଠାରୁ ପ୍ରାଚୀନ ଗ୍ରନ୍ଥ ହେଉଛି କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର । ଏହି ଅର୍ଥଶାସ୍ତ୍ରରେ ରାଜ୍ୟ ପ୍ରସଙ୍ଗ,ରାଜନୀତି, ଲୋକ ନୀତି ଠାରୁ ଆରମ୍ଭ କରି ସାମାଜିକ ଆର୍ଥିକ ବ୍ୟବସ୍ଥା, କୃଷି କର୍ମଣ ଠାରୁ ଆରମ୍ଭ କରି ବାଣିଜ୍ୟ ବେପାର ପ୍ରଭୃତି ବିଷୟ ମାନଙ୍କର ସୁବିସ୍ତୃତ ଆଲୋଚନା ହୋଇଛି । ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟଯେ ବିଶ୍ବର ସର୍ବକାଳୀନ ପଣ୍ଡିତ ଚାଣକ୍ୟ ପୂରାତନ ତକ୍ଷଶିଳା ବିଶ୍ୱବିଦ୍ୟାଳୟରେ ଅର୍ଥଶାସ୍ତ୍ର ଓ ରାଜନିତୀ ବିଜ୍ଞାନର ଜଣେ ପ୍ରାଧ୍ୟାପକ ଥିଲେ । ଚାଣକ୍ୟ ମୌର୍ଯ୍ୟ ସାମ୍ରାଜ୍ୟ ସ୍ଥାପନରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏହି ସାମ୍ରାଜ୍ୟ ଇତିହାସର ପ୍ରଥମ ସାମ୍ରାଜ୍ୟ ଭାବେ ଭାରତବର୍ଷର ଅନେକ ଅଂଶ ଦଖଲ କରିଥିଲା । ସେ ପ୍ରଥମ ମୌର୍ଯ୍ୟ ସମ୍ରାଟ ଚନ୍ଦ୍ରଗୁପ୍ତ ଏବଂ ତାଙ୍କ ପୁତ୍ର ବିନ୍ଦୁସାରଙ୍କ ମୁଖ୍ୟ ପରାମର୍ଶଦାତା ଥିଲେ ।ଚାଣକ୍ୟ ମଧ୍ୟ କୌଟିଲ୍ୟ ଓ ବିଷ୍ଣୁ ଗୁପ୍ତ ନାମରେ ପରିଚିତ ଥିଲେ, ଯେକି "ଅର୍ଥଶାସ୍ତ " ଶୀର୍ଷକରେ ସେ ସମୟର ଭାରତର ରାଜନିତୀ ଉପରେ ଆଧାରିତ ପୁସ୍ତକର ରଚନା କରିଥିଲେ , ଯାହା ୨୪ ଶହ ବର୍ଷ ଧରି ସମଗ୍ର ବିଶ୍ଵରେ କେବଳ ପ୍ରାସଙ୍ଗିକତା ବହନ କରି ଆସୁନାହିଁ , ବିଶ୍ବ ଅର୍ଥନୀତିର ମୌଳିକ ଆହରଣୀୟ ଦର୍ଶନ ପ୍ରଦାୟକ ହୋଇ ଚାଲିଛି ।
ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଗୁଡ଼ିକ ବର୍ଷବର୍ଷ ଧରି ମନୁଷ୍ୟ ପାଇଁ ଉପଯୋଗୀ ହୋଇଆସିଛି। ତାଙ୍କର ମାର୍ଗଦର୍ଶନ ଏବଂ ନୀତିରେ ହିଁ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ସମ୍ରାଟ ହୋଇ ମୌର୍ଯ୍ୟ ସାମ୍ରାଜ୍ୟ ସ୍ଥାପନ କରିଥିଲେ। ଚାଣକ୍ୟଙ୍କ ନୀତିରେ ଜୀବନକୁ ସଫଳ କରିବାର ଉପାୟ ସହ ଭୁଲଠିକ୍ର ବିଚାର କରିବାର ଉପାୟ ମଧ୍ୟ ରହିଛି।
ଚାଣକ୍ୟଙ୍କ ଅନୁଯାୟୀ, ଜଣେ ବ୍ୟକ୍ତି ସବୁ ବିଷୟରେ ଜାଣିବା ଉଚିତ୍। ଯେ ସାମ୍ପ୍ରତିକ ସମୟ କିପରି ଚାଲିଛି, ଅର୍ଥାତ ସୁଖ ନା ଦୁଃଖ ଜାଣିବା ଉଚିତ୍। ସେ କହିଛନ୍ତି ଯେ, ଯିଏ ନିଜ ସମୟ ଅନୁଯାୟୀ କାର୍ଯ୍ୟ କରେ ଏବଂ ଆଚରଣ କରେ, ସେ ସଫଳତା ପାଏ। ମହାମନା ଚାଣକ୍ୟ ମଧ୍ୟ କହି ଯାଇଛନ୍ତି ଯେ ବନ୍ଧୁ କିଏ ଏବଂ ତାଙ୍କୁ କେମିତି ଚିହ୍ନିବ । ସେହିପରି ବନ୍ଧୁ ମାନଙ୍କ ବିଷୟରେ ମଧ୍ୟ ଜାଣିବା ଉଚିତ୍। ସେହି ବନ୍ଧୁମାନେ ଚାକିରି କ୍ଷେତ୍ରରେ ଥାନ୍ତୁ କିମ୍ବା ବ୍ୟବସାୟରେ। ଚାଣକ୍ୟ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁମାନେ ଶତ୍ରୁକୁ ବନ୍ଧୁ ଭାବନ୍ତି, ସେମାନେ ଜୀବନରେ ସର୍ବଦା ବିଫଳ ହୁଅନ୍ତି, କାରଣ ଶତ୍ରୁମାନେ ଆପଣଙ୍କୁ ସଠିକ ପରାମର୍ଶ ଦେବା ପରିବର୍ତ୍ତେ ଆପଣଙ୍କ କାର୍ଯ୍ୟକୁ ନଷ୍ଟ କରିବାକୁ ଚେଷ୍ଟା କରନ୍ତି। ଆପଣ କାର୍ଯ୍ୟ କରୁଥିବା ସ୍ଥାନର ଅବସ୍ଥା ବିଷୟରେ ସର୍ବଦା ସୂଚନା ରଖିବା ଉଚିତ୍। ଏହା ସହିତ ଏହା ମଧ୍ୟ ଜାଣିବା ଉଚିତ୍ ଯେ, କର୍ମକ୍ଷେତ୍ରର ଲୋକମାନେ କିପରି ? ଏହି ସତ୍ୟ ଜାଣିଥିବା ବ୍ୟକ୍ତିଙ୍କୁ କେବେ ଧୋକା ମିଳେ ନାହିଁ। ଏମାନେ ସଫଳତା ପାଇଥାଆନ୍ତି। ଆମେ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଥିବା ସମୟରେ ପାଠ୍ୟକ୍ରମରେ ଚାଣକ୍ୟ ନୀତି ପଢା ଯାଉଥିଲା , ଯାହା ଉଠି ଗଲାଣି । ଗତକାଲି ଦୈନିକ " ସୁବାର୍ତ୍ତା" ରେ ୧୮୩୫ ମସିହା, ଜୁନ୍ ୨ ତାରିଖରେ ବ୍ରିଟିଶ ସଂସଦରେ ବକ୍ତବ୍ୟ ରଖି ଲର୍ଡ ମ୍ୟାକନିଲ୍ ଯାହା କହିଥିଲେ , ତାହା ସଂକ୍ଷେପରେ ପ୍ରକାଶ ପାଇଥିଲା । ୧୮୬୦ ରୁ ୧୯୪୭ ଭିତରେ ତାଙ୍କର ଶିକ୍ଷା ନୀତି ଏବଂ ସ୍ବାଧୀନତା ପରେ ଭାରତର ବିଭିନ୍ନ ସମୟରେ ପରିବର୍ତ୍ତିତ ଶିକ୍ଷା ନୀତି କୁ ଉପଜିବ୍ୟ କରି ଆଲୋଚନା କଲେ , ଆମେ ଜାଣି ପାରିବା ଆମେ କେତେ ସ୍ବାଧୀନ ଭାରତୀୟ ଏବଂ କେତେ ଇଣ୍ଡିପେଣ୍ଡେନ୍ଟ ଇଣ୍ଡିଆନ୍ ? ସ୍ବାଧୀନତା ପରେ ଶିକ୍ଷା ନୀତି ପାଇଁ ହଜାର ହଜାର କୋଟି ଟଙ୍କା ବ୍ୟୟ ହୋଇଛି , ଫଳ ମିଳିଛି କେବଳ ୧୫ କୁ ଭାଗ ଭାଗ କରିବା ପ୍ରଣାଳି । ସୌଭାଗ୍ୟ କ୍ରମେ ଆମର ଓଡିଆ ପୁଅ ଆଜି ଦେଶର ଶିକ୍ଷା ମନ୍ତ୍ରୀ । ତାଙ୍କ ଭାଷାରେ ଜାତୀୟ ଶିକ୍ଷା ନୀତି ୨୦୨୦ ଫଳରେ ଭାରତ ହେବ ଜ୍ଞାନର ପେଣ୍ଠସ୍ଥଳୀ । ନିକଟ ଅତୀତରେ ତାଙ୍କର ଏକ ଆଲେଖ୍ୟ ଆଲୋଚନା ଗୋଟିଏ ଦୈନିକ ଖବରକାଗଜରେ ପ୍ରକାଶ ପାଇଥିଲା । ସେଥିରେ ସେ ଉଲ୍ଲେଖ କରିଥିଲେ ଯେ ଜ୍ଞାନ ହେଉଛି ଶକ୍ତି । ଶତାବ୍ଦୀ ଶତାବ୍ଦୀ ଧରି ଜ୍ଞାନର ବିଶାଳ ଉତ୍ସ ଭାବେ କାର୍ଯ୍ୟ କରୁଥିବା ବେଦ ଓ ଉପନିଷଦରେ ଭାରତର ସମୃଦ୍ଧ ଜ୍ଞାନ କ୍ଷମତା ସ୍ପଷ୍ଟ ଭାବରେ ଦୃଶ୍ୟମାନ ହୋଇଥାଏ । ନାଳନ୍ଦା ଏବଂ ତକ୍ଷଶିଳା ପରି ଆମର ପ୍ରାଚୀନ ଭାରତୀୟ ବିଶ୍ୱବିଦ୍ୟାଳୟ ସହିତ ଭାରତ ଅତୀତରେ ଏକ ଅନ୍ତର୍ଜାତୀୟ ଜ୍ଞାନର ପେଣ୍ଠସ୍ଥଳୀ ହୋଇଛି। ସମୟ କ୍ରମେ ଭାରତର ଜ୍ଞାନ ଦକ୍ଷତା ଏବଂ ପ୍ରାଚୁର୍ଯ୍ୟ ; ମୋଗଲ, ମୋଙ୍ଗଲ, ବ୍ରିଟିଶ, ଡଚ୍ ଏବଂ ପର୍ତ୍ତୁଗୀଜଙ୍କ ସମେତ ଅନେକଙ୍କୁ ଆକର୍ଷିତ କରିଥିଲା। ଏହି ଶାସକମାନେ ଇତିହାସରେ ବିଭିନ୍ନ ସମୟରେ ଭାରତ ଉପରେ ଆକ୍ରମଣ କରିଥିଲେ ଓ ଏହି କାରଣରୁ ଭାରତର ଜ୍ଞାନ ଭଣ୍ଡାରର ଯଥେଷ୍ଟ ଧ୍ୱଂସ ଘଟିଥିଲା ; କିନ୍ତୁ ଏହା ଆମେ ସମସ୍ତେ ଜାଣିଛନ୍ତି ଏବଂ ସ୍ୱୀକାର କରାଯାଇପାରେ ଯେ ଆକ୍ରମଣକାରୀମାନେ ଆମ ଜମିକୁ ଲୁଟ୍ କରି ଆମ ବିଶ୍ୱବିଦ୍ୟାଳୟଗୁଡ଼ିକୁ ହୁଏତ ଧ୍ୱଂସ କରିଥାଇ ପାରନ୍ତି, କିନ୍ତୁ ସେମାନେ ଆମ ଦେଶର ଗୁରୁ ଏବଂ ଯୋଗୀଙ୍କ ଠାରୁ ପରାଜିତ ହୋଇଥିଲେ ।ଦ୍ୱିତୀୟ ଶିଳ୍ପ ବିପ୍ଳବ ସମୟରେ ବ୍ରିଟେନ ବିଶ୍ୱର ନେତୃତ୍ୱ ନେଇଥିବା ବେଳେ ତୃତୀୟ ଶିଳ୍ପ ବିପ୍ଳବରେ ଯୁକ୍ତରାଷ୍ଟ୍ର ଆମେରିକା ଆଗୁଆ ରହିଥିଲା। ଆଜି ଭାରତ ବ୍ରିଟେନକୁ ପଛରେ ପକାଇ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଥିବା ବେଳେ ନୂତନ ଓ ଉଭା ହେଉଥିବା ଜ୍ଞାନକୌଶଳର ଦ୍ରୁତ ଅଭିବୃଦ୍ଧି ମାଧ୍ୟମରେ ବିଶ୍ୱକୁ ପୁଣି ଥରେ ଜ୍ଞାନର କେନ୍ଦ୍ର ବିନ୍ଦୁ ପାଲଟି ଚତୁର୍ଥ ଶିଳ୍ପ ବିପ୍ଳବରେ ନେତୃତ୍ୱ ନେବାର ସମୟ ଆସିଯାଇଛି । ଏହି ଆଶାତୀତ ପରିବର୍ତ୍ତନ ମଧ୍ୟରେ, ୨୦୧୪ରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ଶିକ୍ଷା ବ୍ୟବସ୍ଥାକୁ ଏକବିଂଶ ଶତାବ୍ଦୀର ବିଶ୍ୱ ଜ୍ଞାନ ଶକ୍ତିରେ ପରିଣତ କରିବା ପାଇଁ ଏକ ବଡ଼ କଳ୍ପନା କରିଥିଲେ । ବର୍ତ୍ତମାନ ଆମ ଦେଶରେ ୨୬ କୋଟିରୁ ଅଧିକ ପିଲା ସ୍କୁଲ ଯାଉଥିବା ବେଳେ ୪ କୋଟିରୁ ଅଧିକ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକରେ ଅଧ୍ୟୟନ କରୁଛନ୍ତି । ଏହି ପରିସଂଖ୍ୟାନ ବିଶ୍ୱର ସର୍ବବୃହତ୍ ଶିକ୍ଷା ବ୍ୟବସ୍ଥା ମଧ୍ୟରୁ ଭାରତର ଶିକ୍ଷା ବ୍ୟବସ୍ଥା ଅନ୍ୟତମ ବୋଲି ଦର୍ଶାଉଛି । ଜନସାଧାରଣଙ୍କ ସମେତ ଷ୍ଟେକହୋଲଡରଙ୍କ ସହ ବ୍ୟାପକ ବିଚାର ବିମର୍ଶ ପରେ ଦେଶରେ ଦୀର୍ଘ ୩୪ ବର୍ଷର ବ୍ୟବଧାନ ପରେ ଜାତୀୟ ଶିକ୍ଷାନୀତି (ଏନଇପି) ୨୦୨୦ ପ୍ରଣୟନ ହୋଇଛି।
କ୍ରମଶଃ
ମାତୃ ପୂଜନର ଅନ୍ତୁଡିଶାଳ
------
ଆମେ ବିଗତ ଚାରି ଦଶନ୍ଧିରୁ ଉର୍ଦ୍ଧ୍ୱ ଅବଧି ଧରି କହି ଓ ପ୍ରାମାଣିକ ତଥ୍ୟ ସନ୍ନିବେଶିତ କରି ଲେଖି ଆସିଛୁ ଯେ ଆମର ଏହି ପବିତ୍ର ମାଟି ହିଁ ମାତୃ ପୂଜନର ଅନ୍ତୁଡିଶାଳ ।
ଖ୍ରୀଷ୍ଟ ପୂର୍ବ ଦ୍ୱିତୀୟ ଶତକରେ ସଂରଚିତ ‘ମାର୍କଣ୍ଡେୟ ପୁରାଣ’ ଅନୁସାରେ ରାଜା ସୁରଥ ପ୍ରଥମେ ଉତ୍କଳରେ ଦୁର୍ଗାପୂଜା ଆରମ୍ଭ କରିଥିଲେ ।ରାଜା ସୁରଥ ହେଉଛନ୍ତି ଚେଦିବଂଶର ମହାମେଘବାହନ ଐରଖାରବେଳଙ୍କ ବଂଶଧର ।ଖାରବେଳ ଏହି ପୁରାଣ ପ୍ରସିଦ୍ଧ ସୁରଥ ରାଜାଙ୍କର ପଞ୍ଚମ ସୋପାନ ବା ପଞ୍ଚମ ବଂଶାନୁକ୍ରମେ ସମୁଚୀନ ମନେହୁଅନ୍ତି ।ଖାରବେଳଙ୍କ ପୂର୍ବଜ ସୁରଥ ହେଉଛନ୍ତି ଚେଦି ।ଚେତି ଚୈତ୍ୟବଂଶର ଜନୈକ କୌଣସି ରାଜାଙ୍କ ସହ ଯୁଦ୍ଧରେ ପରାସ୍ତ ହୋଇ ବନରେ ଆତ୍ମଗୋପନ କଲେ ।ସେଠାରେ ନିଜ ସ୍ତ୍ରୀ ଓ ପୁତ୍ରଦ୍ୱାରା ପରିତ୍ୟକ୍ତ ସମାଧି ନାମକ ଜନୈକ ନିର୍ଦ୍ଧନ ସାଧବଙ୍କ ସହିତ ସାକ୍ଷାତ ହେଲା ।ଉଭୟ ମେଧସ୍ ଋଷିଙ୍କ ଆଶ୍ରମରେ ଆଶ୍ରୟ ନେଇ ତାଙ୍କର ପରାମର୍ଶକ୍ରମେ ଶରତ ଋତୁରେ ନଦୀତଟରେ ଦେବୀ ଦୁର୍ଗାଙ୍କର ମୃଣ୍ମୟୀ ପ୍ରତିମା ନିର୍ମାଣ ପୂର୍ବକ ପୁଷ୍ପଧୂପ ନୈବେଦ୍ୟ ସମର୍ପଣ କରି ଶ୍ରୀଶ୍ରୀ ଦେବୀସୂକ୍ତରେ ମା’ ଦୁର୍ଗାଙ୍କୁ ପୂଜାର୍ଚ୍ଚନା କଲେ ।ପରବର୍ତ୍ତୀ ସମୟରେ ଏହା ଧରାପୃଷ୍ଠରେ ସର୍ବବିଦିତ ହେଲା । ସେହିପରି ଅନ୍ୟାନ୍ୟ ପୁରାଣରେ ବର୍ଣିତ ତଥ୍ୟାଧାରରେ ଚୈତ୍ ବଂଶରେ ସୁରଥ ନାମକ ଜଣେ ରାଜା ପୃଥିବୀକୁ ଶାସନ କରୁଥିଲେ ।ସେ ତାଙ୍କ ପ୍ରଜାଙ୍କୁ ପୁତ୍ରତୁଲ୍ୟ ପାଳନ କରୁଥିବା ସମୟରେ ବିଧ୍ୱଂସ ନାମକ ଜଣେ ରାଜା ତାଙ୍କ ସହିତ ଶତ୍ରୁତା କଲେ ।ରାଜା ସୁରଥଙ୍କ ସହିତ ତାଙ୍କର ଯୁଦ୍ଧ ହେଲା ।ଶତ୍ରୁମାନଙ୍କ ସଂଖ୍ୟା କମ୍ ଥିଲେ ମଧ୍ୟ ରାଜା ସୁରଥ ଦୁର୍ଭାଗ୍ୟବଶତଃ ଶତ୍ରୁଙ୍କ ଠାରୁ ପରାସ୍ତ ହେଲେ ।କୌଶଳକ୍ରମେ ରାଜା ସୁରଥ ଶତ୍ରୁଙ୍କ କବଳରୁ ଖସି ଆସି ରାଜଧାନୀରେ ଦେଖିଲେ ଯେ, ଆତ୍ମୀୟମାନେ କୋଷାଗାର ଏବଂ ସୈନ୍ୟବାହିନୀକୁ ନଷ୍ଟ କରୁଛନ୍ତି ।ଏହିପରିଭାବେ ରାଜ୍ୟ ନଷ୍ଟ ହୋଇଯିବାରୁ, ରାଜା ସୁରଥ ଉପାୟଶୂନ୍ୟ ହୋଇ ଅଶ୍ୱ ଚଢି ଜଙ୍ଗଲକୁ ପଳାଇଗଲେ ।ଲକ୍ଷ୍ୟହୀନ ଭାବେ ଜଙ୍ଗଲରେ ଘୂରିବୁଲୁଥିବା ସମୟରେ ମେଧାଋଷିଙ୍କ ଆଶ୍ରମରେ ଆଶ୍ରୟ ନେଲେ ।କିଛିଦିନ ରହିବା ପରେ, ଆଶ୍ରମ ନିକଟରେ ବୁଲୁଥିବାନ ସମାଧି ନାମକ ବୈଶ୍ୟକୁ ଭେଟିଲେ ।ତାଙ୍କର ଆଗମନର କାରଣ ଥିଲା, ସେ ଜଣେ ଅତ୍ୟନ୍ତ ଧନଶାଳୀ ବୈଶ୍ୟ ।ଧନରତ୍ନରେ ଲୋଭ କରି ପତ୍ନୀ ଓ ପୁତ୍ରମାନେ ତାଙ୍କୁ ଗୃହରୁ ବିତାଡିତ କରିଦେଲେ ।ଆତ୍ମୀୟସ୍ୱଜନ କେହିନ ମଧ୍ୟ ଏପରି ଅବସ୍ଥାରେ ସାହାଯ୍ୟ କଲେନାହିଁ ।ଅଗତ୍ୟା, ଜଙ୍ଗଲକୁ ପଳାଇ ଆସିଲେ ।ରାଜା ସୁରଥ ବୈଶ୍ୟ ସମାଧିଙ୍କ ପ୍ରତି ହୋଇଥିବା ଅନ୍ୟାୟରେ ସମଦୁଃଖୀ ତାଙ୍କୁ ମେଧାଋଷିଙ୍କ ଆଶ୍ରମକୁ ନେଇ ଗଲେ ।ଦେବୀଙ୍କ ମାହାତ୍ମ୍ୟ ମହର୍ଷି ମେଧାଙ୍କଠାରୁ ଶୁଣିଲା ପରେ ରାଜା ସୁରଥ ଓ ବୈଶ୍ୟ ସମାଧି ଦେବୀଙ୍କ କୃପାଲାଭ କରିବା ନିମିତ୍ତ ମନ ବଳାଇଲେ ।ଗଙ୍ଗାନଦୀ କୂଳରେ ଦେବୀଙ୍କର ମୃଣ୍ମୟୀ ମୂର୍ତ୍ତି ତିଆରି କରି ଧୂପ,ଦୀପ, ଗନ୍ଧ, ପୁଷ୍ପ ଦେଇ ଅତ୍ୟନ୍ତ ନିଷ୍ଠାର ସହିତ ଆରାଧନା କଲେ ।ସେ ଦୁହେଁ ଉପବାସ ରହି କେବେ କେବେ ସ୍ୱଳ୍ପାହାର ଗ୍ରହଣ କରି ମାଆଙ୍କ ପୂଜା କରୁଥିଲେ ।ଦେବୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ନିଜ ଦେହର ରକ୍ତକୁ ଅର୍ପଣ କରିବାକୁ ପଛାଉନଥିଲେ ।ଏହିପରି ଭାବେ ତିନିବର୍ଷ ଅତିବାହିତ ହୋଇଯିବା ପରେ ଦେବୀ ସେଦୁହିଁଙ୍କ ପୂଜାରେ ସନ୍ତୁଷ୍ଟ ହୋଇ ଇପ୍ସିତ ବର ପ୍ରଦାନ କଲେ । ବାସ୍ତବରେ ଦୁର୍ଗା ଶବ୍ଦରଶବ୍ଦର ବିବିଧ ବିଶ୍ଳେଷଣ କରାଯାଇଛି।ସେଥିରୁ ଗୋଟିଏ ହେଉଛି ଦ୍+ଉ+ର୍+ଗ୍+ଆ । ‘ଦ’ର ଅର୍ଥ ଦୈତ୍ୟ ବିନାଶ ପାଇଁଯିଏ ଉଦ୍ଦିଷ୍ଟ, ଉ-ସମସ୍ତ ବାଧାଦାୟକ ଶକ୍ତି ଦୂର କରିବାରେ ଯିଏ ସମର୍ଥ, ର- ସମସ୍ତ ରୋଗର ଯିଏ ବିନାଶକାରୀ, ଗ-ସକଳ ପାପର ଯିଏ କ୍ଷୟକାରୀ, ଆ-ସମସ୍ତ ଭୟର ଯେ ହରଣକାରୀ । ଅନ୍ୟ ଏକ ଶବ୍ଦିକ ବିଶ୍ଳେଷଣ ହେଉଛି ଦୁର୍ଗ+ଆ।ଦୁର୍ଗର ଅର୍ଥ ବିପଦ ବା ଦୁର୍ଗତି, ଆ ଅର୍ଥ ନଷ୍ଟ କରିବା । ବିଭିନ୍ନ ପୁରାଣ ଶାସ୍ତ୍ରରେ ଉଲ୍ଲେଖ ଅଛି ମହିଷାସୁରମର୍ଦିନୀ ମା’ ଦୁର୍ଗାଙ୍କର ବିଜୟ ଗାଥାର ନିଦର୍ଶନ, ବିଶେଷ କରି ଦେବୀ ଭାଗବତ, ମାର୍କଣ୍ଡେୟ ପୁରାଣ ଆଦିରେ ବର୍ଣିତ ଅଛି ଯେ ଏହା ଅସତ୍ୟ ଓ ଅନ୍ୟାୟ ଉପରେ ସତ୍ୟ ଓ ନ୍ୟାୟର ବିଜୟର ନିଦର୍ଶନ। ଦେବୀ ଭାଗବତ ଓ ସପ୍ତଶତୀ ଚଣ୍ଡୀରେ ବର୍ଣ୍ଣିତ ଅଛି ମେଧାଋଷିଙ୍କର ମାର୍ଗ ଦର୍ଶନରେ ମାତା ଦୁର୍ଗାଙ୍କୁ ସନ୍ତୁଷ୍ଟ କରି ତାଙ୍କ ଆଶୀର୍ବାଦରୁ ରାଜ୍ୟହୀନ ରାଜା ସୁରଥ ପୁନଃ ନିଜ ରାଜ୍ୟ ଫେରି ପାଇଥିଲେ ଓ ସମାଧି ବୈଶ୍ୟ ମଧ୍ୟ ନିଜର ଅଭିଳଷିତ ବର ଲାଭ କରି ପାରିଥିଲେ।ସମସ୍ତ ଦେବତା ଯେବେ ମହିଷାସୁରର ଅତ୍ୟାଚାରରେ ସନ୍ତ୍ରପ୍ତ ହୋଇ ବ୍ରହ୍ମାଙ୍କ ଶରଣାପନ୍ନହେଲେ ସେତେବେଳେ ବ୍ରହ୍ମା, ଶ୍ରୀବିଷ୍ଣୁ ଓ ଶିବଙ୍କ ପରାମର୍ଶରେ ସମସ୍ତ ଦେବତାଙ୍କ ତେଜ ସମ୍ମିଳିତ କରି କାତ୍ୟାୟନ ଋଷିଙ୍କ ଆଶ୍ରମରେ ଯଜ୍ଞକୁଣ୍ଡରୁ ମାୟା ବୀଜଦ୍ୱାରା ଦୁର୍ଗାଙ୍କୁ ଆବାହନ କଲେ, ଏବଂ ଦେବୀ ଦୁର୍ଗା ପ୍ରକଟିତା ହେଲେ
କାତ୍ୟାୟନୀ: ବାମନ ପୁରାଣ ଅନୁଯାୟୀ ମହିଷାସୁରର ଅତ୍ୟାଚାରରେ କ୍ଷୁବ୍ ଧ ହୋଇ ସମଗ୍ର ଦେବଗଣ କ୍ରୋଧରେ ପ୍ରଜ୍ଜଳିତ ହେଲେ । ବ୍ରହ୍ମା, ବିଷ୍ଣୁ, ଶିବ ଆଦି ଦେବଗଣଙ୍କ ସମ୍ମିଳିତ କ୍ରୋଧ ଏକ ତେଜୋମୟ ରୂପ ଧାରଣ କଲା । ସେହି କ୍ରୋଧପୁଞ୍ଜ କାତ୍ୟାୟନ ଋଷିଙ୍କ ଆଶ୍ରମ ଉପରେ ପର୍ବତ ଆକାରରେ ବ୍ୟାପ୍ତ ହେବାକୁ ଲାଗିଲା । ସେଥିରେ କାତ୍ୟାୟନଙ୍କ ବ୍ରହ୍ମତେଜ ମିଳିତ ହେବାରୁ ଦେବତାଙ୍କ ତେଜକୁ ଦ୍ୱିଗୁଣିତ କଲା । ସେହି ତେଜପୁଞ୍ଜରୁ ଏକ ଦିବ୍ୟ ଅଙ୍ଗସୈଷ୍ଠବ ବିଶିଷ୍ଟ ନାରୀ ଆବିର୍ଭୁତ ହେଲେ । କାତ୍ୟାୟନ ଋଷିଙ୍କ ଆଶ୍ରମର ଉପରିଭାଗରୁ ଉତ୍ପତ୍ତି ହୋଇଥିବାରୁ ତାଙ୍କ ନାମ ‘କାତ୍ୟାୟନୀ’ ।
ଦୁର୍ଗା: ବ୍ରହ୍ମାଙ୍କ ବରରେ ବଳୀୟାନ ହୋଇ ମହିଷାସୁର (ମହିଷ ଆକୃତି ଥିବା ଏକ ରାକ୍ଷସ) ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳରେ ଅତ୍ୟାଚାର କଲା, ଫଳରେ ଦେବଗଣ ଭୀତଗ୍ରସ୍ତ ହୋଇ ବ୍ରହ୍ମାଙ୍କ ନିକଟରେ ନିଜର ଦୁଃଖ ଜଣାଇଲେ । ସର୍ବସମ୍ମତି ପରେ ବ୍ରହ୍ମା ଓ ଶିବ ଦେବତାମାନଙ୍କୁ ନେଇ ବିଷ୍ଣୁଙ୍କ ନିକଟରେ ଉପସ୍ଥିତ ହୋଇ ଦେବଗଣଙ୍କ ଦୁର୍ଦ୍ଦଶା ଜଣାଇଲେ । ଦେବତାମାନଙ୍କର ଦୁର୍ଦ୍ଦଶା ଶୁଣି ଉଭୟ ବିଷ୍ଣୁ ଓ ଶିବ ଅତ୍ୟନ୍ତ କ୍ରୋଧ ପ୍ରକାଶ କଲେ ଏବଂ କ୍ରୋଧରେ ଉଭୟଙ୍କ ମୁଖ ମଣ୍ଡଳ ଲାଲ୍ ହୋଇଗଲା । ବ୍ରହ୍ମା, ବିଷ୍ଣୁ ଓ ଶିବଙ୍କ ଭ୍ରୂକୁଟୀ କୁଟିଳ ହେବାରୁ, ସେହି ତିନିଦେବତାଙ୍କ ମୁଖରୁ ଗୋଟିଏ କାଳାନଳ ସଦୃଶ ତେଜ ପ୍ରକାଶ ହେଲା । ତତ୍ ସହିତ ଇନ୍ଦ୍ର ଓ ସମଗ୍ର ଦେବଗଣଙ୍କ ମୁଖରୁ ମଧ୍ୟ ତେଜ ନିର୍ଗତ ହେଲା । ସମସ୍ତ ତେଜ ଧିରେ ଧିରେ ଆକାଶରେ ସମ୍ମିଳିତ ହୋଇ ଏକାକାର ହୋଇଗଲା । ସେହି ତେଜରୁ ଅବିଳମ୍ବେ ଏକ ଦିବ୍ୟନାରୀ ରୂପରେ ପରିବର୍ତ୍ତିତ ହେଲା । ଶିବଙ୍କ ତେଜରେ ସେହି ଦିବ୍ୟନାରୀର ମୁଖ, ଯମଙ୍କ ତେଜରୁ କେଶ, ବିଷ୍ଣୁଙ୍କ ତେଜରୁ ଭୁଜ, ଚନ୍ଦ୍ରଙ୍କ ତେଜରୁ ଦୁଇସ୍ତନ, ଇନ୍ଦ୍ରଙ୍କ ତେଜରୁ ମଧ୍ୟଦେଶ, ବରୁଣଙ୍କ ତେଜରୁ ଜଙ୍ଘ ଓ ଉରୁ, ପୃଥିବୀଙ୍କ ତେଜରୁ ନିତମ୍ବ, ବ୍ରହ୍ମାଙ୍କ ତେଜରୁ ଚରଣ, ସୂର୍ଯ୍ୟଙ୍କ ତେଜରୁ ଚରଣର ଆଙ୍ଗୁଠି, ବସୁଗଣଙ୍କ ତେଜରୁ ହସ୍ତର ଅଙ୍ଗୁଳି, କୁବେରଙ୍କ ତେଜରୁ ନାସିକା, ନବପ୍ରଜାପତିଙ୍କ ତେଜରୁ ଦନ୍ତାବଳୀ, ଅଗ୍ନିଙ୍କ ତେଜରୁ ତ୍ରିନେତ୍ର ସୃଷ୍ଟି ସମ୍ଭବ ହୋଇଥିଲା । ସନ୍ଧ୍ୟାଙ୍କ ତେଜରୁ ଭ୍ରୂକୁଟୀ, ପବନଙ୍କ ତେଜରୁ କର୍ଣ୍ଣ, ଅନ୍ୟାନ୍ୟ ଦେବତାଗଣ ଓ ବିଶ୍ୱକର୍ମାଙ୍କ ତେଜରୁ ଦେବୀଙ୍କର ସମଗ୍ର ଶରୀର ସୃଷ୍ଟି ହୋଇଥିଲା । ଦେବୀଙ୍କ ଦିବ୍ୟରୂପ ଦେଖି ଦେବତା ଗଣ ଭାବିଲେ ଯେ ଏ ନିଶ୍ଚୟ ଆମର ଦୁର୍ଗତି ନାଶ କରିବ । ତେଣୁ ସମଗ୍ର ଦେବତା ସେହି ଦିବ୍ୟନାରୀର ନାମ ରଖିଲେ ‘ଦୁର୍ଗା’ । ତା’ପରେ ଦେବଗଣ ନିଜ ନିଜର ଦିବ୍ୟାସ୍ତ୍ର ଦେବୀଦୁର୍ଗାଙ୍କୁ ପ୍ରଦାନ କଲେ । ପ୍ରଥମେ ଶିବ ନିଜର ତ୍ରିଶୂଳ ପ୍ରଦାନ କଲେ । ବିଷ୍ଣୁ ଚକ୍ର, ଅଗ୍ନି ଶକ୍ତି, ପବନ ଧନୁର୍ବାଣ, ଇନ୍ଦ୍ର ବଜ୍ର ଓ ଘଣ୍ଟା, ଯମରାଜ କାଳଦଣ୍ଡ, ବରୁଣ ପାଶ ଓ ଶଙ୍ଖ, ଦକ୍ଷ ପ୍ରଜାପତି ଅକ୍ଷମାଳା ଏବଂ ବ୍ରହ୍ମା ଦେବୀଙ୍କୁ କମଣ୍ଡଳୁ ପ୍ରଦାନ କଲେ । ଦେବୀଙ୍କର ସମଗ୍ର ଅବୟବ ପୂର୍ଣ୍ଣ ନହେବାରୁ, ସୂର୍ଯ୍ୟ ତାଙ୍କ ପ୍ରତି ଲୋମରେ କିରଣମାଳା ପୂର୍ଣ୍ଣ କରିଦେଲେ, ମହାକାଳ ଦେବୀଙ୍କୁ କାଳର ଲହଲହ ଜିହ୍ନା ସଦୃଶ ଗୋଟିଏ ଖଡ୍ ଗ ପ୍ରଦାନ କଲେ । କ୍ଷୀର ସମୁଦ୍ର ଦେବୀଙ୍କ ଶରୀରର ସୌନ୍ଦର୍ଯ୍ୟକୁ ବର୍ଦ୍ଧିତ କରାଇ ବସ୍ତ୍ର, ଉତ୍ତରୀୟ, ମୋତିମାଳା, ଚୂଡାମଣି, ଦିବ୍ୟକୁଣ୍ଡଳ ତଥା କଙ୍କଣ ପ୍ରଦାନ କଲେ । ଚନ୍ଦ୍ରମା ଦେବୀଙ୍କ ଦୁଇପାଦରେ ରୁଣୁଝୁଣୁ ପାହୁଡ, ବାହୁରେ ବାଜୁବନ୍ଧ, କଣ୍ଠରେ ଚାପସରୀ ଓ ଅଙ୍ଗୁଳିମାନଙ୍କରେ ରତ୍ନମୁଦ୍ରିକା ପିନ୍ଧାଇ ଦେଲେ । ବିଶ୍ୱକର୍ମା ଦେବୀଙ୍କୁ ଗୋଟିଏ ଅଭେଦ୍ୟ କବଚ ଓ ତୀକ୍ଷ୍ ଣ ଧାରଯୁକ୍ତ ପରଶୁ, କୁବେର ଗୋଟିଏ ସୁନ୍ଦର ପାନପାତ୍ର, ଅନନ୍ତନାଗ ଗୋଟିଏ ମଣିଖଚିତ ନାଗହାର ପ୍ରଦାନ କଲେ । ପରିଶେଷରେ ହିମାଳୟ ଦେବୀଙ୍କ ବାହନ ରୂପେ ଏକ ସିଂହ ପ୍ରଦାନ କଲେ । ଦେବୀ ଦୁର୍ଗା ସିଂହ ଉପରେ ଆସୀନ ହେବା ମାତ୍ରେ ସମୁଦ୍ର ଏକ ପଦ୍ମମାଳା ଆଣି ତାଙ୍କ ଗଳାରେ ଲମ୍ବାଇ ଦେଲେ । ସମସ୍ତ ଦେବତା ନିଜ ନିଜ ଆୟୁଧ ଦୁର୍ଗାଙ୍କୁ ଦାନ କଲେ,ଶେଷରେ ଦେବୀ ସିଂହ ବାହିନୀ ହୋଇ ମହିଷାସୁର ସହ ଯୁଦ୍ଧ କରିଥିଲେ।ଯୁଦ୍ଧରେ ଦେବୀ ବିଡାଳାକ୍ଷ, ଅସିଲୋମା, ମହାହନୁ ଆଦି ମହିଷାସୁରର ଅନେକ ମୁଖ୍ୟ ସେନାପତିମାନଙ୍କୁ ବଧ କଲେ। ଅନ୍ତିମରେ ମହିଷାସୁର ନିଜର ମାୟାବୀ ଶକ୍ତିଦ୍ୱାରା ମହାମାୟାଙ୍କ ଉପରେ ଆକ୍ରମଣ କଲା, ଦେବୀ କ୍ଳାନ୍ତ ହୋଇପଡ଼ିବାରୁ ମହଦେବ ତାଙ୍କୁ ମଧୁ ପାନ କରିବାକୁ ଦେଇଥିଲେ। ଦେବୀ ପୁନଶ୍ଚ ଯୁଦ୍ଧରେ ନିମଗ୍ନା ହେଲେ । ଅନେକ ସମୟ ଯୁଦ୍ଧ କଲାପରେ ଦେବୀ ଶୂଳଦ୍ୱାରା ମହିଷାର ହୃଦୟ ବିଦ୍ଧ କଲେ, ଖଡ୍ଗଦ୍ୱାରା ଶିରଚ୍ଛେଦ କଲେ । ସେହି ସମୟ ଥିଲା ଚୈତ୍ର ଶୁକ୍ଳ ପକ୍ଷ ଅଷ୍ଟମୀ ଓ ନବମୀର ସନ୍ଧିକ୍ଷଣ, ତେଣୁ ଏହିସମୟରେ ଦେବୀଙ୍କୁ ମହାଶକ୍ତି ରୂପେ ପୂଜା କରାହୁଏ । ତ୍ରେତା ଯୁଗରେ ରାବଣକୁ ପରାସ୍ତ କରିବାହେତୁ ରାମଚନ୍ଦ୍ର ଚୈତ୍ର ବଦଳରେ ଆଶ୍ୱିନରେ ଏହି ପୂଜା କରିଥିଲେ, ସେବେଠାରୁ ଏହା ଉଭୟ ଚୈତ୍ର ବାସନ୍ତୀ ନବରାତ୍ର ଓ ଆଶ୍ୱିନ ଶାରଦ ନବରାତ୍ର ଭାବେ ବିଦିତ ଓ ଉଭୟ ସମୟରେ ଦେବୀଙ୍କ ମହାପୂଜା ପ୍ରଚଳିତ । ନବମୀର ପରବର୍ତ୍ତୀ ଦିନ ବିଜୟଉତ୍ସବ ବା ବିଜୟାଦଶମୀ ପାଳିତ ହୁଏ, ଏହା ଦେବତାମାନଙ୍କଦ୍ୱାରା ମା ଦୁର୍ଗାଙ୍କ ଯୁଦ୍ଧ ପରବର୍ତ୍ତୀ ବିଜୟାଭିଷେକର ପରମ୍ପରାକୁ ସୂଚାଏ ।
ଶତାକ୍ଷୀ: ଦୁର୍ଗା ଦୁର୍ଗମ ଅସୁରକୁ ବିନାଶ କରିଥିଲେ । ହିରଣାକ୍ଷ ବଂଶରେ ଦୁର୍ଗମ ଦୈତ୍ୟ ଜନ୍ମ ହୋଇ ବ୍ରହ୍ମାଙ୍କୁ ସନ୍ତୁଷ୍ଟ କରି ବରପ୍ରାପ୍ତ ହୋଇଥିଲା । ଦୈତ୍ୟର ଆସୁରିକ ପ୍ରଭାବରେ ସଂସାରର ଧାର୍ମିକ କ୍ରିୟା ନଷ୍ଟ ହେଲା । ଦେବତାଙ୍କ ଯାଗଯଜ୍ଞାଦି ବନ୍ଦ ହେବାରୁ ମର୍ତ୍ତ୍ୟରେ ଏକଶତ ବର୍ଷ ପର୍ଯ୍ୟନ୍ତ ବର୍ଷା ହେଲାନାହିଁ । ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ତିନିଲୋକରେ ହା ହା କାର ଖେଳିଗଲା । ସେ ସ୍ୱର୍ଗ ଅଧିକାର କଲା । ଦେବତାଗଣ ଦୁର୍ଗମର ଅତ୍ୟାଚାରରେ ଅତିଷ୍ଠ ହେଲେ । ଭୟରେ ସ୍ୱର୍ଗ ତ୍ୟାଗ କରି ହିମାଳୟ ପର୍ବତରେ ପହଞ୍ଚିଲେ ଏବଂ ଶକ୍ତିମୟୀ ଦେବୀଙ୍କୁ ସ୍ମରଣ କଲେ । ଦେବୀ ତତ୍ କ୍ଷଣାତ ଆବିର୍ଭାବ ହେଲେ । ଦୈତ ପ୍ରଭାବରେ ତ୍ରିଲୋକରେ ଏପରି ବ୍ୟାକୁଳତା ଭରିଯାଇଥିଲା ଯେ ପରିସ୍ଥିତି ଦେଖି କୃପାମୟୀ ମା’ଙ୍କ ଆଖିରେ ଅଶ୍ରୁ ନିର୍ଗତ ହେବାକୁ ଲାଗିଲା । ବେଦନାକୁ ଧୋଇଦେବା ପାଇଁ ମା’ଙ୍କ ମୁଖମଣ୍ଡଳରେ ପ୍ରକାଶିତ ହେଲା ନେତ୍ର । ସେହି ଚକ୍ଷୁରୁ ଅଶ୍ରୁ ନିର୍ଗତ ହେଲା, ସତେ ଯେପରି ହିମାଳୟ ବକ୍ଷରୁ ସ୍ରୋତସ୍ୱିନୀ ଗଙ୍ଗାର ପ୍ରବାହ । ମା’ଙ୍କ ନାମ ହେଲା ‘ଶତାକ୍ଷୀ’ ।
ଶାକମ୍ବରୀ:ଦେବୀଙ୍କ ଚକ୍ଷୁର ନୀର ତିନିଲୋକରେ ବୃଷ୍ଟିର ରୂପନେଲା । ନଦୀ ସମୁଦ୍ରରେ ଜଳ ଭରିଗଲା । ବନସ୍ପତି ମଧ୍ୟ ତୃପ୍ତ ହେଲେ । ଏହି ସମୟରେ ଭଗବତୀ ସମସ୍ତଙ୍କୁ ନିଜ ହାତରେ ଅନେକ ପ୍ରକାର ଶାକ ଓ ସ୍ୱାଦିଷ୍ଟ ଫଳ ପରସିଲେ ଏବଂ ଖୁଆଇଲେ । ତୃଣଭୋଜୀ ପ୍ରାଣୀଙ୍କ ପାଇଁ ସୁନ୍ଦର ଘାସ ଏବଂ ଅନ୍ୟପ୍ରାଣୀମାନଙ୍କ ପାଇଁ ଉପଯୁକ୍ତ ଭୋଜନ ଦେଲେ । ନିଜ ଶରୀରରୁ ତାଙ୍କର ଉତ୍ପନ ହୋଇଥିଲା ଶାକ । ତେଣୁ ତାଙ୍କ ନାମ ହେଲା ‘ଶାକମ୍ବରୀ" । ଦୁର୍ଗାଙ୍କର ବିଦ୍ୟାରୂପୀ ଦଶଶକ୍ତି ନିରୂପଣ କରାଯାଇଛି ଆଗମ ଶାସ୍ତ୍ରରେ । ସେହି ଦଶ ମହାବିଦ୍ୟା ହେଉଛନ୍ତି - କାଳୀ, ତାରା, ଷୋଡ଼ଶୀ, ଭୁବନେଶ୍ୱରୀ, ଭୈରବୀ,ଛିନ୍ନାମସ୍ତା, ଧୂମାବତୀ, ବଗଳାମୁଖୀ, ମାତଙ୍ଗୀ ଏବଂ କମଳା। ଏହାମଧ୍ୟରେ କାଳୀ, ତାରା, ଛିନ୍ନମସ୍ତା, ଧୂମାବତୀ ଉଗ୍ରା, ତଥା ବଗଳା, ଭୈରବୀ ସୌମ୍ୟୋଗ୍ର ମହାବିଦ୍ୟା ଏବଂ ଷୋଡ଼ଶୀ, ଭୁବନେଶ୍ୱରୀ, କମଳା, ମାତଙ୍ଗୀ ସୌମ୍ୟ ମହାବିଦ୍ୟା ରୂପେ ପରିଚିତା । ସୌମ୍ୟ ମହାବିଦ୍ୟାଙ୍କୁ ଶ୍ରୀସୁନ୍ଦରୀ କୁଳରେ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଉଗ୍ର, ସୌମ୍ୟୋଗ୍ର ମହବିଦ୍ୟାଙ୍କୁ କାଳୀ କୁଳରେ ଅନ୍ତର୍ଭୁକ୍ତ କରାହୋଇଛି । ଶ୍ରୀସୁନ୍ଦରୀ ଦେବୀମାନଙ୍କ ଆରଧନା ଗୃହ ମଧ୍ୟରେ ହେଉଥିଲାବେଳେ କାଳୀକୁଳ ଦେବୀମାନଙ୍କ ଉପାସନା ଶ୍ମଶାନ, ବଣ, ନଦୀତଟ ଆଦି ନିର୍ଜନ ସ୍ଥାନରେ ହୋଇଥାଏ, ତଥା ସୌମ୍ୟୋଗ୍ର ବିଦ୍ୟା ଉଭୟ ସ୍ଥାନରେ ଉପାସିତା ହୁଅନ୍ତି ।
ମନ୍ଦିରମାଳିନୀ ଓଡ଼ିଶା ସାରା ବିଶ୍ୱରେ ମୂର୍ତ୍ତି ନିର୍ମାଣ କ୍ଷେତ୍ରରେ ପ୍ରମୁଖ ସ୍ଥାନ ଗ୍ରହଣ କରୁଥିବା ବେଳେ ମନ୍ଦିର ଗାତ୍ର ହେଉ ବା ମନ୍ଦିର ବକ୍ଷରେ ହେଉ ବିଭିନ୍ନ ଦେବଦେବୀ ବିଭିନ୍ନ ରୂପରେ ପୂଜା ପାଉଥିବା ଦେଖା ଯାଏ I ସେହିପରି ଦୁର୍ଗାଙ୍କୁ ଦଶଭୁଜା ବୋଲି କୁହାଯାଉଥିଲେ ମଧ୍ୟ ବହୁ ମନ୍ଦିରରେ ତାଙ୍କୁ ବିଭିନ୍ନ ରୂପରେ ଦେଖିବାକୁ ମିଳିଥାଏ I କେଉଁଠି ଦ୍ୱିଭୁଜା ଆକାରରେ ତ କେଉଁଠି ଚତୁର୍ଭୁଜା ରୂପରେ I କେଉଁଠି ଷଡଭୁଜା ତ କେଉଁଠି ଅଷ୍ଟଭୁଜା I ଏପରିକି ଅଷ୍ଟାଦଶ ଭୁଜା ସମ୍ପନ୍ନ ଦେବୀ ମଧ୍ୟ କେତେକ ସ୍ଥାନରେ ଦୃଶ୍ୟ ହୁଅନ୍ତି I ଦୁର୍ଗା ମୂର୍ତ୍ତିର ବିଭିନ୍ନ ରୂପ ସମ୍ପର୍କରେ ଆଲୋକପାତ କରିବା ପୂର୍ବରୁ ପ୍ରଥମେ ଏହା ଠାବ କରାହୁଏ ପ୍ରାଚୀନ ସିନ୍ଧୁ ସଭ୍ୟତାରେ ମାଟି ନିର୍ମିତ ମୂର୍ତ୍ତିରୁ I ଖ୍ରୀ.ପୂ. ଦ୍ୱିତୀୟ-ପ୍ରଥମ ଶତାବ୍ଦୀର ଯେଉଁ ମୂର୍ତ୍ତି ଆବିଷ୍କାର କରାଯାଇଛି ସେଥିରେ ଜଣେ ନାରୀ ଗୋଟିଏ ମହିଷକୁ ବଧ କରିବା ଦେଖାଯାଇଛି I ତେବେ ବର୍ତ୍ତମାନର କଳା କୌଶଳ ସମ୍ପନ୍ନ ଦୁର୍ଗା ମୂର୍ତ୍ତି ସାଧାରଣତଃ ଖ୍ରୀ.ଅ.୪ର୍ଥ- ୫ମ ଶତାବ୍ଦୀରୁ ହିଁ ଦେଖାଯାଏ I ଦୁର୍ଗାଙ୍କର ୧୦୮ଟି ନାମ ଅଛି, ମାତ୍ର ଆମେ ଯେତେବେଳେ ମାଧ୍ୟମିକ ବିଦ୍ୟାଳୟ ଛାତ୍ର ଥିଲୁ ସେତେବେଳେ ଆମର କୋଶ ରେ ପଢିଥିଲୁ " ଉମା କାତ୍ୟାୟନୀ ଗୌରୀ କାଳୀ ହୈମେବତୀଶ୍ବରୀ, ଶିଵା ଭବାନୀ ରୁଦ୍ରାଣୀ ସର୍ବାଣୀ ସର୍ବ ମଙ୍ଗଳା,ଅପୂର୍ଣ୍ଣା ପାର୍ବତୀ ଦୁର୍ଗା ମୃଡାନୀ ଚଣ୍ଡିକା ଅମ୍ବା,ଆର୍ଯ୍ୟା ଦାକ୍ଷାୟଣୀଶ୍ଚୈବ ଗୀରିଜାମେନେକାତ୍ମଜ। ପୁରାଣ ଶାସ୍ତ୍ର ରେ ଯାହା ଉଲ୍ଲେଖ ଅଛି ,ସେଗୁଡିକ ହେଲା: ସତୀ,ସାଧ୍ୱୀ, ଭବପ୍ରିତା, ଭବାନୀ, ଭବମୋଚନୀ, ଆର୍ଯ୍ୟା, ଦୁର୍ଗେ, ଜୟା, ଆଧ୍ୟା, ଅଭୟା, ମାୟା, ତ୍ରିନେତ୍ରା, ଶୂଳଧାରିଣୀ, ପିନାକଧାରିଣୀ, ଚିତ୍ରା, ଚନ୍ଦ୍ରଘଣ୍ଟା, ମହାତପା, ବୁଦ୍ଧି, ଅହଙ୍କାରା, ଚିତ୍ତରୁପା, ଚିତା, ସର୍ବମନ୍ତ୍ରମୟୀ, ସତ୍ତା, ସତ୍ୟାନନ୍ଦସ୍ୱରୁପିଣୀ, ଅନନ୍ତା, ଭାବିନୀ, ଭବ୍ୟା, ଅଭୟା, ସଦାଗତୀ, ସାମ୍ଭାବୀ, ଦେବମାତା, ଚିନ୍ତା, ରତ୍ନପ୍ରିୟା, ସର୍ବବିଦ୍ୟା, ଦକ୍ଷକନ୍ୟା, ଦକ୍ଷଯଜ୍ଞବିନାସିନୀ, ଅପର୍ଣ୍ଣା, ଅନେକବର୍ଣ୍ଣା, ପାଟଳା, ପାଟଳାବତୀ, ପଟାମ୍ବରପରିଧାନା, କଲମଞ୍ଜରୀରଞ୍ଜିନୀ, ଅମୟା, ବିକ୍ରମା, କ୍ରୂରା, ସୁନ୍ଦରୀ, ସୁରସୁନ୍ଦରୀ, ବନଦୁର୍ଗା, ମାତଙ୍ଗୀ, ମାତଙ୍ଗମୁନିପୂଜିତା, ବ୍ରାହ୍ମୀ, ମାହେଶ୍ୱରୀ, ଐନ୍ଦ୍ରୀ, କୌମାରୀ, ବୈଷ୍ଣବୀ, ଚାମୁଣ୍ଡା, ବାରାହୀ, ଲକ୍ଷ୍ମୀ, ପୁରୁଷାକୃତି, ବିମଳା, ଉତ୍କର୍ଷିଣୀ, ଜ୍ଞାନା, କ୍ରିୟା, ନିତ୍ୟା, ବୁଦ୍ଧିଦା, ବହୁଳା, ବହୁଳାପ୍ରେମା, ସର୍ବବାହନବାହାନା, ନିଶୁମ୍ଭଶୁମ୍ଭହନନୀ, ମହିଷାସୁର ମର୍ଦ୍ଦିନୀ, ମଧୁକୈଟଭହନ୍ତ୍ରୀ, ଚଣ୍ଡମୁଣ୍ଡବିନାଶିନୀ, ସର୍ବସୁର ବିନାଶା, ସର୍ବଦାନବଘାତିନୀ, ସର୍ବଶାସ୍ତ୍ରମୟୀ, ସତ୍ୟା, ସର୍ବଶସ୍ତ୍ରଧାରିଣୀ, ଅନେକ ଶସ୍ତ୍ରହସ୍ତା, ଅନେକାସ୍ତ୍ରଧାରିଣୀ, କୁମାରୀ, ଏକକନ୍ୟା, କୈଶୋରୀ, ଯୁବତୀ, ଯତିଃ, ଅପ୍ରୌଢା, ପ୍ରୌଢା, ବୃଦ୍ଧମାତା, ବଳପ୍ରଦା, ମହୋଦରୀ, ମୁକ୍ତକେଶୀ, ଘୋରରୂପା, ମହାବଳା, ଅଗ୍ନିଜ୍ୱାଳା, ରୌଦ୍ରମୁଖୀ, କାଳରାତ୍ରିଃ, ତପସ୍ୱିନୀ, ନାରାୟଣୀ, ଭଦ୍ରକାଳୀ, ବିଷ୍ଣୁମାୟା, ଜଳୋଦରୀ, ଶିବଦୂତୀ, କରାଳୀ, ପରମେଶ୍ୱରୀ, କାତ୍ୟାୟନୀ, ସାବିତ୍ରୀ, ପ୍ରତ୍ୟକ୍ଷା ଓ ବ୍ରହ୍ମାବାଦିନୀ ।
ତାଙ୍କର ବନ୍ଦନା ଦୁର୍ଗା ସ୍ତ୍ରୋତ ରେ ସଂସ୍କୃତ ଭାଷାରେ ଏହିପରି ଉଲ୍ଲେଖ ଅଛି -
"अयि गिरिनन्दिनि नन्दितमेदिनि विश्वविनोदिनि नंदी न्नुते
गिरिवरविन्ध्यशिरोऽधिनिवासिनि विष्णुविलासिनि जिष्णुनुते।
भगवति हे शितिकण्ठकुटुम्बिनि भूरिकुटुम्बिनि भूरिकृते
जय जय हे महिषासुरमर्दिनि रम्यकपर्दिनि शैलसुते॥१॥
सुरवर वर्षिणि दुर्धर धर्षिणि दुर्मुख मर्षिणि हर्षरते
त्रिभुवनपोषिणि शङ्करतोषिणि किल्बिष मोषिणि घोषरते।
दनुजनिरोषिणि दितिसुतरोषिणि दुर्मदशोषिणि सिन्धुसुते
जय जय हे महिषासुरमर्दिनि रम्यकपर्दिनि शैलसुते॥२॥
अयि जगदम्ब मदम्ब कदम्ब वनप्रिय वासिनि हासरते
शिखरि शिरोमणि तुङ्गहिमालय शृङ्गनिजालय मध्यगते।
मधुमधुरे मधुकैटभ गञ्जिनि कैटभ भञ्जिनि रासरते
जय जय हे महिषासुरमर्दिनि रम्यकपर्दिनि शैलसुते॥३॥
अयि शतखण्ड विखण्डित रुण्ड वितुण्डित शुंड गजाधिपते
रिपुगजगण्ड विदारणचण्ड पराक्रमशुण्ड मृगाधिपते।
निजभुजदण्ड निपातितखण्ड विपातितमुण्ड भटाधिपते
जय जय हे महिषासुरमर्दिनि रम्यकपर्दिनि शैलसुते॥४॥
अयि रणदुर्मद शत्रुवधोदित दुर्धरनिर्जर शक्तिभृते
चतुरविचार धुरीणमहाशिव दूतकृत प्रमथाधिपते।
दुरितदुरीह दुराशयदुर्मति दानवदुत कृतान्तमते
जय जय हे महिषासुरमर्दिनि रम्यकपर्दिनि शैलसुते॥५॥
अयि शरणागत वैरिवधुवर वीरवराभय दायकरे
त्रिभुवनमस्तक शुलविरोधि शिरोऽधिकृतामल शुलकरे।
दुमिदुमितामर धुन्दुभिनाद महोमुखरीकृत दिङ्मकरे
जय जय हे महिषासुरमर्दिनि रम्यकपर्दिनि शैलसुते॥६॥
अयि निजहुङ्कृति मात्रनिराकृत धूम्रविलोचन धूम्रशते
समरविशोषित शोणितबीज समुद्भव शोणित बीजलते।
शिवशिवशुम्भ निशुम्भमहाहव तर्पितभूत पिशाचरते
जय जय हे महिषासुरमर्दिनि रम्यकपर्दिनि शैलसुते॥७॥
धनुरनुषङ्ग रणक्षणसङ्ग परिस्फुरदङ्ग नटत्कटके
कनकपिशङ्ग पृषत्कनिषङ्ग रसद्भटशृङ्ग हताबटुके।
कृतचतुरङ्ग बलक्षितिरङ्ग घटद्बहुरङ्ग रटद्बटुके
जय जय हे महिषासुरमर्दिनि रम्यकपर्दिनि शैलसुते॥८॥
सुरललना ततथेयि तथेयि कृताभिनयोदर नृत्यरते
कृत कुकुथः कुकुथो गडदादिकताल कुतूहल गानरते।
धुधुकुट धुक्कुट धिंधिमित ध्वनि धीर मृदंग निनादरते
जय जय हे महिषासुरमर्दिनि रम्यकपर्दिनि शैलसुते॥९॥
जय जय जप्य जयेजयशब्द परस्तुति तत्परविश्वनुते
झणझणझिञ्झिमि झिङ्कृत नूपुर शिञ्जितमोहित भूतपते।
नटित नटार्ध नटी नट नायक नाटितनाट्य सुगानरते
जय जय हे महिषासुरमर्दिनि रम्यकपर्दिनि शैलसुते॥१०॥
अयि सुमनःसुमनःसुमनः सुमनःसुमनोहरकान्तियुते
श्रितरजनी रजनीरजनी रजनीरजनी करवक्त्रवृते।
सुनयनविभ्रमर भ्रमरभ्रमर भ्रमरभ्रमराधिपते
जय जय हे महिषासुरमर्दिनि रम्यकपर्दिनि शैलसुते॥११॥
सहितमहाहव मल्लमतल्लिक मल्लितरल्लक मल्लरते
विरचितवल्लिक पल्लिकमल्लिक झिल्लिकभिल्लिक वर्गवृते।
शितकृतफुल्ल समुल्लसितारुण तल्लजपल्लव सल्ललिते
जय जय हे महिषासुरमर्दिनि रम्यकपर्दिनि शैलसुते॥१२॥
अविरलगण्ड गलन्मदमेदुर मत्तमतङ्ग जराजपते
त्रिभुवनभुषण भूतकलानिधि रूपपयोनिधि राजसुते।
अयि सुदतीजन लालसमानस मोहन मन्मथराजसुते
जय जय हे महिषासुरमर्दिनि रम्यकपर्दिनि शैलसुते॥१३॥
कमलदलामल कोमलकान्ति कलाकलितामल भाललते
सकलविलास कलानिलयक्रम केलिचलत्कल हंसकुले।
अलिकुलसङ्कुल कुवलयमण्डल मौलिमिलद्बकुलालिकुले
जय जय हे महिषासुरमर्दिनि रम्यकपर्दिनि शैलसुते॥१४॥
करमुरलीरव वीजितकूजित लज्जितकोकिल मञ्जुमते
मिलितपुलिन्द मनोहरगुञ्जित रञ्जितशैल निकुञ्जगते।
निजगुणभूत महाशबरीगण सद्गुणसम्भृत केलितले
जय जय हे महिषासुरमर्दिनि रम्यकपर्दिनि शैलसुते॥१५॥
कटितटपीत दुकूलविचित्र मयुखतिरस्कृत चन्द्ररुचे
प्रणतसुरासुर मौलिमणिस्फुर दंशुलसन्नख चन्द्ररुचे।
जितकनकाचल मौलिमदोर्जित निर्भरकुञ्जर कुम्भकुचे
जय जय हे महिषासुरमर्दिनि रम्यकपर्दिनि शैलसुते॥१६॥
विजितसहस्रकरैक सहस्रकरैक सहस्रकरैकनुते
कृतसुरतारक सङ्गरतारक सङ्गरतारक सूनुसुते।
सुरथसमाधि समानसमाधि समाधिसमाधि सुजातरते
जय जय हे महिषासुरमर्दिनि रम्यकपर्दिनि शैलसुते॥१७॥
पदकमलं करुणानिलये वरिवस्यति योऽनुदिनं सुशिवे
अयि कमले कमलानिलये कमलानिलयः स कथं न भवेत्।
तव पदमेव परम्पदमित्यनुशीलयतो मम किं न शिवे
जय जय हे महिषासुरमर्दिनि रम्यकपर्दिनि शैलसुते॥१८॥
कनकलसत्कल सिन्धुजलैरनु षिञ्चतितेगुण रङ्गभुवम्
भजति स किं न शचीकुचकुम्भ तटीपरिरम्भ सुखानुभवम्।
तव चरणं शरणं करवाणि नतामरवाणि निवासि शिवम्
जय जय हे महिषासुरमर्दिनि रम्यकपर्दिनि शैलसुते॥१९॥
तव विमलेन्दुकुलं वदनेन्दुमलं सकलं ननु कूलयते
किमु पुरुहूतपुरीन्दु मुखी सुमुखीभिरसौ विमुखीक्रियते।
मम तु मतं शिवनामधने भवती कृपया किमुत क्रियते
जय जय हे महिषासुरमर्दिनि रम्यकपर्दिनि शैलसुते॥२०॥
अयि मयि दीन दयालुतया कृपयैव त्वया भवितव्यमुमे
अयि जगतो जननी कृपयासि यथासि तथानुमितासिरते।
यदुचितमत्र भवत्युररी कुरुतादुरुता पमपाकुरुते
जय जय हे महिषासुरमर्दिनि रम्यकपर्दिनि शैलसुते॥२१॥
ସେହିପରି ଶାସ୍ତ୍ରରେ ଉଲ୍ଲେଖ ରହିଛି "ଏକୈବ ଶକ୍ତି ପରମେଶ୍ୱରସ୍ୟ,ବିବିଧା ବଦନ୍ତି ବ୍ୟବହାର କାଳେ,
ଭୋଗେ ତୁ ଭବାନି ପୁରୁଷେଷୁ ଲକ୍ଷ୍ମୀ,
ଶକ୍ତେ ତୁ ଦୁର୍ଗା ପ୍ରଳୟେ ତୁ କାଳି ।।"
ପ୍ରାଚୀନ ମନୁସ୍ମୃତି ଏବଂ ତନ୍ତ୍ରଶାସ୍ତ୍ର ଅନୁସାରେ ଜଣାଯାଏ ଯେ, ୩ୟ-୪ର୍ଥ ଶତାବ୍ଦୀରୁ ୧୨ଶ ଶତାବ୍ଦୀ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ଶକ୍ତିପୀଠଗୁଡ଼ିକ ପ୍ରସିଦ୍ଧିଲାଭ କରିଥିଲା । ତନ୍ତ୍ର ଶାସ୍ତ୍ରରେ ଓଡ଼ିଶା ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ପୀଠ ଭାଗରେ ଗଣାଯାଏ ।
"ଓଦ୍ରାଖ୍ୟମ୍ ପ୍ରଥମ ପୀଠ,ଦ୍ୱିତୀୟ ଜଳ ଶୈଳକାମୀ,
ତୃତୀୟ ପୂର୍ଣ୍ଣପୀଠସ୍ତୁ, କାମରୂପମ୍ ଚତୁର୍ଥକମ୍ ।।
ଓଦ୍ରାଖ, ଶ୍ରୀହଟ୍ଟ, ପୂମାକୋଟୀ ଏବଂ କାମାକ୍ଷ୍ୟା ଚାରୋଟି ଶକ୍ତିପୀଠ ମଧ୍ୟରୁ ଓଦ୍ରାଖ ବା ଓଡ଼ିଶା ପ୍ରଥମ ପୀଠ ବୋଲି ଡଃ ହରେକୃଷ୍ଣ ମହତାବ ମତ ଦେଇଥିଲେ । ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠଗୁଡ଼ିକ ହେଉଛି: ଝଙ୍କଡ଼ ଶାରଳା, କଟକ ଚଣ୍ଡୀ, ବ୍ରହ୍ମପୁରର ଭଗବତୀ, ଖିଚିଙ୍ଗର କୀଚକେଶ୍ୱରୀ, ବାଙ୍କୀର ଚର୍ଚ୍ଚିକା, କାକଟପୁରର ମଙ୍ଗଳା ପୁରୀର ବିମଳା ପୀଠ, ଯାଜପୁରର ବିରଜା, ସମ୍ବଲପୁରର ସମଲେଶ୍ୱରୀ ଏବଂ ଭଦ୍ରକର ଭଦ୍ରକାଳୀ । ସେମାନେ ମହାକାଳ ଶିବଙ୍କର ଶକ୍ତି ।
ଏହି ମନ୍ଦିରର ମୂଳ ସ୍ଥାନ ଏଠାରେ ନୁହେଁ ବୋଲି ସର୍ବସାଧାରଣରେ ବିଶ୍ୱାସ କରାଯାଏ । ବିଭିନ୍ନ ମହାପୁରଷମାନେ ମଧ୍ୟ ଏହି କଥାକୁ ମାନିଆସିଛନ୍ତି । ଯଦି ଇତିହାସ ସଭ୍ୟତାର ଜୀବନ ହୁଏ, ତେବେ କଥା ହେଉଛି ଆମର ଆତ୍ମା । ଯଦିଓ ମହାପୁରୁଷଗଣ ଇତିହାସ ଭଳି ଅନୁସନ୍ଧାନ ମୂଳକ ତଥ୍ୟ ପାଇନାହାନ୍ତି, ତଥାପି ସେମାନେ ଏହି ଇତିହାସର ଗାଥାକୁ ଗୁରୁତ୍ୱ ଦେଇ ଆସିଅଛନ୍ତି । ଏକ ପୌରାଣିକ କଥାବସ୍ତୁ ଅନୁସାରେ ଭଦ୍ରକାଳୀଙ୍କର ମୂଳ ପ୍ରତିମା ଭଦ୍ରକ ସହରର ପୂର୍ବଦିଗରେ ଭୁଇଁଆ ମହଲରେ ଏକ ଅତୀବ ସୁନ୍ଦର ମନ୍ଦିରରେ ପୂଜା ପାଉଥିଲେ । ଓଡ଼ିଶାରେ ମୁସଲମାନ ଶାସନ ମନ୍ଦିର ଏବଂ ହିନ୍ଦୁ ପୂଜାସ୍ଥଳୀଗୁଡ଼ିକୁ ଧ୍ୱଂସାଭିମୁଖି କରାଇଥିଲା । ଦେବୀଙ୍କର ମୂଳ ମନ୍ଦିର ମଧ୍ୟ ମୁସଲମାନଙ୍କ ଆକ୍ରମଣର ଶିକାର ହୋଇଥିଲା । ଏହାପରେ ଭୁଇଁଆ ରାଜବଂଶ ମାଆଙ୍କୁ ପ୍ରାର୍ଥନା କଲେ ଏବଂ ମାଆ ସ୍ୱପ୍ନରେ ତାଙ୍କର ପୂଜାସ୍ଥଳୀ ସ୍ଥାନାସ୍ତର କରିବାର ନିର୍ଦ୍ଦେଶ ଦେଲେ । ଏହା ପରେ ଭକ୍ତବୃନ୍ଦ ମାଆଙ୍କ ପ୍ରତିମାକୁ ସାଙ୍ଗରେ ଧରି ସାଳନ୍ଦୀ ନଦୀରେ ପୂର୍ବାଭିମୁଖି ହେଲେ । ଏହା ପରେ ମାଆ ନଦୀର ଏକ ଅଦୃଶ୍ୟ ହୋଇ ରହିଗଲେ ।ଏକଦା ସ୍ଥାନୀୟ ପିଲାମାନେ ସେହି ନଦୀକୂଳରେ ଏକ ଭୋଜିର ଆୟୋଜନ କରିଥିଲେ । ପିଲାମାନଙ୍କୁ ସ୍ନେହ କରୁଥିବା ଏହି ଦେବୀ ସେଠାରେ ପିଲାମାନଙ୍କ ସହ ସାଧାରଣ ବେଶରେ ମିଶିଥିଲେ ଏବଂ ସେହି ପିଲାମାନଙ୍କ ମେଳରେ ସେଠାରେ ଭୋଜନ ଗ୍ରହଣ କରିଥିଲେ, ସେଥିପାଇଁ ସେହି ସ୍ଥାନର ନାମ ଆହାରପଦା(ଖାଦ୍ୟଗ୍ରହଣ କରିବାର ସ୍ଥାନ) ହୋଇଛି । ଏହା ପରେ ମୁସଲମାନମାନଙ୍କର ବିପଦ ଟଳିଯିବା ପରେ ଏକ ଛୋଟ ମନ୍ଦିର ନିର୍ମାଣ କରାଗଲା ଏବଂ ଦେବୀ ଜଳରୁ ସେହି ମନ୍ଦିରକୁ ସ୍ଥାନସ୍ତର ହୋଇଗଲେ । ସାଳନ୍ଦୀ ନଦୀର ସେହି ଭାଗଟି ଆଜିଯାଏ ଭଦ୍ରକାଳୀ ଗଣ୍ଡ ନାମରେ ନାମିତ ହୋଇ ରହିଛି । କିମ୍ବଦନ୍ତୀ ଅନୁସାରେ ଭୁଇଁଆମାନେ ଦେବୀଙ୍କ ପୂଜା କରିବା ପାଇଁ ଯାଜପୁରର ସିଦ୍ଦେଶ୍ୱର ଗ୍ରାମରୁ ବ୍ରାହ୍ମଣମାନଙ୍କୁ ଆଣିଥିଲେ । ଛୋଟ ମନ୍ଦିରଟି ସମୟକ୍ରମେ ଧିରେ ଧିରେ ଧ୍ୱସ୍ତବିଧ୍ୱସ୍ତ ହୋଇଗଲା । ତେଣୁ ବର୍ତ୍ତମାନର ମନ୍ଦିରଟି ୧୯୫୩ରୁ ୧୯୫୯ ମଧ୍ୟରେ ନିର୍ମାଣ ହୋଇଛି । ଅନ୍ୟ ଏକ କଥାନୁସାରେ ଦେବୀଙ୍କର ମୂଳ ମନ୍ଦିର ମୟୂରଭଞ୍ଜ ଜିଲ୍ଲାର ମେଘାସନ ପର୍ବତରେ ଥିଲା । କୁହାଯାଏ ଶିବଙ୍କର ତାଣ୍ଡବ ନୃତ୍ୟ ସମୟରେ ଶକ୍ତିଙ୍କର ଏକ ଅଂଶ ଆସି ପଡିଥିଲା ମେଘାସନ ପର୍ବତରେ ।[୩] ଏହି ପର୍ବତରୁ ସାଳନ୍ଦୀ ନଦୀର ଉତ୍ପତ୍ତି ହୋଇଛି । ସେହି ସ୍ଥାନରେ ତାପସ ବାବା ନାମକ ଜଣେ ତାନ୍ତ୍ରିକ ମାଆ ଭଦ୍ରକାଳୀଙ୍କୁ ପୂଜା କରୁଥିଲେ । ଏକଦା ଦେବୀଙ୍କର ବାମପଟ ସ୍ତନରୁ ଦୁଗ୍ଧ ଝରିବା ଆରମ୍ଭ ହେଲା ଏବଂ ଗୋଟିଏ ଝରଣା ମିଶି ନଦୀର ରୂପ ନେଲା ।
ଯେହେତୁ ଏହି ନଦୀଟି ଶାଳବଣ ଦେଇ ପ୍ରବାହିତ ହେଲା, ଏହାର ନାମ ସମୟାନୁକ୍ରମେ ସାଳନ୍ଦୀ ନଦୀ ନାମରେ ନାମିତ ହୋଇଥିଲା । ଏହା ଦେଖି ଋଷି ତାପସ ଅତ୍ୟନ୍ତ ଖୁସି ହେଲେ ଏବଂ ଦେବୀଙ୍କର ଆଶୀର୍ବାଦ ସ୍ୱରୂପ ସେହି ନଦୀର ଜଳକୁ ପାନ କଲେ । ଏହାପରେ ତାଙ୍କର ଆତ୍ମା ପରମାତ୍ମାଙ୍କ ସହ ମିଳନ ହୋଇଗଲା । ଏହା ପରେ ତାଙ୍କର ଶିଷ୍ୟ ଭଦ୍ରନାଥ ଋଷି ତାପସଙ୍କର ଗୋଟିଏ କବର ସ୍ଥାପନ କରି ସେଠାରେ ଦେବୀଙ୍କର ଆରାଧନା କଲେ । ଏକଦା ଆଶ୍ଚର୍ଯ୍ୟାନ୍ୱିତ ଭାବରେ ତାଙ୍କର ଗୁରୁଙ୍କର ଶରୀର ସେହି କବରରୁ ବାହାରକୁ ବାହାରିବା ସେ ଦେଖିଲେ । ବିଚଳିତ ହୋଇ ସେ ପ୍ରାର୍ଥନା କରିବା ଆରମ୍ଭ କରିଦେଲେ । ଅଚାନକ ସେ ଏକ ସ୍ୱର୍ଗୀୟ ସ୍ୱର ଶୁଣିବାକୁ ପାଇଲେ ଯେ, ତାଙ୍କୁ ତାଙ୍କର ଗୁରୁଙ୍କର ପିଣ୍ଡଦାନ କରି ନଦୀର ଭସାଇବା ସହ ପବିତ୍ର ହୃଦୟରେ ଦେବୀଙ୍କର ପ୍ରତିମାକୁ ଜଳରେ ସ୍ଥାପନ କରିବା ଉଚିତ । ସେ ମାଆଙ୍କ ପାଦରେ ଥିବା ପାଉଁଜିର ଶବ୍ଦକୁ ଅନୁସରଣ କରିବ ଏବଂ ତାଙ୍କର ପାଉଁଜିର ଶବ୍ଦ ବନ୍ଦ ହେବା ପର୍ଯ୍ୟନ୍ତ ସେ ତାଙ୍କର ଯାତ୍ରା ଚାଲୁ ରଖିବେ । ଭଦ୍ରନାଥ ମଧ୍ୟ ସେହିପରି କଲେ । ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ସେ ମାଆଙ୍କର ପାଉଁଜିର ଶବ୍ଦ ଶୁଣିପାରିଲେ ନାହିଁ । ସନ୍ଦେହର ସହ ସେ ଯେତେବେଳେ ପଛକୁ ଚାହିଁଲେ, ସେତେବେଳେ ସେଠାରେ ରହିବାକୁ ତାଙ୍କୁ ସେହି ସ୍ୱର୍ଗୀୟ ଶବ୍ଦ ନିର୍ଦ୍ଦେଶ ଦେଲା । ଭଦ୍ରନାଥ ସେଠାରେ ରହିଲେ ଏବଂ ଦେବୀଙ୍କର ପୂଜା କରିବା ଆରମ୍ଭ କରିଦେଲେ । ଏକଦା ଦୁଇ ଚୌହାନ ମରାଠା ଭାଇ ପୁରୁଷୋତ୍ତମ କ୍ଷେତ୍ରକୁ ତୀର୍ଥ ପାଇଁ ଆସିଥିଲେ । ସେମାନେ ସେମାନଙ୍କର ମାର୍ଗ ଭୂଲିଗଲେ ଏବଂ ଗୋଟିଏ ଘଞ୍ଚ ଜଙ୍ଗଲରେ ପ୍ରବେଶ ହୋଇଲେ । ଅଚାନକ ସେମାନେ ଉଜ୍ଜ୍ୱଳ ଆଲୋକର ସଂସ୍ପର୍ଶରେ ଆସିଲେ ଏବଂ ତାକୁ ପିଛା କରି କରି ଯାଇ ଏକ କୁଡ଼ିଆରେ ପହଞ୍ଚିଲେ । ସେହି କୁଡ଼ିଆଟି ଯୋଗୀ ଭଦ୍ରନାଥଙ୍କର ଥିଲା ଏବଂ ସେଠାରେ ସେ ଦୁଇ ଭାଇ ବିଶ୍ରାମ ନେଲେ । ପରଦିନ ସାନଭାଇଟି ଅସୁସ୍ଥ ହୋଇପଡ଼ିଲା ।ସେହି କୁଡ଼ିଆରେ ରହି କିଛିଦିନ ବିଶ୍ରାମ ନେବା ପରେ ତାଙ୍କର ଯାତ୍ରା ଆରମ୍ଭ କରିବାକୁ ତାଙ୍କର ବଡ଼ଭାଇ ଉପଦେଶ ଦେଲେ । ଯୋଗୀ ଭଦ୍ରନାଥଙ୍କର କନ୍ୟା ଅତ୍ୟନ୍ତ ଯତ୍ନ ଏବଂ ଆଦରର ସହ ସାନଭାଇଟିର ଚିକିତ୍ସା କଲେ । ଯେତେବେଳେ ସେ ଭଲ ହେବାକୁ ଲାଗିଲେ ଉଭୟଙ୍କର ପ୍ରେମ ସମ୍ପର୍କ ଗଢ଼ିଉଠିଲା । ଚୌହାନ ବାଳକ ଗୋଟିଏ ଅଜବ କଥା ଲକ୍ଷ କଲେ କି ପ୍ରତିଦିନ ଭଦ୍ରନାଥ ଏକ ଅଜଣା ଜାଗାକୁ ଯାଉଛନ୍ତି । ସେ ତାଙ୍କୁ ଅନୁସରଣ କଲେ ଏବଂ ଦିନେ କିଛି ଦୂରରେ ଗୋଟିଏ ଜାଗାରେ ପହଞ୍ଚିଲେ । ସେଠାରେ ପହଞ୍ଚି ସେ ଦେଖିଲେ କି ଏକାନ୍ତରେ ପୂଜା ପାଉଥିବା ସେ ଦେବୀଜଣକ ଆଉ କେହି ନୁହନ୍ତି ସ୍ୱୟଂ ମହାମାୟା ଭଦ୍ରକାଳୀ । ସେହିଦିନ ରାତିରେ ଯୁବକ ଜଣକ ଗୋଟିଏ ସ୍ୱପ୍ନ ଦେଖିଲେ । ଦେବୀ ତାଙ୍କୁ ଗୋଟିଏ ଫୁଲ ଦେଲେ ଏବଂ ତାଙ୍କ ସକ୍ଷମତାରେ ସର୍ବାଧିକ ଦୂରକୁ ଯିବାକୁ ଆଦେଶ ଦେଲେ, ଯାହାଦ୍ୱାରା ସେ ସେହି କ୍ଷେତ୍ରର ପଥପ୍ରଦର୍ଶକ ବନିପାରିବେ । ପରଦିନ ସେହି ଯୁବକଟି ଦେବୀଙ୍କ ପ୍ରଦତ୍ତ ଫୁଲଟି ଧରି ମହାମାୟାଙ୍କୁ ନେଇ ଯାତ୍ରା ଆରମ୍ଭ କଲା । ପାଉଁଜି ଶବ୍ଦ ସହ ଦେବୀ ପଛେ ପଛେ ଚାଲିଲେ । ଯେତେବେଳେ ଯୁବକଟି ସାଳନ୍ଦୀ ନଦୀର ଶୁଖିଲା ଉପତ୍ୟକା ଦେଇ ଗତି କରୁଥିଲା, ସେହି ସମୟରେ ସେ ଆଉ ଦେବୀଙ୍କର ପାଉଁଜିର ଶବ୍ଦ ଶୁଣିପାରିଲା ନାହିଁ । ତେଣୁ ସେ ପଛକୁ ବୁଲି ଦେଖିଲା କି ମାଆ ଏକ ପଥର ମୂର୍ତ୍ତୀ ହୋଇଯାଇଛନ୍ତି । ରତ୍ନକୋଷର ବର୍ଣ୍ଣାନାନୁସାରେ ମାଆ ଭଦ୍ରକାଳୀ ଭୁଇଁଆ ବଂଶର କୁଳଦେବୀ ଥିଲେ । ଏହି ମରାଠା ଯୁବକଟି ଭୁଇଁଆ ବଂଶର ପ୍ରତିଷ୍ଠାତା ଥିଲା । ସେହି ସ୍ଥାନଟିର ନାମ ଥିଲା ଭୁଇଁଆ ମହଲ, ଯେଉଁଟାକି ପ୍ରାଚୀନ ଭଦ୍ରକର ରାଜଧାନୀ ଥିଲା । ଭୁଇଁଆମାନେ ସାଳନ୍ଦୀ ନଦୀର ଆଖପାଖ ଅଞ୍ଚଳର ଶାସକ ଥିଲେ । ସେମାନେ ମାଆ ଭଦ୍ରକାଳୀଙ୍କର ପୂଜକ ଥିଲେ । ପରବର୍ତ୍ତୀ ସମୟରେ କ୍ରୁର ଆଫଗାନମାନଙ୍କର ଆକ୍ରମଣ ଫଳରେ ସେମାନେ ଦୋଳସାହିକୁ ସ୍ଥାନାନ୍ତରିତ ହୋଇଗଲେ । ସେମାନଙ୍କର ଉତ୍ତରାଧିକାରମାନେ ଯେଉଁ ସ୍ଥାନରୁ ବିଭିନ୍ନ କ୍ଷେତ୍ରକୁ ପଳାୟନ କରିଥିଲେ ସେହି ସ୍ଥାନଟି ଭୁଇଁଆ ଉଆସ ନାମରେ ଜଣା । ସେମାନେ ଏବେ ତାଳପଦା ସାହିର ସାମନ୍ତରାୟ ପରିବାର, କୁବେରର ଭୁଇଁଆ ଏବଂ ନଦୀଗାଆଁର କାନୁନ୍ଗୋ ପରିବାର ଭାବରେ ଜଣା । ବର୍ତ୍ତମାନର ଭଦ୍ରକାଳୀ ମନ୍ଦିର ସୀମାରୁ ଉଦ୍ଧାର କରାଯାଇଥିବା ଶିଳାଲେଖରୁ ଦେବୀଙ୍କ ଐତିହାସିକ ପୃଷ୍ଠଭୂମି ବିଷୟରେ ଜଣାଯାଇପାରେ । ବର୍ତ୍ତମାନ ପର୍ଯ୍ୟନ୍ତ ହାତୀଗୁମ୍ପାରେ ଖାରବେଳଙ୍କ ଶିଳାଲେଖ ପରେ ଏହିଟିକୁ ଦ୍ୱିତୀୟ ଶିଳାଲେଖ ଭାବରେ ଗଣାଯାଏ । ଏହି ଶିଳାଲେଖଟିରେ ବ୍ରାହ୍ମୀ ଲିପିରେ ପାଲି ଭାଷାରେ ଉଲ୍ଲେଖ ରହିଛି । ଗବେଶକଙ୍କ ମତରେ ଏହି ଶିଳାଲେଖତି ୩ୟ ଶତାବ୍ଦୀର ବୋଲି ଅନୁମାନ କରାଯାଏ ଯାହାକି ବର୍ତ୍ତମାନର ଭଦ୍ରକର ଗଣରାଜାଙ୍କଦ୍ୱାରା ନିର୍ମିତ ହୋଇଥିଲା । ହରେକୃଷ୍ଣ ମହତାବଙ୍କ ଅନୁସାରେ ଭଦ୍ରକାଳୀ ଶିଳାଲେଖର ମହାରାଜା ଶ୍ରୀ ଗଣ, ଗୁପ୍ତ ରାଜବଂଶର ସଂସ୍ଥାପକ ଥିଲେ । କିନ୍ତୁ ଭୁଇଁଆ ମହଲରେ ଥିବା ଭଦ୍ରକାଳୀ ଗୁପ୍ତ ବଂଶର ପ୍ରତିଷ୍ଠାର ଅନେକ ବର୍ଷ ପୂର୍ବରୁ ପୂଜା ପାଇଆସୁଛନ୍ତି । ପୂର୍ବଜ ବିଦ୍ୱାନଙ୍କ ମତାନୁସାରେ ମାଆ ଭଦ୍ରକାଳୀଙ୍କର ନାମାନୁସାରେ ଭଦ୍ରକର ନାମକରଣ ହୋଇଛି । ପଣ୍ଡିତ ଭାଗିରଥି ନନ୍ଦ ଶର୍ମାଙ୍କ ଅନୁସାରେ ବରେଶ୍ୱରଙ୍କ ଅନୁସାରେ ବାଲେଶ୍ୱର, ସମଲେଇରୁ ସମ୍ବଲପୁର, ଭୁବନେଶ୍ୱରୀରୁ ଭୁବନେଶ୍ୱର ଏବଂ ଦେବୀ ଭଦ୍ରକାଳୀଙ୍କଠାରୁ ଭଦ୍ରକ ହୋଇଛି । ଅନ୍ୟକେତେକ ମଧ୍ୟ ମତ ଦିଅନ୍ତି କି ମାଆ ଭଦ୍ରକାଳୀଙ୍କର ସମ୍ପୂର୍ଣ୍ଣନାମରୁ ଭଦ୍ରକ ଉଧୃତ ହୋଇଛି, ଯେପରିକି ପୁରୁଷୋତ୍ତମ ପୁରୀରୁ ପୁରୀ ହୋଇଛି ।
ନିର୍ଭିକ ନିର୍ଘୋଷକ , ସଂସ୍କାରକ
------
ପରିବର୍ତ୍ତନଶୀଳ ଦୁନିଆରେ ପରିବର୍ତ୍ତନ ହିଁ ଅପରିବର୍ତ୍ତିତ ନିୟମ । ବିଶ୍ବ ଇତିହାସର ଗର୍ଭାନୁଶୀଳନ କଲେ ଜଣାଯାଏ ଯେ ସମୟାନ୍ତରରେ ଜଣେ ଜଣେ ଦେବଶିଶୁ ଅମରାର ସନ୍ଦେଶ ବହନ କରି ଏ ଧରାପୃଷ୍ଠକୁ ଆସିଥାନ୍ତି, ଯେଉଁମାନେ ନିଜର ତଥା ନିଜ ପରିବାରର ସକଳ ସୁଖ ସମ୍ପଦକୁ ଜଳାଞ୍ଜଳି ଦେଇ,ଅପରର ଦୁଃଖରେ ବିଗଳିତ ହୃଦୟର ପରିଚୟ ସୃଷ୍ଟି କରି ହୋଇଥାନ୍ତି ପରିବର୍ତ୍ତନର ସୁବାର୍ତ୍ତାବାହୀ । ଏହି ମହିମା ମଣ୍ଡିତ ସୂଚିପତ୍ରରେ କାଳଜୟୀ ମହାପୁରୁଷ, ବିଶ୍ବ ମାନବ ସଭ୍ୟତାର ବିସ୍ମୟ ପ୍ରତିଭା, ସମାଜ ସଂସ୍କାରକ ,ଆର୍ଯ୍ୟ ସମାଜର ସଂସ୍ଥାପକ, ଅତୁଳନୀୟ ବେଦାନ୍ତ ଦର୍ଶନ ପ୍ରଦାତ୍ତା, ବହୁମୁଖି ପ୍ରତିଭାଦୀପ୍ତ ମହର୍ଷି ଦୟାନନ୍ଦ ସରସ୍ୱତୀ ଏକ ଉଜ୍ଜ୍ୱଳ ସ୍ବାକ୍ଷର । ଗତ ବର୍ଷ ଆଜିର ଦିନରେ ଏହି ଯୁଗସ୍ରଷ୍ଟାଙ୍କର
ସମଗ୍ର ବିଶ୍ଵରେ ବର୍ଷ ତମାମ ପାଳିତ ହୋଇଆସିଛି
ଦ୍ଵିଶତବାର୍ଷିକୀ ଜୟନ୍ତୀ ମହୋତ୍ସବ । ଓଡ଼ିଶାରେ ପୂଜ୍ୟ ପୂଜା ସଂସ୍କୃତି ପ୍ରାଣ ତଥା ଆଧ୍ୟାତ୍ମିକ ଦର୍ଶନାନୁରକ୍ତ
ସଂସ୍କୃତି ପୁରୁଷ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଡିଏଭି ଆଞ୍ଚଳିକ ନିର୍ଦ୍ଦେଶକ ଡଃ କେଶବ ଚନ୍ଦ୍ର ଶତପଥୀ ପ୍ରମୁଖଙ୍କ ନେତୃତ୍ତ୍ବାଧୀନ ସଙ୍ଗଠନ ଅନେକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ସମଗ୍ର ବିଶ୍ଵରେ ପାଳିତ ହେବାର କାରଣ ତାଙ୍କର ଅବଦାନ କେବଳ ଭାରତ ପାଇଁ ନୁହେଁ, ସମଗ୍ର ମାନବ ସଭ୍ୟତା ପାଇଁ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆଜକୁ ୨୦୧ ବର୍ଷ ତଳେ ମହର୍ଷି ଦୟାନନ୍ଦଙ୍କର , ଅର୍ଥାତ୍ ୧୮୨୪ ମସିହାରେ ସୌରାଷ୍ଟ୍ର (କାଠିଆବାଡ)ର ମୋରଜୀ ନାମକ ଭୂତପୂର୍ବ ଦେଶୀୟ ରାଜ୍ୟର ଏକ ଗ୍ରାମର ଏକ ଧନାଢ୍ୟ ବ୍ରାହ୍ମଣ ପରିବାରରେ ହୋଇଥିଲା ଜନ୍ମ । ତାଙ୍କର ମାତାଙ୍କର ନାମ ଥିଲା ଅମୂବା ଅର୍ଥାତ ଅମୃତବେନ , ପିତାଙ୍କର ନାମ ଥିଲା କରଷନଜୀ (କର୍ଷନ ତିଓ୍ୱାରୀ), ମହାପୁରୁଷଙ୍କ ପିଲାଦିନର ନାମ ଥିଲା ମୂଳାଶଙ୍କର ଅମ୍ବାଶଙ୍କର । ବଂଶାନୁକ୍ରମେ ତାଙ୍କ ପରିବାରରେ ଭଗବାନ ଶଙ୍କରଙ୍କର ଆରାଧନା କରାଯାଏ ।
ଥରେ ଶିବରାତ୍ରି ଦିନ ମୂଳାଶଙ୍କର ଅମ୍ବାଶଙ୍କରଙ୍କର ବାପା ତାଙ୍କୁ (ପୁଅକୁ) ରାତି ଉଜାଗର ରହି ଧ୍ୟାନଧାରଣାପୂର୍ବକ ଶିବଦର୍ଶନ କରିବାରେ ଉପଦେଶ ଦେଲେ । ତରୁଣ ଅମ୍ବାଶଙ୍କରଙ୍କର ପିତୃବାକ୍ୟ ପ୍ରତି ଗଭୀର ବିଶ୍ୱାସ ରହିଥିଲା । ଶିବ ଭକ୍ତିରେ ଉପବାସ କରି ରାତ୍ରି ଉଜାଗର ରହି ସେ ଶିବ ମନ୍ଦିରରେ ଦୀପ ଜାଳି ବସିଲେ । ଚାରିଆଡ଼େ ନିସ୍ତବ୍ଧ , ମୂଷାଟିଏ ଆସି ଶିବଲିଙ୍ଗ ଉପରେ ଚଢ଼ି ପ୍ରସାଦ ରୂପେ ଅର୍ପିତ ତଣ୍ଡୁଳାଦିକୁ ଭକ୍ଷଣ କରିବାକୁ ଲାଗିଲା , ଅଥଚ ଦେବତା ଥିଲେ ପ୍ରତିକ୍ରିୟାହୀନ । ଦେବତାଙ୍କ ଉପରେ ମୂଷିକର ଆକ୍ରମଣ ଅଥଚ ଦେବତା ନିଷ୍କ୍ରିୟ ! ଏହି ପ୍ରତ୍ୟକ୍ଷ ଅନୁଭବ ମୂଳାଶଙ୍କରଙ୍କର ଜୀବନର ଗତିପଥରେ ପରିବର୍ତ୍ତନ ଆଣିଲା । ମୂର୍ତ୍ତିପୂଜା ପ୍ରତି ତାଙ୍କର ଅବିଶ୍ୱାସ ଜାତ ହେଲା । ତାଙ୍କ ପରିବାରରେ ଦୁଇଭାଇ ଓ ଜଣେ ଭଉଣୀର ମୃତ୍ୟୁ ଘଟିଲା । ଏହା ତରୁଣ ମୂଳାଶଙ୍କର ଙ୍କ ପ୍ରାଣକୁ ଦୋହଲାଇ ଦେଇଥିଲା । ଇଶ୍ୱରତା ଲାଭ ଉଦ୍ଦେଶ୍ୟରେ ମୂଳାଶଙ୍କର ମାତ୍ର ୧୫ ବର୍ଷ ବୟସରେ ଗୃହତ୍ୟାଗ ପୂର୍ବକ ମଥୁରା ଚାଲିଗଲେ । ସେଠାରେ ସେ ବିରଜାନନ୍ଦ ସରସ୍ୱତୀଙ୍କୁ ଗୁରୁ କରି ତାଙ୍କର ତତ୍ତ୍ୱାବଧାନରେ ସକଳ ବେଦ ଅଧ୍ୟୟନ କଲେ । ସନ୍ନ୍ୟାସ ଦୀକ୍ଷା ଗ୍ରହଣ ପରେ ତାଙ୍କର ନୂତନ ନାମ ହେଲା ଦୟାନନ୍ଦ । ବେଦାଧ୍ୟୟନ ଓ ତାହାର ଗୂଢ଼ ନିହିତାର୍ଥ ବ୍ୟାଖ୍ୟାରୁ ତାଙ୍କର ଗଭୀର ଜ୍ଞାନର ପରିଚୟ ମିଳିଥିଲା । ସେ ବହୁ ପ୍ରତିବାଦୀ ପଣ୍ଡିତମାନଙ୍କଉପାଧି ସ୍ଵକୀୟ ପ୍ରଜ୍ଞାଧାରରେ ପ୍ରାପ୍ତ ହୋଇଥିଲେ । ସନ୍ନ୍ୟାସୀ ଦୟାନନ୍ଦଙ୍କୁ ସ୍ୱାମୀଜୀ ଆଖ୍ୟା ପ୍ରଦାନ କରାଗଲା । ସନ୍ନ୍ୟାସୀ ଦୟାନନ୍ଦ ଏହାପରେ ସ୍ୱାମୀ ଦୟାନନ୍ଦ ସରସ୍ୱତୀ ନାମରେ ସର୍ବ ପରିଚିତ ହେଲେ । ବୈଦିକ ଜ୍ଞାନର ସରଳ ତତ୍ତ୍ୱ ପାଇଁ ସତ୍ୟାର୍ଥ ପ୍ରକାଶ (୧୮୭୫) ନାମକ ତାତ୍ତ୍ୱିକ ପୁସ୍ତକ ରଚନା କରିଥିଲେ । ଦୟାନନ୍ଦ ପିତୁଳା ପୂଜାର ଅସାରତା ଓ ପୁରୋହିତ ମାଧ୍ୟମରେ ପୂଜାର୍ଚ୍ଚନାର ପ୍ରତିବାଦ ଜଣାଇ ପ୍ରଥମ ଅବସ୍ଥାରେ ମୌଳବାଦୀମାନଙ୍କର ଅପ୍ରିୟଭାଜନ ହେଇଥିଲେ । ସେତେବେଳେ ବାଲ୍ୟବିବାହ ପ୍ରଥା ପ୍ରଚଳିତ ଥିଲା । ଦୟାନନ୍ଦ ଏହାର ବିରୋଧ କରିଥିଲେ । ପରିପକ୍ୱ ବୟସରେ ଦାୟିତ୍ୱ ଜ୍ଞାନ ଆସିବା ପରେ ବିବାହ କଲେ ସ୍ତ୍ରୀ ପୁରୁଷ ସମର୍ଥବନ୍ତ ହୁଅନ୍ତି ଓ ବିବାହ ସଫଳ ହୁଏ ବୋଲି କହି ସେ ଘୋର ସାମାଜିକ ବିରୋଧର ସମ୍ମୁଖୀନ ହେଲେ । ପରବର୍ତ୍ତୀ କାଳରେ ତାଙ୍କ ଯୁକ୍ତିର ସାରବତ୍ତାକୁ ଶିକ୍ଷିତ ଲୋକେ ଗ୍ରହଣ କରିନେଲେ ଓ ସେ ସଫଳକାମ ହୋଇପାରିଲେ । ଏଥିସହିତ ସେ ବିଧବା ବିବାହର ସପକ୍ଷରେ ଯୁକ୍ତି କରି ଓ ଅନେକ କ୍ଷେତ୍ରରେ ବିଧବା ବିବାହ କରାଇ ବହୁ ତର୍କର ସମ୍ମୁଖୀନ ହେଇଥିଲେ । ଦୟାନନ୍ଦ ସରସ୍ୱତୀଙ୍କ ଆର୍ଯ୍ୟ ସମାଜ ଭଳି ଅନ୍ୟ ଏକ ସଂସ୍ଥା ବ୍ରାହ୍ମ ସମାଜ ମଧ୍ୟ ହିନ୍ଦୁଧର୍ମୀ ପୌତ୍ତଳିକତା ଓ ଜାତିପ୍ରଥା ବିରୋଧରେ ସ୍ୱର ଉତ୍ତୋଳନ କରିଥାଏ । ଏହି ବ୍ରାହ୍ମ ସମାଜର ପୃଷ୍ଠପୋଷକ ଥିଲେ କେଶବଚନ୍ଦ୍ର ସେନ, ରାଜା ରାମମୋହନ ରାୟ, ଦେବେନ୍ଦ୍ରନାଥ ଠାକୁର ଓ ତାଙ୍କର ପୁତ୍ର ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ଆଦି । ତେବେ ଆର୍ଯ୍ୟ ସମାଜ ଓ ବ୍ରାହ୍ମ ସମାଜ ପରସ୍ପର ପ୍ରତି ସମ୍ବେଦନଶୀଳ ସମକାଳୀନ ଦୁଇଗୋଟି ସମାଜ ସୁଧାରକ ସଂସ୍ଥା ଯାହାକି ଅଦ୍ୟାବଧି ଆପଣା ଲକ୍ଷ୍ୟ ସାଧନରେ ବ୍ରତୀ ।
ବୈଜ୍ଞାନିକ ଦୃଷ୍ଟିକୋଣରୁ ଦୟାନନ୍ଦଙ୍କର ମତ ଓ ପଥ ଅତି ପ୍ରାସଙ୍ଗିକ ଓ ଯୁକ୍ତି ସମ୍ମତ । ବାସ୍ତବ ଜୀବନରେ ଏହାର ପ୍ରୟୋଗରେ ସଫଳତା ଉପଲବ୍ଧ ହେଉଥିବା ଦୃଷ୍ଟିରୁ ଦୟାନନ୍ଦ ସରସ୍ୱତୀ ଅତ୍ୟନ୍ତ ଲୋକପ୍ରିୟତା ଅର୍ଜନ କରିପାରିଥିଲେ । ଫଳତଃ ଶିକ୍ଷିତ ଗୋଷ୍ଠୀରେ ଆର୍ଯ୍ୟ ସମାଜ ବେଶ୍ ସୁଦୃଢ଼ ଆସନ ପାତି ପାରିଥିଲା ଓ ପାରିଅଛି ମଧ୍ୟ । ଦୟାନନ୍ଦଙ୍କର ଜୀବିତାବସ୍ଥାରେ ଦିଲ୍ଲୀ, ବନାରସ ,ଅଜମୀର, ଜୟପୁର ଆଦି ସ୍ଥାନମାନଙ୍କରେ ଡି.ଏ.ଭି ସ୍କୁଲ ଓ କଲେଜମାନ ସ୍ଥାପିତ ହୋଇପାରିଥିଲା I ଥରେ ପର୍ଯ୍ୟଟନ କ୍ରମରେ ଦୟାନନ୍ଦ "ଓଖା' ମଠର ମହନ୍ତଙ୍କ ସଂପର୍କରେ ଆସିଥିଲେ । ମହନ୍ତ ଦେଖିଲେ ଦୟାନନ୍ଦ ଜଣେ କର୍ମଠ-ବୁଦ୍ଧିମାନ-ସୁପଣ୍ଡିତ ଯୁବକ । ତେଣୁ ସେ ଦୟାନନ୍ଦଙ୍କୁ ତାଙ୍କର ଉତ୍ତରାଧିକାରୀ ଭାବେ ସମସ୍ତ ସଂପତ୍ତି ଲାଭର ପ୍ରଲୋଭନ ଦେଖାଇଲେ । ଉତ୍ତରରେ ସ୍ୱାମୀଜୀ ମହନ୍ତଙ୍କୁ ନାସ୍ତିବାଣୀ ଶୁଣାଇଲେ । ଯଦି ଧନପ୍ରତି ତାଙ୍କର ଲୋଭ ଥାଆନ୍ତା, ତେବେ ସେ ନିଜର ପୈତୃକ ସଂପତ୍ତି ଓ ଦେବାୟତନକୁ ଛାଡ଼ି ଆସିଥାନ୍ତେ କାହିଁକି ? ସ୍ୱାମୀଜୀଙ୍କର ଲକ୍ଷ୍ୟ ଥିଲା ସତ୍ୟର ଅନୁସନ୍ଧାନ । ଦେଶ ଓ ଜାତିକୁ ମୂଢ଼ତାରୁ ମୁକ୍ତ କରିବା ସହିତ ଋଢିମନ୍ତ ସାମାଜିକ ଅବ୍ୟବସ୍ଥାର ସକରାତ୍ମକ ପରିବର୍ତ୍ତନ । କଠିନ ପରିସ୍ଥିତିର ସମ୍ମୁଖିନ ହୋଇ
ଲୋକଙ୍କୁ ବିଦ୍ୟା କ'ଣ ବୁଝାଇ ଅବିଦ୍ୟା-ଅନ୍ଧକାରକୁ ଦୂରେଇ ଦେବା ପାଇଁ ତାଙ୍କର ଜୀବନବ୍ୟାପୀ ସଂଘର୍ଷ ଅବର୍ଣ୍ଣନୀୟ।
ଜାନୁଆରୀ ୧୮୭୩ରେ କଲିକତାର ଆର୍ଚ ବିଶପ (ଚର୍ଚ୍ଚର ମୁଖ୍ୟ ପୁରୋହିତ)ଙ୍କ ଅନୁରୋଧକ୍ରମେ ତତ୍କାଳୀନ ବଡ଼ଲାଟ ନର୍ଥବ୍ରୁକଙ୍କ ସହ ଦୟାନନ୍ଦଙ୍କର ସାକ୍ଷାତ ଆଲୋଚନା ହୋଇଥିଲା । ଏଥିପୂର୍ବରୁ ବଡ଼ଲାଟଙ୍କୁ ସୂଚନା ଦିଆଯାଇଥିଲା କି ସ୍ୱାମୀ ଦୟାନନ୍ଦ ହେଲେ ଜଣେ ସଂସ୍କୃତିସଂପନ୍ନ ବେଦପଣ୍ଡିତ ତଥା ସଂସ୍କାରକ । ସାକ୍ଷାତକାରରେ ବଡ଼ଲାଟ ସ୍ୱାମୀଜୀଙ୍କର ପ୍ରଶଂସାପୂର୍ବକ ଇଂଲଣ୍ଡର ରାଣୀ ଓ ଇଂରେଜ ସରକାରଙ୍କର ବିଜୟ ପାଇଁ ପ୍ରାର୍ଥନା କରିବାକୁ କହିବାରୁ ଦୟାନନ୍ଦ ସରସ୍ୱତୀ ତତକ୍ଷଣାତ ଉତ୍ତର ଦେଇଥିଲେ,...ବର୍ତ୍ତମାନ ନୁହେ । ବର୍ତ୍ତମାନର ପ୍ରାର୍ଥନା ହେଲା ଭାରତବର୍ଷ ବିଦେଶୀ ଶାସନରୁ ମୁକ୍ତିଲାଭ କରୁ । ବଡ଼ଲାଟ ସ୍ୱାମୀଜୀଙ୍କର ନିର୍ଭୀକ ବଚନରେ ସ୍ତବ୍ଧ ହୋଇଥିଲେ । ଲଣ୍ଡନରେ ଥିବା ଭାରତ ସଚିବଙ୍କ ନିକଟକୁ ଚିଠି ଦେଲେ- ସ୍ୱାମୀ ଦୟାନନ୍ଦ ଜଣେ ବିପ୍ଲବୀ ସନ୍ନ୍ୟାସୀ । ତାଙ୍କ ରାଜନୀତିକ ବିଚାର ଇଂରେଜ ଶାସନର ପରିପନ୍ଥୀ ।୧୮୭୫, ଅପ୍ରେଲ ୭ ତାରିଖରେ ବମ୍ବେ (ବର୍ତ୍ତମାନର ମୁମ୍ବାଇ) ନଗରର ଗିରିଗାଁଓ ଅଞ୍ଚଳର ଡକଫର ମାଣିକଚାନ୍ଦଙ୍କ ବଗିଚାରେ ସ୍ୱାମୀଜୀ "ଆର୍ଯ୍ୟସମାଜ' ପ୍ରତିଷ୍ଠା କଲେ । ବେଦମନ୍ତ୍ର ପଠନ କରାଗଲା । ଆର୍ଯ୍ୟ ସମାଜର ଦୃଷ୍ଟିଭଙ୍ଗୀ ବିଜ୍ଞାନ ସମ୍ମତ ଓ ପ୍ରଗତିଧର୍ମୀ । ମୂର୍ତ୍ତିପୂଜନ ଓ ଅବତାରବାଦକୁ ଏଡ଼ାଇ ଏକେଶ୍ୱର ଉପାସନା ପାଇଁ ଆହ୍ୱାନ କରାଗଲା । ଜାତି-ଧର୍ମ-ବର୍ଣ୍ଣ-ଲିଙ୍ଗ ନିର୍ବିଶେଷରେ ସମସ୍ତେ ବେଦପାଠ କରିପାରିବେ । ସ୍ତ୍ରୀ ବା ଶୁଦ୍ରଙ୍କ ପାଇଁ କୌଣସି ବାରଣ ନାହି । ସମସ୍ତେ ପ୍ରଭୁଙ୍କର ସନ୍ତାନ । ବେଦପାଠ ଓ ଯୋଗ ସାଧନରେ ସମସ୍ତଙ୍କର ଅଧିକାର ଅଛି । ମନୁଷ୍ୟର ଜାତି (ବର୍ଣ୍ଣ) ଜନ୍ମରୁ ହୁଏ ନାହିଁ । ତାହା ଗୁଣ-କର୍ମ ସ୍ୱଭାବରୁ ନିର୍ଣ୍ଣିତ ହୁଏ । ସେଠାରେ ଗୁରୁକୁଳ, ଅନାଥାଶ୍ରମ, ଯୋଗାଶ୍ରମ, ବାନପ୍ରସ୍ଥାଶ୍ରମ ଆଦି ଜନକଲ୍ୟାଣକର ସଂସ୍ଥା ସ୍ଥାପନର ସଂକଳ୍ପ ନିଆଗଲା । ପ୍ରକାଶ ଥାଉକି ବମ୍ବେ ଆର୍ଯ୍ୟ ସମାଜର ପ୍ରଥମ ସଭାପତି ଥିଲେ ଶ୍ରୀ ଗିରିଧରଲାଲ କୋଠାରୀ । ୧୮୭୮, ଡିସେମ୍ବର ୨୪ରେ ସ୍ୱାମୀଜୀ ପହଞ୍ଚିଲେ ରାଜସ୍ଥାନର ରେବାଡ଼ିଠାର । ତା' ପୂର୍ବରୁ ସେ ଦିଲ୍ଲୀ, ଆଜମୀର, ପୁଷ୍କର ଓ ମସୂଦାଠାରେ ଭାଷଣ ଦେଇସାରିଥିଲେ। ଏବେ ରେବାଡ଼ିରେ ସେ ସଂସ୍କାରମୂଳକ କାର୍ଯ୍ୟନେଇ ୧୧ଟି ଭାଷଣ ଦେଇଥିଲେ । ମୂର୍ତ୍ତି ପୂଜାର ଅସାରତା, ମୃତକ ଶ୍ରାଦ୍ଧ ଏବଂ ବାଲ୍ୟବିବାହର କୁଫଳ ସଂବନ୍ଧରେ ସେ ଗୁରୁତ୍ୱପୂର୍ଣ୍ଣ କଥାମାନ କହିଥିଲେ । ତାଙ୍କ ପ୍ରେରଣାରେ ରେବାଡ଼ିରେ ଗୋ-ସଦନ ପ୍ରତିଷ୍ଠିତ ହେଲା , ଯାହା ଆଧୁନିକ ଭାରତବର୍ଷର ପ୍ରଥମ ଗୋ-ଶାଳା । ସ୍ୱାମୀଜୀ ରାଜା ଜୟକୃଷ୍ଣ ଦାସଙ୍କ ଅତିଥି ହୋଇ ତାଙ୍କ ରାଜ ପ୍ରାସାଦରେ ଅବସ୍ଥାନ କରୁଥିଲ । ପରବର୍ତ୍ତୀ କାଳରେ ସେହି ରାଜାଙ୍କ ଅନୁରୋଧକ୍ରମେ ସେ ସତ୍ୟାର୍ଥ ପ୍ରକାଶ ଲେଖିଥିଲେ।ଥରେ ଜଣେ ପଣ୍ଡିତ ସ୍ୱାମୀଜୀଙ୍କ ପାଖକୁ ଆସି ତାଙ୍କ ନିମନ୍ତେ ସବୁଠାରୁ ଉଚ୍ଚ ଆସନର ବ୍ୟବସ୍ଥା ପାଇଁ ଅନୁରୋଧ କଲେ । ସେଠାରେ ଉପସ୍ଥିତ ଥିବା ଲୋକେ ପଣ୍ଡିତଙ୍କର ଅନ୍ୟାୟ ଅନୁରୋଧକୁ ପସନ୍ଦ କରୁନଥିଲେ । ସେତେବେଳେ ସ୍ୱାମୀଜୀ ବିନୋଦପୂର୍ଣ୍ଣ ଭାବରେ ମନ୍ତବ୍ୟ ଦେଇଥିଲେ- ଗଛରେ ବସିଥିବା କାଉ ସମସ୍ତଙ୍କଠାରୁ ଉଚ୍ଚ ଆସନରେ ବସିଛି । ଏବେ ପଣ୍ଡିତକୁ ବୁଝାପଡ଼ିଲା ତାଙ୍କ ପ୍ରଶ୍ନର ଉତ୍ତରଟି । ଶ୍ରୋତାଗଣ ମଧ୍ୟ ମନ୍ତବ୍ୟର ତାତ୍ପର୍ଯ୍ୟ ବୁଝିଲେ । ସେହି ଗହଣରେ ଥିଲେ ଉଧୋସିଂହ ନାମକ ଧନାଢ଼୍ୟ ବ୍ୟକ୍ତି । ବେଶ ମୂଲ୍ୟବାନ ବିଦେଶୀ ପୋଷାକ ପରିଧାନ କରି ଆସିଥିଲେ ସ୍ୱାମୀଜୀଙ୍କର ଦର୍ଶନ ଲାଭ ପାଇଁ । ତାଙ୍କ ପ୍ରତି ସ୍ୱାମୀ ଦୟାନନ୍ଦ କହିଥିଲେ- ଆପଣ ଏପରି ପୋଷାକ ପିନ୍ଧିଲେ ଆମ ଦେଶର କାରିଗରମାନଙ୍କର ଜୀବିକା ବୁଡ଼ିଯିବ । ପ୍ରକାଶ ଥାଉ କି, ଏହା ଥିଲା ଜାତୀୟ କଂଗ୍ରେସର ସ୍ୱଦେଶୀ ଦ୍ରବ୍ୟ ଆଦର ଓ ବିଦେଶୀ ଦ୍ରବ୍ୟ ବର୍ଜନ ଆନ୍ଦୋଳନର ପାଖାପାଖି ଷାଠିଏ ବର୍ଷର ପୂର୍ବବର୍ତ୍ତୀ ଘଟଣା । ଏଥିରୁ ସ୍ୱାମୀ ଦୟାନନ୍ଦଙ୍କର ସ୍ୱଦେଶପ୍ରୀତି ଆକଳନ କରାଯାଇପାରେ ।୧୮୫୭-୧୮୬୦ ଖ୍ରୀ.ଅ ପର୍ଯ୍ୟନ୍ତ ତିନିବର୍ଷ ଦୟାନନ୍ଦ ଅଜ୍ଞାତବାସରେ ଥିଲେ । ତାହା ଥିଲା ସିପାହୀ ବିଦ୍ରୋହର କାଳ । ଐତିହାସିକ ପୃଥ୍ୱୀସିଂହଙ୍କ ମତରେ ସ୍ୱାମୀଜୀ ଥିଲେ ୧୮୫୭, ସିପାହୀ ବିଦ୍ରୋହରେ ପରୋକ୍ଷ ଭାବରେ ନାନା ସାହେବ, ଆଜିମୁଲ୍ଲା ଖାଁ, କୁମ୍ବର ସିଂହ, ରାଣୀ ଲକ୍ଷ୍ମୀବାଈ ଆଦି ନେତୃବୃନ୍ଦଙ୍କର ପରାମର୍ଶଦାତା ତଥା ପଥପ୍ରଦର୍ଶକ । ଏହିପରି "ଆର୍ଯ୍ୟସମାଜ'ର ପରିକଳ୍ପିତ ଉନ୍ନତି ରୂପରେଖର ପ୍ରଚାର- ପ୍ରସାର କାର୍ଯ୍ୟ କରୁ କରୁ ଦୟାନନ୍ଦ ସରସ୍ୱତୀ ରାଜସ୍ଥାନର ଯୋଧପୁରରେ ପହଞ୍ଚିଲେ । ସ୍ୱାମୀଜୀଙ୍କର ବ୍ରହ୍ମଚର୍ଯ୍ୟ ତଥା ସଦାଚାରମୂଳକ ଉପଦେଶ ତତ୍କାଳୀନ ରାଜାଙ୍କୁ କିମ୍ବା ତାଙ୍କର ପରିଚାରକମାନଙ୍କୁ ଭଲ ଲାଗୁ ନଥିଲା । ଫଳତଃ ଏହାଥିଲା ୧୮୮୩, ସେପ୍ଟେମ୍ବର ମାସ, ଶେଷ ସପ୍ତାହରେ ଷଡ଼ଯନ୍ତ୍ରକ୍ରମେ ସ୍ୱାମୀଜୀଙ୍କ ପାଚକ ଜଗନ୍ନାଥକୁ ଉତ୍କୋଚ ଦେଇ ସ୍ୱାମୀଜୀ ପାନ କରୁଥିବା ଖିରରେ ବିଷାକ୍ତ କାଚଗୁଣ୍ଡ ମିଶାଇ ଦିଆଗଲା । ବିଷ ଦେଇଥିବା ପାଚକକୁ ସ୍ୱାମୀଜୀ କ୍ଷମା କରିଥିଲେ ନିଜର ଉଦାର ଗୁଣରେ । ବିଷ ମଶ୍ରିତ କ୍ଷୀର ପାନ କରିଥିବା ଯୋଗୁଁ ସେ ନିମୋନିଆ ରୋଗରେ ଆକ୍ରାନ୍ତ ହୋଇ, ପ୍ରାୟ ଗୋଟିଏ ମାସ ପରେ, ଅର୍ଥାତ୍ ୩୦ ଅକ୍ଟୋବର ,୧୮୮୩ରେ ଇହଲୀଳା ସମ୍ବରଣ କରିଥିଲେ ।
କ୍ରମଶଃ
ଇତିହାସର ଛିଣ୍ଡା ଫର୍ଦ୍ଦ-୧୧
------
୧୯୮୮ ମସିହା, ଅକ୍ଟୋବର ୧୧ତାରିଖ, ଜୟପ୍ରକାଶ ନାରାୟଣଙ୍କ ୮୭ତମ ଜୟନ୍ତୀ (୧୯୦୨, ଅକ୍ଟୋବର ୧୧ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଜେପି) ଶୁଭାବସରରେ ବାଙ୍ଗାଲୋର ଠାରେ ଜନମୋର୍ଚ୍ଚା,ଜନତା ପାର୍ଟି ଓ ଲୋକଦଳର ମିଶ୍ରଣରେ ପୂର୍ବ ନିର୍ଦ୍ଧାରିତ ସୂତ୍ରାନୁଯାଇ ( ଜନତା ପାର୍ଟିରୁ ଜନତା+ଲୋକଦଳରୁ ଦଳ +ଜନମୋର୍ଚ୍ଚାର ନେତା ହେବେ ନୂତନ ଦଳର ନେତା) ଜନତା ଦଳ ଗଠିତ ହୋଇଥିଲା । କର୍ଣାଟକ ମୁଖ୍ୟମନ୍ତ୍ରୀ ଏସ ଆର ବୋମାଇଙ୍କ ଅଧ୍ୟକ୍ଷତାରେ ଏକ ବିରାଟ ଜନସଭାରେ ନବଗଠିତ ଦଳର ନେତା ଭାବେ ଭି ପି ସିଂହ ଘୋଷିତ ହୋଇଥିଲେ । ସୈାଭାଗ୍ୟକୁ ଓଡ଼ିଶାର ଜଣେ ସର୍ବ କନିଷ୍ଠ ଯୁବ ବକ୍ତାଟି ସେହି ଐତିହାସିକ ସଭାରେ ନିଜର ବକ୍ତବ୍ୟ ରଖିବାର ସୌଭାଗ୍ୟ ପାଇଥିଲା । ଉକ୍ତ ଦିନ ସନ୍ଧ୍ୟାରେ ହୋଟେଲ ଅଶୋକାରେ ସମସ୍ତ ବଡ଼ ବଡ଼ ଜନନେତା ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଓ ବିଭିନ୍ନ ନିଷ୍ପତ୍ତି ମଧ୍ୟରେ ତେଲୁଗୁ ଦେଶମ ଭଳି ଆଞ୍ଚଳିକ ଦଳମାନଙ୍କୁ ନେଇ ଜାତୀୟ ସାମ୍ମୁଖ୍ୟ ଗଠନର ନିଷ୍ପତ୍ତି ନିଆଯାଇଥିଲା । ତଦ୍ ଅନୁଯାୟୀ ୧୯୮୯, ଜାନୁଆରୀରେ ଦିଲ୍ଲୀସ୍ଥିତ ଆନ୍ଧ୍ର ପ୍ରଦେଶ ଭବନରେ ଜାତୀୟ ସାମ୍ମୁଖ୍ୟ ଗଠିତ ହୋଇଥିଲା ଓ ଏନ୍ ଟି ରାମାରାଓ ଏହାର ଅଧ୍ୟକ୍ଷ,ଭିପି ସିଂହ ହେଲେ ଆବାହକ । ଦଳ ଗଠନ ପରେ ବିଭିନ୍ନ ରାଜ୍ୟରେ ଦଳର ସଭାପତି କିଏ ହେବେ ତାକୁ ନେଇ ରାଜନୈତିକ କସରତ ଚାଲିଲା , ଓଡ଼ିଶାରେ ଟିକେ ବେଶୀ ଚାଲିଥିଲା । ଯୁବ ସ୍ବଚ୍ଛ ନେତୃତ୍ବର କଥା ଉଠାଯାଇଥିଲା । ଅବଶେଷରେ ନିଷ୍ପତ୍ତି ହେଲା ବିଜୁବାବୁ ସଭାପତି ରହିବେ ସତ୍ୟ ମାତ୍ର ଦଳୀୟ ପ୍ରାର୍ଥୀ ଚୟନ ଦାୟିତ୍ଵ ୧୨ ଜଣିଆ ସଂସଦୀୟ କମିଟି(ପାର୍ଲିଆମେଣ୍ଟ ବୋର୍ଡ)ର ଦାୟିତ୍ଵରେ ରହିବ ଏବଂ ଯାହାର ଦାୟିତ୍ଵ ନେବେ ଭଜମନ ବେହେରା । ଏଭଳି ବ୍ୟବସ୍ଥାରେ ଅସୁଖି ବିଜୁବାବୁ ଜଣେ ଯୁବ ନେତାଙ୍କୁ ଦାୟୀ କରି ଏତେ କ୍ରୋଧାନ୍ୱିତ ହୋଇଥିଲେ ଯେ ପରବର୍ତ୍ତୀ ସମୟରେ ସେହି ଯୁବନେତାକୁ ତଳିତଳାନ୍ତ କରିଦେଲେ । ଚତୁର ବିଜୁବାବୁ ଭଜମନ ବେହେରାଙ୍କୁ ଭିନ୍ନ ଢ଼ଙ୍ଗରେ ପ୍ରଲୋଭିତ କରି ନିଜ ଇଚ୍ଛାରେ ନିଷ୍ପତ୍ତି ନେଉଥିଲେ । ୨୪ ଜାନୁଆରୀରେ ସାମ୍ମୁଖ୍ୟ କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଠି ଆଗାମୀ ସଂସଦୀୟ ନିର୍ବାଚନରେ ବିଜେପି ସହ ମେଣ୍ଟ ଗଠନର ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ବୈଠକରେ କୈାଣସି ପ୍ରତିବାଦ ନ କରି ଓଡ଼ିଶା ଫେରି ଦଳର ବୈଠକ ଡାକି ବିଭିନ୍ନ ବିଷୟରେ ଆଲୋଚନା କରିବା ପରେ ଆଲୋଚନା ହୋଇନଥିବା ବିଷୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ ଯେ ଓଡ଼ିଶାରେ ଦଳ ବିଜେପି ସହ ମେଣ୍ଟ କରିବ ନାହିଁ । ବିଜେପି ର କିଛି ଜନସମର୍ଥନ ନାହିଁ ଏବଂ ତାହା ଏକ କ୍ୟାବିନ ପାର୍ଟି,ସାଇନବୋର୍ଡ ପାର୍ଟି । ସଂସଦୀୟ ଦଳର ନିଷ୍ପତ୍ତି ନ ଥାଇ ମଧ୍ୟ ଦଳ ଭିତରେ ଥିବା ତାଙ୍କର ପ୍ରତିଦ୍ବନ୍ଦୀ ଙ୍କୁ ନିର୍ବାଚନ ପ୍ରତିଦ୍ବନ୍ଦିତାରୁ ବଞ୍ଚିତ କରିବା ଚକ୍ରାନ୍ତରେ ଚକ୍ରାନ୍ତଙ୍କ କଥାରେ ସିପିଆଇକୁ ଆସ୍କା ଛଡା ନଯାଇ ,ଜଗତସିଂହପୁର ଓ ସିପିଏମ କୁ ଭୁବନେଶ୍ୱର ଏବଂ ଅନ୍ୟ ୧୯ଟି ସଂସଦୀୟ କ୍ଷେତ୍ରରେ ଜନତା ଦଳ ପ୍ରାର୍ଥୀ ଦେବ ବୋଲି ଘୋଷଣା କରି ଦେଇଥିଲେ , ଯଦିଓ ତାହା ସଂସଦୀୟ ବୋର୍ଡର ଦାୟିତ୍ଵ । ସଂସଦୀୟ ବୋର୍ଡ ବସିଲା, କେବଳ ରବି ରାୟ ବିରୋଧ କଲେ ଓ ଅନ୍ୟ ମାନେ ନିରବ ରହି ୧୯ ଟି ସଂସଦୀୟ କ୍ଷେତ୍ରରେ ଦଳୀୟ ପ୍ରାର୍ଥୀ ଚୟନ କରି ଦେବୀ ଲାଲଙ୍କ ଅଧ୍ୟକ୍ଷତାରେ ଗଠିତ କେନ୍ଦ୍ରୀୟ ସଂସଦୀୟ ବୋର୍ଡକୁ ଅନୁମୋଦନ ପାଇଁ ପଠାଇବା ପରେ ସମ୍ପୃକ୍ତ ଯୁବନେତା କାଳେ କେନ୍ଦ୍ରୀୟ ନେତୃତ୍ବ ଦ୍ବାରା ନିଷ୍ପତ୍ତିକୁ ବଦଳାଇ ଦେବାପାଇଁ ଆଶଙ୍କା କରି ତାଙ୍କର ଅତ୍ୟନ୍ତ ବିଶ୍ବସ୍ତ ଶାରଦା ମହାନ୍ତିଙ୍କୁ ପଠାଇ ଡ଼କାଇ ଆଣିଲେ । ସମ୍ପୃକ୍ତ ଯୁବକ ଫରେଷ୍ଟ ପାର୍କ ସମ୍ମୁଖରେ ଥିବା ଦଳୀୟ କାର୍ଯ୍ୟାଳୟରେ ବିଜୁ ବାବୁଙ୍କୁ ଦେଖାକରିବାକୁ ଯିବା ସମୟରେ ତାଙ୍କ ନିକଟରେ ସ୍ବର୍ଗତ ଅଶୋକ ଦାସ, ବିଜୟ ମହାପାତ୍ର, ନଳିନୀ ମହାନ୍ତି ଓ ଡାକ୍ତର ଦାମୋଦର ରାଉତ ଥିଲେ । ସେ ଦିନ ସେ ଯୁବକଙ୍କୁ " ୟୁ ଵ୍ଲଡି,ହ୍ବାଟ ନନସେନସ ଭିପି, ବିଜେପି ଓଡ଼ିଶା ରେ ସାଇନ୍ ବୋର୍ଡ଼ ପାର୍ଟି, ନୋ ଆଡଜଷ୍ଟମେଣ୍ଟ,ନୋ କୋଶ୍ଚିନ" ବୋଲି ଚିତ୍କାର କରି କହିଲେ । ବିଜୁବାବୁଙ୍କ କଥାରେ ପାଳି ଧରି ଡାକ୍ତର ରାଉତ କହିଥିଲେ "କ୍ଯାଵିନ ପକା ଦଳ,ବେପାରୀ ଦଳ" । ତୋର ପ୍ରାର୍ଥୀ ହେବା ଦାୟିତ୍ଵ ମୋ'ର । ନିର୍ବାଚନ ମଣ୍ଡଳୀ ଯାଇ ଲୋକ ସମ୍ପର୍କ ରଖେ , ଶାରଦା ଠୁ ନେଇଯାଆ । ଅପମାନିତ ଯୁବନେତା କୌଣସି ପ୍ରତିବାଦ ନକରି , ଶାରଦା ମହାନ୍ତିଙ୍କୁ ଦେଖା ନକରି ଫେରି ଆସିଲା । ପଛେ ପଛେ ଶାରଦା ବାବୁ ଧାଇଁ ଆସି ଗୋଟିଏ ଲଫାପା ବଢେଇଲେ ,ସେ ନେବାକୁ ମନା କରିବାରୁ ଶାରଦା ବାବୁ କହିଲେ ,ଵୁଢା ଯାହା ଦେଇଛି ,ନ ନେଲେ ତୁମ ଭବିଷ୍ୟତ ଖରାପ ହେବ । ଯାହା ହେବ,ଦେଖାଯିବ କହି ଫେରି ଆସିବାବେଳେ କମ୍ୟୁନିଷ୍ଟ ପାର୍ଟି ଯୁବନେତା ଅକ୍ଷୟ ପ୍ରଧାନ , ବରେଣ୍ୟ ଲୋକନାଥ ଚୌଧୁରୀ ଅଟକେଇ କ'ଣ ହେଲା ବୋଲି ପଚାରିଲେ । ଯେହେତୁ ଅକ୍ଷୟ ପ୍ରଧାନ ଓ ସମ୍ପୃକ୍ତ ଯୁବନେତା ଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିଲା, ସେହେତୁ ସେ ସମସ୍ତ ଘଟଣା ବର୍ଣ୍ଣନା କରିବା ପରେ ଦୁହେଁ କହିଲେ ଶାରଦା ମହାନ୍ତି ଯାହା କହିଛନ୍ତି, ଠିକ୍ କହିଛନ୍ତି । ଯୁବନେତା ନିଜର ମତ ରଖି ଠିକ୍ ଶାରଦା ମହାନ୍ତିଙ୍କୁ କହିଥିବା ଉତ୍ତର ପୁନରାବୃତ୍ତି କରି ଫେରି ଆସିଥିଲେ । ଏହା ପରେ ନବ ଗଠିତ ଜନତା ଦଳ କ୍ଷମତା ରାଜନୀତିରେ ବହୁତ ଘଟଣା ଘଟିଲା । ସଂସଦୀୟ ବୋର୍ଡ ୧୯ ଟି ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ତାଲିକା ଗଣମାଧ୍ୟମ କୁ ଦେଇଥିଲେ । କିଭଳି ପ୍ରାର୍ଥୀ ତାଲିକା ପରିବର୍ତ୍ତନ ହେଲା ଓ କିଭଳି ରବି ରାୟ, ସମରେନ୍ଦ୍ର କୁଣ୍ଡୁ ଓ ଭବାନୀ ଶଙ୍କର ହୋତା ଦଳୀୟ ପ୍ରାର୍ଥୀ ହେଲେ, ତାହା ଅନାଲୋଚିତ । ସେହି ନିର୍ବାଚନରେ ବିଜୁବାବୁଙ୍କ ବିରୋଧ ସତ୍ତ୍ଵେ ଏହି ତିନି ଜଣ ବିଜୟୀ ହୋଇ ସ୍ଵକୀୟ ପ୍ରତିଭାର ପରିଚୟ ଦେଇ ଥିଲେ । ଅନେକ ଅନାଲୋଚିତ ବିବଦମାନ ଘଟଣା ଇତିହାସରେ ଲୁଚିଯାଇଛି ସତ୍ୟ ମାତ୍ର ଡାକ୍ତର ରାଉତଙ୍କ ସେ ଟିପ୍ପଣୀ ପ୍ରାସଙ୍ଗିକତାକୁ ବହନ କରେ । ସେହି ସମୟରେ ବିଜେପି ସମ୍ପର୍କରେ ଏବଂ ଅତୀତରେ ଦଳରୁ ବିଦାହେଵା ପୂର୍ବରୁ ଅନେକ ଟିକ୍କା ଟିପ୍ପଣୀ ଦେଇଥିଲେ ଏହି ସ୍ବଘୋଷିତ ବିଜୁ ବିଚାର ମହାମନ୍ତ୍ରର ଅନନ୍ୟ ଉଦ୍ ଘୋଷକ। ପରବର୍ତ୍ତୀ ସମୟରେ ବିଜେପି ସହିତ ସମ୍ପର୍କ ବିଛିନ୍ନ କରି ଦେଇଆସୁଥିବା ମତ ଓ ମନ୍ତବ୍ୟ କୁ ଉପଜିବ୍ୟ କରି ଆଜିର ପ୍ରଦୂଷିତ କ୍ଷମତା ରାଜନୀତିର କେତେକ ଅନାଲୋଚିତ ତଥ୍ୟ ସାର୍ବଜନୀନ କରିବା ହିଁ ଏହି ଉପସ୍ଥାପନର ଉଦ୍ଦେଶ୍ୟ । ସଂସଦୀୟ ପରିଷଦ ବା ପାର୍ଲ୍ୟାମେଣ୍ଟାରୀ ବୋର୍ଡ଼ ଅଧ୍ୟକ୍ଷ ଭଜମନ ବେହେରାଙ୍କ ପରିବର୍ତ୍ତେ ବିଜୁ ବାବୁଙ୍କ ପ୍ରାର୍ଥୀତ୍ବ ଘୋଷଣାକୁ ନୀତିଗତ ଭାବରେ ବିରୋଧ କରି ସମ୍ପୃକ୍ତ ଯୁବନେତାଙ୍କୁ ବିଜୁ ବାବୁଙ୍କ ଇଙ୍ଗିତରେ ସୂର୍ଯ୍ୟ ବହିଦାର, ନରେନ୍ଦ୍ର ପ୍ରଧାନ, ପ୍ରଶାନ୍ତ ମହାପାତ୍ର ପ୍ରଭୃତି ୨୦/୨୫ ଜଣ ହୋହାଲ୍ଲା କରିଥିଲେ । ଅପମାନିତ ଯୁବ ନେତା ସେଠାରୁ ଭଜମନ ବେହେରାଙ୍କ ସରକାରୀ ବାସଭବନ ( ଏବେ ତାହା ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ପ୍ରଦୀପ କୁମାର ଜେନାଙ୍କ ସରକାରୀ ବାସଭବନ)କୁ ଆସି ଦେଖିଲେ ଯେ ପ୍ରାର୍ଥୀତ୍ବରୁ ବଞ୍ଚିତ ସମ୍ମାନନୀୟ ରବି ରାୟଙ୍କ ଆଖିରେ ଲୁହ, ତାଙ୍କ ଚାରିପାଖରେ ବସିଛନ୍ତି ସମ୍ମାନନୀୟ ବାଙ୍କ ବିହାରୀ ଦାସ, ତ୍ରିଲୋଚନ କାନୁନଗୋ, ଅନଙ୍ଗ ଉଦୟ ସିଂହଦେଓ,ବିବେକ ମେହେର, ଅନାଦି ଚରଣ ଦାସ, ଭଜମନ ବେହେରା ପ୍ରମୁଖ । ସମ୍ପୃକ୍ତ ଯୁବନେତା ରବି ରାୟଙ୍କ ଆଖିରେ ଲୁହ ଦେଖି ନିଜକୁ ନିୟନ୍ତ୍ରଣ ରଖିପାରିଲେ ନାହିଁ ଏବଂ ବିଜୁ ବାବୁଙ୍କ ସମ୍ମୁଖରେ କରିଥିବା ପ୍ରତିବାଦ ଓ ତତ୍ ପରବର୍ତ୍ତୀ ଗୁଣ୍ଡାଗିରି ସମ୍ପର୍କରେ ସୂଚନା ଦେଇ କହିଲେ ଯେ ସେ ଦିଲ୍ଲୀ ଯିବେ ଏବଂ ସମସ୍ତ କେନ୍ଦ୍ରୀୟ ନେତୃତ୍ବଙ୍କ ନିକଟରେ ଅଭିଯୋଗ କରିବେ । ସମସ୍ତେ ପ୍ରସ୍ତାବକୁ ଠିକ୍ ବୋଲି କହି ଜଣଜଣ ହୋଇ ଉଠି ଚାଲିଗଲେ । କେମିତି ଦିଲ୍ଲୀ ଯିବେ , କୋଉଠୁ ଟଙ୍କା ଆଣିବା ଚିନ୍ତା କରି କୌଣସି ଉପାୟ ନ ପାଇ ଶେଷରେ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରୀନିବାସ ରେ ରହୁଥିବା ନବବିବାହିତା ପତ୍ନୀ ଙ୍କୁ କହିବା ପରେ ସେ ତାଙ୍କ କାନଫୁଲ ଦୁଇଟି ଦେଇ କହିଲେ ଏହାକୁ ବିକି ତୁମେ ଦିଲ୍ଲୀ ଯାଅ । ସମ୍ପୃକ୍ତ ଯୁବନେତା ଏହାକୁ ଏଚ ଏଲ ଜୁଏଲେରୀରେ ବିକି ପୁରୁଷୋତ୍ତମ ଏକ୍ସପ୍ରେସ ରେ ସାଧାରଣ ବଗିରେ ଦିଲ୍ଲୀ ଯାଇ ସାଂସଦ ଅନାଦି ଚରଣ ଦାସ ଙ୍କ ୧୪୭ ସାଉଥ୍ ଏଭିନ୍ୟୁ ଘରେ ରହିଲେ । ତତ୍ ପରଦିନ ସକାଳେ ଭିପି ସିଂହ ଙ୍କ ବାସଭବନ କୁ ଯାଇ ସମସ୍ତ ଘଟଣା ବର୍ଣ୍ଣନା କରୁଥିବା ସମୟରେ ଶରଦ ଯାଦବ ଓ ପଛେ ପଛେ ରାମ ବିଳାସ ପାଶ୍ବାନ ଆସି ପହଞ୍ଚି ସମସ୍ତ ଘଟଣା ଶୁଣିଲେ । ପ୍ରଥମେ ଶରଦ ଯାଦବ କହିଲେ ଯେ ଓଡିଶା ପାର୍ଲ୍ୟାମେଣ୍ଟାରୀ ବୋର୍ଡ଼ ଦେଇଥିବା ତାଲିକା ପରିବର୍ତ୍ତନ ହେବ ଓ ରବି ରାୟ ନିଶ୍ଚିତ ପ୍ରାର୍ଥୀ ହେବେ । ଠିକ୍ ଏହି ସମୟରେ ଜର୍ଜ ପର୍ଣ୍ଣାଡିସ ଆସି ପହଞ୍ଚିଲେ ଏବଂ ତାଙ୍କୁ ପାଶ୍ବାନ ସମସ୍ତ କଥା କହିବା ପରେ ସେ କହିଲେ ଭବାନୀ ଶଙ୍କର ହୋତାଙ୍କ ନାମ ଅଛି କି ନାହିଁ ? ଯୁବନେତା ମନା କରି କହିଥିଲେ ଯେ ସେଠାରୁ ବିଜୟ ମହାନ୍ତିଙ୍କ ନାମ ସୁପାରିଶ ହୋଇଛି । ସମରେନ୍ଦ୍ର କୁଣ୍ଡ ଙ୍କ ପ୍ରାର୍ଥୀତ୍ବ ? ସମ୍ପୃକ୍ତ ଯୁବନେତା କହିଲେ ବାଲେଶ୍ଵରରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟ ଙ୍କ ନାମ ସୁପାରିଶ ହୋଇଛି । ଫର୍ଣ୍ଣାଡିସ୍ ରାଗିକି ଭିପି ଙ୍କୁ କହିଥିଲେ ନୋ ,ନୋ , ନଟ୍ ଆଟଅଲ୍ କହି ଉଠି ଚାଲିଗଲେ । ସମ୍ପୃକ୍ତ ଯୁବନେତାଙ୍କୁ ଭିପି ସିଂହ ଅତ୍ୟନ୍ତ ଭଲ ପାଉଥିଲେ । ବିଶେଷ କରି ବୋଫର୍ସ ଘଟଣା ରେ ଚଳଚ୍ଚିତ୍ର ଅଭିନେତା ଅମିତାଭ ବଚ୍ଚନ ଆହ୍ଲାବାଦ ସଂସଦୀୟ ଆସନରୁ ଇସ୍ତଫା ଦେବା ପରେ ହୋଇଥିବା ଉପନିର୍ବାଚନରେ ଭିପି ସିଂହ ପ୍ରାର୍ଥୀ ହେବା, ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ଭିପିଙ୍କୁ ନିର୍ବାଚନ ରେ ହରାଇଦେବା ପାଇଁ ସକଳ ଅପଚେଷ୍ଟା କରିଥିଲେ । ଲାଲ୍ ବାହାଦୁର ଶାସ୍ତ୍ରୀ ଙ୍କ ସ୍ତ୍ରୀ ଲଳିତା ଶାସ୍ତ୍ରୀ ଯେହେତୁ ଭିପି ଙ୍କୁ ପୁଅ କରିଥିଲେ, ସେହେତୁ ରାଜୀବ ଗାନ୍ଧୀ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ମଝିଆଁ ପୁଅ ସୁନୀଲ ଶାସ୍ତ୍ରୀଙ୍କୁ କଙ୍ଗ୍ରେସ ଦଳର ପ୍ରାର୍ଥୀ କରାଇବା,୭୮ ଜଣ ସ୍ବାଧୀନ ପ୍ରାର୍ଥୀ ଠିଆ କରାଇବା ଏବଂ ବହୁଜନ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା କାଂଶିରାମଙ୍କୁ ପ୍ରଭାବିତ କରି ପ୍ରାର୍ଥୀ କରାଇବା ଏବଂ ସେହି ସମୟରେ ସର୍ବାଧିକ ଲୋକପ୍ରିୟ ଧାରାବାହିକ " ରାମାୟଣ"ରେ ରାମ ଭୂମିକାରେ ଅଭିନୟ କରୁଥିବା ଅରୁଣ ଗୋଭିଲ ଓ ଚଳଚ୍ଚିତ୍ର ଅଭିନେତା ରାଜେଶ ଖାନା ଆଦି ଅନେକ ଅଭିନେତା/ ଅଭିନେତ୍ରୀ ରାଜୀବ ଗାନ୍ଧୀଙ୍କ ଗୁଣଗାନ କରି ପ୍ରଚାର କରୁଥିବା ସମୟରେ ଭିପି ମଟର ସାଇକେଲରେ ବସି ନିର୍ବାଚନ ପ୍ରଚାର କରୁଥିଲେ । ସେହି ଗାଡ଼ିକୁ ଚଲାଇବାର ସୁଯୋଗ ଏକ ଆକସ୍ମିକ ଘଟଣାକ୍ରମରେ ପାଇଥିଲେ ଏହି ଯୁବନେତା । ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟ ପଡ଼ିଆରେ ଆୟୋଜିତ ହୋଇଥିଲା ଏକ ସାଧାରଣ ସଭା , ଯେଉଁ ସଭାକୁ ସମ୍ବୋଧିତ କରିବା ପାଇଁ ଭାରତର ବିଭିନ୍ନ ଦଳର ପ୍ରତିଷ୍ଠିତ ଜନନେତା ଯଥା ଜାତୀୟ ସାମ୍ମୁଖ୍ୟ ( National Front) ଅଧ୍ୟକ୍ଷ ଏନ ଟି ରାମାରାଓ,ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡଭାନୀ,ହରକିଶନ ସୁରଜିତ,ଏ ରାଜା,ଦେବୀ ଲାଲ୍, ରାମକୃଷ୍ଣ ହେଗେଡ, ରାମବିଳାଶ ପାଶୱାନ,ଶରଦ ଯାଦବ,ଅରୁଣ ନେହେରୁ ପ୍ରମୁଖ ନେତୃମଣ୍ଡଳୀ । ନେତା ମାନଙ୍କ ଆଗମନ ପୂର୍ବରୁ ସଭାକୁ ସମ୍ବୋଧନ କରିବାକୁ ଆହ୍ଲାବାଦର ଯୁବନେତା ,ଯୁବ ଅଧିବକ୍ତା ପ୍ରବୀଣ କୁମାର ଉକ୍ତ ଯୁବନେତାଙ୍କ ନାମ ଘୋଷଣା କରିଦେବା ପରେ ଉକ୍ତ ଯୁବନେତା ସମ୍ବୋଧନ କରୁଥିବା ସମୟରେ ନେତୃମଣ୍ଡଳୀ ଆସି ପହଞ୍ଚିବାରୁ ଭାଷଣ ବନ୍ଦ କରି ଯୁବକର୍ମୀମାନେ ବିଭିନ୍ନ ନେତାଙ୍କ ନାମ ନେଇ ଜିନ୍ଦାବାଦ ପକାଇବା ସହିତ ସ୍ବାଗତ କରୁଥିଲେ । ସମସ୍ତ ନେତୃତ୍ବମାନେ ମଞ୍ଚାସୀନ ହେବା ପରେ ରାମଧନ ସଭାକୁ ସମ୍ବୋଧିତ କରିବାକୁ ଯିବା ସମୟରେ ଭିପି ସିଂହ କହିଲେ " ଉନକୋ ବୋଲେନ ଦୋ" । ଅତଏବ ଅଣ ହିନ୍ଦୀ ଭାଷୀ ଏହି ଯୁବ ନେତାଙ୍କ ଗୋଡ଼ ଥରିବାକୁ ଲାଗିଲା , କାରଣ ଲକ୍ଷାଧିକ ଜନସମାଗମ, ଅପର ପକ୍ଷରେ ହିନ୍ଦୀ ଭାଷାରେ ଦୁର୍ବଳତା , ମଞ୍ଚରେ ଦେଶର ବିରୋଧୀ ଦଳ ମାନଙ୍କର ପ୍ରାୟତଃ ସବୁ ବଡ଼ ବଡ଼ ନେତାମାନଙ୍କ ସମ୍ମୁଖରେ କେମିତି ବକ୍ତବ୍ୟ ରଖିବାକୁ ପଡିବ ଭାବି ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରି ଯେଉଁ ବକ୍ତବ୍ୟ ରଖିଥିଲେ , ଉପସ୍ଥିତ ନେତା ଓ ଲକ୍ଷାଧିକ ଶ୍ରୋତାଙ୍କ ତାଳି ମାଡରେ ସଭା ହୋଇଥିଲା ପ୍ରକମ୍ପିତ ।
କ୍ରମଶଃ
ଗାଏ ତୁମ୍ଭ ଗୀତ ସଭାରେ ପଣ୍ଡିତ
-------
ବିଗତ ଚାରି ଦଶନ୍ଧି ଧରି ଆମେ କଳ ଗାଉଣା ଯନ୍ତ୍ର ସଂରକ୍ଷିତ ସ୍ବର ଭଳି ଗୋଟିଏ ଵାକ୍ୟକୁ କହି ଓ ଲେଖିଆସିଛୁ ଯେ ଏଯାବତ୍ ଓଡ଼ିଶାର ସଠିକ୍ ଇତିହାସ ଲେଖା ଯାଇ ପାରିଲା ନାହିଁ । କାରଣ ଦର୍ଶାଇ କହି ଲେଖି ଆସିଛୁ ଯେ " ବିଜେତା ଯେବେ ପରାଜିତର ଇତିହାସ ଲେଖେ , ସେତେବେଳେ ସେ ସ୍ବଭାବିକ ଭାବେ ନିଜକୁ ମହିମା ମଣ୍ଡିତ କରିଥାଏ ଓ ପରାଜିତ କୁ ମସିଲିପ୍ତ କରିଥାଏ ।" ତାହାହିଁ ପ୍ରତିଫଳିତ ହୋଇଛି ଓଡିଶା ଇତିହାସ ରଚନା କ୍ଷେତ୍ରରେ । ବ୍ରିଟିଶ ଜାତିର ଦାୟାଦ ଓ ଓଡ଼ିଆ ଵିଦ୍ଵେଷୀ ଭଗାରି ଜାତିର ଲୋକମାନେ ଯେଉଁ ଇତିହାସ ଲେଖିଥିଲେ , ତାହାକୁ ସ୍ବତନ୍ତ୍ର ପ୍ରଦେଶ ଗଠନର ପରବର୍ତ୍ତୀ ସମୟରେ ଆମର ଐତିହାସିକମାନେ ଅନୁସରଣ କଲେ ଏବଂ ତାହାକୁ "ଶାଗ ବଡ଼ି ଥୋଡ଼ି, ବଡ଼ି ଥୋଡି ଶାଗ" ଲେଖା ଲେଖି ଉପାଧି (ପିଏଚଡ଼ି,ଡିଲିଟ୍) ମଣ୍ଡିତ ହୋଇ ଅଧ୍ୟାପକ, ପ୍ରାଧ୍ୟାପକ ଭାବରେ ସମ୍ମାନ ସାଉଁଟିଲେ । ୧୯୨୦ ମସିହାରେ ମହାନ୍ ସ୍ଵାଧୀନତା ସଂଗ୍ରାମୀ, ଗବେଷକ, ଐତିହାସିକ ତଥା ବିଶ୍ବମଣି ପଣ୍ଡିତ ଗୋପବନ୍ଧୁଙ୍କ ଘନିଷ୍ଠ ସାଙ୍ଗ,ସହଯୋଗୀ , ପ୍ରବୀଣ ଅଧିବକ୍ତା ଜଗବନ୍ଧୁ ସିଂହଙ୍କ " ପ୍ରାଚୀନ ଉତ୍କଳ" କୁ ଗୁରୁତ୍ବପୂର୍ଣ୍ଣ ବୋଲି ବିଚାର କରାଗଲା ନାହିଁ କି ତାହା ଗବେଷଣାର ଭିତ୍ତି କରାଗଲା ନାହିଁ । ଏପରିକି ଆମର ସାରସ୍ଵତ ପରିଚିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମ ତିଥି,ସାଲ, ତାହା ଆଧାରରେ ମସିହା, ତାରିଖ ନିର୍ଣ୍ଣୟ ଏପର୍ଯ୍ୟନ୍ତ କରାଯାଇ ପାରିଲା ନାହିଁ । କେତେକ ତାଙ୍କ ଜୀବନ କାଳ ୧୬୭୦ ରୁ ୧୭୪୦ କହିଯାଇଥିବା ବେଳେ କେତେକଙ୍କ ମତରେ ଏହା ୧୬୮୦ ରୁ ୧୭୨୦ । ସେହିପରି ତିଥି ମଧ୍ୟ ଭିନ୍ନ ଭିନ୍ନ । ସାମ୍ପ୍ରତିକ ସମୟରେ ଆମ ଭାଷାରେ ଜଣେ ପ୍ରାଜ୍ଞ, ଜନାଦୃତ ପ୍ରବଚକ, ଗବେଷକ ଡାକ୍ତର କୃଷ୍ଣ କେଶବ ଷଡ଼ଙ୍ଗୀ ଙ୍କ ମତରେ ଶ୍ରୀପଞ୍ଚମୀ ତିଥି ତ କେତେକ ଙ୍କ ମତରେ ମାଘ ଶୁକ୍ଳ ଚତୁର୍ଦ୍ଦଶୀ । ଆମର ସୀମିତ ଜ୍ଞାନ ଆଧାରରେ ଗର୍ବର ସହିତ କହିପାରୁ ଯେ କବି ସମ୍ରାଟ ହିଁ ବିଶ୍ଵର ସର୍ବ ଶ୍ରେଷ୍ଠ କବି । ବିଶ୍ଵର ଯେତେ ଶ୍ରେଷ୍ଠ କବି ଭାବେ ପରିଚିତ, ସେମାନେ ପ୍ରାୟତଃ ଏକ ଅବା ଦ୍ବିଧର୍ମୀୟ କବି ମାତ୍ର, କବି ସମ୍ରାଟ ସର୍ବାନ୍ତକରଣରେ କଵି । ରୀତି ଯୁଗର ଏହି ଶ୍ରେଷ୍ଠ କବିଙ୍କ ସମ୍ପର୍କରେ ବିଶ୍ବ ମଣି ପଣ୍ଡିତ ଗୋପବନ୍ଧୁ ଦାସ କହିଯାଇଛନ୍ତି -" ଗାଏ ତୁମ୍ଭ ଗୀତ ସଭାରେ ପଣ୍ଡିତ ,ପଥ ପ୍ରାନ୍ତେ ହୃଷ୍ଟ ମନା, ବିଲେ ବୋଲେ ଚଷା ଅନ୍ତଃପୁରେ ଯୋଶା ,ନୃତ୍ୟରଙ୍ଗେ ବାରଙ୍ଗନା " । ଆମର ପୂର୍ବ ଆଲେଖ୍ୟ ଅନୁସାରେ ଉପେନ୍ଦ୍ରଙ୍କର ବାଲ୍ୟଶିକ୍ଷା ଚାହାଳୀରେ ଆରମ୍ଭ ହୋଇଥିଲା । ବାପା ନୀଳକଣ୍ଠ ଓ ଜେଜେ ଧନଞ୍ଜୟଙ୍କଠାରୁ ସେ ବିଭିନ୍ନ ଶାସ୍ତ୍ର ପଢ଼ିଥିଲେ । ଧନଞ୍ଜୟ ଭଞ୍ଜ ଜଣେ କବି ହୋଇଥିବାରୁ ତାଙ୍କ ଦରବାରକୁ ଅନେକ କବି, ପଣ୍ଡିତ, ସାଧୁସନ୍ଥ ବିଭିନ୍ନ ସମୟରେ ଆସୁଥିଲେ ଓ ସେଠାରେ ରହି ସାହିତ୍ୟ ସଙ୍ଗୀତ ବିଷୟରେ ଚର୍ଚ୍ଚା କରୁଥିଲେ । ଉପେନ୍ଦ୍ର ମଧ୍ୟ ଜେଜେଙ୍କ ପାଖରେ ବସି ସେଗୁଡିକ ଶୁଣୁଥିଲେ ଓ ଧୀରେ ଧୀରେ ସେମାନଙ୍କଦ୍ୱାରା ପ୍ରଭାବିତ ହୋଇ ସେ ଶାସ୍ତ୍ରମାନ ଆୟତ୍ତ କରିଥିଲେ । ଚାହାଳୀରେ ପଢୁଥିବା ସମୟରେ ଉପେନ୍ଦ୍ର କବିତା ଲେଖିବା ଆରମ୍ଭ କରି ଦେଇଥିଲେ ଯାହା ଜେଜେ ଧନଞ୍ଜୟ ବେଶ୍ ପସନ୍ଦ କରିଥିଲେ ଓ ନାତିକୁ ଆହୁରି ଲେଖିବାକୁ ପ୍ରେରଣା ଦେଲେ । ଉପେନ୍ଦ୍ର ଯାହା ଯେତେବେଳେ ଲେଖୁଥିଲେ ଜେଜେଙ୍କୁ ନେଇ ଦେଖାଉଥିଲେ ଓ ତାଙ୍କର ପରାମର୍ଶ ନେଉଥିଲେ । ସେ ଜେଜେଙ୍କୁ ନିଜର କାବ୍ୟଗୁରୁ ଭାବରେ ବିଚାର କରି ନିଜ ସାଧନାରେ ଆଗେଇ ଯାଉଥିଲେ । ରାଜା ଧନଞ୍ଜୟଙ୍କ ଦରବାରକୁ ଥରେ ରଘୁନାଥ ନାମରେ ଜଣେ ସିଦ୍ଧପୁରୁଷ ସନ୍ୟାସୀ ଅସିଥିଲେ । ସେ ଉପେନ୍ଦ୍ରଙ୍କର ପାଠପଢ଼ା ଓ କବିତା ଲେଖିବାର ଆଗ୍ରହ ଦେଖି ତାଙ୍କୁ "ତାରକ ମନ୍ତ୍ର" ବୋଲି ଏକ ସିଦ୍ଧ ମନ୍ତ୍ର ଶିଖାଇ ଏହାକୁ କେମିତି ସାଧନା କରିବାକୁ ହେବ ବତାଇଦେଲେ । ମନ୍ତ୍ରଟି ଶିଖିବା ପାଇଁ ଉପେନ୍ଦ୍ର କୁଲାଡ଼ଗଡ଼ ଛାଡ଼ି ଅଳ୍ପ ଦୂରରେ ଥିବା ଏକ ନିର୍ଜନ ସ୍ଥାନକୁ ଚାଲିଗଲେ । ହିଂସ୍ରଜନ୍ତୁପୂର୍ଣ୍ଣ ଓ ପାହାଡ ପର୍ବତଘେରା ସେହି ସ୍ଥାନରେ ଗୋଟିଏ ଗୁମ୍ଫା ଭିତରେ ବସି କିଛିଦିନ ଗୁରୁମନ୍ତ୍ର ସାଧନା କରିବାପରେ ସିଦ୍ଧିଲାଭ କରି ସେ ରାଜପ୍ରସାଦକୁ ଫେରି ଆସିଲେ । ସେହି ସ୍ଥାନଟି ଏବେ "ବାଘବଲି" ଓ "ଡାମଣ ଝୋଲି" ନାମରେ ପରିଚିତ । ସାଧନା କରି ଫେରିବା ପରେ ଉପେନ୍ଦ୍ରଙ୍କର ଆଗ ଅପେକ୍ଷା ଆହୁରି କାବ୍ୟ ଲେଖିବା ଓ କାବ୍ୟକବିତା ବିଷୟରେ ଜାଣିବାରେ ଆଗ୍ରହ ବୃଦ୍ଧି ପାଇବାରେ ଲାଗିଲା । କାବ୍ୟ ଆଲୋଚନା ପାଇଁ ସେ ଜେଜେ ଧନଞ୍ଜୟ ଭଞ୍ଜଙ୍କ ସହିତ ସମୟ ବିତାଉଥିଲେ । ଦିନେ ସାହିତ୍ୟ ଆଲୋଚନା ହେଉଥିଲା ବେଳେ ଧନଞ୍ଜୟ ନିଜର ଶ୍ରେଷ୍ଠ କାବ୍ୟ 'ରଘୁନାଥ ବିଳାସ' ଉପେନ୍ଦ୍ରଙ୍କୁ ଦେଲେ ଓ କିଛି ଦୋଷତୃଟି ଥିଲେ ନିର୍ଭୟରେ ତାଙ୍କୁ ଜଣେଇବାକୁ କହିଲେ । ଉପେନ୍ଦ୍ର କାବ୍ୟଟିକୁ ମନଦେଇ ପଢ଼ିସାରିଲାପରେ ଅଳଙ୍କାରର ପ୍ରୟୋଗ କରିଥିଲେ ଆହୁରି ଭଲ ହୋଇଥାନ୍ତା ବୋଲି କହିଲେ, ଧନଞ୍ଜୟ ଭଞ୍ଜ ଏକଥା ଶୁଣି ଖୁସି ହେଲେ । ରାଣୀ ମଣ୍ଡାଦେବୀ ତାଙ୍କ ପୁଅ ନୀଳକଣ୍ଠଙ୍କୁ ଭଞ୍ଜବଂଶର ରାଜସିଂହାସନରେ ବସାଇବାକୁ ଚାହୁଁଥିଲେ, ତେଣୁ ସେ ଷଡଯନ୍ତ୍ର କରି ଧନଞ୍ଜୟଙ୍କୁ ବିଷ ଦେଇ ହତ୍ୟା କରାଇଲେ । ନୀଳକଣ୍ଠ ଭଞ୍ଜ ରାଜଗାଦିରେ ବସାଇବାରେ ସଫଳ ହେଲେ ଓ କିଛିଦିନ ପାଇଁ ରାଜ୍ୟଶାସନ କଲେ । ହେଲେ ତାଙ୍କର କାକାପୁଅ ଭାଇ ଘନଭଞ୍ଜ ଧରାକୋଟରେ ଥାଇ ନୀଳକଣ୍ଠଙ୍କ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ କରିଦେଲେ ଏବଂ ସୈନ୍ୟସାମନ୍ତ ଧରି ଘୁମୁସରକୁ ଆକ୍ରମଣ କଲେ । ରଣକ୍ଷେତ୍ରରେ ନୀଳକଣ୍ଠ ଘନଭଞ୍ଜଙ୍କଠାରୁ ପରାସ୍ତ ହୋଇ ରାଜ୍ୟ ଛାଡ଼ି ଚାଲିଗଲେ । ନିଜର ସ୍ତ୍ରୀ ଓ ଯୋଗ୍ୟପୁତ୍ର ଉପେନ୍ଦ୍ରଙ୍କୁ ଧରି ନୀଳକଣ୍ଠ ନୟାଗଡ଼ର ମାଳିସାହି ଢେଙ୍କଣା ଗ୍ରାମରେ ଘରଟିଏ କରି ଅତି ସାଧାରଣ ଭାବରେ ଜୀବନ ଅତିବାହିତ କରିବାକୁ ଲାଗିଲେ । ନୀଳକଣ୍ଠ ଭଞ୍ଜ ଏହି ସମୟରେ ଉପେନ୍ଦ୍ରଙ୍କୁ ଘୋଡାଚଢା, ଖଣ୍ଡା, ତରବାରୀ ଚାଳନାରେ ଧୁରନ୍ଧର କରାଇଥିଲେ । ଉପେନ୍ଦ୍ର ଭଞ୍ଜ କାବ୍ୟ କବିତା ରଚନାରେ ଧ୍ୟାନ ଦେଲେ । ମାତ୍ର ୧୫ ବର୍ଷ ବୟସରେ ଉପେନ୍ଦ୍ର ପିତା ନୀଳକଣ୍ଠ ଭଞ୍ଜଙ୍କୁ ହରାଇଲେ ଓ ତାଙ୍କ ମାମୁଙ୍କ ଘରେ ରହିବାକୁ ଲାଗିଲେ ।୧୮ ବର୍ଷ ବୟସରେ ଉପେନ୍ଦ୍ରଙ୍କର ବିବାହ ନୟାଗଡ଼ ରାଜା ପୁରୁଷୋତ୍ତମ ମାନ୍ଧାତାଙ୍କ ଭଉଣୀ ଲାବଣ୍ୟବତୀଙ୍କ ସହ ସମ୍ପନ୍ନ ହେଲା । ଲାବଣ୍ୟବତୀ ସୁନ୍ଦରୀ, ବୁଦ୍ଧିମତୀ ଓ ସସ୍କୃତ ସାହିତ୍ୟରେ ନିପୁଣ ଥିଲେ । କୁଲାଡ଼ଗଡ ପାଖରେ ଅନ୍ଧାରଗଡ ବୋଲି ଦୂର୍ଗଟିଏ, ପାହାଡ଼ ଓ ସବୁଜିମା ଭରା ଜଙ୍ଗଲଦ୍ୱାରା ଘେରି ରହିଥିଲା । ଉପେନ୍ଦ୍ର ସେହି ସ୍ଥାନକୁ ସବୁବେଳେ ଏକୁଟିଆ ଚାଲିଯାଉଥିଲେ ଏବଂ କିଛିଦିନ ସେଠାରେ ରହିବା ପରେ ଫେରି ଆସୁଥିଲେ । ଥରେ ଉପେନ୍ଦ୍ର ସେହି ସ୍ଥାନକୁ ଯାଇ ବହୁଦିନ ପର୍ଯ୍ୟନ୍ତ ରାଜଉଆସକୁ ଫେରିଲେ ନାହିଁ । ଏଣେ ରାଜପ୍ରାସାଦରେ ଲାବଣ୍ୟବତୀ ବ୍ୟସ୍ତ ହୋଇପଡିଲେ ଓ ପତିଙ୍କୁ ଖୋଜି ଆଣିବା ପାଇଁ ଦୂତଟିଏ ପଠାଇଲେ । ଦୂତଟି ଗଡ଼ ଭିତରକୁ ନଯାଇ ଅଳ୍ପବାଟରୁ ଫେରି ଆସିଲା ଓ କହିଲା ଯେ ସେ ଗୋଟିଏ ମହାବଳ ବାଘ ଦେଖିଲା । ତା ପାଖରେ ମଣିଷର ରକ୍ତାକ୍ତ ଶବ ପଡିଥିବାର ଦେଖି ଭୟରେ ଫେରି ଆସିଲା । ଦୂତଠାରୁ ଏପରି ଖବର ଶୁଣି ଲାବଣ୍ୟବତୀ ଧୈର୍ଯ୍ୟ ଧରି ରହି ପାରିଲେ ନାହିଁ, ତାଙ୍କର ସଙ୍ଗେ ସଙ୍ଗେ ଚେତା ବୁଡିଗଲା ଓ ଚାହୁଁ ଚାହୁଁ ତାଙ୍କର ପ୍ରାଣବାୟୁ ଉଡିଗଲା । କିଛିଦିନ ପରେ ଉପେନ୍ଦ୍ର ରାଜପୁରକୁ ଫେରିଲା ପରେ ପତ୍ନୀ ଲାବଣ୍ୟବତୀଙ୍କ ସ୍ୱର୍ଗବାସ କଥା ଜାଣି ବହୁତ ମର୍ମାହତ ହେଲେ । ଉପେନ୍ଦ୍ରଙ୍କ ଶଳାଭାଉଜ ଶୋଭବତୀଙ୍କର କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ବୋଲି ଜଣେ ସୁନ୍ଦରୀ ଓ ବୁଦ୍ଧିମତୀ ଭଉଣୀଟିଏ ଥିଲେ, ତାଙ୍କ ସହିତ ଉପେନ୍ଦ୍ରଙ୍କ ଦ୍ୱିତୀୟଥର ବିବାହ ଉତ୍ସବ ଅନୁଷ୍ଠିତ ହେଲା । କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ଉପେନ୍ଦ୍ରଙ୍କୁ କାବ୍ୟ ଲେଖିବାରେ ସାହାଯ୍ୟ କରୁଥିଲେ, ତାଙ୍କର ପରାମର୍ଶରେ ଉପେନ୍ଦ୍ର ମଧ୍ୟ ନିଜର କାବ୍ୟକବିତାକୁ ସଂଶୋଧନ କରି ଆହୁରି ଉନ୍ନତି କରିବାରେ ସମର୍ଥ ହେଉଥିଲେ ।
କବି ଭାବରେ ବେଶ୍ ନାଁ କରିସାରିଥିବା ଉପେନ୍ଦ୍ରଙ୍କର ଖ୍ୟାତି ବିଷୟରେ କାକା ଘନଭଞ ଶୁଣିବାକୁ ପାଇଲେ । ଘନଭଞ୍ଜ ଜଣେ ରାଜା ହେବା ସହ ଜଣେ କବି ମଧ୍ୟ ଥିଲେ, ତେଣୁ ସେ ପୁତୁରା ଉପେନ୍ଦ୍ରଙ୍କୁ ସମ୍ମାନର ସହିତ କୁଲାଡ଼ଗଡକୁ ଫେରାଇ ଆଣିଲେ ତଥା ଅନ୍ୟ କବି ଓ ପଣ୍ଡିତମାନଙ୍କ ସହିତ କାବ୍ୟଶାସ୍ତ୍ର ଆଦି ଆଲୋଚନା କରି ସମୟ କଟାଇଲେ । ଭଞ୍ଜଙ୍କୁ ତାଙ୍କ ଜୀବନ କାଳରେ ଓ ପରେ ଅନେକ ଉପାଧିଦ୍ୱାରା ସମ୍ବୋଧିତ କରାଯାଇଥିଲା ବୀରବର ,ମଙ୍ଗରାଜ,କବିସାର୍ବଭୌମ
କବିକୁଳକେଶରୀ,ବୀରବର ପଦ ଉପଇନ୍ଦ୍ର ମୋର ନାମ ।ବାରେ ବାରେ ସେବାରେ ମନାଇଁ ସୀତାରାମ ଯେ "।
କାବ୍ୟକବିତା ଲେଖି ଉପେନ୍ଦ୍ର ସମଗ୍ର ଉତ୍କଳରେ ବେଶ୍ ପ୍ରସିଦ୍ଧି ଲାଭ କରିସାରିଥିଲେ । ପୁରୀର ତତ୍କାଳୀନ ଗଜପତି ରାଜା ଦିବ୍ୟସିଂହ ଦେବ କବିଙ୍କ ବିଷୟରେ ଶୁଣିବାକୁ ପାଇଲେ ଓ ତାଙ୍କୁ ସମ୍ମାନିତ କରିବା ପାଇଁ ପୁରୀକୁ ଡକାଇଲେ। ରାଜାଙ୍କ ନିମନ୍ତ୍ରଣ ରକ୍ଷା କରି ଉପେନ୍ଦ୍ର ପୁରୀ ଆସିଲେ । ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ସହ ରାଜଦରବାରରେ କାବ୍ୟ ଆଲୋଚନା କଲେ । ତାଙ୍କର କାବ୍ୟ ଆଲୋଚନା ଏତେ ପାଣ୍ଡିତ୍ୟପୁର୍ଣ୍ଣ ଥିଲା ଯେ ଖାଲି ରାଜା କାହିଁକି ବଡ ବଡ ପଣ୍ଡିତମାନେ ମଧ୍ୟ ତାହା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ। ଶେଷରେ ରାଜା ଦରବାର ଭିତରେ ଉପେନ୍ଦ୍ରଙ୍କ ମୁଣ୍ଡରେ ପାଟଶାଢୀ ବାନ୍ଧିଦେଇ କହିଲେ "ଧନ୍ୟ ଉପେନ୍ଦ୍ର। ତୁମେ ଖାଲି ରାଜପୁତ୍ର ନୁହଁ, ତୁମେ ସେମାନଙ୍କ ମଧ୍ୟରେ ଶ୍ରେଷ୍ଠ। ତୁମକୁ ଆଜି ମୁଁ 'ବୀରବର' ଉପାଧିରେ ଭୂଷିତ କରୁଛି"। ଉପେନ୍ଦ୍ର ଗଜପତି ଦିବ୍ୟସିଂହ ଦେବଙ୍କର ସେହି ଉପାଧିକୁ ଆଗ୍ରହର ସହିତ ଗ୍ରହଣ କଲେ । ପୁରୀରେ ରହିଥିବାବେଳେ ଉପେନ୍ଦ୍ରଙ୍କର ପରିଚୟ ଭକ୍ତକବି ଦୀନକୃଷ୍ଣ ଦାସଙ୍କ ସହିତ ହୋଇଥିଲା । ଦୀନକୃଷ୍ଣ ଦାସ ସେତେବେଳକୁ "ରସକଲ୍ଲୋଳ" କାବ୍ୟଟିକୁ ସମ୍ପୁର୍ଣ୍ଣ ରୁପେ ଲେଖିସାରିଥାନ୍ତି । କବି ଉପେନ୍ଦ୍ର ଯେତେବେଳେ ପୁରୀକୁ ଆସିଛନ୍ତି, ତାଙ୍କୁ ଟିକେ ନିଜର କାବ୍ୟଟିକୁ ଦେଖାଇ ମତାମତ ହେବାକୁ ଦୀନକୃଷ୍ଣଙ୍କର ଭାରି ମନ ହେଲା । ତେଣୁ "ରସକଲ୍ଲୋଳ" କାବ୍ୟଟିକୁ ନେଇ ସେ ଉପେନ୍ଦ୍ର ଭଞଙ୍କୁ ଦେଖାଇଲେ । ଉପେନ୍ଦ୍ର ପୋଥିକୁ ଭଲ କରି ପଢିଲେ, ତାପରେ ହସି ହସି କହିଲେ - "ବୁଝିଲେ ଦାସେ ଆପଣେ, ଦିବ୍ୟସୁନ୍ଦର କାବ୍ୟଟିଏ ଲେଖିଲେ ସିନା ହେଲେ ଭଲ ନାଁଟିଏ ଦେଇପାରିଲେ ନାହିଁ । ପ୍ରତି ଅକ୍ଷର ଯେତେବେଳେ "କ" ଅକ୍ଷରରେ ଆରମ୍ଭ କରିଛନ୍ତି, ତା ନା "କଳକଲ୍ଲୋଳ" ବା "କୃଷ୍ଣକଲ୍ଲୋଳ" ରଖିଥିଲେ ଭଲ ହୋଇଥାନ୍ତା"।
ପୁରୀରୁ ଫେରିଲା ପରେ ଉପେନ୍ଦ୍ର 'କ' ଅକ୍ଷରକୁ ପ୍ରଥମରେ ରଖି "କଳାକୌତୁକ" ନାମରେ କବିତାଟିଏ ଲେଖିଲେ ଯାହାର ମୂଳରେ "କ" ଅକ୍ଷରକୁ ରଖି କୃଷ୍ଣଙ୍କର ସମସ୍ତ ଲୀଳାଖେଳା ବର୍ଣ୍ଣିତ। ଚିର ବନ୍ଦନୀୟ ଉପେନ୍ଦ୍ର ଭଞଙ୍କ ପୂର୍ବବର୍ତ୍ତୀ କବିମାନେ ତତ୍କାଳିନ ପାଠକମାନଙ୍କର ପସନ୍ଦକୁ ଅନୁସାରେ କେବଳ ରାଧାକୃଷ୍ଣଙ୍କ ଉପରେ ବର୍ଣିତ କାବ୍ୟକବିତା ଲେଖିଥିଲେ । ଉପେନ୍ଦ୍ର ପ୍ରଥମ କରି ଓଡ଼ିଆ ସାହିତ୍ୟରେ ସୀତାରାମଙ୍କୁ ନେଇ କାବ୍ୟ ଲେଖିଲେ । ନୂଆ ପ୍ରକାରର କାବ୍ୟ ରସାମୃତ ପରିବେଷଣ ହେବା ଫଳରେ ସେତେବେଳର ସମାଜରେ ତାହା ବେଶ୍ ଅଲୋଡନ ସୃଷ୍ଟି କରିବା ସହିତ ପାଠକମାନଙ୍କଦ୍ୱାରା ଆଦରଲାଭ ମଧ୍ୟ କଲା । ନିଜର ଆରାଧ୍ୟ ଠାକୁର ରାମସୀତାଙ୍କ ଲୀଳା ବର୍ଣ୍ଣନା କରିବାରେ ତାଙ୍କର ଲେଖନୀ ଚଳଚଞ୍ଛଳ ହୋଇ ଉଠିଲା । ନିପୁଣ ଭାବରେ ସେ ରାମସୀତା ଚରିତ ବିଭିନ୍ନ ଛନ୍ଦରେ ମାଳଟିଏ ଗୁନ୍ଥିଥିଲେ କହିଲେ ଅତ୍ୟୁକ୍ତି ହେବନାହିଁ । ସାଧାରଣ ପାଠକଟିଏ ଏହି କାବ୍ୟଟି ପଢିବାଦ୍ୱାରା ତାର ଆଧ୍ୟାତ୍ମ୍ୟ ଜ୍ଞାନ ବୃଦ୍ଧି ପାଇଲା ।ଉପେନ୍ଦ୍ର ଭଞ୍ଜ ବହୁ ଶାସ୍ତ୍ର ପଢିଥିଲେ, ଯାହାଫଳରେ ସେଗୁଡିକ ନିଜ କାବ୍ୟକବିତାରେ ପ୍ରୟୋଗ କରିବାରେ ସଫଳ ହୋଇପାରିଥିଲେ । ତାଙ୍କ ପୁର୍ବରୁ ଯେଉଁ କାବ୍ୟକବିତା ଲେଖା ହୋଇଥିଲା ସେଥିମଧ୍ୟରୁ ଅଧିକାଂଶ ସଂସ୍କୃତରେ ଲେଖା ହୋଇଥିଲା । ତେଣୁ ଓଡ଼ିଆ ଭାଷୀ ଲୋକମାନଙ୍କ ପକ୍ଷରେ ବୁଝିବା ଟିକେ କଷ୍ଟ ହୋଇପଡୁଥିଲା । ତାଛଡା ସଂସ୍କୃତ ଅଳଙ୍କାରକୁ ନେଇ ଓଡ଼ିଆ କାବ୍ୟରେ ପ୍ରୟୋଗ କରିବାରେ ଉପେନ୍ଦ୍ର ଥିଲେ ପ୍ରଥମ ଓ ସିଦ୍ଧହସ୍ତ । ତାଙ୍କ ରଚନାବଳୀରେ ଯେଉଁ ବହୁଳ ଶବ୍ଦ ଭଣ୍ଡାରର ପ୍ରୟୋଗ ହୋଇଛି, ତାହା ମଧ୍ୟ ପଢିଲେ ଆଶ୍ଚର୍ଯ଼୍ୟ ଲାଗେ । ବିଭିନ୍ନ ଛନ୍ଦ ଓ ବୃତ୍ତର ବ୍ୟବହାର କରିବାଦ୍ୱାରା ତାଙ୍କ କାବ୍ୟଗୁଡିକ ସଙ୍ଗୀତ ଜଗତରେ ଏକ ଉଜ୍ୱଳ ମଣିତୁଲ୍ୟ ଶୋଭାପାଉଛି । କବି ସମାଜରେ ଉପେନ୍ଦ୍ର ଭଞଙ୍କ ସ୍ଥାନ ସମସ୍ତଙ୍କଠାରୁ ବହୁ ଉଚ୍ଚରେ ରହିଲା । ସମସ୍ତ ଶାସ୍ତ୍ରରେ ପାଣ୍ଡିତ୍ୟ ଅର୍ଜନ କରି କାବ୍ୟମାନ ଲେଖିଥିବାରୁ ଆଜି ସେ ବାସ୍ତବରେ କବି ସମ୍ରାଟ ଭାବରେ ସବୁଆଡେ ପରିଚିତ । କବି ଉପେନ୍ଦ୍ର ଭଞ୍ଜ ପାଖାପାଖି ୫୨ ଗୋଟି ଗ୍ରନ୍ଥ ରଚନା କରିଥିଲେ ବୋଲି ଏକାଧିକ ଗବେଷକମାନଙ୍କଦ୍ୱାରା ଅନୁମିତ ହୋଇଅଛି । କିନ୍ତୁ ମୁଦ୍ରଣଯନ୍ତ୍ର ଅଭାବରୁ ଏହି ଗ୍ରନ୍ଥଗୁଡ଼ିକ ମଧ୍ୟରୁ ଅନେକ ଗ୍ରନ୍ଥ ଆଉ ଖୋଜିଲେ ମଧ୍ୟ ମିଳିବା ଅସମ୍ଭବ ପ୍ରାୟ । ଏବେ ମାତ୍ର ୨୦-୨୫ ଗୋଟି ରଚନା ମିଳୁଛି । ଏହି ବିଷୟରେ ପ୍ରସିଦ୍ଧ ପତ୍ରିକା ଉତ୍କଳ ଦୀପିକାରେ ୧୮୬୬ ମସିହାରେ ଛପାଯାଇଥିଲା ।“ ମୁଦ୍ରାଯନ୍ତ୍ର ଅଭାବରେ ଅନେକ ଗ୍ରନ୍ଥ ଲୋପ ହୋଇଅଛି । ଓଡ଼ିଶାର କବିକୁଳ କେଶରୀ ଉପେନ୍ଦ୍ର ଭଞ୍ଜ ୫୨ ଖଣ୍ଡ ଗ୍ରନ୍ଥ ରଚନା କରନ୍ତି ମାତ୍ର ବର୍ତ୍ତମାନ ସୁଦ୍ଧା ପ୍ରକାଶିତ କବି ରଚିତ ୨୦/୨୫ ଖଣ୍ଡ ଗ୍ରନ୍ଥରୁ ଅଧିକ ମିଳୁନାହିଁ । କବି ସମ୍ରାଟ ଉପେନ୍ଦ୍ରଙ୍କ ପତ୍ନୀ ଲାବଣ୍ୟବତୀଙ୍କର ଭାଇ ପୁରୁଷୋତ୍ତମ ଜଣେ ପ୍ରସିଦ୍ଧ କବି ଓ ଭାଉଜ ଶୋଭାବତୀ ଜଣେ ବିଦୁଷୀ ନାରୀ ଥିଲେ । ଥରେ ପୁରୁଷୋତ୍ତମ "ଶୋଭାବତୀ" ନାମରେ କାବ୍ୟଟିଏ ଲେଖି ଉପେନ୍ଦ୍ରଙ୍କ ପାଖକୁ ପଠାଇଥିଲେ । ଉପେନ୍ଦ୍ର କାବ୍ୟଟିକୁ ନେଇ ଲାବଣ୍ୟବତୀଙ୍କୁ ଦେଖାଇଲେ, କବିତାଟି ପଢି ଲାବଣ୍ୟବତୀ ମନେ ମନେ ଭାଉଜଙ୍କୁ ଈର୍ଷା କଲେ । ଭାଉଜଙ୍କଠାରୁ ସେ ଥିଲେ ବହୁତ ସୁନ୍ଦର, ହେଲେ ତାଙ୍କ ନାଁରେ କଣ ଏମିତି ଗୋଟାଏ କାବ୍ୟ ତାଙ୍କ ସ୍ୱାମୀ ଲେଖି ପାରିବେ? ଲାବଣ୍ୟବତୀ ଅଭିମାନରେ ନିଜ ଶୋଇବା ଘରେ ମୁହଁମାଡି ଶୋଇଲେ. ଉପେନ୍ଦ୍ର ସ୍ତ୍ରୀଙ୍କ ମନଦୁଃଖ ହୋଇଥିବା କଥା ଜାଣିପାରି ତାଙ୍କୁ କହିଲେ "କିଛିଦିନ ସମୟ ଦିଅ. ତୁମକୁ ମୁଁ ଏହାଠାରୁ ଅଧିକ ସୁନ୍ଦର ଓ ଉନ୍ନତମାନର କାବ୍ୟଟିଏ ଲେଖି ଉପହାର ଦେବି"। ସ୍ୱାମୀଙ୍କଠାରୁ ଭରସା ପାଇ ଲାବଣ୍ୟବତୀ ଅଭିମାନ ଛାଡି ଉଠିଲେ । ମାତ୍ର ଦୁଇ ମାସ ପରେ ଉପେନ୍ଦ୍ର "ଲାବଣ୍ୟବତୀ" ନାମରେ କାବ୍ୟଟିଏ ଲେଖି ଆଣି ସ୍ତ୍ରୀଙ୍କ ହାତରେ ଅର୍ପଣ କଲେ । ଲାବଣ୍ୟବତୀ ନିଜ ନାମରେ ଲେଖା ଯାଇଥିବା କାବ୍ୟଟିକୁ ହାତରେ ପାଇ ନିଜକୁ ଗର୍ବିତ ମନେ କଲେ. ଉପେନ୍ଦ୍ର ସେହି କାବ୍ୟରୁ ଗୋଟିଏ ପୋଥି ନିଜ ଶଳା ଓ ଶଳା ଭାଉଜଙ୍କ ପାଖକୁ ମଧ୍ୟ ପଠାଇଲେ. ଏକ କାଳ୍ପନିକ ବିଷୟବସ୍ତୁକୁ ନେଇ ଲେଖାଯାଇଥିବା "ଲାବଣ୍ୟବତୀ" କାବ୍ୟଟିକୁ ପଢି ରସପ୍ରେମୀ ପାଠକମାନେ ମୁଗ୍ଧ ହୋଇଯାଆନ୍ତି । ବିଷୟବସ୍ତୁ, ଅଳଙ୍କାର, ଶବ୍ଦ ବିନ୍ୟାସ କୌଣସି କ୍ଷେତ୍ରରେ କାବ୍ୟଟି କମ୍ ନୁହେଁ। ଓଡ଼ିଶାର ପୁରପଲ୍ଲୀର ଚିତ୍ର ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ବର୍ଣ୍ଣନାରେ କାବ୍ୟଟିର ବିଷୟବସ୍ତୁ ପ୍ରତ୍ୟେକ ପାଠକର ମନକୁ ହରି ନେଇଥାଏ। କାବ୍ୟଟି ଯଦିଓ କାଳ୍ପନିକ ବିଷୟବସ୍ତୁକୁ ନେଇ ଆଧାରିତ ତଥାପି ଏଥିରେ ନାରୀ ଚରିତ୍ରର ସମସ୍ତ ଗୁଣ ଅତି ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଛି। ତେଣୁ ଏହା ତତ୍କାଳିନ କବିସମାଜକୁ ନତମସ୍ତକ ହେବାକୁ ବାଧ୍ୟ କରିଥିଲା ।
ବଇଦେହୀଶ ବିଳାସ ନାମ ଗୀତ ବ' ଆକାରେ ରଚନ ।
ବାନପଦେ ଛାନ୍ଦ ଉପଇନ୍ଦ୍ର କୃତ ବୁଝିବେ ସୁମନ ।
ଆଲେଖ୍ୟକୁ ଆଉ ଦୀର୍ଘ ନ କରି ଆମ ଭାଷା ଜନନୀଙ୍କ ସର୍ବାନ୍ତକରଣରେ ପ୍ରଭାବଶାଳୀ ସନ୍ତାନ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି ଓ ଆଶୀର୍ବାଦ ଭିକ୍ଷା କରୁଛୁ ଯେ ସେ ଆମକୁ ତାଙ୍କୁ ପଢିବାକୁ ଶକ୍ତି ଓ ସାମର୍ଥ୍ୟ ପ୍ରଦାନ କରନ୍ତୁ ।
ଏକ ମହତ୍ତ୍ୱପୂର୍ଣ୍ଣ ଦିବସ
---------------
ଇଂରାଜୀ ଦିନ ପଞ୍ଜିକା ଓ ଆମର ଓଡିଆ ପାଞ୍ଜି ଆଧାରରେ ଆଜି ପ୍ରତ୍ୟେକ ଓଡ଼ିଆ ମାନଙ୍କ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ଦିବସ । ଆଜି ମାଘ ଶୁଳ୍କ ସପ୍ତମୀ, ଚନ୍ଦ୍ରଭାଗା ସ୍ନାନ, ଅତିବଡ଼ି ଜଗନ୍ନାଥ ଦାସ ଓ ଆଦି କବି ସାରଳା ଦାସ ଙ୍କ ଶ୍ରାଦ୍ଧ ତିଥି, ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର ଙ୍କ ପବିତ୍ର ଜୟନ୍ତୀ ତିଥି । ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟଯେ ମାଘ ଶୁକ୍ଳ ସପ୍ତମୀ ବା ରଥ ସପ୍ତମୀ ଅବା ସୂର୍ଯ୍ୟ ଙ୍କ ଜୟନ୍ତୀ, ଯାହା ସୂର୍ଯ୍ୟ ସପ୍ତମୀ ଓ କେତେକଙ୍କ ଭାଷାରେ ଅଚଳା ସପ୍ତମୀ,ରଥ ଆରୋଗ୍ୟ ସପ୍ତମୀ ଭାବେ ପାଳନ କରାଯାଏ । ଆମେ ଏହି ଦିନ ପବିତ୍ର ଚନ୍ଦ୍ରଭାଗା ସ୍ନାନ ଓ ମା'କାଳିଜାଇ ପୀଠରେ ପୂଜାର୍ଚ୍ଚନା କରିଥାନ୍ତି । ଆଜି ଆମର ଆଦି କବି ତଥା "ଓଡ଼ିଆ ମହାଭାରତ"ର ରଚୟିତା ସାରଳା ଦାସ ଓ ଅତିବଡ଼ି ଜଗନ୍ନାଥ ଦାସଙ୍କ ଶ୍ରାଦ୍ଧ ଦିବସ । ଆଜି ମଧ୍ୟ ଅଭିନବ ଭକ୍ତି ରସାତ୍ମକ କାବ୍ୟ ଓ କୋମଳ ପଦାବଳୀ ଅମୃତ ସୃଷ୍ଟି ସମୂହ ର ସ୍ରଷ୍ଟା ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର ଙ୍କ ପବିତ୍ର ଜୟନ୍ତୀ ତିଥି । ଆଜି ମଧ୍ୟ ଅଭିମନ୍ୟୁ ସାମନ୍ତସିଂହାର ସ୍ମୃତି ସୁରକ୍ଷା ଅଭିଯାନର ମହାନ୍ କାଣ୍ଡାରୀ ତଥା ଭାଷା ଆନ୍ଦୋଳନର ସମର୍ପିତ ଭାଷା ମୁକ୍ତି ଯୋଦ୍ଧା ଗୋବିନ୍ଦ ମାହୁନ୍ତଙ୍କ ଜୟନ୍ତୀ । ଆଦିକବି , ବିଦଗ୍ଧ କବି ,ସନ୍ଥକବି ଓ ଆମର ପ୍ରିୟ ଗୋପବନ୍ଧୁ ଓରଫ୍ ଗୋବିନ୍ଦ ମାହୁନ୍ତଙ୍କ ଅମ୍ଲାନ ସ୍ମୃତି ପ୍ରତି କୋଟି ପ୍ରଣାମ ଜଣାଉଛୁ । ଇଂରାଜୀ ତାରିଖ ଆଧାରରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଦିବସ ।ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଓ ବିଭିନ୍ନ ସେବା ସଙ୍ଗଠନ ଦ୍ୱାରା ପ୍ରତିବର୍ଷ ଫେବୃଆରୀ ୪ ତାରିଖକୁ ବିଶ୍ୱ କର୍କଟ ବା କ୍ୟାନ୍ସର ଦିବସ ଭାବେ ପାଳନ କରାଯାଇ ଆସୁଛି । ଆଜି ପିଢ଼ି ପରେ ପିଢି ଓଡିଆଙ୍କ ପାଇଁ ଆମର ଅସ୍ମିତା ଓ ସ୍ବାଭିମାନର ପ୍ରତିଭୂ ,ଭାରତ ଗୌରବ ମଧୁସୂଦନଙ୍କୁ ଇନ୍ଦ୍ରଦ୍ୟୁମ୍ନ ସଂସ୍କୃତି ଆଧାରରେ ଶ୍ରାଦ୍ଧ ଦେବା ଏକାନ୍ତ ଅପରିହାର୍ଯ୍ୟ । ତାଙ୍କର ଅସୀମ ଅବଦାନ ଓ ଆହ୍ବାନ ସମୂହର ସ୍ମୃତି ଚାରଣ କରିବା ମଧ୍ୟ ଆମର ସାଂସ୍କୃତିକ ଅଲଙ୍ଘନୀୟ କର୍ତ୍ତବ୍ୟ । ସେହିପରି ପୂଜ୍ୟ ପୂଜା ସଂସ୍କୃତି ଆଧାରରେ ଖାଣ୍ଟି ଓଡ଼ିଆ , ଯଶସ୍ଵୀ ସାରସ୍ଵତ ସାଧକ, ଓଡ଼ିଶା ସାହିତ୍ୟ ଏକାଡେମୀ, ଉତ୍କଳ ସାହିତ୍ୟ ସମାଜର ପ୍ରାକ୍ତନ ଅଧ୍ୟକ୍ଷ , ପ୍ରବୀଣ ଶିକ୍ଷାବିତ୍ ପ୍ରାଚାର୍ଯ୍ୟ ପଠାଣି ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଅବସରରେ ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଇବା ମଧ୍ୟ ଅନ୍ୟତମ କର୍ତ୍ତବ୍ୟ କର୍ମ ବୋଲି ବିଚାର କରୁ । ପ୍ରତିଭା ପୂଜନ ମଧ୍ୟ ଆମ ଓଡ଼ିଆ ମାନଙ୍କର ପାତାଳଭେଦୀ ସଂସ୍କୃତି ଆଧାରରେ ଅନେକ କୀର୍ତ୍ତି ଓ କୃତି ସ୍ରଷ୍ଟା , ବିଶେଷ କରି ଜଣେ ବ୍ୟକ୍ତି ନୁହନ୍ତି ,ଆମ ଭାଷାରେ ଏକ ଅନୁଷ୍ଠାନ, ଏକ ଆଗ୍ନେୟ ଆହ୍ଵାନ,ଏକ ସମ୍ବେଦନଶୀଳ ଉଚ୍ଚାରଣ, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ପରମ୍ପରା ପ୍ରାଣ ବିବେକ , ଅତୁଳନୀୟ ଓଡ଼ିଆ ବୁଦ୍ଧିବାଦୀ ,କଳି ହୋଇପାରୁ ନଥିବା ଅନେକ ଦିବ୍ୟଗୁଣ ସମୂହର ଅଧିକାରୀ, ଯାହାଙ୍କ ବ୍ୟକ୍ତିତ୍ଵର ସୌରଭ ମହମହ ବାସ୍ନାରେ ମହକିତ , ସେହି ମହାନ୍ ଓଡିଆ ଇଂ ଡଃ ରାଜେନ୍ଦ୍ର ନାରାୟଣ ଦାସଙ୍କ ଶୁଭ ଜନ୍ମଦିନର ଶୁଭାବସରରେ ଶୁଭାଭିନନ୍ଦନ ସହିତ ଶୁଭକାମନା ଜଣାଇବା ମଧ୍ୟ ସଂସ୍କୃତି ସମ୍ପନ୍ନ କର୍ତ୍ତବ୍ୟ କର୍ମ ବୋଲି ବିଚାର କରୁ । ଆଜି ବିଶ୍ବ କର୍କଟ ଦିବସ ଅବସରରେ ବ୍ୟକ୍ତିଗତ ଭାବେ ଆମେ ଆମର ଏକମାତ୍ର ଅଲିଅଳି କନ୍ୟା ଡଃ ସୀମାଦ୍ରୀ ଶୁଭଦର୍ଶିନୀ (ଗୁଡୁଲି)କୁ ଶୁଭାଭିନନ୍ଦନ, ଶୁଭାଶୀର୍ବାଦ, ଶୁଭକାମନା ଜଣାଇଛୁ। ଦୀର୍ଘ ସାତବର୍ଷ ଧରି ସେ କର୍କଟ ରୋଗ ଉପରେ ଗବେଷଣା କରିଆସୁଛି । ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ,( ଆଇ ଆଇ ଏସ ସି)(IISC),ବାଙ୍ଗାଲୋରରେ ପ୍ରଧାନମନ୍ତ୍ରୀ ଗବେଷଣା ଯୋଜନା ଚୟନ ପ୍ରକିୟାରେ ସଫଳତାର୍ଜନ କରି ଗବେଷଣାରେ ସଫଳତା ପାଇ, ଉଚ୍ଚତର ଗବେଷଣା ନିମନ୍ତେ ଟରୋଣ୍ଟୋରେ ସଫଳତା ଲାଭ କରି , ଅଧୁନା ପୁନଃ ଗବେଷଣା ଜାରି ରଖିଛି । ବାସ୍ତବରେ ଅନେକ ଭୁଲ୍ ସୂଚନା ଏବଂ ଅନ୍ଧବିଶ୍ୱାସକୁ ଦୂର କରିବା ସହ ସଚେତନତା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ଠିକ୍ ସମୟରେ ରୋଗକୁ ଚିହ୍ନଟ କରି ଏହାର ଚିକିତ୍ସା କରାଗଲେ ଏହି ରୋଗରେ ପୀଡ଼ିତ ରୋଗୀ ସୁସ୍ଥ ହେବାର ଅଧିକ ସମ୍ଭାବନା ରହିଥାଏ। ତମାଖୁ ସେବନ, ମଦ୍ୟପାନ, ଖାଦ୍ୟ ପଦାର୍ଥରେ ରାସାୟନିକ ଦ୍ରବ୍ୟର ବ୍ୟବହାର ଏବଂ କିଛି ଭୂତାଣୁ ଜନିକ ସଂକ୍ରମଣରୁ କର୍କଟ ରୋଗ ହୋଇଥାଏ। ବିଶ୍ୱରେ ୮୦ ଲକ୍ଷରୁ ଅଧିକ ଲୋକ ପ୍ରତିବର୍ଷ କର୍କଟ ରୋଗରେ ପ୍ରାଣ ହରାଉଛନ୍ତି। କର୍କଟଜନିତ ମୃତ୍ୟୁ ଓ ପୀଡ଼ିତଙ୍କ ସଂଖ୍ୟା ହ୍ରାସ କରିବା ଲାଗି କର୍କଟ ଆକ୍ରାନ୍ତଙ୍କ ସମର୍ଥନରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଆସୁଛି ।କର୍କଟ ରୋଗ ଚିହ୍ନଟ ପରେ ତା’ ସହ ଲଢ଼ିବା ପାଇଁ ସମ୍ପାନ ବା ସେମିନାର, ଜନ ଜାଗରଣ ଅଭିଯାନ ବା କ୍ୟାମ୍ପେନ୍, ପଥପ୍ରାନ୍ତ ନାଟକ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇ ଆସୁଛି । ଅତଏବ ବିଶ୍ୱ କର୍କଟ ଦିବସର ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କ ମଧ୍ୟରେ ଏହି ରୋଗଠାରୁ ଦୂରେଇ ରହିବା ସହ ଏହାକୁ ପରାସ୍ତ କରିବା ନେଇ ସଚେତନତା ସୃଷ୍ଟି କରିବା ଏବଂ ଏହାର ଚିହ୍ନଟ, ଚିକିତ୍ସା ଏବଂ ପ୍ରତିରୋଧ ବିଷୟରେ ଲୋକମାନଙ୍କୁ ଶିକ୍ଷା ଦେବା। ବିଶ୍ୱରେ କର୍କଟ ମୃତ୍ୟୁର ଏକ ପ୍ରମୁଖ କାରଣ ହୋଇଥିବା ବେଳେ ୨୦୨୦ରେ ଏହି ମୃତ୍ୟୁ ହାର ପ୍ରାୟ ୧ କୋଟି ଛୁଇଁଥିଲା। ସେହିପରି ଭାରତରେ ମଧ୍ୟ ୨୦୨୨ରେ କର୍କଟ ରୋଗଜନିତ ମୃତ୍ୟୁ ହାର ୧୯ ରୁ ୨୦ ଲକ୍ଷ ଥିଲା। ଆନ୍ତର୍ଜାତିକ କର୍କଟ ଗବେଷଣା ସଂସ୍ଥା ବା ଇଣ୍ଟରନ୍ୟାସନାଲ ଏଜେନ୍ସି ଫର ରିସର୍ଚ୍ଚ ଅନ କ୍ୟାନସର(IARC) ତଥ୍ୟ ବା ରିପୋର୍ଟ ଅନୁସାରେ, ୨୦୨୨ରେ ବିଶ୍ବରେ ୨୦ ମିଲିୟନ ଲୋକ କ୍ୟାନସରେ ପୀଡିତ ହୋଇଥିଲେ ଏବଂ ୯.୭ ମିଲିୟନ ଲୋକଙ୍କ ମୃତ୍ୟୁ ଘଟିଥିଲା । ସେହିପରି କର୍କଟ ରୋଗ ଚିହ୍ନଟ ପରେ ୫ ବର୍ଷ ମଧ୍ୟରେ ଜୀବିତ ଥିବା ଲୋକଙ୍କ ସଂଖ୍ୟା ୫୩.୩ ମିଲିୟନ ଥିଲା । ୨୦୫୦ରେ ବିଶ୍ବରେ ୩୫ ମିଲିୟନ ଲୋକେ କର୍କଟ ରୋଗୀରେ ପୀଡିତ ହେବା ନେଇ ପୂର୍ବାନୁମାନ କରାଯାଉଛି । ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକେ କର୍କଟରେ ପୀଡିତ ହୋଇ ପ୍ରାଣ ହରାଉଛନ୍ତି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ, ୨୦୨୨ ଭାରତରେ କ୍ୟାନସରେ ମାମଲାରେ ଅହେତୁକ ବୃଦ୍ଧି ହୋଇଥିଲା । ୨୦୨୨ରେ ଦେଶରେ ୧୪.୧ ଲକ୍ଷ ନୂଆ କ୍ୟାନସର ରୋଗୀ ଚିହ୍ନଟ ହୋଇଥିବା ବେଳେ ୯.୧ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିଲା । ବାସ୍ତବ କଥା ହେଉଛି ଏକ ସୁସ୍ଥ ଜୀବନଶୈଳୀ ବା ହେଲ୍ଦି ଲାଇଫଷ୍ଟାଇଲ ଆପଣାଇ କର୍କଟ ବା କ୍ୟାନସର ଭଳି ମାରତ୍ମକ ରୋଗର ସମ୍ଭାବନାକୁ କମ୍ କରାଯାଇପାରେ । ଏଥିପାଇଁ ଠିକ୍ ସମୟରେ ଶୋଇବା, ଉଠିବା, ସନ୍ତୁଳିତ ଆହାର ଭୋଜନ, ପ୍ରତିଦିନ ବ୍ୟାୟାମ କରିବା ଜରୁରୀ । ଏଭଳି କରିବା ଦ୍ବାରା କେବଳ ଆମର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ ନାହିଁ ବରଂ ସୁସ୍ଥ ଜୀବନ ଜୀଇଁବାରେ ମଧ୍ୟ ସହାୟକ ହୋଇଥାଏ । ସେହିପରି ଯଦି ଆପଣଙ୍କ ଠାରେ କ୍ୟାନସରର କୌଣସି ଲକ୍ଷଣ ଦେଖାଯାଏ, ତାହେଲେ ଅବିଳମ୍ବେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ । କ୍ୟାନସର ସ୍କ୍ରିନିଂ ସାହାଯ୍ୟରେ ଏହି ରୋଗର ଚିହ୍ନଟ ହୋଇପାରିବ । ଠିକ୍ ସମୟରେ କର୍କଟ ରୋଗ ଚିହ୍ନଟ ହୋଇପାରିଲେ, ଏହି ରୋଗକୁ ନିଶ୍ଚିତ ଭାବେ ପରାସ୍ତ କରାଯାଇପାରିବ , ଏହା ଆମର କନ୍ୟା ଗୁଡୁଲିର ଦାମ୍ଭିକ ଅଭିବ୍ୟକ୍ତି ।
ତ୍ରିନାଥ ମେଳା
--------
କେଉଁ ଅନାଦି ଅନନ୍ତ କାଳରୁ " ତ୍ରିନାଥ ମେଳା" ଓଡ଼ିଆ ଆଧ୍ୟାତ୍ମିକ ସଂସ୍କୃତି ର ଏକ ପ୍ରମୁଖ ଅଙ୍ଗ ହୋଇଆସିଛି ଏବଂ ଏହା ପୂର୍ବଜ ମାନଙ୍କ ର ପରବର୍ତ୍ତୀ ପିଢ଼ି ମାନଙ୍କ ପାଇଁ ଏକ ସାମାଜିକ ମାର୍ଗ ଦର୍ଶିକା ବୋଲି ଆମର ସ୍ବଳ୍ପ ଅଧ୍ୟବସାୟ ଆଧାର ରେ ସ୍ଵକୀୟ ମତାମତ ଉପସ୍ଥାପନ ପୂର୍ବକ କିଛି ତଥ୍ୟ ଏଠାରେ ସନ୍ନିବେଶିତ କରୁଛୁ । ଆମ ଭାଷାରେ ୧୫୬୮ ପରେ ଯେପରି ଓଡ଼ିଆ ଜନଜୀବନ ର ପ୍ରତି କ୍ଷେତ୍ରରେ ଉଲ୍ଲେଖନୀୟ ଅବକ୍ଷୟ ପରିଲକ୍ଷିତ ହୁଏ, ଠିକ୍ ସେହିପରି ଏହି ଆଧ୍ୟାତ୍ମିକ ଚେତନା ର ପରିପାଳନ ରେ ବିଚିତ୍ର ବିରୋଧାଭାସ ଦେଖିବାକୁ ମିଳିଥାଏ । ପୂର୍ବଜ ମହାନ୍ ଓଡ଼ିଆ ମାନେ ସାମାଜିକ ଦର୍ଶନ କୁ ଯେପରି ଆଧ୍ୟାତ୍ମିକ ଚେତନା ସହିତ ସନ୍ନିବେଶିତ କରିଯାଇଛନ୍ତି, ଠିକ୍ ସେହିପରି ନ୍ୟାୟ ରୁ " ତ୍ରିନାଥ ମେଳା" ର ସୃଷ୍ଟି । ଅବକ୍ଷୟୀ ଆଧାର ରେ ଏହା ଏବେ ଆହରଣୀୟ ଦର୍ଶନ, ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ପରିବର୍ତ୍ତେ ସର୍ବସାଧାରଣ ରେ ଗଞ୍ଜେଇ ସେବନ ପାଇଁ ସାମାଜିକ ସ୍ବୀକୃତି ଅର୍ଜନ କରିଛି । ବାହାରେ ଗଞ୍ଜେଇ ସେବନ କଲେ ଲୋକେ ଘୃଣା କରି ଗଞ୍ଜଡ ସମ୍ବୋଧନ କରିବାର ସମ୍ଭାବନା ଥିବାରୁ , ତ୍ରିନାଥ ମେଳା କରି ଗଞ୍ଜେଇ ଟାଣିଲେ ଏହାକୁ ପ୍ରସାଦ ସେବନ ର ମାନ୍ୟତା ମିଳିଥାଏ । ଆମେ ଯଦି ଏଥିରେ ବର୍ଣ୍ଣିତ ପ୍ରତ୍ୟେକ ବାକ୍ୟ ର ଅର୍ଥ, ଉଦ୍ଦେଶ୍ୟ ଏବଂ ବିଷୟବସ୍ତୁ ର ଗର୍ଭାନୁଶୀଳନ କରିବା , ତେବେ ସ୍ବତଃ ପୂର୍ବଜ ମାନଙ୍କ ପ୍ରଜ୍ଞା ଶ୍ରୀଚରଣ ରେ କୃତଜ୍ଞତା ଜ୍ଞାପନ ପୂର୍ବକ ଶ୍ରଦ୍ଧାଞ୍ଜଳି ଦେବା । ଚାରବାକ୍ ଙ୍କ ପ୍ରଦତ୍ତ ତଥ୍ୟ " ଋଣଂ କୃତ୍ୱା ଘୃତଂ ପିବେତେ" କୁ ଯେପରି ଅନେକେ ତର୍ଜମା ନକରି ଗ୍ରହଣ କରିଥାନ୍ତି, ଠିକ୍ ସେହିପରି " ତ୍ରିନାଥ ମେଳା" କୁ ପ୍ରାୟତଃ ପ୍ରତ୍ୟେକ ଗ୍ରହଣ କରୁଛନ୍ତି । ଗୋଟିଏ ଉଦାହରଣ ଏଠାରେ ଉପସ୍ଥାପନ କରିବା ପରେ ବିସ୍ତୃତ ଭାବରେ ଆଲୋଚନା କରିବା । ଆମେ ଛୋଟ ପିଲା ଦିନେ ଗାଁ ମୁଣ୍ଡରେ ପୂଜିତ " ହଟ୍ଟକେଶ୍ବର" ମନ୍ଦିର ସମ୍ମୁଖରେ ହେଉଥିବା ତ୍ରିନାଥ ମେଳା ଦେଖିଥିଲୁ । ଗୋଟିଏ ପଦ କୁ ବୋଲିବା ବେଳେ ମୃଦଙ୍ଗ ବାଦକ ଙ୍କ ଵଜେଇବା ଠାଣି ଓ କୀର୍ତ୍ତନ କରୁଥିବା ବ୍ୟକ୍ତି ଙ୍କ ଅଙ୍ଗର ଭାଷା ରେ ମୁଗ୍ଧ ହୋଇଥିଲୁ । ସେହି ପଦ ଟି ହେଲା -
" ଛୋଟା କୁ ବସାଇ କାନ୍ଧରେ , ଅନ୍ଧ ଚାଲଇ ଧିରେଧିରେ " ।
ଏହାକୁ ଆମେ ଯେତେବେଳେ ସଠିକ୍ ତର୍ଜମା କଲୁ , ସେତେବେଳେ ପୂର୍ବଜ ଓଡ଼ିଆ ପଣ୍ଡିତମାନଙ୍କ ପ୍ରତି ସ୍ବତଃ ମଥାନତ ପ୍ରଣିପାତାନ୍ତେ ଜୟ ପ୍ରଭୁ ତ୍ରିନାଥ ଠାକୁର ବୋଲି ସ୍ବକାରୋକ୍ତି ପ୍ରକାଶ କରିଥିଲୁ । ଛୋଟା ଚଳତ ଶକ୍ତି ହୀନ , ମାତ୍ର ପ୍ରଜ୍ଞାଦୀପ୍ତ ବା ଚକ୍ଷୁସ୍ମାନ, ଅନ୍ଧ ଶକ୍ତିବାନ ମାତ୍ର ଦୃଶ୍ୟ ଶକ୍ତି ହୀନ । ଦୁହେଁ ପରସ୍ପର କୁ ସହଯୋଗ କରିବାରୁ ଗତି ସମ୍ଭବ ହେଲା । ଅର୍ଥାତ୍ ପ୍ରଜ୍ଞା + ଶକ୍ତି = ଗତି ବା ବିକାଶ । ମାର୍କିନ ସାମ୍ରାଜ୍ୟବାଦ ଆମେରିକା ଆଜି ବିଶ୍ବ କୁ ନିୟନ୍ତ୍ରଣ କରୁଛି, ଏହି ଦୁଇ ଶକ୍ତି ବଳରେ । ଅତଏବ ଏଥିରୁ ସାମାଜିକ ସହଭାଗିତା, ବିକାଶ, ସମର୍ପଣ ଆଦି ଅନେକ ଦର୍ଶନ ର ଶିକ୍ଷା ମିଳିଥାଏ ।
ସେହିପରି ଦ୍ବିତୀୟ ଉଦାହରଣୀୟ ଆଲୋଚନା ଟି କରୁଛୁ । ଯେତେବେଳେ ନିଜର ହଜି ଯାଇଥିବା ଗାଈ କୁ ଖୋଜିବାକୁ ଶ୍ରୀପୁର ଗାଁ ବ୍ରାହ୍ମଣ ମଧୁସୂଦନ ହାଟ ଆଡ଼କୁ ଯାଉଛନ୍ତି , ସେତିକିବେଳେ ବାଟରେ ତ୍ରିନାଥ ଗୋସେଇଁ ( ଛଦ୍ମବେଶରେ ଠାକୁର) ବିପ୍ରଙ୍କୁ ଡ଼ାକି କହୁଛନ୍ତି -
"ବୋଲନ୍ତି ତ୍ରିନାଥ ଗୋସାଇଁ, ହାଟକୁ ଯେବେ ଯିବୁ ତୁହି
କିଛି ସଉଦା ଆମ ପାଇଁ,ଆଣିବ ଦ୍ବିଜବର ତୁହି
ବ୍ରାହ୍ମଣ ବୋଲନ୍ତି ଉତ୍ତର,କିସ ସେ ସଉଦା ତୁମ୍ଭର
ବୋଲନ୍ତି ତ୍ରିନାଥ ଗୋସାଇଁ ପଇସା କର ଯେ ଗଞ୍ଜେଇ
ପାନ ସୁପାରି ପାହି କର ,ମାଲପା ଏକ ଯେ ପାହିର
ଏହି ସଉଦା ଆମ୍ଭ ପାଇଁ , ଆଣିବୁ ଦ୍ବିଜବର ତୁହି
ସଉଦା ଏତକ ଆମ୍ଭର ମନରେ ରଖ ଦ୍ବିଜବର
ତା ଶୁଣି ବ୍ରାହ୍ମଣ କହି ,ପଇସା କାହୁଁ ପାଇବଇଁ
ଗରିବ ଦ୍ବିଜ ମୁଁ ଅଟକି , ଭିକ୍ଷା ମାଗିଣ ଦିନ ନେଇ
ତ୍ରିନାଥ ବୋଲନ୍ତି ଉତ୍ତର ,ଶୁଣରେ ତୁହି ଦ୍ବିଜବର
ଦେଖ ଏ ଯେଉଁ ବେଣାମୂଳ ,ପଇସା ଅଛି ତା'ର ତଳ
ଶୁଣିଣ ସେ ବ୍ରାହ୍ମଣ ଗଲା , ଵେଣା ମୂଳ କୁ ଉପାଡିଲା
ତିନି ପଇସା ତହୁଁ ପାଇଁ , ଆହୁରି ବେଣା ଓପାଡଇ
ବୋଲନ୍ତି ତ୍ରିନାଥ ଗୋସାଇଁ , ବ୍ରାହ୍ମଣ ହୋଇଲୁ କି ବାଇ ।"
ଏହାର ନିଗୁଢ ଅର୍ଥ କ'ଣ ? ପ୍ରକୃତି ଆମର ମାଟି ତଳେ ଅମାପ ଖଣିଜ ସମ୍ପଦ ସାଇତି ରଖିଛି । ପୂର୍ବଜ ମାନେ ଏହାକୁ ପରବର୍ତ୍ତୀ ପିଢ଼ି ଙ୍କ ପାଇଁ ସାଇତି ରଖି ଯାଇଛନ୍ତି । ଆମ ପିଢ଼ି ଜଗୁଆଳି । ଆମର ଯାହା ଆବଶ୍ୟକ , ସେତିକି ଖୋଳି , ତାହାକୁ ପରବର୍ତ୍ତୀ ପିଢ଼ି ଙ୍କ ପାଇଁ ସାଇତି ରଖିବା । ଲୋଭି ବ୍ରାହ୍ମଣ ଭଳି ଖୋଳିବା ନାହିଁ । ଏହା କଥା ରେ କୁହାଯାଏ ଅମାପ, ମାତ୍ର ଅମାପ ନୁହେଁ । ଏକ ନିର୍ଦ୍ଦିଷ୍ଟ ପରିମାଣ ର ସମ୍ପଦ ମାଟି ତଳେ ଅଛି । ମାଟି ମା ର ବକ୍ଷ ବିଦାରଣ କରି ଦେଶୀ ବିଦେଶୀ ସମ୍ପଦ ଲୁଟେରା ମାନଙ୍କ ହାତକୁ ଟେକି ଦେଇ ପ୍ରଚୁର ଅର୍ଥ ଉପାର୍ଜନ କରି , ସେହି ଅର୍ଥର ଏକ ଶତାଂଶର ଏକ ଶତାଂଶ ଗରିବ ଲୋକଙ୍କୁ ଭିକ ଦେଇ, ସେମାନଙ୍କ ଶ୍ରମ ଶକ୍ତିକୁ ପଙ୍ଗୁ କରି ସିଂହାସନରେ ବସି ସମସ୍ତ ଇନ୍ଦ୍ରିୟ ଭୋଗ କରୁଥିବା ପାଷାଣ୍ଡ ମାନେ ପୂର୍ବଜ ମାନଙ୍କ ସତ୍ତର୍କ ବୁଝି ନାହାନ୍ତି ବା ଯଦି ବୁଝିଛନ୍ତି , ତେବେ ନ ବୁଝିବାର ଅଭିନୟ କରିଆସିଛନ୍ତି ।
ପ୍ରଭୁ ଜଗନ୍ନାଥଙ୍କ ଅପାର କରୁଣା ଓ ଅସୀମ ଆଶୀର୍ବାଦ ତଥା ପ୍ରକୃତି ରାଣୀଙ୍କ ମହାର୍ଘ୍ୟ ଉପହାର ସ୍ବରୁପ ସୃଷ୍ଟିର ପ୍ରାକ୍ କାଳରୁ ଅମାପ ଖଣିଜ ସମ୍ପଦର ବିପୁଳ ଉତ୍ସ ସହିତ ପ୍ରକୃତି ପ୍ରଦତ୍ତ ଅପୂର୍ବ ଶୋଭାର ଭଣ୍ଡାରର ସମୃଦ୍ଧା ଆମର ଉତ୍କଳ ଜନନୀ ।
ଓଡିଶା ଏକ ଖଣିଜ ସମ୍ପଦ ରାଜ୍ୟ ଭାବରେ ଦେଶରେ ଏକ ପ୍ରମୁଖ ସ୍ଥାନ ଅଧିକାର କରିଛି ବୋଲି ବିଶ୍ବ ସ୍ବୀକୃତ ।
ଉଚ୍ଚ ମାନ ବା ଗ୍ରେଡ୍ ଆଇରନ୍ ଖଣି, ବକ୍ସାଇଟ୍, କ୍ରୋମାଇଟ୍, ମାଙ୍ଗାନିଜ୍ ଖଣିର ପ୍ରଚୁର ଭଣ୍ଡାର ସହିତ କୋଇଲା, ଚୂନ ପଥର, ଡୋଲୋମାଇଟ୍, ଟିନ୍, ନିକେଲ୍, ୱାନାଡିୟମ୍, ଲିଡ୍, ଗ୍ରାଫାଇଟ୍, ସୁନା, ରତ୍ନ ପଥର, ହୀରା, ପରିମାପ ଏବଂ ସାଜସଜ୍ଜା ପଥର ଇତ୍ୟାଦି ଅସୀମ ସମ୍ପଦ ଆମ ରାଜ୍ୟରେ ବ୍ୟାପକ ଭାବରେ ଉପଲବ୍ଧ | ଇସ୍ପାତ, ଫେରୋ-ଆଲୋଇସ୍, ସିମେଣ୍ଟ, ଆଲୁମିନା / ଆଲୁମିନିୟମ୍, ରେଫ୍ରାକ୍ଟୋରୀ, ଥର୍ମାଲ୍ ପାୱାର ଇତ୍ୟାଦି ଉତ୍ପାଦନ ପାଇଁ ଖଣିଜ ଭିତ୍ତିକ ଶିଳ୍ପଗୁଡିକ ଖୋଜିବା ପାଇଁ ଏହା ଅପାର ସମ୍ଭାବନା ଥିବା ସତ୍ତ୍ୱେ ବହିରାଗତ ମାନେ ଯାହା ଲୁଟି ଥିଲେ ଏବଂ ସ୍ଵାଧୀନୋତ୍ତର ଭାରତରେ ୭୭ ବର୍ଷ ଧରି ଯାହା ଦେଶୀ ବିଦେଶୀ ସମ୍ପଦ ଲୁଟେରା ମାନଙ୍କ ଦ୍ବାରା ଯାହା ଲୁଟ୍ ହୋଇ ଚାଲିଛି , ବିଶେଷ କରି ଶାଗ ମାଛ ଦରରେ କଞ୍ଚାମାଲ , ତାହାର ହିସାବ କରିବାକୁ ବିଶ୍ବ ଶ୍ରେଷ୍ଠ ଗଣିତଜ୍ଞ ମଧ୍ୟ ବିଫଳ ହେବା ଥୟ । ବର୍ତ୍ତମାନ ଓଡ଼ିଶା ଖଣିଜ ସମ୍ପଦର ଭବିଷ୍ୟତ, ଚାଇନା, ଜାପାନ, ଆମେରିକା । ଯେଉଁ ଦେଶର ଖଣିଜ ସମ୍ପଦ ବିଦେଶକୁ ରପ୍ତାନୀ ହୁଏ, ସେ ଦେଶର ଲୋକେ ହତଭାଗା, ଅପଦାର୍ଥ, ଅଯୋଗ୍ୟ । ଆମେ ସେଇ ହତଭାଗା ଓଡିଆ – ଆମ ରାଜ୍ୟରୁ କ୍ରୋମାଇଟ୍ ଲୁହାପଥର ଚୀନ୍, ଜାପାନ, ଆମେରିକା ପ୍ରଭୃତି ଦେଶକୁ ରପ୍ତାନି ବା ଏକ୍ସପୋର୍ଟ କରୁଛୁ । ଚୀନ୍ ଦେଶରେ ଆମ ଭାରତ ଠାରୁ ଅଧିକ ଲୁହାପଥର ଅଛି, କିନ୍ତୁ ଚାଇନା ତା’ର ଉତ୍ତର ପିଢ଼ିଙ୍କ ପାଇଁ ୧୦୦ ବର୍ଷ ପର୍ଯ୍ୟନ୍ତ ଲୁହାପଥର ସାଇତି ରଖୁଛି ।
ଆମ ଦେଶ ବିଶେଷ କରି ଓଡିଶାରୁ ଲୁହାପଥର, କ୍ରୋମାଇଟ୍ ଚଢା ଦାମ ଦେଇ ବୋହି ନେଉଛି । ଚାଇନାର ଉତ୍ପାଦିତ ଦ୍ରବ୍ୟ ସାରା ବିଶ୍ୱରେ ଛାଇ ହେଇଗଲାଣି । ବିଶ୍ୱର ଦ୍ୱିତୀୟ ଧନୀ ଦେଶ ଭାବେ ପରିଗଣିତ ହେଲାଣି । ଜାପାନ ମଧ୍ୟ ଆମ କ୍ରୋମାଇଟ୍ରୁ ଉତ୍ପାଦିତ ଦ୍ରବ୍ୟରେ ବିଶ୍ୱ ବଜାର ଦଖଲ କରିସାରିଛି । ଆମେରିକା ଆମ କ୍ରୋମାଇଟ୍ ଲୁହାପଥରରେ ଯୁଦ୍ଧାସ୍ତ୍ର ପ୍ରସ୍ତୁତ କରି ଆମକୁ ବିକ୍ରି କରୁଛି ।
କମାରଶାଳ ଠାରୁ ଆରମ୍ଭ କରି ଇସ୍ପାତ କାରଖାନା ଆଲିପିନ୍ଠାରୁ ଆରମ୍ଭ କରି ଉଡାଜାହାଜ ପର୍ଯ୍ୟନ୍ତ ସବୁଠି ଲୁହାପଥର, କ୍ରୋମ୍ପଥର, କୋଇଲା ଆବଶ୍ୟକ । ଇସ୍ପାତ ଦେଶ ତଥା ବିଶ୍ୱର ଅଗ୍ରଗତିରେ ବିଶେଷ ସହାୟକ ହୋଇପଡିଥାଏ । ଖଣିରୁ ଲୁହାପଥର ଖୋଳି ଇସ୍ପାତ କାରଖାନା ବା ଷ୍ଟିଲପ୍ଲାଣ୍ଟରେ ତରଳାଇ ଲୌହପିଣ୍ଡରୁ ବିଭିନ୍ନ ପ୍ରକାର ଯନ୍ତ୍ରପାତି ଠାରୁ ଆରମ୍ଭ କରି ସଭ୍ୟତାର ଅଗ୍ରଗତି ପାଇଁ ଯାହା ଯାହା ଏକାନ୍ତ ଆବଶ୍ୟକ , ତାହା ପ୍ରସ୍ତୁତ ନକରି ଅତି ନଗଣ୍ୟ ଅଂଶଧନ ବା ରୟାଲିଟ ବଦଳରେ ବିଦେଶୀ ମାନଙ୍କ ହାତରେ ଟେକି ଦିଆଯାଉଛି । ଆମ ଦେଶରେ ମୂଲ୍ୟଯୁକ୍ତ ଖଣିଜପଦାର୍ଥ ଯୋଗାଣ ଏପର୍ଯ୍ୟନ୍ତ ହୋଇପାରିନି । ବିଶେଷକରି ମୋଜାମ୍ବକରୁ, ବଲଭିଆ, ଗୁଇଁନା, ଦକ୍ଷିଣ ଆଫ୍ରିକା ଦେଶମାନେ ଖଣିଜ ପଦାର୍ଥ ମୂଲ୍ୟଯୁକ୍ତ କରିବାରୁ ଆମଦାନୀ କରିବା ସମ୍ଭବ ହେଉନି । ସବୁଠୁ ବଡ ଆଶ୍ଚର୍ଯ୍ୟର ବିଷୟ- ଆମ ଦେଶରେ ଗଢିଉଠୁଥିବା ଇସ୍ପାତ ଶିଳ୍ପକୁ ଆମେ କଞ୍ଚାମାଲ ଯୋଗାଇ ପାରୁନୁ, ଏଣେ ଲକ୍ଷ ଲକ୍ଷ ଟନ୍ ଲୌହପଥର, କ୍ରୋମାଇଟ୍ ଚୀନକୁ ରତ୍ପାନୀ କରିଦେଉଛେ । ଚୀନ୍ରେ ଏକଦଳୀୟ ଶାସନ ଯୋଗୁ ଇସ୍ପାତଶିଳ୍ପରେ ଚଟାପଟ ଉତ୍ପାଦନ ଆରମ୍ଭ କରି ସମଗ୍ର ବିଶ୍ୱବଜାରରେ ଶସ୍ତା ସାମଗ୍ରୀ ଯୋଗାଇଦେଇ ପ୍ରଚୁର ଲାଭ କରୁଛନ୍ତି । ଯାହାଫଳରେ ଭାରତ ଇସ୍ପାତ ଶିଳ୍ପରେ ଚୀନ୍ ସହ ପ୍ରତିଯୋଗିତା କରିପାରୁନି । ସମଗ୍ର ବିଶ୍ୱରେ ବଜାରବିପ୍ଲବ ଦ୍ରୁତଗତିରେ ବଢିଚାଲିଛି । ଇସ୍ପାତଶିଳ୍ପରେ ପୁଞ୍ଜି ଓ କଞ୍ଚାମାଲ ଆବଶ୍ୟକ । ଶିଳ୍ପପତିମାନେ ପୁଞ୍ଜି ସଂଗ୍ରହ କରିପାରୁଛନ୍ତି, କିନ୍ତୁ ଶସ୍ତାରେ କଞ୍ଚାମାଲ ଖୋଜୁଛନ୍ତି- ପାଉନାହାଁନ୍ତି ଯାହାକି ପ୍ରଚୁର ଲାଭର ମୋହ ଛାହି ପାରୁନାହାଁନ୍ତି । ଏଣେ ସରକାରୀ କଳକୁ ହାତକରି ଖଣି ଆପଣେଇବା ପାଇଁ ଲାଗିପଡିଛନ୍ତି । ଅତିକମ୍ରେ ୧ ମିଲିୟନ୍ ଟନ୍ ଇସ୍ପାତ ଉତ୍ପାଦନ ପାଇଁ ୫ ହଜାରରୁ ୬ ହଜାର କୋଟି ଟଙ୍କା ଆବଶ୍ୟକ ପୁଣି ଗୋଟିଏ ଟନ୍ ଇସ୍ପାତ ପ୍ରସ୍ତୁତ ପାଇଁ ୩ରୁ ସାଢେ ୩ ଟନ୍ କଞ୍ଚାମାଲ ଆବଶ୍ୟକ । ଇସ୍ପାତ କମ୍ପାନୀମାନେ ଲାଭ ଉଦ୍ଦେଶ୍ୟରେ ହିଁ କାରଖାନା କରିଥାନ୍ତି । ଯେଉଁଠି ଲାଭ ନାହିଁ ସେମାନେ ପଛଘୁଞ୍ଚା ଦିଅନ୍ତି । ଦେଶର ସ୍ୱାର୍ଥ ପାଇଁ ଇସ୍ପାତ ପ୍ରୟୋଜନ- ଏ ଧାରଣା କୌଣସି ଶିଳ୍ପପତି ରଖିନାହାଁନ୍ତି । ଇସ୍ପାତ ଚାହିଦା ବୃଦ୍ଧିଯୋଗୁ ଆମ ଦେଶର ଓଡିଶା, ଝାଡଖଣ୍ଡ, କର୍ଣ୍ଣାଟକ ଓ ପଶ୍ଚିମବଙ୍ଗରେ ଷ୍ଟିଲପ୍ଲାଣ୍ଟ ପାଇଁ ବିଭିନ୍ନ ଦେଶୀ ବିଦେଶୀ କମ୍ପାନୀ ବୁଝାମଣା କରିଛନ୍ତି । କିନ୍ତୁ ପରିବେଶ ଓ ଜଙ୍ଗଲ ବିଭାଗର ଅଙ୍କୁଶ, ଜମି ଅଧିଗ୍ରହଣ, ଖଣିିଲିଜ୍କୁ ସହଜରେ ସରକାର ସହଯୋଗ ଦେବାପାଇଁ ପ୍ରତିଶ୍ରୁତି ଦେଲେ ମଧ୍ୟ ଜନଗଣଙ୍କ ପ୍ରବଳ ବିରୋଧ ଯୋଗୁ ବହୁ ପ୍ରକଳ୍ପ ବିଳମ୍ବ ହେଉଛି ।କର୍ଣ୍ଣାଟକ, ଗୋଆ, ଓଡିଶାରେ ନାହିଁ ନଥିବା ଖଣିଚୋରୀ ଯୋଗୁ ବହୁ ଖଣିକୁ ବନ୍ଦ କରିଦିଆଯାଇଛି । ଦେଶର ପ୍ରାକୃତିକ ସମ୍ପଦକୁ ଖୋଲାଖୋଲି ଭାବେ ଅସାଧୁ କର୍ମଚାରୀ, ରାଜନେତା, ଶିଳ୍ପପତି, ମାଫିଆ ଗୋଷ୍ଠୀ ଲୁଟ୍କରି ବ୍ୟକ୍ତିଗତ ସମ୍ପତିକୁ
ଆକାଶଛୁଆଁ ଅବସ୍ଥାରେ ପହଞ୍ଚାଇ ଦେଇଛନ୍ତି । ଏମାନଙ୍କ ବିରୋଧରେ ରାଜ୍ୟ କି କେନ୍ଦ୍ର ସରକାର କୌଣସି ଦଣ୍ଡ ବ୍ୟବସ୍ଥା କରିପାରୁନାହାଁନ୍ତି । କାରଣ ସରକାରୀ କଳ ଏହି ବେଆଇନ୍ କାରବାରରେ ଲିପ୍ତ ଅଛନ୍ତି । ଯଦି ସବୁ ଖଣିଚୋରଙ୍କ ସମ୍ପତିକୁ ବ୍ୟାଜ୍ୟାପ୍ତ କରି ରାଜକୋଷକୁ ଅଣାଯାଆନ୍ତା, ତା’ହେଲେ ଆଖିଦୃଶିଆ ଦଣ୍ଡ ପାଇଁ ‘ବିରିମାଡ ଦେଖି କୋଳଥ ଚେପା’ ହୋଇଯାଆନ୍ତେ । ଖଣିବନ୍ଦ ଯୋଗୁ ଇସ୍ପାତଶିଳ୍ପ ସଙ୍କଟରେ ପଡିଯାଇଛନ୍ତି। କଞ୍ଚାମାଲ ଅଭାବରୁ ଇସ୍ପାତ ଜଡିତ ବହୁ ଛୋଟ ବଡ ପ୍ଲାଣ୍ଟରେ ଧୁଆଁ ବାହାରୁନି । ଏବେ ଅନିଶ୍ଚିତ ମଧ୍ୟରେ ଇସ୍ପାତ ଶିଳ୍ପ । ଶିଳ୍ପପତିମାନଙ୍କ ଇଚ୍ଛାକୁ ପୂରଣ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବଡ ବ୍ୟଗ୍ର । କାରଣ ବିଦେଶୀ ମୁଦ୍ର ମିଳିବ । ଚାକିରି ମିଳିବ । ସହଯୋଗୀ ସଂସ୍ଥା ଗଢି ଉଠିବ । ଏ ସବୁ ଠିକ କଥା; କିନ୍ତୁ ଅସଲ କଥା ହେଉଛି- କେତେଜଣ ଘରୋଇ ଶିଳ୍ପପତି ଦେଶରେ ଜଳ ଜମି ଜଙ୍ଗଲ ଖଣି ଏବଂ ଶ୍ରମ ଶକ୍ତି ଶସ୍ତାରେ ହାତେଇ ନେବେ, ୟାଡେ କୋଟି କୋଟି ଜନଗଣ ଭୋକଉପାସରେ ଛଟପଟ ହେବେ । ଏହା ବିକାଶ ବଦଳରେ ବିନାଶରେ ପରିଣତ ହେବ ।
ଚନ୍ଦ୍ର ବଂଶରେ ଜାତ ଯଶୋବନ୍ତ
-------------
ପାଶ୍ଚାତ୍ୟ ଭେଷଜ ବିଜ୍ଞାନୀ, ବୈଜ୍ଞାନିକ, ପଣ୍ଡିତ ମାନଙ୍କ ଶହଶହ ବର୍ଷ ପୂର୍ବରୁ ଓଡ଼ିଆ ସାଧକ ମାନେ ଯାହା ଯାହା ସବୁ ଦେଇ ଯାଇଛନ୍ତି, ତାହା ଅନାଲୋଚିତ, କାରଣ ଆମେ ଦାୟାଦମାନେ ବିଦେଶୀ ଶାସନରେ ଶହଶହ ବର୍ଷ ଗୋଲାମ ହୋଇ ସ୍ବାଭିମାନର ସଂଜ୍ଞା ଭୁଲି, ଯାହା ବିଦେଶୀ ତାହା ବହୁତ ଭଲ ବୋଲି ଗର୍ଵର ସହିତ କହିଥାଏ, ତାଙ୍କ ଭାଷା ସାହିତ୍ୟ ସଂସ୍କୃତି ଓ ପରମ୍ପରାକୁ ସେମାନଙ୍କ ଅପେକ୍ଷା ଅଧିକ ଆନୁଗତ୍ୟ ପ୍ରକାଶ ପୂର୍ବକ ପାଳନ କରିଥାଏ । ତାହା ହିଁ ଲର୍ଡ ମ୍ୟାକନିଲ୍ କରିଯାଇଛନ୍ତି । ତିନି ବର୍ଷ ତଳେ , ଠିକ୍ ଏହି ସମୟରେ ରାତ୍ରି କାଳୀନ ଅବରୋଧ ( ନାଇଟ କର୍ଫ୍ୟୁ) ଲାଗି ନଥିଲେ ଏହାର ଭୟଙ୍କର ଗଭୀରତାକୁ ଦେଖି ପାରି ନଥାନ୍ତେ । ହଜାର ହଜାର ଉଦାହରଣୀୟ ତଥ୍ୟ ଥିଲା ବେଳେ ଆଜି ମହାପୁରୁଷ ଯଶୋବନ୍ତ ଦାସଙ୍କ ର ଗୋଟିଏ ସୃଷ୍ଟି , ଯାହା
୧୯୫୬ ମସିହାରେ ଟମ୍ ବ୍ରାଉନଙ୍କ ଦ୍ବାରା ଅଲ୍ଟ୍ରା ସାଉଣ୍ଡ ( ultrasound ) ଭାବେ ପ୍ରଥମେ ଭେଷଜ ବିଦ୍ୟାରେ ପ୍ରୟୋଗ (The first time ultrasound was used for clinical reasons was in 1956. It was used in Glasgow by an Obstetrician named Ian Donald and an engineer named Tom Brown. These two men developed the first prototype system for ultrasound,)ତାହା ଯେ ଛଅ ଶହ ବର୍ଷ ତଳୁ ଓଡ଼ିଆ ସନ୍ଥ କରିଯାଇଛନ୍ତି, ତାହାକୁ ଉପସ୍ଥାପନ କରି ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି ,ବନ୍ଦେ ଉତ୍କଳ ଜନନୀ ।
ବଡ଼ ମାୟାବୀ ଜୀବ ନୋହେ କାହାରି
------------------------------------------
ମହାତ୍ମା ଯଶୋବନ୍ତ ଦାସ
------------------
ବଡ଼ ମାୟାବୀ ଜୀବ ନୋହେ କାହାରି
ଦିନେ ନ ଭଜୁ ରାମ କୃଷ୍ଣ ଶ୍ରୀହରି ।।
ଯେତେବେଳେ ମାତା ଗର୍ଭେ ହେଲୁ ସଞ୍ଚାର
ଅଣାକାର ଭୂମି ସେ ଯେ ନାହିଁ ଆକାର ।
ପ୍ରଥମ ମାସେ ତୁ ଯେ ହେଲୁ ଧବଳ ବର୍ଣ୍ଣ
ଦ୍ବିତୀୟ ମାସେ ତୁ ଯେ ଜଳେ ଯେସନେ ମୀନ
ତୃତୀୟ ମାସେ ତୁ ଯେ ଶୂନ୍ୟେ ମେଳିଲୁ ଡାଳ
ଚତୁର୍ଥେ ଅସ୍ଥି ଖଞ୍ଜା ତୋହରି । ବଡ଼ ...
ପଞ୍ଚମେ ନାଭି କମଳ କଲା ଭିଆଣ
ଷଷ୍ଠରେ ଵାସ୍ତରୀ ନାଡ଼ି ଖଞ୍ଜିଲା ଜାଣ।
ସପ୍ତମେ ନାସା ଜିହ୍ୱା ଆବର ମୁଖ କର୍ଣ୍ଣ
ଚକ୍ଷୁ ଭ୍ରୁଲତା କାମ କମାଣରେ ନିର୍ମାଣ
ଗଙ୍ଗା ଯମୁନା ନଦୀ ଵହଇ ଅନୁକ୍ଷଣ
ଆପେ ମନକୁ କଲା ବିଚାରି ।
ଅଷ୍ଟମେ ଅଙ୍ଗୁଷ୍ଠି ହସ୍ତ ପାଦ ଖଞ୍ଜିଲା
ନଵମାସେ ଚମଡାକୁ ଢାଙ୍କୁଣି ଦେଲା
ଦଶ ମାସରେ ଶେଷ କଲା ହୋଇ ହରଷ
ସ୍ତୁତି ଯେ କଲୁ ତୁହି ଭୋ ଦେବ ନନ୍ଦ ଶିଷ୍ୟ
ଯଦି ମର୍ତ୍ତ୍ୟମଣ୍ଡଳେ ମୁହିଁ କରିବି ଵାସ
ତୋ ନାମ ଗାଉଥିବି ସୁମରି।
ଯେଉଁ ବିନ୍ଧାଣି ତୋତେ ଟି କଲା ନିର୍ମାଣ
ସେହି ତୋ ଦେହେ ରହିଲା ଏହା ତୁ ଜାଣ,
ରଖିଣ ଦଶବାଟ ଲଗାଇଲା କବାଟ
ସୁଷୁମନା ଦୁଆରେ ରହିଲେ ନନ୍ଦ ଚାଟ
ଯେବେ ପାଇବୁ ଭେଟ ମାୟା କୁ ତୁହି କାଟ
ଗୁରୁ ସେଵିଣ ଦେଖ ଶ୍ରୀହରି । ବଡ଼ ମାୟାବୀ....
ଜନମ ହୋଇ ପଡିଲୁ ମର୍ତ୍ତ୍ୟ ମଣ୍ଡଳ
କୁଆଁ ବୋଲନ୍ତେଣ ସବୁ ଗଲା ପାଶୋର ।
ଅନ୍ତୁଡିଶାଳେ ରହି ହରି ଭଜିଲୁ ନାହିଁ
ପାଞ୍ଚ ଵରଷ ଗଲା ବାଳ ଭାବରେ ବହି
ଦଶ ଵରଷେ ଧୂଳି ଘର ଖେଳିଲୁ ତୁହି,
ଵାର ବରଷେ ବସ୍ତ୍ର ପିନ୍ଧୁ ହରଷ ହୋଇ
ତେବେ ନ ଵୋଲୁ ମୁଖେ ଶ୍ରୀହରି । ବଡ଼...
ପାଠକ ମାନଙ୍କୁ ମହାତ୍ମା ଯଶୋବନ୍ତ ଦାସ ଙ୍କ ସହିତ ପରିଚୟ କରାଇବାକୁ ହେଲେ ଆମକୁ୫୩୪ ବର୍ଷ ତଳକୁ ଯିବାକୁ ହେବ ।
ପନ୍ଦର ଵରଷେ ହେଲୁ ଅମରମତା
କୋଡ଼ିଏ ଵରଷେ କଲୁ କାମିନୀ ଚିନ୍ତା ।
କାମିନୀ ସଙ୍ଗେ ରହି ଦିନ ହରିଲୁ ତୁହି
ସେ ରୂପେ ଗଲା ତୋର ଯୁବା ଵୟସ ବହି
ହରି କଥା କୁ ଦିନେ ମନେ ନ କଲୁ ତୁହି
ହେଵୁ କେମନ୍ତେ ଏ ଭବୁ ପାରି । ବଡ଼
ବୃଦ୍ଧ ଵୟସ ଏବେ ହେଲା ତୋହରି
ଅବଶ୍ୟ ଦେଖିବୁ ଥରେ ଶମନ ପୁରୀ,
କହଇ ଯଶୋବନ୍ତ ଗୁରୁ ଙ୍କ ସେବା କର
ସେ ନାମ ଧରି ହୃଦେ ଭବୁ ହୋଇବୁ ପାର
ପୂର୍ବ -ଜନ୍ମ କଳୁଷ ଚିତ୍ତ ରୁ ହେବ ଦୂର
ବସିବୁ ବଇକୁଣ୍ଠ ଆବୋରି । ବଡ଼ ମାୟାବୀ...
ମହାତ୍ମା ଯଶୋବନ୍ତ ଙ୍କ ସହିତ ଆଜିର ପିଢ଼ି ଙ୍କୁ ପରିଚୟ କରାଇବାକୁ ହେଲେ ଆମକୁ ୫୩୪ ବର୍ଷ ତଳକୁ ଫେରିବାକୁ ହେବ । ଅଚ୍ୟୁତାନନ୍ଦଙ୍କ 'ଉଦୟ କାହାଣୀ' ଅନୁସାରେ ଜଗନ୍ନାଥ ଦାସ ଓ ଯଶୋବନ୍ତ ଦାସ ଏକା ବର୍ଷରେ ଜନ୍ମଗ୍ରହଣ କରିଥିଲେ । ବଳରାମ ଦାସ ଏହି ଉଭୟଙ୍କଠୁଁ ଚାରିବର୍ଷ ବଡ଼ । ଏଣୁ 'ଉଦୟ କାହାଣୀ' ଅନୁସାରେ ଯଶୋବନ୍ତ ଖ୍ରୀଷ୍ଟାବ୍ଦ ୧୪୮୭ରେ ଜନ୍ମଗ୍ରହଣ କରିଥିଲେ ବୋଲି ଧରାଯାଏ । କଟକ ଜିଲ୍ଲା ଅନ୍ତର୍ଗତ ଜଗତସିଂହପୁର ନିକଟସ୍ଥ ଅଢ଼ଙ୍ଗଗଡ଼ ଅନ୍ତର୍ଗତ ନନ୍ଦୀଗ୍ରାମରେ ଯଶୋବନ୍ତ ଜନ୍ମଲାଭ କରିଥିଲେ । ତାଙ୍କ ପିତାଙ୍କ ନାମ ଜଗୁ ମଲ୍ଲିକ ଓ ମାତାଙ୍କ ନାମ ରେଖାଦେବୀ । ଯଶୋବନ୍ତ ଦାସ ନିଜ ବା ନିଜ ପରିବାର ବିଷୟରେ କୌଣସି ସନ୍ତୋଷଜନକ ପରିଚୟ ନିଜ ଗ୍ରନ୍ଥମାନଙ୍କରେ ଦେଇନାହାନ୍ତି ।
ଚନ୍ଦ୍ର ବଂଶରେ ଜାତ ଯଶୋବନ୍ତ ।
କ୍ଷତ୍ରିୟ କୁଳ ସେ କଲେ ପବିତ୍ର ।।
—ଅବତାର ମାଳିକା
ସେ ମହାନାୟକ ବା କ୍ଷତ୍ରିୟ ଥିଲେ ବୋଲି କେତେକଙ୍କ ମତ ରହିଛି । ଅନ୍ୟମତେ ସେ କୃଷକ ପରିବାରରେ ଜନ୍ମଲାଭ କରିଥିଲେ । ଯଶୋବନ୍ତଙ୍କ ପିତା ମାତା ବହୁତ ଧର୍ମ ପରାୟଣ ଥିଲେ । ଯଶୋବନ୍ତଙ୍କ ଉପରେ ସେମାନଙ୍କ ଗଭୀର ପ୍ରଭାବ ପଡ଼ିଥିଲା । ଏଣୁ ସେ ଧର୍ମ ପ୍ରତି ଆକୃଷ୍ଟ ହୋଇଥିଲେ ।ସୁଦର୍ଶନ ଦାସଙ୍କ ଲିଖିତ 'ଯଶୋବନ୍ତ ଦାସଙ୍କ ଚଉରାଶି ଆଜ୍ଞା' ନାମକ ଗ୍ରନ୍ଥରେ ଯଶୋବନ୍ତଙ୍କ ବାଲ୍ୟ ଜୀବନର ବର୍ଣ୍ଣନା ରହିଛି । ସୁଦର୍ଶନ ଦାସ ଯଶୋବନ୍ତଙ୍କ ନିଜ ଶିଷ୍ୟ ଥିଲେ । ଏହି ଗ୍ରନ୍ଥରେ ଯଶୋବନ୍ତଙ୍କ ବିଷୟରେ ବହୁ ବିସ୍ମୟକାରୀ କିମ୍ବଦନ୍ତୀ ରହିଛି ।ଯଶୋବନ୍ତଙ୍କ ପିତା ଜଣେ ଦରିଦ୍ର ବ୍ୟକ୍ତି ଥିଲେ । ଦାରିଦ୍ର୍ୟ ଯୋଗୁଁ ସେ ବାଧ୍ୟ ହୋଇ ଥରେ ଧାନ ଚୋରି କରିଥିଲେ । ଚୋରି କଲାବେଳେ ଅଢ଼ଙ୍ଗଗଡ଼ର ସାମନ୍ତରାଜା ରଘୁରାମ ଚ଼ମ୍ପପତି ରାୟ ତାଙ୍କୁ ଦେଖିଦେଇଥିଲେ । ରଘୁରାମ ଚୋରକୁ ଦଣ୍ଡ ଦିଆଯାଉ ବୋଲି ଆଜ୍ଞା କରିବାରୁ ଯଶୋବନ୍ତ ଜଗନ୍ନାଥଙ୍କୁ ଆକୁଳ ହୋଇ ବିନତି କଲେ । ଜଗନ୍ନାଥ ତାଙ୍କ ଡାକ ଶୁଣି ଯଶୋବନ୍ତଙ୍କ ଶରୀରରେ ପ୍ରକାଶିତ ହେଲେ । ଏହି ଦୃଶ୍ୟକୁ ରଘୁରାମ ହିଁ ଦେଖିପାରିଥିଲେ । ଏହା ଦେଖିଲାପରେ ରଘୁରାମ ଓ ତାଙ୍କ ସ୍ତ୍ରୀ ତିଳୋତ୍ତମା ଯଶୋବନ୍ତଙ୍କ ଶିଷ୍ୟ ହୋଇଗଲେ ।ଏହି କିମ୍ବଦନ୍ତୀ ଭଳି ଅନ୍ୟ ଏକ କଥା ମଧ୍ୟ ଶୁଣାଯାଏ ,
ବାରବର୍ଷ ବୟସରୁ ଯଶୋବନ୍ତ ସଂସାର ପ୍ରତି ଉଦାସୀନ ହୋଇପଡ଼ିଥିଲେ । ଏହା ପରେ ସେ ବହୁତ ବର୍ଷ ତୀର୍ଥ ପର୍ଯ୍ୟଟନରେ ଅତିବାହିତ କରିଥିଲେ । ସେ ବୈଷ୍ଣବ ଧର୍ମରେ ଦୀକ୍ଷିତ ହେବା ପରେ 'ଦାସ' ଉପାଧି ଗ୍ରହଣ କରିଥିଲେ । କୁହାଯାଏ ଯେ ଯଶୋବନ୍ତ ଚୈତନ୍ୟ ଦେବଙ୍କ ସଂକୀର୍ତ୍ତନ ମଣ୍ଡଳୀଦ୍ୱାରା ପ୍ରଭାବିତ ହୋଇ ଖ୍ରୀଷ୍ଟାବ୍ଦ ୧୫୦୯ରେ ପୁରୀ ଆସିଥିଲେ । ସହଓଡ଼ିଶାରେ ଚୈତନ୍ୟ ଦେବଙ୍କ ଅବସ୍ଥାନ ସମୟରେ ଯଶୋବନ୍ତ ତାଙ୍କ ସଂସ୍ପର୍ଶରେ ଆସିଥିଲେ । ପୁରୀରେ ସେ ଦୀକ୍ଷା ନେଇଥିଲେ । ଦୀକ୍ଷା ନେଇ ନିଜ ଗ୍ରାମ ଅଢ଼ଙ୍ଗକୁ ଫେରିଆସିଥିଲେ ।ସେତେବେଳେ ଅଢ଼ଙ୍ଗଗଡ଼ର ସାମନ୍ତ ରାଜା ଥିଲେ ରଘୁରାମ ଚମ୍ପପତି ରାୟ । ରଘୁରାମଙ୍କ ଭଗିନୀ ଅଞ୍ଜନା ଦେବୀଙ୍କ ସହ ଯଶୋବନ୍ତଙ୍କ ବିବାହ ହୋଇଥିଲା । କେତେକଙ୍କ ମତରେ ସଂସାର ପ୍ରତି ଯଶୋବନ୍ତଙ୍କ ବୀତସ୍ପୃହତା ଦେଖି ତାଙ୍କ ବାପା ମା ତାଙ୍କୁ ବିବାହିତ କରିଥିଲେ । ରଘୁରାମ ଯଶୋବନ୍ତଙ୍କ ପାଇଁ ଗୋଟିଏ ସୁନ୍ଦର ମଠ ନିର୍ମାଣ କରି ମଠର ପରିଚାଳନା ନିମନ୍ତେ ବହୁ ସମ୍ପତ୍ତି ଖଞ୍ଜିଥିଲେ । ଏ ମଠ ବର୍ତ୍ତମାନ ସୁଦ୍ଧା ଯଶୋବନ୍ତ ଦାସଙ୍କ ଉତ୍ତରାଧିକାରୀମାନଙ୍କଦ୍ୱାରା ପରିଚାଳିତ ହୋଇ ଆସୁଛି ।କିମ୍ବଦନ୍ତୀ କୁହେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଯଶୋବନ୍ତ ଦାସଙ୍କର ୭୫୦ ଶିଷ୍ୟ ଥିଲେ ବୋଲି ଶୁଣାଯାଏ । ଯଶୋବନ୍ତ ଜଣେ ସିଦ୍ଧ ବୈଷ୍ଣବ ଥିଲେ । ଏଣୁ ଯଶୋବନ୍ତଙ୍କ ଜୀବନ ସମ୍ବନ୍ଧରେ ବହୁ କିମ୍ବଦନ୍ତୀ ଶୁଣାଯାଏ । ତନ୍ମଧ୍ୟରେ ବ୍ରହ୍ମରାକ୍ଷସ ଓ ବାବନାଭୂତ ପ୍ରସଙ୍ଗ କୁ ଉପଜିଵ୍ୟ କରି ଜନଶ୍ରୁତିରୁ ଶୁଣାଯାଏ ଯେ ଥରେ ଯଶୋବନ୍ତ କେତେକ ଶିଷ୍ୟଙ୍କ ସହିତ ପୁରୀ ଅଭିମୁଖରେ ଯାତ୍ରା କରୁଥିଲେ । ପଥ ମଧ୍ୟରେ ଏକ ବ୍ରହ୍ମରାକ୍ଷସ ସହ ସେମାନଙ୍କ ଭେଟ ହେଲା । ବ୍ରହ୍ମରାକ୍ଷସ ତାହାର ପୈଶାଚିକୀ ଲୀଳା ସାଧନା କରିବାକୁ ଗଲାବେଳେ ଯଶୋବନ୍ତ ନିଜ ଯୋଗ ପ୍ରଭାବରେ ଆଶାବାଡ଼ିରେ ତାହାକୁ ପଥ ଦେଖାଇ ଆଗେ ଆଗେ ଚାଲିବାକୁ ଉପଦେଶ ଦେଲେ । ଏହା ପରେ ରାକ୍ଷସ ଆଉ କୌଣସି ଅତ୍ୟାଚାରର ପ୍ରଚେଷ୍ଟା ନ କରି ଶାନ୍ତ ଶିଷ୍ଟ ଭାବରେ ଚାଲିଲା । ବ୍ରହ୍ମରାକ୍ଷସ ଆସୁଥିବାର ଜାଣି ଜନସାଧାରଣ ଘର ଛାଡ଼ି ଚାରିଆଡ଼େ ଧାଇଁବାକୁ ଲାଗିଲେ । ଅଳ୍ପକାଳ ମଧ୍ୟରେ ଏ ଖବର ତତ୍କାଳୀନ ରାଜା ପ୍ରତାପରୁଦ୍ର ଦେବଙ୍କ ପାଖକୁ ପହଞ୍ଚିଲା । ରାଜା ଯଶୋବନ୍ତଙ୍କ ଦେଖି ବିସ୍ମିତ ହେଲେ ଓ ତାଙ୍କ ଅଭ୍ୟର୍ଥନା ଲାଗି ଅଠରନଳା ପାଖରେ ଆସିକି ନିଜେ ଘଟଣାଟିକୁ ଦେଖିଲେ । ଅଭର୍ଥନା ଶେଷରେ ଯଶୋବନ୍ତଙ୍କ ଅନୁରୋଧ କ୍ରମେ ରାଜା ରାକ୍ଷସଟିକୁ ଜଗନ୍ନାଥଙ୍କ ଗୁଣ୍ଡିଚା ବାଡ଼ିର ରକ୍ଷଣାବେକ୍ଷଣ ଭାର ପ୍ରଦାନ କଲେ । ସେହିଦିନଠାରୁ ସେ ରାକ୍ଷସଟି ସେଠାରେ ବାବନାଭୂତ ନାମ ଧାରଣ କରି ପୂଜା ପାଇ ଆସୁଅଛି ।ଧାନଶିଁଷାରୁ 'ରାମ ରାମ' ଶବ୍ଦ ସମ୍ପର୍କରେ ଏକ କିମ୍ବଦନ୍ତୀ ରହିଛି ଯେ ଯଶୋବନ୍ତ କେତେକ କାଳ ରଘୁରାମଙ୍କ ଅଧୀନରେ ଗ୍ରାମ କଟୁଆଳ କାର୍ଯ୍ୟ ଗ୍ରହଣ କରିଥିଲେ । ସେହି ସମୟରେ ଥରେ ଦେଶରେ ଶସ୍ୟହାନି ଘଟି ଭୀଷଣ ଦୁର୍ଭିକ୍ଷ ହୋଇଥିଲା । ଏକଦା ତାଙ୍କର ସ୍ତ୍ରୀ ପାୟସାନ୍ନ ଭୋଜନ କରିବାକୁ ଇଚ୍ଛା କରିବାରୁ ଯଶୋବନ୍ତ ଗ୍ରାମବାସୀ ଜନୈକ କୃଷକର ଧାନ କିଆରୀରେ ପଶି ଧାନ ଚୋରି କଲେ । ପାଚିଲା ଧାନ ଛିଣ୍ଡାଇଲା ବେଳେ ସେ ଶୁଣିଲେ ଯେ ପ୍ରତ୍ୟେକ ଧାନଶିଁଷା ସତେ ଯେପରି ବିକଳରେ 'ରାମ ରାମ' ଡାକୁଅଛି । ସେହି ଶବ୍ଦରେ କୃଷକ ଜାଗ୍ରତ ହୋଇ ଯଶୋବନ୍ତଙ୍କୁ ଧରିଲା ଓ ରାଜକୀୟ ବିଚାରାଳୟକୁ ନେଲା । ସେଠାରେ ରାଜା ସମସ୍ତ ବୃତ୍ତାନ୍ତ ଶୁଣି ଯଶୋବନ୍ତଙ୍କୁ ଦୋଷୀ ବୋଲି ଗ୍ରହଣ କରି ଦୋଷ ଅନୁସାରେ ଦଣ୍ଡବିଧାନ କରିଥିଲେ ।
ସୁଦର୍ଶନ ଦାସଙ୍କ ରଚିତ ଗ୍ରନ୍ଥ 'ଯଶୋବନ୍ତ ଦାସଙ୍କ ଚଉରାଶି ଆଜ୍ଞା'ରେ ଲିଖିତ ଅଛି ଯେ ଥରେ ଯବନ କବି ସାଲବେଗ ବୈଷ୍ଣବ ଦୀକ୍ଷିତ ହୋଇସାରିବା ପରେ ଯଶୋବନ୍ତଙ୍କ ଶକ୍ତି ବିଷୟରେ ଶୁଣିଲେ ଓ ତାଙ୍କୁ ପରୀକ୍ଷା କରିବା ପାଇଁ ଚାହିଁଲେ । ତାଙ୍କ ପରୀକ୍ଷାରେ ଯଶୋବନ୍ତ ଉତ୍ତୀର୍ଣ୍ଣ ହେବାରୁ ସେ ତାଙ୍କ ପାଦଧୂଳି ଗ୍ରହଣ କରିଥିଲେ । ଏହି ସାଲବେଗ ଗୌଡ଼ୀୟ ସାଲବେଗଙ୍କ ଠାରୁ ଅଲଗା ବୋଲି ପ୍ରତୀୟମାନ ହୁଏ, ଯେହେତୁ ଗୌଡ଼ୀୟ ସାଲବେଗ ସପ୍ତଦଶ ଶତାବ୍ଦୀର ଲୋକ ଥିଲେ ଓ ତାଙ୍କ ଗୁରୁଙ୍କ ନାମ ଶ୍ୟାମାନନ୍ଦ ଥିଲା ।
ଯଶୋବନ୍ତଙ୍କ ଦେହାବସାନ କେଉଁ ବର୍ଷରେ ହୋଇଥିଲେ ଏହା ଜାଣିବା ପାଇଁ କିଛି ଉପାଦାନ ମିଳୁନାହିଁ । ସେ ମାଘ ମାସ ଶୁକ୍ଳ ଷଷ୍ଠୀରେ ଇହଧାମ ତ୍ୟାଗ କରିଥିଲେ ବୋଲି ଜନଶ୍ରୁତିରେ ରହିଛି । ତାଙ୍କର ତିରୋଧାନ ଦିବସରେ ଅଢ଼ଙ୍ଗରେ ଗୋଟିଏ ବଡ଼ ମେଳା ଅନୁଷ୍ଠିତ ହୁଏ । ଯଶୋବନ୍ତଙ୍କ ରଚିତ ଭଜନଗୁଡ଼ିକ ବ୍ରହ୍ମଜ୍ଞାନମୂଳକ । ଏଗୁଡ଼ିକର ଭାଷା ସରଳ ହୋଇଥିବାରୁ ଏଗୁଡ଼ିକ ଓଡ଼ିଶାରେ ଗ୍ରାମେ ଗ୍ରାମେ ପ୍ରସିଦ୍ଧ ।
ଗୋବିନ୍ଦଚନ୍ଦ୍ର (ଉପାଖ୍ୟାନ) ଏକ କାଳଜୟୀ ସୃଷ୍ଟି ।
ଓଡ଼ିଆ ସାହିତ୍ୟରେ ଗାଥା କବିତା ଗୋଟିଏ ପ୍ରକାର କବିତା ଯେଉଁଥିରେ କୌଣସି ପୌରାଣିକ ଗାଥାକୁ ଗୀତିକବିତା ମାଧ୍ୟମରେ କୁହାଯାଏ । ଯଶୋବନ୍ତ ଦାସଙ୍କ 'ଗୋବିନ୍ଦଚନ୍ଦ୍ର' ଏହି ଶ୍ରେଣୀର ପ୍ରଥମ ରଚନା ବୋଲି କେତେଜଣଙ୍କ ମତ ରହିଛି । ଏହା ବଙ୍ଗଦେଶର ରାଜା ଗୋବିନ୍ଦଚନ୍ଦ୍ରଙ୍କ ଉପରେ ଆଧାରିତ । ଗୋବିନ୍ଦଚନ୍ଦ୍ରଙ୍କ ମାତା ମୁକୁତା ଦେଈ ହାଡ଼ିପାଙ୍କୁ ନିଜ ପୁତ୍ରର ଗୁରୁ କରାଇ ତାଙ୍କୁ ବ୍ରହ୍ମଜ୍ଞାନ ପ୍ରାପ୍ତି କରିବାକୁ ଉପଦେଶ ଦିଅନ୍ତି ଯଦ୍ୱାରା ତାଙ୍କ ଅକାଳମୃତ୍ୟୁ ଟଳିଯାଏ । ଯଶୋବନ୍ତଙ୍କ ପରେ ଏହି ବିଷୟରେ ଦୁଇଜଣ ଅଷ୍ଟାଦଶ ଶତାବ୍ଦୀର କବି ମଧ୍ୟ ରଚନା କରିଛନ୍ତି ।ସାହିତ୍ୟିକ ଦୃଷ୍ଟିକୋଣରୁ ଖୁବ ମୂଲ୍ୟବାନ ।ଏହା ଅନୁସରଣରେ ଟୀକାଗୋବିନ୍ଦ ଚନ୍ଦ୍ର ରଚିତ ।
ଶିବସ୍ୱରୋଦୟ,ଏହା ଏକ ଶୈବ ତାନ୍ତ୍ରିକ ଗ୍ରନ୍ଥର "ସ୍ୱରୋଦୟଲେଶ"ର ଅନୁବାଦ ଅଟେ ।ଶିବ ପାର୍ବତୀଙ୍କ କଥୋପକଥନ ଶୈଳୀରେ ରଚିତ । ମୂଳଗ୍ରନ୍ଥ ପରି ଏହା ମଧ୍ୟ ୨୧ ଅଧ୍ୟାୟ ବିଶିଷ୍ଟ ।ସମଗ୍ର ଗ୍ରନ୍ଥର ପଦସଂଖ୍ୟା ୪୭୫। ସ୍ୱରର ପ୍ରଶଂସା ,ନାଡିଜ୍ଞାନ,ନାଡିଚାଳନାର ଫଳାଫଳ ,ପ୍ରାଣାଦି ବାୟୁର ତତ୍ତ୍ୱ ନିରୂପଣ ,ସ୍ତ୍ରୀବଶୀକରଣ ଆଦି ଯୋଗସାଧନ ପ୍ରଣାଳୀ,ସ୍ୱରଜ୍ଞାନ ଆଦି ରଚିତ ।ଏଥିରେ ଶ୍ରୀକୃଷ୍ଣ ରାଧା ଓ ଅର୍ଜ୍ଜୁନଙ୍କୁ ଯୋଗମାର୍ଗ ବିଷୟରେ କହନ୍ତି । ପ୍ରେମ ଓ ଭକ୍ତିର ଏକ ସମନ୍ୱୟ । ବିଷୟବସ୍ତୁ ଆରମ୍ଭରେ ସୃଷ୍ଟିକ୍ରିୟା ବିବରଣୀ ପ୍ରଦତ୍ତ । ରାଧାକୃଷ୍ନଙ୍କ ଜନ୍ମ, ଯୁଗଳରୂପ, ନିତ୍ୟରାସ, ଜୀବ-ପରମ ବିହାର, ଶରୀର ମଧ୍ୟସ୍ଥ ସପ୍ତାବରଣତତ୍ତ୍ୱ, ଶ୍ରୀକ୍ଷେତ୍ର ମହିମା ଆଦି ବର୍ଣ୍ଣନା କରଯାଉଛି। ପାଞ୍ଚଟି ଅଧ୍ୟାୟରେ ସମାପ୍ତ ଓ ନବାକ୍ଷରୀ ବା ଗୁଜ୍ଜରୀ ବୃତ୍ତରେ ରଚିତ । ମହାତ୍ମା ଯଶୋବନ୍ତ ଙ୍କ ସୃଷ୍ଟି କୃତି ମଧ୍ୟରେ ଅଢ଼ଙ୍ଗ ଗଡ଼ମାଳିକା,ଆତ୍ମପରତେ ଗୀତା, ଚଉରାଅଶି ଆଜ୍ଞା,ପ୍ରେମଭକ୍ତି ବ୍ରହ୍ମଗୀତା ,ବଣଭୋଜି,ମନ୍ତ୍ରବୋଲି,ଯନ୍ତ୍ରବୋଲି,ଦିବ୍ୟଦେହୀ
ଲୋହି ଗୀତା,ଭବିଷ୍ୟ ମାଳିକା,ଶିବ ସ୍ୱରୋଦୟ (ସଂସ୍କୃତ 'ସ୍ୱରୋଦ୍ୱୟଲେଶ' ଶୀର୍ଷକ ଗ୍ରନ୍ଥର ବିଷୟବସ୍ତୁ ଅବଲମ୍ବନରେ)
ହେତୁ ଉଦୟ ଭାଗବତ,ଆଗତ ଭବିଷ୍ୟ,ଧାନଚୋରି,ବାଘଲୀଳା
ଭଜନ ସାର୍ ପ୍ରମୁଖ ସୀମା ହୀନ ଜନାଦୃତ ସୃଷ୍ଟି ।
ଯଶୋବନ୍ତ ଅନେକ ବ୍ରହ୍ମଜ୍ଞାନମୂଳକ ଭଜନ ରଚନା କରିଛନ୍ତି । ତାଙ୍କ ରଚନା ଭିତରୁ ଶିବସ୍ୱରୋଦୟ, ପ୍ରେମଭକ୍ତି ବ୍ରହ୍ମଗୀତା, ଦିବ୍ୟଦେହୀ, ଲୋହୀ ଗୀତା, ଗୋବିନ୍ଦଚନ୍ଦ୍ର ଓ ଯନ୍ତ୍ରବୋଲି ବିଶେଷ ଜନାଦୃତ । ଏହି ରଚନାଗୁଡ଼ିକରେ ସେ ପିଣ୍ଡବ୍ରହ୍ମାଣ୍ଡ ତତ୍ତ୍ୱ ଓ ଶୂନ୍ୟବ୍ରହ୍ମଙ୍କ ବିଷୟରେ ଲେଖିଛନ୍ତି । 'ଭବିଷ୍ୟ ମାଳିକା' ନାମକ ରଚନାରେ ସେ ଭବିଷ୍ୟ କାଳରେ କିପରି ଅଘଟଣ ହେବ ତାହା ବିଷୟରେ ଲେଖିଛନ୍ତି । 'ଯନ୍ତ୍ରବୋଲି'ରେ ସେ ଯନ୍ତ୍ର ଓ ଅକ୍ଷର ମାଧ୍ୟମରେ କିପରି ବ୍ରହ୍ମଙ୍କୁ ପ୍ରାପ୍ତ କରିହେବ ଲେଖିଛନ୍ତି । ଯଶୋବନ୍ତ ଶୂନ୍ୟବ୍ରହ୍ମଙ୍କ ଉପାସକ ହେଲେ ମଧ୍ୟ ଜଗନ୍ନାଥଙ୍କୁ ନିଜ ଇଷ୍ଟଦେବତା ଭାବେ ମାନୁଥିଲେ ।
କ୍ରମଶଃ
ଛପା ଇତିହାସର ଅଛପା ସତ୍ୟ - ୧
------
ବିଶ୍ଵ ବୀର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଓଡ଼ିଆ ଓ ଓଡ଼ିଶା ପ୍ରୀତି ସମ୍ପର୍କରେ ଏଯାବତ୍ ସଠିକ୍ ଆଲୋଚନା ନହେବା ଅବା ସଠିକ୍ ଭାବରେ ଇତିହାସରେ ବିସ୍ତୃତ ଭାବରେ ବର୍ଣ୍ଣନା ନହେବା କେବଳ ଏକ ବିଡମ୍ବନା ନୁହେଁ, ଅଧିକନ୍ତୁ କୃତଜ୍ଞତା ତଥା ଚକ୍ରାନ୍ତିଆ ମସୀଲିପ୍ତ ଷଡ଼ଯନ୍ତ୍ର ବୋଲି ଆଜି ନେତାଜୀଙ୍କ ୧୨୯ ତମ ଜୟନ୍ତୀ ଅବସରରେ ତାଙ୍କର ପ୍ରତିମୂର୍ତ୍ତି ସ୍ଥଳରେ ଆମର ନିଜସ୍ୱ ମତ ପ୍ରଦାନ କରିଥିଲୁ । " ମୋତେ ତୁମ୍ଭେମାନେ ରକ୍ତ ଦିଅ, ମୁଁ ତୁମ୍ଭମାନଙ୍କୁ ସ୍ବାଧୀନତା ଦେବି" ଏହି ଦୃପ୍ତ କଣ୍ଠର ଆହ୍ବାନ ଥିଲା ଓଡ଼ିଶାର ପାଣି ପବନରେ କୈଶୋର ଜୀବନ କଟାଇ, ମାଧ୍ୟମିକ ଶିକ୍ଷା ସମାପ୍ତ କରି, ଓଡ଼ିଆଙ୍କ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ଠାରେ ଗଭୀର ଭକ୍ତି ରଖିଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଆଜାଦ୍ ହିନ୍ଦ୍ ଫୌଜର ଓଡ଼ିଆ ସୈନିକମାନଙ୍କ ସମ୍ମିଳନୀରେ ବଜ୍ର ନିନାଦିତ ଆହ୍ବାନ । ଏହି ସତ୍ୟ ଟି କେଉଁଠି ପ୍ରକାଶ ପାଇଛି କି ? ଆଜାଦ୍ ହିନ୍ଦ୍ ଫୌଜରେ ସବୁଠାରୁ ଅଧିକ ସୈନ୍ୟ ଥିଲେ ଓଡ଼ିଆ ଏବଂ ଏହି ଓଡ଼ିଆ ମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ସଂଖ୍ୟକ ଥିଲେ ଗଞ୍ଜାମ ଜିଲ୍ଲାର ବୋଲି ତଥ୍ୟାର୍ପଣ ନହେବାର କାରଣ କ'ଣ ? ୧୯୨୮ ମସିହାରେ ମୋତି ଲାଲ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ କଲିକତା କର୍ପୋରେସନର ମୁଖ୍ୟ କାର୍ଯ୍ୟନିର୍ବାହୀ ବା ଚିଫ୍ ଏକଜ୍ୟୁଟିଭ ନେତାଜୀଙ୍କ ବ୍ୟତୀତ ଅନ୍ୟ କେହି ଭାଷା ଭିତ୍ତିକ ଓଡ଼ିଶା ପ୍ରଦେଶ ଗଠନକୁ ସମର୍ଥନ କରିନଥିଲେ ଏବଂ ମୋତିଲାଲ ନେହେରୁ ପଣ୍ଡିତ ନୀଳକଣ୍ଠ ଦାସଙ୍କୁ ଅପମାନିତ କରିଥିଲେ । ମାଟିଆ ବରଜୁଙ୍କ ନେତୃତ୍ବରେ ଦଶ ହଜାର ଓଡ଼ିଆ ବିକ୍ଷୋଭ ପ୍ରଦର୍ଶନ କରିଥିଲେ, ସେମାନଙ୍କୁ ନେତାଜୀ ଓଡ଼ିଆ ଭାଷାରେ ବୁଝାଇବା ପରେ ସଭାସ୍ଥଳକୁ ଯାଇ , ନେତାଜୀ ଏଭଳି ଭାଷାରେ ପ୍ରତିବାଦ କଲେ ଯେ ମୋତି ଲାଲ ନୀଳକଣ୍ଠ ଦାସଙ୍କୁ କ୍ଷମା ମାଗିଲେ, ଏହି ସତ୍ୟ କ'ଣ ଇତିହାସ ରେ ସ୍ଥାନିତ ହେବନାହିଁ ? All parties conference, 1928, Published by A.I.C.C, Page 63-64 reveals that we have also received a small book giving the case for Utkal, But we regret, We have been unable to consider it in the absence of any special memorandum or representation. Our colleague, Mr Subhash Chandra Bose is however satisfied that the oriya speaking areas should be ammalgemated and constituted into a separate province, If it's financially possible."
ସେହିପରି ୧୯୩୮ , ଜାନୁଆରୀ ୧୮ ତାରିଖରେ ନେତାଜୀ କଙ୍ଗ୍ରେସର ସଭାପତି ହେବାପରେ ସେତେବେଳେର ଯୁବନେତା ହରେକୃଷ୍ଣ ମହତାବଙ୍କ ସମେତ ୧୨ ଜଣଙ୍କ ଅଖିଳ ଭାରତ କଂଗ୍ରେସ କମିଟିର ସଦସ୍ୟ ଭାବେ ମନୋନୀତ କରିଥିଲେ, ଯାହା ଆନୁପାତିକ ଭାବେ ଅନ୍ୟ ରାଜ୍ୟ ଠାରୁ ଥିଲା ଅଧିକ । ୧୯୩୯ରେ ମହାତ୍ମାଗାନ୍ଧୀଙ୍କ ବିରୋଧ ସତ୍ତ୍ଵେ କଙ୍ଗ୍ରେସ ସଭାପତି ପାଇଁ ପ୍ରତିଦ୍ୱନ୍ଦିତା କରି ମହାତ୍ମାଗାନ୍ଧୀ ଙ୍କ ପ୍ରାର୍ଥୀ ପଟ୍ଟାଭି ସୀତାରାମେୟାଙ୍କୁ ପରାସ୍ତ କରି ନିର୍ବାଚିତ ହୋଇଥିଲେ । ମହାତ୍ମାଗାନ୍ଧୀ ଏତେ ମାତ୍ରାରେ କ୍ରୋଧିତ ହୋଇଗଲେ ଯେ ତାଙ୍କ ପାଟିରୁ ବାହାରିଗଲା " ପଟ୍ଟାଭି ସୀତାରାମାୟଙ୍କ ପରାଜୟ,ମୋର ପରାଜୟ" । ସେହି ନିର୍ବାଚନରେ ଓଡ଼ିଆ ନେତାଙ୍କ ସମର୍ଥନର ସଂଖ୍ୟା ଜାଣିଲେ ମୁଣ୍ଡରେ ହାତ ଦେବେ । ଏହା ସତ୍ତ୍ୱେ ଦ୍ବିତୀୟ ଥର କଙ୍ଗ୍ରେସ ସଭାପତି ଭାବେ ନିର୍ବାଚିତ ହେବାପରେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଓଡ଼ିଶା ଆସି କଟକରେ ପହଞ୍ଚି " ଯୁବ ଉତ୍କଳ ସଂଘ" ( ୟଙ୍ଗ ଉତ୍କଳ ଆସୋସିଏସନ୍) ସଭାରେ ଯୋଗଦେଇ ପୁରୀ ଆସିଥିଲେ ଏବଂ ଜଗନ୍ନାଥଙ୍କ ଦର୍ଶନ କରି ସାରି ପୁରୀ ର ଛାତ୍ର ନେତା ଗଙ୍ଗାଧର ମହାପାତ୍ର ଙ୍କ ଦ୍ଵାରା ଆୟୋଜିତ ( ପୁରୀ ଜିଲ୍ଲା ସ୍କୁଲ ପଡିଆ) ସଭାରେ ପହଞ୍ଚିଲେ । ସ୍ବାଗତ ଭାଷଣ ଦେଇ ଯେତେବେଳେ ଛାତ୍ର ନେତା ଗଙ୍ଗାଧର ନେତାଜୀଙ୍କୁ ଓଡ଼ିଆ ଭାଷାରେ ବକ୍ତବ୍ୟ ପ୍ରଦାନ କରିବା ପାଇଁ ଅନୁରୋଧ କଲେ ସେତେବେଳେ ହସିହସି ନେତାଜୀ କହିଥିଲେ " ଗଙ୍ଗାଧର ! ମୁଁ ଜଣେ ଓଡ଼ିଆ, ମୋତେ ବଙ୍ଗୀୟ ବୋଲି କାହିଁକି ଭାବୁଛୁ ?, ଓଡ଼ିଶାର ପାଣି ପବନରେ ମୋର କୈଶୋର ଜୀବନ କଟିଛି, ମୋର କେବଳ ନୁହେଁ ମୋ ପରିବାରର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ । ଓଡ଼ିଆ ରକ୍ତ ମୋ ଧମନୀରେ ପ୍ରବାହିତ, ଓଡ଼ିଆଙ୍କ ପଇସାରେ ବାପା ମୋତେ ପାଠ ପଢାଇଛନ୍ତି । ଓଡ଼ିଆ ନେତା ସ୍ବର୍ଗତ ପଣ୍ଡିତ ଗୋପବନ୍ଧୁ ଦାସ ଓ ମଧୁସୂଦନ ଦାସ ମୋ'ର ଆଦର୍ଶ " । ତାଳି ମାଡ଼ରେ ସଭା ପ୍ରକମ୍ପିତ ହୋଇଥିଲା । ସେଠାରୁ ପଦବ୍ରଜରେ ଚନ୍ଦନପୁରରେ ଏକ ଜନସଭାରେ ଯୋଗଦେଇ ଓଡ଼ିଆ ଭାଷାରେ ଏଭଳି ଚମତ୍କୃତ ଭାଷଣ ଦେଲେ ଯେ ଲଜ୍ଜିତ ଗଙ୍ଗାଧର ତାଙ୍କ ପାଦତଳେ ଲମ୍ଵହୋଇ ପଡ଼ି କ୍ଷମା ଭିକ୍ଷା କରିଥିଲେ । ପ୍ରତ୍ୟୁତ୍ତର
ରେ ନେତାଜୀ କହିଥିଲେ , ଗଙ୍ଗାଧର, ଏତେ କମ୍ ସମୟ ମଧ୍ୟରେ ଏଭଳି ଜନସମାଗମ କରାଇ ତୁମେ ଧନ୍ୟବାଦର ପାତ୍ର। ସଭା ସରିବା ପରେ ନେତାଜୀଙ୍କ ପାଇଁ ଗରମ୍ ଵରା,ପକଡି,ମଟର ଭୁଗୁନି ଖାଇବାକୁ ଦିଆଯାଇଥିଲା । ଥଟ୍ଟା ପରିହାସ କରି ନେତାଜୀ କହିଥିଲେ ଗଙ୍ଗାଧର ! ମାଛ ବେସର କେବେ ଖୁଆଇଵ ? ଓଡ଼ିଆ ଖାଦ୍ୟ ପ୍ରତି ରୁଚି ରଖୁଥିବା ନେତାଜୀ ଙ୍କ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ପ୍ରୀତି ଅନାଲୋଚିତ ।
ଏହା ପରେ ସମସ୍ତେ ଅବଗତ ଅଛେ ଯେ କେଉଁ ଭଳି ଘଟଣାଚକ୍ରରେ ନେତାଜୀ କଙ୍ଗ୍ରେସରୁ ଇସ୍ତଫା ଦେବାକୁ ଉଚିତ ମନେ କଲେ ଏବଂ ଫରଓ୍ଵାର୍ଡ ବ୍ଲକ ଗଠନ କଲେ ଓ ସେଥିରେ ସଂଗ୍ରାମୀ ଦିବାକର ପଟ୍ଟନାୟକ ରାଜ୍ୟ ସଭାପତି ରହିଲେ ଏବଂ ତାଙ୍କ ସହିତ ସେମାନେ, ଯେଉଁ ମାନଙ୍କୁ ସେ ଜାତୀୟ ନେତୃତ୍ବ ଦେଇଥିଲେ ରହିଲେ ନାହିଁ, ରହିଲେ ବିପ୍ଲବୀ ଯୁବନେତା ମାନେ, ଯଥା ପଣ୍ଡିତ ନୀଳକଣ୍ଠ ଦାସଙ୍କ ପୁତ୍ର ଅଶୋକ ଦାସ, ପୁରୀର ଯୁବନେତା ବିବୁଧେନ୍ଦ୍ର ମିଶ୍ର, ଗଙ୍ଗାଧର ମହାପାତ୍ର, ବଳରାମ ମହାନ୍ତି,ସୁରଜ ମଲ୍ଲ ସାହା, ବିଜୟ ପାଣି । ଏହା ମଧ୍ୟ ଜାଣିଛେ ଯେ ୧୯୪୧ ମସିହା, ଜାନୁଆରୀ ମାସ ୧୭ ତାରିଖ ବ୍ରିଟିଶ ସରକାରଙ୍କ ନଜରବନ୍ଦୀ ଥିବା ଅବସ୍ଥାରେ ଏକ ମୌଲଵୀ ବେଶରେ ସେ ଅନ୍ତର୍ଦ୍ଧାନ ହୋଇଥିଲେ । ଆଲୋଚନା ହୋଇଛି କି ନେତାଜୀଙ୍କୁ ଆଫଗାନୀ ବେଶ କରାଇ , ବ୍ରିଟିଶ ପୋଲିସ ଆଖିରେ ଧୂଳି ଦେଇ ନେତାଜୀଙ୍କ ବଡବାପାଙ୍କ ଘରୁ କିଏ ଖସେଇ ନେଇଥିଲେ ? ଇତିହାସ ନିରବ । ସେ ଥିଲେ ଜଣେ ଓଡ଼ିଆ, ଯାହାଙ୍କ ନାମ ନାରାୟଣ ଚନ୍ଦ୍ର ଦାସ, ଯାହାଙ୍କ ନିଜ ଘର ପଣସଗଣ୍ଡ ଗାଁ , ଅବିଭକ୍ତ କଟକ ଜିଲ୍ଲା, ଅଧୁନା କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ବ୍ଲକରେ । ସେହିପରି ତାଙ୍କୁ ନେଇଥିବା ଗାଡ଼ି ଓଡ଼ିଶାର ଓ ଡ଼୍ରାଇଭର ଓଡ଼ିଆ । ୧୯୪୨ , ମାର୍ଚ୍ଚ ୨୯ ତାରିଖରେ ଜର୍ମାନରେ ହିଟଲରଙ୍କ ସହିତ ସାକ୍ଷାତ ଆଲୋଚନାର ସୂତ୍ରଧର ଥିଲେ ଜଣେ ଓଡ଼ିଆ । ୧୯୪୩, ଜୁନ ୧୩ ରେ ଟୋକିଓରେ କିଭଳି ପହଞ୍ଚି ଜାପାନର ପ୍ରଧାନମନ୍ତ୍ରୀ ତୋଜଙ୍କ ସହିତ ସମ୍ପର୍କ ସ୍ଥାପନ କଲେ, ତା'ର ଇତିହାସ ଜାଣିଲେ ପ୍ରତ୍ୟେକ ଓଡ଼ିଆ ଗର୍ଵ ଅନୁଭବ କରିବେ । ଏପରିକି ଗତବର୍ଷ ଇଣ୍ଡିଆ ଗେଟରେ ନେତାଜୀ ଙ୍କ ର ୧୨୬ ତମ ଜୟନ୍ତୀ ( ପ୍ରାୟ ସମସ୍ତେ ଭୁଲ୍ ରେ ୧୨୫ ତମ ଜୟନ୍ତୀ ବୋଲି କହିଥିଲେ) ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ଗ୍ରାନାଇଟ୍ ବା କଳା ମୁଗୁନି ପଥର (ବ୍ଲାକ ଗ୍ରାନାଇଟ୍) ହଲୋଗ୍ରାମ ପ୍ରତିମୂର୍ତ୍ତି ( ୨୮' ରେ ୬')ଉନ୍ମୋଚନ କରିଥିଲେ , ତାହାକୁ ମଧ୍ୟ ନିର୍ମାଣ କରିଛନ୍ତି ଜଣେ ଓଡ଼ିଆ ଶିଳ୍ପୀ, ଯାହାଙ୍କ ନାମ ଅଦ୍ଵୈତ ଗଡ଼ନାୟକ ( ଢେଙ୍କାନାଳ ଜିଲ୍ଲା,ନେଉଳପୁର ) । ୧୯୪୩ ମସିହା, ଅକ୍ଟୋବର ୨୧ ତାରିଖରେ ସିଙ୍ଗାପୁର ଠାରେ ନେତାଜୀ ଗଠନ କଲେ ଆଜାଦ୍ ହିନ୍ଦ୍ ସରକାର । ଏହି ସରକାର କୁ ଇଟାଲୀ, ଜର୍ମାନ, ଜାପାନ ସମେତ ଦଶଟି ଦେଶ ସେହି ଦିନ ସ୍ବୀକୃତି ଦେଇଥିଲେ, ଏହାକୁ ସମ୍ଭବ କରାଇ ପାରିଥିଲେ ଜଣେ ଓଡ଼ିଆ ଯିଏ ନେତାଜୀଙ୍କ ସରକାର ଙ୍କ ସୂଚନା, ଲୋକସମ୍ପର୍କ ଓ ବୈଦେଶିକ ବିଭାଗ ଦାୟିତ୍ବ ନେଇଥିଲେ, ସେ ଥିଲେ ଗଞ୍ଜାମର ପଣ୍ଡିତ କୃଷ୍ଣଚନ୍ଦ୍ର ତ୍ରିପାଠୀ । ନେତାଜୀଙ୍କ ଯୋଜନା ଥିଲା ପ୍ରଥମେ ଓଡ଼ିଶା ବାଟ ଦେଇ ସ୍ବାଧୀନତା ସଂଗ୍ରାମ ଅଭିଯାନ ଆରମ୍ଭ କରିବେ । ସମସ୍ତ ପ୍ରସ୍ତୁତି ସରିଥିଲା, ପୂର୍ବ ସୂଚନା ଦେବା ଓ ତାରିଖ ନିର୍ଦ୍ଧାରଣ ନିମନ୍ତେ ଆଜାଦ୍ ହିନ୍ଦ୍ ଫୌଜର ଦୁଇ ଜଣ ଶିଖ ସୈନିକ ଵେଶ ବଦଳାଇ ଷ୍ଟିମରରେ ଆସି ଗଞ୍ଜାମ ର ପାଲୁର ରେ ପହଞ୍ଚି ଦିବାକର ପଟ୍ଟନାୟକଙ୍କ ଘର ଖୋଜି ପହଞ୍ଚିବା ସମୟରେ ରାତି ଅଧରେ ପଡିଶା ଘର ଗଗନ ପଟ୍ଟନାୟକଙ୍କ କବାଟ ବାଡ଼େଇବାପରେ ସେ ଉଠି କହିଲେ କଣ ହେଲା, ଆପଣ ଦିବାକର ପଟ୍ଟନାୟକ ? ମିଛରେ ସେ ହଁ କରିବାରୁ ନେତାଜୀଙ୍କ ଚିଠି ତାଙ୍କୁ ଧରାଇ ଦେଇଥିଲେ । ଏହାକୁ ଏକ ଅପୂର୍ବ ସୁଯୋଗ ମନେକରି କିଛି ପୁରସ୍କାର ଆଶାରେ ସେ ଦୁହିଁଙ୍କୁ ଖାଇବାକୁ ଦେବାକୁ ଡାକି ଗୋଟିଏ ଘରେ ତାଲା ପକାଇ ଦେଇଥିଲେ । ରାତା ରାତ୍ ପୋଲିସରେ ଖବର ଦେଇ ଦେବାରୁ ଉକ୍ତ ଶିଖ ସୈନିକ ଦ୍ବୟ ଗିରଫ ହେଲେ ଏବଂ ଦିବାକର ପଟ୍ଟନାୟକ , ଯିଏ ସମସ୍ତ ପ୍ରସ୍ତୁତି କରି ପାଞ୍ଚ ହଜାର ଯୁବକଙ୍କୁ ତାଲିମ୍ ଦେଇ ଜଙ୍ଗଲରେ ଥିଲେ , ସେ କ୍ୟାମ୍ପରୁ ଗିରଫ ହେଲେ ଓ ଯୋଗାଯୋଗ ଦାୟିତ୍ଵରେ ଥିବା ଶ୍ରୀହର୍ଷ ମିଶ୍ରଙ୍କୁ କଲିକତାରୁ ଗିରଫ କରାଯାଇଥିଲା । ଏହି ଖବର ପାଇ ମର୍ମାହତ ନେତାଜୀ ବର୍ମାରେ ଓଡ଼ିଆ ରେଜିମେଣ୍ଟ କ୍ୟାମ୍ପକୁ ଯାଇ ପଣ୍ଡିତ କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ଠାରୁ ଜଗନ୍ନାଥ ଜଣାଣ ଓ ତିନୋଟି ଦେଶାତ୍ମବୋଧକ ସଙ୍ଗୀତ ଶୁଣି ଆଖିରେ ଆଖିଏ ଲୁହ ରଖି ସେହି ଚଟାଣରେ ଶୋଇପଡ଼ିଲେ । କର୍ଣ୍ଣେଲ ବ୍ରଜମୋହନ ପଟ୍ଟନାୟକ, ଡାକ୍ତର ବୀର କିଶୋର ଭୂୟାଁ, ନରସିଂହ ଚରଣ ଦାସ, ରଣପୁର ମାଟିର ଶହୀଦ ଦିବାକର ପରିଡ଼ାଙ୍କ ବଡ଼ଭାଇ ଚକ୍ରଧର ପରିଡ଼ା, ନାରୀ ସେନାର ଝାନ୍ସି ରେଜିମେଣ୍ଟର ଅଧିନାୟିକା ଡା ଲକ୍ଷ୍ମୀ ସ୍ବାମୀନାଥନ , ଯିଏ ପରେ ସେହଗଲ ସାଙ୍ଗିଆରେ ପରିଚିତା, ଉପ ଅଧିନାୟିକା ଓଡ଼ିଆ ଝିଅ ଉର୍ମିଳା , ରଜନୀ,କାନ୍ତି ପ୍ରଭୃତି ଚାରିପଟେ ଶୋକାକୁଳ ହୋଇ ଅପେକ୍ଷା କରିଥାନ୍ତି । କିଛି ସମୟପରେ ନେତାଜୀ ଉଠି ଉଚ୍ଚାରଣ କଲେ " ଜୟ ଜଗନ୍ନାଥ " । ଏଠାରେ ଉଲ୍ଲେଖଯୋଗ୍ୟ ଯେ ନେତାଜୀଙ୍କ " ନାରୀ ସେନା" ଓ ଝାନସୀ ବାହିନୀରେ କୋଡ଼ିଏ ହଜାରରୁ ଉର୍ଦ୍ଧ୍ଵ ନାରୀ ଯୋଗ ଦେଇଥିଲେ, ଯେଉଁ ମାନଙ୍କ ମଧ୍ୟରେ ଅନେକ ଓଡ଼ିଆ ରମଣୀ ଥିଲେ । ଏଠାରେ ପ୍ରସଙ୍ଗ କ୍ରମେ ଉଲ୍ଲେଖଯୋଗ୍ୟଯେ ଯେ ଗଞ୍ଜାମ ମାଟିର ଵୀରତ୍ବ, ଐଶ୍ୱର୍ଯ୍ୟ, ପାଣ୍ଡିତ୍ୟ ଏବଂ ସର୍ବାନ୍ତକରଣ ମାତୃଭାଷା, ମାତୃଭୂମି ପ୍ରତି ସମର୍ପିତ ମାନସିକତା ତଥା ପ୍ରଚଣ୍ଡ ସ୍ବାଭିମାନର ପରିଚୟ ଆମେ ବହୁ ପ୍ରାଚୀନ ଦଲିଲ୍ରୁ ପାଇ ଏତେ ଗର୍ବିତ ଯେ ସ୍ବତଃ ସେ ମାଟି ମା ପ୍ରତି ମଥାପାତି ଅଜସ୍ର ମୁଣ୍ଡିଆ ମାରୁଛୁ । ସବୁଠାରୁ ବଡ଼ ବିଡମ୍ବନା ଯେ ଏହି ସବୁ ଗର୍ବିତ ଇତିହାସ ସ୍ଥାନ ପାଇନାହିଁ ଭାରତ ଅବା ଓଡ଼ିଶା ଇତିହାସରେ । ଆଜି ସେହି ବୀର ମାଟି, ସୁଜଳା ସୁଫଳ ସ୍ଵର୍ଣ୍ଣ ପ୍ରସବିନୀ ମାଟିର ସନ୍ତାନମାନେ ସୁରଟ ସହର ରେ ଗୋତି ଖଟି କରୋନା ଭୂତାଣୁ ବୀଜାଣୁ ଆଣି ଗଞ୍ଜାମ ସମେତ ଓଡ଼ିଶାର ଜନଜୀବନ କୁ ଅସୀମ ଆତଙ୍କ ରେ ଆତଙ୍କିତ କରିଥିଲେ । ଫରାସୀ ବିରୋଧରେ ଘୁମୁସରର ରାଜା କୃଷ୍ଣ ଭଞ୍ଜଙ୍କ ବୀରତ୍ବର ଇତିହାସ ହେଉ ଅବା ୧୭୭୫ ରୁ ଦୀର୍ଘ ୪୫ ବର୍ଷ ଧରି ଶ୍ରୀକର ଭଞ୍ଜ ଙ୍କ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୋଧରେ ସଂଘର୍ଷର ଇତିହାସ ସ୍ଥାନ ପାଇନାହିଁ । ଆମେ ପଢିଲୁ ଗଞ୍ଜାମ ଡିଷ୍ଟ୍ରକ୍ଟ ମାନୁଆଲ୍ ରେ ଫରାସୀ ଜେନେରାଲ ମନ୍ତବ୍ୟ, ଯାହା ଲିପିବଦ୍ଧ " Krushna Bhanja was most powerful and a great hero " । ସେହିପରି ଦେଶପ୍ରେମୀ ସଂଗ୍ରାମୀ , ମହାନ୍ ଯୋଦ୍ଧା ଦୋହରା ବିଷୋଇଙ୍କ ଇତିହାସ ପଢିଲେ ପ୍ରତ୍ୟେକ ଓଡ଼ିଆର ଲୋମ ଟାଙ୍କୁରି ଉଠିବ । ୧୭୮୦ ମସିହାରେ ପ୍ରାଚୀନ ଘୁମୁସର ରାଜ୍ୟର ରାଜଧାନୀ କୁଲାଡ଼ଗଡ ପାଖରେ ବିଞ୍ଜିଗିରି ଗାଁ ରେ ଜନ୍ମ ଗ୍ରହଣ କରିଥିବା ଏହି ଅବର୍ଣ୍ଣନୀୟ ବୀରଙ୍କ ଅସୀମ ସମର ପ୍ରୀତି, ଚମକପ୍ରଦ ଅସୀ ଚାଳନା, ଅବ୍ୟର୍ଥ ଶର ସନ୍ଧାନ, ମଲ୍ଲ ଯୁଦ୍ଧରେ ନିପୁଣତା ଆଦି ଯେଉଁ ଭାଷାରେ ଉଲ୍ଲେଖ ରହିଛି, ତାକୁ ପଢିଲେ, ସମଗ୍ର ବିଶ୍ଵରେ ଏଭଳି ଜଣେ ବୀର ପୁରୁଷ ଖୋଜିଲେ ମିଳିବେ ନାହିଁ । ଗଞ୍ଜାମ ଜିଲ୍ଲାର ଅନେକ ବୀର ପୁରୁଷ ଓ ଵୀରାଙ୍ଗନାଙ୍କ ସମ୍ପର୍କରେ ନିଷ୍ଠୁର ଇତିହାସ କୁ-ଚକ୍ରାନ୍ତ ରଚି ନିରବ କରାଇଦିଆଯାଇଛି । ଗୋଟିଏ ଉଦାହରଣୀୟ ତଥ୍ୟାର୍ପଣ ଏଠାରେ ଉପସ୍ଥାପନ କରାଯାଉଛି । ଉଦାହରଣ ସ୍ୱରୂପ ଲକ୍ଷ୍ମୀ ଇନ୍ଦିରା ପଣ୍ଡା, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ଝାନସୀ ରେଜିମେଣ୍ଟର ଵୀରାଙ୍ଗନା । ସ୍ବାଧୀନତା ପରେ ସେ କୁଆଡେ ଗଲେ, କେଉଁଠି ରହିଲେ, ତାଙ୍କ ବିଷୟରେ ଇତିହାସ ନିରବ ରହିଲା, କେହି ଖୋଜିଲେ ନାହିଁ । ୨୦୦୮ ମସିହାରେ ମହାନ୍ ଗବେଷକ, ଐତିହାସିକ ଅନୀଲ ଧୀର କଲିକତାର " ନେତାଜୀ ରିସର୍ଚ୍ଚ ନ୍ୟାସନାଲ ଆର୍ମୀ" ସମ୍ପର୍କରେ ଗବେଷଣା କରୁଥିବା ସମୟରେ ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ବିଷୟରେ ଜାଣି କୋରାପୁଟ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନଥି ଖେଳେଇଲେ, କିଛି ଖବର ପାଇଲେ ନାହିଁ । ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ପଚରାଉଚରା କରି ଖବର ପାଇ ଜୟପୁର ଗଲେ ଓ ଦେଖିବାକୁ ପାଇଲେ ଯେ ସେ ଅନେକ ଲୋକ ଙ୍କ ଘରେ ବାସନ କୁସନ ମାଜଣା କରି ବହୁ କଷ୍ଟରେ ଝୁମ୍ପୁଡି ଘରେ ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି । ହାଏରେ ବିଧାତା, ନେହେରୁଙ୍କ ଝିଅ ପ୍ରିୟଦର୍ଶିନୀ ଇନ୍ଦିରା ଦେଶର ପ୍ରଧାନମନ୍ତ୍ରୀ, ତାଙ୍କ ପୁଅ ପ୍ରଧାନମନ୍ତ୍ରୀ, ତାଙ୍କ ପରିବାର ପାଖରେ ପୁରୁଷ ପୁରୁଷ ଧରି କ୍ଷମତା, ଅସୀମ ଅର୍ଥ, ଅର୍ଥାତ୍ ଵୀରାଙ୍ଗନା ଲକ୍ଷ୍ମୀ ଇନ୍ଦିରା ଗରିବୀ ସହ ଅକଥନୀୟ ନିର୍ଯାତନାକୁ ଉପଜିଵ୍ୟ କରି ସଂଘର୍ଷ । ଅନୀଲ ବାବୁ ତାଙ୍କୁ ଦେଖାକରିବାକୁ ଯିବା ସମୟରେ ଉଦୁଉଦିଆ ଦ୍ୱିପ୍ରହର ବେଳେ ରୌଦ୍ର ତାପରେ ଫୁଙ୍ଗୁଳା ପିଠି ରେ ଗୋବର ପାରୁଛନ୍ତି । ଅନୀଲ ବାବୁ ତାଙ୍କ ପାଦ ଛୁଇଁ ପ୍ରଣାମ କଲାରୁ ସେ ଆଶ୍ଚର୍ଯ୍ୟଚକିତ ହୋଇଗଲେ । ସମସ୍ତ ବିଷୟ ଆଲୋଚନା କରି ତାଙ୍କୁ ଭୁବନେଶ୍ବରରେ ଆଣିବାକୁ ଚାହିଁବାରୁ ସେ ଆସିବାକୁ ରାଜି ହୋଇଗଲେ ମାତ୍ର କହିଲେ କ'ଣ ପିନ୍ଧି କରି ଯିବି ? ଅନୀଲ ବାବୁ ବଜାରକୁ ଆସି ଲୁଗା ତିନି ଖଣ୍ଡ କିଣି ଦେବାପରେ ସେ ସେଥିରୁ ଗୋଟିଏ ପିନ୍ଧି ଭୁବନେଶ୍ୱର ଆସିଲେ । ଅନୀଲ ବାବୁଙ୍କ ଠାରୁ ଆମେ ସମସ୍ତ ବିଷୟ ଅବଗତ ହୋଇ ସଙ୍ଗେ ସଙ୍ଗେ ଡିଏଭି, ଚନ୍ଦ୍ରଶେଖରପୁର ସ୍କୁଲର ଅଧ୍ୟକ୍ଷ ଡ଼ଃ କେଶବ ଚନ୍ଦ୍ର ଶତପଥୀ ଙ୍କ ସହିତ ଆଲୋଚନା କଲୁ । ସେଦିନ ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କୁ ଚାରି ହଜାର ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତା କଲାପରେ ଏବଂ ତାହା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହେବାପରେ ଆଲୋଡନ ସୃଷ୍ଟି ହୋଇଥିଲା । ଅନୀଲ ବାବୁଙ୍କ ଧାରାବାହିକ ତ୍ୟାଗ ଓ ସଂଘର୍ଷ ଫଳରେ ୨୦୦୮ ମସିହା, ଅଗଷ୍ଟ ୧୫ , ସ୍ଵାଧୀନତା ଦିବସରେ ରାଷ୍ଟ୍ରପତି ତାଙ୍କୁ ନିମନ୍ତ୍ରଣ କଲେ । ତିନି ଦିନ ପରେ ୧୮ ତାରିଖରେ ରାଷ୍ଟ୍ରପତି ପ୍ରତିଭା ପାଟିଲ ତାଙ୍କ ଠାରୁ ସମସ୍ତ ବିବରଣୀ ଶୁଣି କାନ୍ଦି ପକାଇଥିଲେ ଓ ନିଜର ସ୍ବତନ୍ତ୍ର କ୍ଷମତା ବଳରେ ସଙ୍ଗେ ସଙ୍ଗେ ସଂଗ୍ରାମୀ ଭତ୍ତା ମଞ୍ଜୁର କରିଥିଲେ ମାସକୁ ୩୦ ହଜାର ଟଙ୍କା । ମାସକୁ ୩୦ ହଜାର ଭତ୍ତା ପାଇବା ବଡ଼କଥା ନୁହେଁ, ଓଡ଼ିଆ ବୀରାଙ୍ଗନା ରାଷ୍ଟ୍ର ଦ୍ବାରା ସମ୍ବର୍ଦ୍ଧିତା ହେବା ଗୈାରବ ର କଥା, ସମଗ୍ର ଓଡ଼ିଶାବାସୀ ଙ୍କ ପାଇଁ ଥିଲା ସୁବାର୍ତ୍ତା । ବିଧାତା ର ଚରମ ରସିକତା ଯେ ଏହି ଵୀରାଙ୍ଗନା ମାତ୍ର ଗୋଟିଏ ମାସ ର ଭତ୍ତା ପାଇ ଅକ୍ଟୋବର ୬ ତାରିଖ ଦିନ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଯଦି ଅନୀଲ ବାବୁ ନଥାନ୍ତେ, କି କିଛି କରିନଥାନ୍ତେ, ତେବେ ? ଏଭଳି ପ୍ରଶ୍ନ ଏଇତି ପାଇଁ ଉଠାଉଛୁ ଯେ ଆମ ପାଖରେ ଏଭଳି ଅନେକ ଅଭାବନୀୟ ଅପରିଣାମଦର୍ଶି ଉଦାହରଣୀୟ ଘଟଣାର ଇତିହାସ ଅଛି ଏବଂ ବ୍ୟକ୍ତିଗତ ଭାବେ ଆମେ କ୍ଷତାକ୍ତ ହୋଇଛୁ । ସେଥି ମଧ୍ୟରୁ ଏଇ ମହାନ୍ ସ୍ଵାଧୀନତା ସଂଗ୍ରାମୀ ବୀରାଙ୍ଗନା ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ସମ୍ପର୍କିତ ଏକ ଉଦାହରଣ ଦେଉଛୁ, ଯାହାର ସାକ୍ଷୀ ଅନେକ ଉକ୍ତ ମୁଖପୁସ୍ତକରେ ସଂଯୁକ୍ତ ଅଛନ୍ତି, ସିଏ ଇଂ ଶିଶିର ନାୟକ, ଅମରେନ୍ଦ୍ର ମହାପାତ୍ର, ବେଣୁଧର ହରିଚନ୍ଦନ, ସତ୍ୟବାଦୀ ବଳିୟାର ସିଂହ ( ମହାନ୍ ସାରସ୍ଵତ ସାଧକ ତଥା ଐତିହାସିକ), କନିଷ୍ଠ ସତ୍ୟବାଦୀ ବଳିୟାର ସିଂହ ( କଳିଙ୍ଗ ପାଇକ ସଙ୍ଗଠନ ର ଅନ୍ୟତମ ପ୍ରତିଷ୍ଠାତା), ଯୁବ ସାମ୍ବାଦିକ ସମରେନ୍ଦ୍ର ବଳିୟାର ସିଂହ ଅବା ବିଜେପି ଦଳର କୃଷକ ନେତା ସୁରଥ ବିଶ୍ବାଳ ହୁଅନ୍ତୁ , ଏହି ସମୟରେ ଆମ ଆଖିରେ ପଡ଼ିଲା ସ୍ବର୍ଗତ ଚକ୍ରଧର ମହାପାତ୍ରଙ୍କ " ଉତ୍କଳ ଗାଉଁଲି ଗୀତ" , ଏହାକୁ ପଢ଼ିବା ପରେ ତନ୍ମଧ୍ୟରୁ ସୂତ୍ର ପାଇ ସ୍ବର୍ଗତ କହ୍ନେଇ ଚମ୍ପତିରାୟ ଙ୍କ " ପାଇକ ଖେଦା" ପଢିଲୁ । ସେଥିରେ " ପାଇକ ଅଭିନନ୍ଦନ", " ପାଇକ ଦଣ୍ଡୁଆଳି", ପାଇକ କୁହାଟ ", " ହତିଆର ଜନ୍ମକଥା", " ନଳି ଜନ୍ମକଥା", " ଖଣ୍ଡା ରହସ୍ୟ", ପାଇକ ପଟୁଆର"," ପାଇକ ବେଶ"," ପାଇକ ଓଗାଳ ଓ ଫିଟାଣ" , ଆଦି ପଢ଼ିବା ପରେ ଦୃଢ଼ ନିଶ୍ଚିତ ହେଲୁ ଯେ " ଓଡ଼ିଶାର ସଠିକ୍ ଇତିହାସ " ଏଯାବତ୍ ଲେଖା ଯାଇନାହିଁ । ଏହା ମଧ୍ୟ ମନରେ ଆସିଲା ଯେ ଯେହେତୁ ଓଡ଼ିଶାର ଇତିହାସ ଓଡ଼ିଆ ଲେଖି ନାହାନ୍ତି, ଇଂରେଜୀ ଐତିହାସିକ, ଯେଉଁ ମାନେ ଓଡ଼ିଆ ଵିଦ୍ବେଷୀ ଲେଖିଛନ୍ତି ସେହେତୁ ଏଭଳି ହୋଇଛି । କାରଣ ବିଜେତା ଯେବେ ପରାଜିତ ର ଇତିହାସ ଲେଖିବ, ସିଏ ନିଶ୍ଚିତ ଭାବରେ ନିଜକୁ ମହିମା ମଣ୍ଡିତ କରିବ ଓ ପରାଜିତ କୁ ମସୀଲିପ୍ତ କରିବ । ଅତଏବ ବ୍ରିଟିଶ ଶାସକ ମାନଙ୍କୁ ସହଯୋଗ କରିବା ପାଇଁ ସେମାନେ ୧୭୫୭, ଜୁନ ୨୨ ତାରିଖ ଦିନ ୧୨ ଟା ସମୟରେ ବିନା ଯୁଦ୍ଧ ରେ ମାତ୍ର ୩୫୦ ଇଷ୍ଟ ଇଣ୍ଡିଆ କମ୍ପାନୀ ସୈନ୍ୟଙ୍କ ନିକଟରେ ପଲାସି ଯୁଦ୍ଧରେ ଆତ୍ମ ସମର୍ପଣ କରିଥିବା ବଙ୍ଗଳାର କେତେକ ବିଶ୍ଵସ୍ତ କର୍ମଚାରୀଙ୍କୁ ଆଣି ଓଡ଼ିଶାକୁ ଶାସନ କଲେ । ଅତଏବ ଆମେ ଦୃଢ଼ ନିଶ୍ଚିତ ହେଲୁ ଯେ ୧୮୫୭ ର କେତେକ ବେତନ ଭୋଗି ଆରକ୍ଷୀ କର୍ମଚାରୀ ମାନଙ୍କ ବିଦ୍ରୋହ "ସିପାହୀ ବିଦ୍ରୋହ" କୈାଣସି ସମୟରେ ଭାରତର ପ୍ରଥମ ମୁକ୍ତି ଆନ୍ଦୋଳନ ନୁହେଁ, ଏହାର ୪୦ ବର୍ଷ ପୂର୍ବରୁ ଓଡ଼ିଶା ମାଟିରେ ହୋଇଥିବା ପାଇକ ଆନ୍ଦୋଳନ , ଯାହାକୁ ଇତିହାସ "ପାଇକ ବିଦ୍ରୋହ" ନାମରେ ନାମିତ କରିଛି ( କରିବା ମଧ୍ୟ ସ୍ବାଭାବିକ, ଯେହେତୁ ବ୍ରିଟିଶ ଐତିହାସିକ ଲେଖିଛନ୍ତି , ଯେପରି ଇଂରେଜ ମାନଙ୍କ ଭାଷାରେ ଭଗତ ସିଂହ ଜଣେ ଆତଙ୍କବାଦୀ, ଆମ ଭାରତୀୟ ମାନଙ୍କ ଭାଷାରେ ଶହୀଦ ଭଗତ୍ ସିଂ) , ସେହି ଆନ୍ଦୋଳନ ହିଁ ଭାରତର ପ୍ରଥମ ମୁକ୍ତି ଆନ୍ଦୋଳନ । ଏ ସମ୍ପର୍କରେ ଆମେ ଏକ ଆଲେଖ୍ୟ ପ୍ରଗତିବାଦୀରେ ପ୍ରକାଶିତ କରାଇଥିଲୁ । ଏହି ସମୟରେ ଆଦିମାତା କଲୋନୀର ଏକ ବିଦ୍ୟାଳୟ ବାର୍ଷିକ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିବା ଅବସର ରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିବା ମହାନଦୀ କୋଲ୍ଡ ଫିଲ୍ଡ ଲିମିଟେଡ (ଏମ ସି ଏଲ)ର ଜଣେ ବରିଷ୍ଠ ପଦାଧିକାରୀ ,ଯିଏ ସେତେବେଳେ ଜଣେ ଜନାଦୃତ ପରିବେଶବିତ୍ ତଥା ରକ୍ତଦାନ, ବୃକ୍ଷରୋପଣ ଅଭିଯାନର ସମର୍ପିତ କାଣ୍ଡାରୀ ଥିଲେ, ସେହି ଭଦ୍ରବ୍ୟକ୍ତି ଇଂ ଶିଶିର ନାୟକଙ୍କ ସହିତ ସମ୍ପର୍କ ରେ ଆସିଲୁ । ସେ ଆମର ଆଲେଖ୍ୟ ପଢି କହିଲେ ମହାନ୍ ସ୍ଵାଧୀନତା ସଂଗ୍ରାମୀ ତଥା ଅଧୁନା ୧୦୨ ବର୍ଷରେ ପଦାର୍ପଣ କରିଥିବା ବରେଣ୍ୟ ହଟ୍ଟନାଥ ମଙ୍ଗରାଜ ଙ୍କ ଅଧ୍ୟକ୍ଷତାରେ " କଳିଙ୍ଗ ପାଇକ ସଙ୍ଗଠନ" ଗଠିତ ହୋଇଛି । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଓ କନିଷ୍ଠ ସତ୍ୟବାଦୀ ବଳିୟାର ସିଂହ, ମୋହନ ସୁନ୍ଦର ଦଳସିଂହ ରାୟ, ପ୍ରଫୁଲ୍ଲ ବାହୁଵଳେନ୍ଦ୍ର ,ସୁରଥ ବିଶ୍ବାଳ , ଅମରେନ୍ଦ୍ର ମହାପାତ୍ର, ଭୀମସେନ ପ୍ରଧାନ, ସଂଗ୍ରାମ ଜଗଦ୍ଦେବ ପ୍ରମୁଖ ଏଥିରେ ସମ୍ପୃକ୍ତ । ୨୦୧୪ ରେ କେନ୍ଦ୍ରରେ ମୋଦିଙ୍କ ସରକାରରେ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମେ ମନ୍ତ୍ରୀ ହେବାପରେ ଆମେ ତାଙ୍କୁ ଆମେ ପଢୁଥିବା ଗୋପୀନାଥ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବକୁ ନିମନ୍ତ୍ରଣ କରିଥିଲୁ ପୁରାତନ ଛାତ୍ର ସଂଘର ସଭାପତି ଭାବରେ । ସେ ଆମ ନିମନ୍ତ୍ରଣ ରକ୍ଷା କରି ଆସିଥିବା ସମୟରେ ତାଙ୍କ ସହିତ ଏ ସମ୍ପର୍କରେ ଆଲୋଚନା ହେବାପରେ ସେ ଅତ୍ୟନ୍ତ ଭାବୋଦ୍ଦୀପକ ହୋଇ ଆଵେଗପୂର୍ଣ୍ଣ ଭାବରେ ଆମଠାରୁ ସମସ୍ତ ପ୍ରକାର ପ୍ରାମାଣିକ ତଥ୍ୟ ମାଗିଲେ । ସମସ୍ତ ପ୍ରାମାଣିକ ତଥ୍ୟ ଶିଶିର ନାୟକ ଯୋଗାଡ଼ କରି ହଟନାଥ ମଙ୍ଗରାଜ ଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ତାଙ୍କ ସହିତ ଆଲୋଚନା କରିଥିଲେ । ସେ ଏହାକୁ ଏକ ଆହ୍ବାନ ଭାବେ ଗ୍ରହଣ କରି ପ୍ରଧାନମନ୍ତ୍ରୀ ଓ ସଂସ୍କୃତି ବିଭାଗ ମନ୍ତ୍ରୀଙ୍କୁ ଏକ ଲମ୍ବା ଚିଠି ଲେଖିବା ସହିତ ଏକ ପ୍ରାମାଣିକ ଚିତ୍ର ସନ୍ନିବେଶିତ ସୁଦୃଶ୍ୟ ପୁସ୍ତକ ପ୍ରକାଶ କରାଇ ସମସ୍ତ ଙ୍କୁ ଦେଲେ । ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ତାରିଖ ଯେତେବେଳେ ପ୍ରକାଶ ପାଇଲା , ସେତେବେଳେ ଶିଶିର ବାବୁ ଓ ବନ୍ଧୁ ଦଳସିଂହ ରାୟ ଆମକୁ କହିଲେ ଯେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ଦାବି ପତ୍ର ଦେଲେ କେମିତି ହୁଅନ୍ତା ? ଆମେ ଦୂରଭାଷରେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏହା ଜଣାଇବା ପରେ ସେ କହିଲେ ବଢ଼ିଆ କଥା, ଆପଣ ଆଗରୁ କାହିଁକି କହିଲେ ନାହିଁ ? ଅପେକ୍ଷା କରନ୍ତୁ , ମୁଁ କଥା ହୋଇ ଖବର ଦେବି । ଠିକ୍ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବାର ପୂର୍ବ ଦିନ ଫୋନ କରି କହିଲେ ଯେ ଦାବି ପତ୍ର କ'ଣ, ଆପଣ ୧୨ ଘଣ୍ଟା ଭିତରେ ପାଇକ ଆନ୍ଦୋଳନର ବୀର ମାନଙ୍କ ବଂଶଧର ମାନଙ୍କୁ ଭୁବନେଶ୍ୱର ଆଣାଇପାରିଵେ , ପ୍ରଧାନମନ୍ତ୍ରୀ ସେମାନଙ୍କୁ ଓଡ଼ିଶା ରାଜଭବନରେ ସମ୍ବର୍ଦ୍ଧିତ କରିବେ । ବୁଝି ମୋତେ ଶୀଘ୍ର କୁହନ୍ତୁ , କାରଣ ପ୍ରଧାନମନ୍ତ୍ରୀ ଙ୍କ କାର୍ଯ୍ୟକ୍ରମ ସୂଚୀ ପ୍ରସ୍ତୁତ ହେଉଛି ? ଏ ଅସମ୍ଭବ କଥା କେମିତି ସମ୍ଭବ, ଦୁଇଶହ ଵର୍ଷ ଭିତରେ କେତେ ପିଢ଼ି ଗଲେଣି, ଅସଲ ଦାୟାଦ ଆମେ କେମିତି ଜାଣିବା ? ଶ୍ରଦ୍ଧେୟ ପ୍ରଦୀପ ବିଶ୍ବାଳ ଓ ଶିଶିର ନାୟକ କହିଲେ ଆପଣ ହଁ କରନ୍ତୁ, ଦାୟିତ୍ଵ ଆମର । ଦାୟାଦ ମାନଙ୍କୁ ନୁହେଁ, ସେମାନଙ୍କ ମାଧ୍ୟମରେ ଵୀର ପାଇକ ସଂଗ୍ରାମୀ ମାନଙ୍କୁ ରାଷ୍ଟ୍ର ସମ୍ମାନ ଦେବ, ଏଭଳି ସୁଯୋଗ ହାତଛଡ଼ା କରିବା ଅନୁଚିତ୍ । ଜୟୀ ରାଜଗୁରୁ,ବକ୍ସି ଜଗବନ୍ଧୁ, ଚାଖି ଖୁଣ୍ଟିଆ,ପିଣ୍ଡିକୀ ବାହୁବଳେନ୍ଦ୍ର, କୃତିବାସ ପାଟ୍ଟଶାଣୀ,ତାପଙ୍ଗ ଗଡର ଦଳବେହେରା, ଦୀନବନ୍ଧୁ ସାମନ୍ତରାୟ ,ଦୀନା ଓ ଲୋଚନ କନ୍ଧଙ୍କ ଠାରୁ ଶହୀଦ ଲକ୍ଷ୍ମଣ ନାୟକ, ବୀର ସୁରେନ୍ଦ୍ର ସାଏଙ୍କ ଠାରୁ ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ଦାୟାଦ ମାନଙ୍କୁ ଖବର ଦିଆଗଲା ଓ ଯୁଦ୍ଧ କାଳୀନ ଭିତ୍ତିରେ ଆୟୋଜନ କରାଗଲା । ଠିକ୍ ତା ପରଦିନ ସକାଳ ୯ ଟା ସମୟରେ ପ୍ରଧାନମନ୍ତ୍ରୀ ବୀର ପାଇକ ଦାୟାଦ ମାନଙ୍କୁ ସମ୍ବର୍ଦ୍ଧିତ କଲେ ଓ ଏହି ସଂଗ୍ରାମକୁ ଭାରତର ପ୍ରଥମ ମୁକ୍ତି ଆନ୍ଦୋଳନର ମାନ୍ୟତା ଦାବିରେ ଦିଆଯାଇଥିବା ଦାବିପତ୍ର ଗ୍ରହଣ କଲେ । ଏହାକୁ ପ୍ରଶଂସା କରିବା ବଦଳରେ ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ନାତିକୁ ଅପହରଣ କରାଇ ପ୍ରଚାର କରାଗଲା " ବାବୁଲା ହଜିଗଲା " । ଏବେ ଯେମିତି କରୋନା ଠାରୁ ବେରୋଜଗାରୀ, ମଧ୍ୟବିତ୍ତ ପରିବାରର ଅକଥନୀୟ ନିର୍ଯାତନା ଆଦି ସମ୍ପର୍କରେ ଆଲୋଚନା ନହୋଇ ଆଦିତ୍ୟ ହତ୍ୟା, ସୁଶାନ୍ତ ସିଂ ଆତ୍ମହତ୍ୟା, ବଚନ ପରିବାରକୁ କରୋନା ସମ୍ପର୍କରେ ଆଲୋଚନା, ଚରିତ୍ର ନଥିବା ଚିତ୍ର ଅଭିନେତ୍ରୀ- ଅଭିନେତାଙ୍କ ପ୍ରେମ, ବିବାହ,ବିଛେଦ, କଣ୍ଠଶିଳ୍ପୀଙ୍କ ପାରିବାରିକ କରି, ଟୁଙ୍ଗୁର ଭୋଳ ମାନଙ୍କ କଥା ଘଣ୍ଟା ଘଣ୍ଟା ଧରି ଆଲୋଚନା ହେଉଛି, ଠିକ୍ ସେହିପରି ହେଲା ଓ ଆମକୁ ତୈଳ ଅର୍ଥ ହିତାଧିକାରୀ ତ କିଏ ଗେରୁଆ ହୋଇଗଲା ବୋଲି କଟୁ ଆକ୍ଷେପ କଲେ । ବାବୁଲା ମିଳିଲା, ପୂର୍ବତନ ମନ୍ତ୍ରୀ ରବି ନନ୍ଦଙ୍କ ଅସଲ ଚେହେରା ସମସ୍ତେ ଦେଖିଲେ, ପରବର୍ତ୍ତୀ ସମୟରେ ଭାରତର ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ତାଙ୍କ କାର୍ଯ୍ୟକାଳର ଶେଷ ସଭାରେ, ନୁଆ ଦିଲ୍ଲୀର ବିଜ୍ଞାନ ଭବନରେ ବଜ୍ର ନିନାଦିତ ସ୍ଵରରେ ଘୋଷଣା କଲେ ଯେ ଓଡ଼ିଶା ରେ ୧୮୧୭ ମସିହାରେ ହୋଇଥିବା " ପାଇକ ଆନ୍ଦୋଳନ" ହିଁ ଭାରତର ପ୍ରଥମ ମୁକ୍ତି ଆନ୍ଦୋଳନ । ଏହା ପରେ କେନ୍ଦ୍ରୀୟ ଶିକ୍ଷା ପାଠ୍ୟକ୍ରମରେ ପରିବର୍ତ୍ତନ, ସମୁଦାୟ ୨୦୦ କୋଟି ପାଇକ ସ୍ମାରକୀ ପ୍ରତିଷ୍ଠା ପାଇଁ ବ୍ୟବସ୍ଥା, ଡ଼ାକ ଟିକଟ ଉନ୍ମୋଚିତ, ସାମରିକ କଳା ସଂସ୍କୃତି ପ୍ରତିଷ୍ଠାନ , ରାଷ୍ଟ୍ରପତି ଙ୍କ ଦ୍ଵାରା ଭୂମିପୂଜନ , ଏସମସ୍ତର ଶ୍ରେୟାଧିକାରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ସତ୍ୟ ପ୍ରକାଶ କରିବାରୁ ଆମକୁ ଲୋକେ ଗେରୁଆ ବିଶେଷଣରେ ବିଭୂଷିତ କଲେ । ଗୋଟିଏ ରୋଗ ଏବେ ଗ୍ରାସ କରିଛି , କାହାର ଭଲ କୁ ପ୍ରଶଂସା କଲାବେଳେ କୈାଣସି ଅଦୃଶ୍ୟ ଶକ୍ତି ଗଳା କୁ ଚିପି ଦେଉଛି, ମାତ୍ର କାହାର ନିନ୍ଦା କଲାବେଳେ ସେହି ଅଦୃଶ୍ୟ ଶକ୍ତି ଗଳା ମେଲା କରି ଦେଉଛି । ପ୍ରଶଂସା କାତର,ନିନ୍ଦା ପ୍ରଵର ରୋଗରେ ରୋଗାକ୍ରାନ୍ତ ମାନେ ଆମକୁ ଯେତେ ଗାଳିଗୁଲଜ କଲେ, ଯେତେ ଅପପ୍ରଚାର କଲେ ମଧ୍ୟ ଆମର ଅଭିଯାନ ଓ ସଂଘର୍ଷର ପଥରୋଧ କରିପାରିନାହାନ୍ତି କି କରିପାରିବେ ନାହିଁ । ଏବେ ତ ଚାରି ବର୍ଷ ଧରି ଜଣେ ଚରଣିଆ ଅହଙ୍କାରୀ ଆମକୁ ମୁଖ ପୁସ୍ତକରେ ମିଥ୍ୟାରୋପ କରି ଗାଳି ବର୍ଷଣ କରିଆସୁଛି ଏବଂ ନିଜେ ନିଜର ଅଭିଯୋଗ କୁ ପ୍ରତ୍ୟାହାର କରୁଛି ।
ଅତଏବ ଆମେ ଯଦି ଏହି ଐତିହାସିକ ପାଇକ ଆନ୍ଦୋଳନର ଗର୍ଭାନୁଶୀଳନ କରିବା ତେବେ ମୂଳ ଶ୍ରେୟ ନିଶ୍ଚିତ ଗଞ୍ଜାମ କୁ ଯିବ । ଛପା ଇତିହାସର ଏକ ଅଛପା ସତ୍ୟ ଏଠାରେ ଉପସ୍ଥାପିତ ପ୍ରାମାଣିକ ଦଲିଲ୍ ସହ । ଜମିଜମା ଖତିଆନ ରେ ଭୀମପୁର ଦଳବେହେରା ପାଇଥିବା ଆଠ ବାଟି ଦଶମାଣ ଅର୍ଥାତ୍ ୭୬ ଏକର ଅନୁଗୃହୀତ ଜାଗିରିର ଇତିହାସକୁ ଅନୁଧ୍ୟାନ କଲେ ହିଁ ଛପା ଇତିହାସର ଚଞ୍ଚକତା ଧରାପଡିଯିବ । ୧୮୧୭ ମସିହା, ମାର୍ଚ୍ଚ ମାସ ୨୯ ତାରିଖରେ ଭଞ୍ଜଭୂମି ଘୁମୁସର ରୁ ଇଂରେଜ ବିରୋଧରେ ଯୁଦ୍ଧ କରି ଦିନା କନ୍ଧ ଓ ଲୋଚନ କନ୍ଧ ଙ୍କ ନେତୃତ୍ବରେ ଆଦିବାସୀ ବାହିନୀ ବାଣପୁର ଠାରେ ପହଞ୍ଚିଥିଲେ । ଏମାନଙ୍କ ସହିତ ଯୁଦ୍ଧରେ ହାରି ଫିରିଙ୍ଗି ବାହିନୀ ଛତ୍ରଭଙ୍ଗ ଦେଇଥିଲେ । ଘଣ୍ଟଶିଳା ଗିରି ଶିଖରରେ ବାଜି ଉଠିଲା ଘଣ୍ଟା । ହଜାର ହଜାର ପାଇକ ସେନା ଯୋଗଦେଲେ, ଛତ୍ରଭଙ୍ଗ ଫିରିଙ୍ଗି ସେନାକୁ ବିତାଡିତ କରି ଦିନା କନ୍ଧ ଓ ଲୋଚନ କନ୍ଧଙ୍କ ନେତୃତ୍ବରେ ଆଦିବାସୀ ବାହିନୀ ବାଣପୁରରେ ପହଞ୍ଚିଲେ ଏବଂ ଏହା ଦେଖି ପାଇକ ବୀର କୃତିବାସ ପାଟ୍ଟଶାଣୀଙ୍କ ମନୋବଳ ବୃଦ୍ଧି ପାଇଲା । ବାଣପୁର ପଲଟଣ ପଡ଼ିଆରେ କୃତିବାସଙ୍କ ନେତୃତ୍ବରେ ପାଇକ ସେନା ସହିତ ଶହୀଦ ଦିନା ଓ ଲୋଚନ କନ୍ଧଙ୍କ ସେନାର ମିଳିତ ଦୃଶ୍ୟ ଦେଖି ଫିରିଙ୍ଗି ସେନା ଛତ୍ରଭଙ୍ଗ ଦେବା ପୂର୍ବରୁ ସେନା ଛାଉଣୀ ଉପରେ ଅତର୍କିତ ଆକ୍ରମଣ କରିଦେଲେ ମିଳିତ ବାହିନୀ । ତିନି ଶହରୁ ଉର୍ଦ୍ଧ୍ବ ଗୋରା ଫଉଜ ଏଥିରେ ନିହତ ହୋଇଥିଲେ ଏବଂ ଅସ୍ତ୍ରାଗାର ଖଜଣାଖାନାକୁ ଦଖଲକୁ ନେଲେ । ଫିରିଙ୍ଗି ସେନା ଛତ୍ରଭଙ୍ଗ ଦେବା ପରେ ବାଣପୁର ସ୍ବାଧୀନ ଘୋଷଣା କରି ପଞ୍ଚୁ ନାୟକ କୁ ରାଜା ଘୋଷଣା କରି ଚିଲିକା କୂଳ ଆଡେ ମାଡ଼ି ଚାଲିଲେ, ଛତ୍ରଭଙ୍ଗ ଦେଲେ ଫିରିଙ୍ଗି ସେନା, ଏହା ପରେ ସେନା ମାଡିଚାଲିଲା ଖୋର୍ଦ୍ଧା ଅଭିମୁଖେ । ଏପଟେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ବରେ ପାଇକ ସେନା ଏହି ଅଭିଯାନରେ ଯୋଗଦେଲେ । ଇଂରେଜ ହଟାଅ ଅଭିଯାନଟି ପାଇକ ସଂଗ୍ରାମରେ ପରିଣତ ହେଲା । ଖବର ପାଇ ଖୋର୍ଦ୍ଧାରୁ ଫିରିଙ୍ଗି ସେନା ଭୟରେ ଛତ୍ରଭଙ୍ଗ ଦେଇ ପଳାଇଗଲେ । ପାଇକ ବୀର ମାନେ ଖୋର୍ଦ୍ଧାର ସମସ୍ତ ଫିରିଙ୍ଗି ସରକାରୀ କୋଠାବାଡ଼ି ଧ୍ବଂସ କରିଦେଲେ , ରାଜ କର୍ମଚାରୀ ମାନେ କାର୍ଯ୍ୟାଳୟ ଛାଡ଼ି ଲୁଚିଲେ । ଚରମ ବିଶ୍ବାସଘାତକ ଚରଣ ପଟ୍ଟନାୟକ କୁ ପାଇକ ବୀର ଗୋପାଳ ଛୋଟରାୟ ହତ୍ୟା କଲେ । ସଂଗ୍ରାମ ପ୍ରବଳ ଆକାର ଧାରଣ କଲା । ୫ ହଜାର ରୁ ଉର୍ଦ୍ଧ୍ବ ବୋଲି ଐତିହାସିକ ରାଖଲ ଦାସ ବାନାର୍ଜୀ ଯାହା ଲେଖିଛନ୍ତି, ତାହା ଭୁଲ୍, ଏଥିରେ ୨୦ ହଜାର ପାଇକ ସେନା ଖୋର୍ଦ୍ଧା ଦଖଲ କରି ସାରି ପୁରୀ ଅଭିମୁଖେ ଅଭିଯାନ ଆରମ୍ଭ କଲେ । ବାଟରେ ସେମାନଙ୍କୁ ଗଙ୍ଗପଡା ଠାରେ ଫିରିଙ୍ଗି ଲେପ୍ଟନାଣ୍ଟ ଫାରିସ୍ ଓ ଲେପ୍ଟନାଣ୍ଟ ଫ୍ରିକାସ ଙ୍କ ନେତୃତ୍ବରେ ଦୁଇ ପଟୁ ବ୍ରିଟିଶ ସୈନିକ ଯୁଦ୍ଧ କରି ପରାସ୍ତ ହୋଇ ଛତ୍ରଭଙ୍ଗ ଦେଲେ, ଲେପ୍ଟନାଣ୍ଟ ଫାରିସଙ୍କୁ ପିଣ୍ଡିକି ବାହୁବଳେନ୍ଦ୍ର ସମ୍ମୁଖ ଯୁଦ୍ଧ ରେ ବନ୍ଧୁକ ବନାମ ତଲଵାର ଯୁଦ୍ଧ ରେ ହତ୍ୟା କଲେ । ପାଇକ ବାହିନୀ ସେଠାରୁ ତାପଙ୍ଗ ଦେଇ କଣାସରେ ପହଞ୍ଚିଥିଲେ ଏବଂ ଦୟାନଦୀ କୂଳରେ ଦୋକନ୍ଦା ମେଳଣ ପଡିଆ ଠାରେ ଅପେକ୍ଷାରତ କଣାସ ଅଞ୍ଚଳ ର ପାଇକମାନେ ଯୋଗଦେବା ପରେ ଏହା ଏକ ବିଶାଳ ପାଇକ ସେନା ରେ ପରିଣତ ହୋଇଥିଲା । ବକ୍ସି ଘୋଡ଼ା ଉପରେ ଠିଆ ହୋଇ ପାଇକମାନଙ୍କୁ ସମ୍ବୋଧିତ କରି ଓଡ଼ିଶାର ବିଭିନ୍ନ ରାଜା, ଜମିଦାର ମାନଙ୍କୁ ଇଂରେଜ ହଟାଓ ଅଭିଯାନ ରେ ଯୋଗ ଦେବାକୁ ନିବେଦନ କଲେ ଏବଂ କଣାସ ଶିବିର ରୁ ବିଭିନ୍ନ ରାଜାଙ୍କ ପାଖକୁ ଦୂତ ପଠାଇଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତର କୈାଣସି ସ୍ଥାନରେ ଅବା ଇତିହାସର କେଉଁଠି ଲେଖା ଯାଇନାହିଁ, ଯାହା ବ୍ରିଟେନର ସବୁଠାରୁ ପୁରୁଣା ପୋର୍ଟ ଗ୍ରୀନ ଉଇଚ ପୋର୍ଟର ଗ୍ରୀନ ଉଇଚ ପୋର୍ଟ ମ୍ୟୁଜିୟମରେ ଏକ ସୁଦୃଶ୍ୟ ଫଳକରେ ଲେଖାଯାଇଛି ଯେ ଭାରତର ପୂର୍ବ ପ୍ରାନ୍ତରେ ହୋଇଥିବା " ପାଇକ ବିଦ୍ରୋହ କୁ ଦମନ କରାଯାଇନଥିଲେ, ପାଇକମାନଙ୍କ ଦାନ୍ତ ଭାଙ୍ଗିଦିଆଯାଇନଥିଲେ ଭାରତରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଶାସନ କରିବା ସମ୍ଭବ ହୋଇନଥାନ୍ତା" । ଏପରିକି ସେତେବେଳେ ଫିରିଙ୍ଗି ସେନାର ନେତୃତ୍ବ ନେଇଥିବା ଓଲ୍ଡଫୟାର ଏହା ସ୍ବୀକାର ପୂର୍ବକ ଫଳକ ସେଠାରେ ସ୍ଥାନ ପାଇଛି । ଫଟୋ ଉଠାଇବା ସେଠାରେ ମନା ଥିବାରୁ ମୋହନ ସୁନ୍ଦର ଦଳସିଂହ ରାୟ ଯାହା ଲେଖା ଯାଇଛି, ତାକୁ ଟିପି ଆଣି ଆମକୁ ଦେଇଛନ୍ତି । ଅନେକ ଗୁରୁତ୍ତ୍ୱପୂର୍ଣ ତଥ୍ୟ ସଂଗ୍ରହ ହୋଇଛି , ଏପରିକି ଏଭଳି ତଥ୍ୟ ଆମର ହସ୍ତଗତ ହୋଇଛି, ତାହାର ପ୍ରାମାଣିକ ତଥ୍ୟ ଏଠାରେ ଉପସ୍ଥାପନ କଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ, ଆପଣଙ୍କ ଲୋମ ଟାଙ୍କୁରି ଉଠିବ , ବିଶ୍ବ ଇତିହାସ ପରିବର୍ତ୍ତନ ହେବାକୁ ବାଧ୍ୟ ହେବ । ଆମେ ନିଜେ ଏକ ଭୟଙ୍କର ତୃଟି କରିଛୁ । ଆମର ଇଂରାଜୀ ଭାଷା ରେ ଏତେ ଗଭୀରତା ନଥିବାରୁ ଅତି ସତର୍କତାର ସହିତ ଜଣେ ଇଂରାଜୀ ଭାଷାରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିବା ପ୍ରଶାସକଙ୍କୁ ଓଡ଼ିଆରେ ଅନୁବାଦ କରିବାକୁ ଦେଇଥିଲୁ, ତିନି ମାସ ପରେ ଆଜି ଯେତେବେଳେ ପଚାରିଲୁ, ସେ ମହାଶୟ କହିଲେ, ମୁଁ କୋଉଠି ରଖି ଦେଇଛି, ପାଉନାହିଁ । ଖୋଜୁଛି, ମିଳିଲେ ଆପଣଙ୍କୁ ଦେଇଆସିବି । ଏକ ଭୟଙ୍କର ବିଶ୍ବାସଘାତକତା ର ଆମେ ଶିକାର ହେଲୁ । ଏଠାରେ ଉଲ୍ଲେଖ କରୁଛୁ ଯେ ଅନେକ ମାଟି ପ୍ରାଣ, ଇତିହାସ ପ୍ରାଣ ମାନଙ୍କ ପରାମର୍ଶକୁ ଆଦେଶ ଭାବେ ଗ୍ରହଣ କରି ଆଜି ଠାରୁ " ଛପା ଇତିହାସ ର ଅଛପା ସତ୍ୟ" ଶୀର୍ଷକ ରେ ଲେଖା ପ୍ରକାଶ ପାଇବ ।
କ୍ରମଶଃ
ଦୁର୍ନୀତି ମୁକ୍ତ ଗଣତନ୍ତ୍ର
-----
ପୂଜ୍ୟପୂଜକ ପଦ୍ମଶ୍ରୀ ବାବା ବଳିଆ ଙ୍କ ଅନୁଚିନ୍ତା କୁ ଉପଜିବ୍ୟ କରି ଅନନ୍ତ ବଳିଆ ସେବା ସଂଘ, ବିଶ୍ବ ସନାତନ ସେବା ସଂଘ ଓ ଗୀତା ସାବିତ୍ରୀ ଚକ୍ରର ସମ୍ମିଳିତ ସଙ୍ଗଠନ ଆନୁକୁଲ୍ୟରେ , ବିଶେଷ କରି ପଦ୍ମଶ୍ରୀ ବାବା ବଳିଆ ଙ୍କ ମାର୍ଗଦର୍ଶନରେ ସ୍ଥାନୀୟ ରବିନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ ,ଶ୍ରୀମଦ୍ ଭଗବତ ଗୀତା ଆଧାରରେ ଜ୍ଞାନ ଓ ବିଜ୍ଞାନ ସମ୍ବଳିତ ପଞ୍ଚଦିବସୀୟ ସାମାଜିକ ଓ ଆଧ୍ୟାତ୍ମିକ ଆଲୋଚନା ସଭାର ଆଜି ଥିଲା ଚତୁର୍ଥ ଦିବସ ଏବଂ ଆଲୋଚ୍ୟ ଶୀର୍ଷକ ଥିଲା "ଦୁର୍ନୀତି ମୁକ୍ତ ଗଣତନ୍ତ୍ର ପାଇଁ ଆମ କର୍ତ୍ତବ୍ୟ ଓ ଅଧିକାର । ସଂସ୍କୃତି ପୁରୁଷ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ସଞ୍ଚାଳନରେ ଆୟୋଜିତ ଏହି ସମ୍ପାନରେ ଆମ ସମେତ ଡଃ ଭଗବାନ ପ୍ରକାଶ , ପ୍ରଖ୍ୟାତ ସାରସ୍ବତ ସାଧକ ତଥା ରାଜନୀତି ବିଜ୍ଞାନ ବିଶେଷଜ୍ଞ ପ୍ରାଚାର୍ଯ୍ୟ ଜୀତେନ୍ଦ୍ର ନାରାୟଣ ଦାଶ ( ଦାଶ ବେନହୁର) , ପ୍ରଧ୍ୟାପକ ସୁଧୀର ଚନ୍ଦ୍ର ଜେନା, ପ୍ରାକ୍ତନ ଆରକ୍ଷୀ ମହା ନିର୍ଦ୍ଦେଶକ ଶିଶିର ମିଶ୍ର , ପ୍ରାକ୍ତନ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି , ପ୍ରାକ୍ତନ ମନ୍ତ୍ରୀ ବିମ୍ବାଧର କୁଅଁର ପ୍ରଭୃତି ଆଲୋଚକ ମାନେ ମତବ୍ୟକ୍ତ କରିଥିଲେ । ପ୍ରଥମ ଆଲୋଚକ ଭାବେ ଆମେ ଯେଉଁ ମତାମତ ଦେଇଥିଲୁ ତାହାକୁ ଉପଜିବ୍ୟ କରି ଆଜିର ଅଗ୍ରଲେଖ । ଆମର ବକ୍ତବ୍ୟ ସହିତ କିଏ ଏକମତ ହୁଅନ୍ତୁ ଅବା ନହୁଅନ୍ତୁ ,କିଏ ମାନନ୍ତୁ ଅବା ନମାନନ୍ତୁ ,ପରିସ୍ଥିତି ଭିନ୍ନ ହେଲେ ଗଣତନ୍ତ୍ରର ଆଭିମୁଖ୍ୟ ଭିନ୍ନ ହୁଏ ,ତେଣୁ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଦୃଷ୍ଟିକୋଣରୁ ଗଣତନ୍ତ୍ରକୁ ବୁଝିଥାଆନ୍ତି , ବୁଝାଇଥାନ୍ତି , ଏପରିକି ବୁଝ,ନବୁଝ , ବୁଝିଛ ବୋଲି ହଁ କରିବାକୁ ବାଧ୍ୟ କରିଥାନ୍ତି । ବାସ୍ତବରେ ନିରଙ୍କୁଶ ରାଜତନ୍ତ୍ର ବିରୋଧରେ ସଂଗଠିତ ଜନମତରୁ ଗଣତନ୍ତ୍ରର ସୃଷ୍ଟି । ଜନଚେତନା ଓ ବୌଦ୍ଧିକ ଚେତନାର ମିଶ୍ରଣରୁ ଜନ୍ମ ନିଏ ଆଜିର ଗଣତାନ୍ତ୍ରିକ ଚିନ୍ତାଧାରା । ସମ୍ରାଟଙ୍କ ଅଖଣ୍ଡ ଆଧିପତ୍ୟକୁ ଜନସାଧାରଣ ଗ୍ରହଣ କରିବାକୁ ଅନିଚ୍ଛୁକ ହେବାରୁ ପୃଥିବୀରେ ତିନିଗୋଟି “ ଜନବିପ୍ଲବ “ ଜନ୍ମ ନେଲା । ଲୋକମାନେ ଦାବି କଲେ “ ସମାନତା , ସ୍ଵତନ୍ତ୍ରତା ଓ ନ୍ୟାୟ । ଇଂଲଣ୍ଡର ୧୬୮୮ ମସିହାର “ ଗ୍ଲୋରିୟସ ବିପ୍ଲବ ବା ରିଭଲ୍ୟୁସନ , ୧୭୭୬ ମସିହାର ଆମେରିକାର ସ୍ଵାଧୀନତା ସଂଗ୍ରାମ ଓ ୧୭୮୯ ମସିହାର ଫରାସୀ ବିପ୍ଲବ ବିଶ୍ଵ -ଇତିହାସକୁ ଓଲଟ ପାଲଟ କରିଦେଲା ଏବଂ ଅସୀମ ରାଜତନ୍ତ୍ର ସମାଧିରୁ ଜନ୍ମ ନେଲା ଗଣତନ୍ତ୍ର ବୋଲି ପାଠ କୁହେ । ଏହା ମାତ୍ର ୪00 ବର୍ଷ ତଳର କଥା । ଜନସାଧାରଙ୍କ ଦାବି ପୂରଣ ହେଲା ଓ ସେମାନେ ପାଇଲେ “ ସାର୍ବଭୌମ ଶାସନ କ୍ଷମତା “ । ଆମେ ଆର୍ଯ୍ୟାବର୍ତ୍ତରେ ବା ଭାରତୀୟ ସଭ୍ୟତା ଏଭଳି ଉଦ୍ୟମ ଦେଖିଲେ ନାହିଁ, ଯଦିଓ ସ˚ସ୍କୃତ ଭାଷାରେ ଓ ବେଦ ସମେତ ସମଗ୍ର ଭାରତୀୟ ଜ୍ଞାନ ପ୍ରକରଣରେ ଅସ˚ଖ୍ୟ ଅର୍ଥପୂର୍ଣ୍ଣ ବ୍ୟାଖ୍ୟାନ ଥିଲେ। ଭାରତୀୟ ଜ୍ଞାନ ବ୍ୟବସ୍ଥା ସାମ୍ରାଜ୍ୟବାଦୀ ଅଭିଯାନର ଅସ୍ତ୍ରାଗାର ନ ଥିଲା। ଭାରତୀୟ ଜ୍ଞାନ ବ୍ୟବସ୍ଥାର ଉପପାଦ୍ୟ-କରଣ (ଥିଓରାଇଜେସନ୍) ନ ହେବା ଫଳରେ ସବୁ କ୍ଷେତ୍ରରେ ପ୍ରୟୋଗ ହେଲା ଭଳି ତର୍କସ˚ଭୂତ ନିଷ୍କର୍ଷ (ଡିଡକ୍ସନ୍) ସମ୍ଭବ ହେଲାନାହିଁ। ତେଣୁ ‘ଡିମୋକ୍ରାସି’କୁ ‘ଗଣତନ୍ତ୍ର’ ଅର୍ଥରେ ବୁଝାଯାଉଥିବା ଏକ ଶବ୍ଦ ଭାବରେ ଆମେ ଗ୍ରହଣ କରିନେଲେ। ପ୍ରକୃତରେ ‘ଗଣତନ୍ତ୍ର’ର ନୂଆ ଅର୍ଥ ବିକାଶ ଓ ବିସ୍ତାର ପାଇଁ ଏବେ ତିନିଟି କାରଣରୁ ବାଟ ଫିଟିଚି। ପ୍ରଥମ କାରଣ ଏଥେନିଆନ୍ ନଗର-ରାଷ୍ଟ୍ରର ଡିମୋକ୍ରାସି ଆମର ଚଳନ୍ତି ସମୟର ପ୍ରତିନିଧିମୂଳକ ଗଣତନ୍ତ୍ରର ଛାୟା ମଧୢ ନୁହଁ। ଏ ଶବ୍ଦକୁ ଅର୍ଥ ମିଳିଲା ମାନବିକ ଅଧିକାରର ପ୍ରତିଷ୍ଠାରେ ଓ ଯଥେଚ୍ଛାଚାରୀ ଶାସନ ବିରୋଧରେ ଘଟିଥିବା ଦୁଇଟି ପାଶ୍ଚାତ୍ୟ ଘଟନାକ୍ରମରୁ। ପ୍ରଥମଟି ଆମେରିକା ଅଧିକାର ପାଇଁ ୟୁରୋପୀୟଙ୍କ ଭାଇ-ଭାଇ ଯୁଦ୍ଧ ପରେ, ଭୟଙ୍କର କ୍ଷୟକ୍ଷତି ପରେ, ଆମେରିକା ସମ୍ବିଧାନରେ ଏବଂ ଦ୍ବିତୀୟଟି ଫରାସୀ ବିପ୍ଳବ ଫଳରେ ଫ୍ରାନ୍ସରେ ‘ସ୍ବାଧୀନତା, ସମାନତା ଓ ଭ୍ରାତୃତ୍ବ’ (ଲିବେର୍ଟି, ଇକ୍ବାଲିଟି, ଫ୍ରାଟରନିଟି) ଆଧାରରେ ନୂଆ ରାଜନୈତିକ ଆଦର୍ଶର ପ୍ରତିଷ୍ଠା ସହିତ ରାଜତନ୍ତ୍ରର ସମାପ୍ତିରେ। ଆମେରିକାନ୍ ଵାର ଅଫ୍ ଇଣ୍ତିପେଣ୍ତେନ୍ସ ଥିଲା ୧୭୭୫ରୁ ୧୭୮୩ର ଘଟନା। ଫରାସୀ ବିପ୍ଳବ ଥିଲା ୧୭୮୯ରୁ ୧୭୯୯ର ଘଟନା। ସମ୍ବିଧାନର ପ୍ରତିଷ୍ଠା, ମାନବାଧିକାର, ସ୍ବାଧୀନତା, ସମାନତା ଓ ଭ୍ରାତୃତ୍ବ ଏ ସବୁ ଥିଲା ଗଣତନ୍ତ୍ରର ଉପାଦାନ । ଏହା ସବୁ ପୋଥି ବାଇଗଣ । ଆମେ ଆମ ଭାଷାରେ ଯେଉଁ ବାଡି ବାଇଗଣ କଥା ଉଲ୍ଲେଖ କରିବାକୁ ଯାଉଛୁ , ତାହାକୁ ପାଶ୍ଚାତ୍ୟ ଦର୍ଶନାନୁରକ୍ତ ପଣ୍ଡିତ ବର୍ଗ ଯେ ଗ୍ରହଣ କରିବେ ନାହିଁ , ସେଥିରେ ଆମେ ଦୃଢ ନିଶ୍ଚିତ ।
କାରଣ ସେମାନେ ସେମାନଙ୍କର ସଂକୀର୍ଣ୍ଣ ସ୍ୱାର୍ଥ ପରିତ୍ୟାଗ କରି ସତ୍ୟକୁ ସ୍ୱୀକାର କରିବାକୁ ଅସମର୍ଥ ; ନୂତନ ଚିନ୍ତାକୁ ଗ୍ରହଣ କରିବାକୁ ଅନିଚ୍ଛୁକ। ସମୟର ଗତି ସହ ପରିବର୍ତ୍ତନର ଆବଶ୍ୟକତା ଯେ ଅପରିହାର୍ଯ୍ୟ, ସେମାନେ ନବୁଝି, ସେଇ ‘ଯାହା ଶିଖାଇଛି ଜଟାଧାରୀରେ ବରାଙ୍ଗୀ’ ତାଳରେ ଚିରକାଳ ରଡି ଛାଡି ଚାଲିଛନ୍ତି। ଘର ବୁଡ଼ି ପାଣି ଆଣ୍ଠୁଏ ହେଲାଣି, ସେମାନେ କହୁଛନ୍ତି ‘ମେଘ ଦୁଲୁକୁଛି’। ପଢାଯାଇ ଓ କୁହାଯାଇ ଆସୁଛି ଯେ କୁଆଡେ ଗଣତନ୍ତ୍ରର ସର୍ବକାଳୀନ ସଂଜ୍ଞା ଆବ୍ରାହାମ ଲିଙ୍କନଙ୍କ ଦ୍ୱାରା ପ୍ରଦତ୍ତ ହୋଇଛି ,ଯାହାର ସରଳାର୍ଥ ହେଲା ‘ଗଣତନ୍ତ୍ର ଏପରି ଏକ ଶାସନ ବ୍ୟବସ୍ଥା, ଯାହା ଲୋକମାନଙ୍କ ଦ୍ୱାରା, ଲୋକମାନଙ୍କ ନିମିତ୍ତ ଏବଂ ଲୋକମାନଙ୍କର ହିତ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଥାଏ ବା ଲୋକଙ୍କ ଦ୍ବାରା, ଲୋକଙ୍କ ପାଇଁ ଓ ଲୋକଙ୍କର ଶାସନ ବ୍ୟବସ୍ଥା । ୧୬୮୮ ବା ୧୭୭୬ ଅବା ୧୭୮୯ ର ହଜାର ହଜାର ବର୍ଷ ପୂର୍ବେ ଗଣତାନ୍ତ୍ରିକ ବ୍ୟବସ୍ଥା ଥିଲା । ଓଡ଼ିଶାର ଆଦିମ ଜନଜାତି ଙ୍କ ଠାରୁ ତଥାକଥିତ କଳିଙ୍ଗ ଯୁଦ୍ଧ , ତଥାକଥିତ କହିବାର କାରଣ ଆମ ଭାଷାରେ କଳିଙ୍ଗ ଯୁଦ୍ଧ ଏକ କାଳ୍ପନିକ ବିଷୟବସ୍ତୁକୁ ଇତିହାସର ମୋହର ମରାଯାଇଛି । ଏପରିକି ପାଶ୍ଚାତ୍ୟରେ ଗ୍ରୀସ୍ ଭୂଖଣ୍ଡରେ ଛୋଟ ରାଜ୍ୟମାନଙ୍କରେ ପ୍ରତ୍ୟକ୍ଷ ଗଣତନ୍ତ୍ର ପ୍ରବର୍ତ୍ତିତ ଥିଲା ; କିନ୍ତୁ କ୍ରୀତଦାସ ଓ ଶିକ୍ଷା ସଂସ୍କୃତି ଦୃଷ୍ଟିରୁ ଅନଗ୍ରସର ନିମ୍ନବର୍ଗର ଲୋକଙ୍କର ମତଦାନର ଅଧିକାର ନଥିଲା। ସେମାନେ ଗଣତନ୍ତ୍ରର ପ୍ରକୃତ ଅର୍ଥ ବୁଝିବାକୁ ସକ୍ଷମ ବୋଲି ମନେ କରାଯାଉନଥିଲା। ଏହି ବ୍ୟବସ୍ଥା ପରବର୍ତ୍ତୀ କାଳରେ ପ୍ରତ୍ୟେକ ସାବାଳକ ନାଗିରକ ନିମିତ୍ତ ଉନ୍ମୁକ୍ତ ଗଣତନ୍ତ୍ରରେ ପରିଣତ ହେଲା ଏବଂ ବିଶ୍ୱ ମାନ୍ୟତା ଲାଭ କଲା।
ଉଦ୍ଦେଶ୍ୟ ହେଲା ଲୋକେ ଆପଣାର ସୁଖଦୁଃଖ ବୁଝିବା ଲାଗି ଆପଣା ପସନ୍ଦର ଯୋଗ୍ୟ ପ୍ରାର୍ଥୀ ଚୟନ କରିବେ। ସାମ୍ୟତା ମାପଦଣ୍ଡରେ କେହି ପ୍ରଭୁ ହେବେନାହିଁ କିମ୍ବା କାହାରିକୁ ଦାସତ୍ୱ ସ୍ୱୀକାର କରିବାକୁ ପଡ଼ିବ ନାହିଁ। ମାନବିକତା ଓ ମୂଲ୍ୟବୋଧ ଭିତ୍ତିରେ ପ୍ରତିଷ୍ଠିତ ହେବା ଦ୍ୱାରା ଏହା ହିଁ ଗଣତନ୍ତ୍ରର ଅନ୍ତଃ ସୌନ୍ଦର୍ଯ୍ୟ। ଆଜି ତାରିଖରେ, ଭାରତକୁ ବାଦ ଦେଇ ପୃଥିବୀର ଦୁଇ ସଫଳ ଗଣତନ୍ତ୍ର କହିଲେ, ଲିଖିତ ସମ୍ବିଧାନ ଶୂନ୍ୟ , ବଂଶାନୁକ୍ରମିକ ଭାବରେ ରାଜା/ରାଣୀଙ୍କୁ ରାଷ୍ଟ୍ରମୁଖ୍ୟ ପଦରେ ଗ୍ରହଣ କରିଥିବା ବିଲାତ ଦେଶ ଏବଂ ସବୁଠାରୁ ସଂକ୍ଷିପ୍ତ କେବଳ ସାତଗୋଟି ଧାରା ସମ୍ବଳିତ ଲିଖିତ ସମ୍ବିଧାନ ଏବଂ ଶାସନ ମୁଖ୍ୟ ଭାବରେ ନିର୍ବାଚିତ ରାଷ୍ଟ୍ରପତି ପ୍ରଥା ଗ୍ରହଣ କରିଥିବା ଯୁକ୍ତରାଷ୍ଟ୍ର ଆମେରିକାକୁ ବୁଝାଇଥାଏ ନା ନାହିଁ ? ବିଲାତରେ ସଂସଦ ଦୁଇଟି ଗୃହରେ ବିଭକ୍ତ ଏବଂ ଯୁକ୍ତରାଷ୍ଟ୍ରରେ ମଧ୍ୟ ଅନୁରୂପ ବ୍ୟବସ୍ଥା ପ୍ରଚଳିତ। ବିଲାତରେ ପ୍ରଧାନମନ୍ତ୍ରୀ ଏବଂ ଆମେରିକାରେ ରାଷ୍ଟ୍ରପତି ଶାସନମୁଖ୍ୟ ଅଟନ୍ତି। ଭାରତୀୟ ଗଣତନ୍ତ୍ର ବ୍ୟବସ୍ଥା ବିଲାତରେ ପ୍ରଚଳିତ ପଦ୍ଧତିର ମୂଳ ଢାଞ୍ଚାରେ ଗ୍ରହଣ କରି ପ୍ରସ୍ତୁତ କରାଯାଇଥିଲା, ଏହା ସମସ୍ତଙ୍କୁ ଜଣା; କିନ୍ତୁ ଆମର ଦେଶର ପ୍ରଥମ ନାଗରିକ, ମହାମାନ୍ୟ ରାଷ୍ଟ୍ରପତି ଲୋକମାନଙ୍କ ଦ୍ୱାରା ପରୋକ୍ଷ ପଦ୍ଧତିରେ ନିର୍ବାଚିତ ହୋଇଥା’ନ୍ତି।
ଆମର ସମ୍ବିଧାନ ଆକାରରେ ବିଶାଳ; ଅଗ୍ରଗାମୀ ଯୁଗୋପଯୋଗୀ ଚିନ୍ତାଧାରା ପ୍ରବର୍ତ୍ତନର ଦ୍ୱାହି ଦେଇ ବହୁ ସଂଶୋଧନ ଦ୍ୱାରା ଅନେକ ପରିବର୍ତ୍ତନର ଚିହ୍ନ ସେଥିରେ ସୁସ୍ପଷ୍ଟ। ତଥାପି ଦୃଢ଼ଭାବରେ କହି ହୁଏ ନାହିଁ ଯେ ଭାରତୀୟ ପରିସ୍ଥିତିରେ ଆମ ଗଣତାନ୍ତ୍ରିକ ଜୀବନଧାରା ସଫଳକାମ। ଆମ ବିଫଳତାର କାରଣ ଅନେକ : ଅଶିକ୍ଷା, ଆର୍ଥିକ ଅନଟନ, ରାଜନୈତିକ ଚିନ୍ତନରେ ଦାରିଦ୍ର୍ୟ, ରୁଗ୍ଣ ମାନସିକତା, ବ୍ୟକ୍ତିଗତ ସ୍ୱାର୍ଥସାଧନ ଉଦ୍ଦେଶ୍ୟରେ ସାମୂହିକ ସ୍ତରରେ ସ୍ୱାର୍ଥାନ୍ୱେଷୀ ଗୋଷ୍ଠୀ ଦ୍ୱାରା ବିଭେଦକୁ ପ୍ରୋତ୍ସାହନ ତାହା ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ପ୍ରାନ୍ତ, ସମ୍ପ୍ରଦାୟକୁ ଉପଜିବ୍ୟ କରି । ବିଭିନ୍ନ ରାଜନୈତିକ ଦଳ ର ନେତୃତ୍ବ ମଧ୍ୟ ଏହି ଆଧାରରେ ଏବଂ ବ୍ୟବସ୍ଥା ମଧ୍ୟ ଏହା ଦ୍ବାରା ପ୍ରଭାବିତ । ପ୍ରତିବାଦର ସ୍ୱର ଆମ ସମାଜରେ ଅତ୍ୟନ୍ତ କ୍ଷୀଣ। ଆମ ସମ୍ବାଦପତ୍ରଗୁଡ଼ିକର ସନ୍ଦେହପୂର୍ଣ୍ଣ ଭୂମିକା। କାରଣ ପ୍ରାୟତଃ ପ୍ରକାଶିତ ଆଲେଖ୍ୟମାନ ତୋଷାମୋଦର ବୃନ୍ଦଗାନ, ବ୍ୟକ୍ତି, ବଂଶ, ପରିବାର ଇତ୍ୟାଦିର ଭାଟସ୍ତୁତି। ଇତିହାସକାରଙ୍କଠାରୁ ଚିତ୍ରକରମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କଠାରେ ନିରପେକ୍ଷତା ଏକ ପାସୋରି ଯାଇଥିବା ଗୁଣ ହୋଇଗଲାଣି। ଫଳରେ ଆମ ଗଣତନ୍ତ୍ର ମୁଷ୍ଟିମେୟ ବ୍ୟକ୍ତି ବିଶେଷଙ୍କ ନିମିତ୍ତ ଉତ୍ତମ ବ୍ୟବସାୟର କୌଳିକ କର୍ମ ପାଲଟି ଯାଇଛି କହିଲେ ଚଳେ ; ସେମାନଙ୍କର ଲାଭ ପ୍ରଚୁର, ଦେଶର କ୍ଷତି ପ୍ରଚୁର।
ଏହି ଭୁଶୁଡ଼ି ପଡ଼ୁଥିବା ପ୍ରଥାର ସଂସ୍କାର ଲୋଡ଼ା ଏବଂ ପରିବର୍ତ୍ତନ ଆମ ସମୟର ଆହ୍ୱାନ, ଏ କଥା ପ୍ରତ୍ୟେକ ସଚେତନ ନାଗରିକ ନିଶ୍ଚୟ ସ୍ୱୀକାର କରିବେ। ଏହି ପରିପ୍ରେକ୍ଷୀରେ ଆମ ନିର୍ବାଚନ ପଦ୍ଧତି ଏବଂ ସେଥିରୁ ଉଦ୍ଭବ ପରିଣତି ପ୍ରତି ସତର୍କ ଦୃଷ୍ଟିପାତ ସବୁଠାରୁ ଜରୁରୀ ମନେହୁଏ। ମଧ୍ୟମ ବର୍ଗ ଶିକ୍ଷିତ ଗୋଷ୍ଠୀ ଭୋଟଦାନ ପ୍ରତି ବୀତସ୍ପୃହ। ସେମାନେ ବିବେକବନ୍ତ ହୋଇପାରନ୍ତି କିନ୍ତୁ ସଂଖ୍ୟା ଦୃଷ୍ଟିରୁ ପରିଣତିକୁ ପ୍ରଭାବିତ କରିବାକୁ ହୁଏତ ସମର୍ଥ ନୁହନ୍ତି। ଭୋଟଦାନ ସମୟରେ ସେମାନଙ୍କର ଉଦାସୀନ ବିରତି ଗଣତନ୍ତ୍ର ପ୍ରତି ବିପତ୍ତିର କାରଣ ହୋଇପାରେ, ଗ୍ରାମୀଣ କ୍ଷେତ୍ରରୁ ସଂସଦ ଭବନ ଯାଏ। ପ୍ରତି ନିର୍ବାଚନରେ ଜାତୀୟସ୍ତରଠାରୁ ଆଞ୍ଚଳିକସ୍ତର ପର୍ଯ୍ୟନ୍ତ ସମୁଦାୟ ଖର୍ଚ୍ଚର ମିଶାଣ ଫର୍ଦ ପ୍ରସ୍ତୁତ କଲେ ଜଣାଯିବ ଯେତିକି ମାନବସମ୍ବଳ, ସମୟ, ଦେଶର ସମ୍ପଦ ସତ୍ – ଅସତ ଉପାୟରେ ଖର୍ଚ୍ଚ ହୁଏ, ପରିମାଣ ହିସାବରେ ତାହା ଦେଶର ଯୋଜନା କ୍ଷେତ୍ରର ବ୍ୟୟ ପରିମାଣଠାରୁ ହୁଏତ ଅଧିକ ହୋଇପାରେ। ଏହା କାହାରିକୁ ଅଜଣା ନାହିଁ ଯେ, ବିଜୟଲାଭ ନିମିତ୍ତ ସବୁବର୍ଗର ପ୍ରାର୍ଥୀ ଅସହାୟ, ନିରୁପାୟ ଜନତାର ଭୋଟ ହାସଲ କରିବା ଲାଗି ସେମାନଙ୍କର ମନୋରଞ୍ଜନ, ମାନଭଞ୍ଜନ ଠାରୁ ସେମାନଙ୍କୁ ହିଂସା ଆଚରଣ ମାଧ୍ୟମରେ ଭୟଭୀତ କରିବା ପର୍ଯ୍ୟନ୍ତ ସବୁ ସୂତ୍ର ପ୍ରୟୋଗ କରିଥାନ୍ତି। ଅବକାରୀ ପାନୀୟ ସଂଯୁକ୍ତ ଭୋଜନର ବ୍ୟବସ୍ଥାଟି ଆଜି ଅତ୍ୟନ୍ତ ମାମୁଲି ଉପଚାର ହୋଇ ଗଲାଣି। ଯାହା ହାତରେ ଡମ୍ବରୁ ଅଥବା ଚଣା ପୁଡ଼ିଆ ରହିବ ସେ ହିଁ କେବଳ ମାଙ୍କଡ଼ ନଚାଇ ପାରିବାକୁ ସମର୍ଥ – ଏହା ହିଁ ସାଧାରଣରେ ବିଶ୍ୱାସ କରାଯାଉଛି। ବିଚାର କଲେ ବୁଝି ହେବ ଯେ କତିପୟ ସମର୍ପିତ ବ୍ୟକ୍ତିଙ୍କୁ ବାଦଦେଲେ ବିଜୟୀପ୍ରାର୍ଥୀ ଏବଂ ବିଜିତ ପ୍ରାର୍ଥୀମାନଙ୍କର ମଧ୍ୟରେ ଗୁଣାତ୍ମକ ଦୃଷ୍ଟିରୁ, ମୂଲ୍ୟବୋଧ ଭିତ୍ତିରେ, କୌଣସି ବିଶେଷ ତାରତମ୍ୟ ଦୃଷ୍ଟି ଗୋଚର ହେବ ନାହିଁ। ପୁନଶ୍ଚ ରାଜନୈତିକ ଦଳ , ଯେଉଁ ଦଳମାନଙ୍କରେ ଆଭ୍ୟନ୍ତରୀଣ ଗଣତାନ୍ତ୍ରିକ ବ୍ୟବସ୍ଥା ନାହିଁ, ଯେପରି ୧୧୪୦ ବର୍ଷୀୟ ସବୁଠାରୁ ପୁରୁଣା ଦଳ ବୋଲି ଢୋଲ ବଜାଇ ଗାନ୍ଧୀ ସଙ୍କୀର୍ତ୍ତନ କରାଯାଇ ଆସୁଛି , ସେହି ଦଳ ନେହେରୁ ପରିବାର, ଯାହାକୁ ଗାନ୍ଧୀ ପରିବାର ବୋଲି ଭୁଲ୍ ରେ କରା ଯାଇ ଆସୁଛି , ସେହି ପରିବାର ର ବିନା ନେତୃତ୍ବ ରେ ଦଳର ସ୍ଥିତି ନାହିଁ , ଏପରିକି ଅନେକ ଆଞ୍ଚଳିକ ଦଳ ଗୋଟିଏ ଗୋଟିଏ ପ୍ରାଇଭେଟ୍ କମ୍ପାନୀରେ ପରିଣତ , ଜଣେ ତା'ର ମଙ୍ଗୁଆଳ ତ ଅନେକ କ୍ୟାବିନ ପକାଙ୍କ ସମେତ ବିଭିନ୍ନ ଦଳମାନଙ୍କ ମଧ୍ୟରେ ଦଳୀୟ ମୂଲ୍ୟବୋଧର ପ୍ରକାର, ପଦ୍ଧତି ବିଶ୍ଳେଷଣ କଲେ ମନେ ହେବ ପ୍ରାର୍ଥୀମାନଙ୍କର ଭୋଟ ଦାବି କରିବାର କୌଣସି ବିଶେଷ କାରଣ/ଅଧିକାର ମଧ୍ୟ ନଥାଇପାରେ। କେବଳ କ୍ଷମତା ମାଧ୍ୟମରେ ଆପଣାର ସ୍ୱାର୍ଥ ହାସଲ , ଏହା ହିଁ ରଙ୍ଗବେରଙ୍ଗର ‘ଦେଶସେବା’ ମୁଖା ପିନ୍ଧିଥିବା ନେତା ଓ ଦଳମାନଙ୍କର ଏକ ଓ ଅପରିବର୍ତ୍ତନୀୟ ଲକ୍ଷ୍ୟ। ଗଣତନ୍ତ୍ରର ସଫଳ ପ୍ରୟୋଗ ଓ ପ୍ରଚଳନ ନିମିତ୍ତ ବହୁ ପରୀକ୍ଷା ନିରୀକ୍ଷା କରାଯାଇଛି। ଯେପରି କି ବିଲାତ ଓ ଆମେରିକାରେ ଦୁଇ ଭିନ୍ନଧାରାର ପ୍ରବର୍ତ୍ତନ, ଭୋଟଦାନର ବୟସରେ ପରିବର୍ତ୍ତନ ଆଣିବା ଏବଂ ସମସ୍ତଙ୍କୁ ବିବିଧତା ନିର୍ବିଶେଷରେ ଭୋଟଦାନର ସମାନ ଅଧିକାର ପ୍ରଦାନ ଇତ୍ୟାଦି; କିନ୍ତୁ ଏ ପର୍ଯ୍ୟନ୍ତ ଏତେ ବର୍ଷ ପରେ ଆମକୁ କ’ଣ ମିଳିଛି ?
ଅର୍ଥ, ଶ୍ରମ, ଶକ୍ତିର ପ୍ରଭୂତ ଅପଚୟ ଘଟିଛି। ସାମାଜିକ ବ୍ୟକ୍ତିଗତ ସ୍ତରରେ, ଜାତୀୟ ଜୀବନରେ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ସମ୍ପ୍ରଦାୟ, ପ୍ରାନ୍ତ ଆଳରେ ବହୁ ବିଭାଜନର ଫାଟ ସୃଷ୍ଟି ହୋଇଛି। ଅସୂୟା ଓ ହିଂସା ଭାବର ବିସ୍ଫୋରଣ ତିକ୍ତତା ଓ ରକ୍ତପାତ ବଢ଼଼ାଇଛି। ଜାତୀୟ ଏକତା, ସମନ୍ୱୟ, ସଂହତିର ଅବକ୍ଷୟ ସହ ପ୍ରଦୂଷଣରେ ବୃଦ୍ଧି ଏବଂ ଉତ୍ପାଦନ ହ୍ରାସ ଆମ ଜନଜୀବନରେ ଉନ୍ନତି, ପ୍ରଗତିକୁ ବ୍ୟାହତ କରିଛି। ପ୍ରାର୍ଥୀମାନଙ୍କ ମଧ୍ୟରେ ଆଦର୍ଶଗତ ପାର୍ଥକ୍ୟ ନଥିବା ଦୃଷ୍ଟିରୁ ମନେହୁଏ ଯେପରି, ନିର୍ବାଚନ ମାଧ୍ୟମରେ ମେଣ୍ଢାମାନେ ସ୍ଥିର କରନ୍ତି, ସେମାନଙ୍କୁ କେଉଁ ଜନ୍ତୁଟି ଭକ୍ଷଣ କରିବ। ରାଜନୀତି ବିଜ୍ଞାନ ବିଷୟରେ ଜାଣିଥିବା ପ୍ରତ୍ୟେକ ବ୍ୟକ୍ତି ଗଣତନ୍ତ୍ରର ନାନାଦି ବ୍ୟାଖ୍ୟା କରିପାରେ। ତେବେ ଦେଶର ଏକ ସାଧାରଣ ଜନତା ଲାଗି ଗଣତନ୍ତ୍ର ଏକ ବ୍ୟାଖ୍ୟାର ବିଷୟବସ୍ତୁ ନୁହେଁ ବରଂ ଅନୁଭବର ବିଷୟ। ଭାରତର ଜନତା ଗଣତନ୍ତ୍ରକୁ ଅନୁଭବ କରନ୍ତି ଅଗଷ୍ଟ ୧୫ ସ୍ବାଧୀନତା ଦିବସ ଦିନ ଏବଂ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ। ଏହି ଦିନ ଦେଶର ଗଣତନ୍ତ୍ରରେ ରଙ୍ଗଲାଗେ, ଗଗନପବନ ମୁଖରିତ ହୁଏ ଗଣତନ୍ତ୍ରର ଜୟଗାନରେ। ନେତାମାନେ ବହୁପରିମାଣରେ ବିନମ୍ର ଦିଶନ୍ତି। ତ୍ରିରଙ୍ଗା ଫରଫର ଉଡ଼େ ସର୍ବତ୍ର। ହେଲେ ଠିକ୍ ପରଦିନ ଯେଉଁକଥାକୁ ସେଇକଥା। ଦେଶର ଗଣଟିଏ ଖୋଜିବାକୁ ଲାଗେ କେଉଁଠି ଅଛି ତା’ର ଶାସନ। ଅନୁଭବ କରିବାକୁ ସେ ଅସମର୍ଥ ହୁଏ ଯେ ଏ ଦେଶରେ ତା’ର କିଛି ମୂଲ୍ୟ ଅଛି ! ଦେଶରେ ସରକାର ଗଣତନ୍ତ୍ର କହିଲେ କେବଳ ନିର୍ବାଚନକୁ ବୁଝନ୍ତି। ନିର୍ବାଚନରେ ଜିତି କ୍ଷମତାକୁ ଆସିବା ପରେ ପୁଣି ପରବର୍ତ୍ତୀ ନିର୍ବାଚନ କେମିତି ଜିତିବେ, ଶାସନ ଡୋରିକୁ ନିଜ ହାତରେ ସବୁଦିନ ଲାଗି ରଖିପାରିବେ ସେଇ ଚିନ୍ତାରେ ରୁହନ୍ତି ଓ ସେଇ ଅନୁଯାୟୀ ଯୋଜନା କରିଚାଲନ୍ତି। ଏହି ପରିପ୍ରେକ୍ଷୀରେ ଜଣେ ଲୋକପ୍ରତିନିଧିର ଗୁରୁଦାୟିତ୍ୱ ରହିଛି। ଜଣେ ନେତା ହେବାର ଅର୍ଥ କେବଳ ବିଧାୟକଟିଏ , ସାଂସଦଟିଏ ବା ମନ୍ତ୍ରୀଟିଏ ହେବା ନୁହେଁ। ଜଣେ ବ୍ୟକ୍ତି ଯଦି ବାସ୍ତବରେ ଲୋକମାନଙ୍କର ପ୍ରତିନିଧି ହେବାକୁ ଚାହୁଁଥାନ୍ତି ତେବେ ସେ ସବୁବେଳେ ଲୋକମାନଙ୍କର ହିତ ସମ୍ବନ୍ଧରେ ଚିନ୍ତା କରିବା ଆବଶ୍ୟକ। ନିଜ ଅଞ୍ଚଳର ଲୋକେ ତାକୁ ଭୋଟ ଦେଇ ବିଧାୟକ ଅଥବା ସାଂସଦ କରି ନ ପାରନ୍ତି, ମାତ୍ର ମନରେ ଯଦି ଲୋକଙ୍କ ସେବା କରିବାକୁ ଇଚ୍ଛା ଥାଏ ତେବେ ଲୋକଙ୍କ ଲାଗି ସେ କିନ୍ତୁ ସ୍ଥିରମନସ୍କ ହୋଇ କାର୍ଯ୍ୟ କରିବା ଉଚିତ। ନିର୍ବାଚନ ସମୟରେ ପ୍ରାର୍ଥୀମାନେ ଯେମିତି ପରିଶ୍ରମ କରି ନିର୍ବାଚନମଣ୍ଡଳୀର ପ୍ରତ୍ୟେକ ଗଳିକନ୍ଦି ବୁଲନ୍ତି ସେ ଅଭ୍ୟାସ ଜାରି ରହିବା ଦରକାର। ଏହାଫଳରେ ନିଜ ଲୋକମାନଙ୍କର ବାସ୍ତବ ସମସ୍ୟା ସମ୍ବନ୍ଧରେ ପ୍ରତ୍ୟକ୍ଷ ତଥ୍ୟ ଓ ଅନୁଭୂତି ସବୁବେଳେ ସେମାନଙ୍କ ପାଖରେ ରହିବ। ମାତ୍ର ଦୁଃଖର କଥା ଏ ଦେଶରେ ତାହା ହୁଏନା। ନିର୍ବାଚନ ପରେ ନେତା ରାଜଧାନୀବାସୀ ହୋଇଯାଆନ୍ତି। ଧାରଣା, ପ୍ରତିବାଦ ଆଦି ନିମନ୍ତେ ସାଧାରଣ ଜନତାଙ୍କୁ ରାଜଧାନୀ ରାଜରାସ୍ତାକୁ ବୁହାଯାଏ। ସାଧାରଣ ଜନତା ନେତାଙ୍କ କ୍ୱାର୍ଟର ଦୁଆରମୁହଁରେ ଯୋଡ଼ହସ୍ତ ହୋଇ ଛିଡ଼ା ହୁଅନ୍ତି। ଗଣତନ୍ତ୍ରର ମାଲିକ ପୁଣି ଗୁହାରିଆ ବନିଯାଏ ପରବର୍ତ୍ତୀ ନିର୍ବାଚନ ପର୍ଯ୍ୟନ୍ତ।
କିଏ ମହାନ୍ ?
-----
ପାଶ୍ଚାତ୍ୟ ଭେଷଜ ବିଜ୍ଞାନୀ, ବୈଜ୍ଞାନିକ, ପଣ୍ଡିତ ମାନଙ୍କ ଶହଶହ ବର୍ଷ ପୂର୍ବରୁ ଓଡ଼ିଆ ସାଧକ ମାନେ ଯାହା ଯାହା ସବୁ ଦେଇ ଯାଇଛନ୍ତି, ତାହା ଅନାଲୋଚିତ, କାରଣ ଆମେ ଦାୟାଦମାନେ ବିଦେଶୀ ଶାସନରେ ଶହଶହ ବର୍ଷ ଗୋଲାମ ହୋଇ ସ୍ବାଭିମାନର ସଂଜ୍ଞା ଭୁଲି, ଯାହା ବିଦେଶୀ ତାହା ବହୁତ ଭଲ ବୋଲି ଗର୍ଵର ସହିତ କହିଥାଏ, ତାଙ୍କ ଭାଷା ସାହିତ୍ୟ ସଂସ୍କୃତି ଓ ପରମ୍ପରାକୁ ସେମାନଙ୍କ ଅପେକ୍ଷା ଅଧିକ ଆନୁଗତ୍ୟ ପ୍ରକାଶ ପୂର୍ବକ ପାଳନ କରିଥାଏ । ତାହା ହିଁ ଲର୍ଡ ମ୍ୟାକନିଲ୍ କରିଯାଇଛନ୍ତି । ଗତ ବର୍ଷ , ଠିକ୍ ଏହି ସମୟରେ ରାତ୍ରି କାଳୀନ ଅବରୋଧ ( ନାଇଟ କର୍ଫ୍ୟୁ) ଲାଗି ନଥିଲେ ଏହାର ଭୟଙ୍କର ଗଭୀରତାକୁ ଦେଖି ପାରି ନଥାନ୍ତେ । ହଜାର ହଜାର ଉଦାହରଣୀୟ ତଥ୍ୟ ଥିଲା ବେଳେ ଆଜି ମହାପୁରୁଷ ଯଶୋବନ୍ତ ଦାସଙ୍କ ର ଗୋଟିଏ ସୃଷ୍ଟି , ଯାହା ଉନବିଂଶ ଶତାବ୍ଦୀରେ ନୋବେଲ ପୁରସ୍କାର ବିଜେତା ଭେଷଜ ବିଶାରଦ ବିଶ୍ବକୁ ଜଣାଇଥିଲେ ବୋଲି ପ୍ରଚାରିତ, ସାବ୍ୟସ୍ତ, ତାହା ଯେ ଛଅ ଶହ ବର୍ଷ ତଳୁ ଓଡ଼ିଆ ସନ୍ଥ କରିଯାଇଛନ୍ତି, ତାହାକୁ ଏଠାରେ ଉପସ୍ଥାପନ କରି ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛୁ । "ବଡ଼ ମାୟାବୀ ଜୀବ ନୋହେ କାହାରି "
" ବଡ଼ ମାୟାବୀ ଜୀବ ନୋହେ କାହାରି
ଦିନେ ନ ଭଜୁ ରାମ କୃଷ୍ଣ ଶ୍ରୀହରି ।।
ଯେତେବେଳେ ମାତା ଗର୍ଭେ ହେଲୁ ସଞ୍ଚାର
ଅଣାକାର ଭୂମି ସେ ଯେ ନାହିଁ ଆକାର ।
ପ୍ରଥମ ମାସେ ତୁ ଯେ ହେଲୁ ଧବଳ ବର୍ଣ୍ଣ
ଦ୍ବିତୀୟ ମାସେ ତୁ ଯେ ଜଳେ ଯେସନେ ମୀନ
ତୃତୀୟ ମାସେ ତୁ ଯେ ଶୂନ୍ୟେ ମେଳିଲୁ ଡାଳ
ଚତୁର୍ଥେ ଅସ୍ଥି ଖଞ୍ଜା ତୋହରି । ବଡ଼ ...
ପଞ୍ଚମେ ନାଭି କମଳ କଲା ଭିଆଣ
ଷଷ୍ଠରେ ଵାସ୍ତରୀ ନାଡ଼ି ଖଞ୍ଜିଲା ଜାଣ।
ସପ୍ତମେ ନାସା ଜିହ୍ୱା ଆବର ମୁଖ କର୍ଣ୍ଣ
ଚକ୍ଷୁ ଭ୍ରୁଲତା କାମ କମାଣରେ ନିର୍ମାଣ
ଗଙ୍ଗା ଯମୁନା ନଦୀ ଵହଇ ଅନୁକ୍ଷଣ
ଆପେ ମନକୁ କଲା ବିଚାରି ।
ଅଷ୍ଟମେ ଅଙ୍ଗୁଷ୍ଠି ହସ୍ତ ପାଦ ଖଞ୍ଜିଲା
ନଵମାସେ ଚମଡାକୁ ଢାଙ୍କୁଣି ଦେଲା
ଦଶ ମାସରେ ଶେଷ କଲା ହୋଇ ହରଷ
ସ୍ତୁତି ଯେ କଲୁ ତୁହି ଭୋ ଦେବ ନନ୍ଦ ଶିଷ୍ୟ
ଯଦି ମର୍ତ୍ତ୍ୟମଣ୍ଡଳେ ମୁହିଁ କରିବି ଵାସ
ତୋ ନାମ ଗାଉଥିବି ସୁମରି।
ଯେଉଁ ବିନ୍ଧାଣି ତୋତେ ଟି କଲା ନିର୍ମାଣ
ସେହି ତୋ ଦେହେ ରହିଲା ଏହା ତୁ ଜାଣ,
ରଖିଣ ଦଶବାଟ ଲଗାଇଲା କବାଟ
ସୁଷୁମନା ଦୁଆରେ ରହିଲେ ନନ୍ଦ ଚାଟ
ଯେବେ ପାଇବୁ ଭେଟ ମାୟା କୁ ତୁହି କାଟ
ଗୁରୁ ସେଵିଣ ଦେଖ ଶ୍ରୀହରି । ବଡ଼ ମାୟାବୀ....
ଜନମ ହୋଇ ପଡିଲୁ ମର୍ତ୍ତ୍ୟ ମଣ୍ଡଳ
କୁଆଁ ବୋଲନ୍ତେଣ ସବୁ ଗଲା ପାଶୋର ।
ଅନ୍ତୁଡିଶାଳେ ରହି ହରି ଭଜିଲୁ ନାହିଁ
ପାଞ୍ଚ ଵରଷ ଗଲା ବାଳ ଭାବରେ ବହି
ଦଶ ଵରଷେ ଧୂଳି ଘର ଖେଳିଲୁ ତୁହି,
ଵାର ବରଷେ ବସ୍ତ୍ର ପିନ୍ଧୁ ହରଷ ହୋଇ
ତେବେ ନ ଵୋଲୁ ମୁଖେ ଶ୍ରୀହରି । ବଡ଼...
ପାଠକ ମାନଙ୍କୁ ମହାତ୍ମା ଯଶୋବନ୍ତ ଦାସ ଙ୍କ ସହିତ ପରିଚୟ କରାଇବାକୁ ହେଲେ ଆମକୁ୫୩୪ ବର୍ଷ ତଳକୁ ଯିବାକୁ ହେବ ।
ପନ୍ଦର ଵରଷେ ହେଲୁ ଅମରମତା
କୋଡ଼ିଏ ଵରଷେ କଲୁ କାମିନୀ ଚିନ୍ତା ।
କାମିନୀ ସଙ୍ଗେ ରହି ଦିନ ହରିଲୁ ତୁହି
ସେ ରୂପେ ଗଲା ତୋର ଯୁବା ଵୟସ ବହି
ହରି କଥା କୁ ଦିନେ ମନେ ନ କଲୁ ତୁହି
ହେଵୁ କେମନ୍ତେ ଏ ଭବୁ ପାରି । ବଡ଼
ବୃଦ୍ଧ ଵୟସ ଏବେ ହେଲା ତୋହରି
ଅବଶ୍ୟ ଦେଖିବୁ ଥରେ ଶମନ ପୁରୀ,
କହଇ ଯଶୋବନ୍ତ ଗୁରୁ ଙ୍କ ସେବା କର
ସେ ନାମ ଧରି ହୃଦେ ଭବୁ ହୋଇବୁ ପାର
ପୂର୍ବ -ଜନ୍ମ କଳୁଷ ଚିତ୍ତ ରୁ ହେବ ଦୂର
ବସିବୁ ବଇକୁଣ୍ଠ ଆବୋରି । ବଡ଼ ମାୟାବୀ...
ମହାତ୍ମା ଯଶୋବନ୍ତ ଙ୍କ ସହିତ ଆଜିର ପିଢ଼ି ଙ୍କୁ ପରିଚୟ କରାଇବାକୁ ହେଲେ ଆମକୁ ୫୩୪ ବର୍ଷ ତଳକୁ ଫେରିବାକୁ ହେବ । ଅଚ୍ୟୁତାନନ୍ଦଙ୍କ 'ଉଦୟ କାହାଣୀ' ଅନୁସାରେ ଜଗନ୍ନାଥ ଦାସ ଓ ଯଶୋବନ୍ତ ଦାସ ଏକା ବର୍ଷରେ ଜନ୍ମଗ୍ରହଣ କରିଥିଲେ । ବଳରାମ ଦାସ ଏହି ଉଭୟଙ୍କଠୁଁ ଚାରିବର୍ଷ ବଡ଼ । ଏଣୁ 'ଉଦୟ କାହାଣୀ' ଅନୁସାରେ ଯଶୋବନ୍ତ ଖ୍ରୀଷ୍ଟାବ୍ଦ ୧୪୮୭ରେ ଜନ୍ମଗ୍ରହଣ କରିଥିଲେ ବୋଲି ଧରାଯାଏ । କଟକ ଜିଲ୍ଲା ଅନ୍ତର୍ଗତ ଜଗତସିଂହପୁର ନିକଟସ୍ଥ ଅଢ଼ଙ୍ଗଗଡ଼ ଅନ୍ତର୍ଗତ ନନ୍ଦୀଗ୍ରାମରେ ଯଶୋବନ୍ତ ଜନ୍ମଲାଭ କରିଥିଲେ । ତାଙ୍କ ପିତାଙ୍କ ନାମ ଜଗୁ ମଲ୍ଲିକ ଓ ମାତାଙ୍କ ନାମ ରେଖାଦେବୀ । ଯଶୋବନ୍ତ ଦାସ ନିଜ ବା ନିଜ ପରିବାର ବିଷୟରେ କୌଣସି ସନ୍ତୋଷଜନକ ପରିଚୟ ନିଜ ଗ୍ରନ୍ଥମାନଙ୍କରେ ଦେଇନାହାନ୍ତି ।
ଚନ୍ଦ୍ର ବଂଶରେ ଜାତ ଯଶୋବନ୍ତ ।
କ୍ଷତ୍ରିୟ କୁଳ ସେ କଲେ ପବିତ୍ର ।।
—ଅବତାର ମାଳିକା
ସେ ମହାନାୟକ ବା କ୍ଷତ୍ରିୟ ଥିଲେ ବୋଲି କେତେକଙ୍କ ମତ ରହିଛି । ଅନ୍ୟମତେ ସେ କୃଷକ ପରିବାରରେ ଜନ୍ମଲାଭ କରିଥିଲେ । ଯଶୋବନ୍ତଙ୍କ ପିତା ମାତା ବହୁତ ଧର୍ମ ପରାୟଣ ଥିଲେ । ଯଶୋବନ୍ତଙ୍କ ଉପରେ ସେମାନଙ୍କ ଗଭୀର ପ୍ରଭାବ ପଡ଼ିଥିଲା । ଏଣୁ ସେ ଧର୍ମ ପ୍ରତି ଆକୃଷ୍ଟ ହୋଇଥିଲେ ।ସୁଦର୍ଶନ ଦାସଙ୍କ ଲିଖିତ 'ଯଶୋବନ୍ତ ଦାସଙ୍କ ଚଉରାଶି ଆଜ୍ଞା' ନାମକ ଗ୍ରନ୍ଥରେ ଯଶୋବନ୍ତଙ୍କ ବାଲ୍ୟ ଜୀବନର ବର୍ଣ୍ଣନା ରହିଛି । ସୁଦର୍ଶନ ଦାସ ଯଶୋବନ୍ତଙ୍କ ନିଜ ଶିଷ୍ୟ ଥିଲେ । ଏହି ଗ୍ରନ୍ଥରେ ଯଶୋବନ୍ତଙ୍କ ବିଷୟରେ ବହୁ ବିସ୍ମୟକାରୀ କିମ୍ବଦନ୍ତୀ ରହିଛି ।ଯଶୋବନ୍ତଙ୍କ ପିତା ଜଣେ ଦରିଦ୍ର ବ୍ୟକ୍ତି ଥିଲେ । ଦାରିଦ୍ର୍ୟ ଯୋଗୁଁ ସେ ବାଧ୍ୟ ହୋଇ ଥରେ ଧାନ ଚୋରି କରିଥିଲେ । ଚୋରି କଲାବେଳେ ଅଢ଼ଙ୍ଗଗଡ଼ର ସାମନ୍ତରାଜା ରଘୁରାମ ଚ଼ମ୍ପପତି ରାୟ ତାଙ୍କୁ ଦେଖିଦେଇଥିଲେ । ରଘୁରାମ ଚୋରକୁ ଦଣ୍ଡ ଦିଆଯାଉ ବୋଲି ଆଜ୍ଞା କରିବାରୁ ଯଶୋବନ୍ତ ଜଗନ୍ନାଥଙ୍କୁ ଆକୁଳ ହୋଇ ବିନତି କଲେ । ଜଗନ୍ନାଥ ତାଙ୍କ ଡାକ ଶୁଣି ଯଶୋବନ୍ତଙ୍କ ଶରୀରରେ ପ୍ରକାଶିତ ହେଲେ । ଏହି ଦୃଶ୍ୟକୁ ରଘୁରାମ ହିଁ ଦେଖିପାରିଥିଲେ । ଏହା ଦେଖିଲାପରେ ରଘୁରାମ ଓ ତାଙ୍କ ସ୍ତ୍ରୀ ତିଳୋତ୍ତମା ଯଶୋବନ୍ତଙ୍କ ଶିଷ୍ୟ ହୋଇଗଲେ ।ଏହି କିମ୍ବଦନ୍ତୀ ଭଳି ଅନ୍ୟ ଏକ କଥା ମଧ୍ୟ ଶୁଣାଯାଏ ,
ବାରବର୍ଷ ବୟସରୁ ଯଶୋବନ୍ତ ସଂସାର ପ୍ରତି ଉଦାସୀନ ହୋଇପଡ଼ିଥିଲେ । ଏହା ପରେ ସେ ବହୁତ ବର୍ଷ ତୀର୍ଥ ପର୍ଯ୍ୟଟନରେ ଅତିବାହିତ କରିଥିଲେ । ସେ ବୈଷ୍ଣବ ଧର୍ମରେ ଦୀକ୍ଷିତ ହେବା ପରେ 'ଦାସ' ଉପାଧି ଗ୍ରହଣ କରିଥିଲେ । କୁହାଯାଏ ଯେ ଯଶୋବନ୍ତ ଚୈତନ୍ୟ ଦେବଙ୍କ ସଂକୀର୍ତ୍ତନ ମଣ୍ଡଳୀଦ୍ୱାରା ପ୍ରଭାବିତ ହୋଇ ଖ୍ରୀଷ୍ଟାବ୍ଦ ୧୫୦୯ରେ ପୁରୀ ଆସିଥିଲେ । ସହଓଡ଼ିଶାରେ ଚୈତନ୍ୟ ଦେବଙ୍କ ଅବସ୍ଥାନ ସମୟରେ ଯଶୋବନ୍ତ ତାଙ୍କ ସଂସ୍ପର୍ଶରେ ଆସିଥିଲେ । ପୁରୀରେ ସେ ଦୀକ୍ଷା ନେଇଥିଲେ । ଦୀକ୍ଷା ନେଇ ନିଜ ଗ୍ରାମ ଅଢ଼ଙ୍ଗକୁ ଫେରିଆସିଥିଲେ ।ସେତେବେଳେ ଅଢ଼ଙ୍ଗଗଡ଼ର ସାମନ୍ତ ରାଜା ଥିଲେ ରଘୁରାମ ଚମ୍ପପତି ରାୟ । ରଘୁରାମଙ୍କ ଭଗିନୀ ଅଞ୍ଜନା ଦେବୀଙ୍କ ସହ ଯଶୋବନ୍ତଙ୍କ ବିବାହ ହୋଇଥିଲା । କେତେକଙ୍କ ମତରେ ସଂସାର ପ୍ରତି ଯଶୋବନ୍ତଙ୍କ ବୀତସ୍ପୃହତା ଦେଖି ତାଙ୍କ ବାପା ମା ତାଙ୍କୁ ବିବାହିତ କରିଥିଲେ । ରଘୁରାମ ଯଶୋବନ୍ତଙ୍କ ପାଇଁ ଗୋଟିଏ ସୁନ୍ଦର ମଠ ନିର୍ମାଣ କରି ମଠର ପରିଚାଳନା ନିମନ୍ତେ ବହୁ ସମ୍ପତ୍ତି ଖଞ୍ଜିଥିଲେ । ଏ ମଠ ବର୍ତ୍ତମାନ ସୁଦ୍ଧା ଯଶୋବନ୍ତ ଦାସଙ୍କ ଉତ୍ତରାଧିକାରୀମାନଙ୍କଦ୍ୱାରା ପରିଚାଳିତ ହୋଇ ଆସୁଛି ।କିମ୍ବଦନ୍ତୀ କୁହେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଯଶୋବନ୍ତ ଦାସଙ୍କର ୭୫୦ ଶିଷ୍ୟ ଥିଲେ ବୋଲି ଶୁଣାଯାଏ । ଯଶୋବନ୍ତ ଜଣେ ସିଦ୍ଧ ବୈଷ୍ଣବ ଥିଲେ । ଏଣୁ ଯଶୋବନ୍ତଙ୍କ ଜୀବନ ସମ୍ବନ୍ଧରେ ବହୁ କିମ୍ବଦନ୍ତୀ ଶୁଣାଯାଏ । ତନ୍ମଧ୍ୟରେ ବ୍ରହ୍ମରାକ୍ଷସ ଓ ବାବନାଭୂତ ପ୍ରସଙ୍ଗ କୁ ଉପଜିଵ୍ୟ କରି ଜନଶ୍ରୁତିରୁ ଶୁଣାଯାଏ ଯେ ଥରେ ଯଶୋବନ୍ତ କେତେକ ଶିଷ୍ୟଙ୍କ ସହିତ ପୁରୀ ଅଭିମୁଖରେ ଯାତ୍ରା କରୁଥିଲେ । ପଥ ମଧ୍ୟରେ ଏକ ବ୍ରହ୍ମରାକ୍ଷସ ସହ ସେମାନଙ୍କ ଭେଟ ହେଲା । ବ୍ରହ୍ମରାକ୍ଷସ ତାହାର ପୈଶାଚିକୀ ଲୀଳା ସାଧନା କରିବାକୁ ଗଲାବେଳେ ଯଶୋବନ୍ତ ନିଜ ଯୋଗ ପ୍ରଭାବରେ ଆଶାବାଡ଼ିରେ ତାହାକୁ ପଥ ଦେଖାଇ ଆଗେ ଆଗେ ଚାଲିବାକୁ ଉପଦେଶ ଦେଲେ । ଏହା ପରେ ରାକ୍ଷସ ଆଉ କୌଣସି ଅତ୍ୟାଚାରର ପ୍ରଚେଷ୍ଟା ନ କରି ଶାନ୍ତ ଶିଷ୍ଟ ଭାବରେ ଚାଲିଲା । ବ୍ରହ୍ମରାକ୍ଷସ ଆସୁଥିବାର ଜାଣି ଜନସାଧାରଣ ଘର ଛାଡ଼ି ଚାରିଆଡ଼େ ଧାଇଁବାକୁ ଲାଗିଲେ । ଅଳ୍ପକାଳ ମଧ୍ୟରେ ଏ ଖବର ତତ୍କାଳୀନ ରାଜା ପ୍ରତାପରୁଦ୍ର ଦେବଙ୍କ ପାଖକୁ ପହଞ୍ଚିଲା । ରାଜା ଯଶୋବନ୍ତଙ୍କ ଦେଖି ବିସ୍ମିତ ହେଲେ ଓ ତାଙ୍କ ଅଭ୍ୟର୍ଥନା ଲାଗି ଅଠରନଳା ପାଖରେ ଆସିକି ନିଜେ ଘଟଣାଟିକୁ ଦେଖିଲେ । ଅଭର୍ଥନା ଶେଷରେ ଯଶୋବନ୍ତଙ୍କ ଅନୁରୋଧ କ୍ରମେ ରାଜା ରାକ୍ଷସଟିକୁ ଜଗନ୍ନାଥଙ୍କ ଗୁଣ୍ଡିଚା ବାଡ଼ିର ରକ୍ଷଣାବେକ୍ଷଣ ଭାର ପ୍ରଦାନ କଲେ । ସେହିଦିନଠାରୁ ସେ ରାକ୍ଷସଟି ସେଠାରେ ବାବନାଭୂତ ନାମ ଧାରଣ କରି ପୂଜା ପାଇ ଆସୁଅଛି ।ଧାନଶିଁଷାରୁ 'ରାମ ରାମ' ଶବ୍ଦ ସମ୍ପର୍କରେ ଏକ କିମ୍ବଦନ୍ତୀ ରହିଛି ଯେ ଯଶୋବନ୍ତ କେତେକ କାଳ ରଘୁରାମଙ୍କ ଅଧୀନରେ ଗ୍ରାମ କଟୁଆଳ କାର୍ଯ୍ୟ ଗ୍ରହଣ କରିଥିଲେ । ସେହି ସମୟରେ ଥରେ ଦେଶରେ ଶସ୍ୟହାନି ଘଟି ଭୀଷଣ ଦୁର୍ଭିକ୍ଷ ହୋଇଥିଲା । ଏକଦା ତାଙ୍କର ସ୍ତ୍ରୀ ପାୟସାନ୍ନ ଭୋଜନ କରିବାକୁ ଇଚ୍ଛା କରିବାରୁ ଯଶୋବନ୍ତ ଗ୍ରାମବାସୀ ଜନୈକ କୃଷକର ଧାନ କିଆରୀରେ ପଶି ଧାନ ଚୋରି କଲେ । ପାଚିଲା ଧାନ ଛିଣ୍ଡାଇଲା ବେଳେ ସେ ଶୁଣିଲେ ଯେ ପ୍ରତ୍ୟେକ ଧାନଶିଁଷା ସତେ ଯେପରି ବିକଳରେ 'ରାମ ରାମ' ଡାକୁଅଛି । ସେହି ଶବ୍ଦରେ କୃଷକ ଜାଗ୍ରତ ହୋଇ ଯଶୋବନ୍ତଙ୍କୁ ଧରିଲା ଓ ରାଜକୀୟ ବିଚାରାଳୟକୁ ନେଲା । ସେଠାରେ ରାଜା ସମସ୍ତ ବୃତ୍ତାନ୍ତ ଶୁଣି ଯଶୋବନ୍ତଙ୍କୁ ଦୋଷୀ ବୋଲି ଗ୍ରହଣ କରି ଦୋଷ ଅନୁସାରେ ଦଣ୍ଡବିଧାନ କରିଥିଲେ ।
ସୁଦର୍ଶନ ଦାସଙ୍କ ରଚିତ ଗ୍ରନ୍ଥ 'ଯଶୋବନ୍ତ ଦାସଙ୍କ ଚଉରାଶି ଆଜ୍ଞା'ରେ ଲିଖିତ ଅଛି ଯେ ଥରେ ଯବନ କବି ସାଲବେଗ ବୈଷ୍ଣବ ଦୀକ୍ଷିତ ହୋଇସାରିବା ପରେ ଯଶୋବନ୍ତଙ୍କ ଶକ୍ତି ବିଷୟରେ ଶୁଣିଲେ ଓ ତାଙ୍କୁ ପରୀକ୍ଷା କରିବା ପାଇଁ ଚାହିଁଲେ । ତାଙ୍କ ପରୀକ୍ଷାରେ ଯଶୋବନ୍ତ ଉତ୍ତୀର୍ଣ୍ଣ ହେବାରୁ ସେ ତାଙ୍କ ପାଦଧୂଳି ଗ୍ରହଣ କରିଥିଲେ । ଏହି ସାଲବେଗ ଗୌଡ଼ୀୟ ସାଲବେଗଙ୍କ ଠାରୁ ଅଲଗା ବୋଲି ପ୍ରତୀୟମାନ ହୁଏ, ଯେହେତୁ ଗୌଡ଼ୀୟ ସାଲବେଗ ସପ୍ତଦଶ ଶତାବ୍ଦୀର ଲୋକ ଥିଲେ ଓ ତାଙ୍କ ଗୁରୁଙ୍କ ନାମ ଶ୍ୟାମାନନ୍ଦ ଥିଲା ।
ଯଶୋବନ୍ତଙ୍କ ଦେହାବସାନ କେଉଁ ବର୍ଷରେ ହୋଇଥିଲେ ଏହା ଜାଣିବା ପାଇଁ କିଛି ଉପାଦାନ ମିଳୁନାହିଁ । ସେ ମାଘ ମାସ ଶୁକ୍ଳ ଷଷ୍ଠୀରେ ଇହଧାମ ତ୍ୟାଗ କରିଥିଲେ ବୋଲି ଜନଶ୍ରୁତିରେ ରହିଛି । ତାଙ୍କର ତିରୋଧାନ ଦିବସରେ ଅଢ଼ଙ୍ଗରେ ଗୋଟିଏ ବଡ଼ ମେଳା ଅନୁଷ୍ଠିତ ହୁଏ । ଯଶୋବନ୍ତଙ୍କ ରଚିତ ଭଜନଗୁଡ଼ିକ ବ୍ରହ୍ମଜ୍ଞାନମୂଳକ । ଏଗୁଡ଼ିକର ଭାଷା ସରଳ ହୋଇଥିବାରୁ ଏଗୁଡ଼ିକ ଓଡ଼ିଶାରେ ଗ୍ରାମେ ଗ୍ରାମେ ପ୍ରସିଦ୍ଧ ।
ଗୋବିନ୍ଦଚନ୍ଦ୍ର (ଉପାଖ୍ୟାନ) ଏକ କାଳଜୟୀ ସୃଷ୍ଟି ।
ଓଡ଼ିଆ ସାହିତ୍ୟରେ ଗାଥା କବିତା ଗୋଟିଏ ପ୍ରକାର କବିତା ଯେଉଁଥିରେ କୌଣସି ପୌରାଣିକ ଗାଥାକୁ ଗୀତିକବିତା ମାଧ୍ୟମରେ କୁହାଯାଏ । ଯଶୋବନ୍ତ ଦାସଙ୍କ 'ଗୋବିନ୍ଦଚନ୍ଦ୍ର' ଏହି ଶ୍ରେଣୀର ପ୍ରଥମ ରଚନା ବୋଲି କେତେଜଣଙ୍କ ମତ ରହିଛି । ଏହା ବଙ୍ଗଦେଶର ରାଜା ଗୋବିନ୍ଦଚନ୍ଦ୍ରଙ୍କ ଉପରେ ଆଧାରିତ । ଗୋବିନ୍ଦଚନ୍ଦ୍ରଙ୍କ ମାତା ମୁକୁତା ଦେଈ ହାଡ଼ିପାଙ୍କୁ ନିଜ ପୁତ୍ରର ଗୁରୁ କରାଇ ତାଙ୍କୁ ବ୍ରହ୍ମଜ୍ଞାନ ପ୍ରାପ୍ତି କରିବାକୁ ଉପଦେଶ ଦିଅନ୍ତି ଯଦ୍ୱାରା ତାଙ୍କ ଅକାଳମୃତ୍ୟୁ ଟଳିଯାଏ । ଯଶୋବନ୍ତଙ୍କ ପରେ ଏହି ବିଷୟରେ ଦୁଇଜଣ ଅଷ୍ଟାଦଶ ଶତାବ୍ଦୀର କବି ମଧ୍ୟ ରଚନା କରିଛନ୍ତି ।ସାହିତ୍ୟିକ ଦୃଷ୍ଟିକୋଣରୁ ଖୁବ ମୂଲ୍ୟବାନ ।ଏହା ଅନୁସରଣରେ ଟୀକାଗୋବିନ୍ଦ ଚନ୍ଦ୍ର ରଚିତ ।
ଶିବସ୍ୱରୋଦୟ,ଏହା ଏକ ଶୈବ ତାନ୍ତ୍ରିକ ଗ୍ରନ୍ଥର "ସ୍ୱରୋଦୟଲେଶ"ର ଅନୁବାଦ ଅଟେ ।ଶିବ ପାର୍ବତୀଙ୍କ କଥୋପକଥନ ଶୈଳୀରେ ରଚିତ । ମୂଳଗ୍ରନ୍ଥ ପରି ଏହା ମଧ୍ୟ ୨୧ ଅଧ୍ୟାୟ ବିଶିଷ୍ଟ ।ସମଗ୍ର ଗ୍ରନ୍ଥର ପଦସଂଖ୍ୟା ୪୭୫। ସ୍ୱରର ପ୍ରଶଂସା ,ନାଡିଜ୍ଞାନ,ନାଡିଚାଳନାର ଫଳାଫଳ ,ପ୍ରାଣାଦି ବାୟୁର ତତ୍ତ୍ୱ ନିରୂପଣ ,ସ୍ତ୍ରୀବଶୀକରଣ ଆଦି ଯୋଗସାଧନ ପ୍ରଣାଳୀ,ସ୍ୱରଜ୍ଞାନ ଆଦି ରଚିତ ।ଏଥିରେ ଶ୍ରୀକୃଷ୍ଣ ରାଧା ଓ ଅର୍ଜ୍ଜୁନଙ୍କୁ ଯୋଗମାର୍ଗ ବିଷୟରେ କହନ୍ତି । ପ୍ରେମ ଓ ଭକ୍ତିର ଏକ ସମନ୍ୱୟ । ବିଷୟବସ୍ତୁ ଆରମ୍ଭରେ ସୃଷ୍ଟିକ୍ରିୟା ବିବରଣୀ ପ୍ରଦତ୍ତ । ରାଧାକୃଷ୍ନଙ୍କ ଜନ୍ମ, ଯୁଗଳରୂପ, ନିତ୍ୟରାସ, ଜୀବ-ପରମ ବିହାର, ଶରୀର ମଧ୍ୟସ୍ଥ ସପ୍ତାବରଣତତ୍ତ୍ୱ, ଶ୍ରୀକ୍ଷେତ୍ର ମହିମା ଆଦି ବର୍ଣ୍ଣନା କରଯାଉଛି। ପାଞ୍ଚଟି ଅଧ୍ୟାୟରେ ସମାପ୍ତ ଓ ନବାକ୍ଷରୀ ବା ଗୁଜ୍ଜରୀ ବୃତ୍ତରେ ରଚିତ । ମହାତ୍ମା ଯଶୋବନ୍ତ ଙ୍କ ସୃଷ୍ଟି କୃତି ମଧ୍ୟରେ ଅଢ଼ଙ୍ଗ ଗଡ଼ମାଳିକା,ଆତ୍ମପରତେ ଗୀତା, ଚଉରାଅଶି ଆଜ୍ଞା,ପ୍ରେମଭକ୍ତି ବ୍ରହ୍ମଗୀତା ,ବଣଭୋଜି,ମନ୍ତ୍ରବୋଲି,ଯନ୍ତ୍ରବୋଲି,ଦିବ୍ୟଦେହୀ
ଲୋହି ଗୀତା,ଭବିଷ୍ୟ ମାଳିକା,ଶିବ ସ୍ୱରୋଦୟ (ସଂସ୍କୃତ 'ସ୍ୱରୋଦ୍ୱୟଲେଶ' ଶୀର୍ଷକ ଗ୍ରନ୍ଥର ବିଷୟବସ୍ତୁ ଅବଲମ୍ବନରେ)
ହେତୁ ଉଦୟ ଭାଗବତ,ଆଗତ ଭବିଷ୍ୟ,ଧାନଚୋରି,ବାଘଲୀଳା
ଭଜନ ସାର୍ ପ୍ରମୁଖ ସୀମା ହୀନ ଜନାଦୃତ ସୃଷ୍ଟି ।
ଯଶୋବନ୍ତ ଅନେକ ବ୍ରହ୍ମଜ୍ଞାନମୂଳକ ଭଜନ ରଚନା କରିଛନ୍ତି । ତାଙ୍କ ରଚନା ଭିତରୁ ଶିବସ୍ୱରୋଦୟ, ପ୍ରେମଭକ୍ତି ବ୍ରହ୍ମଗୀତା, ଦିବ୍ୟଦେହୀ, ଲୋହୀ ଗୀତା, ଗୋବିନ୍ଦଚନ୍ଦ୍ର ଓ ଯନ୍ତ୍ରବୋଲି ବିଶେଷ ଜନାଦୃତ । ଏହି ରଚନାଗୁଡ଼ିକରେ ସେ ପିଣ୍ଡବ୍ରହ୍ମାଣ୍ଡ ତତ୍ତ୍ୱ ଓ ଶୂନ୍ୟବ୍ରହ୍ମଙ୍କ ବିଷୟରେ ଲେଖିଛନ୍ତି । 'ଭବିଷ୍ୟ ମାଳିକା' ନାମକ ରଚନାରେ ସେ ଭବିଷ୍ୟ କାଳରେ କିପରି ଅଘଟଣ ହେବ ତାହା ବିଷୟରେ ଲେଖିଛନ୍ତି । 'ଯନ୍ତ୍ରବୋଲି'ରେ ସେ ଯନ୍ତ୍ର ଓ ଅକ୍ଷର ମାଧ୍ୟମରେ କିପରି ବ୍ରହ୍ମଙ୍କୁ ପ୍ରାପ୍ତ କରିହେବ ଲେଖିଛନ୍ତି । ଯଶୋବନ୍ତ ଶୂନ୍ୟବ୍ରହ୍ମଙ୍କ ଉପାସକ ହେଲେ ମଧ୍ୟ ଜଗନ୍ନାଥଙ୍କୁ ନିଜ ଇଷ୍ଟଦେବତା ଭାବେ ମାନୁଥିଲେ ।
ବିଳମ୍ବିତ ନ୍ୟାୟ ବିଡ଼ମ୍ବିତ
-----------------------------
ଉପରୋକ୍ତ ଶୀର୍ଷକରେ ଗତ ୨୦୧୦ ମସିହାରେ " ସୁବାର୍ତ୍ତା" ରେ ଅଗ୍ରଲେଖ ପ୍ରକାଶିତ ହୋଇଥିଲା ସେତିକିବେଳେ , ଯେତେବେଳେ ଅତୁଳନୀୟ ଓଡିଆ ଭାଷା, ସାହିତ୍ୟ ପ୍ରାଣ, ପ୍ରବୀଣ ସାରସ୍ବତ ସାଧକ,ଉତ୍କଳ ସମ୍ମିଳନୀର ସମ୍ପାଦକ ତଥା ସେବା ନିବୃତ ପ୍ରଶାସନିକ ଅଧିକାରୀ ବରେଣ୍ୟ ସ୍ବର୍ଗତ ଗୋପାଳକୃଷ୍ଣ ଶ୍ରୀଚନ୍ଦନଙ୍କ ସୁପୁତ୍ର ଯୁବ କୃଷି ବିଜ୍ଞାନୀଙ୍କ ଅକାଳ ବିୟୋଗ ଘଟିଥିଲା । ଶାସନକଳର ପେଞ୍ଚପାଞ୍ଚରେ ନିର୍ଯ୍ୟାତିତ ହୋଇ ନ୍ୟାୟାଳୟର ଆଶ୍ରୟ ନେଇ ବିଳମ୍ବିତ ନ୍ୟାୟର ଶିକାର ହୋଇଥିଲେ । ବିଧାୟିକା ଅବା କାର୍ଯ୍ୟପାଳିକା ଦ୍ବାରା ନିଷ୍ପେସିତ ସାଧାରଣ ମଣିଷଟି ନ୍ୟାୟ ଆଶାରେ ଧାଇଁ ଯାଇଥାଏ ନ୍ୟାୟାଳୟକୁ , ମାତ୍ର ସେ କିଭଳି ମାର୍କଣ୍ଡେଶ୍ବର ପୁଷ୍କରିଣୀ ଉପରିସ୍ଥ କେଶ ବିନ୍ୟାସ ବିଶାରଦ ଦର୍ଶନଗ୍ରାହୀ ଅଧିବକ୍ତା ମାନଙ୍କ କପଟ ପଶାର ଗୋଟି ହୋଇଥାଏ, ଗୋକୁଳାନନ୍ଦ ବଂଶଜ ଶକୁନି କପଟ ପଶାକାଠି ଇଙ୍ଗିତରେ ଯନ୍ତ୍ରଣା ଜର୍ଜରିତ ହୁଏ, ତାହା କେବଳ ଅନୁଭବି ହିଁ କହିପାରିବେ । ଗତବର୍ଷ ସଂସଦରେ ନିଜେ ଆଇନ ମନ୍ତ୍ରୀ ଅର୍ଜ୍ଜୁନ ରାମ ମେଘଓ୍ବାଲା ପ୍ରକାଶ କରିଥିଲେ ଯେ ୫ କୋଟି ୨୦ ଲକ୍ଷ ମକଦ୍ଦମା ଭାରତର ନ୍ୟାୟାଳୟ ମାନଙ୍କରେ ବିଚାର ଅପେକ୍ଷାରେ ବର୍ଷବର୍ଷ ଧରି ପଡ଼ିରହିଛି । ତନ୍ମଧ୍ୟରୁ ଶତକଡା ୮୫ ଭାଗ କେବଳ ନିମ୍ନ ଅଦାଲତରେ ପଡ଼ିରହିଛି । ଏହା ନିର୍ବିବାଦୀୟ ସତ୍ୟ ଯେ ସାଧାରଣ ମଣିଷଟି ଯେତେବେଳେ ତା'ର ଜୀବନ ଯାତ୍ରା ପଥରେ ଉଚିତ୍ ନ୍ୟାୟ ଟିକିଏ ନପାଏ, ସେତେବେଳେ ସେ ଅସହାୟ ହୋଇ, ଅନେକ ଅର୍ଥ ବ୍ୟୟ କରି ତ୍ବରତ ନ୍ୟାୟ ପାଇବା ପାଇଁ ଅଧିବକ୍ତା ଙ୍କ ମାଧ୍ୟମରେ ନ୍ୟାୟାଳୟ ର ଆଶ୍ରୟ ନେଇଥାଏ । ନ୍ୟାୟ ତ ପାଇବା ଭାଗ୍ୟରେ ଥିଲେ ମିଳିପାରେ ମାତ୍ର ସେ ଯେଭଳି ବର୍ଷବର୍ଷ ଧରି ମାନସିକ ନିର୍ଯ୍ୟାତନା ଠାରୁ ଚଞ୍ଚକତା, ଛଳନା, ମିଥ୍ୟା ପ୍ରତିଶୃତିର ଶୀକାର ହୁଏ, ତାହା ଜଣେ ଅନୁଭବି ଭାବେ ପ୍ରକାଶ କରିବା ପାଇଁ ଆମର ଭାଷା ଅକୁଳାଣ । କ୍ରମଶଃ
ଏମାନେ ଯେବେ ହୁଅନ୍ତି ବିସ୍ମୃତ ?
-------
ମହାନ୍ ସ୍ଵାଧୀନତା ସଂଗ୍ରାମୀ, ବିଶିଷ୍ଟ ଅର୍ଥଶାସ୍ତ୍ର ବିଶାରଦ,ବିଶ୍ବ ପ୍ରସିଦ୍ଧ ଶ୍ରମିକ ନେତା, ନୀତି ଓ ନୈତିକତାର ମୂର୍ତ୍ତିମନ୍ତ ପ୍ରତୀକ, ଭାରତର ପ୍ରଥମ ଯୋଜନା ଆୟୋଗର ଉପାଧ୍ୟକ୍ଷ, ଦୁଇ ଦୁଇ ଥର ଭାରତର ପ୍ରଧାନମନ୍ତ୍ରୀ, ଶତାୟୁ ପୁରୁଷ ଗୁଲଜାରି ଲାଲ୍ ନନ୍ଦା ( ୧୮୯୮-୧୯୯୮) ଙ୍କ ୨୭ତମ ଶ୍ରାଦ୍ଧ ଦିବସ ଅବସରରେ ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛୁ । ୧୯୨୧ ମସିହାରେ ଅର୍ଥନୀତି ଶାସ୍ତ୍ର ପ୍ରାଚାର୍ଯ୍ୟ ପଦବୀ ତ୍ୟାଗ କରି ସ୍ବାଧୀନତା ସଂଗ୍ରାମ ରେ ଝାସ ଦେଇ ବାରମ୍ବାର କାରାବରଣ କରିଥିବା,୧୯୩୭ ରେ ବିଧାୟକ, ୧୯୫୦ ରେ ଯୋଜନା ଆୟୋଗ ଉପାଧ୍ୟକ୍ଷ, ଶ୍ରମ, ଜଳସେଚନ ପରି ଅନେକ ବିଭାଗ ର କେନ୍ଦ୍ର ମନ୍ତ୍ରୀ , ପଣ୍ଡିତ ନେହେରୁ ଙ୍କ ମୃତ୍ୟୁ ପରେ ମେ ୨୭,୧୯୬୪ ରେ ପ୍ରଧାନମନ୍ତ୍ରୀ , ଲାଲ୍ ବାହାଦୁର ଶାସ୍ତ୍ରୀ ଙ୍କ ମୃତ୍ୟୁ ପରେ ଜାନୁଆରୀ ୧୧,୧୯୬୬ ରେ ପୁନଃ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଯାଇଥିବା ଏହି ମହାନ ଜନନେତା ଙ୍କୁ ଯେଉଁଦିନ ଘରଭଡ଼ା ଦେଇ ନପାରିବାରୁ ଘର ମାଲିକ ତାଙ୍କର ଆସାବପତ୍ର ବାହାରେ ଫୋପାଡି ଦେଇଥିବା ସମ୍ବାଦ ପ୍ରକାଶ ପାଇବା ପରେ ସମଗ୍ର ଦେଶରେ ଆଲୋଡନ ସୃଷ୍ଟି ହୋଇଥିଲା । ଘର ଟିଏ କ'ଣ, ଜୀବନରେ ଗୋଟିଏ ଟଙ୍କା ର ନିଜସ୍ଵ ସମ୍ପତ୍ତି ନଥିବା ଏହି ମହାପୁରୁଷଙ୍କୁ ଏଜାତି ଭୁଲି ଗଲାଣି । ସେତେବେଳେ ଏକ ଇଂରାଜୀ ଖବରକାଗଜରେ ପ୍ରକାଶିତ ଲେଖା ଏଠାରେ ଉଲ୍ଲେଖଯୋଗ୍ୟ ।
"A 94-year-old man was thrown out of a rented house by the landlord for not paying the rent. The old man had hardly any belongings except an old bed, some aluminum utensils, a plastic bucket and a mug etc. The old man requested the owner to give him some time to pay the rent. The neighbors also took pity on the old man, and they convinced the landlord to give him some time to pay the rent. The landlord reluctantly gave him some time to pay the rent.
The old man took his belongings inside.
A journalist passing by stopped and saw the whole scene. He thought it would be useful to publish the matter in his newspaper. He even thought up a headline, "Cruel landlord kicks old man out of rented house for money." Then he took some pictures of the old tenant and also took some pictures of the rented house.
The journalist went and told his press owner about the incident. The owner of the press looked at the pictures and was shocked. He asked the journalist, did he know the old man? The journalist said no.
The next day the big news appeared on the front page of the newspaper. The title was "Gulzarilal Nanda, the former Prime Minister of India, leading a miserable life". It was further written in the news that how the former Prime Minister was unable to pay the rent and how he was thrown out of the house. It was commented that nowadays freshers also earn a lot of money. Whereas a person who has been a former Prime Minister twice and has also been a Union Minister for a long time, does not even have a house of his own.
Actually Gulzarilal Nanda got Rs. 500/- per month allowance, .but he had rejected this money saying that he did not fight for the allowance of freedom fighters. Later friends forced him to accept saying that he had no other source of origin. With this money, he used to live by paying his rent.
The next day the then Prime Minister sent ministers and officials with a fleet of vehicles to their homes. The landlord was stunned to see the fleet of so many VIP vehicles. It was then that he came to know that his tenant, Mr. Gulzarilal Nanda was the former Prime Minister of India. The landlord immediately bowed down at the feet of Gulzarilal Nanda for his misbehavior.
Officials and VIPs requested Gulzarilal Nanda to accept government accommodation and other facilities. Mr. Gulzarilal Nanda did not accept his offer by saying that what is the use of such facilities in this old age. Till his last breath, he lived as a simple life, like an ordinary citizen. In 1997, the government honored him with the Bharat Ratna.
*A True Politician*
Just compare his life with the politicians of the present times. ।"
ଗଣମାଧ୍ୟମରେ ବ୍ୟାପକ ଭାବେ ପ୍ରକାଶିତ ଏହି ଅଭାବନୀୟ ଖବରଟି ଆମର ସାମାଜିକ ଅବ୍ୟବସ୍ଥା ଉପରେ ଯେ ସାମାନ୍ୟ ପ୍ରଭାବ ପକାଇ ନାହିଁ, ଏଥିରେ ଆମେ ଦୃଢ ନିଶ୍ଚିତ ।
ଅପରପକ୍ଷରେ ଅନ୍ୟ ଦିବଙ୍ଗତ ପ୍ରଧାନମନ୍ତ୍ରୀ କ'ଣ , ଲେଡି ଡାଇନାଙ୍କ ଜନ୍ମ ଦିନ, ଶ୍ରାଦ୍ଧ ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମର ବିବରଣୀ ସହିତ ଏହାକୁ ତୁଳନା କଲେ , ପୂଜ୍ୟପୂଜା ସଂସ୍କୃତି ର ଅବକ୍ଷୟୀ ଗତି ସହଜରେ ହେବ ଅନୁମେୟ । ଗୁଲଜାରି ଲାଲ୍ ଙ୍କ ଜୀବନୀ ଯଦି ନହେବ ଶିକ୍ଷଣୀୟ, ପାଠ୍ୟକ୍ରମରେ ନହେବ ସ୍ଥାନିତ , ତେବେ ଯେଉଁ ମଣିଷ ଭଳି ଦେଖାଯାଉଥିବା , ଅନ୍ୟ ଏକ ଅଜଣା ଗ୍ରହରୁ ଖସିପଡ଼ି ଥିବା ଭଳି ପ୍ରତୀୟମାନ, ଯେଉଁମାନେ ନିଜର
ଚରିତ୍ରକୁ କଳିଙ୍ଗ ମହାସାଗରକୁ ଫିଙ୍ଗି ଦେଇଥିବା ତଥା କଥିତ ତାରକା ବା ସିଲିବ୍ଚିଟି , ସେମାନେ ପୁଣି ଚରିତ୍ରାଭିନେତା , ଅଭିନେତ୍ରୀ,ସର୍ବଗିଳା ଖାଉ ମହାବାହୁ ନେତା,ପ୍ରଶାସକ,ନକଲ କଳା ଧୂରୀଣ ,ଲବି ପଟୁ ପୁରସ୍କାର ପ୍ରାପ୍ତ ସାହିତ୍ୟିକ, ଅର୍ଥ ପାଇଁ ଘୋଡ଼ା ଭଳି ନିଲାମ ହେଉଥିବା ଡାହୁପୁଆ ଖେଳାଳିମାନଙ୍କ ମିଛ ଜୀବନୀ ଯେବେ ହୁଏ ପାଠ୍ୟକ୍ରମରେ ସ୍ଥାନିତ, ସେବେ ଏ ଦେଶର ଭବିଷ୍ୟତ କ'ଣ ? ଗୋଟିଏ ଦେଶର ପିଢ଼ି ପରେ ପିଢି ବିଦ୍ୟାର୍ଥୀ, ଯେଉଁମାନେ ଦେଶର ଭବିଷ୍ୟତ ନାଗରିକ, ସେମାନଙ୍କ ସମ୍ମୁଖରେ ଆଦର୍ଶ କିଏ ? ପ୍ରତିବର୍ଷ ନଭେମ୍ବର ,୧୯ ତାରିଖରେ ‘ଆନ୍ତର୍ଜାତୀୟ ପୁରୁଷ ଦିବସ’ ପାଳନ କରାଯାଇ ଆସୁଛି । ବାସ୍ତବରେ କିଭଳି ମଣିଷ ଆମ ସମାଜ ପାଇଁ ଆଦର୍ଶ ହୋଇଥାନ୍ତି ? ସେମାନଙ୍କ ନିକଟରେ କେଉଁ ସବୁ ସକାରାତ୍ମକ ଗୁଣ ରହିବା ଏକାନ୍ତ ଆବଶ୍ୟକ ? ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଥିବା ସମୟରେ ଆମର ଘୋଷିତ ପଂକ୍ତି ଥିଲା " ପୁଷ୍ପେଷୁ ମଲ୍ଲି ,ନଗରେଷୁ ଦିଲ୍ଲୀ , ନାରୀଷୁ ରମ୍ଭା , ପୁରୁଷେଷୁ ବିଷ୍ଣୁ , ନଦୀଷୁ ଗଙ୍ଗା ,ନୃପତେଷୁ ରାମ , କାଵ୍ୟେଷୁ ମାଘ,କବି କାଳିଦାସ ' । ବିଷ୍ଣୁ ଙ୍କୁ ସର୍ବଶ୍ରେଷ୍ଠ ପୁରୁଷର ମାନ୍ୟତା କାହିଁକି ପୁରାଣ ଠାରୁ ଆରମ୍ଭ କରି ସମାଜ ଶାସ୍ତ୍ରୀ ମାନେ ଦେଇଛନ୍ତି ? କ'ଣ ଆଜି କାଲିର ସମ୍ମାନ ବେପାରୀ ମାନଙ୍କ ଅମୋଘ ଆଶାୟୀ ପଣ୍ୟ ଆଧାରରେ ? ପୁରାଣ ଶାସ୍ତ